CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

Odisha State Board CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ Questions and Answers.

CHSE Odisha 11th Class Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ନିମ୍ନୋକ୍ତ କେଉଁଟି ସ୍ଥାନ ବିଶିଷ୍ଟ ମଧ୍ଯକ ?
(i) ମାଧ୍ଯମାନ
(ii) ଗୁଣୋତ୍ତର ମାଧ୍ୟମାନ
(iii) ଗରିଷ୍ଠକ
(iv) ମଧ୍ୟମା
Answer:
(iv) ମଧ୍ୟମା

୨। କେଉଁ ମଧ୍ଯକର ଲବ୍‌ଧାଙ୍କମାନଙ୍କଠାରୁ ବିଚ୍ୟୁତିର ବୀଜଗାଣିତକ ସମଷ୍ଟି ଶୂନ୍ୟ ?
(i) ମାଧ୍ଯମାନ
(ii) ଗରିଷ୍ଠକ
(iii) ମଧ୍ୟମା
(iv) ଗୁଣୋତ୍ତର ମାଧ୍ଯମାନ
Answer:
(i) ମାଧ୍ଯମାନ

୩। କେଉଁ ମଧ୍ଯକରେ ଏକ ଆଦର୍ଶ ମଧ୍ଯକର ପ୍ରାୟ ସମସ୍ତ ଗୁଣାବଳୀ ରହିଛି ?
(i) ମଧ୍ୟମା
(ii) ଗୁଣୋତ୍ତର ମାଧ୍ଯମାନ
(iii) ମାଧ୍ଯମାନ
(iv) ଗରିଷ୍ଠକ
Answer:
(iii) ମାଧ୍ଯମାନ

୪। ୭୦, ୧୦, ୬୦, ୪୫, ୧୮, ୨୫, ୬୫ର ମଧ୍ୟମା କେତେ ହେବ ?
(i) ୧୦
(ii) ୪୫
(iii) ୬୦
(iv) ୨୫
Answer:
(ii) ୪୫

୫। ଏକ ପ୍ରତିସମ ବଣ୍ଟନରେ
(i) ମାଧ୍ୟମାନ > ମଧ୍ୟମା = ଗରିଷ୍ଠକ
(ii) ମାଧ୍ଯମାନ – ମଧ୍ୟମା = ଗରିଷ୍ଠକ
(iii) ମାଧ୍ୟମାନ < ଗରିଷ୍ଠକ = ମଧ୍ୟମା
(iv) ମାଧ୍ଯମାନ = ମଧ୍ୟମା = ଗରିଷ୍ଠକ
Answer:
(iv) ମାଧ୍ୟମାନ = ମଧ୍ୟମା = ଗରିଷ୍ଠକ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୬। ନିମ୍ନୋକ୍ତ କେଉଁ ମଧ୍ୟକ ଲେଖଚିତ୍ର ମାଧ୍ୟମରେ ନିର୍ଣ୍ଣୟ କରାଯାଇପାରେ ନାହିଁ ?
(i) ମାଧ୍ଯମାନ
(ii) ଗରିଷ୍ଠକ
(iii) ମଧ୍ୟମା
(iv) ଉପରୋକ୍ତ ସମସ୍ତ
Answer:
(i) ମାଧ୍ଯମାନ

୭। ନିମ୍ନୋକ୍ତ କେଉଁ ମଧ୍ଯକ ଚରମ ଲବ୍‌ଧାଙ୍କମାନଙ୍କ ଦ୍ଵାରା ପ୍ରଭାବିତ ହୁଏ ?
(i) ମଧ୍ୟମା
(ii) ଗରିଷ୍ଠକ
(iii) ମାଧ୍ଯମାନ
(iv) ଉପରୋକ୍ତ ସମସ୍ତ
Answer:
(iii) ମାଧ୍ଯମାନ

୮। ୩, ୫, ୪, ୩, ୫, ୩ ର ଗରିଷ୍ଠକ କେତେ ?
(i) ୨
(ii) ୩
(iii) ୪
(iv) ୫
Answer:
(ii) ୩

୯। କେଉଁ ମଧ୍ଯକ ରାଶିମାଳାକୁ ସମାନ ଦୁଇଭାଗ କରିଥାଏ ?
(i) ମାଧ୍ଯମାନ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ଚତୁର୍ଥାଂଶକ
Answer:
(ii) ମଧ୍ୟମା

୧୦। କେଉଁ ମଧ୍ୟକ ସମସ୍ତ ଲଜ୍ଜାଙ୍କ ଉପରେ ପର୍ଯ୍ୟବସିତ ଅଟେ ?
(i) ଗରିଷ୍ଠକ
(ii) ମଧ୍ୟମା
(iii) ମାଧ୍ଯମାନ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ମାଧ୍ଯମାନ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୧। କେଉଁ ମଧ୍ୟକ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ ପାଇଁ ଉପଯୋଗୀ ?
(i) ମାଧ୍ଯମାନ
(ii) ମଧ୍ୟମା
(iii) ଉଭୟ (i) ଓ (ii)
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ମଧ୍ୟମା

୧୨। ଗରିଷ୍ଠକର ମୂଲ୍ୟ କାହା ସହ ସମାନ ?
(i) 3Md – 2M
(ii) 3M – 2Md
(iii) 3M+2Md
(iv) 2M+3Md
Answer:
(i) 3Md – 2M

୧୩। ଯଦି ଗରିଷ୍ଠକ ଓ ମଧ୍ୟମା ଯଥାକ୍ରମେ ୨୦ ଓ ୨୪ ହୋଇଥାନ୍ତି, ତା’ହେଲେ ମାଧ୍ଯମାନ କେତେ ହେବ ?
(i) ୨୨
(ii) ୨୩
(iii) ୨୪
(iv) ୨୬
Answer:
(iv) ୨୬

୧୪। ଯଦି ରାଶିମାନଙ୍କର ସଂଖ୍ୟା (n) ୫ ଓ ମାଧମାନ (x̄) ୧୦ ହୁଏ ତେବେ ∑X କେତେ ହେବ ?
(i) ୨୦
(ii) ୨
(iii) ୫୦
(iv) ୨୫
Answer:
(iii) ୫୦

୧୫। ଯଦି X ଚଳର ମାଧ୍ୟମାନ ୩ ହୁଏ, ତେବେ (X+2) ଚଳର ମାଧ୍ଯମାନ କେତେ ହେବ ?
(i) ୩
(ii) ୪
(iii) ୫
(iv) ୬
Answer:
(iii) ୫

୧୬। ଗୋଟିଏ ଶ୍ରେଣୀରେ ବାଳକମାନଙ୍କର ମାଧ୍ଯମାନ ଓଜନ ୨୫ କେଜି ଓ ବାଳିକାମାନଙ୍କର ମାଧ୍ଯମାନ ଓଜନ ୨୦ କେଜି ଅଟେ । ଯଦି ଶ୍ରେଣୀରେ ୨୦ ଜଣ ବାଳକ ଓ ୫ ଜଣ ବାଳିକା ଥାଆନ୍ତି ତା’ ହେଲେ ଶ୍ରେଣୀର ସମସ୍ତ
(i) ୨୫
(ii) ୨୪
(iii) ୨୨.୫
(iv) ଉପରୋକ୍ତ କୌଣସିଟି ନୁହେଁ।
Answer:
(ii) ୨୪

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୭ । ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ଲବ୍‌ଧାଙ୍କ ୨, ୪, ୮ ହେଲେ ଏହାର ଗୁଣୋତ୍ତର ମାଧ୍ଯମାନ କେତେ ?
(i) ୨
(ii) ୪
(iii) ୬
(iv) ୮
Answer:
(ii) ୪

B. ଶୂନ୍ୟସ୍ଥାନ ପୂରଣ କର :

୧। ______________________ ନିଶ୍ଚିୟ କଲାବେଳେ ବଣ୍ଟନର ସମସ୍ତ ଲବ୍‌ଧାଙ୍କ ବ୍ୟବହୃତ ହୋଇଥାଏ।
Answer:
ମାଧ୍ଯମାନ

୨। କୌଣସି ବଣ୍ଟନର ଲବ୍‌ଧାଙ୍କ ମାନଙ୍କଠାରୁ ତାହାର _____________________ ର ବିଚ୍ୟୁତିମାନଙ୍କ ସମଷ୍ଟି ଶୂନ୍ୟ ହୋଇଥାଏ।
Answer:
ମାଧ୍ଯମାନ

୩। ______________________ ମଧ୍ୟକ ଚରମ ଲବ୍‌ଧାଙ୍କମାନଙ୍କ ଦ୍ବାରା ପ୍ରଭାବିତ ହୋଇଥ ନ ଥା’ନ୍ତି।
Answer:
ମଧ୍ୟମା

୪। ୧୦ଟି ଲବ୍‌ଧାଙ୍କର ମଧ୍ୟମା ୧୫ ଅଟେ । ଯଦି ପ୍ରତି ଲବ୍‌ଧାଙ୍କରେ ୫ ମିଶାଯାଏ ତେବେ ନୂତନ ମଧ୍ୟମା ____________________ ହେବ।
Answer:
୨୦

୫। _______________________ ବଣ୍ଟନରେ ମଧ୍ୟମା ଉପଯୁକ୍ତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ଅଟେ ।
Answer:
ଅବାଧ ସଂଭାଗଯୁକ୍ତ

୬। ମଧ୍ଯମାକୁ __________________ ଚତୁର୍ଥାଂଶକ ବୋଲି କୁହାଯାଏ।
Answer:
ଦ୍ଵିତୀୟ,

୭। ଗୁଣାତ୍ମକ ତଥ୍ୟାବଳୀର କେନ୍ଦ୍ରୀୟ ପ୍ରବୃତ୍ତି ପାଇଁ ____________________ ସର୍ବୋତ୍କୃଷ୍ଟ ।
Answer:
ମଧ୍ୟମା

୮। ଏକ ପରିବଣ୍ଟନରେ ଦୁଇଟି ଗରିଷ୍ଠକ ଥିଲେ ତାହାକୁ _____________________ ପରିବଣ୍ଟନ କୁହାଯାଏ ।
Answer:
ଦ୍ବିଗରିଷ୍ଠକ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୯। ଏକ ଆଦର୍ଶ ମଧ୍ଯକର _________________ ସ୍ଥିରତା ରହିବା ଉଚିତ ।
Answer:
ଚୟନ

୧୦। କୌଣସି ସହରରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ହାରାହାରି ୦.୪ ଇଞ୍ଚ ବର୍ଷା ହୋଇଥିଲା। ରବିବାର ଦିନ ପ୍ରଚଣ୍ଡ ବର୍ଷା ହେବା ଫଳରେ ଉକ୍ତ ହାରାହାରି ୦.୫କୁ ବୃଦ୍ଧି ପାଇଲେ ରବିବାର ଦିନ ହୋଇଥବା ବର୍ଷା ପରିମାଣ__________________।
Answer:
୧.୧ ଇଞ୍ଚ (୦.୫ × ୭ – ୦.୪ × ୬ = ୩.୫ – ୨.୪)

୧୧। ସରଳ ଗାଣିତିକ ମାଧମାନରେ ସମସ୍ତ ରାଶିକୁ ସମାନ ପ୍ରାଧାନ୍ୟ ଦେଇଥାଏ। କିନ୍ତୁ କେତେ ଗୁଡ଼ିଏ କ୍ଷେତ୍ରରେ ବିଭିନ୍ନ ରାଶି ଗୁଡ଼ିକର ଆପେକ୍ଷିକ ଗୁରୁତ୍ଵ ସମାନ ନ ଥାଏ, ଏହି ପରିସ୍ଥିତିରେ ଆମେ _______________________ ମାଧ୍ଯମାନର ସହାୟତା ନେଉ।
Answer:
ଭାରି ଗାଣିତିକ

୧୨। ଗାଣିତିକ ମାଧମାନର ବିଧ୍ଵବଦ୍ଧ ଭାବରେ ସଂଜ୍ଞା ନିରୂପଣ ହୋଇଥିବାରୁ ଯେ କେହି ଗାଣିତିକ ମାଧ୍ୟମାନ ନିର୍ଣ୍ଣୟ କରିବା ଚାହିଁବ ସେ ______________________ ଉତ୍ତର ପାଇପାରିବ ।
Answer:
ସମାନ

୧୩। ଯେତେବେଳେ ବାରମ୍ବାରତା ବିତରଣରେ ସଂଭାଗଗୁଡ଼ିକ ଅସମାନ ହୁଅନ୍ତି _____________________ ମଧ୍ୟକ ସେହି ପରିସ୍ଥିତିରେ ପସନ୍ଦନୀୟ ।
Answer:
ମଧ୍ୟମା

୧୪। ଯେଉଁ ପରିମାପକ ଦ୍ଵାରା ବିତରଣମାଳାକୁ ସମାନ ଚାରି ଭାଗରେ ବିଭକ୍ତ କରାଯାଏ, ତାହାକୁ ______________________ କୁହାଯାଏ ।
Answer:
ଚତୁର୍ଥାଂଶକ

୧୫। ଗାଣିତିକ ମାଧ୍ୟମାନ = ସମସ୍ତ ଲଚ୍ଛାଙ୍କର ସମଷ୍ଟି _______________ ।
Answer:
ଲବ୍‌ଧାଙ୍କମାନଙ୍କ ସଂଖ୍ୟା

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ମଧ୍ୟମା କାହିଁକି ଚରମ ଲବ୍‌ଧାଙ୍କ ଦ୍ବାରା ପ୍ରଭାବିତ ହୁଏ ନାହିଁ ?
Answer:
ମଧ୍ୟମା ତଥ୍ୟାବଳୀର ସ୍ଥାନୀୟ ଲବ୍‌ଧାଙ୍କ ହୋଇଥିବାରୁ ଚରମ ଲବ୍‌ଧାଙ୍କ ମାନଙ୍କ ଦ୍ବାରା ପ୍ରଭାବିତ ହୁଏ ନାହିଁ ।

୨। ଚୟନ ସ୍ଥିରତା କହିଲେ କ’ଣ ବୁଝାଯାଏ ?
Answer:
ଚୟନ ସ୍ଥିରତା କହିଲେ, କୌଣସି ଏକ ଗୋଷ୍ଠୀରୁ ଅହେତୁକ ଭାବେ ନମୁନା ଚୟନ କଲେ । ଉକ୍ତ ନମୁନାଗୁଡ଼ିକର ମଧ୍ୟକ ଉଣାଅଧ୍ଵ ସମାନ ହେବା ପ୍ରୟୋଜନୀୟ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୩। ଅବାଧ ସଂଭାଗ କହିଲେ କ’ଣ ବୁଝାଯାଏ ?
Answer:
ଯେଉଁ ସଂଭାଗର ନିମ୍ନସୀମା କିମ୍ବା ଉର୍ଦ୍ଧ୍ୱସୀମା ନ ଥାଏ ତାହାକୁ ଅବାଧ ସଂଭାଗ କୁହାଯାଏ।

୪। ବଣ୍ଟନକୁ ସମଚତୁର୍ଥାଂଶରେ ବିଭକ୍ତ କରୁଥିବା ଲବ୍‌ଧାଙ୍କ ବା ସଂଖ୍ୟା ଗୁଡ଼ିକୁ କ’ଣ କୁହାଯାଏ ?
Answer:
ବଣ୍ଟନକୁ ସମଚତୁର୍ଥାଂଶରେ ବିଭକ୍ତ କରୁଥିବା ଲବ୍‌ଧାଙ୍କ ବା ସଂଖ୍ୟାଗୁଡ଼ିକୁ ଚତୁର୍ଥାଂଶକ କୁହାଯାଏ।

୫। କେଉଁ ମଧ୍ଯକକୁ ବଣ୍ଟନର ଭାରକେନ୍ଦ୍ର ବୋଲି କୁହାଯାଏ ?
Answer:
ମାଧ୍ୟମାନକୁ ବଣ୍ଟନର ଭାରକେନ୍ଦ୍ର କୁହାଯାଏ ।

୬। ଏକ ବଣ୍ଟନର ସର୍ବାଧ‌ିକ ଥର ଆବିର୍ଭାବ ହେଉଥ‌ିବା ମଧ୍ଯକଟିର ନାମ କ’ଣ ?
Answer:
ଏକ ବଣ୍ଟନର ସର୍ବାଧ‌ିକ ଥର ଆବିର୍ଭାବ ହେଉଥ‌ିବା ମଧକଟିର ନାମ ଗରିଷ୍ଠକ ।

୭। ଯେଉଁ ମଧ୍ୟକ ବଣ୍ଟନକୁ ସମଦ୍ବିଭାଗ କରେ ତାହାର ନାମ କ’ଣ ?
Answer:
ଯେଉଁ ମଧ୍ୟକ ବଣ୍ଟନକୁ ସମଦ୍ବିଭାଗ କରେ ତାହାର ନାମ ମଧ୍ୟମା ।

୮। କେଉଁ ମଧ୍ଯକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ଅଟେ ?
Answer:
ମାଧ୍ଯମାନ

୯। ଯେଉଁ ବଣ୍ଟନରେ ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ସମାନ ହୋଇଥା’ନ୍ତି ତାହାକୁ କି ପ୍ରକାର ବଣ୍ଟନ କୁହାଯାଏ ?
Answer:
ପ୍ରତିସମ ବଣ୍ଟନ କୁହାଯାଏ।

୧୦। ହାରାହାରି କାହାକୁ କୁହାଯାଏ ?
Answer:
ହାରାହାରି ଏକ ସଂଖ୍ୟା ଯାହା ସମୁଦାୟ ସମଷ୍ଟିକୁ ବର୍ଣନା କରିଥାଏ।

୧୧। କେନ୍ଦ୍ରୀୟ ପ୍ରବୃତ୍ତିର ସବୁଠାରୁ ସରଳ ପରିମାପକଟି କ’ଣ ?
Answer:
ମାଧମାନ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୨। ମାଧମାନ ନିର୍ଣ୍ଣୟ କରାଯିବାର ସୂତ୍ର କ’ଣ ?
Answer:
CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ 1

୧୩। କୌଣସି ବଣ୍ଟନରେ ଲବ୍‌ଧାଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ସମଷ୍ଟି କେତେ ?
Answer:
ଶୂନ

୧୪। କେଉଁ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ଚରମ ଲବ୍‌ଧାଙ୍କ ଚୂଡ଼ାନ୍ତ ମୂଲ୍ୟହାର ବିଶେଷ ପ୍ରଭାବିତ ହୋଇଥାଏ ?
Answer:
ମାଧ୍ଯମାନ

୧୫। ଗୁଣାତ୍ମକ ତଥ୍ୟାବଳୀର କେନ୍ଦ୍ରୀୟ ପ୍ରବୃତ୍ତିର ସର୍ବୋତ୍କୃଷ୍ଟ ମାପକର ନାମ କ’ଣ ?
Answer:
ମଧ୍ୟମା

୧୬। ଅବାଧ ସଂଭାଗଯୁକ୍ତ ବଣ୍ଟନରେ କେଉଁ ପରିମାପକ ଅଧ୍ବକ ଉପଯୋଗୀ ?
Answer:
ମଧ୍ୟମା ଓ ଗରିଷ୍ଠକ

୧୭ । କେଉଁ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ଅସମାନ ସଂଭାଗଯୁକ୍ତ ବଣ୍ଟନର ଅଧିକ ଉପଯୋଗୀ ?
Answer:
ମାଧ୍ଯମାନ ଓ ମଧ୍ୟମା

୧୮। କେଉଁ ହାରାହାରି ରେଖାଚିତ୍ର ମାଧ୍ୟମରେ ପ୍ରଦର୍ଶିତ କରାଯାଇପାରେ ନାହିଁ ?
Answer:
ମାଧ୍ଯମାନ

୧୯। କେଉଁ ହାରାହାରି ସର୍ବାଧ‌ିକ ବାରମ୍ବାରତା ଦ୍ବାରା ଜଣାଯାଏ ?
Answer:
ଗରିଷ୍ଠକ

୨୦ । କେଉଁ ହାରାହାରି ନମୁନା ପରିବର୍ତ୍ତନରେ ବିଶେଷ ପ୍ରଭାବିତ ହୁଏ ନାହିଁ ।
Answer:
ମାଧ୍ଯମାନ

୨୧। କେଉଁ ହାରାହାରି ପୋଷକ ପରିଛେଦ ପ୍ରସ୍ତୁତିରେ ସହାୟକ ହୁଏ ।
Answer:
ରରିଷକ

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୨୨ । ମାଧ୍ଯମାନ, ମଧ୍ୟମା ଓ ଗରିଷକ ମଧ୍ୟରେ ଗାଣିତିକ ସଂପର୍କ କ’ଣ ?
Answer:
ଗରିଷ୍ଠକ = ୩ ମଧ୍ୟମା – ୨ ମାଧ୍ଯମାନ

୨୩। ଗାଣିତିକ ହାରାହାରି କାହାକୁ କୁହାଯାଏ ?
Answer:
ମାଧ୍ୟମାନକୁ ଗାଣିତିକ ହାରାହାରି କୁହାଯାଏ ।

୨୪। କେଉଁ ହାରାହାରି ସଞ୍ଚୟୀ ବାରମ୍ବାରତା ବକ୍ର ସାହାଯ୍ୟରେ ଦର୍ଶାଯାଇ ପାରିବ ।
Answer:
ମାଧ୍ଯମା

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ପ୍ରତିସମ ବଣ୍ଟନରେ ମାଧ୍ୟମାନ ମଧ୍ଯମାଠାରୁ ବଡ଼ ।
Answer:
ପ୍ରତିସମ ବଣ୍ଟନରେ ମାଧ୍ୟମାନ ମଧ୍ଯମା ସହିତ ସମାନ।

୨। କୌଣସି ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧ୍ଯମାର ବିଚ୍ୟୁତିମାନଙ୍କର ସମଷ୍ଟି ଶୂନ୍ୟ ହୋଇଥାଏ।
Answer:
କୌଣସି ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ସମଷ୍ଟି ଶୂନ୍ୟ ହୋଇଥାଏ।

୩। ୫ଟି ସଂଖ୍ୟାରେ ମାଧ୍ଯମାନ ୮ ଓ ୧୦ଟି ସଂଖ୍ୟାର ମାଧ୍ୟମାନ ୫ ହେଲେ, ସମସ୍ତ ସଂଖ୍ୟାର ମାଧ୍ଯମାନ ୬ ହେବ ।
Answer:
ଠିକ୍

୪। କୌଣସି ବଣ୍ଟନର ସର୍ବାଧ‌ିକ ବାର ଆବିର୍ଭୂତ ଲବ୍‌ଧାଙ୍କକୁ ତାହାର ଗରିଷ୍ଠକ କୁହାଯାଏ ।
Answer:
ଠିକ୍

୫। ପ୍ରତିସମ ବଣ୍ଟନରେ ମଧ୍ୟମା ମାଧ୍ଯମାନଠାରୁ ସାନ ।
Answer:
ପ୍ରତିସମ ବଣ୍ଟନରେ ମଧ୍ୟମା ମାଧ୍ଯମାନଠ ସାନ ସମାନ।

୬। ଯଦି ଗୋଟିଏ ତଥ୍ୟାବଳୀରେ ମାଧ୍ୟମାନ ୮୦ ଓ ମଧ୍ୟମା ୧୨୦ ହୁଏ, ଗରିଷ୍ଠକର ମୂଲ୍ୟ ୧୨୦ରୁ ବେଶୀ ହେବ।
Answer:
ଠିକ୍ (ଗରିଷ୍ଠକ = ୩ ମଧ୍ୟମା – ୨ ମାଧ୍ଯମାନ)

୭। ମାଧ୍ଯମାନ ଓ ଗରିଷ୍ଠକ ଲେଖଚିତ୍ର ମାଧ୍ୟମରେ ନିରୂପଣ କରାଯାଇପାରେ ।
Answer:
ମାଧ୍ଯମା ଓ ଗରିଷ୍ଠକ ଲେଖଚିତ୍ର ମାଧ୍ୟମରେ ନିରୂପଣ କରାଯାଇପାରେ ।

୮। ଗୋଟିଏ ଅପ୍ରତିସମ ବଣ୍ଟନରେ ମାଧ୍ୟମାନ, ମଧ୍ୟମା ଓ ଗରିଷ୍ଠକର ମୂଲ୍ୟ ସମାନ ଅଟେ।
Answer:
ଗୋଟିଏ ପ୍ରତିସମ ବଣ୍ଟନରେ ମାଧମାନ, ମଧ୍ୟମା ଓ ଗରିଷ୍ଠକର ମୂଲ୍ୟ ସମାନ ଅଟେ।

୯। ମାଧ୍ଯମାନ ଏକ ଅବସ୍ଥାପିତ ହାରାହାରି ।
Answer:
ମଧ୍ୟମା ଏକ ଅବସ୍ଥାପିତ ହାରାହାରି।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୧୦। ଯଦି ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କ ମଧ୍ୟମାଦ୍ଵାରା ପ୍ରତିବଦଳ ହୁଏ, ତେବେ ଅବସ୍ଥାପିତ ମୂଲ୍ୟର ସମଷ୍ଟି ଲବ୍‌ଧାଙ୍କମାନଙ୍କର ସମଷ୍ଟି ସହିତ ସମାନ ହୁଏ।
Answer:
ଯଦି ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କ ମାଧ୍ୟମାନ ଦ୍ଵାରା ପତ୍ରିବଦଳ ହୁଏ, ତେବେ ଅବସ୍ଥାପିତ ମୂଲ୍ୟର ସମଷ୍ଟି ଲବ୍‌ଧାଙ୍କମାନଙ୍କର ସମଷ୍ଟି ସହିତ ସମାନ ହୁଏ।

୧୧। ମଧ୍ଯମାର ସଠିକ୍ ସଂଜ୍ଞା ନାହିଁ ।
Answer:
ଗରିଷ୍ଠକର ସଠିକ୍ ସଂଜ୍ଞା ନାହିଁ ।

୧୨। ଯଦି ମାଧ୍ଯମାନଠାରୁ କମ୍ ମୂଲ୍ୟର ଏକ ଲବ୍‌ଧାଙ୍କ ବିତରଣରେ ଯୋଗ କରାଯାଏ, ତେବେ ମାଧ୍ଯମାନର ମୂଲ୍ୟ ହୁଏ ।
Answer:
ଯଦି ମାଧ୍ୟମାନଠାରୁ କମ୍ ମୂଲ୍ୟର ଏକ ଲବ୍‌ଧାଙ୍କ ବିତରଣରେ ଯୋଗ କରାଯାଏ, ତେବେ ମାଧ୍ଯମାନର ମୂଲ୍ୟ ହ୍ରାସ ହୁଏ ।

୧୩। ଯୋତା ପ୍ରସ୍ତୁତକାରୀ ମାଧ୍ଯମାନ ପ୍ରତି ସଚେତନ ଥା’ନ୍ତି।
Answer:
ଯୋତା ପ୍ରସ୍ତୁତକାରୀ ଗରିଷ୍ଠକ ପ୍ରତି ସଚେତନ ଥା’ନ୍ତି।

୧୪। ଗରିଷ୍ଠକ ଏକ କାଳ୍ପନିକ ମୂଲ୍ୟ ।
Answer:
ଗରିଷ୍ଠକ ଏକ ବାସ୍ତବ ମୂଲ୍ୟ।

୧୫। କୌଣସି ତଥ୍ୟାବଳୀରେ ଲବ୍‌ଧାଙ୍କ ମାନଙ୍କର ବାରମ୍ବାରତା ସମାନ ଥିଲେ ତାହାକୁ ଗରିଷ୍ଠକ ବିହୀନ୍ କୁହାଯାଏ।
Answer:
ଠିକ୍

୧୬। ଯେଉଁ ସଂଭାଗରେ ସର୍ବାଧ‌ିକ ବାରମ୍ବାରତା ଥିବ ତାହାକୁ ଗରିଷ୍ଠକ ସଂଭାଗ କୁହାଯାଏ।
Answer:
ଠିକ୍

୧୬। ଯେଉଁ ସଂଭାଗରେ ସର୍ବାଧ‌ିକ ବାରମ୍ବାରତା ଥୁବ ତାହାକୁ ଗରିଷ୍ଠକ ସଂଭାଗ କୁହାଯାଏ।
Answer:
ଗରିଷ୍ଠକକୁ ପର୍ଯ୍ୟବେକ୍ଷଣ ପଦ୍ଧତିରେ ନିର୍ଣ୍ଣୟ କରାଯାଇପାରେ।

୧୮। ଦ୍ଵିତୀୟ ଚତୁର୍ଥାଂଶକ (O2) ମାଧ୍ଯମାନ ସହ ସମାନ।
Answer:
ଦ୍ବିତୀୟ ଚତୁର୍ଥାଂଶକ ମଧ୍ୟମା ସହ ସମାନ।

୧୯। ଓଜିଭ୍ ସାହାଯ୍ୟରେ ମାଧ୍ଯମାନ ନିର୍ଣ୍ଣୟ କରାଯାଇପାରେ ।
Answer:
ଓଜିଭ୍ ସାହାଯ୍ୟରେ ମଧ୍ୟମା ନିର୍ଣ୍ଣୟ କରାଯାଇପାରେ ।

୨୦ । କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ତଥ୍ୟାବଳୀକୁ ବିସ୍ତୃତ କରି ପ୍ରକାଶ କରେ ।
Answer:
କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ତଥ୍ୟାବଳୀକୁ ସଂକ୍ଷିପ୍ତ କରି ପ୍ରକାଶ କରେ।

୨୧। ଏକ ଉତ୍ତମ ହାରାହାରିର ଗାଣିତିକ ପ୍ରତିପାଦନ କ୍ଷମତା ଥାଏ।
Answer:
ଠିକ୍

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୨୨। ମାଧମା ସାଧାରଣ ଲୋକ ବ୍ୟବହାର କରୁଥିବା ଏକ ହାରାହାରି ।
Answer:
ମାଧମାନ ସାଧାରଣ ଲୋକ ବ୍ୟବହାର କରୁଥିବା ଏକ ହାରାହାରି ।

୨୩। ବଣ୍ଟନର ଲବ୍‌ଧାଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ବର୍ଗର ସମଷ୍ଟି ସର୍ବାଧିକ ହୋଇଥାଏ।
Answer:
ବଣ୍ଟନର ଲବ୍‌ଧାଙ୍କଠାରୁ ମାଧମାନର ବିଚ୍ୟୁତିମନଙ୍କର ବର୍ଗର ସମଷ୍ଟି ସର୍ବନିମ୍ନ ହୋଇଥାଏ।

୨୪। ଏକ ଉତ୍ତମ ହାରାହାରି ପ୍ରତ୍ୟେକ ପର୍ଯ୍ୟବେକ୍ଷଣ ଭିଭିକ ହେବା ଉଚିତ୍ ।
Answer:
ଠିକ୍

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ତିନୋଟି ବାକ୍ୟ ମଧ୍ଯରେ ନିମ୍ନଲିଖୂ ପ୍ରଶ୍ନମାନଙ୍କ ଉତ୍ତର ଦିଅ।

୧। ମାଧ୍ଯମାନ କ’ଣ ?
Answer:
ମାଧ୍ଯମାନ ଏକ ସାଧାରଣ ଭାବରେ ବ୍ୟବହୃତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ। ଏହା କେନ୍ଦ୍ରୀୟ ପ୍ରବୃତ୍ତିର ଏକ ସରଳ ପରିମାପକ। ଗୋଟିଏ ମାଳାରେ ଥିବା ସମସ୍ତ ଲବ୍ଧଙ୍କର ସମଷ୍ଟିକୁ ସେମାନଙ୍କର ମୋଟ ସଂଖ୍ୟା ଦ୍ଵାରା ଭାଗକଲେ ଯେଉଁ ମୂଲ୍ୟ ମିଳେ, ତାହାକୁ ମାଧ୍ୟମାନ କୁହାଯାଏ।

୨। ଏକ ଉତ୍ତମ ହାରାହାରି କିପରି ଚୟନ କରିବ ?
Answer:

  • ପରିସଂଖ୍ୟାନର ଆଭିମୁଖ୍ୟକୁ ଲକ୍ଷ୍ୟରେ ରଖୁ ହାରାହାରି ସ୍ଥିର କରାଯିବା ଉଚିତ୍।
  • ଏହା ବିତରଣ ପ୍ରକ୍ରିୟାରେ ମୌଳିକ ଲକ୍ଷଣକୁ ପ୍ରତିଫଳିତ କରିପାରୁଥିବ।
  • ତଥ୍ୟାବଳୀର ପ୍ରକୃତିକୁ ପ୍ରଦର୍ଶିତ କରିପାରୁଥିବା ଦରକାର।
  • ଏହାର ସଠିକ୍ ସଂଜ୍ଞା ଥିବା ଆବଶ୍ୟକ।
  • ଏହାର ଦୋଷତ୍ରୁଟିର ମାତ୍ରା କମ୍ ରହିଥିବା ଦରକାର।

୩। କେନ୍ଦ୍ରୀୟ ପ୍ରବୃତ୍ତି ପରିମାପର ଗୁରୁତ୍ଵ କ’ଣ ?
Answer:

  • ଏହା ପ୍ରତିନିଧୃତ୍ଵ ମୂଲ୍ୟ ପ୍ରଦାନ କରେ।
  • ବ୍ୟବହାର ଯୋଗ୍ୟ ତଥ୍ୟାବଳୀକୁ ଛୋଟ ସଂଖ୍ୟାରେ ପରିଣତ କରିବାରେ ଏହା ହିଁ ଏକମାତ୍ର ଅବଲମ୍ବନ।
  • ଏହା ତୁଳନା କରିବାରେ ସାହାଯ୍ୟ କରେ।
  • ଏହା ବିଭିନ୍ନ ଅର୍ଥନୈତିକ ସମସ୍ୟା ଅଧ୍ୟୟନ କରେ।
  • ଏହା ଅଧ୍ବକ ପରିସଂଖ୍ୟାନ ବିଶ୍ଳେଷଣ ପାଇଁ ଦିଗ୍‌ଦର୍ଶନ ଦିଏ।

୪। କେନ୍ଦ୍ରୀୟ ପ୍ରବୃତ୍ତି ପରିମାପର ଦୋଷତ୍ରୁଟି ବର୍ଣ୍ଣନା କର ?
Answer:

  • କେନ୍ଦ୍ରୀୟ ପ୍ରବୃତ୍ତି କେବଳ ବିଶେଷଜ୍ଞମାନଙ୍କଦ୍ୱାରା ବ୍ୟବହାର କରାଯାଇଥାଏ । ସାଧାରଣ ବ୍ୟକ୍ତି ଏହାର ବ୍ୟବହାର କରିପାରନ୍ତି ନାହିଁ ।
  • ଏହି ପରିମାପ ସମଗ୍ର ତଥ୍ୟାବଳୀର ପ୍ରତିନିଧୁତ୍ଵ କରୁଥିଲେ ହେଁ କେତେକ ସମୟରେ ହାରାହାରି ମୂଲ୍ୟଟି ତଥ୍ୟାବଳୀ ମଧ୍ୟରେ ନ ଥାଏ।
  • କେତେକ କ୍ଷେତ୍ରରେ ଏହା ଭ୍ରମାତ୍ମକଫଳ ପ୍ରଦାନ କରେ।
  • ଏହା ବିତରଣର ସଠିକ୍ ଚିତ୍ର ପ୍ରଦାନ କରିନଥାଏ ।
  • ଏହା କେବଳ ପରିମାଣାତ୍ମକ ପରିପ୍ରକାଶ ମାତ୍ର ଗୁଣାତ୍ମକ ପରିପ୍ରକାଶ ଏହା କରି ନ ଥାଏ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୫। ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ମଧ୍ୟରେ କ’ଣ ତଥ୍ୟ ଭିତ୍ତିକ ସମ୍ବନ୍ଧ ଅଛି ?
Answer:
ପ୍ରତିସମ ବଣ୍ଟନ କ୍ଷେତ୍ରରେ ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ସମ୍ପୂର୍ଣ୍ଣଭାବେ ସମାନ ହୋଇଥା’ନ୍ତି। ଅର୍ଥାତ୍ ସେମାନେ ପରସ୍ପର ସହିତ ସମାନ ହୋଇଥିବାର ଦେଖାଯାଏ। ଅର୍ଥାତ୍ ମାଧମାନ = ମଧ୍ୟମା = ଗରିଷ୍ଠକ । ମାତ୍ର ଅପ୍ରତିସମ ବଣ୍ଟନ କ୍ଷେତ୍ରରେ ମାଧ୍ୟମାନ ଓ ଗରିଷ୍ଠକ ମଧ୍ୟମଠାରୁ ବଡ଼ କିମ୍ବା ସାନ ହୋଇଥା’ନ୍ତି। ସେମାନଙ୍କ ମଧ୍ୟରେ ତଥ୍ୟଭିତ୍ତିକ ସମ୍ବନ୍ଧ ହେଲା – ଗରିଷ୍ଠକ = ୩ ମଧ୍ଯମା

୬। ମଧ୍ୟମା କ’ଣ ?
Answer:
ମଧ୍ୟମା ହେଉଛି କେନ୍ଦ୍ରୀୟ ପ୍ରବଣତାର ଅନ୍ୟ ଏକ ମାର୍ଗ । ମଧ୍ଯମାଠାରୁ ଏହାର ପ୍ରକୃତି ଅନ୍ୟ ପ୍ରକାର । ସମଗ୍ର ବିତରଣରେ ମଧମା ଏକ ଲବ୍‌ଧାଙ୍କ ବିନ୍ଦୁ ରୂପେ କାମକରେ । ଅର୍ଥାତ୍ ବିତରଣର ଠିକ୍ ମଧ୍ୟସ୍ଥଳରେ ଥାଏ । ଏଥୁରେମଧ୍ୟମାଠାରୁ ଉଚ୍ଚକ୍ରମର ଥିବା ଲବ୍‌ଧାଙ୍କ ସଂଖ୍ୟା ତାହାର ନିମ୍ନକ୍ରମରେ ଥିବା ଲବ୍‌ଧାଙ୍କ ସଂଖ୍ୟା ସହିତ ସମାନ ଥାଏ । ଅନ୍ୟଭାବରେ କହିବାକୁ ଗଲେ ବିତରଣ ଅନ୍ତର୍ଗତ ସମୁଦାୟ ଲବ୍‌ଧାଙ୍କର50% ଏହି ବିନ୍ଦୁର ଉର୍ଦ୍ଧରେ ଓ 50% ଏହି ବିନ୍ଦୁର ନିମ୍ନରେ ଥାଏ । ଅବର୍ଗିକ
ତଥ୍ୟରେ ମଧ୍ୟମା \(M=\frac{N+1 \text { th }}{2}\) item
ଶ୍ରେଣୀ ବଦ୍ଧ ତଥ୍ୟରେ ମଧ୍ୟମା \(\mathrm{M}=\frac{\mathrm{L}+\mathrm{N} / 2-\mathrm{C} \cdot \mathrm{F}}{\mathrm{F}} \times \mathrm{i}\)

୭। ଗରିଷ୍ଠକ କାହାକୁ କହନ୍ତି ?
Answer:
କୌଣସି ଅବର୍ଗିତ ତଥ୍ୟାବଳୀ ବତରଣରେ ଯେଉଁ ଲବ୍‌ଧାଙ୍କ ସର୍ବାଧିକର ପରିଲକ୍ଷିତ ହୁଏ, ସେହି ଲବ୍‌ଧାଙ୍କ ସେହି ତଥ୍ୟାବଳୀର ଗରିଷ୍ଠକ ରୂପେ ଗୃହୀତ ହୋଇଥାଏ । ଉଦାହରଣ ସ୍ଵରୂପ 10, 12, 12, 10, 11, 13,10,11,10 ଏହି ତଥ୍ୟାବଳୀର ଗରିଷ୍ଠକ ହୋଇଛି 10, କାରଣ , ଏହା ସର୍ବାଧ୍ଵର ବ୍ୟବହୃତ ହୋଇଛି, ପୁନଶ୍ଚ ବର୍ଗିତ ତଥ୍ୟାବଳୀରେ ଯେଉଁ ସଂମ୍ଭାଗର ପୌନପୁନ୍ଯ ସର୍ବାଧ‌ିକ ହୋଇଥାଏ, ତାହାର ମଧ୍ୟବିନ୍ଦୁ ସ୍ଥଳ ଗରିଷ୍ଠକ ରୂପେ ପରିଗଣିତ ହୋଇଥାଏ ।

୮। ଗୁଣୋତ୍ତର ମାଧ୍ଯମାନର ଦୁର୍ଗୁଣଗୁଡ଼ିକ ଲେଖ ।
Answer:

  • ଲଘୁଗଣକ ବ୍ୟବହାର କରି ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ହେଉଥ‌ିବାରୁ ଏହା କଠିନ ଅଟେ ।
  • ଲବ୍‌ଧାଙ୍କର ବିଯୁକ୍ତ ମୂଲ୍ୟ ଥିଲେ ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ସମ୍ଭବ ନୁହେଁ ।
  • ଗୁଣୋତ୍ତର ମାଧ୍ଯମାନର ବ୍ୟବହାର ସୀମିତ ଅଟେ ।

୯। ହରାତ୍ମକ ମାଧ୍ଯମାନର ସୁଗୁଣଗୁଡ଼ିକ ଲେଖ ।
Answer:

  • ସାଂଖ୍ୟକ ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କକୁ ପର୍ଯ୍ୟବସିତ ହରାତ୍ମକ ମାଧ୍ୟମାନ ନିର୍ଣ୍ଣୟ କରାଯାଏ ।
  • ଏହାର ଗାଣିତିକ ବ୍ୟବହାର କରାଯାଇ ପାରିବ ।
  • ଗାଡ଼ିର ବେଗର ହାରାହାରି ଓ ସମୟର ହାରାହାରି ପାଇଁ ହରାତ୍ମକ ମାଧ୍ୟମାନ ଉତ୍ପାଦନ ଅଟେ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

F. ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ମଧ୍ୟମା ଓ ମାଧ୍ୟମାନ
Answer:
ମଧ୍ୟମା ଏକ ଅବସ୍ଥାପିତ କେନ୍ଦ୍ରୀୟ ମାପକ ଅଟେ । କୌଣସି ତଥ୍ୟାବଳୀର ଲବ୍‌ଧାଙ୍କ ଗୁଡ଼ିକୁ ଉର୍ଦ୍ଧ୍ବକ୍ରମ ବା ଅଧଃକ୍ରମରେ ସଜାଡ଼ି ଦେଲେ ସେମାନଙ୍କର ମଧ୍ୟମ ଲବ୍‌ଧାଙ୍କକୁ ମଧ୍ୟମା କୁହାଯାଏ । ମଧ୍ୟମା ଏକ ବିଭାଜନ ମୂଲ୍ୟ ଅଟେ । ଏହା ବଣ୍ଟନକୁ ସମାନ ଦୁଇଭାଗରେ ବିଭକ୍ତ କରେ। ଏହା ବଣ୍ଟନର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ବୁଝାଇଥାଏ।

ତେଣୁ ବଣ୍ଟନର କେତେକ ଲବ୍‌ଧାଙ୍କ ପରିବର୍ତ୍ତନ ହେଲେ ମଧ୍ୟ ମଧ୍ୟମା ପରିବର୍ତ୍ତନ ହୋଇ ନ ପାରେ। ମାଧ୍ଯମାନ କୁହାଯାଏ। କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ମାନଙ୍କ ମଧ୍ୟରୁ ମାଧମାନଠାରେ ଆଦର୍ଶ ମଧ୍ଯକର ପ୍ରାୟ ସମସ୍ତ ଗୁଣାବଳୀ ରହିଅଛି। ତେଣୁ ମାଧ୍ୟମାନ ବହୁଳ ଭାବେ ବ୍ୟବହୃତ ହୁଏ।

୨। ମାଧ୍ଯମାନ ଓ ଭାରି ଗାଣିତିକ ମାଧ୍ୟମାନ
Answer:
କେନ୍ଦ୍ରୀୟ ପ୍ରବୃତ୍ତିର ଏକ ସରଳ ପରିମାପକ ହେଉଛି ମାଧ୍ଯମାନ। ଗୋଟିଏ ମାଳାରେ ଥିବା ସମସ୍ତ ଲବ୍‌ଧାଙ୍କର ସମଷ୍ଟିକୁ ସେମାନଙ୍କର ମୋଟ ସଂଖ୍ୟା ଦ୍ଵାରା ଭାଗକଲେ ଯେଉଁ ମୂଲ୍ୟ ମିଳେ ତାହାକୁ ମାଧ୍ୟମାନ କୁହାଯାଏ।

ମାଧ୍ଯମାନରେ ସମସ୍ତ ରାଶିକୁ ସମାନ ପ୍ରାଧାନ୍ୟ ଦେଇଥାଏ। ଏହି ପରିସ୍ଥିତିରେ ଭାରି ଗାଣିତିକ ମାଧ୍ୟମାନର ଆମେ ସହାୟତା ନେଉ। ଭାରି ଗାରିତିକ ମାଧ୍ୟମାନରେ ଭିନ୍ନ ଭିନ୍ନ ରାଶି ଗୁଡ଼ିକର ଭିନ୍ନ ଭିନ୍ନ ଗୁରୁତ୍ଵ ଥାଏ। ଭାରି ଗାଣିତିକ ମାଧ୍ୟମାନ ନିର୍ଣ୍ଣୟ କରିବା ପାଇଁ ସୂତ୍ର ହେଲା –

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ 2

୩। ମଧ୍ୟମା ଓ ଗରିଷ୍ଠକ
Answer:
ମଧ୍ୟମା ଏକ କେନ୍ଦ୍ରସ୍ଥାନୀୟ ମାପକ ଅଟେ । ଏହା ବଣ୍ଟନର ଲବ୍‌ଧାଙ୍କ ଗୁଡ଼ିକୁ ଏପରି ଦୁଇଟି ସମାନଭାଗରେ ବିଭକ୍ତ କରେ ଯେପରିକି ଅର୍ଦ୍ଧେକ ଲବ୍‌ଧାଙ୍କ ମଧ୍ୟମାଠାରୁ ବେଶି ହେବାବେଳେ ଅନ୍ୟ ଅର୍ଦ୍ଧେକ ଏହାଠାରୁ କମ୍ ହୋଇଥାଏ। ତେଣୁ କୌଣସି ତଥ୍ୟାବଳୀର ଲବ୍‌ଧାଙ୍କଗୁଡ଼ିକ ସାନରୁ ବଡ଼ ବା ବଡ଼ରୁ ସାନ କ୍ରମରେ ସଜାଇଦେଲେ ସେମାନଙ୍କର ମଧ୍ୟମ ଲବ୍‌ଧାଙ୍କକୁ ତଥ୍ୟାବଳୀର ମଧ୍ୟମା କୁହାଯାଏ।

କୌଣସି ତଥ୍ୟାବଳୀର ସର୍ବାଧ‌ିକ ଥର ଆବିର୍ଭାବ ହେଉଥିବା ଲବ୍‌ଧାଙ୍କକୁ ଉକ୍ତ ତଥ୍ୟାବଳୀର ଗରିଷ୍ଠକ କୁହାଯାଏ। କୌଣସି ତଥ୍ୟାବଳୀରେ ଅନ୍ତର୍ଭୁକ୍ତ ଲବ୍‌ଧାଙ୍କ ମାନଙ୍କର ବାରମ୍ବାରତା ସମାନ ଥିଲେ, ଏହି ତଥ୍ୟାବଳୀର ଗରିଷ୍ଠକ ନାହିଁ ବୋଲି କୁହାଯାଏ। ଯଦି ଦୁଇଟି ଲବ୍‌ଧାଙ୍କର ବାରମ୍ବାରତା ସମାନ ଓ ସର୍ବାଧ‌ିକ ହୁଏ ତାହେଲେ ଉକ୍ତ ବଣ୍ଟନକୁ ଦ୍ଵିଗରିଷ୍ଠକ ବଣ୍ଟନ ବୋଲି କୁହାଯାଏ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ କହିଲେ କ’ଣ ବୁଝ ? ଏହାର ଆବଶ୍ୟକତା ଉପରେ ଆଲୋକପାତ କର । ଏକ ଉତ୍ତମ କେନ୍ଦ୍ରୀୟ ପ୍ରବଣତାର ପରିମାପକର ବୈଶିଷ୍ଟ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
କେନ୍ଦ୍ରୀୟ ପ୍ରବୃତ୍ତି ବା କେନ୍ଦ୍ରୀୟ ପ୍ରବଣତାର ପରିମାପ କହିଲେ କୌଣସି ବିତରିତ ତଥ୍ୟାବଳୀର ସମସ୍ତ ମୂଲ୍ୟକୁ ପ୍ରତିନିଧୂ କରୁଥ‌ିବା ଗୋଟିଏ ସଂଖ୍ୟାକୁ ବୁଝାଇଥାଏ, ଯାହାକି ତଥ୍ୟାବଳୀର ବାରମ୍ବାରତା ବିତରଣର କେନ୍ଦ୍ରରେ ଅବସ୍ଥିତ ହୋଇଥାଏ । ସାଧାରଣତଃ କୌଣସି ବଣ୍ଟନର ସମସ୍ତ ଲବ୍‌ଧାଙ୍କମାନଙ୍କୁ ମନେରଖୁବା ସହଜସାଧ୍ୟ ନୁହେଁ ।

ତେଣୁ ତଥ୍ୟାବଳୀକୁ ଗୋଟିଏ ଲବ୍‌ଧାଙ୍କକୁ ପରିଣତ କରାଯାଏ । ଯେଉଁ ଗୋଟିଏ ଲବ୍‌ଧାଙ୍କ ତଥ୍ୟାବଳୀକୁ ପ୍ରତିନିଧୃତ୍ଵ କରୁଥାଏ ତାହାକୁ କେନ୍ଦ୍ରୀୟ ପ୍ରବୃତ୍ତି କୁହାଯାଏ । ଏହା ତଥ୍ୟାବଳୀର ସମସ୍ତ ଗୁଣ ବହନ କରିଥାଏ । ଏହା ମଧ୍ୟ ତଥ୍ୟାବଳୀର ସର୍ବୋଚ୍ଚ ବା ସର୍ବନିମ୍ନ ଲବ୍‌ଧାଙ୍କ ନ ହୋଇ ତଥ୍ୟାବଳୀର କେନ୍ଦ୍ରରେ ଅବସ୍ଥାପିତ ହୋଇଥାଏ ।

କେନ୍ଦ୍ରୀୟ ପ୍ରବଣତାର ପରିମାପକ ପରିସଂଖ୍ୟାନ ଶାସ୍ତ୍ରର କେନ୍ଦ୍ରବିନ୍ଦୁ । ଏହାର ଆବଶ୍ୟକତା ବହୁତ । ସେଗୁଡ଼ିକ ହେଲା-
(a) ତଥ୍ୟାବଳୀକୁ ଛୋଟ ଓ ସରଳ କରିବା– ପ୍ରଥମତଃ କେନ୍ଦ୍ରୀୟ ପ୍ରବଣତାର ପରିମାପକ ବିସ୍ତୀର୍ଣ୍ଣ ତଥ୍ୟାବଳୀକୁ

(b) ତୁଳନାତ୍ମକ ବିଚାର– କେନ୍ଦ୍ରୀୟ ପ୍ରବଣତାର ପରିମାପକ ବିଭିନ୍ନ ତଥ୍ୟାବଳୀର ତୁଳନା କରିବାର ପଥ ସୁଗମ କରିଥାଏ । ତଥ୍ୟାବଳୀଗୁଡ଼ିକର ବିସ୍ତୀଣ୍ଣତା ହେତୁ ସହଜରେ ତୁଳନା ହୋଇପାରେ ନାହିଁ । କିନ୍ତୁ ତଥ୍ୟାବଳୀର ପ୍ରତିନିଧୁଗୁଡ଼ିକୁ ତୁଳନା କରିବାରେ କିଛି ଅନ୍ତରାୟ ହୁଏ ନାହିଁ ।

(c) ଅଧ୍ଵନ୍ତୁ ଗାଣିତିକ ପ୍ରକ୍ରିୟାରେ ବ୍ୟବହାର ହୁଏ– କେତେକ ଗାଣିତିକ ପ୍ରକ୍ରିୟାରେ କେନ୍ଦ୍ରୀୟ ପ୍ରବୃତ୍ତିର ବ୍ୟବହାର ଅପରିହାର୍ଯ୍ୟ । ତଥ୍ୟାବଳୀର ବିଚ୍ୟୁତି, ବୈଷମ୍ୟ, କକୁଦତା, ସହସମ୍ବନ୍ଧ, ସମାଶ୍ରୟଣ ଗୁଣାଙ୍କ ଇତ୍ୟାଦି ଆକଳନ କରିବାରେ ଏହାକୁ ବ୍ୟବହାର କରାଯାଏ ।

(d) ସିଦ୍ଧାନ୍ତ ନେବାରେ ସାହାଯ୍ୟ କରେ– କେନ୍ଦ୍ରୀୟ ପ୍ରବଣତାର ପରିମାପକ କୌଣସି ଏକ ବିଷୟରେ ସିଦ୍ଧାନ୍ତରେ ଉପନୀତ ହେବାରେ ବହୁତ ସାହାଯ୍ୟ କରେ । ସାଧାରଣତଃ ଉତ୍ପାଦନ କ୍ଷେତ୍ରରେ, ସରକାରଙ୍କର ଆୟବ୍ୟୟ ବଣ୍ଟନ, ଯୋଜନା କ୍ଷେତ୍ରରେ ଏହାର ବ୍ୟବହାର ବହୁଳ ପରିମାଣ ହୋଇଥାଏ ।

ଉତ୍ତମ କେନ୍ଦ୍ରୀୟ ପ୍ରବଣତାର ପରିମାପର ବୈଚିତ୍ର –
ଏକ ଉତ୍ତମ କେନ୍ଦ୍ରୀୟ ପ୍ରବଣତାର ପରିମାପକଠାରେ ନିମ୍ନଲିଖୂତ ଗୁଣଗୁଡ଼ିକ ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ହେଲା –

  • କେନ୍ଦ୍ରୀୟ ପ୍ରବଣତାର ପରିମାପକ ବ୍ୟର୍ଥବୋଧକ ବା ଅସ୍ପଷ୍ଟ ହୋଇନଥ‌ିବ ।
  • ଏହାକୁ ସହଜରେ ବୁଝି ହେଉଥବ ଓ ଗଣନା କରାଯାଇପାରୁଥୁବ ।
  • ଏହା ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇଥବ ।
  • ଏହାକୁ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇପାରୁଥ‌ିବ ।
  • ଏହା ଚରମ ଲବ୍‌ଧାଙ୍କମାନଙ୍କଦ୍ୱାରା ପ୍ରଭାବିତ ହେଉନଥବ ।
  • ଏହାକୁ ଲେଖକ (graph) ରେ ପରିପ୍ରକାଶ କରାଯାଇ ପାରୁଥ‌ିବ ।
  • ଏହା ଚୟନ ତ୍ରୁଟିର ପ୍ରଭାବରେ ବିଶେଷଭାବରେ ପ୍ରଭାବିତ ହେଉ ନଥ‌ିବ ।

୨। ହାରାହାରିର ଆଭିମୁଖ୍ୟ (Objectives) ଓ କାର୍ଯ୍ୟାବଳୀ (Functions) ବର୍ଣନା କର । ଏକ ଉତ୍ତମ ହାରାହାରିର ବୈଶିଷ୍ଟ୍ୟ କ’ଣ ହୋଇପାରେ ?
Answer:
କୌଣସି ଏକ ସମଷ୍ଟିର କେନ୍ଦ୍ରୀୟ ପ୍ରବୃତ୍ତିର ସଂକ୍ଷିପ୍ତ ଓ ସରଳ ନିର୍ଦ୍ଦେଶକ ରୂପେ ହାରାହାରି କାର୍ଯ୍ୟ କରିଥାଏ । ଏହା ମୋଟ ସମଷ୍ଟିକୁ ପ୍ରତିନିଧ୍ୟ କରିଥାଏ । ପରିସଂଖ୍ୟାନ ପଦ୍ଧତିରେ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଗ୍ରହଣ କରିଅଛି । ତେଣୁ ବାଉଲି ଏହାକୁ ଯଥାର୍ଥରେ ‘ହାରାହାରିର ଏକ ବିଜ୍ଞାନ’ ବୋଲି ଆଖ୍ୟା ଦେଇଛନ୍ତି । ହାରାହାରିର ନିମ୍ନୋକ୍ତ କାର୍ଯ୍ୟାବଳୀ ଯଥା ଆଭିମୁଖ୍ୟ ଦେଖିବାକୁ ମିଳେ :

(1) ଜଟିଳ ତଥ୍ୟକୁ ଏହା ସରଳ ରୂପରେ ପ୍ରକାଶ କରିଥାଏ – ବହୁ ପରିମାଣର ସାଂଖ୍ୟକ ତଥ୍ୟକୁ ଏକତ୍ରିତ କରିବା କଷ୍ଟକର କାମ ଅଟେ । ମାତ୍ର ସହଜ ଉପାୟରେ ଜଟିଳ ତଥ୍ୟକୁ ହାରାହାରି ମାଧମରେ ସରଳ ଓ ବ୍ୟବସ୍ଥାସିଦ୍ଧ ରୂପରେ ପ୍ରକାଶ କରାଯାଇଥାଏ । ଏହା ସମଷ୍ଟିଗତ ତଥ୍ୟକୁ କେବଳ ମାତ୍ର ଗୋଟିଏ ସଂଖ୍ୟାରେ ଅଧ୍ୟୟନରତ ବ୍ୟାପାରର ସମସ୍ତ ଲକ୍ଷଣ ବହନ କରି ସାଧାରଣ ଉପସଂହାର ପ୍ରତିପାଦିତ କରେ ।

(2) ତୁଳନା କରିବାରେ ସାହାଯ୍ୟ କରେ– ଗୋଟିଏ ପ୍ରକାର ତଥ୍ୟ ସହିତ ଅନ୍ୟ ଏକ ତଥ୍ୟକୁ ତୁଳନା କରିବା ନିମିତ୍ତ ହାରାହାରି ଏକ ସାଧାରଣ ଆଖ୍ୟାଦାତା ଯୋଗାଇଥାଏ । ଏହାକୁ ଭିଭିକରି ଅନ୍ୟ ଏକ ସ୍ବତନ୍ତ୍ର ଦଳର ତଥ୍ୟର ଉପସଂହାର ପ୍ରସ୍ତୁତ କରାଯାଇପାରେ । ଉଦାହରଣସ୍ୱରୂପ, ଭାରତ ଓ ଆମେରିକାର ମୁଣ୍ଡପିଛା ଆୟ ତୁଳନା କଲେ ଜଣାଯାଏ ଯେ ଆମେରିକା ତୁଳନାରେ ଭାରତର ମୁଣ୍ଡପିଛା ଆୟ ଯଥେଷ୍ଟ କମ୍ । ତେଣୁ ଆମେରିକା ତୁଳନାରେ ଭାରତ ଏକ ଗରିବ ଦେଶ ଅଟେ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

(3) ଏକ ନମୁନାରୁ ଏକ ଗୋଷ୍ଠୀକୁ ଜାଣିବା– କେବଳ ମାତ୍ର ଏକ ନମୁନାରୁ ଏକ ଗୋଷ୍ଠୀ ବା ଉପାଦାନମାନଙ୍କର ସମଷ୍ଟିକୁ ଜାଣିବାରେ ହାରାହାରି ସାହାଯ୍ୟ କରେ । ଏକ ନମୁନାରୁ ମାଧ୍ଯମାନ ଗୋଷ୍ଠୀର ମାଧମ ବିଷୟରେ ସୁଚିନ୍ତିତ ଧାରଣା ପ୍ରଦାନ କରିଥାଏ ।

(4) ନୀତି ନିର୍ଦ୍ଧାରଣରେ ସାହାଯ୍ୟ କରେ– ପରିବର୍ତ୍ତନୀୟ ବସ୍ତୁର ହାରାହାରି ମୂଲ୍ୟ ଜାଣିବାରେ ହାରାହାରିର ଗୁରୁତ୍ଵ ବେଶୀ । ଗୋଟିଏ ଦେଶର ସ୍ୱଳ୍ପ ମୁଣ୍ଡପିଛା ଆୟ ଜାଣିବା ପରେ ତାର ଉନ୍ନତି ଘଟାଇବା ପାଇଁ ନୀତି ନିର୍ଦ୍ଧାରଣ କରିବାରେ ଏହା ସାହାଯ୍ୟ କରେ ।

(5) ଗାଣିତିକ ସଂପର୍କ ସ୍ଥାପନରେ ସାହାଯ୍ୟ କରେ– ବିଭିନ୍ନ ଶ୍ରେଣୀ କିମ୍ବା ବିଭାଗ ମଧ୍ୟରେ ଗାଣିତିକ ସଂପର୍କ ସ୍ଥାପନ କରିବାରେ ଏହା ଉପଯୁକ୍ତ ମାଧ୍ୟମ ଅଟେ । ସଂକ୍ଷିପ୍ତ ସାର ଅପେକ୍ଷା ଏହା ନିର୍ଦ୍ଦିଷ୍ଟ ଓ ବାସ୍ତବ ସଂପର୍କ ସ୍ଥାପନ କରେ ।

(6) ପରିସଂଖ୍ୟାନ ବିଶ୍ଳେଷଣରେ ସାହାଯ୍ୟ କରେ– ପରିସଂଖ୍ୟାନ ବିଶ୍ଳେଷଣରେ ଏହା ସାହାଯ୍ୟ କରେ । ଏଥରେ ଏହା ମୂଳଭିଭି ଅଟେ । ଯଦି ଜଣେ ଗୋଟିଏ ଶ୍ରେଣୀର ବିଭିନ୍ନ ଛାତ୍ରଙ୍କର ଭିନ୍ନ ଭିନ୍ନ ବିଷୟର ହାରାହାରି ନମ୍ବର ଜାଣନ୍ତି, ତାହେଲେ କେଉଁ ବିଷୟରେ ଛାତ୍ରମାନେ ଦୁର୍ବଳ, ତାହା ସହଜରେ ବିଶ୍ଳେଷଣ କରିପାରନ୍ତି ।

ଏକ ଉତ୍ତମ ହାରାହାରିର ବୈଶିଷ୍ଟ୍ୟ :
ହାରାହାରି ଏକ ମୂଲ୍ୟ ଯାହା ଏକ ସମଷ୍ଟିଗତ ମୂଲ୍ୟର ପରିପ୍ରକାଶ ଅଟେ । ତେଣୁ ଏହାର କିଛି ସ୍ବତନ୍ତ୍ର ବୈଶିଷ୍ଟ୍ୟ ବା ଧର୍ମ ରହିବା ଦରକାର । ପ୍ରଫେସର ୟୁଲେ ଓ କେଣ୍ଡାଳଙ୍କ ମତରେ ହାରାହାରିର ନିମ୍ନୋକ୍ତ ବୈଶିଷ୍ଟ୍ୟ ପରିଲକ୍ଷିତ ହୁଏ ।

(1) ଏହା ସଠିକ ରୂପେ ବ୍ୟାଖ୍ୟା କରାଯିବା ଉଚିତ– ଗୋଟିଏ ଉତ୍ତମ ଓ ସନ୍ତୋଷଜନକ ହାରାହାରି ସଠିକ ରୂପେ ବ୍ୟାଖ୍ୟା କରାଯିବ ଉଚିତ ଯଦ୍ବାରା ଏହାର କେବଳ ଏକମାତ୍ର ଅର୍ଥ ପ୍ରକାଶ କରାଯାଇ ପାରିବ । ଏହାର ଅର୍ଥ କିମ୍ବା ସଂଜ୍ଞା ନେଇ କୌଣସି ପ୍ରକାର ଦ୍ବନ୍ଦ୍ବ ରହିବ ନାହିଁ ।

(2) ଏହା ପ୍ରତ୍ୟେକ ପର୍ଯ୍ୟବେକ୍ଷଣ ଭିଭିକ ହେବା ବିଧେୟ– ଗୋଟିଏ ମାଳାର ସମସ୍ତ ବସ୍ତୁକୁ ନେଇ ହାରାହାରି ପ୍ରସ୍ତୁତ କରାଯାଏ । ଯାହା ଫଳରେ ସମୁଦାୟ ଗୋଷ୍ଠୀର ଏହା ପ୍ରତିନିଧିତ୍ଵ କରିପାରେ ।

(3) ଏହା ସହଜ ବୋଧଗମ୍ୟ ହେବା ଉଚିତ– ଏକ ଉତ୍ତମ ଓ ସନ୍ତୋଷଜନକ ହାରାହାରି ସରଳ, ସ୍ପଷ୍ଟ ଏବଂ ସଂଜ୍ଞାଗତ ସ୍ଥିର ହେବା ଉଚିତ । ଏହାଦ୍ଵାରା ଏହା ସହଜରେ ଓ ସହସା ସମସ୍ତଙ୍କଦ୍ବାରା ବୋଧଗମ୍ୟ ହୋଇପାରିବ ।

(4) ଏହା ସହଜରେ ପ୍ରସ୍ତୁତ କରାଯିବା ଉଚିତ– ହାରାହାରିକୁ ଯଥାସମ୍ଭବ ସହଜ ଓ ଶୀଘ୍ର ପ୍ରସ୍ତୁତ କରାଯାଇ ପାରୁଥିବା ଉଚିତ । ଫଳରେ ଏହା ପରିସଂଖ୍ୟାନ ହିସାବ କ୍ଷେତ୍ରରେ ବହୁଳ ଭାବରେ ବ୍ୟବହୃତ ହୋଇପାରିବ ।

(5) ଏହା ନିର୍ଦ୍ଦିଷ୍ଟ ହେବା ଉଚିତ – ନିର୍ଦ୍ଦିଷ୍ଟତା ଉତ୍ତମ ହାରାହାରିର ଏକ ବିଶିଷ୍ଟ ବୈଶିଷ୍ଟ୍ୟ ଅଟେ । ଫଳରେ ହାରାହାରି ମୂଲ୍ୟ ଭିତ୍ତିରେ ପରିସଂଖ୍ୟାନ ବିଶ୍ଳେଷଣ ସମ୍ଭବ ହୁଏ ।

(6) ନମୁନାର ପରିବର୍ତ୍ତନ ଦ୍ୱାରା ଏହା ସ୍ଵଚ୍ଛ ପ୍ରଭାବିତ ହୁଏ– ନମୁନାର ପରିବର୍ତ୍ତନ ଦ୍ୱାରା ଏହା ଖୁବ୍ କମ ପରିମାଣରେ ପ୍ରଭାବିତ ହୋଇଥାଏ । ଏକା ଗୋଷ୍ଠୀରୁ ଦୁଇଟି କ୍ରମହୀନ ନମୁନା ସଂଗ୍ରହ କଲେ ସେମାନଙ୍କର ହାରାହାରି ପ୍ରାୟ ପାଖାପାଖୁ ଥାଆନ୍ତି । ତେଣୁ ନମୁନା ପରିବର୍ତ୍ତନ ଦ୍ବାରା କମ୍ ପ୍ରଭାବିତ ହାରାହାରି ଏକ ଉତ୍ତମ ହାରାହାରି ବୋଲି ବିବେଚିତ ହୁଏ ।

(7) ଏହାର ବୀଜଗାଣିତିକ ପ୍ରତିପାଦନ କ୍ଷମତା ଥାଏ– ଏକ ଉତ୍ତମ ହାରାହାରିର ପୁନଃ ଗାଣିତିକ ତଥା ବୀଜଗାଣିତିକ ପ୍ରତିପାଦନ କ୍ଷମତା ରହିଥାଏ । ଯେଉଁ ହାରାହାରିର ପୁନଃ ଗାଣିତିକ ବ୍ୟବହାର କ୍ଷମତା ରହିଥାଏ, ତାହା ପରିସଂଖ୍ୟାନ ବିଶ୍ଳେଷଣରେ ବହୁଳ ଭାବରେ ବ୍ୟବହୃତ ହୁଏ ।

ଉପରୋକ୍ତ ପର୍ଯ୍ୟାଲୋଚନା ହାରାହାରି ବହୁମୁଖୀ କାର୍ଯ୍ୟାବଳୀ ସଂପର୍କରେ ସୂଚନା ପ୍ରଦାନ କରେ । ଅର୍ଥନୀତିରେ ସକ୍ରିୟଥିବା ବିଭିନ୍ନ ଉପାଦାନଙ୍କ ସ୍ଥିତି, ଭୂମିକା ଓ ସେମାନଙ୍କର ଅବଦାନ ସଂପର୍କରେ ହାରାହାରି ଏକ ଧାରଣ ସୃଷ୍ଟିକରେ । ତେଣୁ ଅର୍ଥନୀତିରେ ଏହାର ଉପଯୋଗିତା ଖୁବ୍ ଅଧିକ । ଏକ ଉତ୍ତମ ହାରାହାରି ଅର୍ଥନୀତି ସଂପର୍କରେ ଯଥାର୍ଥ ତଥ୍ୟ ପ୍ରଦାନ କରିଥାଏ ।

ତେଣୁ ଅର୍ଥନୀତିରେ ବ୍ୟବହୃତ ହେଉଥ‌ିବା ହାରାହାରିର ଉତ୍ତମ ହାରାହାରିର ସମସ୍ତ ଲକ୍ଷଣ ରହିଥିବା ଆବଶ୍ୟକ ନଚେତ୍ ତଥ୍ୟ ପ୍ରଦାନରେ ଭ୍ରାନ୍ତଧାରଣା ସୃଷ୍ଟି ହୋଇପାରେ । ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଏକ ଉତ୍ତମ ହାରାହାରିର ଲକ୍ଷଣ । ହାରାହାରି ଚୟନ କ୍ଷେତ୍ରରେ ଉପରୋକ୍ତ ଲକ୍ଷଣଗୁଡ଼ିକ ପ୍ରତି ଦୃଷ୍ଟି ଦିଆଯିବା ଏକାନ୍ତ ଜରୁରୀ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୩। ମାଧ୍ୟମାନ କ’ଣ ? ମାଧମାନର ବିଶେଷ ଧର୍ମଗୁଡ଼ିକ ଉଲ୍ଲେଖ କର । ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ଦର୍ଶାଅ ।
Answer:
କେନ୍ଦ୍ରୀୟ ପ୍ରବଣତାର ପରିମାପକମାନଙ୍କ ମଧ୍ୟରେ ମାଧ୍ଯମାନ ସବୁଠାରୁ ଲୋକପ୍ରିୟ ମାପକ ଅଟେ । ଏହା ସମସ୍ତଙ୍କଦ୍ୱାରା ଆଦୃତ ଏବଂ ସାଧାରଣତଃ ଆମର ଦୈନନ୍ଦିନ ଜୀବନରେ ବ୍ୟବହୃତ ହୋଇଥାଏ । ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କର ହାରାହାରି ମାପକୁ ତଥ୍ୟାବଳୀର ମାଧ୍ଯମାନ କୁହାଯାଏ । ଯଦି କୌଣସି ତଥ୍ୟାବଳୀର ଲବ୍‌ଧାଙ୍କଗୁଡ଼ିକ

X1, X2………………………… Xn ହୁଅନ୍ତି, ତେବେ ତଥ୍ୟାବଳୀର ମାଧ୍ଯମାନ \(\overline{\mathrm{x}}=\frac{\mathrm{x}_1+\mathrm{x}_2+\ldots \ldots+\mathrm{x}_{\mathrm{n}}}{\mathrm{n}} \text { Or, } \overline{\mathrm{x}}=\frac{\Sigma \mathrm{x}}{\mathrm{n}}\)

ଏଠାରେ x̄ = ମାଧ୍ୟମାନ,Σx = ଲବ୍‌ଧାଙ୍କମାନଙ୍କ ସମଷ୍ଟି ଓ n = ଲବ୍‌ଧାଙ୍କମାନଙ୍କ ସଂଖ୍ୟା ।
ମାଧ୍ଯମାନର ବିଶେଷ ଧର୍ମ – ମାଧ୍ଯମାନର ବହୁତଗୁଡ଼ିଏ ଧର୍ମ ଅଛି । ସେଗୁଡ଼ିକ ହେଲା –

(a) କୌଣସି ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧ୍ଯମାନର ବିଚ୍ୟୁତିମାନଙ୍କର ସମଷ୍ଟି ଶୂନ ହୁଏ । ଅର୍ଥାତ୍ Σ (x − x̄) = 0 1

(b) ବଣ୍ଟନର ଲବ୍‌ଧାଙ୍କମାନଙ୍କଠାରୁ ମାଧମାନର ବିଚ୍ୟୁତିମାନଙ୍କର ବର୍ଗର ସମଷ୍ଟି ଲଘିଷ୍ଟ ଅଟେ । ଅର୍ଥାତ୍ Σ (x – x̄ )² ଲଘିଷ୍ଠ ଅଟେ ବା Σ (x-x̄)²≤ (x-A)² |

(c) ଯଦି ପ୍ରତ୍ୟେକ ଲବ୍‌ଧାଙ୍କର ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ମାନରେ ବଢ଼େ ବା କମେ, ତେବେ ମାଧମାନର ମାନ ସେହି ନିର୍ଦ୍ଦିଷ୍ଟ ମାନରେ ବଢ଼ିବ ବା କମିବ, ଅର୍ଥାତ୍ y = x ± b 1

(d) ଯଦି ପ୍ରତ୍ୟେକ ଲବ୍‌ଧାଙ୍କର ମୂଲ୍ୟ ଏକ ନିର୍ଦ୍ଦିଷ୍ଟ ମାନଦ୍ୱାରା ଗୁଣାଯାଏ ବା ଭାଗ କରାଯାଏ, ତେବେ ମାଧ୍ଯମାନର ମାନ ସେହି ନିର୍ଦ୍ଦିଷ୍ଟ ମାନଦ୍ୱାରା ପ୍ରଥମ ମାଧମାନକୁ ଗୁଣାଯାଇ ବା ଭାଗକରାଯାଇ ନିର୍ଣ୍ଣୟ କରାଯାଇପାରିବ, ଅର୍ଥାତ୍‌ y = kx̄ Or, y = \(\frac{\bar{x}}{\mathbf{k}}\)

(e) ଯଦି N1 ଟି ଲବ୍‌ଧାଙ୍କର ମାଧମାନ x̄1 ଓ N2 ଲବ୍‌ଧାଙ୍କର ମାଧ୍ଯମାନ x̄2 ଏବଂ Nk ଟି ଲବଧାଙ୍କର ମାଧ୍ଯମାନ x̄k ହୁଏ, ତେବେ ସମସ୍ତ ଲବ୍‌ଧାଙ୍କର ମାଧ୍ଯମାନ
\(\overline{\mathrm{x}}=\frac{\mathrm{N}_1 \overline{\mathrm{x}}_1+\mathrm{N}_2 \mathrm{x}_2+\ldots \ldots \ldots+\mathrm{N}_{\mathrm{k}} \overline{\mathrm{x}}_{\mathrm{k}}}{\mathrm{N}_1+\mathrm{N}_2+\ldots \ldots \ldots+\mathrm{N}_{\mathrm{k}}}\)

(f) ପ୍ରଥମ N ଟି ସ୍ଵାଭାବିକ ସଂଖ୍ୟାର ମାଧମାନ ନିମ୍ନୋକ୍ତ ସୂତ୍ର ସାହାଯ୍ୟରେ ନିର୍ଣ୍ଣୟ ହୁଏ ।
\(\bar{x}=\frac{\mathrm{n}+1}{2}\)

ମାଧ୍ଯମାନର ସୁଗୁଣ (Merits of Arithmetic mean) – କେନ୍ଦ୍ରୀୟ ପ୍ରବଣତାର ପରିମାପକମାନଙ୍କ ମଧ୍ୟରୁ ମାଧ୍ଯମାନ ସବୁଠାରୁ ଜନପ୍ରିୟ ମାପକ ଅଟେ । କାରଣ ମାଧମାନଠାରେ ବହୁତ ସୁଗୁଣ ଦେଖାଯାଏ । ସେଗୁଡ଼ିକ ହେଲା –

  • ମାଧ୍ଯମାନ ସହଜରେ ହୃଦୟଙ୍ଗମ କରିହୁଏ ।
  • ଏହାର ନିର୍ଣ୍ଣୟ ପଦ୍ଧତି ସରଳ ଓ ସାବଲୀଳ ଅଟେ ।
  • ମାଧ୍ଯମାନ ବଣ୍ଟନର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ।
  • ଏହା ବ୍ୟର୍ଥବୋଧ ବା ଅସ୍ପଷ୍ଟ ନୁହେଁ ।
  • ମାଧ୍ଯମାନ ଅନ୍ୟାନ୍ୟ ଗାଣିତିକ ପ୍ରକ୍ରିୟା, ଯଥା, ବିଦ୍ୟୁତି, ବୈଷମ୍ୟ, କକୁଦତା, ସହଜସମ୍ବନ୍ଧ, ସମାଶ୍ରୟତା ଗୁଣାଙ୍କ ଇତ୍ୟାଦି ।
  • ମାଧ୍ୟମାନ ଉପରେ ଚୟନତ୍ରୁଟିର ପ୍ରଭାବ ସ୍ଵଳ୍ପ ହେଉଥ‌ିବାରୁ ଏହା ଅପେକ୍ଷାକୃତ ସ୍ଥିର ।

ଦୁର୍ଗୁଣ (Demerits of Arithmetic mean)

  • ମାଧ୍ଯମାନ ଚରମ ଲବ୍‌ଧାଙ୍କ (Extreme value) ମାନଙ୍କଦ୍ୱାରା ବିଶେଷଭାବରେ ପ୍ରଭାବିତ ହୋଇଥାଏ ।
  • ଅବାଧ ସଂଭାଗ ବିସ୍ତାର (Open end series) କ୍ଷେତ୍ରରେ ମଧ୍ୟବିନ୍ଦୁ ନିର୍ଣ୍ଣୟ କରିବା ଅସମ୍ଭବ ହୋଇଥିବାରୁ ମାଧମାନ
  • ଗୁଣାତ୍ମକ ଲକ୍ଷଣଗୁଡ଼ିକ, ଯଥା – ସୌନ୍ଦର୍ଯ୍ୟ, ମେଧା, ସ୍ନେହ ଇତ୍ୟାଦି ଗାଣିତିକ ରାଶିରେ ପ୍ରକାଶଯୋଗ୍ୟ ହୋଇ ନଥ‌ିବାରୁ ସେ କ୍ଷେତ୍ରରେ ମାଧ୍ୟମାନ ହିସାବ କରିବା ସମ୍ଭବ ହୁଏ ନାହିଁ ।
  • ମାଧ୍ଯମାନ ତଥ୍ୟାବଳୀର ଲବ୍‌ଧାଙ୍କ ହୋଇ ନପାରେ । 1, 3, 5, 7 ର ମାଧ୍ଯମାନ 4 ଅଟେ । ଏହି ତଥ୍ୟାବଳୀରେ ଲବ୍‌ଧାଙ୍କ 4 ଅନ୍ତର୍ଭୁକ୍ତ ନୁହେଁ ।
  • ମାଧ୍ଯମାନ ବେଳେବେଳେ ଗ୍ରହଣଯୋଗ୍ୟ ହୋଇନଥାଏ, ଯଥା – ଯଦି ଦୁଇଟି ପରିବାରର ପିଲାସଂଖ୍ୟା 4 ଓ 3 ହୁଏ, ତେବେ ଏହାର ମାଧ୍ୟମାନ 3.5 ଜଣ ଯାହାକି ଅସମ୍ଭବ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୪। ମଧ୍ୟମା କାହାକୁ କହନ୍ତି ? ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ବର୍ଣ୍ଣନା କର ।
Answer:
ଯଦିଓ ମାଧ୍ୟମାନ ସହଜ ଓ ସରଳ ମାପକ, ତଥାପି ଏହା ସବୁସ୍ଥାନରେ ଓ ସବୁସମୟରେ କେନ୍ଦ୍ରୀୟ ପ୍ରବୃତ୍ତି ନିର୍ଣ୍ଣୟ କରିବାପାଇଁ ଉପଯୁକ୍ତ ମାପକ ବୋଲି ବିବେଚିତ ହୋଇନଥାଏ । ଅନେକ ସ୍ଥଳରେ ମାଧ୍ୟମାନ ଚରମ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହେବା ହତୁ ସଠିକ୍ କେନ୍ଦ୍ରୀୟ ପ୍ରବୃତ୍ତି ନିର୍ଣ୍ଣୟ କରିହୁଏ ନାହିଁ । ତେଣୁ ମଧମାକୁ ମାଧ୍ୟମାନର ଏକ ବିକଳ୍ପ ମାପକ ହିସାବରେ ଗ୍ରହଣ କରାଯାଇଛି । ତଥ୍ୟାବଳୀର ଲବ୍‌ଧାଙ୍କଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ କ୍ରମରେ (ସାନରୁ ବଡ଼ ବା ବଡ଼ରୁ ସାନ) ସଜାଇ ତା’ର କେନ୍ଦ୍ର ସ୍ଥାନୀୟ ଲବ୍‌ଧାଙ୍କକୁ ତଥ୍ୟାବଳୀର ‘ମଧ୍ୟମା’ ବୋଲି ନିଆଯାଏ ।

ମଧ୍ୟମା ତଥ୍ୟାବଳୀକୁ ସମାନ ଦୁଇଭାଗରେ ବିଭକ୍ତ କରେ ଯେପରିକି ଅର୍ଦ୍ଧେକ ଲବ୍‌ଧାଙ୍କ ମଧ୍ୟମାଠାରୁ ବେଶୀ ହେଲାବେଳେ ଅନ୍ୟ ଅର୍ଦ୍ଧେକ ଏହାଠାରୁ କମ୍ ହୋଇଥାଏ । ପ୍ରଥମେ ତଥ୍ୟାବଳୀର ଲବ୍‌ଧାଙ୍କମାନଙ୍କୁ ଊର୍ଦ୍ଧ୍ବ ବା ଅଧଃକ୍ରମରେ ସଜ୍ଜିତ କରାଯାଏ ଏବଂ ଲବ୍‌ଧାଙ୍କର ସଂଖ୍ୟାଗୁଡ଼ିକୁ n ବୋଲି ଧରାଯାଏ । ଯଦି n ଅଯୁଗ୍ମ ହୋଇଥାଏ, ତେବେ ମଧ୍ୟମା latex ତମ ଲବ୍‌ଧାଙ୍କ ହୁଏ । ଉଦାହରଣସ୍ୱରୂପ– 6, 8, 2, 3, 4, 5, 7 ଲବ୍‌ଧାଙ୍କ ଅଛି ।

ଏହାକୁ ପ୍ରଥମେ ଊର୍ଦ୍ଧ୍ବକ୍ରମରେ ସଜାଇଲେ, ଏହା 2, 3, 4, 5, 6, 7, 8 ହେବ ଏବଂ n = 7 ଏକ ଅଯୁଗ୍ମ ସଂଖ୍ୟା । ତେଣୁ ମଧ୍ୟମା latex ତମ ଲବ୍‌ଧାଙ୍କ = \(\mathrm{M}_{\mathrm{d}}=\frac{\mathrm{n}+1}{2}\) ଚତୁର୍ଥ ଲବ୍‌ଧାଙ୍କ, ଅର୍ଥାତ୍ 5 ଅଟେ । କିନ୍ତୁ ଯଦି ñ ଯୁଗ୍ମ ହୁଏ, ତେବେ ମଧ୍ୟମା \(\mathrm{M}_{\mathrm{d}}=\frac{\mathrm{n}+1}{2}\) ତମ ଲବ୍‌ଧାଙ୍କ + \(\frac{7+1}{2}=\frac{8}{2}\) ତମ ଲବ୍‌ଧାଙ୍କ । ଯଦି ଉପରୋକ୍ତ ତଥ୍ୟାବଳୀରେ ଆମେ ଆଉ ଏକ ଲବ୍‌ଧାଙ୍କ ୨ ନେବା ତେବେ ଲବ୍‌ଧାଙ୍କଗୁଡ଼ିକ 2, 3, 4, 5, 6, 7, 8 ଓ ୨ ହେବ । ଏଠାରେ n = 8 ଏକ ଯୁଗ୍ମସଂଖ୍ୟା । ତେଣୁ
ମଧ୍ୟମା \(\mathrm{M}_{\mathrm{d}}=\frac{1}{2}\left\{\frac{\mathrm{n}}{2}\left(\frac{\mathrm{n}}{2}+1\right)\right\}\) ତମ ଲବ୍‌ଧାଙ୍କ
= \(\frac{1}{2}\left\{\frac{8}{2}+\frac{8}{2}+1\right\}=\frac{1}{2}\{4+5\}=\frac{9}{2}=4.5\)
ତେଣୁ 4.5 ତମ ଲବ୍‌ଧାଙ୍କ
ତେଣୁ 4.5 ତମ ଲବ୍‌ଧାଙ୍କ = \(\frac{5+6}{2}=\frac{11}{2}\) = 5.5

ମଧ୍ଯମାର ସୁଗୁଣ (Merits of median)

  • ମଧ୍ୟମା ତଥ୍ୟାବଳୀର ଏକ ସ୍ଥାନୀୟ ଲବ୍‌ଧାଙ୍କ ହୋଇଥିବାରୁ ଚରମ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହୁଏ ।
  • ଅବାଧ ସଂଭାଗ ବିସ୍ତାର ଯୁକ୍ତ ବଣ୍ଟନରେ ମଧ୍ୟମା ଉପଯୁକ୍ତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ଅଟେ ।
  • ଏହାକୁ ସହଜରେ ବୁଝିହୁଏ ଓ ଗଣନା କରିହୁଏ । ଅନେକ ସମୟରେ ନିରୀକ୍ଷଣ କରି ମଧ୍ୟ ମଧ୍ୟମା ସ୍ଥିର
  • ଗୁଣାତ୍ମକ ତଥ୍ୟାବଳୀଗୁଡ଼ିକରେ ମଧ୍ୟମା ଏକ ଉପାଦେୟ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ ଅଟେ ।
  • ଅପ୍ରତିସମ ବଣ୍ଟନ କ୍ଷେତ୍ରରେ ଏହା ମାଧ୍ୟମାନ ଅପେକ୍ଷା ଅଧ‌ିକ ଉପାଦେୟ ଅଟେ ।
  • ମଧ୍ୟମାକୁ ମଧ୍ୟ ଲେଖକ ଆକାରରେ ପରିପ୍ରକାଶ କରିହୁଏ ।

ମଧ୍ୟମାର ଦୁର୍ଗୁଣ (Demerits of median)

  • ମଧ୍ୟମା ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କ ଉପରେ ପର୍ଯ୍ୟବସିତ ନୁହେଁ ।
  • ଏହା ଚୟନ ତ୍ରୁଟିଦ୍ଵାରା ପ୍ରଭାବିତ ହୋଇଥାଏ ।
  • ମଧ୍ୟମାକୁ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇପାରେ ନାହିଁ ।
  • ଏହା ବ୍ୟର୍ଥବୋଧକ ତଥା ଅସ୍ପଷ୍ଟ ହୋଇଥିବାରୁ କେନ୍ଦ୍ରୀୟ ପ୍ରବଣତାର ସମୁଚିତ ମାପକ ହିସାବରେ ଗ୍ରହଣ କରିହୁଏ ନାହିଁ ।
  • ତଥ୍ୟାବଳୀ ବିସ୍ତୃତ ହୋଇଥିଲେ ମଧ୍ୟମା ସ୍ଥିର କରିବା ସମୟସାପେକ୍ଷ ଓ କଷ୍ଟସାଧ୍ୟ ହୋଇଥାଏ ।
  • ମଧ୍ୟମାକୁ ନିର୍ଣ୍ଣୟ କରାଯାଏ ନାହିଁ । ଏହାକୁ ଚିହ୍ନଟ କରାଯାଏ । ତେଣୁ ଏହା ଏକ ଉତ୍ତମ ପରିମାପକ ବୋଲି ଧରାଯାଏ ନାହିଁ ।

୫। ଗରିଷ୍ଠକ କ’ଣ ? ଏହାର ସୁଗୁଣ ଓ ଦୁର୍ଗୁଣଗୁଡ଼ିକ ବର୍ଣ୍ଣନା କର ।
Answer:
ସାଧାରଣତଃ କେନ୍ଦ୍ରୀୟ ପ୍ରବଣତାର ପରିମାପକ ହିସାବରେ ମାଧମାନ ଓ ମଧ୍ୟମା ବ୍ୟବହୃତ ହୋଇଥାନ୍ତି । କିନ୍ତୁ ବେଳେବେଳେ ଆମେ ତଥ୍ୟାବଳୀର କୌଣସି ଏକ ସ୍ଵତନ୍ତ୍ର ଲବ୍‌ଧାଙ୍କ ପ୍ରତି ଆଗ୍ରହୀ ହୋଇଉଠୁ । ସାଧାରଣତଃ ଏହି ସ୍ଵତନ୍ତ୍ର ଲବ୍‌ଧାଙ୍କଟି ତଥ୍ୟାବଳୀରେ ସବୁଠାରୁ ଅଧିକଥର ଆବିର୍ଭାବ ହୋଇ ଆମକୁ ଆକର୍ଷିତ କରେ । ଏ ପ୍ରକାର ବ୍ୟବହାର ସାଧାରଣତଃ ବ୍ୟବସାୟୀ ଗୋଷ୍ଠୀମାନଙ୍କଠାରେ ପରିଲକ୍ଷିତ ହୁଏ।

ଉଦାହରଣସ୍ୱରୂପ 4 ନଂ, 5 ନଂ, 6 ନଂ, 7 ନଂ ଜୋତାରୁ ଯଦି 6 ନଂ ଜୋତା ଅଧ୍ଵକ ସଂଖ୍ୟାରେ ବିକ୍ରି ହୁଏ, ତେବେ ବ୍ୟବସାୟୀ 6 ନଂ ଜୋତା ଅଧ‌ିକ ଗଚ୍ଛିତ ରଖିବାକୁ ଚେଷ୍ଟାକରେ । ତେଣୁ ଏ କ୍ଷେତ୍ରରେ ତଥ୍ୟାବଳୀର ନଂର ସର୍ବାଧ‌ିକ ବାରମ୍ବାରତା ଥିବାରୁ ନଂ କେନ୍ଦ୍ରୀୟ ପ୍ରବୃତ୍ତି ବୋଲି ଧରାଯାଏ । ଏପ୍ରକାର କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକୁ ଗରିଷ୍ଠକ କୁହାଯାଏ ।

ତଥ୍ୟାବଳୀରେ ସର୍ବାଧ୍ଵକବାର ଆବିର୍ଭାବ ହେଉଥ‌ିବା ଲବ୍‌ଧାଙ୍କକୁ ଉକ୍ତ ତଥ୍ୟାବଳୀର ଗରିଷ୍ଠକ ବୋଲି କୁହାଯାଏ । ଯଦି କୌଣସି ତଥ୍ୟାବଳୀରେ ଅନ୍ତର୍ଭୁକ୍ତ ଲବ୍‌ଧାଙ୍କମାନଙ୍କ ବାରମ୍ବାରତା ସମାନ ଥାଏ, ତେବେ ଏହି ତଥ୍ୟାବଳୀର ଗରିଷ୍ଠକ ନାହିଁ ବୋଲି କୁହାଯାଏ । ଉଦାହରଣସ୍ୱରୂପ : 2, 3, 4, 3, 5, 3, 6, 3 ଲବ୍‌ଧାଙ୍କରେ 3 ସର୍ବାଧିକବାର ଆବିର୍ଭାବ ହୋଇଥିବାରୁ 3 ଏଠାରେ ଗରିଷ୍ଠକ । କିନ୍ତୁ 2, 2, 3, 3, 4, 4, 5, 5 ରେ ପ୍ରତ୍ୟେକ ଲବ୍‌ଧାଙ୍କ ସମାନ ଥର ଆବିର୍ଭାବ ହୋଇଥ‌ିବାରୁ ଏହାର ଗରିଷ୍ଠକ ନାହିଁ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

କିନ୍ତୁ ଯଦି କୌଣସି ଦୁଇଟି ଲବ୍‌ଧାଙ୍କର ବାରମ୍ବାରତା ସମାନ ଓ ସର୍ବାଧ‌ିକ ହୋଇଥାଏ ତାହାହେଲେ ଉକ୍ତ ବଣ୍ଟନକୁ ଦ୍ୱି-ଗରିଷ୍ଠକ (bi-modal) ବଣ୍ଟନ ବୋଲି କୁହାଯାଏ, ଯଥା – 6, 3, 4, 6, 4, 5, 3, 6, 4 । ଉକ୍ତ ବଣ୍ଟନରେ ଲବ୍‌ଧାଙ୍କ 6 ଓ 4 ସମାନ ଥର ଓ ସର୍ବୋଚ୍ଚ ଥର ଆବିର୍ଭାବ ହୋଇଥିବାରୁ ଏହା ଏକ ଦ୍ବିଗରିଷ୍ଠକ ବଣ୍ଟନ ଅଟେ । ଗରିଷ୍ଠକ, ମଧ୍ୟମା ଭଳି ମଧ୍ଯ ଚିହ୍ନଟ କରାଯାଏ । ଏଥିପାଇଁ ବିଭିନ୍ନ ପଦ୍ଧତି ବ୍ୟବହାର କରାଯାଇପାରେ । ସେଗୁଡ଼ିକ ହେଲା –

  • ପର୍ଯ୍ୟବେକ୍ଷଣ ପଦ୍ଧତି (Inspection method)
  • ଶ୍ରେଣୀ ସମାବେଶ ପଦ୍ଧତି (Grouping method)
  • ଲେଖକ ପଦ୍ଧତି (Graphical method)

ଗରିଷ୍ଠକର ସୁଗୁଣ (Merits of mode)

  • ଗରିଷ୍ଠକ ସବୁଠାରୁ ସହଜ ଓ ସରଳ ଉପାୟରେ ସ୍ଥିର କରାଯାଇପାରେ । କାରଣ ତଥ୍ୟାବଳୀର ବାରମ୍ବାରତାକୁ ନିରୀକ୍ଷଣ କରି ଏହା ସ୍ଥିର ହୋଇଥାଏ ।
  • ଏହା ଚରମ ଲବ୍‌ଧାଙ୍କମାନଙ୍କଦ୍ୱାରା ପ୍ରଭାବିତ ହୁଏ ।
  • ଏହା ଅବାଧ ସଂଭାଗଯୁକ୍ତ ବଣ୍ଟନରେ ନିର୍ଣ୍ଣୟ କରିବାରେ କିଛି ଅସୁବିଧା ହୁଏ ନାହିଁ ।
  • ଏହାକୁ ମଧ୍ୟ ଲେଖକ ଆକାରରେ ପ୍ରକାଶ କରିହୁଏ ।

ଗରିଷ୍ଠକର ଦୁର୍ଗୁଣ (Demerits of mode)

  • ଏହା ଏକ ବ୍ୟର୍ଥବୋଧକ ଓ ଅସ୍ପଷ୍ଟ ପରିମାପକ ଅଟେ ।
  • ଏହା ମଧ୍ୟ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ନୁହେଁ ।
  • ଏହା ଚୟନ ତ୍ରୁଟିଦ୍ଵାରା ପ୍ରଭାବିତ ହୋଇଥାଏ ।
  • ଗରିଷ୍ଠକ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର ହୋଇନଥାଏ ।
  • ବଣ୍ଟନରେ ଲବ୍‌ଧାଙ୍କମାନଙ୍କର ବାରମ୍ବାରତା ସମାନ ହେଲେ, ଗରିଷ୍ଠକ ନିର୍ଣ୍ଣୟ କରିହୁଏ ନାହିଁ ।

୬। ଗୁଣୋତ୍ତର ମାଧ୍ଯମାନ କାହାକୁ କୁହାଯାଏ ? ଏହାର ଧର୍ମ, ସୁଗୁଣ ଓ ଦୁର୍ଗୁଣ ଲେଖ ।
Answer:
ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କର ଗୁଣଫଳକୁ ଲବ୍‌ଧାଙ୍କ ସଂଖ୍ୟାର ମୂଳ ନେଲେ ଯେଉଁ ଫଳ ମିଳିବ, ତାହାକୁ ଗୁଣୋତ୍ତର ମାଧ୍ୟମା G.M. କୁହାଯାଏ ।
ମନେକର ଲବ୍‌ଧାଙ୍କଗୁଡ଼ିକ X1, X2………………………… Xn ଓ ଲବ୍‌ଧାଙ୍କ ସଂଖ୍ୟା N ହୁଏ, ତେବେ
\(\text { G.M. }=\sqrt[N]{\left(X_1\right) \times\left(X_2\right) \times\left(X_3\right) \times \cdots\left(X_n\right)}\)
\(=\left(X_1 \cdot X_2 \cdot X_3 \cdots X_n\right)^{\frac{1}{N}}\)

ଯେତେବେଳେ ଲବ୍‌ଧାଙ୍କର ସଂଖ୍ୟା 3 ଓ ତାହାଠାରୁ ଅଧିକ ହୋଇଥାଏ, ଲଘୁଗଣକ (log) ବ୍ୟବହାର କରି ଗୁଣୋତ୍ତର ମାଧ୍ଯମାନ ନିର୍ଦ୍ଧାରଣ କରାଯାଏ ।
\(\log \text { G.M. }=\frac{\log X_1+\log X_2+\cdots \log X_n}{N}=\frac{\Sigma \log X}{N}\)
\(\text { G.M. }=\text { Anti } \log \left(\frac{\Sigma \log X}{N}\right)\)

ପୃଥକ୍ ମାଳାରେ ତଥ୍ୟାବଳୀ (Discrete series data)
G.M = Anti log \(\left(\frac{\Sigma \mathrm{f} \log \mathrm{X}}{\mathrm{N}}\right)\)

ନିରବଚ୍ଛିନ୍ନ ମାଳାରେ ତଥ୍ୟାବଳୀ (Continuous series data)
G.M = Anti log \(\left(\frac{\Sigma \mathrm{f} \log \mathrm{M}}{\mathrm{N}}\right)\)
ଯେଉଁଠି M ହେଉଛି ଶ୍ରେଣୀର ମଧ୍ୟବିନ୍ଦୁ ଓ F ହେଉଛି ବାରମ୍ବାରତା ।

ଗୁଣୋତ୍ତର ମାଧ୍ଯମାନର ଧର୍ମ (Properties of Geometric Mean) :
1. ଯଦି ଗୁଣୋତ୍ତର ମାଧ୍ଯମାନ ଦ୍ବାରା ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କର ପ୍ରତିବଦଳ କରାଯାଏ, ତେବେ ସମସ୍ତ ଲବ୍‌ଧାଙ୍କର ଗୁଣଫଳ ଅପରିବର୍ତ୍ତିତ ରହିବ ।
2. ଗୁଣୋତ୍ତର ମାଧ୍ଯମାନର ଲଘୁଗଣକର ଊର୍ଦ୍ଧ୍ବ ଓ ନିମ୍ନରେ ଥ‌ିବା ସମସ୍ତ ଲବ୍‌ଧାଙ୍କର ଲଘୁଗଣକର ସମଷ୍ଟି ସମାନ ଅଟେ ।

ଗୁଣୋତ୍ତର ମାଧ୍ଯମାନର ସୁଗୁଣ (Merits of Geometric Mean) :

  • ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କକୁ ପର୍ଯ୍ୟବସିତ କରି ଗୁଣୋତ୍ତର ମାଧ୍ଯମାନ ଗଣନା କରାଯାଇଥାଏ ।
  • ଗୁଣୋତ୍ତର ମାଧ୍ଯମାନ ଦ୍ଵାରା ଅନୁପାତ ଓ ଶତକଡ଼ାରେ ପ୍ରଦତ୍ତ ସାଂଖ୍ୟକ ତଥ୍ୟାବଳୀର ହାରାହାରି ନିର୍ଣ୍ଣୟ କରାଯାଏ ।
  • ଗୁଣୋତ୍ତର ମାଧ୍ଯମାନ ବୃହତ୍ ଲବ୍‌ଧାଙ୍କକୁ ସ୍ଵଳ୍ପଭାର ଓ କ୍ଷୁଦ୍ର ଲବ୍‌ଧାଙ୍କକୁ ଅଧ୍ ଭାର ପ୍ରଦାନ କରିଥାଏ ।
  • ଗୁଣୋତ୍ତର ମାଧ୍ଯମାନ ବିଭିନ୍ନ ଗାଣିତିକ ବ୍ୟବହାରରେ ଆଦୃତ ଅଟେ ।

ଗୁଣୋତ୍ତର ମାଧ୍ଯମାନର ଦୁର୍ଗୁଣ (Demerits of Geometric Mean) :

  • ଲଘୁଗଣକ ବ୍ୟବହାର କରି ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ହେଉଥ‌ିବାରୁ ଏହା କଠିନ ଅଟେ ।
  • ଲବ୍‌ଧାଙ୍କର ବିଯୁକ୍ତ ମୂଲ୍ୟ ଥିଲେ ଗୁଣୋତ୍ତର ମାଧମାନ ନିର୍ଣ୍ଣୟ ସମ୍ଭବ ନୁହେଁ ।
  • ଗୁଣୋତ୍ତର ମାଧ୍ଯମାନର ବ୍ୟବହାର ସୀମିତ ଅଟେ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

୭। ହରାତ୍ମକ ମାଧ୍ଯମାନ କାହାକୁ କୁହାଯାଏ । ଏହାର ବ୍ୟବହାର, ସୁଗୁଣ ଓ ଦୁର୍ଗୁଣ ବର୍ଣ୍ଣନା କର ।
Answer:
ଗୋଟିଏ ସାଂଖ୍ୟକ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କର ରେସିପ୍ରୋକାଲର ଗାଣିତିକ ମାଧମାନର ରେସିପ୍ରୋକାଲଖୁ ହରାତ୍ମକ ମାଧ୍ୟମାନ କୁହାଯାଏ ।
ମନେକର ସାଂଖ୍ୟକ ତଥ୍ୟାବଳୀର ଲବଧାଙ୍କଗୁଡ଼ିକ X1, X2………………………… Xଓ N = ଲବ୍‌ଧୀଙ୍କ ସଂଖ୍ୟା

∴ H.M = \(\frac{N}{\left(\frac{1}{X_1}+\frac{1}{X_2}+\cdots+\frac{1}{X_N}\right)}\)
ଭାଗବିହୀନ ତଥ୍ୟାବଳୀ :
H.M = \(\frac{N}{\Sigma\left(\frac{1}{\mathrm{X}}\right)}\)

ପୃଥକମାଳାରେ ତଥ୍ୟାବଳୀ :
H.M = \(\frac{N}{\Sigma\left(f \times \frac{1}{X}\right)}\)

ନିରବଚ୍ଛିନ୍ନ ତଥ୍ୟାବଳୀ :
H.M = \(\frac{N}{\Sigma\left(\mathrm{f} \times \frac{1}{M}\right)}\)
M = ଶ୍ରେଣୀର ମଧ୍ୟବିନ୍ଦୁ ଓ f = ବାରମ୍ବାରତା

ହରାତ୍ମକ ମାଧ୍ୟମାନ ବ୍ୟବହାର (Uses of Harmonic Mean):
ହରାତ୍ମକ ମାଧ୍ୟମାନ ବ୍ୟବହାର ଅତ୍ୟନ୍ତ ସୀମିତ ଅଟେ । ଏହା ଗାଡ଼ିର ହାରାହାରି ବେଗ କିମ୍ବା ବ୍ୟବସାୟରେ ହାରାହାରି ନିର୍ଣ୍ଣୟ ପାଇଁ ବ୍ୟବହୃତ ହୁଏ । ତେଣୁ ପରିସଂଖ୍ୟାନରେ ହରାତ୍ମକ ମାଧ୍ୟମାନ ବ୍ୟବହାର ସୀମିତ ଅଟେ ।

ହରାତ୍ମକ ମାଧ୍ୟମାନର ସୁଗୁଣ (Merits of Harmonic Mean):

  • ସାଂଖ୍ୟକ ବିତରଣର ପ୍ରତ୍ୟେକ ଲବ୍‌ଧାଙ୍କକୁ ପର୍ଯ୍ୟବସିତ ହରାତ୍ମକ ମାଧମାନ ନିର୍ଣ୍ଣୟ କରାଯାଏ ।
  • ଏହାର ଗାଣିତିକ ବ୍ୟବହାର କରାଯାଇ ପାରିବ ।
  • ଗାଡ଼ିର ବେଗର ହାରାହାରି ଓ ସମୟର ହାରାହାରି ପାଇଁ ହରାତ୍ମକ ମାଧ୍ୟମାନ ଉତ୍ପାଦନ ଅଟେ ।

ହରାତ୍ମକ ମାଧ୍ୟମାନ ଦୁର୍ଗୁଣ (Demerits of Harmonic Mean):

  • ହରାତ୍ମକ ମଧ୍ଯକର ଗଣନା ଓ ନିଶ୍ଚୟ କଠିନ ଅଟେ ।
  • ହରାତ୍ମକ ମଧ୍ଯକ ବିତରଣର କ୍ଷୁଦ୍ର ଲବ୍‌ଧାଙ୍କକୁ ଅଧ୍ଵ ଭାର (weight) ପ୍ରଦାନ କରିଥାଏ ।
  • କୌଣସି ଲବ୍‌ଧାଙ୍କ ବିଯୁକ୍ତ ମୂଲ୍ୟ ଥିଲେ ହରାତ୍ମକ ମାଧ୍ୟମାନ ନିର୍ଣ୍ଣୟ ହୁଏ ନାହିଁ ।

୮। ଏକ ଉତ୍ତମ ହାରାହାରି କିପରି ଚୟନ କରିବ ? ଏହାର ବିଭିନ୍ନ ଦିଗ ବିଷୟରେ ଆଲୋଚନା କର ।
Or ଏକ ଉପଯୁକ୍ତ ହାରାହାରି ଚୟନ ସମୟରେ କେଉଁ ସବୁ ବିଷୟ ପ୍ରତି ଦୃଷ୍ଟି ଦିଆଯିବା ଦରକାର ।
Answer:
ହାରାହାରିର ଚୟନ (Choice of Averages)
ଭିନ୍ନ ଭିନ୍ନ ପରିସଂଖ୍ୟାନ ହାରାହାରିର ଭିନ୍ନ ଭିନ୍ନ ବୈଶିଷ୍ଟ୍ୟ ଦେଖିବାକୁ ମିଳେ । କୌଣସି ଏକ ନିର୍ଦ୍ଦିଷ୍ଟ ହାରାହାରି ସବୁ ଉଦ୍ଦେଶ୍ୟରେ ବ୍ୟବହୃତ ହୋଇପାରେ ନାହିଁ । ଅର୍ଥାତ୍ ବାସ୍ତବ ସମସ୍ୟା ସମାଧାନରେ କୌଣସି ଗୋଟିଏ ହାରାହାରି ସୁବିଧାଜନକ ନୁହେଁ । ତେଣୁ ଅନୁସନ୍ଧାନର ଆଭିମୁଖ୍ୟ ହିଁ ହାରାହାରି ଚୟନ କରିବାରେ ସହାୟକ ହୋଇଥାଏ । ଏତଦ୍‌ବ୍ୟତୀତ ବିତରଣ ମାଳାର ପ୍ରକୃତିକୁ ନେଇ କି ପ୍ରକାର ହାରାହାରି ପ୍ରଯୁଜ୍ୟ ହେବ ବିଚାର କରାଯାଏ । କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକ (ହାରାହାରି) ନିର୍ଦ୍ଧାରଣ କଲାବେଳେ ସାଧାରଣତଃ ନିମ୍ନଲିଖ ବିଷୟ ପ୍ରତି ଧ୍ୟାନ ଦିଆଯାଇଥାଏ ।

(1) ଆଭିମୁଖ୍ୟ (Objectives) : ପରିସଂଖ୍ୟାନ ତଦାରଖର ଆଭିମୁଖ୍ୟକୁ ଦେଖ୍ ହାରାହାରି ସ୍ଥିର କରାଯାଇଥାଏ । ବଣ୍ଟନ ମାଳାରେ ଲବଧାଙ୍କର ସବୁ ମୂଲ୍ୟକୁ ସମାନ ଗୁରୁତ୍ଵ ଦିଆଯାଇଥିଲେ ଗାଣିତିକ ମାଧ୍ୟମାନ ଚୟନ କରାଯାଇଥାଏ ଓ ଲବ୍‌ଧାଙ୍କଗୁଡ଼ିକ ବାରମ୍ବାର ଉପସ୍ଥିତ ଥିଲେ ଗରିଷ୍ଠକକୁ ଏକ ଆଦର୍ଶ ହାରାହାରି ଭାବେ ବଛା ଯାଇଥାଏ । ସେହିପରି ଭାବରେ ଯେତେବେଳେ ସମସ୍ତ ଲବ୍‌ଧାଙ୍କ ମୂଲ୍ୟର ଅବସ୍ଥିତି କିମ୍ବା ଶ୍ରେଣୀ ବା ପଦବୀ ନିର୍ଦ୍ଧାରଣ କରିବା ଉଦ୍ଦେଶ୍ୟ ଥାଏ, ସେତେବେଳେ ମଧ୍ୟମାକୁ ହିଁ ସ୍ଥିର କରାଯାଏ ।

(2) ପ୍ରତିନିଧୂ (Representation) : ଲବ୍‌ଧାଙ୍କର ହାରାହାରି ଏପରି ସ୍ଥିର ହେବା ଆବଶ୍ୟକ ଯେପରି ତାହା ବିତରଣ ମାଳାର ମୌଳିକ ଲକ୍ଷଣମାନଙ୍କୁ ପ୍ରତିନିଧ୍ଵ କରୁଥୁବ ।

(3) ତଥ୍ୟାବଳୀର ପ୍ରକୃତି (Nature of Data) : ତଥ୍ୟାବଳୀର ପ୍ରକୃତି ତଥା ଆକାର କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପକୁ ସ୍ଥିର କରିଥାଏ । ଯଦି ବିତରଣର ବାରମ୍ବାରତା ପ୍ରତିସମ କିମ୍ବା ପାଖାପାଖ୍ ପ୍ରତିସମ ହୋଇଥାଏ, ତାହେଲେ ମାଧ୍ୟମାନ, ମଧ୍ୟମା ଓ ଗରିଷ୍ଠକକୁ ପରସ୍ପର ମଧ୍ୟରେ ବିନିମୟ କରାଯାଇଥାଏ । ମାତ୍ର ମୁକ୍ତ ଶ୍ରେଣୀ ବ୍ୟବଧାନ କ୍ଷେତ୍ରରେ ମାଧମାନ ନିର୍ଦ୍ଦିଷ୍ଟ ରୂପେ ହିସାବ କରାଯାଇ ପାରିବ ନାହିଁ । ସେହିଭଳି ଅସମାନ ଶ୍ରେଣୀ ବ୍ୟବଧାନର ନିବିଡ଼ ବାରମ୍ବାରତା ବିତରଣରେ ସଠିକ୍ ରୂପେ ଗରିଷ୍ଠକ ନିର୍ଣ୍ଣୟ ମଧ୍ୟ ସମ୍ଭବ ହେବ ନାହିଁ ।

(4) ହାରାହାରିର ବୈଶିଷ୍ଟ୍ୟ (Features of Averages) : ଏକ ଉପଯୁକ୍ତ ହାରାହାରି ସ୍ଥିର କରିବା ପୂର୍ବରୁ ତାର ସମସ୍ତ ସୁଗୁଣ ଓ ଦୁର୍ଗୁଣକୁ ବିଚାର କରାଯାଇଥାଏ । ଯେଉଁ ହାରାହାରି ତାର ଆଭିମୁଖ୍ୟ ସହିତ ମେଳ ଖାଉଥାଏ, ଅନ୍ୟ ତୁଳନାରେ ତାହାକୁ ହିଁ ବିଶେଷ ପସନ୍ଦ କରାଯାଏ । ଏହି ସବୁ ଦୃଷ୍ଟିରୁ ବିଚାର କଲେ, ଗୁଣାତ୍ମକ ତଥ୍ୟାବଳୀ କ୍ଷେତ୍ରରେ ମାଧ୍ୟମାନ, ବ୍ୟବସାୟ ବାଣିଜ୍ୟରେ ଗରିଷ୍ଠକ ଓ ଅନୁପାତ କ୍ଷେତ୍ରରେ ଜ୍ୟାମିତିକ ମାଧ୍ୟମାନର ପ୍ରୟୋଗ କରାଯାଇଥାଏ ।

CHSE Odisha Class 11 Economics Solutions Chapter 19 କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ

ଉପରୋକ୍ତ ଆଲୋଚନାରୁ ଜଣାଯାଏ ଯେ, କେନ୍ଦ୍ରୀୟ ପ୍ରବୃତ୍ତି ପରିମାପ (ହାରାହାରି) ଅଯୌକ୍ତିକ ବା ଅସଙ୍ଗତ ଭାବରେ ବ୍ୟବହାର କରାଯାଇପାରେ ନାହିଁ । ହାରାହାରି ଚୟନ କ୍ଷେତ୍ରରେ ଏକ ଉତ୍ତମ ହାରାହାରିର ସମସ୍ତ ବୈଶିଷ୍ଟ୍ୟ, ଏହାର ଗାଣିତିକ ପ୍ରକ୍ରିୟା, ପ୍ରୟୋଗ ଆଦି ପ୍ରତି ଦୃଷ୍ଟି ଦିଆଯାଇଥାଏ । କୌଣସି ଗଣନା ପ୍ରକ୍ରିୟାରେ ଏକ ଯଥାର୍ଥ ସିଦ୍ଧାନ୍ତରେ ଉପନୀତ ହେବାକୁ ହେଲେ ଏକ ଉପଯୁକ୍ତ ଉତ୍ତମ ହାରାହାରିର ଚୟନ ଏକାନ୍ତ ଆବଶ୍ୟକ ହୋଇଥାଏ ନଚେତ୍ ଏକ ଦୃହାତ୍ମକ ପରିସ୍ଥିତି ସୃଷ୍ଟି ହୁଏ । କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପର ବିଭିନ୍ନ ଦିଗର ବିଶ୍ଳେଷଣରୁ ଜଣାଯାଏ ଯେ ଗାଣିତିକ ମାଧ୍ୟମାନ (Geometric mean) ଏକ ଉତ୍ତମ ଓ ଉପଯୁକ୍ତ ହାରାହାରିର ସମସ୍ତ ବୈଶିଷ୍ଟ୍ୟ ବହନ କରିଛି । ତେଣୁ ଏହା ସବୁଠାରୁ ଉତ୍ତମ ପରିମାପକ ବୋଲି ଗ୍ରହଣ କରାଯାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

Odisha State Board CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ Questions and Answers.

CHSE Odisha 11th Class Economics Solutions Chapter 20 ବିଚ୍ଛୁରଣର ପରିମାପ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ଯେଉଁ ବିଜୁରଣ ପରିମାପ କ୍ଷୁଦ୍ରତମ ଓ ବୃହତ୍ତମ ଲବ୍ଧଙ୍କକୁ ବିଚାରକୁ ନେଇଥାଏ, ତାହା
(i) ମାଧ୍ୟ ବିଚ୍ୟୁତି
(ii) ମାନକ ବିଚ୍ୟୁତି
(iii) ବିସ୍ତାର
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ବିସ୍ତାର

୨। ୫୮, ୩୭, ୫୭, ୭୩ ଓ ୭୭ର ବିସ୍ତାର
(i) ୨୦
(ii) ୪୦
(iii) ୩୧
(iv) ୩୫
Answer:
(ii) ୪୦

୩। କେଉଁ ବିଚ୍ଛୁରଣ ପରିମାପ ରାଶିମାନଙ୍କର ୫୦% ପର୍ଯ୍ୟବେକ୍ଷଣକୁ ବିଚାରକୁ ନିଏ ?
(i) ମାଧ୍ୟ ବିଚ୍ୟୁତି
(ii) ମାଳକ ବିଚ୍ୟୁତି
(iii) ବିସ୍ତାର
(iv) ଚତୁର୍ଥାଶଂକ ବିଚ୍ୟୁତି
Answer:
(iv) ଚତୁର୍ଥାଶଂକ ବିଚ୍ୟୁତି

୪। କେଉଁ ବିଜୁରଣ ପରିମାପ ବିଜଗାଣିତିକ ନିୟମ ଲଙ୍ଘନ କରେ ?
(i) ମାଧ୍ୟ ବିଚ୍ୟୁତି
(ii) ମାନକ ବିଚ୍ୟୁତି
(iii) ବିସ୍ତାର
(iv) ଚତୁର୍ଥାଶଂକ ବିଚ୍ୟୁତି
Answer:
(i) ମାଧ୍ୟ ବିଚ୍ୟୁତି

୫। କେଉଁ ବିଚ୍ଛୁରଣ ପରିମାପ ମାଧ୍ଯମାନ କିମ୍ବା ମଧ୍ୟମାର ପରମବିଚ୍ୟୁତି ବବିଚାରକୁ ନେଇଥାଏ ?
(i) ମାଧ୍ୟ ବିଚ୍ୟୁତି
(ii) ମାନକ ବିଚ୍ୟୁତି
(iii) ବିସ୍ତାର
(iv) ଚତୁର୍ଥାଶଂକ ବିଚ୍ୟୁତି
Answer:
(i) ମାଧ୍ୟ ବିଚ୍ୟୁତି

୬। କେଉଁ ବିଚ୍ଛୁରଣ କେବଳ ମଧ୍ଯମାନଠାରୁ ନିର୍ଣ୍ଣୟ କରାଯାଏ ?
(i) ମାଧ୍ୟ ବିଚ୍ୟୁତି
(ii) ବିସ୍ତାର
(iii) ମାନକ ବିଚ୍ୟୁତି
(iv) ଚତୁର୍ଥାଂଶକ ବିଚ୍ୟୁତି
Answer:
(iii) ମାନକ ବିଚ୍ୟୁତି

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୭। ମାନକ ବିଚ୍ୟୁତିର ବର୍ଗ ହେଉଛି –
(i) ମାଧ୍ୟ ବିଚ୍ୟୁତି
(ii) ବିସ୍ତାର
(iii) ମାନକ ବିଚ୍ୟୁତି
(iv) ପ୍ରସାରଣ
Answer:
(iv) ପ୍ରସାରଣ

୮। କେଉଁଟି ବିଚ୍ଛୁରଣର ଜ୍ୟାମିତିକ ପରିପ୍ରକାଶ ଅଟେ ?
(i) ମାଧ୍ୟ-ବିଚ୍ୟୁତି
(ii) ବାରମ୍ବାରତା ବକ୍ରରେଖା
(iii) ମାନକ ବିଚ୍ୟୁତି
(iv) ଲରେଞ୍ଜ ବକ୍ରରେଖା
Answer:
(iv) ଲରେଞ୍ଜ ବକ୍ରରେଖା

୯। ମାଧ୍ୟ ବିଚ୍ୟୁତି କେଉଁ ହାରାହାରିଠାରୁ ଗଣନା କରାଯାଏ ?
(i) ମାଧ୍ୟମାନ
(ii) ମଧ୍ୟମା
(iii) ଉଭୟ ମାଧ୍ୟମାନ ଓ ମଧ୍ୟମା
(iv) ଉପରୋକ୍ତ କୌଣସିଟି ନୁହେଁ
Answer: (iii) ଉଭୟ ମାଧ୍ଯମାନ ଓ ମଧ୍ୟମା

୧୦। ମାଧବିଚ୍ୟୁତି କେଉଁ ମଧ୍ଯକଠାରୁ ଗଣନା କରାଯାଏ ?
(i) ମାଧ୍ୟମାନ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ଉପରୋକ୍ତ ସମସ୍ତ ମଧ୍ୟକ
Answer:
(iv) ଉପରୋକ୍ତ ସମସ୍ତ ମଧ୍ଯକ

୧୧। କେଉଁ ମଧ୍ଯକଠାରୁ ଲବ୍‌ଧାଙ୍କ ବିଚ୍ୟୁତିର ବର୍ଗର ଯୋଗଫଳ ସର୍ବନିମ୍ନ ?
(i) ମାଧ୍ୟମାନ
(ii) ମଧ୍ୟମା
(iii) ଗରିଷ୍ଠକ
(iv) ଚତୁର୍ଥାଂଶକ
Answer:
(i) ମାଧ୍ୟମାନ

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୨। ଭାଗବିଭକ୍ତ ତଥ୍ୟାବଳୀର ବିସ୍ତାର କେଉଁ ଲବ୍‌ଧାଙ୍କ ଦ୍ବୟର ଅନ୍ତରଫଳ ଦ୍ବାରା ଆକଳନ ହୋଇଥାଏ ?
(i) ବୃହତ୍ତର ସଂଭାଗର ନିମ୍ନସୀମା ଓ କ୍ଷୁଦ୍ରତମ ସଂଭାଗର ଉର୍ଦ୍ଧ୍ୱସୀମା
(ii) ବୃହତ୍ତର ସଂଭାଗର ଉର୍ଦ୍ଧ୍ୱସୀମା ଓ କ୍ଷୁଦ୍ରତମ ସଂଭାଗର ଊର୍ଦ୍ଧ୍ୱସୀମା
(iii) ବୃହତ୍ତର ସଂଭାଗର ଉର୍ଦ୍ଧ୍ୱସୀମା ଓ କ୍ଷୁଦ୍ରତମ ସଂଭାଗର ନିମ୍ନସୀମା
(iv) ବୃହତ୍ତର ସଂଭାଗର ନିମ୍ନସୀମା ଓ କ୍ଷୁଦ୍ରତମ ସଂଭାଗର ନିମ୍ନସୀମା
Answer:
(ii) ବୃହତ୍ତର ସଂଭାର ଉର୍ଦ୍ଧ୍ୱସୀମା ଓ କ୍ଷୁଦ୍ରତମ ସଂଭାଗର ଉର୍ଦ୍ଧ୍ୱସୀମା

B. ଶୂନ୍ୟସ୍ଥାନ ପୂରଣ କର :

୧। କୌଣସି ବଣ୍ଟନର ବିଚ୍ଛୁରଣ ତାହାର _____________________ ର ଚତୁଃପାର୍ଶ୍ଵରେ ବିଚ୍ଛୁରିତ ହେବାର ସୂଚନା ପ୍ରଦାନ କରେ
Answer:
କେନ୍ଦ୍ରୀୟମାନ

୨। ଚତୁର୍ଥାଂଶକ ବିଚ୍ୟୁତି ______________________ ସୂତ୍ର ସାହାଯ୍ୟରେ ନିର୍ଣ୍ଣୟ କରାଯାଏ।
Answer:
\(\frac{\theta_3-\theta_1}{2}\)

୩। ମାଧ୍ୟମାନଠାରୁ ଲବ୍‌ଧାଙ୍କମାନଙ୍କର ବିଚ୍ୟୁତିର ଯୋଗଫଳ ____________________ ।
Answer:
ଶୂନ୍ୟ

୪। ____________________ ମଧ୍ଯକଠାରୁ ଲବ୍‌ଧାଙ୍କମାନଙ୍କ ବିଚ୍ୟୁତିର ପରମମାନର ଯୋଗଫଳ ସର୍ବନିମ୍ନ।
Answer:
ମଧ୍ୟମା

୫। କୌଣସି ବଣ୍ଟନର ବିସ୍ତାର ତାହାର ମାନକ ବିଚ୍ୟୁତିଠାରୁ ___________________ ।
Answer:
ବୃହତ୍ତର

୬। ___________________ ବିଚ୍ଛୁରଣ ମାପଙ୍କରେ ବାରମ୍ବାରତା ବ୍ୟବହାର ହୋଇ ନ ଥାଏ।
Answer:
ବିସ୍ତାର

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୭। ___________________ ବିଚ୍ଛୁରଣ ମାପଙ୍କ ଚରମ ଲବ୍‌ଧାଙ୍କ ଦ୍ଵାରା ବହୁଳ ପ୍ରଭାବିତ ଅଟେ।
Answer:
ବିସ୍ତାର

୮। ବିତରଣର ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କଦ୍ବୟର ଅନ୍ତରକୁ ________________ କହନ୍ତି ।
Answer:
ବିସ୍ତାର

୯। ____________________ ବିଚ୍ଛୁରଣ ମାପରେ ବିଦ୍ୟୁତିର ପରମମାନକୁ ବିଚାରକୁ ନିଆଯାଏ।
Answer:
ବିସ୍ତାର

୧୦। ________________________ ଚତୁର୍ଥାଂଶକ ମଧ୍ୟମା ସହିତ ସମାନ।
Answer:
ମଧ୍ୟଚତୁର୍ଥାଂଶ

୧୧। ______________________ ବିଚ୍ୟୁତିର ବୀଜଗାଣିତିକ ପ୍ରତିପାଦନ କ୍ଷମତା ଥାଏ ।
Answer:
ମାନକ ବିଚ୍ୟୁତି

୧୨। ______________________ ବିଚ୍ୟୁତି ହାରାହାରିରୁ ଧନାତ୍ମକ ଓ ଋଣାତ୍ମକ ଚିହ୍ନ ଛାଡ଼ି ପ୍ରତ୍ୟେକ ଲବ୍ଧଶଙ୍କର ବିଚ୍ୟୁତି ବାହାର କରିଥାଏ।
Answer:
ମାଧ୍ୟବିଚ୍ୟୁତି

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ବିସ୍ତାର କ’ଣ ?
Answer:
ରାଶିମାଳାର ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କ ଦ୍ଵୟର ଅନ୍ତରଫଳକୁ ବିସ୍ତାର କୁହାଯାଏ।

୨। ମାଧ୍ୟବିଚ୍ୟୁତି କ’ଣ ?
Answer:
ଗୋଟିଏ ବିତରଣରେ ଲବ୍‌ଧାଙ୍କମାନଙ୍କଠାରୁ ମାଧମାନ ବା ମଧ୍ୟମାର ପରମ ବିଚ୍ୟୁତି ଗୁଡ଼ିକର ମାଧ୍ଯମାନକୁ ମଧ୍ୟ ବିଚ୍ୟୁତି କୁହାଯାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୩। ମାନକ ବିଚ୍ୟୁତି କ’ଣ ?
Answer:
ଗୋଟିଏ ବିତରଣରେ ମାଧମାନ ଓ ଲବ୍‌ଧାଙ୍କ ମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି କୁହାଯାଏ।

୪। ବିଚରଣ ଗୁଣାଙ୍କ କ’ଣ ?
Answer:
ମାଳକ ବିଚ୍ୟୁତି ଓ ମାଧ୍ଯମାନର ଶତକଡ଼ା ଅନୁପାତକୁ ବିଚରଣ ଗୁଣାଙ୍କ କୁହାଯାଏ।

୫। ପ୍ରସରଣ କ’ଣ ?
Answer:
ମାନକ ବିଦ୍ୟୁତିର ବର୍ଗକୁ ପ୍ରସରଣ କୁହାଯାଏ।

୬। ଚତୁର୍ଥାଂଶକର ବିଚ୍ୟୁତି କାହାକୁ କୁହାଯାଏ ?
Answer:
ଉର୍ଦ୍ଧ୍ବ ଓ ଅଧଃ ଚତୁର୍ଥାଂଶକର ଅନ୍ତରଫଳର ହାରାହାରିକୁ ଚତୁର୍ଥାଂଶକ ବିଚ୍ୟୁତି କୁହାଯାଏ ।

୭। ବିସ୍ତାର କ’ଣ ?
Answer:
ବିତରଣ ମାଳାର ସର୍ବବୃହତ୍ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ବୟର ଅନ୍ତରଫଳକୁ ବିସ୍ତାର କୁହାଯାଏ।

୮। ବିସ୍ତାରର ଗୁଣାଙ୍କ କ’ଣ ?
Answer:
ବିତରଣ ମାଳାର ସର୍ବାଧିକ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟର ବିୟୋଗ ଓ ଯୋଗର ଅନୁପାତକୁ ବିସ୍ତାରର ଗୁଣାଙ୍କ କୁହାଯାଏ।’

୯। ବିଚ୍ଛୁରଣ କାହାକୁ କୁହାଯାଏ ?
Answer:
କୌଣସି ପର୍ଯ୍ୟବେକ୍ଷଣ ବା ତଥ୍ୟାବଳୀରେ ଲବ୍‌ଧାଙ୍କ ଗୁଡ଼ିକ କେନ୍ଦ୍ରୀୟ ମାପକରେ ଉଭୟ ପାର୍ଶ୍ଵରେ କିପରି ଭାବରେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ।

୧୦। ବିଜୁରଣର ଯେକୌଣସି ଗୋଟିଏ ଆଭିମୁଖ୍ୟ ଲେଖ ।
Answer:
ବିଚ୍ଛୁରଣ କୌଣସି ରାଶିମାଳାର ହାରାହାରି ବିଭିନ୍ନତା ପରିପ୍ରକାଶ କରିଥାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୧। ବିଜୁରଣ ମାର୍ଗର ବିଶୁଦ୍ଧ ପରିମାପ କ’ଣ ?
Answer:
ବିଚ୍ଛୁରଣର ପରିମାପ ଯାହାକୁ ବିତରଣ ମାଳାର ମୌଳିକ ଏକକରେ ପ୍ରକାଶ କରାଯାଏ, ତାହାକୁ ବିଶୁଦ୍ଧ ପରିମାପ କୁହାଯାଏ ।

୧୨। ବିଜୁରଣ ମାପର ଆପେକ୍ଷିକ ପରିମାପ କ’ଣ ?
Answer:
ତଥ୍ୟାବଳୀର ପରିବର୍ତ୍ତନୀୟତା ଶତକଡ଼ଶ ମାଧ୍ୟମରେ ପ୍ରକାଶ କରାଗଲେ ତାହାକୁ ବିଚ୍ଛୁରଣର ଆପେକ୍ଷିକ ପରିମାପ କୁହାଯାଏ ।

୧୩। ବିସ୍ତାର ଯେକୌଣସି ଗୋଟିଏ ଉପକାରିତା ବର୍ଣ୍ଣନା କର ?
Answer:
ପାଣିପାଗର ଭବିଷ୍ୟତ ସୂଚନା ପ୍ରଦାନ କରେ।

୧୪। ବିଜୁରଣର କେଉଁ ପରିମାପକୁ ହାରାହାରି ବିଚ୍ୟୁତି କୁହାଯାଏ ?
Answer:
ମାଧ୍ୟ-ବିଚ୍ୟୁତି

୧୫। ମାଧବିଚ୍ୟୁତିର କୌଣସି ଗୋଟିଏ ବ୍ୟବହାର ଲେଖ।
Answer:
ଏହା ବ୍ୟବସାୟିକ ଉତ୍‌ଥାନ ପତନର ଗଣନା କ୍ଷେତ୍ରରେ ବିଶେଷ ଉପଯୋଗୀ।

୧୬। ଏକ ଅବାଧ ସଂଭାଗ ବିସ୍ତାର କ୍ଷେତ୍ରରେ କେଉଁ ପରିମାପକ ସବୁଠାରୁ ଅଧ‌ିକ ପ୍ରଯୁଜ୍ୟ ଅଟେ ?
Answer:
ଚତୁର୍ଥାଂଶକ ବିଚ୍ୟୁତି ।

୧୭। ବିଚରଣ ଗୁଣାଙ୍କ ନିର୍ଣ୍ଣୟ ସୂତ୍ରଟି କ’ଣ ?
Answer:
\(C . V=\frac{6}{\bar{X}} \times 100\)

୧୮। ଯଦି ବିଚରଣର ମାନକ ବିଚ୍ୟୁତି କମ୍ ହୁଏ, ତାହାହେଲେ ବିତରଣର ବିଚ୍ଛୁରଣ କ’ଣ ହୁଏ ?
Answer:
ସ୍ୱଳ୍ପ ।

୧୯। ଆଦର୍ଶ ବିଜୁରଣର ପରିମାପଟି କ’ଣ ?
Answer:
ମାନକ ବିଚ୍ୟୁତି

୨୦ । ଚତୁର୍ବିଂଶକ କାହାକୁ କୁହାଯାଏ ?
Answer:
ଯେଉଁ ମୂଲ୍ୟ ଗୋଟିଏ ପରିସଂଖ୍ୟାନ ବଣ୍ଟନମାଳାକୁ ସମାନ ଚାରି ଭାଗରେ ଭାଗ କରେ ତାହାକୁ ଚତୁର୍ଥାଂଶକ କୁହାଯାଏ ।

୨୧। ମାଧବିଚ୍ୟୁତି କାହିଁକି ଖୁବ୍ କମ୍ ବ୍ୟବହାର କରାଯାଏ ?
Answer:
କାରଣ ଏହାର ନିର୍ଣ୍ଣୟ ସମୟରେ ‘+’ ଓ ‘−’ ଚିହ୍ନକୁ ଉପେକ୍ଷା କରାଯାଇଥାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୨୨। କେଉଁ ବିଚ୍ଛୁରଣ ପରିମାପକଟି ସର୍ବୋତ୍କୃଷ୍ଟ ଅଟେ ?
Answer:
ମାନକ ବିଚ୍ୟୁତି ।

୨୩। ମାନକ ବିଚ୍ୟୁତି ଗୁଣାଙ୍କ ନିର୍ୟୟ ସୂତ୍ରଟି କ’ଣ ?
Answer:
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 2
= \(\frac{6}{\bar{X}}\)

୨୪। ମାନକ ବିଚ୍ୟୁତି ଗୁଣାଙ୍କ କ’ଣ ?
Answer:
ଦୁଇଟି ରାଶିମାଳାର ମାନକ ବିଦ୍ୟୁତିର ବିଭିନ୍ନତାର ଆପେକ୍ଷିତ ପରିମାପ ହେଉଛି ମାନକ ବିଚ୍ୟୁତି ଗୁଣାଙ୍କ।

୨୫। ମାଧ୍ୟ ବିଚ୍ୟୁତି ଗୁଣାଙ୍କ କ’ଣ ?
Answer:
କୌଣସି ତଥ୍ୟାବଳୀର ମାଧ୍ୟ ବିଚ୍ୟୁତିକୁ ସଂପୃକ୍ତ ହାରାହାରି ମୂଲ୍ୟ ଦ୍ଵାର ଭାଗକୁ ମାଧ ବିଚ୍ୟୁତି ଗୁଣାଙ୍କ କୁହାଯାଏ।

୨୬। ମାଧ୍ୟ ବିଚ୍ୟୁତି ଗୁଣାଙ୍କ ନିର୍ଣ୍ଣୟ କରିବାର ସୂତ୍ରଟି କ’ଣ ?
Answer:
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 3

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 4

୨୭ । ମାଧ୍ଯମାନ ୨୦ ଏବଂ ମାନକ ବିଚ୍ୟୁତି ୪ ହେଲେ ବିଚରଣ ଗୁଣାଙ୍କ ହେବ କେତେ ?
Answer:
୨୦ ( ବିଚରଣ ଗୁଣାଙ୍କ (C.V) = \(\left.\frac{6}{\bar{X}} \times 100=\frac{4}{20} \times 100=20\right)\)

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ମାନକ ବିଚ୍ୟୁତିର ବର୍ଗ ମୂଳକୁ ପ୍ରସରଣ କୁହାଯାଏ ।
Answer:
ମାନକ ବିଚ୍ୟୁତିର ବର୍ଗକୁ ପ୍ରସରଣ କୁହାଯାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୨। ବିଚ୍ଛୁରଣ ଯେତେ ବେଶୀ ହୁଏ ତଥ୍ୟାବଳୀର ସଂଗତି ସେତେ ବେଶି ହୁଏ ।
Answer:
ବିଚ୍ଛୁରଣ ଯେତେ ବେଶୀ ହୁଏ ତଥ୍ୟାବଳୀର ସଂଗତି ସେତେ କମ୍ ହୁଏ ।

୩। ବିଚ୍ଛୁରଣ ଗୁଣାଙ୍କ ବିଜୁରଣର ଏକ ବିଶୁଦ୍ଧ ପରିମାପ ଅଟେ ।
Answer:
ବିଚ୍ଛୁରଣ ଗୁଣାଙ୍କ ବିଚ୍ଛୁରଣର ଏକ ଆପେକ୍ଷିକ ପରିମାପ ଅଟେ ।

୪। ପ୍ରସାରଣ ମାନକ ବିଚ୍ୟୁତିର ବର୍ଗମୂଳ ସଙ୍ଗେ ସମାନ ।
Answer:
ପ୍ରସାରଣ ମାନକ ବିଚ୍ୟୁତିର ବର୍ଗ ସଙ୍ଗେ ସମାନ ।

୫। ବିଜୁରଣର ପରିମାପକୁ ପ୍ରଥମ ଶ୍ରେଣୀର ହାରାହାରି କୁହାଯାଏ।
Answer:
ବିଚ୍ଛୁରଣର ପରିମାପକୁ ଦ୍ଵିତୀୟ ଶ୍ରେଣୀର ହାରାହାରି କୁହାଯାଏ।

୬। ବିଜୁରଣର ଆପେକ୍ଷିକ ପରିମାପକୁ ମୌଳିକ ଏକକରେ ପ୍ରକାଶ କରାଯାଏ।
Answer:
ବିଚ୍ଛୁରଣର ଆପେକ୍ଷିକ ପରିମାପକୁ ଶତକଡ଼ାରେ ପ୍ରକାଶ କରାଯାଏ।

୭। ଦୁଇଟି ବିତରଣ ମାଳାର ପରିବର୍ତ୍ତନୀୟ ତୁଳନା କରିବା ପାଇଁ ବିଶୁଦ୍ଧ ପରିମାପ ବ୍ୟବହାର ହୋଇଥାଏ।
Answer:
ଦୁଇଟି ବିତରଣ ମାଳାର ପରିବର୍ତ୍ତନୀୟ ତୁଳନା କରିବା ପାଇଁ ଆପେକ୍ଷିକ ପରିମାପ ବ୍ୟବହାର ହୋଇଥାଏ।

୮। ବିତରଣ ମାଳାର ସର୍ବ ବୃହତ୍ ଓ ସର୍ବ କନିଷ୍ଠ ଲବ୍‌ଧାଙ୍କଦ୍ୱୟର ଅନ୍ତରଫଳକୁ ବିସ୍ତାର କୁହାଯାଏ।
Answer:
ଠିକ୍

୯। ଗୋଟିଏ ବଣ୍ଟନରେ ବିସ୍ତାର ନିର୍ଣ୍ଣୟରେ ୫୦% ଲବ୍‌ଧାଙ୍କ ଅନ୍ତର୍ଭୁକ୍ତ ହୋଇଥାଏ।
Answer:
ଗୋଟିଏ ବଣ୍ଟନରେ ବିସ୍ତାର ନିର୍ଣ୍ଣୟରେ ୧୦୦% ଲବ୍‌ଧାଙ୍କ ଅନ୍ତର୍ଭୁକ୍ତ ହୋଇଥାଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୦। ବିସ୍ତାର ନିଶ୍ଚିୟ ବିତରଣ ମାଳାର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ।
Answer:
ବିସ୍ତାର ନିର୍ଣ୍ଣୟ ବିତରଣ ମାଳାର ସର୍ବବୃହତ୍ ଓ ସର୍ବନିମ୍ନ ଲବ୍‌ଧାଙ୍କ ଉପରେ ପର୍ଯ୍ୟ ବସିତ।

୧୧। ମାଧ୍ୟ ବିଚ୍ୟୁତି ଚରମ ଲବ୍‌ଧାଙ୍କ ଦ୍ୱାରା ବିଶେଷ ପ୍ରଭାବିତ ହୋଇଥାଏ।
Answer:
ବିସ୍ତାର ଚରମ ଲବ୍‌ଧାଙ୍କ ଦ୍ଵାରା ବିଶେଷ ପ୍ରଭାବିତ ହୋଇଥାଏ।

୧୨। ଚତୁର୍ଥ ଚତୁର୍ଥାଂଶକ ହେଉଛି ମଧ୍ଯମା।
Answer:
ଦ୍ବିତୀୟ ଚତୁର୍ଥାଂଶକ ହେଉଛି ମଧ୍ଯମା ।

୧୩। ମାଧ୍ୟ ବିଚ୍ୟୁତି କେବଳ ମାଧ୍ଯମାନକୁ ବ୍ୟବହାର କରିଥାଏ।
Answer:
ମାଧ୍ୟବିଚ୍ୟୁତି ମାଧ୍ୟମାନ, ମଧ୍ୟମା ଓ ଗରିଷ୍ଠକକୁ ବ୍ୟବହାର କରିଥାଏ।

୧୪। ବିସ୍ତାର ଯେ କୌଣସି ହାରାହାରିରୁ ଗଣନା କରାଯାଏ।
Answer:
ମାଧବିଚ୍ୟୁତି ବିସ୍ତାର ଯେ କୌଣସି ହାରାହାରିରୁ ଗଣନା କରାଯାଏ।

୧୫। ମାଧବିଚ୍ୟୁତି ଏକ ସର୍ବୋକୃଷ୍ଟ ବିଚ୍ଛୁରଣ ପରିମାପକ।
Answer:
ମାନକ ବିଚ୍ୟୁତି ଏକ ସର୍ବୋତ୍କୃଷ୍ଟ ବିଚ୍ଛୁରଣ ପରିମାପକ ।

୧୬। ମାନକ ବିଚ୍ୟୁତି ମଧ୍ଯମାକୁ ବିଚ୍ୟୁତି ନିର୍ଣ୍ଣୟରେ ବ୍ୟବହାର କରିଥାଏ।
Answer:
ମାନକ ବିଚ୍ୟୁତି ମାଧବିଚ୍ୟୁତି ବିଚ୍ୟୁତି ନିର୍ଣ୍ଣୟରେ ବ୍ୟବହାର କରିଥାଏ।

୧୭। ଯଦି ବିଜୁରଣର ମାନକ ବିଚ୍ୟୁତି କମ୍ ହୁଏ ତା’ ହେଲେ ବିତରଣର ବିଚ୍ଛୁରଣ ଅଧ୍ବକ ହୁଏ ।
Answer:
ଯଦି ବିଚ୍ଛୁରଣର ମାନକ ବିଚ୍ୟୁତି କମ୍ ହୁଏ ତା’ ହେଲେ ବିତରଣର ବିଚ୍ଛୁରଣ ସ୍ଵଳ୍ପ ହୁଏ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୧୮। ଯଦି ବଣ୍ଟନ ‘କ’ର ମାଧ୍ୟମାନ ଓ ମାନକ ବିଚ୍ୟୁତି ଯଥାକ୍ରମେ ବଣ୍ଟନ ‘ଖ’ର ମାଧ୍ୟମାନ ଓ ମାନକ ବିଚ୍ୟୁତି ଅପେକ୍ଷା କ୍ଷୁଦ୍ରତର ହୋଇଥା’ନ୍ତି, ତା’ହେଲେ ବଣ୍ଟନ ‘କ’ ବଣ୍ଟନ ‘ଖ’ ଅପେକ୍ଷା ଅଧିକ ସୁସଂଗତ ହୋଇଥାଏ।
Answer:
ଠିକ୍

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ଯରେ ଦିଅ ।

୧। ବିଚ୍ଛୁରଣ କ’ଣ ?
Answer:
କୌଣସି ବଣ୍ଟନରେ ଲବ୍‌ଧାଙ୍କ ଗୁଡ଼ିକ କେନ୍ଦ୍ରୀୟମାନ ବା ମଧ୍ଯକର ଚତୁଃପାର୍ଶ୍ଵରେ କିପରି ଭାବେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ । ବିଚ୍ଛୁରଣ ଯେତେ ବେଶୀ, ତଥ୍ୟାବଳୀର ସଙ୍ଗତି ସେତେ କମ୍ ଓ ବିଚ୍ଛୁରଣ ଯେତେ କମ୍ ତଥ୍ୟାବଳୀର ସଙ୍ଗତି ସେତେ ବେଶି ହେବ ବୋଲି ବିଚାର କରାଯାଏ। ବିଜୁରଣର ମାପକ ଦ୍ଵିତୀୟ କ୍ରମର ମଧ୍ୟକ। ବିଚ୍ଛୁରଣର ମାପକ ଗୁଡ଼ିକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ, ଯଥା – (୧) ବିଚ୍ଛୁରଣର ବିଶୁଦ୍ଧ ପରିମାପ, (୨) ବିଚ୍ଛୁରଣର ଆପେକ୍ଷିକ ପରିମାପ।

୨। ବିସ୍ତାର କ’ଣ ?
Answer:
ବିଚ୍ଛୁରଣର ପରିମାପକମାନଙ୍କ ମଧ୍ୟରୁ ବିସ୍ତାର ସବୁଠାରୁ ସହଜ। ଏହା ବାରମ୍ବାରତା ପରିବଣ୍ଟନ ସାରଣୀରେ ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କ ଦ୍ବୟର ଅନ୍ତରଫଳକୁ ବୁଝାଇଥାଏ। ବିସ୍ତାରମାନ ଅଧିକ ହେଲେ ବିଚ୍ଛୁରଣ ଅଧ୍ବକ ଓ ବିସ୍ତାରର ମାନ କମ୍ ହେଲେ ବିଚ୍ଛୁରଣ କମ୍ ହୁଏ। ବିସ୍ତାର କେବଳ ସର୍ବାଧକ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ଵୟ ଉପରେ ନିର୍ଭରଶୀଳ ହୋଇଥିବାରୁ ଏହାକୁ ବିଚ୍ଛୁରଣର ଉତ୍ତମ ମାପକ ରୂପେ ଗ୍ରହଣ କରାଯାଏ ନାହିଁ ।

ଏହାର ଆପେକ୍ଷିକ ପରିମାପକ =\(\frac{L-S}{L+S}\) । C ହେଉଛି ବୃହତ୍ତମ ଲବ୍‌ଧାଙ୍କ ଏବଂ S ହେଉଛି କ୍ଷୁଦ୍ରତମ ଲବ୍‌ଧାଙ୍କ । ସାଧାରଣତଃ ଗୁଣ ନିୟନ୍ତ୍ରଣ ଓ ପାଣିପାଗର ସୂଚନା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ।

୩। ବିଚ୍ଛୁରଣର ଆପେକ୍ଷିକ ପରିମାପ କ’ଣ ?
Answer:
କିଛି ଆପେକ୍ଷିକ ମୂଲ୍ୟ ବା ଶତକଡ଼ା ମାଧ୍ୟମରେ ତଥ୍ୟାବଳୀର ପରିବର୍ତ୍ତନୀୟତା ପ୍ରକାଶକୁ ବିଜୁରଣର ଆପେକ୍ଷିକ ପରିମାପ ବୋଲି କୁହାଯାଏ। ଆପେକ୍ଷିକ ପରିମାପକୁ ଅନୁପାତ ବା ଶତକଡ଼ାରେ ସ୍ଥିର କରାଯାଏ। ସେଥ‌ିପାଇଁ ଏହି ପରିମାପକୁ ସ୍ଵତନ୍ତ୍ର ଏକକର ବାସ୍ତବ ସଂଖ୍ୟା ବୋଲି କୁହାଯାଏ। ଏହା ସର୍ବାଧ‌ିକ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟର ଅନୁପାତ ଓ ସେମାନଙ୍କର ସମ୍ମିଶ୍ରଣକୁ ବୁଝାଏ। ଦୁଇଟି ରଣ ମାଳାର ପରିବର୍ତ୍ତନୀୟତା ତୁଳନା କରିବା ପାଇଁ ବିଚ୍ଛୁରଣର ଆପେକ୍ଷିକ ମାପର ହିସାବ ଏକାନ୍ତ ଆବଶ୍ୟକ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୪। ମାନକ ବିଚ୍ୟୁତି କ’ଣ ?
Answer:
ମାନକ ବିଚ୍ୟୁତି ବିଜୁରଣର ଅନ୍ୟ ଏକ ପରିମାପକ। ଏହି ତତ୍ତ୍ଵକୁ ୧୮୨୩ ମସିହାରେ କାର୍ଲ-ପିଅରସନ ପ୍ରଥମେ ପ୍ରତିପାଦନ କରିଥିଲେ । ଗୋଟିଏ ବାରମ୍ବାରତା ବିତରଣ ତଥ୍ୟାବଳୀର ମାଧ୍ଯମାନ ଓ ଲଜ୍ଜାଙ୍କମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ବର୍ଗ ମୂଳକୁ ମାନକ ବିଚ୍ୟୁତି କୁହାଯାଏ।

\(6=\sqrt{\frac{\sum d^2}{N}}\)

ଯହିଁରେ ୬ = ମାନକ ବିଚ୍ୟୁତି, N = ବାରମ୍ବାରତାର ସମଷ୍ଟି ∑d² = ବିଭିନ୍ନ ଲଜ୍ଜାଙ୍କର ଗାଣିତିକ ମାଧମାନର ବିଚ୍ୟୁତିର ବର୍ଗର ସମଷ୍ଟି ମାନକ ବିଚ୍ୟୁତିର ଆପେକ୍ଷିକ

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 5
ଯେତେବେଳେ ଦୁଇଟି ବା ତହିଁରୁ ଅଧ‌ିକ ମାଳା ମଧ୍ଯରେ ତୁଳନା କରିବାକୁ ପଡ଼େ, ଏହି ମାନକ ବିଦ୍ୟୁତିର ଆପେକ୍ଷିକ ପରିମାପ ସେତେବେଳେ ବ୍ୟବହୃତ ହୋଇଥାଏ। ଏହାକୁ ମଧ୍ୟ ବିଚରଣର ଗୁଣାଙ୍କ ମଧ୍ୟ କୁହାଯାଏ। ଯେଉଁ ମାଳାର ଆପେକ୍ଷିକ ମୂଲ୍ୟ ଅଧ‌ିକ ହୋଇଥାଏ, ସେହି ମାଳାର ବିଚ୍ଛୁରଣ ଅଧିକ ହୋଇଥାଏ।

୫। ବିଜୁରଣ ପରିମାପକ କିପରି ମନୋନୟନ କରିବ ?
Answer:
ବିଚ୍ଛୁରଣ ପ୍ରତ୍ୟେକ ପରିମାପକର କିଛି ନା କିଛି ସୁ-ଗୁଣ ଓ ଦୁର୍ଗୁଣ ରହିଛି । ସବୁ ପରିମାପକ ସବୁ କ୍ଷେତ୍ରରେ ପ୍ରଯୁଜ୍ୟ କହିବା ଠିକ୍ ନୁହେଁ । ବଣ୍ଟନର ବିଭିନ୍ନ ଦିଗ ପ୍ରତି ଦୃଷ୍ଟି ଦେଇ ବିଚ୍ଛୁରଣର ପରିମାପକ ମନୋନୟନ କରିବା ଉଚିତ୍। ଯେପରି ପାଣିପାଗ ସୂଚନା କ୍ଷେତ୍ରରେ ବା ଗୁଣ ନିୟନ୍ତ୍ରଣ କ୍ଷେତ୍ରରେ ବିସ୍ତାର ସବୁଠାରୁ ଅଧ‌ିକ ପ୍ରଯୁଜ୍ୟ । କିନ୍ତୁ ଏକ ଅବାଧ ସଂଭାଗ ବିସ୍ତାର ବିତରଣ କ୍ଷେତ୍ରରେ ଚତୁର୍ଥାଂଶକ ଅଧିକ ଉପଯୁକ୍ତ ପରିମାପକ ଅଟେ । ଯେହେତୁ ମାଧବିଚ୍ୟୁତି ‘–’ ଓ ‘+’ ଚିହ୍ନକୁ ଉପେକ୍ଷା କରିଥାଏ, ତେଣୁ ଏହି ବିଚ୍ଛୁରଣ ନିର୍ଣ୍ଣୟରେ ବହୁତ କମ୍ ବ୍ୟବହାର କରାଯାଏ । ମାନକ ବିଚ୍ୟୁତି ଏକ ଉତ୍ତମ ବିଚ୍ଛୁରଣ ପରିମାପକ ।

ଏହା ଉତ୍ତମ ବିଚ୍ଛୁରଣ ପରିମାପକର ସମସ୍ତ ଗୁଣ ବହନ କରିଥାଏ। ତଥ୍ୟାବଳୀର ବୈଷମ୍ୟ, ସହ ସମ୍ବନ୍ଧ ଇତ୍ୟାଦି ଆକଳନ କରିବାରେ ମାନକ ବିଚ୍ୟୁତି ଅପରିହାର୍ଯ୍ୟ ଅଟେ। ଯଦି ବିଭିନ୍ନ ପର୍ଯ୍ୟବେକ୍ଷଣ ବିଭିନ୍ନ ଏକକରେ ପ୍ରକାଶ କରାଯାଇଥାଏ ଓ ସେମାନଙ୍କର ତୁଳନାତ୍ମର୍କ ଅନୁଶୀଳନ ଦରକାର ହୁଏ, ସେ କ୍ଷେତ୍ରରେ ବିତରଣ ଗୁଣାଙ୍କ ବ୍ୟବହୃତ କରାଯାଇଥାଏ। ବଣ୍ଟନର ଅସମତାକୁ ଜ୍ୟାମିତିକ ଚିତ୍ର ଆକାରରେ ପ୍ରକାଶ କରିବାକୁ ହେଲେ ଲରେଞ୍ଜ ବକ୍ର ଉପଯୁକ୍ତ ବିଚ୍ଛୁରଣ ପରିମାପକ ଅଟେ।

୬। ମାଧ୍ୟ ବିଚ୍ୟୁତିର ସୁଗୁଣ ଲେଖ ?
Answer:
ମାଧବିଚ୍ୟୁତି ବିତରଣ ସାରଣର ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌କମାନଙ୍କର ଅନ୍ତରର ପରମମାନର ମାଧ୍ୟମାନକୁ ମାଧ୍ୟବିଚ୍ୟୁତି କୁହାଯାଏ।

  • ଏହା ଖୁବ୍ ସହଜରେ ନିର୍ଣ୍ଣୟ କରିହୁଏ।
  • ଏହାକୁ ସହଜରେ ବୁଝିହୁଏ।
  • ଏହା ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ।
  • ଏହା ଚରମ ଲବ୍‌ଧାଙ୍କ ଦ୍ଵାରା ପ୍ରଭାବିତ ହୁଏ ନାହିଁ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

୭। ମାଧ୍ୟବିଚ୍ୟୁତିର ଦୁର୍ଗୁଣଗୁଡ଼ିକ ଲେଖ ।
Answer:

  • ଏହା ବ୍ୟର୍ଥବୋଧକ ବା ଅସ୍ପଷ୍ଟ ଅଟେ ।
  • ଏହ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଏ ନାହିଁ ।
  • ତୁଳନାତ୍ମକ ବିଶ୍ଳେଷଣ ପାଇଁ ଏହା ପ୍ରଯୁଜ୍ୟ ନୁହେଁ।
  • ଏହା ନମୁନାର ପରିବର୍ତ୍ତନଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୁଏ ।

୮। ମାନକ ବିଦ୍ୟୁତିର ସୁଗୁଣ ଓ ଦୁର୍ଗୁଣ ଲେଖ ?
Answer:
ମାନକ ବିଚ୍ୟୁତି ଏକ ଉତ୍ତର ବିଚ୍ଛୁରଣ ପରିମାପକ ବୋଲି ଗଣନା କରାଯାଏ, କାରଣ ଏହା ଅନେକ ଗୁଡ଼ିଏ ଭଲ ଗୁଣ ବହନ କରିଥାଏ। ସେଗୁଡ଼ିକ ହେଲା –

  • ଏହା ବ୍ୟର୍ଥବୋଧକ ନୁହେଁ ।
  • ଏହାର ନିର୍ଣ୍ଣୟ ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ଆଧାରିତ ।
  • ଏହା ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇଥାଏ। ଏହା ତଥ୍ୟାବଳୀର ବୈଷମ୍ୟ, ସହ ସମ୍ବନ୍ଦ, ସମାଶ୍ରିୟତା ଗୁଣାଙ୍କ ଇତ୍ୟାଦି ଆକଳନରେ ବ୍ୟବହୃତ ହୋଇଥାଏ।
  • ଏହା ପ୍ରତିଚୟନର ହ୍ରାସ ବୃଦ୍ଧିଦ୍ୱାରା ବିଶେଷ ଭାବେ ପ୍ରଭାବିତ ହୋଇ ନ ଥାଏ।
  • ବିତରଣର ମାଧମାନର ବିଶ୍ଵାସଯୋଗ୍ୟତା ମାନକ ବିଚ୍ୟୁତି ଦ୍ଵାରା ପ୍ରମାଣିତ ହୋଇଥାଏ।

ମାନକ ବିଚ୍ଯୁତିର ଦୁର୍ଗୁଣଗୁଡ଼ିକ ଲେଖ ।

  • ଏହା ଗଣନା କରିବା ଓ ବୁଝିବା ସହଜ ନୁହେଁ।
  • ଏହା ବିତରଣର ଚରମ ଲବ୍‌ଧାଙ୍କ ଦ୍ଵାରା ପ୍ରଭାବିତ ହୋଇଥାଏ।
  • ଏହା ବିଭିନ୍ନ ଏକକରେ ପ୍ରକାଶିତ ବଣ୍ଟନର ତୁଳନାତ୍ମକ ଅନୁଶୀଳନ ପାଇଁ ପ୍ରଯୁଜ୍ୟ ନୁହେଁ ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ।

୧। ମାଧ୍ୟବିଚ୍ୟୁତି ଓ ମାନକ ବିଚୁ୍ୟତି
Answer:
କୌଣସି ବିତରଣ ସାରଣୀରେ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କ ଅନ୍ତରର ପରମମାନର ମାଧ୍ୟମାନକୁ ମାଧ୍ୟବିଚ୍ୟୁତି କୁହାଯାଏ। ମାଧବିଚ୍ୟୁତି ନିର୍ଣ୍ଣୟ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଦ୍ଵାରା ହୋଇଥାଏ।

M.D ମାଧ୍ଯମାନଠାରୁ (MDX ) = \(\frac{\sum d x}{N}\)
M.D ମଧ୍ୟମା ଠାରୁ (MDm) = \(\frac{\sum d x}{m}\)
M.D ଗରିଷ୍ଠକ ଠାରୁ (MDz) = \(\frac{\sum d x}{z}\)

ଏଠାରେ ∑dX = ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ
∑dm = ମଧ୍ୟମା ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ
∑dz = ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ

ମାଧ୍ୟବିଚ୍ୟୁତି ନିର୍ଣ୍ଣୟ ସମୟରେ + ଓ – ଚିହ୍ନ ଗୁଡ଼ିକୁ ଉପେକ୍ଷା କରାଯାଇଥାଏ। ମାଧବିଚ୍ୟୁତି ଖୁବ୍ ସହଜରେ ନିଶ୍ଚୟ ଓ ହୃଦୟଙ୍ଗମ କରିହୁଏ । କିନ୍ତୁ ଗାଣିତିକ ପ୍ରକ୍ରିୟାରେ ଏହା ପୁନଃ ବ୍ୟବହୃତ ହୋଇପାରେ ନାହିଁ । କୌଣସି ବିତରଣ ସାରଣୀରେ ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ବର୍ଗର ମାଧମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି କୁହାଯାଏ। ସାଧାରଣତଃ ୬ (ସିଗ୍‌ମା) ଦ୍ଵାରା ସୂଚୀତ କରାଯାଏ।

\(6=\sqrt{\frac{\sum d X^2}{n}}\)

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ମାନକ ବିଚ୍ୟୁତି ବିଚ୍ଛୁରଣ ପରିମାପକମାନଙ୍କ ମଧ୍ୟରେ ଅଧ‌ିକ ଲୋକପ୍ରିୟ ପରିମାପକ ଅଟେ । ଏହା ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ, ଅସ୍କଟ ନୁହେଁ ଏବଂ ଏହା ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହୃତ ହୋଇଥାଏ। କିନ୍ତୁ ଏହା ନିର୍ଣ୍ଣୟ କରିବା ଓ ହୃଦୟଙ୍ଗମ କରିବା ଏତେ ସହଜ ନୁହେଁ ।

୨। ବିସ୍ତାର ଓ ବିସ୍ତାର ଗୁଣାଙ୍କ
ଏହା ସର୍ବାପେକ୍ଷା ସହଜ, ସରଳ ଓ ସ୍କୁଳ ପରିମାପ ଅଟେ।
ବିସ୍ତାର = L – S
L= ସର୍ବାଧ‌ିକ ମୂଲ୍ୟ
S = ସର୍ବନିମ୍ନ ମୂଲ୍ୟ

ବିସ୍ତାର ବିଶୁଦ୍ଧ ପରିମାପକ ଅଟେ । ତେଣୁ ଏହା ତୁଳନାତ୍ମକ ଭାବରେ ବ୍ୟବହାର ହୋଇପାରେ ନାହିଁ । ଏହାର ଆପେକ୍ଷିକ ପରିମାପକ ନିମନ୍ତେ ବିସ୍ତାରର ଗୁଣାଙ୍କ ଅଧ୍ୟୟନ କରିବାକୁ ପଡ଼ିଥାଏ।
ବିସ୍ତାରର ଗୁଣାଙ୍କ = \(\frac{L-S}{L+S}\)
L = ସର୍ବାଧକ ମୂଲ୍ୟ, S = ସର୍ବନିମ୍ନ ମୂଲ୍ୟ।

୩। ମାଧ୍ୟ ବିଚ୍ୟୁତିର ଗୁଣାଙ୍କ ଓ ମାନକ ବିଚ୍ୟୁତିର ଗୁଣାଙ୍କ
Answer:
ଆପେକ୍ଷିକ ମାଧ ବିଚ୍ୟୁତି ନିର୍ଣ୍ଣୟ କରିବା ପାଇଁ କୌଣସି ତଥ୍ୟାବଳୀର ମାଧ ବିଚ୍ୟୁତିକୁ ସଂପୃକ୍ତ ହାରାହାରି ମୂଲ୍ୟ, ଯଥା ମାଧମାନ ବା ମଧ୍ୟମା ବା ଗରିଷ୍ଠକଦ୍ଵାରା ଭାଗ କରାଯାଇଥାଏ। ଯଦି ବିଚ୍ୟୁତି ଗୁଡ଼ିକ ମାଧ୍ଯମାନରୁ ନିର୍ଣ୍ଣୟ କରାଯାଇଥବ, ତା’ହେଲେ ମାଧବିଚ୍ୟୁତିକୁ ସେହି ମାଧ୍ଯମାନ ଦ୍ଵାରା ଭାଗ କରିବାକୁ ପଡ଼ିଥାଏ, ସେହିପରି ମଧ୍ଯମା ବା ଗରିଷ୍ଠକ ଦ୍ଵାରା ନିର୍ଣ୍ଣୟ କରାଯାଇଥିଲେ ଏହା ମଧ୍ୟମା ବା ଗରିଷ୍ଠକ ଦ୍ଵାରା ଭାଗ କରାଯାଇଥାଏ।
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 4
ଏହାକୁ ଶତକଡ଼ାରେ ନିର୍ଣ୍ଣୟ କରିବାକୁ ହେଲେ ଉକ୍ତ ସୂତ୍ରରେ ୧୦୦ ଗୁଣନ କରିବାକୁ ହୋଇଥାଏ।
ଦୁଇଟି ରାଶିମାଳାର ମାନକ ବିଦ୍ୟୁତିର ବିଭିନ୍ନତାର ଆପେକ୍ଷିକ ପରିମାପ ସ୍ଥିର କରିବା ପାଇଁ ମାନକ ବିଚ୍ୟୁତିର ଗୁଣାଙ୍କ ବ୍ୟବହାର କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 7
ଏହାକୁ ଶତକଡ଼ାରେ ନିର୍ଣ୍ଣୟ କରିବାକୁ ହେଲେ ଉକ୍ତ ସୂତ୍ରରେ 100 ଗୁଣନ କରିବାକୁ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବିଚ୍ଛୁରଣ କହିଲେ କ’ଣ ବୁଝ ? ବିଚ୍ଛୁରଣ ପରିମାପକଗୁଡ଼ିକ କ’ଣ ? ଏକ ଉତ୍ତମ ବିଚ୍ଛୁରଣ ପରିମାପକର ବୈଚିତ୍ରଗୁଡ଼ିକ ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ପ୍ରବୃତ୍ତି; ଯଥା – ମାଧ୍ଯମାନ, ମଧ୍ୟମା ଓ ଗରିଷ୍ଠକ ଓ ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କର ପ୍ରତିନିଧ୍ୱ କରିଥାନ୍ତି । କିନ୍ତୁ ଏମାନଙ୍କଦ୍ୱାରା ତଥ୍ୟାବଳୀର ସମସ୍ତ ଅଭିଲକ୍ଷଣଗୁଡ଼ିକ ପ୍ରତିଫଳିତ ହୋଇ ନ ଥାଏ । ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କମାନଙ୍କର ବିଷୟରେ ଅଧ୍ଯକ ଲକ୍ଷଣଗୁଡ଼ିକ ଜାଣିବା ପାଇଁ ବିଚ୍ଛୁରଣ ସମ୍ବନ୍ଧରେ ଅଧ୍ୟୟନ କରାଯାଏ । ମନେକର ଗୋଟିଏ ଶ୍ରେଣୀର ବାଳକମାନଙ୍କର ମାଧ୍ଯମାନ ମାର୍କ ଓ ବାଳିକାମାନଙ୍କର ମାଧ୍ଯମାନ ମାର୍କ ସମାନ ଅଟେ; ଯଥା – 37 ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

କିନ୍ତୁ ବାଳକ ତାଲିକାରେ ସର୍ବନିମ୍ନ ମାର୍କ 10 ଏବଂ ସର୍ବୋଚ୍ଚ ମାର୍କ 97 ଥ‌ିବା ସମୟରେ ବାଳିକା ତାଲିକାରେ ସର୍ବନିମ୍ନ ମାର୍କ 30 ଓ ସର୍ବୋଚ୍ଚ ମାର୍କ 95 ଅଛି । ଯଦିଓ ଉଭୟଙ୍କର ମାଧ୍ଯମାନ ମାର୍କ ସମାନ ତଥାପି ମାଧମାନ ତଥ୍ୟାବଳୀର ସମସ୍ତ ଲକ୍ଷଣଗୁଡ଼ିକ ଉପସ୍ଥାପିତ କରିପାରୁ ନାହିଁ । ବାଳିକାମାନଙ୍କର ମାର୍କ ମାଧ୍ୟମାନ ମାର୍କର ପାଖାପାଖ୍ ବିଚ୍ଛୁରିତ ହୋଇଥିଲାବେଳେ ବାଳକମାନଙ୍କର ମାର୍କ ଅଧ୍ବକ ବିଚ୍ଛୁରିତ ହୋଇରହିଛି । ଏଣୁ ବିଚ୍ଛୁରିତ ତଥ୍ୟାବଳୀ ସମ୍ବନ୍ଧରେ ଅଧିକ ଜ୍ଞାନ ପ୍ରଦାନ କରିଥାଏ ।

କୌଣସି ତଥ୍ୟାବଳୀରେ ଲବ୍‌ଧାଙ୍କଗୁଡ଼ିକ କେନ୍ଦ୍ରୀୟ ମାପକର ଉଭୟ ପାର୍ଶ୍ଵରେ କିପରିଭାବେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ । Prof. Spieges ଙ୍କ ମତରେ, “‘The degree to which numerical data tends to spread about an average value is called the variation or dispersion.” ସେହିପରି A.L. Bowleyଙ୍କ ମତରେ, “Dispersion is the measure of the variations of the item.”

ଏହିସବୁ ଦର୍ଶାଯାଇଥ‌ିବା ସଂଜ୍ଞାଗୁଡ଼ିକ ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ବିଚ୍ଛୁରଣ ତଥ୍ୟାବଳୀର ସଂଗତି (Consistency) ଉପରେ ଆଲୋକପାତ କରେ । ବଣ୍ଟନର ବିଚ୍ଛୁରଣ ଯେତେ ବେଶୀ ହେବ ତଥ୍ୟାବଳୀର ସଂଗତି ସେତେ କମ୍ ହେବ ଓ ବିଚ୍ଛୁରଣ ଯେତେ କମ୍ ତଥ୍ୟାବଳୀର ସଂଗତି ସେତେ ବେଶୀ ହେବ ବୋଲି ବିଚାର କରାଯାଇଥାଏ ।’

ବିଭକ୍ତ କରାଯାଇଛି; ଯଥା – (1) ବିଶୁଦ୍ଧ ପରିମାପ (Absolute measures of dispersion) ଓ (2) ଆପେକ୍ଷିକ ପରିମାପ (Relative measures of dispersion) । ବିଶୁଦ୍ଧ ପରିମାପଗୁଡ଼ିକ ହେଲା – ( 1 ) ବିସ୍ତାର (Range), (2) ଆନ୍ତଃ ଚତୁର୍ଥାଂଶକ (Inter-quartile range or Quartile deviation), (3) Flag (Mean deviation) ଓ (4) ମାନକ ବିଚ୍ୟୁତି (Standard deviation) ।,ସେହିପରି ଆପେକ୍ଷିକ ପରିମାପକଗୁଡ଼ିକ ହେଲା – (1) ବିଚରଣ ଗୁଣାଙ୍କ (Co-efficient of variation) ଏବଂ (2) ଲରେଞ୍ଜ୍ ବଜ୍ର (Lorenz curve) । ଆପେକ୍ଷିକ ବିଚ୍ଛୁରଣଦ୍ବାରା ଦୁଇ ବା ତତୋଽଧୂକ ବଣ୍ଟନର ସଂଗତିକୁ ତୁଳନା କରାଯାଇଥାଏ ।

ଏଠାରେ ପ୍ରଶ୍ନ ଉଠିପାରେ, ବିଚ୍ଛୁରଣର କେଉଁ ମାପକଟି ଉତ୍ତମ ଅଟେ । ପ୍ରତ୍ୟେକ ମାପକର କିଛି ନା କିଛି ଭଲ ବା ଖରାପ ଗୁଣ ଅଛି । ତଥାପି ଏକ ଉତ୍ତମ ବିଚ୍ଛୁରଣ ମାପକର ନିମ୍ନଲିଖିତ ଲକ୍ଷଣଗୁଡ଼ିକ ରିହବା ବିଧେୟ ।

  • ଏହାକୁ ସହଜରେ କଷାଯାଇପାରୁଥ୍ ଓ ହୃଦୟଙ୍ଗମ କରିହେଉଥ‌ିବ ।
  • ଏହା ବ୍ୟର୍ଥବୋଧକ ବା ଅସ୍ପଷ୍ଟ ହୋଇ ନ ଥ‌ିବ ।
  • ସାଧାରଣ ଲୋକ ଏହାକୁ ବ୍ୟବହାର କରିପାରୁଥ‌ିବେ ।
  • ଏହା ସମସ୍ତ ତଥ୍ୟାବଳୀର ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇଥବ ।
  • ଏହାକୁ ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହାର କରାଯାଇପାରୁଥ‌ିବ ।
  • ଏହା ଚରମ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହେଉ ନ ଥ‌ିବ ।
  • (ଏହା ଅବାଧ ସଂଭାଗ ବିସ୍ତାର କ୍ଷେତ୍ରରେ ମଧ୍ୟ ଗଣନା କରାଯାଇପାରୁଥ‌ିବ ।

୨। ସଂକ୍ଷେପରେ ବିଚ୍ଛୁରଣର ପରିମାପକଗୁଡ଼ିକ ବର୍ଣ୍ଣନା କର ।
Answer:
କୌଣସି ପର୍ଯ୍ୟବେକ୍ଷଣରେ ଲବଧାଙ୍କଗୁଡ଼ିକ କେନ୍ଦ୍ରୀୟ ମାପକର ଉଭୟ ପାର୍ଶ୍ବରେ ଯେପରିଭାବରେ ବିଚ୍ଛୁରିତ ହୋଇ ରହିଛନ୍ତି, ତାହାକୁ ବିଚ୍ଛୁରଣ କୁହାଯାଏ । ତଥ୍ୟାବଳୀର ବିଚ୍ଛୁରଣ ନିର୍ଦ୍ଧାରଣ ପାଇଁ ବିଭିନ୍ନ ପଦ୍ଧତି ପରିମାପକ ଅନୁସରଣ କରାଯାଏ । ସେଗୁଡ଼ିକୁ ମୁଖ୍ୟତଃ ଦୁଇଗୋଟି ଭାଗରେ ବିଭକ୍ତ କରାଯାଇଛି; ଯଥା – ବିଶୁଦ୍ଧ ପରିମାପ (Absolute measures of dispersion) ଓ ଆପେକ୍ଷିକ ପରିମାପ (Relative measures of dispersion) ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ବିଶୁଦ୍ଧ ପରିମାପକମାନଙ୍କ ମଧ୍ୟରୁ –

(1) ବିସ୍ତାର (Range)
(2) ଚତୁର୍ଥାଂଶକ ବିଚ୍ୟୁତି (Quartile deviation)
(3) ମାଧ୍ୟବିଚ୍ୟୁତି (Mean deviation) ଓ
(4) ମାନକ ବିଚ୍ୟୁତି (Standard deviation) ଅନ୍ୟତମ ।

ଆପେକ୍ଷିକ ପରିମାପକମାନଙ୍କ ମଧ୍ୟରେ –

(1) ବିଚରଣ ଗୁଣାଙ୍କ (Coefficient of variation) ଓ
(2) ଲରେଞ୍ଜ୍ ବଜ୍ର (Lorenz curve) ବିଶେଷଭାବରେ ବ୍ୟବହୃତ ହୋଇଥାଏ ।

ଏଠାରେ ସେଗୁଡ଼ିକ ବିଷୟରେ ସଂକ୍ଷେପରେ ଆଲୋଚନା କରାଯାଇଛି ।
(1) ବିସ୍ତାର (Range) – ଏହା ବିତରଣ ସାରଣୀର ବୃହତ୍ତମ ଓ କ୍ଷୁଦ୍ରତମ ଲବ୍‌ଧାଙ୍କଦ୍ବୟର ଅନ୍ତରଫଳ ଅଟେ । ଅର୍ଥାତ୍ ବିସ୍ତାର (Range) = ବୃହତ୍ତମ ଲବ୍‌ଧାଙ୍କ – କ୍ଷୁଦ୍ରତମ ଲବ୍‌ଧାଙ୍କ
Or, R = L – S
ବିସ୍ତାରର ଗୁଣାଙ୍କ (Coefficient of Range) = \(\frac{L-S}{L+S}\)
ବିସ୍ତାରର ମାନ ଅଧ୍ଵ ହେଲେ ବିଚ୍ଛୁରଣ ଅଧ୍ବକ ଓ ବିସ୍ତାରର ମାନ କମ୍ ହେଲେ ବିଚ୍ଛୁରଣ କମ୍ ହୁଏ । ବିସ୍ତାର ସବୁଠାରୁ ସହଜ ପରିମାପକ ହେଲେ ମଧ୍ୟ ଏହାକୁ ବିଚ୍ଛୁରଣର ଉତ୍ତମ ମାପକରୂପେ ଗ୍ରହଣ କରାଯାଏ ।

(2) ଚତୁର୍ଥାଂଶକ ବିଚ୍ୟୁତି ବା ଆନ୍ତଃଚତୁର୍ଥାଂଶକ ବିସ୍ତାର (Quartile Deviation or Semi-Inter quartile Range) – ବିତରଣର ଊର୍ଦ୍ଧ୍ବ ଓ ଅଧଃ ଅନ୍ତରର ଅର୍ଦ୍ଧେକକୁ ଅନ୍ତଃଚତୁର୍ଥାଂଶ ବିସ୍ତାର ବା ଚତୁର୍ବିଂଶକ ବିଚ୍ୟୁତି ବୋଲି କୁହାଯାଏ । ସୁତରାଂ, IQR = Q3 = Q1 |

ଏବଂ \(\mathrm{QD}=\frac{\mathrm{Q}_3-\mathrm{Q}_1}{2}\)
ଏଠାରେ QD = ଚତୁର୍ଥାଂଶକ ବିଚ୍ୟୁତି, Q3 = ଊର୍ଦ୍ଧ୍ବ ଚତୁର୍ଥାଂଶକ, Q1 = ଅଧଃ ଚତୁର୍ଥାଂଶକ । ଚତୁର୍ଥାଂଶ କର
ଗୁଣାଙ୍କ (Coefficient of QD) = \(\frac{\mathrm{Q}_3-\mathrm{Q}_1}{\mathrm{Q}_3+\mathrm{Q}_1}\)

ବିଚ୍ଛୁରଣର ମାପକ ହିସାବରେ ଏହା ସହଜ ଓ ଚରମ ଲବ୍‌ଧାଙ୍କମାନଙ୍କଦ୍ୱାରା ପ୍ରଭାବିତ ନ ହେଲେ ମଧ୍ୟ ଏହାର ବ୍ୟବହାର ବହୁତ ସଙ୍କୁଚିତ ହୋଇଥାଏ । କାରଣ ଏହା ସାରଣୀର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ନୁହେଁ ।

(3) ମାଧ୍ୟବିଚ୍ୟୁତି (Mean deviation) – କୌଣସି ବିତରଣ ସାରଣୀରେ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନର ମାଧ୍ଯମାନକୁ ମାଧବିଚ୍ୟୁତି (Mean deviation) କୁହାଯାଏ । ମାଧ୍ୟବିଚ୍ୟୁତି ନିର୍ଣ୍ଣୟ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକଦ୍ୱାରା ହୋଇଥାଏ । ସୁତରାଂ;

MD ମାଧ୍ୟମାନଠାରୁ (MD)=\(\frac{\Sigma \mathrm{dx}}{\mathrm{N}}\)
MD ମଧ୍ୟମାନଠାରୁ (MDm) = \(\frac{\Sigma \mathrm{dm}}{\mathrm{N}}\)
MD ଗରିଷ୍ଠକଠାରୁ (MDz) = \(\frac{\Sigma \mathrm{dz}}{\mathrm{N}}\)

ଏଠାରେ Σdx = ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ ।
Σdm = ମଧ୍ୟମା ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ ।
Σdz = ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମମାନ ।

ମାଧ୍ୟବିଚ୍ୟୁତି ନିର୍ଣ୍ଣୟ ସମୟରେ + ଓ – ଚିହ୍ନ ଗୁଡ଼ିକୁ ଉପେକ୍ଷା (Ignore) କରାଯାଇଥାଏ ।
ମାଧ୍ୟବିଚ୍ୟୁତି ଖୁବ୍ ସହଜରେ ନିର୍ଣ୍ଣୟ ଓ ହୃଦୟଙ୍ଗମ କରିହୁଏ । କିନ୍ତୁ ଗାଣିତିକ ପ୍ରକ୍ରିୟାରେ ଏହା ପୁନଃ ବ୍ୟବହୃତ ହୋଇପାରେ ନାହିଁ ।

(4) ମାନକ ବିଚ୍ୟୁତି (Standard deviation) – କୌଣସି ବିତରଣ ସାରଣୀରେ ମାଧ୍ୟମାନ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି କୁହାଯାଏ । ସାଧାରଣତଃ ଏହା ଓ (ସିଗ୍‌ମା) ଦ୍ଵାରା ସୂଚୀତ କରାଯାଏ । ଏହା ବିଭିନ୍ନ ପ୍ରଣାଳୀରେ ନିର୍ଣ୍ଣୟ କରିହୁଏ । ସୁତରାଂ;
SD Or \(\sigma=\sqrt{\frac{\Sigma d x^2}{n}}\)
ଏବଂ ମାନକ ବିଚ୍ୟୁତିର ଗୁଣାଙ୍କ (Co-efficient of SD) = \(\frac{\delta}{x}\)
ମାନକ ବିଚ୍ୟୁତି ବିଚ୍ଛୁରଣ ପରିମାପକମାନଙ୍କ ମଧ୍ୟରେ ଅଧୂକ ଲୋକପ୍ରିୟ ପରିମାପକ ଅଟେ । ଏହା ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ, ଅସ୍ପଷ୍ଟ ନୁହେଁ ଏବଂ ଏହା ଗାଣିତିକ ପ୍ରକ୍ରିୟାରେ ପୁନଃ ବ୍ୟବହୃତ ହୋଇଥାଏ । କିନ୍ତୁ ଏହା ନିର୍ଣ୍ଣୟ କରିବା ଓ ହୃଦୟଙ୍ଗମ କରିବା ଏତେ ସହଜ ନୁହେଁ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

(5) ବିତରଣ ଗୁଣାଙ୍କ (Co-efficient of Variation) – ମାନକ ବିଚ୍ୟୁତି ଓ ମାଧ୍ଯମାନର ଶତକଡ଼ା ଅନୁପାତ କୁ ବିତରଣ ଗୁଣାଙ୍କ କୁହାଯାଏ । ସୁତରାଂ,
ବିଚରଣ ଗୁଣାଙ୍କ (c.v.) = \(\frac{\delta}{x} \times 100\)
ବିଚରଣ ଗୁଣାଙ୍କ ବଣ୍ଟନଗୁଡ଼ିକର ତୁଳନାତ୍ମକ ଅନୁଶୀଳନରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାଏ ।

(6) ଲରେଞ୍ଜ୍ ବକ୍ର (Lorenz curve) – ଲରେଞ୍ଜ ବକ୍ର ଏକ ଜ୍ୟାମିତିକ ବକ୍ର । ଏହା ବିଚ୍ଛୁରଣର ଆପେକ୍ଷିକ ମାପକ ହିସାବରେ ଗ୍ରହଣ କରାଯାଏ । 1905 ରେ ମ୍ୟାକ୍ସ ଓ ଲରେଞ୍ଜ୍ ଏହି ବକ୍ରକୁ ବ୍ୟବହାର କରି ଲୋକମାନଙ୍କର ସମ୍ପତ୍ତି ବଣ୍ଟନରେ ଥ‌ିବା ଅସମତାକୁ ପ୍ରଦର୍ଶନ କରିଥିବାରୁ ଏହାକୁ Lorenz curve ବା ଲରେଞ୍ଜ୍ ବଜ୍ର କୁହାଯାଏ । ରାଶିକୃତ ଚଳର ଲବ୍‌ଧାଙ୍କ ଶତାଂଶ ଓ ରାଶିକୃତ ବାରମ୍ବାରତାର ଶତାଂଶଗୁଡ଼ିକୁ ନେଇ ବିନ୍ଦୁମାନ ସ୍ଥାପନ କରି ସେଗୁଡ଼ିକୁ ଯୋଗ କଲେ ଲରେଞ୍ଜ୍ ବଜ୍ର ମିଳିଥାଏ । ଏହି ବକ୍ର ସମବଣ୍ଟନ (Line of equal distribution) ଠାରୁ ଅଧ‌ିକ ଦୂରରେ ରହିଲେ ବଣ୍ଟନରେ ଅସମତା ଅଧିକ ବୋଲି ଜାଣିବାକୁ ହେବ ।

୩। ବିସ୍ତାର କାହାକୁ କୁହାଯାଏ ? ବିଚ୍ଛୁରଣର ପରିମାପକ ଭାବରେ ଏହାର ସୁଗୁଣ ଓ ଦୁର୍ଗୁଣ ସହ ଏହାର ଉପଯୋଗିତା ବର୍ଣ୍ଣନା କର ।
Answer:
ଗୋଟିଏ ବିତରଣରେ ବୃହତ୍ତମ ଲବ୍‌ଧାଙ୍କ ଓ କ୍ଷୁଦ୍ରତମ ଲବ୍‌ଧାଙ୍କର ଅନ୍ତରର ପ୍ରକ୍ରିୟାକୁ ବିସ୍ତାର (Range) କୁହାଯାଏ । ବିଚ୍ଛୁରଣ ଏହା ସର୍ବାପେକ୍ଷା ସହଜ, ସରଳ ଓ ସ୍ଥୂଳ ପରିମାପ ଅଟେ । ପର୍ଯ୍ୟବେକ୍ଷଣର ଦୁଇ ଚୂଡ଼ାନ୍ତ ମୂଲ୍ୟରୁ ବିସ୍ତାର ନିର୍ଦ୍ଧାରଣ କରାଯାଏ । ଅର୍ଥାତ୍ ବିତରଣ ମାଳାର ସର୍ବାଧ‌ିକ ଓ ସର୍ବନିମ୍ନ ଲବ୍‌ଧାଙ୍କର ଅନ୍ତରଫଳରୁ ବିସ୍ତାର ଜଣାପଡ଼େ ।

ବିସ୍ତାର (Range) = ସର୍ବାଧ‌ିକ ମୂଲ୍ୟ (L) – ସର୍ବନିମ୍ନ ମୂଲ୍ୟ (S)
→R = L – S
ଏହା ବିସ୍ତାରର ବିଶୁଦ୍ଧ ପରିମାପକ ଅଟେ । ତେଣୁ ଏହା ତୁଳନାତ୍ମକ ଭାବରେ ବ୍ୟବହାର ହୋଇପାରେ ନାହିଁ । ଏହାର ଆପେକ୍ଷିକ ପରିମାପ ନିମନ୍ତେ ବିସ୍ତାରର ଗୁଣାଙ୍କ (Co-efficient of Range) ଅଧ୍ୟୟନ କରିବାକୁ ପଡ଼ିଥାଏ । ବିତରଣ ମାଳାର ସର୍ବାଧ‌ିକ ମୂଲ୍ୟ ଓ ସର୍ବନିମ୍ନ ମୂଲ୍ୟର ବିୟୋଗ ଓ ଯୋଗର ଅନୁପାତକୁ ବିସ୍ତାରର ଗୁଣାଙ୍କ କୁହାଯାଏ;
CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 8
→ C.R= \(\frac{L-S}{L+S}\)

ସୁଗୁଣ (Merits) – ବିଚ୍ଛୁରଣର ପରିମାପକ ଭାବରେ ବିସ୍ତାରର ଅନେକଗୁଡ଼ିଏ ସୁଗୁଣ ରହିଛି ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

  • ବିଚ୍ଛୁରଣ ପରିମାପକ ଭାବରେ ଏହା ସର୍ବାପେକ୍ଷା ସରଳ, ସହଜ ପଦ୍ଧତି ଅଟେ । ଏହାର ଗଣନା ମଧ୍ୟ ଖୁବ୍ ସହଜ ଓ ସରଳ ।
  • ବିଚ୍ଛୁରଣର ବିଶୁଦ୍ଧ ପରିମାପକ ଆକାରରେ ଏହା ସ୍ଥୂଳ ମୂଲ୍ୟ ପ୍ରଦାନ କରୁଥିଲେ ହେଁ ଏହା ତ୍ୱରିତ୍‌ ଫଳ ପ୍ରଦାନ କରିଥାଏ । ଖୁବ୍ ସ୍ୱଳ୍ପ ସମୟ ମଧ୍ୟରେ ଏହା ଉତ୍ତର ନିରୂପଣ କରିଥାଏ ।
  • ଉତ୍ପାଦନର ଗୁଣାତ୍ମକ ନିୟନ୍ତ୍ରଣ ପରିପ୍ରେକ୍ଷୀରେ ପରିସଂଖ୍ୟାନ ମାଳାରେ ଏହାର ବ୍ୟାପକ ପ୍ରୟୋଗ କରାଯାଇଥାଏ ।
  • ଏହା ଗଣନା ପଦ୍ଧତି ଅତି ସହଜ ହୋଇଥବାରୁ ଜଣେ ସାଧାରଣ ବ୍ୟକ୍ତି ଏହାକୁ ସହଜରେ ବ୍ୟବହାର କରିପାରିଥାନ୍ତି । ତଥ୍ୟାବଳୀର ଏହା ଏକ ବ୍ୟାପକ ଆଲେଖ୍ୟ ପ୍ରତିପାଦନ କରେ ଯାହାର ସୀମା ମଧ୍ୟରେ ସମସ୍ତ ଲବ୍‌ଧାଙ୍କ ଦୃଷ୍ଟିଗୋଚର ହୋଇଥାଏ ।
  • ତଥ୍ୟାବଳୀର ଏହା ଏକ ବ୍ୟାପକ ଆଲେଖ୍ୟ ପ୍ରତିପାଦନ କରେ ଯାହାର ସୀମା ମଧ୍ୟରେ ସମସ୍ତ ଲବ୍‌ଧାଙ୍କ ଦୃଷ୍ଟିଗୋଚର ହୋଇଥାଏ ।

ଦୁର୍ଗୁଣ (Demerits) –
ବିସ୍ତାରର ଗଣନା ପଦ୍ଧତି ସହଜ ଓ ସରଳ ହୋଇଥିଲେ ହେଁ ନିମ୍ନଲିଖିତ ଦୁର୍ଗୁଣ ଯୋଗୁଁ ଏହା ଏକ ଉତ୍ତମ ନିର୍ଭରଯୋଗ୍ୟ ପରିମାପକ ଭାବରେ ଗ୍ରହଣୀୟ ନୁହେଁ ।

  • ଏହା ଚୂଡ଼ାନ୍ତ ଲବ୍‌ଧାଙ୍କ ଦ୍ୱାରା ପ୍ରଭାବିତ ହୋଇଥାଏ । କାରଣ ଏହି ପଦ୍ଧତି ବିତରଣ ମାଳାର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇ ନଥାଏ । ତେଣୁ ଏହାକୁ ଏକ ନିର୍ଭରଯୋଗ୍ୟ ପରିମାପକ ଭାବରେ ଗ୍ରହଣ କରାଯାଏ ନାହିଁ ।
  • ବିସ୍ତାର କେବଳ ସର୍ବାଧ‌ିକ ଲବ୍‌ଧାଙ୍କ ଓ ସର୍ବନିମ୍ନ ଲବ୍‌ଧାଙ୍କ ଦ୍ବାରା ନିର୍ଦ୍ଧାରିତ ହୋଇଥାଏ । ତେଣୁ ଏହା ଅନ୍ୟ ଲବ୍‌ଧାଙ୍କର ବିଚ୍ଛୁରଣ ମାପ କରିପାରେ ନାହିଁ ।
  • ନମୁନାର ପରିବର୍ତ୍ତନଦ୍ୱାରା ବିସ୍ତାର ବିଶେଷଭାବେ ପ୍ରଭାବିତ ହୋଇଥାଏ ।
  • ଅବାଧ ସଂଭାଗଯୁକ୍ତ ବାରମ୍ବାରତା ବିତରଣର ବିସ୍ତାର ନିର୍ଣ୍ଣୟ ସମ୍ଭବ ନୁହେଁ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ବିସ୍ତାରର ଉପଯୋଗିତା – ବିସ୍ତାର ଦୁର୍ଗୁଣ ରହିଥିଲେ ସୁଦ୍ଧା ଏହା ଅନେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଥାଏ ।

  • ଗୁଣାତ୍ମକ ମାନ ନିୟନ୍ତ୍ରଣ – ଗୁଣାତ୍ମକ ମାନ ନିୟନ୍ତ୍ରଣ କ୍ଷେତ୍ରରେ ବିସ୍ତାରର ସ୍ଵତନ୍ତ୍ର ପ୍ରୟୋଗ କରାଯାଇଥାଏ । କଳକାରଖାନାରେ ଉତ୍ପାଦିତ ପୂର୍ବ ଦ୍ରବ୍ୟଗୁଡ଼ିକର ଗୁଣାତ୍ମକ ମାନ ପରିବର୍ତ୍ତନର ଅଧ୍ୟୟନ ପାଇଁ ବିସ୍ତାରକୁ ବ୍ୟବହାର କରାଯାଏ । ବିସ୍ତାର ମାଧ୍ୟମରେ ନିୟନ୍ତ୍ରଣ ଚାର୍ଟ ପ୍ରସ୍ତୁତ କରାଯାଏ ।
  • ପାଣିପାଗର ପ୍ରାକ୍ କଥନ – ଭବିଷ୍ୟତର ପାଣିପାଗ ସଂପର୍କରେ ଗଣନା ପାଇଁ ଏହା ବହୁଳ ଭାବରେ ବ୍ୟବହୃତ ହୋଇଥାଏ । ପାଣିପାଗର ସୀମା ତଥା ଉତ୍ତାପର ସ୍ତର ଜାଣିବାପାଇଁ ସାଧାରଣ ଲୋକ ବିଶେଷ ଆଗ୍ରହ ପ୍ରକାଶ କରିଥାନ୍ତି ।
  • ପରିବର୍ତ୍ତନର ପରିମାପ – ତଥ୍ୟାବଳୀର ପରିବର୍ତ୍ତନ ଅଧ୍ୟୟନ ନିମିତ୍ତ ବିସ୍ତାରକୁ ବ୍ୟବହାର କରାଯାଏ । ରୋଗୀର ଶରୀରର ଉତ୍ତାପର ତାରତମ୍ୟ ବା ପରିବର୍ଭନ ସଂପର୍କରେ ଜାଣିବାପାଇଁ ଏହାର ପ୍ରୟୋଗ କରାଯାଇଥାଏ । ବଜାରରେ ଦାମ୍‌ର ପରିବର୍ତ୍ତନ ଓ ଅଂଶ ବଜାରରେ ପୁଞ୍ଜିର ଚାହିଦାର ପରିବର୍ତ୍ତନ ଇତ୍ୟାଦି ବିସ୍ତାରଦ୍ୱାରା ମାପ କରାଯାଇଥାଏ ।

୪। ମାଧ୍ୟ ବିଚ୍ୟୁତି (Mean Deviation) କ’ଣ ? ଏହି ପଦ୍ଧତି ରହିଥ‌ିବା ସୁଗୁଣ ଓ ଦୁର୍ଗୁଣ ସହ ଏହାର ଉପଯୋଗିତା ବର୍ଣ୍ଣନା କର ।
Answer:
କୌଣସି ବିତରଣ ସାରଣୀରେ ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କ ମାନଙ୍କ ମଧ୍ୟରେ ଅନ୍ତରର ପରମ ମାନର ମାଧ୍ଯମାନକୁ ମାଧ୍ୟ ବିଚ୍ୟୁତି (Mean Deviation) କୁହାଯାଏ । ଏହାକୁ ମଧ୍ୟ ହାରାହାରି ବିଚ୍ୟୁତି (Average deviation) କୁହାଯାଏ । କେନ୍ଦ୍ରୀୟ ପ୍ରବୃତ୍ତିର ଯେକୌଣସି ପରିମାପ; ଯଥା – ମାଧ୍ଯମାନ, ମଧ୍ୟମା, ଗରିଷ୍ଠକ ଦ୍ବାରା ପ୍ରସ୍ତୁତ ହେଉଥ‌ିବା କୌଣସି ମାଳାର ବିଚ୍ୟୁତିମାନଙ୍କର ଗାଣିତିକ ମାଧ୍ୟମାନକୁ ମାଧବିଚ୍ୟୁତି ବୋଲି କୁହାଯାଇଥାଏ ।

ବିତରଣ ମାଳାର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ବିଚ୍ଛୁରଣ ପରିମାପକୁ ମାଧବିଚ୍ୟୁତି ବୋଲି କୁହାଯାଇଥାଏ । ଏହା M.D. ଭାବରେ ଚିହ୍ନିତ କରାଯାଏ । ମାଧ୍ୟବିଚ୍ୟୁତି ନିର୍ଣ୍ଣୟ କଲାବେଳେ କେବଳ ଧନାତ୍ମକ ଚିହ୍ନକୁ ଗୁରୁତ୍ଵ ଦିଆଯାଇଥାଏ । ଏ କ୍ଷେତ୍ରରେ ଋଣାତ୍ମକ ଚିହ୍ନ ମଧ୍ୟ ଧନାତ୍ମକ ଚିହ୍ନ ବୋଲି ଧରିନିଆଯାଏ । ତେଣୁ ଏହା ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ଓ ଲବ୍‌ଧାଙ୍କମାନଙ୍କର ଅନ୍ତରର ପରମ ମାନର ମାଧ୍ଯମାନ ଅଟେ । ମାଧ୍ୟ ବିଚ୍ୟୁତିକୁ ପୂର୍ଣ୍ଣ ବା ନିରଙ୍କୁଶ ବା ବିଶୁଦ୍ଧ ବିଚ୍ୟୁତି ବୋଲି କୁହାଯାଏ ।

ନିଶ୍ଚୟ ପଦ୍ଧତି :
ମାଧ୍ୟ ବିଚ୍ୟୁତି (M.D) = \(\frac{\Sigma|D|}{N}=\frac{\Sigma|(X-\bar{X})|}{N}\)

ଏଠାରେ X ମାଧ୍ୟମାନ ବା ମଧ୍ୟମା ବା ଗରିଷ୍ଠକ ହୋଇପାରେ । N ଏଠାରେ ଲବ୍‌ଧାଙ୍କ ସଂଖ୍ୟା ସୂଚାଇଥାଏ । ଏହା ଏକ ବିଶିଷ୍ଟ ପରିମାପ ହୋଇଥିବାରୁ ବିଭିନ୍ନ ମାଳାର ଭିନ୍ନତା ତୁଳନା କରିବା ପାଇଁ ଆପେକ୍ଷିକ ମାଧ ବିଚ୍ୟୁତିର ଅବତାରଣା

ମାଧବିଚ୍ୟୁତିର ଗୁଣାଙ୍କ (Co-efficient of Mean Deviation) – ଆପେକ୍ଷିକ ମାଧ ବିଚ୍ୟୁତି ନିର୍ଣ୍ଣୟ କରିବାପାଇଁ କୌଣସି ତଥ୍ୟାବଳୀର ମାଧ ବିଚ୍ୟୁତିକୁ ସଂପୃକ୍ତ ହାରାହାରି ମୂଲ୍ୟ (Average value); ଯଥା ମାଧ୍ଯମାନ ବା ମଧ୍ୟମା ବା ଗରିଷ୍ଠକଦ୍ୱାରା ଭାଗ କରାଯାଇଥାଏ । ଯଦି ବିଚ୍ୟୁତିଗୁଡ଼ିକ ମାଧମାନରୁ ନିର୍ଣ୍ଣୟ କରାଯାଇଥବ, ତା’ହେଲେ ମାଧ ବିଚ୍ୟୁତିକୁ ସେହି ମାଧ୍ଯମାନଦ୍ୱାରା ଭାଗ କରିବାକୁ ପଡ଼ିଥାଏ, ସେହିପରି ମଧ୍ଯମା ବା ଗରିଷ୍ଠକ ଦ୍ବାରା ନିର୍ଣ୍ଣୟ କରାଯାଇଥିଲେ ଏହା ମଧ୍ୟମା ବା ଗରିଷ୍ଠକ ଦ୍ବାରା ଭାଗ କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 9

ଏହାକୁ ଶତକଡ଼ାରେ ନିର୍ଣ୍ଣୟ କରିବାକୁ ହେଲେ ଉକ୍ତ ସୂତ୍ରରେ 100 ଗୁଣନ କରିବାକୁ ହୋଇଥାଏ ।

ମାଧ୍ୟବିଚ୍ଯୁତିର ସୁଗୁଣ (Merits) :

  • ଏହି ପଦ୍ଧତି ସହଜ, ସରଳ ଓ ବୋଧଗମ୍ୟ ।
  • ମାଧ୍ୟବିଚ୍ୟୁତି ଏକ ଗଣନାତ୍ମକ ମୂଲ୍ୟ ଅଟେ । ବିଭିନ୍ନ ପଦ୍ଧତିରେ ଗଣନା କରାଯାଇ ତାହାର ମୂଲ୍ୟ ସ୍ଥିର କରାଯାଇଥାଏ ।
  • ଏହା ଅଧ‌ିକ ପ୍ରତିନିଧ୍ଵ କରିଥାଏ । ମାଧବିଚ୍ୟୁତି ପ୍ରତ୍ୟେକ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ହୋଇଥାଏ ।
  • ଚୂଡ଼ାନ୍ତ ଲବ୍‌ଧାଙ୍କଦ୍ୱାରା ପ୍ରଭାବିତ ହୋଇ ନଥାଏ ।
  • ମାଧ୍ୟ ବିଚ୍ୟୁତି ଯେକୌଣସି ହାରାହାରି; ଯଥା – ମାଧ୍ଯମାନ, ମଧ୍ଯମା, ଗରିଷ୍ଠକରୁ ଗଣନା କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ଦୁର୍ଗୁଣ (Demerits):

  • ଗାଣିତିକ ବ୍ୟାଖ୍ୟା ନିମନ୍ତେ ଏହା ଅନୁପଯୁକ୍ତ କାରଣ ଏହା ଧନାତ୍ମକ ଓ ଋଣାତ୍ମକ ଚିହ୍ନକୁ ବିଚାରକୁ ନେଇ ନ ଥାଏ, ଯାହାଫଳରେ ଏହାର ଗାଣିତିକ ବ୍ୟାଖ୍ୟା ଅପ୍ରାସଙ୍ଗିକ ହୋଇଥାଏ ।
  • ମାଧ୍ୟବି ବ୍ୟତିର ବିଚ୍ଛୁରଣର ସଠିକ ପରିମାପକ ନୁହେଁ । ବିଶେଷକରି ଗରିଷ୍ଠକରୁ ପ୍ରସ୍ତୁତ ମାଧବିଚ୍ୟୁତି ବିଶେଷ ତ୍ରୁଟିପୂର୍ଣ୍ଣ ଓ ଅବିଶ୍ୱସନୀୟ ।
  • ମାଧ୍ୟବିଚ୍ୟୁତି ଯେକୌଣସି ହାରାହାରି ଦ୍ବାରା ନିର୍ଦ୍ଧାରିତ ହେଉଥ‌ିବାରୁ ଏହା ଉପଯୁକ୍ତ ପରିମାପକ ଭାବରେ ବିବେଚନା କରାଯାଇ ନ ଥାଏ ।
  • ମାଧ୍ୟବିଚ୍ୟୁତିର ବ୍ୟବହାର ବ୍ୟାପକ ନୁହେଁ ।

ଉପଯୋଗିତା – ଗାଣିତିକ ଦୋଷତ୍ରୁଟି ପରିଲକ୍ଷିତ ହେଉଥିଲେହେଁ ଏହା ଏକ ସରଳ ପଦ୍ଧତି ଯୋଗୁଁ ଗ୍ରହଣୀୟ ହୋଇଥାଏ । କ୍ଷୁଦ୍ର ନମୁନା ସଂଗ୍ରହରେ ଏହାର ଉପଯୋଗିତା ଅଧ୍ଵ । ଅର୍ଥନୈତିକ, ସାମାଜିକ ଓ ବ୍ୟବସାୟିକ ବ୍ୟାପାରରେ ଏହା ବିଶେଷ ବ୍ୟବହାର ହୋଇଥାଏ । ବଜାର ସମସ୍ୟାରେ ଏହାର ଉପଯୋଗିତା ଦୃଷ୍ଟିଗୋଚର ହୋଇଥାଏ । ବ୍ୟବସାୟିକ ଉତ୍ଥାନ ପତନର ଗଣନାରେ ଏହା ବିଶେଷ ଉପଯୋଗୀ ।

୫। ମାନକ ବିଚ୍ୟୁତି କାହାକୁ କୁହାଯାଏ ? ଏହାର ସୁଗୁଣ ଓ ଦୁର୍ଗୁଣ ବର୍ଣ୍ଣନା କର ।
Answer:
କୌଣସି ବିତରଣ ସାରଣୀରେ ମାଧ୍ୟମାନ ଓ ଲବ୍‌ଧାଙ୍କ ମାନଙ୍କର ଅନ୍ତରର ବର୍ଗର ମାଧ୍ଯମାନର ଧନାତ୍ମକ ବର୍ଗମୂଳକୁ ମାନକ ବିଚ୍ୟୁତି (Standard deviation) କୁହାଯାଏ । ମାନକ ବିଚ୍ୟୁତିକୁ ବର୍ଗମୂଳ ମାଧମାନ ବର୍ଗ ବିଚ୍ୟୁତି ମଧ୍ୟ କୁହାଯାଏ । ‘ଓ” ଦ୍ୱାରା ଚିହ୍ନିତ ଏହି ପରିମାପ ବିଚ୍ଛୁରଣର ସମସ୍ତ ପରିମାପକ ଠାରୁ ଅଧିକ ଗ୍ରହଣଯୋଗ୍ୟ । ମାନକ ବିଚ୍ୟୁତିଦ୍ୱାରା ମାଧ୍ଯମାନ ଚତୁଃପାର୍ଶ୍ବରେ ଲବ୍‌ଧାଙ୍କମାନଙ୍କର ବ୍ୟାପ୍ତି ବା ବିସ୍ତୃତିର ପରିସର କଳ୍ପନା କରାଯାଇଥାଏ ।

ନିର୍ଦ୍ଧାରଣ ପଦ୍ଧତି – ମାନକ ବିଚ୍ୟୁତି \((\sigma)=\sqrt{\frac{\Sigma(\mathrm{X}-\overline{\mathrm{X}})^2}{\mathrm{~N}}}\)
କିମ୍ବା ମାଧ୍ଯମାନ ଏକ ଦଶମିକ ସଂଖ୍ୟା ହୋଇଥିଲେ
ମାନକ ବିଚ୍ୟୁତି \((\sigma)=\sqrt{\frac{\Sigma x}{N}-\frac{\Sigma x^2}{N}}\)

ବୈଶିଷ୍ଟ୍ୟ –

  • ଗାଣିତିକ ମାଧ୍ୟମାନରୁ ଏହାର ନିମ୍ନମୂଲ୍ୟ ନିର୍ଦ୍ଧାରିତ ହୁଏ ।
  • ମାଧ୍ୟମାନରୁ ମିଳୁଥ‌ିବା ବିଚ୍ୟୁତିର ମୂଲ୍ୟରୁ ଧନାତ୍ମକ (+) ଓ ଋଣାତ୍ମକ (–) ଚିହ୍ନକୁ ବିଚାର କରାଯାଏ ନାହିଁ ।
  • ବିଚ୍ୟୁତି ବର୍ଗର ଗାଣିତିକ ମାଧ୍ଯମାନର ବର୍ଗମୂଳ ଗଣନା କରିବାକୁ ହୁଏ । ଯାହା ଫଳ ନିର୍ଦ୍ଧାରଣ ମାନକ ବିଚ୍ୟୁତି ଅଟେ ।

ମାନକ ବିଚ୍ୟୁତିର ଗୁଣାଙ୍କ (Co-efficient of standard deviation) :
ଦୁଇଟି ରାଶିମାଳାର ମାନକ ବିଚ୍ୟୁତିର ବିଭିନ୍ନତାର ଆପେକ୍ଷିକ ପରିମାପ ସ୍ଥିର କରିବାପାଇଁ ମାନକ ବିଚ୍ୟୁତିର ଗୁଣାଙ୍କ ବ୍ୟବହାର କରାଯାଇଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ 10

ମାନକ ବିଚ୍ୟୁତିର ସୁଗୁଣ (Merits) :

  • ମାନକ ବିଚ୍ୟୁତି ନିର୍ଦ୍ଦିଷ୍ଟ ଓ ଉତ୍ତମ ପରିମାପକ ରୂପେ ବିଶେଷ ଭାବରେ ଗ୍ରହଣୀୟ । ବିଚ୍ଛୁରଣର ଏହା ଏକ ନିର୍ଦ୍ଦିଷ୍ଟ ପରିମାପକ । ପ୍ରତ୍ୟେକ ଅବସ୍ଥାରେ ଏହି ପରିମାପ ସମ୍ଭବ ହୋଇଥାଏ ।
  • ତଥ୍ୟାବଳୀର ସମସ୍ତ ଲବ୍‌ଧାଙ୍କ ଉପରେ ଏହା ପର୍ଯ୍ୟବସିତ ତେଣୁ ଏହା ଅଧ୍ବକ ପ୍ରତିନିଧ୍ୟ କରିଥାଏ ।
  • ବିଚ୍ଛୁରଣ ମାପର ଏହା ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଚିତ୍ର ପ୍ରଦାନ କରେ । ଦୁଇ ବା ତତୋଽଧ୍ଵ ତଥ୍ୟାବଳୀର ବିଭିନ୍ନତା ତୁଳନା କରିବାପାଇଁ ମାନକ ବିଦ୍ୟୁତିର ଆପେକ୍ଷିକ ପରିମାପ; ଯଥା – ବିତରଣ ଗୁଣାଙ୍କ, ପାରସ୍ପରିକ ସବନ୍ଧ, ନମୁନା ଓ ପରିସଂଖ୍ୟାନ ସିଦ୍ଧାନ୍ତ ପ୍ରସ୍ତୁତିପାଇଁ ଭିତ୍ତି ସ୍ଥାପନ କରେ ।
  • ନମୁନା । ପରିବର୍ତ୍ତନରେ ମାନକ ବିଚ୍ୟୁତି ବିଶେଷ ପ୍ରଭାବିତ ହୋଇ ନଥାଏ । କାରଣ ନମୁନାର ସମସ୍ତ ମୂଲ୍ୟଦ୍ୱାରା ଏହା ନିର୍ଦ୍ଧାରିତ ହୋଇଥାଏ ।
  • ମାନକ ବିଚ୍ୟୁତି ସଠିକ ଗାଣିତିକ ପ୍ରଦାନ କରିବା ସହିତ ଅଧ‌ିକ ବୀଜଗାଣିତିକ ପ୍ରତିପାଦନ ପାଇଁ ସକ୍ଷମ ହୋଇଥାଏ । ଏହା ଧନାତ୍ମକ ଓ ଋଣାତ୍ମକ ଚିହ୍ନକୁ ବାଦ୍ ଦେଇ ନ ଥାଏ ।

CHSE Odisha Class 11 Economics Solutions Chapter 20 ବିଚ୍ଛୁରଣର ପରିମାପ

ଦୁର୍ଗୁଣ (Demerits):

  • ଅନେକ ଗାଣିତିକ ପ୍ରକ୍ରିୟା ସହ ଜଡ଼ିତ ଥ‌ିବାରୁ ଏହାର ଗଣନା ଅପେକ୍ଷାକୃତ କଷ୍ଟସାଧ୍ୟ । ସାଧାରଣ ଲୋକଙ୍କ ପାଇଁ ଏହା ବୋଧଗମ୍ୟ ନୁହେଁ ।
  • ମାନକ ବିଚ୍ୟୁତି କ୍ଷେତ୍ରରେ ଚୂଡ଼ାନ୍ତ ମୂଲ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । କାରଣ ଏହାର ମୂଲ୍ୟର ବର୍ଗ ବାହାର କରାଯାଏ ।
  • ମାନକ ବିଚ୍ୟୁତିର ପରିସର ସୀମିତ ।
  • ବିଭିନ୍ନତା ପରିମାପର ଏହା ବିଶୁଦ୍ଧ ପରିମାପ ହୋଇଥିବାରୁ ଏହା ଆପେକ୍ଷିକ ପରିମାପ କରିପାରେ ନାହିଁ । ଦୁଇରୁ ଅଧିକ ବିତରଣ ମାଳାର ତୁଳନା ପାଇଁ ଏହା ବ୍ୟବହୃତ ହୋଇ ନ ଥାଏ ।

ଉପରୋକ୍ତ ଦୁର୍ଗୁଣ ସତ୍ତ୍ବେ, ମାନକ ବିଚ୍ୟୁତି ଏକ ଉତ୍ତମ ପରିମାପକ ଭାବରେ ଆଦୃତ ହୋଇଛି । ବିଚ୍ଛୁରଣର ପରିମାପକ ଭାବରେ ଏହା ସର୍ବୋତ୍କୃଷ୍ଟ ଅଟେ । ଅନ୍ୟାନ୍ୟ ପରିମାପକ ଠାରୁ ଏହି ପଦ୍ଧତି ବିଶେଷ ଉପଯୋଗୀ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

Odisha State Board CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ Questions and Answers.

CHSE Odisha 11th Class Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। ଯଦି ଦୁଇଟି ବିଚ୍ୟୁତି ଏକ ଦିଗରେ ସଂଗଠିତ ହେଉଥାଏ, ତେବେ ସେମାନଙ୍କର ସହ ସମ୍ବନ୍ଧ
(i) ଧନାତ୍ମକ
(ii) ରଣାତ୍ମକ
(iii) ଶୂନ୍ଯ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଧନାତ୍ମକ

୨। ଯଦି ଦୁଇଟି ଚଳର ବିଚ୍ୟୁତି ବିପରୀତ ଦିଗରେ ସଂଘଟିତ ହେଉଥାଏ, ତେବେ ସେମାନଙ୍କ ମଧ୍ୟରେ
(i) ଅନୁଲୋମ ସମ୍ପର୍କ ଥାଏ
(ii) ପ୍ରତିଲୋମ ସମ୍ପର୍କ ଥାଏ
(iii) ସମ୍ପର୍କ ନ ଥାଏ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପ୍ରତିଲୋମ ସମ୍ପର୍କ ଥାଏ

୩। ତିନି ବା ତଦୁର୍ଦ୍ଧ୍ବ ଚଳମାନଙ୍କ ମଧ୍ୟରେ ଥ‌ିବା ସହ ସମ୍ବନ୍ଧକୁ କ’ଣ କୁହାଯାଏ ?
(i) ସରଳ ସହ-ସମ୍ବନ୍ଧ
(ii) ଏକାଧିକ ସହ-ସମ୍ବନ୍ଧ
(iii) ଆଂଶିକ ସହ-ସମ୍ବନ୍ଧ
(iv) ସ୍ଥିତି ସମ୍ବନ୍ଧ
Answer:
(ii) ଏକାଧିକ ସହ-ସମ୍ବନ୍ଧ

୪। ଗୋଟିଏ ଚଳର ଏକକ ପରିବର୍ତ୍ତନ ଯୋଗୁଁ ଅନ୍ୟ ଏକ ଚଳର ଧ୍ରୁବକ (ଏକ ନିର୍ଦ୍ଦିଷ୍ଟ ଏକକ) ପରିବର୍ତ୍ତନ ଘଟୁଥୁଲେ
(i) ସରଳ ରେଖକ
(ii) ବକ୍ର ରିଖକ
(iii) ଏକ୍ସପୋନେସିଆଲ
(iv) ଲଗାରିଦମିକ
Answer:
(i) ସରଳରେଖକ

୫। ଦୁଇଟି ଚଳର ପରିବର୍ତ୍ତନ ପ୍ରାୟ ସମାନ ଅନୁପାତରେ ଘଟୁଥିଲେ ସେମାନଙ୍କର ସହ-ସମ୍ବନ୍ଧ
(i) ଉଚ୍ଚ
(ii) ନିମ୍ନ
(iii) ଶୂନ୍ଯ
(iv) ପୂର୍ଣ୍ଣ
Answer:
(i) ଉଚ୍ଚ

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। କାର୍ଲପିଅରସନ୍‌ଙ୍କ ସହସମ୍ବନ୍ଧ ଗୁଣାଙ୍କର (r) ସଂଜ୍ଞା
(i) Cov (X,Y)/σx
(ii) Cov(x,y)/σy
(iii) Cov (x,y)/σx.σy (iv)
(iv) \(\frac{V .(x) V(y)}{\sigma x . \sigma y}\)
Answer:
(iii) Cov (x,y)/σx.σy

୭। n ଯଦି ସହସମ୍ବନ୍ଧ ଗୁଣାଙ୍କ ହୁଏ, ତେବେ
(i) n>1
(ii) n<-1
(iii) -1≤1≤1
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) -1≤1≤1

୮। ଯଦି n = 1 ହୁଏ ତେବେ
(i) ସହସମ୍ବନ୍ଧ ପୂର୍ଣ ହୋଇଥାଏ
(ii) ସହସମ୍ବନ୍ଧ ଧନାତ୍ମକ ହୋଇଥାଏ
(iii) ସହସମ୍ବନ୍ଧ ଋଣାତ୍ମକ ହୋଇଥାଏ
(iv) ସହସମ୍ବନ୍ଧ ପୂର୍ଣ୍ଣ ଓ ଧନାତ୍ମକ ହୋଇଥାଏ
Answer:
(iv) ସହସମ୍ବନ୍ଧ ପୂର୍ଣ୍ଣ ଓ ଧନାତ୍ମକ ହୋଇଥାଏ

୯। ଯଦି  Σ(x – x̄)2=4, Σ(y – ȳ)2 =9 ଏବଂ Σ(x – x̄)2 (y – ȳ)=5 ହୁଏ, ତେବେ ସହସମ୍ବନ୍ଧ (r)
(i) \(\frac{5}{6}\)
(ii) \(\frac{6}{5}\)
(iii) \(\frac{5}{36}\)
(iv) \(\frac{6}{35}\)
Answer:
\(\frac{5}{6}\left[r=\frac{\sum(X-\bar{X})(Y-\bar{Y})}{\sqrt{(X-\bar{X})^2(Y-\bar{Y})^2}}=\frac{5}{\sqrt{4 \times 9}}=\frac{5}{2 \times 3}=\frac{5}{6}\right]\)

୧୦। ଯଦି r = 0.6 6x=2 ଏବଂ 6y=5 ହୁଏ ତେବେ Cov(x.y)
(i) 4
(ii) 5
(iii) 6
(iv) 7
Answer:
(iii) 6
CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ 1

୧୧। ସମାଶ୍ରୟଣ କେଉଁ ଉକ୍ତିକୁ ପ୍ରତିପାଦିତ କରିଥାଏ ?
(i) କାରଣ ଓ ପ୍ରଭାବ ସମ୍ପର୍କ
(ii) ଭବିଷ୍ୟତ କଳନା
(iii) ସମ୍ପର୍କର ଦିଗ ଓ ପ୍ରବଣତା
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୧୨। ନିମ୍ନଲିଖ ମଧ୍ୟରୁ କେଉଁଟିକୁ ସମାଶ୍ରୟଣ ପ୍ରତିପାଦିତ କରିଥାଏ ?
(i) ଭବିଷ୍ୟତ କଥନ
(ii) ସମ୍ପର୍କର ଆକଳନ
(iii) ସହ ସମ୍ପର୍କ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୧୩ । ସମାଶ୍ରୟଣ ସମୀକରଣ y = a + bx ହେଉଛି-
(i) ସ୍ଵତନ୍ତ୍ର ଚଳ
(ii) ନିର୍ଭରଶୀଳ ଚଳ
(iii) ଅନିୟମିତ ଚଳ
(iv) ସ୍ଵାଧୀନ ଚଳ
Answer:
(iv) ସ୍ଵାଧୀନ ଚଳ

୧୪ । ସମାଶ୍ରୟଣ ସମୀକରଣ y = a + bx ହେଉଛି –
(i) ସ୍ଵାଧୀନ ଚଳ
(ii) ନିର୍ଭରଶୀଳ ଚଳ
(iii) ଅନିୟମିତ ଚଳ
(iv) ସ୍ଵତନ୍ତ୍ର ଚଳ
Answer:
(ii) ନିର୍ଭରଶୀଳ ଚଳ

B. ଶୂନ୍ୟସ୍ଥାନ ପୂରଣ କର :

୧। ଦୁଇଟି ଚଳ ଏକ ଦିଗରେ ପରିବର୍ତ୍ତିତ ହେଉଥଲେ ସେମାନଙ୍କର ସହସମ୍ବନ୍ଧ _____________________ ହୋଇଥାଏ।
Answer:
ଧନାତ୍ମକ

୨। ଦୁଇଟି ଚଳର ସହସମ୍ବନ୍ଧ ଋଣାତ୍ମକ ହୋଇଥିଲେ ସେମାନଙ୍କର ପରିବର୍ତ୍ତନ __________________ ଦିଗରେ ସଂଘଟିତ ହୋଇଥାଏ ।
Answer:
ବିପରୀତ

୩। ସରଳରେଖକ ସହସମ୍ବନ୍ଧ ଥିଲେ, ଗୋଟିଏ ଚଳର ଏକକ ପରିବର୍ତ୍ତନ ପାଇଁ ଅନ୍ୟ ଚଳର ଏକ ________________ ହୋଇଥାଏ।
Answer:
ଧ୍ରୁବକ

୪। X ଓ Y ଚଳ ଦ୍ଵୟର ସହସମ୍ବନ୍ଧ ବକ୍ରରେଖକ ହୋଇଥିଲେ _____________________ ଏକ ଧ୍ରୁବକ ରାଶି ହୋଇ ନ ଥାଏ ।
Answer:
\(\frac{\Delta Y}{\Delta X}\)

୫। ଅନେକ ଚଳରାଶି ପରସ୍ପର ସମ୍ପର୍କିତ ହୋଇଥିଲେ, କୌଣସି ଦୁଇ ଚଳରାଶି ଉପରୁ ଅନ୍ୟ ଚଳରାଶିମାନଙ୍କର ପ୍ରଭାବ ଅପସାରଣ କଲାପରେ ସେମାନଙ୍କ ମଧ୍ୟରେ ଯେଉଁ ସହସମ୍ବନ୍ଧ ପରିଲକ୍ଷିତ ହୁଏ, ତାହାକୁ _____________________ ସହସମ୍ବନ୍ଧ କୁହାଯାଏ।
Answer:
ଆଂଶିକ

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। ଦୁଇଟି ଚଳ ସମାନ ଅନୁପାତରେ ପରିବର୍ତ୍ତନ ହେଉଥିଲେ ସେମାନଙ୍କ ମଧ୍ୟରେ ________________________ ସହସମ୍ବନ୍ଧ ପରିଲକ୍ଷିତ ହୁଏ।
Answer:
ପୂର୍ଣଓ

୭। ସହସମ୍ୱନ୍ଧ ଗୁଣାଙ୍କ ________________ ଠାରୁ ବୃହତ୍ତର ନୁହେଁ ।
Answer:
+୧

୮। ସହସମ୍ୱନ୍ଧ ଗୁଣାଙ୍କ ________________ ଠାରୁ ବୃହତ୍ତର ନୁହେଁ ।
Answer:
-୧

୯। ସହସମ୍ବନ୍ଧ ଗୁଣାଙ୍କ ଅରିଜିନ ଓ ସ୍କେଲର ପରିବର୍ତ୍ତନର _____________________ ଅଗେ ।
Answer:
ନିରପେକ୍ଷ

୧୦। n = 0 ହେଲେ ଚଳମାନଙ୍କ ମଧ୍ୟରେ ________________________ ନାହିଁ ବୋଲି କୁହାଯାଏ ।
Answer:
ସହସମ୍ବନ୍ଧ

୧୧। ଦୁଇଟି ଚଳ ମଧ୍ୟରେ ହାରାହାରି ସମ୍ପର୍କକୁ ___________________ କୁହାଯାଏ ।
Answer:
ସମାଶ୍ରୟଣ

୧୨। ସମାଶ୍ରୟଣକୁ ବୁଝାଉଥବା ରେଖାଚିତ୍ରକୁ _________________ କୁହାଯାଏ ।
Answer:
ସମାଶ୍ରୟଣ ରେଖା

୧୩। ଯେଉଁ ଚଳର ଭବିଷ୍ୟତ କଥନ କରାଯାଏ, ତାହାକୁ ______________________ କୁହାଯାଏ ।
Answer:
ସ୍ଵାଧୀନ ଚଳ

୧୪। ସମାଶ୍ରୟଣ ସମୀକରଣଟି _____________________ ରୂପେ ଲେଖାଯାଏ ।
Answer:
y = a + bx |

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ଦୁଇଟି ଚଳ ସମଦିଗରେ ଗତି କଲେ ସେମାନଙ୍କ ମଧ୍ୟରେ କେଉଁ କିସମର ସହସମ୍ବନ୍ଧ ରହିଥାଏ ?
Answer:
ଦୁଇଟି ଚଳ ସମଦିଗରେ ଗତିକଲେ ସେମାନ ମଧ୍ୟରେ ଧନାତ୍ମକ ସହସମ୍ବନ୍ଧ ରହିଥାଏ।

୨। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ କେତେ ହୋଇପାରେ ?
Answer:
ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ –୧ରୁ +୧ ମଧ୍ୟରେ ହୋଇପାରେ।

୩। ସହସମ୍ବନ୍ଧର ସର୍ବାଧ‌ିକ ମୂଲ୍ୟ କେତେ ହୋଇପାରେ ?
Answer:
ସହସମ୍ବନ୍ଧର ସର୍ବାଧ‌ିକ ମୂଲ୍ୟ +୧ ହୋଇପାରେ।

୪। ଦୁଇଟି ଚଳ ବିପରୀତ ଦିଗରେ ଗତି କଲେ, ସେମାନଙ୍କ ମଧ୍ୟରେ କେଉଁ କିସମର ସହସମ୍ବନ୍ଧ ଦେଖାଯାଏ ?
Answer:
ଦୁଇଟି ଚଳ ବିପରୀତ ଦିଗରେ ଗତିକଲେ, ସେମାନଙ୍କ ମଧ୍ୟରେ ଋଣାତ୍ମକ ସହସମ୍ବନ୍ଧ ଦେଖାଯାଏ।

୫। ଦୁଇଟି ଚଳ ମଧ୍ୟରେ ସମାନୁପାତିକ ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ କେଉଁ କିସମର ସହସମ୍ବନ୍ଧ ଥାଏ ?
Answer:
ଦୁଇଟି ଚଳ ମଧ୍ୟରେ ସମାନୁପାତିକ ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ ସମ୍ପୂର୍ଣ ସହ ସମ୍ବନ୍ଧ ଥାଏ।

୬। ସହସମ୍ବନ୍ଧ କାହାକୁ କୁହାଯାଏ ?
Answer:
ଦୁଇଟି ରାଶି ମଧ୍ୟରେ ରହିଥିବା ପାରସ୍ପରିକ ସମ୍ପର୍କକୁ ସହସମ୍ବନ୍ଧ କୁହାଯାଏ।

୭। ଧନାତ୍ମକ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ଦୁଇଟି ରାଶିର ପରିବର୍ତ୍ତନ ସମଦିଗରେ ସଂଗଠିତ ହୁଅନ୍ତି, ଅର୍ଥାତ୍ ଗୋଟିକର ବୃଦ୍ଧି ବା ହ୍ରାସ ସହ ଅନ୍ୟଟିର ବୃଦ୍ଧି ହ୍ରାସ ସମକାଳୀନ ହୋଇଥାଏ, ତାହାକୁ ଧନାତ୍ମକ ସହସମ୍ବନ୍ଧ କୁହାଯାଏ।

୮। ଶୈଖକ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ରାଶିଦ୍ଵୟର ପରିବର୍ତ୍ତନ ଏକ ସ୍ଥିର ଅନୁପାତରେ ଘଟେ ତାହାକୁ ବୈଖକ ସହସମ୍ବନ୍ଧ କୁହାଯାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୯। ସହସମ୍ବନ୍ଧ ଗୁଣାଙ୍କ କ’ଣ ?
Answer:
ଯାହା ମାଧ୍ୟମରେ ରାଶିଦ୍ଵୟରେ ରହିଥିବା ପାରସ୍ପରିକ ସଂପର୍କର ନିର୍ଦ୍ଦିଷ୍ଟ ପରିମାଣାତ୍ମକ ପରିପ୍ରକାଶ କରାଯାଏ,

୧୦ । ପୂର୍ଣ୍ଣ ସହସମ୍ବନ୍ଧ କାହାକୁ କୁହାଯାଏ ?
Answer:
ଯଦି କୌଣସି ରାଶିର ବୃଦ୍ଧି ବା ହ୍ରାସ ସହ ଅନ୍ୟ ରାଶିଟିର ବୃଦ୍ଧି ଓ ହ୍ରାସ ସ୍ଥିର ଅନୁପାତରେ ଘଟିଥାଏ, ତାହାକୁ ରାଶି ମଧ୍ୟରେ ପୂର୍ଣ୍ଣ ସହସମ୍ବନ୍ଧ ରହିଛି ବୋଲି କୁହାଯାଏ।

୧୧। ପୂର୍ଣ ସହସମ୍ବନ୍ଧ କେତେ ପ୍ରକାର ?
Answer:
ପୂର୍ଣ୍ଣ ସହସମ୍ବନ୍ଧ ଦୁଇ ପ୍ରକାର; ଯଥା – ଧନାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ ଓ ଋଣାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ ।

୧୨। ଧନାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ଗୋଟିଏ ରାଶିର ବୃଦ୍ଧି ବା ହ୍ରାସ ସହ ଅନ୍ୟରାଶିର ଯଥାକ୍ରମେ ବୃଦ୍ଧି ବା ହ୍ରାସ ପରିଲକ୍ଷିତ ହୁଏ

୧୩। ଋଣାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ କ’ଣ ?
Answer:
ଯେତେବେଳେ ରାଶି ଦ୍ବୟର ପରିବର୍ତ୍ତନ ବିପରୀତ ଦିଗରେ ସଂଗଠିତ ହୁଏ; ଯଥା – ଗୋଟିଏ ରାଶିର ବୃଦ୍ଧି ବା ହ୍ରାସ ସହ ଅନ୍ୟ ରାଶିର ଯଥାକ୍ରମେ ହ୍ରାସ ଓ ବୃଦ୍ଧି ଘଟେ ତାହାକୁ ଋଣାତ୍ମକ ପୂର୍ଣ୍ଣ ସହସମ୍ବନ୍ଧ କୁହାଯାଏ।

୧୪। ସହସମ୍ବନ୍ଧ ଗୁଣାଙ୍କର ସର୍ବାଧ‌ିକ ମୂଲ୍ୟକେତେ ହୋଇପାରେ ?
Answer:
+୧

୧୫। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ‘୦’ ହେଲେ କି ପ୍ରକାର ସିଦ୍ଧାନ୍ତ ନିଆଯାଇପାରେ ?
Answer:
ସହସମ୍ବନ୍ଧ ଗୁଣାଙ୍କର ‘୦’ ହେଲେ, ଦୁଇଟି ରାଶି ମଧ୍ୟରେ ପାରସ୍ପରିକ ସଂପର୍କ ନଥବାର ସିଦ୍ଧାନ୍ତ ନିଆଯାଇପାରେ।

୧୬। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ୯୮ ହେଲେ କି ପ୍ରକାର ସିଦ୍ଧାନ୍ତ ଗ୍ରହଣ କରାଯାଇପାରେ ?
Answer:
ରାଶିଦ୍ଵୟ ମଧ୍ଯରେ ଅଧିକ ଧନାତ୍ମକ ସହସମ୍ବନ୍ଧ ରହିଛି।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୧୭। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ –୧ ହେଲେ ରାଶିଦ୍ଵୟ ମଧ୍ଯରେ କି ପ୍ରକାର ସଂପର୍କ ରହିଛି ?
Answer:
ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ – ୧ ହେଲେ ରାଶିଦ୍ଵୟ ମଧ୍ୟରେ ପୂର୍ଣ ଋଣାତ୍ମକ ସହସମ୍ବନ୍ଧ ରହିଛି।

୧୮। ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ନିର୍ଦ୍ଧାରଣ ପାଇଁ ପ୍ରଣୟନ କରିଥିବା ସୂତ୍ରର ଏକ ମୁଖ୍ୟ ପ୍ରଣେତାଙ୍କ ନାମ କ’ଣ ?
Answer:
କାଇଁ ପିଅରସନ।

୧୯ । ସମାଶ୍ରୟଣ କାହାକୁ କୁହାଯାଏ ?
Answer:
ଦୁଇଟି ଚଳ ମଧ୍ୟରେ ହାରାହାରୀ ସମ୍ପର୍କକୁ ସମାଶ୍ରୟଣ କୁହାଯାଏ ।

୨୦ । ସହସମ୍ପର୍କର ଗୁଣାଙ୍କ କିପରି ମିଳିଥାଏ ?
Answer:
ଦୁଇଟି ସମାଶ୍ରୟତା ଗୁଣାଙ୍କର ଗୁଣଫଳର ବର୍ଗମୂଳ ନେଇ ସହସମ୍ପର୍କ ଗୁଣାଙ୍କ ମିଳିଥାଏ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ଚାହିଦା ଓ ଦର ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ଥାଏ।
Answer:
ଚାହିଦା ଓ ଦର ମଧ୍ଯରେ ଋଣାତ୍ମକ ସହସମ୍ବନ୍ଧ ଥାଏ।

୨। ଉଚ୍ଚ ସହ ସମ୍ବନ୍ଧ ଗୁଣାଙ୍କ +୧ ସଂଖ୍ୟାର ନିକଟରେ ଥାଏ।
Answer:
ଉଚ୍ଚ ସହ ସମ୍ବନ୍ଧ ଗୁଣାଙ୍କ + ୧ ସଂଖ୍ୟାର ନିକଟରେ ଥାଏ।

୩। ଦୁଇଟି ଚଳ ମଧ୍ୟରେ ସହସମ୍ବନ୍ଧ ନ ଥିଲେ ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ୧ ହୋଇଥାଏ।
Answer:
ଦୁଇଟି ଚଳ ମଧ୍ୟରେ ସହସମ୍ବନ୍ଧ ନ ଥିଲେ ସହସମ୍ବନ୍ଧ ଗୁଣାଙ୍କର ମୂଲ୍ୟ ୦ ହୋଇଥାଏ

୪। ଦର ଓ ଯୋଗାଣ ମଧ୍ଯରେ ଋଣାତ୍ମକ ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ।
Answer:
ଦର ଓ ଯୋଗାଣ ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ପରିଲକ୍ଷିତ ହୋଇଥାଏ।

୫। ଦୁଇଟି ଚଳ ଥବା ବଣ୍ଟନକୁ ବିଚଳ ବଣ୍ଟନ କୁହାଯାଏ।
Answer:
ଦୁଇଟି ଚଳ ଥବା ବଣ୍ଟନକୁ ଦ୍ଵିବିଚଳ (bivariate distribution) ବଣ୍ଟନ କୁହାଯାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। ଦୁଇଟି ଚଳ ମଧ୍ୟରେ ଥିବା ସମ୍ବନ୍ଧକୁ ଏକାଧିକାର ସହସମ୍ବନ୍ଧ କୁହାଯାଏ।
Answer:
ଦୁଇଟି ଚଳ ମଧ୍ୟରେ ଥିବା ସମ୍ବନ୍ଧକୁ ସରଳ ସହସମ୍ବନ୍ଧ କୁହାଯାଏ।

୭। ବିପରୀତ ଦିଗରେ ପରିବର୍ତ୍ତିତ ହେଉଥୁବା ଚଳମାନଙ୍କର ସହସମ୍ବନ୍ଧକୁ ଧନାକତ୍ମ ସହସମ୍ବନ୍ଧ କୁହାଯାଏ।
Answer:
Answer:
ବିପରୀତ ଦିଗରେ ପରିବର୍ତ୍ତିତ ହେଉଥୁବା ଚଳମାନଙ୍କର ସହସମ୍ବନ୍ଧକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ।

୮। ଯେଉଁ ଚିତ୍ରଲେଖ ସାହାଯ୍ୟରେ ସହସମ୍ବନ୍ଧର ଧାରଣା କରିହୁଏ ତାହାକୁ ବକ୍ରରେଖକ ଚିତ୍ର କହନ୍ତି ।
Answer:
ଯେଉଁ ଚିତ୍ରଲେଖ ସାହାଯ୍ୟରେ ସହସମ୍ବନ୍ଧର ଧାରଣା କରିହୁଏ ତାହାକୁ ବିକ୍ଷିପ୍ତ ରେଖାଚିତ୍ର କହନ୍ତି ।

୯ । ଅନେକ ଚଳମାନଙ୍କ ମଧ୍ୟରେ ଯେଉଁ ସହସମ୍ବନ୍ଧ ପରିଲକ୍ଷିତ ହୁଏ ତାହାକୁ ଆଂଶିକ ସହସମ୍ବନ୍ଧ କହନ୍ତି ।
Answer:
ଅନେକ ଚଳମାନଙ୍କ ମଧ୍ୟରେ ଯେଉଁ ସହସମ୍ବନ୍ଧ ପରିଲକ୍ଷିତ ହୁଏ, ତାହାକୁ ଏକାଧିକ ସହସମ୍ବନ୍ଧ କହନ୍ତି ।

୧୦। \(\frac{\Delta Y}{\Delta X}\) ଯଦି ଧବଙ୍କ ( ଏକ ନିର୍ଦ୍ଦିଷ୍ଟ ଏକକ) ହୋଇଥାଏ ତା’ ହେଲେ X ଓ Y ମଧ୍ୟରେ ସରଳରେଖକ ସହସମ୍ବନ୍ଧ ଥାଏ।
Answer:
ଠିକ୍

୧୧। ସହସମ୍ବନ୍ଧ ମାଧ୍ୟମରେ ରାଶିଦ୍ଵୟ ମଧ୍ଯରେ ରହିଥିବା ଗୁଣାତ୍ମକ ସଂପର୍କ ନିର୍ଦ୍ଧାରଣ କରାଯାଇଥାଏ।
Answer:
ଯେତେବେଳେ ରାଶିଦ୍ଵୟର ପରିବର୍ତ୍ତନ ସ୍ଥିର ଅନୁପାତରେ ହୁଏ, ତାହାକୁ ବୈଖକ ସହସମ୍ବନ୍ଧ କୁହାଯାଏ।

୧୨। ଯେତେବେଳେ ରାଶିଦୁର ପରିବର୍ତ୍ତନ ସ୍ଥିର ଅନୁପାତରେ ହୁଏ, ତାହାକୁ ସରଳ ସହସମ୍ବନ୍ଧ କୁହାଯାଏ।
Answer:
ଯେତେବେଳେ ରାଶିଦ୍ବୟର ପରିବର୍ତ୍ତନ ସ୍ଥିର ଅନୁପାତରେ ହୁଏ, ତାହାକୁ ବୈଖ୍ୟକ ସହସମ୍ବନ୍ଧ କୁହାଯାଏ।

୧୩। ଅଣରେଖକ ସହସମ୍ବନ୍ଧ କ୍ଷେତ୍ରରେ ଦୁଇଟି ପରିବର୍ତ୍ତନ ହାର ଅସମାନୁପାତିକ।
Answer:
ଠିକ୍

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୧୪। ସହସମ୍ବନ୍ଧର ଗୁଣାଙ୍କ ମୂଲ୍ୟର ସୀମା –୧ରୁ ୦ ମଧ୍ୟରେ ହୋଇଥାଏ।
Answer:
ସହସମ୍ବନ୍ଧର ଗୁଣାଙ୍କ ମୂଲ୍ୟର ସୀମା –୧ରୁ +୧ ମଧ୍ୟରେ ହୋଇଥାଏ।

୧୫। ଏକାଧ‌ିକ ସହସମ୍ବନ୍ଧରେ ଦୁଇଟି ରାଶିର ପରିବର୍ତ୍ତନ ଅନୁପାତ ସ୍ଥିର ରହେ।
Answer:
ସରଳ ରେଖକ ସମ୍ବନ୍ଧରେ ଦୁଇଟି ରାଶିର ପରିବର୍ତ୍ତନ ଅନୁପାତ ସ୍ଥିର ରହେ।

୧୬ । ସମାଶ୍ରୟଣଦ୍ୱାରା ଫଳନକୁ ବ୍ୟବହାର କରି ସ୍ୱତନ୍ତ୍ର ଚଳର ମୂଲ୍ୟର ଭବିଷ୍ୟ କଥନ କରିହୁଏ ।
Answer:
ସମାଶ୍ରୟଣଦ୍ୱାରା ଫଳନକୁ ବ୍ୟବହାର କରି ନିର୍ଭରଶୀଳ ଚଳର ମୂଲ୍ୟର ଭବିଷ୍ୟ କଥନ କରିହୁଏ ।

E. ପାଞ୍ଚଟି ବାକ୍ୟ ମଧ୍ଯରେ ନିମ୍ନଲିଖୂ ପ୍ରଶ୍ନମାନଙ୍କ ଉତ୍ତର ଦିଅ ।

୧। ସହସମ୍ବନ୍ଧ କ’ଣ ?
Answer:
ଦୁଇଟି ଚଳ ମଧ୍ୟରେ ଥ‌ିବା ସମ୍ବନ୍ଧକୁ ସହସମ୍ବନ୍ଧ କୁହାଯାଏ। ଯଦି ଗୋଟିଏ ଚଳରେ ପରିବର୍ତ୍ତନ ଯୋଗୁଁ ଅନ୍ୟ ଏକ ଚଳରେ ପରିବର୍ତ୍ତନ ହୁଏ, ସେହି ଚଳଦ୍ଵୟର ସମ୍ପର୍କକୁ ସହସମ୍ବନ୍ଧ କୁହାଯାଏ। କ୍ରକ୍ୱଟନ୍ ଓ କଉଡେନ୍‌ଙ୍କ ଅନୁଯାୟୀ ଯେତେବେଳେ ସମ୍ବନ୍ଧ ପରିମାଣତ୍ମକ ହୋଇଥାଏ, ସମ୍ବନ୍ଧର ପରିମାପ ଓ ସଂକ୍ଷିପ୍ତ ପ୍ରଣାଳୀରେ ବ୍ୟକ୍ତ କରିବା ପାଇଁ ବ୍ୟବହୃତ ଉପଯୁକ୍ତ ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣକୁ ସହସମ୍ବନ୍ଧ କୁହାଯାଏ। ସୁତରାଂ ସହସମ୍ବନ୍ଧ ହେଉଛି ଏକ ବିଶ୍ଳେଷଣ ପଦ୍ଧତି ଯହିଁରେ ଦୁଇ ବା ତତୋଽଧୂକ ଚଳମାନଙ୍କ ମଧ୍ୟରେ ସହମାନ ପରିବର୍ତ୍ତନର ବିଶ୍ଳେଷଣ କରାଯାଇଥାଏ।

୨। ସହସମ୍ବନ୍ଧର ଉପଯୋଗିତା କ’ଣ ?
Answer:

  • ସହସମ୍ବନ୍ଧର ପ୍ରକ୍ରିୟାରେ ରାଶିମାନଙ୍କ ମଧ୍ୟରେ ରହିଥିବା ପାରସ୍ପରିକ ସଂର୍ପକର ମାତ୍ରାକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟାରେ ପରିପ୍ରକାଶ କରାଯାଇଥାଏ ।
  • ସହସମ୍ବନ୍ଧ ପ୍ରକ୍ରିୟାରେ ପାରସ୍ପରିକ ସମ୍ବନ୍ଧ ଥ‌ିବା ଗୋଟିଏ ରାଶିର ମୂଲ୍ୟ ଜଣାଥଲେ ଅନ୍ୟ ରାଶିର ମୂଲ୍ୟ ଆକଳନ କରାଯାଇଥାଏ ।
  • ବ୍ୟବସାୟିକ ଉତ୍‌ଥାନ ପତନ, ଅର୍ଥନୈତିକ ପ୍ରକ୍ରିୟାରେ ଏହା ବିଶେଷ ଉପଯୋଗୀ।

୩। ଧନାତ୍ମକ ସହସମ୍ବନ୍ଧ କ’ଣ ?
Answer:
ଯଦି ଦୁଇଟି ଚଳ ସମଦିଗରେ ପରିବର୍ତ୍ତନ ହୁଏ, ତେବେ ଚଳଦ୍ଵୟ ମଧ୍ଯରେ ସମ୍ପର୍କକୁ ଧନାତ୍ମକ ସହସମ୍ବନ୍ଧ କୁହାଯାଏ। ଅର୍ଥାତ୍ ଯଦି ଗୋଟିଏ ଚଳରେ ବୃଦ୍ଧି ଘଟିବା ଯୋଗୁଁ ଅନ୍ୟ ଚଳଟିର ବୃଦ୍ଧି ଘଟେ କିମ୍ବା ଯଦି ଗୋଟିଏ ଚଳରେ ହ୍ରାସ ଯୋଗୁଁ ଅନ୍ୟ ଚଳରେ ମଧ୍ୟ ହ୍ରାସ ଘଟେ, ତେବେ ସେହି ଚଳଦ୍ଵୟ ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ରହେ। ଦ୍ରବ୍ୟର ଦର ଓ ଦ୍ରବ୍ୟର ଯୋଗାଣ ଧନାତ୍ମକ ସହସମ୍ବନ୍ଧର ଏକ ଉଦାହରଣ।

୪। ରେଖକ ସହସମ୍ବନ୍ଧ କ’ଣ ?
Answer:
ଗୋଟିଏ ଚଳର ଏକକ ପରିବର୍ତ୍ତନ ସହିତ ଅନ୍ୟ ଚଳରେ ସର୍ବଦା ଏକ ନିର୍ଦ୍ଦିଷ୍ଟ ମାତ୍ରାର ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ ଥ‌ିବା ସହସମ୍ବନ୍ଧକୁ ବୈଖ୍ୟକ ସହସମ୍ବନ୍ଧ କୁହାଯାଏ। ଉଦାହରଣ ସ୍ଵରୂପ ଯଦି କୌଣସି ସମୟରେ ଦାମ୍‌ର ଶତକଡ଼ା ୧୦ ବୃଦ୍ଧି ହୁଏ, ଏହାର ଯୋଗାଣର ୨୦% ବୃଦ୍ଧି ଘଟାଏ ଓ ଏହି ଅନୁପାତ ସ୍ଥିର ରହେ ତେବେ ଏହା ରିଖକ ସହସମ୍ବନ୍ଧର ଉଦାହରଣ ଦର୍ଶାଇଥାଏ। ଏହି ରାଶିଦ୍ଵୟର ମୂଲ୍ୟକୁ କ୍ରମାନ୍ଵୟରେ ଏକ ଗ୍ରାଫ୍ କାଗଜରେ ସ୍ଥାପିତ କଲେ ତାହା ମଧ୍ୟରେ ଏକ ସରଳ ରେଖାର ଚିତ୍ର ପ୍ରତିଫଳିତ ହୋଇଥାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୫। ସହସମ୍ବନ୍ଧ ଗୁଣାଙ୍କ କ’ଣ ?
Answer:
କୌଣସି ଏକ ବିତରଣ ମାଳାର ଦତ୍ତ ଥବା ରାଶିଦ୍ଵୟ ମଧ୍ଯରେ ରହିଥ‌ିବା ପାରସ୍ପରିକ ସମ୍ବନ୍ଧର ନିର୍ଦ୍ଦିଷ୍ଟ ପରିମାଣାତ୍ମକ ପରିପ୍ରକାଶ ସହସମ୍ବନ୍ଧ ଗୁଣାଙ୍କ ମାଧ୍ୟମରେ କରାଯାଇଥାଏ। ଏହା ସତ୍ୟ ଯେ ରାଶିଦ୍ଵୟ ମଧ୍ଯରେ ରହିଥିବା ସମ୍ବନ୍ଧ ସ୍ଥିର ନୁହେଁ। ଅଥବା ରାଶିଦ୍ଵୟ ମଧ୍ୟରୁ ଗୋଟିକର ମୂଲ୍ୟ ଦତ୍ତ ଥିଲେ ଅନ୍ୟଟିର ମୂଲ୍ୟ ଗଣନା କରିବା ସର୍ବଦା ସମ୍ଭବପର ନୁହେଁ। ସହସମ୍ବନ୍ଧ ଗୁଣାଙ୍କ ‘r’ ଦ୍ଵାରା ଚିହ୍ନିତ ହୋଇଥଶଏ। ଏହାର ମୂଲ୍ୟ +୧ ରୁ –୧ ହୋଇଥାଏ। ଯେତେବେଳେ r = 0 ହୁଏ ସେ ସମୟରେ ରାଶିଦ୍ଵୟ ମଧ୍ୟରେ କୌଣସି ପାରସ୍ପରିକ ସମ୍ବନ୍ଧ ନ ଥାଏ।

୬। କାର୍ଲ ପିଅରସନଙ୍କ ସହସମ୍ବନ୍ଧ ଗୁଣାଙ୍କ କାହାକୁ କୁହାଯାଏ ?
Answer:
ସହସମ୍ବନ୍ଧର ମାତ୍ରା ପରିମାପ କରିବା ପାଇଁ ବ୍ରିଟିଶ୍ ପରିସଂଖ୍ୟାନବିତ୍ କାର୍ଲ ପିଅରସନ ଏକ ଗାଣିତିକ ସୂତ୍ରର ଅବତାରଣା କରିଥିଲେ । ତାଙ୍କରି ନାମାନୁସାରେ ଏହି ସୂତ୍ରକୁ କାର୍ଲ ପିଅସରନଙ୍କ ସହସମ୍ବନ୍ଧ ଗୁଣାଙ୍କ ବୋଲି କୁହାଯାଏ । X ଓ Y ଦୁଇଟି ଚଳର ସହସମ୍ବନ୍ଧ ଗୁଣାଙ୍କର ସାଧାରଣତଃ rxy ବା କେବଳ ‘r’ ଅକ୍ଷର ଦ୍ଵାରା ଚିହ୍ନିତ କରାଯାଇଥାଏ।

ଏହା ଦୁଇଟି ଚଳରାଶିର ସରଳ ରୈଖ୍ୟକ ସହସମ୍ବନ୍ଧ ମାତ୍ରାକୁ ସୂଚିତ କରେ । ପିଅରସନଙ୍କ ଅନୁସାରେ ଏହି ସହସମ୍ବନ୍ଧ ଗୁଣାଙ୍କ ଚଳରାଶିଦ୍ଵୟର ସହପ୍ରସରଣ ଓ ସେମାନଙ୍କର ମାନକ ବିଚ୍ୟୁତି ଦ୍ଵୟର ଗୁଣଫଳର ଅନୁପାତକୁ ବୁଝାଇଥାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ 2

r = ସହସମ୍ବନ୍ଧ ଗୁଣାଙ୍କ Cov (X.Y) –X ଓ Y ର ସହପ୍ରସରଣ, 61 = X ର ମାନକ ବିଚ୍ୟୁତି, 62 = Y ର ମାନକ ବିଚ୍ୟୁତି ।

୭। ସମାଶ୍ରୟଣ କହିଲେ କ’ଣ ବୁଝ ?
Answer:
ଦୁଇଟି ଚଳ ମଧ୍ୟରେ ଥ‌ିବା ହାରାହାରି ସମ୍ପର୍କକୁ ସମାଶ୍ରୟଣ କୁହାଯାଏ । ଏହା ଆକଳନ ଓ ଭବିଷ୍ୟତ କଥନରେ ବହୁଳ ଭାବରେ ବ୍ୟବହାର ହୋଇଥାଏ ।

E. ତିନୋଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

୧। ଧନାତ୍ମକ ଓ ଋଣାତ୍ମକ ସହସମ୍ବନ୍ଧ
Answer:
ଚଳଗୁଡ଼ିକର ପରିର୍ତ୍ତନର ଦିଗ ଭିତ୍ତିରେ ସହସମ୍ବନ୍ଧ ଧନାତ୍ମକ କିମ୍ବା ଋଣାତ୍ମକ ହୋଇଥାଏ। ଯଦି ଦୁଇଟି ଚଳ ସମଦିଗରେ ପରିବର୍ତ୍ତନ ହୁଏ, ତେବେ ଚଳଦ୍ଵୟ ମଧ୍ଯରେ ସମ୍ପର୍କକୁ ଧନାତ୍ମକ ସହସମ୍ବନ୍ଧ କୁହାଯାଏ। ଅର୍ଥାତ୍ ଯଦି ଗୋଟିଏ ଚଳରେ ହ୍ରାସ ବା ବୃଦ୍ଧି ଘଟିବା ଯୋଗୁଁ ଅନ୍ୟ ଚଳଟିର ହ୍ରାସ ବା ବୃଦ୍ଧି ଘଟେ; ତେବେ ସେହି ଚଳଦ୍ଵୟ ମଧ୍ଯରେ ଧନାତ୍ମକ ସହସମ୍ବନ୍ଧ ରହେ। ଦ୍ରବ୍ୟର ଦର ଓ ତେବେ ଚଳଦ୍ଵୟ ମଧ୍ୟରେ ସମ୍ପର୍କକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ।

ଅର୍ଥାତ୍ ଯଦି ଗୋଟିଏ ଚଳରେ ବୃଦ୍ଧି ଘଟେ ଓ ଅନ୍ୟ ଚଳଟିର ହ୍ରାସ ଘଟେ କିମ୍ବା ଗୋଟିଏ ଚଳରେ ହ୍ରାସ ଘଟେ ଓ ଅନ୍ୟଚଳଟିର ବୃଦ୍ଧି ଘଟେ, ତେବେ ସେହି ଚଳଦ୍ଵୟ ମଧ୍ଯରେ ସମ୍ପର୍କକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ । ଦ୍ରବ୍ୟର ଦର ଓ ଦ୍ରବ୍ୟର ଚାହିଦା ଋଣାତ୍ମକ ସହସମ୍ବନ୍ଧର ଏକ ଉଦାହରଣ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୨। ସରଳରେଖକ ଓ ବକ୍ରରୈଖକ ସହସମ୍ବନ୍ଧ
Answer:
ଗୋଟିଏ ଚଳର ଏକକ ପରିବର୍ତ୍ତନ ସହିତ ଅନ୍ୟ ଚଳରେ ସର୍ବଦା ଏକ ନିର୍ଦ୍ଦିଷ୍ଟ ମାତ୍ରାର ପରିବର୍ତ୍ତନ ଦେଖାଦେଲେ ସେମାନଙ୍କ ମଧ୍ୟରେ ଥିବା ସହସମ୍ବନ୍ଧକୁ ରେଖକ ସହସମ୍ବନ୍ଧ କୁହାଯାଏ। ସରଳରେଖକ ସହସମ୍ବନ୍ଧ ଥିବା ଦୁଇଟି ଚଳରାଶିର ମୂଲ୍ୟ ଗୁଡ଼ିକୁ ରେଖାଚିତ୍ରଦ୍ଵାରା ପ୍ରକାଶ କଲେ ତାହା ଏକ ସରଳରେଖା ହୋଇଥାଏ। ଅନ୍ୟ ପକ୍ଷରେ ଗୋଟିଏ ଚଳର ଏକକ ପରିବର୍ତ୍ତନ ଯୋଗୁଁ ଅନ୍ୟ ଚଳରେ ଏକ ନିର୍ଦ୍ଦିଷ୍ଟ ମାତ୍ରାର ପରିବର୍ତ୍ତନ ଦେଖା ନ ଦେଇ ଭିନ୍ନ ଭିନ୍ନ ମାତ୍ରାର ପରିବର୍ତ୍ତନ ଦେଖାଦିଏ, ତେବେ ସେମାନଙ୍କ ମଧ୍ୟରେ ଥିବା ସହସମ୍ବନ୍ଧକୁ ବକ୍ରରେଖକ ସହସମ୍ବନ୍ଧ କୁହାଯାଏ।

ସେମାନଙ୍କର ମୂଲ୍ୟଗୁଡ଼ିକୁ ଚିତ୍ରରେଖା ଦ୍ଵାରା ପ୍ରକାଶ କଲେ ତାହା ଏକ ବକ୍ରରେଖାର ଆକୃତି ଧାରଣ କରିଥାଏ । X ଓ Y ଦୁଇଟି ଚଳରାଶି ହେଲେ ଏକଘାତୀ ସହସମ୍ବନ୍ଧ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଏକକ ହୋଇଥାଏ । ସାଧାରଣତଃ ସେମାନଙ୍କ ସମ୍ପର୍କକୁ ଏକଘାତୀ ସମୀକରଣ Y = a + bx ଦ୍ଵାରା ପ୍ରକାଶିତ କରାଯାଇଥାଏ । X ଓ Y ଚଳଦ୍ଵୟ ମଧ୍ୟରେ ବକ୍ରରେଖକ ସହସମ୍ବନ୍ଧ ଥିଲେ \(\frac{\Delta Y}{\Delta X}\) ଏକ ନିର୍ଦ୍ଦିଷ୍ଟ ଏକକ ନ ହୋଇ ଏକ ଚଳରାଶି ହୋଇଥାଏ ।

୩। ସମ୍ପୂର୍ଣ୍ଣ ଧନାତ୍ମକ ସହସମ୍ବନ୍ଧ ଓ ସମ୍ପୂର୍ଣ୍ଣ ଋଣାତ୍ମକ ସହସମ୍ବନ୍ଧ
Answer:
ଚଳ ଦୁଇଟିର ମୂଲ୍ୟ ଦର୍ଶାଉଥବା ଲେଖବିନ୍ଦୁ ସବୁ ଗୋଟିଏ ସରଳରେଖାରେ ବିଦ୍ୟମାନ ହେଲେ ଚଳ ଦୁଇଟି ମଧ୍ୟରେ ସମ୍ପୂର୍ଣ୍ଣ ସହସମ୍ବନ୍ଧ ରହିଛି ବୋଲି କୁହାଯାଏ। ଏହା ଧିନାତ୍ମକ ଅଥବା ଋଣାତ୍ମକ ହୋଇପାରେ। ସେହି ସରଳରେଖା ବାମରୁ ଡାହାଣକୁ ଉର୍ଦ୍ଧ୍ୱଗାମୀ ହେଲେ ଚଳ ଦୁଇଟି ମଧ୍ୟରେ ସମ୍ପୂର୍ଣ୍ଣ ଧନାତ୍ମକ ସହସମ୍ବନ୍ଧ ରହିଥାଏ। ମାତ୍ର ଲେଖବିନ୍ଦୁ ସବୁକୁ ଧାରଣ ଡାହାଣକୁ ଉର୍ଦ୍ଧ୍ୱଗାମୀ ହେଲେ ଚଳ ଦୁଇଟି ମଧ୍ୟରେ ସମ୍ପୂର୍ଣ୍ଣ ଧନାତ୍ମକ ସହସମ୍ବନ୍ଧ ରହିଥାଏ।

ମାତ୍ର ଲେଖବିନ୍ଦୁ ସବୁକୁ ଧାରଣ ରେଖାଚିତ୍ର ପଦ୍ଧତିରେ ଚଳ ଦୁଇଟିର କ୍ରମିକ ମୂଲ୍ୟସବୁକୁ ଲେଖବିନ୍ଦୁ ଆକାରରେ ଉପସ୍ଥାପନ କରିବାକୁ ପଡ଼େ । ଏପରିଭାବେ ଅଙ୍କିତ ବନ୍ଧୁଗୁଡ଼ିକ ପରସ୍ପରର ଅଡ଼ି ନିକଟତର ହେଲେ ଚଳ ଦୁଇଟି ମଧ୍ୟରେ ସହସମ୍ବନ୍ଧର ମାତ୍ରା ଅଧିକ ହୋଇଥାଏ । ଅନ୍ୟପକ୍ଷରେ ବିନ୍ଦୁଗୁଡ଼ିକ ପରସ୍ପରଠାରୁ ବିକ୍ଷିପ୍ତ ହୋଇ ରହିଲେ ଚଳ ଦୁଇଟି ମଧ୍ୟରେ ସହସମ୍ବନ୍ଧର ମାତ୍ରା କମ୍ ହୋଇଥାଏ ।

୪। ଉଚ୍ଚ ସହସମ୍ବନ୍ଧ ଓ ନିମ୍ନ ସହସମ୍ବନ୍ଧ
Answer:
ଦୁଇ ବା ତତୋଧ୍ଵକ ଚଳରାଶିମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଓ ତାହାର ମାତ୍ରାକୁ ମାପ କରିବାପାଇଁ ଯେଉଁ ସାଂଖ୍ୟକ ପଦ୍ଧତିର ସାହାଯ୍ୟ ନିଆଯାଏ, ତାହାକୁ ସହସମ୍ବନ୍ଧ କୁହାଯାଏ । ଯଦି ଗୋଟିଏ ଚଳରାଶିର ପରିବର୍ତ୍ତନ ଫଳରେ ଅନ୍ୟ ଗୋଟିଏ ଚଳରାଶିର ବହୁ ପରିମାଣରେ ପରିବର୍ତ୍ତନ ଘଟେ ତାହାହେଲେ ସେମାନଙ୍କ ମଧ୍ୟରେ ଉଚ୍ଚ ସହସମ୍ବନ୍ଧ ରହିଥାଏ। ଏହା ଧନାତ୍ମକ ଯୋଗୁଁ ଅନ୍ୟ ଚଳରାଶିର ସ୍ଵଳ୍ପ ପରିବର୍ତ୍ତନ ଘଟିଲେ ସେମାନଙ୍କର ସହସମ୍ବନ୍ଧ ମାତ୍ରା ନିମ୍ନ ହୋଇଥାଏ। ଏହା ମଧ୍ୟ ଧନାତ୍ମକ ଅଥବା ଋଣାତ୍ମକ ହୋଇପାରେ।

୫। ସହସମ୍ବନ୍ଧର ମାତ୍ରା ଓ ସହସମ୍ବନ୍ଧର ଅଭାବ
Answer:
ଏଠାରେ କେବଳ ଚଳମାନଙ୍କର ସରଳରେଖକ ସହସମ୍ବନ୍ଧ ସହ ସଂଶ୍ଳିଷ୍ଟ । ସୁତରାଂ ଚଳମାନଙ୍କର ଏକ ବିକୀର୍ଣନ ଆରେଖ ଅଙ୍କନ କଲେ ଯଦି ବିନ୍ଦୁ ଗୁଡ଼ିକ ଏକ ସରଳରେଖାର ଖୁବ୍ ନିକଟରେ ଅବସ୍ଥାପିତ ହୁଅନ୍ତି ତାହାହେଲେ ସେମାନଙ୍କର ସହସମ୍ବନ୍ଧ ମାତ୍ରା ସେତେ ଅଧ୍ଵକ ହୋଇଥାଏ। ଅନ୍ୟ ପକ୍ଷରେ ଯଦି ବିନ୍ଦୁଗୁଡ଼ିକ ସରଳରେଖାର ଦୂରରେ ବିକ୍ଷିପ୍ତ ହୋଇଥାନ୍ତି ତେବେ ଚଳମାନଙ୍କର ସହସମ୍ବନ୍ଧ ମାତ୍ରା କମ୍ ହୋଇଥାଏ। ସୁତରାଂ ସହସମ୍ବନ୍ଧର ବିଭିନ୍ନ ଦିଗ ଓ ମାତ୍ରା ସମ୍ପର୍କରେ ଜାଣିବା ଏକାନ୍ତ ଆବଶ୍ୟକ ।

ଯଦି ଗୋଟିଏ ଚଳରାଶିର ପରିବର୍ତ୍ତନ ଅନ୍ୟ ଚଳରାଶିର ପରିବର୍ତ୍ତନରେ ଉଦାସୀନ ଥିଲେ ସେମାନଙ୍କ ମଧ୍ୟରେ ସହସମ୍ବନ୍ଧର ଅଭାବ ଥାଏ ବୋଲି କୁହାଯାଏ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

୬। ସହସମ୍ବନ୍ଧ ଓ ସହକାରଣ
Answer:
ସହସମ୍ବନ୍ଧ ଓ ସହକାରଣ ଶବ୍ଦ ଦୁଇଟି ପରିସଂଖ୍ୟାନରେ ସାଧାରଣଭାବେ ବ୍ୟବହାର ହେଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବ୍ୟବହାରିକ ପାର୍ଥକ୍ୟ ରହିଛି । ସହସମ୍ବନ୍ଧ କ୍ଷେତ୍ରରେ ଦୁଇଟି ଚଳ ପରସ୍ପର ମଧ୍ୟରେ ସମ୍ପର୍କିତ କିନ୍ତୁ କାରଣ ଓ ଫଳାଫଳ ଭିଭିକ ସମ୍ପର୍କ ନ ଥାଏ । ଅନ୍ୟପକ୍ଷରେ ସହକାରଣରେ ଗୋଟିଏ ଚଳ ଅନ୍ୟ ଚଳ ଉପରେ ପ୍ରଭାବ ପକାଇଥାଏ । ଉଦାହରଣ ସ୍ୱରୂପ, ବ୍ୟକ୍ତିର ଖାଦ୍ୟ ଓ ସ୍ୱାସ୍ଥ୍ୟ ମଧ୍ୟରେ ଥିବା ସମ୍ପର୍କକୁ ସହସମ୍ପର୍କ କୁହାଯାଏ । କିନ୍ତୁ ସ୍ୱାସ୍ଥ୍ୟ ଓ ଖାଦ୍ୟ ମଧ୍ୟରେ ସହକାରଣ ନଥାଇପାରେ ।

ସହକାରଣ କ୍ଷେତ୍ରରେ ଗୋଟିଏ ଚଳକୁ ସ୍ଵତନ୍ତ୍ର ଚଳ ଓ ଅନ୍ୟ ଚଳକୁ ନିର୍ଭରଶୀଳ ଚଳ କୁହାଯାଏ । ତେଣୁ ସହକାରଣ ଥିଲେ ସହସମ୍ବନ୍ଧର ନିଶ୍ଚୟ ରହିବ ଯଦି ସହସମ୍ପଦ ଓ ସହକାରଣ ଏକା ସମୟରେ ଦୁଇଟି ଚଳ ମଧ୍ୟରେ ଥାଏ, ଅନ୍ୟ ଏକ ବିଶେଷ କଥା ହେଲା – ସହକାରଣ ଥିଲେ ଭବିଷ୍ୟ ଗଣନା କରିବା ସମ୍ଭବ କିନ୍ତୁ ସହସମ୍ବନ୍ଧରେ ସେ ଭବିଷ୍ୟ କଳନା କରିହୁଏ ନାହିଁ ।

୭। ସହସମ୍ପର୍କ ଓ ସମାଶ୍ରୟଣ
Answer:
ଦୁଇଟି ଚଳ ମଧ୍ୟରେ ଥ‌ିବା ସମ୍ପର୍କ ଜାଣିବା ପାଇଁ ଉଭୟ ସହସମ୍ବନ୍ଧ ଓ ସମାଶ୍ରୟଣ ପରିସଂଖ୍ୟାନରେ ଅତ୍ୟନ୍ତ ଉପଯୋଗୀ ପଦ୍ଧତି । କିନ୍ତୁ ଭିନ୍ନ ଭିନ୍ନ ସର୍ଭ ସମୂହରେ ଉଭୟ ପଦ୍ଧତି ପର୍ଯ୍ୟବସିତ । ସହସମ୍ପର୍କ ମାଧ୍ୟମରେ ଦୁଇଟି ଚଳ ମଧ୍ୟରେ ସମ୍ପର୍କର ମାତ୍ରା ମାପିହୁଏ । କିନ୍ତୁ ସମାଶ୍ରୟଣରେ ଏହା ସମ୍ଭବ ନୁହେଁ । ଏହା କେବଳ ଉଭୟ ଚଳ ମଧ୍ୟରେ ଥ‌ିବା ପ୍ରଭାବ ବିଷୟ ଜଣାଯାଏ । ଗୋଟିଏ ଚଳର ମୂଲ୍ୟକୁ ନେଇ ସହସମ୍ପର୍କ ପଦ୍ଧତିଦ୍ୱାରା ଭବିଷ୍ୟତ କଳନା କରିହୁଏ ନାହିଁ । ପରନ୍ତୁ ସମାଶ୍ରୟଣ ଦ୍ବାରା ଫଳନ ବ୍ୟବହାର କରି ନିର୍ଭରଶୀଳ ଚଳର ମୂଲ୍ୟ ନିର୍ଣ୍ଣୟ କରିହୁଏ ।

ସହସମ୍ପର୍କର ଗୁଣାଙ୍କ (x, ଏବଂ 1 ) ପ୍ରତିସାମ୍ୟ ଅଟେ । କିନ୍ତୁ ସମାଶ୍ରୟଣ ଗୁଣାଙ୍କ (b ଏବଂ b) ପ୍ରତିସାମ୍ୟ ନୁହେଁ । ଦୁଇଟି ଚଳ ମଧ୍ୟରେ ଅପ୍ରସିଦ୍ଧଙ୍କ ସମସମ୍ପର୍କ ଥାଇପାରେ କିନ୍ତୁ ସମାଶ୍ରୟଣ କ୍ଷେତ୍ରରେ ନୁହେଁ । ମୁଖ୍ୟ କଥା ଗୋଟିଏ ଶ୍ରେଣୀର ମୂଳବିନ୍ଦୁ ଓ ମାପକ୍ରମ ପରିବର୍ତ୍ତନ ହେଲେ ସହସମ୍ପର୍କର ଗୁଣାଙ୍କ ପରିବର୍ତ୍ତନ ହୁଏନାହିଁ, କିନ୍ତୁ ସମାଶ୍ରୟଣରେ ଗୁଣାଙ୍କ ପରିବର୍ତ୍ତନ ହୁଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ସହସମ୍ବନ୍ଧ (Correlation) କାହାକୁ କୁହାଯାଏ । ଏହାର ଉପଯୋଗିତା ବର୍ଣ୍ଣନା କର ।
Answer:
ଦୁଇ ବା ତତୋଧକ ପରିବର୍ତ୍ତନୀୟ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ସହ ସଂପର୍କର ମାତ୍ରା ସହସମ୍ବନ୍ଧ ବିଶ୍ଳେଷଣ ମାଧ୍ୟମରେ ଅଧ୍ୟୟନ କରାଯାଇଥାଏ । ସହସମ୍ବନ୍ଧ ଦୁଇ ବା ତତୋଽକ ଉପାଦାନ ମଧ୍ୟରେ ରହିଥ‌ିବା ସହସଂପର୍କ ବା ସହ ସଂଯୋଗର ଏକ ପରିମାଣାତ୍ମକ ପରିପ୍ରକାଶ କରିଥାଏ । ଯଦି ଦୁଇଟି ଉପାଦାନର ପରିମାଣାତ୍ମକ ପରିବର୍ତ୍ତନ ଏପରି ଘଟେ ଯେ ଯଦ୍ୱାରା ଏହି ଉପାଦାନ ଦ୍ବୟର ସମକାଳୀନ ପରିବର୍ତ୍ତନ ଘଟିଥାଏ ।

ଏହି ପରିବର୍ତ୍ତନ ମାତ୍ରାର ସଂଖ୍ୟକ ଅବତରଣ ସହସମ୍ବନ୍ଧ ବିଶ୍ଳେଷଣ ମାଧ୍ୟମରେ କରାଯାଇଥାଏ । ଉଦାହରଣସ୍ୱରୂପ କୌଣସି ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ହେଲେ ଏହାର ଯୋଗାଣ ପରିମାଣରେ ସମକାଳୀନ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନ ଏକ ଦିଗମୁଖ୍ୟ ହୋଇଥାନ୍ତି । ଏହି ପରିବର୍ତ୍ତନର ମାତ୍ରାକୁ ସହସମ୍ବନ୍ଧ ବିଶ୍ଳେଷଣ ଦ୍ଵାରା ପରିମାପ କରାଯାଇଥାଏ । ତେଣୁ ସହସମ୍ବନ୍ଧ ଅଧ୍ୟୟନରେ ଦୁଇ ବା ତତୋଧ୍ୱ ଉପାଦାନ ମାନଙ୍କ ମଧ୍ୟରେ ଥିବା ସଂପର୍କର ମାତ୍ରାର ସାଂଖ୍ୟକ ଉପସ୍ଥାପନ କରାଯାଇଥାଏ ।

ଏହି ପରିମାପକ ଉପାଦାନ ମାନଙ୍କର ପରିବର୍ତ୍ତନର ଦିଗ ଉପସ୍ଥାପନ କରିବା ସଂଗେ ସଂଗେ ସେମାନଙ୍କର ପରିବର୍ତ୍ତନ ମାତ୍ରା ମଧ୍ୟ ପରିପ୍ରକାଶ କରିଥାଏ । ସହସମ୍ବନ୍ଧର ଗାଣିତିକ ପଦ୍ଧତି ଅବଲମ୍ବନରେ ଉପାଦାନମାନଙ୍କ ମଧ୍ୟରେ ରହିଥ‌ିବା ନିବିଡ଼ତାର ଏକ ସାଂଖ୍ୟକ ପ୍ରଦର୍ଶନ ହୋଇଥାଏ ।

  • ସହସମ୍ବନ୍ଧ ଦୁଇ ବା ତତୋଧ‌ିକ ଉପାଦାନ ମାନଙ୍କ ମଧ୍ୟରେ ଥ‌ିବା ସଂଯୋଗ ବା ସମନ୍ବୟ ବା ସହ ସଂପର୍କର ମାତ୍ରାକୁ ଅଧ୍ୟୟନ କରିଥାଏ ।
  • ସହସମ୍ବନ୍ଧ (ସହସଂପର୍କ) ପରିବର୍ତ୍ତନୀୟ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ସହ ସଂଯୋଗ ବା ସହ ସଂପର୍କର ଏକ ସାଂଖ୍ୟକ ପରିପ୍ରକାଶ ।
  • ଉପରୋକ୍ତ ପର୍ଯ୍ୟାଲୋଚନାରୁ ପ୍ରତୀୟମାନ ହୁଏ ଯେ କୋରିଲେସନ ଦୁଇ ବା ତତୋଧ୍ୱକ ପରିବର୍ତ୍ତନଶୀଳ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ଆନ୍ତଃସଂପର୍କକୁ ଅଧ୍ୟୟନ କରିଥାଏ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ଉପଯୋଗିତା :
ସମାଜ ବିଜ୍ଞାନ କ୍ଷେତ୍ରରେ କୋରିଲେସନ ଅଧ୍ୟୟନର ପ୍ରମୁଖ ଭୂମିକା ରହିଛି । ବାସ୍ତବ କ୍ଷେତ୍ରରେ ମଧ୍ୟ ସହସମ୍ବନ୍ଧ କେତେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହାର ବିଶେଷ ଉପଯୋଗିତା ନିମ୍ନରେ ବର୍ଣ୍ଣନା କରାଗଲା ।
(i) ସଂପର୍କର ସାଂଖ୍ୟକ ପରିପ୍ରକାଶ କରିଥାଏ – ଉପାଦାନମାନଙ୍କ ମଧ୍ୟରେ ସହ ସଂପର୍କର ମାତ୍ରାର ପରିମାଣାତ୍ମକ ପରିପ୍ରକାଶ ସହସମ୍ବନ୍ଧ ପଦ୍ଧତି ଅବଲମ୍ବନ ଦ୍ବାରା ସମ୍ଭବ ହୋଇଥାଏ । ଏହି ସହ ସଂପର୍କର ପରିପ୍ରକାଶ ପାଇଁ ଏକ ଗାଣିତିକ ପଦ୍ଧତି ଅବଲମ୍ବନ କରାଯାଇଥାଏ । ଏହି ଗାଣିତିକ ପଦ୍ଧତି ଦ୍ୱାରା ନିର୍ଦ୍ଧାରଣ ସହସମ୍ବନ୍ଧ ଗୁଣାଙ୍କ (r) ର ନିରୂପିତ ମୂଲ୍ୟ ଉପାଦାନମାନଙ୍କ ମଧ୍ୟରେ ସଂପର୍କର ଦିଗ ଓ ମାତ୍ରା ଉପସ୍ଥାପନ କରିଥାଏ ।

ଯଦି r ର ମୂଲ୍ୟ + l ହୁଏ ତେବେ ଉପାଦାନମାନଙ୍କ ମଧ୍ୟରେ ଏକ ପୂର୍ଣ୍ଣ ସହସଂପର୍କ ରହିଥାଏ ଏବଂ ଉପାଦାନମାନଙ୍କର ପରିବର୍ତ୍ତନ ଏକ ଦିଗରେ ହୋଇଥାଏ । ସେହିପରି r = 1 ହେଲେ ଉପାଦାନମାନଙ୍କ ମଧ୍ୟରେ ଥ‌ିବା ଋଣାତ୍ମକ ସହ ସଂପର୍କ ରହିଥାଏ ଏବଂ ଉପାଦାନମାନଙ୍କର ପରିବର୍ତ୍ତନ ବିପରୀତ ଦିଗ ମୁଖୀ ହୋଇଥାଏ । r = 0 ହେଲେ ଉପାଦାନମାନଙ୍କ ମଧ୍ୟରେ କୌଣସି ପାରସ୍ପରିକ ସଂପର୍କ ନ ଥାଏ ।

(ii) ନିଷ୍ପତ୍ତି ଗ୍ରହଣରେ ସାହାଯ୍ୟ କରେ – କୌଣସି ଅର୍ଥନୈତିକ ପ୍ରକ୍ରିୟାରେ ନିଷ୍ପତ୍ତି ଗ୍ରହଣରେ ସୃଷ୍ଟି ହେଉଥ‌ିବା ଅନିଶ୍ଚିତତା ସହସମ୍ବନ୍ଧ ବିଶ୍ଳେଷଣ ଦ୍ଵାରା ଦୂରୀଭୂତ ହୋଇଥାଏ । ବ୍ୟବସାୟିକ କ୍ଷେତ୍ରରେ ଏହାର ଉପଯୋଗିତା ବିଶେଷ ଭାବେ ଉପଲବ୍‌ ହୋଇଥାଏ । ବିଶେଷକରି ବ୍ୟବସାୟିକ ପ୍ରାକ୍‌ସୂଚନା କୋରିଲେସନ ପଦ୍ଧତି ମାଧ୍ୟମରେ ମିଳିପାରିଥାଏ । ଏହି ପ୍ରାକ୍ ଆକଳନ ନିର୍ଭରଯୋଗ୍ୟ ହୋଇଥାଏ ।

(iii) ଅର୍ଥନୈତିକ ଆଚରଣ କ୍ଷେତ୍ରରେ ବିଶେଷ ଉପଯୋଗୀ – ସହସମ୍ବନ୍ଧ ଅଧ୍ୟୟନ ଅର୍ଥନୈତିକ ଆଚରଣ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ । ପାରସ୍ପରିକ ସଂପର୍କ ଥ‌ିବା ଉପାଦାନ ମାନଙ୍କର ଅର୍ଥନୈତିକ ପ୍ରକ୍ରିୟାରେ ସେମାନଙ୍କର ସ୍ଥିତି ଆକଳନ ସହସମ୍ବନ୍ଧ ବିଶ୍ଳେଷଣ ମାଧ୍ୟମରେ ହୋଇଥାଏ । ଅର୍ଥନୈତିକ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ଉପାଦାନମାନଙ୍କ ସଂପର୍କରେ ସୂଚନା ଏହି ବିଶ୍ଳେଷଣରୁ ମିଳିଥାଏ ।

ଅର୍ଥନୈତିକ ସ୍ଥିରତାପାଇଁ ଆବଶ୍ୟକୀୟ ଉପାଦାନମାନଙ୍କୁ ଚିହ୍ନଟ କରିବାରେ ଏହି ପଦ୍ଧତିର ପ୍ରୟୋଗ କରାଯାଇଥାଏ । ଉଦାହରଣସ୍ୱରୂପ ମୁଦ୍ରାସ୍ପିତି ଘଟାଉଥିବା କିମ୍ବା ସ୍ବଳ୍ପ ଉତ୍ପାଦନର କାରଣ ସାଜିଥ‌ିବା ଉପାଦାନମାନଙ୍କ ସଂପର୍କରେ ଏହା ସମ୍ୟକ୍ ସୂଚନା ପ୍ରଦାନ କରିଥାଏ । ତେଣୁ ଅର୍ଥନୈତିକ ପ୍ରକ୍ରିୟାରେ ସ୍ଥିରତା ଆଣିବା କ୍ଷେତ୍ରରେ ଏହି ଗାଣିତିକ ପଦ୍ଧତିର ପ୍ରୟୋଗାତ୍ମକ ଭୂମିକା ରହିଛି ।

ପରିବର୍ଭନୀୟ ଉପାଦାନମାନଙ୍କର ପରିବର୍ତ୍ତନର ପରିମାପ – କୌଣସି ପ୍ରକ୍ରିୟାରେ ବିଶେଷ ଭୂମିକା ନିର୍ବାହ କରୁଥି ଉପାଦାନମାନଙ୍କର ନିବିଡ଼ତା ସଂପର୍କରେ ଏକ ପରିମାଣାତ୍ମକ ପରିପ୍ରକାଶ କରିଥାଏ । ଏତଦ୍‌ବ୍ୟତୀତ ଏହା ଉପାଦାନମାନଙ୍କର ପରିବର୍ତ୍ତନର ଦିଗ ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଥାଏ । ଉଦାହରଣସ୍ୱରୂପ, ଦାମ୍‌ର ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁ ଚାହିଦାର ପରିବର୍ତ୍ତନ ନିର୍ଦ୍ଧାରଣ କ୍ଷେତ୍ରରେ ସହସମ୍ବନ୍ଧର ଭୂମିକା ରହିଛି । ଉପରୋକ୍ତ ଆଲୋଚନାରୁ ସହସମ୍ବନ୍ଧର ବିଶେଷ ଭୂମିକା ସହଜରେ ଅନୁମେୟ ।

୨। ସହସମ୍ବନ୍ଧର ପ୍ରକାର ଭେଦ ବର୍ଣନା କର ।
Answer:
ସହସମ୍ବନ୍ଧ ବିଶ୍ଳେଷଣ ଦୁଇ ବା ତତୋଧ‌ିକ ଉପାଦାନ ମଧ୍ୟରେ ଥ‌ିବା ସଂପର୍କର ପରିମାଣାତ୍ମକ ପରିବର୍ତ୍ତନର ମାତ୍ରାର ପରିପ୍ରକାଶ କରିଥାଏ । ଏହି ସଂପର୍କର ସାଂଖ୍ୟକ ପରିପ୍ରକାଶ ବିଭିନ୍ନ ଭାବରେ ପ୍ରଦର୍ଶିତ ହୋଇଥାଏ । ନିମ୍ନରେ ପ୍ରଦତ୍ତ ସହସମ୍ବନ୍ଧର ପ୍ରକାର ଭେଦ ଏ ସଂପର୍କରେ ବିଷଦ ତଥ୍ୟ ପ୍ରଦାନ କରିଥାଏ ।

  • ଯୋଗାତ୍ମକ ବା ଋଣାତ୍ମକ
  • ସରଳ, ବହୁସ୍ତରୀୟ ଓ ଆଂଶିକ
  • ରୈଖିକ ଓ ଅଣରୈଖିକ ।

(i) ଯୋଗାତ୍ମକ କିମ୍ବା ଋଣାତ୍ମକ ସହସମ୍ବନ୍ଧ (Positive or Negative Correlation) –
ସହସମ୍ବନ୍ଧ ଯୋଗାତ୍ମକ କିମ୍ବା ଋଣାତ୍ମକ ହୋଇପାରେ, ଯେତେବେଳେ ଦୁଇଟି ଉପାଦାନର ପରିବର୍ତ୍ତନ ଏକ ଦିଗରେ । ହୁଏ ତାହାକୁ ଯୋଗାତ୍ମକ କୋରିଲେସନ କୁହାଯାଏ । ଏ କ୍ଷେତ୍ରରେ ଗୋଟିଏ ଉପାଦାନର ବୃଦ୍ଧି କିମ୍ବା ହ୍ରାସ ସହ ଅନ୍ୟଟିର ମଧ୍ୟ ଯଥାକ୍ରମେ ବୃଦ୍ଧି ବା ହ୍ରାସ ପରିଲକ୍ଷିତ ହୋଇଥାଏ । ଉଦାହରଣସ୍ୱରୂପ, ଦ୍ରବ୍ୟର ଦାମ୍ ଓ ଏହାର ଯୋଗାଣ ମଧ୍ଯରେ ଯୋଗାତ୍ମକ ସହସମ୍ବନ୍ଧ ଅନୁଭୂତ ହୋଇଥାଏ । ଉଭୟଙ୍କର ପରିବର୍ତ୍ତନ ସମଦିଗରେ ଘଟିଥାଏ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ଅନ୍ୟପକ୍ଷରେ ଯେତେବେଳେ ଦୁଇଟି ଉପାଦାନର ପରିବର୍ତ୍ତନର ଦିଗ ବିପରୀତମୁଖୀ ହୋଇଥାଏ ତାହାକୁ ଋଣାତ୍ମକ ସହସମ୍ବନ୍ଧ କୁହାଯାଏ । ଏ କ୍ଷେତ୍ରରେ ଗୋଟିଏ ଉପାଦାନର ପରିମାଣାତ୍ମକ ବୃଦ୍ଧି ସହ ଅନ୍ୟଟିରେ ପରିମାଣାତ୍ମକ ହ୍ରାସ ପରିଲକ୍ଷିତ ହୋଇଥାଏ । ଉଦାହରଣସ୍ୱରୂପ ଦ୍ରବ୍ୟର ଦାମ୍‌ରେ ହ୍ରାସ ଘଟିଲେ ଏହାର ଚାହିଦାର ପରିମାଣରେ ବୃଦ୍ଧି ଘଟିଥାଏ । ଏହା ଋଣାତ୍ମକ କୋରିଲେସନ ଦର୍ଶାଇଥାଏ ।

(ii) ସରଳ, ବହୁସ୍ତରୀୟ ଓ ଆଂଶିକ କୋରିଲେସନ – ଯେଉଁ କୋରିଲେସନ ପଦ୍ଧତିରେ ଦୁଇଟି ଉପାଦାନ ରହିଥାଏ, ତାହାକୁ ସରଳ କୋରିଲେସନ କୁହାଯାଏ । ଏହି ପଦ୍ଧତିରେ ଦୁଇଟି ଉପାଦାନ ମଧ୍ୟରେ ଥ‌ିବା ସହସଂପର୍କ ଦର୍ଶାଯାଇଥାଏ ।

ମାତ୍ର ଯେଉଁ କୋରିଲେସନ ବିଶ୍ଳେଷଣରେ ଦୁଇରୁ ଅଧୂକ ଉପାଦାନମାନଙ୍କରେ ଥ‌ିବା ସହ ସଂପର୍କର ଅଧ୍ୟୟନ କରାଯାଇଥାଏ ତାହାକୁ ବହୁସ୍ତରୀୟ (ବହୁମୁଖୀ) କୋରିଲେସନ କୁହାଯାଏ । ଉଦାହରଣସ୍ୱରୂପ ଉତ୍ପାଦନକୁ ପ୍ରଭାବିତ କରୁଥିବା ଅନେକ ଉପାଦାନମାନଙ୍କ ମଧ୍ୟରେ ସହ ସଂପର୍କ ରହିଥାଏ । ଏହା ବହୁସ୍ତରୀୟ (ବହୁମୁଖୀ) କୋରିଲେସନର ଉଦାହରଣ ।

ଆଂଶିକ କୋରିଲେସନ କ୍ଷେତ୍ରରେ ଦୁଇରୁ ଅଧିକ ଉପାଦାନ ରହିଥାଏ ମାତ୍ର ବିଶ୍ଳେଷଣ ପ୍ରକ୍ରିୟାରେ ଏହି ଉପାଦାନ ମାନଙ୍କ ମଧ୍ୟରୁ ଦୁଇଟି ଉପାଦାନ ମଧ୍ୟରେ ଥ‌ିବା ସଂପର୍କର ଅଧ୍ୟୟନ କରାଯାଇଥାଏ ଓ ଅନ୍ୟାନ୍ୟ ଉପାଦାନଗୁଡ଼ିକ ଅପରିବର୍ତ୍ତନୀୟ ବା ସ୍ଥିର ଉପାଦାନ ଭାବେ ଧରି ନିଆଯାଇଥାଏ ।

(iii) ରୈଖିକ ଏବଂ ଅଣରୈଖିକ କୋରିଲେସନ – ଯଦି ଦୁଇଟି ପରିବର୍ତ୍ତନୀୟ ଉପାଦାନ ଅପରିବର୍ତ୍ତନୀୟ ବା ସ୍ଥିର ଅନୁପାତରେ ଘଟିଥାଏ, ତାହାକୁ ଶୈଖିକ କୋରିଲେସନ କୁହାଯାଏ । ଏହି ପରିବର୍ତ୍ତନର ବିଭିନ୍ନ ମାତ୍ରାକୁ ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଗଲେ ରେଖାଚିତ୍ରଟି ଏକ ସରଳରେଖା ହୋଇଥାଏ । ଯଦି ଦୁଇଟି ପରିବର୍ତ୍ତନୀୟ ଉପାଦାନରେ ପରିବର୍ତ୍ତନର ଅନୁପାତ ପରିବର୍ତ୍ତନଶୀଳ ହୁଏ, ତାହାକୁ ଅଣରୈଖିକ ସହସମ୍ପର୍କ କୁହାଯାଏ । ଉପରୋକ୍ତ ରୈଖିକ ସହସମ୍ପର୍କଟି କ୍ବଚିତ୍ ଦେଖାଯାଏ ।

୩। ସହସଂପର୍କ ଗୁଣାଙ୍କ କ’ଣ ? କାର୍ଲ ପିଅରସନ୍‌ଙ୍କ ଦ୍ବାରା ପ୍ରଣୀତ ସହସଂପର୍କ ଗୁଣାଙ୍କ ସଂପର୍କରେ ଆଲୋଚନା କର।
Answer:
ଦୁଇଟି ପରିବର୍ତ୍ତନୀୟ ଉପାଦାନ ମଧ୍ୟରେ ରହିଥ‌ିବା ସହସଂପର୍କର ମାତ୍ରା (Degree of correlation) କୁ ସହସଂପର୍କର ଗୁଣାଙ୍କ (correlation co-efficient) ମାଧ୍ୟମରେ ପରିପ୍ରକାଶ କରାଯାଇଥାଏ । ଦୁଇଟି ପରିବର୍ତ୍ତନୀୟ ରାଶି ମଧ୍ୟରେ ରହିଥ‌ିବା ସହସଂପର୍କ ସେମାନଙ୍କ ମଧ୍ୟରେ ରହିଥ‌ିବା ସଂପର୍କକୁ ଫଳନଯୁକ୍ତ (functional) ବା ସ୍ଥିର ବୋଲି ନିଶ୍ଚିତ ଭାବରେ ସୂଚାଇ ନଥାଏ । ଯଦି କୌଣସି ଗୋଟିଏ ରାଶିର ମୂଲ୍ୟ ଜଣାଥାଏ, ତେବେ ଅନ୍ୟ ରାଶିଟିର ମୂଲ୍ୟ ନିର୍ଦ୍ଧାରଣ ସର୍ବଦା ସମ୍ଭବ ହୋଇନଥାଏ । ଏହା କେବଳ ଦୁଇଟି ରାଶି ବା ଉପାଦାନ ମଧ୍ୟରେ ଥ‌ିବା ରୈଖିକ ସହ ସଂପର୍କ ସମୟରେ ସମ୍ଭବ ହୋଇଥାଏ ।

ମାତ୍ର ଏହି ଶୈଖିକ ସଂପର୍କ କେତେକ କ୍ଷେତ୍ରରେ ଦୃଷ୍ଟିଗୋଚର ହେଉଥ୍ଲେହେଁ କେତେକ ବାସ୍ତବ କ୍ଷେତ୍ରରେ ଏହା ଦେଖାଯାଇ ନଥାଏ । ଯଥା ଗଣନସଂଖ୍ୟା ଏବଂ ସେମାନଙ୍କର ବର୍ଗମାଳା କ୍ଷେତ୍ରରେ ରୈଖିକ ସଂପର୍କ ରହିଥିଲା ବେଳେ ଚାହିଦା ଓ ଦ୍ରବ୍ୟର ଦାମ୍ କ୍ଷେତ୍ରରେ ସେପରି ସଂପର୍କ ଦେଖାଯାଏ ନାହିଁ । କାରଣ ଦ୍ରବ୍ୟର ଦାମ୍‌ର ପରିବର୍ତ୍ତନ ଓ ତଦ୍ଵଜନିତ ଚାହିଦା ପରିମାଣର ପରିବର୍ତ୍ତନ ଏକ ସ୍ଥିର ଅନୁପାତରେ ଘଟି ନ ଥାଏ ।

ପୂର୍ଣ୍ଣ ସହସଂପର୍କ – (Perfect correlation) – ଯଦି ଦୁଇଟି ରାଶି ବା ଉପାଦାନର ପରିବର୍ତ୍ତନ ଏକ ସ୍ଥିର ଅନୁପାତରେ ଘଟିଥାଏ ତାହାକୁ ପୂର୍ଣ୍ଣ ସହସଂପର୍କ କୁହାଯାଏ । ପୂର୍ଣ୍ଣ ସହସଂପର୍କ କ୍ଷେତ୍ରରେ ଗୋଟିଏ ରାଶି ବା ଉପାଦାନର ହ୍ରାସ ବା ବୃଦ୍ଧି ସହ ଅନ୍ୟ ରାଶିର ହ୍ରାସ ବା ବୃଦ୍ଧି ମଧ୍ୟରେ ଏକ ସ୍ଥିର ଅନୁପାତ ବଜାୟ ରହିଥାଏ । ଅର୍ଥାତ୍ ଦୁଇଟି ରାଶି ମଧ୍ୟରେ ଆନୁପାତିକ ପରିବର୍ତ୍ତନ ସ୍ଥିର ରହିଥାଏ ।

ଏହି ପୂର୍ଣ୍ଣ ସହସଂପର୍କ ଯୋଗାତ୍ମକ (Positive) ବା ଋଣାତ୍ମକ (Negative) ହୋଇପାରେ । ଯଦି ଦୁଇଟି ରାଶି ବା ଉପାଦାନର ମାଳା ଏକ ଆନୁପାତିକ ହାରରେ ସମଦିଗରେ ପରିବର୍ତ୍ତନ ହୁଅନ୍ତି ତେବେ ତାହାକୁ ଯୋଗାତ୍ମକ ପୂର୍ଣ ସହସଂପର୍କ କୁହାଯାଏ ଓ ଅନ୍ୟପକ୍ଷରେ ଯଦି ଏହି ଦୁଇଟି ରାଶିର ମାଳା ଆନୁପାତିକ ହାରରେ ପରସ୍ପର ବିପରୀତ ମୁଖୀ ହୁଅନ୍ତି ତାହାକୁ ଋଣାତ୍ମକ ପୂର୍ଣ୍ଣ ସହସଂପର୍କ କୁହାଯାଏ ।

ଅର୍ଥନୈତିକ ପ୍ରକ୍ରିୟାରେ ଏହି ଦୁଇ ପ୍ରକାର ସଂପର୍କ କ୍ଵଚିତ୍ ଦେଖାଯାଏ କାରଣ ଦୁଇଟି ମାଳାର ରାଶିଦ୍ଵୟ ପରସ୍ପର ପୂର୍ଣ ନିର୍ଭରଶୀଳ ହୋଇନଥାନ୍ତି ।

ତେଣୁ ଏହି ପରିସ୍ଥିତିରେ ସହସଂପର୍କର ମାତ୍ରାର ପରିମାଣାତ୍ମକ ପରିପ୍ରକାଶର ଆବଶ୍ୟକତା ପଡ଼ିଥାଏ । ଏକ ଉପଯୁକ୍ତ ପରିମାପକ ସାହାଯ୍ୟରେ ଦୁଇଟି ମାଳାର ରାଶିଦ୍ଵୟ ମଧ୍ଯରେ ରହିଥ‌ିବା ପାରସ୍ପରିକ ସଂପର୍କ ପରିମାଣାତ୍ମକ ପରିପ୍ରକାଶ କରାଯିବାର ଆବଶ୍ୟକତା ରହିଥାଏ ।

ଏ କ୍ଷେତ୍ରରେ ସହସଂପର୍କର ଗୁଣାଙ୍କ ଏକ ଉପଯୁକ୍ତ ପରିମାପକ ଭାବରେ ଗ୍ରହଣ କରାଯାଏ । ତେଣୁ ସହ ସଂପର୍କ ଗୁଣାଙ୍କ ଦୁଇଟି ମାଳାରେ ରହିଥ‌ିବା ରାଶିମାନଙ୍କ ମଧ୍ୟରେ ରହିଥ‌ିବା ସଂପର୍କର ମାତ୍ରାର ପରିମାଣାତ୍ମକ ପରିପ୍ରକାଶ କରିଥାଏ । ଏହି ପରିମାଣାତ୍ମକ ମାତ୍ରାରୁ ରାଶିଦ୍ଵୟ ମଧ୍ୟରେ ରହିଥ‌ିବା ସଂପର୍କ ବିଷୟରେ ସିଦ୍ଧାନ୍ତ ନିଆଯାଇପାରେ ।

ଏହି ସହସଂପର୍କ ଗୁଣାଙ୍କର ମୂଲ୍ୟ +1 ରୁ –1 ମଧ୍ୟରେ ସୀମିତ ରହିଥାଏ । ପୂର୍ଣ୍ଣ ଯୋଗାତ୍ମକ ସଂପର୍କ କ୍ଷେତ୍ରରେ ଏହାର ମୂଲ୍ୟ +1 ହୋଇଥିବାବେଳେ ପୂର୍ଣ ଋଣାତ୍ମକ ସହସଂପର୍କ କ୍ଷେତ୍ରରେ ଏହାର ମୂଲ୍ୟ – ହୋଇଥାଏ । ଏହି ଦୁଇଟି ଚରମ ମୂଲ୍ୟର ମଧ୍ୟ ବିନ୍ଦୁର ମୂଲ୍ୟ ‘0’ ହୋଇଥାଏ ଯାହା ସହସଂପର୍କର ଅନୁପସ୍ଥିତି ଦର୍ଶାଇଥାଏ । ଏହି ସହସଂପର୍କ ଗୁଣାଙ୍କ କୁ ଇଂରାଜୀ ଅକ୍ଷର ‘r’ ମାଧ୍ୟମରେ ଚିହ୍ନିତ କରାଯାଇଥାଏ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

କାର୍ଲ ପିଅରସନ ଏକ ଗାଣିତିକ ପଦ୍ଧତି ଅବଲମ୍ବନ କରିଥିଲେ ଯାହା କାଇଁ ପିଅରସନଙ୍କ ସହସଂପର୍କ ଗୁଣାଙ୍କ ନାମରେ ପରିଚିତ । କାର୍ଲ ପିଅରସନଙ୍କ ଦ୍ଵାରା ପ୍ରଣୀତ ଏହି ଗୁଣାଙ୍କ ସହାଯ୍ୟରେ ସହସଂପର୍କର ପରିମାଣାତ୍ମକ ମାତ୍ରା ସହଜରେ ନିର୍ଦ୍ଧାରଣ
କରାଯାଇପାରିଥାଏ । ‘r’ ଦ୍ୱାରା ଚିହ୍ନିତ ଏହି ଗୁଣାଙ୍କ ସହସଂପର୍କର ମାତ୍ରା ପରିପ୍ରକାଶର ଏକ ସରଳ ତଥା ଉପଯୁକ୍ତ ପରିମାପକ ।
\(\mathrm{r}=\frac{\Sigma(\mathrm{x}-\overline{\mathrm{x}})(\mathrm{y}-\overline{\mathrm{y}})}{\text { N. } \sigma_{\mathrm{x}} \sigma_{\mathrm{y}}}\)

ଏଠାରେ = x ଓ y ଦୁଇଟି ମାଳାରେ ଥ‌ିବା ରାଶିଦ୍ଧୟର ଲବ୍‌ଧାଙ୍କ
x̄ → x ରାଶିମାନଙ୍କର ମାଧ୍ଯମାନ ।
ȳ → y ରାଶିମାନଙ୍କର ମାଧ୍ଯମାନ
N → x ଓ y ରାଶି ଦ୍ବୟର କ୍ରମିକ ଯୋଡ଼ି ସଂଖ୍ୟା ।
σx → x ରାଶି ମଧ୍ୟରେ ଥିବା ମାନକ ବିଚ୍ୟୁତି ।
σy → y ରାଶି ମଧ୍ୟରେ ଥ‌ିବା ମାନକ ବିଚ୍ୟୁତି ।

ଏହି ପଦ୍ଧତି ଅବଲମ୍ବନରେ 1 ର ମୂଲ୍ୟ +1 ହେଲେ, ଏହା ପୂର୍ବ ଯୋଗାତ୍ମକ ସହସଂପର୍କ ଦର୍ଶାଇଥାଏ, r ର ମୂଲ୍ୟ – ହେଲେ ଏହା ପୂର୍ଣ୍ଣ ଋଣାତ୍ମକ ସହ ସଂପର୍କ ସୂଚାଇଥାଏ ଏବଂ r ର ମୂଲ୍ୟ ( ହେଲେ ଏହା କୌଣସି ସହସଂପର୍କ ଦର୍ଶାଇ ନଥାଏ । କାର୍ଲ ପିଅରସନଙ୍କ ଏହି ଗୁଣାଙ୍କ ରାଶିଦ୍ଵୟ ମଧ୍ୟରେ ରହିଥିବା ପାରସ୍ପରିକ ସଂପର୍କର ମାତ୍ରା ପରିପ୍ରକାଶ ନିମନ୍ତେ ଏକ ଉପଯୁକ୍ତ ତଥା ନିର୍ଭରଯୋଗ୍ୟ ପରିମାପକ ଭାବରେ ଗ୍ରହଣ କରାଯାଇଥାଏ ।

୪। ସହସମ୍ବନ୍ଧ କ’ଣ ? ଅର୍ଥଶାସ୍ତ୍ରରେ ସହସମ୍ବନ୍ଧର ବ୍ୟବହାର କ’ଣ ଆଲୋଚନା କର ।
Answer:
ଅର୍ଥନୈତିକ ଚଳମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଓ ଆଚରଣକୁ ବୁଝିବାରେ ସହସମ୍ବନ୍ଧ ବିଶ୍ଳେଷଣ ସହାୟତା କରେ । ଅର୍ଥନୈତିକ ସ୍ଥିରତା ପାଇଁ ଅର୍ଥନୀତିଜ୍ଞମାନଙ୍କୁ ଅସ୍ଥିରତା ସୃଷ୍ଟି କରୁଛି । କାରଣଗୁଡ଼ିକ ନିରୂପଣ କରିବାରେ ସହାୟତା କରେ, ସହସମ୍ବନ୍ଧ ବ୍ୟବସାୟ, ବାଣିଜ୍ୟ, ଶିଳ୍ପ, ପରିବେଶ ଆଦି ଅନେକ ଅର୍ଥନୈତିକ କ୍ଷେତ୍ରରେ ବହୁଳଭାବେ ବ୍ୟବହୃତ ହୁଏ । ତେବେ ଏହି ପରିସଂଖ୍ୟାନ ପଦ୍ଧତିର ଅର୍ଥନୀତିରେ ବିଶେଷ ବ୍ୟବହାର ବିଷୟରେ ନିମ୍ନରେ ଆଲୋଚନା କରାଯାଇଛି ।

(a) ସମ୍ପର୍କର ପରିସଂଖ୍ୟାନ ଗୁରୁତ୍ଵ ପରୀକ୍ଷା – ବିଭିନ୍ନ ଚଳ ମଧ୍ୟରେ ଥିବା ସମ୍ପର୍କ ପାଇଁ ସହସମ୍ବନ୍ଧରେ ସାହାଯ୍ୟ ନିଆଯାଇଥାଏ । ଯେପରି ଦାମ୍ ଓ ଯୋଗାଣ ମଧ୍ୟରେ ଥିବା ବିଭିନ୍ନ ଚଳ ମଧ୍ୟରେ ଥିବା ସମ୍ପର୍କ ପାଇଁ ସହସମ୍ବନ୍ଧରେ ସାହାଯ୍ୟ ସମ୍ପର୍କର ପରିମାଣ ଭାବରେ ସହସମ୍ବନ୍ଧର ଗୁଣାଙ୍କ (r)କୁ ‘t’ test ଦ୍ଵାରା ପରୀକ୍ଷା କରାଯାଏ ।

(b) ଚଳମାନଙ୍କ ମଧ୍ୟରେ ସମ୍ବନ୍ଧ – ସହସମ୍ବନ୍ଧର ଗୁଣାଙ୍କଦ୍ବାରା ଦୁଇଟି ଚଳମାନଙ୍କ ମଧ୍ୟରେ ଥିବା ଋଣାତ୍ମକ ଏବଂ ଯୁକ୍ତାତ୍ମକ ସମ୍ବନ୍ଧ ମାପିବା ସହିତ ସମ୍ବନ୍ଧର ଗଭୀରତା ମଧ୍ୟ ପରିମାପ କରିହୁଏ । ଅର୍ଥଶାସ୍ତ୍ର, ବ୍ୟବସାୟ, ବାଣିଜ୍ୟ ଏବଂ ବିଜ୍ଞାନ କ୍ଷେତ୍ରରେ ଥିବା ଚଳମାନଙ୍କ ମଧ୍ୟରେ ସମ୍ବନ୍ଧ ମାପିବାରେ ସହସମ୍ବନ୍ଧ ପଦ୍ଧତି ଅନୁସରଣ କରାଯାଏ ।

(c) ଯୋଜନା ପ୍ରସ୍ତୁତ ଓ ପ୍ରଣୟନ – ନୀତି ପ୍ରସ୍ତୁତ ଓ ପ୍ରଣୟନ ନିମନ୍ତେ ସଂଶ୍ଳିଷ୍ଟ ବିଭିନ୍ନ ଉପାଦାନ ମଧ୍ୟରେ ସହସମ୍ବନ୍ଧ ପଦ୍ଧତି ବ୍ୟବହାର କରାଯାଏ । ଯଦି ସରକାର ଟିକସହାର ବୃଦ୍ଧି କରନ୍ତି, ତେବେ ତାହାର ନୀତି ପ୍ରଣୟନ ପୂର୍ବରୁ ମୁଣ୍ଡପିଛା ଆୟ ଓ ଜନସାଧାରଣଙ୍କ ଟିକସ ସେବାର କ୍ଷମତା ସହିତ ତାହାର ସମ୍ପର୍କ ଏହି ପଦ୍ଧତି ମାଧ୍ୟମରେ ପରୀକ୍ଷା କରାଯାଏ ।

(d) ଗବେଷଣା – ଆଧୁନିକ ବିଜ୍ଞାନ ଯୁଗରେ ଅର୍ଥନୀତି ବ୍ୟତୀତ ଯେତେସବୁ କ୍ଷେତ୍ର; ଯଥା – ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ, ସମାଜ ଆଦି ଗବେଷଣା କ୍ଷେତ୍ରର ସହସମ୍ବନ୍ଧର ବିଶେଷ ବ୍ୟବହାର ହୁଏ ।

୫। ସମାଶ୍ରୟଣ କହିଲେ କ’ଣ ବୁଝ ? ଏହି ପଦ୍ଧତିର ଅର୍ଥନୀତିରେ ବ୍ୟବହାର ବୁଝାଇ ଲେଖ ।
Answer:
ସମାଶ୍ରୟଣ କହିଲେ ଦୁଇଟି ଚଳ ମଧ୍ଯରେ ହାରାହାରି ସମ୍ପର୍କକୁ ବୁଝାଏ । ଏହା ବିଭିନ୍ନ କ୍ଷେତ୍ରରେ ଭବିଷ୍ୟ ଆକଳନ କରିବାରେ ସହାୟକ ହୋଇଥାଏ । 1877 ମସିହାରେ ପ୍ରଥମେ ସାର୍ ପ୍ରାନ୍ସିସ୍ ଗାଲ୍ଟନ୍ ଚଳ ମଧ୍ୟରେ ଥିବା ସମ୍ପର୍କ ପରିମାପ ଓ ବିଶ୍ଳେଷଣ କରିବାରେ ପ୍ରୟୋଗ କରିଥିଲେ । ଯଦି ଗୋଟିଏ ଚଳର ମୂଲ୍ୟ ଜଣାଥାଏ, ତେବେ ଅନ୍ୟ ଚଳର ମୂଲ୍ୟ ସମାଶ୍ରୟଣଦ୍ୱାରା କଳନା କରିହୁଏ ।

ଯେପରି ବଜାରରେ କୌଣସି ଦ୍ରବ୍ୟର ଦାମ୍ ଜଣାଥିଲେ ଏହାର ଯୋଗାଣର ପରିମାଣ ଜାଣିହୁଏ । ଯଉଁ ଚଳର ଭବିଷ୍ୟତ କଳନା କରାଯାଏ ତାକୁ ନିର୍ଭରଶୀଳ ଚଳ (y) ଏବଂ ଯେଉଁ ଚଳଦ୍ଵାରା ଭବିଷ୍ୟ କଳନା କରାଯାଏ, ତାହାକୁ ସ୍ୱାଧୀନ ଚଳ (x) କୁହାଯାଏ । ସମାଶ୍ରୟଣ ସମୀକରଣକୁ y = a + bx ଦ୍ବାରା ଲେଖାଯାଏ ।

ତେବେ ସଂକ୍ଷେପରେ କହିଲେ ସମାଶ୍ରୟଣର ମୁଖ୍ୟ ଉଦ୍ଦେଶ୍ୟ ହେଲା ସ୍ଵାଧୀନ ଚଳ ଏବଂ ନିର୍ଭରଶୀଳ ଚଳ ମଧ୍ୟରେ କାର୍ଯ୍ୟକାରୀ ସମ୍ପର୍କ ସ୍ଥାପନ କରିବା, ଯାହାଦ୍ଵାରା ପୂର୍ବତନ ଚଳର ପରିବର୍ତ୍ତନରେ ଭବିଷ୍ୟତର ଅବସ୍ଥାକୁ ଆକଳନ କରିବ । ଯେହେତୁ ସମାଶ୍ରୟଣ ବିଶ୍ଳେଷଣଦ୍ଵାରା ଚଳମାନଙ୍କର ବ୍ୟବହାରୀକ ସମ୍ପର୍କକୁ ଜଣାଯାଏ, ତେଣୁ ଅନ୍ୟାନ୍ୟ ବିଷୟ ଭଳି ଅର୍ଥଶାସ୍ତ୍ର ଅଧ୍ୟୟନ କ୍ଷେତ୍ରରେ ବିଶେଷ ସହାୟକ ହୋଇଥାଏ । ଉଦାହରଣସ୍ୱରୂପ ଉପଭୋଗ ଫଳନ ରେଖା ଅଙ୍କନ କଲାବେଳେ ଆମେ ସମାଶ୍ରୟଣ ବିଶ୍ଳେଷଣରେ ଦୁଇଟି ଚଳ ବିଷୟରେ ଆଲୋଚନା କରୁ ।

CHSE Odisha Class 11 Economics Solutions Chapter 21 ସହସମ୍ବନ୍ଧ ଓ ସମାଶ୍ରୟଣ

ଆୟ ଯାହା ହେଲା ସ୍ଵାଧୀନ ଚଳ ଏବଂ ଉପଭୋଗ ନିର୍ଭରଶୀଳ ଚଳ । ପ୍ରସିଦ୍ଧ ଅର୍ଥନୀତିଜ୍ଞ ତାଙ୍କ ଆୟର ସାଧାରଣ ତତ୍ତ୍ବ କ୍ଷେତ୍ରରେ ପରିସଂଖ୍ୟାନ ମାଧ୍ୟମରେ ସିଦ୍ଧାନ୍ତରେ ପହଞ୍ଚି ପାରି ଅର୍ଥଶାସ୍ତ୍ରର ଗବେଷଣା କ୍ଷେତ୍ରରେ ସମାଶ୍ରୟଣଦ୍ୱାରା ଆକଳନ ହୋଇଥାଏ । ତେବେ ନିମ୍ନରେ ଅର୍ଥନୀତିରେ ଏହାର ବ୍ୟବହାର ବିଷୟରେ ଆଲୋଚନା କରାଯାଇଛି ।

(i) ସମ୍ପର୍କର ଆକଳନ ବା ହିସାବ – କୌଣସି ଅର୍ଥନୈତିକ ଚଳ ମଧ୍ୟରେ ଥିବା ପ୍ରଭାବ ଓ ସମ୍ପର୍କ ଆକଳନ କରିବା ପାଇଁ ସମାଶ୍ରୟଣ ଏକ ପ୍ରାଥମିକ ପଦ୍ଧତି, ଉଦାହରଣସ୍ୱରୂପ ପୁଞ୍ଜିର ପରିମାଣ ବୃଦ୍ଧିପାଇଲେ ସମାଶ୍ରୟଣଦ୍ୱାରା ଏହାର ଉତ୍ପାଦନ ଉପରେ ପଡ଼ୁଥ‌ିବା ପ୍ରଭାବର ପରିମାପ କରିହୁଏ ଏବଂ ବିଶ୍ଳେଷଣ ମଧ୍ୟ କରିହୁଏ ।

(ii) ଭବିଷ୍ୟତ କଳନା କରିବା – ସମାଶ୍ରୟଣ ମାଧ୍ୟମରେ ସ୍ବାଧୀନ ଚଳର ମୂଲ୍ୟଦ୍ଵାରା ନିର୍ଭରଶୀଳ ଚଳର ଭବିଷ୍ୟତ କଳନା କରାଯାଏ । ପେଟ୍ରୋଲର ଦାମ୍ ବଢ଼ିଲେ ସ୍କୁଟରର ମୂଲ୍ୟ କେତେ ବଢ଼ିବ ବା କମିବ ତାହା ସମାଶ୍ରୟଣର ବିଶ୍ଳେଷଣଦ୍ୱାରା

(iii) ସହସମ୍ପର୍କ – ଦୁଇଟି ସମାଶ୍ରୟଣର ଗୁଣାଙ୍କ ଜଣାଥିଲେ ତ’ର ଗୁଣଫଳର ବର୍ଗମୂଳ ବାହର କଲେ ସହସମ୍ପର୍କର ଗୁଣାଙ୍କ ନିର୍ଣ୍ଣୟ ହୁଏ ।
ଏତଦ୍ ବ୍ୟତୀତ ସମାଶ୍ରୟଣ ପଦ୍ଧତିଦ୍ୱାରା ଅର୍ଥନୈତିକ କାର୍ଯ୍ୟାବଳୀର ଅଧିକାଂଶ କ୍ଷେତ୍ରରେ ବ୍ୟବହୃତ ହୋଇଥାଏ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

Odisha State Board CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ Questions and Answers.

CHSE Odisha 11th Class Economics Solutions Chapter 14 ପରିସଂଖ୍ୟାନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

୧। Statistic ଶବ୍ଦଟି କେଉଁ ଶବ୍ଦରୁ ଉଦ୍ଭବ ହେବାପରି ମନେ ହୁଏ ?
(i) ଲାଟିନ୍ ଶବ୍ଦ status
(ii) 60 statistique
(iii) ଜର୍ମାନ୍ ଶବ୍ଦ statistik
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୨। “ ବହୁବିଧ ଉପାଦାନ ଦ୍ବାରା ପ୍ରଭାବିତ ସାଂଖ୍ୟକ ତଥ୍ୟାବଳୀକୁ ପରିସଂଖ୍ୟାନ କୁହାଯାଏ” । ଉକ୍ତ ସଂଜ୍ଞାଟିକୁ କିଏ କହିଥୁଲେ ?
(i) ଏ.ଏଲ୍. ବାଉଲି
(ii) ୱେବଷ୍ଟର
(iii) ସ୍କୁଲ୍ ଓ କେଣ୍ଡାଲ
(iv) ହୋରେସ୍ ସେକ୍ରିଷ୍ଟ
Answer:
(iii) ସ୍କୁଲ୍ ଓ କେଣ୍ଡାଲ

୩। ପରିସଂଖ୍ୟାନର ଜନକ କାହାକୁ କହନ୍ତି ?
(i) ରୋନାଲ୍‌ଡ ଏ. ଫିସର
(ii) ଆଦାମ ସ୍ମିଥ
(iii) ଆରିଷ୍ଟୋଟଲ
(iv) ହେରୋଡଟସ୍
Answer:
(ii) ରୋନାଲ୍‌ଡ୍ ଏ. ଫିସର

୪। ଏକବଚନରେ ପରିସଂଖ୍ୟାନର ଅର୍ଥ
(i) ତଥ୍ୟ ସଂଗ୍ରହ ଓ ଉପସ୍ଥାପନ
(ii) ତଥ୍ୟ ବିଶ୍ଳେଷଣ
(iii) ତଥ୍ୟର ସ୍ଵରୂପ ନିର୍ଦ୍ଧାରଣ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୫। ନିମ୍ନୋକ୍ତ କାର୍ଯ୍ୟାବଳୀ ମଧ୍ଯରୁ କେଉଁଟି ପରିସଂଖ୍ୟାନର କାର୍ଯ୍ୟ ନୁହେଁ ?
(i) ପ୍ରାକ୍‌କଳନା
(ii) ବଜାର ମୂଲ୍ୟ ନିର୍ଦ୍ଧାରଣ
(iii) ପୂର୍ବାନୁମାନ
(iv) କାଳ୍ପନିକ ସର୍ଭ ପରୀକ୍ଷା
Answer:
(iv) କାଳ୍ପନିକ ସର୍ଭ ପରୀକ୍ଷା

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ପରିସଂଖ୍ୟାନ ସିଦ୍ଧାନ୍ତ ଗୁଡ଼ିକ
(i) ଅବିକଳ
(ii) ସମ୍ଭାବ୍ୟ
(iii) ସଠିକ୍
(iv) କୌଣସିଟି ନୁହେଁ
Answer:
(ii) ସମ୍ଭାବ୍ୟ

୭। ନିମ୍ନୋକ୍ତ ଉକ୍ତିମାନଙ୍କ ମଧ୍ୟରୁ କେଉଁଟି ପରିସଂଖ୍ୟାନର ଅନାସ୍ଥା ପ୍ରକଟ କରେ ।
(i) ସଂଖ୍ୟାଗୁଡ଼ିକ ଏକ ନିର୍ଭରଯୋଗ୍ୟ ବିଜ୍ଞାନ
(ii) ସଂଖ୍ୟାଗୁଡ଼ିକ ମିଛ କହନ୍ତି ନାହିଁ
(iii) ପରିସଂଖ୍ୟାନ ସବୁକିଛି ପ୍ରମାଣ କରିପାରେ
(iv) ପରିସଂଖ୍ୟାନ ନୀତି ନିର୍ଦ୍ଧାରଣରେ ସହାୟତା କରେ
Answer:
(iii) ପରିସଂଖ୍ୟାନ ସବୁକିଛି ପ୍ରମାଣ କରିପାରେ

୮। ବହୁବାଚନିକ ସଂଜ୍ଞା ଅନୁସାରେ ପରିସଂଖ୍ୟାନ
(i) ତଥ୍ଯ ସଂଖ୍ୟକ ଅଭିବ୍ୟକ୍ତି
(ii) ଯୁକ୍ତିସିଦ୍ଧ ତଥ୍ୟ
(iii) ଅନେକ ତଥ୍ୟର ସମାହାର
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

୯। ନିମ୍ନୋକ୍ତ କେଉଁଟି ପରିସଂଖ୍ୟାନ ପରିସରଭୁକ୍ତ ନୁହେଁ ?
(i) ତଥ୍ଯ ଉପସ୍ଥ।ପନ
(ii) ନୀତି ନିର୍ଦ୍ଧାରଣ
(iii) ଏକକ ତଥ୍ୟର ଅଧ୍ୟୟନ
(iv) ସଂକ୍ଷିପ୍ତିକରଣ
Answer:
(iii) ଏକକ ତଥ୍ୟର ଅଧ୍ୟୟନ

୧୦ । କେଉଟି ପରିସଂଖ୍ୟାନର କାର୍ଯ୍ୟାବଳୀ ଅନ୍ତର୍ଭୁକ୍ତ ନୁହେଁ ?
(i) ତଥ୍ଯ ଉପସ୍ଥ।ପନ।
(ii) ପୂର୍ବାନୁମାନ
(iii) ତଥ୍ୟାବଳୀର ତୁଳନା
(iv) ମଜୁରିହାର ସ୍ଥିର କରିବା
Answer:
(iv) ମଜୁରିହାର ସ୍ଥିର କରିବା

୧୧। କିଏ ବହୁବଚନ ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କରିଥିଲେ ?
(i) ବାଉଲେ
(ii) ବୋଦିଙ୍ଗଟନ୍
(iii) ହୋରାସ୍ ସେକ୍ଳିଷ୍ଟ
(iv) କ୍ରକ୍‌ଟନ ଓ କାଓଡେନ୍
Answer:
(iv) କ୍ରକ୍ସଟନ ଓ କାଓଡେନ୍

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୧୨। କେଉଁଟି ପରିସଂଖ୍ୟାନ ସମ୍ବନ୍ଧରେ ଠିକ୍ ନୁହେଁ ?
(i) ପରିସଂଖ୍ୟାନ ସାଂଖ୍ୟକ ତଥ୍ୟର ସମାହାର
(ii) ପରିସଂଖ୍ୟାନ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ କରେ
(iii) ପରିସଂଖ୍ୟାନ ନିୟମ ହାରାହାରି ଭିଭିରେ ଠିକ୍
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ପରିସଂଖ୍ୟାନ ଗୁଣାତ୍ମକ ତଥ୍ୟର ବିଶ୍ଳେଷଣ କରେ

B. ଶୂନ୍ୟସ୍ଥାନ ପୂରଣ କର ।

୧। ପରିସଂଖ୍ୟାନ କହିଲେ _______________________ ଉକ୍ତିକୁ ବୁଝାଇଥାଏ।
Answer:
ସାଂଖ୍ୟକ

୨। ପୁରାକାଳରେ ପରିସଂଖ୍ୟ।ନକୁ _____________________ ବିଜ୍ଞାନ ବୋଲି ଅଭିହିତ କରାଯାଉଥିଲା ।
Answer:
ରାଜ୍ୟଶାସନ ସମ୍ବନ୍ଧୀୟ

୩। ପରିସଂଖ୍ୟାନ ଏକ ମାଟିପିଣ୍ଡୁଳା ସଦୃଶ ଯେଉଁଥୁରୁ କି ତୁମେ __________________ ଅଥବା ________________ ଗଢ଼ିପାରିବ।
Answer:
ଦେବତା, ଦାନବ

୪। ପରିସଂଖ୍ୟାନ ଏକ ___________________ ବିଜ୍ଞ।ନ ଅଟେ ।
Answer:
ରାଜ୍ୟଶାସନ ସମ୍ବନ୍ଧୀୟ

୫। ପରିସଂଖ୍ୟାନ ପଦ୍ଧତି ଅନଭିଜ୍ଞ ବ୍ୟକ୍ତିଙ୍କଦ୍ବାରା ___________________ ସାବ୍ୟସ୍ତ ହୋଇତାଏ ।
Answer:
କ୍ଷତିକାରକ

୬। ପରିସଂଖ୍ୟାନ ହେଉଛି ________________ ସମୂହର ସମଷ୍ଟି ।
Answer:
ତଥ୍ୟ

୭। ପରିସଂଖ୍ୟାନ ହେଉଛି ____________________ ତଥ୍ୟର ପରିପ୍ରକାଶ।
Answer:
ସାଂଖ୍ୟକ

୮। ପରିସଂଖ୍ୟାନ ଅନ୍ତର୍ଗତ ତଥ୍ୟାବଳୀ ଶୃଙ୍ଖଳିତ ଭାବେ ଏକ ________________________ ପଦ୍ଧତିରେ ସଂଗୃହୀତ ହୋଇଥାଏ।
Answer:
ବ୍ୟବସ୍ଥାସିଦ୍ଧ

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୯। ପରିସଂଖ୍ୟାନ __________________ କାରଣ ଦ୍ୱ।ରା ପ୍ରଭାବିତ ହୋଇଥାଏ ।
Answer:
ବହୁବିଧ

୧୦। ବହୁବାଚନିକା ଅର୍ଥରେ ପରିସଂଖ୍ୟାନ ______________________ ତଥ୍ୟର ସମାହାରକୁ ବୁଝାଇଥାଏ।
Answer:
ସାଂଖ୍ୟକ

୧୧। ______________________ ପରିସଂଖ୍ୟାନ ସାଂଖ୍ୟକ ତଥ୍ୟଗୁଡ଼ିକର ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟ ଭିଭିକ ଚିତ୍ର ପ୍ରଦାନ କରିଥାଏ।
Answer:
ବର୍ଣନାତ୍ମକ

୧୨। ବୈଜ୍ଞାନିକ ପରିସଂଖ୍ୟାନ _______________________ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପଭି ଓ ପୂର୍ବାନୁମାନ କରିବାରେ ସାହାଯ୍ୟ କରେ।
Answer:
ଆରୋହମାନ

୧୩। ପରିସଂଖ୍ୟାନ ସମ୍ବନ୍ଧୀୟ ନୀତି ଓ ନିୟମଗୁଡ଼ିକ ପଦାର୍ଥ ବିଜ୍ଞାନ ଭଳି __________________ ହୁଏ ନାହିଁ ।
Answer:
ସାର୍ବଜନୀନ

୧୪। ଏକ ଅନୁସନ୍ଧାନରେ ଯେଉଁ ମୌଳିକ ତଥ୍ୟ ସଂଗ୍ରହ କରାଯାଇଥାଏ ତାହାକୁ ____________________ ତଥ୍ୟ କୁହାଯାଏ ।
Answer:
ପ୍ରତ୍ୟକ୍ଷ

୧୫। ପୂର୍ବକାଳର ପରିସଂଖ୍ୟାନକୁ ________________________ କୁହାଯାଉଥିଲା ।
Answer:
ରାଷ୍ଟ୍ରର ବିଜ୍ଞାନ

୧୬। ପରିସଂଖ୍ୟାନ __________________ ଏକ ପ୍ରମୁଖ ସାଧନ ।
Answer:
ଅର୍ଥନୈତିକ ଯୋଜନା

୧୭। ପରିସଂଖ୍ୟାନ ଶବ୍ଦଟି ବହୁବିଧ ଦୃଷ୍ଟିରୁ ପରିସଂଖ୍ୟନର _____________________ ବୁଝାଏ ।
Answer:
ତଥ୍ୟାବଳୀ

୧୮ । ପରିସଂଖ୍ୟନ ଶବ୍ଦଟି ଅନନ୍ୟ ଦୃଷ୍ଟିରୁ ପରିସଂଖ୍ୟାନର _______________________ ବୁଝାଏ ।
Answer:
ପଦ୍ଧତି

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୧୯ । ପରିସଂଖ୍ୟାନ ବହୁବିଧ ଦୃଷ୍ଟିରୁ _______________________ କୁ ବୁଝାଏ ।
Answer:
ପରିସଂଖ୍ୟାନ ତଥ୍ୟାବଳୀ

୨୦ । ପରିସଂଖ୍ୟାନ ଅନନ୍ୟ ଦୃଷ୍ଟିରୁ ___________________________ କୁ ସୂଚାଏ ।
Answer:
ପରିସଂଖ୍ୟାନ ପଦ୍ଧତି

୨୧ । ପରିସଂଖ୍ୟାନ ତଥ୍ୟ ____________________________ ଦ୍ଵାରା ସଂଗ୍ରହ କରାଯାଏ ।
Answer:
ବ୍ୟବସ୍ଥାପିତ ପଦ୍ଧତି

୨୨ । ପରିସଂଖ୍ୟାନ ଅନୁସନ୍ଧାନର ପ୍ରଥମ ପର୍ଯ୍ୟାୟ ହେଉଛି ___________________________ ।
Answer:
ତଥ୍ୟ ସଂଗ୍ରହ

୨୩ । ପରିସଂଖ୍ୟାନ ଅନୁସନ୍ଧାନର ଶେଷ ପର୍ଯ୍ୟାୟ ହେଉଛି _______________________ ।
Answer:
ସ୍ବରୂପର ନିର୍ଦ୍ଧାରଣ

୨୪ । ତଥ୍ୟର ବିଶ୍ଳେଷଣ ଅର୍ଥ ତଥ୍ୟର ଶେଷ ପର୍ଯ୍ୟାୟରେ ପହଞ୍ଚିବା ପାଇଁ ________________________ ର ସାହାଯ୍ୟ ନେଉ ।
Answer:
ପରିସଂଖ୍ୟାନର ସାଧନ

୨୫ । ଭାରତୀୟ ରିଜର୍ଭ ବ୍ୟାଙ୍କର ଇସ୍ତାହାର ଏବଂ ଜାତୀୟ ଆୟବ୍ୟୟ ପରିସଂଖ୍ୟାନ ତଥ୍ୟର _______________________ ଉତ୍ସ ।
Answer:
ପରୋକ୍ଷ

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧। ପରିସଂଖ୍ୟାନ କ’ଣ ?
Answer:
କେତେକ ସାଂଖ୍ୟକ ତଥ୍ୟର ସମାହାରକୁ ପରିସଂଖ୍ୟାନ କୁହାଯାଏ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୨। ପୂର୍ବକାଳରେ ପରିସଂଖ୍ୟାନକୁ କେଉଁ ନାମରେ ନାମିତ କରାଯାଇଥୁଲା ?
Answer:
ପୂର୍ବକାଳରେ ପରିସଂଖ୍ୟାନକୁ ରାଜ୍ୟ ଶାସନ ସମ୍ବନ୍ଧୀୟ ବିଜ୍ଞାନ ନାମରେ ନାମିତ କରାଯାଇଥିଲା।

୩। ଏକବଚନ ଅର୍ଥରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କର ।
Answer:
କ୍ରକ୍‌ଟନ୍ ଓ କାଓଡେନ୍‌ଙ୍କ ଅନୁଯାୟୀ ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନକୁ ପରିସଂଖ୍ୟାନ ରୂପେ ବିବେଚନା କରାଯାଏ।

୪। ପରିସଂଖ୍ୟାନର ବହୁବାଚନିକ ସଂଜ୍ଞା ପ୍ରଦାନ କର।
Answer:
ହୋରାସ୍ ସେକ୍ରିଷ୍ଟଙ୍କ ମତରେ, ପରିସଂଖ୍ୟାନ ହେଉଛି ବହୁବିଧ କାରଣଗୁଡ଼ିକ ଦ୍ଵାରା ପ୍ରଭାବିତ, ଏକ ଯୁକ୍ତିସିଦ୍ଧ ସଠିକ୍ ମାନଦଣ୍ଡ ଅନୁଯାୟୀ ଗଣନା ଅଥବା କଳନା କରାଯାଉଥବା, ପୂର୍ବ ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ହୋଇଥିବା ଏବଂ ପରସ୍ପର ସମ୍ପର୍କ ଥାଇ ଉପସ୍ଥାପନ କରାଯାଇଥିବା ସାଂଖ୍ୟକ ତଥ୍ୟର ସମାହାର ।

୫। ପରିସଂଖ୍ୟାନ କାହାଦ୍ଵାରା ପ୍ରଭାବିତ ହୋଇଥାଏ ?
Answer:
ପରିସଂଖ୍ୟାନ ବହୁବିଧ କାରଣ ଦ୍ଵାରା ପ୍ରଭାବିତ ହୋଇଥାଏ।

୬। ପରିସଂଖ୍ୟାନର ସଂଶୟ କହିଲେ ତୁମେ କ’ଣ ବୁଝ ?
Answer:
ସଂଶୟ କହିଲେ ଆମେ ବୁଝୁ ସାଂଖ୍ୟକ ଅଭିବ୍ୟକ୍ତ ଓ ସାଂଖ୍ୟକ ପଦ୍ଧତି ପ୍ରତି ବିଶ୍ଵାସର ଅଭାବ।

୭। ବର୍ଣନାତ୍ମକ ପରିସଂଖ୍ୟାନ କ’ଣ ?
Answer:
ଯେତେବେଳେ ସାଂଖ୍ୟକ ତଥ୍ୟ ଗୁଡ଼ିକ ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟଭିଭିକ ଚିତ୍ର ପ୍ରଦାନ କରେ, ତାହାକୁ ବର୍ଣ୍ଣନାତ୍ମକ ପରିସଂଖ୍ୟାନ କୁହାଯାଏ।

୮। ବୈଜ୍ଞାନିକ ପରିସଂଖ୍ୟାନ କ’ଣ ?
Answer:
ବୈଜ୍ଞାନିକ ପରିସଂଖ୍ୟାନ ଆରୋହମାନ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପତ୍ତି ଓ ପୂର୍ବାନୁମାନ କରିବାରେ ସହାଯ୍ୟ କରେ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୯। ପରିସଂଖ୍ୟାନର ଦୁଇଟି କାର୍ଯ୍ୟାବଳୀ ଲେଖ ।
Answer:
(୧) ପରସଂଖ୍ୟାନ ଜଟିଳ ତଥ୍ୟାବଳୀଗୁଡ଼ିକୁ ସରଳ ଓ ବୋଧଗମ୍ୟ କରେ, (୨) ପରିସଂଖ୍ୟାନ ତୁଳନା କରିବାରେ ସହାୟତ କରେ।

୧୦। ପରିସଂଖ୍ୟାନର ଦୁଇଟି ସୀମାବଦ୍ଧତା ଲେଖ।
Answer:
(୧) ପରିସଂଖ୍ୟାନ କୌଣସି ବ୍ୟକ୍ତିଗତ ପରିମାପ ସହିତ ଜଡ଼ିତ ହୋଇ ନ ଥାଏ, (୨) ପରିସଂଖ୍ୟାନ ଗୁଣାତ୍ମକ ଘଟଣାଗୁଡ଼ିକୁ ଅଧ୍ୟୟନ କରେ ନାହିଁ ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

୧। ପରିସଂଖ୍ୟାନ ତଥ୍ୟ ସମୂହର ସମଷ୍ଟି ସହିତ ସଂଶ୍ଳିଷ୍ଟ ।
Answer:
ବହୁବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ ।

୨। ବହୁବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ।
Answer:
ଏକବାଚନିକ ଅର୍ଥରେ ପରିସଂଖ୍ୟାନ କହିଲେ ପରିସାଂଖ୍ୟକ ପଦ୍ଧତିକୁ ବୁଝାଏ। ପରିସଂଖ୍ୟାନ କେବଳ ତଥ୍ୟର ଗୁଣକୁ ବିଚାର କରେ।

୩। ପରିସଂଖ୍ୟାନ କେବଳ ତଥ୍ୟର ଗୁଣକୁ ବିଚାର କରେ।
Answer:
ପରିସଂଖ୍ୟାନ କେବଳ ସାଂଖ୍ୟକ ତଥ୍ୟକୁ ବିଚାର କରେ।

୪। ପରିସଂଖ୍ୟାନର ଉପସଂହାର ସାର୍ବଜନୀନ ସତ୍ୟ ଅଟେ
Answer:
ପଦାର୍ଥ ବିଜ୍ଞାନର ଉପସଂହାର ସାର୍ବଜନୀନ ସତ୍ୟ ଅଟେ ।

୫। ପରିସଂଖ୍ୟାନ ହେଉଛି ରାଜ୍ୟଶାସନ ସମ୍ବନ୍ଧୀୟ ବିଜ୍ଞାନ ।
Answer:
ଠିକ୍

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ଏକବାଚନିକ ଅର୍ଥରେ ପରିସଂଖ୍ୟାନକୁ ସାଂଖ୍ୟକ ତଥ୍ୟର ସମାହାର ବୋଲି କୁହାଯାଏ।
Answer:
ବହୁବାଚନିକ ଅର୍ଥରେ ପରିସଂଖ୍ୟାନକୁ ସାଂଖ୍ୟକ ତଥ୍ୟର ସମାହାର ବୋଲି କୁହାଯାଏ।

୭। ତଥ୍ୟାବଳୀକୁ ଜଟିଳଭାବେ ପ୍ରକାଶ କରିବା ହେଉଛି ପରିସଂଖ୍ୟାନର କାର୍ଯ୍ୟ।
Answer:
ତଥ୍ୟାବଳୀକୁ ସହଜଭାବେ ପ୍ରକାଶ କରିବା ହେଉଛି ପରିସଂଖ୍ୟାନର କାର୍ଯ୍ୟ।

୮। ପରିସଂଖ୍ୟାନ ଏକକ ତଥ୍ୟ ଅଧ୍ୟୟନ କରେ ।
Answer:
ପରିସଂଖ୍ୟାନ ତଥ୍ୟ ସମୂହକୁ ଅଧ୍ୟୟନ କରେ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

୧ । ପରିସଂଖ୍ୟାନ କ’ଣ?
Answer:
ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics । ଏହି ଶବ୍ଦଟି ଲାଟିନ୍ ଶବ୍ଦ status , ଇଟାଲୀୟ ଶବ୍ଦ Statista , ଜର୍ମାନ୍ ଶବ୍ଦ statistick କିମ୍ବା ଫରାସୀ ଶବ୍ଦ Statique ରୁ ଉଦ୍ଭବ ହୋଇଛି ବୋଲି ବିଶ୍ୱାସ କରାଯାଏ । ଉପରୋକ୍ତ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ରାଜନୈତିକ ଅବସ୍ଥା । ଅନ୍ୟପକ୍ଷରେ କହିବାକୁ ଗଲେ ପରିସଂଖ୍ୟାନ ହେଉଛି ତଥ୍ୟ ସମୂହର ଏକ ବିଜ୍ଞାନ ।

କୌଣସି ଗୋଟିଏ ତଥ୍ୟକୁ ପରିସଂଖ୍ୟାନ କୁହାଯାଇନପାରେ । ତେଣୁ ଏକାଧିକ ତଥ୍ୟର ସମାହାରକୁ ପରିସଂଖ୍ୟାନ ବୋଲି କୁହାଯାଇଥାଏ । ଉଦାହରଣ ସ୍ୱରୂପ ଜଣେ ଲୋକର ଓଜନକୁ ଆମେ ପରିସଂଖ୍ୟାନ କହିପାରିବା ନାହିଁ । ଆମେ ଏକରୁ ଅଧିକ ଲୋକଙ୍କ ଓଜନକୁ ଉପସ୍ଥାପିତ କରିବା ତାହାକୁ ପରିସଂଖ୍ୟାନ କୁହାଯାଇପାରିବ ।

୨। ପରିସଂଖ୍ୟାନର ସଂଜ୍ଞା ନିରୂପଣ କର ।
Answer:
ପ୍ରଫେସର ହୋରସ୍ ସେକ୍ରିଷ୍ଟାଙ୍କ ପ୍ରଦତ୍ତ ସଂଜ୍ଞାକୁ ଏକ ପୂର୍ଣ୍ଣାଙ୍ଗ ଓ ଗ୍ରହଣୀୟ ସଂଜ୍ଞାରୂପେ ବିବେଚନା କରାଯାଏ । ତାଙ୍କ ମତରେ ‘ବହୁବିଧ ଉପାଦାନଦ୍ଵାରା ପ୍ରବାହିତ ତଥ୍ୟ ସମୂହର ଅନ୍ୟନାମ ହେଉଛି ପରିସଂଖ୍ୟାନ’’ । ଏକ ଯୁକ୍ତସିଦ୍ଧ ସଠିକ୍ ମାନଦଣ୍ଡ ପ୍ରୟୋଗ କରାଯାଉ ଏହାର ଗଣନା ଅଥବା ଅଟକଳକୁ ସଂଖ୍ୟାଆକାରରେ ହିଁ ଉପସ୍ଥାପନା କରାଯାଇଥାଏ । ନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ତଥ୍ୟର ତୁଳନାତ୍ମକ ପରିପ୍ରକାଶ କରାଗଲେ ତାହା ପରିସଂଖ୍ୟାନରେ ମାନ୍ୟତା ଲାଭ କରେ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୩। ତଥ୍ୟାବଳୀର ସଂକ୍ଷିପ୍ତକରଣ କ’ଣ ?
Answer:
କୌଣସି ସମସ୍ୟାର ତଥ୍ୟାବଳୀ ଏତେ ଜଟିଳ ଓ ବ୍ୟାପକ ଯେ, ତାହାକୁ ବୁଝିବା ଓ ମନେ ରଖୁବା ସହଜ ନୁହେଁ । ପରିସଂଖ୍ୟାନ ତଥ୍ୟାବଳୀକୁ ସଙ୍କୁଚିତ ଓ ସଂକ୍ଷିପ୍ତ କରି ଉପସ୍ଥାପନା କରେ। ଜଣକ ପକ୍ଷରେ ଭାରତର ପ୍ରତ୍ୟେକ ଲୋକଙ୍କର ଆୟ ମନେ ରଖୁବା ସମ୍ଭବ ନୁହେଁ । କିନ୍ତୁ ଭାରତର ମୁଣ୍ଡ ପିଛା ଆୟ ସହଜରେ ମନେ ରଖିହେବ।

୪। ପରିସଂଖ୍ୟାନରେ ପୁର୍ବାନୁମାନ କ’ଣ ?
Answer:
ଭବିଷ୍ୟତର କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନେବାବେଳେ ପରିସଂଖ୍ୟାନ ସହାୟକ ହୋଇଥାଏ। ଅତୀତର ତଥ୍ୟକୁ ଆଧାର କରି ବିଭିନ୍ନ ସାଂଖ୍ୟକ ପଦ୍ଧତି ସାହାଯ୍ୟରେ ପୂର୍ବାନୁମାନ କରିବା ସମ୍ଭବ ହୋଇଥାଏ। ଉଦାହରଣ ସ୍ଵରୂପ, ୨୦୧୧ ମସିହାର ଜନଗଣନା ତଥ୍ୟକୁ ଭିତ୍ତିକରି ଆଗାମୀ ବର୍ଷମାନଙ୍କର ଜନସଂଖ୍ୟା ଆକଳନ କରିବା ସମ୍ଭବ ହୋଇଥାଏ। ଅର୍ଥନୀତି, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସଦାସର୍ବଦା ଅନିଶ୍ଚିତତାରେ ନିଷ୍ପତ୍ତି ଗ୍ରହଣ କରାଯାଏ। ଏ ପ୍ରକାର ନିଷ୍ପତ୍ତି ଗ୍ରହଣରେ ବିଭିନ୍ନ ସାଂଖ୍ୟକ ପଦ୍ଧତି ସହାୟକ ହୋଇଥାଏ।

୫। ପରିସଂଖ୍ୟାନର ସଂଶୟ କହିଲେ କ’ଣ ବୁଝ ?
Answer:
ପରିସଂଖ୍ୟାନର ଉପକାରିତା ସତ୍ତ୍ଵେ ପରିସଂଖ୍ୟାନକୁ ଏକ ସନ୍ଦେହ ଚକ୍ଷୁରେ ଦେଖାଯାଏ। ଏପରି କୁହାଯାଏ ଯେ, ପରିସଂଖ୍ୟାନ ସବୁକିଛି ପ୍ରମାଣିତ କରିପାରେ । ପୁନଶ୍ଚ କୁହାଯାଇଛି ଯେ ତିନି ପ୍ରକାରର ମିଛ ଦେଖାଯାଏ; ଯଥା – ମିଛ, ଡାହାମିଛ ଓ ପରିସଂଖ୍ୟାନ। ତେଣୁ ପରିସଂଖ୍ୟାନ ପ୍ରଥମ ଶ୍ରେଣୀର ମିଛ। ଏହା ମଧ୍ୟ କୁହାଯାଏ ଯେ, ଗୋଟିଏ ଗ୍ରାମ୍ ସତ କୁଇଣ୍ଟାଲ, କୁଇଣ୍ଟାଲ ପରିସଂଖ୍ୟାନ ସୃଷ୍ଟି କରିପାରେ। ପରିସଂଖ୍ୟାନର ସଂଶୟ କହିଲେ, ସାଂଖ୍ୟକ ଅଭିବ୍ୟକ୍ତି ଓ ସାଂଖ୍ୟକ ପଦ୍ଧତି ପ୍ରତି ବିଶ୍ଵାସର ଅଭାବ।

୬। ପରିସଂଖ୍ୟାନର ପ୍ରକୃତି ଉପରେ ଏକ ସଂକ୍ଷିପ୍ତ ବିବରଣୀ ଦିଅ ?
Answer:
ଆମେ ପରିସଂଖ୍ୟାନର ପ୍ରକୃତି ଆଲୋଚନା କରିବା ସମୟରେ ପରିସଂଖ୍ୟାନ କଳା କିମ୍ବା ବିଜ୍ଞନ ତାହା ଆଲୋଚନା କରିଥାଉ । ଟିପେଙ୍କ ମତ ଅନୁସାରେ ପରିସଂଖ୍ୟାନ ଉଭୟ କଳା ଓ ବିଜ୍ଞାନ ଅଟେ । ଏକ ବିଜ୍ଞାନ ହିସାବରେ ପରିସଂଖ୍ୟାନ ସାଂଖ୍ କ ତଥ୍ୟାବଳୀର ବିଧ୍ଵବଦ୍ଧ ଅଧ୍ୟୟନ କରିଥାଏ । ଏକ କଳା ହିସାବରେ ପରିସଂଖ୍ୟାନ ବ୍ୟବହାର କରି କିପରି ଦୈନିକ ଜୀବନର ବିଭିନ୍ନ ସମସ୍ୟାକୁ ସମାଧାନ କରାଯାଇପାରିବ ତାହା ଆଲୋଚନା କରିଥାଏ ।

୭। ପରିସଂଖ୍ୟାନର ବିଭିନ୍ନ ପ୍ରଣାଳୀଗୁଡ଼ିକ କ’ଣ ?
Answer:
ପରିସଂଖ୍ୟାନର ବିଭିନ୍ନ ପ୍ରଣାଳୀଗୁଡ଼ିକ ତଳେ ଆଲୋଚନା କରାଗଲା ।
(i) ତଥ୍ୟ ସଂଗ୍ରହ (Collection of data)
(ii) ତଥ୍ୟ ଉପସ୍ଥାପନ (Presentation of data)
(iii) ତଥ୍ୟସଂଗଠିତ କରାଇବା (Organisation of data)

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।
୧। ପରିସଂଖ୍ୟାନ ଓ ଅର୍ଥଶାସ୍ତ୍ର
Answer:
ପରିସଂଖ୍ୟାନ ଅର୍ଥଶାସ୍ତ୍ର ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଅର୍ଥନୀତିଜ୍ଞ ଆଲଫ୍ରେଡ୍‌ ମାର୍ଶାଲଙ୍କ ମତରେ “ ପରିସଂଖ୍ୟାନ ହେଉଛି ମାଟି ସଦୃଶ ଯାହାକୁ ବ୍ୟବହାର କରି ମୋଭଳି ପ୍ରତ୍ୟେକ ଅର୍ଥଶାସ୍ତ୍ରବିତ୍ ଇଟା ତିଆରି କରନ୍ତି।” ଏହାହିଁ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ମହତ୍ଵ ପ୍ରମାଣିତ କରୁଛି ।

ଯଦିଓ ଅତୀତରେ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ବ୍ୟବହାର ସୀମିତ ଥୁଲା, ଆଧୁନିକ କାଳରେ ସମ୍ଭାବ୍ୟତା, ପ୍ରତିଚୟନ, ସହସମ୍ବନ୍ଧ, ସୂଚକାଙ୍କ ଇତ୍ୟାଦି ଭଳି ସାଂଖ୍ୟକ ପଦ୍ଧତିର ଉଦ୍ଭାବନ ଓ ସାଂଖ୍ୟକ ଉପକରଣର ଭୂମିକା ବହୁଳ ଭାବରେ ବୃଦ୍ଧି କରିଛି। ଏହା ଅର୍ଥଶାସ୍ତ୍ରର ଆଧୁନିକ ଚିନ୍ତାଧାରାରେ ବିପ୍ଳବ ସୃଷ୍ଟି କରିଛି। ସାଂଖ୍ୟକ ବିଶ୍ଳେଷଣ ଆଧୁନିକ କାଳରେ ଅର୍ଥନୀତିକ ଗବେଷଣାର ଏକ ପ୍ରମୁଖ ଅଙ୍ଗ ହୋଇଛି ।

୨। ପରିସଂଖ୍ୟାନ ଓ ରାଷ୍ଟ୍ର
Answer:
ପରିସଂଖ୍ୟାନ ରାଷ୍ଟ୍ରପାଇଁ ପରିହାର୍ଯ୍ୟ ହୋଇଯାଇଛି । ପୁରାତନ କାଳରେ ରାଜା ଓ ମନ୍ତ୍ରଗଣ ଉପଯୁକ୍ତ ସାମରିକ ସଂଖ୍ୟାନ ଉପରେ ବହୁଳ ଭାବରେ ନିର୍ଭର କରୁଥିଲେ। ସେମାନଙ୍କ ଦ୍ଵାରା ସଂଗୃହୀତ ଜନସଂଖ୍ୟା, ସାମରିକ ଶକ୍ତି, ଅପରାଧ ଇତ୍ୟାଦି ସମ୍ବନ୍ଧୀୟ ଅଧ୍ବକାଂଶ ସାଂଖ୍ୟକ ତଥ୍ୟ କିମ୍ବା ପରିସଂଖ୍ୟାନ ପ୍ରଶାସନଗତ କାର୍ଯ୍ୟରେ ଉପଜାତ (by product) ଦ୍ରବ୍ୟ ଥିଲା। ସଂପ୍ରତି ରାଷ୍ଟ୍ରର ବର୍ଦ୍ଧିଷ୍ଣୁ କାର୍ଯ୍ୟାବଳୀ ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ସାହାଯ୍ୟ କରୁଛି।

ରାଷ୍ଟ୍ର ତା’ର ପ୍ରଶାସନର ସୁପରିଚାଳନା ପାଇଁ ସାଂଖ୍ୟକ ତଥ୍ୟର ପ୍ରମୁଖ ସଂଗ୍ରହକାରୀ ଓ ବ୍ୟବହାରକାରୀ, ସୁତରାଂ ପରିସଂଖ୍ୟାନ ଓ ରାଷ୍ଟ୍ର ପରସ୍ପର ଅଙ୍ଗଙ୍ଗୀଭାବେ ଜଡ଼ିତ । ସଂପ୍ରତି ରାଷ୍ଟ୍ରର କାର୍ଯ୍ୟାବଳୀ ବୃଦ୍ଧି ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନ ଓ ଗବେଷଣାରତ ଛାତ୍ରମାନଙ୍କୁ ବହୁଳ ଭାବରେ ସାହାଯ୍ୟ କରୁଛି ।

୩ । ପରିସଂଖ୍ୟାନ ଓ ବ୍ୟବସାୟ
Answer:
ପରିସଂଖ୍ୟାନ ବ୍ୟବସାୟ ଉଦ୍ୟୋଗଗୁଡ଼ିକ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି। ବଦ୍ଧିଷ୍ଣୁ ପ୍ରତିଦ୍ବନ୍ଦ୍ବତା ପରିସ୍ଥିତିରେ ବ୍ୟବସାୟ ଉଦ୍ୟୋଗଗୁଡ଼ିକର ସମସ୍ୟା ଜଟିଳରୁ ଜଟିଳତର ହେଉଛି ଓ ଅଧିକାଂଶ ଉତ୍ପାଦନ ଆଜିକାଲି ଦ୍ରବ୍ୟର ଚାହିଦା ପ୍ରତ୍ୟାଶାରେ କରାଯାଉଛି । ବଜାରର ଅଧ୍ୟୟନ ସଠିକ୍ ଓ ସତର୍କତା ସହିତ କରା ନ ଗଲେ ପ୍ରତିଷ୍ଠାନଟିର ତିଷ୍ଠିବା କଷ୍ଟସାଧ୍ୟ ହୋଇପଡ଼ିବ।

ତେଣୁ ବ୍ୟବସାୟୀଗଣ ପ୍ରତିଦ୍ଵନ୍ଦୀ ବଜାରରେ ତିଷ୍ଠିବା ଓ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସାଂଖ୍ୟକ ଉପକରଣଗୁଡ଼ିକ ଉପରେ ନିର୍ଭର କରିଥାଆନ୍ତି । ପୁନଶ୍ଚ କ୍ରୟ, ବିକ୍ରୟ, ଅର୍ଥ ହିସାବର ଗୁଣାତ୍ମକ ନିୟନ୍ତ୍ରଣ, ବଜାର, ଉତ୍ପାଦ ଗବେଷଣା ଇତ୍ୟାଦି ଭଳି ବ୍ୟବସାୟିକ କାର୍ଯ୍ୟାବଳୀରେ ପରିସଂଖ୍ୟାନ ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଇଯାଇଛି । ତେଣୁ ପରିସଂଖ୍ୟାନ ଓ ବ୍ୟବସାୟ ପରସ୍ପର ଅଙ୍ଗାଙ୍ଗୀଭାବେ ଜଡ଼ିତ ।

୪। ଏକବଚନ ଓ ବହୁବଚନରେ ପରିସଂଖ୍ୟାନର ଅର୍ଥ
Answer:
ପରିସଂଖ୍ୟାନର ଏକବାଚନିକ ସଂଜ୍ଞା ସାଂଖ୍ୟକ ପଦ୍ଧତି ସହିତ ସଂଶ୍ଳିଷ୍ଟ ଏବଂ ଏହା ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନ ସହିତ ଜଡ଼ିତ। ଯଦିଓ ବିଭିନ୍ନ ପରିସଂଖ୍ୟାନବିତ୍ ପରିସଂଖ୍ୟାନର ସଂଜ୍ଞା ଏକବାଚନିକ ମର୍ମରେ ନିରୂପଣ କରିଛନ୍ତି, କ୍ରକ୍ସଟନ୍ ଓ କାଓଡେନ୍‌ଙ୍କ ପ୍ରଦତ୍ତ ସଂଜ୍ଞାଟି ଅତି ସରଳ ଓ ବୋଧଗମ୍ୟ । କ୍ରକ୍‌ଟନ୍ ଓ କାଓଡେନ୍‌ଙ୍କ ଅନୁଯାୟୀ ସାଂଖ୍ୟକ ତଥ୍ୟର ସଂଗ୍ରହ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନକୁ ପରିସଂଖ୍ୟାନ ରୂପେ ବିବେଚନା କରାଯାଏ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପରିସଂଖ୍ୟନ କ’ଣ ? ଏହାର ଉପାଦେୟତା ବିଷୟରେ ଆଲୋଚନା କର ।
Answer:
ପରିସଂଖ୍ୟାନର ଇଂରାଜୀ ପ୍ରତିଶବ୍ଦ ହେଉଛି Statistics । ଏହି ଶବ୍ଦଟି ଲାଟିନ୍ ଶବ୍ଦ status , ଇଟାଲୀୟ ଶବ୍ଦ Statista, ଜର୍ମାନ ଶବ୍ଦ statistik କିମ୍ବା ଫରାସୀ ଶବ୍ଦ statique ରୁ ଉଦ୍ଭବ ହୋଇଛି ବୋଲି ବିଶ୍ଵାସ କରାଯାଏ । ଉପରୋକ୍ତ ପ୍ରତ୍ୟେକ ଶବ୍ଦର ଅର୍ଥ ହେଉଛି ରାଜନୈତିକ ଅବସ୍ଥା । ଅନ୍ୟ ପକ୍ଷରେ କହିବାକୁ ଗଲେ ପରିସଂଖ୍ୟନ ହେଉଛି ତଥ୍ୟ ସମୁହର ଏକ ବିଜ୍ଞାନ ।

କୌଣସି ଗୋଟିଏ ତଥ୍ୟକୁ ପରିସଂଖ୍ୟନ କୁହାଯାଇନପାରେ । ତେଣୁ ଏକାଧ୍ଵ ତଥ୍ୟର ସମାହାରକୁ ପରିସଂଖ୍ୟନ ବୋଲି କୁହାଯାଏ । ଉଦାହରଣ ସ୍ଵରୂପ ଜଣେ ଲୋକର ଓଜନକୁ ଆମେ ପରିସଂଖ୍ୟନ କହିପାରିବା ନାହିଁ । ଆମେ ଯଦି ଏକରୁ ଅଧିକ ଲୋକଙ୍କ ଓଜନକୁ ଉପସ୍ଥାପିତ କରିବା ତାହାକୁ ପରିସଂଖ୍ୟନ କୁହାଯାଇପାରିବ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

ପରିସଂଖ୍ୟନର ସଂଜ୍ଞ। –
ପରିସଂଖ୍ୟନର ପରିସର ଏତେ ବ୍ୟାପକ ଯେ ଏହାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବା କଷ୍ଟକର ବିଷୟ । ବିଭିନ୍ନ ସମୟରେ ପରିସଂଖ୍ୟାନବିତ୍‌ମାନେ ବିଭିନ୍ନ ଦୃଷ୍ଟି କୋଣରୁ ଏହା ସଂଜ୍ଞା ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । ଏହିସବୁ ସଂଜ୍ଞା ସାଧାରଣତଃ ଦୁଇଶ୍ରେଣୀର । କେତେକଙ୍କ ମତରେ ପରିସଂଖ୍ୟାନ କହିଲେ ମୋଟାମୋଟି ଭାବରେ ସାଂଖ୍ୟକ ତଥ୍ୟକୁ ବୁଝାଇଥାଏ । ପ୍ରଫେସର ହୋବ୍‌ ସେକ୍ରିଷ୍ଟାଙ୍କ ପ୍ରଦତ୍ତ ସଂଜ୍ଞାକୁ ଏହି ଶ୍ରେଣୀଭୁକ୍ତ ଏକ ପୂର୍ଣାଙ୍ଗ ଓ ଗ୍ରହଣୀୟ ସଂଜ୍ଞାରୂପେ ବିବେଚନା କରାଯାଏ ।

ତାଙ୍କ ମତରେ ‘‘ ବହୁବିଧ ଉପାଦାନ ଦ୍ବାରା ପ୍ରଭାବିତ ତଥ୍ୟ ସମୂହର ଅନ୍ୟନାମ ହେଉଛି ପରିସଂଖ୍ୟାନ । ଏହି ଯୁକ୍ତିସିଦ୍ଧ ସଠିକ୍ ମାନଦଣ୍ଡ ପ୍ରୟୋଗ କରାଯାଇ ଏହାର ଗଣନା ଅଥବା ଅଟକଳକୁ ସଂଖ୍ୟା ଆଜାରରେ ହିଁ ଉପସ୍ଥାପନା କରାଯାଇଥାଏ । ପୂର୍ବନିର୍ଦ୍ଧାରିତ ଲକ୍ଷ୍ୟ ପୂରଣ ଉଦ୍ଧେଶ୍ୟରେ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗୃହୀତ ତଥ୍ୟର ତୁଳନାତ୍ମକ ପରିପ୍ରକାଶ କରାଗଲେ ତାହା ପରିସଂଖ୍ୟାନର ମାନ୍ୟତା ଲାଭ କରେ ।

Statistics may be defined as an aggregate of facts affected to a marked extent by multiplicity of causes, numerically expressed, enumerated according to a reasonable standard, of accuracy, collected in a systematic manner for a predetermined purpose, and placed in relation to each other ଏହି ସଂଜ୍ଞାକୁ ବିଶେଷଣ କଲେ ପରିସଂଖ୍ୟାନର ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ସ୍ପଷ୍ଟ ଭାବରେ ପ୍ରକାଶିତ ହୋଇଥାଏ ।

  • ସାଂଖିକ ଅଭିବ୍ୟକ୍ତି
  • ତଥ୍ୟ ସମଷ୍ଟି ।
  • ବହୁବିଧ କାରଣ ଦ୍ବାରା ବିଶ୍ଳେଷଣଭାବେ ପ୍ରଭାବିତ ସଂଖ୍ୟକ ତଥ୍ୟାବଳୀ
  • ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସାଂଖ୍ୟକ ତଥ୍ୟ ସଂଗ୍ରହ ।
  • ଯୁକ୍ତିଯୁକ୍ତ, ଶୁଦ୍ଧମାନର ତଥ୍ୟ ଉପସ୍ଥାପନ ।
  • ପୂର୍ବ ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ ।

(1) ଅର୍ଥନୈତିକ ସମସ୍ୟାର ଅଧୟନ କରିଥାଏ – ପରିସଂଖ୍ୟାନ ଅର୍ଥନୈତିକ ସମସ୍ୟାବଳୀର ଅଧ୍ୟୟନ କରିବାରେ ସାହାଯ୍ୟ କରିଥାଏ । ବିଭିନ୍ନ ଅର୍ଥନୈତିକ ସମସ୍ୟାଗୁଡ଼ିକ ହେଲା – ଅର୍ଥନୈତିକ ପ୍ରଗତି ସମସ୍ୟା, ମୁଦ୍ରାସ୍ପିତି ସମସ୍ୟା, ଦାରିଦ୍ର୍ୟ ସମସ୍ୟା, ବେଘରା ସମସ୍ୟା, ଜନସଂଖ୍ୟା ସମସ୍ୟା ଇତ୍ୟାଦି ।

(2) ଅର୍ଥନୈତିକ ନୀତି ପ୍ରଣୟନ କରିବାରେ ସାହଯ୍ୟ କରିଥାଏ – ପରିସଂଖିକ ତଥ୍ୟ ଅର୍ଥନୈତିକ ନୀତି ପ୍ରଣୟନ କରିବାରେ ଯଥେଷ୍ଟ ସହାୟକ ହୋଇଥାଏ । ବିଭିନ୍ନ ଅର୍ଥନୈତିକ ନୀତିଗୁଡ଼ିକ ହେଲା – ଶିଳ୍ପନୀତି, ବ୍ୟାଙ୍କହାର ନୀତି, ଅର୍ଥନୈତିକ ନୀତି, ବିନିମୟ ହାର ନୀତି ଇତ୍ୟାଦି ।

(3) ଅର୍ଥନୈତିକ ଯୋଜନା ପ୍ରଣୟନ କରିବାରେ ସହାୟକ ହୋଇଥାଏ – ପରିସଂଖ୍ୟାନ ଅର୍ଥନୈତିକ ଯୋଜନା ତିଆରି କରିବାରେ ସାହାଯ୍ୟ କରିଥାଏ । ଯୋଜନା ତିଆରି କରିବା ସମୟରେ କେଉଁ ବିଭାଗକୁ ଅଧ‌ିକ ଗୁରୁତ୍ଵ ଦିଆଯିବ ତାହା ପରିସାଂଖିକ ବିଶ୍ଳେଷଣରୁ ଜଣାପଡ଼ିଥାଏ । ସେହି ବିଶ୍ଳେଷଣର ଫଳାଫଳ ଅନୁସାରେ ଯୋଜନା ପ୍ରଣୟନ କରାଯାଇଥାଏ ।

୨। ପରିସଂଖ୍ୟାନର ପରିସର ଓ ସଂଶୟ ବିଷୟରେ ଆଲୋଚନା କର ।
Answer:
ପରିସଂଖ୍ୟାନର ପ୍ରଣାଳୀ ଓ ପ୍ରୟୋଗକୁ ବିଚାରକୁ ନେଇ କେତେକ ପରିସଂଖ୍ୟାନ ବିତ୍ ତାହାର ସଂଜ୍ଞା ପ୍ରକରଣ କରିବାକୁ ଉଦ୍ୟମ କରିଛନ୍ତି । କ୍ରକସ୍ଟେନ୍‌ ଓ କାଓଡେନ୍ ପ୍ରଦତ୍ତ ସଂଜ୍ଞା ଏହି ଶ୍ରେଣୀର ସର୍ବୋତ୍‌କୃଷ୍ଟ ସଂଜ୍ଞା ଭାବରେ ପ୍ରତିଷ୍ଠା ଲାଭକରିଛି । ତାଙ୍କ ମତରେ ‘ସାଂଖିକ ତଥ୍ୟାବଳୀ ସଂଗ୍ରହ ହୋଇ ଉପସ୍ଥାପନା ବିଶ୍ଳେଷଣ ବାକ୍ଷ୍ୟା ସମୃଦ୍ଧି ବିଜ୍ଞାନ ହିଁ ପରିସଂଖ୍ୟାନ ବିଜ୍ଞାନ ହିଁ ପରିସଂଖ୍ୟାନ ।
ପରିସଂଖ୍ୟାନର ପରିସର :

ମୁଖ୍ୟତଃ ତିନୋଟି ଦୃଷ୍ଟିକୋଣରୁ ପରିସଂଖ୍ୟାନକୁ ଅବଲୋକନ କରାଯାଇଥାଏ ।
(1) ପରିସଂଖ୍ୟାନର ପ୍ରକୃତି – ପରିସଂଖ୍ୟାନର ପ୍ରକୃତି ଆଲୋଚନା କଲାବେଳେ ଆମେ ତାହା ଏକ କଳା କିମ୍ବା ବିଜ୍ଞାନ ତାହା ଅଧୟନ କରିଥାଉ । ଟିପେଟଙ୍କ ମତ ଅନୁସାରେ ‘ ପରିସଂଖ୍ୟାନ ହେଉଛି ଉଭୟ କଳା ଓ ବିଜ୍ଞାନ । ଏକ ବିଜ୍ଞାନ ହିସାବରେ ଏହା ପରିସଂଖ୍ୟାନର ବିଧିବଦ୍ଧ ପ୍ରଣାଳୀ ବିଷୟରେ ଅଧ୍ୟୟନ କରିଥାଏ । ଏକ କଳା ହିସାବରେ ଏହା ମନୁଷ୍ୟ ଜୀବନର ବିଭିନ୍ନ ସମସ୍ୟା ସମାଧାନ କରିବାରେ ସାହାଯ୍ୟ କରିଥାଏ ।

(2) ପରିସଂଖ୍ୟାନର ବିଷୟବସ୍ତୁ – ଆମେ ପରିସଂଖ୍ୟାନର ବିଷୟବସ୍ତୁ ଆଲୋଚନା କଲାବେଳେ ମୁଖ୍ୟତଃ ଦୁଇଟି ଦୃଷ୍ଟିକୋଣରୁ ପରିସଂଖ୍ୟାନକୁ ଆଲୋଚନା କରିଥାଉ । ପ୍ରଥମତଃ ପରିସଂଖ୍ୟାନ ପରିମାଣାତ୍ମକ ତଥ୍ୟାବଳୀକୁ ସୁଚାଉଥ‌ିବାବେଳେ କେବଳ ଦ୍ବିତୀୟତଃ ଏହା ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଓ କୌଶଳକୁ ବୁଝାଇଥାଏ । ପରିସଂଖ୍ୟାନ ଶାସ୍ତ୍ରର ବିଷୟବସ୍ତୁତ୍ ତସମ୍ବନ୍ଧୀୟ ପଦ୍ଧତି ଓ ପ୍ରୟୋଗ କୌଶଳ ମଧ୍ୟରେ ସୀମିତ ହୋଇଥିବାରୁ ଆମେ ତାହାକୁ ପରିସଂଖ୍ୟାନର ପରିସର ବୋଲି ବର୍ଣ୍ଣନା କରିଥାଉ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

(3) ପରିସଂଖ୍ୟାନର ବ୍ୟତିକ୍ରମ – ପରିସଂଖ୍ୟାନର ବ୍ୟତିକ୍ରମଗୁଡ଼ିକ ତଳେ ପ୍ରଦତ୍ତ ହେଲା ।

  • ଏହା ବ୍ୟକ୍ତିବିଶେଷ କ୍ଷେତ୍ରରେ ପ୍ରଯୁଜ୍ୟ ହୁଏନାହିଁ ।
  • ଏହା ଗୁଣ ବା ଅବସ୍ଥାକୁ ଅଧ୍ୟୟନ କରେନାହିଁ ।
  • ପରିସଂଖ୍ୟାନର ଅପବ୍ୟବହାର କରାଯାଇପାରେ ।
  • ପରିସଂଖ୍ୟାନଦ୍ୱାରା ପ୍ରମାଣିତ ଫଳାଫଳ ଭୁଲ୍ ହୋଇପାରେ

ପରିସଂଖ୍ୟାନର ସଂଶୟ – ଦୂରୁପଯୋଗ ଯୋଗୁଁ ସାଧାରଣତଃ ପରିସଂଖ୍ୟାନ ଶ୍ରାସ୍ତ୍ର ଉପରେ ଲୋକମାନେ ଘୋର ଅବିଶ୍ୱାସ ପ୍ରକଟ କରିଥାନ୍ତି । ପରିସଂଖ୍ୟାନ କିପରି ଭାବରେ ଲୋକମାନଙ୍କ ମଧ୍ୟରେ ସଂଶୟ ସୃଷ୍ଟି କରିଥାଏ ତାହା ପରିସଂଖ୍ୟାନକୁ ଲକ୍ଷ୍ୟକରି ପ୍ରୟୋଗ କରାଯାଉଥିବା ବକ୍ତବ୍ୟମାନଙ୍କରୁ ସହଜରେ ଅନୁମାନ କରିହେବ ।

  • ସଂଖ୍ୟାଗୁଡ଼ିକ ମିଛକୁହନ୍ତି ନାହିଁ ବରଂ ମିଛୁଆମାନେ ସଂଖ୍ୟାର ଆଶ୍ରୟ ନିଅନ୍ତି ।
  • ପରିସଂଖ୍ୟାନ ଏକ ବିଶ୍ଵାସଘାତକ ବିଜ୍ଞାନ ଅଟେ ।
  • ପରିସଂଖ୍ୟାନ ସବୁକିଛି ପ୍ରମାଣ କରିବାରେ ସାହାଯ୍ୟକରେ ।
  • ମିଛ ତିନି ପ୍ରକାର – ମିଛ, ଡାହାମିଛ ଓ ପରିସଂଖ୍ୟାନ ।

ପରିସଂଖ୍ୟାନର ପ୍ରୟୋଗ ସମୟରେ ବିଶେଷ ଯତ୍ନ ଓ ସାବଧାନତା ଅବଲମ୍ବନ କରିବା ବାଞ୍ଛନୀୟ । ଅନ୍ଧଲୋକ ବତୀଖୁଣ୍ଟକୁ ଆଲୋକପାଇଁ ବ୍ୟବହାର ନକରି ଆଶାବାଡ଼ିରୂପେ ବ୍ୟବହାର କଲାଭଳି ଅନଭିଜ୍ଞ ଓ ଅଜ୍ଞ ଲୋକମାନେ ପରିସଂଖ୍ୟାନକୁ ଜ୍ଞାନ ଆହରଣ ବଦଳରେ ନିଜର ସ୍ବାର୍ଥସିଦ୍ଧି ପାଇଁ ବ୍ୟବହାର କରିଥାନ୍ତି । ପରିସଂଖ୍ୟାନର ପ୍ରୟୋଗ କରୁଥିବା ବ୍ୟକ୍ତି ଯତ୍ନଶୀଳ ଓ ସଚେତନ ନହେଲେ ବ୍ୟକ୍ତି ଓ ସମାଜର ମଙ୍ଗଳ ସାଧନ ସ୍ବରୂପ ପାହାଡ଼ ହୋଇପଡ଼େ ।

୩। ପରିସଂଖ୍ୟାନ ଶାସ୍ତ୍ରର ବହୁବଚନରେ ସଂଜ୍ଞା ନିରୂପଣ କର ।
କିମ୍ବା, ପରିସଂଖ୍ୟାନ ଶାସ୍ତ୍ର କହିଲେ ସାଂଖ୍ୟକ ତଥ୍ୟ (statistical data) କୁ ବୁଝାଇଥାଏ – ବର୍ଣ୍ଣନା କର ।
କିମ୍ବା, ସମସ୍ତ ପରିସଂଖ୍ୟାନ ତଥ୍ୟ ବା ଘଟଣାର ସାଂଖ୍ୟକ ବିବରଣୀ ହୋଇଥିଲେହେଁ ତଥ୍ୟ ବା ଘଟଣାର ସମସ୍ତ ସାଂଖ୍ୟକ ବିବରଣୀ ପରିସଂଖ୍ୟାନ ପଦବାଚ୍ୟ ନୁହନ୍ତି – ବ୍ୟାଖ୍ୟା କର ।
Answer:
ପରିସଂଖ୍ୟାନ ଶାସ୍ତ୍ରର ପରିସର ଏତେ ବଡ଼ ଯେ, ଏହାର ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ପ୍ରଦାନ କରିବା କଷ୍ଟକର । ତଥାପି ବିଭିନ୍ନ ସମୟରେ ପରିସଂଖ୍ୟାନ ବିତ୍‌ମାନେ ଏହି ସଂଜ୍ଞା ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି । କେତେକ ପରିସଂଖ୍ୟାନକୁ (ବହୁ ବଚନରେ) ପରିମାଣାତ୍ମକ ତଥ୍ୟାବଳୀ (quantitative data) ବା ସାଂଖ୍ୟକ ତଥ୍ୟାବଳୀ (statistical data) ବୋଲି ସୂଚାଉଥ୍ଲା ବେଳେ, ଆଉ କେତେକ ଏହାକୁ (ଏକ ବଚନରେ) ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଓ କୌଶଳ (statistical methods and techniques) ବୋଲି ମତ ଦେଇଛନ୍ତି ।

ଯେଉଁ ପରି ସଂଖ୍ୟାନବିତ୍ ପରିସଂଖ୍ୟାନ କହିଲେ ସାଂଖ୍ୟକ ତଥ୍ୟ (statistical data)କୁ ବୁଝାଏ ବୋଲି କହନ୍ତି, ସେମାନେ ପ୍ରଦତ୍ତ କରିଥ‌ିବା ସଂଜ୍ଞାଗୁଡ଼ିକ ମଧ୍ୟରୁ ହୋରେସ୍ ସେକ୍ରିଷ୍ଟଙ୍କ ପ୍ରଦତ୍ତ ସଂଜ୍ଞା ସବୁଠାରୁ ଗ୍ରହଣୀୟ ସଂଜ୍ଞା ବୋଲି ଧରାଯାଏ ।

ତାଙ୍କ ମତରେ, “Statistics may be defined as the aggregate of facts affected to a marked extent by multiplicity of causes, numerically expressed, enumerated or estimated according to a reasonable standard of accuracy, collected in a systematic manner for a predetermined purpose and placed in relation to each other’ ଏହି ଉକ୍ତିକୁ ବିଶ୍ଳେଷଣ କଲେ ଜଣାପଡ଼େ ଯେ, ସବୁ ସାଂଖ୍ୟକ ତଥ୍ୟ ପରିସଂଖ୍ୟାନ ପଦବାଚ୍ୟ ନୁହନ୍ତି । ପରିସଂଖ୍ୟାନ ପଦବାଚ୍ୟ ହେବାକୁ ହେଲେ ସାଂଖ୍ୟକ ତଥ୍ୟରେ ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ରହିଥିବା ଆବଶ୍ୟକ ।

(1) ସାଂଖ୍ୟକ ଅଭିବ୍ୟକ୍ତି – ଯେକୌଣସି ଉକ୍ତି ପରିସଂଖ୍ୟାନ ପଦବାଚ୍ୟ ହୁଏ ନାହିଁ । ପରିସଂଖ୍ୟାନର ପଦବାଚ୍ୟ ହେବାପାଇଁ ଉକ୍ତି ବା ବକ୍ତବ୍ୟଗୁଡ଼ିକୁ ଗାଣିତିକ ରାଶିସହ ପ୍ରକାଶ କରିବା ବାଞ୍ଛନୀୟ । ‘ଭାରତର ଲୋକମାନଙ୍କର ଆୟ ବୃଦ୍ଧି ହୋଇଛି’ ବା ‘କଟକରେ ଆମ୍ବ ଦର ହ୍ରାସ ହୋଇଛି’ ଇତ୍ୟାଦି ବକ୍ତବ୍ୟଗୁଡ଼ିକ ପରିସଂଖ୍ୟାନ ନୁହଁନ୍ତି ।

ଅପରପକ୍ଷରେ ‘ଭାରତର ଲୋକମାନଙ୍କର ଆୟରେ ଶତକଡ଼ା 15 ଭାଗ ବୃଦ୍ଧି ହୋଇଛି’ ବା ‘କଟକରେ ଆମ୍ବ ଦର 20 ଟଙ୍କାରୁ 17 ଟଙ୍କାକୁ ହ୍ରାସ ହୋଇଛି’ ଇତ୍ୟାଦି ବକ୍ତବ୍ୟ ପରିସଂଖ୍ୟାନ ପଦବାଚ୍ୟ ଅଟେ । ମେଧା, ସୌନ୍ଦର୍ଯ୍ୟ, ସାଧୁତା ଇତ୍ୟାଦି ଗୁଣାତ୍ମକ ଲକ୍ଷଣଯୁକ୍ତ ଉକ୍ତିଗୁଡ଼ିକ ପରିସଂଖ୍ୟାନର ପରିସରଭୁକ୍ତ ହୁଅନ୍ତି ନାହିଁ । ଯଦି କୌଣସି ଉପାୟରେ ଏହି ଗୁଣାତ୍ମକ ଲକ୍ଷଣଯୁକ୍ତ ଉକ୍ତିଗୁଡ଼ିକର ସାଂଖ୍ୟକ ଉପସ୍ଥାପନ କରାଯାଏ, ତାହାହେଲେ ସେଗୁଡ଼ିକ ପରିସଂଖ୍ୟାନ ହୋଇପାରନ୍ତି ।

(2) ତଥ୍ୟ ସମଷ୍ଟି – ଯେକୌଣସି ଗୋଟିଏ ଘଟଣା ବା ତଥ୍ୟକୁ ପରିସଂଖ୍ୟାନ କୁହାଯାଏ ନାହିଁ । କାରଣ ଏକକ ତଥ୍ୟ ତୁଳନାତ୍ମକ ଚିତ୍ର ପ୍ରଦାନ କରେ ନାହିଁ । କୌଣସି ଉକ୍ତି ସାଂଖ୍ୟକ ହେଲେ ମଧ୍ୟ ଯଦି ତାହା ଏକକ ହୋଇଥାଏ, ତାହାହେଲେ ତାହା ପରିସଂଖ୍ୟାନ ଦୃଷ୍ଟିରୁ ଗୁରୁତ୍ୱହୀନ ଅଟେ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

‘କଟକରେ ଆମ୍ବ କିଲୋଗ୍ରାମ୍ ପିଛା 12 ଟଙ୍କା’ – ଏହି ଉକ୍ତିଟି ସାଂଖ୍ୟକ, କିନ୍ତୁ ଏକକ ଅଟେ । ତେଣୁ ପରିସଂଖ୍ୟାନ ପଦବାଚ୍ୟ ନୁହେଁ । କିନ୍ତୁ ‘କଟକ ଆମ୍ବ କି.ଗ୍ରା. ପିଛା 12 ଟଙ୍କା, ଭୁବନେଶ୍ଵରରେ 14 ଟଙ୍କା, ବ୍ରହ୍ମପୁରରେ ୨ ଟଙ୍କା, ସମ୍ବଲପୁରରେ 15 ଟଙ୍କା ଓ ରାଉରକେଲାରେ 17 ଟଙ୍କା’ ଉକ୍ତିଟି ତଥ୍ୟ ସମ୍ବଳିତ ହୋଇଥିବାରୁ ପରସଂଖ୍ୟାନ ପଦବାଚ୍ୟ ଅଟେ ।

(3) ବହୁବିଧ କାରଣଦ୍ୱାରା ବିଶେଷଜ୍ଞଭାବେ ପ୍ରଭାବିତ ସାଂଖ୍ୟକ ତଥ୍ୟାବଳୀ– ସାଂଖ୍ୟକ ତଥ୍ୟଗୁଡ଼ିକ ପରିସଂଖ୍ୟାନ ପଦବାଚ୍ୟ ହେବାକୁ ହେଲେ, ସେଗୁଡ଼ିକ ବହୁବିଧ କାରଣଦ୍ବାରା ପ୍ରଭାବିତ ହେଉଥ‌ିବା ଆବଶ୍ୟକ । କୌଣସି ବସ୍ତୁ ଉପରେ ପଡୁଥ‌ିବା ବାହ୍ୟ ପ୍ରଭାବଗୁଡ଼ିକୁ ସହଜରେ ପୃଥକ୍ ପୃଥକ୍ ଉନ୍ମୋଚନ କରିବା ସହଜ ନୁହେଁ । ତେଣୁ ସେଗୁଡ଼ିକର ସମ୍ମିଳିତ ପ୍ରଭାବ ଅଧ୍ୟୟନ କରାଯାଏ ।

ଉଦାହରଣସ୍ୱରୂପ, ଗୋଟିଏ ଦ୍ରବ୍ୟର ଦର ତାହାର ଯୋଗାଣ, ଚାହିଦା, ଆୟ, ସ୍ଥାନାପନ୍ନବସ୍ତୁ, ଆମଦାନୀ ଓ ରପ୍ତାନୀ ଇତ୍ୟାଦି ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । କିନ୍ତୁ ଦର ଉପରେ କେଉଁ ଉପାଦାନର କେତେ ପ୍ରଭାବ ଅଛି, ତାହା ନିର୍ଦ୍ଦିଷ୍ଟରୂପେ କହିବା କଷ୍ଟକର । ଏହାର ଆକଳନ ପରିବର୍ତ୍ତିତ ସ୍ଥାନ, କାଳ, ପାତ୍ରରେ ସମ୍ଭବ ହୋଇଥାଏ । ତେଣୁ ପରିସଂଖ୍ୟାନରେ ସାଂଖ୍ୟକ ତଥ୍ୟଗୁଡ଼ିକ କାରଣଗୁଡ଼ିକ ଯେ ପ୍ରଭାବିତ ହୋଇଥା’ନ୍ତି, ଏହା ନିଃସନ୍ଦେହରେ କୁହାଯାଇପାରେ ।

(4) ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସାଂଖ୍ୟକ ତଥ୍ୟ ସଂଗ୍ରହ – ପରିସଂଖ୍ୟାନର ପଦବାଚ୍ୟ ହେବାକୁ ହେଲେ ସାଂଖ୍ୟକ ତଥ୍ୟଗୁଡ଼ିକ ଏକ ବ୍ୟବସ୍ଥାସିଦ୍ଧ ପଦ୍ଧତିରେ ସଂଗ୍ରହ ହୋଇଥିବା ଆବଶ୍ୟକ । ଯେକୌଣସି ଉପାୟରେ ତଥ୍ୟ ସଂଗୃହୀତ ହେଲେ ତାହା ଗ୍ରହଣୀୟ ନୁହେଁ; ତଥ୍ୟ ସଂଗ୍ରହ କରିବା ସମୟରେ ଅନେକଗୁଡ଼ିଏ ଦୋଷ ତ୍ରୁଟି ରହିଯିବାର ସମ୍ଭାବନା ରହିଥାଏ । କିନ୍ତୁ ଯଦି ଏହା ଏକ ଶୃଙ୍ଖଳିତ ଓ ବିଜ୍ଞାନସମ୍ମତ ପ୍ରଣାଳୀରେ ହୋଇଥାଏ, ତାହେଲେ ଏହା ପରିସଂଖ୍ୟାନ ପଦବାଚ୍ୟ ହୋଇଥାଏ ।

(5) ଯୁକ୍ତିଯୁକ୍ତ ଶୁଦ୍ଧ ମାନର ତଥ୍ୟ ଉପସ୍ଥାପନା – ସାଂଖ୍ୟକ ତଥ୍ୟ ଦୁଇଟି ପ୍ରକାରରେ ସଂଗ୍ରହ କରାଯାଇଥାଏ; ଯଥା ସାମଗ୍ରିକ ଗଣନା (counting) ଓ ନମୁନା (sample) ଭିଭିରେ ସିଦ୍ଧାନ୍ତଗ୍ରହଣ । ସାମଗ୍ରିକ ଗଣନା ସବୁ ସମୟର ସମ୍ଭବ ନୁହେଁ । ତେଣୁ ନମୁନା ଭିଭିରେ ନିର୍ଦ୍ଦିଷ୍ଟ ତଥ୍ୟାବଳୀର ସିଦ୍ଧାନ୍ତ ଗ୍ରହଣ କରାଯାଏ । ସେଥ‌ିପାଇଁ ସିଦ୍ଧାନ୍ତର ଶୁଦ୍ଧତା, ସିଦ୍ଧାନ୍ତର ମାନ, ଉଦ୍ଦେଶ୍ୟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ । ମନେକର, ଗୋଟିଏ ରାଲିରେ ଲୋକସଂଖ୍ୟା ଗୋଟି ଗୋଟି କରି ମାପିବା ସମ୍ଭବ ନୁହେଁ ।

ତେଣୁ ଆମେ ନମୁନା ଭିଭିରେ କହିପାରିବା ଯେ ଏହାର ଲୋକସଂଖ୍ୟା 10 ହଜାର । ଏହା କହିଲାବେଳେ ହୁଏତ 1000 ବା 2000 ବେଶୀ ବା କମ୍ ହୋଇପାରନ୍ତି । ଏହି ପାର୍ଥକ୍ୟକୁ ଏତେ ଗୁରୁତ୍ବ ଦିଆନଗଲେ ଚଳିବ । କିନ୍ତୁ ଦୁଇଟି ପିଲାଙ୍କର ଉଚ୍ଚତା ମାପରେ ଅଧ ସେଣ୍ଟିମିଟର ପାର୍ଥକ୍ୟକୁ ଉପେକ୍ଷା କରାଯାଇପାରିବ ନାହିଁ । ତେଣୁ ପରିସଂଖ୍ୟାନରେ ଶୁଦ୍ଧ ମାନ ଉପରେ ଗୁରୁତ୍ଵ ଦିଆଯାଇଥାଏ ।

(6) ପୂର୍ବ ନିର୍ଦ୍ଧାରିତ ଉଦ୍ଦେଶ୍ୟରେ ତଥ୍ୟ ସଂଗ୍ରହ – ସାଂଖ୍ୟକ ତଥ୍ୟ ସଂଗ୍ରହ କରିବା ପୂର୍ବରୁ କେଉଁ ଉଦ୍ଦେଶ୍ୟରେ ଏହା କରାଯାଉଛି, ତାହା ସ୍ପଷ୍ଟ ଓ ଅବିକଳଭାବରେ ବର୍ଣ୍ଣନା ହେବା ଉଚିତ । ଯଦି ତାହା ନ କରାଯାଏ, ତାହାହେଲେ ସମୟ ଓ ଅର୍ଥର ଅପଚୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି, କାରଣ ଅନେକଗୁଡ଼ିଏ ଅନାବଶ୍ୟକ ତଥ୍ୟ ସଂଗ୍ରହ କରାଯାଇଥାଏ ଓ ଉଦ୍ଦିଷ୍ଟ ତଥ୍ୟ ମିଳିପାରେ ନାହିଁ ।

ମନେକର, ଆମେ ନିମ୍ନ ଆୟବର୍ଗର ଜୀବନଧାରଣ ମୂଲ୍ୟସୂଚୀ ଗଠନ କରିବାକୁ ଚାହିଁଛେ । ଏ କ୍ଷେତ୍ରରେ ମୋଟରକାର, ରଙ୍ଗିନ୍ ଟି.ଭି., ରେଫ୍ରିଜରେଟର ଇତ୍ୟାଦି ବିଳାସ ସାମଗ୍ରୀର ମୂଲ୍ୟ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଅନାବଶ୍ୟକ । ତେଣୁ ପ୍ରଥମରୁ ଅନୁସନ୍ଧାନର ଉଦ୍ଦେଶ୍ୟ ସ୍ପଷ୍ଟଭାବରେ ବର୍ଣ୍ଣନା କରାଯାଇଥାଏ ।

ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ଯେ, ପରିସଂଖ୍ୟାନର ଅର୍ଥ କେବଳ ସାଂଖ୍ୟକ ତଥ୍ୟାବଳୀ ନୁହେଁ । ଯେକୌଣସି ତଥ୍ୟାବଳୀ ପରିସଂଖ୍ୟାନର ପଦବାଚ୍ୟ ହେବାକୁ ହେଲେ ତାହା ସାଂଖ୍ୟକ ହେବା ସଙ୍ଗେ ସଙ୍ଗେ ତା’ଠାରେ ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ରହିଥିବା ଆବଶ୍ୟକ । ତେଣୁ ଯଥାର୍ଥରେ କୁହାଯାଇଛି, All statistics are numerical statement of facts, but all numerical statement of facts are not statistics.

୪। ପରିସଂଖ୍ୟାନ ଶାସ୍ତ୍ରର ଏକ ବଚନରେ ସଂଜ୍ଞା ନିରୂପଣ କର ।
କିମ୍ବା, ପରିସଂଖ୍ୟାନ ଶାସ୍ତ୍ର ଏକ ବିଜ୍ଞାନ – ଆଲୋଚନା କର ।
Answer:
ପରିସଂଖ୍ୟାନ ଶାସ୍ତ୍ରର ସଂଜ୍ଞା ସାଧାରଣତଃ ଦୁଇ ପ୍ରକାରର; ଯଥା— ସାଂଖ୍ୟକ ତଥ୍ୟ (Statistical data) ଏବଂ ପରିସଂଖ୍ୟାନ ପଦ୍ଧତି ଓ କୌଶଳ (statistical method and technique) ପରିସଂଖ୍ୟାନର ପ୍ରଣାଳୀ ଓ ପ୍ରୟୋଗକୁ ବିଚାରକୁ ନେଇ ଯେଉଁ ସଂଜ୍ଞା ନିରୂପଣ କରାଯାଇଛି ତାହା ପରିସଂଖ୍ୟାନ (ଏକ ବଚନରେ) ବୋଲି କୁହାଯାଏ । ଯେଉଁ ପରିସଂଖ୍ୟାନବିତ୍ ଏହି ମର୍ମରେ ପରିସଂଖ୍ୟାନର ସଂଜ୍ଞା ପ୍ରଦାନ କରିଛନ୍ତି ସେମାନଙ୍କ ମଧ୍ୟରୁ କେତେଜଣଙ୍କର ସଂଜ୍ଞା ନିମ୍ନରେ ଉଲ୍ଲେଖ କରାଯାଇଛି ।

ବୁକିଂଟନ୍‌ଙ୍କ ମତରେ, “Statistics is the science of estimates and probabilities.” କ୍ରକସ୍‌ଟନ୍‌ ଓ କାଓତଡନ୍‌ଙ୍କ ମତରେ, “Statistics may be defined as a science of collection, presentation, analysis and interpretation of numerical data.”

ସେଲିଗ୍‌ମାନ୍‌ଙ୍କ ମତରେ, “Statistics is the science which deals with the method of collection, classification and tabulation of numerical facts as a basis for explanation, description and comparison of phenomenon.
ଉପରୋକ୍ତ ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ଜଣାପଡ଼ୁଛି ଯେ, ସାଂଖ୍ୟକ ତଥ୍ୟାବଳୀ ସଂଗ୍ରହ, ଏହାର ଉପସ୍ଥାପନ, ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନହିଁ ‘ପରିସଂଖ୍ୟାନ’ ।

(1) ସାଂଖ୍ୟକ ତଥ୍ୟାବଳୀ ସଂଗ୍ରହ – ପରିସଂଖ୍ୟାନ ଶାସ୍ତ୍ରର ଅଧ୍ୟୟନ ଓ ଅନୁଶୀଳନପାଇଁ ସାଂଖ୍ୟକ ତଥ୍ୟ ସଂଗ୍ରହହିଁ ପ୍ରଥମ ପାହାଚ । ତେଣୁ ତଥ୍ୟ ସଂଗ୍ରହ ଯେକୌଣସି ପ୍ରକାରରେ କରିଦେଲେ ତାହା ପରିସଂଖ୍ୟାନ ନୁହେଁ । ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ବିଧବଦ୍ଧ ପଦ୍ଧତି ବା କୌଶଳ ଅବଲମ୍ବନ କରିବାକୁ ହୁଏ । ଏହି ପଦ୍ଧତି ବା କୌଶଳ ମଧ୍ଯ ବିଜ୍ଞାନସମ୍ମତ ହୋଇଥାଏ ।

(2) ତଥ୍ୟ ସଂଗଠନ – ଏହା ପରିସଂଖ୍ୟାନ ବିଷୟବସ୍ତୁର ଦ୍ଵିତୀୟ ପାହାଚ । ତଥ୍ୟ ସଂଗ୍ରହ ବହୁତ ବଡ଼ ଆକାରରେ ହୋଇଥାଏ ଓ ଏଥ‌ିରେ ବହୁତ ଭୁଲ୍‌ଭଟ୍‌କା ଥିବା ସହିତ ଅନେକ ଅନାବଶ୍ୟକ ତଥ୍ୟ ସଂଗୃହୀତ ହୋଇଥାଏ । ତେଣୁ ଅଶୋଧ ତଥ୍ୟରୁ ଏକ ନିର୍ଦ୍ଦିଷ୍ଟ ବିଷୟରେ ଧାରଣା ଆଣିହୁଏ ନାହିଁ । ଏଣୁ ସଂଗୃହୀତ ତଥ୍ୟକୁ ବୈଜ୍ଞାନିକ ପ୍ରଣାଳୀରେ ସଜାଯାଏ । ସାଧାରଣତଃ ସଂଭାଗୀକରଣ ଓ ସାରଣୀ ମାଧ୍ୟମରେ ସଂଗୃହୀତ ତଥ୍ୟଗୁଡ଼ିକୁ ସଂଗଠିତ କରାଯାଏ । ଏହାଦ୍ୱାରା ଭୁଲ୍ ତଥ୍ୟ, ଅନାବଶ୍ୟକ ତଥ୍ୟ ଇତ୍ୟାଦି ବାହାର ହୋଇଯା’ନ୍ତି । ତେଣୁ ତଥ୍ୟକୁ ବ୍ୟାଖ୍ୟା ବା ବିଶ୍ଳେଷଣ କରିବା ସହଜ ହୁଏ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

(3) ତଥ୍ୟ ଉପସ୍ଥାପନା – ତଥ୍ୟଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟଭାବରେ ସଜାଇବା ପରେ ସେଗୁଡ଼ିକୁ ବ୍ୟବସ୍ଥାସିଦ୍ଧ ଓ ବୈଜ୍ଞାନିକ ପ୍ରଣାଳୀରେ ଉପସ୍ଥାପନା କରାଯାଏ । ଏହାଦ୍ଵାରା ତଥ୍ୟଗୁଡ଼ିକ ପାଠକ ମନରେ ବହୁଦିନ ରହିଯାଏ ଏବଂ ତୁଳନାତ୍ମକ ପଠନପାଇଁ ଏହା ସାହାଯ୍ୟ କରେ । ତଥ୍ୟଗୁଡ଼ିକୁ ବିଜ୍ଞାନସମ୍ମତ ସାରଣୀ, ଗ୍ରାଫ୍, ରେଖାଚିତ୍ର, ଚିତ୍ରଲେଖ ଇତ୍ୟାଦି ମାଧ୍ୟମରେ ଉପସ୍ଥାପନା କରାଯାଇଥାଏ । ଏହି ଉପସ୍ଥାପନା ଶୈଳୀକୁ ପରିସଂଖ୍ୟାନ କୁହାଯାଏ ।

(4) ତଥ୍ୟ ବିଶ୍ଳେଷଣ – ପରିସଂଖ୍ୟାନ ଶାସ୍ତ୍ରର ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ତଥ୍ୟ ବିଶ୍ଳେଷଣ । ଏହାକୁ ବିଶ୍ଳେଷଣ କରିବାପାଇଁ କେତେଗୁଡ଼ିଏ ବୈଜ୍ଞାନିକ ପ୍ରଣାଳୀ ଅବଲମ୍ବନ କରାଯାଇଥାଏ । ବିଶ୍ଳେଷଣରେ ଦୁଇଟି ପଦ୍ଧତି ଅନୁସରଣ କରାଯାଇଥାଏ ; ଯଥା –
(i) ବର୍ଣ୍ଣନାତ୍ମକ ସାଂଖ୍ୟକୀ (descriptive statistics) ଓ
(ii) ଅନୁମାନସିଦ୍ଧ ସାଂଖ୍ୟକୀ (inferential statiscs) ।
ସଂଭାଗୀକରଣ, ସାରଣୀ, ରେଖାଚିତ୍ର କେନ୍ଦ୍ରୀୟ ମୂଲ୍ୟ, ବିଚ୍ଛୁରଣ, କକୁଦତା, ସହସମ୍ବନ୍ଧ, ସମାଶ୍ରୟୀ ଇତ୍ୟାଦି

(5) ତଥ୍ୟ ନିର୍ବାଚନ (ବ୍ୟାଖ୍ୟା) – ପରିସଂଖ୍ୟାନ ଶାସ୍ତ୍ର ଅଧ୍ୟୟନର ଏହା ଶେଷ ଅଧ୍ୟାୟ । ତଥ୍ୟ ବ୍ୟାଖ୍ୟା ଏକ ଗୁରୁତ୍ଵପୂର୍ଣ
କରିବାକୁ ତଥ୍ୟ ନିର୍ବାଚନ କୁହାଯାଏ । ଅନ୍ୟ ଭାଷାରେ କହିଲେ, ସାଂଖ୍ୟକ ତଥ୍ୟାବଳୀକୁ ବିଶ୍ଳେଷଣ କରି ଯେଉଁ ସିଦ୍ଧାନ୍ତ ମିଳେ, ତାହାକୁ ଉକ୍ତି ବା ବକ୍ତବ୍ୟରେ ପ୍ରକାଶ କରିବା ତଥ୍ୟ ନିର୍ବାଚନ ଅଟେ । ଏହି କାର୍ଯ୍ୟ ସମସ୍ତେ କରିପାରନ୍ତି ନାହିଁ । ଅଭିଜ୍ଞ ଓ ସଚେତନଶୀଳ ପରିସଂଖ୍ୟାନବିତ୍‌ ତଥ୍ୟ ନିର୍ବାଚନ କାର୍ଯ୍ୟ କରିଥା’ନ୍ତି ।
ଅତଏବ ଉପରୋକ୍ତ ପର୍ଯ୍ୟାୟମାନ ଦେଇ ଅଗ୍ରସର ହୋଇ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ପ୍ରକ୍ରିୟାହିଁ ‘ପରିସଂଖ୍ୟାନ’ ।

୫। ପରିସଂଖ୍ୟାନର ପରିସର ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ଆଲୋଚନା କର ।
Answer:
ପରିସଂଖ୍ୟାନର ପରିସର ଏତେ ବ୍ୟାପକ ଯେ ଏହାର ସଂଜ୍ଞା ନିରୂପଣ କରିବା କଷ୍ଟକର। ପରିସଂଖ୍ୟାନର ପରିସର ତିନୋଟି ମୁଖ୍ୟ ଭିଭିରେ ଅଧ୍ୟୟନ କରାଯାଇପାରେ –

  1. ପରିସଂଖ୍ୟାନର ପ୍ରକୃତି,
  2. ପରିସଂଖ୍ୟାନର ବିଷୟବସ୍ତୁ,
  3. ଅନ୍ୟାନ୍ୟ ବିଜ୍ଞାନ ସହିତ ପରିସଂଖ୍ୟାନର ସଂପର୍କ ।

1. ପରିସଂଖ୍ୟାନର ପ୍ରକୃତି – ପରିସଂଖ୍ୟାନ, ବିଜ୍ଞାନ କିମ୍ବା କଳା। ବ୍ୟବସ୍ଥାସିଦ୍ଧ ଜ୍ଞାନକୁ ବିଜ୍ଞାନ କୁହାଯାଏ। ଏହା କୌଣସି ଘଟଣାର କାରଣ ଓ ପ୍ରଭାବର ସମ୍ବନ୍ଧକୁ ଅଧ୍ୟୟନ କରେ ଓ ଏହା ବୈଜ୍ଞାନିକ ନିୟମ ଆକାରରେ ସାଧାରଣୀକରଣ କରିବା ପାଇଁ ଚେଷ୍ଟା କରିଥାଏ। ଅନ୍ୟ ପକ୍ଷରେ, କଳା କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ପାଇଁ ତଥ୍ୟ ଗୁଡ଼ିକୁ ପରିଚାଳନା କରିବାର ଦକ୍ଷତାକୁ ବୁଝାଏ। ଅର୍ଥାତ୍ କଳା ବିଜ୍ଞାନ ସମ୍ବନ୍ଧୀୟ ଜ୍ଞାନର ଉପଯୋଗିତାକୁ ବୁଝାଏ।

ପରିସଂଖ୍ୟାନ ବୈଜ୍ଞାନିକ ଅଧ୍ୟୟନରେ ବ୍ୟବହୃତ ହୁଏ । ଶୁଦ୍ଧ ବିଜ୍ଞାନ ଭଳି ସାଂଖ୍ୟକ ଘଟଣା ଗୋଟିଏ କାରଣ ଦ୍ଵାରା ପ୍ରଭାବିତ ହୁଏ ନାହିଁ, ବରଂ ସାଂଖ୍ୟକ ଘଟଣା ସାଧାରଣତଃ ବହୁବିଧ କାରଣ ଯୋଗୁଁ ପ୍ରଭାବିତ ହୋଇଥାଏ ଓ ସେହି କାରଣଗୁଡ଼ିକର ସଠିକ୍ ପରିମାପ କରାଯାଇପାରେ ନାହିଁ । ସେଥ୍‌ପାଇଁ ସାଂଖ୍ୟକ ସିଦ୍ଧାନ୍ତ ଗୁଡ଼ିକ ଅନିଶ୍ଚିତ, ଭ୍ରମାତ୍ମକ, ଅନିର୍ଦ୍ଦିଷ୍ଟ ହୋଇଥାଏ। ତେଣୁ ପରିସଂଖ୍ୟାନକୁ ବିଜ୍ଞାନ ରୂପେ ଅଭିହିତ ନ କରି ବୈଜ୍ଞାନିକ ପ୍ରଣାଳୀ ରୂପେ ବିବେଚନା କରିବା ଉଚିତ୍ ।

ସେହିପରି ପରିସଂଖ୍ୟାନକୁ କଳା ରୂପେ ଅଭିହିତ କରାଯାଇପାରେ । କାରଣ ପରିସଂଖ୍ୟାନରେ ତଥ୍ୟ ସଂଗ୍ରହ ଓ ସିଦ୍ଧାନ୍ତ ପାଇବା ପାଇଁ ନିର୍ଦ୍ଦିଷ୍ଟ ପଦ୍ଧତିର ଉପଯୋଗ କରାଯାଏ ଏବଂ ଶେଷରେ ଉପଯୁକ୍ତ କ୍ଷେତ୍ରରେ ବ୍ୟବହାର କରାଯାଏ। ତେଣୁ ପରିସଂଖ୍ୟାନକୁ ଆଂଶିକ ଭାବରେ ବିଜ୍ଞାନ ଓ କଳା ରୂପେ ବିବେଚନା କରାଯାଏ।

2. ପରିସଂଖ୍ୟାନକୁ ଦୁଇଟି ଭାଗରେ ବିଭାଗୀକରଣ କରାଯାଏ; ଯଥା— ସାଂଖ୍ୟକ ପଦ୍ଧତି ଓ ପ୍ରୟୋଗାତ୍ମକ ପରିସଂଖ୍ୟାନ । ବିଭିନ୍ନ ସଂଜ୍ଞା, ନିୟମ, ପ୍ରଣାଳୀ ଓ ଗାଣିତିକ ପଦ୍ଧତିଗୁଡ଼ିକର ତଥ୍ୟ ସଂଗ୍ରହ, ସଂଗଠନ, ଉପସ୍ଥାପନ, ବିଶ୍ଳେଷଣ ଓ ବ୍ୟାଖ୍ୟାନ କ୍ଷେତ୍ରରେ ଉପଯୋଗକୁ ବୁଝଉଥ‌ିବା ବିଷୟର ତାତ୍ତ୍ଵିକ ପରିପ୍ରକାଶ ସହିତ ସାଂଖ୍ୟକ ପଦ୍ଧତି ସଂଶ୍ଳିଷ୍ଟ ହୋଇଥାଏ। ଅନ୍ୟ ପକ୍ଷରେ ଭୌତିକ, ଜୈବ ବିଜ୍ଞାନ ଓ ସମାଜ ବିଜ୍ଞାନ ଭଳି ବିଭିନ୍ନ ବିଭାଗ ଗୁଡ଼ିକରେ ସାଂଖ୍ୟକ ପଦ୍ଧତିର ଉପଯୋଗକୁ ପ୍ରୟୋଗାତ୍ମକ ପରିସଂଖ୍ୟାନ ବୁଝାଇଥାଏ।

ପ୍ରୟୋଗାତ୍ମକ ପରିସଂଖ୍ୟାନ ପୁନଶ୍ଚ ଦୁଇଟି ବିଭାଗରେ ବିଭକ୍ତ କରାଯାଇପାରେ; ଯଥା – ବର୍ଣ୍ଣନାତ୍ମକ ପରିସଂଖ୍ୟାନ ଓ ବୈଜ୍ଞାନିକ ପରିସଂଖ୍ୟାନ । ବର୍ଣନାତ୍ମକ ପରିସଂଖ୍ୟାନ ସାଂଖ୍ୟକ ତଥ୍ୟ ଗୁଡ଼ିକର ଏକ ସ୍ଵଚ୍ଛ, ସଂକ୍ଷିପ୍ତ, ଦରକାରୀ ଓ ତଥ୍ୟଭିତ୍ତିକ ଚିତ୍ର ପ୍ରଦାନ କରିଥାଏ। ଅନ୍ୟ ପକ୍ଷରେ ବୈଜ୍ଞାନିକ ପରିସଂଖ୍ୟାନ ଆରୋହମାନ ପଦ୍ଧତି ସହିତ ସଂଶ୍ଳିଷ୍ଟ ଓ ଏହା ଅଟକଳ, ନିଷ୍ପଭି ଓ ପୁର୍ବାନୁମାନ କରିବାରେ ସାହାଯ୍ୟ କରେ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

3. ପରିସଂଖ୍ୟାନର ଅନ୍ୟାନ୍ୟ ବିଜ୍ଞାନ ସହିତ ସଂପର୍କ – ପରିସଂଖ୍ୟାନର ପରିସର ଏତେ ବ୍ୟାପକଓ ପ୍ରସାରିତ ଯେ ଏହା ସମସ୍ତ ବିଭାଗ ସହିତ ସଂଶ୍ଳିଷ୍ଟ କରାଯାଇପାରେ।
(କ) ପରିସଂଖ୍ୟାନ ଓ ଅର୍ଥଶାସ୍ତ୍ର – ଯଦିଓ ଅତୀତରେ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ବ୍ୟବହାର ସୀମିତ ଥିଲା, ଆଧୁନିକ କାଳରେ ସମ୍ଭାବ୍ୟତା, ପ୍ରତିଚୟନ, ସହସମ୍ବନ୍ଧ, ସୂଚକାଙ୍କ, ସମାଶ୍ରୟଣ ଇତ୍ୟାଦି ଭଳି ସାଂଖ୍ୟଙ୍କ ପଦ୍ଧତିର ଉଦ୍ଭାବନ ଓ ସାଂଖ୍ୟକ ଉପକରଣର ବିସ୍ତୃତ ଅର୍ଥଶାସ୍ତ୍ରରେ ପରିସଂଖ୍ୟାନର ଭୂମିକା ବହୁଳ ଭାବରେ ବୃଦ୍ଧି କରିଛି ।

(ଖ) ପରିସଂଖ୍ୟାନ ଓ ରାଷ୍ଟ୍ର – ପୁରାତନ କାଳରେ ରାଜା ଓ ମନ୍ତ୍ରୀଗଣ ଉପଯୁକ୍ତ ସାମରିକ ଓ ରାଜକୋଷୀୟ ନୀତି ପ୍ରଣୟନ କରିବା ପାଇଁ ପରିସଂଖ୍ୟାନ ଉପରେ ବହୁଳ ଭାବରେ ନିର୍ଭର କରୁଥିଲେ। ସଂପ୍ରତି ରାଷ୍ଟ୍ରର ବର୍ଦ୍ଧିଷ୍ଣୁ କାର୍ଯ୍ୟାବଳୀ ହେତୁ ପରିସଂଖ୍ୟାନ ରାଷ୍ଟ୍ରର ବିଭିନ୍ନ ଅନୁଷ୍ଠାନ ଓ ଗବେଷଣାରତ ଛାତ୍ରମାନଙ୍କୁ ବହୁଳ ଭାବରେ ସାହାଯ୍ୟ କରୁଛି । ରାଷ୍ଟ୍ର ତା’ର ପ୍ରଶାସନର ସୁପରିଚାଳନା ପାଇଁ ସାଂଖ୍ୟକ ତଥ୍ୟର ପ୍ରମୁଖ ସଂଗ୍ରହକାରୀ ଏବଂ ବ୍ୟବହାରକାରୀ, ସୁତରାଂ ପରିସଂଖ୍ୟାନ ଓ ରାଷ୍ଟ୍ର ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡ଼ିତ।

(ଗ) ପରିସଂଖ୍ୟାନ ଓ ବ୍ୟବସାୟ ପରିସଂଖ୍ୟାନ ବ୍ୟବସାୟ ଉଦ୍ୟୋଗ ଗୁଡ଼ିକ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି। ବର୍ଦ୍ଧିଷ୍ଣୁ ପ୍ରତିଦ୍ଵନ୍ଦ୍ରିତା ପରିସ୍ଥିତିରେ ବ୍ୟବସାୟ ଉଦ୍ୟୋଗଗୁଡ଼ିକର ସମସ୍ୟା ଜଟିଳରୁ ଜଟିଳତର ହେଉଛି ଓ ଅଧିକାଂଶ ଉତ୍ପାଦନ ଆଜିକାଲି ଦ୍ରବ୍ୟର ଚାହିଦା ପ୍ରତ୍ୟାଶାରେ କରାଯାଉଛି। ବଜାର ଅଧ୍ୟୟନ ସଠିକ୍ ଓ ସତର୍କତା ସହିତ କରା ନ ଗଲେ ପ୍ରତିଷ୍ଠାନଟିର ତିଷ୍ଠିବା କଷ୍ଟସାଧ୍ୟ ହୋଇ ପଡ଼ିବ। ତେଣୁ ବ୍ୟବସାୟୀଗଣ ପ୍ରତିଦ୍ଵନ୍ଦୀ ବଜାରରେ ତିଷ୍ଠିବା ଓ ଉନ୍ନୟନ ପାଇଁ ବିଭିନ୍ନ ପ୍ରକାରର ସାଂଖ୍ୟକ ଉପକରଣ ଉପରେ ନିର୍ଭର କରିଥା’ନ୍ତି।

(ଘ) ପରିସଂଖ୍ୟାନ ଓ ଭୌତିକ ବିଜ୍ଞାନ – ଜ୍ୟୋତିଷ ଶାସ୍ତ୍ର, ନୃତତ୍ତ୍ଵ, ରସାୟନ ଶାସ୍ତ୍ର, ପଦାର୍ଥ ବିଜ୍ଞାନ ଯାନ୍ତ୍ରିକ ବିଜ୍ଞାନ ଇତ୍ୟାଦି ଭଳି ଭୌତିକ ବିଜ୍ଞାନରେ ସାଂଖ୍ୟକ ପଦ୍ଧତି ପ୍ରଥମେ ପ୍ରୟୋଗ କରାଯାଇଥିଲା। ସଂପ୍ରତି ବିଜ୍ଞାନରେ ପରିସଂଖ୍ୟାନର ବର୍ଦ୍ଧିଷ୍ଣୁ ବ୍ୟବହାର କରାଯାଉଛି।

(ଙ) ପରିସଂଖ୍ୟାନ ଓ ପ୍ରାକୃତିକ ବିଜ୍ଞାନ – ଜୀବ ବିଜ୍ଞାନ, ଔଷଧ ଇତ୍ୟାଦି ଭଳି ସମସ୍ତ ପ୍ରାକୃତିକ ବିଜ୍ଞାନର ଅଧ୍ୟୟନରେ ପରିସଂଖ୍ୟାନ ଖୁବ୍ ଦରକାରୀ ବୋଲି ପ୍ରମାଣିତ ହୋଇଛି। ଡାକ୍ତରଙ୍କ ଦ୍ଵାରା ସଠିକ୍ ରୋଗକୁ ଚିହ୍ନଟ କରିବା, କୌଣସି ନିର୍ଦ୍ଦିଷ୍ଟ
ସଂଗଠନ, ଉପସ୍ଥାପନା, ବିଶ୍ଳେଷଣ ଓ ବ୍ୟାଖ୍ୟାନ ଭଳି ଭୂମିକା ନିଭାଇଥାଆନ୍ତି ।

କାର୍ଯ୍ୟାବଳୀ :
(i) ନିର୍ଦ୍ଦିଷ୍ଟତା – ପରିସଂଖ୍ୟାନ ତଥ୍ୟାବଳୀଗୁଡ଼ିକୁ ନିର୍ଦ୍ଦିଷ୍ଟ ଆକାରରେ ଉପସ୍ଥାପନା କରେ । ସାଧାରଣ ଅଭିବ୍ୟକ୍ତ ଗୁଡ଼ିକୁ ସଂକ୍ଷେପରେ ଓ ନିର୍ଦ୍ଦିଷ୍ଟ ଆକାରରେ ଉପସ୍ଥାପନା କରିବା ହିଁ ପରିସଂଖ୍ୟାନର ପ୍ରଥମ ଓ ପ୍ରଧାନ କାର୍ଯ୍ୟ। ସୁତରାଂ ତଥ୍ୟାବଳୀ ବୋଧଗମ୍ୟ ହେବାରେ ପରିସଂଖ୍ୟାନ ସାହାଯ୍ୟ କରେ।

(ii) ସରଳୀକରଣ – ପରିସଂଖ୍ୟାନ ଜଟିଳ ତଥ୍ୟାବଳୀଗୁଡ଼ିକୁ ସରଳ ଓ ବୋଧଗମ୍ୟ କରେ। ଏଣୁ ତଥ୍ୟାବଳୀର ସରଳୀକରଣ ପରିସଂଖ୍ୟାନର ଅନ୍ୟ ଏକ ପ୍ରଧାନ କାର୍ଯ୍ୟ। ଯାହାଦ୍ଵାରା ଏହା ତତ୍ୟାବଳୀକୁ ବୋଧଗମ୍ୟ କରିବାରେ ସାହାଯ୍ୟ କରେ ।

(iii) ତୁଳନା – ପରିସଂଖ୍ୟାନ ତୁଳନା କରିବାରେ ସହାୟତା କରେ। ତଥ୍ୟାବଳୀଗୁଡ଼ିକୁ ତୁଳନା କରା ନ ଯାଇ ପାରିଲେ, ଏଗୁଡ଼ିକ ଅର୍ଥଶୂନ୍ୟ ହୋଇଯାଏ। ପରିସଂଖ୍ୟାନ ବିଭିନ୍ନ ପରିମାପ, ଯଥା— ହାରାହାରି, ବିଚ୍ଛୁରଣ, ଅନୁପାତ, ସହଗ ଇତ୍ୟାଦି ପ୍ରଣାଳୀ ବ୍ୟବହାର କରି ତଥ୍ୟାବଳୀ ଗୁଡ଼ିକୁ ତୁଳନା କରିଥାଏ। ଫଳରେ, ଏହା ତଥ୍ୟାବଳୀର ମହତ୍ଵକୁ ବୃଦ୍ଧି କରିବାରେ ସକ୍ଷମ ହୋଇଥାଏ।

(iv) ଉପକଳ୍ପନାର ପ୍ରସ୍ତୁତି ଓ ପରୀକ୍ଷଣ – ନୂତନ ତତ୍ତ୍ବ ପାଇବା ପାଇଁ ପରିସଂଖ୍ୟାନ ଉପକଳ୍ପନାର ପ୍ରସ୍ତୁତି ଓ ପରୀକ୍ଷଣରେ ସହାୟତା କରେ। ଉଦାହରଣ ସ୍ଵରୂପ, ଭାରତର ଦ୍ରୁତ ଜନସଂଖ୍ୟା ବୃଦ୍ଧିର ନିୟନ୍ତ୍ରଣ ପାଇଁ ପରିବାର ମଙ୍ଗଳ କାର୍ଯ୍ୟକ୍ରମ ଫଳପ୍ରସୂ ଭଳି ଉପକଳ୍ପନାର ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣ ବ୍ୟବହାର କରି ସତ୍ୟତା ନିର୍ଣ୍ଣୟ କରାଯାଏ।

(v) ପ୍ରାଗୁଭି – ପରିସଂଖ୍ୟାନ ଭବିଷ୍ୟତ କଥନରେ ସହାୟତା କରେ । ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଗୁଡ଼ିକ କୌଣସି କ୍ଷେତ୍ରରେ ଭବିଷ୍ୟତ ପନ୍ଥା ନିର୍ଦ୍ଧାରଣ ପାଇଁ ପ୍ରାଗୁକ୍ତି କରିବାରେ ସାହାଯ୍ୟ କରେ। କାରଣ ଏହା ଉପଯୁକ୍ତ ନୀତି ଓ ଯୋଜନା ପ୍ରଣୟନ କରିବାରେ ସହାୟତା କରେ। ଏହି ପରିସଂଖ୍ୟାନ ସମ୍ବନ୍ଧୀୟ ପଦ୍ଧତି ଭିତ୍ତିରେ ଯୋଜନା ପ୍ରଣୟନକାରୀ ଉତ୍ପାଦନ, ନିବେଶ, ଇତ୍ୟାଦିର ଭବିଷ୍ୟତ ଆକଳନ ପ୍ରସ୍ତୁତ କରେ।

(vi) ଅନିଶ୍ଚିତତାର ପରିମାପ – ପରିସଂଖ୍ୟାନ ଅନିଶ୍ଚିତତା ମାପ କରେ । ପରିସଂଖ୍ୟାନ ସମ୍ବନ୍ଧୀୟ ଉପକରଣ ମାଧ୍ୟମରେ ଅନିଶ୍ଚିତତା ପରିପ୍ରେକ୍ଷୀରେ ନିଷ୍ପତ୍ତି ନିଆଯାଏ ଓ କେତେକ ଘଟଣାବଳୀର ଅଧ୍ୟୟନ କରାଯାଏ ଏବଂ ସେଗୁଡ଼ିକର ବିଭିନ୍ନ ନୀତି ଉପରେ ପ୍ରଭାବ ଅଧ୍ୟୟନ କରାଯାଏ। ଫଳରେ ସଂଗୃହୀତ ଓ ବିଶ୍ଳେଷଣ କରାଯାଇଥିବା ତଥ୍ୟାବଳୀ ଭିତ୍ତିରେ ସଠିକ୍ ଉପସଂହାର ମିଳିପାରିଥାଏ ।

CHSE Odisha Class 11 Economics Solutions Chapter 14 ପରିସଂଖ୍ୟାନ

୬। ପରିସଂଖ୍ୟାନର ସୀମାବଦ୍ଧତା ଗୁଡ଼ିକୁ ଆଲୋଚନା କର ।
Answer:
ଯେପରି ପ୍ରତ୍ୟେକ ବିଷୟରେ କିଛି ତ୍ରୁଟି ରହିଥାଏ, ସେହିପରି ପରିସଂଖ୍ୟାନର କିଛି ତ୍ରୁଟି ରହିଛି । ପରିସଂଖ୍ୟାନର ବିଭିନ୍ନ ଉପକାର ସତ୍ତ୍ବେ, ଏଥରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଥାଏ ଏବଂ ସେହି ତ୍ରୁଟି ଗୁଡ଼ିକ ପରିସଂଖ୍ୟାନର ସୀମାବଦ୍ଧତା ।

(i) ପରିସଂଖ୍ୟାନ କୌଣସି ବ୍ୟକ୍ତିଗତ ପରିମାପ ସହିତ ଜଡ଼ିତ ହୋଇ ନ ଥାଏ। ପରିସଂଖ୍ୟାନ କୌଣସି ବ୍ୟକ୍ତି ଗତ ବସ୍ତୁକ ଅଧ୍ୟୟନ କରେ ନାହିଁ। ଏହା କେବଳ ସମଷ୍ଟିଗତ ତଥ୍ୟକୁ ଆଲୋଚନା କରେ। ତେଣୁ କୌଣସି ବ୍ୟକ୍ତି ବିଶେଷଙ୍କ ସଂପର୍କରେ ତଥ୍ୟ ଅନ୍ୟ ବ୍ୟକ୍ତିମାନଙ୍କ ସହିତ ସଂପର୍କ ନ ଥିଲେ, ପରିସଂଖ୍ୟାନରେ କୌଣସି ଅର୍ଥ ନାହିଁ।

(ii) ପରିସଂଖ୍ୟାନ ଗୁଣାତ୍ମକ ଘଟଣାଗୁଡ଼ିକୁ ଅଧ୍ୟୟନ କରେ ନାହିଁ, ପରିସଂଖ୍ୟାନ କେବଳ ସାଂଖ୍ୟକ ଘଟଣା ଗୁଡ଼ିକୁ ଅଧ୍ୟୟନ କରେ । ଯେଉଁ ଘଟଣାଗୁଡ଼ିକର ପରିମାଣାତ୍ମକ ପରିପ୍ରକାଶ ହୋଇପାରୁ ନ ଥୁବ ସାଂଖ୍ୟକ ପଦ୍ଧତି ସେଗୁଡ଼ିକ କ୍ଷେତ୍ରରେ ପ୍ରଯୁକ୍ତ ହୁଏ ନାହିଁ । ଉଦାହରଣ ସ୍ଵରୂପ ସାଧୁତା, ପାରଦର୍ଶିତା, ବୁଦ୍ଧିମତା ଇତ୍ୟାଦି ଯାହା ସଂଖ୍ୟା ଆକାରରେ ପ୍ରକାଶ କରାଯାଇପାରେ ନାହିଁ, ସାଂଖ୍ୟକ ପଦ୍ଧତି ଦ୍ଵାରା ପ୍ରତ୍ୟକ୍ଷ ଭାବରେ ଅଧ୍ୟୟନ କରାଯାଇ ପାରେ ନାହିଁ ।

(iii) ପରିସଂଖ୍ୟାନ ସମ୍ବନ୍ଧୀୟ ନିୟମ କେବଳ ହାରାହାରି ଭିଭିରେ ସତ୍ୟ – ପରିସଂଖ୍ୟାନ ସବୁ ଘଟଣା ସହିତ ସଂପୃକ୍ତ ଯେଉଁ ଗୁଡ଼ିକ ବହୁବିଧ କାରଣ ଦ୍ଵାରା ପ୍ରଭାବିତ ହୋଇଥାଏ ଓ ବୈଜ୍ଞାନିକ ପଦ୍ଧତି ଭଳି ସବୁ କାରଣରୁ ଗୋଟିଏ କାରଣର ପ୍ରଭାବକୁ ଅଧ୍ୟୟନ କରିବା ସାଂଖ୍ୟକ ପଦ୍ଧତିରେ ସମ୍ଭବ ନାହିଁ । ଫଳରେ ସବୁ ସମୟରେ ସମାନ ପରିସ୍ଥିତିରେ ଏକା ପ୍ରକାରର ଉପସଂହାର ମିଳି ନ ଥାଏ।

(iv) ପରିସଂଖ୍ୟାନ ସଂପୂର୍ଣ୍ଣ ବିଷୟକୁ ପରିପ୍ରକାଶ କରେ ନାହିଁ – କୌଣସି ସମସ୍ୟାକୁ ଅଧ୍ୟୟନ କରିବା ପାଇଁ ପରିସଂଖ୍ୟାନ ହେଉଛି ଗୋଟିଏ ପଦ୍ଧତି । ଯେହେତୁ ବିଭିନ୍ନ ସମସ୍ୟାଗୁଡ଼ିକ ସଂସ୍କୃତି, ଧର୍ମ ଓ ଦର୍ଶନ ଭଳି ବିଭିନ୍ନ ଉପାଦାନ ଦ୍ଵାରା ପ୍ରଭାବିତ ହୋଇଥଶଏ ଯେଉଁ ଗୁଡ଼ିକର ସାଂଖ୍ୟକ ବିଶେଷଣ ହୋଇପାରେ ନାହିଁ । ତେଣୁ ପରିସଂଖ୍ୟାନ ସମ୍ବନ୍ଧୀୟ ଉପସଂହାର ଗୁଡ଼ିକ ଅନ୍ୟାନ୍ୟ ପଦ୍ଧତି ସହିତ ସଂଯୋଗ ହେବା ଉଚିତ୍ ।

(v) ପରିସଂଖ୍ୟାନର ଅପପ୍ରୟୋଗ ହେବାର ସମ୍ଭାବନା ଥାଏ ଯଦି ସାଂଖ୍ୟକ ପଦ୍ଧତି ଅନଭିଜ୍ଞ ବ୍ୟକ୍ତିଙ୍କଦ୍ବାରା ବ୍ୟବହୃତ ହୁଏ, ଏହା ନିଶ୍ଚିତ ଭାବରେ ଭ୍ରମାତ୍ମକ ଉପସଂହାରରେ ପହଞ୍ଚାଇବ। ପୁନଶ୍ଚ ଯଦି ସାଂଖ୍ୟକ ଉପସଂହାର ଅସଂପୂର୍ଣ୍ଣ ତଥ୍ୟ କିମ୍ବା ଅନୁପଯୁକ୍ତ କେନ୍ଦ୍ରୀୟ ପ୍ରବୃତ୍ତିର ପରିମାପ ଭିଭିରେ ମିଳିଥାଏ, ତେବେ ଆମେ ଭ୍ରମାତ୍ମକ ଉପସଂହାରରେ ପହଞ୍ଚିଥାଉ। ସୁତରାଂ ପରିସଂଖ୍ୟାନ ଅପପ୍ରୟୋଗ ହେବାର ସମ୍ଭାବନା ଥାଏ।

(vi) ପରିସଂଖ୍ୟାନ କାରଣ ପ୍ରଭାବ ସମ୍ପର୍କ ଅଧ୍ୟୟନ କରେ ନାହିଁ – ଉପାଦାନମାନଙ୍କ ମଧ୍ୟରେ ଥା କାରଣ– ପ୍ରଭାବ ସମ୍ପର୍କକୁ ପରିସଂଖ୍ୟାନ ଅଧ୍ୟୟନ କରେ ନାହିଁ। ଏହା ଦୁଇ ବା ତତୋଽଧ୍ଵକ ଉପାଦାନ ମଧ୍ୟରେ ଥିବା ସମ୍ପର୍କକୁ ମାପିଥାଏ, କିନ୍ତୁ ସେମାନଙ୍କ ମଧ୍ୟରୁ କେଉଁଟି କାରଣ ଓ କେଉଁଟି ପ୍ରଭାବ ତାହା କହିପାରେ ନାହିଁ ।

(viii) ପରିସଂଖ୍ୟାନର ସଂଶୟ – ପରିସଂଖ୍ୟାନର ବ୍ୟବହାର ଅଭିଜ୍ଞ, ନିରପେକ୍ଷ ଓ ଦାୟିତ୍ଵବାନ୍ ବ୍ୟକ୍ତିମାନଙ୍କ ଦ୍ବାରା ହେବା ଉଚିତ୍। ଠିକ୍ ଭାବରେ ବ୍ୟବହୃତ ହେଲେ ପରିସଂଖ୍ୟାନ ଅତ୍ୟନ୍ତ ଉପଯୋଗୀ ହୁଏ, ଅନ୍ୟଥା ଏହା ଭୁଲ୍ ଫଳାଫଳ ଦେଇଥାଏ। ଡବ୍ଲ୍ୟୁ.ଆଇ.କିଙ୍ଗ୍‌ଙ୍କ ଭାଷାରେ, ପରିସଂଖ୍ୟାନ ମାଟି ସଦୃଶ। ସେଥୁରୁ ଜଣେ ତାଙ୍କର ଇଚ୍ଛାନୁସାରେ ଈଶ୍ବର ବା ରାକ୍ଷସ ତିଆରି କରିପାରିବେ ।
ସଂଶୟର ଅର୍ଥ ହେଉଛି ଅବିଶ୍ଵାସ। ପରିସଂଖ୍ୟାନର ସଂଶୟ କହିଲେ ଲୋକମାନଙ୍କର ପରିସଂଖ୍ୟାନ ପ୍ରତି ଅବିଶ୍ଵାସକୁ ବୁଝାଏ। ପରିସଂଖ୍ୟାନର ଯୁକ୍ତିଯୁକ୍ତ ବିହୀନ ବିଶ୍ଳେଷଣ ଓ ବ୍ୟାଖ୍ୟାନ ଯୋଗୁଁ ଜନସାଧାରଣଙ୍କର ପରିସଂଖ୍ୟାନ ଉପରୁ ବିଶ୍ଵାସ ଧୀରେ ଧୀରେ ହ୍ରାସ ପାଉଛି । ପରିଂଖ୍ୟାନର ସଂଶୟ ଗୁଡ଼ିକ ହେଲା-

  • ମିଛ ତିନିପକ୍ରାରର – ମିଛ, ଡାହାମିଛ ଓ ପରିସଂଖ୍ୟାନ
  • ପରିସଂଖ୍ୟାନଦ୍ଵାରା ଯେକୌଣସି କଥା ପ୍ରମାଣ କରିହେବ।
  • ପରିସଂଖ୍ୟାନ ଗୋଟିଏ ବିଶ୍ଵାସଘାତକ ବିଜ୍ଞାନ ଅଟେ।
  • ସଂଖ୍ୟାଗୁଡ଼ିକ ମିଛ କହନ୍ତି ନାହିଁ; ମିଛୁଆମାନେ ସଂଖ୍ୟାର ଆଶ୍ରୟ ନିଅନ୍ତି।

କିନ୍ତୁ ଏଥ‌ିପାଇଁ ପରିସଂଖ୍ୟାନକୁ ଦୋଷ ଦେବା ଉଚିତ୍ ନୁହେଁ । ପରିସଂଖ୍ୟାନ ଏକ ଯୁକ୍ତିଯୁକ୍ତ ବିଜ୍ଞାନ । କିନ୍ତୁ କେତେକ ମନ୍ଦ ପ୍ରକୃତିର ଲୋକମାନେ ସେମାନଙ୍କର ସ୍ଵାର୍ଥପାଇଁ ପରିସଂଖ୍ୟାନର ଦୁରୁପଯୋଗ କରିଥା’ନ୍ତି। ତେଣୁ ଆମେ ପରିସଂଖ୍ୟାନକୁ ଦୋଷ ନ ଦେଇ ଏଇ ସବୁ ସ୍ଵାର୍ଥପର, ଅନଭିଜ୍ଞ ଓ ମନ୍ଦ ପ୍ରକୃତିର ଲୋକମାନଙ୍କୁ ଦୋଷ ଦେବା ଉଚିତ୍।

CHSE Odisha Class 11 Odia Grammar ସମ୍ବାଦ ଲିଖନ

Odisha State Board CHSE Odisha Class 11 Odia Solutions Grammar ସମ୍ବାଦ ଲିଖନ Exercise Questions and Answers.

CHSE Odisha Class 11 Odia Grammar ସମ୍ବାଦ ଲିଖନ

୨. ସମ୍ବାଦ ଲିଖନ :

‘ସଂପାଦକଙ୍କୁ ପତ୍ର’ ଏକ ସ୍ଵତନ୍ତ୍ର ଲିଖନ କଳା :
ବ୍ୟକ୍ତିଗତ ପତ୍ର, ଆଫିସିକ ପତ୍ର ଓ ବାଣିଜ୍ୟିକ ପତ୍ର ନିର୍ଦ୍ଦିଷ୍ଟ ବ୍ୟକ୍ତି, ପଦବୀଧାରୀ ଓ ସଂସ୍ଥାଠାରୁ ଉଦ୍ଦେଶ୍ୟ ଭିଭିରେ ପ୍ରତିକ୍ରିୟା, ସମୂହ ସ୍ଵାର୍ଥ, ସମୂହ ଉଦ୍ଦେଶ୍ୟ ଓ ସାର୍ବଜନୀନ ଗଣ ସଚେତନତା ନିମନ୍ତେ ଏ ଶ୍ରେଣୀୟ ପତ୍ରର ମହନୀୟ ଭୂମିକା ରହିଛି । ସମ୍ପାଦକଙ୍କୁ ପତ୍ରରେ ସ୍ଥାନୀୟ ସମସ୍ୟା, ଜାତୀୟ ଓ ଆନ୍ତର୍ଜାତୀୟ ସମ୍ବାଦ ବିଷୟରେ ପ୍ରତିକ୍ରିୟା, ପାରମାର୍ଶିକ ତଥ୍ୟ ବିଚାର ପ୍ରଦାନ, ପ୍ରକାଶିତ ସମ୍ବାଦ ବିଷୟରେ ସମର୍ଥନସୂଚକ – ଅଭିଯୋଗସୂଚକ – ନିନ୍ଦା ଓ ପ୍ରଶଂସାମୂଳକ ପତ୍ର ବିନିମୟ ପ୍ରସଙ୍ଗ ଭାବରେ ଉପସ୍ଥାପନ ହୋଇଥାଏ ।

ନିରପେକ୍ଷତା ଓ ସମୂହ ପ୍ରୟୋଜନକୁ ଦେଖ୍ ସମ୍ପାଦକ ପ୍ରକାଶ କରିବା ହେବେ । ତେଣୁ ଏ ଧରଣର ପତ୍ରରେ ବ୍ୟକ୍ତିଗତ ସ୍ପର୍ଶ ଓ ଭାବନାସମୂହ ଭାବନାମୂଳକ ହୋଇ ଲେଖାଯିବା ଉଚିତ । ତେଣୁ ଯେଉଁ ପତ୍ରରେ ବସ୍ତୁନିଷ୍ଠ ତଥ୍ୟ, ସାଂପ୍ରତିକ ସମସ୍ୟା, ସତ୍ୟାଶ୍ରୟୀ ପ୍ରସଙ୍ଗ ଓ ବୌଦ୍ଧିକ ଚିନ୍ତାଧାରା ପ୍ରକାଶ ପାଇଥାଏ, ସେହି ପ୍ରକାରର ପତ୍ରକୁ ଉପଯୁକ୍ତ ସଂପାଦକଙ୍କୁ ପତ୍ର ବା ଓ ଏଥୂ ନିମନ୍ତେ ସେ ସ୍ପଷ୍ଟୀକରଣ ମଧ୍ୟ ଘୋଷଣା କରିଥା’ନ୍ତି । ଏହି ଶ୍ରେଣୀୟ ସମ୍ବାଦ ଲିଖନ କୌଶଳ ବିଷୟରେ ସଂକ୍ଷିପ୍ତରେ ଧାରଣା ଦିଆଗଲା ।

  • ସାମୂହିକ ସମସ୍ୟା, ଦୈବୀ ଦୁର୍ବିପାକ, ମୂଲ୍ୟବୋଧ, ମାନବୀୟ ସମ୍ବେଦନା ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ସମ୍ବାଦ ହେବା ବିଧେୟ ।
  • ସମ୍ବାଦ ଲିଖନ ସମୟରେ ସ୍ପଷ୍ଟ, ସରଳ, ସିଧାସଳଖ ଓ ବୋଧଗମ୍ୟ ଭାଷା ବ୍ୟବହୃତ ହେବା ବାଞ୍ଛନୀୟ ।
  • ବିଷୟବସ୍ତୁ ପୂର୍ଣାଙ୍ଗ ଲେଖାଯିବା ଉଚିତ ।
  • ସମ୍ବାଦ ବାସ୍ତବ, ସଠିକ, ଚିନ୍ତାମୂଳକ ଓ ଯଥାର୍ଥ ହେବା ଉଚିତ ।
  • ସମ୍ବାଦର ବିଷୟବସ୍ତୁ ପୂର୍ଣ୍ଣାଙ୍ଗ ହୋଇଥିବା ବିଧେୟ ।
  • ସମ୍ବାଦ ଲିଖନ କାଳରେ ଶଈର୍ଷକ (ଶିରୋନାମା), ସୂଚନା, ବିବରଣୀ ଓ ସମାପ୍ତି ଉପରେ ଗୁରୁତ୍ବ ଦିଆଯିବା ବିଧେୟ ।

(୧) ଶୀର୍ଷକ (Heading) : ସମ୍ବାଦର ଶୀର୍ଷକ ଚମତ୍କାର ଓ ଆକର୍ଷଣୀୟ ହେବା ଉଚିତ, ଯାହାକି ସମଗ୍ର ଘଟଣାର ସଂକ୍ଷିପ୍ତ ସାରକୁ ପ୍ରତିଫଳିତ କରିପାରୁଥବ ।
(୨) ସୂଚନା : ଏହା ଶିରୋନାମା ତଳେ ସାମାନ୍ୟ ମୋଟା ଓ ଛୋଟ ଅକ୍ଷରରେ ଲେଖାଯାଇଥାଏ, ଯାହାକି ମୂଳ ଘଟଣାର ପରିଚୟ ପ୍ରଦାନ କରେ । ଏହା ସଂକ୍ଷିପ୍ତ ତଥା ଆକର୍ଷଣୀୟ ହେବା ଉଚିତ । ଏହା ଲେଖିଲାବେଳେ ସାମ୍ବାଦିକ କିଏ (Who), କ’ଣ (What), କେତେବେଳେ (When), କେଉଁଠାରେ (Where) ଏବଂ କାହିଁକି (Why) ଆଦି ୫ଟି ବିଷୟ ଉପରେ ଗୁରୁତ୍ଵ ଦେବା ଉଚିତ ।
(୩) ବିବରଣୀ : ଉପଯୁକ୍ତ ବିବରଣୀ ଉପସ୍ଥାପନ ନ ହେଲେ ସମ୍ବାଦ ପରିବେଷଣ ଚମତ୍କାର ହୋଇପାରେନା ।
(୪) ସମାପ୍ତି : ସମ୍ବାଦର ସମାପ୍ତି ଯଥୋପଯୁକ୍ତ ହେଲେ ତାହା ପାଠକକୁ ଅଧ‌ିକ ଆକର୍ଷିତ କରେ ।

CHSE Odisha Class 11 Odia Grammar ସମ୍ବାଦ ଲିଖନ

ପାଠ୍ୟପୁସ୍ତକଣ୍ଠ ପ୍ତଶ୍ମାବଲାଭ ଉରର :

ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରାୟ ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଦେବାକୁ ହେବ ।

୧। ତୁମ ଅଞ୍ଚଳରେ ହଇଜା ବ୍ୟାପୁଥ‌ିବାର ଏକ ସମ୍ବାଦ ଲେଖି କୌଣସି ଦୈନିକ ଖବରକାଗଜକୁ ପଠାଅ ।
ଉତ୍ତର :
ସମୟ, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ଭୁବନେଶ୍ଵର ।
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେ ସ୍ଥାନିତ କରିବାକୁ ଅନୁରୋଧ ।

ରାମଚନ୍ଦ୍ର ବିଶ୍ବାଳ
ଗୋପିଆକୁଦ

ଅଣନ୍ତେଲା ଯୋଗ୍ମ ଦୃକଲା ତ୍ୟାପ୍ଛି

ଜଗତ୍‌ସିଂହପୁର ଜିଲ୍ଲା, ଗୋପିଆକୁଦ ଅଞ୍ଚଳରେ ହଇଜା ରୋଗ ବ୍ୟାପିବାରେ ଲାଗିଛି । ଏଠାରେ ଏକ ସପ୍ତାହ ଧରି ୧୦ ଜଣରୁ ୧୫ ଜଣ ଲୋକ ହଇଜା ରୋଗରେ ପୀଡ଼ିତ ହୋଇ, ନିକଟସ୍ଥ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇ ୪ ଜଣ ଘରକୁ ଫେରିଲେ ମଧ୍ୟ ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି । ଏଣେ ଗାଁରେ ଆଉ କେତେ ଜଣ ହଇଜା ରୋଗରେ ଆକ୍ରାନ୍ତ ହୋଇ, ଘରୋଇ ଭାବେ ଚିକିତ୍ସିତ ହେଉଛନ୍ତି । ଏଭଳି ରୋଗ ବ୍ୟାପିବାର କରୁଛନ୍ତି ।

ପାଣି ସିଝାଇ ପିଇଲା ଭଳି ସଚେତନତା ସେମାନଙ୍କ ମଧ୍ୟରେ ସୃଷ୍ଟି ହୋଇନାହିଁ । ଫଳରେ ଏହି ଅଞ୍ଚଳର ଗଣ୍ଡକିପୁର, ମାଳହଙ୍କା, ଉଆସଡ଼ିହ ଆଦି ଗ୍ରାମରେ ଆତଙ୍କ ଖେଳିଯାଇଛି । ଏପରିକି ସେହି ଗ୍ରାମକୁ ବାହାର ଗ୍ରାମରୁ ବନ୍ଧୁବାନ୍ଧବଙ୍କ ଯିବା ଆସିବା ମଧ୍ୟ ବନ୍ଦ ହୋଇଯାଇଛି । ତାହେଲେ ରୋଗକୁ ନିୟନ୍ତ୍ରଣ କରାଯାଇପାରନ୍ତା । ସ୍ବାସ୍ଥ୍ୟ ବିଭାଗ ଏଥପ୍ରତି ଦୃଷ୍ଟି ନ ଦେଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି

୨। ତୁମ ମହାବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ବିବରଣୀର ଏକ ସମ୍ବାଦ ପ୍ରସ୍ତୁତ କର ।
କିମ୍ବା, ତୁମ ମହାବିଦ୍ୟାଳୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବର ଏକ ସମ୍ବାଦ ପ୍ରସ୍ତୁତ କର ।
ଉତ୍ତର :
ସମାବଳ,
ସମ୍ବାଦ, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ଵର-୧୦
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେ ସ୍ଥାନିତ କରିବାକୁ ଅନୁରୋଧ ।

ଶାଶ୍ଵତା ମହ୍ତାକୁଡ଼
ସଭାପତି, ଛାତ୍ରୀ ସଂସଦ
ପଆଁୟତ ମହିଳା ମହାବିଦ୍ୟାଲଗ୍ନ, ବାଲଁଥା

ପଞ୍ଚୟତ ମଦିନା ମଦ୍ରାବିଦ୍ୟାଳକର ବାପକ ଭମବ

କୁଜଙ୍ଗ ବ୍ଲକ ଅଧୀନରେ ଏକ ଉଲ୍ଲେଖଯୋଗ୍ୟ ଶିକ୍ଷାନୁଷ୍ଠାନ, ପଞ୍ଚାୟତ ମହିଳା ମହାବିଦ୍ୟାଳୟ, ବାଲିଆ । ଗତ ତା ୧୪.୪.୨୦୧୬ ରିଖ, ସୋମବାର ଛାତ୍ରୀ ସଂସଦର ସଭାପତି, ଶାଶ୍ଵତୀ ମହାକୁଡ଼ଙ୍କ ପ୍ରଚେଷ୍ଟାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଯୋଗ ଦେଇଥିଲେ, ଏହି ନିର୍ବାଚନ ମଣ୍ଡଳୀର ବିଧାୟକ ଡକ୍ଟର ବିଭୁତି ମିଶ୍ର । ପୁନଶ୍ଚ ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେବାକୁ, ମୁଖ୍ୟଅତିଥୁ ଭାବେ ଯୋଗ ଦେଇଥିଲେ ଡି.ଏଲ୍.ସି. ନିରୁପମା ପଣ୍ଡା । ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଚଳଚ୍ଚିତ୍ର ଜଗତର ଅଭିନେତା ତଥା ଅଧ୍ୟାପକ ବିକାଶ ଲେଙ୍କା ।

ସ୍ଵାଗତ ସଙ୍ଗୀତ ଗାନ ପରିବେଶକୁ ମନ୍ତ୍ରମୁଗ୍‌ଧ କରି ଦେଇଥିଲା । ଛାତ୍ରୀ ସଂସଦର ସଭାପତି ଶାଶ୍ୱତୀ ମହାକୁଡ଼ ବାର୍ଷିକ ବିବରଣୀ ପାଠ କରିଥିଲେ । ଅଧ୍ୟାପିକା ରୀନା ମହାନ୍ତି ଅତିଥ୍‌ଙ୍କର ପରିଚୟ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସଭା ଶେଷରେ ଛାତ୍ରୀମାନଙ୍କଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉକ୍ତ ବାର୍ଷିକ ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ସହଯୋଗ କରି ଉତ୍ସବଟିକୁ ସରସ ସୁନ୍ଦର କରିଥିଲେ ।

୩। ଦୁର୍ନୀତିଖୋର ସରପଞ୍ଚଙ୍କ ଯୋଗୁ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଆଗେଇ ପାରୁନଥ‌ିବାରୁ ଏକ ସମ୍ବାଦ ଲେଖ ।
ସମ୍ପାଦକ,
ସମାଜ, ଗୋପବନ୍ଧୁ ଭବନ, କଟକ-୧
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେ ସ୍ଥାନିତ କରିବାକୁ ଅନୁରୋଧ ।

ଭଗବାନ ପଣ୍ଡା
ମଲଂରାଲପୁର

ସ୍ମବିଧାବାଦା ସରପଞ୍ଚ

ମଙ୍ଗରାଜପୁର ପଞ୍ଚାୟତ, କୁଜଙ୍ଗ ବ୍ଲକ ଅଧୀନରେ ଥିବା ବଡ଼ ପଞ୍ଚାୟତ । ଏହି ପଞ୍ଚାୟତର ଲୋକସଂଖ୍ୟା ପ୍ରାୟ ଦଶ ହଜାରରୁ ଅଧ୍ବକ ହେବ । ଦୀର୍ଘଦିନରୁ ଏହି ପଞ୍ଚାୟତରେ ସରକାରୀ ସ୍ତରରେ ଗ୍ରାମୀଣ ବିକାଶ ଯୋଜନା ଅତି ସଫଳ ଭାବେ କାର୍ଯ୍ୟ କରି ଆସୁଥିଲା । ମାତ୍ର ବର୍ତ୍ତମାନର ସରପଞ୍ଚ ଏହି ଯୋଜନାକୁ ସୁଚାରୁ ରୂପେ ପରିଚାଳନା କରୁନାହାଁନ୍ତି । ଗ୍ରାମର ବିକାଶ ପାଇଁ ଓ ଗରିବ ଲୋକଙ୍କ ଥଇଥାନ ପାଇଁ ସରକାର ଯେଉଁ ଯୋଜନା କରୁଛନ୍ତି, ତାହା ସରପଞ୍ଚଙ୍କ ସୁପାରିସରେ ଆସୁଥ‌ିବାରୁ, ସରପଞ୍ଚ ବେଶ୍ ଫାଇଦା ଉଠାଉଛନ୍ତି । ଏପରିକି ଯେଉଁମାନଙ୍କୁ ଇନ୍ଦିରା ଆବାସ ଯୋଗାଇ ଦିଆଯାଉଛି,
ପାଇବା କଥା, ସେମାନଙ୍କୁ ଦେବାପାଇଁ ସୁପାରିସ କରୁନାହାଁନ୍ତି; ମାତ୍ର ଯେଉଁମାନେ ଭତ୍ତା ପାଇବା କଥା ନୁହେଁ, ସେମାନେ ସରପଞ୍ଚଙ୍କ ସୁପାରିସରେ ତାହା ପାଉଛନ୍ତି ।

କୌଣସି ସ୍ଥାନରେ ସାହି ସାହି ମଧ୍ୟରେ ଗଣ୍ଡଗୋଳ ଲାଗିଲେ, ସରପଞ୍ଚ ତାହାର ଆପୋସ ମିଳାମିଶା ନ କରି, ବରଂ ଧନୀ ଓ ପ୍ରଭାବଶାଳୀ ଲୋକଙ୍କୁ ସହାୟ ହେଉଛନ୍ତି । ବିଶେଷକରି ଯେଉଁମାନେ ତାଙ୍କ ରାଜନୈତିକ ଦଳର ବ୍ୟକ୍ତି, ସେମାନଙ୍କ ପ୍ରତି ସରପଞ୍ଚ ଅଲଗା ବ୍ୟବସ୍ଥା କରୁଛନ୍ତି । ଗ୍ରାମ୍ୟ ସଡ଼କ ଯୋଜନାରେ, ତାଙ୍କ ସାନଭାଇକୁ କାମ କରିବାର ଦାୟିତ୍ଵ ଦେଇ, ସେ ନିମ୍ନମାନର କାମ କରାଇଛନ୍ତି । ସାଧାରଣ ଗରିବ ଲୋକଙ୍କୁ ସେ ବହୁ ଭାବରେ ଶୋଷଣ କରି ଡରାଇ ରଖିଛନ୍ତି । ତାଙ୍କ ବିରୁଦ୍ଧରେ ଉପର ସ୍ତରକୁ ଦରଖାସ୍ତ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ । ଯଦି ଏହିଭଳି ସରପଞ୍ଚ ଦୀର୍ଘଦିନ ଧରି ଆମ ଅଞ୍ଚଳରେ ରହିବେ, ତାହେଲେ ଆମ ପଞ୍ଚାୟତକୁ ସରକାରୀ ସ୍ତରରେ ଆସୁଥିବା ଯୋଜନା ଯଥାର୍ଥ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ ।

CHSE Odisha Class 11 Odia Grammar ସମ୍ବାଦ ଲିଖନ

୪ । ଜାଗର ଉପଲକ୍ଷେ ଗାଁରେ ଅନୁଷ୍ଠିତ ସାତ ରାତି ବାଦୀପାଲା ବିଷୟରେ ସମ୍ବାଦଟିଏ ଲେଖ ।
ଉଉର :
ସମ୍ପାଦକ,
ଧରିତ୍ରୀ, ବି-୨୬, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ୱର -୧୦
ଏ ସମ୍ବାଦଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ଲାଗି ପ୍ରେରଣ କରୁଛୁ । ଆପଣ ଆମ ଅଞ୍ଚଳର ଏହି ବିଶେଷ ସମ୍ବାଦଟିକୁ, ଆପଣଙ୍କ ଖବରକାଗଜରେ ପ୍ତକାଶ କରିବାପାଇଁ ଅନୁରୋଧ ।

ସନ୍ତ୍ରରାରେ ବାଦାମାଳା

ଜଗତ୍‌ସିଂହପୁର ଜିଲ୍ଲା, କୁଜଙ୍ଗ ବ୍ଲକ୍‌ର ସନ୍ତରା ଗ୍ରାମରେ ତା୨.୨.୧୬ରିଖ ମଙ୍ଗଳବାରଠାରୁ ତା ୮.୨.୧୬ରିଖ ପର୍ଯ୍ୟନ୍ତ ଦୀର୍ଘ ସାତଦିନ ଧରି ବାଦୀପାଲା ପରିବେଷଣ କରାଯାଇ, ପାଲା ସଂସ୍କୃତିର ମର୍ଯ୍ୟାଦା ରକ୍ଷା କରାଯାଇଛି । ସନ୍ତରାର ଗାଦିମଠରେ ଦୀର୍ଘଦିନ ହେଲା ଜାଗର ଯାତ୍ରା କରାଯାଉଛି । ଏହି ଯାତ୍ରାରେ ଭକ୍ତମାନେ ଆସି ଜାଗର ଜାଳିବା ସହିତ, ନିରଞ୍ଜନ କର, ଜଗନ୍ନାଥ ମିଶ୍ର, ରାଘବ ସୁବୁଦ୍ଧି, ନିତ୍ୟାନନ୍ଦ ବେଉରା, ନିରଞ୍ଜନ ପଣ୍ଡା, ପ୍ରମିଳା ରଥ, ଚିନ୍ମୟୀ ପଣ୍ଡା, ଜାଗୃତି ସେନ ପ୍ରଭୃତି ଗାୟକ/ ଗାୟିକାମାନେ ପୁରାତନ ପାଲା କଥାବସ୍ତୁକୁ, ନୂତନ ଶୈଳୀରେ ଉପସ୍ଥାପନ କରିଛନ୍ତି ।

ପୁନଶ୍ଚ ସେମାନଙ୍କ ୫ମଧ୍ୟରେ ଯେଉଁ ପ୍ରଶ୍ନୋତ୍ତର ବା ବାଦବିବାଦ ଲାଗି ରହେ, ତାହାର ସମାଧାନ ମଧ୍ୟ ସେମାନେ କରନ୍ତି । ଜାଗର ମେଳାରେ ଭକ୍ତମାନେ ପାଲା ଦେଖି ରାତି ଉଜାଗର ରହି ଜାଗର ଜାଳିଛନ୍ତି । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଉତ୍ସାହୀ ଯୁବକ, ଅଶୋକ ପାଣି, କ୍ଷୀରୋଦ ସାମଲ, ବିଭୁରଞ୍ଜନ ଜେନା, ଶାଶ୍ୱତ ସାମନ୍ତରାୟ, ସମୀର ଛାଟୋଇ ଆଦି ପରିଚାଳନା କରିଥିଲେ । ଉଦ୍‌ଯାପନ ଉତ୍ସବ ଦିନ ସାଂସଦ ଓ ବିଧାୟକ ଗ୍ରାମବାସୀଙ୍କୁ ଉଦ୍‌ବୋଧନ ଦେବା ସହିତ, ପାଲା ପରିବେଷଣକାରୀଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ ।

୫ । ସ୍ଥାନୀୟ ଅଞ୍ଚଳରେ ଘଟିଥିବା ଯୌତୁକଜନିତ ଅପରାଧକୁ ନେଇ କୌଣସି ଖବରକାଗଜକୁ ଏକ ସମ୍ବାଦ ପଠାଅ ।
ଉତ୍ତର :
ର୍ସମାଦକ,
ପ୍ରଗତିବାଦୀ, ମଞ୍ଚେଶ୍ଵର ଶିଳ୍ପାଞ୍ଚଳ, ଭୁବନେଶ୍ଵର
ମହାଶୟ,

ଏ ସମ୍ବାଦଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ଲାଗି ପ୍ରେରଣ କରୁଛୁ । ଆପଣ ଆମ ଅଞ୍ଚଳର ଏହି ବିଶେଷ ସମ୍ବାଦଟିକୁ, ଆପଣଙ୍କ ଖବରକାଗଜରେ ପ୍ତକାଶ କରିବାକୁ ଅନୁରୋଧ ।

ଦ୍ରରେକ୍ତଯ ଦାସ
ବରଦା

ବଧ୍ନନିମ୍ନାତନା ଅରିମୋଗରେ ଶାଶୁ ଗିରଫ

ରଘୁନାଥପୁର, କିଶନ ନଗର ଥାନା ଅନ୍ତର୍ଗତ ବରଦା ଗ୍ରାମରେ ବୋହୂକୁ ନିର୍ଯାତନା ଅଭିଯୋଗରେ ଜନୈକ ଶାଶୁ ଗିରଫ ହୋଇଛନ୍ତି । ଏହି ଘଟଣାରେ ସ୍ବାମୀ ଓ ଶ୍ଵଶୁର ଫେରାର ଅଛନ୍ତି । ୨୯)ଙ୍କର କିଶନ ନଗର ଥାନା ଅନ୍ତର୍ଗତ ବରଦା ଗ୍ରାମର କୁମର ସେଠୀଙ୍କ ପୁଅ ପ୍ରତାପକୁମାରଙ୍କ ସହିତ ୨୦୧୫ ଜୁନ୍ ୧୭ ତାରିଖରେ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବି ମୁତାବକ କନ୍ୟାଘର ପକ୍ଷରୁ ଯୌତୁକ ପ୍ରଦାନ କରାଯାଇଥିଲା । ତେବେ ଗତ କିଛି ଦିନ ହେଲା, ଚପଳାକୁ ତା’ର ସ୍ବାମୀ, ଶାଶୁ, ଶ୍ୱଶୁର ଅର୍ଧ ଯୌତୁକ ଆଣିବାକୁ କହି କରାଯାଇଥିଲା । ଦଇବ କୃପାରୁ କିରୋସିନି ଢାଳିବା ସମୟରେ ଗୁହାଳ ଘରୁ ମାରଣା ଗାଈଟି ଫିଟି ଆସିବାରୁ ଶାଶୁ ଓ ନଣନ୍ଦ ଏଥ‌ିରେ ସଫଳ ହୋଇପାରିଲେ ନାହିଁ ।

ସୁଯୋଗ ଦେଖି ଚପଳା ଭାଇ ପ୍ରଫୁଲ୍‌କୁ ଫୋନ୍ କରିଥିଲା ଓ ପଡ଼ିଶା ଘରକୁ ଦୌଡ଼ି ପଳାଇଥିଲା । ସେତେବେଳକୁ ତା’ ଦେହସାରା କିରୋସିନି ଝରୁଥିଲା । ଭାଇ ପ୍ରଫୁଲ୍ଲ ଆସି ଚପଳାକୁ ଘରକୁ ନେଇ ଯାଇଥିଲା । ଏ ବିଷୟରେ ନିଜେ ଚପଳା କିଶନ ନଗର ଥାନାରେ ଏତଲା ଦେଇଛନ୍ତି । ଘଟଣାରେ ପୋଲିସ୍ ଶାଶୁକୁ ଗିରଫ କରିଛନ୍ତି । କେସ୍ ନଂ – ୧୦୪/୦୬, ପୋଲିସ୍ ଏଯାବତ୍ ଯୌତୁକ ସାମଗ୍ରୀ ଜବତ କରିଥିଲେ ବି ଚପଳାଙ୍କ ସ୍ବାମୀ, ଶ୍ୱଶୁର ଓ ନଣନ୍ଦଙ୍କୁ ଗିରଫ କରିପାରି ନାହାଁନ୍ତି । ନାରୀ ନିର୍ଯାତନା ଓ ବଧୂ ନିର୍ଯାତନାକାରୀଙ୍କ ପ୍ରତି କଠୋର ଦଣ୍ଡ ନ ମିଳୁଥିରୁ ଏ ପ୍ରକାର ଘଟଣା ବଢ଼ିଚାଲିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

୬ | ଖରାଦିନେ ବାରମ୍ବାର ବିଜୁଳି କାଟିବା ଉପରେ ଏକ ସମ୍ବାଦ ଲେଖ ।
ଉତ୍ତର :
ସମ୍ବାଦ, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ଵର-୧୦
ମହାଗମ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ ଖବରକାଗଜରେସ୍ଥାନିତ କରିବାକୁ ଅନୁରୋଧ ।

ବିକୁଲିଭ ଲୁଚକାଳି ଖେଳ

ବର୍ତ୍ତମାନ ସମୟରେ ବିଜୁଳି ବା ଇଲେକ୍ଟ୍ରିର ଉପାଦେୟତା ସମସ୍ତେ ଅନୁଭବ କରୁଛନ୍ତି । ବିଜୁଳି ଆମ ବଞ୍ଚିବା ଓ ସହଜ ସରଳ ଭାବରେ ଜୀବନଧାରଣ କରିବାର ଏକ ପ୍ରମୁଖ ମାଧ୍ୟମ ହୋଇଗଲାଣି । ଆମର କୁଜଙ୍ଗ ବ୍ଲକ୍ ଅଧୀନରେ ଥିବା ବାଗୋଇ ଗ୍ରାମପଞ୍ଚାୟତ ଓ ଏହାର ପାଖଆଖ ଗ୍ରାମଗୁଡ଼ିକ କୁଜଙ୍ଗର ବିଜୁଳି ଯୋଗାଣ ସଂସ୍ଥା ଅଧୀନରେ ରହିଅଛି । ଏହି ସପ୍ତାହେ ହେଲାଣି ଏଠାରେ ବିଜୁଳି ବାରମ୍ବାର କଟାଯାଉଛି । ଏପରିକି ସମୟେ ସମୟେ ପାଞ୍ଚ ମିନିଟ୍ ଆସିଲାବେଳେ ଦଶ ମିନିଟ୍ ଚାଲିଯାଉଛି । ଚାଲିଗଲା ପରେ କେଉଁ ସମୟରେ ବିଜୁଳି ଆସିବ ତାହାର ଠିକଣା ରହୁନାହିଁ । ବିଜୁଳି ସତେ ଯେପରି ଆମମାନଙ୍କ ସହିତ ଲୁଚକାଳି ଖେଳୁଛି । ଖରାଦିନେ ଏଭଳି ଅନିୟମିତ ଭାବେ ବିଜୁଳି କାଟିବା ଲୋକଙ୍କ ପାଇଁ ଅସହ୍ୟ ହେଉଛି ।

ଗ୍ରୀଷ୍ମର ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଭୀଷଣ ଗୁଳୁଗୁଳିରେ ବୃଦ୍ଧ, ରୋଗୀ ଓ ଶିଶୁମାନେ ନ ଶୋଇ, ଅନ୍ୟମାନଙ୍କ ପ୍ରସାର ହେଉଛି, ସବୁ ଗାଁକୁ ବିଜୁଳି ଆଲୁଅ ଯୋଗାଇ ଦିଆଯିବ । ମାତ୍ର ଯେଉଁ ଗାଁକୁ ବିଜୁଳି ଆଲୁଅ ଯୋଗାଇ ଦିଆଯାଇଛି, ତାହା ଠିକ୍ ରୂପେ କାର୍ଯ୍ୟ କରୁଛି କି ନାହିଁ ସେଥୁପ୍ରତି କାହାର ନିଜର ନାହିଁ । ଏହିପରି ଯଦି ବିଜୁଳି ଯୋଗାଣ ବାରମ୍ବାର ବନ୍ଦ ରୁହେ, ତାହେଲେ ଜନସାଧାରଣ ବିଜୁଳି ଯୋଗାଣ ଅଫିସ୍‌କୁ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।

୮। ତୁମ ମହାବିଦ୍ୟାଳୟ +୨ ପରିଷଦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଚମ୍ପିୟନ୍ ହେବା ଘଟଣାକୁ ଭିତ୍ତି କରି ସମ୍ବାଦ ପ୍ରସ୍ତୁତ କର |
ଭଉର :
ସମ୍ପାଦକ,
ସମ୍ବାଦ, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ଵର-୧୦
ମଦ୍ରାଣଯ୍ ,
ଆମେ ଏ ସମ୍ବାଦାଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ନିମନ୍ତେ ପଠ।ଲଚ୍ଛି | ଏଦ୍ଵାକୁ ଆପଣଙ୍କ କାଗଜରେ ସ୍ବାନିତ କରିବାକୁ ଅନୁରୋଧ ।

ରାଧାମାଧବ ପତି
କ୍ତିଡ଼ା ସମାଦଜ
ରଘୁନାଥ ମହାବିଦ୍ୟାଳୟ, ନୂଆଗାଁ

ଜଗତ୍‌ସିଂହପୁର ଜିଲ୍ଲାର ରଘୁନାଥ ମହାବିଦ୍ୟାଳୟ, ନୂଆଗାଁରେ ଗତ ତା ୭.୪.୧୬ରୁ ୧୪.୪.୧୬ ଦୀର୍ଘ ଆଠଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟ +୨ ପରିଷଦର ସ୍ଵୀକୃତି ନେଇ, ଜଗତ୍‌ସିଂହପୁର ଜିଲ୍ଲାର ୧୫ଟି କଲେଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣାମେଣ୍ଟ ଆରମ୍ଭ ଦିନ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅଧ୍ଯକ୍ଷ ପ୍ରତିଯୋଗୀ ଛାତ୍ରମାନଙ୍କ ମଧ୍ୟରେ ଖେଳୁଆଡ଼ ମନୋବୃତ୍ତି ସୃଷ୍ଟି କରିବାପାଇଁ ପ୍ରେରଣା ଦେଇଥିଲେ । ଖେଳଦ୍ୱାରା ଶରୀର ଓ ମନ ସୁସ୍ଥ ରହେ ବୋଲି ଅଧ୍ୟକ୍ଷ ଅଭିମତ ଦେଇଥିଲେ ।

ଦୀର୍ଘ ଆଠଦିନ ଧରି ଖେଳୁ ସୁଚାରୁରୂପେ ପରିଚାଳନା କରିଥିଲେ, ରଘୁନାଥ ମହାବିଦ୍ୟାଳୟ ଛାତ୍ର ସଂସଦର ସଦସ୍ୟମାନେ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରତ୍ୟେକ ଦଳ ଦୁଇ ଥର ଖେଳିବାକୁ ସୁଯୋଗ ପାଇଥିଲେ । ଶେଷରେ ପଞ୍ଚାୟତ ମହାବିଦ୍ୟାଳୟ, ଜଗନ୍ନାଥପୁର ଏବଂ ରଘୁନାଥ ମହାବିଦ୍ୟାଳୟ, ନୂଆଗାଁ ମଧ୍ୟରେ ଫାଇନାଲ୍ ଖେଳ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଦିଷ୍ଟ ସମୟ ଶେଷରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିଲା । +୨ ପରିଷଦର ଅଧ୍ୟକ୍ଷ ଛାତ୍ରମାନଙ୍କୁ ଉଦ୍‌ବୋଧନ ଦେବା ସହିତ, ଚମ୍ପିୟନ୍ ମହାବିଦ୍ୟାଳୟକୁ ଟ୍ରଫି ପ୍ରଦାନ କରିଥିଲେ ।

CHSE Odisha Class 11 Odia Grammar ସମ୍ବାଦ ଲିଖନ

୯ା ପୋଲିସ୍ମର ର୍ମମଯୋଚିତ ପଦଯେପ ଯୋଗୁ ଏକ ବଢ଼ ଧରଣର ତକାୟତି ଉଦ୍ୟମ ପଣ୍ଡ ହୋଲଥିବା ପଟଣାର ଏକ ଦେଉ ଲେଖ |
ଉତ୍ତର :
ଏକ ଖବର ଲେଖ ।
ଧରିତ୍ରୀ, ବି-୨୬, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ୱର – ୧୦
ମଦ୍ରାଣଯ୍ ,
ଏ ପତ୍ମାଦଟି ଆପଣଙ୍କ ଖବରକାଗଜରେ ପ୍ରକାଶନ ଲ।ଭି ପ୍ତେରଣ କରୁଛ | ଆପଣ ଆମ୍ମାନକ ସମାପନା ହଦଯମ କରି ଏହାକୁ ଆପଣଙ୍କ ଖବରକାଗଜରେ ପ୍ରକାଶ କରିବାପାଇଁ ଅନୁରୋଧ ।

ରଶ୍ନନାଥ ମହାନ୍ତି
ପଅଁପଲ୍ଲା

ପୋଲିସ୍ ଚଡ଼ାଇରେ ଡକାୟତି ଯୋଜନା ପଣ୍ଡ

ଗତକାଲି (ତା ୧୫.୭.୧୬, ଶୁକ୍ରବାର), ତିର୍ତ୍ତୋଲ ପୋଲିସ୍ ଏକ ଡକାୟତ ଦଳକୁ ଧରିବା ପାଇଁ ସକ୍ଷମ ହୋଇଛି । ତିର୍ତ୍ତୋଲ ଥାନା ଅଧୀନରେ, ଦୁଇମାସ ଭିତରେ ପ୍ରାୟ ପାଞ୍ଚ ସାତୋଟି ଡକାୟତି ହୋଇଯିବାରୁ ପୋଲିସ୍ ସକ୍ରିୟ ହୋଇଥିଲା । ଅନୁସନ୍ଧାନରୁ ସେମାନେ ଜାଣି ପାରିଥିଲେ, ସବୁ ଡକାୟତିଗୁଡ଼ିକ ପ୍ରାୟ ଏକ ପ୍ରକାର ଥିଲା । ଡକାୟତମାନେ ରାତି ପ୍ରାୟ ଗୋଟାଏରୁ ଦୁଇଟା ଭିତରେ, ପଛପଟ ଗ୍ରିଲ୍ ଭାଙ୍ଗି ଘରେ ପଶି ଡକାୟତି କରୁଥିଲେ । ସେମାନଙ୍କ ହସ୍ତରେ ମାରଣାସ୍ତ୍ର ଓ ବୋମା ଥିବାର ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏଭଳି ଡକାୟତିକୁ ରୋକିବାପାଇଁ ଏବଂ ଡକାୟତଙ୍କୁ ଧରିବା ପାଇଁ ପୋଲିସ୍ ତତ୍ପର ହୋଇଥିଲା । ପୋଲିସ୍‌ ଖବର ମିଳିଥିଲା, ବନବିହାରୀ ବିଦ୍ୟାଳୟର ପଡ଼ିଆରେ କେତେକ କରିଥିଲା । ସାତଜଣଙ୍କ ମଧ୍ୟରୁ ପାଞ୍ଚଜଣ ଧରା ପଡ଼ିଥିଲେ ମଧ୍ୟ ଆଉ ଦୁଇଜଣ ଖସି ପଳାଇବାକୁ ସକ୍ଷମ ହୋଇଥିଲେ । ସେମାନଙ୍କ ନିକଟରୁ ବୋମା ଭିଡ଼ିବା ଜିନିଷ, ଚାରୋଟି ରିଭଲଭର, ୨୦ଟି ଅଫୁଟା ଗୁଳି ଏବଂ କେତେକ ନିଶା ସାମଗ୍ରୀ ଜବତ କରାଯାଇଥିଲା । ପୋଲିସ୍ ଅତି ଚତୁରତାର ସହ ଏବଂ ସତର୍କତାରେ ଡକାୟତଙ୍କୁ ଧରିଥିବାରୁ, ଯୋଜନା କରୁଥିବା ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଥିଲା । ଗିରଫ ହୋଇଥିବା ଡକାୟତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । କେବଳ ତିର୍ତ୍ତୋଲ ପୋଲିସ୍‌ଙ୍କ ପାଇଁ ଡକାୟତମାନେ ଧରାପଡ଼ିଥିବାରୁ, ଜନସାଧାରଣ ଆଶ୍ୱସ୍ତ ହୋଇଛନ୍ତି ।

୧୦ । ତୁମ ଅଞ୍ଚଳରେ ନୂଆ କରି ଏକ ବ୍ୟାଙ୍କ ଶାଖା ପ୍ରତିଷ୍ଠା ହୋଇଥିବାର ଖବରଟିଏ ପ୍ରସ୍ତୁତ କର ।
ଉତ୍ତର :
ସମାଦଳ,
ପ୍ରମେୟ, ଜାଗମରା, ଭୁବନେଶ୍ଵର
ମଦାଶୟ,
ଇକ୍ତ ସମ୍ପାଦଟି ଆପଣଙ୍କ ଖବରକାଗଜରେ ପ୍ରତପାଳ ନିମନ୍ତେ ପ୍ରେରଣ କଲୁ | ଏହାକୁ ଆପଣକ ଖବରକାଗଜରେ ସ୍ଥାନିତ କରିବାପାଇଁ ଅନୁରୋଧ ।

ବିଶ୍ଵନାଥ ରଥ
କୁଲଲ

ନୂତନ ବ୍ୟାଙ୍କ ଶାଖା ପ୍ରତିଷ୍ଠା

ଜଗତ୍‌ସିଂହପୁର (ତା ୧୫.୫.୧୬) କୁଜଙ୍ଗ ଏକ ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳ । ଏଠାରେ ତିନୋଟି କଲେଜ, ଚାରୋଟି ହାଇସ୍କୁଲ, ତହସିଲ ଅଫିସ୍, ବ୍ଲକ୍ ଅଫିସ୍, ଟ୍ରେଜେରି ଏବଂ ଦୁଇଟି କୋର୍ଟ ରହିଛି । ଏହି ସ୍ଥାନରେ ପୂର୍ବର ଦୁଇଟି ଜାତୀୟକରଣ ବ୍ୟାଙ୍କ ଓ ଦୁଇଟି ଘରୋଇ ବ୍ୟାଙ୍କ ରହିଥିଲା । ଯେହେତୁ ଏହା ଏକ ବ୍ୟବସାୟିକ କେନ୍ଦ୍ରସ୍ଥାନ, ତେଣୁ ଏଠାରେ ଏହି କେତୋଟି ବ୍ୟାଙ୍କ୍ ସବୁବେଳେ ଭିଡ଼ ଲାଗି ରହୁଥିଲା । ଲୋକମାନେ ସେବା ପାଇବାପାଇଁ ଲାଇନ୍ ଦେଇ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ । ଏହି ପରିପ୍ରେକ୍ଷୀରେ ଏଠାରେ, କୁଜଙ୍ଗର ମୁଖ୍ୟ ରାସ୍ତା (କଟକ-ପାରାଦ୍ଵୀପ ରାସ୍ତା) ନିକଟରେ ଏକ ନୂତନ ବ୍ୟାଙ୍କ ପ୍ରତିଷ୍ଠା କରିବାର ବ୍ୟବସ୍ଥା କରାଯାଇଥିଲା । ଗତକାଲି ସିଣ୍ଡିକେଟ୍ ବ୍ୟାଙ୍ଗ୍‌ର ଏକ ନୂତନ ଶାଖା ଏଠାରେ ଖୋଲାଯାଇଛି । ସେହି ବ୍ୟାଙ୍କର ଅଧ୍ଯକ୍ଷ ଓ ଚେୟାରମ୍ୟାନ୍ ଫିତା କାଟି ବ୍ୟାଙ୍କ୍ ଉଦ୍‌ଘାଟନ କରିଥିଲେ । ଉପସ୍ଥିତ ଗ୍ରାହକମାନଙ୍କୁ ମିଷ୍ଟାନ୍ନ ବଣ୍ଟାଯାଇଥିଲା । କେତେକ ଗ୍ରାହକ ପ୍ରଥମ ଦିନରେ ଆକାଉଣ୍ଟ ଖୋଲିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଏହି ସିଣ୍ଡିକେଟ୍ ବ୍ୟାଙ୍କ୍ ଯୋଗୁ, ଏହି ର୍ଥଞ୍ଚଲର ଲଗାପାଧାରଣରେ ଅର୍ଥରାଶି ଲେଖ ଦେଶରେ ସ୍ନବିଥା ଦେବ ବୋଲି ଆଶା କରାଯାଇଛି |

ଅତିରିକ୍ତ ପୃଣୋଉର

୧। ତୁମ ଗ୍ରାମର ‘ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା’ ଅନୁସାରେ ନିର୍ମାଣଧୀନ ରାସ୍ତାର ନିମ୍ନମାନର କାର୍ଯ୍ୟ ସପକରେ ହକି ଆକଷଣ କରିବା ଉଦେଶ୍ୟରେ ଦୈନିକ ସବାଦପତ୍ରର ସଂପାଦନକରୁ ପତ୍ର ଲେଖ |

ତା ୧୫.୭.୨୦୧୬

ସମ୍ମାନନାମ ସଂପାଦକ, ସମାଜ
ଗୋପବନ୍ଧୁ ଭବନ, କଟକ – ୧
ମଦ୍ରାଣଯ,
ଆମେ ଗୋପୀନାଥପୁର ଗ୍ରାମବାସୀବୃନ୍ଦ ଆପଣଙ୍କ ଦୈନିକ ପତ୍ରିକାରେ ଆମ ଗ୍ରାମରେ ନିର୍ମିତ ହେଉଥ‌ିବା ‘ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା’ର ନିମ୍ନମାନର ରାସ୍ତାକାମ ସଂପର୍କରେ ଅଭିଯୋଗଟି ପ୍ରକାଶ ପାଇଁ ପ୍ରଦାନ କରୁଛୁ । ଆପଣ ଏହାର ପ୍ରକାଶ କରି ସରକାରୀ ସ୍ତରରେ ଓ ସାଧାରଣ ଜନତାଙ୍କ ପାଖରେ ଏଥପ୍ରତି ସଚେତନତା ସୃଷ୍ଟି ପାଇଁ ଆମକୁ ସହଯୋଗ କରିବେ ବୋଲି ଆଶା କରୁଛୁ ।

ଆପଣକର ନିଶସ୍ତ୍
ଣ୍ଠାମବାପାବନ୍ଦ, ଗୋପାଳାଥପୁର

” ଗୋପାନାଥପୁର ପ୍ରାପ ସତଲ ଯୋଜନାର ରାସ୍ତା କାପରେ ଦ୍ବେରଫେର “

ଗ୍ରାମ୍ୟ କନତାର ଦାଶସ୍ଥାଯା ସ୍ନବିଧାପାଇଁ ‘ପ୍ରଧାନମନ୍ତ୍ରଣ ପ୍ରାପ୍ୟ ସଡ଼କ ଯୋଜନା ” ଏକ ଗଣଦିତୈଯା ସେବାପୂଜକ ଯୋଜନା । ଏହି ଯୋଜନା ଅନୁସାରେ ଆମ ଗ୍ରାମକୁ ମୁଖ୍ୟ ରାସ୍ତା ସହିତ ସଂଯୋଗପାଇଁ ପଞ୍ଚାୟତ ସମିତି ହେଡ୍‌କ୍ୱାର୍ଟରଠାରୁ ଆମ ଗ୍ରାମ ପର୍ଯ୍ୟନ୍ତ ୫ କି.ମି. ରାସ୍ତା ପାଇଁ ଟେଣ୍ଡର୍ ଆହ୍ଵାନ କରାଯାଇଥିଲା । ବହୁ ଅଭିଯୋଗ ପରେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି । ମାତ୍ର ପଞ୍ଚାୟତ ସମିତି କାର୍ଯ୍ୟାଳୟର କେତେକ ସ୍ଵାର୍ଥପିପାସୁ କିରାଣି, ସହକାରୀ ଯନ୍ତ୍ରୀ, ବି.ଡ଼ି.ଓ., କଂକ୍ରିଟ୍ ରାସ୍ତା ସ୍ଥାନରେ ୩ ଇଞ୍ଚ୍ କଂକ୍ରିଟ ଓ ପାଣିଯୋଡ଼ ଉପରେ ପୋଲ ନିର୍ମାଣ ଖୁବ୍ ନିମ୍ନମାନର ହୋଇଛି ।

ଉପଯୁକ୍ତ ଭାବରେ ମାଟିପଡ଼ି ରୋଲର ମଧ୍ଯ ଚଳାଯାଇ ମାଟିକୁ ମଧ୍ଯ ଉପଯୁକ୍ତ ଚାପ ଦିଆଯାଇ ନାହିଁ । ଏଥପ୍ରତି ଜିଲ୍ଲାପାଳ, ବିଭାଗୀୟ କର୍ତ୍ତୃପକ୍ଷ ଓ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ବାରମ୍ବାର ଅଭିଯୋଗ ଜଣାଇଲେ ବି ଯଥାର୍ଥ ପଦକ୍ଷେପ ନିଆଯାଉନାହିଁ । ରାଜନୀତି ଓ କ୍ଷମତା ପାଖରେ ସରକାରୀ ଅର୍ଥ ଆତ୍ମସାତ୍ ହେଉଛି । ଏହି ମର୍ମରେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ନଚେତ୍ ଗ୍ରାମବାସୀ ଆନ୍ଦୋଳନପାଇଁ ବାହାରିବା ସାର ହେବ ।

୨। ତୂପ ମଦ୍ରାଢିଦ୍ୟାଳୟରେ ର୍ଥପାପନା ଓ ପରିଚାଳନା ସମକରେ ପୂବ ପ୍ତକାଣିତ ଅତିସନ୍ଧିତ୍ସଲଲ ସମାଦନ୍ତ ପ୍ରତିବାଦ କରି ସମ୍ପାଦକଙ୍କୁ ପତ୍ର ଲେଖ ।
Solution:
ଶିରୋନାମା – ସାକ୍ଷୀପୁର ମହାବିଦ୍ୟାଳୟର ଶିକ୍ଷାଦାନ ସମ୍ବନ୍ଧରେ ।
ତା. ୧୪.୭.୧୬
ସଂପାଦକ, ଦୈନିକ ‘ସମୟ’,
ମଥେଣ୍ୟଉ, ରବନେଶ୍ବର
ମହାଶୟ,
‘ସମୟ’ର ତା. ୧୩.୬,୧୬ ସଂଖ୍ୟାରେ ପ୍ରକାଶ ପାଇଥିଲା । ସମ୍ବାଦଟିର ବିବରଣୀ ଆମ ଦୃଷ୍ଟିକୁ ଆସିଛି । ସେଥ‌ିରେ ଆପଣଙ୍କର ସାମ୍ବାଦିକ ଶିକ୍ଷକମାନଙ୍କ ଘରୋଇ ଟ୍ୟୁସନରେ ବ୍ୟସ୍ତ ରହିବା, ଘରୋଇ କୋଚିଂ ସେଣ୍ଟର ପରିଚାଳନା କରିବା, ଅଧ୍ୟାପକ ଓ ଅଧ୍ୟାପିକାମାନେ ୩୦ ଭାଗ ମାତ୍ର ପାଠ୍ୟକ୍ରମ ଶେଷ କରିବା, ବିନା ଛୁଟି ଦରଖାସ୍ତରେ ଶ୍ରେଣୀରେ ପାଠଦାନ ନ କରି ଘରେ ଅଭିଯୋଗ କରି ତାହାର ସ୍ପଷ୍ଟୀକରଣ ଦେବାକୁ ଉଚିତବୋଧ କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ବିଗତ ୩ ବର୍ଷର ପରୀକ୍ଷା ଫଳରେ ଆମ୍ଭ ମହାବିଦ୍ୟାଳୟର ୭୫% ଭାଗ ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହୋଇ ଆସୁଛନ୍ତି । ପ୍ରତିବର୍ଷ ପାଠ୍ୟକ୍ରମ ପ୍ରତ୍ୟେକ ଅଧ୍ୟାପକ ଡିସେମ୍ବରରୁ ଜାନୁୟାରୀ ମଧ୍ୟରେ ଶେଷ କରିଥା’ନ୍ତି ଓ ଏକମାସ ଆମ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଟ୍ୟୁସନ କିମ୍ବା ଘରୋଇ କୋଚିଂ ସେଣ୍ଟରରେ ସଂପୃକ୍ତ ଥିବାର ଅଭିଯୋଗ ପ୍ରମାଣ ଛାତ୍ରଭାବରେ ମୁଁ ଅନୁଭବ କରିଛି ଯେ ବର୍ତ୍ତମାନ ଆମ କଲେଜ ମୂଲ୍ୟବୋଧଭିଭିକ ଶିକ୍ଷାଦାନ ଦୃଷ୍ଟିରୁ ଏକ ଆଗଧାଡ଼ିର ଆଦର୍ଶ ପାଖରେ କରିଛନ୍ତି । ଏଥ‌ିପ୍ରତି ଦୃଷ୍ଟିଦେଇ ଆଗାମୀ ଦିନରେ କୌଣସି ଅନୁଷ୍ଠାନ ସମ୍ପର୍କରେ ତଥ୍ୟରହିତ ସମ୍ବାଦ ପ୍ରକାଶ ନକରିବାକୁ ବିନମ୍ର ଅନୁରୋଧ ଛାତ୍ର ସମାଜ ତରଫରୁ କରାଯାଉଅଛି ।

ଆପଣଙ୍କର ବିଶ୍ୱବି
ସଭାପତି, ଛାତ୍ର ସଂସଦ
ପରାପତି, ଛାତୃ ସମଦ
ସାପ୍ରାପ୍ଟର ମନ୍ତ୍ରାବିଦ୍ୟାନଗ୍ନ, ପୁରା

CHSE Odisha Class 11 Odia Grammar ସମ୍ବାଦ ଲିଖନ

୩ । ଓଡ଼ିଆ ଭାଯାକୁ ସରକାରୀ ଭାଷା ଭାବରେ ପ୍ରତ୍ୟେକ ସ୍ତ୍ରରରେ କାମ୍ବିକାପା ବାତି ଜଯାର ତୁମ କଲେଜର ଛାତ୍ରଛାତ୍ରୀମାନଙ୍କ ତରଫରୁ ଏକ ଦୈନିକ ସମ୍ବାଦପତ୍ରିକାର ସମ୍ପାଦକଙ୍କୁ ପତ୍ର ଲେଖ ।
Solution:
ଶିରୋନାମା – ଓଡ଼ିଆ ଭାଷାକୁ ସରକାରୀ ଭାଷାଭାବରେ ପ୍ରକୃତ କାର୍ଯ୍ୟକାରୀ କରିବା କେବେ ?

ତା. ୨୪.୨.୧୬

ସପାଦକ, ସମ୍ବାଦ
ଏ-୬୨, ନୟାପଲ୍ଲୀ, ଭୁବନେଶ୍ବର-୩
ମଦ୍ରାଣକ୍ଷ,
ସଂପ୍ରତି ଆପଣଙ୍କ ଦୈନିକ ପତ୍ରିକା ସହିତ ରାଜ୍ୟର ସମସ୍ତ ପତ୍ରିକାର ମୁଖ୍ୟପୃଷ୍ଠାରେ ପ୍ରକାଶ ପାଇଛି ଯେ ସରକାର ଉଚ୍ଚଶିକ୍ଷା ସ୍ତରରୁ ଛାତ୍ରଛାତ୍ରୀ ଅଭାବରୁ ଓଡ଼ିଆ ପାଠ୍ୟକ୍ରମ ଉଠାଇଦେଲେ । ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟର ଭାଷାପ୍ରୀତିକର କର୍ତ୍ତୃପକ୍ଷ +୩ ଶେଷ ବର୍ଷ ଶିକ୍ଷାଧାରାରୁ ମାତୃଭାଷା ଉଠାଇ ଦେଇଥିଲେ । ଆଗକୁ ବି ବର୍ଣ୍ଣବୋଧରେ ଓଡ଼ିଆ ବର୍ଷକୁ ଉଠାଇ ଏ କ୍ଷେତ୍ରରେ ଆମକୁ ଆଶ୍ଚର୍ଯ୍ୟ ଲାଗୁଛି ଯେ ଚୀନ, ରୁଷ୍ଠ, ଜାପାନ, ଫ୍ରାନ୍ସ, ଜର୍ମାନୀ ଭଳି ରାଷ୍ଟ୍ରରେ ମାତୃଭାଷାରେ ଶିକ୍ଷାଦାନ, ଗବେଷଣା, ପ୍ରଯୁକ୍ତି ବିଦ୍ୟା ଅଧ୍ୟୟନ କରାଯାଉଛି । ସେଠି ଭାଷା ଜାତିର ସ୍ବାଭିମାନ ଓ ଅସ୍ମିତା; ଏକ ପାଠ ବିଷୟ ମାତ୍ର ନୁହେଁ ।

ମାତ୍ର ଆମ ରାଜ୍ୟରେ ଭାଷାଶିକ୍ଷା ଓ ଭାଷାଜ୍ଞାନକୁ ନେଇ ସ୍ବାଭିମାନ କରିବାର ଯେ ହୁଏ ଏକଥା ଭାଷାଭିଭିକ ଏକଦା ୧୮୩୮ରେ ଓଡ଼ିଶାର ସାମ୍ରାଜ୍ୟବାଦୀ ସରକାର ମାତ୍ର ୧୫ ଦିନ ମଧ୍ୟରେ ଉପଯୁକ୍ତ ବିରାମଚିହ୍ନ ରଖ୍ ସର୍ବତ୍ର ଓଡ଼ିଆ ପ୍ରଚଳନ କରିପାରିଥିଲେ । କିନ୍ତୁ ଆମ୍ଭେ ସ୍ବାଧୀନତା ପାଇବା ପରେ ୧୯୫୪|୧୯୬୬|୧୯୮୩/୧୯୮୫/୧୯୯୧/ ୧୯୯୬ ଆଦି ରାଜନୀତିକ- ଆର୍ଥିକ ବର୍ଷରେ ସରକାର ଓଡ଼ିଆ ଭାଷାକୁ ସରକାରୀ ଭାଷାଭାବରେ ପ୍ରତ୍ୟେକ ଅଫିସ୍, ଶିକ୍ଷାଧାରା, ଆଫିସିକ କାଗଜପତ୍ର, ନାମଫଳକ, ପ୍ରଚାରପତ୍ର, ଘୋଷଣା ବୋଲି ଇତ୍ୟାଦିରେ ବ୍ୟବହାର କରିବାକୁ ନିୟମ କରି ମଧ୍ୟ ଏଯାବତ୍ ପ୍ରଚଳନ ଓ କାର୍ଯ୍ୟକ୍ଷମ କରିବାରେ ବିଫଳ ହୋଇଛି । ଏହାର କାରଣ ଅମଲାତାନ୍ତ୍ରିକ ଅବହେଳା ଓ ମିଥ୍ୟା କୂଟନୀତି ଭାଷା ସ୍ବାଭିମାନରେ ବାଧକ ହୋଇଉଠିଛି ।

ଓଡ଼ିଶାରେ ଓଡ଼ିଆ ଭାଷା ଅପଦସ୍ଥ ହେଉଥ‌ିବାର ଦେଖ‌ିଲେ ଆଶ୍ଚର୍ଯ୍ୟ ଲାଗେ । ଏଥୁରୁ ମନେହୁଏ ଓଡ଼ିଆମାନଙ୍କର ସ୍ବାଭିମାନ ବୋଲି କିଛି ନାହିଁ । ଓଡ଼ିଶାରେ ଓଡ଼ିଆ ଭାଷାକୁ ହତାଦର କରାଯିବା ନିଶ୍ଚିତଭାବେ ପରିତାପର ବିଷୟ । ଓଡ଼ିଶାରେ ଛତୁଫୁଟିଲା ଭଳି ଇଂରାଜୀ ମିଡ଼ିୟମ୍ ସ୍କୁଲ ଖୋଲାଯିବା, ବିଭିନ୍ନ କାର୍ଯ୍ୟାଳୟ, ବ୍ୟାବସାୟିକ ପ୍ରତିଷ୍ଠାନ, ବାସଗୃହାଦିର ନାମଫଳକ ଇଂରାଜୀ ଭାଷାରେ ଲେଖାଯିବା, ବ୍ରତ-ବିବାହାଦି ମାଙ୍ଗଳିକ ଅନୁଷ୍ଠାନ ଉପଲକ୍ଷେ ପ୍ରସ୍ତୁତ ହେଉଥ‌ିବା ନିମନ୍ତ୍ରଣ ପତ୍ରଗୁଡ଼ିକ ଇଂରାଜୀ ବାଧ୍ୟବାଧକତାରେ ଯେଉଁଠି ଓଡ଼ିଆ ଭାଷା ବ୍ୟବହୃତ ହୋଇଛି, ତାହା ବିକୃତ ରୂପ ଧାରଣ କରିଥିବା ଦେଖିବାକୁ ମିଳୁଛି । ଓଡ଼ିଆ ଭାଷାର ସେହି ବିକୃତ ରୂପ ଉପରେ ସମସ୍ତଙ୍କର ନଜର ପଡ଼ୁଛି; ମାତ୍ର ତାକୁ ସଜାଡ଼ିବାପାଇଁ କାହାର ଉଦ୍ୟମ ନାହିଁ । ‘ପାଣି ଟାଙ୍କି’ ବୋଲି ଲେଖାଯାଇ ତାହା ସହର ସାରା ଘୂରି ବୁଲୁଛି । ରେଳଗାଡ଼ିର ନାମ ତଥା ଷ୍ଟେସନ୍‌ରେ ଟଙ୍ଗାଯାଇଥ‌ିବା

ରେଳଡ଼ବା, ପ୍ଲାଟଫର୍ମ ଓ ପ୍ରେକ୍ଷାଳୟ ପ୍ରଭୃତିରେ ‘ଧୂମପାନ ନିଷେଧ’ ପରିବର୍ତ୍ତେ ସର୍ବର୍ତ୍ତ ଧୂମ୍ରପାନ ନିଷେଧ’ ବୋଲି ଲେଖାଯାଇଛି । ଶାସନଧାରା ଓ ପରିଚାଳନା ବ୍ୟବସ୍ଥାରେ ଆମ ମାତୃଭାଷାର ମର୍ଯ୍ୟାଦା ନାହିଁ । ସାରୋଳ ଦାସ ଓ ଜଗନ୍ନାଥ ଦାସଙ୍କଦ୍ୱାରା ପ୍ରଚଳିତ ଲକ୍ଷ ଲକ୍ଷ ଓଡ଼ିଆ ଶବ୍ଦ ଅବ୍ୟବହୃତ ହୋଇ ଏ ଭାଷାର ଶବ୍ଦଶକ୍ତି କମି କମି ଆସୁଛି । ଭାଷାର ସ୍ବାତନ୍ତ୍ର୍ୟ ଦୁର୍ବଳ ହେବାରୁ ପରିଚିତି ମଧ୍ୟ ଦୁର୍ବଳ ଓ ପ୍ରଗତି ଶିଳ ହୋଇଉଠୁଛି । ଆମର ବନାନଧାରାରେ ଶବ୍ଦ ବ୍ୟବହାରରେ ଅନେକ ତ୍ରୁଟି ଉପରେ ପ୍ରତିଦିନ ବହୁ ବ୍ୟକ୍ତିଙ୍କର ଦୃଷ୍ଟି ଅବଶ୍ୟ ପଡୁଥବ ।

ମାତ୍ର କେହି କେବେ ପ୍ରତିବାଦ କରିଛନ୍ତି କି ? ଏହାର ସଂଶୋଧନ ନିମନ୍ତେ କର୍ତ୍ତୃପକ୍ଷଙ୍କ ନିକଟରେ କେହି କେବେ ଅଭିଯୋଗ କରିନାହାନ୍ତି । ଓଡ଼ିଆ ଭାଷାର ମର୍ଯ୍ୟାଦା ରକ୍ଷା ସହ ତା’ର ସମୃଦ୍ଧି କାମନା ପ୍ରତ୍ୟେକ ଓଡ଼ିଆଙ୍କର ଲକ୍ଷ୍ୟ ହେବା ଉଚିତ । ଭୋଗରାଇରେ ନାମଫଳକ ଓଡ଼ିଆରେ ଲେଖାଯିବା ବେଳକୁ ବିଶ୍ବବିଦ୍ୟାଳୟର ସ୍ନାତକ ସ୍ତରରେ ଭାଷାର ସ୍ବତନ୍ତ୍ର ପଢ଼ାଇବାର ବ୍ୟବସ୍ଥା ନାହିଁ । ସରକାରଙ୍କ ପ୍ରଶାସନିକ ଭାଷାକୋଷ କୌତୁକ ଶବ୍ଦର ଭଣ୍ଡାର ।

ଆପଣଙ୍କର ବିଶ୍ୱବି
ଛାତ୍ରଛାତ୍ର।ବନ୍ଦି
ମଧୁପ୍ରର କଲେଜ, କଟକ

୪। ଅର୍ଥନୈତିକ ଦୃଷ୍ଟିରୁ ଓଡ଼ିଶାକୁ ଏକ ସ୍ଵତନ୍ତ୍ର ପାହ୍ୟା ରାଜ୍ୟ ଦେବାପାଇଁ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରି ସଂପାଦକଙ୍କୁ ଏକ ପତ୍ର ଲେଖ ।
Solution:
ଶିରୋନାମା – ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଦାବି ।

ତା. ୧୮.୦୨.୧୬

ଫପାଦକ, ଦୈନିକ ପୃକାତନ୍ତ୍ର
କଟକ – ୨
ଆପଣଙ୍କ ଦୈନିକ ପତ୍ରିକା ମାଧ୍ୟମରେ ଆମେ କେନ୍ଦୃ ସରକାରକ ଣ୍ଟଭଦ୍ଵଯ ଆକପଣ କରିବାକୃ ମାଲ ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟ ଦେବାକୁ ସଦୟ ବିଚାରପାଇଁ ଅନୁରୋଧ କରୁଛୁ । ଏହି ମର୍ମରେ ଆମର ଲିଖୁ ଅନୁରୋଧ ଏହିକି ଯେ ଓଡ଼ିଶା ଖଣିଜ ସମ୍ପଦ, ବନ୍ୟ ସମ୍ପଦ ଓ ସାମୁଦ୍ରିକ ସମ୍ପଦର କ୍ଷେତ୍ର ହୋଇ ମଧ୍ୟ ସଂପ୍ରତି ବାରମ୍ବାର ବନ୍ୟା, ବାତ୍ୟା, ମରୁଡ଼ି ଭଳି ଦୈବୀ ଦୁର୍ବିପାକର ସମ୍ମୁଖୀନ ହୋଇ କ୍ରମଶଃ ଦରିଦ୍ର ହୋଇପଡୁଛି । ଏ ରାଜ୍ୟର ସମ୍ପଦ କେନ୍ଦ୍ର ସରକାରଙ୍କ ଅଧୀନ ହୋଇ ବିଦେଶକୁ ରପ୍ତାନୀ କରାଯାଉଛି । ମାତ୍ର ରପ୍ତାନୀ ଲାଭାଂଶ ମାତ୍ର ୧୦% ଓଡ଼ିଶାର ଦରିଦ୍ର ଜନସାଧାରଣ ପାଉଛନ୍ତି । ୧୯୯୯ ବାତ୍ୟା ପରେ ଓଡ଼ିଶାର ଆର୍ଥିକ କ୍ଷୟକ୍ଷତିକୁ ଦେଖ୍ କେନ୍ଦ୍ର ସରକାର ଏହାକୁ ସ୍ବତନ୍ତ୍ର ଆର୍ଥିକ ଅନୁଦାନର ରାଜ୍ୟ ପାହ୍ୟା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ମାତ୍ର ସାତବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାର ପିଲା ବିକ୍ରି, କନ୍ୟା ସନ୍ତାନ ବିକ୍ରି, ନାରୀ ଚାଲାଣ, ଦାଦନ ଶ୍ରମିକପାଇଁ ଭିଟାମାଟି ଛାଡ଼ିବା, ଖାଦ୍ୟ ଅଭାବରେ ଆତ୍ମହତ୍ୟା, ସମୂହ ଆତ୍ମଝାସ, ଆମ୍ବ ଟାକୁଆକୁ ଖାଦ୍ୟରୂପେ ଗ୍ରହଣ – ଏପ୍ରକାର ଦୁଃଖଦ ଅନୁଭବ ଓଡ଼ିଶାବାସୀଙ୍କର ରହିଛି । ମୁଣ୍ଡପିଛା ଖର୍ଚ୍ଚ ତୁଳନାରେ ଓଡ଼ିଶାର ଆୟ ୬୦ରୁ ୭୦ ଭାଗ କମ୍ । ମୁଣ୍ଡପିଛା ଦୈନିକ ଆୟ ୧୦ ଟଙ୍କା ହୋଇଥିବା ବେଳେ ବଞ୍ଚିବାପାଇଁ ଅପରପକ୍ଷରେ ମୁଣ୍ଡପିଛା ଆୟ ବ୍ୟୟ ୬୦ ଟଙ୍କା – ୪୦ ଟଙ୍କା ଥିବା କେତେକ ରାଜ୍ୟ ଆର୍ଥିକ ଅନୁଦାନ ପାଇଚାଲିଛନ୍ତି । ଓଡ଼ିଶାର ସାଂସଦମାନେ ୧୯୯୯ ବାତ୍ୟା, ୨୦୦୦ ବନ୍ୟା, ୨୦୦୩ ବନ୍ୟା ଓ ମରୁଡ଼ି ସମୟରେ ସ୍ୱତନ୍ତ୍ର ଅନୁଦାନ ଦାବି କରିଥିଲେ । ଓଡ଼ିଶାକୁ ସ୍ୱତନ୍ତ୍ରଭାବରେ ବିଚାର କରି ଦୈବୀ ତାଡ଼ନାରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ମନରେ ଆତ୍ମଭରସା ବୃଦ୍ଧି କରିବାପାଇଁ କେନ୍ଦ୍ର ସରକାର ଏହି ଐତିହ୍ୟ ସଂପନ୍ନ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ଉଚିତ ।

ସଂପ୍ରତି ଆମେ ୨୦ଟି କଲେଜର ଛାତ୍ରଛାତ୍ରୀମାନେ ମିଳିତ ଭାବେ ପ୍ରତିବାଦ କରି କେନ୍ଦ୍ରର ବୈମାତୃକ ଅର୍ଥନୀତିର ନିନ୍ଦା କରିଥିଲୁ । କେନ୍ଦ୍ରୀୟ କର୍ତ୍ତୃପକ୍ଷ ଘୋଷଣାପାଇଁ ଜନସଚେତନତା ସୃଷ୍ଟି କରିବାପାଇଁ ଉଗ୍ର ଆହ୍ଵାନ ଦିଆଯାଉଛି । ପ୍ରତ୍ୟେକ ଓଡ଼ିଆ ଏହି ମର୍ମରେ ସମ୍ପାଦକଙ୍କୁ ଓ ଆନୁଷଙ୍ଗିକ ଦାୟବଦ୍ଧତାକୁ ନିଜେ ସମ୍ପାଦନ କରିବା ମର୍ମରେ ପତ୍ର ଲେଖୁ ଜନଜାଗୃତି ନିର୍ମାଣ କରିବା କଟକ ! ପ୍ରତ୍ୟେକ ରାଜନୀତିକ ଦଳ ଭେଦଶୂନ୍ୟ ହୋଇ ଏଥନିମନ୍ତେ ମିଳିତ ଦାବି ଉପସ୍ଥାପନା କରିବା ଉଚିତ ।

ଆପଣମର ବିଶ୍ଵସ୍
ବଦ୍ୟାଆବନ୍ଦି
ପୁଦାପ ନପାର କରନଳ
ତେଜାନାକ

୫ | ଚିଲିକା ହ୍ଦକୃ ସ୍ତଦ୍ବଯାଗମନ କରିବାପାଇଁ ଆନ୍ଦଣ୍ୟକ ପଦଯେପ ନୋତାକୁ କଉପରକ ଦ୍ଘି ଆକଷଣ ନିମନ୍ତେ ସଂପାଦକଙ୍କୁ ପତ୍ର ଲେଖ ।
Solution:
ଶୀର୍ଷକ – ଛବିଳ ଚିଲିକା କେବେ ପ୍ରଦୂଷଣମୁକ୍ତ ହେବ ?

ତା. ୧୪.୩.୧୬

ଫପାଦକ, ଦୈନିକ ଧରିତ୍ରା
ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ୱର

ମହାଶୟ,
ଏହି ସପ୍ତାହ ୦୭-୧-୧୬ରୁ ୧୪-୧-୧୬ ମଧ୍ୟରେ ୩ ଥର ଆପଣଙ୍କ ଦୈନିକ ପତ୍ରିକାରୁ ପଢ଼ିବାକୁ ପାଇଲି ଯେ ଚିଲିକାର ପରିବେଶ ଦୁର୍ଗନ୍ଧ, ଚିଲିକା କାନ୍ଦୁଛି, ଚିଲିକା ୧୦୦ ବର୍ଷ ପରେ କାଦୁଅ ଯୋଡ଼ଟିଏ ହୋଇଯିବ ଇତ୍ୟାଦି । ମତ୍ସ୍ୟଜୀବୀ, ମାଛଚାଷକୁ ନେଇ ରାଜନୀତି, ମାଛଧରାକୁ ନେଇ ସଂଘର୍ଷ, ହତ୍ୟା ସହିତ ପର୍ଯ୍ୟଟନସ୍ଥଳୀ ଚିଲିକା କୂଳରେ ଜନସାଧରଣଙ୍କଦ୍ବାରା ଏହି ପର୍ଯ୍ୟଟନସ୍ଥଳକୁ କଳୁଷିତ ଓ ଅମାନବିକ କରିତୋଳୁଛି । ଆଗନ୍ତୁକ ଅତିଥୁ ପକ୍ଷୀମାନଙ୍କ ମୃତ ଶବ ଉପରେ ଚିଲିକାର ନଳବନ, ଚଢ଼େଇହଗା ପାହାଡ଼ ତା’ର ଶୋଭାକୁ ଦୁଃଖଦ ଅଶ୍ରୁଚିତ୍ର କରିବସୁଛି । ସାରା ଜଗତରେ ଯେଉଁ ଚିଲିକାର ଦୃଶ୍ୟ ଉତ୍କଳକୁ ଛବିଳ ଉତ୍କଳର ପରିଚିତି ଦେଇଥିଲା ତା’ର ଛବି ବାୟୁ, ଜଳ, ସ୍ଥଳ, ଲୋକସ୍ଵଭାବ, ଶବ୍ଦ ଆଦି ବିବିଧ ଦିଗରୁ ପ୍ରଦୂଷିତ । ପଚାମାଛ, ସାମୁଦ୍ରିକ ପ୍ରାଣୀଙ୍କ ପଚାଶରୀର, ଖୋଳପା, ଚିଲିକା ଉପକଣ୍ଠର ବାସିନ୍ଦା ଓ ବ୍ୟବସାୟୀଙ୍କ ପଚମାନ ୮ କୁ ଚିଲିକା ଶୋଭା ପରିବର୍ତ୍ତେ କୋଳରେ ଧାରଣ କରିବାକୁ ବାଧ୍ୟ ହେଉଛି । ଚିଲିକାର ଉପକଣ୍ଠ ଓ ତା’ର ନୀଳ ଜଳରାଶିକୁ ଦେଖିଲେ ମନେହେବ ଚିଲିକା ସୁନ୍ଦରୀ ପ୍ରତିଦିନ ସରକାରୀ, ବେସରକାରୀ, ରାଜନୀତିକ ଓ ସାଧାରଣ ଜନତାର ସବୁ କଳୁଷିତ ଆଚରଣକୁ ଧରି ଜୀର୍ଘଶୀର୍ଣ୍ଣ ଓ ରୂପହୀନ ହୋଇଉଠୁଛି । ଚିଲିକାର ଚାରୁଚିତ୍ରପଟ ଆଜି ପର୍ଯ୍ୟଟକମାନଙ୍କୁ ଅରୁଚିକର ସତ୍ତ୍ବେ ସରକାରୀ ଉଚ୍ଚ କର୍ତ୍ତୃପକ୍ଷ ଉଦାସୀନ ରହୁଛନ୍ତି । ଚିଲିକାର ବିଶାଳ ଗଭୀର ବକ୍ଷ ଆଜି କ୍ରମଶଃ ପୋତି ହୋଇପଡୁଛି । ଇତିହାସର ମୁକସାକ୍ଷୀ ଚିଲିକା ନିଜେ ଇତିହାସ ହୋଇଯିବାକୁ ବସିଛି । ସଚେତତା ତଥା ଉଦ୍ୟମ ଏକାନ୍ତ ଜରୁରୀ ହୋଇପଡ଼ିଛି ।

ନନ୍ଦଲା
ଚିଲିକା ଉପଖଣ୍ଡ, ଖୋର୍ଦ୍ଧା

ଆପଣକରି ବିଣ୍ୟ
ନଟବର ମାନଫିଦୃ

୬ | ଓଡିଶାରେ ନକ୍ଵଲପଛାଣ କାର୍ଯ୍ୟକଳାପ ଓ ତାର ସମ୍ବ୍ୟ ପୃତିକାର ସମଳରେ ମତ ଦେଲ ସମାଦକରୁ ଏକ ପତ୍ର ଲେଖ |
Solution:
ଣିଗୋନାପା – ଓଡ଼ିଶାରେ ନକ୍ସଲ ଲୀଳା ଓ ତା’ର ପ୍ରତିକାର ।

ତା. ୧୧.୩.୧୬

ସଂପାଦକ, ଦୈନିକ ଓଡ଼ିଶା ଭାସ୍କର
ମଞ୍ଚେଶ୍ଵର, ଭୁବନେଶ୍ବର
ମହାଶୟ,

ସଂପ୍ରତି ସମଗ୍ର ଓଡ଼ିଶାରେ ନକ୍‌ସଲଙ୍କ ସହିତ ମାଓବାଦୀଙ୍କ ମିଳନ ଅଜଣା ଆତଙ୍କ କୋରାପୁଟରୁ ସମ୍ବଲପୁର ପର୍ଯ୍ୟନ୍ତ ଖେଳାଇ ଦେଇଛି । ନକ୍‌ସଲ୍‌ଙ୍କ ପ୍ରତିକ୍ରିୟାଶୀଳ ହିଂସାତ୍ମକ କାର୍ଯ୍ୟକଳାପ କେବଳ ଓଡ଼ିଶା ସରକାର ନୁହେଁ – ଆନ୍ଧ୍ର, ବଙ୍ଗଳା, ମନୋଭାବ ନେଇ ଏମାନଙ୍କୁ କେବେ ବି ଦମନ କରିପାରିବେ ନାହିଁ; ସୁତରାଂ ଏ ଦିଗରେ ଅନ୍ୟ କେତେକ ବିକଳ୍ପ ପଦକ୍ଷେପ ତୁରନ୍ତ ଗ୍ରହଣ କରାଯିବାର ଆବଶ୍ୟକତା ସମ୍ପର୍କରେ ଆମ୍ଭେ ଏ ପତ୍ର ମାଧ୍ୟମରେ ସରକାରଙ୍କୁ ପରାମର୍ଶ ଦେଉଛୁ । କେବେ ବି ସାହସ କରିନାହାନ୍ତି । ଯଦିବା କିଏ କେବେ ପ୍ରତିବାଦ କରିଛି, ଆଇନର ଭୟ ଦେଖାଇ ତାକୁ ଦମନ କରାଯାଇଛି । ଅତ୍ୟାଚାରର ମାତ୍ରା ଯଥେଷ୍ଟ କମିଯାଇଛି । ଏଇଥପାଇଁ ଆଦିବାସୀମାନଙ୍କ ମନରେ ଏମାନଙ୍କ ପ୍ରତି ଆସ୍ଥା ଓ ବିଶ୍ବାସ ସୃଷ୍ଟି ହୋଇଛି ।

ଆଦିବାସୀମାନଙ୍କଠାରୁ ଦୃଢ଼ ସମର୍ଥନ ପାଇ ଏମାନେ ନିଜ ନିଜ ସଙ୍ଗଠନକୁ ସୁଦୃଢ଼ ତଥା ପ୍ରସାରିତ କରିବାରେ ଲାଗିଛନ୍ତି । ଆଦିବାସୀଙ୍କ ମନରେ ସରକାର ତଥା ସରକାରୀ କଳ ପ୍ରତି ଦୃଢ଼ ଆସ୍ଥା ତଥା ବିଶ୍ବାସ ସୃଷ୍ଟି ନହେଲେ, ନକ୍ସଲମାନଙ୍କ ଅମାନବ … ଆଦୃଶିଆ ପଦକ୍ଷେପ ନେବାକୁ ପଡ଼ିବ । ପ୍ରଥମେ ଅତ୍ୟାବଶ୍ୟକ ସାମଗ୍ରୀଭାବେ ଚାଉଳ, କିରାସିନି ପ୍ରଭୃତିର ସୁଲଭ ତଥା କରାଯାଇ ସେସବୁର ଫାଇଦା ନେବାକୁ ପରାମର୍ଶ ଦିଆଯିବା ସଙ୍ଗେ ସଙ୍ଗେ ଅନୁରୂପ ସୁବିଧା ଯୋଗାଇ ଦିଆଯିବା ଅବଶ୍ୟକ । ଏଥ୍ ସଙ୍ଗେ ସଙ୍ଗେ ସଜୋଟ, ଦକ୍ଷ, ନିଷ୍ପାବାନ୍ କର୍ମଚାରୀମାନଙ୍କୁ ବାଛି ବାଛି ଆଦିବାସୀ ଅଞ୍ଚଳରେ ନିଯୁକ୍ତି ଦିଆଯାଇ ସେନଙ୍କ ବିଶ୍ୱାସ ସୃଷ୍ଟି ହେବ । ସରକାରଙ୍କୁ ସେମାନେ ନିଜର ତ୍ରାଣକର୍ତ୍ତା ବୋଲି ବିଶ୍ୱାସ କରିବେ । ସନ୍ତ୍ରାସବାଦୀମାନଙ୍କଠାରୁ ମୁହଁ ଫେରାଇ ଏଥ‌ିରେ ସନ୍ଦେହ ନାହିଁ ।

ମାଲ୍କାନ୍ଗିରି
୧୧୮୩୮୧୬

ଆପଣକରି ବିଣ୍ୟ
ନଟବର ମାନଫିଦୃ

CHSE Odisha Class 11 Odia Grammar ସମ୍ବାଦ ଲିଖନ

୭। ଶିକ୍ଷା-ଦଲାଲଙ୍କଠାରୁ ଶିକ୍ଷାଧାରା ଓ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାପାଇଁ ଏକ ପତ୍ର ସମ୍ପାଦକଙ୍କୁ ଲେଖ ।
Solution:
ଣିଗୋନାପା – ଓଡ଼ିଶାରେ ନକ୍ସଲ ଲୀଳା ଓ ତା’ର ପ୍ରତିକାର ।

ତା. ୮.୨.୧୬

ସଂପାଦକ, ମାତୃଭାଷା
ବାଳକୃଷ୍ଣ ମାର୍ଗ, କଟକ-୨
ମହାଶୟ,
ଆକର୍ଷଣୀୟ ବିଜ୍ଞାପନ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଲୁଟି ନେବାରେ ଲାଗିଛନ୍ତି । ଜାତୀୟ ତଥା ଏବନ୍ଧିତ ବୋଲି ବିଜ୍ଞାପନ ମାଧ୍ୟମରେ ପ୍ରଚାର କରୁଥିବାବେଳେ, ତା’ର ସତ୍ୟାସତ୍ୟ ପରୀକ୍ଷା କରିବାର କୌଣସି ବ୍ୟବସ୍ଥା . . . । ଖୋଦ୍ ରାଜଧାନୀରେ ଦିଲ୍ଲୀ, ଇଂଲଣ୍ଡ, ଆମେରିକା, ଅଷ୍ଟ୍ରେଲିଆ, କାନାଡ଼ା ପ୍ରଭୃତି ଦେଶଗୁଡ଼ିକର ଖ୍ୟାତନାମା କରିଥିଲେ । ଏ ଦିଗରେ ସରକାରଙ୍କ ତରଫରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଅନେକ ଠକ ଅନୁଷ୍ଠାନର ଦଲାଲ (ମାଲିକ)ମାନଙ୍କୁ ଗିରଫ କରାଯାଇଥିଲା । କେତେକ ଦଲାଲ ନିଜ ନିଜ ଅନୁଷ୍ଠାନରେ ତାଲା ପକାଇ ଆତ୍ମଗୋପନ କରିବାକୁ ବାଧ୍ୟ ହୋଇଥିଲେ ।

ଦେବା ଦ୍ଵାହିରେ ଓଡ଼ିଶାରେ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଅଧଗ୍ରହଣ କାର୍ଯ୍ୟକ୍ରମ ହାତକୁ ନେଲେଣି । ଏଠାରେ ପଇସା ବଦଳରେ ଜ୍ଞାନ ଦିଆଯିବା ସାଧାରଣ ଖଟିଖ୍ୟା, କୃଷିକାରୀ, ମନ୍ଦିର ନୀତି, ଜେଜମାନୀ କରି ବଞ୍ଚୁଥ‌ିବା ଓଡ଼ିଆ ପିଲାଙ୍କପାଇଁ ଏ ଶିକ୍ଷାଧାରାର ଦରଜା ବନ୍ଦ ହେବ । ଧନୀ ଶ୍ରେଣୀର ବିଦ୍ୟାର୍ଥୀ ମେଧା ନଥାଇ ବି ସୁବିଧା ପାଇବେ । ଫଳରେ ମେଧାଶୂନ୍ୟ ଭାବରେ ଶିକ୍ଷା ସଙ୍କଟ ସୃଷ୍ଟି କରିବେ । ନୂଆ ନୂଆ ବିଷୟ ଖୋଲି ସେସବୁପାଇଁ ବିଭିନ୍ନ ଖ୍ୟାତିସମ୍ପନ୍ନ ବିଶ୍ଵବିଦ୍ୟାଳୟମାନଙ୍କରୁ ଅନୁମୋଦନ ମିଳିସାରିଛି ବୋଲି ମିଥ୍ୟା କହୁଣିକୁ ବୋହିଯିବ ।

୮। ଧର୍ମଘଟ ଓ ବନ୍ଦ ପାଳନ ବିପକ୍ଷରେ ପ୍ରତିକ୍ରିୟା ପ୍ରକାଶ କରି ସମ୍ପାଦକଙ୍କୁ ଏକ ପତ୍ର ଲେଖ ।
Solution:
ଶିରୋନାମା – ଧର୍ମଘଟର ମିଥ୍ୟାଚାର ବନ୍ଦ ହେଉ ।

ତା. ୧୫.୨.୧୬

ସଂପାଦକ, ଧରିତ୍ରୀ
ମରେଶ୍ଵର ଶିଳ୍ଲାଅଁନ୍ଦ, ରପୁଲଗଡ଼
ମହାଶୟ,
ଦାବି କ’ଣ ଥିଲା ବା ଧର୍ମଘଟ ସଫଳ ହେଲା ଧର୍ମଘଟ କାହା ବିରୁଦ୍ଧରେ ? ଏହାକୁ ସରକାର ବିରୋଧୀ ଜନସାଧାରଣ କ୍ଷତିସ୍ତ ହେବେ । ଖଟିଖୁ, ମଜୁରିଆ କର୍ମକ୍ଷେତ୍ରକୁ ଯାଇ ନ ପାରି ସେଦିନ ପରିବାର ପାଇଁ ଦୁଇମୁଠା ଅନ୍ନ ଯୋଗାଡ଼ରୁ ବଞ୍ଚିତ ହେବେ । ଯେଉଁ ଦାବି ନେଇ ବାମଦଳ ରାଜରାସ୍ତାକୁ ଓହ୍ଲାଉଛନ୍ତି, ତାହା ଯଦି ଜନହିତକାରୀ ଏବଂ ତାହା କି ନାହିଁ ତାହା ଚର୍ଚ୍ଚାର ବିଷୟ ନୁହେଁ । ଚିନ୍ତାର ବିଷୟ ହେଉଛି ง ଧର୍ମଘଟ ଭାବେ ପ୍ରଚାର କରାଯାଉଥିଲେ ବି ଏଥ‌ିରେ ପ୍ରକୃତରେ ନିୟମ ଗଢ଼ିବାର ବ୍ୟବସ୍ଥା କରିପାରିବେ । ଏତେସବୁ ନାଟକ କାହିଁକି ? ନିରୀହ ଖଟିଖ୍ ଦିନମଜୁରିଆଙ୍କ ପେଟ ମାରିବା ଏବଂ ଜନସାଧାରଣଙ୍କୁ ହଇରାଣ କରିବା ଛଡ଼ା ଏପ୍ରକାର ଆନ୍ଦୋଳନର ଅନ୍ୟ କିଛି ଉଦ୍ଦେଶ୍ୟ ବା ଉପଲବ୍ଧ ତର୍କସଙ୍ଗତ ଦିଶୁନାହିଁ । ଦେଶର ଶାନ୍ତିକାମୀ ନିରୀହ ଜନତାଙ୍କ ସହ ପ୍ରତାରଣା ବନ୍ଦ ହେବା ଉଚିତ । ଏତଦ୍‌ବ୍ୟତୀତ ବନ୍ଦପାଳନକୁ ରାଜନୀତିକ ଦଳମାନେ କୌତୁକ କରିତୋଳିଛନ୍ତି । କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଉଥ‌ିବା ଓ ଅଂଶୀଭୂତ ଦଂ ବି ଭୋଟ ବାକ୍‌ସ ବୃଦ୍ଧିପାଇଁ ବନ୍ଦପାଳନର ମସୁଧା କରୁଛି ଓ ସରକାରୀ ବିରୁଦ୍ଧ ପ୍ରଚାର ବୋଲି ଗାଉଛନ୍ତି । ଏହା ସାଧାରଣ ନାଗରିକଙ୍କୁ ବୋକା କରିଦେଉଛି ଓ କଳୁଷିତ ରାଜନୀତିକୁ ନେଇ ଅଧ‌ିକ ମାନସିକ ଘୃଣା ଦେଉଛି । ପୁନଶ୍ଚ

ଆମ ଦେଶରେ ମୂଲ୍ୟହୀନ, ସଙ୍କଟଶୂନ୍ୟ ବିଭିନ୍ନ ଘଟଣାକୁ ପ୍ରତିବାଦର ଆଳ କରି ବିଭିନ୍ନ ରାଜନୈତିକ ଦଳ ତରଫରୁ ସହର ପଛଘୁଞ୍ଚା ଦେଉନାହାନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପରିତାପର ବିଷୟ । ଏସବୁ ଜାତୀୟ ସ୍ୱାର୍ଥ ଓ ଜନସ୍ବାର୍ଥର ପରିପନ୍ଥୀ । ଏଭଳି ବନ୍ଦ ପାଳନବେଳେ ସାଧାରଣ ଜନତା, ଶ୍ରମଜୀବୀ, ଛାତ୍ରଛାତ୍ରୀ, ବ୍ୟବସାୟୀ, କୃଷକ କେତେ କ୍ଷତିଗ୍ରସ୍ତ ହୋଇଥାନ୍ତି ତାହା ଅକଳନୀୟ । ଏଣୁ ସରକାର ଏହାକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରି ଆଇନ ଅମାନ୍ୟକାରୀମାନଙ୍କୁ ଦୃଢ଼ହସ୍ତରେ ଦମନ କରନ୍ତୁ ।

ଆପଣବର ବିଶ୍ଵମୃ
ମଲିକି ଚରଣ ଦଲାଲ

ଟଙ୍କପାଣି ରୋଡ଼, ଭୁବନେଶ୍ଵର
୧୫।୦୨ ।୧୬

୯ । ବଦ୍ଧିତ ଜନସଂଖ୍ୟା ଓ କୃଷି ଉତ୍ପାଦନର ହ୍ରାସକୁ ନେଇ ଏକ ପ୍ରତିକ୍ରିୟାଶୀଳ ପତ୍ର ସଂପାଦକଙ୍କୁ ଲେଖ ।
Solution:
ଶିରୋନାମା – ବଦ୍ଧିତ ଜନସଂଖ୍ୟା ଓ ଉତ୍ପାଦନର

ତା. ୧୮.୧୨.୧୬

ସଂପାଦକ, ଧରିତ୍ରୀ
ଶିଳ୍ପାଞ୍ଚଳ, ରସୁଲଗଡ଼, ଭୁବନେଶ୍ଵର
ମହାଶୟ,
ଭାରତବର୍ଷରେ ଜନସଂଖ୍ୟାର ଘନ ଘନ ବୃଦ୍ଧି ଆଜି ଖାଦ୍ୟାଭାବକୁ ସ୍ବାଗତ କରିଛି । ବାସଭୂମି ପାଇଁ କୃଷିଭୂମିକୁ କ୍ରମେ ବର୍ଷିତ ଜନସମାଜ କବଳିତ କରିବାକୁ ଆରମ୍ଭ କରିଛି । ଏହା ଫଳରେ ଭୂମିର ଆୟତନରେ ସିନା ସଂକୋଚନ ଘଟୁନାହିଁ; କିନ୍ତୁ କୃଷି ଉପଯୋଗୀ ଭୂମି ଉପରେ ଗଢ଼ିଉଠୁଛି ସୁରମ୍ୟ ପ୍ରାସାଦ, ପ୍ରଗତିକାମୀ ଶିଳ୍ପାଞ୍ଚଳ । ଜନସଂଖ୍ୟା ବୃଦ୍ଧିର ସମାନୁପାତିକ ହାରରେ କୃଷି ଉତ୍ପାଦନ ହାର ହ୍ରାସ ପାଇବାକୁ ଲାଗିଛି । କୃଷି ଉତ୍ପାଦନ ବୃଦ୍ଧି କରାଇବାପାଇଁ ଉଦ୍ୟମ ଜାରି ରହିଥ‌ିବା ସତ୍ତ୍ବେ ବସୁନ୍ଧରା କିନ୍ତୁ ବନ୍ଧ୍ୟା ହୋଇଗଲାଣି । ଅତ୍ୟଧିକ ରାସାୟନିକ ସାର ପ୍ରୟୋଗ ଫଳରେ ବସୁମତୀର ଉତ୍ପାଦିକା ଶକ୍ତି ହ୍ରାସ ପାଉଛି । ବଦ୍ଧିତ ଜନସଂଖ୍ୟାକୁ ବନ୍ଧ୍ୟା-ବସୁନ୍ଧରାର ଅଭିମାନ ଆଜି ମନୁଷ୍ୟର ଗଭୀର ଚିନ୍ତାର କାରଣ ହୋଇପଡ଼ିଛି ।

ସଂପ୍ରତି କୃଷି ବିଜ୍ଞାନୀମାନେ ମତ ଦେଲେଣି ଭୁବନେଶ୍ଵରର ବାସିନ୍ଦା ଆଗାମୀ ୨୦ ବର୍ଷ ପରେ ଏ ମାଟିର ପାଣି, ପବନ, ଖାଦ୍ୟ ଖାଇ ଓ ଗ୍ରହଣକରି ଶାରୀରିକଭାବରେ ଗେଡ଼ା ଓ ପଙ୍ଗୁ ହୋଇଯିବେ । କାରଣ ଭୂମିଜଳ ଓ ମୃତ୍ତିକା କ୍ରମଶଃ ବିଷାକ୍ତ ହୋଇଉଠୁଛି । ଏହା ବିଶ୍ଵର ଯେକୌଣସି ବର୍ଦ୍ଧିତ ଜନସଂଖ୍ୟା ସହରର ସଙ୍କଟ ମଧ୍ୟ । ନଦୀମାନେ ହଁ ପୋତିହୋଇପଡ଼ି ଏପରି ବ୍ୟବସ୍ଥାରେ ଜନସଂଖ୍ୟା ବୃଦ୍ଧିକୁ ସଙ୍କୁଚିତ କରି କର୍ତ୍ତୃପକ୍ଷ ଭୂମିଜଳ ଓ ପରିବେଶର ସୁରକ୍ଷିତ ପ୍ରବାହପାଇଁ ବେଳ ଥାଉଁ ଥାଉଁ ବନ୍ଧ ନ ବାନ୍ଧିଲେ ନିଷ୍ଫଳା ଭୂମି ଉପରେ ମଣିଷହିଁ ଆଗାମୀ ଦିନରେ ସଙ୍କଟରେ ପଡ଼ି ମଣିଷ ମାଂସ ୱାଇବ । ଏଥପ୍ରତି ବୁଦ୍ଧିଜୀବୀ ଓ ସରକାର ଚିନ୍ତା ପ୍ରକଟପାଇଁ ଅନୁରୋଧ କରୁଛୁ ।

ଉତ୍ତରାଛକ, ଧଉଳି
ରୁବନେଶ୍ୟର

ଆପଣବର ବିଶ୍ଵମୃ
ମାନବନ୍ଦ୍ବ କର

୧୦ା ଙପୃତି ବୈପଯିକ ଶିଯାନୁପାନର ଶିଯଧାର କିପରି କ୍ରମିତ ଓ କନ୍ନଯିବ ପରମଚାର ଧାରଣା ସଫ୍ଟ କରୁଛି ଏକ ପ୍ରତିକ୍ରିୟାଶୀଳ ଚିନ୍ତାନିଷ୍ଠ ପତ୍ର ସମ୍ପାଦକଙ୍କୁ ଲେଖ ।
Solution:
ଶିରୋନାମା – ବୈପଯିକ ଶିଯାନୁପାନର କିପରି ପରମଚାର

ତା, ୨୧.୩.୧୬

ସଂପାଦକ, ଅନୁପମ ଭାରତ,
ବ୍ରହ୍ମପୁର ।
ମହାଶୟ,

ଜ୍ଞାନ ଓ ଶିକ୍ଷାଠାରୁ ବଳି ପବିତ୍ରକାରୀ ଜିନିଷ ଏ ବିଶ୍ୱରେ ଆଉ କିଛି ନାହିଁ । ‘ନ ହି ଜ୍ଞାନେନ ସଦୃଶଂ ପବିତ୍ରମିହ ବିଦ୍ୟତେ ।’’ ମାତ୍ର ଏହି ଜ୍ଞାନ କ୍ରମଶଃ କଳୁଷିତ ହେବାକୁ ବସିଲାଣି । ବୈଷୟିକ ଶିକ୍ଷାକୁ ସାଧାରଣ ଶିକ୍ଷାଠାରୁ ଗୁରୁତ୍ଵପୂର୍ଣ୍ଣ ଛାତ୍ରଛାତ୍ରୀ ଚୟନ କରାଯାଉଛି । ଆମ ରାଜ୍ୟରେ ବିପିୟୁଟି, କେନ୍ଦ୍ରରେ ସିବିଏସ୍‌ଇ, କେତେକ କ୍ଷେତ୍ରରେ ଶିକ୍ଷାନୁଷ୍ଠାନମାନେ ନିଜେ ଏହି ପ୍ରବେଶିକା ପରୀକ୍ଷା କରୁଛନ୍ତି । ଅଧିକାଂଶ ମେଧାବୀ ପିଲା ମଧ୍ୟ ପ୍ରଥମ ଥରରେ କୃତକାର୍ଯ୍ୟ ହୋଇପାରୁନାହାନ୍ତି । ଡାକ୍ତରୀ ଶିକ୍ଷା ପାଇଁ ସ୍ବଳ୍ପ ଆସନ ଦୃଷ୍ଟିରୁ ପ୍ରବେଶିକା ପରୀକ୍ଷାରେ ପ୍ରତିଯୋଗିତା ତୀବ୍ରତର ହେଉଛି । ଅଧିକାଂଶ ସ୍ଥଳରେ ଦେଖାଯାଉଛି ଯେ, ପରୀକ୍ଷାରେ ଶୀର୍ଷସ୍ଥାନ ଅଧିକାର କରିଥିବା ପିଲାମାନେ ମଧ୍ୟ ପ୍ରବେଶିକା ପରୀକ୍ଷାରେ ଗଡ଼ପଡୁଛନ୍ତି । ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରୁଛି ।

କଲେଜ ଓ ଛାତ୍ରାବାସରେ ନୂଆ ପିଲାମାନଙ୍କୁ ପୁରୁଣା ପିଲାମାନେ ମାନସିକ, ଶାରୀରିକ ଓ ନୈତିକ ସ୍ତରରେ ଆଘାତ ପ୍ରଦାନ କରୁଛନ୍ତି । ଏହାକୁ ‘ତ୍ୟାଗିଙ୍ଗ୍’ ଆଖ୍ୟା ଦିଆଯାଇ ଆଇନତଃ ନିଷିଦ୍ଧ କରାଯାଇଥିଲେ ମଧ୍ୟ କାହିଁକି ଛାଡ଼ିବୁ ? କି ରୁଗ୍‌ଣ ମାନସିକତା ? ବେଳେବେଳେ ଏହି ବର୍ବରତା ଚରମସୀମାରେ ପହଞ୍ଚୁଛି– ତାହାର ବିଶଦ ବର୍ଣ୍ଣନା କିଶୋରୀ ଏହା ଭୟରେ ପାଠ ଛାଡ଼ିଦେଉଛନ୍ତି । କେତେକ ପିଲା ଅନ୍ୟ ବିଭାଗକୁ ଚାଲିଯାଉଛନ୍ତି । କେତେକ ସ୍ତରରେ ମାନସିକ ବିକୃତି ସୃଷ୍ଟି ହେଉଛି ଏବଂ କେହି କେହି ଆତ୍ମହତ୍ୟାପ୍ରବଣ ହେଉଛନ୍ତି ଓ ମରୁଛନ୍ତି ମଧ୍ଯ । ମାତ୍ର ଏସବୁ ସଦାସର୍ବଦା କେସ୍ ଆକାରରେ ଥାନା, କୋର୍ଟ କଚେରିରେ ଦରଜ ହେଉନାହିଁ । ସାନପିଲାମାନେ ଅତ୍ୟନ୍ତ କଷ୍ଟର ସହିତ ଏସବୁ ସହ୍ୟ କରୁଛନ୍ତି । ଆମ ସମୟରେ (୧୯୭୭) ଆଇଆଇଟି ପଢ଼ିବାକୁ ଯାଇଥିବା ଜଣେ ପିଲା ଏହାଯୋଗୁ ମାନସିକ ବିକୃତ ହୋଇ ଚିକିତ୍ସା ହୋଇଥିଲା ଓ ପରେ ପରେ ଆତ୍ମହତ୍ୟା କରିଥିଲା ।

ଜଣେ ପିଲା ଆଇସି ସିଟ୍ ଛାଡ଼ି ଓଏଏସ୍ ପାଇଥିଲା ଓ ଅନ୍ୟ ଜଣେ ଆଇଏଏସ୍ ପାଇଥିଲା । ଏହିପରି ଅନେକ ଉଦାହରଣ ଦିଆଯାଇପାରେ । ମାତ୍ର ଏହାଦ୍ୱାରା ସମସ୍ତ ପିଲାଙ୍କର ଭବିଷ୍ୟତ ଜୀବନରେ ରୁଗ୍‌ଣ ମାନସିକତା ସୃଷ୍ଟି ହୋଇଥାଏ ଓ ଏହାଯୋଗୁ କର୍ମକ୍ଷେତ୍ରରେ ଦୁର୍ନୀତି ଓ ଅସଜୋଟତାର ପ୍ରବେଶ ହୋଇଥାଏ । ଏପରି କରୁଥିବା ପିଲାକୁ କଦାପି ସଭ୍ୟ କୁହାଯାଇପାରିବ ନାହିଁ । ଯଦିଓ ନାମଲେଖା ସମୟରେ ଏହା ନ କରିବାପାଇଁ ପିଲାମାନେ ଚୁକ୍ତିପତ୍ର ଦସ୍ତଖତ କରୁଛନ୍ତି ତଥାପି ସେମାନେ ପରବର୍ତ୍ତୀ ସମୟରେ ଏହା କରୁଛନ୍ତି । ଏଥ‌ିପାଇଁ କଠୋର ପଦକ୍ଷେପ ନିଆଯିବା ଦରକାର । ପ୍ରଥମ ବର୍ଷର ସମସ୍ତ ନୂଆ ପିଲାଙ୍କୁ ଶିକ୍ଷକମାନଙ୍କ ଉପସ୍ଥିତିରେ ଉପର ଶ୍ରେଣୀର ପିଲାମାନଙ୍କୁ ଚିହ୍ନା କରାଇବା

ଉଚିତ । ଛାତ୍ରାବାସରେ ନୂଆ ପିଲା ରହୁଥ‌ିବା ବର୍ଗରେ ଏକ କୋଠରିରେ ଜଣେ ଅଧ୍ୟାପକ କିମ୍ବା ସହକାରୀ ପ୍ରଫେସର ଭଲମନ୍ଦ ବୁଝିବାପାଇଁ ରହିବା ଦରକାର । ଗୋଟିଏ କୋଠରିରେ ଗୋଟିଏ ବର୍ଗର ପିଲାମାନେ ରହିବା ଦରକାର । ରାତ୍ରି ୯ଟା ପରେ ଦାୟିତ୍ଵରେ ଥ‌ିବା କର୍ମଚାରୀ, ଅଧୀକ୍ଷକ ଓ ମୁଖ୍ୟମାନେ ସରପ୍ରାଇଜ୍ ଭିଜିଟ୍ କରି ଏହାର ଆକଳନ କରିବା ଉଚିତ । ଏଥ‌ିପାଇଁ ପିଲାମାନଙ୍କୁ କଠୋର ଦଣ୍ଡବିଧାନ ନକରି ମାନସିକ ସ୍ତରରେ ପରିବର୍ତ୍ତନ ଆଣିବା ଦରକାର । ମାନସିକ ପରାମର୍ଶ, ଯୋଗ ଓ ଧ୍ୟାନ ଏଥ‌ିପାଇଁ ଉପଯୁକ୍ତ ବ୍ୟବସ୍ଥା ଅଟେ । ଏହାଦ୍ଵାରା ପିଲାଟି ପରିବର୍ତ୍ତନ ନହେଲେ ତା’ ପ୍ରତି ଦଣ୍ଡବିଧାନ କରିବା ଛଡ଼ା ଆଉ କିଛି ବାଟ ନାହିଁ । କେବଳ ଆଇନ ପ୍ରଣୟନଦ୍ଵାରା ଏହାକୁ ବନ୍ଦ କରିହେବ ନାହିଁ ।

ଏସବୁ ଊର୍ଦ୍ଧ୍ୱରେ ଶତକଡ଼ା ୬୦ ଭାଗ ବିଦ୍ୟାର୍ଥୀ ଏସବୁ ଅନୁଷ୍ଠାନରେ ଟ୍ୟୁସନ୍ ଓ କୋଚିଂ ଦଲାଲ କରୁଥିବା ଶିକ୍ଷକଙ୍କ ନମ୍ବର ରଖ୍ ସାର୍ଟିଫିକେଟ ପାଉଛନ୍ତି । ଏମାନେ ପିତାମାତାଙ୍କର ବୋଝ ହେବା ସଙ୍ଗେ ସଙ୍ଗେ ଜାତିର ବୋଝ ବି ହେଉଛନ୍ତି । ଲାଗୁଛି । ଏଥପ୍ରତି ବେଳ ଥାଉଁ ଥାଉଁ ବନ୍ଧ ବାନ୍ଧିବା ଓ ସଚେତନ ହେବା ନ୍ୟାୟରେ ଶିକ୍ଷକ, ଛାତ୍ର, ଅଭିଭାବକ ଓ କର୍ତ୍ତୃପକ୍ଷ ସଚେତନ ହୋଇ ଉପାୟ ଓ ପନ୍ଥା ଗ୍ରହଣ ନକଲେ ଜ୍ଞାନହିଁ ସଙ୍କଟର କାରଣ ହୋଇ ଉଭା ହେବ, ଏଥିରେ ଦ୍ବିମତ ନାହିଁ ।

ଆପଣଙର ବଣିପୃ
ଧମାନନ୍ଦ ତାପ

ନାରଗାଁ ଦାଣ
କାଗଡମିତ୍ରପୁର

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

Odisha State Board CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି Questions and Answers.

CHSE Odisha 11th Class Economics Solutions Chapter 12 ମୁଦ୍ରାସ୍ଥୀତି

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ।

1. ମୁହୁ ମୂଲ୍ୟବୃଦ୍ଧି ହେଲେ ଆୟ ନିଯୋଗର କ’ଣ ହୁଏ ?
(i) ବୃଦ୍ଧିହୁଏ
(ii) ହ୍ରାସପାଏ
(iii) ସ୍ଥିରରହେ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ବୃଦ୍ଧିହୁଏ।

2. ପୂର୍ଣ୍ଣନିୟୋଜନ ପରେ ଦରବୃଦ୍ଧି ହେଲେ ଉତ୍ପାଦନର କ’ଣ ହୁଏ ?
(i). ବୃଦ୍ଧିହୁଏ
(ii) ବୃଦ୍ଧିପାଏ ନାହିଁ
(iii) ହ୍ରାସପାଏ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ବୃଦ୍ଧିପାଏ ନାହିଁ

3. ଦର ହୁହୁ ହୋଇ ବୃଦ୍ଧି ପାଇଲେ ଏହାକୁ ଯେଉଁ ମୁଦ୍ରାସ୍ପତି କୁହାଯାଏ ?
(i) ମୁଦ୍ର। ମୁଦ୍ରାସ୍ପତି
(ii) ଆଂଶିକ ମୁଦ୍ରାସ୍ପତି
(iii) ଅବାଧ ମୁଦ୍ରାସ୍ପତି
(iv) ଅତିମୁଦ୍ରାନ୍ତୀତି
Answer:
(iv) ଅତିମୁଦ୍ରାଙ୍ଗୀତି

4. ମୁଦ୍ରାଙ୍ଗୀତି ସମୟରେ ଯେଉଁ ଦ୍ରବ୍ୟର ଉତ୍ପାଦନ ଲାଭଜନକ ହୁଏ ।
(i) ଅତ୍ୟାବଶ୍ୟକ ଦ୍ରବ୍ୟ
(ii) ବିଳାସ ଦ୍ରବ୍ୟ
(iii) ଆରାମପ୍ରଦ ଦ୍ରବ୍ୟ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(ii) ବିଳାସ ଦ୍ରବ୍ୟ

5. ମୁଦ୍ରାଙ୍ଗୀତି ସମୟରେ ଖାତକମାନଙ୍କର ଯାହା ହୁଅନ୍ତି :
(i) ଲାଭବାନ
(ii) କ୍ଷତିଗ୍ରସ୍ତ
(iii) ଲାଭବାନ ବା କ୍ଷତିଗ୍ରସ୍ତ ହୁଅନ୍ତି ନାହିଁ
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ଲାଭବାନ

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

6. ଦରବୃଦ୍ଧି ଅନିୟନ୍ତ୍ରିତ ହେଲେ ତାହାକୁ କେଉଁ ମୁଦ୍ରାଙ୍ଗୀତି କୁହାଯାଏ ?
(i) ମୁଦ୍ର। ମୁଦ୍ରାସ୍ପତି
(ii) ଅବଦମତି ମୁଦ୍ରାଙ୍ଗୀତି
(iii) ମୁକ୍ତ ମୁଦ୍ରାସ୍ପତି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ମୁକ୍ତ ମୁଦ୍ରାଙ୍ଗୀତି

7. ଜାତୀୟ ଅର୍ଥନୀତିରେ ମାଗଣର ଆଧ‌ିକ୍ୟ ହେଲେ ତାହାକୁ କେଉଁ ମୁଦ୍ରାନ୍ତୀତି କୁହାଯାଏ ?
(i) ପରିବ୍ୟୟ ପୃଷ୍ନ ମୁଦ୍ରାଙ୍ଗୀତି
(ii) ଅବାଧ ମୁଦ୍ରାଙ୍ଗୀତି
(iii) ମାଗଣ ଆକୃଷ୍ଟ ମୁଦ୍ରାଙ୍ଗୀତି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) ମାଗଣ ଆକୃଷ୍ଟ ମୁଦ୍ରାଷ୍ଟୀତ

8. ମୁଦ୍ରାଙ୍ଗୀତିର ପରିମାଣ ଏବଂ ପରିସୀମାର ପରିସଂଖ୍ୟାନିକ ନିର୍ଦ୍ଧାରଣ ନିମିତ୍ତ ଅନୁସୃତ ପଦ୍ଧତିକୁ ଯାହା କୁହାଯାଏ ?
(i) ମୁଦ୍ରାଙ୍ଗୀତିର ବ୍ୟବଧାନ
(ii) ମୁଦ୍ରାଙ୍ଗୀତି
(iii) ସ୍ଥିତିକ ମୁଦ୍ରାସ୍ପତି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(i) ମୁଦ୍ରାଙ୍ଗୀତିର ବ୍ୟବଧାନ

9. ମୁଦ୍ରାଙ୍ଗୀତି ସମୟରେ ସରକାର ଅଧୂକ ଟିକସ ବସାଇ ଲୋକମାନଙ୍କ ହାତରୁ ଯାହା ପ୍ରତ୍ୟାହୃତ କରିବା ଉଚିତ ।
(i) ସମ୍ପତ୍ତି
(ii) ସଞ୍ଚୟ
(iii) କ୍ରୟଶକ୍ତି
(iv) ଉପରୋକ୍ତ କୌଣସିଟି ନୁହେଁ
Answer:
(iii) କ୍ରୟଶକ୍ତି

10. ମୌଦ୍ରିକ ବ୍ୟବସ୍ଥା ମାଧ୍ୟମରେ ମୁଦ୍ରାଣ୍ଡୀତିକୁ ନିୟନ୍ତ୍ରଣ କରାଯାଏ, ମୌଦ୍ରିକ ବ୍ୟବସ୍ଥା ହେଉଛି ।
(i) ବ୍ୟାଙ୍କ ସୁଧହାରରେ ପରିବର୍ତ୍ତନ
(ii) ଖୋଲାବଜାର କାରବାର
(iii) ଜମା ସଂରକ୍ଷଣର ଅନୁପାତର ପରିବର୍ତ୍ତନ
(iv) ଉପରୋକ୍ତ ସମସ୍ତ
Answer:
(iv) ଉପରୋକ୍ତ ସମସ୍ତ

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

B. ଶୂନ୍ୟସ୍ଥାନ ପୂରଣ କର ।

1. ଅତିସ୍ତୀତି କ୍ଷେତ୍ରରେ ଦରବୃଦ୍ଧି ____________________ ।
Answer:
ଅସୀମ

2. ଏକାଧ୍ୟାକାରୀ ଶ୍ରମିକ ସଂଘର ମନମୁଖୀ ନୀତି ଯୋଗୁଁ ମଜୁରି ବୃଦ୍ଧି ହେଲେ ____________________ ସ୍ତ୍ରୀତି ସୃଷ୍ଟି ହୁଏ ।
Answer:
ମଜୁରି ପ୍ରବୃଦ୍ଧସ୍ଵୀତି

3. ମହାଜନମାନେ ମୁଦ୍ରାଙ୍ଗୀତି ସମୟରେ _____________________ ହୁଅନ୍ତି ।
Answer:
କ୍ଷତିଗ୍ରସ୍ତ

4. ଉତ୍ପାଦକମାନେ ମୁଦ୍ରାଙ୍ଗୀତି ସମୟରେ ___________________ ହୁଅନ୍ତି ।
Answer:
ଲାଭବାନ

5. ଖାତକ ଏବଂ ମହାଜନମାନଙ୍କ ମଧ୍ୟରୁ, ମୁଦ୍ରାସ୍ପତି ସମୟରେ _________________ ମାନେ କ୍ଷତିଗ୍ରସ୍ତ ହୁଅନ୍ତି ।
Answer:
ମହାଜନ

6. ଯେଉଁମାନଙ୍କର ଆୟଦର ସହିତ ପରିବର୍ତ୍ତନଶୀଳ ସେମାନେ ବିଶେଷ ___________________ ହୁଅନ୍ତି ନାହିଁ ।
Answer:
କ୍ଷତିଗ୍ରସ୍ତ

7. ମୁଦ୍ରାସୀତି ଏକ ଲୁକାୟିତ __________________ବ୍ୟବସ୍ଥା ।
Answer:
କର

8. ମୁଦ୍ରାଙ୍ଗୀତି ଯୋଗୁଁ ___________________ ମୂଲ୍ୟ ହ୍ରାସ ହେତୁ ତାହା ନିରୁତ୍ସାହିତ ହୁଏ ।
Answer:
ସଞ୍ଚୟ

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

9. ମୌଦ୍ରିକ ବ୍ୟବସ୍ଥା ଫଳରେ ସରକାର ଦେଶର _______________________ ଯୋଗାଣକୁ ଅର୍ଥନୀତିରେ ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରଣ କରନ୍ତି ।
Answer:
ମୁଦ୍ରା

10. ମୁଦ୍ରାସ୍ପତି ସମୟରେ ସରକାର ଅଧ‌ିକ ଟିକସ ବସାଇ ଲୋକମାନଙ୍କ ହାତରୁ ଅତିରିକ୍ତ ______________________ କୁ ପ୍ରତ୍ୟାହୃତ କରାଯାଏ ।
Answer:
କ୍ରୟଶକ୍ତି

C. ଗୋଟିଏ ବାକ୍ୟରେ ଉତ୍ତର ଦିଅ।

1. ମୁଦ୍ରାସ୍ତ୍ରୀତି ଅର୍ଥ କ’ଣ ?
Answer:
ଯେତେବେଳେ ଦେଶର ପୂର୍ଣ୍ଣନିଯୋଗ ପରେ ଦରବୃଦ୍ଧି ହୁଏ, ସେହି ଦର ବୃଦ୍ଧିକୁ ମୁଦ୍ରାସୀତି କୁହାଯାଏ ।

2. ଅବାଧ ମୁଦ୍ରାଙ୍ଗୀତି କ’ଣ ?
Answer:
ଦରବୃଦ୍ଧି ଅନିୟନ୍ତ୍ରିତ ହେଲେ, ଏହାକୁ ମୁକ୍ତ ବା ଅବାଧ ମୁଦ୍ରାଙ୍ଗୀତି କୁହାଯାଏ ।

3. ଅବଦମିତ ମୁଦ୍ରାଙ୍ଗୀତି କ’ଣ ?
Answer:
ଅବଦମିତ ମୁଦ୍ରାଙ୍ଗୀତି କହିଲେ ସେହି ମୁଦ୍ରାଣ୍ଡୀତିକୁ ବୁଝାଏ, ଯେଉଁଠାରେ ସରକାରଙ୍କ ପ୍ରତିରୋଧ ବ୍ୟବସ୍ଥା ଫଳରେ ମୁଦ୍ରାସ୍ପତି.ପ୍ରତିରୋଧ ଏବଂ ନିୟନ୍ତ୍ରିତ ହୋଇଥାଏ ।

4. ମାଗଣ ଆକୃଷ୍ଟ ମୁଦ୍ରାଷ୍ଟୀତି କ’ଣ ?
Answer:
ଯେତେବେଳେ ମାଗଣ ଦେଶର ଦ୍ରବ୍ୟ, ପଣ୍ୟ ଓ ସେବାର ଯୋଗାଣଠାରୁ ଅଧିକ ହୁଏ; ଅର୍ଥାତ୍ ମାଗଣ ଯୋଗାଣକୁ ବଳିଯାଏ ଏବଂ ଦର ବୃଦ୍ଧି ହୁଏ, ତାହାକୁ ମାଗଣ ଆକୃଷ୍ଟ ମୁଦ୍ରଢ଼ୀତି କୁହାଯାଏ ।

5. ପରିବ୍ୟୟ ପୃଷ୍ଟ ମୁଦ୍ରାଷ୍ଟୀତି କ’ଣ ?
Answer:
ଯେତେବେଳେ ଦେଶରେ ମଜୁରି ଏବଂ ଲାଭର ବୃଦ୍ଧି ହେତୁ ଦ୍ରବ୍ୟ, ପଣ୍ୟ ଏବଂ ପରିବ୍ୟୟ ବୃଦ୍ଧି ହୁଏ, ତାହାକୁ ପରିବ୍ୟୟ ପୃଷ୍ଟ ମୁଦ୍ରାଷ୍ଟୀତି କୁହାଯାଏ ।

6. ମୁଦ୍ରାଙ୍ଗୀତିକ ବ୍ୟବଧାନ କ’ଣ ?
Answer:
ମୁଦ୍ରାଷ୍ଟୀତିର ପରିମାଣ ଏବଂ ପରିସୀମାର ପରିସଂଖ୍ୟାନିକ ନିର୍ଦ୍ଧାରଣ ନିମିତ୍ତ ଅନୁସୃତ ପଦ୍ଧତିକୁ ମୁଦ୍ରାଙ୍ଗୀତିର ବ୍ୟବଧାନ କୁହାଯାଏ ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

7. ମୁଦ୍ରାର ଅତ୍ୟଧ୍ଵ ଯୋଗାଣ ଫଳରେ କ’ଣ ହୁଏ ?
Answer:
ମୁଦ୍ରାର ଅତ୍ୟଧିକ ଯୋଗାଣ ହେତୁ ଅଧିକ ମୌଦ୍ରିକ ଆୟ ହୋଇଥାଏ ଏବଂ ଏହା ମାଗଣକୁ ବୃଦ୍ଧିକରେ ।

8. ଯୁଦ୍ଧ ଓ ପ୍ରାକୃତିକ ଦୁର୍ଯୋଗ ଯଥା – ବନ୍ୟା, ବାତ୍ୟା, ମରୁଡ଼ି ଓ ଫସଲ ହାନି ଯୋଗୁଁ କ’ଣ ହୁଏ ?
Answer:
ଯୁଦ୍ଧ ଓ ପ୍ରାକୃତିକ ଦୁର୍ଯୋଗ ଯଥା – ବନ୍ୟା, ବାତ୍ୟା, ମରୁଡ଼ି ଓ ଫସଲ ହାନି ହେତୁ ଦ୍ରବ୍ୟ ଓ ସେବାର ଯୋଗାଣ ହ୍ରାସ ପାଏ ।

9. ମୁଦ୍ରାଙ୍ଗୀତି ହେତୁ ବଡ଼ଚାଷୀମାନଙ୍କର କ’ଣ ହୁଏ ?
Answer:
ମୁଦ୍ରାଙ୍ଗୀତି ହେତୁ ବଡ଼ଚାଷୀମାନେ ଅଧିକ ଲାଭବାନ ହଅନ୍ତି ।

10. ମୁଦ୍ରାସ୍ତ୍ରୀତି ସମୟରେ ଖାତକ ବା ମହାଜନ ଲାଭବାନ ହୁଅନ୍ତି ?
Answer:
ମୁଦ୍ରାଷ୍ଟୀତି ସମୟରେ ଖାତକମାନେ ଲାଭବାନ ହୁଅନ୍ତି ।

D. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ମୁଦ୍ରାସ୍ତୀତି ସମୟରେ ଖାଉଟିମାନେ ଲାଭବାନ ହୁଅନ୍ତି ।
Answer:
ମୁଦ୍ରାସ୍ତୀତି ସମୟରେ ଉତ୍ପାଦନକାରୀମାନେ ଲାଭବାନ ହୁଅନ୍ତି ।

2. ମହାଜନମାନେ ମୁଦ୍ରାଙ୍ଗୀତି ହେତୁ ଲାଭବାନ ହୁଅନ୍ତି
Answer:
ଖାତକମାନେ ମୁଦ୍ରାସୀତି ହେତୁ ଲାଭବାନ ହୁଅନ୍ତି ।

3. ମୁଦ୍ରାଣ୍ଡୀତି ସମୟରେ ମଜୁରିଆ ଓ ବେତନ ଭୋଗୀ ଶ୍ରେଣୀର ଲୋକେ ସର୍ବଦା ଲାଭବାନ ହୁଅନ୍ତି ।
Answer:
ମୁଦ୍ରାଙ୍ଗୀତି ସମୟରେ ମଜୁରିଆ ଓ ବେତନଭୋଗୀ ଶ୍ରେଣୀର ଲୋକ ସର୍ବଦା କ୍ଷତିଗ୍ରସ୍ତ ହୁଅନ୍ତି ।

4. ସ୍ଥିର ଆୟ ସମ୍ପନ୍ନ ବ୍ୟକ୍ତିମାନେ ମୁଦ୍ରାସ୍ତ୍ରୀତି ସମୟରେ କ୍ଷତିଗ୍ରସ୍ତ ହୁଅନ୍ତି ।
Answer:
ଠିକ୍

5. ବ୍ୟବସାୟୀ ଏବଂ ଉଦ୍ୟୋକ୍ତମାନେ ଦର ବୃଦ୍ଧି ସମୟରେ ଯଥେଷ୍ଟ କ୍ଷତିଗ୍ରସ୍ତ ହୁଅନ୍ତି ।
Answer:
ବ୍ୟବସାୟୀ ଏବଂ ଉଦ୍ୟୋକ୍ତମାନେ ଦର ବୃଦ୍ଧି ସମୟରେ ଯଥେଷ୍ଟ ଲାଭବାନ ହୁଅନ୍ତି ।

6. ମୂଦୁ ମୂଲ୍ୟବୃଦ୍ଧିକୁ ଅଶ୍ଵଦଉଡ଼ ମୁଦ୍ରାସ୍ତ୍ରୀତି କୁହାଯାଏ ।
Answer:
ମୃଦୁ ମୂଲ୍ୟବୃଦ୍ଧିକୁ ଗୁରୁଣ୍ଡି ମୁଦ୍ରାଙ୍ଗୀତି କୁହାଯାଏ ।

7. ଆଂଶିକ ମୁଦ୍ରାନ୍ତୀତି ଅର୍ଥବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ଦରବୃଦ୍ଧି ହୋଇଥାଏ ।
Answer:
ଆଂଶିକ ମୁଦ୍ରାସୀତି ଅର୍ଥବ୍ୟବସ୍ଥାର କୌଣସି ଏକ କ୍ଷେତ୍ରରେ ହୋଇଥାଏ ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

8. ଦରବୃଦ୍ଧି ଅନିୟନ୍ତ୍ରିତ ହେଲେ ଏହାକୁ ମୁକ୍ତ ବା ଅବାଧ ମୁଦ୍ରାଣ୍ଡୀତି କୁହାଯାଏ ।
Answer:
ଠିକ୍

9. ଜାତୀୟ ଅର୍ଥନୀତିରେ ମାଗଣର ଆଧ‌ିକ୍ୟ ହେଲେ ପରିବ୍ୟୟ ପୃଷ୍ଟ ମୁଦ୍ରାଷ୍ଟୀତି ଦେଖିବାକୁ ମିଳିଥାଏ ।
Answer:
ଜାତୀୟ ଅର୍ଥନୀତିରେ ମାଗଣର ଆଧ୍ୟା ହେଲେ ମାଗଣ ଆକୃଷ୍ଟ ମୁଦ୍ରାଙ୍ଗୀତି ଦେଖିବାକୁ ମିଳିଥାଏ ।

10. ସାମୟିକ ମୂଲ୍ୟ ବୃଦ୍ଧିକୁ ମୁଦ୍ରାନ୍ତୀତି କୁହାଯାଏ
Answer:
ଅନବରତ ମୂଲ୍ୟ ବୃଦ୍ଧିକୁ ମୁଦ୍ରାଙ୍ଗୀତି କୁହାଯାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
E. ନିମ୍ନଲିଖତ ପ୍ରଶ୍ନମାନଙ୍କ ଉତ୍ତର ଦୁଇଟି / ତିନୋଟି ବାକ୍ୟ ମଧ୍ୟରେ ଦିଅ ।

1. ମୁଦ୍ରାଙ୍ଗୀତି କ’ଣ ?
Answer:
ଦରବୃଦ୍ଧି ହେଲେ ଏବଂ ମୁଦ୍ରାର କ୍ରୟଶକ୍ତି ବା ମୂଲ୍ୟହ୍ରାସ ହେଲେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ, ତାହାକୁ ମୁଦ୍ରାଙ୍ଗୀତି କୁହାଯାଏ । ଜନ୍ ମେନାର୍ଡ କେନ୍‌ସଙ୍କ ମତରେ, ଯେତେବେଳେ ଦେଶର ପୂର୍ଣନିଯୋଗ ପରେ ଦର ବୃଦ୍ଧି ହୁଏ, ସେହି ଦର ବୃଦ୍ଧିକୁ ମୁଦ୍ରାଙ୍ଗୀତି କୁହାଯାଏ ।

ତେଣୁ ମୁଦ୍ରାସ୍ପତି ପୂର୍ଣ୍ଣନିୟୋଜନର ଉତ୍ତର ବ୍ୟବସ୍ଥା । କ୍ରାଉଥରଙ୍କ ମତରେ ଯେଉଁ ଅବସ୍ଥାରେ ମୁଦ୍ରା ମୂଲ୍ୟ ହ୍ରାସପାଏ ଅର୍ଥାତ୍ ଦର ବୃଦ୍ଧି ହୁଏ, ସେହି ଅବସ୍ଥାକୁ ମୁଦ୍ରାଷ୍ଟୀତି କୁହାଯାଏ । ହ୍ରାସ କହନ୍ତି ଯେ, ମୁଦ୍ରାଙ୍ଗୀତି ସମୟରେ ଅଧିକ ମୁଦ୍ରା ଅଳ୍ପ କେତେକ ଦ୍ରବ୍ୟକୁ ଅନ୍ଵେଷଣ କରନ୍ତି । ପଲ୍ ଏନଜିଗ ତାଙ୍କର ପୁସ୍ତକ ମୁଦ୍ରାଷ୍ଟୀତିରେ କହିଛନ୍ତି, ମୁଦ୍ରାସ୍ପତି ଏକ ଅସମତୁଲ ପରିସ୍ଥିତି ଯେଉଁଠାରେ କ୍ରୟଶକ୍ତିର ସମ୍ପ୍ରସାରଣ ଦରବୃଦ୍ଧିର କାରଣ ବା ପ୍ରଭାବ ହୋଇପାରେ ।

2. ମାଗଣ ଆକୃଷ୍ଟ ମୁଦ୍ରାନ୍ତୀତି କ’ଣ ?
Answer:
ଜାତୀୟ ଅର୍ଥନୀତିରେ ମାଗଣର ଆଧ‌ିକ୍ୟ ହେଲେ ମାଗଣ ଆକୃଷ୍ଟ ମୁଦ୍ରାଷ୍ଟୀତି ଦେଖାଯାଏ । ମାଗଣ ଆକୃଷ୍ଟ ସେତିକିବେଳେ ଦେଖାଯାଏ, ଯେତେବେଳେ ଦେଶର ମୌଦ୍ରିକ ମାଗଣ ଦେଶର ଦ୍ରବ୍ୟ, ପଣ୍ୟ ଓ ସେବାର ଯୋଗାଣଠାରୁ ଅଧିକ ହୋଇଥାଏ । ମାଗରଣ ଯୋଗାଣଠାରୁ ଅଧ‌ିକ ହୋଇଥାଏ । ଦ୍ରବ୍ୟର ଦର ବୃଦ୍ଧି ହୁଏ, ମୁଦ୍ରାଷ୍ଟୀତି ଜନ୍ମହୁଏ । ମାଗଣ ଆକୃଷ୍ଟ ମୁଦ୍ରାଷ୍ଟୀତି ଦୁଇଗୋଟି କାରଣରୁ ହୋଇଥାଏ ।

ପ୍ରଥମରେ ଦେଶର ମୁଦ୍ରା ଯୋଗାଣ ବୃଦ୍ଧି ହେବାରୁ ଦ୍ରବ୍ୟ ମାଗଣ ସମତାଳରେ ବୃଦ୍ଧି ନପାଇଲେ ଦ୍ରବ୍ୟର ଦରବୃଦ୍ଧି ହୁଏ । ଦ୍ଵିତୀୟରେ ଦେଶରେ ନିବେଶ, ଲାଭ ଓ ଆୟର ବୃଦ୍ଧି ହେଲେ ଲୋକମାନଙ୍କର ଉପଭୋଗର ମାତ୍ରା ବୃଦ୍ଧି ହୁଏ । ଦ୍ରବ୍ୟ ଏବଂ ସେବା ସେହି ଅନୁଯାୟୀ ବୃଦ୍ଧି ନହେଲେ ମାଗଣ ଯୋଗାଣକୁ ବଳିଯାଏ । ମୁଦ୍ରାସ୍ତ୍ରୀତି ସଂଘଟିତ ହୁଏ ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

3. ମୁଦ୍ରାଙ୍ଗୀତିକ ବ୍ୟବଧାନ କ’ଣ ?
Answer:
ମୁଦ୍ରାସ୍ପତିର ପରିମାଣ ଏବଂ ପରିସୀମାର ପରିସଂଖ୍ୟାନିକ ନିର୍ଦ୍ଧାରଣ ନିମିତ୍ତ ଅନୁସୃତ ପଦ୍ଧତିକୁ ମୁଦ୍ରାସ୍ପତିର ବ୍ୟବଧାନ କୁହାଯାଏ । ଆଧୁନିକ ଅର୍ଥଶାସ୍ତ୍ରର ଜନ୍ମଦାତା କେନ୍ସ ତାଙ୍କର ସର୍ବଶେଷ ପୁସ୍ତକ ‘ଯୁଦ୍ଧପାଇଁ କିପରି ପରିଶୋଧ ହେବ’’ ରେ ଏହି ମୁଦ୍ରାଙ୍ଗୀତିକ ବ୍ୟବଧାନ ଅଭିଧାରଣାକୁ ଆଲୋଚନା କରିଥିଲେ । ତାଙ୍କ ମତରେ ‘ଦେଶର ସୁଲଭ ଦ୍ରବ୍ୟ ଏବଂ ସେବାର ମୂଳ ଦରରେ ଧାର୍ଯ୍ୟ ହୋଇଥିବା ମୌଦ୍ରିକ ମୂଲ୍ୟଠାରୁ ଅଧୂକ ପ୍ରତ୍ୟାଶିତ ମୋଟ ବ୍ୟୟକୁ ମୁଦ୍ରାନ୍ତୀତିର ବ୍ୟବଧାନ କୁହାଯାଏ ।

4. ପରିବ୍ୟୟ ପୃଷ୍ଟ ମୁଦ୍ରାଷ୍ଟୀତି କ’ଣ ?
Answer:
ପରିବ୍ୟୟ ପୃଷ୍ଟ ମୁଦ୍ରାଷ୍ଟୀତି ଦେଶରେ ମଜୁରି ଏବଂ ଲାଭର ବୃଦ୍ଧି ହେତୁ ଦ୍ରବ୍ୟ, ପଣ୍ୟ ଏବଂ ସେବାର ପରିବ୍ୟୟ ବୃଦ୍ଧି ହେତୁ ସଂଘଟିତ ହୁଏ । ଏକାଧ୍ୟାକାର ଶ୍ରମିକ ସଂଘର ମନମୁଖା ନୀତି ଯୋଗୁଁ ମଜୁରି ବୃଦ୍ଧି ହେଲେ ଏପରି ମୁଦ୍ରାଙ୍ଗୀତି ସୃଷ୍ଟି ହୁଏ । ସେଥ‌ିଯୋଗୁଁ ପରିବ୍ୟୟ ପୃଷ୍ଟ ମୁଦ୍ରାସ୍ତୀତି ହେଉଛି ମଜୁରି ପ୍ରବୃଦ୍ଧସ୍ଵୀତି । ଯେତେବେଳେ ଶ୍ରମିକମାନଙ୍କର ମଜୁରି ସେମାନଙ୍କର ସୀମାନ୍ତ ଉତ୍ପାଦନଶୀଳତାଠାରୁ ଅଧିକ ହୁଏ ।

5. ପଳାତକ ମୁଦ୍ରାଣ୍ଡୀତି କହିଲେ କ’ଣ ବୁଝ ?
Answer:
ପୂର୍ଣନିୟୋଜନ ଲାଭପରେ ଯଦି ଦର ବୃଦ୍ଧି ହୁଏ ତେବେ ଦର ଅଧିକ ବୃଦ୍ଧି ହେଲେ ଆଉ ନିଯୋଗ ଓ ଉତ୍ପାଦନ ବୃଦ୍ଧିପାଏ ନାହିଁ । କେବଳ ଦର ହୁ ହୁ ହୋଇ ବୃଦ୍ଧିହୁଏ । ଏହାକୁ ଅତି ମୁଦ୍ରାଙ୍ଗୀତି ଅବସ୍ଥା କୁହାଯାଏ । ଏ ପ୍ରକାର ଦରବୃଦ୍ଧି ହେଲେ ଲୋକମାନେ ମୁଦ୍ରା ମୂଲ୍ୟ ହ୍ରାସ ହେତୁ ଆଉ ଅଧ‌ିକ ସଞ୍ଚୟ କରନ୍ତି ନାହିଁ । ସମସ୍ତେ ମୁଦ୍ରାକୁ ବିନିମୟ କରି କୌଣସି ବାସ୍ତବ ପରିସମ୍ପତ୍ତିରେ ପରିଣତ କରନ୍ତି । ଏହାକୁ ପଳାତକ ମୁଦ୍ରାସ୍ତ୍ରୀତି କୁହାଯାଏ । ଏ ପ୍ରକାର ପରିସ୍ଥିତିରେ ନିବେଶ, ନିଯୋଗ ଓ ଉତ୍ପାଦନ ବୃଦ୍ଧି ହୁଏ ନାହିଁ ।

F. ପାଞ୍ଚଟି / ଛଅଟି ବାକ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ମୁଦ୍ରାଣ୍ଡୀତି ଏବଂ ସାମାଜିକ ପରିଣତି ।
Answer:
ମୁଦ୍ରାଙ୍ଗୀତି ଫଳରେ ଦେଶର ସାମାଜିକ ବ୍ୟବସ୍ଥାରେ ବିପୁଳ ପରିବର୍ତ୍ତନ ପରିଲକ୍ଷିତ ହୁଏ । ମୁଦ୍ରାନ୍ତୀତି ସାମାଜିକ ଆୟକୁ ପୁନର୍ବଣ୍ଟନ କରେ । ମୁଦ୍ରାସ୍ତୀତିର ପରିଣତି ସମାଜ ପ୍ରତି ଅତ୍ୟନ୍ତ ଭୟାବହ କାରଣ ଏହା ଫଳରେ ଦରିଦ୍ର ଲୋକମାନଙ୍କର ବେତନ, ମଜୁରି ଓ ଆୟ ହ୍ରାସ ହେତୁ ଜୀବନଧାରଣ ମାନ ନିମ୍ନଗାମୀ ହୁଏ । ଧନୀ ଲୋକମାନେ କଳାବଜାର ଅଗ୍ରଗାମୀ ବ୍ୟବସାୟ ଏବଂ ଫଟକା ବଜାରରୁ ରାତାରାତି ବିପୁଳ ଅର୍ଥ ଲାଭ କରନ୍ତି । ଧନୀ ହୁଏ ଧନିକ । ଦରିଦ୍ର ହୁଏ ଭିକାରୀ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ମୁଦ୍ରାଙ୍ଗୀତିର ଗରଳକୁ ନୀଳକଣ୍ଠ ପରି ଭକ୍ଷଣ କରନ୍ତି । ଦରବୃଦ୍ଧି ଅର୍ଥନୀତିର ସମସ୍ତ ଶ୍ରେଣୀ ଲୋକମାନଙ୍କପାଇଁ ଆନୁପାତିକ ହୁଏ ନାହିଁ ।

2. ମୁଦ୍ରାସ୍ତ୍ରୀତି ସମୟରେ ବ୍ୟବସାୟୀ ଏବଂ ଉଦ୍ୟୋକ୍ତା ।
Answer:
ମୁଦ୍ରାଙ୍ଗୀତି ସୃଷ୍ଟି ହେଲେ ଅର୍ଥବ୍ୟବସ୍ଥାରେ ଦରଦାମ୍ ସ୍ତର ନିରବଚ୍ଛିନ ଭାବରେ ବୃଦ୍ଧି ପାଇଥାଏ । ଫଳରେ, ବ୍ୟବସାୟୀ ଏବଂ ଉଦ୍ୟୋକ୍ତାମାନେ ଦର ବୃଦ୍ଧି ସମୟରେ ଯଥେଷ୍ଟ ଲାଭବାନ ହୁଅନ୍ତି । ଦର ବୃଦ୍ଧି ହେତୁ ବିକ୍ରି ହୋଇ ନ ଥିବା ଦ୍ରବ୍ୟ ଭଣ୍ଡାର ସେମାନଙ୍କୁ ଅଧ‌ିକ ଆୟ ପ୍ରଦାନ କରେ । ବ୍ୟବସାୟୀ ଏବଂ ଉଦ୍ୟୋକ୍ତାମାନେ ଅନେକ ସମୟରେ ଆକସ୍ମିକ ଭାବରେ ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି । ଏହି ସମୟରେ ଦେଶର ଦ୍ରବ୍ୟ, ପଣ୍ୟ ଓ ସେବାର ଯୋଗାଣଠାରୁ ଅଧ୍ଵ ହୋଇଥାଏ । ଫଳରେ ବ୍ୟବସାୟୀ ଓ ଉଦ୍ୟୋକ୍ତାମାନେ ଲାଭବାନ ହୁଅନ୍ତି ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

3. ମୁଦ୍ରାଙ୍ଗୀତି ସମୟରେ ଖାତକ ଏବଂ ମହାଜନ ।
Answer:
ମୁଦ୍ରାଷ୍ଟୀତ ସାମାଜିକ ଆୟକୁ ପୁନର୍ବଣ୍ଟନ କରେ । ଦରବୃଦ୍ଧି ଅର୍ଥନୀତିର ସମସ୍ତ କ୍ଷେତ୍ରରେ ବା ସମସ୍ତ ଶ୍ରେଣୀ ଲୋକମାନଙ୍କପାଇଁ ସମାନ ହୁଏ ନାହିଁ । ମୁଦ୍ରାଙ୍ଗୀତି ସମୟରେ ମହାଜନମାନେ କ୍ଷତିଗ୍ରସ୍ତ ହୁଅନ୍ତି । ଖାତକମାନେ ଲାଭବାନ ହୁଅନ୍ତି । ମୁଦ୍ରା ମୂଲ୍ୟ ହ୍ରାସହେତୁ ଏବଂ ସୁଧଦର ଅପରିବର୍ତ୍ତନୀୟ ଯୋଗୁ ମହାଜନମାନେ ଅଧ‌ିକ ଦେଇ ଅଳପ ପରିଶୋଧ ପାଆନ୍ତି । ଖାତକମାନେ ଅଧିକ ନେଇ ଅଳ୍ପ ଦେଲାଫଳରେ ଲାଭବାନ ହୁଅନ୍ତି । କାରଣ ମୁଦ୍ରା ମୂଲ୍ୟ ହ୍ରାସ ହେତୁ ଖାତକମାନଙ୍କୁ କମ୍ ଦେବାକୁ ପଡ଼ିଥାଏ ।

4. ଆଂଶିକ ମୁଦ୍ରାଜ୍ଞୀତି ଏବଂ ବ୍ୟାପକ ମୁଦ୍ରାସୀତି ।
Answer:
ଆଂଶିକ ମୁଦ୍ରାଙ୍ଗୀତି ଅର୍ଥ ବ୍ୟବସ୍ଥାର କୌଣସି ଏକ କ୍ଷେତ୍ରରେ ଦେଖାଯାଏ । ପ୍ରାକୃତିକ ଦୁର୍ଯ୍ୟୋଗ ବା କୃତ୍ରିମ ଅନାଟନ ହେତୁ ପ୍ରଥମେ ଖାଦଶସ୍ୟର ଦର ବୃଦ୍ଧି ହୁଏ । ସରକାର ଦର ନିୟନ୍ତ୍ରଣ ପଦ୍ଧତି ସାହାଯ୍ୟରେ ଏହି ଆଂଶିକ ମୁଦ୍ରାଙ୍ଗୀତିକୁ ଦମନ କରିବାକୁ ଚେଷ୍ଟା କରନ୍ତି । ବ୍ୟାପକ ମୁଦ୍ରାଙ୍ଗୀତି ହେଲେ ଅର୍ତବ୍ୟବସ୍ଥାର ସମସ୍ତ କ୍ଷେତ୍ରରେ ଦର ବୃଦ୍ଧି ହୋଇଥାଏ ।

ଏହି କ୍ଷେତ୍ରରେ ସମସ୍ତ ଅର୍ଥ ବ୍ୟବସ୍ଥା ଦର ବୃଦ୍ଧି ବ୍ୟାଦ୍ଵାରା ଆକ୍ରାନ୍ତ ହୋଇଥାଏ । ମୁଦ୍ରାଙ୍ଗୀତି ପ୍ରଥମେ ଆଂଶିକ ହୋଇ ଅର୍ଥ ବ୍ୟବସ୍ଥାର କୌଣସି ଏକ କ୍ଷେତ୍ରରେ ଆରମ୍ଭ ହୋଇ ସମସ୍ତ କ୍ଷେତ୍ରକୁ ଦର ବୃଦ୍ଧି ହୋଇଥାଏ । ଏହି କ୍ଷେତ୍ରରେ ସମସ୍ତ ଅର୍ଥ ବ୍ୟବସ୍ଥା ଦର ବୃଦ୍ଧିଦ୍ୱାରା ଆକ୍ରାନ୍ତ ହୋଇଥାଏ । ମୁଦ୍ରାସ୍ତୀତି ପ୍ରଥମେ ଆଂଶିକ ହୋଇ ଅର୍ଥବ୍ୟବସ୍ଥାର କୌଣସି ଏକ କ୍ଷେତ୍ରକୁ ପରିବ୍ୟାପ୍ତ ହୁଏ ।

5. ମୃଦୁ ଏବଂ ଅତିମୁଦ୍ରାଙ୍ଗୀତି ।
Answer:
ମୃଦୁ ମୂଲ୍ୟବୃଦ୍ଧିକୁ ଗୁରୁଣ୍ଡି ମୁଦ୍ରାଙ୍ଗୀତି କହନ୍ତି । ମୁଦୁ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ଦରବୃଦ୍ଧିର ହାର ଅତୀବ ଶିଥୁଳ । ଅତିମୁଦ୍ରାସ୍ପତି କ୍ଷେତ୍ରରେ ଦରବୃଦ୍ଧି ଅସୀମ । ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ଏବଂ ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ ଚୀନରେ ଏହି ପ୍ରକାର ଘୋଡ଼ାଦୌଡ଼ ମୂଲ୍ୟ ବୃଦ୍ଧି ଘଟିଥିଲା । ସେତେବେଳେ ଜିନିଷପତ୍ରର ଦରଗୁଡ଼ିକ ପ୍ରତିଦିନ ହୁ ହୁ ହୋଇ ବଢ଼ିଲା ।

ଫଳରେ ଜର୍ମାନୀରେ ହିଟ୍‌ରଙ୍କ ଏକଛତ୍ର ଶାସନ ଏବଂ ଚାଇନାରେ କମ୍ୟୁନିଷ୍ଟ ଶାସନର ଆବିର୍ଭାବ ହେଲା ଦ୍ରବ୍ୟ ବା ଉତ୍ପାଦନର ଚାହିଦାର ଅହେତୁକ ବୃଦ୍ଧି ଯୋଗୁଁ ଦରଦାମ୍ ସ୍ତର ବୃଦ୍ଧିପାଏ । କିମ୍ବା ଦ୍ରବ୍ୟ ଓ ସାମଗ୍ରୀର ଉତ୍ପାଦନ ପରିବ୍ୟୟ ବୃଦ୍ଧି ଘଟିଲେ ଦରଦାମ୍ ସ୍ତରର ବୃଦ୍ଧି ପାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ମୁଦ୍ରାସ୍ତ୍ରୀତି କାହାକୁ କୁହାଯାଏ ? ଏହାର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ଦରବୃଦ୍ଧି ହେଲେ ଏବଂ ମୁଦ୍ରାର ମୂଲ୍ୟହ୍ରାସ ହେଲେ ଯେଉଁ ପରିସ୍ଥିତି ସୃଷ୍ଟି ହୁଏ ତାହାକୁ ମୁଦ୍ରାଙ୍ଗୀତି କହନ୍ତି, କାରଣ ଏହି ପ୍ରକାର ପରିସ୍ଥିତି ମୁଦ୍ରାର ଯୋଗାଣ ଅଧିକ ହେତୁ ବା ସ୍ତ୍ରୀତି ହେତୁ ହୋଇଥାଏ ।
ଜନ୍ ମେନାର୍ଡ଼ କେନ୍ସ ମୁଦ୍ରାଙ୍ଗୀତିକୁ ଦେଶର ନିଯୋଗ ସମ୍ପର୍କିତ କରି ବ୍ୟାଖ୍ୟା କରିଛନ୍ତି । ଯେତେବେଳେ ଦେଶର ପୂର୍ଣନିଯୋଗ ପରେ ଦର ବୃଦ୍ଧି ହୁଏ, ସେହି ଦର ବୃଦ୍ଧିକୁ ମୁଦ୍ରାଙ୍ଗୀତି କୁହାଯାଏ ।

ଦେଶର ସମସ୍ତ ସମ୍ବଳ ପୂର୍ଣ୍ଣ ନିୟୋଜିତ ପରେ ଯଦି କୌଣସି ଉଦ୍ୟୋକ୍ତା ଉତ୍ପାଦନ ବୃଦ୍ଧି କରିବାକୁ ଚାହାଁନ୍ତି ତେବେ ସେ ଯେଉଁ ଉପାଦାନଗୁଡ଼ିକୁ ନିୟୋଜିତ କରିବେ ସେଗୁଡ଼ିକୁ ତାଙ୍କର ପୂର୍ବ ନିୟୋଜନରେ ପ୍ରାପ୍ତ ପାଉଣାଠାରୁ ଅଧିକ ପାଉଣା ଦେବାକୁ ହେବ ନଚେତ୍ ଉପାଦାନଗୁଡ଼ିକ ସୁଲଭ ହେବେ ନାହିଁ । ଉପାଦାନଗୁଡ଼ିକ ଅଧିକ ପାଉଣା ପ୍ରଦତ୍ତ ହେଲେ ଉତ୍ପାଦନ ପରିବ୍ୟୟ ବୃଦ୍ଧି ହେବ ଏବଂ ଦରବୃଦ୍ଧି ହେବ । ଫଳରେ ଦେଶରେ ମୁଦ୍ରାନ୍ତୀତି ଘଟିବ ।

ଯେ ପର୍ଯ୍ୟନ୍ତ ଦେଶରେ ଉପାଦାନଗୁଡ଼ିକର ପୂର୍ବ ନିଯୋଗ ହୋଇନାହିଁ, ସେତେବେଳେ କୌଣସି କାରଣରୁ ଦରବୃଦ୍ଧି ହେଲେ ଅନିୟୋଜିତ ସମ୍ବଳର ନିୟୋଜନ ବୃଦ୍ଧିପାଇବ । ଦେଶରେ ଉତ୍ପାଦନ ବୃଦ୍ଧିପାଇବ ଓ ଦର ହ୍ରାସ ହେବ । ତେଣୁ ଏ କ୍ଷେତ୍ରରେ ଦରବୃଦ୍ଧି ମୁଦ୍ରାଙ୍ଗୀତି ଘଟାଏ ନାହିଁ । କେନ୍‌ସଙ୍କର ଏହି ମୁଦ୍ରାସ୍ପତି ଆଜି ଅନେକ ଦେଶରେ ପ୍ରଯୁଜ୍ୟ ହେଉନାହିଁ । କାରଣ ଆମ ଦେଶପରି ଅନେକ ଦେଶରେ ଦରବୃଦ୍ଧି ସହିତ ସମ୍ବଳର ଅନିଯୋଗ ଦେଖାଯାଏ । ଉତ୍ପାଦନ ସ୍ଥାଣୁ ଏବଂ ଦରର କ୍ଷିପ୍ରବୃଦ୍ଧି ଆଜି ଅନେକ ଦେଶର ଅର୍ଥବ୍ୟବସ୍ଥାର ସୁସ୍ପଷ୍ଟ ।

ଅନ୍ୟ ଅର୍ଥଶାସ୍ତ୍ରୀମାନେ ମୁଦ୍ରାସ୍ପତିକୁ ମୁଦ୍ରାଯୋଗାଣ ସମ୍ପର୍କିତ ବ୍ୟାଖ୍ୟା କରିଛନ୍ତି । କ୍ରାଉଥରଙ୍କ ମତରେ ଯେଉଁ ଅବସ୍ଥାରେ ମୁଦ୍ରା ମୂଲ୍ୟ ହ୍ରାସପାଏ ଅର୍ଥାତ୍ ଦରବୃଦ୍ଧି ହୁଏ ସେହି ଅବସ୍ଥାକୁ ମୁଦ୍ରାସ୍ତ୍ରୀତି କୁହାଯାଏ । ହାମ୍‌ଙ୍କ ମତରେ ମୁଦ୍ରାଷ୍ଟୀତି ସମୟରେ ଅଧିକ ମୁଦ୍ରା ଅଳ୍ପ କେତେକ ଦ୍ରବ୍ୟକୁ ଅନ୍ଵେଷଣ କରନ୍ତି । ଏହି ସମସ୍ତ ସଂଜ୍ଞାର ବିଶେଷତ୍ଵ ଏହି ଯେ ସେମାନେ ମୁଦ୍ରାଯୋଗାଣକୁ ମୁଦ୍ରାଷ୍ଟୀତିର କାରଣ ଏବଂ ଦର ବୃଦ୍ଧିକୁ ମୁଦ୍ରାଷ୍ଟୀତିର ପ୍ରଭାବ ବୋଲି ବର୍ଣ୍ଣନା କରିଛନ୍ତି ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ମୁଦ୍ରାସ୍ପତି ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଦରବୃଦ୍ଧି ହେତୁ ସରକାର ବାଧ୍ୟ ହୋଇ ମୁଦ୍ରା ଯୋଗାଣକୁ ଅତ୍ୟଧିକ ବୃଦ୍ଧି କଲେ । ଫଳରେ ଜର୍ମାନୀରେ ଅତି ମୁଦ୍ରାସ୍ପତି ଦେଖାଗଲା । ତେଣୁ ମୁଦ୍ରାଙ୍ଗୀତି ମୁଦ୍ରାର ଯୋଗାଣ ଏବଂ ଦରର ବୃଦ୍ଧି ଯେକୌଣସି କାରଣରୁ ଘଟିପାରେ । ପଲ୍ ଏନଜିଗ୍ ମତ ଅନୁସାରେ, ମୁଦ୍ରାଷ୍ଟୀତି ଏକ ଅସମତୁଲ ପରିସ୍ଥିତି ଯେଉଁଠାରେ କ୍ରୟଶକ୍ତିର ସମ୍ପ୍ରସାରଣ ଦରବୃଦ୍ଧିର କାରଣ ବା ପ୍ରଭାବ ହୋଇପାରେ । ତେଣୁ ମୁଦ୍ରାଷ୍ଟୀତି ଦରସ୍ତରର ବୃଦ୍ଧିଜନିତ ଏକ ପରିସ୍ଥିତି ଯାହା ପ୍ରଥମରେ ଅଧ୍ୟକ ମୁଦ୍ରା ଯୋଗାଣ ଏବଂ ପରେ ଅଧିକ ଦର ବୃଦ୍ଧି ହେତୁ ସଂଘଟିତ ହୋଇଥାଏ ।

ମୁଦ୍ରାଷ୍ଟୀତି ସୃଷ୍ଟି ହେଲେ ଅର୍ଥବ୍ୟବସ୍ଥାରେ ଦରଦାମ୍ ସ୍ତର ନିରବଚ୍ଛିନ୍ନ ଭାବେ ବୃଦ୍ଧି ପାଇଥାଏ । ଦରଦାମ୍ ସ୍ତରର ସାମୟିକ ବୃଦ୍ଧି କୌଣସି କାରଣରୁ ଘଟିଲେ ଏହାକୁ ମୁଦ୍ରାସ୍ପତି କୁହାଯାଏ ନାହିଁ । ମାତ୍ର ଏହି ବୃଦ୍ଧି ଏକାଧାରରେ ନିରବଚ୍ଛିନ୍ନ ବା ନିୟମିତ ଭାବେ ବୃଦ୍ଧି ହେଲେ ତାହାକୁ ମୁଦ୍ରାସ୍ତ୍ରୀତିର ଆଖ୍ୟା ଦିଆଯାଏ । କୌଣସି ସମୟରେ ମୌଦ୍ରିକ ଆୟ ବୃଦ୍ଧି ତୁଳନାରେ ଦ୍ରବ୍ୟ ଓ ସେବା ଯୋଗାଣ ସ୍ଵଳ୍ପ ହୋଇ ଦରଦାମ୍ ସ୍ତରର ନିରବଚ୍ଛିନ୍ନ ବୃଦ୍ଧିକୁ ମୁଦ୍ରାସ୍ପତି କୁହାଯାଏ । ତେଣୁ ଅତ୍ୟଧ୍ୟ ମୁଦ୍ରାଯୋଗାଣ ମୁଦାୟୀତିର କାରଣ ହୋଇଥାଏ ।

ଆଧୁନିକ ମତବାଦ ଅନୁସାରେ କୌଣସି ଦେଶର ଆୟ ଓ ବ୍ୟୟ ଯଦି ଦ୍ରବ୍ୟ ଓ ସେବାସମୂହର ଯୋଗାଣ ଅପେକ୍ଷା ଅଧିକ ଅନୁପାତିକ ହାରରେ ବୃଦ୍ଧିପାଏ, ତେବେ ଦରଦାମ୍‌ରେ ବୃଦ୍ଧିଘଟେ । ଏହି ପରିସ୍ଥତିରେ ମୁଦ୍ରାର ମୂଲ୍ୟ ବା ଏହାର କ୍ରୟ ଶକ୍ତି ହ୍ରାସ ପାଇଥାଏ । ମୁଦ୍ରାସ୍ତୀତି ବା ଦରଦାମ୍ ସ୍ତରର ନିୟମିତ ନିରବଚ୍ଛିନ୍ନ ବୃଦ୍ଧି ମୁଖ୍ୟତଃ ଦୁଇଟି କାରଣରୁ ହୋଇଥାଏ । ପ୍ରଥମତଃ ଦ୍ରବ୍ୟ ବା ଉତ୍ପାଦର ଚାହିଦାର ଅହେତୁକ ବୃଦ୍ଧି ଯୋଗୁଁ ଦରଦାମ୍ ସ୍ତର ବୃଦ୍ଧିପାଏ । ଦ୍ବିତୀୟତଃ ଦ୍ରବ୍ୟ ଓ ସାମଗ୍ରୀର ଉତ୍ପାଦନ ପରିବ୍ୟୟ ବୃଦ୍ଧି ଘଟିଲେ ଦରଦାମ୍ ସ୍ତରର ବୃଦ୍ଧି ପାଇଥାଏ।

ମୁଦ୍ରାଷ୍ଟୀତିର ବୈଶିଷ୍ନ୍ୟ –
(କ) ଏହା ଦରବୃଦ୍ଧି ଏବଂ ମୁଦ୍ରା ମୂଲ୍ୟ ହ୍ରାସ ଜନିତ ପରିସ୍ଥିତି ।
(ଖ) ଦରବୃଦ୍ଧି ଅଧିକ ମାଗଣ ବା ସ୍ଵଳ୍ପ ଯୋଗାଣ ହେତୁ ଘଟିଥାଏ ।
(ଗ) ଦେଶରେ ମୁଦ୍ରା ଓ ଋଣର ଯୋଗାଣର ଆଧ୍ୟା ହେତୁ ଏପରି ପରିସ୍ଥିତି ସୃଷ୍ଟି ହୁଏ ।
(ଘ) ସାମୟିକ ମୂଲ୍ୟ ବୃଦ୍ଧି ମୁଦ୍ରାନ୍ତୀତି ନୁହେଁ । ଅନବରତ ମୂଲ୍ୟ ବୃଦ୍ଧିକୁ ମୁଦ୍ରାସ୍ତ୍ରୀତି କୁହାଯାଏ ।
(ଙ) ଅନେକଙ୍କ ମତରେ ଏହା ପୂର୍ଣନିଯୋଗୋତ୍ତର ବ୍ୟବସ୍ଥା ।

2. ମୁଦ୍ରାଷ୍ଟୀତର ପ୍ରକାର ଭେଦ ଆଲୋଚନା କର ।
Answer:
କୌଣସି ଅର୍ଥବ୍ୟବସ୍ଥାର ଦରଦାମ୍ ସ୍ତରରେ ସ୍ଥିରତା ପରିଲକ୍ଷିତ ହୁଏ ନାହିଁ । ସମୟେ ସମୟେ ଦରଦାମ୍‌ର ସ୍ତର ଅଧ୍ଵରୁ ଅଧ‌ିକ ହେବା ଦେଖାଯାଏ । ଦର ବୃଦ୍ଧି ହେଲେ, ମୁଦ୍ରାର କ୍ରୟଶକ୍ତି ବା ମୂଲ୍ୟ ହ୍ରାସ ହେଲେ, ତାହାକୁ ମୁଦ୍ରାଙ୍ଗୀତି କୁହାଯାଏ । ମୁଦ୍ରାଷ୍ଟୀତିର ମାତ୍ରା ଅନୁଯାୟୀ, ଏହା ଅନେକ ପ୍ରକାର ହୋଇଥାଏ । କେତେବେଳେ ଏହା ମୃଦୁ ଏବଂ କେତେବେଳେ ଏହା ଅତ୍ୟଧ୍ଵ ହୋଇଥାଏ । ବିଭିନ୍ନ ପ୍ରକାରର ମୁଦ୍ରାଷ୍ଟୀତିଗୁଡ଼ିକ ହେଲା –

(କ) ମୃଦୁ ଏବଂ ଅତିମୁଦ୍ରାସ୍ପତି– ମୃଦୁ ମୂଲ୍ୟବୃଦ୍ଧିକୁ ଗୁରୁଣ୍ଡି ମୁଦ୍ରାଙ୍ଗୀତି ଏବଂ ଅତି ମୁଦ୍ରାଷ୍ଟୀତିକୁ ଅଶ୍ଵଦୌଡ଼ ମୁଦ୍ରାଷ୍ଟୀତି କୁହାଯାଏ । ମୁଦୁ ମୂଲ୍ୟ ବୃଦ୍ଧି କ୍ଷେତ୍ରରେ ଦରବୃଦ୍ଧିର ହାର ଅତୀବ ଶିଥୁଳ । ଅତିମୁଦ୍ରାଙ୍ଗୀତି କ୍ଷେତ୍ରରେ ଦରବୃଦ୍ଧି ଅସୀମ । ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀରେ ଏବଂ ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଚୀନରେ ଏହି ପ୍ରକାର ଅଶୁଦୌଡ଼ ମୂଲ୍ୟ ବୃଦ୍ଧି ଘଟିଥିଲା ।

(ଖ) ଆଂଶିକ ଏବଂ ବ୍ୟାପକ ମୁଦ୍ରାଙ୍ଗୀତି – ଆଂଶିକ ମୁଦ୍ରାଙ୍ଗୀତି ଅର୍ଥବ୍ୟବସ୍ଥାର କୌଣସି ଏକ କ୍ଷେତ୍ରରେ ଦେଖାଯାଏ । ଆମ ଦେଶରେ, ଖାଦ୍ୟ ଶସ୍ୟ ଦର କ୍ଷେତ୍ରରେ ପ୍ରଥମେ ଦରବୃଦ୍ଧି ଦେଖାଯାଇଥିଲା । ପ୍ରାକୃତିକ ଦୁର୍ବିପାକ ବା କୃତ୍ରିମ ଅନାଟନ ହେତୁ ପ୍ରଥମ ଖାଦ୍ୟଶସ୍ୟର ଦରବୃଦ୍ଧି ହେଲା । ସରକାର ଦର ନିୟନ୍ତ୍ରଣ ପଦ୍ଧତି ସାହାଯ୍ୟରେ ଏହି ଆଂଶିକ ମୁଦ୍ରାଙ୍ଗୀତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତି । କିନ୍ତୁ ବ୍ୟାପକ ମୁଦ୍ରାଷ୍ଟୀତି ହେଲେ ଅର୍ଥବ୍ୟସ୍ଥାର ସମସ୍ତ କ୍ଷେତ୍ରରେ ଦର ବୃଦ୍ଧି ହୋଇଥାଏ ।

ଏହି କ୍ଷେତ୍ରରେ ସମସ୍ତ ଅର୍ଥବ୍ୟବସ୍ଥା ଦର ବୃଦ୍ଧି ଦ୍ବାରା ଆକ୍ରାନ୍ତ ହୋଇଥାଏ । ମୁଦ୍ରାଷ୍ଟୀତି ପ୍ରଥମେ ଆଂଶିକ ହୋଇ ଅର୍ଥବ୍ୟବସ୍ଥାର କୌଣସି ଏକ କ୍ଷେତ୍ରରେ ଆରମ୍ଭ ହୋଇ ସମସ୍ତ କ୍ଷେତ୍ରକୁ ପରିବ୍ୟାପ୍ତ ହୁଏ । ଉଦାହରଣସ୍ୱରୂପ ଭାରତରେ ଖାଦ୍ୟ ଶସ୍ୟର ଦରବୃଦ୍ଧି ହେତୁ ଶ୍ରମିକମାନଙ୍କର ମଜୁରି ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ସମସ୍ତ ସ୍ଥାନରେ ପରିବ୍ୟୟ ପୁଷ୍ପ ମୁଦ୍ରାଙ୍ଗୀତି ଘଟିଥାଏ ।

(ଘ) ଅବାଧ ଏବଂ ଅବଦମିତ ମୁଦ୍ରାସ୍ତ୍ରୀତି– ଦରବୃଦ୍ଧି ଅନିୟନ୍ତ୍ରିତ ହେଲେ ଏହାକୁ ଅବାଧ ବା ମୁକ୍ତ ମୁଦ୍ରାଙ୍ଗୀତି କୁହାଯାଏ । ଦରବୃଦ୍ଧିକୁ ରୋକିବା ନିମିତ୍ତ ସରକାରୀ ହସ୍ତକ୍ଷେପ ଏଠାରେ ପ୍ରୟୋଗ ହୁଏ ନାହିଁ । ଦରବୃଦ୍ଧି ଆପେଆପେ ସ୍ୱୟଂକ୍ରିୟ ହୁଏ ଏବଂ ଯେଉଁମାନେ ଏହି ବର୍ଦ୍ଧିତ ଦର ପରିଶୋଧ କରିପାରିବେ ସେହିମାନେହିଁ କେବଳ ସମ୍ପର୍କିତ ସେହି ଦ୍ରବ୍ୟ କ୍ରୟ କରିବେ ।

ଅବଦମିତ ମୁଦ୍ରାସ୍ପତି କହିଲେ ସେହି ମୁଦ୍ରାସ୍ପତିକୁ ବୁଝାଏ, ଯେଉଁଠାରେ ସରକାରଙ୍କ ପ୍ରତିରୋଧ ବ୍ୟବସ୍ଥା ଫଳରେ ମୁଦ୍ରାଙ୍ଗୀତି ପ୍ରତିରୋଧ ଏବଂ ନିୟନ୍ତ୍ରିତ ହୋଇଥାଏ । ସରକାର ଏଠାରେ ଦରକୁ ନିୟନ୍ତ୍ରଣ ଏବଂ ଦ୍ରବ୍ୟକୁ ପଡ଼ିପ୍ରଧା ଅନୁଯାୟୀ ମୁଦ୍ରାତି ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟଗୁଡ଼ିକ ଦରିଦ୍ର ନାଗରିକମାନଙ୍କ ମଧ୍ୟରେ ବଣ୍ଟନ କରି ଦରକୁ ନିୟନ୍ତ୍ରଣ କରିଥା’ନ୍ତି ।

(ଙ) ମାଗଣ ଆକୃଷ୍ଟ ଏବଂ ପରିବ୍ୟୟ ପୃଷ୍ଟ ମୁଦ୍ରାଷ୍ଟୀତି– ମାଗଣ ଆକୃଷ୍ଟ ମୁଦ୍ରାଷ୍ଟୀତି ଅର୍ଥନୀତିରେ ସେତିକିବେଳେ ଦେଖିବାକୁ ମିଳେ ଯେତେବେଳେ ଦେଶର ମୌଦ୍ରିକ ମାଗଣ ଦେଶର ଦ୍ରବ୍ୟ, ପଣ୍ୟ ଓ ସେବାର ଯୋଗାଣଠାରୁ ଅଧିକ ହୋଇଥାଏ । ଅର୍ଥାତ୍ ମାଗଣ ଯୋଗାଣଠାରୁ ଅଧିକ ହୋଇଥାଏ । ଦ୍ରବ୍ୟର ଦର ବୃଦ୍ଧି ହୁଏ, ମୁଦ୍ରାଙ୍ଗୀତି ଦେଖାଯାଏ ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

ମାଗଣ ଆକୃଷ୍ଟ ମୁଦ୍ରାଙ୍ଗୀତି ଦୁଇଗୋଟି କାରଣରୁ ହୋଇଥାଏ । ମାଗଣ ସମତାଳରେ ବୃଦ୍ଧି ନ ପାଇଲେ ଦ୍ରବ୍ୟର ଦରବୃଦ୍ଧି ହୁଏ । ଲୋକମାନଙ୍କର ଉପଭୋଗର ମାତ୍ରା ବୃଦ୍ଧିହୁଏ । ଦ୍ରବ୍ୟ ଏବଂ ସେବା ସେହି ଅନୁଯାୟୀ ବୃଦ୍ଧି ନ ହେଲେ ମାଗଣ ଯୋଗାଣକୁ ବଳିଯାଏ ଏବଂ ମୁଦ୍ରା ।

ପରିବ୍ୟୟ ପୃଷ୍ଟ ମୁଦ୍ରାସ୍ତ୍ରୀତି ଦେଶରେ ମଜୁରି ଏବଂ ଲାଭର ବୃଦ୍ଧି ହେତୁ ଦ୍ରବ୍ୟ ଏବଂ ସେବାର ପରିବ୍ୟୟ ବୃଦ୍ଧି ହେତୁ ସଂଘଟିତ ହୁଏ । ଏକାଧ୍ୟାକାରୀ ଶ୍ରମିକ ସଂଘର ମନମୁଖୀ ନୀତି ଯୋଗୁଁ ମଜୁରି ବୃଦ୍ଧି ହେଲେ ଏତାଦୃଶ ମୁଦ୍ରାସ୍ପତି ସୃଷ୍ଟି ହୁଏ । ସେଥ୍ଯୋଗୁଁ ପରିବ୍ୟୟ ପୃଷ୍ଟ ମୁଦ୍ରାନ୍ତୀତିକୁ ମଜୁରି ପ୍ରବୃଦ୍ଧସ୍ତୀତି ମଧ୍ୟ କୁହାଯାଏ । ଯେତେବେଳେ ଶ୍ରମିକମାନଙ୍କର ମଜୁରି ସେମାନଙ୍କର ସୀମାନ୍ତ ଉତ୍ପାଦନଶୀଳତାଠାରୁ ଅଧିକ ହୁଏ ସେତେବେଳେ ଦ୍ରବ୍ୟର ଉତ୍ପାଦନ ବ୍ୟୟ ଏବଂ ମୂଲ୍ୟ ବୃଦ୍ଧି ହୁଏ ।

3. ମୁଦ୍ରାସ୍ତୀତି ନିୟନ୍ତ୍ରଣ କରିବା ନିମିତ୍ତ ବିଭିନ୍ନ ବ୍ୟବସ୍ଥାର ଆଲୋଚନା କର ।
Answer:
ମୁଦ୍ରାଙ୍ଗୀତି ସାମାଜିକ ଆୟକୁ ପୁନର୍ବଣ୍ଟନ କରେ । ଧନୀ ହୁଏ ଅଧ୍ବକ ଧନୀ । ଦରିଦ୍ର ଲୋକମାନଙ୍କର ଦୁଃଖଢ଼ ଓ କଷଣ ବୃଦ୍ଧିପାଏ । ମୁଦ୍ରାନ୍ତୀତି ମୁଦ୍ରା ମୂଲ୍ୟରେ ଅସ୍ଥିରତା ଆଣନ୍ତି । ମୁଦ୍ରା ମୂଲ୍ୟର ପରିମାପକ, ଏହାର ମୂଲ୍ୟ ଅସ୍ଥିରତା ଆଣନ୍ତି । ମୁଦ୍ରା ମୂଲ୍ୟର ପରିମାପକ, ଏହାର ମୂଲ୍ୟ ଅସ୍ଥିର ହେଲେ ସମସ୍ତ ପ୍ରକାର ବିଭିକ ଅଟକଳ ପରିବର୍ତ୍ତିତ ହୁଏ । ତେଣୁ ଯୋଜନା ଓ ପ୍ରକଳ୍ପ ଅସମ୍ପୂର୍ଣ ହୁଏ । ତେଣୁ ମୁଦ୍ରାଷ୍ଟୀତିକୁ ନିୟନ୍ତ୍ରଣ କରିବା ଆବଶ୍ୟକ ମନେହୁଏ । ମୁଦ୍ରାନ୍ତୀତିକୁ ନିୟନ୍ତ୍ରଣ କରିବା ନିମିତ୍ତ ତିନିଗୋଟି ବ୍ୟବସ୍ଥା ଗ୍ରହଣ କରାଯାଏ; ଯଥା –
(କ) ମୌଦ୍ରିକ ବ୍ୟବସ୍ଥା,
(ଖ) ବିଭିକ ବ୍ୟବସ୍ଥା,
(ଗ) ବିବିଧ ବ୍ୟବସ୍ଥା ।

(କ) ମୌଦ୍ରିକ ବ୍ୟବସ୍ଥା :
ମୌଦ୍ରିକ ବ୍ୟବସ୍ଥା ଫଳରେ ସରକାର ଦେଶର ମୁଦ୍ରା ଯୋଗାଣକୁ ଅର୍ଥନୀତିର ଆବଶ୍ୟକତା ଅନୁଯାୟୀ ନିୟନ୍ତ୍ରଣ କରନ୍ତି । ମୁଦ୍ରାର ଯୋଗାଣ କହିଲେ ସାଧାରଣତଃତଃ ବ୍ୟାଙ୍କ ମୁଦ୍ରାର ପରିମାଣ ଅଧ୍ଵକ । ତେଣୁ ବ୍ୟାଙ୍କ ମୁଦ୍ରା ଏବଂ ଋଣକୁ ନିୟନ୍ତ୍ରଣ କରିବା ସର୍ବାଦୌ ଉଚିତ । ବ୍ୟାଙ୍କ ରଣକୁ ବ୍ୟାଙ୍କ ସୁଧହାରରେ ପରିବର୍ତ୍ତନ, ଖୋଲାବଜାର କାରବାର ଏବଂ ଜମା ସଂରକ୍ଷଣର ଅନୁପାତର ପରିବର୍ତ୍ତନ ଫଳରେ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରେ । ଏହି ସମସ୍ତ ବ୍ୟବସ୍ଥା ଫଳରେ ଲୋକମାନଙ୍କର ବ୍ୟାଙ୍କ ଋଣ ହ୍ରାସ ପାଇବ । ଫଳରେ ମୁଦ୍ରାଣ୍ଡୀତି ନିୟନ୍ତ୍ରିତ ହେବ ।

(ଖ) ବିଭିକ ବ୍ୟବସ୍ଥା :
ବିଭିକ ବ୍ୟବସ୍ଥା କହିଲେ ସରକାରଙ୍କ ଆୟ ବ୍ୟୟ ନୀତିକୁ ବୁଝାଏ । ସରକାରଙ୍କର ଟିକସ, କରଜ ଏବଂ ବ୍ୟୟନୀତି ମୁଦ୍ରାଷ୍ଟୀତି ନିୟନ୍ତ୍ରିତ କରିବା ନିମିତ୍ତ ଅସ୍ତ୍ରରୂପେ ବ୍ୟବହାର କରାଯାଏ । ମୁଦ୍ରାନ୍ତୀତି ସମୟରେ ସରକାର ଅଧ‌ିକ ଟିକସ ବସାଇ ଲୋକମାନଙ୍କୁ ହାତରୁ ଅତିରିକ୍ତ କ୍ରୟ ଶକ୍ତିକୁ ପ୍ରତ୍ୟାହୃତ କରିଥା’ନ୍ତି । ଏହା ନିଶ୍ଚିତ ଭାବରେ ସତ୍ୟ ଯେ; ଅର୍ଧକ ଟିକସ ପ୍ରଚଳନ ବେସରକାରୀ ବ୍ୟୟକୁ ହ୍ରାସକରେ । ଫଳରେ ମାଗଣ ଏବଂ ମୁଦ୍ରାଙ୍ଗୀତି ହ୍ରାସ ହୁଏ ।

ସେହିପରି ସରକାର ସଞ୍ଚୟକୁ ଉତ୍ସାହିତ କରିବା ଏବଂ ବାଧ୍ୟତାମୂଳକ ସଞ୍ଚୟ ବ୍ୟବସ୍ଥା ପ୍ରବର୍ତ୍ତନ କରି ଲୋକମାନଙ୍କ ହାତରୁ କ୍ରୟଶକ୍ତି ଛଡ଼ାଇ ନେବା ଫଳରେ ମୁଦ୍ରାଙ୍ଗୀତି ହ୍ରାସପାଏ । ସରକାର ଖୋଲାବଜାରରୁ ଋଣ ସଂଗ୍ରହ କରି ଲୋକମାନଙ୍କଠାରୁ କରଜ ନିଅନ୍ତି । ଫଳରେ ଦେଶରେ ମୁଦ୍ରା ଯୋଗାଣ ଏବଂ କ୍ରୟଶକ୍ତି ହ୍ରାସପାଇ ମୁଦ୍ରାଷ୍ଟୀତି ନିୟନ୍ତ୍ରିତ ହୁଏ । ଅବଶେଷରେ ସରକାର ତାଙ୍କର ବ୍ୟୟନୀତିକୁ ଏପରି ଭାବରେ ପରିଚାଳନା କରିବା ଉଚିତ ଯାହା ଫଳରେ ଅନୁତ୍ପାଦିତ ଏବଂ ଅପଚୟମୂଳକ ବ୍ୟୟ କରାଯିବ ନାହିଁ, ଏହା ମୁଦ୍ରାଙ୍ଗୀତିକୁ ନିଶ୍ଚିତ ଭାବରେ ପ୍ରତିବନ୍ଧକ କରିଥାଏ ।

(ଗ) ବିବିଧ ନୀତି :
(i) ଦର ନିୟନ୍ତ୍ରଣ ଏବଂ ପଡ଼ିପ୍ରଥା- ସରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟର ଦର ଧାର୍ଯ୍ୟ କରନ୍ତି ଏବଂ ପ୍ରତ୍ୟେକ ବ୍ୟକ୍ତି କେତେ ପରିମାଣରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ପାଇବେ, ତାହାର ପରିମାଣ ମଧ୍ଯ ଧାର୍ଯ୍ୟ କରନ୍ତି । ଏହାକୁ ସର୍ବସାଧାରଣ ବଣ୍ଟନ ବ୍ୟବସ୍ଥା କୁହାଯାଏ । ଫଳରେ ଦରିଦ୍ର ଲୋକମାନେ ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡ଼ିକ ସରକାରୀ ଧାର୍ଯ୍ୟ ଦରରେ ସୁବିଧାରେ ପାଆନ୍ତି । ଦର ନିୟନ୍ତ୍ରଣ ଏବଂ ପଡ଼ିପ୍ରଥା ଉଭୟ ଏକ ସଙ୍ଗରେ ପ୍ରଚଳନ କରାଯାଏ ।

(ii) ଶ୍ରମିକ ଶୃଙ୍ଖଳା – ମୁଦ୍ରାଷ୍ଟୀତି ସମୟରେ ଶ୍ରମିକମାନଙ୍କର ମଜୁରି ହ୍ରାସ ପାଉଥିବାରୁ ମୁଦ୍ରାଙ୍ଗୀତି ସମୟରେ ଶ୍ରମିକମାନଙ୍କର ମଜୁରି ହ୍ରାସ ପାଉଥବାରୁ ଶ୍ରମିକମାନେ ବିଶୃଙ୍ଖଳିତ ହୁଅନ୍ତି । ସେମାନେ ମଜୁରି ଏବଂ ବୋନସ ବୃଦ୍ଧି ନିମିତ୍ତ ଧର୍ମଘଟ ଓ ଧାରଣା ପରି ଆନ୍ଦୋଳନାତ୍ମକ ପନ୍ଥାର ଆଶ୍ରୟ ନିଅନ୍ତି । ଶ୍ରମିକ ଅଶାନ୍ତି ଫଳରେ ଉତ୍ପାଦନ ହ୍ରାସପାଏ ଏବଂ ଦରବୃଦ୍ଧି ହୁଏ । ତେଣୁ ଶ୍ରମିକ ଅଶାନ୍ତର ନିରାକରଣ ଏକାନ୍ତ ଆବଶ୍ୟକ ।
(iii) ପ୍ରତ୍ୟାରୋଧ ଭଣ୍ଡାର କାରବାର– ପ୍ରତ୍ୟାରୋଧ ଭଣ୍ଡାର ବ୍ୟବସ୍ଥା ଫଳରେ ଖାଦ୍ୟଦ୍ରବ୍ୟ ପରି ଅତ୍ୟାବଶ୍ୟକୀୟ ପଦାର୍ଥ ଭବିଷ୍ୟତର ଅନାଟନକୁ ମୁକାବିଲା କରିବା ନିମିତ୍ତ ମହଜୁଦ ରଖାଯାଏ । ଯେଉଁଠାରେ ଦ୍ରବ୍ୟର ଅଭାବ ଅତ୍ୟଧୀକ ହୁଏ, ସେଠାରୁ ଏହି ଭଣ୍ଡାରରୁ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଏ ।

(iv) ଖାଉଟି ଆନ୍ଦୋଳନ– ଖାଉଟିମାନେ ଦରବୃଦ୍ଧିକୁ ରୋକିବା ନିମିତ୍ତ ପ୍ରତିରୋଧ ଆନ୍ଦୋଳନ ମୁଣ୍ଡ ଟେକିବା ଉଚିତ । ଆମେରିକାର ଏ ପ୍ରକାର ଆନ୍ଦୋଳନ ଫଳରେ ଏକାଧ୍ୟାକାରୀ ବ୍ୟବସାୟୀମାନେ ଖାଉଟିମାନଙ୍କୁ ଅଧିକ ଦର ମାଧ୍ୟମରେ ଶୋଷଣ କରି ପାରନ୍ତି ନାହିଁ । ଆମ ଦେଶରେ ଖାଉଟି ପ୍ରତିରୋଧ ଆନ୍ଦୋଳନ ସୁଦୃଢ଼ ହେଲେ ଏବଂ ଖାଉଟି ସମବାୟ

(v) ସୁଚିନ୍ତିତ ମଜୁରି ଏବଂ ଆୟନୀତି— ସୁଚିନ୍ତିତ ମଜୁରି ଏବଂ ଆୟନୀତି ଫଳରେ ସରକାର ମୁଦ୍ରାସ୍ପତିକୁ ନିୟନ୍ତ୍ରଣ କରିପାରିବେ । ଆୟ ଓ ମଜୁରିରେ ସ୍ମତା ନ ଆସିଲେ ମୁଦ୍ରାଷ୍ଟୀତିକୁ ନିୟନ୍ତ୍ରଣ କରିହେବ ନାହିଁ । ଯେଉଁମାନେ ସହଜ ଉପାୟରେ ରାତାରାତି ବିପୁଳ ଅର୍ଥ ଉପାର୍ଜନ କରିବେ, ସେମାନେ ଦରବୃଦ୍ଧିକୁ ଭୂକ୍ଷେପ କରିବେ ନାହିଁ ଏବଂ ଯେଉଁମାନେ କଠିନ ପରିଶ୍ରମ କରି ସ୍ଵଳ୍ପ ଆୟ ଲାଭ କରିବେ, ସେମାନେ ମୁଦ୍ରାଷ୍ଟୀତିର କୁଫଳର ଶୀକାର ହେବେ । ତେଣୁ ଦେଶରେ ଏକ ସମତା ନୀତି ଉପରେ ଆଧାରିତ ଆୟ ଓ ମଜୁରି ନୀତି ପ୍ରବର୍ତ୍ତିତ ହେବା ଉଚିତ ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

ଏ ସମସ୍ତ ବ୍ୟବସ୍ଥା ସତ୍ତ୍ଵେ ମୁଦ୍ରାଷ୍ଟୀତି ହ୍ରାସ ନପାଇ ପାରେ । ଉତ୍ପାଦନ ଅଧିକ ନହେଲେ ମୁଦ୍ରାଷ୍ଟୀତି ହ୍ରାସ ହେବ ନାହିଁ । ବର୍ଦ୍ଧିଷ୍ଣୁ ଉତ୍ପାଦନ, ସମବଣ୍ଟନ ଏବଂ ସାମାଜିକ ସହଯୋଗ ବ୍ୟତୀତ ମୁଦ୍ରାଙ୍ଗୀତିକୁ ନିୟନ୍ତ୍ରଣ କରାଯାଇ ନପାରେ । ତେଣୁ ଏହା ନହେଲେ ଆମକୁ ଆଗାମୀ ବର୍ଷମାନଙ୍କରେ ମୁଦ୍ରାଷ୍ଟୀତି ସହିତ ବଞ୍ଚିବାକୁ ହେବ ।

4. ମୁଦ୍ରାଣ୍ଡୀତି ହେଲେ ସମାଜର କି କି ପ୍ରକାର ପରିଣତି ସୃଷ୍ଟି ହୁଏ ବର୍ଣ୍ଣନା କର ।
Answer:
ମୁଦ୍ରାଷ୍ଟୀତି ସାମାଜିକ ଆୟକୁ ପୁନର୍ବଣ୍ଟନ କରେ । ଧନୀ ହୁଏ ଅଧିକ ଧନୀ । ଦରିଦ୍ର ଲୋକମାନଙ୍କର ଦୁଃଖ ଓ କଷଣ ବୃଦ୍ଧିପାଏ । ଦରବୃଦ୍ଧି ଅର୍ଥନୀତିର ସମସ୍ତ କ୍ଷେତ୍ରରେ ବା ସମସ୍ତ ଶ୍ରେଣୀ ଲୋକମାନଙ୍କ ପାଇଁ ସମାନ ବା ଆନୁପାତିକ ହୁଏ ନାହିଁ । ମୁଦ୍ରାଷ୍ଟୀତି ହେଲେ ସମାଜର କି କି ପ୍ରକାର ପରିଣତି ସୃଷ୍ଟି ହୁଏ, ତାହା ଜାଣିବାକୁ ହେଲେ ବିଭିନ୍ନ ଶ୍ରେଣୀର ଲୋକଙ୍କୁ ଶ୍ରେଣୀଭୁକ୍ତ କରି ସେମାନଙ୍କର ମୁଦ୍ରାଷ୍ଟୀତି ଜନିତ ଲାଭ କ୍ଷତି ବିଚାର କରାଯାଏ ।

(କ) ଖାଉଟି ଏବଂ ଉତ୍ପାଦକ – ଉତ୍ପାଦକ ବିଶେଷତଃ ଖାଦ୍ୟ ଦ୍ରବ୍ୟର ଉତ୍ପାଦକମାନେ ମୁଦ୍ରାଙ୍ଗୀତି ସମୟରେ ଲାଭବାନ ହୁଅନ୍ତି । ଖାଉଟିମାନେ ଅଯଥା ହଇରାଣ ଓ କ୍ଷତିଗ୍ରସ୍ତ ହୁଅନ୍ତି । ଦରବୃଦ୍ଧି ହେତୁ ସମପରିମିତ ବ୍ୟୟକରି ସେମାନେ ସ୍ଵଳ୍ପଖାଦ୍ୟ ଦ୍ରବ୍ୟ କ୍ରୟ କରନ୍ତି । ସେମାନଙ୍କର ଜୀବନଧାରଣମାନ ଅପ୍ରତ୍ୟାଶିତ ଭାବରେ ହ୍ରାସପାଏ । ଅନାଟନ ଓ ଦରବୃଦ୍ଧି ସେମାନଙ୍କ ଜୀବନକୁ ଦୁର୍ବିସହ କରେ । ବଡ଼ଚାଷୀମାନେ ଖାଦ୍ୟଶସ୍ୟର ଦରବୃଦ୍ଧି ହେତୁ ଅଧ୍ଵ ଲାଭବାନ ହୁଅନ୍ତି । କ୍ଷୁଦ୍ର ଏବଂ ନାମମାତ୍ର ଚାଷୀମାନେ ଖାଦ୍ୟ ଦ୍ରବ୍ୟ କ୍ରୟ କରୁଥିବାରୁ ଅଯଥା କ୍ଷତିଗ୍ରସ୍ତ ହୁଅନ୍ତି ।

(ଖ) ଖାତକ ଏବଂ ମହାଜନ – ମହାଜନମାନେ ମୁଦ୍ରାସ୍ପତି ସମୟରେ କ୍ଷତିଗ୍ରସ୍ତ ହୁଅନ୍ତି । ଖାତକମାନେ ଲାଭବାନ ହୁଅନ୍ତି । ମୁଦ୍ରା ମୂଲ୍ୟ ହ୍ରାସ ହେତୁ ଏବଂ ସୁଧ ଦର ଅପରିବର୍ତ୍ତନୀୟ ଯୋଗୁଁ ମହାଜନମାନେ ଅଧ୍ଵ ଋଣ ଦେଇ ଅଳ୍ପ ପରିଶୋଧ ପାଆନ୍ତି । ଖାତକମାନେ ଅଧିକ ନେଇ ଅଳ୍ପ ଦେଲା ଫଳରେ ଲାଭବାନ ହୁଅନ୍ତି ।

(ଗ) ମଜୁରି ଏବଂ ବେତନଭୋଗୀ – ମୁଦ୍ରାଷ୍ଟୀତି ସମୟରେ ମଜୁରିଆ ଓ ବେତନଭୋଗୀ ଶ୍ରେଣୀର ଲୋକେ ସର୍ବଦା କ୍ଷତିଗ୍ରସ୍ତ ହୁଅନ୍ତି । ମୁଦ୍ରାମୂଲ୍ୟ ହ୍ରାସ ହେତୁ ସେମାନଙ୍କର ବାସ୍ତବ ଆୟ ହ୍ରାସପାଏ । ଦରବୃଦ୍ଧି ସହିତ ମଜୁରି ବା ବେତନ ସମତାଳରେ ବୃଦ୍ଧିପାଏ ନାହିଁ । ଶ୍ରମିକମାନଙ୍କୁ ଯଦିଓ ମୁଦ୍ରାମୂଲ୍ୟ ହ୍ରାସ ହେତୁ ମହଙ୍ଗା ଭତ୍ତା ଦିଆଯାଏ ତଥାପି ମହଙ୍ଗାଭତ୍ତା ନିର୍ଦ୍ଧାରଣ ସମୟ ସାପେକ୍ଷ । ତେଣୁ ସେମାନେ ଯେକୌଣସି ମତେ କ୍ଷତିଗ୍ରସ୍ତ ହୁଅନ୍ତି । କର୍ମଚାରୀଗୋଷ୍ଠୀ ସାଧାରଣତଃ ମଧ୍ୟବିତ୍ତ ଶ୍ରେଣୀର ଲୋକ ।

ଦରବୃଦ୍ଧି ସେମାନଙ୍କୁ ଅଧିକ ବାଧେ । ଶ୍ରମିକ ଏବଂ କର୍ମଚାରୀ ସଂଘ ଏହି ଅନ୍ୟାୟର ପ୍ରତିରୋଧ ନିମିତ୍ତ ଧର୍ମଘଟ, କାମବନ୍ଦ, ଘେରାଉ, ଧାରଣା ଆରମ୍ଭ କରନ୍ତି । ଦେଶସାରା ଅରାଜକତା ବ୍ୟାପେ । ଆଇନକୁ ସମ୍ମାନ କରୁଥି ନାଗରିକମାନେ ମଧ୍ୟ ଏହାର ଅବମାନନା କରିବା ନିମିତ୍ତ ତିଳେମାତ୍ର କୁଣ୍ଠାବୋଧ କରନ୍ତି ନାହିଁ ।

(ଘ) ସ୍ଥିର ଆୟ ସମ୍ପନ୍ନ ଏବଂ ପରିବର୍ତୀ ଆୟ ସମ୍ପନ୍ନ ବ୍ୟକ୍ତି ସ୍ଥିର ଆୟ ସମ୍ପନ୍ନ ବ୍ୟକ୍ତିମାନେ ମୁଦ୍ରାଙ୍ଗୀତି ସମୟରେ କ୍ଷତିଗ୍ରସ୍ଥ ହୁଅନ୍ତି । ଆୟ ସ୍ଥିର ରହି ଦରବୃଦ୍ଧି ହେଲେ ସେମାନେ ସମପରି ମିତ ମୁଦ୍ରା ବିନିମୟରେ ସ୍ଵଳ୍ପ ଦ୍ରବ୍ୟ ଏବଂ ସେବା ଲାଭ କରନ୍ତି । ଭତ୍ତା ପାଉଥ‌ିବା ବା ଦୀର୍ଘମିଆଦି ଚୁକ୍ତିବଦ୍ଧ ଆୟକାରୀ ବ୍ୟକ୍ତି ବା ପେନ୍‌ସନପ୍ରାପ୍ତ ବ୍ୟକ୍ତିମାନଙ୍କୁ ମୁଦ୍ରାଷ୍ଟୀତି ଅସୁବିଧାରେ ପକାଏ । ମୁଦ୍ରାମୂଲ୍ୟ ହ୍ରାସ ହେତୁ ଦୈନିକ ସେମାନଙ୍କର ଆୟ ହ୍ରାସ ପାଏ । ଯେଉଁମାନଙ୍କର ଆୟ ଦର ସହିତ ପରିବର୍ତ୍ତନଶୀଳ ସେମାନେ ବିଶେଷ କ୍ଷତିଗ୍ରସ୍ତ ହୁଅନ୍ତି ନାହିଁ ।

(ଙ) ବ୍ୟବସାୟୀ ଏବଂ ଉଦ୍ୟୋକ୍ତା– ବ୍ୟବସୟୀ ଏବଂ ଉଦ୍ୟୋକ୍ତାମାନେ ଦରବୃଦ୍ଧି ସମୟରେ ଯଥେଷ୍ଟ ଲାଭବାନ ହୁଅନ୍ତି । ଦର ବୃଦ୍ଧି ହେତୁ ବିକ୍ରି ହୋଇ ନଥ‌ିବା ଦ୍ରବ୍ୟ ଭଣ୍ଡାର ସେମାନଙ୍କୁ ଅଧିକ ଆୟ ପ୍ରଦାନ କରେ । ବ୍ୟବସାୟୀ ଏବଂ ଉତ୍ପାଦକମାନେ ଅନେକ ସମୟରେ ଆକସ୍ମିକ ଭାବରେ ପ୍ରଚୁର ଅର୍ଥ ଉପାର୍ଜନ କରନ୍ତି ।

(ଚ) ମୁଦ୍ରାଙ୍ଗୀତି ଏବଂ ସାମାଜିକ ପରିଣତ– ମୁଦ୍ରାଷ୍ଟୀତି ଫଳରେ ଦେଶର ସାମାଜିକ ବ୍ୟବସ୍ଥାରେ ବିପୁଳ ପରିବର୍ତ୍ତନ ପରିଲକ୍ଷିତ ହୁଏ । ପ୍ରଥମରେ ମୁଦ୍ରାସ୍ତ୍ରୀତିର ପରିଣତି ସମାଜ ପ୍ରତି ଅତ୍ୟନ୍ତ ଭୟାବହ କାରଣ ଏହା ଫଳରେ ଦରିଦ୍ର ଲୋକମାନଙ୍କର ବେତନ, ମଜୁରି ଓ ଆୟ ହ୍ରାସ ହେତୁ ଜୀବନଧାରଣମାନ ନିମ୍ନଗାମୀ ହୁଏ । କଳାବଜାର ବ୍ୟବସାୟ ଏବଂ ଫଟକା ବଜାରରୁ ରାତାରାତି ବିପୁଳ ଅର୍ଥ ଲାଭ କରନ୍ତି । ଧନୀ ହୁଏ ଧନିକ । ଦରିଦ୍ର ହୁଏ ଭିକାରୀ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ମୁଦ୍ରାଷ୍ଟୀତିର ଗରଳକୁ ନୀଳକଣ୍ଠ ପରି ଭକ୍ଷଣ କରନ୍ତି ।

ମୁଦ୍ରାଙ୍ଗୀତି ଏକ ଲୁକାୟିତ କର ବ୍ୟବସ୍ଥା । ସରକାରୀମାନେ ଲୋକମାନଙ୍କ ଉପରେ କର ବସାଇଲେ ତାହା ପ୍ରତିରୋଧ ହେବ ବୋଲି ସେମାନେ ଅଧିକ ନୋଟ ଛାପି ମୁଦ୍ରା ଯୋଗାଣକୁ ବୃଦ୍ଧି କରି ମୁଦ୍ରାଙ୍ଗୀତି ପ୍ରୋତ୍ସାହିତ କରନ୍ତି । ଅଧୂକ ଦର ହେତୁ ମାଗଣ ଓ ଉପଭୋଗ ହ୍ରାସ ପାଏ, ଏହି ବ୍ୟବସ୍ଥାରେ ଦରିଦ୍ର ଲୋକମାନଙ୍କର ଆୟ ଅଧିକରୁ ଅଧିକ ହ୍ରାସପାଏ ।

CHSE Odisha Class 11 Economics Solutions Chapter 12 ମୁଦ୍ରାସ୍ଥୀତି

ମୁଦ୍ରାଙ୍ଗୀତି ଯୋଗୁଁ ସଞ୍ଚୟ ମୂଲ୍ୟହ୍ରାସ ହେତୁ, ସଞ୍ଚୟ ନିରୂତ୍ସାହିତ ହୁଏ । ମୁଦ୍ରାସ୍ତୀତି ସମୟରେ ଆୟ ହ୍ରାସପାଏ, ଫଳରେ ଜାତୀୟ ନିବେଶକୁ ନିରୁତ୍ସାହିତ କରନ୍ତି । ଫଳରେ ଜାତୀୟ ନିବେଶକୁ ନିରୁତ୍ସାହିତ କରନ୍ତି । ଫଳରେ ଉତ୍ପାଦନ ଓ ନିଯୋଗ ହ୍ରାସପାଏ ।

ଯେତେବେଳେ ଫଟକା କାରବାର ଏବଂ ବେଆଇନ କାରବାର ଆକର୍ଷଣୀୟ ବୃତ୍ତିରୂପେ ସାମାଜିକ ସ୍ବୀକୃତି ଲାଭ କରେ ସେତେବେଳେ ପୁଞ୍ଜି ସଘନ ବିଳାସ ଦ୍ରବ୍ୟର ଉତ୍ପାଦନ ଅଧିକ ଲାଭଜନକ ହୁଏ । ଯୋଜନାବଦ୍ଧ ଅର୍ଥନୀତିରେ ମୁଦ୍ରାଙ୍ଗୀତି ହେତୁ ଯୋଜନାର ସମସ୍ତ ଅଟକଳ, ପ୍ରକଳ୍ପର ବ୍ୟୟ ଏବଂ ଆର୍ଥିକ ନିୟୋଜନ ସମସ୍ତ ମୁଦ୍ରାମୂଲ୍ୟ ହ୍ରାସ ହେତୁ ପରିବର୍ତ୍ତିତ ହୁଏ ।

ଯୋଜନାର ଲକ୍ଷ୍ୟ ପ୍ରତିଦିନ ପରିବର୍ତ୍ତିତ ହୁଏ । ଦେଶର ବହିର୍ବାଣିଜ୍ୟ ବିପର୍ଯ୍ୟସ୍ତ ହୁଏ । ଦେଶ ମଧ୍ୟରେ ଦରବୃଦ୍ଧି ହେବାରୁ ରପ୍ତାନି ଦ୍ରବ୍ୟର ଦରବୃଦ୍ଧି ହୁଏ । ଫଳରେ ବୈଦେଶିକ ବଜାରରେ ଏହି ଦ୍ରବ୍ୟଗୁଡ଼ିକ ବିକ୍ରୟ ହୁଏ ନାହିଁ । ଦେଶ ଆନ୍ତର୍ଜାତିକ ଦେଣନେଣ କ୍ଷେତ୍ରରେ ଅସମତୁଲ ଅବସ୍ଥା ସୃଷ୍ଟିହୁଏ । ରପ୍ତାନି ସ୍ଵଳ୍ପ ଏବଂ ଆମଦାନୀ ଅଧିକ ହୁଏ ।

ମୁଦ୍ରାଙ୍ଗୀତି ଏକ ଆଇନସିଦ୍ଧ ଦସ୍ୟୁ । ସେ ଦସ୍ୟୁ କିନ୍ତୁ ଅପରାଧୀ ନୁହେଁ । ଏହି ଦସ୍ୟୁବୃତ୍ତି ପାଇଁ ଆମେ କାହାକୁ ଦୋଷୀ ସାବ୍ୟସ୍ତ କରିପାରିବୁ ନାହିଁ । ଯେଉଁମାନେ ମୁଦ୍ରାସ୍ପତି ସମୟରେ କ୍ଷତିଗ୍ରସ୍ତ ହୁଅନ୍ତି ସେମାନେ ଭାବନ୍ତି ଯେଉଁମାନେ ଏହାଦ୍ଵାରା ଲାଭବାନ ହୋଇଛନ୍ତି ମୁଦ୍ରାଷ୍ଟୀତି ସେମାନଙ୍କର ଏକ ବିରାଟ ଷଡ଼ଯନ୍ତ୍ର, ଫଳରେ ସେମାନେ ଏହାର ପ୍ରତିରୋଧ କରିବାକୁ ଯାଇ ଧର୍ମଘଟ, ଧାରଣା, ଘେରାଓ ଏବଂ କାର୍ଯ୍ୟବନ୍ଦ’ର ଆଶ୍ରୟ ନିଅନ୍ତି ।

ମୁଦ୍ରାସ୍ପତି ସାମାଜିକ ଅରାଜକତା ବୃଦ୍ଧିପରେ । ଚୀନରେ କମ୍ୟୁନିଷ୍ଟ ଏବଂ ଜର୍ମାନୀରେ ହିଟଲରୀ ଏକଛତ୍ର ଶାସନ ମୁଦ୍ରାଷ୍ଟୀତି ଯୋଗୁଁ ସମ୍ଭବ ହୋଇଥିଲା । ସେଥ‌ିପାଇଁ ଅଧ୍ୟାପକ ସୁରଜଭାନୁ ଗୁନ୍ତା କହିଛନ୍ତି କୌଣସି ସରକାର ନିଜର ସ୍ଥିତି ଏବଂ ନିଜେ ପ୍ରତିନିଧ୍ୟ କରୁଥ‌ିବା ସମସ୍ତ ରାଜନୈତିକ ସଂସ୍ଥାକୁ ବିପନ୍ନ ନକଲେ ମୁଦ୍ରାଙ୍ଗୀତିକୁ ପ୍ରବର୍ତ୍ତନ ଏବଂ ପାଳନ କରିବ ନାହିଁ ।

CHSE Odisha Class 11 Political Science Solutions Chapter 6 ନ୍ୟାୟ

Odisha State Board CHSE Odisha Class 11 Political Science Solutions Chapter 6 ନ୍ୟାୟ Questions and Answers.

CHSE Odisha 11th Class Political Science Solutions Chapter 6 ନ୍ୟାୟ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ଯର ଠିକ ଭଲରଟି

୧ । ସରକାରୀ ପଦପଦବୀ ହାସଲ କରିବା________ ପ୍ରକାର ନ୍ୟାୟ ।
(କ) ଆଇନଗତ ନ୍ୟାୟ
(ଖ) ରାଜନୈତିକ ନ୍ୟାୟ
(ଗ) ସାମାଜିକ ନ୍ୟାୟ
(ଘ) ଅର୍ଥନୈତିକ ନ୍ୟାୟ
Answer:
(ଖ) ରାଜନୈତିକ ନ୍ୟାୟ

୨ । ନ୍ୟାୟର ଦାର୍ଶନିକ ତତ୍ତ୍ଵ ଅନୁଯାୟୀ ହିନ୍ଦୁ ବିଧୁଶାସ୍ତ୍ରରେ ଆଇନ ଉପରେ _____________ କୁ ପ୍ରାଧାନ୍ୟ ଦିଆଯାଇଛି । _________ ।
(କ) ଧର୍ମ ନ୍ୟାୟ
(ଖ) ସଂଶୋଧନ ନ୍ୟାୟ
(ଗ) ସାମାଜିକ ନ୍ୟାୟ
(ଘ) ଅର୍ଥନୈତିକ ନ୍ୟାୟ
Answer:
(କ) ଧର୍ମ ନ୍ୟାୟ

୩ । ମାର୍କ୍ସବାଦୀ ତତ୍ତ୍ଵ ଅନୁସାରେ __________ ବ୍ୟବସ୍ଥାରେ ନ୍ୟାୟ ମିଳେ ।
(କ) ଶ୍ରେଣୀ ବିଭାଜିତ ସମାଜ
(ଖ) ଶ୍ରେଣୀବିହୀନ ସମାଜ
(ଗ) ପୁଞ୍ଜିବାଦୀ
(ଘ) ରାଷୄ୍
Answer:
(ଖ) ଶ୍ରେଣୀବିହୀନ ସମାଜ

CHSE Odisha Class 11 Political Science Solutions Chapter 6 ନ୍ୟାୟ

୪ । __________ ନ୍ୟାୟର ଅର୍ଥ ହେଉଛି ବିବାଦୀୟ ପକ୍ଷର ତ୍ରୁଟିପୂର୍ଣ୍ଣ ଆଚରଣ ସଂଶୋଧନ କରିବା ଓ ପୀଡ଼ିତଙ୍କୁ କ୍ଷତିପୂରଣ ଦେବା ।
(କ) ବଣ୍ଟନ ନ୍ୟାୟ
(ଖ) ସଂଶୋଧନ ନ୍ୟାୟ
(ଗ) ଦୈବୀ ନ୍ୟାୟ
(ଘ) ନୈତିକ ନ୍ୟାୟ
Answer:
(ଖ) ସଂଶୋଧନ ନ୍ୟାୟ

(B) ଗୋଟିଏ ଧାଡ଼ିରେ ଉତ୍ତର ଦିଅ ।

୧ । ସାମାଜିକ ନ୍ୟାୟ କ’ଣ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥାନ ଆଦି ଭିଭିରେ ସୃଷ୍ଟି ହେଉଥ‌ିବା ମଣିଷକୃତ ଅସମାନତାକୁ ଦୂରକରି ସାମାଜିକ ସମାନତା ପ୍ରତିଷ୍ଠା କରିବା ସାମାଜିକ ନ୍ୟାୟର ଲକ୍ଷ୍ୟ ଅଟେ ।

୨ । ଅର୍ଥନୈତିକ ନ୍ୟାୟ କ’ଣ ?
Answer:
ପ୍ରତ୍ୟେକ ଲୋକର ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ପୂରଣ କରିବା ଓ ଅର୍ଥନୈତିକ ଶୋଷଣରୁ ତାକୁ ମୁକ୍ତ କରିବା ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ଅଟେ ।

୩ । ରାଜନୈତିକ ନ୍ୟାୟ କ’ଣ ?
Answer:
ରାଷ୍ଟ୍ରର ରାଜନୈତିକ ଜୀବନରେ ସ୍ଵାଧୀନ ଓ ଅବାଧ ଅଂଶଗ୍ରହଣର ସୁଯୋଗଲାଭକୁ ରାଜନୈତିକ ନ୍ୟାୟ କୁହାଯାଏ ।

୪ । ଆଇନଗତ ନ୍ୟାୟ କ’ଣ ?
Answer:
ଆଇନ ସମ୍ମୁଖରେ ସମସ୍ତେ ସମାନ ଏବଂ ଆଇନ ସମସ୍ତଙ୍କୁ ସମାନ ସୁଯୋଗ ଓ ସୁରକ୍ଷା ପ୍ରଦାନ କରିବା ବ୍ୟବସ୍ଥାକୁ ଆଇନଗତ ନ୍ୟାୟ କୁହାଯାଏ ।

(C) ଗୋଟିଏ ପଦରେ ଉତ୍ତର ଦିଅ ।

୧ । ଆଇନଗତ ନ୍ୟାୟର ନୀତିଗୁଡ଼ିକ ବାସ୍ତବରେ ପରିଣତ ହେଲେ ତାହାକୁ କ’ଣ କୁହାଯାଏ ?
Answer:
ରାଜନୈତିକ ନ୍ୟାୟ

CHSE Odisha Class 11 Political Science Solutions Chapter 6 ନ୍ୟାୟ

୨ । କେବଳ ଆଇନ ନୁହେଁ ଅନ୍ୟ କାହାଦ୍ଵାରା ସାମାଜିକ ନ୍ୟାୟ ପ୍ରତିଷ୍ଠା କରିହେବ ?
Answer:
ସାମାଜିକ ଅଭ୍ୟାସ ଓ ସାମାଜିକ ଅନୁଷ୍ଠାନ

୩ । କେଉଁ ବ୍ୟବସ୍ଥାରେ ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ହାସଲ କରିହେବ ବୋଲି ମାର୍କ୍ସବାଦୀମାନେ ବିଶ୍ଵାସ କରନ୍ତି ?
Answer:
ଶ୍ରେଣୀବିହୀନ ସମାଜ

୪ । କେଉଁ ତତ୍ତ୍ଵ ନ୍ୟାୟକୁ ଚରମ ଲକ୍ଷ୍ୟ ହିସାବରେ ବିବେଚନା କରେ ?
Answer:
ପ୍ରାକୃତିକ ତତ୍ତ୍ଵ

୫ । ବଣ୍ଟନ ନ୍ୟାୟ ଓ ସଂଶୋଧନ ନ୍ୟାୟ ବିଷୟରେ କିଏ କହିଥିଲେ ?
Answer:
ଆରିଷ୍ଟୋଟଲ୍

(D) ଭ୍ରମ ସଂଶୋଧନ କର ।

୧ । ଜନ୍ ଅଷ୍ଟିନ୍ ଓ ହବସ୍ ସାମାଜିକ ନ୍ୟାୟର ପ୍ରବକ୍ତା ଥିଲେ ।
Answer:
ଜନ୍ ଅଷ୍ଟିନ୍ ଓ ହବସ୍ ଆଇନଗତ ନ୍ୟାୟର ପ୍ରବକ୍ତା ଥିଲେ ।

୨ । ଜାତିଭେଦ, ଅସ୍ପୃଶ୍ୟତା ଆଦି କୃତ୍ରିମ ବିଭେଦତା ଦୂର କରିବା ରାଜନୈତିକ ନ୍ୟାୟ ଅଟେ ।
Answer:
ଜାତିଭେଦ, ଅସ୍ପୃଶ୍ୟତା ଆଦି କୃତ୍ରିମ ବିଭେଦତା ଦୂର କରିବା ସାମାଜିକ ନ୍ୟାୟ ଅଟେ ।

୩ । ରାଜନୈତିକ ନ୍ୟାୟ ବିନା ଅର୍ଥନୈତିକ ନ୍ୟାୟ ମିଳିପାରିବ ନାହିଁ ।
Answer:
ଅର୍ଥନୈତିକ ନ୍ୟାୟ ବିନା ରାଜନୈତିକ ନ୍ୟାୟ ମିଳି ପାରିବ ନାହିଁ ।

୪ । ଆଇନଗତ ତତ୍ତ୍ଵ ଅନୁସାରେ ରାଷ୍ଟ୍ର ନ୍ୟାୟ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖୁଥିବାରୁ ପ୍ରକୃତ ନ୍ୟାୟ ମିଳେ ନାହିଁ !
Answer:
ମାର୍କ୍ସବାଦୀ ତତ୍ତ୍ଵ ଅନୁସାରେ ରାଷ୍ଟ୍ର ନ୍ୟାୟ ବ୍ୟବସ୍ଥାକୁ ନିଜ ନିୟନ୍ତ୍ରଣରେ ରଖୁଥୁବାରୁ ପ୍ରକୃତ ନ୍ୟାୟ ମିଳେ ନାହିଁ ।

୫ । ‘ସର୍ବାଧ‌ିକ ଲୋକଙ୍କ ସର୍ବାଧ‌ିକ ମଙ୍ଗଳ’ ନ୍ୟାୟର ମୌଳିକ ଲକ୍ଷ୍ୟ ନୁହେଁ ।
Answer:
‘ ସର୍ବାଧ‌ିକ ଲୋକଙ୍କ ସର୍ବାଧ‌ିକ ମଙ୍ଗଳ’ ନ୍ୟାୟର ମୌଳିକ ଲକ୍ଷ୍ୟ ଅଟେ ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । __________ ନ୍ୟାୟକୁ ଖ୍ରୀଷ୍ଟଧର୍ମ ସହ ସଂଯୋଜିତ କରିଥିଲେ ।
Answer:
ସେଣ୍ଟ ଅଗଷ୍ଟାଇନ୍

CHSE Odisha Class 11 Political Science Solutions Chapter 6 ନ୍ୟାୟ

୨ । _________ ଙ୍କ ବିଚାରରେ ନ୍ୟାୟର ଅର୍ଥ ପ୍ରତ୍ୟେକ ବ୍ୟକ୍ତିକୁ ତା’ର ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରିବା ।
Answer:
ପ୍ଲ।ଟୋ

୩ । ବିବାଦର ପକ୍ଷମାନଙ୍କ ବକ୍ତବ୍ୟ ଶୁଣି ସାରି ନ୍ୟାୟାଳୟ ପ୍ରଦାନ କରୁଥିବା ରାୟ ମଧ୍ଯରେ _________ ନ୍ୟାୟ ଅଛି ।
Answer:
ସଂଶୋଧନ

୪ । ମାର୍କ୍ସବାଦୀଙ୍କ ମତରେ _________ ର ପତନଦ୍ଵାରା ଅର୍ଥନୈତିକ ନ୍ୟାୟ ହାସଲ କରିହେବ ।
Answer:
ରାଷୄ୍

୫ । ଭାରତରେ ନ୍ୟାୟକୁ _________ ଅର୍ଥରେ ଗ୍ରହଣ କରାଯାଇଛି ।
Answer:
ଧର୍ମ ବା ଔଚିତ୍ୟ

୬ । __________ ନ୍ୟାୟକୁ ବ୍ୟକ୍ତିର କର୍ମ ବିଶେଷଜ୍ଞତା ଆଧାରରେ ବିଚାର କରିଥିଲେ ।
Answer:
ପ୍ଲ।ଟୋ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ସାମାଜିକ ନ୍ୟାୟର ଅର୍ଥ କ’ଣ ?
Answer:
ମନୁଷ୍ୟ ସମାଜରେ ଥିବା ବୈଷମ୍ୟ ଦୂର କରି ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ପ୍ରଦାନ କରିବା ହେଉଛି ସାମାଜିକ ନ୍ୟାୟ । ସମାଜରୁ ଅସମାନତା, ଅନ୍ୟାୟ ଓ ଅତ୍ୟାଚାର ଦୂର କରି ସାମାଜିକ ସମାନତା ପ୍ରତିଷ୍ଠା କରିବା ଏହାର ଲକ୍ଷ୍ୟ ଅଟେ ।

୨ । ରାଜନୈତିକ ନ୍ୟାୟ କ’ଣ ବୁଝାଅ ।
Answer:
ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ରାଜନୈତିକ ନ୍ୟାୟର ଲକ୍ଷ୍ୟ ଅଟେ । ଲାସ୍କଙ୍କ ମତରେ ରାଷ୍ଟ୍ରର କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାର ଅଧିକାର ପାଇଁ ସମାନ ସୁଯୋଗକୁ ‘ ରାଜନୈତିକ ନ୍ୟାୟ’ କୁହାଯାଏ ।

୩ । ଅର୍ଥନୈତିକ ନ୍ୟାୟ କ’ଣ ?
Answer:
ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଯୋଗାଇବା ହେଉଛି ‘ ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ’ । ଏହା ଶ୍ରେଣୀବିହୀନ ଶୋଷଣମୁକ୍ତ ସମାଜର ପରିସର ମଧ୍ୟରେ ଉପଲବ୍ଧ ହୋଇଥାଏ । ଜନମଙ୍ଗଳ ରାଷ୍ଟ୍ରର ଏହା ପ୍ରଧାନ କର୍ତ୍ତବ୍ୟ ଅଟେ ।

(B) ପାଞ୍ଚଗୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

୧ । ସାମାଜିକ ନ୍ୟାୟ କ’ଣ ?
Answer:
ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା, ବାସସ୍ଥାନ, ବୃଦ୍ଧି ଓ ଶ୍ରେଣୀ ନିର୍ବିଶେଷରେ ପ୍ରତ୍ୟେକ ନାଗରିକକୁ ସାମାଜିକ ପରିବେଶ ମଧ୍ୟରେ ସମାନ ସୁବିଧା ସୁଯୋଗ ଦେବା ହେଉଛି ସାମାଜିକ ନ୍ୟାୟ । ସମସ୍ତ ପ୍ରକାର ସାମାଜିକ ବିଭେଦତା ଓ କୁସଂସ୍କାର ସାମାଜିକ ସଂପର୍କକୁ କଳୁଷିତ କରେ ଏବଂ ସମାଜ କ୍ରମଶଃ ଦୁର୍ବଳ ହୋଇପଡ଼େ । ତେଣୁ ସମାନ ବ୍ୟବସ୍ଥା ଓ ସମାନ ସୁଯୋଗ ସାମାଜିକ ନ୍ୟାୟର ମୂଳଭିଭି ଅଟେ । ସମାଜରୁ ଅସମାନତା, ଅନ୍ୟାୟ ଓ ଅତ୍ୟାଚାର ଦୂର କରିବା ଏହାର ଲକ୍ଷ୍ୟ ଅଟେ । ଜାତିଭେଦ ଓ ଅସ୍ପୃଶ୍ୟତା ବିରୁଦ୍ଧରେ ଏହା କାର୍ଯ୍ୟ କରେ । କେବଳ ରାଷ୍ଟ୍ରର ଆଇନ ମାଧ୍ୟମରେ ନୁହେଁ, ବରଂ ସାମାଜିକ ଅଭ୍ୟାସ ଓ ସାମାଜିକ ଅନୁଷ୍ଠାନମାନଙ୍କ ମାଧ୍ୟମରେ ସାମାଜିକ ନ୍ୟାୟର ଲକ୍ଷ୍ୟ ପୂରଣ କରାଯାଇପାରିବ ।

CHSE Odisha Class 11 Political Science Solutions Chapter 6 ନ୍ୟାୟ

୨ । ରାଜନୈତିକ ନ୍ୟାୟ କ’ଣ ?
Answer:
ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ସମସ୍ତଙ୍କୁ ଅଂଶଗ୍ରହଣର ମୁକ୍ତ ତଥା ସମାନ ସୁଯୋଗ ପ୍ରଦାନ କରିବା ହେଉଛି ରାଜନୈତିକ ନ୍ୟାୟର ଲକ୍ଷ୍ୟ । ଆଇନଗତ ନ୍ୟାୟର ନୀତିଗୁଡ଼ିକୁ ବାସ୍ତବରେ କାର୍ଯ୍ୟରେ ପରିଣତ କରିବା ହେଉଛି ରାଜନୈତିକ ନ୍ୟାୟ । ରାଜନୈତିକ ଦଳ, ଚାପଗୋଷ୍ଠୀ ଆଦି ରାଜନୈତିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି । ପଦପଦବୀ ଗ୍ରହଣ, ମତଦାନ, ସରକାରଙ୍କୁ ଆବେଦନ ଓ ସମାଲୋଚନା କରିବାର ଅଧିକାର ଓ ବାକ୍ ସ୍ଵାଧୀନତା ଇତ୍ୟାଦି ରାଜନୈତିକ ନ୍ୟାୟକୁ ଫଳବତୀ କରିଥାଏ । .

୩ । ଅର୍ଥନୈତିକ ନ୍ୟାୟ କ’ଣ ?
Answer:
ସମସ୍ତଙ୍କୁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଦି ସର୍ବନିମ୍ନ ଅର୍ଥନୈତିକ ଉପାଦାନ ଯୋଗାଇବା ହେଉଛି ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ । ଅର୍ଥନୈତିକ ନ୍ୟାୟ ବିନା ସାମାଜିକ ଓ ରାଜନୈତିକ ନ୍ୟାୟ ମିଳିବା ଅସମ୍ଭବ । ଏକ ଶ୍ରେଣୀବିହୀନ ଓ ଶୋଷଣମୁକ୍ତ ବା ସମାଜବାଦୀ ସମାଜରେ ଏହା ଉପଲବ୍ଧ ହୋଇଥାଏ । ଅର୍ଥନୈତିକ ନ୍ୟାୟ ବଣ୍ଟନ ପାଇଁ ବିଧ‌ିବଦ୍ଧ ବ୍ୟବସ୍ଥା ଗ୍ରହଣ କରିବା ଜନମଙ୍ଗଳ ରାଷ୍ଟ୍ରର ପ୍ରଧାନ କର୍ତ୍ତବ୍ୟ । ସମାଜରେ ଅର୍ଥନୈତିକ ବୈଷମ୍ୟ ଦୂରୀକରଣ ଓ ବୃଦ୍ଧ, ଦୁର୍ବଳବର୍ଗ, ଅସହାୟମାନଙ୍କ ପାଇଁ ଆର୍ଥିକ ନିରାପତ୍ତା ବ୍ୟବସ୍ଥା ପ୍ରଦାନ ମାଧ୍ୟମରେ ଅର୍ଥନୈତିକ ନ୍ୟାୟର ଉପଲବ୍ଧି ପାଇଁ ଅନୁକୂଳ କ୍ଷେତ୍ର ପ୍ରସ୍ତୁତ କରାଯାଇଥାଏ । ମାର୍କ୍ସବାଦୀଙ୍କ ମତରେ ରାଷ୍ଟ୍ରର ପତନଦ୍ଵାରା ବାସ୍ତବ ଅର୍ଥନୈତିକ ନ୍ୟାୟ ମିଳିପାରିବ ।

(C) ପାର୍ଥକ୍ୟ ଦର୍ଶାଅ ।

୧ । ରାଜନୈତିକ ନ୍ୟାୟ ଓ ଅର୍ଥନୈତିକ ନ୍ୟାୟ
Answer:
(i) ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ସମସ୍ତଙ୍କୁ ସମାନ ସୁଯୋଗ ପ୍ରଦାନ କରିବା ରାଜନୈତିକ ନ୍ୟାୟର ଲକ୍ଷ୍ୟ ଅଟେ । ଲାସ୍କଙ୍କ ମତରେ, “ ରାଷ୍ଟ୍ରର କାର୍ଯ୍ୟକଳାପରେ ସକ୍ରିୟ ଅଂଶଗ୍ରହଣ କରିବାର ଅଧୂକାର ପାଇଁ ସମାନ ସୁଯୋଗକୁ ରାଜନୈତିକ ନ୍ୟାୟ କୁହାଯାଏ । ଅନ୍ୟପକ୍ଷରେ ସମସ୍ତଙ୍କୁ ସର୍ବନିମ୍ନ ଅର୍ଥନୈତିକ ଆବଶ୍ୟକତା ଯୋଗାଇଦେବା ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ଅଟେ ।
(ii) ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନ, ରାଜନୈତିକ ପଦପଦବୀ ଗ୍ରହଣର ଅଧିକାର, ମତଦାନ ଓ ବାକ୍ ସ୍ଵାଧୀନତା ରାଜନୈତିକ ନ୍ୟାୟକୁ ଫଳବତୀ କରୁଥିବାବେଳେ ଆର୍ଥିକ ଶୋଷଣରୁ ମୁକ୍ତି ଓ ଆର୍ଥିକ ନିରାପତ୍ତା ପ୍ରଦାନ ମାଧ୍ୟମରେ ଅର୍ଥନୈତିକ ନ୍ୟାୟ ପ୍ରଦାନ କରାଯାଇଥାଏ।
(iii) ରାଷ୍ଟ୍ର ମଧ୍ୟରେ ରାଜନୈତିକ ନ୍ୟାୟ ଉପଲବ୍ଧ ହେଉଥ‌ିବାବେଳେ ମାର୍କ୍ସବାଦୀମାନଙ୍କ ମତରେ ରାଷ୍ଟ୍ରର ପତନରେ ଅର୍ଥନୈତିକ ନ୍ୟାୟ ଉପଲବ୍ଧ ହୋଇପାରେ ।
(iv) ଅର୍ଥନୈତିକ ନ୍ୟାୟ ବିନା ରାଜନୈତିକ ନ୍ୟାୟ ଉପଭୋଗ କରାଯାଇ ନପାରେ ।
(v) ରାଜନୈତିକ ନ୍ୟାୟ ଗଣତନ୍ତ୍ରର ଆଧାର ହୋଇଥିବାବେଳେ ଅର୍ଥନୈତିକ ନ୍ୟାୟ ସମାଜବାଦର ଆଧାର ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ନ୍ୟାୟ କ’ଣ ? ଏହାର ଉତ୍ସ ଏବଂ ପ୍ରକାରଭେଦଗୁଡ଼ିକ ଆଲୋଚନା କର ।
Answer:
ରାଜନୀତି, ଧର୍ମନୀତି, ଦର୍ଶନ ଓ ନ୍ୟାୟତତ୍ତ୍ଵର କେନ୍ଦ୍ରବିନ୍ଦୁ ହେଉଛି ‘ନ୍ୟାୟ’ । ଏହାର ପରିସର ଏତେ ବ୍ୟାପକ ଯେ କୌଣସି ଏକ ନିର୍ଦ୍ଦିଷ୍ଟ ସଂଜ୍ଞା ଏହାର ପ୍ରକୃତ ଅର୍ଥକୁ ସ୍ପଷ୍ଟ କରିପାରେ ନାହିଁ । ନ୍ୟାୟ ମନୁଷ୍ୟର ବାହ୍ୟ ତଥା ଆଭ୍ୟନ୍ତରୀଣ ମନୋଭାବର ଏକ ସୂକ୍ଷ୍ମ ଅଭିବ୍ୟକ୍ତି । ନିରପେକ୍ଷତାର ଅନ୍ୟନାମ ହେଉଛି ‘ନ୍ୟାୟ’ । Digest ପୁସ୍ତକରେ ନ୍ୟାୟର ସଂଜ୍ଞା ଦିଆଯାଇଛି । ତାହା ହେଲା, “ ପ୍ରତ୍ୟେକକୁ ତା’ର ଅଧିକାର ଦେବାପାଇଁ ସ୍ଥିର ଓ ବାଧ୍ୟତାମୂଳକ ତତ୍ତ୍ଵକୁ ନ୍ୟାୟ କୁହାଯାଏ ।” ଏହାର ବିଭିନ୍ନ ଆଦର୍ଶ ଥାଏ; ଯଥା – ସମ୍ମାନଜନକଭାବେ ବଞ୍ଚିବା, କାହାକୁ ଆଘାତ ନଦେବା, ପ୍ରତ୍ୟେକଙ୍କୁ ତା’ର ପ୍ରାପ୍ୟ ଦେବା । ନ୍ୟାୟ ତତ୍ତ୍ଵ ଉଭୟ ମାନବୀୟ ଓ ଐଶ୍ଵରିକ ଜ୍ଞାନଦ୍ଵାରା ସମୃଦ୍ଧ ଉଚିତ ଓ ଅନୁଚିତ ବିଜ୍ଞାନ ।

ପ୍ଲାଟୋ – “ ନିର୍ଦ୍ଧାରିତ ସ୍ଥାନରେ ରହି ନାଗରିକ ଆନ୍ତରିକତାର ସହିତ ଯେଉଁ କର୍ତ୍ତବ୍ୟ ସମ୍ପାଦନ କରେ ତାହାହିଁ ନ୍ୟାୟ ।”
ସାଲମଶୁ – ରାଷ୍ଟ୍ର ଏବଂ ବ୍ୟକ୍ତି ମଧ୍ୟରେ ଆଦର୍ଶ ସମ୍ପର୍କ ପ୍ରତିଷ୍ଠା ହେଉଛି ନ୍ୟାୟ ।
ଉତ୍ସ – ବିଚାରପତି Holms ନ୍ୟାୟ ସମ୍ବନ୍ଧରେ କହନ୍ତି ଯେ, “ ଏହା ସମୟ ଓ ପରିସ୍ଥିତି ଅନୁଯାୟୀ ପରିବର୍ତ୍ତିତ ହୋଇପାରେ ।” ଏଣୁ ନ୍ୟାୟର ନିର୍ଦ୍ଦିଷ୍ଟ ଉତ୍ସ ପାଇବା କଷ୍ଟକର, ତଥାପି ନିମ୍ନଲିଖତ ସୂତ୍ରକୁ ଏ ଦୃଷ୍ଟିରୁ ଅବଜ୍ଞା କରାଯାଇ ନ ପାରେ ।

ଧର୍ମ – ନ୍ୟାୟ ମୁଖ୍ୟତଃ ଈଶ୍ଵର ସମ୍ବନ୍ଧୀୟ । ଚିରନ୍ତନ ଆଇନ ଈଶ୍ବରଙ୍କ ସହିତ ସମଧର୍ମୀ । ସମଗ୍ର ବିଶ୍ବ ଈଶ୍ବରଙ୍କ ହେଉଥ‌ିବାରୁ ସମାଜରେ ମନୁଷ୍ୟମାନଙ୍କର ପାରସ୍ପରିକ ବ୍ୟବହାର ମଧ୍ୟ ଈଶ୍ଵରଙ୍କ ଇଚ୍ଛାରେ ପରିଚାଳିତ ହୁଏ । ଏଣୁ ସବୁପ୍ରକାର ମାନବୀୟ ଆଇନ ପ୍ରାକୃତିକ ଓ ଐଶ୍ଵରୀୟ ଆଇନରୁ ସୃଷ୍ଟ |

ପ୍ରକୃତି – ଈଶ୍ବର ଓ ବିବେକ ଯେଉଁ ଅର୍ଥରେ ବ୍ୟବହୃତ ହୁଏ ଗ୍ରୀକ୍ ଦର୍ଶନର Stoic ମାନେ ପ୍ରକୃତିକୁ ସେହି ଅର୍ଥରେ ବ୍ୟବହାର କରନ୍ତି । ସେମାନଙ୍କ ମତରେ ମନୁଷ୍ୟ ପ୍ରକୃତି ମଧ୍ଯରେ ବସବାସ କରୁଥିବାରୁ ସ୍ଵାଭାବିକ ବିବେକଦ୍ଵାରା ପରିଚାଳିତ ହୁଏ । ବାର୍କର୍ କହନ୍ତି ଯେ, ପ୍ରାକୃତିକଭାବେ ମନୁଷ୍ୟମାନେ ସ୍ଵାଧୀନ ଏବଂ ସ୍ଵାୟତ୍ତଶାସିତ । ସେମାନେ ସମସ୍ତେ ସମାନ । ସେମାନଙ୍କ ମଧ୍ୟରେ ଐକ୍ୟ ଓ ସଂହତି ମଧ୍ୟ ଥାଏ । ଏହାର ଅର୍ଥ ହେଲା ଯେ, “ପ୍ରାକୃତିକ ନ୍ୟାୟ ସ୍ଵତନ୍ତ୍ରତା, ସମାନତା ଓ ସ୍ଵାୟତ୍ତଶାସିତ ।

CHSE Odisha Class 11 Political Science Solutions Chapter 6 ନ୍ୟାୟ

ଅର୍ଥନୀତି – ଏହା ମୁଖ୍ୟତଃ ଏକ ମାର୍କସୀୟ ଚିନ୍ତାଧାରା । ଶାସକ ଶ୍ରେଣୀର ସ୍ଵାର୍ଥରକ୍ଷା ନ୍ୟାୟର କାମ । ଶାସକ ଶ୍ରେଣୀର ଅର୍ଥନୀତି ନ୍ୟାୟକୁ ନିୟନ୍ତ୍ରଣ କରେ । ଯେତେବେଳଯାଏ ରାଷ୍ଟ୍ରର ବିଲୋପ ନ ଘଟିଛି ସେତେଦିନଯାଏ ସକଳ ମନୁଷ୍ୟ ସମାନ ହୋଇପାରିବେ ନାହିଁ ବା ଅଣଆର୍ଥନୀତିକ ତଥା ଉଚିତ ନ୍ୟାୟ ପ୍ରତିଷ୍ଠିତ ହୋଇପାରିବ ନାହିଁ ।

ନୀତିଶାସ୍ତ୍ର – ପ୍ରତ୍ୟେକ ବ୍ୟକ୍ତିର ବାହ୍ୟ ଆଚରଣ ଓ କାର୍ଯ୍ୟକୁ ନୈତିକତା ପରିସର ମଧ୍ୟରେ କରାଇବା ଓ ପ୍ରତ୍ୟେକ ବ୍ୟକ୍ତିକୁ ନୀତି ସଚେତନ କରାଇବା ହେଉଛି ନ୍ୟାୟର କାର୍ଯ୍ୟ । ନୈତିକତା ନ ରହିଲେ ନ୍ୟାୟ ରହେନାହିଁ ।

ଏହାଛଡ଼ା ପରମ୍ପରା ଓ ସଂସ୍କୃତି ଅନେକ ସମୟରେ ନ୍ୟାୟ ସୃଷ୍ଟିର କାରଣ ହୋଇଥା’ନ୍ତି | ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟକୁ ସାମାଜିକ ପରିପ୍ରେକ୍ଷୀରେ ବିଚାର କରିବା, ଉଚିତ କାର୍ଯ୍ୟ ପାଇଁ ପ୍ରଶଂସା ଓ ଅନୁଚିତ କାର୍ଯ୍ୟ ପାଇଁ ଦଣ୍ଡବିଧାନ ନ୍ୟାୟର ଲକ୍ଷ୍ୟ ।

ନ୍ୟାୟର ଭତ୍ସ – ବାର୍କରଙ୍କ ମତରେ, ନ୍ୟାୟର ଚାରିଗୋଟି ଉତ୍ସ ରହିଛି; ଯଥା – ଧାର୍ମିକ, ପ୍ରକୃତି, ଅର୍ଥନୈତିକ ସ୍ଵାର୍ଥ ଓ ନୀତିଶାସ୍ତ୍ର ।
ନ୍ୟାୟର ପ୍ରକାରଭେଦ – ଆରିଷ୍ଟୋଟଲ୍ ନ୍ୟାୟକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି; ଯଥା – (1) ବଣ୍ଟନ ନ୍ୟାୟ (Distributive Justice) & (2) ସଂଶୋଧନାତ୍ମକ ନ୍ୟାୟ (Corrective Justice) । କିନ୍ତୁ ସାଧାରଣତଃ ନ୍ୟାୟକୁ ତିନିଭାଗରେ ବିଭକ୍ତ କରାଯାଇପାରେ । ଯଥା – (1) ସାମାଜିକ ନ୍ୟାୟ, (2) ଅର୍ଥନୈତିକ ନ୍ୟାୟ, (3) ରାଜନୈତିକ ନ୍ୟାୟ।

(1) ସାମାଜିକ ନ୍ୟାୟ (Social Justice) – “ ସମାଜରେ ବାସ କରୁଥିବା ଲୋକମାନେ ସେମାନଙ୍କର ଅଧିକାର ଓ ସ୍ବାର୍ଥକୁ ସଂରକ୍ଷିତ କରିବା ପ୍ରଣାଳୀକୁ ‘ସାମାଜିକ ନ୍ୟାୟ’ କୁହାଯାଏ ।” ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ବାସସ୍ଥାନ ନିର୍ବିଶେଷରେ ସମସ୍ତଙ୍କୁ ସୁବିଧା ସୁଯୋଗ ପ୍ରଦାନ ସାମାଜିକ ନ୍ୟାୟର ମାଧ୍ୟମ ଅଟେ । ସମାଜର ଦୁର୍ବଳ ଶ୍ରେଣୀ ଓ ଦାରିଦ୍ର୍ୟ ଜର୍ଜରିତ ବ୍ୟକ୍ତିର ଉନ୍ନତିସାଧନ ଓ ଶୋଷଣମୁକ୍ତି ଏହାର ଲକ୍ଷ୍ୟ ଅଟେ । ଭାରତ ସମ୍ବିଧାନର ଚତୁର୍ଥ ଖଣ୍ଡରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ଵ ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠାପାଇଁ ପ୍ରତିଶ୍ରୁତିବଦ୍ଧ । ଏକ ଉଦାରବାଦୀ ସମାଜରେ ଶୋଷଣ, ଅତ୍ୟାଚାର ଓ ବୈଷମ୍ୟ ଆଦି ଦୁର୍ବଳତାର ପ୍ରତିରୋଧକ ହିସାବରେ ସାମାଜିକ ନ୍ୟାୟ କାର୍ଯ୍ୟ କରିଥାଏ ।

ଏହା ଏପରି ଏକ ସାମାଜିକ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଠି ସମାନ ସ୍ଥିତିରେ ସମସ୍ତେ ବ୍ୟକ୍ତିତ୍ଵ ବିକାଶପାଇଁ ସମାନ ସୁବିଧାପ୍ରାପ୍ତ ହୋଇଥା’ନ୍ତି । ଏହା ରାଷ୍ଟ୍ରୀୟ ଆଇନଗତ ହସ୍ତକ୍ଷେପଦ୍ଵାରା ମନୁଷ୍ୟକୃତ ଅସମାନତା ଆଦି ଦୂର କରିବାପାଇଁ ଉଦ୍ୟମ କରିଥାଏ । ଏହା ବ୍ୟକ୍ତିର ଅଧିକାର ଓ ସାମାଜିକ ନିୟନ୍ତ୍ରଣ ମଧ୍ୟରେ ସମନ୍ଵୟ ସ୍ଥାପନ କରେ । ଏହା ଭାରତ ପରି ଜନମଙ୍ଗଳ ରାଷ୍ଟ୍ରର ମୌଳିକ ନୀତି ଅଟେ।

ଭାରତରେ ସମ୍ବିଧାନର 15 ଧାରାରେ ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନ ଆଦି କାରଣରୁ ବିଭେଦତା ସୃଷ୍ଟିକୁ ବାରଣ କରାଯାଇଛି । 16 ଧାରାରେ ସରକାରୀ କର୍ମସଂସ୍ଥାନ କ୍ଷେତ୍ରରେ ସମାନ ସୁବିଧାସୁଯୋଗ ପ୍ରଦାନ, 17 ଧାରାରେ ଅସ୍ପୃଶ୍ୟତାର ବାରଣ, 23 ଧାରାରେ ବିନା ମଜୁରିରେ ଶ୍ରମ ପ୍ରଦାନକୁ ବାରଣ, 29 ଧାରାରେ ସଂଖ୍ୟାନ୍ୟୁନ ଗୋଷ୍ଠୀର ସ୍ଵାର୍ଥ ସଂରକ୍ଷଣ, 38 ସୃଷ୍ଟି ଆଦି ବ୍ୟବସ୍ଥା ଧାର୍ଯ୍ୟହୋଇ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ କରାଯାଇଛି । ‘ନିରାପତ୍ତାଭିଭିକ ବୈଷମ୍ୟ’ (Protective Discrimination) ବ୍ୟବସ୍ଥାଦ୍ୱାରା ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଇଛି । ବିଭିନ୍ନ ଅର୍ଥନୈତିକ କରାଯାଇଛି ।

(2) ଅର୍ଥନୈତିକ ନ୍ୟାୟ (Economic Justice) – “ ସମାଜରେ ସମ୍ପଦର ସୁଷମ ବଣ୍ଟନକୁ ଅର୍ଥନୈତ କୁହାଯାଏ ।” ଦୁର୍ବଳ ଶ୍ରେଣୀର ଲୋକମାନଙ୍କର ଆର୍ଥିକ ସ୍ଵଚ୍ଛଳତା, ସମାନ କାମ ପାଇଁ ସମାନ ମଜୁରି, ଧନୀ-ଦରିଦ୍ର ମଧ୍ୟରେ ଆୟଗତ ପାର୍ଥକ୍ୟ ହ୍ରାସ, ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଆର୍ଥିକ ସାହାଯ୍ୟ ଆଦି ଅର୍ଥନୈତିକ ନ୍ୟାୟର ଉଦାହରଣ ଅଟେ । ଏକ ଅର୍ଥନୈତିକ ଶୋଷଣମୁକ୍ତ ଶ୍ରେଣୀ ସଂଘର୍ଷବିହୀନ ସମାଜ ପ୍ରତିଷ୍ଠା ଏହାର ଲକ୍ଷ୍ୟ ଅଟେ । ମାର୍କସ୍‌ଦୀମାନେ ଶୋଷଣ ଓ ଅର୍ଥନୈତିକ ଅନ୍ୟାୟର ମୂଳ କାରଣରୂପେ ବ୍ୟକ୍ତିଗତ ସମ୍ପରିକୁ ସୂଚିତ କରି ଏହାର ଉଚ୍ଛେଦ ପାଇଁ ଦାବି କରିଥା’ନ୍ତି । ଭାରତୀୟ ସମ୍ବିଧାନର 38 ଧାରା ମଧ୍ଯରେ ରାଷ୍ଟ୍ର ନିୟାମକ ତତ୍ତ୍ଵରେ ଅର୍ଥନୈତିକ ନ୍ୟାୟର ପ୍ରତିଫଳନ ଘଟିଛି ।

(3) ରାଜନୈତିକ ନ୍ୟାୟ (Political Justice) – “ ରାଷ୍ଟ୍ରର ରାଜନୈତିକ ବ୍ୟାପାରରେ ପ୍ରତ୍ୟେକ ଲୋକ ସ୍ଵାଧୀନଭାବେ ଅଂଶଗ୍ରହଣ କରିବାକୁ ରାଜନୈତିକ ନ୍ୟାୟ କୁହାଯାଏ ।” ରାଜନୈତିକ ସମାନତା ରାଜନୈତିକ ନ୍ୟାୟର ମୂଳ ଆଧାର ଅଟେ । ପ୍ରତ୍ୟେକ ସାବାଳକକୁ ଭୋଟଦାନର ଅଧିକାର ପ୍ରଦାନ, ଆଇନର ଶାସନ ବ୍ୟବସ୍ଥା, ସ୍ଵାଧୀନ ଓ ନିରପେକ୍ଷ ନିର୍ବାଚନ ପରିଚାଳନା, ଚିନ୍ତନ ଓ ପ୍ରକାଶନର ସ୍ଵାଧୀନତା, ସରକାର ଗଠନ ଓ ସରକାରଙ୍କୁ ସମାଲୋଚନା କରିବାର ସ୍ଵାଧୀନତା ପ୍ରଦାନ ଆଦି ମାଧ୍ୟମରେ ରାଜନୈତିକ ନ୍ୟାୟ ପ୍ରତିଷ୍ଠା କରାଯାଇପାରେ । ଏକ ଉଦାରବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏବଂ ଜାତୀୟ ସ୍ଵାଧୀନତାର ପରିବେଶରେ ରାଜନୈତିକ ନ୍ୟାୟ ଉପଲବ୍‌ଧ ହୋଇଥାଏ । ଭାରତରେ ମୌଳିକ ଅଧୂକାର ମାଧ୍ୟମରେ ଏହାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏଣୁ ଆଧୁନିକ ଜନମଙ୍ଗଳ ରାଷ୍ଟ୍ରରେ ସମାନତା ଓ ସ୍ୱତନ୍ତ୍ରତା ନ୍ୟାୟର ଚିନ୍ତାଧାରା ଉପରେ ଆଧାରିତ ଅଟନ୍ତି ।

୨ । ନ୍ୟାୟ ସମ୍ବନ୍ଧୀୟ ବିଭିନ୍ନ ତତ୍ତ୍ଵଗୁଡ଼ିକ ଆଲୋଚନା କର ।
Answer:
ନ୍ୟାୟ ସମ୍ବନ୍ଧରେ ବିଭିନ୍ନ ତତ୍ତ୍ଵ ଅବତାରଣା କରାଯାଉଥିଲେ ମଧ୍ୟ ଚାରିଗୋଟି ସିଦ୍ଧାନ୍ତ ମୁଖ୍ୟ ଭୂମିକା ଗ୍ରହଣ କରିଛି ଯାହାକି ନିମ୍ନରେ ପ୍ରଦାନ କରାଗଲା ।
ପ୍ରାକୃତିକ ତତ୍ତ୍ଵ – ଏହି ତତ୍ତ୍ଵର ପ୍ରବର୍ତ୍ତକ ଗ୍ରୀସ୍‌ର ଷ୍ଟାଇକ୍‌ମାନେ ଥିଲେ । ପରବର୍ତ୍ତୀ ସମୟରେ ରୋମାନ୍‌ମାନେ ଏହି ତତ୍ତ୍ଵର ପ୍ରସାର କଲେ । ରୋମ୍ର ନ୍ୟାୟବାଦୀମାନେ ମତ ଦିଅନ୍ତି ଯେ ନ୍ୟାୟ ହେଉଛି ଜୀବନର ପରମ ଲକ୍ଷ୍ୟ । ପ୍ରକୃତିକୁ ସେମାନେ ହେତୁବାଦ ଓ ବିବେକର ସମଧର୍ମୀ ବୋଲି ବିଚାର କରନ୍ତି ।

ନ୍ୟାୟ ବିବେକପ୍ରସୂତ ଓ ବିବେକ ଉପରେ ଆଧାରିତ ।” ଏହା ଚିରନ୍ତନ, ଶାଶ୍ବତ ଓ ସାର୍ବଜନୀନ । ରାଷ୍ଟ୍ରର ଅସ୍ତିବାଚକ ଆଇନ ଓ ପ୍ରାକୃତିକ ନ୍ୟାୟ ସମଗୁଣ ବିଶିଷ୍ଟ ବୋଲି ରୋମାନ୍ ନ୍ୟାୟବାଦୀମାନେ ମତ ଦିଅନ୍ତି । ଖ୍ରୀଷ୍ଟିଆନ୍ ଧର୍ମର ବହୁଳ ପ୍ରସାରଦ୍ଵାରା ପ୍ରକୃତି ଓ ଈଶ୍ଵରଙ୍କୁ ଏକାକାର କରିଦିଆଗଲା । St. Augustine “ନ୍ୟାୟକୁ ଈଶ୍ବରସତ୍ତାର ଅବଦାନ” ବୋଲି ପ୍ରଚାର କଲେ । କାଳକ୍ରମେ ବିଚାରପତିମାନେ ସେମାନଙ୍କ ବିବେକଦ୍ଵାରା ପ୍ରଭାବିତ ହୋଇ ଉଚିତ ସୃଜନତା, ଶ୍ରେୟତ୍ଵ ପ୍ରଭୃତିକୁ ପ୍ରାକୃତିକ ନ୍ୟାୟଭାବେ ସ୍ଵୀକାର କଲେ । ଏହି କାରଣରୁ ପ୍ରାକୃତିକ ନ୍ୟାୟ ଓ ଐଶ୍ଵରୀକ ମତବାଦ ମିଶିଗଲେ ଏବଂ ବିଚାପତିମାନେ ଧର୍ମାବତାରଭାବେ ପରିଗଣିତ ହେଲେ ।

ଦାର୍ଶନିକ ତତ୍ତ୍ଵ – ପ୍ଲାଟୋ “ଦାର୍ଶନିକ ତତ୍ତ୍ଵ’’ର ପ୍ରବକ୍ତା ଥିଲେ । ତାଙ୍କ ରଚିତ ‘Republics’ ରେ ସେ କାର୍ଯ୍ୟାତ୍ମକ ନ୍ୟାୟ ବିଷୟରେ ଆଲୋକପାତ କରିଛନ୍ତି । ନିର୍ଦ୍ଧାରିତ ପରିସର ମଧ୍ୟରେ ନିଯୁକ୍ତ ବ୍ୟକ୍ତି ଯଦି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟ ଉପଯୁକ୍ତଭାବେ ସମ୍ପାଦନ କରେ, ପ୍ଲାଟୋଙ୍କ ମତରେ ତାହା ହେଉଛି ନ୍ୟାୟ । ଇଂଲଣ୍ଡରେ ନ୍ୟାୟକୁ ଧର୍ମଭାବେ ଗ୍ରହଣ କରାଯାଇଛି । ପ୍ରତ୍ୟେକଙ୍କୁ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହିବାକୁ ନ୍ୟାୟ କୁହାଯାଏ । Aristotle ବଣ୍ଟନ ନ୍ୟାୟ ଓ ସଂଶୋଧନୀ ନ୍ୟାୟଦ୍ଵାରା ସମାଜରେ ସମୀକରଣ ପ୍ରକ୍ରିୟା ଓ ସଂଶୋଦନ ପ୍ରକ୍ରିୟା ଆରମ୍ଭ କରିଥିଲେ । ତାଙ୍କ ମତରେ, “ ସମାନ ଲୋକଙ୍କ ମଧ୍ୟରେ ସମବଣ୍ଟନ ହେବା ନ୍ୟାୟ ।” ପୂର୍ବରୁ ହୋଇଥିବା ଚ୍ୟୁତି ବିଚ୍ଯୁତିର ସଠିକ୍ ସଂଶୋଧନ ମଧ୍ଯ ନ୍ୟାୟ । ଦାର୍ଶନିକ ନ୍ୟାୟତତ୍ତ୍ଵ ବିଶ୍ଵାସ କରେ ଯେ ଉଚିତ ଆଦେଶ ବଳରେ ପ୍ରତ୍ୟେକଙ୍କୁ ତା’ର ପ୍ରାପ୍ୟ ଦିଆଯିବ ଓ ସମାଜିକ ସୌହାର୍ଯ୍ୟର ବିକାଶ ଘଟିବ ।

CHSE Odisha Class 11 Political Science Solutions Chapter 6 ନ୍ୟାୟ

ଆଇନଗତ ତତ୍ତ୍ବ – ରାଷ୍ଟ୍ରଦ୍ୱାରା ଆଇନର କାର୍ଯ୍ୟକାରିତା ଏହି ତତ୍ତ୍ଵରେ ବର୍ଣ୍ଣିତ ହୋଇଅଛି | ସାଧାରଣ ଲୋକ ରାଷ୍ଟ୍ର ଆଇନକୁ ନ୍ୟାୟଭାବେ ଗ୍ରହଣ କରନ୍ତି । ଏହି ତତ୍ତ୍ଵ ନ୍ୟାୟକୁ ଆଇନସିଦ୍ଧ କରେ ଏବଂ ଆଇନକୁ ନ୍ୟାୟର ଏକ ଆୟୁଧରୂପେ ବିଚାର କରେ । ଆଇନ ଯଦି ନ୍ୟାୟ ପ୍ରଦାନରେ ବିଫଳ ହୁଏ ତେବେ ତାହା ଅତ୍ୟାଚାରପାଇଁ ଏକ ଶକ୍ତିଶାଳୀ ଅସ୍ତ୍ରରେ ପରିଣତ ହୁଏ । ଆଇନ ଓ ନ୍ୟାୟ ପରସ୍ପର ନିର୍ଭରଶୀଳ । ଆଇନାନୁଯାୟୀ ନ୍ୟାୟ ଦେବାକୁ ହେଲେ ଅପରାଧୀକୁ ତା’ ବିରୁଦ୍ଧରେ ହୋଇଥବା ଅଭିଯୋଗଗୁଡ଼ିକ ଜଣାଇବା; ନିଜର ନିର୍ବୋଷତା ପ୍ରମାଣ କରିବାପାଇଁ ତାକୁ ଉପଯୁକ୍ତ ସୁଯୋଗ ଦେବା, ଯେଉଁ ଅଦାଲତରେ ଅପରାଧ ବିଚାର ହେଉଥ‌ିବ ତାହା ସ୍ଵାଧୀନ, ନିରପେକ୍ଷ ଓ ସଛୋଟ ହୋଇଥ‌ିବ ଏବଂ ସେହି ମକଦ୍ଦମା ମୁକ୍ତ ଏବଂ ଉଚିତଭାବେ ପରିଚାଳିତ ହେବା ଆବଶ୍ୟକ । “ ଆଇନଗତ ତତ୍ତ୍ଵ ବହୁତ ସ୍ପଷ୍ଟ ।” ଅଧିକାରଗୁଡ଼ିକର ସାମ୍ବିଧାନିକ ସୁରକ୍ଷା, ଦକ୍ଷ ଓ ନିରପେକ୍ଷ ବିଚାର ବ୍ୟବସ୍ଥା ଆଇନଗତ ତତ୍ତ୍ଵକୁ ଶକ୍ତିଶାଳୀ କରେ ।

ମାର୍କସ୍ଵାଦୀ ତତ୍ତ୍ବ – ନ୍ୟାୟ ସମ୍ବନ୍ଧରେ ଆଲୋଚିତ ଉଦାରବାଦୀ ତତ୍ତ୍ଵଗୁଡ଼ିକୁ ମାର୍କସ୍ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ନ୍ୟାୟକୁ ସେ ଶ୍ରେଣୀଗତ ବିଚାର ମଧ୍ୟରେ ଆବଦ୍ଧ କରିଛନ୍ତି । ତାଙ୍କ ମତରେ, ଉତ୍ପାଦନ ଓ ତତ୍‌ସମ୍ପର୍କୀୟ ରାଜନୀତିକ ଢାଞ୍ଚା ସହିତ ନ୍ୟାୟ ସଂପୃକ୍ତ । ଘରୋଇ ପୁଞ୍ଜି ଓ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଏପରି ଅସ୍ଵାଭାବିକ, ଅନୁଚିତ ଓ ଅଯୌକ୍ତିକ ଯେ ତାହା ଅଳ୍ପ କେତେକ ସମ୍ପଭିବାନ୍ ଲୋକଙ୍କୁ ବହୁସଂଖ୍ୟକ ଖଟିର୍ଦ୍ଧାଙ୍କ ଉପରେ ଅତ୍ୟାଚାର କରିବାର ସୁଯୋଗ ଦିଏ । ଯେଉଁଠାରେ ରାଷ୍ଟ୍ର ଶ୍ରେଣୀ ସଂଘର୍ଷର ସମ୍ମୁଖୀନ ସେଠାରେ ନ୍ୟାୟ ନିରପେକ୍ଷ ଓ ସାର୍ବଜନୀନ ହେବା ଅସମ୍ଭବ ।

ମାର୍କସ୍‌ଙ୍କ ମତରେ, “ ଯେପର୍ଯ୍ୟନ୍ତ ରାଷ୍ଟ୍ରର ବିଲୋପ ନଘଟିଛି, ଶ୍ରେଣୀ ସଂଘର୍ଷ ନତୁଟିଛି ଓ ଘରୋଇ ସମ୍ପତି ଉଚ୍ଛେଦ ନ ହୋଇଛି, ସେତେବେଳଯାଏ ନ୍ୟାୟ ନିରପେକ୍ଷ ନହୋଇ ପକ୍ଷପାତ କରିବାକୁ ବାଧ୍ୟ ।” ଶ୍ରେଣୀହୀନ ସମାଜ ପ୍ରତିଷ୍ଠା, ପୁଞ୍ଜିବାଦର ବିଲୋପ, ରାଷ୍ଟ୍ରର ଉଚ୍ଛେଦ ସମ୍ଭବ ହେଲେ, ନ୍ୟାୟ ସମାନତା ସୃଷ୍ଟି କରିପାରିବ । ତାଙ୍କ ମତରେ, ନ୍ୟାୟ ଉତ୍ପାଦନ ଓ ବଣ୍ଟନ ପ୍ରକ୍ରିୟା ସହିତ ସଂପୃକ୍ତ ।

“ ନ୍ୟାୟ ମୁଖ୍ୟତଃ ଏକ ଗଣତାନ୍ତ୍ରିକ ପ୍ରକ୍ରିୟା ।” ଏହା ସମାଜର ପ୍ରତ୍ୟେକ ନାଗରିକକୁ ତା’ର ଆତ୍ମବିକାଶ କ୍ଷେତ୍ରରେ ସାହାଯ୍ୟ କରେ । ଆଇନ ନ୍ୟାୟକୁ ସୁରକ୍ଷା ପ୍ରଦାନ କରେ । “ ନ୍ୟାୟ ବିଳମ୍ବିତ ହେବା ଅର୍ଥ ନ୍ୟାୟରୁ ବଞ୍ଚିତ ହେବା ।”

୩ । ସାମାଜିକ ନ୍ୟାୟ କ’ଣ ? ଏହାର ଗୁରୁତ୍ଵ ଆଲୋଚନା କର ।
Answer:
‘ନ୍ୟାୟ’ (Justice) ରାଜନୀତି ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ବିଷୟ ଅଟେ । ଏହାର ପ୍ରାଚୀନ ଧାରଣା – ‘ତୁମେ ଯେପରି ମଞ୍ଜି ବୁଣିବ ସେଭଳି ଫସଲ ଅମଳ କରିବ’ ଉପରେ ଆଧାରିତ ଅଟେ । ‘ନ୍ୟାୟ’ ଶବ୍ଦଟି ଗୋଟିଏ ଲାଟିନ୍ ଶବ୍ଦ ‘ଜସ୍’ (Jus) ରୁ ଉଦ୍ଧୃତ ହୋଇଛି ଯାହାର ଅର୍ଥ ‘ବନ୍ଧନ’ । ଏହା ଉଚିତ ଓ ଅନୁଚିତ ମଧ୍ଯରେ ପାର୍ଥକ୍ୟ, ସ୍ଵେଚ୍ଛାଚାରିତାର ଅନୁପସ୍ଥିତି, ସ୍ଵତନ୍ତ୍ର ସୁବିଧାସୁଯୋଗ ଓ ମନୁଷ୍ୟକୃତ ପ୍ରଭେଦର ଅନୁପସ୍ଥିତିକୁ ସୂଚିତ କରିଥାଏ । ମନୁଷ୍ୟ ଓ ସମାଜର । ସମସ୍ତ କାର୍ଯ୍ୟର ନିରପେକ୍ଷ ବିଚାର ଓ ଯୁକ୍ତିଯୁକ୍ତତାକୁ ନ୍ୟାୟ କୁହାଯାଏ । ନ୍ୟାୟକୁ ଆଲୋକ ସହ ତୁଳନା କରାଯାଏ । ନ୍ୟାୟର ଅଭାବରେ ଯେଉଁ ଅନ୍ଧକାର ସୃଷ୍ଟି ହୁଏ ତାହା ଅତ୍ୟନ୍ତ ତୀବ୍ର ଓ ଭୟଙ୍କର ।

ନ୍ୟାୟର ମୌଳିକ ଉପାଦାନ :
(i) ନ୍ୟାୟ ସମାଜର ନୈତିକ ମୂଲ୍ୟବୋଧ ସହ ସଂପୃକ୍ତ ଅଟେ ।
(ii) ନ୍ୟାୟ ବ୍ୟକ୍ତି ପାଇଁ ଅଧିକାରର ସୁଯୋଗ ସୃଷ୍ଟି କରେ ।
(iii) ନ୍ୟାୟର ପରିବେଶରେ ବ୍ୟକ୍ତିର ଜୀବନ ଶୃଙ୍ଖଳିତ ଓ ଉନ୍ନତ ହୋଇଥାଏ ।
(iv) ନ୍ୟାୟ ବ୍ୟକ୍ତିଭିତ୍ତିକ, ଦର୍ଶନଭିଭିକ ଓ ଆଇନଗତ ହୋଇପାରେ ।
ନ୍ୟାୟ ତିନି ଭାଗରେ ବିଭକ୍ତ; ଯଥା – ସାମାଜିକ ନ୍ୟାୟ, ଅର୍ଥନୈତିକ ନ୍ୟାୟ ଓ ରାଜନୈତିକ ନ୍ୟାୟ ।

ସାମାଜିକ ନ୍ୟାୟ (Social Justice) ସମାଜରେ ବାସ କରୁଥିବା ଲୋକମାନେ ସେମାନଙ୍କ ଅଧିକାର ଓ ସ୍ବାର୍ଥକୁ ସଂରକ୍ଷଣ କରିବା ପ୍ରଣାଳୀକୁ ସାମାଜିକ ନ୍ୟାୟ କୁହାଯାଏ । ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ବାସସ୍ଥାନ ଆଦି ନିର୍ବିଶେଷରେ ସମସ୍ତ ସୁବିଧାସୁଯୋଗ ପ୍ରଦାନ ସାମାଜିକ ନ୍ୟାୟର ମାଧ୍ୟମ ଅଟେ । ଏକ ଉଦାରବାଦୀ ସମାଜରେ ଶୋଷଣ, ଅତ୍ୟାଚାର ଓ ବୈଷମ୍ୟ ଆଦି ଦୁର୍ବଳତାର ପ୍ରତିରୋଧକ ହିସାବରେ ସାମାଜିକ ନ୍ୟାୟ କାର୍ଯ୍ୟ କରିଥାଏ । ସମାଜର ଦୁର୍ବଳ ଶ୍ରେଣୀ ଓ ଦାରିଦ୍ର୍ୟ ଜର୍ଜରିତ ବ୍ୟକ୍ତିର ଉନ୍ନତିସାଧନ ଓ ଶୋଷଣରୁ ମୁକ୍ତି ଏହାର ଲକ୍ଷ୍ୟ ଅଟେ । ଏହା ଏପରି ଏକ ସାମାଜିକ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଠି ସମାନ ସ୍ଥିତିରେ ସମସ୍ତେ ବ୍ୟକ୍ତିତ୍ଵ ବିକାଶ ପାଇଁ ସମାନ ସୁବିଧାପ୍ରାପ୍ତ ହୋଇଥା’ନ୍ତି ।

ଏହା ବ୍ୟକ୍ତିର ଅଧିକାର ଓ ସାମାଜିକ ନିୟନ୍ତ୍ରଣ ମଧ୍ୟରେ ସମନ୍ବୟ ସ୍ଥାପନ କରେ । ଏହା ରାଷ୍ଟ୍ରୀୟ ଆଇନଗତ ହସ୍ତକ୍ଷେପଦ୍ବାରା ମନୁଷ୍ୟକୃତ ଅସମାନତା ଆଦି ଦୂର କରିବାପାଇଁ ଉଦ୍ୟମ କରିଥାଏ । ପି.ବି. ଗଜେନ୍ଦ୍ରଗଡ୍‌ରଙ୍କ ମତରେ, “ ସାମାଜିକ ନ୍ୟାୟର ଅର୍ଥ ସମସ୍ତ ପ୍ରକାର ସାମାଜିକ ଅସମାନତାର ବିଲୋପ ଓ ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଉନ୍ନତି ପାଇଁ ସମାନ ସୁବିଧାସୁଯୋଗ ପ୍ରଦାନ ।” କେ. ସୁବାରାଓଙ୍କ ଭାଷାରେ, “ବୃହତ୍ତର ଅର୍ଥରେ ଏହା ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଜୀବନରେ ଅସନ୍ତୁଳନ ଉଚ୍ଛେଦ ପାଇଁ କାର୍ଯ୍ୟ କରେ । ସଂକ୍ଷିପ୍ତ ଅର୍ଥରେ ସାମାଜିକ ନ୍ୟାୟ ଏକ ବାସ୍ତବ ସୁସନ୍ତୁଳିତ ସାମାଜିକ ନ୍ୟାୟ

ପ୍ରଦାନ ପାଇଁ ଆବଶ୍ୟକୀୟ ସର୍ଭାବଳୀ :
(i) ଆଇନ ସମ୍ମୁଖରେ ସମାନତା ।
(ii) ସ୍ବତନ୍ତ୍ର ଅଧିକାରର ଅନୁପସ୍ଥିତି ।
(iii) ପ୍ରଭେଦ ବା ବିଭେଦ ସୃଷ୍ଟିକାରୀ ସମସ୍ତ ବ୍ୟବସ୍ଥାର ପ୍ରତିରୋଧ ।
(iv) ଅନ୍ଧବିଶ୍ଵାସ ଓ ସାମାଜିକ କୁସଂସ୍କାରମୁକ୍ତ ସାମାଜିକ ବ୍ୟବସ୍ଥା ।
(v) ଜାତିପ୍ରଥାର ବିଲୋପସାଧନ ।
(vi) ସଂପତ୍ତିର ଅସମାନ ବଣ୍ଟନ ନୀତିର ଅବସାନ ।
(vi) ଗଣତାନ୍ତ୍ରିକ ସରକାର ।
(viii) ବ୍ୟକ୍ତି ସ୍ଵାଧୀନତା ଓ ସାମାଜିକ ନିୟନ୍ତ୍ରଣ ମଧ୍ୟରେ ସୁଷମ ସନ୍ତୁଳନ ରକ୍ଷା । ଭାରତର ସାମ୍ବିଧାନିକ

ବ୍ୟବସ୍ଥାରେ ସାମାଜିକ ନ୍ୟାୟ :
ଭାରତୀୟ ସମାଜ ଜାତି, ଧର୍ମ ଓ ଭାଷା କାରଣରୁ ବିଭାଜିତ । ଅସ୍ପୃଶ୍ୟତା, ସାଂପ୍ରଦାୟିକତା ଆଦି ସାମାଜିକ କୁସଂସ୍କାରର ପ୍ରଚଳନ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି । ଊନବିଂଶ ଶତାବ୍ଦୀର ସାମାଜିକ ସଂସ୍କାରକମାନେ ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବାପାଇଁ ଏହି ସାମାଜିକ କୁସଂସ୍କାର ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଭାରତୀୟ ସ୍ବାଧୀନତା ଆନ୍ଦୋଳନ ସମାନତା, ସ୍ଵାଧୀନତା ଓ ନ୍ୟାୟ ସପକ୍ଷରେ ସଚେତନଶୀଳତା ସୃଷ୍ଟି କରିଥିଲା । ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନର ତୃତୀୟ ଖଣ୍ଡରେ ବର୍ଣ୍ଣିତ ମୌଳିକ ଅଧିକାର ମାଧ୍ୟମରେ ସାମାଜିକ ନ୍ୟାୟର ଆଇନଗତ ଭିଭିପ୍ରସ୍ତର ସ୍ଥାପନ କରିଥିଲେ । ଭାରତୀୟ ସମ୍ବିଧାନର ୧୫ ଧାରାରେ ଧର୍ମ, ଜାତି, ଲିଙ୍ଗ, ଜନ୍ମସ୍ଥାନ ଆଦି କାରଣରୁ ବିଭେଦତା ସୃଷ୍ଟିକୁ ବାରଣ କରାଯାଇଛି ।

୧୬ ଧାରାରେ ସରକାରୀ କର୍ମସଂସ୍ଥାନ କ୍ଷେତ୍ରରେ ସମାନ ସୁବିଧାସୁଯୋଗ ପ୍ରଦାନ, ୧୭ ଧାରାରେ ଅସ୍ପୃଶ୍ୟତା ନିବାରଣ, ୨୩ ଧାରାରେ ବିନା ମଜୁରୀରେ ଶ୍ରମ ପ୍ରଦାନ ବା ବେଠି ବ୍ୟବସ୍ଥାକୁ ବାରଣ, ୨୯ ଧାରାରେ ଧର୍ମଗତ ଓ ଭାଷାଗତ ସଂଖ୍ୟାନ୍ୟୁନ ଗୋଷ୍ଠୀର ସ୍ଵାର୍ଥ ସଂରକ୍ଷଣ, ୩୦ ଧାରାରେ ଏହି ସଂଖ୍ୟାନ୍‌ନ ଗୋଷ୍ଠୀ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାର ସ୍ବାଧୀନତା ପ୍ରାପ୍ତି ଆଦି ବ୍ୟବସ୍ଥାଦ୍ୱାରା ସାମାଜିକ ନ୍ୟାୟର ଭିଭିକୁ ଦୃଢ଼ କରାଯାଇଛି । ଏହି ସମସ୍ତ ବ୍ୟବସ୍ଥା ମୌଳିକ ଅଧିକାରର ପରିସରଭୁକ୍ତ ହୋଇ ନ୍ୟାୟଯୋଗ୍ୟ ଅଟେ । ଏ

ତଦ୍‌ବ୍ୟତୀତ ସମ୍ବିଧାନ ଚତୁର୍ଥ ଖଣ୍ଡରେ ବର୍ଣ୍ଣିତ ରାଷ୍ଟ୍ର ନିୟାମକ ତତ୍ତ୍ଵର ୩୮ ଧାରାରେ ବ୍ୟକ୍ତିର ଜନମଙ୍ଗଳ ସଂପର୍କିତ ସାମାଜିକ ବ୍ୟବସ୍ଥାର ସ୍ଥିତି, ୪୨ ଧାରାରେ ‘ ଶ୍ରମିକର କାର୍ଯ୍ୟକ୍ଷେତ୍ରରେ ମାନବିକ ପରିବେଶ ସୃଷ୍ଟି ଆଦି ବ୍ୟବସ୍ଥା ଧାର୍ଯ୍ୟ ହୋଇ ସାମାଜିକ ନ୍ୟାୟ ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ ‘ କରାଯାଉଛି । ‘ନିରାପତ୍ତାଭିଭିକ ବୈଷମ୍ୟ’ (Protective Discrimination) ବ୍ୟବସ୍ଥାଦ୍ଵାରା ସାମାଜିକ ନ୍ୟାୟ ପ୍ରତିଷ୍ଠା ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି । ବିଭିନ୍ନ ଅର୍ଥନୈତିକ ଯୋଜନା ଓ ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନ ମାଧ୍ୟମରେ ଭାରତରେ ସାମାଜିକ ନ୍ୟାୟର ପ୍ରତିଶ୍ରୁତି ପୂରଣପାଇଁ କାର୍ଯ୍ୟ କରାଯାଉଛି ।

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

Odisha State Board CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା Questions and Answers.

CHSE Odisha 11th Class Political Science Solutions Chapter 8 ଧର୍ମନିରପେକ୍ଷତା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ‘ଧର୍ମନିରପେକ୍ଷ’ ଶବ୍ଦଟି _________ ପ୍ରଥମେ ବ୍ୟବହାର କରିଥିଲେ ।
(କ) ଜର୍ଜ ଜାକୋର୍ ହୋଲିଓକ୍
(ଖ) ଆଲ୍‌ବେରିକୋ ଜେଣ୍ଟିଲି
(ଗ) ବାରୁଚ ସ୍ନିବୋଞ୍ଜା
(ଘ) ବର୍ଟାଣ୍ଡ ରସେଲ୍
Answer:
(କ) ଜର୍ଜ ଜାକୋର୍ ହୋଲିଓକ୍

୨ । ‘ଧର୍ମନିରପେକ୍ଷ’ ଶବ୍ଦଟି ପ୍ରଥମେ _________ ମସିହାରେ ବ୍ୟବହୃତ ହେଲା ।
(କ) ୧୮୫୭
(ଖ) ୧୮୫୩
(ଗ) ୧୮୫୧
(ଘ) ୧୮୮୫
Answer:
(ଗ) ୧୮୫୧

୩ । ରାଜନୈତିକ ଅର୍ଥରେ ଚର୍ଚ୍ଚଠାରୁ ରାଷ୍ଟ୍ରର ପୃଥକୀକରଣକୁ ___________ କୁହାଯାଏ ।
(କ) ଧର୍ମନିରପେକ୍ଷତା
(ଖ) ଧାର୍ମିକ ଅସହିଷ୍ଣୁତା
(ଗ) ବିଶୃଙ୍ଖଳାବାଦ
(ଘ) ରକ୍ଷଣଶୀଳତା
Answer:
(କ) ଧର୍ମନିରପେକ୍ଷତା

୪ । ଭାରତ ସମ୍ବିଧାନର ପ୍ରାକ୍‌କଥନରେ ‘ଧର୍ମନିରପେକ୍ଷ’ ଶବ୍ଦକୁ __________ ସମ୍ବିଧାନ ସଂଶୋଧନ ଆଇନରେ ଯୋଗ କରାଯାଇଛି ।
(କ) ୧୯୭୬ ମସିହାର ୪୨ ତମ
(ଖ) ୧୯୭୮ ମସିହାର ୪୪ ତମ
(ଗ) ୯୧ ତମ ସମ୍ବିଧାନ ସଂଶୋଧନ
(ଘ) ୭୩ତମ ସମ୍ବିଧାନ ସଂଶୋଧନ
Answer:
(କ) ୧୯୭୬ ମସିହାର ୪୨ ତମ

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

(B) ଗୋଟିଏ ଧାଡ଼ିରେ ଉତ୍ତର ଦିଅ ।

୧ । ଭାରତ କାହିଁକି ଏକ ଧର୍ମନିରପେକ୍ଷ ରାଷ୍ଟ୍ର ?
Answer:
ଭାରତରେ କୌଣସି ରାଷ୍ଟ୍ରୀୟ ଧର୍ମ ନଥିବାରୁ ଓ ସମସ୍ତଙ୍କୁ ଧାର୍ମିକ ସ୍ଵାଧୀନତା ପ୍ରଦାନ କରାଯାଇଥିବାରୁ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଅଟେ ।

୨ । ଭାରତୀୟ ଧର୍ମନିରପେକ୍ଷତାବାଦ ଧାର୍ମିକତାର ବିରୋଧୀ କି ?
ଭାରତୀୟ ଧର୍ମନିରପେକ୍ଷତାବାଦ ଧାର୍ମିକତାର ବିରୋଧୀ ନୁହେଁ ବରଂ ଆନୁଷ୍ଠାନିକ ଧାର୍ମିକ ପ୍ରଭୁତ୍ଵର ବିରୋଧୀ ଅଟେ ।

(C) ଭ୍ରମ ସଂଶୋଧନ କର

୧ । ଭାରତରେ ରାଷ୍ଟ୍ର ଓ ଧର୍ମ ପରସ୍ପର ସଂଯୋଜିତ ଅଟନ୍ତି ।
Answer:
ଭାରତରେ ରାଷ୍ଟ୍ର ଓ ଧର୍ମ ପରସ୍ପରଠାରୁ ପୃଥକ୍ ଅଟନ୍ତି ।

୨ । ଭାରତରେ ଧର୍ମ ଉପରେ କର ବସେ ।
Answer:
ଭାରତରେ କୌଣସି ଧର୍ମ ଉପରେ କର ବସେ ନାହିଁ ।

୩ । ଭାରତ ସମ୍ବିଧାନର ୨୫-୨୯ ଧାରା ମଧ୍ଯରେ ଧାର୍ମିକ ସ୍ଵାଧୀନତା ପ୍ରଦାନ କରାଯାଇଛି ।
Answer:
ଭାରତ ସମ୍ବିଧାନର ୨୫-୨୮ ଧାରା ମଧ୍ଯରେ ଧାର୍ମିକ ସ୍ଵାଧୀନତା ପ୍ରଦାନ କରାଯାଇଛି ।

୪ । ଜଗତୀକରଣ ଧର୍ମନିରପେକ୍ଷତାକୁ ବିରୋଧ କରେ ।
Answer:
ଜଗତୀକରଣ ଫଳରେ ଭାରତୀୟ ନିରପେକ୍ଷ ଢାଞ୍ଚାର ଆଦର ବୃଦ୍ଧି ପାଉଛି ।

(D) ଶୂନ୍ୟସ୍ଥାନ ପୂରଣ କର ।

୧ । ଯେଉଁ ରାଷ୍ଟ୍ରରେ ବ୍ୟକ୍ତିର ଦୈନନ୍ଦିନ ଜୀବନରେ ଧର୍ମର ପ୍ରଭାବ କମ୍ ଥାଏ ତାହାକୁ ________ ରାଷ୍ଟ୍ର କୁହାଯାଏ ।
Answer:
ଧର୍ମନିରପେକ୍ଷ

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

୨ । ଇଂରାଜୀ ଅଭିଧାନ ଅନୁଯାୟୀ ଯେଉଁ ରାଷ୍ଟ୍ରରେ ସାଧାରଣ ସାମାଜିକ ଓ ରାଜେନୈତିକ କାର୍ଯ୍ୟଧାରାରେ ଧର୍ମର ସଂପୃକ୍ତି ରହିବା ଉଚିତ ନୁହେଁ ତାହାକୁ __________ ରାଷ୍ଟ୍ର କୁହାଯାଏ ।
Answer:
ଧର୍ମନିରପେକ୍ଷ ।

୩ । ‘ଧର୍ମନିରପେକ୍ଷ’ (Secular) ଶବ୍ଦଟି ଲାଟିନ୍ ଶବ୍ଦ ___________ ରୁ ଉଦ୍ଧୃତ ଯାହାର ଅର୍ଥ ____________ ।
Answer:
‘ସେକ୍ସଲାରିସ୍’ (Seacularis); ଗୋଟିଏ ଯୁଗ ବା ପିଢ଼ି ସହ ସମ୍ପୃକ୍ତ ।

୪ । ଧର୍ମ ଓ ରାଜନୀତି ପରସ୍ପରଠାରୁ ସମ୍ପୂର୍ଣ୍ଣ ପୃଥକ୍ ହେବା ସଙ୍ଗେ ସଙ୍ଗେ ରାଷ୍ଟ୍ରଧର୍ମକୁ ଆଦୌ ସମର୍ଥନ ଦେଉ ନଥିବା, ଧର୍ମନିରପେକ୍ଷତା _____________ ଧର୍ମନିରପେକ୍ଷତା କୁହାଯାଏ ।
Answer:
ପାଶ୍ଚାତ୍ୟ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପାଞ୍ଚଟି ବାକ୍ୟରେ ଉତ୍ତର ଦିଅ ।

୧ । ଧର୍ମନିରପେକ୍ଷତାର ପାଶ୍ଚାତ୍ୟ ଦୃଷ୍ଟିଭଙ୍ଗୀ କ’ଣ ?
Answer:
ଧର୍ମନରିପେକ୍ଷ ରାଷ୍ଟ୍ରରେ ରାଜନୈତିକ ଅନୁଷ୍ଠାନ ଓ ଧର୍ମ ପରସ୍ପରଠାରୁ ପୃଥକ୍ ହେବା ଆବଶ୍ୟକ । କିନ୍ତୁ ଯେତେବେଳେ ରାଷ୍ଟ୍ର ଧାର୍ମିକ ବ୍ୟାପାରରେ ଆଦୌ ହସ୍ତକ୍ଷେପ କରେ ନାହିଁ ଅର୍ଥାତ୍ ଉଭୟ ଧର୍ମ ଓ ରାଷ୍ଟ୍ର ପରସ୍ପରଠାରୁ ସମ୍ପୂର୍ଣ ପୃଥକ୍ ରହିଥା’ନ୍ତି ତାହାକୁ ପାଶ୍ଚାତ୍ୟ ଧର୍ମନିରପେକ୍ଷତାବାଦ କୁହାଯାଏ । ଏଠାରେ ଉଭୟ ଧର୍ମ ଓ ରାଷ୍ଟ୍ର ନିଜସ୍ଵ ସ୍ଵତନ୍ତ୍ର ପରିସରରେ କାର୍ଯ୍ୟ କରନ୍ତି । ଧର୍ମଭିଭିରେ କୌଣସି ସାଧାରଣ କାର୍ଯ୍ୟକ୍ରମ ବା ନୀତି କାର୍ଯ୍ୟକାରୀ କରାଯାଇ ନଥାଏ ।

ଧର୍ମ ଆଇନଗତ ପରିସର ମଧ୍ୟରେ କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ରାଷ୍ଟ୍ର ଏଥିରେ ହସ୍ତକ୍ଷେପ କରିପାରେ ନାହିଁ । ଉଦାହରଣ ସ୍ଵରୂପ, ଯଦି ଧର୍ମ କୌଣସି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ମନ୍ଦିର ପ୍ରବେଶ ଅଧିକାର ନ ଦିଏ, ତେବେ ରାଷ୍ଟ୍ର ସେଥିରେ ହସ୍ତକ୍ଷେପ କରିପାରିବ ନାହିଁ । ରାଷ୍ଟ୍ର ସମ୍ପ୍ରଦାୟଭିତ୍ତିକ ବା ସଂଖ୍ୟାନ୍ୟୁନର ଅଧିକାରକୁ ସ୍ବୀକୃତି ଦେଇପାରେ ନାହିଁ । ଅଧୁକାଂଶ ପାଶ୍ଚାତ୍ୟ ଧାର୍ମିକ ପ୍ରସଙ୍ଗ ଅପେକ୍ଷା ଅଧ‌ିକ ଗୁରୁତ୍ଵ ଦେଇଥାଏ ।

୨ । ଧର୍ମନିରପେକ୍ଷତାର ଭାରତୀୟ ଦୃଷ୍ଟିଭଙ୍ଗୀ କ’ଣ ?
Answer:
ଧର୍ମନିରପେକ୍ଷତା ପ୍ରତି ଭାରତୀୟ ଦୃଷ୍ଟିଭଙ୍ଗୀ ମୁଖ୍ୟତଃ ଧାର୍ମିକ ବିବିଧତା ଉପରେ ପର୍ଯ୍ୟବସିତ । ଏଠାରେ ଧର୍ମ ଓ ରାଷ୍ଟ୍ର ପରସ୍ପରଠାରୁ ପୃଥକ୍ ହେଲେ ମଧ୍ୟ ରାଷ୍ଟ୍ର ଧାର୍ମିକ ବ୍ୟାପାରରେ ଆଇନ ଓ ନୀତିସମ୍ମତ ହସ୍ତକ୍ଷେପ କରିଥାଏ । ସ୍ଵତନ୍ତ୍ରତା, ସମାନତା ଓ ଶାନ୍ତି ବ୍ୟାହତ ହେଲେ ରାଷ୍ଟ୍ର ହସ୍ତକ୍ଷେପ କରିପାରେ । ଏଠାରେ ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ଏହା ସମସ୍ତଙ୍କର ଧାର୍ମିକ ସ୍ଵାଧୀନତା ଓ ସମାନତା ଉପରେ ଗୁରୁତ୍ଵ ଦିଏ ।

ଧାର୍ମିକ ସଂସ୍କାରରେ ରାଷ୍ଟ୍ରର ଯୋଗଦାନ ମଧ୍ଯ ରହିଥାଏ । ଭାରତରେ ଅସ୍ପୃଶ୍ୟତା ନିବାରଣ, ବାଲ୍ୟବିବାହ ପ୍ରଥା, ସତୀପ୍ରଥା ଇତ୍ୟାଦିର ନିଷେଧ ଆଦି ଏହାର ଉଦାହରଣ ଅଟେ । ଭାରତରେ ଧର୍ମର ବହୁଳତା ରହିଥିବାରୁ ଧର୍ମସହିଷ୍ଣୁତା ଓ ସବୁ ଧର୍ମର ସମାନ ସହାବସ୍ଥାନ ପ୍ରସଙ୍ଗ ମଧ୍ଯ ଧର୍ମନିରପେକ୍ଷତା ସହ ଯୋଡ଼ିହୋଇ ରହିଛି । ସାମ୍ପ୍ରଦାୟିକତାବାଦ, ଜାତିବାଦ, ସାମାଜିକ ହେଉଛି ମୁଖ୍ୟ ପ୍ରସଙ୍ଗ ।

୩ । ପାଶ୍ଚାତ୍ୟ ଧର୍ମନିରପେକ୍ଷତା ଓ ଭାରତୀୟ ଧର୍ମନିରପେକ୍ଷତା ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ରାଷ୍ଟ୍ର ଓ ଧର୍ମର ପୃଥକୀକରଣର ପ୍ରକୃତି ଭିଭିରେ ପାଶ୍ଚାତ୍ୟ ଓ ଭାରତୀୟ ଧର୍ମନିରପେକ୍ଷତାର ସ୍ଵରୂପ ନିର୍ଭର କରେ । ଏହି ଦୁଇ ଦୃଷ୍ଟିଭଙ୍ଗୀ ମଧ୍ଯରେ ନିମ୍ନୋକ୍ତ ପାର୍ଥକ୍ୟ ପରିଦୃଷ୍ଟ ହୁଏ :
(i) ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଓ ଧର୍ମ ନିଜସ୍ଵ ପରିସର ମଧ୍ୟରେ କେହି କାହାର ବ୍ୟାବାରରେ ହସ୍ତକ୍ଷେପ କରନ୍ତି ନାହିଁ । କିନ୍ତୁ ଭାରତୀୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଆଇନର ପରିସର ମଧ୍ୟରେ ଧାର୍ମିକ ସଂସ୍କାରକୁ ସମର୍ଥନ କରେ ।
(ii) ସମ୍ପ୍ରଦାୟ ବା ସଂଖ୍ୟାନ୍ୟୁନର ଅଧିକାର ଉପରେ ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ କମ୍ ଗୁରୁତ୍ଵ ଦିଆଯାଉଥିବାବେଳେ ଅଧିକାର ଓ ସଂଖ୍ୟାନ୍ୟୁନର ଅଧିକାରର ସୁରକ୍ଷା ପାଇଁ ଭାରତୀୟ ଧର୍ମନିରପେକ୍ଷତାବାଦ ଯତ୍ନବାନ୍ ହୋଇଥାଏ ।
(iii) ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ ବ୍ୟକ୍ତି ସ୍ଵାଧୀନତା ଗୁରୁତ୍ଵ ପାଉଥିବାବେଳେ ଭାରତୀୟ ଧର୍ମନିରପେକ୍ଷତାରେ ସମାନତା ଗୁରୁତ୍ଵ ପ୍ରାପ୍ତ ହୋଇଥାଏ ।
(iv) ପାଶ୍ଚାତ୍ୟ ଧର୍ମନିରପେକ୍ଷତା ମୁଖ୍ୟତଃ ଧାର୍ମିକ ସାଦୃଶ୍ୟତାର ପରିବେଶରେ କାର୍ଯ୍ୟ କରୁଥିବାବେଳେ ଭାରତୀୟ ଧର୍ମନିରପେକ୍ଷତା ଧାର୍ମିକ ବିବିଧତାର ପରିବେଶରେ କାର୍ଯ୍ୟ କରିଥାଏ ।
(v) ପାଶ୍ଚାତ୍ୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଧର୍ମକୁ ଆଦୌ ସମର୍ଥନ ଦେଉ ନଥିବା ବେଳେ ଭାରତୀୟ ଧର୍ମନିରପେକ୍ଷତାରେ ରାଷ୍ଟ୍ର ଆଇନସମ୍ମତ ସମର୍ଥନ ଧର୍ମକୁ ପ୍ରଦାନ କରିଥାଏ ।

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତୀୟ ରାଜନୀତିରେ ଧର୍ମନିରପେକ୍ଷତାର ସମସ୍ୟାବଳୀ ଆଲୋଚନା କର ।
Answer:
୪୨ତମ ସମ୍ବିଧାନ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବାର ପରବର୍ତୀ ଅବସ୍ଥାରେ ଭାରତୀୟ ସମ୍ବିଧାନର ପ୍ରାକ୍‌କଥନ ଏହାକୁ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଘୋଷଣା କରିଛି । ସ୍ଵାତନ୍ତ୍ରତାକୁ ସାମ୍ବିଧାନିକ ଆଦର୍ଶରୂପେ ଗ୍ରହଣକରି ଚିନ୍ତନ, ପ୍ରକାଶନ, ବିଶ୍ଵାସ, ପୂଜା ଉପାସନା ଇତ୍ୟାଦିରୁ ସ୍ଵାଧୀନତା ପ୍ରଦାନ କରିବାପାଇଁ ଏହା ସଂକଳ୍ପବଦ୍ଧ ଅଟେ । ମୌଳିକ ଅଧିକାର ଅଧ୍ୟାୟରେ ୨୫ ଠାରୁ ୩୦ ଧାରା ମଧ୍ଯରେ ବର୍ଣ୍ଣିତ ଧର୍ମ ସଂକ୍ରାନ୍ତୀୟ ଅଧୁକାର (Right to Religion)ରେ ଧର୍ମ ପ୍ରଚାର, ଉପାସନା, ପ୍ରସାରର ପୂର୍ଣ୍ଣ ସ୍ଵାଧୀନତା ଭାରତୀୟ ନାଗରିକଙ୍କୁ ପ୍ରଦାନ କରାଯାଇଛି ।

ଅତୀତ ଭାରତର ଇତିହାସରେ ‘ଜିଜିୟା’ ଭଳି ଅନେକ କର (Tax) ବିଭିନ୍ନ ଧର୍ମ ଉପରେ ବସାଯାଉଥିଲା । ମାତ୍ର ଭାରତୀୟ ସମ୍ବିଧାନର ୨୭ ଧାରାରେ କୌଣସି ଧର୍ମ ଉପାସନା ବା ପ୍ରଚାର କ୍ଷେତ୍ରରେ କୌଣସି କରଧାର୍ଯ୍ୟର ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏଣୁ ଆଉରଙ୍ଗଜେବଙ୍କର ଧର୍ମ ଅସହିଷ୍ଣୁ ନୀତିକୁ ଗ୍ରହଣ ନ କରି ଆକବରଙ୍କର ଧର୍ମସହିଷ୍ଣୁ ନୀତିକୁ ଆଦର୍ଶ ରୂପେ ଗ୍ରହଣ କରିବାପାଇଁ ଇତିହାସ ହିଁ ପ୍ରେରଣା ଦେଇଛି ।

ସ୍ଵାଧୀନତା ପ୍ରାପ୍ତି ସମୟରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷ ହିଁ ସମ୍ବିଧାନ ପ୍ରଣେତାମାନଙ୍କୁ ଭାରତକୁ ଏକ “ ଧର୍ମନିରପେକ୍ଷ” ରାଷ୍ଟ୍ରରୂପେ ଚିତ୍ରିତ କରିବାପାଇଁ ପ୍ରେରଣା ଆଣି ଦେଲା । ଭାରତରେ ଧର୍ମର ବହୁଳତା (Religious Pluralism) ହେତୁ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଧର୍ମନିରପେକ୍ଷ ନୀତି ଅଧିକ ବାସ୍ତବ ଓ ସ୍ପୃହଣୀୟ ବୋଧ ହେଲା ।

ଭାରତରେ ଧର୍ମନିରପେକ୍ଷ ନୀତିର ଅର୍ଥ ଯାହା ଇଉରୋପୀୟ ଦେଶମାନଙ୍କର ଏହାର ଅର୍ଥ ଠିକ୍ ବିପରୀତ ଅଟେ । ସେହି ଦେଶମାନଙ୍କରେ ଗୋଟିଏ ଦେଶର, ଧର୍ମପ୍ରତି ଉଦାସୀନତା ବା ଅପକ୍ଷପାତିତାକୁ ତାହାର ଧର୍ମନିରପେକ୍ଷ ନୀତିରୂପେ ଗ୍ରହଣ କରାଯାଏ । ମାତ୍ର ଭାରତରେ ଧର୍ମ ନିରପେକ୍ଷତାର ଅର୍ଥ କୌଣସି ଧର୍ମକୁ ରାଷ୍ଟ୍ରୀୟ ଧର୍ମରୂପେ ଗ୍ରହଣ କରାଯିବ ନାହି ଏବଂ ପ୍ରତ୍ୟେକ ଧର୍ମକୁ ସମାନ ସମ୍ମାନ ପ୍ରଦର୍ଶନ କରାଯିବ ।

ଭାରତରେ ସମ୍ପୂର୍ଣ୍ଣ ଧର୍ମସହିଷ୍ଣୁତା ନୀତି ଅନୁସୃତ ହେଉଛି । ଡଃ ରାଧାକ୍ରିଷ୍ଣନ୍‌ଙ୍କ ମତରେ, “କୌଣସି ଲୋକକୁ ଧର୍ମଗତ କାରଣରୁ କୌଣସି ଜିନିଷର ଉପଭୋଗରୁ ବଞ୍ଚିତ କରାଯାଇ ପାରିବ ନାହିଁ ଓ ସାଧାରଣ ଜୀବନଯାପନ କ୍ଷେତ୍ରରେ ସମସ୍ତଙ୍କର ପୂର୍ଣ୍ଣ ଅଂଶ ରହିବ ।’’ ତେଣୁ ସାମାଜିକ ନ୍ୟାୟର ଦୃଷ୍ଟିକୋଣରୁ ତଫସିଲଭୁକ୍ତ ଜାତି, ଉପଜାତି, ସାମାଜିକ ଅନୁନ୍ନତ ଶ୍ରେଣୀ, ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠୀ ଇତ୍ୟାଦିଙ୍କୁ ଯେଉଁ ସ୍ଵତନ୍ତ୍ର ସୁଯୋଗ ପ୍ରଦାନ କରାଯାଇଛି, ତାହା ଧର୍ମନିରପେକ୍ଷ ନୀତିର ବିରୋଧୀ ନୁହେଁ ।

ପୃଥିବୀର ପଶ୍ଚିମାଞ୍ଚଳ ରାଜ୍ୟମାନଙ୍କରେ ଧର୍ମକୁ ରାଜନୀତିଠାରୁ ପୃଥକ୍ କରିବାର ପ୍ରକ୍ରିୟାରୁ ହିଁ ଧର୍ମନିରପେକ୍ଷ ନୀତିର ଜନ୍ମ । ମାତ୍ର ଭାରତରେ ସେହି ସୂତ୍ରରେ କୌଣସି ପ୍ରଭାବ ଧର୍ମନିରପେକ୍ଷତା ଉପରେ ପଡ଼ିନାହିଁ ।

ଭାରତ ନିଜକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ରରୂପେ ଘୋଷଣା କରିସାରିବା ପରଠାରୁ ଭାରତର ଏହି ନୀତି ଘାତ ପ୍ରତିଘାତର ସ୍ତର ଦେଇ ଗତି କରିଆସୁଅଛି । ରାଷ୍ଟ୍ର ଏବଂ ଏହାର ରାଜନୈତିକ ପଦାଧ୍ୟାକାରୀମାନେ ଧର୍ମକୁ ଅସ୍ତ୍ରରୂପେ ବ୍ୟବହାର କରି ନିଜର ରାଜନୈତିକ ଲକ୍ଷ୍ୟ ସାଧନ କରୁଛନ୍ତି । ଅନ୍ୟପକ୍ଷରେ ଏହି ସୁଯୋଗ ଫଳରେ ଧର୍ମ, ରାଜନୀତିର ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ଅନଧିକାର ପ୍ରବେଶ କରୁଛି । ଏଣୁ ଉଭୟ ଆଡ଼ୁ ଆଚରଣ ନୀତିକୁ ଅମାନ୍ୟ କରିଯିବା ଫଳରେ ଆଜି ଭାରତରେ ଏହି ନୀତି ଏକ ସମସ୍ୟା ରୂପେ ଦେଖାଦେଇଛି ।

ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍, ହରିଜନ ଓ ଆଦିବାସୀମାନଙ୍କର ଧର୍ମ ପରିବର୍ତ୍ତନ, ଶାହାବାନୁ ମକଦ୍ଦମାର ରାୟ, ତଲାକ୍‌ପ୍ରାପ୍ତ ମୁସଲମାନ ସ୍ତ୍ରୀ ଲୋକମାନଙ୍କର ସ୍ଵାର୍ଥରକ୍ଷା ସଂକ୍ରାନ୍ତୀୟ ଆଇନ, ଏକ ଏକବିଧ ଦେୱାନୀ ଆଇନ (Uniform Civil Code) ପାଇଁ ଦାବୀ ମିରଟ୍ ଦଙ୍ଗା ଇତ୍ୟାଦି ଏହି ସମସ୍ୟାକୁ ଲୋକଲୋଚନକୁ ଆଣିପାରିଛି । ଧର୍ମନିରପେକ୍ଷତା ସମ୍ବନ୍ଧୀୟ ସମସ୍ୟା ସାଂପ୍ରଦାୟିକତା (Communal- ism) ସୃଷ୍ଟି ପାଇଁ ଦାୟୀ ଅଟେ । ଗୋଟିଏ ଧାର୍ମିକ ଗୋଷ୍ଠୀର ଲକ୍ଷ୍ୟ ଓ ଆଦର୍ଶକୁ ଚରିତାର୍ଥ କରିବାପାଇଁ ରାଜନୀତିର ବଳୟ ମଧ୍ୟରେ ଅନ୍ୟ ଧର୍ମ ପ୍ରତି ଅସହିଷ୍ଣୁ ନୀତି କରିବା ହିଁ ସାଂପ୍ରଦାୟିକତା ଅଟେ । ସାଂପ୍ରଦାୟିକତା ଧର୍ମନିରପେକ୍ଷତାର ବିରୋଧୀ ଅଟେ । ଭାରତ ବିଭାଜନ ସମୟଠାରୁ ସ୍ଵାଧୀନତୋର ଭାରତରେ ମଧ୍ୟ ଏହି ସାଂପ୍ରଦାୟିକତା ନୀତିର ବହୁଳ ପ୍ରସାର ଘଟିଛି ।

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

ଧର୍ମ ପ୍ରତି ଆନୁଗତ୍ୟ ଥିବା ବ୍ୟକ୍ତିବିଶେଷ ବା ଦଳ ପ୍ରତି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କୌଣସି ପକ୍ଷପାତ ନୀତି ଗ୍ରହଣ କରାଗଲେ ସାମ୍ପ୍ରଦାୟିକତାର ଚରମ ପରିପ୍ରକାଶ ଘଟିଥାଏ।

ଧର୍ମନିରପେକ୍ଷତାର ସମସ୍ୟା :
ଭାରତରେ ଧର୍ମନିରପେକ୍ଷତା ନୀତି ପାଇଁ ଦେଖାଯାଉଥ‌ିବା ସମସ୍ୟାଗୁଡ଼ିକୁ ମୁଖ୍ୟତଃ ନିମ୍ନଲିଖତ ଦୃଷ୍ଟିକୋଣରୁ ବ୍ୟବଚ୍ଛେଦ କରାଯାଇ ଆଲୋଚନା କରାଯାଇପାରେ ।

(୧) ଧର୍ମ ସମ୍ବନ୍ଧୀୟ ସ୍ଵାଧୀନତାର ସମସ୍ୟା- ଭାରତରେ ଧର୍ମନିରପେକ୍ଷତା କହିଲେ ପ୍ରତ୍ୟେକ ଧର୍ମକୁ ସମାନ ସମ୍ମାନ ପ୍ରଦର୍ଶନ କରାଯିବା ବୁଝାଉଥିବାରୁ, ଏଠାରେ ୨୫ ଧାରାରେ ଭାରତୀୟ ନାଗରିକକୁ ଯେ କୌଣସି ଧର୍ମ ଗ୍ରହଣ ପ୍ରଚାର ଓ ବ୍ୟବହାର କରି ପାରିବାର ମୌଳିକ ଅଧିକାର ପ୍ରଦାନ କରାଯାଇଛି । ପୁନଶ୍ଚ ୨୭ ଧାରାରେ କୌଣସି ଧର୍ମ ସମ୍ବନ୍ଧୀୟ କର (Tax) ଧାର୍ଯ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ଥିର ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଇ ଧର୍ମନିରପେକ୍ଷ ନୀତିର ବାସ୍ତବ କାର୍ଯ୍ୟକାରିତା ପାଇଁ କ୍ଷେତ୍ର ପ୍ରସ୍ତୁତ କରାଯାଇଛି ।

(୨) ସଂଖ୍ୟାନ୍‌ନ ଧର୍ମର ନିରାପତ୍ତା ସଂକ୍ରାନ୍ତୀୟ ସମସ୍ୟା – ୨୬ ଧାରା ଅନୁଯାୟୀ ଧାର୍ମିକ ବିଷୟାବଳୀର ସୂଚାରୁ ବିନ୍ୟାସ ପାଇଁ ସମ୍ପୂର୍ଣ୍ଣ ସ୍ଵାଧୀନତା ଓ ନିରାପତ୍ତା ପ୍ରଦାନ କରାଯାଇଛି | ସଂଖ୍ୟାନ୍ୟୁନ ଧାର୍ମିକ ଗୋଷ୍ଠୀ ନିଜ ଧର୍ମର ବ୍ୟବହାର, ପ୍ରଚାର ଇତ୍ୟାଦି ପାଇଁ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କ୍ରୟ କରି ପାରିବାର ଓ ନିଜର କାର୍ଯ୍ୟକ୍ରମ ନିଜସ୍ଵ ନିଷ୍ପତ୍ତି ଅନୁଯାୟୀ ନିର୍ଦ୍ଧାରିତ କରିବାର ପୂଣ୍ଡି ଅଧିକାର ଉପଭୋଗ କରୁଛନ୍ତି । ୨୮ ଧାରା ଅନୁଯାୟୀ ସରକାରୀ ବା ସରକାରୀ ଅନୁଦାନ ପାଉଥ‌ିବା ଶିକ୍ଷାନୁଷ୍ଠାନମାନଙ୍କରେ କୌଣସି ଧର୍ମ ସଂକ୍ରାନ୍ତୀୟ ଶିକ୍ଷା ଦିଆଯାଇ ପାରିବ ନାହିଁ ବୋଲି ସାମ୍ବିଧାନିକ ବ୍ୟବସ୍ଥା ରହିଛି । ସଂଖ୍ୟାନ୍ୟୁନ ଗୋଷ୍ଠୀ ନିଜ ଧର୍ମ ପ୍ରଚାର କରିପାରିବେ, ମାତ୍ର ନିଜ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିପାରିବେ ନାହିଁ ।

(୩) ଧାର୍ମିକ ନିଜତ୍ବକୁ ପରିତ୍ୟାଗ ସଂକ୍ରାନ୍ତୀୟ ସମସ୍ୟା – ଭାରତୀୟ ସମ୍ବିଧାନ ସଂଖ୍ୟାନ୍ୟୁନ ଗୋଷ୍ଠୀକୁ ସେମାନଙ୍କର ସ୍ଵତନ୍ତ୍ରତା ବା ନିଜତ୍ଵ ବଜାୟ ରଖୁବାର ପୂର୍ଣ୍ଣ ଅଧିକାର ଦେଇଛି । ତେଣୁ ନିଜର ସ୍ଵତନ୍ତ୍ର ପରିଚୟ ବଜାୟ ରଖୁଥିବାବେଳେ ସେମାନେ ଅନ୍ୟ ଧର୍ମ ପ୍ରତି ବିଚ୍ଛିନ୍ନତା ମନୋଭାବ ସୃଷ୍ଟି କରନ୍ତି ଓ ଏହି କୁ-ମନୋବୈଜ୍ଞାନିକ ନୀତି ପରସ୍ପର ପ୍ରତି ବିଦ୍ବେଷ ଭାବ ସୃଷ୍ଟି କରିବା ସହ ଜାତୀୟ ଏକତା ଓ ସଂହତି ପ୍ରତି ବିପଦ ସୃଷ୍ଟି କରିଥାଏ । ଏଣୁ ନିଜସ୍ଵ ସ୍ଵତନ୍ତ୍ରତା ରକ୍ଷା ଓ ଜାତୀୟ ସଂହତି ମଧ୍ୟରେ ସମନ୍ଵୟ ରକ୍ଷା କରାଯାଇ ପାରୁ ନ ଥିବାରୁ ଅନେକ ବିପଦ ସୃଷ୍ଟି ହେଉଛି । ଗୋଟିଏ ପକ୍ଷରେ ଧାର୍ମିକ ନିଜତ୍ଵ ରକ୍ଷାର ସାମ୍ବିଧାନିକ ଅଧୁକାର ପ୍ରଦାନ ଓ ଅନ୍ୟପକ୍ଷରେ ଜାତୀୟ ମହାସ୍ରୋତରେ ସାମିଲ ହେବା ପାଇଁ ଏହି ସଂକୀର୍ଣ୍ଣ ଭାବଧାରା ବା ବିଶ୍ଵାସକୁ ପରିତ୍ୟାଗ ପାଇଁ ଆହ୍ବାନ ବାସ୍ତବରେ ଦୁଇ ପରସ୍ପର ବିରୋଧୀ ମତ ଅଟେ।

(୪) ଧର୍ମ ଉପରେ ଆଧୁନିକତାର ପ୍ରଭାବଜନିତ ସମସ୍ୟା ନୀତିନିୟମ ଦୃଷ୍ଟିରୁ ସାମାଜିକ ସଂସ୍ଥାର ମାଧ୍ୟମରେ ଧାର୍ମିକ ଓ ସାଂସ୍କୃତିକ ସଂହତି ଆଣିବାପାଇଁ ରାଷ୍ଟ୍ର କିଛି ପ୍ରୟାସ କଲେ ମୌଳିକତାବାଦୀ (Fundamentalist) ମାନେ ଏହାର ଘୋର ବିରୋଧ କରୁଛନ୍ତି । ଏହା ଫଳରେ ସମାଜର ବିଭିନ୍ନ ଗୋଷ୍ଠୀ ମଧ୍ୟରେ ବିଦ୍ବେଷ ସୃଷ୍ଟି ହେଉଛି ଓ ଐକ୍ୟ ମନୋଭାବ ପରିବର୍ତ୍ତେ ସାମ୍ପ୍ରଦାୟିକତାର ବିଭୀଷିକାମୟ ଦୃଶ୍ୟ ଦେଖିବାକୁ ମିଳୁଛି । ଶାହାବାନୁ ମକଦ୍ଦମାର ରାୟ ପରେ ମୁସଲମାନ ଧର୍ମର ମୌଳିକତାବାଦୀମାନେ ସରକାରଙ୍କ ଉପରେ ଏହି ରାୟରେ ପରିବର୍ତ୍ତନ ଆଣିବାପାଇଁ ପ୍ରଭାବ ପକାଇଥିଲେ । ଏକବିଧ ଦେୱାନୀ ଆଇନ (Uniform Civil Code) ପ୍ରଚଳିତ ପାଇଁ ଦାବୀକୁ ଏହି କାରଣରୁ ବିରୋଧ କରାଯାଇଛି ।

(୫) ଜାତିଗତ ରାଜନୀତିଜନିତ ସମସ୍ୟା ଜାତିଗତ ବିଭେଦତା ଭାରତୀୟ ରାଜନୀତିରେ ଏକ ଦୃଢ଼ ଆସନ ପାତି ବସିଛି । ରାଜନୀତିରେ ଜାତିଗତ ଅନ୍ତଃଯୁଦ୍ଧର ପ୍ରଶ୍ରୟ ଓ ଉତ୍ସାହ ଦିଆଯାଇଛି । ଏହା ଫଳରେ ରାଜନୈତିକ ଅସ୍ଥିରତା ଦୃଷ୍ଟି ହେବା ସଙ୍ଗେ ସଙ୍ଗେ ଜାତୀୟ ସଂହତି ପ୍ରତି ବିପଦରେଖାମାନ ସୃଷ୍ଟି ହେଉଛି । ଜାତିଗତ ଶ୍ରେଷ୍ଠତ୍ୱ ପାଇଁ ଅନ୍ତଃଯୁଦ୍ଧ ଫଳରେ ଧର୍ମନିରପେକ୍ଷ ନୀତି ପୂର୍ଣ୍ଣମାତ୍ରାରେ ବାଧାପ୍ରାପ୍ତ ହେଉଛି; କାରଣ ଜାତି ସହିତ ଧାର୍ମିକ ବିଶ୍ଵାସ, ପୂଜାପଦ୍ଧତି ଇତ୍ୟାଦି ଓତଃପ୍ରୋତ ଭାବରେ ଜଡ଼ିତ । ଧର୍ମନିରପେକ୍ଷ ନୀତି ପ୍ରତି ଏହି ନୂତନ ବିପଦ, ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ପାଇଁ ଅନେକାଂଶରେ ଦାୟୀ ଅଟେ ।

(୬) ଅସ୍ପୃଶ୍ୟମାନଙ୍କୁ ସ୍ଵତନ୍ତ୍ର ସାହାଯ୍ୟ ଓ ମର୍ଯ୍ୟାଦା ପ୍ରଦାନଜନିତ ସମସ୍ୟା – ୧୭ ଧାରାରେ ଅସ୍ପୃଶ୍ୟତାକୁ ସମ୍ପୂର୍ଣ୍ଣ ଆଇନଗତ ବାରଣ କରାଯାଇଛି । ମାତ୍ର ସରକାର ଏବଂ ବିଶେଷ କରି କ୍ଷମତାସୀନ ଦଳ ଅସ୍ପୃଶ୍ୟମାନଙ୍କୁ ସ୍ଵତନ୍ତ୍ର ସୁବିଧା, ସୁଯୋଗ ଦେଇ ସେମାନଙ୍କ ପାଇଁ “ଭୋଟ୍‌ବ୍ୟାଙ୍କ୍’ ତିଆରି କରୁଛନ୍ତି । ଏହା ଫଳରେ ଅସ୍ପୃଶ୍ୟମାନେ ଏକ ସ୍ଵତନ୍ତ୍ର ଗୋଷ୍ଠୀ ହୋଇ ରହିବାପାଇଁ ଉଚିତ ମନେ କରୁଛନ୍ତି ଏବଂ ଏହା ମୌଳିକ ଅଧୂକାର ଓ ସାମ୍ବିଧାନିକ ଲକ୍ଷ୍ୟର ବିରୁଦ୍ଧାଚରଣ କରୁଛି । ଏହା ସାମ୍ପ୍ରଦାୟିକ ମନୋଭାବ ଜାଗ୍ରତ କରିବା ସଙ୍ଗେ ସଙ୍ଗେ ଧର୍ମନିରପେକ୍ଷନୀତି ପ୍ରତି ବିପଦ ସୃଷ୍ଟି କରୁଛି ।

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

(୭) ଧର୍ମଭିଭିକ ରାଜନୈତିକ ଦଳଦ୍ଵାରା ସୃଷ୍ଟ ସମସ୍ୟା – ରାଜନୈତିକ ଦଳ ଭାରତୀୟ ଗଣତନ୍ତ୍ର ପାଇଁ ଏକାନ୍ତ ଆବଶ୍ୟକ ଅଟେ । ଏହା ଜନମତର ଜନ୍ମଦାତା ଓ ବାହକ ମଧ୍ୟ ଅଟେ । ଏହା ଏକ ସଂକୀର୍ଣ୍ଣ ଲକ୍ଷ୍ୟ ବା ଦର୍ଶନକୁ ଗ୍ରହଣ କଲେ ରାଜନୈତିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି ହୁଏ । ଧର୍ମକୁ ଭିଭିକରି ରାଜନୈତିକ ଦଳ ସୃଷ୍ଟି ହେଲେ ଏହା ଏକ ସଂକୀର୍ଣ୍ଣ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀରେ ପରିଣତ ହୁଏ ଓ ସାମ୍ପ୍ରଦାୟିକତା ସୃଷ୍ଟି କରିଥାଏ । ଅନ୍ୟପକ୍ଷରେ, ଧର୍ମକୁ ରାଜନୀତିଠାରୁ ପୃଥକ୍ କରିବାର ଲକ୍ଷ୍ୟ ଏହାଦ୍ଵାରା ବାଧାପ୍ରାପ୍ତ ହୁଏ । ଧର୍ମ ରାଜନୀତିର ନିଭୃତ ଇଲାକା ମଧ୍ୟରେ ପ୍ରବେଶ କରିବାଦ୍ଵାରା ଐକ୍ୟ ମନୋଭାବର ସଞ୍ଚାଳନ ଦିଗରେ ଘୋର ପ୍ରତିବନ୍ଧକ ସୃଷ୍ଟି ହୁଏ । କିନ୍ତୁ ଭାରତରେ ହିନ୍ଦୁ ମହାସଭା, ମୁସ୍‌ଲିମ୍ ଲିଗ୍ ।

(୮) ଧର୍ମଭିତ୍ତିକ ରାଜ୍ୟ ସ୍ଥାପନ ପାଇଁ ଦାବି ଜନିତ ସମସ୍ୟା ପଞ୍ଜାବରେ ହିଂସାତ୍ମକ ଘଟଣା ସୃଷ୍ଟି କରି ଏକ ସ୍ଵତନ୍ତ୍ର ‘ଖଲିସ୍ଥାନ (Khalistan) ରାଜ୍ୟ ଦାବି କରୁଛନ୍ତି । ସେମାନଙ୍କଦ୍ଵାରା ପବିତ୍ର ସ୍ଵର୍ଣ୍ଣମନ୍ଦିର ଅପବ୍ୟବହାର ନିଶ୍ଚିତ ଭାବରେ ଧର୍ମନିରପେକ୍ଷତା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଗୁର୍ଖମାନେ ପବିତ୍ର ସ୍ଵର୍ଣ୍ଣମନ୍ଦିର ଅପବ୍ୟବହାର ନିଶ୍ଚିତ ଭାବରେ ଧର୍ମନିରପେକ୍ଷତା ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି । ଗୁର୍ଖମାନେ । ପଶ୍ଚିମବଙ୍ଗର ଦାର୍ଜିଲିଂ ଅଞ୍ଚଳରେ ଏକ ସ୍ଵତନ୍ତ୍ର ‘ଗୁର୍ଖାଲ୍ୟାଣ୍ଡ’ (Gorkhaland) ପାଇଁ କରୁଥିବା ଦାବି ମଧ୍ଯ ଧର୍ମନିରପେକ୍ଷତା ପାଇଁ ଏକ ବିପଦ ଅଟେ ।

ଉପରୋକ୍ତ ସମସ୍ୟାଗୁଡ଼ିକୁ ତର୍ଜମା କଲେ ଏହା ସ୍ପଷ୍ଟ ହୁଏ ଯେ ଧର୍ମକୁ ରାଷ୍ଟ୍ରଶାସନର ନୀତିକୁ ପ୍ରଭାବିତ କରିବା ପାଇଁ ସୁଯୋଗ ଦେବା ବା ଧର୍ମ ଆପେ ଆପେ ରାଜନୀତିର ବଳୟ ମଧ୍ୟକୁ ଚାଲି ଆସିବା ଫଳରେ ସାମ୍ପ୍ରଦାୟିକ ମନୋଭାବ ସୃଷ୍ଟି ହେଉଛି । ୧୯୮୬-୮୭ ମସିହାରେ ୨୦୦୦ ଗୋଟି ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହୋଇଥିଲା । ୧୯୮୭ ମସିହାରେ ଅପ୍ରେଲ ମାସରୁ ଜୁନ୍ ମାସ ମଧ୍ୟରେ ଗୁଜରାଟ, ମିରଟ, ଦିଲ୍ଲୀ ଓ ଜାଗାଓଁଠାରେ ସାମ୍ପ୍ରଦାୟିକ ଦଙ୍ଗା ହୋଇ ସରକାରୀ ତଥ୍ୟ ଅନୁଯାୟୀ ୧୫୭ ଜଣ ମୃତ୍ୟୁବରଣ କରିଥିଲେ ଓ ୩୦୨ ଜଣ ଗୁରୁତରଭାବେ ଆହତ ହୋଇଥିଲେ । ଏହି ତଥ୍ୟାବଳୀର ଧର୍ମଦ୍ଵାରା ସୃଷ୍ଟ ସାମ୍ପ୍ରଦାୟିକତାର ଭୟାବହତା ଓ କୁ-ପ୍ରକୃତି ସମ୍ବନ୍ଧରେ ସ୍ପଷ୍ଟ ସୂଚନା ମିଳିଥାଏ ।

ସମସ୍ୟାର ସମାଧାନ ସୂତ୍ର :
ପ୍ରଫେସର ଡି.ଇ. ସ୍ମିଥ୍ ଧର୍ମନିରପେକ୍ଷତା ପ୍ରତି ସୃଷ୍ଟି ହୋଇଥିବା ବିପଦର ଦୂରୀକରଣ ପାଇଁ ନିମ୍ନଲିଖତ ବିଷୟଗୁଡ଼ିକ ଉପରେ ଗୁରୁତ୍ଵ ଆରୋପ କରିବା ନିମନ୍ତେ ମତାମତ ଦେଇଛନ୍ତି ।

ପ୍ରଥମତଃ, ଇତିହାସର ବିଜ୍ଞାନସମ୍ମତ ଅଧ୍ୟୟନ ମାଧ୍ୟମରେ ଭାରତରେ ଧର୍ମନିରପେକ୍ଷ ନୀତିର ଗତି ଓ ପ୍ରକୃତି ସମ୍ବନ୍ଧରେ ଲୋକମାନଙ୍କୁ ସଚେତନ କରାଗଲେ ଏହାର ଯଥାଯୋଗ୍ୟତା ସମ୍ପର୍କରେ ଏକ ଆନ୍ତଃଚେତନା ସୃଷ୍ଟି ହେବ । ଦ୍ଵିତୀୟତଃ, ପ୍ରତ୍ୟେକ ଧର୍ମ ଓ ବ୍ୟକ୍ତିଙ୍କ ମଧ୍ୟରେ ସହିଷ୍ଣୁତା ନୀତିର ଚରମ ପରିପ୍ରକାଶ ଘଟିବା ଉଚିତ । ଧର୍ମ ବିଶ୍ଵାସର ପ୍ରଚାର ହେବା ଆବଶ୍ୟକ ।

ଚତୁର୍ଥତଃ, ରାଜନୀତି ଓ ଧର୍ମ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭାବରେ ପୃଥକ୍ ରହିବା ଆବଶ୍ୟକ ।

ପଞ୍ଚମତଃ, ସାମାଜିକ ସଙ୍ଗଠନ ଓ ସମ୍ପର୍କ ଧାର୍ମିକ ନୀତିଦ୍ୱାରା ନିୟନ୍ତ୍ରିତ ଓ ପରିଚାଳିତ ନ ହୋଇ ରାଷ୍ଟ୍ରଦ୍ୱାରା ନିର୍ଦ୍ଧାରିତ ଆଇନ କାନୁନ ଅନୁଯାୟୀ ନିୟନ୍ତ୍ରିତ ହେବା ଉଚିତ ।

ଷଷ୍ଠତଃ, ପ୍ରତ୍ୟେକ ଧର୍ମକୁ ସମାନ ପରିମାଣରେ ସାମ୍ବିଧାନିକ ଅଧୂକାର ଓ ନିରାପତ୍ତା ପ୍ରଦାନ କରାଯିବା ଉଚିତ।

ସପ୍ତମତଃ, ଧର୍ମ ଓ ସମ୍ପ୍ରଦାୟ ଭିଭିକ ରାଜନୈତିକ ଦଳ ସ୍ଥାପିତ ହେବା ଉଚିତ ନୁହେଁ, କିମ୍ବା ସ୍ଥାପିତ ହେଲେ ମଧ୍ୟ ସ୍ଵୀକୃତି ଦିଆଯିବା ଉଚିତ ନୁହେଁ ।

ନବମତଃ, ସାମ୍ପ୍ରଦାୟିକ ଦ୍ଵନ୍ଦର ଆଶୁ ସମାଧାନ ପାଇଁ ସ୍ଵତନ୍ତ୍ର ବିଚା ବିଭାଗୀୟ ସଂସ୍ଥା ସ୍ଥାପିତ ହେବା ଉଚିତ । ଏହା ଏକ ଅଧସ୍ତନ ବିଚାର ସଂସ୍ଥା ରୂପେ କାର୍ଯ୍ୟ କରିବା ଉଚିତ । ଏହା ଫଳରେ ଏହାକୁ ଅଧିକ ପ୍ରଜ୍ଜ୍ୱଳିତ କରୁଥିବ ।

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

ଦଶମତଃ, ସରକାରଙ୍କର ସଂରକ୍ଷଣ ନୀତି (Reservation Policy)ର ପ୍ରକୃତି ପରିବର୍ତ୍ତନ ହେବା ଆବଶ୍ୟକ । ଏହା କେବଳ ସଂଖ୍ୟାନ୍ୟୁନ ଅନୁନ୍ନତ ଗୋଷ୍ଠୀ ବା ସମ୍ପ୍ରଦାୟ ପ୍ରତି ପ୍ରଯୁଜ୍ୟ ନ ‘ହାଇ ଏହି କ୍ଷେତ୍ରରେ ବ୍ୟକ୍ତିର ଆର୍ଥିକ ଅବସ୍ଥାକୁ ମାନଦଣ୍ଡ ରୂପେ ଗ୍ରହଣ କରାଯିବା ଉଚିତ । ଏହା ଫଳରେ ଜାତିର୍ଗତ ବିଭେଦତା ସୃଷ୍ଟି ହେବ ନାହିଁ ଓ ଧର୍ମନିରପେକ୍ଷ ନୀତିର ସଠିକ୍ ପ୍ରୟୋଗ କରାଯାଇ ପାରିବ ।

ବୈଜ୍ଞାନିକ ମନୋବୃତ୍ତି, ଅନ୍ଵେଷଣ ପ୍ରତି ଦୁର୍ବଳତା, ଜ୍ଞାନାଲୋକରେ ଉଦ୍‌ଭାସ୍ଥିତ ହେବାପାଇଁ ଆଗ୍ରହ, ଐତିହାସିକ ମୂଲ୍ୟବୋଧସମ୍ପନ୍ନ ଶିକ୍ଷା ବ୍ୟବସ୍ଥା, ଧର୍ମଠାରୁ ବିଚ୍ଛିନ୍ନ ରାଷ୍ଟ୍ରଶାସନ ନୀତି ଓ ରାଜନୀତି, ବୃହତ୍ତର ଲକ୍ଷ୍ୟସମ୍ପନ୍ନ ରାଜନୈତିକ ଦଳ, ଲୋକମାନଙ୍କର ପାର୍ଥିବ ଆବଶ୍ୟକତାର ପୂରଣ, ଉତ୍ତମ ସାମାଜିକ ନିରାପତ୍ତା ବ୍ୟବସ୍ଥାର ପ୍ରବର୍ତ୍ତନ, ଧାର୍ମିକ ନୀତିରେ ଆଧୁନିକ ପ୍ରଗତିଶୀଳତାର ସ୍ପର୍ଶ ପ୍ରଦାନ, ସମ୍ପ୍ରଦାୟ-ସମ୍ପ୍ରଦାୟ ମଧ୍ୟରେ ସୃଷ୍ଟି ହେଉଥ‌ିବା ସମୟିକ ବିଦ୍ବେଷ ଭାବର ଶାନ୍ତିପୂର୍ଣ୍ଣ ତ୍ବରାନ୍ବିତ କରାଯାଇପାରିବ ।

୨ । ଭାରତରେ ଧର୍ମନିରପେକ୍ଷତାର ସ୍ଥିତି ତର୍ଜମା କର ।
Answer:
ଏକ ମୌଳିକ ଭିଭି ପ୍ରଦାନ କରିଥାଏ । ଧର୍ମନିରପେକ୍ଷବାଦ ଅସ୍ତିସୂଚକ ଦୃଷ୍ଟିରୁ ଏଭଳି ଏକ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଥରେ ବିଭିନ୍ନ ଧାର୍ମିକ ସମ୍ପ୍ରଦାୟ ମଧ୍ୟରେ ପାରସ୍ପରିକ ପ୍ରେମ, ଦୟାଭାବ, ଭ୍ରାତୃଭାବ ଏବଂ ମାନବ ଜାତିର ସେବା ଆଦି ମୂଲ୍ୟବୋଧ ନିହିତ ଥାଏ । ଏହି ସମସ୍ତ ଉପାଦାନ ସାମ୍ପ୍ରଦାୟିକ ସଦ୍‌ଭାବ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଜାତୀୟ ସଂହତିର ମାଧ୍ୟମ ରୂପେ କାର୍ଯ୍ୟ କରିଥାଏ । ଏହି ଧର୍ମନିରପେକ୍ଷବାଦର ରୂପାୟନ ପାଇଁ ଏକ ‘ଧର୍ମନିରପେକ୍ଷ ରାଷ୍ଟ୍ର’ ତତ୍ତ୍ଵର ‘ସର୍ବଧର୍ମ ସମଭାବ’ ତତ୍ତ୍ଵ ଉପରେ ଆଧାରିତ । ଭାରତୀୟ ଧର୍ମ ନିରପେକ୍ଷତା କେବଳ ସାଂପ୍ରଦାୟିକତାବାଦକୁ ଘୃଣା କରେ ନାହିଁ, ବରଂ ଏହା ପ୍ରତ୍ୟେକ ଧର୍ମ ପ୍ରତି ସମାନ ମନୋଭାବ ପ୍ରଦର୍ଶନ କରେ ।

ଭାରତ ଧର୍ମନିରପେ ଚରିତ୍ର ବହନ କରିବା କ୍ଷେତ୍ରରେ ଭାରତୀୟ ସ୍ଵାଧୀନତା ଆନ୍ଦୋଳନ ସମୟର ‘ଅଣଧାର୍ମିକ ଜାତୀୟତାବାଦ’ (Non-religus Nationalism) ବା ‘ଅଣ–ସାମ୍ପ୍ରଦାୟିକ ଜାତୀୟତାବାଦ’ (Non-Communalised Nationalism) ରୂପକ ଆଦର୍ଶଦ ଦାୟୀ ଅଟେ । ଧର୍ମ ଭିଭିରେ ଭାରତ ବିଭାଜନ ହେବା ପରେ ମଧ୍ୟ ଅନେକ, ମୁସଲମାନ ଭାରତରେ ରହିବାକୁ ପଦ କରିବା କାରଣରୁ ଭାରତୀୟ ଜାତୀୟ ସଂହତିର ଅନ୍ୟତମ ମାଧ୍ୟମ ରୂପେ ଧର୍ମନିରପେକ୍ଷବାଦକୁ ଗ୍ରହଣ କରାଗଲା । ଅନ୍ୟପକ୍ଷରେ ୧୯୪୮ ମସିହାରେ ଗାନ୍ଧିଜୀଙ୍କ ଦୁଃଖଦ ହତ୍ୟା ଭାରତରେ ପ୍ରମାଣ କରିଦେଲା ଯେ କେବଳ ଧର୍ମନିରପେକ୍ଷ ବ୍ୟସ୍ତୁ ଓ ସାମ୍ପ୍ରଦାୟିକ ସଦ୍‌ଭାବ ମାଧ୍ୟମରେ ଭାରତର କଷ୍ଟ ଅର୍ଜିତ ସ୍ଵାଧୀନତା ସଂରକ୍ଷଣ କରାଯାଇପାରିବ ।

ଭାରତରେ ଜାତୀୟ ସଂହତି ରକ୍ଷା ପଇଁ ଧର୍ମନିରପେକ୍ଷ ବ୍ୟବସ୍ଥାର କାର୍ଯ୍ୟକାରିତା : ୪୨ତମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ପ୍ରାକ୍ କଥନର ସଂଶୋଧନ କରାଯାଇ ଭାରତକୁ ଏକ ‘ଧର୍ମନିରପେକ୍ଷ’ ରାଷ୍ଟ୍ର ରୂପେ ଘୋଷଣା କରାଯାଇଛି । କିନ୍ତୁ ଭାରତୀୟ ରାଷ୍ଟ୍ରୀୟ ବ୍ୟବହୃ ମଧ୍ୟରେ ଧର୍ମନିରପେକ୍ଷ ନୀତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ଅନେକ ନୀତି କାର୍ଯ୍ୟ କରୁଛି । ସାମ୍ପ୍ରଦାୟିକ ଦଙ୍ଗାର ବିଜନକାରୀ ପ୍ରଭାବଠାରୁ ମୁକ୍ତ ହୋଇ ଦେଶରେ ଏକତା ଓ ସଂହତି ରକ୍ଷା କରିବା କେବଳ ‘ ଧର୍ମନିରପେକ୍ଷ’ ବ୍ୟବସ୍ଥାଦ୍ଵାର ହିଁ ସମ୍ଭବ ହୋଇପାରିବ ବୋଲି ଦେଶରେ ସୃଷ୍ଟ ଅନେକ ଦଙ୍ଗା ମାଧ୍ୟମରେ ସୃଷ୍ଟି ଧାରଣା ସୃଷ୍ଟି ହୋଇଛି ।

ଭାରତ ‘ଧର୍ମନିରପେକ୍ଷ’ ଚରିତ୍ର ଶ୍ରୁତିଷ୍ଠା ପାଇଁ ନିମ୍ନଲିଖୂତ ମୁଖ୍ୟ ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଯାଇଛି –
(1) ଭାରତରେ କୌଣସି ଧର୍ମକୁ ରାଷ୍ଟ୍ରୀୟ ଧର୍ମରୂପେ ସ୍ଵୀକୃତି ଦିଆଯାଇ ନାହିଁ ।
(2) ସମ୍ବିଧାନର ୧୫(୧) ଧାରାନୁସାର ଧର୍ମକୁ ଆଧାର କରି ରାଷ୍ଟ୍ର କୌଣସି ନାଗରିକଙ୍କ ବିରୁଦ୍ଧରେ ପକ୍ଷପାତ ନୀତି କରାଯାଇଛି ।
(3) ୧୬(୧) ଧାରାର ବ୍ୟବସ୍ଥା ଅନୁଯାୟୀ କେବଳ ଧର୍ମଗତ କାରଣରୁ କୌଣସି ନାଗରିକ ସରକାରୀ ପଦବୀ ବା ଚାକିରୀରେ ନିଯୁକ୍ତିରୁ ବଞ୍ଚିତ ହେବେ ନାହିଁ ବୋଲି ନୀତି ଗ୍ରହଣ କରାଯାଇଛି ।
(4) ୧୭ ଧାରାରେ ଅସ୍ପୃଶ୍ୟତା ଚ୍ଛେଦ କରାଯାଇଛି । ଅସ୍ପୃଶ୍ୟତା ଧର୍ମନିରପେକ୍ଷତାକୁ ବିରୋଧ କରୁଥିବାରୁ ତାହାର ବିଲୋପ ପାଇଁ ୧୯୫୫ ମସିହାରେ ନାଗରିକ ଅଧୁକାର ଆଇନ ପ୍ରଣୟନ କରାଯାଇଛି ।
(5) ସମ୍ବିଧାନର ୨୫(୧) ଧର୍ମରେ ସମସ୍ତଙ୍କୁ ନିଜର ବିବେକ ଅନୁଯାୟୀ ଯେ କୌଣସି ଧର୍ମ ଗ୍ରହଣ, ଧର୍ମପ୍ରଚାର ଓ ଧର୍ମପାଳନର ସ୍ଵାଧୀନ ପ୍ରଦାନ କରାଯାଇଛି ।
(6) ୨୬ ଧାରାରେ ପ୍ରତ୍ୟେକ ଧର୍ମସମ୍ପ୍ରଦାୟ ନିଜର ଧର୍ମାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାର ସ୍ଵାଧୀନତା ପାଇଛନ୍ତି ।
(7) ୨୭ ଧାରାରେ କୌଣ ଧର୍ମ ଉପରେ ରାଷ୍ଟ୍ର କର ଧାର୍ଯ୍ୟ ଓ ଆଦାୟ କରିବାକୁ ବାରଣ କରାଯାଇଛି ।
(8) ୨୮ ଧାରାରେ ସରଗରୀ ବା ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଧର୍ମଶିକ୍ଷା ପ୍ରଦାନକୁ ବାରଣ କରାଯାଇଛି ।
(9) ୨୯(୨) ଧାରାନୁସରେ କେବଳ ଧର୍ମକୁ ଆଧାର କରି ସରକାରୀ ସାହାଯ୍ୟପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷା ଲାଭ ନିମନ୍ତେ କୌଣସି ବ୍ୟକ୍ତିଙ୍କୁ ବାରଣ କରାଯାଇପାରିବ ନାହିଁ ।
(10) ୩୦ ଧାରାରେ ବୌଣସି ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠୀ ନିଜସ୍ଵ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନାର ସ୍ଵାଧୀନତା ପ୍ରାପ୍ତ ହେବା ସଙ୍ଗେ ସଙ୍ଗେ ଏହି ଅନୁଷ୍ଠାନଗୁଡ଼ିକ ମଧ୍ୟ ସରକାରୀ ଅନୁଦାନରୁ ବଞ୍ଚତ ନ ହେବାର ବ୍ୟବସ୍ଥା ଗ୍ରହଣ କରାଯାଇଛି।
(11) ୪୪ ଧାରାରେ ଭାରତର ସମସ୍ତ ନାଗରିକଙ୍କ ପାଇଁ ‘ସମାନ ଦେୱାନି ସଂହିତା’ (Uniform Civil Code) ପ୍ରଣୟନର ନିଶ ରାଷ୍ଟ୍ରକୁ ଦିଆଯାଇଛି ।
(12) ୫୧(କ) ଧାରେ ବିଭେଦତା ସତ୍ତ୍ଵେ ଦେଶର ମିଶ୍ର ସଂସ୍କୃତିର ସୁରକ୍ଷା, ଭ୍ରାତୃଭାବର ଉଦ୍ରେକ, ଜାତୀୟ ଏକତା ଓ ସଂହତି ା ପାଇଁ ନାଗରିକର କର୍ତ୍ତବ୍ୟକୁ ସୂଚିତ କରାଯାଇଛି ।

CHSE Odisha Class 11 Political Science Solutions Chapter 8 ଧର୍ମନିରପେକ୍ଷତା

ଧର୍ମନିରପେକ୍ଷତା ଚରିତ୍ର ରକ୍ଷା ଦିଗରେ ପ୍ରତିବନ୍ଧକ :

  • ଧର୍ମଭିଭିକ ରାଜନୈତିକ ଦଳର ସୃଷ୍ଟି ଓ ଜନମତକୁ ନିଜ ସପକ୍ଷରେ ନେବାପାଇଁ ସଂକୀର୍ଣ୍ଣ ଧାର୍ମିକ ନୀତିର
  • ଖଲିସ୍ଥାନ ପରି ଧର୍ମଭିଭିକ ରାଜ୍ୟ ସ୍ଥାପନ ପାଇଁ ଦୃଢ଼ ଦାବି ।
  • ଧର୍ମକୁ ଭୋଟବ୍ୟାଙ୍କ ରୂପେ ରାଜନୈତିକ ଦଳମାନଙ୍କଦ୍ଵାରା ଉପଯୋଗ ।
  • ଧାର୍ମିକ ସଂଖ୍ୟାଲଘୁ ଗୋଷ୍ଠୀର ନିରାପତ୍ତା ଓ ସ୍ଵାର୍ଥରକ୍ଷା ଉପରେ ବିପଦ ସୃଷ୍ଟି ।
  • ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି ।
  • ଧର୍ମାନ୍ତରୀକରଣ ଆଦି ଭାରତର ଧର୍ମନିରପେକ୍ଷ ଚରିତ୍ରକୁ ବିବର୍ଣ୍ଣ କରିବା ସଙ୍ଗେ ସଙ୍ଗେ ଜାତୀୟ ସଂହତିକୁ ବିପନ୍ନ କରୁଛି ।

ଧର୍ମନିରପେକ୍ଷ ଚରିତ୍ର ରକ୍ଷା ମାଧ୍ୟମରେ ଜାତୀୟ ସଂହତି ରକ୍ଷା ପାଇଁ ଗୃହୀତ ବିଭିନ୍ନ ପଦକ୍ଷେପ :

  • ଶିକ୍ଷା ବ୍ୟବସ୍ଥା ଧର୍ମନିରପେକ୍ଷ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ ହେବା ଉଚିତ ।
  • ବିଭିନ୍ନ ଧର୍ମର ମୁଖ୍ୟ ଧାର୍ମିକ ଉତ୍ସବକୁ ସରକାରୀ ଉଦ୍ୟୋଗରେ ସଦ୍‌ଭାବନା ପ୍ରତିଷ୍ଠାର ମାଧ୍ୟମ ରୂପେ ପାଳନ କରାଯିବା ଆବଶ୍ୟକ ।
  • ଧାର୍ମିକ ସହିଷ୍ଣୁତାଭାବର ପାଳନ ।
  • ଧାର୍ମିକ ବ୍ୟାପାରରେ ସୁପ୍ରସାରିତ ଗଣତାନ୍ତ୍ରିକ ମାନବବାଦୀ ଦୃଷ୍ଟିଭଙ୍ଗୀ ସୃଷ୍ଟି ପାଇଁ ସରକାରୀ ଓ ବେସରକାରୀ ସଙ୍ଗଠନମାନଙ୍କଦ୍ଵାରା ସମ୍ମିଳନୀ ଅବା ଆଲୋଚନା ଚକ୍ର ଆୟୋଜନ ।
  • ସାମ୍ପ୍ରଦାୟିକ ଦଙ୍ଗାକୁ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ଓ ବେସରକାରୀ ଅନୁଷ୍ଠାନମାନଙ୍କର ସମନ୍ଵୟ ରକ୍ଷାକାରୀ ଭୂମିକା ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

Odisha State Board CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା Questions and Answers.

CHSE Odisha 11th Class Political Science Solutions Chapter 14 କାର୍ଯ୍ୟପାଳିକା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ରାଷ୍ଟ୍ରପତି ଏବଂ ଉପ-ରାଷ୍ଟ୍ରପତି ଏକାସଙ୍ଗରେ ଇସ୍ତଫା ଦେବା ପରିସ୍ଥିତିରେ ___________ ରାଷ୍ଟ୍ରପତି ଦାୟିତ୍ଵ ସଂପାଦନ କରନ୍ତି ।
(କ) ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି
(ଖ) ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(ଗ) ଲୋକସଭାର ବାଚସ୍ପତି
(ଘ) ପ୍ରଧାନମନ୍ତ୍ରୀଙ୍କ ମନୋନୀତ ବ୍ୟକ୍ତି
Answer:
(ଗ) ଲୋକସଭାର ବାଚସ୍ପତି

୨ । କୌଣସି ଗୁରୁତ୍ଵପୂର୍ଣ୍ଣ ଆଇନ କିମ୍ବା ତଥ୍ୟ ବିଷୟରେ ___________ ସର୍ବୋଚ୍ଚ ନ୍ୟାୟାଳୟଙ୍କର ମତାମତ ଲୋଡ଼ିବାର କ୍ଷମତାପ୍ରାପ୍ତ ହୋଇଅଛନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ଉପରାଷ୍ଟ୍ରପତି
(ଗ) ରାଷ୍ଟ୍ରପତି
(ଘ) ବାଚସ୍ପତି
Answer:
(ଗ) ରାଷ୍ଟ୍ରପତି

୩ । ଭାରତର ___________ ଙ୍କ ଦ୍ଵାରା ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ନିଯୁକ୍ତ ଓ ପଦଚ୍ୟୁତ ହୁଅନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ଉପରାଷ୍ଟ୍ରପତି
(ଗ) ରାଷ୍ଟ୍ରପତି
(ଘ) ବାଚସ୍ପତି
Answer:
(ଗ) ରାଷ୍ଟ୍ରପତି

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୪ । ___________ ହେଉଛନ୍ତି ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାପତି ।
(କ) ପ୍ରଧାନମନ୍ତ୍ରୀ
(ଖ) ଉପରାଷ୍ଟ୍ରପତି
(ଗ) ରାଷ୍ଟ୍ରପତି
(ଘ) ବାଚସ୍ପତି
Answer:
(ଗ) ରାଷ୍ଟ୍ରପତି

୫ । ___________ ହେଉଛନ୍ତି ଯୋଜନା ଆୟୋଗର ଅଧ୍ୟକ୍ଷ ।
(କ) ପ୍ରଧାନମନ୍ତ୍ରୀ
(ଖ) ଉପରାଷ୍ଟ୍ରପତି
(ଗ) ରାଷ୍ଟ୍ରପତି
(ଘ) ବାଚସ୍ପତି
Answer:
(କ) ପ୍ରଧାନମନ୍ତ୍ରୀ

୬ । ଅର୍ଥ ଆୟୋଗ ପ୍ରତି ___________ ବର୍ଷରେ ଗଠିତ ହୁଏ ।
(କ) ଛଅ
(ଖ) ସାତ
(ଗ) ପାଞ୍ଚ
(ଘ) ଆଠ
Answer:
(ଗ) ପାଞ୍ଚ

୭ । ରାଜ୍ୟର ସାମ୍ବିଧାନିକ ମୁଖ୍ୟଙ୍କୁ ___________ କୁହାଯାଏ ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୮ । ରାଜ୍ୟପାଳଙ୍କୁ ___________ ନିଯୁକ୍ତ କରନ୍ତି ଓ ପଦଚ୍ୟୁତ ମଧ୍ୟ କରିପାରନ୍ତି ।
କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଗ) ରାଷ୍ଟ୍ରପତି

୯ । ରାଜ୍ୟପାଳ ହେବା ପାଇଁ ___________ ବର୍ଷ ବୟସ ହୋଇଥିବା ଆବଶ୍ୟକ ।
(କ) ୩୦
(ଖ) ୩୪
(ଗ) ୨୫
(ଘ) ୩୫
Answer:
(ଘ) ୩୫

୧୦ । ___________ ରାଜ୍ୟମାନଙ୍କରେ କେନ୍ଦ୍ରର ପ୍ରତିନିଧ୍ଵଭାବରେ କାର୍ଯ୍ୟ କରନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୧୧ । ___________ ରାଜ୍ୟର ପ୍ରକୃତ କାର୍ଯ୍ୟପାଳିକା ଅଟନ୍ତି ।
(କ) ମନ୍ତ୍ରୀପରିଷଦ ବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଥିବା ମନ୍ତ୍ରୀପରିଷଦ
(ଖ) ରାଜ୍ୟପାଳ
(ଗ) ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି
(ଘ) ମୁଖ୍ୟ ସଚିବ
Answer:
(କ) ମନ୍ତ୍ରୀପରିଷଦ ବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଥିବା ମନ୍ତ୍ରୀପରିଷଦ

୧୨ । ମୁଖ୍ୟମନ୍ତ୍ରୀଙ୍କୁ ___________ ନିଯୁକ୍ତ କରନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୧୪ । ___________ ଚାହିଁଲେ ରାଜ୍ୟପାଳଙ୍କୁ ତାଙ୍କ କାର୍ଯ୍ୟରୁ ଅନ୍ତର କରିଦେଇ ପାରିବେ ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଗ) ରାଷ୍ଟ୍ରପତି

୧୫ । ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟଗୁଡ଼ିକର ___________ ଅଟନ୍ତି ।
(କ) କୁଳପତି
(ଖ) ପ୍ରଧାନ ଆଚାର୍ଯ୍ୟ
(ଗ) କୁଳାଧୂପତି
(ଘ) ମୁଖ୍ୟ କାର୍ଯ୍ୟପାଳିକା
Answer:
(ଗ) କୁଳାଧୂପତି

୧୬ । ରାଜ୍ୟର ଆଡ଼ଭୋକେଟ୍ ଜେନେରାଲଙ୍କୁ ___________ ନିଯୁକ୍ତ ଦିଅନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୧୭ । ଅଧ୍ୟାଦେଶ ___________ ସମୟ ପର୍ଯ୍ୟନ୍ତ ବଳବତ୍ତର ରୁହେ ଓ ରାଜ୍ୟରେ ଏହାକୁ ___________ ଜାରି କରନ୍ତି ।
(କ) ୬ ମାସ ଓ ୬ ସପ୍ତାହ; ରାଜ୍ୟପାଳ
(ଖ) ୬ ସପ୍ତାହ; ରାଜ୍ୟପାଳ
(ଗ) ୬ ମାସ; ରାଜ୍ୟପାଳ
(ଘ) ୬ ମାସ, ୬ ସପ୍ତାହ; ମୁଖ୍ୟମନ୍ତ୍ରୀ
Answer:
(କ) ୬ ମାସ ଓ ୬ ସପ୍ତାହ; ରାଜ୍ୟପାଳ

୧୮ । ___________ ବିଧାନସଭାକୁ ଭାଙ୍ଗି ଦେଇପାରନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୧୯ । ରାଜ୍ୟ ରାଜନୈତିକ ସଂକଟକୁ ଦୂର କରିବାପାଇଁ ___________ ଏକ ରାଜନୈତିକ ଅସ୍ତ୍ର ଅଟେ ।
(କ) ଆର୍ଥକ ଜରୁରୀ ପରିସ୍ଥିତି
(ଖ) ରାଷ୍ଟ୍ରପତି ଶାସନ
(ଗ) ଜାତୀୟ ଜରୁରୀ ପରିସ୍ଥିତି
(ଘ) ଅଧ୍ୟାଦେଶ
Answer:
(ଖ) ରାଷ୍ଟ୍ରପତି ଶାସନ

୨୦ । ରାଜ୍ୟପାଳ ___________ ପଦ୍ଧତିରେ ନିଯୁକ୍ତ ହୁଅନ୍ତି ।
(କ) ନିର୍ବାଚନ
(ଖ) ପରୋକ୍ଷ ନିର୍ବାଚନ
(ଗ) ନିଯୁକ୍ତି ପରୀକ୍ଷା
(ଘ) ମନୋନୟନ
Answer:
(ଘ) ମନୋନୟନ

୨୧ । ବିଧାନସଭାକୁ ଦୂତ ଓ ବାର୍ତ୍ତା ପଠାଇବାର କ୍ଷମତା ___________ ଙ୍କର ରହିଛି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୨୨ । ରାଜ୍ୟ ପବ୍ଲିକ୍ ସର୍ଭିସ କମିଶନର ସଭ୍ୟ ଓ ଚେୟାରମ୍ୟାନ୍‌ଙ୍କୁ ___________ ନିଯୁକ୍ତ କରନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୨୩ । ___________ ରାଜ୍ୟ ମନ୍ତ୍ରୀସଭାର ସଦସ୍ୟମାନଙ୍କୁ ପଦ ଗୋପନୀୟତାର ଶପଥପାଠ କରାନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୨୪ । ରାଜ୍ୟର ___________ ଙ୍କ ପୂର୍ବ ଅନୁମୋଦନ ନ ଥିଲେ, କୌଣସି ଅର୍ଥବିଲ୍ ସଂପୃକ୍ତ ରାଜ୍ୟର ବିଧାନସଭାରେ ଉପସ୍ଥାପନ କରାଯାଇପାରିବ ନାହିଁ ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୨୫ । ରାଜ୍ୟ ମନ୍ତ୍ରୀପରିଷଦ ସାମୂହିକଭାବରେ ସଂପୃକ୍ତ ରାଜ୍ୟର ___________ ନିକଟରେ ଉତ୍ତରଦାୟୀ ।
(କ) ଲୋକସଭା
(ଖ) ବିଧାନସଭା
(ଗ) ରାଜ୍ୟସଭା
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ବିଧାନସଭା

୨୬ । ରାଜ୍ୟର ରାଜ୍ୟପାଳ ___________ ସମୟରେ ଅଧ୍ୟାଦେଶ ଜାରି କରନ୍ତି ।
(କ) ବିଧାନସଭାର ଅଧୂବେଶନ ବସି ନଥୁବା ଓ ଜରୁରୀ ଆବଶ୍ୟକତା
(ଖ) ଜରୁରୀ ପରିସ୍ଥିତି
(ଗ) ପ୍ରାକୃତିକ
(ଘ) ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା
Answer:
(କ) ବିଧାନସଭାର ଅଧୂବେଶନ ବସିନଥୁବା ବା ଜରୁରୀ ଆବଶ୍ୟକତା

୨୭ । ___________ ହେଉଛନ୍ତି ରାଜ୍ୟର ମୁଖ୍ୟ ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟମନ୍ତ୍ରୀ
Answer:
(ଖ) ରାଜ୍ୟପାଳ

୨୮ । ___________ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅଧ୍ୟକ୍ଷତା କରନ୍ତି ।
(କ) ରାଷ୍ଟ୍ରପତି
(ଖ) ବାଚସ୍ପତି
(ଗ) ପ୍ରଧାନମନ୍ତ୍ରୀ
(ଘ) କେନ୍ଦ୍ରୀ ଗୃହମନ୍ତ୍ରୀ
Answer:
(ଗ) ପ୍ରଧାନମନ୍ତ୍ରୀ

୨୯ । ___________ ଙ୍କୁ “ପ୍ରାଇମସ୍ ଇଣ୍ଟର ପ୍ୟାରସ୍’’ କୁହାଯାଏ ଯାହାର ଆକ୍ଷରିକ ଅର୍ଥ ___________ ।
(କ) ରାଷ୍ଟ୍ରପତି, ସମାନ
(ଖ) ମୁଖ୍ୟମନ୍ତ୍ରୀ; ଗୁରୁତ୍ଵପୂର୍ଣ୍ଣ ପଦବୀ
(ଗ) ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ; ସମାସ୍କନ୍ଧ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ
(ଘ) ବାଚସ୍ପତି; ଅସମାନ
Answer:
(ଗ) ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ; ସମାସ୍କନ୍ଧ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ

୩୦ । ‘ଇଣ୍ଟର ଷ୍ଟେଲାସ୍ ଲୁନା ମାଇନୋରସ୍’ ପଦର ଅର୍ଥ ___________ ।
(କ) କ୍ଷୁଦ୍ର ତାରକାମାନଙ୍କ ମଧ୍ୟରେ ଚନ୍ଦ୍ର
(ଖ) ସୂର୍ଯ୍ୟ ଚାରିପାଖରେ ଗ୍ରହ
(ଗ) ସମାସ୍କନ୍ଧ ବ୍ୟକ୍ତିଙ୍କ ମଧ୍ୟରେ ପ୍ରଥମ
(ଘ) ରାଷ୍ଟ୍ରରୂପକ ଜାହାଜର ଚାଳକ
Answer:
(କ) କ୍ଷୁଦ୍ର ତାରକାମାନଙ୍କ ମଧ୍ୟରେ ଚନ୍ଦ୍ର

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୩୧ । ଭାରତରେ ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ କମାଣ୍ଡର କିଏ ?
(କ) ପଦାତିକ ସେନାମୁଖ୍ୟ
(ଖ) ନୌସେନା ମୁଖ୍ୟ
(ଗ) ବାୟୁସେନା ମୁଖ୍ୟ
(ଘ) ରାଷ୍ଟ୍ରପତି
Answer:
(ଘ) ରାଷ୍ଟ୍ରପତି

(B) ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ଅଧ୍ୟାଦେଶ କାହାକୁ କହନ୍ତି ?
Answer:
ସଂସଦର ଅଧୂବେଶନ ଚାଲି ନଥିବା ସମୟରେ କୌଣସି ଆଇନର ଆବଶ୍ୟକତା ପଡ଼ିଲେ ରାଷ୍ଟ୍ରପତି ଯେଉଁ ଜରୁରୀ ଆଇନ ପ୍ରଣୟନ କରନ୍ତି ତାକୁ ଅଧ୍ୟାଦେଶ କୁହାଯାଏ ।

୨ । ଅନାସ୍ଥା ପ୍ରସ୍ତାବ କ’ଣ ?
Answer:
ବିରୋଧୀ ଦଳ କାର୍ଯ୍ୟରତ ମନ୍ତ୍ରୀମଣ୍ଡଳକୁ କାର୍ଯ୍ୟରୁ ଅନ୍ତର ପାଇଁ ଏକ ପ୍ରସ୍ତାବ ଲୋକସଭାରେ ଆଗତ କରନ୍ତି । ଯଦି ଏହା ଅର୍ଦ୍ଧେକରୁ ଊର୍ଦ୍ଧ୍ବ ସଭ୍ୟଙ୍କଦ୍ବାରା ଗୃହୀତ ହୁଏ ତାହେଲେ ମନ୍ତ୍ରୀମଣ୍ଡଳର ପତନ ଅଟେ । ଏହି ପ୍ରସ୍ତାବକୁ ଅନାସ୍ଥା ପ୍ରସ୍ତାବ କୁହାଯାଏ ।

୩ । ‘ପ୍ରାଇମସ୍ ଇଣ୍ଟର ପ୍ୟାରେସ୍’ ର ଅର୍ଥ କ’ଣ ?
Answer:
‘ପ୍ରାଇମସ୍ ଇଣ୍ଟର ପ୍ୟାରେସ୍’ର ଅର୍ଥ ହେଉଛି ସମାସ୍କନ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଥମ । ସଂସଦୀୟ ଶାସନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ତୁଳନାରେ ଏହି ଉକ୍ତିର ପ୍ରୟୋଗ କରାଯାଏ ।

୪ । ଗୋଟିଏ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାର ବିଫଳତା ହେଲେ କ’ଣ ହୁଏ ?
କିମ୍ବା, ରାଷ୍ଟ୍ରପତି ଶାସନ କ’ଣ ?
Answer:
ଗୋଟିଏ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥାର ବିଫଳତା ହୋଇଛି ବୋଲି ରାଜ୍ୟର ରାଜ୍ୟପାଳ ବା ଅନ୍ୟସୂତ୍ରରୁ ସଂଗୃହୀତ ତଥ୍ୟ ଉପରେ ରାଷ୍ଟ୍ରପତିଙ୍କର ହୃଦ୍‌ବୋଧ ହେଲେ ୩୫୬ ଧାରା ଅନୁଯାୟୀ ସେ ରାଜ୍ୟ ଜରୁରୀ ପରିସ୍ଥିତି ବା ରାଷ୍ଟ୍ରପତି ଶାସନ ଜାରି କରନ୍ତି ।

୫ । ମିଳିତ ମନ୍ତ୍ରିମଣ୍ଡଳ କ’ଣ ?
Answer:
ଏକାଧ୍ଯକ ରାଜନୈତିକ ଦଳ ମିଳିତଭାବରେ ଯେଉଁ ମନ୍ତ୍ରୀମଣ୍ଡଳ ଗଠନ କରନ୍ତି ତାକୁ ମିଳିତ ମନ୍ତ୍ରୀମଣ୍ଡଳ କୁହାଯାଏ ।

୬ । ନ୍ୟାୟିକ ପୁନରବଲୋକନ (Judicial Review)କ୍ଷମତା କ’ଣ ?
Answer:
ନ୍ୟାୟିକ ପୁନରବଲୋକନ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ପାଖରେ ଏକ ବିଶେଷ କ୍ଷମତା ଯାହାର ଉପଯୋଗ କରି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କାର୍ଯ୍ୟ ସମ୍ବିଧାନ ବିରୋଧୀ କି ନୁହେଁ ତାହା ପରୀକ୍ଷା କରାଯାଇପାରେ ଏବଂ କୌଣସି କାର୍ଯ୍ୟ ସମ୍ବିଧାନ ବିରୋଧୀ ହେଲେ ତାହାକୁ ଅସିଦ୍ଧ ବା ଅଣସାମ୍ବିଧାନିକ ଘୋଷଣା କରାଯାଇପାରେ ।

(C) ଗୋଟିଏ ଶବ୍ଦ ବା ପଦରେ ଉତ୍ତର ଦିଅ ।

୧ । ରାଷ୍ଟ୍ରପତି କେନ୍ଦ୍ର କାର୍ଯ୍ୟପାଳିକାର କେଉଁ ମୁଖ୍ୟ ଅଟନ୍ତି ?
Answer:
ନାମମାତ୍ର, ସାମ୍ବିଧାନିକ ଓ ଆଳଙ୍କାରିକ ମୁଖ୍ୟ

୨ । କେଉଁ ଜରୁରୀ ପରିସ୍ଥିତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇପାରିବେ ?
Answer:
ଜାତୀୟ ଓ ଆର୍ଥିକ ଜରୁରୀ ପରିସ୍ଥିତି

୩ । ସଂସଦ ଓ ରାଜ୍ୟ ବିଧାନସଭାର କେଉଁ ସଦସ୍ୟମାନେ ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରିପାରନ୍ତି ନାହିଁ ?
Answer:
ମନୋନୀତ ସଦସ୍ୟ

୪ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପଦ୍ଧତିଟି କ’ଣ ?
Answer:
ସମାନୁପାତିକ ପ୍ରତିନିଧୁତ୍ଵ ଅନୁସାରେ ଏକକ ହସ୍ତାନ୍ତରଣୀୟ ଭୋଟଦାନ ବ୍ୟବସ୍ଥା

୫ । ସଂସଦର ଦୁଇଟି କ୍ରମାଗତ ଅଧୂବେଶନ ମଧ୍ୟରେ ସର୍ବାଧ‌ିକ କେତେ ଦିନ ବ୍ୟବଧାନ ରହିପାରିବ ?
Answer:
୬ (ଛଅ) ମାସ

୬ । ସଂସଦର ବିନା ଅନୁମୋଦନରେ ରାଜ୍ୟ ଓ ଆର୍ଥିକ ଜରୁରୀ ପରିସ୍ଥିତି ସର୍ବାଧ୍ଵକ କେତେଦିନ ବଳବତ୍ତର ରହିପାରିବ ?
Answer:
୨ (ଦୁଇ) ମାସ

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୭ । ସଂସଦର ବିନା ଅନୁମୋଦନରେ ଜାତୀୟ ଜରୁରୀ ପରିସ୍ଥିତି ସର୍ବାଧ‌ିକ କେତେଦିନ କାଏମ ରହେ ?
Answer:
୧ (ଏକ) ମାସ

୮ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମାମଲା କେଉଁ ଅଦାଲତରେ ବିଚାର ହୁଏ ?
Answer:
ଉଚ୍ଚତମ ନ୍ୟାୟାଳୟ

୯ । ବ୍ୟବସ୍ଥାପିକାର ସଭ୍ୟ ନ ହୋଇ ଜଣେ ବ୍ୟକ୍ତି ସର୍ବାଧ‌ିକ କେତେଦିନ ପର୍ଯ୍ୟନ୍ତ ମନ୍ତ୍ରୀ ହୋଇପାରିବେ ?
Answer:
୬ (ଛଅ) ମାସ

୧୦ । କିଏ ରାଜ୍ୟ ବିଶ୍ଵବିଦ୍ୟାଳଗୁଡ଼ିକର କୁଳାଧୂପତି ରୂପେ କାର୍ଯ୍ୟ କରନ୍ତି ?
Answer:
ରାଜ୍ୟପାଳ

(D) ଭ୍ରମ ସଂଶୋଧନ କର ।

୧ । ମୁଖ୍ୟମନ୍ତ୍ରୀ ଉସ୍ତଫା ଦେଲେ ଆଉ ଜଣେ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହୁଅନ୍ତି କିନ୍ତୁ ମନ୍ତ୍ରୀମଣ୍ଡଳରେ କିଛି ପରିବର୍ତ୍ତନ ହୁଏ ନାହିଁ ?
Answer:
ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।

୨ । ଏକାଧ୍ଵକ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ରହିପାରିବେ ନାହିଁ ?
Answer:
ଏକା ବା ଏକାଧିକ ରାଜ୍ୟପାଇଁ ଜଣେ ରାଜ୍ୟପାଳ ରହିପାରିବେ ।

୩ । ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଶପଥପାଠ କରାନ୍ତି ?
Answer:
ରାଜ୍ୟପାଳଙ୍କୁ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥପାଠ କରାନ୍ତି ।

୪ । ଓଡ଼ିଶା ବିଧାନମଣ୍ଡଳ କେବଳ ବିଧାନସଭାକୁ ନେଇ ଗଠିତ ?
Answer:
ଓଡ଼ିଶା ବିଧାନମଣ୍ଡଳ କେବଳ ରାଜ୍ୟପାଳ ଓ ବିଧାନସଭାକୁ ନେଇ ଗଠିତ ।

୫ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳ ପଦବୀ ପାଇଁ ସର୍ବନିମ୍ନ ବୟସ ୩୦ ବର୍ଷ ଅଟେ ?
Answer:
ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳ ପଦବୀ ପାଇଁ ସର୍ବନିମ୍ନ ବୟସ ୩୫ ବର୍ଷ ଅଟେ ।

୬ । ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା ହେଉଛନ୍ତି ତାଙ୍କର ସଚିବ ?
Answer:
ରାଷ୍ଟ୍ରପତିଙ୍କ ମୁଖ୍ୟ ପରାମର୍ଶଦାତା ହେଉଛନ୍ତି ପ୍ରଧାନମନ୍ତ୍ରୀ ।

୭ । ଜାତୀୟ ଜରୁରୀ ପରିସ୍ଥିତି ସମୟରେ ୨୦ ଓ ୨୧ ଧାରା ମଧ୍ୟ ବାତିଲ ହୁଏ ?
Answer:
ଜାତୀୟ ଜରୁରୀ ପରିସ୍ଥିତି ସମୟରେ ୨୦ ଓ ୨୧ ଧାରା ବାତିଲ ହୁଏ ନାହିଁ ।

୮ । ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୧୦ଥର ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ?
Answer:
ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାରେ ୬(ଛଅ) ଥର ରାଷ୍ଟ୍ରପତି ଶାସନ ଜାରି କରାଯାଇଛି ?

୯ । ଉପରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ସଂସଦର ଯେକୌଣସି ଗୃହରେ ପ୍ରଥମେ ଆଗତ କରାଯାଇପାରିବ ?
Answer:
ଉପରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ସଂସଦର ଉଚ୍ଚ ସଦନ ଅର୍ଥାତ୍ ରାଜ୍ୟସଭାରେ ପ୍ରଥମେ ଆଗତ କରାଯାଇପାରିବ ।

୧୦ । ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷଭାବେ କୌଣସି ଦରମା ପାଆନ୍ତି ନାହିଁ ?
Answer:
ଉପରାଷ୍ଟ୍ରପତି ଭାବେ ସେ କୌଣସି ଦରମା ପାଆନ୍ତି ନାହିଁ ।

(E) ଶୂନ୍ୟସ୍ଥାନ ପୂରଣ କର ।

୧ । ରାଷ୍ଟ୍ରପତିଙ୍କ ମାସିକ ଦରମା ___________ ।
Answer:
୧,୫୦,୦୦୦ ଟଙ୍କା

୨ । ରାଜ୍ୟସଭାର ଅଧ୍ୟକ୍ଷଭାବେ ଉପରାଷ୍ଟ୍ରପତିଙ୍କ ମାସିକ ___________ ଦରମା ପାଆନ୍ତି ।
Answer:
୧, ୨୫,୦୦୦ଟଙ୍କା

୩ । ରାଜ୍ୟପାଳଙ୍କ ମାସିକ ଦରମା ___________ ।
Answer:
୧, ୧୦,୦୦୦ ଟଙ୍କା

୪ । ରାଷ୍ଟ୍ରପତି ଆସନ ଖାଲିପଡ଼ିଲେ ___________ କାର୍ଯ୍ୟକାରୀ ରାଷ୍ଟ୍ରପତି ହିସାବରେ ସର୍ବାଧ‌ିକ ___________ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ?
Answer:
ଉପରାଷ୍ଟ୍ରପତି, ୬(ଛଅ)

୫ । ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ବିରୁଦ୍ଧରେ ବହିଷ୍କାର ପ୍ରସ୍ତାବ ଏକ ___________ ଦିନିଆ ନୋଟିସ ମାଧ୍ୟମରେ ସଂସଦରେ ଆସିଥାଏ ?
Answer:
୧୪

୬ । ___________ ଜାତିର ନେତା ହିସାବରେ କାର୍ଯ୍ୟ କରନ୍ତି ।
Answer:
ପ୍ରଧାନମନ୍ତ୍ରୀ

୭ । କ୍ୟାବିନେଟ୍‌ର ___________ ପରାମର୍ଶ କ୍ରମେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଜାରି କରନ୍ତି ?
Answer:
ଲିଖ୍ତ

୮ । କେନ୍ଦ୍ରମନ୍ତ୍ରୀମଣ୍ଡଳ ___________ ନିକଟରେ ମିଳିତଭାବେ ଉତ୍ତରଦାୟୀ ରୁହେ ।
Answer:
ଲୋକସଭା

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଭାରତର ରାଷ୍ଟ୍ରପତିଙ୍କୁ କିଏ ନିର୍ବାଚିତ କରନ୍ତି ?
Answer:
ଲୋକସଭା, ରାଜ୍ୟସଭା ଓ ବିଭିନ୍ନ ରାଜ୍ୟ ବିଧାନସଭାର ନିର୍ବାଚିତ ସଭ୍ୟମାନଙ୍କୁ ନେଇ ଗଠିତ ନିର୍ବାଚକମଣ୍ଡଳୀ ନିଜ ନିର୍ବାଚିତ କରେ ।

୨ । ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସସୀମା କେତେ ?
Answer:
୩୫ ବର୍ଷ

୩ । କେଉଁ ପଦ୍ଧତିରେ ଭାରତର ରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇପାରିବ ?
Answer:
ସଂସଦର ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ବହିଷ୍କାର ପାଇଁ ଉଦ୍ଦିଷ୍ଟ ମହାଭିଯୋଗ ପ୍ରସ୍ତାବ ଆବଶ୍ୟକ ସଂଖ୍ୟାଗରିଷ୍ଠ ସମର୍ଥନକ୍ରମେ ଗୃହୀତ ହେଲେ ରାଷ୍ଟ୍ରପତିଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଇପାରିବ ।

୪ । ଅର୍ଥ କମିଶନଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ଅର୍ଥ କମିଶନଙ୍କ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।

୫ । ପଦବୀରେ ଥାଇ ରାଷ୍ଟ୍ରପତି ପ୍ରାଣତ୍ୟାଗ କଲେ କ’ଣ ହୁଏ ?
Answer:
ପଦବୀରେ ଥାଇ ରାଷ୍ଟ୍ରପତି ପ୍ରଣତ୍ୟାଗ କଲେ ଉପରାଷ୍ଟ୍ରପତି ରାଷ୍ଟ୍ରପତି ଆସନ ଅଳଙ୍କୃତ କରନ୍ତି ।

୬ । ସଂସଦର ମିଳିତ ଅଧୂବେଶନ କିଏ ଆହ୍ବାନ କରନ୍ତି ?
Answer:
ରାଷ୍ଟ୍ରପତି ସଂସଦର ମିଳିତ ଅଧୂବେଶନ ଆହ୍ଵାନ କରନ୍ତି ।

୭ । କେଉଁ ଧାରା ଅନୁସାରେ ଆର୍ଥକ ଜରୁରୀ ପରିସ୍ଥିତି ଘୋଷଣା କରାଯାଇପାରିବ ?
Answer:
ସମ୍ବିଧାନର ୩୬୦ ଧାରା ଅନୁସାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରାଯାଇପାରିବ ।

୮ । ସର୍ବଶେଷଥର କେଉଁ ବର୍ଷ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଜାରି କରିଥିଲେ ?
Answer:
୧୯୭୫ ମସିହାରେ ଶେଷଥର ପାଇଁ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଜରି କରିଥିଲେ ।

୯ । ଉପରାଷ୍ଟ୍ରପତିଙ୍କୁ ବହିଷ୍କାର ବା କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ଏକଚାଟିଆ ଅଧୁକାର ସଂସଦର କେଉଁ ସଦନର ଅଛି ?
Answer:
ଉପରାଷ୍ଟ୍ରପତିଙ୍କୁ ବହିଷ୍କାର ବା କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ସଂସଦର ଉଚ୍ଚ ସଦନ ବା ରାଜ୍ୟସଭାର ଏକଚାଟିଆ ଅଧିକାର ଅଛି ।

୧୦ । ଉପରାଷ୍ଟ୍ରପତି ଯେତେବେଳେ ରାଷ୍ଟ୍ରପତି ଦାୟିତ୍ବ ତୁଲାଇଥାଆନ୍ତି ସେହି ସମୟରେ କିଏ ରାଜ୍ୟସଭାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ?
Answer:
ଉପରାଷ୍ଟ୍ରପତି ଯେତେବେଳେ ରାଷ୍ଟ୍ରପତି ଦାୟିତ୍ଵ ତୁଲାନ୍ତି ସେହି ସମୟରେ ରାଜ୍ୟ ସଭାର ଉପାଧ୍ୟକ୍ଷ ରାଜ୍ୟସଭାର ଅଧ୍ୟକ୍ଷଭାବରେ କାର୍ଯ୍ୟ କରନ୍ତି ।

୧୧ । ମନ୍ତ୍ରୀମଣ୍ଡଳର ପ୍ରଧାନ କାର୍ଯ୍ୟ କ’ଣ ?
Answer:
ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟରେ ସାହାଯ୍ୟ ଓ ପରାମର୍ଶ ଦେବା ହେଉଛି ମନ୍ତ୍ରୀମଣ୍ଡଳର ପ୍ରଧାନ କାର୍ଯ୍ୟ ।

୧୨ । ମନ୍ତ୍ରୀମଣ୍ଡଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ କିଏ ଯୋଗସୂତ୍ର ରକ୍ଷା କରନ୍ତି ?
Answer:
ମନ୍ତ୍ରୀମଣ୍ଡଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ଯୋଗସୂତ୍ର ରକ୍ଷା କରିଥା’ନ୍ତି ।

୧୩ । କୌଣସି କାରଣରୁ ମନ୍ତ୍ରୀମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ କିଏ ସମାଧାନ କରିଥାଆନ୍ତି ?
Answer:
ମନ୍ତ୍ରୀମାନଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଉପୁଜିଲେ ପ୍ରଧାନମନ୍ତ୍ରୀ ତା’ର ସମାଧାନ କରିଥାଆନ୍ତି ।

୧୪ । କିଏ ମନ୍ତ୍ରିମଣ୍ଡଳର ଆକାର ନିର୍ଣ୍ଣୟ କରି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି ?
Answer:
ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ଆକାର ନିର୍ଣ୍ଣୟ କରି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି ।

୧୫ । ବଜେଟ୍ କାହାକୁ କୁହାଯାଏ ?
Answer:
ବାର୍ଷିକ ଆୟବ୍ୟୟର ଅଟକଳକୁ ବଜେଟ୍ କୁହାଯାଏ ।

୧୬ । ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଜ୍ୟସଭା ଏକ ସ୍ଥାୟୀ ଗୃହ ହୋଇଥିବାରୁ ଏହାର ନିର୍ଦ୍ଦିଷ୍ଟ କାର୍ଯ୍ୟକାଳ ନଥାଏ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୧୭ । ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ଏକାଚାଟିଆ ଅଧିକାର ସଂସଦର କେଉଁ ସଦନର ଅଛି ?
Answer:
ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ଏକଚାଟିଆ ଅସ୍ଵୀକାର ସଂସଦର ଉଚ୍ଚ ସଦନ ବା ରାଜ୍ୟସଭାର ଅଛି ।

୧୮ । ବିଲ୍ କିପରି ଆଇନରେ ପରିଣତ ହୁଏ ?
Answer:
ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଥିବା ବିଲଟି ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଲା ପାରେ ଆଇନରେ ପରିଣତ ହୁଏ ।

୧୯ । କେଉଁ ବିଧେୟକ କ୍ଷେତ୍ରରେ ରାଷ୍ଟ୍ରପତି ମିଳିତ ବୈଠକ ଡାକି ପାରନ୍ତି ?
Answer:
ସାଧାରଣ ବିଧେୟକ କ୍ଷେତ୍ରରେ ସଂସଦର ଉଭୟ ଗୃହ ମଧ୍ୟରେ ମତବିଭେଦତା ଦେଖାଗଲେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ବୈଠକ ଡାକିପାରନ୍ତି ।

୨୦ । ଭାରତର ମହାନ୍ୟାୟବାଦୀ କହିଲେ କ’ଣ ବୁଝ ?
Answer:
ଭାରତର ମହାନ୍ୟାୟବାଦୀ ପ୍ରଧାନମନ୍ତ୍ରୀଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୋଇଥା’ନ୍ତି । ସେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅଧ୍ଵବକ୍ତା ଅଟନ୍ତି । ସେ ସରକାରଙ୍କୁ ଆଇନ ସମ୍ପର୍କୀୟ ପରାମର୍ଶ ଓ ସାହାଯ୍ୟ ପ୍ରଦାନ କରନ୍ତି ।

୨୧ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କେତେ ଶ୍ରେଣୀୟ ମନ୍ତ୍ରୀ ଥାନ୍ତି ଓ କ’ଣ କ’ଣ ?
Answer:
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାଧାରଣତଃ ତିନି ଶ୍ରେଣୀର ମନ୍ତ୍ରୀଥା’ନ୍ତି; ଯଥା – କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ । ଏତଦ୍‌ବ୍ୟତୀତ ସଂସଦୀୟ ସଚିବ ନାମରେ ଚତୁର୍ଥ ପ୍ରକାର ମନ୍ତ୍ରୀ ମଧ୍ୟ କେତେକ କ୍ଷେତ୍ରରେ ରହିଥା’ନ୍ତି ।

୨୨ । କୌଣସି ଗୁରୁତ୍ଵପୂର୍ଣ୍ଣ ଆଇନଗତ ପ୍ରଶ୍ନର ସମାଧାନ ପାଇଁ ରାଷ୍ଟ୍ରପତି କାହାର ପରାମର୍ଶ ମାଗିଥାନ୍ତି ?
Answer:
ରାଷ୍ଟ୍ରପତି ୧୪୩ ଧାରାନୁଯାୟୀ ଉଚ୍ଚତମ ନ୍ୟାୟାଳୟର ପରାମର୍ଶ ଲୋଡ଼ନ୍ତି ।

୨୩ । ଗୋଟିଏ ରାଜ୍ୟର ରାଜ୍ୟପାଳଙ୍କଠାରୁ ରିପୋର୍ଟ ନ ପାଇଥିଲେ ମଧ୍ୟ ସେହି ରାଜ୍ୟରେ ରାଷ୍ଟ୍ରପତି ରାଷ୍ଟ୍ରପତି ଶାସନ ଜାରି କରିପାରିବେ କି ?
Answer:
ହଁ, ରାଜ୍ୟପାଳ ଭିନ୍ନ ଅନ୍ୟ ସୂତ୍ରରୁ ପ୍ରାପ୍ତ ତଥ୍ୟ ଉପରେ ରାଷ୍ଟ୍ରପତିଙ୍କର ବିଶ୍ଵାସ ହେଲେ ରାଷ୍ଟ୍ରପତି ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିପାରିବେ ।

୨୪ । ମୁଖ୍ୟ ନିର୍ବାଚନ କମିଶନରଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ମୁଖ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।

୨୫ । ସମ୍ବିଧାନ ସଂଶୋଧନ ଚିଠା-ଆଇନକୁ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ ରହିତ କରିପାରିବେ କି ?
Answer:
ହଁ, ସମ୍ବିଧାନ ସଂଶୋଧନ ଚିଠା-ଆଇନକୁ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ ରହିତ କରିପାରିବେ ।

୨୬ । କେଉଁ ସାମ୍ବିଧାନିକ ପଦାଧୂକାରୀ ସଂସଦର ଆଲୋଚନାରେ ଭାଗ ନେଇପାରିବେ, ମାତ୍ର ଭୋଟ ଦାନ କରିପାରିବେ ନାହିଁ ?
Answer:
ଭାରତର ମୁଖ୍ୟ ଅଧ୍ଵବକ୍ତା, ମୁଖ୍ୟ ହିସାବରକ୍ଷକ ଓ ନିରୀକ୍ଷକ ସଂସଦର ଆଲୋଚନାରେ ଭାଗ ନେଇପାରିବେ, ମାତ୍ର ଭୋଟଦାନ କରିପାରିବେ ନାହିଁ ।

୨୭ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କହିଲେ କ’ଣ ବୁଝାଏ ?
Answer:
ସଂସଦ ବା ରାଜ୍ୟ ବିଧାନସଭା ପାଇଁ ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ । କିନ୍ତୁ ୫ ବର୍ଷ ପୂର୍ଣ ହେବା ପୂର୍ବରୁ କୌଣସି କାରଣରୁ ଏକକ ବା ମିଳିତଭାବେ କୌଣସି ରାଜନୈତିକ ଦଳ ମନ୍ତ୍ରୀମଣ୍ଡଳ ଗଠନ କରିନପାରିଲେ କେନ୍ଦ୍ର କ୍ଷେତ୍ରରେ ରାଷ୍ଟ୍ରପତି ଓ ରାଜ୍ୟ କ୍ଷେତ୍ରରେ ରାଜ୍ୟପାଳ ଯଥାକ୍ରମେ ଲୋକସଭା ଓ ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ଘୋଷଣା କରନ୍ତି । ଏହି ନିର୍ବାଚନକୁ ମଧ୍ୟବର୍ତୀକାଳୀନ ନିର୍ବାଚନ କୁହାଯାଏ ।

୨୮ । କିଏ ଜାତୀୟ ଉନ୍ନୟନ ପରିଷଦର ଅଧ୍ୟକ୍ଷ ?
Answer:
ପ୍ରଧାନମନ୍ତ୍ରୀ ଜାତୀୟ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅଟନ୍ତି ।

୨୯ । ରାଜ୍ୟସରକାରଙ୍କର ସାମ୍ବିଧାନିକ ମୁଖ୍ୟ କିଏ ?
Answer:
ରାଜ୍ୟସରକାରଙ୍କର ସାମ୍ବିଧାନିକ ମୁଖ୍ୟ ରାଜ୍ୟପାଳ ।

୩୦ । ରାଜ୍ୟରେ ଅଧ୍ୟାଦେଶ ସମ୍ବିଧାନର କେତେ ଧାରା ଅନୁସାରେ ଜାରି ହୁଏ ?
Answer:
ରାଜ୍ୟରେ ଅଧ୍ୟାଦେଶ ସମ୍ବିଧାନର ୨୧୩ ଧାରା ଅନୁସାରେ ରାଜ୍ୟପାଳ ଜାରି କରନ୍ତି ।

୩୧ । ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କିଏ କରେ ?
Answer:
ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି ।

୩୨ । ମୁଖ୍ୟମନ୍ତ୍ରୀ କିପରି ନିଯୁକ୍ତି ହୁଅନ୍ତା ?
Answer:
ରାଜ୍ୟପାଳ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀରୂପେ ନିଯୁକ୍ତ କରନ୍ତି ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୩୩ । କିଏ ରାଜ୍ୟପାଳଙ୍କୁ ଶପଥପାଠ କରାନ୍ତି ?
Answer:
ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ଶପଥପାଠ କରାନ୍ତି ।

୩୪ । ଓଡ଼ିଶା ବିଧାନସଭାର ଅର୍ଥ ବିଧେୟକ ଆଗତ କରିବା ପୂର୍ବରୁ କାହାର ଅନୁମତି ନେବା ଦରକାର ?
Answer:
ଓଡ଼ିଶା ବିଧାନସଭାରେ ଅର୍ଥ ବିଧେୟକ ଆଗତ ପୂର୍ବରୁ ରାଜ୍ୟପାଳଙ୍କ ଅନୁମତି ଦରକାର ।

୩୫ । ସମ୍ବିଧାନର କେତେ ଧାରା ଅନୁସାରେ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ରହିବେ ?
Answer:
ସମ୍ବିଧାନର ୧୫୩ ଧାରା ଅନୁସାରେ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ରହିବେ ।

୩୬ । ରାଜ୍ୟପାଳ କେତେବେଳେ ରାଜ୍ୟର ପ୍ରତ୍ୟକ୍ଷ ଶାସନଭାର ନିଜ ହାତକୁ ନିଅନ୍ତି ?
Answer:
ରାଜ୍ୟପାଳ ରାଜ୍ୟରେ ଜରୁରୀ ପରିସ୍ଥିତି ଜାରି ହୋଇଥିବା ସମୟରେ ରାଜ୍ୟର ପ୍ରତ୍ୟକ୍ଷ ଶାସନଭାର ନିଜ ହାତକୁ ନିଅନ୍ତି ।

୩୭ । କାହାର ଅନୁମୋଦନ ଲାଭ କଲାପରେ ରାଜ୍ୟପାଳଙ୍କଦ୍ୱାରା ଜାରି ହୋଇଥବା ଅଧ୍ୟାଦେଶ ଆଇନର ରୂପ ନିଏ ?
Answer:
ବିଧାନସଭାର ଅନୁମୋଦନ ଲାଭ କଲାପରେ ରାଜ୍ୟପାଳଙ୍କଦ୍ଵାରା ଜାରି ହୋଇଥବା ଅଧ୍ୟାଦେଶ ଆଇନର ରୂପ ନିଏ ।

୩୮ । ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା କ’ଣ ?
Answer:
ମନ୍ତ୍ରିମଣ୍ଡଳର ବିନା ପରାମର୍ଶରେ ରାଜ୍ୟପାଳ ସ୍ଵାଧୀନଭାବରେ ଯେଉଁ କ୍ଷମତାଗୁଡ଼ିକୁ ଉପଭୋଗ କରନ୍ତି ତାକୁ ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା କୁହାଯାଏ ।

୩୯ । କେଉଁ ବିଲ୍‌କୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ସ୍ଥଗିତ ରଖୁଥାଆନ୍ତି ?
Answer:
ଯଦି କୌଣସି ବିଲ୍ ହାଇକୋର୍ଟର ସାମ୍ବିଧାନିକ ମର୍ଯ୍ୟାଦା କ୍ଷୁଣ୍ଣ କରିବାକୁ ଉଦ୍ଦିଷ୍ଟ ଥାଏ ତେବେ ତାକୁ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ସ୍ଥଗିତ ରଖୁପାରିବେ ।

୪୦ । ବିଧାନସଭାରେ ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ କ’ଣ ହୁଏ ?
Answer:
ବିଧାନସଭାରେ ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।

୪୧ । ଜଣେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ କ’ଣ ହୁଏ ?
Answer:
ଜଣେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ତାଙ୍କ ମନ୍ତ୍ରୀମଣ୍ଡଳ ଆପେ ଆପେ ଭାଙ୍ଗିଯାଏ ଏବଂ ନୂତନ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ସୁଯୋଗ ସୃଷ୍ଟି ହୁଏ ।

୪୨ । ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ କିଏ ?
Answer:
ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ।

୪୩ । ମନ୍ତ୍ରୀଙ୍କର ମୁଖ୍ୟ ପ୍ରଶାସନିକ ପରାମର୍ଶଦାତା କିଏ ?
Answer:
ମନ୍ତ୍ରୀଙ୍କର ମୁଖ୍ୟ ପ୍ରଶାସନିକ ପରାମର୍ଶଦାତା ସମ୍ପୃକ୍ତ ବିଭାଗର ସଚିବ ଅଟନ୍ତି ।

୪୪ । ବିଧାନସଭାକୁ କିଏ ସୁଗିତ ରଖୁପାରିବେ ?
Answer:
ରାଜ୍ୟପାଳ ବିଧାନସଭାକୁ ସ୍ଥଗିତ ରଖିପାରିବେ ।

୪୫ । ରାଜ୍ୟ ମନ୍ତ୍ରିପରିଷଦ କାହା ନିକଟରେ ଉତ୍ତରଦାୟୀ ରୁହନ୍ତି ?
Answer:
ରାଜ୍ୟ ମନ୍ତ୍ରୀପରିଷଦ ରାଜ୍ୟ ବିଧାନସଭା ନିକଟରେ ଉତ୍ତରଦାୟୀ ରୁହେ ।

୪୬ । ରାଜ୍ୟପାଳ କାହା ନିକଟରେ ଉତ୍ତର ଦାୟୀ ?
Answer:
ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟରେ ଉତ୍ତରଦାୟୀ ରୁହନ୍ତି ।

୪୭ । ବିଧାନସଭାର ସଭ୍ୟ ନଥିବା ଜଣେ ଅଣସଦସ୍ୟ କେତେଦିନ ମନ୍ତ୍ରୀମଣ୍ଡଳରେ ରହିପାରିବେ ?
Answer:
ବିଧାନସଭାର ସଭ୍ୟ ନଥାଇ ଜଣେ ଅଣସଦସ୍ୟ ଅତିବେଶିରେ ୬ ମାସ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳରେ ରହିପାରିବେ ।

୪୮ । କେଉଁ ସାଂବିଧାନିକ ପଦାଧ୍ୟାକାରୀ ରାଜ୍ୟ ବିଧାନପାଳିକାରେ ଆଲୋଚନାରେ ଭାଗ ନେଇପାରିବେ, ମାତ୍ର ଭୋଟଦାନ କରିପାରିବେ ନାହିଁ ?
Answer:
ରାଜ୍ୟ ମୁଖ୍ୟ ଅଧ୍ଵବକ୍ତା ରାଜ୍ୟ ବିଧାନପାଳିକାର ଆଲୋଚନାରେ ଭାଗ ନେଇପାରିଲେ ମଧ୍ୟ ଭୋଟଦାନ କରିପାରିବେ ନାହିଁ ।

୪୯ । ସମଗ୍ର ଓଡ଼ିଶାରେ ଥିବା ଓଡ଼ିଶାର ବିଶ୍ଵବିଦ୍ୟାଳୟ ଗୁଡ଼ିକର କୁଳାଧୂପତି କିଏ ?
Answer:
ସମଗ୍ର ଓଡ଼ିଶାରେ ଥିବା ବିଶ୍ଵବିଦ୍ୟାଳୟଗୁଡ଼ିକର କୁଳାଧୂପତି ହେଉଛନ୍ତି ଓଡ଼ିଶାର ରାଜ୍ୟପାଳ ।

୫୦ । ରାଜ୍ୟ ଶାସନରେ କିଏ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନ ପରାମର୍ଶଦାତାରୂପେ କାର୍ଯ୍ୟ କରନ୍ତି ?
Answer:
ରାଜ୍ୟ ଶାସନରେ ରାଜ୍ୟ ମୁଖ୍ୟ ଶାସନସଚିବ ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନ ପରାମର୍ଶଦାତାରୂପେ କାର୍ଯ୍ୟ କରନ୍ତି ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୫୧ । ଆଡ଼ଭୋକେଟ୍ ଜେନେରାଲଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ଆଡ଼ଭୋକେଟ୍ ଜେନେରାଲଙ୍କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ସଂପୃକ୍ତ ରାଜ୍ୟର ରାଜ୍ୟପାଳ ନିଯୁକ୍ତ କରନ୍ତି ।

(B) ପାଞ୍ଚଗୋଟି ବାକ୍ୟ
ମଧ୍ଯରେ ଉତ୍ତର ଦିଅ ଦିଅ ।

୧ । ରାଷ୍ଟ୍ରପତି କାହିଁକି ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ?
Answer:
ଭାରତ ସଂସଦୀୟ ଗଣତନ୍ତ୍ରରେ ପର୍ଯ୍ୟବସିତ । ଏଠାରେ ଜଣେ ନାମକୁମାତ୍ର ମୁଖ୍ୟ ଏବଂ ଅନ୍ୟ ଜଣେ ପ୍ରଧାନମୁଖ୍ୟ ରହିବେ । ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ନାମକୁ ମାତ୍ର ମୁଖ୍ୟ ପାଇଁ ଅଧିକ ବ୍ୟୟସାପେକ୍ଷ ହେବା ଠିକ୍ ନୁହେଁ । ଜନବହୁଳତା ଓ ନିରକ୍ଷରତା ପ୍ରଭାବଯୋଗୁଁ ପରୋକ୍ଷ ନିର୍ବାଚନ ହୁଏ । ଉଭୟ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ନିର୍ବାଚିତ ହେଲେ କ୍ଷମତା ପାଇଁ କଳହ ହୋଇପାରେ ।

୨ । ମହାଭିଯୋଗ ପ୍ରସ୍ତାବ କ’ଣ ?
Answer:
ରାଷ୍ଟ୍ରପତିଙ୍କୁ ସମ୍ବିଧାନ ଲଙ୍ଘନ କରିଥିବା କାରଣରୁ ଶାସନକାର୍ଯ୍ୟରୁ ବହିଷ୍କାର କରିବାପାଇଁ ଯେଉଁ ପ୍ରସ୍ତାବ ଆଗତ କରାଯାଏ ତାକୁ ମହାଭିଯୋଗ ପ୍ରସ୍ତାବ କୁହାଯାଏ । ସମ୍ବିଧାନର ୬୧ ଧାରା ଅନୁସାରେ ସଂସଦର ଯେକୌଣସି ଗୃହରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇପାରେ; ମାତ୍ର ଏହା ପୂର୍ବରୁ ଉକ୍ତ ଗୃହର ମୋଟ ସଭ୍ୟ ସଂଖ୍ୟାର ଏକ-ଚତୁର୍ଥାଂଶ ସଭ୍ୟଙ୍କ ସ୍ଵାକ୍ଷରିତ କ୍ରମେ ଏକ ୧୪ ଦିନିଆ ନୋଟିସ୍ ଜାରି କରାଯିବା ଆବଶ୍ୟକ । ଉକ୍ତ ପ୍ରସ୍ତାବଟି ନିର୍ଦ୍ଦିଷ୍ଟ ଦିନ ଗୋଟିଏ ଗୃହରେ ଆଲୋଚିତ ହୋଇ ଅନ୍ତତଃ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ସହ ଗୃହୀତ ହେଲେ ଏହା ଅନ୍ୟ ସଦନକୁ ପଠାଯାଏ । ଅନ୍ୟ ଗୃହଟି ଅଭିଯୋଗ ସମ୍ପର୍କରେ ଦଦନ୍ତ କରି ଯଦି ଅଭିଯୋଗ ପ୍ରସ୍ତାବଟି ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଗ୍ରହଣ କରେ ତାହେଲେ ରାଷ୍ଟ୍ରପତି କାର୍ଯ୍ୟରୁ ଅନ୍ତର ହୁଅନ୍ତି ।

୩ । ‘ଭାରତର ରାଷ୍ଟ୍ରପତି ନାମକୁ ମାତ୍ର ଶାସନ ମୁଖ୍ୟ’–ବୁଝାଅ ।
Answer:
ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ପ୍ରଚଳିତ ଥିବାରୁ ରାଷ୍ଟ୍ରପତି କେବଳ ନାମକୁ ମାତ୍ର କେନ୍ଦ୍ର ଶାସନର ମୁଖ୍ୟ ଅଟନ୍ତି । ରାଷ୍ଟ୍ରର ମୁଖ୍ୟ ନେତୃତ୍ଵରେ ପରିଚାଳିତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ପରାମର୍ଶ ଅନୁଯାୟୀ ସେ ନିଜର ଦାୟିତ୍ଵ ତୁଲାନ୍ତି । ପ୍ରଧାନମନ୍ତ୍ରୀ ନିଯୁକ୍ତି ଓ ଲୋକସଭା ଭଙ୍ଗ କରିବା ପରି କେତେକ ପରିସ୍ଥିତିରେ ରାଷ୍ଟ୍ରପତିଙ୍କର ସ୍ଵତନ୍ତ୍ର କ୍ଷମତା ଥିଲେ ମଧ୍ୟ ବାସ୍ତବ ଶାସନ କ୍ଷେତ୍ରରେ ସେ ମନ୍ତ୍ରିମଣ୍ଡଳର ପରାମର୍ଶ ବିନା କୌଣସି କାର୍ଯ୍ୟ କରିପାରିବେ ନାହିଁ । ତେଣୁ ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ; ମାତ୍ର ବାସ୍ତବ ଶାସନ କ୍ଷମତା ମନ୍ତ୍ରୀମଣ୍ଡଳ ଉପରେ ନ୍ୟସ୍ତ ହୋଇଥାଏ ।

୪ । ଆଇନ ପ୍ରଣୟନ କ୍ଷେତ୍ରରେ ରାଷ୍ଟ୍ରପତିଙ୍କ ଭୂମିକା ବର୍ଣନା କର ।
Answer:
ସଂସଦର ଅବିଚ୍ଛେଦ୍ୟ ଅଙ୍ଗଭାବରେ ରାଷ୍ଟ୍ରପତି କାର୍ଯ୍ୟ କରନ୍ତି । ସଂସଦରେ ଗୃହୀତ ହୋଇଥିବା ବିଧେୟକଗୁଡ଼ିକ ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କଲାପରେ ଆଇନରେ ପରିଣତ ହୁଏ । ସଂସଦରେ ଗୃହୀତ ହୋଇଥିବା ସାଧାରଣ ବିଧେୟକକୁ ରାଷ୍ଟ୍ରପତି ସ୍ବୀକୃତି ନ ଦେଇ ପୁନର୍ବିଚାରପାଇଁ ଫେରାଇ ଦେଇପାରନ୍ତି । ମାତ୍ର ଉକ୍ତ ବିଧେୟକ ଯଦି ସଂସଦରେ ପୁନର୍ବାର ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ନିକଟକୁ ଯାଏ, ତେବେ ସ୍ବୀକୃତି ଦେବାପାଇଁ ବାଧ୍ୟ ଅଟନ୍ତି । ଅଧାଦେଶ ଜାରି କରିବା ରାଷ୍ଟ୍ରପତିଙ୍କର ଅନ୍ୟ ଏକ ଆଇନ ପ୍ରଣୟନ କ୍ଷମତା, ମାତ୍ର ଏହାକୁ ରାଷ୍ଟ୍ରପତି ବ୍ୟବହାର କରନ୍ତି ଯେତେବେଳେ ଆଇନର ଜରୁରୀ ଆବଶ୍ୟକତା ଥାଏ; ମାତ୍ର ସଂସଦ କାର୍ଯ୍ୟରତ ନଥାଏ ।

୫ । ରାଷ୍ଟ୍ରପତିଙ୍କର କି କି ଆର୍ଥିକ କ୍ଷମତା ରହିଛି ?
Answer:
ଆର୍ଥିକ ପ୍ରଶାସନ କ୍ଷେତ୍ରରେ ରାଷ୍ଟ୍ରପତିଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ । ତାଙ୍କ ବିନା ଅନୁମୋଦନରେ କୌଣସି ଅର୍ଥ ବିଧେୟକ ଲୋକସଭାରେ ଆଗତ କରାଯାଇପାରିବ ନାହିଁ । ପ୍ରତି ଆର୍ଥିକ ବର୍ଷ ଆରମ୍ଭରେ ରାଷ୍ଟ୍ରପତିଙ୍କ ତରଫରୁ ଅର୍ଥମନ୍ତ୍ରୀ ଆଗାମୀ ବର୍ଷର ଆୟବ୍ୟୟର ଅଟକଳ ବା ବଜେଟ ସଂସଦରେ ଆଗତ କରନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆୟର ସୁଷମ ବଣ୍ଟନପାଇଁ ସେ ପ୍ରତି ପାଞ୍ଚବର୍ଷରେ ଥରେ ଅର୍ଥ ଆୟୋଗ ନିଯୁକ୍ତ କରନ୍ତି । ପାର୍ଲିଆମେଣ୍ଟରେ ବଜେଟ୍ ଗୃହୀତ ହୋଇ ନ ପାରିଲେ ରାଷ୍ଟ୍ରପତି ଅଧ୍ୟାଦେଶ ବଳରେ ଅର୍ଥ ବ୍ୟୟପାଇଁ ଜରୁରୀ ପାଣ୍ଠିରୁ ବରାଦ ଦିଅନ୍ତି ।

୬ । ରାଷ୍ଟ୍ରପତିଙ୍କ ଅଧ୍ୟାଦେଶ କ’ଣ ?
Answer:
ସମ୍ବିଧାନର ୧୨୩ ଧାରା ଅନୁଯାୟୀ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି । ପାର୍ଲିଆମେଣ୍ଟର ବୈଠକ ବସି ନ ଥିବାବେଳେ କୌଣସି ଆଇନର ଜରୁରୀ ଆବଶ୍ୟକତା ଅନୁଭୂତ ହେଲେ ରାଷ୍ଟ୍ରପତି ଏହି ଅଧ୍ୟାଦେଶ ଜାରି କରନ୍ତି । ଅଧ୍ୟାଦେଶଟି ଆଇନ ଭଳି କାର୍ଯ୍ୟ କରେ । ପାର୍ଲିଆମେଣ୍ଟର ଅଧ‌ିବେଶନ ଆରମ୍ଭ ହେବାଠାରୁ ୬ ସପ୍ତାହ ମଧ୍ୟରେ ଏହା ଅନୁମୋଦିତ ନ ହେଲେ ରଦ୍ଦ ହୋଇଯାଏ ଏବଂ ଅନୁମୋଦିତ ହେଲେ ଆଇନରେ ପରିଣତ ହୁଏ । ରାଷ୍ଟ୍ରପତି ଚାହିଁଲେ ଯେକୌଣସି ସମୟରେ ଅଧ୍ୟାଦେଶକୁ ପ୍ରତ୍ୟାହାର କରିପାରନ୍ତି ।

୭ । ରାଷ୍ଟ୍ରପତି କେଉଁ ପରିସ୍ଥିତିରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି ?
Answer:
ସମଗ୍ର ଭାରତବର୍ଷରେ ବା କୌଣସି ଅଞ୍ଚଳରେ ଅର୍ଥନୈତିକ ଅସ୍ଥିରତା ବା ଦେବାଳିଆ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଯଦି ରାଷ୍ଟ୍ରପତିଙ୍କର ହୃଦବୋଧ ହୁଏ, ତେବେ ସମ୍ବିଧାନର ୩୬୦ ଧାରା ଅନୁସାରେ ସେ ଆର୍ଥକ ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ । ଜାତୀୟ ଜରୁରୀ ପରିସ୍ଥିତିର ନିୟମ ଅନୁସାରେ ଆର୍ଥିକ ଜରୁରୀ ପରିସ୍ଥିତି ସଂସଦଦ୍ଵାରା ଅନୁମୋଦିତ ହୁଏ ଏବଂ ପ୍ରତି ଛଅ ମାସରେ ଥରେ ଏହାର ମିଆଦ ବୃଦ୍ଧି କରାଯାଇଥାଏ । ଏହା ଘୋଷଣାହେଲେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ଆର୍ଥିକ ବ୍ୟବସ୍ଥାକୁ ସୁପରିଚାଳିତ କରିବାପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥାଆନ୍ତି । ଏତଦ୍‌ବ୍ୟତୀତ ଆର୍ଥିକ ପରିସ୍ଥିତିକୁ ସୁଧାରିବାପାଇଁ ରାଷ୍ଟ୍ରପତି ଆବଶ୍ୟକ ମନେକଲେ ସରକାରୀ କର୍ମଚାରୀମାନଙ୍କର ଦରମା ହ୍ରାସ କରିପାରିବେ ।

୮ । ‘ରାଷ୍ଟ୍ରପତି ସମ୍ବିଧାନର ରକ୍ଷକ’ – ବୁଝାଅ ।
Answer:
ରାଷ୍ଟ୍ରମୁଖ୍ୟଭାବରେ ରାଷ୍ଟ୍ରପତି ରାଷ୍ଟ୍ରର ପ୍ରତିନିଧୃତ୍ଵ କରନ୍ତି ଏବଂ ଜନମତର ପ୍ରତିଫଳନ କରୁଥିବା ସମ୍ବିଧାନକୁ ରକ୍ଷା କରନ୍ତି । ପ୍ରଧାନମନ୍ତ୍ରୀ ଦେଶର ପ୍ରକୃତ ଶାସକ ହେଲେ ମଧ୍ୟ କେବଳ ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ ନକରି ସମ୍ବିଧାନ ପ୍ରତି ବିଶ୍ଵସ୍ତ ରହି ସମ୍ବିଧାନର ସୁରକ୍ଷା କରିବାପାଇଁ ଶପଥପାଠ କରାନ୍ତି । ପ୍ରଧାନମନ୍ତ୍ରୀ ସମ୍ବିଧାନ ବିରୋଧୀ କାର୍ଯ୍ୟରେ ପରାମର୍ଶ ଦେଲେ ବା ସେହି ପ୍ରକାର କାର୍ଯ୍ୟଲାଗି ରାଷ୍ଟ୍ରପତିଙ୍କୁ ତାକୁ ଉପେକ୍ଷା କରି ସମ୍ବିଧାନର ସୁରକ୍ଷା ଲିପ୍ତ ହେଲେ ଓ ପ୍ରତିରକ୍ଷା ଲାଗି କାର୍ଯ୍ୟ କରିବାର ନୈତିକ ଅଧୁକାର ରାଷ୍ଟ୍ରପତିଙ୍କର ଅଛି । ସେ ସମ୍ବିଧାନର ୬୦ ଧାରା ଅନୁସାରେ ସମ୍ବିଧାନର ରକ୍ଷକ ଅଟନ୍ତି । ସାର୍ବଭୌମତ୍ଵର ଜୀବନ୍ତ ପ୍ରତୀକ ହେଉଛନ୍ତି ରାଷ୍ଟ୍ରପତି ।

୯ । ଉପରାଷ୍ଟ୍ରପତିଙ୍କର କାର୍ଯ୍ୟାବଳୀ ବିଷୟରେ ସଂକ୍ଷେପରେ ଆଲୋଚନା କର ।
Answer:
ଭାରତୀୟ ସମ୍ବିଧାନର ୬୩ ଧାରା ଅନୁସାରେ ଭାରତରେ ଜଣେ ଉପରାଷ୍ଟ୍ରପତି ରହିବାର ବ୍ୟବସ୍ଥା କରାଯାଇଛି । ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି । ସେ ରାଜ୍ୟସଭାର ଅଧ୍ୟକ୍ଷଭାବରେ ଦରମା ଓ ଭତ୍ତା ପାଆନ୍ତି ଏବଂ ଗୃହକାର୍ଯ୍ୟକୁ ପରିଚାଳନା କରନ୍ତି । ରାଷ୍ଟ୍ରପତିଙ୍କର ମୃତ୍ୟୁ, ଇସ୍ତଫା କିମ୍ବା ବହିଷ୍କାର ଆଦି କୌଣସି କାରଣରୁ ରାଷ୍ଟ୍ରପତିଙ୍କ ଆସନ ଖାଲି ପଡ଼ିଲେ ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଦାୟିତ୍ଵ ତୁଲାନ୍ତି । ସେ ଖୁବ୍ ବେଶିରେ ଏହି ଦାୟିତ୍ଵ ୬ ମାସ ପର୍ଯ୍ୟନ୍ତ ତୁଲାନ୍ତି । ସେ ବିଦେଶୀ ରାଷ୍ଟ୍ର ଭ୍ରମଣ କରି ସମ୍ପର୍କ ପ୍ରତିଷ୍ଠା କରନ୍ତି ଏବଂ ବହୁ ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରନ୍ତି ।

୧୦ । ପ୍ରଧାନମନ୍ତ୍ରୀ ‘ସମକକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଥମ’ – ମନ୍ତବ୍ୟ ଦିଅ ।
Answer:
ପ୍ରଧାନମନ୍ତ୍ରୀ ହେଉଛନ୍ତି ମନ୍ତ୍ରୀମଣ୍ଡଳର ମେରୁଦଣ୍ଡ । ସେ ମନ୍ତ୍ରୀମଣ୍ଡଳର ଗଠନ କରନ୍ତି ଏବଂ ସେମାନଙ୍କର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତାକୁ ବିଚାରକୁ ନେଇ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ସେ ମନ୍ତ୍ରୀମଣ୍ଡଳର ପ୍ରତିନିଧୂତ୍ବ କରିବା ସଙ୍ଗେ ସଙ୍ଗେ ମନ୍ତ୍ରୀମଣ୍ଡଳର ସମସ୍ତ ବୈଠକରେ ଅଧ୍ୟକ୍ଷତା କରନ୍ତି । ସେ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀମାନଙ୍କ ସହ ସମକକ୍ଷ ହୋଇଥିଲେ ମଧ୍ୟ ତାଙ୍କ ହାତମୁଠାରେ ମନ୍ତ୍ରୀମାନଙ୍କର ଜୀବନ ରହିଥାଏ । ବାସ୍ତବରେ ପ୍ରଧାନମନ୍ତ୍ରୀ ହେଉଛନ୍ତି ମନ୍ତ୍ରିମଣ୍ଡଳର ଚାବିକାଠି । ସେଥିପାଇଁ ଯଥାର୍ଥରେ ପ୍ରଧାନମନ୍ତ୍ରୀଙ୍କୁ ‘ସମକକ୍ଷ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଥମ’ ବୋଲି କୁହାଯାଇଥାଏ ।

୧୧ । କେନ୍ଦ୍ର ମନ୍ତ୍ରୀମଣ୍ଡଳ କିପରି ଗଠିତ ହୋଇଥାଏ ?
Answer:
ସାଧାରଣ ନିର୍ବାଚନ ପରେ ଲୋକସଭାରେ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ଦଳର ଦଳପତିଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀରୂପେ ନିଯୁକ୍ତ କରି ମନ୍ତ୍ରୀମଣ୍ଡଳ ଗଠନ କରିବାପାଇଁ ଆହ୍ୱାନ କରନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଅନ୍ୟାନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି ।
ବାସ୍ତବିକ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର କେନ୍ଦ୍ରବିନ୍ଦୁ ସଦୃଶ । ସେ ବିଭାଗ ବଣ୍ଟନ, ବିଭାଗ ଅଦଳବଦଳ ନିଷ୍ପତ୍ତି ନେଇଥାଆନ୍ତି । ମନ୍ତ୍ରୀମଣ୍ଡଳର ଆକାର ତାଙ୍କ ଉପରେ ନିର୍ଭର କରେ । ସଂସଦର କୌଣସି ଗୃହର ସଭ୍ୟ ହୋଇନଥୁବା ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଚାହିଁଲେ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇପାରନ୍ତି । ମାତ୍ର ତାଙ୍କୁ ୬ ମାସ ମଧ୍ୟରେ ସଂସଦର ସଦସ୍ୟ ହେବାକୁ ପଡ଼ିବ ।

୧୨ । କ୍ୟାବିନେଟ୍ ଏକଚ୍ଛତ୍ରବାଦ କ’ଣ ?
Answer:
ସଂସଦୀୟ ଗଣତନ୍ତ୍ରରେ ସଂସଦକୁ ଗଣତନ୍ତ୍ରର ହୃତ୍‌ପିଣ୍ଡ ବୋଲି ବିଚାର କରାଯାଏ । ମାତ୍ର ସଂପ୍ରତି କେତେକ, କାରଣରୁ ସଂସଦ ପରିବର୍ତ୍ତେ କ୍ୟାବିନେଟ୍‌ର କ୍ଷମତା ବ୍ୟାପକଭାବରେ ବୃଦ୍ଧି ପାଇଥାଏ । କାଳକ୍ରମେ ସଂସଦର କ୍ଷମତା କ୍ୟାବିନେଟ୍ ହାତକୁ ଚାଲିଯିବାରୁ ସଂସଦ ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ କ୍ୟାବିନେଟ୍ ସଂସଦକୁ ନିୟନ୍ତ୍ରଣ କରୁଛି | ସଂସଦରେ ସଂଖ୍ୟାଗରିଷ୍ଠତା ଫାଇଦା ଉଠାଇ ଦଳୀୟ ଶୃଙ୍ଖଳା ଓ ସଂସଦୀୟ ସଭ୍ୟମାନଙ୍କର କାର୍ଯ୍ୟବ୍ୟସ୍ତତା ଓ ଅନଭିଜ୍ଞତାର ସୁଯୋଗ ନେଇ କ୍ୟାବିନେଟ ତା’ର ପ୍ରଭାବ ବିସ୍ତାର କରିବାକୁ ସମର୍ଥ ହୋଇପାରିଛି । ତେଣୁ କ୍ୟାବିନେଟ୍‌ର ଏହି କ୍ଷମତାକୁ କ୍ୟାବିନେଟ୍‌ର ଏକଚ୍ଛତ୍ରବାଦ କୁହାଯାଏ ।

୧୩ । ମନ୍ତ୍ରୀପରିଷଦର ସାମୂହିକ ଦାୟିତ୍ବ କ’ଣ ?
Answer:
ସମ୍ବିଧାନର ୭୫ (୩) ଧାରା ଅନୁସାରେ ମନ୍ତ୍ରୀମଣ୍ଡଳ ସମସ୍ତ ପ୍ରକାର ସରକାରୀ ନୀତି ଓ କାର୍ଯ୍ୟକ୍ରମ ପାଇଁ ମିଳିତଭାବେ ପାର୍ଲିଆମେଣ୍ଟ ନିକଟରେ ଦାୟୀ । ମନ୍ତ୍ରୀମଣ୍ଡଳ ଗୃହୀତ ନିଷ୍ପତ୍ତିଗୁଡ଼ିକ ପାଇଁ ସାମୂହିକଭାବେ ଦାୟିତ୍ଵ ବହନ କରନ୍ତି; ଯଥା— ମନ୍ତ୍ରୀମାନେ ପାର୍ଲିଆମେଣ୍ଟର ବାହାରେ ଓ ଭିତରେ ଗୋଟିଏ ସଂସ୍ଥାରୂପେ କାର୍ଯ୍ୟ କରନ୍ତି । ପାର୍ଲିଆମେଣ୍ଟରେ ଉଭୟ କକ୍ଷର ସଭ୍ୟମାନେ ଅଧୁବେଶନ ସମୟରେ ବିଭିନ୍ନ ପ୍ରଶ୍ନ ପଚାରନ୍ତି । ମନ୍ତ୍ରୀମାନେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ବାଧ୍ୟ । କୌଣସି ମନ୍ତ୍ରୀ ଉତ୍ତର ଦେଇ ନ ପାରିଲେ ପ୍ରଧାନମନ୍ତ୍ରୀ ବା ଅନ୍ୟ ମନ୍ତ୍ରୀମାନେ ମନ୍ତ୍ରୀଙ୍କ ତରଫରୁ ଉତ୍ତର ଦିଅନ୍ତି । ବଜେଟ୍ ପ୍ରସ୍ତାବବେଳେ ବିରୋଧୀ ଦଳମାନଙ୍କଦ୍ଵାରା ଆଗତ କାଟ୍ ପ୍ରସ୍ତାବ ସଂସଦରେ କାଟ ପ୍ରସ୍ତାବ ବିରୋଧୀ ଦଳମାନଙ୍କଦ୍ଵାରା ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଇସ୍ତଫା ଦିଅନ୍ତି | ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସାଙ୍ଗ ହୋଇ ପହଁରନ୍ତି ଏବଂ ସାଙ୍ଗ ହୋଇ ବୁଡ଼ି ମରନ୍ତି ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୧୪ । ଭାରତର ରାଷ୍ଟ୍ରପତି ଏକ ରବର ଷ୍ଟାମ୍ପ କି ?
Answer:
ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟ ଭାବେ ସମଗ୍ର ସାମ୍ବିଧାନିକ କ୍ଷମତାର ଅଧୂକାରୀ । କିନ୍ତୁ ସେ ବାସ୍ତବରେ ଏହି କ୍ଷମତାଗୁଡ଼ିକୁ ପ୍ରୟୋଗ କରନ୍ତି ନାହିଁ । ପ୍ରଧାନମନ୍ତ୍ରୀ ଓ ତାଙ୍କର ମନ୍ତ୍ରୀମଣ୍ଡଳର ପରାମର୍ଶକ୍ରମେ ରାଷ୍ଟ୍ରପତି ତାଙ୍କର କ୍ଷମତାକୁ କାର୍ଯ୍ୟକାରୀ କରନ୍ତି । ୪୪ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ରାଷ୍ଟ୍ରପତି ମନ୍ତ୍ରୀପରିଷଦର ସମସ୍ତ ପରାମର୍ଶ ମାନିବାକୁ ବାଧ୍ୟ । ତେଣୁ ସମାଲୋଚକମାନେ କହନ୍ତି, ଭାରତର ରାଷ୍ଟ୍ରପତି ଏକ ରବର ଷ୍ଟାମ୍ପ ।

୧୫ । ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହେଲେ କ’ଣ ହୁଏ ?
Answer:
ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା ହେଲେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଶାସନ କାର୍ଯ୍ୟ ସମ୍ପର୍କରେ ନିର୍ଦ୍ଦେଶ ଦିଅନ୍ତି । ରାଜ୍ୟ ତାଲିକାଭୁକ୍ତ ଯେକୌଣସି ବିଷୟ ଉପରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ । କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଵ ବଣ୍ଟନ ବ୍ୟବସ୍ଥାକୁ ରାଷ୍ଟ୍ରପତି ସ୍ଥଗିତ ବା ପରିବର୍ତ୍ତନ କରିପାରିବେ । ୧୯ ଧାରାରେ ବର୍ଣ୍ଣିତ ନାଗରିକର ସ୍ଵାଧୀନତା ଅଧିକାର ଓ ୩୨ ଧାରାରେ ବର୍ଣ୍ଣିତ ସାମ୍ବିଧାନିକ ପ୍ରତିକାର ଅଧିକାରକୁ ସଙ୍କୁଚିତ କରାଯାଇପାରେ । ପାର୍ଲିଆମେଣ୍ଟ କାର୍ଯ୍ୟକାଳ ଏକ ବର୍ଷ ବଢ଼ାଇ ଦିଆଯାଇପାରେ ଏବଂ ଏହି ଘୋଷଣାନାମା ପ୍ରତ୍ୟାହୃତ ହେଲେ ପାର୍ଲିଆମେଣ୍ଟ ବଦ୍ଧିତ କାର୍ଯ୍ୟକାଳ ଅତି ବେଶୀରେ ଛଅ ମାସ ପର୍ଯ୍ୟନ୍ତ ରହେ ।

୧୬ । ରାଷ୍ଟ୍ରପତିଙ୍କ ସ୍ଵେଚ୍ଛାଧୀନ କ୍ଷମତା କ’ର ?
Answer:
ରାଷ୍ଟ୍ରପତିଙ୍କ ନିଜ ଇଚ୍ଛାରେ ଦୁଇଟି କାର୍ଯ୍ୟ କରନ୍ତି, ଯଥା-
(୧) କୌଣସି ଦଳ ପାର୍ଲିଆମେଣ୍ଟରେ ସଂଖ୍ୟାଗରିଷ୍ଠ ନ ଥିଲେ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି;
(୨) କ୍ଷମତାସୀନ ଦଳ ସଂଖ୍ୟାଲଘୁ ହୋଇଗଲେ ମନ୍ତ୍ରୀମଣ୍ଡଳର ବିନା ପରାମର୍ଶରେ ଲୋକସଭା ଭାଙ୍ଗିବା ତାଙ୍କର ଇଚ୍ଛାଧୀନ କ୍ଷମତା ପରିସରଭୁକ୍ତ ଅଟେ ।

୧୭ । ଲୋକସଭା ମନ୍ତ୍ରୀମଣ୍ଡଳକୁ କିପରି ନିୟନ୍ତ୍ରଣ କରେ ?
Answer:
ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସାମୂହିକଭାବରେ ଲୋକସଭା ନିକଟରେ ଦାୟୀ । ଅନାସ୍ଥା ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ, ଖର୍ଚ୍ଚ କାଟ ପ୍ରସ୍ତାବ, ପ୍ରଶ୍ନୋତ୍ତର ଇତ୍ୟାଦି ମାଧ୍ୟମରେ ଲୋକସଭା ମନ୍ତ୍ରୀମଣ୍ଡଳ ଉପରେ ନିଜର କର୍ତ୍ତୃତ୍ଵ ଜାରି କରିଥାଏ । ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ, କାଟ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳକୁ ଇସ୍ତଫା ଦେବାକୁ ପଡ଼ିଥାଏ ।

୧୮ । ଭାରତର ସଞ୍ଚତ ପାଣି ବିଷୟରେ ଟିପ୍ପଣୀ ଦିଅ ।
Answer:
ସମ୍ବିଧାନର ୨୬୬ ଧାରା ଅନୁସାରେ ଭାରତରେ ଏକ ସଞ୍ଚେତ ପାଣ୍ଠି ରହିବ । ଏହି ପାଣ୍ଠିରେ ଭାରତ ସରକାରଙ୍କ ବିଭିନ୍ନ ପ୍ରକାର ଖଜଣା, କର, ଟିକସ, ଋଣ, ଅଗ୍ରୀମ ପରିଶୋଧ ହେଉଥିବା ଋଣ ପ୍ରଭୃତିରୁ ଆଦାୟ ହେଉଥିବା ସମସ୍ତ ରାଜସ୍ଵ ଜମା ରହେ । ଭାରତ ସରକାରଙ୍କ ସମସ୍ତ ବ୍ୟୟ ଏହି ପାଣ୍ଠି ବହନ କରେ । ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଏହି ପ୍ରକାର ରାଜ୍ୟ ସମ୍ପ୍ରତ ପାଣ୍ଠି ନାମରେ ଗୋଟିଏ ଗୋଟିଏ ପାଣ୍ଠି ରହିଛି ।

୧୯ । ଭାରତର ଜରୁରୀ ପାଣ୍ଠି କ’ଣ ?

ସମ୍ବିଧାନର ୨୬୭ ଧାରା ଅନୁସାରେ ଭାରତର ଏକ ଜରୁରୀ ପାଣ୍ଠି ରହିବାର ବ୍ୟବସ୍ଥା ରହିଛି । ଏହି ପାଣ୍ଠି ରାଷ୍ଟ୍ରପତିଙ୍କ ଦାୟିତ୍ଵରେ ଥାଏ । ପାର୍ଲିଆମେଣ୍ଟର ଆଇନ ଅନୁସାରେ ପ୍ରତିବର୍ଷ ଏହି ପାଣ୍ଠିରେ ଅର୍ଥ ଜମା କରାଯାଏ । କୌଣସି କାରଣରୁ ଠିକ୍ ସମୟରେ ଦେଶର ବଜେଟ୍ ଗୃହୀତ ହୋଇ ନ ପାରିଲେ; ବଜେଟ୍‌ରେ ବ୍ୟବସ୍ଥା ହୋଇଥିବା ଅର୍ଥ କୌଣସି ନିର୍ଦ୍ଦିଷ୍ଟ ଖର୍ଚ୍ଚ ପାଇଁ କମ୍ ହେଲେ, ସରକାରଙ୍କୁ କୌଣସି ଆକସ୍ମିକ ଖର୍ଚ୍ଚ ବହନ କରିବାକୁ ପଡ଼ିଲେ ସରକାର ଜରୁରୀ ପାଣ୍ଠିରୁ ଅର୍ଥ ଆଣି ଏହି ଖର୍ଚ୍ଚକୁ ମୁକାବିଲା କରନ୍ତି । ପରେ ବଜେଟ୍ ଆଗତ କରି ପାର୍ଲିଆମେଣ୍ଟର ଅନୁମୋଦନ କ୍ରମେ ନିଆଯାଇଥିବା ଅର୍ଥ ଜରୁରୀ ପାଣ୍ଠିକୁ ଫେରାଇ ଦିଆଯାଏ । ତେଣୁ ଏହା ଏକ ଆପଦକାଳୀନ ପାଣ୍ଠି ।

୨୦ । ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର କେଉଁ ସବୁ ଯୋଗ୍ୟତା ଥିବା ଆବଶ୍ୟକ ?
Answer:
ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖତ ଯୋଗ୍ୟତା ଥିବା ଆବଶ୍ୟକ
(କ) ସେ ଭାରତୀୟ ନାଗରିକ ହୋଇଥବେ ।
(ଖ) ତାଙ୍କର ବୟସ ୩୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ ।
(ଗ) ଲୋକସଭାର ସଦସ୍ୟ ହେବାପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ, କିନ୍ତୁ ସେ କୌଣସି ବ୍ୟବସ୍ଥାପକ ସଭାର ସଭ୍ୟ ହୋଇନଥିବେ ।
(ଘ) ସେ ସରକାରଙ୍କ ସହ ଲାଭଜନକ ବ୍ୟବସାୟରେ ସମ୍ପୃକ୍ତ ନଥିବେ ।

୨୧ । ଉପରାଷ୍ଟ୍ରପତିଙ୍କ ଯୋଗ୍ୟତା କ’ଣ ?
Answer:
ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖତ ଯୋଗ୍ୟତା ଥିବା ଆବଶ୍ୟକ –
(କ) ସେ ଭାରତୀୟ ନାଗରିକ ହୋଇଥବେ ।
(ଖ) ତାଙ୍କୁ ଅନ୍ତତଃ ପକ୍ଷେ ୩୫ ବର୍ଷ ବୟସ ହୋଇଥିବ ।
(ଗ) ତାଙ୍କର ରାଜ୍ୟସଭାର ସଭ୍ୟ ହେବାପାଇଁ ଯୋଗ୍ୟତା ଥିବ, କିନ୍ତୁ ସେ କୌଣସି ବ୍ୟବସ୍ଥାପକ ସଭାର ସଭ୍ୟ ହୋଇନଥିବେ ।
(ଘ) ସେ ସରକାରଙ୍କ ସହ କୌଣସି ଲାଭଜନକ ବ୍ୟବସାୟରେ ସମ୍ପୃକ୍ତ ନଥିବେ ।

୨୨ । କ୍ୟାବିନେଟ୍ ମନ୍ତ୍ରୀପରିଷଦ ନୁହେଁ – ଯଥାର୍ଥତା ପ୍ରତିପାଦନ କର ।
Answer:
କ୍ୟାବିନେଟ୍ ଓ ମନ୍ତ୍ରୀପରିଷଦ ଦୁଇଟି ଏକ ଅର୍ଥବୋଧକ ଶବ୍ଦ ନୁହନ୍ତି । (୧) ମନ୍ତ୍ରପରିଷଦ ହେଉଛି ଏକ ବୃହତ୍ତର ସଙ୍ଗଠନ, ଯେଉଁଥରେ କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ଉପମନ୍ତ୍ରୀ ଆଦି ସ୍ଥାନ ପାଉଥିବାବେଳେ କ୍ୟାବିନେଟ୍ ଏହାର ଅଂଶବିଶେଷ ଅଟେ । (୨) କ୍ୟାବିନେଟ୍ ମନ୍ତ୍ରୀମାନଙ୍କର ସଭାରେ ନିୟମିତ ଅନୁଷ୍ଠିତ ହୋଇ ଶାସନ ସଂକ୍ରାନ୍ତୀୟ ନିଷ୍ପତ୍ତି ନିଆଯାଉଥ‌ିବାବେଳେ ମନ୍ତ୍ରୀପରିଷଦର ବୈଠକରେ ଏହା କ୍ଵଚିତ୍ର ହୁଏ । (୩) ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବାର ଅଧିକାର କେବଳ ମନ୍ତ୍ରୀପରିଷଦର ରହିଛି |

୨୩ । ଭାରତର ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:
୩୫ ବର୍ଷ ବୟସରୁ ଊର୍ଦ୍ଧ୍ବ ଜଣେ ଭାରତୀୟ ନାଗରିକ ରାଜ୍ୟସଭାର ସଦସ୍ୟ ହେବାପାଇଁ ସମସ୍ତ ଯୋଗ୍ୟତାସମ୍ପନ୍ନ ହୋଇଥିଲେ ଓ ସରକାରଙ୍କ ସହ କୌଣସି ଲାଭଜନକ ବ୍ୟବସାୟରେ ସମ୍ପୃକ୍ତ ନଥିଲେ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ହୋଇପାରିବେ । ସମ୍ବିଧାନର ୬୬ ଧାରା ଅନୁଯାୟୀ ରାଜ୍ୟସଭା ଓ ଲୋକସଭାର ସଭ୍ୟମାନଙ୍କଦ୍ୱାରା ସମାନୁପାତିକ ପ୍ରତିନିଧୂ ତଥା ଏକକ ହସ୍ତାନ୍ତରଣୀୟ ଭୋଟ ବ୍ୟବସ୍ଥାଦ୍ଵାରା ଉପରାଷ୍ଟ୍ରପତି ନିର୍ବାଚିତ ହୋଇଥା’ନ୍ତି ।

୨୪ । ଅନାସ୍ଥା ପ୍ରସ୍ତାବ କ’ଣ ?
Answer:
ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଯଥାକ୍ରମେ ସଂସଦ ବା ରାଜ୍ୟ ବିଧାନସଭାର ସଂଖ୍ୟାଗରିଷ୍ଠ ଆସ୍ଥା ଉପରେ ନିର୍ଭର କରେ । ତାଙ୍କ ନେତୃତ୍ଵରେ ଥିବା ମନ୍ତ୍ରୀପରିଷଦ ସାମୂହିକ ଦାୟିତ୍ଵ ନୀତି ପାଳନ କରୁଥିବାରୁ ଯେକୌଣସି ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସମ୍ପୃକ୍ତ ଗୃହ ଅନାସ୍ଥା ପ୍ରସ୍ତାବ ଗୃହୀତ କଲେ ମନ୍ତ୍ରୀମଣ୍ଡଳର ପତନ ଘଟେ । ସରକାରଙ୍କଦ୍ଵାରା ଉପସ୍ଥାପିତ ବଜେଟ୍ ସମ୍ପୃକ୍ତ ଗୃହର ଅନୁମୋଦନ ପ୍ରାପ୍ତ ନହେଲେ ମଧ୍ୟ ତାହା ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେବା ସହ ସମାନ ହୋଇଥାଏ । ଏହା ମାଧ୍ୟମରେ ବ୍ୟବସ୍ଥାପିକା ବାସ୍ତବ କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାରିକରେ ।

୨୫ । ମିଳିତ ସରକାର (Coalition Government) କ’ଣ ?
Answer:
ବହୁଦଳୀୟ ବ୍ୟବସ୍ଥା ପ୍ରଚଳିତ ଥିବା ସଂସଦୀୟ ସରକାରରେ ବ୍ୟବସ୍ଥାପିକାର ନିମ୍ନ ସଦନରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଦଳ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇ ମନ୍ତ୍ରୀମଣ୍ଡଳ ଗଠନ ପାଇଁ ମୁଖ୍ୟ କାର୍ଯ୍ୟପାଳିକାଙ୍କଠାରୁ ନିମନ୍ତ୍ରଣ ପାଇବା ଅନେକ ସମୟରେ କଷ୍ଟସାଧ୍ୟ ହୋଇଥାଏ । ଏହା ମନ୍ତ୍ରୀମଣ୍ଡଳ ଗଠନ କ୍ଷେତ୍ରରେ ଅଚଳ ଅବସ୍ଥା ସୃଷ୍ଟି କରେ । କିନ୍ତୁ ନିର୍ବାଚନ ପୂର୍ବରୁ ବା ନିର୍ବାଚନ ପରେ କେତେକ ସାଧାରଣ କାର୍ଯ୍ୟକ୍ରମ ଭିଭିରେ ଦୁଇ ବା ଅଧୁକ ରାଜନୈତିକ ଦଳ ମଧ୍ୟରେ ବୁଝାମଣା ସୃଷ୍ଟି ହେଲେ ଏବଂ ସେମାନେ ସମଷ୍ଟିଗତଭାବେ ନିଜର ସଂଖ୍ୟାଗରିଷ୍ଠତା ପ୍ରତିପାଦନ କଲେ ସେହି ଦଳମାନଙ୍କଦ୍ଵାରା ମିଳିତ ମନ୍ତ୍ରୀମଣ୍ଡଳ ଗଠିତ ହୁଏ । ଏହା ପ୍ରାୟତଃ ଏକ ରାଜନୈତିକ ସଂସ୍କୃତିରେ ପରିଣତ ହେଲାଣି । କେନ୍ଦ୍ରରେ ଏନ୍.ଡ଼ି.ଏ. ସରକାର ଓ ଓଡ଼ିଶାରେ ବି.ଜେ.ଡ଼ି. ଓ ବି.ଜେ.ପି.ର ମିଳିତ ମନ୍ତ୍ରୀମଣ୍ଡଳ ଏହାର ଉଦାହରଣ ଅଟେ ।

୨୬ । ଭାରତର ଉପରାଷ୍ଟ୍ରପତି କିପରି ପଦଚ୍ୟୁତ ହୁଅନ୍ତି ?
Answer:
ଭାରତର ଉପରାଷ୍ଟ୍ରପତିଙ୍କ ସାଧାରଣ କାର୍ଯ୍ୟକାଳ ପାଞ୍ଚବର୍ଷ | କିନ୍ତୁ ରାଜ୍ୟସଭାରେ ପ୍ରଥମେ ଗୃହର ଏକ ଚତୁର୍ଥାଂଶ ସଭ୍ୟଙ୍କ ସ୍ଵାକ୍ଷରରେ ଏକ ଚଉଦଦିନିଆ ନୋଟିସ୍ ମାଧ୍ୟମରେ ଆଗତ ମହାଭିଯୋଗ ପ୍ରସ୍ତାବ ଉକ୍ତ ଗୃହର ସମସ୍ତ ସଭ୍ୟଙ୍କ ସଂଖ୍ୟାଗରିଷ୍ଠ ସମର୍ଥନରେ ଗୃହୀତ ଏବଂ ପରେ ଲୋକସଭାଦ୍ଵାରା ଅନୁମୋଦିତ ହେବା ପରିସ୍ଥିତିରେ ଉପରାଷ୍ଟ୍ରପତି ପଦଚ୍ୟୁତ ହୁଅନ୍ତି ।

୨୭ । ରାଜ୍ୟପାଳଙ୍କୁ କାହିଁକି କେନ୍ଦ୍ରର ପ୍ରତିନିଧୁ ବୋଲି କୁହାଯାଏ ?
Answer:
ରାଜ୍ୟପାଳ ନାମକୁ ମାତ୍ର ଶାସକ ହେଲେ ମଧ୍ୟ ସେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ପାଇଥାଆନ୍ତି । ତାଙ୍କର ସମସ୍ତ କାର୍ଯ୍ୟକଳାପ ପାଇଁ ସେ ରାଷ୍ଟ୍ରପତିଙ୍କ ପାଖରେ ଦାୟୀ ରହନ୍ତି । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ରାଜ୍ୟପାଳ ସମନ୍ଵୟ ରକ୍ଷା କରନ୍ତି । ରାଜ୍ୟର ଶାସନ ବ୍ୟବସ୍ଥା ବିଷୟରେ ପ୍ରତି ୧୫ ଦିନ ମଧ୍ୟରେ ସେ ଗୁପ୍ତ ବିବରଣୀ ରାଷ୍ଟ୍ରପତିଙ୍କ ପାଖକୁ ପଠାନ୍ତି । ରାଜ୍ୟରେ ରହି କେନ୍ଦ୍ର ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରିବା ତାଙ୍କର କର୍ତ୍ତବ୍ୟ । କେନ୍ଦ୍ରଦ୍ଵାରା ନିଯୁକ୍ତି ପାଇ ରାଜ୍ୟ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠାର ଏକ ମାଧ୍ୟମ ହୋଇଥିବାରୁ ତାଙ୍କୁ କେନ୍ଦ୍ରର ପ୍ରତିନିଧ୍ଵ କୁହାଯାଏ ।

୨୮ । ରାଜ୍ୟପାଳ ବିଧାନସଭାର ଏକ ଅବିଚ୍ଛେଦ୍ୟ ଅଙ୍ଗ – ବୁଝାଅ ।
Answer:
ସମ୍ବିଧାନର ୧୬୮ (କ) ଧାରାରେ ରାଜ୍ୟପାଳଙ୍କୁ ବିଧାନସଭାର ଏ ଅବିଚ୍ଛେଦ୍ୟ ଅଙ୍ଗଭାବରେ ବର୍ଣ୍ଣନା କରାଯାଇଛି । ସେ ବିଧାନସଭାର ଅଧିବେଶନ ଆହ୍ବାନ କରନ୍ତି ଏବଂ ସ୍ଥଗିତ ମଧ୍ଯ ରଖିପାରନ୍ତି । ବିଧାନସଭାକୁ ଭାଙ୍ଗି ଦେଇ ରାଷ୍ଟ୍ରପତି ଶାସନପାଇଁ କେନ୍ଦ୍ରକୁ ସୁପାରିସ କରିବାର କ୍ଷମତା ରାଜ୍ୟପାଳଙ୍କର ରହିଛି । ବିଧାନସଭାରେ ଗୃହୀତ ସମସ୍ତ ବିଧେୟକ ରାଜ୍ୟପାଳଙ୍କ ସ୍ଵୀକୃତି ଲାଭ କଲା ପରେ ଆଇନରେ ପରିଣତ ହେବ । ରାଜ୍ୟ ବିଧାନସଭାର ପ୍ରତ୍ୟେକ ବର୍ଷର ପ୍ରଥମ ଅଧୂବେଶନରେ ରାଜ୍ୟପାଳ ଭାଷଣ ଦେଇ ସାରିବା ପରେ ଆନୁଷ୍ଠାନିକଭାବେ ଅଧିବେଶନ ଆରମ୍ଭ ହୋଇଥାଏ । ଏହିସବୁ କାରଣରୁ ରାଜ୍ୟପାଳଙ୍କୁ ବିଧାନସଭାର ଏକ ଅବିଚ୍ଛେଦ୍ୟ ଅଙ୍ଗ ବୋଲି କୁହାଯାଏ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୨୯ । ରାଜ୍ୟପାଳଙ୍କର ଆର୍ଥିକ କ୍ଷମତା କ’ଣ ?
Answer:
ପ୍ରତ୍ୟେକ ଆର୍ଥିକ ବର୍ଷର ଆରମ୍ଭରେ ରାଜ୍ୟପାଳ ରାଜ୍ୟର ବାର୍ଷିକ ଆୟବ୍ୟୟ ଅଟକଳ ରାଜ୍ୟର ଅର୍ଥମନ୍ତ୍ରୀଙ୍କ ଜରିଆରେ ବିଧାନସଭାରେ ଆଗତ କରନ୍ତି । ରାଜ୍ୟପାଳଙ୍କ ବିନା ଅନୁମତିରେ କୌଣସି ଅର୍ଥ ବିଲ୍ ବିଧାନସଭାରେ ଆଗତ କରାଯାଇପାରିବ ନାହିଁ । ଅପ୍ରତ୍ୟାଶିତ ଖର୍ଚ୍ଚ ପାଇଁ ରାଜ୍ୟପାଳ ତାଙ୍କ ଅଧୀନରେ ଥିବା ଜରୁରୀ ପାଣ୍ଠିରୁ ଅର୍ଥ ମଞ୍ଜୁର କରିଥାଆନ୍ତି । ଅଡ଼ିଟ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରିବାପାଇଁ ଆଦେଶ ଦେବାର କ୍ଷମତା ତାଙ୍କର ଅଛି ।

୩୦ । ଅସ୍ଥାୟୀ ରାଜ୍ୟପାଳ କ’ଣ ?
Answer:
ରାଜ୍ୟପାଳ ଇସ୍ତଫା ଦେଲେ ବା ଅନ୍ୟ କୌଣସି କାରଣରୁ ରାଜ୍ୟପାଳ ପଦବୀ ଖାଲି ରହିଲେ ସାମ୍ବିଧାନିକ ସଙ୍କଟ ଏଡ଼େଇବାପାଇଁ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଅସ୍ଥାୟୀ ରାଜ୍ୟପାଳ ରୂପେ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ଏହି ସମୟରେ ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କ ସମସ୍ତ କ୍ଷମତା ଉପଭୋଗ କରନ୍ତି ।

୩୧ । ମୁଖ୍ୟମନ୍ତ୍ରୀ କିପରି ରାଜ୍ୟପାଳ ଓ ମନ୍ତ୍ରିମଣ୍ଡଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି ?
Answer:
ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ, ମାତ୍ର ମୁଖ୍ୟମନ୍ତ୍ରୀ ହେଉଛନ୍ତି ପ୍ରକୃତ ଶାସନମୁଖ୍ୟ । ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ରାଜ୍ୟପାଳ ମନ୍ତ୍ରୀମଣ୍ଡଳକୁ ନିଯୁକ୍ତ କରନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ମନ୍ତ୍ରୀମଣ୍ଡଳର ସମସ୍ତ ନିଷ୍ପଭି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଜଣାନ୍ତି । ରାଜ୍ୟ ଶାସନର କୌଣସି ବିଷୟ ଜାଣିବାକୁ ଚାହିଁଲେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ମାଧ୍ୟମରେ ଜାଣିପାରନ୍ତି । କୌଣସି ମନ୍ତ୍ରୀ ନିଜର ବ୍ୟକ୍ତିଗତ ମତ ରାଜ୍ୟପାଳଙ୍କୁ ଜଣାଇଲେ ରାଜ୍ୟପାଳ ମନ୍ତ୍ରୀମଣ୍ଡଳର ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥାଆନ୍ତି ।

୩୨ । ମନ୍ତ୍ରୀପରିଷଦର ସାମୂହିକ ଦାୟିତ୍ଵ କ’ଣ ?
Answer:
ସମ୍ବିଧାନର ୧୬୪ (୨) ଧାରା ଅନୁସାରେ ରାଜ୍ୟ ମନ୍ତ୍ରୀପରିଷଦ ସାମୂହିକ ଭାବରେ ବିଧାନସଭାର ଆସ୍ଥାଭାଜନ ହୋଇଥୁବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତାରେ ରହିବେ ଏବଂ ଆସ୍ଥା ହରାଇବା ମାତ୍ରେ ଇସ୍ତଫା ଦେବେ । ସବୁ ପ୍ରକାର ସରକାରୀ ନୀତି ଓ କାର୍ଯ୍ୟକଳାପ ପାଇଁ ମନ୍ତ୍ରୀପରିଷଦକୁ ସମଷ୍ଟିଗତ ଭାବରେ ବିଧାନସଭା ନିକଟରେ ଦାୟୀ ରହିବାକୁ ପଡ଼େ । ମନ୍ତ୍ରୀପରିଷଦର ଗୃହୀତ ସମସ୍ତ ନିଷ୍ପତ୍ତିକୁ ସବୁ ମନ୍ତ୍ରୀ ମିଳିତଭାବରେ ଦୃଢ଼ ସମର୍ଥନ ଜଣାଇଥାଆନ୍ତି । ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି କାରଣରୁ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ସମଗ୍ର ମନ୍ତ୍ରୀମଣ୍ଡଳକୁ ଇସ୍ତଫା ଦେବାକୁ ପଡ଼ିଥାଏ ।

୩୩ । “ ମୁଖ୍ୟମନ୍ତ୍ରୀ ସମକକ୍ଷଙ୍କ ମଧ୍ୟରେ ପ୍ରଥମ” – ମନ୍ତବ୍ୟ ଦିଅ । –
Answer:
ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ଜଣେ ହେଲେ ମଧ୍ୟ ସେ ହେଉଛନ୍ତି ମନ୍ତ୍ରୀମଣ୍ଡଳର ଜନ୍ମଦାତା ଓ ସର୍ବମୟ କର୍ତ୍ତା । ମନ୍ତ୍ରୀମଣ୍ଡଳର ଗଠନ, ସ୍ଥିତି ଓ ଅବସାନ ତାଙ୍କ ଉପରେ ନିର୍ଭର କରେ । ସେ ମନ୍ତ୍ରୀମଣ୍ଡଳର ଅଧ୍ୟକ୍ଷ ଏବଂ ତାଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟନିର୍ଘଣ୍ଟ ପ୍ରସ୍ତୁତ ହୋଇଥାଏ । ମନ୍ତ୍ରୀମଣ୍ଡଳରେ ତାଙ୍କର ଯଥେଷ୍ଟ ପ୍ରାଧାନ୍ୟ ଥିବାରୁ ତାଙ୍କୁ ଯଥାର୍ଥରେ ‘ସମକକ୍ଷଙ୍କ ମଧ୍ୟରେ ପ୍ରଥମ’ ବୋଲି ବିଚାର କରାଯାଏ ।

୩୪ । ବିଧାନସଭାରେ ଗୃହୀତ ହୋଇଥିବା ଚିଠା ପ୍ରସ୍ତାବରେ ରାଜ୍ୟପାଳ ତାଙ୍କର ଦସ୍ତଖତ ଦେବାକୁ ବାଧ୍ୟ କି ?
Answer:
ବିଧାନସଭାରେ ଗୃହୀତ ହୋଇଥିବା ଚିଠାଟି ରାଜ୍ୟପାଳଙ୍କ ସ୍ବୀକୃତି ଲାଭ କରି ଆଇନରେ ପରିଣତ ହୁଏ; କିନ୍ତୁ ରାଜ୍ୟପାଳ ନିଜର ସ୍ଵୀକୃତି ଦେବାପାଇଁ ବାଧ୍ୟ ନୁହନ୍ତି । ବିଧାନସଭାରେ ଗୃହୀତ ହୋଇଥିବା ବିଲ ଯେତେବେଳେ ରାଜ୍ୟପାଳଙ୍କ ନିକଟକୁ ଯାଏ, ସେତେବେଳେ ରାଜ୍ୟପାଳ ଚାହିଁଲେ ସେହି ବିଲ୍‌କୁ ସ୍ବୀକୃତି ନ ଦେଇ ପୁନଃବିଚାର ନିମନ୍ତେ ବିଧାନସଭାକୁ ଫେରାଇ ଦେଇପାରନ୍ତି । ମାତ୍ର ଯଦି କୌଣସି ପରିବର୍ତ୍ତନ ନହୋଇ ସେହି ବିଲ୍‌ ପୁଣି ଥରେ ରାଜ୍ୟପାଳଙ୍କ ନିକଟରେ ପହଞ୍ଚେ, ତେବେ ରାଜ୍ୟପାଳ ତାକୁ ସ୍ବୀକୃତି ଦେବାକୁ ବାଧ୍ୟ ହୁଅନ୍ତି । ଏତଦ୍‌ବ୍ୟତୀତ ବିଧାନସଭାରେ ଗୃହୀତ ହୋଇଥିବା ବିଲ୍‌ରେ ନିଜର ସ୍ବାକ୍ଷର ନ ଦେଇ ରାଜ୍ୟପାଳ ସମ୍ବିଧାନର ୨୦୦ ଓ ୨୦୧ ଧାରା ବଳରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇପାରିବେ ।

୩୫ । ମନ୍ତ୍ରୀମଣ୍ଡଳ ଓ ବିଧାନସଭା ମଧ୍ଯରେ କି ସମ୍ପର୍କ ରହିଛି ?
Answer:
ବିଧାନସଭାର ସଭ୍ୟମାନଙ୍କ ମଧ୍ୟରୁ ଶାସକ ଦଳର କେତେକ ନେତାଙ୍କୁ ନେଇ ମନ୍ତ୍ରୀମଣ୍ଡଳ ଗଠିତ ହେଇଥାଏ । ମିଳିତ ଦାୟିତ୍ଵ ଯୋଗୁଁ ମନ୍ତ୍ରୀମାନେ ବ୍ୟକ୍ତିଗତ ଓ ମିଳିତଭାବରେ ବିଧାନସଭା ନିକଟରେ ଉତ୍ତରଦାୟୀ ରହନ୍ତି । ବିଧାନସଭାର ଆସ୍ଥାଭାଜନ ଥ‌ିବା ପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳ କ୍ଷମତାରେ ରହିଥାଏ । ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।

୩୬ । ରାଜ୍ୟପାଳଙ୍କ ଇଚ୍ଛାଧୀନ କ୍ଷମତା କ’ଣ ?
Answer:
ସାଧାରଣତଃ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଥିବା ମନ୍ତ୍ରୀପରିଷଦର ପରାମର୍ଶ କ୍ରମେ ନିଜର ସାମ୍ବିଧାନିକ କ୍ଷମତା ବ୍ୟବହାର କରିଥା’ନ୍ତି । କିନ୍ତୁ ନିମ୍ନଲିଖିତ କ୍ଷେତ୍ରରେ ସେ ସ୍ଵାଧୀନ ଭାବେ କାର୍ଯ୍ୟ କରିପାରନ୍ତି
(କ) ଏକକ ସଂଖ୍ୟାଗରିଷ୍ଠତା ନଥିବା ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି;
(ଖ) ଅନାସ୍ଥା ପ୍ରସ୍ତାବ ଗ୍ରହଣ ଓ ବଜେଟ୍ ଅନୁମୋଦିତ ନ ହେବା ପରିସ୍ଥିତିରେ ମନ୍ତ୍ରୀମଣ୍ଡଳର ବରଖାସ୍ତ;
(ଗ) ରାଜ୍ୟର ସାମ୍ବିଧାନିକ ଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ତଥ୍ୟ ପ୍ରଦାନ;
(ଘ) ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ରଖାଯାଇଥିବା ବିଧେୟକ ।

୩୭ । ରାଜ୍ୟ ମନ୍ତ୍ରୀମଣ୍ଡଳକୁ କିପରି ଭାବେ ପଦଚ୍ୟୁତ କରାଯାଏ ?
Answer:
ରାଜ୍ୟର ବିଧାନସଭାରେ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରୀପରିଷଦର କୌଣସି ସଦସ୍ୟଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ କିମ୍ବା ବଜେଟ୍ ଅନୁମୋଦିତ ନହେଲେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମନ୍ତ୍ରୀମଣ୍ଡଳକୁ ପଦରୁ ଅନ୍ତର କରିପାରନ୍ତି ।

୩୮ । ରାଜ୍ୟ ମନ୍ତ୍ରୀପରିଷଦର ଗଠନ କିପରି ହୁଏ ?
Answer:
ସମ୍ବିଧାନର ୧୬୩ (୧) ଧାରାନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅଧିନାୟକତ୍ଵରେ ରାଜ୍ୟ ମନ୍ତ୍ରୀପରିଷଦ ଗଠନ ହୋଇଥାଏ । ରାଜ୍ୟର ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ଯେଉଁ ନେତା ବିଧାନସଭାର ସଂଖ୍ୟାଗରିଷ୍ଠ ସଭ୍ୟଙ୍କର ସମର୍ଥନ ଉପଭୋଗ କରନ୍ତି ରାଜ୍ୟପାଳ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତି ଦିଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ସୁପାରିସକ୍ରମେ ମନ୍ତ୍ରୀପରିଷଦର ଅନ୍ୟ ସଭ୍ୟମାନଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି । ମନ୍ତ୍ରୀପରିଷଦର ସଭ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଭାଗ ବଣ୍ଟନ କରନ୍ତି । ମନ୍ତ୍ରୀମାନଙ୍କ କାର୍ଯ୍ୟକାଳ ମୁଖ୍ୟମନ୍ତ୍ରୀଙ୍କ ବିଶ୍ଵାସ ଉପରେ ଏବଂ ରାଜ୍ୟ ମନ୍ତ୍ରୀପରିଷଦର କାର୍ଯ୍ୟକାଳ ବିଧାନସଭାର ସଂଖ୍ୟାଗରିଷ୍ଠ ଆସ୍ଥା ଉପରେ ନିର୍ଭର କରେ ।

୩୯ । ରାଜ୍ୟପାଳଙ୍କ ଆନୁଷ୍ଠାନିକ ବା ଉତ୍ସବଗତ କାର୍ଯ୍ୟାବଳୀ କ’ଣ ?
Answer:
ରାଜ୍ୟର ମୁଖ୍ୟ ହିସାବରେ ରାଜ୍ୟପାଳଙ୍କୁ ଅନେକ ଆନୁଷ୍ଠାନିକ ବା ଉତ୍ସବଗତ କାର୍ଯ୍ୟ କରିବାକୁ ପଡ଼ିଥାଏ । ବିଧାନସଭାର ନୂତନ ବଜେଟ୍ ଅଧିବେଶନ ବା ବର୍ଷର ପ୍ରଥମ ଅଧୂବେଶନରେ ଉଦ୍‌ଘାଟନୀ ଭାଷଣ ପ୍ରଦାନ କରନ୍ତି । ରାଜ୍ୟ ମନ୍ତ୍ରୀପରିଷଦର ସଦସ୍ୟ ଓ ରାଜ୍ୟ ଉଚ୍ଚନ୍ୟାୟାଳୟର ବିଚାରପତିମାନଙ୍କୁ ଶପଥପାଠ କରାନ୍ତି । ସାଧାରଣତନ୍ତ୍ର ଦିବସରେ ସେ ଅଭିବାଦନ ଗ୍ରହଣ କରନ୍ତି । ସେ ରାଜ୍ୟର ମୁଖ୍ୟ ଅତିଥୁ ସତ୍କାରକ ଅଟନ୍ତି ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୪୦ । ରାଜ୍ୟପାଳଙ୍କ ନ୍ୟାୟିକ କ୍ଷମତାଗୁଡ଼ିକ କ’ଣ ?
Answer:
ରାଜ୍ୟପାଳ ରାଜ୍ୟ ଆଇନକୁ ଭଙ୍ଗକରି ଦୋଷୀ ସାବ୍ୟସ୍ତ ଯେକୌଣସି ଅପରାଧୀର ଆବେଦନକ୍ରମେ ତାକୁ ପୂର୍ଣ୍ଣ କ୍ଷମା ପ୍ରଦାନ କରିପାରନ୍ତି; କିମ୍ବା ଦଣ୍ଡାଦେଶ ଲାଘବ କରିପାରନ୍ତି; କିମ୍ବା ଦଣ୍ଡାଦେଶ ସ୍ଥଗିତ ରଖୁବାର ନିଷ୍ପତ୍ତି ନେଇପାରନ୍ତି | ଏତଦ୍‌ବ୍ୟତୀତ ନିଜର ପଦବୀରେ ଥିବା ସମୟରେ ତାଙ୍କ ବିରୁଦ୍ଧରେ କୌଣସି ଅଦାଲତରେ ଦୌନୀ ଓ ଫୌଜଦାରୀ ମୋକଦ୍ଦମା କରାଯାଇପାରେ ନାହିଁ । ସେହି ରାଜ୍ୟର ଉଚ୍ଚ ନ୍ୟାୟାଳୟର ବିଚାରପତି ନିଯୁକ୍ତି ସମୟରେ ରାଷ୍ଟ୍ରପତି ତାଙ୍କୁ ପରାମର୍ଶ କରିପାରନ୍ତି ।

୪୧ । ରାଜ୍ୟପାଳ ରାଜ୍ୟର ‘ସାଂବିଧାନିକ ମୁଖ୍ୟ’ ଅଟନ୍ତି ।
Answer:
କେନ୍ଦ୍ର ସରକାରଙ୍କ ଭଳି ଭାରତର ରାଜ୍ୟଗୁଡ଼ିକର ସରକାରମାନେ ମଧ୍ଯ ସଂସଦୀୟ ବ୍ୟବସ୍ଥାକୁ ଗ୍ରହଣ କରୁଛନ୍ତି । ଏଠାରେ ରାଜ୍ୟପାଳ ନାମକୁ ମାତ୍ର ଓ ମୁଖ୍ୟମନ୍ତ୍ରୀ ନେତୃତ୍ବରେ ଥ‌ିବା ମନ୍ତ୍ରୀପରିଷଦ ବାସ୍ତବ କାର୍ଯ୍ୟପାଳିକା ରୂପେ କାର୍ଯ୍ୟ କରୁଛନ୍ତି । ରାଜ୍ୟପାଳଙ୍କ ଉପରେ ସମ୍ବିଧାନ ରାଜ୍ୟ ପ୍ରଶାସନର ସମସ୍ତ କ୍ଷମତା ଅର୍ପଣ କରିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବିନା ପରାମର୍ଶରେ ବା ପରାମର୍ଶର ବିରୁଦ୍ଧାଚାରଣ କରି ସେ ନିଜର ସାମ୍ବିଧାନିକ ଦାୟିତ୍ଵ ସଂପାଦନ କରିପାରନ୍ତି ନାହିଁ । ସେ ରାଜ୍ୟର ‘ସାମ୍ବିଧାନିକ ମୁଖ୍ୟ’ ଅଟନ୍ତି | ସମ୍ବିଧାନର ସଂରକ୍ଷଣ, ପ୍ରତିରକ୍ଷଣ ଓ ପରିରକ୍ଷଣ ପାଇଁ ସେ ଶପଥ ଗ୍ରହଣ କରିଥା’ନ୍ତି । ସମ୍ବିଧାନର ସଂରକ୍ଷକଭାବେ ସେ ମନ୍ତ୍ରୀମଣ୍ଡଳର ସାମ୍ବିଧାନିକ ସ୍ଥିତି ଓ କାର୍ଯ୍ୟ ପ୍ରତି ଦୃଷ୍ଟି ଦିଅନ୍ତି ।

(C) ପାର୍ଥକ୍ୟ ଦର୍ଶାଅ

୧ । ଅଧ୍ୟାଦେଶ ଓ ଆଇନ
Answer:
ଅଧ୍ୟାଦେଶ ହେଉଛି ଆଇନର ପୂର୍ବାବସ୍ଥା । ସଂସଦର ଅଧୂବେଶନ ବସି ନଥୁବା ସମୟର କୌଣସି ଆଇନର ଆବଶ୍ୟକତା ପଢ଼ିଲେ ରାଷ୍ଟ୍ରପତି ସୀମିତ ସମୟ ପାଇଁ ଯେଉଁ ଜରୁରୀ ଆଇନ ପ୍ରଣୟନ କରନ୍ତି, ତାକୁ ଅଧ୍ୟାଦେଶ କୁହାଯାଏ । ଅଧ୍ୟାଦେଶର ମିଆଦ ଛଅ ମାସ ଓ ଛଅ ସପ୍ତାହ । ସଂସଦର ଅଧିବେଶନ ବସିବାର ଛଅ ସପ୍ତାହ ମଧ୍ୟରେ ଯଦି ବିଧୁବଦ୍ଧଭାବେ ଏହା ଅନୁମୋଦିତ ହୁଏ ତେବେ ଏହା ସ୍ଥାୟୀ ଆଇନରେ ପରିଣତ ହୁଏ । ଅନ୍ୟ ପକ୍ଷରେ ବିଧେୟକଟି ସଂସଦର ଅନୁମୋଦନ ଲାଭ କରି ରାଷ୍ଟ୍ରପତିଙ୍କ ସ୍ଵୀକୃତି ପାଇଲା ପରେ ଆଇନରେ ପରିଣତ ହୁଏ ।

୨ । କ୍ୟାବିନେଟ୍ ଓ ମନ୍ତ୍ରୀପରିଷଦ
Answer:
କ୍ୟାବିନେଟ୍ ଓ ମନ୍ତ୍ରୀପରିଷଦ ଶବ୍ଦଦ୍ଵୟ ସମାର୍ଥବୋଧକ ନୁହନ୍ତି । ସେହି ଦୁଇଟି ଶବ୍ଦ ମଧ୍ଯରେ ନିମ୍ନଲିଖତ ମୁଖ୍ୟ ପାର୍ଥକ୍ୟ ରହିଛି –
(i) ମନ୍ତ୍ରୀପରିଷଦ ଏକ ବୃହତ୍ତମ ସଙ୍ଗଠନ ଯେଉଁଥରେ କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ ଆଦି ମନ୍ତ୍ରୀମାନେ ରହିଥା’ନ୍ତି । ଏଣୁ କ୍ୟାବିନେଟ୍ରମନ୍ତ୍ରୀ ମନ୍ତ୍ରୀପରିଷଦର ପ୍ରଥମଶ୍ରେଣୀୟ ମନ୍ତ୍ରୀ ଅଟନ୍ତି ।
(ii) ନିଆଯାଉଥିବାବେଳେ ମନ୍ତ୍ରୀପରିଷଦର ବୈଠକ କ୍ଵଚିତ ହୁଏ ।
(ii) ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେବାର ଅଧିକାର କେବଳ ମନ୍ତ୍ରୀପରିଷଦର ରହିଛି ।
(iv) ସମସ୍ତ କ୍ୟାବିନେଟ୍ ସଦସ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ ଅଛନ୍ତି, କିନ୍ତୁ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ କ୍ୟାବିନେଟ୍‌ର ସଦସ୍ୟ ନୁହନ୍ତି ।
(v) ବାସ୍ତବ ଅର୍ଥରେ ସରକାର କହିଲେ କ୍ୟାବିନେଟ୍‌କୁ ହିଁ ବୁଝାଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତର ରାଷ୍ଟ୍ରପତିଙ୍କ କ୍ଷମତା ଓ ପଦମର୍ଯ୍ୟାଦା ଆଲୋଚନା କର ।
Answer:
ଭାରତ ଶାସନର ସମସ୍ତ କ୍ଷମତା ରାଷ୍ଟ୍ରପତିଙ୍କ ହସ୍ତରେ ନ୍ୟସ୍ତ । ୪୨ତମ ସମ୍ବିଧାନ ସଂଶୋଧନ ଆଇନ ଅନୁସାରେ ଏହି କ୍ଷମତାଗୁଡ଼ିକୁ ସେ ମନ୍ତ୍ରୀମଣ୍ଡଳର ପରାମର୍ଶକ୍ରମେ କାର୍ଯ୍ୟକାରୀ କରିବାକୁ ବାଧ୍ୟ । ଭାରତବର୍ଷରେ ଦୈନନ୍ଦିନ ଶାସନ ତାଙ୍କ ନାମରେ ଚାଲେ। ତାଙ୍କର କ୍ଷମତାଗୁଡ଼ିକୁ ନିମ୍ନଲିଖତ ଭାବେ ବିଭାଗୀକରଣ କରାଯାଇପାରେ ।

(୧) କାର୍ଯ୍ୟପାଳିକା କ୍ଷମତା :
ନିଯୁକ୍ତି ପ୍ରଦାନ – ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି ଓ ତାଙ୍କ ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି। ଅଡ଼ିଟର ଜେନେରାଲ, ଆଟର୍ନି ଜେନେରାଲ, ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟର ମୁଖ୍ୟ ତଥା ଅନ୍ୟାନ୍ୟ ବିଚାରପତି, ନିର୍ବାଚନ କମିଶନ, ଅର୍ଥ କମିଶନ, ରାଜ୍ୟପାଳ ଏବଂ ଉପରାଜ୍ୟପାଳ ଇତ୍ୟାଦିଙ୍କୁ ମଧ୍ୟ ସେ ନିଯୁକ୍ତି ଦେଇଥା’ନ୍ତି ।

ଅପସାରଣ – ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳକୁ ବା କୌଣସି ମନ୍ତ୍ରୀଙ୍କୁ କାର୍ଯ୍ୟରୁ ଅପସାରଣ କରିପାରନ୍ତି । ରାଜ୍ୟପାଳଙ୍କୁ ଚାକିରିରୁ ବରଖାସ୍ତ କରିବା ରାଷ୍ଟ୍ରପତିଙ୍କ କ୍ଷମତାଭୁକ୍ତ। ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟର ବିଚାରପତିମାନେ ରାଷ୍ଟ୍ରପତିଙ୍କ ସ୍ଵାକ୍ଷର କ୍ରମେ ଚାକିରିରୁ ବହିଷ୍କୃତ ହୁଅନ୍ତି ।

ନୀତି ନିର୍ଦ୍ଧାରଣ – ନୀତି ନିର୍ଦ୍ଧାରଣ କ୍ଷମତା ପ୍ରକୃତପକ୍ଷେ ମନ୍ତ୍ରୀମଣ୍ଡଳଦ୍ଵାରା କାର୍ଯ୍ୟକାରୀ ହେଉଥିଲେହେଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ମନ୍ତ୍ରୀମଣ୍ଡଳରେ ଗୃହୀତ ସମସ୍ତ ନିଷ୍ପତ୍ତିକୁ ରାଷ୍ଟ୍ରପତିଙ୍କୁ ଅବଗତ କରାଯାଏ । କୌଣସି ମନ୍ତ୍ରୀଙ୍କର ନିଷ୍ପତ୍ତି ରାଷ୍ଟ୍ରପତିଙ୍କ ହୃଦ୍‌ବୋଧ ନ ହେଲେ ସେ ନିଷ୍ପଭିକୁ ମନ୍ତ୍ରୀପରିଷଦରେ ଆଲୋଚନା କରିବାକୁ ରାଷ୍ଟ୍ରପତି ପରାମର୍ଶ ଦିଅନ୍ତି ।

ସାମରିକ – ରାଷ୍ଟ୍ରର ନିରାପତ୍ତା ରକ୍ଷା ରାଷ୍ଟ୍ରପତିଙ୍କର ପ୍ରଧାନ କର୍ତ୍ତବ୍ୟ । ସେ ଭାରତୀୟ ଜଳ, ସ୍ଥଳ ଓ ଆକାଶ ସାମରିକ ବାହିନୀଗୁଡ଼ିକର ସର୍ବୋଚ୍ଚ ସେନାପତି। ଭାରତ ପକ୍ଷରୁ ଅନ୍ୟ ରାଷ୍ଟ୍ର ସହିତ ଯୁଦ୍ଧଘୋଷଣା, ଶାନ୍ତିସ୍ଥାପନ ଓ ସନ୍ଧି ସ୍ଵାକ୍ଷର ରାଷ୍ଟ୍ରପତି କରନ୍ତି ।

କୂଟନୀତିକ – ରାଷ୍ଟ୍ରପତି ଭାରତୀୟ ସାର୍ବଭୌମତ୍ବର ପ୍ରତୀକ । ସେ ବିଦେଶୀ ରାଷ୍ଟ୍ରମାନଙ୍କ ସହିତ ସମ୍ପର୍କ ରକ୍ଷା କରନ୍ତି । ବିଦେଶରେ ଭାରତର ପ୍ରତିନିଧୂତ୍ବ ରାଷ୍ଟ୍ରପତିଙ୍କଦ୍ଵାରା କରାଯାଇଥାଏ ।

(୨) ବ୍ୟବସ୍ଥାପିକା କ୍ଷମତା :
ରାଷ୍ଟ୍ରପତି ସଂସଦର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଏଣୁ ଆଇନ ପ୍ରଣୟନ କ୍ଷେତ୍ରରେ ତାଙ୍କର ପ୍ରଭୂତ କ୍ଷମତା ରହିଛି ।
(କ) ସଂସଦର ବୈଠକ ଆହ୍ବାନ – ସମ୍ବିଧାନର ୮୫ ଧାରା ଅନୁସାରେ ରାଷ୍ଟ୍ରପତି ପାର୍ଲିଆମେଣ୍ଟର ଉଭୟ ଗୃହର ଅଧୂବେଶନ ଆହ୍ବାନ କରନ୍ତି । ଗୋଟିଏ ଅଧୂବେଶନରୁ ଆଉ ଗୋଟିଏ ଅଧିବେଶନକୁ ସମୟ ତଫାତ୍ ୬ ମାସରୁ ଅଧିକ ହୁଏ ନାହିଁ ।
(ଖ) ଭାଷଣ ପ୍ରଦାନ – ନିର୍ବାଚନ ପରେ ପାର୍ଲିଆମେଣ୍ଟର ପ୍ରଥମ ଅଧୂବେଶନ, ପ୍ରତି ବର୍ଷର ପ୍ରଥମ ଅଧୂବେଶନ ଓ ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ଭାଷଣ ପ୍ରଦାନ କରି ସରକାରୀ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରନ୍ତି ।
(ଗ) ବାର୍ତ୍ତା ପ୍ରେରଣ – ରାଷ୍ଟ୍ରପତି ସଂସଦକୁ ବାର୍ତ୍ତା ପ୍ରେରଣ କରିପାରନ୍ତି । ସଂସଦର ଯେଉଁ ଗୃହରେ କୌଣସି ବିଧେୟକ ଅଟକିଥିବ କିମ୍ବା ଅନ୍ୟ କୌଣସି ବିଷୟ ବିଚାର ହେବାରେ ବିଳମ୍ବ ହୋଇଥିବ, ସେ ବିଷୟରେ ରାଷ୍ଟ୍ରପତି ସେହି ଗୃହକୁ ବାର୍ତ୍ତା ପଠାଇପାରିବେ । ବର୍ତ୍ତମାନ ସୁଦ୍ଧା କୌଣସି ରାଷ୍ଟ୍ରପତି ଏହି କ୍ଷମତାକୁ ବ୍ୟବହାର କରିନାହାନ୍ତି ।

ମନୋନୟନ – ସମ୍ବିଧାନର ୮୦ ଧାରା ଅନୁସାରେ ରାଷ୍ଟ୍ରପତି ଲୋକସଭା ଓ ରାଜ୍ୟସଭାର କେତେକ “ଭ୍ୟଙ୍କୁ ମନୋନୀତ କରନ୍ତି । ସାହିତ୍ୟ, କଳା, ବିଜ୍ଞାନ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା, ଅନୁଭୂତିସମ୍ପନ୍ନ ବିଶେଷଜ୍ଞମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରନ୍ତି। ଯଦି ସାଧାରଣ ନିର୍ବାଚନରେ ଆଗ୍ନେ- ଇଣ୍ଡିଆନ୍ ସମ୍ପ୍ରଦାୟ ଲୋକସଭାରେ ଉଚିତ ପ୍ରତିନିଧୁତ୍ଵ ପାଇନଥିବେ ତେବେ ରାଷ୍ଟ୍ରପତି ସେ ସମ୍ପ୍ରଦାୟର ୨ଜଣ ସଦସ୍ୟଙ୍କୁ ଲୋକସଭାକୁ ମନୋନୀତ କରିବେ ।

(ଙ) ଲୋକସଭା ଭଙ୍ଗ – ସମ୍ବିଧାନର ୮୫ (ii) (ଖ) ଧାରା ଅନୁଯାୟୀ ଲୋକସଭାର କାର୍ଯ୍ୟକାଳ ପୂରିବା ପୂର୍ବରୁ ବା ପୂରିଲେ ରାଷ୍ଟ୍ରପତି ଏହାକୁ ଭାଙ୍ଗିଦେଇ ସାନି ନିର୍ବାଚନ ପାଇଁ ଆଦେଶ ଦିଅନ୍ତି । ଏହା ପ୍ରାୟତଃ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ହୋଇଥାଏ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

(ଚ) ଅଧୂବେଶନ ସ୍ଥଗିତ – ଲୋକସଭା ଓ ରାଜ୍ୟସଭାର ଅଧୂବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖୁବା ରାଷ୍ଟ୍ରପତିଙ୍କ କ୍ଷମତା ଅନ୍ତର୍ଭୁକ୍ତ ।

(ଚ) ଅଧୂବେଶନ ସ୍ଥଗିତ – ଲୋକସଭା ଓ ରାଜ୍ୟସଭାର ଅଧୂବେଶନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ ରଖୁବା ସମ୍ମତିରେ ଆଇନରୂପେ ପରିଗଣିତ ହେବ ନାହିଁ। କୌଣସି ବିଲ୍ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଗଲେ ସେ ବିଧେୟକ ଉପରେ ସମ୍ମତି ପ୍ରଦାନ କରିପାରନ୍ତି ବା ସମ୍ମତି ପ୍ରଦାନ ନ କରି ପୁନର୍ବିଚାର ଲାଗି ବିଧେୟକଟିକୁ ପାର୍ଲିଆମେଣ୍ଟକୁ ଫେରସ୍ତ କରିପାରନ୍ତି । ପୁନର୍ବିଚାର ପାଇଁ ରହିଥିବା ବିଲ୍‌ ପାର୍ଲିଆମେଣ୍ଟରେ ପୁନଶ୍ଚ ଗୃହୀତ ହେଲେ ରାଷ୍ଟ୍ରପତି ଏହାକୁ ସ୍ବୀକୃତି ଦେବାକୁ ବାଧ୍ୟ ହୁଅନ୍ତି । ଏହାକୁ ସ୍ଥଗିତ ନିଷେଧାକାର କୁହାଯାଏ। କୌଣସି ଅର୍ଥବିଲ୍ ପାର୍ଲିଆମେଣ୍ଟରେ ଆଗତ ହେବା ପୂର୍ବରୁ ତାହା ଉପରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ଥିବା ଆବଶ୍ୟକ। ଅର୍ଥ ବିଧେୟକ ଓ ସମ୍ବିଧାନ ସଂଶୋଧନ ବିଲ୍ ପାର୍ଲିଆମେଣ୍ଟଦ୍ଵାରା ଗୃହୀତ ହୋଇଥିଲେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରିବା ରାଷ୍ଟ୍ରପତିଙ୍କର ଏକ ବିଶେଷ ବ୍ୟବସ୍ଥାପିକା କ୍ଷମତା ଅଟେ । ସମ୍ବିଧାନର ସେଗୁଡ଼ିକୁ ଅନୁମୋଦନ କରିବାକୁ ବାଧ୍ୟ ।

(ଜ) ଅଧ୍ୟାଦେଶ – ଅଧ୍ୟାଦେଶ ଜାରି କରିବା ରାଷ୍ଟ୍ରପତିଙ୍କର ଏକ ବିଶେଷ ବ୍ୟବସ୍ଥାପିକା କ୍ଷମତା ଅଟେ। ସମ୍ବିଧାନର ୧୨୩ ଧାରା ଅନୁସାରେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି । ଅଧ୍ୟାଦେଶ ଜାରି କରିବାପାଇଁ ମନ୍ତ୍ରୀମଣ୍ଡଳ ସୁପାରିସ କରେ । ସଂସଦ ଅଧୂବେଶନ ବସି ନ ଥିବାବେଳେ କୌଣସି ଜରୁରୀ ଆଇନର ଆବଶ୍ୟକତା ହେଲେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି । ଅଧାଦେଶ ଜାରି ହେବା ସଙ୍ଗେ ସଙ୍ଗେ ଆଇନ ପରି କାମ କରେ । କିନ୍ତୁ ଅଧାଦେଶ ଜାରି ହେବାର ୬ ସପ୍ତାହ ମଧ୍ୟରେ ଏହା ସଂସଦର ଉଭୟ ଗୃହରେ ଗୃହୀତ ହେବା ଆବଶ୍ୟକ। ସଂସଦରେ ଗୃହୀତ ନ ହେଲେ ଏହା ଅକାମୀ ହୋଇଯାଏ । ରାଷ୍ଟ୍ରପତି ଚାହିଁଲେ ସଂସଦର ଅନୁମୋଦନ ଲାଭ କରିବା ପୂର୍ବରୁ ଅଧ୍ୟାଦେଶକୁ ପ୍ରତ୍ୟାହାର କରି ନେଇପାରନ୍ତି ।

(୩) ଆର୍ଥିକ କ୍ଷମତା :
ରାଷ୍ଟ୍ରପତି ରାଷ୍ଟ୍ରର ଆର୍ଥିକ ସ୍ଵାବଲମ୍ବନଶୀଳତା ଉପରେ ଦୃଷ୍ଟି ଦିଅନ୍ତି। ତାଙ୍କର ବିନା ଅନୁମତିରେ କୌଣସି ଅର୍ଥ ବିଲ୍ ଲୋକସଭାରେ ଆଗତ ହୋଇପାରିବ ନାହିଁ ।
(କ) ବଜେଟ୍ ଉପସ୍ଥାପନ – ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ରାଷ୍ଟ୍ରପତି ପାର୍ଲିଆମେଣ୍ଟରେ ବଜେଟ୍ ଉପସ୍ଥାପନ କରନ୍ତି। ଏହି ବଜେଟ୍‌ରେ ବାର୍ଷିକ ଆୟ ଓ ବ୍ୟୟର ଅଟକଳ ଥାଏ।
(ଖ) କର ଓ ଶୁଳ୍କ – ରାଷ୍ଟ୍ରପତିଙ୍କ ବିନା ଅନୁମୋଦନରେ ନାଗରିକମାନଙ୍କ ଉପରେ କୌଣସି କର ବସାଯାଏ ନାହିଁ । ଏଣୁ କର ଲାଗୁ କରିବା ଏବଂ ଛାଡ଼ କରିବାପାଇଁ ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ ।
(ଗ) ଅର୍ଥ ଆୟୋଗ – ସମ୍ବିଧାନର ୨୮୦ ଧାରା ଅନୁସାରେ ପ୍ରତି ୫ ବର୍ଷରେ ରାଷ୍ଟ୍ରପତି ଏକ ଅର୍ଥ ଆୟୋଗ ଗଠନ କରନ୍ତି । ଏହା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥିକ ସମ୍ପର୍କ ପ୍ରତିଷ୍ଠା ପାଇଁ ସୁପାରିସ କରେ ।
(ଘ) ଜରୁରୀ ପାଣ୍ଠି – ବଜେଟ୍ ବହିର୍ଭୂତ ତଥା ଅପ୍ରତ୍ୟାଶିତ ଖର୍ଚ୍ଚ ତୁଲାଇବାପାଇଁ ରାଷ୍ଟ୍ରପତିଙ୍କ ମାର୍କତରେ ଏକ ପାର୍ଶ୍ଵ ଗଠନ କରାଯାଇଛି । ଆବଶ୍ୟକ କ୍ଷେତ୍ରରେ ରାଷ୍ଟ୍ରପତି ଏହି ପାଣ୍ଠିରୁ ଖର୍ଚ୍ଚ ପାଇଁ ଅନୁମତି ପ୍ରଦାନ କରନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ପାର୍ଲିଆମେଣ୍ଟଦ୍ଵାରା ଏହା ଭରଣା କରାଯାଏ।
(ଙ) ଅଡିଟ୍ ରିପୋର୍ଟ ଉପସ୍ଥାପନ – ଅଡିଟ୍‌ ଜେନେରାଲଙ୍କ ପ୍ରଦତ୍ତ ଅଡିଟ୍ ରିପୋର୍ଟକୁ ରାଷ୍ଟ୍ରପତି ପାର୍ଲିଆମେଣ୍ଟରେ ଉପସ୍ଥାପିତ କରନ୍ତି । ଏହାଦ୍ଵାରା ଖର୍ଚ୍ଚର ଦୋଷଦୁର୍ବଳତା ପଦାକୁ ଆସେ ଏବଂ ସଂସ୍କାରମୂଳକ ପଦକ୍ଷେପ ନିଆଯାଇପାରେ ।

(୪) ନ୍ୟାୟିକ କ୍ଷମତା :
ରାଷ୍ଟ୍ରପତି ନ୍ୟାୟର ପ୍ରତିମୂର୍ତ୍ତି ଅଟନ୍ତି । ତେଣୁ ତାଙ୍କ ହସ୍ତରେ କେତେଗୁଡ଼ିଏ ନ୍ୟାୟିକ କ୍ଷମତା ପ୍ରଦାନ କରାଯାଇଛି ।
(କ) କ୍ଷମା ପ୍ରଦାନ – କୌଣସି ବ୍ୟକ୍ତି ହାଇକୋର୍ଟ, ସୁପ୍ରିମ୍‌କୋର୍ଟ ବା ସାମରିକ ଅଦାଲତଦ୍ବାରା ମୃତ୍ୟୁଦଣ୍ଡ ଓ ଅନ୍ୟ ଦଣ୍ଡାଦେଶଦ୍ଵାରା ଦଣ୍ଡିତ ହୋଇଥିଲେ ମାନବିକତା ଦୃଷ୍ଟିକୋଣରୁ ରାଷ୍ଟ୍ରପତି ତାଙ୍କୁ କ୍ଷମା ପ୍ରଦାନ କରିପାରନ୍ତି । ଏହା ସମ୍ବିଧାନର ୭୨ ଧାରାର ଏକ ନମୁନା। ବମ୍ବେ ବିସ୍ଫୋରଣ ଓ ଆତଙ୍କବାଦୀ କାର୍ଯ୍ୟ ସହ ସଂପୃକ୍ତ କସାବ୍ ମଧ୍ୟ ରାଷ୍ଟ୍ରପତିଙ୍କ ନିକଟରେ ୨୦୧୨ ମସିହାରେ ରାଜକ୍ଷମା ପ୍ରାର୍ଥନା କରିଥିଲା ।
(ଖ) ବହିଷ୍କରଣ – ପାର୍ଲିଆମେଣ୍ଟଦ୍ବାରା ମହାଭିଯୋଗରେ ଦଣ୍ଡିତ ହେଲେ ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ପଦଚ୍ୟୁତ କରିଥାଆନ୍ତି ।
(ଗ) ଉଚ୍ଚତମ ନ୍ୟାୟାଳୟ ସହ ପରାମର୍ଶ – ସମ୍ବିଧାନର ୧୪୩ ଧାରା ଅନୁସାରେ ଜନସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ବିବେଚିତ ହେଉଥିବା କୌଣସି ଆଇନଗତ ପ୍ରଶ୍ନ ଉପୁଜିଲେ ରାଷ୍ଟ୍ରପତି ତାହାକୁ ଉଚ୍ଚତମ ନ୍ୟାୟାଳୟକୁ ପରାମର୍ଶ ପାଇଁ ପଠାନ୍ତି । ଉଦାହରଣସ୍ୱରୂପ, ରାମ ଜନ୍ମଭୂମି – ବାବରୀ ମସଜିଦ୍ ଘଟଣାରେ ରାଷ୍ଟ୍ରପତି ପରାମର୍ଶ ଲୋଡ଼ିଥିଲେ ଏବଂ ଉଚ୍ଚତମ ନ୍ୟାୟାଳୟ ଏହି କ୍ଷେତ୍ରରେ ମନା କରିଦେଇଥିଲେ ।

(୫) ବିବିଧ କ୍ଷମତା :
ରାଷ୍ଟ୍ରମୁଖ୍ୟ ହିସାବରେ ରାଷ୍ଟ୍ରପତି ଅନେକ ଉତ୍ସବ ଅନୁଷ୍ଠାନରେ ଯୋଗ ଦିଅନ୍ତି। ଉପରାଷ୍ଟ୍ରପତି, ମନ୍ତ୍ରିମଣ୍ଡଳର ସଭ୍ୟ, ସୁପ୍ରିମ୍‌କୋର୍ଟର ବିଚାରପତି, ଅଡିଟର ଜେନେରାଲ ପ୍ରଭୃତିଙ୍କୁ ଶପଥ ପାଠ କରାନ୍ତି । ସେ ନିଜ ଇଚ୍ଛାରେ ଦୁଇଟି କାର୍ଯ୍ୟ କରନ୍ତି – (କ) କୌଣସି ଦଳ ପାର୍ଲିଆମେଣ୍ଟର ସଂଖ୍ୟାଗରିଷ୍ଠ ନ ଥିଲେ ପ୍ରଧାନମନ୍ତ୍ରୀ ନିଯୁକ୍ତି ଓ କ୍ଷମତାସୀନ ଦଳ ସଂଖ୍ୟାଲଘୁ ହୋଇଗଲେ ମଝିମଣ୍ଡଳର ବିନା ପରାମର୍ଶରେ ଭାଙ୍ଗି ଦିଆଯାଏ ।

(୬) ଜରୁରୀକାଳୀନ କ୍ଷମତା :
ସମ୍ବିଧାନରେ ରାଷ୍ଟ୍ରର ନିରାପତ୍ତା, ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାର କାର୍ଯ୍ୟକାରିତା ଓ ରାଷ୍ଟ୍ରର ଆର୍ଥିକ ସ୍ୱଚ୍ଛଳତା ଉପରେ ଗୁରୁତ୍ଵ ଦିଆଯାଇଛି । ଏଥିପାଇଁ ରାଷ୍ଟ୍ରପତିଙ୍କ ହସ୍ତରେ ତିନି ପ୍ରକାର ଜରୁରୀକାଳୀନ କ୍ଷମତା ପ୍ରଦାନ କରାଯାଇଛି ।
(କ) ଜାତୀୟ ଜରୁରୀ ପରିସ୍ଥିତି – ୩୫୨ ଧାରା
କାରଣ – ଯୁଦ୍ଧ, ବହିଃଶତ୍ରୁ ଆକ୍ରମଣ ବା ସଶସ୍ତ୍ର ବିଦ୍ରୋହଦ୍ଵାରା ରାଷ୍ଟ୍ର ବା ରାଷ୍ଟ୍ରର କେତେକାଂଶରେ ନିରାପତ୍ତା ବିପନ୍ନ କିଛି ବା ହେବାର ଆଶଙ୍କା ଅଛି ବୋଲି ରାଷ୍ଟ୍ରପତି ହୃଦ୍‌ବୋଧ କଲେ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିପାରିବେ ।

କାର୍ଯ୍ୟକାରିତା – ଏହି ଘୋଷଣାର ମାସକ ମଧ୍ୟରେ ପାର୍ଲିଆମେଣ୍ଟର ପ୍ରତ୍ୟେକ ଗୃହରେ ଉପସ୍ଥିତ ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ଭୋଟଦ୍ଵାରା ଓ ସମୁଦାୟ ସଦସ୍ୟଙ୍କର ଅର୍ଦ୍ଧାଧିକ ଭୋଟଦ୍ଵାରା ଅନୁମୋଦିତ ନ ହେଲେ ଆପେ ଆପେ ରଦ୍ଦ ହୋଇଯାଏ । ଲୋକସଭାଟି ଭାଙ୍ଗି ଯାଇଥିଲେ ଘୋଷଣାଟି ରାଜ୍ୟସଭାଦ୍ଵାରା ଅନୁମୋଦିତ ହୁଏ । ନୂତନ ଲୋକସଭାର ପ୍ରଥମ ଅଧୂବେଶନର ୩୦ ଦିନ ମଧ୍ୟରେ ଘୋଷଣାଟି ଅନୁମୋଦନ ହେବା ଆବଶ୍ୟକ। ଥରେ ଘୋଷଣାଟି ଅନୁମୋଦିତ ହେଲେ ଛଅମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟସୀମା ଥରକୁ ଛଅ ମାସ ଲେଖାଏଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଢ଼ାଯାଇପାରେ । ରାଷ୍ଟ୍ରପତି ଚାହିଁଲେ ଯେକୌଣସି ସମୟରେ ଏହି ଘୋଷଣାନାମାକୁ ପ୍ରତ୍ୟାହାର କରି ନେଇପାରିବେ । ତୃତୀୟ ଥରରେ ୧୯୭୫ କରିଥିଲେ। ଏହା ୧୯୭୭ ମସିହା ମାର୍ଚ୍ଚ ମାସରେ ପ୍ରତ୍ୟାହୃତ ହୋଇଥିଲା ।

ସଂଶୋଧନ – ଜାତୀୟ ଜରୁରୀକାଳୀନ ପରିସ୍ଥିତିରେ କ୍ଷମତାର ଅପବ୍ୟବହାରକୁ ରୋକିବାପାଇଁ ୧୯୭୮ ମସିହା ୪୪ତମ ସମ୍ବିଧାନ ସଂଶୋଧନ ଆଇନରେ ବ୍ୟବସ୍ଥା ରହିଛି। କେନ୍ଦ୍ର ମନ୍ତ୍ରୀମଣ୍ଡଳର ଲିଖୁତ ପରାମର୍ଶ ନ ପାଇଲେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଜାରି କରିପାରିବେ ନାହିଁ ।

ଫଳାଫଳ – କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଶାସନ କାର୍ଯ୍ୟରେ ନିର୍ଦ୍ଦେଶ ଦେଇପାରିବେ । ରାଜ୍ୟ ତାଲିକାଭୁକ୍ତ ଯେକୌଣସି ବିଷୟ ଉପରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରିପାରିବେ । କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଵ ବଣ୍ଟନ ବ୍ୟବସ୍ଥାକୁ ରାଷ୍ଟ୍ରପତି ସ୍ଥଗିତ ବା ପରିବର୍ତ୍ତନ କରିପାରିବେ। ୧୯ ଏବଂ ୩୨ ଧାରା ଅନୁସାରେ ବର୍ଣ୍ଣିତ ମୌଳିକ ଅସ୍ଵୀକାରଗୁଡ଼ିକ ସଂକୁଚିତ କରାଯାଇପାରିବ। ପାର୍ଲିଆମେଣ୍ଟର କାର୍ଯ୍ୟକାଳ ଏକ ବର୍ଷ ବଢ଼ାଇ ଦିଆଯାଇପାରେ ଏବଂ ଏହି ଘୋଷଣାନାମା ପ୍ରତ୍ୟାହୃତ ହେଲେ ପାର୍ଲିଆମେଣ୍ଟର ବଦ୍ଧିତ କାର୍ଯ୍ୟକାଳ ଅତିବେଶିରେ ଛଅ ମାସ ପର୍ଯ୍ୟନ୍ତ ରହେ ।

(ଖ) ରାଜ୍ୟ ଜରୁରୀ ପରିସ୍ଥିତି – ୩୫୬ ଧାରା
କାରଣ – କୌଣସି ରାଜ୍ୟର ରାଜ୍ୟପାଳଙ୍କଦ୍ଵାରା କିମ୍ବା ଅନ୍ୟ କୌଣସି ସୂତ୍ରରୁ ମିଳିଥିବା ସମ୍ବାଦ ଅନୁଯାୟୀ ରାଷ୍ଟ୍ରପତି ଯଦି ଅନୁଭବ କରନ୍ତି ଯେ ରାଜ୍ୟର ଶାସନ ସମ୍ବିଧାନ ଅନୁସାରେ ପରିଚାଳିତ ହେବା ସମ୍ଭବ ନୁହେଁ, ସେହି କ୍ଷେତ୍ରରେ ୩୫୬ ଧାରା ଅନୁସାରେ ରାଜ୍ୟ ଜରୁରୀ ପରିସ୍ଥିତି ଜାରି ହୁଏ।

ଏହା ୨ ମାସ ପର୍ଯ୍ୟନ୍ତ ବଳବତ୍ତର ରହେ । ଜାତୀୟ ଜରୁରୀ ପରିସ୍ଥିତି ଯେପରିଭାବରେ ସଂସଦଦ୍ୱାରା ଅନୁମୋଦିତ ହୁଏ ଏହା ମଧ୍ୟ ସେହିପରିଭାବରେ ସଂସଦଦ୍ଵାରା ଅନୁମୋଦିତ ହେବା ଆବଶ୍ୟକ । ପାର୍ଲିଆମେଣ୍ଟଦ୍ୱାରା ଅନୁମୋଦିତ ହେଲେ ଏହାର ମିଆଦ ଥରକେ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି ପାଏ । ଏହିପରି ରାଷ୍ଟ୍ରପତି ଶାସନର କାର୍ଯ୍ୟକାଳ ଏକ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇପାରେ । ନିର୍ବାଚନ ଆୟୋଗ ସେହି ରାଜ୍ୟର ନିର୍ବାଚନ କରିବା ଅସମ୍ଭବ ହେଉଥିବାର ମମାଣପତ୍ର ଦେଲେ ରାଷ୍ଟ୍ରପତି ଶାସନର ମିଆଦ ସର୍ବାଧିକ ତିନିବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

ଫଳାଫଳ – ରାଷ୍ଟ୍ରପତି ସେହି ରାଜ୍ୟର ହାଇକୋର୍ଟର କ୍ଷମତା ବ୍ୟତୀତ ସମସ୍ତ ଶାସନ କ୍ଷମତା ନିଜ ହାତକୁ ନେଇଥାଆନ୍ତି । ସମ୍ପୃକ୍ତ ରାଜ୍ୟର ସମସ୍ତ କ୍ଷମତା ରାଷ୍ଟ୍ରପତି ରାଜ୍ୟପାଳଙ୍କ ହସ୍ତରେ ନ୍ୟସ୍ତ କରିପାରନ୍ତି। ପାର୍ଲିଆମେଣ୍ଟ ଉକ୍ତ ରାଜ୍ୟ ପାଇଁ ସମସ୍ତ ଆଇନ ପ୍ରଣୟନ ଓ ବଜେଟ୍ ଗୃହୀତ କରନ୍ତି । ରାଜ୍ୟପାଳଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ରାଷ୍ଟ୍ରପତି କେତେକ ପରାମର୍ଶଦାତା ନିଯୁକ୍ତ କରନ୍ତି । ଏମାନେ ମନ୍ତ୍ରୀମାନଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି ।

(ଗ) ଆର୍ଥିକ ଜରୁରୀ ପରିସ୍ଥିତି – ୩୬୦ ଧାରା
କାରଣ – ଯଦି ରାଷ୍ଟ୍ରପତିଙ୍କର ହୃଦ୍‌ବୋଧ ହୁଏ ଯେ ଭାରତରେ ଏପରି ଏକ ପରିସ୍ଥିତି ଉପୁଜିଛି ଯାହାଫଳରେ ସମଗ୍ର ଦେଶର ବା କୌଣସି ଅଂଶବିଶେଷରେ ଆର୍ଥିକ ସ୍ଥିରତା ବିପନ୍ନ ହେଉଛି ତାହାହେଲେ ସମ୍ବିଧାନର ୩୬୦ ଧାରା ଅନୁଯାୟୀ ସେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ । ଏହା ଜାତୀୟ ଜରୁରିକାଳୀନ ପରିସ୍ଥିତି ଅନୁଯାୟୀ ଅନୁମୋଦିତ ହୁଏ ଏବଂ କାର୍ଯ୍ୟକାରୀ ହୁଏ।

ଫଳାଫଳ – କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ସେମାନଙ୍କର ଆର୍ଥିକ ବ୍ୟବସ୍ଥାକୁ ସୁପରିଚାଳିତ କରିବା ପାଇଁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଅନ୍ତି । ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟର ବିଚାରପତିମାନଙ୍କ ସମେତ ସମସ୍ତ ସରକାରୀ କର୍ମଚାରୀମାଳଙ୍କ ଦରମା ଓ ଭତ୍ତା ହ୍ରାସ କରନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳ ବଣ୍ଟନ ନୀତିରେ ରାଷ୍ଟ୍ରପତି ପରିବର୍ତ୍ତନ କରିପାରନ୍ତି । ରାଜ୍ୟମାନଙ୍କର ଅର୍ଥ ବିଗୁଡ଼ିକ ରାଷ୍ଟ୍ରପତିଙ୍କ ଅନୁମୋଦନ ନିମିତ୍ତ ରଖାଯାଇପାରିବ । କେନ୍ଦ୍ର ଓ ରାଜ୍ୟର ପ୍ରଶାସନିକ ଖର୍ଚ୍ଚ କ୍ଷେତ୍ରରେ ମିତବ୍ୟୟିତା ଅବଲମ୍ବନ କରାଯିବ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

ରାଷ୍ଟ୍ରପତିଙ୍କ ସ୍ଥିତି :
ରାଷ୍ଟ୍ରପତିଙ୍କ ସମ୍ପକରେ ଯାହା ସମ୍ବିଧାନରେ ବର୍ଣ୍ଣନା କରାଯାଇଛି ତାହା କୁହେଳିକାପୂର୍ଣ୍ଣ । ବାସ୍ତବ ଜୀବନରେ ଏହାର ଅନେକ ତାରତମ୍ୟ ଦେଖୁବାକୁ ମିଳେ। ସମ୍ବିଧାନବିତ୍ ରାଷ୍ଟ୍ରପତିଙ୍କୁ ଆଳଙ୍କାରିକ ମୁଖ୍ୟଭାବେ ଚିତ୍ରିତ କଲାବେଳେ ଅନ୍ୟ କେତେକ ରାଷ୍ଟ୍ରପତିଙ୍କ ବାସ୍ତବ କ୍ଷମତାର ତର୍ଜମା କରିଛନ୍ତି ।

(୧) ସାମ୍ବିଧାନିକ ମୁଖ୍ୟ :
ରାଷ୍ଟ୍ରପତିଙ୍କୁ ସାମ୍ବିଧାନିକ ମୁଖ୍ୟ କହିବାରେ ଅନେକ କାରଣ ରହିଛି ଯାହାକି ନିମ୍ନରେ ପ୍ରଦାନ କରାଗଲା ।
(କ) ରାଷ୍ଟ୍ରମୁଖ୍ୟ ମାତ୍ର ଶାସନମୁଖ୍ୟ ନୁହନ୍ତି – ଭାରତର ରାଷ୍ଟ୍ରପତି ରାଷ୍ଟ୍ରମୁଖ୍ୟରୂପେ କାର୍ଯ୍ୟ କରନ୍ତି । ବାସ୍ତବରେ ଶାସନ କ୍ଷେତ୍ରରେ ତାଙ୍କର କିଛି ଭୂମିକା ନଥାଏ। ପ୍ରଧାନମନ୍ତ୍ରୀ ପ୍ରକୃତ ଶାସନମୁଖ୍ୟ ଅଟନ୍ତି ।
(ଖ) ରାଷ୍ଟ୍ରପତୀୟ ଶାସନ ନୁହେଁ – ଭାରତରେ ରାଷ୍ଟ୍ରପତୀୟ ଶାସନ ପରିବର୍ତ୍ତେ ସଂସଦୀୟ ଶାସନ ପ୍ରଚଳିତ । ଏଣୁ ସଂସଦୀୟ ଶାସନରେ ପ୍ରଧାନମନ୍ତ୍ରୀ ପ୍ରକୃତ ଶାସନମୁଖ୍ୟ ଅଟନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ବାସ୍ତବ ମୁଖ୍ୟ ହୋଇଥିବାରୁ ସେଠାରେ ରାଷ୍ଟ୍ରପତୀୟ ଶାସନ ପ୍ରଚଳିତ ।
(ଗ) ବ୍ରିଟିଶ୍ ପରମ୍ପରା ବ୍ରିଟିଶ୍ ଢାଞ୍ଚାରେ ଭାରତ ଶାସନ ଚାଲେ । ଇଂଲଣ୍ଡ ଭଳି ଏଠାରେ ସଂସଦୀୟ ଶାସନ ଚାଲେ । ଇଂଲଣ୍ଡର ରାଜା ଏବଂ ରାଣୀଙ୍କ ଭଳି ଭାରତର ରାଷ୍ଟ୍ରପତି ଆଳଙ୍କାରିକ ମୁଖ୍ୟ ହୋଇ କାର୍ଯ୍ୟ ତୁଲାନ୍ତି । ସେ ମନ୍ତ୍ରୀପରିଷଦର ନିଷ୍ପଭିକୁ ଅନୁମୋଦନ କରିବାକୁ ବାଧ୍ୟ । ମନ୍ତ୍ରୀପରିଷଦ ସମ୍ବିଧାନର ୭୫(୩) ଧାରା ଅନୁସାରେ ପାର୍ଲିଆମେଣ୍ଟ ନିକଟରେ ଉତ୍ତରଦାୟୀ ।

ରବରଷ୍ଟାମ୍ପ୍, ସ୍ଵର୍ଣାଚ୍ଛାଦିତଶୂନ୍ୟ ଏବଂ ଅନ୍ତଃସାରଶୂନ୍ୟ ଅବୟବ ସହିତ ତୁଳନା କରାଯାଏ । ଉପରୋକ୍ତ ଆଲୋଚନାରୁ ଜଣାପଡ଼େ ରାଷ୍ଟ୍ରପତି ଆଳଙ୍କାରିକ ମୁଖ୍ୟଭାବେ ପଦମଣ୍ଡନ କରିଥାଆନ୍ତି। ତେଣୁ ତାଙ୍କୁ ରବରଷ୍ଟାମ୍ପ୍, ସ୍ଵର୍ଣାଚ୍ଛାଦିତଶୂନ୍ୟ ଏବଂ ଅନ୍ତଃସାରଶୂନ୍ୟ ଅବୟବ ସହିତ ତୁଳନା କରାଯାଏ ।

(୨) ବାସ୍ତବ ମୁଖ୍ୟ :
ରାଷ୍ଟ୍ରପତି ନିର୍ବାଚିତ ଏବଂ ରାଷ୍ଟ୍ରର ପ୍ରତୀକ ସଦୃଶ ରୂପ ଗ୍ରହଣ କରିଥାଆନ୍ତି ।

(୩) ସମ୍ବିଧାନର ସଂରକ୍ଷକ :
ସମ୍ବିଧାନର ୬୦ ଧାରା ଅନୁସାରେ ସମ୍ବିଧାନର ସଂରକ୍ଷଣ, ପରୀକ୍ଷଣ ଓ ପ୍ରତିରକ୍ଷଣ ପାଇଁ ରାଷ୍ଟ୍ରପତି ଶପଥ ନିଅନ୍ତି । ଏହି ଶପଥ ଭଙ୍ଗ କଲେ ତାଙ୍କୁ ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡ଼େ । ଏଣୁ ସମ୍ବିଧାନର ସୁରକ୍ଷା ରାଷ୍ଟ୍ରପତିଙ୍କର ମୌଳିକ ଦାୟିତ୍ଵ। ସମ୍ବିଧାନ ଭଙ୍ଗ ହେଲେ ଶାସନ କାର୍ଯ୍ୟରେ ବିଶୃଙ୍ଖଳା ସୃଷ୍ଟି ହେବ ଓ ଆଇନର ଶାସନ ବ୍ୟାହତ ହେବ ।

(୪) ମନ୍ତ୍ରୀପରିଷଦର ନିଯୁକ୍ତିଦାତା :
ସମ୍ବିଧାନର ୭୫ ଧାରା ଅନୁସାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି । ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ମଧ୍ୟ ନିଯୁକ୍ତ କରନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରୀମାନେ ରାଷ୍ଟ୍ରପତିଙ୍କ ମର୍ଜି ଉପରେ କାର୍ଯ୍ୟ କରନ୍ତି । ଏଥିରୁ ଜଣାପଡ଼େ ଯେ ରାଷ୍ଟ୍ରପତି ହେଉଛନ୍ତି ମନ୍ତ୍ରୀମଣ୍ଡଳର ସୃଷ୍ଟିକର୍ତ୍ତା ଓ ସଂହାରକର୍ତ୍ତା ।

(୫) ଲୋକସଭା ଭଙ୍ଗ କ୍ଷମତା :

ସମ୍ବିଧାନର ୮୫ ଧାରାରେ କାର୍ଯ୍ୟକାଳ ପୂରିବା ପୂର୍ବରୁ ଲୋକସଭାକୁ ଭାଙ୍ଗି ଦେବାପାଇଁ ରାଷ୍ଟ୍ରପତିଙ୍କୁ କ୍ଷମତା ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ତାଙ୍କର ସ୍ଵେଚ୍ଛାଧୀନ କ୍ଷମତା ପ୍ରୟୋଗ କରନ୍ତି। ଲୋକସଭାରେ ସରକାରୀ ଦଳ ସଂଖ୍ୟାଗରିଷ୍ଠତା ହରାଇଲେ ପ୍ରଧାନମନ୍ତ୍ରୀଙ୍କ ବିନା ପରାମର୍ଶରେ ସେ ଲୋକସଭାକୁ ଭାଙ୍ଗି ଦେଇପାରିବେ ।

(୬) ଭିଟୋ କ୍ଷମତା :
ପାର୍ଲିଆମେଣ୍ଟର ଗୃହୀତ ବିଲ୍‌କୁ ରାଷ୍ଟ୍ରପତି ସମ୍ବିଧାନର ୧୧୧ ଧାରା ଅନୁସାରେ ସ୍ଵୀକୃତି ଦିଅନ୍ତି ବା ନ ଦେବାର ଘୋଷଣା ମଧ୍ୟ କରିପାରନ୍ତି। ବିଲକ ସ୍ବୀକୃତି ଦେବାର ନିରଙ୍କୁଶ ନିଷେଧାଧୁକାର ରାଷ୍ଟ୍ରପତିଙ୍କର ନାହିଁ । ରାଷ୍ଟ୍ରପତି କିଛି ବିଲ୍‌କୁ ସ୍ଵୀକୃତି ନଦେଇ ନିଜର ମତ ସହିତ ପାର୍ଲିଆମେଣ୍ଟକୁ ପୁନର୍ବିଚାର ପାଇଁ ଫେରାଇ ଦେଇପାରନ୍ତି । ଏହା ଫଳରେ ତରବରିଆଭାବେ ବିଲ୍‌ ଗୃହୀତ ହୋଇପାରେ ନାହିଁ ବା ବିଲ୍‌ରେ କିଛି ସଂଶୋଧନ ଅଣାଯାଇପାରେ। ଏହି ସୁଗିତ ନିଷେଧାଧୁକାର ପାର୍ଲିଆମେଣ୍ଟ ଉପରେ ରାଷ୍ଟ୍ରପତିଙ୍କ ଇଚ୍ଛାର ପ୍ରଭାବ ପକାଇଥାଏ। ପୁନର୍ବିଚାର ପାଇଁ ବିଲ୍‌କୁ ପାର୍ଲିଆମେଣ୍ଟକୁ ଫେରାଇବାର ସମୟସୀମା ସମ୍ବିଧାନଦ୍ଵାରା ଧାର୍ଯ୍ୟ ହୋଇନଥିବାରୁ ଏ ଦିଗରେ ରାଷ୍ଟ୍ରପତି କାଳକ୍ଷେପଣ ନୀତି ଅନୁସରଣ କରିପାରନ୍ତି ।

(୭) ଶାସନ ଉପରେ ସତର୍କ ଦୃଷ୍ଟି :
ସମ୍ବିଧାନର ୭୮ ଧାରାରେ ପ୍ରଧାନମନ୍ତ୍ରୀଙ୍କର ରାଷ୍ଟ୍ରପତିଙ୍କ ପ୍ରତି କର୍ତ୍ତବ୍ୟ ବର୍ଣ୍ଣିତ ହୋଇଛି । କେନ୍ଦ୍ର ପ୍ରଶାସନ ଓ ଆଇନ ପ୍ରଣୟନ ପ୍ରସ୍ତାବ ଉପରେ ମନ୍ତ୍ରୀପରିଷଦର ନିଷ୍ପଭିଗୁଡ଼ିକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଜଣାନ୍ତି । ଏହାଦ୍ଵାରା ସୂଚିତ ହୁଏ ଯେ ରାଷ୍ଟ୍ରପତି ରାଷ୍ଟ୍ର ପ୍ରଶାସନ ଉପରେ ସତର୍କ ଦୃଷ୍ଟି ରଖୁଥାଆନ୍ତି। ରାଷ୍ଟ୍ରପତିଙ୍କ ଅଜ୍ଞାତସାରରେ ମନ୍ତ୍ରୀପରିଷଦର କୌଣସି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ନାହିଁ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

୨ । ଭାରତର ରାଷ୍ଟ୍ରପତିଙ୍କର ଜରୁରିକାଳୀନ କ୍ଷମତାର ମୂଲ୍ୟାଙ୍କନ କର।
କିମ୍ବା, ଭାରତୀୟ ସମ୍ବିଧାନର ଜରୁରୀ ପରିସ୍ଥିତି ବ୍ୟାପାର ଆଲୋଚନା କର । ରାଜ୍ୟମାନଙ୍କର ସ୍ୱାୟତ୍ତ ଶାସନ ଅଧିକାର
Answer:
ଭାରତୀୟ ସମ୍ବିଧାନର ପ୍ରଣେତାଗଣ ଭାରତରେ ସଂସଦୀୟ ବ୍ୟବସ୍ଥା ଓ ସଂଘୀୟ ବ୍ୟବସ୍ଥା ପରି ଦୁଇଟି ଆଧୁନିକ ରାଜନୈତିକ ଅନୁଷ୍ଠାନ କାର୍ଯ୍ୟକାରୀ କରିଛନ୍ତି । ଏକ ଦୁର୍ବଳ କେନ୍ଦ୍ର ସରକାର ଭାରତରେ ବିଭାଜନକାରୀ ଶକ୍ତିକୁ ମୁଣ୍ଡ ଟେକିବାକୁ ସୁଯୋଗ ଦେଇପାରେ ବୋଲି ମଧ୍ୟ ସେମାନେ ଚିନ୍ତା କରୁଥିଲେ ଓ ଏହାର ପ୍ରତିରକ୍ଷା ବ୍ୟବସ୍ଥାରୂପେ ଦେଶର ମୁଖ୍ୟ କାର୍ଯ୍ୟପାଳିକାକୁ ଏହି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ‘ ଜରୁରୀ କ୍ଷମତା’ ଅର୍ପଣ କରିଥିଲେ ।

ରାଷ୍ଟ୍ରପତିଙ୍କ ଜରୁରୀ କ୍ଷମତା ସମ୍ବନ୍ଧରେ ଡି.ଡି. ବସ ମତ ଦିଅନ୍ତି ଯେ “ ଏହା ସଂଘୀୟ ସରକାରକୁ ପରିସ୍ଥିତିର ଆହ୍ଵାନର ଓ ମୁକାବିଲା ପାଇଁ ଐକିକ ରାଷ୍ଟ୍ରର ବଳ ପ୍ରଦାନ କରିଥାଏ।’’ ଏଣୁ ସମ୍ବିଧାନ ପ୍ରଣୟନ କକ୍ଷର ସଦସ୍ୟ ଶ୍ରୀ ଟି.ଟି. କ୍ରିଷ୍ଣମାଚାରୀ ଏହି ବ୍ୟବସ୍ଥାକୁ ସମ୍ବିଧାନର ‘ରକ୍ଷାକବଚ’ (Safety-Valve) ରୂପେ ଅଭିହିତ କରିଛନ୍ତି। ଏହା ବ୍ୟତିରେକେ ‘‘ସମ୍ବିଧାନ କେତେବେଳେ ଯେ ଭୁଶୁଡ଼ି ପଡ଼ିବ,” ତାହା ଚିନ୍ତା କରିହେବ ନାହିଁ ବୋଲି ସେ ମତ ଦେଇଛନ୍ତି ।’’

ଶାସନ ବିଧାୟକ ସଭାରେ ଏହି ବ୍ୟବସ୍ଥାର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ କେ, ସାନ୍ମାନମ୍ କହିଥିଲେ ଯେ, “ବାହ୍ୟ ଆକ୍ରମଣ ବା ଆଭ୍ୟନ୍ତରୀଣ ବିଶୃଙ୍ଖଳା ଯୋଗୁଁ ସରକାରଙ୍କର ଭୌତିକ (Physical) ବିଲୋପ ସାଧନର ଆଶଙ୍କା ରହିଛି । ରାଜ୍ୟରେ ରାଜନୈତିକ କାରଣରୁ ସାମ୍ବିଧାନିକ ଶାସନ ଭାଙ୍ଗିଯିବାର ସମ୍ଭାବନା ରହିଛି। ଆଉ ମଧ୍ଯ ଯଦି କୌଣସି ରାଜ୍ୟରେ କୌଣସି ସରକାର ଲୋକଙ୍କର ପ୍ରିୟଭାଜନ ହେବାକୁ ଟିକସ ସବୁ ଛାଡ଼ କରି ରାଜ୍ୟକୁ ଦେବାଳିଆ କରିବାପାଇଁ ଚେଷ୍ଟା କରେ, କେନ୍ଦ୍ର ସରକାର ତହିଁରେ ହସ୍ତକ୍ଷେପ କରିବା ବିଧେୟ । ସେଥିପାଇଁ ଏସବୁ ବ୍ୟବସ୍ଥା ରହିଛି।” ଅନ୍ୟପକ୍ଷରେ ଏହାର ଯଥାର୍ଥ ଉପଯୋଗିତାକୁ ବିଚାରକୁ ନେଇ ଆଲ୍ଲାଦି କ୍ରିଷ୍ଣାସ୍ଵାମୀ ଆୟାର ଏହି କ୍ଷମତାକୁ “ ସମ୍ବିଧାନର ପ୍ରାଣକେନ୍ଦ୍ର ବା ଜୀବନ” ରୂପେ ସୂଚିତ କରିଛନ୍ତି ।

ଦେଶରେ ନିରାପତ୍ତା ଓ ଅଖଣ୍ଡତା, ରାଜ୍ୟରେ ରାଜନୈତିକ ସ୍ଥିରତା ଓ ସାମ୍ବିଧାନିକ ଶାସନ ଓ ଦେଶର ଆର୍ଥନୈତିକ ଦେବାଳିଆ ସ୍ଥିତିର ସୁରକ୍ଷା ପାଇଁ ତିନିପ୍ରକାରର ଜରୁରୀକାଳୀନ କ୍ଷମତା ରାଷ୍ଟ୍ରପତିଙ୍କୁ ପ୍ରଦାନ କରାଯାଇଛି; ଯଥା – (୧) ଜାତୀୟ ବା ଭୌତିକ ଜରୁରୀ ପରିସ୍ଥିତି, (୨) ରାଜ୍ୟ ବା ରାଜନୈତିକ ଜରୁରୀ ପରିସ୍ଥିତି ଓ (୩) ଆର୍ଥିକ ଜରୁରୀ ପରିସ୍ଥିତି ।

(୧) ଜାତୀୟ ବା ଭୌତିକ ଜରୁରୀ ପରିସ୍ଥିତି (National or Physical Emergency) – ୪୪ତମ ସଂଶୋଧନ ଆଇନଦ୍ଵାରା ସଂଶୋଧ ୩୫୨ ଧାରା ଅନୁଯାୟୀ ଯୁଦ୍ଧ, ବହିଃଆକ୍ରମଣ, ଆକ୍ରମଣର ଆଶଙ୍କା ବା ସଶସ୍ତ୍ର ବିପ୍ଳବ ଯୋଗୁଁ ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଲେ ଓ ଏହି ପରିସ୍ଥିତି ଉପୁଜିଛି ବୋଲି ରାଷ୍ଟ୍ରପତିଙ୍କର ହୃଦ୍‌ବୋଧ ହେଲେ ସେ ସମୁଦାୟ ଦେଶ ପାଇଁ ବା ଦେଶର କୌଣସି ଅଞ୍ଚଳ ପାଇଁ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିପାରିବେ ।

‘ଆଭ୍ୟନ୍ତରୀଣ ଗଣ୍ଡଗୋଳ’ (Internal Disturbance) ଶବ୍ଦର ସ୍ଥାନରେ ୪୪ତମ ସଂଶୋଧନ ଆଇନ “ ସଶସ୍ତ୍ର ବିପ୍ଲବ” (armed rebellion) ଶବ୍ଦର ସ୍ଥାପନା କରିଛି । ଏହି ଘୋଷଣାନାମା ଜାରିକରିବା କ୍ଷେତ୍ରରେ ୪୪ତମ ସଂଶୋଧନ ଆଇନ ଅନୁଯାୟୀ ରାଷ୍ଟ୍ରପତିଙ୍କୁ ମନ୍ତ୍ରୀମଣ୍ଡଳର ଉପଦେଶ ଲିଖୁତ ଆକାରରେ ଦିଆଯିବା ଉଚିତ । ସଂସଦର ପ୍ରତ୍ୟେକ ସଦନ-ଉପସ୍ଥିତ ଓ ଭୋଟ ଦେଉଥିବା ସଭ୍ୟସଂଖ୍ୟାର ଦୁଇ-ତୃତୀୟାଂଶ ଯାହାକି ମୋଟ ସଦସ୍ୟ ସଂଖ୍ୟାର ଅଧାଠାରୁ ଅଧୂକ-ପଦ୍ଧତି ଅନୁଯାୟୀ ଏକମାସ ମଧ୍ୟରେ ଏହି ଘୋଷଣାକୁ ଅନୁମୋଦନ ମିଳିବା ଉଚିତ ।

୪୪ତମ ସଂଶୋଧନ ଆଇନ ପୂର୍ବରୁ ଏହି ଘୋଷଣାନାମା ଦୁଇମାସ ମଧ୍ୟରେ ଅନୁମୋଦନ ଲାଭ କରିବାର ବ୍ୟବସ୍ଥା ଥିଲା । ଯଦି ଲୋକସଭା ଭାଙ୍ଗିଯାଇଥାଏ ବା ଏହା ଏକମାସ ମଧ୍ଯରେ ଭାଙ୍ଗିଯାଏ, ତେବେ ରାଜ୍ୟସଭା ଉକ୍ତ ସମୟସୀମା ମଧ୍ୟରେ ଏହାକୁ ଅନୁମୋଦନ କରିବା ଉଚିତ ଏବଂ ନୂତନ ଲୋକସଭାଦ୍ଵାରା ଏହାର ପ୍ରଥମ ଅଧୂବେଶନ ଆରମ୍ଭର ୩୦ ଦିନ ମଧ୍ୟରେ ଏହି ଘୋଷଣା ଅନୁମୋଦିତ ହେବା ବାଞ୍ଛନୀୟ। ଅନ୍ୟଥା ଘୋଷଣାଟି ଆପେ ଆପେ ରଦ୍ଦ ହୋଇଯାଏ ।

୪୪ତମ ସଂଶୋଧନ ଆଇନ ଅନୁଯାୟୀ ସଂସଦ ଏକାଥରକେ ଛଅମାସ ପାଇଁ ଅନୁମୋଦନ କରିପାରିବ ଓ ଦରକାର ହେଲେ ପ୍ରତିଥର ଛଅମାସ କରି ଏହି ଘୋଷଣାର ମିଆଦ ବୃଦ୍ଧି କରାଯାଇ ପାରିବ। ଏହା ପୂର୍ବରୁ ଏହା ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବଳବତ୍ତର ରହୁଥିଲା ଓ ଲୋକସଭା ଏହାକୁ ରଦ୍ଦ କରିବାପାଇଁ ପ୍ରସ୍ତାବ ଆଗତ କରିବାର ଅଧିକାରକୁ ଉପଭୋଗ କରୁନଥିଲା । ମାତ୍ର ନୂତନ ବ୍ୟବସ୍ଥା ଅନୁଯାୟୀ ସାମାନ୍ୟ ସଂଖ୍ୟାଗରିଷ୍ଠତା ସହ ଲୋକସଭାର ଏକ ସ୍ଵତନ୍ତ୍ର ଅଧିବେଶନରେ ଗୃହୀତ ପ୍ରସ୍ତାବ ବଳରେ ରାଷ୍ଟ୍ରପତି ଉକ୍ତ ଘୋଷଣାନାମାକୁ ବାତିଲ କରିଦେଇଥା’ନ୍ତି । ଲୋକସଭାର ଏକ-ଦଶମାଂଶ ସଦସ୍ୟଙ୍କ ସ୍ଵାକ୍ଷର ସହ ୧୪ ଦିନିଆ ନୋଟିସ୍ ଦେଇ ରାଷ୍ଟ୍ରପତିଙ୍କୁ ଆବେଦନ କଲେ ସେ ସ୍ଵତନ୍ତ୍ର ଅଧିବେଶନ ଆହ୍ଵାନ କରିବାକୁ ବାଧ୍ୟ । ଯଦି ଅଧୂବେଶନ ଚାଲିଥାଏ ତେବେ ବାଚସ୍ପତି ସ୍ଵତନ୍ତ୍ର ବୈଠକ ଡାକି ଏହି ପ୍ରସ୍ତାବର ଆଲୋଚନା କରାଇଥା’ନ୍ତି ।

୪୪ତମ ସଂଶୋଧନ ଆଇନ ବଳରେ ଏହି ଘୋଷଣାନାମାକୁ ଆଇନ ଅଦାଲତର ବିଚାରଭୁକ୍ତ କରାଯାଇପାରିବ । କିନ୍ତୁ ୩୮ତମ ସଂଶୋଧନ ଆଇନ ଅନୁସାରେ ଏହାକୁ ଆଇନ-ଅଦାଲତର ବିଚାର ବହିର୍ଭୂତ କରାଯାଇଥିଲା ।

ଜାତୀୟ ଜରୁରୀ ପରିସ୍ଥିତି ଘୋଷଣାର ଫଳ ବା ପ୍ରଭାବ – ୩୫୨ ଧାରା ଅନୁଯାୟୀ ଘୋଷିତ ଏହି ଜରୁରୀ ପରିସ୍ଥିତିର ନିମ୍ନଲିଖ ପ୍ରଭାବ ରାଜ୍ୟମାନଙ୍କର ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଓ ନାଗରିକର ମୌଳିକ ଅଧିକାର ଉପରେ ପଡ଼ିଥାଏ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

(କ) ରାଜ୍ୟମାନଙ୍କର ପ୍ରାୟତ୍ତ ଶାସନ ବ୍ୟବସ୍ଥା ଉପରେ ପ୍ରଭାବ :
(୧) ରାଷ୍ଟ୍ରସଂଘୀୟ ବ୍ୟବସ୍ଥା ଐକିକ ଶାସନର ଫଳ ପ୍ରଦାନ କରେ।
(୨) ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇପାରିବେ ଓ ନିର୍ଦ୍ଦେଶ ଅମାନ୍ୟ କଲେ ୩୬୫ ଧାରା ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରେ ।
(୩) ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରିବେ ।
(୪) ରାଜ୍ୟ ବିଧାନସଭାମାନ କାର୍ଯ୍ୟ କରୁଥିଲେ ମଧ୍ୟ କେନ୍ଦ୍ର ଆଇନକୁ ବିରୋଧକରି କୌଣସି ଆଇନ ପ୍ରଣୟନ କରିପାରିବେ ନାହିଁ ।
(୫) ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ରାଜସ୍ଵ ବଣ୍ଟନ ନୀତିରେ ରାଷ୍ଟ୍ରପତି ପରିବର୍ତ୍ତନ କରିପାରିବେ । ଏହା ସଂସଦର ଅନୁମୋଦନସାପେକ୍ଷ ଓ ଗୋଟିଏ ଆର୍ଥିକ ବର୍ଷ ପାଇଁ ବଳବତ୍ତର ରହେ ।
(୬) ପାର୍ଲିଆମେଣ୍ଟ ସମ୍ବିଧାନର ୮୩ ଧାରା ଅନୁଯାୟୀ ନିଜର କାର୍ଯ୍ୟକାଳକୁ ଥରକୁ ୧ ବର୍ଷ ପର୍ଯ୍ୟନ୍ତ ବଢ଼ାଇ ପାରିବ ।

ମାତ୍ର ୪୪ତମ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ଦିନଠାରୁ କେବଳ ଯୁଦ୍ଧ ବା ବହିଃଆକ୍ରମଣ ସମୟରେ ଏହି ୧୯ ଧାରାକୁ ସ୍ଥଗିତ ରଖାଯାଇପାରିବ। ସଶସ୍ତ୍ର ବିପ୍ଳବ ସମୟରେ ଏହାକୁ ସ୍ଥଗିତ ରଖାଯାଇପାରିବ ନାହିଁ। ଜରୁରୀ ପରିସ୍ଥିତି ଘୋଷଣାଟି ରବ୍ଦ ହେବା ସଙ୍ଗେ ସଙ୍ଗେ ଏହି ସ୍ଥଗିତାଦେଶଟି ମଧ୍ଯ ପ୍ରତ୍ୟାହୃତ ହୋଇଥାଏ ।

ବ୍ୟକ୍ତିର ଜୀବନ ଓ ସ୍ଵତନ୍ତ୍ରତାର ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ୨୦ ଓ ୨୧ ଧାରାକୁ ସ୍ଥଗିତ ରଖାଯାଇପାରିବ ନାହିଁ । ଏହା ୪୪ ତମ ସଂଶୋଧନ ଆଇନର ବ୍ୟବସ୍ଥା ଅଟେ ।

ସ୍ଵାଧୀନ ’ଭାରତରେ ପ୍ରଥମଥର ପାଇଁ ୧୯୬୨ ମସିହାରେ ଏହି ଜରୁରୀ ପରିସ୍ଥିତି ଜାରି କରାଯାଇଥିଲା । ୧୯୬୨ ଭାରତ-ଚୀନ୍ ଯୁଦ୍ଧ ପରିସ୍ଥିତିରେ ଏହା ଜାରି କରାଯାଇଥିଲା । ୧୯୬୫ର ଭାରତ-ପାକିସ୍ତାନ ଯୁଦ୍ଧ ପରିପ୍ରେକ୍ଷୀରେ ଏହା ବଳବତ୍ତର ରହିଥିଲା । ପୁନଶ୍ଚ ୧୯୭୧ ମସିହା ଡିସେମ୍ବର ମାସରେ ଭାରତ-ପାକିସ୍ତାନ ଯୁଦ୍ଧ ହେତୁ ଏହା ଜାରି କରାଯାଇଥିଲା । ୧୯୭୫ ମସିହା ଜୁନ୍ ମାସରେ ରାଷ୍ଟ୍ରପତି ଆଭ୍ୟନ୍ତରୀଣ ଜରୁରୀ ପରିସ୍ଥିତି ଜାରି କରିଥିଲେ। ୧୯୭୭ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଜାତୀୟ ଜରୁରୀ ପରିସ୍ଥିତି ବଳବତ୍ତର ଥିଲା ।

(୨) ରାଜ୍ୟ ବା ରାଜନୈତିକ ଜରୁରୀ ପରିସ୍ଥିତି (State or Political Emergency) – ସମ୍ବିଧାନର ୩୫୬ ଧାରା ଅନୁସାରେ କୌଣସି ରାଜ୍ୟରେ ରାଜନୈତିକ ସଙ୍କଟ ଦେଖାଗଲେ ବା ରାଜ୍ୟ ଶାସନ ସମ୍ବିଧାନମତେ ଚଳି ନ ପାରିଲେ ରାଜ୍ୟପାଳଙ୍କ ରିପୋର୍ଟ ବା ଅନ୍ୟ ଉପାୟରେ ସଂଗୃହୀତ ଖବର ରାଷ୍ଟ୍ରପତିଙ୍କ ହୃଦ୍‌ବୋଧ ହେଲେ ରାଷ୍ଟ୍ରପତି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରବର୍ତ୍ତନ କରିଥା’ନ୍ତି । ଏହାର ପରିଣତିସ୍ଵରୂପ ରାଜ୍ୟର ଶାସନଭାର ରାଷ୍ଟ୍ରପତି ଗ୍ରହଣ କରନ୍ତି । ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ଭାଙ୍ଗିଦେଇ ପାରନ୍ତି ବା ତା’ର କାର୍ଯ୍ୟସବୁ ସ୍ଥଗିତ ରଖାଯାଇପାରେ ।

ଏ ସମ୍ପର୍କୀୟ ରାଷ୍ଟ୍ରପତିଙ୍କ ଘୋଷଣାନାମାକୁ ପାର୍ଲିଆମେଣ୍ଟ ୧ (ଏକ) ମାସ ମଧ୍ୟରେ ଅନୁମୋଦନ କରିବା ଆବଶ୍ୟକ ଓ ଅନୁମୋଦନ ପାଇଲେ ଏହା ୬ (ଛଅ) ମାସ ପର୍ଯ୍ୟନ୍ତ ବଳବତ୍ତର ରହେ। ପ୍ରତି ୬ ମାସରେ ଥରେ ଏହି ଘୋଷଣାର କାର୍ଯ୍ୟକାଳ ବଢ଼ାଇ ଦିଆଯାଇପାରେ ଏବଂ ଲାଗ ଲାଗ ସର୍ବୋଚ୍ଚ ୩ ବର୍ଷ ପର୍ଯ୍ୟନ୍ତ ଏହି ରାଷ୍ଟ୍ରପତି ଶାସନ ବା ସାମ୍ବିଧାନିକ ଜରୁରୀ ପରିସ୍ଥିତି ଜାରି କରାଯାଇପାରିବ ।

୪୪ତମ ସଂଶୋଧନ ଆଇନ ବଳରେ ୩୬୫(୫) ଧାରା ଅନୁଯାୟୀ ରାଷ୍ଟ୍ରପତି ଶାସନ ଏକ ବର୍ଷରୁ ଊର୍ଦ୍ଧ୍ଵ ପ୍ରବର୍ତ୍ତିତ ହେବାକୁ ହେଲେ ପ୍ରଥମତଃ, ଜାତୀୟ ସଙ୍କଟ ଘୋଷଣା ପ୍ରବର୍ତ୍ତିତ ହୋଇଥବା ଉଚିତ ଓ ଦ୍ଵିତୀୟତଃ, ନିର୍ବାଚନ କମିଶନ ନିର୍ବାଚନ ହେବାରେ ଅସୁବିଧା ହେବ ବୋଲି ସୁପାରିସ କରିବା ବାଞ୍ଛନୀୟ ।

ଏହି ଜରୁରୀ ପରିସ୍ଥିତି ଜାରି ସମୟରେ ଯଦି ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ଭାଙ୍ଗି ନ ଦେଇ ସୁଗିତ ରଖୁଥା’ନ୍ତି, ଯାହାକି ପରେ ଭାଙ୍ଗି ଦିଆଯାଇପାରେ ବା ପୁନଶ୍ଚ କ୍ଷମତାକୁ ବ୍ୟବହାରର ଅଧିକାର ପାଇପାରେ, ତାହାହେଲେ ଏହି ପ୍ରକାରର ଜରୁରୀ ପରିସ୍ଥିତିକୁ ‘ଅର୍ଶ ଜରୁରୀ ପରିସ୍ଥିତି’ (Half Emergency) ବୋଲି ନାମିତ କରାଯାଇଥାଏ ।

ରାଜନୈତିକ ସଙ୍କଟ ବା ରାଜ୍ୟରେ ସାମ୍ବିଧାନିକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି ବୋଲି ରାଷ୍ଟ୍ରପତିଙ୍କ ହୃଦ୍‌ବୋଧ ହେଲେ ତାହା ଜରୁରୀ ପରିସ୍ଥିତି ଘୋଷଣା ପାଇଁ ଯଥେଷ୍ଟ ଅଟେ। ତାଙ୍କ ହୃଦ୍‌ବୋଧର କାରଣ ଯାହା ହେଉନା କାହିଁକି, ତାହା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ। ରାଷ୍ଟ୍ରପତି ଶାସନ ଚତୁର୍ଥ ସାଧାରଣ ନିର୍ବାଚନ ପରଠାରୁ ଏକ ରାଜନୈତିକ ଅସ୍ତ୍ରରେ ପରିଣତ ହୋଇଛି । ୧୯୭୬ ମସିହାର ୪୨ତମ ସଂଶୋଧନ ଆଇନ ରାଷ୍ଟ୍ରପତିଙ୍କର ଏହି ‘ହୃଦ୍‌ବୋଧ’କୁ ଆଇନ-ଅଦାଲତର ବିଚାରଭୁକ୍ତ ବିଷୟ ନ କରିବାପାଇଁ ନିର୍ଦ୍ଦେଶ ଦେଇ ଏହାର ସ୍ଵେଚ୍ଛାଚାର ବ୍ୟବହାର ପାଇଁ କ୍ଷେତ୍ର ପ୍ରସ୍ତୁତି କରିଥିଲା । ମାତ୍ର ୪୪ତମ ସଂଶୋଧନ ଆଇନ ଏହି ‘ହୃଦ୍‌ବୋଧ’ ବିରୋଧରେ ଆଇନ ଅଦାଲତରେ ପ୍ରଶ୍ନ କରାଯାଇ ପାରିବ ବୋଲି ବ୍ୟବସ୍ଥା କରିଛି ।

୧୯୫୯ରେ କେରଳରେ ସଂଖ୍ୟାଗରିଷ୍ଠ ସମର୍ଥନ ଉପଭୋଗ କରୁଥିବା କମ୍ୟୁନିଷ୍ଟ ସରକାରଙ୍କୁ ଏହି ପ୍ରକ୍ରିୟାରେ ଗାଦିଚ୍ୟୁତ କରିବାଠାରୁ ଆଜିପର୍ଯ୍ୟନ୍ତ ବହୁଳଭାବରେ ଏହା ବ୍ୟବହୃତ ହୋଇଆସୁଅଛି। ୧୯୬୭ଠାରୁ ୧୯୭୩ ମଧ୍ୟରେ ଏହାକୁ ୪୫ଥର ବ୍ୟବହାର କରାଯାଇ ବିଭିନ୍ନ ରାଜ୍ୟରେ କଂଗ୍ରେସକୁ ଶାସନ ଗାଦିରେ ଅଧିଷ୍ଠିତ କରାଯାଇଥିଲା । ୧୯୬୭ ମସିହାରେ ହରିଆଣାର ସରକାରଙ୍କୁ ଏକ ବୃହତ୍ ମନ୍ତ୍ରୀମଣ୍ଡଳ ଗଠନ ମାଧ୍ୟମରେ କ୍ଷମତାର ଅପବ୍ୟବହାର ଓ ଦଳବଦଳ ପ୍ରକ୍ରିୟାକୁ ଉତ୍ସାହିତ କରାଯାଇଛି ବୋଲି ଅଭିଯୋଗ କରି ଗାଦିଚ୍ୟୁତ କରାଯାଇଥିଲା । ଏପରିକି ୧୯୭୭ ମସିହାରେ ଜନତା ସରକାର ୯ ଗୋଟି କଂଗ୍ରେସ ଶାସିତ ରାଜ୍ୟର ଲୋକମାନେ କଂଗ୍ରେସକୁ ସମର୍ଥନ କରୁନାହାନ୍ତି ବୋଲି ଅଭିଯୋଗ ଆଣି ନୂତନ ନିର୍ବାଚନ ପାଇଁ ଏହିସବୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିଥିଲେ ।

ସମ୍ବିଧାନର ୩୭୦ ଧାରା ଅନୁଯାୟୀ ଜାମ୍ମୁ ଓ କାଶ୍ମୀର ସ୍ଵତନ୍ତ୍ର ସାମ୍ବିଧାନିକ ମର୍ଯ୍ୟାଦା ଉପଭୋଗ କରୁଥିବାରୁ ଏହା ୩୫୬ ଧାରାର ପରିସରଭୁକ୍ତ ନୁହେଁ ।

ରାଜ୍ୟ ଜରୁରୀ ପରିସ୍ଥିତି ଜାରିର ଫଳ ବା ପ୍ରଭାବ :
(୧) ରାଷ୍ଟ୍ରପତି ରାଜ୍ୟଶାସନକୁ ନିଜ ହାତକୁ ନେଇ ରାଜ୍ୟପାଳ ବା ଜଣେ ପ୍ରଶାସକଙ୍କଦ୍ବାରା ଏହି କ୍ଷମତାର ବ୍ୟବହାର କରିଥା’ନ୍ତି ।
(୨) ରାଜ୍ୟପାଳଙ୍କ ପ୍ରତ୍ୟକ୍ଷ ଶାସନ ପ୍ରବର୍ତ୍ତିତ ହେବା ସଙ୍ଗେ ସଙ୍ଗେ କେନ୍ଦ୍ର ସରକାର ରାଜ୍ୟପାଳଙ୍କ ପରାମର୍ଶଦାତାମାନଙ୍କୁ ନିଯୁକ୍ତ ଦେଇଥା’ନ୍ତି ।
(୩) ରାଜ୍ୟ ବିଧାନସଭାକୁ ଭାଙ୍ଗି ଦିଆଯାଇଥିଲେ ବା ସ୍ଥଗିତ ରଖାଯାଇଥିଲେ ମଧ୍ୟ ସଂସଦ ସଂପୃକ୍ତ ରାଜ୍ୟ ପାଇଁ ଆଇନ ପ୍ରଣୟନ ଓ ବଜେଟ୍‌କୁ ଗୃହୀତ କରନ୍ତି। ଏହି ଆଇନଗୁଡ଼ିକ ଜରୁରୀ ପରିସ୍ଥିତି ପ୍ରତ୍ୟାହୃତ ହେବାର ଛଅମାସ ପର ପର୍ଯ୍ୟନ୍ତ ମଧ୍ଯ ବଳବତ୍ତର ରହେ।
(୪) ଲୋକସଭାର ଅଧିବେଶନ ବସି ନଥୁଲେ ରାଷ୍ଟ୍ରପତି ରାଜ୍ୟର ଖର୍ଚ୍ଚଭାର ବହନ ପାଇଁ ଭାରତର ଘନୀଭୂତ ପାଣ୍ଠିରୁ ଖର୍ଚ୍ଚ କରିଥା’ନ୍ତି ଯାହାକି ପରେ ସଂସଦଦ୍ଵାରା ଅନୁମୋଦିତ ହେବା ଉଚିତ ।
(୫) ପାର୍ଲିଆମେଣ୍ଟ ରାଷ୍ଟ୍ରପତିଙ୍କୁ ଆଇନ ପ୍ରଣୟନ କରିବାପାଇଁ କ୍ଷମତା ହସ୍ତାନ୍ତର କରିଦେଇପାରନ୍ତି । କେନ୍ଦ୍ର ଘରୋଇ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂପୃକ୍ତ ରାଜ୍ୟର ସବୁ ବା କେତେକ ଏମ୍.ପି.ଙ୍କୁ ନେଇ ଆଇନ ପ୍ରଣୟନ କ୍ଷେତ୍ରରେ ଏକ ପରାମର୍ଶଦାତା କମିଟି ଗଠିତ ହୋଇଥାଏ ।
(୬) କେନ୍ଦ୍ର ସରକାର ସଂସଦ ନିକଟରେ ଉକ୍ତ ସମୟର ରାଜ୍ୟ ଶାସନ ପାଇଁ ଦାୟୀ ରହିଥାଏ ।
(୭) ଉକ୍ତ ସମୟରେ ରାଷ୍ଟ୍ରପତି ରାଜ୍ୟର ଉଚ୍ଚ ନ୍ୟାୟାଳୟ ଉପରେ କୌଣସି ନିୟନ୍ତ୍ରଣ ଜାରି କରିପାରିବେ ନାହିଁ ।

(୩) ଆର୍ଥକ ଜରୁରୀ ପରିସ୍ଥିତି (Financial emergency) –
ସମ୍ବିଧାନର ୩୬୦ ଧାରା ଅନୁଯାୟୀ ଭାରତ ବା ଏହାର କୌଣସି ଅଞ୍ଚଳରେ ଯଦି ଅର୍ଥନୈତିକ ଅସ୍ଥିରତା ଲାଗିରହେ ବା ଦେବାଳିଆ ପରିସ୍ଥିତି ଉପୁଜେ, ତାହାହେଲେ ରାଷ୍ଟ୍ରପତି ଆର୍ଥକ ଜରୁରୀ ପରିସ୍ଥିତି ଜାରି କରିପାରିବେ । ଜାତୀୟ ଜରୁରୀ ପରିସ୍ଥିତି ପରି ଅନୁରୂପ ସଂସଦୀୟ ଅନୁମୋଦନ ଏହାକୁ କାର୍ଯ୍ୟକାରୀ ଓ ବଳବତ୍ତର ହେବାରେ ସାହାଯ୍ୟ କରିଥାଏ। ଆଜିପର୍ଯ୍ୟନ୍ତ ଏହି ପ୍ରକାରର ଜରୁରୀ ପରିସ୍ଥିତି ଜାରିର ଆବଶ୍ୟକତା ପଡ଼ି ନାହିଁ । ଏହାର ଅପବ୍ୟବହାର ରୋକିବା ପାଇଁ ୪୪ତମ ସଂଶୋଧନ ଆଇନ ଏହାକୁ ନ୍ୟାୟିକ ପର୍ଯ୍ୟାଲୋଚନା (Judicial Review) କ୍ଷମତାର ପରିସରଭୁକ୍ତ କରିଛି।

(୧) କେନ୍ଦ୍ର ସରକାର ଯେକୌଣସି ରାଜ୍ୟ ସରକାରକୁ ଅର୍ଥନୈତିକ ସଙ୍କଟରୁ ମୁକ୍ତ ହେବାପାଇଁ ଯେକୌଣସି ସମୟରେ ନିର୍ଦ୍ଦେଶନାମା ଦେଇପାରିବେ ଓ ରାଜ୍ୟ ସରକାର ସେହିସବୁ ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ । ଯଦି ନ ମାନିବେ, ତାହାହେଲେ ୩୬୫ ଧାରା ଲାଗୁହୋଇ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରିବ।
(୨) ରାଷ୍ଟ୍ରପତି ବିଭିନ୍ନ ଶ୍ରେଣୀର କର୍ମଚାରୀଙ୍କ ଦରମା ଓ ଭତ୍ତା କାଟ, ଏପରିକି ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଦରମା ଓ ଭତ୍ତା ହ୍ରାସ ପାଇଁ ଆଦେଶ ଦେଇପାରନ୍ତି ।
(୩) ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟପାଳମାନେ ସଂପୃକ୍ତ ରାଜ୍ୟର ଅର୍ଥ ଚିଠାଗୁଡ଼ିକୁ ରାଜ୍ୟ ବିଧାନସଭାରେ ଗୃହୀତ ହୋଇସାରିବା ପରେ, ୨୦୭ ଧାରା ଅନୁଯାୟୀ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପ୍ରେରଣ କରିଥା’ନ୍ତି ।

୪୪ତମ ସଂଶୋଧନ ଆଇନ ପ୍ରଣୟନ ପୂର୍ବରୁ ଜରୁରୀ ପରିସ୍ଥିତି ବିଷୟ ଏକ ଗଣତାନ୍ତ୍ରିକ ସମ୍ବିଧାନର ଏକ ଅଗଣତାନ୍ତ୍ରିକ ଅଂଶ ଥିଲା। ଭାରତରେ ଅସୀମିତ କ୍ଷମତାର ଅଧୂକାରୀ ଏକ ନିରଙ୍କୁଶ ଶାସନ ବ୍ୟବସ୍ଥାର ପ୍ରଚଳନ ପାଇଁ ଏହା ବ୍ୟବସ୍ଥା କରିଥିଲା । ଏଚ୍.ଭି. କାମାଥ ଏହି ବ୍ୟବସ୍ଥା ପାଇଁ କ୍ଷୋଭ ପ୍ରକାଶ କରି କହିଥିଲେ ଯେ କୌଣସି ଗଣତାନ୍ତ୍ରିକ ସମ୍ବିଧାନରେ ଏପରି ବ୍ୟବସ୍ଥା ନଥିବାରୁ ଯେଉଁଦିନ ରାଷ୍ଟ୍ରପତି ଏହି କ୍ଷମତା ବ୍ୟବହାର କରିବେ, ସେହିଦିନଟି ଅତ୍ୟନ୍ତ ଦୁଃଖଦ ଓ ଲଜ୍ଜାକର ଦିବସରୂପେ ପରିଚିତ ହେବ ।

ଏପରିକି କ୍ରିଷ୍ଣାମାଚାରୀ ଯିଏ କି ଜରୁରୀ ପରିସ୍ଥିତି ବ୍ୟବସ୍ଥାର ଜଣେ ଦୃଢ଼ ସମର୍ଥକ, ତାଙ୍କ ମତରେ, “ ରାଷ୍ଟ୍ରପତି ଏକ ସାମ୍ବିଧାନିକ ଏକଚ୍ଛତ୍ରବାଦ ପ୍ରତିଷ୍ଠା କରିଥା’ନ୍ତି।’ ୧୯୫୯ ମସିହାରେ କେରଳରେ ଓ ତତ୍ପରବର୍ତ୍ତୀ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କରେ ୩୫୬ ଧାରାର ଯେଉଁ ପ୍ରୟୋଗ କରାଯାଇଛି, ତାହା ଉପରୋକ୍ତ ମନ୍ତବ୍ୟର ସତ୍ୟତାକୁ ପ୍ରତିପାଦନ କରିଥାଏ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

ଶାସନ ବିଧାୟକ ସଭାରେ ଏହି ବ୍ୟବସ୍ଥାକୁ ସମର୍ଥନ କରି ଡଃ ଆମ୍ବେଦକର ଯୁକ୍ତି ବାଢ଼ିଥିଲେ ଯେ, ଏହି କ୍ଷମତା କେବଳ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସୃଷ୍ଟି କରାଯାଇଛି। ଏହା ସମ୍ବିଧାନର ସାଧାରଣ ବ୍ୟବସ୍ଥା ନୁହେଁ । ଅନ୍ୟ ପକ୍ଷରେ ଉକ୍ତ ସଭାର ଅନ୍ୟ ଜଣେ ସଦସ୍ୟ ଟି.ଟି. କ୍ରିଷ୍ଣମାଚାରୀ ମତ ଦେଇଥିଲେ, “ଏହି ଜରୁରୀ ବ୍ୟବସ୍ଥାକୁ ଏକ କୁ-ଆବଶ୍ୟକତାରୂପେ ସହ୍ୟ କରିବା ବାଞ୍ଛନୀୟ ଏବଂ ଏହିପରି ଏକ ବ୍ୟବସ୍ଥାର ଅନୁପସ୍ଥିତିରେ ସମ୍ବିଧାନ ପ୍ରଣୟନ ବାଧାପ୍ରାପ୍ତ ହୋଇଥା’ନ୍ତା ।”

ଭାରତର ଅତୀତ ରାଜନୈତିକ ପୃଷ୍ଠଭୂମିକୁ ବିଚାରକୁ ନେଲେ ଏହି ବ୍ୟବସ୍ଥାର ବାସ୍ତବତା ଓ ଯଥାର୍ଥତାର ପ୍ରକୃତ ମୂଲ୍ୟାଙ୍କନ ସମ୍ଭବ ଅଟେ । ସେହି ସମ୍ପର୍କରେ ଭି.ଏନ୍. ଶୁକ୍ଲ ମତ ଦିଅନ୍ତି ଯେ, “ ମୌଳିକ ଅଧ‌ିକାର ଓ ଗଣତନ୍ତ୍ରର ପରିବେଶ ମଧ୍ୟରେ ଏହିପରି ଏକ ବ୍ୟବସ୍ଥା ଅତ୍ୟନ୍ତ କ୍ରୂର ଓ ଅନୁପଯୁକ୍ତ ମନେହୁଏ। କିନ୍ତୁ ଏହି ବ୍ୟବସ୍ଥାକୁ ଭାରତର ଅତୀତ ଇତିହାସ ଦୃଷ୍ଟିକୋଣରୁ ମୂଲ୍ୟାଙ୍କନ କରାଯିବା ଉଚିତ ।

ଅତୀତ ଭାରତରେ ଯେଉଁ ସମୟରେ କେନ୍ଦ୍ରଶକ୍ତି ଦୁର୍ବଳ ହୋଇଯାଇଛି, ତାହା ଭାରତ ପାଇଁ ଅମଙ୍ଗଳକର ବୋଧ ହୋଇଛି।” ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜାତୀୟ ସଂହତି ଓ ଭୂଖଣ୍ଡୀୟ ଏକତ୍ଵର ସଂରକ୍ଷଣ ପାଇଁ ଏହିପରି ଦୃଢ଼ ବ୍ୟବସ୍ଥାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ଏଣୁ ସମ୍ବିଧାନ ପ୍ରଣେତାମାନଙ୍କର ଆଶା ଓ ଆକାଂକ୍ଷାକୁ ଆଖୁଗରେ ରଖ୍ ଏହି କ୍ଷମତାକୁ ପ୍ରୟୋଗ କରାଗଲେ ଏହା ତାହାର ମୂଳଲକ୍ଷ୍ୟ ସାଧନ କରିବ ଓ ଭାରତରେ ଗଣତନ୍ତ୍ର, ବ୍ୟକ୍ତିସ୍ଵତନ୍ତ୍ରତା, ଜାତୀୟ ସଂହତି ଇତ୍ୟାଦି ମହନୀୟଭାବରେ ପ୍ରକଟିତ ହେବାର ସୁଯୋଗ ପାଇପାରିବ।

୩ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ମନ୍ତ୍ରୀମଣ୍ଡଳ ସଂସଦୀୟ ଶାସନର ଏକ ବିଶିଷ୍ଟ ଅଙ୍ଗ। ୧୯୩୫ ମସିହା ଭାରତ ଶାସନ ଆଇନ ଅନୁସାରେ ଭାରତର ପ୍ରଦେଶମାନଙ୍କରେ ମନ୍ତ୍ରୀମଣ୍ଡଳ ଶାସନ ପାଇଁ ବ୍ୟବସ୍ଥା କରାଯାଇଥିଲା ।

ସମ୍ବିଧାନର ୭୪(୩) ଧାରାରେ ଲିଖୂତ ଅଛି ଯେ ରାଷ୍ଟ୍ରପତିଙ୍କୁ ତାଙ୍କ କାର୍ଯ୍ୟ ପରିଚାଳନାରେ ସାହାଯ୍ୟ ଓ ପରାମର୍ଶ ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଏକ ମନ୍ତ୍ରିମଣ୍ଡଳ ରହିବ ।

ମନ୍ତ୍ରୀମଣ୍ଡଳ ଗଠନ – ସମ୍ବିଧାନର ୭୫(୧) ଧାରା ଅନୁସାରେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନେ ରାଷ୍ଟ୍ରପତିଙ୍କଦ୍ବାରା ନିର୍ବାଚନ ହୁଅନି ।

ମନ୍ତ୍ରୀ ହେବା ପାଇଁ ଯୋଗ୍ୟତା :
(୧) ସେ ଜଣେ ପାର୍ଲିଆମେଣ୍ଟର ସଦସ୍ୟ ହୋଇଥ‌ିବେ । ଯଦି ହୋଇନଥିବେ ତାହାହେଲେ ୬ ମାସ ମଧ୍ୟରେ ହେବାକୁ ପଡ଼ିବ। ଏହି ୬ ମାସ ମଧ୍ୟରେ ସଦସ୍ୟ ହେବା ମନ୍ତ୍ରୀ ହେବା କ୍ଷେତ୍ରରେ ପ୍ରଯୁଜ୍ୟ ।
(୨) ମନ୍ତ୍ରୀ ମନୋନୟନ ପ୍ରଧାନମନ୍ତ୍ରୀଙ୍କର ସ୍ଵାଧିକାରଭୁକ୍ତ ହୋଇଥିବାରୁ ତାଙ୍କର ବିଶ୍ଵସ୍ତ ଓ ଆସ୍ଥାଭାଜନ ବ୍ୟକ୍ତିମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଆନ୍ତି ।

ମନ୍ତ୍ରୀମାନଙ୍କର ଶ୍ରେଣୀବିଭାଗ :
(୧) କ୍ୟାବିନେଟ୍ ମନ୍ତ୍ରୀ – ଏହିମାନେ ପ୍ରଥମ ଶ୍ରେଣୀର ମନ୍ତ୍ରୀ । ସେମାନେ ବିଭିନ୍ନ ବିଭାଗର ମୁଖ୍ୟଭାବେ ସ୍ଵତନ୍ତ୍ର ଦାୟିତ୍ଵ ବହନ କରନ୍ତି । କ୍ୟାବିନେଟ୍ ବୈଠକରେ ଯୋଗ ଦେଇ ଶାସନ ପରିଚାଳନା ପାଇଁ ନୀତିଗତ ନିଷ୍ପତ୍ତି ଗ୍ରହଣ କରିବା ସେମାନଙ୍କର ଦାୟିତ୍ଵ ।
(୨) ରାଷ୍ଟ୍ରମନ୍ତ୍ରୀ – ଏହି ମନ୍ତ୍ରୀମାନେ ଦ୍ଵିତୀୟ ଶ୍ରେଣୀର ମନ୍ତ୍ରୀ । କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ପରି ଏମାନେ ମଧ୍ୟ ସ୍ଵତନ୍ତ୍ର ଦାୟିତ୍ଵରେ ଥାଆନ୍ତି। ଅନ୍ୟ କ୍ଷେତ୍ରରେ ରାଷ୍ଟ୍ରମନ୍ତ୍ରୀମାନେ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସାହାଯ୍ୟ କରନ୍ତି । ଏମାନେ କ୍ୟାବିନେଟ୍ ବୈଠକରେ ଯୋଗଦେଇ ପାରନ୍ତି ନାହିଁ ।
(୩) ଉପମନ୍ତ୍ରୀ – ଏହିମାନେ ତୃତୀୟ ପାହ୍ୟାର ମନ୍ତ୍ରୀ। ଏମାନେ ବିଭିନ୍ନ କାର୍ଯ୍ୟରେ ରାଷ୍ଟ୍ରମନ୍ତ୍ରୀ ଏବଂ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସାହାଯ୍ୟ କରନ୍ତି ।
(୪) ସଂସଦୀୟ ସଚିବ – ସଂସଦୀୟ ସଚିବମାନେ ପ୍ରକୃତରେ ମନ୍ତ୍ରୀ ପଦବାଚ୍ୟ ନୁହନ୍ତି। ସେମାନେ ମନ୍ତ୍ରୀମାନଙ୍କୁ ତାଙ୍କ କାର୍ଯ୍ୟ ପରିଚାଳନାରେ ସାହାଯ୍ୟ କରନ୍ତି । ଏହା ସେମାନଙ୍କ ପାଇଁ ଟ୍ରେନିଂ ଭଳି କାର୍ଯ୍ୟ କରେ । ଚନ୍ଦ୍ରଶେଖରଙ୍କ ମନ୍ତ୍ରୀମଣ୍ଡଳରେ ନକୁଳ ନାୟକ (M.P.) ଏହି ପଦବୀରେ ଥିଲେ ।

କାର୍ଯ୍ୟକାଳ – ମନ୍ତ୍ରୀମଣ୍ଡଳର କାର୍ଯ୍ୟକାଳ ୫ ବର୍ଷ । କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇପାରେ। ରାଷ୍ଟ୍ରପତି ଇଚ୍ଛା କଲେ ମିଆଦ ପୂର୍ବରୁ ମନ୍ତ୍ରୀମଣ୍ଡଳକୁ ଭାଙ୍ଗି ଦେଇପାରନ୍ତି। ଲୋକସଭାର ନିନ୍ଦା ପ୍ରସ୍ତାବ, କାଟ ପ୍ରସ୍ତାବ ଏବଂ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ କାର୍ଯ୍ୟକାଳ ପୂର୍ବରୁ ମଧ୍ୟ ସରକାରର ପତନ ଘଟେ ।

କାର୍ଯ୍ୟ – ସମ୍ବିଧାନରେ ମନ୍ତ୍ରୀମଣ୍ଡଳର କାର୍ଯ୍ୟ ସମ୍ପର୍କରେ ନିର୍ଦ୍ଦିଷ୍ଟ ଉଲ୍ଲେଖ ନଥିଲେ ମଧ୍ୟ କେନ୍ଦ୍ର,ମନ୍ତ୍ରୀମଣ୍ଡଳ ଭାରତ ଶାସନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

(କ) ନୀତି ନିର୍ଦ୍ଧାରଣ – ଦେଶର ସମସ୍ତ ନୀତି ମନ୍ତ୍ରୀମଣ୍ଡଳଦ୍ଵାରା ନିର୍ଦ୍ଧାରିତ ହୋଇଥାଏ। ମନ୍ତ୍ରୀମଣ୍ଡଳଦ୍ଵାରା ସ୍ଥିରୀକୃତ ହୋଇଥିବା ନୀତିଦ୍ଵାରା ମନ୍ତ୍ରୀମାନେ ସେମାନଙ୍କ ବିଭାଗର କାର୍ଯ୍ୟ ସମ୍ପାଦନ କରନ୍ତି । ନିର୍ଦ୍ଧାରିତ ନୀତିଗୁଡ଼ିକ ପାର୍ଲିଆମେଣ୍ଟଦ୍ୱାରା ଅନୁମୋଦନ ଲାଭ କରିବା ଉଚିତ ।

(ଖ) ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା – ଗୃହୀତ ନିଷ୍ପତ୍ତିଗୁଡ଼ିକ କାର୍ଯ୍ୟକାରୀ କରିବା ମନ୍ତ୍ରୀମଣ୍ଡଳର ଗୁରୁଦାୟିତ୍ଵ । ମନ୍ତ୍ରୀମାନଙ୍କ ନିର୍ଦ୍ଦେଶକ୍ରମେ ପ୍ରଣାସନିକ ବିଭିନ୍ନ ବିଷୟରେ ପରାମର୍ଶ ଦିଅନ୍ତି। କର୍ମଚାରୀମାନଙ୍କ ଦୋଷତ୍ରୁଟି ପାଇଁ ମନ୍ତ୍ରୀମାନେ ସର୍ବସାଧାରଣ ଆଗରେ ଦାୟୀ ରହନ୍ତି ।

(ଗ) ବୈଦେଶିକ ସମ୍ପର୍କ ରକ୍ଷା – ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହ ସମ୍ପର୍କ ପ୍ରତିଷ୍ଠା ଓ ସୁରକ୍ଷା ମନ୍ତ୍ରୀମଣ୍ଡଳର ଅନ୍ୟତମ କାର୍ଯ୍ୟ । ବିଦେଶରେ ଭାରତ ଓ ଭାରତୀୟମାନଙ୍କର ସ୍ଵାର୍ଥ ସଂରକ୍ଷଣ ନିମନ୍ତେ ଆବଶ୍ୟକ ହେଉଥିବା ନୀତି ମନ୍ତ୍ରୀମଣ୍ଡଳଦ୍ଵାରା ଗୃହୀତ ଓ କାର୍ଯ୍ୟକାରୀ ହୁଏ । ବିଭାଗୀୟ ମନ୍ତ୍ରୀମାନେ ବିଦେଶ ଗସ୍ତରେ ଯାଇ ବୈଦେଶିକ ସମ୍ପର୍କ ସ୍ଥାପନ କରନ୍ତି ।

(ଘ) ଶାସନ ଉପରେ ନିୟନ୍ତ୍ରଣ – ମନ୍ତ୍ରିମଣ୍ଡଳର ନିଷ୍ପଭିକୁ କାର୍ଯ୍ୟକାରୀ କରିବା ବେତନଭୋଗୀ କର୍ମଚାରୀମାନଙ୍କର ଦାୟିତ୍ବ। କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା, ଆବଶ୍ୟକସୁଳେ ନିଷ୍ପତ୍ତି ଗ୍ରହଣ କରିବା ଓ କର୍ମଚାରୀମାନଙ୍କର କାର୍ଯ୍ୟକୁ ତଦାରଖ କରିବା ଦାୟିତ୍ଵ ମନ୍ତ୍ରୀମାନଙ୍କର। କର୍ତ୍ତବ୍ୟରେ ଖୁଲାପ କରୁଥିବା କର୍ମଚାରୀମାନଙ୍କ ପ୍ରତି ମନ୍ତ୍ରୀମାନେ ଶୃଙ୍ଖଳାଗତ ଶାସ୍ତିବିଧାନ କରନ୍ତି ।

(ଙ) ବିଲ୍ ପ୍ରସ୍ତୁତୀକରଣ – ବିଧେୟକ ବା ବିଲ୍‌ଗୁଡ଼ିକର ରୂପରେଖ ମନ୍ତ୍ରୀମଣ୍ଡଳ ବୈଠକରେ ସ୍ଥିର ହୁଏ । ବିଭାଗୀୟ ମନ୍ତ୍ରୀମାନେ ବିଲ୍‌ଗୁଡ଼ିକ ପ୍ରସ୍ତୁତ କରନ୍ତି, ପାର୍ଲିଆମେଣ୍ଟରେ ଆଗତ କରନ୍ତି ଏବଂ ଅନୁମୋଦନ ଲାଭ କରନ୍ତି ।

(ଚ) ବଜେଟ୍ ଉପସ୍ଥାପନ – ପ୍ରତିବର୍ଷ ଆୟ ଓ ବ୍ୟୟର ଅଟକଳ ପାର୍ଲିଆମେଣ୍ଟରେ ଆଗତ ହେବା ପୂର୍ବରୁ ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦିତ ହୁଏ । ମନ୍ତ୍ରୀମଣ୍ଡଳର ଅନୁମୋଦନକ୍ରମେ ନୂତନ ଟିକସ ବସାଯାଏ ଏବଂ ଟିକସ ମଧ୍ଯ ପ୍ରତ୍ୟାହାର କରାଯାଏ। ବିଭାଗୀୟ ମନ୍ତ୍ରୀମାନେ ସେମାନଙ୍କର ବିଭାଗ ପାଇଁ ଉଦ୍ଦିଷ୍ଟ ଖର୍ଚ୍ଚ ଦାବିଗୁଡ଼ିକୁ ଆଗତ କରି ଗୃହୀତ କରନ୍ତି ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

(ଛ) ରାଷ୍ଟ୍ରପତିଙ୍କୁ ପରାମର୍ଶ – ଶାସନ କାର୍ଯ୍ୟର ସୁପରିଚାଳନା ପାଇଁ ମନ୍ତ୍ରୀମଣ୍ଡଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଏ । ରାଷ୍ଟ୍ରପତି ଏହି ପରାମର୍ଶ ମାନିବାକୁ ବାଧ୍ୟ। ମନ୍ତ୍ରିମଣ୍ଡଳର ପରାମର୍ଶକ୍ରମେ ରାଷ୍ଟ୍ରପତି ଜାତୀୟ, ଆର୍ଥକ ଓ ରାଜ୍ୟ ଜରୁରିକାଳୀନ ପରିସ୍ଥିତି ଘୋଷଣା କରନ୍ତି । ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି ଅନୁଯାୟୀ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି ।

(ଜ) ଜାତୀୟ ଐକ୍ୟ ଓ ସଂହତି – ଜାତୀୟ ଏକତା, ସାର୍ବଭୌମତ୍ବ, ଅଖଣ୍ଡତା ଓ ସଂହତିର ସୁରକ୍ଷା କରିବା ମନ୍ତ୍ରୀମଣ୍ଡଳର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ସାମ୍ପ୍ରଦାୟିକତା, ଆଞ୍ଚଳିକତାବାଦ ଓ ବିଚ୍ଛିନ୍ନତାବାଦକୁ ଲୋପ କରି ଶାନ୍ତି, ସଂହତି ପ୍ରତିଷ୍ଠା କରିବା ମନ୍ତ୍ରୀମଣ୍ଡଳର ଦାୟିତ୍ଵ ।

(ଝ) ସମନ୍ବୟ ସ୍ଥାପନ – ପ୍ରଶାସନିକ ବିଭାଗଗୁଡ଼ିକର କାର୍ଯ୍ୟ, ଜାତୀୟ ଯୋଜନା ଏବଂ ଏହାର କାର୍ଯ୍ୟକାରିତା, ସର୍ବସାଧାରଣଙ୍କ ସ୍ଵାର୍ଥର ସୁରକ୍ଷା ତଥା ଦେଶ ଏବଂ ନାଗରିକର ସ୍ଵାର୍ଥସମ୍ବଳିତ ବିଭିନ୍ନ ବିଷୟଗୁଡ଼ିକ ମଧ୍ୟରେ ସମନ୍ଵୟ ସ୍ଥାପନ କରିବା ମନ୍ତ୍ରୀମଣ୍ଡଳର ଦାୟିତ୍ଵ। ବିଭିନ୍ନ ବିଭାଗ ମଧ୍ୟରେ ଉପୁଜିଥିବା ଦ୍ଵନ୍ଦର ସମାଧାନ ମନ୍ତ୍ରୀମଣ୍ଡଳ ବୈଠକରେ ହିଁ କରାଯାଇଥାଏ । ରାଷ୍ଟ୍ରର ବିଭିନ୍ନ କାର୍ଯ୍ୟ ମଧ୍ୟରେ ସମନ୍ଵୟ ପ୍ରତିଷ୍ଠା ନ ହେଲେ ଭବିଷ୍ୟତ ଉନ୍ନତି ପଥରେ ଅନ୍ତରାୟ ସୃଷ୍ଟି ହୁଏ ।

ମନ୍ତ୍ରୀମଣ୍ଡଳର ଅଜ୍ଞାତସାରରେ କୌଣସି କାର୍ଯ୍ୟ ହୁଏ ନାହିଁ । ଇଂଲଣ୍ଡର ମନ୍ତ୍ରୀମଣ୍ଡଳ ସହିତ ଭାରତ ମନ୍ତ୍ରୀମଣ୍ଡଳର ସାଦୃଶ୍ୟ ରହିଛି । ବିଲାତ ପରି ଭାରତର ମନ୍ତ୍ରୀମଣ୍ଡଳକୁ ରାଜନୀତିକ ତୋରଣର ମୁଖ୍ୟ ପ୍ରସ୍ତର ବୋଲି କୁହାଯାଏ ।

୪ । ଭାରତର ପ୍ରଧାନମନ୍ତ୍ରୀଙ୍କ କ୍ଷମତା ଓ ପଦମର୍ଯ୍ୟାଦା ଆଲୋଚନା କର ।
କିମ୍ବା, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାବଳୀ ଓ ଭୂମିକା ଆଲୋଚନା କର ।
Answer:
ସମ୍ବିଧାନର ୭୪(୧) ଧାରା ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀମଣ୍ଡଳ ଗଠିତ ହୁଏ। ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ପ୍ରାଣକେନ୍ଦ୍ରରୂପେ କାର୍ଯ୍ୟ କରନ୍ତି । ୭୫ ଧାରା ଅନୁସାରେ ପ୍ରଧାନମନ୍ତ୍ରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି । ରାଷ୍ଟ୍ରପତି ଲୋକସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ପ୍ରଧାନମନ୍ତ୍ରୀରୂପେ ବାଛନ୍ତି । ଯଦି କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ ନ କରେ ତାହେଲେ ମିଳିତ ମନ୍ତ୍ରୀମଣ୍ଡଳ ଗଠନ କରାଯାଏ। ସମ୍ବିଧାନର ୭୮ ଧାରା ଅନୁସାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ମନ୍ତ୍ରୀମଣ୍ଡଳର ଗୃହୀତ ସମସ୍ତ ନିଷ୍ପତ୍ତି ଜଣାଇଥାଆନ୍ତି ।

ଶପଥ ପାଠ – ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦେଲାପରେ ପଦବୀର ଗୋପନୀୟତା ପାଇଁ ଶପଥ ପାଠ କରାଇଥା’ନ୍ତି।
କାର୍ଯ୍ୟକାଳ – ପ୍ରଧାନମନ୍ତ୍ରୀ ୫ ବର୍ଷ ପାଇଁ କାର୍ଯ୍ୟ କରିବା କଥା; ମାତ୍ର ଲୋକସଭା ନ ଭାଙ୍ଗିଲେ କିମ୍ବା ରାଷ୍ଟ୍ରପତି ମନ୍ତ୍ରୀମଣ୍ଡଳକୁ ବରଖାସ୍ତ ନକଲେ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ଅତିବାହିତ କରିବ ନଚେତ୍ କାର୍ଯ୍ୟକାଳର ସ୍ଥିରତା ନାହିଁ । ଲୋକସଭାର ଆସୁଭାଜନ ଥୁବା ପର୍ଯ୍ୟନ୍ତ ସେ ଏହି ପଦରେ ରୁହନ୍ତି । ପଣ୍ଡିତ ନେହେରୁଙ୍କ ଦୀର୍ଘ କାର୍ଯ୍ୟକାଳ ଓ ଚନ୍ଦ୍ରଶେଖରଙ୍କ ସ୍ଵଳ୍ପ କାର୍ଯ୍ୟକାଳ ଏହାର ପ୍ରମାଣ ।

ପ୍ରଧାନମନ୍ତ୍ରୀଙ୍କ କ୍ଷମତା ଓ କାର୍ଯ୍ୟାବଳୀ :
(୧) ମନ୍ତ୍ରୀମଣ୍ଡଳ ଗଠନ – ସାଧାରଣ ନିର୍ବାଚନ ପରେ ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀରୂପେ ନିଯୁକ୍ତି ଦିଅନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କ ନାମ ତାଲିକା ରାଷ୍ଟ୍ରପତିଙ୍କୁ ପ୍ରଦାନ କରନ୍ତି । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ମନ୍ତ୍ରୀମଣ୍ଡଳର ଅଦଳବଦଳ କରନ୍ତି। ସେଥ‌ିପାଇଁ ପ୍ରଧାନମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳ ଗଠନର ଜୀବନ ଓ ବିଲୟର କେନ୍ଦ୍ରବିନ୍ଦୁ ବୋଲି କୁହାଯାଏ ।
(୨) ବିଭାଗ ବଣ୍ଟନ – ପ୍ରଧାନମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ବିଭାଗ ବଣ୍ଟନ କଲାବେଳେ ସେ ମନ୍ତ୍ରୀମାନଙ୍କର ଦକ୍ଷତା ଓ ଅଭିଜ୍ଞତା ବିଚାରକୁ ନେଇଥାଆନ୍ତି ।
(୩) ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ – ପ୍ରଧାନମନ୍ତ୍ରୀ ବିଭିନ୍ନ ବିଭାଗର କାର୍ଯ୍ୟଦକ୍ଷତା ଉପରେ ଦୃଷ୍ଟି ରଖନ୍ତି । ସେ ମୁଖ୍ୟ ହିସାବରେ ବିଭିନ୍ନ’ ବିଭାଗର ସମନ୍ଵୟ ରକ୍ଷା କରନ୍ତି। ମନ୍ତ୍ରୀମାନଙ୍କର ଦ୍ବନ୍ଦ୍ବ ଓ ମତଭେଦ ଥିଲେ ତା’ର ଆଶୁ ସମାଧାନ କରନ୍ତି ।
(୪) ମନ୍ତ୍ରୀମଣ୍ଡଳ ବୈଠକରେ ସଭାପତିତ୍ବ – ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ବୈଠକ ଆହ୍ବାନ କରନ୍ତି, କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି ଓ ବୈଠକରେ ଅଧ୍ୟକ୍ଷତା କରନ୍ତି। ମନ୍ତ୍ରୀମଣ୍ଡଳର ଅଧ୍ୟକ୍ଷଭାବରେ ଏବଂ ବିଭିନ୍ନ ମନ୍ତ୍ରୀମଣ୍ଡଳୀୟ କମିଟିର ଅଧ୍ୟକ୍ଷଭାବେ ଦାୟିତ୍ଵ ତୁଲାଇ ଥାଆନ୍ତି । ପ୍ରତ୍ୟେକ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମାନିବାକୁ ବାଧ୍ୟ ହୁଅନ୍ତି ।
(୫) ମନ୍ତ୍ରୀମଣ୍ଡଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଯୋଗସୂତ୍ର – ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଓ ମନ୍ତ୍ରୀମଣ୍ଡଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ପ୍ରଧାନମନ୍ତ୍ରୀଙ୍କ ବିନାନୁମତିରେ କୌଣସି ମନ୍ତ୍ରୀ ରାଷ୍ଟ୍ରପତିଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରକ୍ଷା କରିପାରିବେ ନାହିଁ । ବିଭିନ୍ନ ମନ୍ତ୍ରଣାଳୟ ସମ୍ପର୍କରେ କୌଣସି ବିବରଣୀ ରାଷ୍ଟ୍ରପତି ଚାହିଁଲେ ପ୍ରଧାନମନ୍ତ୍ରୀ ତାହା ଯୋଗାଇ ଥାଆନ୍ତି ।
(୬) ରାଷ୍ଟ୍ରପତିଙ୍କ ପରାମର୍ଶଦାତା – ରାଷ୍ଟ୍ରପତିଙ୍କର ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ଅଛି । ପ୍ରଧାନମନ୍ତ୍ରୀ ଶାସନ କ୍ଷେତ୍ରରେ ଅନେକ ପରାମର୍ଶ ଦିଅନ୍ତି। ଜରୁରିକାଳୀନ ପରିସ୍ଥିତି, ଲୋକସଭା ଭଙ୍ଗ ତଥା ଅନ୍ୟାନ୍ୟ ସଂଘୀୟ ନିଯୁକ୍ତି ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ହିଁ
କରିଥାଆନ୍ତି ।
(୭) ଦେଶର ନେତା – ପ୍ରଧାନମନ୍ତ୍ରୀ ସମଗ୍ର ଦେଶର ନେତାରୂପେ ସମ୍ମାନୀତ । ସେ ଦେଶର ବିଭିନ୍ନ ସ୍ଥାନକୁ ଯାଇ ଲୋକମାନଙ୍କ ସହ ସମ୍ପର୍କ ରକ୍ଷା କରନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ନାଗରିକମାନଙ୍କ ସମସ୍ୟା ସହ ପରିଚିତ ହୁଅନ୍ତି । ରାଷ୍ଟ୍ରର ସଂକଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ତା ଜନସାଧାରଣଙ୍କ ମନରେ ଆଶା ସଞ୍ଚାର କରେ ।
(୮) ଦଳର ନେତା – ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ଵ ଦଳ ପାଇଁ ଭୋଟ ସଂଗ୍ରହ କରିଥାଏ । ଅନେକ ସମୟରେ ଦଳର ନିର୍ବାଚନ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ଵ ଦଳ ପାଇଁ ଭୋଟ ସଂଗ୍ରହ କରିଥାଏ । ଅନେକ ସମୟରେ ଦଳର ନିର୍ବାଚନ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନରେ ପରିଣତ ହୁଏ ।
(୯) ବୈଦେଶିକ ନୀତି ନିର୍ଦ୍ଧାରଣ – ପ୍ରଧାନମନ୍ତ୍ରୀ ସରକାରଙ୍କ ମୁଖ୍ୟଭାବେ ବୈଦେଶିକ ନୀତି ନିର୍ଦ୍ଧାରଣ କରନ୍ତି । ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥିତି ଓ ସମ୍ମାନକୁ ସୁଦୃଢ଼ କରିବା ତାଙ୍କର କର୍ତ୍ତବ୍ୟ । ସ୍ଵର୍ଗତ ରାଜୀବ ଗାନ୍ଧୀ, ଇନ୍ଦିରା ଗାନ୍ଧୀ ଆଦି ପ୍ରଧାନମନ୍ତ୍ରୀ ଥିଲାବେଳେ ପୃଥବୀର ଗୋଷ୍ଠୀନିରପେକ୍ଷ ଆନ୍ଦୋଳନର ନେତୃତ୍ଵ ନେଇଛନ୍ତି । ରାଜୀବ ଗାନ୍ଧୀଙ୍କ ନେତୃତ୍ଵରେ ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଙ୍ଗଠନ ପ୍ରତିଷ୍ଠା ସମ୍ଭବ ହୋଇଛି । ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଲାହୋର ବସ୍‌ତ୍ରା କରି ଭାରତ ପାକିସ୍ତାନର ସମ୍ପର୍କକୁ ବୃଦ୍ଧି କରିଛନ୍ତି ।
(୧୦) ବିଭିନ୍ନ ଜାତୀୟ ପରିଷଦର ଅଧ୍ୟକ୍ଷ – ରାଷ୍ଟ୍ରର ପ୍ରଶାସନିକ ଉନ୍ନତି ତଥା ଆଭ୍ୟନ୍ତରୀଣ ନୀତି ନିର୍ଦ୍ଧାରଣ ପାଇଁ ଗଠିତ ବିଭିନ୍ନ ଜାତୀୟ ପରିଷଦ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୁଏ । ଜାତୀୟ ଯୋଜନା କମିଶନ, ଜାତୀୟ ଉନ୍ନୟନ ପରିଷଦ, ଜାତୀୟ ସଂହତି ପରିଷଦ ପ୍ରଭୃତି ଜାତୀୟ ପରିଷଦମାନଙ୍କରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରନ୍ତି ।

ପ୍ରଧାନମନ୍ତ୍ରୀଙ୍କ ପଦମର୍ଯ୍ୟାଦା :
ପ୍ରଧାନମନ୍ତ୍ରୀ ଦେଶର ପ୍ରଧାନ ଶାସକ । ଦେଶର ପ୍ରଗତି ଓ ବିକାଶ ତାଙ୍କ ଉପରେ ନିର୍ଭର କରେ । ସେ ଏକାଧାରରେ ସରକାରର ଅଧ୍ଵନାୟକ ଓ ଶାସନର ନିୟନ୍ତ୍ରକ ଅଟନ୍ତି ।

ସମକକ୍ଷଙ୍କ ମଧ୍ୟରେ ପ୍ରଥମ – ପ୍ରଧାନମନ୍ତ୍ରୀ ସମେତ ଅନ୍ୟ ମନ୍ତ୍ରୀମାନେ ସମତା ଭିଭିରେ କାର୍ଯ୍ୟ କରନ୍ତି। ବେତନ ଓ ଭତ୍ତା ସମାନ ନିଅନ୍ତି । ଏ ସମସ୍ତ ସତ୍ତ୍ଵେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳ ଭାଙ୍ଗିଦେବାର ଓ ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବାର ବିଶେଷ ଅଧୁକାର ଉପଭୋଗ କରନ୍ତି । ତେଣୁ ସେ ସମକକ୍ଷଙ୍କ ମଧ୍ୟରେ ପ୍ରଥମ ବୋଲି ପରିଗଣିତ ହୁଅନ୍ତି ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

କ୍ଷୁଦ୍ର ତାରାଙ୍କ ମଧ୍ୟରେ ଚନ୍ଦ୍ର – ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ମୁଖ୍ୟ। ସେ ବହୁ କ୍ଷମତାର ଅଧିକାରୀ। ତାଙ୍କ ନିକଟରେ ଅନ୍ୟ ମନ୍ତ୍ରୀମାନେ ନିଷ୍ପ୍ରଭ ଦିଶନ୍ତି। ମନ୍ତ୍ରୀମାନେ କ୍ଷୁଦ୍ର ତାରକା ସଦୃଶ ହେଲେ ପ୍ରଧାନମନ୍ତ୍ରୀ ଚନ୍ଦ୍ର ସଦୃଶ ଅଟନ୍ତି । William Harcourt ଙ୍କ ମତରେ, ପ୍ରଧାନମନ୍ତ୍ରୀ ହେଉଛନ୍ତି “Inter Stellas Luna Minors”.

ଗ୍ରହପୁଞ୍ଜ ମଧ୍ଯରେ ସୂର୍ଯ୍ୟ – ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ଜନ୍ମଦାତା, ପାଳନକର୍ତା ଓ ସଂହାରକର୍ତ୍ତା। ପ୍ରଧାନମନ୍ତ୍ରୀ କ୍ଷମତା, ଅର୍ଥ ଓ ପ୍ରତିପତ୍ତିର ଉତ୍ସ ହୋଇଥିବାରୁ ବିଭିନ୍ନ ଉଦ୍ଦେଶ୍ୟରେ ମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ଚାରିପଟେ ଘୂରିବୁଲନ୍ତି । ପ୍ରତ୍ୟେକ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କର ନିକଟତର ହେବାକୁ ଓ ଅନୁକମ୍ପା ଲାଭ କରିବାକୁ ଉଦ୍ୟମ କରନ୍ତି। ସୂର୍ଯ୍ୟ ଯେପରି ସମସ୍ତ ଶକ୍ତିର ଆଧାର ଓ ଗ୍ରହ ନକ୍ଷତ୍ରମାନେ ସୂର୍ଯ୍ୟଙ୍କ ଶକ୍ତିରେ ଶକ୍ତିମାନ୍ ଠିକ୍ ସେହିପରି ପ୍ରଧାନମନ୍ତ୍ରୀ ସମସ୍ତ କ୍ଷମତାର ମୂଳପିଣ୍ଡ । Sir Jenings କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ହେଉଛନ୍ତି ସୂର୍ଯ୍ୟ ସ୍ଵରୂପ ଯାହାଙ୍କ ଚତୁର୍ଦ୍ଦିଗରେ ଅନ୍ୟ ମନ୍ତ୍ରୀମାନେ ଗ୍ରହପୁଞ୍ଜ ବା ନକ୍ଷତ୍ରରୂପେ ଘୂରୁଥାଆନ୍ତି ।

ସରକାରଙ୍କର ପ୍ରଧାନ ସୂତ୍ରଧର – ପ୍ରଧାନମନ୍ତ୍ରୀ ହେଉଛନ୍ତି ଜାତିର କର୍ଣ୍ଣଧାର। ସମସ୍ତ ସରକାରୀ ନୀତି ତାଙ୍କଦ୍ବାରା ନିର୍ଦ୍ଧାରିତ ହୁଏ। ପ୍ରଧାନମନ୍ତ୍ରୀଙ୍କ ବିନା ସଂସଦୀୟ ଶାସନ ଅକାମୀ ହୋଇପଡ଼େ। ନେହେରୁ ନିଜ ଅଭିଜ୍ଞତାରୁ ପ୍ରଧାନମନ୍ତ୍ରୀଙ୍କୁ ସରକାରଙ୍କର ପ୍ରଧାନ ସୂତ୍ରଧରରୂପେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ପ୍ରଶସ୍ତ ଦୃଷ୍ଟିଭଙ୍ଗୀ, କାର୍ଯ୍ୟଦକ୍ଷତା, କାର୍ଯ୍ୟ କରିବାର ମନୋବୃତ୍ତି ପ୍ରଭୃତି ଅନନ୍ୟସାଧାରଣ ଗୁଣ ଥାଏ। ସାଧାରଣ ବ୍ୟକ୍ତି ଅପେକ୍ଷା ସେ ଯଥେଷ୍ଟ ଉନ୍ନତ ମାନର ଓ ରୁଚିର କାର୍ଯ୍ୟ କରିପାରନ୍ତି ।

କ୍ରସ୍‌ମ୍ୟାନ୍ କହିଛନ୍ତି ଯେ ଆଧୁନିକ ସଂସଦୀୟ ଗଣତନ୍ତ୍ରରେ ମନ୍ତ୍ରୀମଣ୍ଡଳ ଶାସନ ପ୍ରଧାନମନ୍ତ୍ରୀୟ ଶାସନରେ ପରିଣତ ହୋଇଗଲାଣି । ବର୍ତ୍ତମାନ ସବୁ ଜାତୀୟ ନୀତି ପ୍ରଧାନମନ୍ତ୍ରୀଙ୍କଠାରୁ ନିଃସୃତ । କ୍ଷମତା, ଅର୍ଥନୀତି, ଆଇନର ସ୍ରୋତକୁ ପ୍ରଧାନମନ୍ତ୍ରୀଙ୍କ ସାମ୍ବିଧାନିକ କ୍ଷମତା ଓ ପଦମର୍ଯ୍ୟାଦାରୁ ନିଃସୃତ ହୋଇଅଛି । ପ୍ରଧାନମନ୍ତ୍ରୀ ମିଳିତ ଦାୟିତ୍ଵ କାର୍ଯ୍ୟକାରୀ କରାନ୍ତି । ପାର୍ଲିଆମେଣ୍ଟରେ ସରକାରୀ ପକ୍ଷକୁ ସବଳ ରଖୁବା ଓ ତର୍କ ବିତର୍କରେ ସରକାରୀ ନୀତିକୁ ସଂରକ୍ଷିତ କରାଇବା ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟ । ଦଳର ଶୃଙ୍ଖଳା, ମନ୍ତ୍ରୀମାନଙ୍କର ବ୍ୟକ୍ତିତ୍ଵ ଓ କ୍ଷମତାସୀନ ଦଳର ସଂଖ୍ୟାଗରିଷ୍ଠତା, କାର୍ପଟଦାର ଓ ଛାଟିଆମାନଙ୍କର ତୀକ୍ଷ୍ଣଣ ଦୃଷ୍ଟି ଓ ନିର୍ବାଚନ ଟିକେଟ୍ ନ ମିଳିବାର ଭୟ ଯୋଗୁଁ ସଂଖ୍ୟାଗରିଷ୍ଠ ଦଳର ସଦସ୍ୟମାନେ ଦଳର ନେତାଙ୍କ ହାତମୁଠା ଟାଣ କରିବାକୁ ବାଧ୍ୟ ହୁଅନ୍ତି । ସେ ଏକାଧାରରେ ଜାତିର ନେତା, ରାଷ୍ଟ୍ରୀୟ ପୋତର କ୍ୟାପ୍ଟେନ୍, ସରକାରୀ ଦଳର ଭାଗ୍ୟନିୟନ୍ତା, ଭାରତର ମୁଖପାତ୍ର ଓ ସରକାରର ଅଧୁନାୟକ ଅଟନ୍ତି ।

ଇଂରେଜମାନଙ୍କୁ ଯେପରିଭାବରେ ପ୍ରତିରୋଧ କରିଥିଲେ ତା’ର ପ୍ରତିଶୋଧ ସ୍ଵରୂପ ସେମାନେ ଓଡ଼ିଆ ଅଞ୍ଚଳକୁ ଖଣ୍ଡବିଖଣ୍ଡିତ କରି କେତେକ ବଙ୍ଗଳା, କେତେକ ମାନ୍ଦ୍ରାଜ ଓ କେତେକ ମଧ୍ୟପ୍ରଦେଶ ଭିତରେ ବହୁଦିନ ପର୍ଯ୍ୟନ୍ତ ଶାସନାଧୀନ କରି ଓଡ଼ିଆ ଜାତିର ଐକ୍ୟ ନଷ୍ଟ କରି ଦେଇଥିଲେ। ଗଡ଼ଜାତ ମିଶ୍ରଣ ପରେ ୧୯୪୮ ଓ ୧୯୪୯ ମସିହା ପରଠାରୁ ବିଶାଳ ଓଡ଼ିଶା ଜନ୍ମଗ୍ରହଣ କରିଛି ।

ପ୍ରତ୍ୟେକ ରାଜ୍ୟ କିମ୍ବା ଏକାଧ୍ଵକ ରାଜ୍ୟପାଇଁ ଜଣେ ରାଜ୍ୟପାଳ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ପାଇ ୧୫୩ ଧାରା ଅନୁସାରେ ରହିବେ। ସେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସଂଯୋଜକ ଭୂମିକା ଗ୍ରହଣ କରିଥାଆନ୍ତି । ସେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ସ୍ୱାର୍ଥ ସଂରକ୍ଷଣ କରନ୍ତି । ସମ୍ବିଧାନରେ ସେ ନାମକୁମାତ୍ର ମୁଖ୍ୟ ଅଟନ୍ତି, କାରଣ ଆମ ସଂଘୀୟ ରାଷ୍ଟ୍ରରେ ସଂସଦୀୟ ସରକାର ପ୍ରଚଳିତ । ରାଜ୍ୟର ସ୍ଵାତନ୍ତ୍ର୍ୟ ସହିତ ରାଷ୍ଟ୍ରୀୟ ଐକ୍ୟ ପ୍ରତିଷ୍ଠା ଦିଗରେ ତାଙ୍କର ସ୍ଵତନ୍ତ୍ର ଭୂମିକା ରହିଛି ।

ନିଯୁକ୍ତି – ରାଜ୍ୟପାଳ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ପାଆନ୍ତି । ତାଙ୍କର ନିଯୁକ୍ତି ସମୟରେ ସାମାଜିକ ଏବଂ ରାଜନୈତିକ ପ୍ରତିଷ୍ଠା ପ୍ରତି ଦୃଷ୍ଟି ଦିଆଯାଏ । ସମ୍ବିଧାନର ୧୫୫ ଧାରା ଅନୁସାରେ ନିଯୁକ୍ତି ପ୍ରଣାଳୀର ବିଶଦ୍ ଆଲୋଚନା ହୋଇଛି । ‘ସରକାରିଆ କମିଶନ’ ଅନୁସାରେ ରାଜ୍ୟପାଳଙ୍କ ନିଯୁକ୍ତି ସମୟରେ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପରାମର୍ଶ ଆବଶ୍ୟକ। ବାସ୍ତବରେ ଏହି ନିଯୁକ୍ତି କ୍ଷେତ୍ରରେ ଦୁଇଟି ପରମ୍ପରା ଦେଖ‌ିବାକୁ ମିଳେ – (୧) ରାଜ୍ୟପାଳ ଅନ୍ୟ ରାଜ୍ୟର ଅଧ୍ଵବାସୀ ହୋଇଥାଆନ୍ତି । ଏବଂ (୨) ରାଜ୍ୟପାଳର ନିଯୁକ୍ତି ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ହୋଇଥାଏ ।

ଯୋଗ୍ୟତା – ସମ୍ବିଧାନର ୧୫୬ ଓ ୧୫୮ ଧାରା ଅନୁସାରେ ରାଜ୍ୟପାଳ ପଦ ପାଇଁ ଜଣେ ବ୍ୟକ୍ତିଙ୍କର ନିମ୍ନଲିଖତ ଯୋଗ୍ୟତା ଥ‌ିବା ଆବଶ୍ୟକ ।
(୧) ସେ ଭାରତୀୟ ନାଗରିକ ହୋଇଥବେ।
(୨) ତାଙ୍କୁ ୩୫ ବର୍ଷରୁ ଅଧ‌ିକ ବୟସ ହୋଇଥିବ।
(୩) ସେ ପାର୍ଲିଆମେଣ୍ଟ କିମ୍ବା ବିଧାନସଭାର ସଦସ୍ୟ ହୋଇନଥ‌ିବେ।
(୪) ସେ କୌଣସି ଲାଭଜନକ ବ୍ୟବସାୟରେ ଲିପ୍ତ ନଥ‌ିବେ ।

କାର୍ଯ୍ୟକାଳ – ସମ୍ବିଧାନର ୧୫୭ ଧାରା ଅନୁଯାୟୀ ରାଜ୍ୟପାଳ ୫ ବର୍ଷ ପାଇଁ ନିଯୁକ୍ତ ହୁଅନ୍ତି । ରାଷ୍ଟ୍ରପତି ଇଚ୍ଛା କଲେ ତାଙ୍କର କାର୍ଯ୍ୟକାଳ ବଢ଼ାଇ ଦେଇପାରନ୍ତି। ମୋଟାମୋଟି ତାଙ୍କର କାର୍ଯ୍ୟକାଳ ରାଷ୍ଟ୍ରପତିଙ୍କ ମର୍ଜି ଉପରେ ନିର୍ଭର କରେ। ରାଜ୍ୟପାଳଙ୍କୁ ବିଧାନମଣ୍ଡଳ ବାହାର କରିପାରିବ ନାହିଁ ।

ଶପଥ – ସମ୍ବିଧାନର ୧୫୯ ଧାରା ଅନୁସାରେ ରାଜ୍ୟପାଳ ତାଙ୍କର କାର୍ଯ୍ୟଭାର ଗ୍ରହଣ ପୂର୍ବରୁ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏକ ଶପଥପାଠ କରନ୍ତି । ସେ ସମ୍ବିଧାନର ସୁରକ୍ଷା, ସଂରକ୍ଷଣ ଓ ପ୍ରତିରକ୍ଷଣ ଏବଂ ରାଜ୍ୟର ଅଧିବାସୀଙ୍କ ସେବା ଓ ମଙ୍ଗଳ ପାଇଁ ନିଜକୁ ନିୟୋଜିତ କରିବେ ବୋଲି ଶପଥ କରିଥାଆନ୍ତି ।

ଦରମା ଓ ଭତ୍ତା – ସମ୍ବିଧାନର ୧୫୮ ଧାରାରେ ରାଜ୍ୟପାଳଙ୍କର ଦରମା ଓ ଭତ୍ତା ବିଷୟରେ ଉଲ୍ଲେଖ କରାଯାଇଛି। ରାଜ୍ୟପାଳ ମାସିକ ୧, ୧୦,୦୦୦ ଟଙ୍କା ଦରମା ପାଆନ୍ତି । ସେ ବିନା ଭଡ଼ାରେ ଏକ ବାସଗୃହ ଉପଭୋଗ କରନ୍ତି। ଏହାକୁ ‘ରାଜଭବନ’ କୁହାଯାଏ। ଏତଦ୍‌ଭିନ୍ନ ରାଜ୍ୟପାଳଙ୍କର ଏକ ଗ୍ରୀଷ୍ମନିବାସ ମଧ୍ଯ ଥାଏ। ଓଡ଼ିଶାର ରାଜ୍ୟପାଳଙ୍କ ଗ୍ରୀଷ୍ମନିବାସ ପୁରୀଠାରେ ଅଛି।

କ୍ଷମତା :
(କ) କାର୍ଯ୍ୟପାଳିକା କ୍ଷମତା :
ସମ୍ବିଧାନର ୧୫୪ ଧାରା ଅନୁସାରେ ରାଜ୍ୟର କାର୍ଯ୍ୟପାଳିକା କ୍ଷମତା ରାଜ୍ୟପାଳଙ୍କ ହାତରେ ନ୍ୟସ୍ତ ରହିଛି। ରାଜ୍ୟର ଦୈନନ୍ଦିନ ଶାସନ ତାଙ୍କ ନାମରେ ଚାଲେ । ମାତ୍ର ଏହି କ୍ଷମତାଗୁଡ଼ିକୁ ମନ୍ତ୍ରୀମଣ୍ଡଳର ପରାମର୍ଶ ଓ ସହାୟତାରେ କାର୍ଯ୍ୟକାରୀ ହୁଏ ।
(୧) ମନ୍ତ୍ରୀମଣ୍ଡଳ ଗଠନ – ରାଜ୍ୟ ମନ୍ତ୍ରୀମଣ୍ଡଳ ଗଠନରେ ରାଜ୍ୟପାଳ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ସାଧାରଣ ନିର୍ବାଚନ ପରେ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀରୂପେ ବାଛନ୍ତି। ମାତ୍ର ଏବେ ଏହି ନେତା ବିଧାନସଭାର ସଦସ୍ୟ ନଥାଇ ଦଳୀୟ କେନ୍ଦ୍ରୀୟ ସଙ୍ଗଠନଦ୍ଵାରା ସ୍ଥିରୀକୃତ ହେଉଛି । ଯେତେବେଳେ କୌଣସି ଦଳର ରାଜ୍ୟପାଳ ଯେକୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀରୂପେ ବାଛିବେ । ପରାମର୍ଶକ୍ରମେ ଅନ୍ୟ ମନ୍ତ୍ରୀମାନେ ନିଯୁକ୍ତି ପାଆନ୍ତି ।
(୨) ନିଯୁକ୍ତି କ୍ଷମତା – ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରନ୍ତି । ଆର୍‌କେଟ୍ ଜେନେରାଲ, ରାଜ୍ୟ ସାଧାରଣ ସେବା ଆୟୋଗର ଅଧ୍ଯକ୍ଷ ଓ ସଭ୍ୟମାନଙ୍କୁ ନିଯୁକ୍ତି ଦିଅନ୍ତି । ରାଜ୍ୟ ହାଇକୋର୍ଟର ବିଚାରପତିଙ୍କ ନିଯୁକ୍ତିବେଳେ ତାଙ୍କର ପରାମର୍ଶ ନିଆଯାଇଥାଏ।
(୩) ପ୍ରଶାସନିକ ନିୟନ୍ତ୍ରଣ – ରାଜ୍ୟ ଶାସନ ଉପରେ ରାଜ୍ୟପାଳ କର୍ତ୍ତୃତ୍ଵ ଜାହିର କରନ୍ତି । ରାଜ୍ୟ ପ୍ରଶାସନ ପାଇଁ ସେ ନିୟମମାନ ପ୍ରଣୟନ କରନ୍ତି । ବିଭିନ୍ନ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀଙ୍କୁ ଶାସନ କ୍ଷେତ୍ରରେ ପରାମର୍ଶ ଦିଅନ୍ତି । ମନ୍ତ୍ରୀମଣ୍ଡଳର ସମସ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଜଣାନ୍ତି । ଆବଶ୍ୟକ ମନେକଲେ ରାଜ୍ୟପାଳ ମନ୍ତ୍ରୀମଣ୍ଡଳ କିମ୍ବା କୌଣସି ମନ୍ତ୍ରୀଙ୍କୁ ବହିଷ୍କାର କରିପାରନ୍ତି ।
(୪) ବିବରଣୀ ପ୍ରଦାନ ରାଜ୍ୟପାଳ ରାଜ୍ୟର ଶାସନ ପରିସ୍ଥିତି ବିଷୟରେ ପ୍ରତି ୧୫ ଦିନରେ କେନ୍ଦ୍ରକୁ ଏକ ଗୁପ୍ତ ବିବରଣୀ ପଠାନ୍ତି । ରାଜ୍ୟର ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିଲେ ରାଷ୍ଟ୍ରପତି ଶାସନ ଜାରି ପାଇଁ ପରାମର୍ଶ ଦିଅନ୍ତି ।
(୫) ତଫସିଲଭୁକ୍ତ ଉପଜାତିର ମଙ୍ଗଳ – ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ବିହାର, ମଧ୍ୟପ୍ରଦେଶ, ଓଡ଼ିଶା ଓ ଆସାମର ରାଜ୍ୟପାଳମାନଙ୍କୁ ତଫସିଲଭୁକ୍ତ ଉପଜାତିର ମଙ୍ଗଳ ପାଇଁ ସ୍ଵତନ୍ତ୍ର କ୍ଷମତା ଦିଆଯାଇଛି । ଏହିସବୁ ରାଜ୍ୟର ଆଦିବାସୀ ଉନ୍ନୟନ ପାଇଁ ଜଣେ ମନ୍ତ୍ରୀଙ୍କୁ ନିଯୁକ୍ତ କରିବା ରାଜ୍ୟପାଳଙ୍କର ବୈଧାନିକ ଦାୟିତ୍ଵ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

(ଖ) ବ୍ୟବସ୍ଥାପିକା କ୍ଷମତା ବା ବିଧାୟକ କ୍ଷମତା :
ସମ୍ବିଧାନର ୧୬୮ ଧାରା ଅନୁସାରେ ରାଜ୍ୟପାଳଙ୍କୁ ରାଜ୍ୟ ବିଧାନମଣ୍ଡଳର ଏକ ଅବିଚ୍ଛେଦ୍ୟ ଅଙ୍ଗରୂପେ ବର୍ଣ୍ଣନା କରାଯାଇଛି ।
(i) ବିଧାନସଭା ଆହ୍ବାନ, ସ୍ଥଗିତ ଓ ଭଙ୍ଗ – ସମ୍ବିଧାନରେ ୧୭୪ ଧାରା ଅନୁଯାୟୀ ରାଜ୍ୟପାଳ ରାଜ୍ୟ ବିଧାନମଣ୍ଡଳର ବୈଠକ ଆହ୍ବାନ କରନ୍ତି । ବିଧାନସଭା ବର୍ଷକୁ ଦୁଇ ଥର ବସେ। ସାଧାରଣ ନିର୍ବାଚନ ପରେ ବିଧାନସଭାର ପ୍ରଥମ ବୈଠକ ବା ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ରାଜ୍ୟପାଳ ଆହ୍ବାନ କରନ୍ତି । ସେ ଅଧିବେଶନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିପାରନ୍ତି।
(ii) ବାର୍ତ୍ତା ପ୍ରେରଣ – ସେ ବିଧାନସଭାକୁ ବାର୍ତ୍ତା ପ୍ରେରଣ କରନ୍ତି ।
(iii) ବିଧାନସଭା ଭଙ୍ଗ – ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଜ୍ୟପାଳ ଚାହିଁଲେ ବିଧାନସଭାକୁ ଭାଙ୍ଗି ନୂତନ ବିଧାନସଭା ଗଠନ କରିବାପାଇଁ ନିର୍ବାଚନର ଆଦେଶ ଦେଇଥାଆନ୍ତି ।
(iv) ସଭ୍ୟ ମନୋନୟନ – ବିଧାନସଭାରେ ଆଙ୍ଗ୍‌ଲୋ-ଭାରତୀୟ ସମ୍ପ୍ରଦାୟ ଉପଯୁକ୍ତ ପ୍ରତିନିଧୁତ୍ଵ ପାଇ ନ ଥିଲେ ରାଜ୍ୟପାଳ ଦୁଇ ଜଣ ଆଙ୍ଗ୍‌ଲୋ-ଭାରତୀୟଙ୍କୁ ବିଧାନସଭାକୁ ମନୋନୀତ କରନ୍ତି । ଯେଉଁଠାରେ ବିଧାନ ପରିଷଦ ଅଛି ସେଠାରେ ଅଧିକ ସଦସ୍ୟଙ୍କୁ ମନୋନୀତ କରନ୍ତି ।
(v) ବିଲ୍‌କୁ ସ୍ବୀକୃତି ଦେବା ରାଜ୍ୟ ବିଧାନମଣ୍ଡଳଦ୍ଵାରା ଅନୁମୋଦନ ଲାଭ କରିଥିବା ବିଲ୍ ରାଜ୍ୟପାଳଙ୍କ ସ୍ଵୀକୃତି ପାଇଲେ ଆଇନରେ ପରିଣତ ହୁଏ । ସାଧାରଣ ବିଲ୍ କ୍ଷେତ୍ରରେ ବିଲ୍‌ ବିଧାନସଭାର ସ୍ଵୀକୃତି ଲାଭ କରିଥିଲେ ମଧ୍ୟ ରାଜ୍ୟପାଳ ପୁନର୍ବିଚାର ପାଇଁ ବିଲଟିକୁ ଫେରାଇ ଦିଅନ୍ତି । ଏହାକୁ ରାଜ୍ୟପାଳଙ୍କ ସ୍ଥଗିତ ନିଷେଧାଜ୍ଞା କୁହାଯାଏ । ଦ୍ଵିତୀୟ ଥର ପାଇଁ ବିଲ୍‌ ଗୃହୀତ ହେଲେ ରାଜ୍ୟପାଳ ସ୍ଵୀକୃତି ଦେବାପାଇଁ ବାଧ୍ୟ ଅଟନ୍ତି ।
(vi) ଅଧ୍ୟାଦେଶ – ସମ୍ବିଧାନ ୨୧୩ ଧାରା ଅନୁସାରେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରନ୍ତି । ଯେତେବେଳେ ରାଜ୍ୟ ବିଧାନସଭାର ଅଧୂବେଶନ ବସି ନଥାଏ ଏବଂ କୌଣସି ବିଷୟରେ ଆଇନ ପ୍ରଣୟନ ହଠାତ୍ ଦରକାର ହେଉଥାଏ ସେତେବେଳେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରିପାରନ୍ତି। ବିଧାନସଭା ବସିବାର ୬ ସପ୍ତାହ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ ଏବଂ ଏହା ଭିତରେ ତାହା ବିଧାନ ସଭାଦ୍ଵାରା ଗୃହୀତ ହେବା ଦରକାର । ଏତଦ୍‌ବ୍ୟତୀତ ରାଜ୍ୟପାଳ ସରକାରୀ କାର୍ଯ୍ୟ ପାଳନ ପାଇଁ ନିୟମ ପ୍ରଣୟନ କରିଥାଆନ୍ତି, ତାହା ସମ୍ବିଧାନର ୬୬(୩) ଧାରାନୁସାରେ ପ୍ରବର୍ତ୍ତିତ ହୋଇ ଆଇନ ରୂପେ କାର୍ଯ୍ୟକାରୀ ହୋଇଥାଏ ।

(ଗ) ଆର୍ଥିକ କ୍ଷମତା :
ରାଜ୍ୟପାଳ ରାଜ୍ୟର ଆର୍ଥିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରନ୍ତି ।
(i) ବଜେଟ୍ ଉପସ୍ଥାପନ – ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କ ଦ୍ବାରା ରାଜ୍ୟ ବିଧାନସଭାରେ ଏହି ବାର୍ଷିକ ବଜେଟ୍ ଉପସ୍ଥାପନ କରନ୍ତି । ବଜେଟ୍ ବିନା ଅନୁମୋଦନରେ ରାଜ୍ୟ ସରକାର କୌଣସି ଅର୍ଥ ଖର୍ଚ୍ଚ କରିପାରନ୍ତି ନାହିଁ । ବର୍ଷ ମଧ୍ୟରେ ବଜେଟ୍ ପରିମାଣ ଅର୍ଥ ନିଅଣ୍ଟ ହେଲେ ବିଧାନସଭାର ଏକ ଅନୁରୂପକ ଆୟବ୍ୟୟ ଅଟକଳ ରାଜ୍ୟପାଳ ଆଗତ କରାଇଥାଆନ୍ତି ।
(ii) ଜରୁରୀ ପାଣ୍ଡି – ରାଜ୍ୟରେ ଏକ ଜରୁରୀ ପାଣ୍ଠି ଥାଏ । ରାଜ୍ୟପାଳ ଏହାର ତତ୍ତ୍ଵାବଧାରକ। ରାଜ୍ୟରେ ଠିକ୍ ସମୟରେ ବଜେଟ୍ ଗୃହୀତ ହୋଇନପାରିଲେ କିମ୍ବା ଦୈବଦୁର୍ବିପାକର ସମାନା କରିବାପାଇଁ ଅର୍ଥର ଆବଶ୍ୟକତା ଦେଖାଦେଲେ ରାଜ୍ୟପାଳ ଉକ୍ତ ପାଣ୍ଠିରୁ ରାଜ୍ୟ ସରକାରଙ୍କୁ ଅଗ୍ରୀମ ଆକାରରେ ଅର୍ଥ ଦିଅନ୍ତି ।

(ଘ) ନ୍ୟାୟିକ କ୍ଷମତା :
ରାଜ୍ୟପାଳଙ୍କ କେତେକ ନ୍ୟାୟିକା କ୍ଷମତା ରହିଛି । ଦୋଷୀକୁ କ୍ଷମାଦାନ, ଦଣ୍ଡ ଲଘୁକରଣ, ସ୍ଥଗିତ, ପରିହାର ତଥା ବିଳମ୍ବନ ଆଦି ନ୍ୟାୟିକ କ୍ଷମତା ରାଜ୍ୟପାଳଙ୍କର ରହିଛି। ରାଜ୍ୟ ଆଇନ ବିଭାଗ ତଥା ମନ୍ତ୍ରିମଣ୍ଡଳର ପରାମର୍ଶରେ ସେ ଏହି କ୍ଷମତା ପ୍ରୟୋଗ କରନ୍ତି । ଏହି କ୍ଷମତା କେବଳ ରାଜ୍ୟର ଆଇନ ଭଙ୍ଗ ବିରୋଧରେ ଦିଆଯାଇଥିବା ଦଣ୍ଡପ୍ରତି ପ୍ରଯୁଜ୍ୟ ।

(ଙ) ଜରୁରୀକାଳୀନ କ୍ଷମତା :
ସମ୍ବିଧାନର ୩୫୬ ଧାରାନୁସାରେ ରାଜ୍ୟରେ ସମ୍ବିଧାନର ବ୍ୟବସ୍ଥାସମ୍ମତ ଶାସନ ଚାଲିପାରିବ ନାହିଁ ବୋଲି ରାଷ୍ଟ୍ରପତିଙ୍କୁ ରିପୋର୍ଟ ଦେବା ପାଇଁ ରାଜ୍ୟପାଳଙ୍କର କ୍ଷମତା ଅଛି । ଏହି ରିପୋର୍ଟ ପାଇବା ପରେ ରାଷ୍ଟ୍ରପତି କେନ୍ଦ୍ର ମନ୍ତ୍ରୀମଣ୍ଡଳ ପରାମର୍ଶରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ପ୍ରବର୍ତ୍ତନ କରିପାରନ୍ତି । ସେହି ସମୟରେ ରାଜ୍ୟପାଳଙ୍କ ଉପରେ ରାଷ୍ଟ୍ରପତିଙ୍କ ତରଫରୁ ପୂର୍ଣ ଶାସନଭାର ନ୍ୟସ୍ତ ହୋଇଥାଏ । ତାଙ୍କୁ ପରାମର୍ଶ ଦେବା ପାଇଁ ଏକ ପରାମର୍ଶ ବୋର୍ଡ଼ ଗଠନ କରାଯାଇଥାଏ । ତାହା ମନ୍ତ୍ରୀମଣ୍ଡଳଭଳି କ୍ଷମତା ଉପଭୋଗ କରେ । ସେହି ସମୟରେ ପାର୍ଲିଆମେଣ୍ଟରେ ହିଁ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ । ତେବେ ରାଷ୍ଟ୍ରପତି ଶାସନ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଅନୁମୋଦନ କ୍ରମେ ଜାରି ହେଲେ ମଧ୍ୟ ବିଧାନସଭାଟି ଭାଙ୍ଗି ନଥାଏ । ଯେତେବେଳେ ମଧ୍ୟବର୍ତୀ ସମୟଟିରେ ଗୃହ ସସ୍ପେଣ୍ଡ ହୋଇ ରହି ବ। ବିହାରରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲେ ମଧ୍ୟ ପାର୍ଲିଆମେଣ୍ଟ ଅନୁମୋଦନ ଲାଭ ନ କରି ପାରିବାରୁ ରାଷ୍ଟ୍ରପତି ଶାସନଟି ଆପେ ଆପେ ଅକାମୀ ହୋଇଗଲା । ଏହା ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ଵ ସମୟର ଘଟଣା ଅଟେ ।

(ଚ) ପାରମ୍ପରିକ କ୍ଷମତା :
ରାଜ୍ୟର ମୁଖ୍ୟ ହିସାବରେ ଅନେକ ପାରମ୍ପରିକ କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼େ । ବିଧାନସଭାର ନୂତନ ବଜେଟ୍ ଅଧିବେଶନରେ ଉଦ୍‌ଘାଟନୀ ଭାଷଣ ପ୍ରଦାନ କରନ୍ତି । ମନ୍ତ୍ରୀଙ୍କୁ ଏବଂ ବିଚାରପତିମାନଙ୍କୁ ଶପଥପାଠ କରାନ୍ତି।

(ଛ) ଇଚ୍ଛାଧୀନ କ୍ଷମତା :
ସମ୍ବିଧାନର ପ୍ରଣେତାଙ୍କ ମତରେ, ରାଜ୍ୟପାଳଙ୍କର କୌଣସି ଇଚ୍ଛାଧୀନ କ୍ଷମତା ନାହିଁ। ମାତ୍ର ବାସ୍ତବ ଅଭିଜ୍ଞତାରୁ ନିମ୍ନଲିଖତ କ୍ଷମତା ରହିଛି।
(୧) ପ୍ରତି ପନ୍ଦର ଦିନ ମଧ୍ୟରେ ରାଜ୍ୟପାଳ ରାଜ୍ୟର ରାଜନୈତିକ ଓ ଆଇନ ଶୃଙ୍ଖଳା ସମ୍ବନ୍ଧରେ ଗୁପ୍ତ ବିବରଣୀ
(୨) ସମ୍ବିଧାନର ୩୫୬ ଧାରା କାର୍ଯ୍ୟକାରୀ ପାଇଁ ମନ୍ତ୍ରୀମଣ୍ଡଳର ଅଗୋଚରରେ ରିପୋର୍ଟ ପଠାନ୍ତି ।
(୩) ନିର୍ବାଚନ ପରେ ଯଦି କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥାଏ ରାଜ୍ୟପାଳ ଯେକୌଣସି ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀରୂପେ ବାଛିପାରିବେ ।
(୪) ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲାପରେ ଆର୍ଥିକ ଆଇନରେ ସରକାର ପରାଜିତ ହୋଇ କିମ୍ବା ସରକାରୀ ଦଳବଦଳ କରି ସଦସ୍ୟମାନଙ୍କର ସଂଖ୍ୟା ହ୍ରାସ ପରେ ଯଦି ମନ୍ତ୍ରୀମଣ୍ଡଳ ଇସ୍ତଫା ନ ଦିଏ, ତେବେ ତାକୁ ବରଖାସ୍ତ କରିବାର କ୍ଷମତା ରାଜ୍ୟପାଳଙ୍କର ରହିଛି।
(୫) ଯେକୌଣସି ବିଷୟ ଉପରେ ସେ ସରକାରଙ୍କଠାରୁ ଖବର ମାଗିପାରନ୍ତି। ଏଥପାଇଁ ମନ୍ତ୍ରୀମଣ୍ଡଳର ପରାମର୍ଶ ଦରକାର ହୁଏ ନାହିଁ ।

ସମ୍ବିଧାନର ୧୬୩ (୨) ଧରାନୁସାରେ ଯଦି ପ୍ରଶ୍ନ ଉଠେ ଯେକୌଣସି ବିଷୟ ରାଜ୍ୟପାଳଙ୍କର ଇଚ୍ଛାଧୀନ କ୍ଷମତା ଅନ୍ତର୍ଭୁକ୍ତ କି ନୁହେଁ, ତେବେ ସେ ବିଷୟରେ ରାଜ୍ୟପାଳଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ । ଏହା ହେଉଛି ଇଚ୍ଛାଧୀନ କ୍ଷମତା ।

ରାଜ୍ୟପାଳଙ୍କର ଭୂମିକା :
ରାଜ୍ୟପାଳ ଏକ କ୍ରୀଡ଼ାପୁତ୍ତଳିକା – ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟପାଳଙ୍କ ହସ୍ତରେ କ୍ଷମତା ନ୍ୟସ୍ତ ଥିଲେ ମଧ୍ୟ ରାଜ୍ୟପାଳ ଜଣେ ନାମକୁମାତ୍ର ଶାସକ ଅଟନ୍ତି। ରାଜ୍ୟରେ ସଂସଦୀୟ ଶାସନ ଢାଞ୍ଚାରେ ଶାସନ ପରିଚାଳିତ ହୋଇଥିବାରୁ ରାଜ୍ୟପାଳ ଜଣେ ନାମକୁମାତ୍ର ଶାସକ ଅଟନ୍ତି। ରାଜ୍ୟରେ ସଂସଦୀୟ ଶାସନ ଢାଞ୍ଚାରେ ଶାସନ ପରିଚାଳିତ ହୋଇଥିବାରୁ ମନ୍ତ୍ରୀମଣ୍ଡଳ ପ୍ରକୃତ ଶାସନକର୍ତ୍ତା। ରାଜ୍ୟପାଳଙ୍କ ହସ୍ତରେ ନ୍ୟସ୍ତ ହୋଇଥିବା କ୍ଷମତା ମନ୍ତ୍ରୀମଣ୍ଡଳର ପରାମର୍ଶ ଅନୁସାରେ କାର୍ଯ୍ୟକାରୀ ହୁଏ । ଏଥିପାଇଁ ରାଜ୍ୟପାଳଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ରାଜ୍ୟପାଳଙ୍କ ନିଜସ୍ଵ କ୍ଷମତା ନ ଥିବାରୁ ତାଙ୍କୁ କେତେକ ଏକ ରବର ଷ୍ଟାମ୍ପ ଆଖ୍ୟା ଦିଅନ୍ତି। ଶ୍ରୀମତୀ ସରୋଜିନୀ ନାଇଡୁ ଉତ୍ତର ପ୍ରଦେଶର ରାଜ୍ୟପାଳ ଥିଲାବେଳେ ନିଜକୁ ସ୍ଵର୍ଣ୍ଣ ପଞ୍ଜୁରିର ଏକ ପକ୍ଷୀ ବୋଲି ବର୍ଣ୍ଣନା କରିଥିଲେ । ଏଣୁ ବହୁବ୍ୟକ୍ତି ରାଜ୍ୟପାଳ ପଦବୀର ଅନାବଶ୍ୟକତା ଉପରେ ଯୁକ୍ତି ବାଢ଼ିଥାଆନ୍ତି ।

ସାମ୍ବିଧାନିକ ମୁଖ୍ୟ (ସମ୍ବିଧାନର ସଂରକ୍ଷକ) – ରାଜ୍ୟପାଳ ରାଜ୍ୟରେ ସାମ୍ବିଧାନିକ ବ୍ୟବସ୍ଥାଗୁଡ଼ିକ ଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ଦେଖନ୍ତି । ସମ୍ବିଧାନର ସଂରକ୍ଷଣ, ପ୍ରତିରକ୍ଷଣ ଓ ପରିରକ୍ଷଣ ପାଇଁ ରାଜ୍ୟପାଳ ଶପଥ ଗ୍ରହଣ କରିଥାଆନ୍ତି। ସମ୍ବିଧାନର ସଂରକ୍ଷକ ଭାବେ ସେ ମନ୍ତ୍ରୀମଣ୍ଡଳର ସାମ୍ବିଧାନିକ ସ୍ଥିତି ଓ କାର୍ଯ୍ୟ ପ୍ରତି ଦୃଷ୍ଟି ଦିଅନ୍ତି । ସେ ରାଜ୍ୟର ହିତ ଦୃଷ୍ଟିରୁ ରାଷ୍ଟ୍ରପତି ଶାସନ ଜାରି ପାଇଁ ମତାମତ ଦିଅନ୍ତି ।

କେନ୍ଦ୍ରର ପ୍ରତିନିଧୂ – ସେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତି ପାଆନ୍ତି ଏବଂ ତାଙ୍କ ପାଇଁ କାର୍ଯ୍ୟରୁ ଅନ୍ତର ହୁଅନ୍ତି । ରା. ରାଷ୍ଟ୍ରପତି ଶାସନ ପ୍ରବର୍ତ୍ତିତ ହେଲେ ରାଷ୍ଟ୍ରପତିଙ୍କ ତରଫରୁ ରାଜ୍ୟପାଳ ରାଜ୍ୟର ଶାସନଭାର ଗ୍ରହଣ କରନ୍ତି ।

ଦଳୀୟ ରାଜନୀତିର ଊର୍ଦ୍ଧ୍ବରେ – ରାଜ୍ୟରେ ବିଭିନ୍ନ ଦଳ ସକ୍ରିୟ ଥାଆନ୍ତି । ବିରୋଧୀ ଦଳ ସରକାରର ପ୍ରଭାବ ହ୍ରାସ କରିବାପାଇଁ ସତତ ଚେଷ୍ଟା କରନ୍ତି । ବିରୋଧୀ ଦଳ ସରକାରୀ ଦଳ ନାମରେ ଶତ ଦୁର୍ନାମ ଆଣନ୍ତି । ଅନେକ ସମୟରେ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରିବାପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ହୁଏ । ଏଣୁ ରାଜ୍ୟପାଳ ରାଜନୀତିର ଊର୍ଦ୍ଧ୍ବରେ ରହି ଗଣତନ୍ତ୍ରକୁ ସୁଦୃଢ଼ କରିବାପାଇଁ ନିରପେକ୍ଷତା ଅବଲମ୍ବନ କରି ସମ୍ବିଧାନର ମର୍ଯ୍ୟାଦାକୁ ବୃଦ୍ଧି କରନ୍ତି ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

କୁଳାଧୂପତି – ରାଜ୍ୟପାଳ ରାଜ୍ୟ ମଧ୍ୟରେ ଥିବା ବିଶ୍ଵବିଦ୍ୟାଳୟଗୁଡ଼ିକର କୁଳାଧୂପତି। ୧୯୮୩ ମସିହା ରାଜ୍ୟପାଳ ସମ୍ମିଳନୀରେ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହ ଏହା ଉପରେ ଗୁରୁତ୍ଵ ଆରୋପ କରିଥିଲେ। ତାଙ୍କ ମତରେ, ରାଜ୍ୟର ଶିକ୍ଷାର ମତାମତ ସେ ପ୍ରକାଶ କରନ୍ତି ।

ସଂସ୍କୃତିର ପୃଷ୍ଠପୋଷକ – ରାଜ୍ୟପାଳ ରାଜ୍ୟର ଶ୍ରେଷ୍ଠ ସମ୍ମାନାସ୍ପଦ ବ୍ୟକ୍ତି। ରାଜ୍ୟରେ କଳା, ସାହିତ୍ୟ ଓ ସଂସ୍କୃତିର ସେ ପୃଷ୍ଠପୋଷକତା କରନ୍ତି। ବିଦେଶରୁ ବା ଅନ୍ୟ ରାଜ୍ୟରୁ ଆସିଥିବା ବିଶିଷ୍ଟ ଅତିଥିଙ୍କୁ ସେ ସ୍ଵାଗତ ଓ ବିଦାୟ ସମ୍ବର୍ଦ୍ଧନା ଜଣାନ୍ତି । ରାଜ୍ୟର ଦୁଃସ୍ଥିତି ସମୟରେ ରାଜ୍ୟପାଳ ସେବାକାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି । ଜଣେ ରାଜ୍ୟପାଳ ଯଦି ଏକ ପ୍ରଭାବଶାଳୀ ସାମାଜିକ ସମ୍ପର୍କ ରକ୍ଷା କରିପାରନ୍ତି, ତେବେ ସେ ନିଜର ପ୍ରତିଷ୍ଠା ବୃଦ୍ଧି କରିବା ସଙ୍ଗେ ସଙ୍ଗେ ରାଜ୍ୟପାଳ ବିଦେଶୀ ସରକାର ବା ସଙ୍ଗଠନ ସହିତ ଗୁପ୍ତ ଷଡ଼ଯନ୍ତ୍ର କଲେ ରାଜ୍ୟପାଳ ଉକ୍ତ ସରକାରକୁ ପଦଚ୍ୟୁତ କରିବାପାଇଁ କେନ୍ଦ୍ରକୁ ରିପୋର୍ଟ ଦେଇପାରିବେ ଓ ଭାରତର ସଂହତି ତଥା ସ୍ଵାଧୀନତା ବଞ୍ଚାଇ ପାରିବେ । ଏଣୁ ବିଜ୍ଞ, ବିବେକବନ୍ତ, ଅଭିଜ୍ଞ, ସଂସ୍କୃତିସମ୍ପନ୍ନ ପ୍ରଭାବଶାଳୀ ରାଷ୍ଟ୍ରନୀତିଜ୍ଞ ଓ ନିର୍ମଳ ଚରିତ୍ରର ବ୍ୟକ୍ତିମାନଙ୍କୁ ରାଜ୍ୟପାଳ ରୂପେ ନିଯୁକ୍ତି ମିଳିବା ଦରକାର ଅଟେ ।

୬ । ରାଜ୍ୟ ମନ୍ତ୍ରିମଣ୍ଡଳର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ସମ୍ବିଧାନର ୧୬୩ (୧) ଧାରାନୁସାରେ ରାଜ୍ୟରେ ଏକ ମନ୍ତ୍ରୀମଣ୍ଡଳ ରହିବ। ରାଜ୍ୟପାଳଙ୍କୁ ପରାମର୍ଶ ଦେଇ ମନ୍ତ୍ରୀମଣ୍ଡଳର ପରାମର୍ଶ ନିଅନ୍ତି ନାହିଁ ।

ନିଯୁକ୍ତି – ସାଧାରଣ ନିର୍ବାଚନ ପରେ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ସରକାର ଗଠନ କରିବାକୁ ନିମନ୍ତ୍ରଣ କରନ୍ତି ଏବଂ ତାଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତି ମିଳେ । ତାଙ୍କ ପରାମର୍ଶ ଅନୁସାରେ ଅନ୍ୟ ମନ୍ତ୍ରୀମାନଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି ।

ମନ୍ତ୍ରୀମଣ୍ଡଳର ଆକାର – ଶାସନ ସଂସ୍କାର କମିଶନରଙ୍କ ରିପୋର୍ଟରେ ସୁପାରିସ ହୋଇଛି ଯେ ରାଜ୍ୟ ବିଧାନସଭାରେ ଶତକଡ଼ା ୧୦ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ଗ୍ରହଣ କରାଯାଇପାରିବ। ମାତ୍ର ଏହାକୁ କେହି କାର୍ଯ୍ୟ କରୁନାହାନ୍ତି । M.L.A. ମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ଅଧୂକସଂଖ୍ୟକ ମନ୍ତ୍ରୀ ନିଯୁକ୍ତି ପାଉଛନ୍ତି ।

ମନ୍ତ୍ରୀମଣ୍ଡଳର ଶ୍ରେଣୀବିଭାଗ :
(୧) କ୍ୟାବିନେଟ୍ ମନ୍ତ୍ରୀ – ଏମାନେ ପ୍ରଥମ ଶ୍ରେଣୀର ମନ୍ତ୍ରୀ ଅଟନ୍ତି ।
(୨) ରାଷ୍ଟ୍ରମନ୍ତ୍ରୀ – ଏମାନେ ଦ୍ଵିତୀୟ ଶ୍ରେଣୀର ମନ୍ତ୍ରୀ ଅଟନ୍ତି । ଏମାନେ କ୍ୟାବିନେଟ୍ ବୈଠକରେ ଯୋଗ ଦେଇପାରନ୍ତି ନାହିଁ ।

ଶପଥପାଠ – ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସଭ୍ୟମାନେ ଏକ ଶପଥପାଠ କରନ୍ତି। ରାଜ୍ୟପାଳ ଏମାନଙ୍କୁ ଓ ଗୋପନୀୟତାର ଶପଥପାଠ କରାନ୍ତି । ମନ୍ତ୍ରୀମାନେ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ କରିବା, ଭାରତୀୟ ସଂହତି ଏବଂ ସାର୍ବଭୌମତ୍ଵ ରକ୍ଷା କରିବା, ବିଶ୍ବସ୍ତ ଭାବେ କର୍ତ୍ତବ୍ୟ ସମ୍ପାଦନ କରିବା, ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କୌଣସି ଭୟ ବା ଅନୁଗ୍ରହର ବଶବର୍ତୀ ନହୋଇ ଶ୍ରଦ୍ଧା ବା ବିରକ୍ତି ଭାବ ପୋଷଣ ନକରି ସବୁ ଲୋକଙ୍କ ପାଇଁ ଉଚିତ କାର୍ଯ୍ୟ କରିବା ନିମନ୍ତେ ଶପଥ କରନ୍ତି ।

କାର୍ଯ୍ୟକାଳ – ମନ୍ତ୍ରିମଣ୍ଡଳର କାର୍ଯ୍ୟକାଳ ସର୍ବାଧ‌ିକ ୫ ବର୍ଷ ଏବଂ ସର୍ବନିମ୍ନ ବିଧାନସଭାର ଆସ୍ଥା ଓ ରାଜ୍ୟପାଳଙ୍କ ବିବରଣୀ ଏବଂ ରାଷ୍ଟ୍ରପତିଙ୍କ ଉପରେ ନିର୍ଭର କରେ ।
କାର୍ଯ୍ୟାବଳୀ :
(୧) ବିଲ୍ ପ୍ରସ୍ତୁତି – ରାଜ୍ୟରେ ପ୍ରବର୍ତ୍ତିତ ହେବାକୁ ଥିବା ଆଇନଗୁଡ଼ିକର ଚିଠା ମନ୍ତ୍ରୀମଣ୍ଡଳ ପ୍ରସ୍ତୁତ କରେ। ମନ୍ତ୍ରୀମଣ୍ଡଳର
(୨) ଶାସନ ନୀତି ନର୍ଦ୍ଧାରଣ – ଶାସନ ନୀତି ନିର୍ଦ୍ଧାରଣ ମନ୍ତ୍ରୀପରିଷଦର ପ୍ରଥମ ଓ ପ୍ରଧାନ କାର୍ଯ୍ୟ ଅଟେ । ମନ୍ତ୍ରୀପରିଷଦ ସମସ୍ତ ସରକାରୀ ନୀତି ନିର୍ଦ୍ଧାରଣ କରେ ।
ଶାସନ ନୀତିର କାର୍ଯ୍ୟକାରିତା – ଶାସନ ନୀତି ନିର୍ଦ୍ଧାରିତ ହୋଇ ତାହା ଆଇନରେ ପରିଣତ ହେଲାପରେ ମନ୍ତ୍ରୀପରିଷଦ ସେଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଅନ୍ତି। ମନ୍ତ୍ରୀମାନେ ବିଭିନ୍ନ ଶାସନ ବିଭାଗର ଦାୟିତ୍ଵରେ ଥାଆନ୍ତି । ବିଭାଗୀୟ ଆଇନକୁ କାର୍ଯ୍ୟକାରୀ କରିବାକୁ ସେମାନେ ସେମାନଙ୍କର ବିଭାଗୀୟ ଶାସନ ଅଧୁକାରୀମାନଙ୍କୁ ନିର୍ଦ୍ଦେଶ ଦିଅନ୍ତି ।
(୩) ବିଧାନସଭାରେ କାର୍ଯ୍ୟ – ମନ୍ତ୍ରୀମାନେ ଅନେକ ପ୍ରକାର ବିଧାନମଣ୍ଡଳୀୟ କାର୍ଯ୍ୟ କରନ୍ତି । ବିଧାନସଭାର ଆଲୋଚନା ଓ ବିତର୍କରେ ମନ୍ତ୍ରୀମାନେ ଅଗ୍ରଣୀ ଭୂମିକା ଗ୍ରହଣ କରନ୍ତି। ବିଧାନସଭାରେ ଥିବା ବିଭିନ୍ନ ବିଧାନମଣ୍ଡଳୀୟ କମିଟିରେ ମନ୍ତ୍ରୀମାନେ ସଭ୍ୟ ବା ଅଧ୍ଯକ୍ଷ ହୋଇପାରନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ମନ୍ତ୍ରୀପରିଷଦଦ୍ଵାରା ପ୍ରସ୍ତୁତ ଏବଂ ଅନୁମୋଦିତ ହୋଇଥାଏ।
(୪) ବଜେଟ୍ ପ୍ରସ୍ତୁତି – ରାଜ୍ୟର ବାର୍ଷିକ ଆୟବ୍ୟୟ ଅଟକଳ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି କ୍ରମେ ସ୍ଥିର ହୋଇଥାଏ। ବଜେଟ୍‌ରେ ପ୍ରତ୍ୟେକ ମନ୍ତ୍ରୀଙ୍କ ଅଧୀନରେ ଥିବା ବିଭାଗଗୁଡ଼ିକର ବାର୍ଷିକ ଆୟବ୍ୟୟ ଅନ୍ତର୍ଭୁକ୍ତ ହୋଇଥାଏ। ମନ୍ତ୍ରୀମଣ୍ଡଳର ପୂର୍ବ ସମ୍ମତି ବିନା ଏହା ବିଧାନସଭାରେ ଆଗତ ହୁଏ ନାହିଁ ।
(୫) ସରକାରୀ ନୀତିର ପ୍ରବକ୍ତା – ମନ୍ତ୍ରୀମଣ୍ଡଳର ସଭ୍ୟମାନେ ସରକାରୀ ନୀତିକୁ ସାମୂହିକ ଭାବେ ସମର୍ଥନ ଜଣାନ୍ତି । ସରକାରୀ ନୀତିଗୁଡ଼ିକ ଯେପରି ଠିକ୍ ଭାବେ କାର୍ଯ୍ୟକାରୀ ହେବ ସେଥୁପ୍ରତି ମନ୍ତ୍ରୀମଣ୍ଡଳ ସତର୍କ ଦୃଷ୍ଟି ରଖେ। ସମାଲୋଚକମାନଙ୍କୁ ସରକାରୀ ନୀତି ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ମନ୍ତ୍ରୀମଣ୍ଡଳର ଅନ୍ୟତମ କାର୍ଯ୍ୟ।
(୬) ଯୋଜନା ଚୁଡ଼ାନ୍ତକରଣ – ନୂତନ ପ୍ରକାର ଯୋଜନାର ରୂପରେଖ ମନ୍ତ୍ରୀମଣ୍ଡଳର ବୈଠକରେ ସ୍ଥିର କରାଯାଏ। ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ ଆବଶ୍ୟକୀୟ ସମନ୍ଵୟକାରୀ ଓ ତଦାରଖକାରୀ ସଂସ୍ଥା ମନ୍ତ୍ରୀମଣ୍ଡଳଦ୍ଵାରା ଗଠିତ ହୁଏ। ମନ୍ତ୍ରୀମଣ୍ଡଳ ବିଭିନ୍ନ ସମୟରେ ଯୋଜନାଗୁଡ଼ିକର ମୂଲ୍ୟାୟନ କରେ ଏବଂ ସଫଳତା ପାଇଁ ଯଥୋଚିତ ପଦକ୍ଷେପ ନିଏ ।
(୭) ଉନ୍ନୟନ ପ୍ରଶାସନ – ରାଜ୍ୟରେ ବିଭିନ୍ନ ପ୍ରକାର ଜନମଙ୍ଗଳ କାର୍ଯ୍ୟକ୍ରମ ମନ୍ତ୍ରୀମଣ୍ଡଳର ନିଷ୍ପତ୍ତି କ୍ରମେ କାର୍ଯ୍ୟକାରୀ ହୁଏ । ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳ ତଥା ଏହାର ଅଧିବାସୀମାନଙ୍କ ସର୍ବବିଧ ଉନ୍ନତି ପାଇଁ ମନ୍ତ୍ରୀମଣ୍ଡଳ ପ୍ରଶାସନିକ ବ୍ୟବସ୍ଥା ଗ୍ରହଣ କରେ।
(୮) ବିଭିନ୍ନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା – ବିଭିନ୍ନ ଶାସନ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ମନ୍ତ୍ରୀପରିଷଦର ଅନ୍ୟ ଏକ କାର୍ଯ୍ୟ ଅଟେ। ମନ୍ତ୍ରୀପରିଷଦ ଗୋଟିଏ ସମଷ୍ଟିଗତ ଗୋଷ୍ଠୀ। ଏହା ମିଳିତଭାବେ କାର୍ଯ୍ୟ କରେ। ସରକାରୀ ଶାସନକଳ ଠିକ୍ ଭାବରେ ଚାଲିବାକୁ ହେଲେ ଶାସନ ବିଭାଗମାନଙ୍କ ମଧ୍ୟରେ ସହଯୋଗ ଓ ସମନ୍ଵୟ ରହିବା ଦରକାର । ବିଭାଗ ବିଭାଗ ମଧ୍ୟରେ ମତଭେଦ ବା ବିବାଦ ଥିଲେ ବିଭାଗୀୟ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟସ୍ଥତାରେ ସମାଧାନ କରିଥା’ନ୍ତି ।

୭ । ରାଜ୍ୟ ଶାସନରେ ମୁଖ୍ୟମନ୍ତ୍ରୀଙ୍କର କ୍ଷମତା ଓ ଭୂମିକା ବର୍ଣନା କର ।
Answer:
ସଂସଦୀୟ ଗଣତନ୍ତ୍ରରେ ଜଣେ ପ୍ରଧାନ ମୁଖ୍ୟ ଏବଂ ଆଉ ଜଣେ ନାମମାତ୍ର ମୁଖ୍ୟ ରହିବେ । ଏହାକୁ ଆଖୁ ଆଗରେ ରଖୁ ରାଜ୍ୟପାଳ ନାମକୁମାତ୍ର ମୁଖ୍ୟ ହେଲାବେଳେ ମୁଖ୍ୟମନ୍ତ୍ରୀ ପ୍ରକୃତ ଶାସନମୁଖ୍ୟ ଅଟନ୍ତି । ସେ ରାଜ୍ୟ ପ୍ରଶାସନର କର୍ଣ୍ଣଧାର ଅଟନ୍ତି । ସେ ମନ୍ତ୍ରୀମଣ୍ଡଳର ଜନ୍ମଦାତା ଅଟନ୍ତି ।

ନିଯୁକ୍ତି – ସମ୍ବିଧାନର ୧୬୪ ଧାରା ଅନୁସାରେ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କଦ୍ଵାରା ନିଯୁକ୍ତ ହୁଅନ୍ତି। ଏହି ନିଯୁକ୍ତିରେ ରାଜ୍ୟପାଳଙ୍କ କୌଣସି ଇଚ୍ଛା ପ୍ରତିଫଳିତ ହୁଏ ନାହିଁ । ବିଧାନମଣ୍ଡଳରେ ସଭ୍ୟ ନଥିବା ବ୍ୟକ୍ତି ଯଦି ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତି ପାଆନ୍ତି ତାଙ୍କୁ ୬ ମାସ ମଧ୍ୟରେ ବିଧାନମଣ୍ଡଳର ସଭ୍ୟ ହେବାକୁ ପଡ଼ିବ ଅନ୍ୟଥା ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହେବେ ।

ମିଳିତ ମନ୍ତ୍ରୀମଣ୍ଡଳ – ବିଧାନସଭାର ଏକାଧ୍ଵକ ଦଳ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ଭିଭିରେ ମିଳିତ ହୋଇ ସଂଖ୍ୟାଗରିଷ୍ଠତା ପ୍ରମାଣ କରିପାରିଲେ ସେହି ମିଳିତ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତି ଦିଅନ୍ତି । ଏହି ପ୍ରଣାଳୀରେ ଗଠିତ

କାର୍ଯ୍ୟକାଳ – ସାଧାରଣତଃ ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟକାଳ ପାଞ୍ଚବର୍ଷ । ଏହା ପୂର୍ବରୁ ସେ ଇସ୍ତଫା ଦେଇପାରନ୍ତି କିମ୍ବା ବିଧାନସଭାରେ ଆସ୍ଥା ହରାଇଲେ ତାଙ୍କର ପଦଚ୍ୟୁତି ଘଟେ ଅଥବା ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି କିମ୍ବା ମର୍ଜି ଉପରେ ତାଙ୍କର କାର୍ଯ୍ୟକାଳ ନିର୍ଭର କରେ ।
କାର୍ଯ୍ୟକାଳ :
(୧) ମନ୍ତ୍ରୀମଣ୍ଡଳର ନିର୍ମାତା ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରୀମଣ୍ଡଳର କେନ୍ଦ୍ରବିନ୍ଦୁ। କିଏ ମନ୍ତ୍ରୀ ହେବ ଏବଂ କେଉଁ ବିଭାଗ ନେବ ତାହାହିଁ ତାଙ୍କ ଉପରେ ନିର୍ଭର କରେ । ସେ ମଧ୍ୟ ମନ୍ତ୍ରୀମଣ୍ଡଳର ପରିବର୍ତ୍ତନ ବା ପୁନର୍ବିନ୍ୟାସ କରିଥାଆନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କର ବିଶେଷ ଅଧିକାର ଅଟେ । ସେ ଇସ୍ତଫା ଦେଲେ ମନ୍ତ୍ରୀମଣ୍ଡଳର ଇସ୍ତଫା ବୋଲି ଧରିନେବାକୁ ପଡ଼ିବ ।
(୨) କ୍ୟାବିନେଟ୍ ବୈଠକର ଅଧ୍ଯକ୍ଷ – ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳ ବୈଠକ ଆହ୍ବାନ କରନ୍ତି ଏବଂ ଅଧ୍ଯକ୍ଷତା କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଏବଂ ନିଷ୍ପତ୍ତି ଗ୍ରହଣରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ରାଜ୍ୟପାଳଙ୍କଦ୍ଵାରା ପ୍ରେରିତ କୌଣସି ବିଷୟକୁ ସେ ମନ୍ତ୍ରୀମଣ୍ଡଳ ବୈଠକରେ ଆଗତ କରନ୍ତି ।
(୩) ରାଜ୍ୟପାଳଙ୍କର ପରାମର୍ଶଦାତା – ମୁଖ୍ୟମନ୍ତ୍ରୀ ପ୍ରଶାସନିକ କ୍ଷେତ୍ରରେ ରାଜ୍ୟପାଳଙ୍କର ମୁଖ୍ୟ ପରାମର୍ଶଦାତା । ତାଙ୍କ ବିନା ପରାମର୍ଶରେ ରାଜ୍ୟପାଳ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ। ରାଜ୍ୟର ବିଭିନ୍ନ ଉଚ୍ଚ ପଦବୀର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ପରାମର୍ଶ ଦିଅନ୍ତି । ରାଜ୍ୟପାଳ ଚାହିଁଲେ ଶାସନ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସେ ତାଙ୍କୁ ଜଣାଇଥାଆନ୍ତି ।
(୪) ସଂଖ୍ୟାଗରିଷ୍ଠ ଦଳର ନେତା – ସେ ବିଧାନସଭାରେ ସଂଖ୍ୟାଗରିଷ୍ଠ ଦଳର ନେତା ଅଟନ୍ତି । ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣରେ ତାଙ୍କର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଛି । ସେ ଗୃହର ନେତାଭାବେ ରାଜ୍ୟରେ ପରିଚିତ ଏବଂ ସରକାରୀ ଦଳ ଉପରେ ତାଙ୍କର ଅଖଣ୍ଡ ପ୍ରଭାବ ଥାଏ। ମନ୍ତ୍ରୀମଣ୍ଡଳର ମିଳିତ ଦାୟିତ୍ଵ ଦୃଷ୍ଟିରୁ ସେ ଅନ୍ୟ ମନ୍ତ୍ରୀମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି । ବିଭିନ୍ନ ବିଲ୍ କିଭଳି ଭାବେ ଗୃହୀତ ହେବ ସେଥୁପ୍ରତି ସେ ବିଶେଷ ଯତ୍ନବାନ୍ ହୁଅନ୍ତି ।
(୫) ରାଜ୍ୟ ସରକାରଙ୍କ ମୁଖପାତ୍ର – ‘ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟ ସରକାରଙ୍କର ସର୍ବଶ୍ରେଷ୍ଠ ମୁଖପାତ୍ର । ତାଙ୍କର ମନ୍ତବ୍ୟ ସରକାରଙ୍କର ମନ୍ତବ୍ୟ ବୋଲି ଧରାଯାଏ । ତାଙ୍କର ବାକ୍ୟ ଉପରେ ସମଗ୍ର ରାଜ୍ୟର ବିଶ୍ଵାସ ଥାଏ । ପ୍ରଶାସନିକ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ପାଳନ କରନ୍ତି ।
(୬) ରାଜ୍ୟର ପ୍ରତିନିଧୂ – ମୁଖ୍ୟମନ୍ତ୍ରୀ ଜାତୀୟ ଅନୁଷ୍ଠାନ ଓ ସମ୍ମିଳନୀରେ ରାଜ୍ୟର ପ୍ରତିନିଧୃତ୍ଵ କରନ୍ତି । ସେ ଜାତୀୟ ଉନ୍ନୟନ ପରିଷଦ, ଜାତୀୟ ସଂହତି ପରିଷଦ, ଆଞ୍ଚଳିକ ପରିଷଦ ଏବଂ ଅନ୍ୟାନ୍ୟ ସର୍ବଭାରତୀୟ ଅନୁଷ୍ଠାନମାନଙ୍କରେ ସଭ୍ୟରୂପେ କାର୍ଯ୍ୟ କରନ୍ତି ।
(୭) ଦଳର ନେତା ମୁଖ୍ୟମନ୍ତ୍ରୀ କେବଳ ବିଧାନସଭାର ନେତା ନୁହଁନ୍ତି; ସେ ନିଜ ଦଳର ନେତା ଅଟନ୍ତି। ଯେପର୍ଯ୍ୟନ୍ତ ସେ ତାଙ୍କର ଦଳର ସଂଖ୍ୟାଧ‌ିକ ସଭ୍ୟଙ୍କ ସମର୍ଥନ ପାଉଥିବେ ସେ ପର୍ଯ୍ୟନ୍ତ ସେ ତାଙ୍କ ପଦବୀରେ ସୁରକ୍ଷିତ ରହିପାରିବେ । ତାଙ୍କ ବ୍ୟକ୍ତିତ୍ଵ ଉପରେ ରାଜ୍ୟରେ ତାଙ୍କ ଦଳର ଭବିଷ୍ୟତ ନିର୍ଭର କରେ। ତେଣୁ ସେ ଦଳର ସଙ୍ଗଠନକୁ ସୁଦୃଢ଼ ରଖିବା, ଦଳ ମଧ୍ୟରେ ଏକତା ଓ ଶୃଙ୍ଖଳା ରକ୍ଷା କରିବା ସଙ୍ଗେ ସଙ୍ଗେ ଦଳର ସମ୍ମାନ ଅକ୍ଷୁଣ୍ଣ ରଖ୍ ଦଳକୁ ନିର୍ବାଚନରେ ।

CHSE Odisha Class 11 Political Science Solutions Chapter 14 କାର୍ଯ୍ୟପାଳିକା

ମୁଖ୍ୟମନ୍ତ୍ରୀଙ୍କ ଭୂମିକା ଓ ସ୍ଥିତି :
(୧) ସମକକ୍ଷମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ – ମନ୍ତ୍ରୀମଣ୍ଡଳର ବଳୟ ଭିତରେ ସେ କେନ୍ଦ୍ରବିନ୍ଦୁ ଅଟନ୍ତି। ଅନ୍ୟ ମନ୍ତ୍ରୀମାନଙ୍କ ମଧ୍ୟରେ ସେ ପ୍ରଥମ। ଅନ୍ୟ ମନ୍ତ୍ରୀମାନେ ତାରା ହେଲେ ସେ ଚନ୍ଦ୍ର । ସେ ଯେହେତୁ ମନ୍ତ୍ରୀମଣ୍ଡଳର ଜନ୍ମଦାତା; ତେଣୁ ତାଙ୍କର ସ୍ଥିତି ସବୁଠୁ ଅଗ୍ରଗଣ୍ୟ ଅଟେ ।
(୨) ପ୍ରକୃତ ଶାସନମୁଖ୍ୟ – ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନର ପ୍ରକୃତ ମୁଖ୍ୟ ଅଟନ୍ତି। ତାଙ୍କର ନିଷ୍ପତ୍ତି ଅନୁସାରେ ରାଜ୍ୟ ଶାସନ ଚାଲେ । ମନ୍ତ୍ରୀମାନେ ତାଙ୍କର ବିରୋଧାଚରଣ କରିପାରନ୍ତି ନାହିଁ । ମୁଖ୍ୟମନ୍ତ୍ରୀଙ୍କ ବିରୋଧ କରୁଥିବା ମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ବାଦ୍ ପଡ଼ନ୍ତି ।
(୩) ସହନଶୀଳତାର ପ୍ରତିମୂର୍ତ୍ତି – ରାଜ୍ୟର ବିକାଶ ଓ ଅଧୋଗତିର ମୁଖ୍ୟ ବ୍ୟକ୍ତିତ୍ଵ ମୁଖ୍ୟମନ୍ତ୍ରୀ ଅଟନ୍ତି। ଶାସନଗତ ସମସ୍ତ ଦୋଷକୁ ସେ ମୁଣ୍ଡପାତି ସହି ନିଅନ୍ତି । ସମସ୍ତ ଆଘାତ ସେ ସହନ୍ତି । ସହନଶୀଳତା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ଵର ମାପକାଠି ଅଟେ ।
(୪) ବିଧାନସଭା ଭଙ୍ଗ ପାଇଁ ପରାମର୍ଶ – ବିଧାନସଭାର କାର୍ଯ୍ୟକାଳ ସମ୍ପୂର୍ଣ୍ଣ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଧାନସଭା ଭଙ୍ଗ ପାଇଁ ରାଜ୍ୟପାଳଙ୍କୁ ପରାମର୍ଶ ଦିଅନ୍ତି। ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣ କରିନିଅନ୍ତି । ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଗୃହୀତ ନହେଲେ ରାଜ୍ୟ ଶାସନରେ ଅସ୍ଥିରତା ଦେଖାଦେବା ସ୍ଵାଭାବିକ ।
(୫) ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ଵ – ମୁଖ୍ୟମନ୍ତ୍ରୀ ପଦମଣ୍ଡନ କରିଥିବା ବ୍ୟକ୍ତି ପ୍ରଭାବଶାଳୀ ବ୍ୟକ୍ତିତ୍ଵର ଅଧିକାରୀ ହେବା ଉଚିତ । ଏହି ବ୍ୟକ୍ତିତ୍ଵର ବଳରେ ସେ ଜନସାଧାରଣ, ସହଯୋଗୀ ମନ୍ତ୍ରୀ ଓ ପ୍ରଶାସନିକ କର୍ମଚାରୀଙ୍କ ସମ୍ମାନଭାଜନ ହୋଇପାରିବେ । ଡଃ. ହରେକୃଷ୍ଣ ମହତାବ ନିଜର ବ୍ୟକ୍ତିତ୍ଵ ପାଇଁ ବହୁ ପ୍ରତିଷ୍ଠା ଅର୍ଜନ କରିପାରିଥିଲେ ।
(୬) ଦଳୀୟ ସମର୍ଥନ – ମୁଖ୍ୟମନ୍ତ୍ରୀ ଦଳ ମଧ୍ୟରୁ ଅକୁଣ୍ଠିତ ସମର୍ଥନ ଲାଭ ନ କଲେ ଶାସନ ପରିଚାଳନା କରିବା କଷ୍ଟସାଧ୍ୟ ହେବ । ଦଳୀୟ ସମର୍ଥନ ବିନା ସେ ଦଳ ଉପରେ ପ୍ରଭୁତ୍ଵ ବିସ୍ତାର କରିପାରିବେ ନାହିଁ ।
(୭) କେନ୍ଦ୍ର ସରକାରର ପ୍ରଭାବ – ରାଜ୍ୟର ପ୍ରଗତି ଅନେକାଂଶରେ କେନ୍ଦ୍ରର ସାହାଯ୍ୟ ଉପରେ ନିର୍ଭର କରେ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିନପାରିଲେ କେନ୍ଦ୍ରୀୟ ସାହାଯ୍ୟରୁ ବଞ୍ଚତ ହୁଅନ୍ତି। ଏଣୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କର ବିଶ୍ଵାସଭାଜନ ହେବା ଆବଶ୍ୟକ । ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଉପରେ ନିଜର ବ୍ୟକ୍ତିତ୍ଵ ବଳରେ ପ୍ରଭାବ ବିସ୍ତାର କରି ଅଧିକ ଅନୁଦାନ ଆଣି ରାଜ୍ୟ ପ୍ରଗତିରେ ଲଗାଇ ପାରନ୍ତି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

Odisha State Board CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା Questions and Answers.

CHSE Odisha 11th Class Political Science Solutions Chapter 13 ବ୍ୟବସ୍ଥାପିକା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଭାରତବର୍ଷ ଏକ ___________ ରାଷ୍ଟ୍ର ।
(କ) ସଂସଦୀୟ ଗଣତାନ୍ତ୍ରିକ
(ଖ) ରାଷ୍ଟ୍ରପତୀୟ ପୁଞ୍ଜିବାଦୀ
(ଗ) ବୈଜ୍ଞାନିକ ସମାଜବାଦୀ
(ଘ) ଧର୍ମଭିଭିକ
Answer:
(କ) ସଂସଦୀୟ ଗଣତାନ୍ତ୍ରିକ

୨ । ___________ ର ସଦସ୍ୟମାନଙ୍କଦ୍ଵାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
(କ) କେବଳ ରାଜ୍ୟସଭା
(ଖ) କେବଳ ଲୋକସଭା
(ଗ) ସଂସଦ ଓ ରାଜ୍ୟ ବିଧାନସଭା
(ଘ) ସଂସଦର ଉଭୟ ସଦନ
Answer:
(ଘ) ସଂସଦର ଉଭୟ ସଦନ

୩ । ଓଡ଼ିଶାରୁ ରାଜ୍ୟସଭାରେ ___________ ଜଣ ସଦସ୍ୟ ଅଟନ୍ତି ।
(କ) ୧୨
(ଖ) ୧୧
(ଗ) ୧୦
(ଘ) ୧୩
Answer:
(ଗ) ୧୦

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୪ । ରାଷ୍ଟ୍ରପତିଙ୍କଦ୍ଵାରା ମନୋନୀତ ___________ ଜଣ ଆଙ୍ଗ୍ଲଭାରତୀୟ ସଦସ୍ୟ ଲୋକସଭାରେ ଅଛନ୍ତି ।
(କ) ୧୨
(ଖ) ୧୦
(ଗ) ୨୧
(ଘ) ୨
Answer:
(ଘ) ୨

୫ । ___________ ଭାରତୀୟ ସଂସଦର ଅଧିକ କ୍ଷମତାଶାଳୀ ସଦନ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ବିଧାନସଭା
(ଘ) ବିଧାନପରିଷଦ
Answer:
(କ) ଲୋକସଭା

୬ । ଲୋକସଭାର ସାଧାରଣ କାର୍ଯ୍ୟକାଳ ___________ ବର୍ଷ ।
(କ) ୫
(ଖ) ୪
(ଗ) ୬
(ଘ) ୩
Answer:
(କ) ୫

୭ । ___________ ର ସଂସଦକୁ ପୃଥିବୀର ସବୁ ସଂସଦର ଜନନୀ କୁହାଯାଏ ।
(କ) ଆମେରିକା
(ଖ) ଜାପାନ
(ଗ) ରୁଷିଆ
(ଘ) ଇଂଲଣ୍ଡ
Answer:
(ଘ) ଇଂଲଣ୍ଡ

୮ । ଭାରତର ସଂସଦ ___________ କକ୍ଷ ବିଶିଷ୍ଟ ।
(କ) ୩
(ଖ) ୨
(ଗ) ୪
(ଘ) ୧
Answer:
(ଖ) ୨

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୯ । ସଂସଦ ଲୋକସଭା, ରାଜ୍ୟସଭା ଏବଂ ___________ ଙ୍କୁ ନେଇ ଗଠିତ ।
(କ) ପ୍ରଧାନମନ୍ତ୍ରୀ
(ଖ) ଉଚ୍ଚତମ ନ୍ୟାୟାଳୟ
(ଗ) ରାଷ୍ଟ୍ରପତି
(ଘ) ଉପରାଷ୍ଟ୍ରପତି
Answer:
(ଗ) ରାଷ୍ଟ୍ରପତି

୧୦ । ହେଉଛି ସଂସଦର ନିମ୍ନ କକ୍ଷ ଏବଂ ଜନପ୍ରିୟ ଗୃହ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ବିଧାନସଭା
(ଘ) ବିଧାନପରିଷଦ
Answer:
(ଖ) ରାଜ୍ୟସଭା

୧୧ । ___________ କୁ ସଂସଦର ଉଚ୍ଚ କକ୍ଷ କୁହାଯାଏ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ବିଧାନସଭା
(ଘ) ବିଧାନପରିଷଦ
Answer:
(ଖ) ରାଜ୍ୟସଭା

୧୨ । ଲୋକସଭାର ସଭ୍ୟମାନେ ଜନସାଧାରଣଙ୍କଦ୍ବାରା ___________ ଭାବରେ ନିର୍ବାଚିତ ହୋଇଥାଆନ୍ତି ।
(କ) ପ୍ରତ୍ୟକ୍ଷ
(ଖ) ପରୋକ୍ଷ
(ଗ) ବେଳେବେଳେ ପ୍ରତ୍ୟକ୍ଷ ଓ ବେଳେବେଳେ ପରୋକ୍ଷ
(ଘ) ନିର୍ବାଚକ କଲେଜ
Answer:
(କ) ପ୍ରତ୍ୟକ୍ଷ

୧୩ । ଲୋକସଭାର ସଭ୍ୟ ପଦ ପାଇଁ ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ___________ ବର୍ଷ ଓ ରାଜ୍ୟସଭାର ସଭ୍ୟପଦ ପାଇଁ ___________ ବର୍ଷ ଦରକାର ଅଟେ ।
(କ) ୨୫, ୩୦
(ଖ) ୩୦, ୨୫
(ଗ) ୩୨, ୨୬
(ଘ) ୨୬, ୩୦
Answer:
(କ) ୨୫, ୩୦

୧୪ । ଓଡ଼ିଶାର ___________ ଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି ।
(କ) ୨୦
(ଖ) ୨୨
(ଗ) ୨୧
(ଘ) ୨୩
Answer:
(ଗ) ୨୧

୧୫ । ___________ ରାଜ୍ୟରୁ ସର୍ବାଧିକ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି ।
(କ) ବିହାର
(ଖ) ମଧ୍ୟପ୍ରଦେଶ
(ଗ) ଉତ୍ତରପ୍ରଦେଶ
(ଘ) ପଣ୍ଙିମବଇଂ
Answer:
(ଗ) ଉତ୍ତରପ୍ରଦେଶ

୧୬ । ___________ କକ୍ଷ ସଂସଦର ସ୍ଥାୟୀ କକ୍ଷ ।
(କ) ଉଚ୍ଚ
(ଖ) ନିମ୍ନ
(ଗ) ଦ୍ଵିତୀୟ
(ଘ) କୌଣସିଟି ନୁହେଁ
Answer:
(କ) ଉଚ୍ଚ

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୧୭ । ___________ ଲୋକସଭାର ସମସ୍ତ ବୈଠକରେ ଅଧ୍ୟକ୍ଷତା କରନ୍ତି ।
(କ) ରାଷ୍ଟ୍ରପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) ବାଚସ୍ପତି
Answer:
(ଘ) ବାଚସ୍ପତି

୧୮ । ବାଚସ୍ପତି ତାଙ୍କର ଇସ୍ତଫାପତ୍ର ___________ ଙ୍କ ନିକଟକୁ ପଠାଇଥାଆନ୍ତି ।
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ଉପବାଚସ୍ପତି
(ଘ) ଉପରାଷ୍ଟ୍ରପତି
Answer:
(ଗ) ଉପବାଚସ୍ପତି

୧୯ । କୌଣସି ବିଲ୍ ସାଧାରଣ ବିଲ୍ କି ଅର୍ଥବିଲ୍ ସେ ସମ୍ପର୍କରେ ___________ ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି ।
(କ) ରାଷ୍ଟ୍ରପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) ବାଚସ୍ପତି
Answer:
(ଘ) ବାଚସ୍ପତି

୨୦ । ସଂସଦର ମିଳିତ ଅଧୂବେଶନରେ ___________ ଅଧ୍ୟକ୍ଷତା କରନ୍ତି ।
(କ) ଲୋକସଭାର ବାଚସ୍ପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ
Answer:
(କ) ଲୋକସଭାର ବାଚସ୍ପତି

୨୧ । ଜରୁରୀ ପରିସ୍ଥିତି ସମୟରେ ___________ ଦେଶ ପାଇଁ ଆଇନ ପ୍ରଣୟନ କରନ୍ତି ।
(କ) ବିଧାନସଭା
(ଖ) ଉଚ୍ଚତମ ନ୍ୟାୟାଳୟ
(ଗ) ସଂସଦ
(ଘ) ରାଷ୍ଟ୍ରପତି
Answer:
(ଗ) ସଂସଦ

୨୨ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ସାମୂହିକ ଭାବରେ ___________ ନିକଟରେ ଦାୟୀ ।
(କ) ବିଧାନସଭା
(ଖ) ରାଜ୍ୟସଭା
(ଗ) ପ୍ରଧାନମନ୍ତ୍ରୀ
(ଘ) ଲୋକସଭା
Answer:
(ଘ) ଲୋକସଭା

୨୩ । ___________ ଲୋକସଭାରେ ନିର୍ଣ୍ଣାୟକ ଭୋଟ ଦିଅନ୍ତି ।
(କ) ରାଷ୍ଟ୍ରପତି
(ଖ) ପ୍ରଧାନମନ୍ତ୍ରୀ
(ଗ) ବାଚସ୍ପତି
(ଘ) ଉପରାଷ୍ଟ୍ରପତି
Answer:
(ଗ) ବାଚସ୍ପତି

୨୪ । ଅନାସ୍ଥା ପ୍ରସ୍ତାବ ___________ ରେ ଗୃହୀତ ହେଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।
(କ) ବିଧାନସଭା
(ଖ) ରାଜ୍ୟସଭା
(ଗ) ବିଧାନ ପରିଷଦ
(ଘ) ଲୋକସଭା
Answer:
(ଘ) ଲୋକସଭା

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୨୫ । ଅର୍ଥବିଲ୍ କେବଳ ___________ ରେ ଆଗତ ହୋଇଥାଏ ।
(କ) ବିଧାନ ପରିଷଦ
(ଖ) ରାଜ୍ୟସଭା
(ଗ) ନିର୍ବାଚନ ଆୟୋଗ
(ଘ) ଲୋକସଭା
Answer:
(ଘ) ଲୋକସଭା

୨୬ । ଚିଠାର ଚରମ ପର୍ଯ୍ୟାୟକୁ ___________ କୁହାଯାଏ ।
(କ) ବିଧେୟକ
(ଖ) ଆଇନ
(ଗ) ରାୟ
(ଘ) ଅଧ୍ୟାଦେଶ
Answer:
(ଖ) ଆଇନ

୨୭ । ରାଜ୍ୟସଭାର ସର୍ବାଧିକ ସଭ୍ୟସଂଖ୍ୟା ___________ ଓ ଲୋକସଭାର ସର୍ବାଧିକ ସଭ୍ୟ ସଂଖ୍ୟା ___________ ।
(କ) ୨୫୦, ୫୪୫
(ଖ) ୫୪୫, ୨୫୦
(ଗ) ୧୪୭, ୨୫୦
(ଘ) ୨୫୦, ୫୪୮
Answer:
(କ) ୨୫୦, ୫୪୫

୨୮ । ରାଜ୍ୟସଭାର ପ୍ରତ୍ୟେକ ସଭ୍ୟଙ୍କର କାର୍ଯ୍ୟକାଳ ___________ ବର୍ଷ ।
(କ) ୫
(ଖ) ୭
(ଗ) ୬
(ଘ) ୮
Answer:
(ଗ) ୬

୨୯ । ପ୍ରତି ___________ ବର୍ଷରେ ରାଜ୍ୟସଭାର ଏକ -ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।
(କ) ତିନି
(ଖ) ଚାରି
(ଗ) ଛଅ
(ଘ) ଦୁଇ
Answer:
(ଘ) ଦୁଇ

୩୦ । କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବାର ସମ୍ପୂର୍ଣ୍ଣ କ୍ଷମତା ___________ ର ରହିଛି ।
(କ) ବିଧାନ ସଭା
(ଖ) ରାଜ୍ୟସଭା
(ଗ) ପ୍ରଧାନମନ୍ତ୍ରୀ
(ଘ) ଲୋକସଭା
Answer:
(ଘ) ଲୋକସଭା

୩୧ । ସମ୍ବିଧାନର ସଂଶୋଧନ ବିଷୟକ ବିଧେୟକ ___________ ଦ୍ଵାରା ଗୃହୀତ ହେବା ଆବଶ୍ୟକ ।
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ସଂସଦର ଉଭୟ ଗୃହ
(ଘ) ଲୋକସଭା, ରାଜ୍ୟସଭା ଓ ବିଧାନସଭା
Answer:
(ଗ) ସଂସଦର ଉଭୟ ଗୃହ

୩୨ । ଲୋକସଭାରେ ଗୃହୀତ ଅର୍ଥ ବିଧେୟକକୁ ରାଜ୍ୟସଭା କେବଳ ___________ ଦିନ ପାଇଁ ସ୍ଥଗିତ ରଖିପାରିବେ ।
(କ) ୧୬
(ଖ) ୧୫
(ଗ) ୧୪
(ଘ) ୧୩
Answer:
(ଗ) ୧୪

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୩୩ । ___________ ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି ।
(କ) ରାଷ୍ଟ୍ରପତି
(ଖ) ଉପରାଷ୍ଟ୍ରପତି
(ଗ) ପ୍ରଧାନମନ୍ତ୍ରୀ
(ଘ) ବାଚସ୍ପତି
Answer:
(ଖ) ଉପରାଷ୍ଟ୍ରପତି

୩୪ । ଓଡ଼ିଶା ରାଜ୍ୟ ବିଧାନସଭାର ସଭ୍ୟସଂଖ୍ୟା ___________ ।
(କ) ୧୪୮
(ଖ) ୧୪୫
(ଗ) ୧୪୭
(ଘ) ୨୫୦
Answer:
(ଗ) ୧୪୭

୩୫ । ___________ ରାଜ୍ୟର ପ୍ରଧାନ ମୁଖପାତ୍ର ।
(କ) ରାଜ୍ୟପାଳ
(ଖ) ବାଚସ୍ପତି
(ଗ) ମୁଖ୍ୟମନ୍ତ୍ରୀ
(ଘ) ବିରୋଧୀ ଦଳର ନେତା
Answer:
(ଗ) ମୁଖ୍ୟମନ୍ତ୍ରୀ

୩୬ । ରାଜ୍ୟ ବିଧାନମଣ୍ଡଳର ନିମ୍ନ ସଦନକୁ ___________ କହନ୍ତି ।
(କ) ବିଧାନପରିଷଦ
(ଖ) ବିଧାନସଭା
(ଗ) ରାଜ୍ୟସଭା
(ଘ) ଉଚ୍ଚ ନ୍ୟାୟାଳୟ
Answer:
(ଖ) ବିଧାନସଭା

୩୭ । ଓଡ଼ିଶା ବିଧାନସଭାର ___________ ଟି ସ୍ଥାନ ତଫସିଲଭୁକ୍ତ ଜାତି ଓ ଉପଜାତିଙ୍କ ପାଇଁ ସଂରକ୍ଷିତ ହୋଇଅଛି ।
(କ) ୫୮
(ଖ) ୫୬
(ଗ) ୫୭
(ଘ) ୮୬
Answer:
(ଖ) ୫୬

୩୮ । ବିଧାନସଭାର ଅଧ୍ୟକ୍ଷଙ୍କ ___________ କହନ୍ତି ।
(କ) ବାଚସ୍ପତି
(ଖ) ଚେୟାରମ୍ୟାନ୍
(ଗ) ଅଧ୍ୟକ୍ଷ
(ଘ) ସଭାପତି
Answer:
(କ) ବାଚସ୍ପତି

୩୯ । ଭାରତର ___________ ଟି ରାଜ୍ୟରେ ବିଧାନପରିଷଦ ଅଛି ।
(କ) ୪
(ଖ) ୬
(ଗ) ୫
(ଘ) ୮
Answer:
(ଗ) ୫

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୪୦ । ବିଧାନପରିଷଦର ସଦସ୍ୟଙ୍କ କାର୍ଯ୍ୟକାଳ ___________ ବର୍ଷ ।
(କ) ୬
(ଖ) ୭
(ଗ) ୫
(ଘ) ୪
Answer:
(କ) ୬

୪୧ । ବିଧାନପରିଷଦ ଏକ ___________ ଗୃହ ।
(କ) ସାୟୀ
(ଖ) ଅର୍ଦ୍ଧସ୍ଥାୟୀ
(ଗ) ଚିରସ୍ଥାୟୀ
(ଘ) କୌଣସିଟି ନୁହେଁ
Answer:
(ଖ) ଅର୍ଦ୍ଧସ୍ଥାୟୀ

୪୨ । ବିଧାନସଭାର ଅଧିବେଶନ ଆହ୍ବାନ କରିବା ___________ ଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ।
(କ) ରାଜ୍ୟପାଳ
(ଖ) ବାଚସ୍ପତି
(ଗ) ମୁଖ୍ୟମନ୍ତ୍ରୀ
(ଘ) ସଂସଦୀୟ ମନ୍ତ୍ରୀ
Answer:
(କ) ରାଜ୍ୟପାଳ

୪୩ । କିଏ ସର୍ବଭାରତୀୟ ସେବା ସୃଷ୍ଟି କରିପାରିବେ ?
(କ) ଲୋକସଭା
(ଖ) ରାଜ୍ୟସଭା
(ଗ) ରାଷ୍ଟ୍ରପତି
(ଘ) ପ୍ରଧାନମନ୍ତ୍ରୀ
Answer:
(ଖ) ରାଜ୍ୟସଭା

B. ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।

୧ । ବଜେଟ୍ କାହାକୁ କୁହଯାଏ ?
Answer:
ବାର୍ଷିକ ଆୟବ୍ୟୟର ଅଟକଳକୁ ବଜେଟ୍ କୁହାଯାଏ ।

୨ । କୋରମ୍ କାହାକୁ କହନ୍ତି ?
Answer:
ସଂସଦରେ ଯେକୌଣସି ଗୃହରେ ଏକ-ଦଶମାଂଶ ସଭ୍ୟ ଉପସ୍ଥିତ ଥିଲେ ବିଧ୍ଵବଦ୍ଧ ବୈଠକ ହୋଇଥାଏ ଏବଂ ଏହି ନୂନତମ ସଭ୍ୟ ସଂଖ୍ୟାକୁ କୋରମ୍ କୁହାଯାଏ ।

୩ । ବିଲ୍ କ’ଣ ?
Answer:
ବିଲ୍‌ର ଅର୍ଥ ଏକ ଚିଠା ଆଇନ ଯାହା ପ୍ରସ୍ତାବିତ ଆଇନର ଶୀର୍ଷକ ଧାରା, ଉପଧାରା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ନେଇ ଗଠିତ ହୋଇଥାଏ ।

୪ । ଅର୍ଥ ବିଧେୟକ କ’ଣ ?
Answer:
ଗୋଟିଏ ବିଧେୟକ ଅର୍ଥ ବିଧେୟକ କି ନୁହେଁ ବୋଲି ନିର୍ଦ୍ଧାରଣ କରିବାର କ୍ଷମତା କେନ୍ଦ୍ର କ୍ଷେତ୍ରରେ ଲୋକସଭାର ବାଚସ୍ପତି ଓ ରାଜ୍ୟ କ୍ଷେତ୍ରରେ ବିଧାନସଭାର ବାଚସ୍ପତିଙ୍କର ରହିଛି । ଏହି ବିଧେୟକରେ ଅର୍ଥ ଆଗମନ, ବ୍ୟୟ ଓ ଆର୍ଥିକ ନୀତି ସ୍ଥାନ ପାଇଥାଏ ।

୫ । ମୁଲତବୀ ପ୍ରସ୍ତାବ (Adjournment Motion) କ’ଣ ?
Answer:
ପ୍ରଶାସନିକ ଦୋଷତ୍ରୁଟି ଓ ଜରୁରୀ ବିଷୟରେ ବ୍ୟବସ୍ଥାପକ ସଭାରେ ଆଲୋଚନା ପାଇଁ ଗୃହର ସଭ୍ୟମାନେ ମୁଲତବୀ ପ୍ରସ୍ତାବ ଆଗତ କରନ୍ତି ।

୬ । ଝୁଲା ସଂସଦ (Hung Parliament) କହିଲେ ତୁମେ କ’ଣ ବୁଝ ?
Answer:
ସଂସଦର ନିମ୍ନ ସଦନ ପାଇଁ ହେଉଥ‌ିବା ସାଧାରଣ ନିର୍ବାଚନରେ ଯଦି କୌଣସି ଦଳ ନିର୍ଦ୍ଦିଷ୍ଟ ବା ସ୍ପଷ୍ଟଭାବେ ପୂର୍ବ ସଂଖ୍ୟାଗରିଷ୍ଠତା ହାସଲ କରିପାରିନଥିବା ପରିସ୍ଥିତିରେ ଏକକ ବା ମିଳିତ ଭାବେ ମନ୍ତ୍ରୀମଣ୍ଡଳ ଗଠନ କରିବା ଅସମ୍ଭବ ହୋଇପଡ଼େ, ସେହି ଅବସ୍ଥାକୁ “ଝୁଲା ସଂସଦ’’ କୁହାଯାଏ ।

୭ । ନିର୍ଣ୍ଣାୟକ ମତଦାନ କ’ଣ ?
Answer:
କୌଣସି ବିଷୟରେ ବ୍ୟବସ୍ଥାପିକାରେ ଭୋଟ ଗ୍ରହଣ ସମୟରେ ଯଦି ସମର୍ଥନ ଓ ବିରୋଧରେ ସମାନ ସଂଖ୍ୟକ ଭୋଟ ମିଳିଥାଏ ତେବେ ଗୃହର ଅଧ୍ୟକ୍ଷ ତାଙ୍କର ବିଶେଷ ମତଦାନ କରନ୍ତି ଓ ତାହାହିଁ ନିର୍ଣ୍ଣାୟକ ହୋଇଥାଏ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

C. ଗୋଟିଏ ଶବ୍ଦ / ପଦରେ ଉତ୍ତର ଦିଅ ।

୧ । କିଏ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକରେ ଅଧ୍ୟକ୍ଷତା କରନ୍ତି ?
Answer:
ଲୋକସଭାର ବାଚସ୍ପତି

୨ । ସଂସଦ କ୍ଷେତ୍ରରେ କିଏ ଅର୍ଥବିଧେୟକକୁ ପ୍ରମାଣପତ୍ର ଦିଅନ୍ତି ?
Answer:
ଲୋକସଭାର ବାଚସ୍ପତି

୩ । ବାଚସ୍ପତିଙ୍କ ଭୋଟକୁ କ’ଣ କୁହାଯାଏ ?
Answer:
ନିର୍ଣ୍ଣାୟକ ଭୋଟ (Casting Vote)

୪ । ଭାରତରେ ଅବଶେଷ କ୍ଷମତା କାହାଠାରେ ନ୍ୟସ୍ତ ?
Answer:
କେନ୍ଦ୍ରୀୟ ସଂସଦ

୫ । ଲୋକସଭାର ମନୋନୀତ ସଦସ୍ୟମାନେ କେଉଁ ସମ୍ପ୍ରଦାୟର ?
Answer:
ଆଙ୍ଗ୍ -ଭାରତୀୟ

୬ । ବିଧାନସଭାର ବୈଠକ ବସିବା ପାଇଁ ଆବଶ୍ୟକ ହେଉଥିବା ସର୍ବନିମ୍ନ ସଂଖ୍ୟକ ସଦସ୍ୟଙ୍କ ଉପସ୍ଥିତିକୁ କ’ଣ କୁହାଯାଏ ?
Answer:
କୋରମ୍ (Quorum)

୭ । ପ୍ରତି ଦୁଇବର୍ଷରେ ଥରେ ରାଜ୍ୟସଭା ଓ ବିଧାନପରିଷଦର କେତେ ସଦସ୍ୟ ଅବସର ନିଅନ୍ତି ?
Answer:
ଏକ-ତୃତୀୟାଂଶ

୮ । କେଉଁ ବିଧେୟକ କରଧାର୍ଯ୍ୟ, କର ଉଚ୍ଛେଦ, କରହ୍ରାସ, କର ପରିବର୍ତ୍ତନ ଓ ନିୟନ୍ତ୍ରଣ ଆଦି ରାଜସ୍ଵ ସଂପର୍କୀୟ ପ୍ରଶ୍ନ ସହ ଜଡ଼ିତ ?
Answer:
ରାଜସ୍ଵ ମଞ୍ଜୁରୀ ବିଧେୟକ (Finance Bill)

୯ । ବାର୍ଷିକ ଆୟବ୍ୟୟର ଅଟକଳ ବା ବିବରଣୀକୁ କ’ଣ କୁହାଯାଏ ?
Answer:
ବଜେଟ୍

୧୦ । ଭାରତରେ ଆର୍ଥିକବର୍ଷ କେବେ ଆରମ୍ଭ ହୁଏ ?
Answer:
ଏପ୍ରିଲ ୧ ରୁ

D. ଭ୍ରମ ସଂଶୋଧନ କର ।

୧ । ସଂସଦ ନିଜର ଅବମାନନା ପାଇଁ ସଦସ୍ୟମାନଙ୍କୁ ନିଜେ ଦଣ୍ଡବିଧାନ କରିପାରିବେ ନାହିଁ ।
Answer:
ସଂସଦ ନିଜର ଅବମାନନା ପାଇଁ ଯେକୌଣସି ସଦସ୍ୟଙ୍କୁ ନିଜେ ଦଣ୍ଡବିଧାନ କରିପାରିବେ ।

୨ । ସମ୍ବିଧାନ ସଂଶୋଧନ ବିଧେୟକ ଉପରେ ସଂସଦର ଉଭୟ ଗୃହ ସହମତ ନ ହେଲେ ମିଳିତ ବୈଠକରେ ଆହ୍ବାନ କରାଯାଏ ।
Answer:
ସମ୍ବିଧାନ ସଂଶୋଧନ ବିଧେୟକ ଉପରେ ସଂସଦର ଉଭୟ ଗୃହ ସହମତ ନ ହେଲେ ମିଳିତ ବୈଠକ ବସିବାର ବ୍ୟବସ୍ଥା ନାହିଁ ।

୩ । ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଗୃହର ସଦସ୍ୟମାନ ନିଜ ମଧ୍ୟରୁ ନିର୍ବାଚନ କରିଥା’ନ୍ତି ।
Answer:
ରାଜ୍ୟସଭାର ଅଧ୍ୟକ୍ଷରୂପେ ନିଜ ପଦବୀବଳରେ ଭାରତର ଉପରାଷ୍ଟ୍ରପତି କାର୍ଯ୍ୟକରନ୍ତି ।

୪ । ଅର୍ଥବିଧେୟକ ସଂସଦର ଯେକୌଣସି ଗୃହରେ ପ୍ରଥମେ ଆଗତ କରିହେବ ।
Answer:
ଅର୍ଥବିଧେୟକ ସଂସଦର କେବଳ ନିମ୍ନସଦସ ଅର୍ଥାତ୍ ଲୋକସଭାରେ ପ୍ରଥମେ ଆଗତ କରିହେବ ।

୫ । ଜାମ୍ମୁ ଓ କାଶ୍ମୀର ବିହାର ଓ ମହାରାଷ୍ଟ୍ରରେ ଏକସଦଳୀୟ ବ୍ୟବସ୍ଥାପିକା ରହିଛି ।
Answer:
ଜାମ୍ମୁ ଓ କାଶ୍ମୀର, ବିହାର ଓ ମହାରାଷ୍ଟ୍ରରେ ଦ୍ବିସଦଳୀୟ ବ୍ୟବସ୍ଥାପିକା ରହିଛି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୬ । ବିଧାନସଭା ଏକ ସ୍ଥାୟୀ ଗୃହ ।
Answer:
ବିଧାନସଭା ଏକ ଅସ୍ଥାୟୀ ଗୃହ । (କିମ୍ବା, ବିଧାନପରିଷଦ ଏକ ସ୍ଥାୟୀ ଗୃହ)

୭ । ଗୃହର କୋରମ୍ ହେଉଛି ମୋଟ ସଭ୍ୟସଂଖ୍ୟାର ଏକ-ତୃତୀୟାଂଶ !
Answer:
ଗୃହର କୋରମ୍ ହେଉଛି ମୋଟ ସଭ୍ୟସଂଖ୍ୟାର ଏକ-ଦଶମାଂଶ ।

୮ । ଅର୍ଥ ବିଧେୟକ କ୍ଷେତ୍ରରେ ରାଜ୍ୟସଭାର କୌଣସି କ୍ଷମତା ନାହିଁ ।
Answer:
ଅର୍ଥବିଧେୟକ ଗୃହୀତ କରିବା କ୍ଷେତ୍ରରେ ରାଜ୍ୟସଭା ୧୪ ଦିନ ବିଳମ୍ବ ଘଟାଇ ପାରିବ ।

୯ । ୨୦୦୯ ମସିହାରେ ଚତୁର୍ଦ୍ଦଶ ଲୋକସଭା ଗଠିତ ହୋଇଥିଲା ।
Answer:
୨୦୦୯ ମସିହାରେ ପଞ୍ଚଦଶ ଲୋକସଭା ଗଠିତ ହୋଇଥିଲା ।

୧୦ । ରାଜ୍ୟସଭାରେ ରାଷ୍ଟ୍ରପତିଙ୍କଦ୍ବାରା ମନୋନୀତ ସଦସ୍ୟ ନାହାନ୍ତି ।
Answer:
ରାଜ୍ୟସଭାରେ ରାଷ୍ଟ୍ରପତିଙ୍କଦ୍ଵାରା ମନୋନୀତ ୧୨ ଜଣ ସଦସ୍ୟ ରହିଛନ୍ତି ।

E. ଶୂନ୍ୟସ୍ଥାନ ପୂରଣ କର ।

୧ । ସଂସଦରେ ପ୍ରଶ୍ନକାଳ (Question Hour) ଦିନ ___________ ରୁ ___________ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୁଏ ।
Answer:
୧୧ ରୁ ୧୨

୨ । ସଂସଦରେ ଶୂନ୍ୟକାଳ (Zero Hour) ଦିନ ___________ ରୁ ___________ ଟା ମଧ୍ୟରେ ଅନୁଷ୍ଠିତ ହୁଏ ।
Answer:
୧୨ ରୁ ୧

୩ । ଆର୍ଥିକ ଓ କାର୍ଯ୍ୟପାଳିକା ନିୟନ୍ତ୍ରଣ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭା ଅପେକ୍ଷା ___________ ।
Answer:
ଅଧୂକ ।

୪ । ___________ ବିଧେୟକ କ୍ଷେତ୍ରରେ ଲୋକସଭା ଓ ରାଜ୍ୟସଭା ମଧ୍ଯରେ ସହମତି ନ ଦେଲେ ସମ୍ବିଧାନର ୧୦୮ ଧାରା ବଳରେ ___________ ଉଭୟଗୃହର ମିଳିତ ଅଧୂବେଶନ ଆହ୍ବାନ କରନ୍ତି ।
Answer:
ଅଣ-ଅର୍ଥ (ସାଧାରଣ), ରାଷ୍ଟ୍ରପତି

୫ । ___________ ବିଧେୟକ ଲୋକସଭାରେ ଗୃହୀତ ନହେଲେ ଖର୍ଚ୍ଚଦାବି ଓ ସମ୍ମିଳିତ ପାଣ୍ଠିରୁ ଅର୍ଥବ୍ୟୟ ସମ୍ଭବ ହୋଇ ନ ଥାଏ ?
Answer:
ବ୍ୟୟମଞ୍ଜୁରୀ ବିଧେୟକ (Appropriation Bill)

୬ । ସରକାରୀ ବିଧେୟକ ଓ ବେସରକାରୀ ବିଧେୟକ ଆଗତ କରିବାକୁ ଗୃହର ଅନୁମତି ପାଇଁ ଯଥାକ୍ରମେ ___________ ଦିନ ଓ ___________ ମାସ ପୂର୍ବରୁ ବିଜ୍ଞପ୍ତି ଦେବାକୁ ହୁଏ ?
Answer:
୭ (ସାତ) ଦିନ ଓ ୦୧ (ଏକ) ମାସ

୭ । ଅନାସ୍ଥା ପ୍ରସ୍ତାବ ଓ ___________ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରିମଣ୍ଡଳ ଇସ୍ତଫା ଦେବାକୁ ବାଧ୍ୟ ହୁଏ ।
Answer:
କାଟ୍

୮ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଖର୍ଚ୍ଚଦାବି ଗୃହୀତ କରାଇବାପାଇଁ ଓ ___________ ପ୍ରୟାଗ କରାଯାଏ ?
Answer:
ବନ୍ଦ (Closure) ଓ ଗିଲୋଟିନ୍ (Guillotine)

୯ । ___________ ର ପ୍ରସ୍ତାବ କ୍ରମେ ସଂସଦ ସଂଯୁକ୍ତ ରାଜ୍ୟ ପାଇଁ ବିଧାନପରିଷଦ ସୃଷ୍ଟି କିମ୍ବା ବିଳୟ କରିପାରେ ।
Answer:
ବିଧାନସଭା

୧୦ । ଓଡ଼ିଶା ବିଧାନସଭାରେ ହରିଜନ ବା ତଫସିଲଭୁକ୍ତ ଜାତି (SC) ଓ ତଫସିଲଭୁକ୍ତ ଜନଜାତି ବା ଆଦିବାସୀ (ST) ଙ୍କ ପାଇଁ ଯଥାକ୍ରମେ ___________ ଓ ___________ ଗୋଟି ସ୍ଥାନ ସଂରକ୍ଷିତ ରହିଛି ।
Answer:
୨୨, ୩୪

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥାର ନାମ ଲେଖ ।
Answer:
ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥାର ନାମ ସଂସଦ ।

୨ । ସଂସଦ କାହାକୁ ନେଇ ଗଠିତ ?
Answer:
ସଂସଦ ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାକୁ ନେଇ ଗଠିତ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୩ । ସଂସଦର ଦୁଇ କକ୍ଷ ମଧ୍ୟରୁ କେଉଁଟି ଅଧୂକ ଶକ୍ତିଶାଳୀ ?
Answer:
ସଂସଦର ଦୁଇ କକ୍ଷ ମଧ୍ୟରୁ ଲୋକସଭାଟି ଅଧୁକ ଶକ୍ତିଶାଳୀ ।

୪ । ଲୋକସଭାର କାର୍ଯ୍ୟକାଳ କେଉଁ ପରିସ୍ଥିତିରେ ବଢ଼ାଯାଇପାରିବ ?
Answer:
ଜାତୀୟ ଜରୁରୀ ପରିସ୍ଥିତି ଜାରି ସମୟରେ ରାଷ୍ଟ୍ରପତି ଲୋକସଭାର କାର୍ଯ୍ୟକାଳକୁ ଏକ ବର୍ଷ ବଢ଼ାଇ ଦେଇପାରିବେ ।

୫ । ଲୋକସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା କେତେ ?
Answer:
ଲୋକସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା ୫୪୫ ।

୬ । ଲୋକସଭାର ବାଚସ୍ପତି କିପରି ନିର୍ବାଚିତ ହୁଅନ୍ତି ?
Answer:
ଲୋକସଭା ନିର୍ବାଚନ ପରେ ନିର୍ବାଚିତ ସଭ୍ୟମାନେ ପ୍ରଥମ ବୈଠକରେ ଶପଥ ନେଇସାରି ସେମାନଙ୍କ ମଧ୍ୟରୁ ତି ଓ ଆଉ ଜଣକୁ ଉପବାଚସ୍ପତି ଭାବରେ ବାଛିଥା’ନ୍ତି ।

୭ । ଲୋକସଭାର ସର୍ବୋଚ୍ଚ କର୍ତ୍ତୃପକ୍ଷ କିଏ ?
Answer:
ଲୋକସଭାର ସର୍ବୋଚ୍ଚ କର୍ତ୍ତୃପକ୍ଷ ବାଚସ୍ପତି ।

୮। ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ?
Answer:
ରାଜ୍ୟସଭା ଏକ ସ୍ଥାୟୀ ଗୃହ ହୋଇଥିବାରୁ ଏହାର କାର୍ଯ୍ୟକାଳ ନିର୍ଦ୍ଦିଷ୍ଟ ନଥାଏ ।

୯ । କେଉଁ ନିୟମ ଭିତ୍ତିରେ ରାଜ୍ୟସଭାର ସଭ୍ୟମାନେ ଅବସର ଗ୍ରହଣ କରନ୍ତି ?
Answer:
ପ୍ରତି ଦୁଇ ବର୍ଷରେ ରାଜ୍ୟସଭାର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।

୧୦ । ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ଏକଚାଟିଆ ଅଧୁକାର ସଂସଦର କେଉଁ ସଦନର ଅଛି ?
Answer:
ରାଜ୍ୟସଭାର ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ଅନ୍ତର କରିବାପାଇଁ ପ୍ରସ୍ତାବ ଆଗତ କରିବା ନିମନ୍ତେ ଏକଚାଟିଆ ଅଧୁକାର ରାଜ୍ୟସଭାର ଅଛି ।

୧୧ । ବିଲ୍ କିପରି ଆଇନରେ ପରିଣତ ହୁଏ ?
Answer:
ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଥିବା ବିଲ୍‌ ରାଷ୍ଟ୍ରପତିଙ୍କ ସ୍ଵୀକୃତି ପାଇଲା ପରେ ଆଇନରେ ପରିଣତ ହୁଏ ।

୧୨ । ରାଜ୍ୟସଭା ଆର୍ଥିକ କ୍ଷେତ୍ରରେ ଦୁର୍ବଳ କାହିଁକି ?
Answer:
ରାଜ୍ୟସଭାରେ କୌଣସି ଅର୍ଥ ବିଧେୟକ ଆଗତ କରାଯାଇପାରୁ ନଥିବାରୁ ଏବଂ ଏହାକୁ ଅନୁମୋଦନ କରିବା ଏହାର କୌଣସି ଭୂମିକା ନଥିବାରୁ ଆର୍ଥିକ କ୍ଷେତ୍ରରେ ଏହା ଦୁର୍ବଳ ଅଟେ ।

୧୩ । ଲୋକସଭାର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଲୋକସଭାର ମନମୁଖୀ ବ୍ୟବସ୍ଥାପନାକୁ ନିୟନ୍ତ୍ରଣ କରିବା ରାଜ୍ୟସଭାର ପ୍ରଧାନ କାର୍ଯ୍ୟ ।

୧୪ । କେଉଁ ବିଧେୟକ କ୍ଷେତ୍ରରେ ରାଷ୍ଟ୍ରପତି ମିଳିତ ବୈଠକ ଡାକି ପାରନ୍ତି ?
Answer:
ସାଧାରଣ ବିଧେୟକ କ୍ଷେତ୍ରରେ ସଂସଦର ଉଭୟ ଗୃହ ମଧ୍ୟରେ ମତବିଭେଦତା ଦେଖାଗଲେ ରାଷ୍ଟ୍ରପତି ଉଭୟ ଗୃହର ମିଳିତ ବୈଠକ ଡାକିପାରନ୍ତି ।

୧୫ । ଲୋକସଭାର ବାଚସ୍ପତିଙ୍କୁ କିପରି ତାଙ୍କ ପଦରୁ ବହିଷ୍କାର କରାଯାଇପାରିବ ?
Answer:
ଲୋକସଭାର ଅନ୍ଧାଧୁକ ସଭ୍ୟମାନଙ୍କଦ୍ଵାରା ଅନୁମୋଦନ ଲାଭ କରିଥିବା ଏକ ପ୍ରସ୍ତାବଦ୍ଵାରା ବାଚସ୍ପତିଙ୍କୁ ବହିଷ୍କାର କରାଯାଇପାରିବ ।

୧୬ । ସଂସଦର କେଉଁ ଗୃହକୁ ବୟସ୍କଙ୍କ ସଦନ କୁହାଯାଏ ?
Answer:
ସଂସଦର ଉଚ୍ଚ କକ୍ଷ ରାଜ୍ୟସଭାକୁ ବୟସ୍କଙ୍କ ସଦନ କୁହାଯାଏ ।

୧୭ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ କେତେ ଶ୍ରେଣୀୟ ମନ୍ତ୍ରୀ ଥାନ୍ତି ଓ କ’ଣ କ’ଣ ?
Answer:
କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାଧାରଣତଃ ତିନି ଶ୍ରେଣୀର ମନ୍ତ୍ରୀ ଥାଆନ୍ତି, ଯଥା- କ୍ୟାବିନେଟ୍, ରାଷ୍ଟ୍ରମନ୍ତ୍ରୀ ଓ ଉପମନ୍ତ୍ରୀ । ଏତଦ୍‌ବ୍ୟତୀତ ସଂସଦୀୟ ସଚିବ ନାମରେ ଚତୁର୍ଥ ପ୍ରକାର ମନ୍ତ୍ରୀ ମଧ୍ୟ କେତେକ କ୍ଷେତ୍ରରେ ରହିଥା’ନ୍ତି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୧୮ । କୌଣସି ଗୁରୁତ୍ବପୂର୍ଣ୍ଣ ଆଇନଗତ ପ୍ରଶ୍ନର ସମାଧାନ ପାଇଁ ରାଷ୍ଟ୍ରପତି କାହାର ପରାମର୍ଶ ମାଗିଥା’ନ୍ତି ?
Answer:
କୌଣସି ଗୁରୁତ୍ଵପୂର୍ଣ୍ଣ ଆଇନଗତ ପ୍ରଶ୍ନର ସମାଧାନ ପାଇଁ ରାଷ୍ଟ୍ରପତି ୧୪୩ ଧାରାନୁଯାୟୀ ଉଚ୍ଚତମ ନ୍ୟାୟାଳୟର ପରାମର୍ଶ ଲୋଡ଼ନ୍ତି ।

୧୯ । ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା କେତେ ?
Answer:
ଭାରତର ରାଷ୍ଟ୍ରପତିଙ୍କ ମାସିକ ଦରମା ୫୦,୦୦୦ ଟଙ୍କା ଅଟେ ।

୨୦ । ଗୋଟିଏ ରାଜ୍ୟର ରାଜ୍ୟପାଳଙ୍କଠାରୁ ରିପୋର୍ଟ ନ ପାଇଥିଲେ ମଧ୍ୟ ସେହି ରାଜ୍ୟରେ ରାଷ୍ଟ୍ରପତି ରାଷ୍ଟ୍ରପତି ଶାସନ ଜାରି କରିପାରିବେ କି ?
Answer:
ହଁ, ରାଜ୍ୟପାଳ ଭିନ୍ନ ଅନ୍ୟ ସୂତ୍ରରୁ ପ୍ରାପ୍ତ ତଥ୍ୟ ଉପରେ ରାଷ୍ଟ୍ରପତିଙ୍କର ବିଶ୍ଵାସ ହେଲେ ରାଷ୍ଟ୍ରପତି ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିପାରିବେ ।

୨୧ । ମୁଖ୍ୟ ନିର୍ବାଚନ କମିଶନରଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ମୁଖ୍ୟ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି ।

୨୨ । ଲୋକସଭାରେ କେଉଁ ପ୍ରକାର ମନୋନୀତ ସଦସ୍ୟ ଥାଆନ୍ତି ?
Answer:
ଲୋକସଭାରେ ରାଷ୍ଟ୍ରପତିଙ୍କଦ୍ଵାରା ଆଙ୍ଗେ-ଭାରତୀୟ ସଂପ୍ରଦାୟରୁ ମନୋନୀତ ଦୁଇଜଣ ସଦସ୍ୟ ଥାଆନ୍ତି |

୨୩ । ରାଜ୍ୟସଭା ପାଇଁ ରାଷ୍ଟ୍ରପତି କେତେ ଜଣ ସଭ୍ୟଙ୍କୁ ମନୋନୀତ କରିପାରିବେ ?
Answer:
ରାଜ୍ୟସଭା ପାଇଁ ରାଷ୍ଟ୍ରପତି କଳା, ବିଜ୍ଞାନ, ସମାଜସେବା, ସାହିତ୍ୟ ଆଦି କ୍ଷେତ୍ରରେ କୃତିତ୍ଵସଂପନ୍ନ ଲୋକମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ମନୋନୀତ କରିପାରିବେ ।

୨୪ । କୌଣସି ପରିସ୍ଥିତିରେ ରାଷ୍ଟ୍ରପତି ରାଜ୍ୟସଭାକୁ ଭାଙ୍ଗି ଦେଇପାରିବେ କି ?
Answer:
ନା, ରାଜ୍ୟସଭା ଏକ ସ୍ଥାୟୀ ଗୃହ ହୋଇଥିବାରୁ ରାଷ୍ଟ୍ରପତି କୌଣସି ପରିସ୍ଥିତିରେ ମଧ୍ୟ ଏହାକୁ ଭାଙ୍ଗି ଦେଇପାରିବେ ନାହିଁ ।

୨୫ । ସମ୍ବିଧାନ ସଂଶୋଧନ ଚିଠା-ଆଇନକୁ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ ରହିତ କରିପାରିବେ କି ?
Answer:
ହଁ, ସମ୍ବିଧାନ ଚିଠା-ଆଇନକୁ ରାଷ୍ଟ୍ରପତି ସ୍ବୀକୃତି ପ୍ରଦାନ ରହିତ କରିପାରିବେ ।

୨୬ । ସଂସଦର ଦୁଇ ସଦନ ମଧ୍ଯରେ ସମ୍ବିଧାନ ସଂଶୋଧନ ଚିଠା ଆଇନ ସମ୍ବନ୍ଧରେ ମତ ପାର୍ଥକ୍ୟ ଘଟିଲେ ବିଲ୍‌ର କ’ଣ ହୁଏ ?
Answer:
ସଂସଦର ଦୁଇ ସଦନ ମଧ୍ଯରେ ସମ୍ବିଧାନ ସଂଶୋଧନ ଚିଠା ଆଇନ ସମ୍ବନ୍ଧରେ ମତପାର୍ଥକ୍ୟ ଘଟିଲେ ବିଲଟି ଗୃହୀତ ହୋଇନପାରି ପ୍ରତ୍ୟାହୃତ ହୋଇଥାଏ ।

୨୭ । କେଉଁ ସାମ୍ବିଧାନିକ ପଦାଧୂକାରୀ ସଂସଦର ଆଲୋଚନାରେ ଭାଗ ନେଇପାରିବେ, ମାତ୍ର ଭୋଟଦାନ କରିପାରିବେ ନାହିଁ ?
Answer:
ଭାରତର ମୁଖ୍ୟ ଅଧ୍ଵବକ୍ତା, ମୁଖ୍ୟ ହିସାବରକ୍ଷକ ଓ ନିରୀକ୍ଷଣକ ସଂସଦର ଆଲୋଚନାରେ ଭାଗନେଇ ପାରିବେ, ମାତ୍ର ଭୋଟଦାନ କରିପାରିବେ ନାହିଁ ।

୨୮ । ସଂସଦରେ ରେଳବାଇ ବଜେଟ୍ କିଏ ଉପସ୍ଥାପନ କରନ୍ତି ?
Answer:
ସଂସଦରେ ରେଳବାଇ ବଜେଟ୍, ସାଧାରଣ ବଜେଟ୍ ଉପସ୍ଥାପନର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ରେଳବାଇ ମାତ୍ର ଉପସ୍ଥାପନ କରନ୍ତି ।

୨୯ । ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ (Midterm election) କହିଲେ କ’ଣ ବୁଝାଏ ?
Answer:
ସଂସଦ ବା ରାଜ୍ୟ ବିଧାନସଭା ପାଇଁ ପ୍ରତି ୫ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୁଏ । କିନ୍ତୁ ୫ ବର୍ଷ ପୂର୍ଣ୍ଣ ହେବା ପୂର୍ବରୁ କୌଣସି କାରଣରୁ ଏକକ ବା ମିଳିତଭାବେ କୌଣସି ରାଜନୈତିକ ଦଳ ମନ୍ତ୍ରୀମଣ୍ଡଳ ଗଠନ କରି ନପାରିଲେ କେନ୍ଦ୍ର କ୍ଷେତ୍ରରେ ରାଷ୍ଟ୍ରପତି ଓ ରାଜ୍ୟ କ୍ଷେତ୍ରରେ ରାଜ୍ୟପାଳ ଯଥାକ୍ରମେ ଲୋକସଭା ଓ ବିଧାନସଭା ଭଙ୍ଗ କରି ସାନି ନିର୍ବାଚନ ପାଇଁ ଘୋଷଣା କରନ୍ତି । ଏହି ନିର୍ବାଚନକୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ କୁହାଯାଏ ।

୩୦ । କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ଲୋକସଭାକୁ ଆଇଣ୍ଡିଆନ୍ ସଂପ୍ରଦାୟର ସଭ୍ୟଙ୍କୁ ମନୋନୀତ କରନ୍ତି ?
Answer:
ଲୋକସଭାରେ ଦୁଇଜଣ ଆଙ୍ଗେ-ଇଣ୍ଡିଆନ୍ ସଂପ୍ରଦାୟର ନିର୍ବାଚିତ ସଭ୍ୟ ନଥିବା ପରିସ୍ଥିତିରେ ରାଷ୍ଟ୍ରପତି ଲୋକସଭାକୁ ସର୍ବାଧ‌ିକ ଦୁଇଜଣ ଆଙ୍ଗ୍‌-ଇଣ୍ଡିଆନ୍ ସଭ୍ୟ ମନୋନୀତ କରନ୍ତି |

୩୧ । ରାଜ୍ୟସଭାକୁ କାହିଁକି ରାଜ୍ୟମାନଙ୍କର ସଭା (Council of States) କୁହାଯାଏ ?
Answer:
ରାଜ୍ୟସଭା ରାଜ୍ୟମାନଙ୍କୁ ପ୍ରତିନିଧିତ୍ଵ କରୁଥିବାରୁ ଏହାକୁ ‘ରାଜ୍ୟମାନଙ୍କର ସଭା’ କୁହାଯାଏ ।

୩୨ । ଗୋଟିଏ ଅର୍ଥବିଲ୍‌କୁ କିଏ ପ୍ରମାଣପତ୍ର ପ୍ରଦାନ କରନ୍ତି ?
Answer:
ଗୋଟିଏ ଅର୍ଥବିଲ୍‌କୁ ନିମ୍ନ ସଦନର ବାଚସ୍ପତି ଅର୍ଥାତ୍ ସଂସଦ କ୍ଷେତ୍ରରେ ଲୋକସଭାର ବାଚସ୍ପତି ଏବଂ ରାଜ୍ୟ କ୍ଷେତ୍ରରେ ବିଧାନସଭାର ବାଚସ୍ପତି ପ୍ରମାଣପତ୍ର ଦିଅନ୍ତି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୩୩ । ସଂସଦର ନ୍ୟାୟିକ କାର୍ଯ୍ୟାବଳୀ କ’ଣ ?
Answer:
ମହାଭିଯୋଗ ପ୍ରସ୍ତାବ ଗୃହୀତ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାରପତି ଆଦି ଉଚ୍ଚ ସାମ୍ବିଧାନିକ ପଦାଧ୍ୟାକାରୀମାନଙ୍କୁ ବହିଷ୍କାର କରିବା ଏବଂ ନିଜର ସ୍ଵାଧୁକାର ଭଙ୍ଗ ବିଷୟରେ ବିଚାର କରି ଅର୍ଥ ବା କାରାଦଣ୍ଡ ଦେବାର କ୍ଷମତାକୁ ସଂସଦର ନ୍ୟାୟିକ କାର୍ଯ୍ୟାବଳୀର ପରିସରଭୁକ୍ତ କରାଯାଇପାରେ ।

B. ପାଞ୍ଚଗୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

୧ । ସଂସଦୀୟ ଆଧୂପତ୍ୟର ଅର୍ଥ କ’ଣ ?
Answer:
ସଂସଦ ରାଷ୍ଟ୍ରର ପ୍ରତିନିଧୂମୂଳକ ବ୍ୟବସ୍ଥାପକ ସଭା ଏବଂ ସମସ୍ତ କ୍ଷମତାର ଉତ୍ସ ଓ ଆଧାର । ମନ୍ତ୍ରୀମାନେ ସଂସଦର ସଭ୍ୟ ଏବଂ ଜନସାଧାରଣଙ୍କର ପ୍ରତ୍ୟକ୍ଷ ପ୍ରତିନିଧ୍ଵ । ତେଣୁ ମନ୍ତ୍ରୀମଣ୍ଡଳ ତା’ର ପ୍ରତ୍ୟେକ କାର୍ଯ୍ୟପାଇଁ ସଂସଦ ନିକଟରେ ଉତ୍ତରଦାୟୀ ରହେ । ଶାସନ କ୍ଷେତ୍ରରେ ସଂସଦର କର୍ତ୍ତୃତ୍ଵ ଜାହିର କରିଥାଏ । ଅନାସ୍ଥା ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ ଏବଂ କାଟ ପ୍ରସ୍ତାବ ଜରିଆରେ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାର କ୍ଷମତା ମଧ୍ଯ ସଂସଦର ରହିଛି । ଏଣୁ ସଂସଦୀୟ ଆଧୂପତ୍ୟ କହିଲେ ସଂସଦର ଅଖଣ୍ଡ କ୍ଷମତାକୁ ବୁଝାଇଥାଏ ।

୨ । ସଂସଦକୁ କାହିଁକି ଜନମତର ଶ୍ରେଷ୍ଠ ପ୍ରତିନିଧୂରୂପେ ବର୍ଣନା କରାଯାଇଛି ?
Answer:
ସଂସଦ ଏକ ପ୍ରତିନିଧୂମୂଳକ ଅନୁଷ୍ଠାନ ହୋଇଥିବାରୁ ଏହା ସମସ୍ତ କ୍ଷମତାର ଉତ୍ସ ଓ ଆଧାର । ଏହା ଲୋକମାନଙ୍କର ଦାବି ଓ ଆବଶ୍ୟକତାକୁ ଯଥାସମ୍ଭବ ପୂରଣ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ଅର୍ଥ ସମ୍ବଳିତ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥାଏ । ତେଣୁ ସଂସଦକୁ ଜନମତର ଶ୍ରେଷ୍ଠ ପ୍ରତିନିଧୁରୂପେ ବର୍ଣ୍ଣନା କରାଯାଇଛି ।

୩ । ବାଚସ୍ପତି କଥା କହନ୍ତି ନାହିଁ – ବୁଝାଅ ।
Answer:
ସଂସଦୀୟ ଗଣତନ୍ତ୍ରର କାର୍ଯ୍ୟ କରିବାପାଇଁ ବାଚସ୍ପତିଙ୍କର ନିରପେକ୍ଷ ଓ ନିନ୍ଦନୀୟ ମନୋଭାବ ଏକାନ୍ତ ଆବଶ୍ୟକ । ଲୋକସଭାର ଅଧ୍ଯକ୍ଷ ହିସାବରେ ସେ ଲୋକସଭାର ସମସ୍ତ ବୈଠକରେ ଅଧ୍ୟକ୍ଷତା କରନ୍ତି । ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରି ତର୍କବିତର୍କ ନିୟନ୍ତ୍ରଣ କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ସେ କୌଣସି ଆଲୋଚନା କିମ୍ବା ତର୍କବିତର୍କରେ ଅଂଶଗ୍ରହଣ କରନ୍ତି ନାହିଁ । କେବଳ କୌଣସି ବିଷୟରେ ସପକ୍ଷ ଓ ବିପକ୍ଷ ଭୋଟ ସମାନ ହେଲେ ବାଚସ୍ପତି ନିଜର ନିର୍ଣ୍ଣାୟକ ଭୋଟ ଦେଇ ଉକ୍ତ ଅଚଳାବସ୍ଥା ଦୂର କରନ୍ତି । ସେଥିପାଇଁ ବାଚସ୍ପତି କଥା କହନ୍ତି ନାହିଁ, ବରଂ ଆଇନକାନୁନ୍‌ରେ ସବୁ କରନ୍ତି ।

୪ । ଲୋକସଭା ମନ୍ତ୍ରୀମଣ୍ଡଳକୁ କିପରି ନିୟନ୍ତ୍ରଣ କରେ ?
Answer:
ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସାମୂହିକଭାବରେ ଲୋକସଭା ନିକଟରେ ଦାୟୀ । ଅନାସ୍ଥା ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ, ଖର୍ଚ୍ଚ କାଟ, ପ୍ରଶ୍ନୋତ୍ତର ଇତ୍ୟାଦି ମାଧ୍ୟମରେ ଲୋକସଭା ମନ୍ତ୍ରୀମଣ୍ଡଳ ଉପରେ ନିଜର କର୍ତ୍ତୃତ୍ଵ ଜାରି କରିଥାଏ । ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ, କାଟ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳକୁ ଇସ୍ତଫା ଦେବାକୁ ପଡ଼ିଥାଏ ।

୫ । ‘ରାଜ୍ୟସଭା ଭାରତୀୟ ସଂସଦର ଦ୍ବିତୀୟ କକ୍ଷ ଅଟେ’ – ବୁଝାଅ ।
Answer:
ରାଜ୍ୟସଭା ଭାରତୀୟ ସଂସଦର ଏକ ସ୍ଥାୟୀ ଏବଂ ଦ୍ଵିତୀୟ କକ୍ଷ ଅଟେ । ଆଞ୍ଚଳିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ଲୋକସଭା ତୁଳନାରେ ରାଜ୍ୟସଭାର କ୍ଷମତା ସୀମିତ ହେଲେ ମଧ୍ୟ ଦ୍ଵିତୀୟ କକ୍ଷ ଭାବରେ ଏହାର ଯଥେଷ୍ଟ ଉପାଦେୟତା ରହିଛି । ରାଜ୍ୟସଭା ଲୋକସଭାର ସ୍ଵେଚ୍ଛାଚାରକୁ ପ୍ରତିହତ କରିଥାଏ । ବିଭିନ୍ନ ପ୍ରଶ୍ନ, ମୁଲତବୀ ପ୍ରସ୍ତାବ, ତର୍କବିତର୍କ ଓ ସରକାରୀ ନୀତିର ସମାଲୋଚନା ମାଧ୍ୟମରେ ରାଜ୍ୟସଭା ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ଜନମତକୁ ଅନେକାଂଶ ପ୍ରଭାବିତ କରେ ।

ଏତଦ୍‌ବ୍ୟତୀତ ଲୋକସଭାରେ ଗୃହୀତ ହୋଇଥିବା ବିଧେୟକରେ କୌଣସି ଦୋଷତ୍ରୁଟି ଥିଲେ ତାକୁ ସଂଶୋଧନ କରି ଉତ୍ତମ ଆଇନ ପ୍ରଣୟନ କରିବାରେ ଲୋକସଭା ସହାୟକ ହୋଇଥାଏ । ତେଣୁ ରାଜ୍ୟସଭା ସଂସଦର ଦ୍ଵିତୀୟ କକ୍ଷ ହେଲେ ମଧ୍ୟ ଅଦରକାରୀ ନୁହେଁ । ଲୋକସଭା ଉପଭୋଗ କରୁନଥୁବା ଦୁଇଟି ବିଶେଷ କ୍ଷମତା ରାଜ୍ୟସଭା ଉପଭୋଗ କରେ ।

ସମ୍ବିଧାନର ୨୪୯ ଧାରା ଅନୁଯାୟୀ ରାଜ୍ୟସଭା ତାହାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ଅନୁମୋଦନକ୍ରମେ ସଂସଦକୁ ରାଜ୍ୟ ତାଲିକାଭୁକ୍ତ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରିବାପାଇଁ କ୍ଷମତା ପ୍ରଦାନ କରେ । ପୁନଶ୍ଚ ସମଗ୍ର ଦେଶ ପାଇଁ ସର୍ବଭାରତୀୟ ସ୍ତରରେ କୌଣସି ନୂତନ ଚାକିରି ସଂସ୍ଥା ଖୋଲିବା ସମ୍ବନ୍ଧରେ ରାଜ୍ୟସଭା ପାର୍ଲିଆମେଣ୍ଟକୁ ସୁପାରିଶ କରିଥାଏ ।

୬ । କେଉଁ କେଉଁ କ୍ଷେତ୍ରରେ ଉଭୟ ଲୋକସଭା ଓ ରାଜ୍ୟସଭା ସମାନ କ୍ଷମତା ଉପଭୋଗ କରନ୍ତି ?
Answer:
ଲୋକସଭା ଏକ ଲୋକପ୍ରିୟ ପ୍ରତିନିଧୂମୂଳକ ସଦନ ହୋଇଥିବାରୁ ରାଜ୍ୟସଭା ତୁଳନାରେ ଅଧ୍ଵକ କ୍ଷମତା ଉପଭୋଗ କରୁଥିଲେ ମଧ୍ୟ ଅନେକ କ୍ଷେତ୍ରରେ ଲୋକସଭା ଓ ରାଜ୍ୟସଭା ସମାନ କ୍ଷମତା ଉପଭୋଗ କରନ୍ତି । ସାଧାରଣ ବିଧେୟକ ଗ୍ରହଣ କରିବା କ୍ଷେତ୍ରରେ ଉଭୟ ଲୋକସଭା ଓ ରାଜ୍ୟସଭା ସମାନ କ୍ଷମତାର ଅଧିକାରୀ । ସମ୍ବିଧାନ ସଂଶୋଧନ କରିବା କ୍ଷେତ୍ରରେ ଉଭୟ ସଭାର ସମାନ କ୍ଷମତା ରହିଛି ।

ରାଷ୍ଟ୍ରପତି, ଉପରାଷ୍ଟ୍ରପତି ନିର୍ବାଚନ ଓ ମହାଭିଯୋଗ ପ୍ରସ୍ତାବ ଗ୍ରହଣ ବିଷୟରେ ଉଭୟ ସଭା ସମାନ କ୍ଷମତା ଉପଭୋଗ କରନ୍ତି । ଏତଦ୍‌ବ୍ୟତୀତ ଉଚ୍ଚତମ ନ୍ୟାୟାଳୟର ବିଚାରପତି, ମହାସମୀକ୍ଷକ ଇତ୍ୟାଦିଙ୍କର ପଦଚ୍ୟୁତିପାଇଁ ପ୍ରସ୍ତାବ ଗ୍ରହଣ କରିବାରେ ଉଭୟର ସଭାର ସମାନ କ୍ଷମତା ରହିଛି ।

୭ । ସଂସଦୀୟ ସ୍ଵାଧୀକାର କ’ଣ ?
Answer:
ସଂସଦର ସଭ୍ୟମାନେ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ ନିମିତ୍ତ ଯେଉଁ ସୁବିଧା ସୁଯୋଗମାନ ଉପଭୋଗ କରନ୍ତି, ତାକୁ ସଂସଦୀୟ ସ୍ଵାଧିକାର କୁହାଯାଏ ।
(କ) ସଭ୍ୟମାନେ ସଂସଦରେ ଯେଉଁ ମତ ପ୍ରକାଶ କରନ୍ତି ସେଥିପାଇଁ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଗତ କରାଯାଇ ପାରିବ ନାହିଁ ।
(ଖ) ଅଧୁବେଶନ ଚାଲିଥିବା ସମୟରେ ଅଧ୍ୟକ୍ଷଙ୍କୁ ନଜଣାଇ କୌଣସି ସଭ୍ୟଙ୍କୁ ଗିରଫ କରାଯାଇପାରିବ ନାହିଁ ।
(ଗ) ଏତଦ୍‌ବ୍ୟତୀତ ସଭ୍ୟମାନେ ରହଣି ନିମିତ୍ତ ରିହାତି ଭଡ଼ାରେ ବାସଗୃହ, ଅଧୂବେଶନ ସମୟରେ ଭତ୍ତା, ଯାତାୟାତ ପାଇଁ ରେଳ ପାସ୍ ଇତ୍ୟାଦି କେତେକ ସୁବିଧା ସୁଯୋଗ ପାଇଥାଆନ୍ତି ।
(ଘ) ସଭ୍ୟମାନଙ୍କ ଭାଷଣ ଯୋଗୁଁ ସେମାନଙ୍କ ବିରୋଧରେ ନ୍ୟାୟାଳୟରେ ମୋକଦ୍ଦମା କରାଯାଇପାରିବ ନାହିଁ ।

୮ । ମୁଲତବୀ ପ୍ରସ୍ତାବ କ’ଣ ?
Answer:
ସାଧାରଣ ସ୍ଵାର୍ଥଜଡ଼ିତ କୌଣସି ଏକ ଗୁରୁତ୍ଵପୂର୍ଣ୍ଣ ତଥା ଜରୁରୀ ବିଷୟକୁ ସରକାର ଏବଂ ଲୋକମାନଙ୍କ ଦୃଷ୍ଟିକୁ ଆଣିବାପାଇଁ ଲୋକସଭାର ସଭ୍ୟମାନେ ମୁଲତବୀ ପ୍ରସ୍ତାବ ଆଣିଥାଆନ୍ତି । ସାମ୍ପ୍ରଦାୟିକ ସଂଘର୍ଷ, ଧର୍ମଘଟ, ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ବିଷୟକୁ କେନ୍ଦ୍ର କରି ବିରୋଧୀ ଦଳର ସଦସ୍ୟମାନେ ଏହି ପ୍ରସ୍ତାବ ଆଣନ୍ତି । ଏହାଦ୍ଵାରା ସଭ୍ୟମାନେ ସରକାରଙ୍କର ଅପାରଗତା ଦର୍ଶାଇ ଥାଆନ୍ତି ।

୯ । ଭାରତର ସଞ୍ଚିତ ପାଣ୍ଠି ବିଷୟରେ ଟିପ୍ପଣୀ ଦିଅ ।
Answer:
ସମ୍ବିଧାନର ୨୨୬ ଧାରା ଅନୁସାରେ ଭାରତରେ ଏକ ସମ୍ପ୍ରତ ପାଣ୍ଠି ରହିବ । ଏହି ପାଣ୍ଠିରେ ଭାରତ ସରକାରଙ୍କ ବିଭିନ୍ନ ପ୍ରକାର ଖଜଣା, କର, ଟିକସ, ଋଣ, ଅଗ୍ରିମ ପରିଶୋଧ ହେଉଥିବା ଋଣ ପ୍ରଭୃତିରୁ ଆଦାୟ ହେଉଥିବା ସମସ୍ତ ରାଜସ୍ଵ ଏହି ସଞ୍ଚତ ପାଣ୍ଠିରେ ଜମାଇବେ । ଭାରତ ସରକାରଙ୍କ ସମସ୍ତ ବ୍ୟୟ ଏହି ପାଣ୍ଠି ବହନ କରେ । ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଏହି ପ୍ରକାର ରାଜ୍ୟ ସମ୍ପ୍ରତ ପାଣ୍ଠି ନାମରେ ଏକ ପାଣ୍ଠି ରହିଛି ।

୧୦ । ଭାରତର ଜରୁରୀ ପାଣ୍ଠି କ’ଣ ?
Answer:
ସମ୍ବିଧାନର ୨୬୭ ଧାରା ଅନୁସାରେ ଭାରତରେ ଏକ ଜରୁରୀ ପାଣ୍ଠି ରହିବାର ବ୍ୟବସ୍ଥା ରହିଛି । ଏହି ପାଣ୍ଠି ରାଷ୍ଟ୍ରପତିଙ୍କ ଦାୟିତ୍ଵରେ ଥାଏ । ପାର୍ଲିଆମେଣ୍ଟର ଆଇନ ଅନୁସାରେ ପ୍ରତିବର୍ଷ ଏହି ପାଣ୍ଠିରେ ଅର୍ଥ ଜମା କରାଯାଏ । କୌଣସି କାରଣରୁ ଠିକ୍ ସମୟରେ ଦେଶର ବଜେଟ୍ ଗୃହୀତ ହୋଇ ନ ପାରିଲେ; ବଜେଟ୍‌ରେ ବ୍ୟବସ୍ଥା ହୋଇଥିବାରୁ ଅର୍ଥ କୌଣସି ନିର୍ଦ୍ଦିଷ୍ଟ ଖର୍ଚ୍ଚ ପାଇଁ କମ୍ ହେଲେ; ସରକାରଙ୍କୁ କୌଣସି ଆକସ୍ମିକ ଖର୍ଚ୍ଚ ବହନ କରିବାକୁ ପଡ଼ିଲେ ସରକାର ଜରୁରୀ ପାଣ୍ଠିରୁ ଅର୍ଥ ଆଣି ଏହି ଖର୍ଚ୍ଚକୁ ମୁକାବିଲା କରନ୍ତି । ପରେ ବଜେଟ୍ ଆଗତ କରି ପାର୍ଲିଆମେଣ୍ଟର ଅନୁମୋଦନ କ୍ରମେ ନିଆଯାଇଥିବା ଅର୍ଥ ଜରୁରୀ ପାଣ୍ଡିକୁ ଫେରାଇ ଦିଆଯାଏ । ତେଣୁ ଏହା ଏକ ଆପଦକାଳୀନ ପାଣ୍ଠି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

୧୧ । ଲୋକସଭାର ସଭ୍ୟ ହେବାପାଇଁ କେଉଁ କେଉଁ ଯୋଗ୍ୟତା ଥିବା ଆବଶ୍ୟକ ?
Answer:
ସଂସଦର ଲୋକସଭାର ସଭ୍ୟ ହେବାପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖତ ଯୋଗ୍ୟତା ଥିବା ଦରକାର
(କ) ସେ ଭାରତୀୟ ନାଗରିକ ହୋଇଥବେ ।
(ଖ) ତାଙ୍କୁ ୨୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସ ହୋଇଥିବ ।
(ଗ) ସେ କୌଣସି ସରକାରୀ ଲାଭଜନକ ବ୍ୟବସାୟରେ ସମ୍ପୃକ୍ତ ନଥିବେ ।
(ଘ) ସେ ମସ୍ତିଷ୍କ ବିକୃତ ବା ଦେବାଳିଆ ହୋଇନଥିବେ ।
(ଙ) ଜନପ୍ରତିନିଧ୍ଵ ଆଇନଦ୍ଵାରା ସେ ଅନ୍ୟ କୌଣସି କାରଣରୁ ଅଯୋଗ୍ୟ ଘୋଷିତ ହୋଇ ନଥିବେ ।

୧୨ । ଲୋକସଭାର ବାଚସ୍ପତିଙ୍କ ନିଯୁକ୍ତି ଓ କାର୍ଯ୍ୟାବଳୀ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦିଅ ।
Answer:
ସମ୍ବିଧାନର ୯୩ ଧାରା ଅନୁସାରେ ଲୋକସଭାର କାର୍ଯ୍ୟ ପରିଚାଳନା କରିବାପାଇଁ ଜଣେ ବାଚସ୍ପତି ରହିଛନ୍ତି । ସେ ଲୋକସଭାର ସଭ୍ୟମାନଙ୍କଦ୍ଵାରା ନିଜ ମଧ୍ୟରୁ ଜଣଙ୍କୁ ନିର୍ବାଚିତ କରିଥା’ନ୍ତି । ସେ ଲୋକସଭାର ବୈଠକମାନଙ୍କରେ ସଂସଦର ଯୁଗ୍ମ ଅଧୂବେଶନରେ ଅଧ୍ୟକ୍ଷତା କରନ୍ତି । କୌଣସି ଚିଠା ଆଇନ ଅର୍ଥ-ଚିଠା ବୋଲି ସେ ପ୍ରମାଣପତ୍ର ଦିଅନ୍ତି ।

୧୩ । ଲୋକସଭାର ବାଚସ୍ପତି କିପରି ପଦଚ୍ୟୁତ ହୁଅନ୍ତି ?
Answer:
ସମ୍ବିଧାନର ୯୪ ଧାରାରେ ଲୋକସଭାର ବାଚସ୍ପତିଙ୍କୁ ପଦଚ୍ୟୁତ କରିବାର ପଦ୍ଧତି ବର୍ଣ୍ଣିତ ହୋଇଛି । ଲୋକସଭା ୧୪ ଦିନିଆ ନୋଟିସ୍ ଦେଇ ଗୃହର ସଂଖ୍ୟାଗରିଷ୍ଠ ମତ ସହ ବାଚସ୍ପତିଙ୍କୁ ପଦଚ୍ୟୁତ କରିଥାଏ । ଲୋକସଭାର ସଭ୍ୟପଦ ହରାଇଲେ ମଧ୍ୟ ବାଚସ୍ପତି ପଦଚ୍ୟୁତ ହୁଅନ୍ତି ।

୧୪ । ଅର୍ଥ ବିଧେୟକର ବିଶେଷତ୍ଵଗୁଡ଼ିକ ବୁଝାଇ ଦିଅ ।
Answer:
ଗୋଟିଏ ଅର୍ଥ ବିଧେୟକର ନିମ୍ନଲିଖୂତ ବିଶେଷତ୍ଵ ରହିଛି –
(କ) ନିମ୍ନ ସଦନର ବାଚସ୍ପତି ଏକ ବିଧେୟକକୁ ଅର୍ଥ ବିଧେୟକ ବୋଲି ସୁପାରିଶପତ୍ର ଦେଇଥା’ନ୍ତି ।
(ଖ) ଏକ ଅର୍ଥ ବିଧେୟକ କେବଳ ନିମ୍ନ ସଦନରେ ପ୍ରଥମେ ଆଗତ ହୋଇପାରେ ।
(ଗ) ଗୃହରେ ଅର୍ଥ ବିଧେୟକ ଆଗତ ହେବା ପୂର୍ବରୁ ମୁଖ୍ୟ କାର୍ଯ୍ୟପାଳିକାଙ୍କ ପୂର୍ବ ଅନୁମତି ଆବଶ୍ୟକ ହୋଇଥାଏ ।
(ଘ) ଅର୍ଥ ବିଧେୟକକୁ ଗୃହୀତ କରିବା କ୍ଷେତ୍ରରେ ବ୍ୟବସ୍ଥାପିକାର ଦୁଇ ସଦନ ମଧ୍ଯରେ ମତ ବିଭେଦତା ଦେଖାଦେଲେ ଯୁଗ୍ମ ଅଧୂବେଶନ ଆହ୍ବାନ କରାଯାଇପାରିବ ନାହିଁ ।
(ଙ) ଅର୍ଥ ବିଧେୟକ ବ୍ୟବସ୍ଥାପିକାଦ୍ଵାରା ଗୃହୀତ ହୋଇସାରିବା ପରେ ଏହାକୁ ଅନୁମୋଦନ କରିବା କ୍ଷେତ୍ରରେ ମୁଖ୍ୟ କାର୍ଯ୍ୟପାଳିକା ‘ସୁଗିତ ଭିଟୋ’ କ୍ଷମତା ପ୍ରୟୋଗ କରିପାରନ୍ତି ନାହିଁ ।

୧୫ । ସଂସଦର ମିଳିତ ଅଧୂବେଶନ ।
Answer:
ଏକ ଚିଠା ବିଧେୟକ ସଂସଦର ଉଭୟ ଗୃହର ଅନୁମୋଦନ ଓ ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହୁଏ । କିନ୍ତୁ ଏକ ସାଧାରଣ ବିଧେୟକଙ୍କୁ ଅନୁମୋଦନ କରିବା କ୍ଷେତ୍ରରେ ଉଭୟ ରାଜ୍ୟସଭା ଓ ଲୋକସଭା ମଧ୍ୟରେ ମତବିଭେଦତା ଓ ତଦ୍ଵଜନିତ ଅଚଳ ଅବସ୍ଥା ସୃଷ୍ଟି ହେଲେ ଭାରତର ରାଷ୍ଟ୍ରପତି ସଂସଦର ମିଳିତ ଅଧୂବେଶନ ଆହ୍ବାନ କରନ୍ତି । ଏହି ଅଧୂବେଶନରେ ଲୋକସଭାର ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

ଏହି ଅଧୂବେଶନର ନିଷ୍ପତ୍ତି ସଂସଦର ଉଭୟ ସଦନର ନିଷ୍ପଭିରୂପେ ଗୃହୀତ ହୁଏ । ଲୋକସଭାର ସଭ୍ୟସଂଖ୍ୟା ରାଜ୍ୟସଭାଠାରୁ ଅଧିକ ହୋଇଥିବାରୁ ଏହି ଅଧୂବେଶନର ସାଧାରଣତଃ ଲୋକସଭାର ମତ ବଳବତ୍ତର ରୁହେ । ଅର୍ଥବିଧେୟକ କ୍ଷେତ୍ରରେ ଲୋକସଭାର ପ୍ରାଧାନ୍ୟ ରହୁଥିବାରୁ ମିଳିତ ଅଧୂବେଶନ ଆହ୍ବାନର ଆବଶ୍ୟକତା ଦେଖାଯାଇନଥାଏ । ୨୦୦୨ ମସିହାରେ ଆତଙ୍କବାଦ ନିରାକରଣ ବିଧେୟକ ଗ୍ରହଣପାଇଁ ସଂସଦର ମିଳିତ ଅଧୂବେଶନ ଅନୁଷ୍ଠିତ ହୋଇଥିଲା ।

୧୬ । ବିଧାନସଭାରେ ଗୃହୀତ ହୋଇଥିବା ଚିଠା ପ୍ରସ୍ତାବରେ ରାଜ୍ୟପାଳ ତାଙ୍କର ଦସ୍ତଖତ ଦେବାକୁ ବାଧ୍ୟ କି ?
Answer:
ବିଧାନସଭାରେ ଗୃହୀତ ହୋଇଥିବା ଚିଠାଟି ରାଜ୍ୟପାଳଙ୍କ ସ୍ବୀକୃତି ଲାଭ କରି ଆଇନରେ ପରିଣତ ହୁଏ; କିନ୍ତୁ ରାଜ୍ୟପାଳ ନିଜର ସ୍ଵୀକୃତି ଦେବାପାଇଁ ବାଧ୍ୟ ନୁହନ୍ତି । ବିଧାନସଭାରେ ଗୃହୀତ ହୋଇଥିବା ବିଲ ଯେତେବେଳେ ରାଜ୍ୟପାଳଙ୍କ ନିକଟକୁ ଯାଏ, ସେତେବେଳେ ରାଜ୍ୟପାଳ ଚାହିଁଲେ ସେହି ବିଲ୍‌କୁ ସ୍ବୀକୃତି ନ ଦେଇ ପୁନଃବିଚାର ନିମନ୍ତେ ବିଧାନସଭାକୁ ଫେରାଇ ଦେଇପାରନ୍ତି ।

ମାତ୍ର ଯଦି କୌଣସି ପରିବର୍ତ୍ତନ ନହୋଇ ସେହି ବିଲ୍‌ ପୁଣି ଥରେ ରାଜ୍ୟପାଳଙ୍କ ନିକଟରେ ପହଞ୍ଚେ, ତେବେ ରାଜ୍ୟପାଳ ତାକୁ ସ୍ବୀକୃତି ଦେବାକୁ ବାଧ୍ୟ ହୁଅନ୍ତି । ଏତଦ୍‌ବ୍ୟତୀତ ବିଧାନସଭାରେ ଗୃହୀତ ହୋଇଥିବା ବିଲ୍‌ରେ ନିଜର ସ୍ବାକ୍ଷର ନଦେଇ ରାଜ୍ୟପାଳ ସମ୍ବିଧାନର ୨୦୦ ଓ ୨୦୧ ଧାରା ବଳରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇପାରିବେ ।

୧୭ । ବିଧାନ ପରିଷଦ କିପରି ଉଚ୍ଛେଦ ହୁଏ ?
Answer:
ସମ୍ବିଧାନର ୧୬୯ ଧାରାନୁସାରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି କୌଣସି ରାଜ୍ୟର ବିଧାନ ପରିଷଦକୁ ଉଚ୍ଛେଦ କରିପାରିବେ । ଉକ୍ତ ବିଧାନସଭାରେ ଏଥପାଇଁ ସଦସ୍ୟଙ୍କ ସଂଖ୍ୟାର ଅର୍ଦ୍ଧାଧ‌ିକ ଓ ଉପସ୍ଥିତ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଭୋଟଦ୍ଵାରା ଗୃହୀତ ଉଚ୍ଛେଦ ପ୍ରସ୍ତାବ ମଞ୍ଜୁର ହୋଇଥିବା ଦରକାର ।

୧୮ । ଓଡ଼ିଶା ବ୍ୟବସ୍ଥାପକ ସଭାର ଗଠନ ବର୍ଣନା କର ।
Answer:
ଓଡ଼ିଶାର ବ୍ୟବସ୍ଥାପକ ସଭା ରାଜ୍ୟପାଳ ଓ ବିଧାନସଭାକୁ ନେଇ ଗଠିତ । ରାଜ୍ୟପାଳ ବିଧାନସଭାର ଏକ ସଭ୍ୟ ନହେଲେ ମଧ୍ୟ ସେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଶା ବ୍ୟବସ୍ଥାପକ ସଭା ଏକ ସଦନବିଶିଷ୍ଟ ଏବଂ ଏହି ସଦନର ନାମ ବିଧାନସଭା । ଓଡ଼ିଶାର ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ ଅଟେ । ସେମାନେ ସାବାଳକ ଭୋଟ ପ୍ରଥାଦ୍ଵାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି ।

୧୯ । ବିଧାନପରିଷଦ ଗଠନରେ ରାଜ୍ୟରେ ଥିବା ସ୍ବାୟତ୍ତ ଶାସନ ଅନୁଷ୍ଠାନର ଭୂମିକା କ’ଣ ?
Answer:
ବିଧାନପରିଷଦ ବିଭିନ୍ନ ପ୍ରକାର ସଦସ୍ୟଙ୍କ ମଧ୍ୟରେ ସ୍ୱାୟତ୍ତ ଶାସନ ସଂସ୍ଥାର ପ୍ରତିନିଧୂ ଅନ୍ୟତମ ଅଟନ୍ତି । ଗୃହର ମୋଟ ସଭ୍ୟସଂଖ୍ୟାର ଏକ-ତୃତୀୟାଂଶ ମ୍ୟୁନିସିପାଲିଟି, ବିଜ୍ଞାପିତ ଅଞ୍ଚଳ ପରିଷଦ, ପଞ୍ଚାୟତିରାଜ ସଂସ୍ଥା ଆଦି ସ୍ଵାୟତ୍ତ ଶାସନ ଅନୁଷ୍ଠାନଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

୨୦ । ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାବଳୀ ଉଲ୍ଲେଖ କର ।
Answer:
ବିଧାନସଭା ବାଚସ୍ପତିଙ୍କ ମୁଖ୍ୟ କାର୍ଯ୍ୟାବଳୀଗୁଡ଼ିକ ହେଉଛି –
(କ) ବିଧାନସଭାର ଅଧିବେଶନରେ ଅଧ୍ଯକ୍ଷତା କରିବା ।
(ଖ) ବିଧାନସଭାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା, ତର୍କ-ବିତର୍କ ନିୟନ୍ତ୍ରଣ କରିବା ଓ ଗୃହ ପରିଚାଳନା କରିବା ।
(ଗ) ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ ଓ ସଭ୍ୟମାନଙ୍କର ଅଧିକାର ସଂରକ୍ଷଣ କରିବା ।
(ଘ) ବିଭିନ୍ନ ଗୃହ କମିଟିର ସଭ୍ୟମାନଙ୍କୁ ନିଯୁକ୍ତ କରିବା !
(ଙ) କୌଣସି ବିଧେୟକକୁ ଅର୍ଥ ବିଧେୟକ ବୋଲି ସୁପାରିସ ଦେବା ।
(ଚ) ବିଧାନସଭାରେ ଗୃହୀତ ବିଧେୟକକୁ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଇବା ।

୨୧ । ଗୋଟିଏ ରାଜ୍ୟରେ କିପରି ବିଧାନପରିଷଦ ସୃଷ୍ଟି ହୁଏ ?
Answer:
ଗୋଟିଏ ରାଜ୍ୟରେ ବିଧାନ ପରିଷଦ ସୃଷ୍ଟି ହେବାପାଇଁ ସେହି ରାଜ୍ୟର ବିଧାନସଭାରେ ବିଧାନ ପରିଷଦ ସୃଷ୍ଟିହେବା ସଂକ୍ରାନ୍ତୀୟ ପ୍ରସ୍ତାବ ସଦସ୍ୟଙ୍କ ସଂଖ୍ୟାର ଅର୍ଦ୍ଧାଧ‌ିକ ଓ ଉପସ୍ଥିତ ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଭୋଟଦ୍ଵାରା ଅନୁମୋଦିତ ହେବା ଆବଶ୍ୟକ । ଏହାକୁ ସଂସଦ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଅନୁମୋଦନ କଲେ ବିଧାନପରିଷଦ ସୃଷ୍ଟି ହୁଏ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

C. ପାର୍ଥକ୍ୟ ଦର୍ଶାଅ

୧ । ବିଧେୟକ ଓ ଆଇନ :
Answer:
ଆଇନ ପ୍ରଣୟନ ପାଇଁ ଯେଉଁ ପ୍ରସ୍ତାବ ସଂସଦରେ ଆଗତ ହୁଏ ତାକୁ ବିଧେୟକ ବା ବିଲ୍ କୁହାଯାଏ । ଅର୍ଥ ବିଧେୟକ କ୍ଷେତ୍ରରେ ଲୋକସଭା ଅଧିକ କ୍ଷମତାଶାଳୀ ଏବଂ ଏହା ପ୍ରଥମେ ଲୋକସଭାରେ ଆଗତ ହୁଏ । ଅର୍ଥବିଲ୍ ସାଧାରଣ ବିଧେୟକ ଯେକୌଣସି ଗୃହରେ ଆଗତ ହୋଇପାରେ । ସଂସଦର ଉଭୟ ଗୃହରେ ଗୃହୀତ ହେବାପରେ ବିଧେୟକକୁ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କ ସ୍ବୀକୃତି ଲାଭ କଲାପରେ ବିଧେୟକଟି ଆଇନରେ ପରିଣତ ହୁଏ । ତେଣୁ ବିଧେୟକ ହେଉଛି ଆଇନର ପୂର୍ବାବସ୍ଥା ଓ ଆଇନ ହେଉଛି ବିଧେୟକର ଚରମ ବ୍ୟବସ୍ଥା ।

୨ । ସାଧାରଣ ବିଧେୟକ ଓ ଅର୍ଥ ବିଧାୟକ :
Answer:
ସାଧାରଣ ବିଧେୟକ ସରକାରୀ ବା ବିରୋଧୀ ଦଳର ସଭ୍ୟଙ୍କଦ୍ବାରା ଆଗତ କରାଯାଇପାରେ । ମାତ୍ର ସାଧାରଣ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନରେ ସଂସଦର ଯେକୌଣସି ଗୃହରେ ଆଗତ କରାଯାଇପାରେ । ମାତ୍ର ଅର୍ଥ ବିଧେୟକ କେବଳ ସରକାରଙ୍କଦ୍ଵାରା ଆଗତ କରାଯାଇଥାଏ । ଏକ ବିଧେୟକକୁ ଅର୍ଥ ବିଧେୟକ ବୋଲି ଲୋକସଭାର ବାଚସ୍ପତି ସୁପାରିଶପତ୍ର ଦିଅନ୍ତି ।

ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଅର୍ଥବିଲ୍ କେବଳ ଲୋକସଭାରେ ଆଗତ କରାଯାଇଥାଏ । ସାଧାରଣ ବିଲ୍ ସଂସଦରେ ଗୃହୀତ ହେଲାପରେ ମଧ୍ୟ ରାଷ୍ଟ୍ରପତି ପୁନର୍ବିଚାରପାଇଁ ଫେରାଇ ଦେଇପାରନ୍ତି; ମାତ୍ର ଅର୍ଥ ବିଲ୍‌କୁ ରାଷ୍ଟ୍ରପତି ପୁନର୍ବିଚାର ପାଇଁ ଫେରାଇ ପାରିବେ ନାହିଁ । ସାଧାରଣ ବିଧେୟକକୁ ରାଜ୍ୟସଭା ୬ ମାସ ପର୍ଯ୍ୟନ୍ତ ଅଟକାଇ ରଖିପାରେ, ମାତ୍ର ଅର୍ଥ ବିଲ୍‌କୁ କେବଳ ୧୪ ଦିନ ପାଇଁ ଅଟକାଇ ରଖିପାରେ । ଅର୍ଥ ବିଲ୍‌କୁ ନିୟନ୍ତ୍ରଣ କରିବାରେ ଲୋକସଭାର ପୂର୍ଣ୍ଣ କର୍ତ୍ତୃତ୍ଵ ରହିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ରାଜ୍ୟସଭାର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଭାରତ ପାର୍ଲିଆମେଣ୍ଟରେ ରାଜ୍ୟସଭା ଏକ ସ୍ଥାୟୀ ଉଚ୍ଚଗୃହ । ଏହା ସଂଘୀୟ ସ୍ଵାର୍ଥ ସୁରକ୍ଷା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରେ । ଏହା ସ୍ଥାୟୀ ଶାସନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାଜ୍ୟମାନଙ୍କର ସ୍ଵାର୍ଥକୁ ବିଶେଷଭାବରେ ସୁରକ୍ଷା ଦିଏ ।

ଗଠନ : ସଭ୍ୟ ସଂଖ୍ୟା : ସମ୍ବିଧାନର ୮୦ ଧାରା ଅନୁସାରେ ରାଜ୍ୟସଭାର ସଭ୍ୟସଂଖ୍ୟା ୨୫୦ ଅଟେ । ତନ୍ମଧ୍ୟରୁ ୧୨ ଜଣ ସଭ୍ୟ ରାଷ୍ଟ୍ରପତିଙ୍କଦ୍ବାରା ମନୋନୀତ ହୁଅନ୍ତି ଏବଂ ଅନ୍ୟ ୨୩୮ ଜଣ ସଭ୍ୟ ବିଧାନସଭା (ରାଜ୍ୟ) ଓ କେନ୍ଦ୍ରଶାସିତ ଅଞ୍ଚଳରୁ ସମାନୁପାତିକ ବା ଏକକ ହସ୍ତାନ୍ତରଣୀୟ ଭୋଟ ବ୍ୟବସ୍ଥା ଅନୁସାରେ ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ।

ଯୋଗ୍ୟତା : ରାଜ୍ୟସଭାର ସଭ୍ୟହେବା ପାଇଁ ନିମ୍ନ ଯୋଗ୍ୟତା ଥିବା ଆବଶ୍ୟକ ।
(୧) ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
(୨) ତାଙ୍କୁ ୩୦ ବର୍ଷ ହୋଇଥିବ ।
(୩) ସେ ବିକୃତମସ୍ତିଷ୍କ ବା ଦେବାଳିଆ ହୋଇନଥିବେ ।
(୪) ପାର୍ଲିଆମେଣ୍ଟର ସଭ୍ୟ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ ।
(୫) ସେ ବେତନଭୋଗୀ କର୍ମଚାରୀ ହୋଇନଥିବେ ।

କାର୍ଯ୍ୟକାଳ : ରାଜ୍ୟସଭା ଏକ ସ୍ଥାୟୀ କକ୍ଷ । ରାଜ୍ୟସଭାର ପ୍ରତ୍ୟେକ ସଭ୍ୟ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ରାଜ୍ୟସଭା ଏପରିଭାବେ ଗଠିତ ଯେ ଏହାର ଏକ-ତୃତୀୟାଂଶ ସଭ୍ୟ ପ୍ରତି ଦୁଇ ବର୍ଷରେ ଅବସର ଗ୍ରହଣ କରନ୍ତି । ସେମାନେ ସମସ୍ତ ୬ ବର୍ଷରେ କାର୍ଯ୍ୟକାଳ ସମ୍ପୂର୍ଣ କରିଥାଆନ୍ତି ।

ଅଧକ୍ଷ : ସମ୍ବିଧାନର ୮୯ ଧାରା ଅନୁସାରେ ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷତା କରନ୍ତି । ଉପରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ ରାଜ୍ୟସଭାର ବୈଠକ ପରିଚାଳନା ପାଇଁ ଜଣେ ଉପାଧ୍ୟକ୍ଷ ରାଜ୍ୟସଭାର ସଦସ୍ୟଙ୍କଦ୍ଵାରା ନିର୍ବାଚିତ ହୋଇଥାଆନ୍ତି । ଉଭୟ ଅଧ୍ଯକ୍ଷ ଓ ଉପାଧ୍ଯକ୍ଷ ଅନୁପସ୍ଥିତ ହେଲେ ବୈଠକରେ ସଭାପତିତ୍ବ କରିବା ପାଇଁ ଉପରାଷ୍ଟ୍ରପତିଙ୍କଦ୍ବାରା ମନୋନୀତ ଏକ ତାଲିକା ବରିଷ୍ଠତା ଭିଭିରେ ତିଆରି ହୋଇଥାଏ ।

କାର୍ଯ୍ୟାବଳୀ : ରାଜ୍ୟସଭାର ନିମ୍ନଲିଖତ କ୍ଷମତା ପରିସର ସମ୍ବିଧାନରେ ୧୦୭ ଓ ଅନ୍ୟାନ୍ୟ ଧାରାରେ ଉଲ୍ଲେଖ ଅଛି ।
(୧) ଆଇନ ପ୍ରଣୟନ କ୍ଷମତା : ଅର୍ଥ ସମ୍ବନ୍ଧୀୟ ଚିଠା ଆଇନ ବ୍ୟତୀତ ଅନ୍ୟ କୌଣସି ଚିଠା ଆଇନ ରାଜ୍ୟସଭାରେ ଉପସ୍ଥାପିତ ହୋଇ ଆଲୋଚିତ ହୋଇପାରିବ । ରାଜ୍ୟସଭାର ବିନା ଅନୁମୋଦନରେ କୌଣସି ଅଣଆର୍ଥିକ ସାଧାରଣ ଆଇନ ଚିଠା ଆଇନରେ ପରିଣତ ହୋଇପାରିବ ନାହିଁ । ବିବାଦୀୟ ପରିସ୍ଥିତିରେ ଉଭୟ ସଦନର ମିଳିତ ଅଧୂବେଶନରେ ସଂଖ୍ୟାଗରିଷ୍ଠ ମତରେ ସେଭଳି ବିବଦମାନ ଆଇନର ମଞ୍ଜୁର କରାଯାଇପାରିବ । ଏଭଳି ଦୁଇଥର ମିଳିତ ଅଧୂବେଶନ ବସି ବିବଦମାନ ଆଇନକୁ ମଞ୍ଜୁରୀ ଦିଆଯାଇଛି । ଯେକୌଣସି ଚିଠା ଆଇନ ବିଷୟରେ ଛଅମାସ ଭିତରେ ରାଜ୍ୟସଭା ନିଷ୍ପତ୍ତି ନେବାକୁ ହେବ । ଏହି ମିଳିତ ଅଧୂବେଶନକୁ ରାଷ୍ଟ୍ରପତି ସମ୍ବିଧାନର ୧୦୮(୧) ଅନୁସାରେ ଡାକନ୍ତି ଏବଂ ଏହି ମିଳିତ ଅଧୂବେଶନରେ ଲୋକସଭାର ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(୨) ଅର୍ଥ ସମ୍ବନ୍ଧୀୟ କ୍ଷମତା : ରାଜ୍ୟସଭାର ଅର୍ଥ ସମ୍ବନ୍ଧୀୟ କ୍ଷମତା ଅତି ସୀମିତ । ଅର୍ଥବିଲ୍ କେବଳ ଲୋକସଭାରେ ହିଁ ଆଗତ ହୁଏ । ଲୋକସଭାଦ୍ଵାରା ଗୃହୀତ ଅର୍ଥବିଲ୍‌କୁ ରାଜ୍ୟସଭା ମାତ୍ର ୧୪ ଦିନ ପାଇଁ ଅଟକାଇ ରଖୁପାରେ । ୧୪ ଦିନ ମଧ୍ୟରେ ରାଜ୍ୟସଭା ଏହି ବିଲ୍ ଉପରେ କୌଣସି ସୁପାରିସ ନଦେଲେ ତାହା ଗୃହୀତ ହେଲା ବୋଲି ଧରି ନିଆଯାଏ । ସମ୍ବିଧାନର ୧୦୯ ଧାରାରେ ଏହି ବ୍ୟବସ୍ଥା ଯୋଗୁଁ ରାଜ୍ୟସଭାର ଅର୍ଥ ସମ୍ବନ୍ଧୀୟ କ୍ଷମତା ନାହିଁ ବୋଲି କୁହାଯାଏ ।

(୩) କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ : ରାଜ୍ୟସଭା ମନ୍ତ୍ରୀମଣ୍ଡଳକୁ ଗାଦିଚ୍ୟୁତ କରିପାରେ ନାହିଁ । ରାଜ୍ୟସଭାରେ ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇ ପାରିବେ ନାହିଁ । ମନ୍ତ୍ରୀମାନଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ରାଜ୍ୟସଭାର ସଭ୍ୟମାନେ ଉତ୍ତର ଆଦାୟ କରନ୍ତି । ବିଭିନ୍ନ ବିଷୟରେ ବିତର୍କ, ଆଲୋଚନା, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ଓ ମୁଲତବୀ ପ୍ରସ୍ତାବ ଆଦି ମାଧ୍ୟମରେ ସରକାରଙ୍କର ଦୋଷ ଦୁର୍ବଳତାକୁ ପଦାକୁ ଆଣିଥାଆନ୍ତି । ବିଭିନ୍ନ ଯାଞ୍ଚ କମିଟି, ଗୃହ କମିଟି ଓ ସଂସଦୀୟ ଅନୁସନ୍ଧାନକାରୀ କମିଟିର ରାଜ୍ୟସଭାର ସଭ୍ୟମାନେ ଏହି ଶାସନ କଳ ଉପରେ ନିୟନ୍ତ୍ରଣ କରନ୍ତି । ରାଜ୍ୟସଭାରେ ବିରୋଧୀ ଦଳର ପ୍ରାଧାନ୍ୟ ଥିଲେ ମନ୍ତ୍ରୀମଣ୍ଡଳକୁ ମାପିଚୁପି କାର୍ଯ୍ୟ କରିବାକୁ ପଡ଼ିଥାଏ ।

(୪) ବିଚାରଗତ କ୍ଷମତା : ରାଷ୍ଟ୍ରପତିଙ୍କ ବହିଷ୍କରଣ ପ୍ରତିକ୍ରିୟାରେ ରାଜ୍ୟସଭାର କ୍ଷମତା ଲୋକସଭା ସଙ୍ଗେ ସମାନ । ରାଷ୍ଟ୍ରପତିଙ୍କ ବିଷୟରେ ଅଭିଯୋଗ ଫଦ ଉପସ୍ଥାପନା ବା ବିଚାର କ୍ଷମତା ରାଜ୍ୟସଭାର ରହିଛି । ସେହିପରି ରାଜ୍ୟସଭାର ସ୍ଵାଧୀକାର ଭଙ୍ଗ ବିଷୟରେ ବିଚାର କରି ନ୍ୟାୟାଳୟ ପରି ଅର୍ଥ ବା ଜେଲଦଣ୍ଡ ଦେବାର କ୍ଷମତା ରହିଛି । ବିଚାରପତିମାନଙ୍କୁ ପଦଚ୍ୟୁତ କରିବାର ଲୋକସଭା ସହିତ ସମାନ କ୍ଷମତା ରାଜ୍ୟସଭା ଉପଭୋଗ କରେ ।

(୫) ସମ୍ବିଧାନ ସଂଶୋଧନ କ୍ଷମତା : ସମ୍ବିଧାନ ସଂଶୋଧନ କରିବାରେ ରାଜ୍ୟସଭାର ସମାନ କ୍ଷମତା ରହିଛି । ଲୋକସଭାରେ ସମ୍ବିଧାନ ସଂଶୋଧନ ଆଇନ ମଞ୍ଜୁରିପ୍ରାପ୍ତ ହୋଇଥିଲେ ରାଜ୍ୟସଭାର ସଦସ୍ୟଙ୍କ ଅନୁମୋଦନ ଦରକାର । ୪୪ତମ ସଂଶୋଧନ ଚିଠା-ଆଇନର ୫ଟି ଧାରା କାଟ ଖାଇଯାଇଥିଲା । ଅନ୍ୟାନ୍ୟ ଧାରାସବୁ ଗୃହୀତ ହୋଇ ମଞ୍ଜୁରି ପାଇଲା । ସମ୍ବିଧାନ ସଂଶୋଧନ ପାଇଁ ମିଳିତ ବୈଠକ ଡକାଇବାର ବ୍ୟବସ୍ଥା ନାହିଁ । ଏଣୁ ସମ୍ବିଧାନ ସଂଶୋଧନ କ୍ଷମତାରେ ରାଜ୍ୟସଭାର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।

(୬) ନିର୍ବାଚନ କ୍ଷମତା : ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ରାଜ୍ୟସଭାର କ୍ଷମତା ରହିଛି । ରାଜ୍ୟସଭାର ଉପାଧ୍ୟକ୍ଷଙ୍କୁ ମଧ୍ୟ ରାଜ୍ୟସଭା ନିର୍ବାଚିତ କରନ୍ତି ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

(୭) ସଂଘୀୟ ସ୍ଵାର୍ଥ ପ୍ରହରୀ କ୍ଷମତା : ଦୁଇ-ତୃତୀୟାଂଶ ସଦସ୍ୟଙ୍କ ମତ ଅନୁସାରେ ଏକ ବର୍ଷ ପାଇଁ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରିପାରିପାରିବେ ବୋଲି ରାଜ୍ୟସଭାରେ ପ୍ରସ୍ତାବ କରାଯାଇପାରିବ । ୨୪୯ ଧାରା ଅନୁସାରେ ଜାତୀୟ ଗୁରୁତ୍ବ ଦୃଷ୍ଟିରୁ ରାଜ୍ୟ ହାତରୁ କ୍ଷମତା କାଢ଼ିନେବା ପାଇଁ କେବଳ ରାଜ୍ୟର ପ୍ରତିନିଧୂମୂଳକ ସଦନ ହିସାବରେ ରାଜ୍ୟସଭାର କ୍ଷମତା ରହିଛି । ଏପରି ପ୍ରସ୍ତାବର ମିଆଦ ସର୍ବୋଚ୍ଚ ଦୁଇ ବର୍ଷ ପାଇଁ ବଳବତ୍ତର ରହିବ । ପ୍ରଥମ ବର୍ଷ ପରେ ଆଉ ଏକ ବର୍ଷପାଇଁ ମିଆଦକୁ ବଢ଼ାଇବା ଲାଗି ଦୁଇ-ତୃତୀୟାଂଶ ମତରେ ପ୍ରସ୍ତାବ ଗ୍ରହଣ କରିବାକୁ ହେବ ।

(୮) ଜରୁରିକାଳୀନ କ୍ଷମତା : ଲୋକସଭାର ଯଦି ବିଘଟନ ଘଟିଥାଏ, ନିର୍ବାଚନ ହୋଇନଥାଏ, ଜରୁରିକାଳୀନ ଘୋଷଣାକୁ ରାଜ୍ୟସଭାରେ ମଞ୍ଜୁରି ନିମନ୍ତେ ଉପସ୍ଥାପିତ କରିବାର ବ୍ୟବସ୍ଥା ରହିଛି । ରାଜ୍ୟସଭାରେ ପ୍ରସ୍ତାବ ଗୃହୀତ ନହେଲେ ଦୁଇ ମାସ ପରେ ଘୋଷଣା ଅକାମୀ ହୋଇଯିବ । ଲୋକସଭାର ବିଘଟନ ଘଟିଲେ ମଧ୍ୟ ଉଭୟ ସଦନରେ ଜରୁରିକାଳୀନ ଘୋଷଣାକୁ ପ୍ରସ୍ତାବଦ୍ଵାରା ଗୃହୀତ କରାଇବାକୁ ହେବ । ରାଜ୍ୟସଭାର ଏ କ୍ଷେତ୍ରରେ କ୍ଷମତା ସମାନ । ପ୍ରତ୍ୟେକ ସଦନରେ ଜରୁରୀକାଳୀନ ଘୋଷଣା ଉପସ୍ଥାପିତ ହେବ ଓ ପ୍ରସ୍ତାବ ଜରିଆରେ ଗୃହୀତ ହେବ । ଯେହେତୁ ପ୍ରସ୍ତାବ ସବୁ ଚିଠା-ଆଇନ ନୁହେଁ; ତେଣୁ ୧୦୮ ଧାରା ଅନୁସାରେ ମିଳିତ ବୈଠକ ଡକାଯାଇପାରିବ ନାହିଁ ।

(୯) ଉପରାଷ୍ଟ୍ରପତିଙ୍କ ବହିଷ୍କରଣ : ସମ୍ବିଧାନ ୬୬(ଖ) ଧାରା ଅନୁସାରେ ଉପରାଷ୍ଟ୍ରପତିଙ୍କୁ ପଦଚ୍ୟୁତ କରିବାପାଇଁ ପ୍ରସ୍ତାବ କେବଳ ରାଜ୍ୟସଭାରେ ହିଁ ଆଗତ କରାଯାଇପାରିବ । ଏହି ପ୍ରସ୍ତାବ ରାଜ୍ୟସଭାର ଅର୍ଦ୍ଧାଧ‌ିକ ସଭ୍ୟଙ୍କ ସମର୍ଥନ ଲାଭ କରି ଲୋକସଭାଦ୍ଵାରା ଗୃହୀତ ହେଲେ ଉପରାଷ୍ଟ୍ରପତି ବହିଷ୍କୃତ ହୁଅନ୍ତି ।

(୧୦) ରାଜ୍ୟସଭାର ଭୂମିକା : ଇଂଲଣ୍ଡର ଲର୍ଡ଼ ସଭାପରି ରାଜ୍ୟସଭା ପାର୍ଲିଆମେଣ୍ଟର ଦ୍ଵିତୀୟ ଗୃହ ହୋଇଥିଲେ ମଧ୍ୟ ଲର୍ଡ଼ ସଭା ତୁଳନାରେ ଏହାର ଯଥେଷ୍ଟ ଉପାଦେୟତା ରହିଛି । ରାଷ୍ଟ୍ର ଶାସନରେ ଏହା ଗୌଣ ନୁହେଁ ।

(୧୧) ବୟସ୍କମାନଙ୍କ ଗୃହ : ରାଜ୍ୟସଭାର ସଭ୍ୟପଦ ପାଇଁ ସର୍ବନିମ୍ନ ବୟସ ୩୦ ଧାର୍ଯ୍ୟ ହୋଇଥିବାବେଳେ ଲୋକସଭାପାଇଁ ଏହା ୨୫ ବର୍ଷ ବୋଲି ସ୍ଥିର ହୋଇଛି । ରାଜ୍ୟସଭାରେ ବୟସ୍କ, ଦକ୍ଷ, ଅଭିଜ୍ଞ ଓ ଜ୍ଞାନୀ ଲୋକମାନେ ସ୍ଥାନ ପାଇଥାଆନ୍ତି । ସେମାନଙ୍କର ଦୀର୍ଘଦିନର ଅଭିଜ୍ଞତା ଓ ଦକ୍ଷତା ରାଷ୍ଟ୍ରର ଉନ୍ନତି ପାଇଁ ସହାୟକ ହୁଏ ।

(୧୨) ବ୍ୟବସ୍ଥାପନା କ୍ଷେତ୍ରରେ : ଆଇନ ପ୍ରଣୟନ କ୍ଷେତ୍ରରେ ଲୋକସଭାର ତରବରିଆ ଓ ଅନଭିଜ୍ଞ ବିଲ୍‌ଗୁଡ଼ିକ ରାଜ୍ୟସଭାର ବୟସ୍କ ଓ ଅଭିଜ୍ଞ ସଭ୍ୟମାନଙ୍କଦ୍ଵାରା ଆଲୋଚିତ ହେଲାବେଳକୁ ମୂଳ ବିଲ୍‌ରୁ ଦୋଷତ୍ରୁଟିକୁ ସଂଶୋଧନ ପାଇଁ ସୁଚିନ୍ତିତ ପରାମର୍ଶ ଦିଅନ୍ତି ।

୧୯୬୨ରେ ଯୌତୁକ ଆଇନ, ୧୯୭୦ରେ ରାଜ୍ୟମାନଙ୍କର ହାତପାଣ୍ଠି ଉଚ୍ଛେଦ ଆଇନ ଏବଂ ୧୯୮୬ରେ ଡାକ ବିଲ୍, ୧୯୯୦ରେ ପ୍ରସାର ଭାରତୀ ବିଲ୍ ପ୍ରଭୃତି ରାଜ୍ୟସଭା ଲୋକସଭାଠାରୁ ଭିନ୍ନ ମତ ପୋଷଣ କରି ଲୋକସଭା ଉପରେ ଯଥେଷ୍ଟ ଗୁରୁତ୍ଵ ହାସଲ କରିଛି ।

(୧୩) ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା : ରାଜ୍ୟସଭା ଏକ ସ୍ଥାୟୀ କକ୍ଷ । ଲୋକସଭାର କାର୍ଯ୍ୟକାଳ ସରିଯାଇଥିଲେ ରାଷ୍ଟ୍ରପତି ଯେପରି ଅଗଣତାନ୍ତ୍ରିକଭାବେ କ୍ଷମତା ପ୍ରୟୋଗ ନ କରନ୍ତି, ରାଜ୍ୟସଭା ସେଥୁପ୍ରତି ଦୃଷ୍ଟି ଦିଏ । ଲୋକସଭାଦ୍ଵାର ଗୃହୀତ ବିଲ୍ ରାଜ୍ୟସଭାରେ ଆଲୋଚିତ ହେବା ଦ୍ଵାରା ସମୟର ବ୍ୟବଧାନ ବଢ଼େ ଓ ନାଗରିକମାନେ ବିଲ୍ ସମ୍ପର୍କରେ ସୁଚିନ୍ତିତ ମତ ପ୍ରକାଶ କରିପାରନ୍ତି । ଏହାଦ୍ଵାରା ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ସୃଷ୍ଟି ହୁଏ ।

୨ । ଲୋକସଭାର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଲୋକସଭା ଭାରତ ପାର୍ଲିଆମେଣ୍ଟର ପ୍ରଥମ ବା ନିମ୍ନ ସଦନ । ଏହି ସଭ୍ୟମାନେ ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି । ଏଠାରେ ଭାରତୀୟ ଲୋକମତର ପ୍ରତିଫଳନ ହୋଇଥାଏ ।

ଗଠନ : ସମ୍ବିଧାନର ୮୧ ଧାରା ଅନୁସାରେ ଲୋକସଭାର ସଦସ୍ୟ ସଂଖ୍ୟା ସ୍ଥିର କରାଯାଇଛି । ଏହାର ସଦସ୍ୟମାନେ ତ୍ରିସ୍ତରରେ ସଭ୍ୟ ହୁଅନ୍ତି ।

ପ୍ରଥମ – ବିଭିନ୍ନ ରାଜ୍ୟର ନିର୍ବାଚନମଣ୍ଡଳୀରୁ ଅତି ବେଶିରେ ୫୨୫ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି । ଭାରତର ରାଜ୍ୟମାନଙ୍କୁ ସର୍ବାଧ‌ିକ ୫୨୫ଟି ନିର୍ବାଚିତ ମଣ୍ଡଳୀରେ ବିଭକ୍ତ କରାଯାଇ ପ୍ରତ୍ୟେକରୁ ଜଣେ ଲେଖାଏଁ ସଭ୍ୟଙ୍କୁ ପ୍ରତ୍ୟକ୍ଷଭାବେ ନିର୍ବାଚିତ କରାଯିବ ।

ଦ୍ଵିତୀୟ – କେନ୍ଦ୍ରଶାସିତ ଅଞ୍ଚଳରୁ ଅତି ବେଶୀରେ ୨୦ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୋଇ ଆସିବାର ବ୍ୟବସ୍ଥା ଅଛି । ସେମାନେ ସମ୍ପୃକ୍ତ ଅଞ୍ଚଳରୁ ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହେବେ ।

ତୄତୀୟ – ମନୋନୟନ – ଆଙ୍ଗ୍‌-ଭାରତୀୟ ସମ୍ପ୍ରଦାୟ ଲୋକସଭାରେ ଉପଯୁକ୍ତଭାବେ ପ୍ରତିନିଧ୍ଵତ୍ଵ କରୁନଥିବାରୁ ରାଷ୍ଟ୍ରପତି ଅନୁଭବ କଲେ ୨ ଜଣ ଆଙ୍ଗ୍‌ଲୋ–ଭାରତୀୟ ସଭ୍ୟଙ୍କୁ ସେ ଲୋକସଭାକୁ ମନୋନୀତ କରିପାରିବେ ।

ଯୋଗ୍ୟତା – ସମ୍ବିଧାନର ୮୪ ଧାରା ଅନୁଯାୟୀ ଲୋକସଭାର ସଭ୍ୟ ହେବା ପାଇଁ ଜଣେ ଲୋକର ନିମ୍ନଲିଖତ ଯୋଗ୍ୟତା ଥିବା ଆବଶ୍ୟକ ।

(୧) ସେ ଭାରତର ନାଗରିକ ହୋଇଥୁବେ ।
(୨) ତାଙ୍କୁ ଅନ୍ୟୁନ ୨୫ ବର୍ଷ ବୟସ ହୋଇଥିବ ।
(୩) ପାର୍ଲିଆମେଣ୍ଟର ସଭ୍ୟ ହେବା ପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ ।
(୪) ସେ ବିକୃତମସ୍ତିଷ୍କ ବା ଦେବାଳିଆ ହୋଇନଥିବେ ।
(୫) ସେ ସରକାରଙ୍କର ବେତନଭୋଗୀ କର୍ମଚାରୀ ହୋଇନଥିବେ ।
(୬) ନିର୍ବାଚନ ଅଫିସରଙ୍କ ସମ୍ମୁଖରେ ସମ୍ବିଧାନ ପ୍ରତି ଆନୁଗତ୍ୟ ସ୍ବୀକାର କରି ସତ୍ୟପାଠ କରିବେ ।

ନିର୍ବାଚନ : ଲୋକସଭାର ସଭ୍ୟମାନେ ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ୧୮ ବର୍ଷରୁ ଊର୍ଦ୍ଧ୍ବ ଭାରତୀୟ ନାଗରିକମାନେ ଲୋକସଭାର ସଭ୍ୟମାନଙ୍କୁ ନିର୍ବାଚିତ କରନ୍ତି । ସାର୍ବଜନୀନ ସାବାଳକ ଭୋଟପ୍ରଥା ଓ ଗୁପ୍ତ ଭୋଟ ଜରିଆରେ ନାଗରିକମାନେ ସେମାନଙ୍କର ଭୋଟ ଅଧିକାର ସାବ୍ୟସ୍ତ କରିଥାଆନ୍ତି । ଓଡ଼ିଶାରୁ ୨୧ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି । ଏମାନଙ୍କ ମଧ୍ୟରେ ଅନୁସୂଚିତ ଉପଜାତି ମଧ୍ୟରୁ ୫ ଜଣ, ଅନୁସୂଚିତ ଜାତି ମଧ୍ୟରୁ ୩ ଜଣ, ଅବଶିଷ୍ଟ ୧୩ ଜଣ ସାଧାରଣ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୁଅନ୍ତି ।

କାର୍ଯ୍ୟକାଳ : ସମ୍ବିଧାନର ୮୩ ଧାରା ଅନୁସାରେ ଲୋକସଭାର କାର୍ଯ୍ୟକାଳ ୫ ବର୍ଷ । ଲୋକସଭାର କାର୍ଯ୍ୟକାଳକୁ ଆବଶ୍ୟକସ୍ଥଳେ ବୃଦ୍ଧି କିମ୍ବା ହ୍ରାସ କରାଯାଇପାରେ । ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷିତ ହୋଇଥିବା ସମୟରେ ରାଷ୍ଟ୍ରପତି ଲୋକସଭାର କାର୍ଯ୍ୟକାଳକୁ ଅଧିକ ଏକ ବର୍ଷ ବୃଦ୍ଧି କରିପାରନ୍ତି । ଦ୍ଵାଦଶ ଲୋକସଭା ମାତ୍ର ୧୩ ମାସ ପରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆସୁ ଭୋଟରେ ହାରିଗଲା ପରେ ବିରୋଧୀ ଦଳ ସରକାର ଗଠନରେ ସକ୍ଷମ ନହେଲାରୁ ରାଷ୍ଟ୍ରପତି ସରକାରଙ୍କୁ ଭାଙ୍ଗି ଦେଇଥିଲେ ଓ ଲୋକସଭା ଭଙ୍ଗ ପରେ ସାନି ନିର୍ବାଚନ ହୋଇଥିଲା ।

ଶପଥ : ଲୋକସଭାର ସଭ୍ୟମାନଙ୍କୁ ବାଚସ୍ପତି କିମ୍ବା ଉପବାଚସ୍ପତି କିମ୍ବା ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ଯେକୌଣସି ବରିଷ୍ଠ ସଭ୍ୟ ଶପଥପାଠ କରାଇଥାନ୍ତି ।

କୋରମ୍ : ପାର୍ଲିଆମେଣ୍ଟର ଯେକୌଣସି ଗୃହର କାର୍ଯ୍ୟ ଆରମ୍ଭ କରିବାପାଇଁ ଏକ ନିର୍ଦ୍ଦିଷ୍ଟସଂଖ୍ୟକ ସଭ୍ୟଙ୍କର ଉପସ୍ଥିତ ଆବଶ୍ୟକ । ଏହାକୁ କୋରମ୍ କୁହାଯାଏ ।

କାର୍ଯ୍ୟାବଳୀ : ଲୋକସଭାର କାର୍ଯ୍ୟ ପାର୍ଲିଆମେଣ୍ଟର କାର୍ଯ୍ୟ ବୋଲି ସାଧାରଣତଃ ଧରି ନିଆଯାଇଥାଏ । ଏଣୁ ଲୋକସଭାର କାର୍ଯ୍ୟଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା ।

(୧) ଆଇନ ପ୍ରଣୟନ କ୍ଷମତା : ଯେକୌଣସି କେନ୍ଦ୍ର ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କ୍ଷମତାର ଉତ୍ସ ହେଉଛି ଲୋକସଭା । ଅର୍ଥ ସମ୍ବନ୍ଧୀୟ ବା ଅନ୍ୟାନ୍ୟ ଚିଠା ଆଇନ ଲୋକସଭାରେ ଉପସ୍ଥାପିତ କରାଯାଇପାରିବ । ଏହା ସହିତ ବଳ କଷାକଷି ହେଲେ ସଂଖ୍ୟାତ୍ମକ ସଦସ୍ୟ ଥିବାରୁ ଲୋକସଭା ସର୍ବଦା ବିଜୟୀ ହୁଏ । ରାଜ୍ୟସଭା ଯଦି କୌଣସି ବିଷୟରେ ଲୋକସଭା ସହିତ ଏକମତ ନ ହୁଏ, ତେବେ ମିଳିତ ଅଧୂବେଶନରେ ଲୋକସଭାର ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।

(୨) ଅର୍ଥ ସମ୍ବନ୍ଧୀୟ କ୍ଷମତା : ଲୋକସଭାରେ ରାଷ୍ଟ୍ରପତିଙ୍କ ସୁପାରିସ ସହିତ ଅର୍ଥ ସମ୍ବନ୍ଧୀୟ ଚିଠା ଆଇନ ଉପସ୍ଥାପିତ ହୋଇପାରିବ ।

କରଧାର୍ଯ୍ୟ : ନାଗରିକମାନଙ୍କ ଉପରେ ପ୍ରତ୍ୟକ୍ଷ ବା ପରୋକ୍ଷ କରଧାର୍ଯ୍ୟ କରିବାପାଇଁ ଲୋକସଭାରେ ପ୍ରସ୍ତାବ ଆଗତ ହୁଏ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

ବଜେଟ୍ ଉପସ୍ଥାପନ : ଗୋଟିଏ ବର୍ଷରେ ସମ୍ଭାବିତ ଆୟ ଓ ବ୍ୟୟର ଅଟକଳକୁ ବାର୍ଷିକ ବଜେଟ୍ କୁହାଯାଏ । ସମ୍ବିଧାନ ୧୧୨ ଧାରାରେ ବ୍ୟବସ୍ଥା ଅଛି ଯେ ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ହେବା ପୂର୍ବରୁ ରାଷ୍ଟ୍ରପତି ସେହି ବର୍ଷ ଆୟବ୍ୟୟ ଅଟକଳକୁ ପାର୍ଲିଆମେଣ୍ଟରେ ଉପସ୍ଥାପିତ କରାଇବେ । ସାଧାରଣତଃ ଏହି ବଜେଟ୍ ଅର୍ଥମନ୍ତ୍ରୀଙ୍କଦ୍ଵାରା ଲୋକସଭାରେ ଆଗତ ହୁଏ ।

ଖର୍ଜଦାବି : ବଜେଟ୍ ଆଗତ ପରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ସେମାନଙ୍କର ବିଭାଗର ଖର୍ଜଦାବି ଲୋକସଭାରେ ଉପସ୍ଥାପିତ କରନ୍ତି । ଲୋକସଭା ଏହି ଖର୍ଚ୍ଚଦାବି ଉପରେ ଆଲୋଚନା କରି ବ୍ୟୟଭାର କମାଇବା ବା ବଢ଼ାଇବା ପ୍ରସ୍ତାବ ଦେଇପାରେ ।

ସମ୍ପ୍ରତ ପାଣ୍ଠି : ଭାରତ ସରକାରଙ୍କର ସମସ୍ତ ସୂତ୍ରରୁ ଆଦାୟ ହେଉଥିବା ଅର୍ଥ ସଞ୍ଚତ ବା ସମ୍ମିଳିତ ପାଣ୍ଠିକୁ ଯାଏ । ପାର୍ଲିଆମେଣ୍ଟର ଅନୁମୋଦନ କ୍ରମେ ଏହି ପାଣ୍ଠିରୁ ଅର୍ଥ ଉଠାଯାଇ ଋଣ ପରିଶୋଧ ଓ ଅନ୍ୟାନ୍ୟ ଖର୍ଚ୍ଚ ଭରଣା କରାଯାଏ । ଏହା ବ୍ୟତୀତ ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାର ଅଧ୍ୟକ୍ଷ, ସପ୍ରିମ୍‌କୋର୍ଟର ବିଚାରପତି ପ୍ରଭୃତିଙ୍କର ଦରମା ଇତ୍ୟାଦି ସଞ୍ଚ ପାଣ୍ଠିରୁ ଦିଆଯାଏ । ଏ ବିଷୟରେ ଲୋକସଭା କେବଳ ଆଲୋଚନା କରିପାରେ । ଆର୍ଥିକ କ୍ଷେତ୍ରରେ ରାଜ୍ୟସଭାର କିଛି କ୍ଷମତା ନାହିଁ କହିଲେ ଚଳେ ।

(୩) ପ୍ରଶାସନିକ ନିୟନ୍ତ୍ରଣ : ସମ୍ବିଧାନର ୭୫(କ) ଧାରା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଭ୍ୟମାନେ ଲୋକସଭା ନିକଟରେ ମିଳିତଭାବରେ ଦାୟୀ ରହନ୍ତି । ଲୋକସଭା ଅବିଶ୍ବାସ ପ୍ରସ୍ତାବ ଗ୍ରହଣ କରି ମନ୍ତ୍ରୀମଣ୍ଡଳକୁ ପଦଚ୍ୟୁତ କରିପାରେ । ଏତଦ୍‌ବ୍ୟତୀତ ଅର୍ଥ ସମ୍ବନ୍ଧୀୟ ଚିଠା ଆଇନକୁ ଲୋକସଭା ନାମଞ୍ଜୁର କଲେ ତାହା ସରକାରଙ୍କ ଉପରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ ସଙ୍ଗେ ସମାନ ହୋଇଥାଏ । ଫଳରେ ମନ୍ତ୍ରୀମଣ୍ଡଳ କ୍ଷମତାରୁ ବିତାଡ଼ିତ ହୁଅନ୍ତି । ଏହା ସମ୍ଭବ ଯେତେବେଳେ କ୍ଷମତାସୀନ ଦଳରେ ମତଭେଦ ଓ ସଂଖ୍ୟାନ୍ୟୁନତା ଘଟିଥାଏ । କିନ୍ତୁ କ୍ଷମତାସୀନ ଦଳର ସଂଖ୍ୟାଗରିଷ୍ଠତା ଅକ୍ଷୁଣ୍ଣ ଥଲେ ଏହିପରି ପ୍ରସ୍ତାବ ବା ଅର୍ଥବିଲ୍‌ ନାମଞ୍ଜୁର ଅବାସ୍ତବ ସ୍ଵପ୍ନରେ ପରିଣତ ହୋଇଥାଏ ।

ପ୍ରଶ୍ନୋତ୍ତର : ଲୋକସଭା ପ୍ରଶ୍ନୋତ୍ତର ସମୟରେ ସରକାରଙ୍କର ଦୋଷଦୁର୍ବଳତା ପଦାରେ ପକାଇ ନିନ୍ଦିତ କରାଇପାରିବେ ଓ ଭୋଟରମାନଙ୍କ ନିକଟରେ ସରକାରଙ୍କର ଅପାରଗତା ପ୍ରମାଣିତ କରିଦେଇପାରିବେ ।

ମୁଲତବୀ ପ୍ରସ୍ତାବ : ମୁଲତବୀ ପ୍ରସ୍ତାବ ଆଗତ କରି ସରକାରଙ୍କ ଅପାରଗତା ଦର୍ଶାଇ ଆଲୋଚନା କରାଇବାଦ୍ଵାରା ସରକାର ଲୋକମୁଖରେ ନିନ୍ଦିତ ହୁଅନ୍ତି । ଯେକୌଣସି ଜରୁରି ସାଧାରଣ ଗୁରୁତ୍ଵପୂର୍ଣ୍ଣ ମୁଲତବୀ ବିଷୟରେ ପ୍ରସ୍ତାବ ଆଗତ କରାଯାଇପାରେ । ଧର୍ମଘଟ, ବଢ଼ି, ଅଗ୍ନିକାଣ୍ଡ, ହତ୍ୟା, ସାମ୍ପ୍ରଦାୟିକ ସଂଘର୍ଷ ଇତ୍ୟାଦି ବିଷୟ ଉପରେ ଗୃହର ଦୃଷ୍ଟି ଆକର୍ଷଣ କରି ସରକାରଙ୍କୁ ଅଡୁଆରେ ପକାଯାଇପାରେ ।

ବାଚସ୍ପତିଙ୍କ କାର୍ଯ୍ୟ :
(୧) ଲୋକସଭାର ଅଧ୍ୟକ୍ଷ :
(i) ସେ ପ୍ରତ୍ୟେକ ବୈଠକରେ ଅଧ୍ୟକ୍ଷତା କରନ୍ତି ଏବଂ ଲୋକସଭା ଏବଂ ଅନ୍ୟସଭାର ମିଳିତ ବୈଠକରେ ସେ ଅଧ୍ଯକ୍ଷତା କରନ୍ତି ।
(ii) ସେ ଗୃହରେ ଶାନ୍ତିଶୃଙ୍ଖଳିତ ରକ୍ଷା କରନ୍ତି । କୌଣସି ସଭ୍ୟ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କଲେ ତାଙ୍କୁ ଗୃହରୁ ବହିଷ୍କାର କରିପାରନ୍ତି । ସଭ୍ୟମାନଙ୍କର ଅପ୍ରାସଙ୍ଗିକ ଆଲୋଚନା ଓ ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦିଅନ୍ତି ।
(iii) ବିଲ୍ ଉପସ୍ଥାପନ, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ବୈଧାନିକ ପ୍ରଶ୍ନ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବାଚସ୍ପତିଙ୍କ ଅନୁମତିକ୍ରମେ ଗୃହରେ କାର୍ଯ୍ୟକାରୀ ହୁଏ ।
(iv) ବିଭିନ୍ନ ବିଲ୍ ଉପରେ ବାଚସ୍ପତି ଭୋଟ ଗ୍ରହଣ କରନ୍ତି ଏବଂ ବିଲ୍‌ର ସପକ୍ଷ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳିଲେ ସେ ନିଜର ନିର୍ଣ୍ଣାୟକ ଭୋଟ ଦେଇ ସମସ୍ୟାର ସମାଧାନ କରନ୍ତି ।
(v) ସେ ନିଜେ କେତେକ ଗୃହ କମିଟିର ଅଧ୍ୟକ୍ଷ ଅଟନ୍ତି । ଅନ୍ୟ କେତେକ କମିଟିର ଅଧ୍ୟକ୍ଷଙ୍କୁ ସେ ମନୋନୀତ କରନ୍ତି ।

(୨) ସଭ୍ୟମାନଙ୍କର ଅଧିକାର ସୁରକ୍ଷା :
(i) ବାଚସ୍ପତି ଲୋକସଭାର ମର୍ଯ୍ୟାଦା ରକ୍ଷା କରନ୍ତି ।
(ii) ଲୋକସଭା ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା ଓ ସ୍ବାଧ୍ଵକାର ସୁରକ୍ଷା କରନ୍ତି ।
(iii) ତାଙ୍କ ବିନା ଅନୁମତିରେ କୌଣସି ସଭ୍ୟ ଗିରଫ ହୋଇପାରିବେ ନାହିଁ ।
(iv) ସେ ସ୍ଵାଧୀକାର ଭଙ୍ଗ କରିଥିବା ସଭ୍ୟଙ୍କୁ କିମ୍ବା ଅନୁଷ୍ଠାନକୁ ବିଚାର କରି ଦଣ୍ଡ ଦିଅନ୍ତି ।

(୩) ଯୋଗସୂତ୍ର ରକ୍ଷାକାରୀ :
ପାର୍ଲିଆମେଣ୍ଟର ସମସ୍ତ ତଥ୍ୟ ବାଚସ୍ପତିଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯାଏ । ବାଚସ୍ପତିଙ୍କ ଅଜ୍ଞାତସାରରେ ଲୋକସଭାର ସଭ୍ୟମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିପାରନ୍ତି ନାହିଁ । ରାଷ୍ଟ୍ରପତି ଲୋକସଭାକୁ ଭାଷଣ ଦେବାକୁ ଆସିଲେ ବାଚସ୍ପତି ତାଙ୍କୁ ସ୍ଵାଗତ ଜଣାନ୍ତି ।
(୪) ଅର୍ଥବିଲ୍‌ର ପ୍ରମାଣପତ୍ର :
କୌଣସି ବିଲ୍ ସାଧାରଣ ବିଲ୍ କିମ୍ବା ଅର୍ଥବିଲ୍ ବୋଲି ଦ୍ବନ୍ଦ ଉପୁଜିଲେ ବାଚସ୍ପତି ଚୂଡ଼ାନ୍ତ ନିଷ୍ପତ୍ତି ନିଅନ୍ତି । ବାଚସ୍ପତିଙ୍କ ପ୍ରମାଣପତ୍ର ବଳରେ ଅର୍ଥବିଲ୍ ନିର୍ଣ୍ଣୀତ ହୁଏ ।

ଭୂମିକା : ଉପରୋକ୍ତ କାର୍ଯ୍ୟ ପାଇଁ ତାଙ୍କୁ ମାନ୍ୟବର ପଦରେ ସମ୍ବୋଧନ କରାଯାଇଥାଏ । ବାଚସ୍ପତିଙ୍କ ସମ୍ମାନ ହେଉଛି ଲୋକସଭାର ସମ୍ମାନ । ସେ ଦଳରୁ ଇସ୍ତଫା ଦେଇ ନିର୍ଦ୍ଦଳୀୟ ବ୍ୟକ୍ତି ହିସାବରେ ଲୋକସଭାର ସଭାପତି ପଦମଣ୍ଡନ କରିଥାଆନ୍ତି । ସେ କମ୍ କହନ୍ତି, ମାତ୍ର ଯାହା କହନ୍ତି ତାହାହିଁ ସମସ୍ତଙ୍କର ଶିରୋଧାର୍ଯ୍ୟ । ଗୃହର ଅବମାନନା ବା ସ୍ଵାଧୀକାରଭଙ୍ଗ ହେଲେ ବାଚସ୍ପତି ଗୃହର ସ୍ଵାଧୀକାର କମିଟିକୁ ଦାୟିତ୍ଵ ଦିଅନ୍ତି । ସେମାନଙ୍କ ରିପୋର୍ଟ ଓ ଗୃହର ମଞ୍ଜୁରି ପରେ ବାଚସ୍ପତି କାର୍ଯ୍ୟକାରୀ କରନ୍ତି । ବ୍ରିଜ୍‌ ପତ୍ରିକାର ସମ୍ପାଦକ କରଞ୍ଜିଆଙ୍କୁ ସ୍ଵାଧୀକାର ଭଙ୍ଗ ଅଭିଯୋଗରେ ବାଚସ୍ପତି ଗୃହର ନିଷ୍ପତ୍ତି ଅନୁସାରେ ଭର୍ତ୍ସନା କରିଥିଲେ । କେତେକ ବ୍ୟକ୍ତିଙ୍କୁ ଜେଲଦଣ୍ଡ ମଧ୍ୟ ଦିଆଯାଇଅଛି । ଲୋକସଭାର ଗୌରବ ଓ କାର୍ଯ୍ୟଦକ୍ଷତା ବାଚସ୍ପତିଙ୍କ ବିଚକ୍ଷଣତା ଉପରେ ନିର୍ଭର କରେ । ସେ ମିଷ୍ଟଭାଷୀ, ଉପହାସପ୍ରିୟ ଓ ସହନଶୀଳ ହେବା ଦରକାର । ସେ ଲୋକସଭା ବାହାରେ ଲୋକସଭାର ପ୍ରତିନିଧୃତ୍ଵ କରନ୍ତି । ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀର ସେ ହେଉଛନ୍ତି ଅଧ୍ୟକ୍ଷ । ଲୋକସଭାର ସଚିବାଳୟ ବାଚସ୍ପତିଙ୍କ ନିୟନ୍ତ୍ରଣରେ କାର୍ଯ୍ୟ କରେ । ଲୋକସଭାର ଗୌରବ ଓ କାର୍ଯ୍ୟଦକ୍ଷତା ବାଚସ୍ପତିଙ୍କ ଦକ୍ଷତା ଉପରେ ନିର୍ଭର କରେ ।

୪ । ଭାରତୀୟ ସଂସଦର କ୍ଷମତା ଓ କାର୍ଯ୍ୟାବଳୀ ତର୍ଜମା କର ।
Answer:
ଭାରତୀୟ ସଂସଦ ରାଷ୍ଟ୍ରପତି ଏବଂ ରାଜ୍ୟସଭା ଓ ଲୋକସଭା ନାମକ ଦୁଇଟି ସଦନକୁ ନେଇ ଗଠିତ । ରାଜ୍ୟସଭା ରାଜ୍ୟମାନଙ୍କୁ ଓ ଲୋକସଭା ଲୋକମାନଙ୍କୁ ପ୍ରତିନିଧୃତ୍ଵ ପ୍ରଦାନ କରିଥାଏ । ରାଜ୍ୟସଭାର ମୋଟ ସଭ୍ୟ ସଂଖ୍ୟା ୨୫୦ ଓ ସେମାନଙ୍କ ମଧ୍ୟରୁ ୨୩୮ ଜଣ ସମ୍ପୃକ୍ତ ରାଜ୍ୟ ବିଧାନସଭାଦ୍ଵାରା ପରୋକ୍ଷ ପଦ୍ଧତିରେ ନିର୍ବାଚିତ ହେଉଥିବାବେଳେ କଳା, ବିଜ୍ଞାନ, ସମାଜସେବା, ସାହିତ୍ୟ ଆଦି କ୍ଷେତ୍ରରେ ଖ୍ୟାତିସମ୍ପନ୍ନ ଲୋକମାନଙ୍କ ମଧ୍ୟରୁ ୧୨ ଜଣଙ୍କୁ ରାଷ୍ଟ୍ରପତି ମନୋନୀତ କରିଥା’ନ୍ତି । ଏହା ଏକ ଅର୍ଥ-ସ୍ଥାୟୀ ଗୃହ ଅଟେ । ପ୍ରତି ଦୁଇ ବର୍ଷରେ ଏହାର ଏକ-ତୃତୀୟାଂଶ ସଦସ୍ୟ ଅବସର ଗ୍ରହଣ କରନ୍ତି । ଭାରତର ଉପ-ରାଷ୍ଟ୍ରପତି ନିଜ ପଦବୀ ବଳରେ ଏହାର ଅଧ୍ୟକ୍ଷରୂପେ କାର୍ଯ୍ୟ କରୁଥିବାବେଳେ ଗୃହର ସଭ୍ୟମାନେ ନିଜ ମଧ୍ୟରୁ ଜଣଙ୍କୁ ଉପାଧ୍ଯକ୍ଷରୂପେ ନିର୍ବାଚିତ କରନ୍ତି । ଅନ୍ୟ ପକ୍ଷରେ, ଲୋକସଭାର ମୋଟ ସଭ୍ୟସଂଖ୍ୟା ୫୪୫ । ଏହି ସଭ୍ୟମାନେ ନାଗରିକମାନଙ୍କଦ୍ଵାରା ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୁଅନ୍ତି । ଏହି ସଭ୍ୟମାନଙ୍କ ମଧ୍ୟରେ ଆଙ୍ଗ୍‌-ଭାରତୀୟ ସଦସ୍ୟ ନଥୁଲେ ରାଷ୍ଟ୍ରପତି ଦୁଇଜଣ ଆଙ୍ଗ୍‌-ଭାରତୀୟ ପ୍ରତିନିଧ୍ଵ ମନୋନୀତ କରିଥା’ନ୍ତି । ଲୋକସଭାର ସାଧାରଣ କାର୍ଯ୍ୟକାଳ ପାଞ୍ଚ ବର୍ଷ ହେଲେ ମଧ୍ୟ ଜରୁରୀ ପରିସ୍ଥିତିରେ ଏହାର କାର୍ଯ୍ୟକାଳ ଏକ ବର୍ଷ ବୃଦ୍ଧି କରାଯାଇପାରେ କିମ୍ବା ଆବଶ୍ୟକ ହେଲେ ନିର୍ଦ୍ଧାରିତ କାର୍ଯ୍ୟକାଳ ପୂର୍ବରୁ ଏହାକୁ ଭାଙ୍ଗିଦେଇ ରାଷ୍ଟ୍ରପତି ସାନି ନିର୍ବାଚନ ଘୋଷଣା କରିପାରନ୍ତି । ଗୃହର ସଭ୍ୟମାନେ ନିଜ ମଧ୍ୟରୁ ଜଣେ ବାଚସ୍ପତି ଓ ଅନ୍ୟ ଜଣେ ଉପ-ବାଚସ୍ପତି ନିର୍ବାଚନ କରନ୍ତି ଯିଏ ଲୋକସଭାର ଅଧିବେଶନରେ ଅଧ୍ଯକ୍ଷତା କରିବା ସହ ଗୃହର କାର୍ଯ୍ୟ ପରିଚାଳନା କରିଥା’ନ୍ତି ।

ସଂସଦର କ୍ଷମତା ଓ କାର୍ଯ୍ୟାବଳୀ :
ସଂସଦୀୟ ଗଣତନ୍ତ୍ରରେ ସଂସଦକୁ ସାର୍ବଭୌମତ୍ବର ଉତ୍ସ ଓ ଆଧାର କୁହାଯାଏ ଏବଂ ଏଥୁରୁ ଏହାର କ୍ଷମତା ଓ କାର୍ଯ୍ୟ ସମ୍ବନ୍ଧରେ ସ୍ପଷ୍ଟ ଧାରଣା ମିଳିଥାଏ । ବାସ୍ତବରେ ସମ୍ବିଧାନର ସୀମା ମଧ୍ୟରେ ସୀମିତ ରଖ୍ ଭାରତୀୟ ସଂସଦକୁ ଅଧ‌ିକ କ୍ଷମତାସମ୍ପନ୍ନ କରାଯାଇଛି । ଭାରତର ସଂସଦର କ୍ଷମତା ଓ କାର୍ଯ୍ୟାବଳୀକୁ ନିମ୍ନମତେ ଆଲୋଚନା କରାଯାଇପାରେ ।

(୧) ଆଇନ ପ୍ରଣୟନ କ୍ଷମତା : ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିବାରୁ ସଂସଦ କେନ୍ଦ୍ରତାଲିକା ଓ ୟୁଗ୍ମ ତାଲିକା ଅନ୍ତର୍ଭୁକ୍ତ ବିଷୟଗୁଡ଼ିକ ଉପରେ ଆଇନ ପ୍ରଣୟନ କରିପାରେ । କିନ୍ତୁ ଯୁଗ୍ମ ତାଲିକାଭୁକ୍ତ କୌଣସି ବିଷୟରେ ପ୍ରଣୀତ କେନ୍ଦ୍ରୀୟ ଆଇନ ରାଜ୍ୟ ଆଇନର ବିରୋଧ କଲେ ଓ ଉକ୍ତ ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିନଥିଲେ କେନ୍ଦ୍ର ଆଇନ ବଳବତ୍ତର ରୁହେ ।

ଜରୁରୀ ପରିସ୍ଥିତି, ବୈଦେଶିକ ଚୁକ୍ତିର କାର୍ଯ୍ୟକାରିତା, ରାଜ୍ୟସଭାରେ ଗୃହୀତ ସ୍ବତନ୍ତ୍ର ପ୍ରସ୍ତାବ ଆଦି କ୍ଷେତ୍ରରେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ମଧ୍ୟ ଆଇନ ପ୍ରଣୟନ କରିପାରେ । ସଂସଦଦ୍ଵାରା ଗୃହୀତ ଚିଠା – ବିଧେୟକ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭକଲେ ଆଇନରେ ପରିଣତ ହୁଏ ।

ଗୋଟିଏ ସାଧାରଣ ବିଧେୟକ ସଂସଦର ଯେକୌଣସି ଗୃହରେ ପ୍ରଥମେ ଆଗତ କରାଯାଇ ପାରୁଥୁବାବେଳେ ଅର୍ଥବିଧେୟକ ପ୍ରଥମେ କେବଳ ଲୋକସଭାରେ ଆଗତ କରାଯାଇଥାଏ । ରାଷ୍ଟ୍ରପତି ବିଧେୟକକୁ ଅନୁମୋଦନ କରିବା ସମୟରେ ନିଜର ‘ସ୍ଥଗିତ ଭିଟୋ’ କ୍ଷମତା ପ୍ରୟୋଗ କରିପାରନ୍ତି । ସଂସଦଦ୍ଵାରା ପ୍ରଣୀତ ଆଇନ ସମ୍ବିଧାନ ବିରୋଧୀ ହେଲେ ଉଚ୍ଚତମ ନ୍ୟାୟାଳୟ ନିଜର ନ୍ୟାୟିକ ପୁନରାବଲୋକନ କ୍ଷମତା ବଳରେ ଏହାକୁ ଅଣସାମ୍ବିଧାନିକ ବା ଅସିଦ୍ଧ ଘୋଷଣା କରିପାରେ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

(୨) ଆର୍ଥିକ କ୍ଷମତା : କେନ୍ଦ୍ର ସରକାରଙ୍କ ଆୟ ବ୍ୟୟ ମଞ୍ଜୁର କରିବା ଓ କରଧାର୍ଯ୍ୟ କରିବାର କ୍ଷମତା ସଂସଦର ରହିଛି । ସଂସଦର ବିନା ଅନୁମୋଦନରେ ଗୋଟିଏ ପଇସା ମଧ୍ୟ କର ଆକାରରେ ଆଦାୟ କରିହେବ ନାହିଁ କିମ୍ବା ଖର୍ଚ୍ଚ ମଧ୍ୟ କରାଯାଇପାରିବ ନାହିଁ । ଅର୍ଥ ସମ୍ବନ୍ଧୀୟ ସମସ୍ତ ବିଲ୍ ଲୋକସଭାରେ ପ୍ରଥମେ ଆଗତ ହୁଏ । ଲୋକସଭାଦ୍ଵାରା ଗୃହୀତ ଅର୍ଥବିଧେୟକକୁ ରାଜ୍ୟସଭା ଅନୁମୋଦନ ପ୍ରଦାନ ପରିପ୍ରେକ୍ଷୀରେ ୧୪ ଦିନ ବିଳମ୍ବ ଘଟାଇପାରିବ ।

ରାଷ୍ଟ୍ରପତିଙ୍କ ପୂର୍ବ ଅନୁମତି ବିନା କୌଣସି ଅର୍ଥବିଧେୟକ ଲୋକସଭାରେ ଆଗତ କରାଯାଇ ପାରୁନଥିବାରୁ ସଂସଦର ଅନୁମୋଦନ ପରେ ରାଷ୍ଟ୍ରପତି ଏହାକୁ ସ୍ବୀକୃତି ଦେବାକୁ ବାଧ୍ୟ ହୋଇଥା’ନ୍ତି ଓ ସ୍ଥଗିତ ଭିଟୋ ପ୍ରୟୋଗ କରିପାରନ୍ତି ନାହିଁ । କେନ୍ଦ୍ର ଅର୍ଥମନ୍ତ୍ରୀ କେନ୍ଦ୍ରର ବାର୍ଷିକ ଆୟବ୍ୟୟର ଅଟକଳ ବା ବଜେଟ୍ ଆଗତ କରନ୍ତି । ସଂସଦ ବାର୍ଷିକ ବଜେଟ୍ ଓ ବ୍ୟୟମଞ୍ଜୁରି ବିଲ୍‌କୁ ଅନୁମୋଦନ କରିଥାଏ । ସଂସଦ ବଜେଟ୍ ଅନୁମୋଦନ ଓ କାଟ୍ ପ୍ରସ୍ତାବ ମାଧ୍ୟମରେ ଆର୍ଥିକ ବ୍ୟାପାରରେ କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାରି କରିଥାଏ ।

(୩) କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ : ଭାରତ ପରି ସଂସଦୀୟ ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଥବା ମନ୍ତ୍ରୀପରିଷଦ ନିଜର ସମସ୍ତ ପ୍ରଶାସନିକ ତ୍ରୁଟିବିଚ୍ୟୁତି ପାଇଁ ସାମୂହିକଭାବେ ଲୋକସଭା ନିକଟରେ ଉତ୍ତରଦାୟୀ ରହିଥାଏ । ମନ୍ତ୍ରୀମାନେ ସଂସଦର ସଭ୍ୟ ହୋଇଥିବାରୁ ସଂସଦର ସମସ୍ତ ଅଧୂବେଶନରେ ଯୋଗ ଦିଅନ୍ତି, ସଭ୍ୟମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ସରକାରୀ ନୀତି ଓ କାର୍ଯ୍ୟକୁ ଗୃହରେ ଉପସ୍ଥାପନ କରିବା ସହ ଏହା ସପକ୍ଷରେ ଯୁକ୍ତି ବାଢ଼ିଥା’ନ୍ତି ।

ସଭ୍ୟମାନେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରି, ମୁଲତବୀ ପ୍ରସ୍ତାବ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ଅନାସ୍ଥା ପ୍ରସ୍ତାବ ଇତ୍ୟାଦି ଆଗତ କରି ସରକାରୀ ନୀତିର ତର୍ଜମା ଓ ମୂଲ୍ୟାଙ୍କନ କରିବା ମାଧ୍ୟମରେ କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାରି କରନ୍ତି । ମନ୍ତ୍ରୀମଣ୍ଡଳ ଲୋକସଭାର ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ ପଦଚ୍ୟୁତ ହୋଇଥାଏ । ସଂସଦ ବିଭିନ୍ନ ସଂସଦୀୟ ସମିତି ମାଧ୍ୟମରେ ମନ୍ତ୍ରୀପରିଷଦ ତଥା ସରକାରଙ୍କ କାର୍ଯ୍ୟାବଳୀ ଅନୁଧ୍ୟାନ କରି ଗୃହରେ ଆଲୋଚନା କରିବାଦ୍ୱାରା କାର୍ଯ୍ୟପାଳିକାର ସ୍ୱେଚ୍ଛାଚାରିତାରେ ଅଙ୍କୁଶ ଲାଗିଥାଏ ।

(୪) ନ୍ୟାୟିକ କ୍ଷମତା : ମହାଭିଯୋଗ ପ୍ରସ୍ତାବ ଗୃହୀତ କରି ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର
ବିଚାରପତି ଆଦି ଉଚ୍ଚ ସାମ୍ବିଧାନିକ ପଦାଧ୍ଵକାରୀମାନଙ୍କୁ ବହିଷ୍କାର କରିବାର କ୍ଷମତା ସଂସଦର ରହିଛି । ସଂସଦ ନିଜର ସ୍ଵାଧୀକାର ଭଙ୍ଗ ବିଷୟ ବିଚାର କରି ନ୍ୟାୟାଳୟ ପରି ଅର୍ଥ ବା କାରାଦଣ୍ଡ ଦେବାର କ୍ଷମତା ରହିଛି । ସଂସଦର ଏହି କ୍ଷମତାଗୁଡ଼ିକ ନ୍ୟାୟାଳୟରେ ବିଚାରଯୋଗ୍ୟ ନୁହେଁ ।

(୫) ନିର୍ବାଚନଗତ କାର୍ଯ୍ୟ : ସଂସଦର ସମସ୍ତ ସଭ୍ୟ ଉପରାଷ୍ଟ୍ରପତିଙ୍କ ନିର୍ବାଚନରେ ନିର୍ବାଚକମଣ୍ଡଳୀ ଗଠନ କରୁଥିବାବେଳେ ଲୋକସଭା ଓ ରାଜ୍ୟସଭାର କେବଳ ନିର୍ବାଚିତ ସଦସ୍ୟମାନେ ବିଧାନସଭାର ନିର୍ବାଚିତ ସଦସ୍ୟମାନଙ୍କ ସହ ମିଶି ରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ନିର୍ବାଚକମଣ୍ଡଳୀ ଗଠନ କରିଥା’ନ୍ତି । ଉଭୟ ଗୃହର ସଦସ୍ୟମାନେ ସମ୍ପୃକ୍ତ ଗୃହର ଅଧକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ କରିଥା’ନ୍ତି ।

(୬) ସମ୍ବିଧାନ ସଂଶୋଧନ କ୍ଷମତା : ସମ୍ବିଧାନର ୩୬୮ ଧାରା ଅନୁଯାୟୀ ସଂସଦ ସମ୍ବିଧାନ ସଂଶୋଧନ ପ୍ରସ୍ତାବ ଆଗତ କରେ ଓ ଏହି କ୍ଷେତ୍ରରେ ମୁଖ୍ୟଭୂମିକା ଗ୍ରହଣ କରେ । ସମ୍ବିଧାନ ସଂଶୋଧନ ଚିଠା ବିଧେୟକ ଯେକୌଣସି ଗୃହରେ ଆଗତ କରାଯାଇପାରେ । ଅଳ୍ପ କେତେକ ସଂଘୀୟ ବିଷୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସମ୍ବିଧାନ ସଂଶୋଧନ ଚିଠା ବିଧେୟକ ସଂସଦରେ ସାଧାରଣ ବା ସ୍ଵତନ୍ତ୍ର ସଂଖ୍ୟାଗରିଷ୍ଠତା ସହ ଅନୁମୋଦିତ ହେଲେ ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହୁଏ ।

ସେହି ସ୍ଵଳ୍ପ କ୍ଷେତ୍ରରେ ଅର୍ଦ୍ଧାଧ‌ିକ ରାଜ୍ୟ ବିଧାନସଭାର ଅନୁମୋଦନ ଆବଶ୍ୟକ ହୋଇଥାଏ । ସମ୍ବିଧାନ ସଂଶୋଧନ ପ୍ରସ୍ତାବ କ୍ଷେତ୍ରରେ ଉଭୟ ଗୃହ ମଧ୍ୟରେ ମତବିଭେଦତା ଦେଖାଗଲେ ଯୁଗ୍ମ ଅଧିବେଶନ ଡକାଯିବା ସମ୍ପର୍କରେ ସମ୍ବିଧାନ ନୀରବ ଅଟେ; କାରଣ ଏହି ପ୍ରସ୍ତାବ ଉଭୟ ଗୃହରେ ପୃଥକ୍ ପୃଥକ୍‌ଭାବେ ଅନୁମୋଦିତ ହେବା ବାଞ୍ଛନୀୟ ।

ବ୍ରିଟିଶ୍ ସଂସଦ ଓ ଭାରତୀୟ ସଂସଦ ମଧ୍ଯରେ ଏକ ତୁଳନାତ୍ମକ ଆଲୋଚନା କଲେ ଏହା ସୁସ୍ପଷ୍ଟ ହୁଏ ଯେ ବ୍ରିଟିଶ୍ ସଂସଦ ପରି ଭାରତୀୟ ସଂସଦ ସାର୍ବଭୌମ ନୁହେଁ । ଭାରତରେ ଏକ ଲିଖୁତ ଓ ଅନମନୀୟ ସମ୍ବିଧାନଦ୍ଵାରା ନିର୍ଦ୍ଧାରିତ ପରିସୀମା, ଉଚ୍ଚତମ ନ୍ୟାୟାଳୟର ନ୍ୟାୟିକ ପୁନରାବଲୋକନ କ୍ଷମତାର ଅଙ୍କୁଶ, ନାଗରିକର ମୌଳିକ ଅଧୂକାର ଓ ଜନମତର ବଳୟଦ୍ଵାରା ଭାରତୀୟ ସଂସଦର କାର୍ଯ୍ୟଧାରା ନିୟନ୍ତ୍ରିତ ହେଉଥିବାରୁ ଏହା ବ୍ରିଟିଶ୍ ସଂସଦ ପରି ସାର୍ବଭୌମ ହୋଇପାରି ନାହିଁ ।

୫ । ସଂସଦରେ ଆଇନ ପ୍ରଣୟନ ପ୍ରକ୍ରିୟା ଆଲୋଚନା କର ।
କିମ୍ବା, ସଂସଦରେ ଚିଠା ବିଧେୟକ (Bill) ଟି କିପରି ଆଇନ (Act) ରେ ପରିଣତ ହୁଏ ବର୍ଣନା କର ।
Answer:
ସମ୍ବିଧାନର ୧୦୭ ଧାରାରେ ଆଇନ ପ୍ରଣୟନ ପଦ୍ଧତି ବିଷୟରେ ଉଲ୍ଲେଖ ରହିଛି । କ୍ଷମତା ପୃଥକୀକରଣ ନିୟମ ଅନୁସାରେ ବ୍ୟବସ୍ଥାପିକା ଉପରେ ସମସ୍ତ ଆଇନ ପ୍ରଣୟନ କ୍ଷମତା ନ୍ୟସ୍ତ ଥିଲେ ମଧ୍ୟ କାର୍ଯ୍ୟପାଳିକା ବାସ୍ତବରେ ପ୍ରଶାସନିକ ଦୃଷ୍ଟିରୁ ଆଇନ ପ୍ରଣୟନ କରେ । ଚିଠା ଆଇନକୁ ତିନି ଭାଗରେ ବିଭକ୍ତ କରାଯାଇଛି ।

ରାଷ୍ଟ୍ରପତିଙ୍କ ବିନା ପରାମର୍ଶରେ ଅର୍ଥବିଲ୍ ଲୋକସଭାରେ ଆଗତ ହୋଇପାରିବ ନାହିଁ । ଏହାହିଁ କେବଳ ଲୋକସଭାରେ ଆଗତ ହେବ ।

ସାଧାରଣ ବିଲ୍ : ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି (୧) ସରକାରୀ, (୨) ବେସରକାରୀ । ଏହା ଯେକୌଣସି ଗୃହରେ ଆଗତ କରାଯାଇପାରିବ । ଯେଉଁ ସାଧାରଣ ବିଲ୍‌କୁ ମନ୍ତ୍ରୀ ଆଗତ କରନ୍ତି ତାହାହିଁ ସରକାରୀ ବିଲ୍ ଓ ଯାହାକୁ ସାଧାରଣତଃ ସଦସ୍ୟ ଆଗତ କରନ୍ତି ତାହାକୁ ହିଁ ବେସରକାରୀ ବିଲ୍ କହନ୍ତି । ବେସରକାରୀ ସଦସ୍ୟଙ୍କ ଆଇନ ସାଧାରଣତଃ ପ୍ରତ୍ୟାହୃତ ହୋଇଥାଏ । ସାଧାରଣ ବିଭାଗୀୟ ମନ୍ତ୍ରୀ ସେ ବିଷୟରେ ସରକାରଙ୍କ ନୀତି ଘୋଷଣା କରନ୍ତି ଓ ଭବିଷ୍ୟତରେ ସରକାରଙ୍କ ତରଫରୁ ଚିଠା ଆଇନ ଆଗତ କରିବାପାଇଁ ଆଶ୍ଵାସନା ଦେଇଥାଆନ୍ତି ।

ଏହି ବିଲ୍ ଉପରେ ଉଭୟ ଗୃହର ସମାନ କ୍ଷମତା ଅଛି । ଯଦି ବିଲ୍ ଉପରେ କୌଣସି ବିବାଦ ଉପୁଜେ ତାହାହେଲେ ସମ୍ବିଧାନର ୧୦୮ଧାରା ଅନୁସାରେ ରାଷ୍ଟ୍ରପତି ମିଳିତ ବୈଠକ ଡାକିପାରନ୍ତି ଏବଂ ଲୋକସଭାର ବାଚସ୍ପତି ଏଥିରେ ଅଧ୍ୟକ୍ଷତା କରନ୍ତି । ସାଧାରଣ ବିଲ୍‌କୁ ରାଜ୍ୟସଭା ୬ ମାସ ପର୍ଯ୍ୟନ୍ତ ଅଟକାଇ ରଖୁପାରେ ।

ସମ୍ବିଧାନ ସଂଶୋଧନ ବିଲ୍ : ଏହା ଯେକୌଣସି ଗୃହରେ ଆଗତ ହୋଇପାରିବ । ପ୍ରାୟ ମୁଖ୍ୟତଃ ଲୋକସଭାର ସଦସ୍ୟ ଏହାକୁ ପ୍ରଥମେ ଲୋକସଭାରେ ଆଗତ କରନ୍ତି ।

ଏହି ବିଲ୍ ଉପରେ ଉଭୟ ରାଜ୍ୟସଭା ଏବଂ ଲୋକସଭାର ସମାନ କ୍ଷମତା ଅଛି । ଏହି ବିଲ୍ ଉପରେ କୌଣସି ମିଳିତ ବୈଠକ ଡକାଯାଇପାରିବ ନାହିଁ ।

ବିଲଟି ଆଇନରେ ପରିଣତ ହେବା ପାଇଁ ତିନୋଟି ସ୍ତର ଦେଇ ଗତି କରିଥାଏ ।

(୧) ପ୍ରଥମ ପାଠ : ସାଧାରଣ ବିଲ୍ ବା ଅଣ-ଅର୍ଥବିଲ୍ ସଂସଦର ଯେକୌଣସି ଗୃହରେ ଆଗତ ହୋଇପାରେ । ଯେଉଁ ସଦସ୍ୟ ବିଲ୍ ଆଗତ କରିବେ ସେ ମାସକ ପୂର୍ବରୁ ବାଚସ୍ପତି କିମ୍ବା ରାଜ୍ୟସଭାର ଅଧ୍ୟକ୍ଷଙ୍କୁ ଲିଷ୍କୃତ ନୋଟିସ୍ ଦେବେ । ଯଦି ଲୋକସଭାରେ ବିଲ୍‌ ଆଗତ ହେବ, ତେବେ ବାଚସ୍ପତି ତାହାକୁ ଲୋକସଭାର କାର୍ଯ୍ୟସୂଚୀରେ ଅନ୍ତର୍ଭୁକ୍ତ କରିବେ ଓ ବିଲ୍‌ର ପ୍ରଥମ ପାଠ ପାଇଁ ତାରିଖ ଧାର୍ଯ୍ୟ କରିବେ ।

ସେହି ନିର୍ଦ୍ଦିଷ୍ଟ ତାରିଖରେ ବିଲ୍ ଆଗତ କରୁଥିବା ସଦସ୍ୟ ବିଲ୍‌ର ଶିରୋନାମା ପାଠ କରିବେ ଓ ବିଲ୍‌ର ଉଦ୍ଦେଶ୍ୟ ଓ ଗୁରୁତ୍ଵ ଉପରେ ଏକ ସଂକ୍ଷିପ୍ତ ଭାଷଣ ଦେବେ । ତା’ପରେ ବିଲ୍‌ ଭାରତ ଗେଜେଟ୍‌ରେ ପ୍ରକାଶିତ ହେବ । ଏହିଠାରେ ପ୍ରଥମ ପାଠ ଶେଷ ହେବ ।

(୨) ଦ୍ଵିତୀୟ ପାଠ : ଦ୍ଵିତୀୟ ପାଠ ପାଇଁ ନିର୍ଦ୍ଧାରିତ ତାରିଖ ଓ ସମୟରେ ବିଲ୍ ଆଗତକାରୀ ସଭ୍ୟ ବିଲ୍‌କୁ ଗ୍ରହଣ କରିନେବାକୁ ଗୃହକୁ ଅନୁରୋଧ କରନ୍ତି । ବିଲ୍‌ ଗୃହୀତ ହେବା ପୂର୍ବରୁ ତିନୋଟି ପନ୍ଥା ଗ୍ରହଣ କରାଯାଏ; ଯଥା – ବିଲ୍‌ଟି ବିଲ୍‌ ସଙ୍ଗେ ସଙ୍ଗେ ଆଲୋଚିତ ହୋଇ ଗୃହୀତ ହେବା ବା ସେଥୁପାଇଁ ତାରିଖ ଓ ସମୟ ଧାର୍ଯ୍ୟ କରିବା, (୨) ଏହାକୁ ଯାଞ୍ଚ କମିଟିକୁ ପଠାଯିବା, (୩) ଜନମତ ସଂଗ୍ରହ ପାଇଁ ବିଲ୍‌ଟିକୁ ବହୁଳଭାବେ ପ୍ରଚାର କରାଇବା ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

ବିଲ୍‌ ଜରୁରୀ ବା ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଧାରିତ ହୋଇଥିଲେ ତାହା ସଙ୍ଗେ ସଙ୍ଗେ ଆଲୋଚିତ ହୋଇ ଗୃହୀତ ହୁଏ କିମ୍ବା ଯାଞ୍ଚ କମିଟିକୁ ପଠାଇ ଦିଆଯାଏ ।

କମିଟି ପର୍ଯ୍ୟାୟ : ଯାଞ୍ଚ କମିଟି ବିଲଟିକୁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରେ । ଆବଶ୍ୟକ ମନେକଲେ ବିଲ୍ ଉପରେ ବିଭିନ୍ନ ତଥ୍ୟ ସଂଗ୍ରହ କରିବାପାଇଁ ଏହି ଯାଞ୍ଚ କମିଟି ଉପକମିଟି ନିଯୁକ୍ତ କରେ । ଯାଞ୍ଚ କମିଟି ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରେ । ବିଲ୍‌ର ଯେକୌଣସି ସଂଶୋଧନ ଆଣିବା କ୍ଷମତା ଯାଞ୍ଚ କମିଟିର ଅଛି । ବିଭିନ୍ନ ପରୀକ୍ଷା ପରେ ଯାଞ୍ଚ କମିଟି ଏକ ବିବରଣୀ ପ୍ରସ୍ତୁତ କରେ ।

ବିବରଣୀ ପର୍ଯ୍ୟାୟ : ଯାଞ୍ଚ କମିଟିର ଆଲୋଚନା ସରିବା ପରେ ଯାହା ଯାହା ନିଷ୍ପତ୍ତି ହେଲା ତାହାର ଏକ ବିବରଣୀ ରିପୋର୍ଟ ଆକାରରେ କମିଟିର ଚେୟାରମ୍ୟାନ୍ ଲୋକସଭାରେ ଦାଖଲ କରନ୍ତି । ଯେଉଁମାନେ ବିରୁଦ୍ଧ ମତ ଦିଅନ୍ତି ସେମାନେ ବିରୁଦ୍ଧ ମତ ଲିଖତ ଭାବରେ ଦେଇଥାଆନ୍ତି ।

ସଂଶୋଧନ ପ୍ରସ୍ତାବ ପର୍ଯ୍ୟାୟ : ଏହି ସ୍ତରରେ ବିଶଦ୍ ଆଲୋଚନା ହୋଇ ସଂଶୋଧନ ଅଣାଯାଇଥାଏ । ସାଧାରଣ ସଦସ୍ୟମାନେ କେବଳ ଏହି ସ୍ତରରେ ସଂଶୋଧନ ପ୍ରସ୍ତାବ ଆଗତ କରିଥାଆନ୍ତି । ଆଲୋଚନା ପରେ ପ୍ରଥମେ ସଂଶୋଧନ ପ୍ରସ୍ତାବ ଓ ପରେ ଧାରା ଉପଧାରାକୁ ଅନୁମୋଦନ ନିମନ୍ତେ ସଦସ୍ୟଙ୍କ ଭୋଟପାଇଁ ଉପସ୍ଥାପିତ ହୁଏ । ଭୋଟ ନିଆଯାଏ ।

ଯଦି ସଂଶୋଧନ ପ୍ରସ୍ତାବ ପାସ୍ ହେଲା, ତେବେ ତାହା ମୂଳ ଚିଠା ଆଇନରେ ଥିବା ଧାରାକୁ ସଂଶୋଧ କଲା ବୋଲି ଧରାଯାଏ । ଶେଷରେ ଚିଠା ଆଇନର ମୂଳଠାରୁ ଶେଷ ପର୍ଯ୍ୟନ୍ତ ନାମକରଣ, ପ୍ରସ୍ତାବନା, ତାଲିକା ବା ପରିଶିଷ୍ଟ ଆଦି ଉପରେ ଭୋଟ ନିଆଯାଏ । ଉପସ୍ଥିତ ଥିବା ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଅନୁମୋଦନ ପରେ ଚିଠା ଆଇନର ଦ୍ଵିତୀୟ ପାଠ ଶେଷ ହୋଇଥାଏ ।

(୩) ତୃତୀୟ ପାଠ : ବିଲ୍‌ର ତୃତୀୟ ପାଠ ବିଶେଷ ଗୁରୁତ୍ଵପୂର୍ଣ୍ଣ ନୁହେଁ । ତୃତୀୟ ପାଠ ପର୍ଯ୍ୟାୟରେ ବିଲ୍‌ର ପ୍ରସ୍ତାବକ ବିଲ୍‌କୁ ଗ୍ରହଣ କରିବା ପାଇଁ ଗୃହର ଅନୁମୋଦନ ଲୋଡ଼ନ୍ତି । ଏହି ସମୟରେ ବିଲ୍ ଉପରେ ଆଲୋଚନାକୁ ସୀମିତ କରାଯାଏ । ବିଲ୍‌ରେ ଯଦି କୌଣସି ଭାଷାଗତ ତ୍ରୁଟି ରହିଥାଏ ସେଗୁଡ଼ିକ ମୌଖକ ସଂଶୋଧନ ପ୍ରସ୍ତାବଦ୍ଵାରା ସଂଶୋଧୃତ ହୋଇଥାଏ । ଏହାପରେ ବିଲ୍ ଉପରେ ଭୋଟ ଗ୍ରହଣ କରାଯାଏ ।

ଯଦି ବିଲ୍‌ ଗୃହରେ ଉପସ୍ଥିତ ଥିବା ଅର୍ଦ୍ଧାଧ‌ିକ ସଭ୍ୟଙ୍କର ସମର୍ଥନ ଲାଭ କରେ, ତେବେ ବିଲ୍‌ ଗୃହଦ୍ଵାରା ଗୃହୀତ ହେଲା ବୋଲି ଘୋଷଣା କରାଯାଏ । ତା’ପରେ ଗୃହର ଅଧ୍ୟକ୍ଷଙ୍କ ଦସ୍ତଖତ ନିଆଯାଇ ବିଲ୍‌କୁ ଅନ୍ୟ ଗୃହକୁ ପଠାଯାଏ ।

ଅନ୍ୟ ଗୃହର ଅନୁମୋଦନ : ଅନ୍ୟ ଗୃହ ଉପରୋକ୍ତ ଅନୁରୂପ ଉପାୟମାନଙ୍କଦ୍ୱାରା ବିଲ୍‌କୁ ପାସ୍ କରନ୍ତି । ବିଲ୍ ପାସ୍ କରିବା କ୍ଷେତ୍ରରେ ଅନ୍ୟ ଗୃହ ନିମ୍ନଲିଖତ ଉପାୟମାନଙ୍କ ମଧ୍ୟରୁ ଯେକୌଣସି ଗୋଟିଏ ଉପାୟ ଅବଲମ୍ବନ କରିପାରନ୍ତି ।

(୧) ଏହା ପ୍ରଥମ ଗୃହକୁ ପାସ୍ ହୋଇ ଆସିଥିବା ବିଲ୍‌କୁ କୌଣସି ପରିବର୍ତ୍ତନ ନକରି ପାସ୍‌ କରି ଦେଇପାରେ ।
(୨) ଏହା ବିଲ୍‌ର କୌଣସି ଧାରାକୁ ପରିବର୍ତ୍ତନ କରି ପାସ୍ କରିପାରେ ।
(୩) ବିଲ୍‌କୁ ପାସ୍ ନକରି ନିଜ ପାଖରେ ଅଟକେଇ ରଖିପାରେ ।

ମିଳିତ ଅଧୂବେଶନ (୧୦୮ ଧାରା) : ରାଜ୍ୟସଭାରେ ଉକ୍ତ ଚିଠା ଆଇନ ଗୃହୀତ ନହେଲେ ବା କୌଣସି ସଂଶୋଧନ ପାଇଁ ଲୋକସଭା ଓ ରାଜ୍ୟସଭା ସହିତ ଏକମତ ନହେଲେ, ରାଷ୍ଟ୍ରପତି ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧୂବେଶନ ଡାକନ୍ତି । ମିଳିତ ଅଧୂବେଶନରେ ନୂତନ ସଂଶୋଧନ ପ୍ରସ୍ତାବ ଆସିପାରିବ ନାହିଁ, କେବଳ ବିବଦମାନ ସଂଶୋଧନର ବିଚାର କରାଯିବ । ଯଦି ମିଳିତ ଅଧୂବେଶନରେ ସଂଖ୍ୟାତ୍ମକ ଭୋଟରେ ସଂଶୋଧନ ସହ ବା ବିନା ସଂଶୋଧନରେ ଚିଠା ଆଇନ ଗୃହୀତ ହୁଏ, ତେବେ ତାହା ଉଭୟ ସଦନରେ ଗୃହୀତ ହୋଇଛି ବୋଲି ଧରାଯିବ ।

ରାଷ୍ଟ୍ରପତିଙ୍କ ମଞ୍ଜୁରୀ : ସମ୍ବିଧାନର ୧୧୧ ଧାରାନୁସାରେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ବିନା କୌଣସି ଚିଠା ଆଇନ, ଆଇନରେ ପରିଣତ ହୋଇପାରିବ ନାହିଁ । ରାଷ୍ଟ୍ରପତି ସାଧାରଣଚିଠା ଆଇନକୁ ମଞ୍ଜୁର କରିପାରନ୍ତି ବା ଯେଉଁ ସଦନରେ ଏହା ପ୍ରଥମେ ଆଗତ ହୋଇଛି ସେହି ସଦନକୁ ନିଜ ମତାମତ ବା ସୁପାରିସ ସହୁ ଫେରାଇ ଦେଇପାରନ୍ତି ।

ଯଦି ଉଭୟ ସଦନ ରାଷ୍ଟ୍ରପତିଙ୍କ ସୁପାରିସ ବା ସଂଶୋଧନକୁ ଗ୍ରହଣ କରନ୍ତି ବା ନକରି ପୂର୍ବ ଚିଠା ଆଇନକୁ ଆଉଥରେ ଅନୁମୋଦନ କରନ୍ତି ତେବେ ତାହାକୁ ରାଷ୍ଟ୍ରପତି ମଞ୍ଜୁର ଦେବାକୁ ମଧ୍ୟ ବାଧ୍ୟ । ରାଷ୍ଟ୍ରପତିଙ୍କ ଭିଟୋ କ୍ଷମତା ଏପରି କରିବା ଦ୍ବାରା ରାଷ୍ଟ୍ରପତି ଚିଠା ଆଇନକୁ ଡେରି କରାଇଦେଇପାରନ୍ତି । ତେଣୁ ଏହି କ୍ଷମତାକୁ ବିଳମ୍ବନ କ୍ଷମତା ବା ‘ସ୍ଥଗିତ ଭିଟୋ’ କ୍ଷମତା କୁହାଯାଏ ।

(୨) ପକେଟ୍ ଭିଟୋ : ରାଷ୍ଟ୍ରପତିଙ୍କ ପକେଟ୍ ଭିଟୋ କ୍ଷମତା ରହିଛି । ରାଷ୍ଟ୍ରପତି କୌଣସି ଚିଠା ଆଇନକୁ ମଞ୍ଜୁର ନକରି ବା ନ ଫେରାଇ ନିଜ ପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରଖୁପାରନ୍ତି । ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଲାପରେ ଏହା (Act) ବା ଆଇନରେ ପରିଣତ ହୁଏ । କିନ୍ତୁ ଏହା ଆମେରିକାର ରାଷ୍ଟ୍ରପତିଙ୍କ ପକେଟ୍ ଭିଟୋ କ୍ଷମତା ସହ ତୁଳନୀୟ ନୁହେଁ ।

୬ । ସଂସଦର ଆର୍ଥିକ ଆଇନ ପ୍ରଣୟନ (Financial Procedure) ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କର ।
Answer:
ସଂସଦ ନିକଟରେ ରାଷ୍ଟ୍ରର ମୁଦ୍ରାକୋଷ ରହିଥାଏ । ଏହାର ବିନା ଅନୁମୋଦନରେ ଗୋଟିଏ ପଇସା ମଧ୍ୟ କର ଆକାରରେ ଆଦାୟ କରାଯାଇପାରିବ ନାହିଁ କିମ୍ବା ଗୋଟିଏ ପଇସା ମଧ୍ଯ ଖର୍ଚ୍ଚ କରାଯାଇପାରିବ ନାହିଁ । ଏହା ଆମେରିକୀୟ ସ୍ଵାଧୀନତା ଆନ୍ଦୋଳନ ପରିପ୍ରେକ୍ଷୀରେ ‘ବିନା ପ୍ରତିନିଧୃତ୍ବରେ କର ଦେବୁ ନାହିଁ’’ ସର୍ଭକୁ ପୂରଣ କରିଥାଏ । ଲୋକପ୍ରତିନିଧୁମାନଙ୍କୁ ନେଇ ଗଠିତ ସଂସଦର ବିନା ଅନୁମୋଦନରେ ସାଧାରଣ କର ଆଦାୟ ବା ସାଧାରଣ ଅର୍ଥ ବ୍ୟୟ ସମ୍ଭବପର ନୁହେଁ ।

ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ସଂସଦର ନିମ୍ନସଦନ ଅର୍ଥାତ୍ ଲୋକସଭା କରଧାର୍ଯ୍ୟ ଓ ବ୍ୟୟବରାଦ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରେ । କିନ୍ତୁ ଏହି କ୍ଷେତ୍ରରେ ପ୍ରଥମ ଉଦ୍ୟୋଗ କାର୍ଯ୍ୟପାଳିକା ତରଫରୁ ହୋଇଥାଏ । ରାଷ୍ଟ୍ରପତିଙ୍କ ପୂର୍ବ ଅନୁମୋଦନ ସହ ସମସ୍ତ ଅର୍ଥବିଧେୟକ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କଦ୍ଵାରା ଲୋକସଭାରେ ପ୍ରଥମେ ଆଗତ ହୁଏ । ଦେଶର ବାର୍ଷିକ ଆୟ-ବ୍ୟୟର ଅଟକଳ ବା ବଜେଟ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଲୋକସଭାରେ ଉପସ୍ଥାପନ କରନ୍ତି ।

ବଜେଟ୍‌ରେ ସମସ୍ତ ପ୍ରସ୍ତାବିତ ଆୟ ଓ ବିଭିନ୍ନ ବିଭାଗର ବ୍ୟୟର ହିସାବ ଦିଆଯାଇଥାଏ । ଏଥିରେ ନୂତନ କରଧାର୍ଯ୍ୟ ପ୍ରସ୍ତାବର ସୂଚନା ମଧ୍ୟ ଥାଏ । ପ୍ରତ୍ୟେକ ମନ୍ତ୍ରୀ ନିଜ ବିଭାଗୀୟ ଖର୍ଚ୍ଚର ଦାବି ଉପସ୍ଥାପନ କରନ୍ତି ଓ ତାହା ଲୋକସଭାରେ ଆଲୋଚନା ପରେ ଗୃହୀତ ହୁଏ । ଯଦି ସଂସଦର କୌଣସି ସାଂସଦ ଚାହିଁବେ ତାହାହେଲେ ବିଭାଗୀୟ ଖର୍ଚ୍ଚ ଆଲୋଚନାବେଳେ ସେ କାଟ ପ୍ରସ୍ତାବ ଆଣିପାରିବେ ।

ସରକାରଙ୍କ ଖର୍ଚ୍ଚ ଦୁଇ ପ୍ରକାର, ଯଥା – (i) ଗୋଟିଏ ସଂସଦର ପୂର୍ଷ ଅନୁମୋଦନ ସାପେକ୍ଷ ଓ (ii) ସଞ୍ଚିତ ପାଣ୍ଠିରୁ ନିର୍ଦ୍ଦେଶିତ ଖର୍ଚ୍ଚ । ପ୍ରଥମଟିରେ ଭୋଟ ଆବଶ୍ୟକ ବିଷୟ ରହିଥିବାବେଳେ ଦ୍ଵିତୀୟଟିରେ ଭୋଟ ଅନାବଶ୍ୟକ ବିଷୟ ରହିଥାଏ । ଦ୍ଵିତୀୟ ପ୍ରକାର ଖର୍ଚ୍ଚ ଦାବିକୁ ସଂସଦ ଆଗ୍ରାହ୍ୟ କରିପାରେ ନାହିଁ । ପ୍ରଥମ ପ୍ରକାର ଖର୍ଚ୍ଚ ଉପରେ ଲୋକସଭାରେ ବ୍ୟାପକ ଆଲୋଚନା ହୁଏ ଓ ସେଥୁରୁ ଯେକୌଣସି ଖର୍ଚ୍ଚକୁ ଅଗ୍ରାହ୍ୟ କରିଦେବାର କ୍ଷମତା ଲୋକସଭାର ରହିଛି ।

ବଜେଟ୍ ଓ ବ୍ୟୟଦାବି (Demand for Grants) : ବଜେଟ୍‌ର ଦୁଇଟି ଅଂଶ ରହିଥାଏ; ଯଥା- ସାଧାରଣ ବଜେଟ୍ ଓ ରେଳ ବିଭାଗ ବଜେଟ୍ । ସଂସଦରେ ପ୍ରଥମ ରେଳମନ୍ତ୍ରୀ ରେଳ ବଜେଟ୍ ଆଗତ କରନ୍ତି ଓ ତା’ପରେ ଅର୍ଥମନ୍ତ୍ରୀ ସାଧାରଣ ବଜେଟ୍ ଆଗତ କରନ୍ତି । ବଜେଟ୍ କରଧାର୍ଯ୍ୟ ପ୍ରସ୍ତାବ, ରାଜସ୍ଵ ଓ ବ୍ୟୟର ପୂର୍ଖ ହିସାବ ଫର୍ଦ୍ଦ ଆଦିକୁ ଅନ୍ତର୍ଭୁକ୍ତ କରିଥାଏ । ଗୃହରେ ବଜେଟ୍ ଆଲୋଚନା ସମୟରେ ସରକାରଙ୍କ ଆର୍ଥିକ ନୀତି ଓ କାର୍ଯ୍ୟକ୍ରମକୁ ଆଲୋଚନା, ସମାଲୋଚନା ଓ ମୂଲ୍ୟାଙ୍କନ କରାଯାଇଥାଏ ।

ଏହି ସାଧାରଣ ଆଲୋଚନା ପରେ ଖର୍ଚ୍ଚଦାବି ଉପରେ ଭୋଟ ଗ୍ରହଣ କରାଯାଏ । ଏହି କ୍ଷେତ୍ରରେ ପ୍ରତ୍ୟେକ ବିଭାଗ ସ୍ଵତନ୍ତ୍ରଭାବେ ତିନିଗୋଟି ସ୍ତରବିଶିଷ୍ଟ ‘ବ୍ୟୟ ଫର୍ଦ’ (Demand for Grant) ଉପସ୍ଥାପନ କରନ୍ତି । ପ୍ରଥମ ସ୍ତରରେ ମୋଟ ବ୍ୟୟର ପ୍ରସ୍ତାବ, ଦ୍ଵିତୀୟ ସ୍ତରରେ ବ୍ୟୟର ଉପ-ବିଭାଗଗୁଡ଼ିକର ତାଲିକା ଓ ତୃତୀୟ ସ୍ତରରେ ଉପ-ବିଭାଗଗୁଡ଼ିକର ବ୍ୟୟର ସମ୍ପୂର୍ଣ୍ଣ ବିବରଣୀ ସ୍ଥାନ ପାଇଥାଏ ।

କାଟ୍ ପ୍ରସ୍ତାବ : ଏହି କାଟ୍ ପ୍ରସ୍ତାବ ମାଧ୍ୟମରେ ସଂସଦର ସଭ୍ୟମାନେ ସରକାରଙ୍କ ବିଭିନ୍ନ ନୀତି ଓ କାର୍ଯ୍ୟକ୍ରମକୁ ସମାଲୋଚନା କରିଥା’ନ୍ତି କିମ୍ବା ନିର୍ଦ୍ଦିଷ୍ଟ ଅଭିଯୋଗ ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଏହା ସାଧାରଣତଃ ତିନି ପ୍ରକାରର; ଯଥା —
(i) ନୀତି ନାପସନ୍ଦ କାଟ୍ (Disapproval of policy cut) : ଏହି ପ୍ରସ୍ତାବରେ ସରକାରଙ୍କ ଖର୍ଚ୍ଚଦାବିରୁ ଏକ ଟଙ୍କା କମାଇ ଦିଆଯିବାର ପ୍ରସ୍ତାବ ଆଗତ ହୋଇଥାଏ ।
(ii) ମିତବ୍ୟୟୀ କାଟ୍ (Economy cut) : ମିତବ୍ୟୟିତା, ଆର୍ଥିକ ଶୃଙ୍ଖଳା ଓ ସଂଯମତା ରକ୍ଷା ପାଇଁ ବ୍ୟୟସଙ୍କୋଚନ ପ୍ରସ୍ତାବ ଆସିଥାଏ ।
(iii) ପ୍ରତୀକ କାଟ୍ (Token cut) : ଏହାର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ବିରୁଦ୍ଧରେ ନିର୍ଦ୍ଦିଷ୍ଟ ଅଭିଯୋଗ ଉପସ୍ଥାପନ ପାଇଁ ସ୍ବର ଉତ୍ତୋଳନ । ଏହାର ବ୍ୟବହାର ଅଧିକ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

ଶିରଛେଦ ବା ଗିଲୋଟିନ୍ (Guilotine) : ନିର୍ଦ୍ଧାରିତ ସମୟ ମଧ୍ୟରେ ବଜେଟ୍ ସମ୍ବନ୍ଧୀୟ ସମସ୍ତ ବିଷୟ ଗୃହର ଅନୁମୋଦନ ପାଇଁ ଏହି ‘ଗିଲୋଟିନ୍’ ପଦ୍ଧତିର ପ୍ରୟୋଗ କରାଯାଇଥାଏ । ଏହି ପଦ୍ଧତିରେ ବିନା ଆଲୋଚନାରେ ଏକାଧୁକ ଅନୁଦାନ ଦାବି ଉପରେ ଭୋଟ ନିଆଯାଇଥାଏ । ସେହିପରି ଏକ ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ହେଲେ ‘କ୍ଲୋଜର’ (Closure) ପ୍ରୟୋଗ କରାଯାଇ ଆଲୋଚନାର ପରିସମାପ୍ତି ଘୋଷଣା କରାଯାଇ ଖର୍ଚ୍ଚ ଦାବି ଉପରେ ଭୋଟ ନିଆଯାଏ ।

ଭୋଟ୍ ଅନ୍ ଆକାଉଣ୍ଟ (Vote on Account) : ବଜେଟ୍ ଆଲୋଚନା ଓ ଅନୁମୋଦନ ଏକ ସମୟସାପେକ୍ଷ ପ୍ରକ୍ରିୟା ଅଟେ । ଏଣୁ କୌଣସି ପରିସ୍ଥିତିରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ଓ ଅନୁମୋଦନ ସମ୍ଭବ ନହେଲେ ଏହି ‘ ଭୋଟ୍ ଅନ୍ ଆକାଉଣ୍ଟ’ ବା କାମଚଳା ବଜେଟ୍ ସଂସଦରେ ଉପସ୍ଥାପନ କରାଯାଏ ଯାହା ବିନା ଆଲୋଚନାରେ ସଂସଦର ଅନୁମୋଦନ ଲାଭ କରେ । ଏହା ସରକାରଙ୍କୁ ଭାରତର ଘନୀଭୂତ ପାଣ୍ଠିରୁ ଖର୍ଚ୍ଚ କରିବା ପାଇଁ ଅନୁମତି ପ୍ରଦାନ କରେ । ଏହା ସାଧାରଣତଃ ଦୁଇ ମାସ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରେ ।

ବଜେଟ୍ ଓ ବ୍ୟୟମଞ୍ଜୁରୀ ଚିଠା (Appropriation Bill)ର ଅନୁମୋଦନ : ସଂସଦଦ୍ଵାରା ବଜେଟ୍ ଅନୁମୋଦନ ପରେ ସଂସଦର ଆର୍ଥିକ ବ୍ୟାପାରରେ ପୂର୍ଣ୍ଣଚ୍ଛେଦ ପଡ଼େ ନାହିଁ । ବଜେଟ୍ ସଂସଦର ଅନୁମୋଦନ ଲାଭ ନ କରିପାରିଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ ସହ ସମାନ ବୋଲି ଏହାକୁ ଗ୍ରହଣ କରାଯାଏ । ବଜେଟ୍‌ର ଅନୁମୋଦନ ସହ କାର୍ଯ୍ୟପାଳିକା ବଜେଟ୍‌ର ପ୍ରସ୍ତାବ ଅନୁଯାୟୀ ବ୍ୟୟ କରିବା ନିମନ୍ତେ ସଂସଦ ଏକ ‘ବ୍ୟୟମଞ୍ଜୁରୀ ଚିଠା’ ଅନୁମୋଦନ କରେ । ଏହି ବ୍ୟୟମଞ୍ଜୁରୀ ଚିଠା ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହୋଇ ବଜେଟ୍‌କୁ କାର୍ଯ୍ୟକ୍ଷମ କରିଥାଏ ।

ଫାଇନାନ୍ସ ଚିଠା (Finance Bill)ର ଅନୁମୋଦନ : ଅର୍ଥମନ୍ତ୍ରୀଙ୍କ ବଜେଟ୍ ଅଭିଭାଷଣ ପରେ ଲୋକସଭାରେ ଏହି ଫାଇନାନ୍ସ ଚିଠା ଉପସ୍ଥାପନ କରାଯାଇଥାଏ । ବ୍ୟୟମଞ୍ଜୁରୀ ଚିଠାର ଅନୁମୋଦନ ପରେ ଏହି ଫାଇନାନ୍ସ ଚିଠା ଗୃହରେ ଆଲୋଚନା ହୁଏ । ଏହା ସାଧାରଣ ଚିଠା ଅନୁମୋଦନ ପ୍ରକ୍ରିୟାରେ ଗୃହରେ ଆଲୋଚିତ ଓ ଗୃହୀତ ହୁଏ । ଏହା ସରକାରଙ୍କୁ କରଧାର୍ଯ୍ୟ ମାଧ୍ୟମରେ ରାଜ୍ୟର ରାଜସ୍ଵ ଆଦାୟ ପାଇଁ ଅନୁମତି ପ୍ରଦାନ କରିବା ପାଇଁ ଉଦ୍ଦିଷ୍ଟ । ଏହି ଫାଇନାନ୍ସ ଚିଠା ସଂସଦଦ୍ଵାରା ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ସହ ଆଇନରେ ପରିଣତ ହେଲେ ସଂସଦର ଆର୍ଥିକ ଆଇନ ପ୍ରଣୟନ ପ୍ରକ୍ରିୟାରେ ପୂର୍ଣଚ୍ଛେଦ ପଡ଼ିଥାଏ ।

ଅର୍ଥବିଧେୟକ କ୍ଷେତ୍ରରେ ଲୋକସଭାର ପ୍ରାଧାନ୍ୟ ପରିଲକ୍ଷିତ ହୁଏ । ଲୋକସଭାରେ ପ୍ରଥମେ ଆଗତ ହୋଇ ଗୃହୀତ ହୋଇସାରିବା ପରେ ଅର୍ଥବିଧେୟକ ରାଜ୍ୟସଭାକୁ ଯାଏ । ରାଜ୍ୟସଭାରେ ୧୪ ଦିନ ମଧ୍ୟରେ ଏହାକୁ ଗୃହୀତ କରାଯାଇପାରେ କିମ୍ବା ମତାମତ ସହ ଲୋକସଭାର ପୁନଃ ବିଚାର ପାଇଁ ଫେରାଇ ଦିଆଯାଇପାରେ କିମ୍ବା କୌଣସି ନିଷ୍ପତ୍ତି ନିଆଯାଇନପାରେ । ମାତ୍ର ୧୪ ଦିନ ପରେ ଲୋକସଭାଦ୍ଵାରା ଏହାର ପୁନଃ ବିଚାର କରାନଗଲେ କିମ୍ବା ରାଜ୍ୟସଭାଦ୍ଵାରା ଗୃହୀତ ନହେଲେ ମଧ୍ୟ ଅର୍ଥବିଧେୟକ ସଂସଦର ଉଭୟ ସଦନଦ୍ଵାରା ଗୃହୀତ ହୋଇଛି ବୋଲି ଧରିନିଆଯାଏ । ସଂସଦଦ୍ଵାରା ଗୃହୀତ ବଜେଟ୍ ବା ଅର୍ଥବିଧେୟକ କ୍ଷେତ୍ରରେ ରାଷ୍ଟ୍ରପତି ନିଜର ‘ସୁଗିତ ଭିଟୋ’ କ୍ଷମତା ପ୍ରୟୋଗ କରିପାରନ୍ତି ନାହିଁ ଓ ସ୍ବୀକୃତି ଦେବାକୁ ପ୍ରାୟତଃ ବାଧ୍ୟ ହୋଇଥା’ନ୍ତି ।

ବିଧାନସଭାର ଗଠନ : ସମ୍ବିଧାନର ୧୭୦ ଧାରା ଅନୁସାରେ ରାଜ୍ୟର ବିଧାନସଭାର ଗଠନ ପ୍ରଣାଳୀ ବର୍ଣନା କରାଯାଇଛି । ବିଧାନସଭାର ସଭ୍ୟମାନେ ଲୋକଙ୍କଦ୍ବାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କୌଣସି ରାଜ୍ୟରେ ୫୦୦ରୁ ଅଧିକ ଓ ୬୦ରୁ କମ୍ ସଂଖ୍ୟକ ସଭ୍ୟ ବିଧାନସଭାରେ ରହିପାରିବେ ନାହିଁ । ଓଡ଼ିଶା ବିଧାନସଭାରେ ମୋଟ ୧୪୭ ଜଣ ସଦସ୍ୟ ରହିଛନ୍ତି ।

୭ । ଓଡିଶା ରାଜ୍ୟ ବିଧାନସଭାର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ସମ୍ବିଧାନର ୧୬୮ ଧାରା ଅନୁସାରେ ରାଜ୍ୟପାଳ ବିଧାନସଭାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ରାଜ୍ୟର ବ୍ୟବସ୍ଥାପିକା ଗୃହଭାବରେ ଏହା ସ୍ବୀକୃତିପ୍ରାପ୍ତ । କେତେକ ରାଜ୍ୟରେ ଏହା ଦ୍ବିକକ୍ଷୀୟ ବିଶିଷ୍ଟ ହୋଇଥିବାବେଳେ ଓଡ଼ିଶାର ଏକକକ୍ଷୀୟ ଆକାରରେ ପ୍ରତିଷ୍ଠିତ ଏବଂ ବିଧାନସଭା ନାମରେ ପରିଚିତ । ଓଡ଼ିଶାରେ ବିଧାନ ପରିଷଦ ନାହିଁ । ରାଜ୍ୟପାଳଙ୍କ ସ୍ବୀକୃତି ବିନା ବିଧାନସଭାରେ ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ନାହିଁ ।

ବିଧାନସଭାର ଗଠନ : ସମ୍ବିଧାନର ୧୭୦ ଧାରା ଅନୁସାରେ ରାଜ୍ୟର ବିଧାନସଭାର ଗଠନ ପ୍ରଣାଳୀ ବର୍ଣନା କରାଯାଇଛି । ବିଧାନସଭାର ସଭ୍ୟମାନେ ଲୋକଙ୍କଦ୍ବାରା ପ୍ରତ୍ୟକ୍ଷଭାବରେ ନିର୍ବାଚିତ ହୁଅନ୍ତି । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ କୌଣସି ରାଜ୍ୟରେ ୫୦୦ରୁ ଅଧିକ ଓ ୬୦ରୁ କମ୍ ସଂଖ୍ୟକ ସଭ୍ୟ ବିଧାନସଭାରେ ରହିପାରିବେ ନାହିଁ । ଓଡ଼ିଶା ବିଧାନସଭାରେ ମୋଟ ୧୪୭ ଜଣ ସଦସ୍ୟ ରହିଛନ୍ତି ।

ସଂରକ୍ଷଣ : ସମ୍ବିଧାନର ୩୩୨ ଧାରା ଅନୁଯାୟୀ ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ବିଧାନସଭାରେ ପ୍ରତିନିଧୂତ୍ବ ପାଇଁ ବ୍ୟବସ୍ଥା ଅଛି । ସେହି ଅନୁସାରେ ଓଡ଼ିଶାରେ ୩୪ଟି ସ୍ଥାନ ଆଦିବାସୀ ଓ ୨୨ଟି ସ୍ଥାନ ହରିଜନଙ୍କ ପାଇଁ ଉଦ୍ଦିଷ୍ଟ ।

ମନୋନୟନ : ସମ୍ବିଧାନର ୩୩୩ ଧାରା ଅନୁସାରେ ରାଜ୍ୟପାଳଙ୍କ ମତରେ ଆଙ୍ଗ୍‌ଲୋ – ଭାରତୀୟ ସମ୍ପ୍ରଦାୟର ବିଧାନସଭାରେ ଉପଯୁକ୍ତ ପ୍ରତିନିଧୂ ହୋଇନଥିଲେ ସେ ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବିଧାନସଭାକୁ ମନୋନୀତ କରିପାରନ୍ତି; ମାତ୍ର ଓଡ଼ିଶା ପାଇଁ ଏହା ପ୍ରଯୁଜ୍ୟ ନୁହେଁ ।

ଯୋଗ୍ୟତା : ସମ୍ବିଧାନର ୧୭୩ ଧାରା ଅନୁସାରେ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବାକୁ ହେଲେ ବ୍ୟକ୍ତିଙ୍କର ନିମ୍ନଲିଖତ ଯୋଗ୍ୟତା ଥିବା ଆବଶ୍ୟକ ।

(୧) ସେ ଭାରତୀୟ ନାଗରିକ ହୋଇଥବେ ।
(୨) ନିର୍ବାଚନ ପରିଚାଳକଙ୍କ ନିକଟରେ ସମ୍ବିଧାନ ପ୍ରତି ଆନୁଗତ୍ୟ ପ୍ରକାଶ ପାଇଁ ଶପଥପାଠ କରିବେ ।
(୩) ତାଙ୍କୁ ଅନ୍ତତଃ ୨୫ ବର୍ଷ ହୋଇଥିବ ।
(୪) ନିର୍ବାଚନ ଆଇନଦ୍ଵାରା ନିର୍ଦ୍ଧାରିତ ଅନ୍ୟାନ୍ୟ ଯୋଗ୍ୟତା ଥିବ ।
(୫) ସରକାରୀ ପାଣ୍ଠିରୁ ଦରମା ବା ବ୍ୟବସାୟ ସୂତ୍ରରେ ଅର୍ଥଲାଭଜନିତ ଅଣରାଜନୀତିକ ପଦବୀ ଧାରଣ କରି ନଥୁବେ ଅର୍ଥାତ୍ କଣ୍ଟ୍ରାକ୍ଟର, ସରକାରୀ ବ୍ୟବସାୟ ସୂତ୍ରରେ ସରକାରଙ୍କ ସହିତ ଚୁକ୍ତିବଦ୍ଧ ହୋଇନଥିବେ ।
(୬) ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କୁ ୫,୦୦୦ ଟଙ୍କା ଲେଖାଏଁ ଅମାନତ ଜମା ରଖୁବାକୁ ପଡ଼େ ।

କାର୍ଯ୍ୟକାଳ : ବିଧାନସଭାର ସାଧାରଣ କାର୍ଯ୍ୟକାଳ ୫ ବର୍ଷ । ଜାତୀୟ ଜରୁରିକାଳୀନ ପରିସ୍ଥିତି ସମୟରେ ରାଷ୍ଟ୍ରପତି ବିଧାନସଭାର କାର୍ଯ୍ୟକାଳ ଆଉ ଏକ ବର୍ଷ ବଢ଼ାଇ ଦିଅନ୍ତି । ଏହାର ସର୍ବନିମ୍ନ ସମୟ ବିଧାନସଭାର ଆସ୍ଥା ଏବଂ ରାଜ୍ୟ ଜରୁରିକାଳୀନ ପରିସ୍ଥିତି ଉପରେ ନିର୍ଭର କରେ ।

ଅଧୂବେଶନ : ଏହାର ଅଧୂବେଶନ ରାଜ୍ୟପାଳଙ୍କଦ୍ଵାରା ଆହୂତ ହୁଏ ଏବଂ ସ୍ଥଗିତ ହୁଏ। ଅନ୍ତତଃ ବର୍ଷକୁ ଦୁଇ ଥର ବିଧାନସଭା ବସେ । ବର୍ଷକୁ ଆପାତତଃ ୬୦ ଦିନ ବସେ । ପ୍ରତି ବିଷୟ ସଂଖ୍ୟାଧ‌ିକ ମତରେ ନିଷ୍ପତ୍ତି ନିଆଯାଏ । ଯଦି କୌଣସି ସଦସ୍ୟ ଏକ ସମୟରେ ୬୦ ଦିନ ବିନାନୁମତିରେ ଅନୁପସ୍ଥିତ ରହିଲେ ବିଧାନସଭାରେ ତାଙ୍କ ସ୍ଥାନ ଖାଲି ପଡ଼ିଲା ବୋଲି ଘୋଷଣା କରାଯାଇପାରିବ ।

କୋରମ୍ : ବିଧାନସଭାର ସମୁଦାୟ ସଦସ୍ୟ ୧/୧୦ ଅଂଶ ସଦସ୍ୟଙ୍କ ଅନୁପସ୍ଥିତ ହେଲେ କୋରମ୍ ହୁଏ ନାହିଁ ଏବଂ ବିଧାନସଭାର ଅଧୂବେଶନକୁ ସ୍ଥଗିତ ରଖାଯାଏ ।

କ୍ଷମତା ଓ କାର୍ଯ୍ୟାବଳୀ :
(୧) ବ୍ୟବସ୍ଥାପିକା କ୍ଷମତା : ବିଧାନସଭାର ପ୍ରଧାନ କାର୍ଯ୍ୟ ହେଲା ଆଇନ ପ୍ରଣୟନ କରିବା । ରାଜ୍ୟ ତାଲିକା ଓ ସଂଯୁକ୍ତ ବା ଯୁଗ୍ମ ତାଲିକାସ୍ଥ ବିଷୟମାନଙ୍କ ଉପରେ ଆଇନ ପ୍ରଣୟନ କରିବାର ଅଧିକାର ବିଧାନସଭାର ରହିଛି । ଯୁଗ୍ମ ତାଲିକାରୁ ଯଦି କେନ୍ଦ୍ର ଆଇନ ପ୍ରଣୟନ କରିଥିବା, ସେ ଆଇନକୁ ବିରୋଧ କରୁଥିବା ବ୍ୟବସ୍ଥା ବିଧାନସଭା କରିପାରିବ ନାହିଁ । ବିଧାନସଭାରେ ଗୃହୀତ ବିଲ୍ ରାଜ୍ୟପାଳଙ୍କ ସ୍ଵୀକୃତି ଲାଭ କରି ଆଇନରେ ପରିଣତ ହୁଏ ।

(୨) କାର୍ଯ୍ୟପାଳିକା ନିୟନ୍ତ୍ରଣ : ରାଜ୍ୟ ମନ୍ତ୍ରିମଣ୍ଡଳ ମିଳିତଭାବେ ବିଧାନସଭା ନିକଟରେ ଦାୟୀ ରହିବେ ବୋଲି ସମ୍ବିଧାନର ୧୬୪ ଧାରାରେ ବର୍ଣ୍ଣିତ ହୋଇଛି । ଫଳରେ ମନ୍ତ୍ରୀମାନେ ବ୍ୟକ୍ତିଗତଭାବରେ ଓ ମିଳିତଭାବରେ ବିଧାନସଭା ନିକଟରେ ଦାୟୀ । ବିଧାନସଭାର ସଦସ୍ୟମାନେ ବିଭାଗୀୟ ମନ୍ତ୍ରୀମାନଙ୍କୁ ନାନା ପ୍ରକାର ପ୍ରଶ୍ନ, ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ, ମୁଲତବୀ ପ୍ରସ୍ତାବ, ଅନାସ୍ଥା ପ୍ରସ୍ତାବ, କାଟ ପ୍ରସ୍ତାବ, ନିନ୍ଦା ପ୍ରସ୍ତାବ ଆଦି ଆଗତ କରି କାର୍ଯ୍ୟପାଳିକାର ସ୍ୱେଚ୍ଛାଚାରିତା ମନୋଭାବକୁ ଗୃହୀତ ନହେଲେ ମନ୍ତ୍ରିମଣ୍ଡଳ ଇସ୍ତଫା ଦିଏ ।

(୩) ଆର୍ଥିକ କ୍ଷମତା : ବିଧାନସଭାର ବିନା ଅନୁମୋଦନରେ ଗୋଟିଏ ପଇସା ଖର୍ଚ୍ଚ ହୋଇପାରିବ ନାହିଁ । ତେଣୁ ବିଧାନସଭା ରାଜ୍ୟ ପାଣ୍ଠି ନିୟନ୍ତ୍ରଣରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଅର୍ଜିନାନ୍‌ସଦ୍ବାରା ସମସ୍ତ ଆଇନ ପାସ୍‌ ହୋଇପାରେ; ମାତ୍ର ବଜେଟ୍ ନୁହେଁ । ବିଧାନସଭାର ବିନା ଅନୁମୋଦନରେ ନୂତନ କର ଲାଗୁ ହୁଏ ନାହିଁ କି ପ୍ରଚଳିତ କରକୁ ମଧ୍ୟ ଛାଡ଼ କରାଯାଇପାରିବ ନାହିଁ । ରାଜ୍ୟ ବିଧାନସଭା ଭାଙ୍ଗି ଯାଇଥଲେ ପାର୍ଲିଆମେଣ୍ଟ ସେହି ରାଜ୍ୟ ପାଇଁ ବଜେଟ ପସ୍ତତ କରେ ।

CHSE Odisha Class 11 Political Science Solutions Chapter 13 ବ୍ୟବସ୍ଥାପିକା

(୪) ସମ୍ବିଧାନ ସଂଶୋଧନ କ୍ଷମତା : ସଂଘୀୟ ବ୍ୟବସ୍ଥା ଓ ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟରେ ସମ୍ବିଧାନର ୩୬୮ ଧାରାନୁସାରେ କେତେକ ସମ୍ବିଧାନ ସଂଶୋଧନ ଚିଠା ଆଇନ ରାଜ୍ୟ ବିଧାନସଭାର ଅନୁମୋଦନ ପାଇଁ ପଠାଯାଇଥାଏ । ଏହି କ୍ଷେତ୍ରରେ ସମ୍ବିଧାନ ପ୍ରକ୍ରିୟାରେ ବିଧାନସଭା ଅଂଶଗ୍ରହଣ କରନ୍ତି । ମୁଖ୍ୟତଃ ସମ୍ବିଧାନରେ ୫୪, ୫୫ ଧାରା ଇତ୍ୟାଦି ପାଇଁ ବିଧାନସଭା ଅନୁମୋଦନ ଆବଶ୍ୟକ ।

(୫) ନିର୍ବାଚନ କ୍ଷମତା : ରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭାର ସଦସ୍ୟ ନିର୍ବାଚନ, ବିଧାନସଭାର ବିଚ ଉପବାଚସ୍ପତି ନିର୍ବାଚନରେ ବିଧାନସଭାର ସଦସ୍ୟମାନେ ଅଂଶଗ୍ରହଣ କରନ୍ତି ।

(୬) ନ୍ୟାୟିକ କ୍ଷମତା : ବିଧାନସଭାରେ କୌଣସି ସଦସ୍ୟଙ୍କର ବା ବାଚସ୍ପତିଙ୍କର ସ୍ଵାଧୀକାର ଭଙ୍ଗ ଅଭିଯୋଗ ହେଲେ ସେ ବିଷୟରେ ସ୍ଵାଧୀକାର କମିଟିର ରିପୋର୍ଟ ବିଚାର ଆଲୋଚନା ପରେ ଦୋଷୀକୁ ଅର୍ଥ ବା ଜେଲଦଣ୍ଡ ଦେବାର କ୍ଷମତା ବିଧାନସଭାର ରହିଅଛି । ସୁପ୍ରିମକୋର୍ଟଙ୍କ ମତରେ ବିଧାନସଭାର କ୍ଷମତା ଏ ଦିଗରେ ଚୂଡ଼ାନ୍ତ । ସେ ନିଷ୍ପତ୍ତି ବିରୋଧରେ କୌଣସି ଅପିଲ୍ ହୋଇପାରିବ ନାହିଁ ।

(୭) ବିବିଧ କ୍ଷମତା :
(i) ବିଧାନସଭାରୁ ବିଶ୍ବବିଦ୍ୟାଳୟମାନଙ୍କର ସିନେଟ୍‌କୁ ପ୍ରତିନିଧୂ ନିର୍ବାଚିତ ହୁଅନ୍ତି ।
(ii) ସାଧାରଣ ସେବା ଆୟୋଗର ବିବରଣୀ ଆଲୋଚନା କରେ ଓ ଏହାର ସୁପାରିସକୁ କାହିଁକି ସରକାର ଗ୍ରହଣ କରି ନାହାନ୍ତି ତାହାର କୈଫିୟତ୍ ସରକାରଙ୍କଠାରୁ ଶୁଣେ ।
(iii) ବିଭିନ୍ନ ବିଷୟରେ ପ୍ରସ୍ତାବ ଗ୍ରହଣ କରି ସରକାରଙ୍କୁ ସୁପାରିସ କରେ ।
(iv) ଯୋଜନାର ରୂପରେଖ ଓ ଗତି ନିୟନ୍ତ୍ରଣ କରେ । କେନ୍ଦ୍ର ନିକଟରେ ରାଜ୍ୟ ତରଫରୁ ଗୁହାରି ଜଣାଇବାକୁ ମିଳିତ ପ୍ରତିନିଧୂ ଦଳ ପଠାଇପାରେ ।
(v) ଅନୁସନ୍ଧାନ କରିବାପାଇଁ କମିଟିମାନ ବସାଇପାରେ ।
(vi) ସରକାରୀ ଦଳର ସଂସ୍କାର ପାଇଁ କମିଟି ଗଠନ କରିପାରେ ।
(vii) ରାଜ୍ୟର ମଙ୍ଗଳ ପାଇଁ ଯେକୌଣସି ପଦକ୍ଷେପ ନେଇପାରେ ।

ଯେତେବେଳେ ସରକାରୀ ଦଳର ଅବସ୍ଥା ଦୋଦୁଲ୍ୟମାନ ହୁଏ ସେତେବେଳେ ବିଧାନସଭାର ଗୁରୁତ୍ଵ ବୃଦ୍ଧି ପାଏ । କମିଟିମାନଙ୍କ ଜରିଆରେ ମନ୍ତ୍ରୀମାନଙ୍କ ବାହୁଛାୟା ତଳେ ଥିବା ଅମଲାତନ୍ତ୍ରକୁ ନିୟନ୍ତ୍ରଣ କରି ନିଜର ଦୃଢ଼ କ୍ଷମତା ଉପଭୋଗ କରିପାରେ । ଜନମତକୁ ପ୍ରତିଫଳିତ କରି ସରକାରଙ୍କୁ ପ୍ରକୃତ ରାସ୍ତାକୁ ଆଣିବାରେ ବିଧାନସଭାର ଗୁରୁଦାୟିତ୍ଵ ରହିଛି ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

Odisha State Board CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା Questions and Answers.

CHSE Odisha 11th Class Political Science Solutions Chapter 15 ନ୍ୟାୟପାଳିକା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ

୧ । ନ୍ୟାୟପାଳିକାର ମୁଖ୍ୟ କାର୍ଯ୍ୟ ହେଉଛି _________ ।
(କ) ଆଇନ ତିଆରି କରିବା
(ଖ) ଆଇନ କାର୍ଯ୍ୟକାରୀ କରିବା
(ଗ) ନ୍ୟାୟପ୍ରଦାନ ବା ଆଇନର ଶାସନ ପ୍ରତିଷ୍ଠା
(ଘ) ଦଣ୍ଡ ଦେବା
Answer:
(ଗ) ନ୍ୟାୟପ୍ରଦାନ ବା ଆଇନର ଶାସନ ପ୍ରତିଷ୍ଠା

୨ । ଆଇନର ନ୍ୟାୟିକ ସମୀକ୍ଷା _______ ର ଏକ କାର୍ଯ୍ୟ ଅଟେ ।
(କ) ବ୍ୟବସ୍ଥାପିକା
(ଖ) ରାଷ୍ଟ୍ରପତି
(ଗ) କାର୍ଯ୍ୟପାଳିକା
(ଘ) ନ୍ୟାୟପ୍ରଦାନ
Answer:
(ଘ) ନ୍ୟାୟପ୍ରଦାନ

୩ । ନ୍ୟାୟପାଳିକା ________ ର ଜଗୁଆଳୀ ରୂପେ କାର୍ଯ୍ୟ କରେ ।
(କ) ଦେଶ
(ଖ) ଜନସାଧାରଣ
(ଗ) ସମ୍ବିଧାନ
(ଘ) ସଂପତ୍ତ
Answer:
(ଗ) ସମ୍ବିଧାନ

୪ । ନ୍ୟାୟପାଳିକା ନାଗରିକର ଅଧିକାରର ___________ କରିଥାଏ ।
(କ) ହ୍ରାସ
(ଖ) ପରିବର୍ଦ୍ଧନ
(ଗ) ସୁରକ୍ଷା
(ଘ) ବ୍ୟାଖ୍ୟା
Answer:
(ଗ) ସୁରକ୍ଷା

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୫ । ଭାରତର ସର୍ବୋଚ୍ଚ ନ୍ୟାୟାଳୟକୁ __________ କୁହାଯାଏ ।
(କ) ସୁପ୍ରିମ୍‌କୋର୍ଟ ବା ଉଚ୍ଚତମ ନ୍ୟାୟାଳୟ
(ଖ) ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ
(ଗ) ସାମାରିକ ଅଦାଲତ
(ଘ) ପ୍ରଶାସନିକ ନ୍ୟାୟାଳୟ
Answer:
(କ) ସୁପ୍ରିମ୍‌କୋର୍ଟ ବା ଉଚ୍ଚତମ ନ୍ୟାୟାଳୟ

୬ । ଉଚ୍ଚତମ ନ୍ୟାୟାଳୟର ବିଚାରପତି _________ ବର୍ଷ ସମୟରେ ଅବସର ଗ୍ରହଣ କରନ୍ତି ।
(କ) ୬୨
(ଖ) ୬୦
(ଗ) ୬୫
(ଘ) ୭୦
Answer:
(ଗ) ୬୫ ବର୍ଷ

୭ । କୌଣସି ଗୁରୁତ୍ଵପୂର୍ଣ୍ଣ ଆଇନ କିମ୍ବା ତଥ୍ୟ ବିଷୟରେ _______ ସର୍ବୋଚ୍ଚ ନ୍ୟାୟାଳୟଙ୍କର ମତାମତ ଲୋଡ଼ିବାର କ୍ଷମତାପ୍ରାପ୍ତ ହୋଇଅଛନ୍ତି ।
(କ) ମୁଖ୍ୟମନ୍ତ୍ରୀ
(ଖ) ପ୍ରଧାନମନ୍ତ୍ରୀ
(ଗ) ବାଚସ୍ପତି
(ଘ) ରାଷ୍ଟ୍ରପତି
Answer:
(ଘ) ରାଷ୍ଟ୍ରପତି

୮ । ଭାରତର ଉଚ୍ଚତମ ନ୍ୟାୟାଳୟ ________ ଠାରେ ଅବସ୍ଥିତ ।
(କ) କଟକ
(ଖ) ଚଣ୍ଡିଗଡ଼
(ଗ) ଦିଲ୍ଲୀ
(ଘ) ପଶ୍ଚିମବଙ୍ଗ
Answer:
(ଗ) ଦିଲ୍ଲୀ

୯ । ସମ୍ବିଧାନର ________ ଧାରା ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟ ଗଠିତ ହୋଇଛି ।
(କ) ୧୨୩
(ଖ) ୧୨୨
(ଗ) ୧୨୪
(ଘ) ୧୨୫
Answer:
(ଗ) ୧୨୪

୧୦ । _______ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ।
(କ) ନ୍ୟାୟମୂର୍ତ୍ତି ମଧୁକର ହୀରାଲାଲ କାନିଆ
(ଖ) ଅଜିତ୍ ନାଥ ରାୟ
(ଗ) ଏଚ.ଏନ୍. ଖାନ୍ନା
(ଘ) ଗୋପାଳ ଚନ୍ଦ୍ର ପଟ୍ଟନାୟକ
Answer:
(କ) ନ୍ୟାୟମୂର୍ତ୍ତି ମଧୁକର ହୀରାଲାଲ କାନିଆ,

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୧୧ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ________ ନିଯୁକ୍ତି ଦିଅନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ମୁଖ୍ୟମନ୍ତ୍ରୀ
(ଗ) ରାଷ୍ଟ୍ରପତି
(ଘ) ବାଚସ୍ପତି
Answer:
(ଗ) ରାଷ୍ଟ୍ରପତି

୧୨ । __________ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ବିଚାରପତି ଥିଲେ ।
(କ) ନ୍ୟାୟମୂର୍ତ୍ତି ମୀରା ସାହେବ ଫାତିମା ବିବି
(ଖ) ଅମୀୟା ପାଢ଼ୀ
(ଗ) ନମିତା ପଣ୍ଡା
(ଘ) ଜୟନ୍ତୀ ପଟ୍ଟନାୟକ
Answer:
(କ) ନ୍ୟାୟମୂର୍ତ୍ତି ମୀରା ସାହେବ ଫାତିମା

୧୩ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ _________ ପାଣ୍ଠିରୁ ଦରମା ଦିଆଯାଏ ।
(କ) ସଞ୍ଚତ
(ଖ) ଜରୁରୀ
(ଗ) ହାତପାଣ୍ଠି
(ଘ) କୌଣସିଟି ନୁହେଁ
Answer:
(କ) ସଞ୍ଚ

୧୪ । ସଂଘୀୟ ବିବାଦଗୁଡ଼ିକ _________ ନ୍ୟାୟାଳୟରେ ସମାଧାନ ହୁଏ ।
(କ) ଉଚ୍ଚ
(ଖ) ଅଧସ୍ତନ
(ଗ) ସର୍ବୋଚ୍ଚ
(ଘ) ସାମରିକ
Answer:
(ଗ) ସର୍ବୋଚ୍ଚ

୧୫ । ସର୍ବୋଚ୍ଚ ନ୍ୟାୟାଳୟ ଭାରତୀୟ ନାଗରିକମାନଙ୍କର ________ ଅଧିକାରର ରକ୍ଷକ ଅଟେ ।
Answer:
(କ) ରାଜନୈତିକ
(ଖ) ସାମାଜିକ
(ଗ) ମୌଳିକ
(ଘ) ନୈତିକ
Answer:
(ଗ) ମୌଳିକ

୧୬ । _________ ର ବିଚାର ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟକୁ ଆବେଦନ କରାଯାଇପାରିବ ନାହିଁ ।
(କ) ପ୍ରଶାସନିକ ଟ୍ରିବ୍ୟୁନାଲ
(ଖ) ଆୟକର ଟ୍ରିବୁନାଲ
(ଗ) ସାମରିକ ଅଦାଲତ
(ଘ) ଶ୍ରମ ଅଦାଲତ
Answer:
(ଗ) ସାମରିକ ଅଦାଲତ

୧୭ | _________ ସମ୍ବିଧାନର ଅଭିଭାବକ ଅଟେ ।
(କ) ଉଚ୍ଚ ନ୍ୟାୟାଳୟ
(ଖ) ସର୍ବୋଚ୍ଚ ନ୍ୟାୟାଳୟ
(ଗ) ସାମରିକ ଅଦାଲତ
(ଘ) ପ୍ରଶାସନିକ ଅଦାଲତ
Answer:
(ଖ) ସର୍ବୋଚ୍ଚ ନ୍ୟାୟାଳୟ

୧୮ । ସଂସଦଦ୍ବାରା ପ୍ରଣୀତ ଆଇନର ସାମ୍ବିଧାନିକତା ପରୀକ୍ଷା କରିବା ସଂକ୍ରାନ୍ତୀୟ ‘ସୁପ୍ରିମ୍‌କୋର୍ଟର କ୍ଷମତାକୁ ________ କୁହାଯାଏ ।
(କ) ନ୍ୟାୟିକ ପୁନରୋବଲୋକନ
(ଖ) ନ୍ୟାୟିକ କ୍ରିୟାଶୀଳତା
(ଗ) ନ୍ୟାୟିକ ବ୍ୟଖ୍ୟା
(ଘ) ନ୍ୟାୟିକ ବିଶ୍ଳେଷଣ
Answer:
(କ) ନ୍ୟାୟିକ ପୁନରୋବଲୋକନ

୧୯। ___________ କାରଣରୁ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦଚ୍ୟୁତ ହୋଇଥାନ୍ତି ।
(କ) ପ୍ରମାଣିତ ଅସଦ୍‌ବ୍ୟବହାର ଓ ଅଦକ୍ଷତା ପାଇଁ ସଂସଦଦ୍ବାରା ଗୃହୀତ ପ୍ରସ୍ତାବ
(ଖ) ଆଇନ ନଜାଣିବା
(ଗ) ପକ୍ଷପାତ କରିବା
(ଘ) ରୋଗଗ୍ରସ୍ତ ହେବା
Answer:
(କ) ପ୍ରମାଣିତ ଅସଦ୍‌ବ୍ୟବହାର ଓ ଅଦକ୍ଷତା ପାଇଁ ସଂସଦଦ୍ବାରା ଗୃହୀତ ପ୍ରସ୍ତାବ

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୨୦ । ___________ ନ୍ୟାୟାଳୟ ରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ମାମଲାର ନିଷ୍ପତ୍ତି ନିଅନ୍ତି ।
(କ) ଉଚ୍ଚ ନ୍ୟାୟାଳୟ
(ଖ) ଉଚ୍ଚତମ ବା ସର୍ବୋଚ୍ଚ ନ୍ୟାୟାଳୟ
(ଗ) ସାମରିକ ଅଦାଲତ
(ଘ) ପ୍ରଶାସନିକ ଅଦାଲତ
Answer:
(ଖ) ଉଚ୍ଚତମ ବା ସର୍ବୋଚ୍ଚ ନ୍ୟାୟାଳୟ

୨୧ । ରାଜ୍ୟସ୍ତରରେ ବିଚାର ବ୍ୟବସ୍ଥାର ସର୍ବୋଚ୍ଚ ଅନୁଷ୍ଠାନକୁ _________ କୁହାଯାଏ ।
(କ) ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ
(ଖ) ଉଚ୍ଚତମ ନ୍ୟାୟାଳୟ
(ଗ) ରାଜ୍ୟ ପ୍ରଶାସନିକ ଅଦାଲତ
(ଘ) ଜିଲ୍ଲା ଜଜ୍ କୋର୍ଟ
Answer:
(କ) ହାଇକୋର୍ଟ ବା ଉଚ୍ଚ ନ୍ୟାୟାଳୟ

୨୨ । ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ___________ ନିଯୁକ୍ତ କରନ୍ତି ।
(କ) ପ୍ରଧାନମନ୍ତ୍ରୀ
(ଖ) ରାଜ୍ୟପାଳ
(ଗ) ରାଷ୍ଟ୍ରପତି
(ଘ) ମୁଖ୍ୟ ନ୍ୟାୟାଧୀଶ
Answer:
(ଗ) ରାଷ୍ଟ୍ରପତି

୨୩ । ଆମ ରାଜ୍ୟର ଉଚ୍ଚ ନ୍ୟାୟାଳୟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ସର୍ବମୋଟ ____________ ଜଣ ବିଚାରପତି ଅଛନ୍ତି |
(କ) ୧୭
(ଖ) ୧୮
(ଗ) ୧୬
(ଘ) ୧୫
Answer:
(ଗ) ୧୬

୨୪ । ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ _________ ବର୍ଷ ବୟସ ହେଲେ କାର୍ଯ୍ୟରୁ ଅବସର ନିଅନ୍ତି ।
(କ) ୬୫
(ଖ) ୬୪
(ଗ) ୬୩
(ଘ) ୬୨
Answer:
(ଘ) ୬୨

୨୫ । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ମାସିକ ଦରମା ___________ ଟଙ୍କା ।
(କ) ୯୦, ୦୦୦
(ଖ) ୩୩, ୫୦୦
(ଗ) ୩୩, ୦୦୦
(ଘ) ୩୫, ୦୦୦
Answer:
(କ) ୯୦,୦୦୦

୨୬ । ଭାରତୀୟ ସମ୍ବିଧାନର ____________ ଧାରା ଅନୁସାରେ ଭାରତର ପ୍ରତ୍ୟେକ ରାଜ୍ୟ ବା ଆବଶ୍ୟକସ୍ଥଳେ ଏକାଧିକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବାର ବ୍ୟବସ୍ଥା କରାଯାଇଛି ।
(କ) ୧୨୪
(ଖ) ୨୧୫
(ଗ) ୨୧୩
(ଘ) ୨୧୪
Answer:
(ଘ) ୨୧୪

୨୭ । ସମ୍ବିଧାନର __________ ଧାରା ଅନୁସାରେ ଉଚ୍ଚ ନ୍ୟାୟାଳୟ ବିଚାରପତିଙ୍କ ସଂଖ୍ୟା ସ୍ଥିର କରିବା କ୍ଷମତା ଙ୍କ ଉପରେ ____________ ନ୍ୟସ୍ତ ଥାଏ ।
(କ) ୨୧୮, ରାଜ୍ୟପାଳ
(ଖ) ୨୧୬, ରାଷ୍ଟ୍ରପତି
(ଗ) ୨୧୫, ମୁଖ୍ୟମନ୍ତ୍ରୀ
(ଘ) ୨୧୬, ବିଧାନସଭା
Answer:
(ଖ) ୨୧୬, ରାଷ୍ଟ୍ରପତି

୨୮। ____________ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଥିଲେ ।
(କ) ନ୍ୟାୟମୂର୍ତ୍ତି ଗତିକୃଷ୍ଣ ମିଶ୍ର
(ଖ) ନ୍ୟାୟମୂର୍ତ୍ତି ବୀରକିଶୋର ରାୟ
(ଗ) ଯୁଗଳ କିଶୋର ମହାନ୍ତି
(ଘ) ଅରଜିତ୍ ପଶାୟତ୍
Answer:
(ଖ) ନ୍ୟାୟମୂର୍ତ୍ତି ବୀରକିଶୋର ରାୟ

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୨୯ । ____________ ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଥିଲେ ।
(କ) ନ୍ୟାୟମୂର୍ତ୍ତି ଫତିମା ବିବି
(ଖ) ନ୍ୟାୟମୂର୍ତ୍ତି ଅମୀୟ କୁମାରୀ ପାଢ଼ୀ
(ଗ) ନମ୍ରତା ଚଢ଼ା
(ଘ) ଆଶା ହନ୍ତି
Answer:
(ଖ) ନ୍ୟାୟମୂର୍ତ୍ତି ଅମୀୟ କୁମାରୀ ପାଢ଼ୀ

୩୦ । _____________ ସମୟରେ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ଦରମା ହ୍ରାସ କରାଯାଇପାରେ ।
(କ) ମୌଳିକ, ବିବାହ, ଛାଡ଼ପତ୍ର
(ଖ) ଯୁଦ୍ଧ
(ଗ) ପ୍ରାକୃତିକ ଦୂର୍ବିପାକ
(ଘ) ଆର୍ଥିକ ଜରୁରୀ ପରିସ୍ଥିତି
Answer:
(ଘ) ଆର୍ଥିକ ଜରୁରୀ ପରିସ୍ଥିତି

୩୧ । __________ ଅଧିକାର, __________ ଓ ____________ ସମ୍ବନ୍ଧୀୟ ମୋକଦ୍ଦମାଗୁଡ଼ିକ ସିଧାସଳଖ ହାଇକୋର୍ଟରେ ଆଗତ କରାଯାଇ ବିଚାର ହୁଏ ।
(କ) ମୌଳିକ, ବିବାହ, ଛାଡ଼ପତ୍ର
(ଖ) ରାଜନୈତିକ, ଆୟକର, ସଂପରି କର
(ଗ) ସାମାଜିକ, ନିର୍ବାଚନ, ଫୌଜଦାରୀ
(ଘ) ଅର୍ଥନୈତିକ, ବିବାହ, ହତ୍ୟା
Answer:
(କ) ମୌଳିକ, ବିବାହ, ଛାଡ଼ପତ୍ର

୩୨ । ___________ ଜିଲ୍ଲା ସ୍ତରରେ ସର୍ବୋଚ୍ଚ ବିଚାରକ ଅଟନ୍ତି ।
(କ) ମୁଖ୍ୟ ବିଚାରପତି
(ଖ) ଜିଲ୍ଲା ଜଜ୍
(ଗ) ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍
(ଘ) ଅତିରିକ୍ତ ସେସ୍‌ନ୍ସ ଜଜ୍
Answer:
(ଖ) ଜିଲ୍ଲା ଜଜ୍

୩୩ । ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ____________ କୁହାଯାଏ ।
(କ) ଆଦେଶ
(ଖ) ରିଟ୍
(ଗ) ନିର୍ଦ୍ଦେଶନାମା
(ଘ) ଅଧ୍ୟାଦେଶ
Answer:
(ଖ) ରିଟ୍

୩୪ । ସମ୍ପତ୍ତି ସମ୍ପର୍କୀୟ ମାମଲା ____________ କୋର୍ଟ ବିଚାର କରେ ।
(କ) ଫୌଜଦାରୀ
(ଖ) ଦେୱାନୀ
(ଖ) ପ୍ରଶାସନିକ
(ଘ) ପରିବାର
Answer:
(ଖ) ଦେୱାନୀ

୩୫ । ଓଡ଼ିଶା ହାଇକୋର୍ଟ ___________ ଠାରେ ସ୍ଥାପିତ ହୋଇଛି ।
(କ) ଭୁବନେଶ୍ବର
(ଖ) ପୁରୀ
(ଗ) କଟକ
(ଘ) ସମୃଲପୁର
Answer:
(ଗ) କଟକ

(B) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

୧ । ସଂଘୀୟ ରାଷ୍ଟ୍ରରେ ନ୍ୟାୟପାଳିକା କାହାର ଅଭିଭାବକ ରୂପେ କାର୍ଯ୍ୟ କରେ ?
Answer:
ସଂଘୀୟ ରାଷ୍ଟ୍ରରେ ନ୍ୟାୟପାଳିକା ସମ୍ବିଧାନର ଅଭିଭାବକ ରୂପେ କାର୍ଯ୍ୟ କରେ ।

୨ । କିଏ ମୌଳିକ ଅଧିକାରର ସୁରକ୍ଷାକାରୀ ଅଟେ ?
Answer:
ସର୍ବୋଚ୍ଚ ନ୍ୟାୟାଳୟ ମୌଳିକ ଅଧୁକାରର ସୁରକ୍ଷାକାରୀ ଅଟେ ।

୩ । ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟପାଳିକା କେଉଁ ରାଷ୍ଟ୍ରର ପ୍ରମୁଖ ଆବଶ୍ୟକତା ?
Answer:
ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟପାଳିକା ସଂଘୀୟ ରାଷ୍ଟ୍ରର ପ୍ରମୁଖ ଆବଶ୍ୟକତା ।

୪ । କାର୍ଯ୍ୟପାଳିକାକୁ ନିର୍ଦ୍ଦେଶ ଓ ପରାମର୍ଶ କିଏ ପ୍ରଦାନ କରେ ?
Answer:
କାର୍ଯ୍ୟପାଳିକାକୁ ନିର୍ଦ୍ଦେଶ ଓ ପରାମର୍ଶ ନ୍ୟାୟପାଳିକା ପ୍ରଦାନ କରେ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୫ । ଭାରତର ନ୍ୟାୟାପାଳିକାର ଚରିତ୍ର କ’ଣ ?
Answer:
ଭାରତର ନ୍ୟାୟାପାଳିକା ଏକୀଭୂତ, ସ୍ଵାଧୀନ ଓ ନିରପେକ୍ଷ ଅଟେ ।

୬ । କିଏ ଭାରତର ସଂଘୀୟ ଅଦାଲତ ହିସାବରେ କାମ କରୁଛି ?
Answer:
ଉଚ୍ଚତମ ନ୍ୟାୟଳୟ ବା ସୁପ୍ରିମ୍‌କୋର୍ଟ ଭାରତର ସଂଘୀୟ ଅଦାଲତ ହିସାବରେ କାମ କରୁଛି ।

୭ । ଭାରତରେ କେଉଁ ଅଦାଲତ ପରାମର୍ଶପ୍ରଦାନ କ୍ଷମତା ଉପଭୋଗ କରେ ?
Answer:
ଭାରତରେ ଉଚ୍ଚତମ ନ୍ୟାୟଳୟ ପରାମର୍ଶପ୍ରଦାନ କ୍ଷମତା ଉପଭୋଗ କରେ ।

୮ । କେଉଁ ମାମଲାଦ୍ବାରା ଉଚ୍ଚତମ ନ୍ୟାୟଳୟ ଅଧ୍ବକ ସକ୍ରିୟ ହୋଇଅଛି ?
Answer:
ଜନସ୍ବାର୍ଥ ମାମଲାଦ୍ଵାରା ଉଚ୍ଚତମ ନ୍ୟାୟଳୟ ଅଧ୍ବକ ସକ୍ରିୟ ହୋଇଅଛି ।

୯ । ଉଚ୍ଚ ନ୍ୟାୟଳୟର ବିଚାରପତିମାନେ କାହାଦ୍ଵାରା ଅନ୍ୟ ଉଚ୍ଚ ନ୍ୟାଳୟକୁ ବଦଳି ହୋଇପାରନ୍ତି ?
Answer:
ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ରାଷ୍ଟ୍ରପତିଙ୍କଦ୍ୱାରା ଅନ୍ୟ ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇପାରନ୍ତି ।

୧୦ । କେଉଁ କାରଣରୁ ଭାରତର ଉଚ୍ଚତମ ନ୍ୟାୟାଳୟ ତାହାର ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିପକ୍ଷ ପରି ସର୍ବୋଚ୍ଚ ନୁହେଁ ?
Answer:
ଭାରତରେ ସଂସଦୀୟ ସାର୍ବଭୌମତ୍ବ ଥିବା କାରଣରୁ ଭାରତର ଉଚ୍ଚତମ ନ୍ୟାୟାଳୟ ତାହାର ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିପକ୍ଷ ପରି ସର୍ବୋଚ୍ଚ ନୁହେଁ ।

(C) ଗୋଟିଏ ଶବ୍ଦ ବା ପଦରେ ଉତ୍ତର ଦିଅ ।

୧ । ଆଇନର ବ୍ୟାଖ୍ୟା ବା ତର୍ଜମା କରିବା କାହାର କାର୍ଯ୍ୟ ?
Answer:
ନ୍ୟାୟପାଳିକା

୨ । ନ୍ୟାୟପାଳିକାର ପ୍ରଥମ ଓ ପ୍ରଧାନ କାର୍ଯ୍ୟ କ’ଣ ?
Answer:
ନ୍ୟାୟଦାନ ବା ଆଇନର ଶାସନ ପ୍ରତିଷ୍ଠା

୩ । ଏକ ନିରପେକ୍ଷ ନ୍ୟାୟଳୟ କେଉଁ ରାଷ୍ଟ୍ର ପାଇଁ ଅତ୍ୟନ୍ତ ଜରୁରୀ ?
Answer:
ସଂଘୀୟ ରାଷ୍ଟ୍ର

୪ । କାହାର ଆଇନର ବ୍ୟାଖ୍ୟାକୁ ସମସ୍ତେ ଗ୍ରହଣ କରନ୍ତି ?
Answer:
ନ୍ୟାୟପାଳିକା

୫ । ଯୁକ୍ତରାଷ୍ଟ୍ର ଆମେରିକାରେ ‘ବିଧୂର ଯଥୋଚିତ ପ୍ରକ୍ରିୟା’ ପ୍ରଚଳିତ ଥିବାବେଳେ ଭାରତରେ କେଉଁ ବ୍ୟବସ୍ଥା କାର୍ଯ୍ୟ କରୁଛି ?
Answer:
ବିଦ୍ଵାରା ସ୍ଥାପିତ ପ୍ରକ୍ରିୟା ।

୬ । ନ୍ୟାୟପାଳିକାର କେଉଁ କ୍ଷମତା ସଂପର୍କରେ ଭାରତ ସମ୍ବଧାନରେ ସ୍ପଷ୍ଟ ଉଲ୍ଲେଖ ନାହିଁ ?
Answer:
ନ୍ୟାୟିଳ ପୁନରାବଲୋକନ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୭ । କେଉଁ ବ୍ୟବସ୍ଥାଦ୍ଵାରା ନ୍ୟାୟପାଳିକା ନିଜର ପାରମ୍ପରିକ କାର୍ଯ୍ୟଠାରୁ ଊର୍ଦ୍ଧ୍ବକୁ ଉଠି ପ୍ରଶାସନର ସ୍ଥାଣୁତା, ଅପାରଗତା ଆଦି ବିରୁଦ୍ଧରେ ସକ୍ରିୟଭାବେ କାର୍ଯ୍ୟ କରୁଛି ?
Answer:
ନ୍ୟାୟିଳ ସକ୍ରିୟତାବାଦ ।

୮ । ନ୍ୟାୟପାଳିକାର ସ୍ଵାଧୀନତା ପ୍ରତି ସର୍ବାଧ‌ିକ ବିପଦ କାହାଠାରୁ ଆସିଥାଏ ?
Answer:
ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ।

୯ । ଜଣେ ବ୍ୟକ୍ତିଙ୍କୁ ସଶରୀରେ ଅଦାଲତ ସମ୍ମୁଖରେ ହାଜର କରାଇବା ପାଇଁ କେଉଁ ଆଜ୍ଞାଦେଶ (ରିଟ୍) ଜାରି ହୁଏ ?
Answer:
ବନ୍ଦୀ ପ୍ରତ୍ୟକ୍ଷୀକରଣ ।

୧୦ | କେଉଁ ବ୍ୟବସ୍ଥା ନ୍ୟାୟିକ ପୁନରାବଲୋକନ କ୍ଷମତାକୁ ଅଧ୍ଵକ ଶକ୍ତିଶାଳୀ ଓ ବ୍ୟାପକ କରିଛି ?
Answer:
ଜନସ୍ବାର୍ଥ ମାମଲା ଓ ନ୍ୟାୟିକ ସକ୍ରିୟତାବାଦ ।

(D) ଭ୍ରମ ସଂଶୋଧନ କର ।

୧ । ବ୍ୟବସ୍ଥାପିକା ହେଉଛି ସମ୍ବିଧାନର ଅଭିଭାବକ ।
Answer:
ନ୍ୟାୟପାଳିକା ହେଉଛି ସମ୍ବିଧାନର ଅଭିଭାବକ ।

୨ । କାର୍ଯ୍ୟପାଳିକା ନାଗରିକର ମୌଳିକ ଅଧିକାରକୁ ସୁରକ୍ଷା ଦେଇଥାଏ ।
Answer:
ନ୍ୟାୟପାଳିକା ନାଗରିକର ମୌଳିକ ଅଧୂକାରକୁ ସୁରକ୍ଷା ଦେଇଥାଏ ।

୩ । ସମାଜ ଓ ସମୟର ପରିବର୍ତ୍ତନ ସହ ନ୍ୟାୟର ରୂପ ବା ଗତି ପରିବର୍ତ୍ତନ ହୁଏ ନାହିଁ ।
Answer:
ସମାଜ ଓ ସମୟର ପରିବର୍ତ୍ତନ ସହ ନ୍ୟାୟର ରୂପ ବା ଗତି ପରିବର୍ତ୍ତନ ହୁଏ ।

୪ । ନ୍ୟାୟପାଳିକାର ପରାମର୍ଶ ମାନିବାପାଇଁ କାର୍ଯ୍ୟପାଳିକା ବାଧ୍ୟ ଅଟେ ।
Answer:
ନ୍ୟାୟପାଳିକାର ପରାମର୍ଶ ମାନିବାପାଇଁ କାର୍ଯ୍ୟପାଳିକା ବାଧ୍ୟ ନୁହେଁ ।

୫ । ସଂସଦ ସମ୍ବିଧାନର ମୌଳିକ ଢାଞ୍ଚା ପରିବର୍ତ୍ତନ ସମ୍ବନ୍ଧୀୟ ସଂଶୋଧନ ମଧ୍ୟ କରିପାରିବ ।
Answer:
ସଂସଦ ସମ୍ବିଧାନର ମୌଳିକ ଢାଞ୍ଚାକୁ ସଂଶୋଧନ କରିପାରିବ ନାହିଁ ।

୬ । ଉଚ୍ଚ ନ୍ୟାୟଳୟ ପ୍ରମାଣପତ୍ର ନ ଦେଲେ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯାଇପାରିବ ନାହିଁ ।
Answer:
ଉଚ୍ଚ ନ୍ୟାୟଳୟ ପ୍ରମାଣପତ୍ର ନ ଦେଲେ ମଧ୍ୟ ଉଚ୍ଚତମ ନ୍ୟାୟାଳୟର ସ୍ଵତନ୍ତ୍ର ଅନୁମତି ବଳରେ ଆବେଦନ କରାଯାଇପାରିବ।

୭ । ଏକାଧ୍ଵକ ରାଜ୍ୟ ପାଇଁ ଗୋଟିଏ ସାଧାରଣ ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇପାରିବ ନାହିଁ ।
Answer:
ଏକ ବା ଏକାଧ୍ଵକ ରାଜ୍ୟ ପାଇଁ ବା ରାଜ୍ୟ ସହ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଧ୍ୟ ଗୋଟିଏ ସାଧାରଣ ଉଚ୍ଚ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇପାରିବ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୮ । ଭାରତରେ ‘ ବିଧୂର ଯଥୋଚିତ ପ୍ରକ୍ରିୟା’ କାର୍ଯ୍ୟ କରୁଛି ।
Answer:
ଭାରତରେ ‘ ବିଦ୍ଵାରା ସ୍ଥାପିତ ପ୍ରକ୍ରିୟା’ କାର୍ଯ୍ୟ କରୁଛି ।

୯ । ସାମ୍ବିଧାନିକ ପ୍ରତିକାର ଅଧୂକାର ୩୦ ଧାରାରେ ପ୍ରଦତ୍ତ ହୋଇଛି ।
Answer:
ସାମ୍ବିଧାନିକ ପ୍ରତିକାର ଅଧିକାର ୩୨ ଧାରାରେ ପ୍ରଦତ୍ତ ହୋଇଛି ।

(E) ଶୂନ୍ୟସ୍ଥାନ ପୂରଣ କର

୧ । ନ୍ୟାୟପାଳିକା ____________ କ୍ଷମତା ବଳରେ ବ୍ୟବସ୍ଥାପିକା ଦ୍ଵାରା ପ୍ରଣୀତ ଆଇନ ସମ୍ବିଧାନ ବିରୋଧୀ ହୋଇଥିଲେ ତାହାକୁ ରଦ୍ଦ କରିଦେଇଥାଏ ।
Answer:
ନ୍ୟାୟିକା ପୁନରାବଲୋକନ (Judicial Review)

୨ । ଆଇନକୁ ବ୍ୟାଖ୍ୟା କରିବା କେବଳ ______________ ର କାର୍ଯ୍ୟ ଅଟେ ।
Answer:
ନ୍ୟାୟପାଳିକା

୩ । ନ୍ୟାୟପାଳିକା ନିଜର ନିଷ୍ପଭି ମାଧ୍ୟମରେ ଯେଉଁ ଆଇନ ପ୍ରସ୍ତୁତ କରେ ତାହାକୁ _______________ କୁହାଯାଏ।
Answer:
ବିଚାର ବିଭାଗୀୟ ଆଇନ (Judicial Legislation) ବା ମାମଲା ଆଇନ (Case Law)

୪ । ______________ ସ୍ଵତନ୍ତ୍ର ଅନୁମତି ଯାଚିକା ଅନୁମୋଦନ କରନ୍ତି |
Answer:
ଉଚ୍ଚତମ ନ୍ୟାୟାଳୟ ।

୫। ______________ ଉଚ୍ଚତମ ନ୍ୟାୟାଳୟର ବିଚାରପତିଙ୍କୁ ଶପଥ ପାଠ କରାନ୍ତି ।
Answer:
ରାଷ୍ଟ୍ରପତି ।

୬ । ସମ୍ବିଧାନ ଖଣ୍ଡପୀଠରେ ସର୍ବନିମ୍ନ ______________ ଜଣ ବିଚାରପତି ରହନ୍ତି |
Answer:
୫ (ପାଞ୍ଚ)

୭ । ଉଚ୍ଚତମ ନ୍ୟାୟାଳୟରେ ସର୍ବାଧ‌ିକ ______________ ଜଣ ବିଚାରପତି ରହିବାର ବ୍ୟବସ୍ଥା ଅଛି ।
Answer:
୩୧ (୩୦+୧)

୮ । ଉଚ୍ଚତମ ନ୍ୟାୟାଳୟ ମୁଖ୍ୟ ବିଚାରପତି ମାସିକ ______________ ଟଙ୍କା ଦରମା ପାଆନ୍ତି ।
Answer:
୧,୦୦,୦୦୦

୯ । ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଉଚ୍ଚତମ ନ୍ୟାୟାଳୟର ଅନ୍ୟ ବିଚାରପତିମାନେ ମାସିକ _____________ ଦରମା ପାଆନ୍ତି।
Answer:
୯୦,୦୦୦

୧୦ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ _____________ ମସିହାରେ ପ୍ରତିଷ୍ଠା ହୋଇଥିଲା ।
Answer:
୧୯୪୮

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି ବାକ୍ୟରେ ଉତ୍ତର ଦିଅ ।

୧ । ନ୍ୟାୟପାଳିକାର ସ୍ବାତନ୍ତ୍ର୍ୟ ବା ସ୍ଵାଧୀନତା କହିଲେ କ’ଣ ବୁଝ ? କିମ୍ବା, ନ୍ୟାୟପାଳିକା କାହିଁକି ସ୍ଵାଧୀନ ଓ ନିରପେକ୍ଷ ହେବା ଉଚିତ ?
Answer:
ନ୍ୟାୟ ବିଚାର ଓ ଆଇନର ଶାସନ ପ୍ରତିଷ୍ଠା ଦୃଷ୍ଟିରୁ ନ୍ୟାୟପାଳିକା ସ୍ଵାଧୀନ ଓ ନିରପେକ୍ଷ ରହିବା ଆବଶ୍ୟକ । ସୁସ୍ଥ ନିଯୁକ୍ତି ନୀତି, ଆକର୍ଷଣୀୟ ଦରମା, ଭତ୍ତା, ସ୍ଥିର ଓ ନିର୍ଦ୍ଦିଷ୍ଟ ଚାକିରିକାଳ, ଜଟିଳ ପଦଚ୍ୟୁତି ବ୍ୟବସ୍ଥା, କାର୍ଯ୍ୟପାଳିକାର ନିୟନ୍ତ୍ରଣରୁ ମୁକ୍ତ ଇତ୍ୟାଦି ନୀତି କାର୍ଯ୍ୟକାରୀ ହେଲେ ବିଚାରପତି ତଥା ନ୍ୟାୟପାଳିକାର ସ୍ଵାତନ୍ତ୍ର୍ୟ ସମ୍ଭବପର ହୋଇପାରିବ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୨ । ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ଯରେ କିପରି ସଂପର୍କ ରହିବା ଦରକାର ?
Answer:
ନ୍ୟାୟପାଳିକା କାର୍ଯ୍ୟପାଳିକାର ପ୍ରଭାବରୁ ମୁକ୍ତ ରହିଲେ ନିଜର ସ୍ଵାଧୀନତା ଓ ନିରପେକ୍ଷତା ରକ୍ଷା କରିପାରିବ ।

୩ । ଭାରତର ସୁପ୍ରିମ୍‌କୋର୍ଟ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
ଭାରତର ସୁପ୍ରିମ୍‌କୋର୍ଟ ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ପ୍ରତିଷ୍ଠା ହୋଇଥିଲା ।

୪ । ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ସଂଖ୍ୟା କେତେ ?
Answer:
ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ସଂଖ୍ୟା ୨୬ ଅଟେ ।

୫ । କେଉଁ କାରଣ ଯୋଗୁଁ ସୁପ୍ରିମ୍‌କୋର୍ଟର ବିଚାରପତିଙ୍କୁ ବହିଷ୍କାର କରାଯାଇଥାଏ ?
Answer:
ସାମ୍ବିଧାନିକ ପ୍ରମାଣିତ ଅସଦ୍ ଆଚରଣ ଓ ଅପାରଗତା ଯୋଗୁଁ ସୁପ୍ରିମ୍‌କୋର୍ଟର ବିଚାରପତିଙ୍କୁ ବହିଷ୍କାର କରାଯାଏ ।

୬ । ସାମ୍ବିଧାନିକ ପ୍ରମାଣିତ ଅସଦ୍ ଆଚରଣ ଓ ଅପାରଗତା ଯୋଗୁଁ ସୁପ୍ରିମ୍‌କୋର୍ଟର ବିଚାରପତିଙ୍କୁ ବହିଷ୍କାର
Answer:
ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ଶପଥପାଠ କରାନ୍ତି ।

୭ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ବହିଷ୍କାର କରିବାର କ୍ଷମତା କାହାର ଅଛି ?
Answer:
ଭାରତର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନକ୍ରମେ ବିଚାରପତିମାନଙ୍କୁ ବହିଷ୍କାର କରିବାର କ୍ଷମତା ରାଷ୍ଟ୍ରପତିଙ୍କ ରହିଛି ।

୮ । ସମ୍ବିଧାନର କେଉଁ ଧାରା ଅନୁସାରେ କୌଣସି ନାଗରିକର ମୌଳିକ ଅଧୂକାରର ପୁନରୁଦ୍ଧାର ପାଇଁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇପାରିବେ ?
Answer:
ସମ୍ବିଧାନର ୩୨ ଧାରା ଅନୁଯାୟୀ କୌଣସି ନାଗରିକ ମୌଳିକ ଅଧୂକାରର ପୁନରୁଦ୍ଧାର ପାଇଁ ସିଧାସଳଖ ସର୍ବୋଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇପାରିବେ ।

୯ । ନ୍ୟାୟିକ ପୁନରାବଲୋକନ କ୍ଷମତାର ପିତା କିଏ ?
Answer:
ଆମେରିକା ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ମାର୍ଶାଲ ୧୮୦୩ ମସିହାରେ ଏହି କ୍ଷମତାକୁ ପ୍ରଥମେ ବ୍ୟବହାର କରିଥିଲେ । ସେଥିପାଇଁ ସେ ଏହାର ପିତା ଅଟନ୍ତି ।

୧୦ । ପରାମର୍ଶ ପ୍ରଦାନ କ୍ଷେତ୍ରରେ ସୁପ୍ରିମ୍‌କୋର୍ଟ ଯେଉଁ ଉପଦେଶ ଦେଇଥା’ନ୍ତି, ତାହା ରାଷ୍ଟ୍ରପତି ଗ୍ରହଣ କରିବାକୁ ବାଧ୍ଯ କି ?
Answer:
ନା, ସୁପ୍ରିମ୍‌କୋର୍ଟର ପରାମର୍ଶକୁ ଗ୍ରହଣ କରିବାକୁ ରାଷ୍ଟ୍ରପତି ବାଧ୍ୟ ନୁହଁନ୍ତି |

୧୧ । ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କେଉଁ ମସିହାରେ ପ୍ରତିଷ୍ଠିତ ହୋଇଥିଲା ?
Answer:
ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ୧୯୪୮ ମସିହାରେ କଟକଠାରେ ପ୍ରତିଷ୍ଠିତ ହୋଇଥିଲା ।

୧୨ । ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତି ଉଚ୍ଚ ନ୍ୟାୟାଳୟର ବିଚାରପତି ସ୍ଥିର କରନ୍ତି କି ?
Answer:
ହଁ, ସ୍ଥିର କରନ୍ତି ।

୧୩ । ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ କିଏ ଶପଥପାଠ କରାନ୍ତି ?
Answer:
ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଜ୍ୟପାଳ ଶପଥପାଠ କରାନ୍ତି ।

୧୪ । କେଉଁ ସମୟରେ ହାଇକୋର୍ଟ କୌଣସି ଏକ ମାମଲାକୁ ଅଧୀନସ୍ଥ ଅଦାଲତରୁ ନିଜ ଅଧୀନକୁ ଆଣିଥାଏ
Answer:
ଯଦି ହାଇକୋର୍ଟ ଅନୁଭବ କରେ ଯେ କୌଣସି ଅଧୀନସ୍ଥ ଅଦାଲତରେ ଏକ ଜଟିଳ ସାମ୍ବିଧାନିକ ମାମଲା ବିଚାର ପାଇଁ ଅଦାଲତରେ ପଡ଼ିରହିଛି, ତେବେ ଉକ୍ତ ମାମଲାକୁ ଅଧୀନସ୍ଥ ଅଦାଲତରୁ ନିଜ ଅଧୀନକୁ ଆଣି ତା’ର ବିଚାର କରିଥାଏ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୧୫ । ଜିଲ୍ଲା ଜଜ୍‌ମାନଙ୍କୁ କିଏ ନିଯୁକ୍ତ କରନ୍ତି ?
Answer:
ଜିଲ୍ଲା ଜଜ୍‌ମାନଙ୍କୁ ରାଜ୍ୟପାଳ ନିଯୁକ୍ତ କରନ୍ତି ।

୧୬ । ବିଚାରପତିମାନଙ୍କୁ ଗୋଟିଏ ଉଚ୍ଚ ନ୍ୟାୟାଳୟରୁ ଅନ୍ୟ ଉଚ୍ଚ ନ୍ୟାୟାଳୟକୁ ବଦଳି କରିବାର କ୍ଷମତା କାହାର ରହିଛି ?
Answer:
ବିଚାରପତିମାନଙ୍କୁ ଗୋଟିଏ ଉଚ୍ଚ ନ୍ୟାୟାଳୟରୁ ଅନ୍ୟ ଉଚ୍ଚ ନ୍ୟାୟାଳୟକୁ ବଦଳି କରିବାର କ୍ଷମତା ରାଷ୍ଟ୍ରପତିଙ୍କର ଅଛି

୧୭ । କୌଣସି ରାଜ୍ୟର ରାଜ୍ୟପାଳ ଅନୁପସ୍ଥିତ ରହିଲେ କିଏ ସାମୟିକଭାବରେ ତାଙ୍କର ଦାୟିତ୍ଵ ତୁଲାଇଥା’ନ୍ତି?
Answer:
କୌଣସି ରାଜ୍ୟର ରାଜ୍ୟପାଳ ଅନୁପସ୍ଥିତ ରହିଲେ ସଂପୃକ୍ତ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କ ଦାୟିତ୍ଵ ତୁଲାନ୍ତି।

୧୮ । ଅଧସ୍ତନ ନ୍ୟାୟପାଳିକାର ମୁଖ୍ୟ କିଏ ?
Answer:
ଜିଲ୍ଲାଜଜ୍ ଅଧସ୍ତନ ନ୍ୟାୟପାଳିକାର ମୁଖ୍ୟ ଅଟନ୍ତି ।

୧୯ । ନିମ୍ନ ଅଦାଲତର କେଉଁ ବିଚାରପତି ମୃତ୍ୟୁଦଣ୍ଡ ଦେଇପାରିବେ ?
Answer:
ନିମ୍ନ ଅଦାଲତର ସହକାରୀ ସେସନ୍ସ ଜଜ୍ ଓ ଜିଲ୍ଲା ସେସନ୍ସ ଜଜ୍ ମୃତ୍ୟୁଦଣ୍ଡ ଦେଇପାରିବେ ।

(B) ପାଞ୍ଚଗୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

୧ । ନ୍ୟାୟପାଳିକାର ସ୍ବାଧୀନତା କିପରି ରକ୍ଷା କରାଯାଇପାରିବ ?
Answer:
କୌଣସି ପ୍ରକାର ରାଜନୈତିକ ବାହ୍ୟ ଚାପରୁ ମୁକ୍ତ ରହି ଯଦି ନ୍ୟାୟାୟଳ ସ୍ଵାଧୀନ ଭାବରେ ନିଷ୍ପତ୍ତି ଦେଇପାରେ ତାହାକୁ ନିରପେକ୍ଷ ନ୍ୟାୟାଳୟ ବା ନ୍ୟାୟାଳୟର ସ୍ଵାଧୀନତା କୁହାଯାଏ । ନିମ୍ନଲିଖତ ବ୍ୟବସ୍ଥାଗୁଡ଼ିକ ଗ୍ରହଣ କରାଗଲେ ନ୍ୟାୟପାଳିକା ସ୍ଵାଧୀନ ଓ ନିରପେକ୍ଷ ହୋଇପାରେ । ପ୍ରଥମତଃ, ଗଣତାନ୍ତ୍ରିକ ପରିବେଶ ବିନା ନ୍ୟାୟାଳୟ ରାଜନୈତିକ ବା ବ୍ୟକ୍ତିଗତ ହସ୍ତକ୍ଷେପର ପ୍ରଭାବରୁ ମୁକ୍ତ ହୋଇପାରିବ ନାହିଁ ।

ଦ୍ଵିତୀୟତଃ, ବିଚାରପତିଙ୍କର ନିଯୁକ୍ତି, ପଦୋନ୍ନତି ଓ ଚାକିରି ସର୍ଭାବଳୀ ନିର୍ଦ୍ଧାରଣ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ନୀତିର ପ୍ରୟୋଗ କରାଯିବ । ତୃତୀୟତଃ, ବିଚାରପତିମାନେ ଉପଯୁକ୍ତ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧାସୁଯୋଗ ପାଇବା ଉଚିତ । ଚତୁର୍ଥତଃ, କାର୍ଯ୍ୟପାଳିକାର ପ୍ରଭାବରୁ ନ୍ୟାୟପାଳିକା ମୁକ୍ତ ରହିବା ଉଚିତ । ପଞ୍ଚମତଃ, ବିଚାରପତିଙ୍କର କାର୍ଯ୍ୟକାଳ ସ୍ଥିର ଓ ବହିଷ୍କାର ପ୍ରଣାଳୀ ଜଟିଳ ହେବା ଆବଶ୍ୟକ ।

୨। ନ୍ୟାୟପାଳିକାର କାର୍ଯ୍ୟାବଳୀ ଦର୍ଶାଅ ।
Answer:
ନ୍ୟାୟପାଳିକା ନିମ୍ନଲିଖତ କାର୍ଯ୍ୟାବଳୀ ସମ୍ପାଦନ କରିଥାଏ, ଯଥା – (୧) ଆଇନର ବ୍ୟାଖ୍ୟା, (୨) ଆଇନ ଭଙ୍ଗକାରୀ ପ୍ରତି ଦଣ୍ଡବିଧାନ, (୩) ସମ୍ବିଧାନର ବ୍ୟାଖ୍ୟା, (୪) ମୌଳିକ ଅଧିକାରର ସୁରକ୍ଷା, (୫) ଆଇନ ପ୍ରଣୟନ, (୬) ପ୍ରଶାସନିକ ଓ ପରାମର୍ଶ କାର୍ଯ୍ୟ (୭) ନ୍ୟାୟବୋଧ ସମୀକ୍ଷା ।

୩। ନ୍ୟାୟିକ ବ୍ୟାଖ୍ୟା କ’ଣ ?
Answer:
ନ୍ୟାୟାଳୟ ସମ୍ବିଧାନର ଜଗୁଆଳି, ନାଗରିକର ମୌଳିକ ଅଧିକାରର ରକ୍ଷକ, ଆଇନର ବ୍ୟାଖ୍ୟା ପରି ଅନେକ କାର୍ଯ୍ୟ ସମ୍ପାଦନ କରି ନ୍ୟାୟ ଓ ଆଇନର ଶାସନ ପ୍ରତିଷ୍ଠା କରେ । ନ୍ୟାୟାଳୟ ଅସ୍ପଷ୍ଟ ଓ ବିବାଦୀୟ ଆଇନକୁ ବ୍ୟାଖ୍ୟା କରି ଏହାର ସ୍ଵରୂପ ନିର୍ଣ୍ଣୟ କରେ । ଏହି ବ୍ୟାଖ୍ୟା ଆଇନର ମର୍ଯ୍ୟାଦା ବହନ କରେ । ଏହା ବ୍ୟାଖ୍ୟା ମାଧ୍ୟମରେ ଏବଂ ବିଭିନ୍ନ ମକଦ୍ଦମାର ରାୟଦ୍ଵାରା ଯେଉଁ ନୂତନ ଆଇନ ପ୍ରଣୀତ ହୁଏ, ତାହାକୁ ବିଚାରପତିଙ୍କଦ୍ଵାରା ପ୍ରସ୍ତୁତ ଆଇନ (Judge-made Law) କୁହାଯାଏ ।

୪ । ନ୍ୟାୟପାଳିକା ସମ୍ବିଧାନର ସଂରକ୍ଷକ ବା ଜଗୁଆଳି ଅଟେ – ଆଲୋଚନା କର ।
Answer:
ନ୍ୟାୟପାଳିକା ସାମ୍ବିଧାନିକ ଆଇନର ପରିସର ମଧ୍ୟରେ ବିଚାର ଓ ନ୍ୟାୟଦାନ, ଆଇନର ତର୍ଜମା, ନ୍ୟାୟିକ କାର୍ଯ୍ୟ କରିଥାଏ । ନ୍ୟାୟପାଳିକା ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧୂକାରର ରକ୍ଷକ ଅଟେ । ନାଗରିକର ମୌଳିକ ଅଧୁକାର କ୍ଷୁଣ୍ଣ ହେଲେ ସେ ନ୍ୟାୟାଳୟରେ ଆବେଦନ କରିପାରେ ଓ ସୁରକ୍ଷା ମଧ୍ୟ ପାଇଥାଏ । ନ୍ୟାୟିକ ପୁନରବଲୋକନ କ୍ଷମତା ବଳରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର କାର୍ଯ୍ୟର ସାମ୍ବିଧାନିକତାକୁ ନ୍ୟାୟପାଳିକା ପରୀକ୍ଷା କରିପାରେ ଓ କୌଣସି କାର୍ଯ୍ୟ ସମ୍ବିଧାନ ବିରୋଧୀ ହେଲେ ତାହାକୁ ଅସିଦ୍ଧ ଘୋଷଣା କରିପାରେ । ଏଣୁ ବାସ୍ତବରେ ନ୍ୟାୟପାଳିକା ସମ୍ବିଧାନର ସଂରକ୍ଷକ ଅଟେ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୫। ନ୍ୟାୟିକ ପୁନରାବଲୋକ (Judicial Review) କ’ଣ ?
Answer:
ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ନିଷ୍ପତ୍ତି ଓ କାର୍ଯ୍ୟଧାରାକୁ ପରୀକ୍ଷା କରି ସେଗୁଡ଼ିକ ସମ୍ବିଧାନସମ୍ମତ ନହେଲେ ତାହାକୁ ଅସିଦ୍ଧ ଓ ଅଣସାମ୍ବିଧାନିକ ବୋଲି ଘୋଷଣା କରିପାରିବାର ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର କ୍ଷମତାକୁ ନ୍ୟାୟିକ ପୁନରାବଲୋକନ କୁହାଯାଏ । ଏହା ଫଳରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟ ସମ୍ବିଧାନର ଜଗୁଆଳିରୂପେ କାର୍ଯ୍ୟ କରିପାରେ । ଏହା ଆଇନଦ୍ଵାରା ସଂସ୍ଥାପିତ ପଦ୍ଧତିଗତ କିମ୍ବା ଆଇନର ଅନ୍ତଃସ୍ଵରଭିଭିକ ହୋଇପାରେ । ଭାରତରେ ନ୍ୟାୟିକ ପୁନରାବଲୋକନ ପଦ୍ଧତିଗତ ହୋଇଥିବାରୁ ଆଇନର ଅନ୍ତଃସ୍ବର ପରୀକ୍ଷା କରିବା ଉଚ୍ଚତମ ନ୍ୟାୟାଳୟର ପରିସରଭୁକ୍ତ ହୋଇନଥିବାରୁ ଏହାକୁ ସୀମିତ ନ୍ୟାୟିକ ପୁନରାବଲୋକନ କୁହାଯାଏ । ଏହି ବ୍ୟବସ୍ଥା ଆମେରିକା ଉଚ୍ଚତମ ନ୍ୟାୟାଳୟର ମାର୍‌ବୁରୀ ବନାମ୍ ମାଡ଼ିସନ ମକଦ୍ଦମାର ନିଷ୍ପତ୍ତି ମାଧ୍ୟମରେ ସ୍ଵୀକୃତିଲାଭ କରିଛି ।

୬ । ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ଯୋଗ୍ୟତା କ’ଣ ?’
Answer:
ସେ ଭାରତୀୟ ନାଗରିକ ହୋଇଥବେ । ଅନ୍ୟୁନ ୫ ବର୍ଷ ପର୍ଯ୍ୟନ୍ତ କୌଣସି ହାଇକୋର୍ଟର ବିଚାରପତି ହୋଇଥିବା ଦରକାର । ଅନ୍ତତଃ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ହାଇକୋର୍ଟରେ ଓକିଲାତି ଅଭିଜ୍ଞତା ଥିବା ଦରକାର ଏବଂ ରାଷ୍ଟ୍ରପତିଙ୍କ ମତରେ ସେ ଜଣେ ଆଇନଜ୍ଞ ହୋଇଥିବେ ।

୭ । ସୁପ୍ରିମ୍‌କୋର୍ଟର ମୌଳିକ କ୍ଷମତା କ’ଣ ?
Answer:
ସମ୍ବିଧାନର ୧୩୧ ଧାରାନୁସାରେ ସୁପ୍ରିମ୍‌କୋର୍ଟରେ ସିଧାସଳଖ ମକଦ୍ଦମା କରାଯାଇପାରିବ । ତଳ କୋର୍ଟକୁ ନ ଯାଇ ସୁପ୍ରିମ୍‌କୋର୍ଟରେ ଯେଉଁସବୁ ମକଦ୍ଦମା ଦାଖଲ କରାଯାଏ ସେସବୁ ବିଚାର କ୍ଷମତାକୁ ମୌଳିକ କ୍ଷମତା କୁହାଯାଏ; ଯଥା କେନ୍ଦ୍ର ସରକାର ଓ ଏକ ବା ଅନେକ ରାଜ୍ୟମାନଙ୍କ ଭିତରେ ହୋଇଥିବା ବିବାଦ, (୨) କେନ୍ଦ୍ର ସରକାରଙ୍କ ସହିତ ଏକ ବା କେତେକ ରାଜ୍ୟ ବନାମ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ ହୋଇଥିବା ବିବାଦ; (୩) ଏକ ରାଜ୍ୟ ସରକାର ବନାମ କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ଉପୁଜିଥ‌ିବା ବିବାଦଗୁଡ଼ିକ ସିଧାସଳଖ ସୁପ୍ରିମ୍‌କୋର୍ଟ ଯାଇପାରିବ । ଏହା ବ୍ୟତୀତ ମୌଳିକ ଅଧୁକାରର ସୁରକ୍ଷାପାଇଁ ସମ୍ବିଧାନର ୩୨ ଧାରା ଏବଂ ୭୧ ଧାରା (୧) ଅନୁସାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମକଦ୍ଦମା ସୁପ୍ରିମକୋର୍ଟର ମୌଳିକ କ୍ଷମତା ପରିସରଭୁକ୍ତ ।

୮ । ସର୍ବୋଚ୍ଚ ନ୍ୟାୟାଳୟକୁ କାହିଁକି ସମ୍ବିଧାନର ରକ୍ଷକ କୁହାଯାଏ ?
କିମ୍ବା, ନ୍ୟାୟିକ ପୁନରାବଲୋକନ କ୍ଷମତା କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟ ଏକାଧାରରେ ସଂଘୀୟ ଅଦାଲତ, ସମ୍ବିଧାନ ସଂରକ୍ଷକ ଓ ଶ୍ରେଷ୍ଠ ବ୍ୟାଖ୍ୟାକାର ଅଟେ । ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ହୋଇଥିବା ଆଇନର ସାମ୍ବିଧାନିକତା ପରୀକ୍ଷା କରିଥାଏ । ଯଦି କୌଣସି ଆଇନ ସମ୍ବିଧାନର ନୀତିନିୟମ ଲଙ୍ଘନ କରେ ତା’ହେଲେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଆଇନକୁ ଅସିଦ୍ଧ ଘୋଷଣା କରେ । ଏହାର ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥିବାରୁ ଏହାକୁ ସମ୍ବିଧାନର ରକ୍ଷକ ବୋଲି କୁହାଯାଏ ।

୯ । ପୁନଃ ନିରୀକ୍ଷଣ କ୍ଷମତା କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟ ଭାରତର ଶୀର୍ଷତମ ନ୍ୟାୟାଳୟ ହୋଇଥିବାରୁ ଏହାର ପୁନଃ ନିରୀକ୍ଷଣ କ୍ଷମତା ରହିଛି । ଏହାକୁ ସର୍ବୋଚ୍ଚ ନ୍ୟାୟାଳୟର ସଂଶୋଧନ କ୍ଷମତା ମଧ୍ୟ କୁହାଯାଇଥାଏ । ସର୍ବୋଚ୍ଚ ନ୍ୟାୟାଳୟ ଯେତେବେଳେ ଅନୁଭବ କରନ୍ତି ଯେ ଏହାଦ୍ଵାରା ପ୍ରଦତ୍ତ ରାୟରେ କୌଣସି ଆଇନଗତ ପ୍ରମାଦ ରହିଯାଇଛି, ସେତେବେଳେ ଏହା ଆଉ ଥରେ ସେଗୁଡ଼ିକୁ ବିଚାର କରିଥାଏ । ଦେଶର ନ୍ୟାୟ ତଥା ପରିଚାଳନା କ୍ଷେତ୍ରରେ ସାମ୍ୟ ପ୍ରତିଷ୍ଠା କରିବାପାଇଁ ଏଭଳି ବ୍ୟବସ୍ଥା କରାଯାଇଛି । ଏହାକୁ ନ୍ୟାୟାଳୟର ପୁନଃ ନିରୀକ୍ଷଣ କ୍ଷମତା କୁହାଯାଏ ।

୧୦ । ଜନସ୍ବାର୍ଥ ସମ୍ବଳିତ ମକଦ୍ଦମା କ’ଣ ?
Answer:
ସମ୍ବଳିତ ମକଦ୍ଦମା କୁହାଯାଏ । ଏହି ପ୍ରକାର ମକଦ୍ଦମା ବିଚାରପାଇଁ ସମ୍ବିଧାନରେ କୌଣସି ବିଧ୍ଵବଦ୍ଧ ବ୍ୟବସ୍ଥା ନାହିଁ । ଭାରତରେ ଅଗଣିତ ଦରିଦ୍ର ଓ ଅଶିକ୍ଷିତ ଜନଗଣଙ୍କ ସ୍ବାର୍ଥସାଧନ ନିମିତ୍ତ ଓ ସେମାନଙ୍କୁ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ଆଇନର ସୁଫଳ ଭୋଗ କରିବା ନିମନ୍ତେ ସୁଯୋଗ ଦେବାପାଇଁ ଏହି ପ୍ରକାର ନୂଆ କ୍ଷେତ୍ରାଧୁକାର ସୃଷ୍ଟି ହୋଇଛି । ଏହା ସମ୍ବିଧାନର ଲକ୍ଷ୍ୟ ଏବଂ ରାଷ୍ଟ୍ର ନିୟାମକ ତତ୍ତ୍ଵର ସଫଳ ରୂପାୟନ ନିମନ୍ତେ ସୁପ୍ରିମ୍‌କୋର୍ଟର ବିଚାରପତିମାନଙ୍କ ମତାଦର୍ଶ ଉପରେ ପ୍ରତିଷ୍ଠିତ ।

ଏଥୁରେ ନ୍ୟାୟ ବିଚାର ଉପରେ ବିଶେଷ ଗୁରୁତ୍ଵ ପ୍ରଦାନ କରାଯାଇଥାଏ । ଅନ୍ୟାୟ ଓ ଅନାଚାର ବିରୁଦ୍ଧରେ ଯେକୌଣସି ବ୍ୟକ୍ତି ନ୍ୟାୟ ପାଇଁ ସୁପ୍ରିମ୍‌କୋର୍ଟକୁ ଚିଠି ପଠାଇ ଆବେଦନ କରିପାରିବେ । ସୁପ୍ରିମକୋର୍ଟ ଅଭିଯୋଗର ଯଥାର୍ଥତାକୁ ଅନୁସନ୍ଧାନ କରି ଉଚିତ ମନେକଲେ ସମ୍ବିଧାନର ୩୨ ଧାରା ଅନୁସାରେ ଯେକୌଣସି ପ୍ରକାର ରିଟ୍ ଜାରିକରି ଦାୟରକାରୀ ପକ୍ଷକୁ ଉପଯୁକ୍ତ ।

୧୧ । ଅଭିଲେଖ ଅଦାଲତ କ’ଣ ?
କିମ୍ବା, କୋର୍ଟ ଅଫ୍ ରେକର୍ଡ଼ କ’ଣ ?
Answer:
ସମ୍ବିଧାନର ୧୨୯ ଧାରାରେ ଭାରତର ଉଚ୍ଚତମ ନ୍ୟାୟାଳୟକୁ ଏକ ଅଭିଲେଖ ଅଦାଲତ ବୋଲି ବର୍ଣ୍ଣନା କରାଯାଇଛି । ଏହାର ସମସ୍ତ ରାୟ ବା ଚୂଡ଼ାନ୍ତ ନିଷ୍ପଭି ନଥୁପତ୍ରଭାବେ ସଂରକ୍ଷିତ କରାଯାଏ । ଏଗୁଡ଼ିକ ଭାରତର ଯେକୌଣସି ନ୍ୟାୟାଳୟରେ ପ୍ରମାଣ ସ୍ଵରୂପ ଗ୍ରହଣ କରାଯାଏ । ଏହା ଅଦାଲତ ଅବମାନନା ମକଦ୍ଦମାର ବିଚାର କରିଥାଏ ।

୧୨ । ଉଚ୍ଚତମ ନ୍ୟାୟାଳୟର ଆବେଦନକାରୀ କ୍ଷେତ୍ରାଧୁକାର କ’ଣ ?
Answer:
ସମ୍ବିଧାନର ୧୩୨ ଧାରାନୁସାରେ ଉଚ୍ଚତମ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ବିରୁଦ୍ଧରେ ଆବେଦନ ଗ୍ରହଣ କରିପାରେ । କିନ୍ତୁ ସମ୍ପୃକ୍ତ ଉଚ୍ଚ ନ୍ୟାୟାଳୟ ଉକ୍ତ ମକଦ୍ଦମାରେ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ବା ସମ୍ବିଧାନ ତର୍ଜମାଜନିତ ପ୍ରଶ୍ନ ଜଡ଼ିତ ଅଛି ବୋଲି ଏକ ପ୍ରମାଣପତ୍ର ଦେବା ଆବଶ୍ୟକ । କିନ୍ତୁ ଏଭଳି ପ୍ରମାଣପତ୍ରର ଅନୁପସ୍ଥିତିରେ ମଧ୍ୟ ଉଚ୍ଚତମ ନ୍ୟାୟାଳୟ ନିଜର ସ୍ଵତନ୍ତ୍ର ଆବେଦନ କ୍ଷମତା ବଳରେ ଏହି ଆବେଦନକୁ ବିଚାରପାଇଁ ଗ୍ରହଣ କରିପାରେ । ଦେୱାନୀ, ଫୌଜଦାରୀ, ସାମ୍ବିଧାନିକ ଆଦି ବିଭିନ୍ନ ମକଦ୍ଦମା ଏହି କ୍ଷତାର ପରିସରଭୁକ୍ତ ଅଟେ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

୧୩ । ଉଚ୍ଚତମ ନ୍ୟାୟାଳୟର ପରାମର୍ଶ ପ୍ରଦାନକାରୀ କ୍ଷମତା ପରିସର କ’ଣ ?
Answer:
ସମ୍ବିଧାନର ୧୪୩ (୧) ଧାରାନୁସାରେ ଯଦି ରାଷ୍ଟ୍ରପତି ମନେକରନ୍ତି ଯେ କୌଣସି ଆଇନଗତ ପ୍ରଶ୍ନର ସମାଧାନପାଇଁ ଉଚ୍ଚତମ ନ୍ୟାୟାଳୟର ପରାମର୍ଶ ଆବଶ୍ୟକ, ତେବେ ସେ ପରାମର୍ଶ ମାଗିପାରନ୍ତି । ଉଚ୍ଚତମ ନ୍ୟାୟାଳୟ ଏକ ରିପୋର୍ଟ ମାଧ୍ୟମରେ ନିଜର ମତ ଉପସ୍ଥାପନ କରିଥା’ନ୍ତି । ରାଷ୍ଟ୍ରପତି ଏହି ପରାମର୍ଶକୁ ମାନିବାପାଇଁ ଆଇନତଃ ବାଧ୍ୟ ନୁହନ୍ତି । ୧୯୫୯ ମସିହାର କେରଳ ଶିକ୍ଷା ଆଇନର ବୈଧତାଠାରୁ ଆରମ୍ଭ କରି ୧୯୯୧ କାବେରୀ ନଦୀଜଳ ବଣ୍ଟନ ବିବାଦ ପର୍ଯ୍ୟନ୍ତ ଏହାର ଉଦାହରଣ ଅଟେ ।

୧୪ । ଭାରତରେ ନ୍ୟାୟପାଳିକାର ସ୍ବାତନ୍ତ୍ର୍ୟ କହିଲେ କ’ଣ ବୁଝ ?
Answer:
ପ୍ରକ୍ରିୟା ଓ ବିଚାରପତିମାନେ ବ୍ୟବସ୍ଥାପକ ସଭା ଓ ଶାସକଗୋଷ୍ଠୀ କବଳରୁ ମୁକ୍ତ ଅଟନ୍ତି । ସେମାନଙ୍କ ନିଯୁକ୍ତି ପ୍ରଣାଳୀ ଅତ୍ୟନ୍ତ ସୁସ୍ଥ । ସେମାନଙ୍କ କାର୍ଯ୍ୟକାଳ ନିର୍ଦ୍ଦିଷ୍ଟ । ବିଚାରପତିଙ୍କ ବହିଷ୍କାର ପ୍ରକ୍ରିୟା ଅତ୍ୟନ୍ତ ଜଟିଳ । ସେମାନଙ୍କୁ ମୋଟା ଅଙ୍କର ଦରମା, ଭତ୍ତା ଓ ଆକର୍ଷଣୀୟ ଅବସରକାଳୀନ ସୁବିଧା ଦିଆଯାଇଥାଏ । ଏହା ଫଳରେ ସେମାନେ ବଶୀଭୂତ ନହୋଇ ସ୍ଵାଧନ ଓ ନିର୍ଭିକଭାବେ ନିଜର ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ।

୧୫ । ସୁପ୍ରିମ୍‌କୋର୍ଟକୁ କାହିଁକି ମୌଳିକ ଅଧୂକାରର ମୁରବି କହନ୍ତି ?
Answer:
ଭାରତୀୟ ନାଗରିକର ମୌଳିକ ଅଧୂକାର ନ୍ୟାୟଯୋଗ୍ୟ ଅନ୍ୟାୟଭାବେ ସଙ୍କୁଚିତ ବା କ୍ଷୁଣ୍ଣ ହେଲେ ସେ ସମ୍ବିଧାନର ୩୭ ଧାରା ଅଟେ । ଜଣେ ନାଗରିକର ମୌଳିକ ଅଧୂକାର ବଳରେ ସୁପ୍ରିମ୍‌କୋର୍ଟର ଆଶ୍ରୟ ନେଇପାରିବେ । ସୁପ୍ରିମକୋର୍ଟ ବନ୍ଦୀ ପ୍ରତ୍ୟକ୍ଷୀକରଣ, ଅଧିକାରପୂଚ୍ଛା, ପରମାଦେଶ, ନିଷେଧାଜ୍ଞା ଓ ପ୍ରତିରୋଧ ନାମକ ପାଞ୍ଚଗୋଟି ରିଟ୍ ବା ଆଜ୍ଞାପତ୍ର ମାଧ୍ୟମରେ ଏହି ମୌଳିକ ଅଧୁକାରର ଆଇନଗତ ସୁରକ୍ଷା କରିଥାଏ । ଏଣୁ ସୁପ୍ରିମ୍‌କୋର୍ଟକୁ ମୌଳିକ ଅଧୂକାରର ମୁରବି କୁହାଯାଏ ।

୧୬ । ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତିଙ୍କୁ କିପରି କାର୍ଯ୍ୟରୁ ବହିଷ୍କାର କରାଯାଇପାରିବ ?
Answer:
ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତିଙ୍କୁ ଭାରତୀୟ ସଂସଦର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ଅନୁମୋଦନ କ୍ରମେ ରାଷ୍ଟ୍ରପତି କାର୍ଯ୍ୟରୁ ବହିଷ୍କାର କରିପାରିବେ । ଉଚ୍ଚ ନ୍ୟାୟାଳୟର ଜଣେ ବିଚାରପତିଙ୍କୁ କେବଳ ପ୍ରମାଣିତ ଅସଦ୍ ଆଚରଣ କିମ୍ବା ଅସାମର୍ଥ୍ୟ ଆଦି କାରଣରୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ । ବିଚାରପତିଙ୍କୁ କାର୍ଯ୍ୟରୁ ବହିଷ୍କାର କରିବା ଜନିତ ପ୍ରସ୍ତାବ ସଂସଦର ଦୁଇ-ତୃତୀୟାଂଶ ସଭ୍ୟଙ୍କ ଅନୁମୋଦନ ଲାଭ କଲାପରେ ଯାଇ ରାଷ୍ଟ୍ରପତି ଉକ୍ତ ବିଚାରପତିଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥା’ନ୍ତି ।

୧୭ । ଉଚ୍ଚ ନ୍ୟାୟାଳୟର କି କି ମୌଳିକ କ୍ଷମତା ରହିଛି ?
Answer:
ରାଜ୍ୟ ଉଚ୍ଚ ନ୍ୟାୟାଳୟର କେତେକ ମୌଳିକ କ୍ଷମତା ରହିଛି । ମୌଳିକ କ୍ଷମତା ବଳରେ ଉଚ୍ଚ ନ୍ୟାୟାଳୟରେ ବିବାହ, ଛାଡ଼ପତ୍ର ଇତ୍ୟାଦି ମକଦ୍ଦମାଗୁଡ଼ିକର ବିଚାର ହୋଇଥାଏ । ଅଦାଲତ ଅବମାନନା ବିଚାରଗୁଡ଼ିକର ବିଚାର କରିବା ଉଚ୍ଚ ନ୍ୟାୟାଳୟର ମୌଳିକ କ୍ଷମତାର ପରିସରଭୁକ୍ତ ଅଟେ । ସମ୍ବିଧାନର ୨୨୬ ଧାରା ଅନୁସାରେ ନାଗରିକର ମୌଳିକ ଅସ୍ଵୀକାର କ୍ଷୁଣ୍ଣଜନିତ କୌଣସି ମକଦ୍ଦମା ଉଚ୍ଚ ନ୍ୟାୟାଳୟର ମୌଳିକ କ୍ଷେତ୍ରାଧ୍ଵକାର ଅଧୀନରେ ଦାଏର କରାଯାଇପାରେ ।

୧୮ । ଉଚ୍ଚ ନ୍ୟାୟାଳୟର ପରିଦର୍ଶନ ଓ ନିୟନ୍ତ୍ରଣ କ୍ଷମତା କହିଲେ ତୁମେ କ’ଣ ବୁଝ ?
Answer:
ସମ୍ବିଧାନର ୨୨୭ ଧାରା ଅନୁଯାୟୀ ରାଜ୍ୟର ଅନ୍ୟସମସ୍ତ ଅଧସ୍ତନ ବିଚାରାଳୟକୁ ପରିଦର୍ଶନ କରିବାର କ୍ଷମତା ଉଚ୍ଚ ନ୍ୟାୟାଳୟର ରହିଛି । ରାଜ୍ୟର ଅନ୍ୟ ସମସ୍ତ ନ୍ୟାୟାଳୟ ଉଚ୍ଚ ନ୍ୟାୟାଳୟଦ୍ଵାରା ନିର୍ଦ୍ଧାରିତ ନୀତି ଓ ନିୟମାନୁଯାୟୀ ପରିଚାଳିତ ହୁଅନ୍ତି । ଏହା ନିମ୍ନ ଅଦାଲତରୁ ଖବର ମଗାଇ ପାରନ୍ତି, ଫର୍ମ ଓ ତାଲିକା ଯୋଗାଣ କରିପାରନ୍ତି ଏବଂ ଓକିଲ ପାଉଣା ଓ ଅନ୍ୟାନ୍ୟ ପାଉଣା ସ୍ଥିର କରିପାରନ୍ତି । କୌଣସି ନିମ୍ନ ଅଦାଲତ ନିଜ କ୍ଷମତା ପରିସର ବହିର୍ଭୂତ କାର୍ଯ୍ୟ କଲେ ଉଚ୍ଚ ନ୍ୟାୟାଳୟ ସେହି କ୍ଷେତ୍ରରେ ହସ୍ତକ୍ଷେପ କରିପାରନ୍ତି । ମୋଟ ଉପରେ ଅଧସ୍ତନ ନ୍ୟାୟାଳୟଗୁଡ଼ିକୁ ନିୟନ୍ତ୍ରଣ କରିବାର ପୂର୍ଣ୍ଣ କ୍ଷମତା ଉଚ୍ଚ ନ୍ୟାୟାଳୟର ରହିଛି ।

୧୯ । “ ହାଇକୋର୍ଟ ଏକ ଅଭିଲେଖ ।” – ବୁଝାଅ ।
Answer:
ହାଇକୋର୍ଟ ଏକ ଅଭିଲେଖ ଅଦାଲତ ଅଟେ । ହାଇକୋର୍ଟର ରାୟ ଲିପିବଦ୍ଧ ହୋଇ ରହେ । ଏହି ରାୟକୁ ସାକ୍ଷ୍ୟରୂପେ ଗ୍ରହଣ କରାଯାଏ । ହାଇକୋର୍ଟର ରାୟକୁ ନିମ୍ନ ଅଦାଲତ ମାନିବାକୁ ବାଧ୍ୟ ଅଟନ୍ତି । ହାଇକୋର୍ଟ ତାଙ୍କର ଅବମାନନା କଲେ ଦୋଷୀକୁ ଦଣ୍ଡଦେଇ ପାରନ୍ତି ।

୨୦ । ଆବେଦନମୂଳକ କ୍ଷମତା ପରିସର କ’ଣ ?
Answer:
ହାଇକୋର୍ଟ ରାଜ୍ୟ ଉଚ୍ଚ ନ୍ୟାୟାଳୟ ହୋଇଥିବାରୁ ରାଜ୍ୟରେ ଥିବା ନିମ୍ନ ଅଦାତଲତମାନଙ୍କରେ ନିଷ୍ପତ୍ତି ହୋଇ ସାରିଥିବା ମୋକଦ୍ଦମାଗୁଡ଼ିକର ରାୟ ବିରୁଦ୍ଧରେ ହାଇକୋର୍ଟରେ ଅପିଲ କରାଯାଇପାରେ । ଉଭୟ ଦେୱାନୀ ଏବଂ ଫୌଜଦାରୀ ମୋକଦ୍ଦମାରେ ହାଇକୋର୍ଟ ଆବେଦନ ଗ୍ରହଣ କରିପାରେ । ଜିଲ୍ଲାସ୍ତରରେ ଦେୱାନୀ ଓ ଫୌଜଦାରୀ ମୋକଦ୍ଦମା ପାଇଁ ଜଣେ ଜଣେ ବିଚାରପତି ବା ଦେୱାନୀ ମୋକଦ୍ଦମା ଜିଲ୍ଲା ଜଜ୍ ଏବଂ ଫୌଜଦାରୀ ମୋକଦ୍ଦମା ଦୌରାଜଜ୍ ବିଚାର କରନ୍ତି ।

୨୧ । ହାଇକୋର୍ଟର ପ୍ରଶାସନିକ କ୍ଷମତା କ’ଣ ?
Answer:
ହାଇକୋର୍ଟ ପ୍ରଶାସନିକ କ୍ଷମତା ବଳରେ ନିଜର କର୍ମଚାରୀମାନଙ୍କ ଉପରେ ନିୟନ୍ତ୍ରଣ ଜାରି କରେ । ମୁଖ୍ୟ ବିଚାରପତି ହାଇକୋର୍ଟର ବିଚାରପତିମାନଙ୍କୁ ନିଯୁକ୍ତ କରନ୍ତି । ଏହାର କର୍ମଚାରୀମାନଙ୍କର ଦରମା ଓ ଚାକିରି ସର୍ଭେ ହାଇକୋର୍ଟଦ୍ୱାରା ନିର୍ବାରିତ ହୁଏ । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କର୍ମଚାରୀମାନଙ୍କର ବଦଳି ଉପରେ କ୍ଷମତା ପ୍ରୟୋଗ କରେ । ଏହା ଅଧସ୍ତନ ନ୍ୟାୟାୟଳର ନିଷ୍ପଭିକୁ ପୁନଃ ନିରୀକ୍ଷଣ କରିଥାଏ ।

୨୨ । ରାଜ୍ୟର ମହାଧ୍ଵବକ୍ତା କ’ଣ ?
Answer:
ରାଜ୍ୟ ସରକାରଙ୍କୁ ଆଇନଗତ ପରାମର୍ଶ ଦେବାପାଇଁ ଜଣେ ମହାଧ୍ଵବକ୍ତା ରାଜ୍ୟପାଳଙ୍କଦ୍ଵାରା ନିଯୁକ୍ତ ହୋଇଥାଆନ୍ତି । ସେ ରାଜ୍ୟପାଳଙ୍କଦ୍ଵାରା ନିର୍ଦ୍ଧାରିତ ଦରମା ପାଇଥା’ନ୍ତି । ତାଙ୍କର ପଦବୀ ରାଜନୈତିକ ଅଟେ । ତେଣୁ ସରକାର ପରିବର୍ତ୍ତନକ୍ରମେ ‘ ଆଡ଼ଭୋକେଟ୍ ଜେନେରାଲ’ ମଧ୍ୟ ପରିବର୍ତ୍ତନ ହୋଇଥାଆନ୍ତି । ସାଧାରଣତଃ ହାଇକୋର୍ଟ ବିଚାରପତିଙ୍କ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ‘ମହାଧବକ୍ତା’ ନିଯୁକ୍ତ କରାଯାଏ।

୨୩ । ପଞ୍ଚାୟତି ଅଦାଲତ କ’ଣ ?
Answer:
ପଞ୍ଚାୟତି ଅଦାଲତ ଗ୍ରାମାଞ୍ଚଳରେ ପଞ୍ଚାୟତ ସ୍ତରରେ ଅବସ୍ଥିତ । ଛୋଟ ଛୋଟ ଫୌଜଦାରୀ ମକଦ୍ଦମା ଏଠାରେ ବିଚାର ହୁଏ । ପଞ୍ଚାୟତି ଅଦାଲତ ଜେଲଦଣ୍ଡ ଦେଇପାରିବେ ନାହିଁ । ସେମାନେ ଅତିବେଶୀରେ ୧୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରିପାରନ୍ତି । ସମ୍ବିଧାନର ୨୩୪ ଧାରାରେ ବର୍ଣ୍ଣିତ ଅଛି ଯେ ଜିଲ୍ଲାଜଜ୍ ବ୍ୟତୀତ ଅନ୍ୟ ଅଧସ୍ତନ ବିଚାରପତିଙ୍କୁ ରାଜ୍ୟ ସାଧାରଣ ସେବା ଆୟୋଗ ସୁପାରିଶ କ୍ରମେ ରାଜ୍ୟପାଳ ହାଇକୋର୍ଟର ସ୍ଵୀକୃତି ନେଇ ନିଯୁକ୍ତ କରନ୍ତି । ସେମାନଙ୍କର ଚାକିରି ସର୍ଭାବଳୀ ହାଇକୋର୍ଟଦ୍ଵାରା ନିୟନ୍ତ୍ରିତ ହୁଏ ।

୨୪ । ଦେୱାନୀ ଅଦାଲତ (Civil Court) କ’ଣ ?
Answer:
ଅଧସ୍ତନ ନ୍ୟାୟାଳୟ ଦୁଇ ଶ୍ରେଣୀୟ ଅଦାଲତକୁ ନେଇ ଗଠିତ; ଯଥା ଦେୱାନୀ ଅଦାଲତ ଓ ଫୌଜଦାରୀ ଅଦାଲତ । ସାମାଜିକ ସମ୍ପର୍କ, ସମ୍ପତ୍ତି ଆଦି ବିବାଦର ବିଚାରପାଇଁ ଦେୱାନୀ ଅଦାଲତ ରହିଛି । ଏହା ତିନିଗୋଟି ଅଦାଲତ ଶ୍ରେଣୀକୁ ନେଇ ଗଠିତ । ଏହାର ସର୍ବୋଚ୍ଚ ସୋପାନରେ ଜିଲ୍ଲା ଜଜ୍ ରହିଥା’ନ୍ତି । ତାଙ୍କର ଉଭୟ ମୌଳିକ ଓ ଆବେଦନୀୟ କ୍ଷମତା ପରିସର ରହିଛି । ସେ ଅତିରିକ୍ତ ତଥା ଅଧସ୍ତନ ଜଜ୍‌ମାନଙ୍କର ନିଷ୍ପଭି ବିରୁଦ୍ଧରେ ଆଗତ ଆବେଦନର ‘ବିଚାର କରିଥା’ନ୍ତି । ତାଙ୍କ ତଳକୁ ଅତିରିକ୍ତ ଜିଲ୍ଲା ଜଜ୍ ଓ ସବ୍ ଜଜ୍ ଅଦାଲତ ଏବଂ ସର୍ବନିମ୍ନ ସୋପାନରେ ମୁନସିଫ୍ କୋର୍ଟ ଦେୱାନି

୨୫ । ଭାରତରେ ଏକକ ଏବଂ ସଂହତ ନ୍ୟାୟପାଳିକା ପ୍ରଚଳିତ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ଐକିକ ରାଷ୍ଟ୍ରର ଅନ୍ୟତମ ମୁଖ୍ୟ ଉପାଦାନ ରୂପେ ପରିଚିତ ଏକକ ଓ ସଂହତ ନ୍ୟାୟପାଳିକା ବ୍ୟବସ୍ଥା ଏଠାରେ ପ୍ରଚଳିତ । ଏହା ଏକ ପିରାମିଡ ଆକୃତିର ନ୍ୟାୟିକ ସଂଗଠନକୁ ସୂଚିତ କରୁଛି । ଏହାର ସର୍ବୋଚ୍ଚ ଶିଖରରେ ଉଚ୍ଚତମ ନ୍ୟାୟାଳୟ, ମଧ୍ଯ ସୋପାନରେ ରାଜ୍ୟମାନଙ୍କରେ ଥିବା ଉଚ୍ଚ ନ୍ୟାୟାଳୟ ଏବଂ ସର୍ବନିମ୍ନ ସୋପନରେ ଅଧସ୍ତନ ନ୍ୟାୟାଳୟଗୁଡ଼ିକ ଗୋଟିଏ ସୂତ୍ରରେ ଆବଦ୍ଧ ହୋଇ ସ୍ଥାନିତ ହୋଇଛନ୍ତି । କୌଣସି ସୋପାନକୁ ନ୍ୟାୟିକ ସଂଗଠନର ଶୃଙ୍ଖଳାମଧ୍ୟରୁ ବାଦ୍ ଦେଇ ହେବନାହିଁ । ନ୍ୟାୟ ପ୍ରଦାନ କ୍ଷେତ୍ରରେ ପ୍ରତ୍ୟେକ ସ୍ତର ମଧ୍ଯରେ ‘ଅନ୍ତଃ- ସଂପର୍କ’ ରହିଛି । ଏଣୁ ଭାରତର ନ୍ୟାୟପାଳିକା ଏକ ସୁସଂଯୋଜିତ ଓ ସୁସଂହତ ବ୍ୟବସ୍ଥା ଅଟେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ନ୍ୟାୟପାଳିକା କ’ଣ ? ଏହାର କାର୍ଯ୍ୟାବଳୀ ଓ ଗୁରୁତ୍ଵ ଆଲୋଚନା କର । ଏହାର ସ୍ଵାଧୀନତା କିପରି ରକ୍ଷା କରାଯାଇପାରିବ ?
Answer:
ଲର୍ଡ଼ ଆକଟନ୍‌ଙ୍କ ମତରେ, “କ୍ଷମତା ମଣିଷକୁ ଦୁର୍ନୀତିଗ୍ରସ୍ତ କରେ ଓ ନିରଙ୍କୁଶ କ୍ଷମତା ନିରଙ୍କୁଶଭାବେ ତତ୍ତ୍ଵ ଲକ୍ଷ୍ୟ ରଖୁଥାଏ। ସରକାରର ତିନୋଟି ଅଙ୍ଗ; ଯଥା- କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ବ୍ୟବସ୍ଥାପିକା ଯଥାକ୍ରମେ ଆଇନ ଓ ଶାସନର କାର୍ଯ୍ୟକାରିତା, ନ୍ୟାୟ ପ୍ରଦାନ ଏବଂ ଆଇନ ପ୍ରଣୟନର ମୁଖ୍ୟ କାର୍ଯ୍ୟ ସମ୍ପାଦନ କରିଥା’ନ୍ତି । ନ୍ୟାୟପାଳିକାର ଗୁରୁତ୍ଵ ଆଧୁନିକ ଜନମଙ୍ଗଳକାରୀ ‘ରାଜନୈତିକ ବ୍ୟବସ୍ଥାରେ ଯଥେଷ୍ଟ ବୃଦ୍ଧି ପାଉଛି। ଏହା ବ୍ୟକ୍ତିର ଅଧିକାରର ସୁରକ୍ଷା, ସରକାରୀ କ୍ଷମତାର ଆଇନଗତ ସାମ୍ବିଧାନିକ ବ୍ୟବହାର ଆଦି ଲକ୍ଷ୍ୟନେଇ ‘ଆଇନର ଶାସନ’ ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରୁଛି।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

ଏହାର ଗୁରୁତ୍ଵକୁ ବିଚାରକୁ ନେଇ ଡଃ. ଗାର୍ଶ୍ଵର ମତ ଦେଇଛନ୍ତି ଯେ “ ଆମ୍ଭେ ନ୍ୟାୟପାଳିକାକୁ ବାଦ୍ ଦେଇ ଏକ ସଭ୍ୟ ରାଷ୍ଟ୍ରର ପରିକଳ୍ପନା କରିପାରିବା ନାହିଁ।” ଜଙ୍ଗଲୀ ଆଇନ ଓ ଜୋର୍ ଯା’ର ମୁଲକ ତା’ର ନୀତିର ‘ସରକାରର ଦକ୍ଷତା ପ୍ରତିପାଦନ ପାଇଁ ସର୍ବୋକୃଷ୍ଟ ମାନଦଣ୍ଡ ହେଉଛି ଏହାର ବିଚାର ବ୍ୟବସ୍ଥାର ଦକ୍ଷତା।’ ଗଣତନ୍ତ୍ରରେ ଏକ ସ୍ଵାଧୀନ ଓ ନିରପେକ୍ଷ ନ୍ୟାୟପାଳିକାର ଗୁରୁତ୍ଵ ଯଥେଷ୍ଟ ବୃଦ୍ଧିପାଇଛି।

ନ୍ୟାୟପାଳିକାର କାର୍ଯ୍ୟାବଳୀ :
(୧) ବିଚାର ଏବଂ ନ୍ୟାୟଦାନ – ସମାଜରେ ବିଭିନ୍ନ କିସମର ବ୍ୟକ୍ତି ଏବଂ ଅନୁଷ୍ଠାନ ରହିଛନ୍ତି। ସେମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ କଳହ ଉପୁଜିବା ଅତ୍ୟନ୍ତ ସ୍ଵାଭାବିକ। ଏହିସବୁ କଳହ ସମାଧାନ କରିବାର ଦାୟିତ୍ଵ ନ୍ୟାୟପାଳିକା ବହନ କରିଥାଏ। ନ୍ୟାୟପାଳିକା ଉଭୟ ଦେୱାନୀ ଏବଂ ଫୌଜଦାରୀ ମୋକଦ୍ଦମା ରାଷ୍ଟ୍ରର ଆଇନ ଅନୁଯାୟୀ ବିଚାର କରେ। ଆଇନଭଙ୍ଗକାରୀର ଦୋଷ ବିଚାର କରି ନ୍ୟାୟାଳୟ ଦଣ୍ଡବିଧାନ କରିଥାଏ। ଏହା ଆଇନ ରକ୍ଷୀ ଓ ନ୍ୟାୟଦାନର ଆନୁଷ୍ଠାନିକ ପରିପ୍ରକାଶ ଅଟେ।

(୨) ଆଇନର ତର୍ଜମା – ଅନେକ ସମୟରେ ରାଷ୍ଟ୍ରର ପ୍ରଚଳିତ ଆଇନର ଭାଷା ବିଭିନ୍ନ ଅର୍ଥବୋଧକ ହୋଇଥାଏ। ଏପରି କ୍ଷେତ୍ରରେ ବିଚାରପତିମାନେ ଆଇନକୁ ତର୍ଜମା କରି ଏହାର ପ୍ରକୃତ ଅର୍ଥ ନିରୂପଣ କରନ୍ତି।

(୩) ମୌଳିକ ଅଧ୍ବକାରର ସୁରକ୍ଷା – ନ୍ୟାୟପାଳିକା ନାଗରିକର ମୌଳିକ ଅଧିକାରର ରକ୍ଷକରୂପେ କାର୍ଯ୍ୟ କରେ। ନାଗରିକମାନଙ୍କର ବ୍ୟକ୍ତିତ୍ଵର ବିକାଶ ନିମନ୍ତେ ପ୍ରତ୍ୟେକ ରାଷ୍ଟ୍ର ତାହାର ନାଗରିକମାନଙ୍କୁ କେତେକ ମୌଳିକ ଅଧୁକାର ପ୍ରଦାନ କରିଥାଏ। ଯଦି କୌଣସି କାରଣରୁ ବ୍ୟକ୍ତିର ମୌଳିକ ଅସ୍ଵୀକାର କ୍ଷୁଣ୍ଣ ହୁଏ; ତା’ହେଲେ ସେ ନ୍ୟାୟାଳୟରେ ଆବେଦନ କରିପାରିବେ। ନ୍ୟାୟାଳୟ ଉକ୍ତ ଆବେଦନକୁ ବିଚାର କରି ନାଗରିକର ମୌଳିକ ଅଧିକାରକୁ ରକ୍ଷା କରିଥାଏ ।

(୪) ନ୍ୟାୟିକ ପୁନରାବଲୋକନ – ନ୍ୟାୟିକ ପୁନରାବଲୋକନ ନ୍ୟାୟପାଳିକାର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ । ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନ ସମ୍ବିଧାନସମ୍ମତ କି ନୁହେଁ, ତାହା ବିଚାର କରି ନ୍ୟାୟପାଳିକା ସମ୍ବିଧାନର ବ୍ୟବସ୍ଥାର ବିରୋଧ କରୁଥିବା ଆଇନକୁ ଅସିଦ୍ଧ ଘୋଷଣା କରିବାର କ୍ଷମତାକୁ ନ୍ୟାୟିକ ପୁନରାବଲୋକନ କୁହାଯାଏ । ତେଣୁ ନ୍ୟାୟପାଳିକା ସମ୍ବିଧାନର ରକ୍ଷକ ଓ ଜାଗ୍ରତ କଣ୍ଠ।

(୫) ପରାମର୍ଶ ଦାନ – ନ୍ୟାୟପାଳିକା କେତେକ ପରାମର୍ଶ ଦାନ କାର୍ଯ୍ୟ ମଧ୍ୟ ସମ୍ପାଦନ କରିଥାଏ। କେତେକ ରାଷ୍ଟ୍ରରେ କାର୍ଯ୍ୟପାଳିକାର ଆବେଦନ ଅନୁଯାୟୀ ନ୍ୟାୟପାଳିକା କାର୍ଯ୍ୟପାଳିକାଙ୍କୁ ପରାମର୍ଶ ଦେଇଥା’ନ୍ତି। ଉଦାହରଣସ୍ୱରୂପ, ଭାରତର ରାଷ୍ଟ୍ରପତି ସମ୍ବିଧାନ ସଂକ୍ରାନ୍ତୀୟ କୌଣସି ଗୁରୁତ୍ଵପୂର୍ଣ୍ଣ ପରାମର୍ଶ ଲୋଡ଼ିଥାନ୍ତି, କିନ୍ତୁ ଏହାକୁ ମାନିବାପାଇଁ ସୁପ୍ରିମକୋର୍ଟ ଆଇନତଃ ବାଧ୍ୟ ନୁହନ୍ତି ।

(୬) ପ୍ରଶାସନିକ କାର୍ଯ୍ୟ – ନ୍ୟାୟପାଳିକା ଦେଶରେ ଆଇନର ଶାସନ ପ୍ରତିଷ୍ଠା ପାଇଁ ଦାୟିତ୍ଵ ବହନ କରିଥାଏ। ନିରପେକ୍ଷ ନ୍ୟାୟବିଚାର ହିଁ କରିବା ଆବଶ୍ୟକ। ବିଚାରପତିମାନଙ୍କର ସୁସ୍ଥ ନିଯୁକ୍ତି ନୀତି, ଆକର୍ଷଣୀୟ ବେତନ, ଭତ୍ତା ବ୍ୟବସ୍ଥା, କାର୍ଯ୍ୟକାଳର ସ୍ଥାୟିତ୍ଵ, କଠିନ ବହିଷ୍କରଣ ପଦ୍ଧତି, କାର୍ଯ୍ୟପାଳିକାଠାରୁ ନ୍ୟାୟପାଳିକାର ପୃଥକୀକରଣ ଇତ୍ୟାଦି ପଦ୍ଧତିର ଅବଲମ୍ବନରେ ନ୍ୟାୟପାଳିକାର ସ୍ଵାଧୀନତା ଅକ୍ଷୁଣ୍ଣ ରହିପାରିବ। ଏହା ଫଳରେ ନ୍ୟାୟପାଳିକା ନିଜର ଗୁରୁଦାୟିତ୍ଵ ସମ୍ପାଦନ କରିବାରେ ସମର୍ଥ ହୋଇପାରିବ।

୨ । ଭାରତର ଉଚ୍ଚତମ ନ୍ୟାୟାଳୟ (Supreme Court)ର ଗଠନ ଓ କ୍ଷମତା ପରିସର ଆଲୋଚନା କର। ନ୍ୟାୟାଳୟର ସ୍ବାଧୀନତା କିପରି ରକ୍ଷା କରାଯାଇଛି ଦର୍ଶାଅ ।
Answer:
ପାର୍ଲିଆମେଣ୍ଟର ଭାବପ୍ରବଣତା ଓ ମନ୍ତ୍ରୀମଣ୍ଡଳ ବା ରାଷ୍ଟ୍ରପତିଙ୍କର ଏକଚ୍ଛତ୍ରବାଦିତାର ଆକାଙ୍‌କ୍ଷା ସୀମିତ ହୋଇଥାଏ ସମ୍ବିଧାନର ସଂରକ୍ଷକ ସୁପ୍ରିମ୍‌କୋର୍ଟର ପରାଭବରେ। ବିଚାରପତିମାନଙ୍କର ସମ୍ମାନହାନି କରିବା ଭଳି କେହି କାର୍ଯ୍ୟ କରିପାରିବେ ନାହିଁ । ଏପରି ଅକ୍ଷୟ ଓ ସ୍ଵାଧୀନ ପଦବୀ ସମ୍ବିଧାନ ଅନ୍ୟ କାହାପାଇଁ ସୃଷ୍ଟି କରିନାହିଁ । ନ୍ୟାୟର ନିକିତି ଧରି ସର୍ବୋଚ୍ଚ ନ୍ୟାୟାଳୟ ନାଗରିକର ରକ୍ଷକ, ସାମାଜିକ ମୂଲ୍ୟବୋଧର ପ୍ରହରୀ, ଜାତୀୟ ନିରାପତ୍ତା ତଥା ସଂହତିର ପୃଷ୍ଠପୋଷକ ଓ ସର୍ବୋପରି ସମ୍ବିଧାନର ଅଭିଭାବକ ହିସାବରେ କାର୍ଯ୍ୟ କରିବାପାଇଁ ବ୍ୟବସ୍ଥା କରାଯାଇଛି । ଏହା ଏକକ ନ୍ୟାୟ ପ୍ରଦାନରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।

ଗଠନ – ସମ୍ବିଧାନର ୧୨୪ ଧାରା ଅନୁସାରେ ସୁପ୍ରିମ୍‌କୋର୍ଟରେ ଜଣେ ପ୍ରଧାନ ବିଚାରପତି ରହିବେ ଏବଂ ତାଙ୍କୁ ଛାଡ଼ି ଆଉ ୨୫ ଜଣ ବିଚାରପତି ରହିବେ।
ନିଯୁକ୍ତି ପ୍ରଣାଳୀ – ସମ୍ବିଧାନର ୧୨୪(୨) ଧାରା ଅନୁସାରେ ସୁପ୍ରିମ୍‌କୋର୍ଟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି। ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ସେ ସୁପ୍ରିମ୍‌କୋର୍ଟରେ ଜ୍ୟେଷ୍ଠ ନ୍ୟାୟାଧୀଶ ବା ଦୀର୍ଘତମ ଚାକିରି କରିଥିବା ବିଚାରପତିଙ୍କୁ ନିଯୁକ୍ତି ଦେବେ ।
ଯୋଗ୍ୟତା – ସମ୍ବିଧାନର ୧୨୪ ଧାରାର (୩) ଉପଧାରା ଅନୁସାରେ ବିଚାରପତି ହେବା ପାଇଁ ନିମ୍ନ ଯୋଗ୍ୟତା ନିର୍ଦ୍ଧାରିତ ହୋଇଅଛି ।

(୧) ସେ ଭାରତୀୟ ନାଗରିକ ହୋଇଥିବେ।
(୨) ଅନ୍ୟୁନ ୫ ବର୍ଷ ପର୍ଯ୍ୟନ୍ତ କୌଣସି ହାଇକୋର୍ଟରେ ବିଚାରପତି ହୋଇଥିବା ଦରକାର।
(୩) ଅନ୍ତତଃ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ହାଇକୋର୍ଟରେ ଓକିଲାତି କରିଥିବେ ।
(୪) ରାଷ୍ଟ୍ରପତିଙ୍କ ମତରେ ସେ ଜଣେ ବିଶିଷ୍ଟ ଆଇନଜ୍ଞ ହୋଇଥିବେ।

ଶପଥପାଠ – ରାଷ୍ଟ୍ରପତି ସୁପ୍ରିମ୍‌କୋର୍ଟର ବିଚାରପତିମାନଙ୍କୁ ଶପଥପାଠ କରାନ୍ତି। ସେଥିରେ ସେ ଘୋଷଣା କରନ୍ତି ଯେ “ ମୁଁ ସମ୍ବିଧାନ ପ୍ରତି ଅନୁଗତ ହେବି, ଭାରତର ସଂହତି ରକ୍ଷା କରିବି, ନିଜ କର୍ତ୍ତବ୍ୟ ନ୍ୟାୟଭାବରେ ନିର୍ଭୟରେ ପାଳନ କରିବି ଏବଂ ସମ୍ବିଧାନକୁ ସଂରକ୍ଷଣ କରିବି” ।
କାର୍ଯ୍ୟକାଳ – ସୁପ୍ରିମ୍‌କୋର୍ଟର ବିଚାରପତିମାନେ ୬୫ ବର୍ଷ ବୟସ ଶେଷ ପର୍ଯ୍ୟନ୍ତ ଚାକିରିରେ ରହିପାରିବେ । ଆମେରିକାରେ ସର୍ବାଧ‌ିକ ୭୦ ବର୍ଷ ପର୍ଯ୍ୟନ୍ତ ଦାୟିତ୍ଵରେ ରହନ୍ତି |
ପଦଚ୍ୟୁତି – ସମ୍ବିଧାନର ୧୨୪ (୪) ଧାରା ଅନୁସାରେ ରାଷ୍ଟ୍ରପତି ବିଚାରପତିଙ୍କୁ ପାର୍ଲିଆମେଣ୍ଟର ସୁପାରିସ କରାଯାଇପାରିବ।

ପ୍ରତ୍ୟେକ ଗୃହରେ ସର୍ବମୋଟ ସଦସ୍ୟଙ୍କ ସଂଖ୍ୟାଗରିଷ୍ଠ ମତ ଓ ଭୋଟ ଦେଇଥିବା ସଦସ୍ୟଙ୍କ ମଧ୍ୟରୁ ଅନ୍ତତଃ ଦୁଇ- ତୃତୀୟାଂଶ ସଦସ୍ୟଙ୍କ ପ୍ରସ୍ତାବ ବଳରେ ବିଚାରପତିଙ୍କୁ ମନ୍ଦ ଆଚରଣ ବା ଅକ୍ଷମତା ଯୋଗୁଁ ପଦଚ୍ୟୁତ କରାଯାଇପାରିବ। ଏହା ଏକ ଜଟିଳ ପଦ୍ଧତି। ନ୍ୟାୟମୂର୍ତ୍ତି ରାମାସ୍ଵାମୀଙ୍କୁ ହଟାଇବାପାଇଁ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇ ଚେଷ୍ଟା କରାଯାଇଥିଲା। କଂଗ୍ରେସ ସରକାରୀଦଳ ଭୋଟରୁ ବିରତ ହେବାରୁ ଏହି ବହିଷ୍କାର ପ୍ରସ୍ତାବ କାର୍ଯ୍ୟକାରୀ ହୋଇନଥିଲା ।

ସୁପ୍ରିମ୍‌କୋର୍ଟର କ୍ଷମତା ପରିସର – ସୁପ୍ରିମ୍‌କୋର୍ଟର କ୍ଷମତା ତୁଳନାରେ ଯଥେଷ୍ଟ ଅଧିକ। ଏହି କ୍ଷମତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି।
(୧) ମୌଳିକ କ୍ଷମତା, (୨) ଆବେଦନମୂଳକ କ୍ଷମତା, (୩) ପରାମର୍ଶଦାନ କ୍ଷମତା।

(୧) ମୌଳିକ କ୍ଷମତା :
ତଳକୋର୍ଟକୁ ନଯାଇ ସିଧାସଳଖ ସୁପ୍ରିମ୍‌କୋର୍ଟକୁ ଯାଏ ତାକୁ ମୌଳିକ କ୍ଷମତା କୁହାଯାଏ। ଏହି କ୍ଷମତାର ପରିସର ମଧ୍ୟରେ ନିମ୍ନ ବିଷୟଗୁଡ଼ିକ ଅନ୍ତର୍ଭୁକ୍ତ ।
(i) ସଂଘୀୟ ବିବାଦ – ଭାରତ ସରକାର ଓ ଏକ ବା ଅନେକ ରାଜ୍ୟମାନଙ୍କ ଭିତରେ ହୋଇଥିବା ବିବାଦ।
(ii) ଭାରତ ସରକାରଙ୍କ ସହିତ ଏକ ବା କେତେକ ରାଜ୍ୟ ସରକାର ବନାମ ଅନ୍ୟ ରାଜ୍ୟମାନଙ୍କ ମଧ୍ୟରେ
(iii) ଏକ ରାଜ୍ୟ ସରକାର ବନାମ ଅନ୍ୟ ବା କେତେକ ରାଜ୍ୟ ସରକାରଙ୍କ ମଧ୍ୟରେ ହୋଇଥିବା ବିବାଦ ସବୁ
(iv) ମୌଳିକ ଅଧୂକାରଜନିତ ବିବାଦ – ସମ୍ବିଧାନର ୩୨ ଧାରା ଅନୁସାରେ ଯେକୌଣସି ନାଗରିକ ସିଧାସଳଖ ମୌଳିକ ଅଧୂକାରର ସୁରକ୍ଷା ପାଇଁ ସୁପ୍ରିମ୍‌କୋର୍ଟରେ ଆବେଦନ କରିପାରିବେ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

(v) ନିର୍ବାଚନରେ ବିବାଦ – ସମ୍ବିଧାନର ୭୧ ଧାରା ଅନୁସାରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ସମ୍ବନ୍ଧରେ ଯଦି କୌଣସି ବିବାଦ ଉପୁଜେ ତାହାହେଲେ ସୁପ୍ରିମ୍‌କୋର୍ଟ ତାହା ଅନୁସନ୍ଧାନ କରି ଶେଷ ନିଷ୍ପଭି ନେଇପାରିବ। ଏହି ଧାରାରେ ୧୯୬୯ ମସ୍ତି ରାଷ୍ଟ୍ରପତି ନିର୍ବାଚନ ଓ ୧୯୯୨ ମସିହା ନିର୍ବାଚନରେ ମୋକଦ୍ଦମା କରାଯାଇଥିଲା। ମାତ୍ର ନିର୍ବାଚନ ପଦ୍ଧତି ଠିକ୍ ବୋଲି ରାୟ ଦିଆଯାଇଥିଲା ।

(୨) ଆବେଦନମୂଳକ କ୍ଷମତା : ସମ୍ବିଧାନର ୧୩୨ ଧାରାନୁସାରେ ସୁପ୍ରିମ୍‌କୋର୍ଟରେ ହାଇକାର୍ଟର ରାୟ ବିରୋଧରେ ଆବେଦନ କରାଯାଇପାରିବ। କିନ୍ତୁ ହାଇକୋର୍ଟ ଯଦି ସାର୍ଟିଫିକେଟ୍ ଦେବ ଯେ ଏହି ମୋକଦ୍ଦମାରେ ମ୍ବିଧାନ ତର୍ଜମାଜନିତ ଗୁରୁତ୍ଵପୂର୍ଣ୍ଣ ଆଇନଗତ ପ୍ରଶ୍ନ ଜଡ଼ିତ ଅଛି ତେବେ ଯାଇ ସୁପ୍ରିମକୋର୍ଟରେ ଅପିଲ ଶୁଣାଣି ପାଇଁ ଗୃହୀତ ହେବ ଯଦି ହାଇକୋର୍ଟ ସେପରି ସାର୍ଟିଫିକେଟ୍ ଦେବାକୁ ମନା କରନ୍ତି, ତେବେ ମଧ୍ୟ ସୁପ୍ରିମକୋର୍ଟ ବିଶେଷ କ୍ଷମତା ବଳରେ ଉକ୍ତ ଅପିଳ ଶୁଣାଣି ପାଇଁ ଅନୁମତି ଦେଇପାରିବେ । ଆବେଦନମୂଳକ କ୍ଷମତାକୁ ୪ ଭାଗରେ ବିଭକ୍ତ କରାଯାଇଥାଏ (i) ସାମ୍ବିଧାନିକ ମୋବମା, (i) ଦେୱାନୀ ମୋକଦ୍ଦମା, (iii) ଫୌଜଦାରୀ ମୋକଦ୍ଦମା, (iv) ସ୍ଵତନ୍ତ୍ର ବା ସ୍ପେଶିଆଲ ବିବାଦ ।

(i) ସାମ୍ବିଧାନିକ ମୋକଦ୍ଦମା – ହାଇକୋର୍ଟ ସାମ୍ବିଧାନିକ ମାକଦ୍ଦମାର ବିଚାର କରନ୍ତି। ଯଦି ହାଇକୋର୍ଟ ସାର୍ଟିଫିକେଟ୍ ଦିଏ ଯେ ଏଥରେ ସାମ୍ବିଧାନିକ ପ୍ରଶ୍ନ ଜଡ଼ିତ ଅଛି ତାହେଲେ ଏ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇପାରିବ। ଯଦି ହାଇକୋର୍ଟ ଏପରି ସାର୍ଟିଫିକେଟ୍ ନଦିଏ, ତେବେ ସୁପ୍ରିମ୍‌କୋର୍ଟ ଚାହିଁ ସ୍ଵତନ୍ତ୍ର ବିଶେଷ ଅନୁମତି ପ୍ରଦାନଦ୍ଵାରା ଉକ୍ତ ସାମ୍ବିଧାନିକ ମୋକଦ୍ଦମାକୁ ଉଚ୍ଚ ନ୍ୟାୟାଳୟରୁ ଉଠାଇ ଆଣି ନିଜେ ବିଚା କରିପାରିବେ ।

(ii) ଦେୱାନୀ ମୋକଦ୍ଦମା – ଉଚ୍ଚ ନ୍ୟାୟାଳୟଦ୍ଵାରା ବିଚାର ହେଙ୍ଗୁବା ଦେୱାନୀ ମୋକଦ୍ଦମାର ରାୟ ଉପରେ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇପାରିବ। ଏ କ୍ଷେତ୍ରରେ ହାଇକୋର୍ଟ ସାର୍ଟିଫିକେଟ୍ ଦେବାକୁ ହେବ ଯେ ଏହି ଦେୱାନୀ ମୋକଦ୍ଦମାରେ ଗୁରୁତ୍ଵପୂର୍ଣ୍ଣ ଆଇନଗତ ପ୍ରଶ୍ନ ନିହିତ ଅଛି। ଉଚ୍ଚ ସ୍ଵାୟାଳୟ ଏପରି ସାର୍ଟିଫିକେଟ୍ ନଦେଲେ ସୁପ୍ରିମ୍‌କୋର୍ଟ ବିଶେଷ ଅନୁମତି ପ୍ରଦାନ କରି ସେହି ମୋକଦ୍ଦମାକୁ ହାଇକୋରୁ ଉଠାଇ ନେଇ ତା ଉପରେ ବିଚାର କରିପାରିବେ ।

(iii) ଫୌଜଦାରୀ ମୋକଦ୍ଦମା – ସମ୍ବିଧାନର ୧୩୪ ଧାରା ଅନୁସାରେ ଫୌଜଦାରୀ ମୋକଦ୍ଦମାର ହାଇକୋର୍ଟ ରାୟ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅପିଲ କରାଯାଇପାରିବ। ଏହା କେବଳ ନ୍ୟୁଦଣ୍ଡ ଦେଇଥିବା ରାୟ ବିରୋଧରେ ହୋଇପାରିବ। ଅନ୍ୟ ଦଣ୍ଡ ରାୟ ବିରୋଧରେ ଆବେଦନର ବ୍ୟବସ୍ଥା ନାହିଁ । ପାର୍ଲିଆମଣ୍ଟ ଆଇନ ପ୍ରଣୟନ କରି ଅନ୍ୟାନ୍ୟ ଦଣ୍ଡବିଧାନ ବିରୋଧରେ ଆବେଦନ ଶୁଣାଣି ପାଇଁ ସୁପ୍ରିମ୍‌କୋର୍ଟର କ୍ଷମତା ବୃଦ୍ଧି ରିପାରିବେ ।

(iv) ସ୍ଵତନ୍ତ୍ର ବା ସ୍ପେସିଆଲ ମୋକଦ୍ଦମା – ସୁପ୍ରିମ୍‌କୋର୍ଟ ନିଜର ବିବେ ଅନୁଯାୟୀ ଭାରତରେ ପ୍ରତିଷ୍ଠିତ ଯେକୌଣସି କୋର୍ଟ ବା ଟ୍ରିବ୍ୟୁନାଲର ରାୟ, ନିଷ୍ପଭି ବା ଦଣ୍ଡାଦେଶ ବିରୁଦ୍ଧରେ ପ୍ରିମ୍‌କୋର୍ଟରେ ଅପିଲ କରିବାପାଇଁ ବିଶେଷ ଅନୁମତି ପ୍ରଦାନ କରନ୍ତି, ତେବେ ସେହି ମୋକଦ୍ଦମା ସୁପ୍ରିମ୍‌କୋର୍ଟରେ ବିଷ ହୋଇପାରିବ। ମାତ୍ର ସାମରିକ ଅଦାଲତ ରାୟ ବିରୁଦ୍ଧରେ ମୋକଦ୍ଦମା ସୁପ୍ରିମକୋର୍ଟରେ ଆଗତ କରାଯାଇପାରିବ ା ।

(୩) ପରାମର୍ଶ ପ୍ରଦାନ କ୍ଷମତା :
ସମ୍ବିଧାନର ୧୪୩ ଧାରା ଅନୁସାରେ ସୁପ୍ରିମ୍‌କୋର୍ଟର ପରାମର୍ଶ ପ୍ରଦାନ କ୍ଷମତା ରଛି । ରାଷ୍ଟ୍ରପତି ଯଦି ମନେକରନ୍ତି ଯେ କୌଣସି ଆଇନଗତ ବା ତଥ୍ୟଗତ ବିଷୟରେ ସାଧାରଣ ସ୍ଵାର୍ଥସମ୍ବଳିତ ଗୁରୁତ୍ଵପୂର୍ଣ୍ଣ ଦୃଶ୍ମିର ଉଦ୍ଭବ ହେଉଛି ତେବେ ସେ ଏହି ପ୍ରଶ୍ନ ଉପରେ ସୁପ୍ରିମ୍‌କୋର୍ଟର ପରାମର୍ଶ ଲୋଡ଼ିପାରନ୍ତି। ଏହି ପରାମର୍ଶ ଦେବା ମତା କେବଳ ସୁପ୍ରିମ୍‌କୋର୍ଟର ଥାଏ। ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମା ରାମଜନ୍ମଭୂମି ଓ ବାବରୀ ମସଜିଦ୍ ଘଟଣା ଉପରେପରାମର୍ଶ ଲୋଡ଼ିଥିଲେ; ମାତ୍ର ସୁପ୍ରିମକୋର୍ଟର ପରାମର୍ଶ ବର୍ତ୍ତମାନ ପର୍ଯ୍ୟନ୍ତ ସୁଗିତ ରହିଛି।

(୪) ନିଷ୍ପତ୍ତି ସଂଶୋଧନ କ୍ଷମତା : ସୁପ୍ରିମକୋର୍ଟ କୌଣସି ମୋକଦ୍ଦମା ଉପରେ ପୂରୁ ଦେଇଥିବା ରାୟ ଉପରେ ଯଦି ଆଇନଗତ ପ୍ରମାଦ ରହିଛି ବୋଲି ଅନୁଭବ କରେ, ତେବେ ସେତେବେଳେ ଏକୁ ଆଉଥରେ ସଂଶୋଧନ କରାଯାଇଥାଏ। ଦେଶରେ ନ୍ୟାୟ ପରିଚାଳନା କ୍ଷେତ୍ରରେ ସମାନତା ଆଣିବାପାଇଁ ଏହି ନବସ୍ଥା ଅନୁସୃତ ହୋଇଥାଏ। ଏହା ସମ୍ବିଧାନର ୧୩୭ ଧାରାରେ ରହିଛି।

(୫) ତତ୍ତ୍ୱାବଧାନ କ୍ଷମତା : ସୁପ୍ରିମ୍‌କୋର୍ଟ ଦେଶର ସର୍ବୋଚ୍ଚ ନ୍ୟାୟାଲ ହୋଇଥିବାରୁ ନିମ୍ନ ଅଦାଲତ ଉପରେ ଏହାର କ୍ଷମତା ରହିଛି। ସୁପ୍ରିମ୍‌କୋର୍ଟ ରାଜ୍ୟ ହାଇକୋର୍ଟଗୁଡ଼ିକର କାର୍ଯ୍ୟପ୍ରଣଳୀ, କାର୍ଯ୍ୟକାରିତା ଓ ବିଚାରପତିମାନଙ୍କର କାର୍ଯ୍ୟଦକ୍ଷତାର ତତ୍ତ୍ଵାବଧାନ କରନ୍ତି। ଆବଶ୍ୟକସ୍ଥଳେ ସୁପ୍ରିମ୍‌କୋର୍ଟ ହାଇକୋମାନଙ୍କଠାରୁ ବିଭିନ୍ନ ତଥ୍ୟ ଓ ବିବରଣୀ ମଗାଇ ପାରନ୍ତି।

(୬) ଅଭିଲେଖ ଅଦାଲତ : ସମ୍ବିଧାନର ୧୨୯ ଧାରା ସୁପ୍ରିମ୍‌କୋର୍ଟ ଏକ ଅଭିଲେଖ ଅଦାଲତର ଆଖ୍ୟା ଦେଇଛି। ଏହାଦ୍ଵାରା ସୁପ୍ରିମ୍‌କୋର୍ଟର ରାୟ ନିମ୍ନ କୋର୍ଟମାନଙ୍କରେ ପ୍ରମାଣସିଦ୍ଧ ଭାରେ ଗ୍ରହଣ କରାଯାଏ। ସୁପ୍ରିମକୋର୍ଟ ନିଷ୍ପଭିକୁ ସମ୍ବିଧାନର ୧୪୧ ଧାରା ଅନୁସାରେ ସମସ୍ତେ ମାନିବାକୁ ବାଧ୍ୟ। ସୁପ୍ରିକୋର୍ଟ ଅଦାଲତ ଅବମାନନା ଅଭିଯୋଗରେ ବ୍ୟକ୍ତି ବା ଅନୁଷ୍ଠାନକୁ ଦଣ୍ଡ ଦେଇପାରେ ।

(୭) ସମ୍ବିଧାନର ବ୍ୟାଖ୍ୟା : ସମ୍ବିଧାନର ୧୪୭ ଧାରା ଅନୁସାର କୌଣସି ଆଇନରେ ମୌଳିକ ପ୍ରଶ୍ନ ବିଚାର କଲାବେଳେ ଯଦି ସମ୍ବିଧାନର ବ୍ୟାଖ୍ୟା କରିବାକୁ ପଡ଼େ, ତେବେ ସୁଦ୍ରାକୋର୍ଟ ସମ୍ବିଧାନର ବ୍ୟାଖ୍ୟା କରିଥାଏ ।

(୮) କର୍ମଚାରୀ ନିୟନ୍ତ୍ରଣ : ସମ୍ବିଧାନର ୧୪୫ ଧାରା ଅଂସାରେ ସୁପ୍ରିମ୍‌କୋର୍ଟ ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କୋର୍ଟର କାର୍ଯ୍ୟପ୍ରଣାଳୀ ନିର୍ଦ୍ଧାରଣ କରନ୍ତି। ଆବେଦନ ଗ୍ରହଣ ଜାମିନ ନାମଞ୍ଜୁର, ଓକିଲମାନଙ୍କ ସମ୍ପର୍କରେ ନିୟମ ପ୍ରଣୟନ କରିବାର କ୍ଷମତା ସୁପ୍ରିମ୍‌କୋର୍ଟର ଅଛି। ୧୪୬ ଧାରା ଅନୁସାରେ ସୁପ୍ରିମ୍‌କୋର୍ଟ ନିଜର କର୍ମଚାରୀମାନଙ୍କୁ ନିୟନ୍ତ୍ରଣ କରେ।

(୯) ସମ୍ବିଧାନର ରକ୍ଷକ : ସୁପ୍ରିମ୍‌କୋର୍ଟ ସମ୍ବିଧାନର କ୍ଷାକବଚରୂପେ କାର୍ଯ୍ୟ କରେ। ସୁପ୍ରିମ୍‌କୋର୍ଟର ବିଚାରପତିମାନେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସମ୍ବିଧାନର ସୁର୍ଗାକରିବା ପାଇଁ ଶପଥପାଠ କରିଥାଆନ୍ତି। ପାର୍ଲିଆମେଣ୍ଟ, ରାଜ୍ୟ ବିଧାନମଣ୍ଡଳ ବା ପ୍ରଶାସନିକ ସଂସ୍ଥା ସମ୍ବିଧାନର ହିର୍ଭୁତ କାର୍ଯ୍ୟ କଲେ ସୁପ୍ରିମ୍‌କୋର୍ଟ ସେଗୁଡ଼ିକୁ ନାକଚ କରିଦିଏ। ନାଗରିକମାନଙ୍କର ମୌଳିକ ଅଧୂକାରର ସୁରକ୍ଷା ଓ କେନ୍ଦ୍ର-ରାଜ୍ୟ ବା ରାଜ୍ୟ-ରାଜ୍ୟ ମଧ୍ୟରେ ବିବାଦ ଉପୁଜିଲେ ସୁପ୍ରିମ୍‌କୋର୍ଟ ତାହାର ସମାଧାନ କରେ।

(୧୦) ନ୍ୟାୟିକ ପୁନଗବଲୋକନ କ୍ଷମତା :
ସୁପ୍ରିମକୋର୍ଟ ସମ୍ବିଧାର ରକ୍ଷକ ଓ ଭାଷ୍ୟକାର ହିସାବରେ ସମ୍ବିଧାନ ବ୍ୟବସ୍ଥାର ବିରୋଧ କରୁଥିବା ଆଇନକୁ ଅସିଦ୍ଧ ଘୋଷଣା କ୍ଷମତାକୁ ନ୍ୟାୟିକ ପୁନରାବଲୋକନ କ୍ଷମତା କୁହାଯାଏ। ସୁପ୍ରିମ୍‌କୋର୍ଟ ସମ୍ବିଧାନର ଜାଗ୍ରତ ଘଣ୍ଟି। ସୁପ୍ରିମ୍‌କୋର୍ଟ ସମ୍ବିଧାନର ପ୍ରଧାନ ଓ ଶେ ଭାଷ୍ୟକାର। ନିଜଆଡୁ ଭାଷ୍ୟଦାନ ପାଇଁ ସୁପ୍ରିମ୍‌କୋର୍ଟ ଆଗେଇ ଆସେ ନାହିଁ। କୌଣସି ମୋକଦ୍ଦମା ଉପସ୍ଥାପନ ଫର ସେ ରାୟ ଦିଅନ୍ତି ।

ନ୍ୟାୟଳୟର ସ୍ଵାଧୀନତା – ବିଚାର ବିଭାଗ ଗଣତନ୍ତ୍ର ଶାସନକୁ ଉଜ୍ଜୀବିତ କରାଏ। ସ୍ଵାଧୀନ ବିଚାର ସଂସ୍ଥା ଗଣତନ୍ତ୍ରର ସଫଳ ରୂପାୟନ ପାଇଁ ସହାୟତା କରିଥାଏ।
(i) ଚାକିରି ନିରାପତ୍ତା – ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ବିଚାରପତିମାନଙ୍କର ଚାକିରି ନିରାପତ୍ତା ପ୍ରଦାନ କରାଯାଇଛି। କୌଣସି ବ୍ୟକ୍ତିଗତ ଆକ୍ରୋଶ କିମ୍ବା ରାଜନୈତିକ ଅଭିସନ୍ଧିକୁ ଆଖୁ ଆଗରେ ରଖ୍ କାହାରିକୁ ଚାକିରିରୁ ବିଚାର ନୁହେଁ ।
(ii) ନିଯୁକ୍ତି – ଏମାନଙ୍କୁ ଜଣେ ନିରପେକ୍ଷ ରାଷ୍ଟ୍ରର ସର୍ବୋଚ୍ଚ କର୍ତ୍ତା ନିଯୁକ୍ତି ଦିଅନ୍ତି। ନିଯୁକ୍ତିବେଳେ ରାଷ୍ଟ୍ରପତି ବିଚାରପତିଙ୍କ ସହ ପରାମର୍ଶ କରନ୍ତି। ଥରେ ଜଣେ ବିଚାରପତି ସୁପ୍ରିମ୍‌କୋର୍ଟରେ ନିଯୁକ୍ତି ପାଇଲା ପରେ ୬୫ ବର୍ଷ ପର୍ଯ୍ୟନ୍ତ କରିଥାଏ ।
(iii) ଦରମା – ସମ୍ବିଧାନର ବ୍ୟବସ୍ଥା ଅନୁସାରେ କେବଳ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା ସମୟରେ ସେମାନଙ୍କ ଦରମା ହ୍ରାସ କରାଯାଇପାରେ ନଚେତ୍ ଅନ୍ୟ କୌଣସି ପରିସ୍ଥିତିରେ ନୁହେଁ । ଏତଦ୍‌ବ୍ୟତୀତ ସୁସ୍ଥ ପରମ୍ପରାପାଇଁ ସେମାନଙ୍କୁ ସରକାରୀ ବାସଗୃହ, ଅବସରକାଳୀନ ସୁଯୋଗ ଓ ସାମାଜିକ ନିରାପତ୍ତାର ସୁବିଧା ମଧ୍ୟ ଦିଆଯାଇଥାଏ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

ଆଇନ ବ୍ୟବସାୟ ନିଷିଦ୍ଧ :
ବିଚାରପତିମାନେ ଅବସର ଗ୍ରହଣ କଲାପରେ ଓକିଲାତି କରିବା କ୍ଷେତ୍ରରେ ସମ୍ବିଧାନ କେତେକ କଟକଣା ଜାରି କରିଛି। ସୁପ୍ରିମ୍‌କୋର୍ଟର ବିଚାରପତିମାନେ ଅବସର ନେଲା ପରେ କୌଣସି କୋର୍ଟରେ ଆଇନ ବ୍ୟବସାୟ କରିପାରିବେ ନାହିଁ । ଏହି ବ୍ୟବସ୍ଥାଦ୍ଵାରା କାର୍ଯ୍ୟ କରୁଥିବା ବିଚାରପତିମାନେ ସେମାନଙ୍କଠାରୁ ବରିଷ୍ଠ ତଥା ଅବସରପ୍ରାପ୍ତ ବିଚାରପତିମାନଙ୍କୁ ଅଯଥା ଅନୁଗ୍ରହ ପ୍ରଦାନରୁ ନିବୃତ୍ତ ରହିପାରିବେ ।

ଅନେକ ସମୟରେ ରାଜନୈତିକ ନେତାମାନେ ଅଭିଯୋଗ କରୁଛନ୍ତି ଯେ ସାମାଜିକ, ଅର୍ଥନୈତିକ ପ୍ରଗତି ପାଇଁ ବିଚାରାଳୟଗୁଡ଼ିକ ପ୍ରତିବନ୍ଧକଭାବରେ ଠିଆ ହେଉଛି। ମାତ୍ର ଏହା ଆଦୌ ଠିକ୍ ନୁହେଁ । ବରଂ ସେମାନଙ୍କର ସ୍ଵେଚ୍ଛାଚାରିତାର ନିୟନ୍ତ୍ରଣ ପାଇଁ ଏହା କାର୍ଯ୍ୟ କରିଥାଏ । ଏଣୁ ଯାହା ମୂଲ୍ୟ ଦେବାକୁ ପଡୁନା କାହିଁକି ବିଚାର ବ୍ୟବସ୍ଥାକୁ ନିରପେକ୍ଷ ଏବଂ ସ୍ଵାଧୀନ ରଖିବାକୁ ଚେଷ୍ଟା ଅବ୍ୟାହତ ରଖିବା ଦରକାର। ୪୨ତମ ସମ୍ବିଧାନ ସଂଶୋଧନ ଉଚ୍ଚତମ ନ୍ୟାୟାଳୟର କ୍ଷମତା ପରିସର ସଙ୍କୁଚିତ କରିଥିବା ବେଳେ ୪୪ତମ ସଂଶୋଧନ ଆଇନ ପୂର୍ବାବସ୍ଥା ଫେରାଇ ଆଣିଥିଲା ।

୩ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ (High Court)ର ଗଠନ ଓ କ୍ଷମତା ପରିସର ଆଲୋଚନା କର ।
Answer:
ସମ୍ବିଧାନର ୨୧୪ ଧାରା ଅନୁସାରେ ଗୋଟିଏ ରାଜ୍ୟ ବା ତତୋଽଧ୍ଵକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ କାର୍ଯ୍ୟ କରେ। ଏହାର ଅଧୀନରେ ଜିଲ୍ଲା ବିଚାରାଳୟ ଥାଏ। ଆମ ରାଜ୍ୟର ନ୍ୟାୟାଳୟ ସୁପ୍ରିମକୋର୍ଟଠାରୁ ପୁରାତନ। କାରଣ ଏହା ୧୯୪୮ ମସିହାରେ କଟକଠାରେ ପ୍ରତିଷ୍ଠିତ। ବର୍ତ୍ତମାନ ଏହାର ବିଚାରପତିଙ୍କ ସଂଖ୍ୟା ୧୪ ଅଟେ । ବର୍ତ୍ତମାନ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଭିନିତ୍ ସରନ ବର୍ମନ୍ ଅଟନ୍ତି।
ଗଠନ – ସମ୍ବିଧାନର ୨୧୬ ଧାରା ଅନୁସାରେ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ସ୍ଥିର କରିବା କ୍ଷମତା ରାଷ୍ଟ୍ରପତିଙ୍କ ହସ୍ତରେ ନ୍ୟସ୍ତ ।

ସମ୍ବିଧାନର ୨୨୪ ଧାରା ଅନୁସାରେ ରାଷ୍ଟ୍ରପତି ଚାହିଁଲେ ୨ ବର୍ଷ ପାଇଁ ହାଇକୋର୍ଟର ଅତିରିକ୍ତ ବିଚାରପତି ନିଯୁକ୍ତ କରିପାରିବେ ଓ ଆବଶ୍ୟକତା ଦୃଷ୍ଟିରୁ ରାଷ୍ଟ୍ରପତି ଅସ୍ଥାୟୀଭାବେ କାର୍ଯ୍ୟକାରୀ ବିଚାରପତି ମଧ୍ଯ ନିଯୁକ୍ତ କରିପାରିବେ। ରାଜ୍ୟର ସ୍ଵାର୍ଥଦୃଷ୍ଟିରୁ ମୋକଦ୍ଦମାର ମାତ୍ରା ଅତିରିକ୍ତ ବଢ଼ିଗଲେ ମୁଖ୍ୟ ବିଚାରପତି ରାଷ୍ଟ୍ରପତିଙ୍କଠାରୁ ସମ୍ମତି ଆଣି ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କୁ ହାଇକୋର୍ଟରେ କୌଣସି ମୋକଦ୍ଦମାର ବିଚାର କରିବାପାଇଁ ଅନୁରୋଧ କରିପାରନ୍ତି। ସବୁ ହାଇକୋର୍ଟମାନଙ୍କରେ ସମାନ ସଂଖ୍ୟକ ବିଚାରପତି ନଥା’ନ୍ତି। କେତେକ ହାଇକୋର୍ଟରେ ୫୦ରୁ ଅଧିକ ବିଚାରପତି ଅଛନ୍ତି ।

ନିଯୁକ୍ତି – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି। ମୁଖ୍ୟ ବିଚାର ବିମର୍ଶ କରନ୍ତି । ଜ୍ୟେଷ୍ଠ ବିଚାରପତିଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଅନ୍ତି। ଏହା ଏକ ବଳିଷ୍ଠ ପରମ୍ପରା ଅଟେ। ଅନ୍ୟ ବିଚାରପତିଙ୍କ ନିଯୁକ୍ତି ନିମିତ୍ତ ରାଷ୍ଟ୍ରପତିଙ୍କୁ ଉପର୍ୟ୍ୟକ୍ତ କର୍ତ୍ତୃପକ୍ଷଙ୍କ ସମେତ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବାକୁ ହୁଏ। ସମ୍ବିଧାନର ୨୧୭ (୧) ଧାରା ଅନୁସାରେ ରାଷ୍ଟ୍ରପତି ଏହା କାର୍ଯ୍ୟକାରୀ କରନ୍ତି ।

ପଦଚୁ୍୍ୟତି – ସମ୍ବିଧାନର ୨୧୭ ଧାରାରେ ବିଚାରପତିମାନଙ୍କର ବହିଷ୍କାର ପ୍ରଣାଳୀ ବର୍ଣ୍ଣନା କରାଯାଇଛି । ସେ ନିଜ ଇଚ୍ଛାରେ ଇସ୍ତଫା ଦେଇପାରନ୍ତି କିମ୍ବା ମୃତ୍ୟୁ ହେଲେ ପଦଚ୍ୟୁତି ଘଟେ କିମ୍ବା ମହାଭିଯୋଗ ପ୍ରସ୍ତାବଦ୍ଵାରା ତାଙ୍କୁ ବହିଷ୍କାର କରାଯାଇପାରେ। ଏହି ମହାଭିଯୋଗ ପ୍ରସ୍ତାବ ପାର୍ଲିଆମେଣ୍ଟ ବିଚାରପତିଙ୍କ ବିରୁଦ୍ଧରେ ଆଣେ। ଏଥିପାଇଁ ୧୪ ଦିନିଆ ନୋଟିସ୍ ଦେଇ ପାର୍ଲିଆମେଣ୍ଟ ପ୍ରତ୍ୟେକ ଗୃହରେ ଏକ ପ୍ରସ୍ତାବ ଗୃହର ଅର୍ଦ୍ଧାଧିକ ସଭ୍ୟ ଉପସ୍ଥିତ ଥାଇ ଭୋଟ ଦେଇଥିବା ସଭ୍ୟଙ୍କର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଲାଭକରିବା ଆବଶ୍ୟକ। ହାଇକୋର୍ଟର ବିଚାରପତି ୬୨ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

ସମ୍ବିଧାନର ୨୧୭ (୨) ଧାରା ଅନୁସାରେ ହାଇକୋର୍ଟ ବିଚାରପତିମାନଙ୍କର ଯୋଗ୍ୟତା ନିର୍ଦ୍ଧାରଣ ରହିପାରିବେ।
(i) ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
(ii) ସେ ଭାରତର ଯେକୌଣସି ସ୍ଥାନରେ ଅନ୍ୟୁନ ୧୦ ବର୍ଷପାଇଁ ବିଚାରପତିଭାବେ କାର୍ଯ୍ୟ କରିଥିବେ ।
(iii) ସେ ଭାରତର ଏକ ବା ଅଧିକ ହାଇକୋର୍ଟରେ ଅନ୍ୟୁନ ୧୦ ବର୍ଷ ପାଇଁ ଓକିଲାତି କରିଥିବେ।
(iv) କୌଣସି କୋର୍ଟ ବା ଟ୍ରିବ୍ୟୁନାଲ୍‌ରେ ଚାକିରି ଅଭିଜ୍ଞତା ଥ‌ିବ।
(v) ୪୪ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଆଇନ ଜ୍ଞାନ ଦରକାର କରୁଥିବା ପଦବୀରେ କାର୍ଯ୍ୟ କରିଥିଲେ ମଧ୍ୟ ଯୋଗ୍ୟ ବିବେଚିତ ହେବେ ବୋଲି ଆଶା ରହିଛି।
ବିଦଳି – ସମ୍ବିଧାନର ୨୨୨ ଧାରା ଅନୁସାରେ ହାଇକୋର୍ଟର ବିଚାରପତିମାନେ ରାଷ୍ଟ୍ରପତିଙ୍କଦ୍ବାରା ଗୋଟିଏ ହାଇକୋର୍ଟରୁ ଅନ୍ୟ ହାଇକୋର୍ଟକୁ ବଦଳି ହୋଇପାରିବେ ।
ଦରମା – ସମ୍ବିଧାନର ୨୨୨ ଧାରା ଅନୁସାରେ ହାଇକୋର୍ଟର ବିଚାରପତିମାନଙ୍କର ଦରମା ଓ ଅନ୍ୟାନ୍ୟ ସୁବିଧା ରହିଛି। ବର୍ତ୍ତମାନ ମୁଖ୍ୟ ବିଚାରପତି ୯୦ ହଜାର ଟଙ୍କା ଓ ଅନ୍ୟ ବିଚାରପତିମାନେ ୩୧ ହଜାର ଟଙ୍କା ମାସିକ ଦରମା ପାଉଛନ୍ତି। ଏଥୁ ସହିତ ଅନ୍ୟାନ୍ୟ ସୁବିଧା ମଧ୍ୟ ପ୍ରଦାନ କରାଯାଇଛି ହୋଇପାରିବେ ।

ଓକିଲାତିରୁ – ବିଚାରପତିଭାବେ ହାଇକୋର୍ଟରୁ ଅବସର ଗ୍ରହଣ କଲା ପରେ ଜଣେ ବ୍ୟକ୍ତିଙ୍କୁ କରିବାରୁ ସମ୍ବିଧାନର ୨୨୦ ଧାରାରେ ବଞ୍ଚିତ କରାଯାଇଛି। ଏହା କେବଳ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟର ବିଚାରପତିମାନଙ୍କ ପାଇଁ ଉଦ୍ଦିଷ୍ଟ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

କ୍ଷେତ୍ରାଧୁକାର :
ମୌଳିକ କ୍ଷେତ୍ରାଧୁକାର – ସମ୍ବିଧାନର ୨୨୫ ଧାରାରେ ହାଇକୋର୍ଟର କ୍ଷମତା ବର୍ଣ୍ଣିତ ହୋଇଛି। ହାଇକୋର୍ଟରେ ନାଗରିକମାନଙ୍କର ମୌଳିକ ଅଧୁକାର କ୍ଷୁଣ୍ଣ ହେଲେ ସମ୍ବିଧାନର ୨୨୬ ଧାରା ଅନୁସାରେ ନାଗରିକ ସିଧାସଳଖ ହାଇକୋର୍ଟର ଆଶ୍ରୟ ନେଇପାରିବ। ନିର୍ବାଚନ ମୋକଦ୍ଦମା ମଧ୍ୟ ହାଇକୋର୍ଟର ମୌଳିକ କ୍ଷମତା ପରିସରଭୁକ୍ତ ଅଟେ ।

ଆବେଦନମୂଳକ କ୍ଷେତ୍ରାଧ୍ଵକାର – ଉଭୟ ଦେୱାନୀ ଓ ଫୌଜଦାରୀ ମୋକଦ୍ଦମା କ୍ଷେତ୍ରରେ ହାଇକୋର୍ଟର ଆବେଦନମୂଳକ କ୍ଷେତ୍ରାଧ୍ଵକାର ଅଛି। ଉଚ୍ଚ ନ୍ୟାୟାଳୟ ରାଜ୍ୟର ପ୍ରଧାନ ଦେୱାନୀ ଓ ଫୌଜଦାରୀ ଅପିଲ ଅଦାଲତ ଅଟେ । ରାଜସ୍ଵ ଆଇନ, ପ୍ରଜାସ୍ଵତ୍ଵ ଆଇନ ଓ କର ସମ୍ବନ୍ଧୀୟ ବିବାଦ ହାଇକୋର୍ଟରେ ଆବେଦନ କରାଯାଏ। ସମ୍ବିଧାନର ବ୍ୟାଖ୍ୟା ମଧ୍ୟ ହାଇକୋର୍ଟରେ ବିଚାର ହୁଏ।

ଅଭିଲେଖ ଅଦାଲତ – ସମ୍ବିଧାନର ୨୧୫ ଧାରା ହାଇକୋର୍ଟକୁ ଏକ ଅଭିଲେଖ ଅଦାଲତ ଭାବେ ବର୍ଣ୍ଣନା କରିଛି। ହାଇକୋର୍ଟର ରାୟଗୁଡ଼ିକ ଅନ୍ୟ ଅଦାଲତମାନଙ୍କଦ୍ଵାରା ପ୍ରମାଣ ଓ ସାକ୍ଷୀଭାବେ ଗୃହୀତ ହୁଏ।

ଅଦାଲତ ଅବମାନନା – କୌଣସି ବ୍ୟକ୍ତି ବା ଅନୁଷ୍ଠାନ ହାଇକୋର୍ଟର ବା ଅବମାନନା କଲେ ଅଭିଯୁକ୍ତ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଦୋଷ ବିଚାର କରି ଦଣ୍ଡ ଦେବା ବିଚାର ହୁଏ।

ବିବାହ ଓ ଛାଡ଼ପତ୍ର – ବିବାହ ଓ ଛାଡ଼ପତ୍ର ସମ୍ବନ୍ଧୀୟ ମୋକଦ୍ଦମାଗୁଡ଼ିକ ହାଇକୋର୍ଟରେ ସିଧାସଳଖ ବିଚାର ବିଚାର ହୁଏ।

ତତ୍ତ୍ଵାବଧାନ କ୍ଷମତା – ରାଜ୍ୟର ନିମ୍ନ ଅଦାଲତଗୁଡ଼ିକ ହାଇକୋର୍ଟର ତତ୍ତ୍ଵାବଧାନରେ କାର୍ଯ୍ୟ କରନ୍ତି। ନିମ୍ନ ଅଦାଲତଗୁଡ଼ିକ ଠିକ୍‌ଭାବେ କାର୍ଯ୍ୟକରୁଛି କି ନାହିଁ ହାଇକୋର୍ଟ ସେଥୁପ୍ରତି ଦୃଷ୍ଟି ଦିଏ। ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟଦକ୍ଷତା ପରୀକ୍ଷାକରି ଦେଖୁବାପାଇଁ ହାଇକୋର୍ଟ ୨୨୭ ଧାରା ଅନୁସାରେ ନିମ୍ନ ଅଦାଲତମାନଙ୍କଠାରୁ ବିବରଣୀ ମଗାନ୍ତି ଓ ସେମାନଙ୍କର କାର୍ଯ୍ୟକ୍ରମ ପରିଚାଳନା ପାଇଁ ସାଧାରଣ ନୀତି ନିର୍ଦ୍ଦେଶ ଦିଅନ୍ତି ଓ ନିର୍ଦ୍ଦିଷ୍ଟ ଫର୍ମ ନିର୍ଦ୍ଧାରଣ କରନ୍ତି।

ମୁଖ୍ୟ ନ୍ୟାୟାଧୀଶ ହାଇକୋର୍ଟର କର୍ମଚାରୀଙ୍କୁ ବହିଷ୍କାର କରିପାରିବେ। ହାଇକୋର୍ଟର ବିଚାରପତିମାନେ ନିମ୍ନ ଅଦାଲତଗୁଡ଼ିକୁ ପରିଦର୍ଶନ କରନ୍ତି ।
ମୋକଦ୍ଦମା ସ୍ଥାନାନ୍ତର କ୍ଷମତା – ସମ୍ବିଧାନର ୨୨୮ ଧାରା ଅନୁସାରେ ହାଇକୋର୍ଟର ଆଦେଶ ବଳରେ ମୋକଦ୍ଦମାର ନିରପେକ୍ଷ ସୁବିଚାର ନିମନ୍ତେ ଗୋଟିଏ ଅଦାଲତରୁ ଅନ୍ୟ ଅଦାଲତକୁ ମୋକଦ୍ଦମା ସ୍ଥାନାନ୍ତର କରାଯାଇପାରେ।

ଶାସ୍ତ୍ରନଗତ କ୍ଷମତା – ହାଇକୋର୍ଟର ପ୍ରଶାସନିକ କର୍ମଚାରୀମାନେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କଦ୍ଵାରା ନିଯୁକ୍ତ ହୁଅନ୍ତି । ଏହାର କେତେକ ନିର୍ଦ୍ଦିଷ୍ଟ ଶ୍ରେଣୀର କର୍ମଚାରୀ ରାଜ୍ୟ ଲୋକସେବା ଆୟୋଗର ସୁପାରିସ ଅନୁଯାୟୀ ନିଯୁକ୍ତ ହୁଅନ୍ତି। ରାଜ୍ୟ ବିଧାନସଭାଦ୍ଵାରା ଆଇନ ପ୍ରଣୟନ ନ ହେବା ପର୍ଯ୍ୟନ୍ତ ହାଇକୋର୍ଟର ସମସ୍ତ ପ୍ରଶାସନିକ କର୍ମଚାରୀଙ୍କ ଚାକିରି ହୁଏ ।

ହାଇକୋର୍ଟର ସ୍ଵାଧୀନତୀ – ହାଇକୋର୍ଟର ବିଚାରପତିମାନେ ସରକାରୀ କଳର ପ୍ରଭାବରୁ ମୁକ୍ତରହି କାର୍ଯ୍ୟ କରିପାରିବେ । ସେମାନଙ୍କୁ ଚାକିରିରୁ ବିତାଡ଼ିତ କରିବାର ପଦ୍ଧତି ଜଟିଳ । ବିଚାରପତିମାନଙ୍କର ଦରମା ଉପରେ ବିଧାନସଭାରେ ଭୋଟ ନିଆଯାଇପାରିବ ନାହିଁ। ସୁପ୍ରିମ୍‌କୋର୍ଟର ବିଚାରପତି ହାଇକୋର୍ଟର କାର୍ଯ୍ୟ ଉପରେ ନିୟନ୍ତ୍ରଣ ଜାରି କରିପାରିବେ । ସେମାନଙ୍କର ଦରମା ଆର୍ଥକ ଜରୁରୀ ପରିସ୍ଥିତି ବ୍ୟତୀତ ଅନ୍ୟ କୌଣସି ପରିସ୍ଥିତିରେ କମାଯାଇପାରିବ ନାହିଁ। ସେମାନଙ୍କ ଦରମା ଭାରତର ‘ ସଞ୍ଚିତ ପାଣ୍ଠିରୁ’ ମିଳେ। କୌଣସି ରାଜନୈତିକ ଚାପ ଆଗରେ ବିଚାରପତିମାନେ ମୁଣ୍ଡ ନୁଆଁନ୍ତି ନାହିଁ।

୪ । ଭାରତରେ ନ୍ୟାୟପାଳିକାର ସ୍ବାଧୀନତା ରକ୍ଷା (Independence of Judiciary) ପାଇଁ କେଉଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ତାହା ବିଶ୍ଳେଷଣ କର ।
Answer:
ବେଙ୍କନ୍ ମତ ଦେଇଛନ୍ତି ଯେ, “ ଆଇନର ଯନ୍ତ୍ରଣାଠାରୁ ଅଧିକ କ୍ରୂର ଯନ୍ତ୍ରଣା ଆଉ ନାହିଁ ।” ସ୍ଵାଧୀନ ନ୍ୟାୟପାଳିକା ନାଗରିକ ପାଇଁ ଆଲୋକଶିଖା ଅଟେ । ଏଣୁ ବ୍ରାଇସୀ ମତ ଦେଇଛନ୍ତି ଯେ, “ଯଦି ନ୍ୟାୟର ପ୍ରଦୀପ ଅନ୍ଧକାର ମଧ୍ୟରେ ନିର୍ବାପିତ ହୋଇଯାଏ, ସେହି ଅନ୍ଧକାର ଅତୀବ ତୀବ୍ର ହୋଇଥାଏ ।” ଏଣୁ ନ୍ୟାୟପାଳିକା ବଶୀଭୂତ (Committed) ନ ହୋଇ ସ୍ଵାଧୀନ ଓ ନିରପେକ୍ଷ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥାଏ । କୌଣସି ପ୍ରକାର ରାଜନୈତିକ ବାହ୍ୟ ଚାପରୁ ମୁକ୍ତ ରହି ଯଦି ନ୍ୟାୟଳୟ ସ୍ଵାଧୀନ ଭାବରେ ନିଷ୍ପତ୍ତି ଦେଇପାରେ ତାହାକୁ ନିରପେକ୍ଷ ନ୍ୟାୟାଳୟ ବା ନ୍ୟାୟାଳୟର ସ୍ଵାଧୀନତା କୁହାଯାଏ । ବ୍ୟକ୍ତିର ସ୍ଥିତି ଓ ଅଧିକାର ନ୍ୟାୟଦ୍ଵାରା ସଂରକ୍ଷିତ ହେଉଥ‌ିବାରୁ ଏହା ସ୍ଵାଧୀନ ଓ ନିରପେକ୍ଷ ହେବା ଆବଶ୍ୟକ ।

ନ୍ୟାୟପାଳିକାର ସ୍ଵାଧୀନତା ନିମ୍ନଲିଖୂତ ଉପାଦାନକୁ ସୂଚିତ କରେ ।
(କ) ନ୍ୟାୟପାଳିକା ସରକାରଙ୍କ ଅନ୍ୟ ଦୁଇ ଅଙ୍ଗ; ଯଥା – ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ନିୟନ୍ତ୍ରଣଠାରୁ ମୁକ୍ତ ରହିବା ଆବଶ୍ୟକ ।
(ଖ) ନ୍ୟାୟପାଳିକାର ନିଷ୍ପତ୍ତି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ହସ୍ତକ୍ଷେପ ଓ ପ୍ରଭାବଠାରୁ ମୁକ୍ତ ହୋଇ ପ୍ରକାଶିତ ହେବା ଆବଶ୍ୟକ ।
(ଗ) ବିଚାରପତିମାନେ ବିନା ଭୟ ଓ ଅନୁଗ୍ରହରେ ନ୍ୟାୟ ପ୍ରଦାନ କରିବା ଉଚିତ ।

ନ୍ୟାୟପାଳିକାର ସ୍ଵାଧୀନତା ରକ୍ଷା ପାଇଁ ଆବଶ୍ୟକୀୟ ସର୍ଭାବଳୀ :
(୧) ଉଚ୍ଚ ଯୋଗ୍ୟତା : ବିଚାରପତିମାନେ ଉଚ୍ଚ ଆଇନଗତ ଯୋଗ୍ୟତାସଂପନ୍ନ ଓ ଦକ୍ଷତାଯୁକ୍ତ ବ୍ୟକ୍ତି ହୋଇଥିବା ଆବଶ୍ୟକ । ସେମାନେ ଶିକ୍ଷାଗତ ଓ ବୃତ୍ତିଗତ ଯୋଗ୍ୟତା ସହିତ ବ୍ୟବହାରିକ ଦକ୍ଷତା ଓ ମାନବିକ ଦୃଷ୍ଟିଭଙ୍ଗୀସଂପନ୍ନ ହୋଇଥବା ଉଚିତ । ଏହି ଯୋଗ୍ୟ, ଦକ୍ଷ ଓ ଅଭିଜ୍ଞ ବିଚାରପତିମାନେ ହିଁ ନିରପେକ୍ଷ ଓ ନିର୍ଭିକ ଭାବେ ନିଜର ଦାୟିତ୍ଵ । ସଂପାଦନ କରିପାରିବେ ।

(୨) ନିଯୁକ୍ତି ପ୍ରଣାଳୀ : ବିଚାରପତିମାନେ ଲୋକପ୍ରତିନିଧୁମାନଙ୍କ ଭଳି ନିର୍ବାଚିତ ବା ମନୋନୀତି ହେଲେ କେବଳ ଦକ୍ଷତା ଓ ଯୋଗ୍ୟତା ଭିଭିରେ ମୁଖ୍ୟ କାର୍ଯ୍ୟପାଳିକାଙ୍କଦ୍ଵାରା ନିଯୁକ୍ତ ହେବା ଆବଶ୍ୟକ ।

(୩) ଦୀର୍ଘ ଓ ସ୍ଥାୟୀ କାର୍ଯ୍ୟକାଳ : ବିଚାରପତିମାନେ ନିର୍ଦ୍ଦିଷ୍ଟ, ଦୀର୍ଘ ଓ ସ୍ଥାୟୀ କାର୍ଯ୍ୟକାଳ ଉପଭୋଗ କଲେ ଭୟଶୂନ୍ୟ ଭାବେ ସେମାନେ ନିଜର ନିଷ୍ପଭି ପ୍ରଦାନ କରନ୍ତି । ଭାରତରେ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ନିଅନ୍ତି ।

(୪) ଜଟିଳ ପଦଚ୍ୟୁତି ବ୍ୟବସ୍ଥା : ବିଚାରପତିମାନଙ୍କ ପଦଚ୍ୟୁତି ବ୍ୟବସ୍ଥା ସୃଷ୍ଟ ଓ ଜଟଳି ହେବା ଆବଶ୍ୟକ । ଏହା ଫଳରେ ସ୍ଵେଚ୍ଛାଚାରୀଭାବେ ସେମାନଙ୍କୁ ପଦଚ୍ୟୁତ କରାଯାଇପାରେ ନାହିଁ । ଭାରତରେ ‘ମହାଭିଯୋଗ ପ୍ରସ୍ତାବ’ ପ୍ରମାଣିତ ଅସଦ୍‌ବ୍ୟବହାର ବା ଅକ୍ଷମତା କାରଣରୁ ଆଗତ ହୋଇ ସଂସଦର ଉଭୟ ଗୃହଦ୍ଵାରା ଦୁଇ-ତୃତୀୟାଂଶ ସମର୍ଥନରେ ଗୃହୀତ ହେଲେ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ ବା ବହିଷ୍କାର କରିଥା’ନ୍ତି | ଚାକରିର ସ୍ଥାୟୀତ୍ଵ ବିଚାରପତିମାନଙ୍କୁ ନିଭୀକଭାବେ କାର୍ଯ୍ୟ ସଂପାଦନର ସୁଯୋଗ ଦେଇଥାଏ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

(୫) ଆକର୍ଷଣୀୟ ଦରମା ଓ ଭତ୍ତା : ଆର୍ଥିକ ଦୁରବସ୍ଥା ବା ଅନଟନ ବ୍ୟକ୍ତିର ବିବେକକୁ ଦମନ କରେ ଓ ସେ ଦୁର୍ନୀତିଗ୍ରସ୍ତ ହୋଇ ଗଣତାନ୍ତ୍ରିକ ଶାସନବ୍ୟବସ୍ଥା ଓ ବ୍ୟକ୍ତି ସ୍ଵାଧୀନତା ପ୍ରତି ବିପଦ ସୃଷ୍ଟି କରେ । ଏଣୁ ବିଚାରପତିମାନେ ପ୍ରଲୋଭନହୀନ ହୋଇ ନିରପେକ୍ଷ ଭାବେ ନିଜର ଦାୟିତ୍ଵ ନିର୍ବାହ କରନ୍ତି । ବିଚାରପତିମାନେ ଆକର୍ଷଣୀୟ ଦରମା ଓ ଭତ୍ତା ପାଇଲେ ନିର୍ଭିକ ଭାବେ ନିଜର କାର୍ଯ୍ୟ ସଂପାଦନ କରିପାରନ୍ତି । ଆର୍ଥିକ ନିରାପତ୍ତା ଦକ୍ଷତା ବୃଦ୍ଧିରେ ସହାୟକ ହୋଇଥାଏ ।

(୬) କ୍ଷମତା ପୃଥକୀକରଣ : ନ୍ୟାୟପାଳିକା ବର୍ତ୍ତମାନ ସମୟରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାଠାରୁ ପୃଥକ୍ ରହିବା ଆବଶ୍ୟକ । ସେମାନେ ପରସ୍ପରଠାରୁ ପୃଥକ୍ ଓ ସ୍ଵାଧୀନ ରହିବା ଫଳରେ ନ୍ୟାୟଦାନ ବ୍ୟବସ୍ଥା ସୁସ୍ଥ, ଦୃତ, ନ୍ୟାୟପୂର୍ଣ୍ଣ ଓ ଫଳପ୍ରଦ ହୋଇଥାଏ ।

(୭) ବିଚାରପତିଙ୍କ ସ୍ଵାଧୀକାର : ନ୍ୟାୟପାଳିକାରେ ବିଚାରପତିମାନେ ନିଜର ପ୍ରଦତ୍ତ ନ୍ୟାୟିକ ନିଷ୍ପତ୍ତି ପାଇଁ ସମାଲୋଚ଼ନାର ଶିକାର ହୁଅନ୍ତି ନାହିଁ । ଏଣୁ ବିଚାରପତିମାନେ ନିରପେକ୍ଷ ଓ ସ୍ଵାଧୀନ ଭାବେ ନିଜର କାର୍ଯ୍ୟ ସଂପାଦନ କରିବାପାଇଁ ସମ୍ବିଧାନରେ ବ୍ୟବସ୍ଥା ହୋଇଛି । ବିଚାରପତିମାନଙ୍କ ନିଷ୍ପତ୍ତି ଅଦାଲତ ବାହାରେ ସମାଲୋଚିତ ହୁଏ ନାହିଁ ।

(୮) ବୃତ୍ତିଗତ ବାରଣ : ବିଚାରପତିମାନେ ଅବସରଗ୍ରହଣ ପରେ କୌଣସି ନିଯୁକ୍ତି ପାଇବା ଉଚିତ ନୁହେଁ । ସେମାନେ ଅବସର ପରେ ଅଦାଲତରେ ଓକିଲାତି କରିପାରନ୍ତି ନାହିଁ । ୧୨୪(୭) ଧାରାରେ ଭାରତରେ ଉଚ୍ଚତମ ନ୍ୟାୟାଳୟର ବିଚାରପତିମାନଙ୍କୁ ଅବସର ଗ୍ରହଣ ଘରେ କୌଣସି ଅଦାଲତରେ ଓକିଲାତି କରିବାକୁ ବାରଣ କରାଯାଇଛି ।

ଭାରତରେ ବଶୀଭୂତ ବିଚାରସଂସ୍କାର ସ୍ବରୂପ : ଭାରତରେ ୧୯୭୩ ମସିହାର କେଶବାନନ୍ଦ ଭାରତୀ ମକଦ୍ଦମାର ରାୟ ପ୍ରକାଶିତ ହେବା ପରେ ବିଶେଷତଃ ୧୯୭୫-୭୬ ମସିହାର ଜରୁରୀ ପରିସ୍ଥିତି ସମୟରେ ସରକାର ବିଚାର ବିଭାଗର ସ୍ଵାଧୀନତା ଓ ନିରପେକ୍ଷତା ଉପରେ ହସ୍ତପେକ୍ଷ କରି ଏହାକୁ ଏକ ବଶୀଭୂତ ବା କାର୍ଯ୍ୟପାଳିକାର ଆଜ୍ଞାଧୀନ ବିଚାର ସଂସ୍ଥା (Compitted Judicary)ର ରୂପ ପ୍ରଦାନ କଲେ ବୋଲି ସମାଲୋଚକମାନେ ମତ ଦେଇଥା’ନ୍ତି । ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ନିୟୁ କ୍ଷେତ୍ରରେ ବରିଷ୍ଠତା ନୀତି ପରିବର୍ତ୍ତେ ଦକ୍ଷତାକୁ ଆଧାର କରି ଏହି ନିଯୁକ୍ତି, ପ୍ରଦାନ, ଉଚ୍ଚ ନ୍ୟାୟାଳୟର ବିଚାରପତିମାନ ଆକ୍ରୋଶମୂଳକ ବଦଳି, ଅବସରଗ୍ରହଣ ପରେ ବିଚାରପତମାନଙ୍କ ପାଇ ହସ୍ତପେକ୍ଷ ଓ ବଶ୍ୟତାର ଅଧୀନ କରେ ସେମାନଙ୍କ ସ୍ଵାଧୀନତା ଓ ନିରପେକ୍ଷତା ଉପରେ ଆଞ୍ଚ ଆଣିଥାଏ ।

୧୯୫୦ ମସିହାଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅଳ୍ପ କେତେଗୋଟି ଘଟଣାକୁ ବାଦ୍ ଦେଲେ ଉଚ୍ଚତମ ନ୍ୟାୟାଳୟ ନାଗରିକର ଅଧୂକାରର ସୁରକ୍ଷା, ସମ୍ବିଧାନର ଜଗୁଆଳି, ସଂଘୀୟ ବ୍ୟବସ୍ଥାର ସଂରକ୍ଷକ ହିସାବରେ ନିଜର ଗୁରୁଦାୟିତ୍ଵ ସଂପାଦନ କରି ନିଜର ସ୍ଵାଧୀନତା ଓ ନିରପେକ୍ଷତାର ପରିଚୟ ଦେଇଆସୁଛି ।

୫ । ଭାରତରେ ନ୍ୟାୟିକ ପୁନରବଲୋକନ (Judicial Review) ବ୍ୟବସ୍ଥା ସଂପର୍କରେ ଆଲୋଚନା କର ।
Answer:
ନ୍ୟାୟିକ ପୁନରାବଲେକନ ହେଉଛି ନ୍ୟାୟପାଳିକାର ଏକ ସ୍ଵତନ୍ତ୍ର ନ୍ୟାୟିକ କ୍ଷମତା । ବିଧାନମଣ୍ଡଳଦ୍ୱାରା ପ୍ରଣୀତ ଆଇନ (Law) ଓ କାର୍ଯ୍ୟପାଳିକାର ‘ ଆଦେଶନାମା’ (Executive Orders) ଗୁଡ଼ିକର ସାମ୍ବିଧାନିକ ଦୃଷ୍ଟିକୋଣରୁ ନ୍ୟାୟାଳୟଦ୍ଵାରା ବୈଧତା ନିରୂପଣ କ୍ଷମତାକୁ ‘ନ୍ୟାୟିକ ପୁନରାବଲୋକନ’ କୁହାଯାଏ। ଯଦି ଉପରୋକ୍ତ କୌଣସି ଆଇନ ଏବଂ ଆଦେଶନାମା ସମ୍ବିଧାନର ବିରୋଧାଚରଣ କରୁଥାଏ, ତେବେ ନ୍ୟାୟାଳୟ ସେଗିଡ଼ିକୁ ‘ଅବୈଧ’(Void) ଘୋଷଣା ବା ବିଧାନମଣ୍ଡଳ ନିଜର କ୍ଷମତା ବ୍ୟବହାର କରିଥା’ନ୍ତି, ତେବେ ତାହା ଅଣସାମ୍ବିଧାନିକ (Unconstitutional) ତଥା ଅବୈଧ (Void) ଅଟେ ଏ ପ୍ରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବାର କ୍ଷମତା କେବଳ ନ୍ୟାୟପାଳିକାର ଅଛି। କାରଣ ଏ କ୍ଷେତ୍ରରେ ନ୍ୟାୟପାଳିକା ସମ୍ବିଧାନର ରକ୍ଷକ (Guardian) ଭାବେ କାର୍ଯ୍ୟ କରେ। ଏହି କ୍ଷେତ୍ରରେ ନ୍ୟାୟପାଳିକାର ଦୁଇଟି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ରହିଛି; ଯଥା-

(କ) ସରକାରକ କାର୍ଯ୍ୟକୁ ‘ବୈଧ’ (Legitimate) ଘୋଷଣା କରିବା; ଏବଂ
(ଖ) ସମ୍ବିଧାନ ଉପରେ ସରକାରଙ୍କର ବେଆଇନ ହସ୍ତକ୍ଷେପ (Encroachment) ଓ ସ୍ଵେଚ୍ଛାଚାରିତା ଆଚରଣକୁ ପ୍ରତିହତ କରି ସମ୍ବିଧାନକୁ ସୁରକ୍ଷା ପ୍ରଦାନ କରିବା। ତେଣୁ ପ୍ରାୟ ସବୁ ରାଷ୍ଟ୍ରରେ ପ୍ରଚଳିତ ଲିଖତ ସମ୍ବିଧାନର ପ୍ରାଧାନ୍ୟକୁ ସୁରକ୍ଷା ଓ ସମ୍ମାନ ପ୍ରଦର୍ଶନ କରିବା ସହିତ ଆବଶ୍ୟକମତେ ସମ୍ବିଧାନକୁ ତର୍ଜମା କରିବା ହେଉଛି ନ୍ୟାୟାଳୟର ମୁଖ୍ୟ କର୍ତ୍ତବ୍ୟ ଓ ସାମ୍ବିଧାନିକ ଦାୟିତ୍ଵ ।

ନ୍ୟାୟିକ ପୁନରାବଲୋକନ ତତ୍ତ୍ବର ଉତ୍ପତ୍ତି (Origin) :
ଆମେରିକାର ସଂଘୀୟ ବ୍ୟବସ୍ଥାରେ ନ୍ୟାୟିକ ପୁନରାବଲୋକନ ତତ୍ତ୍ଵର ଜନ୍ମ ହେଉଛି 1803 ମସିହା ସୁପରିଚିତ ‘ ମାରବରି ବନାମ ମ୍ୟାଡ଼ିସନ’ ମୋକଦ୍ଦମା ବିଚାର କରି ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟର ତତ୍‌କାଳୀନ ମୁଖ୍ୟ ବିଚାରପତି ‘ମାର୍ଶାଲ୍’ (Marshall) ଏହି ନୂତନ ତତ୍ତ୍ଵକୁ ଜୀବଦାନ କରିଥିଲେ। ସେହିଦିନଠାରୁ ଏହାର ଗୁରୁତ୍ଵ ଦାୟିତ୍ଵ ।

ଉପରୋକ୍ତ ମୋକଦ୍ଦମାରେ ରାୟ ପ୍ରଦାନ କରି ମୁଖ୍ୟ ବିଚାପ୍‌ପତି ମାର୍ଶାଲ୍ ‘ଜୁଡ଼ିସାଆରୀ ଆକ୍ଟ, 1789 ର ଧାରା 13’ (Section 13 of the Judiciary Act 1789) କୁ ଅଣସାମ୍ବିଧାନିକ ଘୋଷଣା କରିବା ସହିତ ବାତିଲ କରିଦେଲେ। ତେବେ ଘଟଣାଟି ଏହିପରି ଥୁଲା –

ଆମେରିକାର ବିଧାନମଣ୍ଡଳ ‘କଂଗ୍ରେସ’ ଦ୍ଵାରା ଗୃହୀତ ଉପରୋକ୍ତ ଆଇନର ଧାରା 13 ରେ ବ୍ୟବସ୍ଥା ଥିଲା ଯେ, ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଯେକୌଣସି ‘ନିମ୍ନ ଅଦାଲତ’ (Lwer Courts) ବା ଯେକୌଣସି ପଦାଧ୍ଵକାରୀଙ୍କ ଉପରେ ‘ମାଣ୍ଡାମସ୍ ରିଟ୍’ (Writ) ପ୍ରୟୋଗ କରିପାରିବେ । ତେବେ ଗ୍ରେସଦ୍ଵାରା ପ୍ରଣୀତ ଓ ଅନୁମୋଦିତ ଉପରୋକ୍ତ ଆଇନ ବଳରେ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟିକ କ୍ଷମତା ପରିସର ପରିଂର୍ଦ୍ଧିତ କରାଯାଇଥିବାରୁ ଏହି ଆଇନଟି ସମ୍ବିଧାନ ବିରୋଧୀ ଅଟେ; ତେଣୁ ଏହା ଅସିଦ୍ଧ ଓ ଅବୈଧ। ମୁଖ୍ୟ ବିଚାରପତି ମାର୍ଶାଲଙ୍କ ଏହି ଐତିହାସିକ ରାୟ ତିନିଗୋଟି ‘ସିଦ୍ଧାନ୍ତ’ (Proposition) ଉପରେ ପର୍ଯ୍ୟବସିତ ଥୁଲା –

(୧) ଆମେରିକାର ଲିଖୁତ ସମ୍ବିଧାନ ହେଉଛି ରାଷ୍ଟ୍ରର ସର୍ବୋଚ୍ଚ ଆନ ଏବଂ ପ୍ରଚଳିତ ଅନ୍ୟ ସମସ୍ତ ‘ସାଧାରଣ ଆଇନ’ (Ordinary Status) ଓ ‘ଅଧ୍ୟାଦେଶ’ (Ordinance) ତୁଳନାରେ ଏହା ସର୍ବୋକୃଷ୍ଟ ଆଇନ।

(୨) ସମ୍ବିଧାନ ଓ ସାଧାରଣ ଆଇନ ମଧ୍ୟରେ କୌଣସି ବିବାଦ ଉପୁଇଁଲେ ସମ୍ବିଧାନର ଅଧିକ ମାନ୍ୟତା ରହିବ।

(୩) ନ୍ୟାୟାଳୟରେ ଏପରି ଏକ ବିବାଦ ଯଦି ବିଚାରପାଇଁ ଆସେ, ତେବେ ନ୍ୟାୟାଳୟ ସମ୍ବିଧାନକୁ ଅଧୂକ ସର୍ବୋଚ୍ଚ ନ୍ୟାୟାଳୟର ସ୍ରଷ୍ଟା ହେଉଛି ସେହି ଦେଶର ସମ୍ବିଧାନ। ମାତ୍ର ପ୍ରଥମେ ସମ୍ବିଧାନରେ ଏପରି ଏକ ନ୍ୟାୟିକ ପୁନରାବଲୋକନ କ୍ଷମତା ସର୍ବୋଚ୍ଚ ନ୍ୟାୟାଳୟକୁ ପ୍ରଦାନ କରାଯାଇନଥିଲା। ପରେ ପରେ ସମ୍ବିଧାନର ‘ବ୍ୟାଖ୍ୟା’ ବା ‘ତର୍ଜମା’ (Interpretation) କ୍ଷମତା ବଳରେ ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟିକ ପୁନରାବଲୋକନ କ୍ଷମତାର ଅଧିକାରୀ ହୋଇପାରିଲେ। ବସ୍ତୁତଃ, ଆମେରିକାକୁ ବାଦ୍ ଦେଲେ ଇଂଲଣ୍ଡ ଓ ସ୍ଵିଜରଲାଣ୍ଡ ପ୍ରଭୃତି ଦେଶରେ ନ୍ୟାୟାଳୟର ଏପରି ଦାୟିତ୍ଵ ।

ଇଂଲଣ୍ଡରେ ଏକ ସଂସଦୀୟ ଶାସନ ବ୍ୟବସ୍ଥା ରହିଛି। ଫଳରେ ସେଠାରେ କାର୍ଯ୍ୟରତ ବିଧାନମଣ୍ଡଳ ବା ସଂସଦ ହେଉଛି ଆଇନ ପ୍ରଣୟନ କ୍ଷେତ୍ରରେ ଅଖଣ୍ଡ କ୍ଷମତାର ଅଧିକାରୀ। କୌଣସି ନ୍ୟାୟାଳୟ ସଂସଦଦ୍ଵାରା ପ୍ରଣୀତ ଆଇନର ସାମ୍ବିଧାନିକ ବୈଧତା ସଂପର୍କିତ ପ୍ରଶ୍ନ ଉତ୍‌ଥାପନ କରିପାରିବେ ନାହିଁ। ଇଂଲଣ୍ଡରେ ‘ସଂସଦୟ ସାର୍ବଭୌମତ୍ବ’ (Par- liamentary Sovereignty) ନୀତି ବେଶ୍ ଫଳପ୍ରଦ ଓ ଜନପ୍ରିୟ। ଆମେରିକାରେ ପ୍ରଚଳିତ ‘ନ୍ୟାୟିକ ପ୍ରାଧାନ୍ୟ ’ (Judicial Supremacy) ନୀତି ଇଂଲଣ୍ଡରେ ନାହିଁ। ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଆମେରିକା ସମ୍ବିଧାନର ସଙ୍ଗେ ଆବଶ୍ୟକ ମନେକଲେ ଏହି ଆଇନକୁ ‘ଅଣସାମ୍ବିଧାନିକ’ବା ‘ଅସିଦ୍ଧ’ (Void) ଘୋଷଣା କରିପାରନ୍ତି। ତେଣୁ ନ୍ୟାୟିକ ପୁନରାବଲୋକନ କ୍ଷମତା ବଳରେ ଆମେରିକାର ନ୍ୟାୟାଳୟ ‘ନ୍ୟାୟିକ ପ୍ରାଧାନ୍ୟ’ କ୍ଷମତା ଉପଭୋଗ କରୁଛି ।

ଏହି ‘ନ୍ୟାୟିକ ପୁନରାବଲୋକନ’ ତତ୍ତ୍ଵର ପୃଷ୍ଠଭୂମିରେ ଆଉ ଦୁଇଟି ତତ୍ତ୍ଵ ରହିଛି, ଯଥ
(କ) ସରକାରଙ୍କର ସୀମିତ – କ୍ଷମତା ତତ୍ତ୍ଵ (Theory of Limited Govt.) ଏବଂ
(ଖ) ‘ସାଧାରଣ – ଆଇନ ବନାମ ସାମ୍ବିଧାନିକ ଆଇନର ପ୍ରାଧାନ୍ୟ ତତ୍ତ୍ଵ’ (Theory of Ordinary Law Vrs. Constitutional Law Supremacy)

ଭାରତରେ ନ୍ୟାୟିକ ପୁନରାବଲୋକନ ବ୍ୟବସ୍ଥା :
ଆମେରିକାରେ ପ୍ରଚଳିତ ‘ଆଇନର ଯାଥାର୍ଥ’ (Due Process of Law) ନୀତି ଆତ୍ମ ସମ୍ବିଧାନ ପ୍ରଣୟନ ସଭା (Constituent Assembly) ଦ୍ଵାରା ପ୍ରତ୍ୟାଖ୍ୟାତ ହୋଇଥିଲା। ଏହା ପରିବର୍ତ୍ତେ ଆମ ସମ୍ବିଧାନରେ ୨୧ ଧାରାରେ ‘ ଆଇନଦ୍ଵାରା ପ୍ରତିଷ୍ଠିତ ପ୍ରଣାଳୀ’ (Procedure Established by Law) ଅନୁସୃତ ହୋଇଅଛି ।

ଏଠାରେ ସୂଚିତ କରାଯାଇପାରେ ଯେ, ଭାରତ ଏକ ‘ସଂଘୀୟ ରାଷ୍ଟ୍ର’ (Federal State) ଓ ଏକ ଲିଷ୍କୃତ ସମ୍ବିଧାନଦ୍ଵାରା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଛି। ତିନିଗୋଟି ‘ତାଲିକା’ (List); ଯଥା କେନ୍ଦ୍ର ତାଲିକା (Union List), ରାଜ୍ୟ ତାଲିକା (State List), ଯୁଗ୍ମ ତାଲିକା(Concurrent List)ମାଧ୍ୟମରେ କ୍ଷମତାର ଆବଣ୍ଟନ ହୋଇଛି। ତେବେ କ୍ଷମତା ସମାଧାନପାଇଁ ଏକ ନିରପେକ୍ଷ ନ୍ୟାୟପାଳିକା ସୀମିତ ନ୍ୟାୟିକ ପୁନରାବଲୋକନ ବ୍ୟବସ୍ଥା କିପରି କାର୍ଯ୍ୟ କରୁଛି ସେ ସମ୍ବିଧାନର ଧାରା ୧୩ର ତାତ୍ପର୍ଯ୍ୟ ବୁଝିବାକୁ ହେବ।, ବ୍ୟବହାର ବା ପ୍ରୟୋଗ କ୍ଷେତ୍ରରେ କନ୍ଦଳ ବା ବିବାଦ ସୃଷ୍ଟି ହେଲେ ।

ଏହାର ରହିଛି, ଯାହାର ଶୀର୍ଷରେ ଅଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ; ମାତ୍ର ଭାରତରେ ସମ୍ବନ୍ଧରେ ଜାଣିବାକୁ ହେଲେ ପ୍ରଥମେ ଆମକୁ ଆମ ସମ୍ବିଧାନର ୧୩ ଧାରାରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଯଦି କୌଣସି ଆଇନ ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଥାଏ; ତେବେ ସେହି ଆଇନ ନ୍ୟାୟାଳୟଦ୍ଵାରା ଅସିଦ୍ଧ ବା ଅବୈଧ ଘୋଷିତ ହେବ। ତେବେ ନିମ୍ନୋକ୍ତ ତିନିଗୋଟି କାରଣରୁ କୌଣସି ଆଇନର ସାମ୍ବିଧାନିକ ବୈଧତା ପ୍ରଶ୍ନ ନ୍ୟାୟାଳୟରେ ଉତ୍‌ଥାପନ କରାଯାଇପାରିବ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

ସେଗୁଡ଼ିକ ହେଲା-
(୧) ପ୍ରଣୀତ ଆଇନର ବିଷୟବସ୍ତୁ ନିର୍ଦ୍ଦିଷ୍ଟ ବିଧାନମଣ୍ଡଳର ବିଧାୟିକା କ୍ଷମତା ଅନ୍ତର୍ଭୁକ୍ତ ନୁହେଁ।
(୨) ପ୍ରଣୀତ ଆଇନ ସାମ୍ବିଧାନିକ ବ୍ୟବସ୍ଥାର ବିରୋଧାଚରଣ କରୁଛି।
(୩) ପ୍ରଣୀତ ଆଇନଟି ନାଗରିକର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଅଛି ।

ସ୍ଵାଧୀନତାର ପରବର୍ତୀ ସମୟରେ ଉଭୟ ସଂସଦ ଓ ରାଜ୍ୟ ବିଧାନମଣ୍ଡଳଗୁଡ଼ିକ ସାମାଜିକ ସଂସ୍କାର ପାଇଁ ମୁଖ୍ୟତଃ ଆର୍ଥନୀତିକ ଓ କୃଷିର ଉନ୍ନତି କ୍ଷେତ୍ରରେ ଭିନ୍ନ ଭିନ୍ନ ସମୟରେ ବହୁତ ପ୍ରଗତିମୂଳକ ଆଇନ (Progressive Law) ପ୍ରଣୟନ କଲେ। ସେ ଆଇନର ବୈଧତା ସଂପର୍କରେ ନ୍ୟାୟାଳୟମାନଙ୍କରେ ପ୍ରଶ୍ନ ଉତ୍‌ଥାପିତ ହେଲା। ନ୍ୟାୟାଳୟର ରାୟ (Judgement) କୁ ଦୃଷ୍ଟିରେ ରଖ୍ ପରବର୍ତୀ ସମୟରେ ସଂସଦରେ ଆବଶ୍ୟକ ସମ୍ବିଧାନ ସଂଶୋଧନ ଆଇନ ଗୃହୀତ କରାଯାଇ ଉପରୋକ୍ତ ସାମାଜିକ ସଂସ୍କାର ସଂପର୍କିତ ଆଇନଗୁଡ଼ିକ କାର୍ଯ୍ୟକାରୀ କରାଗଲା। ଉଦାହରଣସ୍ୱରୂପ, ୧୯୫୧ ମସିହାର ପ୍ରଥମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ନୂତନ ଧାରା ୩୧।

(ବି) (Article 31-B) ସମ୍ବିଧାନରେ ଯୋଗ କରାଯାଇ କେତେକ କୃଷିଭିତ୍ତିକ ସଂସ୍କାର ସଂପର୍କିତ ବିତର୍କିତ ଆଇନ (Agrarian Reforms Luws) କୁ ‘୯ମ ପରିଶିଷ୍ଟ’ (9th Schedule) ରେ ଅନ୍ତର୍ଭୁକ୍ତ କରାଯିବା ସହିତ ନ୍ୟାୟାଳୟରେ ଏ ସଂପର୍କରେ ପ୍ରଶ୍ନ ଉତ୍‌ଥାପିତ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରାଗଲା। ଫଳରେ ସଂସଦର ଆଇନ ପ୍ରଣୟନ ସଂକ୍ରାନ୍ତୀୟ ସାର୍ବଭୌମତ୍ଵ ଜାହିର ହେଲା ଓ ଗୋଲକନାଥ ବନାମ ପଞ୍ଜାବ ରାଜ୍ୟ ମୋକଦ୍ଦମାରେ ସର୍ବୋଚ୍ଚ ନ୍ୟାୟାଳୟର ରାୟ ମଧ୍ୟ ବିଚାର୍ଯ୍ୟ। ଏହି ରାୟ ୧୯୬୭ ମସିହା ଫେବୃୟାରୀ ମାସ ୨୭ ତାରିଖ ଦିନ ଘୋଷିତ ହୋଇଥିଲା।

ଗୋଲକନାଥ ମୋକଦ୍ଦମା (୧୯୬୭) :
ଏହି ଗୋଲକନାଥ ମୋକଦ୍ଦମାରେ ୬-୫ ସଂଖ୍ୟାଗରିଷ୍ଠ ମତରେ ଏକ ଐତିହାସିକ ରାୟ ପ୍ରଦାନ କରି ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଏକଥା ସ୍ପଷ୍ଟ କରିଦେଲେ ଯେ

(୧) ସମ୍ବିଧାନ ସଂଶୋଧନ ସଂକ୍ରାନ୍ତୀୟ ୩୬୮ ଧାରା କେବଳ ‘ପ୍ରଣାଳୀ (Procedural) ଉଲ୍ଲେଖ କରିଛି, କିନ୍ତୁ ସମ୍ବିଧାନ ସଂଶୋଧନ କରିବାର କ୍ଷମତା ଏହି ଧାରା ବଳରେ ସଂସଦ ହାତରେ ନ୍ୟସ୍ତ କରାଯାଇନାହିଁ।

(୨) ଏହି ସମ୍ବିଧାନ ସଂଶୋଧନ କ୍ଷମତା ସଂଖ୍ୟା (Entry) ୯୭ ର ଅନ୍ତର୍ଭୁକ୍ତ। ତେଣୁ ଏହା ସମ୍ବିଧାନର ଧାରା ୨୪୫, ୨୪୬ ଓ ୨୪୮ ତତ୍‌ସଂପର୍କିତ କ୍ରମିକ ଏକ ସାଧାରଣ ବୈଧାନିକ କ୍ଷମତା (Legislative Power) ଅଟେ ।

(୩) ସମ୍ବିଧାନା ସଂଶୋଧନ ଆଇନ ସମ୍ବିଧାନର ଧାରା ୧୩ (୨) ରେ ବର୍ଣ୍ଣିତ ‘ଆଇନ’ର ପରିସରଭୁକ୍ତ ଅଟେ । ସୁତରାଂ, ସମ୍ବିଧାନ ସଂଶୋଧନ ଆଇନ କୌଣସି ମୌଳିକ ଅଧିକାରକୁ କ୍ଷୁଣ୍ଣ କରିପାରିବ ନାହିଁ।

(୪) ସଜନ ସିଂହ ବନାମ ରାଜସ୍ଥାନ ରାଜ୍ୟ ମୋକଦ୍ଦମା (୧୯୬୫) ରେ ସର୍ବୋଚ୍ଚ ନ୍ୟାୟାଳୟଦ୍ଵାରା ପଦତ୍ତ ରାୟର ସାରାଂଶ ଏହି ଯେ, ସଂସଦର ସମ୍ବିଧାନ ସଂଶୋଧନ କ୍ଷମତା ଅସୀମ ନାହିଁ। ତେବେ ଏହା ପୂର୍ବରୁ ସଂସଦରେ ଅନୁମୋଦିତ ହୋଇଥିବା ପ୍ରଥମ, ଚତୁର୍ଥ ଓ ସପ୍ତଦଶ ସମ୍ବିଧାନ ସଂଶୋଧନ ଆଇନ ପୂର୍ବପରି ବଳବତ୍ତର ରହିବ ଓ ଗୋଲକନାଥ ମୋକଦ୍ଦମାର ରାୟ ଏହି ସଂଶୋଧନ ଆଇନକୁ ପ୍ରଭାବିତ କରିବ ନାହିଁ। କାରଣ ଏହି ରାୟ ଭବିଷ୍ୟତ୍ ବା ଆଗାମୀ ଦିନପାଇଁ ଲାଗୁହେବ ।

ତେବେ ଏହି ଗୋଲକନାଥ ମୋକଦ୍ଦମାରେ ସର୍ବୋଚ୍ଚ ନ୍ୟାୟାଳୟ ଏତିକି ସ୍ପଷ୍ଟ କରିଦେଲେ ଯେ, ସମ୍ବିଧାନର ୩୬୮ ଧାରା ପ୍ରୟୋଗ କରାଯାଇ ମୌଳିକ ଅଧିକାରକୁ ସଂକୁଚିତ ବା କ୍ଷୁଣ୍ଣ କରାଯିବ ନାହିଁ। ତତ୍‌କାଳୀନ (୧୯୬୭) ପ୍ରଧାନ ବିଚାରପତି କେ.ସୁବାରାଓ ସ୍ପଷ୍ଟଭାବରେ ଉଲ୍ଲେଖ କରିଥିଲେ ଯେ “ମୌଳିକ ଅଧିକାର ଅଖଣ୍ଡ ଓ ପବିତ୍ର; ତେଣୁ ସଂସଦଦ୍ଵାରା ଏହା ସଂକୁଚିତ ବା କ୍ଷୁଣ୍ଣ ହୋଇପାରିବ ନାହିଁ।’ ଏ ମଧ୍ୟରେ ୧୯୭୧ ନିର୍ବାଚନରେ ସଂସଦରେ ସଂଖ୍ୟାଗରିଷ୍ଠତା ଲାଭ କରି ଶ୍ରୀମତୀ ଗାନ୍ଧୀଙ୍କ ସରକାର ଦୁଇଟି ଗୁରୁତ୍ଵପୂର୍ଣ୍ଣ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କଲେ।

ଗୋଟିଏ ହେଲା, ୨୪ତମ ସମ୍ବିଧାନ ସଂଶୋଧନ ଆଇନ; ଯାହା ୩୬୮ ଧାରାରେ ସଂଶୋଧନ ଆଣି ସଂସଦ ହାତରେ ସମ୍ବିଧାନ ସଂଶୋଧନ କ୍ଷମତା ପୁନଃ ପ୍ରଦାନ କଲା। ଅନ୍ୟଟି ହେଲା, ୨୫ତମ ସମ୍ବିଧାନ ସଂଶୋଧନ ଆଇନ, ଯାହା ସମ୍ବିଧାନର ୩୧ ଧାରାରେ କେଶବାନନ୍ଦ ଭାରତୀ ମୋକଦ୍ଦମା (୧୯୭୩)

୧୯୭୩ ମସିହାରେ କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ ମୋକଦ୍ଦମାରେ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟ ଏକ ଐତିହାସିକ ରାୟ ପ୍ରଦାନ କରି ଭାରତର ନ୍ୟାୟିକ ଓ ସଂସଦୀୟ ଶାସନ ବ୍ୟବସ୍ଥାରେ ଏକ ଯୁଗାନ୍ତକାରୀ ବିପ୍ଳବ ଆଣିଲେ। ଅପରପକ୍ଷେ, ଏହାକୁ ‘ମୌଳିକ ଅଧୂକାର’ ସମ୍ବନ୍ଧୀୟ ମୋକଦ୍ଦମା କୁହାଯାଏ। ଏହି ରାୟ ଫଳରେ ସର୍ବୋଚ୍ଚ ରାୟର ବିଶେଷତ୍ଵଗୁଡ଼ିକ ହେଲା

(୧) ସଂସଦ ହେଉଛି ସମ୍ବିଧାନର ସୃଷ୍ଟି (Creation) ।

(୨) ସଂସଦର ନିମ୍ନ ସଦନ ଲୋକସଭାର କାର୍ଯ୍ୟକାଳ ପାଞ୍ଚବର୍ଷ ଓ ଆବଶ୍ୟକ ହେଲେ ପାଞ୍ଚବର୍ଷ ନ ପୂରୁଣୁ ରାଷ୍ଟ୍ରପତି ଲୋକସଭାକୁ ଭାଙ୍ଗି ନିର୍ବାଚନ ମାଧ୍ୟମରେ ନୂତନ ଲୋକସଭା ଗଠନ କରାନ୍ତି। ମାତ୍ର ଉଚ୍ଚ ସଦନ ରାଜ୍ୟସଭା, ହେଉଛି ସର୍ବକ୍ଷମତାସଂପନ୍ନ ଓ ଏହା ଏକ ସର୍ବୋଚ୍ଚ ସଂସ୍ଥା। ସଂସଦର ସ୍ଥାନ ସମ୍ବିଧାନର ତଳ ସୋପାନରେ।

(୩) ସମ୍ବିଧାନ ହେଉଛି ‘ସ୍ରଷ୍ଟା’ (Creator)ଓ ସଂସଦ ହେଉଛି ‘ସୃଷ୍ଟି’ (Creation) । ଅତଏବ, ସଂସଦ କଦାପି ସମ୍ବିଧାନ ସ୍ରଷ୍ଟା (Creator) ର ମୌଳିକ ଚରିତ୍ର (Basic Structure) କୁ ପରିବର୍ତନ କରିପାରିବ ନାହିଁ । ସଂସଦର ଲକ୍ଷଣଗୁଡ଼ିନକୁ ନଷ୍ଟ କରିବା ଏକ ଅଣସାମ୍ବିଧାନିକ କାର୍ଯ୍ୟ ବୋଲି ବିବେଚିତ ହେବ।

(୪) ୨୪ ତମ ସମ୍ବିଧାନ ସଂଶୋଧନ ଆଇନ ସମ୍ବିଧାନସିଦ୍ଧ ଅଟେ।

(୫) ୩୬୮ ଧାରାରେ ବର୍ଣ୍ଣିତ ସମ୍ବିଧାନ ସଂଶୋଧନ ପ୍ରକ୍ରିୟା କଦାଚିତ ସମ୍ବିଧାନ ସଂଶୋଧନ ମାଧ୍ୟମରେ ୩୬୮ ଧାରାକୁ ବିଲୁପ୍ତ ସମ୍ବିଧାନର ଏକ ‘ମୌଳିକ ଲକ୍ଷଣ’ ଅଟେ । ତେଣୁ ବା ବିକଳାଙ୍ଗ କରିହେବ ନାହିଁ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

(୬) ଶେଷରେ ଧାରା ୩୧-ସି (C) ଜରିଆରେ ଯେପରି ‘ନ୍ୟାୟିକ ପୁନରବଲୋକନ କ୍ଷମତା’(Judicial Review Power) କୁ ସଂକୁଚିତ କରାଯାଇଛି, ତାହା ସମ୍ବିଧାନିକ ଦୃଷ୍ଟିକୋଣରୁ ଅବୈଧ ଓ ଅସିଦ୍ଧ ଅଟେ। ସମ୍ବିଧାନର ମୌଳିକ ଲକ୍ଷଣ ତତ୍ତ୍ଵ (Basic Structure Theory of the Constitution) ସୁସ୍ଥ ସାମ୍ବିଧାନିକ ପରମ୍ପରା ଦୃଷ୍ଟିରୁ ବିଚାର କରାଗଲା ସାମ୍ବିଧାନିକ ମୌଳିକ ଲକ୍ଷଣକୁ ନିରାପତ୍ତା ଦେଇ ଆବଶ୍ୟକମତେ ତତ୍ତ୍ବ’ର ସଂଜ୍ଞା ଓ ପରିସୀମା କ’ଣ, ସେ ସମ୍ବନ୍ଧରେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ରାୟ (Judgement) ରେ କୌଣସି ସୂଚନା ଦେଇନାହାନ୍ତି । ତେବେ ସର୍ବୋଚ୍ଚ ନ୍ୟାୟାଳୟଦ୍ଵାରା ଭିନ୍ନ ଭିନ୍ନ ସମୟରେ ପ୍ରଦତ୍ତ ରାୟ (Judgement) ଗୁଡ଼ିକ ଅଧ୍ୟୟନ ଲକ୍ଷଣଗୁଡ଼ିକ ଆପେ ଆପେ ଦୃଷ୍ଟିଗୋଚର ହୁଏ। ସେଗୁଡ଼ିକ ହେଲା –

(କ) ସମ୍ବିଧାନର ପ୍ରାଧାନ୍ୟ
(ଖ) ଧର୍ମନିରପେକ୍ଷତା
(ଗ) ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବ୍ୟବସ୍ଥା
(ଘ) କ୍ଷମତାର ପୃଥକାକରଶ
(ଙ) ସଂଘୀୟ ରାଷ୍ଟ୍ରର ଲକ୍ଷଣ
(ଚ) ବ୍ୟକ୍ତିର ପଦମର୍ଯ୍ୟାଦା (Dignity)ଓ ମୌଳିକ ଅସ୍ଵୀକାର (Basic Rights)ର ସୁରକ୍ଷା
(ଛ) ରାଷ୍ଟ୍ରର ଐକ୍ୟ ଓ ସଂହତି
(ଜ) ମୌଳିକ ଅଧ୍ବକାର (Fundamental Right)
(ଝ) ରାଷ୍ଟ୍ର ନିର୍ଦ୍ଦେଶାତ୍ମକ ନୀତି (Directive Principles of State Policy)
(ଞ) ପ୍ରାକ୍ କଥନ (Preamble)
(ଟ) ସଂସଦର ଗଠନ ବ୍ୟବସ୍ଥା
(୦) ନ୍ୟାୟିକ ପୁନରାବଲୋକନ (Judicial-Review)
(ଙ) ଆଇନର ଶାସନ (Rule of Law)
(ଢ) ସମ୍ବିଧାନଦ୍ଵାରା ସୃଷ୍ଟ ଅନୁଷ୍ଠାନ (Institutional Framework of the Constitution) ଗୁଡ଼ିକ, ଯଥା – ସଂସଦ, ରାଷ୍ଟ୍ରପତି, ମନ୍ତ୍ରୀପରିଷଦ, ନ୍ୟାୟପାଳିକା
(ଣ) ପଦମର୍ଯ୍ୟାଦା (Status) ଓ ସୁବିଧାର ସମାନତା
(ତ) ଆଇନଦ୍ଵାରା ପ୍ରତିଷ୍ଠିତ ଓ ସମର୍ଥିତ ସରକାର।

ସୁତରାଂ, ଆମେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ, “ନ୍ୟାୟିକ ପୁନରାବଲୋକନ’ ସମ୍ବିଧାନର ଏକ ମୌଳିକ ଚରିତ୍ର ବା ଲକ୍ଷଣ। ଯଦି ସଂସଦ ସମ୍ବିଧାନ ସଂଶୋଧନ କ୍ଷମତାର ଅପବ୍ୟବହାର କରି କଦାଚିତ୍ ସମ୍ବିଧାନର ମୌଳିକ ଲକ୍ଷଣଗୁଡ଼ିକୁ ବିଲୁପ୍ତ କରିବାପାଇଁ ବା ବିକଳାଙ୍ଗ କରିବାକୁ ପ୍ରଚେଷ୍ଟା କରନ୍ତି, ତେବେ ସର୍ବୋଚ୍ଚ ନ୍ୟାୟାଳୟ ନିଜର ‘ନ୍ୟାୟିକ ପୁନରାବ୍‌ଲୋକନ’ କ୍ଷମତା (ଯାହା ବି ସମ୍ବିଧାନର ଏକ ମୌଳିକ ଚରିତ୍ର) ପ୍ରୟୋଗ କରି ଏକ ସମୁଚିତ ସିଦ୍ଧାନ୍ତରେ ପହଞ୍ଚିବେ ଯେ ସଂସଦ ନିଜର କ୍ଷମତା ପରିସର ଭିତରେ ରହିଛି ନା ପରିସୀମାର ଲକ୍ଷ୍ମଣରେଖା ପାର ହୋଇଯାଇଛି। ଏ ସଂପର୍କିତ ନ୍ୟାୟାଳୟର ରାୟ ଚୂଡ଼ାନ୍ତ ଓ ସର୍ବାଦୌ ଗ୍ରହଣୀୟ।

ଭାରତରେ ନ୍ୟାୟିକ ପୁନରାବଲୋକନ ବ୍ୟବସ୍ଥା ଓ ସମ୍ବିଧାନର ୨୪ ତମ ସଂଶୋଧନ ଆଇନ :
୧୯୭୬ ମସିହାରେ ୪୨ ତମ ସମ୍ବିଧାନ ସଂଶୋଧନ ଆଇନ ସଂସଦରେ ଅନୁମୋଦିତ ହୋଇ କାର୍ଯ୍ୟକାରୀ ହେଲା। ତେବେ ୪୨ତମ ସଂଶୋଧନ ଆଇନ ପାସ୍‌ ହେବା ପୂର୍ବରୁ ଆମ୍ଭର ନ୍ୟାୟପାଳିକା ସଂସଦ ଉପରେ ଆବଶ୍ୟକ ନିୟନ୍ତ୍ରଣ ଜାରି ରଖୁଥିଲା। ସମ୍ବିଧାନର ସୁରକ୍ଷା ଓ ଏହାର ବିରୋଧାଚରଣ (Violation of Constitution), ମୌଳିକ ଅଧିକାରର ନିରାପତ୍ତା ଓ ସର୍ବୋପରି ବିଧାନମଣ୍ଡଳର ବିଧ୍ଵ ପ୍ରଣୟନ ଯୋଗ୍ୟତା (Legislative Competence) ଆଦି କ୍ଷେତ୍ରରେ ନ୍ୟାୟପାଳିକା ନିଜର ସାମ୍ବିଧାନିକ ନିୟନ୍ତ୍ରଣ (Judicial Control) ଜାହିର ରଖୁପାରୁଛି। ପରମାଦେଶ ବା ରିଟ୍ (Writ) ପ୍ରଦାନ କ୍ଷେତ୍ରରେ ନ୍ୟାୟପାଳିକାର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ।

୪୨ତମ ସମ୍ବିଧାନ ସଂଶୋଧନ ଆଇନଦ୍ଵାରା ସଂଶୋଧୃତ ବ୍ୟବସ୍ଥା :
୪୨ ତମ ସମ୍ବିଧାନ ସଂଶୋଧନ ଆଇନ ‘ନ୍ୟାୟିକ ପୁନରବଲୋକନ’ ପରିସରକୁ ସଂକୁଚିତ କରିଅଛି। ଫଳରେ ବା ନିର୍ଦେଶାତ୍ମକ ନୀତିଗୁଡ଼ିକୁ କାର୍ଯ୍ୟକାରୀ କରିବାପାଇଁ ଯଦି ମୌଳିକ ଅଧିକାରକୁ ସଂକୁଚିତ କରିବା ଆବଶ୍ୟକ ମନେହୁଏ, ଇନ୍ଦିରା ଗାନ୍ଧୀ ସରକାର ନ୍ୟାୟାଳୟର ନ୍ୟାୟିକ ପୁନରାବଲୋକନ କ୍ଷମତାକୁ ୪୨ ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ ସଂକୁଚିତ କରଦେଲେ, ମାତ୍ର ଇନ୍ଦିରା ସରକାର ଅପସାରିତ ହେବା ପରେ ପ୍ରଥମ ଅଣକଂଗ୍ରେସ ଜନତା ।

ସରକାର ୧୯୭୭ ମସିହାରେ କ୍ଷମତାକୁ ଆସିଲେ ଏବଂ ୪୩ ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କରି ନ୍ୟାୟାଳୟକୁ ସୁରକ୍ଷା ପ୍ରଦାନ କରିବା ସହିତ ‘ନ୍ୟାୟିକ ପୁନରାବଲୋକନ’ ପ୍ରସଙ୍ଗକୁ ପୁନର୍ଜୀବିତ କରି ୪୨ ତମ ସମ୍ବିଧାନ ସଂଶୋଧନର ପୂର୍ବାବସ୍ଥାକୁ ପୁନଃସ୍ଥାପିତ କଲେ। ଉଦାହରଣସ୍ୱରୂପ, ୩୬୮ ଧାରା ଅନୁସାରେ ସଂସଦରେ ପ୍ରଣୀତ ହେଉଥିବା ସମସ୍ତ ସମ୍ବିଧାନ ସଂଶୋଧନ ଆଇନଗତ ବୈଧତା ପ୍ରଶ୍ନ ୪୩ ତମ ସମ୍ବିଧାନ ସଂଶୋଧନ ବ୍ୟବସ୍ଥା ଅନୁସାରେ ‘ନ୍ୟାୟିକ ପୁନରାବଲୋକନ’ର ପରିସରଭୁକ୍ତ ହୋଇପାରିଲା ଓ ୧୯୭୬ ମସିହାର ପୂର୍ବାବସ୍ଥା କାଏମ ରହିଲା ।

ମିନର୍ଭା ମିଲ୍ସ ମୋକଦ୍ଦମା (୧୯୮୦) :
୧୯୮୦ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ‘ ମିନର୍ଭା ମିଲ୍‌ ମୋକଦ୍ଦମା’ ଫଏସଲା କରି ଅନ୍ୟ ଏକ ଗୁରୁତ୍ଵପୂର୍ଣ ରାୟ ଦେଲେ। ସେହି ରାୟରେ ସ୍ପଷ୍ଟଭାବରେ କୁହାଗଲା ଯେ, ‘ନ୍ୟାୟିକ ପୁନରାବଲୋକନ’ (Judicial Review) ଓ ସଂସଦର ସୀମିତ ସମ୍ବିଧାନ ସଂଶୋଧନ କ୍ଷମତା’ ଉଭୟ ସମ୍ବିଧାନର ମୌଳିକ ଲକ୍ଷଣ (Basic structure) ଅଟେ ।

ନ୍ୟାୟିକ ପୁନରାବଲୋକନ ତତ୍ତ୍ଵର ସମାଲୋଚନା : କେତେକ ସମାଲୋଚକ ‘ନ୍ୟାୟିକ ପୁନରାବଲୋକନ’ ବ୍ୟବସ୍ଥାର କଟୁ ସମାଲୋଚନା କରିଛନ୍ତି। ସେଥୁମଧ୍ୟରୁ କେତୋଟି ନିମ୍ନରେ ଆଲୋଚିତ ହେଉଛି ।

ପ୍ରଥମରେ, ଏହା ଗଣତନ୍ତ୍ର ବିରୋଧୀ ଅଟେ । କାରଣ ଏ କ୍ଷେତ୍ରରେ ନିର୍ବାଚିତ ଲୋକପ୍ରତିନିଧୁଙ୍କୁ ନେଇ ଗଠିତ ବିଧାନମଣ୍ଡଳରେ ଗୃହୀତ ଆଇନକୁ ନ୍ୟାୟାଳୟ ଅସିଦ୍ଧ ଓ ଅବୈଧ ଘୋଷଣା କରିଥା’ନ୍ତି।

ଦ୍ଵିତୀୟରେ, ନ୍ୟାୟାଳୟର ‘ରକ୍ଷଣଶୀଳ’ (Conservative) ମନୋଭାବ ଯୋଗୁଁ ସଂସଦଦ୍ଵାରା ଗୃହୀତ ‘ ପ୍ରଗତିବାଦୀ ଆଇନ’ (Progressive laws)ଗୁଡ଼ିକ ଅବୈଧ ଓ ଅସିଦ୍ଧ ବିବେଚିତ ହୁଏ। ଫଳରେ ‘ନ୍ୟାୟିକ ଏକଚ୍ଛତ୍ରବାଦ’ (Judicial despotism) ପ୍ରତିଷ୍ଠା ଦିଗରେ ପଥ ପରିଷ୍କାର ହୋଇଥାଏ । ସୁତରାଂ, ଏହା ଏକ ଜନସ୍ଵାର୍ଥ ବିରୋଧୀ ମନୋଭାବ।

ତୃତୀୟରେ, ସଂସଦରେ ପ୍ରଣୀତ ଆଇନଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ନ୍ୟାୟପାଳିକା ସହଯୋଗ କରିବା ତ ଦୂରର କଥା; ବରଂ ଏହି ଆଇନଗୁଡ଼ିକୁ ଅବୈଧ ଘୋଷଣା କରି ସଂଖ୍ୟାଗରିଷ୍ଠ ଜନମତକୁ ଉପେକ୍ଷା କରିଥାଏ। ତେବେ ଏହାର ପରିସର ମଧ୍ୟ ସୀମିତ। ଆମେରିକାର ସୁପ୍ରିମ୍‌କୋର୍ଟ ପରି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏତେ ପ୍ରଭାବଶାଳୀ ନୁହେଁ । ଉଭୟଙ୍କର କ୍ଷମତାର ବିଭିନ୍ନତା ରହିଛି। ଆମେରିକାରେ ସର୍ବୋଚ୍ଚ ନ୍ୟାୟାଳୟ ପ୍ରତିଟି ଆଇନକୁ ‘ଯୁକ୍ତିଯୁକ୍ତତା’ (Rea- sonability/ Rationality) ର କଷଟି ପଥରରେ ଘଷି ଓ ପରୀକ୍ଷା କରି ଆଇନଟି ଭଲ କି ମନ୍ଦ ତାହା ବିଚାର କରି ଆଇନଟିର ‘ସାମ୍ବିଧାନିକ ଯୌକ୍ତିକତା’ (Constitutional Rationality) ନିର୍ଧାରଣ କରନ୍ତି। ଫଳରେ ‘ଭଲ ଆଇନଟି’ କାର୍ଯ୍ୟକାରୀ ହୁଏ ଓ ‘ମନ୍ଦ ଆଇନଟି’ ଅସିଦ୍ଧ ହୋଇଥାଏ।

ମାତ୍ର ଭାରତର କଥା ଭିନ୍ନ। ଆମ ଦେଶର ନ୍ୟାୟାଳୟ କୌଣସି ଆଇନର ‘ଯୌକ୍ତିକତା’ (Rationality or Reasonability) ପ୍ରଶ୍ନ ଉତ୍ଥାପନ କରିପାରିବେ ନାହିଁ। ଆମ ଦେଶରେ ପ୍ରଚଳିତ ନୀତିଟି ହେଲା– ‘ଆଇନସମ୍ମତ ବା ଆଇନସିଦ୍ଧ ପ୍ରଣାଳୀ’ (Procedure established by law)। ଆଇନର ‘ପ୍ରଣାଳୀଗତ ସଠିକତା’ ବିବେଚନା କରାଯାଇ କ୍ଷମତା’ (Limited Judicial Review Power)। ପୁଣି ଭାରତରେ ନ୍ୟାୟାଳୟର ଆଉ ଗୋଟିଏ ସୀମିତ କ୍ଷମତା ରହିଛି।

ସେଇଟି ହେଲା ଏହିପରି କେବଳ ଅଦାଲତରେ ବିଚାରପାଇଁ ଆସିଥିବା ମୋକଦ୍ଦମା ଜରିଆରେ ଆଇନର ବୈଧତା ପ୍ରଶ୍ନ ଆବେଦନକାରୀ ଉତ୍‌ଥାପନ କରିବା ପରେ ହିଁ ବିଚାରପତିମାନେ ସେହି ମୋକଦ୍ଦମା ବିଚାର କରିବା ସହିତ ଆଇନର ସାମ୍ବିଧାନିକ ବୈଧତା ସମସ୍ୟାକୁ ସମାଧାନ କରିଥା’ନ୍ତି| ଏହାହିଁ ଆମ ଦେଶରେ ପ୍ରଚଳିତ ସଂସଦୀୟ ଶାସନ ବ୍ୟବସ୍ଥାରେ ଅସିଦ୍ଧ ହୋଇଥାଏ।

୫ । ନ୍ୟାୟିକ ସକ୍ରିୟତାବାଦ (Judicial Activism) କ’ଣ ? ଭାରତର ନ୍ୟାୟପାଳିକା ଏହାକୁ କିପରି ଉପଯୋଗ କରୁଛି, ତାହା ଆଲୋଚନା କର ।
Answer:
ବିଚାର ବିଭାଗ ନିଜର ସଙ୍ଗଠନଗତ, ଆନୁଷ୍ଠାନିକ ଓ ଔପଚାରିକ କାର୍ଯ୍ୟରୁ ଊର୍ଦ୍ଧ୍ବରେ ରହି ପ୍ରଶାସନର ସ୍ଥାଣୁତା, ଦୁର୍ନୀତି, ଅରାଜକତା, ଅନ୍ୟାୟ ଆଦି ବିରୁଦ୍ଧରେ କାର୍ଯ୍ୟ କରିବା ଫଳରେ ଏହି ‘ନ୍ୟାୟିକ ସକ୍ରିୟତାବାଦ’ ବ୍ୟବସ୍ଥାର ସୃଷ୍ଟି ହୋଇଛି। ଏହା ଏକ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ, ବରଂ ଏକ ଉତ୍ପ୍ରେରକ (Catalyst) ରୂପେ କାର୍ଯ୍ୟ କରୁଛି। ବ୍ୟବସ୍ଥାପିକାର ‘ଆଇନ ପ୍ରଣୟନ’ ଓ କାର୍ଯ୍ୟ ପାଳିକାର ‘ନୀତି ନିଦ୍ଧାରଣ’ କାର୍ଯ୍ୟକୁ ନ୍ୟାୟପାଳିକା ସଂପାଦନ କରୁଛି। ସମ୍ବିଧାନର ଅଭିଭାବକ ଓ ମୌଳିକ ଅଧୂକାରର ଜଗୁଆଳି ହିସାବରେ ନ୍ୟାୟପାଳିକା ଏହି ନ୍ୟାୟିକ କ୍ରିୟାଶୀଳତା ବା ନ୍ୟାୟିକ ସକ୍ରିୟତାବାଦକୁ ସମର୍ଥନ କରୁଛି। ୧୯୮୦ ଦଶକରୁ ଭାରତରେ ଏହି ବ୍ୟବସ୍ଥାର କ୍ରମୋନ୍ନତି ହୋଇଛି।

ଲକ୍ଷଣ ବା ବୈଶିଷ୍ଟ୍ୟ (Features) :
ନ୍ୟାୟିକ ସକ୍ରିୟତାବାଦର ନିମ୍ନଲିଖତ ବୈଶିଷ୍ଟ୍ୟ ବା ଲକ୍ଷଣମାନ ଦେଖାଯାଏ।
(୧) ନ୍ୟାୟପାଳିକା ନିଜର ଧରାବନ୍ଧା ତଥା ପାରମ୍ପରିକ କ୍ଷମତା ଓ କାର୍ଯ୍ୟଶୈଳୀରୁ ଊର୍ଦ୍ଧ୍ବକୁ ଉଠି ନିଜକୁ ଅଧ୍ୟକ ବା ତୀବ୍ର ଭାବରେ ସକ୍ରିୟ କରି ନିଷ୍ପଭିମୂଳକ ଓ ସାହସିକ ପଦକ୍ଷେପ ନେଇଥାଏ।
(୨) ସମୟ ସହ ତାଳ ଦେଇ ଗତି କରି ଏବଂ ସାମାଜିକ ପ୍ରଗତି ଓ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ପ୍ରଶାସନ ଉପରେ ଏହା ବିଚାର ବିଭାଗୀୟ ଚାପ ପ୍ରୟୋଗ କରିଥାଏ ।
(୩) ଏହା ଦୁର୍ନୀତି, ଅନୀତି, ଅନ୍ୟାୟ, ଶୋଷଣ, ଅତ୍ୟାଚାର, ସାମ୍ବିଧାନିକ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ରୋକି ରାଜନୈତିକ ଓ ପ୍ରଶାସନିକ ଅପରାଧୀମାନଙ୍କ ମୁଖା ଖୋଲିଦେଇ ସେମାନଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିଥାଏ।

(୪) ସ୍ଥାଣୁ, ଉଦାସୀନ ଓ ଅନାଗ୍ରହୀ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ପ୍ରଶାସନକୁ ଏହା ସହିତ ସ୍ଵଚ୍ଛ, ଦାୟିତ୍ଵବାନ୍ ତଥା ଗତିଶୀଳ କରିବା ଦିଗରେ ଆବଶ୍ୟକୀୟ ନିର୍ଦେଶ ପ୍ରଦାନ କରିବା ସହିତ ସାମ୍ବିଧାନିକ ଓ ବୈଧାନିକ କାର୍ଯ୍ୟ ଉପଯୁକ୍ତ ଭାବେ ତୁଲାଇବାକୁ ବାଧ୍ୟ କରିଥାଏ।
(୫) ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ବିଭିନ୍ନ କର୍ତ୍ତୃପକ୍ଷ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରୁନଥିଲେ, ସେଥ‌ିରେ ଅବହେଳା କିମ୍ବା ବିଳମ୍ବ କରୁଥିଲେ ଅଥବା ତ୍ରୁଟିପୂର୍ଣ୍ଣ ଭାବେ କରୁଥିଲେ ‘କ୍ଷମତା ପୃଥକୀକରଣ’ (Separation of Powers) ର ଦ୍ବାହିଦେଇ ବା ‘ଏହା ସେମାନଙ୍କର କାମ’ କହି ଏହାକୁ ଏଡ଼ାଇ ନଯାଇ ନ୍ୟାୟପାଳିକା ସେମାନଙ୍କ କ୍ଷମତା ପରିସରରେ ହସ୍ତକ୍ଷେପ କରିପାରେ ଏବଂ ସମ୍ପୃକ୍ତ କାର୍ଯ୍ୟ ସମ୍ପାଦନ କରିବା ଅଥବା କରାଇବା ଦିଗରେ ଦୃଢ଼ତା ପ୍ରଦର୍ଶନ କରିଥାଏ।
(୬) ବ୍ୟବସ୍ଥାପିକାର ‘ ଆଇନ ପ୍ରଣୟନ’ ଓ କାର୍ଯ୍ୟପାଳିକାର ‘ନୀତି ନିର୍ଦ୍ଧାରଣ’ କାର୍ଯ୍ୟ ନ୍ୟାୟପାଳିକାଦ୍ଵାରା ସମ୍ପାଦନ ହେବାକୁ ନ୍ୟାୟିକ ସକ୍ରିୟତାବାଦର ପ୍ରତିଫଳକ ବୋଲି କୁହାଯାଏ ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

(୭) ‘ନ୍ୟାୟିକ ସକ୍ରିୟତାବାଦ’ ବିଷୟଟି ଏକ ସାମ୍ବିଧାନିକ କିମ୍ବା ବୈଧାନିକ ବ୍ୟବସ୍ଥା ନୁହେଁ। ନ୍ୟାୟପାଳିକା ଦ୍ଵାରା ସୃଷ୍ଟ ଏହି ଅମୋଘ ଅସ୍ତ୍ର ସାମ୍ବିଧାନିକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ଏକ ଉତ୍ପ୍ରେରକ (Catalyst) ରୂପେ କରୁଛି ।
(୮) ୧୯୮୦ ମସିହାରୁ ଏବଂ ଉଲ୍ଲେଖଯୋଗ୍ୟ ଭାବେ ୧୯୯୬ ମସିହାଠାରୁ ଏହି କ୍ଷମତା ବଳରେ ଦେଶର ଦିଗ ଓ ସମସ୍ତ ଅନୁଷ୍ଠାନରୁ ଆଶା ହରାଇ ଏକ ପ୍ରକାର ନିରାଶା ଅନ୍ଧକାର ମଧ୍ୟରେ ଥିବା ଦେଶର ଜନସାଧାରଣଙ୍କ ନିମନ୍ତେ ଏହା ଏକ ଆଶାର ଝଲକ ସୃଷ୍ଟି କରିଛି।
(୯) ଏହାକୁ ‘ନ୍ୟାୟପାଳିକାର ସରକାର’ ତଥା ଏହା ଯୋଗୁ ନ୍ୟାୟପାଳିକାକୁ ବ୍ୟବସ୍ଥାପିକାର ତୃତୀୟ କକ୍ଷ ବୋଲି ମଧ୍ୟ କୁହାଯାଏ ।
(୧୦) ସମ୍ବିଧାନର ଅଭିଭାବକ (Guardian of the Constitution) ଓ ମୌଳିକ ଅଧୁକାରର ସୁରକ୍ଷାକାରୀ (Protector of Fundamental Rights) ହିସାବରେ କାର୍ଯ୍ୟ କରିବାକୁ ଯାଇ ସର୍ବୋଚ୍ଚ ନ୍ୟାୟାଳୟ ଏହି କ୍ଷମତା ବ୍ୟବହାର କରିବାକୁ ଯଥାର୍ଥ ମନେକରନ୍ତି।

(୧୧) ଏହି କ୍ଷମତା ବଳରେ ନ୍ୟାୟପାଳିକା ସ୍ଵାଧୀନ ଓ ସ୍ଵୟଂଶାସିତ ସଂସ୍ଥାମାନଙ୍କର କାର୍ଯ୍ୟରେ ହସ୍ତକ୍ଷେପ କରିପାରିବ, କୌଣସି ଯୋଜନା ବା ପ୍ରକଳ୍ପକୁ ନିର୍ଦ୍ଦିଷ୍ଟ ଢଙ୍ଗରେ କରିବାପାଇଁ ନିର୍ଦ୍ଦେଶ ଦେଇପାରିବ ଅଥବା ନ କରିବାପାଇଁ କୁହାଯାଏ ।
(୧୨) ଜନସାଧାରଣ ଓ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଜନସ୍ବାର୍ଥ ମାମଲାର ବିଚାର କରିବା, ଗଣମାଧମ କିମ୍ବା ଆବେଦନ କିମ୍ବା ମକଦ୍ଦମାର ବିଚାର କରିବା ଓ ନ୍ୟାୟ ପ୍ରଦାନ କରିବା।
(୧୩) ସମ୍ବିଧାନ ଓ ବିଧାନଗୁଡ଼ିକର ତର୍ଜମା ଓ ଅର୍ଥ ନିରୂପଣ ନ୍ୟାୟାଳୟର ଇଚ୍ଛାନୁସାରେ ଏବଂ ଏପରିକି ସେଗୁଡ଼ିକର ସ୍ଵୀକୃତ ଓ ବୋଧଗମ୍ୟ ଅର୍ଥ ବାହାର କରାଯିବା।

ଉତ୍ପତ୍ତି ଏବଂ ବିବର୍ତ୍ତନ (Origin and Evolution)
ନ୍ୟାୟିକ ସକ୍ରିୟତାବାଦ 1980 ମସିହାରୁ ସୃଷ୍ଟି ହୋଇଥିବା ଦେଖାଯାଏ। ଏହା ପୂର୍ବରୁ ସମ୍ବିଧାନ କାର୍ଯ୍ୟକାରୀ ହେବାର ତିନି ଦଶନ୍ଧି ପର୍ଯ୍ୟନ୍ତ ନ୍ୟାୟପାଳିକା ନିଜର ଢାଞ୍ଚାଗତ ଏବଂ ଔପଚାରିକ କାର୍ଯ୍ୟ ମଧ୍ୟରେ ନିଜକୁ ସୀମିତ ରଖୁଥଲା । ମୌଳିକ ଢାଞ୍ଚା (Basic Structure) ପରିବର୍ତ୍ତନ କରିବାର କ୍ଷମତା ସଂସଦର ନାହିଁ। ଏହା ସତ୍ତ୍ଵେ ଜରୁରୀ ପରିସ୍ଥିତି ସମୟରେ ୧୯୭୬ ମସିହାରେ ଯେତେବେଳେ ଇନ୍ଦିରାଗାନ୍ଧିଙ୍କ ନେତୃତ୍ଵରେ କଂଗ୍ରେସ ସରକାର ୪୨ ତମ ସମ୍ବିଧାନ ସଂଶୋଧନ ଆଇନ ବଳରେ ମୌଳିକ ଢାଞ୍ଚା ସହ ସମ୍ବିଧାନର ବ୍ୟାପକ ପରିବର୍ତ୍ତନ କଲେ ସେତେବେଳେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ନୀରବ ଦର୍ଶକ ସାଜିଥିଲେ। ।

୧୯୮୦ ମସିହା ବେଳକୁ ଉଚ୍ଚସ୍ତରର ରାଜନୈତିକ ଓ ପ୍ରଶାସନିକ ଦୁର୍ନୀତି ବୃଦ୍ଧି ପାଇବାରେ ଲାଗିଲା। ଦୁର୍ବଳ, ଅସହାୟ, ଅବହେଳିତ ଲୋକମାନଙ୍କ ଉପରେ ଅତ୍ୟାଚାର ଓ ଶୋଷଣ ବୃଦ୍ଧି ପାଇଲା। ଗଣମାଧ୍ୟମ ସକ୍ରିୟ ହେବଦ୍ଵାରା ବିଭିନ୍ନ ଦୁର୍ନୀତି, ଅପରାଧ, ଅନ୍ୟାୟ ଓ ମାନବାଧିକାର ଉଲ୍ଲଙ୍ଘନ ମାମଲାମାନ ମଧ୍ୟ ଅଧୁକରୁ ଅଧିକ ପ୍ରକାଶ ପାଇବାରେ ଲାଗିଲା। ଜନସାଧାରଣ ଅଧିକ ମାତ୍ରାରେ ଶିକ୍ଷିତ ଓ ସଚେତନ ହେବାଦ୍ଵାରା ବିଭିନ୍ନ ପ୍ରକାରର ପ୍ରତିବାଦ, ଆନ୍ଦୋଳନ ବି ଦେଖାଦେଲା। ମୋଟ ଉପରେ ସେମାନଙ୍କ ମଧ୍ୟରେ କ୍ରମଶଃ ହତାଶା ଓ ଅବଶୋଷ ବୃଦ୍ଧି ସ୍ଥିତି ପରିସ୍ଥିତିକୁ ସମ୍ଭାଳିବାକୁ ସକ୍ଷମ ବୋଲି କରାଯିବା।

ନିମ୍ନଲିଖତ କାରଣଗୁଡ଼ିକ ନ୍ୟାୟିକ ସକ୍ରିୟତାବାଦର ସୃଷ୍ଟି ନିମନ୍ତେ ଦାୟୀ। ସେଗୁଡ଼ିକ ହେଲା- (କ) ପ୍ରାଶାସନିକ ସ୍ତରରେ ବିଚାର ପାଇଁ ମାମଲାଗୁଡ଼ିକର ସଂଖ୍ୟା ବୃଦ୍ଧି, (ଖ) କାର୍ଯ୍ୟପାଳିକା ଓ ପ୍ରଶାସନକୁ ଅତ୍ୟଧିକ କ୍ଷମତା ଅର୍ପର ବା ହସ୍ତାନ୍ତର(Delegation of excess powers), (ଗ) ଇଚ୍ଛାଧୀନ କାର୍ଯ୍ୟ ଉପରେ ନ୍ୟାୟପାଳିକାର ନିୟନ୍ତ୍ରଣ ବୃଦ୍ଧି, (ଘ) ପ୍ରଶାସନ ଉପରେ ନ୍ୟାୟିକ ପୁନରାବଲୋକନ କ୍ଷମତା ପ୍ରୟୋଗ, (ଙ) ନିର୍ବିଚାର ଭାବେ ଅବମାନନା କ୍ଷମତା ପ୍ରୟୋଗ, (ଚ) ବ୍ୟାଖ୍ୟା ନିମନ୍ତେ ମାନକ ନିୟମାବଳୀ (Standard rules) ର ଅତ୍ୟଧିକ ବୃଦ୍ଧି ।

(ଛ) ଆପେ ଆପେ ଅକାମୀ ହୋଇଯାଉଥବା ଆଦେଶ ପ୍ରଦାନ କରିବା, (ଜ) ରାଜନୈତିକ ସମ୍ବେଦନଶୀଳ ବିଷୟ ଉପରେ ସରକାରର ଗୋଟିଏ ଅଙ୍ଗ ନିଷ୍ପଭି ନନେଇ ଅନ୍ୟ ଅଙ୍ଗକୁ ସ୍ଥାନାନ୍ତର କରିବା କିମ୍ବା କୌଣସି ନିଷ୍ପତ୍ତି ନଦେବା ଫଳରେ ଅଶାନ୍ତ ଜନସାଧାରଣ ତାହାକୁ ନ୍ୟାୟପାଳିକା ନିକଟକୁ ନେଇଯିବା ଏବଂ (ଝ) କଠିନ ଓ ଅପ୍ରିୟ ନିଷ୍ପତି ନେବାକୁ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଅନିଚ୍ଛୁକ ହେବା। ଏସବୁ ବିଚାରକୁ ନେଇ ଭାରତର ପୂର୍ବତନ ବିଚାରପତି ନ୍ୟାୟମୂର୍ତ୍ତି ଏ.ଏମ୍. ଅହମଦି (A,M, Ahmadi)

ବିହାରର୍‌ ବିଚାରାଧୀନ ବନ୍ଦୀ ମାମଲା ପରେ ୧୯୮୦ ରେ ଆଗ୍ରା ସୁରକ୍ଷା ଗୃହ (Agra Protective Home) ରେ ଅଟଳ ଲୋକଙ୍କ ବର୍ବରୋଚିତ ଅବସ୍ଥା ଉପରେ ଇଣ୍ଡିଆନ ଏକ୍ସପ୍ରେସ୍ ସମ୍ବାଦପତ୍ରରେ ପ୍ରକାଶିତ ଦୁଇ ଆଇନ ପ୍ରଫେସରଙ୍କ ପତ୍ର, ପଶୁମାନଙ୍କ ବିଷୟରେ ତିନିଜଣ ସାମ୍ବାଦିକଙ୍କ ବିବରଣୀ ଭିଭିରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାଗୁଡ଼ିକରେ ବିଚାର କରି ‘ ନ୍ୟାୟିକ କ୍ରିୟାଶୀଳତା ସୃଷ୍ଟି କରିଥିଲେ। ୧୯୮୦ ଦଶକରେ ଏ ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତି ପି.ଏନ୍. ଭଗବତୀ ଓ ନ୍ୟାୟମୂର୍ତି ଭି.ଆର୍. କ୍ରିଷ୍ଣାଆୟାର ‘ଜନସ୍ବାର୍ଥ ମାମଲା’ (Public Interest Litigation) ର ପ୍ରଚଳନ କଲେ ।

ବିଧ୍ଵବଦ୍ଧ ଭାବେ ଦରଖାସ୍ତ ନକରି ମଧ୍ୟ ଜନସ୍ଵାର୍ଥର ସୁରକ୍ଷା ନିମନ୍ତେ କମ୍ ଖର୍ଚ୍ଚରେ ଏପରିକି ଗୋଟିଏ ଚିଠି ବା ଟେଲିଗ୍ରାମ୍ ମାଧ୍ୟମରେ ନ୍ୟାୟାଳୟର ଦୃଷ୍ଟି ଆକର୍ଷଣ କଲେ ନ୍ୟାୟାଳୟ ମାମଲାର ବିଚାର୍ କରି ନ୍ୟାୟ ପ୍ରଦାନ ନିଷ୍ପତି ବଳରେ ଦେଶର ବିଭିନ୍ନ ସ୍ଥାନରେ ଲୋକ ଅଦାଲତମାନ ପ୍ରତିଷ୍ଠା ହୋଇ ସରଳ ପଦ୍ଧତି, କମ୍ ଖର୍ଚ୍ଚ, ଆପୋଷ ସମାଧାନ ମାଧ୍ୟମରେ ନିଜ ଦ୍ଵାର ନିକଟରେ ଲୋକମାନଙ୍କୁ ନ୍ୟାୟ ମିଳିପାରୁଛି ଏବଂ ମାମଲାଗୁଡ଼ିକ ସ୍ଵ ସମୟ ମଧ୍ୟରେ କରାଯିବା।

ଏହାପରେ ସର୍ବୋଚ୍ଚ ନ୍ୟାୟାଳୟ ପୁଲିସ ହାଜତରେ ମୃତ୍ୟୁ, ବଧୂପୋଡ଼ି,ପୁଲିସ ଷ୍ଟେସନରେ ଧର୍ଷଣ, ଯୌତୁକଜନିତ ନିର୍ଯ୍ୟାତନା ଓ ହତ୍ୟା ଆଦିକୁ ଗୁରୁତର ସହ ବିଚାର କଲେ। ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ସନ୍ଧ୍ୟା ପରେ ମହିଳାମାନଙ୍କୁ ଥାନାରେ ଅଟଳ ରଖୁବା ଏବଂ କେବଳ ସନ୍ଦେହ ଯୋଗୁ ଗିରଫ ବ୍ୟକ୍ତିଙ୍କୁ ହାତକଡ଼ା ପିନ୍ଧାଇବା ବନ୍ଦ ହେଲା।

୧୯୯୩ ମସିହାରେ ନିର୍ବାଚନ ଆୟୋଗକୁ ଏକକ ସଦସ୍ୟ ବିଶିଷ୍ଟ ସଂସ୍ଥାରୁ ଏକ ବହୁସଦସ୍ୟ ବିଶିଷ୍ଟ ସଂସ୍ଥାରେ ପରିଣତ କରାଯିବାରୁ ତତ୍‌କାଳୀନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍.ଶେଷାନ୍ (T.N.Seshan) ନିଜର ଆଧ୍ଵପତ୍ୟ କ୍ଷୁଣ୍ଣ ହେବା ଭାବି ସର୍ବୋଚ୍ଚ ନ୍ୟାୟାଳୟର ଦ୍ଵରସ୍ଥ ହେଲେ। ୧୯୯୫ ମସିହା ଜୁଲାଇ ୧୪ ତାରିଖରେ ମାମଲାର ଚୂଡ଼ାନ୍ତ ଅନୁଷ୍ଠାନରୁ ଉର୍ଦ୍ଧ୍ବରେ- ନୁହନ୍ତି। ସେ ଅନୁଷ୍ଠାନର ଜୀବ ମାତ୍ର; ସେ ତିଷ୍ଠିବେ ଯଦି ଅନୁଷ୍ଠାନ ତିଷ୍ଠି ରହେ। ବ୍ୟକ୍ତି ଅନୁଷ୍ଠାନଠାରୁ ଅଧିକ ଶକ୍ତିଶାଳୀ ଦର୍ଶାଇବା ଗୁରୁତର ଅନ୍ୟାୟ ହେବ।” ଏହି ରାୟ ଫଳରେ ପ୍ରାୟ ଦୁଇବର୍ଷ ଧରି ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତମାନଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଓ ଅସହଯୋଗର ଅବସାନ ଘଟିଲା।

୧୯୯୩ ମସିହା ନଭେମ୍ବର ସେଦନଶୀଳ ମାମଲାର ରାୟ ଶୁଣାଇ ସର୍ବୋଚ୍ଚ ନ୍ୟାୟାଳୟ ଅନ୍ୟାନ୍ୟ ପଛୁଆଶ୍ରେଣୀ (O B.C)ଙ୍କ ନିମନ୍ତେ ଚାକିରି କ୍ଷେତ୍ରରେ ୨୭% ସ୍ଥାନ ସଂରକ୍ଷଣ ପାଇଁ ସରକାରଙ୍କର ନିଷ୍ପତ୍ତିକୁ କାଏମ ରଖିଥିଲେ; ମାତ୍ର ସମ୍ପୃକ୍ତ ଶ୍ରେଣୀମାନଙ୍କର ‘ସ୍ୱଚ୍ଛଳବର୍ଗ’ (Creamy layer) ଲୋକଙ୍କୁ ଏହି ସୁବିଧାରୁ ବାଦ୍ ଦେବା ଓ ସମୁଦାୟ ସଂରକ୍ଷଣ ଦ୍ଵାର 50%କୁ ଅତିକ୍ରମ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୧୯୯୪ରୁ ୨୦୦୩ ମସିହା ମଧ୍ୟରେ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସି.ବି.ଆଇ. (Central Bureau of Investigation) ନିସ୍ପୃହତା, କର୍ତ୍ତବ୍ୟରେ ଅବହେଳା, ମାନ୍ଦାବସ୍ଥା ଓ ସର୍ବୋପରି ଉଚ୍ଚସ୍ତରର ରାଜନୈତିକ ଓ ପ୍ରଶାସନିକ ଚେତାବନୀ ଓ ତୀକ୍ଷ୍ଣଣ ଦୃଷ୍ଟି ଯୋଗୁ ଏହା ଠିକଣା ବାଟରେ କାର୍ଯ୍ୟ କରିବାକୁ ଆରମ୍ଭ କଲା। ଜୈନ ହାୱଲା ଦୁର୍ନୀତି ମାମଲା ଯେଉଁଥରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଏବଂ ଜୈନ ଭ୍ରାତୃଦ୍ଵୟ-ଏସ.କେ.ଜୈନ ଓ ଏନ୍.କେ ଜୈନ କ୍ତ ଥିଲେ, ବିବାଦୀୟ ତାନ୍ତ୍ରିକ ଚନ୍ଦ୍ରସ୍ଵାମୀ ଠକେଇ ମାମଲା, ଲାଖୁଭା ପାଠକ ଠକେଇ ମାମଲା, ଦଲାଲ ହର୍ଷଦ ମେହେଟ୍ଟା ସମ୍ପୃକ୍ତ ଥିବା ପ୍ରତିଭୂତି (Securities) ।

CHSE Odisha Class 11 Political Science Solutions Chapter 15 ନ୍ୟାୟପାଳିକା

ହେରଫେର ମାମଲା, ସେଣ୍ଟ କିଟ୍ସ ଜାଲିଆତି ମାମଲା, ବିହାରରେ ଲାଲୁପ୍ରସାଦ ଯାଦବ ଓ ଅନ୍ୟମାନଙ୍କଦ୍ଵାରା 500 କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ମାମଲା, ଜେ.ଏମ୍.ଏମ୍ (ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା) ଲାଞ୍ଚ ମାମଲା, ଦିଲ୍ଲୀରେ ପରିବେଶ ପ୍ରଦୂଷଣ ଯୋଗୁ ଶିଳ୍ପ ସ୍ଥାନାନ୍ତରଣ ଓ ସି, ଏନ୍. ଜି. (Compressd Natural Gas) ଇଞ୍ଜିନ ଚାଳିତ ବସ୍ ମାମଲା, ଚିନି ଓ ୟୁରିଆ ସାର ଦୁର୍ନୀତି ମାମଲା, ଷ୍ଟାମ୍ପ କାଗଜ ଦୁର୍ନୀତି ଓ ପ୍ରଶ୍ନପତ୍ର ଦେଇଥିଲେ।

୧୯୯୫ ମସିହା ମେ ମାସରେ ସମ୍ବିଧାନର ୪୪ ଧାରାକୁ ଆଧାର କରି ସମାନ ବା ଏକକ ଦେୱାନୀ ସଂହିତା (Uniform Civil Code) ପ୍ରଣୟନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସରକାରଙ୍କୁ ଆହ୍ବାନ ଦେଲେ ଏବଂ ପୁଣି ୨୦୦୩ ମସିହା ଜୁଲାଇ ୨୧ ତାରିଖ ଦିନ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ, “ ସମଗ୍ର ଦେଶରେ ସମସ୍ତ ଅଧ୍ଵବାସୀଙ୍କ ପାଇଁ ସମାନ ବା ଏକକ ଦେୱାନୀ ସଂହିତା ପ୍ରବର୍ତ୍ତନ କରିବାକୁ ସମ୍ବିଧାନର ୪୪ ଧାରାରେ ଉଲ୍ଲିଖିତ ଅଛି। ତେଣୁ ଧର୍ମ କିମ୍ବା ବ୍ୟକ୍ତିଗତ ଆଇନଭିଭିକ ବାଛ ବିଚାର ରହିବା ଉଚିତ ନୁହେଁ। ସରକାର ଏ କ୍ଷେତ୍ରରେ ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ସହାୟକ ହେବ।” ତାମିଲନାଡୁର ସରକାରୀ କର୍ମଚାରୀ ଆନ୍ଦୋଳନ ପରିପ୍ରେକ୍ଷୀରେ ।

୨୦୦୩ ମସିହା ଅଗଷ୍ଟ ୬ ତାରିଖର ଗୁରୁତ୍ଵପୂର୍ଣ୍ଣ ରାୟରେ ସର୍ବୋଚ୍ଚ ନ୍ୟାୟାଳୟ ସୃଷ୍ଟ ଭାବେ କହିଛନ୍ତି ଯେ, “ ସରକାରୀ କର୍ମଚାରୀଙ୍କ ଷ୍ଟ୍ରାଇକ (Strike) ବା କାର୍ଯ୍ୟ ବନ୍ଦ କରିବାର ସାମ୍ବିଧାନିକ, ମୌଳିକ, ଆଇନଗତ କିମ୍ବା ନୈତିକ ଅଧିକାର ନାହିଁ। ଏପରିକି ୧୯(୧) (ଗ) ରୂପେ ବ୍ୟବହାର କରି ଅରାଜକତା ସୃଷ୍ଟି କରିବା କିମ୍ବା କାର୍ଯ୍ୟପାଳିକାକୁ ଅକାମୀ କରିବାର ଅଧିକାର ମଧ୍ୟ ନାହିଁ। ଅଭାବ ଅସୁବିଧାକୁ ଆଇନ ବାଟରେ ସୁଧାରି ହେବ।” ଏହାପୂର୍ବରୁ ନ୍ୟାୟାଳୟ ରାଜନୈତିକ ଦଳ ଓ ଅନ୍ୟାନ୍ୟ ସଂଗଠନମାନଙ୍କ ତରଫରୁ କରାଯାଉଥ‌ିବା ‘ବନ୍ଦ’କୁ ବେଆଇନ ଘୋଷଣା କରିଥିଲେ ।

ନ୍ୟାୟପାଳିକା ନ୍ୟାୟିକ ସକ୍ରିୟତାବାଦ ନାମରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ଅନ୍ୟାନ୍ୟ ସ୍ଵାଧୀନ ଓ ସ୍ଵୟଂଶାସିତ ସଂସ୍କାର କାର୍ଯ୍ୟକଳାପରେ ହସ୍ତକ୍ଷେପ କରିବା ତଥା ନିଜର ସ୍ଵାଭାବିକ କାର୍ଯ୍ୟରେ ଅବହେଳା କରି ଅନ୍ୟାନ୍ୟ କ୍ଷେତ୍ରରେ ମୁଣ୍ଡ ପୂରାଇବା ଆଦି ଅଭିଯୋଗ ବାସ୍ତବତାର ତ୍ରୁଟିପୂର୍ଣ୍ଣ ଉପସ୍ଥାପନା ମାତ୍ର।