CHSE Odisha Class 11 Political Science Solutions Chapter 7 ଅଧିକାର

Odisha State Board CHSE Odisha Class 11 Political Science Solutions Chapter 7 ଅଧିକାର Questions and Answers.

CHSE Odisha 11th Class Political Science Solutions Chapter 7 ଅଧିକାର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଜୀବନ ଧାରଣର ଅଧିକାର ଓ ଧର୍ମଗତ ଅଧିକାର _________ ଅଧିକାରର ଉଦାହରଣ ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ରାଜନୈତିକ
(ଘ) ଧାର୍ମିକ
Answer:
(କ) ସାମାଜିକ

୨। _________ ରାଜନୈତିକ ଅଧିକାରର ଏକ ଜ୍ଵଳନ୍ତ ଦୃଷ୍ଟାନ୍ତ ।
(କ) ଭୋଟ ଦେବା ଓ ସରକାରଙ୍କୁ ସମାଲୋଚନା କରିବା
(ଖ) କର ଦେବା
(ଗ) ଆଇନକୁ ମାନିବା
(ଘ) ସରକାରଙ୍କୁ ସମ୍ମାନ ଦେବା
Answer:
(କ) ଭୋଟ ଦେବା ଓ ସରକାରଙ୍କୁ ସମାଲୋଚନା କରିବା

୩ । __________ନୈତିକ ଅଧୂକାରକୁ ସ୍ବୀକୃତି ଦେଉନଥ‌ିବାବେଳେ ଆଇନଗତ ଅଧିକାରକୁ ସଂରକ୍ଷିତ କରିଥାଏ ।
(କ) ରାଷ୍ଟ୍ର
(ଖ) ସମାଜ
(ଗ) ସଂଘ
(ଘ) ସରକାର
Answer:
(କ) ରାଷ୍ଟ୍ର

୪ । ଜଣକର ଅଧିକାର ଅନ୍ୟମାନଙ୍କର ________ ।
(କ) ଅଧିକାର
(ଖ) ସମାନତା
(ଗ) ଈର୍ଷାର ବିଷୟ
(ଘ) କର୍ତ୍ତବ୍ଯ
Answer:
(ଘ) କର୍ତ୍ତବ୍ଯ

CHSE Odisha Class 11 Political Science Solutions Chapter 7 ଅଧିକାର

୫ । ଜାତିସଂଘର ମାନବିକ ଅଧୂକାର ଘୋଷଣାନାମା __________ ମସିହାରେ ଘୋଷିତ ହେଲା ।
(କ) ୧୯୫୦
(ଖ) ୧୯୪୮
(ଗ) ୧୯୪୭
(ଘ) ୧୯୪୬
Answer:
(ଖ) ୧୯୪୮

୬ । ମାନବିକ ଅଧିକାର ____________ ସମାନତା ଉପରେ ନିର୍ଭରଶୀଳ ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ରାଜନୈତିକ
(ଘ) ଧାର୍ମିକ
Answer:
(ଖ) ଅର୍ଥନୈତିକ

୭ । ଭର୍ସାଇଲଠାରେ ଅନୁଷ୍ଠିତ ହୋଇଥିବା ଶାନ୍ତି ସମ୍ମିଳନୀର ଆଭିମୁଖ୍ୟ ________ ଥଲା ।
(କ) ସଂଖ୍ୟାଲଘୁ ସୁରକ୍ଷା
(ଖ) ଜାତିଗତ ଐକ୍ୟ
(ଗ) ଧାର୍ମିକ ବିଭେଦତା ଦୂର
(ଘ) ଅର୍ଥନୈତିକ ସାମ୍ୟ
Answer:
(କ) ସଂଖ୍ୟାଲଘୁ ସୁରକ୍ଷା

୮ । ଇଉରୋପୀୟ ମାନବିକ ଅଧୂକାର କମିଶନ __________ ମସିହାରେ ଗଠିତ ହୋଇଥିଲା ।
(କ) ୧୯୫୩
(ଖ) ୧୯୫୨
(ଗ) ୧୯୫୧
(ଘ) ୧୯୫୦
Answer:
(କ) ୧୯୫୩

୯ । ଭାରତୀୟ ଜାତୀୟ ମାନବିକ ଅଧୁକାର କମିଶନ _________ ମସିହାରେ ଗଠନ କରାଯାଇଥିଲା ।
(କ) ୧୯୯୨
(ଖ) ୧୯୯୧
(ଗ) ୧୯୯୩
(ଘ) ୧୯୯୪
Answer:
(ଗ) ୧୯୯୩

୧୦ । ଓଡ଼ିଶାରେ ରାଜ୍ୟ ମାନବିକ ଅସ୍ଵୀକାର କମିଶନ ________ ମସିହାରେ ଗଠନ କରାଯାଇଛି ।
(କ) ୨୦୦୧
(ଖ) ୧୯୪୮
(ଗ) ୧୯୫୩
(ଘ) ୨୦୦୩
Answer:
(ଘ) ୨୦୦୩

୧୧ । ମାନବିକ ଅଧିକାର ଦିବସ ପ୍ରତିବର୍ଷ __________ ତାରିଖରେ ପାଳିତ ହୁଏ ।
(କ) ଡିସେମ୍ବର ୧୨
(ଖ) ଡିସେମ୍ବର ୧୪
(ଗ) ଡିସେମ୍ବର ୩୧
(ଘ) ଡିସେମ୍ବର ୧୦
Answer:
(ଘ) ଡିସେମ୍ବର ୧୦

CHSE Odisha Class 11 Political Science Solutions Chapter 7 ଅଧିକାର

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ରାଜନୈତିକ ଅଧିକାର କ’ଣ ?
Answer:
ରାଜନୈତିକ ବ୍ୟବସ୍ଥାରେ ଅଂଶଗ୍ରହଣ କରିବାର ଅଧିକାରକୁ ରାଜନୈତିକ ଅଧିକାର କୁହାଯାଏ । ଏହା ପ୍ରତ୍ୟେକ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକଙ୍କୁ ପ୍ରଦାନ କରାଯାଇଥାଏ ।

୨ । ମାନବିକ ଅଧିକାର (Human Right) କ’ଣ ?
Answer:
ଭାଷା, ଧର୍ମ ସଂପ୍ରଦାୟ, ଲିଙ୍ଗ ଆଦି ନିର୍ବିଶେଷରେ ସମସ୍ତଙ୍କ ପାଇଁ ମୌଳିକ ସ୍ଵାଧୀନତା ବ୍ୟବସ୍ଥା, ଏହାର ସୁରକ୍ଷିତ ଉପଭୋଗ, ସାମାଜିକ ପ୍ରଗତି ଓ ଉନ୍ନତ ଜୀବନ ଧାରଣର ମାନ ଆଦି ବିଷୟକୁ ଆଧାର କରି ସାଧାରଣ କଲ୍ୟାଣ ସଂପର୍କିତ ବିଷୟକୁ ‘ମାନବିକ ଅଧିକାର’ କୁହାଯାଏ ।

୩ । ଆଇନଗତ ଅଧିକାର କ’ଣ ?
Answer:
ଯେଉଁ ଅଧିକାର ରାଷ୍ଟ୍ରର ଆଇନ ମାଧ୍ୟମରେ ପ୍ରଦତ୍ତ ଓ ସୁରକ୍ଷିତ ହୋଇଥାଏ ତାହାକୁ ‘ ଆଇନଗତ ଅଧିକାର’ କୁହାଯାଏ ।

(C) ଗୋଟିଏ ପଦରେ ଉତ୍ତର ଦିଅ ।

୧ । ବିପଦବେଳେ ବନ୍ଧୁଠାରୁ ସାହାଯ୍ୟ ଆଶା କରିବା କି ପ୍ରକାର ଅଧୁକାର ?
Answer:
ନୈତିକ ଅଧୁକାର ।

୨। ମାନବାଧ୍ଧକାରର ପ୍ରଥମ ଲିଖୁତ ଓ ସ୍ବୀକୃତ ସନନ୍ଦର ନାମ କ’ଣ ?
Answer:
ମାଗ୍ନା କାର୍ଚା (Magna Carta) ।

୩ । କେଉଁ ଅଧିକାର ବିନା ସମସ୍ତ ଅଧିକାର ନିରର୍ଥକ ?
Answer:
ସାମାଜିକ ଅଧୁକାର ।

୪ । କେଉଁ ଅଧିକାର ରାଷ୍ଟ୍ରଦ୍ବାରା ପ୍ରଦତ୍ତ, ସ୍ବୀକୃତ ଓ ସୁରକ୍ଷିତ ଏବଂ ଏହାର ଉଲଂଘନ ହେଲେ ବ୍ୟକ୍ତି ନ୍ୟାୟାଳୟର ଦ୍ବାରସ୍ଥ ହୋଇପାରେ?
Answer:
ଆଇନଗତ ଅଧିକାର ।

୫ । ସାମାଜିକ ଅଧୂକାର ଅନ୍ୟ କେଉଁ ନାମରେ ମଧ୍ୟ ପରିଚିତ ?
Answer:
ନାଗରିକ ଅଧିକାର ।

୬ । ଫ୍ରାନସ୍‌ର କେଉଁ ଘୋଷଣାନାମା ମାନବାଧିକାରକୁ ଏକ ଆନ୍ଦୋଳନର ରୂପ ଦେଇଥୁଲା ?
Answer:
ମାନବର ଅଧୁକାର ଘୋଷଣାନାମ (୧୭୮୯) ।

CHSE Odisha Class 11 Political Science Solutions Chapter 7 ଅଧିକାର

(D) ଭ୍ରମ ସଂଶୋଧନ କର ।

୧ । ମିଳିତ ଜାତିସଂଘ ନିରାପତ୍ତା ପରିଷଦଦ୍ଵାରା ୧୯୪୮ ମସିହାରେ ମାନବାଧିକାରର ସାର୍ବଜନୀନ ଘୋଷଣାନାମା ଜାରି ହୋଇଥିଲା ।
Answer:
ମିଳିତ ଜାତିସଂଘ ସଧାରଣ ପରିଷଦଦ୍ଵାରା ୧୯୪୮ ମସିହାରେ ମାନବାଧିକାରର ସାର୍ବଜନୀନ ଘୋଷଣାନାମା ଜାରି ହୋଇଥିଲା ।

୨ । ଅସ୍ଵୀକାରଗୁଡ଼ିକ ନିରଙ୍କୁଶ ।
Answer:
ଅଧୂକାର ଗୁଡ଼ିକ ନିରଙ୍କୁଶ ନୁହେଁ ।

୩ । ସାମାଜିକ ଅଧୂକାରଗୁଡ଼ିକ ମଣିଷର ବିବେକ, ମୂଲ୍ୟବୋଧ ଓ ଜନମତ ଉପରେ ଆଧାରିତ ହୋଇଥାଏ ।
Answer:
ନୈତିକ ଅଧୂକାରଗୁଡ଼ିକ ମଣିଷର ବିବେକ, ମୂଲ୍ୟବୋଧ ଓ ଜନମତ ଉପରେ ଆଧାରିତ ହୋଇଥାଏ ।

୪ । ଆମେରିକାର ମାଗ୍ନାକାର୍ଟ (୧୭୭୬) ମାନବିକ ଅଧୂକାରର ପ୍ରାରମ୍ଭିକ ସୋପାନ ଥିଲା ।
Answer:
ଇଂଲଣ୍ଡର ମାଗ୍ନାକାର୍ଟ (୧୨୧୫) ମାନବିକ ଅଧିକାରର ପ୍ରାରମ୍ଭିକ ସୋପାନ ଥିଲା ।

୫ । ପ୍ରାଣଦଣ୍ଡ ବ୍ୟବସ୍ଥା ସଂପତ୍ତିଗତ ଅଧିକାରକୁ ବିରୋଧ କରେ ।
Answer:
ପ୍ରାଣଦଣ୍ଡ ବ୍ୟବସ୍ଥା ଜୀବନ ଧାରଣର ଅଧିକାର ପରି ସମାଜିକ ଅଧିକାରକୁ ବିରୋଧ କରେ ।

୬ । ଉପଯୁକ୍ତ ପାରିଶ୍ରମିକ ଅସ୍ଵୀକାର ଏକ ସାମାଜିକ ଅଧୂକାର ।
Answer:
ଉପଯୁକ୍ତ ପାରିଶ୍ରମିକ ଅଧୁକାର ଏକ ଅର୍ଥନୈତିକ ଅଧିକାର ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । ରାଷ୍ଟ୍ରଦ୍ୱାରା ପ୍ରଦତ୍ତ ଓ ସୁରକ୍ଷିତ ସୁବିଧା ସୁଯୋଗକୁ ___________ କୁହାଯାଏ ।
Answer:
ଆଇନଗତ ଅଧିକାର ।

୨ । ଅଧିକାର ଓ __________ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ।
Answer:
କର୍ତ୍ତବ୍ୟ ।

CHSE Odisha Class 11 Political Science Solutions Chapter 7 ଅଧିକାର

୩ । ପ୍ରତ୍ୟେକ ବର୍ଷ ____________ ତାରିଖ ମାନବାଧୁକାର ଦିବସ ରୂପେ ବିଶ୍ଵରେ ପାଳିତ ହୁଏ ।
Answer:
ଡିସେମ୍ବର ୧୦ ।

୪ । ଇଂଲଣ୍ଡ ରାଜା ___________ ଙ୍କ ଦ୍ବାରା ___________ ଦିନ ମାଗ୍ନା କାଟା ସ୍ବାକ୍ଷରିତ ହୋଇଥିଲା ।
Answer:
ଦ୍ଵିତୀୟ ଜନ୍ ୧୨୧୫ ମସିହା ଜୁନ୍ ୧୫ ତାରିଖ ।

୫ । ମାନବାଧିକାରର ଲକ୍ଷ୍ୟ ହେଉଛି ମଣିଷର ____________।
Answer:
ସଶକୁିକରଶ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ରରେ କିଏ କେଉଁ ଅଧୁକାର ଉପଭୋଗ କରନ୍ତି ଓ କିଏ କରନ୍ତି ନାହିଁ ?
Answer:
ରାଷ୍ଟ୍ରରେ ନାଗରିକ ଉଭୟ ସାମାଜିକ ଓ ରାଜନୈତିକ ଅଧିକାର ଉପଭୋଗ କରୁଥିବାବେଳେ ବିଦେଶୀ କେବଳ ସାମାଜିକ ଅଧୂକାର ଉପଭୋଗ କରେ କିନ୍ତୁ ରାଜନୈତିକ ଅଧୂକାର ଉପଭୋଗରୁ ବଞ୍ଚିତ ରୁହେ।

୨ । ମାନବିକ ଅଧ୍ବକାର ଉଲ୍ଲଙ୍ଘନ ପାଇଁ ଦାୟୀ କାରଣ ଦର୍ଶାଅ ।
Answer:
ବର୍ଣ୍ଣବୈଷମ୍ୟ ନୀତି, ଯୁଦ୍ଧ, ଶୀତଳ ଯୁଦ୍ଧ, କ୍ରମାଗତ ରାଜନୈତିକ ଅସ୍ଥିରତା, ଆଭ୍ୟନ୍ତରୀଣ ସଶସ୍ତ୍ର ବିପ୍ଲବ, ମୌଳବାଦୀ କାର୍ଯ୍ୟ, ବାହ୍ୟ ହସ୍ତକ୍ଷେପ, ଆତଙ୍କବାଦର ପରିସ୍ଥିତି ଆଦି କ୍ଷେତ୍ରରେ ମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଥାଏ ।

୩ । ଭାରତୀୟ ମାନବିକ ଅଧ‌ିକାର କମିଶନର ଅଧ୍ୟକ୍ଷ କିଏ ହୁଅନ୍ତି ?
Answer:
ଭାରତୀୟ ମାନବିକ ଅଧିକାର କମିଶନର ଅଧ୍ୟକ୍ଷ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ହୁଅନ୍ତି ।

୪ । ଭାରତର କେଉଁ ସରକାରୀ ବିଭାଗ ମାନବିକ ଅଧିକାର କମିଶନ ପରିସରଭୁକ୍ତ ହୁଏ।
Answer:
ଭାରତର ସେନାବାହିନୀ ମାନବିକ ଅଧ୍ବକାର କମିଶନ ପରିସରଭୁକ୍ତ ହୁଏ ନାହିଁ ।

(B) ପାଞ୍ଚଗୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

୧ । ନାଗରିକର ଅଧିକାର ସମ୍ପର୍କରେ ସୂଚନା ଦିଅ ।
Answer:
ନାଗରିକର ଅଧିକାରକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା ନୈତିକ ଅଧ୍ବକାର ଓ ଆଇଚ୍ଛାନୁମୋଦିତ ଅଧୁକାର । ଆଇନାନୁମୋଦିତ ଅଧିକାରକୁ ପୁନଶ୍ଚ ସାମାଜିକ ଅଧୂକାର, ରାଜନୈତିକ ଅଧୁକାର ଓ ଅର୍ଥନୈତିକ ଅଧିକାର ଭାବେ ବିଭକ୍ତ କରାଯାଇଛି । ରାଷ୍ଟ୍ରର ଆଇନଦ୍ଵାରା ସଂରକ୍ଷିତ ହୋଇନଥୁବା ତଥା ସମାଜର ନୈତିକ ମୂଲ୍ୟବୋଧ ଓ ମାନବିକତା ଆଦି ନୈସର୍ଗିକ ଗୁଣ ଉପରେ ପ୍ରତିଷ୍ଠିତ ଅଧୀକାରକୁ ନୈତିକ ଅଧିକାର କୁହାଯାଏ । ଜୀବନଧାରଣର ଅଧିକାର, ସ୍ଵାଧୀନତା ଅଧୂକାର, ସମ୍ପଭିଗତ ଅଧିକାର ଇତ୍ୟାଦି କେତେକ ସାମାଜିକ ଅଧୁକାର ବ୍ୟକ୍ତିର ସ୍ଥିତି ଓ ବ୍ୟକ୍ତିତ୍ଵର ବିକାଶ ପାଇଁ କରାଯାଇଥିବାବେଳେ ସୁସ୍ଥ ଜୀବନଯାପନ ପାଇଁ କର୍ମନିଯୁକ୍ତି ଅଧ‌ିକାର, ଉପଯୁକ୍ତ ପାରିଶ୍ରମିକ ପାଇବାର ଅଧିକାର ଆଦି କେତେକ ଅର୍ଥନୈତିକ ଅଧିକାର ପ୍ରଦାନ କରାଯାଇଛି ।

CHSE Odisha Class 11 Political Science Solutions Chapter 7 ଅଧିକାର

୨ । ଅଧୂକାର ଓ କର୍ତ୍ତବ୍ୟ ମଧ୍ଯରେ ସମ୍ପର୍କ ସ୍ଥିର କର ।
Answer:
ଅଧିକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ । ଜଣକର ଅଧିକାର ଅନ୍ୟ ଜଣଙ୍କର କର୍ତ୍ତବ୍ୟ ବୋଲି ବିବେଚିତ ହୋଇଥାଏ । ସମାଜର ମଙ୍ଗଳ ସାଧନାହିଁ ଅଧିକାର ଓ କର୍ତ୍ତବ୍ୟର ଲକ୍ଷ୍ୟ । ଅଧିକାରର ଭିତ୍ତି ହେଉଛି ନୈତିକ ଚେତନା ଓ ଷ୍ଟ ପ୍ରତି କର୍ତ୍ତବ୍ୟବୋଧ । ନାଗରିକ ରାଷ୍ଟ୍ରଠାରୁ ଅଧିକାର ପାଉଥିବାରୁ ରାଷ୍ଟ୍ର ପ୍ରତି ନିଜର କର୍ତ୍ତବ୍ୟ ସମ୍ପାଦନ କରେ । ଅଧୁକାର ଉପଭୋଗ ସହ କର୍ଭବ୍ୟ ପାଳନ ସୁନାଗରିକତାର ବିଶିଷ୍ଟ ଲକ୍ଷଣ ଅଟେ । ହକିନ୍ସଙ୍କ ମତରେ, କର୍ତ୍ତବ୍ୟ ସମ୍ପାଦନ ମାଧ୍ୟମରେ ମୂଲ୍ୟଦେଇ ଅସ୍ଵୀକାରକୁ ଉପଭୋଗ କରାଯାଇପାରେ । ପ୍ରତ୍ୟେକ ବ୍ୟକ୍ତି ନିଜର ଅଧିକାର ଉପଭୋଗ ସମୟରେ ଅନ୍ୟ ବ୍ୟକ୍ତିମାନଙ୍କୁ ସମାନ ଅଧିକାର ଉପଭୋଗର ସୁଯୋଗ ଦେବା ତାହାର କର୍ତ୍ତବ୍ୟକୁ ସୂଚିତ କରିଥାଏ । ସୁତରାଂ ପ୍ରତ୍ୟେକ ଅଧିକାର ସହ କର୍ତ୍ତବ୍ୟ ସଂଶ୍ଳିଷ୍ଟ ଅଟେ ।

୩ । ପ୍ରାକୃତିକ ଅଧକାର (Natural Rights) କ’ଣ ?
Answer:
ପ୍ରକୃତିଦ୍ଵାରା ମଣିଷକୁ ଦିଆଯାଇଥିବା ଅଧିକାରଗୁଡ଼ିକୁ ‘ପ୍ରାକୃତିକ ଅଧ୍ବକାର’ ପଦବାଚ୍ୟ କରାଯାଇଥାଏ । କେତେକ ଦାର୍ଶନିକଙ୍କ ମତରେ, ସମାଜ ଗଠନ ପୂର୍ବରୁ ମଧ୍ୟ ମଣିଷ ଏହି ଅଧିକାରଗୁଡ଼ିକୁ ଉପଭୋଗ କରୁଥିଲା । ଇଂରେଜ ଦାର୍ଶନିକ ଲକ୍ ଏହି ପ୍ରାକୃତିକ ଅସ୍ଵୀକାରଗୁଡ଼ିକୁ ମଣିଷ ‘ପ୍ରକୃତି ରାଷ୍ଟ୍ର’ (State of Nature) ରେ ଉପଭୋଗ କରୁଥିବା ବୋଲି ମତ ଦେଇଛନ୍ତି । ତାଙ୍କ ମତରେ, ଜୀବନଧାରଣ ଅଧିକାର, ସ୍ଵତନ୍ତ୍ରତାର ଅଧିକାର ଓ ସମ୍ପଭିଗତ ଅଧ‌ିକାର ତିନିଗୋଟି ପ୍ରାକୃତିକ ଅଧିକାର ଅଟେ । ଏହି ଅଧିକାରଗୁଡ଼ିକ ବ୍ୟକ୍ତିର ସ୍ଥିତି ଓ ବ୍ୟକ୍ତିତ୍ଵ ବିକାଶ ସହିତ ଓତପ୍ରୋତଭାବେ ଜଡ଼ିତ ହୋଇଥିବାରୁ ଏହାକୁ ଚୁକ୍ତିବାଦୀ ଦାର୍ଶନିକମାନେ ପ୍ରାକୃତିକ ଅଧୂକାରରୂପରେ ପରିଚିତ କରାଇଥା’ନ୍ତି । ଏହା ପ୍ରାକ୍-ରାଜନୈତିକ ଅଟେ ।

୪ । ମାନବିକ ଅଧୂକାର ଭଙ୍ଗର ପ୍ରଣାଳ।
Answer:
ଜାତି ଓ ବର୍ଷଗତ ବୈଷମ୍ୟ ସୃଷ୍ଟି, ବ୍ୟକ୍ତିକୁ ଜାତି ପ୍ରଦର୍ଶନ, ରାଜନୈତିକ ବନ୍ଦୀଙ୍କଠାରୁ ତଥ୍ୟ ଓ ସ୍ଵୀକାରୋକ୍ତି ଆଦାୟପାଇଁ କଠୋର ଦଣ୍ଡ ପ୍ରଦାନ, କାରାଗାରରେ ବନ୍ଦୀମାନଙ୍କୁ ଅମାନବୀୟ ପରିବେଶରେ ଅତ୍ୟାଚାର, ସଂଖ୍ୟାଲଘୁ ଶ୍ରେଣୀକୁ ନିରାପତ୍ତା ପ୍ରଦାନ ନକରିବା, ମହିଳାମାନଙ୍କୁ ପରିବାର ଗଠନ ଓ ମର୍ଯ୍ୟାଦାପୂର୍ଣ୍ଣ ସାମାଜିକ ସ୍ଥିତି ରକ୍ଷା ସମ୍ପର୍କିତ ଅଧିକାରରୁ ବଞ୍ଚିତ କରିବା, ଶିଶୁ ଶ୍ରମିକ ଓ ଶୋଷଣ, ଶିକ୍ଷା ଅଧିକାରରୁ ବଞ୍ଚିତ, ଶ୍ରମିକ ସଙ୍ଗଠନକୁ ଅଣଆଇନସମ୍ମତ ବିଚାର ଓ ଦଣ୍ଡବିଧାନ, ଧାର୍ମିକ ଅଧିକାରରୁ ବଞ୍ଚିତ କରି ମୌଳବାଦୀ ଓ ସାମ୍ପ୍ରଦାୟିକ କାର୍ଯ୍ୟଧାରାକୁ ସରକାରୀ ପୃଷ୍ଠପୋଷକତା ପ୍ରଦାନ ଆଦି ବିବିଧ କ୍ଷେତ୍ରରେ ମାନବିକ ଅଧିକାରର ଉଲ୍ଲଙ୍ଘନ ବା ଭଙ୍ଗ ହୋଇଥାଏ ।

୫ । ବ୍ୟକ୍ତିଗତ ଅଧିକାର (Civil Rights) ।
Answer:
ଯେଉଁ ଅଧୁକାରଗୁଡ଼ିକ ମଣିଷର ସୁସ୍ଥ ଓ ସଭ୍ୟ ଜୀବନଧାରଣ ଲାଗି ଆବଶ୍ୟକ, ତାହାକୁ ସାମାଜିକ ଅଧିକାର କୁହାଯାଏ । ବ୍ୟକ୍ତିଗତ ଅଧୁକାର ଏକ ସାମାଜିକ ଅସ୍ଵୀକାର ଅଟେ । ମଣିଷ ଏକ ଚିନ୍ତାଶୀଳ ବ୍ୟକ୍ତି ହିସାବରେ ନିଜର ସ୍ଵାଧୀନଚିନ୍ତନ ଓ ମତ ପ୍ରକାଶନର ଅଧିକାର ପ୍ରାପ୍ତ ହେବା ଆବଶ୍ୟକ । ଅନ୍ୟଥା ତା’ର ଯୁକ୍ତିଶୀଳତାର ପରିପ୍ରକାଶ ହୋଇପାରେ ନାହିଁ । ଏଣୁ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଏହି ବ୍ୟକ୍ତିଗତ ଅଧିକାର ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ନାଗରିକର ଅଧିକାର କହିଲେ କ’ଣ ବୁଝ ? ଏହାର ପ୍ରକୃତି ଓ ଶ୍ରେଣୀବିଭାଗ (Types) ଆଲୋଚନା କର ।
Answer:
ଅଧିକାର ଗଣତନ୍ତ୍ରର ସଫଳତାର ଅନ୍ୟତମ ସର୍ଭ ଅଟେ । କୌଣସି ଗଣତନ୍ତ୍ର ଅଧିକାର ବିନା ବାସ୍ତବ ହୋଇପାରିବ ନାହିଁ । ଉଭୟ ବ୍ୟକ୍ତି ଓ ସମାଜ ପାଇଁ ଏହାର ଆବଶ୍ୟକତା ରହିଛି। ବ୍ୟକ୍ତିର ବହୁବିଧ ବ୍ୟକ୍ତିତ୍ଵର ବିକାଶ ପାଇଁ ଯେପରି ଅଧିକାରର ପରିବେଶ ଆବଶ୍ୟକ ସେହିପରି ସମାଜର ପ୍ରଗତି ପାଇଁ ଅଧୁକାରର ସ୍ଥିତି ମଧ୍ୟ ଜରୁରୀ। ଡ. ବେଣୀ ପ୍ରସାଦଙ୍କ ମତରେ, “ ମାନବିକ ବ୍ୟକ୍ତିତ୍ଵ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଥିବା ସର୍ଭଗୁଡ଼ିକୁ ଅଧିକାର କୁହାଯାଏ।” ଲାସ୍କି ଅଧିକାରର ସଂଜ୍ଞା ନିରୂପଣ କରି ମତ ଦେଇଛନ୍ତି ଯେ, “ ଅଧୁକାର ସାମାଜିକ ଜୀବନର ସେହି ସମସ୍ତ ସର୍ଭ ଯାହା ବିନା ସାଧାରଣଭାବରେ କୌଣସି ବ୍ୟକ୍ତି ନିଜ ବ୍ୟକ୍ତିତ୍ଵର ପୂର୍ଣ୍ଣ ପରିପ୍ରକାଶ କରିପାରେ ନାହିଁ ।”

(Rights are those conditions of social life without which no man can seek in general, to be himself at his best.) ବ୍ୟକ୍ତିତ୍ଵ ବିକାଶ ପାଇଁ ନିଜସ୍ଵ ସମସ୍ତ ଦାବିକୁ ଅଧିକାର ପଦବାଚ୍ୟ କରାଯାଏ ନାହିଁ । ବୋସାଙ୍କଙ୍କ ମତରେ, ଅଧିକାର ସମାଜଦ୍ଵାରା ସ୍ବୀକୃତିପ୍ରାପ୍ତ ଓ ରାଷ୍ଟ୍ରଦ୍ଵାରା କାର୍ଯ୍ୟକାରୀ ଓ ସୁରକ୍ଷିତ ହୋଇଥାଏ। (A Right is a claim recognised by society and enforced by the State.)

ଅସ୍ଵୀକାରର ମୌଳିକ ଲକ୍ଷଣ :

  • ଅଧୂକାରର ସ୍ଥିତି ଓ ଉପଭୋଗ କେବଳ ସମାଜ ମଧ୍ଯରେ ହିଁ ସମ୍ଭବ ହୋଇଥାଏ।
  • ଅଧିକାର କେବଳ ସମାନତାର ପରିବେଶରେ ଉପଭୋଗ କରାଯାଇପାରେ ।
  • ଅଧୁକାର ସର୍ବଦା ଯୁକ୍ତିଯୁକ୍ତ (rational) ଓ ନୈତିକ (moral) ଅଟେ ।
  • ଅଧିକାର କଦାପି ନିରଙ୍କୁଶ ନୁହେଁ ।
  • ସମାଜ ଓ ରାଷ୍ଟ୍ରର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ପରିବେଶରେ ପରିବର୍ତ୍ତନ ସହ ଅଧ୍ବକାରର ସ୍ୱରୂପରେ ମଧ୍ଯ ପରିବର୍ତ୍ତନ ହୁଏ।
  • ଅସ୍ଵୀକାର ସାମାଜିକ କଲ୍ୟାଣ (Social good) ସାଧନ ପାଇଁ ଉଦ୍ଦିଷ୍ଟ ।
  • ଅଧୁକାର ଓ କର୍ତ୍ତବ୍ୟ ପରସ୍ପର ପରିପୂରକ ଓ ନିର୍ଭରଶୀଳ ଅଟନ୍ତି ।

ଅଧିକାରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ; ଯଥା- (କ) ନୈତିକ ଅଧ‌ିକାର ଓ (ଖ) ଆଇନଗତ ଅଧିକାର। ଆଇନଗତ ଅଧ‌ିକାର ରାଷ୍ଟ୍ର ଓ ରାଜନୀତି ବିଜ୍ଞାନର ଅଧ୍ୟୟନ ପରିସରଭୁକ୍ତ ଅଟେ । ଏହା ସାମାଜିକ ଓ ଅର୍ଥନୈତିକ ଏବଂ ରାଜନୈତିକ ଅଧୁକାର ପରି ଦୁଇ ଭାଗରେ ବିଭାଜିତ ହୋଇଥାଏ।

(କ) ନୈତିକ ଅଧ୍ବକାର (Moral Right) – ନୈତିକ ଅଧ୍ବକାର ବ୍ୟକ୍ତିର ନୀତିଗତ ମୂଲ୍ୟବୋଧ ଏବଂ ବିବେକପୂର୍ଣ ଭାବଧାରା ଉପରେ ନିର୍ଭର କରେ । ଏହାକୁ ବ୍ୟକ୍ତିର ସୂକ୍ଷ୍ମ ମନନଶୀଳତାର ଅଭିବ୍ୟକ୍ତ ବୋଲି କହିଲେ ଭୁଲ୍ ହେବ ନାହିଁ । ଏହି ଅଧିକାର ପଛରେ କୌଣସି ପାର୍ଥିବ ଶକ୍ତି ନିହିତ ନଥାଏ। ଅନ୍ୟ ଭାଷାରେ କହିବାକୁ ଗଲେ ଏ ଅଧୁକାର ରାଷ୍ଟ୍ରପ୍ରଦତ୍ତ ନୁହେଁ।

ତେଣୁ ଏହି ଅଧୁକାରର କୌଣସି ବ୍ୟତିକ୍ରମ ଘଟିଲେ ନ୍ୟାୟାଳୟର ଆଶ୍ରୟ ନେଇହୁଏ ନାହିଁ; କିନ୍ତୁ ଏହା ସତ୍ୟ ଯେ ରାଷ୍ଟ୍ର ଏହି ନୈତିକ ଅଧ୍ଯକାରରେ ହସ୍ତକ୍ଷେପ କରେ ନାହିଁ ବା ବିରୋଧାଚରଣ କରିବାକୁ ସାହସ କରେ ନାହିଁ । କାରଣ ଏହାଦ୍ଵାରା ଜନମାନସରେ ଘୋର ଅସନ୍ତୋଷ ଦେଖାଦିଏ ।

CHSE Odisha Class 11 Political Science Solutions Chapter 7 ଅଧିକାର

(ଖ) ଆଇନଗତ ଅଧିକାର (Legal Right) – ଆଇନଗତ ଅଧୁକାର ରାଷ୍ଟ୍ରପ୍ରଦତ୍ତ; ତେଣୁ ଏହି ଅସ୍ଵୀକାରଗୁଡ଼ିକରେ କୌଣସି ବ୍ୟାହତ ଘଟିଲେ ନାଗରିକମାନେ ନ୍ୟାୟାଳୟର ଆଶ୍ରୟ ନେଇପାରନ୍ତି । ପୁନଶ୍ଚ ଏହି ଅଧୁକାରଗୁଡ଼ିକ ଜାତି, ଧର୍ମ ଏବଂ ଭାଷା ନିର୍ବିଶେଷରେ ଗୋଟିଏ ରାଷ୍ଟ୍ରର ସମସ୍ତ ନାଗରିକମାନଙ୍କ ପ୍ରତି ଲାଗୁ ହୋଇଥାଏ। ଆଇନଗତ ଅଧିକାର ଦୁଇ – ପ୍ରକାରର – (i) ସାମାଜିକ ଅଧୂକାର ଏବଂ (ii) ରାଜନୈତିକ ଅଧିକାର ।

(i) ସାମାଜିକ ଅସ୍ଵୀକାର (Civil Right) – ଯେଉଁ ଅସ୍ଵୀକାରଗୁଡ଼ିକ ମଣିଷର ସୁସ୍ଥ ଏବଂ ସଭ୍ୟ ଜୀବନଧାରଣ ଲାଗି ଏକାନ୍ତ ଆବଶ୍ୟକ, ତାହାକୁ ସାମାଜିକ ଅଧ‌ିକାର କୁହାଯାଏ। ଜୀବନଧାରଣର ଅଧ‌ିକାର, ବୃତ୍ତି, ବକ୍ତବ୍ୟର ଅଧୁକାର, ଧର୍ମୀୟ ସମ୍ପର୍କରେ ନିମ୍ନରେ ଆଲୋଚନା କରାଗଲା ।

(୧) ଜୀବନଧାରଣର ଅଧିକାର – ଏହି ଅଧୁକାର ଯୋଗୁଁ କୌଣସି ନାଗରିକକୁ ସମାଜରେ ବଞ୍ଚିବାର ସୁଯୋଗରୁ , ବଞ୍ଚିତ କରାଯାଇପାରିବ ନାହିଁ । ସେଥିଲାଗି ହତ୍ୟା ଏବଂ ଆତ୍ମହତ୍ୟା ଉଭୟ ଦଣ୍ଡନୀୟ ଅପରାଧଭାବରେ ପରିଗଣିତ । ପ୍ରତ୍ୟେକ ରାଷ୍ଟ୍ର ତା’ର ନାଗରିକମାନଙ୍କୁ ଏଇ ଅଧିକାର ପ୍ରଦାନ କରିଥାଏ।

(୨) ସମ୍ପତ୍ତିଗତ ଅଧିକାର ସମ୍ପତ୍ତି ବିନା ମଣିଷ ଖାଇପିଇ ଜୀବନଧାରଣ କରିବା ଅସମ୍ଭବ; ତେଣୁ ପ୍ରତ୍ୟେକ ସମାଜରେ ନାଗରିକମାନଙ୍କର ସମ୍ପତ୍ତି ଭୋଗ କରିବାର ଥାଏ। ଯୁକ୍ତିବାଦୀ ଦାର୍ଶନିକ ଲକ୍ ଏହି ଅଧିକାର ଉପରେ ଅଧ‌ିକ ଗୁରୁତ୍ଵ ଆରୋପିତ କରିଥିଲେ; କିନ୍ତୁ ସମାଜବାଦୀମାନେ ଏହି ଅଧିକାରକୁ ସନ୍ଦେହ ଦୃଷ୍ଟିରେ ଦେଖନ୍ତି ।

(୩) ବୃତ୍ତିଗତ ଅଧିକାର – ନିଜର ଗୁଜୁରାଣ ମେଣ୍ଟାଇବାପାଇଁ ଜଣେ ନାଗରିକ ଯେକୌଣସି ବୃତ୍ତି ଅବଲମ୍ବନ କରିପାରେ, କିନ୍ତୁ ଏ ବୃଦ୍ଧି ସମାଜବିରୋଧୀ ହୋଇନଥୁବା ଦରକାର।

(୪) ବ୍ୟକ୍ତିଗତ ଅଧିକାର – ମଣିଷ ଏକ ଚିନ୍ତାଶୀଳ ବ୍ୟକ୍ତି। ପଶୁପରି ଲୋକ ଖାଇପିଇ ବଞ୍ଚୁବାରେ ସେ ବିଶ୍ଵାସ କରେ ନାହିଁ। ତେଣୁ ସେ ଯାହା ଚିନ୍ତା କରେ, ତାକୁ ପରିପ୍ରକାଶ କରିବାର ଅଧିକାର ତା’ର ଅଛି। ଏହାକୁ ବକ୍ତବ୍ୟର ଅଧିକାର ବା ପରିପ୍ରକାଶର ଅଧିକାର ବୋଲି ଅଭିହିତ କରାଯାଏ।

(୫) ଧର୍ମୀୟ ଅଧ୍ବକାର – ଧର୍ମ ବା ବିଶ୍ବାସ ମଣିଷର ଏକ ବ୍ୟକ୍ତିଗତ ବ୍ୟାପାର; ତେଣୁ ରାଷ୍ଟ୍ର ନାଗରିକମାନଙ୍କ ଧର୍ମରେ ହସ୍ତକ୍ଷେପ ନ କରି ସେମାନଙ୍କୁ ଇଚ୍ଛାମୁତାବକ ଧର୍ମ ଗ୍ରହଣ କରିବାର ଅଧିକାର ପ୍ରଦାନ କରିଥାଏ। ଏହି ଅଧୁକାର ପ୍ରଦାନ ଯୋଗୁଁ କରାଯାଏ।

(୬) ଚିନ୍ତନ ଓ ପ୍ରକାଶନର ଅଧ୍ବକାର – ଜଣେ ବ୍ୟକ୍ତି ନିଜର ଆଦର୍ଶ ଓ ଚିନ୍ତାଧାରାକୁ ସ୍ଵାଧୀନଭାବେ ଚିନ୍ତା ଓ ପ୍ରକାଶ କରିବାର ଅଧିକାର ପାଇଥାଏ। ଲାସ୍କଙ୍କ ମତରେ, ଏହି ଅଧିକାରରୁ ବ୍ୟକ୍ତିକୁ ବଞ୍ଚିତ କରାଗଲେ ବ୍ୟକ୍ତି ଚିନ୍ତା କରିପାରିବ ନାହିଁ ଓ ଏହି ବ୍ୟକ୍ତି ପ୍ରକୃତ ନାଗରିକ ହେବାରୁ ବଞ୍ଚିତ ହେବ ।

(୭) ସଂଘ ଗଠନର ଅଧୁକାର – ବ୍ୟକ୍ତିର ସାମାଜିକ ପ୍ରବୃତ୍ତି ବିଭିନ୍ନ ସଂଘ ଓ ଗୋଷ୍ଠୀର ସଦସ୍ୟତା ହାସଲ ମାଧ୍ୟମରେ ପ୍ରକାଶିତ ଓ ବିକଶିତ ହୋଇଥାଏ। ଏହା ପାରସ୍ପରିକ ନିର୍ଭରଶୀଳତା ଓ ସହଯୋଗିତା ଉପରେ ଗୁରୁତ୍ଵ ଦେଇଥାଏ। ବ୍ୟକ୍ତିର ବିବିଧ ସ୍ଵାର୍ଥସାଧନକୁ ଏହି ସଂଘ ସହଜସାଧ୍ୟ କରିଥାଏ।

(୮) ଶିକ୍ଷା ଓ ସଂସ୍କୃତିର ଅଧୁକାର – ଏକ ଶିକ୍ଷିତ ବ୍ୟକ୍ତି ନିଜର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅଧ‌ିକ ସଜାଗ ହୋଇ ରାଜନୈତିକ ବ୍ୟବସ୍ଥାର ସଫଳତା ପାଇଁ କାର୍ଯ୍ୟ କରେ । ଏଣୁ ଶିକ୍ଷା ଓ ସଂସ୍କୃତିର ବିକାଶଜନିତ ଅଧିକାର ବ୍ୟକ୍ତିର ସ୍ଥିତି ଓ କର୍ତ୍ତବ୍ୟ ସମ୍ପାଦନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିଥାଏ।

(୯) କାମ କରିବା ଓ ଅବସରପ୍ରାପ୍ତ ହେବା ଅସ୍ଵୀକାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଜୀବନଧାରଣର ଉପଯୁକ୍ତ ମାଧ୍ୟମ ଯୋଗାଇଦେବା ଆବଶ୍ୟକ। ଏକ ସମାଜବାଦୀ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକଙ୍କୁ କାମ କରିବାର ଓ କାର୍ଯ୍ୟନିର୍ଘଣ୍ଟ ମଧ୍ୟରେ ଅବସରପ୍ରାପ୍ତ ହେବା, ଉପଯୁକ୍ତ ମଜୁରି ଓ ଅର୍ଥନୈତିକ ସୁବିଧାପ୍ରାପ୍ତ ହେବାର ଅଧିକାର ପ୍ରଦାନ କରାଯାଇଥାଏ।

CHSE Odisha Class 11 Political Science Solutions Chapter 7 ଅଧିକାର

(ii) ରାଜନୈତିକ ଅଧିକାର (Political Right) – ଯେଉଁ ଅଧିକାର ବଳରେ ନାଗରିକମାନେ ରାଷ୍ଟ୍ରର ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣ କରିପାରନ୍ତି, ତାହାକୁ ରାଜନୈତିକ ଅଧିକାର ବୋଲି କୁହାଯାଏ। ଏଠାରେ ମନେରଖୁବାର କଥା ଯେ ଉଭୟ ବିଦେଶୀ ଏବଂ ନାଗରିକମାନେ ସାମାଜିକ ଅଧିକାର ଉପଭୋଗ କରୁଥିଲେହେଁ ବିଦେଶୀମାନେ ରାଜନୈତିକ ଅଧ୍ଵକାରରୁ ବଞ୍ଚୁତ । ଭୋଟଦେବା, ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା, ରାଜନୈତିକ ପଦବୀ ପ୍ରାପ୍ତ ହେବା, ସରକାରଙ୍କୁ ଆବେଦନ କରିବା ଏବଂ ସମାଲୋଚନା କରିବା, ବିଦେଶରେ ରହୁଥିବା ସମୟରେ ନିଜ ଦେଶର ନିରାପତ୍ତା ପ୍ରାପ୍ତ ହେବା, ସାଧାରଣ ସଭାସମିତିରେ ଯୋଗଦାନ ଆଦି ରାଜନୈତିକ ଅଧୂକାର ଅଟନ୍ତି ।

୨ । ମାନବିକ ଅଧିକାର (Human Right) କ’ଣ ? ଏହାର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଆଘେରି ଶାଖାରୁତ୍ତ୍ୱଙ୍କ ଭାଷାରେ, “ମାନବିକ ଅଧିକାର ଏକ ଅବିଭକ୍ତ ପୃଥବୀର ଶାନ୍ତି ଓ ଜନମଙ୍ଗଳ ସ୍ଵରୂପ ।” ଏହା ମାନବ ଜୀବନକୁ ଚରିତାର୍ଥ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ଅଟେ। ଏହାକୁ କୌଣସି ପରିସ୍ଥିତିରେ ଉପେକ୍ଷା କରାନଯାଇପାରେ । ଏହା ବିଶ୍ୱଶାନ୍ତି ଏବଂ ଜୀବନରେ ମୂଲ୍ୟବୋଧକୁ ପ୍ରକାଶ କରେ। ମାନବିକ ଅଧୂକାର କେବେହେଲେ ଜାତୀୟ ସଂହତି, ରାଷ୍ଟ୍ରର ସାର୍ବଭୌମତ୍ବ ଏବଂ ସାମାଜିକ ସଂଯୋଜନ ଓ ସଂଶକ୍ତିଠାରୁ ବଡ଼ ନୁହେଁ । ପ୍ରତ୍ୟେକ ସମାଜ ଓ ଗୋଷ୍ଠୀ ପାଇଁ ଏବଂ ପ୍ରତ୍ୟେକ ଜାତି ଓ ରାଷ୍ଟ୍ର ପାଇଁ କେତେକ ସଂହତିସଂପନ୍ନ ମୂଲ୍ୟବୋଧ ଓ କେତେକ ସଂଯୋଜନ ରକ୍ଷାକାରୀ ଗୁଣ ଅତ୍ୟନ୍ତ ମୂଲ୍ୟବାନ୍। ମନୁଷ୍ୟ ଏକ ସାମାଜିକ ପ୍ରାଣୀ ।

ଏବଂ ସଙ୍ଗଠିତ ରାଷ୍ଟ୍ରର ବିନା ସହାୟତାରେ ତା’ପକ୍ଷେ ସଭ୍ୟ ଓ ସଂସଂହତ ସାମାଜିକ ଜୀବନଯାପନ ଅସମ୍ଭବ । ଏଣୁ ଏହି ମୂଲ୍ୟବୋଧତା ମାନବିକ ଅଧିକାର ଦୁର୍ବଳତା ସୃଷ୍ଟି ହୋଇଛି । ସମତା, ନ୍ୟାୟ, ମର୍ଯ୍ୟାଦାର ଭିତ୍ତିଭୂମି ଉପରେ ଶୋଷଣମୁକ୍ତ ଏବଂ ଆଲୋକିତ ସମାଜ ଗଠନ ପାଇଁ ସଚେତନଶୀଳତା ସୃଷ୍ଟିର ପ୍ରତିଶ୍ରୁତି ଏହା ବହନ କରେ। ମାନବିକ ଅଧିକାର ମାନବବାଦର ମଙ୍ଗଳ ଗୀତି। ସ୍ଵାଧୀନତା, ସମାନତା, ନିରାପତ୍ତା, ଭୂଖଣ୍ଡୀୟ ଏକତ୍ଵ ଓ ସାର୍ବଭୌମତ୍ଵ ଏହାର ମୌଳିକ ଆଦର୍ଶ ଅଟେ ।

ବୈଶିଷ୍ଟ୍ୟ :
(i) ଏହା ସାର୍ବଜନୀନ ଏହା କୌଣସି ନିର୍ଦ୍ଦିଷ୍ଟ ସୀମାରେଖା ବା ଦେଶ ମଧ୍ୟରେ ସୀମିତ ନ ଥାଏ। ଏହା ସମଗ୍ର ମାନବ ଜାତିର କଲ୍ୟାଣ ଅଟେ। ଏହା କୌଣସି ଭେଦଭାବକୁ ପ୍ରଶ୍ରୟ ଦିଏ ନାହିଁ। ସମସ୍ତଙ୍କର ସାମାଜିକ ମୂଲ୍ୟବୋଧତାର ଏହା ପରିପ୍ରକାଶ କରେ । ଜାତିସଂଘ ମାନବିକ ଅଧିକାର ଘୋଷଣାନାମାର ପ୍ରଥମ ଧାରାରେ ପ୍ରତ୍ୟେକ ଲୋକ ନିଜର ପଦମର୍ଯ୍ୟାଦା ଓ ଅଧିକାର ଉପଭୋଗ କ୍ଷେତ୍ରରେ ସ୍ଵାଧୀନ ଓ ସମାନ ବୋଲି ସୂଚନା ଦିଆଯାଇଛି ।

(ii) ଏହା ସମସ୍ତ ଅଧିକାରର ସମଷ୍ଟି ଏହା ଅର୍ଥନୈତିକ, ସାମାଜିକ ଓ ରାଜନୈତିକ ଅଧୁକାର ସହ ଶାନ୍ତି-ମୈତ୍ରୀ ପାଇଁ ଆବଶ୍ୟକ କରୁଥିବା ପରିବେଶ ସାବ୍ୟସ୍ତ କରେ। ଅନ୍ୟ ସମସ୍ତ ଅଧିକାରଗୁଡ଼ିକ ମୂଲ୍ୟହୀନ ହୋଇପଡ଼େ ଯଦି ଏହି ଅଧିକାରର ମୂଲ୍ୟବୋଧତାକୁ ସାଧାରଣ ଲୋକ ଉପଭୋଗ ନକରନ୍ତି । ଏହା ଅଧିକାର ସାବ୍ୟସ୍ତ ହେଲେ ମାନବ ଜାତି ସରସ, ସୁନ୍ଦରଭାବେ ଗଢ଼ି ଉଠେ ।

(iii) ଏହା ସାର୍ବଭୌମତ୍ଵର ଊର୍ଦ୍ଧ୍ବରେ – ସମଗ୍ର ବିଶ୍ଵର ଯଦି କୌଣସି ରାଷ୍ଟ୍ର ମାନବର ସର୍ବନିମ୍ନ ଅଧିକାରକୁ ଯୋଗାଇବାରେ ବ୍ୟତିକ୍ରମ ସୃଷ୍ଟି କରେ ତାହେଲେ ପୃଥବୀର ଯେକୌଣସି ରାଷ୍ଟ୍ର ଏଥିପାଇଁ ସ୍ଵର ଉତ୍ତୋଳନ କରିପାରିବେ ଏବଂ ଏଥିପାଇଁ ମିଳିତ ଜାତିସଂଘକୁ ସୂଚାଇ ଦେଇପାରିବେ ଏହାର ସୁରକ୍ଷା ପାଇଁ । ଏହା ମାନବ ଜାତିର କଲ୍ୟାଣ ସ୍ୱରୂପ । ଏଣୁ ଏଥିପାଇଁ ନିର୍ଦ୍ଦିଷ୍ଟ ସୀମାରେଖା ନାହିଁ କିମ୍ବା ହସ୍ତକ୍ଷେପକୁ ରାଷ୍ଟ୍ରର ଆଭ୍ୟନ୍ତରୀଣ ହସ୍ତକ୍ଷେପ ବୋଲି ଧରାଯାଏ ନାହିଁ। ସମସ୍ତର ଆଭ୍ୟନ୍ତରୀଣ ବା ବ୍ୟକ୍ତି ସ୍ଵାଧୀନତା ମାନବ ଜାତିର ସ୍ଵାଧୀନତା ବୋଲି ପରିଗଣିତ ହୁଏ।

(iv) ସମସ୍ତ ଅଧିକାରର ମୂଳପିଣ୍ଡ – ବ୍ୟକ୍ତିର ସମସ୍ତ ପ୍ରକାର ଅଧୁକାରଗୁଡ଼ିକର ଏହା ମୂଳପିଣ୍ଡ ବା ସୁରକ୍ଷା କବଚ। ଏହାକୁ ବାଦ୍ ଦେଲେ ଅନ୍ୟ ଅଧ୍ଵକାରଗୁଡ଼ିକ ମୂଲ୍ୟହୀନ ହୋଇପଡ଼େ। ଆନ୍ତର୍ଜାତୀୟ ସ୍ତରରେ ସବୁ ରାଷ୍ଟ୍ର ଏଥୁପ୍ରତି ପ୍ରଥମେ ପ୍ରାଧାନ୍ୟ ଦିଅନ୍ତି। ଏହି ପ୍ରାଧାନ୍ୟ ରାଷ୍ଟ୍ରୀୟ ସଦ୍‌ଭାବନା ବୃଦ୍ଧି କରେ । ଏହାର ସୁରକ୍ଷା ଅନ୍ୟ ଅଧିକାରର ସୁରକ୍ଷା ସହିତ ଓତପ୍ରୋତଭାବରେ ଜଡ଼ିତ ।

(v) ଏହା ନୈତିକ ଅଧିକାରର ସ୍ଵରୂପ ଏହା ନୈତିକ ଅଧୁକାର ଭଳି କାର୍ଯ୍ୟ କରେ । ଏହା ସମ୍ପୂର୍ଣ୍ଣ ମାନବର ବିବେକ ଅନୁମୋଦିତ ଅଟେ । ମାନବର ଅନ୍ତର୍ନିହିତ ଗୁଣର ବୃଦ୍ଧି ପାଇଁ ଏହା ପରିବେଶ ସୃଷ୍ଟି କରେ। ରାଷ୍ଟ୍ର ତା’ର ନିଜର ସୃଷ୍ଟି ହୁଏ । ସଂସ୍କୃତି ଦୃଷ୍ଟିରୁ ଏହା କେତେକାଂଶରେ ପ୍ରୟୋଗରେ ଅନ୍ତରାୟ ସୃଷ୍ଟି କରେ ।

ମାନବିକ ଅଧୂକାର ବ୍ୟକ୍ତିର ଅଧିକାରକୁ ଏକ ସାର୍ବଜନୀନ ରୂପ ପ୍ରଦାନ କରିଛି। ମାନବିକ ଅଧିକାର ଆନ୍ଦୋଳନର ମୌଳିକ ଲକ୍ଷ୍ୟ ହେଉଛି ବିଶ୍ଵରେ ଶାନ୍ତି ପ୍ରତିଷ୍ଠା ଓ ମଣିଷର ସ୍ଥିତି ଓ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା। ମାନବିକ ଅଧୁକାର ସାମାଜିକ ନିରାପତ୍ତାର ଅଧିକାର ଅଟେ। ଏଣୁ ଏହି ଆନ୍ଦୋଳନ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ଭିଭିଭୂମି ଉପରେ ପ୍ରତିଷ୍ଠିତ । ଆନ୍ତର୍ଜାତିକ ସହଯୋଗ ଭିତ୍ତିରେ ଏହି ବ୍ୟକ୍ତିସ୍ଵତନ୍ତ୍ରତାର ସଫଳ ଉଦ୍‌ଘୋଷଣ ଓ ଲକ୍ଷ୍ୟ ହାସଲ ସମ୍ଭବ କରାଯାଇଥାଏ।

୩ । ବିଭିନ୍ନ ପ୍ରକାର ମାନବିକ ଅଧିକାର (Types of Human Rights) ଆଲୋଚନା କର ।
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଏବଂ ସଂଗଠିତ ରାଷ୍ଟ୍ରର ବିନା ସହାୟତାରେ ତା’ପକ୍ଷେ ସଭ୍ୟ ଓ ସୁସଂଯତ ସାମାଜିକ ଜୀବନଯାପନ ଅସମ୍ଭବ। ଏଣୁ ଏହି ମୂଲ୍ୟବୋଧତା ମାନବିକ ଅଧୁକାର କମିଶନଦ୍ଵାରା ସୁରକ୍ଷା ପ୍ରଦାନ କରାଯାଇଛି। ମଣିଷ ପରି ବଞ୍ଚି ରହିବାର ଗଣତାନ୍ତ୍ରିକ ଭାବଧାରାରୁ ‘ମାନବିକ ଅସ୍ଵୀକାର’ ପ୍ରତି ଦୁର୍ବଳତା ସୃଷ୍ଟି ହୋଇଛି। ସମତା, ନ୍ୟାୟ, ମର୍ଯ୍ୟଦାର ଭିତ୍ତିଭୂମି ଉପରେ ଶୋଷଣମୁକ୍ତ, ଉନ୍ମୁକ୍ତ ଓ ଆଲୋକିତ ସମାଜ ଗଠନ ପାଇଁ ସଚେତନଶୀଳତା ସୃଷ୍ଟିର ପ୍ରତିଶ୍ରୁତି ଏହା ବହନ କରେ। ମାନବିକ ଅଧିକାର ମାନବବାଦର ମଙ୍ଗଳ ଗୀତି । ସ୍ଵାଧୀନତା, ସମାନତା, ନିରାପତ୍ତା, ଭୂଖଣ୍ଡୀୟ ଏକତ୍ଵ ଓ ସାର୍ବଭୌମତ୍ଵ ଏହାର ମୌଳିକ ଆଦର୍ଶ ଅଟେ ।

CHSE Odisha Class 11 Political Science Solutions Chapter 7 ଅଧିକାର

ଆନ୍ଦରି ଶାଖାରୁଭଙ୍କ ଭାଷାରେ, ମାନବିକ ଅଧିକାର ଏକ ଅବିଭକ୍ତ ପୃଥିବୀର ଶାନ୍ତି ଓ ଜନମଙ୍ଗଳ ପାଇଁ ଲକ୍ଷ୍ୟ ରଖୁଥାଏ। ସଂକ୍ଷେପରେ ଭାଷା, ଧର୍ମ, ସଂପ୍ରଦାୟ, ଲିଙ୍ଗ ଆଦି ନିର୍ବିଶେଷରେ ସମସ୍ତଙ୍କ ପାଇଁ ମୌଳିକ ସ୍ଵାଧୀନତା ବ୍ୟବସ୍ଥା, ଏହାର ସୁରକ୍ଷିତ ଉପଭୋଗ, ସାମାଜିକ ପ୍ରଗତି ଓ ଉନ୍ନତ ଜୀବନଧାରଣର ମାନ ଆଦି ବିଷୟକୁ ଆଧାର କରି ସାଧାରଣ କଲ୍ୟାଣ ସଂପର୍କିତ ବିଷୟକୁ ମାନବିକ ଅଧିକାର କୁହାଯାଏ।

ମାନବିକ ଅଧୂକାରର ପ୍ରକାରଭେଦ – ମାନବିକ ଅଧିକାର ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ସହ ସଂଯୁକ୍ତ ଅଟେ। କିନ୍ତୁ ରାଷ୍ଟ୍ରର ମୂଲ୍ୟବୋଧ ଓ ଦୃଷ୍ଟିକୋଣ ଉପରେ ମାନବିକ ଅଧିକାରର ସ୍ଵରୂପ ନିର୍ଭର କରୁଥିବାରୁ ପ୍ରତ୍ୟେକ ରାଷ୍ଟ୍ରରେ ଏହା ଭିନ୍ନ ଭିନ୍ନ ଅଟେ। ଏଣୁ ନିର୍ଦ୍ଦିଷ୍ଟଭାବେ ଏହାର ଏକ ତାଲିକା ପ୍ରସ୍ତୁତ କରିବା ସମ୍ଭବପର ନୁହେଁ ।

ତଥାପି ୧୯୪୧ ମସିହାର ଆଟଲାଣ୍ଟିକ୍ ଚାର୍ଟରର ଧାରା ୧ର ତୃତୀୟ ପାରାଗ୍ରାଫ୍‌ରେ ମାନବିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ ଏବଂ ଭାଷା, ଧର୍ମ, ସଂପ୍ରଦାୟ, ଲିଙ୍ଗ ନିର୍ବିଶେଷରେ ସମସ୍ତଙ୍କ ପାଇଁ ମୌଳିକ ସ୍ଵାଧୀନତାର ବ୍ୟବସ୍ଥା, ବିସ୍ତୃତ ସ୍ଵାଧୀନତାର କ୍ଷେତ୍ରରେ ସାମାଜିକ ପ୍ରଗତି ଓ ଉନ୍ନତ ଜୀବନଧାରଣ ମାନ ଆଦି ବିଷୟରେ ସୂଚନା ଦିଆଯାଇଥିଲା ଯାହାକି ୧୯୪୮ ମସିହାରେ ଜାତିସଂଘର କଲା। ଏହି ଘୋଷଣାନାମର ପ୍ରାକ୍ କଥନରେ ମନୁଷ୍ୟର ଉପାଦେୟତା ଓ ମର୍ଯ୍ୟାଦା ଉପରେ ଗୁରୁତ୍ଵ ଦିଆଯାଇଛି।

(କ) ସାର୍ବଜନୀନ ମାନବିକ ଅଧିକାର ଘୋଷଣାନାମାଦ୍ବାରା ନିରୂପିତ ମାନବିକ ଅସ୍ଵୀକାର :
ଧାରା ୧ – ପ୍ରତ୍ୟେକ ବ୍ୟକ୍ତି ଅଧିକାର ଓ ମର୍ଯ୍ୟାଦା ଦୃଷ୍ଟିରୁ ଜନ୍ମରୁ ସମାନ ଅଟନ୍ତି ।
ଧାରା ୩ – ଜୀବନଧାରଣ, ସ୍ଵାତନ୍ତ୍ର୍ୟତା ଓ ନିରାପତ୍ତା ସଂପର୍କିତ ବ୍ୟକ୍ତି ସ୍ଵାଧୀନତା।
ଧାରା ୪ – କୌଣସି ବ୍ୟକ୍ତି ଦାସତ୍ଵର ବନ୍ଧନରେ ନରହିବାର ବ୍ୟବସ୍ଥା ।
ଧାରା ୫ – କୌଣସି ବ୍ୟକ୍ତି କୌଣସି ନିର୍ମମ, ଅମାନବିକ, ମର୍ଯ୍ୟାଦାହାନିକାରକ ବ୍ୟବହାର ବା ଦଣ୍ଡର ଶିକାର ନହେବାର ବ୍ୟବସ୍ଥା ।
ଧାରା ୭ – ଆଇନ ସମ୍ମୁଖରେ ସମାନତା ଓ ଆଇନର ସମାନ ନିରାପତ୍ତା ପ୍ରଦାନ ।
ଧାରା ୮- କ୍ଷମତାସଂପନ୍ନ ଜାତୀୟ ଅଦାଲତଦ୍ଵାରା ପ୍ରତ୍ୟେକ ରାଷ୍ଟ୍ରର ସମ୍ବିଧାନଦ୍ଵାରା ପ୍ରଦତ୍ତ ମୌଳିକ ଅଧୂକାରର ସୁରକ୍ଷା ଓ ଏହାର ପ୍ରତ୍ୟେକ ଉଲ୍ଲଙ୍ଘନର ଆଇନଗତ ପ୍ରତିରୋଧ ।
ଧାରା ୯ – ସ୍ୱେଚ୍ଛାଚାରୀ ଅଣଆଇନସମ୍ମତ ଗିରଫ ଓ ଅଟକର ପ୍ରତିରୋଧ ।
ଧାରା ୧୧ – କୌଣସି ଦଣ୍ଡନୀୟ ଅପରାଧରେ ଅଭିଯୁକ୍ତ ବ୍ୟକ୍ତି ସାଧାରଣ ବିଚାରଧାରା ଅନୁଯାୟୀ ଆଇନଗତଭାବେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ନିଘୋଷ ବୋଲି ଗ୍ରହଣୀୟ ହେବାର ବ୍ୟବସ୍ଥା ।
ଧାରା ୧୩ – ପ୍ରତ୍ୟେକ ରାଷ୍ଟ୍ରର ସୀମା ମଧ୍ଯରେ ମୁକ୍ତ ବିଚରଣ ଓ ବସତିସ୍ଥାପନ।
ଧାରା ୧୭ – ସଂପତ୍ତିଗତ ଅଧିକାର ।
ଧାରା ୧୮ ଓ ୧୯ – ବିବେକ, ଚିନ୍ତନ, ପ୍ରକାଶନ ଓ ଧାର୍ମିକ ସ୍ଵାଧୀନତ ।
ଧାରା ୨୦ – ଶାନ୍ତିପୂର୍ଣ୍ଣ ସମାବେଶ ଓ ସଂଘ ଗଠନର ସ୍ଵାଧୀନତା ।
ଧାରା ୨୨- ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ; କାରଣ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧୂକାର ବ୍ୟକ୍ତି ମର୍ଯ୍ୟାଦାର ଅଭିବୃଦ୍ଧି ପାଇଁ ଅପରିହାର୍ଯ୍ୟ ।
ଧାରା ୨୩ – କାମ କରିବାର ଓ କର୍ମନିଯୁକ୍ତିର ସ୍ଵାଧୀନତା ।
ଧାରା ୨୪ – ଅବସର ଓ ବିଶ୍ରାମର ସ୍ଵାଧୀନତା ଏବଂ ଦରମାଯୁକ୍ତ ଛୁଟି ବ୍ୟବସ୍ଥା ।
ଧାରା ୨୫-ଉତ୍ତମ ଜୀବନଧାରଣର ମାନ ରକ୍ଷା ବ୍ୟବସ୍ଥା ।
ଧାରା ୨୮- ଅଧିକାରର ପୂର୍ଣ୍ଣ ଉପଭୋଗ ପାଇଁ ଅନୁକୂଳ ସାମାଜିକ ଓ ଆନ୍ତର୍ଜାତିକ ଶୃଙ୍ଖଳା ।
ଧାରା ୨୯ ଓ ୩୦ – ସମାଜ ପ୍ରତି କର୍ତ୍ତବ୍ୟ ସଂପାଦନ ।

(ଖ) ଆନ୍ତର୍ଜାତିକ ସାମାଜିକ ଓ ରାଜନୈତିକ ଅଧୁକାର ସନନ୍ଦ ଏବଂ ଆନ୍ତର୍ଜାତିକ ଅର୍ଥନୈତିକ ଓ ସାଂସ୍କୃତିକ ଅଧିକାର ସନନ୍ଦଦ୍ୱାରା ନିରୂପିତ ମାନବିକ ଅଧିକାର- ଆନ୍ତର୍ଜାତିକ ସାମାଜିକ ଓ ରାଜନୈତିକ ଅଧୁକାର ଏବଂ ଆନ୍ତର୍ଜାତିକ ଅର୍ଥନୈତିକ ଓ ସାଂସ୍କୃତିକ ଅଧିକାର ସନନ୍ଦ ଦ୍ଵୟ ଜାତିସଂଘର ସାଧାରଣ ସଭାଦ୍ଵାରା ୧୯୬୬ରେ ଗୃହୀତ ହୋଇ ୧୯୭୬ଠାରୁ କାର୍ଯ୍ୟକାରୀ ହେଉଛି। ଏହି ସନନ୍ଦଦ୍ଵୟ ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟଭାବେ ମାନବିକ ଅଧିକାର ଘୋଷଣାନାମାରେ ବର୍ଣ୍ଣିତ ମାନବିକ ଅଧିକାରଗୁଡ଼ିକୁ ବର୍ଣ୍ଣନା କରାଯାଇଛି।

ଜୀବନଧାରଣର ଅଧିକାର, ଆଇନ ସମ୍ମୁଖରେ ସମାନତା, ଚିନ୍ତନ ଓ ପ୍ରକାଶନର ସ୍ଵାଧୀନତା, ସ୍ଵାଧୀନ ବିଚରଣ ଆଦି ଅଧୁକାର ସ୍ଵୀକୃତ ହୋଇଥିବାବେଳେ ଅମାନବିକ ନିର୍ମମ ଅତ୍ୟାଚାର, ଦାସତ୍ଵ, ସ୍ଵେଚ୍ଛାଚାରୀ ଗିରଫ ଆଦି ବିଷୟ ପ୍ରଥମ ସନନ୍ଦର ମୁଖ୍ୟ ବିଷୟ ହୋଇଥିବାବେଳେ କାମ କରିବାର ଅଧୂକାର, କାର୍ଯ୍ୟକ୍ଷେତ୍ରରେ ମାନବୀୟ ପରିବେଶ, ଶ୍ରମିକ ସଂଗଠନ ଗଠନ ଓ ଯୋଗଦାନ, ସାମାଜିକ ନିରାପତ୍ତା ଓ ବୀମା, ପରିବାର ଗଠନ, ବିବାହ ପାଇଁ ସ୍ଵାଧୀନ ମତ ପ୍ରଦାନ, ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟ, ଶିକ୍ଷା ଅଧିକାର, ଆନ୍ଦୋଳନ କରିବାର ଅଧୁକାର ଆଦି ଦ୍ବିତୀୟ ସନନ୍ଦର ବିଷୟବସ୍ତୁ ଅଟେ ।

(ଗ) ମାନବିକ ଅଧିକାର ସଂପର୍କିତ ଆମେରିକୀୟ ସମ୍ମିଳନୀରେ ଅନୁମୋଦିତ ମାନବିକ ଅଧିକାରର ସ୍ଵରୂପ – ଏହି ସମ୍ମିଳନୀରେ ଅନୁମୋଦିତ ମାନବିକ ଅଧିକାର ୧୯୭୮ ମସିହାଠାରୁ କାର୍ଯ୍ୟକାରୀ ଆସୁଅଛି । ଆଇନ ସମ୍ମୁଖରେ ଜଣେ ସ୍ଵତନ୍ତ୍ର ବ୍ୟକ୍ତିରୂପେ ପରିଚିତ ହେବା ଓ ସମ୍ମାନରସହ ଜୀବନଧାରଣ କରିବା, ବ୍ୟକ୍ତିଗତ ସ୍ଵତନ୍ତ୍ରତା ଓ ନିରାପତ୍ତା, ବ୍ୟକ୍ତିର ଶାରୀରିକ, ମାନସିକ, ନୈତିକ ସଂହତି ପ୍ରତି ସମ୍ମାନ ପ୍ରଦର୍ଶନ ଆଦି ମୁଖ୍ୟ ମାନବିକ ଅଧୂକାରରୂପେ ସ୍ଵୀକୃତ ହୋଇଛି । ସମାଜର ମୌଳିକ, ପ୍ରାଥମିକ ଓ ପ୍ରାକୃତିକ ସଂଗଠନରୂପେ ପରିବାରକୁ ସ୍ବୀକୃତି ପ୍ରଦାନ କରାଯାଇଛି । ରାଜନୈତିକ ଆଶ୍ରୟ ପ୍ରଦାନ (Right to Asylum) ମଧ୍ୟ ସ୍ବୀକୃତିଲାଭ କରିଛି ।

(ଘ)୧୯୫୨ ମସିହାର ମହିଳାମାନଙ୍କୁ ରାଜନୈତିକ ଅଧିକାର ପ୍ରଦାନ ଘୋଷଣାନାମା ଓ ୧୯୯୫ ମସିହାର ମହିଳାମାନଙ୍କୁ ସମାନ ଅଧିକାର ପ୍ରଦାନ ଓ ସେମାନଙ୍କ ବିରୁଦ୍ଧରେ ହେଉଥ‌ିବା ସମସ୍ତ ବିରୋଧୀ, ଅତ୍ୟାଚାରୀ ବ୍ୟବସ୍ଥାର ଲୋପ, ସାର୍ବଜନୀନ ମହିଳା ଶିକ୍ଷା ବ୍ୟବସ୍ଥା, ଉତ୍ତମ ସନ୍ତାନକ୍ଷମ ସ୍ଵାସ୍ଥ୍ୟ ବ୍ୟବସ୍ଥା ଆଦି ମାନବିକ ଅଧିକାରକୁ ସ୍ବୀକୃତି ଦିଆଯାଇଛି ।

୧୯୯୫ ମସିହାର ବେଜିଂ ଘୋଷଣାନାମା ଯାହାକି ଚତୁର୍ଥ ବିଶ୍ବ ମହିଳା ସମ୍ମିଳନୀ ପରିପ୍ରେକ୍ଷୀରେ ଗୃହୀତ ହୋଇଥିଲା, ତାହା ମହିଳାମାନଙ୍କ ମାନବିକ ଅଧିକାର କ୍ଷେତ୍ରରେ ଏକ ମାଇଲଖୁଣ୍ଟ ।
ଏତଦ୍‌ବ୍ୟତୀତ ୧୯୫୬ ମସିହାରେ ଦାସତ୍ଵ ବିରୁଦ୍ଧରେ, ୧୯୫୯ ମସିହାରେ ଶିଶୁ ଅଧୂକାର ସମ୍ପର୍କିତ ଘୋଷଣାନାମା, ୧୯୬୫ ମସିହାର ବର୍ଣ୍ଣବୈଷମ୍ୟ ଦୂରୀକରଣ ସମ୍ପର୍କିତ ଘୋଷଣାନାମା ସେହି ସମ୍ପର୍କିତ ମାନବିକ ଅଧିକାରକୁ କରିଥାଏ ।

ଅର୍ଥନୈତିକ ସମାନତା, ଆନ୍ତର୍ଜାତିକ ଉତ୍ତେଜନା ହ୍ରାସ, ରାଜନୈତିକ ଶାନ୍ତି, ମାନବିକ ଅଧୂକାର ପ୍ରତି ରାଷ୍ଟ୍ରୀୟ ତଥା ସଚେତନଶୀଳତା ଆଇନଗତ ପରିବେଶ ଆଦିର ସୀମାରେଖା ମଧ୍ଯରେ ମାନବିକ ଅଧିକାରର ପ୍ରକୃତ ଉପଭୋଗ ସମ୍ଭବ ହୋଇପାରିବ ।

୪ । ସାର୍ବଜନୀନ ମାନବିକ ଅଧ‌ିକାର ଘୋଷଣାନାମାର ପୃଷ୍ଠଭୂମି, ପ୍ରଦତ୍ତ ଅଧୂକାର, ଏହାର ଭଲ୍ଲଘଂନର କ୍ଷେତ୍ର ସଂପର୍କରେ ଆଲୋଚନା କର ।
Answer:
ଅଧିକାର ନ ରହିଲେ ମନୁଷ୍ୟର ସ୍ଥିତି ରହିବ ନାହିଁ କିମ୍ବା ମନୁଷ୍ୟ ମନୁଷ୍ୟ ପଦବାଚ୍ୟ ହେବ ନାହିଁ । ଅନ୍ୟାୟ ଓ ଅସମତା ବିରୁଦ୍ଧରେ ସାଲିସ୍‌ବିହୀନ ସଂଗ୍ରାମ କରିବାପାଇଁ ମନୁଷ୍ୟକୁ ଅଧିକାରରୁ ସାମର୍ଥ୍ୟ ମିଳେ ନାହିଁ । ମଣିଷ ଇତିହାସର ବିଭିନ୍ନ ପର୍ଯ୍ୟାୟରେ ସାମନ୍ତବାଦୀ, ଏକଚ୍ଛତ୍ରବାଦୀ, ପୁଞ୍ଜିବାଦୀ, ସାମ୍ରାଜ୍ୟବାଦୀ, ଉପନିବେଶବାଦୀ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରିଛି । ଆମେରିକାର ସ୍ଵତନ୍ତ୍ରତା ଘୋଷଣାନାମା ଏବଂ ମନୁଷ୍ୟ ଓ ନାଗରିକର ଅଧିକାର ସଂପର୍କୀୟ ଫରାସୀ ଘୋଷଣାନାମା ଜରିଆରେ ମନୁଷ୍ୟର ଅଧିକାରକୁ ସ୍ବୀକୃତି ଦିଆଯିବା ସଙ୍ଗେ ସଙ୍ଗେ ବିଶ୍ବରେ ପ୍ରଚାରିତ ଓ ପ୍ରସାରିତ କରାଯାଇଛି ।

ଏହି ଦୁଇଟି ସଂପର୍କରେ ଆହ୍ବାନ ଦିଆଯାଇଥିଲା । ଉଦାରବାଦର ପ୍ରସାର ଓ ଦୁଇଟି ବିଶ୍ବଯୁଦ୍ଧର ପ୍ରଭାବ ପୃଷ୍ଠଭୂମିରେ ମାନବିକ ଅଧିକାରର ବିକାଶ ସମ୍ଭବ ହେଲା ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ଓ ଯୁଦ୍ଧ ସମୟରେ ମାନବିକ ଅଧ୍ବକାରଗୁଡ଼ିକ ଗୁରୁତର ଆକ୍ରମଣର ଶିକାର ହୋଇଥିଲା । ସାମ୍ରାଜ୍ୟବାଦୀ, ଅଗଣତାନ୍ତ୍ରିକ ସ୍ୱେଚ୍ଛାଚାରୀମାନେ ଜାତି, ଧର୍ମ, ବର୍ଣ୍ଣ, ସଂସ୍କୃତି ଆଦି କାରଣରୁ ମନୁଷ୍ୟ-ମନୁଷ୍ୟ ମଧ୍ଯରେ ଭେଦଭାବର ପ୍ରାଚୀର ଛିଡ଼ାକରି ମାନବିକ ସ୍ଵାଭିମାନ ଓ ମର୍ଯ୍ୟାଦାର ଖୋଲା ଉଲ୍ଲଙ୍ଘନ କଲେ । ଏହି କାରଣରୁ ମନେହେଲା ଯେ, ମାନବିକ ଅଧିକାରକୁ କୌଣସି ରାଷ୍ଟ୍ରର ସୀମା ମଧ୍ୟରେ ଆବଦ୍ଧ ନ ରଖୂ ଆନ୍ତର୍ଜାତୀୟ ଶାନ୍ତି ଓ ବିକାଶର ଧାରା ସହିତ ସଂଯୋଜିତ କରାଯିବା ଆବଶ୍ୟକ ।

ଦୁଇଟି ବିଶ୍ଵଯୁଦ୍ଧର ବିଭୀଷିକା ମନୁଷ୍ୟ ସମାଜର ସ୍ଥିତିକୁ ସୁନିଶ୍ଚିତ କରିବାପାଇଁ ଜାତିସଂଘ ଗଠନ କଲା । ଏହାର ସନନ୍ଦର ପ୍ରଥମ ଧାରାରେ ଜାତିସଂଘର ଉଦ୍ଦେଶ୍ୟ ବର୍ଣ୍ଣନା କରାଯାଇ କୁହାଯାଇଛି ଯେ ଆନ୍ତର୍ଜାତୀୟ ସହଯୋଗ ବୃଦ୍ଧି କରିବାପାଇଁ ମାନବିକ ଅଧିକାର ଓ ଜାତି, ଧର୍ମ, ଲିଙ୍ଗ ଓ ଭାଷା ନିର୍ବିଶେଷରେ ସବୁ ମନୁଷ୍ୟଙ୍କ ସ୍ବାଧୀନତା ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବା ଉଚିତ ।

ମାନବିକ ଅଧ୍ବକାର ସଂପର୍କରେ ବିସ୍ତୃତ ବିବରଣୀ ସଂଗ୍ରହ କରିବା ଉଦ୍ଦେଶ୍ୟରେ ଜାତିସଂଘ ୧୯୪୫ ମସିହାରେ ମାନବିକ ଅଧ୍ବକାର କମିଶନ ଗଠନ କଲା । ଏହାର ଉଦ୍ଦେଶ୍ୟ ଥିଲା ମାନବିକ ଅଧ୍ବକାର ସଂପର୍କରେ ଏକ ଆନ୍ତର୍ଜାତୀୟ ଚିଠା ଆଇନ ପ୍ରସ୍ତୁତ କରିବା । ଏହି କମିଶନ ୧୯୪୮ ମସିହା ଡିସେମ୍ବର ୧୦ ତାରିଖ ଦିନ ମାନବିକ ଅଧିକାର ସଂପର୍କୀତ ସାର୍ବଜନୀନ ଘୋଷଣାନାମା ପ୍ରକାଶ କଲା । ମାନବିକ ଅଧୁକାରର ସାର୍ବଜନୀନ ଘୋଷଣାନାମା ପୃଷ୍ଠଭୂମିରେ ଥିବା ଦର୍ଶନ ହେଲା- “ ଜନ୍ମରୁ ମନୁଷ୍ୟମାନେ ଅଧିକାର ଓ ମର୍ଯ୍ୟାଦା ଦୃଷ୍ଟିରୁ ସ୍ଵତନ୍ତ୍ର ଓ ସମାନ ।

ସେମାନଙ୍କ ମଧ୍ୟରେ ବିବେକ ଓ ଚେତନାଶକ୍ତି ଥାଏ ଏବଂ ପ୍ରତ୍ୟେକ ପ୍ରତ୍ୟେକଙ୍କ ସହିତ ଭ୍ରାତୃତ୍ଵପୂର୍ଣ୍ଣ ବ୍ୟବହାର ପ୍ରଦର୍ଶନ କରନ୍ତି । ଜାତିସଂଘର ସାଧାରଣ ପରିଷଦର ଅଧୁବେଶନରେ ୫୮ଟି ଦେଶ ଭାଗ ନେଇଥିଲେ । ସୋଭିଏତ୍ ଦେଶ ଓ ତା’ର ସମର୍ଥକ କେତେକ ଦେଶ ସେଥ‌ିରେ ନଥିଲା । ଏହି ଘୋଷଣାନାମାରେ ୩୦ଗୋଟି ଧାରା ମାଧ୍ୟମରେ ବିଭିନ୍ନ ପ୍ରକାର ଅଧିକାରକୁ ସୂଚିତ କରାଯାଇଛି । ସାର୍ବଜନୀନ ମାନବିକ ଅଧିକାର ଘୋଷଣାନାମାଦ୍ବାରା ନିରୂପିତ ।

CHSE Odisha Class 11 Political Science Solutions Chapter 7 ଅଧିକାର

ମାନବିକ ଅଧ୍ବକାର :
ଧାରା ୧ – ପ୍ରତ୍ୟେକ ବ୍ୟକ୍ତି ଅଧିକାର ଓ ମର୍ଯ୍ୟାଦା ଦୃଷ୍ଟିରୁ ଜନ୍ମରୁ ସମାନ ଅଟନ୍ତି ।
ଧାରା ୩ – ଜୀବନଧାରଣ, ସ୍ଵାତନ୍ତ୍ର୍ୟତା ଓ ନିରାପତ୍ତା ସଂପର୍କିତ ବ୍ୟକ୍ତି ସ୍ଵାଧୀନତା ।
ଧାରା ୪ – କୌଣସି ବ୍ୟକ୍ତି ଦାସତ୍ଵର ବନ୍ଧନରେ ନ ରହିବାର ବ୍ୟବସ୍ଥା ।
ଧାରା ୫ – କୌଣସି ବ୍ୟକ୍ତି କୌଣସି ନିର୍ମମ, ଅମାନବିକ, ମର୍ଯ୍ୟାଦା ହାନିକାରକ ବ୍ୟବହାର ବା ଦଣ୍ଡର ଶିକାର ନହେବାର ବ୍ୟବସ୍ଥା ।
ଧାରା ୭ – ଆଇନ ସମ୍ମୁଖରେ ସମାନତା ଓ ଆଇନର ସମାନ ନିରାପତ୍ତା ପ୍ରଦାନ ।
ଧାରା ୮ – କ୍ଷମତାସଂପନ୍ନ ଅଧିକାରର ଅଦାଲତଦ୍ଵାରା ପ୍ରତ୍ୟେକ ରାଷ୍ଟ୍ରର ସମ୍ବିଧାନଦ୍ୱାରା ପ୍ରଦତ୍ତ ମୌଳିକ ଅଧିକାରର ସୁରକ୍ଷା ଓ ଏହାର ପ୍ରତ୍ୟେକ ଉଲ୍ଲଙ୍ଘନର ଆଇନଗତ ପ୍ରତିରୋଧ ।
ଧାରା ୯ – ସ୍ଵେଚ୍ଛାଚାରୀ ଅଣଆଇନସମ୍ମତ ଗିରଫ ଓ ଅଟକର ପ୍ରତିରୋଧ ।
ଧାରା ୧୦ – କୌଣସି ଦଣ୍ଡନୀୟ ଅପରାଧରେ ଅଭିଯୁକ୍ତ ବ୍ୟକ୍ତି ସାଧାରଣ ବିଚାରଧାରା ଅନୁଯାୟୀ ଆଇନଗତଭାବେ ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ନିର୍ଦେଶ ବୋଲି ଗ୍ରହଣୀୟ ହେବାର ବ୍ୟବସ୍ଥା ।
ଧାରା ୧୩ – ପ୍ରତ୍ୟେକ ରାଷ୍ଟ୍ରର ସୀମା ମଧ୍ୟରେ ମୁକ୍ତ ବିଚରଣ ଓ ବସତି ସ୍ଥାପନ ।
ଧାରା ୧୭ – ସଂପରିଗତ ଅଧୂକାର ।
ଧାରା ୧୮ ଓ ୧୯- ବିବେକ, ଚିନ୍ତନ, ପ୍ରକାଶନ ଓ ଧାର୍ମିକ ସ୍ଵାଧୀନତା ।
ଧାରା ୧୦ – ଶାନ୍ତିପୂର୍ଣ୍ଣ ସମାବେଶ ଓ ସଂଘ ଗଠନର ସ୍ଵାଧୀନତା ।
ଧାରା ୨୨ – ସାମାଜିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ; କାରଣ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧୂକାର ବ୍ୟକ୍ତି ମର୍ଯ୍ୟାଦାର ଅଭିବୃଦ୍ଧି ପାଇଁଅପରିହାର୍ଯ୍ୟ ।
ଧାରା ୨୩ – କାମ କରିବାର ଓ କର୍ମନିଯୁକ୍ତିର ସ୍ଵାଧୀନତା ।
ଧାରା ୨୪ – ଅବସର ଓ ବିଶ୍ରାମର ସ୍ଵାଧୀନତା ଏବଂ ଦରମାଯୁକ୍ତ ଛୁଟି ବ୍ୟବସ୍ଥା ।
ଧାରା ୨୫ – ଉତ୍ତମ ଜୀବନଧାରଣର ମାନ ରକ୍ଷା ବ୍ୟବସ୍ଥା ।
ଧାରା ୨୬ – ଶିକ୍ଷାପ୍ରାପ୍ତିର ଅଧ୍ବକାର ।
ଧାରା ୨୮ – ଅଧିକାରର ପୂର୍ଣ୍ଣ ଉପଭୋଗ ପାଇଁ ଅନୁକୂଳ ସାମାଜିକ ଓ ଆନ୍ତର୍ଜାତିକ ଶୃଙ୍ଖଳା ।
ଧାରା ୨୯ ରୁ ୩୦ – ସମାଜ ପ୍ରତି କର୍ତ୍ତବ୍ୟ ସଂପାଦନ ।

ମାନବିକ ଅସ୍ଵୀକାରର ଗୁରୁତ୍ଵ : ମାନବିକ ଅଧିକାରଗୁଡ଼ିକର ଗୁରୁତ୍ବ ସର୍ବଜନବିଦିତ । ଏହି ଅଧିକାଗୁଡ଼ିକ ବ୍ୟତିରେକ ବ୍ୟକ୍ତିର ବ୍ୟକ୍ତିତ୍ଵର ସଂପୂର୍ଣ୍ଣ ବିକାଶ ସମ୍ଭବ ନୁହେଁ । ଏହି ଅଧିକାରଗୁଡ଼ିକର ଗୁରୁତ୍ଵକୁ ନିମ୍ନମତେ ପ୍ରକାଶ କରାଯାଇପାରେ ।

  • ଉପନିବେଶବାଦଦ୍ବାରା ଶୋଷିତ ମନୁଷ୍ୟର ମୁକ୍ତି
  • ସମଗ୍ର ବିଶ୍ବର ମାନବ ସମୁଦାୟ ମଧ୍ଯରେ ସହଯୋଗ ସ୍ଥାପନ ଓ ବୁଝାମଣା ପ୍ରତିଷ୍ଠା
  • ମାନବିକ ଅଧିକାରକୁ ସାର୍ବଜନୀନ କରି ଆନ୍ତର୍ଜାତୀୟ ସ୍ଵୀକୃତି ପ୍ରଦାନ
  • ମାନବିକ ଅଧିକାର ଉଲ୍ଲଙ୍ଘନକୁ ଏକ ଆନ୍ତର୍ଜାତୀୟ ଅପରାଧ ଭାବେ ଗ୍ରହଣ

ମାନବିକ ଅଧ୍ବକାରର ଉଲ୍ଲଙ୍ଘନ :
ନିମ୍ନଲିଖତ କ୍ଷେତ୍ରରେ ମାନବିକ ଅଧିକାରର ଉଲ୍ଲଙ୍ଘନ ଘଟିଥାଏ ।

  • ଗୋଟିଏ ଦେଶକୁ ଅନ୍ୟ ଦେଶ ଆକ୍ରମଣ ବା ଅସ୍ଵୀକାର କଲେ ଅକ୍ତିଆରରେ ଥ‌ିବା ଦେଶରେ ମାନବିକ ଅଧିକାରର ଉଲ୍ଲଙ୍ଘନ ଘଟେ ।
  • ଯୁଦ୍ଧବେଳେ ବ୍ୟାପକ ଭାବରେ ମାନବିକ ଅଧିକାରର ଉଲ୍ଲଙ୍ଘନ ହୁଏ ।
  • ବର୍ଣ୍ଣବୈଷମ୍ୟ ନୀତି ଯୋଗୁଁ ମାନବିକ ଅଧିକାର ସଙ୍କୁଚିତ ହୁଏ ।
  • ସାମ୍ରାଜ୍ୟବାଦ ଓ ଉପନିବେଶବାଦର ପ୍ରଭାବ
  • ପୋଲିସ୍ ଓ ନିରାପତ୍ତା ବାହିନୀର ମାତ୍ରାତ୍ତ୍ଵିକ କାର୍ଯ୍ୟ
  • ଆତଙ୍କବାଦ ଓ ହିଂସାର ପ୍ରସାର
  • ଅର୍ଥନୈତିକ ଅନୁନ୍ନତି
  • ଶିକ୍ଷା ଓ ସଚେତନତାର ଅଭାବ
  • ସାମାଜିକ କୁ-ପରମ୍ପରା
  • ଦମନମୂଳକ ଆଇନର ପ୍ରଣୟନ ଓ କଠୋର ପ୍ରୟୋଗ ।
  • ମହିଳା ଓ ଶିଶୁ ସୁରକ୍ଷା ବ୍ୟବସ୍ଥାର ତୀବ୍ର ଉଲ୍ଲଙ୍ଘନ ।

ମାନବିକ ଅଧୂକାରର ସୁରକ୍ଷା ପାଇଁ ଜାତୀୟ ମାନବିକ ଅଧ୍ବକାର ଆୟୋଗ କାର୍ଯ୍ୟ କରୁଛି । ବେସରକାରୀ ସଙ୍ଗଠନଗୁଡ଼ିକ ମାନବିକ ଅଧୂକାର ସଂପର୍କିତ ଶିକ୍ଷା ଓ ସଚେତନଶୀଳତା ସୃଷ୍ଟି କ୍ଷେତ୍ରରେ ରହିଛନ୍ତି । ଆନ୍ତର୍ଜାତୀୟ ରହିଛି ।

CHSE Odisha Class 11 Political Science Solutions Chapter 5 ସମାନତା

Odisha State Board CHSE Odisha Class 11 Political Science Solutions Chapter 5 ସମାନତା Questions and Answers.

CHSE Odisha 11th Class Political Science Solutions Chapter 5 ସମାନତା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ସ୍ଵତନ୍ତ୍ରତା ଓ ସମାନତା ପରସ୍କରର ___________ ଅଟନୁି ।
(କ) ଅନୁପୂରକ
(ଖ) ପରିପୂରକ
(ଗ) ବିରୋଧୀ
(ଘ) ନିକଟତର
Answer:
(ଖ) ପରିପୂରକ

୨ । ଅସ୍ପୃଶ୍ୟତା ନିବାରଣ _______ ସମାନତାର ଏକ ଉଦାହରଣ ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ରାଜନୈତିକ
(ଘ) ଧାମିିକ
Answer:
(କ) ସାମାଜିକ

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । କେଉଁ ଦେଶର ରାଷ୍ଟ୍ରବିପ୍ଳବ ପ୍ରଚଳିତ ଅସମତା ବିରୁଦ୍ଧରେ ପ୍ରଥମ ଆନ୍ଦୋଳନ ଥିଲା ?
Answer:
ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯) ପ୍ରଚଳିତ ଅସମତା ବିରୁଦ୍ଧରେ ପ୍ରଥମ ଆନ୍ଦୋଳନ ଥିଲା

୨ । ଆମେରିକା ସ୍ଵାଧୀନତା ଘୋଷଣାନାମରେ କ’ଣ କୁହାଯାଇଥିଲା
Answer:
ଆମେରିକା ସ୍ଵାଧୀନତା ଘୋଷଣାନାମା (୧୭୭୬) ରେ “ସବୁ ମଣିଷକୁ ସମାନଭାବେ ସୃଷ୍ଟି କରାଯାଇଛି ବୋଲି କୁହାଯାଇଥିଲା ।

CHSE Odisha Class 11 Political Science Solutions Chapter 5 ସମାନତା

୩ । ଜାତିସଂଘର “ ସାର୍ବଜନୀନ ମାନବାଧ୍ୟକାର ଘୋଷଣାନାମା”ରେ ସମାନତା ସଂପର୍କରେ କ’ଣ କୁହାଯାଇଛି ?
Answer:
ଜାତିସଂଘର “ ସାର୍ବଜନୀନ ମାନବାଧ୍ୟକାର ଘୋଷଣାନାମା”ରେ ସମାନତା ପରିପ୍ରେକ୍ଷୀରେ କୁହାଯାଇଛି ଯେ- “ ସବୁ ମଣିଷ ଅଜନ୍ମ ମୁକ୍ତ ଏବଂ ମର୍ଯ୍ୟାଦା ଓ ଅଧିକାର ଦୃଷ୍ଟିରୁ ସମାନ ।”

୪ । ପ୍ରାକୃତିକ ସମାନତା କ’ଣ ?
Answer:
ପ୍ରାକୃତିକ ସମାନତାର ଅର୍ଥ ହେଲା ପ୍ରକୃତି ସବୁ ମଣିଷକୁ ସମାନଭାବରେ ସୃଷ୍ଟି କରିଛି । ଶାରୀରିକ ଅସମତା ଦୃଷ୍ଟିରୁ ସେମାନଙ୍କୁ ଉଚ୍ଚନୀଚ ଭାବେ ବିଚାର କରାଯିବା ଅନୁଚିତ ।

୫ । ଅର୍ଥନୈତିକ ସମାନତା କ’ଣ ?
Answer:
ପ୍ରତ୍ୟେକ ବ୍ୟକ୍ତି ନିଜର ଜୀବନଧାରଣ ପାଇଁ ସର୍ବନିମ୍ନ ମୌଳିକ ସୁବିଧା ପାଇବା ଓ ଅର୍ଥନୈତିକ ଶୋଷଣ ନ ରହିବାକୁ ଅର୍ଥନୈତିକ ସମାନତା କୁହାଯାଏ ।

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ

୧ । ଆନ୍ତର୍ଜାତୀୟ ଆଇନ ଓ ସୌଜନ୍ୟ ଦୃଷ୍ଟିରୁ ସମସ୍ତ ସ୍ଵାଧୀନ ଓ ସାର୍ବଭୌମ ରାଷ୍ଟ୍ର ସମାନ ହେବାକୁ କେଉଁ ସମାନତା କୁହାଯାଏ ?
Answer:
ଆନ୍ତର୍ଜାତୀୟ ସମାନତା

୨ । ନାଗରିକ ସମାନତାର ଅନ୍ୟନାମ କ’ଣ ?
Answer:
ଆଇନଗତ ସମାନତା

୩ । ସମସ୍ତଙ୍କୁ ମତଦାନ ଅଧିକାର ପ୍ରଦାନ କେଉଁ ପ୍ରକାର ସମାନତା ?
Answer:
ରାଜନୈତିକ ସମାନତା

(D) ଭ୍ରମ ସଂଶୋଧନ କର ।

୧ । ରାଜନୈତିକ ସମାନତା ବିନା ଅର୍ଥନୈତିକ ସମାନତା ମୂଲ୍ୟହୀନ ।
Answer:
ଅର୍ଥନୈତିକ ସମାନତା ବିନା ରାଜନୈତିକ ସ୍ଵତନ୍ତ୍ରତା ମୂଲ୍ୟହୀନ ।

CHSE Odisha Class 11 Political Science Solutions Chapter 5 ସମାନତା

୨ । ପ୍ରକୃତି ସମାନତାର ଅର୍ଥ ସ୍ଵତନ୍ତ୍ର ସୁବିଧା ଓ ସୁଯୋଗର ପ୍ରଚଳନ ।
Answer:
ପ୍ରକୃତ ସମାନତାର ଅର୍ଥ ସ୍ଵତନ୍ତ୍ର ସୁବିଧା ଓ ସୁଯୋଗର ଅନୁପସ୍ଥିତି ।

୩ । ସମାନତା ଓ ସ୍ଵତନ୍ତ୍ରତା ପରସ୍ପରର ବିରୋଧୀ ଅଟନ୍ତି ।
Answer:
ସମାନତା ଓ ସ୍ୱତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି ।

୪ । ସମାନତାର ଅର୍ଥ ସର୍ବସମ୍ମତ ବା ଗାଣିତିକ ସମାନତା ଅଟେ ।
Answer:
ସମାନତାର ଅର୍ଥ ସର୍ବସମ୍ମତ ବା ଗାଣିତିକ ସମାନତା ନୁହେଁ

(E) ଶୂନ୍ୟସ୍ଥାନ ପୂରଣ କର ।

୧ । ଅସ୍ପୃଶ୍ୟତା ନିବାରଣ __________ ସମାନତାର ଏକ ଉଦାହରଣ ।
Answer:
ସାମାଜିକ

୨ । ସମାନତା _______ ପ୍ରକାର ସୁବିଧାର ଅନୁପସ୍ଥିତିକୁ ବୁଝାଏ ।
Answer:
ସ୍ୱତନ୍ତ୍ର

୩ । ________ ଶତାବ୍ଦୀରେ ସମାନତା ଧାରଣାଟି ଅଧ‌ିକ ବିକଶିତ ଓ ଜନପ୍ରିୟ ହେଲା ।
Answer:
ଅଷୃ।ଦଶ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସମାନତା କ’ଣ ?
Answer:
ଅସ୍ତିସୂଚକ ଅର୍ଥରେ ସମାନତା କହିଲେ ସମସ୍ତଙ୍କ ପାଇଁ ସମାନ ପରିସ୍ଥିତିରେ ସମାନ ସୁବିଧା ସୁଯୋଗର ନାସ୍ତିସୂଚକ ଅର୍ଥରେ ଏହା କାହାରି ପ୍ରତି କୌଣସି ସ୍ଵତନ୍ତ୍ର ସୁବିଧା ସୁଯୋଗର ଅନୁପସ୍ଥିତିକୁ ବୁଝାଏ ।

୨ । ଆଇନଗତ ସମାନତାର ଅର୍ଥ କ’ଣ ?
Answer:
ଆଇନଗତ ସମାନତାର ଅର୍ଥ ଆଇନ ସମ୍ମୁଖରେ ସମସ୍ତେ ସମାନ । ସମାନ ପରିସ୍ଥିତିରେ ଆଇନ ସମାନ ସୁଯୋଗ ଓ ନିରାପତ୍ତା ପ୍ରଦାନ କରିଥାଏ ।

୩ । ସାମାଜିକ ସମତାର ଅର୍ଥ କ’ଣ ?
Answer:
ମନୁଷ୍ୟ ସମାଜରେ ଥିବା ବୈଷମ୍ୟ ଦୂର କରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କରିବା ହେଉଛି ସାମାଜିକ ସମାନତାର ଲକ୍ଷ୍ୟ ।

CHSE Odisha Class 11 Political Science Solutions Chapter 5 ସମାନତା

୪ । ରାଜନୈତିକ ସମାନତା କ’ଣ ?
Answer:
ରାଷ୍ଟ୍ରର କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାପାଇଁ ସମାନ ସୁଯୋଗ ଓ ଅଧିକାର ପ୍ରଦାନକୁ ସମତା କୁହାଯାଏ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସାମାଜିକ ସମତା କ’ଣ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ବାସସ୍ଥାନ, ବୃତ୍ତି ଓ ଶ୍ରେଣୀ ନିର୍ବିଶେଷରେ ପ୍ରତ୍ୟେକ ନାଗରିକକୁ ସାମାଜିକ ପରିବେଶ ମଧ୍ୟରେ ସମାନ ସୁବିଧାସୁଯୋଗ ଦେବା ହେଉଛି ସାମାଜିକ ସମତା । ସମାଜ ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କର ସମାନ ଆବଶ୍ୟକତା ଥିବାରୁ ସମସ୍ତେ ସମାନ ଅଧିକାର ଉପଭୋଗ କରିବା ଉଚିତ । ସମସ୍ତ ପ୍ରକାର ସାମାଜିକ ବିଭେଦତା ଓ କୁ-ସଂସ୍କାର ସାମାଜିକ ସମ୍ପର୍କକୁ କଳୁଷିତ କରେ ଏବଂ ସମାଜ କ୍ରମଶଃ ଦୁର୍ବଳ ହୋଇପଡ଼େ; ତେଣୁ ସମାନ ବ୍ୟବସ୍ଥା ଓ ସମାନ ସୁଯୋଗ ସାମାଜିକ ସମତାର ମୂଳଭିଭି ଅଟେ ।

୨ । ସ୍ଵତନ୍ତ୍ରତା ଓ ସମାନତା ପରସ୍କରର ବିରୋଧୀ କି ?
Answer:
ଟକେଭେଲି ଓ ଆକ୍‌ଟନଙ୍କ ପରି ରାଜନୀତି ବିଜ୍ଞାନୀମାନଙ୍କ ଦୃଷ୍ଟିରେ ସ୍ଵତନ୍ତ୍ରତା ଓ ସମାନତା ପରସ୍ପରର ବିରୋଧୀ । ସମାନତା ଏକ ସର୍ଭ ହୋଇଥିବାରୁ ଏହା ସ୍ଵତନ୍ତ୍ରତା ପାଇଁ ଅପରିହାର୍ଯ୍ୟ ଅଟେ । ବାସ୍ତବପକ୍ଷରେ ରୁଷୋ, ପୋଲାର୍ଡ଼, ଲାସ୍କି ଇତ୍ୟାଦି ଦାର୍ଶନିକମାନେ ମତ ପ୍ରକାଶ କରିଛନ୍ତି ଯେ ସ୍ଵତନ୍ତ୍ରତା ଓ ସମାନତା ପରସ୍ପରର ବିରୋଧୀ ବୋଲି ଯେଉଁମାନେ ମତ ଦିଅନ୍ତି ସେମାନେ ଉଭୟ ଶବ୍ଦର ତ୍ରୁଟିପୂର୍ଣ୍ଣ ସଂଜ୍ଞା ନିରୂପଣ କରିଥା’ନ୍ତି । ସମାନତାର ପ୍ରକୃତ ଅର୍ଥ ସମାନ ପରିସ୍ଥିତିରେ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କରିବା । ଏଣୁ ସମାନତାର ପରିବେଶରେ ହିଁ ସ୍ଵତନ୍ତ୍ରତାକୁ ଉପଭୋଗ କରାଯାଇପାରେ । ସ୍ଵତନ୍ତ୍ରତା ଓ ସମାନତା ଗଣତନ୍ତ୍ରର ଦୁଇଟି ମୂଳ ଆୟୁଧ ଅଟେ ।

ସମାନତା ଓ ସ୍ଵତନ୍ତ୍ରତାର ଲକ୍ଷ୍ୟ ସମାନ ପରିସ୍ଥିତିରେ ସମସ୍ତଙ୍କୁ ସମାନ ସୁବିଧାସୁଯୋଗ ପ୍ରଦାନ କରିବା । ଏଣୁ ସମାନତାର ପରିବେଶରେ ହିଁ ସ୍ଵତନ୍ତ୍ରତାକୁ ଉପଭୋଗ କରାଯାଇପାରେ । ସ୍ଵତନ୍ତ୍ରତା ଓ ସମାନତା ଗଣତନ୍ତ୍ରର ଦୁଇଟି ମୂଳ ଆୟୁଧ ଅଟେ । ସମାନତା ଓ ସ୍ଵତନ୍ତ୍ରତାର ଲକ୍ଷ୍ୟ ସମାନ ହୋଇଥିବାରୁ ଉଭୟ ପରସ୍ପରର ବିରୋଧୀ ନୁହନ୍ତି । ଉଭୟ ସମାଜର ଦୃଢ଼ତା ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିଥା’ନ୍ତି ।

୩ । ଅର୍ଥନୈତିକ ସମାନତା କ’ଣ ?
Answer:
ଅର୍ଥନୈତିକ ବ୍ୟାପାରରେ ବ୍ୟକ୍ତି ସମାନ ସୁଯୋଗ ପାଇବା ଉଚିତ । ସମାନ ଅର୍ଥନୈତିକ ସୁଯୋଗ ପ୍ରଦାନ ଓ ଶୋଷଣମୁକ୍ତ ବ୍ୟବସ୍ଥା ପ୍ରତିଷ୍ଠା ଅର୍ଥନୈତିକ ସମାନତାର ଲକ୍ଷ୍ୟ ଅଟେ । ସମାନ କାମ ପାଇଁ ସମାନ ମଜୁରୀ, ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ ଆଦି ଅଧୁକାର ପ୍ରଦାନର ପରିବେଶ ମଧ୍ୟରେ ଅର୍ଥନୈତିକ ସମାନତା ପ୍ରଦାନ କରାଯାଇଥାଏ । ଏହା ରାଜନୈତିକ ସ୍ଵତନ୍ତ୍ରତା ପାଇଁ ଏକ ଆବଶ୍ୟକୀୟ ସର୍ଭ ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ସମାନତା (Equality) ର ସଂଜ୍ଞା ଓ ପ୍ରକୃତି ନିର୍ଦ୍ଧାରଣ କର । ଏହାର ପ୍ରକାରଭେଦ (Types) ସଂପର୍କରେ ଧାରଣା ଦିଅ।
Answer:
ସ୍ୱତନ୍ତ୍ରତା ଓ ନ୍ୟାୟ ପରି ସମାନତା ମଧ୍ଯ ଗଣତନ୍ତ୍ର ଏବଂ ଆଧୁନିକ ସାମାଜିକ ବ୍ୟବସ୍ଥାର ମୌଳିକ ଭିଭିଭୂମିରୂପେ ସ୍ଵୀକୃତିପ୍ରାପ୍ତ। ଇତିହାସରେ ଏହି ସମାନତାର ପ୍ରତିଷ୍ଠା ପାଇଁ ହୋଇଥିବା ଅସଂଖ୍ୟ ବିପ୍ଳବ ଓ ଯୁଦ୍ଧର ପ୍ରମାଣ ରହିଛି। ରୁଷୋ ମତପ୍ରକାଶ କରିଥିଲେ ଯେ ‘ପ୍ରତ୍ୟେକ ମନୁଷ୍ୟ ଜନ୍ମରୁ ସମାନ ଅଟନ୍ତି’; କିନ୍ତୁ ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ଏହା ଯୁକ୍ତିଯୁକ୍ତ ନୁହେଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଏକ ସାମାଜିକ ଓ ଜନ୍ମଗତ ଅସମାନତା ରହିଛି। ଦୈହିକ ଶକ୍ତି, ମାନସିକ ଅଭିବୃଦ୍ଧି, ଶରୀର ଗଠନ ଇତ୍ୟାଦି ଅନେକ କାରଣରୁ ମନୁଷ୍ୟ ପରସ୍ପରଠାରୁ ଭିନ୍ନ ଭିନ୍ନ ଅଟନ୍ତି। ପ୍ରକୃତି ହିଁ ଏହି ଅସମାନତାର ସୃଷ୍ଟିକର୍ତ୍ତା।

ପୁରାତନ ଗ୍ରୀକ୍ ପରଂପରାରେ ପ୍ଲାଟୋ ଓ ଆରିଷ୍ଟୋଟଲ୍ ଅସମାନତାର ନୀତିକୁ ସମର୍ଥନ କରୁଥିଲେ। ଗ୍ରୀକ୍ ନାଟ୍ୟକାର ୟୁରିପିଡ଼େସ୍‌ଙ୍କ ମତରେ, ସମାନତା ହେଉଛି ମଣିଷର ପ୍ରାକୃତିକ ଆଇନ। ୧୭୭୬ ଖ୍ରୀଷ୍ଟାବ୍ଦରେ ଆମେରିକୀୟ ସ୍ଵାଧୀନତା ଆନ୍ଦୋଳନ ଓ ୧୭୮୯ର ଫରାସୀ ବିପ୍ଲବରେ ସ୍ଵତନ୍ତ୍ରତା ଓ ଭ୍ରାତୃଭାବ ପରି ସମାନତାର ଲକ୍ଷ୍ୟପୂରଣ ପାଇଁ ମଧ୍ୟ ଦୃଢ଼ ଦାବି ଉପସ୍ଥାପନ କରାଯାଇଥିଲା। ଅଷ୍ଟାଦଶ ଶତାବ୍ଦୀର ସମାନତା ଆଇନଗତ ଓ ରାଜନୈତିକ ପ୍ରକୃତିସମ୍ପନ୍ନ ହୋଇଥିବାବେଳେ ଉନବିଂଶ ଶତାବ୍ଦୀର ସମାନତା ସାମାଜିକ ଓ ଅର୍ଥନୈତିକ ପ୍ରକୃତିସମ୍ପନ୍ନ ଅଟେ। ଏହି ମତବାଦର ପ୍ରବକ୍ତାରୂପେ ମାନବବାଦୀ ଓ ମାର୍କସ୍‌ବାଦୀ ଦାର୍ଶନିକମାନେ ଗୃହୀତ ହୋଇଥା’ନ୍ତି। ବର୍ତ୍ତମାନ ପୃଥ‌ିବୀରେ ସାମାଜିକ, ଅର୍ଥନୈତିକ, ଆଇନଗତ ଓ ରାଜନୈତିକ ସମାନତାର ସାମଗ୍ରିକ ଦାବି ପ୍ରତିଧ୍ଵନିତ ହେଉଛି।

ସମାନତାର ଅସ୍ତିସୂଚକ ଓ ନାସ୍ତିସୂଚକ ଅର୍ଥ ରହିଛି। ଅସ୍ତିସୂଚକ ଅର୍ଥରେ ସମାନତାର ଅର୍ଥ ହେଉଛି ସମସ୍ତଙ୍କ ପାଇଁ ସମାନ ସୁବିଧାସୁଯୋଗର ଉପସ୍ଥିତି ଏବଂ ନାସ୍ତିସୂଚକ ଅର୍ଥରେ ଏହାର ଅର୍ଥ ହେଉଛି କୌଣସି ବ୍ୟକ୍ତି ପାଇଁ କୌଣସି ସ୍ଵତନ୍ତ୍ର ସୁବିଧାସୁଯୋଗର ଅନୁପସ୍ଥିତି। ଏହା ଆଇନ ଚକ୍ଷୁରେ ସମସ୍ତେ ସମାନ ବୋଲି ଗ୍ରହଣ କରିଥାଏ। ଲାସ୍କଙ୍କ ମତରେ, “ସମାନତାର ଅର୍ଥ ନୁହେଁ ଯେ ପ୍ରତ୍ୟେକ ବ୍ୟକ୍ତି ସହିତ ସମାନ ବ୍ୟବହାର କରାଯିବ”। ଏହାର ଅର୍ଥ ସମାଜରେ କୌଣସି ସ୍ଵତନ୍ତ୍ର ସୁବିଧାସୁଯୋଗ ଭୋଗୀ ଗୋଷ୍ଠୀ ସୃଷ୍ଟି ନକରିବା ଏବଂ ସମସ୍ତଙ୍କୁ ନିଜର ବିକାଶ ପାଇଁ ସମାନ ସୁଯୋଗ ପ୍ରଦାନ କରିବା ।

CHSE Odisha Class 11 Political Science Solutions Chapter 5 ସମାନତା

ସମାନତାର ପ୍ରକୃତି :
(୧) ଏହା ଆଇନ ମଧ୍ୟରେ ପ୍ରଦତ୍ତ ଓ ସୁରକ୍ଷିତ ଅଟେ।
(୨) ଏହା ନିରଙ୍କୁଶ ନୁହେଁ ।
(୩) ଏହା ସମସ୍ତ ଅଧିକାର, ସ୍ଵତନ୍ତ୍ରତା, ନ୍ୟାୟ ଓ ଭ୍ରାତୃଭାବର ମୂଳଭିତ୍ତି ଅଟେ।
(୪) ଏହା ଏକ ଗଣତାନ୍ତ୍ରିକ ଚିନ୍ତାଧାରା ଅଟେ ଓ ‘ଆଇନର ଶାସନ’ (Rule of law) ପ୍ରତିଷ୍ଠା କରିଥାଏ।
(୫) ଏହା ଏକ ମୂଲ୍ୟବୋଧ ଆଧାରିତ ବିଷୟ ଅଟେ । ଏହା ସ୍ଵତନ୍ତ୍ରତା ସହ ମିଶି ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ଘଟାଏ।

ସମତା ବା ସମାନତାର ପ୍ରକାରଭେଦ (Kinds of Equality) – ସମାନତାକୁ ନିମ୍ନଲିଖିତଭାବେ ଶ୍ରେଣୀବିଭାଗ କରାଯାଇଛି। ସେଗୁଡ଼ିକ ହେଲା- ବ୍ୟକ୍ତିଗତ ସମାନତା, ସାମାଜିକ ସମାନତା, ରାଜନୈତିକ ସମାନତା, ପ୍ରାକୃତିକ ସମାନତା ଏବଂ ଅର୍ଥନୈତିକ ସମାନତା ।

(୧) ବ୍ୟକ୍ତିଗତ ସମାନତା (Personal Equality) – ବ୍ୟକ୍ତି ହିସାବରେ ସମସ୍ତେ ବ୍ୟକ୍ତିଗତ ସମାନତା ଉପଭୋଗ କରନ୍ତି। ଆଇନ ଆଗରେ ସମସ୍ତେ ସମାନ। ଏହା ହେଉଛି ବ୍ୟକ୍ତିଗତ ସ୍ଵାଧୀନତା। ସମସ୍ତେ ଆଇନର ବଶବର୍ତ୍ତୀ। ବ୍ୟକ୍ତିଗତ କାରଣରୁ ବିଶେଷ ଅଧୁକାର କାହାକୁ ଦିଆଯାଏ ନାହିଁ। ଲିଙ୍ଗ, ଜାତି, ବାସସ୍ଥାନ, ବର୍ଷ, ଧର୍ମ, ରାଜନୈତିକ ବିଶ୍ଵାସ ନିର୍ବିଶେଷରେ ସମସ୍ତେ ସୁବିଧା ପାଆନ୍ତି। ସେଥୁପାଇଁ ବ୍ୟକ୍ତିଗତ ସମାନତାକୁ ଗଣତନ୍ତ୍ରର ପ୍ରାଣବାୟୁ କୁହାଯାଏ।

(୨) ସାମାଜିକ ସମାନତା (Social Equality) – ସମାଜରେ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ଲିଙ୍ଗ ନିର୍ବିଶେଷରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର ଓ ସୁବିଧା ସୁଯୋଗ ଦିଆଯିବା ଉଚିତ। ଗୋଟିଏ ଦେଶରେ ଏଭଳିଭାବରେ ସାମାଜିକ ସମାନତା ପ୍ରତିଷ୍ଠିତ ନହେବାଯାଏଁ କେବଳ ରାଜନୈତିକ ସମାନତା ପ୍ରାପ୍ତ ହୋଇଗଲେ ଦେଶରେ କୌଣସି ମଙ୍ଗଳସାଧୂତ ହୋଇପାରିବ ନାହିଁ । ସେଭଳି ସ୍ଵାଧୀନତା ମଧ୍ୟ ବେଶି ସମୟ ତିଷ୍ଠିପାରିବ ନାହିଁ। ସମାଜରେ ଜାତି-ଜାତି ଓ ଗୋଷ୍ଠୀ-ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ହିଂସାକାଣ୍ଡ ଘଟି ଦେଶରେ ଅରାଜକତା ସୃଷ୍ଟି ହୁଏ।

ତେଣୁ ସ୍ଵାଧୀନତା ପାଇବା ପୂର୍ବରୁ ମହାତ୍ମାଗାନ୍ଧି ସର୍ବଦା ସାମାଜିକ ସମାନତାକୁ ଗୁରୁତ୍ଵ ଦେଉଥିଲେ। ଆମ ଦେଶର ସମ୍ବିଧାନରେ ମଧ୍ୟ ଛୁଆଁ ଅଛୁଆଁ ଭେଦଭାବକୁ ଏକ ଦଣ୍ଡନୀୟ ଅପରାଧଭାବରେ ଘୋଷଣା କରାଯାଇଛି। ଏହା ଅତି ଆନନ୍ଦର କଥା ଯେ ବ୍ୟକ୍ତିର ଏହି ସମାନତାର ଅଧିକାର ଡିସେମ୍ବର ଦଶ ତାରିଖ ୧୯୪୮ ମସିହାରେ ମିଳିତ ଜାତିସଂଘଦ୍ଵାରା ଘୋଷିତ ମାନବିକ ଅଧିକାର (Fundamental Human Rights) ମଧ୍ୟରେ ସ୍ଥାନ ପାଇଛି।

(୩) ରାଜନ ତିକ ସମାନତା (Political Equality) – ସମାଜରେ ପ୍ରତ୍ୟେକ ବ୍ୟକ୍ତି କୌଣସି ଭେଦଭାବ ବା ପକ୍ଷପାତ ବିଚାର ନଥାଇ ମତଦାନ ଅଧିକାର ପ୍ରାପ୍ତ ହେବା ଉଚିତ। ନିଜର ମତଦେଇ ଦେଶର ସରକାର ନିର୍ବାଚନରେ ଉଚିତ ଭୂମିକା ଗ୍ରହଣ କରିବାର ସୁଯୋଗରୁ କେହି ବଞ୍ଚିତ ହେବା ଉଚିତ ନୁହେଁ । ପକ୍ଷପାତ ନୀତି ଅବଲମ୍ବନ କରି କୌଣସି ଗୋଟିଏ ଜାତି ବା ଗୋଷ୍ଠୀକୁ ଭୋଟଦାନର ସୁବିଧା ସୁଯୋଗରୁ ବଞ୍ଚିତ ରଖାଗଲେ ତାହାକୁ ପ୍ରକୃତ ଗଣତନ୍ତ୍ର ବୋଲି କୁହାଯିବ ନାହିଁ ।

ଯେ ଏଭଳି ରାଜନୀତିକ ଅଧିକାରରୁ ବଞ୍ଚିତ ସେ ଦ୍ଵିତୀୟ ଶ୍ରେଣୀ ନାଗରିକଭାବେ ଜୀବନ କାଟିବାପାଇଁ ବାଧ୍ୟ ହୁଏ ଏବଂ ସରକାର ତାହାର ସମସ୍ୟାଗୁଡ଼ିକ ପ୍ରତି ଉଦାସୀନ ରହିବା ସ୍ଵାଭାବିକ। ଭାରତରେ ସ୍ଵାଧୀନତା ପରଠାରୁ ସମସ୍ତଙ୍କୁ ସାବାଳକ ଭୋଟାଧ୍ୟାକାର ପ୍ରଦାନ କରାଯାଇଛି। ବର୍ତ୍ତମାନ ସୁଦ୍ଧା କେତେକ ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକୀୟ ଦେଶରେ ସବୁ ନାଗରିକମାନଙ୍କୁ ସମାନଭାବରେ ରାଜନୈତିକ ଅଧ୍ବକାର ଦିଆଯାଇ ନାହିଁ।

(୪) ପ୍ରାକୃତିକ ସମାନତା (Natural Equality) – ଫରାସୀ ମାନବିକ ଅଧୂକାରରେ କୁହାଯାଇଛି ଯେ ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ସମାନ ଏବଂ ସ୍ଵାଧୀନ । ବୈଜ୍ଞାନିକମାନଙ୍କ ମତରେ ପରିବେଷ୍ଟନୀର ଭିନ୍ନତାଦ୍ୱାରା ବ୍ୟକ୍ତିମାନଙ୍କ ଭିତରେ ପ୍ରକାରଭେଦ, ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ଵର ତାରତମ୍ୟ ଦେଖାଯାଏ। ଜନ୍ମରୁ ବ୍ୟକ୍ତି ସମସ୍ତଙ୍କ ସହ ସମାନ ହୋଇଥାଏ; କିନ୍ତୁ ସାମାଜିକ ଓ ପରିବେଷ୍ଟନୀଗତ ସୁବିଧା ଅସୁବିଧା ଯୋଗୁଁ ଭିନ୍ନ ସ୍ତରରେ ଲାଳିତପାଳିତ ହୋଇ ସେମାନଙ୍କ ଭିତରେ ତାରତମ୍ୟ ଦେଖାଯାଏ। ଧନୀକର ପିଲା ଶିକ୍ଷା-ଦୀକ୍ଷା ଓ ଅନ୍ୟାନ୍ୟ ସୁବିଧା ସବୁ ବେଶି ପାଇଥାଏ। ଗରିବର ପିଲା ଏସବୁରୁ ବଞ୍ଚିତ ହୁଏ। ଫଳରେ ଧନୀ, ଦରିଦ୍ର ପିଲାଙ୍କ ମଧ୍ୟରେ ଗୁଣ ଓ କାର୍ଯ୍ୟ କ୍ଷମତାର ବୈଷମ୍ୟ ଦେଖାଯାଏ।

ପଙ୍ଗୁମାନଙ୍କ ବ୍ୟତୀତ ଆଉ ସମସ୍ତଙ୍କ ମଜତି ସମାନଭାବରେ ଗଠନ କରିଛି । କେବଳ ସାମାଜିକ ବ୍ୟବସ୍ଥା ଏବଂ ମନୁଷ୍ୟ ତିଆରି ସୁବିଧା ଅସୁବିଧା ଯୋଗୁଁ ବ୍ୟକ୍ତି ବ୍ୟକ୍ତି ଭିତରେ ତାରତମ୍ୟ ଦେଖାଯାଏ। ଜାତି, ଶ୍ରେଣୀ, ଧର୍ମ, ଶିକ୍ଷାଗତ ତାରତମ୍ୟ ସବୁ ମଣିଷ ତିଆରି ରୋଗ। ଯକତି ଏସବ ତାରତମ୍ୟ ମାତୃଗର୍ଭରେ ସ୍ଥାପନ କରିନଥିଲା। ସେଥ‌ିପାଇଁ କୁହାଯାଏ ଯେ ପ୍ରାକୃତିକ ସମତା ସହିତ ଏବଂ ସାମାଜିକ ବ୍ୟବସ୍ଥା ଓ ସୁବିଧାକୁ ସମବଣ୍ଟନ ଜରିଆରେ ସମସ୍ତଙ୍କ ସୁବିଧା ପାଇଁ ବ୍ୟବହାର କରିବା ଦରକାର।

(୫) ଅର୍ଥନୈତିକ ସମାନତା (Economic Equality) – ରାଜନୈତିକ, ସାମାଜିକ, ବ୍ୟକ୍ତିଗତ ସମତା ବା ସ୍ଵାଧକାର ଅର୍ଥନୈତିକ ସମତା ବିନା ଅର୍ଥହୀନ ହୋଇପଡ଼େ। ସମାନ ଓ ଯୁକ୍ତିଯୁକ୍ତ ଅର୍ଥନୈତିକ ସଂପଦ ଓ ସୁବିଧାର ବଣ୍ଟନ ହେଉଛି ଅର୍ଥନୈତିକ ଅସମାନତା। ଅର୍ଥନୈତିକ ଅସମାନତା ଫଳରେ ବ୍ୟକ୍ତି ଅନ୍ୟ ଉପରେ ନିର୍ଭରଶୀଳ ହୁଏ ଓ ତାଙ୍କର ପ୍ରଭାବ, ଶୋଷଣ ଓ ଦାସତ୍ଵର ଶିକାର ହୋଇଥାଏ। ଲାସ୍କି ତାଙ୍କର ‘Grammar of Politics’ ପୁସ୍ତକରେ ଅର୍ଥନୈତିକ ସମାନତା ଉପରେ ଗୁରୁତ୍ଵ ଦେଇ ମତ ପ୍ରକାଶ କରିଛନ୍ତି ଯେ ଅର୍ଥନୈତିକ ସମାନତା ବିନା ରାଜନୈତିକ ସମାନତା ଅବାସ୍ତବ ।

ହୋଇପଡ଼େ । ଅର୍ଥନୈତିକ ସମାନତାର ଅର୍ଥ ନୁହେଁ ଯେ ସମସ୍ତେ ସମାନ ଆୟ ଓ ସମ୍ପରି ପାଇବେ। ଏହାର ପ୍ରକୃତ ଲକ୍ଷ୍ୟ ହେଉଛି, ପ୍ରତ୍ୟେକ ଲୋକଙ୍କୁ ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ ପାଇଁ ସମାନ ସୁଯୋଗ ପ୍ରଦାନ କରିବା। ଏହା ଅନ୍ୟାନ୍ୟ ସମାନତା ଏବଂ ରାଜନୈତିକ ସ୍ଵତନ୍ତ୍ରତାର ମୂଳପିଣ୍ଡ ଅଟେ ।

୨ । ସମାନତା (Equality) ଓ ସ୍ଵତନ୍ତ୍ରତା (Liberty) ମଧ୍ୟରେ ସଂପର୍କ ନିର୍ଣ୍ଣୟ କର ।
Answer:
ଉଭୟ ସ୍ଵତନ୍ତ୍ରତା ଓ ସମାନତା ଗଣତନ୍ତ୍ରର ଦୁଇଟି ପ୍ରାଥମିକ ତତ୍ତ୍ଵ। ଏହି ଦୁଇଟିର ପ୍ରାପ୍ତି ନିମିତ୍ତ ମଣିଷ ଅହରହ ସଂଗ୍ରାମ କରିଆସିଛି । ସ୍ଵତନ୍ତ୍ରତାକୁ ସମାନତାର ପରିବେଶ ମଧ୍ୟରେ ଉପଭୋଗ କରିବା ପ୍ରତ୍ୟେକ ବ୍ୟକ୍ତିର କାମ୍ୟ। କାରଣ ତାହାହିଁ ଜୀବନକୁ ପୂର୍ଣ୍ଣ ବିକଶିତ କରିପାରିବ। ଆଧୁନିକ ରାଷ୍ଟ୍ର ସମାନତା ଓ ସ୍ୱତନ୍ତ୍ରତା ଉଭୟକୁ ନାଗରିକକୁ ପ୍ରଦାନ କରି ବ୍ୟକ୍ତିତ୍ଵ ବିକାଶର ସମ୍ଭାବନା ପ୍ରଦାନ କରିଥାଏ ।
ସ୍ଵତନ୍ତ୍ରତା ବ୍ୟକ୍ତିର ବିକାଶ ପାଇଁ ସମସ୍ତ ସୁଯୋଗର ଉପସ୍ଥିତିକୁ ବୁଝାଇଥାଏ।

ଏହା ରାଷ୍ଟ୍ରୀୟ ଆଇନଦ୍ଵାରା ପ୍ରଦତ୍ତ ଓ ସୁରକ୍ଷିତ ହୋଇଥାଏ। ଏହା ବାସ୍ତବ କ୍ଷେତ୍ରରେ ସଂପୂର୍ଣ୍ଣ ରାଷ୍ଟ୍ରୀୟ ନିୟନ୍ତ୍ରଣରୁ ମୁକ୍ତ ନହୋଇ ଅର୍ଥାତ୍ ନାସ୍ତିସୂଚକ ପ୍ରକୃତି ବହନ ନ କରି ଅସ୍ତିସୂଚକ ସ୍ଵତନ୍ତ୍ରତାର ରୂପନେଇ ବ୍ୟକ୍ତିକୁ ସାମାଜିକ ପରିବେଶ ମଧ୍ୟରେ ବ୍ୟକ୍ତିତ୍ଵ ବିକାଶର ସୁଯୋଗ ଦେଇଥାଏ। ଅନ୍ୟ ଅର୍ଥରେ ସମାନତାର ଅର୍ଥ ନୁହେଁ ଜନ୍ମରୁ ପ୍ରତ୍ୟେକ ବ୍ୟକ୍ତି ସମାନ; ବରଂ ଅସ୍ତିସୂଚକ ଅର୍ଥରେ ସମାନତାର ଅର୍ଥ ପ୍ରତ୍ୟେକଙ୍କ ପାଇଁ ସମାନ ସୁବିଧା ସୁଯୋଗର ସ୍ଥିତି ଓ ନାସ୍ତିସୂଚକ ଅର୍ଥରେ କୌଣସି ବ୍ୟକ୍ତି ପାଇଁ କୌଣସି ସ୍ଵତନ୍ତ୍ର କରିଥାଏ ।

ସମାନତା ଓ ସ୍ଵତନ୍ତ୍ରତା ମଧ୍ୟରେ ସମ୍ପର୍କ (Relationship between Equality and Liberty) – ସମାନତା ଓ ସାମ୍ୟ ମଧ୍ଯରେ ବାସ୍ତବ ସମ୍ପର୍କ ନିର୍ଦ୍ଧାରଣ ସମୟରେ ରାଜନୈତିକ ଦାର୍ଶନିକମାନେ ବିରୋଧୀ ମତପୋଷଣ କରନ୍ତି। ଗୋଟିଏ ମତବାଦକୁ ସମର୍ଥନ କରୁଥିବା ଗୋଷ୍ଠୀ ମତରେ, ସମାନତା ଓ ସ୍ୱତନ୍ତ୍ରତା ପରସ୍ପର ବିରୋଧୀ ଅଟନ୍ତି । ଅପରପକ୍ଷରେ ଅନ୍ୟ ଏକ ଗୋଷ୍ଠୀ ଦୃଢ଼ ଯୁକ୍ତି ବାଢ଼ିଥା’ନ୍ତି ଯେ ଉଭୟ ପରସ୍ପରର ପରିପୂରକ ଅଟନ୍ତି ।

CHSE Odisha Class 11 Political Science Solutions Chapter 5 ସମାନତା

(କ) ସମାନତା ଓ ସ୍ବତନ୍ତ୍ରତା ପରସ୍ପର ବିରୋଧୀ – ଡି.ଟକେଭେଲି ଓ ଲର୍ଡ଼ ଆକ୍‌ଟନ୍‌ଙ୍କ ପରି ଦାର୍ଶନିକଙ୍କ ମତରେ, ସମାନତା ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ। ଆକ୍‌ଟନ୍‌ଙ୍କ ମତରେ, “ସମାନତା ପ୍ରତି କ୍ଷୁଧା ବା ଆଗ୍ରହ ସ୍ଵତନ୍ତ୍ରତାର ଆକାଙ୍‌କ୍ଷାକୁ ବୃଥା କରିଦେଇଛି।” ସ୍ଵତନ୍ତ୍ରତା ପ୍ରତି ଅଭିଳାଷ ଏକ ପ୍ରାକୃତିକ ପ୍ରକ୍ରିୟା ଅଟେ ଏବଂ ବ୍ୟକ୍ତି-ବ୍ୟକ୍ତି ମଧ୍ୟରେ ଅସମାନତା ମଧ୍ୟ ସେହିପରି ପ୍ରାକୃତିକ ଅଟେ । ଏଣୁ ପ୍ରକୃତିତଃ ଉଭୟ ସମାନତା ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ ଅଟନ୍ତି । ସେମାନଙ୍କ ମତରେ, ସ୍ଵତନ୍ତ୍ରତା କୌଣସି ନିୟନ୍ତ୍ରଣର ଉପସ୍ଥିତିକୁ ସହ୍ୟ କରି ପାରୁନଥିବାବେଳେ, ସମାନତା କେବଳ ନିୟନ୍ତ୍ରିତ ପରିବେଶରେ ହିଁ ପ୍ରଦାନ କରାଯାଇପାରେ ।

ଏଣୁ ଉଭୟର ସହାବସ୍ଥାନ ସମ୍ଭବ ନୁହେଁ । ସମାନତାର ପରିବେଶ ନିଶ୍ଚିତଭାବରେ କେତେକ ବ୍ୟକ୍ତିଙ୍କର ସ୍ଵତନ୍ତ୍ରତାକୁ ସଙ୍କୁଚିତ କରିବ ଓ ସେମାନଙ୍କର ବ୍ୟକ୍ତିତ୍ଵ ବିକାଶ ପ୍ରକ୍ରିୟା ନିଶ୍ଚିତଭାବରେ ବାଧାପ୍ରାପ୍ତ ହେବ। ରାଷ୍ଟ୍ରର କ୍ଷମତା ପରିସର ବୃଦ୍ଧି ହେଲେ ସମାନତାର ପରିବେଶ ସୃଷ୍ଟି କରାଯାଇପାରିବ; କିନ୍ତୁ ଅତ୍ୟଧ୍ବକ ରାଷ୍ଟ୍ରୀୟ କ୍ଷମତା ବ୍ୟକ୍ତିସ୍ଵତନ୍ତ୍ରତାର ବିରୋଧୀ ଅଟେ। ବର୍ତ୍ତମାନ ପରୋକ୍ଷ ବା ସର୍ବୋତ୍କୃଷ୍ଟ ତତ୍ତ୍ଵ (Elite Theory)ର ଗୁରୁତ୍ଵ ବୃଦ୍ଧି ପାଇଛି ଯାହା ପ୍ରତ୍ୟେକ ସ୍ତରରେ ନେତୃତ୍ବକୁ ଅପରିହାର୍ଯ୍ୟ ବୋଲି ଗ୍ରହଣ କରିଛି କିନ୍ତୁ ଏହା ସମାନତାର ପରିପନ୍ଥୀ ଅଟେ। ସମାନତା ଏକ ଅସ୍ତିସୂଚକ ରାଷ୍ଟ୍ର (Positive State) ଚାହୁଁଥିବାବେଳେ ସ୍ଵତନ୍ତ୍ରତା ନାସ୍ତିସୂଚକ ରାଷ୍ଟ୍ର (Negative State) ପାଇଁ ଯୁକ୍ତି ଉପସ୍ଥାପନ କରିଥାଏ।

(ଖ) ସମାନତା ଓ ସ୍ଵତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି, ବିରୋଧୀ ନୁହଁନ୍ତି – ହ୍ୟୁମ, ଗଡ୍‌ନ, ରୁଷୋ, ପୋଲାର୍ଡ଼, ବାର୍କର, ଲାସ୍କି ଇତ୍ୟାଦି ଦାର୍ଶନିକମାନେ ଏହି ମତବାଦକୁ ସମର୍ଥନ କରନ୍ତି ଯେ, ସମାନତା ଓ ସ୍ୱତନ୍ତ୍ରତା ପରସ୍ପରର ବିରୋଧୀ ନୁହଁନ୍ତି, ବରଂ ପରସ୍ପରର ପରିପୂରକ ଅଟନ୍ତି । ଯେଉଁମାନେ ସମାନତା ଓ ସ୍ଵତନ୍ତ୍ରତା ପରସ୍କରର ବିରୋଧୀ ବୋଲି ମତ ଦିଅନ୍ତି ସେମାନେ ଉଭୟ ଶବ୍ଦର ତ୍ରୁଟିପୂର୍ଣ୍ଣ ସଂଜ୍ଞା ନିରୂପଣ କରିଥା’ନ୍ତି। ସେମାନଙ୍କ ମତରେ, ସ୍ଵତନ୍ତ୍ରତାର ଅର୍ଥ ଅପ୍ରତିହତ, ନିରଙ୍କୁଶ, ନିୟନ୍ତ୍ରଣବିହୀନ ସ୍ଵତନ୍ତ୍ରତା ଏବଂ ସମାନତାର ଅର୍ଥ ପ୍ରତ୍ୟେକ ବ୍ୟକ୍ତି ଜନ୍ମରୁ ସମାନ ଅଟନ୍ତି; କିନ୍ତୁ ବାସ୍ତବ ଅର୍ଥରେ ରାଷ୍ଟ୍ରର ବିନା ଆଇନଗତ ନିୟନ୍ତ୍ରଣରେ ସ୍ଵତନ୍ତ୍ରତା ପ୍ରଦାନ କରାଯିବା କିମ୍ବା ସୁରକ୍ଷିତ ହେବା ସମ୍ଭବପର ନୁହେଁ ।

ସମାନତାର ପ୍ରକୃତ ଅର୍ଥ ସମାନ ପରିସ୍ଥିତିରେ ସମାନ ସୁଯୋଗ ଉପଭୋଗ ଏବଂ ସମାନତା ସ୍ଵତନ୍ତ୍ରତାକୁ ସାର୍ବଜନୀନ ଆବଶ୍ୟକ ଅଟେ”। ସମାନତା ବିନା ଗଣତନ୍ତ୍ରର ସଫଳତା ସମ୍ଭବ ନୁହେଁ ଏବଂ ଗଣତନ୍ତ୍ର ବିନା ସ୍ଵତନ୍ତ୍ରତାକୁ ଉପଭୋଗ ଦେଇଛନ୍ତି, “ରାଜନୈତିକ ସମାନତା ବାସ୍ତବତାର ସ୍ଵରୂପ ବହନ କରିବାପାଇଁ ଅର୍ଥନୈତିକ ସମାନତାର ସମର୍ଥନ ପ୍ରାପ୍ତ ହେବା ଆବଶ୍ୟକ”। ପୋଲାର୍ଡ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ “ସ୍ଵତନ୍ତ୍ରତା ରୂପକ ସମସ୍ୟାର କେବଳ ଗୋଟିଏ ସମାଧାନର ପନ୍ଥା ରହିଛି। ତାହା ହେଉଛି ଏହାକୁ ସମାନତା ମଧ୍ୟରେ ସ୍ଥାପିତ କରିବା”।

ମାର୍କସ୍ଵାଦୀମାନେ ଏହି ମତବାଦକୁ ସମର୍ଥନ କରିଥା’ନ୍ତି। ସେମାନଙ୍କ ମତରେ, ସମାନତାର ମୂଳଭିତ୍ତି ଉପରେ ପ୍ରତିଷ୍ଠିତ ହୋଇନଥୁବା ସ୍ଵତନ୍ତ୍ରତା ମୂଲ୍ୟହୀନ ଅଟେ ଏବଂ ଏହି ଦୁଇଟିର ସହାବସ୍ଥାନ ସମ୍ଭବ ହୋଇନଥିବା ରାଷ୍ଟ୍ରର ବିଲୋପସାଧନ ପାଇଁ ସାମ୍ୟବାଦୀମାନେ କରିଥାଏ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ସମାନତା ଓ ସ୍ୱତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି। ଉଭୟଙ୍କର ଲକ୍ଷ୍ୟ ସମାନ ଅର୍ଥାତ୍ ବ୍ୟକ୍ତିର ବ୍ୟକ୍ତିତ୍ଵର ଚରମ ପରିପ୍ରକାଶ। ସମାନତା ହିଁ ସ୍ଵତନ୍ତ୍ରତା ପାଇଁ ପ୍ରଥମ ସର୍ଭ । ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଉଭୟ ଆଇନଗତ ଓ ରାଜନୈତିକ ସ୍ଵତନ୍ତ୍ରତା ଉପଭୋଗ କରୁଥିବା ସାଧାରଣ ବ୍ୟକ୍ତିବିଶେଷହିଁ ଅସ୍ତିସୂଚକ ରାଷ୍ଟ୍ରୀୟ କାର୍ଯ୍ୟ ମାଧ୍ୟମରେ ଅସମାନତା ଦୂରୀକରଣ ପାଇଁ ଯଥାର୍ଥ ଦାବି ଉପସ୍ଥାପନ କରିଥା’ନ୍ତି। ବାର୍କରଙ୍କ ମତରେ, “ଉଭୟ ସମାନତା ଓ ସ୍ଵତନ୍ତ୍ରତା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକ ହେଲେ ମଧ୍ୟ ସ୍ଵତନ୍ତ୍ରତାର ଗୁରୁତ୍ଵ ଅଧୂକ। ଉଭୟ, ସମାଜର ଦୃଢ଼ତା ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିଥା’ନ୍ତି ।

ଉଭୟଙ୍କ ମଧ୍ୟରେ ଥିବା ଆନ୍ତଃସମ୍ପର୍କକୁ ବିଚାରକୁ ନେଇ କୁହାଯାଇପାରେ ଯେ ଉଭୟ ପରସ୍ପରଠାରୁ ବିଚ୍ଛିନ୍ନ ହେଲେ ସାମାଜିକ ଦ୍ଵନ୍ଦ୍ବ ଓ ବିଭାଜନ ସୃଷ୍ଟି କରିଥା’ନ୍ତି।” ପ୍ରଫେସର ଆଶୀର୍ବାଦମୂଙ୍କ ମତରେ, “ଫରାସୀ ରାଷ୍ଟ୍ରବିପ୍ଳବୀମାନେ ମୁକ୍ତି, ସମାନତା ଓ ମୈତ୍ରୀର ନଗ୍ନ ଉଦ୍‌ଘୋଷଣା କରୁଥିବାବେଳେ ପାଗଳ କିମ୍ବା ମୂର୍ଖ ନଥିଲେ।”

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

Odisha State Board CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ Questions and Answers.

CHSE Odisha 11th Class Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. କେଉଁ ବିକାଶ -ଧାରା ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ ?
(i) ଆର୍ଥକ ବିକାଶ
(ii) ଶିଳ୍ପ ବିକାଶ
(iii) ଧାରଣୀୟ ବିକାଶ
(iv) ସାମାଜିକ ବିକାଶ
Answer:
(iii) ଧାରଣୀୟ ବିକାଶ

2. କେଉଁ ବିକାଶଧାରା ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ ?
(i) ଶିଳ୍ପ ବିକାଶ
(ii) ଭୌତିକ ବିକାଶ
(iii) ମାନବ ବିକାଶ
(iv) ଧାରଣୀୟ ବିକାଶ
Answer:
(iv) ଧାରଣୀୟ ବିକାଶ

3. ଏଥୁମଧ୍ୟରୁ କେଉଁଟି ଧାରଣୀୟ ବିକାଶର ଲକ୍ଷ୍ୟ ପୂରଣରେ ସହାୟକ ହୋଇଥାଏ ?
(i) ସମ୍ବଳର ଦକ୍ଷ ପ୍ରୟୋଗ
(ii) ଦୁର୍ଲଭ ସମ୍ବଳର ବ୍ୟବହାର
(iii) ନବୀକରଣ ହୋଇପାରୁ ନଥିବା ସମ୍ବଳର ଉପଯୋଗ
(iv) ପରିବେଶ ପ୍ରତିକୂଳ ପ୍ରଯୁକ୍ତି କୌଶଳର ପ୍ରୟୋଗ
Answer:
(i) ସମ୍ବଳର ଦକ୍ଷ ପ୍ରୟୋଗ

4. ଯେଉଁ ଉନ୍ନୟନ ପ୍ରକ୍ରିୟା ସମାଜର ସମୁଦାୟ ପୁଞ୍ଜି ପରିସମ୍ପଭିର ପରିମାଣ ସ୍ଥିର ରଖୁବାରେ ଅଥବା ବୃଦ୍ଧି କରିବାରେ ସମର୍ଥହୁଏ, ତାହାକୁ କ’ଣ କୁହାଯାଏ ?
(i) ଆର୍ଥନୀତିକ ଅଭିବୃଦ୍ଧି
(ii) ଆର୍ଥନୀତିକ ବିକାଶ
(iii) ବିକାଶ ବିହୀନ ଅଭିବୃଦ୍ଧି
(iv) ଧାରଣୀୟ ବିକାଶ
Answer:
(iv) ଧାରଣୀୟ ବିକାଶ

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

5. ନିମ୍ନୋକ୍ତ କେଉଁଟି ଧାରଣୀୟ ବିକାଶର ଲକ୍ଷ୍ୟ ?
(i) ଜୀବନ ଧାରଣମାନର ଧାରାବାହିକ ଅଭିବୃଦ୍ଧି
(ii) ପୀଢ଼ି-ପୀଢ଼ି ମଧ୍ୟରେ ସମତା ରକ୍ଷା
(iii) ଉତ୍ତମ ପର୍ଯ୍ୟାବରଣ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

6. ଧାରଣୀୟ ବିକାଶ ନିମ୍ନୋକ୍ତ କାହାର ଏକ ସମନ୍ଵୟ ?
(i) ଅର୍ଥନୈତିକ ବିକାଶ ଓ ରଜନୈତିକ ବିକାଶ
(ii) ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷା
(iii) ଅର୍ଥନୈତିକ ବିକାଶ ଓ ସାଂସ୍କୃତିକ ବିକାଶ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ଅର୍ଥନୈତିକ ବିକାଶ ଓ ପରିବେଶ ସୁରକ୍ଷା

7. 2001 ମସିହାରେ ପ୍ରଣୀତ ହୋଇଥିବା ଧାରଣୀୟ ବିକାଶ ସୂଚକରେ କେତୋଟି ମୁଳ ବିଷୟ ରହିଛି ?
(i) 16ଟି
(ii) 17ଟି
(iii) 15ଟି
(iv) 20ଟି
Answer:
(iii) 15ଟି

8. ନିମ୍ନଲିଖ୍ କେଉଁଟି ବିଶ୍ଵତାପାୟନର ପ୍ରଭାବ ?
(i) ଉଷ୍ନପ୍ରବାହ
(ii) ଚରମ ପାଣିପାଗ
(iii) ଅତ୍ୟଧ୍ବକ ବର୍ଷା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

9. ବିଶ୍ଵତାପାୟନର ଅନ୍ୟନାମ କ’ଣ ?
(i) ଜଳବାୟୁ ପ୍ରଭାବ
(ii) ସବୁଜ କୋଠରୀ ପ୍ରଭାବ
(iii) ସୂର୍ଯ୍ୟଙ୍କ ପ୍ରଭାବ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

10. କିଏ ଧାରଣୀୟ ବିକାଶ ନିମନ୍ତେ ଏକ ଚିଠାପ୍ରସ୍ତୁତ କରିଥିଲେ ?
(i) ପ୍ରଫେସର କଲବର୍ଣ୍ଣ
(ii) ପ୍ରଫେସର ହଟ୍ରେ
(iii) ଲର୍ଡ଼କେନ୍‌ସ୍‌
(iv) ବ୍ରଣ୍ଡଟଲାଣ୍ଡ
Answer:
(iv) ବ୍ରଣ୍ଡଟଲାଣ୍ଡ

B. ଶୂନ୍ୟସ୍ଥାନ ପୂରଣ କର :

1. ଆର୍ଥନୀତିକ ଅଭିବୃଦ୍ଧି ସହିତ ________________________ ର ସଂରକ୍ଷଣ ହୋଇପାରିଲେ ହିଁ ପ୍ରକୃତ ଅଭିବୃଦ୍ଧି ସମ୍ଭବ ।
Answer:
ପର୍ଯ୍ୟାବରଣ

2. ବିକାଶର ଧାରାକୁ ବଳବତ୍ତର ରଖୁବା ____________________ ର ଲକ୍ଷ୍ୟ ।
Answer:
ଧାରଣୀୟ ବିକାଶ

3. ଧାରଣୀୟ ବିକାଶ ଉଭୟ ____________________ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଥାଏ ।
Answer:
ପରିବେଶ

4. ପରିବେଶ ସୁରକ୍ଷା ଓ ଅର୍ଥନୈତିକ ବିକାଶ ପରସ୍ପର _____________________ ସାପେକ୍ଷ ।
Answer:
ବିନିମୟ

5. 2012 ମସିହାରେ ଦକ୍ଷିଣ ଆଫ୍ରିକାର ______________________ ରେ ହୋଇଥିବା ଧାରଣୀୟ ବିକାଶ ସମ୍ବନ୍ଧୀୟ ବିଶ୍ଵ ଶିଖର ସମ୍ମିଳନୀରେ ସମସ୍ତ ରାଷ୍ଟ୍ର ଧାରଣୀୟ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
Answer:
ଜୋହନସବର୍ଗ

6. ଧାରଣୀୟ ବିକାଶ ଅର୍ଥନୈତିକ, ସାମାଜିକ, ଆନୁଷ୍ଠାନିକ ଓ ପରିବେଶ ସମ୍ବନ୍ଧୀୟ ବିକାଶର ଏକ _____________________ ।
Answer:
ସମନ୍ଵୟ

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

7. ଧାରଣୀୟ ବିକାଶ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶର ଏକ _______________________ ।
Answer:
ପ୍ରତିଫଳନ

8. ଧାରଣୀୟ ବିକାଶ ________________________ ଟି ମୂଳ ବିଷୟ ଓ 36ଟି ଉପବିଷୟ ମଧ୍ୟରେ ସୀମିତ ।
Answer:
15ଟି

9. ଆମ ଚାରିପାଖରେ ଥ‌ିବା ଜୀବ ଜଗତ, ଉଭିଦ ଜଗତ, ଜଳ, ବାୟୁ, ଆକାଶ ଇତ୍ୟାଦିର ସମଷ୍ଟିକୁ _____________________ କୁହାଯାଏ ?
Answer:
ପରିବେଶ

10. ଅର୍ଥନୈତିକ ଅଭିବୃଦ୍ଧି ସହିତ __________________ ର ଅବକ୍ଷୟ ସମଗ୍ର ବିଶ୍ବ ନିମନ୍ତେ ଏକ ପ୍ରମୁଖ ସମସ୍ୟା ରୂପେ ଠିଆ ହୋଇଛି ।
Answer:
ପରିବେଶ

11. ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥ‌ିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ______________________ ।
Answer:
ବିଶ୍ଵତାପାୟନ

12. ବୈଜ୍ଞାନିକମାନଙ୍କ ମତରେ ବିଶ୍ବ ତାପମାତ୍ରା ବୃଦ୍ଧିର ________________ ଶତାଂଶ ମନୁଷ୍ୟ କୃତ ।
Answer:
90

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଧାରଣୀୟ ବିକାଶ କ’ଣ ?
Answer:
ଭବିଷ୍ୟତ ପୀଢ଼ିର ସ୍ଵାର୍ଥ ଜଳାଞ୍ଜଳି ନ ଦେଇ ବର୍ତ୍ତମାନ ପୀଢ଼ିପାଇଁ ଉନ୍ନତ ଜୀବନଧାରଣର ସୁଯୋଗ ସୃଷ୍ଟିକୁ ଧାରଣୀୟ ବିକାଶ କୁହାଯାଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

2. ଧାରଣୀୟ ବିକାଶର ଦୁଇଟି ଲକ୍ଷ୍ୟ ଲେଖ ।
Answer:
ଧାରଣୀୟ ବିକାଶର ଦୁଇଟି ଲକ୍ଷ୍ୟ ହେଲା –
(i) ଜନସାଧାରଣଙ୍କ ଜୀବନ ଧାରଣମାନଙ୍କର ଧାରାବାହିକ ଅଭିବୃଦ୍ଧି,
(ii) ପରିବେଶ ସୁରକ୍ଷିତ ରଖୁଥିବା, ପ୍ରାବିଧ୍ଵ ଜ୍ଞାନ କୌଶଳର ଉପଯୋଗ ।

3. 1992 ମସିହାରେ ରିଓ ଡ଼ି ଜେନେଇରୋରେ ଅର୍ଥନୈତିକ ବିକାଶ ଓ ପର୍ଯ୍ୟାବରଣ ସମ୍ଭନ୍ଧରେ କେତୋଟି ପ୍ରସ୍ତାବ ନିଆଯାଇଥିଲା ?
Answer:
1992 ମସିହାରେ ରିଓ ଡ଼ି ଜେନେଇରୋରେ ଅର୍ଥନୈତିକ ବିକାଶ ଓ ପର୍ଯ୍ୟାବରଣ ସମ୍ଭନ୍ଧରେ 21ଟି ପ୍ରସ୍ତାବ ନିଆଯାଇଥିଲା ।

4. ପ୍ରତ୍ୟେକ ବର୍ଷ ଜୁନ୍ 5 ତାରିଖକୁ କେଉଁ ଦିବସ ରୂପେ ପାଳନ କରାଯାଏ ? 5
Answer:
ଜୁନ୍ 5 ତାରିଖକୁ ବିଶ୍ଵ ପରିବେଶ ଦିବସ ରୂପେ ପାଳନ କରାଯାଇ ଆସୁଅଛି ।

5. ବିଶ୍ଵତାପାୟନ କୁହାକୁ କହନ୍ତି ?
Answer:
ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥ‌ିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ବିଶ୍ଵତାପାୟନ । ବିଶ୍ଵତାପାୟନର ଦୁଇଟି ପ୍ରଭାବ ଲେଖ ।

6 ବିଶ୍ଵତାପାୟନର ଦୁଇଟି ପ୍ରଭାବ ଲେଖ ।
Answer:
ବିଶ୍ବ ତାପାୟନର ଦୁଇଟି ପ୍ରଭାବ ହେଲା –
(i) ସମୁଦ୍ର ପତ୍ତନର ବୃଦ୍ଧି
(ii) ଚରମ ପାଣିପାଗ ।

7. ବିଶ୍ଵତାପାୟନ ହ୍ରାସପାଇଁ କେଉଁ କେଉଁ ଲକ୍ଷ୍ୟ ସାଧନ କରିବାକୁ ହେବ ?
Answer:
ବିଶ୍ବ ତାପାୟନ ହ୍ରାସପାଇଁ ଦୁଇଟି ଲକ୍ଷ୍ୟ ସାଧନ କରିବାକୁ ହେବ, ସେଗୁଡ଼ିକ ହେଲା –
(i) ବାଷ୍ପ ନିର୍ଗତମ ହ୍ରାସ କରିବା,
(ii) ତାପମାତ୍ରା ବୃଦ୍ଧିର ପରିମାଣ 2 ଡିଗ୍ରୀ ମଧ୍ୟରେ ସୀମିତ ରଖୁବା ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

8. ଶିଳ୍ପର ବିକାଶଦ୍ଵାରା ପରିବେଶ କିପରି ପ୍ରଭାବିତ ହେଉଛି ?
Answer:
ଶିଳ୍ପର ବିକାଶଦ୍ୱାରା ବାୟୁ ପ୍ରଦୂଷିତ ହେଲାବେଳେ, ସେଥୁରୁ ନିର୍ଗତ ହେଉଥ‌ିବା ବର୍ଯ୍ୟବସ୍ତୁ ଜଳ ପ୍ରଦୂଷିତ ହେଉଛି ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥିବା କ୍ରମାଗତ ହାରାହାରି ଉତ୍ତାପ ହ୍ରାସ ହିଁ ବିଶ୍ଵତାପାୟନ ।
Answer:
ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ବିଶ୍ଵତାପାୟନ ।

2. ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟବରଣର ସୁରକ୍ଷା ଅର୍ଥନୈତିକ ବିକାଶକୁ ବୁଝାଏ ।
Answer:
ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟବରଣର ସୁରକ୍ଷା ଧାରଶୀୟ ବିକାଶକୁ ବୁଝାଏ ।

3. ଧାରଣୀୟ ବିକାଶର ସୂଚକରେ 15ଟି ମୁଳବିଷୟ ଓ 40ଟି ଉପବିଶୟ ରହିଛି ।
Answer:
ଧାରଣୀୟ ବିକାଶର ସୂଚକରେ 15ଟି ମୁଳବିଷୟ ଓ 36ଟି ଉପବିଶୟ ରହିଛି ।

4. ବିଶ୍ଵତାପାୟନକୁ ସବୁଜ କୋଠରୀ ପ୍ରଭାବ ମଧ୍ୟ କୁହାଯାଏ ।
Answer:
ଠିକ୍

5. ବିଶ୍ଵତାପାୟନ ହ୍ରାସ କରିବାପାଇଁ ତାପମାତ୍ରା ବୃଦ୍ଧିର ପରିମାଣ 3 ଡିଗ୍ରୀ ମଧ୍ୟରେ ସୀମିତ ରଖୁ ଆବଶ୍ୟକ ।
Answer:
ବିଶ୍ଵତାପାୟନ ହ୍ରାସ କରିବାପାଇଁ ତାପମାତ୍ରା ବୃଦ୍ଧିର ପରିମାଣ 2 ଡିଗ୍ରୀ ମଧ୍ୟରେ ସୀମିତ ରଖ୍ ଆବଶ୍ୟକ ।

6. ଆର୍ଥିକ ବିକାଶ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ
Answer:
ଧାରଣୀୟ ବିକାଶ ପରିବେଶ ସୁରକ୍ଷା ଉପରେ ଧ୍ୟାନ ଦେଇଥାଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଧାରଣୀୟ ବିକାଶର ଲକ୍ଷ୍ୟ କ’ଣ ?
Answer:
ଭବିଷ୍ୟତ ପୀଢ଼ିର ସ୍ଵାର୍ଥ ଜଳାଞ୍ଜଳି ନ ଦେଇ ବର୍ତ୍ତମାନ ପୀଢ଼ିପାଇଁ ଉନ୍ନତ ଜୀବନଧାରଣର ସୁଯୋଗ ସୃଷ୍ଟିକୁ ଧାରଈୟ ବିକାଶ କୁହାଯାଏ । ଏହି ବିକାଶ ପରିବେଶ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥାଏ । ଏହି ବିକାଶର ଲକ୍ଷ୍ୟଗୁଡ଼ିକ ହେଲା –

  • ଜନସାଧାରଣଙ୍କ ଜୀବନଧାରଣମାନର ଧାରାବାହିକ ଅଭିବୃଦ୍ଧି,
  • ପୀଢ଼ି-ପୀଢ଼ି ମଧ୍ୟରେ ସମତା ରକ୍ଷା,
  • ପରିବେଶ ସୁରକ୍ଷିତ ରଖୁଥିବା,
  • ପ୍ରାବିଧ୍ଵ ଜ୍ଞାନ କୌଶଳର ଉପଯୋଗ,
  • ଉତ୍ତମ ପର୍ଯ୍ୟାବରଣ ପାଇଁ ସଚେତନତା ସୃଷ୍ଟି,
  • ଯୋଜନା ସହିତ ପରିବେଶ ବିଜ୍ଞାନର ସମନ୍ୱୟ ।

ଧାରଣୀୟ ବିକାଶ ଉଭୟ ପରିବେଶ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଗୁରୁତ୍ଵ ଦେଇଥାଏ । କିନ୍ତୁ ଏହି ଦୁଇ ଲକ୍ଷ୍ୟ ପରସ୍ପର ବିରୋଧୀ ।

2. କୃଷିର ବିକାଶଦ୍ୱାରା ପରିବେଶ କିପରି ପ୍ରଭାବତ ହୁଏ ?
Answer:
ଖାଦ୍ୟ ନିରାପତ୍ତା ବିନା ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ । କୃଷିର ବିକାଶ କ୍ଷେତ୍ରରେ କୃଷିପାଇଁ ଉଦ୍ଦିଷ୍ଟ ଜମିର ପରିମାଣ ହ୍ରାସ ଏକ ଅନ୍ତରାୟ । ତେଣୁ କମ୍ ଜମିରେ ଅଧିକ ଉତ୍ପାଦନପାଇଁ ଆଧୁନିକ କୃଷି ପ୍ରଣାଳୀ ଅବଲମ୍ବନ କରାଯାଉଛି । ଏଭଳି ପ୍ରଣାଳୀକୁ ସଘନ କୃଷି ଉତ୍ପାଦନ ପ୍ରଣାଳୀ କୁହାଯାଏ ।

ଏହି ପ୍ରଣାଳୀ ପରିବେଶ ଉପରେ କୁପ୍ରଭାବ ପକାଉଛି । ରାସାୟନିକ ସାର, ପୋକମରା ଔଷଧ, ଅଧୂକ ଅମଳକ୍ଷମ ବିହନ ଇତ୍ୟାଦିର ବ୍ୟବହାର ପରିବେଶ ସନ୍ତୁଳନ ନଷ୍ଟ କରୁଛି । ବାୟୁ ପ୍ରଦୂଷଣ, ଜଳ ପ୍ରଦୁଷଣ, ମୃତ୍ତିକାର ଉର୍ବରତା ହ୍ରାସ, ଭୂମିର ଜଳସ୍ତର ହ୍ରାସ ଇତ୍ୟାଦି ଆଧୁନିକ ପ୍ରଣାଳୀରେ ହେଉଥ‌ିବା କୃଷି ବିକାଶ ପ୍ରକ୍ରିୟାର କୁପ୍ରଭାବ ।

3. ଜଙ୍ଗଲ ଅବକ୍ଷୟ କିପରି ପରିବେଶ ନଷ୍ଟ କରୁଛି ?
Answer:
ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଭୂମିକା ଗୁରୁତ୍ବପୂର୍ଣ । ଏହା ଅନେକ ଲୋକଙ୍କପାଇଁ ଜୀବନଧାରଣର ଏକ ମାଧ୍ୟମ ତଥା ମୂଲ୍ୟବାନ ବୃକ୍ଷଲତା ଏବଂ ଜୀବଜନ୍ତୁଙ୍କର ରହିବା ସ୍ଥାନ ଜଙ୍ଗଲ ଜଳବାୟୁକୁ ନିୟନ୍ତ୍ରଣ କରିଥାଏ ଏବଂ ପରିବେଶର ସନ୍ତୁଳନ କ୍ଷେତ୍ରରେ ସହାୟତା ସୃଷ୍ଟିକରେ ।

କିନ୍ତୁ ଆଜି ବିକାଶ ନିମନ୍ତେ ଜଙ୍ଗଲର ଅବକ୍ଷୟ ଏକ ସାଧାରଣ ଘଟଣା ସମଗ୍ର ପୃଥ‌ିବୀରେ ଶିଳ୍ପର ବିକାଶ, କୃଷିର ବିକାଶ, ସହରୀକରଣ ଇତ୍ୟାଦି ଜଙ୍ଗଲ ଅବକ୍ଷୟର କାରଣ । ଜଙ୍ଗଲ ଅବକ୍ଷୟ ଫଳରେ ପାଣିପାଗରେ ଅନେକ ପରିବର୍ତ୍ତନ ଘଟୁଛି । ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ମାତ୍ରା ବୃଦ୍ଧିପାଉଛି ଏବଂ ବିଶ୍ବର ତାପମାତ୍ରା ବୃଦ୍ଧି ଘଟୁଛି ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

4. ବିଶ୍ଵତାପାୟନ କ’ଣ ?
Answer:
ପୃଥ‌ିବୀର ବାୟୁମଣ୍ଡଳ ଓ ମହାସାଗରରେ ହେଉଥ‌ିବା କ୍ରମାଗତ ହାରାହାରି ଉତ୍ତାପ ବୃଦ୍ଧି ହିଁ ବିଶ୍ଵତାପାୟନ । ଗତ 100 ବର୍ଷ ମଧ୍ୟରେ ପୃଥ‌ିବୀର ତାପମାତ୍ରା ୫ ଡିଗ୍ରୀ ସେ ଣ୍ଟିଗ୍ରେଡ୍ ବୃଦ୍ଧି ପାଇଛି । ଏହି ବୃଦ୍ଧିର 66 ଶତାଂଶ ଗତ 30 ବର୍ଷ ମଧ୍ୟରେ ସଙ୍ଗଠିତ ହୋଇ ଏକ ଭୟର ବାତାବରଣ ସୃଷ୍ଟି କରିଛି ।

ଯଦି ଏହି ତାପମାତ୍ରା ବୃଦ୍ଧି ଲାଗିରହେ, ତେବେ ଆସନ୍ତା ଦୁଇଶହ ବର୍ଷ ମଧ୍ୟରେ ପୃଥ‌ିବୀ ବକ୍ଷରୁ ସମସ୍ତ ଜୀବ ଜଗତ ଲୋପ ପାଇଯିବେ । ବୈଜ୍ଞାନିକମାନଙ୍କ ମତରେ ବିଶ୍ଵ ତାପମାତ୍ରା ବୃଦ୍ଧିର ୨୦ ଶତାଂଶ ମନୁଷ୍ୟ କୃତ । ଜଙ୍ଗଲ ଅବକ୍ଷୟ ଓ ପ୍ରାକୃତିକ ଇନ୍ଧନ ଯଥା କୋଇଲା, ପେଟ୍ରୋଲିୟମ ଇତ୍ୟାଦିର ଅତ୍ୟଧ୍ଵ ଦହନ ଏହାର ମୁଖ୍ୟ କାରଣ ।

5. ଶକ୍ତି ଉତ୍ପାଦନ ପରିବେଶ ଉପରେ କିପରି ଚାପ ସୃଷ୍ଟି କରୁଛି ଲେଖ ।
Answer:
ଉତ୍ପାଦନ କ୍ଷେତ୍ରରେ ଶକ୍ତି ଏକ ଅତ୍ୟାବଶ୍ୟକ ସାଧନ । ଶକ୍ତି ରାଷ୍ଟ୍ରର ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ବହୁଗୁଣିତ କରିପାରେ । ତେଣୁ ଯେଉଁ ରାଷ୍ଟ୍ର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଯେତେ ଆଗୁଆ, ସେହିଦେଶ ସେତେ ଉନ୍ନତ । ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିବା ସାଧନମାନଙ୍କ ମଧ୍ୟରୁ ପ୍ରାୟ ୨୦ ଶତାଂଶ ସୀମିତ ଓ କ୍ଷୟଶୀଳ । ସେଗୁଡ଼ିକ ପାରମ୍ପରିକ ଏବଂ ନବୀକରଣ ଯୋଗ୍ୟ ନୁହନ୍ତି । ଫଳରେ ଆଗାମୀ ପୀଢ଼ିପାଇଁ ଏହି ସାଧନଗୁଡ଼ିକ ଆଉ ଉପଲବ୍ଧ ହେବନାହିଁ । ପୁନଶ୍ଚ, ଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବହାର କରାଯାଉଥିବା କୋଇଲା, ଥୋରିୟମ ଇତ୍ୟାଦି ସିଧାସଳକ ପରିବେଶ ପ୍ରଦୂଷଣ କରୁଛନ୍ତି ।

F. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ :
Answer:
ବାୟୁ କେତେଗୁଡ଼ିଏ ଗ୍ୟାସ, ଜଳୀୟବାଷ୍ପ ଏବଂ କେତେକ ନିର୍ଜୀବ କଣିକାକୁ ନେଇ ଗଠିତ । ସାଧାରଣଭାବେ ବାୟୁରେ ମିଶୁଥ‌ିବା ବର୍ଯ୍ୟମସ୍ତୁଗୁଡ଼ିକ ଯଥା ଅଙ୍ଗାରକାମ୍ଳ, କାର୍ବନ୍ ମନୋଅକ୍‌ସାଇଡ୍, ନାଇଟ୍ରୋଜେନ ଅକ୍‌ସାଇଡ୍, ହାଇଡ୍ରୋଜେନ ଫ୍ଲୋରାଇଡ୍ ବାୟୁର ଆତ୍ମପରିଷ୍କାର ପ୍ରକ୍ରିୟାଦ୍ଵାରା ସେଥୁରୁ ଆପେ ଆପେ ନିଷ୍କାସିତ ହୁଅନ୍ତି । ଫଳରେ ବାୟୁ ଆପେ ଆପେ ନିର୍ମଳହୁଏ । କିନ୍ତୁ ଏବେ ବାୟୁରେ ପ୍ରଦୂଷକ ଦ୍ରବ୍ୟ ଅଧିକ ପରିମାଣରେ ଜମା ହେବା ଫଳରେ ବାୟୁର ଆତ୍ମପରିଷ୍କାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଅଛି ।

ଫଳସ୍ବରୂପ ସମସ୍ତ ପ୍ରକାର ଜୀବ ଏବଂ ମଣିଷର ସାଧାରଣ ସ୍ବାସ୍ଥ୍ୟ ପ୍ରଦୂଷିତ ବାୟୁଦ୍ବାରା ଅସୁସ୍ଥତାର ଶୀକାର ହେଉଛି । ଯଦି କୌଣସି କାରଣବଶତଃ ଜଳର ପ୍ରାକୃତିକ ଲକ୍ଷଣରେ ପରିବର୍ତ୍ତନ ଘଟେ ଏବଂ ଏହା ବ୍ୟବହାରପାଇଁ ଅନୁପଯୁକ୍ତ ହୁଏ ତେବେ ଏହାକୁ ଦୂଷିତ ଜଳ କୁହାଯାଏ । ଜଳର ପ୍ରାକୃତିକ ପରିବର୍ତ୍ତନ ଭୌତିକ, ରାସାୟନିକ ବା ଜୈବିକ ଉପାୟଦ୍ବାରା ହୋଇପାରେ ।

ଫରେ ଏହା ବ୍ୟବହାରପାଇଁ ଅନୁପଯୁକ୍ତ ହୋଇପଡ଼େ । ଜଳ ପ୍ରଦୂଷଣ ଉଭୟ ଭୂମିତଳ ଏବଂ ଭୂମିଉପରେ ମିଳୁଥିବା ଜଳ ପ୍ରଦୂଷଣକୁ ବୁଝାଏ । ବିଭିନ୍ନ ପ୍ରକାର ଜୈବ ଏବଂ ଅଜୈବ ପଦାର୍ଥ ଜଳରେ ମିଶିବା ଫଳରେ ଜଳ ପ୍ରଦୂଷଣ ହେଉଛି । ଜଳ ପ୍ରଦୂଷଣ ଯୋଗୁଁ ଏବେ ଭୂପୃଷ୍ଠରେ ଜୀବଜନ୍ତୁ, ଉଭିଦ ଏବଂ ମଣିଷର ସ୍ଥିତି ସଙ୍କଟାପନ୍ନ ହେଲାଣି ।

2. ଅର୍ଥନୈତିକ ବିକାଶ ଓ ଧାରାଣୀୟ ବିକାଶ
Answer:
ଜୀବନ ଧାରଣର ମାନର ଉନ୍ନତି ସାଧନ ଓ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ଦ୍ରୁତ ଅର୍ଥନୈତିକ ବିକାଶ ଆବଶ୍ୟକ । ସମସ୍ତ ବିକାଶଶୀଳ ରାଷ୍ଟ୍ର ନିଜସ୍ବ ପ୍ରାକୃତିକ ସମ୍ପଦର ଉପଯୋଗ କରି ବିକାଶ ପଥରେ ଆଗଇବାପାଇଁ ସଦା ଚେଷ୍ଟିତ । ତେଣୁ ଅର୍ଥନୈତିକ ବିକାଶ କ୍ଷେତ୍ରରେ କେବଳ ଆୟ ବୃଦ୍ଧି ଘଟି ନଥାଏ । ଏହାସହିତ ମାନବୀୟ ଅଭାବ, ସାମାଜିକ ଅନୁଷ୍ଠାନ ଓ ସାମାଜିକ ଦୃଷ୍ଟିଭଙ୍ଗାଭଳି ଗୁଣାତ୍ମକ ପରିବର୍ତ୍ତନକୁ ମଧ୍ୟ ଦେଖାଯାଇଥାଏ ।

କିନ୍ତୁ ଅର୍ଥନୈତିକ ବିକାଶ ଜନସାଧାରଣଙ୍କର ଅର୍ଥନୈତିକମାନ ବୃଦ୍ଧି କରୁଥିଲେ ମଧ୍ୟ ଏହା ସର୍ବଦା ଉନ୍ନତ ଜୀବନଧାରଣର ମାନ ଯୋଗାଇ ନଥାଏ । କୌଣସି ରାଷ୍ଟ୍ରର ଔଦ୍ୟୋଗିକ ବିକାଶ ଜାତୀୟ ଆୟ ବୃଦ୍ଧି କରିଥାଏ । କିନ୍ତୁ ଏହା ଜୀବନ ଧାରଣର ମାନ ଉନ୍ନତ କରିନଥାଏ । କାରଣ ଔଦ୍ୟୋଗିକ ବିକାଶଦ୍ୱାରା ପରିବେଶ ଦୂଷିତ ହେବା ଫଳରେ ଜନସାଧାରଣଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦିଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଅର୍ଥନୈତିକ ଅଭିବୃଦ୍ଧି ପରିବେଶକୁ କିପରି ପ୍ରଭାବିତ କରିଥାଏ ବୁଝାଏ ?
Answer:
ଦେଶର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ କଳକାରଖାନା, ନଦୀବନ୍ଧ, ବାସଗୃହ ପ୍ରକରଣ, ଗମନାଗମନ ଆଦି କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଏ । ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ଭିତ୍ତିରେ ଯୋଜନାଗୁଡ଼ିକ ରୂପାୟିତ ହୋଇ ନିର୍ଦ୍ଦିଷ୍ଟ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ କାର୍ଯ୍ୟକାରୀ ହୋଇଥାଏ । ଆମ ଦେଶରେ ପ୍ରଚଳିତ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ ଅର୍ଥନୈତିକ ଅଭିବୃଦ୍ଧି ସହିତ ଦେଶକୁ ବିକାଶ ପଥରେ ଆଗେଇ ନେବା ।

ଆବଶ୍ୟକତା ଅନୁଯାୟୀ ଯୋଜନାଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ । କିନ୍ତୁ ବାସ୍ତବ କ୍ଷେତ୍ରରେ ଦେଖାଯାଉଛି କେବଳ ଆର୍ଥିକ ଲାଭକୁ ଆଗରେ ରଖ୍ ବିକାଶ ଯୋଜନା ଯୋଗୁଁ ଖାଲି ପରିବେଶ କାହିଁକି ସମାଜର ଅନ୍ୟାନ୍ୟ ବର୍ଗର ଲୋକଙ୍କର ସୁବିଧା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏନାହିଁ । ଏହାର ଫଳସ୍ୱରୂପ ପରିବେଶ ଓ ପରିସଂସ୍ଥା ନାନାଦି ବିପର୍ଯ୍ୟକୁ ଆମନ୍ତ୍ରଣ କରାଯାଉଛି । ବିକାଶ ନାମରେ ଚାଲିଥିବା କାର୍ଯ୍ୟକଳାପରୁ ଯଥେଷ୍ଟ ପରିମାଣର ବର୍ଜ୍ୟବସ୍ତୁ ପରିବେଶକୁ ନିର୍ଗତ ହେଉଛି ।

ତେଣୁ ଆଜିର ଅର୍ଥନୈତିକ ଅଭିବୃଦ୍ଧି ପରିବେଶ ପ୍ରଦୂଷଣ ବଦଳରେ ସମ୍ଭବ ହୋଇପାରିଛି । ଅର୍ଥାତ୍ ଅତୀତର ସମସ୍ତ ଅର୍ଥନୈତିକ ଅଭିବୃଦ୍ଧି ଯାହାକିଛି ମାନବର ଭୌତିକ କଲ୍ୟାଣରେ ଉନ୍ନତି ଆଣିପାରିଛି, ତାହା ପଛରେ ପର୍ଯ୍ୟାବରଣର ବହୁ ଅଧୋଗତି ସଂଶ୍ଳିଷ୍ଟ । ଅର୍ଥନୈତିକ ଅଭିବୃଦ୍ଧି ପରିବେଶ ଉପରେ ବିଭିନ୍ନ –

(1) ଶିଳ୍ପର ବିକାଶ : ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଶିଳ୍ପାୟନର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସମସ୍ତ ବିକଶିତ ରାଷ୍ଟ୍ରଶିଳ୍ପସମୃଦ୍ଧ । ଶିଳ୍ପ ଉତ୍ପାଦନ ବଢ଼ାଇବାଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ହୋଇଥାଏ । ଫଳରେ ରାଷ୍ଟ୍ରରେ ଅଧ‌ିକ ନିୟୋଜନ ସୃଷ୍ଟିର ସମ୍ଭାବନା ସୃଷ୍ଟି ହୋଇଥାଏ । ଫଳରେ ଜାତୀୟ ଆୟ ଓ ମୁଣ୍ଡପିଛା ଆୟରେ ଦ୍ରୁତ ଅଭିବୃଦ୍ଧି ଘଟିଥାଏ ଏବଂ ସମସ୍ତ ବିକାଶଶୀଳ ଉପରେ ଚାପ ସୃଷ୍ଟି କରୁଛି । ଅଙ୍ଗାରକାମ୍ଳ ବାୟୁମଣ୍ଡଳରେ ସବୁଠାରୁ ବହୁଳ ପରିମାଣରେ ଥ‌ିବା ପ୍ରଦୂଷକ ।

ଏହା ଚିନିକଳ, କାଗଜକଳ, ତେଲକଳ, ରାସାୟନିକ କାରଖାନା ଏବଂ ଅନ୍ୟାନ୍ୟ କାରଖାନାରୁ ନିର୍ଗତ ହୋଇଥାଏ । ବାୟୁମଣ୍ଡଳରେ କାର୍ବନ୍ ମନୋଅକ୍‌ସାଇଡ୍ ପରିମାଣ ମଧ୍ୟ ଅଧିକ । ଏହା ମୁଖ୍ୟତଃ ମଟରଯାନରୁ ବହୁଳ ପରିମାଣରେ ନିର୍ଗତ ହୋଇଥାଏ । ହାଇଡ୍ରୋଜେନ୍‌ ସଲଫାଇଡ୍ ଗ୍ୟାସ୍ କାଗଜକଳ, ପେଟ୍ରୋଲିୟମ, ରେୟନ୍ ଓ ପ୍ରାକୃତିକ ଗ୍ୟାସ୍ କାରଖାନାରୁ ନିର୍ଗତ ହୋଇ ବାୟୁମଣ୍ଡଳରେ ପ୍ରବେଶ କରେ । ହାଇଡ୍ରୋଜେନ୍ ଫ୍ଲୋରାଇଡ୍ ଏକ ଉଦ୍‌ବାୟୀ ପଦାର୍ଥ ଏବଂ ଏହା ଆଲୁମିନିୟମ କାରଖାନା, ଫସ୍ଫେଟ ରାସାୟନିକ କାରଖାନା ଓ ଚିନାମାଟି କାରଖାନାରୁ ନିର୍ଗତ ହୁଏ ।

ଏହା ଅତି ବିଷାକ୍ତ ଏବଂ ବାୟୁମଣ୍ଡଳରେ ଏହାର ସାନ୍ଦ୍ରତା 0.001PPM (Parts Per Million) ଦଶଲକ୍ଷ ଭାଗରୁ ଏକ ଭାଗଠାରୁ ଅଧିକ ହେଲେ ଏହା ଜୀବମାନଙ୍କପାଇଁ ହାନିକାରକ । ବାୟୁମଣ୍ଡଳରେ କାର୍ମନ୍ ମନୋଅକ୍‌ସାଇଡ୍ ତଳକୁ ଏହାର ସାନ୍ଦ୍ରତା ଅଧିକ । ଏହା ଏକ ମାରାତ୍ମକ ଗ୍ୟାସ୍ । ଏହା ମଟରଯାନ, ସଫ୍ୟୁରିକ୍ ଅମ୍ଳ ଏବଂ ନାଇଟ୍ରିକ୍ ଅମ୍ଳ କାରଖାନାରୁ ନିର୍ଗତ ହୁଏ ।
ଅଜୈବ ବସ୍ତୁ ଥାଏ । ଏହି ଜଳରେ ପ୍ରାକୃତିକ ଉପାୟରେ ବିଘଟିତ ହୋଇପାରୁ ନଥ‌ିବା ଅନେକ ପଦାର୍ଥ ମଧ୍ଯ ଥାଏ । କାରଖାନାରୁ ନିର୍ଗତ ଜଳର ତାପମାତ୍ରା ଅନେକ ସମୟରେ ଅଧିକ ହୋଇଥିବାରୁ ଏହା ନଦୀ ଜଳକୁ ଉତ୍ତପ୍ତ କରାଏ ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

(2) ଜଙ୍ଗଲ ଅବକ୍ଷୟ – ପରିବେଶ ସୁରକ୍ଷା କ୍ଷେତ୍ରରେ ଜଙ୍ଗଲର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହା ଅନେକ ଲୋକଙ୍କପାଇଁ ଜୀବନଧାରଣର ଏକ ମାଧ୍ୟମ ତଥା ମୂଲ୍ୟବାନ ବୃକ୍ଷଲତା ଏବଂ ଜୀବଜନ୍ତୁଙ୍କର ରହିବା ସ୍ଥାନ । ଜଙ୍ଗଲ ଜଳବାୟୁକୁ ନିୟନ୍ତ୍ରଣ କରିଥାଏ ଏବଂ ପରିବେଶର ସୁରକ୍ଷା କ୍ଷେତ୍ରରେ ସହାୟକ ହୋଇଥାଏ । କିନ୍ତୁ ବିକାଶ ନିମନ୍ତେ ଜଙ୍ଗଲର ଅବକ୍ଷୟ ହେଉଛି, ଜଙ୍ଗଲ ଅବକ୍ଷୟର କାରଣ ହେଉଛି ଶିଳ୍ପର ବିକାଶ, କୃଷିର ବିକାଶ, ସହରୀକରଣ ଇତ୍ୟାଦି । ଜଙ୍ଗଲ ଅବକ୍ଷୟ ଫଳରେ

(3) କୃଷିର ବିକାଶ – ବର୍ଣିତ ଜନସଂଖ୍ୟାକୁ ଚାହିଦା ମୁତାବକ ଖାଦ୍ୟ ଶସ୍ୟ ଯୋଗାଣ ପ୍ରତ୍ୟେକ ରାଷ୍ଟ୍ରର ଦାୟିତ୍ଵ । ଖାଦ୍ୟ ନିରାପତ୍ତା ବିନା ଅର୍ଥନୈତିକ ଅଭିବୃଦ୍ଧି ଅସମ୍ଭବ । ତେଣୁ କୃଷିର ବିକାଶ ଆବଶ୍ୟକ । କିନ୍ତୁ କୃଷିର ବିକାଶ କ୍ଷେତ୍ରରେ କୃଷିପାଇଁ ଉଦ୍ଦିଷ୍ଟ ଜମିର ପରିମାଣ ହ୍ରାସ ଏକ ଅନ୍ତରାୟ । ତେଣୁ ପ୍ରତ୍ୟେକ ଦେଶ କମ୍ ଭୂମିରେ ଆଧୁନିକ ପ୍ରଣାଳୀରେ ଚାଷକରି ଅଧିକ ଉତ୍ପାଦନପାଇଁ ଚେଷ୍ଟା କରୁଛନ୍ତି । ଏଭଳି ଆଧୁନିକ କୃଷିପ୍ରଣାଳୀ ପରିବେଶ ଉପରେ କୁପ୍ରଭାବ ପକାଉଛି ।

ରାସାୟନିକ ସାର, ପୋକମରା ଔଷଧ, ଅଧ‌ିକ ଅମଳକ୍ଷମ ବିହନ ଇତ୍ୟାଦିର ବ୍ୟବହାର ପରିବେଶ ସନ୍ତୁଳନ ନଷ୍ଟ କରୁଛି । ଗୋଶାଳା, ଘୁଷୁରିଶାଳା ଏବଂ କୁକୁଡ଼ାପାଳନ କେନ୍ଦ୍ରମାନଙ୍କରୁ ବାହାରୁଥିବା ନାଳପାଣିରେ ପଶୁମାନଙ୍କ ମଳ ଏବଂ ବର୍ଜ୍ୟ ଖାଦ୍ୟ ପଦାର୍ଥ ଥାଏ । ସେହିପରି ଶସ୍ୟକ୍ଷେତ୍ରରୁ ବାହାରୁଥିବା ଜଳରେ କୀଟନାଶକ ଔଷଧ, ରାସାୟନିକ ସାରଥାଏ । ଏହି ଜଳ ବର୍ଷାଦିନେ ଧୋଇ ନିକଟସ୍ଥ ନଦୀ, ନାଳ ଜଳକୁ ଦୂଷିତ କରେ ।

(4) ଶକ୍ତି ଉତ୍ପାଦନ – ଉତ୍ପାଦନ ପାଇଁ ଶକ୍ତି ଆବଶ୍ୟକ । ଶକ୍ତି ରାଷ୍ଟ୍ରର ଉତ୍ପାଦନ ଓ ଉତ୍ପାଦନଶୀଳତାକୁ ବହୁଗୁଣିତ କରିପାରେ । ତେଣୁ ଯେଉଁ ରାଷ୍ଟ୍ର ଶକ୍ତି ଉତ୍ପାଦନ କ୍ଷେତ୍ରରେ ଯେତେ ଆଗୁଆ, ସେହି ଦେଶ ସେତେ ଉନ୍ନତ । ଶକ୍ତି ଉତ୍ପାଦନପାଇଁ ବ୍ୟବହାର କରାଯାଉଥିବା ସାଧନ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଶତାଂଶ ସୀମିତ ଓ କ୍ଷୟଶୀଳ ଏବଂ ସେଗୁଡ଼ିକ ନବୀକରଣ ଯୋଗ୍ୟନୁହନ୍ତି । ପୁନଶ୍ଚ ଆଣବିକ ରିଆକ୍ଟର ଏବଂ ତାପଜ କେନ୍ଦ୍ରମାନଙ୍କର ଯନ୍ତ୍ରପାତିକୁ ଥଣ୍ଡା କରିବାପାଇଁ ପ୍ରଚୁର ପରିମାଣର ଥଣ୍ଡା ପାଣି ବ୍ୟବହାର କରାଯାଏ ।

ଏହି ପ୍ରକ୍ରିୟା ଫଳରେ ତାପଜ କେନ୍ଦ୍ର ଏବଂ ଆଣବିକ ରିଆକ୍ଟରରୁ ଅତ୍ୟଧ୍ଵ ପରିମାଣର ଗରମ ପାଣି ବାହାରେ । ସାଧାରଣଭାବେ ଏହି ଗରମ ଜଳକୁ ନିକଟସ୍ଥ ନଦୀ ବା ଅନ୍ୟ ଜଳାଶୟକୁ ଛାଡ଼ି ଦିଆଯାଏ । ଏହା ଫଳରେ ନଦୀର ତାପମାତ୍ରା 8-100C ବଢ଼ିଯାଏ । ଜଳର ଅମ୍ଳଜାନର ପରିମାଣ ହ୍ରାସପାଏ । ତେଣୁ ଜଳଜ ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ବାଧାପ୍ରାପ୍ତ ହୁଏ । ଏହା ବୀଜାଣୁ ଏବଂ ଅନ୍ୟ ରୋଗର ଜନକମାନଙ୍କର ବଂଶବୃଦ୍ଧି କରାଏ ।

(5) ଅନୁପଯୋଗ ଖଣିଜ ପଦାର୍ଥ – ପ୍ରତ୍ୟେକ ରାଷ୍ଟ୍ର ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ଖଣିଜ ପଦାର୍ଥର ଉପଯୋଗ କରିଥାନ୍ତି । ବିକାଶଶୀଳ ରାଷ୍ଟ୍ର କ୍ଷେତ୍ରରେ ଖଣିଜ ପଦାର୍ଥର ସଠିକ ଉପଯୋଗ ସମ୍ଭବ ହୋଇନଥାଏ । ଖଣିଜ ପଦାର୍ଥଗୁଡ଼ିକ ନବୀକରଣ ଯୋଗ୍ୟ ନୁହଁନ୍ତି । ଖଣି ଅଞ୍ଚଳର ବାୟୁ ପ୍ରଦୂଷିତ ହୁଏ ଏବଂ ଜଙ୍ଗଳର ଅବକ୍ଷୟ ଘଟେ ।

(6) ସହରୀକରଣ – ଅର୍ଥନୈତିକ ଅଭିବୃଦ୍ଧି ଓ ସହରୀକରଣ ପରସ୍ପରର ଅନୁଗାମୀ । ଅର୍ଥନୈତିକ ଅଭିବୃଦ୍ଧି ଘଟିଲେ ପରସ୍ପରର ଅନୁଗାମୀ । ଅର୍ଥନୈତିକ ଅଭିବୃଦ୍ଧି ଘଟିଲେ ଲୋକମାନେ ଆଧୁନିକ ସୁବିଧା ସୁଯୋଗର ସନ୍ଧାନରେ ସହରାଭିମୁଖୀ ହୋଇଥାନ୍ତି । ଫଳରେ ସବୁ ଦେଶରେ ବଡ଼ ବଡ଼ ମହାନଗର ସୃଷ୍ଟି ହୋଇଛି । ସହର ଚାରିପଟେ ଥ‌ିବା ଜଙ୍ଗଲ ଏବଂ ଚାଷଜମି ଉପରେ ଏବେ ବଡ଼ ବଡ଼ ଅଟ୍ଟାଳିକା ଦଣ୍ଡାୟମାନ ।

ଏହି କଂକ୍ରିଟ ଅଟ୍ଟାଳିକାମାନଙ୍କର ତାପଆହରଣ କ୍ଷମତା ଅଧିକ । ଏହା ବ୍ୟତୀତ ସହରରେ ଅବସ୍ଥିତ କଳକାରଖାନା ଏବଂ ମଟରଯାନରୁ ନିର୍ଗତ ଅଙ୍ଗାରକାମ୍ଳ, କାର୍ବନ୍ ମନୋଅକ୍‌ସାଇଡ୍, ସଲଫର ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍ ସଲଫାଇଡ୍, ସଲଫର ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍ ସଲଫାଇଡ୍, ହାଇଡ୍ରୋଜେନ ଫ୍ଲୋରାଇଡ୍, ନାଇଟ୍ରୋଜେନ ଅକ୍‌ସାଇଡ୍ ବାଷ୍ପ ସହରର ଉପର ବାୟୁମଣ୍ଡଳରେ ଏକ ସ୍ତର ସୃଷ୍ଟି କରି ସହରକୁ ଆଚ୍ଛାଦିତ କରି ରଖୁଥାଏ । ତେଣୁ ସହରମାନଙ୍କରୁ ବିକିରଣ ହେଉଥିବା ତାପ ବାୟୁମଣ୍ଡଳର ଉପର ଅଂଶକୁ ଯାଇ ନପାରି ସହରାଞ୍ଚଳର ତାପମାତ୍ରା ବୃଦ୍ଧି କରିଥାଏ ଏବଂ ସହରଗୁଡ଼ିକ ଏକ ତାପ-ଦ୍ଵୀପରେ ପରିଣତ ହୋଇଥାଏ ।

ମଟରଗାଡ଼ି, ବିଦ୍ୟୁତ୍ ଶକ୍ତି, କଂକ୍ରିଟ ରାସ୍ତା, ପଲିଥୁନ୍ ଇତ୍ୟାଦି ପରିବେଶ ଉପରେ ଅଧ‌ିକ ଚାପ ସୃଷ୍ଟି କରୁଛି । ଶେଷରେ ସହର ଜୀବନଯାପନ ପ୍ରକ୍ରିୟାରେ ଲୋକମାନେ ବ୍ୟବହାର କରୁଥିବା ଦ୍ରବ୍ୟ ଓ ସେବା ଯଥା ଏସି, ଟେଲିଭିଜନ, ସହିତ ଅର୍ଥନୈତିକ ଅଭିବୃଦ୍ଧିର ସମନ୍ଵୟ ରକ୍ଷା କରି ନିଜସ୍ଵ ଯୋଜନା ଓ ନୀତି ପ୍ରଣୟନ କରିବା ଆବଶ୍ୟକ । ଧାରଣୀୟ ବିକାଶ ଏହି ସମସ୍ୟାର ଏକମାତ୍ର ଓ ଫଳପ୍ରଦ ସମାଧାନର ସୂତ୍ର ।

CHSE Odisha Class 11 Economics Solutions Chapter 13 ଧାରଣୀୟ ଆର୍ଥନୀତିକ ବିକାଶ

2. ବିଶ୍ଵତାପାୟନ କ’ଣ ? ଏହାକୁ କିପରି ହ୍ରାସ କରାଯାଇପାରିବ ?
Answer:
ସୂର୍ଯ୍ୟ ହେଉଛି ପୃଥ‌ିବୀର ସମସ୍ତ ଶକ୍ତିର ଉତ୍ସ । ସୂର୍ଯ୍ୟ ରଶ୍ମୀ ପୃଥ‌ିବୀ ପୃଷ୍ଠରେ ପଡ଼ିଲା ପରେ ସୂର୍ଯ୍ୟରୁ ଆସିଥିବା ଆଲୋକଶକ୍ତି ତାପଜ ଶକ୍ତିରେ ରୂପାନ୍ତରିତ ହୋଇ ପୃଥ‌ିବୀକୁ ଉଷ୍ମ କରେ । ପୁନଶ୍ଚ, ପୃଥ‌ିବୀ ପୃଷ୍ଠରୁ ଏହି ତାପର ଏକ ଅଂଶ ଦୀର୍ଘ ତରଙ୍ଗ ଯୁକ୍ତ ଅବଲୋହିତ ବିକିରଣ (Long wave Infrared Radiations)ରେ ରୂପାନ୍ତରିତ ହୋଇ ବାୟୁମଣ୍ଡଳ ମଧ୍ୟକୁ ପ୍ରତିଫଳିତ ହୁଏ ।

ମାତ୍ର ଏହି ଅବଲୋହିତ ରଶ୍ମିର ବିକିରଣର ଅଧିକାଂଶ ଭାଗ ମହାଶୂନ୍ୟକୁ ଫେରି ଯଉଥିଲାବେଳେ ଏହାର କ୍ଷୁଦ୍ର, ମାତ୍ର ଆବଶ୍ୟକ ଅଂଶ ବାୟୁମଣ୍ଡଳରେ ପ୍ରାକୃତିକ ଭାବରେ ଥ‌ିବା ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ୍ ଅକ୍‌ସାଇଡ୍ ଓ କ୍ଲୋରୋଫ୍ଲୋରେ କାର୍ବନ୍ ପ୍ରଭୃତି ଗ୍ୟାସଦ୍ୱାରା ଶୋଷି ହୋଇଥାଏ ଏବଂ ପୁନର୍ବାର ପ୍ରାକୃତିକ ଉପାୟରେ ତାପଶକ୍ତିରେ ରୂପାନ୍ତରିତ ହୋଇ ପୃଥ‌ିବୀ ପୃଷ୍ଠକୁ ପୁନଃ ପ୍ରତିଫଳିତ ହୁଏ । ଅବଲୋହିତ ରଶ୍ମିକୁ ଶୋଷଣ କରୁଥିବା ଏହି ଗ୍ୟାସ୍‌ଗୁଡ଼ିକୁ ସବୁଜ କୋଠରୀ ଫ୍ଲାକ୍ସ କୁହାଯାଏ ।

ଏହା ଫଳରେ ପୃଥିବୀ ପୃଷ୍ଠର ତାପ ମହାଶୂନ୍ୟକୁ ଫେରିଯାଇପାରେନାହିଁ ଏବଂ ପୃଥ‌ିବୀପୃଷ୍ଠର ତାପ ମହାଶୂନ୍ୟକୁ ଫେରିଯାଇପାରେନାହିଁ ଏବଂ ପୃଥ‌ିବୀପୃଷ୍ଠ ଓ ବାୟୁମଣ୍ଡଳର ଆବଶ୍ୟକ ଉତ୍ତାପ ବୃଦ୍ଧିହୁଏ । ଏହିଭଳି ଭାବରେ ସବୁଜ କୋଠରୀ ଗ୍ୟାସ୍‌ଗୁଡ଼ିକ ପୃଥ‌ିବୀ ଚାରିପଟେ ଗୋଟିଏ ଛତା ଭଳି ଘୋଡ଼ାଇ ହୋଇ ରହିଥାନ୍ତି । ଯାହାଫଳରେ ପୃଥ‌ିବୀପୃଷ୍ଠରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇପାରିଛି । ଏହାକୁ ସବୁଜ କୋଠରୀ ପ୍ରଭାବ କୁହାଯାଏ ।

କାଚଦ୍ବାରା ଆବୃତ୍ତ ହୋଇଥିବା ସବୁଜ କୋଠରୀ ଭିତରର ତାପମାତ୍ରା ବାହାର ତାପମାତ୍ରା ବାହାର ତାପମାତ୍ରା ଅପେକ୍ଷା ଅଧ୍ଵ ରହେ । ଏହିଭଳି କାଚଦ୍ଵାରା ଆବୃତ୍ତ ହୋଇଥିବା ଘର ମଧ୍ୟରୁ ତାପଜ ଶକ୍ତି ବାହାରକୁ ବିକିରିତ ହୋଇନପାରିବାରୁ ହିଁ ସବୁଜ ଗୃହର ଆଭ୍ୟନ୍ତରର ତାପମାତ୍ରା ବାହାର ଅପେକ୍ଷା ଅଧ‌ିକ ରହେ । ଠିକ୍ ଏହିଭଳି ଭାବରେ ପୃଥ‌ିବୀର ଉଷ୍ଣତା ରକ୍ଷା ହେଉଥ‌ିବାରୁ ଏହାକୁ ସବୁଜ କୋଠରୀ ପ୍ରଭାବ କୁହାଯାଏ ।

ବର୍ତ୍ତମାନ ପୃଥ‌ିବୀର ବାର୍ଷିକ ଉତ୍ତାପ 150° ସେଲିୟସ୍ । ମାତ୍ର ଯଦି ସବୁଜଗୃହ ଗ୍ୟାସଗୁଡ଼ିକ ଯଥା ଅଙ୍ଗାରକାମ୍ଳ, ମିଥେନ୍, ନାଇଟ୍ରସ ଅକ୍‌ସାଇଡ୍ ଓ କ୍ଲୋରୋଫ୍ଲେରୋ କାର୍ବନ୍ ନଥାନ୍ତେ ଏବଂ ସମସ୍ତ ଅବଲୋହିତ ବିକିରଣ ମହାଶୂନ୍ୟକୁ ଫେରି ଯାଉଥାନ୍ତି । ତା’ହେଲେ ପୃଥ‌ିବୀର ହାରାହାରି ବାର୍ଷିକ ଉତ୍ତାପ ହୋଇଥାନ୍ତା । ମାତ୍ର 200 ସେଲ୍‌ସିୟସ୍, ଫଳରେ ସାରା ପୃଥ‌ିବୀ ବରଫାବୃତ୍ତ ହୋଇ ରହିଥାନ୍ତା ଏବଂ ପୃଥ‌ିବୀ ବରଫାବୃତ୍ତ ହୋଇ ରହିଥା’ନ୍ତା ଏବଂ ପୃଥ‌ିବୀରେ ଜୀବଜଗତ ସୃଷ୍ଟି ସମ୍ଭବ ହୋଇନଥାଆନ୍ତି । ସୁତରାଂ, ପୃଥ‌ିବୀକୁ ବାସପୋଯୋଗୀ କରିବା କ୍ଷେତ୍ରରେ ଏହି ସବୁଜ କୋଠରୀ ଗ୍ୟାସ୍‌ଗୁଡ଼ିକର ଗୁରୁତ୍ଵପୂର୍ଣ ଭୂମିକା ରହିଛି ।

ମାତ୍ର ଅନେକ ମନୁଷ୍ୟକୃତ କାରଣରୁ ବାୟୁମଣ୍ଡଳରେ ଏହି ସବୁଜ କୋଠରୀ ଗ୍ୟାସ୍‌ଗୁଡ଼ିକର ପରିମାଣ ଆବଶ୍ୟକତାଠାରୁ ଅଧିକ ହେବା ଯୋଗୁଁ ଆବଶ୍ୟକତାଠାରୁ ଅଧିକ ଅବଲୋହିତ ବିକିରଣ ଶୋଷିତ ହେଉଛି ଏବଂ ଆବଶ୍ୟକତାଠାରୁ ଅଧ୍ଵ ତାପ ପୃଥ‌ିବୀ ପୃଷ୍ଠକୁ ପୁନଃ ବିକିରିତ ହେଉଛି । ଏହା ଫଳରେ ବାୟୁମଣ୍ଡଳରେ ସବୁଜ କୋଠରୀ ଗ୍ୟାସ୍‌ ପରିମାଣ ବୃଦ୍ଧି ସହିତ ପୃଥ‌ିବୀର ତାପମାତ୍ରା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ପୃଥ‌ିବୀପୃଷ୍ଠର ଏହି ଉତ୍ତାପ ବୃଦ୍ଧିକୁ ବିଶ୍ବ ତାପାୟନ (Global Warming) କୁହାଯାଏ ।

କୋଇଲା, ଗ୍ୟାସ୍, କାଠ, କଠିଣ ବର୍ଯ୍ୟବସ୍ତୁ ପ୍ରଭୃତିର ଦହନ ତଥା ଯାନବାହାନ ବ୍ୟବହାର ଓ ବିଦ୍ୟୁତଶକ୍ତି ଉତ୍ପାଦନର ଉପଜାତି ଭାବରେ ଅଧ୍ଵରୁ ଅଧିକ ଅଙ୍ଗାରକାମ୍ଳ ଗ୍ୟାସ୍ ବାୟୁମଣ୍ଡଳରେ ମିଶେ । ଅନ୍ୟ ଦିଗରେ ପରିବେଶ ପ୍ରଦୂଷଣ ଓ ବ୍ୟାପକ ଜଙ୍ଗଲକ୍ଷୟ ଫଳରେ ଆଲୋକ ସଂଶ୍ଳେଷଣ ଜରିଆରେ ଅଙ୍ଗାରକାମ୍ଳ ଗ୍ୟାସ୍ ବ୍ୟବହାର କରୁଥିବା ଉଭିଦମାନଙ୍କର ସଂଖ୍ୟା ଦିନକୁ ଦିନ ଦ୍ରୁତଗତିରେ ହ୍ରାସ ପାଇବା ଫଳରେ ମଧ୍ଯ ବାୟୁମଣ୍ଡଳରେ ଆବଶ୍ୟକତାଠାରୁ ଅଧିକ ଅଙ୍ଗାରକାମ୍ଳଗ୍ୟାସ୍ ଜମାଟ ବାନ୍ଧୁଛି ।

1750 ମସିହାରେ ବାୟୁମଣ୍ଡଳରେ ପ୍ରତି ଏକ ମିଲିୟନ ବାୟୁ ପରିମାଣୁରେ 281ଟି ଅଙ୍ଗାରକାମ୍ଳ ପରମାଣୁ ଥିଲାବେଳେ, ବର୍ତ୍ତମାନପ୍ରତି ମିଲିୟନ୍ ବାୟୁ ପରମାଣୁରେ ଅଙ୍ଗାରକାମ୍ଳ ପରମାଣୁର ସଂଖ୍ୟା 368, ଅର୍ଥାତ୍‌ ଇତି ମଧ୍ୟରେ ଅଙ୍ଗାରକାମ୍ଳ ଗ୍ୟାସ୍‌ର ପରିମାଣ ଶତକଡ଼ା 31ଭାଗ ବୃଦ୍ଧି ପାଇଛି । ହିସାବ ଅନୁଯାୟୀ ଅବସ୍ଥାର ପରିବର୍ତ୍ତନ ନ ଘଟିଲେ 2100 ମସିହା ବେଳକୁ ଏହି ଗ୍ୟାସ୍‌ ପରିମାଣ 970ରେ ପହଞ୍ଚିବ ।

ଅଙ୍ଗାରକାମ୍ଳ ଗ୍ୟାସ୍ ଅପେକ୍ଷା ମିଥେନ୍ ଶତକଡ଼ା 20 ଭାଗ ଅଧ୍ବକ ତାପ ଶୋଷଣ କରେ । କୋଇଲା ପ୍ରାକୃତିକ ଗ୍ୟାସ୍‌ ଓ ତୈଳ ଉତ୍ପାଦନ ସମୟରେ ମିଥେନ୍ ଗ୍ୟାସ ନିର୍ଗତ ହୁଏ । ଶିଳ୍ପ ବିପ୍ଳବ ପରଠାରୁ ବାୟୁମଣ୍ଡଳରେ ଏହି ଗ୍ୟାସ୍‌ର ପରିମାଣ 17 ଗୁଣ ବୃଦ୍ଧି ପାଇଛି ।

ଏସବୁ ବ୍ୟତୀତ ଶୀତତାପ ନିୟନ୍ତ୍ରଣ ଯନ୍ତ୍ରରୁ ନିର୍ଗତ ହେଉଥ‌ିବା କ୍ଲୋରୋଫ୍ଲୋରୋ କାର୍ବନ ମଧ୍ୟ ଅନ୍ୟତମ ସବୁଜ ଗୃହ ଗ୍ୟାସ । ସବୁଜ କୋଠରୀ ଗ୍ୟାସର ଏହିଭଳି ବୃଦ୍ଧି ଯୋଗୁଁ ବୈଜ୍ଞାନିକମାନେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ତୁରନ୍ତ ଏହାର ସ୍ତର ହ୍ରାସ କରିବାପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବାପାଇଁ ବିଶ୍ବ ସମୁଦାୟକୁ ଆହ୍ବାନ ଦେଇଛନ୍ତି । ବିଶ୍ଵତାପାୟନର ପ୍ରଭାବ ବ୍ୟାପକ; ସେଗୁଡ଼ିକ ହେଲା –

  • ସମୁଦ୍ର ପତ୍ତନର ବୃଦ୍ଧି
  • ମରୁଭୂମି ଆୟତନର ସମ୍ପ୍ରସାରଣ
  • ଚରମ ପାଣିପାଗ
  • ଉଷ୍ଣ ପ୍ରବାହ
  • ମରୁଡ଼ି
  • ଅତ୍ୟଧ୍ଵ ବର୍ଷା
  • ପଶୁପକ୍ଷୀଙ୍କ ସଂଖ୍ୟା ହ୍ରାସ

ବିଶ୍ବ ତାପାୟନ ହ୍ରାସପାଇଁ କାର୍ଯ୍ୟପନ୍ଥା – ବିଶ୍ବ ତାପାୟନର ଭୟାଭୟ ପରିଣତିରୁ ରକ୍ଷାପାଇବାପାଇଁ ଦୁଇଟି ଲକ୍ଷ୍ୟ ସାଧନ କରିବାକୁ ହେବ ।

  • ବାଷ୍ପ ନିର୍ଗମନ ହ୍ରାସ କରିବା ଏବଂ
  • ଚାପମାତ୍ରା ବୃଦ୍‌ଧିର ପରିମାଣ 2 ଡିଗ୍ରୀ ମଧ୍ୟରେ ସୀମିତ ରଖୁ ।

ଏହି ଦୁଇଟି ଲକ୍ଷ୍ୟ ସାଧନ ପାଇଁ କାର୍ଯ୍ୟପନ୍ଥାଗୁଡ଼ିକ ହେଲା –

  • ଜାଳେଣୀପାଇଁ କାଠ, କୋଇଲା, କିରୋସିନ୍ ଇତ୍ୟାଦି ବ୍ୟବହାର ହ୍ରାସ ଓ ସୌରଶକ୍ତି, ପବନ ଶକ୍ତି, ଶକ୍ତି ଭଳି ନବୀକରଣ ଯୋଗ୍ୟ ସାଧନର ଅଧିକ ବ୍ୟବହାର,
  • ବୃକ୍ଷରୋପଣ ଓ ଜଙ୍ଗଲ ସୃଷ୍ଟି
  • ଏୟାର କଣ୍ଡିସନର, କୁଲର, କାର ଇତ୍ୟାଦିର କମ୍ ବ୍ୟବହାର
  • କମ୍ ବିଦ୍ୟୁତ୍ ଶକ୍ତି ଅପଚୟ କରୁଥ‌ିବା ବୈଦ୍ୟୁତିକ ସରଞ୍ଜାମର ବ୍ୟବହାର
  • କଳକାରଖାନାମାନଙ୍କରେ ଅତୁ୍ୟଚ ଚିମିନି ସ୍ଥ‍।ପନ
  • ପରିବେଶ, ଜଳ, ବଣ୍ୟଜନ୍ତୁ ଇତ୍ୟାଦିର ସଂରକ୍ଷଣପାଇଁ ଶିକ୍ଷାଦାନ ।

ବିଶ୍ବ ତାପାୟନ ସମଗ୍ର ଜୀବଜଗତପାଇଁ ଏକ ଆହ୍ବାନ । ଏହା ବିରୁଦ୍ଧରେ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ସଚେତନତା ସୃଷ୍ଟି କରିବା ଆବଶ୍ୟକ ।

CHSE Odisha Class 11 Political Science Solutions Chapter 9 ବିକାଶ

Odisha State Board CHSE Odisha Class 11 Political Science Solutions Chapter 9 ବିକାଶ Questions and Answers.

CHSE Odisha 11th Class Political Science Solutions Chapter 9 ବିକାଶ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ବିକାଶ ଆଧାରରେ ରାଷ୍ଟ୍ରମାନଙ୍କୁ __________ ଗୋଟି ବିଶ୍ବରେ ବିଭକ୍ତ କରାଯାଇଛି ।
(କ) ଏକ
(ଖ) ଦୁଇ
(ଗ) ତିନି
(ଘ) ଚାରି
Answer:
(ଗ) ତିନି

୨ । କେଉଁ ବିକାଶ ନମୁନାରେ ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରର ଉପସ୍ଥିତି ରହିଥାଏ ?
(କ) ସମାଜବାଦୀ
(ଖ) ମିଶ୍ର ଅର୍ଥନୀତି
(ଗ) ମୁକ୍ତ ବଜାର ଅର୍ଥନୀତି
(ଘ) ମାର୍କ୍ସବାଦୀ
Answer:
(ଖ) ମିଶ୍ର ଅର୍ଥନୀତି

୩ । _________ ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ରୂପେ ବିବେଚିତ ହୋଇଥାଏ ।
(କ) ସମାଜବାଦୀ
(ଖ) ମିଶ୍ର ଅର୍ଥନୀତି
(ଗ) ଗଣତାନ୍ତ୍ରିକ ସମାଜବାଦୀ
(ଘ) ପାଶ୍ଚାତ୍ୟ ଉଦାରବାଦୀ
Answer:
(ଗ) ଗଣତାନ୍ତ୍ରିକ ସମାଜାବଦୀ

୪ । __________ ଢାଞ୍ଚାରେ ଶ୍ରେଣୀବିହୀନ ଓ ରାଷ୍ଟ୍ରବିହୀନ ସମାଜ ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଥାଏ ।
(କ) ସମାଜବାଦୀ
(ଖ) ମିଶ୍ର ଅର୍ଥନୀତି
(ଗ) ସମତୁଲ ବିକାଶ
(ଘ) ମାର୍କ୍ସବାଦୀ
Answer:
(ଘ) ମାର୍କ୍ସବାଦୀ

CHSE Odisha Class 11 Political Science Solutions Chapter 9 ବିକାଶ

(B) ଗୋଟିଏ ଧାଡ଼ିରେ ଉତ୍ତର ଦିଅ ।

୧ । ଉନ୍ନୟନ ବା ବିକାଶ କ’ଣ?
Answer:
ସାମାଜିକ ଓ ଅର୍ଥନୈତିକ ଉନ୍ନୟନ ଓ ଜାତି ଗଠନ ପାଇଁ ଅଭିପ୍ରେତ ଏକ ପ୍ରକ୍ରିୟାକୁ ‘ବିକାଶ’ କୁହାଯାଏ ।

୨ । ଭାରତୀୟ ବିକାଶ ଢାଞ୍ଚାର ମୁଖ୍ୟ ଉପାଦାନଗୁଡ଼ିକ ଦର୍ଶାଅ ।
Answer:
ଉଦାରବାଦ, ଅର୍ଥନୈତିକ ଉଦାରୀକରଣ, ଗଣତାନ୍ତ୍ରିକ ସମାଜବାଦ, ଜାତି ଗଠନ, ସାମାଜିକ ନ୍ୟାୟ, ଧର୍ମନିରପେକ୍ଷତା ଆଦି ଭାରତୀୟ ବିକାଶ ଢାଞ୍ଚାର ମୁଖ୍ୟ ଉପାଦାନ ଅଟେ ।

୩ । ସାଂପ୍ରତିକ ବିକାଶ ଢାଞ୍ଚାର ମୁଖ୍ୟ ଉପାଦାନଗୁଡ଼ିକ କ’ଣ?
Answer:
ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ବହୁଳବାଦ, ଉଦାରୀକରଣ, ମାନବିକ ଅଧୂକାର ପ୍ରତି ସମ୍ମାନ ପ୍ରଦର୍ଶନ ।

୪ । ନିରନ୍ତର ବିକାଶ (Sustainable Development) ର ମୁଖ୍ୟ ଲକ୍ଷ୍ୟ କ’ଣ?
Answer:
ବର୍ତ୍ତମାନର ସୋପାନ ଓ ଭବିଷ୍ୟତର ସୋପାନର ଦାବି ମଧ୍ୟରେ ସନ୍ତୁଳନ ରକ୍ଷା ଏବଂ ଭବିଷ୍ୟତକୁ ଆଖ୍ ଆଗରେ ରଖ୍ ବିକାଶର ଧାରାକୁ ଅବ୍ୟାହତ ରଖିବା ଓ ସେଥିରେ ପ୍ରଗତିଶୀଳ କ୍ରମୋନ୍ନତି ଆଣିବା ହେଉଛି, “ନିରନ୍ତର ବିକାଶର” ମୁଖ୍ୟ ଲକ୍ଷ୍ୟ ।

(C) ଗୋଟିଏ ପଦରେ ଉତ୍ତର ଦିଅ ।

୧ । ଭାରତରେ କେଉଁ ଉପାୟରେ ବିକାଶର ଲକ୍ଷ୍ୟ ପୂରଣ କରାଯାଉଛି?
Answer:
ଗଣତାନ୍ତ୍ରିକ ସାମ୍ବିଧାନିକ

୨ । ସମ୍ପଦର ସମାନୁପାତିକ ବଣ୍ଟନ, ଅର୍ଥନୈତିକ ଅସାମ୍ୟର ଦୂରୀକରଣ ଆଦି କେଉଁ ବିକାଶର ଲକ୍ଷ୍ୟ ଅଟେ?
Answer:
ଅର୍ଥନୈତିକ ବିକାଶ

୩ । ବିକାଶ ମୁଖ୍ୟତଃ କେଉଁ କ୍ଷେତ୍ରର ବିକାଶକୁ ସୂଚିତ କରେ?
Answer:
ଜାତିର ବିକାଶ

୪ । ବିକାଶ କେଉଁ ବର୍ଗର ଲୋକଙ୍କ କଲ୍ୟାଣ ସାଧନ କରେ?
Answer:
ସବୁ ବର୍ଗର ଲୋକ

୫ । ମାର୍କ୍ସବାଦୀ ଢାଞ୍ଚା କେଉଁ ରାଷ୍ଟ୍ରମାନଙ୍କରେ କାର୍ଯ୍ୟକାରୀ ହୁଏ?
Answer:
ସମାଜବାଦା

CHSE Odisha Class 11 Political Science Solutions Chapter 9 ବିକାଶ

(D) ଭ୍ରମ ସଂଶୋଧନ କର ।

୧ । ମାର୍କ୍ସବାଦୀ ବିକାଶ ଢାଞ୍ଚାରେ ବିଦେଶୀ ପୁଞ୍ଜି ନିବେଶ ଦେଖାଯାଏ ।
Answer:
ମାର୍କ୍ସବାଦୀ ବିକାଶ ଢାଞ୍ଚାରେ ବିଦେଶୀ ପୁଞ୍ଜି ନିବେଶ ଦେଖାଯାଏ ନାହିଁ ।
କିମ୍ବା, ବଜାର ଅର୍ଥନୀତି ଢାଞ୍ଚାରେ ବିଦେଶୀ ପୁଞ୍ଜି ନିବେଶ ଦେଖାଯାଏ ।

୨ । ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା କରିବା ମିଶ୍ର ଅର୍ଥନୀତି ଢାଞ୍ଚାର ଲକ୍ଷ୍ୟ ଅଟେ ।
Answer:
ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା କରିବା ମାର୍କ୍ସବାଦୀ ଢାଞ୍ଚାର ଲକ୍ଷ୍ୟ ଅଟେ ।

୩ । ମିଶ୍ର ଅର୍ଥନୀତି ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ଅଟେ ।
Answer:
ଗଣତାନ୍ତ୍ରିକ – ସମାଜବାଦୀ ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ଅଟେ ।

୪ । ବିକଶିତ ରାଷ୍ଟ୍ରମାନେ ତୃତୀୟ ବିଶ୍ଵର ସଦସ୍ୟ ଅଟନ୍ତି ।
Answer:
ବିକାଶଶୀଳ ଓ ଅଣବିକଶିତ ରାଷ୍ଟ୍ରମାନେ ତୃତୀୟ ବିଶ୍ଵର ସଦସ୍ୟ ଅଟନ୍ତି ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ | ____________ ଅର୍ଥନୀତି ନମୁନାର ଅନ୍ୟନାମ ହେଉଛି__________ ନମୁନା ।
Answer:
ବଜାର / ଉଦାରୀକରଣ

୨ । ___________ ଢାଞ୍ଚାରେ ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ଉପରେ ଅତ୍ୟଧ‌ିକ ନିର୍ଭର କରିଥାଏ ।
Answer:
ନିର୍ଭରତା (Dependency)

୩ । ___________ ଢାଞ୍ଚାରେ ଢାଞ୍ଚାଗତ ପରିବର୍ତ୍ତନର ସୂଚନା ମିଳିଥାଏ ।
Answer:
ଲିୱିସ୍

୪। ___________ ଅର୍ଥନୀତିରେ ସରକାରୀ କଟକଣା ନ ଥିବାରୁ ବିଦେଶୀ ଓ ବହୁଦେଶୀୟ କମ୍ପାନୀମାନେ କୌଣସି ରାଷ୍ଟ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ହୁଅନ୍ତି ।
Answer:
ମୁକ୍ତ ବଜାର ବା ଉଦାରୀକରଣ

CHSE Odisha Class 11 Political Science Solutions Chapter 9 ବିକାଶ

୫ । ଶ୍ରେଣୀ ସଂଘର୍ଷ, ବିପ୍ଲବ, ସର୍ବହରାର ଏକଚ୍ଛତ୍ରବାଦ ଆଦି __________ ଢାଞ୍ଚାର ମୁଖ୍ୟ ଲକ୍ଷଣ ଅଟେ ।
Answer:
ମାର୍କ୍ସବାଦୀ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ

୧ । ମୁକ୍ତ ବାଣିଜ୍ୟ କ’ଣ?
Answer:
ମୁକ୍ତ ବାଣିଜ୍ୟ ବ୍ୟବସ୍ଥାରେ ଆମାଦନ ଓ ରପ୍ତାନି ପ୍ରାୟତଃ ମୁକ୍ତ ଓ କଟକଣାମୁକ୍ତ ରହିଥାଏ । ଏଠାରେ ଆର୍ଥିକ ଉଦାରବାଦ ଓ ଜଗତୀକରଣର ନିୟମ କାର୍ଯ୍ୟ କରେ । ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିଯୋଗିତାଦ୍ବାରା ଦରଦାମ୍ ନିୟନ୍ତ୍ରିତ ହୁଏ ।

୨ । ମିଶ୍ର ଅର୍ଥନୀତି ଢାଞ୍ଚା କ’ଣ?
Answer:
ମିଶ୍ର ଅର୍ଥନୀତି ଢାଞ୍ଚାରେ ଉଭୟ ସରକାରୀ ଓ ଘରୋଇ ଉଦ୍ୟୋଗର ଉପସ୍ଥିତି ରହିଥାଏ । ଏଠାରେ ଅର୍ଥନୈତିକ ଯୋଜନା ସୁବ୍ୟବସ୍ଥିତ ହୋଇଥାଏ ।

୩ । ଗଣତାନ୍ତ୍ରିକ-ସମାଜବାଦୀ ବିକାଶ ଢାଞ୍ଚା କ’ଣ?
Answer:
ଗଣତାନ୍ତ୍ରିକ ସମାଜବାଦୀ ଢାଞ୍ଚା ଏକ ବିବର୍ତ୍ତନବାଦୀ ବ୍ୟବସ୍ଥା ଯାହା ଗଣତନ୍ତ୍ର ଓ ସମାଜବାଦର ମଧ୍ଯମପନ୍ଥୀ ରୂପେ କାର୍ଯ୍ୟ କରେ । ଏହା ଉଭୟ ସମାଜ ଓ ବ୍ୟକ୍ତି ଉପରେ ସମାନ ଗୁରୁତ୍ଵ ଦେଇଥାଏ । ଏହା ସାମ୍ବିଧାନିକ ତଥା ଗଣତାନ୍ତ୍ରିକ କୌଶଳରେ ବିଶ୍ଵାସ କରେ ।

୪ । ମାର୍କ୍ସବାଦୀ ବିକାଶ ଢାଞ୍ଚା କ’ଣ?
Answer:
ପ୍ରାୟତଃ ସମାଜବାଦୀ ରାଷ୍ଟ୍ରରେ ମାର୍କ୍ସବାଦୀ ବିକାଶ ଢାଞ୍ଚା କାର୍ଯ୍ୟକାରୀ ହୋଇଥାଏ । ଉଦ୍‌ବୃତ୍ତ ମୂଲ୍ୟ ତତ୍ତ୍ଵ ଉପରେ ଆଧରିତ ଶ୍ରେଣୀ ସଂଘର୍ଷରେ ଆକ୍ରାନ୍ତ ସମାଜରେ ବିପ୍ଳବ ମାଧ୍ୟମରେ ସର୍ବହରାର ଏକଚ୍ଛତ୍ରବାଦ ବାଟ ଦେଇ ଶ୍ରେଣୀବିହୀନ ଏନ ସମାଜ ପ୍ରତିଷ୍ଠାର ଲକ୍ଷ୍ୟ ରଖୁଥାଏ ।

୫ । ବିକାଶ (Sustainable Development) କ’ଣ?
Answer:
ବିକାଶ କହିଲେ ଏପରି ଏକ ବିକାଶ ପ୍ରକ୍ରିୟାକୁ ବୁଝାଏ ଯାହା ଭବିଷ୍ୟତ ପିଢ଼ିର ନିଜସ୍ଵ ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟ ସହ କୌଣସି ମୁକାବିଲା ବା ସାଲିସ୍ ନ କରି ବର୍ତ୍ତମାନର ଆବଶ୍ୟକତା ପୂରଣ କରାଇଥାଏ।

(B) ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । “ଗଣତାନ୍ତ୍ରିକ -ସମାଜବାଦୀ ଢାଞ୍ଚା ବିକାଶର ଏକ ଆଦର୍ଶ ନମୁନା ଅଟେ ।”- ଏହି ଉକ୍ତିର ତାତ୍ପର୍ଯ୍ୟ ପ୍ରତିପାଦନ କର ।
Answer:
ଗଣତାନ୍ତ୍ରିକ – ସମାଜବାଦୀ ଢାଞ୍ଚା ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା ଅଟେ । ଏହା ବ୍ୟକ୍ତି ଓ ସମାଜ ଉପରେ ସମାନ ଗୁରୁତ୍ଵ ଦିଏ । ଏହା ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରି ସାମ୍ବିଧାନିକ ପଦ୍ଧତିରେ ବିକାଶର ଲକ୍ଷ୍ୟ ହାସଲ କରିବାପାଇଁ ମତ ଦିଏ । ଏହା ଅର୍ଥନୈତିକ ବିକାଶ, ଆଇନର ଶାସନ ଓ ବ୍ୟକ୍ତି ସ୍ୱତନ୍ତ୍ରତା ଉପରେ ଅଧ‌ିକ ଗୁରୁତ୍ଵ ଦିଏ । ଏଥୁରେ ଅମଲାତାନ୍ତ୍ରିକ ଏକଚ୍ଛତ୍ରବାଦ, ଅଦକ୍ଷତା, ଦୁର୍ନୀତି, ତ୍ରୁଟିଯୁକ୍ତ ଯୋଜନା ଆଦି ନାସ୍ତିକାରକ ଉପାଦାନ ମଧ୍ୟ ରହିଛି ।

୨ । ବିକାଶର ମୁଖ୍ୟ ଉପାଦାନଗୁଡ଼ିକ ଲେଖ?
Answer:
ବିକାଶ ଭବିଷ୍ୟତ ପିଢ଼ିର ନିଜସ୍ଵ ଆବଶ୍ୟକତା ପୂରଣ କରିବାର ସାମର୍ଥ୍ୟକୁ ମୁକାବିଲା ନ କରି ବର୍ତ୍ତମାନର ଆବଶ୍ୟକତା ପୂରଣର ଲକ୍ଷ୍ୟ ରଖୁଥାଏ । ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ସମସ୍ତ ବିକାଶଧାରାରେ ସ୍ଥାନିତ କରାଯାଇଥାଏ । ଏହାଦ୍ଵାରା ଅଧ‌ିକରୁ ଅଧ‌ିକ ମାନବିକ ଓ ପ୍ରାକୃତିକ ଜୈବିକ ବ୍ୟବସ୍ଥାର ସ୍ଥାୟିତ୍ଵ, ସୌନ୍ଦର୍ଯ୍ୟ ଓ ସଂହତିକୁ ବ୍ୟାହତ ନ କରି ଏହା ବିକାଶର ଧାରାକୁ ଅଗ୍ରଗାମୀ କରାଇଥାଏ । ପରିବେଶର ଗୁଣାତ୍ମକ ସୁରକ୍ଷା ଉପରେ ଏହି ବିକାଶ ପ୍ରକ୍ରିୟାରେ ଅଧିକ ଗୁରୁତ୍ଵ ଦିଆଯାଇଥାଏ । ସମ୍ବଳର ବିନିଯୋଗ ସମୟରେ ଏହାର ପରିମାଣ, ପରିବେଶ ଉପରେ ଏହାର ପ୍ରଭାବ, ଉପଯୋଗିତାର ମାତ୍ରା ଆଦି ବିଚାରକୁ ନିଆଯିବା ଉଚିତ ବୋଲି ଏହି ବିକାଶ ସୂଚାଇଥାଏ।

ପୃଥ‌ିବୀ ଓ ପରିବେଶର ‘ବହନ ସାମର୍ଥ୍ୟ’ (Carrying Capacity) କୁ ବିଚାରକୁ ନେଇ ଏହା ବିକାଶର ଚିଠା ପ୍ରସ୍ତୁତ କରାଏ । ପରିବେଶ ଅବକ୍ଷୟକୁ ପରିବେଶ ସମୁଚିତତା ବା ସନ୍ତୁଳନ (Equilibrium) ମାଧ୍ୟମରେ ପ୍ରତିରୋଧ କରି ଅର୍ଥନୈତିକ ବିକାଶ ପରିଚାଳନା ପାଇଁ ଏହା କାର୍ଯ୍ୟକରେ । ଏହି ବିକାଶ ପ୍ରକ୍ରିୟା ଗବେଷଣା ଓ ନୂତନ ତଥ୍ୟ ଆବିଷ୍କାରକୁ ଉତ୍ସାହିତ କରିଥାଏ । ଲୋକମାନଙ୍କର ଉନ୍ନୟନ ଆବଶ୍ୟକତାର ପରିପୂରଣ ପାଇଁ ବୈଷୟିକ ଅଭିବୃଦ୍ଧି ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ବୋଲି ଏହା ସୂଚାଇଥାଏ ।

CHSE Odisha Class 11 Political Science Solutions Chapter 9 ବିକାଶ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ବିକାଶର ଅର୍ଥ (Meaning of Develoment) ଓ ବିଭିନ୍ନ ଢାଞ୍ଚା ଆଲୋଚନା କର ।
Answer:
ବିକାଶ ହେଉଛି ଉନ୍ନତିର ପୂର୍ଣାଙ୍ଗ ସ୍ତର ବା ଅବସ୍ଥା । ଏହା ମଧ୍ୟ କ୍ରମୋନ୍ନତି ବା ଉନ୍ନତି ପ୍ରକ୍ରିୟାକୁ ସୂଚିତ କରେ । ବିକାଶର ବିଭିନ୍ନ ଦିଗ ରହିଛି, ଯଥା- ଭୌତିକ ବିକାଶ, ସାମାଜିକ ବିକାଶ, ରାଜନୈତିକ ବିକାଶ, ଅର୍ଥନୈତିକ ବିକାଶ, ସାଂସ୍କୃତିକ ବିକାଶ, ବୌଦ୍ଧିକ ବିକାଶ ଇତ୍ୟାଦି । ତେବେ ବିକାଶ ହେଉଛି ଏକ ସାମଗ୍ରିକ ଓ ଆନ୍ତଃ-ସମ୍ପର୍କିତ (interrelated) ପ୍ରକ୍ରିୟା ଯାହା ବାସ୍ତବ ବିକାଶକୁ ପ୍ରକଟିତ କରେ । ବିକାଶର ଗୋଟିଏ ଦିଗ ଅନ୍ୟ ଦିଗର ବିକାଶକୁ ପ୍ରଭାବିତ କରେ । ରାଷ୍ଟ୍ର ସମ୍ପର୍କରେ ବିକାଶ କହିଲେ ସାଧାରଣତଃ ବୁଝାଯାଏ ଅର୍ଥନୈତିକ ଉନ୍ନତି, ଆଧୁନିକୀକରଣ (modernisation), (industrilisation) ଓ ସାମାଜିକ ରୂପାନ୍ତର (Social transformation) ।

ଏହା ଜନମଙ୍ଗଳ ଓ ଉନ୍ନତ ମାନର ଜୀବନଯାପନ ଉପରେ ଗୁରୁତ୍ଵ ଦେଉଥିବାରୁ ସମୟବଦ୍ଧ କାର୍ଯ୍ୟକ୍ରମ (time-bound programmes) ମାଧ୍ୟମରେ ସାମାଜିକ- ଅର୍ଥନୈତିକ ପରିବର୍ତ୍ତନ ଆଣିବା ନିମନ୍ତେ ପ୍ରୟାସ କରେ । ଯୋଜନା (Planning), ପ୍ରକଳ୍ପ ପରିଚାଳନା (Project Management), ଆଞ୍ଚଳିକ ବିକାଶ, ସମ୍ପ୍ରସାରଣ ଓ ଗୋଷ୍ଠୀସେବା (Extension and Community Services) ହେଉଛି ବିକାଶର ବିଭିନ୍ନ ପର୍ଯ୍ୟାୟ ।

ତେବେ ବିକାଶର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଦିଗଟି ହେଉଛି ଅର୍ଥନୈତିକ ବିକାଶ (Economic Development) | ବ୍ରିଟାନିକା ବିଶ୍ଵକୋଷ (Encyclopedia Britannica) ଅନୁସାରେ ଅର୍ଥନୈତିକ ବିକାଶ ହେଉଛି ଏକ ପ୍ରକ୍ରିୟା ଯାହାଦ୍ଵାରା ସରଳ ତଥା ନିମ୍ନ-ଆୟକାରୀ ଜାତୀୟ ଅର୍ଥନୀତିଗୁଡ଼ିକ ଆଧୁନିକ ଶିଳ୍ପ ଅର୍ଥନୀତିରେ ରୂପାନ୍ତରିତ ହୁଅନ୍ତି । ଅଭିବୃଦ୍ଧି ଲାଭ କରୁଥିବା ଏକ ଅର୍ଥନୀତିରେ ଦାରିଦ୍ର୍ୟ, ଅସମତା ଓ ବେକାରୀ ହ୍ରାସ ବା ଦୂରୀକରଣଦ୍ଵାରା ଅର୍ଥନୈତିକ ବିକାଶ ଘଟେ ।

ବୃହତ୍ତର ଅର୍ଥରେ ବିକାଶ ସେହିସବୁ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରେ ଯାହା ଅର୍ଥନୈତିକ, ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଜାତୀୟ ଉନ୍ନତି ବା ଉନ୍ନୟନକୁ ତ୍ବରାନ୍ବିତ କରେ । ଅର୍ଥନୀତି ରାଜନୀତିରୁ ମୁକ୍ତ ହୋଇନଥିବାରୁ ଉଭୟ ରାଜନୈତିକ ନୀତି ଓ ଅର୍ଥନୈତିକ ନୀତି ପରସ୍ପରକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି । କାର୍ଲମାର୍କ୍ସଙ୍କ ଭଳି କେତେକ ତତ୍ତ୍ଵକାର ଅର୍ଥନୈତିକ ବିକାଶକୁ ରାଜନୈତିକ ବିକାଶର ଅଧାର ରୂପେ ଦର୍ଶାଇଛନ୍ତି ।

ବିକାଶ ଜନସାଧାରଣଙ୍କ ସନ୍ତୋଷ କାମନା କରିବା ସହ ଖାଦ୍ୟ, ପୋଷାକ, ଆଶ୍ରୟ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ସେମାନଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ବିଧେୟ; ନହେଲେ ତାହାକୁ ବିକାଶ କୁହାଯାଇପାରିବ ନାହିଁ । ସେହିପରି ବିକାଶ ଯଦି କେବଳ ଧନୀକ ଅଥବା ଅନ୍ୟ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ସ୍ଵାର୍ଥ ସାଧନ କରେ ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ମଧ୍ୟରେ ବିଭେଦ ଓ ତାରତମ୍ୟ ସୃଷ୍ଟି କରେ ତେବେ ତାହା ପ୍ରକୃତ ବିକାଶ ହେବନାହିଁ ।

ତେବେ ବିକାଶ କେବଳ ଜୀବନଧାରଣର ମୌଳିକ ଆବଶ୍ୟକତା ପୂରଣରେ ସୀମାବଦ୍ଧ ନୁହେଁ, ବରଂ ଜୀବନର ଉଚ୍ଚତର ମୂଲ୍ୟ, ମର୍ଯ୍ୟାଦା ଓ ସୁବିଧା ହାସଲ ନିମନ୍ତେ ଅଭିପ୍ରେତ । ପୁନଶ୍ଚ ବିକାଶ କହିଲେ କେବଳ ଆଧୁନିକୀକରଣକୁ ବୁଝାଏ ନାହିଁ । କାରଣ ଏହା ସାଧାରଣତଃ ପାଶ୍ଚାତ୍ୟ ଢାଞ୍ଚାର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ବ୍ୟବସ୍ଥା ଗ୍ରହଣ କରିବାକୁ ବୁଝାଏ ।

ବିକାଶର ଲକ୍ଷ୍ୟ ହେଉଛି – (କ) ମୌଳିକ ଆବଶ୍ୟକତା ପୂରଣ କରିବା, (ଖ) ଦାରିଦ୍ର୍ୟ ଓ ବେକାରୀ ଦୂର କରିବା, (ଗ) ଉଚ୍ଚ ଅଭିବୃଦ୍ଧି ହାର (High growth rate) ହାସଲ କରିବା, (ଘ) ଆତ୍ମ-ନିର୍ଭରଶୀଳ ତଥା ସ୍ଵୟଂସମ୍ପୂର୍ଣ୍ଣ ହେବା, (ଙ) ସାମାଜିକ କଲ୍ୟାଣ ସାଧନ କରିବା, (ଚ) ଉଭୟ ବସ୍ତୁଗତ ଓ ବୌଦ୍ଧିକ ଉନ୍ନତି ହାସଲ କରିବା, (ଛ) ଅର୍ଥନୈତିକ ଓ ସାମାଜିକ ତାରତମ୍ୟ ଦୂର କରିବା ଇତ୍ୟାଦି । ମୋଟ ଉପରେ ବିକାଶର ମନ୍ତ୍ର ହେଉଛି ‘ ବିକଶିତ ରାଷ୍ଟ୍ର ଓ ବିକଶିତ ମଣିଷ’ ।

ଏଥନିମନ୍ତେ ପାରସ୍ପରିକ ସହଯୋଗ, ମୁକ୍ତ ଓ ଗଣତାନ୍ତ୍ରିକ ଢାଞ୍ଚା ଅଧ‌ିକ ସହାୟକ ହୋଇଥାଏ । ତେବେ ଦ୍ରୁତ ଓ ଉନ୍ନତ ମାନର ବିକାଶ ନିମନ୍ତେ ଆବଶ୍ୟକ ହୋଇଥାଏ ଦୃଢ଼, ସଚେତନ ଓ ଉତ୍ସର୍ଗୀକୃତ ନେତୃତ୍ବ, ମୁଖ୍ୟତଃ ଅର୍ଥନୈତିକ ନେତୃତ୍ଵ ।

ବିକାଶକୁ ଆଧାର କରି ବିଶ୍ବର ରାଷ୍ଟ୍ରମାନଙ୍କୁ ତିନି ଭାଗରେ ବିଭକ୍ତ କରାଯାଇ ଦ୍ଵିତୀୟ ବିଶ୍ଵଯୁଦ୍ଧ ପୂର୍ବରୁ ସମଗ୍ର ବିଶ୍ଵକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ପରିଚାଳିତ ପୁଞ୍ଜିବାଦୀ ରାଷ୍ଟ୍ରଗଣ ତଥା ଅନ୍ୟ ସମର୍ଥକ ରାଷ୍ଟ୍ରସମୂହଙ୍କୁ ଗୋଟିଏ ଗୋଷ୍ଠୀଭୁକ୍ତ କରାଯାଇ ପ୍ରଥମ ବିଶ୍ଵ (First World) ରୂପେ ମାନ୍ୟତା ଦିଆଯାଇଥିଲା । ସେହିପରି ସୋଭିଏତ୍ ଋଷିଆ ନେତୃତ୍ଵରେ ପରିଚାଳିତ ତାହାର ସାମ୍ୟବାଦୀ ସମର୍ଥକ ରାଷ୍ଟ୍ରସମୂହଙ୍କୁ ଦ୍ଵିତୀୟ ବିଶ୍ଵ (Second World)ର ମର୍ଯ୍ୟାଦା ମିଳିଥିଲା । ଏହି ଦୁଇ ଗୋଷ୍ଠୀ ନିଜ ନିଜ ଢାଞ୍ଚା ଅନୁସରଣ କରି ବିକାଶ ଲାଭ କରିଥିଲେ ଏବଂ ପ୍ରାୟତଃ ବିକଶିତ ରାଷ୍ଟ୍ର (Developed States) ରୂପେ ପରିଚିତ ହୋଇଥିଲେ ।

ତେବେ ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ଅନେକ ଅଞ୍ଚଳ ସମ୍ରାଜ୍ୟବାଦୀ ଶାସନରୁ ମୁକ୍ତ ହୋଇ ସ୍ଵାଧୀନ ସାର୍ବଭୌମ ରାଷ୍ଟ୍ରର ମର୍ଯ୍ୟାଦା ଲାଭ କଲେ । ଏମାନଙ୍କ ଜନ୍ମ ସହିତ ଦେଖାଦେଲା ବିକାଶ ସମସ୍ୟା । ଏହି ଅଣ-ବିକଶିତ (Under-developed) ଓ ବିକାଶମୁଖୀ (Developing) ରାଷ୍ଟ୍ରମାନଙ୍କୁ ‘ତୃତୀୟ ବିଶ୍ଵ’ (Third World) ବୋଲି କୁହାଗଲା । ଏମାନେ ଦାରିଦ୍ର୍ୟ, କ୍ଷୁଧା, ଅନାହାର, ଅଜ୍ଞତା, ଅସମତା, ଅନୁନ୍ନତି, ପରିବେଶ ଓ ମାନବାଧ୍ଧକାର ସମସ୍ୟାରେ ଜର୍ଜରିତ ହୋଇଥିଲେ । ସାମ୍ରାଜ୍ୟବାଦୀ ଶାସକମାନଙ୍କ ଶୋଷଣରୁ ସଦ୍ୟ ମୁକ୍ତ ହୋଇଥିବା ଏହି ରାଷ୍ଟ୍ରମାନଙ୍କର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ହେଲା ବିକାଶ ।

CHSE Odisha Class 11 Political Science Solutions Chapter 9 ବିକାଶ

ଏହି ‘ତୃତୀୟ ବିଶ୍ଵ’ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଥ‌ିବା ରାଷ୍ଟ୍ରମାନଙ୍କ ମଧ୍ୟରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବଙ୍ଗଳାଦେଶ, ଆର୍ଜେଣ୍ଟିନା, ବ୍ରାଜିଲ୍, ଚିଲି, ଘାନା, ନାଇଜେରିଆ, ଜିମ୍ବାୱେ, ନାମିବ୍ୟା ଇତ୍ୟାଦି । ତୃତୀୟ ବିଶ୍ବର ରାଷ୍ଟ୍ରଗୋଷ୍ଠୀଙ୍କ ବିକାଶ ଦିଗରେ ମୁଖ୍ୟ ସମସ୍ୟା ଓ ପ୍ରତିବନ୍ଧକଗୁଡ଼ିକ ହେଉଛି ଖାଦ୍ୟ, ବାସଗୃହ, କୃଷି, ଶିଳ୍ପ, ଶକ୍ତି, ଜନସଂଖ୍ୟା, ମୂଳ ବଂଶଗତ (Ethnic), ଧାର୍ମିକ, ସାଂସ୍କୃତିକ, ପରିବେଶ, ମାନବାଧ୍ୟକାର ସମସ୍ୟା ଇତ୍ୟାଦି ।

ବିକାଣ ଢ।ଞ୍ଚ। (Models of Development) :
ନିର୍ଦ୍ଦିଷ୍ଟ ତଥା ସମୁହଭାବେ ସ୍ଵୀକୃତ ଓ ଗ୍ରହଣୀୟ କୌଣସି ବିକାଶ ନମୁନା ନାହିଁ । ସାଧାରଣତଃ ପ୍ରତ୍ୟେକ ରାଷ୍ଟ୍ର ନିଜର ବିକାଶ ନିମନ୍ତେ ଏକ ଆଦର୍ଶ ବ୍ୟବସ୍ଥାକୁ ଗ୍ରହଣ କରିଥାଏ ଯାହାକୁ ନମୁନା କୁହାଯାଏ । ବାସ୍ତବରେ ପ୍ରତ୍ୟେକ ବିକାଶ ନମୁନା ହେଉଛି ଗୋଟିଏ ଗୋଟିଏ ଅର୍ଥନୈତିକ ବିକାଶ ତତ୍ତ୍ଵ (Economic Development) । ବହୁଳ ଭାବେ ଗ୍ରହଣୀୟ ତଥା ଆଦର୍ଶ ତତ୍ତ୍ଵଗୁଡ଼ିକୁ ନମୁନା ରୂପେ ଗ୍ରହଣ କରାଯାଏ ଯାହା ଅନେକ ରାଷ୍ଟ୍ର ନିଜ ନିଜ କ୍ଷେତ୍ରରେ ପ୍ରୟୋଗ କରନ୍ତି ।

ତେଣୁ ସବୁ ଅର୍ଥନୈତିକ ବିକାଶ ତତ୍ତ୍ଵକୁ ନମୂନା ରୂପେ ଗ୍ରହଣ କରାଯାଏ ନାହିଁ । ତେବେ ଆନ୍ତର୍ଜାତୀୟ ସ୍ତରରେ ଅନେକଗୁଡ଼ିଏ ଅର୍ଥନୈତିକ ବିକାଶ ତତ୍ତ୍ଵ ରହିଛି ଯାହା ନମୁନା ରୂପେ ସ୍ଵୀକୃତ ହେବା ନିମନ୍ତେ ଦୃଢ଼ ଓ ପ୍ରବଳ ଦାବି ଉପସ୍ଥାପନ କରନ୍ତି । ସେଗୁଡ଼ିକୁ ମଧ୍ୟ ବିକାଶ ନମୂନା ରୂପେ ଗ୍ରହଣ କରାଯାଇପାରେ । ସେଗୁଡ଼ିକ ମଧ୍ୟରେ ପ୍ରମୁଖ ବିକାଶ ତତ୍ତ୍ଵ ବା ନମୁନାଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।

(୧) ରଞ୍ଜୋ ରୈଖିକ ପର୍ଯ୍ୟାୟ ଢ଼ାଞ୍ଚା (The Rostow Linear Stages Model) : ଏହି ତତ୍ତ୍ବ ବା ନମୁନା ଅନୁସାରେ ଆଧୁନିକତା ହାସଲ କରିବା ନିମନ୍ତେ ସବୁ ଦେଶ ବିକାଶର ସମାନ ପର୍ଯ୍ୟାୟ ବା ସ୍ତର ଦେଇ ଗତି କରନ୍ତି । ଅର୍ଥନୀତିଗୁଡ଼ିକୁ ପ୍ରାଥମିକ (Primary), ମାଧ୍ୟମିକ (Secondary) ଓ ତୃତୀୟ (Tetiary) କ୍ଷେତ୍ରରେ ବିଭକ୍ତ କରାଯାଇପାରେ । ବିକଶିତ ରାଷ୍ଟ୍ରମାନଙ୍କ ଇତିହାସ ଢାଞ୍ଚାଗତ ପରିବର୍ତ୍ତନର ଏକ ସାଧାରଣ ଧାରା (Common Pattern of Structural Change) ଯଥାକ୍ରମେ- ପାରମ୍ପରିକ ସମାଜ, ଅବସ୍ଥାନ୍ତର ବିଷୟରେ ସୂଚନା ଦିଏ । ବିଭିନ୍ନ ପର୍ଯ୍ୟାୟ ବା ସ୍ତରଗୁଡ଼ିକ ହେଲା (Transitional stage), (Take off), (High mass consumption) ।

(୨) ହେରୋଡ଼-ଡୋମାର ସଞ୍ଜୟ ଢାଞ୍ଚା (The Harrod-Domar Savings Model) : ୧୯୩୦ ଦଶକରେ (Investment) ଉଦ୍ଦେଶ୍ୟରେ ଉଧାର ନିଆଯାଏ । ଉଚ୍ଚ ହାରର ସଞ୍ଚୟକୁ ଉଚ୍ଚ ହାର ନିବେଶରେ ବଦଳାଇ ଆତ୍ମନିର୍ଭରଶୀଳ ଅର୍ଥନୈତିକ ବିକାଶ ହାସଲ କରାଯାଇପାରିବ ।

(୩) ଲିୱିସ୍ ଦ୍ଵୈତ କ୍ଷେତ୍ର ଢାଞ୍ଚା (The Lewis Dual Sector Model) : ଲିୱିସ୍ ନମୁନା ହେଉଛି ଢାଞ୍ଚାଗତ ପରିବର୍ତ୍ତନ (Structural change) ନମୁନା ଯାହା ସୂଚନା ଦିଏ ଏକ ଦ୍ଵୈତ ଅର୍ଥନୀତି (Dual Economy) ରେ କିପରି ଶ୍ରମ ବଦଳେ । ନିମ୍ନ ଅଥବା ଶୂନ୍ୟ ପ୍ରାନ୍ତୀୟ ଉତ୍ପାଦଯୁକ୍ତ (Low or zero marginal product) ପାରମ୍ପରିକ କୃଷି ଅର୍ଥନୀତିରେ ବଳକା ଶ୍ରମ ଆଧୁନିକ ଶିଳ୍ପକ୍ଷେତ୍ରକୁ ସ୍ଥାନାନ୍ତର ଗମନ କରେ ଏବଂ ଉଚ୍ଚ ପ୍ରାନ୍ତୀୟ ଉତ୍ପାଦରେ ସହାୟକ ହୁଏ । ଏହା ଅର୍ଥନୀତିରେ ଢାଞ୍ଚାଗତ ପରିବର୍ତ୍ତନ ଆବଶ୍ୟକ କରେ ।

(୪) ନିର୍ଭରତା ଢାଞ୍ଚା (Dependency Model) : ଏହି ନମୁନା ଗୋଟିଏ ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ଉପରେ ଅତ୍ୟଧିକ ନିର୍ଭର କରିବା ବିଷୟ ସୂଚିତ କରେ । ଆନ୍ତର୍ଜାତୀୟ ବାଣିଜ୍ୟ ଓ ଆଭ୍ୟନ୍ତରୀଣ ବିକାଶ କେତେକ ସ୍ଵଳ୍ପ ବିକଶିତ ଦେଶମାନଙ୍କୁ (IDCs) ବିକଶିତ ଦେଶମାନଙ୍କ ଉପରେ ଅଧିକରୁ ଅଧ‌ିକ ଅର୍ଥନୈତିକ ଦୃଷ୍ଟିରୁ ନର୍ଭର କରାଏ । ପ୍ରଭାବଶାଳୀ ବିକଶିତ ରାଷ୍ଟ୍ରମାନେ ନିଜର ବୈଷୟିକ ତଥା ଶୈକ (Technological and industrial) ସୁବିଧା ଦୃଷ୍ଟିରୁ ବିକାଶ କ୍ରୀଡ଼ାର ନୀତିଗୁଡ଼ିକୁ ବିଶ୍ଵବ୍ୟାଙ୍କ ଓ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (IMF) ରେ ବିକଶିତ ରାଷ୍ଟ୍ରମାନଙ୍କ ଭୂମିକାକୁ ଦେଖାଯାଇପାରେ ।

(୫) ସୁଷମ ବା ସମତୁଲ ବିକାଶ ଢ଼ାଞ୍ଚା (Balanced Growth Model) : ଏହି ନମୁନା ବା ତତ୍ତ୍ଵ ଅନୁସାରେ ଅର୍ଥନୀତିର ସବୁ କ୍ଷେତ୍ର ଓ ଅଞ୍ଚଳରେ ଏକକାଳୀନ ବହୁସଂଖ୍ୟକ ଶିଳ୍ପର ସମ୍ପ୍ରସାରଣ ଘଟିଲେ ପ୍ରତ୍ୟେକ ଅନ୍ୟ ପ୍ରତ୍ୟେକଟି ପାଇଁ ଗୋଟିଏ ବଜାର ସୃଷ୍ଟି କରେ । ଉଦାହରଣସ୍ୱରୂପ ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ନିଜର କଞ୍ଚାମାଲ ପାଇଁ ଘରୋଇ ଶିଳ୍ପଗୁଡ଼ିକ ଉପରେ ନିର୍ଭରଶୀଳ ହେବେ । ପରିଣାମତଃ ଏକ ସମୟରେ ସମସ୍ତ କ୍ଷେତ୍ର ଓ ସମସ୍ତ ଅଞ୍ଚଳରେ ବିକାଶ ଘଟିବ ।

(୬) ଅସମ ବା ଅସମତୁଲ ବିକାଶ ଢାଞ୍ଚା (Unbalanced Growth Model) : ଏହି ତତ୍ତ୍ବ ଅନୁସାରେ ସବୁ ଶିଳ୍ପରେ ବ୍ୟାପକ ତଥା ସଂଯୋଜିତ ନିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ସରକାର ପର୍ଯ୍ୟାପ୍ତ ସମ୍ବଳ ଯୋଗାଡ଼ କରିପାରିବେ ନାହିଁ । ଏହା ବିଶ୍ଵାସ କରେ ଯେ କେବଳ ମୁକ୍ତ ବଜାର ବିକାଶ ସୃଷ୍ଟି କରିପାରିବ ନାହିଁ । ତେଣୁ କେତେକ ଗୁରୁତ୍ବପୂର୍ଣ୍ଣ ଶିଳ୍ପରେ ସରକାରୀ ଯୋଜନା କିମ୍ବା ବଜାର ହସ୍ତକ୍ଷେପର ଆବଶ୍ୟକତା ରହିଛି ।

ତେବେ ଇତିହାସର ସମୟଚକ୍ରରେ ବହୁଳ ପ୍ରଚଳିତ ପ୍ରମୁଖ ବିକାଶ ନମୁନାଗୁଡ଼ିକ ହେଲା (୧) ମୁକ୍ତ ବା ବଜାର ଅର୍ଥନୀତି ନମୁନା (୨) ସମାଜବାଦୀ ନମୁନା (୩) ମିଶ୍ର ଅର୍ଥନୀତି ନମୁନା ଇତ୍ୟାଦି । ରାଷ୍ଟ୍ରମାନେ ନିଜ ପସନ୍ଦ, ଆବଶ୍ୟକତା ଓ ଅନୁକୂଳତା ଅନୁସାରେ ବିକାଶ ନମୁନା ଚୟନ କରିଥାଆନ୍ତି । ସମୟକ୍ରମେ କେତେକ ରାଷ୍ଟ୍ର ଗୋଟିଏ ନମୁନାକୁ ଛାଡ଼ି ଅନ୍ୟ ଏକ ନମୁନାକୁ ଆପଣେଇ ନେବାର ନଜିର ରହିଛି । ନିମ୍ନରେ ପ୍ରଚଳିତ ପ୍ରମୁଖ ବିକାଶ ନମୁନାଗୁଡ଼ିକ ବିଷୟରେ ସ୍ଵତନ୍ତ୍ର ଆଲୋଚନା କରାଗଲା ।

ମୁକ୍ତ ବା ବଜାର ଅର୍ଥନୀତି ଢାଞ୍ଚା (Free or Market Economy Model) :
ଏହାକୁ ମଧ୍ୟ ଉଦାରୀକରଣ (Liberalisation) ନମୁନା ବୋଲି କୁହାଯାଏ । ଏଥୁରେ ଅର୍ଥନୀତି ରାଷ୍ଟ୍ରଦ୍ୱାରା ନିୟନ୍ତ୍ରିତ ନହୋଇ ମୁକ୍ତ ବା ଅବାଧ (Laissez-faire) ନୀତିଦ୍ଵାରା ପରିଚାଳିତ ହୋଇଥାଏ ଯେଉଁଠି ଖୋଲା ଓ କଟକଣାହୀନ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରାଯାଏ । ବଜାର ଦର ଚାହିଦା ଓ ଯୋଗାଣ (Demand and supply) ନିୟମଦ୍ଵାରା ସ୍ଥିର ହେବା ସୁସ୍ଥ ଅର୍ଥନୀତିର ଲକ୍ଷଣ । ରାଷ୍ଟ୍ର ଏକ ରାଜନୈତିକ ବ୍ୟବସ୍ଥା ଯାହା ଅର୍ଥନୈତିକ କ୍ଷେତ୍ରରେ ପ୍ରବେଶ କରିବା ଅନୁଚିତ । ଫଳରେ ଦ୍ରୁତ ଓ ପ୍ରକୃତ ବିକାଶ ସମ୍ଭବ ହୋଇପାରିବ । ଏହି ନମୁନାର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।

(କ) ମୁକ୍ତ ବାଣିଜ୍ୟ (Free Trade) : ମୁକ୍ତ ବା ବଜାର ଅର୍ଥନୀତି ମୁକ୍ତ ବାଣିଜ୍ୟ ଉପରେ ଆଧାରିତ । ଆନ୍ତର୍ଜାତୀୟ ବାଣିଜ୍ୟ ଉଦାର ନୀତିଦ୍ଵାରା ପରିଚାଳିତ ହୁଏ । ଆମଦାନୀ ଓ ରତ୍ପାନୀ ପ୍ରାୟତଃ ମୁକ୍ତ ଓ କଟକଣାରହିତ । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଯୋଗିତାର କାରକମାନଙ୍କଦ୍ଵାରା ଦରଦାମ ନିୟନ୍ତ୍ରତ ହୁଏ । ସରକାରୀ ନିୟନ୍ତ୍ରଣ ଏଠାରେ ନଥାଏ । ଆର୍ଥିକ ଉଦାରବାଦ ଓ ଜଗତୀକରଣର ନିୟମଦ୍ଵାରା ଏସବୁ ପରିଚାଳିତ ହୁଏ ।

CHSE Odisha Class 11 Political Science Solutions Chapter 9 ବିକାଶ

(ଖ) ସ୍ଵାଧୀନ ଉଦ୍ୟୋଗ (Free Enterprise) : ନିଜ ପସନ୍ଦର ଉଦ୍ୟୋଗ ବା ଶିଳ୍ପ, କାରଖାନା ଆଦି ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜିପତି ଓ ଶିଳ୍ପପତିମାନେ ସ୍ଵାଧୀନତା ଲାଭ କରନ୍ତି । ଏ ଦିଗରେ ସରକାରୀ କଟକଣା ବା ଅନୁମତି ପ୍ରାୟତଃ ହୁଏନାହିଁ ଅଥବା ସୀମିତ କଟକଣାଜନିତ ଅନୁମତି ସହଜରେ ପ୍ରାପ୍ତ ହୋଇଥାଏ । ଉତ୍ପାଦନ ପରମାଣର କୌଣସ ସୀମା ନିର୍ଦ୍ଧାରିତ ହୋଇ ନଥାଏ । ଉଦ୍ୟୋଗ ବା ଶିଳ୍ପ ବିସ୍ତାର ମୁକ୍ତ ଓ ସହଜରେ ହୋଇପାରେ । ପରିଣାମତଃ ଉଦ୍ୟୋଗପତି ଓ ଶିଳ୍ପପତିମାନେ ଶିଳ୍ପାୟନ ବୃଦ୍ଧି ବା ବିସ୍ତାର ନିମନ୍ତେ ଆଗ୍ରହ ପ୍ରକାଶ କରି ବିକାଶରେ ସହାୟକ ହୁଅନ୍ତି ।

(ଗ) ବିଦେଶୀ ପୁଞ୍ଜିନିବେଶ (Foreign Investment) : ମୁକ୍ତ ବଜାର ଅର୍ଥନୀତି ମୁକ୍ତ ଓ ଅବାଧ ପ୍ରତିଯୋଗିତାର ସୁଯୋଗ ପ୍ରଦାନ କରୁଥିବାରୁ ଏବଂ ଏଥ‌ିରେ ସରକାରୀ କଟକଣା ନଥିବାରୁ ବିଦେଶୀ ଓ ବହୁଦେଶୀୟ କମ୍ପାନୀମାନେ (MNCs) କୌଣସି ରାଷ୍ଟ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରନ୍ତି | ଦେଶୀୟ କମ୍ପାନୀମାନେ ମଧ୍ୟ ବିଦେଶୀ କମ୍ପାନୀମାନଙ୍କ ସହଯୋଗରେ କାର୍ଯ୍ୟ କରନ୍ତି । ସରକାର ନିଜର ଅର୍ଥନୈତିକ ନୀତି ବାରମ୍ବାର ନ ବଦଳାଇଲେ ଓ ଉଦାରବାଦୀ ନୀତି ଚଳାଇ ରଖିଲେ ବିଦେଶୀ ପୁଞ୍ଜିନିବେଶ ବଢ଼ିବ ଯାହା ରାଷ୍ଟ୍ରର ବିକାଶକୁ ପ୍ରୋତ୍ସାହିତ କରିବ ।

(ଘ) ଆଧୁନିକ କୌଶଳ (Modern techniques) : ସାଧାରଣ ବିକାଶଶୀଳ ରାଷ୍ଟ୍ରମାନଙ୍କର ଉତ୍ପାଦନ ଓ ବଣ୍ଟନ କୌଶଳ ପୁରୁଣାକାଳିଆ ତଥା ଅକାମୀ । ସେହି ରାଷ୍ଟ୍ରମାନେ ଗବେଷଣା ଦିଗରେ ମଧ୍ୟ ଯଥେଷ୍ଟ ପୁଞ୍ଜି ଓ ଜ୍ଞାନକୌଶଳ ବ୍ୟବହାର କରିପାରନ୍ତି ନାହିଁ । ତେଣୁ ସେମାନେ ଅତ୍ୟାଧୁନିକ ବିଦେଶୀ ଜ୍ଞାନ ଓ କୌଶଳ ଆମଦାନୀ କରି ଉତ୍ପାଦନ ଓ ବିକାଶ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରନ୍ତି ।

ସମାଜବାଦୀ ଢାଞ୍ଚା (Socialist Model):
ବଜାର ଅର୍ଥନୀତି ନମୁନା ବା ଉଦାରବାଦୀ ନମୁନାର ବିପରୀତ ବା ବିରୋଧୀ ନମୁନା ହେଉଛ ସମାଜବାଦୀ ନମୁନା । ଏଥରେ ରାଷ୍ଟ୍ର ଉତ୍ପାଦନ ଓ ବିତରଣର ସାଧନଗୁଡ଼ିକୁ ନିୟନ୍ତ୍ରଣ କରେ । ଅବାଧ ବେସରକାରୀ ପ୍ରତିଯୋଗିତା ଅପେକ୍ଷା ରାଷ୍ଟ୍ର ନିୟନ୍ତ୍ରଣ ମାଧ୍ୟମରେ ବ୍ୟକ୍ତିର ସ୍ଵାଧୀନତା ଓ ବିକାଶ ଅଧୂକ ସୁରକ୍ଷିତ ବୋଲି ବିଶ୍ଵାସ କରାଯାଏ । ସମାଜବାଦୀ ଢାଞ୍ଚା ତିନି ପ୍ରକାରର, ଯଥା- (୧) ମାର୍କ୍ସବାଦୀ ଢାଞ୍ଚା, (୨) ଗଣତାନ୍ତ୍ରିକ-ସମାଜବାଦୀ ଢାଞ୍ଚା ଓ (୩) ମିଶ୍ର ଅର୍ଥନୀତି ଢାଞ୍ଚା ।

(୧) ମାର୍କ୍ସବାଦୀ ଢାଞ୍ଚା (Marxian Model) :
ମାର୍କ୍ସବାଦୀ ନମୁନା ସାଧାରଣତଃ ସାମ୍ୟବାଦୀ ରାଷ୍ଟ୍ରମାନଙ୍କରେ କାର୍ଯ୍ୟକାରୀ ହୋଇଥାଏ । ଏହି ନମୁନା କାର୍ଲ ମାର୍କ୍ସଙ୍କ ସାମ୍ୟବାଦୀ ବା ବୈଜ୍ଞାନିକ ସମାଜବାଦୀ ତତ୍ତ୍ଵ ଉପରେ ଆଧାରିତ ଯାହାର ପ୍ରମୁଖ ଲକ୍ଷଣଗୁଡ଼ିକ ନିମ୍ନରେ ଦିଆଗଲା ।

(କ) ଐତିହାସିକ ବସ୍ତୁବାଦ (Historical Materialism): କାର୍ଲ ମାର୍କଙ୍କ ଚିନ୍ତାଧାରରେ ଇତିହାସର ଗତି ବା ଧାରା, ପରିବର୍ତ୍ତନ ଆଦି ବସ୍ତୁବାଦୀ କାରଣଦ୍ଵାରା ନିର୍ଦ୍ଧାରିତ ହୋଇଥାଏ । ଅର୍ଥାତ୍ ଅର୍ଥନୈତିକ କାରକମାନଙ୍କ ଉତ୍ପାଦନ ଧାରାଦ୍ଵାରା ଇତିହାସ ପ୍ରଭାବିତ ଓ ସ୍ଥିରୀକୃତ ହୁଏ । କାରଣ ଏହା ସାମାଜିକ ସମ୍ପର୍କ ନିର୍ଦ୍ଧାରଣ ଅଥବା ପରିବର୍ତ୍ତନ ସହ ପୁନଃନିର୍ଦ୍ଧାରଣ କରିଥାଏ । ତେଣୁ ଉତ୍ପାଦନର ସାଧନଗୁଡ଼ିକ ସମାଜର ସମୂହ ମାଲିକାନିରେ ରହିବା ଉଚିତ ।

(ଖ) ଶ୍ରେଣୀ ସଂଘର୍ଷ (Class Struggle) : ଇତିହାସରେ ବର୍ଣ୍ଣିତ ତଥା ଏ ପର୍ଯ୍ୟନ୍ତ ଦୃଶ୍ୟମାନ ସକଳ ସମାଜ ଶ୍ରେଣୀ ସଂଘର୍ଷଦ୍ବାରା ଜର୍ଜରିତ ବୋଲି ମାର୍କ ଉଲ୍ଲେଖ କରିଛନ୍ତି । ପ୍ରତ୍ୟେକ ସମାଜରେ ସର୍ବଦା ପରସ୍ପର ବିରୋଧୀ ସଂଘର୍ଷରତ ଦୁଇଟି ଗୋଷ୍ଠୀ ରହିଆସିଛନ୍ତି । ଗୋଟିଏ ଧନୀକ ହେଲେ ଅନ୍ୟଟି ନିର୍ଜନ; ଗୋଟିଏ ପୁଞ୍ଜିପତି ହେଲେ ଅନ୍ୟଟି ସର୍ବହରା; ଗୋଟିଏ ଶାସକ ହେଲେ ଅନ୍ୟଟି ଶାସିତ; ମୋଟ’ ଉପରେ କହିଲେ ଗୋଟିଏ ଶୋଷକ ହେଲେ ଅନ୍ୟଟି ଶୋଷିତ ଅଟେ ।

(ଗ) ଉଦ୍‌ବୃତ୍ତ ମୂଲ୍ୟ (Surplus Value) : ଶ୍ରମିକର ଶ୍ରମ ଯୋଗୁ କୌଣସି ଦ୍ରବ୍ୟର ବଜାର ମୂଲ୍ୟ ନିରୂପିତ ହୁଏ । ମାତ୍ର କିଛି ନକରି ବି ଲାଭାଂଶ ବା ଉଦ୍‌ବୃତ୍ତ ମୂଲ୍ୟ ପୁଞ୍ଜିପତି ମାଲିକ ନେଇଯାଏ । ଅନ୍ୟପକ୍ଷରେ ସବୁ କରି ବିଚରା ଶ୍ରମିକ କିଛି ବି ପାଏନାହିଁ । ଏପରି ଶୋଷଣ ଫଳରେ ପୁଞ୍ଜିପତି ମାଲିକମାନେ ଅଧିକରୁ ଅଧିକ ଧନୀ ହୋଇ ଚାଲନ୍ତି ଯେତେବେଳେ କି ଶୋଷିତ ହୋଇ ହୋଇ ଶ୍ରମିକମାନେ ସର୍ବହରା ପାଲଟି ଯାଆନ୍ତି ।

(ଘ) ବିପ୍ଳବ (Revolution) : ମୁଷ୍ଟିମେୟ ପୁଞ୍ଜିପତି ମାଲିକ ଓ ଅନେକ ସର୍ବହରା ଶ୍ରମିକମାନଙ୍କ ମଧ୍ୟରେ ପାର୍ଥକ୍ୟ ଚରମ ସୀମାରେ ପହଞ୍ଚିଲେ ବିପ୍ଳବ ଅବଶ୍ୟମ୍ଭାବୀ ହୋଇଉଠେ । ଏହି ବିପ୍ଳବ ନିମନ୍ତେ ସର୍ବହରା ଶ୍ରମିକଗଣ ଏକଜୁଟ ହୋଇ ନିର୍ଣ୍ଣାୟକ ସଂଗ୍ରାମରେ ମାତନ୍ତି ଓ ସଫଳକାମ ହୁଅନ୍ତି । ଫଳରେ ପୁଞ୍ଜିବାଦୀ ରାଷ୍ଟ୍ର ବ୍ୟବସ୍ଥାର ପତନ ଘଟେ ।

(ଙ) ସର୍ବହରାର ଏକଚ୍ଛଦ୍ରବାଦ (Dictatorship of the Proletariat) : ପୁଞ୍ଜିବାଦ ଓ ତାହାର ପ୍ରୟୋଜିତ ରାଷ୍ଟ୍ର ବ୍ୟବସ୍ଥାର ପତନ ଫଳରେ ସମାଜବାଦୀ ସମାଜ (Socialistic society) ପ୍ରତିଷ୍ଠା ନିମନ୍ତେ ପଥ ପରିଷ୍କାର ହେଲେ ମଧ୍ୟ ସଙ୍ଗେ ସଙ୍ଗେ ତାହା ବିଦ୍ୟମାନ ହୁଏ ନାହିଁ । କାରଣ ହଠାତ୍ ଏକ ଅସ୍ଥାୟୀ ଓ ଅନ୍ତରୀଣ ବ୍ୟବସ୍ଥା ଦୃଶ୍ୟମାନ ହୁଏ ଯାହାକୁ ସର୍ବହରାର ଏକଚ୍ଛତ୍ରବାଦ କୁହାଯାଏ । ଏହି ସମୟରେ ପୁଞ୍ଜିବାଦର ଅବଶେଷକୁ ନିଶ୍ଚିହ୍ନ କରାଯାଇ ସମାଜବାଦର ଚୂଡ଼ାନ୍ତ ବିଜୟ ନିମନ୍ତେ ଭିତ୍ତଭୂମି ପ୍ରସ୍ତୁତ କରାଯାଏ ।

(ଚ) ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା (Establishment of Classless and Stateless Society) : ମାର୍କ୍ସବାଦର ଚରମ ଓ ସର୍ବଶେଷ ଲକ୍ଷ୍ୟ ହେଲା ଏକ ଶ୍ରେଣୀବିହୀନ ଓ ରାଷ୍ଟ୍ରହୀନ ସମାଜ ପ୍ରତିଷ୍ଠା କରିବା । ଶ୍ରେଣୀ ସଂଘର୍ଷ ନିମନ୍ତେ ମୁଖ୍ୟତଃ ଦାୟୀ ପୁଞ୍ଜିପତି ଗୋଷ୍ଠୀ ଓ ତାହାର ସମର୍ଥନକାରୀ ରାଷ୍ଟ୍ରର ପତନ ଓ ବିଲୟ ହେଲେ ଶ୍ରେଣୀ ସଂଘର୍ଷ ସୃଷ୍ଟି ହେବ ନାହିଁ ଏବଂ ଶୋଷଣ ଓ ଦମନକାରୀ ରାଷ୍ଟ୍ରର ଅନୁପସ୍ଥିତିରେ ଜନସାଧାରଣ ବାସ୍ତବ ସାମ୍ୟ ଅନୁଭବ କରିବେ । ସମାଜର ବିକାଶ ବୈପ୍ଳବିକ ଓ ବ୍ୟାପକ ରୂପରେ ଦୃଶ୍ୟମାନ ହେବ ଯାହାର ଜ୍ଵଳନ୍ତ ଉଦାହରଣ ହେଉଛି ତତ୍‌କାଳୀନ ସୋଭିଏତ୍ ଋଷିଆ ।

(୨) ଗଣତାନ୍ତ୍ରିକ-ସମାଜବାଦୀ ଢାଞ୍ଚା (Democratic-socialist Model)
(କ) ସମ୍ବିଧାନରେ ବିଶ୍ଵାସ (Faith in the Constitution) : ଗଣତାନ୍ତ୍ରିକ-ସମାଜବାଦୀ ବିକାଶ ନମୁନା ଏକଚ୍ଛତ୍ରବାଦ ଓ ଅଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରେ ଏବଂ ସାମ୍ବିଧାନିକ ବ୍ୟବସ୍ଥାର ପରିଧ ମଧ୍ୟରେ ରହି ବିକାଶ ହାସଲ କରିବା ସମ୍ଭବ ବୋଲି ବିଶ୍ଵାସ କରେ । ଏହା ଆଇନର ଶାସନ ଓ ବ୍ୟକ୍ତି ସ୍ଵତନ୍ତ୍ରତା ଉପରେ ଗୁରୁତ୍ଵ ଦେବା ସହ ଅର୍ଥନୈତିକ ବିକାଶ ନିମନ୍ତେ ପ୍ରଯତ୍ନ କରେ ।

CHSE Odisha Class 11 Political Science Solutions Chapter 9 ବିକାଶ

(ଖ) ଗଣତନ୍ତ୍ର ଓ ସମାଜବାଦର ମଧ୍ୟମ ପନ୍ଥା (Midway between Democracy and Socialism) : ବିକାଶର ଏହି ନମୁନା ଉଭୟ ଗଣତନ୍ତ୍ର ଓ ସମାଜବାଦର ଆଦର୍ଶ ମିଳନ କରାଇଛି ଏବଂ ଉଭୟଙ୍କ ସୁଗୁଣଗୁଡ଼ିକୁ ଉପଯୋଗ କରି ରାଜନୀତି ଓ ଅର୍ଥନୀତି ମଧ୍ୟରେ ଏକ ଭାରସାମ୍ୟ ରକ୍ଷା କରିପାରିଛି । ଫଳରେ ବିନା ଅସନ୍ତୋଷରେ ବିକାଶଧାରା ବାସ୍ତବ ତ୍ଵରିତ ହୋଇପାରିବ । କାରଣ ଏଠାରେ ସମାଜବାଦର ଉଗ୍ରରୂପ ନଥାଏ ।

(ଗ) ଉଭୟ ବ୍ୟକ୍ତି ଓ ସମାଜ ଉପରେ ଗୁରୁତ୍ଵ (Focus both on Individual and Society) : ଏହା ଉଭୟ ବ୍ୟକ୍ତି ଓ ସମାଜକୁ ଗୁରୁତ୍ଵ ଦିଏ । ସମାଜର ସମୂହ କଲ୍ୟାଣ ନିମନ୍ତେ ବ୍ୟକ୍ତିକୁ ବଳପୂର୍ବକ ତ୍ୟାଗ ସ୍ଵୀକାର କରିବାକୁ ବାଧ୍ୟ ଦାନ କରେ । ଏହି ନମୁନାର ଅନ୍ୟତମ ଉଦ୍ଭାବକ ତଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ ଗଣତନ୍ତ୍ର ପ୍ରତି ପ୍ରଗାଢ଼ ଆସ୍ଥା ପ୍ରକଟ କରିଥିଲେ ଏବଂ ତତ୍‌କାଳିନ ସୋଭିଏତ୍ ଋଷିଆର ସମାଜବାଦୀ ବିକାଶଦ୍ଵାରା ପ୍ରଚଣ୍ଡ ଭାବେ ପ୍ରଭାବିତ ହୋଇଥିଲେ ।

(୩) ମିଶ୍ର ଅର୍ଥନୀତି ଢାଞ୍ଚା (Mixed Foconomy Model) :
ଏହି ନମୁନା ଉଭୟ ବଜାର ଅର୍ଥନୀତି ନମୁନା ଓ ସମାଜବାଦୀ ଅର୍ଥନୀତି ଢାଞ୍ଚାର ଏକ ମିଶ୍ରଣ ଯାହାର ଲକ୍ଷଣଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।

(କ) ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରର ଉପସ୍ଥିତି (Presence of both Public and Private Sectors) : ଏହି ନମୁନାରେ ଉଭୟ ସରକାରୀ କ୍ଷେତ୍ର ଓ ବେସରକାରୀ କ୍ଷେତ୍ର ମିଳିମିଶି ସାଧାରଣ ଲକ୍ଷ୍ୟ ହାସଲ ଦିଗରେ କାର୍ଯ୍ୟ କରନ୍ତି । ସେମାନେ ମିଳିତ ଭାବେ ଅର୍ଥନୈତିକ ବିକାଶ ଓ ଜାତୀୟ ଅଭିବୃଦ୍ଧି କାମନା କରନ୍ତି । ବେସରକାରୀ କ୍ଷେତ୍ର ଲାଭଦାୟକ ଉଦ୍ୟୋଗ ପ୍ରତି ଅଧିକ ଆକୃଷ୍ଟ ହେଉଥ‌ିବାବେଳେ ମୌଳିକ ସେବା, ଲାଭ ନଥିବା କ୍ଷୁଦ୍ର, ଅନାକର୍ଷଣୀୟ ଆଦି କ୍ଷେତ୍ରମାନଙ୍କରେ ସରକାରୀ ଉଦ୍ୟୋଗ କାର୍ଯ୍ୟ କରିଥାଏ । ସାଧାରଣତଃ ସରକାରୀ କ୍ଷେତ୍ର ବିକାଶ ନିମନ୍ତେ ମୌଳିକ ଭିତ୍ତିଭୂମି ଯୋଗାଇ ଦେଇଥାଏ ।

(ଖ) ଅର୍ଥନୈତିକ ଯୋଜନା (Economic Planning) : ସ୍ଥିରୀକୃତ ଓ ପୂର୍ବନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ନିମନ୍ତେ ସରକାର ଅର୍ଥନୈତିକ ଯୋଜନାକୁ ଏକ କୌଶଳ ରୂପେ ବ୍ୟବହାର କରିଥାଏ । ଭାରତ ଭଳି ବିକାଶଶୀଳ ଦେଶମାନଙ୍କରେ ସମୟବଦ୍ଧ (Time-bound) ଜାତୀୟ ଯୋଜନା ପ୍ରସ୍ତୁତ ହୁଏ ଯାହାର ପ୍ରସ୍ତୁତି ଓ ପରିଚାଳନା ନିମନ୍ତେ ଏକ ସ୍ବୀକୃତ ସଂସ୍ଥା ଥାଏ । ଭାରତରେ ଯୋଜନା ଆୟୋଗ (Planning Commission) ଦେଶର ପଞ୍ଚବାର୍ଷିକ ଯୋଜନାଗୁଡ଼ିକ (Five year plans) ର ସଫଳ ସ୍ରଷ୍ଟା ।

୨ । ନିରନ୍ତର ଉନ୍ନୟନ ଲକ୍ଷ୍ୟ (Sustainable Development Goals) ବୁଝାଇ ଲେଖ ।
Answer:
ଜାତିସଂଘଦ୍ବାରା ଅନୁମୋଦିତ ଆମର ବିଶ୍ବ ରୂପାନ୍ତରୀକରଣ ପାଇଁ ୨୦୩୦ କାର୍ଯ୍ୟସୂଚୀରେ ନିମ୍ନୋକ୍ତ ବିଷୟଗୁଡ଼ିକୁ ନିରନ୍ତର ଉନ୍ନୟନ ଲକ୍ଷ୍ୟ ହିସାବରେ ସ୍ଵୀକୃତି ଦିଆଯାଇଛି :

  • ସର୍ବତ୍ର ସମସ୍ତ ପ୍ରକାର ଦାରିଦ୍ର୍ୟର ବିଲୋପ ସାଧନ ।
  • କ୍ଷୁଧାକୁ ପ୍ରତିହତ କରିବା, ଖାଦ୍ୟ ସୁରକ୍ଷା ଓ ଉନ୍ନତ ପୁଷ୍ଟିସାର ଖାଦ୍ୟ ପ୍ରସ୍ତୁତି ପାଇଁ ନିରନ୍ତର କୃଷି ଯେଜାନା ଗ୍ରହଣ ।
  • ପ୍ରତ୍ୟେକ ବୟସର ସମସ୍ତ ବ୍ୟକ୍ତିଙ୍କ ପାଇଁ ଏକ ସ୍ଵାସ୍ଥ୍ୟପ୍ରଦ ଓ ଉନ୍ନତ ଜୀବନ ପ୍ରଦାନକାରୀ ବ୍ୟବସ୍ଥା ଗ୍ରହଣ ।
  • ପ୍ରତ୍ୟେକ ଆଧାରରେ ଗୁଣାତ୍ମକ ମାନଯୁକ୍ତ ଶିକ୍ଷା ବ୍ୟବସ୍ଥା ଓ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ଶିକ୍ଷାଲାଭର ସୁଯୋଗ ସୃଷ୍ଟି ।
  • ଲିଙ୍ଗଗତ ସମାନତାର ଲକ୍ଷ୍ୟ ହାସଲ ଓ ସମସ୍ତ ମହିଳା ଓ ବାଳିକାଙ୍କ ସଶକ୍ତିକରଣ ।
  • ସମସ୍ତଙ୍କ ପାଇଁ ନିରନ୍ତର ଜଳ ଓ ପରିମଳ ବ୍ୟବସ୍ଥା ଯୋଗାଣ ଓ ପରିଚାଳନା ।
  • ସମସ୍ତଙ୍କ ପାଇଁ ସୁବିଧା ମୂଲ୍ୟରେ ନିର୍ଭରଯୋଗ୍ୟ ସୂତ୍ରରୁ ଶକ୍ତି ଯୋଗାଣ ।
  • ସମସ୍ତଙ୍କ ପାଇଁ ଉନ୍ନତ ମାନର କାର୍ଯ୍ୟ, ଉତ୍ପାଦନଭିଭିକ ନିଯୁକ୍ତି ଓ ନିରନ୍ତର ଅର୍ଥନୈତିକ ବିକାଶ ।
  • ଭିତ୍ତିଭୂମିର ବିକାଶ ଓ ନିରନ୍ତର ଶିଳ୍ପୀକରଣ ।
  • ଦେଶ ଦେଶ ମଧ୍ୟରେ ଅସମାନତା ଦୂରୀକରଣ ।
  • ମାନବର ଅବସ୍ଥାନସ୍ଥଳୀର ସୁରକ୍ଷା ।
  • ଉତ୍ତମ ଉତ୍ପାଦନ ଓ ଉପଭୋଗ ଢାଞ୍ଚାର କାର୍ଯ୍ୟକାରିତା ।
  • ପାଗ ପରିବର୍ତ୍ତନ (Climate Change) ର ପ୍ରତିରୋଧ ।
  • ସାମୁଦ୍ରିକ ସମ୍ବଳର ସଂରକ୍ଷଣ ଓ ସଂଯମ ଉପଯୋଗ ।
  • ଜଙ୍ଗଲ ହ୍ରାସ, ଭୂମି ଅବକ୍ଷୟ ଓ ଜୈବ ବିବିଧତା ହ୍ରାସଜନିତ ସମସ୍ୟାର ଉପଯୁକ୍ତ ମୁକାବିଲା ।
  • ସମସ୍ତଙ୍କୁ ନ୍ୟାୟ ପ୍ରଦାନ ଓ ଦାୟିତ୍ଵଶୀଳ ତଥା ଦକ୍ଷ ଅନୁଷ୍ଠାନ ସମୂହର କାର୍ଯ୍ୟକାରିତା ।
  • ବିଶ୍ଵ ସହଯୋଗିତା ଓ ସହଭାଗିତାରେ ନିରନ୍ତର ଉନ୍ନୟନ ଲକ୍ଷ୍ୟ ହାସଲ ।

୩ । ନିରନ୍ତର ବିକାଶ କହିଲେ କ’ଣ ବୁଝ ଓ ଏହାର ଅନ୍ତରାୟ ସୃଷ୍ଟିର କାରଣ ଓ ଲକ୍ଷ୍ୟ ହାସଲ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କର ।
Answer:
ଦେଶର ଆର୍ଥିକ ଉନ୍ନତିର ବିକାଶ ନିମନ୍ତେ ଯୋଜନାଗୁଡ଼ିକ ପ୍ରଣୟନ କରାଯାଇଥାଏ । ପରିବେଶସହ ଯୋଜନାଗୁଡ଼ିକ ଓତପ୍ରୋତ ଭାବରେ ଜଡି଼ତ କରିବା ନିମନ୍ତେ ପରିବେଶବିତ୍‌ମାନେ ବାରମ୍ବାର ସ୍ଵର ଉତ୍ତୋଳନ କରୁଛନ୍ତି । ସୁତରାଂ ବିକାଶମୂଳକ ଯୋଜନାଗୁଡ଼ିକୁ ପରିବେଶଦ୍ଵାରା ଗ୍ରହଣୀୟ ହେବା ନିମନ୍ତେ ପ୍ରଚେଷ୍ଟା କରାଯାଉଛି । ନିରନ୍ତର ବା ଅନୁମୋଦିତ ବିକାଶ (Sustainable Development)ର ଚିନ୍ତାଧାରା ବିଭିନ୍ନ ଉନ୍ନତ ଏବଂ ବିକାଶଶୀଳ ରାଷ୍ଟ୍ରମାନେ ବର୍ତ୍ତମାନ ସେମାନଙ୍କର ଯୋଜନା ପ୍ରଣୟନ ସମୟରେ ବିଚାର କରୁଛନ୍ତି ।

CHSE Odisha Class 11 Political Science Solutions Chapter 9 ବିକାଶ

କୌଣସି ଶିଳ୍ପସଂସ୍ଥା ପ୍ରତିଷ୍ଠା କରାଯିବାଦ୍ଵାରା ପରିବେଶର କ୍ଷତିକୁ କିପରି ଭରଣା କରାଯାଇପାରିବ ଓ ପରିବେଶ ସନ୍ତୁଳନରେ ଯେପରି କୌଣସି ବାଧା ସୃଷ୍ଟି ନ ହେବ ସେଥୁପ୍ରତି ଦୃଷ୍ଟି ଦିଆଯାଉଛି । ନିରନ୍ତର ବିକାଶ ସାମଗ୍ରିକ ଉନ୍ନତି ଉପରେ ଗୁରୁତ୍ଵ ଦେଇଥାଏ । ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରାଯିବା ସମୟରେ ଏହି ପ୍ରକଳ୍ପର ପରିବେଶ, ଜଳବାୟୁ, ଜଙ୍ଗଲ ସମ୍ପଦ ଇତ୍ୟାଦି ଉପରେ କେଉଁ ପ୍ରକାର ପ୍ରଭାବ ପଡ଼ିବ ତାହା ବିଚାରକୁ ନିଆଯାଇଥାଏ ଏବଂ ବୈଜ୍ଞାନିକ ଉପାୟରେ ସେଗୁଡ଼ିକର ନିରାକରଣପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ।

ଐତିହାସିକ ଦୃଷ୍ଟିକୋଣରୁ ବିବେଚନା କଲେ ଜଣାଯାଏ ଯେ, ଏହି ଅନୁମୋଦିତ ବିକାଶ ବା Sustainable development ପରି ଶବ୍ଦର ସାଧାରଣ ବ୍ୟବହାର ଅତି ପ୍ରାଚୀନ ନୁହେଁ । ଏହା ୧୯୯୨ ମସିହା Earth Summit or United Nations Conference on Environment and Development ଏହାକୁ ବିଶ୍ଵର ସମୁଦାୟ ରାଷ୍ଟ୍ର ମାନି ବିଭିନ୍ନ କାର୍ଯ୍ୟ ସମାହିତ କରୁଅଛି ।

ସାଧାରଣତଃ ଅନେକ ପ୍ରତିବନ୍ଧକ ଦେଖାଦେଇଥାଏ । ସେହିସବୁ ପ୍ରତିବନ୍ଧକକୁ ନିମ୍ନରେ ଆଲୋଚନା କରାଗଲା ।

(୧) ଜନସଂଖ୍ୟା ବୃଦ୍ଧି – ସଭ୍ୟତାର ଆରମ୍ଭରୁ ଆମ୍ଭେମାନେ ପ୍ରକୃତିକୁ ନିଜ ସ୍ଵାର୍ଥପାଇଁ ବିନିଯୋଗ କରିଆସୁଅଛେ । କିନ୍ତୁ ଜନସଂଖ୍ୟା ଯେତେବେଳେ କ୍ରମାଗତ ଭାବରେ ବୃଦ୍ଧିପାଇଛି, ସେତେବେଳେ ସେମାନଙ୍କ ସ୍ଵାର୍ଥ ସାଧନପାଇଁ ପ୍ରାକୃତିକ ସମ୍ପଦର ବ୍ୟବହାର ମଧ୍ୟ କ୍ରମଶଃ ବୃଦ୍ଧିପାଇଛି । ଫଳରେ ପ୍ରାକୃତିକ ସମ୍ପଦର କ୍ରମଶଃ କ୍ଷୟ ସାଧନ ହେଉଛି । ମାତ୍ର ପ୍ରାକୃତିକ ସମ୍ପଦର ଅବକ୍ଷୟ ଏହାର ପଥରେ ଏକ ମୁଖ୍ୟ ପ୍ରତିବନ୍ଧକ ହୋଇ ଯେ ଠିଆ ହୋଇଛି ଏଥ‌ିରେ ସନ୍ଦେହ ଅବକାଶ ନାହିଁ ।

(୨) ଦ୍ରୁତ ସହରୀକରଣ ଶିଳ୍ପ ବିପ୍ଳବ ଫଳରେ ବିଶ୍ଵର ସର୍ବତ୍ର ସହର ଓ ନଗରଗୁଡ଼ିକ ଦ୍ରୁତ ବିକଶିତ ହେବାକୁ ଲାଗିଛି । ଫଳରେ ସାମାଜିକ, ଆର୍ଥନୀତିକ ଓ ପରିବେଶଗତ ବିଭିନ୍ନ ପରିବର୍ତ୍ତନ ଦେଖାଦେଇଛି । ଫଳରେ ଅତିରିକ୍ତ ଜନଗହଳି ଓ ବ୍ୟବହାର ଯୋଗୁଁ ବାୟୁ ପ୍ରଦୂଷଣ ସହିତ ଶବ୍ଦ ପ୍ରଦୂଷଣ ମଧ୍ୟ ବୃଦ୍ଧିପାଉଛି । ଯାହାଫଳରେ ଏହା ପରିବେଶ ଓ ଅନୁମୋଦିତ ବିକାଶ ପଥରେ ଅନ୍ତରାୟ ହୋଇ ଠିଆହୋଇଛି।

(୩) ଶିଳ୍ପର ଦ୍ରୁତ ବିକାଶ ଲୋକସଂଖ୍ୟା ବୃଦ୍ଧି ସାଙ୍ଗକୁ ଶିଳ୍ପବିପ୍ଲବମାନ ଦେଖାଦେଲା, ଫଳରେ ଶିଳ୍ପ କାରଖାନାରୁ ସୃଷ୍ଟି ହେଉଥ‌ିବା ବଳକା ପଦାର୍ଥ; ଯଥା – ତରଳ, କଠିନ ଓ ବାଷ୍ପୀୟ ପଦାର୍ଥଗୁଡ଼ିକ ବାୟୁ, ଜଳ ଓ ସ୍ଥଳଭାଗକୁ ପ୍ରଦୂଷିତ କରିବାରେ ଲାଗିଲା । ଯାହାଫଳରେ ଏହା ଅନୁମୋଦିତ ବିକାଶ କ୍ଷେତ୍ରରେ ଏକ ପ୍ରତିବନ୍ଧକ ଭାବରେ ଛିଡ଼ାହେଲା ।

(୪) ପୃଥ‌ିବୀର ଉଷ୍ଣତା (Global Warming) – ଜନସଂଖ୍ୟାର ଦ୍ରୁତ ବୃଦ୍ଧି ସାଙ୍ଗକୁ ଶିଳ୍ପବିପ୍ଳବଦ୍ଵାରା ବାୟୁମଣ୍ଡଳରେ ଏହା ଉପରକୁ ଉଠିଲାବେଳେ, ଅଙ୍ଗାରକାମ୍ଳର ଆବରଣଯୋଗୁଁ ତାହା ଆଉ ଉପରକୁ ଉଠିପାରେ ନାହିଁ । ପରିଶେଷରେ ପୃଥୁବୀର ଉଷ୍ଣତା ବୃଦ୍ଧି ଘଟିଥାଏ । ଏହା ମଧ୍ୟ ଅନୁମୋଦିତ ବିକାଶ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରେ ।

(୫) ପାରମାଣବିକ ପରୀକ୍ଷା ଏବଂ ଯୁଦ୍ଧ ସେମାନେ ବିଶେଷ ଭାବରେ ଅନୁମୋଦିତ ବିକାଶ କ୍ଷେତ୍ରରେ ଅନ୍ତରାୟ ହୋଇ ଠିଆ ହୋଇଛନ୍ତି । ଯାହାଦ୍ଵାରା ବାୟୁ, ଜଳ ଓ ସ୍ଥଳଭାଗ ବିଶେଷଭାବରେ ପ୍ରଭାବିତ ହେଉଛି ।

ନିରନ୍ତର ବା ଅନୁମୋଦିତ ବିକାଶକୁ ହାସଲ କରିହେବ କିପରି?
ବର୍ତ୍ତମାନ ଆମେ ସମସ୍ତେ ଜାଣିଛେ ଶିଳ୍ପ ବିକାଶକୁ କୌଣସି ପ୍ରକାରରେ ବନ୍ଦ କରିପାରିବା ନାହିଁ । କାରଣ ଏହାସବୁ ଆମ୍ଭର ଆର୍ଥନୀତିକ ବିକାଶ ପାଇଁ ଓ ସଭ୍ୟତାର ଉନ୍ନତି ପାଇଁ ବିଶେଷ ଭାବରେ ସହାୟକ ହୋଇଥାଏ । ଏଣୁକରି ଶିଳ୍ପ ବିକାଶକୁ ପ୍ରତିହତ ନକରି କେତୋଟି ସତର୍କତା ପନ୍ଥା ମାଧ୍ୟମରେ ପରିବେଶକୁ ପ୍ରଦୂଷଣମୁକ୍ତ କରାଯାଇ ପାରିବ । ଏଥ‌ିପାଇଁ ୧୯୯୨ ମସିହାରେ ଭୂ-ସମ୍ମିଳନୀ (Earth Summit) ରେ ଏହି ସମ୍ପର୍କରେ ଯେଉଁସବୁ ପଦକ୍ଷେପମାନ ନିଆଯାଇଛି ତନ୍ମଧ୍ୟରୁ କେତୋଟି ନିମ୍ନରେ ପ୍ରଦାନ କରାଗଲା ।

(1) ଅନୁମୋଦିତ ବିକାଶ ପଥରେ ମନୁଷ୍ୟହିଁ ହେଉଛି ମୁଖ୍ୟକେନ୍ଦ୍ର । ତେଣୁ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ହେଉଛି ପରିବେଶକୁ ନିର୍ମଳ, ପ୍ରଦୂଷଣମୁକ୍ତ ରଖୁବା । ଯଦି ଏଥିପ୍ରତି ଉପଯୁକ୍ତ ଧ୍ୟାନ ଦେଇହେବ ତେବେ ଅନୁମୋଦିତ ବିକାଶ ସାଧନ ହୋଇପାରିବ । ଜନସଂଖ୍ୟା ନିୟନ୍ତ୍ରିତ ହେବା ଅତ୍ୟନ୍ତ ଜରୁରୀ ଅଟେ ।
(2) ପରିବେଶ ସୁରକ୍ଷା ଜାତୀୟ ବିକାଶଧାରା ସହିତ ଜଡ଼ିତ । ତେଣୁ ସମସ୍ତ ପ୍ରକାର ବିକାଶୋନ୍ମୁଖୀ କାର୍ଯ୍ୟ ପରିବେଶ ସୁରକ୍ଷା ସହିତ ସମାନ୍ତରାଳ ଭାବରେ ଗତି କରିବା ଉଚିତ ।
(3) ଦାରିଦ୍ର୍ୟତା ଆଜିର ସମାଜ ପାଇଁ ଏକ ବ୍ୟାଧୁ ସଦୃଶ । କାରଣ ଦାରିଦ୍ର୍ୟତାଦ୍ୱାରା ଅନୁମୋଦିତ ବିକାଶ ସାଧୁତ ହୋଇପାରିବ ନାହିଁ । ଏଣୁ ଦାରିଦ୍ର୍ୟତା ଦୂର କରି, ଆର୍ଥନୀତିକ ବିକାଶ ମଧ୍ଯରେ ପରିବେଶର ପ୍ରଦୂଷଣ ଦୂର କରି ଆମର ଲକ୍ଷ୍ୟ ସାଧୃତ ହୋଇପାରିବ ।
(4) ବିକଶିତ ଦେଶଗୁଡ଼ିକ କ୍ରମାଗତ ଭାବରେ ନିଜର ବିକାଶ ପାଇଁ ପ୍ରାକୃତିକ ସମ୍ପଦ ଉପରେ ପ୍ରଭାବ ବିସ୍ତାର କରି
(5) ସମସ୍ତ ଦେଶ ଉତ୍ପାଦନର ଅବୈଧାନିକ ଉପାୟକୁ ତ୍ୟାଗ କରି ଉଚିତ ଦ୍ରବ୍ୟ ବ୍ୟବହାର କରି ନିର୍ଦ୍ଧାରିତ ନିୟମକୁ ମାନି ଚଳିଲେ ପ୍ରଦୂଷଣ ହ୍ରାସ ସହିତ ଅନୁମୋଦିତ ବିକାଶ ସମ୍ଭବପର ହୋଇପାରିବ ।
(6) ପୃଥ‌ିବୀର ସମସ୍ତ ବିକାଶଶୀଳ ଦେଶର ଆନ୍ତରିକତା ଯୋଗୁଁ ମିଳିତ କାର୍ଯ୍ୟଧାରାଦ୍ଵାରା ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହିତ ଅନୁମୋଦିତ ବିକାଶ ଅକ୍ଳେଶରେ ହାସଲ କରିହେବ ।
(7) ନିରକ୍ଷରତା ଓ ଜନ ସଚେତନତା ମାଧ୍ୟମରେ ସମାଜର ବିକାଶସହ ପରିବେଶ ପ୍ରଦୂଷଣ ହ୍ରାସ ସହିତ ଅନୁମୋଦିତ
(8) ପ୍ରଦୂଷକଗୁଡ଼ିକର ଟ୍ରିଟମେଣ୍ଟ ଏବଂ ଘରୋଇ ବର୍ଜ୍ୟବସ୍ତୁଗୁଡ଼ିକର ପୁନଃଚକ୍ରୀକରଣ ।
(9) ନବୀକରଣ ଅଯୋଗ୍ୟ ସମ୍ବଳଗୁଡ଼ିକର ସର୍ବନିମ୍ନ ବ୍ୟବହାର କରିବା ଆବଶ୍ୟକ ।
(10) ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷା ଓ ପରିଚାଳନା ହେବା ଦରକାର ।
(11) ଶକ୍ତିର ସଂରକ୍ଷଣ ଓ ଅପଚୟ ହ୍ରାସକରଣ ଆବଶ୍ୟକ ।
(12) ନବୀକରଣଯୋଗ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ହେବା ଉଚିତ ।
ଚିରନ୍ତନ ଧରିତ୍ରୀ, ସମାଜ ନିମନ୍ତେ ବ୍ୟକ୍ତିଗତ ଓ ଗୋଷ୍ଠୀ ସ୍ତରରେ ଉଦ୍ୟମ କରାଯିବା ଆବଶ୍ୟକ । ପରିବେଶ ସମ୍ପର୍କରେ ଶିକ୍ଷା ପ୍ରଦାନ ସହ ସଚେତନତା ସୃଷ୍ଟି କରାଯିବା ଆବଶ୍ୟକ ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

Odisha State Board CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର Questions and Answers.

CHSE Odisha 11th Class Economics Solutions Chapter 9 ଆର୍ଥନୀତିକ ସଂସ୍କାର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। କେଉଁ ବର୍ଷ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମ ଘୋଷିତ ହୋଇଥିଲା ?
(i) ୧୯୫୧
(ii) ୧୯୪୭
(iii) ୧୯୯୧
(iv) ୨୦୦୧
Answer:
(iii) ୧୯୯୧

୨। କାହାକୁ ନୂତନ ସଂସ୍କାର ନୀତିର ସୃଷ୍ଟିକର୍ତ୍ତା ବୋଲି କୁହାଯାଏ ?
(i) ଡଃ. ମନମୋହନ ସିଂହ
(ii) ଶ୍ରୀମତୁ ଇନ୍ଦିରା ଗାନ୍ଧୀ
(iii) ଡଃ. କାଲାମ୍
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଡଃ. ମନମୋହନ ସିଂହ

୩। ଘରୋଇକରଣ କହିଲେ କ’ଣ ବୁଝାଏ ?
(i) ଘରୋଇ କ୍ଷେତ୍ରର ସମ୍ପ୍ରସାରଣ
(ii) ଘରୋଇ କ୍ଷେତ୍ରର ସଙ୍କୋଚନ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଘରୋଇ କ୍ଷେତ୍ରର ସମ୍ପ୍ରସାରଣ

୪। ନୂତନ ଆର୍ଥିକ ନୀତିର ସଫଳତା ଚିହ୍ନଟ କର ।
(i) ଉଚ୍ଚତର ଆୟ
(ii) ଅଧ୍ବକ ବୈଦେଶିକ ମୁଦ୍ରା ଆଗମନ
(iii) ବାଣିଜ୍ୟ ବୃଦ୍ଧି
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୫। ଉଦାରୀକରଣ ଅର୍ଥ କ’ଣ ?
(i) ଉଦାରତା
(ii) କୋହଳ ନୀତି
(iii) କଟକଣାଯୁକ୍ତ ସମାଜ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) କୋହଳ ନୀତି

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୬। ଜଗତୀକରଣ ନୀତି କ’ଣ ?
(i) ନିବୁଜ ଅର୍ଥବ୍ୟବସ୍ଥା
(ii) ଉନ୍ମୁକ୍ତ ଅର୍ଥବ୍ୟବସ୍ଥା
(iii) ମୁକ୍ତ ବାଣିଜ୍ୟ
(iv) ଉଭୟ (ii) ଓ (iii)
Answer:
(iv) ଉଭୟ (ii) ଓ (iii)

୭। ଅର୍ଥନୀତିର ଆଧୁନିକୀକରଣ କହିଲେ ତୁମେ କ’ଣ ବୁଝ ?
(i) ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ
(ii) ଆଧୁନିକ ଅର୍ଥବ୍ୟବସ୍ଥା
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

୮। ଯେଉଁ ନୀତି, ନିୟମ ଫଳରେ ଦେଶର ଶିଳ୍ପ, ବାଣିଜ୍ୟ ଓ ଆର୍ଥିକ କ୍ଷେତ୍ରରେ ଥ‌ିବା ଅନାବଶ୍ୟକ ସରକାରୀ ନିୟନ୍ତ୍ରଣ ଓ କଟକଣା କୋହଳ ହୋଇ ଘରୋଇ ପୁଂଜିନିବେଶ ସୁଗମ ହୋଇଥାଏ, ତାହାକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ଘରୋଇକରଣ
(iii) ଉଦାରୀକରଣ
(iv) ବିକାଶଧର୍ମୀ ସଂସ୍କାର
Answer:
(iii) ଉଦାରୀକରଣ

୯। ରାଷ୍ଟ୍ରୀୟତ୍ତ ଉଦ୍ୟୋଗ ଗୁଡ଼ିକର ମାଲିକାନା ସ୍ୱତ୍ତ୍ଵ ଏବଂ ପରିଚାଳନା କ୍ଷେତ୍ରରେ ଘରୋଇ ପ୍ରବେଶକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ବିକାଶଧର୍ମୀ ସଂସ୍କାର
(iii) ଉଦାରୀକରଣ
(iv) ଘରୋଇକରଣ
Answer:
(iv) ଘରୋଇକରଣ

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୧୦। ଭାରତୀୟ ଅର୍ଥନୀତିକୁ ଉତ୍ପାଦନ, ବାଣିଜ୍ୟ, ପୁଂଜିବିନିଯୋଗ ଓ ପ୍ରକ୍ରିୟାକୁ କ’ଣ କୁହାଯାଏ ?
(i) ଜଗତୀକରଣ
(ii) ଘରୋଇକରଣ
(iii) ବିକାଶଧର୍ମୀ ସଂସ୍କାର
(iv) ଉଦାରୀକରଣ
Answer:
(i) ଜଗତୀକରଣ

B. ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତୀୟ ଯୋଜନାର ପ୍ରଥମ ୪୦ ବର୍ଷ (୧୯୫୧–୧୯୯୧)କୁ ________________ ର ଯୁଗ ବୋଲି କରିଦିଆଯାଇଛି।
Answer:
କଟକଣା ଓ ନିୟନ୍ତ୍ରଣ

୨। _______________________ ମସିହାରେ ଘୋଷିତ କେତେକ ଆର୍ଥିକ ସଂସ୍କାର ନୀତିକୁ ନୂତନ ଆର୍ଥିକ ନୀତି ବୋଲି କୁହାଯାଏ।
Answer:
୧୯୯୧

୩। ପ୍ରଖ୍ୟ।ତ ଅର୍ଥଶୀସ୍ରୀ ______________________ ଙ୍କୁ ଭାରତର ଆର୍ଥିକ ସଂସ୍କାର ପ୍ରକ୍ରିୟାର ଜନକ ବୋଲି କୁହାଯାଏ।
Answer:
ଡକ୍ଟର ମନମୋହନ ସିଂହ

୪। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ ୧୯୯୧ରେ ଘୋଷିତ ନୂତନ ଶିଳ୍ପନୀତିରେ _______________________ ଗୋଟି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗକୁ ଛାଡ଼ି ଅନ୍ୟାନ୍ୟ ଉଦ୍ୟୋଗ ଗୁଡ଼ିକ ଲାଇସେନ୍ସ ମୁକ୍ତ କରିଦିଆଯାଇଛି।
Answer:
୧୮

୫। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ, ଦଶଲକ୍ଷରୁ କମ୍ ଜନସଂଖ୍ୟା ବିଶିଷ୍ଟ ସହରମାନଙ୍କରେ ଶିଳ୍ପ ପ୍ରତିଷ୍ଠା ପାଇଁ ଥିବା __________________ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି ।
Answer:
ଲାଇସେନ୍ସ

୬। ୧୯୭୭ ମସିହାରେ ସର୍ବ ପ୍ରଥମେ ____________________ ଦେଶରେ ଘରୋଇକରଣ ଆରମ୍ଭ ହୋଇଥିଲା।
Answer:
ଇଂଲଣ୍ଡ

୭। ଅର୍ଥନୀତିକୁ ଆଧୁନିକୀକରଣ କରିବା ନିମନ୍ତେ ଉଚ୍ଚମାନର ______________________ କୌଶଳ ତଥା କମ୍ପ୍ୟୁଟର ଓ ଇଲେକ୍‌ଟ୍ରୋନିକ୍ସର ବହୁଳ ବ୍ୟବହାର ଉପରେ ପ୍ରଧାନ୍ୟ ଦିଆଯାଇଛି ।
Answer:
ପ୍ରବିଧୂବିଜ୍ଞାନ

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୮। ଆର୍ଥିକ ସଂସ୍କାର ନୀତି ଅନୁଯାୟୀ, ______________ ଶିଳ୍ପ କ୍ଷେତ୍ରକୁ ସଙ୍କୁଚିତ କରାଯାଇ, ଘରୋଇ ଶିଳ୍ପକୁ ଅଧୂକ ଗୁରୁତ୍ଵ ଦେବା ବହୁଳ ବ୍ୟବହାର ଉପରେ ପ୍ରଧାନ୍ୟ ଦିଆଯାଇଛି ।
Answer:
ରାଷ୍ଟ୍ରାୟତ୍ତ

୯। _____________________ ଉଦ୍ୟୋଗଗୁଡ଼ିକର ଅତିମାତ୍ରାର କ୍ଷତିକୁ ଲକ୍ଷ୍ୟ ରଖ୍ ସେଗୁଡ଼ିକର ସଂସ୍କାର ନିମନ୍ତେ ଯେଉଁ ପ୍ରଚେଷ୍ଟା କରାଯାଇଛି ତାହା ନୂତନ ଆର୍ଥିକ ନୀତିର ଏକ ପ୍ରଧାନ ବୈଶିଷ୍ଟ୍ୟ ।
Answer:
ରାଷ୍ଟ୍ରାୟତ୍ତ

୧୦। __________________ ମସିହାଠାରୁ ଦ୍ଵିତୀୟ ପିଢ଼ିର ସଂସ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି।
Answer:
୨୦୦୨

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଉଦାରୀକରଣ କାହାକୁ କୁହାଯାଏ ?
Answer:
ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ରହିଥିବା କଟକଣା ଗୁଡ଼ିକର ଉଚ୍ଛେଦ ନୀତିକୁ ଉଦାରୀକରଣ ନୀତି କୁହାଯାଏ।

୨। ଜଗତୀକରଣର ଅର୍ଥକ’ଣ ?
Answer:
ଦେଶୀୟ ଅର୍ଥନୀତିକୁ ଆନ୍ତର୍ଜାତୀୟ ଅର୍ଥନୀତି ସହିତ ସାମିଲ କରିବା ପ୍ରକ୍ରିୟାକୁ ଜଗତୀକରଣ କୁହାଯାଏ।

୩। ଜଗତୀକରଣ ପ୍ରକ୍ରିୟାରେ ସରକାରଙ୍କ ଅନୁମତି ବିନା କେତେ ଭାଗ ବୈଦେଶିକ ପୁଂଜି ବିନିଯୋଗ କରାଯାଇ ପାରିବ ?
Answer:
ଶତକଡ଼ା ୫୧ ଭାଗ ।

୪। ନୂତନ ଆର୍ଥିକ ନୀତି କେବେ ପ୍ରବର୍ତ୍ତିତ ହୋଇଥୁଲା ?
Answer:
୧୯୯୧ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହୋଇଥିଲା।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୫। ନୂତନ ଆର୍ଥିକ ନୀତି କ’ଣ ?
Answer:
୧୯୯୧ ମସିହାଠାରୁ ଭାରତ ସରକାର ଅନେକ ସଂସ୍କାରଧର୍ମୀ ନୀତି ପ୍ରଣୟନ କରି ଆସୁଛନ୍ତି, ଏହି ସମସ୍ତ ନୀତିକୁ ନୂତନ ଆର୍ଥିକ ନୀତି କୁହାଯାଏ।

୬। ନୂତନ ଆର୍ଥିକ ନୀତିର ଦୁଇଟି ଉପାଦାନର ନାମ ଲେଖ।
Answer:
ନୂତନ ଆର୍ଥିକ ନୀତିର ଦୁଇଟି ଉପଦାନ ହେଲା – (୧) ଶିଳ୍ପନୀତିରେ ସଂସ୍କାର, (୨) ବିତ୍ତୀୟନୀତିରେ ସଂସ୍କାର

୭। ବର୍ତ୍ତମାନ କେତୋଟି ଉଦ୍ୟୋଗ ପାଇଁ ଲାଇସେନ୍ସର ଆବଶ୍ୟକତା ରହିଛି ?
Answer:
୧୮ଟି ଉଦ୍ୟୋଗ ପାଇଁ ଲାଇସେନ୍ସର ଆବଶ୍ୟକତା ରହିଛି।

୮। ବିନିବେଶ କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ରାଶିର ଅଂଶଧନ ପ୍ରତ୍ୟାହାର କରି ଘରୋଇ କ୍ଷେତ୍ରକୁ ବିକ୍ରୟ କରିବାର ପ୍ରକ୍ରିୟା ହିଁ ବିନିବେଶ।

୯। ବିଦେଶୀ ନିବେଶ ଉନ୍ନୟନ ବୋର୍ଡର କାର୍ଯ୍ୟ କ’ଣ ?
Answer:
ଅଧିକ ଗୁରୁତ୍ଵପୂର୍ଣ୍ଣ ଉଦ୍ୟୋଗର ପାଇଁ ବିଦେଶୀ ପ୍ରାବିଧ୍ଵକ ସହଯୋଗ, ବିଦେଶୀ ନିବେଶ ଉନ୍ନୟନ ବୋର୍ଡ ଯୋଗାଇ ଦେଇଥାଏା

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୧୦। କେତୋଟି ଉଦ୍ୟୋଗ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷିତ ?
Answer:
୩ଟି ଉଦ୍ୟୋଗ ରାଷ୍ଟ୍ରାୟତ୍ତ କ୍ଷେତ୍ର ପାଇଁ ସଂରକ୍ଷିତ।

D. ନିମ୍ନଲିଖତ ଉତ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ। ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ୧୯୯୫ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହେଲା।
Answer:
୧୯୯୧ ମସିହାରେ ନୂତନ ଆର୍ଥିକ ନୀତି ପ୍ରବର୍ତ୍ତିତ ହେଲା।

୨। ବର୍ତ୍ତମାନ ୭ଟି ଉଦ୍ୟୋଗ ପାଇଁ ଲାଇସେନ୍‌ର ଆବଶ୍ୟକତା ରହିଛି।
Answer:
ବର୍ତ୍ତମାନ ୧୮ଟି ଉଦ୍ୟୋଗ ପାଇଁ ଲାଇସେନ୍‌ର ଆବଶ୍ୟକତା ରହିଛି ।

୩ । ନୂତନ ଆର୍ଥିକ ନୀତି ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶର ସୀମା ୪୦ ପ୍ରତିଶତ ।
Answer:
ନୂତନ ଆର୍ଥିକ ନୀତି ଅନୁସାରେ ପ୍ରତ୍ୟକ୍ଷ ବିଦେଶୀ ନିବେଶର ସୀମା ୫୧ ପ୍ରତିଶତ ।

୪ । ବିଦେଶୀ ବାଣିଜ୍ୟିକ ସଂସ୍ଥା ୪୯ ପ୍ରତିଶତ ଅଂଶଧନ ପାଇଁ ନିବେଶ କରିପାରିବେ
Answer:
ବିଦେଶୀ ବାଣିଜ୍ୟିକ ସଂସ୍ଥା ୫୧ ପ୍ରତିଶତ ଅଂଶଧନ ପାଇ ନିବେଶ କରିପାରିବେ ।

୫। ନୂତନ ଆର୍ଥିକ ନୀତି ଗଚ୍ଛିତ ବିଦେଶୀ ମୁଦ୍ରା ପରିମାଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ଆଣିଛି ।
Answer:
ଠିକ୍

୬। ୧୯୯୧ରେ ନୂତନ ଆର୍ଥିକ ନୀତିର ଘୋଷଣା ସମୟରେ ଡଃ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିଲେ
Answer:
୧୯୯୧ର ନୂତନ ଆର୍ଥିକନୀତିର ଘୋଷଣା ସମୟରେ ପି.ଭି. ନରସିଂହ ରାଓ ଦେଶର ପ୍ରଧାନମନ୍ତ୍ରୀ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୭ । ଜଗତୀକରଣ କହିଲେ ଘରୋଇକରଣକୁ ବୁଝାଏ।
Answer:
ଜଗତୀକରଣ କହିଲେ ଭାରତୀୟ ଅର୍ଥନୀତିକୁ ବିଶ୍ଵ ଅର୍ଥନୀତି ସହିତ ଏକତ୍ରିକରଣକୁ ବୁଝାଏ।

୮। ଜଗତୀକରଣ ଓ ଉଦାରୀକରଣର ପ୍ରଭାବ ଯୋଗୁଁ ଆମଦାନୀ ହ୍ରାସ ପାଇଛି ।
Answer:
ଜଗତୀକରଣ ଓ ଉଦାରୀକରଣର ପ୍ରଭାବ ଯୋଗୁଁ ଆମଦାନୀ ବୃଦ୍ଧି ପାଇଛି ।

୯। ନୂତନ ଅର୍ଥନୀତି ଭାରତରେ ଏକ ନିରୁଦ୍ଧ ଅର୍ଥବ୍ୟବସ୍ଥା ସୃଷ୍ଟି କରିଛି।
Answer:
ନୂତନ ଅର୍ଥନୀତି ଭାରତରେ ଏକ ମୁକ୍ତ ଅର୍ଥବ୍ୟବସ୍ଥା ସୃଷ୍ଟି କରିଛି ।

୧୦ । ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ଓ ପରିଚାଳନାଭୁକ୍ତ କରିବାକୁ ଜଗତୀକରଣ ବୋଲି କୁହାଯାଏ।
Answer:
ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ଘରୋଇ ମାଲିକାନା ଓ ପରିଚାଳନାଭୁକ୍ତ କରିବାକୁ ଘରୋଇକରଣ ବୋଲି କୁହାଯାଏ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ଦିଅ ।

୧। ଜଗତୀକରଣ କହିଲେ କ’ଣ ବୁଝ ?
Answer:
ଜଗତୀକରଣ କହିଲେ ଆମ ଦେଶର ବଜାରକୁ ଆନ୍ତର୍ଜାତୀୟ ବଜାର ସହ ଏକତ୍ରୀକରଣ କରିବା। ବଜାରର ଏହି ଏକତ୍ରୀକରଣ ସହ କୌଣସି ଦେଶର ଦ୍ରବ୍ୟ ଅନ୍ୟ ଦେଶମାନଙ୍କ ଦ୍ରବ୍ୟ ସହ ଅବାଧରେ ବା ବିନା କଟକଣାରେ କାରବାର ହୋଇଥାଏ।

ଏହି ପ୍ରକ୍ରିୟାରେ ଦେଶୀୟ ଅର୍ଥନୀତି ଆନ୍ତର୍ଜାତୀୟ ଅର୍ଥନୀତି ସହ ସାମିଲ ହୋଇଥାଏ। ଜଗତୀକରଣଦ୍ଵାରା ବିଦେଶୀ କମ୍ପାନୀମାନେ ସରକାରଙ୍କ ବିନା ଅନୁମତିରେ ୫୧% ଅଂଶଧନ ବିନିଯୋଗ କରିପାରିବେ । ବୈଦେଶିକ ବାଣିଜ୍ୟ କଟକଣାଗୁଡ଼ିକ କୋହଳ କରାଗଲା । ପୁଂଜି ଓ ଆମଦାନୀ ଉପରୁ କଟକଣା ପ୍ରତ୍ୟାହାର କରାଗଲା।

୨। ଉଦାରୀକରଣ ବ୍ୟବସ୍ଥା କ’ଣ ?
Answer:
ଉଦାରୀକରଣ ବ୍ୟବସ୍ଥା ଦ୍ୱାରା ଉଦ୍ୟୋଗୀମାନଙ୍କୁ ଶିଳ୍ପ ସ୍ଥାପନ, ବାଣିଜ୍ୟିକ କାରବାର ପାଇଁ ସ୍ଵାଧୀନତା ପ୍ରଦାନ କରାଗଲା। ପୂର୍ବରୁ ରହିଥ‌ିବା କଟକଣାଗୁଡ଼ିକର ଉଚ୍ଛେଦ କରାଗଲା। ବାଣିଜ୍ୟିକ କାରବାର ଓ ଶିଳ୍ପ କ୍ଷେତ୍ରରେ ରହିଥ‌ିବା ସରକାରଙ୍କର ଅନୁମତିର ଆବଶ୍ୟକତା ରହିଲା ନାହିଁ ।

ଉଦ୍ୟୋଗୀମାନେ ସେମାନଙ୍କର ଲାଇସେନ୍ସ ଲାଭ କରିବାର ସ୍ଵାଧୀନତା ପାଇଲେ। ପୁଂଜି ଆମଦାନୀ ଉପରୁ କଟକଣା ପ୍ରତ୍ୟାହାର କରିନିଆଗଲା ତ ଉଦ୍ୟୋଗୀମାନେ ଅଂଶଧନ ବିକ୍ରି କରି ପାଣ୍ଠି ସଂଗ୍ରହର ଅନୁମତି ପାଇପାରିଲେ।

୩। ବଜାରଭିତ୍ତିକ ଅର୍ଥନୀତି କାହାକୁ କୁହାଯାଏ ?
Answer:
ନୂତନ ଆର୍ଥିକ ନୀତିରେ ବଜାର ଭିଭିକ ଅର୍ଥନୀତି ଉପରେ ଗୁରୁତ୍ବ ଆରୋପ କରାଗଲା। ଦେଶରେ ବଜାର ଦ୍ରବ୍ୟର ଚାହିଦା ଓ ଯୋଗାଣ ମୂଲ୍ୟ ନିର୍ଦ୍ଧାରଣ କରିବା ଉପରେ ପ୍ରାଧାନ୍ୟ ଦିଆଗଲା। ସରକାରୀ କଳର ହସ୍ତକ୍ଷେପକୁ ସୀମିତ କରାଗଲା। କେବଳ ଭିତ୍ତିଭୂମି ସୁଦୃଢ଼ ପାଇଁ କେତେକ ଦ୍ରବ୍ୟ, ସାମରିକ ଅସ୍ତ୍ରଶସ୍ତ୍ର, କେତେକ ସାମାଜିକ ଦ୍ରବ୍ୟର ମୂଲ୍ୟ ବଜାରରେ ନିର୍ଦ୍ଧାରଣ କରିବାପାଇଁ ନୀତି ପ୍ରଣୟନ କରାଗଲା। କିପରି ବଜାର ବ୍ୟବସ୍ଥାର ସୁପରିଚାଳନା ହେବ, ତାହା ସରକାରଙ୍କର ଦାୟିତ୍ଵରେ ରହିଲା ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୪। ଆଧୁନିକୀକରଣ କାହାକୁ କୁହାଯାଏ ?
Answer:
ନୂତନ ଆର୍ଥିକ ନୀତି ଦେଶର ଅର୍ଥନୀତିର ଆଧୁନିକୀକରଣ ଉପରେ ଯଥେଷ୍ଟ ଗୁରୁତ୍ଵ ଦେଲା। ଅଶୀ ଦଶକର ଶେଷ ଭାଗରେ ଦେଶରେ ସରକାରୀ ଓ ବେସରକାରୀ ଉଦ୍ୟୋଗ କ୍ଷେତ୍ରରେ ବହୁ ରୁଗ୍ଣ ଶିଳ୍ପ ରହିଥିବାର ଦେଖାଗଲା। ଏଗୁଡ଼ିକରେ ନୂତନ ବୈଜ୍ଞାନିକ ପଦ୍ଧତି ତଥା ପ୍ରାବିଧ୍ଵକ ଉନ୍ନତି ଆଣି, ଆଧୁନିକୀକରଣ କରି ସେମାନଙ୍କୁ ଅଧିକ ଦକ୍ଷ ତଥା ଉତ୍ପାଦନଶୀଳ କରିବାର ଲକ୍ଷ୍ୟ ରଖାଗଲା ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ବାଣିଜ୍ୟ ସଂସ୍କାର ଓ ଶିଳ୍ପ ସଂସ୍କାର
Answer:
କରାଗଲା। କ୍ରମବର୍ଦ୍ଧମାନ ଭାବେ ଲାଇସେନ୍ସ ପ୍ରଥା ଓ ପରିମାଣଗତ ପ୍ରତିବନ୍ଧକ ଗୁଡ଼ିକର ସମ୍ପୂର୍ଣ ବିଲୋପ କରିବା, ଏହି ସଂସ୍କାର ନୀତିର ମୁଖ୍ୟ ଲକ୍ଷ୍ୟ ରଖାଗଲା। ନୂତନ ବାଣିଜ୍ୟ ନୀତିରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ କେତେକ ରପ୍ତାନି ଏବଂ ଆମଦାନୀ ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କ୍ଷେତ୍ରରେ ଏକ ଚାଟିଆ ସୁଯୋଗ ଭୋଗ କରି ଆସୁଥିଲେ, ତାହାର ଦ୍ରୁତ ହ୍ରାସ ନିମନ୍ତେ ବାଣିଜ୍ୟ ନୀତିରେ ଏକ ଉପବନ୍ଧ ରଖାଗଲା।

୧୯୯୧ ମସିହାରେ ସରକାର ନୂତନ ଶିଳ୍ପନୀତି ଘୋଷଣା କଲେ। ଏହି ନୀତିରେ ଶିଳ୍ପ ଲାଇସେନ୍ସ ନିୟମକୁ ଅଧୂକ ଉଦାର ଓ ସରଳୀକରଣ କରାଗଲା। ଏହାଦ୍ଵାରା ଘରୋଇ କ୍ଷେତ୍ରରେ ଶିଳ୍ପର ପ୍ରସାର ନିମନ୍ତେ ଅଧୂକ ଉତ୍ସାହମାନ ଦିଆଗଲା ଏବଂ ରାଷ୍ଟ୍ରାୟତ୍ତ ଶିଳ୍ପ କ୍ଷେତ୍ରକୁ ସଙ୍କୁଚିତ କରାଗଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୨। ଉଦାରୀକରଣ ଓ ଘରୋଇକରଣ
Answer:
ଉଦାରୀକରଣ ପ୍ରକ୍ରିୟାର ପ୍ରଚଳନଦ୍ୱାରା ନୂତନ ଶିଳ୍ପ ପ୍ରତିଷ୍ଠା ଦିଗରେ ରହିଥ‌ିବା କଟକଣା ଗୁଡ଼ିକ ଉଚ୍ଛେଦ କରିଦିଆଗଲା । ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ଘରୋଇ କ୍ଷେତ୍ରକୁ ପ୍ରଧାନ୍ୟ ଦିଆଗଲା। ଦ୍ଵିତୀୟତଃ ଏହି ନୀତିଦ୍ଵାରା କୌଣସି ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ଆରମ୍ଭ କରିବା ପୂର୍ବରୁ ଆବଶ୍ୟକ ହେଉଥ‌ିବା ଅନୁମତିପତ୍ରର ଉଚ୍ଛେଦ କରିଦିଆଗଲା।

ଘରୋଇକରଣ ନୀତି ପ୍ରଚଳନଦ୍ଵାରା ବେସରକାରୀ ତଥା ଘରୋଇ ସଂସ୍ଥା ଉପରେ ବିଶେଷ ଆସ୍ଥା ପ୍ରକଟ କରାଗଲା। ବେସରକାରୀ ଉଦ୍ୟୋଗପାଇଁ ଉଦ୍ଦିଷ୍ଟ ଉଦ୍ୟୋଗଗୁଡ଼ିକ ବେସରକାରୀ ସଂସ୍ଥାର ପରିଚାଳନାଭୁକ୍ତ କରାଗଲା। ବିଦେଶୀ ପୁଂଜି ନିବେଶକାରୀଙ୍କୁ ଘରୋଇ ଉତ୍ପାଦନ କ୍ଷେତ୍ରରେ ପ୍ରବେଶ ପାଇଁ ଅନୁମତି ମିଳିଲା। ବିଶେଷ କରି ଅଧିକାଂଶ ଅର୍ଥନୈତିକ ପ୍ରକ୍ରିୟା ଘରୋଇ ସଂସ୍ଥା ମାଧ୍ୟମରେ ସମାହିତ ହୋଇପାରିଲା।

୩। ସରକାରୀ କ୍ଷେତ୍ର ଓ ଘରୋଇ କ୍ଷେତ୍ର
Answer:
ଯେଉଁ ଉଦ୍ୟୋଗ ଗୁଡ଼ିକ ସରକାରଙ୍କ ମାଲିକାନାରେ ପରିଚାଳିତ ହେଉଥା’ନ୍ତି ସେଗୁଡ଼ିକ ସରକାରୀ ଉଦ୍ୟୋଗ କୁହାଯାଏ । ଏହିସବୁ ସଂସ୍ଥାଗୁଡ଼ିକ ସରକାରଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିଥା’ନ୍ତି। ଅନ୍ୟ ପକ୍ଷରେ ବେସରକାରୀ ସଂସ୍ଥାମାନଙ୍କଦ୍ଵାରା ପରିଚାଳିତ ହୋଇଥା’ନ୍ତି ।

  • ସରକାରୀ ଉଦ୍ୟୋଗଗୁଡ଼ିକରେ ମାନବିକ କଲ୍ୟାଣ ଭଳି ମହତ୍ ଉଦ୍ଦେଶ୍ୟ ନିହିତ ଥାଏ ମାତ୍ର ଘରୋଇ ଉଦ୍ୟୋଗରେ ଲାଭ ଅର୍ଜନର ଆଭିମୁଖ୍ୟ ରହିଥାଏ ।
  • ସରକାରୀ ଉଦ୍ୟୋଗ ଭିତ୍ତିଭୂମିର ସୁବିଧା ପ୍ରଦାନ କରିଥାଏ, ଯାହାଦ୍ଵାରା ବେସରକାରୀ ସଂସ୍ଥା ପ୍ରସାର କରିଥାଏ। ମାତ୍ର ବେସରକାରୀ ସଂସ୍ଥା ସରକାରୀ ସଂସ୍ଥାର ପରିପୂରକ ଭାବରେ କାର୍ଯ୍ୟକରେ।
  • ସରକାର ଉଦ୍ୟୋଗରେ ବହୁଳ ପୁଂଜି ବିନିଯୋଗ ସହ ଲାଭ ଅର୍ଜନର ଆଶା ନଥାଏ ମାତ୍ର ବେସରକାରୀ ଉଦ୍ୟୋଗ ସ୍ଵଳ୍ପ ପୁଂଜି ନିବେଶରେ ଅଧ୍ବକ ଲାଭର ପ୍ରତ୍ୟାଶା ରଖିଥାଏ ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

୧। ଭାରତରେ ପ୍ରଣୟନ ହୋଇଥିବା ନୂତନ ଆର୍ଥିକ ନୀତି ସଂପର୍କରେ ସଂକ୍ଷେପରେ ଆଲୋଚନା କର ।
Answer:
1991-92 ମସିହାବେଳକୁ ଦେଶର ଅର୍ଥନୀତି ଅତି ସଂକଟର ସମ୍ମୁଖୀନ ହୋଇଥିଲା । ଶେଷରେ ସରକାରୀ ଉଦ୍ୟୋଗଗୁଡ଼ିକ କ୍ଷତିରେ ଚାଲୁଥିଲା । ଶିଳ୍ପ ବିକାଶରେ ସ୍ଥାଣୁତ୍ବ ଆସିଯାଇଥିଲା । ବୈଦେଶିକ ମୁଦ୍ରାର ସମସ୍ୟା ଗୁରୁତର ଆକାର ଧାରଣ କରିଥିଲା । ଦେଶରେ ଗଣଦାରିଦ୍ର୍ୟ ଓ ବେକାର ସମସ୍ୟା ଅଧିକ ଘନୀଭୂତ ହୋଇଥିଲା ।

ଏହି ସମୟରେ ପୃଥ‌ିବୀର ଅନ୍ୟାନ୍ୟ ଦେଶମାନଙ୍କର ଅର୍ଥ ବ୍ୟବସ୍ଥାରେ ପରିବର୍ତ୍ତନ ଦେଖାଦେଇଥିଲା । ସବୁ ଅର୍ଥନୀତିଗୁଡ଼ିକ ଜଗତୀକରଣ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କଲେ । ଏହି ପରିପ୍ରେକ୍ଷୀରେ ଭାରତରେ ଆର୍ଥିକ ନୀତିରେ ଅବଶ୍ୟମ୍ଭାବୀ ହୋଇପଡ଼ିଲା । ତେଣୁ 1991- 92 ମସିହାରେ ସରକାର ନୂତନ ଆର୍ଥିକ ନୀତି ଘୋଷଣା କଲେ । ଏହୀ ନୀତିର ମୁଖ୍ୟ ଉପାଦାନଗୁଡ଼ିକ ହେଲା-

(1) ଉଦାରୀକରଣ– ଏହି ନୀତିରେ ଉଦ୍ୟୋଗୀମାନଙ୍କ ଉପରେ ନୂତନ ଶିଳ୍ପ, ବାଣିଜ୍ୟ ପ୍ରତିଷ୍ଠା ଆରମ୍ଭ କରିବାପାଇଁ ଯେଉଁ କଟକଣା ଜାରି ହୋଇଥିଲା ସେଗୁଡ଼ିକୁ ଉଚ୍ଛେଦ କରିଦିଆଗଲା । ଏହି ନୀତି ଅନୁସାରେ କୌଣସି ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ଆରମ୍ଭ କରିବାକୁ ଆଗୁଆ ଅନୁମତିପତ୍ରର ଆବଶ୍ୟକତା ରହିଲା ନାହିଁ । ସେହିପରି ଆମଦାନୀ କ୍ଷେତ୍ରରେ କୋହଳ ନୀତି ମଧ୍ୟ ଗ୍ରହଣ କରାଗଲା ।

(2) ଘରୋଇକରଣ– ନୂତନ ଅର୍ଥନୀତିରେ ଘରୋଇ ଉଦ୍ୟୋଗ ଉପରେ ଅଧିକ ଆସ୍ଥା ପ୍ରକଟ କରାଗଲା । ଯେଉଁ କ୍ଷେତ୍ରଗୁଡ଼ିକ ସରକାରୀ ଉଦ୍ଦେଶ୍ୟପାଇଁ ଉଦ୍ଦିଷ୍ଟ ଥିଲା, ସେଗୁଡ଼ିକରେ ଘରୋଇ ଉଦ୍ୟୋଗ ପୁଞ୍ଜିନିବେଶ କରିପାରିବେ ବୋଲି ନୀତି ପ୍ରଣୟନ କରାଗଲା । ଫଳରେ ଯେଉଁ ସରକାରୀ ଉଦ୍ୟୋଗପାଇଁ ଯେଉଁ 17 ପ୍ରକାର ଶିଳ୍ପ ସଂରକ୍ଷିତ ଥିଲା ସେଥୁରୁ 11 ପ୍ରକାର ଶିଳ୍ପ ଘରୋଇ କ୍ଷେତ୍ରପାଇଁ ଜନ୍ମ କ୍ତ କରିଦିଆଗଲା ।

(3) ଜଗତୀକରଣ– ନୂତନ ଅର୍ଥନୀତିର ଅନ୍ୟ ଏକ ଉପାଦାନ ହେଲା– ଦେଶୀୟ ଅର୍ଥନୀତିକୁ ଆନ୍ତର୍ଜାତିକ ଅର୍ଥନୀତି ସହିତ ସାମିଲ କରିଦେବା । ଦେଶର ଘରୋଇ ବଜାର ଆନ୍ତର୍ଜାତିକ ବଜାରରେ ଅନ୍ତର୍ଭୁକ୍ତ କରିବାପାଇଁ ପଦକ୍ଷେପମାନ ନିଆଗଲା । ସେଗୁଡ଼ିକ ହେଲା –

(i) ବିଦେଶୀ ପୁଞ୍ଜିପତିମାନେ ସରକାରଙ୍କ ବିନା ଅନୁମତିରେ ଯେକୌଣସି କମ୍ପାନୀରେ 51 ପ୍ରତିଶତ ଅଂଶଧନ ବିନିଯୋଗ କରିପାରିବେ । ଏପରିକି କେତେକ କମ୍ପାନୀରେ 100 ପ୍ରତିଶତ ପର୍ଯ୍ୟନ୍ତ ପୁଞ୍ଜିବିନିଯୋଗ କରିପାରିବେ ।
(ii) ଆନ୍ତର୍ଜାତିକ ବଜାରରେ ଆମ ଦେଶର ଦ୍ରବ୍ୟ ଓ ସେବାର ଚାହିଦା ବୃଦ୍ଧିପାଇଁ ଭାରତୀୟ ମୁଦ୍ରାର ମୂଲ୍ୟକୁ ଅବମୂଲ୍ୟ।ୟନ କରାଗଲା ।
(iii) ବୈଦେଶିକ ବାଣିଜ୍ୟରେ ଲାଗୁ ହେଉଥ‌ିବା ନୀତିଗୁଡ଼ିକ କୋହଳ କରାଗଲା ।
(iv) ବିଦେଶୀ ପୁଞ୍ଜି ଓ କୌଶଳ ଆମଦାନୀ ଉପରୁ କଟକଣାମୁକ୍ତ କରାଗଲା ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

(4) ବଜାରଭିତ୍ତିକ ଅର୍ଥନୀତି– ନୂତନ ଆର୍ଥିକ ନୀତିରେ ବଜାରଭିଭିକ ଅର୍ଥନୀତି ଉପରେ ଗୁରୁତ୍ୱ ଆରୋପ କରାଗଲା । ଦେଶରେ ବଜାର ଦ୍ରବ୍ୟର ଚାହିଦା ଓ ଯୋଗାଣ ମୂଲ୍ୟ ନିର୍ଦ୍ଧାରଣ କରିବା ଉପରେ ପ୍ରାଧାନ୍ୟ ଦିଆଗଲା ।

ସରକାରୀ କଳର ହସ୍ତକ୍ଷେପକୁ ସୀମିତ କରାଗଲା । କେବଳ ଭିତ୍ତିଭୂମି ସୁଦୃଢ଼ପାଇଁ କେତେକ ଦ୍ରବ୍ୟ, ସାମରିକ ଅସ୍ତ୍ରଶସ୍ତ୍ର, କେତେକ ସାମାଜିକ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ ସରକାରଙ୍କ ହାତରେ ରହିଲା । ଏହା ବ୍ୟତୀତ ଅନ୍ୟସବୁ ଦ୍ରବ୍ୟ ଓ ସେବାର ମୂଲ୍ୟ ବଜାରରେ ନିର୍ଦ୍ଧାରଣ କରିବାପାଇଁ ନୀତି ପ୍ରଣୟନ କରାଗଲା । କିପରି ବଜାର ବ୍ୟବସ୍ଥାର ସୁପରିଚାଳନା ହେବ, ତାହା ସରକାରଙ୍କର ଦାୟିତ୍ୱରେ ରହିଲା ।

(5) ଆଧୁନିକୀକରଣ– 1991-92 ମସିହା ପୂର୍ବରୁ ଶିଜୋଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ ଥିଲା । କିନ୍ତୁ 1991-92 ମସିହା ନୂତନ ଆର୍ଥିକ ନୀତି ପ୍ରଣୟନ ପରେ ଶିଳ୍ପାଦ୍ୟୋଗଗୁଡ଼ିକୁ ସରକାରଙ୍କ ବିନା ଅନୁମତି ଓ ସାହାଯ୍ୟରେ ଶିଳ୍ପପତିମାନେ ଆଧୁନିକୀକରଣ କରିପାରିବେ । ଘରୋଇ ଉଦ୍ୟୋଗମାନେ ଏଣିକି ବିଦେଶରୁ ନୂତନ କୌଶଳ ଓ ଯନ୍ତ୍ରପାତି ଆମଦାନୀ କରିବାରେ ବାଧା ରହିଲା ନାହିଁ । ସେହିପରି ସେମାନେ ମଧ୍ୟ ନିଜ ଇଚ୍ଛାମୁତାବକ ରିସର୍ଚ୍ଚ ସେଣ୍ଟର ଆରମ୍ଭ କରିପାରିବେ।

୨। ନୂତନ ଆର୍ଥିକ ନୀତି ଅର୍ଥନୀତିରେ କି ପ୍ରକାର ସଂସ୍କାର ଆଣିଛି ବର୍ଣ୍ଣନା କର । ଏହାର ତ୍ରୁଟିବିଚ୍ୟୁତିଗୁଡ଼ିକ କ’ଣ ? କିମ୍ବା, ଭାରତୀୟ ଅର୍ଥନୀତିରେ ନୂତନ ଆର୍ଥିକ ନୀତିର ପ୍ରଭାବ ବର୍ଣ୍ଣନା କର ।
Answer:
1991 ରୁ ପ୍ରଣୀତ ଓ ପ୍ରଚଳିତ ଏହି ଆର୍ଥିକ ନୀତି ଉଦାରୀକରଣ ନୀତି ନାମରେ ପରିଚିତ । ଏହି ନୀତି ପ୍ରଚଳନ ହେବାଦ୍ଵାରା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ପ୍ରାଧନ୍ୟ ହ୍ରାସପାଇଁ ଘରୋଇ ଉଦ୍ୟୋଗଗୁଡ଼ିକର ପ୍ରାଧାନ୍ୟ ବୃଦ୍ଧିପାଇଛି । ରାଷ୍ଟ୍ରର ଅର୍ଥନୀତିରେ ପୁନର୍ବିନ୍ୟାସ ଘଟିଛି ।
1991ରୁ ଭାରତୀୟ ଅର୍ଥନୀତିରେ ଯେଉଁ ନୂତନ ଧାରା ପ୍ରବର୍ତ୍ତିତ ହୋଇଛି, ସେଥ୍ରେ ନିମ୍ନଲିଖିତ ସଂସ୍କାରଗୁଡ଼ିକ ବିଶେଷ ଉପଲବଧୂ ହୋଇଥାଏ ।

  • ସମଷ୍ଟି ଅର୍ଥନୀତିରେ ସ୍ଥିରତା ଓ ଢାଞ୍ଚାର ସଂସ୍କାର – ନୂତନ ଅର୍ଥନୀତିରେ ସୁସଂହତ ରାଜକୋଷୀୟ ଓ ମୌଦ୍ରିକ (Fiscal and Monetary) ନୀତି ଅବଲମ୍ବନ କରି ଦରଦାମ୍‌ର ସ୍ଥିରତା, ଟଙ୍କାର ବହିର୍ମୂଲ୍ୟର ସ୍ଥିରତା ଓ ଦେଣନେଣ ପରିସ୍ଥିତି (Balance of Payments) ରେ ସ୍ଥିରତା ବଜାୟ ରଖିବାକୁ ଚେଷ୍ଟା କରାଯାଇଛି ।
  • ଏହି ନୀତିରେ ରାଜକୋଷୀୟ ପରିଚାଳନାରେ ସଂସ୍କାର ଅଣାଯାଇଛି । ରାଜକୋଷୀୟ ନିଅଣ୍ଟ ଜାତୀୟ ଉତ୍ପାଦନର 8.4 ପ୍ରତିଶତ 1990-91 ରେ ଥିଲା । ତାହାକୁ କମାଇ 1999 – 2000 ସୁଦ୍ଧା 4.4 ପ୍ରତିଶତ ସ୍ତରକୁ ଆଣିବାକୁ ଚେଷ୍ଟା କରାଯାଇଛି । ମାତ୍ର ତାହା ମାତ୍ର 5.6 ପ୍ରତିଶତକୁ କମାଯାଇଛି ।
  • ରାଷ୍ଟ୍ରୀୟ ବ୍ୟୟର ସଂକୋଚନ– ରାଷ୍ଟ୍ରୀୟ ବ୍ୟୟ 1970-71 ରେ ଜାତୀୟ ଉତ୍ପାଦନର 19 ପ୍ରତିଶତ ଥିଲା । 1990 – 91 ରେ ତାହା 37 ପ୍ରତିଶତ ହେଲା । ଏହାକୁ କମାଇବାର ଚେଷ୍ଟା କରାଯାଇଛି ।
  • କର ରାଜସ୍ୱର ବୃଦ୍ଧି– ରାଜସ୍ୱର ପ୍ରଧାନ ଅଂଶ ହେଉଛି କର ସଂଗ୍ରହ । କର ପଦ୍ଧତିକୁ ଯୁକ୍ତିସଂଗତ ଓ ପ୍ରକାରଭିତ୍ତିକୁ ପ୍ରସାରିତ କରି ଅଧ୍ବକ କର ଆଦାୟ କରାଯାଉଛି ।
  • ରାଷ୍ଟ୍ରୀୟ ଉଦ୍ୟୋଗ ଓ ଜନହିତକର ସଂସ୍ଥାର ସେବାର ଉଚିତ ମୂଲ୍ୟ ନିର୍ଦ୍ଧାରଣ । ବିଜୁଳି, ଜଳସେଚନ, ରାସ୍ତା, ଯାନବାହନ ପାଇଁ ଲୋକେ ଯେଉଁ ମୂଲ୍ୟ ଦେଉଛନ୍ତି ତାହା ଉତ୍ପାଦନ ଖର୍ଚ୍ଚର ମାତ୍ର 35 ପ୍ରତିଶତ । ଏହା ଯୋଗୁଁ ରାଷ୍ଟ୍ର ବହୁ କ୍ଷତି ସହୁଛି । ନୂଆ ନୀତିରେ ଏହାର ପ୍ରକୃତ ଉତ୍ପାଦନ ଖର୍ଚ୍ଚ ଅନୁଯାୟୀ ମୂଲ୍ୟ ସ୍ଥିର କରାଯିବ ।
  • ରିହାତି ହ୍ରାସ– ସରକାର ସାର ଖାଦ୍ୟ ଓ ଅନ୍ୟାନ୍ୟ ପଦାର୍ଥରେ ପ୍ରଚୁର ରିହାତି ଦେଉଥ‌ିବାରୁ ନିଅଣ୍ଟ ବଢ଼ିଚାଲିଛି । ବଜେଟ୍‌ରେ ନିଅଣ୍ଟ କମାଇବାପାଇଁ ରିହାତି ହ୍ରାସ କରାଯିବ ।
  • କେନ୍ଦ୍ର ସରକାର ଷ୍ଟେମାନଙ୍କୁ ବିଶେଷତଃ ବିକୃତ ଯାନବାହନ କ୍ଷେତ୍ରରେ ଯେଉଁ ସାହାଯ୍ୟ ଦେଉଛନ୍ତି ତାହା କମାଯିବ ।
  • ମୌଦ୍ରିକ ସଂସ୍କାର– ମୁଦ୍ରାସ୍ତ୍ରୀତିର ନିୟନ୍ତ୍ରଣପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ, କୋହଳ ମୁଦ୍ରନୀତି ପରିବର୍ତ୍ତେ କଠୋର ମୁଦ୍ରାନୀତି ଗ୍ରହଣ କରିବାକୁ କୁହାଯାଇଛି ।
  • ବହିର୍ବାଣିଜ୍ୟ କ୍ଷେତ୍ରରେ ସମତୁଲ– ନୂଆ ନୀତିରେ ଆମଦାନୀ ଓ ରପ୍ତାନୀ ଭିତରେ ଥିବା ବ୍ୟବଧାନକୁ ହ୍ରାସ କରାଯିବ । 1991 ରେ ଆମର ରପ୍ତାନୀ ଆମଦାନୀର 66 ପ୍ରତିଶତ ଥିଲା । ଏହା ବିଦେଶୀ ମୁଦ୍ରା ସଂକଟ ସୃଷ୍ଟି କରେ । ତେଣୁ ଏହାର ନିରାକରଣ ଲୋଡ଼ା ।
  • ଟଙ୍କାର ଅବମୂଲ୍ୟାୟନ– 1991 ଜୁଲାଇରେ ବିଦେଶୀମୁଦ୍ରା ସଂକଟ ଦୂର କରିବାପାଇଁ ଟଙ୍କାର ମୂଲ୍ୟ 22.2 ପ୍ରତିଶତ କମାଗଲା । ପରେ ଟଙ୍କାର ମୂଲ୍ୟ ବଜାରର ମୁକ୍ତ ଶକ୍ତି ଦ୍ଵାରା ସ୍ଥିରୀକୃତ ହେଲା । ଦୁଇବର୍ଷ ଭିତରେ ଟଙ୍କାର ବହିର୍ମୂଲ୍ୟ 41 ପ୍ରତିଶତ ହ୍ରାସ ପାଇଲା ।
  • ଟଙ୍କାର ରୂପାନ୍ତରଣୀୟତା– ଚଳନ୍ତି ବ୍ୟବସାୟ କ୍ଷେତ୍ରରେ ଟଙ୍କାକୁ ସହଜରେ ଅନ୍ୟ ବିଦେଶୀ ମୁଦ୍ରାରେ ପରିବର୍ତ୍ତିତ କରିବାକୁ ସୁଯୋଗ ଦିଆଗଲା । ଏହାଦ୍ଵାରା 1 993-94 ବହିର୍ବାଣିଜ୍ୟ ଓ ବିଦେଶୀ ମୁଦ୍ରା ଆଗମନ ସୁଗମ ହେଲା ।
  • ରପ୍ତାନୀ ବୃଦ୍ଧି : ନୂତନ ଅର୍ଥନୀତିରେ ରପ୍ତାନୀକୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି । ବାର୍ଷିକ ରପ୍ତାନୀ ଅଭିବୃଦ୍ଧି ମୂଲ୍ୟାଙ୍କରେ 14 ପ୍ରତିଶତ ଓ ପରିମାଣରେ ୨ ପ୍ରତିଶତ ବଢ଼ାଇବାର ଲକ୍ଷ୍ୟ ରଖାଗଲା ।

CHSE Odisha Class 11 Economics Solutions Chapter 9 ଆର୍ଥନୀତିକ ସଂସ୍କାର

ଢାଞ୍ଚାର ସଂସ୍କାର :
ଉପରୋକ୍ତ ପଦକ୍ଷେପ ବ୍ୟତୀତ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆଣିବାପାଇଁ ଢାଞ୍ଚାର ସଂସ୍କାର କରାଯାଇଛି । ଏହି ସଂସ୍କାରଗୁଡ଼ିକ ହେଲା :

(a) ବାଣିଜ୍ୟ ନୀତିରେ ସଂସ୍କାର – ଅଧୂକ ଆମଦାନୀ ଓ ରପ୍ତାନୀ ହେବାପାଇଁ ବାଣିଜ୍ୟ କ୍ଷେତ୍ରରେ ଥ‌ିବା ବିଭିନ୍ନ ପ୍ରକାର କଟକଣାକୁ ଉଠାଇ ନିଆଯାଇଛି । ଆମଦାନୀ ଶୁଳ୍କ ଓ ରପ୍ତାନୀ ଶୁଳ୍କ 1991 ପୂର୍ଣ୍ଣ ପ୍ରାୟ 150/200 ପ୍ରତିଶତ ଥିଲା । ତାକୁ କମାଇ ଏବେ ସର୍ବୋଚ୍ଚ ହାର 30-45 ପ୍ରତିଶତକୁ ଅଣାଯାଇଛି ।

(b) ଶିଳ୍ପ ନୀତିରେ ପରିବର୍ତ୍ତନ – 1991 ଜୁଲାଇ 24 ରେ ନୂଆ ଶିଳ୍ପନୀତି ପ୍ରବର୍ତ୍ତନ କରାଯାଇଛି । ବିଭିନ୍ନ ଶିଳ୍ପ ପ୍ରତିଷ୍ଠାନପାଇଁ ଆଉ ଲାଇସେନ୍ସ ଦରକାର ପଡୁନାହିଁ । ରାଷ୍ଟ୍ରୀୟ କ୍ଷେତ୍ରରେ ଥ‌ିବା 17ଟି ଶିଳ୍ପକୁ ୫ଟିକୁ କମାଇ ଦିଆଯାଇଛି । MRTP ଆଇନକୁ କୋହଳ କରାଯାଇଛି । ଶିଳ୍ପ ପ୍ରତିଷ୍ଠାପାଇଁ ଅଞ୍ଚଳ ନିରୂପଣ ଆଇନକୁ କୋହଳ କରାଯାଇଛି ।

(c) ବିଦେଶୀ ପୁଞ୍ଜି ନିବେଶକୁ ପ୍ରୋତ୍ସାହନ – ନୂଆ ନୀତିରେ 34ଟି ଅଗ୍ରାଧ୍ୟାକାର ଶିଳ୍ପକ୍ଷେତ୍ରରେ ବିଦେଶୀପୁଞ୍ଜି ବିନାବାଧାରେ ବିନିଯୋଗ କରାଯାଇପାରିବ । ରାଷ୍ଟ୍ରୀୟ ଉଦ୍ୟୋଗପାଇଁ ସଂରକ୍ଷିତ 17 ଟି ଶିଳ୍ପକୁ କମାଇ ୫ ରେ ସୀମିତ ରଖାଯାଇଛି । ଯେଉଁ ରାଷ୍ଟ୍ରୀୟ ଶିଳ୍ପ ବହୁଦିନ ଧରି ରୁଗ୍ନ ତାକୁ ବନ୍ଦ କରିଦିଆଯିବ ବା ଘରୋଇ ପ୍ରତିଷ୍ଠାନକୁ ହସ୍ତାନ୍ତର କରାଯିବ । ବିଦେଶୀ ପୁଞ୍ଜି ନିବେଶ ପାଇଁ ଅନେକ ସୁବିଧା ଦିଆଯାଉଛି ।

(d) ଆର୍ଥନୀତିକ ପ୍ରଗତିକୁ ପ୍ରୋତ୍ସାହିତ କରିବାପାଇଁ ଆବଶ୍ୟକ ମୌଦ୍ରିକ ସଂସ୍କାର କରାଯାଇଛି । ବ୍ୟାଙ୍କ ଓ ଅନ୍ୟାନ୍ୟ ବିତ୍ତୀୟ ଅନୁଷ୍ଠାନକୁ ଅଧିକ ସ୍ଵାଧୀନତା ଓ ଦକ୍ଷତାର ସହ କାର୍ଯ୍ୟ କରିବାକୁ ସୁବିଧା ଦିଆଯାଉଛି ।

ନୂତନ ଅର୍ଥନୀତିର ତ୍ରୁଟିବିଚ୍ୟୁତି :
(1) ବୃହତ୍ତର ଉନ୍ନୟନ କୌଶଳର ଅଭାବ– ନୂତନ ଅର୍ଥନୀତିରେ ସ୍ଥିରତା ଓ ଢାଞ୍ଚାସଂସ୍କାର ମାଧ୍ୟମରେ ଶିଳ୍ପ କ୍ଷେତ୍ରରେ ଏକ ପ୍ରତିଦ୍ବନ୍ଦ୍ବ ପରିବେଶ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି । ମାତ୍ର ସେ ଲକ୍ଷ୍ୟ ହାସଲପାଇଁ ଅର୍ଥନୀତିର ବିଭିନ୍ନ ବିଭାଗରେ ସଂସ୍କାର ଲୋଡ଼ା । ତାହା କରାହୋଇନାହିଁ ।

(2) ସଂସ୍କାରର ତ୍ରୁଟିପୂର୍ଣ୍ଣ କ୍ରମ– ନୂତନ ଅର୍ଥନୀତିରେ ପ୍ରଥମେ ରାଜକୋଷୀୟ ନିଅଣ୍ଟ ହ୍ରାସ ଉପରେ ଗୁରୁତ୍ବ ଦିଆଗଲା । ସରକାରୀ ଖର୍ଚ୍ଚ କାଟ ଓ ଟିକସ ହାର କମାଗଲା । ଘରୋଇ ବିଭାଗ ଖର୍ଚ୍ଚ ବଢ଼ାଉଛି କି ନାହିଁ ସେ ବିଷୟରେ ନିଶ୍ଚିତ ହେବା ପୂର୍ବରୁ ସରକାରୀ ଖର୍ଚ୍ଚ-କାଟ ଅର୍ଥନୀତିର ଅଗ୍ରଗତିକୁ ପ୍ରଥମ ଦୁଇତିନିବର୍ଷ ପ୍ରତିହତ କରିଥିଲା । ସେହିଭଳି ଆମଦାନୀ ଓ ରପ୍ତାନୀ କ୍ଷେତ୍ରରେ ବିଚାର କରି ଉଦାର ନୀତି ଅବଲମ୍ବନ କରାନଯାଇ ଥ‌ିବାରୁ ଏହା ପ୍ରଯୁକ୍ତି ବିଦ୍ୟା ଓ ସ୍ଵଦେଶୀ ପୁଞ୍ଜି ନିବେଶକୁ ଆଗେଇ ନେଲାନାହିଁ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

Odisha State Board CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର Questions and Answers.

CHSE Odisha 11th Class Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ମୌଳିକ ଅଧୂକାରଗୁଡ଼ିକ ଆମ ସମ୍ବିଧାନର ___________ ବିଭାଗରେ ବର୍ଣ୍ଣନା କରାଯାଇଛି ।
(କ) ତୃତୀୟ
(ଖ) ଚତୁର୍ଥ
(ଗ) ଚତୁର୍ଥ (କ)
(ଘ) ସପ୍ତମ
Answer:
(କ) ତୃତୀୟ

୨ । ସମ୍ବିଧାନର ___________ ଧାରାରୁ ___________ ଧାରା ମଧ୍ୟରେ ମୌଳିକ ଅସ୍ଵୀକାରଗୁଡ଼ିକ ବର୍ଣିତ ହୋଇଛି ।
(କ) ୧୩-୩୪
(ଖ) ୧୨-୨୫
(ଗ) ୧୨-୩୫
(ଘ) ୧୮-୩୨
Answer:
(ଗ) ୧୨-୩୫

୩ । ନାଗରିକର ମୌଳିକ ଅଧୂକାର ___________ ଅଟେ ।
(କ) ନ୍ୟାୟଯୋଗ୍ୟ
(ଖ) ଅଣନ୍ୟାୟଯୋଗ୍ୟ
(ଗ) ନୈତିକ
(ଘ) ନିରଙ୍କୁଶ
Answer:
(କ) ନ୍ୟାୟଯୋଗ୍ୟ

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୪ । ୧୯୭୮ ମସିହାରେ ହୋଇଥୁବା ___________ ତମ ସମ୍ବିଧାନ ସଂଶୋଧନ ବଳରେ ___________ ଅଧିକାରରୁ କାଢ଼ି ନିଆଗଲା ।
(କ) ୪୨, ସଂପରିଗତ
(ଖ) ୪୩, ସଂପରିଗତ
(ଗ) ୪୪, ସଂପରିଗତ
(ଘ) ୪୫, ସଂପରିଗତ
Answer:
(ଗ) ୪୪, ସଂପରିଗତ

୫ । ଭାରତୀୟ ନାଗରିକର ବର୍ତ୍ତମାନ ___________ ଟି ମୌଳିକ ଅଧୁକାର ରହିଛି ।
(କ) ୭
(ଖ) ୧୧
(ଗ) ୬
(ଘ) ୧୦
Answer:
(ଗ) ୬

୬ । ସମାନତା ଅଧିକାର ___________ ଧାରାରୁ ___________ ଧାରା ପର୍ଯ୍ୟନ୍ତ ସମ୍ବିଧାନରେ ଲିପିବଦ୍ଧ ହୋଇଛି ।
(କ) ୧୪-୧୮
(ଖ) ୧୩-୧୯
(ଗ) ୧୯-୨୩
(ଘ) ୨୫-୨୮
Answer:
(କ) ୧୪-୧୮

୭ । ସ୍ଵାଧୀନତାର ଅଧିକାର ସମ୍ପର୍କରେ ସମ୍ବିଧାନର ___________ ଧାରାରୁ ___________ ମଧ୍ୟରେ ଉଲ୍ଲେଖ କରାଯାଇଛି ।
(କ) ୧୪-୧୮
(ଖ) ୧୩-୧୯
(ଗ) ୧୯-୨୨
(ଘ) ୨୫-୨୮
Answer:
(ଗ) ୧୯-୨୨

୮ । ସମ୍ବିଧାନର ___________ ଧାରାରେ ସାମ୍ବିଧାନିକ ପ୍ରତିକାର ଅଧୁକାର ସମ୍ପର୍କରେ ସୂଚନା ମିଳେ ।
(କ) ୩୧
(ଖ) ୩୨
(ଗ) ୨୯
(ଘ) ୨୨
Answer:
(ଖ) ୩୨

୯ । ___________ ତମ ସମ୍ବିଧାନ ସଂଶୋଧନ ବଳରେ ମୌଳିକ କର୍ଭବ୍ୟ ସୃଷ୍ଟି ହୋଇଛି ।
(କ) ୧୯୭୮ ମସିହାର ୪୪
(ଖ) ୧୯୭୭ ମସିହାର ୪୨
(ଗ) ୧୯୭୬ ମସିହାର ୪୨
(ଘ) ୧୯୭୯ ମସିହାର ୪୪
Answer:
(ଗ) ୧୯୭୬ ମସିହାର ୪୨

୧୦ । ମୌଳିକ କର୍ଭବ୍ୟ ବିଷୟକ ଧାରାଗୁଡ଼ିକ ସମ୍ବିଧାନର ___________ ଧାରାରେ ବର୍ଣ୍ଣିତ ହୋଇଛି ।
(କ) ୫୧ (କ)
(ଖ) ୫୨ (କ)
(ଗ) ୫୧
(ଘ) ୫୩
Answer:
(କ) ୫୧ (କ)

୧୧ । ସମ୍ବିଧାନର ___________ ଧାରାରୁ ___________ ଧାରା ମଧ୍ଯରେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇଛି ।
(କ) ୩୬-୫୧
(ଖ) ୩୫-୫୦
(ଗ) ୩୪-୫୧
(ଘ) ୩୩-୫୦
Answer:
(କ) ୩୬-୫୧

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୨ । ଭାରତରେ ଏକ ___________ ପ୍ରତିଷ୍ଠା କରିବା ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ଲକ୍ଷ୍ୟ ଅଟେ ।
(କ) ସମାଜବାଦୀ ରାଷ୍ଟ୍ର
(ଖ) ଧର୍ମନିରପେକ୍ଷ ରାଷ୍ଟ୍ର
(ଗ) ସାଧାରଣତନ୍ତ୍ର ରାଷ୍ଟ୍ର
(ଘ) ଜନମଙ୍ଗଳ ରାଷ୍ଟ୍ର
Answer:
(ଘ) ଜନମଙ୍ଗଳ ରାଷ୍ଟ୍ର

୧୩ । ମୌଳିକ କର୍ଭବ୍ୟ ସମ୍ବିଧାନର ___________ ଖଣ୍ଡରେ ସ୍ଥାନ ପାଇଛି ।
(କ) ତୃତୀୟ
(ଖ) ଚତୁର୍ଥ
(ଗ) ଚତୁର୍ଥ (କ)
(ଘ) ପଞ୍ଚମ
Answer:
(ଗ) ଚତୁର୍ଥ (କ)

୧୪ । ___________ ଓ ___________ ନ୍ୟାୟ ପ୍ରତିଷ୍ଠା କରିବା ହେଉଛି ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହର ମୁଖ୍ୟ ଉଦ୍ଦେଶ୍ୟ ।
(କ) ଅର୍ଥନୈତିକ, ସାମାଜିକ
(ଖ) ସାମାଜିକ, ରାଜନୈତିକ
(ଗ) ଅର୍ଥନୈତିକ, ରାଜନୈତିକ
(ଘ) ନୈତିକ, ସାମାଜିକ
Answer:
(କ) ଅର୍ଥନୈତିକ, ସାମାଜିକ

୧୫ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ନ୍ୟାୟାଳୟଦ୍ଵାରା ___________ ନୁହେଁ ।
(କ) ଅଣବିଚାରଯୋଗ୍ୟ
(ଖ) ବିଚାରଯୋଗ୍ୟ
(ଗ) ଗ୍ରହଣୀୟ
(ଘ) ନୈତିକ ସମର୍ଥିତ
Answer:
(ଖ) ବିଚାରଯୋଗ୍ୟ

୧୬ । ଶୋଷଣ ବିରୁଦ୍ଧରେ ଅଧିକାର ___________ ମାନଙ୍କ ନିମନ୍ତେ ପ୍ରଯୁଜ୍ୟ ।
(କ) ଆର୍ଥିକ ଦୁର୍ବଳଶ୍ରେଣୀ ଓ ଶିଶୁ
(ଖ) ଗରିବ ଓ ନିରାଶ୍ରୟ
(ଗ) ଶ୍ରମିକ
(ଘ) ମହିଳା
Answer:
(କ) ଆର୍ଥିକ ଦୁର୍ବଳଶ୍ରେଣୀ ଓ ଶିଶୁ

୧୭ । ଜରୁରୀ ପରିସ୍ଥିତି ସମୟରେ ___________ ଓ ___________ ଅଧୁକାର ସଂକୁଚିତ କରାଯାଏ ।
(କ) ସମାନତା ଓ ଧାର୍ମିକ
(ଖ) ଶୋଷଣ ବିରୋଧୀ ଓ ଧାର୍ମିକ
(ଗ) ସାଂସ୍କୃତିକ ଓ ସମାନତା
(ଘ) ସ୍ଵାଧୀନତା ଅଧିକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର
Answer:
(ଘ) ସ୍ଵାଧୀନତା ଅଧିକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର

୧୮ । ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ସମ୍ବିଧାନର ___________ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ?
(କ) ତୃତୀୟ
(ଖ) ଚତୁର୍ଥ
(ଗ) ପଞ୍ଚମ
(ଘ) ଷଷ୍ଠ
Answer:
(ଖ) ଚତୁର୍ଥ

୧୯ । ଭାରତ ସମ୍ବିଧାନର ___________ ଧାରାରେ ଅସ୍ପୃଶ୍ୟତାକୁ ଉଚ୍ଛେଦ କରାଯାଇଛି ।
(କ) ୧୫
(ଖ) ୧୬
(ଗ) ୧୭
(ଘ) ୧୮
Answer:
(ଗ) ୧୭

୨୦ । ମୌଳିକ ଅଧିକାରସବୁର ସୁରକ୍ଷା ପାଇଁ ଜଣେ ନାଗରିକ ___________ ରେ ଆବେଦନ କରିବାର ଅଧୁକାରହିଁ ଏକ ମୌଳିକ ଅଧୁକାର ।
(କ) ଉଚ୍ଚତମ ନ୍ୟାୟାଳୟ
(ଖ) ଉଚ୍ଚ ନ୍ୟାୟାଳୟ
(ଗ) ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ
(ଘ) ମୁଖ୍ୟ କାର୍ଯ୍ୟପାଳିକା
Answer:
(ଗ) ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨୧ । ଖଣି ଓ କାରଖାନାରେ କାମ କରିବାପାଇଁ ___________ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ନିଯୁକ୍ତିକୁ ସମ୍ବିଧାନରେ ନିଷିଦ୍ଧ କରାଯାଇଛି ।
(କ) ୧୪
(ଖ) ୧୨
(ଗ) ୧୮
(ଘ) ୨୧
Answer:
(କ) ୧୪

୨୨ । ଭାରତରେ ସମ୍ପଭିଗତ ଅଧୁକାର ଗୋଟିଏ ___________ ଅଧିକାର ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ଆଇନଗତ
(ଘ) ସାମ୍ବିଧାନିକ
Answer:
(ଗ) ଆଇନଗତ

୨୩ । ଆମ ସମ୍ବିଧାନର କେଉଁ ଧାରା ସ୍ଵାଧୀନତା ଅଧିକାର ସଂପର୍କିତ ?
(କ) ଧାରା – ୧୪
(ଖ) ଧାରା – ୧୯
(ଗ) ଧାରା – ୨୩
(ଘ) ଧାରା – ୩୨
Answer:
(ଖ) ଧାରା – ୧୯

୨୪ । ଆମ୍ ସମ୍ବିଧାନର କେଉଁ ଧାରା ଗ୍ରାମ ପଞ୍ଚାୟତ ସଂପର୍କିତ ?
(କ) ଧାରା – ୩୭
(ଖ) ଧାରା – ୪୦
(ଗ) ଧାରା – ୪୩
(ଘ) ଧାରା – ୫୧
Answer:
(ଖ) ଧାରା – ୪୦

୨୫ । ଆମ ସମ୍ବିଧାନର କେଉଁ ଧାରାରେ ‘ଏକବିଧ ଦେୱାନୀ ସଂହିତା’ (Uniform Civil Code) ବ୍ୟବସ୍ଥା କରାଯାଇଛି ?
(କ) ଧାରା – ୩୯
(ଖ) ଧାରା – ୪୦
(ଗ) ଧାରା – ୪୪
(ଘ) ଧାରା – ୪୭
Answer:
(ଗ) ଧାରା – ୪୪

୨୬ । ଭାରତ ସମ୍ବିଧାନରେ କେତେଗୋଟି ମୌଳିକ କର୍ତ୍ତବ୍ୟ ରହିଛି ?
(କ) ଛଅ
(ଖ) ସାତ
(ଗ) ଦଶ
(ଘ) ଏଗାର
Answer:
(ଘ) ଏଗାର

୨୭ । ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ଗାନ୍ଧିବାଦୀ ନୀତି ନୁହେଁ ?
(କ) ଗ୍ରାମପଞ୍ଚାୟତ ପ୍ରତିଷ୍ଠା
(ଖ) ଗୋହତ୍ୟା ନିଷେଧ
(ଗ) ସମାନ କାମ ପାଇଁ ସମାନ ମଜୁରି
(ଘ) କୁଟୀର ଶିଳ୍ପ ପ୍ରତିଷ୍ଠା
Answer:
(ଗ) ସମାନ କାମ ପାଇଁ ସମାନ ମଜୁରି

୨୮ । ନିମ୍ନୋକ୍ତ ମଧ୍ୟରୁ କେଉଁ ଗୋଟିକ ପରମାଦେଶ (ରିଟ୍) ନୁହେଁ ?
(କ) ହାବିଅସ୍ କର୍ପସ
(ଖ) ପ୍ରୋହିବିସନ୍
(ଗ) ସାଟିଓରାରି
(ଘ) ଏ ପ୍ରାୟରି
Answer:
(ଘ) ଏ ପ୍ରାୟରି

୨୯ । ସମ୍ବିଧାନର କେଉଁ ଧାରାରେ ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ନ୍ୟାୟାଳୟରେ ବିଚାରଯୋଗ୍ୟ ହୋଇପାରିବ ନାହିଁ ବୋଲି ବର୍ଣ୍ଣିତ ହୋଇଛି ?
(କ) ଧାରା – ୩୬
(ଖ) ଧାରା – ୩୭
(ଗ) ଧାରା – ୩୮
(ଘ) ଧାରା – ୩୯
Answer:
(ଖ) ଧାରା – ୩୭

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୩୦ । ନିମ୍ନୋକ୍ତ ମଧ୍ଯରୁ କେଉଁ ଗୋଟିକ ଭାରତରେ ମୌଳିକ ଅଧ‌ିକାର ନୁହେଁ ?
(କ) ସମାନତା ଅଧିକାର
(ଖ) ସ୍ଵାଧୀନତା ଅଧିକାର
(ଗ) ଧର୍ମଗତ ସ୍ଵାଧୀନତା ଅଧିକାର
(ଘ) ସଂପତ୍ତିଗତ ଅଧିକାର
Answer:
(ଘ) ସଂପତ୍ତିଗତ ଅଧିକାର

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ଭାରତରେ ସଂଖ୍ୟାଲଘୁ ଗୋଷ୍ଠୀର ସ୍ବାର୍ଥର ସଂରକ୍ଷଣ ପାଇଁ ___________ ଓ ___________ ଧାରାରେ ___________ ଅଧିକାରର ବ୍ୟବସ୍ଥା ରହିଛି ।
Answer:
୨୯, ୩୦, ସାଂସ୍କୃତିକ ଓ ଶିକ୍ଷାଗତ

୨ । ଭାରତୀୟ ନାଗରିକର ମୌଳିକ ଅସ୍ଵୀକାର ___________ ଖଣ୍ଡରେ ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ସମ୍ବିଧାନର ___________ ଖଣ୍ଡରେ ବର୍ଣ୍ଣିତ ହୋଇଛି ।
Answer:
ତୃତୀୟ, ଚତୁର୍ଥ

୩ । ଭାରତୀୟ ସମ୍ବିଧାନର ___________ ପ୍ରକାରର ମୌଳିକ ଅଧିକାର ଓ __________ ପ୍ରକାରର ମୌଳିକ କର୍ତ୍ତବ୍ୟ ବ୍ୟବସ୍ଥା ରହିଛି ।
Answer:
ଛଅ, ଏଗାର

୪ । ସମ୍ପତ୍ତିଗତ ଅଧିକାରକୁ ___________ ସମ୍ବିଧାନ ସଂଶୋଧନ ଆଇନଦ୍ୱାରା ମୌଳିକ ଅଧିକାର ତାଲିକାରୁ ବାଦ୍ ଦିଆଯାଇଛି ଓ ଏହା ବର୍ତ୍ତମାନ ଏକ ___________ ଅଧିକାର ଅଟେ ।
Answer:
୪୪ତମ, ଆଇନଗତ

୫ । ମୌଳିକ କର୍ତ୍ତବ୍ୟ ___________ ସଂଶୋଧନଦ୍ବାରା ସମ୍ବିଧାନରେ ଲିପିବଦ୍ଧ ହେଲା ।
Answer:
୪୨ତମ

୬ । ଭାରତର ସାର୍ବଭୌମତ୍ବ, ଏକତା ଓ ଅଖଣ୍ଡତା ରକ୍ଷା, ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା ଭାରତୀୟ ନାଗରିକର ମୌଳିକ ___________ ।
Answer:
କର୍ତ୍ତବ୍ୟ

୭ । ଭାରତ ସମ୍ବିଧାନର ___________ ଧାରାରେ ଅସ୍ପୃଶ୍ୟତାକୁ ଉଚ୍ଛେଦ କରାଯାଇଛି ।
Answer:
୧୭

୮ । ନାଗରିକର ମୌଳିକ ଅଧୂକାର ___________ ଅଟେ ।
Answer:
ନ୍ୟାୟଯୋଗ୍ୟ

୯ । ମୌଳିକ ଅଧିକାରର ସୁରକ୍ଷା ପାଇଁ ଜଣେ ନାଗରିକ _________ ରେ ଆବେଦନ କରିବାର ଅଧିକାର ହିଁ ଏକ ମୌଳିକ ଅଧିକାର ।
Answer:
ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ

୧୦ । ଖଣି ଓ କାରଖାନାରେ କାମ କରିବାପାଇଁ ___________ ବର୍ଷରୁ କମ୍ ବୟସ୍କ ଶିଶୁମାନଙ୍କ ନିଯୁକ୍ତିକୁ ସମ୍ବିଧାନରେ ନିଷିଦ୍ଧ କରାଯାଇଛି ।
Answer:
୧୪

୧୧ । ___________ ପରିସ୍ଥିତିରେ ନାଗରିକର ସ୍ବାଧୀନତାର ଅଧିକାର ସଙ୍କୁଚିତ ହୁଏ ।
Answer:
ଜରୁରୀ

୧୨ । ଭାରତରେ ସମ୍ପଭିଗତ ଅଧିକାର ଗୋଟିଏ __________ ଅଧିକାର ଯାହା ସମ୍ବିଧାନର __________ ଧାରାରେ ବର୍ଣ୍ଣିତ ହୋଇଛି ।
Answer:
ଆଇନଗତ, ୩୦୦ -କ

(C) ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । ନାଗରିକର ମୌଳିକ ଅଧିକାରର ଜଗୁଆଳି ରୂପେ କେଉଁ ଅଦାଲତ କାମ କରେ ?
Answer:
ଉଚ୍ଚତମ ନ୍ୟାୟାଳୟ ।

୨ । ରାଷ୍ଟ୍ର ନିୟାମକ ତତ୍ତ୍ବ ଭାରତରେ କେଉଁ ଗଣତନ୍ତ୍ରର ମୂଳଦୁଆ ପକାଇଛି ?
Answer:
ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୩ । ଯେଉଁ ବିଶେଷ ନିର୍ଦ୍ଦେଶନାମା ବଳରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନାଗରିକର ମୌଳିକ ଅଧୂରକୁ ସୁରକ୍ଷା ପ୍ରଦାନ କରନ୍ତି ତାହା କ’ଣ ?
Answer:
ରିଟ୍ (ଆଜ୍ଞାପତ୍ର) ।

୪ । ଭାରତ ଏକ କେଉଁ ରାଷ୍ଟ୍ର ହୋଇଥିବାରୁ ଏଠାରେ କୌଣସି ରାଷ୍ଟ୍ରୀୟ ଧର୍ମ ନାହିଁ କିମ୍ବା ଧର୍ମ ଉପରେ କର ବସିପାରୁ ନାହିଁ ?
Answer:
ଧର୍ମନିରପେକ୍ଷ

୫ । ଭାରତରେ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ କେଉଁ ମୌଳିକ ଅଧୂକାର ପ୍ରଦାନ କରାଯାଇଛି ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ।

(D) ଭ୍ରମ ସଂଶୋଧନ କର ।

୧ । ମୌଳିକ ଅଧୂକାର ଅଣନ୍ୟାୟଯୋଗ୍ୟ ଅଟେ ।
Answer:
ମୌଳିକ ଅସ୍ଵୀକାର ନ୍ୟାୟଯୋଗ୍ୟ ଅଟେ ।

୨ । ରାଷ୍ଟ୍ର ନିୟାମକ ତତ୍ତ୍ବ ଓ ମୌଳିକ କର୍ତ୍ତବ୍ୟ ନ୍ୟାୟଯୋଗ୍ୟ ଅଟନ୍ତି ।
Answer:
ରାଷ୍ଟ୍ର ନିୟାମକ ତତ୍ତ୍ଵ ଓ ମୌଳିକ କର୍ତ୍ତବ୍ୟ ଅଣନ୍ୟାୟଯୋଗ୍ୟ ଅଟନ୍ତି ।

୩ । ରାଷ୍ଟ୍ର ନିୟାମକ ତତ୍ତ୍ଵ ରାଜନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରେ ।
Answer:
ରାଷ୍ଟ୍ର ନିୟାମକ ତତ୍ତ୍ବ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରେ ।

୪ । ସମ୍ପତ୍ତିଗତ ଅଧିକାର ଏକ ମୌଳିକ ଅଧିକାର ।
Answer:
ସମ୍ପତ୍ତିଗତ ଅଧିକାର ଏକ ଆଇନଗତ ଅଧିକାର ।

୫ । ୪୨ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦେଇଛି ।
Answer:
୪୪ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ପଭିଗତ ଅଧ‌ିକାରକୁ ମୌଳିକ ଅଧିକାର ତାଲିକାରୁ ବାଦ୍ ଦେଇଛି ।

୬ । ୭୪ତମ ସମ୍ବିଧାନ ସଂଶୋଧନ ମୌଳିକ କର୍ତ୍ତବ୍ୟର ସଂଖ୍ୟାକୁ ୧୦ରୁ ୧୧କୁ ବୃଦ୍ଧି କରିଛି ।
Answer:
୮୬ତମ ସମ୍ବିଧାନ ସଂଶୋଧନ ମୌଳିକ କର୍ତ୍ତବ୍ୟର ସଂଖ୍ୟାକୁ ୧୦ରୁ ୧୧କୁ ବୃଦ୍ଧି କରିଛି ।

୭ । ୪୪ତମ ସମ୍ବିଧାନ ସଂଶୋଧନ ମୌଳକ କର୍ତ୍ତବ୍ୟକୁ ସମ୍ବିଧାନରେ ଯୋଗ କରିଛି ।
Answer:
୪୨ତମ ସମ୍ବିଧାନ ସଂଶୋଧନ ମୌଳକ କର୍ତ୍ତବ୍ୟକୁ ସମ୍ବିଧାନରେ ଯୋଗ କରିଛି ।

୮ । ସମ୍ବିଧାନର ଚତୁର୍ଥ (କ) ଖଣ୍ଡ ଓ ୫୧ (କ) ଧାରାରେ ମୌଳିକ ଅଧିକାର ବର୍ଣିତ ହୋଇଛି ।
Answer:
ସମ୍ବିଧାନର ଚତୁର୍ଥ (କ) ଖଣ୍ଡ ଓ ୫୧ (କ) ଧାରାରେ ମୌଳିକ କର୍ତ୍ତବ୍ୟ ବର୍ଣ୍ଣିତ ହୋଇଛି ।

୯ । ସମ୍ବିଧାନର ୧୭ ଧାରାରେ ଛଅ ପ୍ରକାରର ସ୍ବାଧୀନତା ପ୍ରଦାନ କରାଯାଇଛି ।
Answer:
ସମ୍ବିଧାନର ୧୯ ଧାରାରେ ଛଅ ପ୍ରକାରର ସ୍ବାଧୀନତା ପ୍ରଦାନ କରାଯାଇଛି ।

୧୦ । ସମ୍ବିଧାନର ୧୯ ଧାରାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି ।
Answer:
ସମ୍ବିଧାନର ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ କରାଯାଇଛି ।

୧୧ । ‘ହେବିୟସ୍ କର୍ପସ୍’ର ଅର୍ଥ ‘କେଉଁ କ୍ଷମତା ବଳରେ …’ ।
Answer:
‘ହେବିୟସ୍ କର୍ପସ୍’ର ଅର୍ଥ ‘ବ୍ୟକ୍ତିକୁ କୋର୍ଟରେ ଉପସ୍ଥାପନ’ ।

୧୨ । ୧୮ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ ପାଇଁ ବାରଣ କରାଯାଇଛି ।
Answer:
୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜନ ପାଇଁ ବାରଣ କରାଯାଇଛି ।

୧୩ । ଗୋହତ୍ୟା ନିବାରଣ ଓ ଗ୍ରାମ ପଞ୍ଚାୟତର ଗଠନ ମୌଳିକ କର୍ତ୍ତବ୍ୟର ଅନ୍ତର୍ଭୁକ୍ତ ଅଟେ ।
Answer:
ଗୋହତ୍ୟା ନିବାରଣ ଓ ଗ୍ରାମ ପଞ୍ଚାୟତର ଗଠନ ରାଷ୍ଟ୍ର ନିୟାମକ ତତ୍ତ୍ବ ଅନ୍ତର୍ଗତ ଗାନ୍ଧିବାଦୀ ନୀତିର ଅନ୍ତର୍ଭୁକ୍ତ ଅଟେ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୪ । ଶୋଷଣ ବିରୋଧୀ ଅଧିର ଭାରତରେ ସଂଖ୍ୟାକ୍ୟୁନର ସ୍ବାର୍ଥର ସୁରକ୍ଷା କରିଥାଏ ।
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ଭାରତରେ ସଂଖ୍ୟାକ୍ୟୁନର ସ୍ବାର୍ଥର ସୁରକ୍ଷା କରିଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଜଣେ ଭାରତୀୟ ନାଗରିକ କେତେଗୋଟି ମୌଳିକ ଅଧୂକାର ଉପଭୋଗ କରେ ?
Answer:
ଜଣେ ଭାରତୀୟ ନାଗରିକ ୬ଟି ମୌଳିକ ଅଧିକାର ଉପଭୋଗ କରେ ।

୨ । କେଉଁ ସମ୍ବିଧାନ ସଂଶୋଧନ ବଳରେ ସମ୍ପତ୍ତିଗତ ଅଧିକାରକୁ ମୌଳିକ ଅଧ୍ବକାରର ପରିସର ମଧ୍ୟରୁ ବାଦ୍ ଦିଆଯାଇଛି ?
Answer:
୧୯୭୮ ମସିହାରେ ହୋଇଥିବା ୪୪ତମ ସମ୍ବିଧାନ ସଂଶୋଧନ ବଳରେ ସମ୍ପତ୍ତିଗତ ଅଧୂକାରକୁ ମୌଳିକ ଅଧିକାରର ପରିସର ମଧ୍ୟରୁ ବାଦ୍ ଦିଆଯାଇଛି ।

୩ । ମତ, ବିଶ୍ଵାସ ଓ ଉପାସନା କ୍ଷେତ୍ରରେ ରାଷ୍ଟ୍ରର ନିରପେକ୍ଷତା ପାଇଁ ଭାରତ କେଉଁ ରାଷ୍ଟ୍ର ରୂପେ ପରିଚିତ ହୋଇଥାଏ ?
Answer:
ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ପରିଚିତ ହୋଇଥାଏ ।

୪ । ରିଟ୍ କହିଲେ କ’ଣ ବୁଝାଯାଏ ?
Answer:
ରିଟ୍ କହିଲେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ବୁଝାଯାଏ ।

୫ । ଆଇନ ଆଗରେ ସମାନତାର ଅର୍ଥ କ’ଣ ?
Answer:
ଆଇନ ଆଗରେ ସମାନତା କହିଲେ ଆଇନ ଦୃଷ୍ଟିରେ ସମସ୍ତେ ସମାନ ଏବଂ ରାଷ୍ଟ୍ରରେ ଆଇନ ସମସ୍ତଙ୍କ ପାଇଁ ସମାନ ଭାବରେ ଲାଗୁ ହୋଇଥାଏ । କୌଣସି ମଣିଷକୃତ ଆଇନଦ୍ଵାରା ସମର୍ଥିତ ବିଭେଦତାକୁ ଆଇନଦ୍ଵାରା ସ୍ବୀକୃତି ପ୍ରଦାନ କରାଯାଏ ନାହିଁ |

୬ । ସାମ୍ବିଧାନିକ ପ୍ରତିକାର ଅଧ୍ବକାରର ତାତ୍ପର୍ଯ୍ୟ କ’ଣ ?
Answer:
ଜରୁରୀ ପରିସ୍ଥିତି ବ୍ୟତୀତ ଅନ୍ୟ କୌଣସି ସମୟରେ ବ୍ୟକ୍ତିର ମୌଳିକ ଅଧୁକାର କ୍ଷୁଣ୍ଣ ହେଲେ ଯେଉଁ ସାମ୍ବିଧାନିକ ଉପାୟରେ ତା’ର ପ୍ରତିକାର କରାଯାଇଥାଏ, ତାହାକୁ ସାମ୍ବିଧାନିକ ପ୍ରତିକାର ଅଧିକାର କୁହାଯାଏ ।

୭ । ବର୍ତ୍ତମାନର ସମ୍ପଭିଗତ ଅଧୁକାର କେଉଁ ପ୍ରକାର ଅଧୁକାର ଅଟେ ?
Answer:
ବର୍ତ୍ତମାନର ସମ୍ପଭିଗତ ଅଧିକାର ଏକ ଆଇନଗତ ଅଧିକାର ଅଟେ ।

୮ । ମୁଁ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମ ସମ୍ପ୍ରଦାୟର ହୋଇଥୁବା ହେତୁ କୋରାପୁଟ ସରକାରୀ କଲେଜରେ ନାମ ଲେଖାଇପାରି ନଥୁବାରୁ ମୋର କେଉଁ ଅଧିକାର ବ୍ୟାହତ ହେଲା ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର (ବା) ସମାନତା ଅଧିକାର ବ୍ୟାହତ ହେଲା ।

୯ । ଭାରତର ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା କରିବା ଏବଂ ସାର୍ବଭୌମତ୍ଵ ଓ ଏକତାରକ୍ଷା କରିବା ଭାରତୀୟ ନାଗରିକର କେଉଁ ଦାୟିତ୍ବ ଅଟେ ?
Answer:
ଭାରତର ବନ୍ୟ ପରିବେଶ ସଂରକ୍ଷଣ ଓ ଜାତୀୟ ସମ୍ପଦ ସୁରକ୍ଷା କରିବା ଏବଂ ସାର୍ବଭୌମତ୍ଵ ଓ ଏକତାରକ୍ଷା ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ ଅଟେ |

୧୦ । ଭାରତୀୟ ପିଲାମାନଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ସମ୍ବିଧାନର କେତେ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
ଭାରତୀୟ ପିଲାମାନଙ୍କୁ ୧୪ ବର୍ଷ ପର୍ଯ୍ୟନ୍ତ ଅବୈତନିକ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ସମ୍ବିଧାନର ୪୫ ଧାରାରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଏହା ୨୧(କ) ମୌଳିକ ଅଧିକାରର ଅଂଶବିଶେଷ ଅଟେ |

୧୧ । କୌଣସି ସର୍ବସାଧାରଣ କାର୍ଯ୍ୟାଳୟରେ ନିଜର ହକ୍ ନଥିବା ଲୋକଙ୍କୁ କାର୍ଯ୍ୟ କରିବାକୁ ବାଧା ଦେବାପାଇଁ କୋର୍ଟ କେଉଁ ରିଟ୍ ଜାରି କରିପାରନ୍ତି ?
Answer:
ଅଧୁକାର ପୁଚ୍ଛା (Quo-warranto) ଜାରି କରିଥାଏ ।

୧୨ । ନିଜ କ୍ଷେତ୍ରାଧୁକାର ବହିର୍ଭୂତ କୌଣସି ମାମଲା ନିମ୍ନତର ନ୍ୟାୟାଳୟ ବିଚାର ଆରମ୍ଭ କଲେ, ବାଧାପ୍ରାପ୍ତ ବ୍ୟକ୍ତି ଉଚ୍ଚ ନ୍ୟାୟାଳୟରେ କେଉଁ ରିଟ୍ ଆବେଦନ କରିପାରନ୍ତି ?
Answer:
ପ୍ରତିଷେଧ (Prohibition) ରିଟ୍ ଆବେଦନ କରିପାରନ୍ତି ।

୧୩ । ଜଣେ ନାଗରିକର ମୌଳିକ ଅଧୂକାର କ୍ଷୁଣ୍ଣ ହେଲେ ସେ କ’ଣ କରିବ ?
Answer:
ଜଣେ ନାଗରିକର ମୌଳିକ ଅସ୍ଵୀକାର କ୍ଷୁଣ୍ଣ ହେଲେ ସମ୍ବିଧାନର ୩୨ ଧାରା ଅନୁସାରେ ସେ ଉଚ୍ଚତମ ନ୍ୟାୟାଳୟ ଓ ୨୨୬ ଧାରାରେ ଉଚ୍ଚ ନ୍ୟାୟାଳୟରେ ଆଶ୍ରୟ ନେଇପାରିବ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୪ । ‘ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ’ ପଦର ଅର୍ଥ କ’ଣ ?
Answer:
ସମାଜରେ ଆର୍ଥିକ ଅନଗ୍ରସର ଶ୍ରେଣୀ, ଶିଶୁ ଓ ମହିଳାମାନଙ୍କ ପ୍ରତି ଶୋଷଣ ଓ ଅତ୍ୟାଚାରକୁ ‘ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ୍’ କୁହାଯାଏ ।

୧୫ । ଉଚ୍ଚତର ନ୍ୟାୟାଳୟକୁ ନିମ୍ନ ନ୍ୟାୟାଳୟ ଏକ ସେଟିଓରାରୀ ନ୍ୟାୟିକ ନିର୍ଦ୍ଦେଶ ପଠାଇ ପାରେ କି ?
Answer:
ନା, ଉଚ୍ଚତର ନ୍ୟାୟାଳୟକୁ ନିମ୍ନ ନ୍ୟାୟାଳୟ ଏକ ସେଟିଓରାରୀ ନ୍ୟାୟିକ ନିର୍ଦେଶ ପଠାଇପାରିବ ନାହିଁ ।

୧୬ । ରାଷ୍ଟ୍ର ନିୟାମକ ତତ୍ତ୍ବ ଓ ମୌଳିକ କର୍ତ୍ତବ୍ୟଗୁଡ଼ିକ ନ୍ୟାୟାଳୟର ବିଚାର୍ଯ୍ୟ କି ?
Answer:
ଉ ନା, ରାଷ୍ଟ୍ର ନିୟାମକ ତତ୍ତ୍ଵ ଓ ମୌଳିକ କର୍ତ୍ତବ୍ୟ ନ୍ୟାୟାଳୟର ବିଚାର୍ଯ୍ୟ ନୁହେଁ ।

୧୭ । ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର କାହା ପାଇଁ ଉଦ୍ଦିଷ୍ଟ ?
Answer:
ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ସଂଖ୍ୟାଲଘୁ ଗୋଷ୍ଠୀ ପାଇଁ ଉଦ୍ଦିଷ୍ଟ ।

୧୮ । ମୌଳିକ ଅଧିକାର ଓ ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ମୌଳିକ ଅସ୍ଵୀକାର ନ୍ୟାୟଯୋଗ୍ୟ ହୋଇଥିଲାବେଳେ ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵ ନ୍ୟାୟଯୋଗ୍ୟ ନୁହେଁ ।

୧୯ । ମାଣ୍ଡାମସ୍ ପଦର ଅର୍ଥ କ’ଣ ?
Answer:
ବ୍ୟକ୍ତିର ମୌଳିକ ଅଧୂକାରର ସୁରକ୍ଷା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ସରକାରଙ୍କ କୌଣସି ଅନୁଷ୍ଠାନକୁ କଳ୍ପ କାର୍ଯ୍ୟ ସମ୍ପାଦନ ପାଇଁ ଆଦେଶ ଦେବା ସଂକ୍ରାନ୍ତୀୟ ‘ରିଟ୍’ ବା ଆଜ୍ଞାପତ୍ରକୁ ‘ମାଣ୍ଡାମସ୍’ କୁହାଯାଏ ।

୨୦ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବରେ ଥ‌ିବା ଗୋଟିଏ ଗାନ୍ଧିବାଦୀ ନୀତି ଲେଖ ।
Answer:
ଗ୍ରାମପଞ୍ଚାୟତର ଗଠନ, କୁଟୀରଶିଳ୍ପର ବିକାଶ, କେବଳ ଔଷଧ ପ୍ରସ୍ତୁତିରେ ମାଦକଦ୍ରବ୍ୟର ବ୍ୟବହାର ଆଦି ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵରେ ବର୍ଣ୍ଣିତ ଗାନ୍ଧିବାଦୀ ନୀତିର ଉଦାହରଣ ଅଟେ ।

୨୧ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ଵର ଅନ୍ତର୍ଭୁକ୍ତ ଗୋଟିଏ ସମାଜବାଦୀ ନୀତି ଉଲ୍ଲେଖ କର ।
Answer:
ରାଷ୍ଟ୍ରୀୟ ସମ୍ପଦର ସୁନିୟନ୍ତ୍ରଣ ଓ ବଣ୍ଟନ, ସ୍ତ୍ରୀ ଓ ପୁରୁଷ ପ୍ରତ୍ୟେକଙ୍କ ପାଇଁ ସମାନ କାର୍ଯ୍ୟ ପାଇଁ ସମାନ ମଜୁରି, ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣ ସୁଯୋଗ ଆଦି ରାଷ୍ଟ୍ର ନିୟାମକ ନୀତିରେ ବର୍ଣ୍ଣିତ ସମାଜବାଦୀ ନୀତି ଅଟେ ।

୨୨ । ଆମ ସମ୍ବିଧାନରେ ସମାନତାର ଅର୍ଥ କ’ଣ ?
Answer:
ଆଇନ ସମ୍ମୁଖରେ ସମାନତା ଓ ସମସ୍ତଙ୍କୁ ସମାନ ପରିସ୍ଥିତିରେ ସମାନ ସୁଯୋଗ ଓ ନିରାପତ୍ତା ପ୍ରଦାନ କରିବା ହେଉଛି ଆମ ସମ୍ବିଧାନରେ ସମାନତାର ଅର୍ଥ ।

୨୩ । ସମ୍ବିଧାନର ଧାରା ୧୯ରେ କେତେଗୋଟି ସ୍ବାଧୀନତାର ଅଧିକାର ପ୍ରଦତ୍ତ ହୋଇଛି ?
Answer:
ସମ୍ବିଧାନର ୧୯ ଧାରାରେ ଛଅଗୋଟି ସ୍ଵାଧୀନତାର ଅଧିକାର ପ୍ରଦତ୍ତ ହୋଇଛି ।

୨୪ । ‘ସମାନ ପ୍ରକାର ଦେୱାନୀ ଆଇନ’ କହିଲେ ତୁମେ କ’ଣ ବୁଝ ?
Answer:
‘ସମାନ ପ୍ରକାର ଦେୱାନୀ ଆଇନ’ ରାଷ୍ଟ୍ର ନିୟାମକ ତତ୍ତ୍ଵର ଅନ୍ୟତମ ନୀତି ଅଟେ । ଜାତି, ଧର୍ମ ନିର୍ବିଶେଷରେ ପ୍ରତ୍ୟେକଙ୍କ ପାଇଁ ଗୋଟିଏ ପ୍ରକାରର ସାଧାରଣ ଦେୱାନୀ ଆଇନର ବ୍ୟବସ୍ଥାକୁ ଏହା ସୂଚିତ କରେ । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ଏହା ସମ୍ଭବ ହୋଇପାରି ନାହିଁ ।

୨୫ । ମୌଳିକ କର୍ତ୍ତବ୍ୟ କ’ଣ ?
Answer:
ଭାରତ ସମ୍ବିଧାନର ୪୨ତମ ସଂଶୋଧନରେ ଯୋଡ଼ାଯାଇଥିବା ଚତୁର୍ଥ (କ) ଖଣ୍ଡରେ ୫୧(କ) ଧାରାରେ ନାଗରିକକୁ ୧୧ ପ୍ରକାରର ମୌଳିକ କର୍ତ୍ତବ୍ୟ ସଂପାଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ପତାକା, ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ, ନାରୀ, ମିଶ୍ରିତ ସଂସ୍କୃତିର ରକ୍ଷା, ପରିବେଶର ସୁରକ୍ଷା ଆଦି କର୍ତ୍ତବ୍ୟ ଏଥ‌ିରେ ସ୍ଥାନିତ ହୋଇଛି । ଏହା ଅଣନ୍ୟାୟଯୋଗ୍ୟ ଅଟେ ।

୨୬ । ଶୋଷଣ ବିରୋଧୀ ଅଧ୍ୟାର କ’ଣ ?
Answer:
ଭାରତ ସମ୍ବିଧାନର ୨୩ ଓ ୨୪ ଧାରାରେ ଶୋଷଣ ବିରୋଧୀ ଅଧିକାର ନାଗରିକକୁ ଅନ୍ୟତମ ମୌଳିକ ଅଧିକାର ରୂପେ ପ୍ରଦାନ କରାଯାଇଛି । ୨୩ ଧାରାରେ ବେଠି, ବିନା ମଜୁରିରେ ଶ୍ରମଦାନ ବା ଟ୍ରାଫିକ୍ ଇନ୍ ହ୍ୟୁମାନ୍ ବିଙ୍ଗ୍‌କୁ ବାରଣ କରାଯାଇଛି । ୨୪ ଧାରାରେ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ଖଣି ତଥା ବିପଦଯୁକ୍ତ କାର୍ଯ୍ୟରେ ନିୟୋଜିତ ନ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ନ୍ୟାୟଯୋଗ୍ୟ ଅଟେ ।

B. ପାଞ୍ଚଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ମୌଳିକ ଅସ୍ଵୀକାରଗୁଡ଼ିକ ନାସ୍ତିସୂଚକ ଅଟେ – ପ୍ରମାଣ କର ।
Answer:
ନାଗରିକଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅସ୍ଵୀକାରଗୁଡ଼ିକ ସେ ଠିକ୍ ଭାବରେ ଉପଭୋଗ କରିବା ନିମନ୍ତେ ରାଷ୍ଟ୍ର ଉପଯୁକ୍ତ ସୁଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ରାଷ୍ଟ୍ରର କାର୍ଯ୍ୟଧାରା ଉପରେ କେତେକ ନିୟନ୍ତ୍ରଣ ବସାଯାଇଥିବାରୁ ମୌଳିକ ଅଧିକାର ନାସ୍ତିସୂଚକ ପ୍ରକୃତିଧାରୀ ଅଟେ । ଉଦାହରଣ ସ୍ୱରୂପ ୧୫ ଧାରାରେ ଜାତି, ବର୍ଣ୍ଣ, ଧର୍ମ, ଜନ୍ମସ୍ଥାନ ଭିଭିରେ କୌଣସି ପ୍ରଭେଦର ରେଖା ନ ଟାଣିବାପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ରହିଛି ।

୧୭ ଧାରାରେ ଅସ୍ପୃଶ୍ୟତାକୁ ନିଷେଧ କରାଯାଇଛି । ୧୮ ଧାରାରେ କେବଳ ଶିକ୍ଷାଗତ ଓ ସାମରିକ ଉପାଧ୍ ବ୍ୟତୀତ ଅନ୍ୟାନ୍ୟ ବିଭେଦତା ସୃଷ୍ଟିକାରୀ ଉପାଧ୍ ପ୍ରଦାନ ପାଇଁ ରାଷ୍ଟ୍ରକୁ ବାରଣ କରାଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨ । ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀ ଦେଶ ଶାସନର ମୂଳମନ୍ତ୍ର – ଉକ୍ତିର ସତ୍ୟତା ପରୀକ୍ଷା କର ।
Answer:
ରାଷ୍ଟ୍ରନୀତି ନିର୍ଦ୍ଦେଶାବଳୀଗୁଡ଼ିକ ଅଣଆଇନଯୋଗ୍ୟ ହେଲେ ମଧ୍ୟ ଜନମତଦ୍ୱାରା ସମର୍ଥିତ ହେଉଥ‌ିବା କାରଣରୁ ଏଗୁଡ଼ିକ ଭାରତରେ ଗଣତାନ୍ତ୍ରିକ ଶାସନର ମୂଳଭିଭି ଅଟନ୍ତି । କୌଣସି ନିର୍ବାଚିତ ସରକାର ଶାସନନୀତି ପ୍ରଣୟନ ସମୟରେ ଏହି ନୀତିଗୁଡ଼ିକୁ ଅବଜ୍ଞା କରିପାରେ ନାହିଁ । ସରକାରଙ୍କ ସଫଳତା ଓ ବିଫଳତାର ମୂଲ୍ୟାଙ୍କନ ଏହି ନୀତିଗୁଡ଼ିକର କାର୍ଯ୍ୟକାରିତା ଉପରେ ଅନେକାଂଶରେ ନିର୍ଭରଶୀଳ ।

ମୌଳିକ ଅଧିକାରର ସଫଳ ବିନ୍ୟାସ ପାଇଁ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ଭିଭି ପ୍ରତିଷ୍ଠା କରିଥିବା ଏହି ନିର୍ଦ୍ଦେଶାବଳୀର ଗୁରୁତ୍ଵ ଯଥେଷ୍ଟ ଅଧ‌ିକ ଅଟେ । ଏହା ଦେଶର ବୈଦେଶିକ ନୀତିକୁ ମଧ୍ୟ ସ୍ପଷ୍ଟ ଦିଗନ୍ତ ପ୍ରଦାନ କରିଥାଏ । ଦେଶର ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାଙ୍କ ପାଇଁ ଏହି ଉଦାରବାଦୀ, ଜନମଙ୍ଗଳକାରୀ, ସମାଜବାଦୀ ନୀତିଗୁଡ଼ିକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପସ୍ଥାପନ କରିଥାଏ ।

୩ । ମୌଳିକ ଅସ୍ଵୀକାରର ପ୍ରଧାନ ଲକ୍ଷଣ କ’ଣ ?
Answer:
ମ୍ବିଧାନର ୪୪ତମ ସଂଶୋଧନ ପରେ ନାଗରିକମାନେ ୬ ଗୋଟି ମୌଳିକ ଅସ୍ଵୀକାରକୁ ଉପଭୋଗ କରୁଛନ୍ତି ।ଏହି ମୌଳିକ ଅଧ୍ଵରଗୁଡ଼ିକ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଅନ୍ୟାନ୍ୟ ଆଇନାନୁମୋଦିତ ଅନୁଷ୍ଠାନମାନଙ୍କ ପାଇଁ ପ୍ରଯୁଜ୍ୟ । ମୌଳିକ ଅଧ୍ୟାରଗୁଡ଼ିକ ଅସୀମ ବା ନିରଙ୍କୁଶ ନୁହେଁ, କାରଣ ରାଷ୍ଟ୍ରର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସରକାର ଏହି ଅଧିକାରଗୁଡ଼ିକୁ ସୀମିତ କରିପାରିବେ ।

ମୌଳିକ ଅଧିକାର ଉପଭୋଗ କରିବା ସମ୍ବନ୍ଧରେ ନାଗରିକ ଓ ବିଦେଶୀଙ୍କ ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ସମ୍ବିଧାନ ସ୍ଵୀକାର କରିଛି । ସଂଘୀୟ ସମ୍ବିଧାନରେ ମୌଳିକ ଅଧିକାର ସଂଶୋଧନ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କର ସମ୍ମତି ଆବଶ୍ୟକ ହୋଇଥାଏ ।

୪ । ଛଅ ପ୍ରକାର ସ୍ୱାଧୀନତାର ସୂଚନା ଦିଅ ।
କିମ୍ବା, ସ୍ଵାଧୀନତାର ଅଧିକାର କ’ଣ ?
Answer:
ସ୍ଵାଧୀନତା ଅଧିକାର ସମ୍ବିଧାନର ୧୯ ଧାରାରେ ବର୍ଣ୍ଣିତ ହୋଇଅଛି । ସେଗୁଡ଼ିକ ହେଲା :
(୧) ବାକ୍ ସ୍ଵାଧୀନତା ଓ ଅଭିବ୍ୟକ୍ତିର ସ୍ଵାଧୀନତା ।
(୨) ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମିଳନୀର ସ୍ଵାଧୀନତା ।
(୩) ସଂଘ ବା ସମିତି ଗଠନର ସ୍ଵାଧୀନତା ।
(୪) ଭାରତରେ ଅବାଧ ଗମନାଗମନ କରିବାର ସ୍ଵାଧୀନତା ।
(୫) ଭାରତରେ ଯେକୌଣସି ଅଂଶରେ ବସବାସ କରିବାର ସ୍ଵାଧୀନତା ।
(୬) ବୃତ୍ତିଗତ ଜୀବିକା, କାରବାର ବା ବ୍ୟବସାୟ କରିବାର ସ୍ଵାଧୀନତା ।
ଏତଦ୍‌ବ୍ୟତୀତ ସମ୍ବିଧାନର ୨୦, ୨୧ ଓ ୨୨ ଧାରାରେ ଜୀବନଯାପନ ଓ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରଦାନ କରାଯାଇଛି । ୮୬ତମ ସମ୍ବିଧାନ ସଂଶୋଧନ ଆଇନ ୨୧(କ) ଧାରା ବଳରେ ୬ ରୁ ୧୪ ବର୍ଷ ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପାଇଁ ଅଧିକାର ଦିଆଯାଇଛି ।

୫ । ସାମ୍ବିଧାନିକ ପ୍ରତିକାର ଅଧିକାରର ତାତ୍ପର୍ଯ୍ୟ ବୁଝାଇ ଲେଖ ।
Answer:
ସମ୍ବିଧାନର ୩୨ ଧାରାରେ ନାଗରିକମାନଙ୍କୁ ଏହି ବିଶେଷ ଅଧିକାର ପ୍ରଦାନ କରାଯାଇଛି । ନାଗରିକମାନଙ୍କୁ ପ୍ରଦାନ କରାଯାଇଥିବା ମୌଳିକ ଅଧିକାରଗୁଡ଼ିକ ସରକାର ବା ଅନ୍ୟ କେହି କ୍ଷୁଣ୍ଣ କଲେ ନାଗରିକମାନେ ଏହାର ପ୍ରତିବିଧାନ ପାଇଁ ୩୨ ଧାରାର ବ୍ୟବସ୍ଥା ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟରେ ସିଧାସଳଖ ଆବେଦନ କରିପାରିବେ । ନାଗରିକମାନଙ୍କର ମୌଳିକ ଅଧ୍ରଗୁଡ଼ିକର ସଂରକ୍ଷଣ କରିବା ହେଉଛି ନ୍ୟାୟାଳୟମାନଙ୍କର ପ୍ରଧାନ ଦାୟିତ୍ୱ ।

ଏଥିପାଇଁ ନ୍ୟାୟାଳୟର ପାଞ୍ଚପ୍ରକାର ଆଦେଶନାମା ରହିଛି; ଯଥା – (i) ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus), (ii) ପରମାଦେଶ (Mandamus) (iii) ଅଧିକାର ପୃଚ୍ଛା (Quo-warranto), (iv) ଉତ୍ପ୍ରେକ୍ଷଣ (Certiorari) ଏବଂ (v) ପ୍ରତିଷେଧ (Prohibition) । ମାତ୍ର ଜରୁରିକାଳୀନ ପରିସ୍ଥିତି ସମୟରେ ସରକାର କେତେକ ଅଧିକାର ଉପରେ ହସ୍ତକ୍ଷେପ କରିପାରିବେ ।

୬ । ମୌଳିକ କର୍ତ୍ତବ୍ୟ କହିଲେ କ’ଣ ବୁଝ ?
Answer:
ରାଷ୍ଟ୍ରପ୍ରଦତ୍ତ ମୌଳିକ ଅଧିକାର ଉପଭୋଗ କରିବା ସଙ୍ଗେ ସଙ୍ଗେ ନାଗରିକମାନଙ୍କୁ ରାଷ୍ଟ୍ର ପ୍ରତି କେତେକ କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିଥାଏ । ରାଷ୍ଟ୍ରର ସମୂହ ପ୍ରଗତି ପାଇଁ ଭାରତୀୟ ସମ୍ବିଧାନର ଚତୁର୍ଥ (କ) ଅଧ୍ୟାୟର ୫୧ (କ) ଧାରାରେ ନାଗରିକମାନଙ୍କ ପାଇଁ ୧୦ଟି ମୌଳିକ କର୍ତ୍ତବ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ।

ଦେଶର ସମ୍ବିଧାନ, ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ ପ୍ରତି ସମ୍ମାନ ପ୍ରଦର୍ଶନ, ଦେଶର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଏବଂ ହିଂସା ଆଚରଣ ତ୍ୟାଗ କରିବା, ନାରୀର ମର୍ଯ୍ୟାଦା ରକ୍ଷା, ପରିବେଶର ସୁରକ୍ଷା ଇତ୍ୟାଦି ନାଗରିକର କେତୋଟି ମୌଳିକ କର୍ତ୍ତବ୍ୟ । ୮୬ ତମ ସମ୍ବିଧାନ ସଂଶୋଧନ ଆଇନ ପିତାମାତା ତାଙ୍କର ୬ରୁ ୧୪ବର୍ଷ ମଧ୍ୟରେ ଥିବା ପିଲାଙ୍କୁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପାଇଁ ପଠାଇବାକୁ ଏକ ମୌଳିକ କର୍ତ୍ତବ୍ୟ ରୂପେ (୧୧ତମ କର୍ତ୍ତବ୍ୟ) ସୂଚିତ କରିଛି ।

୭ । ରାଷ୍ଟ୍ରନୀତି ନିୟାମକ ତତ୍ତ୍ବ ଉପରେ ଗାନ୍ଧିଜୀଙ୍କ ପ୍ରଭାବ କିପରି ପଡ଼ିଛି ?
Answer:
ଏକ ଆଦର୍ଶ ଏବଂ ପ୍ରଗତିଶୀଳ ରାଷ୍ଟ୍ର ଗଠନ କରିବାପାଇଁ ମହାତ୍ମାଗାନ୍ଧୀଙ୍କ ଚିନ୍ତାଧାରା ବିଶେଷ ପ୍ରେରଣା ଯୋଗାଇଥିବାରୁ ସମ୍ବିଧାନର ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାୟତ୍ତ ଶାସନ ପାଇଁ ଦେଶରେ ଗ୍ରାମପଞ୍ଚାୟତମାନ ପ୍ରତିଷ୍ଠା କରିବା ଏବଂ ଗ୍ରାମାଞ୍ଚଳରେ କୁଟୀର ଶିଳ୍ପ ପ୍ରତିଷ୍ଠା ଓ ପ୍ରସାର କରିବା ହେଉଛି ପ୍ରଧାନ ଗାନ୍ଧିବାଦୀ ନୀତି ।

ଏତଦ୍‌ବ୍ୟତୀତ ଆଧୁନିକ ବୈଜ୍ଞାନିକ ପ୍ରଣାଳୀରେ କୃଷି ଓ ପଶୁପାଳନ କ୍ଷେତ୍ରରେ ଉନ୍ନତି ଘଟାଇବା, ଔଷଧ ପ୍ରସ୍ତୁତୀକରଣ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶାଦ୍ରବ୍ୟ ବ୍ୟବହାର ନିଷେଧ କରିବା, ଦେଶରେ ଗୋହତ୍ୟା ନିରୋଧ ଆଇନ ପ୍ରବର୍ତ୍ତନ କରିବା, ପ୍ରାଣୀଜଗତର ସୁରକ୍ଷା କରିବା ଇତ୍ୟାଦି ଗାନ୍ଧିବାଦୀ ଆଦର୍ଶ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିରେ ସ୍ଥାନ ପାଇଛି ।

୮ । ଧର୍ମଗତ ସ୍ଵାଧୀନତା କ’ଣ ?
Answer:
ସମ୍ବିଧାନର ୨୫ ଧାରାଠାରୁ ୨୮ ଧାରା ମଧ୍ଯରେ ଧର୍ମଗତ ସ୍ଵାଧୀନତା ବର୍ଣ୍ଣିତ ହୋଇଛି । ସମସ୍ତେ ନିଜ ନିଜର ମନମୁତାବକ ଧର୍ମ ଗ୍ରହଣ, ପ୍ରଚାର ଓ ପ୍ରସାର କରିବାର କ୍ଷମତା ପାଇଛନ୍ତି । କୌଣସି ଧର୍ମକୁ ସରକାରୀ ଧର୍ମରୂପେ ଘୋଷଣା କରାଯାଇପାରିବ ନାହିଁ । କୌଣସି ଧର୍ମ ଉପରେ କର ବସାଯାଇ ପାରିବ ନାହିଁ । ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ସମ୍ବନ୍ଧରେ ଶିକ୍ଷା ଦିଆଯାଇ ପାରିବ ନାହିଁ ।

୯ । ମୌଳିକ କର୍ତ୍ତବ୍ୟର ବ୍ୟାବହାରିକ ମୂଲ୍ୟ ଆଲୋଚନା କର ।
Answer:
ସମ୍ବିଧାନରେ ଯେଉଁସବୁ କର୍ତ୍ତବ୍ୟ ବର୍ଣ୍ଣନା କରାଯାଇଛି ତାହା ନାଗରିକମାନଙ୍କର ଚେତନା ବୃଦ୍ଧି କରେ ଏବଂ ସେମାନେ ଯେ କେତେଗୁଡ଼ିଏ କର୍ତ୍ତବ୍ୟ ପାଳନ କରିବାକୁ ବାଧ୍ୟ ସେଥ୍ୟପ୍ରତି ଜାଗ୍ରତ ହୁଅନ୍ତି । ଭାରତୀୟ ଜାତୀୟ ଆଦର୍ଶରେ ଲୋକଙ୍କୁ ଅନୁପ୍ରାଣିତ କରି ସେମାନଙ୍କ ଜୀବନ ଓ ଆଚରଣକୁ ସଭ୍ୟ ଓ ଉନ୍ନତ କରିବାପାଇଁ ଏକ ରଙ୍ଗିନ୍ କଳ୍ପନା ଏଥୁରେ ରୂପାୟିତ ହୋଇଅଛି । ଫଳରେ ଏହା ବ୍ୟକ୍ତିକୁ ଜାତୀୟ ଆଦର୍ଶର ଧ୍ରୁବତାରା ରୂପେ ଅନୁପ୍ରାଣିତ କରିବାପାଇଁ ଉଦ୍ଦିଷ୍ଟ । ଏହା ଅଧିକାର ଓ କର୍ତ୍ତବ୍ୟ ମଧ୍ଯରେ ଆନ୍ତଃସମ୍ପର୍କ ପ୍ରତିଷ୍ଠା କରିଥାଏ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୦ । ‘ହେବିୟସ୍ କର୍ପସ୍’ କ’ଣ ?
Answer:
‘ହେବିୟସ୍ କର୍ପସ୍’ର ଅର୍ଥ ବନ୍ଦୀ ପ୍ରତ୍ୟକ୍ଷୀକରଣ । ଏହା ମୌଳିକ ଅସ୍କାରର ସଂରକ୍ଷଣ ପାଇଁ ନାଗରିକକୁ ପ୍ରଦତ୍ତ ସାମ୍ବିଧାନିକ ପ୍ରତିକାର ଅଧିକାର ମାଧ୍ୟମରେ ସୂଚିତ ହୋଇଛି । ଏହା ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟକୁ ପ୍ରଦାନ କରାଯାଇଥିବା ପାଞ୍ଚ ପ୍ରକାର ଆଜ୍ଞାପତ୍ର ବା ରିଟ୍ ମଧ୍ୟରୁ ଅନ୍ୟତମ । ଏହି ରିଟ୍ ମାଧ୍ୟମରେ ଅନ୍ୟାୟ, ଅଣଆଇନସମ୍ମତ ଗିରଫଦାରୀ ବିରୁଦ୍ଧରେ ଆଇନଗତ ନିରାପତ୍ତା ପ୍ରଦାନ କରାଯାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଅଦାଲତରେ ହାଜର କରାଇବା ରାଷ୍ଟ୍ରର ଦାୟିତ୍ଵ ଅଟେ ।

୧୧। ଶୋଷଣ ବିରୋଧୀ ଅଧୁକାର କ’ଣ ?
Answer:
ଭାରତୀୟ ସମ୍ବିଧାନର ୨୩ ଓ ୨୪ ଧାରାରେ ନାଗରିକକୁ ଏହି ଶୋଷଣ ବିରୋଧୀ ଅଧିକାରକୁ ମୌଳିକ ଅଧିକାରର ଅଂଶ ସ୍ବରୂପ ପ୍ରଦାନ କରାଯାଇଛି । ଏହି ଅଧିକାର ବଳରେ ବିନା ମଜୁରିରେ ବାଧ୍ୟତାମୂଳକ ଭାବେ ଶ୍ରମ ଆଦାୟ, ବେଠି ଖଟାଇବା ଇତ୍ୟାଦି ନିଷିଦ୍ଧ କରାଯାଇଛି । ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ କଳକାରଖାନା ପ୍ରଭୃତି ବିପଜ୍ଜନକ କାର୍ଯ୍ୟରେ ନିଯୁକ୍ତି ଦେବାପାଇଁ ବାରଣ କରାଯାଇଛି ।

୧୨ । ସମାନତାର ଅଧିକାର :
Answer:
ସମାନତାର ଅଧିକାର ଭାରତୀୟ ନାଗରିକର ମୌଳିକ ଅସ୍ଵୀକାର ମଧ୍ୟରୁ ଅନ୍ୟତମ । ସମ୍ବିଧାନର ୧୪ ଧାରାଠାରୁ ୧୮ ଧାରା ମଧ୍ଯରେ ଏହି ଅଧିକାର ପ୍ରଦାନ କରାଯାଇଛି । ୧୪ ଧାରାରେ ସମସ୍ତଙ୍କୁ ଆଇନ ଆଗରେ ସମାନ, ୧୫ ଧାରାରେ ଧର୍ମ, ଜାତି, ବର୍ଣ୍ଣ, ଲିଙ୍ଗ ଆଦି ଭିଭିରେ ବିଭେଦତା ସୃଷ୍ଟି ନକରିବା, ୧୬ ଧାରାରେ ସମାନ ସୁଯୋଗ ଓ ଅଧିକାର ଉପଭୋଗ, ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ, ୧୮ ଧାରାରେ ଶିକ୍ଷାଗତ ଓ ସାମରିକ ଉପାଧ୍ ଭିନ୍ନ ଅନ୍ୟ ବିଭେଦତା ସୃଷ୍ଟିକାରୀ ଉପାଧ୍ ପ୍ରଦାନ ବାରଣ ବ୍ୟବସ୍ଥା ପ୍ରଦାନ କରାଯାଇଛି । ଏହା ଏକ ନ୍ୟାୟଯୋଗ୍ୟ ଅଧିକାର ଅଟେ ।

୧୩ । ସମାନ ପ୍ରକାର ଦେୱାନୀ ଆଇନ (Uniform Civil Code) :
Answer:
ଦେଶରେ ଏକ ଉଦାରବାଦୀ ଗଣତାନ୍ତ୍ରିକ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି ପାଇଁ ସମ୍ବିଧାନର ଚତୁର୍ଥ ଖଣ୍ଡରେ ସ୍ଥାନିତ ରାଷ୍ଟ୍ର ନିୟାମକ ତତ୍ତ୍ଵର ୪୪ ଧାରାରେ ସମଗ୍ର ରାଷ୍ଟ୍ର ପାଇଁ ଏକ ପ୍ରକାର ଦେୱାନୀ ଆଇନ ପ୍ରଚଳନର ନିର୍ଦ୍ଦେଶ ସ୍ଥାନ ପାଇଛି । ଧାର୍ମିକ ସଂପ୍ରଦାୟ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଯେପରି ଗୋଟିଏ ଫୌଜଦାରୀ ଆଇନ ସଂକଳିତ ଓ ପ୍ରଚଳିତ ହୋଇଛି, ଠିକ୍ ସେହିପରି ବିବାହ, ସାମାଜିକ ସମ୍ପର୍କ ଇତ୍ୟାଦିକୁ ନିୟନ୍ତ୍ରଣ ପାଇଁ ଭାରତର ସମସ୍ତଙ୍କ ପାଇଁ ଗୋଟିଏ ଦେୱାନୀ ଆଇନ ପ୍ରଚଳନ ନିମନ୍ତେ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି ।

କିନ୍ତୁ ମୁସଲମାନମାନେ ‘ଶେରିୟାତ୍’ ଭିଭିରେ ପ୍ରଣୀତ ତାଙ୍କର ବ୍ୟକ୍ତିଗତ ଆଇନରେ କୌଣସି ପରିବର୍ତ୍ତନକୁ ଧର୍ମନିରପେକ୍ଷତା ନାମରେ ବିରୋଧ କରୁଥ‌ିବାରୁ ଦେଶରେ ଏକପ୍ରକାର ଦେୱାନୀ ଆଇନ ପ୍ରଚଳନ ସମ୍ଭବ ହୋଇପାରୁ ନଥିଲେ ମଧ୍ୟ ହିନ୍ଦୁମାନଙ୍କ ପାଇଁ ପ୍ରଣୀତ ୧୯୫୪ ମସିହାର ସ୍ୱତନ୍ତ୍ର ବିବାହ ଆଇନ, ୧୯୫୫ ମସିହାର ହିନ୍ଦୁ ବିବାହ ଆଇନ, ୧୯୫୬ ମସିହାର ହିନ୍ଦୁ ଉତ୍ତରାଧିକାରୀ ଆଇନ, ୧୯୬୧ ମସିହାର ଯୌତୁକ ନିରୋଧ ଆଇନ, ହିନ୍ଦୁ ବିବାହ ବୈଧୀକରଣ ଆଇନ ଆଦି ଏହି ଦିଗରେ ଉଲ୍ଲେଖନୀୟ ସଫଳତା ଅଟେ ।

୧୪ । ‘ରିଟ୍’ ବା ଆଜ୍ଞାପତ୍ର କ’ଣ ?
Answer:
ମୌଳିକ ଅଧିକାରର ସୁରକ୍ଷା ପାଇଁ ଉଚ୍ଚତମ ନ୍ୟାୟାଳୟ ପାଞ୍ଚଗୋଟି ‘ରିଟ୍’ (Writ) ବା ଆଜ୍ଞାପତ୍ର ଜାରି କରିଥା’ନ୍ତି । ଉଚ୍ଚତମ ନ୍ୟାୟାଳୟ ଏହାକୁ ୩୨ ଧାରା ଓ ଉଚ୍ଚ ନ୍ୟାୟାଳୟ ଏହାକୁ ୨୨୬ ଧାରା ବଳରେ ଜାରି କରିଥାଏ । ଏହି ରିଗୁଡ଼ିକ ହେଲା –
(କ) ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus) – ବ୍ୟକ୍ତିକୁ ନ୍ୟାୟାଳୟ ସମ୍ମୁଖରେ ସଶରୀରେ ହାଜର କରିବାର ଆଦେଣ ।
(ଖ) ପରମାଦେଶ (Mandamus) – ନ୍ୟାୟାଳୟ କୌଣସି କର୍ତ୍ତୃପକ୍ଷ ବା ଅଦାଲତକୁ ନିଜର କ୍ଷମତା ପରିସରଭୁକ୍ତ କୌଣସି କାର୍ଯ୍ୟ ସଂପାଦନ ନିମନ୍ତେ ନିର୍ଦ୍ଦେଶ ପ୍ରଦାନ ।
(ଗ) ପ୍ରତିଷେଧ (Prohibition) – ନିମ୍ନ ଅଦାଲତ ନିଜର ପରିସର ବାହାରେ କୌଣସି କାର୍ଯ୍ୟ ନକରିବା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ପ୍ରଦାନ କରିଥା’ନ୍ତି ।
(ଘ) ଅଧିର ପୃଚ୍ଛା (Quo-warranto) – ସରକାରୀ ପଦବୀରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସେହି କାର୍ଯ୍ୟରୁ ନିବୃତ୍ତ କରିବା ନିମନ୍ତେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ପ୍ରଦାନ କରିଥା’ନ୍ତି ।
(ଙ) ଉତ୍ପ୍ରେକ୍ଷଣ (Certiorari) – ଏହି ଆଦେଶ ବଳରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ କୌଣସି ଅଧସ୍ତନ ନ୍ୟାୟାଳୟରୁ କୌଣସି ମକଦ୍ଦମାକୁ ବିଚାର ନିମନ୍ତେ ନିଜ ପାଖକୁ କିମ୍ବା ଅନ୍ୟ କୌଣସି ଅଦାଲତକୁ ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରିଥା’ନ୍ତି ।

୧୫ । ରାଷ୍ଟ୍ର ନିୟାମକ ତତ୍ତ୍ବର ସମାଜବାଦୀ ନୀତି :
Answer:
ରାଷ୍ଟ୍ର ନିୟାମକ ତତ୍ତ୍ଵରେ ନିମ୍ନଲିଖ୍ ମୁଖ୍ୟ ସମାଜବାଦୀ ନୀତିଗୁଡ଼ିକ ସ୍ଥାନ ପାଇଛି :
(i) ସାମନ କାମ ପାଇଁ ସମାନ ମଜୁରି ।
(ii) ବେକାରି, ବୃଦ୍ଧ ତଥା ଅକ୍ଷମମାନଙ୍କ ପାଇଁ ଆର୍ଥିକ ନିରାପତ୍ତା ବ୍ୟବସ୍ଥା ।
(iii) କାମ କରିବାର ଅଧିକାର ।
(iv) କର୍ମକ୍ଷେତ୍ରରେ ମାନବୀୟ ପରିବେଶ ସୃଷ୍ଟି ।
(v) ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣର ସୁଯୋଗ ପ୍ରଦାନ ।
(vi) ଆୟଗତ ତାରତମ୍ୟ ହ୍ରାସ ପାଇଁ ବ୍ୟବସ୍ଥା ଗ୍ରହଣ ।

୧୬ । ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ଭାରତରେ ଏକ ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।
Answer:
ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀର ୩୮ଧାରାରେ ଭାରତକୁ ଏକ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବାର ସୂଚନା ଦିଆଯାଇଛି । ଉଦାରବାଦୀ, ସମାଜବାଦୀ ଓ ଗାନ୍ଧିବାଦୀ ନୀତିର ସଫଳ ରୂପାୟନ କ୍ରମେ ଏହି ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠିତ ହେବାର ଲକ୍ଷ୍ୟ ରହିଛି । ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା, ଅର୍ଥନୈତିକ ବୈଷମ୍ୟ ହ୍ରାସ, ସ୍ୱାୟତ୍ତ ଶାସନ ଓ ସମବାୟ ଅନୁଷ୍ଠାନର ବିକାଶ, ପରିବେଶର ସୁରକ୍ଷା, ସମାନ ଦେୱାନୀ ଆଇନ ପ୍ରଣୟନ, ବିଭିନ୍ନ ଅର୍ଥନୈତିକ ନିରାପତ୍ତା ବ୍ୟବସ୍ଥା ଆଦି ବିବିଧ ନୀତି ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ ପାଇଁ ରାଷ୍ଟ୍ର ଅସ୍ତିସୂଚକ ପଦକ୍ଷେପ ନେବାର ନିର୍ଦେଶ ଏଥୁରେ ରହିଛି ।

୧୭ । ‘‘ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ନ୍ୟାୟାଳୟରେ ପ୍ରତିପାଦନୀୟ ନୁହନ୍ତି ।’’
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ ଖଣ୍ଡରେ ନିର୍ଦ୍ଦେଶାତ୍ମକ ରାଷ୍ଟ୍ରନୀତିଗୁଡ଼ିକୁ ସ୍ଥାନ ଦିଆଯାଇଛି । ଏଗୁଡ଼ିକ ‘ସମ୍ବିଧାନର ବିବେକ’ ଓ ଶାସନ ପାଇଁ ବତିଘର ସଦୃଶ କାର୍ଯ୍ୟ କରନ୍ତି । ଭାରତକୁ ଏକ ସମାଜବାଦୀ ଜନମଙ୍ଗଳ ରାଷ୍ଟ୍ରରେ ପରିଣତ କରିବା ଏହାର ଲକ୍ଷ୍ୟ । ଭାରତୀୟମାନଙ୍କ ସ୍ଵାଧୀନତା ଏବଂ ସାମାଜିକ ଓ ରାଜନୈତିକ ବିକାଶ ମଧ୍ୟରେ ସମ୍ପର୍କର ସେତୁ ଗଢ଼ିବା ଦିଗରେ ଏହି ନୀତି କାର୍ଯ୍ୟ କରେ ।

କିନ୍ତୁ ସାମାଜିକ ଓ ରାଜନୈତିକ ବ୍ୟବସ୍ଥାର ପରିପକ୍ବତା, ଆର୍ଥିକ ସମ୍ବଳ, ଜନ ଆବଶ୍ୟକତା ଆଦି ବିବିଧ ଉପାଦାନକୁ ବିଚାରକୁ ନେଇ ଏହି ନୀତିଗୁଡ଼ିକୁ କାର୍ଯ୍ୟକାରୀ କରାଯାଉଥିବାରୁ ଏଗୁଡ଼ିକୁ ନ୍ୟାୟ ପ୍ରତିପାଦନୀୟ କରାଯାଇ ନାହିଁ । ଅର୍ଥାତ୍ ଏହାର ନୀତିଗୁଡ଼ିକ କାର୍ଯ୍ୟକାରୀ ନହେଲେ କେହି ଆଇନ ଅଦାଲତର ହସ୍ତକ୍ଷେପ ଦାବି କରିପାରିବ ନାହିଁ । କିନ୍ତୁ ଜନମତର ସମର୍ଥନ ଏହା ପଛରେ ଥିବାରୁ ଏହାକୁ କୌଣସି ସରକାର ଅବଜ୍ଞା କରିବା ସମ୍ଭବପର ନୁହେଁ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୧୮ । ‘‘ମୌଳିକ କର୍ତ୍ତବ୍ୟଗୁଡ଼ିକ ନ୍ୟାୟ ପ୍ରତିପାଦନୀୟ ନୁହନ୍ତି ।’’
Answer:
ଭାରତୀୟ ସମ୍ବିଧାନର ଚତୁର୍ଥ (କ) ଖଣ୍ଡର ୫୧(କ) ଧାରାରେ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି । ଏହା ନ୍ୟାୟ ପ୍ରତିପାଦନୀୟ ନୁହେଁ ଅର୍ଥାତ୍ ମୌଳିକ କର୍ତ୍ତବ୍ୟଗୁଡ଼ିକୁ କେହି ପାଳନ ନକଲେ ତାଙ୍କ ବିରୋଧରେ ରାଷ୍ଟ୍ର କିମ୍ବା ବ୍ୟକ୍ତିବିଶେଷ ଆଇନ ଅଦାଲତରେ ଆଶ୍ରୟ ନେଇପାରନ୍ତି ନାହିଁ । ଅଣସଂପାଦିତ ମୌଳିକ କର୍ତ୍ତବ୍ୟ ବିରୋଧରେ ଦଣ୍ଡବିଧାନ କରାଯାଇପାରେ ନାହିଁ । ଏହାର ଆଇନଗତ ଭିତ୍ତିଭୂମି ଦୁର୍ବଳ ହୋଇଥିଲେ ମଧ୍ୟ ଏହାର ଉଚ୍ଚ ଆଦର୍ଶ ଯୋଗୁଁ ଜନମତର ଦୃଢ଼ ସମର୍ଥନ ଥିବାରୁ ଏହାର ଗୁରୁତ୍ଵ ରହିଛି । ଏହା କର୍ତ୍ତବ୍ୟ ପ୍ରତି ଏକ ନୈତିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରେ ।

(C) ପାର୍ଥକ୍ୟ ଦର୍ଶାଅ ।

୧ । ମୌଳିକ ଅଧୁକାର ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି :
Answer:
ଉଭୟ ମୌଳିକ ଅଧୁକାର ଓ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ଏକ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଗତି କ୍ଷେତ୍ରରେ ସହାୟକ ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ କେତେକ ମୌଳିକ ପାର୍ଥକ୍ୟ ରହିଛି; ଯଥା –

  • ମୌଳିକ ଅଧୂକାରଗୁଡ଼ିକ ସମ୍ବିଧାନର ତୃତୀୟ ଅଧ୍ୟାୟରେ ଲିପିବଦ୍ଧ ହୋଇଥିବାବେଳେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ଚତୁର୍ଥ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ।
  • ମୌଳିକ ଅଧୂକାରର ପ୍ରକୃତି ନାସ୍ତିସୂଚକ ହୋଇଥିବାବେଳେ ରାଷ୍ଟ୍ର ନିୟାମକ ତତ୍ତ୍ଵର ସ୍ଵଭାବ ଅସ୍ତିସୂଚକ ଅଟେ ।
  • ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରଦାନ କରୁଥିଲାବେଳେ ମୌଳିକ ଅଧୁକାର ରାଜନୈତିକ ନ୍ୟାୟ ପ୍ରଦାନ କରେ ।
  • ମୌଳିକ ଅଧୂକାରଗୁଡ଼ିକ ନ୍ୟାୟାଳୟଦ୍ଵାରା ବିଚାରଯୋଗ୍ୟ; ମାତ୍ର ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତିସମୂହ ବିଚାରଯୋଗ୍ୟ ନୁହେଁ ।
  • ମୌଳିକ ଅଧୂକାର ବ୍ୟକ୍ତି ପ୍ରତି ପ୍ରଯୁଜ୍ୟ ହୋଇଥିଲାବେଳେ ରାଷ୍ଟ୍ର ନିର୍ଦ୍ଦେଶମୂଳକ ନୀତି ରାଷ୍ଟ୍ର ପ୍ରତି ନିର୍ଦ୍ଦେଶ ଅଟେ ।

୨ । ମୌଳିକ ଅଧୂକାର ଓ ମୌଳିକ କର୍ତ୍ତବ୍ୟ :
Answer:
ମୌଳିକ ଅଧୂକାର ଓ ମୌଳିକ କର୍ତ୍ତବ୍ୟ ମଧ୍ଯରେ ନିମ୍ନଲିଖୂତ ମୁଖ୍ୟ ପାର୍ଥକ୍ୟ ଦେଖାଯାଏ ।

  • ସମ୍ବିଧାନର ତୃତୀୟ ଖଣ୍ଡରେ ମୌଳିକ ଅଧୂକାର ଓ ଚତୁର୍ଥ (କ) ଖଣ୍ଡରେ ମୌଳିକ କର୍ତ୍ତବ୍ୟ ସ୍ଥାନିତ ହୋଇଛି ।
  • ସମ୍ବିଧାନର ପ୍ରାରମ୍ଭରୁ ମୌଳିକ ଅଧୂକାର ରହିଥିବାବେଳେ ୪୨ତମ ସମ୍ବିଧାନ ସଂଶୋଧନ, ୧୯୭୬ ମାଧ୍ୟମରେ ମୌଳିକ କର୍ତ୍ତବ୍ୟ ସମ୍ବିଧାନରେ ସଂଯୁକ୍ତ ହୋଇଛି ।
  • ମୌଳିକ ଅଧୁକାର ବ୍ୟକ୍ତିର ଅଧିକାରକୁ ସୂଚିତ କରୁଥିବାବେଳେ ମୌଳିକ କର୍ତ୍ତବ୍ୟ କେତେକ କର୍ତ୍ତବ୍ୟକୁ ସୂଚିତ କରେ ।
  • ମୌଳିକ ଅଧୂକାର ଆଇନଯୋଗ୍ୟ ହୋଇଥିବାବେଳେ ମୌଳିକ କର୍ତ୍ତବ୍ୟ ଅଣଆଇନଯୋଗ୍ୟ ଅଟେ ।
  • ନାଗରିକର ଛଅ ପ୍ରକାରର ମୌଳିକ ଅଧୁକାର ଥିବା ସମୟରେ ଏଗାର ପ୍ରକାରର ମୌଳିକ କର୍ତ୍ତବ୍ୟ ରହିଛି ।
  • ନାଗରିକର ସମାନତାର ଅଧିକାର, ସ୍ଵାଧୀନତାର ଅଧୂକାର, ଶୋଷଣ ବିରୋଧୀ ଅଧିକାର, ଧାର୍ମିକ ସ୍ଵାଧୀନତାର ଅଧିକାର, ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର ଓ ସାମ୍ବିଧାନିକ ପ୍ରତିକାର ଅଧୁକାର ଆଦି ମୌଳିକ ଅଧୂକାର ରହିଥିବାବେଳେ ଜାତୀୟ ପତାକା ଓ ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ, ଜାତୀୟ ପରିବେଶର ସୁରକ୍ଷା, ମିଶ୍ରିତ ସଂସ୍କୃତିର ସୁରକ୍ଷା ଆଦି କେତେକ ମୌଳିକ କର୍ତ୍ତବ୍ୟ ରହିଅଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତୀୟ ନାଗରିକ ଉପଭୋଗ କରୁଥିବା ମୌଳିକ ଅଧ୍ୟାର (Fundamental Right)ଗୁଡ଼ିକ ଆଲୋଚନା କର ।
Answer:
ମୌଳିକ ଅଧ୍ବକାରଗୁଡ଼ିକ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଉଦ୍ଦିଷ୍ଟ । ପ୍ରତ୍ୟେକ ଦେଶର ସମ୍ବିଧାନଦ୍ୱାରା ନାଗରିକମାନଙ୍କୁ କେତେକ ଅଧିକାର ପ୍ରଦାନ କରାଯାଇଛି ଯାହାକୁ ମୌଳିକ ଅଧୁକାର କୁହାଯାଏ । ଏହା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ କରିବା ସଙ୍ଗେ ସଙ୍ଗେ ରାଷ୍ଟ୍ରର କ୍ଷମତାକୁ ସଙ୍କୁଚିତ କରେ ।

ଉସ୍ପ : ଏହି ମୌଳିକ ଅଧୂକାର ଆମେରିକାର ବିଲ୍ ଅଫ୍ ରାଇଟ୍ସରୁ ଆମ ସମ୍ବିଧାନକୁ ଉଦ୍ଧାର କରାଯାଇଛି । ଏହା ଇଂଲଣ୍ଡର ହେବିୟସ୍ କର୍ପସ୍ ଆଇନ ୧୬୭୯କୁ ମଧ୍ୟ ଅନୁକରଣ କରିଛି । ଏହା ଆମ ସମ୍ବିଧାନର ତୃତୀୟ ପରିଚ୍ଛେଦରେ ୧୨ ଧାରାରୁ ୩୫ ଧାରା ମଧ୍ଯରେ ବର୍ଣ୍ଣନା କରାହୋଇଛି । ନେହେରୁଙ୍କ ମତରେ, ଏହା ଆମ ସମ୍ବିଧାନର ବିବେକ ସଦୃଶ ଅଟେ ।

ପ୍ରକରଣ : ୧୯୭୯ ମସିହା ଏପ୍ରିଲ୍ ୩୦ ତାରିଖ ପୂର୍ବରୁ ଭାରତର ନାଗରିକମାନେ ୭ଟି ମୌଳିକ ଅଧିକାର ଉପଭୋଗ କରୁଥିଲେ । ୪୪ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରବର୍ତ୍ତନ ହେବାଠାରୁ ୬ଟି ମୌଳିକ ଅଧିକାର ନାଗରିକ ଉପଭୋଗ କରୁଛନ୍ତି । ତତ୍କାଳୀନ ଜନତା ସରକାର ସମ୍ବିଧାନର ୩୧ ଧାରାକୁ ଉଚ୍ଛେଦ କରି ସମ୍ପଭିଗତ ଅଧିକାରକୁ ମୌଳିକ ଅଧିକାରରୁ ବାଦ୍ ଦେଲେ । ସେହିଦିନଠାରୁ ଛଅ ପ୍ରକାର ମୌଳିକ ଅଧୂକାର ନାଗରିକମାନେ ଉପଭୋଗ କରୁଛନ୍ତି ।

ବିଶ୍ଳେଷଣ :
(୧) ସମାନତା ଅଧିକାର – (ଧାରା ୧୪ରୁ ୧୮)
ସମ୍ବିଧାନର ୧୪ରୁ ୧୮ ପର୍ଯ୍ୟନ୍ତ ୫ଟି ଧାରାରେ ସମାନତା ଅଧିକାର ବର୍ଣ୍ଣିତ ହୋଇଛି ।
୧୪ ଧାରା ଅନୁଯାୟୀ ଭାରତ ଭୂଖଣ୍ଡ ମଧ୍ୟରେ ପ୍ରତ୍ୟେକ ନାଗରିକକୁ ଆଇନ ଆଗରେ ସମାନ କରାଯାଇଛି ଓ ଆଇନଦ୍ଵାରା ସମପରିମାଣରେ ସୁରକ୍ଷା ପ୍ରଦାନ କରାଯାଇଛି । ସମାନତା ଅର୍ଥ ସମତୁଲ ଓ ସର୍ବତୋଭାବେ ସମାନତା ନୁହେଁ । ଏହା ଭେଦଭାବରହିତ ଓ ପକ୍ଷପାତବିରୋଧୀ ଅଟେ ।

୧୫ ଧାରା ଅନୁସାରେ ଜାତି-ଧର୍ମ-ବର୍ଣ୍ଣ-ଲିଙ୍ଗ-ଜନ୍ମସ୍ଥାନ ଭିଭିରେ ରାଷ୍ଟ୍ର କୌଣସି ପାତର ଅନ୍ତର କରିପାରିବ ନାହିଁ । ଦୋକାନ, ସର୍ବସାଧାରଣ ଭୋଜନାଳୟ, ମନୋରଞ୍ଜନ ସ୍ଥାନ, କୂପ, ପୁଷ୍କରିଣୀ, ସ୍ନାନାଗାର, ରାସ୍ତା, ସର୍ବସାଧାରଣଙ୍କ ଗନ୍ତବ୍ୟ ସ୍ଥାନକୁ ବ୍ୟବହାର କରିବାପାଇଁ ରାଷ୍ଟ୍ର କାହାକୁ ନିଷିଦ୍ଧ କରିପାରିବ ନାହିଁ ।

୧୬ ଧାରା ଅନୁସାରେ ଭାରତୀୟ ନାଗରିକମାନେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥାନ ନିର୍ବିଶେଷରେ ରାଷ୍ଟ୍ର ନିକଟରେ ଚାକିରି କରିବାର ସମାନ ଅଧିକାର ଉପଭୋଗ କରିବେ ।

୧୭ ଧାରା ଅନୁସାରେ ଅସ୍ପୃଶ୍ୟତାର ବିଲୋପ ସାଧନ କରାଯାଇଛି ଓ ଅସ୍ପୃଶ୍ୟତା ଦଣ୍ଡନୀୟ ଅପରାଧ ରୂପେ ଘୋଷଣା କରାଯାଇଛି ।

୧୮ ଧାରା ଅନୁସାରେ ସାମରିକ କିମ୍ବା ଶିକ୍ଷାଗତ ଉପାଧ୍ ବ୍ୟତୀତ ନାଗରିକମାନଙ୍କୁ ରାଷ୍ଟ୍ର ଅନ୍ୟ କୌଣସି ଉପାଧ୍ ପ୍ରଦାନ କରିବ ନାହିଁ । ରାଷ୍ଟ୍ରପତିଙ୍କ ଅନୁମତି ବିନାକୌଣସି ନାଗରିକ ବିଦେଶୀ ରାଷ୍ଟ୍ରରୁ ଉପାଧ୍ବ ଗ୍ରହଣ କରିପାରିବ ନାହିଁ ।

(୨) ସ୍ଵାଧୀନତା ଅଧିକାର – (ଧାରା ୧୯ରୁ ୨୨)
ସମ୍ବିଧାନର ୧୯ ରୁ ୨୨ ଧାରା ପର୍ଯ୍ୟନ୍ତ ୪ଟି ଧାରା ନାଗରିକମାନଙ୍କର ସ୍ଵାଧୀନତାର ଅଧିକାର ବିଷୟରେ ଆଲୋଚନା କରିଛି । ସ୍ବାଧୀନତା – ଧାରା ୧୯ରେ ନାଗରିକକୁ ଛଅଗୋଟି ସ୍ଵାଧୀନତା ପ୍ରଦାନ କରାଯାଇଛି, ଯଥା –
(୧) ବାକ୍ ସ୍ଵାଧୀନତା ଓ ଅଭିବ୍ୟକ୍ତିର ସ୍ଵାଧୀନତା,
(୨) ଶାନ୍ତିପୂର୍ବକ ତଥା ନିରସ୍ତ୍ର ସମ୍ମିଳନର ସ୍ଵାଧୀନତା,
(୩) ସଂଘ ବା ସମିତି ଗଠନର ସ୍ଵାଧୀନତା,
(୪) ଭାରତରେ ଅବାଧ ଗମନାଗମନ କରିବାର ସ୍ଵାଧୀନତା,
(୫) ଭାରତର ଯେକୌଣସି ଅଂଶରେ ବସବାସ କରିବାର ସ୍ଵାଧୀନତା,
(୬) ବାକ୍ ବୃତ୍ତିଗତ ଜୀବିକା କାରବାର ବା ବ୍ୟବସାୟ କରିବାର ସ୍ଵାଧୀନତା ।
ଏହିସବୁ ସ୍ଵାଧୀନତା ଉପରେ ଯୁକ୍ତିଯୁକ୍ତ କଟକଣା ଜାରି କରିବାର ଅଧୂକାର ସରକାରଙ୍କର ରହିଛି । ବିଶେଷତଃ ଜାତୀୟ ଜରୁରିକାଳୀନ କ୍ଷମତା ପ୍ରୟୋଗ ସମୟରେ ଏହା ସୁଗିତ ରହିଥାଏ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ଆଇନର ଶାସନ – ସମ୍ବିଧାନର ୨୦ ଧାରାରେ ବର୍ଣ୍ଣିତ ହୋଇଥିବା ବ୍ୟବସ୍ଥା ପ୍ରଚଳିତ ଆଇନର ଶାସନର ଅନୁରୂପ ।
ଏହି ବ୍ୟବସ୍ଥାରେ ଦୋଷୀ ବୋଲି ବିବେଚିତ ହେଉଥିବା ବ୍ୟକ୍ତିକୁ ୩ଟି ଅଧିକାର ପ୍ରଦାନ କରାଯାଇଛି ।
(୧) ବ୍ୟକ୍ତିଟି ସେହି ସମୟରେ ପ୍ରଚଳିତ ନଥବା କୌଣସି ଆଇନ ଅନୁଯାୟୀ ଦଣ୍ଡିତ ହେବ
(୨) କୌଣସି ଅପରାଧ ପାଇଁ ଜଣେ ବ୍ୟକ୍ତି ଦୁଇଥର ଦଣ୍ଡ ଭୋଗ କରିବ ନାହିଁ ।
(୩) କୌଣସି ବ୍ୟକ୍ତିକୁ ନିଜ ବିରୁଦ୍ଧରେ ସାକ୍ଷ୍ୟ ଦେବାକୁ ବାଧ୍ୟ କରାଯିବ ନାହିଁ ।

ଜୀବନଧାରଣ – ସମ୍ବିଧାନର ୨୧ ଧାରା ଅନୁସାରେ ଆଇନାନୁମୋଦିତ ପନ୍ଥା ଭିନ୍ନ ଅନ୍ୟ କୌଣସି ପନ୍ଥାରେ ନାଗରିକକୁ ତା’ର ଜୀବନ ଓ ବ୍ୟକ୍ତିଗତ ସ୍ଵାଧୀନତାରୁ ବଞ୍ଚିତ କରାଯିବ ନାହିଁ । ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ସଂଯୋଜିତ ୨୧ (କ) ଧାରାରେ ୬ରୁ ୧୪ ବର୍ଷ ମଧ୍ୟରେ ଶିଶୁମାନଙ୍କ ପାଇଁ ପ୍ରାଥମିକ ଶିକ୍ଷାକୁ ମାଗଣା ଓ ବାଧ୍ୟତାମୂଳକ କରାଯାଇଛି ।

ସ୍ୱେଚ୍ଛାଚାରିତାରୁ ବିରୋଧ – ସମ୍ବିଧାନର ୨୨ ଧାରା ଅନୁସାରେ କୌଣସି ବ୍ୟକ୍ତିକୁ ମନଇଚ୍ଛା ଗିରଫ କରାଯାଇପାରିବ ନାହିଁ । ଗିରଫ ବ୍ୟକ୍ତିର ଇଚ୍ଛାନୁଯାୟୀ ଓକିଲ ସହିତ ପରାମର୍ଶ କରିବା ଓ ନିଜର ପ୍ରତିରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରିବାର ଅଧୁକାର ସେ ବ୍ୟକ୍ତିକୁ ଦିଆଯିବ । ଅଦାଲତର ବିନାନୁମତିରେ ତାକୁ ଅଧ‌ିକ ସମୟ ଅଟକ ରଖାଯାଇପାରିବ ନାହିଁ ।

ବ୍ୟତିକ୍ରମ – ଆଇନର ବ୍ୟବସ୍ଥା ଅନୁଯାୟୀ ନିରାପତ୍ତା ଆଇନ ଓ ନିବୃତ୍ତିମୂଳକ ଅଟକ ଆଇନଦ୍ଵାରା ଅଟକ ହୋଇଥିବା ବ୍ୟକ୍ତିଙ୍କ ପ୍ରତି ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ ।

(୩) ଶୋଷଣ ବିରୁଦ୍ଧରେ ଅଧିକାର – (ଧାରା ୨୩ରୁ ୨୪)
ବେଠି ଆଦାୟର ବିରୋଧ – ୨୩ ଧାରା ଅନୁସାରେ ମଣିଷମାନଙ୍କୁ ନେଇ ବ୍ୟବସାୟ କରିବା, ବିନା ମଜୁରିରେ ବାଧ୍ୟତାମୂଳକ ଭାବେ ଶ୍ରମ ଆଦାୟ କରିବା, ବେଠି ଓ ବେଗାରି ଖଟାଇବା କାର୍ଯ୍ୟକୁ ନିଷିଦ୍ଧ କରାଯାଇଛି ।
ବାଳଣ୍ରମ ନିଷେଧ – ୨୪ ଧାରା ଅନୁସାରେ ୧୪ ବର୍ଷରୁ କମ୍ ପିଲାଙ୍କୁ ଖଣି, କାରଖାନା ବା ଅନ୍ୟ କୌଣସି ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରାହେବ ନାହିଁ ।

(୪) ଧର୍ମୀୟ ସ୍ଵାଧୀନତା ଅଧିକାର – (ଧାରା ୨୫ରୁ ୨୮)
ଏହି ଅଧ୍ବକାର ସମ୍ବିଧାନର ୨୫ ଠାରୁ ୨୮ ଧାରା ପର୍ଯ୍ୟନ୍ତ ବିଶଦଭାବେ ଆଲୋଚନା ହୋଇଛି । ଏହାଦ୍ଵାରା ଭାରତରେ ଭାରତୀୟ ଏବଂ ବିଦେଶୀମାନଙ୍କ ପାଇଁ ଧର୍ମୀୟ ସ୍ଵାଧୀନତା ପ୍ରଦାନ କରାଯାଇଛି ।

ଧର୍ମପ୍ରଚାର ଓ ପ୍ରସାର – ୨୫ ଧାରାରେ ପ୍ରତ୍ୟେକ ବ୍ୟକ୍ତିକୁ ବିବେକର ସ୍ଵାଧୀନତା ଓ ଧର୍ମ ବିଶ୍ଵାସ, ଧର୍ମାଚରଣ, ଧର୍ମପ୍ରଚାର ଓ ପ୍ରସାରର ସ୍ଵାଧୀନତା ଦିଆଯାଇଛି । ନୈତିକତା ଓ ସାଧାରଣ ସ୍ଵାର୍ଥଗତ କାରଣରୁ ଏହି ଅଧିକାରକୁ ରାଷ୍ଟ୍ର ନିୟନ୍ତ୍ରଣ କରିପାରିବାର ବ୍ୟବସ୍ଥା ସମ୍ବିଧାନରେ ଅଛି ।

ଧର୍ମାନୁଷ୍ଠାନ ପ୍ରତିଷ୍ଠା – ୨୬ ଧାରା ଅନୁସାରେ ପ୍ରତ୍ୟେକ ଧର୍ମ ସମ୍ପ୍ରଦାୟ ନିଜ ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଏବଂ ସ୍ଥାବର ଓ ଅସ୍ଥାବର ସମ୍ପରି ଅର୍ଜନ କରି ଅନୁଷ୍ଠାନ ପରିଚାଳନା କରିପାରିବେ ।

ଧର୍ମଟିକସ ନିଷେଧ – ୨୭ ଧାରା ଅନୁସାରେ କୌଣସି ଧର୍ମର ଉନ୍ନତି ପାଇଁ ରାଷ୍ଟ୍ର କାହାରି ଉପରେ ଟିକସ ବସାଇବ ନାହିଁ । ନିର୍ଦ୍ଦିଷ୍ଟ ଧର୍ମଶିକ୍ଷା ଦେଇପାରିବେ ନାହିଁ । ଏପରିକି ବେସରକାରୀ ଉଦ୍ୟମରେ ପ୍ରତିଷ୍ଠିତ ଅନୁଷ୍ଠାନରେ ଧର୍ମଗତ ଶିକ୍ଷା ଗ୍ରହଣ କରିବାକୁ କାହାରିକୁ ବାଧ୍ୟ କରାଯାଇ ପାରିବ ନାହିଁ । ସବୁଧର୍ମକୁ ସମାନ ମର୍ଯ୍ୟାଦା ପ୍ରଦାନ କରାଯାଇଛି ।

(୫) ସାଂସ୍କୃତିକ ଓ ଶିକ୍ଷାଗତ ଅଧୁକାର – (ଧାରା ୨୯ରୁ ୩୦)
ଏହି ଅଧିକାର ବଳରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସଂସ୍କୃତି ଓ ଶିକ୍ଷାର ସୁରକ୍ଷା କରିପାରୁଛନ୍ତି ।

ସଂଖ୍ୟାଲଘୁଙ୍କ ସଂସ୍କୃତିର ସୁରକ୍ଷା – ୨୯ ଧାରା ଅନୁସାରେ ପ୍ରତ୍ୟେକ ସଂଖ୍ୟାଲଘୁ ସମ୍ପ୍ରଦାୟ ତାଙ୍କର ଭାଷା, ଲିପି ଓ ସଂସ୍କୃତିର ସୁରକ୍ଷା କରିବା ଅଧିକାର ପାଇଛି । ଜାତି, ବର୍ଣ୍ଣ, ଧର୍ମ, ଲିଙ୍ଗଗତ ବିଭେଦତା କାରଣରୁ କୌଣସି ଶିକ୍ଷାନୁଷ୍ଠାନରେ ପ୍ରବେଶ କରିବାକୁ ମନା କରାଯାଇପାରିବ ନାହିଁ ।

ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ – ୩୦ ଧାରା ଅନୁସାରେ ଧର୍ମ କିମ୍ବା ଭାଷାଭିତ୍ତିରେ ଗଠିତ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଓ ସେମାନଙ୍କୁ ସାହାଯ୍ୟ ଦେବାରେ ରାଷ୍ଟ୍ର କୌଣସି ପକ୍ଷପାତିତା କରିବ ନାହିଁ ।

ସାମ୍ବିଧାନିକ ପ୍ରତିକାର ଅଧିକାର – (ଧାରା ୩୨)
ଏହି ବ୍ୟବସ୍ଥା ଅନୁଯାୟୀ କୌଣସି ନାଗରିକର ମୌଳିକ ଅଧିକାର ରାଷ୍ଟ୍ରଦ୍ଵାରା ବା କୌଣସି ବ୍ୟକ୍ତି ବା ଅନୁଷ୍ଠାନଦ୍ଵାରା କ୍ଷୁଣ୍ଣ କରାଯାଇପାରିବ ନାହିଁ । ୩୨ ଧାରା ଅନୁସାରେ ସୁପ୍ରିମ୍‌କୋର୍ଟ ଓ ୨୨୬ ଧାରା ଅନୁସାରେ ରାଜ୍ୟ ହାଇକୋର୍ଟରେ ସମ୍ପୃକ୍ତ ବ୍ୟକ୍ତି ସିଧାସଳଖ ଆଶ୍ରୟ ନେଇପାରିବେ । ଏହି କ୍ଷେତ୍ରରେ ନ୍ୟାୟପାଳିକା ସମ୍ବିଧାନର ରକ୍ଷାକବଚ ରୂପେ କାମ କରେ । ଏହି ଅଧିକାରର ସୁରକ୍ଷା ପାଇଁ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ପାଞ୍ଚଗୋଟି ଆଜ୍ଞାପତ୍ର ବା ରିଟ୍ ଜାରି କରିପାରନ୍ତି । ସେଗୁଡ଼ିକ ହେଲା –

  • ବନ୍ଦୀ ପ୍ରତ୍ୟକ୍ଷୀକରଣ (Habeas Corpus) – ବନ୍ଦୀକୁ ବିଚାରାଳୟ ଆଗରେ ଉପସ୍ଥାପିତ କରିବାର ଆଦେଶ ।
  • ମାଣ୍ଡାମସ୍ ବା ପରମାଦେଶ ଆଜ୍ଞାପତ୍ର (Mandamus) ଏହାଦ୍ଵାରା ଉଚ୍ଚ ନ୍ୟାୟାଳୟ ସରକାର ବା ନିମ୍ନ ନ୍ୟାୟାଳୟ ବା କର୍ମଚାରୀଙ୍କୁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଥାଆନ୍ତି ।
  • ପ୍ରତିଷେଧ (Prohibition) – ନିମ୍ନ ଅଦାଲତକୁ ନିଜର ପରିସର ବାହାରେ କାର୍ଯ୍ୟ ନ କରିବାପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଥାଆନ୍ତି ।
  • କୋୱାରେଣ୍ଟ ବା ଅଧିକାର ପୃଚ୍ଛା (Quo-warranto) – କେଉଁ ଅଧୂକାରରେ ପଦବୀ, ମାଲିକାନା ବା ସ୍ଥାନ ଦଖଲ କରି କାର୍ଯ୍ୟ ସମ୍ପାଦନ କରାଯାଇଛି ।
  • ଉତ୍ପ୍ରେକ୍ଷଣ (Certiorari) – ଏହି ଆଦେଶ ବଳରେ ତଳ କୋର୍ଟ ଉପରକୋର୍ଟକୁ କାଗଜପତ୍ର ସହିତ ମୋକଦ୍ଦମା ପ୍ରେରଣ କରିଥାଏ ।

ସାଧାରଣ ପରିସ୍ଥିତିରେ ପ୍ରତ୍ୟେକ ନାଗରିକ ମୌଳିକ ଅଧୂକାରଗୁଡ଼ିକୁ ଉପଭୋଗ କରେ । ଜରୁରିକାଳୀନ ପରିସ୍ଥିତିରେ ରାଷ୍ଟ୍ରପତି ଏହି ଅଧିକାରକୁ ବାତିଲ କରିପାରନ୍ତି ।

ଉପରୋକ୍ତ ମୌଳିକ ଅଧିକାର ପ୍ରତ୍ୟେକ ଭାରତୀୟଙ୍କୁ ବ୍ୟକ୍ତି ସ୍ବାତନ୍ତ୍ର୍ୟ ଦେବାପାଇଁ ଉଦ୍ଦିଷ୍ଟ । ଏହା ମାଧ୍ୟମରେ ବ୍ୟକ୍ତିର ବ୍ୟକ୍ତିତ୍ଵର ଚରମ ପରିପ୍ରକାଶ ଓ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢ଼ୀକରଣ ପାଇଁ ବ୍ୟବସ୍ଥା କରାଯାଇଛି । ମାତ୍ର ଏହା ନିରଙ୍କୁଶ ନୁହେଁ । ବୃହତ୍ତର ସ୍ଵାର୍ଥଦୃଷ୍ଟିରୁ ଆବଶ୍ୟକ ପଡ଼ିଲେ ସରକାର ଏହି ଅଧିକାର ଉପରେ ନିୟନ୍ତ୍ରଣ ଜାରି କରିପାରିବେ । ସଂସଦ ସମ୍ବିଧାନ ସଂଶୋଧନ ମାଧ୍ୟମରେ ମୌଳିକ ଅଧିକାର ସଂଶୋଧନ କରିଥାଏ ।

ଗୋଲକନାଥ ମକଦ୍ଦମାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସମୟରେ ଏହି ସଂଶୋଧନ କରିବାର ବ୍ୟବସ୍ଥାକୁ ନେଇ ବାଦାନୁବାଦ ସୃଷ୍ଟି ହୋଇଛି । ମାତ୍ର ୧୯୮୦ ମସିହାରେ ମିନର୍ଭା ମିଲ୍ସ ମକଦ୍ଦମାରେ ସୁପ୍ରିମ୍‌କୋର୍ଟଙ୍କ ରାୟ ଅନୁଯାୟୀ ମୌଳିକ ଅଧୂକାରକୁ ପରିବର୍ତ୍ତନ କରିବାର ଅସୀମ କ୍ଷମତା ସଂସଦର ନାହିଁ । ସଂଶୋଧନଦ୍ଵାରା ସମ୍ବିଧାନର ମୌଳିକ ଲକ୍ଷଣକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ଏହି ନିଷ୍ପତ୍ତିରେ ମୌଳିକ ଅଧିକାରକୁ ରାଷ୍ଟ୍ର ନିୟାମକ ତତ୍ତ୍ଵ ତୁଳନାରେ ଅଧିକ ଗୁରୁତ୍ଵ ଦିଆଯାଇଛି । ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ଅତ୍ୟନ୍ତ ସ୍ପଷ୍ଟ । ଏହି ମୌଳିକ ଅଧିକାରକୁ ‘ସମ୍ବିଧାନର ବିବେକ ଓ ଗଣତନ୍ତ୍ରର ମୂଳଦୁଆ’ ବୋଲି ଅଭିହିତ କରାଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

୨ । ଭାରତ ସମ୍ବିଧାନରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ବ (Directive Principles of State Policy)ର ଶ୍ରେଣୀବିଭାଗ ଓ ଗୁରୁତ୍ବ ତର୍ଜମା କର ।
Answer:
ଶାସନ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବାପାଇଁ ସମ୍ବିଧାନର ୪ର୍ଥ ପରିଚ୍ଛେଦରେ ରାଷ୍ଟ୍ରନୀତି ନିୟାମକ ନିର୍ଦ୍ଦେଶାବଳୀ ବର୍ଣ୍ଣନା କରାଯାଇଛି । ଏହି ନିର୍ଦ୍ଦେଶାବଳୀ ଆଇନ ଅଦାଲତରେ ନ୍ୟାୟଯୋଗ୍ୟ ନୁହେଁ ଅର୍ଥାତ୍ ରାଷ୍ଟ୍ର ଏହି ନିର୍ଦ୍ଦେଶାବଳୀ ଲଙ୍ଘନ କଲେ ନାଗରିକ ବ୍ୟକ୍ତିଗତଭାବରେ କୌଣସି ମକଦ୍ଦମା କରିପାରିବ ନାହିଁ । କିନ୍ତୁ ଜନମତର ସମର୍ଥନ ଏହା ପଛରେ ରହିଥିବାରୁ ଆଇନ ପ୍ରଣୟନ ସମୟରେ ଏହି ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପ୍ରତ୍ୟେକ ନିର୍ବାଚିତ ସରକାରର କର୍ତ୍ତବ୍ୟ ହୋଇଯାଇଛି । ବର୍ତ୍ତମାନ ସର୍ବମୋଟ ୨୩ଟି ନିର୍ଦ୍ଦେଶ ଏହି ପରିଚ୍ଛେଦରେ ବର୍ଣନା କରାଯାଇଛି । ଆଗରୁ ୨୦ଟି ନିର୍ଦ୍ଦେଶ ଲିପିବଦ୍ଧ ଥିଲା ଏବଂ ୪୨ତମ ସମ୍ବିଧାନ ସଂଶୋଧନଦ୍ଵାରା ଅଧ୍ବକ ତିନୋଟି ନିର୍ଦ୍ଦେଶ ଯୋଗ କରାଗଲା ।

ଅର୍ଥ – ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିର ଅର୍ଥ ରାଷ୍ଟ୍ର ପ୍ରତି ସ୍ଵତନ୍ତ୍ର ନିର୍ଦ୍ଦେଶନାମା । ଏହା ରାଷ୍ଟ୍ରରେ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ପ୍ରତିଷ୍ଠା କରେ । ଏହା ସମ୍ବିଧାନର ୩୬ ଧାରାରୁ ୫୧ ଧାରା ମଧ୍ୟରେ ସୀମିତ ।

ଉସ୍ପ – ସମ୍ବିଧାନ ପ୍ରଣେତାମାନେ ସ୍ପେନ୍ ଓ ଆୟର୍ଲାଣ୍ଡର ସମ୍ବିଧାନଦ୍ଵାରା ପ୍ରଭାବିତ ହୋଇ ଏହି ନିର୍ଦ୍ଦେଶଗୁଡ଼ିକୁ ଆମ ସମ୍ବିଧାନରେ ସନ୍ନିବେଶିତ କରିଛନ୍ତି ।

ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକର ସ୍ପଷ୍ଟ ବିଚାର ଆଲୋଚନା କରିବାପାଇଁ ସେଗୁଡ଼ିକୁ ମୁଖ୍ୟତଃ ୫ ଭାଗରେ ବିଭକ୍ତ କରାଯାଇପାରେ ।

(୧) ସମାଜବାଦୀ ସମ୍ବିଧାନର ୩୮ ଧାରାରେ କୁହାଯାଇଛି ଯେ, ଜନସାଧାରଣଙ୍କ ହିତ ପାଇଁ ରାଷ୍ଟ୍ର ଏପରି ଏକ ସାମାଜିକ ଅବସ୍ଥା ସୃଷ୍ଟି କରିବ ଯେଉଁଠି ଜାତୀୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟ ପ୍ରତିଫଳିତ ହେବ । ୩୯ ଧାରା ଅନୁସାରେ ସ୍ତ୍ରୀ-ପୁରୁଷ ନିର୍ବିଶେଷରେ ନାଗରିକମାନଙ୍କୁ ଜୀବିକା ଅର୍ଜନପାଇଁ ଉପଯୁକ୍ତ ପନ୍ଥା ଯୋଗାଇବା, ରାଷ୍ଟ୍ରୀୟ ସମ୍ପଦର ସୁନିୟନ୍ତ୍ରଣ ଓ ବଣ୍ଟନ କରିବା, ସ୍ତ୍ରୀ ଓ ପୁରୁଷ ସମାନ କାର୍ଯ୍ୟ ପାଇଁ ସମାନ ମଜୁରି ପାଇବା ଏବଂ ଶିଶୁ ଓ ଯୁବକମାନଙ୍କୁ ଶୋଷଣରୁ ମୁକ୍ତ କରିବା ଆଦି ଅର୍ଥନୈତିକ ନ୍ୟାୟର ପ୍ରତୀକ ଅଟନ୍ତି ।
(i) ସାମାଜିକ ନିରାପତ୍ତା – ୪୧ ଧାରାରେ ନାଗରିକମାନଙ୍କୁ ନିମ୍ନଲିଖତ ସାମାଜିକ ନିରାପତ୍ତା ପ୍ରଦାନ କରାଯାଇଛି ।
(a) ଆର୍ଥନୀତିକ ସମ୍ବଳସୀମା ମଧ୍ୟରେ ସମସ୍ତଙ୍କୁ କାମ କରିବାର ସୁଯୋଗ ।
(b) ସମସ୍ତଙ୍କର ଶିକ୍ଷାଲାଭ କରିବାରେ ସୁବିଧା ।
(c) ବେକାରି, ବୃଦ୍ଧାବସ୍ଥା, ଅକ୍ଷମ ବ୍ୟକ୍ତିମାନଙ୍କୁ ସାହାଯ୍ୟ କରିବାର ବ୍ୟବସ୍ଥା ।
(ii) ମାତୃମଙ୍ଗଳ – ୪୨ ଧାରାରେ କର୍ମସଂସ୍ଥାନ ଏବଂ ସ୍ଵାସ୍ଥ୍ୟରକ୍ଷା ପାଇଁ ମାତୃମଙ୍ଗଳ ସମେତ ଉପଯୁକ୍ତ ମାନବୀୟ ପରିବେଶ ସୃଷ୍ଟି କରିବାପାଇଁ କୁହାଯାଇଛି ।
(iii) ଶ୍ରମିକ ସୁରକ୍ଷା – ୩୯ (ଘ) ଧାରା ଅନୁସାରେ ଶ୍ରମିକମାନଙ୍କୁ ଉପଯୁକ୍ତ ମଜୁରି ଦେବାକୁ ନିର୍ଦେଶ ଦିଆଯାଇଛି । ୪୪ତମ ସମ୍ବିଧାନ ସଂଶୋଧନ ଆଇନର ୩୮(୨) ଧାରା ମାଧ୍ୟମରେ ବିଭିନ୍ନ ସ୍ଥାନରେ ଓ ବିଭିନ୍ନ ବୃତ୍ତିରେ ଥ‌ିବା ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ଆୟ, ସୁବିଧା ଓ ସ୍ଥିତିର ବୈଷମ୍ୟ ହ୍ରାସ ପାଇଁ ସାମ୍ବିଧାନିକ ନିର୍ଦେଶ ପ୍ରଦାନ କରାଯାଇଛି । ୪୨ତମ ସମ୍ବିଧାନ ସଂଶୋଧନ ୪୩(କ) ଧାରା ବଳରେ ଶ୍ରମିକମାନଙ୍କୁ ଶିଳ୍ପ ପରିଚାଳନାରେ ଅଂଶଗ୍ରହଣର ସୁଯୋଗ ଦେଇଛି ।

(୨) ଗାନ୍ଧିବାଦୀ – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅନୁସୃତ ନୀତି ଏହି ପରିଚ୍ଛେଦରେ ସ୍ଥାନ ପାଇଛି ।
(i) ସ୍ଵାୟର ଶାସନ – ସମ୍ବିଧାନର ୪୦ ଧାରା ଅନୁସାରେ ସ୍ଵାୟତ୍ତ ଶାସନରୂପେ ଗ୍ରାମପଞ୍ଚାୟତ ଗଠନ କରିସେଗୁଡ଼ିକୁ ଉପଯୁକ୍ତ କ୍ଷର୍ମତା ଓ କର୍ତ୍ତୃତ୍ଵ ଦେବାକୁ ରାଷ୍ଟ୍ରକୁ କୁହାଯାଇଛି ।
(ii) କୁଟୀରଶିଳ୍ପ – ସମ୍ବିଧାନର ୪୩ ଧାରାରେ ଗ୍ରାମାଞ୍ଚଳରେ ବ୍ୟକ୍ତିଗତ ବା ସମବାୟ ଭିଭିରେ କୁଟୀରଶିଳ୍ପର ପ୍ରସାର ପାଇଁ ବ୍ୟବସ୍ଥା ଅଛି ।
(iii) ଅନୁନ୍ନତ ଶ୍ରେଣୀ – ୪୬ ଧାରା ଅନୁସାରେ ଅନୁସୂଚିତ ଜାତି ଓ ଉପଜାତିର ଲୋକମାନଙ୍କର ଶିକ୍ଷା ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ପାଇଁ ବ୍ୟବସ୍ଥା ଅଛି ।
(iv) ନିଶାଦ୍ରବ୍ୟ ନିଷିଦ୍ଧ – ୪୭ ଧାରା ଅନୁସାରେ ଔଷଧ ବ୍ୟତୀତ ଅନ୍ୟ କ୍ଷେତ୍ରରେ ନିଶାଦ୍ରବ୍ୟ ବ୍ୟବହାରକୁ ନିଷିଦ୍ଧ କରାଯାଇଛି ।
(v) ଗୋହତ୍ୟା ନିଷିଦ୍ଧ – ୪୮ ଧାରା ଅନୁସାରେ କୃଷି ଓ ପଶୁପାଳନର ଉନ୍ନତି କରିବାକୁ ଓ ଗୋହତ୍ୟାକୁ ବେଆଇନ କରିବାକୁ ନିର୍ଦ୍ଦେଶ ରହିଛି ।

(୩) ଉଦାରବାଦୀ – ଦେଶରେ ଏକ ଉଦାରବାଦୀ ଗଣତାନ୍ତ୍ରିକ ଓ ସାମାଜିକ ବ୍ୟବସ୍ଥା ସୃଷ୍ଟି ପାଇଁ କେତେକ ନିର୍ଦ୍ଦେଶମୂଳକ ନୀତି ସଂଯୁକ୍ତ ହୋଇଛି ।
(i) ଏକକ ଦେୱାନୀ ଆଇନ – ୪୪ ଧାରା ଅନୁସାରେ ସମଗ୍ର ରାଷ୍ଟ୍ର ପାଇଁ ଏକପ୍ରକାର ଦେୱାନୀ ବିଧ୍ଵ ପ୍ରଚଳନ ପାଇଁ ନିର୍ଦ୍ଦେଶ ରହିଛି ।
(ii) ଶିକ୍ଷାର ପ୍ରସାର – ୪୫ ଧାରା ଅନୁଯାୟୀ ୧୪ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷାପ୍ରଦାନ ବ୍ୟବସ୍ଥା କରାଯାଇଛି ।
(iii) ପୁଷ୍ଟିକର ଖାଦ୍ୟ – ୪୬ ଧାରା ଅନୁଯାୟୀ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ସ୍ଵାସ୍ଥ୍ୟରକ୍ଷାର ବ୍ୟବସ୍ଥା କରିବାକୁ କୁହାଯାଇଛି ।
(iv) ଜାତୀୟ ସମ୍ପଦ ସୁରକ୍ଷା – ୪୮ ଧାରା (କ) ଅନୁସାରେ ଜଙ୍ଗଲର ବଣ୍ୟଜନ୍ତୁ ଏବଂ ପରିବେଶର ସୁରକ୍ଷା ଓ ସଂରକ୍ଷଣ ପାଇଁ ରାଷ୍ଟ୍ର ଉପଯୁକ୍ତ ବ୍ୟବସ୍ଥା କରିବ । ଏହା ୪୨ତମ ସମ୍ବିଧାନ ସଂଶୋଧନଦ୍ଵାରା ସଂଯୋଜିତ ହୋଇଛି ।
(v) ନ୍ୟାୟାଳୟର ସ୍ଵାଧୀନତା – ୫୦ ଧାରା ଅନୁସାରେ ବିଚାର ବିଭାଗକୁ କାର୍ଯ୍ୟପାଳିକାଠାରୁ ପୃଥକ୍ କରିବାପାଇଁ ବ୍ୟବସ୍ଥା ରହିଛି ।

(୪) ସାଂସ୍କୃତିକ – ଦେଶର ଐତିହ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ୪୯ ଧାରା ଅନୁଯାୟୀ ରାଷ୍ଟ୍ର ପ୍ରାଚୀନ କୀର୍ତ୍ତି, କଳା, ସ୍ଥାପତ୍ୟ ଓ ଐତିହାସିକ ସ୍ମାରକୀ ତଥା ସ୍ଥାନର ସଂରକ୍ଷଣ କରିବ ।

(୫) ଆନ୍ତର୍ଜାତୀୟ – ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠିତ କରିବା ଏବଂ ଏହାର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାପାଇଁ ସମ୍ବିଧାନର ୫୧ ଧାରାରେ ବ୍ୟବସ୍ଥା ହୋଇଛି । ତଦନୁସାରେ
(i) ବିଶ୍ଵଶାନ୍ତି ଓ ନିରାପତ୍ତା ରକ୍ଷା
(ii) ଦେଶ ଦେଶ ମଧ୍ୟରେ ନ୍ୟାୟ ଓ ସମ୍ମାନଜନକ ସମ୍ପର୍କ ପ୍ରତିଷ୍ଠା ।
(iii) ଆନ୍ତର୍ଜାତିକ ଆଇନ, ଚୁକ୍ତି ଓ ସନ୍ଧି ପ୍ରତି ସମ୍ମାନ ପ୍ରଦର୍ଶନ ।

ଗୁରୁତ୍ଵ – ସମ୍ବିଧାନରେ ବର୍ଣ୍ଣିତ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ କାର୍ଯ୍ୟକାରୀ କରିବାପାଇଁ ରାଷ୍ଟ୍ର ବାଧ୍ୟ ନୁହେଁ । ଏହା ନ୍ୟାୟାଳୟର ପରିସରଭୁକ୍ତ ନୁହେଁ । କିନ୍ତୁ ନିମ୍ନଲିଖତ କାରଣରୁ ଏହାର ଗୁରୁତ୍ଵ ରହିଛି :
(୧) ରାଷ୍ଟ୍ର ଶାସନର ମୌଳିକ ତତ୍ତ୍ବ – ସମ୍ବିଧାନର ୩୭ ଧାରା ଅନୁସାରେ ଚତୁର୍ଥ ଭାଗରେ ବର୍ଣ୍ଣିତ ନୀତିଗୁଡ଼ିକ ରାଷ୍ଟ୍ର ଶାସନର ମୌଳିକ ତତ୍ତ୍ଵଭାବେ କାର୍ଯ୍ୟ କରିବ ଏବଂ ସେଗୁଡ଼ିକ ଆଇନ ପ୍ରଣୟନ କଲାବେଳେ ରାଷ୍ଟ୍ର କାର୍ଯ୍ୟକାରୀ କରିବା ଉଚିତ । ଏହା ଅସ୍ତିସୂଚକ ଅଟେ ।
(୨) ନୈତିକ ମୂଲ୍ୟବୋଧର ପରିପ୍ରକାଶ – ନାଗରିକ ପ୍ରତି ରାଷ୍ଟ୍ରର ଥବା ମୌଳିକ କର୍ତ୍ତବ୍ୟଗୁଡ଼କ ଏହି ପରିଚ୍ଛେଦରେ ଉଲ୍ଲେଖ କରାଯାଇଛି । ଏହି ନୀତିଗୁଡ଼ିକ ରାଷ୍ଟ୍ରର ନୈତିକ ଏବଂ ଆଦର୍ଶଗତ ମୂଲ୍ୟବୋଧକୁ ପ୍ରକାଶ କରୁଛି । ଏହି ସୁସ୍ଥ ପରିବେଶ ନ ପାଇଲେ ବ୍ୟକ୍ତିର ଜୀବନ ସମୃଦ୍ଧ ହୋଇପାରିବ ନାହିଁ ।
(୩) ଆର୍ଥନୀତିକ ଓ ସାମାଜିକ ଗଣତନ୍ତ୍ର ପାଇଁ ପ୍ରତିଶ୍ରୁତି – ସମ୍ବିଧାନର ପ୍ରାକ୍‌କଥନରେ ବର୍ଣ୍ଣିତ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ନ୍ୟାୟପ୍ରଦାନ ପାଇଁ ଏହି ପରିଚ୍ଛେଦରେ ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ଦେଶରେ ସାମାଜିକ ଏବଂ ଆର୍ଥନୀତିକ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ।
(୪) ଜନମଙ୍ଗଳ ରାଷ୍ଟ୍ର ପ୍ରତିଷ୍ଠା – ନାଗରିକମାନଙ୍କର ସାମାଜିକ, ଆର୍ଥିକ ଓ ବୌଦ୍ଧିକ ବିକାଶ ପାଇଁ ଏହି ନୀତିଗୁଡ଼ିକର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରର କାର୍ଯ୍ୟ ପରିସରକୁ ସମ୍ପ୍ରସାରିତ କରାଯାଇ ତାହା ଯେପରି ପ୍ରତ୍ୟେକ ବ୍ୟକ୍ତିକୁ ଉପଯୁକ୍ତ ଜୀବନ ଓ ଜୀବିକାର ଅବଲମ୍ବନ ଯୋଗାଇଦେବ ତା’ର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ କରାଯାଇଛି ।

ଶାନ୍ତିପୂର୍ଣ୍ଣ ସହାବସ୍ଥାନ – ‘ନିଜେ ବଞ୍ଚ ଓ ଅନ୍ୟକୁ ବଞ୍ଚାଅ’ ନୀତି ଆମ ସମ୍ବିଧାନରେ ଅନୁସୃତ ହୋଇଛି । ସମ୍ବିଧାନର ୫୧ ଧାରାରେ ବିଶ୍ଵଶାନ୍ତି ଓ ନିରୁପଦ୍ରବତା ସପକ୍ଷରେ ନିର୍ଦ୍ଦେଶ ଦିଆଯାଇଛି । ପାରସ୍ପରିକ ବୁଝାମଣା ଓ ଆନ୍ତର୍ଜାତିକ ଆଇନ ପ୍ରତି ସମ୍ମାନ ପ୍ରଦର୍ଶନ କରି ବିବାଦଗୁଡ଼ିକର ଆପୋଷ ସମାଧାନ କରିବା ଏହି ନୀତିର ଉଦ୍ଦେଶ୍ୟ ।

ସାଂସ୍କୃତିକ ଚେତନା – ସମ୍ବିଧାନର ୪୯ ଧାରା ଭାରତର ସମୃଦ୍ଧ ସଂସ୍କୃତିର ସୁରକ୍ଷା ପାଇଁ ସଚେତନତା ସୃଷ୍ଟି କରିବା ନିମନ୍ତେ ଅତୀତର କଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ ତଥା ଐତିହାସିକ ସ୍ମାରକୀର ରକ୍ଷଣାବେକ୍ଷଣ ଦାୟିତ୍ଵ ସମ୍ପୂର୍ଣ୍ଣଭାବେ ରାଷ୍ଟ୍ରକୁ ଦିଆଯାଇଛି ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ରାଷ୍ଟ୍ର ନିୟାମକ ତତ୍ତ୍ଵର ଆଇନଗତ ସ୍ଥିତି ଦୁର୍ବଳ ଅଟେ । ଅଧ୍ୟାପକ ଆଇଭର ଜେନିଙ୍ଗ୍‌ସଙ୍କ ମତରେ, ଏହା କେବଳ ‘ପବିତ୍ର କଳ୍ପନା’ (Pious aspirations) ର ସୁରମ୍ୟ ଉଦ୍ୟାନ ଅଟେ । କେ.ସି. ହୁଏରଙ୍କ ଭାଷାରେ, ସମ୍ବିଧାନର ଗୁଣବର୍ଦ୍ଧନ ପାଇଁ ଏହାର କିଛି ଅବଦାନ ନାହିଁ, ବରଂ ସାମ୍ବିଧାନିକ ମୂଳଭିତ୍ତି ଉପରେ ନିନ୍ଦାଜନକ ଆକ୍ଷେପ ସୃଷ୍ଟି କରିବାରେ ଏହା ସହାୟତା ଦେଉଛି ।

୧୯୫୦ର ଚମ୍ପକମ୍ ଦୋରାଇରାଜନ୍ ମକଦ୍ଦମା, ୧୯୭୩ ମସିହାର କେଶବାନନ୍ଦ ଭାରତୀ ମକଦ୍ଦମା ତଥା ୧୯୮୦ ମସିହାର ମିନର୍ଭା ମିଲ ମକଦ୍ଦମାରେ ଭାରତର ଉଚ୍ଚତମ ନ୍ୟାୟାଳୟଦ୍ବାରା ରାଷ୍ଟ୍ରନିୟାମକ ତତ୍ତ୍ଵ ଅପେକ୍ଷା ମୌଳିକ ଅଧ‌ିକାରକୁ ଅଧ‌ିକ ଗୁରୁତ୍ଵ ପ୍ରଦାନ କରାଯାଇଛି । ମାତ୍ର ଏ ସମସ୍ତ ରାଷ୍ଟ୍ର ନିୟାମକ ତତ୍ତ୍ଵର ଗୁରୁତ୍ଵକୁ ହ୍ରାସ କରେ ନାହିଁ । ବରଂ ଏହା ଭାରତରେ ଅର୍ଥନୈତିକ ଗଣତନ୍ତ୍ରର ମୂଳଦୁଆ ପକାଇ ମୌଳିକ ଅସ୍ଵୀକାରଦ୍ଵାରା ସ୍ଥାପିତ ରାଜନୈତିକ ଗଣତନ୍ତ୍ରକୁ ସୁଦୃଢ଼ କରିଥାଏ ।

ଆମ୍ବେଦକରଙ୍କ ମତରେ, ଏହି ସିଦ୍ଧାନ୍ତଗୁଡ଼ିକ ଆଇନ ଅନୁଯାୟୀ ବଳବତ୍ତର କରିବାକୁ ବ୍ୟବସ୍ଥା ନଥିଲେ ମଧ୍ୟ କୌଣସି ସରକାର ଏଗୁଡ଼ିକୁ ଉପେକ୍ଷା କରି ନିର୍ବାଚନରେ ଜନସମର୍ଥନ ଲାଭ କରିବା ବୃଥା । ତେଣୁ ଦୃଢ଼ ଜନସମର୍ଥନର ଭିଭିଭୂମି ଉପରେ ପ୍ରତିଷ୍ଠିତ ଏହି ନିର୍ଦ୍ଦେଶାବଳୀର ଗୁରୁତ୍ଵ ଓ ଆବଶ୍ୟକତା ଯଥେଷ୍ଟ ରହିଛି । ସାର୍.ବି.ଏନ୍. ରାଓଙ୍କ ଭାଷାରେ, ଏହାର ଶିକ୍ଷଣୀୟ ମୂଲ୍ୟ ରହିଛି । ସାମାଜିକ ଓ ଅର୍ଥନୈତିକ ବିପ୍ଳବ ପାଇଁ ଏଥ‌ିରେ ଲକ୍ଷ୍ୟ ସ୍ଥିର କରାଯାଇଛି । ଏହା ସରକାରର ନୈତିକ ଆଚରଣ ବିଧୂ ସହ ତୁଳନୀୟ ଅଟେ । ଏହା ସାମ୍ବିଧାନିକ ବ୍ୟବସ୍ଥା ରୂପାୟନର ପ୍ରାଣକେନ୍ଦ୍ର ।

୩ । ଭାରତୀୟ ନାଗରିକର ମୌଳିକ କର୍ତ୍ତବ୍ୟ (Fundamental Duties)ର ବୈଶିଷ୍ଟ୍ୟ, ପ୍ରକାର ଓ ବ୍ୟାବହାରିକ ମୂଲ୍ୟ ଆଲୋଚନା କର ।
Answer:
ଅଧିକାର ଓ କର୍ତ୍ତବ୍ୟ ମଧ୍ୟରେ ଏକ ଆନ୍ତଃସମ୍ପର୍କ ରହିଛି । ଭାରତର ମୂଳ ସମ୍ବିଧାନରେ କେବଳ ମୌଳିକ ଅଧିକାରର ବ୍ୟବସ୍ଥା ରହିଥିବାବେଳେ ମୌଳିକ କର୍ଭବ୍ୟ ସ୍ଥାନ ପାଇନଥିଲା । ସମ୍ବିଧାନର ୪୨ତମ ସଂଶୋଧନଦ୍ଵାରା ପ୍ରଥମଥର ପାଇଁ ମୌଳିକ କର୍ଭବ୍ୟ ନାମକ ଏକ ସ୍ଵତନ୍ତ୍ର ଅଧ୍ୟୟ ସମ୍ବିଧାନର ଅଂଶବିଶେଷ ରୂପେ ସନ୍ନିବେଶିତ ହୋଇଛି । ଏଥ‌ିରେ ୧୦ଟି ମୌଳିକ କର୍ତ୍ତବ୍ୟ ରହିଥିଲା । ୨୦୦୨ ମସିହାର ୮୬ତମ ସମ୍ବିଧାନ ସଂଶୋଧନ ଆଇନରେ ୧୧ତମ କର୍ତ୍ତବ୍ୟ ସଂଯୋଜିତ ହୋଇଛି । ସମ୍ବିଧାନର ୪ର୍ଥ (କ) ଖଣ୍ଡର ୫୧(କ) ଧାରାରେ ଏହି କର୍ତ୍ତବ୍ୟଗୁଡ଼ିକ ସୂଚିତ ହୋଇଛି ।

(୧) ସମ୍ବିଧାନର ବ୍ୟବସ୍ଥା ପାଳନ, ଏହାର ଆଦର୍ଶ ଓ ଅନୁଷ୍ଠାନ, ଜାତୀୟ ସଙ୍ଗୀତ ଓ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ ।
(୨) ସ୍ଵାଧୀନତା ସଂଗ୍ରାମ ସମୟରେ ପ୍ରେରଣା ଦେଇଥିବା ପବିତ୍ର ଆଦର୍ଶକୁ ଅନୁସରଣ ଓ ଗ୍ରହଣ କରିବା ।
(୩) ଭାରତର ସାର୍ବଭୌମତ୍ଵ, ଐକ୍ୟ ଓ ଅଖଣ୍ଡତାର ସଂରକ୍ଷଣ ଓ ଦୃଢ଼ୀକରଣ, ଅନୁସରଣ ଓ ଗ୍ରହଣ କରିବା ।
(୪) ଦେଶକୁ ସୁରକ୍ଷିତ କରିବା ଓ ବିପରିକାଳରେ ଦରକାର ହେଲେ ସୈନିକ ହୋଇ ସେବା କରିବା ।
(୫) ଧର୍ମ, ଭାଷା, ଆଞ୍ଚଳିକତା, ଗୋଷ୍ଠୀଗତ ବିଭେଦର ଊର୍ଦ୍ଧ୍ବରେ ରହି ଭାରତର ଲୋକମାନଙ୍କ ମଧ୍ୟରେ ସଂହତି ଓ ଭ୍ରାତୃତ୍ଵ ଭାବ ବିକଶିତ କରାଇବା ଓ ନାରୀମାନଙ୍କ ପ୍ରତି ଅମର୍ଯ୍ୟଦାସୂଚକ ବ୍ୟବହାରକୁ ତ୍ୟାଗ କରିବା ।
(୬) ଆମର ମିଶ୍ରିତ ସଂସ୍କୃତିର ମହତ୍ତ୍ଵ ଓ ବିରାଟ ଐତିହ୍ୟକୁ ଆଦର କରିବା ଓ ସଂରକ୍ଷିତ କରିବା ।
(୭) ପ୍ରାକୃତିକ ପରିବେଷ୍ଟନୀ ବନ, ହ୍ରଦ, ନଦୀ ଓ ବନ୍ୟଜନ୍ତୁଙ୍କର ସଂରକ୍ଷଣ ଓ ବିକାଶ କରିବା ଏବଂ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରିବା ।
(୮) ବୈଜ୍ଞାନିକ ମନୋଭାବ, ମାନବିକତା, ଜିଜ୍ଞାସା ମନୋଭାବ ଓ ସଂସ୍କାର ପାଇଁ ଆଗ୍ରହ ପୋଷଣ କରିବା ।
(୯) ସାଧାରଣ ସମ୍ପଭିର ରକ୍ଷଣାବେକ୍ଷଣ କରିବା ଓ ହିଂସାତ୍ମକ କାର୍ଯ୍ୟକୁ ପରିହାର କରିବା ।
(୧୦) ଜାତିକୁ ଉଚ୍ଚତମ ସ୍ତରରେ ରଖୁବାପାଇଁ ଅବିରାମ ପ୍ରଚେଷ୍ଟା ଓ ସଫଳତା ହାସଲ ସକାଶେ ସବୁକ୍ଷେତ୍ରରେ ଉତ୍କର୍ଷତା ହାସଲ ପାଇଁ ଉଭୟ ବ୍ୟକ୍ତିଗତ ଓ ସାମୂହିକ ଉଦ୍ୟମ କରିବା ।
(୧୧) ପ୍ରତ୍ୟେକ ପିତାମାତା ନିଜର ଛଅ ବର୍ଷରୁ ଚଉଦ ବର୍ଷ ମଧ୍ୟରେ ଥିବା ପିଲାମାନଙ୍କୁ ମାଗଣା ତଥା ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ପ୍ରଦାନରେ ସୁଯୋଗ ଦେବେ ।

ବୈଶିଷ୍ଟ୍ୟ :
(୧) ସଙ୍କଟାରିଷ୍ଟ – ଜରୁରିକାଳୀନ ପରିସ୍ଥିତି ଗର୍ଭରୁ ଏହାର ଜନ୍ମ । ରାଷ୍ଟ୍ରର ସଂକଟ ସମୟରେ ବ୍ୟକ୍ତିର କର୍ତ୍ତବ୍ୟ ଏକମାତ୍ର ଉପଚାର ହିସାବରେ ପ୍ରୟୋଗ କରାଯାଇଛି । ତେଣୁ ଏହା ସଙ୍କଟାରିଷ୍ଟ ନାମରେ ଖ୍ୟାତ ।
(୨) ଆଇନମାନଙ୍କର ସାରତତ୍ତ୍ଵ – ୧୯୭୬ ମସିହା ପୂର୍ବରୁ ଅନେକ ଆଇନ ପ୍ରବର୍ତ୍ତିତ ହୋଇଥିଲା; ମାତ୍ର ବ୍ୟକ୍ତିର କର୍ତ୍ତବ୍ୟ ସମ୍ପର୍କରେ କିଛି ସୂଚନା ନଥିଲା । ଏହା – ନୂତନ ହେଲେ ମଧ୍ୟ ଆଇନମାନଙ୍କ ମଧ୍ୟରେ ସାରତତ୍ତ୍ଵ ଅଟେ ।
(୩) ପରିପୂରକ – ରାଷ୍ଟ୍ରୀୟ କର୍ତ୍ତବ୍ୟର ଏହା ଏକ ପରିପୂରକ ଅନୁଶାସନ । ରାଷ୍ଟ୍ରୀୟ ନୀତି ନିୟାମକ ନିର୍ଦ୍ଦେଶାବଳୀକୁ ରାଷ୍ଟ୍ରୀୟ କର୍ତ୍ତବ୍ୟ କୁହାଯାଏ । ଏକ ଅନୁଚ୍ଛେଦରେ ରାଷ୍ଟ୍ରୀୟ କର୍ତ୍ତବ୍ୟ ଓ ବ୍ୟକ୍ତିର କର୍ତ୍ତବ୍ୟକୁ ସଂଯୁକ୍ତ କରାଯାଇଛି । ଏହା ନାଗରିକର ଅଧୁକାରର ପରିପୂରକ ଅଟେ ।
(୪) ଅନ୍ତର୍ନିର୍ଯ୍ୟାସ – ଅଧିକାଂଶ କର୍ତ୍ତବ୍ୟ ଅନ୍ତର୍ନିର୍ଯ୍ୟାସ ଅଟେ ଏବଂ ଏହା ଆଇନଦ୍ଵାରା ଦଣ୍ଡନୀୟ ହୋଇପାରେନା । ଉଦାହରଣସ୍ୱରୂପ, ବୈଜ୍ଞାନିକ ଦୃଷ୍ଟିକୋଣ ଏକ ଅନ୍ତଃନିଷ୍ଠ ଅବସ୍ଥା । ଏହା ନାଗରିକମାନଙ୍କ ପାଇଁ ଉଦ୍ଦିଷ୍ଟ; ମାତ୍ର ବିଦେଶୀମାନଙ୍କ ପାଇଁ ନୁହେଁ ।
(୫) ସଂଶୟଯୁକ୍ତ – କେତେକ କର୍ତ୍ତବ୍ୟ ସଂଶୟଯୁକ୍ତ ଏବଂ ଅସ୍ପଷ୍ଟ । ଉଦାହରଣସ୍ୱରୂପ, ଜାତୀୟ ସ୍ଵାଧୀନତା ସଂଗ୍ରାମର ମହନୀୟ ଆଦର୍ଶକୁ ଅନୁସରଣ କରିବା ଏବଂ ସେଥୁପ୍ରତି ଆଗ୍ରହ ପ୍ରକାଶ କରିବା ଏକ କର୍ତ୍ତବ୍ୟ ଅଟେ । ଏହା ଅସୃଷ୍ଟ ଅଟେ ।

ପ୍ରକାରଭେଦ – କର୍ତ୍ତବ୍ୟକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି; ଯଥା –
(୧) ଆଇନଗତ,
(୨) ରାଜନୈତିକ,
(୩) ସାମାଜିକ,
(୪) ଅର୍ଥନୈତିକ,
(୫) ନୈତିକ ।

CHSE Odisha Class 11 Political Science Solutions Chapter 11 ଭାରତୀୟ ସମ୍ବିଧାନରେ ଅଧିକାର

ବ୍ୟାବହାରିକ ମୂଲ୍ୟ :
(୧) ରଙ୍ଗିନ୍ କଳ୍ପନା – କର୍ତ୍ତବ୍ୟଗୁଡ଼ିକ ଏକ ରଙ୍ଗିନ୍ କଳ୍ପନାର ଚିତ୍ର ପ୍ରଦାନ କରିଅଛି । ଭାରତୀୟ ଜାତୀୟ ଆଦର୍ଶରେ ଲୋକଙ୍କୁ ଅନୁପ୍ରାଣିତ କରି ସେମାନଙ୍କ ଜୀବନ ଓ ଆଚରଣକୁ ସଭ୍ୟ ଏବଂ ଉନ୍ନତ କରିବାପାଇଁ ଏକ ରଙ୍ଗିନ୍ କଳ୍ପନା ଏଥରେ ରୂପାୟିତ ହୋଇଅଛି ।
(୨) ଚେତାବନୀ – ଆଇନଦ୍ଵାରା କର୍ତ୍ତବ୍ୟ ନିର୍ଦ୍ଧାରଣ କରିବାପାଇଁ ଏହା ଏକ ତାଗିଦ୍ ବା ନିର୍ଦେଶ । ଆଇନଦ୍ଵାରା କର୍ତ୍ତବ୍ୟ ନିର୍ଦ୍ଧାରିତ ହୁଏ । କେଉଁ କେଉଁ କର୍ତ୍ତବ୍ୟ ଆଇନ ନିର୍ଦ୍ଧାରଣ କରିବ ତା’ର ଏକ ନମୁନା ବା ଏକ ଛାଞ୍ଚ ଏଥିରେ ସନ୍ନିବିଷ୍ଟ ହୋଇଅଛି । ଏଗାର କର୍ତ୍ତବ୍ୟ ଆଇନ ପ୍ରଣୟନକାରୀଙ୍କ ପାଇଁ ଏକ ଚେତାବନୀ ହିସାବରେ କାର୍ଯ୍ୟ କରୁଅଛି ।
(୩) ଆଚରଣ ନମୁନା – ବ୍ୟକ୍ତିଗତ ଆଚରଣର ଆଦର୍ଶ ନମୁନା ଏଗାର କର୍ତ୍ତବ୍ୟ ବ୍ୟକ୍ତିର ଆଚରଣର ଏକ ଆଦର୍ଶ ନମୁନା । ଆଦର୍ଶ ନାଗରିକର ଏହା ହିଁ ପ୍ରକୃତ ଆଚରଣ ନିୟମରୂପେ କାର୍ଯ୍ୟ କରିପାରିବ ।
(୪) ଅଙ୍ଗାଙ୍ଗୀ ଜଡ଼ିତ – କର୍ଭବ୍ୟ ହେଉଛି ନାଗରିକତାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ମୌଳିକ ଅଧିକାର ଉପରେ କର୍ତ୍ତବ୍ୟ ଏକ ଅଙ୍କୁଶ । ନାଗରିକତାର ଏହା ଏକ ଅବିଚ୍ଛେଦ୍ୟ ଅଙ୍ଗ । ଅଧିକାର ଏବଂ କର୍ଭବ୍ୟ ପ୍ରତ୍ୟେକ ନାଗରିକର ଦୁଇଟି ଭ୍ରୂଲତା ପରି କାର୍ଯ୍ୟ କରୁଅଛି ।

୪ । ମୌଳିକ ଅଧିକାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ବା ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ମଧ୍ୟରେ ପ୍ରଭେଦ ବର୍ଣ୍ଣନା କର ।
Answer:
ସମ୍ବିଧାନର ତୃତୀୟ ଖଣ୍ଡରେ ସ୍ଥାନିତ ମୌଳିକ ଅଧୂକାର ଓ ଚତୁର୍ଥ ଖଣ୍ଡରେ ବର୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ବ ମଧ୍ୟରେ ନିମ୍ନଲିଖୂ ମୁଖ୍ୟ ପାର୍ଥକ୍ୟ ପରିଦୃଷ୍ଟ ହୋଇଥାଏ; ଯଥା –
(୧) ମୌଳିକ ଅସ୍ଵୀକାରଗୁଡ଼ିକ ନାସ୍ତିବାଚକ । ନାଗରିକମାନଙ୍କ ଅଧିକାର ଉପରେ ହସ୍ତକ୍ଷେପ କରିବାକୁ ଏହାଦ୍ଵାରା ଏହାଦ୍ବାରା ରାଷ୍ଟ୍ରକୁ ବାରଣ କରାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିଗୁଡ଼ିକ ଅସ୍ତିବାଚକ । ନାଗରିକ ତଥା ସମାଜର ମଙ୍ଗଳସାଧନ ନିମନ୍ତେ କେତେଗୁଡ଼ିଏ କାର୍ଯ୍ୟ କରିବାପାଇଁ ଏହାଦ୍ଵାରା ନିର୍ଦ୍ଦେଶ ଦିଆଯାଇଛି ।
(୨) ମୌଳିକ ଅଧୂକାରଗୁଡ଼ିକ ବିଚାରାଳୟଦ୍ବାରା ସାବ୍ୟସ୍ତ କରାଯାଇପାରିବ । ରାଷ୍ଟ୍ର ଓ ଅନ୍ୟ କୌଣସି ଅନୁଷ୍ଠାନ ବା ବ୍ୟକ୍ତିବିଶେଷଦ୍ବାରା ମୌଳିକ ଅଧିକାର କ୍ଷୁଣ୍ଣ ହେଲେ ତା’ର ପ୍ରତିକାର ବ୍ୟବସ୍ଥା ବିଚାରାଳୟଦ୍ୱାରା କରାଯାଇପାରିବ ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକ ବିଚାରାଳୟଦ୍ବାରା ସାବ୍ୟସ୍ତ ହୋଇପାରିବ ନାହିଁ । ସରକାର ନିର୍ଦ୍ଦେଶମୂଳକ ନୀତିକୁକାର୍ଯ୍ୟକାରୀ ନ କଲେ ସେଥୁପାଇଁ କେହି ମକଦ୍ଦମା କରିପାରିବେ ନାହିଁ । ଏଣୁ ଏଗୁଡ଼ିକ ସରକାରଙ୍କୁ କେବଳ ଏକ ନିର୍ଦ୍ଦେଶ ବୋଲି ଗ୍ରହଣ କରାଯାଏ ।
(୩) ସମ୍ବିଧାନରେ ମୌଳିକ ଅଧିକାରକୁ ଅନେକ ପ୍ରାଧାନ୍ୟ ଦିଆଯାଇଛି । ଏଗୁଡ଼ିକୁ ବିଚାରାଳୟର ପରିସରଭୁକ୍ତ ମୌଳିକ ଅଧ୍ଵରର ଗୁରୁତ୍ଵ ବୃଦ୍ଧି ପାଇଛି ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତିଗୁଡ଼ିକୁ ବିଚାରାଳୟ ପରିସରଭୁକ୍ତ କରାଯାଉ ନଥିବାରୁ ଏହା ଗୁରୁତ୍ବହୀନ ହୋଇପଡ଼ିଛି ।
(୪) ମୌଳିକ ଅସ୍ଵୀକାରଗୁଡ଼ିକ ନାଗରିକମାନଙ୍କୁ ରାଜନୀତିକ ଅଧିକାର ପ୍ରଦାନ କରେ ଓ ରାଷ୍ଟ୍ରରେ ଗଣତନ୍ତ୍ର ପ୍ରତିଷ୍ଠା କରେ ।
ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ରାଷ୍ଟ୍ରରେ ନାଗରିକମାନଙ୍କୁ ସାମାଜିକ ଓ ଆର୍ଥନୀତିକ ଅଧିକାର ପ୍ରଦାନ କରିବା ସହିତ ରାଷ୍ଟ୍ର ମଧ୍ୟରେ ସାମାଜିକ ନ୍ୟାୟ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା ଦିଗରେ ସହାୟକ ହୁଏ ।
(୫) ମୌଳିକ ଅଧ୍ୟାରଗୁଡ଼ିକ କେବଳ ନାଗରିକାମନଙ୍କ ନିମନ୍ତେ ଉଦ୍ଦିଷ୍ଟ । ଅନ୍ୟପକ୍ଷରେ ରାଷ୍ଟ୍ରୀୟ ନିର୍ଦ୍ଦେଶମୂଳକ ନୀତି ସମାଜ ସହିତ ସଂଯୁକ୍ତ ଓ ସାମଜର ସାମୂହିକ ଉନ୍ନତି ପାଇଁ ଉଦ୍ଦିଷ୍ଟ ।
(୬) ମୌଳିକ ଅଧିକାର ଭାରତକୁ ଏକ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବରେ ବିବେଚନା କରିଥିବା ସ୍ଥଳେ ରାଷ୍ଟ୍ରୀୟ ନିର୍ଦେଶମୂଳକ ନୀତିଗୁଡ଼ିକ ତାହାକୁ ଏକ ଜନମଙ୍ଗଳ ସମାଜବାଦୀ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଛନ୍ତି ।
(୭) ମୌଳିକ ଅଧିକାରଗୁଡ଼ିକୁ ରାଷ୍ଟ୍ର ନିୟାମକ ତତ୍ତ୍ବ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଇଛି । ମୌଳିକ ଅଧିକାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ମଧ୍ଯରେ ସଂଘର୍ଷ ହେଲେ ମୌଳିକ ଅଧୂକାର ହିଁ ବଳବତ୍ତର ରହିବ । ୧୯୫୦ ମସିହାର ଚମ୍ପକମ୍ ଦୋରାଇରାଜନ୍ ମକଦ୍ଦମା, ୧୯୭୩ର କେଶବାନନ୍ଦ ଭାରତୀ ମକଦ୍ଦମା ଓ ୧୯୮୦ ମସିହାର ମିନର୍ଭା ମିଲ୍ସ୍ ମକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟ ଉପରୋକ୍ତ ମତକୁ ସାବ୍ୟସ୍ତ କରିଛନ୍ତି ।

ମୌଳିକ ଅଧିକାର ଏକ ଗଣତାନ୍ତ୍ରିକ ବ୍ୟବସ୍ଥାର ଓ ରାଷ୍ଟ୍ର ନିୟାମକ ତତ୍ତ୍ବ ଏକ ନ୍ୟାୟୋଚିତ ସାମାଜିକ ବ୍ୟବସ୍ଥା ସୃଷ୍ଟିର ପଥ ସୁଗମ କରିବା ପାଇଁ ଉଦ୍ଦିଷ୍ଟ । ଉଭୟଙ୍କ ମଧ୍ୟରେ ପାର୍ଥକ୍ୟର ସଂଘର୍ଷ ମଧ୍ୟ ସମ୍ଭବ । ଆବଶ୍ୟକତା ଦୃଷ୍ଟିରୁ କୌଣସି ଗୋଟିକୁ ଜଳାଞ୍ଜଳି ନ ଦେଇ ନ୍ୟାୟୋଚିତ ଭାରସାମ୍ୟ ରକ୍ଷା କରାଯିବା ବିଧେୟ ।

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

Odisha State Board CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା Questions and Answers.

CHSE Odisha 11th Class Political Science Solutions Chapter 4 ସ୍ଵତନ୍ତ୍ରତା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଲିବର୍ଟି (ସ୍ଵାଧୀନତା) ଶବ୍ଦଟି ଲାଟିନ୍ ଶବ୍ଦ ________ ରୁ ଆନୀତ ଓ ଏହାର ଅର୍ଥ _____________ ।
(କ) ଲିବର, ମୁକ୍ତି
(ଖ) ପଲିସ୍; ନଗର-ରାଜ୍ୟ
(ଗ) ନେସିଓ, ଜାତି
(ଘ) ଫୋଏଡ଼ସ୍‌, ଚୁକ୍ତି
Answer:
(କ) ଲିବର; ମୁକ୍ତି

୨ । ସ୍ଵତନ୍ତ୍ରତାର ଅର୍ଥ __________ ର ସମ୍ପୂର୍ଣ୍ଣ ଅନୁପସ୍ଥିତି ନୁହେଁ ।
(କ) ଅସ୍ଵୀକାର
(ଖ) ସମାନତା
(ଗ) ନ୍ୟାୟ
(ଘ) ନିୟନୃଣ
Answer:
(ଘ) ନିୟନୃଣ

୩ । ___________ ବିନା ରାଜନୈନିକ ସ୍ଵତନ୍ତ୍ରତା ମୂଲ୍ୟହୀନ ।
(କ) ସାମାଜିକ ସମାନତା
(ଖ) ସାମାଜିକ ଅଧୂକାର
(ଗ) ଅର୍ଥନୈତିକ ସମାନତା
(ଘ) ଧାର୍ମିକ ସ୍ଵତନ୍ତ୍ରତା
Answer:
(ଗ) ଅର୍ଥନୈତିକ ସମାନତା

୪ । ଚିରନ୍ତନ _________ ସ୍ୱତନ୍ତ୍ରତାର ମୂଲ୍ୟ ଅଟେ ।
(କ) ଜାଗୃତି/ ସତର୍କତା
(ଖ) ଆଦୃତି
(ଗ) ବିକାର
(ଘ) ଆବଶ୍ୟକତା
Answer:
(କ) ଜାଗୃତି /ସତର୍କତା

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

୫ । ସରକାର ଗଠନ, ନିୟନ୍ତ୍ରଣ ଓ ସମାଲୋଚନା କରିବା ___________ ସ୍ୱତନ୍ତ୍ରତା ଅଟେ ।
(କ) ସାମାଜିକ
(ଖ) ଅର୍ଥନୈତିକ
(ଗ) ରାଜନୈତିକ
(ଘ) ଧାମିିିକ
Answer:
(ଗ) ରାଜନୈତିକ

୬ । ___________ ସ୍ଵତନ୍ତ୍ରତା ପାଇଁ ପ୍ରଥମ ସର୍ଭ ଅଟେ ।
(କ) ନ୍ୟାୟ
(ଖ) ସମାନତା
(ଗ) ଆଇନ
(ଘ) ନ୍ୟାୟାଳୟ
Answer:
(ଗ) ଆଇନ

୭ । ଏକ __________ ସମ୍ବିଧାନ ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ଆବଶ୍ୟକ ।
(କ) ଲିଖୁତ ଓ ଅନମନୀୟ
(ଖ) ଅଲିଖତ ଓ ନମନୀୟ
(ଗ) ଲିଖୁତ ଓ ନମନୀୟ
(ଘ) ଅଲିଖତ ଓ ଅନମନୀୟ
Answer:
(କ) ଲିଖତ ଓ ଅନମନୀୟ

୮। __________ ବିନା ସ୍ଵାତନ୍ତ୍ର୍ୟ ଉପଭୋଗ କରାଯାଇପାରିବ ନାହିଁ ।
(କ) ଅର୍ଥନୈତିକ ନ୍ୟାୟ
(ଖ) ସାମାଜିକ ବ୍ୟବସ୍ଥା
(ଗ) ରାଜନୈତିକ ସଂଗଠନ
(ଘ) ସମାନତା
Answer:
(ଘ) ସମାନତା

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧। ଜାତୀୟ ସ୍ଵତନ୍ତ୍ରତା କାହାକୁ କହନ୍ତି ?
Answer:
ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତିଲାଭ କରି ଗୋଟିଏ ରାଷ୍ଟ୍ର ସ୍ଵାଧୀନଭାବରେ ନିଜର କାର୍ଯ୍ୟପନ୍ଥା ସ୍ଥିର କଲେ ତାକୁ ଜାତୀୟ ସ୍ଵତନ୍ତ୍ରତା କୁହାଯାଏ ।

୨ । ରାଜନୈତିକ ସ୍ବତନ୍ତ୍ରତା କ’ଣ ?
Answer:
ନାଗରିକମାନଙ୍କୁ ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ଅଂଶଗ୍ରହଣର ସୁଯୋଗ ଦେବାକୁ ରାଜନୈତିକ ସ୍ଵତନ୍ତ୍ରତା କୁହାଯାଏ ।

୩ । ପ୍ରାକୃତିକ ସ୍ଵତନ୍ତ୍ରତା (Natural Liberty) କ’ଣ ?
Answer:
ମଣିଷ, ରାଷ୍ଟ୍ର ବା ସଭ୍ୟ ସମାଜ ସୃଷ୍ଟି ହେବା ପୂର୍ବରୁ ପ୍ରକୃତି କୋଳରେ ଯେଉଁ ସ୍ଵତନ୍ତ୍ରତାକୁ ଉପଭୋଗ କରାଯାଏ ତାହାକୁ ‘ପ୍ରାକୃତିକ ସ୍ଵତନ୍ତ୍ରତା’ କୁହାଯାଏ । ଏହି ସ୍ଵତନ୍ତ୍ରତା ମଣିଷର ସହଜାତ ବୋଲି ମନେକରାଯାଏ । ରାଷ୍ଟ୍ର ସୃଷ୍ଟି ପରେ ଏହା ନିରର୍ଥକ ହୋଇଯାଇଛି ।

୪ । ସ୍ଵତନ୍ତ୍ରତାର ସୁରକ୍ଷା କିପରି କରାଯାଇ ପାରିବ ?
Answer:
ଆଇନର ଶାସନ, ଗଣତାନ୍ତ୍ରିକ ସରକାର, ସ୍ଵାଧୀନ ନ୍ୟାୟପାଳିକା, ଅର୍ଥନୈତିକ ସମାନତା, କ୍ଷମତାର ବିକେନ୍ଦ୍ରୀକରଣ ଆଦି ମାଧ୍ୟମରେ ସ୍ଵତନ୍ତ୍ରତାର ସୁରକ୍ଷା କରାଯାଇ ପାରିବ ।

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

୫ । ସ୍ଵତନ୍ତ୍ରତାର ବିଭିନ୍ନ ପ୍ରକାରଭେଦ ସୂଚିତ କର ।
Answer:
ପ୍ରାକୃତିକ ସ୍ଵତନ୍ତ୍ରତା, ସାମାଜିକ ବା ବ୍ୟକ୍ତିଗତ ସ୍ଵତନ୍ତ୍ରତା, ରାଜନୈତିକ ସ୍ଵତନ୍ତ୍ରତା, ଅର୍ଥନୈତିକ ସ୍ଵତନ୍ତ୍ରତା ଜାତୀୟ ସ୍ଵତନ୍ତ୍ରତା ହେଉଛି ସ୍ଵତନ୍ତ୍ରତାର ବିଭିନ୍ନ ପ୍ରକାରଭେଦ ।

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ

୧ । ଅବାଧରେ ବା ବିନା ପ୍ରତିବନ୍ଧକରେ ଯେକୌଣସି କାର୍ଯ୍ୟ କରିବାର ସ୍ଵାଧୀନତାକୁ କ’ଣ କୁହାଯାଏ ?
Answer:
ନିରଙ୍କୁଶ ବା ନକାରାତ୍ମକ ସ୍ଵତନ୍ତ୍ରତା

୨ । ଯୁକ୍ତଯୁକ୍ତ ପ୍ରତିବନ୍ଧକ ସହ ଉପଲବ୍ଧ ବ୍ୟକ୍ତି ସ୍ଵତନ୍ତ୍ରତାକୁ କ’ଣ କୁହାଯାଏ ?
Answer:
ସକାରାତ୍ମକ ବା ବାସ୍ତବ ସ୍ଵତନ୍ତ୍ରତା

୩ । “ ସ୍ଵତନ୍ତ୍ରତା ହେଉଛି ଅତ୍ୟଧ୍ଵକ ଶାସନର ବିପରୀତ” ଏହା କିଏ କହିଥିଲେ ?
Answer:
ସିଲି

୪ । “ ସ୍ଵତନ୍ତ୍ରତାର ଅର୍ଥ ସମସ୍ତ ନିୟନ୍ତ୍ରଣର ଅନୁପସ୍ଥିତି ନୁହେଁ, ବରଂ ଅନୁଚିତ ଓ ଅବିବେକୀ ନିୟନ୍ତ୍ରଣ ପରିବର୍ତ୍ତେ ଉଚିତ ଓ ବିଚାରବନ୍ତ ନିୟନ୍ତ୍ରଣର ଉପସ୍ଥିତି ।”– ଏହି ଉକ୍ତି କାହାର ?
Answer:
ମେକେୱି

୫ । “ ଯେଉଁଠାରେ ଆଇନ ନାହିଁ, ସେଠାରେ ସ୍ଵତନ୍ତ୍ରତା ନାହିଁ ।” – ଏହା କାହାର ମତ ?
Answer:
ଜନ୍ ଲକ୍

୬ । “ ମଣିଷ ସ୍ଵାଧୀନ ହୋଇ ଜନ୍ମ ହୋଇଥିଲେ ମଧ୍ୟ ସବୁଠି ଶୁଙ୍ଖଳାବଦ୍ଧ ହୋଇଥାଏ ।”–ଏହା କାହାର ଉକ୍ତି ?
Answer:
ରଷୋ

(D) ଭ୍ରମ ସଂଶୋଧନ କର ।

୧ । ଚିରନ୍ତନ ସତର୍କତା ସ୍ଵତାନ୍ତ୍ରତାର ଶତ୍ରୁ ଅଟେ ।
Answer:
ଚିରନ୍ତନ ସତର୍କତା ସ୍ଵତାନ୍ତ୍ରତାର ମୂଲ୍ୟ ଅଟେ ।

୨ । ବ୍ୟକ୍ତିଗତ ସ୍ଵତନ୍ତ୍ରତା ରାଷ୍ଟ୍ର ବାହାରେ ମିଳିବା ସମ୍ଭବ ।
Answer:
ବ୍ୟକ୍ତିଗତ ସ୍ଵତନ୍ତ୍ରତା ରାଷ୍ଟ୍ର ବାହାରେ ମିଳିପାରେ ନାହିଁ ।

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

୩ । ରାଷ୍ଟ୍ରର ଆଇନ ସ୍ଵତନ୍ତ୍ରତାକୁ ସଙ୍କୁଚିତ କରେ ।
Answer:
ରାଷ୍ଟ୍ରର ଆଇନ ସ୍ଵତନ୍ତ୍ରତାକୁ ସୁରକ୍ଷା ପ୍ରଦାନ କରେ ।

୪ । ଆଇନ ଓ ସ୍ଵତନ୍ତ୍ରତା ପରସ୍ପରର ବିରୋଧୀ ।
Answer:
ଆଇନ ଓ ସ୍ଵତନ୍ତ୍ରତା ବିପରୀତ କ୍ରମେ ପରସ୍ପରର ସମାନୁପାତିକ ।

୫ । ଅର୍ଥନୈତିକ ସମାନତା ସ୍ଵତନ୍ତ୍ରତାର ବିଲୟ ଘଟାଇଥାଏ ।
Answer:
ଅର୍ଥନୈତିକ ସମାନତା ସ୍ଵତନ୍ତ୍ରତାର ସୁରକ୍ଷା କରିଥାଏ ।

୬ । ମୁକ୍ତ ଓ ନିରପେକ୍ଷ ଗଣମାଧ୍ଯମ ସହ ସ୍ୱତନ୍ତ୍ରତାର ସୁରକ୍ଷାର କୌଣସି ସଂପର୍କ ନାହିଁ ।
Answer:
ମୁକ୍ତ ଓ ନିରପେକ୍ଷ ଗଣମାଧ୍ଯମ ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ଆବଶ୍ୟକ ଅଟେ ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । ଆଇନ ଓ ସ୍ଵତନ୍ତ୍ରତା _______ ଭାବରେ ସମାନୁପାତିକ ।
Answer:
ବିପରାତ

୨ । ଆଇନ ଓ ସ୍ଵତନ୍ତ୍ରତା ପରସ୍ପରର _________ ।
Answer:
ପରିପୂରକ

୩ । ବାସ୍ତବ ସ୍ଵତନ୍ତ୍ରତା ଏକ _________ ନୁହେଁ ।
Answer:
ଲାଇସେନ୍ସ (ଅନୁମତି ପତ୍ର)

୪ । _________ ମାନଙ୍କ ପାଇଁ ସ୍ଵତନ୍ତ୍ରତାର ଅର୍ଥ ରାଷ୍ଟ୍ରର ବିଲୟ ଅଟେ ।
Answer:
ମାର୍କ୍ସବାଦୀ ବା ସାମ୍ୟବାଦୀ

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

୫ । _________ ମାନଙ୍କ ପାଇଁ ରାଷ୍ଟ୍ର ପରି ବିଭିନ୍ନ ସଂଘର କ୍ଷମତାଲାଭ ସ୍ଵତନ୍ତ୍ରତାର ମହତ୍ତ୍ଵ ପ୍ରତିଷ୍ଠା କରେ ।
Answer:
ବହୁଳବାଦୀ (Pluralist)

୬। __________ ମାନଙ୍କ ପାଇଁ କ୍ଷମତାର ବିକେନ୍ଦ୍ରୀକରଣ ସ୍ଵତନ୍ତ୍ରତାକୁ ଉପଲବ୍ଧ କରାଇଥାଏ ।
Answer:
ଗଣତନୃବାଦା

୭ । ପ୍ରକୃତ ସ୍ୱତନ୍ତ୍ରତା _______ ନୁହେଁ ।
Answer:
ନିରଙ୍କୁଶ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ସ୍ବାତନ୍ତ୍ର୍ୟ କ’ଣ ?
Answer:
ଅନ୍ୟର ଅଧ୍ଯକାର କ୍ଷୁଣ୍ଣ ନକରି ସ୍ଵାଧିକାରକୁ ଆଇନଗତଭାବେ ଉପଭୋଗ କରିବା ହିଁ ସ୍ୱାତନ୍ତ୍ର୍ୟ, ଅର୍ଥାତ୍ ମନୁଷ୍ୟର ଜୀବନକୁ ପୂର୍ଣ୍ଣାଙ୍ଗ କରିବାପାଇଁ ଯେଉଁ ଆଇନଗତ ସୁବିଧା ସୁଯୋଗର ବ୍ୟବସ୍ଥା ପ୍ରଦାନ କରାଯାଏ, ତାହାକୁ ସ୍ବାତନ୍ତ୍ର୍ୟ କୁହାଯାଏ ।

୨ । ‘ଅସ୍ତିସୂଚକ ସ୍ବତନ୍ତ୍ରତା’ କ’ଣ ?
Answer:
ବାର୍କରଙ୍କ ମତରେ ସ୍ଵତନ୍ତ୍ରତା ବ୍ୟକ୍ତିର ନିରଙ୍କୁଶ ସ୍ଵତନ୍ତ୍ରତାକୁ ସୂଚିତ କରେନାହିଁ, ସ୍ୱତନ୍ତ୍ରତାକୁ ବୁଝାଇଥାଏ । ମେକଂଜିଙ୍କ ମତରେ ସ୍ଵତନ୍ତ୍ରତାର ଅର୍ଥ ସମସ୍ତ ପ୍ରକାର ନିୟନ୍ତ୍ରଣର ଅନୁପସ୍ଥିତି ନୁହେଁ, ବରଂ ଅନୁଚିତ ଓ ଅବିବେକୀ ନିୟନ୍ତ୍ରଣ ସ୍ଥାନରେ ଉଚିତ ଓ ବିଚାରଗତ ନିୟନ୍ତ୍ରଣ ଜାରି କରିବାକୁ ବୁଝାଇଥାଏ । ଅର୍ଥାତ୍ ରାଷ୍ଟ୍ରର ନିୟନ୍ତ୍ରଣ ସହ ଯେଉଁ ସ୍ଵତନ୍ତ୍ରତା ବ୍ୟକ୍ତି ଉପଯୋଗ କରେ, ତାକୁ ‘ଅସ୍ତିସୂଚକ ସ୍ଵତନ୍ତ୍ରତା’ ଅଟେ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ଆଇନ ଓ ସ୍ବତନ୍ତ୍ରତା ପରସ୍ପର ବିରୋଧୀ କି ?
କିମ୍ବା ,
“ ଆଇନ ହେଉଛି ସ୍ବତନ୍ତ୍ରତାର ଏକ ସର୍ଭ” ବୁଝାଅ ।
Answer:
ଆଇନ ଓ ସ୍ଵତନ୍ତ୍ରତା ମଧ୍ଯରେ ସମ୍ପର୍କ ଏକ ବିବଦମାନ ବିଷୟ ଅଟେ । କେତେକଙ୍କ ମତରେ, ଆଇନ ନିୟନ୍ତ୍ରଣର ମାଧ୍ୟମ ହୋଇଥିବାରୁ ଏହା ବ୍ୟକ୍ତିର ସ୍ଵତନ୍ତ୍ରତା ଉପରେ ଆଞ୍ଚ ଆଣେ ଏବଂ ଏହା ସଙ୍କୁଚିତ ହେବାଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଅନ୍ୟ ପକ୍ଷରେ, ଅନ୍ୟକେତେକ ରାଜନୀତିବିଜ୍ଞାନୀଙ୍କ ମତରେ, ଆଇନ ସ୍ଵେଚ୍ଛାଚାରିତାକୁ ନିୟନ୍ତ୍ରଣ କରେ, ସ୍ଵତନ୍ତ୍ରତାକୁ ନୁହେଁ । ଅତଏବ ସ୍ୱତନ୍ତ୍ରତା ଓ ଆଇନ ପରସ୍ପର ବିରୋଧୀ ନୁହନ୍ତି । ଆଇନ ମଧ୍ୟରେ ସ୍ଵତନ୍ତ୍ରତାକୁ ପ୍ରଦାନ କରାଯାଏ ଓ ସଂରକ୍ଷିତ ହୁଏ ।

ସ୍ଵତନ୍ତ୍ରତା ଏକ ଲାଇସେନ୍ସ ବା ସ୍ଵେଚ୍ଛାମୂଳକ ଅଧିକାର କିମ୍ବା ନାସ୍ତିସୂଚକ ପ୍ରକୃତିସମ୍ପନ୍ନ ନୁହେଁ ବୋଲି ଆଇନର ଯୁକ୍ତିଯୁକ୍ତ ମାନବୀୟ ନିୟନ୍ତ୍ରଣ ମାଧ୍ୟମରେ ପ୍ରତିପାଦନ କରାଯାଏ । ନିରଙ୍କୁଶ ସ୍ଵତନ୍ତ୍ରତା ପ୍ରକୃତ ସ୍ଵତନ୍ତ୍ରତାର ଅନୁପସ୍ଥିତିକୁ ସୂଚିତ କରିଥାଏ । ଏଣୁ ବାସ୍ତବତା ଦିଗରୁ ବିବେଚନା କଲେ ଆଇନ ଓ ସ୍ଵତନ୍ତ୍ରତା ପରସ୍କରର ବିରୋଧୀ ନୁହନ୍ତି । ଭିନ୍ନ ଭିନ୍ନ ରାଜନୈତିକ ପରିବେଶରେ ଆଇନ ଓ ସ୍ଵତନ୍ତ୍ରତାର ସମ୍ପର୍କ ଭିନ୍ନ ଭିନ୍ନ; କିନ୍ତୁ ଏ ଦୁହେଁ ପରସ୍ପରର ସହାୟକ ଅଟନ୍ତି ।

୨ । “ନିୟନ୍ତ୍ରଣର ଅନୁପସ୍ଥିତି ହିଁ ସ୍ଵତନ୍ତ୍ରତା ।” – ଏହା ସତ୍ୟ କି ?
କିମ୍ବା ,
ସ୍ବତନ୍ତ୍ରତା ସ୍ଵେଚ୍ଛାଚାର ବା ଲାଇସେନ୍ସ ନୁହେଁ । – ଏହା ପ୍ରମାଣ କର ।
Answer:
କେତେକ ରାଜନୀତି ବିଜ୍ଞାନୀଙ୍କ ମତରେ, ନିୟନ୍ତ୍ରଣର ଅନୁପସ୍ଥିତି ହିଁ ସ୍ଵତନ୍ତ୍ରତା । ଏହା ନାସ୍ତିସୂଚକ ସ୍ଵତନ୍ତ୍ରତା ଅଟେ । କିନ୍ତୁ ପ୍ରକୃତପକ୍ଷେ ନିୟନ୍ତ୍ରଣବିହୀନ ସ୍ଵତନ୍ତ୍ରତା ସ୍ଵେଚ୍ଛାଚାରିତାରେ ପରିଣତ ହୁଏ ଏବଂ ସ୍ଵତନ୍ତ୍ରତାର ଅନୁପସ୍ଥିତିକୁ ହିଁ ବୁଝାଏ । ଏଣୁ ସ୍ଵତନ୍ତ୍ରତା ନିରଙ୍କୁଶ ପରିଣତ ହେଲେ ତାହା ସ୍ଵତନ୍ତ୍ରତାର ବିଲୋପ ସାଧନ ପାଇଁ କ୍ଷେତ୍ର ପ୍ରସ୍ତୁତ କରେ । ଏଣୁ କୁହାଯାଏ ଯେ “My right to swing my hand ends, when other man’s nose begins” । ଏଣୁ ଆଇନ ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ ନୁହଁନ୍ତି | ଆଇନର ପରିସର ମଧ୍ୟରେ ସ୍ଵତନ୍ତ୍ରତା ଉପଭୋଗ କରାଯାଇପାରେ ।

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

୩ । ରାଜନୈତିକ ସ୍ଵତନ୍ତ୍ରତା (Political Liberty) କ’ଣ ?
Answer:
ଯେଉଁ ସ୍ଵତନ୍ତ୍ରତା ବ୍ୟକ୍ତିକୁ ରାଷ୍ଟ୍ରର ଶାସନ ପ୍ରକ୍ରିୟାରେ ଅଂଶଗ୍ରହଣର ସୁଯୋଗ ଦିଏ, ତାହାକୁ ରାଜନୈତିକ ସ୍ୱତନ୍ତ୍ରତା କୁହାଯାଏ । ଭୋଟଦାନର ଅଧିକାର, ନିର୍ବାଚନରେ ଅଂଶଗ୍ରହଣର ଅଧିକାର, ସରକାରୀ ପଦପଦବୀ ଗ୍ରହଣର ଅଧିକାର, ସରକାରଙ୍କୁ ସମାଲୋଚନା କରିବାର ଅଧୁକାର ଆଦି ମାଧ୍ୟମରେ ରାଜନୈତିକ ସ୍ଵତନ୍ତ୍ରତା ପ୍ରଦାନ କରାଯାଇଥାଏ । ଅର୍ଥନୈତିକ ଅନୁକୂଳ ପରିବେଶ ସୃଷ୍ଟି କରେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ସ୍ଵତନ୍ତ୍ରତା (Liberty) ର ସଂଜ୍ଞା ଓ ପ୍ରକୃତି ନିର୍ଦ୍ଧାରଣ କର । ଏହାର ପ୍ରକାରଭେଦ (Types) ସଂପର୍କରେ ଆଲୋଚନା କର ।
Answer:
ଇତିହାସର ପ୍ରାକ୍‌କାଳରୁ ବ୍ୟକ୍ତି ନିଜର ବ୍ୟକ୍ତିତ୍ଵର ବିକାଶ ପାଇଁ ଆଗ୍ରହ ପ୍ରକାଶ କରି ଆସୁଅଛି। ସେଥୁପାଇଁ ଆବଶ୍ୟକୀୟ ସୁବିଧା ଓ ସୁଯୋଗର ଉପସ୍ଥିତିକୁ ସ୍ଵତନ୍ତ୍ରତା ବା ସ୍ଵାଧୀନତା ନାମରେ ନାମିତ କରାଯାଇଥାଏ। ଏହି ସ୍ଵତନ୍ତ୍ରତାର ଉପଭୋଗ ପାଇଁ ମଣିଷ ବିପ୍ଳବ ଓ ଯୁଦ୍ଧ କରିବାପାଇଁ ମଧ୍ଯ ପଛଘୁଞ୍ଚା ଦିଏ ନାହିଁ । ସ୍ଵତନ୍ତ୍ରତା ଅତ୍ୟାଚାର, ଅନ୍ୟାୟ ଓ ଶୋଷଣ ବିରୁଦ୍ଧରେ ସଂଗ୍ରାମ ପାଇଁ ପ୍ରେରଣା ଦେଇଥାଏ। ସ୍ଵତନ୍ତ୍ରତାର ପ୍ରକୃତି ପରିବର୍ତ୍ତନ ହେଉଥିଲେ ମଧ୍ୟ ଏହାର ମୂଳଲକ୍ଷ୍ୟ ଅପରିବର୍ତ୍ତନୀୟ ଅଟେ ।

ଲାଟିନ୍ ଶବ୍ଦ ‘ଲିବର’ (Liber) ରୁ ସ୍ଵତନ୍ତ୍ରତା (Liberty) ଶବ୍ଦଟି ଉଦ୍ଧୃତ ହୋଇଛି। ଏହାର ସାଧାରଣ ଅର୍ଥ ‘ମୁକ୍ତ’ (Free) ବା କୌଣସି ବନ୍ଧନର ଅନୁପସ୍ଥିତି। ଏଣୁ କେତେକ ଦାର୍ଶନିକଙ୍କ ମତରେ, ସ୍ଵତନ୍ତ୍ରତାର ଅର୍ଥ ହେଉଛି ନିୟନ୍ତ୍ରଣହୀନ ଅବାଧ ସ୍ଵାଧୀନତା । ଏହାକୁ ନାସ୍ତିସୂଚକ ସ୍ଵତନ୍ତ୍ରତା (Negative Liberty) ବୋଲି କୁହାଯାଏ; କିନ୍ତୁ ଏହା ସ୍ଵତନ୍ତ୍ରତାର ପ୍ରକୃତ ଅର୍ଥ ନୁହେଁ । ପ୍ରକୃତ ସ୍ୱତନ୍ତ୍ରତା ଯୁକ୍ତିଯୁକ୍ତ ଓ ଆଇନଗତ ନିୟନ୍ତ୍ରଣ ସହ ଉପଭୋଗ କରାଯାଇଥାଏ। ଅନ୍ୟଥା ସ୍ଵତନ୍ତ୍ରତା ଏକ ଅନୁମତିପତ୍ର (Licence) ରେ ପରିଣତ ହୋଇଥାଏ। ଏହାକୁ ଆସ୍ତିସୂଚକ ସ୍ଵତନ୍ତ୍ରତା (Positive Liberty) କୁହାଯାଏ । ସ୍ଵତନ୍ତ୍ରତା ସମାଜଦ୍ଵାରା ସ୍ଵୀକୃତିପ୍ରାପ୍ତ ଓ ରାଷ୍ଟ୍ରଦ୍ୱାରା ଆଇନ ମାଧ୍ୟମରେ ପ୍ରଦତ୍ତ ଓ ସୁରକ୍ଷିତ ହେଉଥିବାରୁ ଏହା ସମସ୍ତ ନିୟନ୍ତ୍ରଣରୁ ମୁକ୍ତ ରହି ନିରଙ୍କୁଶ ହେବା ସମ୍ଭବପର ନୁହେଁ ।

ଲାସ୍କଙ୍କ ମତରେ, ସ୍ଵତନ୍ତ୍ରତା ଏଭଳି ବାତାବରଣ ସୃଷ୍ଟି କରେ ଯେଉଁଥରେ ମନୁଷ୍ୟ ନିଜର ପୂର୍ଣ୍ଣ ବିକାଶ ପାଇଁ ସୁଯୋଗପ୍ରାପ୍ତ ହୋଇଥାଏ । ଶିଲେଙ୍କ ମତରେ, “ସ୍ଵତନ୍ତ୍ରତା ଅତ୍ୟଧିକ ଶାସନର ବିପରୀତ ରୂପ ଅଟେ” । କୌଣସି ପ୍ରତିବନ୍ଧକ ନଥାଇ ନିଜର ବ୍ୟକ୍ତିତ୍ଵକୁ ବିକାଶ କରିବାର ଅଧିକାରକୁ ସ୍ଵତନ୍ତ୍ରତା କୁହାଯାଏ ବୋଲି ଜି.ଡି.ଏଚ୍.କୋଲେ ମତବ୍ୟକ୍ତ କରିଥାଆନ୍ତି। ବର୍ଷସ୍‌ ମତରେ, “ ନିଜ ବ୍ୟକ୍ତିତ୍ଵ ତଥା ଯୋଗ୍ୟତାର ପୂର୍ଣ୍ଣ ବିକାଶକୁ ବ୍ୟକ୍ତିର ସ୍ଵତନ୍ତ୍ରତା ବୋଲି କୁହାଯାଏ” । ମହାତ୍ମାଗାନ୍ଧିଙ୍କ ଭାଷାରେ, “ସ୍ଵତନ୍ତ୍ରତାର ଅର୍ଥ ନିୟନ୍ତ୍ରଣର ଅଭାବ ନୁହେଁ, ବରଂ ଏହା ବ୍ୟକ୍ତିତ୍ଵର ବିକାଶ ପାଇଁ ଉଚିତ ବାତାବରଣ ସୃଷ୍ଟି କରିଥାଏ।”

ସ୍ବତନ୍ତ୍ରତାର ପ୍ରକୃତି :
(୧) ସ୍ଵତନ୍ତ୍ରତା ନିୟନ୍ତ୍ରଣହୀନ ଓ ନିରଙ୍କୁଶ ନୁହେଁ ।
(୨) ଏହା ଉଭୟ ନାସ୍ତିସୂଚକ ଓ ଅସ୍ତିସୂଚକ ଅଟେ ।
(୩) ଏହା ବ୍ୟକ୍ତିର ପ୍ରାକୃତିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଥାଏ।
(୪) ଏହା ବ୍ୟକ୍ତିର କର୍ତ୍ତବ୍ୟ ଉପରେ ପର୍ଯ୍ୟବସିତ ହୋଇଥାଏ।

ସ୍ୱତନ୍ତ୍ରତାର ପ୍ରକାରଭେଦ :
(୧) ପ୍ରାକୃତିକ ସ୍ଵତନ୍ତ୍ରତା (Natural Liberty) – ପ୍ରାକୃତିକ ଅବସ୍ଥାର କାଳ୍ପନିକ ଚିତ୍ର ଆମ୍ଭେମାନେ ହବସ୍, ଲକ୍ ଏବଂ ରୁଷୋଙ୍କ ରାଜନୀତି ଦର୍ଶନରେ ଦେଖିବାକୁ ପାଉ । ଏହି ତିନିଜଣ ରାଜନୀତି ବିଶାରଦ ତିନି ବିଭିନ୍ନଭାବରେ ପ୍ରାକୃତିକ ବ୍ୟବସ୍ଥା (State of Nature) ର ଚିତ୍ର ବର୍ଣ୍ଣନା କରିଛନ୍ତି। ହବସ୍‌ଙ୍କ ମତରେ, ପ୍ରାକୃତିକ ଅବସ୍ଥାରେ ଲୋକମାନଙ୍କ ଜୀବନ ପରସ୍ପର ସହିତ ସୀମାହୀନ ଯୁଦ୍ଧ ଓ ସଂଘର୍ଷ ଯୋଗୁଁ ଅତ୍ୟନ୍ତ ଜଘନ୍ୟ, ଦୁଃଖପ୍ରଦ ଓ କ୍ଷଣିକ ଥଲା। ସେଠାରେ ପଶୁବଳର ଶାସନ ଥିଲା ଏବଂ ଯେ ଯାହା ପାରିଲା ଅନ୍ୟଠାରୁ ଛଡ଼ାଇ ନେଉଥିଲା। ସେଠାର ସଭ୍ୟତା ସମ୍ଭବ ନଥିଲା ବା ସୁସ୍ଥ ଜୀବନଯାପନର କୌଣସି ସମ୍ଭାବନା ନଥୁଲା। ଅନ୍ୟପକ୍ଷରେ ଲକ୍ ପ୍ରାକୃତିକ ଅବସ୍ଥାର ଏକ ରଙ୍ଗିନ ଚିତ୍ର ଦେଇ ସେଠାରେ ଲୋକମାନେ ପ୍ରାକୃତିକ ଆଇନ (Natural Law) ଦ୍ଵାରା ଶାସିତ ହେଉଥିଲେ ଏବଂ ଜୀବନ, ସ୍ଵତନ୍ତ୍ରତା ଓ ସଂପରି ପ୍ରତି ସେମାନେ ଏହି ପ୍ରାକୃତିକ ଆଇନରୁ ଅଧିକାରପ୍ରାପ୍ତ ହୋଇଥିଲା ବୋଲି ବର୍ଣ୍ଣନା କରିଛନ୍ତି ।

ଏହା ସତ୍ୟର ଅପଳାପ ବ୍ୟତୀତ ଅନ୍ୟ କିଛି ନୁହେଁ। ବ୍ୟକ୍ତିର ଅଧୁକାର କେବଳ ରାଷ୍ଟ୍ରରେ ସମ୍ଭବ। ପ୍ରାକୃତିକ ଅବସ୍ଥାରେ ଯେହେତୁ ରାଷ୍ଟ୍ର ନଥିଲା ସେଠାରେ ବ୍ୟକ୍ତି କୌଣସି ସ୍ଵତନ୍ତ୍ରତା ଉପଭୋଗ କରିବାର ପ୍ରଶ୍ନହିଁ ଉଠୁନାହିଁ । ବ୍ୟକ୍ତି ସ୍ଵତନ୍ତ୍ରଭାବରେ ଜନ୍ମ ହୋଇଥିଲା; କିନ୍ତୁ ପରବର୍ତୀ ସମୟରେ ରାଷ୍ଟ୍ରର ସୃଷ୍ଟି ଯୋଗୁ ସେ ସର୍ବତ୍ର ବନ୍ଧନରେ ବାନ୍ଧି ହୋଇଗଲା ବୋଲି ରୁଷୋ ଯେଉଁ ମତପ୍ରକାଶ କରିଛନ୍ତି ତାହା କାବ୍ୟକ ଅର୍ଥରେ ସତ୍ୟ ହୋଇପାରେ; କିନ୍ତୁ ବାସ୍ତବ ଦୃଷ୍ଟିରୁ ଆଦୌ ନୁହେଁ ।

ପୁଣି ସେହି ଆଦିମ ଯୁଗକୁ ଫେରିଯିବା ପାଇଁ ରୁଷୋଙ୍କ ନିବେଦନ ଅନ୍ଧାର, ଅଶିକ୍ଷା ଓ ଆଦିମତା ପ୍ରତି ଏକ ଅର୍ଥହୀନ ଆବେଗ ବ୍ୟତୀତ ଅନ୍ୟ କିଛି ନୁହେଁ । କାରଣ ସମାଜକୁ ଛାଡ଼ି ମନୁଷ୍ୟର ଶିକ୍ଷା, ସଭ୍ୟତା ଓ ସଂସ୍କୃତି ସମ୍ଭବ ନୁହେଁ । ତାହାର ପ୍ରଗତି ଓ ବ୍ୟକ୍ତିତ୍ଵର ବିକାଶ ମଧ୍ଯ ସମ୍ଭବ ନୁହେଁ । ସାମାଜିକ ପ୍ରାଣୀ ହିସାବରେ ଚଳିବାକୁ ହେଲେ ମନୁଷ୍ୟକୁ ସମାଜର ନିୟନ୍ତ୍ରଣ ଭିତରେ କାର୍ଯ୍ୟ କରିବାକୁ ହେବ।

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

(୨) ସାମାଜିକ ସ୍ବତନ୍ତ୍ରତା (Civil Liberty) – ସାମାଜିକ ସ୍ଵତନ୍ତ୍ରତାର ଅର୍ଥ ପ୍ରତ୍ୟେକ ସମାଜରେ ଜାତି, ଧର୍ମ, ବର୍ଣ୍ଣ ସୁବିଧାଭୋଗୀ ଗୋଷ୍ଠୀ ଏହାକୁ ଉପଭୋଗ କରୁଥିଲେ ତାହାକୁ ବାସ୍ତବରେ ସାମାଜିକ ସ୍ଵତନ୍ତ୍ରତା ବୋଲି କୁହାଯାଇପାରିବ। ଦକ୍ଷିଣ ଆଫ୍ରିକାର ବର୍ଷଭେଦ ନୀତି, ଆମେରିକାର ନିଗ୍ରୋମାନଙ୍କ ବିରୁଦ୍ଧରେ ଭେଦଭାବ ବା ଭାରତରେ ଛୁଆଁ-ଅଛୁଆଁ ଭେଦଭାବ ଏ ସମସ୍ତ ସାମାଜିକ ସ୍ଵତନ୍ତ୍ରତାର ଘୋର ବିରୋଧୀ।

ବାର୍କରଙ୍କ ଭାଷାରେ ତିନୋଟି ଅଧିକାରକୁ ନେଇ ସାମାଜିକ ସ୍ଵତନ୍ତ୍ରତା ଗଠିତ । ଯଥା-
(i) ଜୀବନ ପ୍ରତି ବିପଦ ଆପଦରୁ ଶାରୀରିକ ମୁକ୍ତି, ସୁସ୍ଥ ଏବଂ କାର୍ଯ୍ୟକାରୀ ଶରୀର ଧାରଣା।
(ii) ଚିନ୍ତାମୂଳକ ସ୍ଵତନ୍ତ୍ରତା ତଥା ବାକ୍ ସ୍ଵତନ୍ତ୍ରତା ଏବଂ ଧର୍ମ ସ୍ଵତନ୍ତ୍ରତା ଇତ୍ୟାଦି।
(iii) ଅନ୍ୟ ଲୋକମାନଙ୍କ ସହିତ ସମ୍ପର୍କ ରକ୍ଷା କରିବା ଏବଂ ନିଜ ରଚି ବା ମନୋନୀତ କାର୍ଯ୍ୟରେ ଅନ୍ୟସହିତ ଚୁକ୍ତିବଦ୍ଧ ହେବା।
ସାମାଜିକ ସ୍ଵତନ୍ତ୍ରତା ମଧ୍ଯରେ ନିମ୍ନଲିଖତ ସ୍ଵତନ୍ତ୍ରତା ଅନ୍ତର୍ଭୁକ୍ତ –
(i) ଜୀବନ ଧାରଣ କରିବା, (ii) ସମାନତା, (iii) ବାକ୍ ସ୍ଵତନ୍ତ୍ରତା, (iv) ଯିବା ଆସିବା କରିବା, (v) ଚୁକ୍ତି, (vi) ସଭାସମିତି ଗଠନ କରିବା, (vii) ଟ୍ରେଡ୍ ୟୁନିୟନ ଗଠନ କରିବା, (viii) ବ୍ୟବସାୟ କରିବା, (ix) ବିବାହ କରିବା, (x) ଚୁକ୍ତି କରିବା ଇତ୍ୟାଦି।

(୩) ବ୍ୟକ୍ତିଗତ ସ୍ବତନ୍ତ୍ରତା (Personal Liberty) – ପ୍ରତ୍ୟେକ ବ୍ୟକ୍ତି ନିଜର ଦୈନନ୍ଦିନ ଜୀବନରେ କେତେକ ସ୍ଵତନ୍ତ୍ରତା ଉପଭୋଗ କରେ ଏବଂ ସେଥିରେ ସେ କାହାର ହସ୍ତକ୍ଷେପକୁ ଗ୍ରହଣ କରିବାପାଇଁ ପ୍ରସ୍ତୁତ ନୁହେଁ । ପ୍ରତ୍ୟେକ ବ୍ୟକ୍ତି ତାହାର ବେଶଭୂଷା, ଚାଲିଚଳଣ, ଖାଦ୍ୟ, ବିବାହ ବନ୍ଧନ ଏବଂ ନିଜର ବୃତ୍ତି ଅବଲମ୍ବନ କ୍ଷେତ୍ରରେ କାହାର ହସ୍ତକ୍ଷେପ ବିନା ନିଜର ରୁଚି ଓ ପସନ୍ଦ ଅନୁଯାୟୀ ନିଜେ ନିଷ୍ପତ୍ତି ନେବାକୁ ଚାହେଁ । ଏସବୁ କ୍ଷେତ୍ରରେ ଅନ୍ୟପ୍ରତି କୌଣସି ସମସ୍ୟା ସୃଷ୍ଟି ନ କଲେ ତାହାକୁ ଏହି ଅଧିକାରଗୁଡ଼ିକ ଦେବାରେ କୌଣସି ଅସୁବିଧା ନାହିଁ। ବ୍ୟକ୍ତିର ବିକାଶ ପାଇଁ ଏସବୁ ବ୍ୟକ୍ତିଗତ ସ୍ଵତନ୍ତ୍ରତାର୍ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

(୪) ରାଜନୀତିକ ସ୍ବତନ୍ତ୍ରତା (Political Liberty) – ନିଜ ଦେଶରେ ନିଜ ସରକାର ଗଠନ ଓ ତାହାର ପରିଚାଳନାରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ରାଜନୀତିକ ସ୍ଵତନ୍ତ୍ରତା ବୋଲି କୁହାଯାଏ। ଏହି ଦୃଷ୍ଟିରୁ ପ୍ରତ୍ୟେକ ସାବାଳକକୁ ଭୋଟାଧ୍ଵର ଦିଆଯିବା ଉଚିତ। ଏହି ମତଦାନର ଅଧିକାରପ୍ରାପ୍ତ ହେଲେ ଯାଇ ବ୍ୟକ୍ତି ପୂର୍ଣ୍ଣ ନାଗରିକତା ପ୍ରାପ୍ତ ବୋଲି କୁହାଯିବ । କେତେକ ରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ ଏଭଳି କେତେକ ଲୋକ ଅଛନ୍ତି ଯେଉଁମାନଙ୍କୁ ସେହି ରାଷ୍ଟ୍ର ଭୋଟାଧ୍ଧକାରରୁ ବଞ୍ଚିତ କରିଛି । ଏହି ବ୍ୟକ୍ତିମାନେ ରାଜନୈତିକ ଅଧ୍ଧକାରରୁ ବଞ୍ଚିତ ହୋଇଥିବା ଯୋଗୁଁ ରାଷ୍ଟ୍ର ସେମାନଙ୍କର ସୁଖ, ଦୁଃଖ ପ୍ରତି କୌଣସି ଗୁରୁତ୍ଵ ଦିଏ ନାହିଁ । ଲିକକ୍‌ଙ୍କ ମତରେ, “ ରାଜନୀତିକ ସ୍ଵତନ୍ତ୍ରତା ସାମ୍ବିଧାନିକ ସ୍ବତନ୍ତ୍ରତା ଅଟେ ଏବଂ ଏହାର ଅର୍ଥ ସ୍ପଷ୍ଟ କ୍ବୋଲି କୁହାଯାଏ।

ନିମ୍ନଲିଖତ ସ୍ଵତନ୍ତ୍ରତାଗୁଡ଼ିକ ରାଜନୈତିକ ସ୍ଵତନ୍ତ୍ରତାର ପରିସରଭୁକ୍ତ ଅଟେ; ଯଥା –
(i) ଭୋଟ ଦେବା, (ii) ରାଜନୈତିକ ଓ ପ୍ରଶାସନିକ ପଦବୀ ମଣ୍ଡନ କରିବା, (iii) ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବା, (iv) ଆପରି ଅଭିଯୋଗ କରିବା, (v) ସଭାସମିତିରେ ଯୋଗଦାନ କରିବା, (vi) ଶୋଭାଯାତ୍ରା, ସଂଗଠନରେ ଯୋଗଦାନ କରିବା, (vii) ଆନ୍ଦୋଳନ କରିବା ଏବଂ ବିରୁଦ୍ଧ ମତର ପ୍ରଚାର କରିବା, ସ୍ବତନ୍ତ୍ରତା ଆଦି ଅନ୍ତର୍ଭୁକ୍ତ।

(୫) ଆର୍ଥିକ ସ୍ଵତନ୍ତ୍ରତା (Economic Liberty) – ଆର୍ଥିକ ସ୍ଵତନ୍ତ୍ରତାର ଅର୍ଥ ଏହା ଯେ ଲୋକମାନଙ୍କ ନିଜସ୍ଵ ଇଚ୍ଛାରେ କାମଧନ୍ଦା, ବୃତ୍ତି, ଅର୍ଥ ଉପାର୍ଜନର ବିକଳ୍ପ ଉପାୟ ବାଛିବାପାଇଁ ଅଧିକାର ଦିଆଯିବା ଉଚିତ। ଏଥୁରେ କେହି ହସ୍ତକ୍ଷେପ କରିବା ଉଚିତ ନୁହେଁ। ଆର୍ଥିକ ସ୍ଵତନ୍ତ୍ରତା ବିନା ରାଜନୀତିକ ସ୍ଵତନ୍ତ୍ରତାର କୌଣସି ଅର୍ଥ ନଥାଏ। ଯେଉଁ ବ୍ୟକ୍ତି ଦୁଇମୁଠା ପେଟପୂରା ଖାଇବାକୁ ପାଏ ନାହିଁ ତାହାପାଇଁ କିଏ ସରକାର ଗଢ଼ିଲା ଏବଂ କେଉଁ ଦଳର ମତବାଦ କ’ଣ ତାହାର କୌଣସି ମାନେ ନଥାଏ। ଆର୍ଥିକ ସ୍ଵତନ୍ତ୍ରତାର ଅର୍ଥ ଏହା ଯେ ଦେଶରେ ପ୍ରତ୍ୟେକ ନାଗରିକ ନିଜର ଜୀବିକା ଅର୍ଜନ ପାଇଁ ସୁରକ୍ଷା ଏବଂ ସୁବିଧା, ସୁଯୋଗ ପ୍ରାପ୍ତ ହେବା ଉଚିତ।

(୬) ରାଷ୍ଟ୍ରୀୟ ସ୍ଵତନ୍ତ୍ରତା (National Liberty) – ରାଷ୍ଟ୍ରୀୟ ସ୍ଵତନ୍ତ୍ରତା କହିଲେ ପ୍ରତ୍ୟେକ ଦେଶର ସ୍ଵତନ୍ତ୍ରତାକୁ ବୁଝାଏ। ରାଷ୍ଟ୍ରୀୟ ସ୍ଵତନ୍ତ୍ରତା ବିନା କୌଣସି ଦେଶର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ନୁହେଁ। ପୂର୍ବକାଳରେ ସବୁଦେଶ ସାମ୍ରାଜ୍ୟ ବିସ୍ତାରରେ ଲାଗି ପଡ଼ିଥିଲେ। ଯେଉଁ ଦେଶ ଯେତେ ଅଧିକ ଦେଶ ଜୟକରି ନିଜର ସାମ୍ରାଜ୍ୟ ବିସ୍ତୃତି କରିପାରୁଥିଲା ତାହାକୁ ସେତେ ଶକ୍ତିଶାଳୀ ରାଷ୍ଟ୍ର ବୋଲି କୁହାଯାଉଥିଲା। ବର୍ତ୍ତମାନ ଯୁଗରେ କେଲୋଗ-ବ୍ରାଏଣ୍ଡ ଚୁକ୍ତି ଯୁଦ୍ଧକୁ ବେଆଇନ ଘୋଷଣା କରିଛି। ଜାତିସଂଘର ସନନ୍ଦରେ ଯୁଦ୍ଧକୁ କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ର ସହିତ ବିବାଦ ସମାଧାନର ପନ୍ଥାରୂପେ ବ୍ୟବହାର କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

ଅବଶ୍ୟ ଗୋଟିଏ ପରାଧୀନ ରାଷ୍ଟ୍ର ନିଜର ସ୍ଵତନ୍ତ୍ରତା ପ୍ରାପ୍ତି ପାଇଁ ଔପନିବେଶିକ ଶକ୍ତି ବିରୋଧରେ ଯୁଦ୍ଧ କରିପାରେ । ଇଂଲଣ୍ଡ ବିରୋଧରେ ଭାରତୀୟ ଜାତୀୟ କଂଗ୍ରେସର ନେତୃତ୍ଵରେ ସଂଗ୍ରାମ ଆରମ୍ଭ ହୋଇଥିଲା । ସେହିପରିଭାବେ ଊନବିଂଶ ଶତାବ୍ଦୀରେ ଅଷ୍ଟ୍ରିଆର ବିଦେଶୀ ଶାସନ ବିରୋଧରେ ଇଟାଲୀରେ ସ୍ଵାଧୀନତା ସଂଗ୍ରାମ ଜୋର୍‌ସୋର୍‌ଭାବେ ଆରମ୍ଭ ହୋଇଥିଲା। ବିଂଶ ଶତାବ୍ଦୀରେ ବହୁ ଏସୀୟ ଏବଂ ଆଫ୍ରିକୀୟ ଦେଶରେ ମୁକ୍ତିର ସଂଗ୍ରାମ ଜୋର୍‌ସୋର୍‌ଭାବେ ଆରମ୍ଭ ହେଲା । ସାମ୍ରାଜ୍ୟବାଦୀ ଶକ୍ତିଗୁଡ଼ିକ ବାଧ୍ୟ ହୋଇ ଏହି ସ୍ଵାଧୀନତା ସଂଗ୍ରାମ ନିକଟରେ ହାର ମାନିଲେ ଏବଂ ଅନେକ ନୂତନ ସ୍ଵତନ୍ତ୍ର ଦେଶ ସୃଷ୍ଟି ହେଲା।

(୭) ଆନ୍ତର୍ଜାତିକ ସ୍ବତନ୍ତ୍ରତା (International Liberty) – ଆନ୍ତର୍ଜାତିକ ସ୍ଵତନ୍ତ୍ରତା ସମଗ୍ର ବିଶ୍ଵକୁ ନିଜ ପରିସର ମଧ୍ୟରେ ଅନ୍ତର୍ଭୁକ୍ତ କରିଥାଏ। ଏହା ବିଶ୍ବଯୁଦ୍ଧର ବିରୋଧ କରେ, ଅସ୍ତ୍ରଶସ୍ତ୍ରର ଉତ୍ପାଦନ ଉପରେ ନିୟନ୍ତ୍ରଣ ଜାରି କରିଥାଏ। ଏ ପ୍ରତ୍ୟେକ ଦେଶର ସାମରିକ ଶକ୍ତି ଉପରେ ନିୟନ୍ତ୍ରଣ ଜାରି କରେ ଯାହା ଫଳରେ ସେହି ଅଞ୍ଚଳର ବା ଅନ୍ୟ ଦେଶର ଜନସାଧାରଣଙ୍କର ସ୍ଵତନ୍ତ୍ରତା କ୍ଷୁଣ୍ଣ ହୁଏ ନାହିଁ । ଦେଶ ଦେଶ ମଧ୍ୟରେ ଥିବା ବିବାଦର ସମାଧାନ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ କରିବା ପାଇଁ ଯୁକ୍ତି ବାଢ଼ିଥାଏ।

୨ । ଆଇନ (Law) ଓ ସ୍ବତନ୍ତ୍ରତା (Liberty) ମଧ୍ୟରେ ସଂପର୍କର ତର୍ଜମା କର ।
Answer:
ବ୍ୟକ୍ତିର ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରି ତା’ର ବ୍ୟକ୍ତିତ୍ଵର ଯଥାର୍ଥ ବିକାଶ କରାଇବାପାଇଁ ଯେଉଁ ମାଧ୍ୟମକୁ ରାଷ୍ଟ୍ର ବ୍ୟବହାର କରିଥାଏ, ତାହାକୁ ଆଇନ କୁହାଯାଏ। ଅନ୍ୟପକ୍ଷରେ ସ୍ଵତନ୍ତ୍ରତା ବ୍ୟକ୍ତିର ସେହି ସମସ୍ତ ଦାବିକୁ ସୂଚିତ କରେ ଯାହା ସମାଜଦ୍ଵାରା ସ୍ଵୀକୃତିପ୍ରାପ୍ତ ଓ ରାଷ୍ଟ୍ରଦ୍ଵାରା ଆଇନ ମାଧ୍ୟମରେ ପ୍ରଦତ୍ତ ଓ ସୁରକ୍ଷିତ ହୋଇଥାଏ। ଏହାର ଉପସ୍ଥିତି ଫଳରେ ବ୍ୟକ୍ତି ନିଜର ବ୍ୟକ୍ତିତ୍ଵର ବିକାଶ ପାଇଁ ଅନୁକୂଳ ପରିବେଶ ପ୍ରାପ୍ତ ହୋଇଥାଏ।

ଆଇନ ଓ ସ୍ଵତନ୍ତ୍ରତା ମଧ୍ଯରେ ସଂପର୍କ :
(କ) ଆଇନ ଓ ସ୍ବତନ୍ତ୍ରତା ପରସ୍ପର ବିରୋଧୀ ଅଟନ୍ତି – ଜେ.ଏସ୍.ମିଲଙ୍କ ପରି ବ୍ୟକ୍ତିବାଦୀ ଓ ପ୍ରୋଧନ, ବାକୁନିବଙ୍କ ପରି ବିଶୃଙ୍ଖଳାବାଦୀଙ୍କ ମତରେ ଆଇନ ଓ ସ୍ଵତନ୍ତ୍ରତା ପରସ୍କରର ବିରୋଧୀ ଅଟନ୍ତି। ରାଷ୍ଟ୍ର ନିଜର ସାର୍ବଭୌମତ୍ଵ ଓ କର୍ତ୍ତୃତ୍ଵର ବ୍ୟାପକ ପ୍ରୟୋଗ ଫଳରେ ଯେଉଁ ଆଇନ ପ୍ରଣୟନ କରେ ତାହା ବ୍ୟକ୍ତି ସ୍ଵାତନ୍ତ୍ର୍ୟକୁ ନିୟନ୍ତ୍ରିତ ଓ ସଂକୁଚିତ କରିଥାଏ ଓ ଏହାଫଳରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକଶିତ ହୋଇପାରେ ନାହିଁ । ପୁରାତନ ବ୍ୟକ୍ତିବାଦୀମାନେ ରାଷ୍ଟ୍ରକୁ ଏକ ‘କୁ-ଆବଶ୍ୟକତା’ (Necessary-evil) ରୂପରେ ଚିତ୍ରଣ କରିଛନ୍ତି । ଏହି ରାଷ୍ଟ୍ର ଏକ ପୋଲିସ୍ ବା ‘ ନାସ୍ତିସୂଚକ’ ରାଷ୍ଟ୍ର ଅଟେ । ଏହି ବ୍ୟକ୍ତିବାଦୀମାନଙ୍କ ମତରେ, ଯେଉଁ ରାଷ୍ଟ୍ର ଯେତେ କମ୍ ଶାସନ କରେ ବା ହସ୍ତକ୍ଷେପ କରେ ତାହା ବ୍ୟକ୍ତି ସ୍ଵତନ୍ତ୍ରତା ଦୃଷ୍ଟିରୁ ସେତେ ଉନ୍ନତ ଓ ଗୁରୁତ୍ଵପୂର୍ଣ୍ଣ ଅଟେ ।

ବିଶୃଙ୍ଖଳାବାଦୀ ଓ ସଂଘବାଦୀମାନଙ୍କ ମତରେ, ବ୍ୟକ୍ତିର ସ୍ଵତନ୍ତ୍ରତାକୁ କ୍ଷୁଣ୍ଣ କରୁଥିବାରୁ ରାଷ୍ଟ୍ରର ବିଲୋପସାଧନ ଆବଶ୍ୟକ । ବସ୍ତୁବାଦୀମାନଙ୍କ ମତରେ, ରାଷ୍ଟ୍ର ନିରଙ୍କୁଶ ସାର୍ବଭୌମତ୍ବର ଅଧ୍ଯକାରୀ ହେଲେ ବ୍ୟକ୍ତିସ୍ୱାତନ୍ତ୍ର୍ୟ କ୍ଷୁଣ୍ଣ ହୁଏ ଓ ବ୍ୟକ୍ତିତ୍ଵ ବିକାଶ ପ୍ରକ୍ରିୟା ବାଧାପ୍ରାପ୍ତ ହୁଏ । ଏଣୁ ସେମାନେ ସାର୍ବଭୌମତ୍ଵର ବିଭାଜନ ଓ ରାଷ୍ଟ୍ର ପରି ବିଭିନ୍ନ ସଂଘ ମଧ୍ଯରେ ଏହାର ବଣ୍ଟନ ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଥା’ନ୍ତି। ଏହି ମତବାଦ ଅନୁଯାୟୀ ନିରଙ୍କୁଶ ବ୍ୟକ୍ତିସ୍ଵାତନ୍ତ୍ର୍ୟକୁ ଆଇନର ସଂପୂର୍ଣ୍ଣ ଅନୁପସ୍ଥିତିରେ ଉପଭୋଗ କରାଯାଇପାରେ। ଏହା ନାସ୍ତିସୂଚକ ସ୍ଵତନ୍ତ୍ରତା (Negative Liberty) ଅଟେ ।

(ଖ) ଆଇନ ଓ ସ୍ବତନ୍ତ୍ରତା ପରସ୍ପରର ପରିପୂରକ ଅଟନ୍ତି – ଆଧୁନିକ ଉଦାରବାଦୀ ଦାର୍ଶନିକ; ଯଥା– ଗ୍ରୀନ୍, ଲାସ୍କି, ବାର୍କର ଏବଂ ଆଦର୍ଶବାଦୀ ଦାର୍ଶନିକ; ଯଥା- ରୁଷୋ, ହିଗେଲ, ବୋସାଙ୍ଗେ ଇତ୍ୟାଦିଙ୍କ ମତରେ, ଆଇନ ଓ ସ୍ଵତନ୍ତ୍ରତା ପରସ୍ପର ପ୍ରତି ସମ୍ବେଦନଶୀଳ ଅଟନ୍ତି । ରାଷ୍ଟ୍ରର ଆଇନ ମାଧ୍ଯମରେ ବ୍ୟକ୍ତିସ୍ଵତନ୍ତ୍ରତା ପରସ୍ପର ପ୍ରତି ସମ୍ବେଦନଶୀଳ ଅଟନ୍ତି । ରାଷ୍ଟ୍ରର ଆଇନ ମାଧ୍ୟମରେ ବ୍ୟକ୍ତିସ୍ଵତନ୍ତ୍ରତା ପ୍ରଦତ୍ତ ଓ ସୁରକ୍ଷିତ ହୋଇଥାଏ। ଲକ୍‌ଙ୍କ ମତରେ, ଆଇନର ଲକ୍ଷ୍ୟ ନୁହେଁ ସ୍ଵାଧୀନତାର ଲୋପ ବା ସଙ୍କୋଚନ, ବରଂ ଏହାର ସଂରକ୍ଷଣ ଓ ପରିବର୍ତ୍ତନ। ସମାଜବାଦୀମାନେ ବ୍ୟକ୍ତିର ସ୍ଵତନ୍ତ୍ରତା ପାଇଁ ରାଷ୍ଟ୍ରର ସ୍ଥିତି ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମତପ୍ରକାଶ କରିଛନ୍ତି ।

ଆଇନ ବ୍ୟକ୍ତିର ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରି ଏକ ସାମାଜିକ ପରିବେଶରେ ସ୍ଵତନ୍ତ୍ରତାର ଉପଭୋଗ ପାଇଁ କ୍ଷେତ୍ର ପ୍ରସ୍ତୁତ କରେ । ଆଇନର ଅନୁପସ୍ଥିତିରେ ସ୍ବତନ୍ତ୍ରତା ଏକ ଅନୁମତିପତ୍ର ବା ଲାଇସେନ୍ସରେ ପରିଣତ ହୋଇଥାଏ ଓ ସ୍ଵତନ୍ତ୍ରତା ମୂଲ୍ୟହୀନ ହୋଇପଡ଼େ। ରଚେଙ୍କ ମତରେ, “ ଆଇନ ହେଉଛି ସ୍ଵତନ୍ତ୍ରତାର ପ୍ରଥମ ସର୍ଭ।” ଏହା ‘ଅସ୍ତିସୂଚକ ସ୍ଵତନ୍ତ୍ରତା’ (Positive Liberty) ଅଟେ ।

ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ କେତେକ ଆଇନ ବ୍ୟକ୍ତିସ୍ଵାତନ୍ତ୍ର୍ୟକୁ ସଙ୍କୁଚିତ କରୁଥିଲେ ମଧ୍ୟ ସାମଗ୍ରିକ ଦୃଷ୍ଟିରୁ ଆଲୋଚନା କଲେ ଆଇନ ମଧ୍ୟରେ ବ୍ୟକ୍ତିସ୍ଵତନ୍ତ୍ରତା ସ୍ବୀକୃତିପ୍ରାପ୍ତ ଓ ସଂରକ୍ଷିତ ହୋଇଥାଏ। ଉଇଲର୍‌ଙ୍କ ମତରେ, “ ନିୟନ୍ତ୍ରଣର ପରିବେଶ ମଧ୍ୟରେ ସ୍ଵାଧୀନତାର ଉପଭୋଗ ସମ୍ଭବ ଅଟେ।” ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆଇନ ଓ ସ୍ଵତନ୍ତ୍ରତା ପରସ୍ପର ବିରୋଧୀ ନ ହୋଇ ପରସ୍ପର ପରିପୂରକ ରୂପେ କାର୍ଯ୍ୟ କରିଥା’ନ୍ତି ।

୩ । ସ୍ଵତନ୍ତ୍ରତା କିପରି ସୁରକ୍ଷିତ ରହିପାରିବ ଦର୍ଶାଅ।
Answer:
ସ୍ୱତନ୍ତ୍ରତା ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ପାଇଁ ଏକ ଆବଶ୍ୟକୀୟ ସର୍ଭେ ଅଟେ । ଏହା ଏକ ସାମାଜିକ ବିଷୟ ଯାହା
ଆଇନଗତ ନିରାପତ୍ତାର ପରିବେଶରେ ଉପଭୋଗ କରାଯାଇପାରେ । କେତେକ ବସ୍ତୁନିଷ୍ଠ ଓ ଆନୁଷ୍ଠାନିକ ବ୍ୟବସ୍ଥା ବ୍ୟତିରେକ ଏହାର ଉପଭୋଗ ସମ୍ଭବ ନୁହେଁ । ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ନିମ୍ନଲିଖତ ଉପାଦାନ ଉପରେ ଗୁରୁତ୍ଵ ଦିଆଯାଇଥାଏ-

CHSE Odisha Class 11 Political Science Solutions Chapter 4 ସ୍ଵତନ୍ତ୍ରତା

(୧) ରାଷ୍ଟ୍ରର ସମ୍ବିଧାନରେ ମୌଳିକ ଅଧୁକାର ସ୍ଥାନିତ ହୋଇ ଘୋଷିତ ହେବା ଆବଶ୍ୟକ। ଏହି ଅଧିକାର ସରକାରଙ୍କ କ୍ଷମତା ଉପରେ ଅଙ୍କୁଶ ବସାଇଥାଏ ଓ ସାଧାରଣତଃ ଅନମନୀୟ ଅଟେ।
(୨) ଏକ ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟାଳୟ ସ୍ଵତନ୍ତ୍ରତାକୁ ସୁରକ୍ଷା କବଚ ପ୍ରଦାନ କରିଥାଏ।
(୩) ପ୍ରତିନିଧ୍ଵମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥା, ସାମ୍ବିଧାନିକ ଶାସନ, ସହିଷ୍ଣୁତା ନୀତି ଆଦିର ପରିବେଶ ମଧ୍ୟରେ ଶାସକର ସ୍ଵେଚ୍ଛାଚାରୀ ଶାସନନୀତିର କୁପ୍ରଭାବରୁ ସ୍ଵତନ୍ତ୍ରତାକୁ ରକ୍ଷା କରାଯାଇପାରେ ।
(୪) କାର୍ଯ୍ୟାବଳୀ ବା ଭୂଖଣ୍ଡୀୟ କ୍ଷମତା ବିକେନ୍ଦ୍ରୀକରଣ ନୀତି ଫଳରେ ଶାସନର ବିଭିନ୍ନ ସୋପାନ ସୃଷ୍ଟି ହୁଏ ଓ ଏକ ପରସ୍ପରର ନିୟନ୍ତ୍ରଣ ଓ ସହଯୋଗଯୁକ୍ତ ବ୍ୟବସ୍ଥାରେ ବ୍ୟକ୍ତିସ୍ଵତନ୍ତ୍ରତା ଅଧିକ ସୁରକ୍ଷିତ ହୋଇଥାଏ।
(୫) କ୍ଷମତା ପୃଥକୀକରଣ ତତ୍ତ୍ଵ ଫଳରେ କ୍ଷମତା କ୍ଷମତାକୁ ନିୟନ୍ତ୍ରଣ କରିଥାଏ, ଫଳରେ ବ୍ୟକ୍ତିସ୍ୱତନ୍ତ୍ରତା ସୁରକ୍ଷିତ ରହିଥାଏ ।
(୬) ଆଇନର ଶାସନ ବ୍ୟକ୍ତିକୁ ଆଇନ ସମ୍ମୁଖରେ ସମାନତା ଓ ସମାନ ନିରାପତ୍ତା ପ୍ରଦାନ କରି ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥାଏ ।
(୭) ସାମାଜିକ ନ୍ୟାୟ ଓ ଅର୍ଥନୈତିକ ନିରାପତ୍ତାର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ଏକ ‘ମୁକ୍ତ ସମାଜ’ରେ ପ୍ରତ୍ୟେକ ବ୍ୟକ୍ତିର ସ୍ଵତନ୍ତ୍ରତା ସୁରକ୍ଷିତ ରହିଥାଏ। ଆଧୁନିକ ଜନମଙ୍ଗଳ ରାଷ୍ଟ୍ର ନିର୍ଦ୍ଦିଷ୍ଟ ଅସ୍ତିସୂଚକ ପଦକ୍ଷେପ ନେଇ ଆୟ ଓ ସମ୍ପଭିଗତ ଅସମାନତା ଦୂର କରିଥାଏ ଯାହା ସ୍ଵତନ୍ତ୍ରତା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ।
(୮) ଏକ ଦ୍ଵିଦଳୀୟ ବ୍ୟବସ୍ଥା, ଏକ ଦାୟିତ୍ଵଶୀଳ ଦୃଢ଼ ବିରୋଧୀ ଦଳ, ବଳିଷ୍ଠ ଦଳୀୟ ଦର୍ଶନ ଓ କାର୍ଯ୍ୟକ୍ରମ ଆଦି ସରକାରୀ କର୍ତ୍ତୃତ୍ଵର ଅପବ୍ୟବହାର ରୋକିଥାଏ ଏବଂ ସ୍ଵତନ୍ତ୍ରତା ପାଇଁ ସୁରକ୍ଷାର ଦୃଢ଼ ବଳୟ ସୃଷ୍ଟି କରେ।
(୯) ସୁସ୍ଥ ଜନମତ ଓ ଏକ ମୁକ୍ତ ସମ୍ବାଦସଂସ୍ଥା ଲୋକମାନଙ୍କୁ କ୍ଷମତାର ଅପବ୍ୟବହାର ସମ୍ପର୍କରେ ସଚେତନ କରି ସ୍ଵତନ୍ତ୍ରତାର ସୁରକ୍ଷୀ ପାଇଁ ସାହାଯ୍ୟ କରିଥାଏ।
(୧୦) ଶାସକଦଳ କ୍ଷମତାର ଅପବ୍ୟବହାର କରିବା ଏକ ସାଧାରଣ ଘଟଣା ହୋଇଥିବାରୁ ଜନ ଜାଗୃତି, ବିରୋଧ ଓ ପ୍ରତିରୋଧ କରିବାର ସାହସ ଆଦି ବ୍ୟବସ୍ଥାଦ୍ଵାରା ସ୍ଵତନ୍ତ୍ରତାର ସୁରକ୍ଷା କରାଯାଇପାରିବ।
(୧୧) ରାଜନୈତିକ ଶିକ୍ଷା ଓ ରାଜନୈତିକ ସଚେତନଶୀଳତା ଜନସାଧାରଣଙ୍କୁ ସେମାନଙ୍କର ସ୍ୱତନ୍ତ୍ରତା, କର୍ତ୍ତବ୍ୟ ଆଦି ସମ୍ପର୍କରେ ସଚେତନ କରିବା ଫଳରେ ସ୍ଵତନ୍ତ୍ରତାର ସୁରକ୍ଷା ପାଇଁ ଜନଜାଗୃତି ଦେଖାଦେଇଥାଏ ।

ଉପରୋକ୍ତ ପଦକ୍ଷେପ ଗ୍ରହଣ କରାଗଲେ ସ୍ଵତନ୍ତ୍ରତା ସୁରକ୍ଷିତ ହୋଇପାରିବ । ଏହି କ୍ଷେତ୍ରରେ ‘ଶାଶ୍ଵତ ଅନ୍ତଃଦୃଷ୍ଟି ସଂ ଉପାଦାନଟି ବିଶେଷ ଗୁରୁତ୍ଵପୂର୍ଣ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

Odisha State Board CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ Questions and Answers.

CHSE Odisha 11th Class Economics Solutions Chapter 10 ଦାରିଦ୍ର୍ୟ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ସର୍ବନିମ୍ନ ଉପଭୋଗ ଆବଶ୍ୟକତା ପୂରଣ ନିମନ୍ତେ ଥିବା ସାମର୍ଥ୍ୟହୀନତା ହେଉଛି ।
(i) ଆପେକ୍ଷିକ ଦାରିଦ୍ର୍ୟ
(ii) ଗ୍ରାମାଞ୍ଚଳ ଦାରିଦ୍ର୍ୟ
(iii) ଚରମ ଦାରିଦ୍ର୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଚରମ ଦାରିଦ୍ର୍ୟ

2. ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତି ପାଇଁ ସର୍ବନିମ୍ନ ଖାଦ୍ୟସାର ଆବଶ୍ୟକତା ।
(i) 2100 କ୍ୟାଲୋରୀ
(ii) 2200 କ୍ୟାଲୋରୀ
(iii) 2400 କ୍ୟାଲୋରୀ
(iv) 2000 କ୍ୟାଲୋରୀ
Answer:
(iii) 2400 କ୍ୟାଲୋରୀ

3. ନିମ୍ନୋକ୍ତ କେଉଁଟି ଦାରିଦ୍ର୍ୟର କାରଣ ?
(i) ମନ୍ଥର ଅଭିବୃଦ୍ଧିହାର
(ii) ମୁଦ୍ରାଙ୍ଗୀତି
(iii) ଜନସଂଖ୍ୟାର ଚାପ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

4. କେଉଁ ବେକାରୀ ପ୍ରତିଭା ବହିର୍ଗମନ କରିଥାଏ ?
(i) ଶିକ୍ଷିତ ବେକାରୀ
(ii) ପ୍ରଚ୍ଛନ୍ନ ବେକାରୀ
(iii) ଅର୍ବବେକାରୀ
(iv) ଉଭୟ (i) ଓ (ii)
Answer:
(iv) ଉଭୟ (i) ଓ (ii)

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

5. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାରତରେ ପରିଦୃଷ୍ଟ ବେକାରିର ଅନ୍ୟତମ କାରଣ ଅଟେ ?
(i) ଉନ୍ନତ ବୃଦ୍ଧି
(ii) ଅର୍ଥବ୍ୟବସ୍ଥାର ଉଚ୍ଚ ଅଭିବୃଦ୍ଧିହାର
(iii) ଜନସଂଖ୍ୟା ବୃଦ୍ଧି
(iv) ଶିଳ୍ପ ଉତ୍ପାଦନ କ୍ଷମତାର ପୂର୍ଣ୍ଣ ବିନିଯୋଗ
Answer:
(iii) ଜନସଂଖ୍ୟା ବୃଦ୍ଧି

6. ସମନ୍ବିତ ଗ୍ରାମ ଉନ୍ନୟନ କାର୍ଯ୍ୟକ୍ରମ (IRDP) କେଉଁ ମସିହାରୁ ଆରମ୍ଭ କରାଯାଇଥିଲା ?
(i) 1978-79
(ii) 1980-81
(iii) 1979-80
(iv) 1981-82
Answer:
(iii) 1979-80

7. ନିମ୍ନୋକ୍ତ ମଧ୍ୟରୁ କେଉଁ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମରେ ବ୍ୟାଙ୍କଗୁଡ଼ିକ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ?
(i) ଜବାହର ରୋଜଗାର ଯୋଜନା
(ii) ଜାତୀୟ କାମ ପାଇଁ ଖାଦ୍ୟ ଯୋଜନା
(iii) ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ
(iv) ସମନ୍ବିତ ଗ୍ରାମ୍ୟ ବିକାଶ ଯୋଜନା
Answer:
(i) ଜବାହର ରୋଜଗାର ଯୋଜନା

8. ଆତ୍ମନିଯୁକ୍ତି ପାଇଁ ଯୁବା ପ୍ରଶିକ୍ଷଣ କାର୍ଯ୍ୟକ୍ରମ (TRYSEM) ର ମୁଖ୍ୟ ଉଦ୍ଦେଶ୍ୟ କ’ଣ ?
(i) ଆତ୍ମନିଯୁକ୍ତି ପାଇଁ ଶିକ୍ଷିତ ବେକାରମାନଙ୍କୁ ପ୍ରଶିକ୍ଷିତ କରିବା
(ii) ଆତ୍ମନିନିଯୁକ୍ତି ପାଇଁ ସହରୀ ବେକାରୀମାନଙ୍କୁ ପ୍ରଶିକ୍ଷିତ କରିବା
(iii) ଦାରିଦ୍ର୍ୟରେଖା ତଳେ ଥିବା ଗ୍ରାମ୍ୟ କେଉଁ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା
(iv) ଦାରିଦ୍ର୍ୟରେଖା ଉପରେ ଥିବା ଗ୍ରାମ୍ୟ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା
Answer:
(iii) ଦାରିଦ୍ର୍ୟରେଖା ତଳେ ଥିବା ଗ୍ରାମ୍ୟ ଯୁବକମାନଙ୍କୁ ବୈଷୟିକ ତାଲିମ ପ୍ରଦାନ କରିବା

9. କେଉଁ ଭିଭିରେ ଦାରିଦ୍ର୍ୟରେଖା ନିର୍ଣ୍ଣୟ ହୁଏ ?
(i) ଖାଦ୍ୟ ଆବଶ୍ୟକତା
(ii) ମୁଣ୍ଡପିଛା ମାସିକ ବ୍ୟୟ
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଉଭୟ (i) ଓ (ii)

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

10. ଦାରିଦ୍ର୍ୟ କହିଲେ ତୁମେ କ’ଣ ବୁଝ ?
(i) ନିମ୍ନ ଆୟ
(ii) ଅପପୁଷ୍ଟି
(iii) ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚ
(iv) ଉପରୋକ୍ତ ସମସ୍ତ
Answer:
(iii) ସର୍ବନିମ୍ନ ମୌଳିକ ଆବଶ୍ୟକତାରୁ ବଞ୍ଚ

B. ଶୂନ୍ୟସ୍ଥାନ ପୂରଣ କର :

1. ଯେଉଁ ଲୋକମାନେ ବଞ୍ଚରହିବା ପାଇଁ ଜୀବନର ମୌଳିକ ଆବଶ୍ୟକତାକୁ ପୂରଣ କରିପାରନ୍ତି ନାହିଁ, ସେମାନଙ୍କ କ୍ଷେତ୍ରରେ _______________________ ଦାରିଦ୍ୟ ଦେଖାଯାଏ ।
Answer:
ଉତ୍କଟ

2. ଦାରିଦ୍ର୍ୟତାକୁ ମାପିବା ପାଇଁ ଆମେ _________________ ଦାରିଦ୍ର୍ୟକୁ ମାପିଥାଉ ।
Answer:
ଉତ୍କଟ

3. ଆପେକ୍ଷିକ ଦାରିଦ୍ର୍ୟ କହିଲେ ______________________ ର ବୈଷମ୍ୟକୁ ବୁଝାଏ ।
Answer:
ଆୟ

4. ଗ୍ରାମାଞ୍ଚଳ ପାଇଁ ଦାରିଦ୍ର୍ୟ ସୀମାରେଖା ହେଉଛି ଦିନକୁ ସର୍ବନିମ୍ନ ମୁଣ୍ଡପିଛା _______________________ କ୍ୟାଲୋରୀ ଆବଶ୍ୟକତା ।
Answer:
2400

5. ସହରାଞ୍ଚଳ ପାଇଁ ଦାରିଦ୍ର୍ୟ ସୀମାରେଖା ହେଉଛି ଦିନକୁ ସର୍ବନିମ୍ନ ମୁଣ୍ଡପିଛା ____________________ କ୍ୟାଲୋରୀ ଆବଶ୍ୟକତା ।
Answer:
2100

6. ସର୍ବନିମ୍ନ ଉପଭୋଗସ୍ତର ଯୋଗାଇଦେବାପାଇଁ ଆବଶ୍ୟକ ହେଉଥିବା ଆୟକୁ ହିଁ __________________ କୁହାଯାଏ ।
Answer:
ଦାରିଦ୍ର୍ୟସୀମାରେଖା

7. ଓଡ଼ିଶାରେ ଦାରିଦ୍ର୍ୟ ହାର _______________________ ପ୍ରତିଶତ ବୋଲି ତେନ୍ଦୁଲକର କମିଟି ନିଜ ରିପୋର୍ଟରେ ଦର୍ଶାଇଛନ୍ତି ।
Answer:
57

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

8. ଗୋଟିଏ ଦେଶର ଦାରିଦ୍ର୍ୟର କାରଣ ହେଉଛି ସେ ଦେଶର _______________________ ।
Answer:
ଦାରିଦ୍ର୍ୟ

9. ବେକାରୀ _____________________ ର ଏକ ପ୍ରତିଫଳନ ମାତ୍ର ।
Answer:
ଦାରିଦ୍ର୍ୟତା

10. _____________________ ଖାଦ୍ୟର ଅଭାବ ମଧ୍ଯ ଦାରିଦ୍ର୍ୟର ସୂଚନା ଦିଏ ।
Answer:
ପୁଷ୍ଟିକର

11. ଲୋକମାନେ ନିରକ୍ଷର, ଅନ୍ଧବିଶ୍ଵାସୀ, ଅଜ୍ଞ, ଭାଗ୍ୟବାଦୀ ତଥା ପରମ୍ପରାରେ ବିଶ୍ଵାସ କରୁଥିବା ହେତୁ ସେମାନଙ୍କ ମତରେ ସେମାନଙ୍କର ଦାରିଦ୍ର୍ୟତା ______________________ ଙ୍କ ଇଚ୍ଛା ।
Answer:
ଈଶ୍ବର

12. ______________________ କାର୍ଯ୍ୟକ୍ରମମାନ ପରୋକ୍ଷଭାବେ ଦାରିଦ୍ର୍ୟକୁ ଅପସରଣ କରିପାରିବ ।
Answer:
ଉନ୍ନୟନମୂଳକ

C. ଗୋଟିଏ ବାକ୍ୟରେ / ପଦରେ ଉତ୍ତର ଦିଅ ।

1. ଦାରିଦ୍ର୍ୟ କାହାକୁ କୁହାଯାଏ ?
Answer:
ଦାରିଦ୍ର୍ୟ ଏକ ଅବସ୍ଥା ଯେଉଁରେ ବ୍ୟକ୍ତି ତା’ର ସର୍ବନିମ୍ନ ମୌଳିକ ଆବଶ୍ରକତା ପୂରଣ ପାଇଁ ସମର୍ଥ ହୋଇ ନଥାଏ ।

2. ଭାରତରେ କେଉଁ ପ୍ରକାର ଦାରିଦ୍ର୍ୟ ଦୃଷ୍ଟିଗୋଚର ହୋଇଥାଏ ?
Answer:
ଉତ୍କଟ ବା ସ୍ଥୂଳ ଦାରିଦ୍ର୍ୟ

3. ଦାରିଦ୍ର୍ୟର ସୀମାରେଖା ଟାଣିବାକୁ ଯେକୌଣସି ଗୋଟିଏ ଆଧାର ଲେଖ ।
Answer:
ଜୀବନଧାରଣର ସର୍ବନିମ୍ନ ପୁଷ୍ଟିକର ମାନ ।

4. ସ୍ଥୂଳ ଦାରିଦ୍ର୍ୟ କହିଲେ କ’ଣ ବୁଝ ?
Answer:
ମାନବିକ ବ୍ୟକ୍ତିତ୍ଵର ବିକାଶ ପାଇଁ ଆବଶ୍ୟକ ଜୀବନଯାପନ ମାନ ହାସଲ କରିବା ଅସମର୍ଥତାକୁ ସ୍ଥୂଳ ଦାରିଦ୍ର୍ୟ କୁହାଯାଏ ।

5. ଆପେକ୍ଷିକ ଦାରିଦ୍ର୍ୟ କ’ଣ ?
Answer:
ଆର୍ଥିକ ସ୍ଵଚ୍ଛଳବର୍ଗଙ୍କ ସହ ତୁଳନାତ୍ମକ ଭାବେ ଅର୍ଥନୈତିକ ନୂନତାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ ।

6. ଭାରତରେ କି ପ୍ରକାର ଦାରିଦ୍ର୍ୟ ଦେଖାଯାଏ ?
Answer:
ସ୍ଥୂଳ ଦାରିଦ୍ର୍ୟ

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

7. ଭାରତରେ ଦାରିଦ୍ର୍ୟ ରେଖା କାହାକୁ କହନ୍ତି ?
Answer:
ଗ୍ରାମାଞ୍ଚଳରେ ବ୍ୟକ୍ତି ପିଛା ଦିନକୁ 2400 କ୍ୟାଲୋରୀ ଓ ସହରାଞ୍ଚଳରେ 2100 କ୍ୟାଲୋରୀ ପାଇଁ ଖାଦ୍ୟ ଆହରଣ ପାଇଁ ଯେଉଁ ଆୟକୁ ଯେଉଁ ଆୟୁ ଭାରତରେ ଦାରିଦ୍ର୍ୟ ରେଖା କୁହାଯାଏ ।

8. ଦାରିଦ୍ର୍ୟର ସମୀରେଖା କ’ଣ ?
Answer:
ବ୍ୟକ୍ତିର ଉପଭୋଗର ଏକ ନିମ୍ନତମ ସ୍ତର ଦ୍ରବ୍ୟର ଆବଶ୍ୟକତା ପୂରଣ କରିବା ପାଇଁ ଯେଉଁ ଆୟସ୍ତର ଆବାଶ୍ୟକ ହୋଇଥାଏ, ସେହି ଆୟକୁ ଦାରିଦ୍ର୍ୟର ସୀମାରେଖା କୁହାଯାଏ ।

9. ଆପେକ୍ଷିକ ଦାରିଦ୍ର୍ୟର ଆଧାର କ’ଣ ?
Answer:
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ରହିଥ‌ିବା ଅର୍ଥନୈତିକ ବୈଷମ୍ୟ ଆପେକ୍ଷିକ ଦାରିଦ୍ର୍ୟର ଆଧାର ।

10. କେଉଁ ଦାରିଦ୍ର୍ୟକୁ ଦାରିଦ୍ର୍ୟରେଖା ଦ୍ୱାରା ପରିମାପ କରାଯାଇପାରେ ?
Answer:
ସ୍ଥୂଳଦାରିଦ୍ର୍ୟ

11. ଉନ୍ନତ ଦେଶମାନଙ୍କରେ କି ପ୍ରକାର ଦାରିଦ୍ର୍ୟ ଦେଖାଯାଏ ?
Answer:
ଆପେକ୍ଷିକ ଦାରିଦ୍ର୍ୟ

12. ଅନୁନ୍ନତ ଦେଶମାନଙ୍କରେ କି ପ୍ରକାର ଦାରିଦ୍ର୍ୟ ଗୁରୁତ୍ୱ ପୂର୍ଣ୍ଣ ?
Answer:
ସ୍ଥୂଳଦାରିଦ୍ର୍ୟ

13. ଭାରତରେ ଦାରିଦ୍ର୍ୟ କେଉଁ ଅଞ୍ଚଳରେ ବେଶୀ ଦେଖାଯାଏ ?
Answer:
ଗ୍ରାମାଞ୍ଚାଳରେ

14. କେଉଁ ପ୍ରକାର ଦାରିଦ୍ର୍ୟର ନିରାକରଣ ଅସମ୍ଭବ ?
Answer:
ଆପେକ୍ଷିକ ଦାରିଦ୍ର୍ୟ

15. ଭାରତରେ ଦେଖା ଦେଉଥ‌ିବା ଦାରିଦ୍ର୍ୟର ଯେକୌଣସି ଦୁଇଟି ମୁଖ୍ୟ କାରଣ ଲେଖ ।
Answer:
ଜନସଂଖ୍ୟା ବୃଦ୍ଧି, କର୍ମସଂସ୍ଥାନର ଅଭାବ ।

16. ଦାରିଦ୍ର୍ୟ ନିରାକରଣ ନିମନ୍ତେ ଯେକୌଣସି ଦୁଇଟି ପଦକ୍ଷେପ ଉଲ୍ଲେଖ କର ।
Answer:
ଜନସଂଖ୍ୟା ନିୟନ୍ତ୍ରଣ, ନିଯୁକ୍ତି ପ୍ରସାର ।

17. ଦାରିଦ୍ର୍ୟ ନିରାକରଣ ପାଇଁ ଯେକୌଣସି ଏକ ନିଯୁକ୍ତି କାର୍ଯ୍ୟକ୍ରମ ଲେଖ ।
Answer:
ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

18. ଗ୍ରାମାଞ୍ଚଳ ଭୂମିହୀନମାନଙ୍କ ପାଇଁ କେଉଁ ନିଯୁକ୍ତି କାର୍ଯ୍ୟକ୍ରମ ପ୍ରଣୟନ ହୋଇଥିଲା ?
Answer:
RLEGP

19. ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା କ’ଣ ?
Answer:
ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା ଶିକ୍ଷିତ ବେକାରି ଯୁବକ ଯୁବତୀମାନଙ୍କୁ ଆତ୍ମନିଯୁକ୍ତି ନିମନ୍ତେ ଏକ କାର୍ଯ୍ୟକ୍ରମ ।

20. ଜବାହର ରୋଜଗାର ଯୋଜନା କ’ଣ ?
Answer:
ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥ‌ିବା ବ୍ୟକ୍ତିମାନଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବାର କାର୍ଯ୍ୟକ୍ରମ

21. ସହରାଞ୍ଚଳରେ ଦାରିଦ୍ର୍ୟ ଦୂରୀକରଣର ଗୋଟିଏ କାର୍ଯ୍ୟକ୍ରମ ଲେଖ ।
Answer:
ସ୍ଵର୍ଣ୍ଣଜୟନ୍ତୀ ସହରୀ ରୋଜଗାର ଯୋଜନା ।

22. କେଉଁ ପଞ୍ଚବାର୍ଷିକ ଯୋଜନାରେ ‘ଗରିବୀ ହଟାଅ’ ଧ୍ଵନି ରହିଥୁଲା ?
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ।

23. କେଉଁ ନିଯୁକ୍ତି କାର୍ଯ୍ୟକ୍ରମକୁ ପରବର୍ତ୍ତୀକାଳରେ ଜବାହର ରୋଜଗାର ଯୋଜନାରେ ମିଶାଇ ଦିଆଗଲା ?
Answer:
ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREPGRLEGP) ।

24. IRDP କେବେ ପ୍ରଣୟନ ହୋଇଥିଲା ?
Answer:
1976-77

25. TRYSEM ର ମୂଳ ଲକ୍ଷ୍ୟ କ’ଣ ?
Answer:
ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ି 18-35 ବୟସର ଯୁବଗୋଷ୍ଠୀଙ୍କ ଆତ୍ମନିଯୁକ୍ତି ପାଇଁ ସେମାନଙ୍କୁ ଆନୁଷ୍ଠାନିକ ଭାବେ ବୈଷୟିକ ତାଲିମ ପ୍ରଦାନ କରିବା TRYSEM ର ମୂଳ ଲକ୍ଷ୍ୟ ଥିଲା ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଭାରତର ସହରାଞ୍ଚଳରେ ଦାରିଦ୍ର୍ୟ ବିଶେଷଭାବେ ଦେଖାଯାଏ
Answer:
ଭାରତର ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ବିଶେଷଭାବେ ଦେଖାଯାଏ ।

2. ଦାରିଦ୍ର୍ୟ ସୀମାରେଖା ଦାରିଦ୍ର୍ୟର କାରଣ ଦର୍ଶାଇଥାଏ ।
Answer:
ଦାରିଦ୍ର୍ୟ ସୀମାରେଖା ଦାରିଦ୍ର୍ୟର ଆକୃତି ଦର୍ଶାଇଥାଏ ।

3. ଭାରତରେ ଦେଖାଦେଉଥବା ଦାରିଦ୍ର୍ୟ ବିଶେଷତଃ ଆପେକ୍ଷିକ ଦାରିଦ୍ର୍ୟ ଅଟେ ।
Answer:
ଭାରତରେ ଦେଖାଦେଇଥ‌ିବା ଦାରିଦ୍ର୍ୟ ବିଶେଷତଃ ସ୍ଥୂଳ ଦାରିଦ୍ର୍ୟ ଅଟେ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

4. ଧନୀ ଓ ଦାରିଦ୍ର୍ୟ ମଧ୍ୟରେ ତୁଳନାତ୍ମକ ଅର୍ଥନୈତିକ ବୈଷମ୍ୟ ମାଧ୍ୟମରେ ସ୍ଥୂଳ ଦାରିଦ୍ର୍ୟ ଜଣାପଡ଼େ ।
Answer:
ଧନୀ ଓ ଦାରିଦ୍ର୍ୟ ମଧ୍ଯରେ ତୁଳନାତ୍ମକ ଅର୍ଥନୈତିକ ବୈଷମ୍ୟ ମାଧ୍ୟମରେ ଆପେକ୍ଷିକ ଦାରିଦ୍ର୍ୟ ଜଣାପଡ଼େ ।

5. ଶିନ୍ନତ ଦେଶମାନଙ୍କରେ ସ୍ଥୂଳ ଦାରିଦ୍ର୍ୟ ଦୃଷ୍ଟିଗୋଚର ହୁଏ ।
Answer:
ଶିଳ୍ପାନ୍ନତ ଦେଶମାନଙ୍କରେ ଆପେକ୍ଷିକ ଦାରିଦ୍ର୍ୟ ଦୃଷ୍ଟିଗୋଚର ହୁଏ ।

6. ସ୍ଵଳ୍ପ ଆୟର ସ୍ତର ଯୋଗୁଁ ଆପେକ୍ଷିକ ଦାରିଦ୍ର୍ୟ ଦେଖାଦିଏ ।
Answer:
ଆର୍ଥନୈତିକ ବୈଷମ୍ୟ ଯୋଗୁଁ ଆପେକ୍ଷିକ ଦାରିଦ୍ର୍ୟ ଦେଖାଦିଏ ।

7. ଆପେକ୍ଷିକ ଦାରିଦ୍ର୍ୟ ବିଶେଷଭାବେ ଅନଗ୍ରସର ରାଷ୍ଟ୍ରମାନଙ୍କରେ ଦେଖାଯାଏ
Answer:
ସ୍ଥୂଳ ଦାରିଦ୍ର୍ୟ ବିଶେଷଭାବେ ଅନଗ୍ରସର ରାଷ୍ଟ୍ରମାନଙ୍କରେ ଦେଖାଯାଏ ।

8. ଦାରିଦ୍ର୍ୟ ରେଖା ସାହାଯ୍ୟରେ ଦାରିଦ୍ର୍ୟର ଗଭୀରତା ମପାଯାଏ ।
Answer:
ଦାରିଦ୍ର୍ୟ ରେଖା ସାହାଯ୍ୟରେ ଦାରିଦ୍ର୍ୟର ବ୍ୟାପକତା ମପାଯାଏ ।

9. ନିକଟରେ ଯୋଜନା କମିଶନ ଦାରିଦ୍ର୍ୟର ବ୍ୟାପକତା ପରିମାପ କରିବା ପାଇଁ ମୁଣ୍ଡପିଛା ଆୟକୁ ଏକ ମାନକ ରୂପେ ଗ୍ରହଣ କରିଛନ୍ତି ।
Answer:
ନିକଟରେ ଯୋଜନା କମିଶନ ଦାରିଦ୍ର୍ୟର ବ୍ୟାପକତା ପରିମାପ କରିବା ପାଇଁ ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତାକୁ ଏକ ପରିମାପକ ରୂପେ ଗ୍ରହଣ କରିଛନ୍ତି ।

10. ସହରାଞ୍ଚଳର ଲୋକମାନଙ୍କର ଗ୍ରାମାଞ୍ଚଳର ଲୋକମାନଙ୍କଠାରୁ କ୍ୟାଲୋରୀ ଆବଶ୍ୟକତା ଅଧ୍କ।
Answer:
ସହରାଞ୍ଚଳର ଲୋକମାନଙ୍କର ଗ୍ରାମାଞ୍ଚଳର ଲୋକମାନଙ୍କଠାରୁ କ୍ୟାଲୋରୀ ଆବଶ୍ୟକତା କମ୍ ।

11. ଭାରତରେ ଦାରିଦ୍ର୍ୟର ମାତ୍ରା କ୍ରମଶଃ ହ୍ରାସ ପାଉଛି ।
Answer:
ଠିକ୍

12. ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରାଧାନ୍ୟ ଦିଆଗଲା
Answer:
ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ପ୍ରାଧାନ୍ୟ ଦିଆଗଲା ।

13. ‘ଗରିବୀ ହଟାଓ’ ଧ୍ଵନି ଚତୁର୍ଥ ପଞ୍ଚବାର୍ଷିକ ଯୋଜନାରେ ହିଁ ଦିଆଯାଇଥିଲା ।
Answer:
‘ଗରିବୀ ହଟାଓ’ ଧ୍ଵନି ପଞ୍ଚମ ପଞ୍ଚବାର୍ଷିକ ଯୋଜନାରେ ହିଁ ଦିଆଯାଇଥିଲା ।

14. I.R,D.P. ଯୋଜନା ଜିଲ୍ଲାସ୍ତରରେ କାର୍ଯ୍ୟକାରୀ ହେଉଥିଲା ।
Answer:
I.R.D.P. ଯୋଜନା ବ୍ଲକ୍‌ସ୍ତରରେ କାର୍ଯ୍ୟକାରୀ ହେଉଥିଲା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

15. I.R.D.P. ଯୋଜନା ସହରାଞ୍ଚଳର ଗରିବ ଲୋକଙ୍କପାଇଁ ଉଦ୍ଦିଷ୍ଟ ।
Answer:
I.R.D.P. ଯୋଜନା ଗ୍ରାମାଞ୍ଚଳର ଗରିବ ଲୋକଙ୍କପାଇଁ ଉଦ୍ଦିଷ୍ଟ ।

16. କାମପାଇଁ ଖାଦ୍ୟ ଯୋଜନା I.R.D.P କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।
Answer:
କାପାପାଇଁ ଖାଦ୍ୟ ଯୋଜନା N.R.E.P, କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ।

17. N.R.E.P. ଯୋଜନାକୁ ଜବାହର ରୋଜଗାର ଯୋଜନା ସହ ମିଶାଇଦିଆଗଲା
Answer:
ଠିକ୍

18. ଜବାହର ରୋଜଗାର ଯୋଜନା କେବଳ କେନ୍ଦ୍ର ସରକାରଙ୍କ ଏକକ ଉପକ୍ରମ ।
Answer:
ଜବାହର ରୋଜଗାର ଯୋଜନା କେନ୍ଦ୍ର ଓ ରାଜ୍ୟସରକାରଙ୍କର ମିଳିତ ଉପକ୍ରମ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ଦାରିଦ୍ର୍ୟରେଖା କାହାକୁ କୁହାଯାଏ ?
Answer:
ଦାରିଦ୍ର୍ୟରେଖା ସାହାଯ୍ୟରେ ସ୍ଥୂଳ ଦାରିଦ୍ର୍ୟ ଚିହ୍ନଟ କରାଯାଏ । ଜଣେ ବ୍ୟକ୍ତିକୁ ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବା ପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ ସେହି ଆୟକୁ ଦାରିଦ୍ର୍ୟରେଖା କୁହାଯାଏ । ପ୍ରଥମେ ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥିବା ଖାଦ୍ୟ ଓ ଅଣଖାଦ୍ୟ ଦ୍ରବ୍ୟଗୁଡ଼ିକ ଚିହ୍ନଟ କରାଯାଏ । ପରେ ଚଳିତ ବଜାର ଦରରେ ଏହି ଦ୍ରବ୍ୟଗୁଡ଼ିକର ମୂଲ୍ୟ କଳନା କରାଯାଏ ।

ସେହି ମୂଲ୍ୟର ଦ୍ରବ୍ୟ ଆହରଣପାଇଁ ଯେଉଁ ମୁଣ୍ଡପିଛା ମାସିକ ଆୟ ଆବଶ୍ୟକ ହୋଇଥାଏ ତାହାକୁ ଦାରିଦ୍ର୍ୟ ସୀମାରେଖା କୁହାଯାଏ । ଯେଉଁ ଲୋକମାନେ ଏହି ପରିମାଣ ଆୟ କରିପାରୁ ନାହାନ୍ତି, ସେମାନଙ୍କୁ ଦାରିଦ୍ର୍ୟର ସୀମାରେଖାର ନିମ୍ନରେ ରହିଥିବାର କୁହାଯାଏ । ଅବଶ୍ୟ ଦାରିଦ୍ର୍ୟରେଖା ଦାରିଦ୍ର୍ୟର ବ୍ୟାପକତା ମାପିବାରେ ବ୍ୟବହାର କରାଯାଏ; କିନ୍ତୁ ଦାରିଦ୍ର୍ୟର ଗଭୀରତା ଏହାଦ୍ଵାରା ଜଣାପଡ଼େ ନାହିଁ ।

2. ଅର୍ଥନୈତିକ ବୈଷମ୍ୟ କ’ଣ ?
Answer:
ଭାରତରେ ମୁଖ୍ୟତଃ ତିନି ପ୍ରକାରର ଅର୍ଥନୈତିକ ବୈଷମ୍ୟ ପରିଲକ୍ଷିତ ହୁଏ । ସେଗୁଡ଼ିକ ହେଲା– (i) ସମ୍ପଭି ବଣ୍ଟନର ଅସମାନତା, (ii) ଆୟ ଓ ବ୍ୟୟରେ ଅସମାନତା ଓ (iii) ଆଞ୍ଚଳିକତା ବୈଷମ୍ୟ । ଆମ ଦେଶରେ ବହୁତ କମ୍ ଲୋକ ଦେଶର ସମ୍ପତ୍ତିର ଏକ ବଡ଼ ଭାଗର ମାଲିକ ।

ଦେଶର ଅଧିକାଂଶ କୋଠାବାଡ଼ି, ଭୂମି, ମୂଲ୍ୟବାନ ଅଳଙ୍କାର, ଅଂଶଧନ ଓ ଅନ୍ୟାନ୍ୟ ସମ୍ପଭିର ମାଲିକାନା ଅଳ୍ପ କେତେଜଣଙ୍କର ଥିଲାବେଳେ ଅଧିକାଂଶ ଲୋକ ଭୂମିହୀନ, ଗୃହହୀନ ଓ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ଜାତୀୟ ଆୟର ଏକ ବଡ଼ ଅଂଶ ଧନୀ ଲୋକମାନେ ପାଉଥ‌ିବାବେଳେ ଏହାର ଅତି କ୍ଷୁଦ୍ର ଅଂଶ ବିଶାଳ ଆଉ ଏକ ଅର୍ଥନୈତିକ ଅସମାନତା । କେତେକ ଅଞ୍ଚଳ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ, ମୁଣ୍ଡପିଛା ଆୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆଗୁଆ ରହିଥିଲାବେଳେ ଅନ୍ୟ କେତେକ ଅଞ୍ଚଳ ବହୁପଛରେ ରହିଛନ୍ତି ।

3. ଜବାହର ରୋଜଗାର ଯୋଜନା କ’ଣ ?
Answer:
186 ମସିହାରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସ୍ଵରୂପ ଜବାହର ରୋଜଗାର ଯୋଜନା ପ୍ରଣୟନ କରାଗଲା । ଏହି ଯୋଜନାରେ ଖର୍ଚ୍ଚରେ 80% କେନ୍ଦ୍ର ସରକାର ଓ 20% ରାଜ୍ୟସରକାର ବହନ କରିଥା’ନ୍ତି । ଏହା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ କାର୍ଯ୍ୟକାରୀ କରାଯାଇଥାଏ । ଗ୍ରାମାଞ୍ଚଳରେ ଦାରିଦ୍ର୍ୟର ଉତ୍କଟ ରୂପ ଯୋଗୁଁ ନିର୍ମାଣ କାର୍ଯ୍ୟରେ ଗ୍ରାମାଞ୍ଚଳରେ ଦାରିଦ୍ର୍ୟମାନଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଓ ସେମାନଙ୍କର କ୍ରମାଗତ ଆୟପନ୍ଥା ସୃଷ୍ଟି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

ଏତଦ୍‌ବ୍ୟତୀତ, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଗଲା । ଏହି ଶ୍ରେଣୀର ଲୋକଙ୍କ ପାଇଁ ଇନ୍ଦିରା ଆବାସ ଗୃହ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ, ଗୃହନିର୍ମାଣ, ଭୂଉନ୍ନୟନ ବ୍ୟବସ୍ଥା ଓ ସେମାନଙ୍କର ଭୂମିର ଉତ୍ପାଦିକା ଶକ୍ତି ବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଏହି ଯୋଜନାରେ ଅନ୍ତୁର୍ଭୁକ୍ତ କରାଯାଇଥିଲା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

4. ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ତାଲିମ (TRYSEM) କ’ଣ ?
Answer:
TRYSEM 1989 ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ଯୋଜନାର ମୁଖ୍ୟ ଲକ୍ଷ୍ୟଥୁଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ି 18-35 ବର୍ଷ ବୟସର ଯୁଗଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ସେମାନଙ୍କୁ ଆନୁଷ୍ଠାନିକଭାବେ ବୈଷୟିକ କୌଶଳ ତାଲିମ ଦେବା । ଏହି ଯୋଜନାରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବାପାଇଁ କୌଶଳ ଶିକ୍ଷାଦେବା ସହିତ ବ୍ୟାଙ୍କରୁ ଋଣ ଆକାରରେ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ବୈଦ୍ୟୁତିକ ଯନ୍ତ୍ରପାତିର ମରାମତି, TV, ରେଡ଼ିଓ ମରାମତି, ନଡ଼ିଆକତା କାମ, ଚମଡ଼ାକାମ, ଟ୍ରାଭେଲ୍ ଏଜେନ୍‌ସି ଇତ୍ୟାଦି ବିଭିନ୍ନ ବିଷୟରେ ତାଲିମ୍ ଦିଆଯାଇଥାଏ । ଏହି ଯୋଜନା ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରଭୃତି ଅବହେଳିତ-ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ କରାଯାଇଥାଏ । ସପ୍ତମ ଯୋଜନା କାଳରେ ଏହି ଯୋଜନାଦ୍ଵାରା 11.6 ଲକ୍ଷ ଯୁବକ-ଯୁବତୀ ଉପକୃତ ହୋଇଥିଲେ ।

5. ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREP) କ’ଣ ?
Answer:
ମାନ୍ଦା କୃଷି ଋତୁରେ ଗ୍ରାମାଞ୍ଚଳରେ ଦରିଦ୍ର ଲୋକମାନଙ୍କୁ ଅତିରିକ୍ତ କର୍ମନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିପ୍ରାୟ । 1977-78 ମସିହାରୁ କାର୍ଯ୍ୟକରି ଆସୁଥ‌ିବା କାମପାଇଁ ଖାଦ୍ୟ କାର୍ଯ୍ୟକ୍ରମକୁ NREP ନାମକରଣ କରାଯାଇଅଛି ।

ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଦୀର୍ଘକାଳୀନ ପ୍ରତ୍ୟକ୍ଷ ହିତସାଧନ ପାଇଁ ଅଭିପ୍ରେତ ଉତ୍ପାଦନଶୀଳ ସାମୂହିକ ପରିସମ୍ପତ୍ତି ସୃଷ୍ଟି, ଉନ୍ନୟନ ସହାୟକ ଭିତ୍ତିଭୂମିର ଦୃଢ଼ୀକରଣ, ଗ୍ରାମାଞ୍ଚଳ ଦରିଦ୍ରମାନଙ୍କୁ ସାମୂହିକ ଅଂଶ ଭାବରେ ଖାଦ୍ୟଶସ୍ୟ ଯୋଗାଇ ଦେଇ ସେମାନଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଜୀବନଧାରଣର ଗୁଣାତ୍ମକ ମାନରେ ଅଭିବୃଦ୍ଧି ହାସଲପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା ।

ଏହି ଯୋଜନାରେ ମାନ୍ଦା କୃଷି ଋତୁରେ ସାମାଜିକ ବନୀକରଣ, ବିଦ୍ୟାଳୟ ଓ ଗୋଷ୍ଠୀକେନ୍ଦ୍ର, ଗୃହ, ଜଳାଶ୍ରୟ, ରାସ୍ତା, ଜଳସେଚନ ଓ ବିଦ୍ୟା ନିୟନ୍ତ୍ରଣ ସହାୟକ ନିର୍ମାଣ କାର୍ଯ୍ୟ, ପତିତ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଆଦି କାର୍ଯ୍ୟ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଥିଲା । ଏହି ଯୋଜନାକୁ 1990 ମସିହାରେ ‘ଜବାହର ରୋଜଗାର ଯୋଜନା’ ସହିତ ମିଶାଇ ଦିଆଗଲା ।

6. ଗ୍ରାମ୍ୟ ଭୂମିହୀନ ନିଯୁକ୍ତି ଗାରେଣ୍ଟି ଯୋଜନା (RLEGP) କ’ଣ ?
Answer:
ଏହି କାର୍ଯ୍ୟକ୍ରମ 1983 ମସିହା ଅଗଷ୍ଟ 15 ତାରିଖ ଦିନ ପ୍ରବର୍ତ୍ତିତ କରାଗଲା । ଗ୍ରାମାଞ୍ଚଳରେ ଅଧ‌ିକ କର୍ମ ନିୟୋଜନର ସୁଯୋଗ ଓ ଉତ୍ପାଦନକାରୀ ପରିସମ୍ପଭି ସୃଷ୍ଟି କରି, ଭାରତୀୟ ଗ୍ରାମ୍ୟ ଜୀବନର ଗୁଣାତ୍ମକମାନ ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ ରହିଲା । ଏହି ଯୋଜନା ଶ୍ରମିକମାନଙ୍କ ପରିବାର ମଧ୍ୟରୁ ଜଣକୁ ନିହାତି କମ୍‌ରେ ବାର୍ଷିକ 100 ଦିନ ନିମନ୍ତେ କାମ ଯୋଗାଇବାର ଗାରେଣ୍ଟି ରଖାଗଲା ।

ଯୋଜନାଟି କେନ୍ଦ୍ର ସରକାରଙ୍କ 100 ପ୍ରତିଶତ ଆର୍ଥିକ ସାହାଯ୍ୟରେ କାର୍ଯ୍ୟକାରୀ ହେଲା । 1989 ମସିହାରେ ଉଭୟ ଜାତୀୟ ଗ୍ରାମୀଣ ନିୟୋଜନ ଯୋଜନା ଓ ଗ୍ରାମ୍ୟ ଭୂମିହୀନ ନିଯୁକ୍ତି ଗାରେଣ୍ଟି ଯୋଜନାକୁ ମିଶ୍ରଣ କରାଯାଇ ଜବାହାର ରୋଜଗାର ଯୋଜନା ପ୍ରବର୍ତ୍ତିତ କରାଗଲା । ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ଅତ୍ମକ ସରଳୀକରଣ କରିବା ଉଦ୍ଦେଶ୍ୟରେ ଏହି ସମ୍ମିଶ୍ରଣ କରାଗଲା ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ଆପେକ୍ଷିକ ଦାରିଦ୍ର୍ୟ ଓ ସ୍ଥୂଳ ଦାରିଦ୍ର୍ୟ ।
Answer:
ଧନୀମାନଙ୍କ ତୁଳନାରେ ଯେଉଁମାନେ ନୂନ ସେମାନଙ୍କୁ ଦରିଦ୍ର୍ୟ ବୋଲି ଅଭିହିତ କରିବାକୁ ଆପେକ୍ଷିକ ଦାରିଦ୍ର୍ୟ କୁହାଯାଏ । ଦେଶ ମଧ୍ୟରେ ବସବାସ କରୁଥିବା ବ୍ୟକ୍ତି, ଗୋଷ୍ଠୀ, ରାଜ୍ୟମାନଙ୍କୁ ଅନ୍ୟମାନଙ୍କ ତୁଳନାରେ ଦରିଦ୍ର କୁହାଯାଏ । ସେହିପରି ଭାରତକୁ ମଧ୍ୟ ଆନ୍ତର୍ଜାତିକ ସ୍ତରରେ ଦରିଦ୍ର ଦେଶ ବୋଲି ବର୍ଣ୍ଣନା କରାଯାଉଛି । ଆପେକ୍ଷିକ ଦାରିଦ୍ର୍ୟ ଅସମାନତା ବା ବୈଷମ୍ୟର ଏକ ସୂଚକ ଅଟେ । ଆପେକ୍ଷିକ ଦାରିଦ୍ର୍ୟ ମଧ୍ୟ ସମ୍ପୂର୍ଣ୍ଣ ବିଲୋପ କରିବା ଅସମ୍ଭବ ।

କିନ୍ତୁ ମାନବିକ ବ୍ୟକ୍ତିତ୍ଵ ବିକାଶ ପାଇଁ ଆବଶ୍ୟକ ଜୀବନଯାପନର ମାନ ହାସଲ କରିବାରେ ଅସମର୍ଥତାକୁ ‘ସ୍ଥୂଳ ଦାରିଦ୍ର୍ୟ’ କୁହାଯାଏ । ଅନ୍ୟ ପ୍ରକାରରେ କହିଲେ ଚଳଣିର ଯେଉଁ ନିମ୍ନତମ ସ୍ତରର ମାନବୀୟ ବ୍ୟକ୍ତିତ୍ବର ସାଧାରଣ ବିକାଶ ପାଇଁ ଅନ୍ତରାୟ ସୃଷ୍ଟି ହୋଇଥାଏ, ତାହାହିଁ ହେଉଛି ସ୍ଥୂଳଦାରିଦ୍ର୍ୟ । ବ୍ୟକ୍ତି ଓ ଦେଶପାଇଁ ସ୍ଥୂଳ ଦାରିଦ୍ର୍ୟ ଅତି ଗୁରୁତ୍ୱପୂର୍ଣ । ତେଣୁ ଏହାର ସମ୍ପୂର୍ଣ୍ଣ ବିଲୋପ ଏକାନ୍ତ ଆବଶ୍ୟକା ସ୍ଥୂଳ ଦାରିଦ୍ର୍ୟକୁ ‘ଦାରିଦ୍ର୍ୟରେଖା’ ସାହାଯ୍ୟରେ ଚିହ୍ନଟ କରାଯାଏ ।

2. ଶ୍ରମପ୍ରଧାନ କୌଶଳ ଏବଂ ପୁଞ୍ଜିପ୍ରଧାନ କୌଶଳ ।
Answer:
ଯୁକ୍ତିଯୁକ୍ତ ଉତ୍ପାଦନ କୌଶଳର ଫଳପ୍ରଦ ଉପଯୋଗ ରାଷ୍ଟ୍ରରୁ ବେକାରୀ ଦୂର କରିବା ପାଇଁ ସହାୟତା ପ୍ରଦାନ କରେ । ଉତ୍ପାଦନ କୌଶଳ ଦୁଇ ଭାଗରେ ବିଭକ୍ତ । ସେଗୁଡ଼ିକ ହେଲା ଶ୍ରମପ୍ରଧନା କୌଶଳ ଏବଂ ପୁଞ୍ଜିପ୍ରଧାନ କୌଶଳ । ଶ୍ରମପ୍ରଧାନ ଉତ୍ପାଦନ କୌଶଳ ଅଧ‌ିକ ଶ୍ରମିକ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁଥିବା ବେଳେ ପୁଞ୍ଜିପ୍ରଧାନ କୌଶଳ ଅଧ‌ିକ ପୁଞ୍ଜିଦ୍ରବ୍ୟ ଓ କମ୍ ଶ୍ରମିକ ଉପଯୋଗ କରିଥାଏ । ଭାରତରେ ବେକାରୀ ଦାରିଦ୍ର୍ୟର ମୁଖ୍ୟ କାରଣ । ଦାରିଦ୍ର୍ୟ ନିୟନ୍ତ୍ରଣ ପାଇଁ ଗଣନିଯୁକ୍ତିର ଆବଶ୍ୟକତା ରହିଛି । ତେଣୁ ଭାରତ ଶ୍ରମପ୍ରଧାନ କୌଶଳକୁ ଅଧ‌ିକ ଉପଯୋଗ କରିବା ଉଚିତ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

3. ଅଗ୍ନ୍ୟାଦୟ ଅନ୍ନ ଯୋଜନା ଏବଂ ଜାତୀୟ କର୍ମପାଇଁ ଖାଦ୍ୟ ଯୋଜନା ।
Answer:
2000 ମସିହା ଡିସେମ୍ବର 25 ତାରିଖରୁ ଆରମ୍ଭ କରାଯାଇଥିବା ଏହି ଯୋଜନା ଅନୁସାରେ ସାଧାରଣ ବିତରଣ ବ୍ୟବସ୍ଥା ମାଧ୍ୟମରେ ଗରିବ ପରିବାରମାନଙ୍କୁ କିଲୋଗ୍ରାମ୍ ପିଛା ଦୁଇଟଙ୍କା ଦରରେ ଗହମ ଓ ତିନିଟଙ୍କା ଦରରେ ଚାଉଳ ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି । 2002 ମସିହା ଏପ୍ରିଲ ମାସଠାରୁ ଏହି ଯୋଜନା ମାଧ୍ୟମରେ ଦାରିଦ୍ର୍ୟରେଖା ତଳେ ଥ‌ିବା ପ୍ରତ୍ୟେକ ପରିବାରକୁ ମାସିକ 35 କିଲୋଗ୍ରାମ୍ ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି । 2004 ମସିହା ଅଗଷ୍ଟ ପହିଲାଠାରୁ ଏହାଦ୍ଵାରା ଦୁଇକୋଟି ପରିବାର ଉଦ୍ଧୃତ ହେଉଛନ୍ତି ।

ଦେଶର 150 ଟି ଅନଗ୍ରସର ଜିଲ୍ଲାରେ ଅନୁପୂରକ ମଜୁରିଭିଭିକ ନିଯୁକ୍ତି ସୃଷ୍ଟିକୁ ଜୋରଦାର କରିବା ଲକ୍ଷ୍ୟରେ 2004 ମସିହା ନଭେମ୍ବର 14 ତାରିଖଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ମଜୁରିଭିତ୍ତିକ ନିଯୁକ୍ତି ସୃଷ୍ଟିକୁ ଜୋରଦାର କରିବା ଲକ୍ଷ୍ୟରେ 2004 ମସିହା ନଭେମ୍ବର 14 ତାରିଖଠାରୁ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ମଜୁରିଭିଭିକ ନିଯୁକ୍ତି ଚାହୁଁଥିବା ଏବଂ ଅଣକୁଶଳୀ ଶାରୀରିକ କାର୍ଯ୍ୟ ପାଇଁ ପ୍ରସ୍ତୁତ ଥ‌ିବା ସମସ୍ତ ଦରିଦ୍ର ଲୋକଙ୍କପାଇଁ ଏହି ଯୋଜନା କାର୍ଯ୍ୟକରୁଛି ।

ଏହି ଶତପ୍ରତିଶତ କେନ୍ଦ୍ର ପ୍ରାୟୋଜିତ ଯୋଜନା ପାଇଁ ଆବଶ୍ୟକ ସମସ୍ତ ଖାଦ୍ୟଶସ୍ୟ କେନ୍ଦ୍ର ସରକାର ବିନା ଦେୟରେ ରାଜ୍ୟମାନଙ୍କୁ ଯୋଗାଇ ଦେଉଛନ୍ତି । ଜିଲ୍ଲାମାନଙ୍କର ଏହି ଯୋଜନାର ପରିଚାଳନା, ସମନ୍ବୟ ଓ ତଦାରଖ ଦାୟିତ୍ଵ ଜିଲ୍ଲାପାଳମାନଙ୍କ ହାତରେ ନ୍ୟସ୍ତ କରାଯାଇଛି । କେବଳ 2004-05 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 2004-05 ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ 2020 କୋଟି ଟଙ୍କା ଓ 20 ଲକ୍ଷ ଟନ୍ ଖାଦ୍ୟଶସ୍ୟ ଖର୍ଚ୍ଚ କରାଯିବାର ବ୍ୟବସ୍ଥା କରାଯାଇଥିଲା ।

4. ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା ଓ ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ 2005 ।
Answer:
କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟଦ୍ଵାରା 25 ସେପ୍ଟେମ୍ବର 2001 ମସିହାରେ ପ୍ରଣୟନ କରାଯାଇଥିଲା ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା । ଏହା ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା ହୋଇଥିଲେ ହେଁ କେନ୍ଦ୍ର ଓ ରାଜ୍ୟସରକାର ଯଥାକ୍ରମେ 75 ପ୍ରତିଶତ ଓ 25 ପ୍ରତିଶତ ବ୍ୟୟଭାର ବହନ କରିଥା’ନ୍ତି । ଯୋଜନାଟି ସମ୍ପୂର୍ଣ୍ଣଭାବେ ପଞ୍ଚାୟତିରାଜ ସଂସ୍ଥାମାନଙ୍କଦ୍ୱାରା ପରିଚାଳିତ ହୋଇଥାଏ ।

ଏହା ଏକ ମଜୁରୀଭିଭିକ କର୍ମନିଯୁକ୍ତି ଯୋଜନା ଯେଉଁଥ‌ିରେ କି କୃଷି ଶ୍ରମିକ, ଅନ୍ୟାନ୍ୟ ଅଣକୁଶଳୀ ଶ୍ରମିକ, ନାମମାତ୍ର ଚାଷୀ, ମହିଳା, ଅନୁସୂଚିତ ଜାତି ଓ ଉପଜାତି, ଶାରୀରିକ ଅକ୍ଷମ ବ୍ୟକ୍ତିବିଶେଷଙ୍କ ପୂର୍ଣ୍ଣ ବୟସ୍କ ସନ୍ତାନମାନଙ୍କୁ ଅଗ୍ରାଧ୍ୟାକାର ଭିଭିରେ କର୍ମନିଯୁକ୍ତି ସୁଯୋଗ ଯୋଗାଇ ଦିଆଯାଇଥାଏ । ଏହି କାର୍ଯ୍ୟକ୍ରମ ଜରିଆରେ ହିତାଧ୍ୟାକାରୀମାନଙ୍କୁ ପାରିଶ୍ରମିକ ମଜୁରୀ ବାବଦରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଏ ।

ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ନିପିଡ଼ିତ ପରିବାରଗୁଡ଼ିକୁ କର୍ମନିଯୁକ୍ତି ସୁଯୋଗ ସୁନିଶ୍ଚିତ କରିବା ଲକ୍ଷ୍ୟନେଇ ଭାରତ ସରକାର 2005 ମସିହା ସେପ୍ଟେମ୍ବର ମାସ 7 ତାରିଖରେ ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଆଇନ, 2005 ରେ ଘୋଷଣା କରିଥିଲେ । ଏହି ଆଇନ ପ୍ରାଥମିକ ପର୍ଯ୍ୟାୟରେ ଦେଶର 200 ଟି ପଛୁଆ ଜିଲ୍ଲାରେ କାର୍ଯ୍ୟାରମ୍ଭ କରିଛି । ଗ୍ରାମାଞ୍ଚଳ ଢାଞ୍ଚାଗତ ସୁବିଧାର ବିକାଶ ଘଟାଉଥ‌ିବା ମଜୁରୀଭିଭିକ କର୍ମସଂସ୍ଥାନ ଜରିଆରେ ଗରିବ ଓଲାକମାନଙ୍କ ଜୀବିକା ସୁନିଶ୍ଚିତ କରିବା ହେଉଛି ଜାତୀୟ ଗ୍ରାମୀଣ ନିଯୁକ୍ତି ପ୍ରତିଶ୍ରୁତି ଯୋଜନା ମୂଳ ଲକ୍ଷ୍ୟ ।

ଦାରିଦ୍ର୍ୟ ସୀମାରେଖା ନିମ୍ନରେ ବାସ କରୁଥିବା ପରିବାରର ଅନ୍ତତଃ ଜଣେ ସଦସ୍ୟଙ୍କୁ ବର୍ଷକୁ ସର୍ବନିମ୍ନ 100 ଦିନର କର୍ମସଂସ୍ଥାନ ଯୋଗାଇଦେଇ ପ୍ରାକୃତିକ ସମ୍ପଦର ବିକାଶ ଘଟାଇବା ସହିତ ହିତାଧିକାରୀଙ୍କ ଆର୍ଥିକ ବିକାଶ ଘଟାଇବା ହେଉଛି ଏହି ଯୋଜନାର ଉଦ୍ଦେଶ୍ୟ । ଆହୁରି ମଧ୍ୟ ନିଜ ଗ୍ରାମର 5 କି.ମି. ପରିଧ୍ଵ ମଧ୍ଯରେ କର୍ମସଂସ୍ଥାନ ସୁନିଶ୍ଚିତ କରାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଦାରିଦ୍ର୍ୟରେଖା କହିଲେ କ’ଣ ବୁଝ ? ଭାରତର ଦାରିଦ୍ର୍ୟର ବ୍ୟାପକତା ଓ ସାନ୍ଦ୍ରତା ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ସ୍ଥୂଳ ଦାରିଦ୍ର୍ୟକୁ ଚିହ୍ନଟ କରିବାପାଇଁ ଏକ ମାନଦଣ୍ଡ ବ୍ୟବହାର କରାଯାଏ । ଏହି ମାନଦଣ୍ଡକୁ ‘ଦାରିଦ୍ର୍ୟରେଖା’ କୁହାଯାଏ । ଜଣେ ବ୍ୟକ୍ତିର ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ, ସେହି ଆୟକୁ ସାଧାରଣତଃ ଦାରିଦ୍ର୍ୟରେଖା ଆକାରରେ ପ୍ରକାଶ କରାଯାଏ । ଯେଉଁମାନଙ୍କର ଆୟ ଦାରିଦ୍ର୍ୟରେଖାଠାରୁ ନିମ୍ନରେ ରହି ଏହାକୁ ସ୍ପର୍ଶ କରିପାରେ ନାହିଁ, ସେମାନଙ୍କୁ ଗରିବ ବୋଲି ବିବେଚିତ କରାଯାଏ ।

ଦାରିଦ୍ର୍ୟରେଖା ନିର୍ଦ୍ଧାରଣପାଇଁ ପ୍ରଥମେ ବ୍ୟକ୍ତିର ସର୍ବନିମ୍ନ ଆବଶ୍ୟକତା ପୂରଣ କରୁଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଏ । ଉଭୟ ଖାଦ୍ୟଦ୍ରବ୍ୟ ଓ ଅଣଖାଦ୍ୟଦ୍ରବ୍ୟ ଏହି ତାଲିକାରେ ଥାଏ; କିନ୍ତୁ ଆମ ଦେଶରେ ଖାଦ୍ୟଦ୍ରବ୍ୟର ଖର୍ଜ ଲେକାମାନଙ୍କର ମୁଖ୍ୟ ଖର୍ଚ୍ଚ ହୋଇଥିବାରୁ ଆବଶ୍ୟକ ଅଣଖାଦ୍ୟଦ୍ରବ୍ୟଗୁଡ଼ିକୁ ଦାରିଦ୍ର୍ୟରେଖା ନିର୍ଦ୍ଧାରଣ ସମୟରେ ବିଚାର କରାଯାଏ ନାହିଁ । ଏହାପରେ ଚଳିତ ବଜାର ଦରରେ ଏହି ଖାଦ୍ୟଦ୍ରବ୍ୟଗୁଡ଼ିକର ମୂଲ୍ୟ କଳନା କରାଯାଏ । ଶେଷରେ ସେହି ମୂଲ୍ୟର ଖାଦ୍ୟଦ୍ରବ୍ୟ ଆହରଣପାଇଁ ଯେଉଁ ମୁଣ୍ଡପିଛା ମାସିକ ଆୟ ଆବଶ୍ୟକ ହୋଇଥାଏ ତାହାର ଆକଳନ କରି ତାହାକୁ ଦାରିଦ୍ର୍ୟରେଖାରେ ଅଭିହିତ କରାଯାଇଥାଏ ।

ଭାରତରେ ଯୋଜନା କମିଶନ ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତା ଅନୁସାରେ ଦାରିଦ୍ର୍ୟରେଖା ନିର୍ଦ୍ଧାରଣ କରିଥା’ନ୍ତି । ଯୋଜନା କମିଶନଙ୍କ ଅନୁସାରେ ଗ୍ରାମାଞ୍ଚଳ ଲୋକଙ୍କର ମୁଣ୍ଡପିଛା ଦୈନିକ କ୍ୟାଲୋରୀ ଆବଶ୍ୟକତା 2400 କ୍ୟାଲୋରୀ ଥିଲାବେଳେ ସହରାଞ୍ଚଳ ଲୋକଙ୍କର ମୁଣ୍ଡପିଛା ଏହି ଆବଶ୍ୟକତା 2100 କ୍ୟାଲୋରୀ ଅଟେ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଏହି କ୍ୟାଲୋରୀ ଆବଶ୍ୟକତା ପୂରଣପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମୁଣ୍ଡପିଛା ମାସିକ ଟ 49.09 ଓ 56.64 ଉପଭୋଗଜନିତ ଖର୍ଚ୍ଚକୁ (1973-74 ଦରରେ) ଭାରତର ଦାରିଦ୍ର୍ୟରେଖା ବୋଲି ଯୋଜନା କମିଶନ ଘୋଷଣା କରିଥିଲେ । ପରେ ସପ୍ତମ ଯୋଜନା କାଳରେ ଦାରିଦ୍ର୍ୟରେଖାର ପୁନର୍ନିର୍ଦ୍ଧାରଣ କରାଯାଇଥିଲା । 1983-84 ମସିହାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳପାଇଁ ଦାରିଦ୍ର୍ୟରେଖାକୁ ଯଥାକ୍ରମେ ଟ 101.80 ଓ ଟ 117.50 ର ଖର୍ଚ୍ଚସ୍ତର ସହିତ ସମାନ କରି ଦିଆଗଲା । ପରେ ଏହି ଦାରିଦ୍ର୍ୟରେଖାକୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ 229 ଟଙ୍କା ଓ 264 ଟଙ୍କା ଖର୍ଚ୍ଚସ୍ତର ସହିତ ସମାନ କରି ଦିଆଯାଇଛି ।

ଦାରିଦ୍ର୍ୟରେଖା ମାନଦଣ୍ଡରେ ଦେଶର ଦାରିଦ୍ର୍ୟକୁ ମପାଯାଇ ଏହାର ବ୍ୟାପକତା ସମ୍ବନ୍ଧରେ ଅନେକ ତଥ୍ୟ ମିଳିପାରିଛି । ଦେଶରେ ଦରିଦ୍ରଙ୍କ ସଂଖ୍ୟା ସ୍ଥିର ନାହିଁ । କେତେବେଳେ ଏହା ବଢ଼ୁଚି ଓ କେତେବେଳେ କମୁଛି । ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ଏହି ସଂଖ୍ୟାର ତାରତମ୍ୟ ରହିଛି । ବିଭିନ୍ନ ରାଜ୍ୟରେ ମଧ୍ୟ ଦାରିଦ୍ର୍ୟ ଅନୁପାତ ସମାନ ନୁହେଁ । 1960-61 ମସିହାରେ ଦେଶରେ ଦରିଦ୍ରମାନଙ୍କ ସଂଖ୍ୟା 17 କୋଟି ଥିଲା; କିନ୍ତୁ 1979-80 ମସିହା ବେଳକୁ ଏହା 33 କୋଟିକୁ ବୃଦ୍ଧିପାଇ 1987-88 ମସିହା ବେଳକୁ 31 କୋଟିକୁ ଖସିଆସିଥିଲା ।

ପୁଣି 1993-94 ମସିହା ବେଳକୁ ଏହା 35 କୋଟିରେ ପହଞ୍ଚଗଲା । ଅନ୍ୟ ପ୍ରକାରରେ କହିଲେ, 1960-61 ମସିହାରେ ଦାରିଦ୍ର୍ୟର ଅନୁପାତ 34 ଶତାଂଶ ଥିଲାବେଳେ 1979-80 ମସିହାକୁ ଏହା 48 ଶତାଂଶକୁ ବୃଦ୍ଧି ପାଇଥିଲା । ପରେ 1986- 87 ମସିହାକୁ ଏହି ଅନୁପାତ 34 ଶତାଂଶକୁ ଖସିଆସି 1987-88 ମସିହା ବେଳକୁ 39.3 ଶତାଂଶକୁ ବୃଦ୍ଧି ପାଇଥିଲା । 1993-94 ମସିହା ବେଳକୁ ଏହି ଅନୁପାତ 39 ଶତାଂଶକୁ ଖସିଆସିଲା ।

ଦେଶର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଦାରିଦ୍ର୍ୟ ଉପରେ ପର୍ଯ୍ୟାଲୋଚନା କଲେ ଜଣାପଡ଼େ ଯେ, ଦାରିଦ୍ର୍ୟ ଅନୁପାତର ସ୍ଥିରତା ରହୁନାହିଁ । 1972-73 ମସିହାରେ ସହରାଞ୍ଚଳରେ ଦରିଦ୍ରଙ୍କ ଅନୁପାତ 44 ଶତାଂଶ ଓ ଗ୍ରାମାଞ୍ଚଳରେ 54 ଶତାଂଶ ଥିଲାବେଳେ 1987-88 ମସିହା ବେଳକୁ ଏହା ସହରାଞ୍ଚଳରେ 40 ଶତାଂଶ ଓ ଗ୍ରାମାଞ୍ଚଳରେ 39 ଶତାଂଶ ଥିଲା । କିନ୍ତୁ 1993-94 ମସିହା ବେଳକୁ ସହରାଞ୍ଚଳରେ ଦାରିଦ୍ର୍ୟ ଅନୁପାତ 37 ଶତାଂଶକୁ ଖସିଆସିଥିବାବେଳେ ଗ୍ରାମାଞ୍ଚଳରେ ଏହି ଅନୁପାତ 41.5 ଶତାଂଶକୁ ବୃଦ୍ଧି ପାଇଛି ।

ସେହିପରି ଦେଶର ସବୁ ରାଜ୍ୟମାନଙ୍କରେ ଦରିଦ୍ରଙ୍କ ଅନୁପାତ ସମାନ ନୁହେଁ । ବିହାର, ଓଡ଼ିଶା, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ରାଜ୍ୟମାନଙ୍କରେ ଦରିଦ୍ରମାନଙ୍କ ସଂଖ୍ୟା ଯଥେଷ୍ଟ ଅଧ୍ଵ ଥିଲାବେଳେ ପଞ୍ଜାବ, ହରିଆନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ ରାଜ୍ୟମାନଙ୍କରେ ଦାରିଦ୍ର୍ୟର ପ୍ରଭାବ କମ୍ ଅନୁଭୂତ ହୁଏ । ବିହାରରେ 54.96 ଶତାଂଶ ଲୋକ ଦରିଦ୍ର । ସେହିପରି ଓଡ଼ିଶାରେ 49.56 ଶତାଂଶ, ମଧ୍ୟପ୍ରଦେଶରେ 42.52 ଶତାଂଶ, ଉତ୍ତରପ୍ରଦେଶରେ 40.56 ଶତାଂଶ ଲୋକ ଦାରିଦ୍ର୍ୟରେଖା ତଳେ ବାସକରନ୍ତି । ଅପରପକ୍ଷରେ ହିମାଚଳ ପ୍ରଦେଶରେ ୨ ଶତାଂଶ, ପଞ୍ଜାବରେ 11.7 ଶତାଂଶ, ଆନ୍ଧ୍ରପ୍ରଦେଶରେ 22 ଶତାଂଶ ଲୋକ ଦରିଦ୍ର ଅଟନ୍ତି ।

କିନ୍ତୁ ଦାରିଦ୍ର୍ୟର ଗଭୀରତାକୁ ବିଚାରକୁ ନେଲେ ଜଣାଯାଏ ଯେ, ଯେଉଁମାନେ ଦାରିଦ୍ର୍ୟର ରେଖାତଳେ ରହୁଛନ୍ତି ସେମାନେ ଗୋଟିଏ ଶ୍ରେଣୀର ଦରିଦ୍ର ନୁହଁନ୍ତି । ସେମାନଙ୍କୁ ମଧ୍ଯ ଦାରିଦ୍ର୍ୟର-ଗଭୀରତା ଭିଭିରେ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରାଯାଇପାରିବ । ଯଦି ଏହା କରାଯାଏ, ତେବେ ଦାରିଦ୍ର୍ୟର କେତେ ପ୍ରକୋପ ତାହା ସଠିକ୍ ଆକଳନ କରାଯାଇପାରିବ ।

ଆମ ଦେଶରେ ଏପରି ଅନେକ ଦରିଦ୍ର ଅଛନ୍ତି ଯେଉଁମାନେ କି ପ୍ରତିଦିନ ମୁଠାଏ ଖାଇବାକୁ ପାଉନାହାଁନ୍ତି, ଯାହାର ମୁଣ୍ଡ ଗୁଞ୍ଜିବାକୁ କୁଢ଼ିଆଟିଏ ନାହିଁ; ଲଜ୍ଜାନିବାରଣ କରିବାପାଇଁ ଛିଣ୍ଡା ଲୁଗାଟିଏ ମଧ୍ୟ ନାହିଁ । ତେଣୁ ଭାରତର ଦାରିଦ୍ର୍ୟକୁ କେବଳ ସଂଖ୍ୟାରେ ମାପି ଦାରିଦ୍ର୍ୟ ନିରାକରଣ ଯୋଜନା ପ୍ରସ୍ତୁତ କରିବା ଉଚିତ ନୁହେଁ, ବରଂ ଦାରିଦ୍ର୍ୟର ଗଭୀରତା ଅନୁଧ୍ୟାନ କରି ନିରାକରଣ ଯୋଜନା ପ୍ରସ୍ତୁତ କଲେ ତାହା ଅଧିକ ଫଳପ୍ରଦ ହେବ ।

2. ଦାରିଦ୍ର୍ୟ କହିଲେ କ’ଣ ବୁଝ ? ଭାରତରେ ଦାରିଦ୍ର୍ୟ ଘନୀଭୂତ ହେବାର କାରଣଗୁଡ଼ିକ ଉଲ୍ଲେଖ କର ।
Answer:
ଦାରିଦ୍ର୍ୟ ଏକ ସାମାଜିକ ଓ ଅର୍ଥନୈତିକ ସମସ୍ୟା । ଏହା ସବୁଯୁଗରେ ରହି ଆସିଅଛି । କେବଳ ଏହାର ବ୍ୟାପକତା ଓ ଗଭୀରତାରେ ପରିବର୍ତ୍ତନ ଘଟୁଅଛି । ବର୍ତ୍ତମାନ ଏହା ଗଣଦାରିଦ୍ର୍ୟ ରୂପ ନେଇଅଛି । ପୃଥ‌ିବୀର ପ୍ରାୟ ସବୁଦେଶର ଲୋକ ଅଳ୍ପବହୁତେ ଏହାର ଶିକାର ହୋଇଛନ୍ତି । ମାନବିକ ବ୍ୟକ୍ତିତ୍ଵ ବିକାଶପାଇଁ ଆବଶ୍ୟକ ଜୀବନଯାପନର ମାନ ହାସଲ କରିବାରେ ଅସାମର୍ଥ୍ୟକୁ ‘ଦାରିଦ୍ର୍ୟ’ ବୋଲି କୁହାଯାଏ । ଦାରିଦ୍ର୍ୟର ସଂଜ୍ଞା ନିରୂପଣ କରିବାକୁ ଗଲାବେଳେ ଆପେକ୍ଷିକ ଦାରିଦ୍ର୍ୟ ଓ ସ୍ଥୂଳ ଦାରିଦ୍ର୍ୟ ମଧ୍ଯରେ ପାର୍ଥକ୍ୟ ଜାଣିବା ଆବଶ୍ୟକ ମନେହୁଏ ।

ଧନୀମାନଙ୍କ ତୁଳନାରେ ଯେଉଁମାନେ ନୂନ ସେମାନଙ୍କୁ ଆପେକ୍ଷିକ ଅର୍ଥରେ ଦରିଦ୍ର ବୋଲି କୁହାଯାଏ । ଏଠାରେ ଧନୀ ଓ ଗରିବ ହେଉଛି ଦୁଇଟି ଆପେକ୍ଷିକ ଶବ୍ଦ । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ରାଜ୍ୟ ରାଜ୍ୟ ମଧ୍ୟରେ, ଦେଶ ଦେଶ ମଧ୍ୟରେ ତୁଳନା କରାଯାଇ କିଏ ଧନୀ, କିଏ ଦରିଦ୍ର ସ୍ଥିର କରାଯାଇଥାଏ । ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଭାରତକୁ ଏବେବି ଦରିଦ୍ର ଦେଶ ବୋଲି ବର୍ଣ୍ଣନା କରାଯାଉଛି ।

ଯେହେତୁ ଆପେକ୍ଷିକ ଦାରିଦ୍ର୍ୟ ଏକ ତୁଳନାତ୍ମକ ଚିନ୍ତାଧାରା, ତେଣୁ ଏପ୍ରକାର ଦାରିଦ୍ର୍ୟ ବିଲୋପ ହେବା ଅସମ୍ଭବ । ଅନ୍ୟପକ୍ଷରେ ଚଳଣିର ଯେଉଁ ନିମ୍ନତମ ସ୍ତରରେ ମାନବୀୟ ବ୍ୟକ୍ତିତ୍ଵର ସାଧାରଣ ବିକାଶପାଇଁ ଅନ୍ତରାୟ ସୃଷ୍ଟି ହୋଇଥାଏ, ତାହାହିଁ ହେଉଛି ସ୍ଥୂଳ ଦାରିଦ୍ର୍ୟ । ସ୍ଥୂଳ ଦାରିଦ୍ର୍ୟ ଉଭୟ ବ୍ୟକ୍ତି ଓ ଦେଶ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ । ସ୍ଥୂଳ ଦାରିଦ୍ର୍ୟକୁ ଚିହ୍ନଟ କରିବାପାଇଁ ‘ଦାରିଦ୍ର୍ୟରେଖା’ ମାନଦଣ୍ଡ ବ୍ୟବହାର କରାଯାଏ । ଉପଭୋଗର ଏକ ନିମ୍ନତମ ସ୍ତରରେ ପହଞ୍ଚାଇବାପାଇଁ ଯେଉଁ ଆୟସ୍ତର ଆବଶ୍ୟକ ହୋଇଥାଏ ସେହି ଆୟକୁ ସାଧାରଣତଃ ଦାରିଦ୍ର୍ୟରେଖା ଆକାରରେ ବ୍ୟକ୍ତ କରାଯାଏ । ଯେଉଁମାନଙ୍କର ଆୟ ଦାରିଦ୍ର୍ୟରେଖାଠାରୁ ନିମ୍ନରେ ରହେ, ସେମାନେ ଦରିଦ୍ର ବୋଲି ବିବେଚିତ ହୁଅନ୍ତି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଭାରତରେ ଦାରିଦ୍ର୍ୟ ଏକ ଗଣ-ସମସ୍ୟା । ଏହା ଦେଶର ପ୍ରତ୍ୟେକ କୋଣରେ ଅନୁଭୂତ । 1993-94 ମସିହାରେ ପ୍ରାୟ 35 କୋଟି ଲୋକ ଦାରିଦ୍ର୍ୟରେଖା ତଳେ ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରେ ଅନେକଙ୍କୁ ଦୁଇ ଓଳି ଖାଇବାକୁ ମିଳେ ନାହିଁ, ପିନ୍ଧିବାପାଇଁ କନା ମିଳେ ନାହିଁ । ରହିବାପାଇଁ କୁଡ଼ିଆ ଖଣ୍ଡେ ମଧ୍ଯ ମିଳି ନ ଥାଏ । ଭାରତରେ ଏହାର ବ୍ୟାପକତା ଓ ଗଭୀରତା ବହୁତ ଅଧିକ । ମନରେ ପ୍ରଶ୍ନ ଉଠିପାରେ, ଆମ ଦେଶରେ ଦାରିଦ୍ର୍ୟ ଘନୀଭୂତ ହେବାର କାରଣ କ’ଣ ? ଏହାର ଗୋଟିଏ ବା ଦୁଇଟି କାରଣ ନାହିଁ । ଭାରତରେ ଦାରିଦ୍ର୍ୟର ଅନେକ କାରଣ ରହିଅଛି ଏବଂ ସେଗୁଡ଼ିକ ପରସ୍ପର ଛନ୍ଦାଛନ୍ଦି । ସେହି କାରଣଗୁଡ଼ିକ ଏହାଲା

(1) ଦ୍ରୁତ ଜନସଂଖ୍ୟା ବୃଦ୍ଧି– ଭାରତରେ ଜନସଂଖ୍ୟା ବୃଦ୍ଧିର ମାତ୍ରା ବହୁତ ଅଧିକ । ପ୍ରତିବର୍ଷ ଆମେ 1.6 କୋଟି ନୂଆ ମୁହଁ ଦେଖୁଅଛୁ । ଜନସଂଖ୍ୟା ବୃଦ୍ଧି ସଙ୍ଗେ ଖାଦ୍ୟ, ବସ୍ତ୍ର, ବାସଗୃହ, ପାନୀୟଜଳ, ସ୍ଵାସ୍ଥ୍ୟ ଇତ୍ୟାଦି ସର୍ବନିମ୍ନ ଆବଶ୍ୟକତା ଦିନକୁ ଦିନ ବଢ଼ିଚାଲିଛି । ଏହି ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ସମ୍ବଳର ଘୋର ଅଭାବ ରହିଥ‌ିବାରୁ ଅଧିକାଂଶ ଲୋକ ଏହି ଆବଶ୍ୟକତାଗୁଡ଼ିକ ପୂରଣ କରି ନ ପାରି ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ହେଉଛନ୍ତି ।

(2) ଆୟ ଓ ସମ୍ପତ୍ତି ବଣ୍ଟନରେ ଅସମାନତା- ଆମ ଦେଶରେ ଆୟ ଓ ସମ୍ପତ୍ତିର ବଣ୍ଟନରେ ଯେଉଁ ବିଷମତା ରହିଛି ତାହା ଦେଶରେ ଦରିଦ୍ରମାନଙ୍କ ସଂଖ୍ୟାବୃଦ୍ଧିର ମୁଖ୍ୟ କାରଣ । ଭୂମି, ଆୟ, ପୁଞ୍ଜି, ସମ୍ପତ୍ତି, କୋଠାବାଡ଼ି ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ବଣ୍ଟନର ଅସମାନତା ରହିଅଛି । ଦେଶରେ ମାତ୍ର ଅଳ୍ପ କେତେଜଣଙ୍କ ମାଲିକାନାରେ ଆୟ ଓ ସମ୍ପତ୍ତିର ଏକ ବଡ଼ଭାଗ ରହିଥିବାବେଳେ ଏକ ବଡ଼ଭାଗ ଲୋକମାନଙ୍କ ମାଲିକାନାରେ ସ୍ଵଳ୍ପ ଆୟ ଓ ସମ୍ପଭି ରହିଥ‌ିବାର ପରିଲକ୍ଷିତ ହୁଏ । ଫଳରେ ଅଧିକାଂଶ ଲୋକ ଦାରିଦ୍ର୍ୟରେଖା ତଳେ ନିଶ୍ଳେଷିତ ହୋଇଥା’ନ୍ତି ।

(3) ଭୂମି ଉପରେ ଚାପ – ଭୂମି ଆମ ଦେଶର ମୁଖ୍ୟ ପ୍ରାକୃତିକ ସମ୍ବଳ । ଭୂମିର ଯୋଗାଣ ଯଦି ପର୍ଯ୍ୟାପ୍ତ ହୋଇଥା’ନ୍ତା ତାହାହେଲେ ସମସ୍ତଙ୍କପାଇଁ ଯଥେଷ୍ଟ ଆୟ ସମ୍ଭବ ହୁଅନ୍ତା ଓ କେହି ଦରିଦ୍ର ହୋଇ ରହନ୍ତେ ନାହିଁ । କିନ୍ତୁ ଜନସଂଖ୍ୟାର ଦ୍ରୁତ ବୃଦ୍ଧି ପାଇବା ହେତୁ ଭୂମି ଉପରେ ଅଧିକ ଚାପ ପଡ଼ିଲା । ଫଳରେ ମୁଣ୍ଡପିଛା କୃଷିଜମିର ପରିମାଣ କମିବାରେ ଲାଗିଛି । ଫଳରେ ଅନେକ ଭୂମିର ମାଲିକାନାରୁ ବଞ୍ଚିତ ହୋଇ ଦାରିଦ୍ର୍ୟରେଖା ତଳକୁ ଠେଲି ହୋଇଯାଆନ୍ତି ।

(4) ବେକାରି ସମସ୍ୟା – ନିଯୁକ୍ତିରୁହିଁ ଆୟର ସୂତ୍ରପାତ ହୋଇଥାଏ ଏବଂ ନିଯୁକ୍ତି ହ୍ରାସ ପାଇଲେ ଦାରିଦ୍ର୍ୟର ସାନ୍ଦ୍ରତା ବୃଦ୍ଧି ପାଏ । ଆମେ ଜାଣୁ ଯେ, ମାନବିକ ଶକ୍ତି ଓ ପ୍ରକୃତିଦତ୍ତ ସମ୍ବଳ ମିଳିତ ହୋଇ ନିଯୁକ୍ତି ସୁଯୋଗ ସୃଷ୍ଟି କରନ୍ତି । ଏହା ଫଳରେ ଆୟର ଉତ୍ସ ସୃଷ୍ଟି ହୁଏ । ଯେତେବେଳେ ଏହି ସମ୍ବଳଦ୍ବୟ ସମସ୍ତଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରନ୍ତି ନାହିଁ ଓ ଚଳନୀୟ ଆୟ ସୃଷ୍ଟି କରିବାପାଇଁ ଅସମର୍ଥ ହୋଇଥାଏ ସେତେବେଳେ ଅନେକ ଲୋକ ଦାରିଦ୍ର୍ୟର ଆବର୍ତ୍ତ ଭିତରକୁ ନିକ୍ଷେପିତ ହୋଇଯାଆନ୍ତି । ଆମ ଦେଶରେ ପ୍ରାକୃତିକ ସମ୍ବଳ ଓ ମାନବିକ ସମ୍ବଳ ମିଳିତ ହୋଇ ସମସ୍ତଙ୍କପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାରେ ଅସମର୍ଥ ହେବାରୁ ଅଧିକାଂଶ ଲୋକ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ଅଟନ୍ତି ।

(5) ମୁଦ୍ରାଢ଼ୀତିର ପ୍ରଭାବ –  ମୁଦ୍ରାଙ୍ଗୀତି ଭାରତର ଦାରିଦ୍ର୍ୟର ଅନ୍ୟ ଏକ କାରଣ । ଦିନକୁ ଦିନ ଜିନିଷପତ୍ରଗୁଡ଼ିକର ମୂଲ୍ୟବୃଦ୍ଧି ଯୋଗୁଁ ଲୋକମାନେ ସର୍ବନିମ୍ନ ସ୍ତରର ଆବଶ୍ୟକୀୟ ଦ୍ରବ୍ୟ କିଣିବାପାଇଁ ଅସମର୍ଥ ହୋଇପଡୁଛନ୍ତି । ଫଳରେ ସେମାନେ ଦାରିଦ୍ର୍ୟରେଖା ତଳକୁ ଖସିଆସୁଛନ୍ତି ।

(6) ଆଞ୍ଚଳିକ ବୈଷମ୍ୟ – ଦେଶର ସବୁ ଅଞ୍ଚଳରେ ସମପରିମାଣର ଉନ୍ନୟନ ହୋଇପାରି ନାହିଁ । କେତେକ ଅଞ୍ଚଳ ବା ରାଜ୍ୟ ଯଥେଷ୍ଟ ଉନ୍ନତ ଥିଲାବେଳେ ଅନ୍ୟ କେତେକ ପଛୁଆ ରହିଯାଇଛି । ଗୋଆ, ପଞ୍ଚାବ, ହରିଆନା, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକ ଉନ୍ନତ । କିନ୍ତୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟସମୂହ, ଓଡ଼ିଶା, ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଭଳି ରାଜ୍ୟଗୁଡ଼ିକ ଅର୍ଥନୈତିକ ବିକାଶ କ୍ଷେତ୍ରରେ ବହୁତ ପଛୁଆ । ଏହି ରାଜ୍ୟଗୁଡ଼ିକର କୃଷି, ଶିଳ୍ପର ବିକାଶ ଘଟିନାହିଁ । ଫଳରେ ଏହି ରାଜ୍ୟରେ ବସବାସ କରୁଥିବା ଅଧିକାଂଶ ଲୋକେ ଦାରିଦ୍ର୍ୟର ସୀମାରେଖା ତଳେ ରହିଥା’ନ୍ତି ।

(7) ସାମାଜିକ ବ୍ୟବସ୍ଥା – ଆମ ଦେଶର ସାମାଜିକ ବ୍ୟବସ୍ଥା ଦାରିଦ୍ର୍ୟର ଆଉ ଏକ କାରଣ । ଜାତି, ବର୍ଣ୍ଣ, ପ୍ରଥା ଇତ୍ୟାଦି ଅନେକ ଅନ୍ଧବିଶ୍ୱାସ ଆମ ସମାଜରେ ଭରପୂର ହୋଇ ରହିଅଛି । ବ୍ରାହ୍ମଣର ପୁଅ ବ୍ରାହ୍ମଣ କାମ କରିବ । ସେ ସେଲୁନ୍, ଲଣ୍ଡି ବା ଅନ୍ୟ ବ୍ୟବସାୟ କରିପାରିବ ନାହିଁ । ସେହିପରି ଅନ୍ୟ ଜାତି ବା ବର୍ଣ୍ଣର ଲୋକମାନେ ନିଜର କୌଳିକ ବ୍ୟବସାୟ ଛାଡ଼ି ଅନ୍ୟ ବେଉସା କରିପାରିବେ ନାହିଁ । ଏ ପ୍ରକାର କୁସଂସ୍କାରପୂର୍ଣ୍ଣ ସାମାଜିକ ବ୍ୟବସ୍ଥା ଅର୍ଥନୈତିକ ବିକାଶରେ ଅନ୍ତରାୟ ସୃଷ୍ଟିକରେ । ଫଳରେ ଦେଶରେ ଦାରିଦ୍ର୍ୟ ବଢ଼ିଚାଲେ ।

(8) ରାଜନୈତିକ କାରଣ – ଆମ ଦେଶ ଶହଶହ ବର୍ଷ ଧରି ବିଦେଶୀମାନଙ୍କ ହାତରେ ଶାସିତ ହୋଇଆସିଅଛି । ଏହାଦ୍ୱାରା ଆମ ଦେଶର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହୋଇଯାଇଥିଲା । ସ୍ଵାଧୀନତା ପରେ ସମସ୍ତଙ୍କର ବିଶ୍ୱାସ ଥିଲା ଯେ, ଦେଶର ଆର୍ଥିକ ଅବସ୍ଥା ସୁଧୁରିଯିବ । ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ସେମିତି କିଛି ଉଲ୍ଲେଖନୀୟ ସଫଳତା ମିଳିନାହିଁ ।

ସ୍ଵାଧୀନତା ପରେ ରାଜନୈତିକ ନେତାମାନେ ଓ ଦଳମାନେ ନିଜ ନିଜର ସମ୍ପତ୍ତି ଠୁଳ କରିବାରେ ଆଗଭର ହୋଇ ପଡ଼ିଲେ । ଭୋଟ ପାଇବାପାଇଁ ଗରିବ ଲୋକମାନଙ୍କୁ ପ୍ରତାରଣା କଲେ । ଦାରିଦ୍ର୍ୟର ନିରାକରଣପାଇଁ ସେମାନେ ଆନ୍ତରିକତାର ସହିତ କାମ କଲେ ନାହିଁ । ଫଳରେ ଦାରିଦ୍ର୍ୟ ଦେଶରେ ତା’ର କାୟା ବିସ୍ତାର କରି ଚାଲିଲା ।

3. ଭାରତରେ ଦାରିଦ୍ର୍ୟ ନିରାକରଣପାଇଁ ଯେଉଁସବୁ ବିଶେଷ ନିଯୁକ୍ତି କାର୍ଯ୍ୟକ୍ରମ କାର୍ଯ୍ୟ କରି ଆସୁଅଛି, ସେଗୁଡ଼ିକୁ ଆଲୋଚନା କର ।
Answer:
ପ୍ରଥମେ ଯୋଜନାକାରୀମାନେ ବିଶ୍ଵାସ କରୁଥିଲେ ଯେ, ଅର୍ଥନୈତିକ ଅଭିବୃଦ୍ଧି ସଂଗଠିତ ହେଲେ ଆପଣାଛାଏଁ ଗରିବ ଲୋକମାନଙ୍କର ନିଯୁକ୍ତି ଓ ଜୀବନଯାପନ ସ୍ତରରେ ଉନ୍ନତି ଘଟିବ; କିନ୍ତୁ ଏହି ଧାରଣା ଭୁଲ୍ ପ୍ରମାଣିତ ହେଲା; ତେଣୁ ଗରିବ ଲୋକମାନଙ୍କୁ ନିଯୁକ୍ତିର ଅଧ‌ିକ ସୁଯୋଗ ଦେବା ସଙ୍ଗେ ସଙ୍ଗେ ସେମାନଙ୍କୁ ଦାରିଦ୍ର୍ୟରେଖା ଉପରକୁ ଉଠାଇବାପାଇଁ ବିଶେଷ କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରିବାର ଆବଶ୍ୟକତା ମନେ କରାଗଲା । କେନ୍ଦ୍ର ସରକାର ଦାରିଦ୍ର୍ୟ ନିରାକରଣପାଇଁ କେତେକ ବିଶେଷ ନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରିବାପାଇଁ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେହି ଯୋଜନାଗୁଡ଼ିକ ହେଲା –

(1) ସମନ୍ବିତ ଗ୍ରାମ୍ୟବିକାଶ ଯୋଜନା (IRDP)– ଏହି ଯୋଜନା 1976-77 ମସିହାରେ ଆରମ୍ଭ ହୋଇଥିଲେହେଁ 1979- 80 ମସିହାବେଳକୁ ଏହା ଦେଶର ସବୁ ଉନ୍ନୟନ ବ୍ଲକ୍‌ରେ କାର୍ଯ୍ୟ କରିଥିଲା । ଗ୍ରାମାଞ୍ଚଳର ଦରିଦ୍ରମାନଙ୍କର ଉନ୍ନତିକଳ୍ପେ କାର୍ଯ୍ୟକାରୀ ହେଉଥ‌ିବା ଭିନ୍ନ ଭିନ୍ନ ପରିକଳ୍ପନାଗୁଡ଼ିକୁ ଏକତ୍ରିତ କରି ଗୋଟିଏ ଅନୁଷ୍ଠାନ ମାଧ୍ୟମରେ ସାରା ଦେଶରେ କାର୍ଯ୍ୟକାରୀ କରିବା ଥିଲା ଏହି ଯୋଜନାର ଆଭିମୁଖ୍ୟ ।

ଏହି ଯୋଜନା କୃଷି, ଉଦ୍ୟାନ, ରେଶମ ଉତ୍ପାଦନ, ପଶୁପାଳନ, ତନ୍ତୁବାୟ ଓ କ୍ଷୁଦ୍ର ବ୍ୟବସାୟ ଭଳି କାର୍ଯ୍ୟକଳାପକୁ ଉତ୍ସାହିତ କରାଯାଇ ଗ୍ରାମାଞ୍ଚଳରେ ଦାରିଦ୍ର୍ୟ ମୂଳୋତ୍ପାଟନ କରିବାପାଇଁ ଏକ ବଳିଷ୍ଠ ଭିତ୍ତିଭୂମି ପ୍ରସ୍ତୁତ କରିବା ଅଭିପ୍ରାୟ ରଖୁଥିଲା । IRDP ଯୋଜନାର ଖର୍ଚ୍ଚ କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବରେ ବହନ କରିଥା’ନ୍ତି । ଏହି ଯୋଜନାରେ ଦରିଦ୍ର ହିତାଧ୍ୟାକାରୀମାନଙ୍କୁ ଚିହ୍ନଟ କରାଯାଇ ବ୍ୟାଙ୍କ ଋଣ ଓ ସବ୍‌ସିଡ଼ି ମାଧ୍ୟମରେ ସେମାନଙ୍କର ଆତ୍ମନିଯୁକ୍ତିର ପଥ ସୁଗମ କରାଯାଏ ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଅନୁସୂଚିତ ଜାତି, ଜନଜାତି ଓ ମହିଳାମାନଙ୍କ ଭଳି ସମାଜର ଅବହେଳିତ ବର୍ଗର ଲୋକମାନଙ୍କର ସହାୟତା କରିବାପାଇଁ ଏହି ଯୋଜନାରେ ବିଶେଷ ଧ୍ୟାନ ଦିଆଯାଇଥାଏ । ଏହି କାର୍ଯ୍ୟକ୍ରମକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ ଏହାର କାର୍ଯ୍ୟକାରିତାଦ୍ଵାରା ଆମକୁ ଯେତିକି ସୁଫଳ ମିଳିବା କଥା ତାହାହିଁ ମିଳିପାରି ନାହିଁ ।

(2) ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ (NREP)- ମାନ୍ଦା କୃଷି ଋତୁରେ ଗ୍ରାମାଞ୍ଚଳରେ ଦରିଦ୍ର ଲୋକମାନଙ୍କୁ ଅତିରିକ୍ତ କର୍ମନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଅଭିପ୍ରାୟ । 1977-78 ମସିହାରୁ କାର୍ଯ୍ୟ କରି ଆସୁଥ‌ିବା କାମପାଇଁ ଖାଦ୍ୟ କାର୍ଯ୍ୟକ୍ରମକୁ NREP ନାମକରଣ କରାଯାଇଅଛି । ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଦୀର୍ଘକାଳୀନ ପ୍ରତ୍ୟକ୍ଷ ହିତସାଧନପାଇଁ ଅଭିପ୍ରେତ ଉତ୍ପାଦନଶୀଳ ସାମୂହିକ ପରିସମ୍ପତ୍ତି ସୃଷ୍ଟି, ଉନ୍ନୟନ ସହାୟକ ଭିତ୍ତିଭୂମିର ଦୃଢ଼ୀକରଣ ।

ଗ୍ରାମାଞ୍ଚଳ ଦରିଦ୍ରମାନଙ୍କୁ ମଜୁରିର ଅଂଶଭାବରେ ଖାଦ୍ୟଶସ୍ୟ ଯୋଗାଇ ଦେଇ ସେମାନଙ୍କର ପୁଷ୍ଟିହୀନତା ଦୂରୀକରଣ ଓ ଗ୍ରାମାଞ୍ଚଳ ଦରିଦ୍ରମାନଙ୍କର ଜୀବନଧାରଣର ଗୁଣାତ୍ମକ ମାନରେ ଅଭିବୃଦ୍ଧି ହାସଲପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା । ଏହି ଯୋଜନାରେ ମାନ୍ଦା କୃଷି ଋତୁରେ ସାମାଜିକ ବନୀକରଣ, ବିଦ୍ୟାଳୟ ଓ ଗୋଷ୍ଠୀ କେନ୍ଦ୍ର, ଗୃହ, ଜଳାଶୟ, ରାସ୍ତା, ଜଳସେଚନ ଓ ବନ୍ୟାନିୟନ୍ତ୍ରଣ ସହାୟକ ନିର୍ମାଣ କାର୍ଯ୍ୟ, ପତିତ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଆଦି କାର୍ଯ୍ୟ ମାଧ୍ୟମରେ ନିଯୁକ୍ତି ସୃଷ୍ଟି କରାଯାଉଥିଲା ।

1980 ରୁ 1985 ମସିହା ମଧ୍ୟରେ 177437 ନିୟୁତ ମାନବ ଦିବସ ନିଯୁକ୍ତି ଏହି କାର୍ଯ୍ୟକ୍ରମ ମାଧ୍ୟମରେ କରାଯାଇଥିଲା । ଏହି ଯୋଜନାକୁ 1990 ମସିହାରେ ‘ଜବାହାର ରୋଜଗାର ଯୋଜନା’ ସହିତ ମିଶାଇ ଦିଆଗଲା ।

(3) ଗ୍ରାମାଞ୍ଚଳ ଭୂମିହୀନ ଲୋକମାନଙ୍କ ପାଇଁ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ (RLEGP)– ଏହି କାର୍ଯ୍ୟକ୍ରମ 1983 ମସିହାରେ ଆରମ୍ଭ କରାଯାଇଥିଲା । ଗ୍ରାମାଞ୍ଚଳ ଭୂମିହୀନ ଲୋକମାନଙ୍କପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରି ପ୍ରତ୍ୟେକ ପରିବାରରୁ ଅତି କମ୍‌ରେ ଜଣେ ଲେଖାଏଁ ଲୋକକୁ ବର୍ଷକୁ 100 ଦିନ ପର୍ଯ୍ୟନ୍ତ ନିଶ୍ଚିତ ନିଯୁକ୍ତି ଯୋଗାଇଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ।

ଏହି କାର୍ଯ୍ୟକ୍ରମରେ ସାମାଜିକ ବନୀକରଣ ପ୍ରକଳ୍ପ, ଇନ୍ଦିରା ଆବାସ ଯୋଜନା ଅନ୍ତର୍ଗତ ବାସଗୃହ ନିର୍ମାଣ, ଗ୍ରାମାଞ୍ଚଳରେ ରାସ୍ତା, ସୁଲଭ ଶୌଚାଳୟ ପ୍ରତିଷ୍ଠା, ବିଦ୍ୟାଳୟ ଗୃହ ନିର୍ମାଣ କାର୍ଯ୍ୟ, କ୍ଷୁଦ୍ର ଜଳସେଚନ, ମୃତ୍ତିକା ସଂରକ୍ଷଣ ଆଦିର ନିର୍ମାଣକାର୍ଯ୍ୟ କାର୍ଯ୍ୟକାରୀ କରାଯାଉଥିଲା । ଏହି ଯୋଜନାରେ ଭୂମିହୀନ କୃଷକ, ଅନୁସୂଚିତ ଜାତି ଓ ଜନଜାତି, ଗୋତି ଶ୍ରମିକ, ମହିଳା ଶ୍ରମିକମାନଙ୍କୁ ଅଗ୍ରାଧୁକାର ଦିଆଯାଉଥିଲା । ଏହି ଯୋଜନାର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିଥା’ନ୍ତି । 1989 ମସିହାରେ ଏହି ଯୋଜନାକୁ ଜବାହାର ରୋଜଗାର ଯୋଜନା ସହିତ ମିଶାଇ ଦିଆଗଲା ।

(4) ଜବାହାର ରୋଜଗାର ଯୋଜନା (JRY)– ‘ଜାତୀୟ ଗ୍ରାମାଞ୍ଚଳ ନିଯୁକ୍ତି କାର୍ଯ୍ୟକ୍ରମ ଓ ଗ୍ରାମାଞ୍ଚଳ ଭୂମିହୀନ ନିଶ୍ଚିତ ନିଯୁକ୍ତି କାର୍ଯ୍ୟକ୍ରମ’ର ଆଭିମୁଖ୍ୟ ସମାନ ହୋଇଥିବାରୁ 1986 ମସିହାରେ ଏ ଦୁଇଟି କାର୍ଯ୍ୟକ୍ରମକୁ ଏକତ୍ର କରି ଜବାହାର ରୋଜଗାର ଯୋଜନା କାର୍ଯ୍ୟକ୍ରମ ଆରମ୍ଭ କରାଗଲା । ଏହି ଯୋଜନାରେ ଖର୍ଚ୍ଚର ୫୦ ଶତାଂଶ କେନ୍ଦ୍ର ଓ 20 ଶତାଂଶ ରାଜ୍ୟ ବହନ କରିଥାଏ । ଏହି ଯୋଜନା ଜିଲ୍ଲାର ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ କାର୍ଯ୍ୟକାରୀ ହୁଏ ।

ଗୋଷ୍ଠୀଗତ ପରିସମ୍ପତ୍ତି ସୃଷ୍ଟିପାଇଁ ଉଦ୍ଦିଷ୍ଟ ସମସ୍ତ ଗ୍ରାମ୍ୟ ନିର୍ମାଣକାର୍ଯ୍ୟ ଏହି ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ । ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ନିର୍ମାଣକାର୍ଯ୍ୟରେ ଦରିଦ୍ରମାନଙ୍କ ନିଯୁକ୍ତିକୁ ଅଗ୍ରାଧିକାର, ସେମାନଙ୍କର କ୍ରମାଗତ ଆୟପନ୍ଥା ସୃଷ୍ଟି କରୁଥିବା ନିର୍ମାଣକାର୍ଯ୍ୟକୁ ଅଗ୍ରାଧ୍ୟାକାର, ମହିଳା, ଅନୁସୂଚିତ ଜାତି ଓ ଜନଜାତିର ଲୋକମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଏ ।

ଦରିଦ୍ରତମ ଅନୁସୂଚିତ ଜାତି, ଜନଜାତି ଓ ଗୋତି ଶ୍ରମିକମାନଙ୍କପାଇଁ ‘ଇନ୍ଦିରା ଆବାସ ଗୃହ’ ନିର୍ମାଣ, ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ, ଦାରିଦ୍ର୍ୟରେଖା ତଳେ ଥ‌ିବା କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ବ୍ୟକ୍ତିଗତ ଚାଷଜମିକୁ ଉଠିଆ କରିବା ବ୍ୟବସ୍ଥା, ଜଳଛାୟା ଅଞ୍ଚଳରେ ଥ‌ିବା ବ୍ୟକ୍ତିଗତ ଚାଷଜମିର ଉତ୍ପାଦିକା ଶକ୍ତି ବୃଦ୍ଧି କରିବା, କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କର ଭୂଉନ୍ନୟନ କରିବା ଇତ୍ୟାଦି ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି ।

(5) ଗ୍ରାମାଞ୍ଚଳ ଯୁବଗୋଷ୍ଠୀ ଆତ୍ମନିଯୁକ୍ତି ପାଇଁ ତାଲିମ (TRYSEM)– ଏହି ଯୋଜନା 1989 ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ଥ‌ିବା 18-35 ବର୍ଷ ବୟସ୍କ ଯୁବଗୋଷ୍ଠୀଙ୍କ ଆତ୍ମନିଯୁକ୍ତିପାଇଁ ସେମାନଙ୍କୁ ଆନୁଷ୍ଠାନିକଭାବେ ବୈଷୟିକ କୌଶଳ ତାଲିମ ଦେବା । ଏହି ଯୋଜନାରେ ଯୁବକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଛୋଟ ଛୋଟ ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିବାପାଇଁ କୌଶଳ ଶିକ୍ଷାଦେବା ସହିତ ବ୍ୟାଙ୍କରୁ ଋଣ ଆକାରରେ ଆର୍ଥିକ ସାହାଯ୍ୟ ଦିଆଯାଇଥାଏ ।

ଇଲେକ୍‌ଟ୍ରିକାଲ୍ ଯନ୍ତ୍ରପାତିର ମରାମତି, TV, ରେଡ଼ିଓ ମରାମତି, ନଡ଼ିଆକତା କାମ, ଚମଡ଼ା କାମ, ଟ୍ରାଭେଲ୍ ଏଜେନ୍‌ସି ଇତ୍ୟାଦି ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥାଏ । ଏହି ଯୋଜନା ମାଧ୍ୟମରେ ଅନୁସୂଚିତ ଜାତି, ଜନଜାତି ଓ ମହିଳା ପ୍ରଭୃତି ଅବହେଳିତ-ବର୍ଗମାନଙ୍କପାଇଁ ସ୍ଥାନ ସଂରକ୍ଷଣ କରାଯାଇଥାଏ । ସପ୍ତମ ଯୋଜନା କାଳରେ ଏହି ଯୋଜନାଦ୍ଵାରା 11.6 ଲକ୍ଷ ଯୁବକ-ଯୁବତୀ ଉପକୃତ ହୋଇଥିଲେ ।

(6) ଜାତୀୟ ସହରାଞ୍ଚଳ ଜୀବିକା ମିଶନ (NVLM) – ନେହେରୁ ରୋଜଗାର ଯୋଜନା (NRY), ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣପାଇଁ ସମନ୍ବିତ କାର୍ଯ୍ୟକ୍ରମ (PMIUPEP), ସହରାଞ୍ଚଳ ପ୍ରାଥମିକ ସେବା କାର୍ଯ୍ୟକ୍ରମ (UBSP), ଦାରିଦ୍ର୍ୟ ନିରାକରଣ କାର୍ଯ୍ୟକ୍ରମକୁ ଏକତ୍ର କରାଯାଇ ଜାତୀୟ ସହରାଞ୍ଚଳ ଜୀବିକା ମିଶନ (NVLM) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଲା ସହରାଞ୍ଚଳ ବେକାର ଓ ଅର୍ବବେକାର ଯୁବଗୋଷ୍ଠୀଙ୍କୁ ଆତ୍ମନିଯୁକ୍ତିପାଇଁ ସବୁପ୍ରକାର ସାହାଯ୍ୟ କରିବା । ଏହି ଯୋଜନାରେ ଖର୍ଚ୍ଚ ହେଉଥ‌ିବା ଅର୍ଥ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ 75 : 25 ହିସାବରେ ବହନ କରାଯାଇଥାଏ ।

(7) ଜାତୀୟ ଗ୍ରାମୀଣ ଜୀବିକା ମିଶନ (NRLM) – IRDP, DWCRA, TRYSEM ଯୋଜନାକୁ ଏକତ୍ର କରାଯାଇ NRLM ଯୋଜନା 2011 ମସିହାରେ ଆରମ୍ଭ କରାଯାଇଅଛି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି ଗ୍ରାମାଞ୍ଚଳ ଯୁବଗୋଷ୍ଠୀପାଇଁ ଆତ୍ମନିଯୁକ୍ତିର ବ୍ୟାପକ ସୁଯୋଗ ସୃଷ୍ଟି କରିବା ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

ଏହି ଯୋଜନାରେ ଜିଲ୍ଲା ଉନ୍ନୟନ ସଂସ୍ଥାକୁ ଅଧିକ ଶକ୍ତିଶାଳୀ କରାଯାଇଛି । ଗ୍ରାମାଞ୍ଚଳରେ ଯୁବଗୋଷ୍ଠୀମାନଙ୍କର ଦକ୍ଷତା, ସେମାନଙ୍କୁ ବୈଷୟିକ କୌଶଳ ପ୍ରଦାନ, ସେମାନଙ୍କ ଶିଳ୍ପ ଓ ପ୍ରତିଷ୍ଠାନର ଦ୍ରବ୍ୟର ବିକ୍ରୟ ଇତ୍ୟାଦି ବିଷୟରେ ଜ୍ଞାନ ପ୍ରଦାନ କରି ଆତ୍ମନିଯୁକ୍ତି ପ୍ରକ୍ରିୟାକୁ ଆହୁରି ଜୋର୍‌ସୋର୍‌ରେ ଆଗେଇ ନେଇ ଦାରିଦ୍ର୍ୟ ନିରାକରଣ ଉପରେ ଏହି କାର୍ଯ୍ୟକ୍ରମରେ ଗୁରୁତ୍ବ ଆରୋପ କରାଯାଇଛି ।

4. ଭାରତରୁ ଦାରିଦ୍ର୍ୟ ଦୂର କରିବାପାଇଁ ସରକାର ଗ୍ରହଣ କରିଥିବା କାର୍ଯ୍ୟକ୍ରମଗୁଡ଼ିକର ଆଲୋଚନା କର ।
Answer:
1970 ମସିହା ପର୍ଯ୍ୟନ୍ତ ଆମ ଦେଶର ଯୋଜନାକାରୀମାନେ ବିଶ୍ୱାସ କରି ଆସୁଛନ୍ତି ଯେ, ଅର୍ଥନୈତିକ ବିକାଶରେ ଶିଳତା ଓ ବୈଷମ୍ୟ ଦେଶର ଦାରିଦ୍ର୍ୟର ମୁଖ୍ୟ କାରଣ । ତେଣୁ ତ୍ୱରାନ୍ବିତ ଅର୍ଥନୈତିକ ବିକାଶ ଓ ବୈଷମ୍ୟର ଦୂରୀକରଣଦ୍ୱାରା ଗଣଦାରିଦ୍ର୍ୟର ବିଲୋପ ସମ୍ଭବ ହୋଇପାରିବ । ସେଣ୍ଡ୍‌ପାଇଁ ଏହି ଦୁଇ ଲକ୍ଷ୍ୟ ପୂରଣପାଇଁ ଗୁରୁତ୍ଵ ଯୋଜନାରେ ଦିଆଯାଇଥିଲା ଓ ବିଶ୍ଵାସ କରାଯାଇଥିଲା ଯେ, 1985-86 ମସିହା ସୁଦ୍ଧା ଦେଶରୁ ଦାରିଦ୍ର୍ୟ ଲୋପ ପାଇପାରିବ ।

କିନ୍ତୁ ପଞ୍ଚମ ଯୋଜନା ବେଳକୁ ଦେଖାଗଲା ଯେ, ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ଲୋକଙ୍କ ସଂଖ୍ୟା ତଥା ଆର୍ଥିକ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନାହିଁ; ତେଣୁ ପରବର୍ତୀ ଯୋଜନାଗୁଡ଼ିକରେ ଦାରିଦ୍ର୍ୟ ଦୂରୀକରଣକୁ ପ୍ରାଥମିକତା ଦିଆଗଲା ।

ଉପାୟ ଚିନ୍ତା କରାଗଲା । ପଞ୍ଚମ ଯୋଜନାରେ ମତ ପ୍ରକାଶ ପାଇଲା ଯେ, ବେକାରି ଓ ଅର୍ଥବେକାରି ସମସ୍ୟାର ସମାଧାନ କରାଯାଇ ପାରିଲେ ଦାରିଦ୍ର୍ୟ ନିରାକରଣ ହୋଇପାରିବ । ତେଣୁ ଏହି ଯୋଜନାରେ ନିଯୁକ୍ତିର ସୁଯୋଗ ସୃଷ୍ଟି କରିବାପାଇଁ ଗୁରୁତ୍ଵ ଦିଆଗଲା । ଷଷ୍ଠ ଯୋଜନାରେ ମଧ୍ୟ ଦାରିଦ୍ର୍ୟ ନିରାକରଣ ଉପରେ ଅଧ‌ିକ ଧ୍ୟାନ ଦିଆଗଲା ।

1984-85 ମସିହାକୁ ଦାରିଦ୍ର୍ୟର ଅନୁପାତ 30 ଶତାଂଶ ଓ 1994-95 ମସିହାକୁ 10 ଶତାଂଶରୁ କମ୍‌କୁ ଖସାଇ ଦେବାପାଇଁ ଲକ୍ଷ୍ୟ ରଖାଗଲା । ସେଥ‌ିପାଇଁ ନୀତି ନିର୍ଦ୍ଧାରଣ ହେଲା ଯେ –

  • ଷଷ୍ଠ ଯୋଜନାରେ ଦେଶର ଅଭିବୃଦ୍ଧି ହାର 5.2 ଶତାଂଶ ଓ ସପ୍ତମ ଯୋଜନାରେ 5.5 ଶତାଂଶକୁ ବୃଦ୍ଧି କରାଯିବାପାଇଁ ପଦକ୍ଷେପ,
  • ଆର୍ଥିକ ବୈଷମ୍ୟ ଦୂରକରିବାପାଇଁ ପଦକ୍ଷେପ ।

ଦେଶର ଅର୍ଥନୈତିକ ଅଭିବୃଦ୍ଧି ହାର ବୃଦ୍ଧିପାଇଁ ଯେଉଁସବୁ ପଦକ୍ଷେପମାନ ନିଆଗଲା, ସେଗୁଡ଼ିକ ହେଲା –

  • 1994- 95 ମସିହା ସୁଦ୍ଧା ପୁଞ୍ଜିନିବେଶ ହାର 26.92 ଶତାଂଶକୁ ବୃଦ୍ଧି କରିବା,
  • ବର୍ଦ୍ଧିତ ପୁଞ୍ଜି-ଉତ୍ପାଦ ଅନୁପାତ (incremental capital output ratio) ହ୍ରାସ କରି ପୁଞ୍ଜିର ଉତ୍ପାଦନଶୀଳତା ବୃଦ୍ଧି କରିବା ।

ସେହିପରି ଦେଶରେ ବୈଷମ୍ୟ ହ୍ରାସ କରିବାପାଇଁ ଅନେକ ଉପାୟର ‘ଅବତାରଣା କରାଗଲା । ସେଗୁଡ଼ିକ ହେଲା –

  • ନୂତନ ଧନ୍ଦା ସୃଷ୍ଟି ମାଧ୍ୟମରେ ଗରିବ ଲୋକମାନଙ୍କପାଇଁ ନିଯୁକ୍ତିର ଅଧ‌ିକ ସୁଯୋଗ ସୃଷ୍ଟି କରିବା,
  • ସାମାଜିକ ସେବାର ପ୍ରସାର କରିବା,
  • ଉତ୍ପାଦନ ସହାୟକ ପରିସମ୍ପତ୍ତି ହାସଲ କରିବାପାଇଁ ଗରିବ ଲୋକମାନଙ୍କୁ ଅଧିକ ଆନୁଷ୍ଠାନିକ ଋଣ ଯୋଗାଇଦେବା, ଚକବନ୍ଦୀ, ବ୍ୟକ୍ତିଗତ ଚାଷଜମିର ସର୍ବୋଚ୍ଚ ପରିମାଣ ଧାର୍ଯ୍ୟ ଓ ରୟତି ସ୍ଵତ୍ଵର ସୁରକ୍ଷା ମାଧ୍ୟମରେ ଭୂସଂସ୍କାର କାର୍ଯ୍ୟକ୍ରମକୁ ଅଧ‌ିକ ଜୋରଦାର୍ କରିବା,
  • ଅଧୁକ ଆୟ ଓ ସମ୍ପତ୍ତି ଉପରେ କରଧାର୍ଯ୍ୟ କରିବା ଓ
  • ଜନସଂଖ୍ୟାର ଦ୍ରୁତ ଅଭିବୃଦ୍ଧିକୁ ରୋକିବା ।

ଷଷ୍ଠ ଯୋଜନାର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମର ସଫଳତା ଉପଲବ୍‌ କରି ଏହାର ଆଭିମୁଖ୍ୟକୁ ଆହୁରି ବ୍ୟାପକ କରିବାପାଇଁ ସପ୍ତମ ଯୋଜନା କାଳରେ ଅନେକ ନୂଆ-କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ସେହି କାର୍ଯ୍ୟକ୍ରମଗୁଡ଼ିକ ହେଲା –

  • ସର୍ବନିମ୍ନ ଆବଶ୍ୟକତା କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଲୋକମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ଗୁରୁତ୍ବପୂର୍ଣ୍ଣ ସାମାଜିକ ସେବା ଯୋଗାଇ ଦେବା,
  • ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଗରିବମାନଙ୍କୁ ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ଆବଶ୍ୟକ ଦ୍ରବ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦେଇ ଦରବୃଦ୍ଧି ପ୍ରଭାବରୁ ସେମାନଙ୍କୁ ରକ୍ଷା କରିବାର ଯୋଜନା,
  • ଅନୁସୂଚିତ ଜାତି, ଜନଜାତି ଓ ମହିଳାଙ୍କ ‘ଭଳି ସମାଜର ଅତି ଦୁର୍ବଳ ଶ୍ରେଣୀର ଜନସାଧାରଣଙ୍କର ଜୀବନଯାପନର ମାନ ଉନ୍ନତ କରିବାପାଇଁ ବିଶେଷ ଧରଣର କାର୍ଯ୍ୟକ୍ରମମାନ ଓ
  • କୃଷି ଅନଗ୍ରସର ଅଞ୍ଚଳମାନଙ୍କରେ କୃଷି ବିକାଶପାଇଁ ପଦକ୍ଷେପ ।

ସେହିପରି ସହରାଞ୍ଚଳ ଦାରିଦ୍ର୍ୟ ଦୂରୀକରଣପାଇଁ ସପ୍ତମ ଯୋଜନା କାଳରେ ଅନେକ କାର୍ଯ୍ୟକ୍ରମ ହାତକୁ ମଧ୍ଯ ନିଆଯାଇଥିଲା । ସେଗୁଡ଼ିକ ହେଲା –

  • ସହରାଞ୍ଚଳ ବେକାରିମାନଙ୍କର ନିଯୁକ୍ତି ସୁଯୋଗ ସୃଷ୍ଟି,
  • ସ୍ବଳ୍ପ ବେତନଭୋଗୀ କର୍ମଚାରୀଙ୍କପାଇଁ ସୁବିଧା ସୁଯୋଗର ବ୍ୟବସ୍ଥା,
  • ଆତ୍ମନିଯୁକ୍ତ ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ଓ ରୋଜଗାର ବୃଦ୍ଧିପାଇଁ ବ୍ୟବସ୍ଥା ଓ
  • ସର୍ବନିମ୍ନ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ଓ ପିଇବାପାଣିର ବ୍ୟବସ୍ଥା ।

ଅଷ୍ଟମ ଯୋଜନା ଆରମ୍ଭବେଳକୁ ଦାରିଦ୍ର୍ୟର ଅନୁପାତ ମଧ୍ୟ ବିଶେଷ କମି ନ ଥିଲା । ସେତେବେଳେ ଏହା 36 ଶତାଂଶ ଥୁଲା ଏବଂ ଗ୍ରାମାଞ୍ଚଳରେ ଏହି ଅନୁପାତ ଆହୁରି ଅଧିକ ଥିଲା । ତେଣୁ ଅଷ୍ଟମ ଯୋଜନା କାଳରେ ଗ୍ରାମାଞ୍ଚଳ ନିଯୁକ୍ତି ଉପରେ ଅଧ‌ିକ ଗୁରୁତ୍ଵ ଆରୋପ କରାଯାଇଥିଲା । 1996-97 ମସିହା ବେଳକୁ ଦାରିଦ୍ର୍ୟର ଅନୁପାତ 29.2 ଶତାଂଶକୁ ଖସି ଆସିଥିଲା ।

ତେଣୁ ନବମ ଯୋଜନା କାଳରେ ଏହି ଅନୁପାତକୁ 2001-02 ମସିହା ସୁଦ୍ଧା 18 ଶତାଂଶକୁ, 2006-07 ମସିହା ସୁଦ୍ଧା 18 ଶତାଂଶକୁ, 2006-07 ମସିହା ସୁଦ୍ଧା 9.5 ଶତାଂଶକୁ ଓ 2011-12 ମସିହାସୁଦ୍ଧା 4.4 ଶତାଂଶକୁ ଖସାଇ ଆଣିବାପାଇଁ ଧାର୍ଯ୍ୟ କରାଗଲା ।

ତେଣୁ ଏହି ସମୟ ମଧ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ହାର ଯଥାକ୍ରମେ 7 ଶତାଂଶ, 7.5 ଶତାଂଶ ଓ 8 ଶତାଂଶକୁ ବୃଦ୍ଧି କରିବାପାଇଁ ବିଭିନ୍ନ ପଦକ୍ଷେପ ନିଆଗଲା । ସ୍ତରରେ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି । ଏସବୁ ସତ୍ତ୍ଵେ ଦାରିଦ୍ର୍ୟ ଦେଶର ଏକ ବଡ଼ ସମସ୍ୟାରୂପେ ମୁଣ୍ଡଟେକି ରହିଛି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

5. ଭାରତରୁ ଦାରିଦ୍ର୍ୟ ନିରାକରଣ ପାଇଁ ଉଦ୍ଦିଷ୍ଟ ସାମ୍ପ୍ରତିକ କାର୍ଯ୍ୟକ୍ରମଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ପଞ୍ଚମ ପଞ୍ଚବାର୍ଷିର୍କ ଯୋଜନାଠାରୁ ଗରିବମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନିର୍ଦ୍ଧାରଣ ହେଲା । କେନ୍ଦ୍ର ଓ ରାଜ୍ୟ ସରକାରମାନେ ଅନେକ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ କରିସାରିଲେଣି । କିନ୍ତୁ ଦାରିଦ୍ର୍ୟତାର ଚିହ୍ନ ଦେଶରୁ ଲିଭୁନାହିଁ; ବରଂ ଦାରିଦ୍ର୍ୟତାର କରୁଣ ଦୃଶ୍ୟ ଦେଖାଦେଇଛି । ତେବେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥ‌ିବା କେତୋଟି ପ୍ରମୁଖ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ ସମ୍ପର୍କରେ ନିମ୍ନରେ ଆଲୋଚନା କରାଯାଇଛି ।

(1) ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା : ପୂର୍ବତନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାରଙ୍କ ଏହା ଏକ ପ୍ରଶଂସନୀୟ ନିଯୁକ୍ତି-ଭିଭିକ ଦାରିଦ୍ର୍ୟ ନିରାକରଣ ଯୋଜନା । ଗ୍ରାମାଞ୍ଚାଳ ନିଯୁକ୍ତି ଗ୍ୟାରେଣ୍ଟି ବିଲ୍‌ – 2004 ମସିହା ଅଗଷ୍ଟ ମାସ 2005 ରେ ପାର୍ଲାମେଣ୍ଟରେ ପାସ୍ ହୋଇ, ଏହି ଯୋଜନାକୁ ଆଇନଗତ ମର୍ଯ୍ୟାଦା ମିଳିସାରିଛି ।

ଏହି ଯୋଜନା ଅନୁସାରେ ଗ୍ରାମାଞ୍ଚଳରେ ପ୍ରତି ପରିବାରର ଜଣକୁ ବର୍ଷକରେ 100 ଦିନ ନିଶ୍ଚିତ ନିଯୁକ୍ତି ଯୋଗାଇ ଦିଆଯିବାର ବ୍ୟବସ୍ଥା ଅଛି । ରାଜ୍ୟରେ ପ୍ରଚଳିତ ସର୍ବନିମ୍ନ ମଜୁରି ପାଇବାକୁ ହିତାଧିକାରୀମାନେ ଏହାର ହକ୍‌ର ଅଟନ୍ତି । କାମ ମାଗିବାର 15 ଦିନ ମଧ୍ୟରେ କାମ ନ ମିଳିଲେ ହିତାଧ୍ୟାକାରୀ ବେକାରୀ ଭତ୍ତାପାଇବାର ବ୍ୟବସ୍ଥା ରହିଛି ।

2016-17 ବଜେଟ୍‌ରେ ଏହି ଯୋଜନା ପାଇଁ ? 38.500 କୋଟି ଟଙ୍କା ବ୍ୟୟ କରାଯାଇଛି । ଏହି ଯୋଜନା ଆରମ୍ଭରୁ 2014-15 ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ମୋଟ 2.4 ଲକ୍ଷ କୋଟି ଟଙ୍କା ବ୍ୟୟ ହୋଇଥ‌ିବା ବେଳେ ମୋଟ ନିଯୁକ୍ତି 1644 କୋଟି ଶ୍ରମଦିବସ ସୃଷ୍ଟି ହୋଇଥ‌ିବା ଆକଳନ କରାଯାଇଛି ।

ଜାତୀୟ ଖାଦ୍ୟ ନିରାପତ୍ତା ଆଇନ (National Food Security Act): ଜାତୀୟ ଖାଦ୍ୟ ନିରାପତ୍ତା ବିଲ୍ ସଂସଦର ଉଭୟ ଗୃହରେ 2013 ମସିହାରେ ପାରିତ ହେଲା ଓ ରାଷ୍ଟ୍ରପତି ଉକ୍ତ ବିଲ୍‌କୁ ସ୍ବୀକୃତ ପ୍ରଦାନ କଲା ପରେ ଆଇନର ମାନ୍ୟତା ପାଇଲା । ଏହି ଆଇନ ଅନୁଯାୟୀ ଗ୍ରାମାଞ୍ଚଳରେ 75 ପ୍ରତିଶତ ଓ ସହରାଞ୍ଚଳରେ 50 ପ୍ରତିଶତ ଗରିବ ହିତାଧ୍ୟାକାରୀଙ୍କୁ 5 କିଲୋ (ଗହମ କେ.ଜି. ପ୍ରତି 1 ଟଙ୍କା ଓ ଚାଉଳ କେ.ଜି. ପ୍ରତି 1 ଟଙ୍କା ଦରରେ) ଖାଦ୍ୟଶସ୍ୟ ଉପଲବ୍‌ଧ ହେବ ।

ସବୁଠାରୁ ଗରିବ ପରିବାର ପ୍ରତି ମାସରେ ଅତିରିକ୍ତ 10 କେ.ଜି. ଖାଦ୍ୟଶସ୍ୟ ପାଇବେ ଯାହାଦ୍ଵାରା ଅନ୍ନପୂର୍ଣ୍ଣା ଅନ୍ନ ଯୋଜନାରେ ସେମାନେ ପାଉଥ‌ିବା ଖାଦ୍ୟଶସ୍ୟ ପରିମାଣ ସୁରକ୍ଷିତ ହୋଇପାରିବ । ରାଜ୍ୟସ୍ତରରେ ଜନସଂଖ୍ୟାର ହିତାଧିକାରୀମାନଙ୍କ ଅନୁପାତ ଯୋଜନା ଆୟୋଗ ନିର୍ଦ୍ଧାରଣ କରିବେ ।

କିନ୍ତୁ ସକ୍‌ସିଡ଼୍ ପ୍ରଦାନଦ୍ୱାରା ସରକାରଙ୍କୁ ବିପୁଳ ବ୍ୟୟ ଭାର ବହନ କରିବାକୁ ପଡ଼ିବ । 2015-16 ଆର୍ଥିକ ବର୍ଷ ଏହି ବ୍ୟୟ ୡ 1,57,701 କୋଟି ଟଙ୍କା ହେବ ବୋଲି ଆକଳନ ହୋଇଛି ।
ବର୍ତ୍ତମାନ ସୁଦ୍ଧା 23ଟି ରାଜ୍ୟ ସରକାର ଏହି ଆଇନକୁ ଆଂଶିକ ବା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିସାରିଲେଣି । ରାଜ୍ୟସରକାରମାନେ ହିତାଧ୍ୟାକାରୀମାନଙ୍କୁ ଡିଜିଟାଲ୍ ରେସନ୍ କାର୍ଡ଼ ଯୋଗାଇ ଦେଇଛନ୍ତି ଏବଂ ପୂର୍ବର ବି.ପି.ଏଲ୍. ଓ ଏ.ପି.ଏଲ୍. ରେସନ୍ କାର୍ଡ଼କୁ ରଦ୍ଦ କରିଦିଆଯାଇଛି ।

CHSE Odisha Class 11 Economics Solutions Chapter 10 ଦାରିଦ୍ର୍ୟ

(2) ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା (PMGAY) : 1958 ମସିହାରେ ଗ୍ରାମୀଣ ଗରିବ ବିଶେଷକରି ତଫସିଲଭୁକ୍ତ ଜାତି ଓ ଉପଜାତି ଲୋକଙ୍କ ପାଇଁ ଆରମ୍ଭ ହୋଇଥିବା ଇନ୍ଦିରା ଆବାସ ଯୋଜନା ଏବେ କେନ୍ଦ୍ରସରକାରଙ୍କଦ୍ବାରା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ନାମରେ ପୁନଃ ନାମକରଣ କରାଯାଇଛି ।

1993-94 ମସିହାଠାରୁ ଏହି ଯୋଜନା ଅଣତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ପାଇଁ ଲାଗୁ ହୋଇଥିଲା । ପରେ 1995-96 ମସିହାଠାରୁ ଏହା ସାମରିକ ଓ ଅର୍ଥ- ସାମରିକ କର୍ମଚାରୀ ଯେଉଁମାନେ କର୍ତ୍ତବ୍ୟପାଳନ ବେଳେ ଦେଶପାଇଁ ସହିଦ୍ ହୋଇଛନ୍ତି, ସେମାନଙ୍କ ପାଇଁ ପ୍ରଯୁଜ୍ୟ ହେଲା । ଜିଲ୍ଲା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଏହି କାର୍ଯ୍ୟକ୍ରମ ରୂପାୟନ ଦାୟିତ୍ୱ ବହନ କରିଥା’ନ୍ତି ।

CHSE Odisha Class 11 Economics Solutions Chapter 8 ଯୋଜନା

Odisha State Board CHSE Odisha Class 11 Economics Solutions Chapter 8 ଯୋଜନା Questions and Answers.

CHSE Odisha 11th Class Economics Solutions Chapter 8 ଯୋଜନା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। କେଉଁ ମସିହାରେ ଭାରତରେ ଯୋଜନା ପର୍ବ ଆରମ୍ଭ ହୋଇଥିଲା ?
(i) ୧୯୪୭
(ii) ୧୯୪୮
(iii) ୧୯୫୧
(iv) ୧୯୯୧
Answer:
(iii) ୧୯୫୧

୨। ଆମ ଦେଶରେ କେଉଁ ସଂସ୍ଥା ଯୋଜନା ପ୍ରଣୟନ କରୁଥିଲେ ?
(i) ଅର୍ଥ ମନ୍ତ୍ରଣାଳୟ
(ii) ଭାରତୀୟ ରିଜର୍ଭ ବ୍ୟାଙ୍କ
(iii) ଯୋଜନା କମିଶନ୍
(iv) ଅର୍ଥ କମିଶନ୍
Answer:
(iii) ଯୋଜନା କମିଶନ୍

୩। ଯୋଜନା କମିଶନ୍‌ର ଅଧ୍ୟକ୍ଷ କିଏ ଥିଲେ ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(iv) ଅର୍ଥମନ୍ତ୍ରୀ
Answer:
(iii) ପ୍ରଧାନମନ୍ତ୍ରୀ

୪। ଭାରତୀୟ ଯୋଜନାର ଏକ ମୌଳିକ ଲକ୍ଷ୍ୟ ଲେଖ ।
(i) ସ୍ୱ।ବଲମ୍ୱନଶୀଳତା ହାସଲ
(ii) ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ
(iii) ସାମାଜିକ ନ୍ୟାୟ ପ୍ରତିଷ୍ଠା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 8 ଯୋଜନା

୫। ବର୍ତ୍ତମାନ ଆମ ଦେଶରେ କେଉଁ ଯୋଜନା ପ୍ରଚଳିତ ?
(i) ଦଶମ ଯୋଜନା
(ii) ଏକାଦଶ ଯୋଜନା
(iii) ଦ୍ଵାଦଶ ଯୋଜନା
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ଦ୍ବାଦଶ ଯୋଜନା

୬। ପ୍ରଥମ ଯୋଜନାରେ କେଉଁ କ୍ଷେତ୍ର ଅଗ୍ରାଧୂକାର ଲାଭ କରିଥିଲା ?
(i) ଶିଳ୍ପକ୍ଷେତ୍ର
(ii) ସେବା କ୍ଷେତ୍ର
(iii) କୃଷି କ୍ଷେତ୍ର
(iv) ଉପରୋକ୍ତ ସମସ୍ତ
Answer:
(iii) କୃଷିକ୍ଷେତ୍ର

୭। କେଉଁ ଯୋଜନାରେ ଶିଳ୍ପ କ୍ଷେତ୍ର ଅଗ୍ରାଧୁକାର ଲାଭ କରିଥିଲା ?
(i) ପ୍ରଥମ ଯୋଜନା
(ii) ଦ୍ଵିତୀୟ ଯୋଜନା
(iii) ତୃତୀୟ ଯୋଜନା
(iv) ଉପରୋକ୍ତ ସମସ୍ତ
Answer:
(ii) ଦ୍ଵିତୀୟ ଯୋଜନା

୮। ଜାତୀୟ ଯୋଜନା କମିଟି କେବେ ଗଠନ କରାଯାଇଥିଲା।
(i) ୧୯୪୭
(ii) ୧୯୪୯
(iii) ୧୯୩୭
(iv) ୧୯୫୦
Answer:
(iii) ୧୯୩୭

୯। ବମ୍ବେ ଯୋଜନାର ସମୟ କାଳ କେତେବର୍ଷ ପାଇଁ ଧାର୍ଯ୍ୟ କରାଯାଇଥିଲା ।
(i) ୫ ବର୍ଷ
(ii) ୧୫ ବର୍ଷ
(iii) ୧୦ ବର୍ଷ
(iv) ୨୦ ବର୍ଷ
Answer:
(ii) ୧୫ ବର୍ଷ

୧୦। ସ୍ଥିରତା ସହିତ ବିକାଶ କେଉଁ ଯୋଜନାର ପ୍ରଧାନ ଆଭିମୁଖ୍ୟ ଥିଲା ?
(i) ତୃତୀୟ ଯୋଜନା
(ii) ପଞ୍ଚମ ଯୋଜନା
(iii) ଚତୁର୍ଥ ଯୋଜନା
(iv) ସପ୍ତମ ଯୋଜନା
Answer:
(iii) ଚତୁର୍ଥ ଯୋଜନା

୧୧। କେଉଁ ଯୋଜନାର ସମୟକାଳ ୪ ବର୍ଷ ଥିଲା ?
(i) ତୃତୀୟ ଯୋଜନା
(ii) ପଞ୍ଚମ ଯୋଜନା
(iii) ସପ୍ତମ ଯୋଜନା
(iv) ଅଷ୍ଟମ ଯୋଜନା
Answer:
(ii) ପଞ୍ଚମ ଯୋଜନା

CHSE Odisha Class 11 Economics Solutions Chapter 8 ଯୋଜନା

୧୨। ପଞ୍ଚମ ପଞ୍ଚବାର୍ଷିକ ଯୋଜନାର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
(i) ସ୍ଥିରତା ସହ ବିକାଶ
(ii) ସାମାଜିକ ନ୍ୟାୟ ସହ ବିକାଶ
(iii) କୃଷି ଓ ଶିଳ୍ପର ବିକାଶ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ସାମାଜିକ ନ୍ୟାୟ ସହ ବିକାଶ

୧୩। କେଉଁ ଯୋଜନା ଦାରିଦ୍ର୍ୟ ଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରିଥିଲା।
(i) ଚତୁର୍ଥ ଯୋଜନା
(ii) ଷଷ୍ଠ ଯୋଜନା
(iii) ପଞ୍ଚମ ଯୋଜନା
(iv) ସପ୍ତମ ଯୋଜନା
Answer:
(iv) ସପ୍ତମ ଯୋଜନା

୧୪। ନବମ ପଞ୍ଚବାର୍ଷିକ ଯୋଜନାର ପ୍ରମୁଖ ଆଭିମୁଖ୍ୟ କ’ଣ ଥିଲା ?
(i) ସମତା ଓ ନ୍ୟାୟ ସହିତ ବିକାଶ
(ii) ସ୍ଥିରତା ସହ ବିକାଶ
(iii) ସ୍ଥିରତା ଓ ନ୍ୟାୟ ସହ ବିକାଶ
(iv) ସାମାଜିକ ନ୍ୟାୟ ସହ ବିକାଶ
Answer:
(i) ସମତା ଓ ନ୍ୟାୟ ସହିତ ବିକାଶ

୧୫। ଦଶମ ପଞ୍ଚବାର୍ଷିକ ଯୋଜନା କେବେ ପ୍ରଣୟନ କରାଗଲା ?
(i) ୨୦୦୦ ମସିହା
(ii) ୨୦୦୨ ମସିହା
(iii) ୨୦୦୧ ମସିହା
(iv) ୨୦୦୫ ମସିହା
Answer:
(ii) ୨୦୦୨ ମସିହା

CHSE Odisha Class 11 Economics Solutions Chapter 8 ଯୋଜନା

୧୬। ୧୯୪୪ ମସିହାରେ ବମ୍ବେର ଆଠ ଜଣ ଶିଳ୍ପପତି ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ କ’ଣ ଥୁଲା ?
(i) ଗାନ୍ଧିବାଦୀ ଯୋଜନା
(ii) ଜନଗଣଙ୍କ ଯୋର୍ଜନା
(iii) ବମ୍ବେ ଯୋଜନା
(iv) ସର୍ବୋଦୟ ଯୋଜନା
Answer:
(iii) ବମ୍ବେ ଯୋଜନା

୧୭ । କେଉଁ ଦେଶର ପଞ୍ଚବାର୍ଷିକ ଯୋଜନା ଭାରତରେ ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପାଇଁ ପ୍ରେରଣା ଯୋଗାଇଥିଲା ?
(i) ଆମେରିକା
(ii) ସୋଭିଏଟ୍ ରୁଷିଆ
(iii) ଚୀନ୍
(iv) କୁ୍ୟବ
Answer:
(ii) ସୋଭିଏଟ୍ ରୁଷିଆ

୧୮। ନିମ୍ନଲିଖତଙ୍କ ମଧ୍ୟରୁ କେଉଁଟି ଭାରତୀୟ ପଞ୍ଚବାର୍ଷିକ ଯୋଜନାର ଅନ୍ୟତମ ବିଫଳତା ?
(i) ସ୍ୱ।ବଲମ୍ୱନଶୀଳତା
(ii) ଅଭିବୃଦ୍ଧି ହାରରେ ଉନ୍ନତି
(iii) ଗଣ ଦାରିଦ୍ର୍ୟ
(iv) ଜାତୀୟ ଓ ମୁଣ୍ଡପିଛା ଆୟର ଅଭିବୃଦ୍ଧି
Answer:
(iii) ଗଣ ଦାରିଦ୍ର୍ୟ

୧୯। ଭାରତୀୟ ଅର୍ଥବ୍ୟବସ୍ଥାର ନିମ୍ନ ଅଭିବୃଦ୍ଧି ହାରକୁ କିଏ ‘ହିନ୍ଦୁ ଅଭିବୃଦ୍ଧି ହାର’ ବୋଲି ଅଭିହିତ କରିଥିଲେ ?
(i) ଭି.କେ.ଆର.ଭି ରାଓ
(ii) ପ୍ରଫେସର ରାଜକ୍ରିଷ୍ଣା
(iii) ପି.ସି. ମହଲାବିଶ୍
(iv) ଏମ୍.ଏନ୍. ରାଓ
Answer:
(ii) ପ୍ରଫେସର ରାଜକ୍ରିଷ୍ଣା

୨୦ । ଏଥୁ ମଧ୍ୟରୁ କେଉଁଟି ଭାରତୀୟ ଯୋଜନାର ପ୍ରମୁଖ ଲକ୍ଷ୍ୟ ନୁହେଁ ?
(i) ଆର୍ଥନୀତିକ ଅଭିବୃଦ୍ଧି
(ii) ସାମାଜିକ ନ୍ୟାୟ ପ୍ରତିଷ୍ଠା
(iii) ଆତ୍ମନିର୍ଭରଶୀଳତା
(iv) ନାରୀ ସଶକ୍ତିକରଣ
Answer:
(iv) ନାରୀ ସଶକ୍ତିକରଣ

୨୧ । କିଏ ନୀତି ଆୟୋଗର ଅଧ୍ୟକ୍ଷ ଅଟନ୍ତି ?
(i) ରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iv) ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ
Answer:
(iii) ପ୍ରଧାନମନ୍ତ୍ରୀ

୨୨ । ବର୍ତ୍ତମାନ କେଉଁ ଅନୁଷ୍ଠାନ ଯୋଜନା ପ୍ରଣୟନର ଦାୟୀତ୍ବ ନେଇଛି ?
(i) ଅର୍ଥ ଆୟୋଗ
(ii) ଯୋଜନା ଆୟୋଗ
(iii) ନୀତି ଆୟୋଗ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ନୀତି ଆୟୋଗ

CHSE Odisha Class 11 Economics Solutions Chapter 8 ଯୋଜନା

୨୩। ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ କିଏ ଅଟନ୍ତି ?
(i) ନରେନ୍ଦ୍ର ମୋଦି
(ii) ଅରବିନ୍ଦ ପାନାଗାରିଆ
(iii) ଅମର୍ଭ ସେନ୍
(iv) ଅରୁଣ ଜେଟ୍‌ଲି
Answer:
(i) ଅରବିନ୍ଦ ପାନାଗାରିଆ

୨୪ । ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ ହେଲା ?
(i) 2012
(ii) 2013
(iii) 2014
(iv) 2015
Answer:
(i) 2012

୨୫ । ଏମାନଙ୍କ ମଧ୍ୟରୁ କିଏ ନୀତି ଆୟୋଗର ସଦସ୍ୟ ନୁହଁନ୍ତି ?
(i) ରାଜ୍ୟ ଅର୍ଥମନ୍ତ୍ରୀ
(ii) ପ୍ରଧାନମନ୍ତ୍ରୀ
(iii) ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ
(iv) ଏମାନଙ୍କ ଭିତରୁ କେହିଁ ନୁହେଁ
Answer:
(i) ରାଜ୍ୟ ଅର୍ଥମନ୍ତ୍ରୀ

B. ଶୂନ୍ୟସ୍ଥାନ ପୂରଣ କର।

୧। ଜୟ ପ୍ରକାଶ ନାରାୟଣଙ୍କ ଉଦ୍ୟମରେ ଦେଶର ଆର୍ଥିକ ବିକାଶ ପାଇଁ ଏକ ପରିଯୋଜନା ପ୍ରସ୍ତୁତ କରିଥିଲେ, ଯାହାକି _________________ ନାମରେ ପରିଚିତ ।
Answer:
ସର୍ବୋଦୟ ଯୋଜନା

୨। ଏସ୍.ଲନ୍. ଅଗ୍ରୱାଲ୍ ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ ___________________ ।
Answer:
ଗାନ୍ଧିବାଦୀ ଯୋଜନା

୩। ଏମ୍. ଏନ୍.ରାଏ ଯେଉଁ ଯୋଜନା ଚିଠା ପ୍ରସ୍ତୁତ କରିଥିଲେ ତାହାର ନାମ ____________________ ।
Answer:
ଜନତା ଯୋଜନା

୪। ସମ୍ପ୍ରତି ଦେଶର __________________ ପଞ୍ଚବାର୍ଷିକ ଯୋଜନା ଶୁଭାରମ୍ଭ ହୋଇଛି।
Answer:
ଦ୍ଵାଦଶ

୫। ଦୁଃଖ, ଦାରିଦ୍ର୍ୟ, ରୋଗ ତଥା ଅଳ୍ପାହାରରୁ ମୁକାଳିବା ପାଇଁ _____________________ ର ଆବଶ୍ୟକତା ଉପଲବ୍‌ଧ କରାଗଲା ।
Answer:
ଅର୍ଥନୈତିକ ଯୋଜନା

୬। ପ୍ରଥମ ଯୋଜନାରେ _____________________ ଉତ୍ପାଦନ ବୃଦ୍ଧି ଉପରେ ଅଗ୍ରାଧୁକାର ଦିଆଯାଇଥିଲା ।
Answer:
କୃଷି

୭। ଦ୍ୱିତୀୟ ଯୋଜନାରେ __________________ ପ୍ରତିଷ୍ଠା କରିବା ଥିଲା ଆମ ସମ୍ବିଧାନରେ ବର୍ଣ୍ଣିତ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତିର ଏକ ବିଶେଷ ପ୍ରାବଧାନ ।
Answer:
ଶିଳ୍ପ

୮। ଦେଶରେ _______________________ ପ୍ରତିଷ୍ଠା କରିବା ଥିଲା ଆମ ସମ୍ବିଧାନରେ ବର୍ଣ୍ଣିତ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତିର ଏକ ବିଶେଷ ପ୍ରାବଧାନ ।
Answer:
ସାମାଜିକ ନ୍ୟାୟ

CHSE Odisha Class 11 Economics Solutions Chapter 8 ଯୋଜନା

୯। ________________________ ମସିହାରେ ଭାରତ ସରକାର ଯୋଜନା ଅୟୋଗ ଗଠନ କରିଥିଲେ ।
Answer:
୧୯୫୦

୧୦। ________________________ ପଞ୍ଚବାର୍ଷିକ ଯୋଜନା ଚିଠାରେ ଆୟରେ ଅସମାନତା ହ୍ରାସ ବିଷୟରେ ପ୍ରଥମଥର ପାଇଁ ଆଲୋକପାତ କରାଯାଇଥିଲା ।
Answer:
ତୃତୀୟ ପଞ୍ଚବାର୍ଷିକ,

୧୧। ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାରେ ଏକ ___________________ ସମାଜ ଗଠନର ଲକ୍ଷ୍ୟ ବିଷୟ ଅବତାରଣା କରାଯାଇଥିଲା।
Answer:
ସମାଜବାଦୀ,

୧୨। ଭାରତରେ ଆର୍ଥନୀକିକ ଅଭିବୃଦ୍ଧିର କଚ୍ଛପ ଗତିକୁ ଅଧ୍ୟାପକ ରାଜକ୍ରିଷ୍ଣା __________________ ଅଭିବୃଦ୍ଧି ହାର କହି ସମାଲୋଚନା କରିଥିଲେ ।
Answer:
ହିନ୍ଦୁ

୧୩। ଯୋଜନା କାଳରେ ଅର୍ଥବ୍ୟବସ୍ଥାରେ ଯେଉଁ ଢାଞ୍ଚାଗତ ଓ ଆନୁଷ୍ଠାନିକ ପରିବର୍ତ୍ତନ ଘଟିଲା ତାହା ଫଳରେ ଜାତୀୟ ଉତ୍ପାଦକୁ ମାଧ୍ୟମିକ ଓ ___________________ କ୍ଷେତ୍ରର ଅବଦାନ ବୃଦ୍ଧି ପାଇଲା।
Answer:
ତୃତୀୟା/ସେବା

୧୪। ସ୍ଵାବଲମ୍ବନଶୀଳତା କହିଲେ ଅର୍ଥବ୍ୟବସ୍ଥାରେ ବୈଦେଶିକ ସହାୟତାର ପରିମାଣକୁ _________________ ସ୍ତରରେ ରଖୁବାକୁ ବୁଝାଇଥାଏ।
Answer:
ସର୍ବନିମ୍ନ

୧୫। ______________________ ଓ କାରିଗରୀ ବିଦ୍ୟାରେ ସଂଘଟିତ ପ୍ରଗତିକୁ ଜାଜ୍ଜ୍ବଲ୍ୟମାନ ଭାରତ ବୋଲି ମଧ୍ୟ କୁହାଯାଏ।
Answer:
ବିଜ୍ଞାନ

୧୬। ଚିରସ୍ଥାୟୀ _______________ କୁ ଭାରତୀୟ ଯୋଜନାର ଏକ ବିଫଳତା ବୋଲି କୁହାଯାଇପାରେ ।
Answer:
ଗଣଦାରିଦ୍ର୍ୟ

୧୭। ୧୯୯୧ ମସିହ ପର୍ଯ୍ୟନ୍ତ ଅନୁସୃତ ଆମ ଯୋଜନା କୌଶଳରେ ___________________ କ୍ଷେତ୍ରର ଆଧୂପତ୍ୟ ଓ ପ୍ରାଧାନ୍ୟକୁ ସ୍ଵୀକାର କରାଯାଇଥିଲା ।
Answer:
ସରକାରୀ

୧୮। ଭାରତୀୟ ଯୋଜନାଗୁଡ଼ିକର ବିଫଳତା ପାଇଁ ଏହାକୁ _________________ ଯୋଜନା ବୋଲି କୁହାଯାଏ।
Answer:
କାଗଜ

୧୯।____________________ ନୀତି ଆୟୋଗରେ ଅଧ୍ୟକ୍ଷତା କରିଥା’ନ୍ତି ।
Answer:
ପ୍ରଧାନମନ୍ତ୍ରୀ

୨୦। ନୀତି ଆୟୋଗ ___________________ ମସିହାରେ ଗଠିତ ହୋଇଥିଲା ।
Answer:
୨୦୧୫

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ

୧। ଅର୍ଥନୈତିକ ଯୋଜନା କହିଲେ ତୁମେ କ’ଣ ବୁଝ ?
Answer:
ଅର୍ଥନୈତିକ ଯୋଜନା ହେଉଛି ବହୁଳ ଅର୍ଥନୈତିକ ସମ୍ବଳର ଦାୟିତ୍ଵରେ ଥିବା କୌଣସି ନିଶ୍ଚିତ କର୍ତ୍ତୃପକ୍ଷଙ୍କ କେତେକ ସୁଚିନ୍ତିତ ଲକ୍ଷ୍ୟ ପୂରଣ ନିମିତ୍ତ ସୁଚିନ୍ତିତ ନିର୍ଦ୍ଦେଶ।

୨। ଆମ ଯୋଜନାର ଏକ ମୌଳିକ ଲକ୍ଷ୍ୟ ଉଲ୍ଲେଖ କର ।
Answer:
ଉଚ୍ଚ ଆଧ‌ିକ ଅଭିବୃଦ୍ଧି, ଭାରତୀୟ ଯୋଜନାର ଏକ ମୌଳିକ ଲକ୍ଷ୍ୟ ।

୩। ଭାରତୀୟ ଯୋଜନାର ଗୋଟିଏ ତ୍ରୁଟି ଉଲ୍ଲେଖ କର।
Answer:
ଉତ୍କଟ ଦାରିଦ୍ର୍ୟ ଭାରତୀୟ ଯୋଜନାର ଗୋଟିଏ ତ୍ରୁଟି ।

CHSE Odisha Class 11 Economics Solutions Chapter 8 ଯୋଜନା

୪। ଆର୍ଥିକ ସ୍ଵାବଲମ୍ବନଶୀଳତା କହିଲେ କ’ଣ ବୁଝ ?
Answer:
ନିଜ ଗୋଡ଼ରେ ନିଜେ ଛିଡ଼ାହେବା ଓ ବିଦେଶୀ ସାହାଯ୍ୟ ଉପରେ ମାତ୍ରାଧୂକ ନିର୍ଭରଶୀଳ ନ ହେବାକୁ ସ୍ଵାବଲମ୍ବନଶୀଳତା ବୋଲି କୁହାଯାଏ।

୫। ଭାରତରେ କେତୋଟି ଯୋଜନା ପ୍ରଚଳିତ ହୋଇସାରିଲାଣି ?
Answer:
ଭାରତରେ ବାରଟି ଯୋଜନା ହୋଇସାରିଲାଣି ।

୬ । ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି ଲକ୍ଷ୍ୟ କେତେ ରଖାଯାଇଛି ।
Answer:
ଦ୍ବାଦଶ ପଞ୍ଚବାର୍ଷିକ ଯୋଜନାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି 9.5% ଲକ୍ଷ୍ୟ ରଖାଯାଇଛି।

୭ । କେଉଁ ଯୋଜନାରେ ଦାରିଦ୍ର୍ୟଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରାଯାଇଥିଲା ?
Answer:
ସପ୍ତମ ଯୋଜନାରେ ଦାରିଦ୍ର୍ୟ ଦୂରୀକରଣ ଉପରେ ସର୍ବୋଚ୍ଚ ଗୁରୁତ୍ବ ଆରୋପ କରାଯାଇଥିଲା।

୮। ଭାରତୀୟ ଯୋଜନା ଆୟୋଗର ପ୍ରଥମ ଅଧ୍ଯକ୍ଷ କିଏ ?
Answer:
ପଣ୍ଡିତ ଜବାହରଲାଲ ନେହେରୁ ଭାରତୀୟ ଯୋଜନା ଆୟୋଗର ପ୍ରଥମ ଅଧ୍ୟକ୍ଷ ।

୯ । ଚତୁର୍ଥ ପଞ୍ଚବାର୍ଷିକ ଯୋଜନା କେବେ ଆରମ୍ଭ କରାଯାଇଥିଲା ?
Answer:
ଭାରତରେ ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ୧୯୬୯ ମସିହାରେ ଆରମ୍ଭ କରାଯାଇଥିଲା।

୧୦ । କାହା ତତ୍ତ୍ଵାବଧାନରେ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାର ଚିଠା ପ୍ରସ୍ତୁତ ହୋଇଥିଲା ?
Answer:
ପ୍ରଫେସର ପି.ସି. ମାହାଲାନୋବିସ୍‌ଙ୍କ ତତ୍ତ୍ବାବଧାନରେ ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନାର ଚିଠା ପ୍ରସ୍ତୁତ ହୋଇଥିଲା ।

୧୧ । ଶିଳ୍ପାୟନରେ ଭାରତ ପୃଥ‌ିବୀରେ କେଉଁ ସ୍ଥାନ ଗ୍ରହଣ କରିଛି ?
Answer:
ଭାରତ ଦଶମ ସ୍ଥାନ ଗ୍ରହଣ କରିଛି ।

୧୨ । ୨୦୧୧-୧୨ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର କେତେ ଥିଲା ?
Answer:
ଭାରତର ଅଭିବୃଦ୍ଧି ହାର 6.5 ପ୍ରତିଶତ ଥିଲା ।

୧୩। ୨୦୦୯-୧୦ ଆର୍ଥିକ ବର୍ଷରେ ପୁଞ୍ଜିଗଠନର ହାରା କେତେ ଥିଲା ?
Answer:
୨୦୦୯-୧୦ ଆର୍ଥିକ ବର୍ଷରେ ପୁଞ୍ଜିଗଠନର ହାର 31.6% ଥିଲା ?

୧୪। ୧୯୯୧ ମସିହା ଅନୁଯାୟୀ ମୁଣ୍ଡପିଛା ଦୈନିକ ଖାଦ୍ୟ ଉପଭୋଗ 471 ଗ୍ରାମ୍ ଥିଲାବେଳେ ବର୍ତ୍ତମାନ କେତେ ଅଛି ?
Answer:
୧୯୯୧ ମସିହା ଅନୁଯାୟୀ ମୁଣ୍ଡପିଛା ଦୈନିକ ଖାଦ୍ୟ ଉପଭୋଗ 471 ଗ୍ରାମ୍ ଥିଲାବେଳେ ବର୍ତ୍ତମାନ 490 ଗ୍ରାମ୍

୧୫ । ଦେଶରେ ଜି.ଡ଼ି.ପି.କୁ ଶିଳ୍ପ କ୍ଷେତ୍ରରେ ଅବଦାନ କେତେ ଅଛି ?
Answer:
ଦେଶରେ ଜି.ଡ଼ି.ପି.କୁ ଶିଳ୍ପ କ୍ଷେତ୍ରରେ ଅବଦାନ 29.2 ଅଛି ?

D. ନିମ୍ନଲିଖତ ଉତ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ। ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧ । ରାଷ୍ଟ୍ରପତି ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି
Answer:
ପ୍ରଧାନମନ୍ତ୍ରୀ ଯୋଜନା ଆୟୋଗର ଅଧ୍ୟକ୍ଷ ଅଟନ୍ତି ।

CHSE Odisha Class 11 Economics Solutions Chapter 8 ଯୋଜନା

୨। ୧୯୪୮ ମସିହାରେ ଦେଶର ପ୍ରଥମ ଯୋଜନା କାର୍ଯ୍ୟକାରୀ ହୋଇଥିଲା
Answer:
୧୯୫୧ ମସିହାରେ ଦେଶର ପ୍ରଥମ ଯୋଜନା କାର୍ଯ୍ୟକାରୀ ହୋଇଥିଲା ।

୩ । ଆମ ଦେଶରେ ବର୍ତ୍ତମାନ ନବମ ଯୋଜନା ପ୍ରଚଳିତ।
Answer:
ଆମ ଦେଶରେ ବର୍ତ୍ତମାନ ଦ୍ଵାଦଶ ଯୋଜନା ପ୍ରଚଳିତ।

୪ । ପ୍ରଥମ ଯୋଜନାରେ କୃଷିବିକାଶ ଉପରେ ଅଗ୍ରାଧୁକାର ଦିଆଯାଇଥିଲା ।
Answer:
ଠିକ୍

୫। ଦଶମ ଯୋଜନାରେ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିହାର ହାସଲ ଲକ୍ଷ୍ୟ ରହିଛି ।
Answer:
ଦଶମ ଯୋଜନାରେ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧିହାର ହାସଲ ଲକ୍ଷ୍ୟ ରହିଛି ।

୬। ଆଞ୍ଚଳିକ ବୈଷମ୍ୟତା ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥାଏ।
Answer:
ଅର୍ଥନୈତିକ ଅଭିବୃଦ୍ଧି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିଥାଏ।

୭ । ପ୍ରଥମ ବାର୍ଷିକ ଯୋଜନାର କାର୍ଯ୍ୟକାଳ ତିନିବର୍ଷ ଥିଲା ।
Answer:
ପ୍ରଥମ ବାର୍ଷିକ ଯୋଜନାର କାର୍ଯ୍ୟକାଳ ପାଞ୍ଚବର୍ଷ ଥିଲା ।

୮। ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନା କୃଷି ଉପରେ ସର୍ବାଧିକ ଗୁରୁତ୍ବ ଆରୋପ କରିଥିଲା
Answer:
ଦ୍ଵିତୀୟ ପଞ୍ଚବାର୍ଷିକ ଯୋଜନା ଶିଳ୍ପ ଉପରେ ସର୍ବାଧ‌ିକ ଗୁରୁତ୍ବ ଆରୋପ କରିଥିଲା ।

୯। ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ଉଭୟ କୃଷି ଓ ଶିଳ୍ପର ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
Answer:
ଚତୁର୍ଥ ପଞ୍ଚବାର୍ଷିକ ଯୋଜନା ସ୍ଥିରତା ସହିତ ବିକାଶ ଉପରେ ଗୁରୁତ୍ବ ଆରୋପ କରିଥିଲେ।

CHSE Odisha Class 11 Economics Solutions Chapter 8 ଯୋଜନା

୧୦। ସପ୍ତମ ଯୋଜନା ଦାରିଦ୍ର୍ୟ ଓ ବେକାରି ଦୂରିକରଣ ସହିତ ସ୍ଵାବଲମ୍ବନଶୀଳତାକୁ ମୁଖ୍ୟ ଲକ୍ଷ୍ୟ ଭାବରେ ଉପସ୍ଥାପନ କରିଥିଲା
Answer:
ଷଷ୍ଠ ଯୋଜନା ଦାରିଦ୍ର୍ୟ ଓ ବେକାରୀ ଦୂରିକରଣ ସହିତ ସ୍ଵାବଲମ୍ବନଶୀଳତାକୁ’ ମୁଖ୍ୟ ଲକ୍ଷ୍ୟ ଭାବରେ ଉପସ୍ଥାପନ କରିଥିଲା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧। ଯୋଜନାର ଆବଶ୍ୟକତା କ’ଣ ?
Answer:
ସ୍ଵାଧୀନତା ପୂର୍ବବର୍ତ୍ତୀ ଔପନିବେଶିକ ଶାସନ କାଳରେ ଭାରତର ଅର୍ଥନୈତିକ ସ୍ଥିତି ଥିଲା ଅତ୍ୟନ୍ତ ନିରାଶଜନକ। ଦେଶରେ ଶିଳ୍ପର ଭିଭି ଅତ୍ୟନ୍ତ ଦୁର୍ବଳ ଥିଲା ଏବଂ ପାରମ୍ପରିକ କୃଷିବ୍ୟବସ୍ଥାର ଚାପରେ ଲକ୍ଷ ଲକ୍ଷ କୃଷକ ଦାରିଦ୍ର୍ୟ ମଧ୍ୟରେ କାଳାତିପାତ କରୁଥିଲେ । ତେଣୁ ସୀମିତ ସମ୍ବଳକୁ ସରକାରୀ ନିର୍ଦ୍ଦେଶରେ ସୁବିନିଯୋଗ କଲେ ବିକାଶର ଆବଶର ଆବଶ୍ୟକତା ପୂରଣ ହେବା ସଙ୍ଗେ ସଙ୍ଗେ ବିଗତ ଦୁଇଶହ ବର୍ଷର ଅଧଃପତନର ଦେଶକୁ ରକ୍ଷା କରାଯାଇପାରିବ। ସୋଭିଏଟ୍ ରୁଷିଆର ପଞ୍ଚବାର୍ଷିକ ଯୋଜନା, ଭାରତରେ ଯୋଜନାବଦ୍ଧ ବିକାଶ କାର୍ଯ୍ୟକ୍ରମ ପ୍ରବର୍ତ୍ତନ ପାଇଁ ପ୍ରେରଣା ଯୋଗାଇ ଦେଇଥିଲା।

୨। ଉନ୍ନୟନ କୌଶଳ କହିଲେ କ’ଣ ବୁଝ ?
Answer:
ଯୋଜନାର ଅଭୀଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଦୀର୍ଘକାଳୀନ ନୀତିର ପରିକଳ୍ପନା କରାଯାଏ, ତାହାକୁ ଉନ୍ନୟନ କୌଶଳ କୁହାଯାଏ । ଭାରତ ଭଳି ବିକାଶୋନ୍ମୁଖୀ ରାଷ୍ଟ୍ରରେ ସୀମିତ ସମ୍ବଳର ସଦୁପଯୋଗ କରିବାପାଇଁ ପ୍ରଥମେ ଦୁର୍ବଳ କ୍ଷେତ୍ରଗୁଡ଼ିକୁ ଚିହ୍ନଟ କରି ସେଥ‌ିରେ ପୁଂଜିନିବେଶକୁ ଉତ୍ସାହିତ କରିବାକୁ ପଡ଼ିଥାଏ। ଯୋଜନା ଆରମ୍ଭ କାଳରୁ ଭାରତରେ ଯେଉଁ ଉନ୍ନୟନ କୌଶଳ ଅବଲମ୍ବନ କରାଯାଇଅଛି, ସେଗୁଡ଼ିକ ହେଲା –
(୧) ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ଏକ ବଳିଷ୍ଠ ଭିତ୍ତିଭୂମି ସୃଷ୍ଟି କରିବା,
(୨) ଶିଳ୍ପାୟନକୁ ଅଗ୍ରାଧୂକାର ଦେବା ଓ
(୩) ଖାଉଟି ଦ୍ରବ୍ୟ ଉତ୍ପାଦନକାରୀ ଶିଳ୍ପ ଉପରେ ପ୍ରାଧାନ୍ୟ ନ ଦେଇ ପୁଂଜିଦ୍ରବ୍ୟ ଉତ୍ପାଦନକାରୀ ଶିଳ୍ପର ଅଭିବୃଦ୍ଧି ପାଇଁ ଗୁରୁତ୍ବ ଆରୋପ କରିବା ।

୩। ଅର୍ଥନୈତିକ ଯୋଜନା କାହାକୁ କୁହାଯାଏ ?
Answer:
ସମ୍ବଳର ସୁବିନିଯୋଗ କରି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିମନ୍ତେ ରାଷ୍ଟ୍ର ନେଉଥ‌ିବା ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମକୁ ଯୋଜନା କୁହାଯାଏ। ଏହା ଏକ ଅର୍ଥନୈତିକ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ସମସ୍ତ ଅର୍ଥନୈତିକ ସମ୍ବଳକୁ ଆକାଂକ୍ଷିତ ଲକ୍ଷ୍ୟ ପୂରଣ ନିମିତ୍ତ ପ୍ରେରଣ କରାଯାଇପାରେ। ତେଣୁ, ଏକ ସୁକଳ୍ପିତ ଯୋଜନା ଅର୍ଥନୈତିକ ବିକାଶ ସାଧାନ ପାଇଁ ନିହାତି ଜରୁରୀ। ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ବଳର ଶ୍ରେଷ୍ଠତମ ଉପଯୋଗ କରି ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟର ପରିପୂରଣ ପାଇଁ ରାଷ୍ଟ୍ରୟ ସରକାର ପ୍ରସ୍ତୁତ କରିଥିବା ନୀତି ହିଁ ଅର୍ଥନୈତିକ ଯୋଜନା।

୪। ଚଳିତ ଶହସ୍ରାବ୍ଦୀର ପ୍ରଥମ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ କ’ଣ ଥିଲା ?
Answer:
ଚଳିତ ଶହସ୍ରାବ୍ଦୀର ପ୍ରଥମ ପଞ୍ଚବାର୍ଷିକ ଯୋଜନା ବା ଦଶମ ପଞ୍ଚବାର୍ଷିକ ଯୋଜନା ୨୦୦୨ ମସିହାରେ ଆରମ୍ଭ ହୋଇଥିଲା । ଏହି ଯୋଜନାର ଲକ୍ଷ୍ୟ ଗୁଡ଼ିକ ହେଲା –
(୧) ଦଶମ ଯୋଜନାର ଚିଠାରେ ଜାତୀୟ ଆୟର ବାର୍ଷିକ ଅଭିବୃଦ୍ଧି ହାର ଆଠ ପ୍ରତିଶତରେ ଲକ୍ଷ୍ୟ ସ୍ଥିର କରାଯାଇଅଛି।
(୨) ମାନବୀୟ ବିକାଶ ଓ କଲ୍ୟାଣକୁ ଯୋଜନାର ମୂଳ ଲକ୍ଷ୍ୟ ବୋଲି ବର୍ଣ୍ଣନା କରାଯାଇଅଛି। ଏଥୁରେ ପ୍ରଧାନମନ୍ତ୍ରୀ ସ୍ଵାସ୍ଥ୍ୟ ଓ ଶିକ୍ଷାକୁ ବିକାଶର ଦୁଇଟି ମୁଖ୍ୟ ଆୟୁଧ ବୋଲି ଅଭିହିତ କରିଛନ୍ତି ।

୫। ଏକାଦଶ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟ କ’ଣ ଥିଲା ?
Answer:
ଏକାଦଶ ପଞ୍ଚବାର୍ଷିକ ଯୋଜନା ୨୦୦୭ରେ ଆରମ୍ଭ ହୋଇଥିଲା। ଏହି ଯୋଜନାର ଲକ୍ଷ ଗୁଡ଼ିକ ହେଲା –
(୧) ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାର ହାସଲ ସହିତ ଯୋଜନା ସମାପ୍ତ ବେଳକୁ ୧୦ ପ୍ରତିଶତ ଅଭିବୃଦ୍ଧିହାର ହାସଲ କରିବା,
(୨) ଅବହେଳିତ ବର୍ଗକୁ ସମୁଚିତ ସୁବିଧା ସୁଯୋଗ ପ୍ରଦାନ କରିବା,
(୩) ନିରନ୍ତର କୃଷି ବିକାଶ,
(୪) ମାନବ ସମ୍ବଳ ପାଇଁ ଫଳପ୍ରଦ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି, ଇତ୍ୟାଦି।

CHSE Odisha Class 11 Economics Solutions Chapter 8 ଯୋଜନା

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ସ୍ଵାବଲମ୍ବନଶୀଳତା ଓ ଅର୍ଥନୀତିର ଆଧୁନିକୀକରଣ
Answer:
ସ୍ଵାବଲମ୍ବନଶୀଳତା ଭାରତୀୟ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ । ଏକ ସ୍ଵାବଲମ୍ବୀ ରାଷ୍ଟ୍ର ନିଜ ସମ୍ବଳର ବିନିଯୋଗ କରି ଯୋଜନାଭିଭିକ ବିକାଶ କରିପାରେ। ଏହା ବିଦେଶୀକରଣ ଓ ଅନୁଦାନ ଉପରେ ଅଧ‌ିକ ନିର୍ଭର ନ କରି ଆମଦାନି ମୂଲ୍ୟ ପ୍ରଦାନ ପାଇଁ ସକ୍ଷମ ହୋଇଥାଏ, ଯାହାକି ଆମ ପଞ୍ଚବାର୍ଷିକ ଯୋଜନାରେ ପ୍ରତିଫଳିତ ହୋଇଥିଲା।

ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଆଧାରରେ ଦେଖାଦେଉଥ‌ିବା ଢାଞ୍ଚାଗତ ଏବଂ ଆନୁଷ୍ଠାନିକ ପରିବର୍ତ୍ତନକୁ ବୁଝାଏ । ଅର୍ଥବ୍ୟବସ୍ଥାର ଉତ୍ପାଦନ ଢାଞ୍ଚାର ବିକାଶ, କାର୍ଯ୍ୟକଳାପର ବିବିଧୀକରଣ, ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସାଂସ୍ଥାନିକ ନବ ପ୍ରବର୍ତ୍ତନ ଇତ୍ୟାଦିକୁ ଆଧୁନିକୀକରଣର ସୂଚକ ରୂପେ ଗ୍ରହଣ କରାଯାଇଥାଏ।

୨। ଉଚ୍ଚ ଆର୍ଥିକ ପ୍ରଗତି ଓ ସାମାଜିକ ନ୍ୟାୟ
Answer:
ଦେଶ ସ୍ଵାଧୀନତା ଲାଭ କଲାବେଳକୁ ଲୋକମାନଙ୍କର ଜୀବନଧାରଣର’ ମାନ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଥିଲା। କୃଷି ଓ କୃଷକ, ଶ୍ରମିକ, ଗ୍ରାମ୍ୟ କାରିଗର ଓ ବୁଣାକାର, ବସ୍ତିବାସିନ୍ଦା ସମସ୍ତେ ଅତ୍ୟନ୍ତ ଦୟନୀୟ ତଥା ଅଭାବନୀୟ ଅବସ୍ଥାରେ କାଳାତିପାତ କରୁଥିଲେ । ଦେଶବାସୀଙ୍କୁ ଏହି ଅବସ୍ଥାରୁ ମୁକାଳିବା ପାଇଁ ଅର୍ଥନୈତିକ ପ୍ରଗତିର ଆବଶ୍ୟକତା ଉପଲବ୍‌ଧ କରାଗଲା। ଉଚ୍ଚ ଆର୍ଥିକ ଅଭିବୃଦ୍ଧି ହାସଲ କରି ଦେଶବାସୀଙ୍କ ଜୀବନଧାରଣର ମାନ ଉନ୍ନତ ସ୍ତରକୁ ଆଣିବା ଥଲା ପଞ୍ଚବାର୍ଷିକ ଯୋଜନାର ସର୍ବ ପ୍ରଥମ ଲକ୍ଷ୍ୟ ।

ସାମାଜିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଏକ ରାଷ୍ଟ୍ରୀୟ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି । ଏହାକୁ ସାକାର କରିବା ପାଇଁ ଆମ ଅର୍ଥନୈତିକ ଯୋଜନାର ଅନ୍ୟତମ ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା, ଧନୀ ଗରିବ ଭେଦଭାବ ହ୍ରାସ କରିବା ଆଞ୍ଚଳିକ ବୈଷମ୍ୟତା ଦୂର କରିବା, ଆର୍ଥିକ କ୍ଷମତାର ବିକେନ୍ଦ୍ରୀକରଣ କରିବା ଓ ପଛୁଆବର୍ଗର ଲୋକମାନଙ୍କର ପ୍ରଗତିପାଇଁ ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।

୩। ସାମାଜିକ ନ୍ୟାୟ ଓ ଆଧୁନିକୀକରଣ
Answer:
ସାମାଜିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଏକ ରାଷ୍ଟ୍ରୀୟ ଆଭିମୁଖ୍ୟ ଭାବେ ଗ୍ରହଣ କରିଛି । ଏହାକୁ ସାକାର କରିବା ପାଇଁ ଆମ ଅର୍ଥନୈତିକ ଯୋଜନାର ଲକ୍ଷ୍ୟ ଭାବେ ସମାଜରୁ ବୈଷମ୍ୟତା ଦୂର କରିବା, ଧନୀ ଗରିବ ଭେଦଭାବ ହ୍ରାସ କରିବା, ଆର୍ଥକ କ୍ଷମତାର ବିକେନ୍ଦ୍ରୀ କରଣ କରିବା, ଆଞ୍ଚଳିକ ବୈଷମ୍ୟତା ଦୂର କରିବା ଓ ପଛୁଆବର୍ଗର ଲୋକମାନଙ୍କର ପ୍ରଗତି ପାଇଁ ଉଦ୍ୟମ କରିବା ଆଦି ପ୍ରୟାସ ସ୍ଥାନ ପାଇଛି ।

ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ପାଇଁ ଭାରତ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ରହିଛି ଭୂ-ସଂସ୍କାର କାର୍ଯ୍ୟକ୍ରମ, ଗୋତିଶ୍ରମିକ ପ୍ରଥାର ଉଚ୍ଛେଦ, କୃଷି ତଥା ଅଣକୃଷି କାର୍ଯ୍ୟପାଇଁ ସର୍ବନିମ୍ନ ମଜୁରି ଇତ୍ୟାଦି ।

ଆଧୁନିକୀକରଣ କହିଲେ ଅର୍ଥନୈତିକ କାର୍ଯ୍ୟକଳାପ ସବୁର ଆଧାରରେ ଦେଖାଦେଉଥ‌ିବା ଢାଞ୍ଚାଗତ ଏବଂ ଆନୁଷ୍ଠାନିକ ପରିବର୍ତ୍ତନକୁ ବୁଝାଏ। ଅର୍ଥବ୍ୟବସ୍ଥାର ଉତ୍ପାଦନ ଢାଞ୍ଚାର ବିକାଶ, କାର୍ଯ୍ୟକଳାପର ବିବିଧୀକରଣ, ପ୍ରଯୁକ୍ତିବିଦ୍ୟାର ଉନ୍ନତି ଓ ସାଂସ୍ଥାନିକ ନବ ପ୍ରବର୍ତ୍ତନ ଇତ୍ୟାଦିକୁ ଆଧୁନିକୀକରଣର ସୂଚକ ରୂପେ ଗ୍ରହଣ କରାଯାଇଥାଏ। କୃଷିର ବିକାଶ, ଶିଳ୍ପର ପ୍ରଗତି ମୌଳିକ ଆଧାରିକ ସଂରଚନାର ବିସ୍ତାର ଏବଂ ବିଭିନ୍ନ ଅତ୍ୟାବଶ୍ୟକୀୟ ସାମାଜିକ ସେବାର ଉପଲବ୍‌ଧତାଦ୍ୱାରା ହିଁ ଗୋଟିଏ ଦେଶର ଅର୍ଥବ୍ୟବସ୍ଥାର ଆଧୁନିକୀକରଣ ସମ୍ଭବ ହୋଇଥାଏ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଅର୍ଥନୈତିକ ଯୋଜନା କାହାକୁ କୁହାଯାଏ ? ଭାରତୀୟ ଯୋଜନାର ବୈଶିଷ୍ଟ୍ୟ ଓ ବିଭିନ୍ନ ଦିଗ ଉପରେ ଆଲୋକପାତ କର ।
Answer:
ଅର୍ଥନୈତିକ ସମସ୍ୟାର ସମାଧାନ ସହିତ ଏହାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବାପାଇଁ ଯେଉଁ ନୀତି ବା ପ୍ରସ୍ତାବ ଗ୍ରହଣ କରାଯାଏ ତାହାକୁ ‘ଯୋଜନା’ କୁହାଯାଏ । ଅର୍ଥନୈତିକ ବିକାଶପାଇଁ ଯୋଜନା ଅପରିହାର୍ଯ୍ୟ । ସାମାଜିକ ଓ ଅର୍ଥନୈତିକ ବିକାଶ ଏହାର ଲକ୍ଷ୍ୟ । ଯୋଜନା ହେଉଛି ଅର୍ଥନୀତି ପରିଚାଳନାର ଏକ ନୂତନ ନୀତି, ଦାୟିତ୍ଵ ବହନର ଏକ ପରିବର୍ତ୍ତିତ ଦିଗ ।

ଅର୍ଥନୈତିକ ଅଗ୍ରାଧ‌ିକାରରେ ସ୍ବେଚ୍ଛାକୃତ ଓ ସୁଚିନ୍ତିତ ଚୟନ ହେଉଛି ଯୋଜନା । ଏହା ଅର୍ଥନୈତିକ ଓ ସାମାଜିକ ବିକାଶପାଇଁ ସରକାରଙ୍କର ଏକ କୌଶଳପୂର୍ଣ୍ଣ କାର୍ଯ୍ୟକ୍ରମ । କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କରିବାପାଇଁ ଏବଂ ସମାଜର ସାମଗ୍ରିକ ମଙ୍ଗଳ ସାଧନ କରିବାପାଇଁ ଅର୍ଥନୀତି ଓ ସମାଜର ସମ୍ବଳର ଓ ଯୋଜନା ନାମରେ ଅଭିହିତ କରାଯାଏ ।

ଏକ ନିର୍ଦ୍ଦିଷ୍ଟ ସମୟସୀମା, ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ, ଅର୍ଥନୀତିର ପରିବେଶ ଉପରେ ଯୋଜନା ପର୍ଯ୍ୟବସିତ । ଏସବୁର ପରିବର୍ତ୍ତନ ଘଟିଲେ ଯୋଜନାର ରୂପ ଓ ଆଭିମୁଖ୍ୟ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଅର୍ଥନୀତିରେ ଘଟୁଥିବା ଉତ୍ଥାନ ପତନକୁ ନିୟନ୍ତ୍ରଣ କରିବାପାଇଁ ପ୍ରବର୍ତ୍ତିତ ଯୋଜନାକୁ ଚକ୍ରୀୟ ହ୍ରାସ- ବୃଦ୍ଧି ନିବାରକ ଯୋଜନା (Anticyclical Planning) କୁହାଯାଏ । ଅର୍ଥନୀତିର ରୂପ ଓ ମାନ ବଦଳାଇବାପାଇଁ କରାଯାଉଥିବା ଯୋଜନାକୁ ଉନ୍ନୟନ ଯୋଜନା (Development Planning) କୁହାଯାଏ ।

CHSE Odisha Class 11 Economics Solutions Chapter 8 ଯୋଜନା

ଯୋଜନାର ପରିସର :

  • ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନିର୍ଦ୍ଦିଷ୍ଟ ଆଭିମୁଖ୍ୟକୁ ଚରିତାର୍ଥ କରିବା ।
  • ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଓ ଏହା ଅଗ୍ରାଧ୍ୟାକାର ଭିତ୍ତିରେ ହାସଲ କରିବା ।
  • ଯୋଜନାର କାର୍ଯ୍ୟକାରିତା ପାଇଁ ସମ୍ବଳର ସଦୁପଯୋଗ ।
  • ଯୋଜନାର ରୂପାୟନ ନିମନ୍ତେ ବିଭିନ୍ନ ସଂସ୍ଥା ଗଠନ ।
  • ଯୋଜନାର ସଫଳତାର ଆବଶ୍ୟକୀୟ ମୂଲ୍ୟାୟନ ।

ଯୋଜନାର ବୈଶିଷ୍ଟ୍ୟ :
ଭାରତରେ ପ୍ରଣୀତ ହେଉଥ‌ିବା ଯୋଜନାର ନିମ୍ନଲିଖିତ ଲକ୍ଷଣ ବା ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ ।
(1) ଗଣତାନ୍ତ୍ରିକ – ଭାରତରେ ପ୍ରଣୟନ କରାଯାଉଥିବା ଯୋଜନା ସଂପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ । ଗଣତନ୍ତ୍ର ପ୍ରକ୍ରିୟାରେ ନିର୍ବାଚିତ ହୋଇଥିବା ବିଭିନ୍ନ ରାଜ୍ୟର ଲୋକପ୍ରତିନିଧ୍ ଓ କେତେକ ବିଶେଷଜ୍ଞଙ୍କ ମତାମତ ଗ୍ରହଣ କରି ସଂପୂର୍ଣ ସହମତି ଭିତ୍ତିରେ ଯୋଜନା ପ୍ରଣୟନ କରାଯାଏ ।

(2) ବିକେନ୍ଦ୍ରିତ ଯୋଜନା – ଭାରତରେ ପ୍ରଣୟନ ହେଉଥ‌ିବା ଯୋଜନା ବିକେନ୍ଦ୍ରିତ । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦେଶପାଇଁ ଯୋଜନା ପ୍ରଣୟନ କରୁଥିବାବେଳେ ରାଜ୍ୟଗୁଡ଼ିକ ନିଜ ରାଜ୍ୟପାଇଁ ଯୋଜନା ପ୍ରସ୍ତୁତ କରିଥା’ନ୍ତି । ସେହିପରି ଜିଲ୍ଲା, ସବ୍‌ଡିଭିଜନ୍‌ ଓ ପଞ୍ଚାୟତ ସ୍ତରରେ ମଧ୍ୟ ଯୋଜନା ପ୍ରସ୍ତୁତ ହୋଇଥାଏ ।

(3) ପଞ୍ଚବାର୍ଷିକ ଯୋଜନା – ଭାରତରେ ପ୍ରତି ପାଞ୍ଚବର୍ଷରେ ଥରେ ଯୋଜନା ପ୍ରଣୟନ କରାଯାଏ । ଏହାକୁ ପଞ୍ଚବାର୍ଷିକ ଯୋଜନା କୁହାଯାଏ । 1951 ମସିହାଠାରୁ ପ୍ରଣୀତ ଏହି ପଞ୍ଚବାର୍ଷିକ ଯୋଜନା ବର୍ତ୍ତମାନ ୨ ଟି ସୋପାନ ଅତିକ୍ରମ କରି ସାରିଛି । ଏହାକୁ ପରିଚାଳନା କରିବାପାଇଁ ଯୋଜନା କମିଶନ ଓ ରାଜ୍ୟ ଯୋଜନା ବୋର୍ଡ ରହିଥାଏ । ଏହି ସଂସ୍ଥାର ସଦସ୍ୟମାନଙ୍କ ସକ୍ରିୟ ସହଯୋଗରେ ଯୋଜନା କାର୍ଯ୍ୟକାରୀ ହୋଇଥାଏ ।

(4) ଘରୋଇ ଓ ସରକାରୀ ଉଦ୍ୟୋଗର ସହାବସ୍ଥାନ ଭାରତୀୟ ଯୋଜନାରେ ସରକାରୀ ଓ ବେସରକାରୀ ଉଦ୍ୟୋଗର ସହାବସ୍ଥାନ ଘଟିଥାଏ । ଯୋଜନା ପ୍ରଣୟନ ସମୟରେ ଉଭୟ ଦିଗପ୍ରତି ଗୁରୁତ୍ବ ଆରୋପ କରାଯାଇଥାଏ ଓ କୌଣସି ଉଦ୍ୟୋଗକୁ ଅବହେଳା କରାଯାଇ ନଥାଏ । ଏହି କାରଣରୁ ଭାରତୀୟ ଅର୍ଥନୀତିକୁ ‘ମିଶ୍ରିତ ଅର୍ଥନୀତି’ କୁହାଯାଏ ।

(5) ମୌଳିକ ଲକ୍ଷ୍ୟ ହାସଲ – ଭାରତୀୟ ଯୋଜନାରେ ମୌଳିକ ଲକ୍ଷ୍ୟ ହାସଲ କାର୍ଯ୍ୟକ୍ରମ ସ୍ଥାନ ପାଇଥାଏ । ସେଗୁଡ଼ିକ ମଧ୍ୟରୁ ଜାତୀୟ ଆୟ ଓ ମୁଣ୍ଡପିଛା ଆୟ ବୃଦ୍ଧି, ଆୟ ବୈଷମ୍ୟ ଦୂରୀକରଣ, କୃଷି ଓ ଶିଳ୍ପର ବିକାଶ, ବିଭିନ୍ନ ଅଞ୍ଚଳ ମଧ୍ୟରେ ସମତା ରକ୍ଷା ଆଦି ଅନ୍ୟତମ । ଏତଦ୍‌ବ୍ୟତୀତ ଅର୍ଥନୀତିର ପରିବେଶକୁ ଲକ୍ଷ୍ୟ ରଖ୍ ଅନ୍ୟ କାର୍ଯ୍ୟକ୍ରମ ସ୍ଥାନ ପାଇଥାଏ ।

ଏହି ପଞ୍ଚବାର୍ଷିକ ଯୋଜନା ସହ ଭାରତରେ ପ୍ରତି 15 ବା 20 ବର୍ଷରେ ଏକ ଦୀର୍ଘକାଳୀନ ଯୋଜନା ପ୍ରସ୍ତୁତ କରାଯାଇଥାଏ । ଏହାକୁ ଦୀର୍ଘକାଳୀନ ବିକାଶମୂଳକ ଯୋଜନା (Perspective Planning) କୁହାଯାଏ ।

ଯୋଜନାର ବିଭିନ୍ନ ଦିଗ :
ବିଭିନ୍ନ ବିଷୟବସ୍ତୁର ସମାହାରରେ ଯୋଜନା ରୂପାୟିତ ହୋଇଥାଏ । ଯୋଜନାର ବିଶିଷ୍ଟ ଅଙ୍ଗଗୁଡ଼ିକ ନିମ୍ନ ପ୍ରକାର ।
(1) ଲକ୍ଷ୍ୟ ଓ ଉଦ୍ଦେଶ୍ୟ– ପ୍ରତ୍ୟେକ ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଥାଏ । ଏହି ଲକ୍ଷ୍ୟ ହାସଲପାଇଁ ସୁଚିନ୍ତିତ ଚିଠା କରାଯାଇଥାଏ । ଏହି ଲକ୍ଷ୍ୟ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ହୋଇଥାଏ । ଜନସାଧାରଣଙ୍କ ଜୀବନଧାରଣର ମାନର ଉନ୍ନତିପାଇଁ କି ପ୍ରକାର ଅଥନୈତିକ, ସାମାଜିକ ଓ ରାଜନୈତିକ ସଂସ୍କାର ଲୋଡ଼ା ତାହା ଲିପିବଦ୍ଧ ହୋଇଥାଏ ଯୋଜନାରେ ।

(2) ସମୟସୀମା – ସବୁ ଲକ୍ଷ୍ୟଗୁଡ଼ିକ ସଂପୂର୍ଣ୍ଣରୂପେ ଗୋଟିଏ ନିର୍ଦ୍ଦିଷ୍ଟ କାଳରେ ହାସଲ ହୋଇପାରିବ ନାହିଁ । ତେଣୁ ଲକ୍ଷ୍ୟର ଗୁରୁତ୍ଵ ଓ ଲକ୍ଷ୍ୟ ହାସଲର ସମ୍ଭାବନା ଅନୁଯାୟୀ ଯୋଜନାର ସମୟସୀମା ନିର୍ଦ୍ଧାରଣ କରାଯାଇଥାଏ । ସାଧାରଣତଃ 5 ବା7 ବର୍ଷ ପାଇଁ ଗୋଟିଏ ଯୋଜନା ପ୍ରସ୍ତୁତ କରାଯାଇଥାଏ ଏବଂ ଏହି କାଳ ଭିତରେ କେତେ ଜାତୀୟ ଆୟ ବୃଦ୍ଧି ଘଟିବ ବା କି କି ଶିଳ୍ପ ସ୍ଥାପନ କରାଯିବ ତାହା ନିର୍ଦ୍ଧାରିତ ହୋଇଥାଏ ।

(3) ନିର୍ଦ୍ଦିଷ୍ଟ କର୍ତ୍ତୃପକ୍ଷ – ଯୋଜନା ପ୍ରଣୟନ ଓ ତା’ର କାର୍ଯ୍ୟକରଣ ଓ ବିଶ୍ଳେଷଣ ପାଇଁ ନିର୍ଦ୍ଦିଷ୍ଟ ଅନୁଷ୍ଠାନ ନଥାଏ । ସମ୍ବଳ ସଂଗ୍ରହ ଓ ଆବଣ୍ଟନ କାର୍ଯ୍ୟପାଇଁ ନିର୍ଦ୍ଦିଷ୍ଟ ସଂଗଠନ ଗଢ଼ାଯାଇଥାଏ ।

(4) ଭବିଷ୍ୟତର କାର୍ଯ୍ୟନିର୍ଘଣ୍ଟ – ଯୋଜନାରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟପ୍ରଣାଳୀ ଥାଏ । କେଉଁ କାର୍ଯ୍ୟ କେତେ ସମୟ ଭିତରେ କରିବାକୁ ହେବ ତାହା ସ୍ଥିରୀକୃତ ହୋଇଥାଏ । ଯେଉଁ କାର୍ଯ୍ୟଧାରାନୁସାରେ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କଲେ ସର୍ବୋତ୍କୃଷ୍ଟ ସୁବିଧା ମିଳିବ ତାହା ଅବଲମ୍ବନ କରାଯାଇଥାଏ ।

(5) ସୁସଂଗଠିତ ପ୍ରଶାସନ – ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ସୁସଂଗଠିତ ପ୍ରଶାସନିକ ବ୍ୟବସ୍ଥା ଏକାନ୍ତ ଆବଶ୍ୟକ ।

(6) ଲକ୍ଷ୍ୟ ଓ ଅଗ୍ରାଧିକାର – ଯୋଜନା ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟ ଭିତରେ ଆୟବୃଦ୍ଧି, ଉତ୍ପାଦନ, କର୍ମସଂସ୍ଥାନ ସୃଷ୍ଟି କେତେ ପରିମାଣରେ ହାସଲ କରାଯିବ ତାହା ନିର୍ଦ୍ଦିଷ୍ଟ କରି କୁହାଯାଏ । ଗୁରୁତ୍ୱ ଦୃଷ୍ଟିରୁ ଲକ୍ଷ୍ୟଗୁଡ଼ିକର କ୍ରମାନ୍ୱୟ ଧାର୍ଯ୍ୟ କରାଯାଏ ।

(7) ବ୍ୟାପକ ପରିସୀମା – ଅର୍ଥନୈତିକ ଯୋଜନାର ପରିସୀମା ବ୍ୟାପକ । ଏହା ପ୍ରତିଟି ଦିଗ; ଯଥା— ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଦିଗକୁ ସ୍ପର୍ଶ କରିଥାଏ । ସମାଜର ସାଧାରଣ ବର୍ଗଙ୍କର ଉନ୍ନତିପାଇଁ ଏହାର ପରିସୀମା ବ୍ୟାପକ ହୋଇଥାଏ କାରଣ ସମାଜର କଲ୍ୟାଣ ସହ ଜଡ଼ିତ ସମସ୍ତ ଅନୁଷ୍ଠାନରେ ଏହା ପୁନର୍ଗଠନ କରିଥାଏ, ଯଦ୍ବାରା କଲ୍ୟାଣ ସାଧୂ ହୁଏ ।

(8) ଯୋଜନାର ନିୟନ୍ତ୍ରଣ ଓ ସୀମାବଦ୍ଧତା – ପ୍ରତିଟି ଯୋଜନାରେ ଘରୋଇ କ୍ଷେତ୍ରକୁ ନିୟନ୍ତ୍ରିତ କରାଯାଇଥାଏ । କେଉଁ ଦ୍ରବ୍ୟ କେଉଁ ପ୍ରତିଷ୍ଠାନଦ୍ୱାରା କେତେ ପରିମାଣରେ ଉତ୍ପାଦିତ ହେବ ତାହାର ସୀମା ନିର୍ଦ୍ଧାରଣ କରିଥାଏ । ଏସବୁ ପଛରେ ସାମାଜିକ କଲ୍ୟାଣର ଉଦ୍ଦେଶ୍ୟ ରହିଥାଏ ।

CHSE Odisha Class 11 Economics Solutions Chapter 8 ଯୋଜନା

(9) ରାଷ୍ଟ୍ରୀୟ ଉଦ୍ୟୋଗର ପ୍ରସାର – ଯୋଜନା ପ୍ରଣୟନରେ ରାଷ୍ଟ୍ରୀୟ ଉଦ୍ୟୋଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଇଥାଏ । ଘରୋଇ କ୍ଷେତ୍ରକୁ ନିୟନ୍ତ୍ରଣରେ ରଖ୍ ସରକାରୀ ଉଦ୍ୟୋଗର ପ୍ରସାର କରାଯାଇଥାଏ । ଉପଭୋଗର ମାତ୍ରା ହ୍ରାସ କରି ସଂଚୟକୁ ପ୍ରୋତ୍ସାହିତ କରାଯାଏ ଯଦ୍ବାରା ପୁଞ୍ଜି ସଂଚୟନରେ ବୃଦ୍ଧି ଦେଖାଦିଏ । ଏହାର ପ୍ରଭବରେ ଉତ୍ପାଦନ ବୃଦ୍ଧି ଘଟେ ।

୨। ଭାରତରେ ପଞ୍ଚବାର୍ଷିକ ଯୋଜନାର ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଦେଶର ଯୋଜନା ପ୍ରଣୟନ ସମୟରେ ତାତ୍କାଳିକ ସମସ୍ୟାବଳୀକୁ ଆଖ୍ୟାଗରେ ରଖ୍ ଯୋଜନାର ଲକ୍ଷ୍ୟ ସ୍ଥିର କରାଯାଇଥାଏ । ତେଣୁ ଭାରତର ପ୍ରତ୍ୟେକ ପଞ୍ଚବାର୍ଷିକ ଯୋଜନାର ସ୍ୱଳ୍ପକାଳୀନ ଲକ୍ଷ୍ୟ ରହିଅଛି । କିନ୍ତୁ ବିଗତ ପାଞ୍ଚ ଦଶନ୍ଧିର ଯୋଜନାଗୁଡ଼ିକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ, ଭାରତୀୟ ପଞ୍ଚବାର୍ଷିକ ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ କରିବାପାଇଁ ଉଦ୍ୟମ କରାଯାଇଅଛି । ଯୋଜନାର ସେହି ଲକ୍ଷ୍ୟଗୁଡ଼ିକ ହେଲା –

(1) ଅର୍ଥନୈତିକ ଅଭିବୃଦ୍ଧି – ସ୍ଵାଧୀନତା ପ୍ରାପ୍ତି ସମୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି ସ୍ଥାଣୁ ହୋଇଯାଇଥିଲା । ଅର୍ଥନୈତିକ ଅଭିବୃଦ୍ଧି ବ୍ୟତିରେକ ଦେଶର ଉନ୍ନୟନ ସମ୍ଭବ ନୁହେଁ ବୋଲି ଯୋଜନା ପ୍ରଣୟନକାରୀମାନେ ଭଲଭାବରେ ଜାଣିଥିଲେ । ତେଣୁ ଯୋଜନା ପ୍ରଣୟନକାରୀମାନେ ଅର୍ଥନୈତିକ ଅଭିବୃଦ୍ଧିକୁ ଯୋଜନାରେ ପ୍ରାଧାନ୍ୟ ଦେଇଥିଲେ ।

ଯୋଜନା ଯୁଗର ପ୍ରଥମ ତିନି ଦଶନ୍ଧି ମଧ୍ୟରେ ଦେଶର ଅର୍ଥନୈତିକ ହାରରେ ବିଶେଷ ଅଭିବୃଦ୍ଧି ଘଟିନଥିଲା । ଏହି ସମୟରେ ଦେଶର ମୋଟ ଘରୋଇ “ଉତ୍ପାଦ ବାର୍ଷିକ ହାର ମାତ୍ର 3.73 ଶତାଂଶ ଥିଲା । କିନ୍ତୁ ଏହି ହାର ଔପନିବେଶିକ ଶାସନ ସମୟର ଅଭିବୃଦ୍ଧି ହାର ଅପେକ୍ଷା ଅଧିକ ଥିଲା । 1980 ଦଶକରେ ଏହି ଅଭିବୃଦ୍ଧି ହାର ବାର୍ଷିକ 5.76 ଶତାଂଶରେ ପହଞ୍ଚି ପାରିଥିଲା । ଏହା ନିଶ୍ଚିତରୂପେ ଆମ ଯୋଜନାର ଉଲ୍ଲେଖନୀୟ ସଫଳତା ।

(2) ସ୍ଵାବଲମ୍ବନଶୀଳତା – ଯୋଜନା ଯୁଗର ଆରମ୍ଭ ପୂର୍ବରୁ ଦେଶ ବିଦେଶୀ ଶକ୍ତିମାନଙ୍କ ଉପରେ ବିଭିନ୍ନ ଦିଗରୁ ନିର୍ଭରଶୀଳ ଥିଲା । ପ୍ରଥମତଃ, ଦେଶର ଖାଦ୍ୟଦ୍ରବ୍ୟ ଉତ୍ପାଦନ ପର୍ଯ୍ୟାପ୍ତ ନ ଥ‌ିବାରୁ ବିଦେଶରୁ ଖାଦ୍ୟଦ୍ରବ୍ୟ ଆମଦାନୀ କରାଯାଇଥିଲା । ଦ୍ୱିତୀୟତଃ, ଦେଶରେ ଗୁରୁଶିଳ୍ପର ଭିତ୍ତିଭୂମି ଦୁର୍ବଳ ଥିବାରୁ ପୁଞ୍ଜିଦ୍ରବ୍ୟପାଇଁ ବିଦେଶୀ ରାଷ୍ଟ୍ରମାନଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା ।

ତୃତୀୟତଃ, ଘରୋଇ ସଞ୍ଚୟର ପରିମାଣ ସ୍ଵଳ୍ପ ହୋଇଥ‌ିବାରୁ ନିବେଶ ହାର ବୃଦ୍ଧିପାଇଁ ଆମକୁ ବୈଦେଶିକ ଋଣ ଉପରେ ନିର୍ଭର କରିବାକୁ ପଡୁଥିଲା । ଏହା ଫଳରେ ଆମେ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରୁଥିଲେ ଓ ଆମର ଅର୍ଥନୈତିକ ସାର୍ବଭୌମତ୍ବ ବିପର୍ଯ୍ୟସ୍ତ ହେଉଥିଲା । ଏହି ପରିପ୍ରେକ୍ଷୀରେ ଦେଶକୁ ବୈଦେଶିକ ଶକ୍ତିର କବଳରୁ ମୁକ୍ତ କରିବାପାଇଁ ଯୋଜନାକାରୀମାନେ ଉଦ୍ୟମ ଆରମ୍ଭ କରିଦେଲେ । ତେଣୁ ସ୍ଵାବଲମ୍ବନଶୀଳତା ଆମ ଯୋଜନାର ଆଉ ଏକ ପ୍ରଧାନ ଆଭିମୁଖ୍ୟ ବୋଲି ଧରାଗଲା ।

ଅବଶ୍ୟ ପ୍ରଥମ ଦୁଇଟି ଯୋଜନାରେ ଆତ୍ମନିର୍ଭରଶୀଳତାକୁ ବିଶେଷ ଗୁରୁତ୍ବ ଦିଆଯାଇ ନଥିଲା । କିନ୍ତୁ ତୃତୀୟ, ଚତୁର୍ଥ, ପଞ୍ଚମ ଯୋଜନା କାଳରେ ଆତ୍ମନିର୍ଭରଶୀଳତା ଉପରେ ଅଧ‌ିକ ଗୁରୁତ୍ବ ଆରୋପ କରାଯାଇଥିଲା । ତୃତୀୟ ଯୋଜନାରେ କେବଳ ବାହ୍ୟ ସାହାଯ୍ୟ ଉପରେ ନିର୍ଭର ହ୍ରାସ କରିବାପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଚତୁର୍ଥ ଯୋଜନାରେ 1971 ମସିହାସୁଦ୍ଧା ବିଦେଶରୁ ଖାଦ୍ୟଦ୍ରବ୍ୟ ଆମଦାନୀକୁ ବନ୍ଦ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା ।

ସେହିପରି ବୈଦେଶିକ ସାହାଯ୍ୟକୁ ଅଧାଅଧ୍ ହ୍ରାସ କରିବାପାଇଁ ଏହି ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ପଞ୍ଚମ ଯୋଜନା କାଳରେ ରପ୍ତାନୀ ବୃଦ୍ଧି ଓ ଆମଦାନୀ ହ୍ରାସ କରାଯାଇ ବୈଦେଶିକ ବିନିମୟ ମୁଦ୍ରାର ଆବଶ୍ୟକତାକୁ ମେଣ୍ଟାଯାଇ ପାରିବ ବୋଲି ସ୍ଥିର କରାଯାଇଥିଲା ।

ଫଳରେ 1977-78 ମସିହା ସୁଦ୍ଧା ଆମ ଦେଶ ଖାଦ୍ୟଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଥିଲା । ସେହିପରି ପୁଞ୍ଜିର ଭିଭିଭୂମି ମଧ୍ଯ ଦୃଢ଼ତର ହୋଇଥିଲା । କିନ୍ତୁ ଆନ୍ତର୍ଜାତିକ ବଜାରରେ ଖଣିଜ ତୈଳର ଅହେତୁକ ଦରବୃଦ୍ଧି ହେତୁ ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ କରିବାର ସମ୍ଭାବନା କ୍ଷୀଣ ହୋଇଯାଇଛି ।

(3) ସାମାଜିକ ନ୍ୟାୟ – ଦେଶରେ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରତିଷ୍ଠାକୁ ଭାରତୀୟ ସମ୍ବିଧାନ ଜାତୀୟ ଲକ୍ଷ୍ୟର ମର୍ଯ୍ୟାଦା ପ୍ରଦାନ କରିଛି । ପଞ୍ଚବାର୍ଷିକ ଯୋଜନାରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରତି ବିଭିନ୍ନ ଦିଗରୁ ଦୃଷ୍ଟି

(i) ଦେଶର ରାଜନୈତିକ ଢାଞ୍ଚାରେ ଗଣତାନ୍ତ୍ରିକ ପଦ୍ଧତିର ପ୍ରୟୋଗ – ଗଣତାନ୍ତ୍ରିକ ଯୋଜନା ପଦ୍ଧତି ହେଉଛି ଭାରତୀୟ ଯୋଜନାର ମୂଳଭିଭି । ଏହି ଯୋଜନା ପ୍ରଣୟନର ସମସ୍ତ ପ୍ରକ୍ରିୟାରେ ଲୋକମାନଙ୍କୁ ସକ୍ରିୟଭାବରେ ଜଡ଼ିତ କରାଯାଇଥାଏ । ଗଣତାନ୍ତ୍ରିକ ରାଜନୈତିକ ଆଦର୍ଶ ଭିତ୍ତିରେ ଯୋଜନା ପ୍ରଣୟନ କରିବା ସଙ୍ଗେ ସଙ୍ଗେ ଏକ ମୁକ୍ତ ଓ ଶୋଷଣମୁକ୍ତ ସମାଜ ଗଠନ କରିବା ଯୋଜନାର ମୁଖ୍ୟ ଲକ୍ଷ୍ୟ ।

(ii) ଆୟରେ ଅସମାନତା ହ୍ରାସ – ଦେଶରେ ଆୟର ବଣ୍ଟନରେ ବୈଷମ୍ୟ ଦୂର କରିବାପାଇଁ ଅଗ୍ରାଧ୍ୟାକାର ଦିଆଯାଇଛି । ଯୋଜନାକାରୀମାନଙ୍କ ମତରେ, ଦେଶରେ ସାମନ୍ତବାଦୀ ପ୍ରଥା ଯୋଗୁଁ ଆୟରେ ବ୍ୟକ୍ତିଗତ ମାଲିକାନାର ସର୍ବୋଚ୍ଚ ସୀମା ନିର୍ଦ୍ଧାରଣ ଇତ୍ୟାଦି କାର୍ଯ୍ୟକ୍ରମ ମାଧ୍ୟମରେ ଏହି ଅସମାନତା ଦୂର କରାଯାଇପାରିବ ବୋଲି ଯୋଜନାରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ସେହିପରି ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଆୟର ଅସମାନତା ଦୂର କରିବାପାଇଁ ଗ୍ରାମାଞ୍ଚଳରେ କୃଷି ଉତ୍ପାଦିକା ଶକ୍ତି ବୃଦ୍ଧି, କୃଷିଭିଭିକ ଶିଳ୍ପ, କୃଷିଜାତ ଦ୍ରବ୍ୟର ଉପଯୁକ୍ତ ମୂଲ୍ୟାୟନ ଆଦି କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଯୋଜନାରେ ସ୍ଥାନ ପାଇଥିଲା ନିଆଯାଇଅଛି ।

(iii) ଅର୍ଥନୈତିକ କ୍ଷମତା ବିକେନ୍ଦ୍ରୀକରଣ – ଅର୍ଥନୈତିକ କ୍ଷମତା କେନ୍ଦ୍ରୀକରଣ ପ୍ରକ୍ରିୟାର ବିଲୋପ ସାଧନ ହେଉଛି ସାମାଜିକ ନ୍ୟାୟ ପ୍ରତିଷ୍ଠାର ଅନ୍ୟ ଏକ ଆଭିମୁଖ୍ୟ । ଗ୍ରାମାଞ୍ଚଳରେ ଚାଷଜମି ବଣ୍ଟନରେ ଅସମାନତା ହେତୁ ଓ ସହରାଞ୍ଚଳରେ କେତେକ ବ୍ୟକ୍ତିଙ୍କର ଏକଚାଟିଆ ବ୍ୟବସାୟ ଯୋଗୁଁ ଦେଶର ଅର୍ଥନୈତିକ କ୍ଷମତା ମାତ୍ର କେତେଜଣ ବ୍ୟକ୍ତିଙ୍କ ହାତରେ କେନ୍ଦ୍ରୀଭୂତ ହୋଇଥିଲା । ଏହି କ୍ଷମତାର ବିକେନ୍ଦ୍ରୀକରଣପାଇଁ ଯୋଜନାରେ ମଧ୍ୟ ଅନେକ ପଦକ୍ଷେପମାନ ନିଆଯାଇଅଛି ।

(iv) ପଛୁଆ ଓ ଅବହେଳିତ ବର୍ଗର ଉନ୍ନତି – ପଛୁଆ ଓ ଅବହେଳିତ ବର୍ଗର ଲୋକମାନଙ୍କର କଲ୍ୟାଣ ଉଦ୍ୟମ ହେଉଛି ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାର ଅନ୍ୟ ଏକ ଦିଗ । ଅନୁସୂଚିତ ଜାତି, ଜନଜାତିମାନଙ୍କପାଇଁ ଶିକ୍ଷାଗତ ଓ ଅର୍ଥନୈତିକ ସ୍ଵାର୍ଥର ସୁରକ୍ଷାପାଇଁ ଯୋଜନାରେ ଅନେକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସେହିପରି ସଂଖ୍ୟାଲଘୁ, ମହିଳା, ଶିଶୁ ଓ ଶାରୀରିକ ଅକ୍ଷମମାନଙ୍କୁ ବିଶେଷ ସାହାଯ୍ୟ ଯୋଗାଇ ଦେବାପାଇଁ ପଦକ୍ଷେପମାନେ ଯୋଜନାରେ ନିଆଯାଇଅଛି ।

(v) ‘ସାମାଜବାଦୀ ସମାଜ ଗଠନ’ – ଦେଶରେ ଏକ ‘ସମାଜବାଦୀ ସମାଜ’ ଗଠନର ଲକ୍ଷ୍ୟ ଦ୍ବିତୀୟ ପଞ୍ଚବାର୍ଷିକ ଯୋଜନାରେ ଲକ୍ଷ୍ୟ କରାଯାଇଥିଲେ ମଧ୍ୟ ପରବର୍ତ୍ତୀ ଯୋଜନାଗୁଡ଼ିକରେ ଏହି ଲକ୍ଷ୍ୟକୁ ଚରିତାର୍ଥ କରିବାପାଇଁ ଲୋକମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଉପରେ ଗୁରୁତ୍ବ ଆରୋପ କରାଯାଇ ଆସୁଅଛି ।

CHSE Odisha Class 11 Economics Solutions Chapter 8 ଯୋଜନା

୩। ନୀତି ଆୟୋଗ କ’ଣ ? ଏହାର ଯୋଜନା ଆୟୋଗ ମଧ୍ୟରେ ତୁଳନାତ୍ମକ ଆଲୋଚନା କର ।
Answer:
ଦୀର୍ଘ ଛଅ ଦଶନ୍ଧି ଧରି ଭାରତ ଅର୍ଥନୀତି ଯୋଜନାର ମଙ୍ଗ ଧରିଥିବା ଯୋଜନା ଆୟୋଗରେ ସଂସ୍କାର ଆଣି ସରକାର ଦେଶର ସମସ୍ତ ରାଜ୍ୟମାନଙ୍କୁ ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ସାମିଲ କରି ଅର୍ଥନୈତିକ ବୈଷମ୍ୟ ଦୂରୀକରଣ କରିବା ପାଇଁ ଏକ ଆୟୋଗ ଗଠନ କରାଯାଇଥିଲା; ଯାହା 2015 ଜାନୁୟାରୀ ପହିଲାରେ ‘‘ନୀତି-ଆୟୋଗ’’ ନାମରେ ନାମିତ ହେଲା । ଅର୍ଥନୈତିକ ବିକାଶରେ ଦେଶର ସମସ୍ତ ରାଜ୍ୟକୁ ଭାଗିଦାର କରିବା ଏହାର ମୂଳ ଲକ୍ଷ୍ୟ ।

ନୀତି ଆୟୋଗ ଗଠନର ଉଦ୍ଦେଶ୍ୟ :
ଭାରତର ପ୍ରଧାନମନ୍ତ୍ରୀ ନୀତିଆୟୋଗର ଅଧ୍ୟକ୍ଷ ରହିବେ । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଜଣେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବିଶାରଦ ନୀତି ଆୟୋଗର ଉପାଧ୍ୟକ୍ଷ ରହିବେ । ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ ଅରବିନ୍ଦ ପାନଗାରିଆ ନୀତି ଆୟୋଗର ଉପାଧ୍ଯକ୍ଷ ମନୋନିତ ହୋଇଛନ୍ତି । ନୀତି ଆୟୋଗ ଅଧୀନରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ରାଜ୍ୟପାଳ ପରିଚାଳନା ପରିଷଦର ସଭ୍ୟ ରହିବେ ।

ନୀତି ଆୟୋଗରେ ପ୍ରତିଷ୍ଠିତ ବିଶ୍ଵବିଦ୍ୟାଳୟ କିମ୍ବା ଅଗ୍ରଣୀ ଗବେଷଣା ଅନୁଷ୍ଠାନରୁ ଦୁଇଜଣ ପଦପ୍ରଯୁକ୍ତ (Ex- officio) ଅଂଶକାଳ ସଭ୍ୟ ରହିବେ ଯେଉଁମାନଙ୍କର କାର୍ଯ୍ୟକାଳ କ୍ରମ ଭିଭିରେ ସ୍ଥିର କରାଯିବ ।
ପ୍ରଧାନମନ୍ତ୍ରୀଙ୍କଦ୍ବାରା କେନ୍ଦ୍ରମନ୍ତ୍ରୀମଣ୍ଡଳର ଚାରିଜଣ ସଦସ୍ୟ ପଦପ୍ରଯୁକ୍ତ ବଳରେ ନୀତି ଆୟୋଗକୁ ମନୋନୀତ ହେବେ । କେନ୍ଦ୍ର ସରକାରଙ୍କ ସଚିବସ୍ତରର ଜଣେ ଅଫିସର ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଏକ ନିର୍ଦ୍ଦିଷ୍ଟ ଅବଧୂ ପାଇଁ ପ୍ରଧାନମନ୍ତ୍ରୀଙ୍କଦ୍ୱାରା ନିଯୁକ୍ତ ହେବେ ।

ଏକାଧ୍ଵ ରାଜ୍ୟ / ଅଞ୍ଚଳର ନିର୍ଦ୍ଦିଷ୍ଟ ପ୍ରସଙ୍ଗ ବା ସମ୍ଭାବିତ ସମସ୍ୟାର ସମାଧାନ ପାଇଁ ଏକ ଆଞ୍ଚଳିକ ପରିଷଦ ଗଠନ ହେବ । ଏହି ପରିଷଦରେ ପ୍ରଧାନମନ୍ତ୍ରୀ ବା ତାଙ୍କଦ୍ବାରା ମନୋନୀତ ବ୍ୟକ୍ତିବିଶେଷ ଏହାର ଅଧ୍ୟକ୍ଷତା କରିବେ ଏବଂ ଏହି ପରିଷଦରେ ଉକ୍ତ ରାଜ୍ୟ ବା ଅଞ୍ଚଳର ମୁଖ୍ୟମନ୍ତ୍ରୀ ଓ ଉପରାଜ୍ୟପାଳ ସଦସ୍ୟ ରହିବେ । ଅର୍ଥନୀତିଜ୍ଞ ବିବେକ ଦେବରାୟ ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ।

ନୀତି ଆୟୋଗର କାର୍ଯ୍ୟ :

  • ନୀତି ଆୟୋଗ କେବଳ ସରକାରଙ୍କ ଏକ ପରାମର୍ଶଦାତା ବା ନୀତି-ଚିନ୍ତନ ଅଙ୍ଗ । ପାଣ୍ଠି ଆବଣ୍ଟନ କ୍ଷମତା ବିତ୍ତ ମନ୍ତ୍ରଣାଳୟ ଦ୍ବାରା ନିୟନ୍ତ୍ରିତ ହେବ ।
  • ନୀତି ଆୟୋଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ସଦସ୍ୟ ରହୁଥ‌ିବାରୁ ସମବାୟ ସଂଘ ଭାବରେ କାର୍ଯ୍ୟ କରିବେ ।
  • ନୀତି ଆୟୋଗର ଗଠନ ସହଯୋଗୀ ସଂଘୀୟ ବ୍ୟବସ୍ଥା ଉପରେ ପର୍ଯ୍ୟବେସିତ । ଯାହା ରାଜ୍ୟମାନଙ୍କୁ ଅଧିକ କ୍ଷମତା ପ୍ରଦାନ କରିବ ।
  • ନୀତି ଆୟୋଗ ନୀତି ନିର୍ଦ୍ଧାରଣ କରେ, କିନ୍ତୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହମତିରେ କାର୍ଯ୍ୟକାରୀ ହୋଇଥାଏ ।
  • ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ନୀତି ଆୟୋଗ ରାଜ୍ୟମାନଙ୍କ ମତକୁ ବିଚାରକୁ ନେଇ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବିକେନ୍ଦ୍ରୀକରଣ ପ୍ରକ୍ରିୟାକୁ ଗୁରୁତ୍ଵ ଦେଇଥାଏ ।
  • କେନ୍ଦ୍ର-ରାଜ୍ୟ ମଧ୍ୟରେ ଉତ୍ତମ ସହଯୋଗ ଓ ଆନ୍ତଃମନ୍ତ୍ରଣାଳୟ ସମନ୍ବୟ ସ୍ଥାପନ କରିବାଦ୍ୱାରା ଏହା ଏକ ସୁସ୍ଥ ଅର୍ଥନୈତିକ ବିକାଶର ଭାଗିଦାରୀ ଲାଭ କରିବ ।
  • ନୀତି ଆୟୋଗ ଜାତୀୟ ଓ ଆନ୍ତର୍ଜାତୀୟ ବିଶାରଦମାନଙ୍କ ସହାୟତା ନେଇ ନୂତନ ଆଭିମୁଖ୍ୟ ନେଇ କାର୍ଯ୍ୟ କରିଥାଏ ।

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଅର୍ଥନୀତିଜ୍ଞ ଅରବିନ୍ଦ ପାନଗରିଆ ବର୍ତ୍ତମାନ ନୀତି ଆୟୋଗର ଉପାଧ୍ୟକ୍ଷ ଅଟନ୍ତି । ତିନିଜଣ ପୂର୍ଣ୍ଣକାଳୀନ ସଭ୍ୟହେଲେ ଅର୍ଥନୀତିଜ୍ଞ ବିବେକ ଦେବରାୟ, ଦେଶରକ୍ଷା ଗବେଷଣା ସଂଗଠନର ପୂର୍ବତନ ମୁଖ୍ୟ ଭି.କେ.ସାରସ୍ୱତ, ପ୍ରଫେସର ରମେଶ ଚାନ୍ଦ (କୃଷି ବିଶାରଦ) ।
ନୀତି ଆୟୋଗ ଓ ଯୋଜନା ଆୟୋଗ ମଧ୍ଯରେ ତୁଳନା :
ନୀତି ଆୟୋଗ :

  • ଏହା ସରକାରଙ୍କର କେବଳ ଏକ ପରାମର୍ଶଦାତା ଅଙ୍ଗ । ପାଣ୍ଠି ଆବଣ୍ଟନ କ୍ଷମତା ବିତ୍ତ ମନ୍ତ୍ରଣାଳୟ ଉପରେ ନ୍ୟସ୍ତ ।
  • ଏହାର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ସଦସ୍ୟ ରହୁଥ‌ିବାରୁ ରାଜ୍ୟମାନଙ୍କୁ ଅଧୂକ କ୍ଷମତା, ହସ୍ତାନ୍ତର କରାଯାଇଥାଏ ।
  • ରାଜ୍ୟମାନଙ୍କ ସହ ପରାମର୍ଶ କରିବା ପରେ ଚୂଡ଼ାନ୍ତ ନୀତି ପ୍ରସ୍ତୁତ ହୁଏ ।
  • ନୀତି ନିର୍ଦ୍ଧାରଣ ବେଳେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନୀତି ଲଦିଦେବାର କ୍ଷମତା ଏହାର ନାହିଁ ।
  • ନୀତି ଆୟୋଗରେ ତିନିଜଣ ପୂର୍ଣ୍ଣକାଳୀନ ସଭ୍ୟମାନଙ୍କ ସହ ଅନେକ ଆଂଶିକ ସଭ୍ୟ ଥାଆନ୍ତି ।
  • ରାଜ୍ୟମାନଙ୍କୁ ନେଇ ସମବାୟ ସଂଘୀୟ ବ୍ୟବସ୍ଥା ମାଧ୍ୟମରେ ନୀତି ପ୍ରସ୍ତୁତ କରାଯାଏ ।

CHSE Odisha Class 11 Economics Solutions Chapter 8 ଯୋଜନା

ଯୋଜନା ଆୟୋଗ :

  • ରାଜ୍ୟ ସରକାର ଓ ବିଭିନ୍ନ ମନ୍ତ୍ରଣାଳୟକୁ ପାଣ୍ଠି ଆବଣ୍ଟନ କ୍ଷମତା ଯୋଜନା ଆୟୋଗ ଦ୍ବାରା ପରିଚାଳିତ ହେଉଥାଏ ।
  • ଏହି ବ୍ୟବସ୍ଥାରେ ଜାତୀୟ ଉନ୍ନୟନ ପରିଷଦର ସଭ୍ୟ ହିସାବରେ ଓ ରାଜ୍ୟ ବାର୍ଷିକ ଯୋଜନା ବୈଠକରେ ହେଉଥ‌ିବା ପାରସ୍ପରିକ କଥାବାର୍ତ୍ତା ମାଧ୍ୟମରେ ରାଜ୍ୟମାନଙ୍କର ଭୂମିକା ସୀମାବଦ୍ଧ ହୋଇଥାଏ ।
  • ଯୋଜନା କମିଶନ ନୀତି ନିର୍ଦ୍ଧାରଣ କରିବା ପରେ ରାଜ୍ୟମାନଙ୍କ ସହ ପାଣ୍ଠି ଆବଣ୍ଟନ ସମ୍ବନ୍ଧରେ ପରାମର୍ଶ କରନ୍ତି ।
  • ଯୋଜନା ଆୟୋଗ ଏହାର ନିର୍ଦ୍ଧାରିତ ନୀତିକୁ ରାଜ୍ୟମାନଙ୍କ ଉପରେ ଲଦିଦିଏ ।
  • ଆଠଜଣ ପୂର୍ଣ୍ଣକାଳୀନ ସଦସ୍ୟଙ୍କୁ ନେଇ ଯୋଜନା ଆୟୋଗ ଗଠିତ । ଆଂଶିକ ସଭ୍ୟଙ୍କ ପାଇଁ କୌଣସି ବ୍ୟବସ୍ଥା ନ ଥାଏ ।
  • ପଞ୍ଚବାର୍ଷିକ ଯୋଜନା ମଡ଼େଲକୁ ରାଜ୍ୟ ମାନଙ୍କ ଉପରେ ଲଦି ଦିଆଯାଏ । ରାଜ୍ୟମାନଙ୍କ ପରାମର୍ଶକୁ ବିଶେଷ ଗୁରୁତ୍ୱ ଦିଆଯାଏ ନାହିଁ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

Odisha State Board CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ Questions and Answers.

CHSE Odisha 11th Class Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନ ସହିତ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତରେ ନିବର୍ବାନ ପରିଚାଳନା ପାଇଁ ଥ‌ିବା ସଂସ୍ଥାର ନାମ କ’ଣ ?
(i) ନିର୍ବାଚନ ଆୟୋଗ
(ii) ନିର୍ବାଚନ ପରିଷଦ
(iii) ନିର୍ବାଚନ ସଂଘ
(iv) ନିର୍ବାଚନ ସଂସ୍ଥା
Answer:
(i) ନିର୍ବାଚନ ଆୟୋଗ

୨ । ଭାରତରେ ନିର୍ବାଚନ ଆୟୋଗ ନିମ୍ନୋକ୍ତ କେଉଁ ପ୍ରକାରର ସଂସ୍ଥା ?
(i) ସାମ୍ବିଧାନିକ
(ii) ସଂସଦୀୟ ଆଇନଦ୍ୱାରା ସୃଷ୍ଟ
(iii) ସାଧାରଣ ପ୍ରଶାସନିକ ନିଷ୍ପତ୍ତିଦ୍ଵାରା ସୃଷ୍ଟ
(iv) ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରୁ ସୃଷ୍ଟ
Answer:
(i) ସାମ୍ବିଧାନିକ

୩ । ସମ୍ବିଧାନର କେଉଁ ଅଧ୍ୟୟରେ ନିର୍ବାଚନ ଆୟୋଗ ସମ୍ପର୍କରେ ବର୍ଣ୍ଣନା ରହିଛି ?
(i) ଷୋଡ଼ଶ
(ii) ଦ୍ଵାଦଶ
(iii) ପଞ୍ଚଦଶ
(iv) ଏକାଦଶ
Answer:
(iii) ପଞ୍ଚଦଶ

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

୪ । ସମ୍ବିଧାନର କେଉଁ ଧାରାରେ ନିର୍ବାଚନ ଆୟୋଗର ଗଠନ ସମ୍ପର୍କରେ ସୂଚନା ରହିଛି ?
(i) ୩୨୨
(ii) ୩୨୧
(iii) ୩୨୪
(iv) ୩୨୬
Answer:
(iii) ୩୨୪

୫ । ରାଜନୈତିକ ଦଳମାନଙ୍କୁ କିଏ ସ୍ବୀକୃତି ଦିଅନ୍ତି ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ନିର୍ବାଚନ ଆୟୋଗ
(iv) ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି
Answer:
(iii) ନିର୍ବାଚନ ଆୟୋଗ

B. ଶୂନ୍ୟସ୍ଥାନ ପୂରଣ କର ।

୧ । ___________ ନିର୍ବାଚନ ଆୟୋଗର ମୁଖ୍ୟ ଅଟନ୍ତି ।
Answer:
ମୁଖ୍ୟ ନିର୍ବାଚନ ଆୟୁକ୍ତ

୨ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ___________ ପରିଚାଳନା କରନ୍ତି ।
Answer:
ନିର୍ବାଚନ ଆୟୋଗ

୩ । ରାଜନୈତିକ ଦଳମାନଙ୍କୁ ___________ ନିର୍ବାଚନ ସଙ୍କେତ ପ୍ରଦାନ କରନ୍ତି ।
Answer:
ନିର୍ବାଚନ ଆୟୋଗ

୪ । ନିର୍ବାଚନ ଆୟୋଗର ମୋଟ ___________ ଜଣ ସଦସ୍ୟ ଅଛନ୍ତି ।
Answer:
ତିନି

୫ । ନିର୍ବାଚନ ଆୟୋଗର ସଦସ୍ୟମାନଙ୍କୁ ___________ ନିଯୁକ୍ତି ଓ ବହିଷ୍କାର କରନ୍ତି ।
Answer:
ରାଷ୍ଟ୍ରପତି

C. ଏକ ପଦ ବା ଶବ୍ଦରେ ଉତ୍ତର ଦିଅ ।

୧ । କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ପାଇଁ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥା କିଏ ?
Answer:
ନିର୍ବାଚନ ଆୟୋଗ ।

୨ । ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ନିର୍ବାଚନ ଆୟୋଗ କ’ଣ ଜାରି କରିଥାଏ ?
Answer:
ଆଚରଣବିଧ୍ ।

୩ । ସାନି ନିର୍ବାଚନ କରିବାର ନିଷ୍ପତ୍ତି କିଏ ନିଏ ?
Answer:
ନିର୍ବାଚନ ଆୟୋଗ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

D. ଭ୍ରମ ସଂଶୋଧନ କର ।

୧ । ରାଷ୍ଟ୍ରପତି ନିଜସ୍ଵ ନିଷ୍ପଭିକ୍ରମେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।
Answer:
ରାଷ୍ଟ୍ରପତି ସଂସଦର ଗୃହୀତ ପ୍ରସ୍ତାବ ଭିତ୍ତିରେ ନିର୍ବାଚନ ଆୟୁକ୍ତମାନଙ୍କୁ ପଦଚ୍ୟୁତ କରନ୍ତି ।

୨ । ଭୋଟର ତାଲିକା ସଂଶୋଧନ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ହୁଏ ।
Answer:
ଭୋଟର ତାଲିକା ସଂଶୋଧନ ନିର୍ବାଚନ ଆୟୋଗର ନିର୍ଦ୍ଦେଶରେ ହୁଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗର କାର୍ଯ୍ୟ କ’ଣ ?
Answer:
ପ୍ରତିନିଧୂମୂଳକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅତ୍ୟନ୍ତ ସାଧୁତା ଓ ନିରପେକ୍ଷତା ସହ ବିଶ୍ୱସନୀୟ ପରିସ୍ଥିତିରେ ବ୍ୟବସ୍ଥାପିକା ନିମନ୍ତେ ନିର୍ବାଚନ ପରିଚାଳନା ପାଇଁ ଏକ ସାମ୍ବିଧାନିକ ସଂସ୍ଥାଭାବେ ନିର୍ବାଚନ ଆୟୋଗର ସୃଷ୍ଟି କରାଯାଇଛି । ଏହାର ସୁପରିଚାଳନା ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

୨ । ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗ କିପରି ନିୟନ୍ତ୍ରଣ କରିଥାଏ ?
Answer:
ନିର୍ବାଚନ ଆୟୋଗ ରାଜନୈତିକ ଦଳମାନଙ୍କୁ ସ୍ବୀକୃତି, ପଞ୍ଜୀକୃତ ଓ ନିର୍ବାଚନ ସଙ୍କେତ ପ୍ରଦାନ କରିଥାଏ । ନିର୍ବାଚନରେ ସେମାନଙ୍କ ପାଇଁ ପ୍ରଣୀତ ଆଚରଣବିଧ ଉଲଂଘନ ହେଲେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

B. ଛଅଗୋଟି ବାକ୍ୟରେ ଉତ୍ତର ଦିଅ ।

୧ । ନିର୍ବାଚନ ଆୟୋଗ କିପରି ଗଠିତ ହୁଏ ?
Answer:
ପ୍ରଶାସନିକ ଦକ୍ଷତା, ଅଭିଜ୍ଞତା ଓ ବିଚାରପତି ହେବାର ଯୋଗ୍ୟତା ଆଦିକୁ ଆଧାର କରି ରାଷ୍ଟ୍ରପତି ନିର୍ବାଚନ ଆୟୋଗର ତିନିଜଣ ସଦସ୍ୟଙ୍କୁ ନିଯୁକ୍ତ କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ମୁଖ୍ୟ ନିର୍ବାଚନ ଆୟୁକ୍ତ ହିସାବରେ ମଧ୍ୟ ନିଯୁକ୍ତି ପାଇଥା’ନ୍ତି । ଏହି ସଦସ୍ୟମାନେ ୬୫ ବର୍ଷ ବୟସ ବା ୫ ବର୍ଷିଆ କାର୍ଯ୍ୟକାଳ ମଧ୍ଯରୁ ପ୍ରଥମେ ପଡ଼ୁଥ‌ିବା ବ୍ୟବସ୍ଥା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ସଂସଦରେ ସେମାନଙ୍କର ‘ପ୍ରମାଣିତ ଅସଦ୍ ବ୍ୟବହାର’ ବା ‘ଅଯୋଗ୍ୟତା’ କାରଣରୁ ଦୁଇ-ତୃତୀୟାଂଶ ସମର୍ଥନରେ ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତି ସମ୍ପୃକ୍ତ ଆୟୁକ୍ତଙ୍କୁ ପଦଚ୍ୟୁତ କରିଥା’ନ୍ତି । ଏହା ଏକ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ସ୍ଵାଧୀନ ଓ ନିରପେକ୍ଷତାର ସହ ଆୟୁକ୍ତମାନେ ନିଜର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

୨ । ନିର୍ବାଚନ ଆୟୋଗର ଭୂମିକା କ’ଣ ?
Answer:
କେନ୍ଦ୍ରୀୟ ସଂସଦ, ରାଜ୍ୟ ବ୍ୟବସ୍ଥାପିକା, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସଂକ୍ରାନ୍ତୀୟ ସମସ୍ତ କାର୍ଯ୍ୟ ନିର୍ବାଚନ ଆୟୋଗ ସମ୍ପାଦନ କରିଥାଏ । ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି, ସଂଶୋଧନ, ନିର୍ବାଚନର ତାରିଖ ଓ କାର୍ଯ୍ୟକ୍ରମ ପ୍ରସ୍ତୁତି, ଭୋଟଦାନ ପାଇଁ ବ୍ୟବସ୍ଥା, ନିର୍ବାଚନ ଫଳାଫଳ ପ୍ରକାଶ, ନିର୍ବାଚନରେ ସମ୍ପୃକ୍ତ ସମସ୍ତଙ୍କ ପାଇଁ ଆଚରଣବିଧ୍ ପ୍ରଣୟନ ଓ କାର୍ଯ୍ୟକାରୀ କରିବାର ସମସ୍ତ ଦାୟିତ୍ଵ ନିର୍ବାଚନ ଆୟୋଗର ଅଟେ । ନିର୍ବାଚନ ପରିଚାଳନା ସଂକ୍ରାନ୍ତୀୟ ଅଭିଯୋଗର ଶୁଣାଣି କରିବା ଏହାର ଦାୟିତ୍ଵ ଅଟେ । ନିର୍ବାଚନ ଆୟୋଗ ସାଧୁତା ଓ ନିରପେକ୍ଷତା ସହ ବିଶ୍ବସନୀୟ ଢଙ୍ଗରେ ନିର୍ବାଚନ ପରିଚାଳନା କରି ଗଣତନ୍ତ୍ରର ଭିଭିକୁ ଦୃଢ଼ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଭାରତୀୟ ସମ୍ବିଧାନର ପଞ୍ଚଦଶ ଅଧ୍ୟାୟରେ ସ୍ବତନ୍ତ୍ରଭାବେ ଏକ ନିର୍ବାଚନ କମିଶନର ଗଠନ ଓ କାର୍ଯ୍ୟପଦ୍ଧତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଏହି ସଙ୍ଗଠନ ସମ୍ପର୍କରେ ସବିସ୍ତୃତ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବା, ସମ୍ବିଧାନ ପ୍ରଣେତାମାନଙ୍କ ଏହାକୁ ସମ୍ବିଧାନର ଏକ ଅବିଚ୍ଛେଦ୍ୟ ଅଂଶ ରୂପେ ଅନ୍ତର୍ଭୁକ୍ତ କରି ତତ୍ ସଂକ୍ରାନ୍ତୀୟ ରାଜନୈତିକ ଅଧିକାରର ସଂରକ୍ଷଣ ପ୍ରତି ଦୁର୍ବଳତାକୁ ସୂଚିତ କରିଥାଏ ।

ଶାସନ ବିଧାୟକ ସଭାର ଜନୈକ ସଦସ୍ୟ ଏଚ.ଏନ୍.କୁଞ୍ଜୁରୁଙ୍କ ମତରେ, “ଯଦି ନିର୍ବାଚନ କଳ ତ୍ରୁଟିଯୁକ୍ତ ବା ଏହାକୁ କାର୍ଯ୍ୟକାରୀ କରୁଥିବା ଲୋକମାନଙ୍କର ଚରିତ୍ର ସନ୍ଦେହମୁକ୍ତ ନୁହେଁ, ତାହାହେଲେ ଗଣତନ୍ତ୍ରର ଚେର ମଧ୍ୟ ବିଷାକ୍ତ ହୋଇଯିବ । ’’ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ପରୋକ୍ଷ ଓ ପ୍ରତିନିଧୂମୂଳକ ଅଟେ । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ରାଷ୍ଟ୍ରର କାର୍ଯ୍ୟ ପରିସରରେ ବୃଦ୍ଧିଜନିତ ଚାପ ହେତୁ ପ୍ରତ୍ୟେକ ଲୋକ ପ୍ରତ୍ୟକ୍ଷଭାବରେ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବା ଏକ ଅସମ୍ଭବ ବ୍ୟାପାର ଅଟେ ।

ଏଣୁ ବର୍ତ୍ତମାନର ଗଣତାନ୍ତ୍ରିକ ଶାସନ ଲୋକପ୍ରତିନିଧୂମାନଙ୍କ ଶାସନ ଅଟେ । ଏହି ଲୋକପ୍ରତିନିଧୂମାନଙ୍କର ମନୋନୟନ ପାଇଁ ନିର୍ବାଚନ ପ୍ରକ୍ରିୟାକୁ ଗ୍ରହଣ କରାଯାଇଛି । ଏଣୁ ଭାରତରେ ନିର୍ବାଚନ ସାମ୍ବିଧାନିକ ସ୍ବୀକୃତି ଲାଭ କରିଛି । ଏଥିନିମନ୍ତେ ଏକ ସ୍ବାଧୀନ ନିରପେକ୍ଷ ତଥା ସାମ୍ବିଧାନିକ ସଂସ୍ଥା ଗଠନ କରାଯାଇ ସମ୍ବିଧାନର ୩୨୪ ଧାରା ବଳରେ ଏହାକୁ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ ନିମନ୍ତେ କ୍ଷମତା ପ୍ରଦାନ କରାଯାଇଛି । ଏହି ସଂସ୍ଥାକୁ ନିର୍ବାଚନ କମିଶନ କୁହାଯାଏ ।

ନିର୍ବାଚନ କମିଶନ ମୁଖ୍ୟ ନିର୍ବାଚନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥାଏ । ରାଷ୍ଟ୍ରପତି ମୁଖ୍ୟ ନିର୍ବାଚନ କମିଶନର ତଥା ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କୁ ନିଯୁକ୍ତ କରିଥା’ନ୍ତି; ମାତ୍ର ଏହି ନିଯୁକ୍ତି କ୍ଷେତ୍ରରେ କୌଣସି ନିର୍ଦ୍ଦିଷ୍ଟ ସଂସଦୀୟ ନିୟମ ନ ଥିଲେ ରାଷ୍ଟ୍ରପତି ନିଜସ୍ବ ନିର୍ଦ୍ଦେଶନାମା ଜାରି କରିପାରନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଷ୍ଟ୍ରପତିଙ୍କର ଆସ୍ଥାଭାଜନ ଥିବା ପର୍ଯ୍ୟନ୍ତ ନିଜ ପଦରେ ରହିଥା’ନ୍ତି । ଆଞ୍ଚଳିକ ନିର୍ବାଚନ କମିଶନରମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ତତ୍‌ସଂକ୍ରାନ୍ତୀୟ ରିପୋର୍ଟକୁ ରାଷ୍ଟ୍ରପତି ବିଚାରକୁ ନେଇଥା’ନ୍ତି ।

ଏହି ସଂସ୍ଥାର ସ୍ଵାଧୀନତା ରକ୍ଷା କରିବାପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ପଦଚ୍ୟୁତି ବ୍ୟବସ୍ଥାକୁ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କ ପରି ଅନୁରୂପ ଜଟିଳ ପ୍ରକୃତିସମ୍ପନ୍ନ କରାଯାଉଛି । ‘ପ୍ରମାଣିତ ଅସଦ୍ ବ୍ୟବହାର’ କିମ୍ବା ‘ଅଯୋଗ୍ୟତା’ କାରଣରୁ ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଏକ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ, ରାଷ୍ଟ୍ରପତି ସେହି ପ୍ରସ୍ତାବ ବଳରେ ତାଙ୍କୁ ପଦଚ୍ୟୁତି କରିଥା’ନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ନିର୍ବାଚନ କମିଶନରଙ୍କ କାର୍ଯ୍ୟଧାରା :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାକୁ ନିର୍ବାଚନ କରାଯିବା ପୂର୍ବରୁ ତଥା ପ୍ରତ୍ୟେକ ଜନଗଣନା ପରେ ଭୋଟର ତାଲିକା ପ୍ରସ୍ତୁତି ଓ ସଂଶୋଧନ କରିବାର ଦାୟିତ୍ଵ ନିର୍ବାଚନ କମିଶନରଙ୍କର ଅଟେ ।
(୨) ନିର୍ବାଚନକୁ ସ୍ଵାଧୀନ ଓ ନିରପେକ୍ଷଭାବେ ପରିଚାଳନା କରିବାର ସମସ୍ତ ଦାୟିତ୍ଵ ଉକ୍ତ କମିଶନରଙ୍କ ଅଟେ ।
(୩) ନିର୍ବାଚନ ସଂକ୍ରାନ୍ତୀୟ ତାରିଖ ଓ କାର୍ଯ୍ୟକ୍ରମ ଘୋଷଣା ଉକ୍ତ କମିଶନ କରିଥାଏ ।
(୪) ନିର୍ବାଚନ ସଂକ୍ରାନ୍ତୀୟ ବନ୍ଦୋବସ୍ତ ସମ୍ବନ୍ଧରେ ଉପୁଜିଥିବା ସମସ୍ତ ଦ୍ଵହର ସମାଧାନ ପାଇଁ ନିର୍ବାଚନ କମିଶନ ଅନୁସନ୍ଧାନକାରୀଙ୍କୁ ନିଯୁକ୍ତ କରିଥା’ନ୍ତି ।
(୫) ନିର୍ବାଚନ କମିଶନ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ଅନୁରୋଧ କରି ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ କର୍ମଚାରୀ ସଂଗ୍ରହ କରିଥା’ନ୍ତି ।
(୬) ନିର୍ବାଚନ କମିଶନ, ରାଜନୈତିକ ଦଳମାନଙ୍କୁ ସ୍ବୀକୃତି ତଥା ନିର୍ବାଚନ ସଙ୍କେତ ପ୍ରଦାନ ପାଇଁ ଏକ ବିଚାରାଳୟରୂପେ କାର୍ଯ୍ୟ କରିଥାଏ ।
(୭) କୌଣସି କେନ୍ଦ୍ରର ସାନି ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ଉକ୍ତ କମିଶନ ନେଇଥା’ନ୍ତି ।
(୮) ଗୋଟିଏ ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ, ମୁଖ୍ୟ କମିଶନର ସେଠାରେ ନିର୍ବାଚନ କରିବା ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ଦେବା ଆବଶ୍ୟକ ।
(୯) ନିର୍ବାଚନ କମିଶନ ନିର୍ବାଚନ ସମୟରେ ରାଜନୈତିକ ଦଳ ତଥା ଜନସାଧାରଣଙ୍କ ପାଇଁ ଆଚରଣବିଧ୍ (Code of Conduct) ପ୍ରଣୟନ କରିପାରନ୍ତି । ୧୯୭୨ ମସିହାରେ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଅନୁଷ୍ଠିତ ହୋଇଥିବା ପଞ୍ଚମ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଏହିପରି ଏକ ଆଚରଣବିଧ୍ ପ୍ରଣୀତ ହୋଇଥିଲା । ଉକ୍ତ ଆଚରଣବିଧରେ ନିମ୍ନୋକ୍ତ ବିଷୟଗୁଡ଼ିକ ମୁଖ୍ୟ ବିଷୟ ଭାବରେ ସ୍ଥାନ ଗ୍ରହଣ କରିଛି ।

(କ) କୌଣସି ଦଳ କିମ୍ବା ପ୍ରାର୍ଥୀ, କୌଣସି ଗୋଷ୍ଠୀ ବା ଜାତି ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରିବେ ନାହିଁ ।
(ଖ) ଗୋଟିଏ ରାଜନୈତିକ ଦଳ ଅନ୍ୟ ଗୋଟିଏ ଦଳକୁ କେବଳ ଏହାର ନୀତି ଓ ଯୋଜନା ଦୃଷ୍ଟିକୋଣରୁ ସମାଲୋଚନା କରିପାରିବ ।
(ଗ) ଅନ୍ୟ ପ୍ରତିଯୋଗୀମାନଙ୍କ ନିର୍ବାଚନ ସଭା ଓ ଶୋଭାଯାତ୍ରାଗୁଡ଼ିକରେ ଜଣେ ପ୍ରତିଯୋଗୀ ନିଜର ସମର୍ଥକମାନଙ୍କଦ୍ୱାରା କୌଣସି ଗଣ୍ଡଗୋଳ କରିପାରିବେ ନାହିଁ ।
(ଘ) ଜଣେ ପ୍ରାର୍ଥୀ କୌଣସି ପୋଲିସ୍ ଅଧ୍ୟାକାରୀଙ୍କ ବିରୁଦ୍ଧରେ ଆପରି କରିବାକୁ ଚାହିଁଲେ ସର୍ବପ୍ରଥମେ ଜିଲ୍ଲା ସୁପରିଟେଣ୍ଡେଣ୍ଟଙ୍କ ନିକଟରେ ଏହା କରିପାରିବେ ।
(ଙ) ଭୋଟ ସଂଗ୍ରହ ସ୍ଲୋଗାନ୍‌ରେ କିମ୍ବା ଭାଷଣରେ ଜାତିଗତ ତଥା ସାମ୍ପ୍ରଦାୟିକ ଚିନ୍ତାଧାରା ପ୍ରତିଧ୍ଵନିତ ହେବା ଉଚିତ ନୁହେଁ ।
(ଚ) ନିର୍ବାଚନ ଆଇନରେ ଉଲ୍ଲିଖତ ସମସ୍ତ ଦୁର୍ନୀତିମୂଳକ ପନ୍ଥାକୁ ପ୍ରାର୍ଥମୀନେ ସାଧୁତାର ସହ ପ୍ରତିରୋଧ କରିବା ଆବଶ୍ୟକ ।

୨ । ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ ଓ ଭୂମିକା ତର୍ଜମା କର ।
Answer:
ନିର୍ବାଚନ ପରିଚାଳନା, ନିୟନ୍ତ୍ରଣ ତଥା ତତ୍ତ୍ୱାବଧାନ କରିବାର ସମସ୍ତ କ୍ଷମତା ନିର୍ବାଚନ କମିଶନ ପରି ଏକ ସ୍ଵାଧୀନ ସାମ୍ବିଧାନିକ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି । ଏହା ତିନି ସଦସ୍ୟ ବିଶିଷ୍ଟ ଅଟେ । ଏହାର ଅଧ୍ୟକ୍ଷଙ୍କୁ ‘ମୁଖ୍ୟ ନିର୍ବାଚନ କମିଶନର’ କୁହାଯାଏ । ସଂସଦଦ୍ୱାରା ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତି ତାଙ୍କୁ ନିଯୁକ୍ତି ପ୍ରଦାନ କରିଥା’ନ୍ତି । ଏକ ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇପାରନ୍ତି । ସଂସଦର ଉଭୟ ସଦନଦ୍ୱାରା ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ‘ପ୍ରମାଣିତ ଅସଦ୍ ବ୍ୟବହାର’ ଓ ‘ଅଯୋଗ୍ୟତା’ କାରଣରୁ ଗୃହୀତ ପ୍ରସ୍ତାବ ଭିଭିରେ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିଥା’ନ୍ତି ।

ମୁଖ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାବଳୀ :
(୧) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା ପାଇଁ ସେ ସାମ୍ବିଧାନିକ ଓ ସଂସଦୀୟ ଆଇନ ଅନୁଯାୟୀ ଭୋଟର ତାଲିକା ପ୍ରସ୍ତୁତ ଓ ସଂଶୋଧନ କରାଇଥା’ନ୍ତି ।
(୨) ସେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ସଂସଦ ଓ ରାଜ୍ୟ ବିଧାନସଭା ନିର୍ବାଚନ ପରିଚାଳନା କ୍ଷେତ୍ରରେ ନିଜର ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିଥା’ନ୍ତି ।
(୩) କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବିଧାନସଭାର କୌଣସି ସଦସ୍ୟଙ୍କ ଅଯୋଗ୍ୟତା ସମ୍ବନ୍ଧରେ ସେ ଯଥାକ୍ରମେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥା’ନ୍ତି ।
(୪) କୌଣସି ରାଜ୍ୟରେ ଏକ ବର୍ଷରୁ ଅଧିକ କାଳ ରାଷ୍ଟ୍ରପତି ଶାସନ ବଳବତ୍ତର ରହିବା ଆବଶ୍ୟକ ହେଲେ ଉକ୍ତ ରାଜ୍ୟରେ ନିର୍ବାଚନ ସମ୍ଭବ ନୁହେଁ ବୋଲି ଏକ ସୁପାରିସପତ୍ର ସେ ରାଷ୍ଟ୍ରପତିଙ୍କୁ ଦିଅନ୍ତି ।
(୫) ସେ ରାଜନୈତିକ ଦଳକୁ ସ୍ବୀକୃତି ଦିଅନ୍ତି ଓ ସଙ୍କେତ ପ୍ରଦାନ କରନ୍ତି ଓ ବିବାଦ ସମାଧାନ କରନ୍ତି ।
(୬) ନିର୍ବାଚନ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଅନୁମତି ନେଇ ସେ ଆବଶ୍ୟକୀୟ କର୍ମଚାରୀ ସଂଗ୍ରହ କରନ୍ତି ।
(୭) ନିର୍ବାଚନ ପରିଚାଳନା ସମୟରେ ସେ ବିଭିନ୍ନ ବିବାଦର ସମାଧାନ କରନ୍ତି ।
(୮) ନିର୍ବାଚନ ଆଚରଣବିଧୂର କାର୍ଯ୍ୟକାରିତା ଉପରେ ସେ ତୀକ୍ଷ୍ଣ ନଜର ରଖନ୍ତି ।
(୯) ସେ ତାଙ୍କର କାର୍ଯ୍ୟ ସମ୍ପାଦନ ପାଇଁ ଆଞ୍ଚଳିକ କମିଶନରମାନଙ୍କୁ ନିଯୁକ୍ତି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

ଭାରତର ଉଚ୍ଚତମ ନ୍ୟାୟାଳୟ, ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନକୁ ସମ୍ବିଧାନର ଏକ ବୈଶିଷ୍ଟ୍ୟ ବୋଲି ମତ ଦେଇଛନ୍ତି । ତେଣୁ ନିର୍ବାଚନକୁ ନିର୍ମଳ କରିବା ତଥା ନିର୍ବାଚନ କଳକୁ ଜନସାଧାରଣଙ୍କୁ ସନ୍ଦେହରୁ ଊର୍ଦ୍ଧ୍ବରେ ରଖିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନରଙ୍କର ପୂର୍ଣ୍ଣ ଦାୟିତ୍ଵ ରହିଛି । ତେଣୁ ରାଜନୈତିକ ଓ ପ୍ରଶାସନିକ ପ୍ରଭାବରୁ ନିଜକୁ ମୁକ୍ତ କରି ଆଇନର ପରିସର ମଧ୍ୟରେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ତାଙ୍କର ମୁଖ୍ୟ କାର୍ଯ୍ୟ ଅଟେ ।

୩ । ଭାରତରେ ନିର୍ବାଚନ ପଦ୍ଧତିରେ ପରିଲକ୍ଷିତ ହେଉଥିବା ତ୍ରୁଟି ଓ ନିର୍ବାଚନ ସଂସ୍କାର ପାଇଁ ଦିଆଯାଉଥିବା ପ୍ରସ୍ତାବ ସମ୍ପର୍କରେ ଆଲୋଚନା କର ।
Answer:
୧୯୫୧-୫୨ ମସିହାଠାରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଭାରତରେ ଷୋହଳଟି ଲୋକସଭା ନିର୍ବାଚନ ସଂଘଟିତ ହୋଇ ସାରିଲାଣି । ଶହେ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶରେ ଏକ ଗଣତାନ୍ତ୍ରିକ ନିର୍ବାଚନ ପରିଚାଳନା କରିବା ସହଜ ନୁହେଁ । ଲୋକସଭା ନିର୍ବାଚନ ବ୍ୟତୀତ ପ୍ରତ୍ୟେକ ରାଜ୍ୟରେ ଅନେକ ବିଧାନସଭା ନିର୍ବାଚନ ଓ ସ୍ଥାନୀୟ ସ୍ୱାୟତ୍ତ ଶାସନ ଅନୁଷ୍ଠାନ ପାଇଁ ବହୁତ ନିର୍ବାଚନ ହୋଇଛି । ଏହା ନିଶ୍ଚିତ ଯେ ଆମ ଗଣତନ୍ତ୍ରର ଏହା ଏକ ବିଶେଷ ସଫଳତା । କିନ୍ତୁ ସମୟ ଆଗେଇବା ସଙ୍ଗେ ସଙ୍ଗେ ଆମ ନିର୍ବାଚନ ପଦ୍ଧତିରେ କେତେକ ଦୋଷ ଦେଖାଦେଇଛି, ଯାହା ଫଳରେ ଆମ ଗଣତନ୍ତ୍ରରେ କିଛି କଳାଦାଗ ଲାଗିଯାଉଛି । ଆମ ନିର୍ବାଚନ ପଦ୍ଧତିର ଦୋଷଗୁଡ଼ିକ ଏଠାରେ ଆଲୋଚନା କରାଯାଇଛି ।

(୧) ଅପେକ୍ଷାକୃତ ସଂଖ୍ୟାଗରିଷ୍ଠତା (Relative Majority) – ପ୍ରଚଳିତ ଆଇନ ଅନୁସାରେ ପ୍ରାର୍ଥୀମାନଙ୍କ ଭିତରେ ଯିଏ ଅଧ୍ବକ ଭୋଟ ପାଏ, ସେ ନିର୍ବାଚନରେ ବିଜୟୀ ହୁଏ । ଅଧିକାଂଶ କ୍ଷେତ୍ରରେ ବିଜୟୀ ପ୍ରାର୍ଥୀମାନେ ଶତକଡ଼ା ପଚାଶରୁ ଯଥେଷ୍ଟ କମ୍ ଭୋଟ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ବିଜୟୀ ପ୍ରାର୍ଥୀ କେତେଦୂର ଭୋଟରମାନଙ୍କ ପ୍ରକୃତ ପ୍ରତିନିଧ୍, ସେ ବିଷୟରେ ସନ୍ଦେହ ଉପୁଜିଥାଏ ।

(୨) ଭୋଟ-ଆସନ ବ୍ୟବଧାନ (Vote-Seat Gap) – ଅଧିକାଂଶ ସମୟରେ ମିଳିଥିବା ଭୋଟ ଓ ମିଳିଥିବା ଆସନ ମଧ୍ୟରେ ବଡ଼ ବ୍ୟବଧାନ ଦେଖାଦେଉଛି । ଗୋଟିଏ ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୨୫ ଭୋଟ ପାଇ ୧୫ଟି ଲୋକସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୩ ଭୋଟ ପାଇ ଦୁଇଟି ଲୋକସଭା ଆସନ ପାଇଥବ । ସେହିପରି କୌଣସି ରାଜ୍ୟରେ ଗୋଟିଏ ଦଳ ଶତକଡ଼ା ୩୦ ଭୋଟ ପାଇ ୭୦ଟି ବିଧାନସଭା ଆସନ ପାଇଥବ, କିନ୍ତୁ ଅନ୍ୟ ଏକ ଦଳ ଶତକଡ଼ା ୨୬ ଭୋଟ ପାଇ ୧୫ଟି ବିଧାନସଭା ଆସନ ପାଇଥବ । ରାଜନୀତିକ ଦଳଗୁଡ଼ିକର ମିଳିଥିବା ଭୋଟ ଭାଗ ଓ ମିଳିଥିବା ଆସନ ଭାଗ ମଧ୍ଯରେ ଏହି ଅସମାନୁପାତିତା ଓ ଅସନ୍ତୁଳନ ଏକ ଅନ୍ୟାୟ ଅଟେ । କିନ୍ତୁ ଏହା ହେଉଛି ଏକ ବହୁଦଳୀୟ ପଦ୍ଧତିରେ ଏକ ଗଣତାନ୍ତ୍ରିକ ବିଡ଼ମ୍ବନା (Democratic irony) ।

(୩) ପ୍ରତିଦ୍ବନ୍ଦୀମାନଙ୍କର ଅଯଥା ସଂଖ୍ୟା ବୃଦ୍ଧି (Unnecessary Increase in the Number of Contestants) – କୌଣସି ନିର୍ବାଚନରେ ବିଜୟୀ ହେବାକୁ ଜଣେ ପ୍ରାର୍ଥୀଙ୍କୁ ଶତକଡ଼ା ପଚାଶ ଭାଗରୁ ଅଧିକ ଭୋଟ ପାଇବା ନିହାତି ଦରକାର ନୁହେଁ । ଉଦାହରଣସ୍ୱରୂପ, ସେ ଶତକଡ଼ା ତିରିଶ ଭାଗ ଭୋଟ ପାଇ ମଧ୍ଯ ବିଜୟୀ ହୋଇପାରନ୍ତି, ଯଦି ଅନ୍ୟ କୌଣସି ପ୍ରାର୍ଥୀ ସେତିକି ଭୋଟ ପାଇ ନ ଥା’ନ୍ତି । ଏହି ବ୍ୟବସ୍ଥା ଫଳରେ ପ୍ରତି ନିର୍ବାଚନ ମଣ୍ଡଳୀରେ ବହୁତ ଲୋକ ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରିଥା’ନ୍ତି । ଆଶା ଥାଏ, ଟିକିଏ ଚେଷ୍ଟା କଲେ ଶତକଡ଼ା ପଚିଶ ତିରିଶ ଭାଗ ଭୋଟ ପାଇବା ସମ୍ଭବ ହୋଇପାରେ ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

(୪) ସରକାରର ବୈଧତା ଏକ ପ୍ରଶ୍ନବାଚୀ (Government’s Legitimacy Questioned) – ଯେହେତୁ ଅନେକ ସମୟରେ କେନ୍ଦ୍ର ଓ ରାଜ୍ୟରେ ଶାସନ କରିଥିବା ବା କରୁଥିବା ରାଜନୀତିକ ଦଳ ବା ମେଣ୍ଟଗୁଡ଼ିକ ଶତକଡ଼ା ପଚାଶ ଭାଗରୁ ଯଥେଷ୍ଟ କମ୍ ଭୋଟ ପାଇ କ୍ଷମତାକୁ ଆସିଥା’ନ୍ତି, ସେହି ସରକାରଗୁଡ଼ିକର ବୈଧତା ସମ୍ବନ୍ଧରେ ଗଭୀର ସନ୍ଦେହ ଉପୁଜିଥାଏ । ଏହି ସରକାରଗୁଡ଼ିକ ଭୋଟଦାତାମାନଙ୍କର ପ୍ରକୃତ ପ୍ରତିନିଧି ହେବାକୁ କେତେଦୂର ସମର୍ଥ, ତାହା ଏକ ପ୍ରଶ୍ନବାଚୀ ହୋଇଯାଏ ।

(୫) ସ୍ଵଳ୍ପ ଭୋଟ ଦାନ (Low Voter Nurn-out) – ବିଭିନ୍ନ କାରଣରୁ ଅନେକ ଭୋଟଦାତା ଭୋଟ ଦେଉ ନାହାନ୍ତି । ଶିକ୍ଷିତ ଓ ଚାକିରିଆ ଲେକାମାନେ ନିର୍ବାଚନ ପ୍ରତି ବିମୁଖ । ଅଶିକ୍ଷିତ, ମୂର୍ଖ ଲୋକମାନଙ୍କ ଭୋଟ ଓ ସେମାନଙ୍କର ଭୋଟର ମୂଲ୍ୟ ଏକା ହୋଇଥିବାରୁ ସେମାନେ ବ୍ୟର୍ଥାତ ଅଟନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏହି କାରଣରୁ ଭୋଟ ଦିଅନ୍ତି ନାହିଁ । ଅପରପକ୍ଷରେ ଗରିବ ଲୋକେ ଗୁଜୁରାଣ ମେଣ୍ଟାଇବାରେ ଏତେ ବ୍ୟସ୍ତ ଯେ ନିର୍ବାଚନ ବିଷୟରେ ଚିନ୍ତା କରିବାକୁ ସେମାନଙ୍କର ଆଗ୍ରହ କିମ୍ବା ସମୟ ନାହିଁ । ଅଜ୍ଞତା ହେତୁ ସେମାନେ ନିର୍ବାଚନ ସମ୍ବନ୍ଧୀୟ ବହୁତ କଥା ବୁଝନ୍ତି ନାହିଁ । ପରିବାର ପୋଷଣ ପାଇଁ ଦିନରାତି ଖଟୁଥିବାରୁ ଭୋଟଦେବାକୁ ସେମାନଙ୍କ ପାଖରେ ସମୟ ନ ଥାଏ । ଅଳ୍ପ ଲୋକ ଭୋଟ ଦେଉଥିବାରୁ କମ୍ ଭୋଟ ପାଇ ଜଣେ ପ୍ରାର୍ଥୀ ନିର୍ବାଚିତ ହୋଇପାରୁଛି !

(୬) ତ୍ରୁଟିପୂର୍ଣ୍ଣ ଭୋଟ ତାଲିକା (Defective Electoral Rolls) – ଅନେକ ସମୟରେ ଭୋଟ ତାଲିକାରେ ଭୁଲ ରହୁଛି । ବହୁସଂଖ୍ୟକ ଭୋଟରଙ୍କର ନାଁ ଏଥିରେ ଅନ୍ତର୍ଭୁକ୍ତ ହେଉନାହିଁ । ବେଳେବେଳେ ଅଭିଯୋଗ ହୁଏ ଯେ, ଶାସକ ଦଳ ଜାଣିଶୁଣି ବିରୋଧୀ ଦଳର ଭୋଟରମାନଙ୍କର ନାମ ଭୋଟର ତାଲିକାରୁ କାଟି ଦେଇଥାନ୍ତି । ଯେଉଁ ଅଫିସର ଓ କର୍ମଚାରୀମାନେ ଭୋଟର ତାଲିକା ତିଆରି କରିବା ଦାୟିତ୍ଵରେ ଥାଆନ୍ତି ସେମାନଙ୍କ ଅବହେଳା ହେତୁ ବି ଏହି ତାଲିକାରୁ କେତେ ପୁରୁଣା ଭୋଟରଙ୍କ ନାଁ କଟି ଯାଇଥାଏ ତ ଏହି ତାଲିକାରେ କେତେ ନୂଆ ଭୋଟରଙ୍କ ନାଁ ପଶିପାରି ନ ଥାଏ ।

(୭) ଅର୍ଥବଳ ଓ ହିଂସାର ପ୍ରୟୋଗ (Use of Money Power and Violence) — ନିର୍ବାଚନରେ ଅର୍ଥ ଓ ହିଂସାର ପ୍ରୟୋଗ ବଢି ବଢି ଚାଲିଛି । ନିର୍ବାଚନ ଏତେ ବ୍ୟୟସାପେକ୍ଷ ହେଉଛି ଯେ, କେବଳ ଧନୀମାନେ ହିଁ ନିର୍ବାଚନରେ ପ୍ରତିବୃହିତା କରିପାରିବେ । ଗରିବମାନଙ୍କ ପାଇଁ ନିର୍ବାଚନ ଲଢ଼ିବା ସ୍ୱପ୍ନ ଅଟେ । ନିର୍ବାଚନରେ ହିଂସା ପ୍ରୟୋଗରେ ବୃଦ୍ଧି ଘଟିଥିବାରୁ ଭଦ୍ରଲୋକମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ଭୟ କରୁଛନ୍ତି । ବହୁସଂଖ୍ୟକ ଗୁଣ୍ଡା, ଅସାମାଜିକ ବ୍ୟକ୍ତି ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ହିଂସାକୁ ଡରି ମହିଳାମାନେ ପ୍ରାର୍ଥୀ ହେବାକୁ ଡରୁଛନ୍ତି । ନିର୍ବାଚନ ପ୍ରତିଦ୍ଵନ୍ଦିତା ଦୃଷ୍ଟିରୁ ଭାରତୀୟ ଗଣବନ୍ତ୍ର ଧନୀ, ଦୁର୍ନୀତିଗ୍ରସ୍ତ ଓ ଅସାମାଜିକ ବ୍ୟକ୍ତିମାନଙ୍କର ଏକ ଆଡ୍ଡାସ୍ଥଳୀ ହେବାକୁ ବସିଲାଣି ।

(୮) ନିର୍ବାଚନ ମକଦ୍ଦମା (Election Disputes) – ଯଦି ପରାଜିତ ପ୍ରାର୍ଥୀ ଅନୁଭବ କରନ୍ତି ଯେ ବିଜୟୀ ପ୍ରାର୍ଥୀ ନିର୍ବାଚନ ନିୟମ ଭଙ୍ଗ କରିଛନ୍ତି, ତେବେ ସେ ବିଜୟୀ ପ୍ରାର୍ଥୀଙ୍କ ବିରୋଧରେ ହାଇକୋର୍ଟରେ ମକଦ୍ଦମା କରିପାରିବେ । କିନ୍ତୁ ଏହି ମକଦ୍ଦମାଗୁଡ଼ିକ ଶୀଘ ଫଇସଲା ହୋଇ ନ ଥାଏ । ଏଥିପାଇଁ ଯଥେଷ୍ଟ ସମୟ ଲାଗିଥାଏ ଓ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ । ବିଳମ୍ବିତ ନ୍ୟାୟ ନ୍ୟାୟ ନୁହେଁ (Justice delayed is justice denied) । ବେଳେବେଳେ ପରାଜିତ ପ୍ରାର୍ଥୀ ମକଦ୍ଦମାରେ ଜିତିଲେ ବି ଇତିମଧ୍ଯରେ ବହୁତ ସମୟ ଚାଲିଯାଇଥିବାରୁ ସେ-ସନ୍ତୁଷ୍ଟ ହୋଇ ନ ଥା’ନ୍ତି ।

ନିର୍ବାଚନ ସଂସ୍କାର (Electoral Reforms) :
ଭାରତରେ ନିର୍ବାଚନ ପଦ୍ଧତିକୁ ଅଧ୍ଵ ଗୁଣାତ୍ମକ ଓ ଫଳପ୍ରଦ କରିବାପାଇଁ ଅନେକ ସଂସ୍କାରାତ୍ମକ ପ୍ରସ୍ତାବ ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନଦ୍ୱାରା ଆଗତ ହୋଇଛି । ତନ୍ମଧ୍ୟରୁ କିଛି ଉତ୍ତମ ଓ ବାସ୍ତବବାଦୀ ପ୍ରସ୍ତାବ ଆଲୋଚିତ ହୋଇଛି ।

(୧) ମହିଳାମାନଙ୍କ ପାଇଁ ଆସନ ସଂରକ୍ଷଣ (Reservation for women) – ମୋଟ ଭୋଟଦାତାମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧା । କିନ୍ତୁ ପ୍ରାର୍ଥୀମାନଙ୍କ ଭିତରେ ସେମାନଙ୍କ ସଂଖ୍ୟା ଶତକଡ଼ା ଦଶରୁ କମ୍ । ରାଜନୀତିକ ଦଳଗୁଡ଼ିକ ମଧ୍ୟରେ ପୁରୁଷ ଆଧ୍ୟତ୍ୟ ଥିବାରୁ ମହିଳାମାନଙ୍କୁ ସମାନୁପାତିକ ଭିଭିରେ ଟିକେଟ ମିଳୁନାହିଁ । ଆଉ ଯେ ପର୍ଯ୍ୟନ୍ତ ମହିଳାମାନେ ଅଧିକ ସଂଖ୍ୟାରେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିନାହାନ୍ତି, ସେ ପର୍ଯ୍ୟନ୍ତ ଆମ ଗଣତନ୍ତ୍ରର ପ୍ରତିନିଧୂମୂଳକ ଗୁଣ ଦୁର୍ବଳ ଅଟେ । ଏହି ପରିପ୍ରେକ୍ଷୀରେ ପ୍ରତି ଲୋକସଭା ଓ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ରଖୁବା ଏକ ନ୍ୟାୟୋଚିତ ପ୍ରସ୍ତାବ ଅଟେ ।

(୨) ନିର୍ବାଚନ ଖର୍ଚ୍ଚ ଉପରେ ନିୟନ୍ତ୍ରଣ (Control over Poll Expenses) – ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ଉପରେ ଆଇନ ମାଧ୍ୟମରେ ସିଲିଂ ରଖାଯାଇଛି । କିନ୍ତୁ ଏହା ସମସ୍ତଙ୍କୁ ଜଣା ଯେ, ଏ ସିଲିଂକୁ କୌଣସି ପ୍ରାର୍ଥୀ, ବିଶେଷତଃ କୌଣସି ଦଳୀୟ ପ୍ରାର୍ଥୀ ଓ ଧନୀ ସ୍ବାଧୀନ ପ୍ରାର୍ଥୀ ମାନି ନ ଥା’ନ୍ତି । ପ୍ରାୟ ସମସ୍ତେ ଏ ସିଲିଂକୁ ଟପିଥା’ନ୍ତି । ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ସରକାରୀ ସ୍ତରରେ ବ୍ୟବସ୍ଥା ଅଛି ଓ ଚେଷ୍ଟା ବି କରାଯାଉଛି । କିନ୍ତୁ ଏ ଯେଉଁ ଚେଷ୍ଟା କରାଯାଇଛି, ତାହା ଉପରଠାଉରିଆ । ତେଣୁ ନିର୍ବାଚନ ଖର୍ଚ୍ଚ ସମ୍ବନ୍ଧୀୟ ନିୟମକୁ ପରୀକ୍ଷା କରି ଦରକାର ପଡ଼ିଲେ ନୂଆ ନିୟମ କରାଯାଉ ଏବଂ ସେହି ନିୟମକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରାଯାଉ । ବର୍ତ୍ତମାନ ନିୟମକୁ ବି କଡ଼ାକଡ଼ି ଭାବେ ପାଳନ କଲେ ନିର୍ବାଚନ ପଦ୍ଧତିରେ ଯଥେଷ୍ଟ ଉନ୍ନତି ଘଟିବ ।

(୩) ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥିତ୍ଵକୁ ନିରୁତ୍ସାହ (Discouragement to Frivolous Candidates) — ନିର୍ବାଚନରେ ଅନେକ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀ ଥାଆନ୍ତି । ସେମାନଙ୍କର ପ୍ରାର୍ଥୀତ୍ଵ ନିର୍ବାଚନର ଗୁଣକୁ ନଷ୍ଟ କରି ଦେଇଥାଏ । ସେମାନଙ୍କୁ ନିର୍ବାଚନ ପ୍ରଣାଳୀରୁ ବାହାରେ ରଖୂପାରିଲେ ନିର୍ବାଚନରେ ଗୁଣାତ୍ମକ ବିକାଶ ହେବ । ଏଥପାଇଁ ଦୁଇଟି କୌଶଳ ଗ୍ରହଣ କରାଯାଇପାରେ; ଯଥା –
(କ) କୌଣସି ନିର୍ବାଚନରେ ଅନ୍ତତଃ ଶତକଡ଼ା ଏକ କିମ୍ବା ଦୁଇଭାଗ ଭୋଟ ପାଇ ନ ଥିବା ପ୍ରାର୍ଥୀ ପରବର୍ତ୍ତୀ ନିର୍ବାଚନରେ ସଂଖ୍ୟା ଯଥେଷ୍ଟ କମିଯିବ ।
(ଖ) ପ୍ରାର୍ଥୀଙ୍କ ପାଇଁ ରଖାଯାଇଥିବା ଅମାନତ ଅର୍ଥର ପରିମାଣ ଯଥେଷ୍ଟ ବଢ଼ାଇ ଦେଲେ ଗାମ୍ଭୀର୍ଯ୍ୟହୀନ ପ୍ରାର୍ଥୀମାନଙ୍କ ସଂଖ୍ୟା ଯଥେଷ୍ଟ କମିଯିବ ।

(୪) ଏକାଧ୍ଵ ପ୍ରତିଦ୍ବହିତା ଉପରେ କଟକଣା (Restrictions on Contesting from Several Constituencies) – ଅନେକ ନେତା ଏକାଧ୍ଵକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ଵନ୍ଦିତା କରିବା ଫଳରେ ବହୁତ ସମସ୍ୟା ସୃଷ୍ଟି ହେଉଛି । କୌଣସି ପ୍ରାର୍ଥୀ ଦୁଇଟି ନିର୍ବାଚନ ମଣ୍ଡଳୀରେ ବିଜୟୀ ହେଲେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ ଏବଂ ସେହି ଆସନ ପାଇଁ ଆଉଥରେ ନିର୍ବାଚନ ହେବ । ଏହା ଫଳରେ ସରକାରଙ୍କର ଅଯଥା ସମୟ ଓ ଅର୍ଥ ନଷ୍ଟ ହେଉଛି । ଏହା ଉପରେ କଟକଣା ଜାରି କରିବାକୁ ପଡ଼ିବ । ଜଣେ ଯେପରି ଗୋଟିକରୁ ଅଧିକ ନିର୍ବାଚନ ମଣ୍ଡଳୀରେ ପ୍ରତିଦ୍ବନ୍ଦିତା କରିପାରିବ ନାହିଁ, ସେଥୂପାଇଁ ଆବଶ୍ୟକୀୟ ଆଇନ ପ୍ରଣୟନ କରିବାକୁ ପଡ଼ିବ ।

(୫) ନିର୍ବାଚନୀ ମକଦ୍ଦମାର ତ୍ବରିତ ଫଇସଲା (Early Settlement of Election Disputes) – ନିର୍ବାଚନ ସମ୍ବନ୍ଧୀୟ ମକଦ୍ଦମାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ପ୍ରତି ବିଧାନସଭା ଓ ଲୋକସଭା ନିର୍ବାଚନ ପରେ ସ୍ଵତନ୍ତ୍ର କୋର୍ଟ ସ୍ଥାପନ କରାଯିବା ଉଚିତ । ଏହି କୋର୍ଟର ବିଚାରପତି ଭାବେ ହାଇକୋର୍ଟର ଜଣେ ବିଚାରପତି ନଚେତ୍ କେବଳ ଏଇଥପାଇଁ ହାଇକୋର୍ଟ ବିଚାରପତିଙ୍କ ପାହ୍ୟାର ଜଣେ ସ୍ବତନ୍ତ୍ର ବିଚାରପତିଙ୍କୁ ନିଯୁକ୍ତି ଦିଆଯିବା ଉଚିତ । ତିନିମାସ ଭିତରେ ଏହି ମକଦ୍ଦମାଗୁଡ଼ିକର ଫଇସଲା ହେବା ଉଚିତ ।

(୬) ଅପରାଧୀ ଭାବରେ ଅଭିଯୁକ୍ତ ହୋଇଥିବା ବ୍ୟକ୍ତିମାନଙ୍କୁ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାକୁ ବାରଣ (Ban on Accused Persons Contesting in Elections) — ରାଜନୀତିର ଅପରାଧୀକରଣ (Criminalisation of politics) ଭାରତୀୟ ଗଣତନ୍ତ୍ର ପାଇଁ ଏକ ବିରାଟ ବିପଦ । ବିଭିନ୍ନ ଅପରାଧରେ ଅଭିଯୁକ୍ତ ବ୍ୟକ୍ତିମାନେ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇ ମନ୍ତ୍ରୀ ବି ହେଉଛନ୍ତି ।

CHSE Odisha Class 11 Political Science Solutions Chapter 12 ନିର୍ବାଚନ ଓ ପ୍ରତିନିଧିତ୍ଵ

ଏହା ଗଣତନ୍ତ୍ରର ମର୍ଯ୍ୟାଦା ଓ ସାମର୍ଥ୍ୟ ହାନି କରୁଛି । ବର୍ତ୍ତମାନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (National Democratic Front) କଂଗ୍ରେସ-ମେଣ୍ଟଦ୍ୱାରା ନିଯୁକ୍ତ ‘ଦାଗୀ’ ମନ୍ତ୍ରୀମାନଙ୍କ ବିରୋଧରେ ଆନ୍ଦୋଳନ କରୁଛି । ସେମାନଙ୍କ ଯୁକ୍ତିର ଦୁର୍ବଳତା ହେଉଛି, ଜଣେ ବ୍ୟକ୍ତି ବିଧାୟକ କିମ୍ବା ସାଂସଦ ହୋଇ ନିର୍ବାଚିତ ହେବା ପରେ ତାଙ୍କୁ ମନ୍ତ୍ରୀ ହେବାକୁ ବାରଣ କଲେ ସମ୍ପୃକ୍ତ ନିର୍ବାଚନମଣ୍ଡଳୀର ଭୋଟରମାନଙ୍କୁ ଅସମ୍ମାନ କରିବା ହେବ ।

ତେଣୁ ଅଧିକ ଯୁକ୍ତିସଙ୍ଗତ ହେବ, ଯେଉଁ ବ୍ୟକ୍ତି କୌଣସି ଅପରାଧରେ ଅଭିଯୁକ୍ତ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ (ଅଭିଯୋଗ ପତ୍ର) ଦାଖଲ ହୋଇଛି, ମକଦ୍ଦମା ତାଙ୍କ ସପକ୍ଷରେ ଫଇସଲା ନ ହେବା ପର୍ଯ୍ୟନ୍ତ ସେ କୌଣସି ନିର୍ବାଚନରେ ଭାଗ ନେଇପାରିବେ ନାହିଁ । ଏହା ଏକ ଚରମ ବ୍ୟବସ୍ଥା, କିନ୍ତୁ ରାଜନୀତିର ଅପରାଧୀକରଣ ଭଳି ଏକ ସାଂଘାତିକ ରୋଗର ନିଦାନ ପାଇଁ ଏହା ଆବଶ୍ୟକ ହୋଇପାରେ ।

(୭) କମ୍ପାନୀ ଚାନ୍ଦା ଉପରେ କଟକଣା (Restrictions on Company Donations) – ବଡ଼ ବଡ଼ କମ୍ପାନୀମାନେ ବିଭିନ୍ନ ରାଜନୀତିକ ଦଳକୁ ନିର୍ବାଚନ ଲଢ଼ିବାପାଇଁ ଚାନ୍ଦା ଦେଇଥା’ନ୍ତି । ଏହା ଗଣତନ୍ତ୍ର ପାଇଁ କ୍ଷତିକାରକ ହୋଇପାରେ, କାରଣ ଚାନ୍ଦା ନେଇଥିବା ଦଳ କ୍ଷମତାକୁ ଆସିଲେ ଚାନ୍ଦା ଦେଇଥିବା କମ୍ପାନୀକୁ ଅନୁଗ୍ରହ ଦେଖାଇପାରେ । କମ୍ପାନୀ ଓ ରାଜନୀତିକ ଦଳ ମଧ୍ୟରେ ଏହି ବନ୍ଧନ ଦେଶର ଅର୍ଥନୀତିକୁ ନଷ୍ଟ କରିବା ସଙ୍ଗେ ସଙ୍ଗେ ସାଧାରଣ ଲୋକର ସ୍ବାର୍ଥହାନି କରିଥାଏ ।

ଏହି ଚାନ୍ଦାକୁ ନିୟନ୍ତ୍ରଣ କରିବାକୁ କଡ଼ା ଆଇନ ପ୍ରଣୟନ ହେବା ଉଚିତ । ଗୋଟିଏ କମ୍ପାନୀ ରାଜନୀତିକ ଦଳମାନଙ୍କୁ କେତେ ଚାନ୍ଦା ଦେଇପାରିବ, ତାହା ଆଇନ ଅନୁସାରେ ଧାର୍ଯ୍ୟ ହେବା ଉଚିତ । ଏହା ଲୁକ୍କାୟିତଭାବେ କରାଯିବା ଉଚିତ ନୁହେଁ ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

Odisha State Board CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର Questions and Answers.

CHSE Odisha 11th Class Political Science Solutions Chapter 2 ରାଷ୍ଟ୍ର

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ___________ ନୈତିକ ଅଧ୍ଵକାରକୁ ସ୍ବୀକୃତି ଦେଉନଥିବାବେଳେ ଆଇନଗତ ଅଧିକାରକୁ ସଂରକ୍ଷିତ କରିଥାଏ ।
(ଜ) ସମାଜ
(ଖ) ରାଷ୍ଟ୍ର
(ଗ) ସରକାର
(ଘ) ସଂଘ
Answer:
(ଖ) ରାଷ୍ଟ୍ର

୨। ବ୍ୟନ୍ତି ଓ __________ ପରସ୍ପର ନିର୍ଭରଶୀଳ ।
(ଜ) ରାଷ୍ଟ୍ର
(ଖ) ସମାଜ
(ଗ) ସରକାର
(ଘ) ଆନ୍ତର୍ଜାତିକ ବ୍ୟବସ୍ଥା
Answer:
(ଖ) ସମାଜ

୩ । ରାଷ୍ଟ୍ର ସଂଘମାନଙ୍କର ଏକ ___________ ଅଟେ ।
(କ) ସଂଘ
(ଖ) ସମାଜ
(ଗ) ସମ୍ମଳନ
(ଘ) ମିଶ୍ରଣ
Answer:
(କ) ସଂଘ

୪। ସରଜ।ର ରାଷ୍ଟ୍ରର _______ ଅଟେ ।
(କ) ସଙ୍କେତ
(ଖ) ମାଧ୍ୟମ
(ଗ) ପ୍ରତିନିଧ୍ଵ
(ଘ) ପ୍ରମାଶ
Answer:
(ଗ) ପ୍ରତିନିଧ୍ଵ

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୫ । ରାଷ୍ଟ୍ର ଏକ _________ ସଂଘ ଅଟେ ।
(କ) ରାଜନୈତିକ
(ଖ) ସାମାଜିକ
(ଗ) ଜନକଲ୍ୟ।ଶ
(ଘ) ଅବସର ବିନୋଦନ
Answer:
(କ) ରାଜନୈତିକ

୬ । ରାଷ୍ଟ୍ରର ସର୍ବୋଚ୍ଚ ବୈଶିଷ୍ଟ୍ୟ ହେଲା _________ ।
(କ) ସାର୍ବଭୌମତ୍ବ
(ଖ) ସରଜ।ର
(ଗ) ଆନ୍ତର୍ଜାତିକ ସ୍ଵୀକୃତି
(ଘ) ଜନସଂଖ୍ୟା
Answer:
(କ) ସାର୍ବଭୌମତ୍ବ

୭। ସରଜ।ର _________ ଗୋଟି ଅଙ୍ଗ ରହିଛି ।
(କ) ଚାରି
(ଖ) ତିନି
(ଗ) ପାଞ୍ଚ
(ଘ) ଦୁଇ
Answer:
(ଖ) ତିନି

୮ । ଓଡ଼ିଶା ଏକ ରାଷ୍ଟ୍ର ନୁହେଁ, କାରଣ ଏହାର _________ ନାହିଁ ।
(କ) ଆନ୍ତର୍ଜାତିକ ସ୍ଵୀକୃତି
(ଖ) ସାର୍ବଭୌମତ୍ଵ
(ଗ) ସରକାର
(ଘ) ପ୍ରତିରକ୍ଷା ବ୍ୟବସ୍ଥା
Answer:
(ଖ) ସାର୍ବଭୌମତ୍ଵ

୯। ___________ ବ୍ୟତୀତ ଅନ୍ୟ କୌଣସି ସଂଘ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିପାରନ୍ତି ନାହିଁ ।
(କ) ରାଷ୍ଟ୍ରରୂପକ ରାଜନୈତିକ ସଂଘ
(ଖ) ଉଚ୍ଚତମ ନ୍ୟାୟାଳୟ
(ଗ) ଆଇନଗତ ସଂଗଠନ
(ଘ) ଆନ୍ତର୍ଜାତିକ ସମୁଦାୟ
Answer:
(କ) ରାଷ୍ଟ୍ରରୂପକ ରାଜନୈତିକ ସଂଘ

୧୦ । ରାଷ୍ଟ୍ରର ମୁଖ୍ୟ ଉପାଦାନଗୁଡ଼ିକ ହେଉଛି ଭୂଭାଗ, ଜନଗଣ, ସରକାର ଓ __________ ।
(କ) ସାର୍ବଭୌମତ୍ଵ
(ଖ) ଆନ୍ତର୍ଜାତିକ ସ୍ୱୀକୃତି
(ଗ) ରାଜନୈତିକ କ୍ଷମତା
(ଘ) ଆନ୍ତର୍ଜାତିକ ସଂପର୍କ
Answer:
(କ) ସାର୍ବଭୌମତ୍ବ

୧୧ । ରାଷ୍ଟ୍ରର ________ ଗୋଟି ଉପାଦାନ ରହିଛି ।
(କ) ଚାରି
(ଖ) ପାଞ୍ଚ
(ଗ) ଦୁଇ
(ଘ) ତିନି
Answer:
(ଖ) ପାଞ୍ଚ

୧୨ । ରାଷ୍ଟ୍ର ଓ ସମାଜ ମଧ୍ୟରେ ____________ ଅଧୂକ ପ୍ରାଚୀନ ।
(କ) ସମସ।ୟିକ
(ଖ) ସମାଜ
(ଗ) ରାଷ୍ଟ୍ର
(ଘ) କହିହେବ ନାହିଁ
Answer:
(ଖ) ସମାଜ

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୧୩ । ଦଣ୍ଡଦେବାର କ୍ଷମତା _________ କୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ୍ କରାଏ ।
(କ) ସମାଜ
(ଖ) ରାଷ୍ଟ୍ର
(ଗ) ସରଜ।ର
(ଘ) ରାଜନୈତିକ ଦଳ
Answer:
(ଖ) ରାଷ୍ଟ୍ର

୧୪ । ‘ରାଷ୍ଟ୍ର’ ଶବ୍ଦଟି ଟିଉଟୋନିକ୍ ଉତ୍ସ __________ ରୁ ଉଦ୍ଧୃତ ଯାହାର ଅର୍ଥ ____________ ।
(କ) ଷ୍ଟାଟସ୍ (Status), ସାମାଜିକ ସ୍ଥିତି ବା ମର୍ଯ୍ୟାଦା
(ଖ) ଲ୍ୟାଗ, ସ୍ଥିର
(ଗ) ଫୋଏଡ଼ସ୍; ଚୁକ୍ତି
(ଘ) ପଲିସ; ନଗର-ରାଜ୍ୟ
Answer:
(କ) ଷ୍ଟାଟସ୍ (Status), ସାମାଜିକ ସ୍ଥିତି ବା ମର୍ଯ୍ୟାଦା

୧୫ । ଏକ ଲାଟିନ୍ ଶବ୍ଦ __________ ରୁ ସାର୍ବଭୌମତ୍ଵ ଶବ୍ଦଟି ଆନୀତ ଯାହାର ଅର୍ଥ ____________ ।
(କ) ‘ସୁପର୍ ଆନସ୍’; ସର୍ବୋଚ୍ଚ କ୍ଷମତା
(ଖ) ଷ୍ଟାଟସ୍; ମର୍ଯ୍ୟାଦା
(ଗ) ନେସିଓ; ଜାତି
(ଘ) ସିଭିଟାସ୍; ନଗର
Answer:’
(କ) ‘ସୁପର୍ ଆନସ୍’, ସର୍ବୋଚ୍ଚ କ୍ଷମତା

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ରାଷ୍ଟ୍ର କ’ଣ ?
Answer:
ଗୋଟିଏ ରାଜନୈତିକ ସଂଗଠନରେ ପାଞ୍ଚଗୋଟି ଉପାଦାନ, ଯଥା- (କ) ଜନସଂଖ୍ୟା, (ଖ) ନିର୍ଦ୍ଦିଷ୍ଟ ସ୍ଥାୟୀ ଭୂଖଣ୍ଡ, (ଗ) ସରକାର, (ଘ) ସାର୍ବଭୌମତ୍ଵ ଓ (ଙ) ଆନ୍ତର୍ଜାତିକ ସ୍ବୀକୃତି ରହିଥିଲେ ତାହା ରାଷ୍ଟ୍ର ପଦବାଚ୍ୟ ହୋଇଥାଏ ।

୨ । ସରକାର କ’ଣ ?
Answer:
ସରକାର ରାଷ୍ଟ୍ରର ପ୍ରତିନିଧ୍ଵ ଯାହା ମାଧ୍ୟମରେ ରାଷ୍ଟ୍ରର ଇଚ୍ଛା ପ୍ରତିଫଳିତ ଓ କାର୍ଯ୍ୟକାରୀ ହୁଏ । ଏହା ରାଷ୍ଟ୍ରର ହାତ, ଗୋଡ଼, ଆଖୁ ଆଦି ବିଭିନ୍ନ ଅଙ୍ଗର ସାମଗ୍ରିକ କାର୍ଯ୍ୟ ସଂପାଦନ କରିଥାଏ ।

୩ । ସାର୍ବଭୌମତ୍ଵ କ’ଣ ?
Answer:
ରାଷ୍ଟ୍ରର ସର୍ବୋଚ୍ଚ, ଅଣହସ୍ତାନ୍ତରଣୀୟ, ଅବିଭାଜ୍ୟ, ମୌଳିକ, ନିରଙ୍କୁଶ କ୍ଷମତାକୁ ସାର୍ବଭୌମତ୍ଵ କୁହାଯାଏ ।

୪ । ରାଜନୈତିକ ସଂଘ କ’ଣ
Answer:
କେତେକ ବ୍ୟକ୍ତି ସାମୂହିକ ପ୍ରଚେଷ୍ଟାଦ୍ଵାରା ସେମାନଙ୍କର ସାଧାରଣ ରାଜନୈତିକ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ରାଜନୈତିକ ସଂଘ ସ୍ଥାପନ କରିଥାନ୍ତି । ରାଷ୍ଟ୍ର ସର୍ବୋଚ୍ଚ ରାଜନୈତିକ ସଂଘ ଅଟେ ।

(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ

୧ । ରାଷ୍ଟ୍ରର ସର୍ବୋଚ୍ଚ ଅଣହସ୍ତାନ୍ତରଣୀୟ, ଅବିଭାଜ୍ୟ କ୍ଷମତାକୁ କ’ଣ କୁହାଯାଏ ?
Answer:
ସାର୍ବଭୌମତ୍ବ

୨ । କିଏ ସର୍ବୋଚ୍ଚ ରାଜନୈତିକ ସଂଘ ଅଟେ ?
Answer:
ରାଷ୍ଟ୍ର

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୩ । ରାଷ୍ଟ୍ରର ଇଚ୍ଛାକୁ ପ୍ରତିଫଳନ ଓ କାର୍ଯ୍ୟକାରୀ କରୁଥିବା ଅଙ୍ଗକୁ କ’ଣ କୁହାଯାଏ ?
Answer:
ସରଜ।ର

୪ । ରାଷ୍ଟ୍ରର ପଞ୍ଚମ ଉପାଦାନରୂପେ ବର୍ତ୍ତମାନ କେଉଁ ଉପାଦାନଟି ସୂଚିତ ହେଉଛି ?
Answer:
ଆନ୍ତର୍ଜାତିକ ସ୍ୱୀକୃତି

୫ । କାହାକୁ ସଂଘମାନଙ୍କର ସଂଘ କୁହାଯାଏ ?
Answer:
ରାଷ୍ଟ୍ର

(D) ଭ୍ରମ ସଂଶୋଧନ କର ।

୧ । ଜାତିସଂଘ ସଂଘମାନଙ୍କର ସଂଘ ରୂପେ ବିବେଚିତ ହୋଇଥାଏ ।
Answer:
ରାଷ୍ଟ୍ର ସଂଘମାନଙ୍କର ସଂଘ ରୂପେ ବିବେଚିତ ହୋଇଥାଏ ।

୨ । ସବୁ ସଂଘମାନଙ୍କ ପରି ରାଷ୍ଟ୍ର ପାଖରେ ମଧ୍ୟ ସାର୍ବଭୌମତ୍ଵ ରହିଛି ।
Answer:
କେବଳ ରାଷ୍ଟ୍ର ପାଖରେ ସାର୍ବଭୌମତ୍ଵ ରହିଛି ।

୩ । ରାଷ୍ଟ୍ର ସରକାରର ପ୍ରତିନିଧୂ ଅଟେ ।
Answer:
ସରକାର ରାଷ୍ଟ୍ରର ପ୍ରତିନିଧ୍ଵ ଅଟେ ।

୪ । ରାଷ୍ଟ୍ର ଭିନ୍ନ ଅନ୍ୟ ସମସ୍ତ ସଂଘ ସ୍ଥାୟୀ ଅଟନ୍ତି ।
Answer:
କେବଳ ରାଷ୍ଟ୍ର ଏକ ସ୍ଥାୟୀ ସଂଘ ଅଟେ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । ରାଷ୍ଟ୍ର ଏକ ରାଜନୈତିକ ବିଷୟ; କିନ୍ତୁ ଜାତି ଏକ _________ ବିଷୟ ଅଟେ ।
Answer:
ରାଜନୈତିକ ତଥା ମନସ୍ତାତ୍ତ୍ଵିକ

୨। _________ ସାର୍ବଭୌମତ୍ଵକୁ ଏକଚାଟିଆଭାବେ ଉପଭୋଗ କରେ ।
Answer:
ରାଷ୍ଟ୍ର

୩ । _________ ରାଷ୍ଟ୍ର ଅପେକ୍ଷା ଅଧିକ ପ୍ରାଚୀନ ।
Answer:
ସମାଜ

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୪ । ମନୁଷ୍ୟ ଜୀବନର ସଂରକ୍ଷଣ ଓ ସୁସ୍ଥ ଜୀବନର ବିକାଶ ପାଇଁ ରାଷ୍ଟ୍ରର ସୃଷ୍ଟି ବୋଲି ____________ ମତ ଦିଅନ୍ତି ।
Answer:
ଆରିଷ୍ଟୋଟଲ୍

୫ । ରାଷ୍ଟ୍ର ଶବ୍ଦଟି ସଂସ୍କୃତ ଶବ୍ଦ ‘ରାଜ’ ଓ ଟିଉଟୋନିକ୍ ଉତ୍ସ ___________ ରୁ ଉଦ୍ଧୃତ ହୋଇଛି ।
Answer:
ସ୍ଥିତି (Status)

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ର ଅନ୍ୟ ସଂଘମାନଙ୍କଠାରୁ କିପରି ପୃଥକ୍ ?
କିମ୍ବା, ରାଷ୍ଟ୍ରକୁ “ ସଂଘମାନଙ୍କର ସଂଘ’’ ବୋଲି କାହିଁକି କୁହାଯାଏ ?
Answer:
ରାଷ୍ଟ୍ର ଏକ ରାଜନୈତିକ ସଂଘ ହୋଇଥିଲେ ମଧ୍ୟ ଏହା ପାଖରେ ସାର୍ବଭୌମତ୍ଵ ରହିଥିବାରୁ ଏହା ଅନ୍ୟ ସଂଘମାନଙ୍କୁ ନିୟନ୍ତ୍ରଣ କରିପାରେ ଏବଂ ଏହି କାରଣରୁ ରାଷ୍ଟ୍ରକୁ “ ସଂଘମାନଙ୍କର ସଂଘ’’ ବୋଲି କୁହାଯାଏ ।

୨। ସରକାରର କେତେଗୋଟି ଅଙ୍ଗ ଅଛି ଓ କ’ଣ କ’ଣ ?
Answer:
ସରକାରର ତିନିଗୋଟି ଅଙ୍ଗ ରହିଛି; ଯଥା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ।

୩ । ଓଡ଼ିଶା, ବିହାର ବା ଜାତିସଂଘ ରାଷ୍ଟ୍ର ପଦବାଚ୍ୟ କି ?
Answer:
ନା, ଓଡ଼ିଶା, ବିହାର ବା ଜାତିସଂଘ ଆଦି ସାର୍ବଭୌମତ୍ଵ ଅଭାବରୁ ରାଷ୍ଟ୍ର ପଦବାଚ୍ୟ ହୋଇପାରନ୍ତି ନାହିଁ ।

୪ । ରାଷ୍ଟ୍ରର କେଉଁ ଉପାଦାନ ଏହାକୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ କରାଏ ?
Answer:
ରାଷ୍ଟ୍ରର ସାର୍ବଭୌମତ୍ଵ ଏହାକୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ କରାଏ ।

(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ରାଷ୍ଟ୍ରର ଆବଶ୍ୟକତା (Need of the State) ତର୍ଜମା କର ।
Answer:
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍‌ଙ୍କ ମତରେ, ‘ଜୀବନର ସୁରକ୍ଷା’ ପାଇଁ ରାଷ୍ଟ୍ରର ସୃଷ୍ଟି ହୋଇଥିବାବେଳେ ଏକ ‘ ସୁସ୍ଥ ଜୀବନ’ ପ୍ରଦାନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରର ଆବଶ୍ୟକତା ରହିଛି । ହସ, ଲକ୍, ରୁଷୋ ଆଦି ଦାର୍ଶନିକମାନେ ନିଜ ଆବଶ୍ୟକତା ଦୃଷ୍ଟିରୁ ବ୍ୟକ୍ତି ପାରସ୍ପରିକ ଚୁକ୍ତି ଫଳରେ ରାଷ୍ଟ୍ରକୁ ସ୍ଥାପନ କରିବା ଦୃଷ୍ଟିକୋଣରୁ ଏହାର ଆବଶ୍ୟକତା ପ୍ରତିପାଦନ କରିଥା’ନ୍ତି । ରାଷ୍ଟ୍ରର ଅନୁପସ୍ଥିତି ପୁଣି ଏକ ‘ପ୍ରକୃତି-ରାଜ୍ୟ’କୁ ଫେରାଇନେବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଥା’ନ୍ତି ।

ବାର୍କର ରାଷ୍ଟ୍ରର ଆବଶ୍ୟକତାକୁ ସୂଚିତ କରି ମତ ଦେଇଛନ୍ତି ଯେ ମାନବର ସଚେତନଶୀଳତା ସ୍ଵତନ୍ତ୍ରତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ; ସ୍ଵତନ୍ତ୍ରତାର କୋଳରେ ଅଧୂକାର ବିକଶିତ ହୁଏ ଓ ଅଧିକାର ନିଜର ଯଥାର୍ଥ ଉପଯୋଗିତାପାଇଁ ରାଷ୍ଟ୍ରର ସ୍ଥିତି, ପରିବେଶ ଓ ହସ୍ତକ୍ଷେପ ଦାବି କରେ । ମାର୍କସ୍ ରାଷ୍ଟ୍ରରୁ ଶ୍ରେଣୀ ସଂଘର୍ଷର ମାଧ୍ୟମରୂପେ ଚିତ୍ରଣ କରି ଏହାର ବିଲୋପସାଧନ ପାଇଁ ଦାବି କରୁଥିଲେ ମଧ୍ୟ ରାଷ୍ଟ୍ରର ଜନମଙ୍ଗଳ ପ୍ରକୃତି ବ୍ୟକ୍ତି ଜୀବନରେ ଏହାର ଆବଶ୍ୟକତାକୁ ପ୍ରତିପାଦନ କରୁଛି ।

୨ । ମିଳିତ ଜାତିସଂଘ ଗୋଟିଏ ରାଷ୍ଟ୍ର କି ?
Answer:
ମିଳିତ ଜାତିସଂଘ ଗୋଟିଏ ରାଷ୍ଟ୍ର ନୁହେଁ । ଏହା ସାର୍ବଭୌମ ରାଷ୍ଟ୍ରମାନଙ୍କର ଏକ ଆନ୍ତର୍ଜାତୀୟ ସମିତି ଅଟେ । ଯୁଦ୍ଧ ବିଭୀଷିକାରୁ ମାନବ ସମାଜକୁ ସଂରକ୍ଷିତ କରି ରଖୁବାପାଇଁ ଏହାର ସୃଷ୍ଟି ହୋଇଛି । ରାଷ୍ଟ୍ରର ଅତ୍ୟାବଶ୍ୟକ ଚାରିଗୋଟି ଉପାଦାନ ବିଶେଷ କରି ସାର୍ବଭୌମତ୍ୱ ନଥିବାରୁ ଜାତିସଂଘକୁ ରାଷ୍ଟ୍ର କୁହାଯାଏ ନାହିଁ ।

୩ । ‘ରାଷ୍ଟ୍ର ସଂଘମାନଙ୍କର ସଂଘ’ ସତ୍ୟତା ପରୀକ୍ଷା କର ।
Answer:
ବ୍ୟକ୍ତି ନିଜର ବିବିଧ ଆବଶ୍ୟକତା ପୂରଣପାଇଁ ବିଭିନ୍ନ ସଂଘ ତିଆରି କରିଥାଏ । ରାଷ୍ଟ୍ର ଏକ ରାଜନୈତିକ ସଂଘ ଅଟେ । ଏହା ସାର୍ବଭୌମତ୍ବର ଏକଚାଟିଆ ଉପଭୋଗ କରୁଥିବାରୁ ଅନ୍ୟ ସଂଘମାନଙ୍କୁ ନିଜ ନିୟନ୍ତ୍ରଣ ଓ ନିର୍ଦ୍ଦେଶନା ସହ ପରିଚାଳନା କରିପାରେ । ଅନ୍ୟାନ୍ୟ ସଂଘମାନଙ୍କର ଜନ୍ମ, ସ୍ଥିତି ଓ କାର୍ଯ୍ୟଧାରା ରାଷ୍ଟ୍ରର ଆଇନଦ୍ଵାରା ନିର୍ଦ୍ଧାରିତ ଓ ପରିଚାଳିତ ହୋଇଥାଏ । ରାଷ୍ଟ୍ର ସଂଘମାନଙ୍କୁ ବିଲୋପ କରିପାରେ କିମ୍ବା ସେମାନଙ୍କର କାର୍ଯ୍ୟ ପରିସରକୁ ସଙ୍କୁଚିତ କରିପାରେ । ଏହିସବୁ କାରଣରୁ ‘ରାଷ୍ଟ୍ରକୁ ସଂଘମାନଙ୍କର ସଂଘ’ ବୋଲି କୁହାଯାଇଥାଏ ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

୪ । ପୃଥ୍ବୀକରଣ ଯୁଗରେ ରାଷ୍ଟ୍ର-ସାର୍ବଭୌମତ୍ବ ଅର୍ଥହୀନ ।
Answer:
ସାର୍ବଭୌମତ୍ଵ ରାଷ୍ଟ୍ରର ଆତ୍ମା ଅଟେ । ଏହା ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ବ୍ୟପାରରେ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାକୁ ସୂଚିତ କରେ । କିନ୍ତୁ ପୃଥ୍ବୀକରଣ ଯୁଗରେ ବିଶ୍ଵ ସଙ୍କୁଚିତ ହୋଇ ପାରସ୍ପରିକ ସହଯୋଗ ଭିତ୍ତିରେ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ଭୌଗୋଳିକ ପ୍ରାଚୀର ଉଠାଇଦେଇ ଏକ ବିଶ୍ଵ-ଗ୍ରାମ ପ୍ରତିଷ୍ଠା ବର୍ତ୍ତମାନର ପ୍ରାଥମିକ ଆବଶ୍ୟକତାରେ ପରିଣତ ହୋଇଛି । ଏହା ଦ୍ରବ୍ୟ ଓ ସେବାର ବୃହତ୍ କ୍ଷେତ୍ର ପ୍ରତିଷ୍ଠା କରୁଛି । ଏହାଫଳରେ ରାଷ୍ଟ୍ରର ସାର୍ବଭୌମତ୍ଵର ପୁରାତନ ଏକକ ମତବାଦ ଅର୍ଥହୀନ ହୋଇଯାଇଛି ।

ଆନ୍ତର୍ଜାତିକ ସମାଜର ଆବଶ୍ୟକତା ଦୃଷ୍ଟିରୁ ଆନ୍ତର୍ଜାତିକ ସଂପର୍କ ରକ୍ଷା ଓ ନିଜର ଆଭ୍ୟନ୍ତରୀଣ ଶାସନ ନୀତି ପ୍ରଣୟନ ଓ ପରିଚାଳନା ବ୍ୟାପାରରେ ରାଷ୍ଟ୍ର ନିରଙ୍କୁଶ ଭାବେ ନିଜର ସର୍ବୋଚ୍ଚ କ୍ଷମତାର କରିପାରୁନାହିଁ । ଏଣୁ ପୃଥ୍ବୀକରଣ ଯୁଗରେ ରାଷ୍ଟ୍ର-ସାର୍ବଭୌମତ୍ବ ଅର୍ଥହୀନ ନହେଲେ ମଧ୍ୟ ଏହା ଆନ୍ତର୍ଜାତିକ ସମାଜର ପରିବର୍ତ୍ତିତ ଆବଶ୍ୟକତା ଭିତ୍ତିରେ ନିୟନ୍ତ୍ରିତ ଓ ଶୃଙ୍ଖଳିତ ହୋଇଛି ।

(C) ପାର୍ଥକ୍ୟ ଦର୍ଶାଅ ।

୧ । ରାଷ୍ଟ୍ର ଓ ସମାଜ :
Answer:
ପ୍ରାଚୀନ ରାଜନୀତି ବିଶାରଦମାନେ ରାଷ୍ଟ୍ର ଓ ସମାଜ ମଧ୍ୟରେ ପାର୍ଥକ୍ୟ ଦେଖୁନଥିଲେ । ହେଗେଲ୍ ମଧ୍ଯ ପ୍ଲାଟୋ ଓ ଆରିଷ୍ଟୋଟଲ୍‌ଙ୍କ ମତକୁ ଏକପ୍ରକାର ସମର୍ଥନ କରୁଥିଲେ; କିନ୍ତୁ ଆଧୁନିକ ରାଜନୀତି ବିଶାରଦମାନେ ରାଷ୍ଟ୍ର ଓ ସମାଜ ମଧ୍ୟରେ ପାର୍ଥକ୍ୟ ଦର୍ଶାଇଛନ୍ତି ।
(କ) ରାଷ୍ଟ୍ରଠାରୁ ସମାଜ ବ୍ୟାପକ । ରାଷ୍ଟ୍ର ଏକ ରାଜନୈତିକ ଅନୁଷ୍ଠାନ; କିନ୍ତୁ ସମାଜ ବ୍ୟକ୍ତିର ଜୀବନର ସମସ୍ତ ବିଭାଗ ସହିତ ସମ୍ପୃକ୍ତ । ସମାଜରେ ବିଭିନ୍ନ ସାମାଜିକ ସଂଗଠନ ରହିଥ‌ିବାବେଳେ ରାଷ୍ଟ୍ର ମୁଖ୍ୟତଃ ଏକ ରାଜନୈତିକ ସଙ୍ଗଠନ ।
(ଖ) ରାଷ୍ଟ୍ର ସମାଜର ବହୁ ପରେ ସୃଷ୍ଟି ହୋଇଛି । ସମାଜ ରାଷ୍ଟ୍ରଠାରୁ ପ୍ରାଚୀନତର ।
(ଗ) ରାଷ୍ଟ୍ରର ସୀମା ସୀମିତ ହୋଇଥିବାବେଳେ ସମାଜର ସୀମା ନାହିଁ । ରାଷ୍ଟ୍ର ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡର ଆବଶ୍ୟକତା ଥିବାବେଳେ ସମାଜ ପାଇଁ ଏହାର ଆବଶ୍ୟକତା ନାହିଁ ।
(ଘ) ରାଷ୍ଟ୍ର ସାର୍ବଭୌମ କ୍ଷମତାର ଅଧିକାରୀ ଏବଂ ରାଷ୍ଟ୍ରର ଆଇନ ଅମାନ୍ୟ କଲେ ଦଣ୍ଡର ବ୍ୟବସ୍ଥା ଅଛି । ସମାଜର ଏ କ୍ଷମତା ନଥିବାରୁ ସାମାଜିକ ନିୟମ ମାନିବାରେ ବାଧ୍ୟବାଧକତା ନ ଥାଏ ।
(ଙ) ରାଷ୍ଟ୍ରର ଆଇନ ବ୍ୟକ୍ତିର ବାହ୍ୟ ବ୍ୟବହାରଗୁଡ଼ିକୁ ନିୟନ୍ତ୍ରଣ କରୁଥିବାବେଳେ ସମାଜ ବ୍ୟକ୍ତିର ଧର୍ମ, ବିଶ୍ଵାସ, ଆଚାର, ବ୍ୟବହାର ଇତ୍ୟାଦିକୁ ପ୍ରଭାବିତ କରିଥାଏ ।
ରାଷ୍ଟ୍ରୀୟ ନିୟନ୍ତ୍ରଣ ବିନା ସମାଜରେ ଶାନ୍ତିଶୃଙ୍ଖଳା ସମ୍ଭବ ନୁହେଁ । ବାସ୍ତବତା ଦୃଷ୍ଟିରୁ ରାଷ୍ଟ୍ର ଓ ସମାଜ ପରସ୍ପର ବିରୋଧୀ ନୁହନ୍ତି, ବରଂ ପରସ୍ପରର ପରିପୂରକ ଅଟନ୍ତି ।

୨। ରାଷ୍ଟ୍ର ଓ ସଂଘ ।
Answer:
ରାଷ୍ଟ୍ର ଓ ସଂଘ ମଧ୍ଯରେ ନିମ୍ନଲିଖତ ପାର୍ଥକ୍ୟ ପରିଦୃଷ୍ଟ ହୁଏ ।
(କ) ରାଷ୍ଟ୍ରର ଏକ ନିର୍ଦ୍ଦିଷ୍ଟ ସୀମା ଥାଏ; କିନ୍ତୁ ସଂଘ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ବାନ୍ଧିହୋଇ ରହିନଥାଏ ।
(ଖ) ରାଷ୍ଟ୍ରର ସଭ୍ୟପଦ ବାଧ୍ୟତାମୂଳକ; କିନ୍ତୁ ସଂଘର ସଭ୍ୟପଦ ଇଚ୍ଛାଧୀନ ।
(ଗ) ରାଷ୍ଟ୍ର ଏକ ସ୍ଥାୟୀ ଅନୁଷ୍ଠାନ; କିନ୍ତୁ ଅନ୍ୟ ସଂଘଗୁଡ଼ିକ ଅସ୍ଥାୟୀ ଅଟନ୍ତି ।
(ଘ) ରାଷ୍ଟ୍ରର ସାର୍ବଭୌମ କ୍ଷମତା ଅଛି; କିନ୍ତୁ ଅନ୍ୟ ସଂଘମାନଙ୍କର ସାର୍ବଭୌମତ୍ଵ ନାହିଁ । ଏହି ସାର୍ବଭୌମତ୍ୱ ବଳରେ ରାଷ୍ଟ୍ର ଗୋଟିଏ ରାଜନୈତିକ ସଂଘ ହୋଇ ମଧ୍ୟ ଅନ୍ୟ ସଂଘକୁ ନିୟନ୍ତ୍ରଣ କରିଥାଏ । ଏଣୁ ରାଷ୍ଟ୍ରକୁ ‘ ସଂଘମାନଙ୍କର ସଂଘ’ କୁହାଯାଏ ।
(ଙ) ରାଷ୍ଟ୍ରର ଆଇନକୁ ଭଙ୍ଗକଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଏ; କିନ୍ତୁ ସଂଘର ନିୟମ ଭଙ୍ଗକଲେ ସଂଘ କେବଳ ନିଜ ସଦସ୍ୟମାନଙ୍କୁ ସାଧାରଣ ଦଣ୍ଡ ଦେଇପାରେ ।

୩ । ରାଷ୍ଟ୍ର ଓ ସରକାର :
Answer:
ରାଷ୍ଟ୍ର ଓ ସରକାର ମଧ୍ୟରେ ନିମ୍ନଲିଖତ ପାର୍ଥକ୍ୟ ପରିଲକ୍ଷିତ ହୁଏ –
(କ) ରାଷ୍ଟ୍ର ଏକ ଶାଶ୍ଵତ କାଳ୍ପନିକ ସଂସ୍ଥା ହୋଇଥିବାବେଳେ ଏହାର ଇଚ୍ଛାକୁ ପ୍ରତିଫଳିତ କରି କାର୍ଯ୍ୟକାରୀ କରାଉଥିବା ସଂସ୍ଥା ଅର୍ଥାତ୍ ସରକାର ବାସ୍ତବ ଅଟେ ।
(ଖ) ରାଷ୍ଟ୍ର ଏକ ସ୍ଥାୟୀ ସଂସ୍ଥା; ମାତ୍ର ସରକାର ପରିବର୍ତ୍ତନଶୀଳ ଅଟେ ।
(ଗ) ରାଷ୍ଟ୍ରର ସମସ୍ତ ଅଧ୍ଵବାସୀ ରାଷ୍ଟ୍ରର ସଦସ୍ୟତା ଗ୍ରହଣ ପାଇଁ ବାଧ୍ୟ ଅଟନ୍ତି; କିନ୍ତୁ ସରକାରରେ ଅଳ୍ପ କେତେଜଣ ସଭ୍ୟ ହୋଇ ଶାସନ କାର୍ଯ୍ୟ ପରିଚାଳନା କରିଥାନ୍ତି ।
(ଘ) ରାଷ୍ଟ୍ର ଏକ ରାଜନୈତିକ ସଂଘ ଓ ସରକାର ରାଷ୍ଟ୍ରର, ଏକ ଆବଶ୍ୟକୀୟ ଉପାଦାନ ଅଟେ ।
(ଙ) ରାଷ୍ଟ୍ର ବିରୁଦ୍ଧରେ ନାଗରିକ କାର୍ଯ୍ୟ କରିପାରେ ନାହିଁ; କିନ୍ତୁ ଏକ ଅତ୍ୟାଚାରୀ ସରକାର ବିରୁଦ୍ଧରେ ସେ ବିଦ୍ରୋହ କରି ଏହାର ପ୍ରକୃତି ପରିବର୍ତ୍ତନ ପାଇଁ ସ୍ଵର ଉତ୍ତୋଳନ କରିପାରିବ ।

୪ । ‘ରାଷ୍ଟ୍ର’ (State) ଓ ଜାତି (Nation) :
Answer:
ରାଷ୍ଟ୍ର ଓ ଜାତି ମଧ୍ୟରେ ନିମ୍ନଲିଖତ ପାର୍ଥକ୍ୟ ଦେଖାଯାଏ । ବର୍ତ୍ତମାନର “ ଏକ ଜାତି ଏକ ରାଷ୍ଟ୍ର” ତତ୍ତ୍ବ ଏହି ପାର୍ଥକ୍ୟକୁ ହ୍ରାସ କରୁଛି-
(କ) ରାଷ୍ଟ୍ର ଗଠନ ପାଇଁ ନିର୍ଦ୍ଦିଷ୍ଟ ଭୂଖଣ୍ଡ, ଜନସଂଖ୍ୟା, ସରକାର ଓ ସାର୍ବଭୌମତ୍ଵ ଆବଶ୍ୟକ ହେଉଥିବାବେଳେ ଜାତି ଗଠନ ପାଇଁ ଜନ, ଭାଷା, ସଂସ୍କୃତି ଓ ଧର୍ମଗତ ଐକ୍ୟ ଆବଶ୍ୟକ ।
(ଖ) ରାଷ୍ଟ୍ର ଏକ ସ୍ଵାଧୀନ ସାର୍ବଭୌମ ସଂସ୍ଥା ହେଲେ ସ୍ଵାଧୀନତାକାମୀ ଜନସମଷ୍ଟିକୁ ‘ଜାତି’ କୁହାଯାଏ ।
(ଗ) ରାଷ୍ଟ୍ରର ନିର୍ଦ୍ଦିଷ୍ଟ ଭୂଖଣ୍ଡ ଥିବାବେଳେ ଜାତି ପରି ଏକ ମନସ୍ତାତ୍ଵିକ ଭାବଧାରାର ନିର୍ଦ୍ଦିଷ୍ଟ ଭୂସୀମା ନଥାଏ ।
(ଘ) ରାଷ୍ଟ୍ର ପାଇଁ ଆନ୍ତର୍ଜାତିକ ସ୍ବୀକୃତି ଆବଶ୍ୟକ, କିନ୍ତୁ ଜାତି ପାଇଁ ଏହାର ଆବଶ୍ୟକତା ଅନୁଭୂତ ହୁଏ ନାହିଁ ।
(ଙ) ଗୋଟିଏ ରାଷ୍ଟ୍ର ମଧ୍ୟରେ ଏକାଧ୍ଵକ ଜାତି ରହିପାରେ, କିନ୍ତୁ ଗୋଟିଏ ଜାତି ମଧ୍ୟରେ ଏକାଧ୍ଵକ ରାଷ୍ଟ୍ର ରହିବା ସମ୍ଭବ ନୁହେଁ ।
(ଚ) ରାଷ୍ଟ୍ରର ଅଧ୍ଵବାସୀମାନଙ୍କ ମଧ୍ୟରେ ଐକ୍ୟ ମନୋଭାବ ପ୍ରକାଶ ହେଲେ ଏହା ଏକ ଜାତିରେ ପରିଣତ ହୁଏ । ଜାତି = ରାଷ୍ଟ୍ର + ଜାତୀୟତା ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରାଷ୍ଟ୍ରର ସଂଜ୍ଞା ନିରୂପଣ କର ଓ ଏହାର ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ରାଷ୍ଟ୍ର ଏକ ସର୍ବୋଚ୍ଚ କ୍ଷମତାଶାଳୀ ସାର୍ବଭୌମ ସଂଘ ଅଟେ ଯାହା ସମାଜରେ ଆଇନ ଓ ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ବ୍ୟକ୍ତିର ବହୁବିଧ ବ୍ୟକ୍ତିତ୍ଵର ବିକାଶର ମାଧ୍ୟମରୂପେ କାର୍ଯ୍ୟ କରେ । ରାଷ୍ଟ୍ର ପାଖରେ ସର୍ବୋଚ୍ଚ ନିୟନ୍ତ୍ରଣକାରୀ କ୍ଷମତା ରହିଥିବାରୁ ଏହା ବ୍ୟକ୍ତିର ସାମାଜିକ ଚରିତ୍ରର ସୁରକ୍ଷାକାରୀ ହିସାବରେ କାର୍ଯ୍ୟ କରିଥାଏ । ଏହାର ଅନୁପସ୍ଥିତିରେ ସମାଜରେ ଅରାଜକତା, ବିଶୃଙ୍ଖଳା ଓ ‘ଜୋର ଯାହାର ମୁଲକ୍ ତାହାର’ ନୀତିର ବିକାଶ ହୋଇଥାଏ । ବର୍ତ୍ତମାନ ରାଷ୍ଟ୍ରର ଉପଯୋଗିତାର ଯଥେଷ୍ଟ ପରିବର୍ତ୍ତନ ହୋଇଛି । ଆରିଷ୍ଟୋଟଲ୍ ଯଥାର୍ଥରେ କହିଥିଲେ, “ ଜୀବନରକ୍ଷାର ମୌଳିକ ଆବଶ୍ୟକତାରୁ ରାଷ୍ଟ୍ର ଆରମ୍ଭ ହୋଇଥିଲେ ମଧ୍ୟ ବର୍ତ୍ତମାନ ବ୍ୟକ୍ତିକୁ ଏକ ସୁସ୍ଥ ଓ ସମୃଦ୍ଧ ଜୀବନ ପ୍ରଦାନ ଆବଶ୍ୟକତା ଦୃଷ୍ଟିରୁ ଏହାର ସ୍ଥିତି ବଜାୟ ରହିଛି ।”

ପ୍ରାଚୀନ ସମୟରେ ‘ପଲିସ୍’, ‘ସିଭିଟାସ୍’ ଅନୁଷ୍ଠାନ କ୍ଷୁଦ୍ର ନଗର-ରାଜ୍ୟଗୁଡ଼ିକୁ ସୂଚିତ କରୁଥିଲେ ମଧ୍ୟ ବର୍ତ୍ତମାନ ‘ଜାତି-ରାଷ୍ଟ୍ର’ର ଯୁଗ ଆରମ୍ଭ ହୋଇଛି । ଟିଉଟୋନିକ୍ ଶବ୍ଦ ‘ଷ୍ଟାଟସ୍’ (Status) ରୁ ଷ୍ଟେଟ୍ (State) ବା ‘ରାଷ୍ଟ୍ର’ ଶବ୍ଦଟି ଉଦ୍ଧୃତ ହୋଇଛି ଯାହା ବ୍ୟକ୍ତିର ସାମାଜିକ ମର୍ଯ୍ୟାଦା ବା ସ୍ଥିତିକୁ ସୂଚିତ କରିଥାଏ । ଷୋଡ଼ଶ ଶତାବ୍ଦୀରେ ମାକିଆଭେଲି ସର୍ବପ୍ରଥମେ ଏକ ସାର୍ବଭୌମ, ଧର୍ମନିରପେକ୍ଷ ଓ ଜାତୀୟ ଅନୁଷ୍ଠାନରୂପେ ରାଷ୍ଟ୍ରକୁ ଚିତ୍ରିତ କରିଥିଲେ ।

ରାଷ୍ଟ୍ରର ଉତ୍ପରି ସମ୍ବନ୍ଧରେ ମତ ବିଭେଦତା ଦେଖାଯାଏ । ଦୈବୀତତ୍ତ୍ଵ ଅନୁଯାୟୀ ଏହା ଈଶ୍ଵରଙ୍କଦ୍ଵାରା ସ୍ପଷ୍ଟ ଏକ ଅନୁଷ୍ଠାନରୂପେ ସ୍ଵୀକୃତ ହୋଇଥିବାବେଳେ ଶକ୍ତି ତତ୍ତ୍ଵ ଏହାକୁ ବଳ ଓ କ୍ଷମତାର ଆନୁଷ୍ଠାନିକ ପରିପ୍ରକାଶ ବୋଲି ମତ ଦେଇଥାଏ । ସାମାଜିକ ଚୁକ୍ତି ତତ୍ତ୍ଵ ଏହାକୁ ଲୋକମାନଙ୍କଦ୍ଵାରା ସମ୍ପାଦିତ ଏକ ଚୁକ୍ତି ବଳରେ ସ୍ଥାପିତ ହୋଇଛି ବୋଲି କହୁଥିବାବେଳେ ଐତିହାସିକ ବା ବିବର୍ତ୍ତନବାଦ ଏହା ପରିବାର, ଧର୍ମ, ଶକ୍ତି, ଚୁକ୍ତି, ଅର୍ଥନୈତିକ ଭିଭି ବିବିଧ କାରଣରୁ ଏହାର ବିକାଶ ହେଉଛି ବୋଲି ସୂଚନା ଦେଇଥାଏ ।

ଉଡ୍ରୋ ଉଇଲ୍‌ସନ୍ – ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ଆଇନ ପାଇଁ ସଂଗଠିତ ଜନସମାଜକୁ ରାଷ୍ଟ୍ର କୁହାଯାଏ ।
ଲାସ୍କି (Laski) – ଏକ ଆଞ୍ଚଳିକ ସମିତି ଯଦି ସରକାର ଓ ପ୍ରଜା ଆକାରରେ ବିଭକ୍ତ ହୋଇ ନିଜର ନିର୍ଦ୍ଧାରିତ ପ୍ରାକୃତିକ ଭୂଖଣ୍ଡରେ ଥିବା ଅନ୍ୟ ସମସ୍ତ ଅନୁଷ୍ଠାନ ଉପରେ ପ୍ରାଧାନ୍ୟ ଦାବି କରେ, ତାକୁ ରାଷ୍ଟ୍ର କୁହାଯାଏ ।

ଗାର୍ଲର (Garner) – ବାହ୍ୟ ନିୟନ୍ତ୍ରଣରୁ ସମ୍ପୂର୍ଣ୍ଣରୂପେ ସ୍ଵାଧୀନ ବା ସ୍ଵାଧୀନ ପ୍ରାୟ ପୃଥ‌ିବୀର ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡକୁ ସ୍ଥାୟୀ ଭାବେ ଅଧୁକାର କରି ରହିଥିବା କମ୍ ବା ବହୁସଂଖ୍ୟକ ଲୋକଙ୍କ ସମଷ୍ଟିର ସଂଗଠିତ ସରକାରକୁ ସଂଖ୍ୟାଧିକ ଲୋକ ଅଭ୍ୟାସଗତ ଆସ୍ଥା ପ୍ରଦର୍ଶନ କରୁଥିଲେ, ରାଜନୀତି ବିଜ୍ଞାନ ଓ ସାଧାରଣ ଆଇନ ଦୃଷ୍ଟିରୁ ତାହାକୁ ରାଷ୍ଟ୍ର କୁହାଯାଏ ।

ଏହି ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ରାଷ୍ଟ୍ରର ଚାରିଗୋଟି ମୌଳିକ ଉପାଦାନ ସମ୍ପର୍କରେ ଧାରଣା ମିଳିଥାଏ । ଏହି ଉପାଦାନଗୁଡ଼ିକ ହେଲା – (୧) ଅଧ୍ଵବାସୀ (Population), (୨) ନିର୍ଦ୍ଦିଷ୍ଟ ଭୂଖଣ୍ଡ (Fixed Territory), (୩) ସରକାର (Government), (୪) ସାର୍ବଭୌମତ୍ଵ (Sovereignty) । କିନ୍ତୁ ବର୍ତ୍ତମାନର ଆବଶ୍ୟକତା ଦୃଷ୍ଟିରୁ ଏକ ପଞ୍ଚମ ଉପାଦାନ ରୂପେ ଆନ୍ତର୍ଜାତିକ ସ୍ଵୀକୃତି (International Recognition) ସଂଯୋଗ ହୋଇଛି ।

(୧) ଅଧ୍ବବାସୀ (ବ୍ୟକ୍ତିଗତ ଭିରି) (Population) – ରାଷ୍ଟ୍ର ଏକ ମାନବୀୟ ଅନୁଷ୍ଠାନ ହୋଇଥିବାରୁ ଜନସଂଖ୍ୟାର ଆବଶ୍ୟକତା ରହିଛି । ଏକ ପରିମାଣ କେତେ ହେବ ସେ ବିଷୟରେ କୌଣସି ନିର୍ଦ୍ଦିଷ୍ଟ ନୀତିନିୟମ ନାହିଁ । ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ଓ ଆରିଷ୍ଟୋଟଲ୍ ଓ ଫରାସୀ ଦାର୍ଶନିକ ରୁଷୋ ସେମାନଙ୍କର ଆଦର୍ଶ ରାଷ୍ଟ୍ରର ଜନସଂଖ୍ୟା ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଦେଇଛନ୍ତି । ପ୍ଲୁଟୋଙ୍କର ଆଦର୍ଶ ରାଷ୍ଟ୍ରରେ ଜନସଂଖ୍ୟା ୫୦୪୦ ଏବଂ ଆରିଷ୍ଟୋଟଲ୍‌ଙ୍କ ଆଦର୍ଶ ରାଷ୍ଟ୍ରରେ ଜନସଂଖ୍ୟା ଦଶ ହଜାରଠାରୁ କମ୍ ହେବା ଏବଂ ଏକ ଲକ୍ଷଠାରୁ ଅଧିକ ନ ହେବା ପାଇଁ ନିର୍ଦ୍ଦେଶ ରହିଥିଲା ।

ରୁଷୋଙ୍କ ଆଦର୍ଶ ରାଷ୍ଟ୍ରର ଜନସଂଖ୍ୟା ଦଶହଜାର ମଧ୍ୟରେ ସୀମିତ ଥିଲା । ବାସ୍ତବ କ୍ଷେତ୍ରରେ ମଧ୍ୟ ଚୀନ, ଭାରତ ପରି ଖୁବ୍ ଜନବହୁଳ ରାଷ୍ଟ୍ର ଓ ସନ୍‌ମାରିନୋ, ଗ୍ଲାଟେମାଲା ପରି କମ୍ ଲୋକସଂଖ୍ୟାବିଶିଷ୍ଟ ରାଷ୍ଟ୍ର ରହିଛି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ ରାଷ୍ଟ୍ର ପାଇଁ ଜନସଂଖ୍ୟା ବା ଅଧ୍ଵବାସୀ ଏକ ଜରୁରୀ ଆବଶ୍ୟକତା ହୋଇଥିଲେ ମଧ୍ୟ ଜନସଂଖ୍ୟାର ପରିମାଣ ସମ୍ପର୍କରେ ନିର୍ଦ୍ଦିଷ୍ଟ ନୀତିର ଅଭାବ ରହିଛି ।

(୨) ନିର୍ଦ୍ଦିଷ୍ଟ ଭୂଖଣ୍ଡ (ଭୌତିକ ଭିଭି) (Fixed Territory) – ଗୋଟିଏ ରାଷ୍ଟ୍ରର ଅଧ୍ଵବାସୀ ସ୍ଥାୟୀଭାବେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସତି ସ୍ଥାପନ କରିବା ଆବଶ୍ୟକ । ଯାଯାବରମାନେ ରାଷ୍ଟ୍ର ଗଠନ କରିପାରନ୍ତି ନାହିଁ । ଇହୁଦୀମାନେ ସ୍ଥାୟୀଭାବେ ଇସ୍ରାଏଲ୍‌ରେ ବସତି ସ୍ଥାପନ କରିବା ପରେ ଯାଇ ୧୯୪୮ ମସିହାଠାରୁ ଏକ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କରିଛନ୍ତି; କିନ୍ତୁ ଜେଲିନେକ, ଇଉଲୋଗିବି, ଡୁଜୁଇଟ୍‌ ଇତ୍ୟାଦି ଦାର୍ଶନିକମାନେ ଭୂଖଣ୍ଡକୁ ରାଷ୍ଟ୍ର ଗଠନ ପାଇଁ ଏକ ଅପରିହାର୍ଯ୍ୟ ଉପାଦାନରୂପେ ଗ୍ରହଣ କରିନାହାନ୍ତି ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

ବୁଣ୍ଡସ୍ଵୀଙ୍କ ମତରେ, “ ଜନସଂଖ୍ୟା ରାଷ୍ଟ୍ରର ବ୍ୟକ୍ତିଗତ ଭିଭି ହୋଇଥିବାବେଳେ ଭୂଖଣ୍ଡ ରାଷ୍ଟ୍ରର ବସ୍ତୁଗତ ଭିଭି ଅଟେ । ଜନସଂଖ୍ୟା ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ସ୍ଥାୟୀଭାବେ ବସତି ସ୍ଥାପନ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ର ଗଠନ ସମ୍ଭବ ନୁହେଁ ।” ଗୋଟିଏ ନିର୍ଦ୍ଦିଷ୍ଟ ଭୂଭାଗ, ଏହାର ଉପରିସ୍ଥ ଆକାଶଭାଗ ଓ ସମୁଦ୍ରକୂଳଠାରୁ ତିନି କି.ମି. ପରିବ୍ୟାସରେ ଥୁବା ଜଳଭାଗକୁ ନେଇ ଗୋଟିଏ ରାଷ୍ଟ୍ରର ଭୂଖଣ୍ଡ ଗଠିତ ହୋଇଥାଏ; କିନ୍ତୁ ରାଷ୍ଟ୍ର ଗଠନ ହେବାପାଇଁ ଭୂଖଣ୍ଡର କ୍ଷେତ୍ରଫଳ କେତେ ହେବ ସେ ବିଷୟର ନିର୍ଦ୍ଦିଷ୍ଟ ମତ ନାହିଁ ।

ବାସ୍ତବ କ୍ଷେତ୍ରରେ ସୋଭିଏତ୍ ରୁଷ୍ଠ, ଭାରତ ପରି ବୃହତ୍ ଭୂଖଣ୍ଡ ବିଶିଷ୍ଟ ରାଷ୍ଟ୍ର ଏବଂ ମୋନାକୋ, ଭାଟିକାନ୍ ସିଟି ପରି କ୍ଷୁଦ୍ର ଭୂଖଣ୍ଡବିଶିଷ୍ଟ ରାଷ୍ଟ୍ରର ସ୍ଥିତି ସମ୍ଭବ ହୋଇପାରିଛି । ବର୍ତ୍ତମାନର ଆଧୁନିକ ବୈଜ୍ଞାନିକ ଯୁଗରେ ଏକ ବିଶାଳ ରାଷ୍ଟ୍ରକୁ ଶାସନ କରିବା ଆଦୌ ଅସମ୍ଭବ ବ୍ୟାପାର ନୁହେଁ ।

(୩) ସରକାର (ରାଜନୈତିକ ଭିରି) (Government) – ସରକାର ପରି ଏକ ରାଜନୈତିକ ସଂଗଠନ ବ୍ୟତୀତ ରାଷ୍ଟ୍ର ଶାସନ ସମ୍ଭବପର ନୁହେଁ । ଗାର୍ଶ୍ଵରଙ୍କ ମତରେ, କରିପାରୁନଥୁବା ଏକ ଅଣସଂଗଠିତ, ବିଶୃଙ୍ଖଳିତ ଜନଗୋଷ୍ଠୀରେ ପରିଣତ ହେବ ।” ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ । ସରକାର ରାଷ୍ଟ୍ରର ଏକ ପ୍ରତିନିଧ୍ଵ ଯାହା ମାଧ୍ୟମରେ ରାଷ୍ଟ୍ରର ଇଚ୍ଛା ପ୍ରତିଫଳିତ ଓ କାର୍ଯ୍ୟକାରୀ ହୋଇଥାଏ । ରାଷ୍ଟ୍ରର ପ୍ରକୃତି ଉପରେ ସରକାରର ଚରିତ୍ର ଓ କାର୍ଯ୍ୟଧାରା ନିର୍ଭର କରେ ।

ସରକାରର ତିନିଗୋଟି ଅଙ୍ଗ; ଯଥା – ବ୍ୟବସ୍ଥାପକ ସଭା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମାଧ୍ୟମରେ ରାଷ୍ଟ୍ରର ଶାସନକାର୍ଯ୍ୟ ପରିଚାଳିତ ହୋଇଥାଏ । ସରକାରର ଦକ୍ଷତା ଉପରେ ଶାସନ ବ୍ୟବସ୍ଥାର ସ୍ଥିରତା, ଦୃଢ଼ତା ଓ ଜନସାଧାରଣଙ୍କ ଆନୁଗତ୍ୟର ଧାରା ନିର୍ଭର କରେ ।

(୪) ସାର୍ବଭୌମତ୍ଵ (ଶାଶ୍ବତ ଭିଭି) (Sovereignty) – ‘ସାର୍ବଭୌମତ୍ବ’ ଶବ୍ଦଟି ଏକ ଲାଟିନ୍ ଶବ୍ଦ ‘ସୁପର୍‌ଆନସ୍’ରୁ ଆନୀତ ହୋଇଛି, ଯାହାର ଅର୍ଥ ‘ସର୍ବୋଚ୍ଚ କ୍ଷମତା’ । ଏହା ରାଷ୍ଟ୍ରର ଏକ ଅପରିହାର୍ଯ୍ୟ ଉପାଦାନ ଅଟେ । ଲାସ୍କିଙ୍କ ମତରେ, ଏହି ସାର୍ବଭୌମତ୍ଵ ରାଷ୍ଟ୍ର ପରି ଏକ ରାଜନୈତିକ ସଂଘକୁ ଅନ୍ୟ ସଂଘମାନଙ୍କଠାରୁ ପୃଥକ୍ କରିଛି । ସାର୍ବଭୌମତ୍ଵ ରାଷ୍ଟ୍ରର ସର୍ବୋଚ୍ଚ କ୍ଷମତାକୁ ସୂଚିତ କରିଥାଏ । ଏହା ଦୁଇ ପ୍ରକାରର; ଯଥା- ଆଭ୍ୟନ୍ତରୀଣ ଓ ବାହ୍ୟ ସାର୍ବଭୌମତ୍ଵ ।

ରାଷ୍ଟ୍ର ନିଜ ଭୂଖଣ୍ଡର ପରିସୀମା ମଧ୍ୟରେ ଜନସାଧାରଣ ଓ ଅନୁଷ୍ଠାନ ଉପରେ ନିଜର କର୍ତ୍ତୃତ୍ଵ ପ୍ରତିଷ୍ଠା କଲେ ଏବଂ ଆଭ୍ୟନ୍ତରୀଣ ବ୍ୟାପାରରେ ସର୍ବେସର୍ବା ହେଲେ ତାହାକୁ ଆଭ୍ୟନ୍ତରୀଣ ସାର୍ବଭୌମତ୍ଵ କୁହାଯାଏ । ଅନ୍ୟପକ୍ଷରେ ନିଜର ବୈଦେଶିକ ନୀତି ନିର୍ଦ୍ଧାରଣ ସମୟରେ ସମ୍ପୂର୍ଣ୍ଣ ସ୍ଵାଧୀନତା ପ୍ରକାଶ କଲେ ତାହାକୁ ବାହ୍ୟ ସାର୍ବଭୌମତ୍ଵ କୁହାଯାଏ । ଅନ୍ୟ କୌଣସି ଶକ୍ତି ଏହି ସାର୍ବଭୌମତ୍ୱ ଯୋଗୁଁ ରାଷ୍ଟ୍ରର ଆଭ୍ୟନ୍ତରୀଣ ଓ ବାହ୍ୟ ବ୍ୟାପାରରେ ହସ୍ତକ୍ଷେପ କରିପାରେ ନାହିଁ ।

(୫) ଆନ୍ତର୍ଜାତିକ ସ୍ବୀକୃତି (ଆନ୍ତର୍ଜାତିକ ଭିଭି) (International Recognition) – ଓପନ୍‌ହାମଙ୍କ ମତରେ, ଆନ୍ତର୍ଜାତିକ ସ୍ଵୀକୃତି ସହ ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡ, ଜନସଂଖ୍ୟା, ସରକାର ଓ ସାର୍ବଭୌମ ଉପାଦାନର ସମର୍ଥନ ସହିତ ରାଷ୍ଟ୍ର ପଦବାଚ୍ୟ ହୋଇଥାଏ । ଆନ୍ତର୍ଜାତିକ ସମାଜର ରାଷ୍ଟ୍ରମାନଙ୍କଦ୍ଵାରା ଏହା ସ୍ବୀକୃତିପ୍ରାପ୍ତ ହେବା ଆବଶ୍ୟକ । ୧୯୭୧ ମସିହା ପୂର୍ବରୁ ଚୀନ୍‌ର ଆନ୍ତର୍ଜାତିକ ସ୍ଵୀକୃତି ବ୍ୟତୀତ ଅନ୍ୟ ସମସ୍ତ ଆବଶ୍ୟକୀୟ ଉପାଦାନ ଥିଲେ ମଧ୍ୟ ଏହା ରାଷ୍ଟ୍ର ପଦବାଚ୍ୟ ହୋଇପାରିନଥୁଲା । ଏହା ଆନ୍ତର୍ଜାତିକ ସ୍ଵୀକୃତି ପାଇବା ପରେ ଏହା ରାଷ୍ଟ୍ରର ମର୍ଯ୍ୟାଦା ଉପଭୋଗ କଲା । ୧୯୯୧ ମସିହାରେ ସୋଭିଏତ୍ ରୁଷର ବଲଟିକ୍ ଅଞ୍ଚଳର ପ୍ରଜାତନ୍ତ୍ରଗୁଡ଼ିକ ଆନ୍ତର୍ଜାତିକ ସ୍ଵୀକୃତି ସହ ରାଷ୍ଟ୍ରର ମର୍ଯ୍ୟାଦା ହାସଲ କଲେ ।

ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ଜନସଂଖ୍ୟା, ନିର୍ଦ୍ଦିଷ୍ଟ ସ୍ଥାୟୀ ଭୂଖଣ୍ଡ, ସରକାର, ସାର୍ବଭୌମତ୍ବ ଓ ଆନ୍ତର୍ଜାତିକ ସ୍ଵୀକୃତିର ଏକତ୍ର ସହାବସ୍ଥାନ ଫଳରେ ରାଷ୍ଟ୍ରର ଜନ୍ମ ହୁଏ । ଗେଟେଲ୍‌ଙ୍କ ମତରେ, ଏହି ଉପାଦାନଗୁଡ଼ିକ ସମ ଗୁରୁତ୍ଵବିଶିଷ୍ଟ ଅଟନ୍ତି । ଏଣୁ କୌଣସି ଗୋଟିଏ ଉପାଦାନର ଅନୁପସ୍ଥିତି ରାଷ୍ଟ୍ରର ବିଲୋପସାଧନକୁ ନିର୍ଦ୍ଦେଶିତ କରିଥାଏ ।

୨ । ରାଷ୍ଟ୍ରର ଆବଶ୍ୟକତା ବା ଉପାଦେୟତା (Need of the State) ର ବିଶ୍ଳେଷଣାତ୍ମକ ମୂଲ୍ୟାୟନ କର ।
Answer:
ରାଷ୍ଟ୍ର ଏକ ସର୍ବୋଚ୍ଚ ତଥା ସାର୍ବଭୌମ ସଂଗଠନ ଅଟେ ଯାହା ସମାଜରେ ଆଇନ ଓ ଶୃଙ୍ଖଳା ରକ୍ଷା କରିବା ସହ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରେ । ରାଷ୍ଟ୍ର ପାଖରେ ସର୍ବଶେଷ ଦଣ୍ଡବିଧାନକାରୀ କ୍ଷମତା ରହିଥ‌ିବାରୁ ଏହାର ନିର୍ଦ୍ଦେଶ ସମସ୍ତ ବ୍ୟକ୍ତି ମାନିବାପାଇଁ ବାଧ୍ୟ ହୋଇଥା’ନ୍ତି । ରାଷ୍ଟ୍ରର ଅନୁପସ୍ଥିତିରେ ‘ଜୋର ଯାହାର ମୁଲକ ତାହାର’ ନୀତିର ବ୍ୟାପକ ତଥା ଅବାଧ ପ୍ରସାର ଏକ ବିଶୃଙ୍ଖଳିତ ପରିବେଶ ସୃଷ୍ଟି କରିଥାନ୍ତା ।

ହବସ୍, ଲକ୍, ରୁଷୋ ଆଦି ଚୁକ୍ତିବାଦୀ ରାଜନୀତି ବିଜ୍ଞାନୀମାନେ ରାଷ୍ଟ୍ର ସୃଷ୍ଟିର ପ୍ରାକ୍-କାଳକୁ ‘ପ୍ରକୃତି ରାଜ୍ୟ’ (State of Nature) ବୋଲି ପରିକଳ୍ପନା କରିଛନ୍ତି ଯେଉଁ ବ୍ୟବସ୍ଥାର ବିବିଧ ଅସୁବିଧା ପରସ୍ପର ମଧ୍ୟରେ ଏକ ଚୁକ୍ତି ସ୍ଥାପନ କରି ‘ରାଷ୍ଟ୍ର’ ପ୍ରତିଷ୍ଠା ପାଇଁ ବାଧ୍ୟ କରିଥିଲା ବୋଲି ସେମାନେ ଯୁକ୍ତି ବାଢ଼ିଥାନ୍ତି । ଲକ୍‌ଙ୍କ ‘ପ୍ରାକୃତିକ ଅଧିକାର’ (Natural Right) ତତ୍ତ୍ଵ ସତ୍ତ୍ଵେ ପ୍ରତ୍ୟେକ ବ୍ୟକ୍ତି ‘ ଅଧିକାର’ର ପୂର୍ଣ୍ଣ ତଥା ଆଇନଗତ ଉପଭୋଗ ପାଇଁ ରାଷ୍ଟ୍ର ପରି ଏକ ସାର୍ବଭୌମ ଅନୁଷ୍ଠାନର ପରିବେଶ କାମନା କରନ୍ତି ।

ବ୍ୟକ୍ତିବାଦୀମାନଙ୍କର ରାଷ୍ଟ୍ର ‘ ନାସ୍ତିସୂଚକ’ ‘ପୋଲିସ ରାଷ୍ଟ୍ର’ର ପ୍ରକୃତି ବହନ କରି ବ୍ୟକ୍ତିର ଜୀବନ, ଅଧୂକାର, ସମ୍ପତ୍ତି ଓ ରାଷ୍ଟ୍ରର ସାର୍ବଭୌମତ୍ୱକୁ ସୁରକ୍ଷା ପ୍ରଦାନ କରିବାର ସୀମିତ ଦାୟିତ୍ଵ ବହନ କରି ଊନବିଂଶ ଶତାବ୍ଦୀର ବ୍ୟକ୍ତି ପାଖରେ ରାଷ୍ଟ୍ରର ଉପାଦେୟତାକୁ ପ୍ରତିପାଦନ କରୁଥିବାବେଳେ ବିଂଶ ଶତାବ୍ଦୀରେ ସମାଜବାଦୀମାନେ ରାଷ୍ଟ୍ରକୁ ଏକ ଶୋଷଣ ବିରୋଧୀ ଅର୍ଥନୈତିକ କଲ୍ୟାଣକାରୀ ଅନୁଷ୍ଠାନରୂପେ ପ୍ରତିପାଦନ କରେ ।

ଏହା ରାଷ୍ଟ୍ରର କାର୍ଯ୍ୟପରିସରକୁ ବ୍ୟାପକ କରି ରାଜନୈତିକ ସାମ୍ୟ ସହିତ ଅର୍ଥନୈତିକ ସାମ୍ୟ ପ୍ରଦାନର ପ୍ରତିଶ୍ରୁତି ଦେଇ ବ୍ୟକ୍ତି ନିକଟରେ ନିଜର ଉପାଦେୟତା ପ୍ରତିପାଦନ କଲା । ଗ୍ରୀକ୍ ଦାର୍ଶନିକ ପ୍ଲାଟୋ ସର୍ବପ୍ରଥମେ ସମାଜବାଦୀରୂପେ ପରିଗଣିତ ହୋଇଥାନ୍ତି । ଏହି ତତ୍ତ୍ଵ ରାଷ୍ଟ୍ରକୁ ଏକ ସମବାୟିକ ଅନୁଷ୍ଠାନ (Co-operative Institution) ରୂପେ ପ୍ରତିପାଦନ କରି ବ୍ୟକ୍ତିର ଭୂମିକା ଓ ଗୁରୁତ୍ଵ ବୃଦ୍ଧି କରିବା ଦିଗରେ ରାଷ୍ଟ୍ରର ଆବଶ୍ୟକତାକୁ ପ୍ରତିଷ୍ଠା କଲା ।

ଦ୍ଵିତୀୟ ବିଶ୍ବଯୁଦ୍ଧର ପରବର୍ତ୍ତୀ ଅବସ୍ଥାରେ ରାଷ୍ଟ୍ର ଏକ ଜନମଙ୍ଗଳକାରୀ ଓ ସାମାଜିକ ସେବା ପ୍ରଦାନକାରୀ ଅନୁଷ୍ଠାନର ଭୂମିକା ଗ୍ରହଣ କରି ନିଜର ଉପାଦେୟତାର ଗଭୀରତା ଓ ଗମ୍ଭୀରତା ଅନୁକୂଳ ପରିବେଶ ପ୍ରଦାନ କରୁଛି । ହବସନ୍‌ଙ୍କ ମତରେ, ଜନମଙ୍ଗଳ ରାଷ୍ଟ୍ର ବ୍ୟକ୍ତିର ବହୁବିଧ କଲ୍ୟାଣ ପାଇଁ ଡାକ୍ତର, ଶିକ୍ଷକ, ବ୍ୟବସାୟୀ, ବୀମା ପ୍ରତିନିଧ୍ଵ ଇତ୍ୟାଦି ସହସ୍ରାତ୍ମକ କାର୍ଯ୍ୟ ସମ୍ପାଦନ କରିଥାଏ ଓ ଏହା ମାଧ୍ୟମରେ ନିଜର ଉପାଦେୟତା ପ୍ରତିପାଦନ କରିଥାଏ ।

ରାଷ୍ଟ୍ରର ଆବଶ୍ୟକତା ଆମେ କାହିଁକି ଅନୁଭବ କରୁ ? କିମ୍ବା ରାଷ୍ଟ୍ରର ସ୍ଥିତି କାହିଁକି ସମ୍ଭବ ହେଲା ? ଇତ୍ୟାଦି ପ୍ରଶ୍ନର ଉତ୍ତର କିମ୍ବା ଭିନ୍ନ ଭିନ୍ନ ଦୃଷ୍ଟିକୋଣରୁ ଦିଆଯାଇପାରୁଥିବାରୁ ରାଷ୍ଟ୍ରର ଉପଯୋଗିତା ବା ଆବଶ୍ୟକତାର ମୂଲ୍ୟାଙ୍କନ ଏକ ବିବଦମାନ ବିଷୟ ଅଟେ । ରାଜନୀତି ବିଜ୍ଞାନର ଜନକ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲଙ୍କ ମତରେ, ‘ମଣିଷର ଜୀବନ (life) ର ସୁରକ୍ଷା ପାଇଁ ରାଷ୍ଟ୍ରର ସୃଷ୍ଟି ହୋଇଥିବାବେଳେ ମଣିଷକୁ ଏକ ‘ସୁସ୍ଥ ଜୀବନ’ (good life) ଦେବା ଲକ୍ଷ୍ୟରେ ଏହା ନିଜର ସ୍ଥିତି ବଜାୟ ରଖୁଛି ।”

ମଣିଷ ଏକ ଗତିଶୀଳ ପ୍ରକୃତିସମ୍ପନ୍ନ ବିବେକଯୁକ୍ତ ପ୍ରାଣୀ ହୋଇଥିବାରୁ ତା’ ନିକଟରେ ‘ସୁସ୍ଥ ଜୀବନ’ର ସଂଜ୍ଞା ସର୍ବଦା ପରିବର୍ତ୍ତନଶୀଳ । ପରିବର୍ତ୍ତିତ ପରିସ୍ଥିତି ଓ ପରିବେଶ ଅନୁଯାୟୀ ରାଷ୍ଟ୍ର ନିଜ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣି ବ୍ୟକ୍ତିକୁ ସୁସ୍ଥ-ଜୀବନ ଦେବାପାଇଁ କରୁଥିବା କ୍ରମାଗତ ଉଦ୍ୟମରୁ ତାହାର ଆବଶ୍ୟକତା ପ୍ରତିପାଦନ କରାଯାଇପାରେ । ଏଣୁ ମଣିଷ ଜୀବନରେ ରାଷ୍ଟ୍ର ଏକ ଅପରିହାର୍ଯ୍ୟ ସଙ୍ଗଠନ ଅଟେ, ଯାହା ବ୍ୟକ୍ତିର ସ୍ଵାର୍ଥକୈନ୍ଦ୍ରିକ ବ୍ୟବହାର ଉପରେ ଆଇନଗତ ନିୟନ୍ତ୍ରଣ ଜାରି କରି ବ୍ୟକ୍ତିକୁ ସାମାଜିକ ଜୀବନର ମର୍ଯ୍ୟାଦା ପ୍ରଦାନ କରେ ଓ ତା’ର ବ୍ୟକ୍ତିତ୍ଵ ବିକାଶ ପାଇଁ ସମସ୍ତ ସୁଯୋଗ ସୃଷ୍ଟି କରେ ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

ଆରିଷ୍ଟୋଟଲ୍ ରାଷ୍ଟ୍ରକୁ ବ୍ୟକ୍ତିଠାରୁ ଅଧ‌ିକ ପ୍ରାଚୀନ ବୋଲି ଅଭିହିତ କରି ବ୍ୟକ୍ତି ପକ୍ଷରେ ଏହାର ଆବଶ୍ୟକତାକୁ ପ୍ରତିପାଦନ କରୁଥିବାବେଳେ ହବସ୍, ଲକ୍‌ଙ୍କ ପରି ଇଂରେଜ ଓ ରୁଷୋଙ୍କ ପରି ଫରାସୀ ଚୁକ୍ତିବାଦୀ ଦାର୍ଶନିକମାନେ ବ୍ୟକ୍ତିର ଚୁକ୍ତି ବା ରାଜିନାମା ଫଳସ୍ଵରୂପ ରାଷ୍ଟ୍ରରୂପକ ସାର୍ବଭୌମ ଅନୁଷ୍ଠାନର ସୃଷ୍ଟି ବୋଲି ମତ ଦେଇଛନ୍ତି । ରାଷ୍ଟ୍ରର ସାର୍ବଭୌମତ୍ଵ ଜନସମର୍ଥନ ସହ ବ୍ୟକ୍ତିର ଉନ୍ନତିକଵେ ବ୍ୟବହୃତ ହୋଇଥାଏ ବୋଲି ସେମାନେ ମତ ଦିଅନ୍ତି ।

ରାଷ୍ଟ୍ରର ଅନୁପସ୍ଥିତି ପୁଣି ଏକ ‘ପ୍ରକୃତି-ରାଜ୍ୟ’କୁ ଫେରାଇନେବ ଯାହା ବ୍ୟକ୍ତିର ଜୀବନ, ଅଧ୍ବକାର ଆଦିର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ପ୍ରତିକୂଳ ପରିବେଶ ସୃଷ୍ଟି କରିବ ବୋଲି ସେମାନେ ଧାରଣା ଦେଇ ରାଷ୍ଟ୍ରର ଆବଶ୍ୟକତାକୁ ପ୍ରତିପାଦନ କରିଥା’ନ୍ତି । ମାକ୍ ଆଇଭର ରାଷ୍ଟ୍ରକୁ କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ନିର୍ଦ୍ଦିଷ୍ଟ ଆବଶ୍ୟକତା ପାଇଁ ସୃଷ୍ଟି କରାଯାଇଛି ବୋଲି ସୃଷ୍ଟି ହେଉଥ‌ିବା ପୂର୍ବୋକ୍ତ ଧାରଣାକୁ ସମାଲୋଚନା କରି ମତ ଦିଅନ୍ତି, ଯେ, “ରାଷ୍ଟ୍ର ଏକ ବିକାଶ ପ୍ରକ୍ରିୟା, ଏକ କ୍ରମବିବର୍ତ୍ତନ ଧାରା ଏବଂ ମାନବ ସମାଜର ଅସ୍ପଷ୍ଟ ଅତୀତକୁ ଇତିହାସର ବିଭିନ୍ନ ମତ ଦେଇ ଏହାର କ୍ରମାଗତ ବିକାଶ ଚାଲିଛି ।’’

ରାଷ୍ଟ୍ର ସୃଷ୍ଟିର ବିଭିନ୍ନ ମତବାଦ ମଧ୍ୟରୁ ଅଧିକ ବୈଜ୍ଞାନିକ ଓ ଯୁକ୍ତିଯୁକ୍ତରୂପେ ବିବେଚିତ ଐତିହାସିକ ବିବର୍ତ୍ତନବାଦ ରାଷ୍ଟ୍ରର ଆବଶ୍ୟକତାକୁ ମାନବ ସମାଜର ସୃଷ୍ଟି ଓ ବିକାଶଧାରା ସହ ସଂଯୋଜିତ କରିଛି । ମାକ୍ ଆଇଭର୍‌ଙ୍କ ମତରେ, ପରିବାର, ପ୍ରଥାଭିଭିକ ଆଇନ, ଯୁଦ୍ଧ ଓ ରାଜ୍ୟଜୟ, ସହରାଞ୍ଚଳ ବିକାଶ, ସମାଜରେ ଶ୍ରେଣୀ ବିଭାଜନ, ସଂପତ୍ତିର ସଂରକ୍ଷଣ ଆଦି ବିବିଧ ସମାଜତାତ୍ତ୍ଵିକ, ନୃତାତ୍ତ୍ଵିକ କାରଣରୁ ରାଷ୍ଟ୍ରର ସୃଷ୍ଟି ସମ୍ଭବ ହୋଇଛି ଓ ଏହା ମାଧ୍ୟମରେ ରାଷ୍ଟ୍ର ନିଜର ଆବଶ୍ୟକତାକୁ ଦୃଢ଼ଭାବେ ଜାହିର କରୁଛି ।

ବାର୍କର ଯଥାର୍ଥରେ ଯୁକ୍ତି ବାଢ଼ିଛନ୍ତି ଯେ ମାନବର ସଚେତନଶୀଳତା ସ୍ଵତନ୍ତ୍ରତା (libery) ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରେ, ସ୍ଵତନ୍ତ୍ରତାର କୋଳରେ ଅଧୁକାର ବିକଶିତ ହୁଏ ଓ ଅଧୁକାର ନିଜର ଯଥାର୍ଥ ଉପଯୋଗିତା ପାଇଁ ରାଷ୍ଟ୍ରର ସ୍ଥିତି, ପରିବେଶ ଓ ହସ୍ତକ୍ଷେପ ଦାବି କରେ ।

କିନ୍ତୁ ଭିନ୍ନ ଏକ ଦୃଷ୍ଟିକୋଣରୁ ବିଚାର କରି ମାର୍କବାଦୀମାନେ ରାଷ୍ଟ୍ରକୁ ଶ୍ରେଣୀ ସଂଘର୍ଷରୁ ସୃଷ୍ଟ ଏକ ଶୋଷଣକାରୀ ଅସ୍ତ୍ର ବୋଲି ଅଭିହିତ କରିଛନ୍ତି । ରାଷ୍ଟ୍ରକୁ ପୁଞ୍ଜିପତିମାନେ ଖଟିଖୁଆ ଶ୍ରମିକ ଶ୍ରେଣୀର ଶୋଷଣ ପାଇଁ ବ୍ୟବହାର କରୁଥିବାରୁ ସାମ୍ୟବାଦୀ ସମାଜରେ ଏକ ବିପ୍ଳବ ମାଧ୍ୟମରେ ଏକ ‘ଶ୍ରେଣୀଗତ ଅନୁଷ୍ଠାନ’ (Class Institution) ରୂପେ ନିଜର ମର୍ଯ୍ୟାଦା ହରାଇଥିବା ରାଷ୍ଟ୍ରର ବିଲୋପସାଧନ ପାଇଁ ଏହି ମାର୍କସ୍‌ବାଦୀମାନେ ଦାବି କରିଥା’ନ୍ତି । ଏକ ଶ୍ରେଣୀବିହୀନ ଶୋଷଣମୁକ୍ତ ସମାଜର ସ୍ଵପ୍ନକୁ ସାକାର କରିବାପାଇଁ ସେମାନେ ରାଷ୍ଟ୍ରର ବିକୃତ ସ୍ଥିତିକୁ ପସନ୍ଦ କରିନ’ଥାନ୍ତି ।

ମାର୍କସ୍‌, ଲେନିନ୍ ଆଦିଙ୍କ ରାଷ୍ଟ୍ର ବିଲୋପ ସଂକ୍ରାନ୍ତୀୟ ମତବାଦ ଯେତେ ବଳିଷ୍ଠ ହେଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ସତ୍ୟତା ଓ ବାସ୍ତବତା ପରୀକ୍ଷାଠାରୁ ବହୁ ଦୂରରେ ରହିଥିବାରୁ ରାଷ୍ଟ୍ରର ଆବଶ୍ୟକତା, ରାଷ୍ଟ୍ରର ସାର୍ବଜନୀନତା, ଜନମଙ୍ଗଳ ପ୍ରକୃତି, ଉଦାରବାଦୀ ଗଣତାନ୍ତ୍ରିକ ଚିନ୍ତାଧାରାର ପ୍ରସାର ଆଦିର ପରିବେଶ ମଧ୍ୟରେ ସ୍ଵତଃ ପ୍ରତିପାଦିତ ଓ ସ୍ଵୀକାର୍ଯ୍ୟ ଅଟେ ।

୪ । ‘ରାଷ୍ଟ୍ର’ (State) ଓ ସରକାର (Government) ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ପୁରାତନ ରାଜନୀତି ବିଜ୍ଞାନୀମାନେ ‘ରାଷ୍ଟ୍ର’କୁ ରାଜନୀତି ବିଜ୍ଞାନର ଅଧ୍ୟୟନର କେନ୍ଦ୍ରବିନ୍ଦୁ ବୋଲି ଅଭିହିତ କରିଛନ୍ତି । କିନ୍ତୁ ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ ହୋଇଥିବାରୁ ଏହା ଯାହା ମାଧ୍ୟମରେ ନିଜର ଲକ୍ଷ୍ୟ ପ୍ରକାଶ ଓ କାର୍ଯ୍ୟକାରୀ କରେ ସେହି ଅନୁଷ୍ଠାନକୁ ‘ସରକାର’ କୁହାଯାଏ । ଗାର୍ଶ୍ଵର, ଲର୍ଡ଼ ଆକ୍ସନ, ବ୍ଲାଣ୍ଟସ୍ଵୀ ଇତ୍ୟାଦି ରାଜନୀତି ବିଜ୍ଞାନୀମାନେ ରାଜନୀତି ବିଜ୍ଞାନକୁ ‘କେବଳ ରାଷ୍ଟ୍ର’ ସମ୍ବନ୍ଧରେ ଏକ ଅଧ୍ୟୟନ ବୋଲି ସୂଚିତ କରିଥିବାବେଳେ ସିଲି, ଲିକକ୍ ଇତ୍ୟାଦି ଦାର୍ଶନିକମାନେ ରାଜନୀତି ବିଜ୍ଞାନକୁ ‘କେବଳ ସରକାର’ ସମ୍ବନ୍ଧରେ ଏକ ଅଧ୍ୟୟନ ବୋଲି ସୂଚିତ କରିଛନ୍ତି ।

ଅନ୍ୟପକ୍ଷରେ ପଲ୍ ଜ୍ୟାନେଟ, ଗିଲଖ୍ରୀଷ୍ଟ, ଡିମକ୍ ଆଦି ରାଜନୀତି ବିଜ୍ଞାନୀମାନେ ରାଜନୀତି ବିଜ୍ଞାନକୁ ‘ଉଭୟ ରାଷ୍ଟ୍ର ଓ ସରକାର’ର ଅଧ୍ୟୟନ ସହ ସଂଯୋଜିତ କରିଛନ୍ତି । ଏଣୁ ରାଜନୀତି ବିଜ୍ଞାନ ଉଭୟ ରାଷ୍ଟ୍ର ଓ ସରକାର, ଶାଶ୍ଵତ ରୂପ ଓ କାର୍ଯ୍ୟକାରୀ ଅଙ୍ଗ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା କରିଥାଏ ।

ସାଧାରଣ ବ୍ୟବହାରରେ ‘ରାଷ୍ଟ୍ର’ ଓ ‘ସରକାର’ ଶବ୍ଦଦ୍ଵୟ ସମାର୍ଥବୋଧକ ଓ ପରସ୍ପର ପରିବର୍ତ୍ତନଶୀଳ ଶବ୍ଦ ହିସାବରେ ବ୍ୟବହୃତ ହୋଇଥାଏ । ଫ୍ରାନ୍ସର ରାଜା ଚତୁର୍ଦ୍ଦଶ ଲୁଇ ‘ମୁଁ ରାଷ୍ଟ୍ର’ (I am the State) କହିବାବେଳେ ସେ ନିଜକୁ ସର୍ବକ୍ଷମତାସମ୍ପନ୍ନ ସରକାର ବୋଲି ଅଭିହତ କରିଥିବା ଲକ୍ଷ୍ୟ ରଖୁଥିଲେ । କିନ୍ତୁ ସପ୍ତଦଶ ଶତାବ୍ଦୀରେ ଇଂରେଜ ଦାର୍ଶନିକ ଜନ୍ ଲକ୍ ରାଷ୍ଟ୍ର ଓ ସରକାର ମଧ୍ୟରେ ପାର୍ଥକ୍ୟର ରେଖା ଟାଣିଲେ ।

‘ରାଷ୍ଟ୍ର’ ଓ ‘ସରକାର’ର ଅର୍ଥ – ଅଧୂକନ୍ତୁ କମ୍‌ସଂଖ୍ୟକ ଜନସମୂହ ସ୍ଥାୟୀଭାବେ ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବସବାସ କରି ଏକ ସୁସଙ୍ଗଠିତ ସରକାର ପ୍ରତି ଅଭ୍ୟାସଗତ ଆସ୍ଥା ପ୍ରଦର୍ଶନ କଲେ ଓ ଉକ୍ତ ସରକାର ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ କ୍ଷେତ୍ରରେ ନିଜର ସର୍ବୋଚ୍ଚ କ୍ଷମତା ପ୍ରଦର୍ଶନ କରିପାରିଲେ ତଥା ଆନ୍ତର୍ଜାତିକ ସ୍ତରରେ ପୃଥିବୀର ଅନ୍ୟାନ୍ୟ ସମଧର୍ମୀ ଅନୁଷ୍ଠାନ ସହ ସମ୍ପର୍କ ପ୍ରତିଷ୍ଠା ସମ୍ଭବ ହେଲେ ଯେଉଁ ରାଜନୈତିକ ଅନୁଷ୍ଠାନ ସୃଷ୍ଟି ହୁଏ ତାହାକୁ ‘ରାଷ୍ଟ୍ର’ କୁହାଯାଏ ।

ଅନ୍ୟପକ୍ଷରେ, ‘ସରକାର’ ରାଷ୍ଟ୍ରର ଏକ ପ୍ରତିନିଧ୍ଵ ବା ମାଧ୍ୟମ ଯାହାଦ୍ଵାରା ଲୋକମାନଙ୍କର ସାମୂହିକ ଇଚ୍ଛା ଓ ରାଷ୍ଟ୍ରର ଇଚ୍ଛା ପ୍ରସ୍ତୁତ, ପ୍ରତିଫଳିତ ଓ କାର୍ଯ୍ୟକାରୀ ହୋଇଥାଏ । ଏଣୁ ରାଷ୍ଟ୍ର ଏକ ଅଦୃଶ୍ୟ, ଶାଶ୍ଵତ ଅନୁଷ୍ଠାନ ହୋଇଥିବାବେଳେ ଏହାର କାର୍ଯ୍ୟକାରୀ ପ୍ରତିନିଧ‌ିକୁ ‘ସରକାର’ କୁହାଯାଏ ।

‘ରାଷ୍ଟ୍ର’ ଓ ‘ସରକାର’ ମଧ୍ୟରେ ପାର୍ଥକ୍ୟ :
‘ରାଷ୍ଟ୍ର’ ଓ ‘ସରକାର’ ମଧ୍ୟରେ ନିମ୍ନଲିଖିତ ମୁଖ୍ୟ ପାର୍ଥକ୍ୟ ପରିଦୃଷ୍ଟ ହୁଏ-

(୧) ସରକାର ରାଷ୍ଟ୍ରର ଅନ୍ୟତମ ମୁଖ୍ୟ ଉପାଦାନ ଅଟେ – ସ୍ଥାୟୀ ଭୂଖଣ୍ଡ, ସରକାର, ସାର୍ବଭୌମତ୍ଵ ଓ ଆନ୍ତର୍ଜାତିକ ସ୍ୱୀକୃତି ପରିଗଣିତ ହୋଇଥା’ନ୍ତି । ଏହି ଉପାଦାନ ମଧ୍ୟରୁ ସରକାର ଅନ୍ୟତମ ଅଟେ ।

(୨) ରାଷ୍ଟ୍ର ଗଠନ ପାଇଁ ସ୍ଥାୟୀ ନିର୍ଦ୍ଦିଷ୍ଟ ଭୂଖଣ୍ଡ ଆବଶ୍ୟକ ହୋଇଥିବାବେଳେ ସରକାର ପାଇଁ ଏହାର ଆବଶ୍ୟକତା ନାହିଁ ଆବଶ୍ୟକତା ଥିବାବେଳେ ସରକାର ଗଠନ ପାଇଁ ଏହାର ଆବଶ୍ୟକତା ନାହିଁ । ବର୍ତ୍ତମାନ ସମୟରେ ଗୋଟିଏ ରାଷ୍ଟ୍ରର ସରକାର ରାଷ୍ଟ୍ରର ଭୌଗୋଳିକ ସୀମା ବାହାରେ ମଧ୍ୟ ଗଠିତ ଓ ପରିଚାଳିତ ହେଉଛି । ଏହାକୁ ‘ରାଷ୍ଟ୍ର ବାହାରେ ଗଠିତ (Government of exile) ନିର୍ବାସନ ସରକାର ।

(୩) ରାଷ୍ଟ୍ର ସାର୍ବଭୌମ ଅଟେ; କିନ୍ତୁ ସରକାର ନୁହେଁ ରାଷ୍ଟ୍ର ସର୍ବୋଚ୍ଚ କ୍ଷମତା ବା ସାର୍ବଭୌମତ୍ଵର ଏକଚାଟିଆ ଅଧିକାରୀ ଅଟେ । ଏହା ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ବ୍ୟାପାରରେ ନିଜର ସର୍ବୋଚ୍ଚ, ଅଦମ୍ୟ କ୍ଷମତା ଜାହିର କରେ । ଏହା ରାଷ୍ଟ୍ରର ସ୍ଵାଧୀନତାର ପରିଚାୟକ ଅଟେ । କିନ୍ତୁ ସରକାର କେବଳ ରାଷ୍ଟ୍ରର କାର୍ଯ୍ୟକାରୀ ପ୍ରତିନିଧ୍ୟ ହୋଇଥିବାରୁ ଏହା ସାର୍ବଭୌମତ୍ଵ ଉପଭୋଗ କରେ ନାହିଁ; ମାତ୍ର ରାଷ୍ଟ୍ରର ସାର୍ବଭୌମତ୍ଵ ସରକାର ମାଧ୍ୟମରେ ପ୍ରତିଫଳିତ ଓ ବ୍ୟବହୃତ ହୁଏ । ରାଷ୍ଟ୍ରର କ୍ଷମତା ସରକାରଦ୍ଵାରା ବାସ୍ତବ କ୍ଷେତ୍ରରେ ପ୍ରୟୋଗ ହୁଏ ।

(୪) ରାଷ୍ଟ୍ରର ସଭ୍ୟପଦ ବାଧ୍ୟତାମୂଳକ; କିନ୍ତୁ ସରକାରର ନୁହଁ- ରାଷ୍ଟ୍ରର ସଦସ୍ୟତା ବାଧ୍ୟତାମୂଳକ ଅଟେ । ଜଣେ ବ୍ୟକ୍ତି ଯେକୌଣସି ଏକ ରାଷ୍ଟ୍ରର ସଦସ୍ୟ ହୋଇପାରେ, କିନ୍ତୁ ରାଷ୍ଟ୍ରର ସଦସ୍ୟତାବିହୀନ ଜୀବନଯାପନ ସମ୍ଭବ ନୁହେଁ । ରାଷ୍ଟ୍ରର ସଭ୍ୟପଦ ତା’ପାଇଁ ଅଧୁକାରର ସୁଯୋଗ ସୃଷ୍ଟି କରେ । କିନ୍ତୁ ରାଷ୍ଟ୍ରର ପ୍ରତ୍ୟେକ ବ୍ୟକ୍ତି ସରକାରର ସଦସ୍ୟ ହେବା ଆବଶ୍ୟକ ନୁହେଁ । ସରକାର ସ୍ଥାୟୀ ଅମଲାତନ୍ତ୍ର ଓ ରାଜନୈତିକ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଆଦିକୁ ନେଇ ଗଠିତ । ବିଭିନ୍ନ ଯୋଗ୍ୟତା ଓ ନୀତିରେ ଏହି ପଦଗୁଡ଼ିକ ପୂରଣ କରାଯାଏ । ତେଣୁ ରାଷ୍ଟ୍ରର ପ୍ରତ୍ୟେକ ସଦସ୍ୟ ସରକାରର ସଦସ୍ୟ ହେବା ବାଞ୍ଛନୀୟ ନୁହେଁ । ଏହି ଦୃଷ୍ଟିରୁ ରାଷ୍ଟ୍ରର ଆକାର ସରକାରଠାରୁ ଅଧିକ ବଡ଼ ଅଟେ ।

(୫) ସରକାର ବିନା ରାଷ୍ଟ୍ରର ସ୍ଥିତି ଅସମ୍ଭବ; କିନ୍ତୁ ରାଷ୍ଟ୍ର ବିନା ସରକାର ଗଠନ ସମ୍ଭବ ଅଟେ- ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ ହୋଇଥ‌ିବାରୁ ଏହାର ଇଚ୍ଛା ସରକାର ରୂପକ କାର୍ଯ୍ୟକାରୀ ଅଙ୍ଗ ମାଧ୍ୟମରେ ପ୍ରତିଫଳିତ ଓ କାର୍ଯ୍ୟକାରୀ ହୋଇଥାଏ । ଏଣୁ ରାଷ୍ଟ୍ରର ସ୍ଥିତିକୁ ସରକାରର ଅନୁପସ୍ଥିତିରେ ପରିକଳ୍ପନା କରାଯାଇନପାରେ । ଏହା ରାଷ୍ଟ୍ରର ଅପରିହାର୍ଯ୍ୟ ମୌଳିକ ଉପାଦାନ ଅଟେ । କିନ୍ତୁ ଅନ୍ୟପକ୍ଷରେ ଏକ ରାଷ୍ଟ୍ରର ସ୍ଥିତି ନଥାଇ ମଧ୍ୟ ସରକାର ଗଠିତ ହୋଇପାରେ ।

ଭାରତ ସ୍ଵାଧୀନତା ପୂର୍ବରୁ ସୁଭାଷ ବୋଷ ବର୍ମାରେ ସରକାର ଗଠନ କରିଥିଲେ । ବର୍ତ୍ତମାନ ଭାରତର ଶିଙ୍ଖାମାନେ ନିଜର ମତନ୍ତ୍ର ରାଷ୍ଟ୍ର ନଥାଇ ମଧ୍ୟ ‘ ଖଲିସ୍ତାନ ସରକାର’ ଗଠନ ଓ ପରିଚାଳନା କରୁଛନ୍ତି । ପାଲେଷ୍ଟାଇନ୍‌ର ଉଦାହରଣ ମଧ୍ଯ ନିଆଯାଏ ।

(୬) ରାଷ୍ଟ୍ର ସ୍ଥାୟୀ ପ୍ରକୃତିସମ୍ପନ୍ନ ହୋଇଥିବାବେଳେ ସରକାର ସମ୍ପୂର୍ଣ୍ଣ ଅସ୍ଥାୟୀ- ରାଷ୍ଟ୍ର ଏକ ସ୍ଥାୟୀ ସଂଘ । ଏହା ଅନ୍ୟ ରାଜ୍ୟଦ୍ଵାରା ଅଧ୍ବକୃତ ନ ହେଲେ, ନିଜେ ବିଘଟିତ ନହେଲେ ଅର୍ଥାତ୍ ନିଜର ସାର୍ବଭୌମତ୍ଵ ଅକ୍ଷୁଣ୍ଣ ଥିବା ପର୍ଯନ୍ତ ଏହା ନିଜର ସ୍ଥିତି ବଜାୟ ରଖୁଥାଏ; କିନ୍ତୁ ସରକାର ରାଷ୍ଟ୍ରର ପ୍ରତିନିଧ‌ି ହୋଇଥିବାରୁ ଏହାର ପ୍ରକୃତି ଓ ନେତୃତ୍ୱ ପରିବର୍ତ୍ତନ ସମ୍ଭବପର । ରାଷ୍ଟ୍ର ସ୍ଥାୟୀ ଓ ସ୍ଥିର ରହିଥିବାବେଳେ ସରକାର ଅସ୍ଥାୟୀ ଓ ପରିବର୍ତ୍ତନଶୀଳ । ବଙ୍ଗଳାଦେଶର ସଂସଦୀୟ ସରକାର ରାଷ୍ଟ୍ରପତୀୟ ସରକାରରେ ପରିବର୍ତ୍ତନ ହେଲା । ଇରାକରେ ସଦାମ ହୁସେନ୍‌ଙ୍କ ସରକାରର ପତନ ପରେ ନୂତନ କାମଚଳା ସରକାର ପରବର୍ତ୍ତୀ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠା ପାଇଁ କାର୍ଯ୍ୟ କରୁଛି ।

(୭) ରାଷ୍ଟ୍ରର ପ୍ରକୃତି ସର୍ବତ୍ର ସମାନ; କିନ୍ତୁ ସରକାରର ସ୍ଵରୂପରେ ଅସାଦୃଶ୍ୟତା ବା ଅସାମଞ୍ଜସ୍ୟତା ପରିଲକ୍ଷିତ ହୁଏ – ପୃଥ‌ିବୀର ସର୍ବତ୍ର ରାଷ୍ଟ୍ରରୂପକ ରାଜନୈତିକ ସଂଗଠନର ପ୍ରକୃତି ଏକ । ଏହା ଜନସଂଖ୍ୟା, ନିର୍ଦ୍ଦିଷ୍ଟ ସ୍ଥାୟୀ ଭୂଖଣ୍ଡ, ସରକାର, ସାର୍ବଭୌମତ୍ବ, ଆନ୍ତର୍ଜାତିକ ସ୍ବୀକୃତି ଆଦି ଉପାଦାନ ସମ୍ପୃକ୍ତ ହୋଇ ରହିଥାଏ । ଏଥୁରେ ଭିନ୍ନତା ଦେଖାଯାଏ ନାହିଁ । କେବଳ ଜନସଂଖ୍ୟାର ପରିମାଣ, ଭୂଖଣ୍ଡର ଆକାରକୁ ନେଇ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ପାର୍ଥକ୍ୟ ଦେଖାଯାଇଥାଏ । ଅନ୍ୟପକ୍ଷରେ ସରକାରର ସ୍ଵରୂପ ଭିନ୍ନ ଭିନ୍ନ ପ୍ରକାରର ଅଟେ । ଏହା ଗଣତାନ୍ତ୍ରିକ, ଏକଚ୍ଛତ୍ରବାଦୀ, ଅଭିଜନତାନ୍ତ୍ରିକ, ସାମରିକ, ରାଜତାନ୍ତ୍ରିକ, ସଂସଦୀୟ, ରାଷ୍ଟ୍ରପତୀୟ ଆଦି ବିଭିନ୍ନ ସ୍ଵରୂପ ଗ୍ରହଣ କରିପାରେ ।

CHSE Odisha Class 11 Political Science Solutions Chapter 2 ରାଷ୍ଟ୍ର

(୮) ରାଷ୍ଟ୍ର ଶାଶ୍ଵତ ଓ ଅଦୃଶ୍ୟ ହୋଇଥିବାବେଳେ ସରକାର ଦୃଶ୍ୟ ଓ ବାସ୍ତବ ଅଟେ ରାଷ୍ଟ୍ର ଏକ ଶାଶ୍ଵତ ଅନୁଷ୍ଠାନ । ଏହାର ନିର୍ଦ୍ଦିଷ୍ଟ ସ୍ଵରୂପ ନଥୁବାରୁ ଏହାକୁ ଦେଖ‌ିବା ସମ୍ଭବପର ନୁହେଁ । କିନ୍ତୁ ସରକାର ରାଷ୍ଟ୍ରର ପ୍ରତିନିଧ୍ଵ ଓ କାର୍ଯ୍ୟକାରୀ ଅଙ୍ଗ ଅଟେ । ଏହା ବାସ୍ତବ ଅଟେ । ଏହାର ରୂପ ଓ କାର୍ଯ୍ୟଧାରାକୁ ଅବଲୋକନ କରାଯାଇପାରେ । ଏହାର କାର୍ଯ୍ୟଧାରା ଉପରେ ରାଷ୍ଟ୍ରର ମୂଲ୍ୟାଙ୍କନ ନିର୍ଭର କରେ ।

(୯) ରାଷ୍ଟ୍ର ମୁନିବ ଓ ସରକାର, ଭୃତ୍ୟ ଓ ପ୍ରତିନିଧ୍ଵ ଅଟେ – ରାଷ୍ଟ୍ର ସାର୍ବଭୌମତ୍ୱର ଅଧିକାରୀ । ଏହା ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ ବ୍ୟାପାରରେ ନିଜର ସର୍ବୋଚ୍ଚ କ୍ଷମତା ଜାହିର କରିଥାଏ । ଏହାର ସର୍ବୋଚ୍ଚ ଇଚ୍ଛା ଓ କ୍ଷମତାକୁ ପ୍ରତିଫଳନ ଓ କାର୍ଯ୍ୟକାରୀ କରିବାର ଦାୟିତ୍ଵ ଏହାର ପ୍ରତିନିଧ୍ଵରୂପେ କାର୍ଯ୍ୟ କରୁଥିବା ହୋଇଥାଏ । ଏହାର ରାଷ୍ଟ୍ରରୂପକ ମୁନିବ ପାଖରେ ସରକାର ଭୃତ୍ୟ ଓ ପ୍ରତିନିଧୁରୂପେ ଏହାର କାର୍ଯ୍ୟ ସମ୍ପାଦନ କରିଥାଏ ।

(୧୦) ଲୋକମାନେ ସରକାର ବିରୁଦ୍ଧରେ ବିଦ୍ରୋହ କରିପାରନ୍ତି; କିନ୍ତୁ ରାଷ୍ଟ୍ର ବିରୁଦ୍ଧରେ ନୁହେଁ- ରାଷ୍ଟ୍ରର ଜନସାଧାରଣ ବା ନାଗରିକ ରାଷ୍ଟ୍ର ବିରୁଦ୍ଧରେ ବିଦ୍ରୋହ କରିବା ଅର୍ଥ ନିଜର ସ୍ଵାଧୀନତା ଓ ସାର୍ବଭୌମତ୍ଵକୁ ନିଜ ହାତରେ ତଣ୍ଟି ଚିପି ହତ୍ୟା କରିବା; କିନ୍ତୁ ନାଗରିକ ଉଭୟ ସାମ୍ବିଧାନିକ ଓ ବୈପ୍ଳବିକ ପଦ୍ଧତିରେ ସରକାରର ପ୍ରଶାସନିକ ତ୍ରୁଟି- ବିଚ୍ୟୁତି, ଜନସ୍ଵାର୍ଥ ବିରୋଧୀ ଇତ୍ୟାଦିକୁ ବିରୋଧ କରିପାରେ । ଉପରୋକ୍ତ ଆଲୋଚନାରୁ ଏହା ପରିବର୍ତ୍ତେ ଅନ୍ୟଟିର ବ୍ୟବହାର ପ୍ରାୟତଃ ସୁସ୍ପଷ୍ଟ ହୁଏ ଯେ ରାଷ୍ଟ୍ର ଓ ସରକାର ସମାର୍ଥବୋଧକ ଶବ୍ଦ ନୁହନ୍ତି ଏବଂ ଗୋଟିକର ଯୁକ୍ତିଯୁକ୍ତ ନୁହେଁ ।

ହବସ୍, ଲାସ୍କି, ଆରିଷ୍ଟୋଟଲ୍ ଆଦି ରାଷ୍ଟ୍ର ଓ ସରକାର ମଧ୍ୟରେ କୌଣସି ପାର୍ଥକ୍ୟ ଦେଖୁନଥିଲେ; କାରଣ ସେମାନେ ରାଷ୍ଟ୍ରର ଅସ୍ତିସୂଚକ କାର୍ଯ୍ୟକାରୀ ଆକୃତି ଉପରେ ନଜର ରଖୁଥିଲେ । ରାଷ୍ଟ୍ରର କ୍ଷମତା ସରକାରଦ୍ଵାରା ରାଷ୍ଟ୍ର ନାମରେ ବ୍ୟବହୃତ ହୋଇଥାଏ । ରାଷ୍ଟ୍ରର ଆବଶ୍ୟକତା ପ୍ରତିପାଦନ ସରକାରର କାର୍ଯ୍ୟଧାରା ଉପରେ ନିର୍ଭର କରିଥାଏ ।