Odisha State Board CHSE Odisha Class 11 Logic Solutions Unit 4 ଆରୋହାନୁମାନର ଆକାରଗତ ଭିଭି, ଆରୋହାନୁମାନର ବସ୍ତୁଗତ ଭିଭି ଓ ପ୍ରକଳ୍ପ Short & Long Answer Questions
CHSE Odisha Class 11 Logic Unit 4 Short & Long Answer Questions in Odia Medium
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍ପଣୀ ଲେଖ
୧. ଆରୋହାନୁମାନର ବିରୋଧାଭାସ କ’ଣ ?
Answer:
ଏକାଧିକ ସମକାରଣ ଯେତେବେଳେ ଏକାସହିତ ମିଳିତ ହୋଇ ଗୋଟିଏ ମାତ୍ର ମିଶ୍ରକାର୍ଯ୍ୟ ସୃଷ୍ଟି କରନ୍ତି, ସେତେବେଳେ ଉପରେ ପ୍ରକୃତିର ଏକରୂପତା ନିୟମ ପ୍ରତିଷ୍ଠିତ । ଆରୋହାନୁମାନ ସମ୍ବନ୍ଧୀୟ ଏହି ପରସ୍ପର ବିରୋଧୀ ମତକୁ ଆରୋହାନୁମାନର ବିରୋଧାଭାସ କୁହାଯାଏ ।
୨. ବହୁକାରଣ ସମନ୍ଵୟ (Conjunction of causes) କହିଲେ କ’ଣ ବୁଝ ଲେଖ ।
Answer:
ଏକାଧିକ ସମକାରଣ ଯେତେବେଳେ ଏକାସହିତ ମିଳିତ ହୋଇ ଗୋଟିଏ ମାତ୍ର ମିଶ୍ରକାର୍ଯ୍ୟ ସୃଷ୍ଟି କରନ୍ତି, ସେତେବେଳେ ସେହି ମିଶ୍ରକାର୍ଯ୍ୟର କାରଣକୁ ବହୁକାରଣ ସମନ୍ଵୟ ବୋଲି କୁହାଯାଏ । ଉଦାହରଣସ୍ୱରୂପ ଜଣେ ଲୋକ ଜ୍ଵରରେ ପଡ଼ି ପୀଡ଼ିତ ହେଉଛି । ଜ୍ଵର କଷ୍ଟ ସହିତ ଯଦି ସେ ଖଟ ଉପରୁ ପଡ଼ିଯାଇ ମୁଣ୍ଡ ଫାଟିଯିବାର କଷ୍ଟ ସହ ତାହାର ନାଳରକ୍ତ ଝାଡ଼ାଜନିତ କଷ୍ଟ ସଂଯୁକ୍ତ ହୁଏ ତାହେଲେ ସେ ସମସ୍ତ ମିଶ୍ରିତ କଷ୍ଟର ଯନ୍ତ୍ରଣା କୌଣସି ଏକ କାରଣରୁ ସୃଷ୍ଟ ନୁହେଁ ବୋଲି ଜଣାଯିବ ।
ସେହି ସମ୍ମିଶ୍ରିତ କଷ୍ଟ ବା ଯନ୍ତ୍ରଣାର କାରଣ ହେଉଛି ଜ୍ଵର, ନାଳରକ୍ତ ଝାଡ଼ା ଓ ମୁଣ୍ଡ ଫାଟିଯିବା ଇତ୍ୟାଦି କାରଣମାନଙ୍କର ଏକତ୍ର ସମ୍ମିଶ୍ରଣ । ଏହିପରି ଅନେକ କାରଣର ସମ୍ମିଶ୍ରଣ ଯେତେବେଳେ ଏକ କାର୍ଯ୍ୟ ସୃଷ୍ଟି କରେ, ସେପରି କାର୍ଯ୍ୟର କାରଣଗୁଡ଼ିକୁ ବହୁକାରଣ ସମନ୍ୱୟ ବୋଲି କୁହାଯିବ ।
୩. କ୍ରିୟା-ଉଦ୍ଦୀପକ ଶକ୍ତି (Moving power) ଏବଂ ଘଟଣାର ସମାବେଶ (Collocation) କ’ଣ ବୁଝାଅ ।
Answer:
ପରିମାଣ ଦୃଷ୍ଟିକୋଣରୁ କାରଣ ଓ କାର୍ଯ୍ୟ ଯେ ସମାନ ତାହା ବୁଝିବା ନିମନ୍ତେ ବେନ୍ (Bain) କାରଣକୁ ଦୁଇଟି ଅଂଶରେ ଭାଗ କରିଛନ୍ତି; ଯଥା – (୧) କ୍ରିୟା-ଉଦ୍ଦୀପକ ଶକ୍ତି ଏବଂ (୨) ଘଟଣାର ସମାବେଶ ।
ଯେଉଁ ଶକ୍ତି କେତେଗୁଡ଼ିଏ ଘଟଣାର ସମାବେଶ ଉପରେ କ୍ରିୟାଶୀଳ ହୋଇ ତା ମଧ୍ୟରେ ପରିବର୍ତ୍ତନ ଆଣେ ତାହାକୁ କ୍ରିୟା-ଉଦ୍ଦୀପକ ଶକ୍ତି କୁହାଯାଏ ।
ପାରିପାର୍ଶ୍ବକ ଘଟଣାର ସମାବେଶ ଯେଉଁଠି କ୍ରିୟା-ଉଦ୍ଦୀପକ ଶକ୍ତି ପକ୍ଷରେ କାର୍ଯ୍ୟ ସୃଷ୍ଟି ହେବା ସମ୍ଭବ ହୁଏ, ତାହାକୁ ଘଟଣାର ସମାବେଶ କୁହାଯାଏ । ଯେପରି ଜଳନ୍ତା ଦିଆସିଲି କାଠି ଦାହ୍ୟବସ୍ତୁର ସ୍ତୂପ ଉପରେ ନିକ୍ଷେପ କଲେ ନିଆଁ ଜଳି ଉଠେ । ଏ କ୍ଷେତ୍ରରେ ଜଳନ୍ତା ଦିଆସିଲି କାଠି ହେଉଛି କ୍ରିୟା-ଉଦ୍ଦୀପକ ଶକ୍ତି (Moving power) ଏବଂ ବାହ୍ୟବସ୍ତୁର ସ୍ତୂପ ହେଉଛି ଘଟଣାର ସମାବେଶ (Collocation) ।
ସମୟ ସମୟରେ କର୍ତ୍ତା (Agent) ଏବଂ କ୍ରିୟାନ (Patient) ଦ୍ବାରା କାର୍ଯ୍ୟ-କାରଣର ପାର୍ଥକ୍ୟ ଦର୍ଶାଯାଇଥାଏ । ଯେଉଁ ବସ୍ତୁଟିର କ୍ରିୟାଦ୍ବାରା କାର୍ଯ୍ୟ ସଂପନ୍ନ ହୁଏ ତାହାକୁ କର୍ତ୍ତା କୁହାଯାଏ ଏବଂ ଯେଉଁ ବସ୍ତୁଟି ଉପରେ କାର୍ଯ୍ୟ ସାଧୂତ ହୁଏ ତାହାକୁ କ୍ରିୟାଧୁନ କୁହାଯାଏ । ଉଦାହରଣସ୍ୱରୂପ, ଯଦି ଜଣେ ବ୍ୟକ୍ତି କନିଅର ମଞ୍ଜି ରସ ସହ ଗୁଡ଼କୁ ଏକତ୍ର ମିଶାଇ ଖାଇ ବିଷ ପ୍ରଭାବରେ ମରିଯାଏ, ତାହେଲେ କନିଅର ମଞ୍ଜି ଓ ଗୁଡ଼ର ସମ୍ମିଶ୍ରଣରୁ ଉତ୍ପନ୍ନ ବିଷକୁ କର୍ତ୍ତା ଏବଂ ଲୋକଟିର ସ୍ନାୟବୀୟ ଶରୀରକୁ କ୍ରିୟାଧୁନ କୁହାଯାଏ ।
ସେହିଭଳି ଜଳନ୍ତା ଦିଆସିଲି କାଠିଟି ଯେତେବେଳେ ଦାହ୍ୟବସ୍ତୁର ସ୍ତୂପ ଉପରେ ନିକ୍ଷେପିତ ହୋଇ ଅଗ୍ନି ସୃଷ୍ଟି କରେ ସେଠାରେ ଜଳନ୍ତା ଦିଆସିଲି କାଠିକୁ କର୍ତ୍ତା ଏବଂ ଦାହ୍ୟବସ୍ତୁର ସ୍ତୂପକୁ କ୍ରିୟାଧ୍ୟାନ ବୋଲି କୁହାଯିବ ।
୪. ଆରିଷ୍ଟୋଟଲ୍ ଏବଂ ନୈୟାୟିକମାନଙ୍କ ମତରେ ଗୋଟିଏ କାର୍ଯ୍ୟର କାରଣଗୁଡ଼ିକ କ’ଣ କ’ଣ ? ଦୁଇଟି ଲେଖାଏଁ ଉଦାହରଣ ଦିଅ ।
Answer:
ଆରିଷ୍ଟୋଟଲଙ୍କ ମତରେ, ଗୋଟିଏ କାର୍ଯ୍ୟର ଚାରିପ୍ରକାର କାରଣ ଥାଏ; ଯଥା – ଉପାଦାନ କାରଣ, ଆକୃତିକ କାରଣ, ନିମିତ୍ତ କାରଣ ଏବଂ ପରିଣାମ କାରଣ ।
ଉଦାହରଣ – ଗୋଟିଏ ପ୍ଲାଷ୍ଟିକ୍ ପୁଷ୍ପଗୁଚ୍ଛ ।
ଉପାଦାନ କାରଣ – ପ୍ଲାଷ୍ଟିକ୍
ଆକୃତିକ କାରଣ – ପୁଷ୍ପାକାର ।
ନିମିତ୍ତ କାରଣ– ତାହାର ନିର୍ମାଣ ନିମନ୍ତେ ଉପଯୋଗ କରାଯାଇଥିବା ଶକ୍ତି, ଶ୍ରମ ଓ କୌଶଳ ।
ପରିଣାମ କାରଣ– ଉଦ୍ଦେଶ୍ୟ
ଯଥା- ଘର ସଜାଇବାପାଇଁ ବ୍ୟବହୃତ ହେବା ।
ଉଦାହରଣ– ଗାନ୍ଧିଜୀଙ୍କ ଏକ ମାର୍ବଲ ମୂର୍ତ୍ତି ।
ଉପାଦାନ କାରଣ– ମାର୍ବଲ ପଥର
ଆକୃତିକ କାରଣ– ଗାନ୍ଧିଜୀଙ୍କ ଆକୃତି ।
ନିମିତ୍ତ କାରଣ– କାରିଗରର ଶ୍ରମ ଓ କୌଶଳ
ପରିଣାମ କାରଣ– ଉଦ୍ଦେଶ୍ୟ, ଯଥା – ଗୋଟିଏ ପ୍ରମୋଦ ଉଦ୍ୟାନର ମଧ୍ୟସ୍ଥଳରେ ସ୍ଥାପନ କରିବା ।
ନୈୟାୟିକମାନଙ୍କ ମତରେ, ଗୋଟିଏ କାର୍ଯ୍ୟର ତିନିପ୍ରକାର କାରଣ ଥାଏ ।
ଯଥା – ସମବାୟି କାରଣ, ଅସମବାୟି କାରଣ ଏବଂ ନିମିତ୍ତ କାରଣ ।
ଉଦାହରଣ -(୧) କାଠର ତକ୍ତପୋଷ
ସମବାୟି କାରଣ – ବିଭିନ୍ନ ଆକୃତିର କେତେଖଣ୍ଡ କାଠ ।
ଅସମବାୟି କାରଣ – କାଠଖଣ୍ଡଗୁଡ଼ିକୁ ଯୋଡ଼ିବା ।
ନିମିତ୍ତ କାରଣ – ବଢ଼େଇ ଓ ତାହାର ଯନ୍ତ୍ରପାତି ।
ଉଦାହରଣ – (୨) ଜାମା
ସମବାୟି କାରଣ – ବିଭିନ୍ନ ଆକୃତିର କେତେଖଣ୍ଡ କନା ।
ଅସମବାୟି କାରଣ – କନାଖଣ୍ଡଗୁଡ଼ିକୁ ସିଲାଇ କରିବା ।
ନିମିତ୍ତ କାରଣ – ଦର୍ଜୀ ଏବଂ ତାହାର ସିଲାଇ ଉପକରଣ ।
କାର୍ଯ୍ୟ-ସମ୍ମିଶ୍ରଣ କହିଲେ କ’ଣ ବୁଝାଯାଏ ତାହା ଲେଖ ।
୫. କାର୍ଯ୍ୟ-ସମ୍ମିଶ୍ରଣ କହିଲେ କ’ଣ ବୁଝାଯାଏ ତାହା ଲେଖ ।
Answer:
ଏକାଧ୍ଯକ କାରଣ ଏକାସହିତ ମିଳିତ ହୋଇ ଯେତେବେଳେ କାର୍ଯ୍ୟକରେ ଏବଂ ବିଭିନ୍ନ କାରଣଦ୍ବାରା କାର୍ଯ୍ୟଗୁଡ଼ିକ ଯଦି ଅଲଗାଭାବରେ ପ୍ରକାଶିତ ନ ହୋଇ ଏକାସହିତ ମିଶ୍ରିତ ହୋଇ ପ୍ରକାଶିତ ହୁଏ, ତେବେ ସେହି ମିଶ୍ରିତ କାର୍ଯ୍ୟକୁ କାର୍ଯ୍ୟ- ସମ୍ମିଶ୍ରଣ କୁହାଯାଏ । ଯେପରି ଗୋଟିଏ ଘରେ ୬୦ ପାଓ୍ବାର ବତିର ତିନୋଟି ଆଲୋକ ଏକସହିତ ଜଳୁଛି । ଘରେ ଯେଉଁ ଆଲୋକ ହେଉଛି ସେହି ଆଲୋକ କାର୍ଯ୍ୟ-ସମ୍ମିଶ୍ରଣ ଅଟେ । ଯେହେତୁ ତିନୋଟି ବତିର ଆଲୋକ ଅଲଗାଭାବରେ ପ୍ରକାଶିତ ନ ହୋଇ ପରସ୍ପର ସହିତ ମିଶ୍ରିତ ହୋଇ ପ୍ରକାଶିତ ହୋଇଛି ।
୬.ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ କାହାକୁ କହନ୍ତି ?
Answer:
ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟିହୁଏ ସେହି କାର୍ଯ୍ୟକୁ ସଜାତୀୟ କାର୍ଯ୍ୟ – ସମ୍ମିଶ୍ରଣ କୁହାଯାଏ; ଯଥା – ଗୋଟିଏ ବିରାଟ ପ୍ରକୋଷ୍ଠରେ ଅନେକଗୁଡ଼ିଏ ଇଲେକ୍ଟ୍ରୋକ୍ ବଲ୍ବ ଜଳୁଛି ଏବଂ ତାହା ଫଳରେ ସମଗ୍ର ଆଲୋକକୁ ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ ବୋଲି କୁହାଯିବ ।
୭. ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ କାହାକୁ କହନ୍ତି ?
Answer:
ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟାଏ ସମୁଦାୟ କାର୍ଯ୍ୟ ସୃଷ୍ଟିହୁଏ ସେହି ସମୁଦାୟ କାର୍ଯ୍ୟକୁ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ କୁହାଯାଏ । ଉଦାହରଣସ୍ୱରୂପ – ଉଦ୍ଜାନ ଗ୍ୟାସ୍ର ଦୁଇଟି ଅଣୁ ଏବଂ ଅମ୍ଳଜାନର ଗୋଟିଏ ଅଣୁର ସଂଘାତ ହେଲେ ଜଳ ସୃଷ୍ଟିହୁଏ ।
୮. ବୈଜ୍ଞାନିକ କାରଣର ଗୁଣାତ୍ମକ ଲକ୍ଷଣଗୁଡ଼ିକ କ’ଣ ଅଟେ ?
Answer:
(a) କାରଣ ଏବଂ କାର୍ଯ୍ୟ ପରସ୍ପରାପେକ୍ଷୀ ।
(b) କାରଣ କାର୍ଯ୍ୟର ପୂର୍ବବର୍ତୀ ଘଟଣା ଅଟେ ।
(c) କାରଣ କାର୍ଯ୍ୟର ଅବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣା ଅଟେ ।
(d) କାରଣ କାର୍ଯ୍ୟର ସର୍ଭବିରହିତ ଅବ୍ୟଭିଚାରୀ ପୂର୍ବବର୍ତ୍ତୀ ଘଟଣା ଅଟେ ।
(e) କାରଣ କାର୍ଯ୍ୟର ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା ହେବା ଆବଶ୍ୟକ ।
୯. ବୈଜ୍ଞାନିକ କାରଣର ପରିମାଣାତ୍ମକ ଲକ୍ଷଣ କହିଲେ କ’ଣ ବୁଝ ।
Answer:
କାର୍ପେଥ ରୀଙ୍କ ପରିମାଣ ଦୃଷ୍ଟିରୁ ‘‘କାରଣ କାର୍ଯ୍ୟର ସମତୁଲ୍ୟ’’ ବୋଲି ବର୍ଣ୍ଣନା କରିଅଛନ୍ତି । ଏହାର ଅର୍ଥ ହେଉଛି କାରଣରେ ଯେଉଁ ପରିମାଣର ବସ୍ତୁ ଓ ଶକ୍ତି ନିହିତ ଥାଏ, କେବଳ ସେହି ପରିମାଣର ବସ୍ତୁ ଓ ଶକ୍ତି କାର୍ଯ୍ୟରୂପେ ପ୍ରକାଶଲାଭ କରେ । କାର୍ଯ୍ୟ ଓ କାରଣର ଏ ପ୍ରକାର ନୀତିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । (a) ବସ୍ତୁ ଅବିନାଶିତ୍ୱ ଓ (b) ଶକ୍ତି ଅବିନାଶିତ୍ୱ ତତ୍ତ୍ବ ।
୧୦. ଅବୈଜ୍ଞାନିକ ବା ଲୋକାୟତିକ କାରଣ କାହାକୁ କହନ୍ତି ?
Answer:
କୌଣସି ବୈଜ୍ଞାନିକ ଅନୁସନ୍ଧାନ ନକରି ଲୋକ ବ୍ୟବହାରରେ ଯାହାକୁ କାରଣ ବୋଲି ଧରିନିଆଯାଏ ତାହାକୁ ଲୋକାୟତିକ କାରଣ ବୋଲି କୁହାଯାଏ । ଉଦାହରଣସ୍ୱରୂପ – ନବବଧୂ ଗୃହ ପ୍ରବେଶ କଲା ପରେ ପରେ ଶ୍ଵଶୁରଙ୍କ ମୃତ୍ୟୁ ହୁଏ । ତେଣୁ କେହି କେହି ନବବଧୂର ଆଗମନକୁ ଏକ ଅଶୁଭ ସଙ୍କେତ ବୋଲି କହିଥାଆନ୍ତି । ଏହା ଅତଃ ପରଂ ତସ୍ମାଦତଃ ଦୋଷ ନାମରେ ଅଭିହିତ ଅଟେ ।
୧୧. ବହୁକାରଣତାବାଦ କାହାକୁ କହନ୍ତି ?
Answer:
ଯେତେବେଳେ ଗୋଟିଏ କାର୍ଯ୍ୟ ବିଭିନ୍ନ ସମୟରେ ବିଭିନ୍ନ କାରଣଦ୍ୱାରା ସଂଘଟିତ ହୋଇପାରେ ତାହାକୁ ବହୁକାରଣତାବାଦ କୁହାଯାଏ । ମିଲ୍ଙ୍କ ମତରେ, ‘ଏହା ସତ୍ୟ ନୁହେଁ ଯେ ଗୋଟିଏ କାର୍ଯ୍ୟ କେବଳ ଗୋଟିଏ କାରଣ ସହିତ ସମ୍ପର୍କିତ ହେବ ଏବଂ ଗୋଟିଏ ଘଟଣା କେବଳ ଗୋଟିଏ କାରଣଦ୍ୱାରା ସୃଷ୍ଟି ହେବ; ଯଥା – ମୃତ୍ୟୁ ରୋଗଜନିତ, ଦୁର୍ଘଟଣାଜନିତ, ବିଷପାନଜନିତରୁ ସମ୍ଭବ ହୋଇଥାଏ ।
୧୨. ଆରୋହାନୁମାନରେ ପ୍ରକଳ୍ପର ଆବଶ୍ୟକତା କ’ଣ କ’ଣ ?
Answer:
ଯଥେଷ୍ଟ ସାକ୍ଷ୍ୟ ପ୍ରମାଣର ଅଭାବ ଅଥବା ସମ୍ପୂର୍ଣ୍ଣ ସାକ୍ଷ୍ୟ ପ୍ରମାଣର ଅଭାବ ଥିବା ସ୍ଥଳେ କୌଣସି ଧାରଣାର ବଶବର୍ତୀ ହୋଇ ଜ୍ଞାତ ବିଷୟ ସହିତ ସଂହତି ତନ୍ନିହିତ ସିଦ୍ଧାନ୍ତ ସତ୍ୟ ବୋଲି ଜଣାପଡ଼ିଲେ ଉକ୍ତ ଧାରଣାଟି ନିଶ୍ଚିତଭାବରେ ସତ୍ୟ ଅଥବା ଅନ୍ତତଃ ସତ୍ୟ ହେବା ସମ୍ଭବପର ବୋଲି ମନେକରି ଧାରଣା ଗଠନ କରିବାକୁ ପ୍ରକଳ୍ପ କୁହାଯାଏ । ତେଣୁ ଯେଉଁ କ୍ଷେତ୍ରରେ କୌଣସି ଘଟଣାର କାରଣ ସୁସ୍ପଷ୍ଟ ନୁହେଁ ସେଠାରେ ପ୍ରକଳ୍ପ ଗଠନର ଆବଶ୍ୟକତା ପଡ଼େ ।
୧୩. ବିଭିନ୍ନ ପ୍ରକାର ପ୍ରକଳ୍ପ ବିଷୟରେ ଲେଖ ।
Answer:
ପ୍ରକଳ୍ପ ବିଭିନ୍ନ ପ୍ରକାର; ଯଥା –
(୧) କର୍ଭାବିଷୟକ ପ୍ରକଳ୍ପ
(୨) ନିୟମ ବିଷୟକ ପ୍ରକଳ୍ପ
(୩) କାରଣ ସଂକ୍ରାନ୍ତ ପ୍ରକଳ୍ପ
(୪) ବ୍ୟାଖ୍ୟାମୂଳକ ପ୍ରକଳ୍ପ
(୫) ବର୍ଣ୍ଣନାମୂଳକ ପ୍ରକଳ୍ପ
(୬) ଉପମାମୂଳକ ପ୍ରକଳ୍ପ
(୭) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧନ ପ୍ରକଳ୍ପ ।
୧୪. ପର୍ଯ୍ୟବେକ୍ଷଣ ନିଷ୍କ୍ରିୟ, ମାତ୍ର ପରୀକ୍ଷଣ ସକ୍ରିୟ– ବୁଝାଇ ଲେଖ ।
Answer:
ଷ୍ଟକ୍ ନାମକ ଜଣେ ତାର୍କିକଙ୍କ ମତରେ, ‘ପର୍ଯ୍ୟବେକ୍ଷଣ ନିଷ୍କ୍ରିୟ ଏବଂ ପରୀକ୍ଷଣ ସକ୍ରିୟ ଅଟେ ।’’ କାରଣ ପର୍ଯ୍ୟବେକ୍ଷଣରେ ଆମେ କେବଳ ନୀରବଦ୍ରଷ୍ଟାଭାବରେ ପର୍ଯ୍ୟବେକ୍ଷଣ କରୁ । ପରିସ୍ଥିତିର କୌଣସି ପରିବର୍ତ୍ତନ କରୁନାହିଁ । ମାତ୍ର ପରୀକ୍ଷଣରେ ଘଟଣାଟିକୁ ସୃଷ୍ଟି କରିବାରେ ଆମକୁ ସକ୍ରିୟ ହେବାକୁ ହୋଇଥାଏ ।
ମାତ୍ର ଏପ୍ରକାରର ପାର୍ଥକ୍ୟ ଆଦୌ ସନ୍ତୋଷଜନକ ନୁହେଁ । କାରଣ ପର୍ଯ୍ୟବେକ୍ଷଣ ସମ୍ପୂର୍ଣ୍ଣଭାବରେ ନିଷ୍କ୍ରିୟ ନୁହେଁ, ଏହା ସକ୍ରିୟ । କାରଣ ପର୍ଯ୍ୟବେକ୍ଷଣରେ ମଧ୍ୟ ଆମର ଇନ୍ଦ୍ରିୟମାନେ ସକ୍ରିୟଭାବରେ କାର୍ଯ୍ୟ କରନ୍ତି । ଅବଶ୍ୟ ପରୀକ୍ଷଣରେ ଆମେ ପର୍ଯ୍ୟବେକ୍ଷଣ ଅପେକ୍ଷା ଅଧିକ ସକ୍ରିୟ ହୋଇଥାଉ ।
୧୫. ତୁମେ ତର୍କଶାସ୍ତ୍ର ପରୀକ୍ଷା ପ୍ରଶ୍ନପତ୍ରର ଅଧିକାଂଶ ଉତ୍ତର ଦେଇ ସୁଦ୍ଧା ପାସ୍ କରିନାହଁ । ଏହାର କାରଣ ସମ୍ବନ୍ଧରେ ଚାରିଗୋଟି ପ୍ରକଳ୍ପ ରଚନା କର ।
Answer:
(କ) ବୋଧହୁଏ, ମୋର ଅଧିକାଂଶ ଉତ୍ତର ଭୁଲ୍ ।
(ଖ) ବୋଧହୁଏ, ପରୀକ୍ଷକ କଠୋର ନୀତି ଅବଲମ୍ବନ କରି ଖାତା ଦେଖୁଛନ୍ତି ।
(ଗ) ବୋଧହୁଏ, ମୋର ଯୋଡ଼ିଥିବା ଅତିରିକ୍ତ ପତ୍ରଗୁଡ଼ିକ ମୁଖ୍ୟ ଉତ୍ତରପତ୍ରଠାରୁ ବିଚ୍ଛିନ୍ନ ହୋଇଯାଇଛି ।
(ଘ) ବୋଧହୁଏ, ମାର୍କ ମିଶାଇବାରେ ତ୍ରୁଟି ରହିଯାଇଛି ।
୧୬. କାରଣ ନିର୍ଦ୍ଧାରଣ କରିବା ପ୍ରଣାଳୀର ଗୋଟିଏ ମୂର୍ଖ ଉଦାହରଣ ଦେଇ ତନିହିତ ପ୍ରକଳ୍ପ ରଚନା, ସିଦ୍ଧାନ୍ତ ନିଃସରଣ, ସମର୍ଥନ ଓ ଯୁକ୍ତିର ଆକାର ପ୍ରଦର୍ଶନ କର ।
Answer:
ଘଟଣା – ମୁଁ କଲେଜ ବାହାରିବା ସମୟରେ ଯେଉଁ ପତ୍ରିକାଟିକୁ ମୋର ପଢ଼ା ଟେବୁଲ ଉପରେ ରଖାଯାଇଥିଲି, କଲେଜରୁ ଫେରି ଦେଖୁଛି ଯେ ତାହା ସେଠାରେ ନାହିଁ ।
ପ୍ରକଳ୍ପ –
(୧) ବୋଧହୁଏ, ଆମ ଘରର କେହି ଜଣେ ତାହା ପଢ଼ିବାକୁ ନେଇଛନ୍ତି । (ପ ୧)
(୨) ବୋଧହୁଏ, ମୋ ଅନୁପସ୍ଥିତିରେ କେହି ଜଣେ ବାହାର ଲୋକ ଆସି ପତ୍ରିକାଟିକୁ ନେଇଯାଇଛି । (ପ ୨)
(୩) ବୋଧହୁଏ, ଘରର ଚାକର ପିଲା ଯେ ଛବି ଦେଖିବାକୁ ଭଲପାଏ, ପତ୍ରିକାର ଛବି ଦେଖିବାକୁ ନେଇଛି । (ପ ୩)
ସିଦ୍ଧାନ୍ତ :
(୧) ଯଦି ପ ୧, ତେବେ ଘରର ଲୋକମାନଙ୍କୁ ପଚାରିଲେ ପତ୍ରିକାଟି ମିଳିବ (ସ୧)
(୨) ଯଦି ପ ୨, ତେବେ ମୋ ମା’ ସେକଥା କହିପାରିବ । (ସ ୨)
(୩) ଯଦି ପ ୩, ତେବେ ତା ପାଖରେ ତାହା ରହିଥ୍ । (ସ ୩)
ସମର୍ଥନ – ଆବଶ୍ୟକ ହେଉଥିବା ଅନୁସନ୍ଧାନ କରି ପରିଶେଷରେ ମୁଁ ଚାକର ପିଲାଠାରୁ ପତ୍ରିକାଟିକୁ ପାଏ ।
ଯୁକ୍ତିର ଆକାର –
ଯଦି ଘ, ତେବେ ହୁଏତ ପ ୧ ବା ପ ୨ ବା ପ ୩
ଯଦି ପ ୧, ତେବେ ସ ୧
∴ ପ ୧ ନୁହେଁ ।
ଯଦି ପ ୨, ତେବେ ସ ୨ ।
କିନ୍ତୁ ସ ୨ ନୁହେଁ ।
ଯଦି ପ ୩, ତେବେ ସ ୩ ।
∴ ପ ୩ ଅଟେ ।
ଏହି ଶେଷୋକ୍ତ ପ୍ରାକଳ୍ପିକ ନିରପେକ୍ଷ ଯୁକ୍ତିଟି ବୈଧ ନୁହେଁ, କାରଣ ଅନୁଗକୁ ସ୍ଵୀକାର କରି ପୂର୍ବଗକୁ ସ୍ଵୀକାର କରିବା ଦୋଷାବହ । କିନ୍ତୁ ଯଦି ପ ୧, ପ ୨, ପ ୩ ବ୍ୟତୀତ ଏଠାରେ ଅନ୍ୟ କୌଣସି ପ୍ରକଳ୍ପ ସମ୍ଭବପର ହେଉନଥାଏ, ତେବେ ଯୁକ୍ତିଟିକୁ ନିମ୍ନୋକ୍ତ ରୂପେ ବୈଧ କରାଯାଇପାରେ ।
ହୁଏତ ପ ୧, ପ ୨ ବା ପ ୩
ପ ୧ ନୁହେଁ କି ପ ୨ ନୁହେଁ ।
∴ ପ ୩ ଅଟେ ।
୧୭. ଆରୋହାନୁମାନରେ ପ୍ରକଳ୍ପର ଆବଶ୍ୟକତା କ’ଣ ?
Answer:
ଯଥେଷ୍ଟ ସାକ୍ଷ୍ୟ ପ୍ରମାଣର ଅଭାବ ଥିବାସ୍ଥଳେ କୌଣସି ଧାରଣାର ବଶବର୍ତ୍ତୀ ହୋଇ ଜ୍ଞାତ ବିଷୟ ସହିତ ସଂହତି ନ ଥିବା ସିଦ୍ଧାନ୍ତ ସତ୍ୟ ବୋଲି ଜଣାପଡ଼ିଲେ ଉକ୍ତ ଧାରଣାଟି ନିଶ୍ଚିତଭାବରେ ସତ୍ୟ ଅଥବା ଅନ୍ତତଃ ସତ୍ୟ ହେବା ସମ୍ଭବପର ବୋଲି ମନେକରି ଧାରଣା ଗଠନ କରିବାକୁ ପ୍ରକଳ୍ପ କୁହାଯାଏ । ତେଣୁ ଯେଉଁ କ୍ଷେତ୍ରରେ କୌଣସି ଘଟଣା ସୁସ୍ପଷ୍ଟ ନୁହେଁ, ସେଠାରେ ପ୍ରକଳ୍ପ କୁହାଯାଏ । ତେଣୁ ଯେଉଁ କ୍ଷେତ୍ରରେ କୌଣସି ଘଟଣାରେ ସୁସ୍ପଷ୍ଟ ନୁହେଁ, ସେଠାରେ ପ୍ରକଳ୍ପ ଗଠନର ଆବଶ୍ୟକତା ପଡ଼େ ।
୧୮. ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ କାହାକୁ କୁହାଯାଏ ବୁଝାଇ ଲେଖ ।
Answer:
କୌଣସି ଘଟଣାକୁ ବୁଝିବା ବା ବୁଝାଇବାପାଇଁ ପ୍ରକଳ୍ପ ରଚନା କରାଯାଇଥାଏ । କିନ୍ତୁ ବେଳେ ବେଳେ ଅନୁସନ୍ଧାନ ପରିଚାଳନାପାଇଁ ମଧ୍ୟ ପ୍ରକଳ୍ପ ଚରନା କରାଯାଏ । କୌଣସି କ୍ଷେତ୍ରରେ ଆମର ଜ୍ଞାନ ନ ଥିଲେ କିମ୍ବା ତାହା ଅତି ତୁଚ୍ଛ ହୋଇଥିଲେ ସେଠାରେ ଯେଉଁ ପ୍ରାରମ୍ଭିକ ପ୍ରକଳ୍ପ ରଚନା କରାଯାଏ, ତାହାକୁ ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ କୁହାଯାଏ ।
୧୯. ତିନୋଟି ବାକ୍ୟରେ ନିମ୍ନଲିଖ୍ ବିଷୟକୁ ସୂଚିତ କର ।
(କ) ଅନବେକ୍ଷଣ ଓ ଦୂରବେକ୍ଷଣର ପାର୍ଥକ୍ୟ ।
(ଖ) ପରୀକ୍ଷଣ ତୁଳନାରେ ପର୍ଯ୍ୟବେକ୍ଷଣର ସୁବିଧା ।
(ଗ) ପର୍ଯ୍ୟବେକ୍ଷଣ ତୁଳନାରେ ପରୀକ୍ଷଣର ସୁବିଧା ।
Answer:
(କ) (୧) ପର୍ଯ୍ୟବେକ୍ଷଣୀୟ ଦୃଷ୍ଟାନ୍ତ ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଯାଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।
(୨) ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ଭ୍ରାନ୍ତଭାବେ ପର୍ଯ୍ୟବେକ୍ଷିତ ହୋଇଥିଲେ ଦୂରବେକ୍ଷଣ ଦୋଷ ଜାତ ହୁଏ ।
(୩) ଅନବେକ୍ଷଣ ହେଉଛି ଏକ ନୈତିମୂଳକ ଦୋଷ; କିନ୍ତୁ ଦୂରବେକ୍ଷଣ ହେଉଛି ଏକ ଅସ୍ତିତ୍ଵମୂଳକ ଦୋଷ ।
(ଖ) (୧) ପରୀକ୍ଷଣ ତୁଳନାରେ ପର୍ଯ୍ୟବେକ୍ଷଣର ପରିସର ଅଧ୍ବକ ବ୍ୟାପକ ।
(୨) ପର୍ଯ୍ୟବେକ୍ଷଣଦ୍ୱାରା କାରଣର କାର୍ଯ୍ୟ ତଥା କାର୍ଯ୍ୟର କାରଣ ନିର୍ଦ୍ଧାରଣ କରାଯାଇପାରେ; କିନ୍ତୁ ପରୀକ୍ଷଣଦ୍ବାରା କେବଳ କାରଣର କାର୍ଯ୍ୟ ନିର୍ଦ୍ଧାରିତ ହୁଏ ।
(୩) ବିନା ପର୍ଯ୍ୟବେକ୍ଷଣରେ ପରୀକ୍ଷଣ ସମ୍ଭବପର ନୁହେଁ ।
(ଗ) (୧) ପରୀକ୍ଷଣରେ ପରିସ୍ଥିତିର ପରିବର୍ତ୍ତନ ତଥା ଯଥେଚ୍ଛାକ୍ରମେ ପୁନଃପରୀକ୍ଷଣ ସମ୍ଭବପର; କିନ୍ତୁ ପର୍ଯ୍ୟବେକ୍ଷଣରେ ଏହା ସମ୍ଭବପର ନୁହେଁ ।
(୨) ପରୀକ୍ଷଣଦ୍ଵାରା କାରଣର କାରଣଗୁଡ଼ିକୁ ବିଶ୍ଳେଷଣ କରି କୌଣସି ଏକ ଉପକାରଣର କାର୍ଯ୍ୟ ଉପରେ ପ୍ରଭାବ ଲକ୍ଷ୍ୟ କରାଯାଇପାରେ; କିନ୍ତୁ ପର୍ଯ୍ୟବେକ୍ଷଣରେ ଏହା ସମ୍ଭବପର ନୁହେଁ ।
(୩) ପରୀକ୍ଷଣ ଧୀରସ୍ଥିର ଭାବେ କରାଯାଇପାରେ ଏବଂ ସେହି ହେତୁରୁ ପର୍ଯ୍ୟବେକ୍ଷଣ-ଲବ୍ଧ ଜ୍ଞାନ ଅପେକ୍ଷା ପରୀକ୍ଷଣଲବ୍ଧ ଜ୍ଞାନ ଅଧ୍ଵ ଯଥାର୍ଥ ବିଶ୍ଵାସ ଓ ନିର୍ଦ୍ଦିଷ୍ଟାର୍ଥକ ହୁଏ ।
୨୦. ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣର ସିଦ୍ଧାନ୍ତ ପ୍ରକରଣ କର ।
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ କୌଣସି ପୂର୍ବଧାରଣାର ବଶବର୍ତ୍ତୀ ନ ହୋଇ ପ୍ରାକୃତିକ ପରିବେଶ ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ ।
ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ ।
ପରୀକ୍ଷଣ ହେଉଛି ଘଟଣାର ସୃଜନ ବୋଲି ବେନ୍ ବର୍ଣ୍ଣନା କରିଛନ୍ତି । ସାଧାରଣ ପର୍ଯ୍ୟବେକ୍ଷଣରେ କିଛି ସୃଷ୍ଟି କରାଯାଏ ନାହିଁ । ପ୍ରାକୃତିକ ପରିବେଶରେ ପ୍ରକୃତି ସୃଷ୍ଟି ଘଟଣାର ନିରୀକ୍ଷଣରେହିଁ ସାଧାରଣ ପର୍ଯ୍ୟବେକ୍ଷଣ ସୀମିତ । ପୁନଶ୍ଚ ପରୀକ୍ଷଣ ହେଉଛି ପ୍ରକୃତିକୁ କୂଟ ପ୍ରଶ୍ନ ଜିଜ୍ଞାସା କରିବା ଏବଂ ତାହାର ଉତ୍ତର ଆଦାୟ କରିବା ବୋଲି ବେକନ୍ ବର୍ଣ୍ଣନା କରନ୍ତି ।
୨୧. ପର୍ଯ୍ୟବେକ୍ଷଣ କାହାକୁ କହନ୍ତି ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖ୍ ପ୍ରାକୃତିକ ଘଟଣାବଳୀ ସମ୍ପର୍କରେ ବିଶେଷ ଭାବେ ଅବହିତ ହେବାକୁ ପର୍ଯ୍ୟବେକ୍ଷଣ କୁହାଯାଏ । ଇଂରାଜୀରେ ଏହାକୁ Observation କୁହାଯାଏ । ଯାହାର ଅର୍ତ ହେଲା ନିଜର ମନ ଆଗରେ କିଛି ଲକ୍ଷ୍ୟ ରଖୁ ପର୍ଯ୍ୟବେକ୍ଷଣକୁ ନିୟନ୍ତ୍ରିତ ପ୍ରତ୍ୟକ୍ଷ କୁହାଯାଏ ।
୨୨. ପରୀକ୍ଷଣ କାହାକୁ କହନ୍ତି ?
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ ।
ଉଦାହରଣସ୍ୱରୂପ – ଉଦ୍ଜାନ ଓ ଅମ୍ଳଜାନ ଆବଶ୍ୟକ ପରିମାଣରେ ଏକତ୍ରକରି ତହିଁରେ ବିଦ୍ୟୁତ୍ ସଂଯୋଗ କଲେ ତହିଁରୁ ଜଳ ସୃଷ୍ଟିହୁଏ । ଏହା ଏକ କୃତ୍ରିମ ପ୍ରକ୍ରିୟା।
୨୩. ପର୍ଯ୍ୟବେକ୍ଷଣର ସର୍ଭାବଳୀଗୁଡ଼ିକ ଲେଖ ।
Answer:
(କ) ବୌଦ୍ଧିକ ଅବସ୍ଥା
(ଖ) ଶାରୀରିକ ଅବସ୍ଥା
(ଗ) ନୈତିକ ସର୍ଭ
(ଘ) ଅନୁକୂଳ ପ୍ରାକୃତିକ ପରିସ୍ଥିତି
୨୪. ଅନବେକ୍ଷଣ ଦୋଷ କାହାକୁ କହନ୍ତି ?
Answer:
ମିଲ୍ଲଙ୍କ ମତରେ, ‘କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ ।’’ ଉଦାହରଣସ୍ୱରୂପ, ଜଣେ ବିଦେଶାଗତ ଭାରତର କେତୋଟି ମାତ୍ର ସମୃଦ୍ଧ ନଗରୀର କେତୋଟି ସମ୍ଭ୍ରାନ୍ତ ପରିବାରର ଆତିଥ୍ୟ ଗ୍ରହଣ କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ଭାରତୀୟମାନେ ଧନବାନ୍, ଉଚ୍ଚଶିକ୍ଷିତ ଓ ଅତିଥ୍ୟପରାୟଣ; ତେବେ ଅନବେକ୍ଷଣ ଦୋଷ ଜାତ ହୁଏ।
୨୫. ଅନବେକ୍ଷଣ ଦୋଷକୁ କେତେ ଭାଗରେ ବିଭକ୍ତ କରାଯାଇଛି ?
Answer:
ଅନବେକ୍ଷଣ ଦୋଷକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା –
(୧) ପାରିପାଶ୍ୱିକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ
(୨) ଦୃଷ୍ଟାନ୍ତମୂଳକ ଅନବେକ୍ଷଣଦୋଷ ।
୨୬. ପାରିପାଶ୍ୱିକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ କାହାକୁ କହନ୍ତି ?
Answer:
ପର୍ଯ୍ୟବେକ୍ଷଣ କରିବା ସମୟରେ ଆନୁଷଙ୍ଗିକ ସମସ୍ତ ପରିସ୍ଥିତିକୁ ସତର୍କତା ସହିତ ଅନୁଧ୍ୟାନ କରିବାକୁ ପଡ଼ିଥାଏ । ମାତ୍ର କେତେକ ସମୟରେ ଅତ୍ୟାବଶ୍ୟକୀୟ କେତେକ ପରିସ୍ଥିତିକୁ ପର୍ଯ୍ୟବେକ୍ଷକ ଦୃଷ୍ଟି ଦିଅନ୍ତି ନାହିଁ । ଫଳରେ ଦୋଷ ତ୍ରୁଟି ରହିଯାଏ । ଏ ପ୍ରକାର ଦୋଷକୁ ପାରିପାଶ୍ୱିକ ଅବସ୍ଥାମାନଙ୍କର ଅନବେକ୍ଷଣ ଦୋଷ କୁହାଯାଏ ।
ଉଦାହରଣସ୍ୱରୂପ, ଜଣେ ବିଦେଶାଗତ ପର୍ଯ୍ୟଟକ ଭାରତର କେତୋଟି ମାତ୍ର ସମୃଦ୍ଧ ନଗରୀର କେତୋଟି ସମ୍ଭ୍ରାନ୍ତ ପରିବାରର ଆତିଥ୍ୟ ଗ୍ରହଣ କରି ଯଦି ମନେକରନ୍ତି ଯେ ଭାରତୀୟମାନେ ଧନବାନ୍ ଉଚ୍ଚଶିକ୍ଷିତ ଓ ଅତିଥ୍ୟପରାୟଣ ।
୨୭. ଦୃଷ୍ଟାନ୍ତ ଅନବେକ୍ଷଣ ଦୋଷ କାହାକୁ କହନ୍ତି ?
Answer:
ଅନେକ ସମୟରେ କୌଣସି ଏକ ଘଟଣାର ପର୍ଯ୍ୟବେକ୍ଷଣ କଲାବେଳେ ଏହାର ବିପରୀତ କେତେକ ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷକ ଧ୍ୟାନ ଦିଅନ୍ତି ନାହିଁ । କିନ୍ତୁ ଯଦି ପର୍ଯ୍ୟବେକ୍ଷକ ବିନା ସଂଶୟରେ କେବଳ ସଦର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ଗ୍ରହଣ କରିନେଇ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ଏଡ଼େଇଦେଲେ ଦୃଷ୍ଟାନ୍ତ ଅନବେକ୍ଷଣ ଦୋଷ ଜାତ ହୁଏ ।
ଉଦାହରଣସ୍ୱରୂପ, କୌଣସି ଛାତ୍ରର ପରୀକ୍ଷାରେ ଅକୃତକାର୍ଯ୍ୟ ହେବାର ଏକମାତ୍ର କାରଣ ତ୍ରୁଟିପୂର୍ଣ୍ଣ ଲକ୍ଷ୍ୟ ବୋଲି ମନେକଲେ ଛାତ୍ରର ମନୋଯୋଗିତା, ଅଧ୍ୟବସାୟ, ସାମର୍ଥ୍ୟ ଇତ୍ୟାଦି ବିଷୟ ବିଚାରକୁ ନିଆଯାଇ ନଥିବାରୁ ଏହା ଅପରିହାର୍ଯ୍ୟ ବୈଶିଷ୍ଟ୍ୟର ଅନବେକ୍ଷଣ ଦୋଷ ଜାତ ହୁଏ । ମାତ୍ର ସେହି ପ୍ରକାରର ଶିକ୍ଷାଦ୍ଵାରା ଅନ୍ୟାନ୍ୟ ଅନେକ ଛାତ୍ର କୃତକାର୍ଯ୍ୟ ହୋଇଥିବା ବିଷୟ ବିଚାରକୁ ନିଆଯାଇ ନ ଥିବାରୁ ଏ ପ୍ରକାର ଦୋଷ ଜାତ ହୁଏ ।
୨୮. ଦୂରବେକ୍ଷଣ ଦୋଷ ବା ଭ୍ରମପ୍ରତ୍ୟକ୍ଷ ଦୋଷ କାହାକୁ କହନ୍ତି ?
Answer:
ମିଲ୍ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ନହୋଇ ଅବେକ୍ଷିତ ହେଲେ ସୁଦ୍ଧା ଭ୍ରମପ୍ରତ୍ୟକ୍ଷର କାରଣ ହେଲେ ଅର୍ଥାତ୍ ତାହା ଯଥାର୍ଥରେ ଯାହା ତାହାକୁ ତଦନୁରୂପ ଭାବେ ଗ୍ରହଣ ନକରି ଅନ୍ୟ କିଛି ବୋଲି ଗ୍ରହଣ କଲେ ଦୂରବେକ୍ଷଣ ଦୋଷ ଜାତହୁଏ ।
ଉଦାହରଣସ୍ୱରୂପ, ଅନ୍ଧାର ରାତ୍ରିରେ ଦଉଡ଼ିକୁ ସାପବୋଲି ଅଥବା ମରୀଚିକାରେ ଜଳ ଥିବା ଭ୍ରମକଲେ ଏପରି ଦୋଷ ଜାତହୁଏ ।
୨୯. ଦୂରବେକ୍ଷଣ ଦୋଷ ବା ଭ୍ରମପ୍ରତ୍ୟକ୍ଷ ଦୋଷ କେତେ ପ୍ରକାର ଅଟେ ?
Answer:
ଭ୍ରମ ପ୍ରତ୍ୟକ୍ଷ ଦୋଷ ଦୁଇପ୍ରକାର, ଯଥା –
(୧) ବ୍ୟକ୍ତିକୈନ୍ଦ୍ରିକ ଭ୍ରମପ୍ରତ୍ୟକ୍ଷ
(୨) ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ ।
୩୦. ବ୍ୟକ୍ତିକୈନ୍ଦ୍ରିକ ଭ୍ରମପ୍ରତ୍ୟକ୍ଷ କାହାକୁ କହନ୍ତି ?
Answer:
କେତେକ ବ୍ୟକ୍ତିଗତ କାରଣରୁ ଭ୍ରମପ୍ରତ୍ୟକ୍ଷ ଜାତ ହୁଏ । କୌଣସି ବ୍ୟକ୍ତିର ଚକ୍ଷୁଦୋଷ, ଶ୍ରବଣେନ୍ଦ୍ରିୟ ଦୋଷ ଅଥବା ସେହିପରି ଅନ୍ୟ କେତେକ କାରଣ ଥିଲେ ତାହାର ଭ୍ରମପ୍ରତ୍ୟକ୍ଷ ଜାତ ହୁଏ । ଉଦାହରଣସ୍ୱରୂପ, ହଳଦିଆ କାମଳ ରୋଗୀକୁ ସମସ୍ତ ଧଳା ଜିନିଷ ହଳଦିଆ ଦିଶେ । ଅନ୍ଧାର ରାତ୍ରିରେ ପାଳ ଦଉଡ଼ିକୁ ସାପ ବୋଲି ଭ୍ରମ ଜାତ ହୁଏ ।
୩୧. ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ କାହାକୁ କହନ୍ତି ?
Answer:
ଏଭଳି କେତେକ ଦୃଷ୍ଟାନ୍ତ ଅଛି ଯାହା ସମସ୍ତଙ୍କ ପାଇଁ ଭ୍ରମ ସୃଷ୍ଟି କରେ । ତାହାକୁ ସାର୍ବଜନୀନ ଭ୍ରମପ୍ରତ୍ୟକ୍ଷ କହନ୍ତି । ଉଦାହରଣସ୍ୱରୂପ, ଦୁଇଟି ସମାନ୍ତରାଳ ରେଳପଥ ଯେତେ ଦୂରକୁ ପ୍ରସାରିତ ହୁଏ ସେମାନଙ୍କ ମଧ୍ୟବର୍ତ୍ତୀ ଦୂରତ୍ବ ସେତେ ସଙ୍କୁଚିତ ହେଲାପରି ପ୍ରତିଭାତ ହୁଏ । ସେହିପରି କାଚ ଗ୍ଲାସ୍ରେ ଥିବା ଜଳରେ ଖଣ୍ଡିଏ ସିଧାକାଠି ପୁରେଇ ଧରିଲେ ତାହା ସମସ୍ତଙ୍କୁ ବଙ୍କା ଦେଖାଯାଏ ।
୩୨. ପ୍ରାକୃତିକ ପରୀକ୍ଷଣ କାହାକୁ କହନ୍ତି ?
Answer:
ପରୀକ୍ଷଣରେ ପର୍ଯ୍ୟବେକ୍ଷକ କୃତ୍ରିମ ଉପାୟରେ ଯେଉଁ ପ୍ରକାର ପର୍ଯ୍ୟବେକ୍ଷଣରେ ସହାୟକ ପରିସ୍ଥିତି ସୃଷ୍ଟି କରେ, ସମୟ ସମୟରେ ପ୍ରକୃତି ମଧ୍ୟ ସେହି ପ୍ରକାର ପରିବେଶ ସୃଷ୍ଟି କରିଥାଏ । ଏ ପ୍ରକାର ପରିବେଶର ସୁଯୋଗ ନେଇ ସରଳ ପର୍ଯ୍ୟବେକ୍ଷଣଦ୍ୱାରା ବିଶେଷ ଜ୍ଞାନ ଅର୍ଜନ କରିବା ପ୍ରକ୍ରିୟାକୁ ଜେଭନ୍ସ ପ୍ରାକୃତିକ ପରୀକ୍ଷଣ ଆଖ୍ୟା ଦେଇଅଛନ୍ତି ।
ଉଦାହରଣସ୍ୱରୂପ, ପୃଥିବୀ ଯେ ଗୋଲାକାର ଏହା ଖାଲି ଆଖ୍ୟରେ ପର୍ଯ୍ୟବେକ୍ଷଣ କରିବା ସମ୍ଭବ ନୁହେଁ । ମାତ୍ର ସୂର୍ଯ୍ୟୋପରାଗକୁ ନିରୀକ୍ଷଣ କଲେ ପୃଥିବୀ ଯେ ଗୋଲାକାର ଏହା ସ୍ପଷ୍ଟ ହୋଇଥାଏ । କେତେକ ତର୍କଶାସ୍ତ୍ରବିଦ୍ଙ୍କ ମତରେ ଏହା ହେଉଛି ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ମଧ୍ୟରେ ଏକ ମଧ୍ୟବର୍ତ୍ତୀ ଅବସ୍ଥା ।
୩୩. ମିଲ୍ଙ୍କ ପ୍ରକଳ୍ପ ସଂଜ୍ଞା କାହାକୁ କହନ୍ତି ?
Answer:
‘‘ଯଥେଷ୍ଟ ସାକ୍ଷ୍ୟ ପ୍ରମାଣର ଅଭାବ ଅଥବା ସମ୍ପୂର୍ଣ୍ଣ ସାକ୍ଷ୍ୟ ପ୍ରମାଣର ଅଭାବ ଥିବାସ୍ଥଳେ କୌଣସି ଧାରଣାର ବଶବର୍ତୀ ହୋଇ ଜ୍ଞାତ ବିଷୟ ସହିତ ସଂହତ ତନିସୃତ ସିଦ୍ଧାନ୍ତ ସତ୍ୟ ବୋଲି ଜଣାପଡ଼ିଲେ, ଉକ୍ତ ଧାରଣାଟି ନିଶ୍ଚିତଭାବେ ସତ୍ୟ ଅଥବା ଅନ୍ତତଃ ସତ୍ୟ ହେବା ସମ୍ଭବପର ବୋଲି ମନେକରି ଧାରଣା ଗଠନ କରିବା ହେଉଛି ପ୍ରକଳ୍ପ ।’’
୩୪. କଫେଙ୍କ ପ୍ରକଳ୍ପ ସଂଜ୍ଞା କାହାକୁ କହନ୍ତି ?
Answer:
କଫେଙ୍କ ମତରେ, ‘ବ୍ୟାଖ୍ୟାନର ପ୍ରାଥମିକ ପ୍ରୟାସ ହିଁ ପ୍ରକଳ୍ପ । ଏହା ବୈଜ୍ଞାନିକ ରୀତିରେ କୌଣସି ଘଟଣା ବା ବ୍ୟାପାରର ବ୍ୟାଖ୍ୟା ଉଦ୍ଦେଶ୍ୟରେ ପ୍ରଣୀତ ଆପାତ ପ୍ରସ୍ତାବ ମାତ୍ର ।’’
୩୫. ପ୍ରକଳ୍ପର ବୈଶିଷ୍ଟ୍ୟଗୁଡ଼ିକ ପ୍ରତିପାଦନ କର ।
Answer:
(a) ଯେଉଁ କ୍ଷେତ୍ରରେ କୌଣସି ଘଟଣାର କାରଣ ସୁସ୍ପଷ୍ଟ, ସେଠାରେ ପ୍ରକଳ୍ପ ପ୍ରଣୟନର ଆବଶ୍ୟକତା ନାହିଁ ।
(b) ଯେଉଁ କ୍ଷେତ୍ରରେ କୌଣସି ଘଟଣାର କାରଣ ଅଜ୍ଞାତ, ସେଠାରେ ଘଟଣାଟିର ଯଥାସମ୍ଭବ ପର୍ଯ୍ୟବେକ୍ଷଣ କରି କାରଣ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ କୌଣସି ନିର୍ଦ୍ଦିଷ୍ଟ ଦିଗରେ ଅଧ୍ଵତର ପର୍ଯ୍ୟବେକ୍ଷଣ ତଥା ପରୀକ୍ଷଣ କରିବା ନିମିତ୍ତ ଗୋଟିଏ ଆପାତ ପ୍ରସ୍ତାବ ଗ୍ରହଣ କରିବା ଆବଶ୍ୟକ ହୁଏ ।
୩୬. କର୍ତ୍ତା ସଂକ୍ରାନ୍ତ ବା କର୍ତ୍ତା ବିଷୟକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ଯେକୌଣସି ଘଟଣାକୁ କ୍ରିୟାଶୀଳ କରାଇବାରେ କର୍ତ୍ତା ବିଶେଷ ଭୂମିକା ଗ୍ରହଣ କରିଥାଏ, କାରଣ କୌଣସି ଏକ ସଂସ୍ଥିତି ଉପରେ କର୍ତ୍ତା ତା’ର କର୍ମ କରିଥାଏ । କୌଣସି ଚୋରି ଘଟଣାରେ କିଏ ଚୋରି କରିଛି ଜାଣିବା ନିମିତ୍ତ ପ୍ରକଳ୍ପ ପ୍ରଣୟନ କଲେ, ତାହା କର୍ତ୍ତା ସଂକ୍ରାନ୍ତ ପ୍ରକଳ୍ପ ହେବ ।
୩୭. ସଂସ୍ଥିତି ବିଷୟକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ସଂସ୍ଥିତି କହିଲେ ଘଟିଥିବା ଘଟଣାର ପରିସ୍ଥିତିକୁ ବୁଝାଏ । ଅର୍ଥାତ୍ ଘଟଣାଟି ଘଟିବାପାଇଁ ଯେଉଁ ପରିସ୍ଥିତି ଦାୟୀ ତାହାକୁ ସଂସ୍ଥିତି କୁହାଯାଏ । ଉଦାହରଣସ୍ୱରୂପ, କେଉଁ ଅବସ୍ଥାରେ ଅବସ୍ଥାପିତ ହୋଇଥିବାରୁ ଚୋରି ହୋଇଗଲା ଏହା ଜାଣିବା ନିମିତ୍ତ ପ୍ରକଳ୍ପ ପ୍ରଣୟନ କଲେ ତାହା ସଂସ୍ଥା ସଂକ୍ରାନ୍ତ ବା ସଂସ୍ଥିତି ବିଷୟକ ପ୍ରକଳ୍ପ ହେବ ।
୩୮. ନିୟମ ବିଷୟକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ସାଧାରଣତଃ ଯେଉଁ ଉପାୟରେ ଘଟଣାଟି ଘଟିଲା ତାହାକୁ ନିୟମ ବୋଲି କୁହାଯାଇଥାଏ । ମାତ୍ର ‘ନିୟମ’ ଶବ୍ଦର ପରିସର ବ୍ୟାପକ ଅଟେ । ପ୍ରାକୃତିକ ନିୟମକୁ ମଧ୍ୟ ନିୟମ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ଅପହୃତ ବସ୍ତୁଟି ସେହି ଅବସ୍ଥାରେ ଥିଲାବେଳେ ଚୋର ତାହାକୁ କିପରି ଭାବରେ ଚୋରିକଲା ଜାଣିବା ନିମିତ୍ତ ପ୍ରକଳ୍ପ ପ୍ରଣୟନ କଲେ, ତାହା ନୀତି ସଂକ୍ରାନ୍ତ ବା ନିୟମ ବିଷୟକ ପ୍ରକଳ୍ପ ହେବ ।
୩୯. ବ୍ୟାଖ୍ୟାତ୍ମକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ଷ୍ଟେବିଙ୍କ ମତରେ କୌଣସି କାର୍ଯ୍ୟର ସଂଘଟନ କାଳରେ ଯଦି ପର୍ଯ୍ୟବେକ୍ଷକ ଆଦର୍ଶ ପରିସ୍ଥିତିରେ ଅବସ୍ଥାପିତ ହୋଇପାରିଥାନ୍ତା ତେବେ ଯେଉଁ ଘଟଣାବଳୀକୁ କାର୍ଯ୍ୟର କାରଣ ବୋଲି ଗ୍ରହଣ କରିଥାନ୍ତା ତତ୍ ସମ୍ବନ୍ଧୀୟ ସମସ୍ତ ପ୍ରକଳ୍ପ ବ୍ୟାଖ୍ୟାମୂଳକ ପ୍ରକଳ୍ପର ଅନ୍ତର୍ଗତ । ଉଦାହରଣସ୍ୱରୂପ, ନିଉଟନ୍ଙ୍କର ମହାକର୍ଷଣ ଶକ୍ତି ସମ୍ବନ୍ଧୀୟ ପ୍ରକଳ୍ପ ଅଦୃଶ୍ୟ ଶକ୍ତି ବିଷୟକ ହୋଇଥିଲେ ମଧ୍ୟ ଏହା ବ୍ୟାଖ୍ୟାମୂଳକ ।
୪୦. ବର୍ଣ୍ଣନାମୂଳକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ବର୍ଣନାତ୍ମକ ପ୍ରକଳ୍ପର ଲକ୍ଷ୍ୟ ବ୍ୟାଖ୍ୟା ପ୍ରଦାନ ନୁହେଁ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଲା ଏପରି ଏକ ପ୍ରତୀକ ଅଥବା ମଡ଼େଲ ଅଥବା ଚିତ୍ର ଦେବା ଯାହା ସ୍ପଷ୍ଟଭାବେ ଘଟଣାଟିକୁ ବୁଝାଇଦେବ । ଉଦାହରଣ ସ୍ଵରୂପ, ହିମାଳୟ ପର୍ବତ ଦେଖୁନଥିବା ବ୍ୟକ୍ତିକୁ ହିମାଳୟର ମଡ଼େଲ ଦେଖୁ ସେ ବିଷୟରେ ଧାରଣା କରିବା ସମ୍ଭବ ହୁଏ ।
୪୧. ସାଦୃଶ୍ୟମୂଳକ ବା ଉପମାମୂଳକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ୱେବିଙ୍ଗ୍ କହନ୍ତି, ‘ଉପମାମୂଳକ ପ୍ରକଳ୍ପ କହିଲେ ଆମେ ସେହି ପ୍ରକଳ୍ପକୁ ବୁଝିଥାଉ ଯାହା ଗୋଟିଏ ଘଟଣା ପ୍ରତି ପ୍ରଯୁଜ୍ୟ ହେଉଥିଲେ ତତ୍ସମ ଅଥବା ତତ୍ସଦୃଶ ଘଟଣାଗୁଡ଼ିକୁ ବାଖ୍ୟା କରିବାରେ ସମର୍ଥ ହୋଇଥାଏ । ଯେହେତୁ ସେହି ଦୁଇ ଘଟଣା ମଧ୍ୟରେ କେତେକ ସାମଞ୍ଜସ୍ୟ ରହିଅଛି । ଉଦାହରଣସ୍ୱରୂପ, ପୃଥିବୀ ଓ ମଙ୍ଗଳ ଗ୍ରହ ଉଭୟେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରନ୍ତି । ଉଭୟେ ନିଜ କକ୍ଷରେ ଘୂର୍ଶନ କରନ୍ତି । ଉଭୟଙ୍କର ଜଳବାୟୁ ନାତିଶୀତୋଷ୍ଣ, ଉଭୟରେ ଜଳ, ସ୍ଥଳ, ବାୟୁ ରହିଛି, ପୃଥିବୀରେ ପ୍ରାଣୀ ରହିଛନ୍ତି । ମଙ୍ଗଳ ଗ୍ରହରେ ମଧ୍ୟ ପ୍ରାଣୀ ରହିଛନ୍ତି ।
୪୨. ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପ କାହାକୁ କହନ୍ତି ?
Answer:
ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଅଥବା ଘଟଣା ସମ୍ପର୍କୀୟ ନୁହେଁ । ବିଜ୍ଞାନ ରାଜ୍ୟରେ ପ୍ରତିଷ୍ଠିତ ନିୟମମାନଙ୍କୁ ସୁସମ୍ବନ୍ଧ କରିବା ଉଦ୍ଦେଶ୍ୟରେ ସାମାନ୍ୟକରଣର ଆବଶ୍ୟକତା ହୁଏ ଯାହାଦ୍ୱାରା ଅନ୍ୟ ସମସ୍ତ ନିୟମଗୁଡ଼ିକ ପରସ୍ପର ସଂଶ୍ଳିଷ୍ଟ ଏବଂ ଏକ ବ୍ୟାପକ ନିୟମରୁ ନିଃସୃତ ବୋଲି ପ୍ରମାଣିତ ହୁଏ । ଏହି ଅତିବ୍ୟାପକ ନିୟମ ସମ୍ବନ୍ଧୀୟ ପ୍ରକଳ୍ପକୁ ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ନିଉଟନ୍ଙ୍କ ମହାକର୍ଷଣ ସମ୍ବନ୍ଧୀୟ ପ୍ରକଳ୍ପ ଏହି ଅଣଦୃଷ୍ଟାନ୍ତମୂଳକ ପ୍ରକଳ୍ପର ଅନ୍ତର୍ଭୁକ୍ତ ଅଟେ ।
୪୩. ପ୍ରାତିନିଧ୍ଵକ କଳ୍ପନା କାହାକୁ କହନ୍ତି ?
Answer:
ଜଗତରେ ଏପରି ପଦାର୍ଥ ଅଛି ଯାହାର ପ୍ରତ୍ୟକ୍ଷ ଅନୁଭୂତି ସାଧାରଣତଃ ସମ୍ଭବ ନୁହେଁ । ଏହିପ୍ରକାର ବସ୍ତୁମାନଙ୍କ ସମ୍ପର୍କରେ ପ୍ରକଳ୍ପ ରଚନା କରିବାକୁ ହେଲେ କେବଳ କଳ୍ପନାର ଆଶ୍ରୟ ନେବାକୁ ପଡ଼ିଥାଏ । ଏହି କଳ୍ପନା ବାସ୍ତବରେ ସେହି ନିଗୂଢ଼ ତତ୍ତ୍ଵମାନଙ୍କର ପ୍ରତିନିଧ୍ୱ କରୁଥିବାରୁ ବେନ୍ ସେଗୁଡ଼ିକୁ ପ୍ରାତିନିଧ୍ଵକ କଳ୍ପନା ବୋଲି କହିଛନ୍ତି ।
୪୪. ନିର୍ଣ୍ଣାୟକ ଦୃଷ୍ଟାନ୍ତ କାହାକୁ କହନ୍ତି ?
Answer:
ଯଦି ଗୋଟିଏ ଦୃଷ୍ଟାନ୍ତକୁ ପ୍ରତିଦ୍ଵନ୍ଦୀ ପ୍ରକଳ୍ପମାନଙ୍କ ମଧ୍ୟରୁ ଗୋଟିଏ ପ୍ରକଳ୍ପଦ୍ବାରା ବ୍ୟାଖ୍ୟା କରାଯାଇପାରିବ, ମାତ୍ର ଅନ୍ୟମାନଙ୍କଦ୍ୱାରା ବ୍ୟାଖ୍ୟା କରାଯାଇ ପାରୁନାହିଁ ତେବେ ସେହି ଦୃଷ୍ଟାନ୍ତକୁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ଗନ୍ତବ୍ୟ ସ୍ଥାନର ନିରୂପଣ ଉଦ୍ଦେଶ୍ୟରେ ଯାଉଥିବା ବେଳେ ଗୋଟିଏ ଚଉଛକି ରାସ୍ତାରେ ପଥୁକ ପଥଭ୍ରମ ହେବା ଏକ ସ୍ବାଭାବିକ ଘଟଣା । ଇତସ୍ତତଃ ଅବସ୍ଥାରେ ହଠାତ୍ ଗୋଟିଏ ନିର୍ଦ୍ଦେଶକ ଫଳକ ଦୃଷ୍ଟିଗୋଚର ହୁଏ ଯାହାକି ତାଙ୍କର ଗନ୍ତବ୍ୟ ସ୍ଥାନଟିକୁ ଆଙ୍ଗୁଳି ନିର୍ଦ୍ଦେଶ କଲାପରି ନିରୂପଣ କରିଥାଏ । ଏହି ନିର୍ଦ୍ଦେଶକ ଫଳକଟି ନିର୍ଣ୍ଣାୟକ ଦୃଷ୍ଟାନ୍ତ ଅଟେ ।
୪୫. ନିର୍ଣ୍ଣାୟକ ପରୀକ୍ଷଣ କାହାକୁ କହନ୍ତି ?
Answer:
ଯେଉଁ ନିର୍ଣ୍ଣାୟକ ଦୃଷ୍ଟାନ୍ତ ପରୀକ୍ଷଣଦ୍ବାରା ସଂଗୃହୀତ ହୁଏ ତାହାକୁ ନିର୍ଣ୍ଣାୟକ ପରୀକ୍ଷଣ କହନ୍ତି । କାଚପାତ୍ରରେ ଗନ୍ଧସ୍ରାବୀ ଓ ରଙ୍ଗବିହୀନ ତିନୋଟି ବାଷ୍ପ ଥିଲେ କେଉଁଠି ଅମ୍ଳଜାନ ଏବଂ କେଉଁଠି ଉଦ୍ଜାନ ଓ କେଉଁଠି ଅଙ୍ଗାରକାମ୍ଳ ତାହା ସହଜରେ ବାରିହେବ ନାହିଁ । ତେଣୁ ଜଳନ୍ତା ଦିଆସିଲି କାଠିଟିଏ ପ୍ରତି କାଚପାତ୍ର ଭିତରକୁ ପ୍ରବେଶ କରାଇଲେ ସେମାନଙ୍କର ଧର୍ମ ଅନୁଯାୟୀ ନିର୍ଣ୍ଣୟ କରିହେବ ଯେ କେଉଁଠି ଅମ୍ଳଜାନ, କେଉଁଠି ଅଙ୍ଗାରକାମ୍ଳ ଓ କେଉଁଠି ଉଦ୍ଜାନ ।
B. ପାର୍ଥକ୍ୟ ଦର୍ଶାଅ
୧. ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି ।
Answer:
ଶକ୍ତିର ଅନେକ ଉତ୍ସ ଥିଲେ ମଧ୍ୟ ଶକ୍ତି ଏକ । ଅବସ୍ଥା ଭେଦରେ ଏହାକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା – ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି । ଉପଳ ଖଣ୍ଡ ପଡ଼ି ରହିଥିବା ଅବସ୍ଥାରେ ତନିହିତ ଶକ୍ତିକୁ ସ୍ଥିତିଜ ଶକ୍ତି କୁହାଯାଏ । ସେହି ଉପଳ ଖଣ୍ଡକୁ ସାଗର ଗର୍ଭକୁ ନିକ୍ଷେପ କଲେ ସ୍ଥିତିଜ ଶକ୍ତି କ୍ରିୟାଶୀଳ ହୋଇ ଗତିଜ ଶକ୍ତିରେ ପରିଣତ ହୁଏ । ବସ୍ତୁ ସ୍ଥିତାବସ୍ଥାରେ ଥିବାବେଳେ ତନ୍ନିହିତ ଶକ୍ତିର ନାମ ସ୍ଥିତିଜ ଶକ୍ତି ଏବଂ ବସ୍ତୁର ଗତିଶୀଳ ଅବସ୍ଥାରେ କାର୍ଯ୍ୟ କରୁଥିବା ଶକ୍ତିର ନାମ ଗତିଜ ଶକ୍ତି ଅଟେ ।
୨. ସଦର୍ଥକ ଓ ନଞର୍ଥକ ଉପକାରଣ ।
Answer:
ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରାଇ ଦିଏ ନାହିଁ, ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହୋଇନଥିଲେ ଯାହା ଅନ୍ତର ହୁଏ ନାହିଁ ତାହାକୁ ସଦର୍ଥକ ଉପକାରଣ କୁହାଯାଏ ।
ଯେଉଁ ଉପକାରଣ କାର୍ଯ୍ୟଟିକୁ ବ୍ୟର୍ଥ କରିଦେବାରେ ସହାୟକ ହୁଏ ଅର୍ଥାତ୍ କାର୍ଯ୍ୟ ବ୍ୟର୍ଥ ହେଉନଥିଲେ ଯାହାର ଉପସ୍ଥିତି ଅନାବଶ୍ୟକ, ତାହାକୁ ନଞର୍ଥକ ଉପକରଣ କୁହାଯାଏ ।
ଉଦାହରଣସ୍ୱରୂପ, ଲୋକଟିର ଛାତରୁ ପଡ଼ିବା, ମାଟିରୁ ଛାତର ଅତ୍ୟଧ୍ବକ ଉଚ୍ଚତା, ପଡ଼ିବାସ୍ଥାନ କଠିନ ହେବା, ଲୋକଟି ଅଧିକ ଆଘାତପ୍ରାପ୍ତ ହେବା ଇତ୍ୟାଦି ସଦର୍ଥକ ଉପକାରଣ । ଲୋକଟିର ସହ୍ୟ କରିବା ଶକ୍ତିର ଅଭାବ, ଉପଯୁକ୍ତ ଆଶୁ ଚିକିତ୍ସାର ଅଭାବ ଇତ୍ୟାଦି ନଞର୍ଥକ ଉପକାରଣ ।
୩. ସଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ ଓ ବିଜାତୀୟ କାର୍ଯ୍ୟ-ସମ୍ମିଶ୍ରଣ ।
Answer:
ସମଜାତୀୟ କାରଣମାନଙ୍କର ସଂଘାତଦ୍ୱାରା ଯେଉଁ ସମୁଦାୟ କାର୍ଯ୍ୟଟି ସୃଷ୍ଟିହୁଏ ସେହି କାର୍ଯ୍ୟକୁ ସଜାତୀୟ କାର୍ଯ୍ୟ -ସମ୍ମିଶ୍ରଣ ବୋଲି କୁହାଯାଏ । ଉଦାହରଣସ୍ୱରୂପ, ଗୋଟିଏ ବଡ଼ କୋଠରିରେ ଅନେକଗୁଡ଼ିଏ ଇଲେକ୍ଟ୍ରିକ୍ ବଲ୍ବ ଜଳୁଛି ଏବଂ ତାହା ଫଳରେ ସମଗ୍ର ପ୍ରକୋଷ୍ଠଟି ଆଲୋକିତ ହୋଇଅଛି । ଯେଉଁଠି ବିଭିନ୍ନ ପ୍ରକାରର କାରଣରୁ ସୃଷ୍ଟି ହେଉଥିବା କାର୍ଯ୍ୟମାନଙ୍କର ସମ୍ମିଶ୍ରଣରେ ଗୋଟାଏ ସମୁଦାୟ କାର୍ଯ୍ୟ ସୃଷ୍ଟି ହୁଏ, ସେହି ସମୁଦାୟ କାର୍ଯ୍ୟକୁ ବିଜାତୀୟ କାର୍ଯ୍ୟ ସମ୍ମିଶ୍ରଣ କୁହାଯାଏ । ଉଦାହରଣସ୍ୱରୂପ ଉଦ୍ଜାନ ଗ୍ୟାସ୍ର ଦୁଇଟି ଅଣୁ ଏବଂ ଅମ୍ଳଜାନର ଗୋଟିଏ ଅଣୁ ସଂଘାତ ହେଲେ ଜଳ ସୃଷ୍ଟି ହୁଏ ।
୪. ସଂଚାଳକ ଶକ୍ତି ଓ ସଂସ୍ଥିତି ।
Answer:
ସଂଚାଳକ ଶକ୍ତି କହିଲେ ସେହି ଶକ୍ତିକୁ ବୁଝାଯାଏ, ଯାହା ଗୋଟିଏ କାର୍ଯ୍ୟ ଘଟିବାରେ ସାହାଯ୍ୟ କରେ । ସଂସ୍ଥିତି କହିଲେ ଯେଉଁ ବ୍ୟବସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ କରାଯାଏ । ଉଦାହରଣସ୍ୱରୂପ, ନିଆଁର ସଂଯୋଗରେ ମହମ ତରଳିଯାଏ । କ୍ଲୋରୋକୁଇନ୍ ବଟିକା ସେବନ କଲେ ମ୍ୟାଲେରିଆ ରୋଗ ହୋଇଯାଏ । ଏଠାରେ ନିଆଁ, କ୍ଲୋରୋକୁଇନ୍ ଇତ୍ୟାଦି ସଞ୍ଚାଳକ ଶକ୍ତି ମାତ୍ର ମହମ ତରଳିବା, ମ୍ୟାଲେରିଆ ରୋଗ ଭଲ ହେବା ଇତ୍ୟାଦି ସଂସ୍ଥିତିକୁ ବୁଝାଏ ।
୫. ବାହ୍ୟ ପ୍ରତ୍ୟକ୍ଷ ଓ ଆନ୍ତଃ ପ୍ରତ୍ୟକ୍ଷ
Answer:
ବାହ୍ୟ ପ୍ରତ୍ୟକ୍ଷଦ୍ବାରା ବାହ୍ୟ ଇନ୍ଦ୍ରିୟମାନଙ୍କ ସାହାଯ୍ୟରେ ପାରିପାର୍ଶ୍ବକ ବସ୍ତୁ ତଥା ଘଟଣାବଳୀର ଜ୍ଞାନ ଆହରଣ କରାଯାଏ । ଏହି ଇନ୍ଦ୍ରିୟମାନେ ହେଲେ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ଵା ଓ ଚର୍ମ । ଏମାନଙ୍କଦ୍ୱାରା ଆମେ ରଙ୍ଗ, ଶବ୍ଦ, ବାସ୍ନା, ରସ ଓ ସ୍ପର୍ଶର ଅନୁଭୂତି ପାଇଥାଉ । ଆନ୍ତଃ ପ୍ରତ୍ୟକ୍ଷଦ୍ବାରା ମନର ଅଭ୍ୟନ୍ତରସ୍ଥ ଭାବନା, ପ୍ରବୃତ୍ତି, ଉଲ୍ଲାସ ଇତ୍ୟାଦିର ଜ୍ଞାନ ଆହରଣ କରାଯାଏ ।
୬. ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ କୌଣସି ପୂର୍ବାବଧାରଣର ବଶବର୍ତ୍ତୀ ନ ହୋଇ ପ୍ରାକୃତିକ ପରିବେଶ ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ; ଯଥା – ଶ୍ରେଣୀରେ ଅଧ୍ୟୟନ କରୁଥିଲାବେଳେ ବାରଣ୍ଡାରେ ପିଲାମାନଙ୍କର ଯିବାଆସିବା ଏବଂ ଭିନ୍ନ ପ୍ରକାରର ଶବ୍ଦଗୁଡ଼ିକ ଶୁଣିବାକୁ ମିଳିଥାଏ । ମାତ୍ର ଛାତ୍ରଟିଏ ସେସବୁ ଘଟଣାମାନଙ୍କ ମଧ୍ୟରୁ କେବଳ ଅଧ୍ୟାପକଙ୍କ ଅଧ୍ୟାପନାକୁ ବାଛିକରି ଶୁଣୁଥାଏ ।
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ । ଉଦାହରଣସ୍ୱରୂପ, ଉଦ୍ଜାନ ଓ ଅମ୍ଳଜାନ ଆବଶ୍ୟକ ପରିମାଣରେ ଏକତ୍ର କରି ତହିଁରେ ବିଦ୍ୟୁତ୍ ସଂଯୋଗ କଲେ ତହିଁରୁ ଜଳ ସୃଷ୍ଟି ହୁଏ । ଏହା ଏକ କୃତ୍ରିମ ପ୍ରକ୍ରିୟା ।
୭. ଅନବେକ୍ଷଣ ଦୋଷ ଓ ଦୂରବେକ୍ଷଣ ବା ଭ୍ରମପ୍ରତ୍ୟକ୍ଷ ଦୋଷ
Answer:
ମିଲ୍ଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ଘଟଣା ବା ବୈଶିଷ୍ଟ୍ୟ ଉପେକ୍ଷିତ ହୋଇଥିଲେ ଅନବେକ୍ଷଣ ଦୋଷ ଜାତ ହୁଏ । ଉଦାହରଣସ୍ୱରୂପ, ଜଣେ ବିଦେଶାଗତ ଭାରତର କେତୋଟି ମାତ୍ର ସମୃଦ୍ଧ ନଗରୀର କେତୋଟି ସମ୍ଭ୍ରାନ୍ତ ପରିବାରର ଆତିଥ୍ୟ ଗ୍ରହଣ କରି ଯଦି ମନେକରନ୍ତି ଯେ ଭାରତୀୟମାନେ ଧନବାନ୍, ଉଚ୍ଚଶିକ୍ଷିତ ଓ ଅତିଥ୍ୟପରାୟଣ; ତେବେ ଅନବେକ୍ଷଣ ଦୋଷ ଜାତ ହୁଏ ।
ମିଲଙ୍କ ମତରେ, କୌଣସି ପର୍ଯ୍ୟବେକ୍ଷଣୀୟ ବିଷୟ କେବଳ ଉପେକ୍ଷିତ ନ ହୋଇ ଅବେକ୍ଷିତ ହେଲେ ସୁଦ୍ଧା ଭ୍ରମପ୍ରତ୍ୟକ୍ଷର କାରଣ ହେଲେ ଅର୍ଥାତ୍ ତାହା ଯଥାର୍ଥରେ ଯାହା ତାହାକୁ ତଦନୁରୂପ ଭାବେ ଗ୍ରହଣ
- ନକରି ଅନ୍ୟ କିଛି ବୋଲି ଗ୍ରହଣକଲେ ଦୂରବେକ୍ଷଣ ଦୋଷ ଜାତହୁଏ ।
- ଉଦାହରଣସ୍ୱରୂପ, ଈଷତ୍ ଆଲୋକରେ ଦଉଡ଼ି ସାପର ଭ୍ରମ ଜାତ କରାଏ ।
୮. ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧକ ପ୍ରକଳ୍ପ ଏବଂ ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ
Answer:
ସନ୍ତୋଷଜନକଭାବେ କାର୍ଯ୍ୟକାରୀ ହେଉଥିବା ଏକ ନିୟମ ବା ସିଦ୍ଧାନ୍ତର ଏକ ବିଶେଷକ୍ଷେତ୍ରରେ ଯଦି କୌଣସି ବ୍ୟତିକ୍ରମ ପରିଲକ୍ଷିତ ହୁଏ, ତେବେ ନିୟମ ବା ସିଦ୍ଧାନ୍ତଟି ପରିହର୍ତ୍ତବ୍ୟ ହୋଇଥାଏ; କିନ୍ତୁ ବ୍ୟତିକ୍ରମ କ୍ଷେତ୍ର ବ୍ୟତୀତ ଅନ୍ୟତ୍ର ତାହାର ସଫଳ କାର୍ଯ୍ୟକାରିତା ଦୃଷ୍ଟିରୁ ଯଦି ସେହି ନିୟମ ବା ସିଦ୍ଧାନ୍ତଟିକୁ ରକ୍ଷାକରିବା ଯୁକ୍ତିଯୁକ୍ତ ମନେହୁଏ ତେବେ ତାହା ସତ୍ୟ ହୋଇଥିବା ସତ୍ତ୍ୱେ କିପରି ଏହା ତଥାକଥ୍ତ ବ୍ୟତିକ୍ରମ ସମ୍ଭବପର ହେଲା, ତାହାର ଏକ ବ୍ୟାଖ୍ୟା ଆବଶ୍ୟକ । ଏହି ଉଦ୍ଦେଶ୍ୟରେ ଯେଉଁ ପ୍ରକଳ୍ପ ରଚିତ ହୁଏ, ତାହାକୁ ବିଶେଷ ବା ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ କୁହାଯାଏ ।
ସାଧାରଣତଃ କୌଣସି ତଥ୍ୟ ବା ଘଟଣାକୁ ବୁଝିବା ବା ବ୍ୟାଖ୍ୟା କରିବାପାଇଁ ପ୍ରକଳ୍ପ ପ୍ରଣୟନ କରାଯାଏ; କିନ୍ତୁ ଯେଉଁ କ୍ଷେତ୍ରରେ ଆମ ଜ୍ଞାନ ନିତାନ୍ତ ସ୍ବଳ୍ପ ସେ କ୍ଷେତ୍ରରେ ଅନୁସନ୍ଧାନର ସୂତ୍ରପାତ ଓ ଅଗ୍ରଗତି ନିମନ୍ତେ କିମ୍ବା ପ୍ରାସଙ୍ଗିକ ତଥ୍ୟ ସଂଗ୍ରହଣ ନିମନ୍ତେ ମଧ୍ୟ ପ୍ରକଳ୍ପ ରଚିତ ହୁଏ । ମନେକର, ଜଣେ ପୋଲିସ୍ ଅଫିସର ଚୋରର ଅନୁଧାବନ କରି ଏକ ରାସ୍ତାଛକରେ ପହଞ୍ଚନ୍ତି ।
ଛକ ସହିତ ସେ ସମ୍ପୂର୍ଣ ଅପରିଚିତ ହୋଇଥିଲେ, ଚୋରଟି କେଉଁ ରାସ୍ତାରେ ପଳାଇ ଯାଇପାରେ ଅନୁମାନ କରିବା ତାଙ୍କ ପକ୍ଷରେ ସମ୍ଭବପର ନୁହେଁ । ତେଣୁ କୌଣସି ଯୁକ୍ତିଯୁକ୍ତ କାରଣ ନଥାଇ ସୁଦ୍ଧା ସେ ଯେକୌଣସି ଏକ ରାସ୍ତା ବାଛିନେଇ ସେହି ଦିଗରେ ଚୋର ଯାଇଥାଇପାରେ ବୋଲି ମନେକରି ଅଗ୍ରସର ହୁଅନ୍ତି । ଏହା ହେଉଛି ଏକ ତାତ୍କାଳିକ ପ୍ରକଳ୍ପର ଦୃଷ୍ଟାନ୍ତ ।
୯. ବ୍ୟାଖ୍ୟାମୂଳକ ପ୍ରକଳ୍ପ ଏବଂ ବର୍ଣ୍ଣନାମୂଳକ ପ୍ରକଳ୍ପ
Answer:
ପ୍ରକଳ୍ପର ଉଦ୍ଦେଶ୍ୟ ସିଧାସଳଖ ଭାବେ କାର୍ଯ୍ୟର କାରଣ ନିର୍ଣ୍ଣୟ କରିବା ସମ୍ଭବପର ନୁହେଁ । ଅପ୍ରତ୍ୟକ୍ଷ ଘଟଣାର କାରଣ ନିର୍ଣ୍ଣୟ କରିବାପାଇଁ ସଂଘଟିତ ଘଟଣାର ସମଗ୍ର ଚିତ୍ର ନିଜର ସୂକ୍ଷ୍ମ ଚିନ୍ତାରେ ଏପରି ଭାବେ ପରିକଳ୍ପନା କରିବାକୁ ପଡ଼ିବ ଯହିଁରୁ ସ୍ପଷ୍ଟ ଅନୁମିତ ହେବ ଯେ ସତେଯେପରି ପ୍ରକଳ୍ପ ପ୍ରଣୟନକାରୀ ସେହି ପରିସ୍ଥିତିରେ ନିଜେ ଅଛନ୍ତି । ଅର୍ଥାତ୍ ଘଟଣା ଘଟିବା ସ୍ଥଳରେ ପର୍ଯ୍ୟବେକ୍ଷକ ନିଜେ ଥିଲେ ସେ ଯେପରିଭାବେ ଘଟଣାକୁ ଦେଖୁଥାଆନ୍ତେ ସେହି ସମ୍ବନ୍ଧୀୟ ଏକ ପ୍ରକଳ୍ପ ରଚନାକୁ ବ୍ୟାଖ୍ୟାମୂଳକ ପ୍ରକଳ୍ପ କୁହାଯାଏ ।
ବର୍ଣ୍ଣନାତ୍ମକ ପ୍ରକଳ୍ପର ଲକ୍ଷ୍ୟ ବ୍ୟାଖ୍ୟା ପ୍ରଦାନ ନୁହେଁ । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଲା ଏପରି ଏକ ପ୍ରତୀକ ଅଥବା ମଡ଼େଲ, ଅଥବା ଚିତ୍ର ଦେବା ଯାହା ସ୍ପଷ୍ଟଭାବେ ଘଟଣାଟିକୁ ବୁଝାଇଦେବ । ହିମାଳୟ ପର୍ବତ ଦେଖୁ ନଥିବା ବ୍ୟକ୍ତିକୁ ହିମାଳୟ ପର୍ବତର ମଡ଼େଲ ଦେଖ୍ ସେ ବିଷୟରେ ଧାରଣା କରିବା ସମ୍ଭବ ହୁଏ । ଏହା କେବଳ ବର୍ଣ୍ଣନାମୂଳକ ପ୍ରକଳ୍ପଦ୍ବାରା ସମ୍ଭବ ହୋଇପାରିବ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧. ଆରୋହାନୁମାନର ଭିତ୍ତିଭୂମି କ’ଣ ?
Answer:
ଅବରୋହ ଅନୁମାନର ଲକ୍ଷ୍ୟ ହେଉଛି ଆକାରଗତ ସତ୍ୟତା ପ୍ରତିଷ୍ଠା କରିବା । ତେଣୁ ଅବରୋହ ଅନୁମାନରେ କୌଣସି ଏକ ନ୍ୟାୟସଙ୍ଗତ ଯୁକ୍ତି ବା ତର୍କ ଉପସ୍ଥାପନ କଲାବେଳେ ସେହି ଅନୁମାନର ନିୟମଗୁଡ଼ିକୁ ଯଥାଯଥଭାବରେ ଅନୁସରଣ କରାଯାଇଥାଏ; କିନ୍ତୁ ତର୍କଶାସ୍ତ୍ର କେବଳ ଅବରୋହ ଅନୁମାନର ଆକାରଗତ ବୈଧତା ଓ ସତ୍ୟତା ଉପରେ ପ୍ରତିଷ୍ଠିତ ନୁହେଁ, ତାହା ଉଭୟ ଆକାରଗତ ସତ୍ୟତା ଓ ବସ୍ତୁଗତ ସତ୍ୟତା ଉପରେ ପ୍ରତିଷ୍ଠିତ । ଏହି ବସ୍ତୁଗତ ସତ୍ୟତା ଲାଭ କରିବାପାଇଁ ତକ ଶାସ୍ତ୍ରରେ ଆରୋହ ଅନୁମାନର ଉପସ୍ଥାପନା କରାଯାଇଥାଏ । ଆରୋହ ଅନୁମାନରେ ବସ୍ତୁଗତ ସତ୍ୟତା ପ୍ରତିଷ୍ଠା କରାଗଲାବେଳେ ଆକାରଗତ ଭିତ୍ତିଭୂମିର ବିଚାରଣା କରାଯାଇଥାଏ । ତର୍କଶାସ୍ତ୍ରରେ ଉଭୟପ୍ରକାର ସତ୍ୟତା ଲାଭପାଇଁ ଆରୋହ ଅନୁମାନର ଆବଶ୍ୟକତା ଉପଲବ୍ଧ କରାଯାଏ । ଆରୋହ ଅନୁମାନର ବସ୍ତୁଗତ ସତ୍ୟତା ପ୍ରତିଷ୍ଠା କରିବାପାଇଁ ତାହାର ଆକାରଗତ ଭିତ୍ତିଭୂମିର ବିଚାରଣ) ଅପରିହାର୍ଯ୍ୟ ।
ଆରୋହ ଅନୁମାନର ଆକାରଗତ ଭିତ୍ତିଭୂମି (Formal Grounds of Induction) :
ତର୍କବଚନ ପ୍ରତିଷ୍ଠା କରାଯାଏ । ଯେପରି କେତୋଟି ବିଶେଷ କ୍ଷେତ୍ରରେ ମଣିଷକୁ ମରିବାର ଦେଖୁ ଯେତେବେଳେ କୁହାଯାଏ ଯେ, ‘ସମସ୍ତ ମଣିଷ ମରଣଶୀଳ’ ବା କେତେକ କ୍ଷେତ୍ରରେ ନିଆଁର ଦାହ୍ୟ ଶକ୍ତିକୁ ଦେଖି ଯେତେବେଳେ କୁହାଯାଏ ଯେ, ‘ସମସ୍ତ କ୍ଷେତ୍ରରେ ନିଆଁରେ ଦାହ କରିବ’, ସେତେବେଳେ ଏହି ସାର୍ବିକ ସିଦ୍ଧାନ୍ତଗୁଡ଼ିକର ବସ୍ତୁଗତ ସତ୍ୟତା ଯେ ସର୍ବଦା ଭବିଷ୍ୟତରେ ଉପସ୍ଥାପନା କରାଯାଇପାରେ ଯେ, କେଉଁ ନୀତି ଉପରେ ଭିଭିକରି ବିଶେଷ ଦୃଷ୍ଟାନ୍ତରୁ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନରେ ଉପନୀତ ହେଲେ ଉକ୍ତ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନଟିର ବସ୍ତୁଗତ ସତ୍ୟତା ପ୍ରତିଷ୍ଠିତ ହୋଇପାରିବ ?
ଉତ୍ତରରେ ଏପରି କୁହାଯାଇପାରିବ ଯେ, ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନଗୁଡ଼ିକ ମଣିଷ ଜ୍ଞାନର ଗୋଟିଏ ଗୋଟିଏ ପ୍ରତିଷ୍ଠିତ ଅଂଶ । ମଣିଷର ଏସମସ୍ତ ଜ୍ଞାନ ତାହାର ବିଚାରଶକ୍ତିର ଦୁଇଟି ସ୍ଵତଃସିଦ୍ଧ ନିୟମ ଉପରେ ପ୍ରତିଷ୍ଠିତ । ତେଣୁ ସ୍ଵତଃସିଦ୍ଧ ନିୟମ; ଯଥା – ପ୍ରକୃତିର ଏକରୂପତା ନିୟମ ଏବଂ କାର୍ଯ୍ୟକାରଣ ନିୟମ ଯାହା ସାହାଯ୍ୟରେ ତର୍କବଚନର ଜ୍ଞାନ ପ୍ରତିଷ୍ଠା କରେ । ସେହି ଦୁଇଟି ନିୟମ ଉକ୍ତ ଅନୁମାନର ଭିଭିଭୂମି ଯାହା ଉପରେ ଏ ସମସ୍ତ ବାସ୍ତବ ଜ୍ଞାନର ସୌଧ ବା ସକଳ ଯୁକ୍ତିର ବସ୍ତୁଗତ ସତ୍ୟତା ପ୍ରତିଷ୍ଠିତ ।
ପ୍ରକୃତିର ଏକରୂପତା ନିୟମଟି ଗୋଟିଏ ମୌଳିକ ନିୟମ ବା ନୀତି । ଏହାକୁ ସ୍ଵୀକାର କରା ନ ଗଲେ କୌଣସି ବୈଜ୍ଞାନିକ ଅନୁସନ୍ଧାନ ସମ୍ଭବପର ହୋଇପାରିବ ନାହିଁ । ଏହି ନୀତିଟିକୁ ନାନାପ୍ରକାରେ ବ୍ୟକ୍ତ କରାଯାଇପାରେ । ଯେପରି ‘ପ୍ରକୃତିର ଆଚରଣ ସର୍ବଦା ସମାନ’ (Nature is always uniform); ‘ଭବିଷ୍ୟତ୍, ଅତୀତ ସହିତ ସାମଞ୍ଜସ୍ୟ ରକ୍ଷାକରିବ (The future will resemble the past); ‘ଭବିଷ୍ୟତ ଅତୀତର ସଦୃଶ ହେବ’ (Nature is governed by fixed laws); ‘ ଯାହା ଘଟୁଛି ଅନ୍ୟତ୍ର ମଧ୍ୟ ସେଇଆ ଘଟିବ’ (There are parallel cases in nature); ‘ପ୍ରକୃତିରେ ଘଟଣାର ପୁନରାବୃତ୍ତି ହୁଏ’ (Nature repeats itself); ‘ସମାନ ପରିସ୍ଥିତିରେ ପ୍ରକୃତି ସର୍ବଦା ସମାନଭାବରେ ବ୍ୟବହାର କରିଥାଏ’ (Nature behaves in the same way under similar circumstances); ‘ଯେପରି ଜଳ ଯଦି ଆମର ତୃଷ୍ଣା ନିବାରଣ କରେ ତାହା ସର୍ବଦା ତୃଷା ନିବାରଣ କରିବ’, ‘ନିଆଁ ଆମକୁ ଦାହ କରେ’ ଯେଉଁ ପରିସ୍ଥିତିରେ ଦାହ କଲା ସେହି ପରିସ୍ଥିତି ଯଦି ଭବିଷ୍ୟତରେ ଉପସ୍ଥିତ ହୁଏ, ତାହେଲେ ସେଠାରେ ମଧ୍ୟ ନିଆଁ ଆମକୁ ଦାହ କରିବ ।’ ଏହି ନିୟମର ସ୍ବରୂପକୁ ଏକ ନାସ୍ତିସୂଚକ ବଚନରେ ପ୍ରକାଶ କଲେ ଏପରି କୁହାଯାଇପାରେ ଯେ, ପ୍ରକୃତିରେ ଏପରି କୌଣସି ଘଟଣା ଘଟେ ନାହିଁ ଯାହା ସ୍ୱେଚ୍ଛାଚାରୀ ନିୟମ ଉପରେ ପ୍ରତିଷ୍ଠିତ ବା କୌଣସି ପ୍ରତିଷ୍ଠିତ ବା କୌଣସି ନିୟମ ନ ଥାଇ ହଠାତ୍ କୌଣସି ଘଟଣାର ଅବତାରଣା ହୋଇ ନ ପାରେ । ଅର୍ଥାତ୍ ପ୍ରକୃତି କସ୍ମିନ୍କାଳେ ଅନିୟମିତଭାବରେ ବା ସ୍ୱେଚ୍ଛାଚାରୀଭାବରେ କୌଣସି କାର୍ଯ୍ୟ କରେନାହିଁ ।
ପ୍ରକୃତିର ଏକରୂପତା ନିୟମ ଉପରେ ଦୃଷ୍ଟିପାତ କଲେ ପ୍ରଥମତଃ ଆମେ ଅନୁମାନ କରୁ ଯେ, ସମ୍ଭବତଃ ଏହି ନିୟମ ସର୍ବଦା ସମାନଭାବରେ କାର୍ଯ୍ୟ କରେ ନାହିଁ । ଅର୍ଥାତ୍ ପ୍ରକୃତିର ଏହି ନିୟମ ସମାନ (uniform) ନୁହେଁ । ମିଲ୍ କହନ୍ତି, ‘ବର୍ଷା ପରେ ପରେ ସଦାସର୍ବଦା ଭବିଷ୍ୟତରେ ଯେ ସୁନ୍ଦର ସୁଖକର ପାଗ ଆସିବ ତାହା କେହି ବିଶ୍ୱାସ କରିପାରିବେ ନାହିଁ । ଆଜି ଜଣେ ଯାହା ସ୍ବପ୍ନ ଦେଖୁଲା କାଲି ହୁଏତ ସେ ଯେ ସେହି ସ୍ବପ୍ନ ପୁନର୍ବାର ଦେଖୁବ ଏପରି କହିବାର କୌଣସି ନିୟମ ନାହିଁ ।’’ ମିଲ୍ (Mill) ଙ୍କ ଭାଷାରେ, ସତରେ କହିବାକୁ ଗଲେ ପ୍ରକୃତିର ଯେ କେବଳମାତ୍ର ଏପରି ଗୋଟିଏ ଏକରୂପତା ନିୟମ ଅଛି ତାହା ନୁହେଁ, ବରଂ ଏହି ନିୟମ ଅନିର୍ଦ୍ଦିଷ୍ଟଭାବରେ ବହୁଳ । କାର୍ପେଥ୍ ରୀଡ୍ (Carveth Read) କହନ୍ତି, ‘ଅନେକ କ୍ଷେତ୍ରରେ ବୋଧହୁଏ ଯେ ପ୍ରକୃତି ସର୍ବତ୍ର ସମାନଭାବରେ ବ୍ୟବହାର କରେନାହିଁ । ପ୍ରକୃତିରେ ବହୁ ପ୍ରକାର, ବହୁ ଆକୃତିର, ବହୁ ରଙ୍ଗର ଏବଂ ବହୁ ଗୁଣର ବହୁ ବସ୍ତୁ ପରିଲକ୍ଷିତ ହୁଏ ।’’ ଯେପରି ବାୟୁର ଗତି ଏବଂ ପରିମାଣ ସର୍ବଦା ଅନିଶ୍ଚିତ, ବାଣିଜ୍ୟର ଗତିବିଧ୍, ରାଜନୀତିର ଗତିବିଧୂ ସର୍ବଦା ଆକସ୍ମିକ।
ସମୟ ସମୟରେ ପ୍ରକୃତିରେ ବହୁ ଅଘଟଣ ଘଟିଥାଏ । ଭୂମିକମ୍ପ, ବାତ୍ୟା ଇତ୍ୟାଦି ଯାହାର କୌଣସି ନିୟମ ସାଧାରଣ ଦୃଷ୍ଟିରେ ଦେଖାଯାଏ ନାହିଁ । ତେଣୁ ପ୍ରଶ୍ନ ଉଠେ, ପ୍ରକୃତି ଯେ ସର୍ବଦା ସମାନ ଭାବରେ ବ୍ୟବହାର କରେ ବା ପ୍ରକୃତିର ଯେ ଗୋଟିଏ ଏକରୂପତା ନିୟମ ରହିଛି ତାହା ଆମେ ବିଶ୍ବାସ କରିବା କିପରି ? ଏ ପ୍ରଶ୍ନର ଉତ୍ତର ଅତି ସହଜ ତଥା ସରଳଭାବରେ ଦିଆଯାଇପାରେ । ପ୍ରକୃତିର ଏକରୂପତା ନିୟମ ପ୍ରକୃତିରେ ବିଭିନ୍ନତା ନାହିଁ ବୋଲି ସ୍ବୀକାର କରେ ନାହିଁ, ଅନ୍ୟପକ୍ଷରେ ଏଥୁରୁ ଅନୁମିତ ହୁଏ ଯେ, ପ୍ରକୃତିରେ ବହୁପ୍ରକାର ଘଟଣା ସଂଘଟିତ ହୁଏ ଏବଂ ପ୍ରତ୍ୟେକ ଘଟଣାର ଏକ ନିର୍ଦ୍ଦିଷ୍ଟ ନିୟମ ରହିଥାଏ । ପ୍ରତ୍ୟେକ ଘଟଣା ତାହାର ସେହି ନିର୍ଦ୍ଦିଷ୍ଟ ନିୟମକୁ ସର୍ବଦା ଅପେକ୍ଷା କରେ । ଭୂମିକମ୍ପ କୁହ ବା ବାତ୍ୟା କୁହ ତାହା ବାରମ୍ବାର ଘଟେ, ଯେତେବେଳେ ସେ ସମସ୍ତ ଘଟିବାର ନିୟମ ଉପସ୍ଥିତ ହୁଏ ।
ପ୍ରକୃତିକୁ ଅଧ୍ୟୟନ କଲାବେଳେ ମଣିଷ ଏହି ପ୍ରକୃତିକୁ ପଦାର୍ଥ ବିଜ୍ଞାନ, ଜୀବବିଜ୍ଞାନ, ରସାୟନ ବିଜ୍ଞାନ ଇତ୍ୟାଦି ନାନାଭାବରେ ବିଭକ୍ତ କରି ଅଧୟନ କରିଥାଏ । ମାତ୍ର ପ୍ରକୃତି କେବଳ ପଦାର୍ଥ ବିଜ୍ଞାନର ନିୟମକୁ ବୁଝାଏ ନାହିଁ କିମ୍ବା ଜୀବବିଜ୍ଞାନର ନିୟମକୁ ବୁଝାଏ ନାହିଁ । ତାହା ସମଗ୍ର ସୃଷ୍ଟିକୁ ବୁଝାଏ । ତେଣୁ ପ୍ରକୃତିର ନିୟମ ବସ୍ତୁପ୍ରତି ବିଭିନ୍ନ ହେଲେ ମଧ୍ୟ ତାହାକୁ ଆମେ ନାନା- ଏକରୂପତା ନିୟମର ସମଷ୍ଟି ବୋଲି ନ କହି ପ୍ରକୃତିର ଏକରୂପତା ନିୟମ ବୋଲି ଆଖ୍ୟା ଦେଇଥାଉ; କାରଣ ପ୍ରକୃତି ଏକ ପୂର୍ଣାଙ୍ଗ ସୃଷ୍ଟି । ଏ କ୍ଷେତ୍ରରେ, ‘ପ୍ରକୃତିର ବିଭିନ୍ନ ଏକରୂପତା ନିୟମାବଳୀ (Law of uniformities of nature) ରହିଛି ।’’ ତାର୍କିକ ବେନ୍ଙ୍କର ଏହି ଉକ୍ତି ଆଦୌ ଗ୍ରହଣଯୋଗ୍ୟ ନୁହେଁ ।
୨. ଆରୋହାନୁମାନର ବିରୋଧାଭାସ (Paradox of Induction) ଉଲ୍ଲେଖ କର ।
Answer:
ମାନବ ଜ୍ଞାନର ଉତ୍ପତ୍ତି ଏବଂ ଅଭିବୃଦ୍ଧି ନିମନ୍ତେ ଆମ ଚିନ୍ତାଧାରାର ଦୁଇଟି ସ୍ଵୟଂସିଦ୍ଧ ନିୟମ; ଯଥା – କାର୍ଯ୍ୟକାରଣ ନିୟମ ଏବଂ ପ୍ରକୃତିର ଏକରୂପତା ନିୟମ ଯଥେଷ୍ଟ ସାହାଯ୍ୟ କରେ ବୋଲି ପୂର୍ବରୁ ଆଲୋଚନା କରାଯାଇଛି । ତାର୍କିକମାନଙ୍କ ମତରେ, ପ୍ରକୃତିର ଏକରୂପତା ନିୟମକୁ ମାନବ ଜ୍ଞାନର ମୂଳଭିତ୍ତି ଯାହାକି ସ୍ୱୟଂସିଦ୍ଧ ବା ସ୍ଵୀକାର୍ଯ୍ୟ ସତ୍ୟ ବୋଲି ଅଭିହିତ କରାଯାଇଛି ତାହାକୁ ଆରୋହ ଅନୁମାନର ଆକାରଗତ ଭିଭି ବୋଲି ସ୍ବୀକାର କରାଯାଏ । ମିଲ୍ (Mill) ଙ୍କ ମତରେ, ଏହା ହେଉଛି ଆରୋହ ଅନୁମାନର ମୌଳିକ ନିୟମ କିମ୍ବା ସାଧାରଣ ସ୍ୱତଃସିଦ୍ଧ ନିୟମ, ଏହା ପ୍ରତ୍ୟେକ ଆରୋହ ଅନୁମାନର ସିଦ୍ଧାନ୍ତ ନିମନ୍ତେ ଅବଧାରଣା କରାଯାଇଥାଏ । ମିଲ୍ଙ୍କର ଏହି ମତରୁ ସ୍ପଷ୍ଟଭାବରେ ପ୍ରତୀୟମାନ ହୁଏ ଯେ, ପ୍ରକୃତିର ଏକରୂପତା ନିୟମର ସତ୍ୟତା ବିନାପ୍ରଶ୍ନରେ ସର୍ବତ୍ର ଗ୍ରହଣ କରାଯାଇଥାଏ । ଏହାର ପୁନର୍ବାର ପ୍ରମାଣର ଆବଶ୍ୟକତା ହୁଏ ନାହିଁ । ଏହା ବାସ୍ତବ ଜ୍ଞାନାର୍ଜନର ସବୁକ୍ଷେତ୍ରରେ ଭିତ୍ତିଭୂମିଭାବରେ ଗ୍ରହଣ କରାଯାଇଥାଏ ।
କିନ୍ତୁ ଯଦିଓ ମିଲ୍ ଆରୋହ ଅନୁମାନର ପ୍ରକୃଷ୍ଟ ଆକାରଗତ ଭିତ୍ତିଭୂମିଭାବରେ ପ୍ରକୃତିର ଏକରୂପତା ନିୟମକୁ ଗ୍ରହଣ କରିବାର ଅତ୍ୟନ୍ତ ବଳିଷ୍ଠ ଯୁକ୍ତି ଉପସ୍ଥାପନ କରିଛନ୍ତି, ତଥାପି ଯଥେଷ୍ଟ ଅସଙ୍ଗତିଭାବରେ ସେ ପୁନଶ୍ଚ କହନ୍ତି ଯେ, ଏହି ପ୍ରକୃତିର ଏକରୂପତା ନିୟମ ଅନ୍ୟ ଏକ ଆରୋହ ଅନୁମାନର ଦୃଷ୍ଟାନ୍ତ ବା ସିଦ୍ଧାନ୍ତ ଅଟେ । ସେ ଏପରି କହିବାର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ କହନ୍ତି ଯେ, ଏହି ପ୍ରକୃତିର ଏକରୂପତା ନିୟମ ଅନ୍ୟ ଏକ ପୂର୍ବ ସାର୍ବିକୀକରଣ ପଦ୍ଧତି ଉପରେ ପର୍ଯ୍ୟବସିତ । ମିଲ୍କଙ୍କ ମତରେ, ଏହି ପ୍ରକୃତିର ଏକରୂପତା ନିୟମ ଅ-ବୈଜ୍ଞାନିକ ଆରୋହ ଅନୁମାନ ବା ସରଳ ଗଣନାମୂଳକ ଆରୋହାନୁମାନର ସିଦ୍ଧାନ୍ତ ଯାହା ଆମର ଦୈନନ୍ଦିନ ଅ-ବିରୁଦ୍ଧ ଅଭିଜ୍ଞତା ଉପରେ ପର୍ଯ୍ୟବସିତ ।
ମିଲ୍ ଏପରି କହିବା ଭିତରେ ଆରୋହାନୁମାନର ଏହି ବିରୋଧାଭାସ ସୃଷ୍ଟି କରିଛନ୍ତି । କାରଣ ପ୍ରକୃତିର ଏକରୂପତା ନିୟମ (ଯାହା ଆରୋହ ଅନୁମାନର ଆକାରଗତ ଭିଭିଭୂମି) କିପରି ଅନ୍ୟ ଏକ ଆରୋହ ଅନୁମାନର ସିଦ୍ଧାନ୍ତରୂପେ ନିଷ୍ପନ୍ନ ହେବ ? ତେବେ ପ୍ରଶ୍ନ ଉଠେ, ମିଲ୍ଙ୍କର ସେହି ଅନ୍ୟ ଏକ ଆରୋହ ଅନୁମାନର ଭିତ୍ତିଭୂମି କ’ଣ ? ଆରୋହ ଅନୁମାନର ଭିଭି ପୁଣି କିଭଳି ଆରୋହ ଅନୁମାନର ସିଦ୍ଧାନ୍ତ ହୋଇପାରିବ ? ଏହାହିଁ ହେଉଛି ମିଲ୍ ସୃଷ୍ଟ ଆରୋହ ଅନୁମାନର ବିରୋଧାଭାସ । ତାଙ୍କର ଏହି ବିରୋଧାଭାସକୁ ବିଭିନ୍ନଭାବରେ ସମାଲୋଚନା କରାଯାଇଛି।
(i) ମିଲ୍ଙ୍କ ଏତାଦୃଶ ଆରୋହ ଅନୁମାନର ବିରୋଧାଭାସ ତାଙ୍କ ପ୍ରତି ସ୍ୱତଃ ପ୍ରଶ୍ନ ମୂଲେଇବାର ଦେଖାଯାଏ (Begging the question) । ଏହା ମଧ୍ଯ ତର୍କଶାସ୍ତ୍ରରେ ଚକ୍ରକ ଦୋଷ (Fallacy of circularity in argument) ସୃଷ୍ଟି କରିଥାଏ । କାରଣ ସେ କହନ୍ତି ଯେ, ଆରୋହ ଅନୁମାନର ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତିର ଏକରୂପତା ନିୟମକୁ ଚରମ ସାଧ୍ୟାବୟବ ହିସାବରେ ସମସ୍ତ ଆରୋହ ଅନୁମାନର ସାର୍ବିକୀକରଣ ଯୁକ୍ତିରେ ଗ୍ରହଣ କରାଯାଇଥାଏ ଏବଂ ତଥାପି ଏହା ଆରୋହ ଅନୁମାନର ଏକ ସିଦ୍ଧାନ୍ତ ବୋଲି ସେ ମଧ୍ୟ କହିଥା’ନ୍ତି । ଏଠାରେ ପ୍ରଶ୍ନ ଉଠେ, ଯୁକ୍ତିରେ କିପରି ଏକ ଚରମ ସାଧ୍ୟାବୟବ ଏକସମୟରେ ସେହି ଯୁକ୍ତିରେ ସିଦ୍ଧାନ୍ତ ହେବ ? ସରଳ ଗଣନାଭିଭିକ ଆରୋହ ଅନୁମାନ ମଧ୍ୟ ପ୍ରକୃତିର ଏକରୂପତା ନିୟମ ଉପରେ ଆସ୍ଥା ସ୍ଥାପନ କରିଥାଏ । ପ୍ରକୃତିର ଏକରୂପତା ନିୟମ ବ୍ୟତିରେକେ ଆମେ କୌଣସି ପ୍ରକାରେ ବିଶେଷ ବା ଆଂଶିକ ଅଭିଜ୍ଞତାରୁ ସାଧାରଣ ବା ସାର୍ବିକୀକରଣରେ ଉପନୀତ ହୋଇପାରିବୁ ନାହିଁ ।
(ii) ମିଲ୍ କହନ୍ତି, ପ୍ରକୃତିର ଏକରୂପତା ନିୟମ ସରଳ ଗଣନାଭିଭିକ ଆରୋହ ଅନୁମାନର ସିଦ୍ଧାନ୍ତଗୁଡ଼ିକ ବହୁ ସମ୍ଭାବ୍ୟ ବୋଲି ଅଭିହିତ କରାଯାଇଥାଏ । ଅର୍ଥାତ୍ ମିଲ୍ଙ୍କ ମତରେ, ପ୍ରକୃତିର ଏକରୂପତା ନିୟମ ମଧ୍ୟ ସମ୍ଭାବନାର ପରିସରରୁ ମୁକ୍ତ ଯଦି ପ୍ରକୃତିର ଏକରୂପତା ନିୟମ ସମ୍ଭାବନାସାପେକ୍ଷ ତାହେଲେ ମାନବ ଜ୍ଞାନର ସକଳ ସୌଧ ସମ୍ଭାବନାମୟ ବୋଲି କୁହାଯିବ, ଯାହା ମଣିଷପାଇଁ ଅତ୍ୟନ୍ତ ଅନୁଶୋଚନାର ବିଷୟ । ତେଣୁ ଏହି ଦୃଷ୍ଟିରୁ ପ୍ରକୃତିର ଏକରୂପତା ନିୟମକୁ (ଯାହା ମାନବ ଜ୍ଞାନର ଭିଭିଭୂମି) ସମ୍ଭାବନାସାପେକ୍ଷ ବୋଲି କହି ଏଡ଼ାଇ ଦିଆଯାଇ ନ ପାରେ । ତାହା ନିଶ୍ଚିତରୂପେ ସ୍ଵୟଂସିଦ୍ଧ ନିୟମ ।
୩. କାର୍ଯ୍ୟକାରଣ ନିୟମ (Law of causation) ବିଷୟରେ ଆଲୋଚନା କର ।
Answer:
କାର୍ଯ୍ୟକାରଣ ନିୟମ ଆରୋହ ଅନୁମାନର ଅନ୍ୟ ଏକ ଆକାରଗତ ଭିତ୍ତିଭୂମି । ଏହି ନିୟମ କହେ ଯେ, ସୃଷ୍ଟିର ପ୍ରତ୍ୟେକ ଘଟଣାର କିଛି ନା କିଛି କାରଣ ରହିଛି । ଏହି ନିୟମକୁ ଆରୋହ ଅନୁମାନର ଆକାରଗତ ଭିଭି ବୋଲି କହିବାର ଯଥେଷ୍ଟ କାରଣ ରହିଛି; କାରଣ ଆରୋହ ଅନୁମାନର ଆକାରଗତ ଯଥାର୍ଥତା ଏହି ନିୟମ ଉପରେ ନିର୍ଭରଶୀଳ । କାର୍ଯ୍ୟକାରଣ ନିୟମରୁ ଅବରୋହ ଅନୁମାନ ସାହାଯ୍ୟରେ କେତୋଟି ‘ଅପସାରଣ ମୂଳ ନିୟମ’ (Canons of Elimination) ମିଳିଥାଏ । କୌଣସି ଘଟଣାର କାରଣ ନିର୍ଦ୍ଧାରଣ କରିବା ବିଷୟରେ ଏହି ନିୟମଗୁଡ଼ିକ ସଂପୂର୍ଣ୍ଣଭାବରେ ଅପରିହାର୍ଯ୍ୟ । ତେଣୁ ଏହି ‘ଅପସାରଣର ମୂଳ ନିୟମ’ ଗୁଡ଼ିକ ଉପରେ ଆରୋହ ଅନୁମାନର ଆକାରଗତ ଯଥାର୍ଥତା ନିର୍ଭର କରିଥାଏ । ଯେହେତୁ ଏହି ନିୟମଗୁଡ଼ିକ ପୁନଶ୍ଚ କାର୍ଯ୍ୟକାରଣ ନିୟମ ଉପରେ ନିର୍ଭରଶୀଳ, ସେହିହେତୁ କାର୍ଯ୍ୟକାରଣ ନିୟମକୁ ଆରୋହ ଅନୁମାନର ଆକାରଗତ ଭିତ୍ତିଭୂମି ହିସାବରେ ଗଣନା କରାଯାଏ । ବିଭିନ୍ନ ତାର୍କିକମାନେ ଏହି ନିୟମଟିକୁ ବିଭିନ୍ନଭାବରେ ବ୍ୟକ୍ତ କରିଛନ୍ତି ।
ମିଲ୍ କହନ୍ତି, ‘‘ଯେକୌଣସି ଘଟଣା ଯାହାର ଆରମ୍ଭ ରହିଛି ତାହାର ଗୋଟିଏ କାରଣ ରହିଥବ ।’’ ବେନ୍ (Bain) ଙ୍କ ମତରେ, ‘ଯେଉଁ ଘଟଣାଟି ଘଟୁଛି ତାହା ପୂର୍ବର କୌଣସି ଘଟଣା ସହିତ ଏପରିଭାବରେ ସମ୍ବନ୍ଧଯୁକ୍ତ ଯେ, ପୂର୍ବରୁ ଘଟଣାଟି ଘଟିଲେ ଏହି ଘଟଣାଟି ଘଟିବ, ତାହା ନ ହେଲେ ଏହି ଘଟଣାଟି ମଧ୍ଯ ଘଟିବ ନାହିଁ’’ । ଉଦାହରଣସ୍ୱରୂପ ବେନ୍ କହନ୍ତି, ‘ନିଆଁ ଜାଳିବା ଘଟଣାଟି ସଦାସର୍ବଦା ଦାହ୍ୟ ପଦାର୍ଥର ସମାବେଶ ଏବଂ ତହିଁରେ ଅଗ୍ନି ସଂଯୋଗକୁ ଅନୁସରଣ କରିଥାଏ ।’’ ନଞର୍ଥକଭାବରେ କୁହାଗଲେ ଏପରି କୁହାଯିବ ଯେ, ସୃଷ୍ଟିର ଏପରି କୌଣସି ଘଟଣା ନାହିଁ ଯାହାର କୌଣସି କାରଣ ନାହିଁ (Out of nothing, nothing comes or Exnihilo-nihil fit) । ବେନ୍ଙ୍କ ମତରେ, ‘ଶୂନ୍ୟରୁ କେବଳ ଶୂନ୍ୟହିଁ ଜନ୍ମ ନିଏ ।’’
୪. କାରଣର ସଂଜ୍ଞା (Definition of cause) ଲେଖ ।
Answer:
ମିଲ୍ କାରଣର ସଂଜ୍ଞା ଦେବାକୁ ଯାଇ କହନ୍ତି ଯେ, ‘ପୂର୍ବବର୍ତ୍ତୀ ଘଟଣାବଳୀର ସମ୍ମିଶ୍ରଣ ପରେ ଯଦି ଅପର ଗୋଟିଏ ଘଟଣା ସର୍ତ୍ତାନ୍ତରହୀନ ଭାବରେ ଏବଂ ଅପରିବର୍ତ୍ତନୀୟ ଭାବରେ ଘଟଣାକୁ ‘କାରଣ’ ଏବଂ ପରବର୍ତୀ ଘଟଣାକୁ ‘କାର୍ଯ୍ୟ’ ବୋଲି କୁହାଯିବ।’’ ମିଲ୍ କାରଣର ସଂଜ୍ଞା ଦେବାକୁ ଯାଇ ଆହୁରି କହିଛନ୍ତି ଯେ, ‘ସମସ୍ତ ସଦର୍ଥକ ଓ ନଞର୍ଥକ ଉପକାରଣଗୁଡ଼ିକର (conditions) ଏକତ୍ର ସମ୍ମିଶ୍ରଣହିଁ କାର୍ଯ୍ୟଟିର କାରଣ ।’’ କାର୍ପେଥ୍ ରୀଡ୍ ମିଲ୍ ପ୍ରଦତ୍ତ ପ୍ରଥମ ସଂଜ୍ଞାଟିକୁ ବିଶ୍ଳେଷଣ କରି କାରଣର ଅନ୍ୟ ଏକ ସଂଜ୍ଞାର ଅବତାରଣା କରିଛନ୍ତି । ତାଙ୍କ ମତରେ, ‘ଗୁଣାତ୍ମକ ଦୃଷ୍ଟିକୋଣରୁ ‘କାରଣ’ ହେଉଛି ‘କାର୍ଯ୍ୟ’ର ଅବ୍ୟବହିତ ସତ୍ତାନ୍ତରହୀନ, ଅପରିବର୍ତ୍ତନୀୟ, ପୂର୍ବବର୍ତୀ ଘଟଣା ଏବଂ ପରିମାଣଗତ ଦୃଷ୍ଟିକୋଣରୁ ‘କାରଣ’ ହେଉଛି ‘କାର୍ଯ୍ୟ’ ସହିତ ସମାନ ।’’
କାର୍ପେଥ୍ ରୀଙ୍କର ସଂଜ୍ଞା ବିଶ୍ଳେଷଣ କରି ତାର୍କିକମାନେ କାରଣର ଦୁଇପ୍ରକାର ଲକ୍ଷଣ ନିର୍ଦ୍ଦେଶ କରିଛନ୍ତି; ଯଥା – (୧) ଗୁଣାତ୍ମକ ଲକ୍ଷଣ ଏବଂ (୨) ପରିମାଣାତ୍ମକ ଲକ୍ଷଣ ।
୫. କାରଣର ଗୁଣାତ୍ମକ ଲକ୍ଷଣ (Qualitative marks of cause) ଆଲୋଚନା କର ।
Answer:
(କ) କାରଣ ଓ କାର୍ଯ୍ୟ ପରସ୍ପର-ସାପେକ୍ଷୀ (Cause and effect are relative-terms) – କାରଣ ଓ କାର୍ଯ୍ୟ ସାପେକ୍ଷ ପଦ (Relative term) । କାରଣ ବ୍ୟତୀତ କାର୍ଯ୍ୟ ହୁଏ ନାହିଁ ଏବଂ କାର୍ଯ୍ୟ ଭିନ୍ନ କାରଣରୁ କଳ୍ପନା ମଧ୍ୟ କରାଯାଇ ନ ପାରେ । କୌଣସି ଏକ ଦତ୍ତ ଘଟଣାର ତାତ୍ପର୍ଯ୍ୟ ତାହାର ପୂର୍ବବର୍ତ୍ତୀ ଅନ୍ୟ ଏକ ଘଟଣାକୁ ଅପେକ୍ଷା କରେ । ତେଣୁ ଉକ୍ତ ପୂର୍ବବର୍ତୀ ଘଟଣାଟି ଦତ୍ତ ଘଟଣାଟିର କାରଣ ବୋଲି ଅଭିହିତ ହୁଏ ଏବଂ ଦତ୍ତ ଘଟଣାଟି ଉକ୍ତ କାରଣର କାର୍ଯ୍ୟ ବୋଲି ଗ୍ରହଣ କରାଯାଏ ।
ସୃଷ୍ଟିରେ କେବଳ ଗୁଡ଼ିଏ କାର୍ଯ୍ୟ-ଘଟଣା (effect-events) କିମ୍ବା କାରଣ-ଘଟଣା (cause-events) ରହିଛି ବୋଲି କହିବା ଆଦୌ ସମୀଚୀନ ନୁହେଁ । ଏକ ଦତ୍ତ ଘଟଣା ତତ୍ ସମ୍ବନ୍ଧିତ ପୂର୍ବବର୍ତୀ ଘଟଣାର କାର୍ଯ୍ୟ ହୋଇପାରେ ଏବଂ ସେହି କାର୍ଯ୍ୟଟି ଅନ୍ୟ ଏକ ସମ୍ବନ୍ଧରେ ତାହାର ପରବର୍ତ୍ତୀ ଘଟଣାର କାରଣ ମଧ୍ୟ ହୋଇପାରେ । ଯେପରି, କୌଣସି ଗୋଟିଏ ଲୋକ ଯଦି ମେଲେରିଆ ଜ୍ଵରରେ ଆକ୍ରାନ୍ତ ହୋଇ ଦୁର୍ବଳ ହୋଇପଡ଼ିଲେ, ତେବେ ଏଠାରେ ଲୋକଟିର ଦୁର୍ବଳତାର କାରଣ ହେଉଛି ମେଲେରିଆ ଜ୍ଵର ।
ପୁନଶ୍ଚ ସେହି ମେଲେରିଆ ଜ୍ଵରର ମଧ୍ୟ ଗୋଟିଏ କାରଣ ରହିଛି । ତାହା ହେଉଛି ଏନୋଫିଲିସ୍ ମଶାର ଦଂଶନ । ତେଣୁ ଏଠାରେ ଦେଖାଯାଉଛି ଯେ, ମେଲେରିଆ ଜ୍ଵର ପ୍ରଥମେ ଦୁର୍ବଳତାର କାରଣ ଏବଂ ପରେ ମଶା ଦଂଶନର କାର୍ଯ୍ୟଭାବରେ ଅଭିହିତ ହେଲା । ଏପରି କାର୍ଯ୍ୟ-କାରଣର ସଂପର୍କକୁ ସାପେକ୍ଷ ସଂପର୍କ ବୋଲି କୁହାଯାଏ । ସୁତରାଂ ଏଥିରୁ ଅନୁମିତ ହୁଏ ଯେ, ଏକ ନିର୍ଦ୍ଦିଷ୍ଟ ଘଟଣା ହୁଏତ କାହାର କାର୍ଯ୍ୟ ହୋଇପାରେ ଅଥବା କାରଣ ମଧ୍ୟ ହୋଇପାରେ ।
(ଖ) ଦତ୍ତ କାର୍ଯ୍ୟକୁ (effect) ଏକ ଘଟଣା ବୋଲି ଗ୍ରହଣ କରାଗଲେ ତାହା ସମୟ ପ୍ରବାହରେ ସର୍ବଦା ଏକ ପରିଣାମ ବା ବ୍ୟାପାର ବୋଲି ଅଭିହିତ ହୁଏ (The given event is always an event in time) – ପ୍ରକୃତିରେ ସର୍ବଦା ପରିବର୍ତ୍ତନ ହେଉଛି । ଯଦି ଏହି ପରିବର୍ତ୍ତନ ନ ହୁଅନ୍ତା ତାହେଲେ କାର୍ଯ୍ୟକାରଣ ସଂପର୍କର ପ୍ରଶ୍ନ ଆମ ମନରେ ଉତ୍ଥାପିତ ହୁଅନ୍ତା ନାହିଁ । ପ୍ରକୃତିରେ କୌଣସି ପରିବର୍ତ୍ତନ ଦେଖିଲେ ଆମେ ସେହି ପରିବର୍ତ୍ତନର କାରଣ ଜାଣିବାକୁ ଇଚ୍ଛା କରୁ । ଯେପରି ଦୁର୍ଭିକ୍ଷ ବା ବାତ୍ୟା ହେଲେ ଆମେ ତାହାର କାରଣ ଆବିଷ୍କାର କରିବାକୁ ଚେଷ୍ଟା କରୁ ।
(ଗ) କାରଣ କାର୍ଯ୍ୟର ପୂର୍ବବର୍ତ୍ତୀ ଘଟଣା (Cause is an antecedent of the effect) – ଦୁଇଟି ଘଟଣା ମଧ୍ୟରେ ଯେତେବେଳେ ଗୋଟିଏ ସଂପର୍କ ସ୍ଥାପନ କରାଯାଏ ସେତେବେଳେ ପୂର୍ବବର୍ତ୍ତୀ ଘଟଣାକୁ ‘କାରଣ’ କୁହାଯାଏ ଏବଂ ପରବର୍ତୀ ଘଟଣାକୁ ‘କାର୍ଯ୍ୟ’ ବୋଲି କୁହାଯାଏ । ଯେପରି ହଇଜା ରୋଗରେ ଆକ୍ରାନ୍ତ ହୋଇ ଯଦି କୌଣସି ଲୋକର ମୃତ୍ୟୁ ହୁଏ ତାହେଲେ ଏଠାରେ ହଇଜା ରୋଗ ‘କାରଣ’ ହେବ ଏବଂ ମୃତ୍ୟୁ ହେବ ‘କାର୍ଯ୍ୟ’ ।
(ଘ) କାରଣ କାର୍ଯ୍ୟର ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା (Cause is an invariable antecedent of the effect) – କାରଣ ହେଉଛି ପୂର୍ବବର୍ତ୍ତୀ ଘଟଣା; କିନ୍ତୁ ଯେକୌଣସି ପୂର୍ବବର୍ତ୍ତୀ ଘଟଣାକୁ କାରଣ କୁହାଯାଏ ନାହିଁ ଉଦାହରଣସ୍ୱରୂପ, ‘ଛେନା’ର ପୂର୍ବବର୍ତୀ ଘଟଣା ‘ଗଉଡ଼’, ‘ଗଉଡ଼ର ଦୁଧ ରଖୁବା ପାତ୍ର’ ଇତ୍ୟାଦି ହୋଇପାରେ । ମାତ୍ର ସେ ସମସ୍ତ ଛେନାର କାରଣ ନୁହନ୍ତି । ‘ଛେନା’ର କାରଣ ଦୁଗ୍ଧ ଅଟେ; କାରଣ ଦୁଧ ହେଉଛି ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା, ଯହିଁରେ ଛେନା ଲୁକ୍କାୟିତ ହୋଇ ରହିଥାଏ । ତେଣୁ ଏଥିରୁ ସ୍ପଷ୍ଟଭାବରେ ଜଣାଯାଏ ଯେ, କାରଣ କାର୍ଯ୍ୟର ସର୍ବଦା ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା ।
ଯେକୌଣସି ପୂର୍ବବର୍ତୀ ଘଟଣାକୁ କାରଣ ବୋଲି ମନେକଲେ କାର୍ଯ୍ୟକାରଣ ବିଚାରଣାରେ ଏକ ତର୍କଦୋଷ ସୃଷ୍ଟି ହୁଏ ତାହାକୁ ‘କାକତାଳୀୟ ଦୋଷ’ ବୋଲି କୁହାଯାଏ । ଯେପରି କୁଆଟିଏ ଉଡ଼ିଆସି ତାଳଗଛ ଉପରେ ବସିଲା ଏବଂ ବସିବା ସଙ୍ଗେ ସଙ୍ଗେ ତାଳଟି ପଡ଼ିଗଲା । ଏଠାରେ କାକଟିର ବସିବାକୁ ଯଦି ତାଳଟି ପଡ଼ିବାର କାରଣ ବୋଲି ଅନୁମାନ କରାଯାଏ ତାହେଲେ ଅନୁମାନଟି ‘କାକତାଳୀୟ ଦୋଷ’ ଯୁକ୍ତ ହେବ । ଯେହେତୁ କୁଆ ବସିବା ତାଳ ପଡ଼ିବାର ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ହୋଇ ନ ପାରେ ।
(ଙ) କାରଣ କାର୍ଯ୍ୟର ସର୍ବାନ୍ତରହୀନ ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା (Cause is the invariable unconditional antecedent of the effect) – ହ୍ୟୁମ୍ନଙ୍କ ମତରେ, କାରଣ ହେଉଛି କାର୍ଯ୍ୟର ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା । କିନ୍ତୁ କାର୍ପେଥ୍ ରୀଡ୍ ହ୍ୟୁମ୍ଙ୍କ ମତକୁ ସମାଲୋଚନା କରି ଦେଖାଇଛନ୍ତି ଯେ, ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା ହେଲେହେଁ ସବୁ ସମୟରେ ତାହାକୁ କାରଣ ବୋଲି କୁହାଯାଏ ନାହିଁ । ଯେପରି ଦିବସକୁ ରାତ୍ରିର କାରଣ ବା ରାତ୍ରିକୁ ଦିବସର କାରଣ ବୋଲି କୁହାଯାଏ ନାହିଁ, ଯଦିଓ ଏମାନେ ଗୋଟିଏ ଅନ୍ୟର ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା ।
ଦିନ ବା ରାତି କେହି କାହାରି କାରଣ ବା କାର୍ଯ୍ୟ ନୁହନ୍ତି । ଉଭୟହିଁ ଅନ୍ୟ ଗୋଟିଏ ଘଟଣା ଉପରେ ନିର୍ଭରଶୀଳ ଯେଉଁ ଘଟଣାଟି ହେଉଛି ପୃଥିବୀର ଆହ୍ନିକ ଗତି । ତେଣୁ ହ୍ୟୁମ୍ଙ୍କ ଉକ୍ତିଟିକୁ ସୁଧାରି ନେଇ ମିଲ୍ କହିଲେ ଯେ, ‘କାରଣ’ ହେଉଛି କାର୍ଯ୍ୟର ନିୟତ ଅପରିବର୍ତ୍ତନୀୟ ପୂର୍ବବର୍ତ୍ତୀ ଘଟଣା । ଅର୍ଥାତ୍ ଯେଉଁ ଅପରିବର୍ତ୍ତନୀୟ ପୂର୍ବବର୍ତୀ ଘଟଣା କାର୍ଯ୍ୟ ଘଟାଇବା ନିମନ୍ତେ ଅନ୍ୟ କୌଣସି ସର୍ଭ ବା ବିଧେୟ ଉପରେ ନିର୍ଭର କରେ ନାହିଁ ତାହାକୁ କାରଣ କୁହାଯାଇପାରେ ।
(ଚ) କାରଣ କାର୍ଯ୍ୟର ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା (Cause is the immediate antecedent of the effect) – ଯେଉଁ ଘଟଣାଟି କାର୍ଯ୍ୟର ଅବ୍ୟବହିତ ପୂର୍ବବର୍ତୀ ନୁହେଁ, ଅର୍ଥାତ୍ ବହୁ ଦୂରବର୍ତ୍ତୀ ତାହା କାରଣ ହୋଇ ନ ପାରେ । ଯେପରି, କୌଣସି ଗୋଟିଏ ଲୋକ ସାପ କାମୁଡ଼ାରେ ଦୁଇବର୍ଷ ପରେ ଯଦି ମୃତ୍ୟୁବରଣ କରେ, ତାହେଲେ ସାପ କାମୁଡ଼ାକୁ ଲୋକଟିର ମୃତ୍ୟୁର କାରଣ ବୋଲି କୁହାଯାଇ ପାରିବ ନାହିଁ ।
କାରଣ ସାପର କାମୁଡ଼ା ଏବଂ ମୃତ୍ୟୁ – ଏହି ଦୁଇଟି ମଧ୍ୟରେ ଯେଉଁ ଦୀର୍ଘ ବ୍ୟବଧାନ ସେ ସମୟ ମଧ୍ୟରେ ଏପରି କୌଣସି ଘଟଣା ଘଟିପାରେ ଯାହା କାର୍ଯ୍ୟଟି ସହିତ ସମ୍ବନ୍ଧଯୁକ୍ତ । ମାତ୍ର ଯଦି ଦେଖାଯାଏ ଯେ, ସାପ କାମୁଡ଼ିବାର ଅବ୍ୟବହିତ ପରେ ଲୋକଟିର ମୃତ୍ୟୁ ଘଟିଛି ଏବଂ ସାପର କାମୁଡ଼ା ଏବଂ ମୃତ୍ୟୁର ବ୍ୟବଧାନ ମଧ୍ୟରେ ଏପରି କିଛି ଘଟିନାହିଁ ଯାହା ମୃତ୍ୟୁର କାରଣ ସହିତ ସଂଯୁକ୍ତ ହୋଇପାରେ । ଅବ୍ୟବହିତ ହେବାର ଲକ୍ଷଣଟି ଲକ୍ଷଣରୁ ଲାଭ କରାଯାଇଥାଏ । ସୁତରାଂ ଗୁଣଗତ ଦୃଷ୍ଟିକୋଣରୁ କାରଣ ହେଉଛି କାର୍ଯ୍ୟର ଅପରିବର୍ତ୍ତନୀୟ ସର୍ତ୍ତାନ୍ତରହୀନ ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣା ।
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟଭାବରେ ଅନୁମିତ ହୁଏ ଯେ, ସମୀପବର୍ତୀ କାରଣ (Proximate cause) ଏବଂ ଦୂରବର୍ତ୍ତୀ କାରଣ (Remote cause) ଏହି ଦୁଇପ୍ରକାର କାରଣ ମଧ୍ୟରେ ଏକ ନ୍ୟାୟସଙ୍ଗତ ପାର୍ଥକ୍ୟ ରହିଛି । ସମୀପବର୍ତ୍ତୀ କାରଣ ହେଉଛି ଗୋଟିଏ ପ୍ରକାର କାରଣ ଯାହା ଅବ୍ୟବହିତଭାବରେ କିମ୍ବା ଅବିଳମ୍ବିତଭାବରେ କାର୍ଯ୍ୟ ଉତ୍ପନ୍ନ ନିମନ୍ତେ ସହାୟତା କରିପାରେ । ଉପରୋକ୍ତ ଉଦାହରଣରେ ‘ସାପ କାମୁଡ଼ିବା ଏବଂ ତତ୍କ୍ଷଣାତ୍ ମୃତ୍ୟୁ ହେବା’ ଏହା ହେଉଛି ସମୀପବର୍ତ୍ତୀ କାରଣ ।
ପ୍ରକାରାନ୍ତରେ ଦୂରବର୍ତ୍ତୀ କାରଣ ହେଉଛି ଏପରି ଏକ କାରଣ ଯାହା ଅତ୍ୟନ୍ତ ପରୋକ୍ଷଭାବରେ କିମ୍ବା ଦୂରନ୍ତଭାବରେ କାର୍ଯ୍ୟ ଉତ୍ପନ୍ନ ନିମନ୍ତେ ସହାୟତା ଦେଇଥାଏ ବା କାର୍ଯ୍ୟ ଉତ୍ପନ୍ନ କରିଥାଏ । ଉଦାହରଣସ୍ୱରୂପ, ଗୋଟିଏ ଦୋହଲୁଥିବା ଦୁର୍ବଳ କାନ୍ଥ ପାଖରେ ବ୍ୟକ୍ତିଟି ଠିଆ ହୋଇଥିଲା । ଅନ୍ୟଜଣେ ବ୍ୟକ୍ତି ସେହି କାନ୍ଥକୁ ଲକ୍ଷ୍ୟ କରି ବନ୍ଧୁକ ଫୁଟାଇଲା, ଯାହାଫଳରେ କାନ୍ଥଟି ପଡ଼ିଯିବାରୁ ଲୋକଟି ମୃତ୍ୟୁବରଣ କଲା । ଏଠାରେ ‘ମୃତ୍ୟୁ’ ହେଲା କାର୍ଯ୍ୟ, ତାହାର ସମୀପବର୍ତ୍ତୀ କାରଣ ହେଲା ‘କାନ୍ଥ ପଡ଼ିବା’ ଓ ଦୂରବର୍ତ୍ତୀ କାରଣ ହେଲା ‘ଉକ୍ତ କାନ୍ଥକୁ ଲକ୍ଷ୍ୟ କରି ବନ୍ଧୁକ ଫୁଟାଇବା’।
୬. କାରଣର ପରିମାଣାତ୍ମକ ସଂଜ୍ଞା (Quantitative marks of causation) ଲେଖ ।
Answer:
ପରିମାଣ ଦୃଷ୍ଟିକୋଣରୁ କାରଣ କାର୍ଯ୍ୟ ସହିତ ସମାନ । ଅର୍ଥାତ୍ କାରଣ ମଧ୍ୟରେ ଯେଉଁ ପରିମାଣର ବସ୍ତୁ (matter) ଓ ଶକ୍ତି (energy) ନିହିତ ଅଛି, କାର୍ଯ୍ୟ ମଧ୍ୟରେ ସେହି ପରିମାଣର ବସ୍ତୁ ଓ ଶକ୍ତି ମଧ୍ୟ ନିହିତ ରହିବା ବିଧେୟ । ବସ୍ତୁ ଓ ଶକ୍ତିର ଅବିନଶ୍ବରତାର ନିୟମ (Law of Conservation of Matter and Energy) ନାମକ ବୈଜ୍ଞାନିକ ନିୟମରୁ କାରଣର ଏହି ଲକ୍ଷଣଟି ଲାଭ କରିହୁଏ ।
ବସ୍ତୁ ଓ ଶକ୍ତିର ଅବିନଶ୍ବରତାର ନିୟମ ଅନୁସାରେ ବସ୍ତୁ ଓ ଶକ୍ତିର ହ୍ରାସବୃଦ୍ଧି ହୁଏ ନାହିଁ, କେବଳ ମାତ୍ର ରୂପାନ୍ତରୀକରଣ ହୁଏ ।
ଯେପରି ଦୁଇଗୁଣ ଉଦ୍ଜାନ (H ) ଓ ଏକଗୁଣ ଅମ୍ଳଜାନ (O) ନେଇ ଜଳ ତିଆରି କରାଗଲା । ଏଠାରେ ଉଦ୍ଜାନ୍ ଓ ଅମ୍ଳଜାନର ସ୍ୱରୂପର ପରିବର୍ତ୍ତନ ଘଟୁଛି; କିନ୍ତୁ ଜଳର ପରିମାଣ ଉଦ୍ଜାନ ଓ ଅମ୍ଳଜାନର ପରିମାଣ ସହ ସମାନ ରହିଛି । ଅନୁରୂପଭାବରେ ଶକ୍ତିର ମଧ୍ଯ ରୂପାନ୍ତରୀକରଣ ହୁଏ; ମାତ୍ର ପରିମାଣର କୌଣସି ହ୍ରାସବୃଦ୍ଧି ହୁଏ ନାହିଁ । ଯେପରି ବିଦ୍ୟୁତ୍, ଉତ୍ତାପ ପ୍ରଭୃତି ଶକ୍ତି ଗୋଟିକରୁ ଅନ୍ୟଟିକୁ ରୂପାନ୍ତରିତ ହେଉଛି; କିନ୍ତୁ ଏହି ରୂପାନ୍ତରୀକରଣ ଫଳରେ ଏମାନଙ୍କର ହ୍ରାସବୃଦ୍ଧି ହେଉ ନାହିଁ ।
‘କାରଣ’ ଯେତେବେଳେ କାର୍ଯ୍ୟରେ ପରିଣତ ହୁଏ ସେତେବେଳେ କାରଣ ମଧ୍ୟରେ ଯେଉଁ ପରିମାଣର ବସ୍ତୁ ଓ ଶକ୍ତି ନିହିତ ଥାଏ ଠିକ୍ ସେହି ପରିମାଣରେ ବସ୍ତୁ ଓ ଶକ୍ତି ‘କାର୍ଯ୍ୟ’ ମଧ୍ଯରେ ଦୃଷ୍ଟିଗୋଚର ହୁଏ । ସୁତରାଂ ପରିମାଣ ଦୃଷ୍ଟିକୋଣରୁ କାରଣ କାର୍ଯ୍ୟ ସହିତ ସମାନ ।
୭. କାରଣ ଓ ଉପକାରଣ (Cause and Condition) ସମ୍ବନ୍ଧରେ ଆଲୋଚନା କର ।
Answer:
‘କାରଣ’ର ସଂଜ୍ଞା ପ୍ରସଙ୍ଗରେ ମିଲ୍ କହିଛନ୍ତି, ‘‘କାରଣ ହେଉଛି କେତେକ ସଦର୍ଥକ ଉପକାରଣ ଓ କେତେକ ନଞର୍ଥକ ଉପକରଣର ସମଷ୍ଟି ।’’ ମିଲ୍ଙ୍କ ଏହି ଉକ୍ତିରୁ ବୁଝାଯାଉଛି ଯେ, ଉପକାରଣ କାରଣର ଗୋଟିଏ ବିଶେଷ ଅଙ୍ଗ । ‘ଉପକାରଣ’ କାରଣର ଗୋଟିଏ ବିଷୟ ବା ଘଟଣା ଯାହା କାର୍ଯ୍ୟ ଉତ୍ପାଦନରେ କାରଣ ନିମନ୍ତେ ଏକାନ୍ତଭାବରେ ପ୍ରୟୋଜନ । କାର୍ପେଥ୍ ରୀଡ଼ଙ୍କ ମତରେ, ଉପକାରଣ ହେଉଛି ଦୁଇପ୍ରକାର; ଯଥା – (୧) ସଦର୍ଥକ ଉପକାରଣ ଏବଂ (୨ ) ନଞର୍ଥକ ଉପକାରଣ (Positive and Negative conditions) ।
ଯେଉଁ ଉପକାରଣକୁ ବାଦ୍ ଦେଲେ କାର୍ଯ୍ୟ ସୃଷ୍ଟି ହେବାରେ ବ୍ୟାଘାତ ଘଟେ, ତାହାକୁ ସଦର୍ଥକ ଉପକାରଣ କୁହାଯାଏ ଏବଂ ଯେଉଁ ଉପକାରଣକୁ କାରଣ ମଧ୍ୟରେ ଅନ୍ତର୍ଭୁକ୍ତ କଲେ କାର୍ଯ୍ୟ ସଂଘଟିତ ହୋଇପାରେ ନାହିଁ, ତାହାକୁ ନଞର୍ଥକ ଉପକାରଣ କୁହାଯାଏ । ଧରାଯାଉ, ଗୋଟିଏ ଲୋକ ପାଣିରେ ବୁଡ଼ିମଲା । ଏଠାରେ ପାଣିରେ ବୁଡ଼ିଯିବା ଲୋକଟିର ଶାରୀରିକ ଦୁର୍ବଳତା, ଜଳର ଗଭୀରତା ପ୍ରଭୃତି ସଦର୍ଥକ ଉପକାରଣ।
ଏହି ଉପକାରଣଗୁଡ଼ିକ ଉପସ୍ଥିତ ଥିବାରୁ କାର୍ଯ୍ୟଟି ସଂଘଟିତ ହୋଇଛି; କିନ୍ତୁ ଲୋକଟି ଯଦି ପହଁରି ଜାଣିଥା’ନ୍ତା ବା ଲୋକଟିକୁ ରକ୍ଷାକଲାଭଳି କୌଣସି ଲୋକ ସେଠାରେ ଉପସ୍ଥିତ ଥାଆନ୍ତା ତାହେଲେ ଲୋକଟି ବଞ୍ଚିଯାଇଥା’ନ୍ତା । ସୁତରାଂ ଲୋକଟିର ପହଁରି ଜାଣି ନଥିବା ଗୁଣ, ରକ୍ଷାକାରୀ ଲୋକର ଅନୁପସ୍ଥିତି ହେଉଛି ନଞର୍ଥକ ଉପକାରଣ । ଯେହେତୁ ଏମାନଙ୍କର ଅନୁପସ୍ଥିତି ମୃତ୍ୟୁରୂପକ କାର୍ଯ୍ୟ ଉତ୍ପାଦନରେ ସହାୟତା କରିଛି । ତେଣୁ ଲୋକଟିର ମୃତ୍ୟୁର କାରଣ ହେଉଛି ପୂର୍ବୋକ୍ତ ସଦର୍ଥକ ଓ ନଞର୍ଥକ ଉପକାରଣର ସମଷ୍ଟି ।
ଲୌକିକ ବା ବ୍ୟାବହାରିକ ଜୀବନରେ ‘କାରଣ’ କହିଲେ ଆମେ କାରଣର କୌଣସି ଏକ ନିର୍ଦ୍ଦିଷ୍ଟ ଉପକାରଣ ଯାହାକୁ ଅବ୍ୟବହିତଭାବରେ ଆମେ କାର୍ଯ୍ୟର କାରଣ ବୋଲି ଧରିନେଇଥାଉ । ଯେପରି କୌଣସି ଏକ ଲୋକ ନିଶୁଣି ଚଢ଼ୁ ଚଢ଼ୁ ଅଧାରୁ ଖସି ତଳେ ପଡ଼ି ମୃତ୍ୟୁବରଣ କଲେ ଆମେ ହଠାତ୍ କହିଥାଉ ଯେ, ନିଶୁଣିର ଅଧାରୁ ଲୋକଟିର ଗୋଡ଼ ଖସିଯିବାହିଁ ତା ମୃତ୍ୟୁର କାରଣ । ମାତ୍ର ଏପରି କହିବା ସମୀଚୀନ ନୁହେଁ । କାରଣ, ଏଠାରେ ‘କାରଣ’ କହିଲେ କେବଳ ମାତ୍ର ଗୋଡ଼ ଖସିଯିବାକୁ ବୁଝାଏ ନାହିଁ । ଏହା ମାତ୍ର ଏକ ଉପକାରଣ । ଏହି କାର୍ଯ୍ୟର (ମୃତ୍ୟୁର) କାରଣ କହିଲେ ଲୋକଟିର ଗୋଡ଼ ଖସିଯିବା, ଲୋକଟି କେତେ ଉଚ୍ଚତାରୁ ପଡ଼ିଲା, ଲୋକଟିର ଓଜନ, ତାଙ୍କୁ ପଡ଼ୁ ପଡ଼ୁ ଧରି ରଖିପାଇଁ ଅନ୍ୟ କୌଣସି ଲୋକର ଅନୁପସ୍ଥିତି ଇତ୍ୟାଦି ହେବ।
ଏ ପ୍ରସଙ୍ଗରେ ମନେରଖୁ ଉଚିତ ଯେ, କୌଣସି ଗୋଟିଏ କାରଣର ବିଶ୍ଳେଷଣ କଲେ ଅସଂଖ୍ୟ ନଞର୍ଥକ ଓ ସଦର୍ଥକ ଉପକାରଣମାନ ଦେଖାଯାଇପାରେ ଯାହା ବର୍ଣ୍ଣନା କରି ଶେଷ କରି ହେବ ନାହିଁ । ତେଣୁ ଯେଉଁ ଉପକାରଣଗୁଡ଼ିକ ପ୍ରୟୋଜନୀୟ ଏବଂ ଅବ୍ୟବହିତ ପୂର୍ବବର୍ତ୍ତୀ ଘଟଣାର ଅନ୍ତର୍ଭୁକ୍ତ କେବଳ ସେଗୁଡ଼ିକୁ ଉଲ୍ଲେଖ କରିବାହିଁ ଯୁକ୍ତିଯୁକ୍ତ ।
୮. କାରଣ ଓ ଉପକାରଣ : ପର୍ଯ୍ୟାପ୍ତ ଉପକାରଣ ଏବଂ ଆବଶ୍ୟକ ଓ ପର୍ଯ୍ୟାପ୍ତ ଉପକାରଣ (Cause as sufficient condition and as necessary and sufficient condition) ସମ୍ବନ୍ଧରେ ଆଲୋଚନା କର ।
Answer:
କାର୍ଯ୍ୟକାରଣ ସମ୍ବନ୍ଧକୁ ଅନେକ ତାର୍କିକ ପ୍ରାକଳ୍ପିକ ତର୍କବଚନରେ ପ୍ରକାଶ କରିଥା’ନ୍ତି । A ଯଦି B ର କାରଣ ହୁଏ, ତାହେଲେ A ଓ B ସମ୍ବନ୍ଧ ସୂଚକ ତର୍କବଚନଟି ‘If A then B’ ରୂପେ ପ୍ରକାଶ କରାଯାଇଥାଏ । ପ୍ରତୀକାତ୍ମକ ତର୍କଶାସ୍ତ୍ରରେ ‘If … then….’ ଯୋଜକ ସମ୍ପନ୍ନ ତର୍କବଚନକୁ → (ତୀର) ଚିହ୍ନଦ୍ୱାରା ସଂକ୍ଷେପ କରାଯାଇଥାଏ । ତଦନୁସାରେ If A … then B ତର୍କବଚନଟିକୁ ‘A → B’ ରୂପେ ଲେଖାଯାଏ । ତାହେଲେ ଯେକୌଣସି ପ୍ରାକଳ୍ପିକ ତର୍କବଚନର ସାଧାରଣ ଆକାର ‘p → q’
ହେବ ।
ଉଲ୍ଲିଖତ ଯୁକ୍ତିରେ କାରଣକୁ କାର୍ଯ୍ୟର ପୂର୍ବଗ (antecedent) ଓ କାର୍ଯ୍ୟକୁ କାରଣର ଅନୁଗ (consequent) ବୋଲି ବିବେଚନା କରାଯାଏ । ତେଣୁ କାର୍ଯ୍ୟକାରଣ ପ୍ରକାଶକ ତର୍କବଚନ ପ୍ରାକଳ୍ପିକ ତର୍କବଚନର ରୂପ ବା ଆକାର ଧାରଣ କରିଥାଏ । କାର୍ଯ୍ୟକାରଣ ସମ୍ବନ୍ଧ ନିୟମାନୁମୋଦିତ ଘଟଣା ପରସ୍ପରର ଉଦାହରଣ ଏହି ନିୟମର କାରଣିକ (causal) ନିୟମ । ଯେଉଁ ଜାତୀୟ ତର୍କବଚନରେ ନିୟମ ବ୍ୟକ୍ତ ହୁଏ, ସେହି ତର୍କବଚନର ଆକାର ପ୍ରାକଳ୍ପିକ ବୋଲି ଅନେକେ ମନେକରନ୍ତି । ପୁନଶ୍ଚ ପ୍ରାକଳ୍ପିକ ତର୍କବଚନଦ୍ୱାରା ସର୍ଭାଧୀନ ସମ୍ବନ୍ଧ ମଧ୍ଯ ବ୍ୟକ୍ତ ହୁଏ; ମାତ୍ର ସର୍ଭ ବିରହିତ ନିୟମ ବ୍ୟକ୍ତ ହୁଏ ନାହିଁ । ତେଣୁ କାରୁଣିକ ନିୟମାଧୀନ ଦୁଇଟି ଘଟଣା ମଧ୍ୟରେ ଉପକାରଣର ସମ୍ବନ୍ଧ ଥାଏ ।
ବର୍ତ୍ତମାନ ପ୍ରଶ୍ନ ହେଉଛି ଯେ, କାରଣ ନିର୍ଦ୍ଦିଷ୍ଟ କାର୍ଯ୍ୟର କେଉଁଭଳି ଉପକାରଣ ? ସାଧାରଣଭାବେ ଉପକାରଣଗୁଡ଼ିକ କାର୍ଯ୍ୟର କାରଣଭାବେ ପରିଚିତ ହେବାକୁ ହେଲେ ତାହା ଆବଶ୍ୟକ ଓ ପର୍ଯ୍ୟାପ୍ତ – ଏହି ଦୁଇଭାଗରେ ପରିଚିତ ହେବା ଉଚିତ । ଯଦି ‘କ’ ନ ଘଟିଲେ ‘ଖ’ ଘଟେ ନାହିଁ; କିନ୍ତୁ ‘କ’ ଘଟିପାରେ ମଧ୍ଯ ‘ଖ’ ନ ଘଟିପାରେ, ତେବେ ‘କ’ କୁ ‘ଖ’ର ଆବଶ୍ୟକ ଉପକାରଣ କୁହାଯାଏ । ‘କ’ର ଅଘଟଣ ବା ନ ଘଟିବାକୁ ପ୍ରତୀକଦ୍ବାରା ~ କ ରୂପେ ପ୍ରକାଶ କରାଯାଇଥାଏ । ଅନୁରୂପଭାବରେ ଆମେ ~ ଖ ପାଇପାରୁ । ବର୍ତ୍ତମାନ ~ କ ଯଦି ଗୋଟିଏ ପ୍ରାକୃତିକ ତର୍କବଚନର ପୂର୍ବଗ ହୁଏ ଓ ~ ଖ ଟି ତାହାର ଅନୁଗ ହୁଏ, ତାହାଲେ ~ କ → ଖ ତର୍କବଚନଟି କ ଯେ ଖ ର ଆବଶ୍ୟକ ଉପକାରଣ ଏହି କଥାଟି ପ୍ରକାଶ କରୁଛି ।
ଯେପରି ଅଗ୍ନି ସଂଯୋଗ ନ ଘଟିଲେ ଧୂମ ସୃଷ୍ଟି ହୁଏ ନାହିଁ । ଯେପରି ଅମ୍ଳଜାନ ନଥିଲେ ଦହନ କ୍ରିୟା ଅସମ୍ଭବ ହୁଅନ୍ତା, ଅର୍ଥାତ୍ ଅଗ୍ନିସଂଯୋଗ ଧୂମ ସୃଷ୍ଟିର ଆବଶ୍ୟକ ଉପକାରଣ । ପୁଣି ଅମ୍ଳଜାନର ଉପସ୍ଥିତି ଦହନ କ୍ରିୟାର ଆବଶ୍ୟକ ଉପକାରଣ । ସଂକ୍ଷେପରେ ଆମେ ‘ ∞ p → q’ ତର୍କବଚନ ଆବଶ୍ୟକ ଉପକାରଣକୁ ବ୍ୟକ୍ତ କରେ ବୋଲି ମନେକରୁ । ତାହେଲେ ପ୍ରଦତ୍ତ ଉଦାହରଣ ଦୁଇଟିରୁ ଆମର ମନେରଖୁବା ଉଚିତ ଯେ, ଅଗ୍ନି ସଂଯୋଗ ହେଲେ ମଧ୍ୟ ଧୂମ ସୃଷ୍ଟି ନ ହୋଇ ମଧ୍ୟ ପାରେ; ଯଥା – ଗ୍ୟାସ୍ ଚୁଲାରେ ଅଗ୍ନି ସଂଯୋଗ ହେଲେ ମଧ୍ୟ ଧୂମ ସୃଷ୍ଟି ହୁଏ ନାହିଁ । ପୁନଶ୍ଚ ଯଦି କେହି ଅଗ୍ନି ସଂଯୋଗ ନ କରେ, ତାହେଲେ ଅମ୍ଳଜାନ ଥିଲେ ମଧ୍ୟ ଯେ ଦହନ କ୍ରିୟା ସଂଘଟିତ ହେବ ତାହା ମଧ୍ୟ କୁହାଯାଇ ନ ପାରେ ।
ମାତ୍ର ଯଦି ଅମ୍ଳଜାନ ନଥାଏ, ତାହେଲେ ଅଗ୍ନିସଂଯୋଗ କଲେ ମଧ୍ୟ ଦହନକ୍ରିୟା ସଂଘଟିତ ହୋଇପାରିବ ନାହିଁ । ଏହା ହେଉଛି ଉପକାରଣର ଆବଶ୍ୟକତାର ତାତ୍ପର୍ଯ୍ୟ । ଏତଦ୍ବ୍ୟତୀତ ଏକା ଘଟଣାର ଏକାଧିକ ଆବଶ୍ୟକ ଉପକାରଣ ଥାଇପାରେ । ଯେପରି ଅଗ୍ନିସଂଯୋଗ ଓ ଆର୍ଦ୍ର ଇନ୍ଧନ – ଏହି ଦୁଇ ଘଟଣା ଧୂମ ସୃଷ୍ଟିର ଆବଶ୍ୟକ ଉପକାରଣ ରୂପେ ପରିଗଣିତ ହୋଇପାରେ ।
ବର୍ତ୍ତମାନ ପର୍ଯ୍ୟାପ୍ତ ଉପକାରଣ (Sufficient condition) ବିଷୟରେ ଆଲୋଚନା କରାଯାଉ । ଧରାଯାଉ ‘କ ଓ ଖ’ର ସମ୍ବନ୍ଧ ଏପରି ଯେ ‘କ’ ଘଟିଲେ ‘ଖ୍’ ମଧ୍ୟ ଘଟେ, ଯଦିଓ ‘କ’ ନ ଘଟିଲେ ମଧ୍ୟ ‘ଖ’ ଘଟିପାରେ । ଏ କ୍ଷେତ୍ରରେ ‘କ’, ‘ଖ’ର ପର୍ଯ୍ୟାପ୍ତ ଉପକାରଣ । ପ୍ରତୀକାତ୍ମକଭାବରେ ଉପକାରଣଟି ‘କ’ → ‘ଖ’ ରୂପେ ବ୍ୟକ୍ତ କରାଯାଇପାରେ । ଧରାଯାଉ, ବିଷପାନରେ ମୃତ୍ୟୁ ହେଲା । ଏଠାରେ ‘ବିଷପାନ’ ‘ମୃତ୍ୟୁ’ର ପର୍ଯ୍ୟାପ୍ତ ଉପକାରଣ; କିନ୍ତୁ କେହି ବିଷପାନ ନ କଲେ ମଧ୍ୟ ଅନ୍ୟ କାରଣରୁ ତାହାର ମୃତ୍ୟୁ ହୋଇପାରେ । ଅର୍ଥାତ୍ ଏଠାରେ ବିଷପାନ ନିର୍ଦ୍ଦିଷ୍ଟଭାବରେ ମୃତ୍ୟୁ ନିମନ୍ତେ ପର୍ଯ୍ୟାପ୍ତ ନୁହେଁ । ଅନ୍ୟ କୌଣସି ପର୍ଯ୍ୟାପ୍ତ ଉପକାରଣ ମୃତ୍ୟୁର କାରଣ ହୋଇପାରେ ।
ଯେପରି କୌଣସି ଦୁରାରୋଗ୍ୟ ବ୍ୟାଧ୍ ବା ବିମାନ ଦୁର୍ଘଟଣା ଇତ୍ୟାଦି ମୃତ୍ୟୁର କାରଣ ମଧ୍ୟ ହୋଇପାରେ । ବର୍ତ୍ତମାନ ପ୍ରଶ୍ନ ହେଉଛି କାରଣ କାର୍ଯ୍ୟର ପର୍ଯ୍ୟାପ୍ତ ଉପକାରଣ ନା ଆବଶ୍ୟକ ଉପକାରଣ ନା ପର୍ଯ୍ୟାପ୍ତ – ଆବଶ୍ୟକ ଉପକାରଣ ? ପର୍ଯ୍ୟାପ୍ତ – ଆବଶ୍ୟକ ଉପକାରଣର (sufficient & necessary condition) ନିମ୍ନଲିଖ୍ ବ୍ୟାଖ୍ୟା ଦିଆଯାଇପାରେ । କ ଓ ଖ ନାମକ ଦୁଇଟି ଘଟଣା ଏପରିଭାବରେ ସମ୍ବନ୍ଧିତ ଯେ, ‘କ’ ଘଟିଲେ ‘ଖ’ ଘଟେ ଏବଂ ‘କ’ ନ ଘଟିଲେ ‘ଖ’ ଘଟେ ନାହିଁ । ଅନୁରୂପ କ୍ଷେତ୍ରରେ ଆମେ କହିବୁ ଯେ ‘କ’ ‘ଖ’ର ପର୍ଯ୍ୟାପ୍ତ ଓ ଆବଶ୍ୟକ ଉପକାରଣ । ଅର୍ଥାତ୍ –
~ କ → ~ ଖ
କ → ଖ
ଏହି ଉଭୟ ପ୍ରାବନ୍ଧିକ ଆକାରଦ୍ୱାରା ‘କ’ ଓ ‘ଖ’ ସମ୍ବନ୍ଧକୁ ବ୍ୟକ୍ତ କରିହେବ । ଆମେ ଜାଣୁ ଯେ ଅଗ୍ନି ସଂଯୋଗ ଧୂମ ସୃଷ୍ଟିର ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣ, ତାହେଲେ ଏଥୁରୁ କ’ଣ ବୁଝୁ । ଓଦା କାଠରେ ଅଗ୍ନିସଂଯୋଗ କଲେ ଧୂମ ସୃଷ୍ଟି ହୁଏ ଏବଂ ଯଦି ଓଦା କାଠରେ ଅଗ୍ନିସଂଯୋଗ ନ କରାଯାଏ ତାହେଲେ ଅନ୍ୟ କୌଣସିଭାବରେ ଧୂମସୃଷ୍ଟି କରିହୁଏ ନାହିଁ । ତେଣୁ କହିବୁ ଯେ, ଓଦା କାଠରେ ଅଗ୍ନିସଂଯୋଗ ଧୂମ ସୃଷ୍ଟିର ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣ । କାରଣ ଅନୁସନ୍ଧାନ କ୍ଷେତ୍ରରେ ଅପ୍ରୟୋଜନୀୟ କୌଣସି ଘଟଣାକୁ ଅପସାରିତ କରିବାକୁ ହେଲେ ଆବଶ୍ୟକ ଉପକାରଣ ପ୍ରୟୋଜନ ।
ପୁଣି କୌଣସି ଘଟଣାର ସଂଘଟନ କାମ୍ ହେଲେ ସେହି ଘଟଣାର କାରଣଭାବରେ ପର୍ଯ୍ୟାପ୍ତ ଉପକାରଣ ବୁଝାଯାଏ । ତେଣୁ କାରଣର ପୂର୍ଣ୍ଣାଙ୍ଗ ସଂଜ୍ଞା ଦେବାକୁ ହେଲେ ଉଭୟ ପ୍ରକାର ଉପକାରଣର ଉଲ୍ଲେଖ ଥିବା ଆବଶ୍ୟକ ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣର ଉପସ୍ଥିତିରେ କାର୍ଯ୍ୟ ଘଟେ; ମାତ୍ର ଅନୁପସ୍ଥିତିରେ କାର୍ଯ୍ୟ ଘଟେ ନାହିଁ । ତେଣୁ କୁହାଯାଏ ଯେ, ଗୋଟିଏ କାର୍ଯ୍ୟର ମାତ୍ର ପର୍ଯ୍ୟାପ୍ତ ଆବଶ୍ୟକ ଉପକାରଣ ଥାଇପାରେ ।
ଅଥବା ପର୍ଯ୍ୟାପ୍ତ-ଆବଶ୍ୟକ ଉପକାରଣ ହେଉଛି ଯାବତୀୟ ଆବଶ୍ୟକ ଉପକାରଣର ସମଷ୍ଟି । ‘- କ → ~ ଖ’ ବ୍ୟକ୍ତ କରେ ଯେ ‘କ’, ‘ଖ’ର ଆବଶ୍ୟକ ଉପକାରଣ । ପୁଣି ‘କ’ → ‘ଖ’ ବ୍ୟକ୍ତ କରେ ଯେ ‘କ’, ‘ଖ’ର ପର୍ଯ୍ୟାପ୍ତ ଉପକାରଣ । ଏଠାରେ ‘କ’ ‘ଖ’କୁ ବିପରୀତାବର୍ତ୍ତନ (contrapositive) କଲେ ଆମେ ‘~ ଖ → ~ କ’ ପାଉ । ‘~ ଖ → ~ କ’ ବ୍ୟକ୍ତ କରେ ଯେ ‘~ ଖ → କ’ର ଆବଶ୍ୟକ ଉପକାରଣ । ଅର୍ଥାତ୍ – ‘କ’ ‘ଖ’ ଏବଂ ‘~ ଖ → ~ କ’ର ଆବଶ୍ୟକ ଉପକାରଣ । ଅର୍ଥାତ୍ ‘~ କ’ ‘ଖ’ ‘~ ଖ → ~ କ’ ଯୁଗ୍ମଭାବରେ ଯାବତୀୟ ଆବଶ୍ୟକ ଉପକାରଣର ସମଷ୍ଟି ।
କାରଣକୁ ପର୍ଯ୍ୟାପ୍ତ ଉପକାରଣ କହିଲେ ବହୁକାରଣବାଦ ହୁଏ । ପର୍ଯ୍ୟାପ୍ତ ଉପକାରଣ ଅନୁଯାୟୀ ‘କ’ ନ ଘଟିଲେ ‘ଖ’ ଅନ୍ୟ କାରଣରୁ ଘଟିପାରେ । ଯଥା – ଯଦି ବିଷପାନରେ ମୃତ୍ୟୁ ନ ଘଟେ, ତାହା ବିମାନ ଦୁର୍ଘଟଣାରେ ଘଟିପାରେ । ଅର୍ଥାତ୍ ପର୍ଯ୍ୟାପ୍ତ ଉପକାରଣବାଦୀମାନେ ବିକଳ୍ପ କାରଣବାଦୀ; କିନ୍ତୁ ଯେଉଁମାନେ କାରଣକୁ କାର୍ଯ୍ୟର ପର୍ଯ୍ୟାପ୍ତ-ଆବଶ୍ୟକ ଉପକାରଣଭାବରେ ଗ୍ରହଣ କରନ୍ତି ସେମାନେ ଏକକାରଣବାଦୀ । ସେମାନଙ୍କ ମତରେ, ଗୋଟିଏ କାର୍ଯ୍ୟର ଏକାଧ୍ଵକ କାରଣ ଥାଇ ନ ପାରେ । ମିଲ୍ ପ୍ରଦତ୍ତ କାରଣର ବିଖ୍ୟାତ ସଂଜ୍ଞାଟି ପର୍ଯ୍ୟାପ୍ତ ଉପକାରଣକୁ ବ୍ୟକ୍ତ କରିଥାଏ । ସେଥିରେ କୁହାଯାଇଛି ଯେ, କାର୍ଯ୍ୟ କାରଣର ନିୟତ ଅନୁଗ ।
୯. ବହୁକାରଣବାଦ (The Doctrine of Plurality of Causes) ଆଲୋଚନା କର ।
Answer:
ବହୁକାରଣବାଦ ଅନୁସାରେ ଏକା କାର୍ଯ୍ୟ ବିଭିନ୍ନ ଅବସ୍ଥାରେ ବିଭିନ୍ନ କାରଣଦ୍ବାରା ଉତ୍ପନ୍ନ ହୋଇପାରେ । ତାର୍କିକ ମିଲ୍ ଏବଂ ବେନ୍ ଏହି ବହୁକାରଣବାଦକୁ ସମର୍ଥନ କରିଛନ୍ତି । ମିଲ୍ କହନ୍ତି, ‘‘ଗୋଟିଏ ଘଟଣା ବିଭିନ୍ନ କାରଣଦ୍ବାରା ଉତ୍ପନ୍ନ ହୋଇପାରେ ।’’ ବେନ୍ କହନ୍ତି, ‘ଏକା କାରଣ ସବୁ ସମୟରେ ଏକାକାର୍ଯ୍ୟ ଉତ୍ପନ୍ନ କରେ ।’’ କାର୍ଯ୍ୟକାରଣ ନିୟମର ଏହି କଥାଟି ସତ୍ୟ; କିନ୍ତୁ ଏହାର ବିପରୀତ ନିୟମଟି ସତ୍ୟ ନୁହେଁ । ଅନେକ ସମୟରେ ଦେଖାଯାଏ ଯେ, ଏକାକାର୍ଯ୍ୟ ବିଭିନ୍ନ କାରଣଦ୍ୱାରା ଏହି କାର୍ଯ୍ୟଟି କୌଣସି ସମୟରେ ବିଷପାନ, କୌଣସି ସମୟରେ ଦୁର୍ଘଟଣା, କୌଣସି ସମୟରେ ହଇଜା ପ୍ରଭୃତି କାରଣଦ୍ଵାରା ଘଟିପାରେ ।
ବହୁକାରଣବାଦର ଅର୍ଥ ଏହା ନୁହେଁ ଯେ, ଗୋଟିଏ କାରଣ ବହୁ ଉପକାରଣର ସମଷ୍ଟି । ବହୁକାରଣବାଦ ‘ବହୁକାରଣର ସମନ୍ବୟ’ (conjunction of causes) ଠାରୁ ପୃଥକ୍ । ବହୁକାରଣବାଦ ଅନୁସାରେ ଏକାକାର୍ଯ୍ୟ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣଦ୍ୱାରା ସୃଷ୍ଟି ହୋଇପାରେ । ପୁନଶ୍ଚ ବହୁକାରଣ ସମନ୍ଵୟ ଅନୁସାରେ ଅନେକଗୁଡ଼ିଏ କାରଣ ଏକତ୍ର ସଂଯୁକ୍ତ ହୋଇ ଗୋଟିଏ କାର୍ଯ୍ୟ ସୃଷ୍ଟି କରିଥାଏ । ଯେପରି ଘରେ ଚାରୋଟି ୬୦ ପାୱାର ବିଜୁଳି ଆଲୁଅ ଏକାସହିତ ଜଳିଲେ ଆମେ ୨୪୦ ପାୱାର ଆଲୋକ ଦେଖିବାକୁ ପାଉ ।
ସମାଲୋଚନା (Criticism) – ‘ବହୁକାରଣବାଦ’ ନୀତିଟି ଲୌକିକ ଦୃଷ୍ଟିକୋଣରୁ ଅନେକ ସମୟରେ ସତ୍ୟ ବୋଲି ମନେହେଲେ ମଧ୍ୟ ବିଜ୍ଞାନସମ୍ମତ ନୁହେଁ । ନିମ୍ନୋକ୍ତ କାରଣରୁ ବହୁକାରଣବାଦକୁ ସମର୍ଥନ କରିହୁଏ ନାହିଁ ।
ପ୍ରଥମତଃ, ବହୁକାରଣବାଦ ‘କାର୍ଯ୍ୟ’ର ସ୍ବରୂପ ସମ୍ପର୍କରେ ଭ୍ରାନ୍ତ ଧାରଣା ଉପରେ ପ୍ରତିଷ୍ଠିତ । ବହୁକାରଣବାଦ ଅନୁସାରେ ଏକା କାର୍ଯ୍ୟ ବିଭିନ୍ନ କାରଣଦ୍ବାରା ଉତ୍ପନ୍ନ ହୋଇପାରେ; କିନ୍ତୁ ପ୍ରକୃତରେ ବିଭିନ୍ନ କାରଣଦ୍ୱାରା ସୃଷ୍ଟ କାର୍ଯ୍ୟଗୁଡ଼ିକର ସ୍ଵରୂପ ଏକା ନୁହେଁ । ‘କାରଣ’ ଯେପରି କେତେଗୁଡ଼ିଏ ଉପକାରଣର ସମଷ୍ଟି, ‘କାର୍ଯ୍ୟ’ ମଧ୍ୟ କେତେଗୁଡ଼ିଏ ଘଟଣାର ସମଷ୍ଟି । ଧରାଯାଉ, ‘ମୃତ୍ୟୁ’ ହେଲା ‘କାର୍ଯ୍ୟ’ । ବହୁକାରଣବାଦୀମାନଙ୍କ ମତରେ, ମୃତ୍ୟୁର ବହୁକାରଣ ହୋଇପାରେ; ଯଥା – ବିଷପାନ, ଦୁର୍ଘଟଣା, ହଇଜା ଇତ୍ୟାଦି ।
କିନ୍ତୁ ବିଶ୍ଳେଷଣ କଲେ ଦେଖାଯିବ ଯେ, ଯଦିଓ ପ୍ରତ୍ୟେକ କ୍ଷେତ୍ରରେ ‘ମୃତ୍ୟୁ’ ହେଉଛି ‘କାର୍ଯ୍ୟ’ ତଥାପି ବିଷପାନ ଫଳରେ ଯେଉଁ ମୃତ୍ୟୁ ହେଉଛି ତହିଁର ଉପସର୍ଗମାନ ହଇଜାଦ୍ୱାରା ଆକ୍ରାନ୍ତ ହୋଇ ମୃତ୍ୟୁ ଉପସର୍ଗମାନ ସହ ସମାନ ନୁହେଁ, ମାତ୍ର ଭିନ୍ନ ଅଟେ ଏବଂ ଠିକ୍ କେଉଁ କାରଣରୁ ମୃତ୍ୟୁ ହୋଇଛି ତାହା ଶବ ବ୍ୟବଚ୍ଛେଦ ସାହାଯ୍ୟରେ ଜଣାଯାଏ । ‘କାର୍ଯ୍ୟ’କୁ ସାଧାରଣ ଭାବରେ ଗ୍ରହଣ ନ କରି ଯଦି ବିଶେଷଭାବରେ (Specialising the effect) ଗ୍ରହଣ କରାଯାଏ, ତାହେଲେ ବହୁକାରଣବାଦ ଭ୍ରାନ୍ତବୋଲି ପ୍ରମାଣିତ ହେବ ।
‘କାରଣ’କୁ ବିଶେଷଭାବରେ ଗ୍ରହଣ କଲେ ‘କାର୍ଯ୍ୟ’କୁ ମଧ୍ୟ ବିଶେଷଭାବରେ ଗ୍ରହଣ କରାଯିବା ଉଚିତ । ଯେତେବେଳେ କହୁ ମୃତ୍ୟୁର କାରଣ ବିଷପାନ, ଦୁର୍ଘଟଣା, ହଇଜା ଇତ୍ୟାଦି, ସେତେବେଳେ ଦୁର୍ଘଟଣାଜନିତ ମୃତ୍ୟୁ ଯେଉଁ ଯେଉଁ ସଦର୍ଥକ ଓ ନଞର୍ଥକ ଉପକାରଣର ସମଷ୍ଟିରୁ ସୃଷ୍ଟ ତାହା ବିଷପାନଜନିତ ମୃତ୍ୟୁବେଳେ ଉପସ୍ଥିତ ଥିବା ସଦର୍ଥକ ଏବଂ ନଞର୍ଥକ ଉପକାରଣମାନଙ୍କର ସମଷ୍ଟିଠାରୁ ଭିନ୍ନ ଅଟେ । ତେଣୁ ଆମେ ଉଭୟ କ୍ଷେତ୍ରରେ ମୃତ୍ୟୁକୁ ଏକ ଏବଂ ସମାନ ମୃତ୍ୟୁ ବୋଲି ତର୍କସମ୍ମତଭାବରେ କିଭଳି କହିପାରିବା ?
ଦ୍ବିତୀୟତଃ, ‘କାର୍ଯ୍ୟ’କୁ ସାଧାରଣ ଭାବରେ ନିଆଗଲେ ‘କାରଣ’କୁ ମଧ୍ୟ ସାଧାରଣଭାବରେ (Generalising the cause) ନେବା ଉଚିତ । ଯେତେବେଳେ କହୁ ମୃତ୍ୟୁରୂପୀ ‘କାର୍ଯ୍ୟ’ଟି ବିଭିନ୍ନ କାରଣଦ୍ଵାରା ଘଟିପାରେ; ଯଥା – ବିଷପାନ, ହଇଜା ଇତ୍ୟାଦି ସେତେବେଳେ ମୃତ୍ୟୁକୁ ସାଧାରଣଭାବରେ ଏବଂ ‘କାରଣ’କୁ ବିଶେଷଭାବରେ ଗ୍ରହଣ କରୁ । ‘କାରଣ’କୁ ଯଦି ସାଧାରଣଭାବରେ ଗ୍ରହଣ କରାଯାଏ, ତେବେ ବିଷପାନରେ ମୃତ୍ୟୁ, ଦୁର୍ଘଟଣାରେ ମୃତ୍ୟୁ, ହଇଜାରେ ମୃତ୍ୟୁ ପ୍ରଭୃତି ପ୍ରତ୍ୟେକ ମୃତ୍ୟୁର କ୍ଷେତ୍ରରେ ଗୋଟିଏ ମାତ୍ର ବିଶେଷ ସାଧାରଣ ‘କାରଣ’ ମିଳିପାରିବ; ଯଥା – ‘ହୃତ୍ପିଣ୍ଡରେ କ୍ରିୟା ବନ୍ଦ ହେବା’ ଫଳରେ ବହୁକାରଣବାଦ ଭ୍ରାନ୍ତ ବୋଲି ପ୍ରମାଣିତ ହେବ । ଏକା କାର୍ଯ୍ୟ (ମୃତ୍ୟୁ), ଏକା କାରଣ (ହୃତ୍ପିଣ୍ଡର କ୍ରିୟା ବନ୍ଦ ହେବା) ଦ୍ବାରା ଉତ୍ପନ୍ନ ହେଲା ବୋଲି କହିହେବ; ମାତ୍ର ବହୁକାରଣଦ୍ୱାରା ନୁହେଁ ।
୧୦. ବହୁକାରଣର ସମନ୍ବୟ ଓ କାର୍ଯ୍ୟସମ୍ମିଶ୍ରଣ (Conjunction of causes and Intermixture of Effect) ସମ୍ବନ୍ଧରେ ଆଲୋଚନା କର ।
Answer:
ଏକାଧ୍ଵକ କାରଣ ଏକା ସହିତ ମିଳିତ ହୋଇ ଯେତେବେଳେ କାର୍ଯ୍ୟକରେ ଏବଂ ବିଭିନ୍ନ କାରଣଗୁଡ଼ିକଦ୍ୱାରା ସୃଷ୍ଟ କାର୍ଯ୍ୟଗୁଡ଼ିକ ଯଦି ଅଲଗାଭାବରେ ପ୍ରକାଶିତ ନ ହୋଇ ଏକା ସହିତ ମିଶ୍ରିତ ହୋଇ ପ୍ରକାଶିତ ହୁଏ, ତାହେଲେ ସେହି ମିଶ୍ରିତ କାର୍ଯ୍ୟକୁ କାର୍ଯ୍ୟସମ୍ମିଶ୍ରଣ କୁହାଯିବ । ଯେପରି ଗୋଟିଏ ଘରେ ୬୦ ପାୱାର ବତିର ତିନୋଟି ଆଲୋକ ଏକା ସହିତ ଜଳୁଛି । ଘରେ ଯେଉଁ ଆଲୋକ ହେଉଛି ସେହି ଆଲୋକ କାର୍ଯ୍ୟ ସମ୍ମିଶ୍ରଣ ଅଟେ । ଯେହେତୁ ତିନୋଟି ବତିର ଆଲୋକ ଅଲଗାଭାବରେ ପ୍ରକାଶିତ ନହୋଇ ପରସ୍ପର ସହିତ ମିଶ୍ରିତ ହୋଇ ପ୍ରକାଶିତ ହୋଇଛି ।
କାର୍ଯ୍ୟସମ୍ମିଶ୍ରଣ ଦୁଇ ପ୍ରକାର; ଯଥା – (୧) ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ (Homogeneous intermixture of effect) ଭିନ୍ନଜାତୀୟ କାର୍ଯ୍ୟସମ୍ମିଶ୍ରଣ (Heteropathic intermixture of effect) ।
(୧) ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ – ଏକାଧ୍ଯକ ସମକାରଣ ଏକା ସହିତ ମିଳିତ ହୋଇ କାର୍ଯ୍ୟ କରିବା ଫଳରେ ଯେତେବେଳେ ଗୋଟିଏ ମିଶ୍ରକାର୍ଯ୍ୟ ସୃଷ୍ଟି ହୁଏ ଏବଂ ମିଶ୍ରକାର୍ଯ୍ୟଟି ଯେତେବେଳେ କାରଣଗୁଡ଼ିକଦ୍ଵାରା ଅଲଗାଭାବରେ ସୃଷ୍ଟ କାର୍ଯ୍ୟର ସମଜାତୀୟ ହୁଏ, ସେତେବେଳେ ତାହାକୁ ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ କୁହାଯାଏ । ତିନୋଟି ୬୦ ପାୱାର ବତିର ଆଲୋକ ଏକା ସହିତ ଘରେ ଜଳୁଛି । ଘରେ ଯେଉଁ ଆଲୋକ ମାତ୍ରା ସୃଷ୍ଟି ହୋଇଛି ସେହି ଆଲୋକମାତ୍ରାକୁ ସମଜାତୀୟ କାର୍ଯ୍ୟସମ୍ମିଶ୍ରଣ ବୋଲି କୁହାଯିବ ।
(୨) ଭିନ୍ନଜାତୀୟ କାର୍ଯ୍ୟସମ୍ମିଶ୍ରଣ – ଏକାଧ୍ଵକ କାରଣ ଏକା ସହିତ ମିଳିତ ହୋଇ କାର୍ଯ୍ୟ କରିବା ଫଳରେ ଯେତେବେଳେ ଗୋଟିଏ ମିଶ୍ରକାର୍ଯ୍ୟ ସୃଷ୍ଟି ହୁଏ ଏବଂ ମିଶ୍ରକାର୍ଯ୍ୟଟି ଯେତେବେଳେ କାରଣଗୁଡ଼ିକଦ୍ବାରା ଅଲଗାଭାବରେ ସୃଷ୍ଟ କାର୍ଯ୍ୟର ଭିନ୍ନଜାତୀୟ ହୁଏ, ସେତେବେଳେ ତାହାକୁ ଭିନ୍ନଜାତୀୟ କାର୍ଯ୍ୟସମ୍ମିଶ୍ରଣ କୁହାଯାଏ । ଯେପରି ଉଦ୍ଜାନ ଓ ଅମ୍ଳଜାନ ମିଶି ଯେତେବେଳେ ଜଳ ସୃଷ୍ଟି କରେ; ସେତେବେଳେ ଜଳରୂପ ମିଶ୍ରକାର୍ଯ୍ୟଟି ଉକ୍ତ ଦୁଇଟି ଉପକାରଣଗୁଡ଼ିକର ସ୍ଵରୂପଠାରୁ ଭିନ୍ନ ।
୧୧. ପରୀକ୍ଷଣ କାହାକୁ କହନ୍ତି ? ପର୍ଯ୍ୟବେକ୍ଷଣ ସହିତ ପରୀକ୍ଷଣର ସମ୍ବନ୍ଧ ନିରୂପଣ କର ।
କିମ୍ବା, ‘ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣର ପାର୍ଥକ୍ୟ ପରିମାଣଗତ, ପ୍ରକାରଗତ ନୁହେଁ ।’- ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କର।
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷାମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ; ମାତ୍ର କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ କୌଣସି ପୂର୍ବଧାରଣାର ବଶବର୍ତ୍ତୀ ନ ହୋଇ ପ୍ରାକୃତିକ ପରିବେଶ ମଧ୍ୟରେ ବସ୍ତୁ, ଗୁଣ, କ୍ରିୟା, ଘଟଣା ଇତ୍ୟାଦିର ନିୟନ୍ତ୍ରିତ ପ୍ରତ୍ୟକ୍ଷାନୁଭୂତିକୁ ପର୍ଯ୍ୟବେକ୍ଷଣ କୁହାଯାଏ ।
‘ପର୍ଯ୍ୟବେକ୍ଷଣ’ ଅତ୍ୟନ୍ତ ବ୍ୟାପକ ଅର୍ଥରେ ବ୍ୟବହୃତ ହେଉଥିବାବେଳେ ପରୀକ୍ଷଣ ଅତ୍ୟନ୍ତ ସୀମିତ ଅର୍ଥରେ ବ୍ୟବହୃତ ହୋଇଥାଏ । ପର୍ଯ୍ୟବେକ୍ଷଣ ଦୁଇପ୍ରକାର ହୋଇପାରେ; ଯଥା – ସାଧାରଣ ବା ସରଳ ପର୍ଯ୍ୟବେକ୍ଷଣ ଓ ପରୀକ୍ଷାମୂଳକ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣ ।
ପରୀକ୍ଷଣ ପର୍ଯ୍ୟବେକ୍ଷଣର ଗୋଟିଏ ଅଙ୍ଗ । ବିନା ପର୍ଯ୍ୟବେକ୍ଷଣରେ କୌଣସି ପ୍ରକାର ପରୀକ୍ଷଣ ହେବା ସମ୍ଭବପର ନୁହେଁ।
ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ ନିମ୍ନଲିଖ୍ ପାର୍ଥକ୍ୟ ଦର୍ଶାଯାଇପାରେ ।
ପରୀକ୍ଷଣରେ ଘଟଣାକୁ କୃତ୍ରିମ ଉପାୟରେ ସୃଷ୍ଟି କରାଯାଏ, ମାତ୍ର ପର୍ଯ୍ୟବେକ୍ଷଣରେ ଘଟଣା ପ୍ରକୃତିଦ୍ୱାରା ସୃଷ୍ଟି ହୋଇଥାଏ ।
ବେନ୍ଙ୍କ ଭାଷାରେ, ‘ପର୍ଯ୍ୟବେକ୍ଷଣରେ ଘଟଣାଟିକୁ ଖୋଜି ବାହାର କରାଯାଏ; କିନ୍ତୁ ପରୀକ୍ଷଣରେ ଘଟଣାକୁ ସୃଷ୍ଟି କରାଯାଏ ।’’ ବିଦ୍ୟୁତକୁ ଆମ୍ଭେ ବିଜୁଳି ରୂପରେ ଆକାଶରେ ଦେଖୁ । ତେଣୁ ଏହା ହେଲା ପର୍ଯ୍ୟବେକ୍ଷଣ, ମାତ୍ର ବିଜ୍ଞାନାଗାରରେ କୃତ୍ରିମ ଉପାୟରେ ବିଦ୍ୟୁତ୍ ସୃଷ୍ଟି କରାଯାଇପାରେ । ତାହା ହେଲା ପରୀକ୍ଷଣ ।
ପରୀକ୍ଷଣରେ ପରିସ୍ଥିତି ଆମର ନିୟନ୍ତ୍ରଣାଧୀନ ଥାଏ; ମାତ୍ର ପର୍ଯ୍ୟବେକ୍ଷଣରେ ପରିସ୍ଥିତି ଉପରେ ଆମର କୌଣସି ନିୟନ୍ତ୍ରଣ ନ ଥାଏ । ଆମେ ସମ୍ପୂର୍ଣ୍ଣଭାବେ ପ୍ରକୃତିର ଦୟା ଉପରେ ନିର୍ଭର କରୁ ।
କେତେକ ତାର୍କିକ ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ଯରେ ଏତେ ମାତ୍ରାରେ ପାର୍ଥକ୍ୟ ଉପସ୍ଥାପନ କରନ୍ତି ଯେ, ଯାହା ଫଳରେ ସେମାନେ ଦୁଇଟିକୁ ସମ୍ପୂର୍ଣ୍ଣ ଭିନ୍ନ ଭିନ୍ନ ପ୍ରକ୍ରିୟା ବୋଲି ମନେକରନ୍ତି; ମାତ୍ର ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ଉଭୟଙ୍କ ଲକ୍ଷ୍ୟ ହେଲା ଜ୍ଞାନଲାଭ । ତେବେ ବର୍ତ୍ତମାନ ଆସନ୍ତୁ ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ଏବଂ ବିଭିନ୍ନ ହେଲା ଜ୍ଞାନଲାଭ । ତେବେ ବର୍ତ୍ତମାନ ଆସନ୍ତୁ ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ କି ପ୍ରକାର ପାର୍ଥକ୍ୟ ରହିଛି ଏବଂ ବିଭିନ୍ନ ତାର୍କିକମାନେ ସେ ସମ୍ବନ୍ଧରେ କିଭଳି ମତ ପ୍ରଦାନ କରିଅଛନ୍ତି ଦେଖ୍ ।
କେତେକ ତାର୍କିକଙ୍କ ମତରେ, ‘ପର୍ଯ୍ୟବେକ୍ଷଣ ପ୍ରାକୃତିକ ଓ ପରୀକ୍ଷଣ କୃତ୍ରିମ ।’’ ମାତ୍ର ଏ ପ୍ରକାର ପାର୍ଥକ୍ୟ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଅଟେ ।
ପର୍ଯ୍ୟବେକ୍ଷଣରେ ଯେପରି ଆମକୁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼େ, ଠିକ୍ ସେହିଭଳି ପରୀକ୍ଷଣରେ ମଧ୍ୟ ଆମକୁ ପ୍ରକୃତି ଉପରେ ବେଳେ ବେଳେ ନିର୍ଭର କରିବାକୁ ପଡ଼ିଥାଏ । ପର୍ଯ୍ୟବେକ୍ଷଣରେ ଆମମାନଙ୍କୁ ମଧ୍ଯ କୃତ୍ରିମ ବୈଜ୍ଞାନିକ ଯନ୍ତ୍ରପାତିର ସାହାଯ୍ୟ ନେବାକୁ ପଡ଼ିଥାଏ । ଚନ୍ଦ୍ରଗ୍ରହଣ କିମ୍ବା ସୂର୍ଯ୍ୟୋପରାଗକୁ ପର୍ଯ୍ୟବେକ୍ଷଣ କରିବାପାଇଁ ଆମେ କେତେକ କୃତ୍ରିମ ବୈଜ୍ଞାନିକ ଯନ୍ତ୍ରର ଆବଶ୍ୟକତା ଉପଲବ୍ କରୁ । କୃତ୍ରିମ ଉପାୟରେ ଆମେ ଘଟଣାଟିକୁ ସୃଷ୍ଟି କଲେ ମଧ୍ୟ ପ୍ରାକୃତିକ ବସ୍ତୁକୁ ନେଇ ଆମେ ସମସ୍ତପ୍ରକାର ଆୟୋଜନ କରୁ ।
ଷ୍ଟକ୍ ଇତ୍ୟାଦି ତାର୍କିକମାନେ କହନ୍ତି ଯେ, ପର୍ଯ୍ୟବେକ୍ଷଣ ‘ନିଷ୍କ୍ରିୟ’ ଏବଂ ପରୀକ୍ଷଣ ‘ସକ୍ରିୟ’ । କାରଣ ପର୍ଯ୍ୟବେକ୍ଷଣରେ ଆମେ କେବଳ ନୀରବଦ୍ରଷ୍ଟା ଭାବରେ ପର୍ଯ୍ୟବେକ୍ଷଣ କରୁ । ପରିସ୍ଥିତିର କୌଣସି ପରିବର୍ତ୍ତନ କରୁନା; କିନ୍ତୁ ପରୀକ୍ଷଣରେ ଘଟଣାଟିକୁ ସୃଷ୍ଟି କରିବାରେ ଆମଙ୍କୁ ସକ୍ରିୟ ହେବାକୁ ହୋଇଥାଏ; ମାତ୍ର ଏ ପ୍ରକାର ପାର୍ଥକ୍ୟ ଆଦୌ ସନ୍ତୋଷଜନକ ନୁହେଁ । କାରଣ ପର୍ଯ୍ୟବେକ୍ଷଣ ସମ୍ପୂର୍ଣ୍ଣଭାବରେ ନିଷ୍କ୍ରିୟ ନୁହେଁ, ଏହା ସକ୍ରିୟ । କାରଣ ପର୍ଯ୍ୟବେକ୍ଷଣରେ ମଧ୍ୟ ଆମର ଇନ୍ଦ୍ରିୟମାନେ ସକ୍ରିୟଭାବେ କାର୍ଯ୍ୟକରନ୍ତି । ଅବଶ୍ୟ ପରୀକ୍ଷଣରେ ଆମ୍ଭେ ପର୍ଯ୍ୟବେକ୍ଷଣ ଅପେକ୍ଷା ଅଧିକ ସକ୍ରିୟ ହୋଇଥାଉ ।
ଉପରୋକ୍ତ ଆଲୋଚନାରୁ ପ୍ରମାଣିତ ହେଲା ଯେ, ପ୍ରକୃତରେ ‘ପର୍ଯ୍ୟବେକ୍ଷଣ’ ଏବଂ ‘ପରୀକ୍ଷଣ’ ମଧ୍ୟରେ କୌଣସି ପ୍ରକାରଭେଦ ନାହିଁ । ଉଭୟ କ୍ଷେତ୍ରରେ ଆମ୍ଭେ ଜ୍ଞାନଲାଭ ଉଦ୍ଦେଶ୍ୟରେ ଘଟଣା ଅଧ୍ୟୟନ କରୁ, ସେଗୁଡ଼ିକର କାରଣ ନିରୂପଣ କରୁ ଏବଂ କେଉଁ କେଉଁ ଅବସ୍ଥାରେ କ’ଣ କ’ଣ ଘଟେ ତାହା ବ୍ୟାଖ୍ୟା କରୁ । ଯଦି ପର୍ଯ୍ୟବେକ୍ଷଣକୁ ଜାତି କୁହାଯାଏ, ତେବେ ସରଳ ପର୍ଯ୍ୟବେକ୍ଷଣ ଓ ପରୀକ୍ଷାମୂଳକ ପର୍ଯ୍ୟବେକ୍ଷଣ ତାହାର ଦୁଇଟି ଉପଜାତି । ତେଣୁ ସିଦ୍ଧାନ୍ତରେ ଆମ୍ଭେ ବେନ୍ଙ୍କ ସହିତ ଏକମତ ହୋଇ କହିବା ଯେ, ‘ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମଧ୍ୟରେ ପ୍ରକାରଗତ ପାର୍ଥକ୍ୟ ନାହିଁ । କେବଳ ପରିମାଣଗତ ପାର୍ଥକ୍ୟ ଅଛି ।’’ ପରିମାଣଗତ ପାର୍ଥକ୍ୟର ଅର୍ଥ ଏହା କୁହାଯାଇପାରେ ଯେ, ପର୍ଯ୍ୟବେକ୍ଷଣରେ କମ୍ ସକ୍ରିୟତା ପ୍ରକାଶ ପାଏ, ମାତ୍ର ପରୀକ୍ଷଣରେ ବେଶି ସକ୍ରିୟତା ପ୍ରକାଶ ପାଏ ।
୧୨. ପର୍ଯ୍ୟବେକ୍ଷଣ ଅପେକ୍ଷା ପରୀକ୍ଷଣରେ କି କି ସୁବିଧା ମିଳେ ?
Answer:
ପର୍ଯ୍ୟବେକ୍ଷଣ ଅପେକ୍ଷା ପରୀକ୍ଷଣରେ ନିମ୍ନଲିଖୁ ବିଶେଷ ସୁବିଧା ମିଳିଥାଏ ।
(i) ପରୀକ୍ଷଣରେ ଗୋଟିଏ ଘଟଣାକୁ ପୁନଃ ପୁନଃ ସୃଷ୍ଟି କରାଯାଇପାରେ ।
ପରୀକ୍ଷଣ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ; ମାତ୍ର ପର୍ଯ୍ୟବେକ୍ଷଣ ଆମ୍ଭର ନିୟନ୍ତ୍ରଣାଧୀନ ନ ଥାଏ । ଆମେ ଯେତେବେଳେ ଇଚ୍ଛା ପରୀକ୍ଷଣ କରିପାରିବା; ମାତ୍ର ପର୍ଯ୍ୟବେକ୍ଷଣ ପାଇଁ ଆମକୁ ପ୍ରକୃତିର ଦୟା ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଯଦି ଗୋଟିଏ ପରୀକ୍ଷଣରେ ଆମେ ସନ୍ତୁଷ୍ଟ ନ ହେଉ, ତେବେ ପରୀକ୍ଷଣଟିକୁ ପୁନଶ୍ଚ କରାଯାଇପାରେ । ଅର୍ଥାତ୍ ଯେତେବେଳେ ଇଚ୍ଛା ସେତେବେଳେ ପରୀକ୍ଷଣ କରିହୁଏ; ମାତ୍ର ପର୍ଯ୍ୟବେକ୍ଷଣ କ୍ଷେତ୍ରରେ ଘଟଣାଟି ପ୍ରକୃତିରେ ସଂଘଟିତ ହେବା ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡ଼ିଥାଏ ।
ମନେକର, ଆମେ ଧୂମକେତୁ ପର୍ଯ୍ୟବେକ୍ଷଣ କରିବାକୁ ଆଗ୍ରହ ପ୍ରକାଶ କରୁ । ଏଥିପାଇଁ ଆମକୁ ପ୍ରକୃତି ଉପରେ ସମ୍ପୂର୍ଣ୍ଣଭାବରେ ନିର୍ଭର କରିବାକୁ ପଡ଼ିବ । ଏପରିକି ଜଣକ ଜୀବଦ୍ଦଶା ମଧ୍ଯରେ ଜଣେ ଧୂମକେତୁକୁ ପର୍ଯ୍ୟବେକ୍ଷଣ କରିବାର ସୁଯୋଗ ହୁଏତ ପାଇ ନ ପାରେ; କିନ୍ତୁ ଆମେ ଯେତେବେଳେ ଚାହିଁବା ସେତେବେଳେ ବିଜ୍ଞାନାଗାରରେ ଅମ୍ଳଜାନ କିମ୍ବା ଉଦ୍ଜାନ ଗ୍ୟାସ୍ ସୃଷ୍ଟି କରିପାରିବା ।
(ii) ପରୀକ୍ଷଣ କ୍ଷେତ୍ରରେ ଘଟଣାଟିକୁ ଅନ୍ୟାନ୍ୟ ଘଟଣାଠାରୁ ସମ୍ପୂର୍ଣ୍ଣରୂପେ ପୃଥକ୍ କରାଯାଇପାରେ ।
ପରୀକ୍ଷଣ ଆମର ସଂପୂର୍ଣ୍ଣ ନିୟନ୍ତ୍ରଣାଧୀନ ମଧ୍ୟରେ ଥାଏ । ତେଣୁ ଆମେ ଯେଉଁ ଘଟଣାଟିକୁ ଅନୁସନ୍ଧାନ କରିବା, ତାହାକୁ ଅନ୍ୟାନ୍ୟ ଘଟଣାମାନଙ୍କଠାରୁ ସଂପୂର୍ଣ୍ଣ ମୁକ୍ତ ରଖୁ ଅଧ୍ୟୟନ କରାଯାଇପାରେ । ଗୋଟିଏ ଉଦାହରଣ ମାଧ୍ୟମରେ ଏହା ସ୍ପଷ୍ଟୀକରଣ ହୋଇଯିବ । ଗୋଟିଏ ମହମବତି ମୁକ୍ତ ବାୟୁରେ ଜଳେ, ଅଥବା ଗୋଟିଏ ଆବଦ୍ଧ ଜାରରେ ଯଦି ତାକୁ ରଖାଯାଏ ତେବେ ତାହା ଲିଭିଯାଏ । ମନେକର, ଆମେ ଜାଣିବାକୁ ଚେଷ୍ଟାକଲୁ କେଉଁ ବାଷ୍ପ ଜଳିବାରେ ସାହାଯ୍ୟ କରୁଛି ଏବଂ କେଉଁ ବାଷ୍ପ ଲିଭିଯିବାରେ ସାହାଯ୍ୟ କରୁଅଛି ? ତାହାର କାରଣ ନିର୍ଣ୍ଣୟ କରିବା ପର୍ଯ୍ୟବେକ୍ଷଣ ମାଧ୍ୟମରେ ସମ୍ଭବପର ନୁହେଁ । କାରଣ ବାୟୁମଣ୍ଡଳରେ ବିଭିନ୍ନ ବାଷ୍ପ ଲୁଚି ରହିଥାଏ ।
ପରୀକ୍ଷଣଦ୍ବାରା ଏହା ଜାଣିବା ସମ୍ଭବ ହୁଏ । ପରୀକ୍ଷାଗାରରେ ବିଶୁଦ୍ଧ ଯବକ୍ଷାରଜାନ ଗ୍ୟାସ୍ ସଂଗ୍ରହ କରି ଏବଂ ଏହାକୁ ଏକ ବାଷ୍ପ ଜାର୍ରେ ରଖ୍ ଜଳନ୍ତା ମହମବତିକୁ ଏହା ମଧ୍ୟରେ ପ୍ରବେଶ କରାଇଲେ ତାହା ଲିଭିଯାଏ; ମାତ୍ର ଅମ୍ଳଜାନ ବାଷ୍ପ ଜାରରେ ଏହାକୁ ପ୍ରବେଶ କରାଇଲେ ତାହା ଅଧ୍ବକ ଉଜ୍ଜ୍ବଳ ହୋଇ ଜଳେ । ତେଣୁ ଏଥୁରୁ ଆମ୍ଭେ ଏହି ସିଦ୍ଧାନ୍ତରେ ଉପନୀତ ହେଲୁ ଯେ, ଅମ୍ଳଜାନ ବାଷ୍ପ ବହନ କ୍ରିୟାରେ ସହାୟକ ଏବଂ ଯବକ୍ଷାରଜାନ ଦହନ କ୍ରିୟାର ସହାୟକ ନୁହେଁ ।
(iii) ପରୀକ୍ଷଣରେ ପରିବେଶ ପରିବର୍ତ୍ତନର ସୁବିଧା ଥାଏ ।
ଆମେ ଗୋଟିଏ ଘଟଣା ବିଷୟରେ ଭଲଭାବରେ ଅନୁଧ୍ୟାନ କରିବାକୁ ହେଲେ ଏହାକୁ ବିଭିନ୍ନ ପରିବେଶ ବା ପରିସ୍ଥିତି ମଧ୍ୟରେ ଗବେଷଣା କରିବା ଦରକାର । ଏହାଦ୍ୱାରା ଆମେ ଘଟଣା ବିଷୟରେ ଅଧିକ ତଥ୍ୟ ବା ବିବରଣୀ ପାଇପାରୁ । ଏହାଦ୍ୱାରା ଆମେ ନିଶ୍ଚିତ ହୋଇଯାଉ ଯେ, କେଉଁ ପରିବେଶ ବା ପରିବେଷ୍ଟନୀ ଘଟଣାଟି ଘଟିବାପାଇଁ ଦାୟୀ ଅଟେ । ପର୍ଯ୍ୟବେକ୍ଷଣରେ ପ୍ରକୃତିର ଭିନ୍ନ ଭିନ୍ନ ପରିବେଶ ମଧ୍ୟରେ ଘଟଣାଟି ଘଟିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିଥାଏ ଏବଂ ବିଶେଷ ପରିବର୍ତ୍ତନର ସୁଯୋଗ ମିଳେନାହିଁ; କିନ୍ତୁ ପରୀକ୍ଷଣ କ୍ଷେତ୍ରରେ ଆମେ ପରିବେଷ୍ଟନୀକୁ ଆମର ଇଚ୍ଛାନୁଯାୟୀ ପରିବର୍ତ୍ତନ କରି ଆମେ ଘଟଣାଟିକୁ ଯେ, ନାଇଟ୍ରିକ୍ ଏସିଡ୍ରେ ଲୁହା, ତମ୍ବା, ରୁପା ପ୍ରଭୃତି ଧାତୁ ଦ୍ରବୀଭୂତ ହୁଏ; କିନ୍ତୁ ସୁନା ଦ୍ରବୀଭୂତ ହୁଏ ନାହିଁ; ମାତ୍ର ସରଳ ପର୍ଯ୍ୟବେକ୍ଷଣଦ୍ବାରା ଏହା ଜାଣିବା ସମ୍ଭବପର ନୁହେଁ ।
(iv) ପରିମାଣାତ୍ମକ ପରିବର୍ତ୍ତନ ପରୀକ୍ଷଣରେ କରାଯାଇପାରେ; ମାତ୍ର ପର୍ଯ୍ୟବେକ୍ଷଣରେ ନୁହେଁ ।
ଡାକ୍ତରୀ ବିଜ୍ଞାନରେ ଏହା ଜାଣିବା ଆବଶ୍ୟକ ଯେ, କେତେ ମାତ୍ରାରେ ରୋଗୀମାନଙ୍କ ପ୍ରତି ଔଷଧ ପ୍ରୟୋଗ କଲେ ସର୍ବୋତ୍କୃଷ୍ଟ ଉପଶମ ଲାଭ ହେବ, ଏହା କେବଳ ପରୀକ୍ଷଣ ମାଧ୍ୟମରେ ସମ୍ଭବପର । ଉନ୍ନତ ବିଜ୍ଞାନମାନଙ୍କରେ ନିୟମଗୁଡ଼ିକୁ ପରିମାଣାତ୍ମକ ଭଙ୍ଗୀରେ ପ୍ରକାଶ କରାଯାଏ । ବିବରଣୀଗୁଡ଼ିକ ପରୀକ୍ଷଣ ମାଧ୍ୟମରେ ସଂଗ୍ରହ କରାଯାଇ ଥିବାରୁ ଏହା ସମ୍ଭବପର ହୋଇଥାଏ । ବୈଜ୍ଞାନିକ ଜ୍ଞାନର ମୁଖ୍ୟ ଲକ୍ଷଣ ବା ଗୁଣଗୁଡ଼ିକ ହେଲା ସ୍ପଷ୍ଟତା ଏବଂ ସଠିକତା । ପରୀକ୍ଷଣହିଁ କେବଳ ଏହି ଜ୍ଞାନ ଯୋଗାଇ ଦେଇଥାଏ ।
(v) ପରୀକ୍ଷଣରେ ଘଟଣାକୁ ଧୀରସ୍ଥିର ଓ ନିର୍ଭୁଲଭାବରେ ଅଧ୍ୟୟନ କରାଯାଇପାରେ ।
ପର୍ଯ୍ୟବେକ୍ଷଣରେ ଗୋଟିଏ ଘଟଣାକୁ ସାଧାରଣତଃ ଅଧ୍ୟୟନ କଲାବେଳେ ଆମ୍ଭେ ସାଧାରଣତଃ ବ୍ୟସ୍ତ ଓ ଚଞ୍ଚଳ ହୋଇପଡୁ । ଏହାର କାରଣ ହେଲା ଅନେକ ଘଟଣା ଖୁବ୍କମ୍ ସମୟପାଇଁ ସ୍ଥାୟୀ ହୁଏ ଏବଂ ଏହା ଆମର ନିୟନ୍ତ୍ରଣର ବାହାରେ ଥାଏ । ଉଦାହରଣସ୍ୱରୂପ, ଭୂମିକମ୍ପ, ବିଜୁଳି ଖୁବ୍ ଅଳ୍ପ ସମୟ ପାଇଁ ରହେ । ତେଣୁ ଏତେ କମ୍ ସମୟ ମଧ୍ୟରେ ତାହାକୁ ଭଲଭାବରେ ପର୍ଯ୍ୟବେକ୍ଷଣ କରିବା ସମ୍ଭବପର ହୋଇ ନ ଥାଏ; କିନ୍ତୁ ପରୀକ୍ଷଣରେ ପରିସ୍ଥିତିଟି ଆମ୍ଭର ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଥାଏ । ତେଣୁ ଧୀରସ୍ଥିର ଚିତ୍ତରେ ଓ ଅତ୍ୟନ୍ତ ସାବଧାନତା ସହକାରେ ଘଟଣାଟିକୁ ଅଧ୍ୟୟନ କରାଯାଇପାରେ ଯାହା ଫଳରେ ନିର୍ଭୁଲ ସିଦ୍ଧାନ୍ତରେ ଉପନୀତ ହେବା ସମ୍ଭବପର ହୋଇଥାଏ ।
୧୩. ପରୀକ୍ଷଣ ଅପେକ୍ଷା ପର୍ଯ୍ୟବେକ୍ଷଣରେ କି କି ସୁବିଧା ମିଳେ ବୁଝାଅ ।
Answer:
(i) ପରୀକ୍ଷଣ ଅପେକ୍ଷା ପର୍ଯ୍ୟବେକ୍ଷଣର ପରିସର ବା କ୍ଷେତ୍ର ବ୍ୟାପକ ଅଟେ ।
କେତେଗୁଡ଼ିଏ ଘଟଣା ଅଛି ଯାହା କୃତ୍ରିମ ଉପାୟରେ ସୃଷ୍ଟି କରାଯାଇପାରିବ ନାହିଁ । କାରଣ ସେଗୁଡ଼ିକ ଆମ୍ଭର ନିୟନ୍ତ୍ରଣର ବାହାରେ ବା ବିପଦପୂର୍ଣ୍ଣ ହୋଇଥାଏ । ପ୍ରାକୃତିକ ଘଟଣାଗୁଡ଼ିକରୁ ଏହାର ଉଦାହରଣ ନିଆଯାଇପାରେ; ଯଥା – ଚନ୍ଦ୍ରଗ୍ରହଣ, ସୂର୍ଯ୍ୟୋପରାଗ, ଭୂମିକମ୍ପ, ଅଗ୍ନି-ଉତ୍ପାତ ଇତ୍ୟାଦିକୁ କୃତ୍ରିମ ଉପାୟରେ ସୃଷ୍ଟିକରି ପରୀକ୍ଷଣ କରିବା ସମ୍ଭବପର ନୁହେଁ । ତେଣୁ ଏପରି କ୍ଷେତ୍ରରେ ଆମକୁ ପର୍ଯ୍ୟବେକ୍ଷଣ ଉପରେ ନିର୍ଭର କରିବାକୁ ପଡ଼ିଥାଏ ।
ଠିକ୍ ସେହିଭଳି ଯୁଦ୍ଧକୁ ପରୀକ୍ଷଣ ଭିତ୍ତିରେ ପ୍ରୟୋଗ କରାଯାଇ ନ ପାରେ । ବିପଜ୍ଜନକ ବିଷକୁ ମନୁଷ୍ୟଠାରେ ପରୀକ୍ଷଣ ଭିଭିରେ ପ୍ରୟୋଗ କରାଯାଇ ନ ପାରେ । କାରଣ ଏହା ନୈତିକ ଦୃଷ୍ଟିକୋଣରୁ ଅସଙ୍ଗତ । ତେଣୁ ଏଭଳି କ୍ଷେତ୍ରମାନଙ୍କରେ ଆମକୁ ପର୍ଯ୍ୟବେକ୍ଷଣର ସାହାଯ୍ୟ ନେବାକୁ ପଡ଼ିଥାଏ । ଅନ୍ୟ ଭାଷାରେ କହିବାକୁ ଗଲେ ଏହି ଘଟଣାଗୁଡ଼ିକ ପ୍ରକୃତିରେ ସଂଘଟିତ ହେଲେ ଆମେ ପର୍ଯ୍ୟବେକ୍ଷଣ କରିବାର ସୁଯୋଗ ପାଇଥାଉ ।
(ii) ପର୍ଯ୍ୟବେକ୍ଷଣରେ କାର୍ଯ୍ୟରୁ କାରଣକୁ ଓ କାରଣରୁ କାର୍ଯ୍ୟକୁ ନିର୍ଣ୍ଣୟ କରାଯାଏ; କିନ୍ତୁ ପରୀକ୍ଷଣରେ କେବଳ କାରଣରୁ କାର୍ଯ୍ୟକୁ ନିର୍ଣ୍ଣୟ କରାଯାଏ; ମାତ୍ର କାର୍ଯ୍ୟରୁ କାରଣକୁ ନିର୍ଣ୍ଣୟ କରାଯାଇପାରେ ନାହିଁ।
ଗୋଟିଏ ନିର୍ଦ୍ଦିଷ୍ଟ କାରଣ କି ପ୍ରକାର କାର୍ଯ୍ୟ ସୃଷ୍ଟି କରିବାପରେ ତାହା ଜାଣିବାପାଇଁ ପରୀକ୍ଷଣ ପ୍ରୟୋଗ କରାଯାଇପାରେ । କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ଦେଖ୍ ତାହା କେଉଁ କାରଣଦ୍ୱାରା ସୃଷ୍ଟି ହୋଇଛି, ତାହା ଜାଣିବାପାଇଁ କୌଣସି ପରୀକ୍ଷଣ କରାଯାଇ ପାରିବ ନାହିଁ ।
ମାଈ ଏନୋଫିଲିସ ମଶା କାମୁଡ଼ାରେ ମେଲେରିଆ ରୋଗ ହୁଏ ବୋଲି ଆମ୍ଭେ ଜାଣୁ ଅର୍ଥାତ୍ ମେଲେରିଆ ରୋଗର କାରଣ ହେଲା ମାଈ ଏନୋଫିଲସ୍ ମଶା; କିନ୍ତୁ ଆମେ ଗୋଟିଏ ମେଲେରିଆ ରୋଗୀକୁ ଦେଖ୍ କହିପାରିବା ନାହିଁ ଯେ, କାରଣ କ’ଣ ? ଏହା ପରୀକ୍ଷଣ ମାଧ୍ୟମରେ ଜାଣିବା ସମ୍ଭବପର ନୁହେଁ । ଏପରି କ୍ଷେତ୍ରରେ ଆମେ ପ୍ରଥମେ ଗୋଟିଏ କାରଣ ଅନୁମାନ କରୁ ଏବଂ ତାହା କି ପ୍ରକାର କାର୍ଯ୍ୟ ସୃଷ୍ଟିକରେ ପରୀକ୍ଷଣଦ୍ଵାରା ସ୍ଥିର କରୁ ।
ତେଣୁ ପରୀକ୍ଷଣରେ ଆମେ କାରଣରୁ କାର୍ଯ୍ୟକୁ ଗତିକରୁ; ମାତ୍ର ପର୍ଯ୍ୟବେକ୍ଷଣରେ ଆମେ କାରଣରୁ କାର୍ଯ୍ୟାଭିମୁଖୀ ଏବଂ କାର୍ଯ୍ୟରୁ କାରଣାଭିମୁଖୀ ହୋଇପାରୁ । ମେଲେରିଆ ରୋଗ (କାର୍ଯ୍ୟ)ର କ’ଣ କାରଣ ହୋଇପାରେ ? ପର୍ଯ୍ୟବେକ୍ଷଣଦ୍ବାରା ଜାଣିଲୁ ଯେ, ମଶା କାମୁଡ଼ିବା ନିୟତ ପୂର୍ବବର୍ତ୍ତୀ ଘଟଣାଭାବରେ ଏହାର କାରଣ । ମଶା କାମୁଡ଼ିବା (କାରଣ କି କାର୍ଯ୍ୟ ସୃଷ୍ଟି କରିପାରେ ?) ପୁନଶ୍ଚ ପର୍ଯ୍ୟବେକ୍ଷଣଦ୍ୱାରା ଆମେ ଅବଗତ ହେଲୁ ଯେ, ଏହାହିଁ ମନୁଷ୍ୟ ଦେହରେ ମେଲେରିଆ ରୋଗ ସୃଷ୍ଟି କରିପାରେ ।
(iii) ପରୀକ୍ଷଣର ବିନା ସାହାଯ୍ୟରେ ପର୍ଯ୍ୟବେକ୍ଷଣ ସମ୍ଭବପର, ମାତ୍ର ପର୍ଯ୍ୟବେକ୍ଷଣର ବିନା ସାହାଯ୍ୟରେ ପରୀକ୍ଷଣ ସମ୍ଭବପର ନୁହେଁ ।
ଯେକୌଣସି ବସ୍ତୁ ବା ଘଟଣାକୁ ଆମେ ଜ୍ଞାନେନ୍ଦ୍ରିୟମାନଙ୍କ ସାହାଯ୍ୟରେ ମନୋଯୋଗପୂର୍ବକ ଦେଖିପାରୁ । ଏଥିପାଇଁ ପରୀକ୍ଷଣର ସହାୟତା ଆଦୌ ପଡ଼େ ନାହିଁ; କିନ୍ତୁ ଯେକୌଣସି ବସ୍ତୁ ବା ଘଟଣାର ପରୀକ୍ଷଣ ନିମିତ୍ତ ପର୍ଯ୍ୟବେକ୍ଷଣ ନିଶ୍ଚିତଭାବରେ ଆବଶ୍ୟକ । ମନେକର, କୁକୁରର ଖାଦ୍ୟରେ କୌଣସି ଏକ ବିଷାକ୍ତ ଦ୍ରବ୍ୟ ମିଶ୍ରିତ ହୋଇଥିଲେ ତାହା ଉପରେ ତା’ର କି ପ୍ରଭାବ ପଡ଼େ ଏ ବିଷୟ ଆମ୍ଭେମାନେ ଜାଣିବାକୁ ଚାହୁଁ ।
ଏଥିପାଇଁ ଗବେଷଣାଗାରରେ ଗୋଟିଏ ପରୀକ୍ଷାର ଆୟୋଜନ କରିବା ଆବଶ୍ୟକ । ଏହି ପରୀକ୍ଷାପାଇଁ କେବଳ ପର୍ଯ୍ୟବେକ୍ଷଣ ସାହାଯ୍ୟରେହିଁ ଆମେମାନେ ଗବେଷଣାଗାରକୁ ବିରାଡ଼ି ନ ଆଣି କୁକୁର ଆଣିଥାଉ । ପୁନଶ୍ଚ ପର୍ଯ୍ୟବେକ୍ଷଣଦ୍ଵାରାହିଁ କୁକୁରର ଖାଦ୍ୟ ଏବଂ ନିର୍ଦ୍ଦିଷ୍ଟ ପରିମାଣରେ ନିର୍ଦ୍ଦିଷ୍ଟ ବିଷାକ୍ତ ଦ୍ରବ୍ୟ ସଂଗ୍ରହ କରି ସମ୍ମିଶ୍ରଣ କରୁ । ପ୍ରାକ୍ ପର୍ଯ୍ୟବେକ୍ଷଣଦ୍ବାରା ଘଟଣାର ଆଚରଣ ସମ୍ବନ୍ଧରେ ଜ୍ଞାନ ନ ଥିଲେ ପରୀକ୍ଷଣର ପ୍ରସ୍ତୁତି ତଥା ପ୍ରଣାଳୀ ଯଥୋପଯୁକ୍ତ ହୋଇ ନପାରେ ।
୧୪. ପର୍ଯ୍ୟବେକ୍ଷଣ କାହାକୁ କହନ୍ତି ? ତାହାର ସ୍ବରୂପ ବର୍ଣ୍ଣନା କର ।
Answer:
କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟନେଇ ପୂର୍ବ ଧାରଣାର ବଶବର୍ତ୍ତୀ ନ ହୋଇ ପ୍ରକୃତିର ପରିବେଶ ମଧ୍ୟରେ ପଦାର୍ଥ ଓ ଘଟଣାଗୁଡ଼ିକୁ ସୁନିୟନ୍ତ୍ରିତ, ସୁନିର୍ବାଚିତ ଓ ସ୍ବାଭାବିକଭାବରେ ପ୍ରତ୍ୟକ୍ଷ କରିବାକୁ ପର୍ଯ୍ୟବେକ୍ଷଣ କୁହାଯାଏ । ପର୍ଯ୍ୟବେକ୍ଷଣ ପ୍ରତ୍ୟକ୍ଷାନୁଭୂତି ଉପରେ ଆଧାରିତ । ପ୍ରତ୍ୟକ୍ଷଦ୍ବାରା ବାହ୍ୟନ୍ଦ୍ରିୟମାନଙ୍କ ସାହାଯ୍ୟରେ ପାରିପାର୍ଶ୍ବକ ବସ୍ତୁ ବା ଘଟଣାବଳୀର ଜ୍ଞାନ ଆହରଣ କରାଯାଏ । ଅନ୍ତଃପ୍ରତ୍ୟକ୍ଷଦ୍ବାରା ମନର ଅଭ୍ୟନ୍ତରସ୍ଥ ଭାବନା, ପ୍ରବୃତ୍ତି, ଉଲ୍ଲାସ ଇତ୍ୟାଦିର ଜ୍ଞାନ ଆହରଣ କରାଯାଏ ।
ଏଣୁ ପର୍ଯ୍ୟବେକ୍ଷଣର ସାଧାରଣ ଲକ୍ଷ୍ୟ ହେଲା ଜ୍ଞାନଲାଭ । ପ୍ରତ୍ୟେକ କ୍ଷେତ୍ରରେ ପର୍ଯ୍ୟବେକ୍ଷଣର ଗୋଟିଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥାଏ । ଲକ୍ଷ୍ୟହୀନ ଭାବେ ପାରିପାର୍ଶ୍ବକ ବସ୍ତୁସମୂହ ଉପରେ ଦୃଷ୍ଟିନିକ୍ଷେପ କରିବା ପର୍ଯ୍ୟବେକ୍ଷଣର ଲକ୍ଷ୍ୟ ହୋଇ ନ ପାରେ । କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ସାଧନ ନିମିତ୍ତ ଏହା କରାଯାଇଥାଏ । ଏଣୁ ପର୍ଯ୍ୟବେକ୍ଷଣର ବିଷୟବସ୍ତୁ ପାରିପାଶ୍ୱିକ ଅବସ୍ଥାର ଯେକୌଣସି ଗୋଟିଏ ବସ୍ତୁ ବା ଘଟଣା ହୋଇ ନ ପାରେ । ପର୍ଯ୍ୟବେକ୍ଷଣ ପୂର୍ବରୁ ପ୍ରଥମେ ବିଷୟବସ୍ତୁ ନିର୍ବାଚିତ ହୋଇଥାଏ ।
ଯେଉଁ ବସ୍ତୁ ବା ଘଟଣାଗୁଡ଼ିକ ସେଗୁଡ଼ିକ ଉପେକ୍ଷିତ ହୁଅନ୍ତି । ଉଦାହରଣସ୍ୱରୂପ, ଜାମା କିଣିବା ଉଦ୍ଦେଶ୍ୟରେ ଦୋକାନକୁ ଯାଇ ଦୋକାନୀର ଖେଳନାଗୁଡ଼ିକୁ ଦେଖିବା ଅନାବଶ୍ୟକ । ପର୍ଯ୍ୟବେକ୍ଷଣ ନିଜର ବ୍ୟକ୍ତିଗତ ବିଶ୍ଵାସ ବା ଧାରଣାଦ୍ଵାରା ପ୍ରଭାବିତ ହେବା ଉଚିତ ନୁହେଁ । ଚୋରି ନିଘୋଷ ବିଶ୍ଳେଷଣ ଅଭାବରୁ କାରଣ ଅନେକତ୍ର ନିରୂପିତ ହୋଇପାରେ ନାହିଁ । ଅନାସକ୍ତ ପର୍ଯ୍ୟବେକ୍ଷଣଦ୍ବାରାହିଁ ସତ୍ୟ ଉଦ୍ଘାଟିତ ହୁଏ । ପର୍ଯ୍ୟବେକ୍ଷଣର ଏହି ଗୁଣ ଉପରେ ବେକନ୍ ଅତ୍ୟଧ୍ଵ ଗୁରୁତ୍ୱ ଆରୋପ କରିଅଛନ୍ତି ।
ପର୍ଯ୍ୟବେକ୍ଷଣଠାରୁ ଅନୁମାନ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ପର୍ଯ୍ୟବେକ୍ଷଣ ସାକ୍ଷାତ୍ ଜ୍ଞାନଲବ୍ଧ; କିନ୍ତୁ ଉପଲବ୍ଧ ସିଦ୍ଧାନ୍ତ ଅନୁମାନଲବ୍ଧ । ଜେଭନ୍ସଙ୍କ ଭାଷାରେ, ‘‘ଯେପର୍ଯ୍ୟନ୍ତ ଆମ୍ଭେମାନେ ଇନ୍ଦ୍ରିୟମାନଙ୍କଦ୍ୱାରା ପ୍ରକୃତରେ ଦୃଷ୍ଟ ବିଷୟର କେବଳ ବର୍ଣ୍ଣନା କରୁ ବା ତାହାକୁ ଲିପିବଦ୍ଧ କରୁ, ସେ ପର୍ଯ୍ୟନ୍ତ ଭ୍ରାନ୍ତର ସମ୍ଭାବନା ନାହିଁ; କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମ୍ଭେମାନେ କୌଣସି ହେବାର ସମ୍ଭାବନା ରହିଅଛି ।’’ ଉଦାହରଣସ୍ୱରୂପ, ସୂର୍ଯ୍ୟ ଓ ପୃଥିବୀପୃଷ୍ଠରୁ ଅଳ୍ପ କେତେ ଇଞ୍ଚ ଲବ୍ଧ ବ୍ୟାସବିଶିଷ୍ଟ ଗୋଲାକାର ବସ୍ତୁପରି ପ୍ରତୀୟମାନ ହୁଏ; କିନ୍ତୁ ଏଥରୁ ସୂର୍ଯ୍ୟ ପ୍ରକୃତରେ ଏହାଠାରୁ ବୃହତ୍ତର ନୁହେଁ ବୋଲି ଅନୁମାନ କରିବା ଭ୍ରାନ୍ତ ।
ଶକ୍ତି-ସାମର୍ଥ୍ୟ ସ୍ୱଳ୍ପ ଏବଂ ସୀମିତ । ଉଦାହରଣସ୍ୱରୂପ, ଅତି କ୍ଷୁଦ୍ର ଜୀବାଣୁ, ଦୂରବର୍ତ୍ତୀ ତାରକା ସାଧାରଣ ଦୃଷ୍ଟିଶକ୍ତିର ଅଗୋଚର । ଅତି କ୍ଷୀଣ ଶବ୍ଦ ସାଧାରଣ ଶ୍ରବଣେନ୍ଦ୍ରିୟ ସାହାଯ୍ୟରେ ଶୁଣିହୁଏ ନାହିଁ । ଉତ୍ତାପର ସାମାନ୍ୟ ପରିବର୍ତ୍ତନ ଘଟିଲେ ଜାଣିହୁଏ ନାହିଁ । ତେଣୁ ପର୍ଯ୍ୟବେକ୍ଷଣର ପରିସର ବୃଦ୍ଧି ଯଥାର୍ଥ ପ୍ରତ୍ୟକ୍ଷାନୁଭୂତି ପାଇଁ ବିଭିନ୍ନ ପ୍ରକାର ବୈଜ୍ଞାନିକ ଯନ୍ତ୍ର ଉଦ୍ଭାବିତ ହୋଇଅଛି । ଏଗୁଡ଼ିକ ଉପଯୋଗଦ୍ଵାରା ବୈଜ୍ଞାନିକ ପର୍ଯ୍ୟବେକ୍ଷଣ ଅଭ୍ରାନ୍ତ ଓ ନିଘୋଷ ହୁଏ ।
ସାଧାରଣ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବେକ୍ଷିତ ବସ୍ତୁ ବା ଘଟଣା ଉପରେ ପର୍ଯ୍ୟବେକ୍ଷକର କୌଣସି କର୍ତ୍ତୃତ୍ୱ ନ ଥାଏ । ପ୍ରାକୃତିକ ପରିବେଶରେ ପ୍ରକୃତି ଯେପରିଭାବରେ ସେଗୁଡ଼ିକୁ ପ୍ରଦର୍ଶନ କରେ, ପର୍ଯ୍ୟବେକ୍ଷକ କେବଳ ସେତିକି ମାତ୍ର ସେଗୁଡ଼ିକ ବିଷୟରେ ଜାଣିପାରେ । ଉଦାହରଣସ୍ୱରୂପ, ଗୋଟିଏ ଲତାର ବୃଦ୍ଧି ବିଷୟକ ଜ୍ଞାନଲାଭ କରିବା ଉଦ୍ଦେଶ୍ୟରେ ଯଦି ଆମ୍ଭେମାନେ ପ୍ରତି ସପ୍ତାହରେ ତାହାର ଦୈର୍ଘ୍ୟ ମାପି ଲିପିବଦ୍ଧ କରି ରଖୁ ତେବେ ତାହା ସାଧାରଣ ପର୍ଯ୍ୟବେକ୍ଷଣ; କିନ୍ତୁ ଯଦି ଆମ୍ଭେମାନେ ପ୍ରାକୃତିକ ପରିସ୍ଥିତିର ପରିବର୍ତ୍ତନ କରୁ ଅର୍ଥାତ୍ ଭିନ୍ନ ଭିନ୍ନ ପ୍ରକାରର ସାର ପ୍ରୟୋଗ କରି ଲତାଟିର ବୃଦ୍ଧିରେ କି ପ୍ରକାର ପ୍ରଭାବ ପଡ଼ୁଅଛି ଜାଣିବାକୁ ଚେଷ୍ଟାକରୁ କିମ୍ବା ଲତାଟିକୁ ସୂର୍ଯ୍ୟକିରଣର ପ୍ରଭାବ ପଡୁଥିବା ସ୍ଥାନକୁ ପରିବର୍ତ୍ତନ କରି ତାହାର ବୃଦ୍ଧି ଲକ୍ଷ୍ୟ କରୁ, ତେବେ ଆମ୍ଭମାନଙ୍କର କ୍ରିୟା ସାଧାରଣ ପର୍ଯ୍ୟବେକ୍ଷଣରେ ପର୍ଯ୍ୟବସିତ ନୁହେଁ । ଏ ପ୍ରକାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ ।
୧୫. ପର୍ଯ୍ୟବେକ୍ଷଣର ନିୟମାବଳୀ ବ୍ୟାଖ୍ୟା କର ।
Answer:
ପର୍ଯ୍ୟବେକ୍ଷଣ ସାଧାରଣତଃ ସଠିକ୍ ଏବଂ ନିର୍ଭୁଲ ହେବା ବିଧେୟ । ତେଣୁ ପର୍ଯ୍ୟବେକ୍ଷଣ କରିବା ସମୟରେ ନିମ୍ନଲିଖ ନିୟମ ପ୍ରତି ସଚେତନ ହେବାକୁ ପଡ଼ିବ ।
ପର୍ଯ୍ୟବେକ୍ଷଣ ଯଥାର୍ଥ ଏବଂ ପ୍ରାସଙ୍ଗିକ ହେବା ନିମନ୍ତେ ଆମେ ଆମର ଜ୍ଞାନେନ୍ଦ୍ରିୟଗୁଡ଼ିକର ସହାୟତା ଲୋଡ଼ିବା ସଙ୍ଗେ ସଙ୍ଗେ ଏହାକୁ ଅଧିକ ନିର୍ଭୁଲ ଏବଂ ପ୍ରମାଣଯୋଗ୍ୟ କରିବାପାଇଁ ବୈଜ୍ଞାନିକ ଯନ୍ତ୍ରର ଆବଶ୍ୟକତା ଲୋଡ଼ିଥାଉ । ଆଜିକାଲି ଅଣୁବୀକ୍ଷଣ, ଦୂରବୀକ୍ଷଣ, ଦୂରଦର୍ଶନ, ଦୂରଚିତ୍ର ଗ୍ରହଣ, ଦୂରବର୍ତ୍ତୀ ସଂଯୋଗ ଇତ୍ୟାଦି ଯନ୍ତ୍ରର ବ୍ୟବହାର ତଥା କୃତ୍ରିମ ଉପଗ୍ରହର ଉପଯୋଗ ଫଳରେ ପର୍ଯ୍ୟବେକ୍ଷଣର ପରିସର ବୃଦ୍ଧି ପାଇଛି ଓ ଦୂରଦୂରାନ୍ତ ବସ୍ତୁ ସମ୍ବନ୍ଧରେ ଯଥାର୍ଥ ଜ୍ଞାନ ମିଳିପାରୁଛି ।
ବିଷୟ ନିର୍ବାଚନ ପର୍ଯ୍ୟବେକ୍ଷଣର ଗୋଟିଏ ପ୍ରଧାନ ଅଙ୍ଗ । ତେଣୁ ପର୍ଯ୍ୟବେକ୍ଷଣ ଯଥାସମ୍ଭବ ଅପ୍ରାସଙ୍ଗିକ ନ ହେବା ବିଧେୟ । ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ନିମିତ୍ତ ଥରେ ମାତ୍ର ପର୍ଯ୍ୟବେକ୍ଷଣ କରି ସନ୍ତୁଷ୍ଟ ଏବଂ ନୀରବ ରହିବା ଠିକ୍ ନୁହେଁ । ପୁଙ୍ଖାନୁପୁଙ୍ଖ ପୌନଃପୁନିକ ପର୍ଯ୍ୟବେକ୍ଷଣଦ୍ଵାରାହିଁ ତଲ୍ଲବ୍ଧ ସିଦ୍ଧାନ୍ତ ସଂପୂର୍ଣ୍ଣ ଅଭ୍ରାନ୍ତ ଓ ନିର୍ଦ୍ଦେଶ ହେବାର ସମ୍ଭାବନା ଥାଏ ।
ତଦନ୍ତ ହେଉଥିବା ବିଷୟବସ୍ତୁ ବା ଘଟଣାକୁ ଅନ୍ୟାନ୍ୟ ବିଷୟବସ୍ତୁ ବା ଘଟଣାମାନଙ୍କଠାରୁ ଯଥାସମ୍ଭବ ପୃଥକ୍ ରଖୁ ଆବଶ୍ୟକ । ବିଷୟବସ୍ତୁ ସ୍ଥିରୀକରଣଦ୍ବାରା ଅଯଥା ସମୟ ନଷ୍ଟରୁ ଆମେ ରକ୍ଷା ପାଉ । ସେଥିପାଇଁ ପର୍ଯ୍ୟବେକ୍ଷଣୀୟ ବିଷୟ ସମ୍ବନ୍ଧରେ ପ୍ରଥମତଃ ସୁସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।
ପର୍ଯ୍ୟବେକ୍ଷିତ ବସ୍ତୁ ବା ଘଟଣାକୁ ଯଥାସମ୍ଭବ ଭିନ୍ନ ଭିନ୍ନ ପାରିପାର୍ଶ୍ବକ ଅବସ୍ଥାରେ ଲକ୍ଷ୍ୟ କରିବା ଆବଶ୍ୟକ । ଏହାଦ୍ଵାରା ଘଟଣା ବା ବସ୍ତୁ ସମ୍ପର୍କରେ ଆମ୍ଭର ଯଥେଷ୍ଟ ଧାରଣା ହୋଇଥାଏ । ଏତଦ୍ବ୍ୟତୀତ ପର୍ଯ୍ୟବେକ୍ଷଣ ସଂପୃକ୍ତ ଅପରିହାର୍ଯ୍ୟ ଓ ଅବାନ୍ତର ବିଷୟାବଳୀ ସମ୍ବନ୍ଧରେ ଯଥାଯଥ ଜ୍ଞାନଲାଭ କରାଯାଇପାରେ ।
ପର୍ଯ୍ୟବେକ୍ଷଣ କାଳରେ ଯଦି ଉପରୋକ୍ତ ନିୟମ ପ୍ରତି ଦୃଷ୍ଟି ଦିଆ ନ ଯାଏ ଦୁଇ ପ୍ରକାର ଦୋଷ ଜାତ ହୁଏ । କେତେକ ପର୍ଯ୍ୟବେକ୍ଷଣୀୟ ବିଷୟ ଅନବେକ୍ଷିତ ହୋଇ ରହିଯାଏ ବା ପର୍ଯ୍ୟବେକ୍ଷିତ ବସ୍ତୁ ବା ଘଟଣାର ସ୍ବରୂପ ଓ ସ୍ବଭାବ ଉଦ୍ଘାଟିତ ହେବା ପରିବର୍ତ୍ତେ ଭ୍ରମାତ୍ମକ ଜ୍ଞାନ ଜାତ ହୁଏ । ପର୍ଯ୍ୟବେକ୍ଷଣର ଉପର୍ୟ୍ଯୁକ୍ତ ପ୍ରଥମ ପ୍ରକାର ଦୋଷକୁ ଅନବେକ୍ଷଣ ଦୋଷ ବା ଦ୍ଵିତୀୟ ପ୍ରକାର ଦୋଷକୁ ଦୂରବେକ୍ଷଣ ବା ଭ୍ରମ-ପ୍ରତ୍ୟକ୍ଷ ଦୋଷ କୁହାଯାଏ ।
୧୬. ଉଦାହରଣ ସହ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
(କ) ଅନବେକ୍ଷଣ ଦୋଷ ।
(ଖ) ଦୂରବେକ୍ଷଣ ବା ଭ୍ରମ-ପ୍ରତ୍ୟକ୍ଷ ଦୋଷ ।
Answer:
(କ) ଅନବେକ୍ଷଣ ଦୋଷ :
ଯାହାକୁ ପର୍ଯ୍ୟବେକ୍ଷଣ କରିବା ଉଚିତ, ତାକୁ ପର୍ଯ୍ୟବେକ୍ଷଣ କରାନଗଲେ ଅନବେକ୍ଷଣ ଦୋଷ ଜାତ ହୁଏ । ଏ କ୍ଷେତ୍ରରେ ଯେଉଁ ଯେଉଁ ଘଟଣାକୁ ପର୍ଯ୍ୟବେକ୍ଷଣ କରିବା ଆବଶ୍ୟକ, ତାହାକୁ ଆମେ ପର୍ଯ୍ୟବେକ୍ଷଣ ନ କରିବାକୁ ଆମ୍ଭେ ଭିନ୍ନ ପ୍ରକାର ସିଦ୍ଧାନ୍ତରେ ଉପନୀତ ହେଉ । ସମସ୍ତ ପର୍ଯ୍ୟବେକ୍ଷଣ ନିର୍ବାଚନମୂଳକ ଏବଂ ଏହି ନିର୍ବାଚନ କଲାବେଳେ ଆମେ ଦୃଷ୍ଟାନ୍ତ ସମ୍ବନ୍ଧୀୟ ବା ବୈଶିଷ୍ଟ୍ୟ ସମ୍ବନ୍ଧୀୟ ଘଟଣାକୁ ଉପେକ୍ଷା କରିପାରୁ । ଏପରି କ୍ଷେତ୍ରରେ ଉପରୋକ୍ତ ଦୋଷ ହୁଏ ।
ଅନବେକ୍ଷଣ ଏକ ନଞର୍ଥକ ଦୋଷ । ଅର୍ଥାତ୍ ଦରକାରୀ ବିଷୟକୁ ଆମେ ଉପେକ୍ଷା କରିଦେଉ । ଅନବେକ୍ଷଣ ଦୋଷ ଦୁଇପ୍ରକାର ହୋଇପାରେ; ଯଥା — (୧) ଦୃଷ୍ଟାନ୍ତ ସମ୍ବନ୍ଧୀୟ ଅନବେକ୍ଷଣ ଏବଂ (୨) ବୈଶିଷ୍ଟ୍ୟ ସମ୍ବନ୍ଧୀୟ ଅନବେକ୍ଷଣ ।
(୧) ଦୃଷ୍ଟାନ୍ତ ସମ୍ବନ୍ଧୀୟ ଅନବେକ୍ଷଣ – କୁସଂସ୍କାର, ଅନ୍ଧବିଶ୍ଵାସ ଓ ପୂର୍ବଧାରଣାର ବଶବର୍ତ୍ତୀ ହୋଇ ଆମେ ଯେଉଁ ପର୍ଯ୍ୟବେକ୍ଷଣ କରୁ, ସେପ୍ରକାର ପର୍ଯ୍ୟବେକ୍ଷଣକୁ ଦୃଷ୍ଟାନ୍ତ ସମ୍ବନ୍ଧୀୟ ଅନବେକ୍ଷଣ କୁହାଯାଏ । ସଂକ୍ଷେପରେ କହିବାକୁ ଗଲେ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ଆମ୍ଭେ ଉପେକ୍ଷା କରିଦେଉ ଏବଂ ସଦର୍ଥକ ଦୃଷ୍ଟାନ୍ତଗୁଡ଼ିକର ଉଦାହରଣ ଦେଉ । ଜ୍ୟୋତିଷମାନେ ସାଧାରଣତଃ ବ୍ୟକ୍ତିବିଶେଷଙ୍କ ଉପରେ ଭବିଷ୍ୟତବାଣୀ କରିଥାଆନ୍ତି ।
ଯେଉଁ ଘଟଣାଗୁଡ଼ିକ ସତ୍ୟ ହୋଇଥାଏ, ସାଧାରଣତଃ କେବଳ ତାହାର ପ୍ରମାଣପତ୍ର ଦେଖାଇ ଲୋକଙ୍କ ବିଶ୍ୱାସଭାଜନ ହୋଇଥାଆନ୍ତି । କିନ୍ତୁ ଯେଉଁ ଘଟଣାଗୁଡ଼ିକ ମିଥ୍ୟା ହୁଏ, ସେ ସମ୍ବନ୍ଧରେ ନୀରବ ରହନ୍ତି । ତେଣୁ ଯେତେବେଳେ ଏପରି ଜଣେ ଜ୍ୟୋତିଷଙ୍କର ଭବିଷ୍ୟତ ବାଣୀ ସତ୍ୟ ବୋଲି କୁହାଯାଏ, ତାହା ଏହି ଦୋଷରେ ଦୃଷ୍ଟ ହୁଏ । କାରଣ ଏଠାରେ ନଞର୍ଥକ ଦୃଷ୍ଟାନ୍ତଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଗଲା ନାହିଁ ।
(୨) ବୈଶିଷ୍ଟ୍ୟ ସମ୍ବନ୍ଧୀୟ ଅନବେକ୍ଷଣ – ଅନେକ ସମୟରେ କାରଣ ଅନୁସନ୍ଧାନ ସମୟରେ ବିଶିଷ୍ଟ ବା ମୁଖ୍ୟ ଘଟଣା ଆମର ଦୃଷ୍ଟି ଏଡ଼ାଇଯାଏ; ଏପରି ପର୍ଯ୍ୟବେକ୍ଷଣରେ ଉପରୋକ୍ତ ଦୋଷ ଜନ୍ମେ । ଗୋଟିଏ ଘଟଣାକୁ ତନ୍ନତନ୍ତ୍ରଭାବେ ନ ଦେଖ୍ ତରବରିଆ ଭାବରେ ସିଦ୍ଧାନ୍ତ ଆଣିଲେ ଏପ୍ରକାର ଦୋଷ ହେବାର ସମ୍ଭାବନା ଅଧିକ ଥାଏ ।
ଉଦାହରଣସ୍ୱରୂପ, ଜଣେ ଛାତ୍ର ପରୀକ୍ଷାରେ ଅକୃତକାର୍ଯ୍ୟ ହେଲା । ସେଥିପାଇଁ କଠିନ ପ୍ରଶ୍ନ ଏକମାତ୍ର କାରଣ ବୋଲି କୁହାଯାଇପାରିବ ନାହିଁ । ଛାତ୍ରର ପରିଶ୍ରମ, ପ୍ରସ୍ତୁତି, ସାମର୍ଥ୍ୟ ଇତ୍ୟାଦି ବିଷୟକୁ ପର୍ଯ୍ୟବେକ୍ଷଣ ନ କରିବା ହେତୁ ଏହା ଅନବେକ୍ଷଣ ଦୋଷରେ ଦୃଷ୍ଟି ।
(ଖ) ଦୂରବେକ୍ଷଣ ବା ଭ୍ରମ-ପ୍ରତ୍ୟକ୍ଷ – ଏହା ଏକ ସଦର୍ଥକ ଦୋଷ । କାରଣ ଏ କ୍ଷେତ୍ରରେ ଗୋଟିଏ ଭୁଲ ପ୍ରତ୍ୟକ୍ଷ ସଂଘଟିତ ହୁଏ । ଅନବେକ୍ଷଣ ଦୋଷରେ ଯାହା ଦେଖିବା କଥା, ତାହାକୁ ଆମେ ଭୁଲ ଭାବେ ଦେଖୁ । ମାନସିକ ପ୍ରବୃତ୍ତି, ଇନ୍ଦ୍ରିୟର ଦୁର୍ବଳତା କିମ୍ବା ପାରିପାଶ୍ୱିକ ଅବସ୍ଥା ଯୋଗୁଁ ଗୋଟିଏ ଜିନିଷ ବା ଘଟଣା ଆମକୁ ଅନ୍ୟ ଗୋଟିଏ ଜିନିଷ ବା ଘଟଣା ପରି ଦେଖାଯାଏ । ଏହି ଭୁଲ ପ୍ରତ୍ୟକ୍ଷରୁ ଯଦି ଆମ୍ଭେ ସିଦ୍ଧାନ୍ତ ଆଣୁ ତାହା ଦୂରବେକ୍ଷଣ ଦୋଷରେ ଦୃଷ୍ଟ ହୋଇଥାଏ ।
ଅନ୍ଧକାରରେ ଆମେ ଦୌଡ଼ିଟିଏ ଦେଖୁ ସାପ ବୋଲି ଚିତ୍କାର କରୁ । କାମଳ ରୋଗରେ ଆକ୍ରାନ୍ତ ବ୍ୟକ୍ତି ସମସ୍ତ ବସ୍ତୁକୁ ହଳଦୀ ବର୍ଣ୍ଣ ଦେଖେ । ଜହ୍ନର ଆଲୋକରେ ଗୋଟିଏ ଗଛ ଭୂତ ଭଳି ମନେହୁଏ । ଗୋଟିଏ ଅଚିହ୍ନା ବ୍ୟକ୍ତି ଦୂରରୁ ବନ୍ଧୁଭଳି ଦିଶେ ।
ଦୂରବେକ୍ଷଣ ଦୋଷ ଦୁଇପ୍ରକାର ହୋଇପାରେ; ଯଥା – ସାର୍ବିକ ଓ ବ୍ୟକ୍ତିକ । ସମସ୍ତେ ଯେଉଁ ଭ୍ରମ-ପ୍ରତ୍ୟକ୍ଷ ଅନୁଭବ କରନ୍ତି ତାହା ସାର୍ବିକ ଓ ଯେଉଁ ଭ୍ରମ-ପ୍ରତ୍ୟକ୍ଷ କେବଳ ଜଣେ ମାତ୍ର ବ୍ୟକ୍ତିର ଅନୁଭୂତି-ପରିସରଭୁକ୍ତ ତାହା ବ୍ୟକ୍ତିକ । ଖଣ୍ଡିଏ ସିଧା କାଠିକୁ ପାଣିରେ ଅଧା ବୁଡ଼ାଇଲେ, ତାହା ସମସ୍ତଙ୍କୁ ବଙ୍କାଭଳି ଦେଖାଯାଏ । ଏହା ସାର୍ବିକ ଦୂରବେକ୍ଷଣ; ମାତ୍ର ଯେତେବେଳେ ଜଣେ ବ୍ୟକ୍ତି ଦଉଡ଼ିକୁ ଅନ୍ଧାରରେ ସାପ ବୋଲି ଦେଖେ, ସେତେବେଳେ ତାହା ବ୍ୟକ୍ତିକ ଦୂରବେକ୍ଷଣ ।
୧୭. ପରୀକ୍ଷଣ କାହାକୁ କହନ୍ତି ? ଏହାର ଲକ୍ଷଣଗୁଡ଼ିକ ବୁଝାଅ ।
Answer:
ପର୍ଯ୍ୟବେକ୍ଷଣୀୟ ବସ୍ତୁ ବା ଘଟଣା ବିଷୟରେ ସମ୍ୟକ୍ ଜ୍ଞାନଲାଭ ନିମିତ୍ତ ପ୍ରାକ୍ ନିୟନ୍ତ୍ରିତ ପରିବେଶ ମଧ୍ୟରେ ତାହାର ପର୍ଯ୍ୟବେକ୍ଷଣକୁ ପରୀକ୍ଷଣମୂଳକ ପର୍ଯ୍ୟବେକ୍ଷଣ କୁହାଯାଏ । ଉଦାହରଣସ୍ୱରୂପ, ଜଳର ସ୍ଥିତିକୁ ସର୍ବତ୍ର ପର୍ଯ୍ୟବେକ୍ଷଣ କରାଯାଇଥାଏ । ମାତ୍ର ଉଦ୍ଜାନ ଓ ଅମ୍ଳଜାନ ଆବଶ୍ୟକ ପରିମାଣରେ ଏକତ୍ର କରି ତହିଁରେ ବିଦ୍ୟୁତ୍ ସଂଯୋଗ କଲେ ତହିଁରୁ ଜଳ ସୃଷ୍ଟି ହୁଏ । ଏହା ଏକ କୃତ୍ରିମ ପ୍ରକ୍ରିୟା ।
ଲକ୍ଷଣ – (୧) ପରୀକ୍ଷଣ ଏକ ପ୍ରକାରର ପର୍ଯ୍ୟବେକ୍ଷଣ–ପର୍ଯ୍ୟବେକ୍ଷଣ ବିଭିନ୍ନ ପ୍ରକାରର ହୋଇପାରେ, ତନ୍ମଧ୍ୟରୁ ପରୀକ୍ଷଣ ଏକ ପ୍ରକାରର । ପର୍ଯ୍ୟବେକ୍ଷଣ, ପ୍ରକୃତି ଉପରେ ନିର୍ଭର କରେ । କେତେକ କ୍ଷେତ୍ରରେ ଅଣୁବୀକ୍ଷଣ କିମ୍ବା ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ଥିଲେ ମଧ୍ୟ ପର୍ଯ୍ୟବେକ୍ଷିତ ଘଟଣାଟି ପାଇଁ ପ୍ରକୃତି ଉପରେ ନିର୍ଭର କରିବାକୁ ପଡ଼ିଥାଏ । ମାତ୍ର ପରୀକ୍ଷଣ କ୍ଷେତ୍ରରେ କୃତ୍ରିମ ପରିବେଶ ସୃଷ୍ଟିକରି ବିଭିନ୍ନ ପରିବର୍ତ୍ତିତ ପରିସ୍ଥିତିରେ ସେହି ଘଟଣାର ପୁନଃ ସର୍ଜନା କରାଯାଇଥାଏ ।
(୨) ପରୀକ୍ଷଣ ଏକ କୃତ୍ରିମ ପ୍ରକ୍ରିୟା– ପ୍ରକୃତିରେ ପ୍ରଚୁର ଜଳ ସମ୍ପଦ ରହିଅଛି । ମାତ୍ର ଏକ କୃତ୍ରିମ ପରିବେଶରେ ଉଦ୍ଜାନ ଓ ଅମ୍ଳଜାନର ଆନୁପାତିକ ମିଶ୍ରଣରେ ଜଳ ସୃଷ୍ଟି କରିହୁଏ । ତେଣୁ ପରୀକ୍ଷଣ ହେଉଛି ଘଟଣାମାନଙ୍କର କୃତ୍ରିମ ଉପାୟରେ ପୁନଃ ସର୍ଜନା ।
(୩) ପରୀକ୍ଷଣ ଏକ ସ୍ୱେଚ୍ଛାକୃତ ଏବଂ ଉଦ୍ଦେଶ୍ୟମୂଳକ କ୍ରିୟା–ପରୀକ୍ଷଣ ଏକ କୃତ୍ରିମ ପ୍ରକ୍ରିୟା । ପରୀକ୍ଷଣର ଅନ୍ତରାଳରେ ପରୀକ୍ଷକର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଥାଏ । ସେ ହୁଏତ ପ୍ରକୃତିରେ ଘଟୁଥିବା ଘଟଣାମାନଙ୍କର କାରଣ ଅନୁସନ୍ଧାନରେ ଆଗ୍ରହୀ ଥାଏ କିମ୍ବା ପ୍ରକୃତିର କୌଣସି ଏକ ଗୂଢ଼ ରହସ୍ୟକୁ ଉନ୍ମୋଚନ କରିବାକୁ ପ୍ରୟାସୀ ହୋଇଥାଏ । ପରୀକ୍ଷଣ ପ୍ରକୃତିସାପେକ୍ଷ ନୁହେଁ, ଏହା ଏକ ସ୍ୱେଚ୍ଛାକୃତ ଏବଂ ଲକ୍ଷ୍ୟସାଧନ ପ୍ରୟାସୀ କ୍ରିୟା ।
(୪) ପରୀକ୍ଷଣରେ ପରିବର୍ତ୍ତିତ ପରିସ୍ଥିତିର ସାହାଯ୍ୟ ନିଆଯାଏ–ପରୀକ୍ଷଣ ସର୍ବଦା ସ୍ୱେଚ୍ଛାକୃତ ଏବଂ ଉଦ୍ଦେଶ୍ୟମୂଳକ । ଏହି ହେତୁରୁ ଗବେଷକ କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ଉପନୀତ ହେବାପାଇଁ ଗୋଟିଏ ଘଟଣାକୁ ବାରମ୍ବାର ଏବଂ ଭିନ୍ନ ଭିନ୍ନ ପରିବର୍ତିତ ପରିସ୍ଥିତିରେ ପରୀକ୍ଷା କରିଥାଏ । ପରୀକ୍ଷଣ ହେଉଛି ଘଟଣାର ସୃଜନ ବୋଲି ବେନ୍ ବର୍ଣ୍ଣନା କରିଛନ୍ତି । ପରୀକ୍ଷଣ ହେଉଛି ପ୍ରକୃତିକୁ କୂଟ ପ୍ରଶ୍ନ ଜିଜ୍ଞାସା କରିବା ଏବଂ ତାହାର ଉତ୍ତର ଆଦାୟ କରିବା ବୋଲି ବେକନ୍ ବର୍ଣନା କରିଛନ୍ତି ।
ସାଧାରଣ ପର୍ଯ୍ୟବେକ୍ଷଣ କାଳରେ ପର୍ଯ୍ୟବେକ୍ଷକର ସମକ୍ଷରେ ପ୍ରକୃତି ନିଜକୁ ଯେପରି ଭାବେ ଉପସ୍ଥାପିତ କରେ, ସେ କେବଳ ସେତିକି ମାତ୍ର ଜାଣିପାରେ । କିନ୍ତୁ ପରୀକ୍ଷଣରେ ପର୍ଯ୍ୟବେକ୍ଷକ ସୁନିୟନ୍ତ୍ରିତ ପରିବେଶରେ ପ୍ରାକୃତିକ ଘଟଣା ଘଟାଇ ପାରୁଥିବାରୁ ସାଧାରଣତଃ ଦୁର୍ଲଭ ପ୍ରାକୃତିକ ତଥ୍ୟର ସନ୍ଧାନ ମଧ୍ଯ ପାଇପାରେ । ସାଧାରଣ ପର୍ଯ୍ୟବେକ୍ଷଣଦ୍ବାରା ଯେଉଁସବୁ ପ୍ରାକୃତିକ ତଥ୍ୟ ଉଦ୍ଘାଟିତ ହେବା ସମ୍ଭାବନା ନାହିଁ, ସେସବୁ ମଧ୍ୟ ପରୀକ୍ଷଣଦ୍ୱାରା ପର୍ଯ୍ୟବେକ୍ଷକର ଜ୍ଞାନଗୋଚର ହୁଏ । ତେଣୁ ପରୀକ୍ଷଣକୁ ପ୍ରକୃତିଠାରୁ କୂଟ ପ୍ରଶ୍ନର ଉତ୍ତର ସଂଗ୍ରହଣ ବୋଲି ବର୍ଣ୍ଣନା କରିବା ଯଥାର୍ଥ ।
୧୮. ବିଜ୍ଞାନର ଲକ୍ଷ୍ୟ ଏବଂ ମୂଲ୍ୟ (Aim and value of Science) ଆଲୋଚନା କର ।
Answer:
ପ୍ରକୃତିର ଗୋଟିଏ ବିଶେଷ ବିଭାଗ ସଂପର୍କରେ ଯଥାର୍ଥ, ନିଶ୍ଚିତ ଓ ସୁଶୃଙ୍ଖଳ ଜ୍ଞାନକୁ ବିଜ୍ଞାନ ବୋଲି କୁହାଯାଏ । ଏହା ଲୌକିକ ବା ସାଧାରଣ ଜ୍ଞାନଠାରୁ ଭିନ୍ନ । ବିଜ୍ଞାନ ସବୁ ସମୟରେ ଖଣ୍ଡ, ବିଚ୍ଛିନ୍ନ ଘଟଣାଗୁଡ଼ିକୁ ଗୋଟିଏ ନିୟମର ଅଧୀନରେ ଆଣିବାକୁ ଚେଷ୍ଟା କରିଥାଏ । ପଦାର୍ଥ ବିଜ୍ଞାନ ମାଧ୍ୟାକର୍ଷଣ ତତ୍ତ୍ବ ସାହାଯ୍ୟରେ ସମସ୍ତ ପଦାର୍ଥର ନିମ୍ନାଭିମୁଖୀ ଗତିକୁ ବ୍ୟାଖ୍ୟା କରିଥାଏ । ପ୍ରକାରାନ୍ତରେ ଲୌକିକ ଜ୍ଞାନ ବିଶୃଙ୍ଖଳ ଓ ପରସ୍ପର ବିଚ୍ଛିନ୍ନ ।
ବିଜ୍ଞାନର ଗୋଟିଏ ନିର୍ଦ୍ଦିଷ୍ଟ ପଦ୍ଧତି ରହିଛି ଏବଂ ବିଜ୍ଞାନ ପରୀକ୍ଷଣ ସାହାଯ୍ୟରେ ସତ୍ୟାସତ୍ୟ ନିରୂପଣ କରେ ବୋଲି ବୈଜ୍ଞାନିକ ଜ୍ଞାନ ନିର୍ଭୁଲ ଓ ନିଶ୍ଚିତ ଅଟେ । ପ୍ରକାରାନ୍ତରେ ଲୌକିକ ଜ୍ଞାନ ଆହରଣର କୌଣସି ନିର୍ଦ୍ଦିଷ୍ଟ ବା ଧରାବନ୍ଧା ପଦ୍ଧତି ନ ଥିବାରୁ ତାହା ବିଜ୍ଞାନ ଭଳି ନିଶ୍ଚିତ ହୋଇ ନ ପାରେ ।
ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ସାହାଯ୍ୟରେ କେତେଗୁଡ଼ିଏ ସାର୍ବିକ ନିୟମ ଆବିଷ୍କାର କରିବା ଏବଂ ସେ ସମସ୍ତ ନିୟମ ସାହାଯ୍ୟରେ ନିଜ ନିଜ ବିଭାଗର ଘଟଣାବଳୀକୁ ବ୍ୟାଖ୍ୟା କରିବାହିଁ ହେଉଛି ପ୍ରତ୍ୟେକ ବିଜ୍ଞାନର ଲକ୍ଷ୍ୟ । ପ୍ରତ୍ୟେକ ବିଜ୍ଞାନ ଏ ସମସ୍ତ ସାର୍ଷିକ ନିୟମ ସାହାଯ୍ୟରେ ପ୍ରକୃତିର ଗୋଟିଏ ବିଶେଷ ବିଭାଗର ଅନ୍ତର୍ଗତ ଘଟଣା ସଂପର୍କରେ ସୁନିଶ୍ଚିତ ଓ ସୁଶୃଙ୍ଖଳ ଜ୍ଞାନଦାନ କରେ ।
ବୈଜ୍ଞାନିକ ଆବିଷ୍କାରର କେତେକ ଦିଗ ମଣିଷର ଅମଙ୍ଗଳ ସାଧନ ମଧ୍ଯ କରୁଛି; କିନ୍ତୁ ବିଜ୍ଞାନ ମଣିଷର ପ୍ରଭୂତ ଉପକାର ମଧ୍ୟ କରୁଛି । ବିଜ୍ଞାନର ଉନ୍ନତି ଓ ତାହାର ପ୍ରୟୋଗ ମାନବ ଜାତିର ନାନା କଲ୍ୟାଣ ସାଧନ କରୁଛି– ଏକଥା ମଧ୍ୟ ଅସ୍ବୀକାର କରିହେବ ନାହିଁ । ବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଜ୍ଞାନଦାନ କରିବା । ବୈଜ୍ଞାନିକ ଅନୁସନ୍ଧାନ ଫଳରେ ଯେଉଁ ସାର୍ବିକ ନିୟମ ଆବିଷ୍କୃତ ହୋଇଛି, ମଣିଷର ବ୍ୟାବହାରିକ ପ୍ରୟୋଜନ ଛଡ଼ା ସେସମସ୍ତ ନିୟମର ଆଉ ଗୋଟିଏ ନିଜସ୍ଵ ମୂଲ୍ୟ ମଧ୍ୟ ରହିଛି ।
ବିଜ୍ଞାନର ନିଜସ୍ବ ମୂଲ୍ୟ ହେଉଛି କୌତୂହଳର ତୃପ୍ତିସାଧନ ବା ମଣିଷ ଆକାଂକ୍ଷାର ପରିତୃପ୍ତିସାଧନ । ବିଜ୍ଞାନର କାର୍ଯ୍ୟ ହେଉଛି ତଥ୍ୟ ବା ଘଟଣାର ଆବିଷ୍କାର । ତେଣୁ ବୈଜ୍ଞାନିକମାନେ କେତେକ ବିଶେଷ ଘଟଣା ବା ବସ୍ତୁର ପର୍ଯ୍ୟବେକ୍ଷଣ ବା ପରୀକ୍ଷଣପୂର୍ବକ ଏକ ସାର୍ବିକ ସତ୍ୟର ପ୍ରତିଷ୍ଠାରେ ପ୍ରୟାସୀ ହୁଅନ୍ତି । କୌଣସି ବିଶେଷ ଘଟଣା କାହିଁକି ଘଟୁଛି, ତାହାର ସମର୍ଥନରେ ହିଁ ଏସମସ୍ତ ସାର୍ବିକ ସତ୍ୟର ଉଲ୍ଲେଖ କରାହୁଏ ।
ସୁତରାଂ ଘଟଣାର ବିବରଣୀ ସଂଗ୍ରହ କରିବା ବୈଜ୍ଞାନିକମାନଙ୍କର ପ୍ରକୃତ ଲକ୍ଷ୍ୟ ନୁହେଁ । ବୈଜ୍ଞାନିକମାନଙ୍କର ଲକ୍ଷ୍ୟ ହେଉଛି ଘଟଣାବଳୀକୁ ହୃଦୟଙ୍ଗମପୂର୍ବକ ସେମାନଙ୍କର ତାତ୍ପର୍ଯ୍ୟ ଉଦ୍ଘାଟନ କରିବା । ବିଶେଷ ଘଟଣାଗୁଡ଼ିକ ଯେଉଁ ସମସ୍ତ ପ୍ରାକୃତିକ ନିୟମଦ୍ୱାରା ନିୟନ୍ତ୍ରିତ ହୁଅନ୍ତି ସେ ସମସ୍ତ ନିୟମ ଏବଂ ବିଶେଷ ଘଟଣାର ପଶ୍ଚାତ୍ଭାଗରେ ଯେଉଁ ମୂଳତତ୍ତ୍ୱ ନିହିତ ଅଛି ତାହାର ଅନୁସନ୍ଧାନ ହିଁ ବିଜ୍ଞାନର ମୂଳଲକ୍ଷ୍ୟ ।
୧୯. ବୈଜ୍ଞାନିକ ଅନୁସନ୍ଧାନ କାର୍ଯ୍ୟରେ ପ୍ରକଳ୍ପର ଗୁରୁତ୍ୱ (Importance of Hypothesis in Scientific Enquiry) ବୁଝାଅ !
Answer:
କୋହେନ୍ ଓ ନାଗେଲ୍ (Cohen and Nagel) କହନ୍ତି, ‘ଯଦି ଆମେ ପୂର୍ବରୁ ଦତ୍ତ ସମସ୍ୟାଟିର କୌଣସି ଅନୁମିତ ସମାଧାନ ବା ବ୍ୟାଖ୍ୟା ନେଇ ଅଗ୍ରସର ହୋଇ ନ ଥୁବୁ, ତେବେ କୌଣସି ଅନୁସନ୍ଧାନରେ ଆମେ ଏକ ପାଦ ମଧ୍ଯ ଆଗକୁ ଅଗ୍ରସର ହୋଇପାରିବୁ ନାହିଁ ।’’ ଆମର ପୂର୍ବାର୍ଜିତ ଜ୍ଞାନ ଏବଂ ସମସ୍ୟାଟିର କୌଣସି ଉପାଦାନହିଁ ଏଭଳି ସାମୟିକ ବ୍ୟାଖ୍ୟାର ଗୋଟିଏ ଇଙ୍ଗିତ ଦିଏ । ଏହି ଇଙ୍ଗିତ ଯେତେବେଳେ ବଚନ ଆକାରରେ ପ୍ରକାଶିତ ହୁଏ ତାହାକୁ ‘ପ୍ରକଳ୍ପ’ କୁହାଯାଏ ।
ବୈଜ୍ଞାନିକ ଅନୁସନ୍ଧାନରେ ପ୍ରକଳ୍ପ ବା ପ୍ରାକ୍-କଳ୍ପନାର ଗୁରୁତ୍ଵ ଯେ ଅପରିସୀମ ତାହା ପୂର୍ବୋକ୍ତ ଉକ୍ତିରୁ ବୁଝିହେଉଛି । ତଥାପି କେହି କେହି ପ୍ରକଳ୍ପ ଗଠନକୁ ସମର୍ଥନ କରିନାହାନ୍ତି । ସେମାନଙ୍କ ମତରେ, ପ୍ରକଳ୍ପ ଗଠନର ଅର୍ଥ ହେଉଛି ପ୍ରକୃତି ସଂପର୍କରେ ଆଗରୁ କିଛି ଅନୁମାନ କରିନେବା (Anticipating the nature) । ପ୍ରକୃତି କେଉଁ କେଉଁ ନିୟମ ଅନୁସାରେ କାର୍ଯ୍ୟ କରେ ସେ ସମ୍ବନ୍ଧରେ ପୂର୍ବରୁ କିଛି ଅନୁମାନ କରିନେବାର ନାମ ହେଉଛି ପ୍ରକଳ୍ପ ଗଠନ ।
ଯେଉଁମାନେ ପ୍ରକଳ୍ପ ଗଠନର ବିରୋଧୀ, ସେମାନଙ୍କ ମତରେ ପର୍ଯ୍ୟବେକ୍ଷଣ ଓ ଅପସାରଣ (elimination) ପ୍ରକ୍ରିୟାହିଁ ଯଥେଷ୍ଟ । ପ୍ରକୃତିରେ ଯାହା ଘଟୁଛି ତାହାର ଯଥାଯଥ ପର୍ଯ୍ୟବେକ୍ଷଣ ଏବଂ ଅପ୍ରାସଙ୍ଗିକ ବିଷୟର ଅପସାରଣ ସାହାଯ୍ୟରେହିଁ ଘଟଣାର ‘କାରଣ’ ବାହାର କରିହୁଏ । ଘଟଣାର ‘କାରଣ’ ସମ୍ପର୍କରେ ପୂର୍ବରୁ କିଛି ଅନୁମାନ କରିନେଲେ, ତାହା ପ୍ରକୃତି ଉପରେ ଆମର ମନଗତ ଅଭୀଷ୍ଟ କଥାକୁ ଲଦି ଦେଲାଭଳି ହେବ; କିନ୍ତୁ ଏହା ଠିକ୍ ନୁହେଁ ।
ପର୍ଯ୍ୟବେକ୍ଷଣ ହେଉଛି ଗୋଟିଏ ବିଶେଷ ଉଦ୍ଦେଶ୍ୟ ନେଇ ସୁନିୟନ୍ତ୍ରିତ ଭାବରେ ଘଟଣା ବା ବସ୍ତୁଗୁଡ଼ିକର ପ୍ରତ୍ୟକ୍ଷ କରିବା । ପର୍ଯ୍ୟବେକ୍ଷଣର ଉଦ୍ଦେଶ୍ୟ ହେଉଛି ଘଟଣାର ବ୍ୟାଖ୍ୟା କରିବା ଅର୍ଥାତ୍ ଘଟଣାର କାରଣ ଖୋଜି ବାହାର କରିବା । ପ୍ରକୃତ ବ୍ୟାଖ୍ୟା ଅର୍ଥାତ୍ ଦତ୍ତ ଘଟଣାର ନିର୍ଦ୍ଦିଷ୍ଟ କାରଣ ନ ପାଇଲା ପର୍ଯ୍ୟନ୍ତ ବ୍ୟାଖ୍ୟା ବା କାରଣ ସମ୍ପର୍କରେ ଗୋଟିଏ ଆନୁମାନିକ ଧାରଣା ନେଇ ଅଗ୍ରସର ହେବା ପ୍ରୟୋଜନ ।
ପୁନଶ୍ଚ ଅପସାରଣର ଉଦ୍ଦେଶ୍ୟ ହେଉଛି ଘଟଣା ସହିତ ସଂଯୁକ୍ତ ହୋଇଥିବା ଅବାନ୍ତର ବିଷୟଗୁଡ଼ିକ ବର୍ଜନପୂର୍ବକ ପ୍ରୟୋଜନୀୟ ବିଷୟଗୁଡ଼ିକ ଉପରେ ମନୋନିବେଶ କରିବା । କେଉଁ ବିଷୟ ଅବାନ୍ତର, କେଉଁ ବିଷୟ ପ୍ରୟୋଜନୀୟ ତାହା ଜାଣିବାକୁ ହେଲେ ପୂର୍ବରୁ କାରଣ ସମ୍ବନ୍ଧରେ ଗୋଟିଏ କଳ୍ପିତ ଧାରଣା ନେଇ ଅଗ୍ରସର ହେବାକୁ ହୁଏ । ସୁତରାଂ; କାରଣ ଆବିଷ୍କାର ନିମନ୍ତେ ପ୍ରକଳ୍ପର ଗୁରୁତ୍ଵ ଅସ୍ବୀକାର କରିହେବ ନାହିଁ ।
ଗୋଟିଏ ଉଦାହରଣ ସାହାଯ୍ୟରେ ପ୍ରକଳ୍ପର ଗୁରୁତ୍ୱ ଉପଲବ୍ଧ କରାଯାଇପାରେ । ଲର୍ଡ଼ ରେଲି ଏବଂ ରାମ୍ ଲକ୍ଷ୍ୟ କଲେ ଯେ, ବାୟୁରେ ଯେଉଁ ଯବକ୍ଷାରଜାନ ଗ୍ୟାସ୍ ମିଳେ ତାହା ରାସାୟନିକ ପ୍ରକ୍ରିୟାରେ ମିଳିଥିବା ଯବକ୍ଷାରଜାନ ଅପେକ୍ଷା ଓଜନିଆ ଅଟେ । ଏହାର କାରଣ ଅନୁସନ୍ଧାନ କରିବାକୁ ଯାଇ ସେମାନେ ଅନୁମାନ କଲେ ଅର୍ଥାତ୍ ପ୍ରକଳ୍ପ ଗଠନ କଲେ ଯେ, ବାୟୁରୁ ମଳିଥିବା ଯବକ୍ଷାରଜାନ ସହିତ ଅନ୍ୟ କୌଣସି ଅଜ୍ଞାତ ଗ୍ୟାସ୍ ମିଶିଥାଏ ବୋଲି ବାୟୁରୁ ମିଳିଥିବା ଯବକ୍ଷାରଜାନ ଓଜନରେ ଅପେକ୍ଷାକୃତ ଭାରୀ ହୋଇଥାଏ ।
ଅନୁସନ୍ଧାନ ଫଳରେ ସେମାନଙ୍କ ପ୍ରକଳ୍ପର ସତ୍ୟତା ପ୍ରମାଣିତ ହେଲା । ଅର୍ଥାତ୍ ଜଣାଗଲା ଯେ, ଯେଉଁ ଗ୍ୟାସ୍ଟି ମିଶି ରହିଛି ତାହା ହେଉଛି ଆରଗନ୍ (Argon) ଗ୍ୟାସ୍ । ଏହିପରି ଭାବରେ ଆରଗନ୍ ଗ୍ୟାସ୍ ଆବିଷ୍କୃତ ହେଲା । ତେଣୁ ଏଥିରୁ ସ୍ପଷ୍ଟ ଭାବରେ ଅନୁମିତ ହୁଏ ଯେ, ପ୍ରକଳ୍ପ ଗଠନ ନ କରି ବୈଜ୍ଞାନିକ ଅନୁସନ୍ଧାନରେ ଅଗ୍ରସର ହେବା ସମ୍ଭବ ନୁହେଁ । ୨୦. ବ୍ୟାଖ୍ୟା (Explanation) କ’ଣ ବୁଝାଅ ।
୨୦. ବ୍ୟାଖ୍ୟା (Explanation) କ’ଣ ବୁଝାଅ ।
Answer:
ପୂର୍ବରୁ କୁହାଯାଇଛି ଯେ, ବୈଜ୍ଞାନିକମାନେ କେବଳ ତଥ୍ୟ ଓ ଘଟଣା ସମ୍ବନ୍ଧରେ ବର୍ଣନାମୂଳକ ଜ୍ଞାନ ଉପରେ ସନ୍ତୁଷ୍ଟ ହୋଇନାହାନ୍ତି । ସେମାନେ ଘଟଣାର ବ୍ୟାଖ୍ୟା ନିମନ୍ତେ ଇଚ୍ଛା କରନ୍ତି । ତେଣୁ ପ୍ରଶ୍ନ ହେଉଛି ବ୍ୟାଖ୍ୟା କ’ଣ ? ବ୍ୟାଖ୍ୟା ହେଉଛି କେତେଗୁଡ଼ିଏ ବିବୃତିର ସମଷ୍ଟି, ଯେଉଁ ବିବୃତି ସାହାଯ୍ୟରେ ବୈଜ୍ଞାନିକମାନେ ଦତ୍ତ ତଥ୍ୟର ଯୁକ୍ତିସଙ୍ଗତ ଆଲୋଚନା କରି ସାଧାରଣ ଲୋକଙ୍କୁ ବୁଝାଇବାର ଚେଷ୍ଟା କରିଥା’ନ୍ତି ।
ଦୈନନ୍ଦିନ ଜୀବନରେ ଆମେ ପ୍ରତ୍ୟେକ ବସ୍ତୁ ବା ଘଟଣାକୁ ବୁଝିବା ନିମନ୍ତେ ବ୍ୟାଖ୍ୟାର ଅପେକ୍ଷାରେ ରହୁ । ଗୋଟିଏ ଉଦାହରଣ ସାହାଯ୍ୟରେ କଥାଟିକୁ ସ୍ପଷ୍ଟଭାବରେ ବୁଝାଇ ଦେଇହେବ । ଜଣେ ଅଫିସ୍ କର୍ମଚାରୀ ପ୍ରତିଦିନ ସକାଳ ୧୦ଟାରେ ଅଫିସ୍କୁ ଆସନ୍ତା ଏବଂ ଏଥରେ କୌଣସି ଅସ୍ଵାଭାବିକତା ନାହିଁ ବୋଲି କେହି ଏ ସମ୍ପର୍କରେ କୌଣସି କୌତୂହଳ ପ୍ରକାଶ କରନ୍ତି ନାହିଁ । କିନ୍ତୁ ଦିନେ ଯଦି କର୍ମଚାରୀ ଜଣକ ଦୁଇ ଘଣ୍ଟା ବିଳମ୍ବରେ ଅଫିସ୍କୁ ଆସନ୍ତି, ତାହେଲେ ତାଙ୍କର ଉପରିସ୍ଥ କର୍ତ୍ତୃପକ୍ଷ ତାଙ୍କୁ କୈଫିୟତ୍ ଦାବି କରନ୍ତି ।
ଅର୍ଥାତ୍ ସେହି କର୍ତ୍ତୃପକ୍ଷ ଜଣକ କର୍ମଚାରୀଙ୍କର ବିଳମ୍ବରେ ଅଫିସ୍କୁ ଆସିବାର ବ୍ୟାଖ୍ୟା ଚାହାଁନ୍ତି । କର୍ମଚାରୀ ଜଣକ ହୁଏତ କହନ୍ତି ଯେ, ସେ ସାଧାରଣତଃ ଯେଉଁ ଗାଡ଼ିରେ ଆସନ୍ତି ସେହି ଗାଡ଼ିରେ ଆସୁଥିବା ସମୟରେ ଗାଡ଼ିଟି ଏକ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ସେତେବେଳେ ଅନ୍ୟ କୌଣସି ଯାନବାହନ ନଥିବାରୁ ସେହି ଗାଡ଼ିଟି ମରାମତି ନ ହେବା ପର୍ଯ୍ୟନ୍ତ ସେହି ଗାଡ଼ିରେ ଦୁଇଘଣ୍ଟା ବସିରହିବାକୁ ପଡ଼ିଲା ।
ସେଦିନ ଅଫିସ୍କୁ ବିଳମ୍ବରେ ଆସିବାର ଏହି ବିବୃତି ସନ୍ତୋଷଜନକ ବ୍ୟାଖ୍ୟାଭାବରେ ଗ୍ରହଣ କରାଯାଇପାରେ । ଏଠାରେ ସନ୍ତୋଷଜନକ ବ୍ୟାଖାର ଅର୍ଥ ଲୋକଟିର ଦତ୍ତ ବିବୃତିରେ ନିହିତ ଥିବା ତଥ୍ୟରୁ ତାଙ୍କ ପ୍ରଦତ୍ତ ବିଳମ୍ବର କାରଣ ସ୍ଵରୂପ ସିଦ୍ଧାନ୍ତଟି ଯୁକ୍ତିଯୁକ୍ତଭାବରେ ନିଃସୃତ ହେଉଅଛି ।
ଏଥିରୁ ମନେକରାଯାଇପାରେ ଯେ, ବ୍ୟାଖ୍ୟା ଏବଂ ଅନୁମାନ ଉଭୟେ ନିବିଡ଼ ସଂପର୍କରେ ସଂପୃକ୍ତ । ବ୍ୟାଖ୍ୟା ଏବଂ ଅନୁମାନ ଏକା ପ୍ରକ୍ରିୟା । ପ୍ରଦତ୍ତ ଆଶ୍ରୟ ବାକ୍ୟରୁ କୌଣସି ସିଦ୍ଧାନ୍ତ ଯଦି ଯୁକ୍ତିସଙ୍ଗତଭାବରେ ନିଃସୃତ ହୁଏ, ତାହେଲେ ପ୍ରଦତ୍ତ ଆଶ୍ରୟ ବାକ୍ୟ ସେହି ସିଦ୍ଧାନ୍ତକୁ ବ୍ୟାଖ୍ୟା କରୁଛି ବୋଲି କୁହାଯାଇପାରେ । ପୁଣି ଗୋଟିଏ ପ୍ରଦତ୍ତ ଘଟଣାକୁ ବ୍ୟାଖ୍ୟା କରିବାକୁ ଯାଇ ଆମେ କହିପାରୁ ଯେ, ଘଟଣାଟିର ବ୍ୟାଖ୍ୟା ମିଳିପାରିଛି, ଯଦି ଆମେ ଏପରି କେତେଗୁଡ଼ିଏ ଆଶ୍ରୟ ବାକ୍ୟ ଖୋଜିପାଉ, ଘଟଣାଟି ଯୁକ୍ତିସଙ୍ଗତ ଭାବରେ ଅନୁମାନ କରାଯାଏ ।
ସମସ୍ତ ବ୍ୟାଖ୍ୟାହିଁ ସନ୍ତୋଷଜନକ ନୁହେଁ । କିଛି କିଛି ପ୍ରସ୍ତାବିତ ବ୍ୟାଖ୍ୟା ଅନ୍ୟାନ୍ୟ ବ୍ୟାଖ୍ୟା ଅପେକ୍ଷା ଅଧିକ ସନ୍ତୋଷଜନକ ହୋଇପାରେ । ସନ୍ତୋଷଜନକ ବ୍ୟାଖ୍ୟାର ମାନଦଣ୍ଡ ହେଉଛି ପ୍ରାସଙ୍ଗିକତା (Relevance) । ପୂର୍ବରୁ ଯେଉଁ ଅଫିସ କର୍ମଚାରୀ ଜଣଙ୍କର ଉଦାହରଣ ଦିଆଯାଇଛି ସେ ତାଙ୍କର ବିଳମ୍ବ କରି ଅଫିସ୍କୁ ଆସିବା ନିମନ୍ତେ ଯେଉଁ ବ୍ୟାଖ୍ୟା ଦେଲେ ତହିଁରେ ଯଦି ଉଲ୍ଲେଖ ଥାଏ ଯେ, ତାଙ୍କର ବିଳମ୍ବର କାରଣ ହେଉଛି ‘ସରବରାହ’, ତାହେଲେ ସେହି ବ୍ୟାଖ୍ୟା କେବଳ ଅପ୍ରାସଙ୍ଗିକ ହେବ ତା ନୁହେଁ, ବରଂ ତାହା କୌଣସି ବ୍ୟାଖ୍ୟା ବୋଲି ବିବେଚିତ ହେବ ନାହିଁ ।
ଯେଉଁ ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ ଇଚ୍ଛା କରାହେଉଛି ସେହି ଘଟଣାଟି ପ୍ରସ୍ତାବିତ ବ୍ୟାଖ୍ୟାଠାରୁ ଯେଉଁ ଯୁକ୍ତି ସାହାଯ୍ୟରେ ଅନୁମାନ କରାହେଉଛି ସେହି ଯୁକ୍ତିର ଅକାଟ୍ୟତା ଉପରେ ପ୍ରସ୍ତାବିତ ବ୍ୟାଖ୍ୟାର ପ୍ରାସଙ୍ଗିକତା ନିର୍ଭର କରୁଛି । ଗ୍ରହଣଯୋଗ୍ୟ ବ୍ୟାଖ୍ୟାକୁ ପ୍ରାସଙ୍ଗିକ ହେବାକୁ ପଡ଼ିବ; କିନ୍ତୁ ସମସ୍ତ ପ୍ରାସଙ୍ଗିକ ବ୍ୟାଖ୍ୟା ଗ୍ରହଣଯୋଗ୍ୟ ନୁହେଁ ।
ପ୍ରସ୍ତାବିତ ବ୍ୟାଖ୍ୟାକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ ତାହାକୁ ସତ୍ୟ ହେବାକୁ ପଡ଼ିବ । ପ୍ରସ୍ତାବିତ ବ୍ୟାଖ୍ୟାଟିର ସତ୍ୟତା କୌଣସି କୌଣସି କ୍ଷେତ୍ରରେ ପ୍ରତ୍ୟକ୍ଷଭାବରେ ପରଖ କରାଯାଏ । ଯେପରି ପୂର୍ବୋକ୍ତ କର୍ମଚାରୀଜଣକ ତାଙ୍କ ଅଫିସରେ ବିଳମ୍ବରେ ଆସିବାର ବ୍ୟାଖ୍ୟାଭାବରେ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହେବା କଥା କହିଛନ୍ତି ।
ଏହି ବ୍ୟାଖ୍ୟା ସତ କି ନୁହେଁ ତାହା ପ୍ରତ୍ୟକ୍ଷଦର୍ଶୀଙ୍କ ବିବୃତିକୁ ନେଇ ପରଖ କରାଯାଇପାରିବ; କିନ୍ତୁ ବିଜ୍ଞାନ ବିଶେଷ ଘଟଣାର ବ୍ୟାଖ୍ୟାରେ ଆଗ୍ରହୀ ନୁହେଁ । ବିଜ୍ଞାନ ସାର୍ବିକ ସତ୍ୟର ବ୍ୟାଖ୍ୟାରେ ଆଗ୍ରହୀ । ସାର୍ବିକ ସତ୍ୟକୁ ଇନ୍ଦ୍ରିୟ ମାଧ୍ୟମରେ ପ୍ରତ୍ୟକ୍ଷଭାବରେ ପରଖ କରିବା ଅଧିକାଂଶ ବୈଜ୍ଞାନିକ ବ୍ୟାଖ୍ୟା ପକ୍ଷରେ ସମ୍ଭବ ନୁହେଁ ।
ନିଉଟନ୍ଙ୍କର ଗତି ସୂତ୍ରର (Laws of Motion) ପ୍ରଥମ ସୂତ୍ରଟି ହେଉଛି, ‘ବାହାରରୁ ପ୍ରଯୁକ୍ତ ବଳଦ୍ଵାରା ଅବସ୍ଥାର ପରିବର୍ତ୍ତନ ନ କଲେ ସ୍ଥିର ବସ୍ତୁ ଚିରକାଳ ସ୍ଥିର ଅବସ୍ଥାରେ ଥାଏ ଏବଂ ସଚଳ ବସ୍ତୁ ଚିରକାଳ ସମବେଗରେ ସରଳରେଖାରେ ଗତି କରିଥାଏ ।’’ ଗାଡ଼ିଟି ଦୁର୍ଘଟଣାର ସମ୍ମୁଖୀନ ହେବା ଘଟଣାଟିର ସତ୍ୟତା ଯେପରିଭାବରେ ପରଖ କରାଯାଏ, ନିଉଟନ୍ଙ୍କର ଏହି ସୂତ୍ରଟିର ଦ୍ଵିତୀୟାଂଶର ସତ୍ୟତା ସେହିଭଳିଭାବରେ ପରଖ କରିହେବ ନାହିଁ ।
ପ୍ରଥମାଂଶର ସତ୍ୟତା ପ୍ରତ୍ୟକ୍ଷଭାବରେ ପରଖ କରିହେବ । କାରଣ ଆମର ଦୈନନ୍ଦନ ଅଭିଜ୍ଞତାରୁ ଜଣାଯାଏ ଯେ ଯଦି କୌଣସି ଏକ ଜଡ଼ ବସ୍ତୁକୁ ତହିଁର ଅବସ୍ଥାପିତ ସ୍ଥାନରୁ ଯେତେ ପର୍ଯ୍ୟନ୍ତ କେହି ସ୍ଥାନଚ୍ୟୁତ ନ କରିଛି ସେପର୍ଯ୍ୟନ୍ତ ବସ୍ତୁଟି ସେହି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥିବ । ସେ ସ୍ଵୟଂ ସ୍ଥାନାନ୍ତରିତ ହୋଇ କେଉଁ ଆଡ଼କୁ ମଧ୍ୟ ଚାଲିଯାଇପାରିବ ନାହିଁ; କିନ୍ତୁ ସୂତ୍ରଟିର ଦ୍ବିତୀୟାଂଶର ଏପରି କୌଣସି ପ୍ରତ୍ୟକ୍ଷ ଉଦାହରଣ ଦେବା ସମ୍ଭବ ନୁହେଁ ।
କୌଣସି ଗତିଶୀଳ ବସ୍ତୁ ସବୁବେଳେ ସବୁଦିନ ପାଇଁ ଏକାଭଳିଭାବରେ ଗୋଟିଏ ସରଳରେଖାରେ ଚାଳିତ ହେଉଛି ବୋଲି ଦୈନନ୍ଦିନ ଜୀବନରେ କୌଣସି ସାଧାରଣ ଅଭିଜ୍ଞତା ଏପର୍ଯ୍ୟନ୍ତ ଦର୍ଶାଇବାର ଦୃଷ୍ଟାନ୍ତ ନାହିଁ । ଆମର ପ୍ରତ୍ୟକ୍ଷ ଅଭିଜ୍ଞତାରୁ ଆମେ ଯାହା ଲାଭକରୁ ତାହା ହେଉଛି ସମସ୍ତ ଗତିଶୀଳ ପଦାର୍ଥ ଶେଷପର୍ଯ୍ୟନ୍ତ ସ୍ଥିର ହୋଇ ରହିପାରେ ନାହିଁ । ବସ୍ତୁତଃ, ବୈଜ୍ଞାନିକ ନିୟମ ସୂଚିତ ତର୍କବଚନର ପ୍ରତ୍ୟକ୍ଷଭାବରେ ସତ୍ୟତା ପରଖ କରାଯାଏ ।
ଏପରି ବୈଜ୍ଞାନିକ ବଚନ ପ୍ରାୟ ନାହିଁ ବୋଲି କହିଲେ ଚଳିବ । କାରଣ ଅଧିକାଂଶ ବୈଜ୍ଞାନିକ ବଚନ ବା ନିୟମ ଏପରି ବିଷୟକୁ ନିର୍ଦ୍ଦେଶ କରେ ଯାହା ସିଧାସଳଖଭାବରେ ପ୍ରତ୍ୟକ୍ଷଯୋଗ୍ୟ ନୁହେଁ ।
ବ୍ୟାଖ୍ୟା ଦୁଇପ୍ରକାର ହୋଇପାରେ; ଯଥା – (୧) ବୈଜ୍ଞାନିକ ବ୍ୟାଖ୍ୟା (Scientific explanation) ଏବଂ (୨) ଅ- ବୈଜ୍ଞାନିକ ବ୍ୟାଖ୍ୟା (Unscientific explanation) । ଗ୍ରାମରେ ହଇଜାରୋଗ ମହାମାରୀ ରୋଗ ହିସାବରେ ବିବେଚିତ ହେବାର କାରଣର ବ୍ୟାଖ୍ୟା ଦେବାକୁ ଯାଇ ଯଦି କୁହାଯାଏ ଯେ, ଠାକୁରାଣୀଙ୍କ ଅସନ୍ତୋଷ ହେତୁ ଏହି ରୋଗ ଦେଖାଦେଇଛି, ତାହେଲେ ତାହା ହେବ ଅ-ବୈଜ୍ଞାନିକ ବ୍ୟାଖ୍ୟା ।
ସ୍ପଷ୍ଟତଃ, ଅ-ବୈଜ୍ଞାନିକ ବ୍ୟାଖ୍ୟା ମୂଳରେ ରହିଛି ଅନ୍ଧବିଶ୍ୱାସ ଓ କୁସଂସ୍କାର । ଅପରପକ୍ଷେ ହଇଜା ରୋଗର ବ୍ୟାଖ୍ୟାରେ ଯଦି କୁହାଯାଏ ଯେ, ଦୂଷିତ ପାନୀୟଜଳ ନିମନ୍ତେ ହଇଜା ରୋଗ ହୋଇଛି, ତାହେଲେ ତାହାହେବ ବୈଜ୍ଞାନିକ ବ୍ୟାଖ୍ୟା ।
ବୈଜ୍ଞାନିକ ବ୍ୟାଖ୍ୟା ପଛରେ ଯେଉଁ ମନୋଭାବ ଥାଏ ତାହା ସଂପୂର୍ଣ୍ଣ ଭିନ୍ନ ପ୍ରକାର । ବିଜ୍ଞାନରେ କୌଣସି ବ୍ୟାଖ୍ୟାକୁ ଚୂଡ଼ାନ୍ତ ବ୍ୟାଖ୍ୟା ବୋଲି ମନେକରାଯାଏ ନାହିଁ । ବିଜ୍ଞାନମୂଳକ ସମସ୍ତ ବ୍ୟାଖ୍ୟାହିଁ ସାମୟିକ ଏବଂ ପରୀକ୍ଷଣମୂଳକ ଭାବରେ ଗୃହୀତ । ବିଜ୍ଞାନରେ ଯେକୌଣସି ପ୍ରସ୍ତାବିତ ବ୍ୟାଖ୍ୟାକୁ ସଂଗୃହୀତ ତଥ୍ୟ ଭିତ୍ତିରେ କମ୍ ବେଶି ସମ୍ଭାବ୍ୟ ଗୋଟିଏ ନିଚ୍ଛକ ପ୍ରକଳ୍ପଭାବରେ ବିବେଚନା କରାଯାଏ ।
ଯେଉଁ ବ୍ୟାଖ୍ୟା ପ୍ରଥମରେ ଗୋଟିଏ ପ୍ରକଳ୍ପ ଭାବରେ ନିର୍ଦ୍ଦେଶିତ ହୁଏ, ତାହା ଯେତେବେଳେ ବାସ୍ତବ ଘଟଣାଦ୍ୱାରା ସମର୍ଥିତ ହୋଇ ଆଂଶିକ ପ୍ରମାଣିତ ହୁଏ ସେତେବେଳେ ତାହାକୁ ମତବାଦ (Theory) ବୋଲି କୁହାଯାଏ । ମତବାଦ ଯେତେବେଳେ ବହୁତ ସାକ୍ଷ୍ୟ-ପ୍ରମାଣ ଭିଭିରେ ସର୍ବଜନ ସ୍ୱୀକୃତି ଲାଭ କରେ ସେତେବେଳେ ତାହାକୁ ‘ନିୟମ’ (Laws) କୁହାଯାଏ । ପୁନଶ୍ଚ, ସେହି ନିୟମ ଯେତେବେଳେ ସଦାସର୍ବଦା ସନ୍ତୋଷଜନକଭାବରେ କାର୍ଯ୍ୟ କରିଚାଲେ, ସେତେବେଳେ ତାହା ସତ୍ୟ ଘଟଣା (Fact) ରୂପେ ବିବେଚିତ ହୁଏ ।
୨୧. ପ୍ରକଳ୍ପର ସଂଜ୍ଞା (Definition of Hypothesis) ବୁଝାଅ ।
Answer:
ବିନା ପ୍ରମାଣରେ କିମ୍ବା ସ୍ବଳ୍ପ ପ୍ରମାଣରେ କୌଣସି ଗୋଟିଏ ବସ୍ତୁର ସ୍ଵରୂପ ନିର୍ଣ୍ଣୟ ସଂପର୍କରେ ଅଥବା କୌଣସି ଘଟଣାର କାରଣ ନିର୍ଦ୍ଧାରଣ ସଂପର୍କରେ ବା ଯେଉଁ ନିୟମ ଅନୁସାରେ ଘଟଣାଟି ଘଟେ ସେହି ନିୟମ ସଂପର୍କରେ ସାମୟିକ ଆନୁମାନିକ ଧାରଣାକୁ ପ୍ରକଳ୍ପ କୁହାଯାଏ । ମିଲ୍ଙ୍କ ମତରେ, ‘ପ୍ରକଳ୍ପ ହେଉଛି ଏକ ଆନୁମାନିକ ପ୍ରସ୍ତାବିତ ଧାରଣା; ଯାହା କୌଣସି ପ୍ରମାଣ ବ୍ୟତୀତ କିମ୍ବା ଅପର୍ଯ୍ୟାପ୍ତ ପ୍ରମାଣ ଉପରେ ପ୍ରତିଷ୍ଠିତ ଏକ ପ୍ରସ୍ତାବିତ ଧାରଣା ଯହିଁରୁ ବାସ୍ତବ ତଥ୍ୟ ଆଡ଼କୁ ଲକ୍ଷ୍ୟ ରଖ୍ କେତେଗୁଡ଼ିଏ ସିଦ୍ଧାନ୍ତ ନିଃସୃତ କରାଯାଇପାରେ । ସେହି ପ୍ରସ୍ତାବିତ ଧାରଣାର ଉଦ୍ଦେଶ୍ୟ ହେଉଛି ଯେ, ଯଦି ସିଦ୍ଧାନ୍ତଗୁଡ଼ିକ ଜ୍ଞାତ ସତ୍ୟ ସହିତ ସାମଞ୍ଜସ୍ୟ ରକ୍ଷା କରୁଥାଏ, ତାହେଲେ ସେହି ପ୍ରସ୍ତାବିତ ଆନୁମାନିକ ଧାରଣାଟି ମଧ୍ୟ ସତ୍ୟ ହେବ ।’’
ମିଲ୍ଙ୍କ ପ୍ରଦତ୍ତ ସଂଜ୍ଞାଟିକୁ ବିଶ୍ଳେଷଣ କଲେ ପ୍ରକଳ୍ପ ମଧ୍ୟରେ କେତେଗୁଡ଼ିଏ ବୈଶିଷ୍ଟ୍ୟ ଦେଖିବାକୁ ମିଳେ; ଯଥା –
(୧) ପ୍ରକଳ୍ପ ଗଠନ କରିବା ପୂର୍ବରୁ ପର୍ଯ୍ୟବେକ୍ଷଣ କରିବା ଦରକାର ।
(୨) ‘କାରଣ’ ସହଯୋଗରେ ଯେଉଁ ସମସ୍ତ ଘଟଣାର ବ୍ୟାଖ୍ୟା ପ୍ରୟୋଜନ ସେମାନଙ୍କର କାରଣ ସମ୍ବନ୍ଧରେ ଗୋଟିଏ ଆନୁମାନିକ ଧାରଣା ଗଠନ କରାଯାଏ ।
(୩) ଘଟଣାର ବ୍ୟାଖ୍ୟା ସଂପର୍କରେ ଆନୁମାନିକ ଗୋଟିଏ ଧାରଣା ସୃଷ୍ଟି କରିବା ପଛରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିହିତ ଥାଏ । ତାହା ହେଉଛି ଆନୁମାନିକ ପ୍ରସ୍ତାବିତ ଧାରଣା ବା ପ୍ରକଳ୍ପରୁ ଯଦି କୌଣସି ସିଦ୍ଧାନ୍ତ ନିଃସୃତ କରିହୁଏ ଏବଂ ସେହି ସିଦ୍ଧାନ୍ତ ସହିତ ଯଦି ବାସ୍ତବର ସାମଞ୍ଜସ୍ୟ ଥାଏ, ତାହେଲେ ପ୍ରକଳ୍ପଟି ସତ୍ୟବୋଲି ବିବେଚିତ ହେବ । ଉଦାହରଣସ୍ୱରୂପ – ରାତିରେ ଘରକୁ ଫେରି ଦେଖାଗଲା ଯେ, ଝରକାର କାଚ ଭାଙ୍ଗି ବିଛୁଡ଼ି ପଡ଼ିଛି ।
ଏହି ଘଟଣାର ବ୍ୟାଖ୍ୟା ନିମନ୍ତେ ଅନୁମାନ କରାଗଲା ଯେ କେହି ହୁଏତ ଟେକା ଫିଙ୍ଗି ଝରକାର କାଚ ଭାଙ୍ଗି ଦେଇଛି । ଏହି ପ୍ରକଳ୍ପର ସମର୍ଥନ ନିମନ୍ତେ ଆଖପାଖରେ ଯଦି କିଛି ଟେକା ବା ଅନୁରୂପ ବସ୍ତୁ ଦେଖାଯାଏ, ତାହେଲେ ପ୍ରକଳ୍ପଟି ଯଥାର୍ଥ ହେଲା ବୋଲି କୁହାଯିବ । ଯଦି ଏପ୍ରକାର କୌଣସି ବସ୍ତୁ ଖୋଜି ନ ମିଳେ, ତାହେଲେ ପ୍ରକଳ୍ପଟି ଅଯଥାର୍ଥ ହେଲାବୋଲି କୁହାଯିବ ଏବଂ ସେତେବେଳେ ଅନ୍ୟ ଗୋଟିଏ ପ୍ରକଳ୍ପ ଗଠନ କରିବାର ପ୍ରୟୋଜନ ହେବ ।
ପରିଶେଷରେ କଫେ(Coffey)ଙ୍କର ଉକ୍ତି ଉଲ୍ଲେଖ କରି ଉପସଂହାରରେ ଆମେ କହିପାରୁ ଯେ, “ପ୍ରକଳ୍ପ ହେଉଛି ବ୍ୟାଖ୍ୟା କରିବା ନିମନ୍ତେ ଗୋଟିଏ ପ୍ରଚେଷ୍ଟା, ଏକ ଅସ୍ଥାୟୀ ପ୍ରସ୍ତାବନା ଯାହା କୌଣସି ଘଟଣାକୁ ବିଜ୍ଞାନସମ୍ମତଭାବରେ ବ୍ୟାଖ୍ୟା କରିବାର ଉଦ୍ଦେଶ୍ୟରେ ଗଠିତ କରାଯାଇଥାଏ ।’’
୨୨. ବୈଧ ପ୍ରକଳ୍ପର ସର୍ଭାବଳୀ (Conditions of Hypothesis) ଉଲ୍ଲେଖ କର ।
Answer:
ବୈଜ୍ଞାନିକ ଅନୁସନ୍ଧାନ କାର୍ଯ୍ୟରେ ପ୍ରକଳ୍ପ ଗଠନ କରି ଅଗ୍ରସର ହେବା ସମ୍ଭବପର ନୁହେଁ । କୌଣସି ଘଟଣାର ପ୍ରସ୍ତାବିତ ବୈଜ୍ଞାନିକ ବ୍ୟାଖ୍ୟା ହେଉଛି ପ୍ରକଳ୍ପ; କିନ୍ତୁ ସମସ୍ତ ପ୍ରକଳ୍ପହିଁ ବୈଧ ନୁହେଁ । ଉତ୍କୃଷ୍ଟତାର ଦୃଷ୍ଟିକୋଣରୁ ପ୍ରକଳ୍ପ କମ୍ ଗ୍ରହଣଯୋଗ୍ୟ ହୋଇଥାଏ । ପ୍ରଶ୍ନ ହେଉଛି ପ୍ରକଳ୍ପର ବୈଧତା କେଉଁ କେଉଁ ସର୍ଭ ଉପରେ ନିର୍ଭରଶୀଳ ? ଯେଉଁଠାରେ ଗୋଟିଏ ଘଟଣା ନିମନ୍ତେ ଏକାଧ୍ଵକ ବୈଜ୍ଞାନିକ ବ୍ୟାଖ୍ୟା ବା ପ୍ରକଳ୍ପ ପରିଦୃଷ୍ଟ ହୁଏ, ସେଠାରେ କେଉଁ ପ୍ରକଳ୍ପଟି ଗ୍ରହଣଯୋଗ୍ୟ ତାହାର ବିଚାରଣା ଲାଗି ପ୍ରଶ୍ନ ଉଠେ ।
ବୈଜ୍ଞାନିକ ଅନୁସନ୍ଧାନରେ ପ୍ରକଳ୍ପକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ କେତେଗୁଡ଼ିଏ ସର୍ପ ସ୍ଵୀକାର , କରିବାକୁ ହେବ । ମାତ୍ର ପ୍ରକଳ୍ପ ଗଠନ କରିବା ସହଜ କାର୍ଯ୍ୟ ନୁହେଁ । ତେଣୁ ପ୍ରକଳ୍ପ ଗଠନ କରିବା ନିମନ୍ତେ ସୃଜନୀ ପ୍ରତିଭାର ପ୍ରୟୋଜନ ରହିଛି । ଫଳତଃ, କିଭଳି ଭାବରେ ପ୍ରକଳ୍ପ ଗଠନ କରିବାକୁ ହେବ ସେ ସଂପର୍କରେ କୌଣସି ନିୟମାବଳୀ ପ୍ରଣୟନ କରାନଗଲେ ମଧ୍ୟ ଏପରି କେତେଗୁଡ଼ିଏ ନିୟମ ରହିଛି ଯେଉଁଗୁଡ଼ିକ ଗ୍ରହଣଯୋଗ୍ୟ ପ୍ରକଳ୍ପ ସହିତ ସଙ୍ଗତି ଥିବା ବାଞ୍ଛନୀୟ । ଏହି ନିୟମଗୁଡ଼ିକୁ ପ୍ରକଳ୍ପର ମୂଲ୍ୟ ବିଚାରରେ ମାନଦଣ୍ଡ ବୋଲି କୁହାଯାଇପାରେ । ନିମ୍ନରେ ସେଗୁଡ଼ିକର ଆଲୋଚନା କରାଗଲା ।
(i) ପ୍ରକଳ୍ପ ସ୍ୱ-ବିରୋଧୀ କିମ୍ବା ଅସଙ୍ଗତ ହେବା ଉଚିତ ନୁହେଁ (Hypothesis should not be self-contradictory or absurd) :
ବିଜ୍ଞାନସମ୍ମତ ଆରୋହ ଅନୁମାନରେ ସଂଶ୍ଳିଷ୍ଟ କୌଣସି ବସ୍ତୁର କାରଣ ନିର୍ଦ୍ଦିଷ୍ଟ କରିବା ସମୟରେ ସ୍ୱ-ବିରୋଧୀ ଚିନ୍ତାଧାରା ବା ଅସଙ୍ଗତ କଳ୍ପନା ସର୍ବଦା ପରିତ୍ୟଜ୍ୟ । ତେଣୁ ପ୍ରକଳ୍ପ ଗଠନ କଲାବେଳେ ଏସମସ୍ତ ପ୍ରତି ତୀକ୍ଷ୍ଣଣ ଦୃଷ୍ଟିନିକ୍ଷେପ କରିବା ଉଚିତ । ଉଦାହରଣସ୍ୱରୂପ, ଘରୁ କୌଣସି ଲୋକ ଅନ୍ତର୍ହିତ ହୋଇଗଲେ ତାକୁ ସ୍ଵର୍ଗର ଏକ ପରୀ ନେଇଯାଇଛି ବୋଲି ଅସଙ୍ଗତ କଳ୍ପନା ଯେପରି ଅବାଞ୍ଛନୀୟ, ସେହିପରି ସେ ଘରେ ଥାଇ ମଧ୍ୟ ଅନ୍ତର୍ହିତ ବୋଲି ଧରିନେବା ସ୍ବ-ବିରୋଧୀ ମତ ଅଟେ । ତେଣୁ ବିଜ୍ଞାନସମ୍ମତ ପ୍ରକଳ୍ପ ଏପରି ସ୍ବ-ବିରୋଧୀ ଏବଂ ଅସଙ୍ଗତ କଳ୍ପନାଠାରୁ ଦୂରରେ ରହିବା ବିଧେୟ ।
(ii) ପ୍ରକଳ୍ପ ଅସ୍ପଷ୍ଟ ନ ହୋଇ ସ୍ପଷ୍ଟ ହେବା ଉଚିତ (Hypothesis should not be vague but should be definite) :
ଆରୋହ ଅନୁମାନରେ ଯେତେବେଳେ ପ୍ରକଳ୍ପ ଗଠନ କରାଯିବ ତାହା ସ୍ପଷ୍ଟ ହେବା ଉଚିତ । ପ୍ରକଳ୍ପଟି ସ୍ପଷ୍ଟ ହେଲେହିଁ କୌଣସି ଗୋଟିଏ କାର୍ଯ୍ୟର କାରଣ ନିର୍ଦ୍ଧାରଣ କରିବା ସମୟରେ ବିଜ୍ଞାନସମ୍ମତ ପରୀକ୍ଷାନିରୀକ୍ଷା ସମ୍ଭବ ହେବ ଏବଂ ଯଥାର୍ଥ କାରଣ ନିର୍ଦ୍ଧାରିତ ହୋଇପାରିବ । ଯେପରି ଭୂମିକମ୍ପର କାରଣ ନିର୍ଦ୍ଧାରଣ କରିବାକୁ ଯାଇ ଯଦି କୁହାଯାଏ ଯେ, ପୃଥିବୀର ଅଭ୍ୟନ୍ତରରେ ମୁଣ୍ଡ ଦୋହଲାଊଛି, ତେବେ ଏତାଦୃଶ କାରଣ ବିଜ୍ଞାନସମ୍ମତ ବୋଲି ଗ୍ରହଣଯୋଗ୍ୟ ହେବ ନାହିଁ ।
ମାତ୍ର ଯଦି କୁହାଯାଏ ଯେ, ଭୂମିକମ୍ପର କାରଣ ମୃତ୍ତିକାର ଭାଙ୍ଗ ସୃଷ୍ଟି ହେବା ଅଥବା ଆଗ୍ନେୟଗିରିରୁ ହଠାତ୍ ଅଗ୍ନି ଉଦ୍ଗିରଣ ହେବା, ତେବେ ଏହା ନିଶ୍ଚିତଭାବରେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗ୍ରହଣଯୋଗ୍ୟ । ଏହା ସତ୍ୟ କି ମିଥ୍ୟା ତାହା ବାସ୍ତବ କ୍ଷେତ୍ରରେ ମଧ୍ୟ ପରୀକ୍ଷା କରାଯାଇପାରିବ ।
(iii) ସର୍ବଦା ପ୍ରତିଷ୍ଠିତ ସତ୍ୟର ବିରୋଧୀ ନ ହେବା ଉଚିତ (Hypothesis should not ordinarily be in conflict with established truth):
କୌଣସି ପ୍ରକଳ୍ପକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ ତାହାକୁ ଅନ୍ୟାନ୍ୟ ପୂର୍ବପ୍ରତିଷ୍ଠିତ ତଥ୍ୟ ସହିତ ସଂହତିପୂର୍ଣ୍ଣ ହେବାକୁ ପଡ଼ିବ । ପ୍ରକଳ୍ପଗୁଡ଼ିକ ଯଦି ପୂର୍ବପ୍ରତିଷ୍ଠିତ ତଥ୍ୟ ସହିତ ବିରୋଧୀ ହୁଏ ତାହେଲେ ପ୍ରକଳ୍ପଗୁଡ଼ିକ ପରସ୍ପର ବିରୋଧୀ ହେବେ ଏବଂ ତାହା ଫଳରେ ପ୍ରକଳ୍ପଟି ଗ୍ରହଣଯୋଗ୍ୟ ବିବେଚିତ ହେବ ନାହିଁ ।
‘୨ + ୨ = ୪’ ଏହା ଗୋଟିଏ ପ୍ରତିଷ୍ଠିତ ସତ୍ୟ । କିନ୍ତୁ କେହି ହିସାବର ହାରାହାରି ବ୍ୟାଖ୍ୟା ନିମନ୍ତେ କହେ ଯେ ଏଠାରେ ‘୨+୨ =୫’ ହେବ, ତାହାହେଲେ ପ୍ରକଳ୍ପକୁ ଯଥାର୍ଥ ବୋଲି କହିହେବ ନାହିଁ । କାରଣ ପ୍ରକଳ୍ପଟି ଗଣିତର ନିୟମର ବିରୋଧୀ । ବିଜ୍ଞାନର ଲକ୍ଷ୍ୟ ହେଉଛି ଜ୍ଞାନାର୍ଜନ ପଥରେ ଅନବରତ ଅଗ୍ରସର ହେବା । ଯେଉଁ ପଦ୍ଧତିରେ ଏହି ଲକ୍ଷ୍ୟସିଦ୍ଧି ହୋଇପାରେ ତାହା ହେଉଛି ପ୍ରକଳ୍ପର ପରିଧିକୁ ବ୍ୟାପକତର କରିବା, ଯଦ୍ବାରା ପ୍ରକଳ୍ପଟି ସାହାଯ୍ୟରେ ଆହୁରି ଅନେକ ଘଟଣାକୁ ବ୍ୟାଖ୍ୟା କରିହେବ ।
ଜ୍ୟୋତିର୍ବିଜ୍ଞାନୀ ଲାଭେରିଅର୍ ଯେତେବେଳେ ଦେଖିବାକୁ ପାଇଲେ ଯେ ନିର୍ଦ୍ଦିଷ୍ଟ କକ୍ଷପଥରୁ ଇଉରାନସ୍ ଗ୍ରହ ପଥଚ୍ୟୁତ ହୋଇ ଗତି କରୁଛି – ଏପରି ପଥଚ୍ୟୁତ ହେବାର କାରଣ ଖୋଜିବାକୁ ଯାଇ ଦେଖିଲେ ଯେ ଅନ୍ୟ ଗୋଟିଏ ଅଜ୍ଞାତ ଗ୍ରହର ଅସ୍ତିତ୍ବ ବିଷୟରେ ପ୍ରକଳ୍ପ ଗଠନ କରିଛନ୍ତି । ଏହି ପ୍ରକଳ୍ପଟି ଜ୍ୟୋତିର୍ବିଜ୍ଞାନର ଅନ୍ୟାନ୍ୟ ପ୍ରତିଷ୍ଠିତ ମତବାଦ ସହିତ ସଂହତିପୂର୍ଣ୍ଣ ଥିଲା । ବୈଜ୍ଞାନିକ ଅନୁସନ୍ଧାନ କାର୍ଯ୍ୟରେ ଶୃଙ୍ଖଳାର ସହିତ ଅଗ୍ରଗତି ନିମନ୍ତେ ଯାହା ଏକାନ୍ତ ପ୍ରୟୋଜନ ତାହା ହେଉଛି ନୂତନ ମତବାଦକୁ ପୁରାତନ ମତବାଦ ସହିତ ସମତା ରକ୍ଷା କରିବାକୁ ହେବ ।
(iv) ପ୍ରକଳ୍ପ ପରୀକ୍ଷାଯୋଗ୍ୟ ହେବା ଉଚିତ (Hypothesis should verifiable) :
ବୈଜ୍ଞାନିକ ପ୍ରକଳ୍ପ ସହିତ ଅ-ବୈଜ୍ଞାନିକ ପ୍ରକଳ୍ପର ପାର୍ଥକ୍ୟ ହେଉଛି ଯେ, ବୈଜ୍ଞାନିକ ପ୍ରକଳ୍ପ ପରୀକ୍ଷାଯୋଗ୍ୟ । ବୈଜ୍ଞାନିକ ପ୍ରକଳ୍ପ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣଦ୍ବାରା ସ୍ପଷ୍ଟଭାବରେ ପରଖ ହୋଇପାରୁଥି । ବିଜ୍ଞାନର ଅଧିକାଂଶ ବିଷୟ ସାଧାରଣତଃ ପ୍ରତ୍ୟକ୍ଷଭାବରେ ପରୀକ୍ଷାଯୋଗ୍ୟ ନୁହେଁ । ଯେପରି ଅଣୁ, ପରମାଣୁ, ଇଲେକ୍ଟ୍ରନ୍, ପ୍ରୋଟନ୍, ଭିଟାମିନ୍ ଇତ୍ୟାଦି ଇନ୍ଦ୍ରିୟ ପ୍ରତ୍ୟକ୍ଷର ବହୁ ଊର୍ଦ୍ଧ୍ବରେ । ଅଥଚ ଏଗୁଡ଼ିକ ହେଉଛି ବିଜ୍ଞାନର ଆଲୋଚ୍ୟ ବିଷୟ ।
ଏସମସ୍ତ ବସ୍ତୁକୁ ପ୍ରତ୍ୟକ୍ଷଭାବରେ ପରଖ କରା ନ ଗଲେ ମଧ୍ୟ ପରୋକ୍ଷଭାବରେ ପରଖ କରିହେବ । ଏ ସମସ୍ତ ବିଷୟକୁ ପରୋକ୍ଷଭାବରେ ପରଖ କରିବା ନିମନ୍ତେ ଏଥୁରୁ ଅବରୋହ ପଦ୍ଧତିଦ୍ୱାରା ଏପରି କେତେଗୁଡ଼ିଏ ସିଦ୍ଧାନ୍ତ ନିଃସୃତ କରାଯାଏ ଯେଉଁଗୁଡ଼ିକୁ ଅଭିଜ୍ଞତା ସାହାଯ୍ୟରେ ପରଖ କରିହେବ । ଟେରିସେଲି ବାରୋମିଟର ଯନ୍ତ୍ରରେ ପାରଦ କାହିଁକି ଉପରକୁ ଉଠେ ତାହା ବ୍ୟାଖ୍ୟା କରିବା ନିମନ୍ତେ ପ୍ରକଳ୍ପ ଗଠନ କରି କହିଲେ ଯେ, ବାୟୁମଣ୍ଡଳର ଚାପ ନିମନ୍ତେ ବାରୋମିଟର ଯନ୍ତ୍ରର ପାରଦ ଊର୍ତ୍ତମୁଖୀ ହୁଏ ।
ଏହି ପ୍ରକଳ୍ପକୁ ପ୍ରତ୍ୟକ୍ଷଭାବରେ ପରଖ କରାଯାଇପାରେନାହିଁ ବୋଲି ଏଠାରେ ପରୋକ୍ଷଭାବରେ ପରଖ କରିବାକୁ ହେବ । ଏହି ପ୍ରକଳ୍ପ ଯଦି ବୈଧ ହୁଏ, ତାହେଲେ ଏଥୁରୁ ଆମେ ସିଦ୍ଧାନ୍ତ ନିଃସୃତ କରିପାରିବୁ ଯେ ଯେହେତୁ ପାହାଡ଼ ଉପରେ ବାୟୁମଣ୍ଡଳର ଚାପ ଅପେକ୍ଷାକୃତ କମ୍, ସେଥ୍ପାଇଁ ସେଠାରେ ବାରୋମିଟର ଯନ୍ତ୍ରର ପାରଦର ଊର୍ଦ୍ଧ୍ଵ ଗତି ମଧ୍ଯ କମ୍ ହେବ ।
ବର୍ତ୍ତମାନ ଏହି ସିଦ୍ଧାନ୍ତ ବାକ୍ୟର ସତ୍ୟତା ପ୍ରତ୍ୟକ୍ଷଭାବରେ ପରଖ ଦେଖୁବାକୁ ହେବ । ଟେରିସେଲି ବାରୋମିଟର ଯନ୍ତ୍ର ନେଇ ପାହାଡ଼ ଉପରେ ଉଠିଲେ ଏବଂ ଦେଖିଲେ ଯେ, ବାସ୍ତବରେ ବାରୋମିଟର ପାରଦ ଆଉ ପୂର୍ବପରି ଏତେ ଉପରକୁ ଉଠୁନାହିଁ । ସୁତରାଂ ତାଙ୍କ ପ୍ରକଳ୍ପର ଗ୍ରହଣଯୋଗ୍ୟତା ପରୋକ୍ଷଭାବରେ ପ୍ରମାଣିତ ହେଲା ।
(v) ପ୍ରକଳ୍ପ ବାସ୍ତବ କାରଣର ଅନୁସନ୍ଧାନ କରିବା ନିମନ୍ତେ ଗଠିତ ହେବା ବାଞ୍ଛନୀୟ (Hypothesis should be based on real cause or vera causa) :
ପ୍ରକଳ୍ପ ଗଠନ ସମୟରେ ବାସ୍ତବ କାରଣରୁ ଅନୁସନ୍ଧାନକୁ ଆଖିଆଗରେ ରଖୁବା ସର୍ବାଦୌ ବିଧେୟ । ଯଦି ଜଣେ ଅକାଳରେ ମୃତ୍ୟୁବରଣ କରେ ତାହେଲେ ସେହି ମୃତ୍ୟୁର କାରଣ ଅନୁସନ୍ଧାନ ପାଇଁ ଭାଗ୍ୟ, ଭଗବାନ୍ ଇତ୍ୟାଦିକୁ ନେଇ ପ୍ରକଳ୍ପ ପ୍ରଣୟନ କରିବା ବିଜ୍ଞାନସମ୍ମତ ହେବ ନାହିଁ । କାରଣ, ‘ଭାଗ୍ୟ’ ଓ ‘ଭଗବାନ୍’– ଏହା ମୃତ୍ୟୁର କାରଣ ବୋଲି ବୈଜ୍ଞାନିକମାନେ ସ୍ବୀକାର କରନ୍ତି ନାହିଁ । ତେଣୁ ତାହା ମୃତ୍ୟୁର ବାସ୍ତବ କାରଣ ନୁହେଁ ।
ସୁତରାଂ ବାସ୍ତବ କାରଣର ଉଦ୍ଘାଟନହିଁ ବିଜ୍ଞାନର ଏକମାତ୍ର ଲକ୍ଷ୍ୟ । ଏହି ଲକ୍ଷ୍ୟସାଧନ ନିମନ୍ତେ ବୈଜ୍ଞାନିକମାନେ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ମାଧ୍ଯମରେ ବସ୍ତୁ ବା ଘଟଣାର ସତ୍ୟାସତ୍ୟ ନିରୂପଣ କରିଥା’ନ୍ତି । ତେଣୁ ବିଜ୍ଞାନରେ କପୋଳକଳ୍ପନା ଓ ଠିଆସ୍ଵପ୍ନର କୌଣସି ସ୍ଥାନ ନାହିଁ । କେବଳମାତ୍ର ଇନ୍ଦ୍ରିୟଲବ୍ଧ ଜ୍ଞାନହିଁ ଏକମାତ୍ର ସତ୍ୟ; କାରଣ ଏମାନଙ୍କର ସତ୍ୟାସତ୍ୟ ପ୍ରତ୍ୟକ୍ଷଭାବରେ ପରଖ କରାଯାଇପାରିବ ।
ମାତ୍ର ଅଣୁ, ପରମାଣୁ, ଇଲେକ୍ଟ୍ରନ୍, ନିଉଟ୍ରନ୍, ପ୍ରୋଟନ୍ ଇତ୍ୟାଦି ଏପରି ଅନେକ ବସ୍ତୁ ରହିଛି ଯେଉଁମାନଙ୍କର ସତ୍ୟାସତ୍ୟ ପ୍ରତ୍ୟକ୍ଷଭାବରେ ପରଖ କରାଯାଇ ନ ପାରିଲେ ମଧ୍ୟ, ଅର୍ଥାତ୍ ଏ ସମସ୍ତ ବସ୍ତୁ ଇନ୍ଦ୍ରିୟଗ୍ରାହ୍ୟ ନ ହେଲେ ମଧ୍ୟ ସେଗୁଡ଼ିକର ଗତି, ପ୍ରକୃତି ଓ ସ୍ଥିତି ସ୍ବତନ୍ତ୍ର ଏକ ବୈଜ୍ଞାନିକ ପଦ୍ଧତିରେ ପ୍ରମାଣିତ । ତେଣୁ ସେଗୁଡ଼ିକ ମଧ୍ୟ ବାସ୍ତବ କାରଣରୂପେ ପରିଗଣିତ ହୁଅନ୍ତି । ବେନ୍ ଏପ୍ରକାର ବାସ୍ତବ ତଥ୍ୟକୁ ପ୍ରାତିନିଧ୍ଵକ କଳ୍ପନା (Representative friction) ବୋଲି ଆଖ୍ୟା ଦେଇଛନ୍ତି ।
(vi) ପ୍ରକଳ୍ପଟି ପ୍ରାସଙ୍ଗିକ ହେବା ଉଚିତ (Hypothesis must be relevant) :
ତାର୍କିକମାନେ କହନ୍ତି ଯେ, କୌଣସି ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ ପ୍ରକଳ୍ପ ଗଠନ କରାଯାଏ । ତେଣୁ ଯେଉଁ ଘଟଣାର ବ୍ୟାଖ୍ୟା ନିମନ୍ତେ ପ୍ରକଳ୍ପ ଗଠିତ ହୋଇଛି ପ୍ରକଳ୍ପଟିକୁ ସେହି ଘଟଣାର ପ୍ରାସଙ୍ଗିକ ହେବାକୁ ପଡ଼ିବ । ପ୍ରକଳ୍ପଟି ଯଦି ଅପ୍ରାସଙ୍ଗିକ ହୁଏ ଅର୍ଥାତ୍ ତାହା ଘଟଣାକୁ ବ୍ୟାଖ୍ୟା କରିବା ପାଇଁ ଯୋଗ୍ୟ ନ ହୁଏ, ତାହେଲେ ପ୍ରକଳ୍ପର ପ୍ରାସଙ୍ଗିକତା ଅଛି ବୋଲି କହିହେବ ନାହିଁ । ତେଣୁ ପ୍ରକଳ୍ପ ପ୍ରାସଙ୍ଗିକ ହେବା ବାଞ୍ଛନୀୟ ।
ଏହାର ଅର୍ଥ ହେଉଛି, ଯେଉଁ ଘଟଣାର ବ୍ୟାଖ୍ୟା ନିମନ୍ତେ ପ୍ରକଳ୍ପଟି ଗଠନ କରାଯାଇଛି ପ୍ରକଳ୍ପରୁ ଯେପରି ସେହି ଘଟଣାଟି ଅବରୋହ ପଦ୍ଧତିରେ ନିଃସୃତ ହୋଇ ବୋଧଗମ୍ୟ ହୋଇପାରୁଥିବ । ସରଳଭାବରେ କହିବାକୁ ଗଲେ ଗୋଟିଏ ବୈଧ ପ୍ରକଳ୍ପ ସବୁ ସମୟରେ ପ୍ରାସଙ୍ଗିକ ହେବ । ଯେପରି କାହାଘରୁ ଯଦି ଛୋଟ ଶିଶୁଟିଏ ଦୈବାତ୍ ନିଖୋଜ ହୋଇଯାଏ, ତେବେ ସେହି ଶିଶୁଟିର ନିଖୋଜ ହେବାର କାରଣ ଉଦ୍ଭାବନରେ ଯଦି ଜଣେ ଏପରି ଏକ ପ୍ରକଳ୍ପର ଉପସ୍ଥାପନା କରି କହେ ଯେ, ଶିଶୁଟିକୁ ସ୍ଵର୍ଗର ପରୀ ଆସି ନେଇଯାଇଛି, ତାହେଲେ ଏପରି ଏକ ପ୍ରସ୍ତାବିତ ସମ୍ଭାବନା ଅପ୍ରାସଙ୍ଗିକ ହେବ ବୋଲି କୁହାଯିବ ।
ମାତ୍ର ଅନ୍ୟ ଜଣେ ଯଦି କହନ୍ତି ଯେ, ଶିଶୁଟିକୁ ‘ପିଲାଚୋର’ ଧରିନେଇଯାଇଛି, ତେବେ ଏହି ପ୍ରକଳ୍ପଟି ପୂର୍ବ ପ୍ରକଳ୍ପଠାରୁ ପ୍ରାସଙ୍ଗିକ ବୋଲି କୁହାଯିବ । କାରଣ ଦ୍ବିତୀୟ ପ୍ରକଳ୍ପଟି ଘଟଣାର ବ୍ୟାଖ୍ୟା ନିମନ୍ତେ ସର୍ବଜନ ଗ୍ରହଣଯୋଗ୍ୟ । ସୁତରାଂ କୌଣସି ପ୍ରକଳ୍ପ ବା ବ୍ୟାଖ୍ୟାକୁ ଗ୍ରହଣଯୋଗ୍ୟ ହେବାକୁ ହେଲେ ତାହାକୁ ପ୍ରାସଙ୍ଗିକ ହେବାକୁ ହେବ ।
(vi) ପ୍ରକଳ୍ପନା ସରଳ ହେବା ଉଚିତ (Hypothesis must be simple) :
ପ୍ରକଳ୍ପଟି ସରଳ ହେବା ଆବଶ୍ୟକ । ଅନେକ ସମୟରେ ଏପରି ଦେଖାଯାଏ ଯେ, ଦୁଇଟି ପ୍ରତିଦ୍ବନ୍ଦୀ ପ୍ରକଳ୍ପ ପୂର୍ବୋକ୍ତ ଛଅଟି ସର୍ଭେ ଅନୁସାରେ ଯଥାଯଥଭାବରେ ବୈଧ ବିବେଚିତ ହୋଇପାରୁଛି । ଏପରି ଦୁଇଟି ପ୍ରତିଦ୍ବନ୍ଦୀ ପ୍ରକଳ୍ପର ଉଦାହରଣ ହିସାବରେ ଟଲେମୀ ଏବଂ କୋପରନିକସ୍ଙ୍କର ପ୍ରକଳ୍ପ କଥା ଉଲ୍ଲେଖ କରାଯାଇପାରେ । ଏହି ଦୁଇଜଣ ବୈଜ୍ଞାନିକ ପ୍ରଣୀତ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ତତ୍କାଳୀନ ଜ୍ୟୋତିର୍ବିଜ୍ଞାନର ଜ୍ଞାତ ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବା ।
ଟଲେମୀଙ୍କର ପ୍ରକଳ୍ପ ଅନୁସାରେ ପୃଥିବୀ ହେଉଛି ହେଉଛି ତତ୍କାଳୀନ ଜ୍ୟୋତିର୍ବିଜ୍ଞାନର ଜ୍ଞାତ ଘଟଣାଗୁଡ଼ିକୁ ବ୍ୟାଖ୍ୟା କରିବା । ଟଲେମୀଙ୍କର ପ୍ରକଳ୍ପ ଅନୁସାରେ ପୃଥିବୀ ହେଉଛି ବିଶ୍ଵ ଜଗତର କେନ୍ଦ୍ର ଏବଂ ସୂର୍ଯ୍ୟସହ ନକ୍ଷତ୍ର, ଅନ୍ୟାନ୍ୟ ଗ୍ରହ, ଉପଗ୍ରହ ପ୍ରଭୃତି ଜ୍ୟୋତିଷ୍କ ନିଜ ନିଜ କକ୍ଷପଥରେ ପୃଥିବୀର ଚତୁଃପାର୍ଶ୍ବରେ ଆବର୍ତ୍ତିତ ହେଉଛନ୍ତି । ଟଲେମୀଙ୍କର ଏହି ପ୍ରକଳ୍ପ ଅନୁସାରେ ସୂର୍ଯ୍ୟହିଁ ବିଶ୍ବଜଗତର କେନ୍ଦ୍ର ସ୍ୱରୂପ ଏବଂ ପୃଥିବୀ ସହ ଅନ୍ୟାନ୍ୟ ଗ୍ରହ, ନକ୍ଷତ୍ର ସୂର୍ଯ୍ୟକୁ ପ୍ରଦକ୍ଷିଣ କରୁଛନ୍ତି ।
କୋପରନିକସ୍ଙ୍କର ଏହି ପ୍ରକଳ୍ପଟି ଟଲେମୀଙ୍କର ପ୍ରକଳ୍ପ ଭଳି ପ୍ରାସଙ୍ଗିକ, ପ୍ରମାଣଯୋଗ୍ୟ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ପ୍ରକଳ୍ପ ସହିତ ସଂହତିପୂର୍ଣ୍ଣ । ଏତଦ୍ବ୍ୟତୀତ ଉଭୟ ପ୍ରକଳ୍ପହିଁ ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାକୁ ସକ୍ଷମ ଅଟନ୍ତି; କିନ୍ତୁ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ବିଷୟରେ ପ୍ରକଳ୍ପ ଦୁଇଟି ମଧ୍ୟରେ ପାର୍ଥକ୍ୟ ରହିଛି, ଯଦିଓ ଉଭୟ ପ୍ରକଳ୍ପହିଁ ବିଭିନ୍ନ ଗ୍ରହ ଉପଗ୍ରହର ନିର୍ଦ୍ଦିଷ୍ଟ ଅବସ୍ଥାନର ବ୍ୟାଖ୍ୟା ନିମନ୍ତେ ଜଟିଳ ଆବର୍ତ୍ତନ ପଦ୍ଧତିର ଉଲ୍ଲେଖ କରିଛନ୍ତି, ତଥାପି କୋପରନିକସ୍ଙ୍କର ପ୍ରକଳ୍ପଟି ପୃଥବୀ ସମେତ ଅନ୍ୟଗ୍ରହମାନଙ୍କର ଆବର୍ତ୍ତନକାଳ ସଂପର୍କରେ ସୂଚାଉଥିବା ତଥ୍ୟ ସହଜ ଓ ସରଳଗ୍ରାହ୍ୟ ହୋଇପାରିଛି । ତେଣୁ ଟଲେମୀଙ୍କର ପ୍ରକଳ୍ପ ତୁଳନାରେ କୋପରନିକସ୍ଙ୍କର ପ୍ରକଳ୍ପଟି ଅନେକ ସରଳ ।
୨୩. ପ୍ରକଳ୍ପର ପ୍ରମାଣ ପଦ୍ଧତି (Proofs of Hypothesis) ଲେଖ ।
Answer:
ପ୍ରକଳ୍ପଟି ବୈଧ ବୋଲି ପରିଗଣିତ ହେବାକୁ ହେଲେ ପୂର୍ବବର୍ଣ୍ଣିତ ନିୟମମାନଙ୍କୁ ଅନୁସରଣ କରି ଗଠିତ ହେବା ଉଚିତ । କାରଣ ବୈଧ ପ୍ରକଳ୍ପ ବୈଜ୍ଞାନିକ ଅନୁସନ୍ଧାନ ନିମନ୍ତେ ଏକମାତ୍ର ଗ୍ରହଣଯୋଗ୍ୟ । ବର୍ତ୍ତମାନ ପ୍ରଶ୍ନ ହେଉଛି, ପ୍ରକଳ୍ପଟି ବୈଧ ହେଲା କି ନାହିଁ ତାହା ଆମେ କିପରି ପ୍ରମାଣ କରିବୁ ? ପ୍ରକଳ୍ପକୁ ପ୍ରମାଣ କରିବା ନିମନ୍ତେ ନିମ୍ନଲିଖ୍ ପଦ୍ଧତିଗୁଡ଼ିକ ଅନୁସୃତ ହୁଏ ।
(i) ପରୀକ୍ଷା (Verification) – ପ୍ରକଳ୍ପର ସର୍ବାପେକ୍ଷା ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ପଦ୍ଧତି ହେଉଛି ‘ପରୀକ୍ଷା’ ବା verification । କୌଣସି ପ୍ରକଳ୍ପର ବା ଘଟଣାର ସତ୍ୟାସତ୍ୟ ଜାଣିବାକୁ ହେଲେ ତାହାକୁ ପରୀକ୍ଷା କରି ଘଟଣାଟି ସତ୍ୟ କିମ୍ବା ମିଥ୍ୟା ତାହା ଜଣାଯାଇପାରେ । ତେଣୁ ପରୀକ୍ଷା ହେଉଛି ଘଟଣାର ସତ୍ୟାସତ୍ୟ ନିର୍ଦ୍ଧାରଣର ମାନଦଣ୍ଡ । ଏହି ପରୀକ୍ଷା ଦୁଇ ପ୍ରକାର; ଯଥା — ପ୍ରତ୍ୟକ୍ଷ ଏବଂ ପରୋକ୍ଷ । ପ୍ରତ୍ୟକ୍ଷ ପରୀକ୍ଷା ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ (Observation & experiment) ଉପରେ ନିର୍ଭରଶୀଳ । ମାତ୍ର ପରୋକ୍ଷ ପରୀକ୍ଷା ଅବରୋହମୂଳକ ସିଦ୍ଧାନ୍ତ ଏବଂ ସତ୍ୟାସତ୍ୟ ଘଟଣାର ବା ତଥ୍ୟର ନିଃସାରଣ (Deducation and Accumulation of fact) ଉପରେ ନିର୍ଭରଶୀଳ ।
ବୈଜ୍ଞାନିକ ପ୍ରକଳ୍ପ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣଦ୍ବାରା ସ୍ପଷ୍ଟତଃ ପରଖ ହୋଇପାରୁଥି । ଅଧିକାଂଶ ବିଷୟ ସାଧାରଣତଃ ପ୍ରତ୍ୟକ୍ଷଭାବରେ ପରୀକ୍ଷାଯୋଗ୍ୟ ନୁହେଁ, ଯେପରି ଅଣୁ, ପରମାଣୁ, ଇଲେକ୍ଟ୍ରନ୍, ପ୍ରୋଟନ୍, ଭିଟାମିନ୍ ଇତ୍ୟାଦି ଇନ୍ଦ୍ରିୟ ପ୍ରତ୍ୟକ୍ଷର ବହିର୍ଭୂତ । ଅଥଚ ଏଗୁଡ଼ିକ ହେଉଛନ୍ତି ବିଜ୍ଞାନର ଆଲୋଚ୍ୟ ବିଷୟ । ଏସମସ୍ତ ବସ୍ତୁକୁ ପ୍ରତ୍ୟକ୍ଷଭାବରେ ପରଖ କରିବା ନିମନ୍ତେ ଏଥୁରୁ ଅବରୋହ ପଦ୍ଧତିଦ୍ଵାରା ଏପରି କେତେଗୁଡ଼ିଏ ସିଦ୍ଧାନ୍ତ ନିଃସୃତ କରାଯାଏ ଯେଉଁଗୁଡ଼ିକୁ ଅଭିଜ୍ଞତା ସାହାଯ୍ୟରେ ପରଖ କରିହେବ ।
ଟେରିସେଲି ବାରୋମିଟରରେ ପାରଦ କାହିଁକି ଉପରକୁ ଉଠେ ତାହା ବ୍ୟାଖ୍ୟା କରିବା ନିମନ୍ତେ ପ୍ରକଳ୍ପ ଗଠନ କରି କହିଲେ ଯେ, ବାୟୁମଣ୍ଡଳର ଚାପ ନିମନ୍ତେ ବାରୋମିଟର ଯନ୍ତ୍ରର ପାରଦ ଊର୍ଦ୍ଧ୍ୱମୁଖୀ ହୁଏ । ଏହି ପ୍ରକଳ୍ପକୁ ପ୍ରତ୍ୟକ୍ଷଭାବରେ ପରଖ କରାଯାଇପାରେ ନାହିଁ ବୋଲି ଏଠାରେ ପରୋକ୍ଷଭାବରେ ପରଖ କରିବାକୁ ହେବ । ଏହି ପ୍ରକଳ୍ପ ଯଦି ବୈଧ ହୁଏ ତାହାହେଲେ ଏଥୁରୁ ଆମେ ସିଦ୍ଧାନ୍ତ ନିଃସୃତ କରିପାରିବୁ ଯେ, ଯେହେତୁ ପାହାଡ଼ ଉପରେ ବାୟୁମଣ୍ଡଳର ଚାପ ଅପେକ୍ଷାକୃତ କମ୍ ସେଥ୍ପାଇଁ ସେଠାରେ ବାରୋମିଟର ଯନ୍ତ୍ରରେ ପାରଦର ଊର୍ଦ୍ଧ୍ୱଗତି ମଧ୍ଯ କମ୍ ହେବ ।
ବର୍ତ୍ତମାନ ଏହି ସିଦ୍ଧାନ୍ତ ବାକ୍ୟର ସତ୍ୟତା ପ୍ରତ୍ୟକ୍ଷଭାବରେ ପରଖ କରି ଦେଖିବାକୁ ହେବ । ଟେରିସେଲି ବାରୋମିଟର ଯନ୍ତ୍ର ନେଇ ପାହାଡ଼ ଉପରେ ଉଠିଲେ ଏବଂ ଦେଖିଲେ ଯେ, ବାସ୍ତବରେ ପାରଦ ଆଉ ପୂର୍ବଭଳି ଏତେ ଉପରକୁ ଉଠୁନାହିଁ । ସୁତରାଂ ତାଙ୍କ ପ୍ରକଳ୍ପର ଗ୍ରହଣଯୋଗ୍ୟତା ପରୋକ୍ଷଭାବରେ ପ୍ରମାଣିତ ହେଲା ।
(ii) ଭବିଷ୍ୟବାଣୀ କିମ୍ବା ବ୍ୟାଖ୍ୟା କରିବାର ଶକ୍ତି (Predictive or Explanatory power) – ପ୍ରକଳ୍ପଟିର ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ କ୍ଷମତା ଥିବା ନିତାନ୍ତ ପ୍ରୟୋଜନ । ପ୍ରକଳ୍ପର ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାର ଶକ୍ତି ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ କ୍ଷମତା ଥିବା ନିତାନ୍ତ ପ୍ରୟୋଜନ । ପ୍ରକଳ୍ପର ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାର ଶକ୍ତି କହିଲେ ଆମେ ପ୍ରକଳ୍ପରୁ ନିଃସୃତ ହେଉଥିବା ପ୍ରତ୍ୟକ୍ଷଗ୍ରାହ୍ୟ ଘଟଣାସମୂହର ବ୍ୟାପକତାକୁ ବୁଝୁ ।
ଏହି ମାନଦଣ୍ଡ ସହିତ ପ୍ରମାଣଯୋଗ୍ୟ ମାନଦଣ୍ଡର ସମ୍ବନ୍ଧ ଥିଲେ ମଧ୍ୟ ପ୍ରମାଣଯୋଗ୍ୟ ମାନଦଣ୍ଡ ସହିତ ଏହି ମାନଦଣ୍ଡର ପାର୍ଥକ୍ୟ ରହିଛି । ଗୋଟିଏ ପ୍ରକଳ୍ପକୁ ସେତେବେଳେ ପ୍ରମାଣଯୋଗ୍ୟ ବୋଲି କୁହାଯିବ ଯେତେବେଳେ ତହିଁରୁ କିଛିସଂଖ୍ୟକ ପ୍ରତ୍ୟକ୍ଷଗ୍ରାହ୍ୟ ତଥ୍ୟ ଅବରୋହ ପଦ୍ଧତିରେ ନିଃସୃତ କରିହେବ । ଦୁଇଟି ପ୍ରମାଣଯୋଗ୍ୟ ପ୍ରକଳ୍ପ ମଧ୍ୟରେ ଗୋଟିଏ ପ୍ରକଳ୍ପରୁ ଯଦି ଅନ୍ୟ ପ୍ରକଳ୍ପ ଅପେକ୍ଷା ଅଧ୍ଵସଂଖ୍ୟକ ପ୍ରତ୍ୟକ୍ଷଗ୍ରାହ୍ୟ ତଥ୍ୟ ନିଃସୃତ ହୋଇଥାଏ, ତାହେଲେ ଯେଉଁ ପ୍ରକଳ୍ପରୁ ଅଧୂକ ତଥ୍ୟ ନିଃସୃତ ହେଉଛି ସେହି ପ୍ରକଳ୍ପର ଅଧ୍ଵତର ଭବିଷ୍ୟବାଣୀ ବା ବ୍ୟାଖ୍ୟା କରିବାର କ୍ଷମତା ଅଛି ବୋଲି ମନେକରିବାକୁ ହେବ ।
ଯେପରି କେପ୍ଲର (Kepler) କିମ୍ବା ଗାଲିଲିଓଙ୍କ ରଚିତ ପ୍ରକଳ୍ପ ଅପେକ୍ଷା ନିଉଟନ୍ଙ୍କ ରଚିତ ମାଧ୍ୟାକର୍ଷଣ ଓ ଗତିସୂତ୍ର ସଂପର୍କୀୟ ପ୍ରକଳ୍ପର ଅଧ୍ଵତର ଭବିଷ୍ୟବାଣୀ କରିଥିବାର ଥିବାର ଦେଖାଯାଏ । କାରଣ କେପ୍ଲର ଓ ଗାଲିଲିଓ ସେମାନଙ୍କର ପ୍ରକଳ୍ପ ସାହାଯ୍ୟରେ ଯେଉଁ ସମସ୍ତ ଘଟଣାକୁ ବ୍ୟାଖ୍ୟା କରିବାକୁ ଯାଆନ୍ତି ନିଉଟନ୍ଙ୍କ ପ୍ରକଳ୍ପ ସେଗୁଡ଼ିକୁ ବ୍ୟାଖ୍ୟା କରିବା ସଙ୍ଗେ ସଙ୍ଗେ ଆହୁରି ଏକାଧ୍ଯକ ବିଷୟରେ ମଧ୍ୟ ବ୍ୟାଖ୍ୟା କରିଥାଏ ।
ଗୋଟିଏ ପ୍ରକଳ୍ପରୁ କୌଣସି ଅଭିପ୍ରେତ ଘଟଣା ବ୍ୟତୀତ ଯଦି ଅନ୍ୟ କିଛି ଘଟଣା ନିଃସୃତ ହୁଏ ଏବଂ ସେହି ଘଟଣା ଉକ୍ତ ପ୍ରକଳ୍ପଦ୍ବାରା ବିବୃତ ହୁଏ, ତାହେଲେ ଏକଥା କୁହାଯାଇପାରେ ଯେ, ଉକ୍ତ ପ୍ରକଳ୍ପ ଏହି ଘଟଣା ସଂପର୍କରେ ଭବିଷ୍ୟବାଣୀ କରୁଛି । ଯେଉଁ ପ୍ରକଳ୍ପର ଭବିଷ୍ୟବାଣୀ କରିବାର କ୍ଷମତା ଯେତେ ଅଧିକ ହେବ ସେହି ପ୍ରକଳ୍ପ ସେତେ ଅଧ୍ଵସଂଖ୍ୟକ ଘଟଣାକୁ ବ୍ୟାଖ୍ୟା କରିପାରିବ ।
(iii) ପ୍ରାଚୁର୍ଯ୍ୟତା : ଏହି ମାନଦଣ୍ଡର ଗୋଟିଏ ଗୁରୁତ୍ଵପୂର୍ଣ୍ଣ ନଞର୍ଥକ ଦିଗ ମଧ୍ୟ ରହିଛି । କୌଣସି ପ୍ରକଳ୍ପ ଯଦି ପର୍ଯ୍ୟବେକ୍ଷଣଲବ୍ଧ ସ୍ବୀକୃତ ଘଟଣା ସହିତ ଅସଙ୍ଗତିପୂର୍ଣ୍ଣ ହୁଏ, ତାହେଲେ ପ୍ରକଳ୍ପଟି ମିଥ୍ୟା ହେବ ଏବଂ ତାହା ବର୍ଜନୀୟ । ଯଦି ଦୁଇଟି ପ୍ରକଳ୍ପ ଅନ୍ୟାନ୍ୟ ପ୍ରତିଷ୍ଠିତ ବୈଜ୍ଞାନିକ ମତବାଦ ସହିତ ସଂହତିପୂର୍ଣ୍ଣ ହୋଇ ପ୍ରମାଣଯୋଗ୍ୟ ହେବ ଏବଂ ସେହି ଦୁଇଟି ପୃଥକ୍ ପ୍ରକଳ୍ପ ଏକା ଘଟଣାକୁ ବ୍ୟାଖ୍ୟା କରିବା ନିମନ୍ତେ ଉଭୟେ ପ୍ରାସଙ୍ଗିକ ବୋଲି ପ୍ରତୀୟମାନ ହେବେ, ତେବେ ସେ ସ୍ଥଳରେ କେଉଁ ପ୍ରକଳ୍ପଟି ଗ୍ରହଣଯୋଗ୍ୟ ହେବ ସେଥିଲାଗି ମନରେ ସ୍ବତଃ ପ୍ରଶ୍ନ ଉଠିବ ।
ଦୁଇଟି ପ୍ରାସଙ୍ଗିକ ପ୍ରକଳ୍ପ ମଧ୍ୟରେ ଯେଉଁ ପ୍ରକଳ୍ପଟିକୁ ବୈଜ୍ଞାନିକ ଅନୁସନ୍ଧାନ ନିମନ୍ତେ ପ୍ରାଚୁର୍ଯ୍ୟ (Adequate )ବୋଲି କୁହାଯିବ । ଏତାଦୃଶ ପ୍ରାଚୁର୍ଯ୍ୟତା ଉପରେ ନିର୍ଭର କରି ଉଲ୍ଲିଖ ଦୁଇଟି ସମପ୍ରାସଙ୍ଗିକ ପ୍ରକଳ୍ପରୁ ଗୋଟିକୁ ନିର୍ବାଚନ କରାଯିବ । ଯେଉଁ ଗୁରୁତ୍ବପୂର୍ଣ ପଦ୍ଧତି ସାହାଯ୍ୟରେ ଏହି ନିର୍ବାଚନ କରାଯିବ, ଅର୍ଥାତ୍ ଦୁଇଟି ପ୍ରତିଦ୍ବନ୍ଦୀ ପ୍ରକଳ୍ପ ମଧ୍ୟରୁ ଗୋଟିଏ ଗ୍ରହଣ କରାଯିବ ତାହାକୁ ବେକନ୍ଙ୍କ ଭାଷାରେ ନିର୍ଣ୍ଣାୟକ ଦୃଷ୍ଟାନ୍ତ (Crucial Instance) ବୋଲି କୁହାଯିବ ।
ନିର୍ଣ୍ଣାୟକ ଦୃଷ୍ଟାନ୍ତ ପୁନଶ୍ଚ ଯଦି ସରଳ ପର୍ଯ୍ୟବେକ୍ଷଣ (Simple Observation) କିମ୍ବା ପରୀକ୍ଷଣ (Experiment) ମାଧ୍ୟମରେ ଲାଭକରାଯାଏ, ତାହେଲେ ଏହାକୁ ନିର୍ଣ୍ଣାୟକ ପରୀକ୍ଷଣ (Experimentum Crucis or Crucial Experiment) ବୋଲି କୁହାଯିବ । ଗୋଟିଏ ଉଦାହରଣ ସାହାଯ୍ୟରେ ଏହାକୁ ବୁଝାଇ ଦିଆଯାଇପାରେ ।
ଦୁଇଟି ବାଷ୍ପପୂର୍ଣ ଜାର୍ ଯଦି ଆମ ସମ୍ମୁଖରେ ରଖାଯାଏ ଏବଂ କୁହାଯାଏ ଯେ, କେଉଁଟି ଉଦ୍ଜାନ ଓ କେଉଁଟି ଅମ୍ଳଜାନପୂର୍ଣ୍ଣ ଜାର୍ ତାହା ଦର୍ଶାଇ ଦିଅ, ତାହେଲେ ଏଠାରେ ଆମେ ଏକ ଜଳନ୍ତା କାଠି ସାହାଯ୍ୟରେ ଦେଖାଇଦେବୁ ଯେ, କେଉଁଟିରେ ଉଦ୍ଜାନ ଓ କେଉଁଟିରେ ଅମ୍ଳଜାନ ରହିଛି । କାରଣ ଜଳନ୍ତା କାଠିର ପ୍ରବେଶ ଯୋଗୁଁ ଯେଉଁ ବାଷ୍ପପୂର୍ଣ ଜାରଟି ଜଳିଉଠିବ ତାହା ଅମ୍ଳଜାନ ବା ଯେଉଁ ବାଷ୍ପଜାର୍ଟିରେ ଜଳନ୍ତା କାଠିଟି ଲିଭିଯିବ, ତାହା ଉଦ୍ଜାନ ବୋଲି ପ୍ରମାଣିତ ହେବ ।
(iv) ଆରୋହ ସିଦ୍ଧାନ୍ତ ସମନ୍ବୟନ (Consilience of Induction) : ହୁଇଉଏଲ୍ଙ୍କ (Whewell) ମତରେ, ପ୍ରକଳ୍ପର ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରମାଣ ହେଉଛି ଆରୋହ ସିଦ୍ଧାନ୍ତ ସମନ୍ବୟନ । ଯେଉଁ ଘଟଣାଟିକୁ ବୁଝାଇବା ନିମନ୍ତେ ପ୍ରକଳ୍ପ ପ୍ରଣୟନ କରାଯାଏ ତାହାକୁ ବୁଝାଇବା ବ୍ୟତୀତ ଯଦି ସେହି ପ୍ରକଳ୍ପଟି ଆହୁରି ଅନେକ ଅଲଗା ବିଷୟକୁ ବ୍ୟାଖ୍ୟା କରେ, ତାହେଲେ ପ୍ରକଳ୍ପଟି ଅଧ୍ଵତର ସନ୍ତୋଷଜନକ ଭାବରେ ପ୍ରମାଣିତ ହେଲା ବୋଲି କୁହାଯିବ ।
ଏହାହିଁ ଆରୋହ ସିଦ୍ଧାନ୍ତ ସମନ୍ବୟନ । ଉଦାହରଣସ୍ୱରୂପ, ନିଉଟନ୍ଙ୍କ ମାଧ୍ୟାକର୍ଷଣ ଶକ୍ତି ଊର୍ଦ୍ଧ୍ବକୁ ନିକ୍ଷେପିତ ହୋଇଥବା ବସ୍ତୁ ନିମ୍ନଗାମୀ ହୋଇ ଭୂମିରେ ପଡ଼ିବା ବିଷୟକୁ ବୁଝାଇବା ସଙ୍ଗେ ସଙ୍ଗେ ସମୁଦ୍ରର ଜୁଆର, ଭଟ୍ଟା, ଗ୍ରହନକ୍ଷତ୍ରଙ୍କର ଗତି ଇତ୍ୟାଦିକୁ ମଧ୍ୟ ବୁଝାଏ । ଏହାଦ୍ଵାରା ଏହି ପ୍ରକଳ୍ପର ସୁଦୃଢ଼ତା ପ୍ରମାଣିତ ହୋଇପାରିଛି ।
୨୪. ପ୍ରକଳ୍ପର ପ୍ରକାରଭେଦ (Different kinds of Hypothesis) ବୁଝାଅ ।
Answer:
କୌଣସି ଏକ ଘଟଣାର ବ୍ୟାଖ୍ୟାପୂର୍ବକ କାରଣ ଅନୁସନ୍ଧାନ ନିମନ୍ତେ ପ୍ରକଳ୍ପ ଗଠନର ଆବଶ୍ୟକତା ଅବଶ୍ୟମ୍ଭାବୀ । ଏହି ପ୍ରକଳ୍ପ କାର୍ପେଥ୍ ରୀଙ୍କ ମତରେ ସାଧାରଣତଃ ତିନି ପ୍ରକାର; ଯଥା— (୧) କର୍ପାସଂକ୍ରାନ୍ତ ପ୍ରକଳ୍ପ (Hypothesis concerning an agent), (୨) ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପ (Hypothesis concerning the collocation) ଏବଂ (୩) ନୀତିସଂକ୍ରାନ୍ତ ପ୍ରକଳ୍ପ (Hypothesis concerning the law) ।
(i) କର୍ତ୍ତାସଂକ୍ରାନ୍ତ ପ୍ରକଳ୍ପ :
ଗୋଟିଏ ଘଟଣାର ବ୍ୟାଖ୍ୟା ନିମନ୍ତେ ସମୟ ସମୟରେ କର୍ତ୍ତା ବିଷୟକ ପ୍ରକଳ୍ପଟିଏ ପ୍ରଣୟନ କରାଯାଏ । ଧରାଯାଉ, କୌଣସି ଗୋଟିଏ ଘରେ ଚୋରି ହେଲା । ନିର୍ଦ୍ଦିଷ୍ଟ ଭାବରେ କେଉଁ ବ୍ୟକ୍ତି ଉକ୍ତ ଚୌର୍ଯ୍ୟ କାର୍ଯ୍ୟରେ ସଂପୃକ୍ତ ଅଛି ତାହାର ଠାବ କରିବାପାଇଁ ଯେଉଁ ପ୍ରକଳ୍ପ ପ୍ରଣୟନ କରାଯାଏ ତାହା କର୍ତ୍ତାସଂକ୍ରାନ୍ତ ପ୍ରକଳ୍ପ ବୋଲି ଅଭିହିତ ହୁଏ । ଧରାଯାଉ, ଆମ ଘରୁ ଗୋଟିଏ ବସ୍ତୁ ଚୋରି ହୋଇଛି ଏବଂ ଆମେ କେହି ଜାଣୁନା ଯେ, କିଏ ଚୋରି କରିଛି । ଚୋରି ଘଟଣାର ଅନୁସନ୍ଧାନ ସମୟରେ ଯଦି ଆମେ ଅନୁମାନ କରୁ ଯେ, ଆମ ଘର ଚାକରଟି ଚୋରି କରିଛି, ତାହେଲେ ତାହାକୁ କର୍ପାସଂକ୍ରାନ୍ତ ପ୍ରକଳ୍ପ ବୋଲି କୁହାଯିବ ।
(ii) ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପ :
ସମୟ ସମୟରେ ଆମେ ସଂସ୍ଥା ସଂକ୍ରାନ୍ତରେ ପ୍ରକଳ୍ପ ମଧ୍ୟ ପ୍ରଣୟନ କରୁ । ‘ସଂସ୍ଥା ସଂକ୍ରାନ୍ତ’ ପ୍ରକଳ୍ପର ଅର୍ଥ ହେଉଛି ଅବସ୍ଥା ବା ପରିସ୍ଥିତି । ଅର୍ଥାତ୍ କେଉଁ ପରିସ୍ଥିତି ଅଥବା ଅବସ୍ଥା ଶଂସିତ କାର୍ଯ୍ୟଟି ଘଟିବାରେ ସାହାଯ୍ୟ କରିଛି ତାହାକୁ ଜାଣିବା ନିମନ୍ତେ ଯେଉଁ ପ୍ରକଳ୍ପ ଗଠନ କରାଯାଏ ତାହାକୁ ସଂସ୍ଥା ସଂକ୍ରାନ୍ତ ପ୍ରକଳ୍ପ କୁହାଯାଏ; ଯଥା – ଚୋରି ହୋଇଥିବା ଦ୍ରବ୍ୟଟି ଯେଉଁ ଅବସ୍ଥାରେ ବା ପରିସ୍ଥିତିରେ ଚୋରି ହେଲା ତାହାକୁ ନିର୍ଦ୍ଦିଷ୍ଟଭାବରେ ଜାଣିବାପାଇଁ ଯେଉଁ ପ୍ରକଳ୍ପ ଗଠନ କରାଯାଏ, ତାହାକୁ ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପ କୁହାଯାଏ ।
(iii) ନୀତିସଂକ୍ରାନ୍ତ ପ୍ରକଳ୍ପ :
ସମୟ ସମୟରେ କର୍ତ୍ତା ଏବଂ ସଂସ୍ଥା ଜଣାଥାଏ, ଅର୍ଥାତ୍ ଚୋର ଏବଂ କେଉଁ ପରିସ୍ଥିତିରେ ଦ୍ରବ୍ୟଟି ଚୋରି ହେଲା ତାହା ଜଣାଥାଏ; ମାତ୍ର ଯୋଜନା ବା ପ୍ରଣାଳୀ ଯାହାକୁ ଅନୁସରଣ କରି ଚୋରଟି ଚୋରି କଲା ତାହା ଜଣା ନ ଥାଇପାରେ । ସେହି ଅଜଣା ଯୋଜନା ବା ପ୍ରଣାଳୀର ଆବିଷ୍କାର ନିମନ୍ତେ ଯେଉଁ ପ୍ରକଳ୍ପ ପ୍ରଣୀତ ହୁଏ ତାହା ନୀତିସଂକ୍ରାନ୍ତ ପ୍ରକଳ୍ପ ଅଟେ ।
ଉଏଲଟନ୍ ସର୍ବମୋଟ ଦୁଇପ୍ରକାର ପ୍ରକଳ୍ପର ଉଲ୍ଲେଖ କରିଛନ୍ତି, ଯଥା — (୧) କାରଣ ସଂକ୍ରାନ୍ତ ପ୍ରକଳ୍ପ (Hypothesis concerning cause) ଏବଂ (୨) ନୀତି-ସଂକ୍ରାନ୍ତ ପ୍ରକଳ୍ପ (Hypothesis concerning law) । ପୂର୍ବବର୍ଣ୍ଣିତ କର୍ଷାସଂକ୍ରାନ୍ତ ପ୍ରକଳ୍ପ ଏବଂ ସଂସ୍ଥାସଂକ୍ରାନ୍ତ ପ୍ରକଳ୍ପହିଁ ବ୍ୟାଖ୍ୟାମୂଳକ ପ୍ରକଳ୍ପ (Explanatory hypothesis) ଏବଂ ନୀତି ସଂକ୍ରାନ୍ତ ପ୍ରକଳ୍ପ ବର୍ଣନାମୂଳକ qa (Descriptive hypothesis) ଅଟେ ।
ଷ୍ଟେଟିଂ ପ୍ରକଳ୍ପର ଏତାଦୃଶ ଶ୍ରେଣୀକରଣରେ ସନ୍ତୋଷ ହୋଇପାରି ନାହାନ୍ତି । ତାଙ୍କ ମତରେ, ପ୍ରକଳ୍ପ ତିନି ପ୍ରକାର; ଯଥା— (୧) ବ୍ୟାଖ୍ୟାମୂଳକ ପ୍ରକଳ୍ପ (Explanatory hypothesis), (୨) ବର୍ଣ୍ଣନାମୂଳକ ପ୍ରକଳ୍ପ (Descriptive hypothesis) ଏବଂ (୩) ଉପମାମୂଳକ ପ୍ରକଳ୍ପ (Analogical hyothesis) |
କାରଣ ସଂକ୍ରାନ୍ତ ପ୍ରକଳ୍ପକୁ ବ୍ୟାଖ୍ୟାମୂଳକ ପ୍ରକଳ୍ପ ମଧ୍ୟ କୁହାଯାଏ; କାରଣ କୌଣସି ଘଟଣା ଘଟିବାର କାରଣ ଉଲ୍ଲେଖ କରିବା, ସେହି ଘଟଣାଟି କାହିଁକି ଘଟିଲା ବୋଲି କହିବା ସହିତ ସମାନ । ଷ୍ଟେରିଂଙ୍କ ମତରେ, ସମସ୍ତ କାରଣ ସଂକ୍ରାନ୍ତୀୟ ପ୍ରକଳ୍ପ ହେଉଛି ବ୍ୟାଖ୍ୟାମୂଳକ; କିନ୍ତୁ ଏପ୍ରକାର ପ୍ରକଳ୍ପଠାରୁ ବର୍ଣ୍ଣନାମୂଳକ ପ୍ରକଳ୍ପ ଭିନ୍ନ ଅଟେ । ବର୍ଣ୍ଣନାମୂଳକ ପ୍ରକଳ୍ପ ପ୍ରଣୟନର ଉଦ୍ଦେଶ୍ୟ ହେଉଛି ବସ୍ତୁର ସ୍ୱଭାବ ବର୍ଣ୍ଣନା । ବସ୍ତୁଟି କି ପ୍ରକାର ଏବଂ ତାହାର ଆଚରଣ କିପରି ତାହାର ବର୍ଣ୍ଣନା ଦେବା ହେଉଛି ବର୍ଣ୍ଣନାମୂଳକ ପ୍ରକଳ୍ପର ଉଦ୍ଦେଶ୍ୟ ।
ମାତ୍ର ଉପମାମୂଳକ ପ୍ରକଳ୍ପ ହେଉଛି ବର୍ଣ୍ଣନାମୂଳକ ପ୍ରକଳ୍ପର ଏକ ଅଭିବୃଦ୍ଧି ମାତ୍ର । ଅର୍ଥାତ୍ ବର୍ଣ୍ଣନାମୂଳକ ପ୍ରକଳ୍ପ ପରିବର୍ଦ୍ଧିତ ହୋଇ ଉପମାମୂଳକ ପ୍ରକଳ୍ପକୁ ରୂପାନ୍ତରିତ ହୁଏ । ଦୁଇଟି ବସ୍ତୁର ସାମଞ୍ଜସ୍ୟ ହେତୁ ଆମେ ଜାଣିଥୁବା ବସ୍ତୁର ଜ୍ଞାନରୁ ଆମେ ନ ଜାଣିଥୁବା ବସ୍ତୁ ସମ୍ବନ୍ଧରେ ପ୍ରକଳ୍ପ ରଚନା କରିବା ହେଉଛି ଉପମାମୂଳକ ପ୍ରକଳ୍ପ । ଉଦାହରଣସ୍ୱରୂପ, ଆଲୋକର ଗତି ଶବ୍ଦର ଗତି ପରି ତରଙ୍ଗାୟିତ; କାରଣ ଉଭୟଙ୍କ ମଧ୍ୟରେ ବହୁ ବିଷୟରେ ସାମଞ୍ଜସ୍ୟ ରହିଛି ।
ଏତଦ୍ବ୍ୟତୀତ କେତେକ ତାର୍କିକ ଏବଂ ବୈଜ୍ଞାନିକ ପ୍ରକଳ୍ପକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି, ଯଥା — ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ (Adhoc hypothesis) ଏବଂ (୨) ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ (Working hypothesis) ।
(a) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ :
ସମୟ ସମୟରେ କେତେକ ପ୍ରତିଷ୍ଠିତ ନିୟମର କାର୍ଯ୍ୟକଳାପରେ କେତେକ ଅସୁବିଧା ପରିଲକ୍ଷିତ ହେବାର ଦେଖାଯାଏ । ଏହି ଅସୁବିଧାଗୁଡ଼ିକ ସେହି ନିୟମଦ୍ୱାରା ବ୍ୟାଖ୍ୟା କରାଯାଇପାରେ ନାହିଁ । ସୁତରାଂ ସେହି ନିୟମଗୁଡ଼ିକର ସତ୍ୟାସତ୍ୟ ବିଷୟରେ ବାଦବିବାଦ କରିବା ପରିବର୍ତ୍ତେ ବୈଜ୍ଞାନିକମାନେ ସେହି ଅସୁବିଧାଗୁଡ଼ିକର କାରଣମାନ ଖୋଜି ବାହାର କରିବାରେ ଲାଗିପଡ଼ନ୍ତି । ଏପରିସ୍ଥଳେ ବୈଜ୍ଞାନିକମାନେ ଯେଉଁ ପ୍ରକଳ୍ପ ରଚନା କରନ୍ତି ତାହାହିଁ ହେଉଛି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ ।
ଉଦାହରଣସ୍ୱରୂପ, ବୁଧ ଗ୍ରହର ଗତିପଥର ବିଚ୍ୟୁତି ନିଉଟନ୍ଙ୍କର ମାଧ୍ୟାକର୍ଷଣ ନିୟମକୁ ପ୍ରତିହତ କଲା । ଫଳରେ ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପର ପ୍ରଣୟନ କରାଗଲା; ଯାହା ପ୍ରତିପାଦନ କଲା ଯେ, ଏକ ଅଜଣା ଗ୍ରହର ଆକର୍ଷଣହିଁ ଏହି ବାଧା ବା ବିଶୃଙ୍ଖଳା ସୃଷ୍ଟିର ଏକମାତ୍ର କାରଣ । ଏହି ପ୍ରକଳ୍ପଟି ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ ଭାବରେ ପ୍ରତିଷ୍ଠିତ ହେଲା ଏବଂ ପରିଶେଷରେ ଯେତେବେଳେ ଆଇନ୍ଷ୍ଟାଇନ୍ଙ୍କର ସାପେକ୍ଷ ତଥ୍ୟ (Theory of Relativity) ଗତିପଥର ବିଚ୍ୟୁତିକୁ ଏବଂ ନିଉଟନ୍ଙ୍କର ମାଧ୍ୟାକର୍ଷଣ ନିୟମକୁ ବ୍ୟାଖ୍ୟା କଲା, ସେତେବେଳେ ଏହି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟସାଧକ ପ୍ରକଳ୍ପ (Adhoc hypothesis) କୁ ବର୍ଜନ କରାଗଲା ।
(b) ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ :
କୌଣସି ଘଟଣାର କାରଣ ଜଣାନଥିଲେ ତାହାର କାରଣ ନିର୍ଦ୍ଧାରଣ କରିବା ନିମନ୍ତେ ଘଟଣା ସହିତ ସଂପୃକ୍ତ ସମୟ ବିଷୟକୁ ଅନୁଧ୍ୟାନ କରି ଆପାତଃଭାବରେ ଗୋଟିଏ ବିଷୟକୁ ବିଚାର୍ଯ୍ୟ ଘଟଣାର କାରଣ ବୋଲି ମନେକରିବାକୁ ପ୍ରକଳ୍ପ କୁହାଯାଏ । ସୁତରାଂ ପ୍ରସ୍ତାବିତ ପ୍ରକଳ୍ପଟି ଦତ୍ତ ଘଟଣାର ସନ୍ତୋଷଜନକ ବ୍ୟାଖ୍ୟା ନିମନ୍ତେ କ୍ଷମ ହେବା ଉଚିତ । ସମୟ ସମୟରେ ଯଥାର୍ଥ ପ୍ରକଳ୍ପର ଅବତାରଣା କରାଯାଇପାରେ ନାହିଁ; କାରଣ ଯେଉଁ ତଥ୍ୟ ବା ଘଟଣାକୁ ଆମେ ବ୍ୟାଖ୍ୟା କରିବାକୁ ଯାଉଛୁ ତାହାର ବୈଶିଷ୍ଟ୍ୟ ଅସାଧାରଣ ।
ସୁତରାଂ ଏପରି ପ୍ରକଳ୍ପହିଁ ଅପର୍ଯ୍ୟାପ୍ତ ବା ଅନୁପଯୁକ୍ତ; ତେଣୁ ଏକ ଯଥାର୍ଥ ପ୍ରକଳ୍ପ ପ୍ରଣୟନ କରାଗଲାପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଅଟେ । ତେଣୁ ଏହାର ସ୍ଥାୟିତ୍ଵ ସ୍ଵଳ୍ପକାଳ ଅଟେ । ଏପ୍ରକାର ପ୍ରକଳ୍ପକୁ ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପ ବୋଲି କୁହାଯାଏ । ଉଦାହରଣସ୍ୱରୂପ – ଚୋରି ଘଟଣାର ସବିଶେଷ ତଦନ୍ତରେ ଅସଫଳ ହେଲା ପରେ ଜଣେ ପୋଲିସ୍ କର୍ମଚାରୀ ଯଦି ଘଟଣାର ସତ୍ୟାସତ୍ୟ ନିର୍ଦ୍ଧାରଣ ନିମନ୍ତେ ସାଧାରଣ ଲୋକଙ୍କର ମତକୁ ଉଦ୍ଧାର କରି ଚୋର ଧରନ୍ତି ତାହେଲେ ପୋଲିସ୍ କର୍ମଚାରୀଟି ତତ୍କାଳ କାର୍ଯ୍ୟସାଧକ ପ୍ରକଳ୍ପର ସାହାଯ୍ୟ ନେଇଛନ୍ତି ବୋଲି କୁହାଯିବ ।