CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 5 ଜାତି ଗଠନରେ ପ୍ରତିବନ୍ଧକ Objective & Short Answer Questions.

CHSE Odisha 12th Class Political Science Chapter 5 Objective & Short Answer Questions in Odia Medium

ବସ୍ତୁନିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ଇଂରେଜ ଶାସନ ସମୟର ‘ବିଭାଜନ ଓ ଶାସନ’ (Divide and Rule) ନୀତି _______________ ର ପ୍ରସାର ପାଇଁ ସାହାଯ୍ୟ କରୁଛି ।
(i) ଧର୍ମନିରପେକ୍ଷତା
(ii) ସମାଜବାଦ
(iii) ସାମ୍ପ୍ରଦାୟିକତାବାଦ
(iv) ସାମାଜିକ ନ୍ୟାୟ
Answer:
(iii) ସାଂପ୍ରଦାୟିକତାବାଦ

୨ । _______________ ଙ୍କ ମତରେ, ଭାରତରେ ‘ଜାତି’(Caste) ଏକ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ଦଳ ଅଟେ ।
(i) ଗାଦି
(ii) ବିନୋବା ଭାବେ
(iii) ଜବାହାରଲାଲ୍ ନେହେରୁ
(iv) ଜୟପ୍ରକାଶ ନାରାୟଣ
Answer:
(iv) ଜୟପ୍ରକାଶ ନାରାୟଣ

୩ । ବିଚ୍ଛିନ୍ନତାବାଦ (Separatism) ________________ ର ଚରମ ରୂପ ଅଟେ ।
(i) ଆଞ୍ଚଳିକତାବାଦ
(ii) ଧର୍ମନିରପେକ୍ଷବାଦ
(iii) ଜାତୀୟ ସଂହତି
(iv) ଜାତୀୟତାବାଦ
Answer:
(i) ଆଞ୍ଚଳିକତାବାଦ

୪ । ଭାରତ ଏକ ବହୁବାଦୀ ସମାଜ (Pluralistic Society) ହୋଇଥିବାରୁ ଏଠାରେ ଆଞ୍ଚଳିକତାବାଦ ଓ ଜାତୀୟତାବାଦ ____________ ହେବା ଉଚିତ ।
(i) ସହଯୋଗୀ ବା ପରିପୂରକ
(ii) ବିରୋଧୀ
(iii) ବୀତସ୍ପୃହ
(iv) ଶତ୍ରୁ
Answer:
(i) ସହଯୋଗୀ ବା ପରିପୂରକ

୫ । ଆଞ୍ଚଳିକତାବାଦ ଓ ସାଂପ୍ରଦାୟିକତା _______________ ଏକତା ପ୍ରତି ଏକ ବିପଦ ଅଟେ ।
(i) ଆର୍ନ୍ତଜାତୀୟ
(ii) ଜାତୀୟ
(iii) ଧାର୍ମିକ
(iv) ସାମାଜିକ
Answer:
(ii) ଜାତୀୟ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

୬ । ନାସ୍ତିସୂଚକ ଅର୍ଥରେ ଆଞ୍ଚଳିକତାବାଦର ଅର୍ଥ ହେଉଛି ______________
(i) ନିଜ ଅଞ୍ଚଳ ପ୍ରତି ଅତ୍ୟଧକ ଦୁର୍ବଳତା
(ii) ନିଜ ସଂସ୍କୃତି ପ୍ରତି ପ୍ରେମ
(iii) ନିଜ ଅଞ୍ଚଳରେ ବସତି ସ୍ଥାପନ
(iv) ଜାତୀୟ ସ୍ଵାର୍ଥ ଅପେକ୍ଷା ଆଞ୍ଚଳିକ ସ୍ଵାର୍ଥ ଉପରେ ଅଧ‌ିକ ଗୁରୁତ୍ବ ଆରୋପ
Answer:
(iv) ଜାତୀୟ ସ୍ଵାର୍ଥ ଅପେକ୍ଷା ଆଞ୍ଚଳିକ ସ୍ଵାର୍ଥ ଉପରେ ଅଧିକ ଗୁରୁତ୍ବ ଆରୋପ

୭ । ଜାତିବାଦ ଏକ ________________ ।
(i) କୁ- ଆବଶ୍ୟକତା
(ii) ସାମାଜିକ ମନ୍ଦ ବ୍ୟବସ୍ଥା
(iii) ପ୍ରାକୃତିକ ବିଷୟ
(iv) ନୈତିକ ମନ୍ଦ ବ୍ୟବସ୍ଥା
Answer:
(ii) ସାମାଜିକ ମନ୍ଦ ବ୍ୟବସ୍ଥା

୮ । ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ କ’ଣ ଆବଶ୍ୟକ ?
(i) ଶିକ୍ଷାର ପ୍ରସାର
(ii) ଜାତୀୟ ସଂହତିର ବିକାଶ
(iii) ଦ୍ରୁତ ଅର୍ଥନୈତିକ ଉନ୍ନତି
(iv) ଉପରୋକ୍ତ ସମସ୍ତ ଉପାଦାନ
Answer:
(iv) ଉପରୋକ୍ତ ସମସ୍ତ ଉପାଦାନ

୯ । ଜାତିବାଦକୁ କେଉଁ ଉପାୟରେ ପ୍ରତିରୋଧ କରାଯାଇ ପାରିବ ?
(i) ଆଇନଗତ ପ୍ରତିବନ୍ଧକ
(ii) ଧାର୍ମିକ ସଂସ୍କାର
(iii) ଉତ୍ତମ ପାରିବାରିକ ସଂପର୍କ
(iv) ଧର୍ମନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର
Answer:
(iv) ଧର୍ମନିରପେକ୍ଷତାବାଦ ଓ ଶିକ୍ଷାର ପ୍ରସାର

୧୦ । ସମାଜରେ ସାଂପ୍ରଦାୟିକତାବାଦକୁ କିଏ ଉତ୍ସାହିତ କରେ ?
(i) ଇତିହାସର ସାଂପ୍ରଦାୟୀକରଣ
(ii) ସାଂପ୍ରଦାୟିକ ରାଜନୀତି,
(iii) ସାଂପ୍ରଦାୟିକ ଚିନ୍ତାଧାରା
(iv) ଉପରୋକ୍ତ ସମସ୍ତ ଉପାଦାନ
Answer:
(iv) ଉପରୋକ୍ତ ସମସ୍ତ ଉପାଦାନ

୧୧ । ସାଂପ୍ରଦାୟିକତାବାଦକୁ କିଏ ନିୟନ୍ତ୍ରଣ କରିପାରିବ ?
(i) ସରକାର
(ii) ସାମରିକ ବିଭାଗ
(iii) ଜନସାଧାରଣ
(iv) ପୋଲିସ
Answer:
(iii) ଜନସାଧାରଣ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

B. ଶୂନ୍ୟସ୍ଥାନ ପୂରଣ କର ।

୧ । ‘ଜାତି’ (Nation) ଶବ୍ଦଟି ଲାଟିନ ଶବ୍ଦ _______________ ରୁ ଆସିଛି ।
Answer:
ନେସିଓ (Natio)

୨ । ନିର୍ଦ୍ଦିଷ୍ଟ ଅଞ୍ଚଳ ପ୍ରତି ସଂପୃକ୍ତ ଅଧ୍ବବାସୀଙ୍କ ଅହେତୁକ ଅନୁରକ୍ତିକୁ _______________ କୁହାଯାଏ ।
Answer:
ଆଞ୍ଚଳିକତାବାଦ

୩ । ‘ଭୂମିପୁତ୍ର ତତ୍ତ୍ବ’ _______________ ବାଦର ଏକ ପରିପ୍ରକାଶ ।
Answer:
ଆଞ୍ଚଳିକତାବାଦ

୪ । ଗୋଟିଏ ଧାର୍ମିକ ଗୋଷ୍ଠୀ ବା ଧର୍ମ ସଂପ୍ରଦାୟ ଅନ୍ୟ ଧାର୍ମିକ ଗୋଷ୍ଠୀ ପ୍ରତି ଘୃଣାଭାବ ବା ଅସହିଷ୍ଣୁତା ପ୍ରକାଶ କରିବାକୁ ______________ କୁହାଯାଏ ।
Answer:
ସାଂପ୍ରଦାୟିକତାବାଦ

୫ | _________________ ବାଦକୁ ପ୍ରତିହତ କରିବାପାଇଁ ଭାରତକୁ ଏକ ଧର୍ମ ନିପେକ୍ଷ ରାଷ୍ଟ୍ରଭାବେ ଘୋଷଣା କରାଯାଇଛି ।
Answer:
ସାଂପ୍ରଦାୟିକତା

୬ | ___________________ ନ୍ୟାୟ ପ୍ରତିଷ୍ଠାଦ୍ବାରା ଜାତିଆଣାବାଦର ବିଲୋପ ଘଟିଥାଏ ।
Answer:
ସାମାଜିକ

୭ | ସତନ୍ତ୍ର ରାଜ୍ୟ-ପାହ୍ୟା ଦାବି _______________ ର ଏକ ଉଦାହରଣ ।
Answer:
ଆଞ୍ଚଳିକତାବାଦ

୮ । ଭାରତ ସମ୍ବିଧାନର _______________ ଧାରାରେ ଜାତିଆଣଭାବର ବିଲୋପ ପାଇଁ ଅସ୍ପୃଶ୍ୟତାକୁ ବିଲୋପ କରାଯାଇଛି ।
Answer:
୧୭

୯ । ସ୍ଥାନ ସଂରକ୍ଷଣଦ୍ବାରା _________________ ନ୍ୟାୟ ପ୍ରତିଷ୍ଠା ହୋଇଥାଏ ।
Answer:
ସାମାଜିକ ନ୍ୟାୟ

୧୦। ଖଲିସ୍ଥାନ ଆନ୍ଦୋଳନ ଭାରତରେ ________________ ଓ ________________ କୁ ପ୍ରକାଶିତ କରିଥାଏ ।
Answer:
ଆଞ୍ଚଳିକତାବାଦ ; ସାଂପ୍ରଦାୟିକତାବାଦ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

C. ଭ୍ରମ ସଂଶୋଧନ କର ।

୧ | ପଞ୍ଜାବରେ ଆତଙ୍କବାଦକୁ ଦମନ କରିବାପାଇଁ ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ସର୍ଜିକାଲ ଅପରେସନ୍ ଆରମ୍ଭ କରିଥିଲେ ।
Answer:
ପଞ୍ଜାବରେ ଆତଙ୍କବାଦକୁ ଦମନ କରିବାପାଇଁ ୧୯୮୪ ମସିହାରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅପରେସନ୍ ବ୍ଲାଷ୍ଟାର ଆରମ୍ଭ କରିଥିଲେ ।

୨ । ପଞ୍ଜାବରେ ଉଲ୍‌ଫା ଆତଙ୍କବାଦ ଦେଖାଯାଇଥିଲା ।
Answer:
ଆସାମରେ ଉଲ୍‌ଫା ଆତଙ୍କବାଦ ଦେଖାଯାଇଥିଲା ।

୩ । ୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନ କାଶ୍ମୀରରେ ଆରମ୍ଭ ହେଲା ।
Answer:
୧୯୬୭ ମସିହାରେ ନକ୍ସଲବାଦୀ ଆନ୍ଦୋଳନ ପଶ୍ଚିମବଙ୍ଗରେ ଆରମ୍ଭ ହେଲା ।

୪ | ଭାରତ ସମ୍ବିଧାନର ୪୪ତମ ସଂଶୋଧନ ଆଇନ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦକୁ ସଂଯୋଗ କରିଛି ।
Answer:
ଭାରତ ସମ୍ବିଧାନର ୪୨ତମ ସଂଶୋଧନ ଆଇନ ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଶବ୍ଦକୁ ସଂଯୋଗ କରିଛି। ରାଜ୍ୟ ପୁନର୍ଗଠନ ଆୟୋଗ ୧୯୫୦ ମସିହାରେ ଗଠିତ ହୋଇଥିଲା ।

୫ | ରାଜ୍ୟ ପୁନର୍ଗଠନ ଆୟୋଗ ୧୯୫୦ ମସିହାରେ ଗଠିତ ହୋଇଥିଲା ।
Answer:
ରାଜ୍ୟ ପୁନର୍ଗଠନ ଆୟୋଗ ୧୯୫୬ ମସିହାରେ ଗଠିତ ହୋଇଥିଲା ।

୬ | ଜାତୀୟ ସଂହତି ପରିଷଦ ପ୍ରଥମେ ୧୯୫୦ ମସିହାରେ ଗଠିତ ହୋଇଥିଲା |
Answer:
ଜାତୀୟ ସଂହତି ପରିଷଦ ପ୍ରଥମେ ୧୯୬୧ ମସିହାରେ ଗଠିତ ହୋଇଥିଲା ।

୭ । ହିନ୍ଦୀକୁ ରାଷ୍ଟ୍ରଭାଷାରୂପେ ବିରୋଧ କରି ଭାରତର ଉତ୍ତର ଭାଗରେ ଆନ୍ଦୋଳନ ହୋଇଥିଲା |
Answer:
ହିନ୍ଦୀକୁ ରାଷ୍ଟ୍ର ଭାଷାରୂପେ ବିରୋଧ କରି ଭାରତର ଦକ୍ଷିଣ ଭାଗରେ ଆନ୍ଦୋଳନ ହୋଇଥିଲା ।

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

D. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧। ଆଞ୍ଚଳିକତାବାଦ କ’ଣ ?
Answer:
ମହାଜାତୀୟ ଚିନ୍ତା ଓ ଚେତନାରୁ ଦୂରେଇ ଯାଇ, ତାହାକୁ ବିରୋଧ କରି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳକୁ ଅତ୍ୟଧିକ ଭଲ ପାଇବା ଏବଂ ଅନ୍ୟ ଅଞ୍ଚଳ ପ୍ରତି ଅସହିଷ୍ଣୁ ଓ ବିଦ୍ବେଷୀ ହେବାକୁ ଆଞ୍ଚଳିକତାବାଦ କୁହାଯାଏ ।

୨। ଆଞ୍ଚଳିକତାବାଦର ବିଭିନ୍ନ ସ୍ବରୂପ ଦର୍ଶାଅ ।
Answer:
ଆଞ୍ଚଳିକତାବାଦର ବିଭିନ୍ନ ସ୍ଵରୂପ ହେଲା –

  • ବିଚ୍ଛିନ୍ନତା ପାଇଁ ଦାବି
  • ସ୍ଵତନ୍ତ୍ର ରାଜ୍ୟପାହ୍ୟା ଦାବି
  • ପୂର୍ବ ରାଜ୍ୟପାହ୍ୟା ଦାବି
  • ଆନ୍ତଃ-ରାଜ୍ୟ ବିବାଦ
  • ଭାଷାଗତ ବିବାଦ
  • ଭୂମିପୁତ୍ର ନୀତି ଇତ୍ୟାଦି

୩ । ଜାତିବାଦ କ’ଣ ?
Answer:
ଉଗ୍ର ଜାତିପ୍ରୀତି ଓ ଅନ୍ୟ ଜାତି ପ୍ରତି ତୁଳନାତ୍ମକ ବିଦ୍ବେଷଜନିତ ଚେତନାକୁ ଜାତିଆଣ ଭାବ କୁହାଯାଏ । ମୂଳତଃ ଏହା ଶ୍ରମ ବିଭାଜନ ନୀତିରେ ସୃଷ୍ଟି ହୋଇଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ସଂକୀର୍ଣ୍ଣ ଓ ଜଟିଳ ହୋଇପଡ଼ିଲା ।

୪। ସାଂପ୍ରଦାୟିକତାବାଦ କ’ଣ ?
Answer:
ଅନ୍ୟ ସମ୍ପ୍ରଦାୟ ପ୍ରତି ବିଦ୍ବେଷ, ବିରୋଧାଭାସ, ହିଂସା କିମ୍ବା ଶତ୍ରୁତା ପ୍ରକାଶ କରିବା ଅଥବା ତାହାର କ୍ଷତିସାଧନ କରିବାକୁ ସାମ୍ପ୍ରଦାୟିକତାବାଦ କୁହାଯାଏ । ଭାରତରେ ସାମ୍ପ୍ରଦାୟିକତାବାଦ ମୁଖ୍ୟତଃ ଧର୍ମ-ସାଂପ୍ରଦାୟିକତାବାଦ ଅଟେ |

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ଜାତୀୟ ସଂହତିର ମୁଖ୍ୟ ପ୍ରତିବନ୍ଧକ କ’ଣ ?
Answer:
ସାମ୍ପ୍ରଦାୟିକତା, ଦାରିଦ୍ର୍ୟ, ନିରକ୍ଷରତା, ଆଞ୍ଚଳିକତାବାଦ, ଭାଷାଗତ ବିଭେଦତା, ଜାତିଆଣଭାବ, ଦୁର୍ନୀତି ଆଦି ଜାତୀୟ ସଂହତିର ମୁଖ୍ୟ ପ୍ରତିବନ୍ଧକ ଅଟେ ।

୨। ଆଞ୍ଚଳିକତାବାଦ ଜାତୀୟ ସଂହତି କ୍ଷେତ୍ରରେ କିପରି ପ୍ରତିବନ୍ଧକ ସୃଷ୍ଟି କରେ ?
Answer:
ଆଞ୍ଚଳିକତାବାଦ, ସଂକୀର୍ଣ୍ଣ ସ୍ଵାର୍ଥଯୁକ୍ତ ଆଞ୍ଚଳିକ ଦଳ ସୃଷ୍ଟି କରିବା, ଆନ୍ତଃ-ରାଜ୍ୟ ଏବଂ କେନ୍ଦ୍ର-ରାଜ୍ୟ ବିବାଦକୁ ଘନୀଭୂତ କରିବା, ବିଚ୍ଛିନ୍ନତାବାଦୀ ରାଜନୈତିକ ଆନ୍ଦୋଳନକୁ ସମର୍ଥନ ଓ ପ୍ରୋତ୍ସାହନ ଦେବା ଆଦି କୁପ୍ରଭାବର ଜନ୍ମଦାତା ଅଟେ ଯାହା ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରିଥାଏ ।

୩ । ଭାରତରେ ସାଂପ୍ରଦାୟିକତାବାଦର ବିଭିନ୍ନ କାରଣଗୁଡ଼ିକ ଦର୍ଶାଅ ।
Answer:
ଭାରତରେ ସାଂପ୍ରଦାୟିକତାବାଦର ବିଭିନ୍ନ କାରଣଗୁଡ଼ିକ ହେଲା –

  • ବିକୃତ ମାନସିକତା
  • ତୁଷ୍ଟୀକରଣ ରାଜନୀତି
  • ଇତିହାସର ସାଂପ୍ରଦାୟୀକରଣ
  • ଅର୍ଥନୈତିକ ଅନଗ୍ରସରତା
  • ଧର୍ମାନ୍ଧତା
  • ସାଂପ୍ରଦାୟିକ ଦଳ ଓ ସଙ୍ଗଠନ
  • ହିନ୍ଦୁ ଉଗ୍ର ରାଷ୍ଟ୍ରବାଦ
  • ପାରସ୍ପରିକ ଅବିଶ୍ବାସ ଓ ଭୟ

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

୪। ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ କେଉଁ କେଉଁ ପଦକ୍ଷେପ ନେବା ଆବଶ୍ୟକ ?
Answer:
ଆଞ୍ଚଳିକତାବାଦର ପ୍ରତିରୋଧ ପାଇଁ ନିମ୍ନଲିଖୁ ପଦକ୍ଷେପ ନେବା ଉଚିତ –

  • ଶିକ୍ଷାର ପ୍ରସାର
  • ଦେଶର ପ୍ରତ୍ୟେକ ଅଞ୍ଚଳର ସନ୍ତୁଳିତ ଅର୍ଥନୈତିକ ବିକାଶ
  • ଧର୍ମନିରପେକ୍ଷତା ନୀତିକୁ ଜୀବନଧାରା ରୂପେ ଗ୍ରହଣ କରିବା
  • ଜାତୀୟ ସଂହତି ରକ୍ଷା କ୍ଷେତ୍ରରେ ସଂଯତ ଓ ନିରପେକ୍ଷ ଗଣମାଧ୍ୟମର ଭୂମିକା
  • ରାଜ୍ୟମାନଙ୍କୁ ଅଧିକ ସ୍ଵାୟତ୍ତତା ପ୍ରଦାନ
  • ଆନ୍ତଃ-ରାଜ୍ୟ ବିବାଦର ସରଳ ଓ ତ୍ଵରିତ ବୁଝାମଣାଭିଭିକ ସମାଧାନ

୫ । ଭାରତୀୟ ରାଜନୀତିରେ ଜାତିର ଭୂମିକା କ’ଣ ?
Answer:
ଜାତି ଭାରତୀୟ ରାଜନୀତିରେ ଏକ ପ୍ରମୁଖ ଉପାଦାନ ଅଟେ । ରାଜନୈତିକ ଦଳମାନେ ନିର୍ବାଚନରେ ପ୍ରାର୍ଥୀ ଚୟନ କଲାବେଳେ, ନିର୍ବାଚନ ପ୍ରଚାର ସମୟରେ ଭୋଟଦାତାଙ୍କର ଭୋଟଦାନର ବ୍ୟବହାରକୁ ପ୍ରଭାବିତ କରିବାପାଇଁ, ରାଜନୈତିକ ନେତ୍ର ସୃଷ୍ଟି ତଥା ନିଷ୍ପଭିଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରିବା କ୍ଷେତ୍ରରେ ଏହି ଉପାଦାନର ଉପଯୋଗ କରିଥା’ନ୍ତି ।

୬ । ସାଂପ୍ରଦାୟିକତାବାଦ ଏକ ମାନସିକ ରୋଗ ମନ୍ତବ୍ୟ ଦିଅ ।
Answer:
ସଂକୀର୍ଣ୍ଣ ଓ ଉଗ୍ର ବିଚାରଧାରାରୁ ସାଂପ୍ରଦାୟିକତା ଜନ୍ମ ନେଇଥାଏ । ଏଣୁ ଏହା ଏକ ମାନସିକ ରୋଗ ଯାହାକି ମଣିଷର ବୁଦ୍ଧି, ବିବେକ ଓ ଯୁକ୍ତିଶୀଳତାକୁ ନଷ୍ଟ କରି ଘୃଣା, ହିଂସା ଓ ହତ୍ୟାର ବିଭୀଷିକା ସୃଷ୍ଟି କରେ ।

୭। ସାଂପ୍ରଦାୟିକତାବାଦର ବିଭିନ୍ନ ସ୍ଵରୂପ କ’’ଣ ?
Answer:
ସାଂପ୍ରଦାୟିକତାବାଦର ବିଭିନ୍ନ ସ୍ଵରୂପ ରହିଛି; ଯଥା –

  • ଧାର୍ମିକ ସାଂପ୍ରଦାୟିକତାବାଦ
  • ଭାଷାଗତ ସାଂପ୍ରଦାୟିକତାବାଦ
  • ଆଞ୍ଚଳିକ ସାଂପ୍ରଦାୟିକତାବଦ ଇତ୍ୟାଦି

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ଭାରତରେ ଆଞ୍ଚଳିକତାବାଦ ଜାତୀୟ ସଂହତି ଉପରେ କିପରି ପ୍ରଭାବ ସୃଷ୍ଟି କରୁଛି ?
Answer:
ଭାରତରେ ଜାତୀୟ ସଂହତିର ମୁଖ୍ୟ ପ୍ରତିବନ୍ଧକରୂପେ ଆଞ୍ଚଳିକତାବାଦର ପ୍ରମୁଖ ଭୂମିକା ରହିଛି । ଏହାର ପ୍ରଭାବକୁ ନିମ୍ନମତେ ଆଲୋଚନା କରାଯାଇପାରେ –

  • ଏହା ବିଚ୍ଛିନ୍ନତାବାଦୀ ଚିନ୍ତାଧାରା ସୃଷ୍ଟି କରୁଛି । ଭାରତର ଐକ୍ୟ ଓ ସଂହତି ପ୍ରତି ବିପଦ ସୃଷ୍ଟିକରି ହିଂସାତ୍ମକ ଆନ୍ଦୋଳନ ମାଧ୍ୟମରେ କେତେକ ଅଞ୍ଚଳ ଭାରତଠାରୁ ପୃଥକ୍ ହୋଇ ସ୍ଵାଧୀନ ରାଷ୍ଟ୍ରରୂପେ ନିଜର ପରିଚୟ ଜାହିର କରିବାକୁ ପ୍ରଚେଷ୍ଟା କରୁଛନ୍ତି ।
  • ଜାତୀୟ ସ୍ଵାର୍ଥକୁ ଗୁରୁତ୍ଵ ନଦେଇ ରାଜ୍ୟମାନେ ଅଧିକ ସ୍ଵତନ୍ତ୍ରତା ବା ଅଧିକାର (Autonomy) ଦାବି କରିଥା’ନ୍ତି ।
  • ଞ୍ଚଳିକ ସ୍ଵାର୍ଥ ଉପରେ ଗୁରୁତ୍ଵ ଦେଇ ଜାତୀୟ ସ୍ଵାର୍ଥସହ ମୂଲଚାଲ କରୁଥିବା ଆଞ୍ଚଳିକ ରାଜନୈତିକ ଦଳର ଜନ୍ମ ଓ ସ୍ଥିତି ଦୃଢ଼ ହେଉଛି ।
  • ଆସାମ ଆନ୍ଦୋଳନ, ଗୁର୍ଖାଲ୍ୟାଣ୍ଡ ଆନ୍ଦୋଳନ, ଅକାଳୀଦଳର ଖଲିସ୍ଥାନ ଆନ୍ଦୋଳନ, ଝାଡ଼ଖଣ୍ଡ ଆନ୍ଦୋଳନ ଆଦି ରାଜନୈତିକ ଆନ୍ଦୋଳନ ମାଧ୍ୟମରେ ଆଞ୍ଚଳିକ ସ୍ଵାର୍ଥସାଧନ ଉପରେ ଗୁରୁତ୍ଵ ଦିଆଯାଇ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରାଯାଉଛି ।
  • ଆଞ୍ଚଳିକ ତାରତମ୍ୟ ଯୋଗୁଁ ଆନ୍ତଃ-ରାଜ୍ୟ ବିବାଦ ଘନୀଭୂତ ହୋଇ ଜାତୀୟ ଐକ୍ୟ ପ୍ରତି ପ୍ରତିବନ୍ଧକରୂପେ କରାଯାଉଛି ।

୨ । ଭାରତରେ ଜାତୀୟ ସଂହତି ପ୍ରତି ସାଂପ୍ରଦାୟିକତାବାଦ କିପରି ପ୍ରତିବନ୍ଧକ ସୃଷ୍ଟି କରିଛି ?
Answer:
ଡି.ଇ. ସ୍ମିଥ୍ଙ୍କ ମତରେ, ‘ଏକ ଧାର୍ମିକ ଗୋଷ୍ଠୀ କ୍ଷେତ୍ରରେ ସଂକୀର୍ଣ୍ଣ, ସ୍ବାର୍ଥପର, ବିଭାଜନକାରୀ, ଉଗ୍ରବାଦୀ ଦୃଷ୍ଟିଭଙ୍ଗୀ ସୃଷ୍ଟିହେଲେ ତାହାକୁ ସାଂପ୍ରଦାୟିକତା (Communalism) କୁହାଯାଏ । ଭାରତରେ ବିଭିନ୍ନ ଧର୍ମାବଲମ୍ବୀ ଧାର୍ମିକ ସ୍ଵାଧୀନତା ସହ ବସବାସ କରୁଥିବାରୁ ଏବଂ ବ୍ରିଟିଶ୍ ସରକାର ଧର୍ମ ଭିଭିରେ ‘ବିଭାଜନ ଓ ଶାସନ’ (Divide and Rule) ନୀତିକୁ କାର୍ଯ୍ୟକାରୀ କରିଥିବାରୁ ସାଂପ୍ରଦାୟିକତାର ପ୍ରବାହ ଭାରତରେ ଦ୍ରୁତ ହୋଇଛି । ଧାର୍ମିକ ମୌଳିକତାବାଦ (Religious Fundamentalism) ଜାତୀୟ ଐକ୍ୟ ଓ ସଂହତି ପ୍ରତି ବଡ଼ ବିପଦ ସୃଷ୍ଟି କରୁଛି । ସାଂପ୍ରଦାୟିକତାବାଦ ଜାତୀୟ ସଂହତି କ୍ଷେତ୍ରରେ ନିମ୍ନଲିଖୂତଭାବେ ପ୍ରତିବନ୍ଧକ ସୃଷ୍ଟି କରୁଛି –

  • ନିଜ ସ୍ବାର୍ଥର ସଂରକ୍ଷଣ ପାଇଁ ସ୍ବତନ୍ତ୍ର ସାଂପ୍ରଦାୟିକ ରାଜନୈତିକ ଦଳ ସୃଷ୍ଟି ହୋଇ ଜାତୀୟ ସଂହତି ଉପରେ ଗୁରୁତ୍ଵ ଦେଉନାହାନ୍ତି ।
  • ଖ୍ରୀଷ୍ଟିଆନ୍ ଜନକଲ୍ୟାଣ ସଂଘ, ଜାମାତ-ଇ-ଇସ୍‌ଲାମି, ଶିଖ୍ ଫୋରମ୍, ଶିବସେନା, ବିଶ୍ବ ହିନ୍ଦୁ ପରିଷଦ ଆଦି ସାମ୍ପ୍ରଦାୟିକ ଚାପଗୋଷ୍ଠୀ ସୃଷ୍ଟି ହୋଇ ଜାତୀୟ ଐକ୍ୟ ହାସଲ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ।
  • ଏହା ବିଭିନ୍ନ ସଂପ୍ରଦାୟ ମଧ୍ୟରେ ପୃଥକୀକରଣ (Alienation) ମନୋଭାବ ଜାଗ୍ରତ କରି ଏବଂ ଗୋଟିଏ ସଂପ୍ରଦାୟର ଲୋକମାନେ ଅନ୍ୟାୟ ଓ ଅସାମ୍ୟର ଶିକାର ହେଉଥ‌ିବାର ଚିନ୍ତାଧାରା ପ୍ରସାର କରି ଜାତୀୟ ମହାସ୍ରୋତରେ ସେମାନଙ୍କୁ ସାମିଲ ହେବାରୁ ବାରଣ କରିଥାଏ । ପଞ୍ଜାବ, ଜାମ୍ମୁ ଓ କାଶ୍ମୀର ଓ ଉତ୍ତର- ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ ଏହିଭଳି ଚିନ୍ତାଧାରାର ଦ୍ରୁତ ପ୍ରସାର ଦେଖୁବାକୁ ମିଳୁଛି ।
  • ସାଂପ୍ରଦାୟିକ ବିଦ୍ବେଷ ଓ ଅସହନଶୀଳତା ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରି ଭାରତରେ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି । ୧୯୯୦ ଓ ୧୯୯୨ ମସିହାକୁ ଭାରତରେ ସାଂପ୍ରଦାୟିକ ସଂଘର୍ଷର ବର୍ଷ ବୋଲି
  • ନିର୍ବାଚନରେ ଧାର୍ମିକ ସଂପ୍ରଦାୟର ପ୍ରଭାବ ବୃଦ୍ଧି ପାଉଛି । ବିଭିନ୍ନ ରାଜନୈତିକ ଦଳ ନିଜର ସଂକୀର୍ଣ୍ଣ ସ୍ବାର୍ଥ ପାଇଁ ଜାତୀୟ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଧର୍ମକୁ ଭୋଟ ରାଜନୀତିର ଅନ୍ୟତମ ଅସ୍ତ୍ରରୂପେ ପ୍ରୟୋଗ କରୁଛନ୍ତି ।

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

୩ । ଭାରତରେ ଜାତୀୟ ସଂହତି ଉପରେ ଜାତିଭେଦ (Casteism) ର ପ୍ରଭାବ କ’ଣ ?
Answer:
ଭାରତରେ ଜାତିପ୍ରଥାର ସ୍ଥିତି ଓ ପ୍ରଭାବ ଅତ୍ୟନ୍ତ ପ୍ରାଚୀନ । ଜାତିପ୍ରଥାର ବିଲୋପ ସାଧନ ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଥିଲେ ମଧ୍ୟ ଏହାର ପ୍ରଭାବ ଅତ୍ୟନ୍ତ ଗଭୀର ଏବଂ ଗଣତନ୍ତ୍ର ଓ ଜାତୀୟ ଐକ୍ୟ ପ୍ରତି ମାରାତ୍ମକ । ଡ. ଆମ୍ବେଦକରଙ୍କ ମତରେ, ଭାରତରେ ଜାତି ବ୍ୟବସ୍ଥା କେବଳ ଶ୍ରମ ବିଭାଜନ ନୁହେଁ ଶ୍ରମିକର ବିଭାଜନ ନୀତି ଉପରେ ଆଧାରିତ ଅଟେ ।” ଭାରତରେ ଅନୁନ୍ନତ ଶ୍ରେଣୀ ଅମାନବିକ ବ୍ୟବହାରର ଶିକାର ହେବା ଏବଂ ଅସ୍ପୃଶ୍ୟତାର କୁପରିଣାମର ବିକାଶ ଏହି ଜାତିପ୍ରଥାର ଅବଦାନ ଅଟେ, ଯାହା ଜାତିଗତ ବିଭାଜନ ସୃଷ୍ଟି କରି ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି ।

ଜୟପ୍ରକାଶ ନାରାୟଣଙ୍କ ଭାଷାରେ, “ ଭାରତରେ ଜାତି ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ରାଜନୈତିକ ଦଳ ।” ଡି.ଏମ୍.କେ, ଆନ୍ନା. ଡି.ଏମ୍.କେ. ଆଦି ରାଜନୈତିକ ଦଳ ଜାତିଭିଭିକ ଅଟେ । ଏହି ଦଳଗୁଡ଼ିକ ନିଜ ଭୋଟ ରାଜନୀତି ଦୃଷ୍ଟିରୁ ଗୋଟିଏ ଜାତିର ସ୍ଵାର୍ଥ ଉପରେ ପ୍ରାଧାନ୍ୟ ଦେଉଥ‌ିବାରୁ ସେମାନେ ଜାତୀୟ ସଂହତି ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ହରିୟାନାରେ ଅହିର୍ ଓ ଜାଠ୍, ମହାରାଷ୍ଟ୍ରରେ ବ୍ରାହ୍ମଣ ଓ ମରହଟ୍ଟା, ତାମିଲନାଡୁରେ ବ୍ରାହ୍ମଣ ଓ ଅଣ-ବ୍ରାହ୍ମଣ, ଆନ୍ଧ୍ରପ୍ରଦେଶରେ କାମା ଓ ରେଡ୍ଡୀ, କର୍ଣ୍ଣାଟକରେ ଲିଙ୍ଗାୟତ ଓ ଓକ୍‌ଲିଙ୍ଗାୟତ୍, ରାଜସ୍ଥାନରେ ରାଜପୁତ୍ ଓ ଜାଠ୍ ଆଦିଙ୍କ ମଧ୍ୟରେ ରାଜନୈତିକ କ୍ଷମତା ପାଇଁ ଜାତିଭିତ୍ତିକ ସଂଘର୍ଷ ଲାଗିଥିବାରୁ ଏହା ଜାତୀୟ ସଂହତି ପାଇଁ ଶୁଭଙ୍କର ନୁହେଁ |

ଭାରତ ସମ୍ବିଧାନରେ ଜାତିଭିଭିକ ସଂରକ୍ଷଣ ନୀତିକୁ ସ୍ବୀକୃତି ଦିଆଯାଇଥିବାରୁ ଭାରତୀୟ ରାଜନୀତିରେ ଜାତିବାଦର କୁ-ପ୍ରଭାବ ପ୍ରସାର ଲାଭ କରୁଛି । ୧୯୯୦, ୧୯୯୧ ଓ ୧୯୯୪ ମସିହାରେ ମଣ୍ଡଳ କମିଶନର ସୁପାରିସ ବିରୋଧରେ ଛାତ୍ର ଆନ୍ଦୋଳନ ତୀବ୍ରତର ହୋଇ ଜାତୀୟ ଐକ୍ୟ ପ୍ରତି ଜାତିବାଦର ବିପଦକୁ ସୂଚିତ କରିଥିଲା । ତଫସିଲଭୁକ୍ତ ଜାତି ଫେଡେରେସନ୍, ଜାଠ୍ ସଭା, ରାମଗର୍‌ହିଆ ସଭା ଆଦି ଜାତିଭିତ୍ତିକ ଚାପଗୋଷ୍ଠୀ ଜାତିବାଦକୁ ପ୍ରୋତ୍ସାହନ ଦେବା ସଙ୍ଗେ ସଙ୍ଗେ ଜାତୀୟ ଐକ୍ୟକୁ ବିପନ୍ନ କରୁଛନ୍ତି । ସରକାରଙ୍କ ବିଭିନ୍ନ ନୀତି ପ୍ରଣୟନ ସମୟରେ ବିଭିନ୍ନ ଜାତିକୁ ତୁଷ୍ଟୀକରଣ ନୀତିକୁ ଗ୍ରହଣ କରାଯାଉଛି । ନିର୍ବାଚନ ଓ ଭୋଟଦାନ ପ୍ରକ୍ରିୟାରେ ଜାତିର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଜାତୀୟ ସଂହତି ଦୃଷ୍ଟିରୁ ସ୍ପୃହଣୀୟ ନୁହେଁ |

୪। ସାଂପ୍ରଦାୟିକତାବାଦ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
ସଂକୀର୍ଣ୍ଣ ଓ ଅଯୌକ୍ତିକ ଦୃଷ୍ଟିକୋଣରୁ ଭାରତର ସାମାଜିକ ବହୁବାଦ (Social Pluralism) କୁ ସ୍ବାର୍ଥପର ଲକ୍ଷ୍ୟ ହାସଲ ଦିଗରେ ବ୍ୟବହାର କରାଗଲେ ତାହାକୁ ସାଂପ୍ରଦାୟିକତାବାଦ କୁହାଯାଏ । ଧାର୍ମିକ ମୌଳବାଦ ଓ ଧର୍ମାନ୍ଧତା ନୀତି, ଦାରିଦ୍ର୍ୟ, ଅଶିକ୍ଷତା, ଅଜ୍ଞତା, ନିରକ୍ଷରତା ଆଦିର କୁପ୍ରଭାବ, ସାଂପ୍ରଦାୟିକ ରାଜନୈତିକ ଦଳ ଓ ଗୋଷ୍ଠୀର ଉପସ୍ଥିତି ଆଦି କାରଣରୁ ଭାରତରେ ସାଂପ୍ରଦାୟିକତାବାଦର ପ୍ରସାର ଘଟୁଛି । ଏହା ଏକ ମାନସିକ ରୋଗ ହୋଇଥିବାରୁ ଉତ୍ତମ ଶିକ୍ଷା ବ୍ୟବସ୍ଥା, ସମସ୍ତଙ୍କର ଅର୍ଥନୈତିକ ଉନ୍ନତି, ପ୍ରଶାସନିକ ଦାୟିତ୍ବବୋଧ ସୃଷ୍ଟି ଆଦି ମାଧ୍ୟମରେ ଏହାକୁ ପ୍ରତିରୋଧ କରାଯାଇ ପାରିବ ।

୫ । ଜାତିବାଦ ଉପରେ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:
ଭାରତରେ ଜାତିବାଦ ଜାତୀୟ ସଂହତିର ପ୍ରତିବନ୍ଧକ ରୂପେ ନିମ୍ନଲିଖତ କାରଣରୁ ଉଭା ହୋଇଛି –

  • ଜାତିଆଣଭାବ ଜାତିଗତ ସ୍ଵାର୍ଥ ଓ ଏକତା ସୃଷ୍ଟି କରେ ଯାହା ଗୋଟିଏ ଜାତିର ଅନ୍ୟଜାତି ପ୍ରତି ବିଦ୍ବେଷଭାବ ସୃଷ୍ଟି କରିବା ଫଳରେ ଜାତୀୟ ଏକତା ବାଧାପ୍ରାପ୍ତ ହୁଏ ।
  • ଜାତିଆଣ ରାଜନୀତି ଜାତୀୟ ସ୍ଵାର୍ଥକୁ ବଳି ଦେଉଥ‌ିବାରୁ ଜାତୀୟ ସଂହତିର ପରିପନ୍ଥୀ ଅଟେ ।
  • ଜାତିଆଣଭାବ ଜାତି-ଜାତି ମଧ୍ୟରେ ହିଂସା ଓ ସଂଘର୍ଷ ସୃଷ୍ଟି କରି ସାମାଜିକ ଓ ରାଜନୈତିକ ସଂହତିର ଭିଭିକୁ ଦୁର୍ବଳ କରିଦିଏ ।
  • ଅନେକ ରାଜନୈତିକ ଦଳ ପାଇଁ ନିର୍ଦ୍ଦିଷ୍ଟ ଜାତି ଭୋଟ ବ୍ୟାଙ୍କ ଗଠନ କରନ୍ତି ଓ ସରକାର ଗଠନରେ ମଧ୍ୟ ଜାତିର ପ୍ରଭାବ ରହିଥାଏ ଯାହା ଜାତୀୟ ସଂହତି ଦୃଷ୍ଟିରୁ ଅନୁକୂଳ ପରିବେଶ ସୃଷ୍ଟି କରେ ନାହିଁ ।
  • ଜାତି ଭିଭିରେ ନେତୃତ୍ବ ସୃଷ୍ଟି ହେଉଥ‌ିବାରୁ ଏହି ସଂକୀର୍ଣ୍ଣମନା ନେତାଗଣ ଜାତୀୟ ନେତୃତ୍ବ ଗ୍ରହଣ କରିପାରନ୍ତି ନାହିଁ ଯାହାଫଳରେ ଜାତୀୟ ସଂହତି ରକ୍ଷା ହୋଇପାରେ ନାହିଁ ।

CHSE Odisha Class 12 Political Science Chapter 5 Objective & Short Answer Questions in Odia Medium

C. ପାର୍ଥକ୍ୟ ଦର୍ଶାଅ ।

୧। ଧର୍ମନିରପେକ୍ଷତାବାଦ ଓ ସାଂପ୍ରଦାୟିକତାବାଦ
Answer:
ଧର୍ମନିରପେକ୍ଷତାର ଅର୍ଥ ରାଷ୍ଟ୍ରୀୟ ଧର୍ମର ଅନୁପସ୍ଥିତି, ସମସ୍ତ ଧର୍ମର ସମାନତା ଓ କୌଣସି ବିଭେଦତାଶୂନ୍ୟ ପରିବେଶରେ ସମସ୍ତଙ୍କ ପାଇଁ ସମାନ ଧାର୍ମିକ ସ୍ଵାଧୀନତାର ଉପସ୍ଥିତି । ଭାରତରେ ଧାର୍ମିକ ଓ ସାଂସ୍କୃତିକ ବହୁବାଦ ଜାତୀୟ ସଂହତିର ଲକ୍ଷ୍ୟ ହାସଲ ପାଇଁ ଧର୍ମନିରପେକ୍ଷତାବାଦକୁ ନୀତି ହିସାବରେ ଗ୍ରହଣ କରିବାପାଇଁ ବାଧ୍ୟ କରିଛି ସ୍ଵାଧୀନତା ପ୍ରାପ୍ତି ସମୟରେ ଭାରତରେ ଘଟିଥିବା ସାଂପ୍ରଦାୟିକ ଦଙ୍ଗା ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଧର୍ମ ନିରପେକ୍ଷତାବାଦକୁ ପ୍ରାଧାନ୍ୟ ଦିଆଯିବାର ଅନ୍ୟତମ ମୁଖ୍ୟ କାରଣ ଅଟେ ।

ଅନ୍ୟ ପକ୍ଷରେ, ସାଂପ୍ରଦାୟିକତବାଦ ସଂକୀର୍ଣ୍ଣ ତଥା ଉଗ୍ର ଚିନ୍ତାଧାରାରୁ ଜନ୍ମ ନେଇଥାଏ । ଏହା ଏପରି ଏକ ମାନସିକ ବ୍ୟାଧ ଯାହା ବ୍ୟକ୍ତିର ଯୁକ୍ତିଶୀଳତା, ବୁଦ୍ଧି ଓ ବିବେକର ହତ୍ୟା କରି ପରସ୍ପର ପ୍ରତି ଘୃଣା, ହିଂସା ଓ ବିଦ୍ବେଷଭାବ ଜାଗ୍ରତ କରିଥାଏ । ଭାରତୀୟ ସାମାଜିକ ବହୁବାଦକୁ ସଂକୀର୍ଣ୍ଣ ଓ ସ୍ବାର୍ଥପର ଲକ୍ଷ୍ୟରେ ବ୍ୟାଖ୍ୟା କରି ଏହି ପ୍ରକାର ବିଭାଜନ ସୃଷ୍ଟିକାରୀ ଉପାଦାନ ସୃଷ୍ଟି କରାଯାଇଛି । ଏହା ଭାରତରେ ମୁଖ୍ୟତଃ ଧାର୍ମିକ ଓ ଭାଷାଗତ ସାଂପ୍ରଦାୟିକତାରୂପରେ ପ୍ରକାଶିତ ହେଉଛି । ସାଂପ୍ରଦାୟିକ ଦଙ୍ଗା, ହିଂସାଭାବ ବା ଆତଙ୍କବାଦ ଭାରତୀୟ ରାଜନୈତିକ ପରିବେଶକୁ କଳୁଷିତ କରୁଛି । ସାଂପ୍ରଦାୟିକତାବାଦ ଜାତୀୟ ସଂହତି ପଥରେ ଏକ ବୃହତ୍ ପ୍ରତିବନ୍ଧକ ଅଟେ ।

CHSE Odisha Class 12 Economics Chapter 14 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 14 ମୁଦ୍ରା Objective Questions.

CHSE Odisha 12th Class Economics Chapter 14 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ଦ୍ରବ୍ୟ ସହିତ ଦ୍ରବ୍ୟର ସିଧାସଳଖ ବିନିମୟ ବ୍ୟବସ୍ଥାକୁ କ’ଣ କହନ୍ତି ?
(A) ମୁଦ୍ରା ଅର୍ଥବ୍ୟବସ୍ଥା
(B) ପଣ୍ୟ ବିନିମୟ ବ୍ୟବସ୍ଥା
(C) ସମାଜବାଦ ବ୍ୟବସ୍ଥା
(D) ପୁଞ୍ଜିବାଦ ବ୍ୟବସ୍ଥା
Answer:
(B) ପଣ୍ୟ ବିନିମୟ ବ୍ୟବସ୍ଥା

2. ବିନିମୟ ପତ୍ରରେ କେତୋଟି ପକ୍ଷ ଜଡ଼ିତ ?
(A) ଗୋଟିଏ ପକ୍ଷ
(B) ତିନୋଟି ପକ୍ଷ
(C) ଚାରିଟି ପକ୍ଷ
(D) ଦୁଇଟି ପକ୍ଷ
Answer:
(B) ତିନୋଟି ପକ୍ଷ

3. ନିମ୍ନୋକ୍ତ କେଉଁଟି ପ୍ରଥମ ଶ୍ରେଣୀ ବିଲ୍ ରୂପେ ଗ୍ରହଣ କରାଯାଏ ?
(A) ରାଜକୋଷ ପତ୍ର
(B) ବଣ୍ଡ
(C) ବିନିମୟ ପତ୍ର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ରାଜକୋଷ ପତ୍ର

CHSE Odisha Class 12 Economics Chapter 14 Objective Questions in Odia Medium

4. ନିମ୍ନୋକ୍ତ କେଉଁଟି ନିକଟ ମୁଦ୍ରା ନୁହେଁ ?
(A) ସଞ୍ଚୟ ଜମା
(B) ବଣ୍ଡ
(C) ରାଜକୋଷ ପତ୍ର
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(D) ଉପରୋକ୍ତ କୌଣସିଟି ନୁହେଁ

5. ନିମ୍ନୋକ୍ତ କେଉଁଟି ମୁଦ୍ରାର କାର୍ଯ୍ୟ ?
(A) ବିନିମୟର ମାଧ୍ୟମ
(B) ମୂଲ୍ୟ ପରିମାପ
(C) ମୂଲ୍ୟ ସଞ୍ଚୟର ଧାରକ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

6. ନିମ୍ନୋକ୍ତ କେଉଁଟି ପଣ୍ୟ ବିନିମୟ ବ୍ୟବସ୍ଥାର ଏକ ଅସୁବିଧା ?
(A) ବିଭାଜନ ଅସୁବିଧା
(B) ମୂଲ୍ୟ ସଞ୍ଚୟଜନିତ ଅସୁବିଧା
(C) ମୂଲ୍ୟ ପରିମାପ ଅସୁବିଧା
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

7. ଯାହା ଦ୍ରବ୍ୟ ଓ ସେବା ବିନିମୟର ମାଧ୍ୟମରୂପେ ସର୍ବସାଧାରଣଙ୍କଦ୍ବାରା ଗୃହୀତ ହୋଇଥାଏ ଏବଂ ଏକ ସମୟରେ
ମୂଲ୍ୟର ପରିମାପକ, ସ୍ଥଗିତ ଦେୟ ପ୍ରଦାନର ଏକ ମାନକ ତଥା ମୂଲ୍ୟର ଭଣ୍ଡାରରୂପେ କାର୍ଯ୍ୟ କରେ ତାହାକୁ
କ’ଣ କୁହାଯାଏ ?
(A) ମୂଲ୍ୟ
(B) ମୁଦ୍ରା
(C) ନିକଟ ମୁଦ୍ରା
(D) ବ୍ୟାଙ୍କ ମୁଦ୍ରା
Answer:
(B) ମୁଦ୍ରା

8. ଉଭୟ ଧାତବ ମୁଦ୍ରା ଓ କାଗଜ ମୁଦ୍ରା ଆଇନଗ୍ରାହ୍ୟ ହୋଇଥିବାରୁ ଏହାକୁ କେଉଁ ମୁଦ୍ରା କୁହାଯାଏ ?
(A) ବିଧ୍ୱଂଗ୍ରାହ୍ୟ ମୁଦ୍ରା
(B) ନିକଟ ମୁଦ୍ରା
(C) ନଗଦ ମୁଦ୍ରା
(D) ଚାହିଦା ମୁଦ୍ରା
Answer:
(A) ବିଧ୍ୱଂଗ୍ରାହ୍ୟ ମୁଦ୍ରା

9. ଯେଉଁ ପରିସମ୍ପତ୍ତି ତରଳ ହୋଇଥିଲେ ମଧ୍ୟ ବାସ୍ତବ ମୁଦ୍ରା ପରି ତରଳ ହୋଇନଥା’ନ୍ତି ସେଗୁଡ଼ିକୁ କେଉଁ ମୁଦ୍ରା କୁହାଯାଏ ?
(A) ଚାହିଦା ମୁଦ୍ରା
(B) ବିଧ୍ୱଂଗ୍ରାହ୍ୟ ମୁଦ୍ରା
(C) ନିକଟ ମୁଦ୍ରା
(D) ନଗଦ ମୁଦ୍ରା
Answer:
(C) ନିକଟ ମୁଦ୍ରା

10. ଭାରତରେ ଏମାନଙ୍କ ମଧ୍ୟରୁ କେଉଁଟି ହିସାବର ଏକକ ?
(A) ଏକ ଟଙ୍କା
(B) ଶହେ ଟଙ୍କା
(C) ଦଶ ଟଙ୍କା
(D) ଟଙ୍କା
Answer:
(D) ଟଙ୍କା

11. ବିନିମୟର ମାଧ୍ୟମଭାବେ ଯାହା କାର୍ଯ୍ୟକରେ, ତାହାକୁ କ’ଣ କୁହନ୍ତି ?
(A) ମୁଦ୍ରା
(B) ମୂଲ୍ୟ
(C) ଦର
(D) ସୁଧ
Answer:
(A) ମୁଦ୍ରା

CHSE Odisha Class 12 Economics Chapter 14 Objective Questions in Odia Medium

12. ‘ମୁଦ୍ରା ସେହି ବସ୍ତୁ, ଯାହା ମୁଦ୍ରାର କାର୍ଯ୍ୟ କରେ’– କିଏ କହିଥିଲେ ?
(A) ରବର୍ଟସନ୍
(B) କ୍ରାଉଦର
(C) ମାର୍ଶାଲ୍
(D) ଫ୍ରାନ୍‌ସିସ୍ ୱାକର
Answer:
(D) ଫ୍ରାନ୍‌ସିସ୍ ୱାକର

13. ନିମ୍ନଲିଖ ମଧ୍ୟରୁ କେଉଁଟି ସାଧାରଣତଃ ଗୃହୀତ ଅଟେ ?
(A) ବିନିମୟ ପତ୍ର
(B) ବ୍ୟାଙ୍କ ଡ୍ରାଫ୍‌ଟ
(C) ମୁଦ୍ରା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ମୁଦ୍ରା

14. ନିମ୍ନଲିଖ ମଧ୍ୟରୁ କେଉଁଟି ନିକଟ ମୁଦ୍ରା ନୁହେଁ ?
(A) ବିନିମୟ ପତ୍ର
(B) ରାଜକୋଷ ପତ୍ର
(C) ବଣ୍ଡ୍
(D) ପେପର ନୋଟ୍
Answer:
(D) ପେପର ନୋଟ୍

15. ମୁଦ୍ରାର କେଉଁ କାର୍ଯ୍ୟ ଯୋଗୁଁ ତାହାକୁ ‘ହିସାବର ଏକକ’ ହିସାବରେ ଗ୍ରହଣ କରାଯାଇଥାଏ ?
(A) ମୂଲ୍ୟର ପରିମାପକ
(B) ବିନିମୟର ମାଧ୍ୟମ
(C) ମୂଲ୍ୟର ନିଧାନ
(D) ସ୍ଥଗିତ ପ୍ରାପ୍ୟ ପରିଶୋଧର ମାନଦଣ୍ଡ
Answer:
(A) ମୂଲ୍ୟର ପରିମାପକ

16. ମୁଦ୍ରାର କାର୍ଯ୍ୟାବଳୀ ହେଲା :
(A) ବିନିମୟର ଏକକ ମାଧ୍ୟମ
(B) ଏକ ମୂଲ୍ୟର ପରିମାପକ
(C) ସ୍ଥଗିତ ପ୍ରାପ୍ୟ ପ୍ରଦାନର ମାନଦଣ୍ଡ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

17. ପ୍ରାୟଶଃ ମୁଦ୍ରାର ଉଦାହରଣ ହେଲା :
(A) ବିନିମୟ ପତ୍ର
(B) ପ୍ରତିଭୂତି
(C) ଅଂଶ ଏବଂ ଷ୍ଟକ୍
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

18. ଅର୍ଥଶାସ୍ତ୍ରରେ ସର୍ବୋତ୍କୃଷ୍ଟ ଆବିଷ୍କାର ହେଲା :
(A) ଉପଭୋଗ
(B) ଉପଯୋଗିତା
(C) ମୁଦ୍ରା
(D) ଉତ୍ପାଦନ
Answer:
(C) ମୁଦ୍ରା

(B) ଶୂନ୍ୟସ୍ଥାନ ପୂରଣ କର ।

1. ସାମ୍ପ୍ରତିକ ଅର୍ଥବ୍ୟବସ୍ଥାକୁ ___________ ଅର୍ଥବ୍ୟବସ୍ଥା କୁହାଯାଏ ।
Answer:
ମୁଦ୍ରା

2. ଦ୍ରବ୍ୟ ଓ ସେବାର ପ୍ରତ୍ୟକ୍ଷ ବିନିମୟ ବ୍ୟବସ୍ଥା ହିଁ ___________ ବ୍ୟବସ୍ଥା ।
Answer:
ପଣ୍ୟ ବିନିମୟ

CHSE Odisha Class 12 Economics Chapter 14 Objective Questions in Odia Medium

3. ଦୁଇଜଣ ବ୍ୟକ୍ତିଙ୍କର ଅଭାବର ସମକାଳୀନ ମିଳନକୁ ଅଭାବର ___________ କୁହାଯାଏ ।
Answer:
ଦ୍ଵୈତ ସଂଯୋଗ

4. ___________ ବିନିମୟ ବ୍ୟବସ୍ଥାରେ ଅନାଗତ ଭବିଷ୍ୟତ ପାଇଁ ଦ୍ରବ୍ୟ ସଞ୍ଚୟ କରିବା ଅସୁବିଧାଜନକ ।
Answer:
ପ୍ରତ୍ୟକ୍ଷ ପଣ୍ୟ

5. ମୁଦ୍ରା ___________ ନିର୍ଦ୍ଧାରଣ କ୍ଷେତ୍ରରେ ପ୍ରୟୋଗ କରାଗଲା ।
Answer:
ମୂଲ୍ୟ

6. ଦ୍ରବ୍ୟର ମୂଲ୍ୟ ଦେବାରେ କିମ୍ବା ଅନ୍ୟ ପ୍ରକାର ବ୍ୟାବସାୟିକ ଚୁକ୍ତି ସମ୍ପାଦନରେ ବ୍ୟାପକ ଭାବରେ ଗୃହୀତ ହେଉଥିବା ଯେକୌଣସି ବସ୍ତୁ ହିଁ ___________ ।
Answer:
ମୁଦ୍ରା

7. ବିନିମୟର ___________ ରୂପେ ସାଧାରଣତଃ ଗୃହୀତ ହେଉଥ‌ିବା ଏବଂ ଏକ ସମୟରେ ମୂଲ୍ୟର ପରିମାପକ ଓ ମୂଲ୍ୟର ସଞ୍ଚୟକ ଶକ୍ତି ରୂପେ କାର୍ଯ୍ୟ କରୁଥିବା ଯେ କୌଣସି ବସ୍ତୁ ମୁଦ୍ରା ଅଟେ ।
Answer:
ମାଧ୍ୟମ

8. ମୁଦ୍ରାକୁ ମୂଲ୍ୟର ___________ କୁହାଯାଏ ।
Answer:
ମାନଦଣ୍ଡ

9. ମୁଦ୍ରାକୁ ହିସାବର ___________ କୁହାଯାଏ ।
Answer:
ଏକକ

10. ମୁଦ୍ରାର ମୂଲ୍ୟ ତା’ର ___________ ଉପରେ ନିର୍ଭର କରେ ।
Answer:
କ୍ରୟଶକ୍ତି

11. ଭବିଷ୍ୟତରେ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ___________ ପ୍ରଦାନ କୁହାଯାଏ ।
Answer:
ସ୍ଥଗିତ ପ୍ରାପ୍ୟ

12. ଅର୍ଥନୀତିରେ ___________ ଏକ ସଞ୍ଚୟର ଧାରକ ରୂପେ କାର୍ଯ୍ୟ କରୁଅଛି ।
Answer:
ମୁଦ୍ରା

13. ମୁଦ୍ରା ___________ ଓ ଭବିଷ୍ୟତ ମଧ୍ଯରେ ସଂଯୋଗର ସେତୁ ରୂପେ କାର୍ଯ୍ୟ କରିଥାଏ ।
Answer:
ବର୍ତ୍ତମାନ

14. ମୁଦ୍ରା ଆମ ଜାତୀୟ ଓ ଆନ୍ତର୍ଜାତୀୟ ଅର୍ଥବ୍ୟବସ୍ଥାରେ ଏକ ଅପରିହାର୍ଯ୍ୟ ଅଙ୍ଗ, ସେଥୂପାଇଁ ଆଧୁନିକ ଅର୍ଥନୀତିକୁ ___________ ଅର୍ଥନୀତି କୁହାଯାଏ ।
Answer:
ମୁଦ୍ରା

15. କେନ୍ଦ୍ରୀୟ ବ୍ୟାଙ୍କ୍ ଓ ସରକାରଙ୍କଦ୍ବାରା ପ୍ରଚଳନ କରାଯାଉଥିବା ସମସ୍ତ ନୋଟ୍ ମୁଦ୍ରାକୁ ___________ ମୁଦ୍ରା କୁହାଯାଏ ।
Answer:
କାଗଜ

CHSE Odisha Class 12 Economics Chapter 14 Objective Questions in Odia Medium

16. ଭାରତରେ ଟଙ୍କିକିଆ କାଗଜ ନୋଟ୍‌କୁ ବାଦ୍ ଦେଲେ ଆଉ ସମସ୍ତ କାଗଜ ନୋଟ୍ ___________ କରାଯାଇଥାଏ ।
Answer:
କେନ୍ଦ୍ରୀୟ ବ୍ୟାଙ୍କ

17. ଭାରତରେ ଟଙ୍କିକିଆ ନୋଟ୍‌ଗୁଡ଼ିକରେ ଆମେ କେନ୍ଦ୍ର ସରକାରଙ୍କର ___________ ଙ୍କ ସ୍ବାକ୍ଷର ଦେଖୁ ।
Answer:
ଅର୍ଥସଚିବ

18. ଧାତବ ମୁଦ୍ରା ଓ କେନ୍ଦ୍ରୀୟ ବ୍ୟାଙ୍କ୍ ନୋଟ୍‌ଗୁଡ଼ିକ ବୈଧାନିକ ସ୍ବୀକୃତିଲାଭ କରିଥା’ନ୍ତି, ସୁତରାଂ ସେସବୁ ମୁଦ୍ରାକୁ ___________ ମୁଦ୍ରା କୁହାଯାଏ ।
Answer:
ବିହ୍ୟ

19. ଆଧୁନିକ ଯୁଗରେ ବହୁତ ପରିସମ୍ପରି ବ୍ୟବହୃତ ହେଉଛି, ଯେଉଁଗୁଡ଼ିକ ମୁଦ୍ରା ପରି କାର୍ଯ୍ୟ କରି ଅର୍ଥନୀତିକୁ ପ୍ରଭାବିତ କରୁଛି, କିନ୍ତୁ ସାଧାରଣଭାବରେ ସେଗୁଡ଼ିକୁ ମୁଦ୍ରା ବୋଲି ବିବେଚନା କରାଯାଏ ନାହିଁ, ଏଗୁଡ଼ିକୁ ___________ ମୁଦ୍ରା କହନ୍ତି ।
Answer:
ପ୍ରାୟଶଃ

20. ଯେଉଁ ପ୍ରତିଜ୍ଞାପତ୍ରରେ ସରକାର ତିନିମାସ ପରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ ତାହା ପ୍ରଚଳନ କରିଥା’ନ୍ତି, ତାହାକୁ ___________ କୁହାଯାଏ ।
Answer:
ରାଜକୋଷୀୟ ପତ୍ର

21. ରାଜକୋଷୀୟ ପତ୍ର ହେଲା ଏକ ସ୍ବଳ୍ପକାଳୀନ ___________ ।
Answer:
ପ୍ରତିଭୂତି

22. କୌଣସି କମ୍ପାନୀର ସଂଗୃହୀତ ମୋଟ ପୁଞ୍ଜିର ଯେଉଁ ଭାଗ ଜଣେ ଅଂଶୀଦାରଙ୍କ ନିଜସ୍ୱ ତାହାକୁ ___________ କୁହାଯାଏ ।
Answer:
ଅଂଶ

23. ଅଂଶ ପୁଞ୍ଜିର ଏକତ୍ରୀକରଣ କରି ଯେଉଁ ପାଣ୍ଠି ସୃଷ୍ଟି ହୁଏ, ତାହାକୁ ___________ କୁହାଯାଏ ।
Answer:
ଷ୍ଟକ୍

24. କମ୍ପାନୀମାନେ ଅଧିକ ପୁଞ୍ଜି ବିନିଯୋଗ ପାଇଁ ବଜାରରୁ ଋଣ ଯୋଗାଡ଼ କରନ୍ତି, ଏହା ___________ ମାଧ୍ୟମରେ କରାଯାଏ ।
Answer:
ଋଣ ସୀକାରପତ୍ର

25. ନିର୍ଦ୍ଧାରିତ ସୁଧ ହାରରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ପରିଶୋଧ କରିବା ନିମିତ୍ତ କମ୍ପାନୀ ଯେଉଁ ଋଣ ସ୍ଵୀକାର୍ଯ୍ୟ ପତ୍ର ପୁଞ୍ଜି ବଜାରରେ ବିକ୍ରୟ କରନ୍ତି, ତାହାକୁ ___________ କୁହାଯାଏ ।
Answer:
ବଣ୍ଡ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ମୁଦ୍ରା ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ସହ ଦ୍ରବ୍ୟର ପ୍ରତ୍ୟକ୍ଷ ବିନିମୟ ହୋଇଥାଏ
Answer:
ଭୁଲ୍ ।
ଠିକ୍ – ପଣ୍ୟ ବିନିମୟ ବ୍ୟବସ୍ଥାରେ ଦ୍ରବ୍ୟ ସହ ଦ୍ରବ୍ୟର ପ୍ରତ୍ୟକ୍ଷ ବିନିମୟ ହୋଇଥାଏ ।

2. ପଣ୍ୟ ବିନିମୟ ବ୍ୟବସ୍ଥାରେ ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟ ମୁଦ୍ରା ଆକାରରେ ବ୍ୟକ୍ତ ହୁଏ ।
Answer:
ଭୁଲ୍ ।
ଠିକ୍ – ପଣ୍ୟ ବିନିମୟ ବ୍ୟବସ୍ଥାରେ ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟ ଅନ୍ୟ ଦ୍ରବ୍ୟ ଆକାରରେ ବ୍ୟକ୍ତ ହୁଏ ।

CHSE Odisha Class 12 Economics Chapter 14 Objective Questions in Odia Medium

3. ମୁଦ୍ରା ଅର୍ଥବ୍ୟବସ୍ଥାରେ ଅଭାବର ଦ୍ବିପାକ୍ଷିକ ମେଳର ଅନୁପସ୍ଥିତ ଅନୁଭୂତ ହୁଏ
Answer:
ଭୁଲ୍ ।
ଠିକ୍ – ପଣ୍ୟ ବିନିମୟ ବ୍ୟବସ୍ଥାରେ ଅଭାବର ଦ୍ବିପାକ୍ଷିକ ମେଳର ଅନୁପସ୍ଥିତ ଅନୁଭୂତ ହୁଏ ।

4. ମୁଦ୍ରା ଅର୍ଥନୈତିକ ସ୍ଵାଧୀନତା ଆଣେ ।
Answer:
ଠିକ୍ ।

5. ଚାହିଦା ଜମା ମୁଦ୍ରା ଅଟେ ।
Answer:
ଠିକ୍ ।

6. ବଣ୍ଡ ମୁଦ୍ରାର ଏକ ଉଦାହରଣ ।
Answer:
ଭୁଲ୍ ।

7. ବିନିମୟ ପତ୍ର ଏକ ଅର୍ଥ ବିଲୁ
Answer:
ଭୁଲ୍ ।
ଠିକ୍ – ରାଜକୋଷ ପତ୍ର ଏକ ଅର୍ଥ ବିଲ୍ ।

8. ମୁଦ୍ରାର ମୂଲ୍ୟ ତା’ର କ୍ରୟଶକ୍ତି ଉପରେ ନିର୍ଭର କରେ ।
Answer:
ଠିକ୍ ।

9. ବିନିମୟ ପତ୍ର ହେଉଛି ଏକ ସର୍ଭ ସମ୍ବଳିତ ଲିଖ୍ ଆଦେଶ ।
Answer:
ଭୁଲ୍ ।
ଠିକ୍ – ବିନିମୟ ପତ୍ର ହେଉଛି ଏକ ସର୍ତ୍ତବିହୀନ ଲିଖ୍ ଆଦେଶ ।

10. ଦ୍ରବ୍ୟ ଜାତୀୟ ଆୟର ସୁଷମ ବଣ୍ଟନରେ ସହାୟତା ପ୍ରଦାନ କରେ
Answer:
ଭୁଲ୍ ।
ଠିକ୍ – ମୁଦ୍ରା ଜାତୀୟ ଆୟର ସୁଷମ ବଣ୍ଟନରେ ସହାୟତା ପ୍ରଦାନ କରେ ।

11. ଯେଉଁ ମୂଦ୍ରାଦ୍ବାରା କ୍ରୟବିକ୍ରୟ ଓ ପାଉଣା ପରିଶୋଧ କରାଯାଏ, ତାହାକୁ ପ୍ରତୀକ ମୁଦ୍ରା କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଯେଉଁ ମୁଦ୍ରାଦ୍ୱାରା କ୍ରୟବିକ୍ରୟ ଓ ପାଉଣା ପରିଶୋଧ କରାଯାଏ, ତାହାକୁ ବାସ୍ତବ ମୁଦ୍ରା କୁହାଯାଏ ।

12. ଭାରତର ଟଙ୍କା ହିସାବ ମୁଦ୍ରାର ଉଦାହରଣ ।
Answer:
ଭୁଲ୍ ।
ଠିକ୍ – ଭାରତର ଟଙ୍କା ହିସାବ ମୁଦ୍ରାର ଉଦାହରଣ ।

CHSE Odisha Class 12 Economics Chapter 14 Objective Questions in Odia Medium

13. ପ୍ରତୀକ ମୁଦ୍ରାର ମୁଖାଙ୍କିତ ମୂଲ୍ୟ ତାହାର ଅନ୍ତର୍ନିହିତ ମୂଲ୍ୟ ସହ ସମାନ ହୋଇଥାଏ
Answer:
ଭୁଲ୍ ।
ଠିକ୍ – ପ୍ରାମଣିକ ମୁଦ୍ରାର ମୁଖାଙ୍କିତ ମୂଲ୍ୟ ତାହାର ଅନ୍ତର୍ନିହିତ ମୂଲ୍ୟ ସହ ସମାନ ହୋଇଥାଏ ।

14. ମୁଦ୍ରା ବିନିମୟର ଏକ ପରୋକ୍ଷ ମାଧ୍ୟମ ଅଟେ ।
Answer:
ଭୁଲ୍ ।
ଠିକ୍ – ମୁଦ୍ରା ବିନିମୟର ଏକ ପ୍ରତ୍ୟକ୍ଷ ମାଧ୍ୟମ ଅଟେ ।

15. ବିନିମୟ ପତ୍ର କାଗଜ ମୁଦ୍ରାର ଉଦାହରଣ ଅଟେ ।
Answer:
ଭୁଲ୍ ।
ଠିକ୍ – ବିନିମୟ ପତ୍ର ନିକଟ ମୁଦ୍ରାର ଉଦାହରଣ ଅଟେ ।

16. ନିକଟ ମୁଦ୍ରା ହେଉଛି ଏକ ସମ୍ପୂର୍ଣ୍ଣ ତରଳ ପରିସମ୍ପତ୍ତି
Answer:
ଭୁଲ୍ ।
ଠିକ୍ – ମୁଦ୍ରା ହେଉଛି ଏକ ସମ୍ପୂର୍ଣ୍ଣ ତରଳ ପରିସମ୍ପତ୍ତି ।

17. ଚେକ୍ ବିଧଗ୍ରାହ୍ୟ ମୁଦ୍ରା ଅଟେ
Answer:
ଭୁଲ୍ ।
ଠିକ୍ – କାଗଜ ମୁଦ୍ରା ବିହ୍ୟ ମୁଦ୍ରା ଅଟେ ।

18. ରିଜର୍ଭ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ ଏକଟଙ୍କିଆ ନୋଟ ପ୍ରଚଳନ କରିଥାନ୍ତି
Answer:
ଭୁଲ୍ ।
ଠିକ୍ – ଭାରତ ସରକାରଙ୍କ ଅର୍ଥବିଭାଗ ଏକଟଙ୍କିଆ ନୋଟ୍ ପ୍ରଚଳନ କରିଥା’ନ୍ତି ।

19. କେନ୍ଦ୍ରୀୟ ବ୍ୟାଙ୍କଦ୍ଵାରା ଦଶଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥାଏ
Answer:
ଠିକ୍ ।

20. ମୁଦ୍ରା ସ୍ଥଗିତ ପ୍ରାପ୍ୟ ପରିଶୋଧର ମାନଦଣ୍ଡ ରୂପେ କାର୍ଯ୍ୟ କରିଥାଏ
Answer:
ଠିକ୍ ।

D. ଭ୍ରମ ସଂଶୋଧନ କର ।

1. ପଣ୍ୟ ବିନିମୟ ପ୍ରଥା କାହାକୁ କହନ୍ତି ?
Answer:
ଦ୍ରବ୍ୟ ଓ ସେବାର ପ୍ରତ୍ୟକ୍ଷ ବିନିମୟ ବ୍ୟବସ୍ଥା ହିଁ ପଣ୍ୟ ବିନିମୟ ପ୍ରଥା ।

2. ଅଭାବର ଦ୍ବିପାକ୍ଷିକ ମେଳର ଅନୁପସ୍ଥିତି କହିଲେ କ’ଣ ବୁଝ ?
Answer:
ପ୍ରତ୍ୟକ୍ଷ ଦ୍ରବ୍ୟ ବିନିମୟ ବ୍ୟବସ୍ଥାରେ, ପରସ୍ପର ଦ୍ରବ୍ୟକୁ ବିନିମୟ କରିବାକୁ ଚାହୁଁଥ‌ିବା ଦୁଇ ବ୍ୟକ୍ତିଙ୍କର ଅଭାବର ସମକାଳୀନ ମିଳନର ଅନୁପସ୍ଥିତିକୁ ଅଭାବର ଦ୍ବିପାକ୍ଷିକ ମେଳର ଅନୁପସ୍ଥିତି କୁହାଯାଏ ।

3. ମୁଦ୍ରା କ’ଣ ?
Answer:
ଯାହା ବିନିମୟର ମାଧ୍ୟମ, ମୂଲ୍ୟର ପରିମାପକ, ସ୍ଥଗିତ ଦେୟ ପ୍ରଦାନର ମାନକ ଓ ମୂଲ୍ୟର ଭଣ୍ଡାରଭାବେ ସର୍ବଜନ ସ୍ଵୀକୃତିଲାଭ କରିଥାଏ, ତାହାହିଁ ମୁଦ୍ରା ।

4. ସ୍ଥଗିତ ଦେୟ ପ୍ରଦାନ କହିଲେ କ’ଣ ବୁଝ ?
Answer:
ବର୍ତ୍ତମାନ କରାଯାଉଥ‌ିବା କାରବାର ପାଇଁ ବର୍ତ୍ତମାନ ମୂଲ୍ୟ ପ୍ରଦାନ କରାଯାଇ ଭବିଷ୍ୟତରେ ପ୍ରଦାନ କରାଯିବାକୁ ସ୍ଥଗିତ ଦେୟ ପ୍ରଦାନ ବୋଲି କୁହାଯାଏ ।

5. ହିସାବର ଏକକ କହିଲେ କ’ଣ ବୁଝ ?
Answer:
ଯେତେବେଳେ ମୁଦ୍ରା ମୂଲ୍ୟର ପରିମାପକ ରୂପେ କାର୍ଯ୍ୟକରେ, ସେତେବେଳେ ତାହାକୁ ହିସାବର ଏକକ ବୋଲି କୁହାଯାଏ ।

6. ଚେକ୍ କ’ଣ ?
Answer:
ଚେକ୍ ହେଉଛି ମୁଦ୍ରା ହସ୍ତାନ୍ତରର ଏକ ମାଧ୍ୟମ, ଏହା ବାଣିଜ୍ୟିକ ବ୍ୟାଙ୍କର ଏକ ସ୍ବୀକୃତିପ୍ରାପ୍ତ ଋଣ ମାତ୍ର ।

7. ବିହ୍ୟ ମୁଦ୍ରା କହିଲେ କ’ଣ ବୁଝ ?
Answer:
ଯେଉଁ ମୁଦ୍ରା ପଛରେ ସରକାରୀ ସ୍ବୀକୃତି ଥାଏ ଏବଂ ଯାହା ସର୍ବଦା ସମସ୍ତଙ୍କଦ୍ୱାରା ଗ୍ରହଣଯୋଗ୍ୟ ହୋଇଥାଏ, ତାହାକୁ ବିଧ୍ୱଂଗ୍ରାହ୍ୟ ମୁଦ୍ରା କୁହାଯାଏ ।

CHSE Odisha Class 12 Economics Chapter 14 Objective Questions in Odia Medium

8. ରାଜକୋଷୀୟ ପତ୍ର କ’ଣ ?
Answer:
ଯେଉଁ ପ୍ରତିଜ୍ଞାପତ୍ରରେ ସରକାର ତିନିମାସ ପରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଅର୍ଥ ଦେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇ ତାହା ପ୍ରଚଳନ କରିଥାନ୍ତି, ତାହାକୁ ରାଜକୋଷୀୟ ପତ୍ର କୁହାଯାଏ ।

9. ବଣ୍ଡ କ’ଣ ?
Answer:
ନିର୍ଦ୍ଧାରିତ ସୁଧ ହାରରେ ଏକ ନିର୍ଦ୍ଦିଷ୍ଟ ତାରିଖରେ ପରିଶୋଧ କରିବା ନିମିତ୍ତ କମ୍ପାନୀ ଯେଉଁ ଋଣ ସ୍ଵୀକାର୍ଯ୍ୟପତ୍ର ପୁଞ୍ଜି ବଜାରରେ ବିକ୍ରୟ କରନ୍ତି, ତାହାକୁ ବଣ୍ଡ କୁହାଯାଏ ।

10. ଷ୍ଟକ୍ କ’ଣ ?
Answer:
ଅଂଶପୁଞ୍ଜିର ଏକତ୍ରୀକରଣ କରି ଯେଉଁ ପାଣ୍ଠି ସୃଷ୍ଟି ହୁଏ, ତାହାକୁ ଷ୍ଟକ୍ କୁହାଯାଏ ।

11. ଋଣ ସ୍ଵୀକାରପତ୍ର କ’ଣ ?
Answer:
କମ୍ପାନୀମାନେ ଅଧିକ ପୁଞ୍ଜି ବିନିଯୋଗ ପାଇଁ କେବଳ ସଂଗୃହୀତ ଅଂଶଧନ ଉପରେ ନିର୍ଭର ନକରି ବଜାରରୁ ମଧ୍ୟ ଋଣ ଯୋଗାଡ଼ କରନ୍ତି; ଏହା ଋଣ ସ୍ଵୀକାରପତ୍ର ମାଧ୍ୟମରେ କରାଯାଏ ।

12. ଅଂଶ କହିଲେ କ’ଣ ବୁଝ ?
Answer:
କୌଣସି କମ୍ପାନୀର ସଂଗୃହୀତ ମୋଟ ପୁଞ୍ଜିର ଯେଉଁ ଭାଗ ଜଣେ ଅଂଶୀଦାରଙ୍କ ନିଜସ୍ୱ, ତାହାକୁ ଅଂଶ କୁହାଯାଏ ।

13. ବିନିମୟ ପତ୍ର କ’ଣ ?
Answer:
ବିନିମୟ ପତ୍ର ଏକ ସର୍ତ୍ତବିହୀନ ଲିଖ୍ ଆଦେଶ, ଯାହାଦ୍ୱାରା ରଣଦାତା ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଏକ ନିର୍ଦ୍ଦିଷ୍ଟ ଦିନ ତାଙ୍କୁ ବା ତାଙ୍କ ନିର୍ଦ୍ଦେଶିତ ବ୍ୟକ୍ତିଙ୍କୁ କିମ୍ବା ତୃତୀୟ ବ୍ୟକ୍ତିଙ୍କୁ ପରିଶୋଧ କରିବାପାଇଁ ଋଣକର୍ତ୍ତାଙ୍କୁ ଦେଇଥା’ନ୍ତି ।

14. ପ୍ରାୟଶଃ (ବିକଳ୍ପ) ମୁଦ୍ରା କ’ଣ ?
Answer:
ସହଜରେ ମୁଦ୍ରାରେ ରୂପାନ୍ତରଣୀୟ ହୋଇପାରୁଥି ତରଳ ପରିସମ୍ପତ୍ତିକୁ ପ୍ରାୟଶଃ ବା ବିକଳ୍ପ ମୁଦ୍ରା କହନ୍ତି ।

15. ପ୍ରାୟଶଃ ମୁଦ୍ରାର ଗୋଟିଏ ଦୃଷ୍ଟାନ୍ତ ଦିଅ ।
Answer:
‘ରାଜକୋଷୀୟ ପତ୍ର’ ହେଉଛି ପ୍ରାୟଶଃ ମୁଦ୍ରାର ଏକ ଦୃଷ୍ଟାନ୍ତ ।

16. ବ୍ୟାକ୍ ମୁଦ୍ରା କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ମାନଙ୍କଦ୍ୱାରା ସୃଷ୍ଟ ମୁଦ୍ରାକୁ ବ୍ୟାଙ୍କ୍ ମୁଦ୍ରା କୁହାଯାଏ ।

17. ସ୍ଥଗିତ ପ୍ରାପ୍ୟ ପ୍ରଦାନର ମାନକ କହିଲେ କ’ଣ ବୁଝାଯାଏ ?
Answer:
ଭବିଷ୍ୟତରେ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ହେବାକୁ ସ୍ଥଗିତ ପ୍ରାପ୍ୟ ପ୍ରଦାନ କୁହାଯାଏ, ଯାହା ମୁଦ୍ରା ମାଧ୍ୟମରେ ସମ୍ଭବ ହୋଇଥାଏ ।

18. ମୁଦ୍ରାର ଗୋଟିଏ ଗୌଣ କାର୍ଯ୍ୟ ଲେଖ ।
Answer:
ମୂଲ୍ୟ ସଞ୍ଚୟର ଧାରକ ହେଉଛି ମୁଦ୍ରାର ଗୋଟିଏ ଗୌଣ କାର୍ଯ୍ୟ ।

19. ମୁଦ୍ରାର ଗୋଟିଏ ମୁଖ୍ୟ କାର୍ଯ୍ୟ ଲେଖ ।
Answer:
ବିନିମୟର ମାଧ୍ୟମ ହେଉଛି ମୁଦ୍ରାର ଗୋଟିଏ ମୁଖ୍ୟ କାର୍ଯ୍ୟ ।

20. ମୁଦ୍ରାର ସର୍ବୋତ୍କୃଷ୍ଟ ଗୁଣ କ’ଣହେବା ଦରକାର ?
Answer:
ମୁଦ୍ରା ସାର୍ବଜନୀନ ଗ୍ରହଣଶୀଳ ହେବା ଦରକାର ।

21. ମୁଦ୍ରାର ସଂଜ୍ଞା ଦିଅ ।
Answer:
ଯାହା ବିନିମୟର ମାଧମ, ମୂଲ୍ୟର ପରିମାପକ, ସ୍ଥଗିତ ଦେୟ ପ୍ରଦାନର ମାନକ ଓ ମୂଲ୍ୟର ଭଣ୍ଡାରଭାବେ ସର୍ବଜନ ସ୍ଵୀକୃତି ଲାଭ କରିଥାଏ, ତାହା ହିଁ ମୁଦ୍ରା ।

22. ନିକଟ ମୁଦ୍ରାର ଦୁଇଟି ଉଦାହରଣ ଦିଅ ।
Answer:
ଚେକ୍ ଓ ବଣ୍ଡ ହେଉଛି ନିକଟ ମୁଦ୍ରାର ଦୁଇଟି ଉଦାହରଣ ।

CHSE Odisha Class 12 Economics Chapter 14 Objective Questions in Odia Medium

23. ଭାରତରେ ହିସାବର ଏକକ କ’ଣ ?
Answer:
ଭାରତରେ ହିସାବର ଏକକ ହେଉଛି ଟଙ୍କା ।

24. ମୁଦ୍ରାର କେଉଁ କାର୍ଯ୍ୟ, ଅବିଭାଜ୍ୟ ଦ୍ରବ୍ୟର ବିନିମୟକୁ ସହଜ କରେ ?
Answer:
ମୁଦ୍ରା ମୂଲ୍ୟର ଏକ ପରିମାପକର କାର୍ଯ୍ୟ କରି ଅବିଭାଜ୍ୟ ଦ୍ରବ୍ୟର ବିନିମୟକୁ ସହଜ କରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

Odisha State Board CHSE Odisha Class 12 Political Science Solutions Chapter 4 ଭାରତରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥା Long Answer Questions Part-2

CHSE Odisha 12th Class Political Science Chapter 4 Long Answer Questions in Odia Medium Part-2

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପଞ୍ଚାୟତ ସମିତିର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ରାଜ୍ୟର ପ୍ରତି ଜିଲ୍ଲା କେତୋଟି ବ୍ଲକ୍‌କୁ ନେଇ ଗଠିତ ଏବଂ ପ୍ରତି ବ୍ଲକ୍‌ରେ ଗୋଟିଏ ପଞ୍ଚାୟତ ସମିତି ଥାଏ । ଓଡ଼ିଶାରେ ୩୧୪ଟି ପଞ୍ଚାୟତ ସମିତି ଅଛି । ପ୍ରତି ବ୍ଲକ୍‌ରେ ୧୦ରୁ ୧୫ଗୋଟି ଗ୍ରାମପଞ୍ଚାୟତ ଥାଏ ।

ଗଠନ – ପଞ୍ଚାୟତ ସମିତି ପଞ୍ଚାୟତିରାଜ ବ୍ୟବସ୍ଥାର ମଧ୍ଯମ ସୋପାନ । ଏହା ସରକାରୀ ଓ ବେସରକାରୀ ସଭ୍ୟଙ୍କୁ ନେଇ ଗଠିତ । ବେସରକାରୀ ସଭ୍ୟଙ୍କର ଭୋଟ ଦେବା ଅଧିକାର ଥାଏ; କିନ୍ତୁ ପଞ୍ଚାୟତ ସମିତିର ସରକାରୀ ସଭ୍ୟଙ୍କ ଭୋଟ ଦେବା ଅଧିକାର ନଥାଏ ।
ପଞ୍ଚାୟତ ସମିତିର ବେସରକାରୀ ସଭ୍ୟମାନେ ହେଲେ –

  • ସମିତି ସଭ୍ୟ,
  • ଯେଉଁ ଗ୍ରାମପଞ୍ଚାୟତମାନଙ୍କୁ ନେଇ ପଞ୍ଚାୟତ ସମିତି ଗଠିତ ସେହିସବୁ ଗ୍ରାମପଞ୍ଚାୟତର ସରପଞ୍ଚମାନେ,
  • ପଞ୍ଚାୟତ ସମିତିର ଅଧ୍ଯକ୍ଷ ଓ ଉପାଧ୍ୟକ୍ଷ,
  • ବ୍ଲକ୍ ମଧ୍ୟରେ ଥିବା ୨୦ ହଜାରରୁ କମ୍ ଲୋକସଂଖ୍ୟା ବିଶିଷ୍ଟ ପୌରସଂସ୍ଥା ବା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ,
  • ଯେଉଁ ବିଧାୟକ ଓ ଲୋକସଭା ସଦସ୍ୟଙ୍କ ନିର୍ବାଚନମଣ୍ଡଳୀ ଭିତରେ ବ୍ଲକ୍‌ ଅନ୍ତର୍ଭୁକ୍ତ ସେହି ବିଧାୟକ ଓ ଲୋକସଭା ସଦସ୍ୟ । ସରକାରୀ ସଭ୍ୟଙ୍କ ତାଲିକା –
    (i) ବି.ଡ଼ି.ଓ.,
    (ii) ବ୍ଲକ୍‌ସ୍ତରୀୟ ଅନ୍ୟ ଅଫିସର ଯଦିଓ ଅଫିସରମାନଙ୍କର

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଅଧ୍ୟକ୍ଷ – ପଞ୍ଚାୟତ ସମିତିର ଅଧ୍ଯକ୍ଷ ସମିତି ସଭ୍ୟଙ୍କଦ୍ବାରା ନିର୍ବାଚିତ ହୁଅନ୍ତି । ଯଦିଓ ଏହା ପୂର୍ବରୁ ସେ ସରପଞ୍ଚ ଓ ୱାର୍ଡ଼ମେମ୍ବରମାନଙ୍କଦ୍ବାରା ନିର୍ବାଚିତ ହେଉଥିଲେ । ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଉପାଧ୍ୟକ୍ଷ ଦାୟିତ୍ଵ ତୁଲାଇଥା’ନ୍ତି ଓ ସେ ମଧ୍ୟ ସମାନ ପ୍ରକ୍ରିୟାରେ ନିର୍ବାଚିତ ହୁଅନ୍ତି । ଏହାଛଡ଼ା ଅଧ୍ଯକ୍ଷ ତାଙ୍କୁ ଯେଉଁସବୁ କାର୍ଯ୍ୟ ଦିଅନ୍ତି ଉପାଧ୍ୟକ୍ଷ ସେହିସବୁ କାର୍ଯ୍ୟ କରନ୍ତି । ଅଧ୍ୟକ୍ଷଙ୍କ ନିର୍ବାଚନର ଦୁଇ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ ଅନାସ୍ନା ପ୍ରସ୍ତାବ ଆଗତ କରାଯାଇପାରିବ ନାହିଁ । ଯଦି ଥରେ ଅନାସ୍ଥା ପ୍ରସ୍ତାବ ନାକଚ ହୁଏ ତା’ହେଲେ ତାହାର ବର୍ଷକ ମଧ୍ୟରେ ଆଉ ଏକ ଅନାସ୍ଥା ପ୍ରସ୍ତାବ ଆସିପାରିବ ନାହିଁ ।

ଅଧ୍ଯକ୍ଷଙ୍କ ବିରୁଦ୍ଧରେ ଅର୍ଦ୍ଧାଧିକ ସଭ୍ୟଙ୍କ ସମର୍ଥନରେ ଯଦି ଅନାସ୍ଥା ପ୍ରସ୍ତାବ ଗୃହୀତ ହୁଏ ତା’ହେଲେ ସେ ଇସ୍ତଫା ଦିଅନ୍ତି । ସେ ସମିତିର କାର୍ଯ୍ୟପାଳିକା ମୁଖ୍ୟ । ସେ ପଞ୍ଚାୟତ ସମିତିର ବୈଠକ ଆହ୍ବାନ କରନ୍ତି ଓ ଏଥିରେ ଅଧ୍ୟକ୍ଷତା କରନ୍ତି । ସମିତି ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରନ୍ତି । ସମସ୍ତ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ସେ ତଦାରଖ କରନ୍ତି । ବ୍ଲକ୍ ଅଫିସରମାନଙ୍କ ଗୁପ୍ତ ପଞ୍ଜିକା ଲେଖନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଅନ୍ୟଜଣେ ମହିଳା ହୋଇଥା’ନ୍ତି ।

ସଂରକ୍ଷିତ ବ୍ୟବସ୍ଥା:
ସମ୍ବିଧାନର ୭୩ ତମ ସଂଶୋଧନ ବ୍ୟବସ୍ଥା ଅନୁସାରେ ଆଦିବାସୀ, ହରିଜନଙ୍କ ପାଇଁ ୩୦% ସ୍ଥାନ ଓ ମହିଳାଙ୍କପାଇଁ ସ୍ଥାନ ସଂରକ୍ଷିତ ରୁହେ ।

କାର୍ଯ୍ୟକାଳ:
ସାଧାରଣତଃ ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ଛଅମାସ ମଧ୍ୟରେ ସାନି ନିର୍ବାଚନ କରାଇପାରନ୍ତି ।

କାର୍ଯ୍ୟାବଳୀ :

  • ବ୍ଲକ୍ ସ୍ତରରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଯୋଜନା, ସମ୍ପାଦନା ଓ ତଦାରଖ,
  • ବ୍ଲକ୍‌ରେ ପ୍ରାଥମିକ ଶିକ୍ଷାର ନିୟନ୍ତ୍ରଣ,
  • ଗ୍ରାମପଞ୍ଚାୟତଗୁଡ଼ିକର କାର୍ଯ୍ୟ ତଦାରଖ ଓ ସଂଯୋଜନା,
  • ଜନ୍ମ ଓ ମୃତ୍ୟୁର ପଞ୍ଜୀକରଣ,
  • ଗ୍ରାମପଞ୍ଚାୟତର ବଜେଟ୍ ମଞ୍ଜୁରୀ,
  • ରଣ ସଂଗ୍ରହ,
  • ପଞ୍ଚାୟତ ସମିତି କର୍ମଚାରୀଙ୍କ ପାଇଁ ନିୟମ ପ୍ରଣୟନ,
  • ପଞ୍ଚାୟତ ସମିତିର ବଜେଟ୍ ଅନୁମୋଦନ ଇତ୍ୟାଦି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ରାଜସ୍ବ ପନ୍ଥା :

  • ସରକାରଙ୍କ ଅନୁଦାନ,
  • ଗ୍ରାମ୍ୟ ଉନ୍ନୟନ ଯୋଜନାରେ ବିଶେଷ ଅନୁଦାନ,
  • ଏହା ଅଧୀନରେ ଥିବା ଦେବୋତ୍ତର ଓ ଅନ୍ୟାନ୍ୟ ଟ୍ରଷ୍ଟରୁ ଆୟ,
  • ରାଜ୍ୟ ସରକାରଙ୍କ ପୂର୍ବ ଅନୁମୋଦନ କ୍ରମେ ସଂଗୃହୀତ ଋଣ ।

ସରକାରଙ୍କ ନିୟନ୍ତ୍ରଣ :

  • ଜିଲ୍ଲାପାଳ ପଞ୍ଚାୟତ ସମିତି ପରିଦର୍ଶନ କରିପାରିବେ ଓ ତା’ର ରେକର୍ଡ଼ପତ୍ର ତଦାରଖ କରିପାରିବେ । ସେ ତାଙ୍କର ମନୋନୀତ ବ୍ୟକ୍ତିଙ୍କୁ ଏଥିପାଇଁ ପଠାଇପାରିବେ ।
  • ଯଦି ପଞ୍ଚାୟତ ସମିତିର କୌଣସି ନିଷ୍ପତ୍ତି ରାଜ୍ୟ ଆଇନ ବିରୋଧରେ ଯାଏ ତା’ହେଲେ ସରକାର ତାକୁ ନାକଚ କରିପାରିବେ ।
  • ଯଦି ପଞ୍ଚାୟତ ସମିତିର ଅଧ୍ୟକ୍ଷ କ୍ଷମତାର ଅପବ୍ୟବହାର କରିବାର ଜଣାଯାଏ ତା’ହେଲେ ସରକାର ତାଙ୍କୁ ପଦଚ୍ୟୁତ କରିପାରିବେ ।
  • ସରକାର ପଞ୍ଚାୟତ ସମିତିକୁ ଭାଙ୍ଗିଦେଇ ପାରିବେ ।

୨ । ଜିଲ୍ଲା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ପଞ୍ଚାୟତିରାଜ ସଂଗଠନର ସର୍ବୋଚ୍ଚ ସୋପାନ ରୂପେ ଜିଲ୍ଲା ପରିଷଦ ୧୯୬୧ ମସିହାଠାରୁ ଓଡ଼ିଶାର ୧୩ ଗୋଟି ଜିଲ୍ଲାରେ କାର୍ଯ୍ୟାରମ୍ଭ କରିଥିଲା । କିନ୍ତୁ ୧୯୬୮ ମସିହାରୁ ଏହି ସଂସ୍ଥାର ଉଚ୍ଛେଦ କରାଯାଇ ଜିଲ୍ଲା ପରାମର୍ଶଦାତା ପରିଷଦ ଗଠନ କରାଗଲା । ମାତ୍ର ୧୯୯୩ ମସିହାଠାରୁ ପୁନଶ୍ଚ ଜିଲ୍ଲା ପରିଷଦ ସଂସ୍ଥା ଗଠନ କରାଯାଇଥିବାରୁ ଓଡ଼ିଶାର ୩୦ ଗୋଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠିତ ହୋଇଛି ।
ଗଠନ –
(a) ବେସରକାରୀ ସଦସ୍ୟ :

  • ଜିଲ୍ଲାର ପ୍ରତ୍ୟେକ ବ୍ଲକ୍ ବା ପଞ୍ଚାୟତ ସମିତିରୁ ନିର୍ବାଚିତ ୨ ଜଣ ପ୍ରତିନିଧ୍ଵ ।
  • ଜିଲ୍ଲାର ସମସ୍ତ ସଂସଦ ସଭ୍ୟ ଓ ବିଧାନସଭା ସଦସ୍ୟ ପଦୋଚିତ ସଦସ୍ୟତା ଗ୍ରହଣ କରନ୍ତି ।
  • ପଞ୍ଚାୟତ ସମିତି, ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ପଦୋଚିତ ସଦସ୍ୟତା ପ୍ରାପ୍ତ ହୁଅନ୍ତି ।
  • କେନ୍ଦ୍ର ସମବାୟ ସମିତିର ଚେୟାରମ୍ୟାନ୍ ଏବଂ ବନ୍ଧକ ସମ୍ପତ୍ତିର ଚେୟାରମ୍ୟାନ୍ ପଦୋଚିତ ସଦସ୍ୟ ଅଟନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

(b) ସରକାରୀ ସଦସ୍ୟ :

  • ସରକାରଙ୍କ ଜିଲ୍ଲାସ୍ତରୀୟ ଅଧିକାରୀ
  • ଉପ-ଜିଲ୍ଲାପାଳ
  • ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ
  • ଜିଲ୍ଲା ଉନ୍ନୟନ ଅଧିକାରୀ

ଚେୟାରମ୍ୟାନ୍ :
ଜିଲ୍ଲା ପରିଷଦର ବେସରକାରୀ ସଦସ୍ୟ ବା ପ୍ରତ୍ୟକ୍ଷଭାବେ ନିର୍ବାଚିତ ସଦସ୍ୟଙ୍କ ଭିତରୁ ଜଣେ ଚେୟାରମ୍ୟାନ୍ ଓ ଅନ୍ୟ ଜଣେ ଭାଇସ୍ ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ରୂପେ ସେମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶା ଜିଲ୍ଲା ପରିଷଦ ଆଇନ, ୧୯୯୧ ଅନୁସାରେ ଜିଲ୍ଲାପାଳ ପରିଷଦର କାର୍ଯ୍ୟକାରୀ ଅଧିକାରୀ ହିସାବରେ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପର ପ୍ରକଳ୍ପ ଅଧିକାରୀ ସମ୍ପାଦକ ରୂପେ କାର୍ଯ୍ୟ ନିର୍ବାହ କରିଥା’ନ୍ତି । ଓଡ଼ିଶାରେ ବର୍ତ୍ତମାନ ୧୦ଟି ଚେୟାରମ୍ୟାନ୍ ପଦ ମହିଳା ଓ ୬ଟି ପଦ ତଫସିଲଭୁକ୍ତ ଉପଜାତିଙ୍କ ପାଇଁ ସଂରକ୍ଷିତ ରହିଛି ।

କାର୍ଯ୍ୟକାଳ :
ଜିଲ୍ଲା ପରିଷଦର ସାଧାରଣ କାର୍ଯ୍ୟକାଳ ପାଞ୍ଚବର୍ଷ । ସରକାର ଏହାକୁ କାର୍ଯ୍ୟକାଳ ମଧ୍ଯରେ ଭାଙ୍ଗି ଦେଇପାରିବେ ।

ବୈଠକ :
ବର୍ଷକୁ ଅନ୍ତତଃ ତିନିଥର ବୈଠକ ବସିବ । ଏହାର କାର୍ଯ୍ୟ ପରିଚାଳନା ନିୟମ ସରକାର ପ୍ରଣୟନ କରିଥା’ନ୍ତି ।

ଜିଲ୍ଲା ପରିଷଦର ସମିତି ବ୍ୟବସ୍ଥା :
ଜିଲ୍ଲା ପରିଷଦ ସାଧାରଣତଃ ସମିତିମାନଙ୍କ ଜରିଆରେ କାର୍ଯ୍ୟ ନିର୍ବାହ କରିଥାଏ । ସମିତି ପ୍ରଥା ପରିଷଦର ବ୍ୟାପାର ପରିଚାଳନା ପାଇଁ ଏକ ଦକ୍ଷ ଉପାୟ ଅଟେ । ଏହାର କେତେକ ସଭ୍ୟଙ୍କୁ ନେଇ ଚେୟାରମ୍ୟାନ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସମିତି ଗଠନ କରିଥା’ନ୍ତି । ସେହି ସମିତି ଏକ ନିର୍ଦ୍ଦିଷ୍ଟ ବିଷୟରେ ଅନୁସନ୍ଧାନ କରି ତଥ୍ୟ ଓ ପ୍ରସ୍ତାବ ଉପସ୍ଥାପନ କରିଥାଏ । ଜିଲ୍ଲା ପରିଷଦର କାର୍ଯ୍ୟ ପରିସର ବ୍ୟାପକ ହୋଇଥିବାରୁ ସମିତି ପ୍ରଥାର ଗୁରୁତ୍ଵ ଯଥେଷ୍ଟ ଅଧୁକ ଅଟେ । ସମିତି ଜରିଆରେ ବିଭିନ୍ନ ବିଷୟର ଉପଯୁକ୍ତ ବିଚାର ସମ୍ଭବ ହୋଇଥାଏ । ଜିଲ୍ଲା ପରିଷଦର ନିମ୍ନଲିଖୁତ ବିଷୟରେ ସ୍ଥାୟୀ ସମିତି (Standing Committee) ରହିଥାଏ; ଯଥା –

  • ଗୋଷ୍ଠୀ ଉନ୍ନୟନ,
  • କୃଷି-ସମବାୟ, ଜଳସେଚନ, ଶକ୍ତି ଓ ଗୋପାଳନ,
  • ଶିଳ୍ପ,
  • ଶିକ୍ଷା ଓ ସମାଜ କଲ୍ୟାଣ,
  • ଅର୍ଥ ଓ ରାଜସ୍ଵ,
  • ଜନସ୍ବାସ୍ଥ୍ୟ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଜିଲ୍ଲା ପରିଷଦର କାର୍ଯ୍ୟାବଳୀ :
ବର୍ତ୍ତମାନର ଜିଲ୍ଲା ପରିଷଦମାନଙ୍କର ବାସ୍ତବ କାର୍ଯ୍ୟାବଳୀ ଓ ମେହେଟ୍ଟା ସମିତିର ସୁପାରିସକୁ ବିଚାରକୁ ନେଲେ ଏଥିରେ ଅନେକ ବ୍ୟତିକ୍ରମ ପରିଦୃଷ୍ଟ ହୋଇଥାଏ । ମେହେଟ୍ଟା ସମିତି ଜିଲ୍ଲା ପରିଷଦକୁ ସମ୍ପୂର୍ଣ ଭାବେ ଏକ ସମନ୍ଵୟକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବାକୁ ମତ ଦେଇଥିଲା । କମିଟିର ଯୁକ୍ତି ଥିଲା ଯେ କାର୍ଯ୍ୟପାଳିକା ଦାୟିତ୍ବରେ ପରିଷଦ ବ୍ୟସ୍ତ ରହିଲେ ତାହା ନିରପେକ୍ଷତା ଓ ଦକ୍ଷତାର ସହ ସଂଯୋଗ ରକ୍ଷାକାରୀ ଅନୁଷ୍ଠାନ ରୂପେ ନିଜର କାର୍ଯ୍ୟ ସମ୍ପାଦନ କରିପାରିବ ନାହିଁ । କିନ୍ତୁ ରାଜ୍ୟ ସରକାରମାନେ ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରି କେତେକ କାର୍ଯ୍ୟପାଳିକା କ୍ଷମତା ସହ ସମନ୍ଵୟ ଦାୟିତ୍ଵ ଏହି ପରିଷଦ ଉପରେ ଅର୍ପଣ କରିଛନ୍ତି । ନିମ୍ନରେ ଜିଲ୍ଲା ପରିଷଦର ତତ୍ତ୍ୱାବଧାନ, କାର୍ଯ୍ୟପାଳିକା, ସମନ୍ଵୟ ରକ୍ଷା ଓ ଉପଦେଶାତ୍ମକ କାର୍ଯ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି ।

(a) ତତ୍ତ୍ଵାବଧାନ (Supervisory) କ୍ଷମତା :

  • ଜିଲ୍ଲା ପରିଷଦ ପଞ୍ଚାୟତ ସମିତିର ବାର୍ଷିକ ଆୟବ୍ୟୟର ଅଟକଳର ନିରୀକ୍ଷା ଓ ଅନୁମୋଦନ କରିଥାଏ ।
  • ଏହା ପଞ୍ଚାୟତ ସମିତିଗୁଡ଼ିକର କ୍ଷମତା ବୃଦ୍ଧି ପାଇଁ ପ୍ରଶାସନିକ ନିର୍ଦ୍ଦେଶନାମା ଜାରି କରିଥାଏ, ଯାହାକି
  • ପଞ୍ଚାୟତ ସମିତିଠାରୁ ଯେକୌଣସି ନଥୁପତ୍ର ବା ତଥ୍ୟ ମାଗି ପାରିବାର କ୍ଷମତା ପରିଷଦର ଅଛି ।
  • ରାଜ୍ୟ ସରକାରଙ୍କ ସମର୍ଥନ ସହ ଏହା ପଞ୍ଚାୟତର ପ୍ରଶାସନିକ କାର୍ଯ୍ୟ ଉପରେ ନିୟନ୍ତ୍ରଣ ଓ କର୍ତ୍ତୃତ୍ଵ ଜାରି କରିପାରେ ।

(b) ସମନ୍ବୟ ବା ସଂଯୋଗ ରକ୍ଷାକାରୀ (Co-ordination) କାର୍ଯ୍ୟ :

  • ପଞ୍ଚାୟତ ସମିତିର ବିକାଶମୂଳକ ଯୋଜନାଗୁଡ଼ିକର ସମନ୍ଵୟ ରକ୍ଷା ।
  • ଏକାଧିକ ପଞ୍ଚାୟତ ସମିତି ମଧ୍ୟରେ କାର୍ଯ୍ୟକାରୀ ହେଉଥ‌ିବା ସମଜାତୀୟ କାର୍ଯ୍ୟର ସମନ୍ଵୟ ରକ୍ଷା ।
  • ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନକୁ ଅଧୀନସ୍ଥ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ବଣ୍ଟନ ।
  • ପଞ୍ଚାୟତିରାଜ ସଂଗଠନକୁ ରାଜ୍ୟ ଓ ପ୍ରଶାସନ ସହ ସଂଯୋଜିତ କରିବା ।
  • ସରକାରୀ କର୍ମଚାରୀ ଗୋଷ୍ଠୀ ଓ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟଧାରା ମଧ୍ଯରେ ସଂଯୋଗ ସ୍ଥାପନ ।

(c) କାର୍ଯ୍ୟପାଳିକା (Executive) କାର୍ଯ୍ୟ :

  • ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହା ଜିଲ୍ଲାର ଯେକୌଣସି ଉନ୍ନୟନମୂଳକ ଯୋଜନାର କାର୍ଯ୍ୟପାଳିକା କ୍ଷେତ୍ରରେ ନିୟନ୍ତ୍ରଣ ଜାରି କରିପାରେ ।
  • ପଶୁପାଳନ, ମତ୍ସ୍ୟଚାଷ ଓ ଯୋଗାଯୋଗ କ୍ଷେତ୍ରରେ ରାଜ୍ୟ ସରକାର ଜିଲ୍ଲା ପରିଷଦକୁ ସ୍ବତନ୍ତ୍ର ଦାୟିତ୍ଵ ହୋଇଥା’ନ୍ତି ।
  • ଏହା ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତିମାନଙ୍କ ମଧ୍ୟରେ ଘଟୁଥିବା ବିବାଦ ତଥା ବିନିମୟ କାର୍ଯ୍ୟକୁ ଜିଲ୍ଲାପାଳ ଓ ରାଜସ୍ୱ କମିଶନରଙ୍କୁ ଜଣାଇଥାଏ ।
  • ଏହା ଜିଲ୍ଲାର ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କ କାର୍ଯ୍ୟାବଳୀ ସମ୍ବନ୍ଧରେ ପରିସଂଖ୍ୟାନ ଓ ତଥ୍ୟ ସଂଗ୍ରହ କରେ ।
  • ଏହା ରାଜ୍ୟ ସରକାରଙ୍କଦ୍ବାରା ଅର୍ପିତ ଯେକୌଣସି ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

(d) ଉପଦେଶାତ୍ମକ (Advisory) କାର୍ଯ୍ୟ :

  • ଜିଲ୍ଲାର ସମସ୍ତ ବିକାଶମୂଳକ ଯୋଜନାର ପ୍ରଣୟନ ଓ ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
  • ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତମାନଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ ।
  • ଜିଲ୍ଲା ପରିଷଦ ପଞ୍ଚାୟତ ସମିତିକୁ ତାହାର କାର୍ଯ୍ୟ କ୍ଷେତ୍ରରେ ଉପଦେଶ ଦେଇଥାଏ ।

ଏଣୁ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ସଙ୍ଗଠନରେ ସୁଦକ୍ଷ ସମନ୍ବୟ ଓ ନିୟନ୍ତ୍ରଣ ରକ୍ଷାପାଇଁ ପରିଷଦର ଗୁରୁ ଦାୟିତ୍ଵ ରହିଛି । ପରିଷଦ ତାହାର ସମନ୍ବୟ ଓ ପରିଦର୍ଶନ କାର୍ଯ୍ୟକୁ କର୍ତ୍ତୃତ୍ଵ ଜାରି ଭୂମିକାରେ ପରିବର୍ତ୍ତନ କରିବା ଉଚିତ ନୁହେଁ । ଏହା ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଉତ୍ସାହିତ କରିବା ଉଚିତ । ଗ୍ରାମ୍ୟ ଜୀବନକୁ ସରସ, ସୁନ୍ଦର, ଦକ୍ଷ ଓ ପୂର୍ଣ୍ଣାଙ୍ଗ କରିବାପାଇଁ ପରିଷଦ କ୍ଷମତା ବିକେନ୍ଦ୍ରୀକରଣ ନୀତିକୁ ସମୁଚିତ ପୃଷ୍ଠପୋଷକତା ଦେବା ବାଞ୍ଛନୀୟ । କିନ୍ତୁ ବିଧାନମଣ୍ଡଳ ଓ ସଂସଦର ସଦସ୍ୟମାନଙ୍କୁ ପରିଷଦର ସଦସ୍ୟଭାବେ ଗ୍ରହଣ କରାଯିବା ଫଳରେ ରାଜନୀତିର କୁ-ପ୍ରଭାବ ଏହି ସଂସ୍କାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ପଡ଼ୁଛି ।

ପୁନଶ୍ଚ, ଜିଲ୍ଲାପାଳଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳତା ଓ ଚାପ ହେତୁ ଏହି ସଂସ୍ଥାର ସ୍ଵାଧୀନ ଓ ଗଣତାନ୍ତ୍ରିକ କାର୍ଯ୍ୟ ସମ୍ପାଦନ ବାଧାପ୍ରାପ୍ତ ହେଉଛି । ବଳବନ୍ତରାୟ ମେହେଟ୍ଟା ସମିତି ଜିଲ୍ଲା ସ୍ତରୀୟ ସମସ୍ତ ବୈଷୟିକ ଓ ପ୍ରଶାସନିକ ମୁଖ୍ୟମାନଙ୍କୁ ଜିଲ୍ଲା ପରିଷଦର ପୂର୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରିବାର ପ୍ରସ୍ତାବ ଦେଇଥିଲେ ମଧ୍ୟ ଏହି ପରିଷଦକୁ ଅଧ‌ିକ ଗଣତାନ୍ତ୍ରିକ ଓ ପ୍ରତିନିଧୁତ୍ଵସମ୍ପନ୍ନ କରିବାପାଇଁ ଲୋକ ପ୍ରତିନିଧୁମାନଙ୍କୁ ଅଧିକ ସଂଖ୍ୟାରେ ଏହାର ପୂର୍ଣ୍ଣାଙ୍ଗ ସଭ୍ୟ ହିସାବରେ ଗ୍ରହଣ କରାଯାଇଛି ।

୩ । ଓଡ଼ିଶାରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ବରୂପ, ସମସ୍ୟା ଓ ସମସ୍ୟା ନିରାକରଣର ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଲର୍ଡ଼ ରିପନ୍‌ଙ୍କୁ ଭାରତରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥାର ଜନକ ଭାବେ ଗ୍ରହଣ କରାଯାଇଥାଏ । ପୌର ଓ ଗ୍ରାମ୍ୟ ପ୍ରଶାସନର ଉନ୍ନତି ନିମନ୍ତେ ଜିଲ୍ଲା ବୋର୍ଡ଼ ଓ ଲୋକାଲ ବୋର୍ଡ଼ ପ୍ରତିଷ୍ଠିତ ହେଲା । ୧୮୮୭ ମସିହା ଏପ୍ରିଲ ମାସରେ ଓଡ଼ିଶାରେ କଟକ ଜିଲ୍ଲାବୋର୍ଡ଼, ଯାଜପୁର ଓ କେନ୍ଦ୍ରାପଡ଼ା ଲୋକାଲ୍ ବୋର୍ଡ଼ ପ୍ରତିଷ୍ଠା କରାଗଲା । ଏହି ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ତିନି-ଚତୁର୍ଥାଂଶ ସଭ୍ୟ ନିର୍ବାଚିତ ଏବଂ ଅନ୍ୟ ସମସ୍ତ ସଭ୍ୟ ଜିଲ୍ଲାପାଳଙ୍କଦ୍ଵାରା ମନୋନୀତ ହୋଇଥିଲେ । ଗ୍ରାମ୍ୟ ବିକାଶ ସମ୍ପୂର୍ଣ୍ଣଭାବେ ବୋର୍ଡ଼ମାନଙ୍କର ଅନୁଦାନ ଉପରେ ନିର୍ଭର କରୁଥିଲା । ୧୯୦୯ ମସିହାରେ ରାଜକୀୟ ଆୟୋଗ ଅନୁମୋଦନ କଲେ ଯେ, “ ଗ୍ରାମ୍ୟ ସ୍ଵାୟତ୍ତ ଶାସନ ସଂସ୍ଥା ଶାସନର ଅଂଶ ହିସାବରେ ରହିବ ଏବଂ ପ୍ରତ୍ୟେକ ଗ୍ରାମ ଗୋଟିଏ ପଞ୍ଚାୟତ ହେବ ।” ୧୯୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ହେଲା ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଓଡ଼ିଶାରେ ୧୯୪୮ ମସିହା ପର୍ଯ୍ୟନ୍ତ ଏହି ପୁରୁଣା ଢାଞ୍ଚା ପ୍ରଚଳିତ ରହିଥିଲା । ଓଡ଼ିଶାରେ ପଞ୍ଚାୟତିରାଜର ଆରମ୍ଭ ୧୯୪୮ ମସିହାରେ ହୋଇଥିଲା । ସେହି ବର୍ଷ ଗ୍ରାମପଞ୍ଚାୟତଗୁଡ଼ିକ ନିଜର କାର୍ଯ୍ୟାରମ୍ଭ କରିଥିଲେ । ୧୯୫୨ ମସିହାଠାରୁ ଗୋଷ୍ଠୀ ଉନ୍ନୟନ ଯୋଜନା ଓ ୧୯୫୩ ମସିହାଠାରୁ ଜାତୀୟ ସଂପ୍ରସାରଣ ଯୋଜନା ଓଡ଼ିଶାରେ କାର୍ଯ୍ୟକାରୀ ହେଲା । କିନ୍ତୁ ବର୍ତ୍ତମାନର ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଦ୍ଧତି ୧୯୫୭ ମସିହାରେ ବଳବନ୍ତରାୟ ମେହେଟ୍ଟା କମିଟିର ସୁପାରିସ ଭିଭିରେ ପ୍ରଚଳନ କରାଯାଇଛି । ମେହେଟ୍ଟା କମିଟିର ସୁପାରିସ ଅନୁଯାୟୀ ୧୯୫୯ ମସିହାରେ ଓଡ଼ିଶା ପଞ୍ଚାୟତ ସମିତି ଜିଲ୍ଲା ପରିଷଦ ଆଇନ ପ୍ରଣୟନ କରାଯାଇଥିଲା । ଓଡ଼ିଶାର ରାଜ୍ୟପାଳ ୧୯୬୦ ମସିହା ଫେବୃୟାରୀ ୧୫ ତାରିଖରେ ଏହି ଆଇନକୁ ସ୍ବୀକୃତି ପ୍ରଦାନ କରିଥିଲେ ।

ନୂତନ ତ୍ରି-ସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ୧୯୬୧ ମସିହା ଜାନୁୟାରୀ ୨୬ ତାରିଖ ଦିନ ପ୍ରଚଳିତ ହେଲା । ମେହେଟ୍ଟା କମିଟିର ସୁପାରିସ ଅନୁସାରେ ୧୯୬୪ ମସିହାରେ ଗ୍ରାମପଞ୍ଚାୟତ ଗଠିତ ହେଲା ଏବଂ ସେହି ବର୍ଷ ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ପ୍ରବର୍ତ୍ତିତ ହେଲା । ଏହି ବ୍ୟବସ୍ଥାର ଶିଖରରେ ଜିଲ୍ଲା ପରିଷଦ, ମଧ୍ୟବର୍ତୀ ସୋପାନରେ ପଞ୍ଚାୟତ ସମିତି ଓ ନିମ୍ନ ସୋପାନରେ ଗ୍ରାମ ପଞ୍ଚାୟତ ଅବସ୍ଥିତ । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଉଚ୍ଛେଦ କରାଯାଇ ତା’ ସ୍ଥାନରେ ଜିଲ୍ଲା ଉପଦେଷ୍ଟା ପରିଷଦ (District Advisory Council) ଗଠନ କରାଗଲା । ପଞ୍ଚାୟତିରାଜ ପରିଚାଳନା ଏବଂ ଉନ୍ନତିବିଧାନ କାର୍ଯ୍ୟ ୧୯୬୪ ମସିହାରେ ଓଡ଼ିଶା ସରକାରଙ୍କ ଗୋଷ୍ଠୀ ଉନ୍ନୟନ ବିଭାଗ (Community Development Department) କୁ ଦିଆଗଲା ।

ଓଡ଼ିଶାରେ ପଞ୍ଚାୟତିରାଜ ଅନୁଷ୍ଠାନର କ୍ରମବିବର୍ତ୍ତନର ଇତିହାସରେ ୧୯୪୮ ମସିହାର ଗ୍ରାମପଞ୍ଚାୟତ ଆଇନ, ୧୯୫୯ ମସିହାର ଓଡ଼ିଶା ପଞ୍ଚାୟତ ସମିତି ଓ ଜିଲ୍ଲା ପରିଷଦ ଆଇନ ଓ ୧୯୬୪ ମସିହାର ଓଡ଼ିଶା ପଞ୍ଚାୟତ ଆଇନ ଇତ୍ୟାଦି ଉଲ୍ଲେଖନୀୟ ମାଇଲଖୁଣ୍ଟ ଅଟେ । ଓଡ଼ିଶାରେ ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ, ଗ୍ରାମଶାସନ, ଗ୍ରାମସଭା, ପଲ୍ଲୀସଭା, ଗ୍ରାମପଞ୍ଚାୟତ, ପଞ୍ଚାୟତ ସମିତି ଓ ଜିଲ୍ଲା ଉନ୍ନୟନ ପରିଷଦକୁ ନେଇ ଗଠିତ ହୋଇଛି । ପ୍ରତ୍ୟେକ ଗ୍ରାମ ଶାସନର ଜନସଂଖ୍ୟା ୨,୦୦୦ରୁ ୧୦,୦୦୦ ମଧ୍ଯରେ ହୋଇଥାଏ । ପ୍ରତ୍ୟେକ ଗ୍ରାମ ଶାସନରେ ରାଜ୍ୟ ସରକାରଙ୍କଦ୍ଵାରା ଏକ ପଲ୍ଲୀସଭା ଗଠନ କରାଯାଇଥାଏ ।

୧୯୫୦ ମସିହାର ଲୋକ ପ୍ରତିନିଧ୍ଵ ଆଇନ ଅନୁଯାୟୀ ତାଲିକାଭୂକ୍ତ ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ନେଇ ଗୋଟିଏ ଗ୍ରାମ ସଭା ବା ଶାସନ ଗଠନ କରାଯାଇଥାଏ । ଏହି ସଂସ୍ଥା ଗ୍ରାମ ଶାସନର ଉନ୍ନୟନମୂଳକ ଯୋଜନା ପାଇଁ ଗ୍ରାମପଞ୍ଚାୟତକୁ ସୁପାରିସ କରିଥାଏ । ଗ୍ରାମ ଶାସନର କାର୍ଯ୍ୟନିର୍ବାହୀ ସଂସ୍ଥା ହେଉଛି ଗ୍ରାମପଞ୍ଚାୟତ । ଏହା ପାଞ୍ଚବର୍ଷ ପାଇଁ ଗଠିତ ହୋଇଥାଏ । କେତେକ ଗ୍ରାମପଞ୍ଚାୟତକୁ ନେଇ ଗୋଟିଏ ପଞ୍ଚାୟତ ସମିତି ଗଠନ କରାଯାଇଥାଏ । ଏହି ସଂସ୍ଥାରେ ଲୋକ ପ୍ରତିନିଧ୍ୟ ଓ ସରକାରୀ କର୍ମଚାରୀମାନେ ନିଜ ମଧ୍ୟରେ ସଂଯୋଗ ପ୍ରତିଷ୍ଠା କରି କାର୍ଯ୍ୟ ନିର୍ବାହ କରିଥା’ନ୍ତି ।

ଓଡ଼ିଶାରେ ପଞ୍ଚାୟତିରାଜର ଲକ୍ଷ୍ୟ :
ପଞ୍ଚାୟତିରାଜ ସଙ୍ଗଠନ ନିର୍ଦ୍ଦେଶମୂଳକ ରାଷ୍ଟ୍ରନୀତି ମଧ୍ୟରୁ ଅନ୍ୟତମ ନିର୍ଦ୍ଦେଶ । ପଞ୍ଚାୟତିରାଜ ହେଉଛି ଏକ ଗାନ୍ଧିବାଦୀ ପରିକଳ୍ପନା । ଏହା ଗଣତନ୍ତ୍ରକୁ ପ୍ରାଥମିକ ସ୍ତରରୁ ମଜଭୁତ ଏବଂ ତାଲିମ କରାଇବାପାଇଁ ଅଭିପ୍ରେତ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଓଡ଼ିଶାରେ ପଞ୍ଚାୟତିରାଜର ଆଭିମୁଖ୍ୟ ନିମ୍ନମତେ ପ୍ରକାଶ କରାଯାଇପାରେ –

  • ପଞ୍ଚାୟତିରାଜ ଲୋକମାନଙ୍କୁ ସ୍ୱାୟତ୍ତ ଶାସନ କ୍ଷେତ୍ରରେ ଶିକ୍ଷା ଦିଏ । ଜନସାଧାରଣଙ୍କ ମଧ୍ୟରେ ଏହା ନାଗରିକ ଭାବନା ସୃଷ୍ଟି କରେ । ସ୍ଥାନୀୟ ପ୍ରଶାସନରେ ଗ୍ରାମବାସୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣଦ୍ବାରା ଏହା ଆତ୍ମନିର୍ଭରଶୀଳତା ଏବଂ ସ୍ବ-ଶିକ୍ଷା ପାଇଁ ସହାୟକ ହୋଇଥାଏ ।
  • ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପଞ୍ଚାୟତିରାଜର ଦ୍ଵିତୀୟ ଲକ୍ଷ୍ୟ ଅଟେ । ଏହା ଗଣତନ୍ତ୍ରକୁ ମୂଳସ୍ତରରୁ ଶକ୍ତିଶାଳୀ କରିବାପାଇଁ ଚେଷ୍ଟା କରେ ।
  • ପଞ୍ଚାୟତିରାଜ ପ୍ରଶାସନିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ଚେଷ୍ଟା କରେ । ସର୍ବଭାରତୀୟ ସେବା ସଂସ୍ଥାଗୁଡ଼ିକ ଶାସନ କାର୍ଯ୍ୟରେ କାଗଜ ଚାଷ, ନୀତି ନିଷ୍ପତ୍ତିରେ ବିଳମ୍ବ ଏବଂ ଅଯଥା ମନ୍ଥର ଗତି ଆଣିଥା’ନ୍ତି । ପଞ୍ଚାୟତିରାଜ ଲୋକପ୍ରିୟ ପ୍ରତିନିଧୂମୂଳକ ସରକାର ପ୍ରତିଷ୍ଠା କରି ଉପରୋକ୍ତ ତ୍ରୁଟି ସଂଶୋଧନ କରିଥାଏ ।
  • ପଞ୍ଚାୟତିରାଜ ଗ୍ରାମ୍ୟ ଜୀବନରେ ଆମୂଳଚୂଳ ପରିବର୍ତ୍ତନ ଏବଂ ଉନ୍ନତି ଆଣିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି । ଗ୍ରାମ୍ୟ ପୁନର୍ଗଠନ ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଅଟେ ।
  • ପଞ୍ଚାୟତିରାଜ ସ୍ଥାନୀୟ ନେତୃତ୍ୱ ସୃଷ୍ଟି କରେ । ସ୍ଥାନୀୟ ସମସ୍ୟାଗୁଡ଼ିକ ସ୍ଥାନୀୟ ପ୍ରତିନିଧୁମାନଙ୍କ ଜରିଆରେ ଶୀଘ୍ର ସମାହିତ ହୋଇଥାଏ ।

ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ – ଓଡ଼ିଶାରେ ପଞ୍ଚାୟତିରାଜର ବାସ୍ତବ ରୂପାୟନ ନିମ୍ନମତେ ।

ଆଲୋଚିତ ହୋଇଥାଏ :
ଗ୍ରାମପଞ୍ଚାୟତ : ପ୍ରାଥମିକ ସ୍ତର (Gram Panchayat – the First Tire) : ପଞ୍ଚାୟତିରାଜର ପ୍ରାଥମିକ ସ୍ତରରେ ଗ୍ରାମପଞ୍ଚାୟତ ଅବସ୍ଥିତ । ଗୋଟିଏ ଗ୍ରାମପଞ୍ଚାୟତ ଗୋଟିଏ ଗ୍ରାମ ବା ଲଗାଲଗି ରହିଥିବା ଏକାଧିକ ଗ୍ରାମକୁ ନେଇ ଗଠିତ ହୋଇଥାଏ । ସମସ୍ତ ନାବାଳକ ନାଗରିକମାନେ ଗ୍ରାମପଞ୍ଚାୟତର ସଦସ୍ୟ ଅଟନ୍ତି । ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ଗ୍ରାମର ସୀମା ମଧ୍ୟରେ ଅବସ୍ଥିତ ହୋଇଥାଏ । ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ଗୋଟିଏ ଲେଖାଏଁ ପଲ୍ଲୀସଭା ଥାଏ । ଏହା ଗ୍ରାମର ଉନ୍ନୟନ ଯୋଜନା ସମ୍ପର୍କରେ ଗ୍ରାମପଞ୍ଚାୟତକୁ ସୁପାରିସ ପ୍ରଦାନ କରେ । ଗ୍ରାମସଭା ଗ୍ରାମପଞ୍ଚାୟତର ସାଧାରଣ କାର୍ଯ୍ୟକାରିଣୀ ସଭା; କିନ୍ତୁ ଗ୍ରାମପଞ୍ଚାୟତ ଗ୍ରାମସଭାର କାର୍ଯ୍ୟନିର୍ବାହୀ ଅଙ୍ଗ ଓ ଏହା ସରପଞ୍ଚ, ନାଏବ ସରପଞ୍ଚ ଏବଂ ଅନ୍ୟ ପଞ୍ଚ (ୱାର୍ଡ଼ ସଭ୍ୟ)ଙ୍କୁ ନେଇ ଗଠିତ ହୋଇଥାଏ । ସ୍ଥଳବିଶେଷରେ କାର୍ଯ୍ୟନିର୍ବାହୀ ଅଙ୍ଗର ସଦସ୍ୟଙ୍କ ସଂଖ୍ୟା ୧୩ରୁ ୨୫ ମଧ୍ୟରେ ସୀମିତ ରହେ ।

ସରପଞ୍ଚ ପ୍ରତ୍ୟକ୍ଷ ନିର୍ବାଚନ ପଦ୍ଧତିରେ ନିର୍ବାଚିତ ହୁଅନ୍ତି । ଏହି କାର୍ଯ୍ୟନିର୍ବାହୀ ସଂସ୍ଥାର କାର୍ଯ୍ୟକାଳ ୫ ବର୍ଷ । ନାଏବ ସରପଞ୍ଚ ୱାର୍ଡ଼ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ସାଧାରଣ କାର୍ଯ୍ୟକାରିଣୀ ଅଙ୍ଗ ଭାବେ ଗ୍ରାମସଭା ବାର୍ଷିକ ଆୟବ୍ୟୟ ବିବରଣୀ ତନଖୁ କରେ, ଗ୍ରାମପଞ୍ଚାୟତର ଅଡ଼ିଟ୍ ଯାଞ୍ଚ କରେ, ପୂର୍ବ ବର୍ଷର ପ୍ରଶାସନିକ ରିପୋର୍ଟକୁ ପରୀକ୍ଷା କରେ ଏବଂ ଆଗାମୀ ବର୍ଷ ପାଇଁ କି କି କାର୍ଯ୍ୟ ହାତକୁ ନିଆଯିବ, ତାହାର ଚିଠା ପ୍ରସ୍ତୁତ କରେ । ଏହା ମଧ୍ୟ କରଧାର୍ଯ୍ୟ ପ୍ରସ୍ତାବ ଉପରେ ନିଷ୍ପତ୍ତି ନେଇଥାଏ । ଗ୍ରାମପଞ୍ଚାୟତ ସ୍ଵାସ୍ଥ୍ୟରକ୍ଷା, ଜନସ୍ଵାସ୍ଥ୍ୟ, ରାସ୍ତା ଆଲୋକ, ଗ୍ରାମ୍ୟ ରାସ୍ତାର ରକ୍ଷଣାବେକ୍ଷଣ, ଜନ୍ମ ମୃତ୍ୟୁର ହିସାବ, ଶିଶୁମଙ୍ଗଳ କେନ୍ଦ୍ର ସ୍ଥାପନ, କୃଷି ବିକାଶ, ଗୋସମ୍ପଦର ଉନ୍ନୟନ, ସାଧାରଣ କୋଠାବାଡ଼ି ନିର୍ମାଣ, ଗଡ଼ିଆ ଖନନ, ଲାଇବ୍ରେରୀ ବ୍ୟବସ୍ଥା, ପରିବାର କଲ୍ୟାଣ ଯୋଜନାର ପ୍ରଚାର, କୁଟୀରଶିଳ୍ପର ବିକାଶ, ସମବାୟ ଭଣ୍ଡାର ନିର୍ମାଣ ଏବଂ ସମବାୟ ଚାଷ ସଙ୍ଗଠନ ଆଦି କାର୍ଯ୍ୟନିର୍ବାହ କରିଥାଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ପଞ୍ଚାୟତ ସମିତି : ମାଧ୍ୟମିକ ସ୍ତର (Panchayat Samiti the Second Tier): ପଞ୍ଚାୟତିରାଜର ମାଧ୍ୟମିକ ସ୍ତରରେ ପଞ୍ଚାୟତି ସମିତି ଅବସ୍ଥିତ । ଏହା ପ୍ରତି ବ୍ଲକ୍‌ରେ କାର୍ଯ୍ୟ କରେ । ଗ୍ରାମପଞ୍ଚାୟତର ସରପଞ୍ଚ ଓ ନିର୍ବାଚିତ ସମିତି ସଭ୍ୟ ତଫସିଲଭୁକ୍ତ ଜାତି ଓ ଉପଜାତି ଏବଂ ମହିଳାମାନଙ୍କ ମଧ୍ୟରୁ ଅତିରିକ୍ତ ନିର୍ବାଚିତ ସଭ୍ୟ, ସମବାୟ ସମିତିଗୁଡ଼ିକର ପ୍ରତିନିଧ୍ୟ, ବ୍ଲକ୍‌ର ସୀମା ମଧ୍ୟରେ ନିର୍ବାଚିତ ହୋଇଥିବା ବିଧାନସଭାର ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ ପଞ୍ଚାୟତ ସମିତିର ସଦସ୍ୟ ଅଟନ୍ତି । ସମିତିର ଚେୟାରମ୍ୟାନ୍ ଜଣେ ବେସରକାରୀ ସଭ୍ୟ ହୋଇଥାଆନ୍ତି । ସେ ସମସ୍ତ ସମିତି ସଭ୍ୟଙ୍କଦ୍ବାରା ସେମାନଙ୍କ ମଧ୍ୟରୁ ନିର୍ବାଚିତ ହୋଇଥା’ନ୍ତି ।

ବି.ଡ଼ି.ଓ. ସମିତିର ଏକ୍‌ଜିକ୍ୟୁଟିଭ୍ ଅଫିସର ଅଟନ୍ତି । ସେ ଓଡ଼ିଶା ପ୍ରଶାସନିକ ସେବାସଂସ୍ଥାର ଜଣେ ସଦସ୍ୟ ଅଟନ୍ତି ଏବଂ ସରକାରଙ୍କଦ୍ବାରା ନିଯୁକ୍ତି ପାଇଥା’ନ୍ତି । ବିଭିନ୍ନ କ୍ଷେତ୍ରରେ ସଂପ୍ରସାରଣ ଅଧିକାରୀମାନେ ତାଙ୍କୁ ସାହାଯ୍ୟ କରନ୍ତି । ସମିତି ନିଜ ସୀମାରେଖା ମଧ୍ଯରେ ଉନ୍ନୟନ କାର୍ଯ୍ୟ ନିର୍ବାହ କରେ । ବିକାଶମୂଳକ କାର୍ଯ୍ୟ ପ୍ରସ୍ତୁତି ଏବଂ ତାହାର ରୂପାୟନ ସମିତି କରିଥାଏ । ଗୋଷ୍ଠୀ ଉନ୍ନୟନ ଯୋଜନାକୁ କାର୍ଯ୍ୟକାରୀ କରିବା ସମିତିର ଦାୟିତ୍ଵ । ସ୍ୱାସ୍ଥ୍ୟ, ଶିକ୍ଷା, ସ୍ଵାସ୍ଥ୍ୟରକ୍ଷା, ଯୋଗାଯୋଗ ଇତ୍ୟାଦିର ଉନ୍ନତି ପାଇଁ ସମିତି ଚେଷ୍ଟା କରେ । ପଞ୍ଚାୟତଗୁଡ଼ିକୁ ପରିଦର୍ଶନ କରିବା ସହିତ ସେମାନଙ୍କର ବଜେଟ୍ ଯାଞ୍ଚ ଏବଂ ସ୍ଵୀକୃତି ସମିତି ଦେଇଥାଏ ।

ଜିଲ୍ଲା ପରିଷଦ : ସର୍ବୋଚ୍ଚ ସ୍ତର (Zilla Parishad – the Third Tier) : ଜିଲ୍ଲା ପରିଷଦ ପଞ୍ଚାୟତିରାଜର ସର୍ବୋଚ୍ଚ ସ୍ତରରେ କାର୍ଯ୍ୟ କରେ । ଏହା ପଞ୍ଚାୟତିରାଜ ସଙ୍ଗଠନର ତୃତୀୟ ଏବଂ ଶେଷ ସ୍ତର । ୧୯୬୮ ମସିହାରେ ଓଡ଼ିଶାରେ ଜିଲ୍ଲା ପରିଷଦକୁ ଲୋପ କରି ଦିଆଗଲା । ତାହା ସ୍ଥାନରେ ଜିଲ୍ଲା ଉପଦେଷ୍ଟା କମିଟି (District Advisory Council) ଗଠନ କରାଗଲା । ୧୯୯୩ ମସିହାରୁ ପୁଣି ଜିଲ୍ଲା ପରିଷଦ ବ୍ୟବସ୍ଥା କାର୍ଯ୍ୟ କଲା । ପଞ୍ଚାୟତ ସମିତିଗୁଡ଼ିକର ଚେୟାରମ୍ୟାନ୍ ପ୍ରତି ବ୍ଲକ୍‌ରୁ ନିର୍ବାଚିତ ଦୁଇଜଣ ସଭ୍ୟ, ମ୍ୟୁନିସିପାଲଟିର ଚେୟାରମ୍ୟାନ, କେନ୍ଦ୍ର ସମବାୟ ବ୍ୟାଙ୍କ୍ ଏବଂ ଜିଲ୍ଲା ଉନ୍ନୟନ ବ୍ୟାଙ୍କର ସଭାପତି, ଜିଲ୍ଲାର ବିଧାନସଭା ସଦସ୍ୟ ଏବଂ ପାର୍ଲିଆମେଣ୍ଟ ସଭ୍ୟ, ମହିଳା ସମେତ ଦୁର୍ବଳ ଶ୍ରେଣୀ ପ୍ରତିନିଧୁଙ୍କୁ ନେଇ ଜିଲ୍ଲା ପରିଷଦ ଗଠିତ ହୋଇଥାଏ ।

ଜିଲ୍ଲା କଲେକ୍ଟର ଏହି ପରିଷଦର ଜଣେ ସକ୍ରିୟ ସରକାରୀ ସଭ୍ୟ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏହାର ସମ୍ପାଦକ ରୂପେ କାର୍ଯ୍ୟ କରନ୍ତି । ଜିଲ୍ଲା ପରିଷଦ ମୁଖ୍ୟତଃ ଗୋଟିଏ ସମନ୍ଵୟକାରୀ ସଂସ୍ଥା । ଏହା ପଞ୍ଚାୟତ ସମିତିମାନଙ୍କ ଉପରେ ପରିଦର୍ଶନ କରେ ଏବଂ ନିୟନ୍ତ୍ରଣ ରକ୍ଷା କରେ । ଉନ୍ନୟନମୂଳକ କାର୍ଯ୍ୟର ରୂପାୟନ ପାଇଁ ସରକାରଙ୍କୁ ଉପଦେଶ ପ୍ରଦାନ କରେ, ଜିଲ୍ଲା ଉପଦେଷ୍ଟା କମିଟି କ୍ଷୁଦ୍ର କ୍ଷୁଦ୍ର କମିଟି ଗଠନ କରି ବିଭିନ୍ନ ବିଷୟର ପୁଙ୍ଖାନୁପୁଙ୍ଖ ପର୍ଯ୍ୟାଲୋଚନା କରିଥାଏ ।

ଓଡ଼ିଶାରେ ପଞ୍ଚାୟତିରାଜର ସଫଳତା :
ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଆଂଶିକ ଭାବରେ ସଫଳ ହୋଇଛି । ଅନେକ କ୍ଷେତ୍ରରେ ଏହା ଅବସ୍ଥାର ଉନ୍ନତି ଘଟାଇ ପାରିଛି । ଗ୍ରାମ୍ୟ ପୁନର୍ଗଠନରେ ଏହା ପ୍ରମୁଖ ଅଂଶ ଗ୍ରହଣ କରିଛି । ନିମ୍ନଲିଖୂ କ୍ଷେତ୍ରରେ ଏହି ସଂଗଠନର ସଫଳତାକୁ ପରୀକ୍ଷା କରାଯାଇପାରେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

  • ସବୁଜ ବିପ୍ଳବ (Green Revolution) – ପଞ୍ଚାୟତିରାଜ ସଙ୍ଗଠନ ମାଧ୍ୟମରେ କୃଷି ଉପରେ ନିର୍ଭରଶୀଳ ଭାରତୀୟମାନଙ୍କୁ କୃଷି ଉତ୍ପାଦନ ବୃଦ୍ଧି ଓ ବୈଜ୍ଞାନିକ ପ୍ରଣାଳୀରେ ଚାଷ ଇତ୍ୟାଦି ପାଇଁ ଆବଶ୍ୟକୀୟ ସୁଯୋଗ ପ୍ରଦାନ କରାଯାଉଛି । ଜଳସେଚନର ସୁଯୋଗ ଅଧିକରୁ ଅଧ‌ିକ ଚାଷଜମିକୁ ଯୋଗାଇ ଦିଆଯାଉଛି । ପଞ୍ଚାୟତ ସମିତି ସ୍ତରରେ କୃଷି ସଂପ୍ରସାରଣ ଅଧିକାରୀମାନେ ଗ୍ରାମ୍ୟ କୃଷି କର୍ମଚାରୀମାନଙ୍କର ଅଧୁନାୟକ ହିସାବରେ କାର୍ଯ୍ୟ କରି ସରକାରଙ୍କର କୃଷି ପାଇଁ ଉନ୍ନୟନମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି ।
  • ଉନ୍ନୟନମୂଳକ କାର୍ଯ୍ୟକ୍ରମ (Development Activities) – ଗ୍ରାମ ଲୋକମାନଙ୍କ ମଧ୍ୟରେ ଉନ୍ନୟନ କାର୍ଯ୍ୟକ୍ରମ ସଚେତନଶୀଳ ଭାବ ଉଦ୍ରେକ କରି ସେମାନଙ୍କ ସହଯୋଗ ସହ ବିଭିନ୍ନ ଉନ୍ନୟନମୂଳକ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପଞ୍ଚାୟତିରାଜ ସଙ୍ଗଠନ ମୁଖ୍ୟ ଦାୟିତ୍ଵ ବହନ କରିଛି । ଗ୍ରାମର ଅର୍ଥନୈତିକ ଅବସ୍ଥାରେ ଉନ୍ନତି ଘଟିଛି ।
  • ଶସ୍ତା ଓ ତ୍ବରାନ୍ବିତ ନ୍ୟାୟ (Cheap and Speedy Justice) – ଗ୍ରାମପଞ୍ଚାୟତଗୁଡ଼ିକ ଲୋକମାନଙ୍କୁ ସହଜରେ ଶସ୍ତା ଓ ତ୍ଵରାନ୍ଧିତ ପ୍ରକ୍ରିୟାରେ ନ୍ୟାୟ ପ୍ରଦାନ କରୁଛନ୍ତି । ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ନିର୍ଦ୍ଧାରଣ କରାଯାଉଛି । ଗ୍ରାମପଞ୍ଚାୟତ ଉପରେ ଲୋକମାନଙ୍କର ଗଭୀର ଆସ୍ଥା ରହିଛି ।
  • ଦୁର୍ବଳ ଶ୍ରେଣୀର ଉନ୍ନତି (Welfare of Weaker Sections) – ଦୁର୍ବଳ ଶ୍ରେଣୀ, ହରିଜନ ଓ ମହିଳା ଇତ୍ୟାଦିଙ୍କର ଉନ୍ନତି ପାଇଁ ଓ ସେମାନଙ୍କୁ ଶୋଷଣରୁ ମୁକ୍ତ କରିବାପାଇଁ ସରକାରଙ୍କ ଯୋଜନାଗୁଡ଼ିକୁ ଏହି ସଂସ୍ଥା କାର୍ଯ୍ୟକାରୀ କରୁଛି । ଇନ୍ଦିରା ଆବାସ ଯୋଜନା, ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜବାହାର ରୋଜଗାର ଯୋଜନା ଆଦି ଏହା ମାଧ୍ୟମରେ ସଫଳଭାବେ କାର୍ଯ୍ୟ କରୁଛି ।
  • ରାଜନୈତିକ ଶିକ୍ଷା ଓ ସାମାଜିକ ପରିବର୍ତ୍ତନ (Political education and Social change) – ପଞ୍ଚାୟତିରାଜ ସଙ୍ଗଠନ ଗ୍ରାମ୍ୟ ଲୋକମାନଙ୍କ ମଧ୍ୟରେ ରାଜନୈତିକ ସଚେତନଶୀଳଭାବ ଉଦ୍ରେକ କରିଥାଏ । ଏହି ସଙ୍ଗଠନ ନିର୍ବାଚନ ପାଇଁ ରାଜନୈତିକ ଶିକ୍ଷା ପ୍ରଦାନ କରିଥାଏ । ଏହା ଭାରତୀୟ ସମାଜରେ ପ୍ରଚଳିତ କୁ-ବ୍ୟବସ୍ଥାକୁ ଅନେକାଂଶରେ ସଂଶୋଧନ କରିଛି ।

ଓଡ଼ିଶାରେ ପଞ୍ଚାୟତିରାଜର ସମସ୍ୟା – ଓଡ଼ିଶାରେ ପଞ୍ଚାୟତିରାଜ ସମସ୍ୟା ଜଡ଼ିତ ଅଟେ । ଯଦିଓ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ପରୀକ୍ଷା କେତେଗୋଟି ସଫଳତା ଆଣିଦେଇଛି ତଥାପି ତାହା ସେତେ ଉଲ୍ଲେଖନୀୟ ହୋଇପାରି ନାହିଁ । ଏହାର ମୂଳରେ ଅନେକ କାରଣ ବିଦ୍ୟମାନ । ପ୍ରଧାନତଃ, ଓଡ଼ିଶାରେ ପଞ୍ଚାୟତିରାଜ ଆର୍ଥିକ ଅସ୍ବଚ୍ଛତାର ଶିକାର ହୋଇଥାଏ । ଏହା ସହିତ ଅତ୍ୟଧିକ ସରକାରୀ ନିୟନ୍ତ୍ରଣ ଏବଂ ରାଜନୀତିକରଣ ପଞ୍ଚାୟତିରାଜର କେତୋଟି ଦିଗ । ପଞ୍ଚାୟତିରାଜର ସମସ୍ୟାଗୁଡ଼ିକ ନିମ୍ନରେ ଦିଆଗଲା –

ଆର୍ଥିକ ସମସ୍ୟା (Problem of Finance) – ପ୍ରଥମ ଦୃଷ୍ଟିରେ ଆର୍ଥିକ ଦୁରାବସ୍ଥା ପଞ୍ଚାୟତିରାଜର ପ୍ରଧାନ ସମସ୍ୟା ଅଟେ । ଅର୍ଥ ହିଁ ସମସ୍ତ ଅନର୍ଥର ମୂଳ । ପଞ୍ଚାୟତିରାଜ ଅନୁଷ୍ଠାନମାନ ଆର୍ଥିକ ସ୍ଵଳ୍ପତାରେ ଆକ୍ରାନ୍ତ ହୋଇଥା’ନ୍ତି । କର ଓ ସେସୂର୍ଯ୍ୟ ଏବଂ ଆଦାୟ କ୍ଷେତ୍ରରେ ସେମାନେ ସୀମିତ କ୍ଷମତା ଉପଭୋଗ କରିଥା’ନ୍ତି । ରାଜ୍ୟ ସରକାର ମଧ୍ୟ ସେମାନଙ୍କୁ ଯେଉଁ ଅର୍ଥ ଦାନ କରନ୍ତି ତାହା ନଗଣ୍ୟ ଅଟେ । ଏହା ଫଳରେ ଓଡ଼ିଶା ସରକାରଙ୍କ ଉପରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କର ନିର୍ଭରଶୀଳତା ବୃଦ୍ଧି ପାଇ ଚାଲିଛି । ଆର୍ଥିକ ଦୁର୍ଗତିରେ ଅନ୍ୟତମ କାରଣ ହେଲା – ଅର୍ଥ ଆତ୍ମସାତ୍ । ଉପଯୁକ୍ତ ଆର୍ଥିକ ଅସୁସ୍ଥତା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରେ ।

ଅତ୍ୟଧ୍ବକ ସରକାରୀ ନିୟନ୍ତ୍ରଣ (Excessive Governmental Control) – କେନ୍ଦ୍ରୀକରଣ ପ୍ରବୃତ୍ତି ପ୍ରତ୍ୟେକ ଗଣତାନ୍ତ୍ରିକ ଶାସନ ପଦ୍ଧତିର ଲକ୍ଷଣ । ଓଡ଼ିଶାରେ ଗଣତାନ୍ତ୍ରିକ ବିକେନ୍ଦ୍ରୀକରଣ ନୀତି ଏକ ଘୋଷଣା ମାତ୍ର । ଏହାର ବାସ୍ତବତା ଖୁବ୍ କମ୍ ଅଟେ । ସ୍ଥାନୀୟ ସଂସ୍ଥାମାନେ ଅତ୍ୟଧିକ ସରକାରୀ ନିର୍ଦ୍ଦେଶ ଏବଂ ନିୟନ୍ତ୍ରଣର ଭାରରେ ବୁଡ଼ିଯା’ନ୍ତି । ପଞ୍ଚାୟତିରାଜ ଶାସନ କ୍ଷେତ୍ରରେ ସରକାରଙ୍କ ହସ୍ତକ୍ଷେପ ନୀତି ସ୍ୱାୟତ୍ତ ଶାସନ ଅନୁଷ୍ଠାନମାନଙ୍କର ସ୍ବାଧୀନତାକୁ ନଷ୍ଟ କରେ । ଏହା ସ୍ଥାନୀୟ ସଂସ୍ଥାମାନଙ୍କର ଉପଯୁକ୍ତ ପ୍ରଗତି ଆଣିପାରେ ନାହିଁ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ରାଜନୀତିକରଣ (Politicisation) – ଓଡ଼ିଶାରେ ପଞ୍ଚାୟତିରାଜର ଅସ୍ଥିମଜ୍ଜାରେ ଦୁଃସ୍ଥ ରାଜନୀତି ପ୍ରବେଶ କରିଯାଇଛି । ଏହା ପଞ୍ଚାୟତିରାଜ ସଂସ୍ଥାମାନଙ୍କରେ ରାଜନୀତିକ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରିଛି । ରାଜନୀତିକ ଦଳମାନେ ଏହିସବୁ ସଂସ୍ଥାମାନଙ୍କୁ ସେମାନଙ୍କର ଦଳୀୟ ସ୍ଵାର୍ଥ ସାଧନ ପାଇଁ ଅସ୍ତ୍ର କରନ୍ତି । ଦଳୀୟ ରାଜନୀତି, ସଂଘର୍ଷ ଓ କନ୍ଦଳ ସ୍ଵାୟତ୍ତ ଶାସନ ସଂସ୍ଥାମାନଙ୍କର ନିରପେକ୍ଷ କାର୍ଯ୍ୟକାରିତାକୁ ନଷ୍ଟ କରେ । ଦଳୀୟ କୁପ୍ରଭାବ, ସଂକୀର୍ଣ୍ଣ ଆଞ୍ଚଳିକତାବାଦ ଏବଂ ଦୁର୍ଗତି ପଞ୍ଚାୟତିରାଜକୁ ଅଧ୍ଵନମିତ କରୁଛି ।

ଅନିୟମିତ ନିର୍ବାଚନ (Irregular Election) – ଗଣତନ୍ତ୍ର ଏବଂ ନିର୍ବାଚନ ପରସ୍ପର ବନ୍ଧୁ ଅଟନ୍ତି । ପଞ୍ଚାୟତିରାଜ ଭଳି ପ୍ରତିନିଧୁମୂଳକ ଶାସନ ବ୍ୟବସ୍ଥା ସମୟାନୁଯାୟୀ ନିର୍ବାଚନଦ୍ଵାରା ତିଷ୍ଠି ରହେ, କିନ୍ତୁ ଓଡ଼ିଶାରେ ଏହି ନିର୍ବାଚନ ନିୟମିତ ସମୟରେ ହୁଏ ନାହିଁ । ନିର୍ବାଚନକୁ ରାଜନୀତିକ କାରଣରୁ ସ୍ଥଗିତ ରଖାଯାଏ । ନିର୍ଦ୍ଦିଷ୍ଟ ସମୟରେ ନିର୍ବାଚନ କରିବାର କ୍ଵଚିତ୍ ଆଗ୍ରହ ପ୍ରକାଶ କରନ୍ତି । ଏପରିକି ୯ ବର୍ଷ ପରେ ପଞ୍ଚାୟତ ନିର୍ବାଚନ କରାଇବାର ଉଦାହରଣ ରହିଛି ।

ପ୍ରଶାସନିକ ସମସ୍ୟା (Problem of Administration) – ପଞ୍ଚାୟତିରାଜର ଲୋକ ପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ବିବାଦ ଉପୁଜିଥାଏ । ଉଭୟ ଉପାଦାନ ମଧ୍ଯରେ ସମ୍ପର୍କ ଖରାପ ଆଡ଼କୁ ଗତିକରିବା ଫଳରେ ପଞ୍ଚାୟତିରାଜର ସଫଳତା ଆସିପାରେ ନାହିଁ । ସରକାରୀ କର୍ମଚାରୀମାନେ ସେମାନଙ୍କ ଜ୍ଞାନ ଏବଂ ପଦବୀର ଗର୍ବ ସୃଷ୍ଟି କରନ୍ତି । ଏହା ଫଳରେ ସେମାନେ ପ୍ରତିନିଧିମାନଙ୍କ ଉପରେ ପ୍ରାଧାନ୍ୟ ଜାହିର କରିବାକୁ ଆଗ୍ରହ ପ୍ରକାଶ କରନ୍ତି । ଏହା ଉଭୟଙ୍କ ମଧ୍ୟରେ ସଂଘର୍ଷର କାରଣ ହୋଇଥାଏ । ସରକାରୀ କର୍ମଚାରୀମାନଙ୍କୁ ପ୍ରୋତ୍ସାହନ ଏବଂ ପଦୋନ୍ନତିର ଅଭାବ, ସରକାରୀ କର୍ମଚାରୀଙ୍କ ପ୍ରଶାସନିକ ଚିନ୍ତାଧାରାରେ ପରିବର୍ତ୍ତନର ଆବଶ୍ୟକତା ଇତ୍ୟାଦି ଶାସନଗତ ସମସ୍ୟା ଅଟେ ।

ସାଙ୍ଗଠନିକ ସମସ୍ୟା (Problem of Organisation) – ଓଡ଼ିଶାରେ ପଞ୍ଚାୟତିରାଜ ସାଙ୍ଗଠନିକ ତ୍ରୁଟିର ଶିକାର ହୋଇଥାଏ । ସର୍ବନିମ୍ନ ସ୍ତରରେ ଶାସନର ଏକକ କ’ଣ ହେବା ଉଚିତ; ଗୋଟିଏ ଗ୍ରାମ ବା କେତେଗୁଡ଼ିଏ ଗ୍ରାମକୁ ନେଇ ଗୋଟିଏ ଗ୍ରାମସଭା ଗଠନ କରାଯିବ କି; ସମିତିର କର୍ତ୍ତୃତ୍ଵ ସୀମା ବୃହତ୍ ହେବ ନା କ୍ଷୁଦ୍ରତର ହେବ; ସରକାରୀ କର୍ମଚାରୀମାନେ ଏହି ସ୍ଵାୟତ୍ତ ଶାସନ ସଂସ୍ଥାରେ ନିୟୋଜିତ ହେବେ କି; ଏହିସବୁ ପ୍ରଶ୍ନମାନ ପଞ୍ଚାୟତିରାଜର ସାଙ୍ଗଠନିକ ସମସ୍ୟା ସୃଷ୍ଟି କରିଥାଏ ।

ଜାତିଆଣ ସମସ୍ୟା (Problem of Casteism) – ପଞ୍ଚାୟତ ନିର୍ବ।ଚନଗୁଡ଼ିକ ଆଞ୍ଚଳିକତା ଏବଂ ଜାତିଆଣ ଭାବନା ସୃଷ୍ଟି କରେ । ନିର୍ବାଚନ ପ୍ରଚାର ମାଧ୍ୟମରେ ଜାତି, ବର୍ଣ୍ଣ, ଧର୍ମର ସମସ୍ତ ଦୁଃଖଦାୟକ କୁଚିତ୍ର ବାହାରକୁ ପ୍ରକାଶ ପାଏ । ଏହି ନଷ୍ଟକାରୀ ପ୍ରଭାବ ଫଳରେ ଗ୍ରାମ୍ୟ ଜୀବନ ଲୀନ ହୋଇଯାଏ ।

ନିରକ୍ଷରତା (Illiteracy) – ନିରକ୍ଷରତା ପଞ୍ଚାୟତିରାଜ ସମସ୍ୟାର ସର୍ବୋପରି ବିଦ୍ୟମାନ । ସ୍ଥାନୀୟ ସ୍ଵାୟତ୍ତ ଶାସନ ଗଣତାନ୍ତ୍ରିକ ଶିକ୍ଷା ପ୍ରଦାନ କରେ । ଶିକ୍ଷିତ ବ୍ୟକ୍ତି ଏବଂ ନାଗରିକମାନେ ଗଣତନ୍ତ୍ରକୁ ମଜଭୁତ କରନ୍ତି । ଗଣତନ୍ତ୍ର ଏବଂ ନିରକ୍ଷରତା ଦୁଇଟି ପରସ୍ପର ବିରୋଧୀ ଶକ୍ତି ଅଟନ୍ତି । ଅଜ୍ଞତା ନାଗରିକ ଭାବନାର ଭୃଣ ହତ୍ୟା କରେ । ଏହା ଲୋକମାନଙ୍କୁ ସେମାନଙ୍କ ଜାତି ଏବଂ ଶ୍ରେଣୀ ଭାବନାରୁ ମୁକ୍ତ କରିପାରେ ନାହିଁ । ଏହା ଓଡ଼ିଶାରେ ପଞ୍ଚାୟତିରାଜର କାର୍ଯ୍ୟକାରିତାକୁ ଶିଥୁଳ କରିଦିଏ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ସାଧାରଣ ଅର୍ଥରେ ପଞ୍ଚାୟତିରାଜ ଶାସନ ବ୍ୟବସ୍ଥାରେ ବିଳମ୍ବ, ଅତ୍ୟଧିକ ବାହ୍ୟାଡ଼ମ୍ବର, କାଗଜ ଚାଷ ଏବଂ କ୍ଷମତାର କେନ୍ଦ୍ରୀକରଣ ଦେଖାଯାଇଥାଏ । ପ୍ରଶାସନ ଏକ ଯନ୍ତ୍ରଚାଳିତ ଯାନ ଭଳି କାର୍ଯ୍ୟ କରେ । ଏହା ଲୋକମାନଙ୍କର ଉଦ୍ୟୋଗ ଏବଂ ଉତ୍ସାହକୁ ନଷ୍ଟ କରେ । ଏଥ୍‌ସହିତ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ନିରୁତ୍ସାହିତ ହୁଏ । ଦୁଗ୍ଧ ରାଜନୀତି ମଧ୍ୟ ପଞ୍ଚାୟତିରାଜର ସମସ୍ୟା ପାଇଁ ଦାୟୀ । କ୍ରମବର୍ଦ୍ଧମାନ ଗୋଷ୍ଠୀ କନ୍ଦଳ ଏବଂ ହିଂସା ରାଜନୀତିର ଜାରଜ ସନ୍ତାନ ଅଟନ୍ତି, ଯେଉଁମାନେ ରାଜ୍ୟରେ ସ୍ଵାୟତ୍ତ ଶାସିତ ଅନୁଷ୍ଠାନମାନଙ୍କ ଉପରେ ଅତି ଦୁର୍ଭାଗ୍ୟଜନକ କୁପ୍ରଭାବ ପକାଇଥା’ନ୍ତି ।

ସମାଧାନର ପନ୍ଥା :
ଓଡ଼ିଶାରେ ପଞ୍ଚାୟତିରାଜ ସଂସ୍ଥା ସମସ୍ୟା ଜର୍ଜରିତ ହୋଇଥିଲେ ମଧ୍ୟ ଏହାର ସମାଧାନ ଏକ ଦୁରୂହ ବ୍ୟାପାର ନୁହେଁ । ନିମ୍ନଲିଖୂତ ପଦକ୍ଷେପ ଗ୍ରହଣ କଲେ ଏହି ସମସ୍ୟାଗୁଡ଼ିକର ସହଜ ସମାଧାନ ସମ୍ଭବପର ହୋଇପାରିବ । ପ୍ରଥମତଃ, ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ସମୟ ଓ ଆବଶ୍ୟକତାର ପରିବର୍ତ୍ତନ ସହିତ ପରିବର୍ତ୍ତିତ ହୋଇପାରିଲେ ଏହା ନୂତନ ଆହ୍ଵାନର ସମ୍ମୁଖୀନ ହୋଇପାରିବ । ଗ୍ରାମ୍ୟ ସ୍ୱାୟତ୍ତ ଶାସନର ଢାଞ୍ଚାରେ ଏହି ଅନୁଷ୍ଠାନର ପରିବର୍ତ୍ତନ ଆବଶ୍ୟକ । ଲୋକ ପ୍ରତିନିଧ‌ିମାନଙ୍କୁ ଅଧ‌ିକ ଅଂଶଗ୍ରହଣ ସୁଯୋଗ ପ୍ରଦାନ କରାଯିବା ଆବଶ୍ୟକ । ନିୟମିତ ନିର୍ବାଚନ ହେବା, ନିର୍ବାଚନକୁ ନିରପେକ୍ଷ କରିବା, ଦଳୀୟ ରାଜନୀତିର କୁପ୍ରଭାବରୁ ଏହାକୁ ମୁକ୍ତ ରଖୁବା ଇତ୍ୟାଦି ବ୍ୟବସ୍ଥା ଗ୍ରହଣ କରାଯିବା ବିଧେୟ ।

ଅତ୍ୟଧିକ ସରକାରୀ ନିୟନ୍ତ୍ରଣରୁ ଏହାକୁ ମୁକ୍ତ କରି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଏହାକୁ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯିବା ଉଚିତ । ଦ୍ଵିତୀୟତଃ, ପଞ୍ଚାୟତିରାଜ ସଂସ୍ଥା ଆର୍ଥିକ ଦୁରବସ୍ଥାର ଶିକାର ହୋଇଥିବାରୁ ଏହାର ନିରାକରଣ ଏବଂ ଅଧିକ ବିତ୍ତ ସଂଗ୍ରହ ପାଇଁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯିବା ଉଚିତ । ନୂତନ କର ଧାର୍ଯ୍ୟ, ପ୍ରଚଳିତ କରଗୁଡ଼ିକର ବୃଦ୍ଧି, ଆଦାୟ ପାଇଁ ସୁସୁ ବ୍ୟବସ୍ଥା ଗ୍ରହଣ ଓ ଉଦାର ସରକାରୀ ଅନୁଦାନ ଜରିଆରେ ପଞ୍ଚାୟତିରାଜର ଆର୍ଥିକ ଉନ୍ନତିବିଧାନ କରାଯାଇପାରିବ । ତୃତୀୟତଃ, ସରକାର ଅତ୍ୟଧ‌ିକ ନିୟନ୍ତ୍ରଣ ଜାରି ନ କରି ଅଧିକ ସ୍ଵାଧୀନତାର ସହ ଗଣତାନ୍ତ୍ରିକ ପ୍ରକ୍ରିୟାରେ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରଗତିବାଦୀ, କୋହଳ ସହଯୋଗଭିଭିକ ଚିନ୍ତାଧାରା ପୋଷଣ କରିବା ଉଚିତ ।

ଏହାଦ୍ଵାରା ସ୍ଵାୟତ୍ତ ଶାସନ ସଂସ୍ଥାଗୁଡ଼ିକ ଗ୍ରାମ୍ୟ ବିକାଶ କ୍ଷେତ୍ରରେ ନୂତନ ଉନ୍ମାଦନା ସୃଷ୍ଟି କରିପାରିବେ ଓ ଗଣତନ୍ତ୍ରର ଭିତ୍ତିଭୂମି ଦୃଢ଼ ହୋଇପାରିବ । ଚତୁର୍ଥତଃ, ପଞ୍ଚାୟତିରାଜ ସଂସ୍ଥାମାନେ ରାଜନୀତିର କୁପ୍ରଭାବରୁ ନିଜକୁ ମୁକ୍ତ ରଖୁ ନ ପାରି ଦୁର୍ନୀତିଗ୍ରସ୍ତ ଓ ଅପଖ୍ୟାତି ସଂପନ୍ନ ହୋଇଯାଉଛନ୍ତି । ସେମାନେ ନିଜର ଲକ୍ଷ୍ୟପଥରୁ ବିଚ୍ୟୁତ ହୋଇଯାଉଛନ୍ତି । ଏଣୁ ସରକାର ବୈଧାନିକ ଉପାୟରେ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ରାଜନୀତିର ପ୍ରବେଶକୁ ପ୍ରତିରୋଧ କରିବା ଉଚିତ । ଏଥପାଇଁ ଏହି ସଂସ୍ଥା ସହ ସମ୍ପୃକ୍ତ ଉଭୟ ସରକାରୀ କର୍ମଚାରୀ ଓ ଲୋକପ୍ରତିନିଧୁମାନଙ୍କ ପାଇଁ ସ୍ବତନ୍ତ୍ର ଆଚରଣ ବିଧ୍ଵ (Code of conduct) ରହିବା ବାଞ୍ଛନୀୟ । ପଞ୍ଚମତଃ, ସରକାରୀ କର୍ମଚାରୀମାନଙ୍କର ଦକ୍ଷତା, ସାଧୁତା, ଚରିତ୍ରବତ୍ତା ଇତ୍ୟାଦି ଉପରେ ପଞ୍ଚାୟତିରାଜ ସଂଗଠନର ସଫଳତା ପୂର୍ଣ୍ଣମାତ୍ରାରେ ନିର୍ଭରଶୀଳ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଏଣୁ ଏହି କର୍ମଚାରୀଗୋଷ୍ଠୀଙ୍କୁ ସାଧୁତାର ସହ କାର୍ଯ୍ୟ ସଂପାଦନର ସୁଯୋଗ ପ୍ରଦାନ କଲେ ପଞ୍ଚାୟତିରାଜ ସଂସ୍ଥାର ମୌଳିକ ଲକ୍ଷ୍ୟ ସାଧ୍ୟ ହୋଇପାରିବ । ଷଷ୍ଠତଃ ଶିକ୍ଷା ସମସ୍ତ ରୋଗର ମହୌଷଧ । ଏହା ସଫଳତାର ମୁଖ୍ୟ ଚାବିକାଠି ଅଟେ । ଶିକ୍ଷାର ପ୍ରସାର ଲୋକମାନଙ୍କର ଅଜ୍ଞତା, ଅନଗ୍ରସରତା ଓ ରକ୍ଷଣଶୀଳତା ମନୋଭାବ ଦୂର କରିଥାଏ । ଏହି ଲୋକମାନେ ହିଁ ପଞ୍ଚାୟତିରାଜ ସଙ୍ଗଠନକୁ ଠିକ୍ ଭାବରେ ପରିଚାଳନା କରିଥା’ନ୍ତି । ପଞ୍ଚାୟତିରାଜର ସର୍ବଶ୍ରେଷ୍ଠ ସୁରକ୍ଷା ଜନସାଧାରଣଙ୍କ ଚରିତ୍ର ଉପରେ ନିର୍ଭର କରିଥାଏ । (The best defence of Panchayati Raj institutions lies on the character of the people.)

ସଂକ୍ଷେପରେ, ପ୍ରଫେସର ଇକ୍‌ବଲ ନାରାୟଣଙ୍କ ଭାଷାରେ କହିଲେ ପଞ୍ଚାତିରାଜ ସମସ୍ୟାର ପ୍ରତିକାର କ୍ଷେତ୍ରରେ “ ଲୋକମାନଙ୍କର ଶିକ୍ଷାର ଉତ୍ତରୋତ୍ତର ଉନ୍ନତି ଓ ବିଜ୍ଞତା ବୃଦ୍ଧିହିଁ ସର୍ବଶ୍ରେଷ୍ଠ ପ୍ରତିକାର ଅଟେ ।” ଗୋଷ୍ଠୀ ଉନ୍ନୟନ ଯୋଜନାକୁ ଭାରତରେ ଉନ୍ନୟନ କାର୍ଯ୍ୟକ୍ରମର ସଫଳ ରୂପାୟନ କ୍ଷେତ୍ରରେ ଏକ “ ନୀରବ ବିପ୍ଳବ” (Silent Revolution) ଆଖ୍ୟା ଦିଆଯାଇଥିଲା । ଏହାର ଦୋଷତ୍ରୁଟିକୁ ସଂଶୋଧନ କରି ଏହାକୁ ଏକ ଜନଆନ୍ଦୋଳନରେ ପରିଣତ କରିବାପାଇଁ ଆରମ୍ଭ କରାଯାଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା ଭାରତରେ ସାମାଜିକ ଓ ରାଜନୈତିକ ବିପ୍ଳବ ଆରମ୍ଭ କରିଛି । ଆଜି ଭାରତରେ ଲୋକପ୍ରତିନିଧ୍ଵ ଓ ଭୋଟଦାତାଙ୍କ ମଧ୍ୟରେ ଥିବା ଦୂରତ୍ଵହିଁ ଗଣତନ୍ତ୍ର ପ୍ରତି ପ୍ରଧାନ ବିପଦ ଅଟେ । ଏହି ବିପଦର ଉପଯୁକ୍ତ ମୁକାବିଲା “ ପଞ୍ଚାୟତିରାଜ ହିଁ କରିପାରିବ” ବୋଲି ଏସ୍.ସି. ଜୈନ ଦୃଢ଼ ମତବ୍ୟକ୍ତ କରିଛନ୍ତି ।

୪ । ନିଗମ (Corporation) ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବର୍ତ୍ତମାନ ଭାରତରେ ୩୨ରୁ ଅଧ‌ିକ ନିଗମ ଅଛି । ଓଡ଼ିଶାରେ ତିନୋଟି ନିଗମ ଅଛି ଯାହାକି ରାଉରକେଲା, କଟକ ଏବଂ ଭୁବନେଶ୍ଵରରେ ଅବସ୍ଥିତ । ଏକ ଲକ୍ଷରୁ ଅଧିକ ଜନସଂଖ୍ୟା ଥିଲେ କର୍ପୋରେସନ୍ (ନିଗମ) ଗଠିତ ହୁଏ । ଏହା ନଗର ଶାସନର ଶୀର୍ଷ ଅନୁଷ୍ଠାନ ଅଟେ । ମ୍ୟୁନିସିପାଲଟିମାନଙ୍କଠାରୁ କର୍ପୋରେସନ୍‌ମାନେ ଅଧିକ ସ୍ବାତନ୍ତ୍ର୍ୟ ଉପଭୋଗ କରନ୍ତି ଏବଂ ସେମାନଙ୍କର କ୍ଷମତା ପରିସର ଅଧ‌ିକ ହୋଇଥାଏ ।

ବୈଶିଷ୍ଟ୍ୟ :

  • ଏହା ବିଧାନସଭାରେ ପ୍ରଣୀତ ଆଇନଦ୍ଵାରା ଗଠିତ ହୋଇଥାଏ ।
  • ଏକ ଲକ୍ଷରୁ ଊର୍ଦ୍ଧ୍ଵ ଜନସଂଖ୍ୟା ଥିବା ମହାନଗରୀ ପାଇଁ ଏହା ପ୍ରତିଷ୍ଠା ହୋଇଥାଏ ।
  • ଏକ ଆଇନସିଦ୍ଧ ଅନୁଷ୍ଠାନ ହିସାବରେ ଟିକସ ବସାଇବା କ୍ଷମତା ପାଇଥାଏ ।
  • ଏହାର ନିଜର ସମ୍ପତ୍ତି ଓ ବ୍ୟବସାୟ ରହିଥାଏ ।
  • କର୍ପୋରେସନ୍ ଅଧ୍ୟକ୍ଷଙ୍କୁ ମେୟର କୁହାଯାଏ ଏବଂ କାର୍ଯ୍ୟକାରୀ ଅଫିସରଙ୍କୁ କମିଶନର କୁହାଯାଏ ।
  • ରାଜ୍ୟ ସରକାରଙ୍କ ଅନୁମତି ନେଇ ଏବଂ ସରକାରଙ୍କୁ ମଧ୍ୟସ୍ଥି ରଖୁ କର୍ପୋରେସନ୍ ସାଧାରଣ ଲୋକଙ୍କଠାରୁ ଋଣ ଗ୍ରହଣ କରିବ ।
  • କର୍ପୋରେସନ୍‌ମାନଙ୍କରେ ବିଲାତ ଢାଞ୍ଚା ଅନୁସାରେ ମେୟର, ଏଲ୍‌ରମେନ୍ ଏବଂ କାଉନସିଲରମାନେ ନିର୍ବାଚିତ ହୋଇଥା’ନ୍ତି । ଓଡ଼ିଶାରେ କେବଳ ନିଗମପାଳ ଅଛନ୍ତି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

କାର୍ଯ୍ୟକାଳ :
କର୍ପୋରେସନ୍‌ର ମେୟର ଏବଂ ନିର୍ବାଚିତ ବ୍ୟକ୍ତିମାନଙ୍କର କାର୍ଯ୍ୟକାଳ ୫ ବର୍ଷ । ସରକାର ଏହାକୁ ଭାଙ୍ଗି ଦେଇ ସାନି ନିର୍ବାଚନର ବ୍ୟବସ୍ଥା ପର୍ଯ୍ୟନ୍ତ ନିଜେ ପରିଚାଳନା କରିପାରନ୍ତି ।

ସାଂଗଠନିକ ବ୍ୟବସ୍ଥା :
ସହରକୁ କେତେକ କାଉନ୍‌ସିଲରେ ବିଭକ୍ତ କରାଯାଇ ପ୍ରତ୍ୟେକରୁ ଜଣେ ଲେଖାଏଁ କାଉନ୍ସିଲର ପ୍ରତ୍ୟକ୍ଷଭାବେ ନିର୍ବାଚିତ ହୋଇଥା’ନ୍ତି । କାଉନ୍ସିଲରମାନଙ୍କଦ୍ୱାରା ନିର୍ବାଚିତ ମେୟର ଓ ଉପମେୟର ରହିଥାଆନ୍ତି । ଭୋଟରମାନଙ୍କଦ୍ବାରା ନିର୍ବାଚିତ ପ୍ରତ୍ୟେକ ୱାର୍ଡ଼ର ପ୍ରତିନିଧିଙ୍କୁ ନେଇ ଗଠିତ କର୍ପୋରେସନ୍ କାଉନ୍‌ସିଲ୍ ପ୍ରତିଷ୍ଠିତ ହୋଇଥାଏ । କାଉନ୍‌ସିଲ୍‌ଦ୍ବାରା ନିଯୁକ୍ତ ସ୍ଥାୟୀ କମିଟିମାନ ବିଭିନ୍ନ ବିଷୟ ପାଇଁ ଗଠିତ ହୋଇଥାଏ । କାର୍ଯ୍ୟନିର୍ବାହୀ ଅଧ୍ବକାରୀ ବା କମିଶନରଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦିଅନ୍ତି । ଅନାସ୍ଥା ପ୍ରସ୍ତାବ ଗ୍ରହଣଦ୍ବାରା ମେୟର ଓ ଉପମେୟରଙ୍କୁ ପଦଚ୍ୟୁତ କରାଯାଇପାରେ ।

କାର୍ଯ୍ୟ :

  • ପାନୀୟ ଜଳଯୋଗାଣ, ପାଣିଟାଙ୍କି ନିର୍ମାଣ ଓ ରକ୍ଷଣାବେକ୍ଷଣ
  • ବିଜୁଳି ଯୋଗାଣ ଓ ରାସ୍ତା ବିଦ୍ୟୁତୀକରଣ
  • ଜନସ୍ବାସ୍ଥ୍ୟର ବିକାଶ, ଅଳିଆ ଓ ଆବର୍ଜନା ସଫା ପାଇଁ ନାଳୀ ନିର୍ମାଣ
  • ଯାନବାହନ ପରିଚାଳନା ଓ ନିୟନ୍ତ୍ରଣ
  • ମାତୃମଙ୍ଗଳ ଓ ଶିଶୁମଙ୍ଗଳ କେନ୍ଦ୍ର ପ୍ରତିଷ୍ଠା
  • ହାଟ ଓ କଂସେଇଖାନା ପ୍ରତିଷ୍ଠା
  • ଶିକ୍ଷାର ପ୍ରସାର ଓ ପରିଚାଳନା ।

ଇଚ୍ଛାଧୀନ କାର୍ଯ୍ୟ :

  • ସର୍ବସାଧାରଣ ପୁସ୍ତକାଗାର, ଯାଦୁଘର, ପାର୍କ ଓ ରଙ୍ଗମଞ୍ଚ ନିର୍ମାଣ ଓ ପରିଚାଳନା
  • ବିବାହର ତାଲିକା ରଖୁବା ଓ ଜନଗଣନା କରିବା
  • ବିଶ୍ରାମଗୃହ, ଅନାଥାଶ୍ରମ ନିର୍ମାଣ ଓ ପରିଚାଳନା
  • ପଥପାର୍ଶ୍ବରେ ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ।

୫ । ମ୍ୟୁନିସିପାଲିଟି (ବା) ନଗରପାଳିକା କିମ୍ବା ବିଜ୍ଞାପିତ ଅଞ୍ଚଳ ପରିଷଦ (N.A.C.) ର ଗଠନ ଓ କାର୍ଯ୍ୟ ଆଲୋଚନା କର ।
Answer:
ଓଡ଼ିଶାରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ସଂସ୍ଥାର ତିନିଗୋଟି ଅନୁଷ୍ଠାନ; ଯଥା — ନିଗମ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି । ୧୯୫୦ ମସିହାର ମ୍ୟୁନିସିପାଲିଟି ଆଇନର କେତେକ ପରିବର୍ତ୍ତନ ହୋଇ ୩୧ଟି ମ୍ୟୁନିସିପାଲିଟି ଏବଂ ୭୬ଟି N.A.C. ରହିଛି । ଯେଉଁ ସହରରେ ୧୦ ହଜାରରୁ ଅଧିକ ବାସିନ୍ଦା ରହନ୍ତି ସେଠାରେ ମ୍ୟୁନିସିପାଲିଟି ଥାଏ ଏବଂ ଯେଉଁଠାରେ ୫ ହଜାରରୁ ଅଧ୍ଵକ ବାସିନ୍ଦା ରହନ୍ତି ସେଠାରେ N.A.C. ଥାଏ ଓ ୧ ଲକ୍ଷରୁ ଊର୍ଦ୍ଧ୍ଵ ବାସିନ୍ଦା ଥିବା ସହରରେ ନିଗମ ପ୍ରତିଷ୍ଠା କରାଯାଇଛି ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଗଠନ – ପ୍ରତି ମ୍ୟୁନିସିପାଲିଟିର ପରିଚାଳନା ପାଇଁ ଗୋଟିଏ ଗୋଟିଏ ମ୍ୟୁନିସିପାଲିଟି କାଉନ୍‌ସିଲ୍ ଥାଏ । ଏହି କାଉନ୍ସିଲ ସଦସ୍ୟମାନେ ସହରର ବିଭିନ୍ନ ୱାର୍ଡ଼ରୁ ନିର୍ବାଚିତ ହୋଇଥାଆନ୍ତି । ଅନ୍ତତଃ ୧୧ ଜଣ ଓ ସର୍ବାଧ‌ିକ ୩୦ ଜଣ କାଉନସିଲ୍‌ର ସଦସ୍ୟ ରହିପାରିବେ । ଏହାର କାର୍ଯ୍ୟକାଳ ୫ ବର୍ଷ । ସରକାର ଇଚ୍ଛାକଲେ ସୁପରିଚାଳନା ପାଇଁ ମ୍ୟୁନିସିପାଲିଟିର ପରିଚାଳନା ନିଜ ହାତକୁ ନେଇ ସାନି ନିର୍ବାଚନ କରନ୍ତି । କାଉନ୍ସିଲରମାନଙ୍କଦ୍ୱାରା ଚେୟାରମ୍ୟାନ୍ ନିର୍ବାଚିତ ହୁଅନ୍ତି ଏବଂ ଯେତେବେଳେ ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କର ଆସ୍ଥା ହରାନ୍ତି ସେତେବେଳେ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତି ।

ତାଙ୍କୁ ସାହାଯ୍ୟ କରିବାପାଇଁ ଜଣେ ଭାଇସ୍-ଚେୟାରମ୍ୟାନ୍ ବା ଉପାଧ୍ୟକ୍ଷ ହୁଅନ୍ତି । ଏଠାରେ ମଧ୍ୟ ପଞ୍ଚାୟତିରାଜ ବ୍ୟବସ୍ଥା ଭଳି ମହିଳାମାନଙ୍କ ପାଇଁ ୩୦% ସ୍ଥାନ ସଂରକ୍ଷଣ ଥାଏ । ମ୍ୟୁନିସିପାଲିଟିର ଦୈନିକ କାର୍ଯ୍ୟ ପରିଚାଳନା ପାଇଁ ଜଣେ ଏକ୍‌ଜିକ୍ୟୁଟିଭ୍ ଅଫିସର ନିଯୁକ୍ତ ହୋଇଥା’ନ୍ତି । ଜଣେ ସ୍ଵାସ୍ଥ୍ୟ ଅଫିସର ଓ ଜଣେ ଇଞ୍ଜିନିୟର୍ ମଧ୍ୟ ନିଯୁକ୍ତି ପାଇ କାର୍ଯ୍ୟ କରନ୍ତି । କାଉନ୍ସିଲ ନିଜର ବଜେଟ୍ ପାସ୍ କରନ୍ତି ଓ ସରକାରଙ୍କଠାରୁ ଋଣ କରିପାରନ୍ତି । ଅଧ୍ଯକ୍ଷ ଓ ଉପାଧ୍ୟକ୍ଷଙ୍କ ମଧ୍ୟରୁ ଜଣେ ପୁରୁଷ ଓ ଜଣେ ମହିଳା ହୁଅନ୍ତି ।

କାର୍ଯ୍ୟ :
ବାଧ୍ୟତାମୂଳକ :
ଏଠାରେ ଗମନାଗମନର ସୁବିଧା ପାଇଁ ରାସ୍ତାଗୁଡ଼ିକର ନିର୍ମାଣ, ରକ୍ଷଣାବେକ୍ଷଣ ଓ ଉନ୍ନତି, ସଂକ୍ରାମକ ରୋଗର ପ୍ରତିଷେଧକ ବ୍ୟବସ୍ଥା ଆଦି ଗ୍ରହଣ କରାଯାଏ । ଆବର୍ଜନା ନିଷ୍କାସନ ପାଇଁ ନାଳନର୍ଦ୍ଦମା ଓ କମ୍ପୋଷ୍ଟ ଖାତ ଖନନ, ପ୍ରାଥମିକ ଶିକ୍ଷାର ପ୍ରସାର ଓ ବିଶୁଦ୍ଧ ପାନୀୟ ଜଳଯୋଗାଣ, ଶ୍ମଶାନ ପରିଚାଳନା ଓ ଅଗ୍ନି ସେବାଶମ କାର୍ଯ୍ୟକ୍ରମ, ଜନ୍ମ ମୃତ୍ୟୁ ତାଲିକା ପ୍ରସ୍ତୁତି, ସାଧାରଣ ସ୍ଵାସ୍ଥ୍ୟ ଆଦି କ୍ଷେତ୍ରରେ ମଧ୍ୟ ଏହା କାର୍ଯ୍ୟ ସମ୍ପାଦନ କରିଥାଏ ।

ଇଚ୍ଛାଧୀନ :
ଇଚ୍ଛାଧୀନ କାର୍ଯ୍ୟଗୁଡ଼ିକ ପରିଷଦର ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ । ନିମ୍ନଲିଖୁତ କାର୍ଯ୍ୟମାନ ଇଚ୍ଛାଧୀନ କାର୍ଯ୍ୟର ପରିସରଭୁକ୍ତ ।

  • ଗମନାଗମନ ଓ ପରିବହନର ସୁବିଧାପାଇଁ ଟାଉନ୍ ବସ୍ ଚଳାଚଳ ।
  • ଆମୋଦପ୍ରମୋଦ ପାଇଁ ପାର୍କ, ପାଠାଗାର ଓ କ୍ରୀଡ଼ାର ବ୍ୟବସ୍ଥା ।
  • ମାଧ୍ୟମିକ ଓ ଉଚ୍ଚତର ଶିକ୍ଷାର ପ୍ରସାର ।
  • ଆଲୋକ ଓ ପ୍ରମୋଦ ବ୍ୟବସ୍ଥା ।
  • ସୁଲଭ ଶୌଚାଳୟ ଏବଂ ରଙ୍ଗମଞ୍ଚ, ସଂଗ୍ରହାଳୟ ପ୍ରତିଷ୍ଠା ଇତ୍ୟାଦି ।

ସରକାରୀ ନିୟନ୍ତ୍ରଣ :
ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଶୃଙ୍ଖଳିତ କରିବା, ବ୍ୟତିବିଚ୍ୟୁତି ସୁଧାରିବାପାଇଁ ସରକାର ନିୟନ୍ତ୍ରଣ ଜାରିକରନ୍ତି । ସରକାର କୈଫିୟତ ମାଗିପାରିବେ, ଅନୁଦାନ ବନ୍ଦ କରିପାରିବେ ଓ ଆବଶ୍ୟକ ହେଲେ ସରକାର ପୌର ପରିଷଦକୁ ଭାଙ୍ଗି ଏହାର ପରିଚାଳନା ଭାର ନିଜ ହାତକୁ ନେଇପାରନ୍ତି । ନଗରପାଳିକାର ସମସ୍ତ ହିସାବ ସରକାରୀ ଅଡ଼ିଟ୍‌ର ଅନ୍ତର୍ଭୁକ୍ତ ଅଟେ ।

CHSE Odisha Class 12 Political Science Chapter 4 Long Answer Questions in Odia Medium Part-2

ଆୟର ସୂତ୍ର :
ମ୍ୟୁନିସିପାଲିଟି ଟିକସ, ଫି, ଫାଇନ୍, ସରକାରୀ ଅନୁଦାନ, ଋଣ ଆଦି ସୂତ୍ରରୁ ଆୟ କରିଥାଏ । ୧୯୬୩ ମସିହାର ବିଶ୍ବନାଥ ଦାସ କମିଟିଙ୍କ ସୁପାରିସ ଅନୁସାରେ ଓଡ଼ିଶାରେ ନଗର ଉନ୍ନୟନ ବିଭାଗ ଗଠନ କରାଯାଇଛି । ନଗରପାଳିକାର ସବୁକାର୍ଯ୍ୟ ତଦାରଖ କରିବାପାଇଁ ବିଭାଗର ନିର୍ଦ୍ଦେଶକଙ୍କୁ ଦାୟିତ୍ବ ଦିଆଯାଇଛି । ସ୍ଵାୟତ୍ତ ଶାସନ ସଂସ୍ଥାର ସଫଳତା ଉପରେ ଗଣତନ୍ତ୍ରର ଭବିଷ୍ୟତ ନିର୍ଭର କରେ ।

CHSE Odisha Class 12 Economics Chapter 12 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Long Answer Questions.

CHSE Odisha 12th Class Economics Chapter 12 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ମୋଟ ଦେଶୀୟ (ଘରୋଇ) ଉତ୍ପାଦ ଓ ମୋଟ ଜାତୀୟ ଉତ୍ପାଦ ବ୍ୟାଖ୍ୟା କର । ଉପାଦାନ ପରିବ୍ୟୟ ଆକାରରେ ଓ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦ ଏବଂ ଉପାଦାନ ପରିବ୍ୟୟ ଓ ବଜାର ଦାମ୍ ଆକାରରେ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଚୂଡ଼ାନ୍ତଭାବେ ଉତ୍ପାଦିତ ହୋଇଥିବା ଦ୍ରବ୍ୟ ଓ ସେବାର ବଜାର ଦାମ୍ଭିକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ହସ୍ତାନ୍ତରଣ ଦେୟ, ପୁଞ୍ଜିଲାଭ ଏବଂ ପୁରୁଣା ଦ୍ରବ୍ୟର ଦାମ୍ ପ୍ରଭୃତି ମୋଟ ଦେଶୀୟ ଉତ୍ପାଦରୁ ବାଦ୍ ଦିଆଯାଏ ।

ବଜାର ଦରରେ ମୋଟ ଦେଶୀୟ ଉତ୍ପାଦ (GDP at MP) – ମୋଟ ଦେଶୀୟ ପ୍ରଚଳିତ ବଜାର ଦାମ୍‌ରେ ଓ ଉପାଦାନ ପରିବ୍ୟୟରେ ବ୍ୟାଖ୍ୟା କାରଯାଇପାରେ । ପ୍ରଚଳିତ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦ (Gross Domestic Product at Market Price) କହିଲେ ଏକ ନିର୍ଦ୍ଦିଷ୍ଟ ବର୍ଷରେ କୌଣସି ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ଦ୍ରବ୍ୟ ଓ ସେବାକୁ ସାମଗ୍ରୀକଭାବେ ବଜାର ଦରରେ ମୂଲ୍ୟାୟନକୁ ହିଁ ଦର୍ଶାଇଥାଏ । ଏହାକୁ ଆକଳନ କରିବାକୁ ଉତ୍ପାଦିଦ ଦ୍ରବ୍ୟ ଓ ସେବାର ପରିମାଣକୁ ବଜାର ଦରରେ ଗୁଣନ କରାଯାଇଥାଏ ।

ମୋଟ ଦେଶୀୟ ଉତ୍ପାଦ (ବଜାର ଦରରେ) ତିନିପ୍ରକାର ଅନ୍ତିମ ଦ୍ରବ୍ୟକୁ ଅନ୍ତର୍ଭୁକ୍ତ କରିଥାଏ; ଯଥା – ଉପଭୋଗ୍ୟ ଦ୍ରବ୍ୟ ଯାହା ଉପଭୋକ୍ତାଙ୍କୁ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ କରେ, ପୁଞ୍ଜି ଦ୍ରବ୍ୟ ଏବଂ ସରକାରଙ୍କଦ୍ବାରା ଉତ୍ପାଦିତ ଦ୍ରବ୍ୟ ଓ ସେବା ।

ବୈଶିଷ୍ଟ୍ୟ :
(i) ମୋଟ ଦେଶୀୟ ଉତ୍ପାଦକୁ ମୁଦ୍ରା ଆକାରରେ ପ୍ରକାଶ କରାଯାଏ । ଦେଶରେ ଉତ୍ପାଦିତ ସମସ୍ତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ ।
(ii) କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦିତ ସମସ୍ତ ଚୂଡ଼ାନ୍ତ ବା ଅନ୍ତିମ ଦ୍ରବ୍ୟ ଓ ସେବାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଥାଏ ।
(iii) ଏହାକୁ ପ୍ରଚଳିତ ବଜାର ଦାମ୍‌ରେ ପରିପ୍ରକାଶ କରାଯାଏ ।
(iv) ମୋଟ ଦେଶୀୟ ଉତ୍ପାଦ କେବଳ ବଜାରକୁ ବିକ୍ରି ଉଦ୍ଦେଶ୍ୟରେ ପ୍ରେରିତ ଦ୍ରବ୍ୟ ଓ ସେବାକୁ ହିଁ ବିଚାରକୁ ନେଇଥାଏ ।
(v) ପୁଞ୍ଜି ଦ୍ରବ୍ୟର ଅବକ୍ଷୟଜନିତ ମୂଲ୍ୟକୁ ଏହା ବିଚାରକୁ ନେଇ ନ ଥାଏ ।
(vi) ହସ୍ତାନ୍ତରୀଣ ଆୟ, ମୋଟ ଦେଶୀୟ ଉତ୍ପାଦର ଅଂଶବିଶେଷ ନୁହେଁ ।
(vii) ପୁଞ୍ଜିଲାଭ ମୋଟ ଦେଶୀୟ ଉତ୍ପାଦର ଅନ୍ତର୍ଭୁକ୍ତ ହୁଏ ନାହିଁ । ତେଣୁ ବଜାର ଦରରେ ମୋଟ ଦେଶୀୟ ଉତ୍ପାଦ = ଦେଶର ମୋଟ ଉତ୍ପାଦିତ ହେଉଥିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ – ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ।

ମୋଟ ଦେଶୀୟ ଉତ୍ପାଦରୁ ଅବକ୍ଷୟଜନିତ ବ୍ୟୟକୁ ବିୟୋଗ କରାଗଲେ ନିଟ୍ ଦେଶୀୟ ଉତ୍ପାଦ (ବଜାର ଦରରେ) ମିଳିଥାଏ ।

ମୋଟ ଦେଶୀୟ ଉତ୍ପାଦକୁ ପ୍ରଚଳିତ ଦାମ୍‌ରେ ଏବଂ ସ୍ଥିର ଦାମ୍‌ରେ ଆକଳନ କରାଯାଇଥାଏ । ପ୍ରଚଳିତ ଦାମ୍‌ରେ ଦ୍ରବ୍ୟ ଓ ସେବାର ମୂଲ୍ୟାୟନ କରିବାଦ୍ୱାରା ମୋଟ ଦେଶୀୟ ଉତ୍ପାଦର ମୂଲ୍ୟ ସୂଚିତ ହୁଏ । ମୋଟ ଦେଶୀୟ ଉତ୍ପାଦ ବୃଦ୍ଧି ହେବା ଅର୍ଥବ୍ୟବସ୍ଥାର ସୁସ୍ଥତା ସୂଚିତ କରେ । ପୂର୍ବ ବର୍ଷ ସହ ତୁଳନା କରି ଦେଶର ହୋଇଥିବା ଅର୍ଥନୈତିକ ବିକାଶ ସଂପର୍କରେ ଧାରଣା କରିହୁଏ । ଦରଦାମ୍ ସ୍ତରଜନିତ ହେଉଥିବା ମୋଟ ଦେଶୀୟ ଉତ୍ପାଦର ମୂଲ୍ୟ ବୃଦ୍ଧି ଭ୍ରାନ୍ତିଯୁକ୍ତ ହୋଇଥାଏ । ଏଥିପାଇଁ ଅର୍ଥବ୍ୟବସ୍ଥାର ପ୍ରକୃତ ଚିତ୍ର ମିଳି ନ ଥାଏ । ସ୍ଥିର ଦାମ୍‌ରେ ହିସାବ କଲେ ମୋଟ ଦେଶୀୟ ଉତ୍ପାଦ ବୃଦ୍ଧିର ପ୍ରକୃତ ଚିତ୍ର ପ୍ରଦର୍ଶିତ ହୋଇଥାଏ ।

ମୋଟ ଜାତୀୟ ଉତ୍ପାଦ (ବଜାର ଦରରେ) – ମୋଟ ଜାତୀୟ ଉତ୍ପାଦ କହିଲେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶବାସୀଙ୍କ ଦ୍ଵାରା ଦେଶ ଭିତରେ ଏବଂ ବିଦେଶରେ ଉତ୍ପାଦନ କରାଯାଉଥିବା ଦ୍ରବ୍ୟ ଓ ସେବାର ମୂଲ୍ୟକୁ ବୁଝାଏ । ଅନ୍ୟ ଅର୍ଥରେ, ବର୍ଷକ ମଧ୍ୟରେ ଦେଶରେ ଚୂଡ଼ାନ୍ତଭାବରେ ଉତ୍ପାଦନ କରାଯାଉଥିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ଓ ବିଦେଶରୁ ଅର୍ଜିତ ଆୟର ସମାହାର ହିଁ ମୋଟ ଜାତୀୟ ଉତ୍ପାଦ । ଦ୍ରବ୍ୟ ଓ ସେବାର ପରିମାଣକୁ ଏହାର ଦାମ୍ ସହ ଗୁଣନ କରି ମୋଟ ଜାତୀୟ ଉତ୍ପାଦ କଳନା କରିହୁଏ । ଏହି କଳନାରୁ ଅବକ୍ଷୟ ପରିବ୍ୟୟ, ହସ୍ତାନ୍ତରଣ ଦେୟ, ପୁଞ୍ଜିଲାଭ ମଧ୍ୟବର୍ତ୍ତୀ ଦ୍ରବ୍ୟର ଦାମକୁ ବାଦ୍ ଦିଆଯାଏ ।

ମୋଟ ଜାତୀୟ ଉତ୍ପାଦକୁ ତିନିଗୋଟି ଦିଗରୁ ବିଚାର କରାଯାଏ; ଯଥା ଉତ୍ପାଦ ଦିଗ, ଆୟ ଦିଗ ଓ ଖର୍ଚ୍ଚ ଦିଗ । ଉତ୍ପାଦ ଦିଗରୁ ବିଶ୍ଳେଷଣ କଲେ ଓ ମୋଟ ଜାତୀୟ ଉତ୍ପାଦ କହିଲେ ଦେଶର ସବୁ ଉତ୍ପାଦନକାରୀ ଉଦ୍ୟୋଗଦ୍ଵାରା ହେଉଥିବା ସଂଯୁକ୍ତ ମୂଲ୍ୟର ମୋଟ ସମିଶ୍ରଣକୁ ବୁଝାଇଥାଏ । ଆୟ ଦିଗରୁ ବିଚାର କଲେ, କର୍ମଚାରୀଙ୍କ ପ୍ରତିଦାନ, କାର୍ଯ୍ୟକାରୀ ଉଦ୍‌ବୃରାଂଶ, ଆତ୍ମନିଯୁକ୍ତିଙ୍କ ମିଶ୍ରିତ ଆୟ, ନିଟ୍ ପରୋକ୍ଷ କର ଏବଂ ସ୍ଥିର ପୁଞ୍ଜି ଉପଭୋଗର ସମଷ୍ଟିକୁ ହିଁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ବ୍ୟୟ (ଖର୍ଚ୍ଚ) ଦୃଷ୍ଟିରୁ ବିଚାର କଲେ, ଘରୋଇ ଉପଭୋଗ ଖର୍ଚ୍ଚ, ସରକାରଙ୍କ ଉପଭୋଗ ଖର୍ଚ୍ଚ, ମୋଟ ଦେଶୀୟ ପୁଞ୍ଜିଗଠନ ଏବଂ ନିଟ୍ ରପ୍ତାନିକୁ ନେଇ ମୋଟ ଜାତୀୟ ଉତ୍ପାଦ ସ୍ଥିର କରାଯାଏ ।

ବୈଶିଷ୍ଟ୍ୟ :
(i) ଉତ୍ପାଦନ ପ୍ରକ୍ରିୟାରେ ଦ୍ରବ୍ୟ ଓ ସେବାର ଅବକ୍ଷୟଜନିତ ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦର ଅନ୍ତର୍ଭୁକ୍ତ କରାଯାଏ ନାହିଁ ।
(ii) ହସ୍ତାନ୍ତରୀଣ ଦେୟ ମୋଟ ଜାତୀୟ ଉତ୍ପାଦରୁ ବାଦ୍ ଦିଆଯାଇଥାଏ ।
(iii) ବଜାରକୁ ପ୍ରେରିତ ହେଉଥିବା ଦ୍ରବ୍ୟ ଓ ସେବାକୁ ମୋଟ ଜାତୀୟ ଉତ୍ପାଦରେ ଅନ୍ତର୍ଭୁକ୍ତ କରାଯାଇଥାଏ ।
(iv) ପୁଞ୍ଜିଲାଭକୁ ମୋଟ ଜାତୀୟ ଉତ୍ପାଦରୁ ବାଦ୍ ଦିଆଯାଏ ।
(v) ଏହା ମଧ୍ୟବର୍ତୀ ଦ୍ରବ୍ୟର ମୂଲ୍ୟକୁ ଗ୍ରହଣ କରି ନ ଥାଏ । କେବଳ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦିତ ଅନ୍ତିମ ଦ୍ରବ୍ୟ ଓ ସେବାର ମୂଲ୍ୟ ମୋଟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଏ ।

ମୋଟ ଜାତୀୟ ଉତ୍ପାଦରୁ ଅବକ୍ଷୟ ପରିବ୍ୟୟକୁ ବାଦ୍ ଦେଇ ନିଟ୍ ଜାତୀୟ ଉତ୍ପାଦ ସ୍ଥିର କରାଯାଇଥାଏ । ନିଟ୍ ଜାତୀୟ ଉତ୍ପାଦରୁ ଚଳନ୍ତି ଉପଭୋଗ ଏବଂ ନବୀକରଣ ପରିବ୍ୟୟ ଉପରେ ହେଉଥିବା ମୋଟ ଉତ୍ପାଦନର ନିଟ୍ ବୃଦ୍ଧି ସୂଚିତ ହୁଏ !

ଉପାଦାନ ପରିବ୍ୟୟ ଏବଂ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦ – ହିସାବ ଅନ୍ତର୍ଭୁକ୍ତ ବର୍ଷରେ ଦେଶୀୟ ଅଞ୍ଚଳରେ ଚୂଡ଼ାନ୍ତଭାବେ ଉତ୍ପାଦନ କରାଯାଉଥିବା ଦ୍ରବ୍ୟ ଓ ସେବାର ମୂଲ୍ୟକୁ ଉପାଦାନ ପରିବ୍ୟୟ ଆକାରରେ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଦେଶ ଭିତରେ ଉତ୍ପାଦନ କରାଯାଉଥିବା ମୋଟ ଉତ୍ପାଦ ମୂଲ୍ୟରୁ ମଧ୍ୟବର୍ତ୍ତୀ ଉପଭୋଗର ମୂଲ୍ୟକୁ ବାଦେଇ ବଢ଼ାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦ ସ୍ଥିର କରାଯାଇଥାଏ ।

ଉପାଦାନ ପରିବ୍ୟୟ ଏବଂ ବଜାର ଦାମ୍‌ରେ ମୋଟ ଜାତୀୟ ଉତ୍ପାଦ – ବର୍ଷକ ମଧ୍ୟରେ ଦେଶରେ ଉତ୍ପାଦନ କରାଯାଉଥିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ଉପାଦାନ ପରିବ୍ୟୟ ସମ୍ମିଶ୍ରଣ କରି ଉପାଦାନ ପରିବ୍ୟୟ ଆକାରରେ ମୋଟ ଜାତୀୟ ଉତ୍ପାଦ ସ୍ଥିର କରାଯାଏ । ପ୍ରକାରାନ୍ତରେ କହିବାକୁ ଗଲେ ମୋଟ ଜାତୀୟ ଉତ୍ପାଦରେ କର୍ମଚାରୀଙ୍କ ପ୍ରତିଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, କାର୍ଯ୍ୟକାରୀ ଉଦ୍‌ବୃତ୍ତାଶ ଏବଂ ସ୍ଥିର ପୁଞ୍ଜି ଉପଭୋଗ ଅନ୍ତର୍ଭୁକ୍ତ ହୋଇଥାଏ ।

ବଜାର ଦାମ୍‌ରେ ମୋଟ ଜାତୀୟ ଉତ୍ପାଦ କହିଲେ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦ ଏବଂ ବିଦେଶରୁ ମିଳୁଥିବା ଉପାଦାନ ଆୟକୁ ବୁଝାଏ । ଦେଶର ନାଗରିକ ବିଦେଶରେ ଉତ୍ପାଦନ କରୁଥିବା ଦ୍ରବ୍ୟର ମୂଲ୍ୟରୁ ଦେଶ ମଧ୍ୟରେ ନାଗରିକମାନଙ୍କଦ୍ୱାରା ଉତ୍ପାଦନ କରାଯାଉଥିବା ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦେଇ ବିଦେଶରୁ ମିଳୁଥିବା ନିଟ୍ ଆୟ ସ୍ଥିର କରାଯାଏ ।

ତୁଳନାତ୍ମକ ଉପସ୍ଥାପନା :
ବଜାର ଦରରେ ମୋଟ ଜାତୀୟ ଉତ୍ପାଦ
= ବଜାର ଦରରେ ମୋଟ ଦେଶୀୟ ଉତ୍ପାଦ + ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟ
= କର୍ମଚାରୀଙ୍କ ପ୍ରତିଦାନ + କାର୍ଯ୍ୟକାରୀ ଉଦ୍‌ବୃରାଂଶ + ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ + ସ୍ଥିର ପୁଞ୍ଜି ଉପଭୋଗ + ନିଟ୍ ପରୋକ୍ଷ କର । (ଆୟ ପଦ୍ଧତିରେ ପରିମାପ କରାଯାଇଛି)
= ଘରୋଇ ଅନ୍ତିମ ଉପଭୋଗ + ସରକାରୀ ଉପଭୋଗ + ଘରୋଇ ବିନିଯୋଗ + ରପ୍ତାନି – ଆମଦାନି (ବ୍ୟୟ ପଦ୍ଧତିରେ ପରିମାପ କରାଯାଇଛି)

ବଜାର ଦରରେ ମୋଟ ଦେଶୀୟ ଉତ୍ପାଦ
= ଦେଶରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ – ଉପଭୋଗ ହେଉଥିବା ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟ ତେଣୁ ବଜାର ଦରରେ ମୋଟ ଦେଶୀୟ ଉତ୍ପାଦ
= ବଜାର ଦରରେ ମୋଟ ଜାତୀୟ ଉତ୍ପାଦ – ବିଦେଶରୁ ମିଳୁଥିବା ନିଟ୍ ଆୟ ।

CHSE Odisha Class 12 Economics Chapter 12 Long Answer Questions in Odia Medium

2. ଘରୋଇ ଆୟ ଏବଂ ବ୍ୟକ୍ତିଗତ ଆୟ ଅଭିଧାରଣା ବ୍ୟାଖ୍ୟା କର । ବ୍ୟକ୍ତିଗତ ଆୟ ଏବଂ ବ୍ୟବହାରଯୋଗ୍ୟ ଆୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
ଘରୋଇ ଆୟ – ଘରୋଇ ଆୟ କହିଲେ ଉପାଦାନ ଆୟ ଓ ହସ୍ତାନ୍ତରୀଣ ପ୍ରାପ୍ୟକୁ କୁହାଯାଏ । ଉପାଦାନ ପରିବ୍ୟୟରେ ମୋଟ ନିଟ୍ ଜାତୀୟ ଉତ୍ପାଦ, ହସ୍ତାନ୍ତରୀଣ ପ୍ରାପ୍ୟ, ସରକାରୀ ଋଣ ଉପରେ ସୁଧ, ସାମାଜିକ ସୁରକ୍ଷା ଉପରେ ପ୍ରାପ୍ୟ, ରାଷ୍ଟ୍ରାୟତ୍ତ ସଂସ୍ଥାରୁ ମିଳୁଥିବା ଲାଭ ଏବଂ ଉଦ୍‌ବୃତ୍ତାଶକୁ ନେଇ ଘରୋଇ ଆୟ କଳନା କରାଯାଏ । ଘରୋଇ ଆୟକୁ ଜାତୀୟ ଆୟଠାରୁ ଭିନ୍ନ ବୋଲି ବିଚାର କରାଯାଏ । କାରଣ ଜାତୀୟ ଆୟରେ ଉଭୟ ଘରୋଇ କ୍ଷେତ୍ରରୁ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରରୁ ମିଳୁଥିବା ଆୟ ଅନ୍ତର୍ଭୁକ୍ତ, ମାତ୍ର ଘରୋଇ ଆୟରେ ରାଷ୍ଟ୍ରୀୟର କ୍ଷେତ୍ରରୁ ମିଳୁଥିବା ଆୟ ଅନ୍ତର୍ଭୁକ୍ତ ହୁଏ ନାହିଁ । ପୁନଶ୍ଚ ଜାତୀୟ ଋଣ ଉପରେ ମିଳୁଥିବା ସୁଧ ଜାତୀୟ ଆୟର ଅଂଶବିଶେଷ ନ ହୋଇଥିବା ସ୍ଥଳେ ତାହା ଘରୋଇ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ ।

ବ୍ୟକ୍ତିଗତ ଆୟ – ବ୍ୟକ୍ତିଗତ ଆୟ କହିଲେ ଦେଶରେ ବର୍ଷକ ମଧ୍ୟରେ ବ୍ୟକ୍ତିବିଶେଷ କିମ୍ବା ପରିବାରବର୍ଗଙ୍କୁ ମଜୁରି, ବେତନ, ଅଶେଷ, ସୁଧ ଏବଂ ଲାଭାଂଶ ଆକାରରେ ମିଳୁଥିବା ଆୟକୁ ବୁଝାଏ । ବ୍ୟକ୍ତିଗତ ଆୟରେ ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ ମଧ୍ଯ ଅନ୍ତର୍ଭୁକ୍ତ ହୋଇଥାଏ । ସୁତରାଂ ବ୍ୟକ୍ତିଗତ ଆୟର ସଂଜ୍ଞାପ୍ରକରଣ କ୍ରମରେ କୁହାଯାଇପାରେ ଯେ, ସରକାର ଏବଂ ବ୍ୟବସାୟ କ୍ଷେତ୍ରରୁ ହସ୍ତାନ୍ତରୀଣ ଆୟ ସମେତ ଅନ୍ୟାନ୍ୟ ସମସ୍ତ ସୂତ୍ରରୁ ଲୋକମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟକ୍ତିଗତ ଆୟ ଜାତୀୟ ଆୟଠାରୁ ଭିନ୍ନ ହୋଇଥାଏ ।

ବ୍ୟକ୍ତିଗତ ଆୟକୁ ମିଶ୍ରଣ କରି ଜାତୀୟ ଆୟ ନିର୍ଦ୍ଧାରଣ କରାଯାଇପାରେ ନାହିଁ । କାରଣ ପ୍ରତିଷ୍ଠାନବର୍ଗ ଅର୍ଜନ କରୁଥିବା ଆୟ ସାମଗ୍ରିକଭାବେ ଉତ୍ପାଦନ ଉପାଦାନଙ୍କ ମଧ୍ୟରେ ବଣ୍ଟନ ହୋଇନଥାଏ । ପ୍ରତିଷ୍ଠାନର ଆୟରୁ କିଛି ଅଂଶ ଭବିଷ୍ୟତ ସଂପ୍ରସାରଣ ଏବଂ ନିଗମ କର ଦେୟ ଉଦ୍ଦେଶ୍ୟରେ ରଖାଯାଇ ଥାଏ । ସୁତରାଂ କେବଳ ଉପାଦାନ ଆୟକୁ ଜାତୀୟ ଆୟ କୁହାଯାଏ । ବ୍ୟକ୍ତିଗତ ଆୟକୁ ମଧ୍ୟ ଘରୋଇ ଆୟଠାରୁ ଭିନ୍ନଭାବେ ବିଚାର କରାଯାଏ । କାରଣ ଘରୋଇ ଆୟରେ ସଞ୍ଚୟ ଓ ନିଗମ କର ଅନ୍ତର୍ଭୁକ୍ତ ହୋଇଥିଲାବେଳେ ବ୍ୟକ୍ତିଗତ ଆୟରୁ ଏହି ଦୁଇ ପ୍ରକାର ଦେୟକୁ ବାଦ୍ ଦିଆଯାଇଥାଏ ।

ବ୍ୟବହାରଯୋଗ୍ୟ ଆୟ : ସରକାରଙ୍କଦ୍ଵାରା ଆରୋପିତ ଆୟକର ଏବଂ ସମ୍ପତ୍ତି କର ପଇଠ କଲା ପରେ ବ୍ୟକ୍ତିବିଶେଷଙ୍କର ଯେଉଁ ଆୟ ରହେ ତାହାକୁ ବ୍ୟବହାରଯୋଗ୍ୟ ଆୟ ରୂପେ ବିଚାର କରାଯାଏ । ଏହି ବ୍ୟବହାରଯୋଗ୍ୟ ଆୟକୁ ଲୋକମାନେ ଉପଭୋଗ ଏବଂ ସଞ୍ଚୟ ଉଦ୍ଦେଶ୍ୟରେ ଉପଯୋଗ କରିଥା’ନ୍ତି । ପ୍ରତ୍ୟେକ ବ୍ୟକ୍ତି ବା ପରିବାର ସଚେତନ ଥା’ନ୍ତି ଯେ, ସେମାନଙ୍କୁ କର ଓ ଫିସ୍ ଆକାରରେ କିଛି ଦେବାକୁ ହେବ । ତେଣୁ ସେମାନେ ସମସ୍ତ ଆୟକୁ ଖର୍ଚ୍ଚ କରିନଥା’ନ୍ତି ।

ବ୍ୟକ୍ତିଗତ ଆୟ ଓ ବ୍ୟବହାରଯୋଗ୍ୟ ଆୟ : ଯେଉଁ ଆୟ ଦେଶବାସୀ ମଜୁରି, ବେତନ, ଅଧ୍ଵଶେଷ, ସୁଧ, ଲାଭାଂଶ ଏବଂ ଆତ୍ମନିଯୁକ୍ତିରୁ ମିଳୁଥିବା ମିଶ୍ରିତ ଆୟ ଆକାରରେ ପାଇଥା’ନ୍ତି, ତାହାକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟବହାରଯୋଗ୍ୟ ଆୟ ହେଉଛି ବ୍ୟକ୍ତିଗତ ଆୟର ଏକ ଅଂଶ ଯାହାକି ବ୍ୟକ୍ତିଗତ ଆୟରୁ ସମସ୍ତ ପ୍ରକାର କର ପଇଠ ହେଲା ପରେ ସ୍ଥିର ହୋଇଥାଏ ।

3. ଜାତୀୟ ଆୟ ସଂପର୍କିତ ବିଭିନ୍ନ ଅଭିଧାରଣା ସଂପର୍କରେ ବ୍ୟାଖ୍ୟା କର ଓ ଏମାନଙ୍କ ମଧ୍ୟରେ ଥିବା ଆନ୍ତଃସଂପର୍କ ଦର୍ଶାଅ ।
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ହିସାବ ବର୍ଷରେ ଉପାଦାନମାନଙ୍କଦ୍ଵାରା ଦେଶ ଭିତରେ ଉତ୍ପାଦିତ ହେଉଥିବା ସାମଗ୍ରିକ ମୌଦ୍ରିକ ମୂଲ୍ୟକୁ ଜାତୀୟ ଆୟ କୁହାଯାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟର ମୌଦ୍ରିକ ମୂଲ୍ୟାୟନ ହିଁ ମୋଟ ଜାତୀୟ ଆୟ । ଏହି ଜାତୀୟ ଆୟ ସଂପର୍କିତ ବିଭିନ୍ନ ଅଭିଧାରଣା ରହିଛି ଯାହା ନିମ୍ନରେ ବର୍ଣ୍ଣନା କରାଗଲା ।

(1) ବଜାର ଦାମ୍‌ରେ ମୋଟ ଜାତୀୟ ଉତ୍ପାଦ (Gross National Product at Market Price) – କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦିତ ହୋଇଥିବା ସମସ୍ତ ଅନ୍ତିମ ଦ୍ରବ୍ୟର ବଜାର ମୂଲ୍ୟାୟନରୁ ହିଁ ବଜାର ଦାମ୍‌ରେ ଜାତୀୟ ଉତ୍ପାଦ କଳନା କରାଯାଏ । ଏହାକୁ ଆକଳନ କରିବାପାଇଁ ଉତ୍ପାଦିତ ଦ୍ରବ୍ୟ ଓ ସେବାର ପରିମାଣକୁ ବଜାର ଦାମ୍‌ରେ ଗୁଣନ କରାଯାଏ ।

ମୋଟ ଜାତୀୟ ଉତ୍ପାଦର କଳନା ସମୟରେ ଅବକ୍ଷୟଜନିତ ପରିବ୍ୟୟ, ପୁଞ୍ଜିଲାଭ, ହସ୍ତାନ୍ତରୀଣ ବ୍ୟୟ, ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । କେବଳ ବଜାରକୁ ପ୍ରେରିତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ଏହାର ଅନ୍ତର୍ଭୁକ୍ତ କରାଯାଏ । ତେଣୁ ବଜାର ଦାମ୍‌ରେ ମୋଟ୍ ଜାତୀୟ ଉତ୍ପାଦ = ପାରିବାରିକ ଉପଭୋଗଜନିତ ବ୍ୟୟ + ମୋଟ ପୁଞ୍ଜି ଗଠନ + ରପ୍ତାନି – ଆମଦାନି + ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟ ।

ସେହିପରି ମୋଟ ଜାତୀୟ ଉତ୍ପାଦକୁ ତିନୋଟି ଦୃଷ୍ଟିକୋଣରୁ ବିଚାର କରାଯାଇଥାଏ । ଉତ୍ପାଦ ଦିଗରୁ ବିଚାର କରାଗଲେ ମୋଟ ଜାତୀୟ ଉତ୍ପାଦ = ଉପଭୋଗ ହେଉଥିବା ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ + ସରକାରଙ୍କଦ୍ବାରା ଉତ୍ପାଦିତ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ + ମୋଟ ଘରୋଇ ବିନିଯୋଗ + (ରପ୍ତାନି – ଆମଦାନି)

ଆୟ ଦିଗରୁ ବିଶ୍ଳେଷଣ କରାଗଲେ :
ମୋଟ ଜାତୀୟ ଉତ୍ପାଦ = କର୍ମଚାରୀଙ୍କ ପ୍ରତିଦାନ + କାର୍ଯ୍ୟକାରୀ ଉଦ୍‌ବୃତ୍ତାଶ+ ଆତ୍ମନିଯୁକ୍ତିଙ୍କ ମିଶ୍ରିତ ଆୟ + ନିଟ୍ ପରୋକ୍ଷ କର + ସ୍ଥିର ପୁଞ୍ଜିର ଉପଭୋଗ

ବ୍ୟୟ ଦିଗରୁ ଆଲୋଚନା କରାଗଲେ :
ବଜାର ଦାମ୍‌ରେ ମୋଟ ଜାତୀୟ ଉତ୍ପାଦ = ବେସରକାରୀ (ଘରୋଇ)ଉପଭୋଗ + ସରକାରୀ ଉପଭୋଗ + ମୋଟ ଘରୋଇ ବିନିଯୋଗ + ରପ୍ତାନି – ଆମଦାନି ।

(2) ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦ (Gross Domestic Product at Market Price) – କୌଣସି ବର୍ଷରେ ଦେଶର ଭୌଗୋଳିକ ସୀମା ମଧ୍ୟରେ ଉତ୍ପାଦିତ ହୋଇଥିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଏହି ଅଭିଧାରଣାରେ କେବଳ ବଜାରକୁ ପ୍ରେରିତ ଅନ୍ତିମ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ହସ୍ତାନ୍ତରୀଣ ଆୟ, ପୁଞ୍ଜିଲାଭ ଆଦିକୁ ଏହି ହିସାବରୁ ବହିର୍ଭୁକ୍ତ କରାଯାଇଥାଏ । ତେଣୁ ଏ ଅର୍ଥରେ – ବଜାର ଦରରେ ମୋଟ ଦେଶୀୟ ଉତ୍ପାଦ = ଦେଶରେ ଉତ୍ପାଦିତ ହୋଇଥିବା ମୋଟ ଉତ୍ପାଦର ମୂଲ୍ୟ – ଦ୍ରବ୍ୟର ମୂଲ୍ୟ ।

(3) ବଜାର ଦାମ୍‌ରେ ନିଟ୍ ଜାତୀୟ ଉତ୍ପାଦ (Net National Product at Market Price) – ମୋଟ ଜାତୀୟ ଉତ୍ପାଦରୁ ଅବକ୍ଷୟଜନିତ ପରିବ୍ୟୟ ବିୟୋଗ କରାଗଲେ ନିଟ୍ ଜାତୀୟ ଉତ୍ପାଦ ମିଳିଥାଏ; ଯଥା – ନିଟ୍ ଜାତୀୟ ଉତ୍ପାଦ = ମୋଟ ଜାତୀୟ ଉତ୍ପାଦ – ଅବକ୍ଷୟ ପରିବ୍ୟୟ ।

ସେହି ଅର୍ଥରେ ବଜାର ଦାମ୍‌ରେ ନିଟ୍ ଜାତୀୟ ଉତ୍ପାଦ କହିଲେ କୌଣସି ଅର୍ଥବ୍ୟବସ୍ଥାରେ ଏକ ବର୍ଷରେ ଉତ୍ପାଦିତ ହେଉଥିବା ଅନ୍ତିମ ଦ୍ରବ୍ୟସମୂହର ନିଟ୍ ବଜାର ମୂଲ୍ୟକୁ ବୁଝାଇଥାଏ ।
ତେଣୁ ବଜାର ଦାମ୍‌ରେ ନିଟ୍ ଜାତୀୟ ଉତ୍ପାଦ = ବଜାର ଦାମ୍‌ରେ ମୋଟ ଜାତୀୟ ଉତ୍ପାଦ – ପୁଞ୍ଜି ଉପଭୋଗଜନିତ ଦେୟ
= ମୋଟ ଜାତୀୟ ଉତ୍ପାଦ (ବଜାର ଦାମ୍ ) – ଅବକ୍ଷୟଜନିତ ପରିବ୍ୟୟ
= ପ୍ରାଥମିକ କ୍ଷେତ୍ରରେ ଉପାଦାନ ପରିବ୍ୟୟରେ ସଂଯୁକ୍ତ ମୂଲ୍ୟ + ମାଧ୍ୟମିକ କ୍ଷେତ୍ରରେ ଉପାଦାନ ପରିବ୍ୟୟରେ ସଂଯୁକ୍ତ ମୂଲ୍ୟ + ସେବା କ୍ଷେତ୍ରରେ ଉପାଦାନ ପରବ୍ୟୟରେ ସଂଯୁକ୍ତ ମୂଲ୍ୟ + ନିଟ୍ ପରୋକ୍ଷ କର – ବିଦେଶରୁ ମିଳୁଥିବା ନିଟ୍ ଆୟ + ଅବକ୍ଷୟଜନିତ ମୂଲ୍ୟ ।

(4) ବଜାର ଦାମ୍‌ରେ ନିଟ୍ ଦେଶୀୟ ଉତ୍ପାଦ (Net Domestic Product at Market Price) – ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଓ ବିଦେଶରେ ଉତ୍ପାଦିତ ହେଉଥିବା ଅନ୍ତିମ ଦ୍ରବ୍ୟର ମୂଲ୍ୟକୁ ବଜାର ଦାମ୍‌ରେ ନିଟ୍ ଦେଶୀୟ ଉତ୍ପାଦ କୁହାଯାଏ ।
ନିଟ୍ ଦେଶୀୟ ଉତ୍ପାଦ (ବଜାର ଦାମ୍ ) = ବଜାର ଦାମ୍‌ରେ ନି ଟ୍ ଜାତୀୟ ଉତ୍ପାଦ – ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟ
⇒ ନିଟ୍ ଦେଶୀୟ ଉତ୍ପାଦ (ବଜାର ଦାମ୍) = ମୋଟ ଦେଶୀୟ ଉତ୍ପାଦ (ବଜାର ଦାମ୍) – ଅବକ୍ଷୟଜନିତ ପରିବ୍ୟୟ ।

(5) ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ (Net National Product at Factor Cost) – ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ କହିଲେ କୌଣସି ବର୍ଷରେ ଦେଶରେ ଓ ବିଦେଶରେ ଅର୍ଜନ କରାଯାଉଥିବା ବିଭିନ୍ନ ଉପାଦାନମାନଙ୍କର ସାମଗ୍ରିକ ଆୟକୁ ବୁଝାଇଥାଏ ।

ତେଣୁ ନିଟ୍ ଜାତୀୟ ଉତ୍ପାଦ (ଉପାଦାନ ପରିବ୍ୟୟରେ) = ଉପାଦାନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ + ବିଦେଶରୁ ମିଳୁଥିବା ଉପାଦାନର ନିଟ୍ ଆୟ
= କର୍ମଚାରୀଙ୍କ ପ୍ରତିଦାନ + କାର୍ଯ୍ୟକାରୀ ଉଦ୍‌ବୃତ୍ତ + ମିଶ୍ରିତ ଆୟ + ବିଦେଶରୁ ମିଳୁଥିବା ନିଟ୍ ଜାତୀୟ ଉପାଦାନ ଆୟ
ଏହି ଅର୍ଥରେ ବିଚାର କରାଗଲେ ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ = ବଜାର ଦାମ୍‌ରେ ନିଟ୍ ଜାତୀୟ ଉତ୍ପାଦ – ପରୋକ୍ଷ କର ।
ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ = ବଜାର ଦାମ୍‌ରେ ନିଟ୍ ଜାତୀୟ ଉତ୍ପାଦ + ସବ୍‌ସଡ଼ି – ପରୋକ୍ଷ କର
ତେଣୁ ଉପାଦାନ ପରିବ୍ୟୟରେ ନିଟ୍ ଉପାଦାନ ଉତ୍ପାଦ = ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ – ବିଦେଶରୁ ମିଳୁଥିବା ଉପାଦାନମାନଙ୍କର ଆୟ ।

(6) ଉପାଦାନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ (Net Domestic Product at Factor Cost) – କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ବିଭିନ୍ନ ଉପାଦାନମାନଙ୍କଦ୍ଵାରା ଅର୍ଜନ କରୁଥିବା ଆୟର ସମଷ୍ଟିକୁ ଉପାଦାନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ କୁହାଯାଏ ।

ଉପାଦାନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ = ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ – ବିଦେଶରୁ ମିଳୁଥିବା ଉପାଦାନମାନଙ୍କ ଆୟ
= ବଜାର ମୂଲ୍ୟରେ ନିଟ୍ ଦେଶୀୟ ଉତ୍ପାଦ – ପରୋକ୍ଷ କର + ସବ୍‌ସିଡ଼ି

(7) ଉପାଦାନ ପରିବ୍ୟୟରେ ମୋଟ ଦେଶୀୟ ଉତ୍ପାଦ (Gross Domestic Product at Factor Cost) – କୌଣସି ଦେଶରେ ଉତ୍ପାଦନକାରୀଙ୍କଦ୍ବାରା ନିଟ୍ ସଂଯୁକ୍ତ ମୂଲ୍ୟର ସମଷ୍ଟିକୁ ମୋଟ ଦେଶୀୟ ଉତ୍ପାଦ (ଉପାଦାନ ପରିବ୍ୟୟ) କୁହାଯାଏ ।

ତେଣୁ, ଉପାଦାନ ପରିବ୍ୟୟରେ ମୋଟ ଦେଶୀୟ ଉତ୍ପାଦ = ଉପାଦାନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ + ଅବକ୍ଷୟର ମୂଲ୍ୟ
= ବଜାର ଦରରେ ମୋଟ ଦେଶୀୟ ଉତ୍ପାଦ – ପରୋକ୍ଷ କର + ସବ୍‌ସିଡ଼ି

(8) ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ (Gross National Product at Factor Cost) – ବଜାର ଦରରେ ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କରାଗଲେ ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ ମିଳିଥାଏ ।

ତେଣୁ, ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ = ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ + ଅବକ୍ଷୟ ପରିବ୍ୟୟ

(9) ଘରୋଇ ଆୟ (Private Income) – ବିଭିନ୍ନ ଉତ୍ସରୁ ବିଭିନ୍ନ ବ୍ୟକ୍ତିବିଶେଷଙ୍କଦ୍ଵାରା ଅର୍ଜିତ ଆୟସମୂହର ସମଷ୍ଟିକୁ ଘରୋଇ ଆୟ କୁହାଯାଏ ।
ତେଣୁ ଘରୋଇ ଆୟ = ଉପାଦାନ ପରିବ୍ୟୟରେ ଜାତୀୟ ଆୟ + ହସ୍ତାନ୍ତରଣ ଦେୟ + ସରକାରୀ ଋଣର ସୁଧ – ସାମାଜିକ ନିରାପତ୍ତା ବ୍ୟୟ – ସରକାରୀ ଉଦ୍ୟୋଗର ଲାଭାଂଶ ।

(10) ବ୍ୟକ୍ତିଗତ ଆୟ (Personal Income) – ଦେଶର ବ୍ୟକ୍ତିବିଶେଷଙ୍କଦ୍ଵାରା ସଂଗୃହୀତ ଆୟର ସମାହାର ହିଁ ବ୍ୟକ୍ତିଗତ ଆୟ ।
ବ୍ୟକ୍ତିଗତ ଆୟ = ଘରୋଇ ଆୟ – ବେସରକାରୀ ଉଦ୍ୟୋଗର ସଞ୍ଚୟ ।

(11) ବ୍ୟବହାରଯୋଗ୍ୟ ଆୟ (Disposable Income) – ପରିବାର ଓ ବ୍ୟକ୍ତିବିଶେଷଙ୍କଦ୍ୱାରା ଉପଭୋଗ ଉଦ୍ଦେଶ୍ୟରେ ବ୍ୟୟଯୋଗ୍ୟ ଆୟକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ । ଏହି ଅର୍ଥରେ,
ବ୍ୟବହାର ଯୋଗ୍ୟ ଆୟ = ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର ।

CHSE Odisha Class 12 Economics Chapter 12 Long Answer Questions in Odia Medium

4. ଜାତୀୟ ଆୟର ପରିମାପ ସଂପର୍କରେ ଅନୁସୃତ ତିନୋଟି ପଦ୍ଧତି ବର୍ଣ୍ଣନା କର । ଏସବୁର ସୁବିଧା ଓ ଅସୁବିଧା ସଂପର୍କରେ ସୂଚନା ଦିଅ ।
Answer:
ଦେଶର ଜାତୀୟ ଆୟ ପରିମାପ କରିବାର ତିନୋଟି ପଦ୍ଧତି ମଧ୍ୟରୁ ଯେକୌଣସି ଗୋଟିଏ ପଦ୍ଧତି ଅବଲମ୍ବନ କରାଯାଇଥାଏ । ସେହି ପଦ୍ଧତିଗୁଡ଼ିକ ହେଲା ଉତ୍ପାଦ ପଦ୍ଧତି, ଆୟ ପଦ୍ଧତି ଓ ବ୍ୟୟ ପଦ୍ଧତି । ଉତ୍ପାଦ ପଦ୍ଧତିକୁ ଅନ୍ୟ ଅର୍ଥରେ ମୂଲ୍ୟ ସଂଯୁକ୍ତ ପଦ୍ଧତି କୁହାଯାଏ ।

ଉତ୍ପାଦ ପଦ୍ଧତି – ଉତ୍ପାଦ ପଦ୍ଧତି ଅନୁସାରେ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦ କଳନା କରିବାପାଇଁ ବର୍ଷକ ମଧ୍ୟରେ ଉତ୍ପାଦନ କରାଯାଉଥିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୂଲ୍ୟକୁ ଯୋଗ କରାଯାଏ । ମୋଟ ଦେଶୀୟ ଉତ୍ପାଦରୁ ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟ ଏବଂ ଅବକ୍ଷୟ ପରିବ୍ୟୟକୁ ବାଦ୍ ଦେଇ ନିଟ୍ ଦେଶୀୟ ଉତ୍ପାଦ ସ୍ଥିର କରାଯାଇଥାଏ । ଅର୍ଥବ୍ୟବସ୍ଥାରେ ନିୟୋଜିତ ସମସ୍ତ ଉଦ୍ୟୋଗରେ ଉତ୍ପାଦନ କରାଯାଉଥିବା ଦ୍ରବ୍ୟ ପରିମାଣକୁ ଦାମ୍ ସହ ଗୁଣନ କରି ମୋଟ ଦେଶୀୟ ଉତ୍ପାଦର ମୂଲ୍ୟ ପରିମାପ କରାଯାଇଥାଏ ।

ମୋଟ ଦେଶୀୟ ଉତ୍ପାଦର କଳନା କଲାବେଳେ ଜାତୀୟ ଉତ୍ପାଦର ଯେପରି ଦ୍ବୈତ ଗଣନା କରାନଯାଏ, ସେଥ୍ୟପ୍ରତି ଧ୍ୟାନ ଦିଆଯିବା ଉଚିତ । ମୂଲ୍ୟ ସଂଯୁକ୍ତ ପଦ୍ଧତି ଅବଲମ୍ବନଦ୍ୱାରା ଏହି ଅସୁବିଧା ଦୂର କରାଯାଇପାରେ । ନିଟ୍ ସଂଯୁକ୍ତ ମୂଲ୍ୟରୁ ପରୋକ୍ଷ କରକୁ ବାଦ୍ ଦେଇ ଉପାଦାନ ପରିବ୍ୟୟରେ ନିଟ୍ ସଂଯୁକ୍ତ ମୂଲ୍ୟ ସ୍ଥିର କରାଯାଇଥାଏ ।

ଅସୁବିଧା – ଉତ୍ପାଦ ପଦ୍ଧତି ଅବଲମ୍ବନଦ୍ୱାରା ଜାତୀୟ ଆୟ ପରିମାପରେ କେତେକ ଅସୁବିଧା ପରିଲକ୍ଷିତ ହୋଇଥାଏ । ପ୍ରଥମତଃ ଉପାଦାନ ପରିବ୍ୟୟରେ ଏବଂ ବଜାର ଦାମ୍‌ରେ ଜାତୀୟ ଆୟ ପରିମାପ ଏକ ଭ୍ରାନ୍ତ ଧାରଣା ସୃଷ୍ଟି କରେ । ସୁତରାଂ ଦ୍ବିତୀୟତଃ, ଅନ୍ତିମ ଦ୍ରବ୍ୟ ଓ ମଧ୍ୟବର୍ତ୍ତୀ ଦ୍ରବ୍ୟ ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ନ ହୋଇଥିବାରୁ ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦେଲାବେଳେ ଫଳାଫଳ ତ୍ରୁଟିପୂର୍ଣ୍ଣ ହୋଇଥାଏ । ତୃତୀୟତଃ, ସ୍ଵଉପଭୋଗ କ୍ଷେତ୍ରରେ ଦ୍ରବ୍ୟ ବଜାରକୁ ଆସୁ ନ ଥିଲାବେଳେ ସେସବୁର ମୂଲ୍ୟାୟନ ସମ୍ଭବ ହୋଇ ନ ଥାଏ । ଚତୁର୍ଥତଃ, ଅବକ୍ଷୟଜନିତ ପରିମାପରେ ମଧ୍ୟ ସମସ୍ୟା ଦେଖାଦିଏ । ପଞ୍ଚମତଃ, ନିର୍ଭରଯୋଗ୍ୟ ଏବଂ ଯଥେଷ୍ଟ ତଥ୍ୟର ଅଭାବ ଓ ଦ୍ଵୈତ ଗଣନାର ସମ୍ଭାବନା ରହିଥାଏ ।

ଆୟ ପଦ୍ଧତି – ଆୟ ପଦ୍ଧତି ଅବଲମ୍ବନ କରି ଉପାଦାନ ଅଧିକାରୀଗଣ ଲାଭ କରୁଥିବା ଆୟର ସମଷ୍ଟି ନିର୍ଦ୍ଧାରଣଦ୍ୱାରା ଜାତୀୟ ଆୟ ପରିମାପ କରାଯାଇଥାଏ । ଏହାକୁ ଉପାଦାନ ପରିବ୍ୟୟ ଆକାରରେ ଜାତୀୟ ଆୟ କୁହାଯ. ଏ ଯାହାକି ଜାତୀୟ ଉତ୍ପାଦର ମୂଲ୍ୟ ସହ ସମାନ ହୋଇଥାଏ । ଅବଶ୍ୟ ହସ୍ତାନ୍ତରଣ ପ୍ରାପ୍ୟ, ପୁଞ୍ଜିଲାଭ ଏବଂ ପରୋକ୍ଷ କରକୁ ଜାତୀୟ ଆୟ ପରିମାପରୁ ବାଦ୍ ଦିଆଯାଇଥାଏ । ମୋଟ ଜାତୀୟ ଆୟରେ ମଜୁରି, କର୍ମଚାରୀଙ୍କ ପ୍ରତିଦାନ, ସାମାଜିକ ନିରାପତ୍ତା ପରିଯୋଜନାକୁ ଅବଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, ଅଶେଷ, ସୁଧ, ଲାଭାଂଶ, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ମିଳୁଥିବା ଆୟ ଏବଂ ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ ଅନ୍ତର୍ଭୁକ୍ତ କରାଯାଇଥାଏ । ଅବକ୍ଷୟ ପରିବ୍ୟୟକୁ ମୋଟ ଜାତୀୟ ଉତ୍ପାଦରୁ ବାଦ୍ ଦେଇ ନିଟ୍ ଜାତୀୟ ଆୟ ସ୍ଥିର କରାଯାଇଥାଏ ।

ଅସୁବିଧା – ଏହି ପଦ୍ଧତିରେ କେତେକ ଅସୁବିଧା ପରିଲକ୍ଷିତ ହୋଇଥାଏ । ଏହି ପଦ୍ଧତିର ଜାତୀୟ ଆୟ କଳନା କରିବାକୁ ହେଲେ ଆୟର ଶ୍ରେଣୀ ପ୍ରକରଣ କରିବା ଆବଶ୍ୟକ ହୋଇଥାଏ । ମାତ୍ର, ମଜୁରି ଆୟ ଏବଂ ଅଣମଜୁରି ଆୟ ମଧ୍ୟରେ ପାର୍ଥକ୍ୟ ଚିହ୍ନଟ କରିବା ଅସୁବିଧାଜନକ ହୋଇଥାଏ । ବିଶେଷତଃ ମିଶ୍ରିତ ଆୟ କ୍ଷେତ୍ରରେ ମିଳୁଥିବା ଆୟ ଏବଂ ସମ୍ପତ୍ତି ଆୟ ମଧ୍ୟରେ ପାର୍ଥକ୍ୟ ଅନୁଧ୍ୟାନ କରିବା ସମ୍ଭବପର ହୋଇ ନ ଥାଏ । ଅର୍ଥବ୍ୟବସ୍ଥାରେ ଅଣସଂଗଠିତ କ୍ଷେତ୍ରରେ ଆୟର ସଠିକ୍ ପରିମାପ ସମ୍ଭବ ନୁହେଁ । ଏହିସବୁ ଅସୁବିଧା ଦୂର କରାଗଲେ ଆୟ ପଦ୍ଧତି ଜାତୀୟ ଆୟ ପରିମାପର ଏକ ଉତ୍ତମ ପଦ୍ଧତି ବୋଲି ବିବେଚିତ ହୋଇପାରିବ ।

ବ୍ୟୟ ପଦ୍ଧତି – ବ୍ୟୟ ପଦ୍ଧତିରେ ମୋଟ ଦେଶୀୟ ଉତ୍ପାଦ ପାଇଁ କରାଯାଉଥ‌ିବା ଚୂଡ଼ାନ୍ତ ବ୍ୟୟକୁ ବିଚାରକୁ ନିଆଯାଇଥାଏ । ଘରୋଇ ଉପଭୋଗ ଖର୍ଚ୍ଚ, ସରକାରୀ ଖର୍ଚ୍ଚ, ମୋଟ ପୁଞ୍ଜି ଗଠନ ଏବଂ ନିଟ୍ ରପ୍ତାନି ଚୂଡ଼ାନ୍ତ ବ୍ୟୟରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଘରୋଇ ଏବଂ ସରକାରୀ ସ୍ତରରେ ଚୂଡ଼ାନ୍ତ ଉପଭୋଗ ଏବଂ କ୍ଷୟପ୍ରାପ୍ତ ଯନ୍ତ୍ରପାତିର ନବୀକରଣ ପାଇଁ ଖର୍ଚ୍ଚ କରିବା ଆବଶ୍ୟକ ମନେକରାଯାଏ । ନିଟ୍ ରପ୍ତାନି ମଧ୍ଯ ଖର୍ଚ୍ଚର ଏକ ଅଂଶରୂପେ ବିବେଚିତ ହୁଏ । ମୋଟ ଦେଶୀୟ ଉତ୍ପାଦ ଉପରେ ଏବଂ ଚୂଡ଼ାନ୍ତ ଉପଭୋଗ ପାଇଁ କରାଯାଉଥ‌ିବା ଖର୍ଚ୍ଚ ଜାଣିବାପାଇଁ ଚୂଡ଼ାନ୍ତ ବିକ୍ରୟ ପରିମାଣ ସହିତ ଦାମକୁ ଗୁଣନ କରିବାକୁ ହୋଇଥାଏ । ଘରୋଇ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚ ସହ ସ୍ଥାୟୀ ଅଧିବାସୀଙ୍କଦ୍ଵାରା ବିଦେଶରୁ ପ୍ରତ୍ୟକ୍ଷଭାବରେ କରାଯାଉଥିବା କ୍ରୟକୁ ଯୋଗ କରିବାକୁ ହୁଏ ଏବଂ ଅସ୍ଥାୟୀ ଅଧ୍ବବାସୀଙ୍କ କ୍ରୟକୁ ବାଦ୍ ଦେବାକୁ ହୋଇଥାଏ ।

କର୍ମଚାରୀଙ୍କୁ ପ୍ରଦତ୍ତ ପ୍ରତିଦାନ ଏବଂ ବିଦେଶରୁ କରାଯାଉଥ‌ିବା ନିଟ୍ କ୍ରୟକୁ ସରକାରଙ୍କ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚ କୁହାଯାଏ । ଏତଦ୍‌ବ୍ୟତୀତ ଏଥ୍ ସହିତ ପୁଞ୍ଜିଗଠନ ମୂଲ୍ୟ ଯୋଗ କରାଯାଏ । ନିଟ୍ ରପ୍ତାନି ଦେଶୀୟ ଉତ୍ପାଦ ଉପରେ କରାଯାଉଥ‌ିବା ଖର୍ଚ୍ଚକୁ ମଧ୍ଯ ଅନ୍ତର୍ଭୁକ୍ତ କରିଥାଏ । ମାତ୍ର ପୁରୁଣା ଦ୍ରବ୍ୟ କ୍ରୟ ବାବଦ ଖର୍ଚ୍ଚ, ଅଂଶଧନ ଆଦି କ୍ରୟରେ ହେଉଥ‌ିବା ଖର୍ଚ୍ଚ, ହସ୍ତାନ୍ତରଣ ପ୍ରାପ୍ୟ ପରିଶୋଧ, ସାମାଜିକ ନିରାପତ୍ତା ଯୋଜନାକୁ ଅବଦାନ ଏବଂ ମଧ୍ୟବର୍ତ୍ତୀ ଦ୍ରବ୍ୟର ଦାମ୍ ଇତ୍ୟାଦିକୁ ଏଥୁରୁ ବାଦ୍ ଦିଆଯାଏ ।

ବଜାର ଦାମ୍‌ରେ ମୋଟ ଜାତୀୟ ଆୟ ଜାଣିବାପାଇଁ ମୋଟ ଦେଶୀୟ ଉତ୍ପାଦ ସହ ବିଦେଶରୁ ମିଳୁଥିବା ନିଟ୍ ଉତ୍ପାଦନ ଆୟକୁ ଯୋଗ କରିବାକୁ ହୋଇଥାଏ । ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ଏବଂ ଅବକ୍ଷୟ ପରିବ୍ୟୟକୁ ବିୟୋଗ କରି ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ସ୍ଥିର କରାଯାଇଥାଏ ।

ଅସୁବିଧା – ବ୍ୟୟ ପଦ୍ଧତିର ସଫଳତା ତଥ୍ୟର ସଠିକତା ଉପରେ ନିର୍ଭର କରେ । ସଠିକ୍ ତଥ୍ୟ ନ ମିଳିଲେ ବ୍ୟୟ ପଦ୍ଧତିରେ ପରିମାପ ହୋଇଥିବା ଜାତୀୟ ଆୟ ଅତିରଞ୍ଜିତ ହୋଇଥାଏ ।

ଦ୍ଵିତୀୟତଃ, ସ୍ଥାୟୀ ଦ୍ରବ୍ୟରୁ ମାଲିକଙ୍କୁ ଦୀର୍ଘକାଳ ଧରି ସେବା ମିଳିଥାଏ । ସେ ପ୍ରକାର ଦ୍ରବ୍ୟ ସାଧାରଣତଃ ଉଚ୍ଚମୂଲ୍ୟବିଶିଷ୍ଟ ହୋଇଥାଏ । ପ୍ରତ୍ୟେକ ବର୍ଷ ଉପଭୋଗ ହେଉଥ‌ିବା ପରିମାଣର ମୂଲ୍ୟ ପରିମାପ କରିବା ସହଜ ଏବଂ ସମ୍ଭବ ହୁଏ ନାହିଁ । ସୁତରାଂ ବ୍ୟୟ ପଦ୍ଧତିରେ ଜାତୀୟ ଆୟ କଳନା ଭ୍ରମାତ୍ମକ ହୋଇପାରେ ।

ତୃତୀୟତଃ, ସମୟ ସମୟରେ ଉପଭୋଗ ଖର୍ଚ୍ଚ ଓ ବିନିଯୋଗ ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ ରେଖା ଟାଣିବା ସହଜ ହୋଇନଥାଏ । ଉପରୋକ୍ତ ଆଲୋଚନାରୁ ପ୍ରତୀୟମାନ ହୁଏ ଯେ ଉପରୋକ୍ତ କୌଣସି ପଦ୍ଧତି ଜାତୀୟ ଆୟ କଳନା କ୍ଷେତ୍ରରେ ସଠିକ୍ ଚିତ୍ର ପ୍ରଦାନ କରି ନ ପାରେ । ତେଣୁ ଜାତୀୟ ଆୟ କଳନାରେ ଉପରୋକ୍ତ ତିନୋଟି ପଦ୍ଧତିର ସମକାଳୀନ ପ୍ରୟୋଗ ସଠିକ୍ ଚିତ୍ର ପ୍ରଦାନ କରିପାରେ ।

5. ଜାତୀୟ ଆୟ ପରିମାପରେ ଆୟ ପଦ୍ଧତି ବର୍ଣ୍ଣନା କର । ଏହି ପଦ୍ଧତିର ସଫଳତା ପାଇଁ କି ପ୍ରକାର ସତର୍କତା ଅବଲମ୍ବନ କରାଯିବା ଉଚିତ ଓ ଏହାର ଅସୁବିଧାଗୁଡ଼ିକ କ’ଣ ?
Answer:
ଜାତୀୟ ଆୟ ପରିମାପ କ୍ଷେତ୍ରରେ ଆୟ ପଦ୍ଧତି ଏକ ବିଶେଷଭାବରେ ପ୍ରଚଳିତ ପଦ୍ଧତି । ଏହି ପଦ୍ଧତିରେ ବିଭିନ୍ନ ଉପାଦାନମାନଙ୍କରୁ ମିଳୁଥିବା ଆୟକୁ ଯୋଗ କରାଯାଇ ଜାତୀୟ ଆୟର ପରିମାପ କରାଯାଏ । ଉତ୍ପାଦନ ସଂସ୍ଥାମାନେ କରୁଥିବା ପ୍ରାପ୍ୟ ପରିଶୋଧକୁ ଯୋଗକରି ଅଥବା ଉପାଦାନମାନେ ପାଉଥିବା ଆୟକୁ ଯୋଗକରି ଜାତୀୟ ଆୟ କଳନା କରାଯାଏ । ସରଳ ଭାଷାରେ କହିବାକୁ ଗଲେ, ଆୟ ପଦ୍ଧତି ଅନୁସାରେ ଦେଶର ନାଗରିକଗଣ ବର୍ଷକ ମଧ୍ୟରେ ପାଉଥିବା ଆୟକୁ ଯୋଗକରି ଜାତୀୟ ଆୟ କଳନା କରାଯାଏ ।

ଏହି ପଦ୍ଧତିରେ ଜାତୀୟ ଆୟ କଳନା କଲାବେଳେ ମଜୁରି, କର୍ମଚାରୀଙ୍କ ପ୍ରତିଦାନ, ସାମାଜିକ ନିରାପତ୍ତା ପରିଯୋଜନାକୁ ନିଯୁକ୍ତିଦାତାଙ୍କ ଅବଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, ଅଶେଷ, ସୁଧ, ଲାଭାଂଶ, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ମିଳୁଥିବା ଉଦ୍‌ବୃତ୍ତ ଆୟ ଏବଂ ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନକୁ ଯୋଗ କରିବାକୁ ପଡ଼ିଥାଏ । ଏହି ପଦ୍ଧତିରେ କଳନା ହୋଇଥିବା ଆୟକୁ ମୋଟ ଜାତୀୟ ଆୟ କୁହାଯାଏ ! ନିଟ୍ ଜାତୀୟ ଆୟ ହେଉଛି ମୋଟ ଜାତୀୟ ଆୟର ଏକ ଅଂଶ । ମୋଟ ଜାତୀୟ ଆୟରୁ ଅବକ୍ଷୟ ପରିବ୍ୟୟକୁ ବିୟୋଗ କରି ନିଟ୍ ଜାତୀୟ ଆୟ ସ୍ଥିର କରାଯାଇଥାଏ ।

ଅସୁବିଧା – ଆୟ ପଦ୍ଧତିରେ ଜାତୀୟ ଆୟ କଳନା କଲାବେଳେ ନିମ୍ନଲିଖିତ ଅସୁବିଧା ସୃଷ୍ଟି ହୋଇଥାଏ । ପ୍ରଥମତଃ, ଆୟର ଶ୍ରେଣୀ ପ୍ରକରଣରେ ମତପାର୍ଥକ୍ୟ ଦେଖାଦେଇଥାଏ । ଉଦାହରଣସ୍ୱରୂପ ମଜୁରି ଓ ଅଣମଜୁରି ଆୟ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା କଷ୍ଟକର ହୋଇଥାଏ । ସେହିପରି ମିଶ୍ରିତ ଆୟ କ୍ଷେତ୍ରରେ କାର୍ଯ୍ୟରୁ ମିଳୁଥିବା ଆୟ ଏବଂ ସଂପରିରୁ ମିଳୁଥିବା ଆୟକୁ ପୃଥକ୍ କରିବା କଷ୍ଟକର ହୋଇଥାଏ ।

ଦ୍ଵିତୀୟତଃ, ଲାଭାଂଶ ବଣ୍ଟନ କରିବାରେ ବିଭ୍ରାନ୍ତି ସୃଷ୍ଟି ହୁଏ । ପରିବାର, ସରକାର ଏବଂ ଲାଭ ଆଶାରହିତ ଅନୁଷ୍ଠାନମାନଙ୍କୁ ଦିଆଯାଉଥ‌ିବା ଲାଭାଂଶକୁ ଉପାଦାନ ଆୟରୂପେ ବିଚାର କରାଯାଉଥିବାବେଳେ ନିଗମମାନଙ୍କ ମଧ୍ୟରେ ଲାଭାଂଶ ବଣ୍ଟନ ଜାତୀୟ ଆୟରୁ ବାଦ୍ ପଡ଼ିଥାଏ ।

ତୃତୀୟତଃ, ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଏକ କ୍ରମାଗତ ପ୍ରକ୍ରିୟା ହୋଇଥିବାରୁ ଦାମ୍ ବୃଦ୍ଧିଜନିତ ପରିସ୍ଥିତିରେ ଜାତୀୟ ଆୟ ଏବଂ ଦାମ୍ ହ୍ରାସଜନିତ ପରିସ୍ଥିତିରେ ଜାତୀୟ ଆୟ ଭିନ୍ନ ହୋଇଥାଏ ।

ଚତୁର୍ଥତଃ, ଅର୍ଥବ୍ୟବସ୍ଥାରେ ଅସଂଗଠିତ କ୍ଷେତ୍ରରେ ଆତ୍ମନିଯୁକ୍ତ ବ୍ୟକ୍ତିଗଣ ଆୟ ସଂପର୍କୀୟ ସଠିକ୍ ତଥ୍ୟ ରଖ୍ ନ ଥା’ନ୍ତି, ଯାହାଫଳରେ ଜାତୀୟ ଆୟ ପରିମାପରେ ଅସୁବିଧା ସୃଷ୍ଟି ହୁଏ ।

ସତର୍କତାମୂଳକ ପଦକ୍ଷେପ – ଆୟ ପଦ୍ଧତିଦ୍ୱାରା ଜାତୀୟ ଆୟ ପରିମାପରେ ନିମ୍ନଲିଖିତ ସତର୍କତା ଅବଲମ୍ବନ କରାଯିବା ଉଚିତ । ପ୍ରଥମତଃ, ପରିବାରବର୍ଗ ଓ ପ୍ରତିଷ୍ଠାନମାନଙ୍କଠାରୁ ସରକାରଙ୍କୁ ଏବଂ ସରକାରଙ୍କଠାରୁ ପରିବାର ଏବଂ ପ୍ରତିଷ୍ଠାନମାନଙ୍କୁ କରାଯାଉଥିବା ହସ୍ତାନ୍ତରଣ ପ୍ରାପ୍ୟ ପରିଶୋଧକୁ ଜାତୀୟ ଆୟ ପରିମାପରୁ ବାଦ୍ ଦିଆଯିବା ଉଚିତ । ଦ୍ବିତୀୟତଃ, ପୁରୁଣା ଦ୍ରବ୍ୟ ବିକ୍ରୟରୁ ମିଳୁଥିବା ଆୟକୁ ବାଦ୍ ଦିଆଯିବା ଉଚିତ ।

ତୃତୀୟତଃ, ଲଟେରୀ ପ୍ରଭୃତିରୁ ମିଳୁଥିବା ଅପ୍ରତ୍ୟାଶିତ ଆୟ କୌଣସି ଉତ୍ପାଦନଶୀଳ କାର୍ଯ୍ୟାବଳୀରୁ ସୃଷ୍ଟି ନ ହେଉଥ‌ିବାରୁ ତାହାକୁ ଜାତୀୟ ଆୟ ପରିମାପରୁ ବାଦ୍ ଦିଆଯିବା ଉଚିତ । ଚତୁର୍ଥତଃ, ସ୍ଵଉପଭୋଗରେ ଲାଗୁଥିବା ଦ୍ରବ୍ୟର ମୂଲ୍ୟ ଓ ଆରୋପିତ ଅଶେଷ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହେବା ଉଚିତ ।

ପଞ୍ଚମତଃ, ଜାତୀୟ ଆୟ ପରିମାପ କଲାବେଳେ ନିଗମ କର ସମେତ ଲାଭକୁ ଅନ୍ତର୍ଭୁକ୍ତ କରିବାକୁ ହୋଇଥାଏ । ସଂକ୍ଷେପରେ କହିଲେ କର୍ମଚାରୀଙ୍କ ପ୍ରତିଦାନ, ଅଧୂଶେଷ, ସୁଧ, ଲାଭ ଏବଂ ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟକୁ ଅନ୍ତର୍ଭୁକ୍ତ କରାଯାଇ ଆୟ ପଦ୍ଧତି ସାହାଯ୍ୟରେ ଜାତୀୟ ଆୟ ପରିମାପ କରାଯାଇଥାଏ ।

CHSE Odisha Class 12 Economics Chapter 12 Long Answer Questions in Odia Medium

6. ଜାତୀୟ ଆୟ ପରିମାପର ବ୍ୟୟ ପଦ୍ଧତି ବ୍ୟାଖ୍ୟା କର ଏବଂ ଏହାର ସତର୍କତାମୂଳକ ପଦକ୍ଷେପ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ବ୍ୟୟ ପଦ୍ଧତି ସାହାଯ୍ୟରେ ଜାତୀୟ ଆୟ ପରିମାପ କଲାବେଳେ ମୋଟ ଦେଶୀୟ ଉତ୍ପାଦ ପାଇଁ କରାଯାଉଥ‌ିବା ଚୂଡ଼ାନ୍ତ ଖର୍ଚ୍ଚ ବିଚାରକୁ ନିଆଯାଇଥାଏ । ଦ୍ରବ୍ୟ ଓ ସେବାର ଅନ୍ତିମ ଉପଭୋଗରେ କରାଯାଉଥ‌ିବା ଖର୍ଚ୍ଚକୁ ଚୂଡ଼ାନ୍ତ ଖର୍ଚ୍ଚ କୁହାଯାଏ । ଏହି ଖର୍ଚ୍ଚରେ ଘରୋଇ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚ, ସରକାରୀ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚ, ମୋଟ ପୁଂଜିଗଠନ ଏବଂ ନିଟ୍ ରପ୍ତାନି ଅନ୍ତର୍ଭୁକ୍ତ ହୋଇଥାଏ । ପରିବାରବର୍ଗ ଏବଂ ସରକାର ଚୂଡ଼ାନ୍ତ ଉପଭୋଗ ଉଦ୍ଦେଶ୍ୟରେ ବଜାରରୁ ଦ୍ରବ୍ୟ ଓ ସେବା କ୍ରୟ କରନ୍ତି ।

ସେମାନେ ମଧ୍ୟ ଅଚଳ ହୋଇଥବା ଯନ୍ତ୍ରପାତି ବଦଳାଇବା ଉଦ୍ଦେଶ୍ୟରେ ପୁଞ୍ଜି ଦ୍ରବ୍ୟ କ୍ରୟ କରିବା ସହିତ ବିଦେଶରୁ ଦ୍ରବ୍ୟ ଆମଦାନି କରିଥା’ନ୍ତି । ସେହିପରି ଦେଶୀୟ ଦ୍ରବ୍ୟ ଓ ସେବା ରପ୍ତାନି ଆକାରରେ ବିଦେଶକୁ ବିକ୍ରି କରାଯାଏ । ରପ୍ତାନି ମୂଲ୍ୟ ଏବଂ ଆମଦାନି ମୂଲ୍ୟ ମଧ୍ଯରେ ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ ଯାହାକି ମୋଟ ଦେଶୀୟ ଉତ୍ପାଦ ଉପରେ କରାଯାଉଥିବା ଖର୍ଚ୍ଚରେ ଅନ୍ତର୍ଭୁକ୍ତ ହୋଇଥାଏ ।

ମୋଟ ଦେଶୀୟ ଉତ୍ପାଦ ଉପରେ କରାଯାଉଥିବା ଚୂଡ଼ାନ୍ତ ଖର୍ଚ୍ଚ ପରିମାପ କରିବାପାଇଁ ଦ୍ରବ୍ୟ ଓ ସେବାର ଖୁଚୁରା ମୂଲ୍ୟ ଏବଂ ପରିମାଣ ଜାଣିବା ଆବଶ୍ୟକ ହୁଏ । ଦାମ୍ ସହିତ ପରିବାରବର୍ଗ ଏବଂ ଅଣଲାଭକାରୀ ଅନୁଷ୍ଠାନମାନଙ୍କୁ ଚୂଡ଼ାନ୍ତ ବିକ୍ରୟ ପରିମାଣକୁ ଗୁଣନ କରି ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚ ସ୍ଥିର କରାଯାଇଥାଏ । ସ୍ଥାୟୀ ଅଧ୍ବବାସୀଙ୍କ ପରିବାରବର୍ଗ ମଧ୍ୟ ବିଦେଶରୁ କିଛି ସିଧାସଳଖ କ୍ରୟ କରିଥା’ନ୍ତି । ଏହି ବାବଦରେ କରାଯାଉଥିବା ଖର୍ଚ୍ଚକୁ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚରେ ଯୋଗ କରାଯାଇଥାଏ । ଅସ୍ଥାୟୀ ପରିବାରଗଣ ଦେଶୀୟ ବଜାରରେ ଦ୍ରବ୍ୟ ଓ ସେବା ପ୍ରତ୍ୟକ୍ଷଭାବରେ କ୍ରୟ କରନ୍ତି ଯାହାକୁ ଚୂଡ଼ାନ୍ତ ଘରୋଇ ଉପଭୋଗ ଖର୍ଚ୍ଚରୁ ବାଦ୍ ଦେବାକୁ ପଡ଼ିଥାଏ ।

ସରକାରୀ ସ୍ତରରେ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚ ଜାଣିବାକୁ ହେଲେ ସରକାରଙ୍କଦ୍ୱାରା କ୍ରୟ କରାଯାଉଥିବା ଦ୍ରବ୍ୟ ଓ ସେବା ସହିତ କର୍ମଚାରୀଙ୍କୁ ଦିଆଯାଉଥ‌ିବା ପ୍ରତିଦାନକୁ ଯୋଗ କରିବାକୁ ହୁଏ । ଦେଶୀୟ ବଜାରରେ ସରକାରଙ୍କ ଖର୍ଚ୍ଚ ଜାଣିବାକୁ ହେଲେ ବିକ୍ରୟ ପରିମାଣକୁ ଖୁଚୁରା ବିକ୍ରୟ ମୂଲ୍ୟ ସହିତ ଗୁଣନ କରି ବାକୁ ହୁଏ । ସରକାର ମଧ୍ୟ ବିଦେଶରୁ ଦ୍ରବ୍ୟ ଓ ସେବା କ୍ରୟ କରନ୍ତି । ସୁତରାଂ ଦେଶୀୟ ବଜାରରେ କ୍ରୟ ପାଇଁ କରାଯାଉଥିବା ସରକାରୀ ଖର୍ଚ୍ଚ, ବିଦେଶରୁ କ୍ରୟ ବାବଦ ଖର୍ଜ ଏବଂ କର୍ମଚାରୀଙ୍କ ପ୍ରତିଦାନକୁ ଯୋଗକରି ସରକାରଙ୍କ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚ ସ୍ଥିର କରାଯାଇଥାଏ ।

ଜାତୀୟ ଆୟ ପରିମାପରେ ପୁଞ୍ଜିଗଠନ ଅନ୍ୟତମ ଉପାଦାନ । ପୁଞ୍ଜିଗଠନ କହିଲେ ବର୍ଷକ ମଧ୍ୟରେ ଦେଶରେ କରାଯାଉଥ‌ିବା ଉପଭୋଗଠାରୁ ଉତ୍ପାଦନ ଅଧିକ ହେବା ବୁଝିବାକୁ ହୁଏ । ପୁଞ୍ଜିଗଠନ, ମୋଟ ସ୍ଥିର ପୁଞ୍ଜିଗଠନ ଏବଂ ଭଣ୍ଡାର ପରିବର୍ତ୍ତନ ଆକାରରେ କରାଯାଇଥାଏ । ଉପରୋକ୍ତ ଦୁଇଗୋଟି ବାବଦରେ ଖର୍ଚ୍ଚ ମୋଟ ପୁଞ୍ଜିଗଠନରେ ହେଉଥ‌ିବା ମୋଟ ଖର୍ଚ୍ଚର ସୂଚନା ଦେଇଥାଏ । ନିର୍ମାଣକାର୍ଯ୍ୟ ଏବଂ ଯନ୍ତ୍ରପାତି ସଂଗ୍ରହରେ ହେଉଥିବା ବ୍ୟୟ ମୋଟ ସ୍ଥିର ପୁଞ୍ଜି ଗଠନରେ ଅନ୍ତର୍ଭୁକ୍ତ କରାଯାଏ । ନିର୍ମାଣ କାର୍ଯ୍ୟରେ ହେଉଥ‌ିବା ଖର୍ଚ୍ଚ ଜାଣିବାକୁ ହେଲେ ନିବେଶ ଦାମ୍ ସହିତ ବ୍ୟବହୃତ ହେଉଥ‌ିବା ନିବେଶ ପରିମାଣକୁ ଗୁଣନ କରି ତା’ ସହିତ କର୍ମଚାରୀଙ୍କ ପ୍ରତିଦାନ, ଅଧୂଶେଷ, ସୁଧ, ଲାଭକୁ ଯୋଗ କରାଯାଇଥାଏ ।

ନିଜ ଉଦ୍ଦେଶ୍ୟରେ ଉତ୍ପାଦନ କରାଯାଉଥ‌ିବା ସ୍ଥିର ପରି ସମ୍ପତ୍ତି, ପରିବାରବର୍ଗଙ୍କ ପାଇଁ କ୍ରୟ କରାଯାଉଥ‌ିବା ନୂତନ ଗୃହ, ଚାଲୁ ରହିଥ‌ିବା କାମ ଏବଂ ପୁରାତନ ଗୃହର ନବୀକରଣ ଚୂଡ଼ାନ୍ତ ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରାଯିବା ଉଚିତ । ସେହିପରି ଯନ୍ତ୍ରପାତି, କଳକବ୍‌ଜା ବାବଦରେ କରାଯାଉଥିବା ଚୂଡ଼ାନ୍ତ ଖର୍ଚ୍ଚ କଳନା କରିବାକୁ ହେଲେ ବର୍ଷକ ମଧ୍ୟରେ ଉତ୍ପାଦନ କରାଯାଉଥିବା ଯନ୍ତ୍ରପାତିର ପରିମାଣ ସହ ବଜାର ଦାମ୍ଭିକୁ ଗୁଣନ କରାଯାଇଥାଏ । ଏହି ଖର୍ଚ ସହ ନିଜ ଉଦ୍ଦେଶ୍ୟରେ ଉତ୍ପାଦନର ମୂଲ୍ୟକୁ ଯୋଗ କରାଯାଏ ।

ଭଣ୍ଡାର ପରିବର୍ତ୍ତନରେ ହେଉଥ‌ିବା ଖର୍ଚ୍ଚ ଜାଣିବାକୁ ହେଲେ ଦ୍ରବ୍ୟ ଭଣ୍ଡାରରେ ଶାରୀରିକ ପରିବର୍ତ୍ତନ ସହିତ ବଜାର ଦାମ୍‌କୁ ଗୁଣନ କରିବାକୁ ହୁଏ । ସୁତରାଂ ମୋଟ ପୁଞ୍ଜି ଗଠନରେ ହେଉଥ‌ିବା ମୋଟ ଖର୍ଚ୍ଚ ଜାଣିବାକୁ ହେଲେ ଦେଶୀୟ ଉତ୍ପାଦ ଏବଂ ସେବାର ଭଣ୍ଡାରରେ ପରିବର୍ତ୍ତନକୁ ଯୋଗ କରିବାକୁ ହୁଏ ।

ପରବର୍ତ୍ତୀ ବିଚାର୍ଯ୍ୟ ବିଷୟ ହେଉଛି ନିଟ୍ ରପ୍ତାନି । ବର୍ଷକ ମଧ୍ୟରେ ହେଉଥ‌ିବା ରପ୍ତାନି ଏବଂ ଆମଦାନି ମଧ୍ୟରେ ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ । ନିଟ୍ ରପ୍ତାନି ବାବଦରେ କରାଯାଉଥିବା ଖର୍ଚ୍ଚ ମୋଟ ଦେଶୀୟ ଉତ୍ପାଦ ବାବଦରେ ହେଉଥିବା ଖର୍ଚ୍ଚର ଅଂଶବିଶେଷ ହୋଇଥାଏ ।

ସତର୍କତାମୂଳକ ପଦକ୍ଷେପ – ବ୍ୟୟ ପଦ୍ଧତିରେ ଜାତୀୟ ଆୟ କଳନା କଲାବେଳେ ପୁରୁଣା ଦ୍ରବ୍ୟ କ୍ରୟରେ ହେଉଥ‌ିବା ଖର୍ଚ୍ଚ, ଅଂଶଧନ ଏବଂ ତମସୁକପତ୍ର କ୍ରୟରେ ହେଉଥିବା ଖର୍ଚ୍ଚ, ଅବସରକାଳୀନ ଭତ୍ତା ଆକାରରେ ହସ୍ତାନ୍ତରଣ ପ୍ରାପ୍ୟ, ବେକାରୀ ଭତ୍ତା ଏବଂ ସାମାଜିକ ନିରାପତ୍ତା ପରିଯୋଜନାକୁ ଅବଦାନ ଯେପରି ଜାତୀୟ ଆୟ ପରିମାପରେ ସ୍ଥାନ ନପାଏ ସେଥ‌ିପାଇଁ ଧ୍ୟାନ ଦିଆଯିବା ଉଚିତ । ଅବଶ୍ୟ ସ୍ବ-ଉପଭୋଗ ଉଦ୍ଦେଶ୍ୟରେ ଉତ୍ପାଦନ କରାଯାଉଥିବା ଦ୍ରବ୍ୟର ମୂଲ୍ୟ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରାଯିବା ଆବଶ୍ୟକ । ସେହିପରି ଆରୋପିତ ଅଶେଷ ବାବଦରେ ଖର୍ଚ୍ଚ ଚୂଡ଼ାନ୍ତ ଉପଭୋଗ ଖର୍ଚ୍ଚରେ ଅନ୍ତର୍ଭୁକ୍ତ ହୋଇଥାଏ ।

ବ୍ୟୟ ପଦ୍ଧତିରୁ ବଜାର ଦାମ୍‌ରେ ମୋଟ ଦେଶୀୟ ଉତ୍ପାଦର ସୂଚନା ମିଳିଥାଏ । ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟ ସହ ମୋଟ ଦେଶୀୟ ଉତ୍ପାଦକୁ ଯୋଗକରି ବଜାର ଦାମ୍‌ରେ ମୋଟ ଜାତୀୟ ଉତ୍ପାଦ ସ୍ଥିର କରାଯାଏ । ଉପାଦାନ ପରିବ୍ୟୟରେ ଜାତୀୟ ଉତ୍ପାଦ ସ୍ଥିର କରିବାକୁ ହେଲେ ମୋଟ ଜାତୀୟ ଉତ୍ପାଦରୁ ପରୋକ୍ଷ କର ଏବଂ ଅବକ୍ଷୟ ପରିବ୍ୟୟ ବାଦ୍ ଦେବାକୁ ହୁଏ ।

ଅସୁବିଧା – ବ୍ୟୟ ପଦ୍ଧତିରେ ଜାତୀୟ ଆୟ କଳନା କଲାବେଳେ ନିମ୍ନଲିଖିତ ଅସୁବିଧା ପରିଲକ୍ଷିତ ହୋଇଥାଏ । ପ୍ରଥମତଃ, ସଠିକ୍ ତଥ୍ୟ ନ ମିଳିଲେ ଏହି ପଦ୍ଧତି ତ୍ରୁଟିଯୁକ୍ତ ହୋଇଥାଏ । ବିଭିନ୍ନ ପର୍ଯ୍ୟାୟରେ ସଂଗୃହୀତ ସଠିକ୍ ଖର୍ଚ୍ଚ ଏକ କଷ୍ଟକର ବ୍ୟାପାର ହୋଇଥିବାରୁ ଜାତୀୟ ଆୟର ପରିମାପର ସଠିକତା ଉପରେ ଆଶଙ୍କା ପ୍ରକାଶ ପାଇଥାଏ । ଯଦି ଖର୍ଚ୍ଚର ଦ୍ବୈତ ଗଣନା ସମ୍ଭାବନା ଥାଏ ଏବଂ ତାହାକୁ ଏଡ଼ାଇ ଦିଆଯାଇ ନ ପାରେ, ତେବେ ଜାତୀୟ ଆୟର ପରିମାପ ତ୍ରୁଟିପୂର୍ଣ୍ଣ ହୋଇପାରେ ।

ଦ୍ଵିତୀୟତଃ, ସ୍ଥାୟୀ ଉପଭୋଗ ଦ୍ରବ୍ୟ କ୍ଷେତ୍ରରେ ଉପଭୋଗ ଖର୍ଚ୍ଚ ଏବଂ ବିନିଯୋଗ ଖର୍ଚ୍ଚ ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ଅସମ୍ଭବ ମନେହୁଏ । ଏହି କ୍ଷେତ୍ରରୁ ପ୍ରତିବର୍ଷ ମିଳୁଥିବା ସେବାର ମୂଲ୍ୟ ନିର୍ଦ୍ଧାରଣ କରି ତାହାକୁ ନିର୍ଦ୍ଦିଷ୍ଟ ବର୍ଷର ଖର୍ଚ୍ଚରେ ଅନ୍ତର୍ଭୁକ୍ତ କରିବା କଷ୍ଟସାଧ୍ୟ ହୁଏ । ତୃତୀୟତଃ, ବେଳେବେଳେ ସରକାରଙ୍କଦ୍ବାରା କରାଯାଉଥ‌ିବା ଉପଭୋଗ ଖର୍ଚ୍ଚ ଏବଂ ବିନିଯୋଗ ଖର୍ଚ୍ଚକୁ ପୃଥକ୍ କରିବା ସମ୍ଭବ ନୁହେଁ ।

7. ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ କହିଲେ କ’ଣ ବୁଝାଯାଏ ? ଏହାର ଉପାଦାନଗୁଡ଼ିକ କ’ଣ ?
Answer:
ବିଦେଶରୁ ମିଳୁଥିବା ଉପାଦାନ ଆୟ କହିଲେ ବିଦେଶରେ କାର୍ଯ୍ୟରତ ସ୍ଵଦେଶୀୟ ମଜୁରି, ଅଶେଷ, ସୁଧ ଏବଂ ଲାଭ ଆକାରରେ ଅର୍ଜନ କରୁଥିବା ଆୟକୁ ବୁଝାଇଥାଏ । ବିଦେଶରେ ଦେଶୀୟ ଅଞ୍ଚଳରେ କାର୍ଯ୍ୟ କରୁଥିବା ଅଣଅଧିବାସୀ ଶ୍ରମିକମାନେ ମଧ୍ୟ ମଜୁରି ଆକାରରେ ଆୟ ଅର୍ଜନ କରିଥା’ନ୍ତି । ସେମାନଙ୍କର ମଧ୍ୟ ବିଦେଶରେ କିଛି ସଂପରି ଥାଇପାରେ । କୋଠାବାଡ଼ି, କଳକାରଖାନା, ଦୋକାନ ଏବଂ ଅଂଶଧନ ରୂପକ ଆର୍ଥିକ ପରିସଂପରି ଏହି ପ୍ରକାର ସଂପତ୍ତିର ଅନ୍ତର୍ଭୁକ୍ତ ହୋଇଥାଏ ।

ସେମାନେ ଅଶେଷ ଓ ସୁଧ ଆକାରରେ ଏଥୁରୁ ଆୟ ଅଜର୍ନ କରିଥା’ନ୍ତି । ସେମାନେ ମଧ୍ୟ ବିଦେଶରେ ଦ୍ରବ୍ୟ ଓ ସେବା ଉତ୍ପାଦନ କରି ଲାଭ ଅର୍ଜନ କରିଥା’ନ୍ତି । ସେହପରି ଅଣଅସ୍ଵାସୀଗଣ ଉପାଦାନ ସେବା ଯୋଗାଇ ଆୟ ଅର୍ଜନ କରିଥା’ନ୍ତି । ବିଦେଶରୁ ମିଳୁଥିବା ଆୟ ଏବଂ ଅସ୍ଥାୟୀ ଅଧିବାସୀମାନଙ୍କ ଉପାଦାନ ସେବା ବିନିମୟରେ ଦିଆଯାଉଥ‌ିବା ଦେୟ ମଧ୍ୟରେ ପାର୍ଥକ୍ୟରୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟର ପରିମାପ କରାଯାଇଥାଏ ।

ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟର ତିନିଗୋଟି ଉତ୍ସ ପରିଲକ୍ଷିତ ହୁଏ; ଯଥା – କର୍ମଚାରୀଙ୍କ ପ୍ରତିଦାନ, ଉଦ୍ୟୋଗରୁ ମିଳୁଥ‌ିବା ନିଟ୍ ଆୟ ଏବଂ ବିଦେଶରେ କାର୍ଯ୍ୟରତ ସ୍ଵଦେଶୀୟଙ୍କ ସଞ୍ଚ ଆୟ । ଏହା ବିଶଦଭାବେ ନିମ୍ନରେ ବର୍ଣ୍ଣନା କରାଯାଇଛି ।

(i) କର୍ମଚାରୀଙ୍କ ନିଟ୍ ପ୍ରତିଦାନ – ସ୍ବଦେଶୀ ଶ୍ରମିକ ବିଦେଶରେ ଅସ୍ଥାୟୀ ନିଯୁକ୍ତିରୁ ପ୍ରତିଦାନ ଲାଭ କରିଥା’ନ୍ତି । ସେହିପରି ଅସ୍ଥାୟୀ ଅଧ୍ବବାସୀ ଶ୍ରମିକଗଣ ଦେଶୀୟ ଅଞ୍ଚଳରେ କାର୍ଯ୍ୟକରି ପ୍ରତିଦାନ ପାଇଥା’ନ୍ତି । ପ୍ରାପ୍ତ ପ୍ରତିଦାନ ଏବଂ ପ୍ରଦତ୍ତ ପ୍ରତିଦାନ ମଧ୍ୟରେ ଥ‌ିବା ପାର୍ଥକ୍ୟକୁ ନିଟ୍ ପ୍ରତିଦାନରୂପେ ଅଭିହିତ କରାଯାଏ । ବିଦେଶାଗତ କର୍ମଚାରୀଙ୍କୁ ମିଳୁଥ‌ିବା ପ୍ରତିଦାନରେ ଦୂତାବାସ ଏବଂ ଆନ୍ତର୍ଜାତିକ ସଂଗଠନମାନଙ୍କରେ କାର୍ଯ୍ୟରତ ସ୍ଥାନୀୟ କର୍ମଚାରୀ ଅନ୍ତ ର୍ଭୁକ୍ତ ହୋଇଥା’ନ୍ତି ।
(ii) ଉଦ୍ୟୋଗରୁ ମିଳୁଥିବା ନିଟ୍ ଆୟ – ଦେଶର ସ୍ଥାୟୀ ଅଧ୍ବବାସୀ ବିଦେଶରେ ଅଧ୍ୟାତ ସଂପରିରୁ ସୁଧ, ଅଶେଷ ଏବଂ ଲାଭାଂଶ ଆକାରରେ ଆୟ ପ୍ରାପ୍ତ ହୋଇଥା’ନ୍ତି । ସେହିପରି ପୃଥ‌ିବୀର ଅନ୍ୟାନ୍ୟ ଦେଶର ଅଧିବାସୀମାନଙ୍କୁ ଅନୁରୂପ ପ୍ରାପ୍ୟ ମିଳିଥାଏ । ଏହି ଦୁଇ ମଧ୍ଯରେ ପାର୍ଥକ୍ୟକୁ ସଂପରିରୁ ମିଳୁଥିବା ନିଟ୍ ଆୟ କୁହାଯାଏ ।
(iii) ବିଦେଶରୁ ମିଳୁଥ‌ିବା ନିଟ୍ ସତ୍ତ୍ୱେ ଆୟ କମ୍ପାନୀମାନେ ବଣ୍ଟନ ନ କରୁଥିବା ଲାଭାଂଶକୁ ସତ୍ତ୍ୱେ ଆୟ କୁହାଯାଏ । ସେମାନେ ସମଗ୍ର ଲାଭକୁ ଅଂଶୀଦାରମାନଙ୍କ ମଧ୍ୟରେ ଲାଭାଂଶ ଆକାରରେ ବଣ୍ଟନ ନ କରି ଲାଭର କିଛି ଅଂଶ ଭବିଷ୍ୟତରେ ଉତ୍ପାଦନ ସଂପ୍ରସାରଣ ଉଦ୍ଦେଶ୍ୟରେ ରଖିଥା’ନ୍ତି । ବିଦେଶରେ କାର୍ଯ୍ୟରତ ଦେଶୀୟ କମ୍ପାନୀମାନେ ମଧ୍ୟ ବିଦେଶରେ ବିନିଯୋଗ ଉଦ୍ଦେଶ୍ୟରେ ଲାଭର କିଛି ଅଂଶ ରଖୁ’ନ୍ତି । ସେହିପରି ବିଦେଶୀ କମ୍ପାନୀମାନେ କାର୍ଯ୍ୟ କରୁଥ‌ିବା ଦେଶରେ ବ୍ୟବସାୟରେ ରତ ଥା’ନ୍ତି । ଦେଶୀୟ କମ୍ପାନୀର ସଞ୍ଚିତ ଆୟ ଏବଂ ବିଦେଶୀ କମ୍ପାନୀର ସଞ୍ଚ ଆୟ ମଧ୍ୟରେ ପାର୍ଥକ୍ୟ, ବିଦେଶରେ ଦେଶୀୟ କମ୍ପାନୀର ନିଟ୍ ସଞ୍ଚ ଆୟ ସୂଚିତ କରେ ।

8. ଆୟର ଚକ୍ରୀୟ ପ୍ରବାହ ପରିପ୍ରେକ୍ଷୀରେ ଆୟ ସର୍ଜନା ପ୍ରକ୍ରିୟାର ବ୍ୟାଖ୍ୟା କର ।
Answer:
ଉତ୍ପାଦନ ପ୍ରକ୍ରିୟାରେ ଆୟ ସର୍ଜନା ହୋଇଥାଏ ଏବଂ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ପ୍ରକ୍ରିୟା ଏକ ନିରନ୍ତର ପ୍ରକ୍ରିୟା । ଉତ୍ପାଦନ, ଆୟ ଓ ବ୍ୟୟ – ଏହି ତିନୋଟି ପରସ୍ପର ଆନ୍ତଃ ନିର୍ଭରଶୀଳ କ୍ରିୟା । ଏହି ତିନୋଟି କ୍ରିୟା ଝରଣାର ଜଳସ୍ରୋତ ଭଳି ଅବିଶ୍ରାନ୍ତ ଚାଲିଥାଏ । ଉତ୍ପାଦନ ପ୍ରକ୍ରିୟାରେ ଦ୍ରବ୍ୟ ଓ ସେବା ଉତ୍ପନ୍ନ ହେବା ସଙ୍ଗେ ସଙ୍ଗେ ଆୟର ସୃଷ୍ଟି ହୋଇଥାଏ । ଆୟ ହିଁ ଦ୍ରବ୍ୟ ଓ ସେବା ପାଇଁ ଚାହିଦା ସୃଷ୍ଟି କରିଥାଏ । ଚାହିଦା ବା ଦ୍ରବ୍ୟ ପାଇଁ ବ୍ୟୟ ପୁନଶ୍ଚ ଉତ୍ପାଦନ ପାଇଁ ପଥ ପରିଷ୍କାର କରିଥାଏ ଏବଂ ପୁଣି ଉତ୍ପାଦନ ଯୋଗୁଁ ଆୟ ସର୍ଜନ ଓ ତା’ପରେ ବ୍ୟୟ ହୋଇଥାଏ ।

ଏହିପରି ଉତ୍ପାଦନ, ଆୟ ଓ ବ୍ୟୟର ପ୍ରବାହକୁ ଚକ୍ରୀୟ ପ୍ରବାହ (Circular flow) କୁହାଯାଏ । ଉତ୍ପାଦନ, ଆୟ ଓ ବ୍ୟୟର ଚକ୍ରୀୟ ପ୍ରବାହ ତିନୋଟି ସମ୍ବନ୍ଧିତ ପର୍ଯ୍ୟାୟକୁ ସୂଚାଇଥାଏ; ଯଥା – ଉତ୍ପାଦନ, ଆୟ ସୃଜନ ଓ ବ୍ୟୟ ।

ଆୟର ଚକ୍ରୀୟ ପ୍ରବାହରୁ ଜାଣିପାରିବା ଯେ, ଜାତୀୟ ଆୟକୁ ଉତ୍ପାଦିତ ଦ୍ରବ୍ୟ ଓ ସେବାର ପ୍ରବାହ ଆକାରରେ ଦେଖୁରିବା କିମ୍ବା ଆୟର ପ୍ରବାହ ଆକାରରେ ଦେଖୁପାରିବା କିମ୍ବା ଦ୍ରବ୍ୟ ଓ ସେବା ବାବଦରେ ବ୍ୟୟ ଆକାରରେ ଦେଖୁପାରିବା ।

CHSE Odisha Class 12 Economics Chapter 12 Long Answer Questions in Odia Medium 1

ଚିତ୍ର ସୂଚାଇ ଦେଉଛି ଯେ, ଉତ୍ପାଦନ ଯୋଗୁଁ ଆୟ ସୃଷ୍ଟି ହେଉଛି । ଆୟର ସୃଷ୍ଟି ଯୋଗୁଁ ଦ୍ରବ୍ୟ ଓ ସେବାର ଚାହିଦା ସୃଷ୍ଟି ହେଉଛି, ଚାହିଦା ଯୋଗୁଁ ଉତ୍ପାଦନରେ ବୃଦ୍ଧି ଘଟିଥାଏ ଇତ୍ୟାଦି । ତେଣୁ ଉତ୍ପାଦନ, ଆୟର ବଣ୍ଟନ ଓ ବ୍ୟୟର ପ୍ରବାହ ଚକ୍ରୀୟ ଆକାରରେ ଅନବରତ ଚାଲିଥାଏ । ଏହାକୁ ଆୟର ଚକ୍ରୀୟ ପ୍ରବାହ କୁହାଯାଏ ।

ଉତ୍ପାଦନକାରୀ ଭୂମି, ଶ୍ରମ, ପୁଞ୍ଜି ପ୍ରଭୃତି ଉପାଦାନକୁ ଉପଯୋଗ କରି ଉତ୍ପାଦନ କରିଥା’ନ୍ତି । ଉତ୍ପାଦନ ପ୍ରକ୍ରିୟାକୁ ସେମାନଙ୍କ ଅବଦାନ ପାଇଁ ପ୍ରତିଦାନସ୍ବରୂପ ଉପାଦାନ ଅଧିକାରୀଗଣ ଯାହା ପାରିତୋଷିକ ଲାଭ କରିଥା’ଛି ତାହା ସେମାନଙ୍କର ଆୟରୂପେ ବିବେଚିତ ହୁଏ । ଉତ୍ପାଦନକାରୀଙ୍କ ଦୃଷ୍ଟିରୁ ଏହି ପ୍ରକାର ଦେୟ ଉପାଦାନ ଦେୟ ରୂପେ ବିବେଚିତ ହୁଏ ଏବଂ ଉପାଦାନମାନଙ୍କ ଦୃଷ୍ଟିରୁ ଏହି ପ୍ରକାର ପ୍ରାପ୍ୟ ଆୟରୂପେ ପରିଗଣିତ ହୁଏ ।

ଏହିପରି ପାରସ୍ପରିକ ବିନିମୟ ପ୍ରକ୍ରିୟାରେ ପରିବାର ଏବଂ ପ୍ରତିଷ୍ଠାନମାନଙ୍କର ଆୟ ସର୍ଜନା ହୁଏ । ବେଳେବେଳେ ପରିବାର ଓ ପ୍ରତିଷ୍ଠାନବର୍ଗକୁ ହସ୍ତାନ୍ତରଣ ପ୍ରାପ୍ୟ ଆକାରରେ ଆୟ ମିଳିଥାଏ । ହସ୍ତାନ୍ତରଣ ପ୍ରାପ୍ୟ କହିଲେ ସେହି ପ୍ରକାର ଆୟକୁ ବୁଝାଏ ଯେଉଁଥପାଇଁ କୌଣସି ଉତ୍ପାଦନଶୀଳ ସେବା ଯୋଗାଇବାକୁ ହୋଇନଥାଏ । ସେହି କାରଣରୁ ହସ୍ତାନ୍ତରଣ ପ୍ରାପ୍ୟକୁ ଏକପାକ୍ଷୀୟ ପ୍ରାପ୍ୟ କୁହାଯାଏ । ଅବସରକାଳୀନ ଭତ୍ତା, ବୃତ୍ତି, ଉପହାର, ଦାନ ପ୍ରଭୃତି ହସ୍ତାନ୍ତରଣ ପ୍ରାପ୍ୟର ଉଦାହରଣ । ହସ୍ତାନ୍ତରଣ ପ୍ରାପ୍ୟ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ କରାଯାଇ ନଥାଏ ।

CHSE Odisha Class 12 Economics Chapter 12 Long Answer Questions in Odia Medium 2

ଚିତ୍ରରୁ ପ୍ରତୀୟମାନ ଯେ, ପରିବାର ପ୍ରତିଷ୍ଠାନକୁ ଉତ୍ପାଦନର ଉପାଦାନ ବିକ୍ରୟ କରି ତା’ବଦଳରେ ଆୟ ପାଇଥାଏ । ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ପରିବାର ପାଇଥିବା ସମସ୍ତ ଆୟ ହିଁ ଜାତୀୟ ଆୟ । ପରିବାର ଅର୍ଜନ କରୁଥିବା ଆୟର ଏକ ଅଂଶ ଉପଭୋଗରେ ବ୍ୟୟ ହୋଇଥାଏ ଏବଂ ଅନ୍ୟ ଅଂଶଟି ସଞ୍ଚୟ କରାଯାଇଥାଏ । ଆୟର ଯେଉଁ ଅଂଶ ସଞ୍ଚୟ କରା ଯାଇଥାଏ ତାହା ପୁଞ୍ଜି ବଜାରରେ ପ୍ରବେଶ କରେ ଏବଂ ଏହାକୁ ପ୍ରତିଷ୍ଠାନରେ ନିବେଶ କରାଯାଏ ।

ତେଣୁ ପରିବାରର ଆୟ ଉଭୟ ଉପଭୋଗ ବ୍ୟୟ ଓ ନିବେଶ ବ୍ୟୟ ଆକାରରେ ପ୍ରତିଷ୍ଠାନ ମଧ୍ୟକୁ ପ୍ରବେଶ କରିଥାଏ । ପ୍ରତିଷ୍ଠାନଦ୍ୱାରା ଅର୍ଜିତ ଆୟ ପୁନର୍ବାର ଉତ୍ପାଦନର ଉପାଦାନ କ୍ରୟ କରିବାପାଇଁ ବ୍ୟବହୃତ ହୋଇଥାଏ । ଏହା ପରିବାରର ଆୟରେ ପରିଣତ ହୁଏ । ଏହି ପ୍ରକ୍ରିୟା ସର୍ବଦା ଚାଲୁ ରହିଥାଏ । ନିମ୍ନ ଚିତ୍ରରେ ଏକ ସଂକ୍ଷିପ୍ତ ଧାରଣା ବ୍ୟକ୍ତ କରାଯାଇଛି ।

CHSE Odisha Class 12 Economics Chapter 12 Long Answer Questions in Odia Medium 3

CHSE Odisha Class 12 Economics Chapter 12 Long Answer Questions in Odia Medium

9. ମୋଟ ଜାତୀୟ ଉତ୍ପାଦ ବୃଦ୍ଧିରେ ଅର୍ଥନୈତିକ କଲ୍ୟାଣ ବୃଦ୍ଧି ହୋଇପାରିବ କି ? ଆଲୋଚନା କର ।
Answer:
ଗୋଟିଏ ଜାତି ବା ବ୍ୟକ୍ତି ପ୍ରତ୍ୟେକଙ୍କର ପ୍ରଗତିର ମାପକାଠି ହେଉଛି ତାଙ୍କର ଆୟ । ଜାତୀୟ ଆୟ ଦେଶର ଅଧିବାସୀମାନଙ୍କର ଜୀବନଧାରଣର ମାନ ନିର୍ଣ୍ଣୟ କରେ । ଜୀବନଧାରଣର ମାନ କହିଲେ ଜଣେ ବ୍ୟକ୍ତି ବା ଜାତି । ଏହାର ଅଭାବ ଅଭାବର କେତେ ଶତାଂଶ ପୂରଣ କରିବାକୁ ସମର୍ଥ ବୋଲି ବୁଝିବାକୁ ହେବ । ଜାତୀୟ ଆୟ ଅର୍ଥନୀତିକ ଅଭିବୃଦ୍ଧିର ଓ ଜୀବନଧାରଣମାନର ଏକ ପ୍ରଧାନ ପରିମାପକ । ତେଣୁ ଆଜିକାଲି ପୃଥୁବୀର ସମସ୍ତ ଦେଶଗୁଡ଼ିକ ସେମାନଙ୍କର ଜାତୀୟ ଆୟ ସଂକ୍ରାନ୍ତୀୟ ପରିସଂଖ୍ୟାନ ଉପରେ ଗୁରୁତ୍ବ ଆରୋପ କରୁଛନ୍ତି ।

ଏହି ଜାତୀୟ ଆୟର ଅଭିବୃଦ୍ଧିକୁ ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ପ୍ରଧାନ ଲକ୍ଷ୍ୟ ବୋଲି ମଧ୍ୟ ବିବେଚନା କରାଯାଉଅଛି । ଜାତୀୟ ଆୟ ପରିମାଣରେ ଘଟୁଥ୍ । ପରିବର୍ତ୍ତନକୁ ଇକ୍ଷ୍ୟକରି ଅର୍ଥନୀତିକ ବିକାଶ ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ଗୋଟିଏ ଦେଶ ଜାଣିପାରେ । ଯୁକ୍ତିଯୁକ୍ତ ସରକାରୀ ନୀତି ନିର୍ଣ୍ଣୟ କ୍ଷେତ୍ରରେ ବିଧାନପାଇଁ ସେମାନଙ୍କର ନୀତି ଓ ଉଦ୍ୟମ କେତେଦୂର ସଫଳ ହୋଇଛି ତାହା ଜାତୀୟ ଆୟ ଅଧ୍ୟୟନରୁ ହିଁ ଜାଣିପାରୁଛନ୍ତି । ତେଣୁ, କୌଣସି ଦେଶର ବାସ୍ତବ ଜୀବନର ଚିତ୍ର ପାଇବାକୁ ହେଲେ ଏହାର ଜାତୀୟ ଆୟର ବିଶଦ ଅଧ୍ୟୟନ କରିବା ଉଚିତ ।

ପାରମ୍ପରିକ ଭାବରେ ଜାତୀୟ ଆୟକୁ ଅର୍ଥନୈତିକ ଉନ୍ନୟନର ଏକ ପରିମାପକ ବା ସୂଚକାଙ୍କ ଭାବରେ ଗ୍ରହଣ କରାଯାଏ । କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ରାଷ୍ଟ୍ରର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଏବଂ ବଜାର ଦରକୁ ଭିଭିକରି ଆକଳନ ହୋଇଥିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ତେଣୁ, ଏହାକୁ ବଜାର ଦର ଭିତ୍ତିକ ଘରୋଇ ଉତ୍ପାଦ (GDP at market price) କୁହାଯାଏ । ମୋଟ ଘରୋଇ ଉତ୍ପାଦ ମୁଣ୍ଡପିଛା ଆୟକୁ ଅର୍ଥନୈତିକ ପ୍ରଗତିର ମାନକ ରୂପେ ଗ୍ରହଣ କରାଯାଏ ।

ଅର୍ଥନୈତିକ ଉନ୍ନୟନ ଏକ ବ୍ୟାପକ ଅର୍ଥବୋଧକ ଅବଧାରଣା । ଏହା ବହୁବିଧ ଉପାଦାନଦ୍ୱାରା ପ୍ରଭାବିତ ତଥା ନିର୍ଦ୍ଧାରିତ । କୌଣସି ରାଷ୍ଟ୍ରର ଜନସାଧାରଣଙ୍କ ଜୀବନଧାରଣମାନର ଉନ୍ନତିସହ ଦାରିଦ୍ର୍ୟ ପ୍ରପୀଡ଼ିତ ବ୍ୟକ୍ତିବିଶେଷଙ୍କର ଶିକ୍ଷା, ସ୍ୱାସ୍ଥ୍ୟ ଓ ସାକ୍ଷରତା ହାରରେ ଉନ୍ନତି ତଥା ରାଷ୍ଟ୍ରରେ ଉତ୍ପାଦନଶୀଳତା ଓ ଆୟ ବୃଦ୍ଧି ସହ ସଂଶ୍ଳିଷ୍ଟ ।

ମୋଟ ଜାତୀୟ ଉତ୍ପାଦ ବୃଦ୍ଧି ଉପରେ ପ୍ରତ୍ୟେକ ଦେଶ ଗୁରୁତ୍ଵ ଆରୋପ କରୁଥିଲେ ମଧ୍ୟ ଅନେକ ପ୍ରଶ୍ନର ଉତ୍ତର ବର୍ତ୍ତମାନ ସୁଧା ସମାଧାନ ହୋଇପାରିନାହିଁ । ମୋଟ ଜାତୀୟ ଉତ୍ପାଦ ବୃଦ୍ଧିରେ କଲ୍ୟାଣ ବୃଦ୍ଧି ହୋଇପାରିବ କି ? ଦେଶର ଉତ୍ପାଦ ବୃଦ୍ଧି ପାଇଲେ ମନୁଷ୍ୟର ସୁଖସ୍ୱାଚ୍ଛନ୍ଦ୍ୟ ଯେ ନିଶ୍ଚୟ ବୃଦ୍ଧିପାଇବ, ଏହାର କୌଣସି ନିଶ୍ଚିତତା ନାହିଁ । ମୋଟ ଉତ୍ପାଦ ଅନ୍ତିମ ଦ୍ରବ୍ୟ ଓ ସେବାକୁ ବିଚାରକୁ ନେଇଥାଏ; ଯାହା ବଜାରକୁ ପ୍ରବେଶ କରେ । ଯେଉଁ କାର୍ଯ୍ୟ ବା ସେବା ବିକ୍ରି-କଣା ହୋଇପାରେ ନାହିଁ; ଯଥା- ମା’ର ସେବା, ଅବକାଶ ସମୟର କାର୍ଯ୍ୟ ଇତ୍ୟାଦି ଜାତୀୟ ଉତ୍ପାଦରେ ଅନ୍ତର୍ଭୁକ୍ତ ହୋଇନଥାଏ । କେତେକ ଉପାଦାନ ଯଥା ସ୍ଥିର ସରକାର ।

ଆୟର ବଣ୍ଟନ ଇତ୍ୟାଦି ଜାତୀୟ ଉତ୍ପାଦରେ ଅନ୍ତର୍ଭୁକ୍ତ ହୋଇନଥାଏ ଯାହାକି ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ କଲ୍ୟାଣ କରିଥାଏ । ଜାତୀୟ ଉତ୍ପାଦ ବୃଦ୍ଧି ହେବା ଅର୍ଥ ଦେଶରେ ଉତ୍ପାଦ ପରିମାଣ ବୃଦ୍ଧି ହୋଇଛି । କିନ୍ତୁ ଏହି ଉତ୍ପାଦର ବୃଦ୍ଧି ସହିତ ସମାଜର ଅନେକ କ୍ଷତି ହୋଇଥାଏ । ଶିଳ୍ପବିପ୍ଳବ ପରେ ପରେ ଇଂଲଣ୍ଡ ଏକ ଧନଶାଳୀ ରାଷ୍ଟ୍ର ହୋଇଉଠିଲା । ଅନ୍ୟପକ୍ଷରେ ଅଗଣିତ ଶ୍ରମିକ ଓ କୃଷକଙ୍କ ଦୁଃଖର ସୀମା ରହିଲା ନାହିଁ । ଦୈନିକ 16 ଓ 17 ଘଣ୍ଟା ପରିଶ୍ରମ କରି ମଧ୍ୟ ଶ୍ରମିକ ଦୁଇବେଳା ଖାଇବାକୁ ପାଇଲା ନାହିଁ । ସୁତରାଂ, ଦେଶର ସମ୍ପଦ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ଲୋକଙ୍କର ସୁଖସ୍ବାଚ୍ଛନ୍ଦ୍ୟ ବୃଦ୍ଧି ପାଇପାରିଲା ନାହିଁ ।

ସଭ୍ୟତାର କ୍ରମ ବିକାଶ ଯୋଗୁଁ ଭୌତିକ କଲ୍ୟାଣ ପ୍ରତି ମନୁଷ୍ୟ ଅଧ‌ିକ ଆଗ୍ରହୀ । ତେଣୁ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ କଳକାରଖାନା, ବାସଗୃହ ପ୍ରକରଣ, ଗମନାଗମନ ଆଦି କ୍ଷେତ୍ରରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଏ । ଫଳରେ ପ୍ରକୃତି ଦତ୍ତ ପରିବେଶ ଅବହେଳିତ ହୋଇ ସମଗ୍ରମାନବ ଜାତି ପ୍ରତି ବହୁମୁଖୀ ସମସ୍ୟା ସୃଷ୍ଟି କରିଛି । ପରିବେଶ ଅବକ୍ଷୟ କେବଳ ଅର୍ଥନୈତିକ ଓ ସାମାଜିକ ସ୍ଥିତି ପ୍ରତି ବିପଦ ସୃଷ୍ଟିକରିନାହିଁ । ବରଂ ଏହା ସମଗ୍ର ମାନବଜାତିର ଜୀବନ ପ୍ରତି ବିପଦ ସୃଷ୍ଟି କରିଚାଲିଛି ।

ଅଶୀଦଶକର ପ୍ରାରମ୍ଭରୁ ହିଁ ପରିବେଶର ଅବକ୍ଷୟ ଆରମ୍ଭ ହୋଇଛି । ସଭ୍ୟତାର ଦ୍ବାହି ଦେଇ ଅର୍ଥନୈତିକ ଉନ୍ନୟନ ନିମନ୍ତେ ଭୌତିକ କଲ୍ୟାଣର ପରିସର ବୃଦ୍ଧି କରାଇବା ଦିଗରେ ସମଗ୍ର ପୃଥ‌ିବୀର ଅଧିବାସୀମାନେ ତତ୍ପରତା ପ୍ରକାଶ କରିବା ଫଳରେ ଆମର ପ୍ରାକୃତିକ ପରିବେଶ କଳୁଷିତ ଓ ପ୍ରଦୂଷିତ ହୋଇଛି । ତେଣୁ ଆଜିର ଅର୍ଥନୈତିକ ଅଭିବୃଦ୍ଧି ପରିବେଶ ପ୍ରଦୂଷଣ ବଦଳରେ ସମ୍ଭବ ହୋଇପାରିଛି । ଅର୍ଥାତ୍ ଅତୀତର ସମସ୍ତ ଅର୍ଥନୈତିକ ଅଭିବୃଦ୍ଧି ଯାହାକିଛି ମାନବର ଭୌତିକ କଲ୍ୟାଣରେ ଉନ୍ନତି ଆଣିପାରିଛି । ତାହାପଛରେ ପର୍ଯ୍ୟାବରଣର ବହୁ ଅଧୋଗତି ସଂଶ୍ଳିଷ୍ଟ ।

ତେଣୁ କେବଳ ଜାତୀୟ ଉତ୍ପାଦ ବୃଦ୍ଧି ବା ମୁଣ୍ଡପିଛା ଆୟ ବୃଦ୍ଧି ଅର୍ଥନୀତିକ ପ୍ରଗତିର ସ୍ପଷ୍ଟ ଚିତ୍ର ପ୍ରଦାନ କରିନଥାଏ, ଯଦି ଏହା ଅର୍ଥନୈତିକ କଲ୍ୟାଣ ସାଧନ କରିପାରେନାହିଁ ।

ଅର୍ଥନୈତିକ କଲ୍ୟାଣ ସାଧନ ନିମନ୍ତେ ଜାତୀୟ ଉତ୍ପାଦ ବୃଦ୍ଧି ଓ ମୁଣ୍ଡପିଛା ଆୟ ବୃଦ୍ଧିର ଆବଶ୍ୟକତା ରହିଛି । ମାତ୍ର ଏଥ୍ ସହିତ ସୁଷମ ବଣ୍ଟନ, ଜନସାଧାରଣଙ୍କର ଉପଭୋଗର ମାତ୍ରା ବୃଦ୍ଧିର ଆବଶ୍ୟକତା ରହିଛି । ତେଣୁ ଉପରୋକ୍ତ ସମସ୍ତ ଉପାଦାନର ସମନ୍ଵୟ ଘଟିଲେ ଅର୍ଥନୈତିକ କଲ୍ୟାଣ ସାଧ୍ୟ ହୋଇପାରିଥାଏ । ଜାତୀୟ ଉତ୍ପାଦ ସହିତ ସୁଷମ ବଣ୍ଟନ ଏବଂ ଦରଦାମ୍ ହାରରେ ସ୍ଥିରତା ରକ୍ଷା ମଧ୍ୟ ଅର୍ଥନୈତିକ କଲ୍ୟାଣ ନିମନ୍ତେ ଅତ୍ୟନ୍ତ ଆବଶ୍ୟକ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 8 ଆନ୍ତର୍ଜାତୀୟ ସଙ୍ଗଠନ Long Answer Questions.

CHSE Odisha 12th Class Political Science Chapter 8 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ କେଉଁ ପରିସ୍ଥିତି ଦେଇ ମିଳିତ ଜାତିସଂଘ ପ୍ରତିଷ୍ଠିତ ହୋଇଥିଲା ?
Answer:
ଲିଗ୍ ଅଫ୍ ନେସନସ୍‌ର ଦୁର୍ବଳତା ଓ ବିଫଳତା ୧୯୩୦ ମସିହାରୁ ଆରମ୍ଭ ହୋଇ ୧୯୩୮ ମସିହା ବେଳକୁ ଏହା ସମ୍ପୂର୍ଣ୍ଣ ତାତ୍ପର୍ଯ୍ୟ ହରାଇ ବସିଲା । ଜର୍ମାନୀ ଓ ଜାପାନ ପରି ବୃହତ୍ ରାଷ୍ଟ୍ରମାନେ ପରସ୍ପର ସହିତ ସନ୍ଧି ଓ ମେଣ୍ଟ ଗଠନ କଲେ ଏବଂ ଏହା ଫଳରେ ବିଶ୍ବରେ ଶକ୍ତି ସମତା ହ୍ରାସ ପାଇଲା । ଏହା ଦ୍ୱିତୀୟ ବିଶ୍ୱଯୁଦ୍ଧ ପାଇଁ ଦ୍ବାର ଉନ୍ମକ୍ତ କଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ଭୟାବହତାରୁ ବିଶ୍ବକୁ ମୁକ୍ତ ରଖୁବାପାଇଁ ଇଉରୋପୀୟ ରାଷ୍ଟ୍ର ଓ ଯୁକ୍ତରାଷ୍ଟ୍ର ଆମେରିକା ଆଗ୍ରହ ପ୍ରକାଶ କଲେ । ସେମାନେ ବିଶ୍ୱଶାନ୍ତିର ସୁରକ୍ଷା ଓ ଆନ୍ତର୍ଜାତୀୟ ସହଯୋଗ ପ୍ରତିଷ୍ଠା ପାଇଁ ଜାତିସଂଘ (UNO) ନାମରେ ଏକ ନୂତନ ଆନ୍ତର୍ଜାତୀୟ ସଙ୍ଗଠନ ପ୍ରତିଷ୍ଠା କଲେ ।

ମିଳିତ ଜାତିସଂଘ ପ୍ରତିଷ୍ଠାର ବିଭିନ୍ନ ସୋପାନ :
(୧) ଲଣ୍ଡନ ଘୋଷଣା:
୧୯୪୧ ମସିହା ଜୁନ୍ ୧୨ ତାରିଖରେ ଲଣ୍ଡନର ସେଣ୍ଟ ଜେମ୍‌ସ୍‌ ପ୍ୟାଲେସ୍‌ରେ ଅନୁଷ୍ଠିତ ସମ୍ମିଳନୀରେ ବ୍ରିଟେନ୍, କାନାଡ଼ା, ଆଷ୍ଟ୍ରେଲିଆ, ନିଉଜିଲ୍ୟାଣ୍ଡ ଓ ଦକ୍ଷିଣ ଆଫ୍ରିକାର ପ୍ରତିନିଧିମାନେ ଯୋଗ ଦେଇଥିଲେ । ସମସ୍ତ ରାଷ୍ଟ୍ରର ସହଯୋଗକ୍ରମେ ବିଶ୍ବରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାପାଇଁ ରାଷ୍ଟ୍ରମାନେ ବଦ୍ଧପରିକର ହେଲେ ।

(୨) ଆଟ୍‌ଲାଣ୍ଟିକ୍ ଘୋଷଣା:
୧୯୪୧ ମସିହା ଅଗଷ୍ଟ ୧୪ ତାରିଖରେ ସ୍ବାକ୍ଷରିତ ଏହି ଘୋଷଣାନାମାରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ଡି. ରୁଜ୍‌ଭେଲ୍‌ଟ୍‌ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ସାର୍‌ ଉଇନ୍‌ଷ୍ଟନ ଚର୍ଚ୍ଚିଲ ଆଟଲାଣ୍ଟିକ୍ ମହାସାଗରରେ ଯାତାୟତ କରୁଥିବା ‘ପ୍ରିନସ୍ ଅଫ୍ ୱେଲସ୍’ ନାମକ ଜାହାଜରେ ମିଳିତ ହୋଇ ସ୍ବାକ୍ଷର କରିଥିଲେ । ଏହି ଘୋଷଣାପତ୍ରରେ ବଳ ପ୍ରୟୋଗକୁ ଓ କୌଣସି ରାଷ୍ଟ୍ରକୁ ଅନ୍ୟ ରାଷ୍ଟ୍ର ଆକ୍ରମଣ କରିବାକୁ ନିନ୍ଦା କରାଯାଇଥିଲା । ଜର୍ମାନୀର ପରାଜୟ ପରେ ସମଗ୍ର ବିଶ୍ବରେ ଯେପରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠିତ ହେବ ସେଥ୍ ନିମନ୍ତେ ଉଭୟ ଦେଶର ଶାସକଦ୍ବୟ ଚିନ୍ତା ପ୍ରକଟ କରିଥିଲେ ।

(୩) ଓ୍ବାଶିଂଟନ୍‌ ଘୋଷଣା:
୧୯୪୨ ମସିହା ଜାନୁୟାରୀ ୧ ତାରିଖ ଦିନ ୱାଶିଂଟନ୍‌ଠାରେ ୨୬ଟି ରାଷ୍ଟ୍ରଦ୍ୱାରା ସ୍ୱାକ୍ଷରିତ ଘୋଷଣାନାମରେ ଆଟ୍‌ଲାଣ୍ଟିକ୍ ଘୋଷଣାନାମାକୁ ରାଷ୍ଟ୍ରମାନେ ସମର୍ଥନ କଲେ । ଶତ୍ରୁ ସହିତ ଲଢ଼େଇ କରିବାପାଇଁ ପ୍ରତ୍ୟେକ ରାଷ୍ଟ୍ର ନିଷ୍ପତ୍ତି ନେଲେ । କୌଣସି ମିତ୍ର ରାଷ୍ଟ୍ର ସହିତ ଯୁଦ୍ଧ କରୁଥିବା କୌଣସି ରାଷ୍ଟ୍ରକୁ ଅନ୍ୟ ରାଷ୍ଟ୍ରମାନେ କୌଣସି ମତେ ସହାଯ୍ୟ କରିବେ ନାହିଁ ବୋଲି ଘୋଷଣା କଲେ ।

(୪) ମସ୍କୋ ଘୋଷଣାନାମା:
୧୯୪୩ ମସିହା ଅକ୍ଟୋବର ୩୦ ତାରିଖରେ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନ୍‌ର ବୈଦେଶିକ ମନ୍ତ୍ରୀମାନେ ମସ୍କୋଠାରେ ମିଳିତ ହୋଇଥିଲେ । ଏହି ସଙ୍ଗଠନରେ ପ୍ରତ୍ୟେକ ରାଷ୍ଟ୍ରକୁ ସାର୍ବଭୌମ ଓ ସମାନ ବୋଲି ଗ୍ରହଣ କରାଯିବ ଓ ଛୋଟ ବଡ଼ ପ୍ରତ୍ୟେକ ରାଷ୍ଟ୍ର ଏହାର ସଭ୍ୟ ହୋଇପାରିବେ ବୋଲି ନିଷ୍ପତ୍ତି ନିଆଗଲା ।

(୫) ତେହେରାନ୍ ଘୋଷଣାନାମା:
୧୯୪୩ ମସିହା ଡିସେମ୍ବର ୨ ତାରିଖରେ ଆମେରିକାର ରାଷ୍ଟ୍ରପତି ରୁଜ୍‌ଭେଲ୍‌, ରୁଷିଆର ପ୍ରିମିୟର ଜୋସେଫ୍ ଷ୍ଟାଲିନ୍ ଓ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ତେହେରାନ୍‌ଠାରେ ମିଳିତ ହୋଇ ଜାତିସଂଘର ସମସ୍ତ ସଭ୍ୟ ରାଷ୍ଟ୍ରମାନେ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଘୋଷଣା କରାଗଲା । ପୃଥିବୀରୁ ଯୁଦ୍ଧର ଭୟ ଦୂର କରି ପରସ୍ପର ମଧ୍ୟରେ ସଦ୍‌ଭାବ ଓ ଶାନ୍ତି ପ୍ରତିଷ୍ଠା କରିବାପାଇଁ ସେମାନେ ପ୍ରତିଜ୍ଞାବଦ୍ଧ ହେଲେ ।

(୬) ଡୁୟାରଟନ୍‌ ଓକସ୍ ସମ୍ମିଳନୀ:
ଆଣ୍ଟିକ୍ ଚାର୍ଟର, ମସ୍କୋ ଓ ତେହେରାନ୍ ଘୋଷଣାନାମାକୁ କାର୍ଯ୍ୟକାରୀ କରିବା ପାଇଁ ୱାଶିଂଟନ୍‌ସ୍ଥିତ ଡୁମ୍ବାରଟନ ଓକସ୍ଠାରେ ବଡ଼ ବଡ଼ ରାଷ୍ଟ୍ରମାନଙ୍କ ମଧ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବ୍ରିଟେନ୍, ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ ଓ ଚୀନର ପ୍ରତିନିଧୁମାନେ ୧୯୪୪ ଅକ୍ଟୋବର ୭ ତାରିଖରେ ସମ୍ମିଳିତ ହୋଇଥିଲେ । ଏହିଠାରେ ଜାତିସଂଘର ମୂଳଦୁଆ ପଡ଼ିଥିଲା । ଏହି ସମ୍ମିଳନୀ ପରେ ନିରାପତ୍ତା ପରିଷଦର ସ୍ଥାୟୀ ସଦସ୍ୟମାନଙ୍କର ପ୍ରତିନିଧୁତ୍ଵ ବିଷୟ ଉଲ୍ଲେଖ କରାଗଲା ।

(୭) ସ୍ପାଲ୍‌ ସମ୍ମିଳନୀ:
୧୯୪୫ ମସିହା ଫେବୃୟାରୀ ମାସରେ ଆମେରିକାର ରାଷ୍ଟ୍ରପତି ରୁଜ୍‌ଭେଲ୍‌, ରୁଷିଆର ପ୍ରିମିୟର ଷ୍ଟାଲିନ୍ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ୟାଠାରେ ମିଳିତ ହୋଇ ବିଶ୍ୱଶାନ୍ତି ଓ ଆନ୍ତର୍ଜାତୀୟ ସଙ୍ଗଠନ ପ୍ରତିଷ୍ଠା ଦିଗରେ ବିଚାର ଆଲୋଚନା କରି ଶାନ୍ତିପୂର୍ଣ୍ଣ ଉପାୟରେ ଆର୍ଥିକ, ସାମାଜିକ ଓ ରାଜନୈତିକ ସମସ୍ୟାର ସମାଧାନ ମାଧ୍ୟମରେ ବିଶ୍ବରୁ ଯୁଦ୍ଧର ଭୟ ଦୂର କରିବାପାଇଁ ଲକ୍ଷ୍ୟ ଗ୍ରହଣ କରାଗଲା ।

(୮) ସାଫ୍ରାନ୍‌ସିସ୍କୋ ସମ୍ମିଳନୀ:
୧୯୪୫ ମସିହା ଏପ୍ରିଲ ୨୫ ଓ ୨୬ ତାରିଖରେ ୫୦ଟି ସ୍ଵାଧୀନ ରାଷ୍ଟ୍ରର ପ୍ରତିନିଧୂମାନେ ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋଠାରେ ସମ୍ମିଳିତ ହୋଇ ତୁମ୍ବାରଟନ ଓକସ୍ ଓ ୟାଲ୍‌ଟାଠାରେ ହୋଇଥିବା ଆଲୋଚନାର ସାରାଂଶକୁ ନେଇ ଜାତିସଂଘର ନିୟମାବଳୀ ପ୍ରସ୍ତୁତ କରାଗଲା ଓ ଆନ୍ତର୍ଜାତୀୟ ନ୍ୟାୟାଳୟର ଆଇନକାନୁନ ପ୍ରଣୀତ ହେଲା । ୧୯୪୫ ଜୁନ୍ ୨୬ରେ ଜାତିସଂଘର ନିୟମାବଳୀ ସ୍ବାକ୍ଷରିତ ହେଲା । ଜାତିସଂଘ ୧୯୪୫ ମସିହା ଅକ୍ଟୋବର ୨୪ ତାରିଖରେ ପ୍ରତିଷ୍ଠିତ ହେଲା । ମିଳିତ ଜାତିସଂଘରେ ୫୧ ଜଣ ସଭ୍ୟ ରାଷ୍ଟ୍ର ରହି ଏହି ସମ୍ବିଧାନକୁ ଏକ ବହୁପାକ୍ଷିକ ଚୁକ୍ତିରେ ପରିଣତ କରିଥିଲେ । ଶାନ୍ତି ପ୍ରତିଷ୍ଠା ପାଇଁ ଏହା ସ୍ଵାଧୀନ ଓ ସାର୍ବଭୌମ ରାଷ୍ଟ୍ରମାନଙ୍କର ଏକ ଅସ୍ତିସୂଚକ ପଦକ୍ଷେପ ଅଟେ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୨ । “ଜାତିସଂଘ ଲିଗ୍ ଅଫ୍ ନେସନ୍ସର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ହୋଇଥିଲା’’ – ଏହାର ସତ୍ୟତା ପ୍ରତିପାଦନ କର । ଲିଗ୍‌ର ବିଫଳତାର କାରଣ ଦର୍ଶାଅ ।
Answer:
ପ୍ରଥମ ବିଶ୍ୱଯୁଦ୍ଧର ଅବସାନ ପରେ ଦ୍ବିତୀୟ ବିଶ୍ୱଯୁଦ୍ଧକୁ ଏଡ଼ାଇବା ପାଇଁ ଏବଂ ବିଶ୍ୱଶାନ୍ତିର ପ୍ରତିଷ୍ଠା ପାଇଁ ଭର୍‌ସାଇଲ୍ ଚୁକ୍ତିରୁ ୧୯୨୦ ମସିହା ଜାନୁୟାରୀ ମାସରେ ଜନ୍ମ ନେଇଥିଲା ଲିଗ୍ ଅଫ୍ ନେସନ୍‌ସ୍‌ । ଏହା ଥିଲା ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲସନ୍‌ଙ୍କର ସାର୍ଥକ ପରିକଳ୍ପନା । କିନ୍ତୁ ନିମ୍ନଲିଖତ କାରଣ ଯୋଗୁଁ ଲିଗ୍ ଅଫ୍ ନେସସ୍‌ର ଲକ୍ଷ୍ୟ ବିଫଳ ହୋଇଥିଲା ।
ଲିଗ୍ ଅଫ୍ ନେସସ୍‌ର ବିଫଳତାର କାରଣ :

  • ଲିଗର ଆଦର୍ଶ ଓ ଲକ୍ଷ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ସଭ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଏହାର ଜନ୍ମର ପ୍ରାରମ୍ଭରୁ ମତ ବିଭେଦତା ସୃଷ୍ଟି ହୋଇଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧରେ ଜର୍ମାନୀ ଭଳି ପରାଜିତ ରାଷ୍ଟ୍ରମାନଙ୍କ ପ୍ରତି ପ୍ରତିଶୋଧପରାୟଣ ଦୃଷ୍ଟିଭଙ୍ଗୀ ଗ୍ରହଣ କରିବା ଫଳରେ ଲିଗ୍ ନିଜର ଦାୟିତ୍ଵ ସମ୍ପାଦନ କରିପାରିଲା ନାହିଁ ।
  • ଜର୍ମାନୀକୁ ସବୁ ଦୃଷ୍ଟିରୁ ଦୁର୍ବଳ ରଖୁବାର ପ୍ରକ୍ରିୟା ଯୁଦ୍ଧରେ ବିଜେତା ଓ ପରାଜିତମାନଙ୍କୁ ପରସ୍ପର ବିରୋଧୀ କରିବା ଫଳରେ ଲିସ୍‌ର କାର୍ଯ୍ୟକାରିତା ବାଧାପ୍ରାପ୍ତ ହୋଇଥିଲା ।
  • ଲିଗର ସଭ୍ୟ ରାଷ୍ଟ୍ରମାନେ ନିଜର ଜାତୀୟ ସ୍ୱାର୍ଥକୁ ପରିତ୍ୟାଗ କରିବାପାଇଁ ଆନ୍ତରିକତା ପ୍ରକାଶ ନ କରିବାରୁ ଏବଂ ଆନ୍ତର୍ଜାତୀୟତା ଭାବ ସୃଷ୍ଟି ନ ହେବା ଫଳରେ ଲିଗର ଲକ୍ଷ୍ୟ ପୂରଣ ସମ୍ଭବ ହୋଇପାରି ନ ଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଲିଟ୍‌ରେ ଯୋଗ ଦେଲା ନାହିଁ ଏବଂ ରୁଷ୍ ଓ ଜର୍ମାନୀ ଯଥାକ୍ରମେ ୧୯୩୪ ଓ ୧୯୨୬ରେ ଲିଗର ସଦସ୍ୟତା ଗ୍ରହଣ କରିବା ଫଳରେ ତଥା ଜାପାନ ଓ ଜର୍ମାନୀ ଏହାର ସଦସ୍ୟତା ପ୍ରତ୍ୟାଖ୍ୟାନ କରିବାଦ୍ଵାରା ଲିଗ୍ ଏହି ବୃହତ୍ ଶକ୍ତିମାନଙ୍କର ଅନୁପସ୍ଥିତିରେ ନିଜର ଲକ୍ଷ୍ୟ ପୂରଣ ସମ୍ଭବ କରିପାରି ନଥିଲା ।
  • ଲିଗର ଭୋଟଦାନ ବ୍ୟବସ୍ଥା ତ୍ରୁଟିଯୁକ୍ତ ଥିଲା । କୌଣସି ବିଷୟରେ ସର୍ବସମ୍ମତ ନିଷ୍ପଭି ପ୍ରାୟତଃ ଏହାର କାର୍ଯ୍ୟ ସମ୍ପାଦନ ପ୍ରକ୍ରିୟାକୁ ବାଧାପ୍ରାପ୍ତ କରିଥିଲା ।
  • ବ୍ରିଟେନ୍ ଓ ଫ୍ରାନ୍‌ସ୍ ଲିଡ୍‌ର କାର୍ଯ୍ୟ ପ୍ରକ୍ରିୟାକୁ ପ୍ରମୁଖ ଭାବେ ପ୍ରଭାବିତ କରୁଥିବାରୁ ଏବଂ ସେମାନେ ଜର୍ମାନୀ ପ୍ରତି ସହାନୁଭୂତିଶୀଳ ଓ ସନ୍ତୋଷମୂଳକ ଦୃଷ୍ଟିଭଙ୍ଗୀ ଗ୍ରହଣ କରୁଥିବାରୁ ଜର୍ମାନୀର ଉଗ୍ରବାଦୀ ଆନ୍ତର୍ଜାତୀୟତା ବିରୋଧୀ କାର୍ଯ୍ୟକ୍ରମକୁ ବାଧା ଦେବା ଲିଗ୍ ପକ୍ଷରେ ସମ୍ଭବ ହୋଇ ନ ଥିଲା ।
  • ଲିଗ୍ ନିଜର ନିଷ୍ପଭିକୁ କାର୍ଯ୍ୟକାରୀ କରିବାପାଇଁ କୌଣସି ବିଶେଷ ସଙ୍ଗଠନର ସାହାଯ୍ୟ ପ୍ରାପ୍ତ ହୋଇ ନ ଥିଲା । କେଲର-ବ୍ରିୟାଣ୍ଡ ପ୍ୟାକ୍ସକୁ ଅବମାନନା କରି ଜାପାନ ମାଞ୍ଚୁରିଆ ଅଧିକାର କରିବା ଲିଗର ଦୁର୍ବଳତାର ଅନ୍ୟତମ ପ୍ରମାଣ ଅଟେ । ପୁନଶ୍ଚ ଇଟାଲୀ ଇଥ୍‌ଓପିଆ ଅତ୍‌କାର କରିବା କ୍ଷେତ୍ରରେ ଲିଗ୍ ନିଜର ଦୁର୍ବଳତାର ପରିଚୟ ଦେଇଥୁଲା ।
  • ଲିଗ୍ ନିରସ୍ତ୍ରୀକରଣ ସମ୍ପର୍କୀୟ ନୀତିକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିଲା ।

ଜାତିସଂଘ ଓ ଲିଗ୍ ଅଫ୍ ନେସନ୍ସ ମଧ୍ୟରେ ପାର୍ଥକ୍ୟ :

  • ଲିଗ୍ ଅଫ୍ ନେସସ୍‌ କନ୍‌ଭେନାଣ୍ଟ ଭରସାଇଲ୍ ଶାନ୍ତିଚୁକ୍ତିର ଏକ ଅଂଶବିଶେଷ ଥିଲା । ପ୍ରଥମ ବିଶ୍ଵଯୁଦ୍ଧ ପରେ ବିଶ୍ଵର କୌଣସି ରାଷ୍ଟ୍ର ତତ୍କାଳୀନ ପରିସ୍ଥିତିରେ ବିଶ୍ୱଶାନ୍ତିକୁ ନଷ୍ଟ କରିବାକୁ ଇଚ୍ଛା କରୁନଥିବାରୁ ୧୯୨୦ ମସିହା ଜାନୁୟାରୀ ମାସରେ ଲିଗ୍ ଚୁକ୍ତିର ସତ୍ତାନୁଯାୟୀ ସୃଷ୍ଟି ହୋଇଥିଲା । କିନ୍ତୁ ଜାତିସଂଘର ଉତ୍ପତ୍ତି ସେପରି କୌଣସି ଚୁକ୍ତିର ସର୍ଭ ମଧ୍ୟରେ ସୀମାବଦ୍ଧ ନ ଥିଲା । ଭବିଷ୍ୟରେ ବଂଶଧରମାନଙ୍କୁ ଯୁଦ୍ଧର ଭୟାବହତାରୁ ରକ୍ଷା କରିବାପାଇଁ ବିଶ୍ୱର ଜନନାୟକମାନେ ମିଳିତ ଜାତିସଂଘ ପ୍ରତିଷ୍ଠା କରିଥିଲେ । ତେଣୁ ଉଭୟର ଜନ୍ମଗତ ପରିସ୍ଥିତି ଭିନ୍ନ ଭିନ୍ନ ଅଟେ । କିନ୍ତୁ ବିଶ୍ଵରୁ ଯୁଦ୍ଧ ଭୟ ଦୂର କରି ଶାନ୍ତିରକ୍ଷା ଓ ନିରାପତ୍ତା ପ୍ରତିଷ୍ଠା ଉଭୟ ସଙ୍ଗଠନର ମୌଳିକ ଉଦ୍ଦେଶ୍ୟ ଥିଲା ।
  • ଜାତିସଂଘରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉପରେ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କର ସମର୍ଥନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଅଦ୍ଧାଧ‌ିକ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥିବାବେଳେ ଏବଂ ନିରାପତ୍ତା ପରିଷଦର ୫ ଜଣ ସ୍ଥାୟୀ ସଦସ୍ୟଙ୍କ ସମତେ ୯ ଜଣ ସଭ୍ୟ ସମର୍ଥନ କଲେ ପ୍ରସ୍ତାବଟି ଗୃହୀତ ହୋଇଥାଏ, କିନ୍ତୁ ଲିଗ୍ ଅଫ୍ ନେସସ୍‌ର ପ୍ରତ୍ୟେକ ନିଷ୍ପଭି ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ଏଣୁ ଜାତିସଂଘର ମତଦାନ ବ୍ୟବସ୍ଥା ନିଶ୍ଚିତ ଭାବରେ ଲିଗର ମତଦାନ ବ୍ୟବସ୍ଥାଠାରୁ ଉନ୍ନତତର ଅଟେ ।
  • ଲିଗ୍ ଅଫ୍ ନେସନ୍‌ର କୌଣସି ଭିଟୋ ବ୍ୟବସ୍ଥା ନ ଥାଇ ସବୁ ରାଷ୍ଟ୍ରକୁ ସମାନ ସୁବିଧା ପ୍ରଦାନ କରାଯାଇଥିବାବେଳେ ଜାତିସଂଘରେ ୫ଟି ବୃହତ୍ ରାଷ୍ଟ୍ରର ‘ଭିଟୋ’ କ୍ଷମତା ରହିଛି । ଏହି କ୍ଷମତା ବଳରେ ବୃହତ୍ ଶକ୍ତିମାନେ ଜାତିସଂଘର କାର୍ଯ୍ୟକ୍ଷେତ୍ରରେ ବାଧା ସୃଷ୍ଟି କରିପାରୁଛନ୍ତି ।
  • ଜାତିସଂଘର ବିଧ୍ରରେ ନିରାପତ୍ତା ପରିଷଦକୁ ଶାନ୍ତି ଓ ନିରାପତ୍ତା ରକ୍ଷା କରିବାର ପ୍ରାଥମିକ ଦାୟିତ୍ଵ ଦିଆଯାଇଥଲାବେଳେ ଲିଗ୍ କାଉନ୍‌ସିଲ୍‌ର ନିଷ୍ପଭିଗୁଡ଼ିକ କେବଳ ପରାମର୍ଶଗତ ଥିଲା ।
  • ଲିଗ୍ ଓ ଜାତିସଂଘର କାର୍ଯ୍ୟକାରିତା ପଦ୍ଧତିରେ ପାର୍ଥକ୍ୟ ଥିଲା । କୌଣସି ସମୟରେ କୌଣସି କ୍ଷେତ୍ରରେ ଶାନ୍ତି ବିପନ୍ନ ହେବାର ସମ୍ଭାବନା ଥିଲେ ମିଳିତ ଜାତିସଂଘ ବିହିତ ପଦକ୍ଷେପ ନେଇଥାଏ । ମାତ୍ର ଲିଗର ଏହି ସ୍ବାଧୀନତା ନ ଥିଲା । ବର୍ତ୍ତମାନ ନିରାପତ୍ତା ପରିଷଦ କୌଣସି ରାଷ୍ଟ୍ର ବିରୋଧରେ ସେନାବାହିନୀ ପ୍ରେରଣ କରି ଜାତିସଂଘର ନିଷ୍ପଭି କାର୍ଯ୍ୟକାରୀ କରିଥାଏ ଓ ଏହି କ୍ଷେତ୍ରରେ ନିରାପତ୍ତା ପରିଷଦକୁ ଏକ ସାମରିକ ବିଶେଷଜ୍ଞ କମିଟି ସାହାଯ୍ୟ ଓ ପରାମର୍ଶ ଦେଇଥାଏ । ମାତ୍ର ଲିଗର କୌଣସି ସାମରିକ କମିଟି ନ ଥିଲା ।
  • ଲିଗ୍ କେବଳ ରାଜନୈତିକ ସମସ୍ୟା ପ୍ରତି ଦୃଷ୍ଟି ଦେଉଥ‌ିବାବେଳେ ଜାତିସଂଘ ସାମାଜିକ, ସାଂସ୍କୃତିକ, ଆର୍ଥିକ, ଶିକ୍ଷା ଓ ସ୍ବାସ୍ଥ୍ୟଗତ ସମସ୍ୟା ପ୍ରତି ଦୃଷ୍ଟି ଦେଉଛି ।
  • ଲିଗ୍‌ର କୌଣସି ସଭ୍ୟ ସ୍ବେଚ୍ଛାକୃତ ଭାବରେ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କଲେ ତାଙ୍କୁ ୨ ବର୍ଷ ପୂର୍ବରୁ ଏକ ନୋଟିସ୍ ଦେବାକୁ ହେଉଥ୍ଲା; ମାତ୍ର ଜାତିସଂଘର ସଭ୍ୟମାନଙ୍କର ସଭ୍ୟପଦ ତ୍ୟାଗ ବିଷୟରେ ଜାତିସଂଘ ବିଧୂରେ କୌଣସି ବ୍ୟବସ୍ଥା ନାହିଁ ।
  • ଲିଗ୍ ଅପେକ୍ଷା ଜାତିସଂଘର ବିଧାନରେ ଯୁଦ୍ଧ ନିରାକରଣ ଓ ଶାନ୍ତି ପ୍ରତିଷ୍ଠା ପାଇଁ ଅଧ‌ିକ ଉପଯୋଗୀ ପଦକ୍ଷେପ ନିଆଯାଇଛି । ପ୍ରଥମେ କୌଣସି ପରିସ୍ଥିତି ଯୋଗୁଁ ଶାନ୍ତି ବା ନିରାପତ୍ତା ବିପନ୍ନ ହୋଇଛି କି ନାହିଁ ତାହା ନିରାପତ୍ତା ପରିଷଦ ନିର୍ଦ୍ଧାରଣ କଲାପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ ।
  • କେଉଁ ପରିସ୍ଥିତିରେ ଶାନ୍ତି ରକ୍ଷା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ବିଷୟରେ ଜାତିସଂଘର ନିରାପତ୍ତା ପରିଷଦ ନିଷ୍ପତ୍ତି ନେଇଥାଏ ଓ ଏହା ବିଫଳ ହେଲେ ସାଧାରଣ ସଭା Uniting for Peace ପ୍ରସ୍ତାବ ଜରିଆରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ । ମାତ୍ର ଲିଗ୍ କନ୍‌ଭେନାଣ୍ଟ ଅନୁଯାୟୀ ଲିଗର ପ୍ରତ୍ୟେକ ସଭା ଏ ବିଷୟରେ ଅନୁଧ୍ୟାନ କରି ମହାସଚିବଙ୍କୁ ବିବରଣୀ ପ୍ରଦାନ କଲା ପରେ ସେହି ପକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିଲା ।
  • ମିଳିତ ଜାତିସଂଘର ବିଧାନରେ ଥ‌ିବା ସଂଶୋଧନ ପ୍ରଣାଳୀ ଲିଗର ସଂଶୋଧନ ପ୍ରଣାଳୀଠାରୁ ଭିନ୍ନ ଅଟେ । ପାଇଁ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହୋଇଥାଏ ।
  • ଲିଗରେ ଯୁଦ୍ଧର ନିରାକରଣ ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ ଜାତିସଂଘ ବିଧାନରେ ଯୁଦ୍ଧର ନିରାକରଣ ପାଇଁ ବ୍ୟବସ୍ଥା ରହିଛି । କେବଳ ଆତ୍ମରକ୍ଷା କ୍ଷେତ୍ରରେ ଯୁଦ୍ଧର ଆଶ୍ରୟ ନିଆଯାଇ ପାରୁଛି ।
  • ଏହିସବୁ ଦୃଷ୍ଟିରୁ ବିବେଚନା କଲେ ଲିଗ୍ ଅଫ୍ ନେସନ୍‌ସ୍ଠାରୁ ଜାତିସଂଘ ଏକ ଉତ୍ତମ ବ୍ୟବସ୍ଥା ବୋଲି ପ୍ରତିପାଦିତ ହୁଏ । ଲିଗଠାରୁ ଜାତିସଂଘର ସୀମା ଅଧ୍ବକ ବିସ୍ତୃତ ଅଟେ । ଜାତିସଂଘର କାର୍ଯ୍ୟ ପରିସର ଅଧ୍ବକ ବିସ୍ତୃତ ଅଟେ । ଲିଗର ଦୃଷ୍ଟିକୋଣ ସୀମିତ ଥିବାବେଳେ ଜାତିସଂଘ ଏକ ବ୍ୟାପକ ମାନବବାଦୀ ଚିନ୍ତାଧାରା ଉପରେ ଆଧାରିତ ହୋଇଛି ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୩ । ସଂଯୁକ୍ତ ରାଷ୍ଟ୍ରସଂଘର ସାଧାରଣ ସଭାର ଗଠନ ଓ କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ଅଙ୍ଗ ମଧ୍ୟରୁ ସାଧାରଣ ସଭା ଅନ୍ୟତମ । ଏହାକୁ ପୃଥ‌ିବୀର ପଞ୍ଚାୟତ ଆଖ୍ୟା ପ୍ରଦାନ କରାଯାଇଛି । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଏହି ସାଧାରଣ ସଭାକୁ ପାଞ୍ଚଜଣ ଲେଖାଏଁ ପ୍ରତିନିଧ୍ ପଠାଇଥା’ନ୍ତି । କିନ୍ତୁ ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର ଗୋଟିଏ ମାତ୍ର ଭୋଟ ଦେବାର ଅଧିକାର ରହିଛି । ପ୍ରତିବର୍ଷ ଏହି ସଭାର ସଭାପତି (ଅଧକ୍ଷ) ଗୋପନୀୟ ମତଦାନ ପଦ୍ଧତି ଅନୁସାରେ ଏକ ବର୍ଷ ପାଇଁ ସାଧାରଣ ସଭାର ସଦସ୍ୟ-ରାଷ୍ଟ୍ରମାନଙ୍କର ପ୍ରତିନିଧୂମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ଏହି ସଭାର ୧୭ ଜଣ ଉପସଭାପତି (ଉପାଧ୍ୟକ୍ଷ) ବିଶ୍ଵର ବିଭିନ୍ନ ଅଞ୍ଚଳରୁ ପ୍ରତିନିଧ୍ୟ କରନ୍ତି । ସାଧାରଣ ସଭା ପ୍ରତିବର୍ଷ ଗୋଟିଏ ଥର ବୈଠକରେ ମିଳିତ ହୁଏ । ଆବଶ୍ୟକ ହେଲେ ଜରୁରୀ ଅଧିବେଶନ ଡକାଯାଇଥାଏ । ଜରୁରୀ ପରିସ୍ଥିତି ଉପୁଜିଲେ ୨୪ ଘଣ୍ଟା ମଧ୍ୟରେ ସାଧାରଣ ସଭା ଜରୁରୀ ବୈଠକରେ ମିଳିତ ହୋଇଥାଏ ।
ସାଧାରଣ ସଭାର ସାତଗୋଟି କମିଟି ରହିଛି ।

ସେଗୁଡ଼ିକ ହେଉଛି:

  • ରାଜନୈତିକ ନିରାପତ୍ତା କମିଟି
  • ଅର୍ଥନୈତିକ କମିଟି
  • ସାମାଜିକ ସଂସ୍ଥା ଓ ସାଂସ୍କୃତିକ କମିଟି
  • ନ୍ୟାସ କମିଟି
  • ପ୍ରଶାସନିକ ଓ ବଜେଟ୍ କମିଟି
  • ଆଇନଗତ କମିଟି
  • ସ୍ଵତନ୍ତ୍ର ରାଜନୈତିକ କମିଟି

ସାଧାରଣ ସଭାରେ ସରଳ ଓ ସହଜ ସମସ୍ୟାର ସମାଧାନ ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କର ସାଧାରଣ ସଂଖ୍ୟାଗରିଷ୍ଠ (୫୦% +୧) ମତ ଅନୁସାରେ ହୋଇଥାଏ । ଜରୁରୀ ବା ଗୁରୁତର ସମସ୍ୟା ସମାଧାନର ନିଷ୍ପତ୍ତି ସମସ୍ତ ସଦସ୍ୟଙ୍କର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠ ସମର୍ଥନରେ ନିଆଯାଏ ।

ସାଧାରଣ ସଭାର ମୁଖ୍ୟ କାର୍ଯ୍ୟାବଳୀ :

  • ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘ ପରିସରଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରାଯାଇଥାଏ ।
  • ନ୍ୟାସ ପରିଷଦର କାର୍ଯ୍ୟକୁ ସାଧାରଣ ସଭା ତଦାରଖ କରିବା ସହିତ ସଂଯୁକ୍ତ ରାଷ୍ଟ୍ରସଂଘରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରି ସର୍ଭାବଳୀ ସମ୍ପର୍କିତ ନିୟମାବଳୀ ସାଧାରଣ ସଭାରେ ଅନୁମୋଦିତ ହୋଇଥାଏ ।
  • ସାଧାରଣ ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ବାର୍ଷିକ ଆୟବ୍ୟୟର ଅଟକଳ ଅନୁମୋଦିତ ହୋଇଥାଏ ।
  • ସାଧାରଣ ସଭାର ସଦସ୍ୟମାନଙ୍କଦ୍ୱାରା ନିରାପତ୍ତା ପରିଷଦର ୧୦ ଜଣ ଅସ୍ଥାୟୀ ସଦସ୍ୟ, ଅର୍ଥନୈତିକ ଓ ସାମାଜିକ ପରିଷଦର ୧୮ଜଣ ସଦସ୍ୟ ଓ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ବୃନ୍ଦ ନିର୍ବାଚିତ ହୋଇଥା’ନ୍ତି ।
  • ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦର ଆବଶ୍ୟକ ସଂଶୋଧନ ପାଇଁ ଉଦ୍ଦିଷ୍ଟ ପ୍ରସ୍ତାବ ସାଧାରଣ ସଭାର ଦୁଇ-ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଓ ନିରାପତ୍ତା ପରିଷଦର ସମସ୍ତ ସ୍ଥାୟୀ ସଦସ୍ୟଙ୍କ ଅନୁମୋଦନ ସହିତ ଗୃହୀତ ହେବା ପରେ କାର୍ଯ୍ୟକାରୀ ହୁଏ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୪। ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ଲିଗ୍ ଅଫ୍ ନେସସ୍‌ର ତିନିଗୋଟି ସଙ୍ଗଠନ ପରିବର୍ତ୍ତେ ମିଳିତ ଜାତିସଂଘର ଛଅଗୋଟି ଆନ୍ତର୍ଜାତୀୟ ସଙ୍ଗଠନ ରହିଛି । ଏଥୁମଧ୍ୟରୁ କାର୍ଯ୍ୟପାଳିକା କ୍ଷମତାସମ୍ପନ୍ନ ନିରାପତ୍ତା ପରିଷଦ (Security Council) ଅନ୍ୟତମ । ଏହା ଜାତିସଂଘର ସର୍ବକ୍ଷମତାସମ୍ପନ୍ନ ସଂସ୍ଥା ଅଟେ । ବିଶ୍ଵ ଶାନ୍ତି ପ୍ରତିଷ୍ଠା ଏବଂ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସଦ୍‌ଭାବ ଓ ସଦିଚ୍ଛା ପ୍ରତିଷ୍ଠା କରିବାପାଇଁ ନିରାପତ୍ତା ପରିଷଦକୁ କ୍ଷମତା ଦିଆଯାଇଛି ।

ସଙ୍ଗଠନ:
ପ୍ରାଥମିକ ଅବସ୍ଥାରେ ନିରାପତ୍ତା ପରିଷଦ ଜାତିସଂଘର ୧୧ ଜଣ ସଭ୍ୟକୁ ନେଇ ଗଠିତ ହୋଇଥିଲା । ଏମାନଙ୍କ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍ ରୁଷ୍, ଫ୍ରାନ୍ସ, ଇଂଲଣ୍ଡ ଓ ଚୀନ୍ ହେଉଛନ୍ତି ୫ଟି ବୃହତ୍ ଶକ୍ତି ତଥା ସ୍ଥାୟୀ ସଭ୍ୟ । ଏମାନଙ୍କ ବ୍ୟତୀତ ଛଅଟି ଅସ୍ଥାୟୀ ରାଷ୍ଟ୍ରକୁ ସାଧାରଣ ସଭା ଦୁଇବର୍ଷ ନିମନ୍ତେ ନିର୍ବାଚିତ କରିଥାଏ । ୧୯୬୫ ମସିହା ଅଗଷ୍ଟ ୩୧ ତାରିଖରେ ଗୃହୀତ ସଂଶୋଧନ ପ୍ରସ୍ତାବ ଅନୁଯାୟୀ ନିରାପତ୍ତା ପରିଷଦର ସଭ୍ୟ ସଂଖ୍ୟା ୧୫କୁ ବୃଦ୍ଧି ପାଇଲା । ସଂଶୋଧ ନିୟମ ଅନୁସାରେ ୫ ଜଣ ସ୍ଥାୟୀ ସଭ୍ୟଙ୍କ ବ୍ୟତୀତ ୧୦ ଜଣ ଅସ୍ଥାୟୀ ସଭ୍ୟ ନିର୍ବାଚିତ ହେଉଛନ୍ତି । ନିରାପତ୍ତା ପରିଷଦର ଏହି ଅସ୍ଥାୟୀ ସଦସ୍ୟମାନଙ୍କୁ ନିର୍ବାଚନ କଲାବେଳେ ବିଶ୍ଵ ଶାନ୍ତି ଓ ନିରାପତ୍ତା ରକ୍ଷା କ୍ଷେତ୍ରରେ ସଭ୍ୟ ରାଷ୍ଟ୍ରମାନଙ୍କର ଅବଦାନକୁ ବିଚାରକୁ ନିଆଯାଇଥାଏ ।

ନିରାପତ୍ତା ପରିଷଦର ସ୍ଥାୟୀ ସମିତି:
ନିରାପତ୍ତା ପରିଷଦର ୩ଟି ସ୍ଥାୟୀ ସମିତି ରହିଛି, ଯଥା

  • ବିଶେଷଜ୍ଞ ସମିତି (Committe of Experts)
  • ନୂତନ ସଭ୍ୟ ଗ୍ରହଣ ସମିତି (Committee on the Admission of New members) ଓ
  • ମୁଖ୍ୟ ଦପ୍ତରଠାରୁ ଦୂରରେ ରହି ପରିଷଦର ବୈଠକକୁ ନିୟନ୍ତ୍ରଣ କରୁଥିବା ସମିତି

ନିରାପତ୍ତା ପରିଷଦରେ ଭୋଟଦାନ ଓ ‘ଭିଟୋ’ ପ୍ରୟୋଗ ବ୍ୟବସ୍ଥା:
ନିରାପତ୍ତା ପରିଷଦର ପ୍ରତ୍ୟେକ ସଭ୍ୟଙ୍କର ଗୋଟିଏ ଭୋଟଦାନର କ୍ଷମତା ରହିଛି । ଯେକୌଣସି ସମସ୍ୟାରେ ସ୍ଥାୟୀ ସଦସ୍ୟମାନଙ୍କ ସମେତ ୯ ଜଣ ସଭ୍ୟଙ୍କ ସମର୍ଥନକ୍ରମେ ପ୍ରସ୍ତାବ ଗୃହୀତ ହୋଇଥାଏ । ଶାନ୍ତିପୂର୍ଣ୍ଣ ଉପାୟରେ କୌଣସି ସମସ୍ୟାର ସମାଧାନବେଳେ ଯଦି କୌଣସି ସଭ୍ୟ ରାଷ୍ଟ୍ର ଗୋଟିଏ ପକ୍ଷ ହୋଇଥାଏ, ତେବେ ତାଙ୍କୁ ଭୋଟଦାନରୁ ବିରତ ହେବାକୁ ହୋଇଥାଏ । ନିରାପତ୍ତା ପରିଷଦର ସ୍ଥାୟୀ ପଞ୍ଚ ବୃହତ୍ ଶକ୍ତିଙ୍କୁ ‘ଭିଟୋ’ ପ୍ରୟୋଗ କରିବାର ଏକ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ସାନଫ୍ରାନ୍‌ସିସ୍କୋ ସମ୍ମିଳନୀରେ ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ଦାୟିତ୍ଵସ୍ୱରୂପ ବୃହତ୍ ରାଷ୍ଟ୍ରମାନଙ୍କୁ ଭିଟୋ କ୍ଷମତା ପ୍ରଦାନ କରାଯାଇଥିଲା ।

ଫଳରେ ଶାନ୍ତିରକ୍ଷା ସମ୍ପର୍କିତ କୌଣସି ସମସ୍ୟା ଉପରେ ନିରାପତ୍ତା ପରିଷଦର ପାଞ୍ଚଟି ସ୍ଥାୟୀ ରାଷ୍ଟ୍ର ସମେତ ଅନ୍ୟ ଚାରିଗୋଟି ରାଷ୍ଟ୍ରର ସମ୍ମତି ଆବଶ୍ୟକ । କୌଣସି ଗୋଟିଏ ସ୍ଥାୟୀ ସଭ୍ୟ ଯଦି ସମ୍ମତି ନ ଦିଅନ୍ତି ତେବେ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଭିଟୋ କ୍ଷମତା ଯୋଗୁଁ ସ୍ଥାୟୀ ସଭ୍ୟମାନେ ନିଜକୁ ଆଇନଠାରୁ ଊର୍ଦ୍ଧ୍ବରେ ବୋଲି ବିବେଚନା କରିଥା’ନ୍ତି । ଇଂରାଜୀ ଅକ୍ଷର ଅନୁସାରେ ଯେଉଁ ବ୍ୟକ୍ତିଙ୍କର ନାମ ପ୍ରଥମେ ଆସେ ତାଙ୍କୁ ଏକ ମାସ ପାଇଁ ସଭାପତି ଦାୟିତ୍ବ ପ୍ରଦାନ କରାଯାଇଥାଏ । ଏହି କ୍ରମରେ ପ୍ରତି ମାସରେ ସଭାପତି ପଦରେ ପରିବର୍ତ୍ତନ କରାଯାଇଥାଏ ।

କ୍ଷମତା ଓ କାର୍ଯ୍ୟ:
ସାଧାରଣ ସଭାର ପରାମର୍ଶକ୍ରମେ ନିରାପତ୍ତା ପରିଷଦ ନିଜର କ୍ଷମତା ପ୍ରୟୋଗ କରିଥାଏ । ବିଶ୍ଵଶାନ୍ତି ଓ ନିରାପତ୍ତା ରକ୍ଷା କରିବାର ମୁଖ୍ୟ ଦାୟିତ୍ଵ ନିରାପତ୍ତା ପରିଷଦକୁ ଦିଆଯାଇଛି । ଏହା ମୁଖ୍ୟତଃ ଏକ କାର୍ଯ୍ୟପାଳିକା ସଂସ୍ଥା ଅଟେ । ଜାତିସଂଘ ବିଧାନର ୨୪ ଧାରାରେ ଜାତିସଂଘର ସଭ୍ୟରାଷ୍ଟ୍ରମାନେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଓ ନିଷ୍ପତ୍ତି ପାଇଁ ନିରାପତ୍ତା ପରିଷଦକୁ ଦାୟିତ୍ବ ପ୍ରଦାନ କରିଛନ୍ତି । ନିରାପତ୍ତା ପରିଷଦର କ୍ଷମତା ଓ କାର୍ଯ୍ୟାବଳୀକୁ ନିମ୍ନମତେ ଆଲୋଚନା କରାଯାଇପାରେ ।

  • ଦୁଇ ରାଷ୍ଟ୍ର ମଧ୍ୟରେ ଥିବା ମତପାର୍ଥକ୍ୟ ଯେତେବେଳେ ଆନ୍ତର୍ଜାତୀୟ ଶାନ୍ତିକୁ ବ୍ୟାହତ କରେ ସେତେବେଳେ ସେହି ସମସ୍ୟା ଉପରେ ନିରାପତ୍ତା ପରିଷଦ ଅନୁସନ୍ଧାନ କରେ ଓ ଏହାର ନିରାକରଣ ପାଇଁ ଧ୍ୟାନ ଦେଇଥାଏ ଓ ସୁପାରିସ ପ୍ରଦାନ ମଧ୍ୟ କରିଥାଏ ।
  • କୌଣସି ଏକ ସମୟରେ ଶାନ୍ତି ପ୍ରତି ବିପଦ ଅଛି କି ନାହିଁ, ଶାନ୍ତି ଭଙ୍ଗ ହୋଇଛି କି ନାହିଁ, ଅଥବା କୌଣସି ରାଷ୍ଟ୍ର ଅନ୍ୟକୁ ଆକ୍ରମଣ କରିଛି କି ନାହିଁ ଏ ବିଷୟରେ ନିରାପତ୍ତା ପରିଷଦ ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ ଓ ସେହି ସମସ୍ୟାର ସମାଧାନ କେଉଁ ଉପାୟରେ ହୋଇପାରିବ ସେଥ‌ିପାଇଁ ଦିଗ୍‌ଦର୍ଶନ ଦେଇଥାଏ ।
  • କୌଣସି ସମୟରେ ବଳ ପ୍ରୟୋଗ ନ କରି କେଉଁ ଉପାୟରେ ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ, ସେହି ସଂକ୍ରାନ୍ତରେ ନିରାପତ୍ତା ପରିଷଦ ନିଷ୍ପତ୍ତି ନେଇଥାଏ । ମାତ୍ର ଯଦି କୌଣସି ସମୟରେ ନିରାପତ୍ତା ପରିଷଦର ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସମ୍ଭବ ନ ହୁଏ, ତେବେ ପରିଷଦ ଜଳପଥ, ସ୍ଥଳପଥ ବା ଆକାଶପଥରେ ସେନାବାହିନୀଙ୍କୁ ମୁତୟନ କରି ଆନ୍ତର୍ଜାତୀୟ ଶାନ୍ତି ଓ ନିରାପତ୍ତା ରକ୍ଷା କରିପାରେ ।
  • ଆବଶ୍ୟକସ୍ଥଳେ ନିରାପତ୍ତା ପରିଷଦର ଅନୁରୋଧକ୍ରମେ ଜାତିସଂଘର ସଭ୍ୟ ରାଷ୍ଟ୍ରମାନେ ନିରାପତ୍ତା ପରିଷଦକୁ -ସୈନ୍ୟବାହିନୀ ପ୍ରେରଣ, ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଓ ନିଜର ସୀମାରେ ଆନ୍ତର୍ଜାତୀୟ ସେନାବାହିନୀକୁ ପ୍ରବେଶ କରିବାକୁ ସ୍ଵାଧୀନତା ଦେଇଥା’ନ୍ତି ।
    ସ୍ଥାନୀୟ ସମସ୍ୟାଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନିରାପତ୍ତା ପରିଷଦ ଆଞ୍ଚଳିକ ସ୍ତରରେ ଆଞ୍ଚଳିକ ସଂଗଠନଗୁଡ଼ିକୁ ପ୍ରୋତ୍ସାହିତ କରିଥାଏ ।
  • ଟ୍ରଷ୍ଟିସିପ୍ ଚୁକ୍ତିଗୁଡ଼ିକର ନୀତି ନିୟମକୁ କାର୍ଯ୍ୟକାରୀ କରାଇବା ଓ ସେହି ଚୁକ୍ତିଗୁଡ଼ିକର ସଂଶୋଧନ କରିବା ସଂକ୍ରାନ୍ତରେ ନିରାପତ୍ତା ପରିଷଦ ସମସ୍ତ କ୍ଷମତା ଜାହିର କରିଥାଏ ।
  • ଟ୍ରଷ୍ଟିସିପ୍ ବ୍ୟବସ୍ଥା ପ୍ରଚଳିତ ଥ‌ିବା ଗୁରୁତ୍ଵପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଶିକ୍ଷାଗତ, ସାଂସ୍କୃତିକ, ସାମାଜିକ, ଆର୍ଥିକ ଓ ରାଜନୈତିକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ନିରାପତ୍ତା ପରିଷଦ ଟ୍ରଷ୍ଟିସିପ୍ ପରିଷଦକୁ ସାହାଯ୍ୟ ଯୋଗାଇ ଦେଇଥାଏ । କୌଣସି ସମସ୍ୟାକୁ ଗୁରୁତ୍ବ ଦେଇ ଶାନ୍ତିକୁ ବିପନ୍ନ କରିବା ନିରପତ୍ତା ପରିଷଦର ଉଦ୍ଦେଶ୍ୟ ନୁହେଁ ।
  • କୌଣସି ଏକ ନୂତନ ରାଷ୍ଟ୍ରକୁ ଜାତିସଂଘର ସଦସ୍ୟତା ପ୍ରଦାନ ବା ସଦସ୍ୟ ପଦରୁ ବହିଷ୍କାର ପ୍ରସଙ୍ଗରେ ନିରାପତ୍ତା ପରିଷଦର ସୁପାରିସ କ୍ରମେ ସାଧାରଣ ସଭା ଚୂଡ଼ାନ୍ତ ନିଷ୍ପତ୍ତି ନେଇଥାଏ ।
  • ଜାତିସଂଘର ମହାସଚିବ ଓ ଆନ୍ତର୍ଜାତୀୟ ନ୍ୟାୟାଳୟର ବିଚାରପତି ନିଯୁକ୍ତି କ୍ଷେତ୍ରରେ ନିରପତ୍ତା ପରିଷଦ ଓ ସାଧାରଣ ସଭାରେ ସମାନ୍ତରାଳ ଭୋଟଦାନ ହୋଇଥାଏ ।
  • ପ୍ରତିବର୍ଷ ନିରପତ୍ତା ପରିଷଦ ତା’ର ବାର୍ଷିକ ବିବରଣୀ ଓ ଆବଶ୍ୟକ ସ୍ଥଳେ ସ୍ଵତନ୍ତ୍ର ବିବରଣୀକୁ ସାଧାରଣ ସଭାକୁ ପଠାଇଥାଏ ।

ଭିଟୋ କ୍ଷମତା ଯୋଗୁଁ ନିରାପତ୍ତା ପରିଷଦ ତା’ର ପ୍ରାଥମିକ ଦାୟିତ୍ଵ ସମ୍ପାଦନ କରିବାରେ ବିଫଳ ହୋଇଛି । କୌଣସି ଗୋଟିଏ ବୃହତ୍ ଶକ୍ତି ଆନ୍ତର୍ଜାତୀୟ ନିରାପତ୍ତା ବିପନ୍ନ କଲେ, ତା’ ବିରୁଦ୍ଧରେ କୌଣସି ପଦକ୍ଷେପ ନେବା ସମ୍ଭବପର ହେଉ ନାହିଁ । ଏହି କ୍ଷମତା ଯୋଗୁଁ ସ୍ଥାୟୀ ସଭ୍ୟମାନେ ନିଜକୁ ଆଇନଠାରୁ ଉର୍ଦ୍ଧ୍ବରେ ବୋଲି ବିବେଚନା କରୁଛନ୍ତି । ବୃହତ୍ ଶକ୍ତିମାନଙ୍କ ମଧ୍ୟରେ ଏହି ମତବିଭେଦତା ଯୋଗୁଁ ୧୯୫୦ ମସିହା ନଭେମ୍ବର ୩ ତାରିଖ ଦିନ ଜାତିସଂଘ “Uniting for Peace” ପ୍ରସ୍ତାବ ଗୃହୀତ କରିବାଦ୍ଵାରା ଯେତେବେଳେ ବିଶ୍ୱଶାନ୍ତର ସୁରକ୍ଷା କରିବାକୁ ନିରପତ୍ତା ପରିଷଦ ବିଫଳ ହୁଏ, ସେତେବେଳେ ସାଧାରଣ ସଭା ସମସ୍ୟାକୁ ତୁରନ୍ତ ନିଜ ହାତକୁ ନେଇଥାଏ । ଏହା ଫଳରେ ଭିଟୋ କ୍ଷମତାର ଗୁରୁତ୍ୱ କ୍ରମେ ହ୍ରାସ ପାଉଛି । ଅତୀତରେ ନିରାପତ୍ତା ପରିଷଦ ବିଶ୍ୱଶାନ୍ତିର ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲାବେଳେ ସଂପ୍ରତି ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ମତବିଭେଦତା ଯୋଗୁଁ ନିରାପତ୍ତା ପରିଷଦର ଗୁରୁତ୍ଵ ହ୍ରାସ ପାଇଛି । ଶୀତଳ ଯୁଦ୍ଧର ଅବସାନ ପରେ ଏହି ସମସ୍ୟା ଦୂର ହୋଇଯିବାର ସମ୍ଭାବନା ଅଧିକ ହୋଇଛି ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୫। ଆନ୍ତର୍ଜାତୀୟ ବିଚାରାଳୟର ସଂଗଠନ ଓ କାର୍ଯ୍ୟ ପରିସର ଆଲୋଚନା କର ।
Answer:
ମିଳିତ ଜାତିସଂଘ ବିଧୂର ୯୨ ଧାରା ଅନୁଯାୟୀ ଆନ୍ତର୍ଜାତୀୟ ବିଚାରାଳୟ ଜାତିସଂଘର ନ୍ୟାୟିକ ସଂସ୍ଥାଭାବେ କାର୍ଯ୍ୟ କରିଥାଏ । ଜାତିସଂଘର ସମସ୍ତ ସଭ୍ୟ ରାଷ୍ଟ୍ରମାନେ ଏହି ବିଚାରାଳୟରେ ଆବେଦନ କରିବାକୁ ସକ୍ଷମ ଅଟନ୍ତି । ଜାତିସଂଘର ସଭ୍ୟ ନଥାଇ ମଧ୍ୟ କୌଣସି ଏକ ରାଷ୍ଟ୍ର ନିର୍ଦ୍ଦିଷ୍ଟ ସର୍ଭାନୁସାରେ ନ୍ୟାୟାଳୟର ସାହାଯ୍ୟ ନେଇପାରେ । ସଭ୍ୟରାଷ୍ଟ୍ର ଭିନ୍ନ ଅନ୍ୟ କୌଣସି ରାଷ୍ଟ୍ର ଏଥରେ ଭାଗ ନେଇପାରିବ କି ନା, ତାହା ସାଧାରଣ ସଭା ଓ ନିରାପତ୍ତା ପରିଷଦର ଅନୁମୋଦନ ଉପରେ ନିର୍ଭର କରେ । କୌଣସି ରାଷ୍ଟ୍ର ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ବିନା ଦ୍ବିଧାରେ ଗ୍ରହଣ କରିବ ବୋଲି ଘୋଷଣା କଲାପରେ ସେହି ରାଷ୍ଟ୍ରକୁ ଗୋଟିଏ ପକ୍ଷ ଭାବରେ ଗ୍ରହଣ କରାଯାଇଥାଏ । କୌଣସି ଗୋଟିଏ ପକ୍ଷ ନ୍ୟାୟାଳୟର ନିଷ୍ପତ୍ତିକୁ ଅବଜ୍ଞା କଲେ ଅପରପକ୍ଷଟି ନିରାପତ୍ତା ପରିଷଦରେ ଆବେଦନ କରିଥାଏ ଓ ନିରାପତ୍ତା ପରିଷଦ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାଏ ।

ସଂଗଠନ:
ଆନ୍ତର୍ଜାତୀୟ ନ୍ୟାୟାଳୟ ୧୫ ଜଣ ବିଚାରପତିଙ୍କୁ ନେଇ ଗଠିତ ହୋଇଅଛି । ସ୍ଥାୟୀ ଆର୍‌ବିଟ୍ରେସନ୍ ନ୍ୟାୟାଳୟର ଜାତୀୟ ଗୋଷ୍ଠୀଦ୍ବାରା ମନୋନୀତ ବିଚାରପତିମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଜାତିସଂଘର ସାଧାରଣ ସଭା ଓ ନିରାପତ୍ତା ପରିଷଦ ନିର୍ବାଚିତ କରିଥାଏ । ପ୍ରତି ରାଷ୍ଟ୍ରର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ହେବାପାଇଁ ଯୋଗ୍ୟ ବ୍ୟକ୍ତିଙ୍କୁ ଆନ୍ତର୍ଜାତୀୟ ନ୍ୟାୟାଳୟର ନ୍ୟାୟାଧୀଶ ପଦବୀ ପାଇଁ ଉପଯୁକ୍ତ ବୋଲି ବିବେଚନା କରାଯାଏ । କୌଣସି ଗୋଟିଏ ରାଷ୍ଟ୍ରରୁ ୨ଜଣ ବିଚାରପତିଙ୍କୁ ନିର୍ବାଚିତ କରାଯାଇନଥାଏ । ବିଚାରପତିଙ୍କ କାର୍ଯ୍ୟକାଳ ୯ ବର୍ଷ । ବିଚାରପତିମାନେ କୌଣସି ରାଜନୈତିକ ବା ପ୍ରଶାସନିକ କାର୍ଯ୍ୟରେ ଲିପ୍ତ ହୋଇନଥା’ନ୍ତି । କୌଣସି ବିଚାରପତିଙ୍କ କାର୍ଯ୍ୟକାଳ ପୂରିଗଲେ ତାଙ୍କୁ ପୁନଃନିର୍ବାଚିତ କରାଯାଇପାରେ । ବିଚାରପତିମାନେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ଯକ୍ଷ ଓ ଅନ୍ୟଜଣଙ୍କୁ ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରିଥା’ନ୍ତି ।

କ୍ଷମତା ଓ କାର୍ଯ୍ୟ ପରିସର:
ଜାତିସଂଘର ବିଷ୍ଣୁ ସମ୍ମାନ ଦେଉଥ‌ିବା ପ୍ରତ୍ୟେକ ରାଷ୍ଟ୍ର ନିଜ ମଧ୍ୟରେ ସୃଷ୍ଟି ହେଉଥ‌ିବା ମତଭେଦର ସମାଧାନ ପାଇଁ ଆନ୍ତର୍ଜାତୀୟ ନ୍ୟାୟାଳୟର ସାହାଯ୍ୟ ଲୋଡ଼ିପାରେ । ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ମାନିନେବେ ବୋଲି ରାଷ୍ଟ୍ରମାନେ ଅଦାଲତର ନିବନ୍ଧକଙ୍କ ପାଖରେ ଲିଖ୍ ଘୋଷଣାପତ୍ର ଦାଖଲ କଲାପରେ ସେହି ରାଷ୍ଟ୍ରମାନଙ୍କର ମାମଲାର ବିଚାର କରାଯାଇଥାଏ । ତେଣୁ ରାଷ୍ଟ୍ରମାନଙ୍କର ସମ୍ମତିକୁ ଆଧାରକରି ଆନ୍ତର୍ଜାତୀୟ ନ୍ୟାୟାଳୟ କାର୍ଯ୍ୟ କରିଥାଏ । ଏହାର କ୍ଷମତା ପରିସରକୁ ନିମ୍ନମତେ ବିଭାଜନ କରି ଆଲୋଚନା କରାଯାଇପାରେ ।

(୧) ଇଚ୍ଛାଧୀନ କ୍ଷେତ୍ରାଧୁକାର:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ଧାରା ୩୬ ଅନୁଯାୟୀ ଇଚ୍ଛାଧୀନ କ୍ଷେତ୍ରାଧିକାର କାର୍ଯ୍ୟକାରୀ କରାଯାଇଥାଏ । ମତଭେଦ ଦୂର କରିବାକୁ ଉଭୟ ପକ୍ଷର ସମ୍ମତିକ୍ରମେ ଆନ୍ତର୍ଜାତୀୟ ନ୍ୟାୟାଳୟରେ ଆବେଦନ କରାଯାଇଥାଏ । ଉଭୟ ପକ୍ଷ ପୃଥକ୍ ପୃଥକ୍ ଭାବେ ନ୍ୟାୟାଳୟକୁ ସେମାନଙ୍କର ସମ୍ମତି ଦେଇପାରନ୍ତି ଅଥବା ଗୋଟିଏ ପକ୍ଷ ଉଭୟପକ୍ଷ ତରଫର ସମ୍ମତି ଜଣାଇ ଦେଇପାରନ୍ତି ।

(୨) ବାଧ୍ୟତାମୂଳକ କ୍ଷେତ୍ରାଧୁକାର:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ଧାରା ୩୬ର ଦ୍ଵିତୀୟ ପାରା ଅନୁଯାୟୀ ଆନ୍ତର୍ଜାତୀୟ ନ୍ୟାୟାଳୟ ନିମ୍ନଲିଖୂ ବୈଧାନିକ ସମସ୍ୟା ଉପରେ ବାଧ୍ୟତାମୂଳକ କ୍ଷେତ୍ରାଧୁକାର ଜାହିର କରିଥାଏ ।

  • କୌଣସି ଚୁକ୍ତିର ବ୍ୟାଖ୍ୟା କ୍ଷେତ୍ରରେ;
  • ଆନ୍ତର୍ଜାତୀୟ ଆଇନ ସମ୍ପର୍କୀୟ ସମସ୍ତ ପ୍ରଶ୍ନ;
  • ଯେଉଁ ଘଟଣା ସତ୍ୟ ପ୍ରମାଣିତ ହେଲେ ଆନ୍ତର୍ଜାତୀୟ ଚୁକ୍ତିର ଅବମାନନା ହେବା ସଂପର୍କୀୟ ସମସ୍ତ ମାମଲା;
  • ଆନ୍ତର୍ଜାତୀୟ ଚୁକ୍ତି ବା ସର୍ଭର ଅବଜ୍ଞା କ୍ଷେତ୍ରରେ କ୍ଷତିପୂରଣର ପରିମାଣ ଓ ପ୍ରକୃତି ନିରୂପଣଜନିତ ସମସ୍ୟା ଇତ୍ୟାଦି ।

ଯେତେବେଳେ ଉଭୟ ପକ୍ଷଭୁକ୍ତ ରାଷ୍ଟ୍ର ଆନ୍ତର୍ଜାତୀୟ ନ୍ୟାୟାଳୟରେ ନିଷ୍ପତ୍ତି ପାଇଁ ସମ୍ମତି ପ୍ରଦାନ କରନ୍ତି ସେତେବେଳେ ଆନ୍ତର୍ଜାତୀୟ ନ୍ୟାୟାଳୟର ବାଧ୍ୟତାମୂଳକ କ୍ଷେତ୍ରାଧ୍ୟାର କାର୍ଯ୍ୟକାରୀ ହୋଇଥାଏ । ଏହି ସମ୍ମତି ସର୍ତ୍ତବିହୀନ ହୋଇପାରେ ବା ସର୍ତ୍ତମୂଳକ ମଧ୍ୟ ହୋଇପାରେ କିମ୍ବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମାବଦ୍ଧ ହୋଇପାରେ । ଏହି ବାଧ୍ୟତାମୂଳକ କ୍ଷେତ୍ରାଧ୍ୟାର ନିମ୍ନଲିଖତ କ୍ଷେତ୍ରରେ କାର୍ଯ୍ୟକାରୀ ହୋଇନଥାଏ ।

  • କୌଣସି ସମସ୍ୟାର ସମାଧାନ ପାଇଁ ପକ୍ଷଭୁକ୍ତ ରାଷ୍ଟ୍ରମାନେ ଅନ୍ୟ କୌଣସି ଟ୍ରିବୁନାଲ୍‌କୁ ଦାୟିତ୍ୱ ଅର୍ପଣ କଲେ ବା କରିବାର ସମ୍ଭାବନା ଥିଲେ;
  • ଯେଉଁ ମାମଲାସବୁ କୌଣସି ରାଷ୍ଟ୍ରର ଘରୋଇ ବ୍ୟାପାର ସହିତ ସଂପୃକ୍ତ;
  • କୌଣସି ବହୁପାକ୍ଷିକ ଚୁକ୍ତିରୁ ସୃଷ୍ଟି ହୋଇଥିବା ସମସ୍ୟା

(୩) ପରାମର୍ଶଗତ କ୍ଷେତ୍ରାଧୁକାର:
ସାଧାରଣ ସଭା ଓ ନିରାପତ୍ତା ପରିଷଦର ଅନୁରୋଧକ୍ରମେ ଆନ୍ତର୍ଜାତୀୟ ନ୍ୟାୟାଳୟ ପରାମର୍ଶଗତ କ୍ଷେତ୍ରାଧୁକାର କାର୍ଯ୍ୟକାରୀ କରିଥାଏ । ଜାତିସଂଘର ଅନ୍ୟ ସଂଗଠନସବୁ ସାଧାରଣ ସଭାର ସମ୍ମତିକ୍ରମେ ନ୍ୟାୟାଳୟକୁ ପରାମର୍ଶ ମାଗିପାରନ୍ତି । କୌଣସି ଏକ ବୈଧାନିକ ସମସ୍ୟା ଉପରେ ଜାତିସଂଘର ସ୍ଵତନ୍ତ୍ର ସଂଗଠନ ସବୁ ନ୍ୟାୟାଳୟର ପରାମର୍ଶ ଲୋଡ଼ିପାରନ୍ତି । ଏ ସମ୍ପର୍କରେ କୌଣସି ସଂଗଠନ ନିର୍ଦ୍ଦିଷ୍ଟ ଭାବେ ଲିଖୁତ ଅନୁରୋଧ ପ୍ରକାଶ କଲେ ଆନ୍ତର୍ଜାତୀୟ ନ୍ୟାୟାଳୟ ପରାମର୍ଶ ଦେଇଥାଏ । ରାଷ୍ଟ୍ରମାନେ ଏହି ପରାମର୍ଶକୁ ମାନିନେବାକୁ ବାଧ୍ୟ ନୁହନ୍ତି । ଜନମତ ସୃଷ୍ଟି କରିବା କ୍ଷେତ୍ରରେ ନ୍ୟାୟାଳୟର ପରାମର୍ଶଗତ କ୍ଷେତ୍ରାଧିକାର ବିଶେଷ ମୂଲ୍ୟବାନ୍ ପ୍ରମାଣିତ ହୋଇଛି । ଏହି କ୍ଷମତା ପରିସର ବୃଦ୍ଧି ପାଇଲେ ଆନ୍ତର୍ଜାତୀୟ ଆଇନର ବିକାଶ ଦିଗରେ ତାହା ବିଶେଷ ସହାୟକ ହୋଇପାରିବ ।

ନ୍ୟାୟାଳୟରେ ପ୍ରୟୋଗ କରାଯାଉଥ‌ିବା ଆଇନ:
ଆନ୍ତର୍ଜାତୀୟ ନ୍ୟାୟାଳୟ ବିଧାନର ୩୮ ଧାରା ଅନୁସାରେ ଆନ୍ତର୍ଜାତୀୟ ଆଇନ ଅନୁଯାୟୀ ଏହା କୌଣସି ମାମଲାର ନ୍ୟାୟ ବିଚାର କରିଥାଏ । ଆନ୍ତର୍ଜାତୀୟ ନ୍ୟାୟାଳୟ ନିମ୍ନଲିଖ ଆଇନଗୁଡ଼ିକୁ ପ୍ରୟୋଗ କରି ନ୍ୟାୟ ବିଚାର କରିଥାଏ ।

  • ଉଭୟ ପକ୍ଷଦ୍ବାରା ସ୍ବୀକୃତିପ୍ରାପ୍ତ ଆଇନ ବା ନୀତି ଓ ନିର୍ଦ୍ଦିଷ୍ଟ ଆନ୍ତର୍ଜାତୀୟ କନ୍‌ଭେନସନ୍;
  • ଆନ୍ତର୍ଜାତୀୟ ଆଇନ ରୂପେ ଗୃହୀତ ଆନ୍ତର୍ଜାତୀୟ ପ୍ରଥା;
  • ସଭ୍ୟରାଷ୍ଟ୍ରଗୁଡ଼ିକଦ୍ଵାରା ସ୍ବୀକୃତ ସାଧାରଣ ନୀତି ନିୟମ ;
  • ନ୍ୟାୟାଳୟର ନିଷ୍ପଭି;
  • ବିଶିଷ୍ଟ ବୁଦ୍ଧିଜୀବୀ ଏବଂ ପ୍ରକାଶକଙ୍କର ନୀତିଶିକ୍ଷା ।

ପ୍ରତ୍ୟେକ ପକ୍ଷ ଆନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପଭି ମାନିନେବାକୁ ସ୍ବୀକୃତି ପ୍ରଦାନ କରିଥା’ନ୍ତି । କୌଣସି ଗୋଟିଏ ପକ୍ଷ ନିଷ୍ପଭିକୁ ନ ମାନିଲେ ଅପର ପକ୍ଷଟି ୪୯ ଧାରା ଅନୁସାରେ ନିରାପତ୍ତା ପରିଷଦର ଦୃଷ୍ଟି ଆକର୍ଷଣ କରିଥାଏ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୬ | ମିଳିତ ଜାତିସଂଘର ଆର୍ଥିକ ଓ ସାମାଜିକ ପରିଷଦର ଗଠନ ଓ କାର୍ଯ୍ୟବାଳୀ ଆଲୋଚନା କର ।
Answer:
ବିଶ୍ୱଶାନ୍ତି ଓ ନିରାପତ୍ତା ରକ୍ଷାର ମୌଳିକ ଦାୟିତ୍ଵ ଜାତିସଂଘ ବହନ କରିଛି । ଆନ୍ତର୍ଜାତୀୟ କ୍ଷେତ୍ରରେ ଅର୍ଥନୈତିକ ଓ ସାମାଜିକ ଦାୟିତ୍ଵ ପରିପୂରଣ କରିବାପାଇଁ ଜାତିସଂଘର ଏକ ନିର୍ଦିଷ୍ଟ ଭୂମିକା ରହିଛି । ମିଳିତ ଜାତିସଂଘ ପ୍ରତିଷ୍ଠା ହେବା ପୂର୍ବରୁ ରାଷ୍ଟ୍ର-ରାଷ୍ଟ୍ର ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ବିଷୟର ଉନ୍ନତି ପାଇଁ କୌଣସି ଆନ୍ତର୍ଜାତୀୟ ସଂଗଠନ ନଥିଲା । ବିଶ୍ଵରେ ସ୍ଥିରତା ଓ ନ୍ୟାୟ ପ୍ରତିଷ୍ଠା ପାଇଁ ସାଧାରଣ ସଭାର ଅନୁମୋଦନ କ୍ରମେ ଅର୍ଥନୈତିକ ଓ ସାମାଜିକ ପରିଷଦ ଗଠନ ରହିପାରନ୍ତି ।

ସଂଗଠନ:
ଅର୍ଥନୈତିକ ଓ ସାମାଜିକ ପରିଷଦ ସାଧାରଣ ସଭାଦ୍ଵାରା ନିର୍ବାଚିତ ୫୪ ଜଣ ସଭ୍ୟଙ୍କୁ ନେଇ ଗଠିତ ହୋଇଥାଏ । ଏହି ପରିଷଦର ସଭ୍ୟମାନଙ୍କର କାର୍ଯ୍ୟକାଳ ୩ ବର୍ଷ । ଜଣେ ସଭ୍ୟ ଅବସର ଗ୍ରହଣ କଲାପରେ ପୁନଃ ନିର୍ବାଚିତ ହୋଇପାରନ୍ତି । ପ୍ରତିବର୍ଷ ପରିଷଦର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ଓ ସେହି ପଦବୀ ପାଇଁ ସଙ୍ଗେ ସଙ୍ଗେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏହି ପରିଷଦର ପ୍ରତି ସଭ୍ୟଙ୍କର ଜଣେ ଜଣେ ପ୍ରତିନିଧୂ ରହିପାରନ୍ତି । ଏହି ପରିଷଦର ପ୍ରତି ସଭ୍ୟ ଗୋଟିଏ ଭୋଟଦାନର କ୍ଷମତା ଉପଭୋଗ କରନ୍ତି । ଉପସ୍ଥିତ ଥ‌ିବା ଅର୍ଦ୍ଧାଧିକ ସଭ୍ୟମାନଙ୍କ ସମର୍ଥନ କ୍ରମେ ନିଷ୍ପଭି ଗ୍ରହଣ କରାଯାଇଥାଏ । ପରିଷଦର ଅଧ୍ଶନ ବର୍ଷକୁ ୨ ଥର ଏକମାସ ପାଇଁ ବସିଥାଏ ।

କାଯ୍ୟାବଳୀ:

  • ଜାତିସଂଘ ବିଧାନର ୬୨ ଧାରା ଅନୁଯାୟୀ ଅର୍ଥନୈତିକ ଓ ସାମାଜିକ ପରିଷଦ ଆନ୍ତର୍ଜାତୀୟ ଆର୍ଥିକ, ସାମାଜିକ, ସାଂସ୍କୃତିକ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ବିବରଣୀ ପ୍ରସ୍ତୁତ କରି ବିଭିନ୍ନ ପ୍ରକାର ଅଧ୍ୟୟନ କରିଥାଏ । କେତେକ କ୍ଷେତ୍ରରେ ମହାସଚିବଙ୍କ ଅନୁରୋଧ କ୍ରମେ ପରିଷଦ ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରମାନଙ୍କର ଅର୍ଥକ ଅଗ୍ରଗତି ବିଷୟରେ ଗବେଷଣା କରି ବିବରଣୀ ଦେଇଥାଏ । ଏହାଛଡ଼ା ଶରଣାର୍ଥୀମାନଙ୍କର ସମସ୍ୟା, ବାସଗୃହ ସମସ୍ୟା, ନାରୀମାନଙ୍କର ସ୍ଥିତି ଉପରେ ଅଧ୍ୟୟନ କରି ବିବରଣୀ ପ୍ରକାଶ କରିବା ଏହି ପରିଷଦର ଦାୟିତ୍ଵ । ଏହି ପରିଷଦ ବାର୍ଷିକ ପରିସଂଖ୍ୟାନ ରିପୋର୍ଟ ପ୍ରକାଶ କରିଥାଏ ।
  • ଅନୁନ୍ନତ ରାଷ୍ଟ୍ରର ଆର୍ଥିକ ପ୍ରଗତି ପାଇଁ ବିଭିନ୍ନ ପଦକ୍ଷେପ ନେବାପାଇଁ ଏହା କେତେକ ସୁପାରିସ ଦେଇଥାଏ । ଏହି ସୁପାରିସ ଜାତିସଂଘର ସ୍ବତନ୍ତ୍ର ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଉଦ୍ଦିଷ୍ଟ !
  • ଏହି ପରିଷଦ ନିରାପତ୍ତା ପରିଷଦ ଓ ସାଧାରଣ ସଭାକୁ ଏବଂ ଜାତିସଂଘର ସାଧାରଣ ସଭାର ଅନୁମୋଦନ କ୍ରମେ ବିଭିନ୍ନ ସ୍ବତନ୍ତ୍ର ସଂସ୍ଥା ଓ ସଭ୍ୟରାଷ୍ଟ୍ରମାନଙ୍କୁ ସାହାଯ୍ୟ ପ୍ରଦାନ କରିଥାଏ ।
  • ଏହି ପରିଷଦ ଜାତିସଂଘର ସ୍ବତନ୍ତ୍ର ସଂସ୍ଥାର ବିଭିନ୍ନ ସଂସ୍ଥା ଯଥା ଆନ୍ତର୍ଜାତୀୟ ଶ୍ରମ ସଂସ୍ଥା, ଖାଦ୍ୟ ଓ କୃଷି ସଂଗଠନ, ବିଶ୍ବବ୍ୟାଙ୍କ, ବିଶ୍ୱସ୍ଵାସ୍ଥ୍ୟ ସଂଗଠନ, ବିଶ୍ବ ପାଣିପାଗ ସଂସ୍ଥା ଇତ୍ୟାଦି ମଧ୍ୟରେ ସମନ୍ଵୟ ରକ୍ଷା କରିଥାଏ ।
  • ଏହି ପରିଷଦ ମାନବିକ ଅଧିକାର ଓ ସ୍ୱାଧୀନତାର ସୁରକ୍ଷା କରିବା କାର୍ଯ୍ୟ ସଂପାଦନ କରିଥାଏ ।
  • ସାଧାରଣ ସଭାରେ ଉପସ୍ଥାପନ ପାଇଁ ଏହି ପରିଷଦ ବିଭିନ୍ନ ବିଷୟରେ ଏକ ଡ୍ରାଫ୍ଟ କନ୍‌ଭେନସନ୍ ପ୍ରସ୍ତୁତ କରିଥାଏ । ଏହି ପରିଷଦ ସ୍ଵତନ୍ତ୍ର ଆନ୍ତର୍ଜାତୀୟ ବା ଆଞ୍ଚଳିକ ସମ୍ମିଳନୀ ଆହ୍ବାନ କରିପାରେ ।
  • ଜାତିସଂଘ ବିଧାନର ୫୭ ଧାରା ଅନୁଯାୟୀ ଏହି ପରିଷଦ ଅନ୍ୟ କୌଣସି ସ୍ଵାଧୀନ ସଂସ୍ଥା ସହିତ ରାଜିନାମା ସ୍ବାକ୍ଷର କରିପାରେ । କିନ୍ତୁ ଏହା ସାଧାରଣ ସଭାଦ୍ଵାରା ଗୃହୀତ ନହେଲେ କାର୍ଯ୍ୟକାରୀ ହୋଇନଥାଏ ।
  • ନିରାପତ୍ତା ପରିଷଦ ଓ ସାଧାରଣ ସଭା ରାଜନୈତିକ ସମସ୍ୟା ପ୍ରତି ଦୃଷ୍ଟି ଦେଲାବେଳେ ଆର୍ଥିକ ଓ ସାମାଜିକ ପରିଷଦ ଆର୍ଥିକ ବିକାଶ ପ୍ରତି ଧ୍ୟାନ ଦେଇଥାଏ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୭ | ସଂଯୁକ୍ତ ରାଷ୍ଟ୍ରସଂଘଦ୍ବାରା ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ ବିଷୟରେ ସଂକ୍ଷେପରେ ବର୍ଣ୍ଣନା କର ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟ ହେଉଛି ପୃଥ‌ିବୀରେ ଶାନ୍ତି ବଜାୟ ରଖୁ ଏବଂ ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କର ନିରାପତ୍ତାକୁ ସୁଦୃଢ଼ କରିବା ।
  • ୧୯୮୮ ମସିହାରେ ପୃଥ‌ିବୀରେ ଶାନ୍ତିରକ୍ଷା ଦିଗରେ ରାଷ୍ଟ୍ରସଂଘ ନିଜର ସଫଳତା ପାଇଁ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଛି । ମାନବାଧିକାରର ସୁରକ୍ଷା ଦିଗରେ, ନାରୀ ଓ ପୁରୁଷ ସମସ୍ତଙ୍କୁ ସମାନ ମାନବାଧିକାର ଯୋଗାଇ ଦେବାରେ ସଂଯୁକ୍ତ ରାଷ୍ଟ୍ରସଂଘର ଭୂମିକା ପ୍ରଶଂସନୀୟ ।
  • ସଂଯୁକ୍ତ ରାଷ୍ଟ୍ରସଂଘ ବିଭିନ୍ନ ବିବାଦୀୟ ସ୍ଥାନକୁ ଶାନ୍ତରକ୍ଷା ଉଦ୍ଦେଶ୍ୟରେ ସେନାବାହିନୀ ପ୍ରେରଣ କରି ସେଠାରେ ଶାନ୍ତି ପ୍ରତିଷ୍ଠା ଦିଗରେ ବହୁ ସଫଳତା ପାଇଛି ।
  • ବହୁ ଆନ୍ତର୍ଜାତିକ ସମସ୍ୟା, ଯଥା – ଦକ୍ଷିଣ ଆଫ୍ରିକାର ବର୍ଣ୍ଣବୈଷମ୍ୟ ନୀତି, ପାଲେଷ୍ଟାଇନ୍ ସମସ୍ୟା, କୋରିଆ ସମସ୍ୟା, ଇରାକ୍-ଇରାନ୍ ଯୁଦ୍ଧ, ଆଫଗାନିସ୍ଥାନ ସମସ୍ୟା, ଭିଏତ୍‌ନାମ ଯୁଦ୍ଧ ସମସ୍ୟା, ନାୟିୟାର ସ୍ଵାଧୀନତା ପ୍ରାପ୍ତି, କାଶ୍ମୀର ସମସ୍ୟା ଇତ୍ୟାଦି ବହୁ ବିବାଦୀୟ କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘର ଶାନ୍ତି ପ୍ରତିଷ୍ଠା ପାଇଁ ସଫଳ ପ୍ରଚେଷ୍ଟା ଓ ଭୂମିକା ବିଶେଷ ଭାବରେ ପ୍ରଶଂସନୀୟ ।
  • ବିଶ୍ବର ନିରସ୍ତ୍ରୀକରଣ ପ୍ରକ୍ରିୟାକୁ ସଫଳ କରିବାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘ ତରଫରୁ ‘ନିରସ୍ତ୍ରୀକରଣ କମିଶନ’ ଗଠନ କରାଯାଇଛି । ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ ପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ଉଦ୍ୟମ ସର୍ବଦା ପ୍ରଶଂସନୀୟ ।

୮। ବିଶ୍ୱ ବ୍ୟାଙ୍କ (World Bank)ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ଓ ବୈଷୟିକ ସହାୟତା ଯୋଗାଇ ଦେବାପାଇଁ ବିଶ୍ବବ୍ୟାଙ୍କ୍ ମିଳିତ ଜାତିସଂଘର ଏକ ସହଯୋଗୀ ସଂସ୍ଥା ଭାବେ ୧୯୪୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ପୃଥ‌ିବୀରୁ ଦାରିଦ୍ର୍ୟ ଦୂର କରିବା ଏହାର ଲକ୍ଷ୍ୟ । ଏଥ‌ିପାଇଁ ଏହା ବୈଦେଶିକ ପୁଞ୍ଜିନିବେଶ ଓ ଆନ୍ତର୍ଜାତିକ ବାଣିଜ୍ୟ ବ୍ୟବସାୟ ସହିତ ଭିଭିଭୂମି ଉନ୍ନତିରେ ପୁଞ୍ଜିନିବେଶ ପାଇଁ କାର୍ଯ୍ୟ କରୁଛି । ଏହା ଦୁଇଟି ଅନୁଷ୍ଠାନର ସମାହାର ଓ ସେହି ଦୁଇଟି ହେଲା International Bank for Reconstruction and Development (IBRD) & International Development Association (IDA) | ମିଳିତ ଜାତିସଂଘଦ୍ୱାରା ପ୍ରତିଷ୍ଠିତ World Bank Groupର ଅଂଶବିଶେଷ । World Bank Groupର ଉପରୋକ୍ତ ଦୁଇଟି ଅନୁଷ୍ଠାନ ବ୍ୟତୀତ ଅନ୍ୟ ତିନୋଟି ଅନୁଷ୍ଠାନ ରହିଛି । ସେଗୁଡ଼ିକ ହେଲା International Finance Co-operation, Multilateral Investment Guarantee Age & International Centre for Settlement of Investment Disputes ।

ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍‌ ଡି.ସି.ଠାରେ ଅବସ୍ଥିତ । ବିଶ୍ବବ୍ୟାଙ୍କର ସଭାପତି ସାଧାରଣତଃ ଜଣେ ଆମେରିକୀୟ ହୋଇଥା’ନ୍ତି ବା ଆମେରିକା ସରକାରଙ୍କ ସମର୍ଥିତ ବ୍ୟକ୍ତି ଏହି ଆସନ ଅଳଂକୃତ କରିଥା’ନ୍ତି । ବ୍ରିଟେନ୍ ଓ ଆମେରିକା ଏହି ସଙ୍ଗଠନର ପ୍ରତିଷ୍ଠାତା ସଦସ୍ୟ ହୋଇଥିବାରୁ ଏହି ଦୁଇଟି ରାଷ୍ଟ୍ରର ପ୍ରଭାବ ବିଶ୍ବବ୍ୟାଙ୍କ୍ ଉପରେ ଅନୁଭୂତ ହୁଏ । ବର୍ତ୍ତମାନ Jim Yong Kim ଏହି ସଙ୍ଗଠନର ସଭାପତି ରୂପେ ଆସୀନ । ଫ୍ରାନ୍ସ ପ୍ରଥମ ଦେଶ ଭାବେ ବିଶ୍ଵ ବ୍ୟାଙ୍କଠାରୁ ଋଣ ପାଇଥିଲା । ବର୍ତ୍ତମାନ IBRDର ସଦସ୍ୟ ରାଷ୍ଟ୍ରସଂଖ୍ୟା ୧୮୯ ହୋଇଥିବାବେଳେ IDAର ସଦସ୍ୟ ରାଷ୍ଟ୍ର ସଂଖ୍ୟା ୧୭୩ ଅଟେ ।

ବିଶ୍ୱ ବ୍ୟାଙ୍କ୍ ଗୋଷ୍ଠୀର ସମସ୍ତ ଅନୁଷ୍ଠାନର ଶାସନ ନୀତି ସଂରଚନା ଭିନ୍ନ ପ୍ରକାର ଅଟେ । ପ୍ରତ୍ୟେକ ଅନୁଷ୍ଠାନର ମାଲିକାନା ସ୍ଵତ୍ଵ ସେହି ଅନୁଷ୍ଠାନର ସଦସ୍ୟ ରାଷ୍ଟ୍ର ଓ ସରକାରଙ୍କ ଉପରେ ନ୍ୟସ୍ତ । ସଦସ୍ୟ ରାଷ୍ଟ୍ରମାନେ ନିଜର ଅଂଶ ମୁତାବକ ପୁଞ୍ଜି ଯୋଗାଇବା ସହ ନିଜର କ୍ଷମତା ଅନୁପାତରେ ଅନୁଷ୍ଠାନର ପରିଚାଳନା କ୍ଷେତ୍ରରେ ଭୋଟାଧ୍ୟାକାର ପାଇଥା’ନ୍ତି । ବିଶ୍ଵବ୍ୟାଙ୍କର ସଭାପତି ଆମେରିକୀୟ ରାଷ୍ଟ୍ରପତିଙ୍କ ମନୋନୀତ ବ୍ୟକ୍ତି ହେଲେ ମଧ୍ୟ ବ୍ୟାଙ୍କର Board of Governorଙ୍କ ଦ୍ବାରା ତାଙ୍କ ନିର୍ବାଚନ ବୈଧ ସାବ୍ୟସ୍ତ ହୁଏ । ସେ ବସ୍ତୁତଃ World Bank Groupର ସଭାପତିଭାବେ କାର୍ଯ୍ୟ କରନ୍ତି । ତାଙ୍କ ଛଡ଼ା ୨୪ ଜଣ ଉପ-ସଭାପତି ବିଭିନ୍ନ ଅଞ୍ଚଳ ଦାୟିତ୍ବରେ ରହି କାର୍ଯ୍ୟନିର୍ବାହ କରନ୍ତି । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ଜଣେ ନିଯୁକ୍ତି ଦିଅନ୍ତି ।

ସାଧାରଣତଃ ସଦସ୍ୟରାଷ୍ଟ୍ରର ଅର୍ଥମନ୍ତ୍ରୀ ଗଭର୍ଣ୍ଣର ରୂପେ ନିଯୁକ୍ତି ପାଆନ୍ତି । ଦୈନନ୍ଦିନ କାର୍ଯ୍ୟ World Bank Group & An Ugla 98 & Board of Executive Directors Executive Director ମାନଙ୍କୁ ଗଭର୍ଣ୍ଣର କିଛି ପରିମାଣରେ ପରିଚାଳନାଗତ କ୍ଷମତା ହସ୍ତାନ୍ତର କରିଥା’ନ୍ତି । ଜଣେ Executive Director ଗୋଟିଏ ରାଷ୍ଟ୍ର ବା ଏକ ରାଷ୍ଟ୍ର ଗୋଷ୍ଠୀକୁ ପ୍ରତିନିଧୂ କରନ୍ତି । ସେମାନେ ନିଜ ଦେଶର ସରକାରଙ୍କଦ୍ୱାରା ନିଯୁକ୍ତି ପାଇଥା’ନ୍ତି । World Bankର ଅନୁଷ୍ଠାନଗୁଡ଼ିକ ନିଜ ଅନୁଯାୟୀ ଶାସିତ ହୁଅନ୍ତି । ଏହି ଅନୁଷ୍ଠାନଗୁଡ଼ିକ ସମସ୍ତ କାର୍ଯ୍ୟ ପାଇଁ ଆଇନଗତ ଓ ଆନୁଷ୍ଠାନିକ ମୂଳଦୁଆ ଭାବେ ସ୍ବୀକୃତ ! ୧୯୪୭ ମସିହା ପରେ ବିଶ୍ବବ୍ୟାଙ୍କ ଅଣଇଉରୋପୀୟ ରାଷ୍ଟ୍ରଗୁଡ଼ିକୁ ଋଣ ଦେବାପାଇଁ ମନସ୍ଥ କଲା ।

୧୯୬୮ ମସିହା ଯାଏ ଏହା ସାମୁଦ୍ରିକ ବନ୍ଦର, ରାଜପଥ ନିର୍ମାଣ ଓ ଶକ୍ତି ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ପାଇଁ ଋଣ ଯୋଗାଉଥିଲା । ଋଣ ନେଇଥିବା ରାଷ୍ଟ୍ରଗୁଡ଼ିକ କିପରି ଏହାର ବିନିଯୋଗ କରି ନିଜର ଆର୍ଥିକସ୍ଥିତି ବଦଳାଇ ଋଣ ଶୁଝିବେ ତାହା ଉପରେ ବିଶ୍ଵବ୍ୟାଙ୍କ ଅଧିକ ଗୁରୁତ୍ଵ ଦେଉଥିଲା । ୧୯୭୪ ମସିହାରୁ ୧୯୮୦ ମସିହା ମଧ୍ୟରେ ଉନ୍ନତଶୀଳ ରାଷ୍ଟ୍ରଗୁଡ଼ିକରେ ବସବାସ କରୁଥିବା ଲୋକମାନଙ୍କର ମୌଳିକ ଆବଶ୍ୟକତା ପୂରଣ ପାଇଁ ବିଶ୍ବବ୍ୟାଙ୍କ ଋଣ ଯୋଗାଇଲା । କେବଳ ଭିତ୍ତିଭୂମି ନୁହେଁ, ସାମାଜିକ କ୍ଷେତ୍ର ଓ ଅନ୍ୟ କ୍ଷେତ୍ରରେ ମଧ୍ୟ ଅର୍ଥ ବିନିଯୋଗ ପାଇଁ ବିଶ୍ବବ୍ୟାଙ୍କ୍ ପ୍ରାଧାନ୍ୟ ଦେଲା । ଏସିଆ, ଲାଟିନ୍‌ ଆମେରିକା ଓ ଆଫ୍ରିକା ମହାଦେଶରେ ଗଠନ ସଂକ୍ରାନ୍ତୀୟ ସୁବ୍ୟବସ୍ଥା କାର୍ଯ୍ୟକ୍ରମ ହାତକୁ ନେଇ ବିଶ୍ବବ୍ୟାଙ୍କ୍ ପିଲାମାନଙ୍କ ସ୍ବାସ୍ଥ୍ୟ ରକ୍ଷା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ଓ ଶିକ୍ଷାଗତ ଅଭିବୃଦ୍ଧିକୁ ନିର୍ଦ୍ଦିଷ୍ଟ ଦିଗ ଦେବାରେ ସକ୍ଷମ ହୋଇଛି ।

ବର୍ତ୍ତମାନ ବିଶ୍ଵରେ ପାରିବେଶିକ ସମସ୍ୟାଗୁଡ଼ିକର ନିରାକରଣ ସହ ବିକାଶ ପ୍ରକ୍ରିୟାକୁ ଅବ୍ୟାହତ ରଖିବାକୁ ବିଶ୍ଵବ୍ୟାଙ୍କୁ ସମର୍ଥନ କରିବା ଆରମ୍ଭ କରିଛି । ସାଧାରଣ ସ୍ଵାର୍ଥରକ୍ଷାର ଗୁରୁତ୍ଵକୁ ଦୃଷ୍ଟିଦେଇ ଏବେ ଏହା ସଂକ୍ରାମକ ରୋଗ ଯେପରି ମ୍ୟାଲେରିଆ, ଯକ୍ଷ୍ମା ଆଦିର ନିରାକରଣ ପାଇଁ ପାଣ୍ଠି ଯୋଗାଉଛି । ୧୯୪୭ ମସିହାରୁ ଆଜିଯାଏ ବିଶ୍ବବ୍ୟାଙ୍କ୍ ୧୭୨ଟି ଦେଶରେ ୧୧, ୬୯୦ଟି ପ୍ରକଳ୍ପକୁ ଆର୍ଥିକ ସାହାଯ୍ୟ ଯୋଗାଇ ସାରିଛି । ବିଶ୍ୱବ୍ୟାଙ୍କ୍ ସାଧାରଣତଃ ଦୁଇ ପ୍ରକାର ଋଣ ଯୋଗାଉଛି । ସେଗୁଡ଼ିକ ହେଲା (କ) ଭିତ୍ତିଭୂମି, କୃଷି ଓ ଶିଳ୍ପର ବିକାଶ ସହ ଶିକ୍ଷା ଓ ସାଧାରଣ ସ୍ୱାସ୍ଥ୍ୟରକ୍ଷା କ୍ଷେତ୍ରରେ ଋଣପ୍ରଦାନ ଓ (ଖ) ଆର୍ଥିକ ନୀତିରେ ସଂସ୍କାର ବା ଯାହାକୁ ଅନ୍ୟ ଭାଷାରେ ଗଠନ ସଂକ୍ରାନ୍ତୀୟ ସୁବ୍ୟବସ୍ଥା କୁହାଯାଏ । IBRD ଯୋଗାଉଥ‌ିବା ଋଣର ଦୁଇ ତୃତୀୟାଂଶ କେବଳ ମଧ୍ୟବର୍ଗୀୟ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ବଜାର ଦରରେ ପ୍ରଦାନ କରେ । IDA ଅଳ୍ପ ସୁଧହାରରେ ନିମ୍ନବର୍ଗୀୟ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ଋଣଯୋଗାଏ ।

ଏହା ଦୀର୍ଘକାଳୀନ ଭିତ୍ତିରେ ମାତ୍ର ୦.୫ ଶତକଡ଼ା ସୁଧ ହାରରେ ଗରିବ ରାଷ୍ଟ୍ରଗୁଡ଼ିକୁ ଋଣ ଯୋଗାଇ ଆସୁଛି । ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି ଆନ୍ତର୍ଜାତିକ ଅନୁଷ୍ଠାନ ସାଧାରଣ ବଜାର ଦରରେ ଋଣପାଇବାର ଅକ୍ଷମ ଥିବା ଉନ୍ନତଶୀଳ ଦେଶଗୁଡ଼ିକୁ ସହଜ ଓ ସରଳ କିସ୍ତିରେ ଓ କମ୍ ସୁଧ ହାରରେ ଋଣ ଯୋଗାଉଛି । ୧୯୪୪ ମସିହାରେ ପ୍ରତିଷ୍ଠିତ IBRD ମୁଖ୍ୟତଃ World Bank ର ପ୍ରଥମ ଅନୁଷ୍ଠାନ ଯାହା ଅନୁନ୍ନତ ରାଷ୍ଟ୍ରଗୁଡ଼ିକର ଦାରିଦ୍ର୍ୟ ହ୍ରାସ, ଆର୍ଥିକ ପ୍ରଗତି ଓ ପ୍ରାଚୁର୍ଯ୍ୟର ସୋପାନ ନିର୍ମାଣ ପାଇଁ କାର୍ଯ୍ୟ କରୁଛି । କେବଳ ଋଣ ନୁହେଁ ବୈଷୟିକ ଜ୍ଞାନ ପ୍ରଦାନ ଓ ପରାମର୍ଶଦାତା ଭୂମିକାରେ ମଧ୍ୟ ଏହା ତୃତୀୟ ବିଶ୍ବର ରାଷ୍ଟ୍ରଗୁଡ଼ିକ ପାଇଁ ସାଥୀ, ସହୋଦର ଓ ସମର୍ଥକ ଭାବେ ଉଭା ହୋଇଛି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅଂଶଧନ ପୁଞ୍ଜି ଛଡ଼ା ଆନ୍ତର୍ଜାତିକ ବଜାରର ବଣ୍ଡ ବିକ୍ରି କରି ଏହି ଦୁଇଟି ଅନୁଷ୍ଠାନ ଅର୍ଥ ସଂଗ୍ରହ କରନ୍ତି ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୯। ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (IMF)ର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
୧୯୪୪ ମସିହା ଜୁଲାଇ ମାସରେ ଯୁକ୍ତରାଷ୍ଟ୍ର ଆମେରିକାର Bretton Woods New Hampshire ଠାରେ ମିଳିତ ଜାତିସଂଘ ଆନୁକୂଲ୍ୟରେ ଆୟୋଜିତ ସମ୍ମିଳନୀରେ IMF ଗଠନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌କୁ ମିଶାଇ ୪୪ଟି ଦେଶର ପ୍ରତିନିଧ୍ ଭାଗ ନେଇଥିଲେ । ୧୯୩୦ ମସିହାରେ ପ୍ରସିଦ୍ଧ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ସାରା ବିଶ୍ଵରେ ପ୍ରତିଯୋଗିତା ସହ ମୁଦ୍ରାର ଅବମୂଲ୍ୟାୟନ କାରଣରୁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା । ଏହାର ପୁନରାବୃତ୍ତି ନ ହେବାପାଇଁ ଏହି ସମ୍ମିଳନୀରେ ଆର୍ଥିକ ସହଯୋଗିତାକୁ ପ୍ରାଧାନ୍ୟ ଦେଇ IMF ନାମରେ ଏକ ଆନ୍ତର୍ଜାତୀୟ ଆର୍ଥିକ ସଙ୍ଗଠନର ପରିକଳ୍ପନା କରାଗଲା । ଶେଷରେ ୧୯୪୫ ମସିହା ଡିସେମ୍ବର ମାସ ୨୭ ତାରିଖରେ IME ନ୍ୟାୟବଦ୍ଧ ଭାବେ ପ୍ରତିଷ୍ଠିତ ହେଲା ।

ବର୍ତ୍ତମାନ ୧୮୯ଟି ଦେଶ ଏହାର ସଦସ୍ୟତା ଗ୍ରହଣ କରିଛନ୍ତି । IBRDର ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ମଧ୍ୟ IMFର ସଦସ୍ୟ । ଏହି ଦେଶଗୁଡ଼ିକଦ୍ୱାରା ଏହାର ଶାସନନୀତି ନିର୍ଦ୍ଧାରିତ ହୁଏ ଓ ସେମାନଙ୍କ ପାଖରେ ଏହା ଉତ୍ତରଦାୟୀ ଅଟେ । ପୃଥ‌ିବୀରେ ଦେଶ ଓ ଦେଶ ମଧ୍ୟରେ ମୁଦ୍ରାଜନିତ ସହଯୋଗିତା ବୃଦ୍ଧି, ଆର୍ଥିକ ସ୍ଥିରତାକୁ ନିର୍ଦ୍ଧାରିତ କରିବା, ଆନ୍ତର୍ଜାତିକ ବାଣିଜ୍ୟ କାରବାରକୁ ପ୍ରୋତ୍ସାହିତ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଧାରଣକ୍ଷମ ବିକାଶର ପ୍ରବର୍ତ୍ତନ ଓ ସର୍ବୋପରି ପୃଥ‌ିବୀରୁ ଦାରିଦ୍ର୍ୟ ହ୍ରାସ କରିବାର ମୁଖ୍ୟ ଉଦ୍ଦେଶ୍ୟ, ପୃଥିବୀର ଆନ୍ତର୍ଜାତିକ ମୁଦ୍ରା ବ୍ୟବସ୍ଥାରେ (ବିନିମୟ ଦର) ଓ ଆନ୍ତର୍ଜାତିକ ଦେୟ କ୍ଷେତ୍ରରେ ଅର୍ଥ ଦେଣନେଣ ସୁବିଧାଜନକ ହୋଇପାରିଛି । ୨୦୧୨ ମସିହାରେ IMFର ନୀତିରେ ପରିବର୍ତ୍ତନ ଅଣାଯାଇ ଏହା ଆନ୍ତର୍ଜାତିକ ଆର୍ଥିକ ସ୍ଥିରତା ପାଇଁ ସାମଗ୍ରିକ ଆର୍ଥିକ ବ୍ୟବସ୍ଥା ଓ ଆର୍ଥିକ କ୍ଷେତ୍ର ସମ୍ପାଦିତ ବିଷୟଗୁଡ଼ିକୁ ନେଇ କାର୍ଯ୍ୟ କରିବ ବୋଲି ବ୍ୟବସ୍ଥା କରାଗଲା ।

IMFରୁ ସୁପରିଚାଳନା ପାଇଁ ଏକ ପରିଚାଳନା ଗୋଷ୍ଠୀ ରହିଛି । ଏହାର ୧୭ଟି ବିଭାଗ ରହିଛି ଓ ପ୍ରତ୍ୟେକ ବିଭାଗର କାର୍ଯ୍ୟ ପରିସର ନିର୍ଦ୍ଧାରିତ ହୋଇଛି । IMFର ସମ୍ବଳର ପରିଚାଳନା, ଏହାର ନୀତି ନିର୍ଦ୍ଧାରଣ, ବିଶ୍ଳେଷଣତ୍ମକ ଓ ବୈଷୟିକ କାର୍ଯ୍ୟ ଆଦି ସମ୍ପାଦନ ପାଇଁ ସ୍ୱତନ୍ତ୍ର ବିଭାଗମାନ ରହିଛି । ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକର କର୍ମଚାରୀମାନଙ୍କର ମୁଖ୍ୟଭାବେ ଓ କାର୍ଯ୍ୟକାରୀମଣ୍ଡଳିର ସଭାପତି ଭାବେ କାର୍ଯ୍ୟ କରନ୍ତି । ସେ Executive Board ଦ୍ବାରା ୫ ବର୍ଷ ପାଇଁ ନିଯୁକ୍ତି ପାଆନ୍ତି । IMFରେ କାର୍ଯ୍ୟରତ କର୍ମଚାରୀମାନେ ବିଶ୍ବର ବିଭିନ୍ନ ଦେଶରୁ ଆସିଥାଆନ୍ତି ଓ ସେମାନେ ସମ୍ପୃକ୍ତ ରାଷ୍ଟ୍ର ପାଖରେ ନିଜ କାର୍ଯ୍ୟ ପାଇଁ ଉତ୍ତରଦାୟୀ ରୁହନ୍ତି ।

ଏହି କର୍ମଚାରୀମାନେ ମୁଖ୍ୟତଃ ଦୈନନ୍ଦିନ କାର୍ଯ୍ୟାବଳୀ, ତଥ୍ୟ ସଂଗ୍ରହ ଓ ଆଦାନପ୍ରଦାନ, ଯୋଗସୂତ୍ର ଇତ୍ୟାଦି ଓ ସହଯୋଗ ସେବା ଦାୟିତ୍ଵ ନିର୍ବାହ କରନ୍ତି । IMFର ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକ ଆର୍ଥିକ ସ୍ଥିତିରୁ ତୁଳନାତ୍ମକଭାବେ ବିଚାରକୁ ନେଇ ସେମାନଙ୍କର ଭୋଟାଧୁକାର ଓ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଂଶଗ୍ରହଣ ନିର୍ଣ୍ଣୟ କରାଯାଏ । ଏହାର ମୁଖ୍ୟ କାର୍ଯ୍ୟାଳୟ ଯୁକ୍ତରାଷ୍ଟ୍ର ଆମେରିକାର ୱାଶିଂଟନ୍‌ ଡି.ସି.ଠାରେ ଅବସ୍ଥିତ । ବର୍ତ୍ତମାନ Christian Lagarde ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ । IMFକୁ ସଦସ୍ୟ ରାଷ୍ଟ୍ରମାନେ ନିଜ ସ୍ଥିରୀକୃତ ଅଂଶ ଅନୁଯାୟୀ ଅର୍ଥ ଯୋଗାଇଥା’ନ୍ତି । ଏହାଛଡ଼ା ଏହା ବହୁପକ୍ଷୀୟ ଓ ଦ୍ଵିପାକ୍ଷୀୟ ଉଧାର ମାଧ୍ୟମରେ ମଧ୍ଯ ଅର୍ଥ ସଂଗ୍ରହ କରେ । IMFରେ ଯୋଗଦାନ ଅଂଶର ସମୟରେ ଗୋଟିଏ ରାଷ୍ଟ୍ରର ଆର୍ଥିକ ସ୍ଥିତିକୁ ନେଇ ତା’ର ସ୍ଥିରୀକୃତ ଅଂଶ ନିର୍ଦ୍ଧାରିତ ହୁଏତ ଏହି ଅଂଶର ଚାରିଭାଗରୁ ଏକ ଭାଗ ଅର୍ଥ ସମ୍ପୃକ୍ତ ରାଷ୍ଟ୍ରକୁ ଅନୁବାଦ ଆକାରରେ ଦିଏ ।

ପ୍ରତି ପାଞ୍ଚବର୍ଷରେ ଥରେ ପୁନଃ ନିର୍ଦ୍ଧାରିତ ହୁଏ । New Arrangements to Borrow ଓ General Agrements to Borrow କୁ ଆଧାର କରି ସଦସ୍ୟରାଷ୍ଟ୍ର ଓ ଅନ୍ୟ ଆର୍ଥିକ ସଂସ୍ଥାଗୁଡ଼ିକରୁ IMF ଅର୍ଥ ସଂଗ୍ରହ କରେ । ଏହି ଉଧାର ଅର୍ଥ ସାଧାରଣତଃ ପ୍ରମୁଖ ଆର୍ଥିକ ସଙ୍କଟକୁ ପ୍ରତିହତ କରିବା କ୍ଷେତ୍ରରେ ବିନିଯୋଗ ହୁଏ । ଏହାଛଡ଼ା ଆନ୍ତର୍ଜାତିକ ଆର୍ଥିକ ସଙ୍କଟକୁ ସାମ୍ନା କରିବା ସହ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଉଧାର ଆବଶ୍ୟକତାକୁ ପୂରଣ କରିବାପାଇଁ IMF ଦ୍ବିପାକ୍ଷିକ ଉଧାର ମାଧ୍ୟମରେ ଅର୍ଥକୁ ସାମୟିକ ଭାବେ କାର୍ଯ୍ୟକାରୀ କରେ । IMF ପାଖରେ ଗଚ୍ଛିତ ସୁନାର ଏକ ବିଶାଳ ଭଣ୍ଡାର ରହିଛି । ଏହା ସଦସ୍ୟ ରାଷ୍ଟ୍ରମାନଙ୍କର ଦେୟ ଭରଣା କରିବା ମାଧମ ଯୋଗୁଁ ସମ୍ଭବ ହୋଇଛି । ସଦସ୍ୟ ରାଷ୍ଟ୍ରଗୁଡ଼ିକର ଅନୁମୋଦନର ପ୍ରାପ୍ତ ହେଲେ ଏହାର ବଜାର ଦରରେ ସୁନା ବିକ୍ରି କରି ପାଣ୍ଠି ସଂଗ୍ରହ କରିପାରିବ ।

ସ୍ଵଳ୍ପ ରୋଜଗାରକ୍ଷମ ରାଷ୍ଟ୍ରଗୁଡ଼ିକୁ ନିଜ ତରଫରୁ ଓ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ IMF ତରଫରୁ ପାଣ୍ଠି ଅଳ୍ପ ସୁଧହାରରେ ଯୋଗାଇଥାଏ । ବର୍ତ୍ତମାନ ଏହା Proverty Reduction and Growth Trust (PRGT), Heavily Indebted Poor Countries (HIPC) ଓ Catastrophe Containment and Relief (CCR) Trust ପରି କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ଦେଶଗୁଡ଼ିକୁ ଅଳ୍ପ ସୁଧହାରରେ ଋଣ ଯୋଗାଇ ଦେଉଛି । ନିଜର ସଦସ୍ୟଭୁକ୍ତ ରାଷ୍ଟ୍ରର କ୍ଷେତ୍ରରେ ଦେୟକୁ ନେଇ ଭାରସାମ୍ୟ ରକ୍ଷା ସମ୍ଭବ ନ ହେଲେ IMF ଆର୍ଥିକ ଅନୁଦାନ ଯୋଗାଇଥାଏ । ଏହାଦ୍ଵାରା ନୀତିଗତ କାର୍ଯ୍ୟକ୍ରମଗୁଡ଼ିକରେ ପରିବର୍ତ୍ତନ ଆଣି ଆର୍ଥିକ ବ୍ୟବସ୍ଥାକୁ ବିଶ୍ୱାସଯୋଗ୍ୟ କରାଯିବାକୁ ଉଦ୍ୟମ କରାଯାଏ । ସୁସ୍ଥ ଆର୍ଥିକ ନୀତି ପ୍ରସ୍ତୁତ କରିବା ଓ କାର୍ଯ୍ୟାନ୍ଵୟନ କ୍ଷେତ୍ରରେ IMF ରାଷ୍ଟ୍ରଗୁଡ଼ିକୁ ନିଜର କ୍ଷମତା ବୃଦ୍ଧି କରିବାପାଇଁ ସାହାଯ୍ୟ କରେ ।

IMFର ସମସ୍ତ ସଦସ୍ୟଭୁକ୍ତ ରାଷ୍ଟ୍ରଗୁଡ଼ିକର ଅର୍ଥନୈତିକ ଓ ଆର୍ଥିକ ନୀତି ନିୟମକୁ ଆନ୍ତର୍ଜାତିକ ସମୁଦାୟ ତଦାରଖ କରିପାରିବେ । ଏହାକୁ ଆର୍ଥିକ ସତର୍କ ନଜର କୁହାଯାଏ । ଋଣ ପାଇବାପାଇଁ ସଦସ୍ୟଭ୍ୟକ୍ତ ରାଷ୍ଟ୍ରକୁ ଅନୁରୋଧ କରିବାକୁ ପଡ଼େ । ଋଣ ପ୍ରଦାନ ପାଇଁ ଉଧାର ବ୍ୟବସ୍ଥା ଋଣଗ୍ରହୀତା ରାଷ୍ଟ୍ରକୁ ମାନିବାକୁ ପଡ଼େ । ଏଥ‌ିରେ ନିର୍ଦ୍ଦିଷ୍ଟ ଆର୍ଥିକ ନୀତି ଓ ପଦକ୍ଷେପକୁ କାର୍ଯ୍ୟାନ୍ବୟନ କରିବା ସହ ଦେୟର ଭାରସାମ୍ୟକୁ ରକ୍ଷାକରିବାପାଇଁ ସର୍ତ୍ତ ଆରୋପ କରାଯାଇଥାଏ । ଆଜିର ଦିନରେ IMF ଠାରୁ ସବୁଠାରୁ ଅଧିକ ଋଣ ନେଇଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରୁ ଶୀର୍ଷରେ ରହିଛି ମେକ୍ସିକୋ ଓ ତା’ପରେ ଗ୍ରୀସ୍ । ମାତ୍ର ଋଣ ସହ ଦେଶର GDPକୁ ତୁଳନା କଲେ ଲାଇବେରିଆ ସବୁଠାରୁ ଅଧ‌ିକ ଅର୍ଥ ଋଣ ଆକାରରେ ନେଉଛି ଓ ତା’ ତଳକୁ ରହିଛି ଆଇସ୍‌ଲ୍ୟାଣ୍ଡ ।

CHSE Odisha Class 12 Political Science Chapter 8 Long Answer Questions in Odia Medium

୧୦ । ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବିଶ୍ବବ୍ୟାଟ୍ ମଧ୍ୟରେ ଥ‌ିବା ପାର୍ଥକ୍ୟମାନ ଦର୍ଶାଅ ।
Answer:
IMF ଓ World Bank ମଧ୍ୟରେ ଗଠନ ପ୍ରକ୍ରିୟା ଓ କାର୍ଯ୍ୟାବଳୀକୁ ନେଇ ପାର୍ଥକ୍ୟ ଥ‌ିବାର ଦୃଷ୍ଟିଗୋଚର ହୁଏ । World Bank ଆର୍ଥିକ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଉଥ‌ିବାବେଳେ IMF ଆର୍ଥିକ ସ୍ଥିରତାକୁ ପ୍ରାଧାନ୍ୟ ଦିଏ । World Bank ମୁଖ୍ୟତଃ ଉନ୍ନତଶୀଳ ଦେଶଗୁଡ଼ିକର ବିକାଶ ସମ୍ପର୍କିତ ପ୍ରକଳ୍ପଗୁଡ଼ିକୁ ପ୍ରାଧାନ୍ୟ ଦେଉଥ‌ିବା ବେଳେ IMF ଉଭୟ ଉନ୍ନତ ଓ ଅନୁନ୍ନତ ଦେଶଗୁଡ଼ିକରେ ଆର୍ଥିକ ବ୍ୟବସ୍ଥାରେ ଭାରସାମ୍ୟ ରକ୍ଷାକୁ ପ୍ରାଧାନ୍ୟ ଦେଇଆସିଛି । ଉଭୟ ଆନ୍ତର୍ଜାତିକ ଅନୁଷ୍ଠାନ ମିଳିତ ଜାତିସଂଘର ଦୁଇଟି ସହଯୋଗୀ ଅନୁଷ୍ଠାନ ଓ ୧୯୪୪ ମସିହାର Bretton Woods ସମ୍ମିଳନୀରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ସ୍ଥାପିତ ହୋଇଛନ୍ତି । ଉଭୟ ବିଶ୍ବର ବିଭିନ୍ନ ଦେଶଗୁଡ଼ିକୁ ଋଣ ଆକାରରେ ଅର୍ଥ ଯୋଗାଇଥାନ୍ତି ।

World Bank ଏକ ବ୍ୟାଙ୍କ୍ ଓ ସେଥ୍ପାଇଁ ଏହା ପୁଞ୍ଜିନିବେଶକାରୀଙ୍କଠାରୁ ଋଣ ଆକାରରେ ଅର୍ଥ ସଂଗ୍ରହ କରି ଗରିବ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ ନିରାକରଣ ପାଇଁ ଋଣସୂତ୍ରରେ ଅର୍ଥ ପ୍ରଦାନ କରେ । ପ୍ରଦତ୍ତ ଅର୍ଥକୁ ଋଣ ଆକାରରେ ଯୋଗ୍ୟ ଓ ଋଣ ଫେରସ୍ତର ସକ୍ଷମତା ଥ‌ିବା ରାଷ୍ଟ୍ରଗୁଡ଼ିକୁ ପ୍ରଦାନ କରେ । World Bank ଉଭୟ ସାଙ୍ଗଠନିକ ଓ କାର୍ଯ୍ୟାବଳୀ ଦୃଷ୍ଟିରୁ IMFଠାରୁ ବୃହତ୍ । ଋଣ ଦେବାପାଇଁ IMFର ମୁଖ୍ୟତଃ ଗୋଟିଏ ଦେଶର ଦେୟର ଭାରସାମ୍ୟ ରକ୍ଷାପାଇଁ ଋଣ ଯୋଗାଏ ଓ ସେହି ଦେଶର ଆର୍ଥିକ ନୀତି ଓ କାର୍ଯ୍ୟକ୍ରମର ପରିବର୍ତ୍ତନ ବୀ ସଂସ୍କାରକୁ ଗୁରୁତ୍ଵ ଦିଏ । ଏହା ଜଟିଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ଦେଶଗୁଡ଼ିକୁ ରଣଯନ୍ତାରୁ ମୁକ୍ତ କରିବାକୁ ସାହାଯ୍ୟ କରେ ଓ ପରାମର୍ଶ ପ୍ରଦାନ କରେ ।

World Bank ମୁଖ୍ୟତଃ ଉନ୍ନତିଶୀଳ ଦେଶଗୁଡ଼ିକୁ ଦୀର୍ଘସୂତ୍ରୀ ଆର୍ଥିକ ବିକାଶ ପାଇଁ ଅଳ୍ପ ସୁଧହାରରେ ଋଣ ଯୋଗାଏ । ପ୍ରଥମେ ଇଉରୋପୀୟ ରାଷ୍ଟ୍ରଗୁଡ଼ିକୁ ଏହି ସୁବିଧା ମିଳୁଥିବାବେଳେ ଏବେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଏହା ମିଳୁଛି । ବର୍ତ୍ତମାନ ସମୟରେ ଏହି ଦୁଇଟ ଆନ୍ତର୍ଜାତିକ ଅନୁଷ୍ଠାନ ମଧ୍ୟରେ ଅନେକ କ୍ଷେତ୍ର ଯେପରି ଗରିବ ରାଷ୍ଟ୍ରଗୁଡ଼ିକରେ ଦାରିଦ୍ର୍ୟ ନିରାକରଣ ପାଇଁ ସାହାଯ୍ୟ, ଅତି ଗରିବ ରାଷ୍ଟ୍ରଗୁଡ଼ିକୁ କରଜ ରିଲିଫ୍ ପ୍ରଦାନ ଓ ରାଷ୍ଟ୍ରଗୁଡ଼ିକର ଆର୍ଥିକ କ୍ଷେତ୍ରରେ ଉନ୍ନୟନ ଆଦିରେ ପାରସ୍ପରିକ ସହଯୋଗ ଦେଖିବାକୁ ମିଳୁଛି । IMF ଓ World Bank ବିଶ୍ଵର ଉନ୍ନତ ରାଷ୍ଟ୍ର ମୁଖ୍ୟତଃ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକର ବ୍ୟବସାୟିକ ସ୍ୱାର୍ଥକୁ ସୁରକ୍ଷା ଦେଉଥ‌ିବାର ଅଭିଯୋଗ ହୁଏ ।

ଏହି ଦୁଇଟି ଅନୁଷ୍ଠାନ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛନ୍ଦ ରାଷ୍ଟ୍ରଗୁଡ଼ିକର ହାତବାରିସି ସାଜି ଅନୁନ୍ନତ ରାଷ୍ଟ୍ରଗୁଡ଼ିକୁ ଆର୍ଥିକ ଓ ମୁଦ୍ରାଗତ ସାହାଯ୍ୟ ଦେବା ନାଁରେ ସବୁଦିନପାଇଁ ଋଣଗ୍ରସ୍ତ କରି ରଖୁବାର ପ୍ରୟାସ ଜାରି ରଖୁଛନ୍ତି । ବିକାଶଶୀଳ ଓ ଅନୁନ୍ନତ ରାଷ୍ଟ୍ରଗୁଡ଼ିକର ନୀତି ପ୍ରଣୟନ ଓ ନିଷ୍ପତି ନେବା ପ୍ରକ୍ରିୟାରେ ଏମାନେ ବେଳେବେଳେ ଅଯଥାର ହସ୍ତକ୍ଷେପ କରିବା ଦେଖାଯାଏ । ରାଷ୍ଟ୍ରର ସାର୍ବଭୌମତ୍ୱ ଉପରେ ଏହା ଏକ ପରୋକ୍ଷ କୁଠାର ଘାତ ସଦୃଶ । ସେଥ‌ିପାଇଁ ଜାତିସଂଘର ସଂସ୍କାର ସହ ଏହି ଅନୁଷ୍ଠାନଗୁଡ଼ିକର ଗଠନ ଓ କାର୍ଯ୍ୟାବଳୀରେ ଅନେକ ପରିବର୍ତ୍ତନ ଓ ସଂସ୍କାରର ମଧ୍ୟ ଆବଶ୍ୟକତା ରହିଛି ।

CHSE Odisha Class 12 Economics Chapter 3 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 3 ମୌଳିକ ଧାରଣା (ମାନବୀୟ ଅଭାବ, ଉପଯୋଗିତା, ଦ୍ରବ୍ୟ, ମୂଲ୍ୟ, ଦର ଓ ସମ୍ପଦ) Short Answer Questions.

CHSE Odisha 12th Class Economics Chapter 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି| ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ଉପଯୋଗିତା କ’ଣ ?
Answer:
ଉପଯୋଗିତା କହିଲେ କୌଣସି ଏକ ଦ୍ରବ୍ୟର ଅଭାବ ପୂରଣ କରିବାର ଶକ୍ତିକୁ ବୁଝାଏ । ଦ୍ରବ୍ୟଗୁଡିକର ଏହି ଅଭାବ ପୂରଣର କ୍ଷମତା ଥିବାରୁ ଲୋକମାନେ ଏହାକୁ କ୍ରୟ କରନ୍ତି । ଜଳର ତୃଷ୍ଣା ନିବାରଣକାରୀ କ୍ଷମତା ବା ଡାକ୍ତରଙ୍କ ରୋଗ ଉପଶମ କରିବା କ୍ଷମତାକୁ ଉପଯୋଗିତା କୁହାଯାଏ ।

2. ଉପଯୋଗିତା କିପରି ପରିତୃପ୍ତି ନୁହେଁ ?
Answer:
କୌଣସି ଏକ ଦ୍ରବ୍ୟ ଉପଭୋଗ କଲେ ପରିତୃପ୍ତି ମିଳିଥାଏ । ଉପଯୋଗିତା ଥିବାରୁ ଦ୍ରବ୍ୟଟିକୁ ଉପଭୋଗ କରାଯାଏ । ଉପଯୋଗିତା ଥିବାରୁ ଦ୍ରବ୍ୟଟିକୁ ଉପଭୋଗ କରାଯାଏ । ଉପଯୋଗିତା ଦ୍ରବ୍ୟ ଉପଭୋଗର କାରଣ ଏବଂ ପରିତୃପ୍ତି ଏହାର ଫଳାଫଳ ।

3. ଉପଯୋଗିତା କିପରି ଆନନ୍ଦଠାରୁ ଭିନ୍ନ ?
Answer:
ଜଣେ ବ୍ୟକ୍ତି ପାଇଁ କୌଣସି ଦ୍ରବ୍ୟର ଉପଯୋଗିତା ଥାଇପାରେ; କିନ୍ତୁ ଏହି ଦ୍ରବ୍ୟ ତାଙ୍କୁ ଆନନ୍ଦ ପ୍ରଦାନ କରିନପାରେ । ଏଠାରେ ପିତା ଔଷଧ, ଇଞ୍ଜେକ୍ସନ ଇତ୍ୟାଦିର ଉଦାହରଣ ନିଆଯାଇପାରେ । ତେଣୁ ଔଷଧ କିମ୍ବା ଇଞ୍ଜେକ୍ସନ ରୋଗୀକୁ ଉପଯୋଗିତା ପ୍ରଦାନ କରୁଥିଲେ ମଧ୍ୟ ଆନନ୍ଦ ଦେଇ ନଥାଏ ।

4. ଆକାର ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ଆକାର ଅଥବା ଛାଞ୍ଚରେ ପରିବର୍ଭନ ହେଲେ ଯେଉଁ ଉପଯୋଗିତା ବୃଦ୍ଧି ପାଏ, ତାହାକୁ ଆକାର ଉପଯୋଗିତା କୁହାଯାଏ । ଜଣେ ବଢ଼େଇ କାଠରୁ ଚଉକି ବା ଜଣେ ବିନ୍ଧାଣି ପଥରରୁ ମୂର୍ତ୍ତି ତିଆରି କରେ । ଏହାଦ୍ଵାରା କାଠର ଏବଂ ପଥରର ଉପଯୋଗିତା ବୃଦ୍ଧି ପାଏ ।

5. ଉପଯୋଗିତା ଉପାଦେୟତାଠାରୁ କିପରି ଭିନ୍ନ ?
Answer:
ଉପଯୋଗିତା ଓ ଉପାଦେୟତା ସମାର୍ଥବୋଧକ ଭଳି ମନେ ହେଉଥିଲେ ମଧ୍ୟ ସେଗୁଡ଼ିକ ପରସ୍ପରଠାରୁ ଭିନ୍ନ । ଦ୍ରବ୍ୟ ବା ସେବା କୌଣସି ବ୍ୟକ୍ତିକୁ ଉପଯୋଗିତା ପ୍ରଦାନ କରିପାରେ, କିନ୍ତୁ ଉପାଦେୟତା ନୁହେଁ । ଜଣେ ଧୂମପାନକାରୀ ସିଗାରେଟ୍‌ ଉପଯୋଗିତା ପାଉଥିଲେ ମଧ୍ୟ ଉପାଦେୟତା ପାଆନ୍ତି ନାହିଁ, ଏହା ନିଶ୍ଚିତଭାବେ କ୍ଷତିକାରକ ।

6. ସେବା ଉପଯୋଗିତା କ’ଣ ?
Answer:
ଡାକ୍ତର, ଅଧ୍ୟାପକ, ଶିକ୍ଷକ, ଶିଳ୍ପୀ ଏବଂ ସଙ୍ଗୀତଜ୍ଞମାନଙ୍କର ସେବାଦ୍ୱାରା ମାନବିକ ଅଭାବକୁ ପରିତୃପ୍ତ କରନ୍ତି । ଏହି ସେବାଗୁଡିକର ଉପଯୋଗିତାକୁ ସେବା ଉପଯୋଗିତା କୁହାଯାଏ । ସେବାର ଉପଯୋଗିତା ରହିଛି ଓ ତାହା ଆମର ଅଭାବ ପରିପୂରଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥାଏ ।

CHSE Odisha Class 12 Economics Chapter 3 Short Answer Questions in Odia Medium

7. ସମ୍ପଦ କ’ଣ ?
Answer:
ସାଧାରଣ ଅର୍ଥରେ ସମ୍ପଦ କହିଲେ ଆମେ ଧନ ସମ୍ପତ୍ତିକୁ ବୁଝିଥାଉ । କିନ୍ତୁ, ଅର୍ଥଶାସ୍ତ୍ରରେ ସମ୍ପଦର ଅର୍ଥ ଅଲଗା । ସମସ୍ତ ଦୁଷ୍ପ୍ରପ୍ୟ ଦ୍ରବ୍ୟ, ଭୌତିକ ହେଉ ବା ଅଭୌତିକ ହେଉ ସମ୍ପଦ ପଦବାଚ୍ୟ । ସର୍ବୋପରି, ସମସ୍ତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ବହି, କଲମ, ସୁନା ଗହଣା, ଟେଲିଭିଜନ୍ ଇତ୍ୟାଦି ସମ୍ପଦ ପଦବାଚ୍ୟ ।

8. ଦ୍ରବ୍ୟ କ’ଣ ?
Answer:
ମାନବିକ ଅଭାବ ପୂରଣ କରୁଥିବା ସମସ୍ତ ଭୌତିକ ଓ ଅଭୌତିକ ପଦାର୍ଥକୁ ଅର୍ଥଶାସ୍ତ୍ରରେ ଦ୍ରବ୍ୟ କୁହାଯାଏ । ତେଣୁ ଉପଯୋଗିତା ଥ‌ିବା ଯେକୌଣସି ପଦାର୍ଥ ହେଉଛି ଦ୍ରବ୍ୟ । କଲମ, ବହି, ଟେଲିଭିଜନ୍ ଭଳି ଭୌତିକ ପଦାର୍ଥ ଏବଂ ଚିକିତ୍ସକଙ୍କ ସେବା, ଶିକ୍ଷକଙ୍କ ଶିକ୍ଷାଦାନ ଇତ୍ୟାଦି ଭଳି ଅଭୌତିକ ପଦାର୍ଥଗୁଡ଼ିକ ଦ୍ରବ୍ୟର ପରିସରଭୁକ୍ତ ।

9. ଅର୍ଥନୈତିକ ଦ୍ରବ୍ୟ କ’ଣ ?-
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ପାଉଣା ବ୍ୟତୀତ ମିଳେ ନାହିଁ, ସେଗୁଡ଼ିକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ । ଏହି ଦ୍ରବ୍ୟର ଯୋଗାଣ ମାଗଣ ତୁଳନାରେ ସ୍ଵଳ୍ପତର । ଅର୍ଥଶାସ୍ତ୍ରରେ ଅର୍ଥନୈତିକ ଦ୍ରବ୍ୟଗୁଡ଼ିକୁ ସମ୍ପଦ କୁହାଯାଏ ।

10. ଖାଉଟି ଦ୍ରବ୍ୟ କାହାକୁ କୁହାଯାଏ ?
Answer:
ଯେଉଁସବୁ ଦ୍ରବ୍ୟ ପ୍ରତ୍ୟକ୍ଷଭାବେ ମାନବିକ ଅଭାବ ପୂରଣ କରିଥା’ନ୍ତି, ସେଗୁଡିକୁ ଖାଉଟି ଦ୍ରବ୍ୟ ବୋଲି କୁହାଯାଏ । ଏସବୁ ଦ୍ରବ୍ୟ ଉପଭୋକ୍ତାଙ୍କୁ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ କରିଥାନ୍ତି । ଅର୍ଥାତ୍ ଅନ୍ୟାନ୍ୟ ଦ୍ରବ୍ୟର ସାହାଯ୍ୟ ନନେଇ ଏସବୁ ବସ୍ତୁ ଆମର ଅଭାବ ପୂରଣ କରିବାରେ ସମର୍ଥ ଅଟନ୍ତି । ଖାଦ୍ୟପଦାର୍ଥ, ଫଳମୂଳ, ପେନ୍‌ସିଲ୍, ବହି, ପୋଷାକ, ଛତା, ଜୋତା ଇତ୍ୟାଦି ଖାଉଟି ଦ୍ରବ୍ୟ ଅଟେ ।

11. ଉତ୍ପାଦକ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବ ପରୋକ୍ଷ ଭାବରେ ପୂରଣ କରନ୍ତି, ସେଗୁଡ଼ିକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ; ଯଥା – ସାର, ବିହନ, କୀଟନାଶକ ଔଷଧ । ଉତ୍ପାଦକ ଦ୍ରବ୍ୟକୁ ଦ୍ୱିତୀୟ ଶ୍ରେଣୀ ଦ୍ରବ୍ୟ କୁହାଯାଏ । ଏହି ଦ୍ରବ୍ୟ ଉପଭୋଗ ଦ୍ରବ୍ୟ ପ୍ରସ୍ତୁତିର ସହାୟତା ପ୍ରଦାନ କରେ ।

12. ଉତ୍ପାଦକ ଦ୍ରବ୍ୟ କହିଲେ କ’ଣ ବୁଝ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ଅଭାବ ପରୋକ୍ଷ ଭାବରେ ପୂରଣ କରନ୍ତି, ସେଗୁଡ଼ିକୁ ଉତ୍ପାଦକ ଦ୍ରବ୍ୟ କୁହାଯାଏ; ଯଥା – ବିହନ, ସାର, ପୋକମରା ଔଷଧ । ଉତ୍ପାଦକ ଦ୍ରବ୍ୟକୁ ଦ୍ୱିତୀୟ ଶ୍ରେଣୀ ଦ୍ରବ୍ୟ କୁହାଯାଏ । ଏହି ଦ୍ରବ୍ୟ ଉପଭୋଗ ଦ୍ରବ୍ୟ ପ୍ରସ୍ତୁତିର ସହାୟତା ପ୍ରଦାନ କରେ ।

13. ମୂଲ୍ୟ କ’ଣ ?
Answer:
ସାଧାରଣ ଭାଷାରେ ମୂଲ୍ୟ କହିଲେ ଦ୍ରବ୍ୟର ଆବଶ୍ୟକତା ମୂଲ୍ୟକୁ ବୁଝାଏ । ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ ଏକ ଦ୍ରବ୍ୟର ପ୍ରତିବଦଳରେ ମିଳୁଥିବା ଅନ୍ୟ ଦ୍ରବ୍ୟକୁ ବୁଝାଏ । ଏହା ବିନିମୟ ମୂଲ୍ୟ । ତେଣୁ କୌଣସି ଦ୍ରବ୍ୟର କ୍ରୟ କ୍ଷମତା ହେଉଛି ଉକ୍ତ ଦ୍ରବ୍ୟର ମୂଲ୍ୟ । ଗୋଟିଏ ଦ୍ରବ୍ୟର ମୂଲ୍ୟ ଅନ୍ୟ ଏକ ଦ୍ରବ୍ୟ ଆକାରରେ ପ୍ରକାଶିତ ହୋଇଥାଏ ।

14. ବିନିମୟ ମୂଲ୍ୟ କ’ଣ ?
Answer:
ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ କେବଳ ବିନିମୟ ମୂଲ୍ୟକୁ ବୁଝାଏ । ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ବିନିମୟ ମୂଲ୍ୟ କୁହାଯାଏ । ତେଣୁ କୌଣସି ଦ୍ରବ୍ୟର କ୍ରୟ କ୍ଷମତା ହେଉଛି ଉକ୍ତ ଦ୍ରବ୍ୟର ବିନିମୟ ମୂଲ୍ୟ ।

15. ବ୍ୟାବହାରିକ ମୂଲ୍ୟ କ’ଣ ?
Answer:
ବ୍ୟାବହାରିକ ମୂଲ୍ୟ କହିଲେ ତାହା ଦ୍ରବ୍ୟର ଉପକାରିତାକୁ ବୁଝାଏ । ତେଣୁ ଯେଉଁସବୁ ଦ୍ରବ୍ୟର ଉପଯୋଗିତା ରହିଛି ଓ ଯାହାସବୁ ଆମ ପାଇଁ ଉପଯୋଗୀ, ସେଗୁଡ଼ିକର ବ୍ୟାବହାରିକ ମୂଲ୍ୟ ଥାଏ । ପ୍ରତ୍ୟେକ ଦ୍ରବ୍ୟର ବ୍ୟାବହାରିକ ମୂଲ୍ୟ ରହିଥାଏ ।

16. ଦର କ’ଣ?
Answer:
କୌଣସି ଏକ ଦ୍ରବ୍ୟର ବିନିମୟ ମୂଲ୍ୟକୁ ମୁଦ୍ରାରେ ପ୍ରକାଶିତ କଲେ, ତାହାକୁ ଦର କୁହାଯାଏ । ଅର୍ଥାତ୍ କୌଣସି ଏକ ଦ୍ରବ୍ୟର କ୍ରୟଶକ୍ତିକୁ ମୁଦ୍ରାରେ ପ୍ରକାଶିତ କଲେ, ତାହାକୁ ଦର କୁହାଯାଏ । ତେଣୁ ଦର ମୂଲ୍ୟର ମୌଦ୍ରିକ ପରିପ୍ରକାଶ ଅଟେ ।

17. କିପରି ଅଭାବଗୁଡ଼ିକ ପରସ୍ପର ଅନୁପୂରକ ?
Answer:
ଯେଉଁ ଅଭାବକୁଡ଼ିକ ଅନ୍ୟ ଅଭାବର ସାହାଯ୍ୟ ନନେଇ ପୂରଣ ହୋଇପାରେ ନାହିଁ, ସେଗୁଡ଼ିକୁ ପରସ୍ପର ଅନୁପୂରକ ଅଭାବ କୁହାଯାଏ । ଏଠାରେ ଦୁଇ ବା ତତୋଽଧ୍ଵକ ଦ୍ରବ୍ୟ ଏକ ସାଙ୍ଗରେ ଉପଭୋଗ କରାଯାଏ । ମଟରଗାଡ଼ିର ଅଭାବ ମଧ୍ଯ ପେଟ୍ରୋଲ ଏବଂ ମୋବିଲ୍‌ର ଅଭାବ ବୋଲି ଧରିବାକୁ ହେବ ।

CHSE Odisha Class 12 Economics Chapter 3 Short Answer Questions in Odia Medium

18. ମାନବିକ ଅଭାବ କ’ଣ ?
Answer:
କୌଣସି ଦ୍ରବ୍ୟର ଆବଶ୍ୟକତାର ଉପଲବ୍ଧିକୁ ଅଭାବ କୁହାଯାଏ । ସମସ୍ତ ଅର୍ଥନୈତିକ ସମସ୍ୟା ଅଭାବରୁ ହିଁ ଆରମ୍ଭ ହୋଇଥାଏ । ଏହା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପର ମୂଳଭିତ୍ତି

19. କିପରି ଅଭାବଗୁଡ଼ିକ ଉଭୟ ପ୍ରତିଯୋଗୀ ଏବଂ ଅନୁପୂରକ ?
Answer:
କେତେକ ଅଭାବ ପ୍ରାଥମିକ ଅବସ୍ଥାରେ ପରସ୍ପରର ପରିପୂରକ ହୋଇଥିଲାବେଳେ ପରେ ପରେ ପରସ୍ପର ପ୍ରତିଯୋଗୀ ହୋଇଥାଏ । ଉଦାହରଣସ୍ୱରୂପ, ମଣିଷ ଏବଂ ମେସିନ୍ । ମେସିନ୍ ମଣିଷ ବିନା ଚାଲିପାରିବ ନାହିଁ । କିନ୍ତୁ ମେସିନ୍ ଚାଲିଲେ ଏହା ମଣିଷର ପ୍ରତିଯୋଗୀ ହୋଇଥାଏ, କାରଣ ମଣିଷ ଏବଂ ମେସିନ୍‌ ଏକପ୍ରକାର କାର୍ଯ୍ୟ କରନ୍ତି ।

20. ମାନବିକ ଅଭାବର ତିନୋଟି ବୈଶିଷ୍ଟ୍ୟ ଉଲ୍ଲେଖ କର ।
Answer:
ମାନବିକ ଅଭାବର ତିନୋଟି ବୈଶିଷ୍ଟ୍ୟ ପରିପୂରକ ହେଲା– (i) ଅଭାବଗୁଡ଼ିକ ଅସୀମ, (ii) କେତେକ ଅଭାବ ପରସ୍ପର, (iii) କେତେକ ଅଭାବ ପ୍ରତିଯୋଗୀ ।

21. ବ୍ୟକ୍ତିଗତ ସମ୍ପଦ କ’ଣ ?
Answer:
କୌଣସି ବ୍ୟକ୍ତିର ମାଲିକାନାରେ ଥ‌ିବା ଗୃହ, ଆସବାବପତ୍ର, କମ୍ପାନୀର ଅଂଶ ଓ ଦଲିଲ୍, ତାଙ୍କର ସମସ୍ତ ପାର୍ଥିବ ଏବଂ ଅପାର୍ଥିବ ସମ୍ପଦକୁ ବ୍ୟକ୍ତିଗତ ସମ୍ପଦ କୁହାଯାଏ । ତାଙ୍କର ବ୍ୟାବସାୟିକ ସମ୍ପର୍କ ଏବଂ ସଦିଚ୍ଛାକୁ ତାଙ୍କର ଅପାର୍ଥିବ ସମ୍ପଦ କୁହାଯାଏ । ତାଙ୍କର ମୋଟ ସମ୍ପଦର ଧାରଣା କରିବାକୁ ହେଲେ ତାଙ୍କର ସମସ୍ତ ପାର୍ଥିବ ଓ ଆପାର୍ଥିବ ସମ୍ପଦକୁ ହିସାବକୁ ନେବାକୁ ହୋଇଥାଏ ।

22. ସମ୍ଭାବ୍ୟ ସମ୍ପଦ କ’ଣ ?
Answer:
ଯେଉଁ ସମ୍ପଦ ବ୍ୟବହୃତ ହୋଇନାହିଁ, ତାହାକୁ ସମ୍ଭାବ୍ୟ ସମ୍ପଦ କୁହାଯାଏ । ମାଟି ତଳେ ଲୁକ୍କାୟିତ କୋଇଲା, ଲୁହା ଏବଂ ସ୍ବର୍ଣ୍ଣ ଖଣି ଏହାର ନମୁନା । ଯେହେତୁ ସମ୍ପଦଗୁଡ଼ିକ ବ୍ୟବହୃତ ହୋଇନାହିଁ ଏବଂ ଲୁକ୍‌କାୟିତ ହୋଇ ରହିଛି, ତେଣୁ ତାହାକୁ ସମ୍ଭାବ୍ୟ ସମ୍ପଦ କୁହାଯାଏ ।

23. ସମ୍ପଦର ତିନୋଟି ବୈଶିଷ୍ଟ୍ୟ ଲେଖ ।
Answer:
ସମ୍ପଦରୂପେ ବିବେଚିତ ହେବାପାଇଁ ଦ୍ରବ୍ୟର କେତେଗୁଡ଼ିଏ ବୈଶିଷ୍ଟ୍ୟ ଥିବା ଆବଶ୍ୟକ । ସେଗୁଡ଼ିକ ହେଲା–
(i) ଉପଯୋଗିତା, (ii) ସ୍ଵଳ୍ପତା, (iii) ସ୍ଥାନାନ୍ତର ଯୋଗ୍ୟତା ବା ଅନ୍ତରଣୀୟତା ।

24. ସ୍ଥାନାନ୍ତର କ୍ଷମତା କହିଲେ କ’ଣ ବୁଝ ?
Answer:
ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଏବଂ ଜଣେ ବ୍ୟକ୍ତିଙ୍କ ପାଖରୁ ଅନ୍ୟ ଜଣଙ୍କ ପାଖକୁ ଦ୍ରବ୍ୟର ଅଦଳବଦଳ ହେବାର କ୍ଷମତାକୁ ସ୍ଥାନାନ୍ତର କ୍ଷମତା କୁହାଯାଏ । ଅର୍ଥାତ୍ ଦ୍ରବ୍ୟର ସ୍ଥାନ ଓ ମାଲିକାନା ପରିବର୍ତ୍ତନ କରିବା କ୍ଷମତାକୁ ତାହାର ସ୍ଥାନାନ୍ତର କ୍ଷମତା କୁହାଯାଏ । ଏଠାରେ ସ୍ଥାନାନ୍ତର ଯୋଗ୍ୟତା କେବଳ ଭୌତିକ ସ୍ଥାନାନ୍ତରକୁ ବୁଝାଇ ନଥାଏ । ମାଲିକାନା ସ୍ୱତ୍ୱ ହସ୍ତାନ୍ତର ମଧ୍ୟ ଏହାର ପରିସରଭୁକ୍ତ ।

25. ସ୍ଵତା କ’ଣ ?
Answer:
ଯେଉଁ ଦ୍ରବ୍ୟର ଯୋଗାଣ ତୁଳନାରେ ଚାହିଦା ଅଧ୍ଵ, ସେହି ଦ୍ରବ୍ୟର ସ୍ୱଚ୍ଛତା ଅଛି ବୋଲି କୁହାଯାଏ । ଅର୍ଥାତ୍ ଆବଶ୍ୟକ ତୁଳନାରେ ଯେଉଁସବୁ ଦ୍ରବ୍ୟ ଅପେକ୍ଷାକୃତ ସୀମିତ ପରିମାଣରେ ଉପଲବ୍ଧ ହୋଇଥାଏ, ତାହକୁ ସ୍ଵଳ୍ପତା କୁହାଯାଏ ।

26. ଋଣାତ୍ମକ ସମ୍ପଦ କ’ଣ ?
Answer:
ଋଣାତ୍ମକ ସମ୍ପଦ ଲୋକ ଦେଶର ଦେୟ ସମ୍ପଦକୁ ବୁଝାଏ । ଏହି ସମ୍ପଦ କିଛି ସମୟ ପରେ ଋଣଦାତାଙ୍କୁ ଫେରସ୍ତ କରି ଦିଆଯାଏ । ଯେହେତୁ କିଛି ସମୟ ପରେ ଋଣଦାତାଙ୍କୁ ଏହି ସମ୍ପଦ ଫେରସ୍ତ କରି ଦିଆଯାଏ, ତେଣୁ ତାହାକୁ ଋଣାତ୍ମକ ସମ୍ପଦ କୁହାଯାଏ ।

27. ଆନ୍ତର୍ଜାତିକ ସମ୍ପଦ କହିଲେ କ’ଣ ବୁଝ ?
Answer:
ଆନ୍ତର୍ଜାତିକ ସମ୍ପଦ କହିଲେ ସମଗ୍ର ବିଶ୍ବର ସମ୍ପଦକୁ ବୁଝାଏ । ସମଗ୍ର ମାନବଜାତିର ସମ୍ପଦର ଏହା ସମଷ୍ଟି । ଏହା କଳନା କଲାବେଳେ ଆନ୍ତର୍ଜାତୀୟ ଋଣ ଏଥୁ ଅନ୍ତର କରାଯାଏ । ଏ ପ୍ରକାର ସମ୍ପଦ ଉପରେ ସମସ୍ତ ମାନବଜାତିର ସାମୂହିକ ଅଧୂକାର ରହିଅଛି । ଜାତିସଂଘ, ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କ, ପୃଥିବୀର ମହାସମୁଦ୍ର, ଚନ୍ଦ୍ର, ମଙ୍ଗଳର ପୃଷ୍ଠଭୂମି ଆଦି ଆନ୍ତର୍ଜାତୀୟ ସମ୍ପଦର ଉଦାହରଣ ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ସେବା ଉପଯୋଗିତା କ’ଣ ?
Answer:
ବିଭିନ୍ନ ପ୍ରକାରର ଦ୍ରବ୍ୟ ଯେପରି ମନୁଷ୍ୟର ଅଭାବ ପୂରଣ କରିଥାଏ, ସେବା ମଧ୍ୟ ସେହିପରି ମାନବିକ ଅଭାବର ପରିପୂରଣ କରିଥାଏ । ଜଣେ ବ୍ୟକ୍ତି ଅନ୍ୟର ମଙ୍ଗଳ ବା କଲ୍ୟାଣ ସାଧନ ନିମନ୍ତେ ଯେଉଁ କାର୍ଯ୍ୟ କରନ୍ତି, ତାହାକୁ ସେବା କୁହାଯାଏ । ସେହି ଦୃଷ୍ଟିରୁ ଶିକ୍ଷକ, ଡାକ୍ତର ଓ ଓକିଲ ପ୍ରଭୃତିଙ୍କ କାର୍ଯ୍ୟକୁ ସେବା କୁହାଯାଏ । ଏହି ସେବାଗୁଡ଼ିକର ଉପଯୋଗିତାକୁ ସେବା ଉପଯୋଗିତା କୁହାଯାଏ । ସେବାର ଉପଯୋଗିତା ରହିଛି ଓ ତାହା ଆମର ଅଭାବ ପରିପୂରଣ କ୍ଷେତ୍ରରେ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଥାଏ ।

2. ମନୁଷ୍ୟର ଅତ୍ୟାବଶ୍ୟକ ଅଭାବ କ’ଣ ?
Answer:
ଜୀବନଧାରଣ ପାଇଁ ଯେଉଁ ଅଭାବର ପରିତୃପ୍ତି ନିତାନ୍ତ ଆବଶ୍ୟକ, ତାହାକୁ ଅତ୍ୟାବଶ୍ୟକ ଅଭାବ କୁହାଯାଏ । ଏହି ଅଭାବ ପୂରଣ ନହେଲେ ମନୁଷ୍ୟ ଜୀବନଧାରଣ କରିପାରିବ ନାହିଁ । ସାଧାରଣ ଜୀବନଯାପନ, ସାଧାରଣ ସ୍ୱାସ୍ଥ୍ୟ ଓ ଦକ୍ଷତା ନିମନ୍ତେ ଯେଉଁସବୁ ଅଭାବର ପରିପୂରଣ ଆବଶ୍ୟକ, ସେଗୁଡ଼ିକ ଅତ୍ୟାବଶ୍ୟକ ଅଭାବ । ପ୍ରତ୍ୟେକ ମନୁଷ୍ୟ ପ୍ରଥମେ ଏହି ଅତ୍ୟାବଶ୍ୟକୀୟ ଅଭାବ ପୂରଣ କରିବାକୁ ଚେଷ୍ଟା କରିଥାଏ । ଅତ୍ୟାବଶ୍ୟକ ଅଭାବକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା – (i) ଜୀବନଧାରଣ ନିମିତ୍ତ ଅତ୍ୟାବଶ୍ୟକ ଅଭାବ (ii) ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକ ଅଭାବ (iii) ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ ।

CHSE Odisha Class 12 Economics Chapter 3 Short Answer Questions in Odia Medium

3. ଆରାମଦାୟକ ଅଭାବ କ’ଣ ?
Answer:
ଯେଉଁ ପଦାର୍ଥଗୁଡ଼ିକ ଜୀବନକୁ ସୁଖପ୍ରଦ ଓ ଆରାମଦାୟକ କରେ, ସେଗୁଡ଼ିକୁ ଆରାମଦାୟକ ଦ୍ରବ୍ୟ କୁହାଯାଏ । ଅର୍ଥାତ୍ ଯେଉଁ ଅଭାବ ପରିପୂରଣ ଜୀବନକୁ ଅଧିକ ସହଜ ଓ ଆରାମପ୍ରଦ କରିଥାଏ, ତାହାକୁ ଆରାମଦାୟକ ଅଭାବ କୁହାଯାଏ । ଯେଉଁ ଦ୍ରବ୍ୟଗୁଡ଼ିକ ଏହି ଅଭାବକୁ ପରିତୃପ୍ତ କରେ, ସେଗୁଡ଼ିକ ଆରାମଦାୟକ ଦ୍ରବ୍ୟ । ଏହି ଦ୍ରବ୍ୟଗୁଡ଼ିକ ଅତ୍ୟାବଶ୍ୟକ ଅଭାବ ଭଳି ଗୁରୁତ୍ଵପୂର୍ଣ୍ଣ ନୁହଁନ୍ତି । ଅତ୍ୟାବଶ୍ୟକ ଅଭାବର ପରିତୃପ୍ତି ପରେ ଆରାମଦାୟକ ଅଭାବର ପରିପୂରଣ ନିମନ୍ତେ ଚେଷ୍ଟା କରାଯାଏ । ରୁଚିକର ଖାଦ୍ୟ, ଉତ୍ତମ ବସ୍ତ୍ର, ଉତ୍ତର ବାସଗୃହ, ଟେଲିଭିଜନ୍, ଏୟାର କୁଲର ଇତ୍ୟାଦି ଆରାମଦାୟକ ଦ୍ରବ୍ୟର ଉଦାହରଣ । ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ଆରାମଦାୟକ ଦ୍ରବ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ନୁହେଁ । ସେଗୁଡ଼ିକ ମଧ୍ୟରେ କେବଳ ମାତ୍ରାଗତ ପାର୍ଥକ୍ୟ ରହିଥାଏ ।

4. ବିଳାସମୂଳକ ଅଭାବ କ’ଣ ?
Answer:
ଯେଉଁ ଦ୍ରବ୍ୟଗୁଡ଼ିକ ମାନବିକ ସମ୍ପଦ ଓ ଆଭିଜାତ୍ୟର ପ୍ରଦର୍ଶନ କରେ, ତାହାକୁ ବିଳାସମୂଳକ ଦ୍ରବ୍ୟ କୁହାଯାଏ । ଅର୍ଥାତ୍ ଯେଉଁ ଅଭାବର ପରିତୃପ୍ତିଦ୍ଵାରା ଆତ୍ମାଭିମାନ ଓ ବଡ଼ିମା ବଜାୟ ରଖାଯାଇପାରେ, ତାହା ବିଳାସମୂଳକ ଅଭାବ । ବିଳାସ ଦ୍ରବ୍ୟର ଉପଭୋଗ ଉପଭୋକ୍ତାକୁ ସାମାଜିକ ପଦମର୍ଯ୍ୟାଦା ଆଣି ଦିଏ ଏବଂ ଅନ୍ୟମାନଙ୍କଠାରୁ ଅଲଗା କରିଦିଏ । ଜଣେ ମହିଳାଙ୍କ ହୀରକ ହାର ଏବଂ ଜଣେ ଛାତ୍ରାବାସରେ ରହୁଥ‌ିବା ଅନ୍ତେବାସୀଙ୍କର ଏକ ମଟରଗାଡ଼ି ବିଳାସମୂଳକ ଅଭାବର ଉଦାହରଣ । ଏହି ଦ୍ରବ୍ୟଗୁଡ଼ିକ ପ୍ରାଚୁର୍ଯ୍ୟର ନିଦର୍ଶନ ମାତ୍ର । ଏହି ଦ୍ରବ୍ୟଗୁଡ଼ିକ ଲୋକଦେଖାଣିଆ ଏବଂ ଏହାକୁ ଜଣେ ପରିତ୍ୟାଗ କରି ସହଜରେ ଚଳିପାରିବ ।

5. ଅଭ୍ୟାସ ଓ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କ’ଣ ?
Answer:
ଯେଉଁ ଅଭାବ ଅଭ୍ୟାସ ଏବଂ ସାମାଜିକ ପ୍ରଥା ଯୋଗୁଁ ସୃଷ୍ଟି ହୁଏ, ତାହାକୁ ଅଭ୍ୟାସ ଓ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ କୁହାଯାଏ । ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ ଜୀବନଧାରଣ କିମ୍ବା ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହାୟତା ପ୍ରଦାନ କରିନଥାଏ । ଏହା ସାମାଜିକ ପରମ୍ପରା ଓ ଅଭ୍ୟାସରୁ ଜାତ । ବିଭିନ୍ନ ସାମାଜିକ ପରମ୍ପରା; ଯଥା— ବିବାହ, ବ୍ରତ, ଶ୍ରାଦ୍ଧ, ବିଭିନ୍ନ ପର୍ବପର୍ବାଣିର ପାଳନ ପରମ୍ପରାଗତ ଅତ୍ୟାବଶ୍ୟକ ଅଭାବ ଅଟେ । ଅପଚୟମୂଳକ ବ୍ୟୟ ବିବାହ ସମୟରେ ଲୋକମାନେ କରିଥା’ନ୍ତି । ତାହା ସାମାଜିକ ଚଳଣି ଯୋଗୁଁ ସୃଷ୍ଟି ହୋଇଥାଏ । ଠିକ୍ ସେହିପରି ମଦ, ଚା’, ପାନ, ଅଫିମ ଇତ୍ୟାଦିର ଅଭ୍ୟାସ ଥ‌ିବା ବ୍ୟକ୍ତିବିଶେଷଙ୍କ ପାଇଁ ଉକ୍ତ ଦ୍ରବ୍ୟର ବ୍ୟବହାର ଅଭ୍ୟାସ ଯୋଗୁଁ ସୃଷ୍ଟି ହୋଇଥାଏ ।

6. ଅର୍ଥନୈତିକ ଦ୍ରବ୍ୟ କ’ଣ ?
Answer:
ବିନିମୟ ମୂଲ୍ୟ ଥ‌ିବା ଦ୍ରବ୍ୟସମୂହକୁ ଅର୍ଥନୈତିକ ଦ୍ରବ୍ୟ କୁହାଯାଏ । ଅର୍ଥନୈତିକ ଦ୍ରବ୍ୟର ଯୋଗାଣ ଚାହିଦା ତୁଳନାରେ ସୀମିତ । ଏହାର ଉତ୍ପାଦନ କ୍ଷେତ୍ରରେ ମଣିଷର ଅବଦାନ ରହିଛି । ସ୍ୱଳ୍ପତା ଦୃଷ୍ଟିରୁ ଅର୍ଥନୈତିକ ଦ୍ରବ୍ୟ ପାଇଁ ଉପଭୋକ୍ତାଙ୍କୁ ଦାମ୍ ଦେବାକୁ ପଡ଼ିଥାଏ । ତେଣୁ ଅର୍ଥନୈତିକ ଦ୍ରବ୍ୟର ଉଭୟ ବ୍ୟାବହାରିକ ଓ ବିନିମୟ ମୂଲ୍ୟ ରହିଛି । ଆମ ଚାରିପଟେ ଥ‌ିବା ସମସ୍ତ ଦ୍ରବ୍ୟ ଯେଉଁଥିପାଇଁ ଆମେ ଦାମ୍ ଦେଇଥାଉ, ସେସବୁ ଅର୍ଥନୈତିକ ଦ୍ରବ୍ୟ । କଲମ, ବହି, ପୋଷାକ, ସାଇକେଲ୍, ଗୃହ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଅର୍ଥନୈତିକ ଦ୍ରବ୍ୟ ।

7. ମୂଲ୍ୟ କ’ଣ ?
Answer:
ମୂଲ୍ୟ କହିଲେ କୌଣସି ପଦାର୍ଥର ଅନ୍ତର୍ନିହିତ ଗୁଣକୁ ବୁଝାଇଥାଏ । ସାଧାରଣତଃ ‘ମୂଲ୍ୟ’ ଦୁଇଟି ଧାରଣା ବ୍ୟକ୍ତ କରେ । ସେଗୁଡ଼ିକ ହେଲା- ବ୍ୟାବହାରିକ ମୂଲ୍ୟ ଓ ବିନିମୟ ମୂଲ୍ୟ । ବ୍ୟାବହାରିକ ମୂଲ୍ୟ ଦ୍ରବ୍ୟର ଉପଯୋଗିତାକୁ ବୁଝାଇଥାଏ । ସମସ୍ତ ଦ୍ରବ୍ୟର ବ୍ୟବହାରିକ ମୂଲ୍ୟ ରହିଥାଏ । କିନ୍ତୁ ଅର୍ଥଶାସ୍ତ୍ରରେ ମୂଲ୍ୟ କହିଲେ କେବଳ ବିନିମୟ ମୂଲ୍ୟକୁ ବୁଝାଏ । ଗୋଟିଏ ଦ୍ରବ୍ୟ ପ୍ରତିବଦଳରେ ମିଳୁଥ‌ିବା ଅନ୍ୟାନ୍ୟ ଦ୍ରବ୍ୟର ପରିମାଣକୁ ସେହି ଦ୍ରବ୍ୟର ବିନିମୟ ମୂଲ୍ୟ କୁହାଯାଏ । ତେଣୁ କୌଣସି ଦ୍ରବ୍ୟର କ୍ରୟ କ୍ଷମତା ହେଉଛି ଉକ୍ତ ଦ୍ରବ୍ୟର ମୂଲ୍ୟ ।

8. ଦର କ’ଣ?
Answer:
ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ତାହାକୁ ଦର ବା ଦାମ୍ କୁହାଯାଏ । ତେଣୁ ଦର ମୂଲ୍ୟର ମୌଦ୍ରିକ ପରିପ୍ରକାଶ । କୌଣସି ଦ୍ରବ୍ୟର ବିନିମୟରେ ଯେଉଁ ପରିମାଣର ଅର୍ଥ ମିଳିଥାଏ, ତାହା ଦ୍ରବ୍ୟର ଦର । ମୁଦ୍ରାର ମୂଲ୍ୟ ଓ ଦର ମଧ୍ୟରେ ପରୋକ୍ଷ ସମାନୁପାତୀ ସମ୍ପର୍କ ରହିଛି । ସମସ୍ତେ ଦର ଏକ ସାଙ୍ଗରେ ହ୍ରାସ କିମ୍ବା ବୃଦ୍ଧି ହୋଇପାରେ । ମୁଦ୍ରାସ୍ତ୍ରୀତି ସମୟରେ ପ୍ରାୟ ସମସ୍ତ ଦ୍ରବ୍ୟର ଦରବୃଦ୍ଧି ଘଟେ । ଠିକ୍ ସେହିପରି ମୁଦ୍ରା ଅବସ୍ତିତି କାଳରେ ପ୍ରାୟ ସମସ୍ତ ଦ୍ରବ୍ୟର ଦର ହ୍ରସ ପାଇଥାଏ । କିନ୍ତୁ ସମସ୍ତ ମୂଲ୍ୟ ଏକ ସଙ୍ଗେ ବୃଦ୍ଧି କିମ୍ବା ହ୍ରାସ ହୋଇନଥାଏ ।

9. ଅନୁପୂରକ ଅଭାବ କ’ଣ ?
Answer:
ମନୁଷ୍ୟର କେତେକ ଅଭାବ ପରସ୍ପରର ଅନୁପୂରକ ଅଟନ୍ତି । ଅର୍ଥାତ୍ ସେଗୁଡ଼ିକର ପରିପୂରଣ ପାଇଁ ଏକାଧ୍ଵ ବସ୍ତୁ ଆବଶ୍ୟକ ହୋଇଥାଏ । ଯେଉଁସବୁ ଅଭାବ ଗୋଟିଏ ଦ୍ରବ୍ୟ ପରିବର୍ତ୍ତେ ଏକାଧିକ ବସ୍ତୁର ସହାୟତାରେ ପୂରଣ ହୋଇଥାଏ, ସେସବୁକୁ ଅନୁପୂରକ ଅଭାବ କୁହାଯାଏ । ଉଦାହରଣସ୍ୱରୂପ ଚା’ ପ୍ରସ୍ତୁତ କରିବାପାଇଁ ଆମେ ଚା’ପତି, ପାଣି, କ୍ଷୀର, ଚିନି ଆଦି ବସ୍ତୁ ଆବଶ୍ୟକ କରିଥାଉ । ସେହିପରି ମୋଟର ସାଇକେଲ୍ ଓ ପେଟ୍ରୋଲ୍ ଏବଂ କଲମ ଓ କାଳି ଇତ୍ୟାଦି ଅନୁପୂରକ ଅଭାବ ଅଟନ୍ତି ।

10. ପ୍ରତିଯୋଗୀ ଅଭାବ କ’ଣ ?
Answer:
କେତେକ ଅଭାବ ପରସ୍ପର ସହିତ ପ୍ରତିଯୋଗିତା କରନ୍ତି । କାରଣ ଅଭାବ ଅସୀମ ଏବଂ ସମ୍ବଳ ସସୀମ । ଅଭାବର ଗୁରୁତ୍ଵକୁ ନେଇ ଅଭାବଗୁଡ଼ିକର ନିର୍ବାଚନ କରାଯାଏ । ପ୍ରଥମେ ଗୁରୁତ୍ଵପୂର୍ଣ୍ଣ ଅଭାବଗୁଡ଼ିକୁ ପୂରଣ କରାଯାଏ । ଜଣେ ବ୍ୟକ୍ତି ସାଇକେଲ୍‌ଟିଏ ଓ ରେଡ଼ିଓଟିର ଅଭାବ ଏକ ସମୟରେ ଅନୁଭବ କରିପାରନ୍ତି । ଏହି ଦୁଇଟି ଅଭାବ ମଧ୍ୟରୁ କେଉଁଟି ନିହାତି ଜରୁରୀ, କେଉଁଟି କମ୍ ଜରୁରୀ ଜାଣିବାକୁ ପଡ଼ିବ । ତେଣୁ ଚୟନ ପ୍ରକ୍ରିୟା ଓ ଅଭାବମାନଙ୍କର ପ୍ରତିଯୋଗିତା ନିରବଚ୍ଛିନ୍ନ ଭାବେ ଚାଲିଥାଏ । ତେଣୁ ପ୍ରତ୍ୟେକ ଅଭାବ ପ୍ରଥମେ ପୂରଣ ହେବାପାଇଁ ନିଜ ନିଜ ମଧ୍ୟରେ ପ୍ରତିଦ୍ବନ୍ଦିତା କରିଥା’ନ୍ତି ।

11. ଉପଯୋଗିତା କହିଲେ କ’ଣ ବୁଝାଏ ?
Answer:
ଦ୍ରବ୍ୟର ମାନବୀୟ ଅଭାବ ମୋଚନକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ । ନିଜ ଅଭାବ ପୂରଣ ପାଇଁ ମଣିଷ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଓ ସେବା ବ୍ୟବହାର କରିଥାଏ । କାରଣ ଉକ୍ତ ଦ୍ରବ୍ୟ ଓ ସେବାର ଅଭାବମୋଚନ କ୍ଷମତା ରହିଛି । ତେଣୁ ଦ୍ରବ୍ୟ ଓ ସେବାର ଏହି ଅଭାବ ପୂରଣକାରୀ କ୍ଷମତା ହିଁ ଉପଯୋଗିତା । ଉପଯୋଗିତାଦ୍ୱାରା ମାନବିକ ଅଭାବ ପରିତୃପ୍ତ ହୋଇଥାଏ । ଜଣେ ତୃଷାଇଁ ଜଳର ଆବଶ୍ୟକତା ଅନୁଭବ କରେ, କାରଣ ସେ ଜାଣିଥାଏ ଯେ ଜଳ ହିଁ ତା’ର ତୃଷା ନିବାରଣ କରିପାରିବ । ଠିକ୍ ସେହିପରି, ଜଣେ ରୋଗୀ ରୋଗ ଉପଶମ ପାଇଁ ଡାକ୍ତରଙ୍କ ଆବଶ୍ୟକତା ଅନୁଭବ କରେ । ତେଣୁ ଜଳର ତୃଷା ନିବାରଣକାରୀ କ୍ଷମତା ଏବଂ ଡାକ୍ତରଙ୍କ ରୋଗ ଉପଶମ କରିବା କ୍ଷମତାକୁ ଉପଯୋଗିତା କୁହାଯାଏ । କିନ୍ତୁ ଉପଯୋଗିତା ଏକ ମାନସିକ ଧାରଣା । ତେଣୁ ଉପଯୋଗିତାର ସଠିକ୍ ପରିମାପ ଅସମ୍ଭବ ।

12. ଆନ୍ତର୍ଜାତିକ ସମ୍ପଦ କ’ଣ ?
Answer:
ଆନ୍ତର୍ଜାତିକ ସମ୍ପଦ କହିଲେ ସମଗ୍ର ବିଶ୍ବର ସମ୍ପଦକୁ ବୁଝାଏ । ଅର୍ଥାତ୍ ବିଶ୍ବର ସମସ୍ତ ରାଷ୍ଟ୍ରର ଅଧିକାରରେ ଥିବା ସମ୍ପଦକୁ ଆନ୍ତର୍ଜାତିକ ସମ୍ପଦ କୁହାଯାଏ । ସମଗ୍ର ମାନବ ଜାତିର ସମ୍ପଦର ଏହା ସମଷ୍ଟି । ଏହା କଳନା କଲାବେଳେ ଆନ୍ତର୍ଜାତୀୟ ଋଣକୁ ଏଥିରୁ ଅନ୍ତର କରାଯାଏ । ଏ ପ୍ରକାର ସମ୍ପଦ ଉପରେ ସମଗ୍ର ମାନବ ଜାତିର ସାମୂହିକ ଅଧିକାର ରହିଛି । ତେଣୁ ଏହା ସମଗ୍ର ବିଶ୍ବର ସମ୍ପଦ । ମହାସାଗର, ମିଳିତ ଜାତିସଂଘ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି, ବିଶ୍ବବ୍ୟାଙ୍କ୍ ଇତ୍ୟାଦି ଆନ୍ତର୍ଜାତିକ ସମ୍ପଦର ଉଦାହରଣ ।

13. ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ କ’ଣ ?
Answer:
ଯେଉଁ ଦ୍ରବ୍ୟ ଏବଂ ସେବା ଶ୍ରମିକମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି କରେ, ତାହାକୁ ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ କୁହାଯାଏ । ଅର୍ଥାତ୍ ଯେଉଁ ଅଭାବର ପୂରଣଦ୍ଵାରା ମଣିଷ ତା’ର ଦକ୍ଷତା ବୃଦ୍ଧି କରିପାରେ, ତାହାକୁ ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଅଭାବ କୁହାଯାଏ । ଏଠାରେ ଦକ୍ଷତା କହିଲେ ଜଣେ ଶ୍ରମିକର କାର୍ଯ୍ୟ କରିବାର କ୍ଷମତା ଓ ସାମର୍ଥ୍ୟକୁ ବୁଝାଏ । ଉତ୍ତମ ସ୍ଵାସ୍ଥ୍ୟ ମଣିଷର କାର୍ଯ୍ୟଦକ୍ଷତା ବୃଦ୍ଧି କରେ । ସେଥ‌ିପାଇଁ ଆବଶ୍ୟକ ହେଉଥିବା ପୁଷ୍ଟିକର ଖାଦ୍ୟ, ଔଷଧ, ସୁସ୍ଥ ପରିବେଶ ଇତ୍ୟାଦି ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକୀୟ ଅଭାବର ଉଦାହରଣ । ଏତଦ୍‌ଭିନ୍ନ ଜଣେ ଛାତ୍ର ପାଇଁ ଘଣ୍ଟା, ରାତ୍ରି ଜଗୁଆଳି ପାଇଁ ଟର୍ଚ୍ଚ, ଡାକ୍ତରଙ୍କ ପାଇଁ କାର୍, ହିସାବ ଅଧିକାରୀଙ୍କ ପାଇଁ କମ୍ପ୍ୟୁଟର ଇତ୍ୟାଦି ଦକ୍ଷତା ନିମିତ୍ତ ଅତ୍ୟାବଶ୍ୟକୀୟ ଅଭାବ ଅଟେ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ମୂଲ୍ୟ ଓ ଦର :
Answer:
(i) କୌଣସି ଦ୍ରବ୍ୟ ବିନିମୟରେ ଅନ୍ୟାନ୍ୟ ଦ୍ରବ୍ୟ ଯେଉଁ ପରିମାଣରେ ମିଳେ, ତାହାକୁ ଦ୍ରବ୍ୟର ମୂଲ୍ୟ କୁହାଯାଏ । କିନ୍ତୁ ମୂଲ୍ୟକୁ ମୁଦ୍ରା ଆକାରରେ ପ୍ରକାଶ କଲେ ଦର ମିଳିଥାଏ । ଏକ ଦ୍ରବ୍ୟ ବିନିମୟରେ ମିଳୁଥିବା ଅର୍ଥ, ସେହି ଦ୍ରବ୍ୟର ଦର ।
(ii) ମୂଲ୍ୟର ସାଧାରଣ ବୃଦ୍ଧି ବା ହ୍ରାସ ସମ୍ଭବ ନୁହେଁ । କିନ୍ତୁ ସମସ୍ତ ଦ୍ରବ୍ୟର ଦର ଏକା ସାଙ୍ଗରେ ବୃଦ୍ଧି କିମ୍ବା ହ୍ରାସ ହୋଇପାରେ ।
(iii) ଦୁଇଟି ଦ୍ରବ୍ୟର ପାରସ୍ପରିକ ମୂଲ୍ୟ ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଥ‌ିବା ବେଳେ, ଦୁଇଟି ଦ୍ରବ୍ୟର ଦର ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ ।

CHSE Odisha Class 12 Economics Chapter 3 Short Answer Questions in Odia Medium

2. ଘରୋଇ ଦ୍ରବ୍ୟ ଓ ଗଣ ଦ୍ରବ୍ୟ :
Answer:
ଘରୋଇ ଦ୍ରବ୍ୟ ବଜାରରେ କିଣାବିକା ହୁଏ । ସେହି ଦ୍ରବ୍ୟଗୁଡ଼ିକର ଦର ଯୋଗାଣ ଓ ଚାହିଦା ଭିତ୍ତିରେ ନିର୍ଦ୍ଧାରଣ ହୁଏ । ଦର ଦେଇ ଯେଉଁମାନେ କିଣିବାକୁ ସମର୍ଥ ହୁଅନ୍ତି, ସେମାନେ ଏହି ଦ୍ରବ୍ୟ ଉପଭୋଗ କରନ୍ତି । କୌଣସି ବ୍ୟକ୍ତିର ସାମର୍ଥ୍ୟ ନଥିଲେ ସେ ଏହି ଦ୍ରବ୍ୟ ଉପଭୋଗରୁ ବଞ୍ଚତ ହୁଏ । ଘରୋଇ ଦ୍ରବ୍ୟ କ୍ଷେତ୍ରରେ ବହିଷ୍କରଣ ନୀତି ପ୍ରଯୁଜ୍ୟ ହୋଇଥାଏ । ଘରୋଇ ଦ୍ରବ୍ୟର ମାଲିକ ବ୍ୟକ୍ତବିଶେଷ । ଏହି ଦ୍ରବ୍ୟ ବଜାର ବ୍ୟବସ୍ଥାଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଘରୋଇ ଦ୍ରବ୍ୟ କ୍ଷେତ୍ରରେ ଜଣେ ଖାଉଟି ଅନ୍ୟ ଜଣଙ୍କର ପ୍ରତିଦ୍ଵନ୍ଦୀ; ମାତ୍ର ଗଣ ଦ୍ରବ୍ୟ କ୍ଷେତ୍ରରେ ଜଣେ ଖାଉଟି ଅନ୍ୟ ଜଣକୁ ବଞ୍ଚତ କରେ ନାହିଁ ।

ଏହି ଦ୍ରବ୍ୟ କ୍ଷେତ୍ରରେ ବହିଷ୍କରଣ ନୀତି ପ୍ରଯୁଜ୍ୟ ହୋଇନଥାଏ । ତେଣୁ ଉପଭୋଗ ପ୍ରତିଦ୍ବନ୍ଦୀ ନୁହେଁ । ଜାତୀୟ ପ୍ରତିରକ୍ଷା, ରାସ୍ତାଘାଟ, ବତୀଘର, ସେତୁ, ରାସ୍ତା ଆଲୋକ ଆଦି ଗଣଦ୍ରବ୍ୟର ଉଦାହରଣ । ଏହି ଦ୍ରବ୍ୟ ସମସ୍ତେ ସମାନ ଭାବରେ ଉପଭୋଗ କରନ୍ତି । ଏହି ଦ୍ରବ୍ୟଗୁଡ଼ିକ ଅବିଭାଜ୍ୟ । ତେଣୁ ଜଣେ ଅଧ‌ିକ ଓ ଅନ୍ୟ ଜଣେ କମ୍ ଉପଭୋଗ କରିବାର ପ୍ରଶ୍ନ ଉଠେନାହିଁ । ଏହି ଦ୍ରବ୍ୟ ବଜାର ବ୍ୟବସ୍ଥାଦ୍ୱାରା ନିୟନ୍ତ୍ରିତ ହୋଇନଥାଏ । ସରକାର ଏହି ଦ୍ରବ୍ୟ ଉତ୍ପାଦନ ଓ ଯୋଗାଣ କରିଥାଆନ୍ତି । ଗଣ ଦ୍ରବ୍ୟ କ୍ଷେତ୍ରରେ ପରିତୃପ୍ତି ସମାଜର ପ୍ରତ୍ୟେକଙ୍କୁ ମିଳିଥାଏ ।

3. ମୁକ୍ତ ଦ୍ରବ୍ୟ ଓ ଅର୍ଥନୈତିକ ଦ୍ରବ୍ୟ :
Answer:
(i) ମୁକ୍ତ ଦ୍ରବ୍ୟ ପ୍ରକୃତିଦତ୍ତ; କିନ୍ତୁ ଅର୍ଥନୈତିକ ଦ୍ରବ୍ୟ ମନୁଷ୍ୟକୃତ ।
(ii) ମୁକ୍ତ ଦ୍ରବ୍ୟର ଯୋଗାଣ ଚାହିଦାଠାରୁ ଅଧିକ । ତେଣୁ, ଏହାର ପ୍ରାଚୁର୍ଯ୍ୟତା ରହିଥାଏ । ଅନ୍ୟ ପକ୍ଷରେ, ଅର୍ଥନୈତିକ ଦ୍ରବ୍ୟର ଚାହିଦା ଯୋଗାଣଠାରୁ ଅଧିକ ହୋଇଥିବାରୁ ଏହାର ସ୍ୱଳ୍ପତା ଥାଏ ।
(ii) ମୁକ୍ତ ଦ୍ରବ୍ୟ ଲାଭ ପାଇଁ କୌଣସି ଦାମ୍ ଦେବାକୁ ପଡ଼ିନଥାଏ; କିନ୍ତୁ ଅର୍ଥନୈତିକ ଦ୍ରବ୍ୟ ଲାଭ ନିମନ୍ତେ ଦାମ୍ ଦେବାକୁ ପଡ଼ିଥାଏ ।
(iv) ମୁକ୍ତ ଦ୍ରବ୍ୟର କେବଳ ବ୍ୟାବହାରିକ ମୂଲ୍ୟ ଥିବାବେଳେ ଅର୍ଥନୈତିକ ଦ୍ରବ୍ୟର ଉଭୟ ବ୍ୟାବହାରିକ ଓ ବିନିମୟ ମୂଲ୍ୟ ରହିଥାଏ ।

4. ଉପଭୋଗ ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ :
Answer:
ଯେଉଁ ଦ୍ରବ୍ୟ ପ୍ରତ୍ୟକ୍ଷ ଭାବେ ମାନବୀୟ ଅଭାବ ପୂରଣ କରିପାରେ, ତାହା ଉପଭୋଗ ଦ୍ରବ୍ୟ । ଏହି ଦ୍ରବ୍ୟ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଖାଦ୍ୟ, ବସ୍ତ୍ର, କଲମ, ବହି, ଟେବୁଲ୍, ଟେଲିଭିଜନ୍ ଇତ୍ୟାଦି ସିଧାସଳଖ ଆମ୍ଭମାନଙ୍କର ଇଚ୍ଛା ପୂରଣ ପାଇଁ ସକ୍ଷମ ହୋଇଥିବାରୁ ସେଗୁଡ଼ିକ ଉପଭୋଗ ଦ୍ରବ୍ୟ । ଉପଭୋଗ ଦ୍ରବ୍ୟ ଓ ଅଭାବ ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ ।

ଯେଉଁ ଦ୍ରବ୍ୟ ପରୋକ୍ଷ ଭାବେ ମାନବୀୟ ଅଭାବ ପୂରଣ କରିପାରେ, ତାହା ଉତ୍ପାଦକ ଦ୍ରବ୍ୟ । ଏହି ଦ୍ରବ୍ୟ ଉପଭୋଗ ଦ୍ରବ୍ୟ ପ୍ରସ୍ତୁତିରେ ସହାୟତା ପ୍ରଦାନ କରେ । ଚକୋଲେଟ୍ ଏକ ଉପଭୋଗ ଦ୍ରବ୍ୟ । କିନ୍ତୁ ଚକୋଲେଟ୍ ଉତ୍ପାଦନ ପାଇଁ ବ୍ୟବହୃତ ମେସିନ୍ ଉତ୍ପାଦକ ଦ୍ରବ୍ୟ । ଏଠାରେ ଚକୋଲେଟ୍‌ ମେସିନ୍ ଚକୋଲେଟ୍ ଉତ୍ପାଦନ କରି ପରୋକ୍ଷ ଭାବରେ ମାନବୀୟ ଅଭାବ ପୂରଣ କରୁଛି । କାରଖାନା, ଯନ୍ତ୍ରପାତି, ବିହନ, ସାର, ଲୁହାପଥର, କାରିଗରୀ ଜ୍ଞାନ ଇତ୍ୟାଦି ଉତ୍ପାଦକ ଦ୍ରବ୍ୟର ଉଦାହରଣ । ବିଭିନ୍ନ ପରିସ୍ଥିତିରେ ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉଭୟ ଉପଭୋଗ ଓ ଉତ୍ପାଦକ ଦ୍ରବ୍ୟ ହୋଇପାରେ । ଆଖୁ ଏକ ଉପଭୋଗ ଦ୍ରବ୍ୟ । କିନ୍ତୁ ଚିନିକଳରେ ଆଖୁ ଏକ ଉତ୍ପାଦକ ଦ୍ରବ୍ୟ ।

5. ଭୌତିକ ଦ୍ରବ୍ୟ ଓ ଅଭୌତିକ ଦ୍ରବ୍ୟ :
Answer:
ଯେଉଁ ଦ୍ରବ୍ୟଗୁଡ଼ିକୁ ଦେଖ୍ ହେବ ଓ ସ୍ପର୍ଶ କରିହେବ, ସେଗୁଡ଼ିକ ଭୌତିକ ଦ୍ରବ୍ୟ । ଏହି ଦ୍ରବ୍ୟର ନିର୍ଦ୍ଦିଷ୍ଟ ଆକାର ଥାଏ । କଲମ, ବହି, ଚୌକି, ଘଣ୍ଟା, ଟେଲିଭିଜନ୍ ଇତ୍ୟାଦି ସମସ୍ତ ଦୃଶ୍ୟମାନ ପଦାର୍ଥ ଭୌତିକ ଦ୍ରବ୍ୟର ଉଦାହରଣ ।

ଯେଉଁ ଦ୍ରବ୍ୟଗୁଡ଼ିକ ଦେଖୁ ଓ ସ୍ପର୍ଶ କରିବା ସମ୍ଭବ ନୁହେଁ, ସେଗୁଡ଼ିକ ଅଭୌତିକ ଦ୍ରବ୍ୟ । ଏହି ଦ୍ରବ୍ୟଗୁଡ଼ିକର କୌଣସି ଆକାର ନଥିଲେ ମଧ୍ୟ ସେଗୁଡ଼ିକର ସ୍ଥିତି ଅନୁଭବ କରି ହୁଏ । ଅଧ୍ୟାପକଙ୍କ ପାଠପଢ଼ା, ଡାକ୍ତରଙ୍କ ଚିକିତ୍ସା, ବ୍ୟବସାୟରେ ‘ସୁନାମ’ ଇତ୍ୟାଦି ଅଭୌତିକ ଦ୍ରବ୍ୟ । ମୋଟ ଉପରେ ସମସ୍ତ ସେବା ଓ ସଦିଚ୍ଛା ଅଭୌତିକ ଦ୍ରବ୍ୟ ।

6. ସମ୍ପଦ ଓ ପୁଞ୍ଜି :
Answer:
ଗଚ୍ଛିତ ସମସ୍ତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ଅର୍ଥନୈତିକ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା – ଖାଉଟି ଦ୍ରବ୍ୟ ଓ ଉତ୍ପାଦକ ଦ୍ରବ୍ୟ । ଖାଉଟି ଦ୍ରବ୍ୟ ମନୁଷ୍ୟର ଅଭାବକୁ ପ୍ରତ୍ୟକ୍ଷଭାବେ ପୂରଣ କରିପାରେ । କିନ୍ତୁ ଉତ୍ପାଦକ ବା ପୁଞ୍ଜିଦ୍ରବ୍ୟ ଅନ୍ୟ ଦ୍ରବ୍ୟ ଉତ୍ପାଦନ ପାଇଁ ବ୍ୟବହୃତ ହୋଇଥା’ନ୍ତି । ପୁଞ୍ଜି ଦ୍ରବ୍ୟ ଖାଉଟି ଦ୍ରବ୍ୟ ଉତ୍ପାଦନ କରି ପରୋକ୍ଷ ଭାବରେ ଆମର ଅଭାବ ପୂରଣ କରନ୍ତି । ଯେହେତୁ ସମ୍ପଦ ଖାଉଟି ଦ୍ରବ୍ୟ ଓ ପୁଞ୍ଜି ଦ୍ରବ୍ୟର ସମଷ୍ଟି ସେହିହେତୁ ସମସ୍ତ ପୁଞ୍ଜି ସମ୍ପଦ, କିନ୍ତୁ ସମସ୍ତ ସମ୍ପଦ ପୁଞ୍ଜି ନୁହେଁ । ସାଇକେଲ, ରେଡ଼ିଓ, ଚୌକି, ଟେବୁଲ, କଲମ ଇତ୍ୟାଦି ଖାଉଟି ଦ୍ରବ୍ୟ | ଏଗୁଡ଼ିକ ସମ୍ପଦ, କିନ୍ତୁ ପୁଞ୍ଜି ନୁହେଁ । ଟ୍ରାକ୍ଟର, ମେସିନ୍ ଇତ୍ୟାଦି ଖାଉଟି ଦ୍ରବ୍ୟ ଦ୍ରବ୍ୟ ଅର୍ଥନୈତିକ ଦ୍ରବ୍ୟର ଏକ ଅଂଶ ମାତ୍ର; କିନ୍ତୁ ସମସ୍ତ ଅର୍ଥନୈତିକ ଦ୍ରବ୍ୟ ସମ୍ପଦ ପୁଞ୍ଜି ନୁହେଁ । କାରଣ ଖାଉଟି ଦ୍ରବ୍ୟ ସମ୍ପଦରେ ଅନ୍ତର୍ଭୁକ୍ତ । ଏଗୁଡ଼ିକ ପୁଞ୍ଜି ଓ ସମ୍ପଦ ଅଟନ୍ତି । ପୁଞ୍ଜି ସମ୍ପଦ । ତେଣୁ ସମସ୍ତ ପୁଞ୍ଜି ସମ୍ପଦ; କିନ୍ତୁ ସମସ୍ତ ସମ୍ପଦ ପୁଞ୍ଜି ନୁହେଁ । କାରଣ ଖାଉଟି ଦ୍ରବ୍ୟ ସମ୍ପଦରେ ଅନ୍ତର୍ଭୁକ୍ତ ।

7. ବିକ୍ରୟଯୋଗ୍ୟତା ଓ ବାହ୍ୟତା :
Answer:
କୌଣସି ଦ୍ରବ୍ୟର ବିକ୍ରୟଯୋଗ୍ୟତା ଥିଲେ ଦ୍ରବ୍ୟଟି ସମ୍ପଦ ପଦବାଚ୍ୟ ହୋଇପାରିବ । ଦ୍ରବ୍ୟଟି ବିକ୍ରୟଯୋଗ୍ୟ ହେବ ଯଦି ଦ୍ରବ୍ୟଟିର ହସ୍ତାନ୍ତର ଯୋଗ୍ୟତା ଥିବ । ଦ୍ରବ୍ୟଟିର ମାଲିକାନା ହସ୍ତାନ୍ତର ହୋଇପାରିଲେ ଦ୍ରବ୍ୟଟି ବିକ୍ରିଯୋଗ୍ୟ ହୁଏ । ତେଣୁ ବିକ୍ରୟଯୋଗ୍ୟତା ବା ହସ୍ତାନ୍ତରଯୋଗ୍ୟତା ସମ୍ପଦର ଏକ ବୈଶିଷ୍ଟ୍ୟ । ଯେକୌଣସି ଅର୍ଥନୈତିକ ଦ୍ରବ୍ୟର ଏହି ଯୋଗ୍ୟତା ଥାଏ । ମନୁଷ୍ୟର ଗୁଣାବଳୀ ସମ୍ପଦ ନୁହେଁ, କାରଣ ମନୁଷ୍ୟର ଗୁଣାବଳୀ ହସ୍ତାନ୍ତରଯୋଗ୍ୟ ନୁହେଁ । ବାହ୍ୟତା କହିଲେ ଆମେ ବାହ୍ୟ ସ୍ଥିତିକୁ ବୁଝିଥାଉ । ସମ୍ପଦର ଅନ୍ୟତମ ବୈଶିଷ୍ଟ୍ୟ ହେଲା ବାହ୍ୟତା ବା ବାହ୍ୟ ସ୍ଥିତି ।

ପଦାର୍ଥଟି ମାଲିକଙ୍କଠାରୁ ପୃଥକ୍ ରହିବା ଦରକାର । ପଦାର୍ଥଟିର ବାହ୍ୟ ଅବସ୍ଥିତି ନଥିଲେ ହସ୍ତାନ୍ତର ହୋଇପାରିବ ନାହିଁ । ମନୁଷ୍ୟର ଅନ୍ତର୍ନିହିତ ଗୁଣାବଳୀର ବାହ୍ୟ ସ୍ଥିତି ନଥ‌ିବା ହେତୁ ତାହା ହସ୍ତାନ୍ତର ହୋଇପାରେ ନାହିଁ । ହସ୍ତାନ୍ତରଯୋଗ୍ୟତା ନଥିବା ହେତୁ ଏହାର କିଣାବିକା ହୋଇପାରେ ନାହିଁ । ଗାୟକର କଣ୍ଠସ୍ଵର, ଶିକ୍ଷକଙ୍କର ନିପୁଣତା, ଅଭିନେତାର ଅଭିନୟ କଳା, ସୌନ୍ଦର୍ଯ୍ୟ, ଉତ୍ତମ ସ୍ୱାସ୍ଥ୍ୟ ପ୍ରଭୃତି ଅନ୍ତର୍ନିହିତ ଗୁଣ । ଏହି ଗୁଣ ସମ୍ପଦ ନୁହେଁ; କିନ୍ତୁ ଏହି ଗୁଣ ମାଧ୍ୟମରେ ଯେଉଁ ସେବା ମିଳେ ତାହା ବିକ୍ରିଯୋଗ୍ୟ ଓ ସମ୍ପଦ ପଦବାଚ୍ୟ । ଗାୟକର କଣ୍ଠସ୍ଵର, ଶିକ୍ଷକଙ୍କର ନିପୁଣତା, ଅଭିନେତାର ଅଭିନୟ କଳା, ଉତ୍ତମ ସ୍ଵାସ୍ଥ୍ୟ ଇତ୍ୟାଦି ସମ୍ପଦର ଉତ୍ସ, କିନ୍ତୁ ସମ୍ପଦ ନୁହେଁ ।

8. ବ୍ୟାବହାରିକ ମୂଲ୍ୟ ଓ ବିନିମୟ ମୂଲ୍ୟ :
Answer:
ଖାଉଟି ଏବଂ ଗୋଟିଏ ଦ୍ରବ୍ୟ ଭିତରେ ଥିବା ସମ୍ପର୍କ ହେଉଛି ବ୍ୟାବହାରିକ ମୂଲ୍ୟ । ପୁସ୍ତକ ଛାତ୍ରମାନଙ୍କ ପାଇଁ ମୂଲ୍ୟବାନ୍, ଯେତେବେଳେ ବହିଟି ଛାତ୍ରମାନଙ୍କର ବ୍ୟବହାରରେ ଆସିଥାଏ । ଏଠାରେ ପୁସ୍ତକର ବ୍ୟାବହାରିକ ମୂଲ୍ୟ ଅଛି । ଅର୍ଥନୀତିରେ ମୂଲ୍ୟ କହିଲେ ବିନିମୟ ମୂଲ୍ୟକୁ ବୁଝାଏ । ବିନିମୟ ମୂଲ୍ୟ କହିଲେ କୌଣସି ଏକ ଦ୍ରବ୍ୟର ପ୍ରତିବଦଳରେ ମିଳୁଥିବା ଅନ୍ୟ ଏକ ଦ୍ରବ୍ୟକୁ ବୁଝାଏ । ଅର୍ଥନୈତିକ ଦ୍ରବ୍ୟଗୁଡ଼ିକର ବିନିମୟ ମୂଲ୍ୟ ଥାଏ । ଅବାଧଲବ୍‌ଧ ଦ୍ରବ୍ୟଗୁଡ଼ିକର ବିନିମୟ ମୂଲ୍ୟ ନ ଥାଏ, କାରଣ ଏହା ପ୍ରତିବଦଳରେ କେହି କିଛି ଦିଅନ୍ତି ନାହିଁ ।

9. ଅନ୍ତର୍ବର୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟ :
Answer:
ଅନ୍ତର୍ବର୍ତ୍ତୀ ଦ୍ରବ୍ୟ ଆମମାନଙ୍କ ବ୍ୟବହାରରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ନଥାଏ । ତେଣୁ ଆମେମାନେ ଏହାକୁ ଅନ୍ତିମ ପର୍ଯ୍ୟାୟର ଦ୍ରବ୍ୟ ବୋଲି କହୁନା, କାରଣ ଅନ୍ତିମ ପର୍ଯ୍ୟାୟରେ ଦ୍ରବ୍ୟ ମନୁଷ୍ୟର ଅଭାବକୁ ସିଧାସଳଖ ପୂରଣ କରେ ଓ ପରିତୃପ୍ତି ପ୍ରଦାନ କରେ । ଜାତୀୟ ଆୟ ହିସାବ କଲାବେଳେ ଅନ୍ତିମ ଦ୍ରବ୍ୟ ଓ ସେବାକୁ ଆୟ ପରିସରଭୁକ୍ତ କରିଥାଉ । ଅବଶ୍ୟ ବେଳେବେଳେ ଜାତୀୟ ଆୟ ଆକଳନ ସମୟରେ ଭୁଲ୍ କ୍ରମେ ଦ୍ଵୈତ ଗଣନା ହୋଇଯାଏ । ତେଣୁ ଅନ୍ତର୍ବର୍ତୀ ଦ୍ରବ୍ୟ ଓ ଅନ୍ତିମ ଦ୍ରବ୍ୟର ପାର୍ଥକ୍ୟ ଜାଣିବା ବିଧେୟ । ଉଦାହରଣସ୍ୱରୂପ, ତୁଳାକୁ ନିଆଯାଇପାରେ । ଏହା ଏକ କଞ୍ଚାମାଲ୍ । ଏଥୁରୁ ଆମେ ସୂତା ତିଆରି କରୁ । ସୂତା ଏକ ଅର୍ଥନିର୍ମିତ ଦ୍ରବ୍ୟ । ସୂତାକୁ ବ୍ୟବହାର କରି ଆମେ ପୋଷାକପତ୍ର ତିଆରି କରୁ ।

ତେଣୁ ସୂତା ଅନ୍ତର୍ବର୍ତୀ ଦ୍ରବ୍ୟ ଓ ପୋଷାକପତ୍ର ଅନ୍ତିମ ଦ୍ରବ୍ୟ ଅଟେ । ଗୋଟିଏ ପଲଙ୍କ ତିଆରି କରିବାପାଇଁ କାଠ କଞ୍ଚାମାଲ୍; କିନ୍ତୁ କଣ୍ଟା, ରଙ୍ଗ, ଅନ୍ୟାନ୍ୟ ସାମଗ୍ରୀ ନ ଲାଗିଲେ ପଲଙ୍କଟିଏ ହୋଇପାରିବ ନାହିଁ । ତେଣୁ କାଠ କଞ୍ଚାମାଲ୍, ଅନ୍ୟାନ୍ୟ ସାମଗ୍ରୀ ଅନ୍ତର୍ବର୍ତୀ ଦ୍ରବ୍ୟ ଓ ପଲଙ୍କ ଅନ୍ତିମ ଦ୍ରବ୍ୟ । ତେଣୁ କଞ୍ଚାମାଲ୍, ଅର୍ଥନିର୍ମିତ ଦ୍ରବ୍ୟଗୁଡ଼ିକୁ ଅନ୍ତର୍ବର୍ତୀ ଦ୍ରବ୍ୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ କେବଳ ଅନ୍ତିମ ଦ୍ରବ୍ୟର ମୂଲ୍ୟକୁ ବିଚାରକୁ ନିଆଯାଏ ।

10. ସମ୍ପଦ ଓ ମୁଦ୍ରା :
Answer:
ମୁଦ୍ରା ସମ୍ପଦ ନୁହେଁ । କୌଣସି ଦ୍ରବ୍ୟ ସମ୍ପଦ ପଦବାଚ୍ୟ ହୁଏ ଯେତେବେଳେ ଏହାର ଉପଯୋଗିତା, ସ୍ଵଳ୍ପତା, ହସ୍ତାନ୍ତର ଯୋଗ୍ୟତା ଓ ବାହ୍ୟତା ଥାଏ । ମୁଦ୍ରାଠାରେ ଉପଯୋଗିତା ବ୍ୟତୀତ ଆଉ ସମସ୍ତ ଲକ୍ଷଣ ପରିଲକ୍ଷିତ ହୁଏ । ମୁଦ୍ରାର ବିନିମୟ ମୂଲ୍ୟ ଅଛି, କିନ୍ତୁ ବ୍ୟାବହାରିକ ମୂଲ୍ୟ ନାହିଁ । ସିଧାସଳଖ ଭାବେ ଏହା ମନୁଷ୍ୟର ଅଭାବ ପୂରଣ କରିପାରି ନଥାଏ ।

ଆଜିକାଲି ଆମେ କାଗଜ ମୁଦ୍ରା ବ୍ୟବହାର କରୁଛେ । କାଗଜ ମୁଦ୍ରାର ବିନିମୟ ମୂଲ୍ୟ ଅଛି, କାରଣ ଟଙ୍କା ଦେଲେ ଆମେ ଦ୍ରବ୍ୟ ଓ ସେବା ପାଇପାରିବା । କିନ୍ତୁ ଏହାର ବ୍ୟାବହାରିକ ମୂଲ୍ୟ କିଛି ନାହିଁ ? ଅପରପକ୍ଷରେ ଆଗରୁ ପ୍ରଚଳନ ଥିବା ଧାତବ ମୁଦ୍ରାକୁ ତରଳାଇଲେ ଆମେ ଧାତୁ ପାଉ । ଯଦି ମୁଦ୍ରା ସୁନାରେ ତିଆରି ହୋଇଥାଏ, ତେବେ ଆମେ ସୁନା ପାଉ । ସୁନା କାମରେ ଲାଗେ । ଅଳଙ୍କାର ହୁଏ । ତରଳାଇବା ପରେ ତାହା ମୁଦ୍ରା ପଦବାଚ୍ୟ ହୋଇପାରିବ ନାହିଁ । ବର୍ତ୍ତମାନ ଅର୍ଥବ୍ୟବସ୍ଥାରେ ପୃଥ‌ିବୀର ସମସ୍ତ ଦେଶରେ ବ୍ୟାଙ୍କ ମୁଦ୍ରା ମୁଦ୍ରା ଯୋଗାଣର ଏକ ବିଶିଷ୍ଟ ଅଂଶ ।

ବ୍ୟାଙ୍କ ମୁଦ୍ରା କହିଲେ ବ୍ୟାଙ୍କ ଜମାକୁ ବୁଝାଏ । ଜମାକାରୀମାନେ ବ୍ୟାଙ୍କରେ ଏହି ମୁଦ୍ରା ଜମା କରିଥାଆନ୍ତି । ଏହି ମୁଦ୍ରା ବ୍ୟାଙ୍କ ପାଇଁ ଏକ ଋଣ । ଆମେ ଜାଣୁ ଯେ, ସମ୍ପଦ ଆକଳନ କଲାବେଳେ ଋଣକୁ ଅନ୍ତର କରାଯାଏ । ତେଣୁ ବ୍ୟାଙ୍କ ମୁଦ୍ରା ଏକ ଋଣାତ୍ମକ ମୁଦ୍ରା ଏହି ମୁଦ୍ରାର ବ୍ୟାବହାରିକ ମୂଲ୍ୟ ନାହିଁ । ଏହାକୁ ଅର୍ଥଶାସ୍ତ୍ରୀମାନେ ପ୍ରତିନିଧୂମୂଳକ ସମ୍ପଦ ବୋଲି କହିଥା’ନ୍ତି । ତେଣୁ ସମସ୍ତ ମୁଦ୍ରା ସମ୍ପଦ ନୁହେଁ । କେବଳ ଧାତବ ମୁଦ୍ରା ସମ୍ପଦ ପଦବାଚ୍ୟ ।

11. ସମ୍ପଦ ଓ ସମ୍ପଦ ସ୍ଵତ୍ଵ :
Answer:
ଗଚ୍ଛିତ ସମସ୍ତ ଅର୍ଥନୈତିକ ଦ୍ରବ୍ୟ ସମ୍ପଦ ଅଟେ । ଏହାଛଡ଼ା ବଣ୍ଡ, କମ୍ପାନୀମାନଙ୍କର ସେୟାର୍ ଇତ୍ୟାଦି ସମ୍ପଦ ସ୍ଵତ୍ଵ । ଏଗୁଡ଼ିକୁ ସମ୍ପତ୍ତି ବା ସମ୍ପତ୍ତିର ସ୍ଵତ୍ଵାତ୍‌କାର କୁହାଯାଇପାରେ । ଏଗୁଡ଼ିକ ନିଜେ ସମ୍ପଦ ନୁହଁନ୍ତି । ବଣ୍ଡ, ସେୟାରଗୁଡ଼ିକର ବିନିମୟ ମୂଲ୍ୟ ଥାଏ । କିନ୍ତୁ ବ୍ୟାବହାରିକ ମୂଲ୍ୟ ନଥାଏ । ଏଗୁଡ଼ିକର ପ୍ରତ୍ୟକ୍ଷ ଉପଯୋଗିତା ନଥାଏ – ତେଣୁ ସମ୍ପଦ ପଦବାଚ୍ୟ ନୁହେଁ । ଏହା ସମ୍ପଦର ସ୍ୱତ୍ୱାଧିକାର

12. ଆରାମଦାୟକ ଅଭାବ ଓ ବିଳାସଜନିତ ଅଭାବ :
Answer:
ଅନେକଗୁଡ଼ିଏ ସାମଗ୍ରୀ ଓ ସେବା ଜୀବନକୁ ସରସ ଓ ମଧୁମୟ କରେ । ଏହି ଦ୍ରବ୍ୟଗୁଡ଼ିକୁ ଆରାମଦାୟକ ଦ୍ରବ୍ୟ କୁହାଯାଏ । ବିଜୁଳି ପଙ୍ଖା, ଟେଲିଭିଜନ୍, ସୁସଜ୍ଜିତ ଗୃହ ଇତ୍ୟାଦି ଆରାମଦାୟକ ଦ୍ରବ୍ୟ । ଏହି ପ୍ରକାରର ଦ୍ରବ୍ୟ ଦକ୍ଷତା ବୃଦ୍ଧି ପାଇଁ ନିହାତି ଜରୁରୀ ନୁହେଁ । ଏହାର ଅଭାବରେ ଦକ୍ଷତା ହ୍ରାସ ପାଇପାରେ । ଦକ୍ଷତାରକ୍ଷକ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଓ ଆରାମଦାୟକ ଦ୍ରବ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ସ୍ପଷ୍ଟ ନୁହେଁ । ସେଗୁଡ଼ିକ ମଧ୍ୟରେ କେବଳ ମାତ୍ରାଗତ ପାର୍ଥକ୍ୟ ରହିଥାଏ ବୋଲି ମନେହୁଏ । ଏହି ଅଭାବ ପୂରଣ ପାଇଁ ଆର୍ଥିକ ସ୍ଵଚ୍ଛଳତା ରହିବା ଦରକାର ।

ବିଳାସ ଦ୍ରବ୍ୟ ଜୀବନଧାରଣ ପାଇଁ ଅଥବା କାର୍ଯ୍ୟଦକ୍ଷତା ରକ୍ଷା ବା ବୃଦ୍ଧି ପାଇଁ ଆବଶ୍ୟକ ନୁହେଁ । ଏହି ପ୍ରକାରର ଦ୍ରବ୍ୟ ସାମାଜିକ ପ୍ରତିଷ୍ଠା, ଅହଙ୍କାର ଓ ଆଭିଜାତ୍ୟ ପ୍ରଦର୍ଶନ ପାଇଁ ଉପଭୋଗ କରାଯାଇଥାଏ । ବିଦେଶରୁ ଆମଦାନି ହୋଇଥବା ଦାମୀ ସାମଗ୍ରୀ, ହୀରା ହାର, ବିରାଟ ଓ ସୁଦୃଶ୍ୟ ଅଟ୍ଟାଳିକା, ମୂଲ୍ୟବାନ୍ ଆସବାବପତ୍ର, ଦାସଦାସୀ ଇତ୍ୟାଦି ବିଳାସଜନିତ ଦ୍ରବ୍ୟର ଉଦାହରଣ । ଏଗୁଡ଼ିକ ଲୋକଦେଖାଣିଆ ଦ୍ରବ୍ୟ, ମାତ୍ର ଅନାବଶ୍ୟକ । ବଞ୍ଚିବାପାଇଁ ଏ ପ୍ରକାରର ଅଭାବ ନିରର୍ଥକ । ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ପାଇଁ କିଛି ଧନିକ ଶ୍ରେଣୀର ଲୋକ ବିଳାସ ଦ୍ରବ୍ୟର ଆଶ୍ରୟ ନେଇଥାଆନ୍ତି ।

13. ସମ୍ପଦ ଓ ଆୟ :
Answer:
ବିନିମୟ ମୂଲ୍ୟ ଥ‌ିବା ସମସ୍ତ ଗଚ୍ଛିତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ସମ୍ପଦର ଚାରୋଟି ବୈଶିଷ୍ଟ୍ୟ ଥାଏ, ଯାହା ପ୍ରଥମରୁ ଆଲୋଚନା କରାଯାଇଛି । ସମ୍ପଦ ଏକ ନିର୍ଦ୍ଦିଷ୍ଟ ସମୟର ଗଚ୍ଛିତ ଅର୍ଥନୈତିକ ଦ୍ରବ୍ୟ, କିନ୍ତୁ ଆୟ ଦ୍ରବ୍ୟ ଓ ସେବାର ପ୍ରବାହ । ତେଣୁ ଆମେ ସମ୍ପଦକୁ ଗଚ୍ଛିତ ଅର୍ଥରେ ଓ ଆୟକୁ ପ୍ରବାହ ଅର୍ଥରେ ବୁଝୁ । ଆୟର ଉତ୍ସ ସମ୍ପଦ ଅଟେ । ଏହି ମର୍ମରେ ଆମେ କେତୋଟି ଉଦାହରଣ ଦେଇପାରିବା । କୌଣସି ବ୍ୟକ୍ତିର କୋଠାଘର ସମ୍ପଦ । କୋଠାଘର ଭଡ଼ା ଲାଗିଲେ ଯେଉଁ ଭଡ଼ା ମିଳେ, ତାହା ତାଙ୍କର ଆୟ । ଜମି ସମ୍ପଦ । ଜମି ଚାଷକରି ଆମେ ଯାହା ପାଉ ତାହା ଆୟ । କୌଣସି ବ୍ୟକ୍ତିଙ୍କର ମୋଟରକାର୍ ତାଙ୍କର ସମ୍ପଦ । ମୋଟରଗାଡ଼ିଟିକୁ ଟାକ୍‌ସି ଭାବରେ ଭଡ଼ାରେ ଲଗାଇଲେ ଯାହା ଭଡ଼ା ମିଳେ, ତାହା ତାଙ୍କର ଆୟ । ତେଣୁ ଆୟ ସମ୍ପଦର ଉପଜ । ଆୟ ଅର୍ଥନୈତିକ ଦ୍ରବ୍ୟର ତୃପ୍ତି ପ୍ରବାହ । ବିଗତ ବର୍ଷମାନଙ୍କର ସଞ୍ଚ ଆୟକୁ ସମ୍ପଦ ଏବଂ ସମ୍ପଦରୁ ସୃଷ୍ଟ ଦ୍ରବ୍ୟ ଓ ସେବାର ପ୍ରବାହକୁ ଆୟ କୁହାଯାଏ । ସମ୍ପଦ ଓ ଆୟର ସମ୍ପର୍କ ନିରନ୍ତର ।

CHSE Odisha Class 12 Economics Chapter 3 Short Answer Questions in Odia Medium

14. ସମ୍ପଦ ଓ କଲ୍ୟାଣ :
Answer:
ବିନିମୟ ମୂଲ୍ୟ ଥ‌ିବା ସମସ୍ତ ଗଚ୍ଛିତ ଅର୍ଥନୈତିକ ଦ୍ରବ୍ୟକୁ ସମ୍ପଦ କୁହାଯାଏ । ଅପରପକ୍ଷରେ କଲ୍ୟାଣ ଏକ ଭାବନା, ଏକ ମାନସିକ ବ୍ୟବସ୍ଥା । ଏହା କେବଳ ଅନୁଭବଯୋଗ୍ୟ । ଏହା ପରିତୃପିର ପରିଭାଷା । କଲ୍ୟାଣ ବିଭିନ୍ନ ଉପାଦାନଦ୍ୱାରା ପ୍ରଭାବିତ ହୋଇଥାଏ । ଆମେ ଜାଣୁ ଯେ, ଅର୍ଥନୈତିକ ଦ୍ରବ୍ୟର ଅଭିବୃଦ୍ଧି ହେଲେ ସମ୍ପଦ ବୃଦ୍ଧି ହୋଇଥାଏ । ମାନବ କଲ୍ୟାଣ ଅନେକ ଉପାଦାନ ଉପରେ ନିର୍ଭର କରେ । ତନ୍ମଧ୍ୟରୁ ସମ୍ପଦ ଏକତମ । ସମ୍ପଦ କଲ୍ୟାଣପ୍ରାପ୍ତିର ଏକ ମାଧ୍ୟମ କିନ୍ତୁ ଏକକ ମାଧ୍ୟମ ନୁହେଁ । ଅଧ୍ବକ ଦ୍ରବ୍ୟ ଓ ସେବାର ଉତ୍ପାଦନ ଯେ ଅଧ‌ିକ କଲ୍ୟାଣପ୍ରାପ୍ତିର ସହାୟକ ହେବ ଏକଥା ସତ୍ୟ ନୁହେଁ । ନିଶାଦ୍ରବ୍ୟ, ଗୋଳାବାରୁଦ, ଯୁଦ୍ଧ ଉପକରଣ ଅଧିକ ଉତ୍ପାଦିତ ହେଲେ ସମ୍ପଦ ବୃଦ୍ଧି ପାଇବ; କିନ୍ତୁ କଲ୍ୟାଣ ନିମିତ୍ତ ବର୍ଷିତ ଉତ୍ପାଦନ ସହିତ ଜାତୀୟ ଆୟର ସୁଷମ ବଣ୍ଟନ ହେଲେ ସମାଜର ମଙ୍ଗଳ ହୁଏ ।

କାର୍ଯ୍ୟ ପରିବେଶ ଉନ୍ନତି, କାର୍ଯ୍ୟ-ଅବକାଶ ଅନୁପାତରେ ହ୍ରାସ, ନିରାପତ୍ତା ଇତ୍ୟାଦି ଅଧ୍ଵ କଲ୍ୟାଣ ପ୍ରଦାନ କରିଥାଏ । ଦ୍ରୁତ ଶିଳ୍ପାୟନଦ୍ୱାରା ଜଳ, ବାୟୁ ଇତ୍ୟାଦିର ପ୍ରଦୂଷଣ ଘଟୁଛି ଓ ଜଙ୍ଗଲ ନଷ୍ଟଦ୍ୱାରା ଜୀବମଣ୍ଡଳ ସୁରକ୍ଷିତ ନୁହେଁ । ଜୀବନଧାରଣର ସଙ୍କଟ ଉପୁଜୁଛି । ଏହାଦ୍ଵାରା ସାମୂହିକ କଲ୍ୟାଣ ହ୍ରାସ ପାଇବାରେ ଲାଗିଛି । କଲ୍ୟାଣ ପାଇଁ ସମ୍ପଦ ଆବଶ୍ୟକ, କିନ୍ତୁ, ସମ୍ପଦ କଲ୍ୟାଣର ଏକମାତ୍ର ନିର୍ଣ୍ଣାୟକ ନୁହେଁ ।

15. ସ୍ଥାୟୀ ଦ୍ରବ୍ୟ ଏବଂ ନାଶଶୀଳ ଦ୍ରବ୍ୟ :
Answer:
ଦ୍ରବ୍ୟର ପ୍ରକୃତି ଅନୁସାରେ କିଛି ଦ୍ରବ୍ୟ ସ୍ଥାୟୀ ଓ କିଛି ଦ୍ରବ୍ୟ ନାଶଶୀଳ । ସ୍ଥାୟୀ ଦ୍ରବ୍ୟକୁ ବାରମ୍ବାର ବ୍ୟବହାର କରାଯାଏ; କିନ୍ତୁ ଆଉକିଛି ଦ୍ରବ୍ୟ ଅଛି ଯେଉଁ ଦ୍ରବ୍ୟଗୁଡ଼ିକ ମାନବୀୟ ଅଭାବ ଥରେ ପୂରଣ କରିସାରିବା ପରେ ନଷ୍ଟ ହୋଇଯାଏ । ଅର୍ଥାତ୍ ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ନଷ୍ଟଶୀଳ । ନଷ୍ଟଶୀଳ ଦ୍ରବ୍ୟ ଓ ନାଶଶୀଳ ଦ୍ରବ୍ୟ ଏକ ନୁହେଁ । ନାଶଶୀଳ ଦ୍ରବ୍ୟକୁ ସାଧାରଣତଃ ଆମେମାନେ ପଚିଯାଉଥବା ଜିନିଷକୁ କହିଥାଉ । ନଷ୍ଟଶୀଳ ଦ୍ରବ୍ୟ ବହୁଦିନ ରହିପାରେ; ମାତ୍ର ଯେବେ ବ୍ୟବହାର ହେବ କେବଳ ଥରକ ପାଇଁ ବ୍ୟବହୃତ ହେବ । ନାଶଶୀଳ ଦ୍ରବ୍ୟକୁ ଆମେ ଅଧ‌ିକ ଦିନ ରଖୁରିବା ନାହିଁ । ଏହି ଦ୍ରବ୍ୟ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ମାନବୀୟ ଅଭାବ ଥରେ ମାତ୍ର ପୂରଣ କରନ୍ତି । ଏହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟବହାର ନ କଲେ ଏହା ବ୍ୟବହାରଯୋଗ୍ୟ ହୁଏ ନାହିଁ । ଦୁଧ, ପନିପରିବା, ପିଠା, ମିଠା ଇତ୍ୟାଦି ନାଶଶୀଳ ଦ୍ରବ୍ୟ । ସାଇକେଲ୍, ଟେଲିଭିଜନ୍, ଖଟ, ଚେୟାର, ବାସନକୁସନ, ଆଲମାରୀ, ମଟରଗାଡ଼ି ଇତ୍ୟାଦି ବାରମ୍ବାର ବ୍ୟବହାରଯୋଗ୍ୟ ସ୍ଥାୟୀ ଦ୍ରବ୍ୟ ଅଟନ୍ତି ।

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 8 ଆନ୍ତର୍ଜାତୀୟ ସଙ୍ଗଠନ Objective & Short Answer Questions.

CHSE Odisha 12th Class Political Science Chapter 8 Objective & Short Answer Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ୨୦୧୧ ମସିହା ସୁଦ୍ଧା ପୃଥ‌ିବୀର ନିମ୍ନୋକ୍ତ କେତୋଟି ଦେଶ ରାଷ୍ଟ୍ରସଂଘର ସଦସ୍ୟ ଅଛନ୍ତି ?
(i) ୧୮୫
(ii) ୧୮୩
(iii) ୧୯୦
(iv) ୧୯୩
Answer:
(iv) ୧୯୩

୨ । ସଂଯୁକ୍ତ ରାଷ୍ଟ୍ରସଂଘକୁ କେଉଁ ବର୍ଷ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା ?
(i) ୧୯୮୮
(ii) ୧୯୯୧
(iii) ୧୯୯୨
(iv) ୧୯୯୮
Answer:
(i) ୧୯୮୮

୩ । ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧ‌ିବେଶନ ନିମ୍ନୋକ୍ତ କେଉଁ ମସିହାରେ ବସିଥିଲା ?
(i) ୧୯୪୫
(ii) ୧୯୪୬
(iii) ୧୯୪୭
(iv) ୧୯୪୮
Answer:
(ii) ୧୯୪୬

୪ । ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧୂବେଶନ ନିମ୍ନୋକ୍ତ କେଉଁଠାରେ ବସିଥିଲା ?
(i) ନିଡୟର୍କ
(ii) ଲଣ୍ଡନ
(iii) ପ୍ୟାରିସ୍
(iv) ୱାଶିଂଟନ୍
Answer:
(ii) ଲଣ୍ଡନ

୫। ସଂଯୁକ୍ତ ରାଷ୍ଟ୍ରସଂଘର ତୃତୀୟ ଧାରା ଅନୁସାରେ ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ ରାଷ୍ଟ୍ରକୁ ମୁଖ୍ୟତଃ କେତୋଟି ଶ୍ରେଣୀରେ ବିଭକ୍ତ କରାଯାଇଛି ?
(i) ୨ଟି
(ii) ୩ଟି
(iii) ୪ଟି
(iv) ୫ଟି
Answer:
(i) ୨ଟି

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୬ । ପ୍ରତ୍ୟେକ ସଦସ୍ୟ-ରାଷ୍ଟ୍ର ସାଧାରଣ ସଭାକୁ ନିମ୍ନୋକ୍ତ କେତେଜଣ ଲେଖାଏଁ ପ୍ରତିନିଧ୍ଵ ପଠାଇଥାଆନ୍ତି ?
(i) ୪ ଜଣ
(ii) ୫ ଜଣ
(iii) ୬ ଜଣ
(iv) ୭ ଜଣ
Answer:
(ii) ୫ ଜଣ

୭ । ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟ ସଂଖ୍ୟା କେତେ ?
(i) ୫୦
(ii) ୫୨
(iii) ୫୪
(iv) ୫୬
Answer:
(iii) ୫୪

୮ । ଆନ୍ତର୍ଜାତିକ ନ୍ୟାୟାଳୟର ନିମ୍ନୋକ୍ତ କେତେଜଣ ବିଚାରପତିଙ୍କୁ ନେଇ ‘କୋରମ୍’ ଗଠିତ ହୁଏ ?
(i) ୭ ଜଣ
(ii) ୬ ଜଣ
(iii) ୮ ଜଣ
(iv) ୯ ଜଣ
Answer:
(iv) ୯ ଜଣ

୯ । ଆନ୍ତର୍ଜାତିକ ନ୍ୟାୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ କେତେ ବର୍ଷ ?
(i) ୧ ବର୍ଷ
(ii) ୨ ବର୍ଷ
(iii) ୩ ବର୍ଷ
(iv) ୪ ବର୍ଷ
Answer:
(iii) ୩ ବର୍ଷ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୦ । ୟୁନିସେଫ୍ ସଂସ୍ଥା ନିମ୍ନୋକ୍ତ କେବେ ଗଠିତ ହୋଇଥିଲା ?
(i) ୧୯୪୫
(ii) ୧୯୪୬
(iii) ୧୯୪୭
(iv) ୧୯୪୮
Answer:
(ii) ୧୯୪୬

୧୧ । କେବେ ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ଘଟିଥିଲା ?
(i) ୧୯୪୨ ମସିହା
(ii) ୧୯୪୩ ମସିହା
(iii) ୧୯୪୫ ମସିହା
(iv) ୧୯୪୬ ମସିହା
Answer:
(iii) ୧୯୪୫ ମସିହା

୧୨ । ଫ୍ରାଙ୍କ୍‌ଲିନ୍‌ ରୁଡ୍‌ଭେଲ୍‌ କେଉଁ ଦେଶର ରାଷ୍ଟ୍ରପତି ଥିଲେ ?
(i) ଜାପାନ
(ii) ଜର୍ମାନୀ
(iii) ଆମେରିକା
(iv) ଇରାକ୍
Answer:
(iii) ଆମେରିକା

୧୩ । ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍ କେଉଁ ଦେଶର ପ୍ରଧାନମନ୍ତ୍ରୀ ଥିଲେ ?
(i) ଜର୍ମାନୀ
(ii) ବ୍ରିଟେନ୍
(iii) ରୁଷିଆ
(iv) ଇରାନ୍
Answer:
(ii) ବ୍ରିଟେନ୍

୧୪ । ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଆଠଦଫା ସମ୍ବଳିତ ଆଟ୍‌ଲାଣ୍ଟିକ୍ ସନନ୍ଦ କେବେ ଜାରି କରାଯାଇଥିଲା ?
(i) ୧୯୪୧ ମସିହା ଜୁନ୍ ୨ ତାରିଖ
(ii) ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ
(iii) ୧୯୪୨ ମସିହା ଜୁଲାଇ ୧୬ ତାରିଖ
(iv) ୧୯୪୩ ମସିହା ସେପ୍ଟେମ୍ବର ୧୧ ତାରିଖ
Answer:
(ii) ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ

୧୫ । ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ କେଉଁ ବର୍ଷ ଅନୁଷ୍ଠିତ ହୋଇଥିଲା ?
(i) ୧୯୪୨
(ii) ୧୯୪୩
(iii) ୧୯୪୫
(iv) ୧୯୪୬
Answer:
(iii) ୧୯୪୫

୧୬ । କେଉଁ ସମ୍ମିଳନୀ ଥିଲା ବିଶ୍ବ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଚୂଡ଼ାନ୍ତ ପଦକ୍ଷେପ ?
(i) ଭସାଇ
(ii) ୟାଲ୍‌
(iii) ସାନ୍‌ଫ୍ରାନ୍‌ସିସ୍‌କୋ
(iv) ଡମ୍ବାରଟନ୍‌ ଓକ୍
Answer:
(iii) ସାନ୍‌ଫ୍ରାନ୍‌ସିସ୍‌କୋ

୧୭ । ସାଫ୍ରାନ୍ସିସ୍କୋ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ରର ପ୍ରତିନିଧ୍ଵ ଯୋଗ ଦେଇଥିଲେ ?
(i) ୪୫
(ii) ୪୬
(iii) ୪୮
(iv) ୫୧
Answer:
(iv) ୫୧

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୮ । କେବେ ସଂଯୁକ୍ତ ରାଷ୍ଟ୍ରସଂଘ ଜନ୍ମ ନେଇଥିଲା ?
(i) ୧୯୪୧ ମସିହା ଅଗଷ୍ଟ ୬ ତାରିଖ
(ii) ୧୯୪୨ ମସିହା ଜୁନ୍ ୮ ତାରିଖ
(iii) ୧୯୪୪ ମସିହା ଜୁଲାଇ ୧୪ ତାରିଖ
(iv) ୧୯୪୫ ମସିହା ଅକ୍ଟୋବର ୨୪ ତାରିଖ
Answer:
(iv) ୧୯୪୫ ମସିହା ଅକ୍ଟୋବର ୨୪ ତାରିଖ

୧୯ । କେଉଁ ଦିନଟିକୁ ପ୍ରତିବର୍ଷ ‘ସଂଯୁକ୍ତ ରାଷ୍ଟ୍ରସଂଘ ଦିବସ’ ରୂପେ ପାଳନ କରାଯାଉଅଛି ?
(i) ଜୁନ୍ ୧୫ ତାରିଖ
(ii) ଜୁଲାଇ ୨୬ ତାରିଖ
(iii) ଅଗଷ୍ଟ ୧୨ ତାରିଖ
(iv) ଅକ୍ଟୋବର ୨୪ ତାରିଖ
Answer:
(iv) ଅକ୍ଟୋବର ୨୪ ତାରିଖ’

୨୦ । ସଂଯୁକ୍ତ ରାଷ୍ଟ୍ରସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ସାନ୍‌ଫ୍ରାନ୍‌ସିସ୍କୋ
(ii) ପ୍ୟାରିସ୍
(iii) ଲଣ୍ଡନ
(iv) ନିଉୟର୍କ
Answer:
(iv) ନିଉୟର୍କ

୨୧ । ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ସର୍ବମୋଟ କେତୋଟି ଧାରା ରହିଛି ?
(i) ୧୧୧
(ii) ୧୧୩
(iii) ୧୨୨
(iv) ୧୩୨
Answer:
(i) ୧୧୧

୨୨ । ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ କେତେଗୋଟି ଭାଷାରେ ଲିଖୁ ?
(i) ଦୁଇ
(ii) ତିନି
(iii) ଚାରି
(iv) ପାଞ୍ଚ
Answer:
(iv) ପାଞ୍ଚ

୨୩ ! ନିମ୍ନୋକ୍ତ କେଉଁ ମସିହାରେ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଥମ ଅଧ୍ବବେଶନ ବସିଥିଲା ?
(i) ୧୯୪୩ ମସିହା ଜାନୁୟାରୀ ୨୪ ତାରିଖ
(ii) ୧୯୪୫ ମସିହା ଫେବୃୟାରୀ ୨୧ ତାରିଖ
(iii) ୧୯୪୬ ମସିହା ଜୁନ୍ ୧୦ ତାରିଖ
(iv) ୧୯୪୭ ମସିହା ସେପ୍ଟେମ୍ବର ୧୮ ତାରିଖ
Answer:
(iii) ୧୯୪୬ ମସିହା ଜୁନ୍ ୧୦ ତାରିଖ

୨୪ । ସଂଯୁକ୍ତ ରାଷ୍ଟ୍ରସଂଘରେ କେତେଗୋଟି ରାଷ୍ଟ୍ର ମୂଳ ସଦସ୍ୟ ଭାବେ ପରିଚିତ ?
(i) ୪୮
(ii) ୫୧
(iii) ୫୩
(iv) ୫୫
Answer:
(ii) ୫୧

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୨୫ । ସଂଯୁକ୍ତ ରାଷ୍ଟ୍ରସଂଘର ନିମ୍ନୋକ୍ତ କେଉଁ ଅଙ୍ଗଟିକୁ ପୃଥ‌ିବୀର ପଞ୍ଚାୟତର ଆଖ୍ୟା ମିଳିଛି ?
(i) ସାଧାରଣ ସଭା
(ii) ନିରାପତ୍ତା ପରିଷଦ
(iii) ନ୍ୟାସ ପରିଷଦ
(iv) ଆନ୍ତର୍ଜାତିକ ନ୍ୟାୟାଳୟ
Answer:
(i) ସାଧାରଣ ସଭା

୨୬ | ସାଧାରଣ ସଭାର ଅଧ‌ିବେଶନ ବର୍ଷକୁ କେତେଥର ବସେ ?-
(i) ଥରେ
(ii) ଦୁଇଥର
(iii) ତିନିଥର
(iv) ପାଞ୍ଚଥର
Answer:
(i) ଥରେ

୨୭ । ସାଧାରଣ ସଭାର ସଭାପତି କେତେବର୍ଷ ପାଇଁ ସଦସ୍ୟ ରାଷ୍ଟ୍ରର ପ୍ରତିନିଧୁମାନଙ୍କଦ୍ୱାରା ନିର୍ବାଚିତ ହୋଇଥା’ନ୍ତି ?
(i) ଏକବର୍ଷ
(ii) ଦୁଇବର୍ଷ
(iii) ତିନିବର୍ଷ
(iv) ଚାରିବର୍ଷ
Answer:
(i) ଏକବର୍ଷ

୨୮ । ନ୍ୟାସ ପରିଷଦର କାର୍ଯ୍ୟକୁ କିଏ ତଦାରଖ କରିଥାଏ ?
(i) ସାଧାରଣ ସଭା
(ii) ନିରାପତ୍ତା ପରିଷଦ
(iii) ଆନ୍ତର୍ଜାତିକ ନ୍ୟାୟାଳୟ
(iv) ସଚିବାଳୟ
Answer:
(i) ସାଧାରଣ ସଭା

୨୯। ନ୍ୟାସ ପରିଷଦର ବୈଠକ ପ୍ରତିବର୍ଷ କେତେ ଥର ବସେ ?
(i) ଥରେ
(ii) ଦୁଇ ଥର
(iii) ତିନି ଥର
(iv) ଛଅ ଥର
Answer:
(ii) ଦୁଇ ଥର

୩୦ । ସନନ୍ଦର ଧାରା ୨୩ ଅନୁସାରେ ୧୯୬୬ ଜାନୁଆରୀ ୧ ତାରିଖଠାରୁ ନିରାପତ୍ତା ପରିଷଦରେ ସର୍ବମୋଟ କେତେଗୋଟି ରାଷ୍ଟ୍ର ସଦସ୍ୟ ରହିଛନ୍ତି ?
(i) ୧୦ ଗୋଟି
(ii) ୧୩ ଗୋଟି
(iii) ୧୪ ଗୋଟି
(iv) ୧୫ ଗୋଟି
Answer:
(iv) ୧୫ ଗୋଟି

୩୧ । ନିରାପତ୍ତା ପରିଷଦରେ କେତେଗୋଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ଅଟନ୍ତି ?
(i) ୨ଗୋଟି
(ii) ୩ ଗୋଟି
(iii) ୫ ଗୋଟି
(iv) ୬ ଗୋଟି
Answer:
(iii) ୫ ଗୋଟି

୩୨ । ନିରାପତ୍ତା ପରିଷଦରେ କେତେଗୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଅଟନ୍ତି ?
(i) ୬ ଗୋଟି
(ii) ୮ ଗୋଟି
(iii) ୯ ଗୋଟି
(iv) ୧୦ ଗୋଟି
Answer:
(iv) ୧୦ ଗୋଟି

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୩୩ | ନିରାପତ୍ତା ପରିଷଦରେ ଥ‌ିବା ଦଶଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର କେତେବର୍ଷ ପାଇଁ ସାଧାରଣସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ? କିମ୍ବା, ନିରାପତ୍ତା ପରିଷଦର ଅସ୍ଥାୟୀ ସଦସ୍ୟମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ଏକବର୍ଷ
(ii) ଦୁଇବର୍ଷ
(iii) ପାଞ୍ଚବର୍ଷ
(iv) ସାତବର୍ଷ
Answer:
(ii) ଦୁଇବର୍ଷ

୩୪ । ଆନ୍ତର୍ଜାତିକ ନ୍ୟାୟାଳୟରେ କେତେଜଣ ବିଚାରପତି ଅଛନ୍ତି ?
(i) ୧୦ ଜଣ
(ii) ୧୨ ଜଣ
(iii) ୧୩ ଜଣ
(iv) ୧୫ ଜଣ
Answer:
(iv) ୧୫ ଜଣ

୩୫ । କାହାର ସୁପାରିସକ୍ରମେ ସାଧାରଣ ସଭାଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନେ ନିର୍ବାଚିତ ହୋଇଥ’ନ୍ତି ?
(i) ସାଧାରଣ ସଭା
(ii) ଅର୍ଥନୈତିକ ଓ ସାମାଜିକ ପରିଷଦ
(iii) ନିରାପତ୍ତା ପରିଷଦ
(iv) ସଚିବାଳୟ
Answer:
(iii) ନିରାପତ୍ତା ପରିଷଦ

୩୬ । ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନଙ୍କର କାର୍ଯ୍ୟକାଳ କେତେ ବର୍ଷ ?
(i) ପାଞ୍ଚ ବର୍ଷ
(ii) ନଅ ବର୍ଷ
(iii) ଏଗାର ବର୍ଷ
(iv) ତେର ବର୍ଷ
Answer:
(ii) ନଅ ବର୍ଷ

୩୭ । ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ନିଉୟର୍କ
(ii) ଲଣ୍ଡନ
(iii) ଦି ହେଗ୍
(iv) ସାଫ୍ରାନ୍‌ସିସ୍କୋ
Answer:
(iii) ଦି ହେଗ୍

୩୮ । କାହାର ଅନୁମୋଦନକ୍ରମେ ସାଧାରଣ ସଭାଦ୍ବାରା ସଚିବାଳୟର ମହାସଚିବ ନିଯୁକ୍ତ ହୋଇଥା’ନ୍ତି ?
(i) ନିରାପତ୍ତା ପରିଷଦ
(ii) ନ୍ୟାସ ପରିଷଦ
(iii) ଆନ୍ତର୍ଜାତିକ ନ୍ୟାୟାଳୟ
(iv) ସଚିବାଳୟ
Answer:
(i) ନିରାପତ୍ତା ପରିଷଦ

୩୯ । ମହାସଚିବ କେତେବର୍ଷ ପାଇଁ ନିଯୁକ୍ତ ହୋଇଥା’ନ୍ତି ?
(i) ୪ ବର୍ଷ
(ii) ୫ ବର୍ଷ
(iii) ୬ ବର୍ଷ
(iv) ୭ ବର୍ଷ
Answer:
(ii) ୫ ବର୍ଷ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୪୦ । ନିରକ୍ଷରତା ଦୂରୀକରଣ, ଶିକ୍ଷକ ଓ ବୈଜ୍ଞାନିକମାନଙ୍କୁ ଉନ୍ନତମାନର ତାଲିମ ପ୍ରଦାନ, ଦେଶ ଦେଶ ମଧ୍ୟରେ ସାଂସ୍କୃତିକ ସହଯୋଗ ସ୍ଥାପନ ଇତ୍ୟାଦି କାର୍ଯ୍ୟକ୍ରମର ଦାୟିତ୍ଵ କେଉଁ ସଙ୍ଗଠନ ହାତରେ ନ୍ୟସ୍ତ ?
(i) ଖାଦ୍ୟ ଓ କୃଷି ସଙ୍ଗଠନ
(ii) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ
(iii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ
(iv) ସଂଯୁକ୍ତ ରାଷ୍ଟ୍ରସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ
Answer:
(iv) ସଂଯୁକ୍ତ ରାଷ୍ଟ୍ରସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ

୪୧ । ବିଶ୍ଵବ୍ୟାପୀ ବିଭିନ୍ନ ରୋଗର ନିରାକରଣ ଲାଗି ସର୍ବଦା କେଉଁ ସଂସ୍ଥାଟି କାର୍ଯ୍ୟରତ ?
(i) ଖାଦ୍ୟ ଓ କୃଷି ସଙ୍ଗଠନ
(ii) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ
(iii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ
(iv) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ
Answer:
(iii) ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନ

୪୨ । ଶ୍ରମିକମାନଙ୍କ ମଙ୍ଗଳ ପାଇଁ କେଉଁ ସଂସ୍ଥାଟି କାର୍ଯ୍ୟକରି ଆସୁଅଛି ?
(i) ସଂଯୁକ୍ତ ରାଷ୍ଟ୍ରସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଙ୍ଗଠନ
(ii) ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ
(iii) ଆନ୍ତର୍ଜାତିକ ବ୍ୟାପାର ସଙ୍ଗଠନ
(iv) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ
Answer:
(iv) ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ

୪୩ । ଖାଦ୍ୟ ଓ କୃଷି ସଙ୍ଗଠନ କେବେ ଗଠିତ ହୋଇଥିଲା ?
(i) ୧୯୪୦
(ii) ୧୯୪୧
(iii) ୧୯୪୪
(iv) ୧୯୪୫
Answer:
(iv) ୧୯୪୫

୪୪ । ୟୁନିସେଫ୍ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ଦି ହେଗ୍
(ii) ଲଣ୍ଡନ
(iii) ନିଉୟର୍କ
(iv) ସାନ୍‌ଫ୍ରାନ୍‌ସିସ୍କୋ
Answer:
(iii) ନିଉୟର୍କ

୪୫ । ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
(i) ପ୍ୟାରିସ୍
(ii) ରୋମ୍
(iii) ୱାଶିଂଟନ୍
(iv) କଲମ୍ବୋ
Answer:
(iii) ୱାଶିଂଟନ୍‌

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

B. ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଦିଅ ।

୧। ଦ୍ଵିତୀୟ ବିଶ୍ଵଯୁଦ୍ଧ ଚାଲୁଥ‌ିବା ସମୟରେ ମିତ୍ରଶକ୍ତିର ରାଷ୍ଟ୍ରମୁଖ୍ୟମାନଙ୍କର ପ୍ରଧାନ ଉଦ୍ଦେଶ୍ୟ କ’ଣ ଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧ ଚାଲୁଥ‌ିବା ସମୟରେ ମିତ୍ରଶକ୍ତିର ରାଷ୍ଟ୍ରମୁଖ୍ୟମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ଆନ୍ତର୍ଜାତିକ ସ୍ତରରେ ଶାନ୍ତି ପ୍ରତିଷ୍ଠା କରିବା ଓ ନିରାପତ୍ତା ରକ୍ଷା କରିବାପାଇଁ ଏକ ବିଶ୍ବସ୍ତରୀୟ ସଂଗଠନ ପ୍ରତିଷ୍ଠା କରିବା ।

୨। କେଉଁ ଦୁଇଜଣ ରାଷ୍ଟ୍ରମୁଖ୍ୟ, କେଉଁଠାରେ ମିଳିତ ହୋଇ ଓ କେବେ ‘ଆଟ୍‌ଲାଷ୍ଟିକ ସନନ୍ଦ’ ଜାରି କରିଥିଲେ ?
Answer:
ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍ ରୁଡ୍‌ଲଟ୍‌ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଚର୍ଚ୍ଚିଲ୍ ଉତ୍ତର ଆଟ୍‌ଲାଣ୍ଟିକ ମହାସାଗରରେ ଥିବା ଏକ ଯୁଦ୍ଧ ଜାହାଜରେ ମିଳିତ ହୋଇ ୧୯୪୧ ମସିହା ଅଗଷ୍ଟ ମାସ ୧୪ ତାରିଖ ଦିନ ଆଟ୍‌ଲାଣ୍ଟିକ୍ ସନନ୍ଦ ଜାରି କରିଥିଲେ ।

୩। ଦ୍ଵିତୀୟ ବିଶୁଯୁଦ୍ଧ ପରେ କେଉଁ ତିନୋଟି ରାଷ୍ଟ୍ର ଓ କାହିଁକି ବିଶ୍ୱଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ଅନୁଭବ କରିଥିଲେ ?
Answer:
ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍ ଓ ସୋଭିଏତ୍ ରୁଷ୍ ରାଷ୍ଟ୍ରତ୍ରୟ ବିଶ୍ଵଯୁଦ୍ଧରେ ଘଟିଥିବା ମୃତାହତଙ୍କ ସଂଖ୍ୟା, ବ୍ୟାପକ କ୍ଷୟକ୍ଷତି, ପରମାଣୁ ଶକ୍ତିର ବିଭୀଷିକାକୁ ଉପଲବ୍‌ଧ କରି ବିଶ୍ୱଶାନ୍ତି ପ୍ରତିଷ୍ଠାର ଆବଶ୍ୟକତା ଅନୁଭବ କରିଥିଲେ ।

୪। ସଂଯୁକ୍ତ ରାଷ୍ଟ୍ରସଂଘରେ କେଉଁ ରାଷ୍ଟ୍ରମାନଙ୍କୁ ଓ କିପରି ନୂତନ ସଦସ୍ୟ ରୂପେ ଗ୍ରହଣ କରାଯାଇପାରିବ ?
Answer:
ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ, ସନନ୍ଦର ବ୍ୟବସ୍ଥାକୁ ମାନି ଚଳିବାକୁ ପ୍ରତିଶ୍ରୁତିବଦ୍ଧ ରାଷ୍ଟ୍ରମାନଙ୍କୁ ‘ସାଧାରଣ ସଭା’ର ଅନୁମତି ମିଳିବା ପରେ ସଂଯୁକ୍ତ ରାଷ୍ଟ୍ରସଂଘର ନୂତନ ସଦସ୍ୟ ରୂପେ ଗ୍ରହଣ କରାଯାଇପାରିବ ।

୫। ସଂଯୁକ୍ତ ରାଷ୍ଟ୍ରସଂଘର କୌଣସି ରାଷ୍ଟ୍ରକୁ କେଉଁ ପଦ୍ଧତିରେ ବହିଷ୍କାର କରାଯାଇପାରିବ ?
Answer:
ନିରାପତ୍ତା ପରିଷଦର ଅନୁମୋଦନକ୍ରମେ ସନନ୍ଦର ବ୍ୟବସ୍ଥାକୁ ବାରମ୍ବାର ଭଙ୍ଗ କରୁଥିବା ଯେକୌଣସି ରାଷ୍ଟ୍ରକୁ ‘ସାଧାରଣ ସଭା’ ସଂଯୁକ୍ତ ରାଷ୍ଟ୍ରସଂଘର ସଦସ୍ୟପଦରୁ ବହିଷ୍କାର କରିପାରନ୍ତି ।

୬ | ସାଧାରଣ ସଭାର ସଭାପତି କିପରି ନିର୍ବାଚିତ ହୁଅନ୍ତି ?
Answer:
ସଦସ୍ୟ-ରାଷ୍ଟ୍ରମାନଙ୍କର ପ୍ରତିନିଧୁମାନଙ୍କଦ୍ଵାରା ନିର୍ବାଚିତ ହୁଅନ୍ତି ।

୭। ଆନ୍ତର୍ଜାତିକ ନ୍ୟାୟାଳୟର କେତୋଟି କ୍ଷେତ୍ରାତ୍‌କାର ରହିଛି ?
Answer:
ଆନ୍ତର୍ଜାତିକ ନ୍ୟାୟାଳୟର କ୍ଷେତ୍ରାଧିକାର ଦୁଇ ପ୍ରକାରର; ଯଥା –

  • ବାଧ୍ୟତାମୂଳକ ଓ
  • ଇଚ୍ଛାଧୀନ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ |

୧। ସଂଯୁକ୍ତ ରାଷ୍ଟ୍ରସଂଘର ଧାରା ଓ ଅଧ୍ୟାୟ ବିଷୟରେ ସଂକ୍ଷେପରେ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ସର୍ବମୋଟ ୧୦,୦୦୦ ଶବ୍ଦ ସମ୍ବଳିତ ।
  • ଏହି ସନନ୍ଦ ୧୧୧ ଟି ଧାରା ଓ ଏହା ୧୯ଟି ଅଧ୍ୟାୟରେ ବିଭକ୍ତ ହୋଇଛି ।

୨। କେତୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ମୂଳ ସଦସ୍ୟ ରାଷ୍ଟ୍ର ହେବାର ସୌଭାଗ୍ୟ ଲାଭ କରିଥିଲେ ଓ କିପରି ?
Answer:

  • ୫୧ ଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ମୂଳ ସଦସ୍ୟ’ ହେବାର ସୌଭାଗ୍ୟ ଲାଭ କରିଥିଲେ ।
  • ଏହି ରାଷ୍ଟ୍ରଗୁଡ଼ିକ ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀରେ ଯୋଗଦାନ କରି ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦରେ ପ୍ରଥମେ ସ୍ବାକ୍ଷର ପ୍ରଦାନ କରିଥିବାରୁ ସେହି ରାଷ୍ଟ୍ରଗୁଡ଼ିକୁ ‘ମୂଳ ସଦସ୍ୟ ରାଷ୍ଟ୍ର’ କୁହାଯାଉଛି ।

୩। ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ସାଧାରଣ ସଭାକୁ କାହିଁକି ‘ପୃଥ‌ିବୀର ପଞ୍ଚାୟତ’ ଆଖ୍ୟା ଦିଆଯାଇଛି ?
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ଅଙ୍ଗ ମଧ୍ୟରୁ ସାଧାରଣ ସଭା ଅନ୍ୟତମ ।
  • ସାଧାରଣ ସଭାକୁ ‘ପୃଥ‌ିବୀର ପଞ୍ଚାୟତ’ର ଆଖ୍ୟା ମିଳିଛି କାରଣ ଏହି ସଭାରେ ସଂଯୁକ୍ତ ରାଷ୍ଟ୍ରସଂଘର ସମସ୍ତ ସଦସ୍ୟ-ରାଷ୍ଟ୍ରର ପ୍ରତିନିଧୂମାନେ ଆଲୋଚନା ଓ ବିତର୍କ ମାଧ୍ୟମରେ ବିଭିନ୍ନ ଆନ୍ତର୍ଜାତିକ ସମସ୍ୟାର ସମାଧାନ କରିଥାଆନ୍ତି ।

୪। ସାଧାରଣ ସଭାର ଆଲୋଚନା ବା ବିତର୍କମୂଳକ କାର୍ଯ୍ୟ କ’ଣ ?
Answer:
ସାଧାରଣ ସଭାର ଆଲୋଚନା ବା ବିତର୍କମୂଳକ କାର୍ଯ୍ୟ ମାଧ୍ୟମରେ ସାଧାରଣ ସଭାର ସଂଯୁକ୍ତ ରାଷ୍ଟ୍ରସଂଘ ପରିସରଭୁକ୍ତ ସମସ୍ତ ବିଷୟ ଉପରେ ବିତର୍କ ବା ଆଲୋଚନା କରାଯାଇଥାଏ । ପାଲେଷ୍ଟାଇନ୍, ଭାରତ-ପାକିସ୍ତାନ ବିବାଦ, ଆଫ୍ରିକାର ବର୍ଣ୍ଣବୈଷମ୍ୟ ଇତ୍ୟାଦି ସମସ୍ୟାଗୁଡ଼ିକ ସାଧାରଣ ସଭାରେ ଆଲୋଚିତ ହୋଇଛି ।

୫। ସଚିବାଳୟର ମହାସଚିବ ହେବାପାଇଁ ଜଣେ ଲୋକର କେଉଁସବୁ ଯୋଗ୍ୟତା ଥ‌ିବା ଦରକାର ?
Answer:

  • ସାଧାରଣ ସଭା ଓ ନିରାପତ୍ତା ପରିଷଦଦ୍ଵାରା ଗ୍ରହଣଯୋଗ୍ୟ ଜଣେ ବ୍ୟକ୍ତି ମହାସଚିବ ହେବା ବାଞ୍ଛନୀୟ ।
  • ସେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ଓ ସୁପ୍ରଶାସକ ହୋଇଥିବା ଆବଶ୍ୟକ ।

୬। ‘ମାନବାଧ୍ୟାକାର ଦିବସ’ କେଉଁ ଦିନ ପାଳନ କରାଯାଏ ?
Answer:
ପ୍ରତିବର୍ଷ ଡିସେମ୍ବର ମାସ ୧୦ ତାରିଖ ଦିନ ବିଶ୍ଵ ମାନବାଧ୍ଵର ଦିବସ ପାଳନ କରାଯାଏ ।

୭ । ନ୍ୟାସ ପରିଷଦର ଗଠନ ଆଲୋଚନା କର ।
Answer:
ନ୍ୟାସ ପରିଷଦରେ ନିରାପତ୍ତା ପରିଷଦର ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ବ୍ୟତୀତ ଅନ୍ୟ ସଦସ୍ୟମାନେ ପ୍ରତି ତିନି ବର୍ଷ ପାଇଁ ‘ସାଧାରଣ ସଭାଦ୍ଵାରା ନିର୍ବାଚିତ ହୋଇଥା’ନ୍ତି ।

୮ | କେତେଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିଲେ ?
Answer:
୫୧ ଗୋଟି ରାଷ୍ଟ୍ର ସଂଯୁକ୍ତ ରାଷ୍ଟ୍ରସଂଘର ‘ସନନ୍ଦ’ରେ ପ୍ରଥମେ ସ୍ଵାକ୍ଷର ପ୍ରଦାନ କରିଥିଲେ ।

୯ । ‘ଭିଟୋ’ କହିଲେ କ’ଣ ବୁଝ ?
Answer:
ଯେତେବେଳେ କୌଣସି ବିଷୟବସ୍ତୁ ସମ୍ପର୍କିତ ସମସ୍ୟା ନିରାପତ୍ତା ପରିଷଦର ନିଷ୍ପତ୍ତି ପାଇଁ ବିଚାରକୁ ଆସେ, ସେତେବେଳେ ପାଞ୍ଚଜଣ ସ୍ଥାୟୀ ସଦସ୍ୟଙ୍କ ସମେତ ନଅଜଣ ସଦସ୍ୟଙ୍କ ସମର୍ଥନ ନିଶ୍ଚିତ ଭାବେ ଆବଶ୍ୟକ । ଯଦି ଜଣେ କେହି ସ୍ଥାୟୀ ସଦସ୍ୟ ପ୍ରସ୍ତାବ ସପକ୍ଷରେ ଭୋଟ ନ ଦିଅନ୍ତି, ତେବେ ସେ କ୍ଷେତ୍ରରେ ‘ଭିଟୋ’ ପ୍ରୟୋଗ ହୋଇଥାଏ ।

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୦ । ସଂଯୁକ୍ତ ରାଷ୍ଟ୍ରସଂଘର ‘ମହାସଚିବ’ କିପରି ନିଯୁକ୍ତ ହୁଅନ୍ତି ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ମହାସଚିବ ନିରାପତ୍ତା ପରିଷଦର ଅନୁମୋଦନ କ୍ରମେ ସାଧାରଣ ସଭାଦ୍ଵାରା ପାଞ୍ଚବର୍ଷ ପାଇଁ ନିଯୁକ୍ତ ହୁଅନ୍ତି ।

୧୧ । ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ କେଉଁ ଦିନ ପାଳିତ ହୁଏ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ଜନ୍ମଦିନ ପ୍ରତିବର୍ଷ ଅକ୍ଟୋବର ମାସ ୨୪ ତାରିଖ ଦିନ ପାଳିତ ହୁଏ ।

୧୨ । ସାଧାରଣ ସଭାର ପ୍ରଥମ ବୈଠକ କେଉଁଠାରେ ଓ କେବେ ବସିଥିଲା ?
Answer:
ସାଧାରଣ ସଭାର ପ୍ରଥମ ବୈଠକ ଲଣ୍ଡନରେ ୧୯୪୬ ମସିହା ଜୁନ୍ ମାସ ୧୦ ତାରିଖରେ ବସିଥିଲା ।

୧୩। ବିଶ୍ଵବ୍ୟାଙ୍କର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ବିଶ୍ବବ୍ୟାଙ୍କ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ରର ପୁନର୍ନିର୍ମାଣ ତଥା ଆର୍ଥିକ ବିକାଶ ପାଇଁ ଋଣ ମଞ୍ଜୁର କରିଥାଏ ।

୧୪ । ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠିର ମୁଖ୍ୟ କାର୍ଯ୍ୟଟି ଲେଖ ।
Answer:
ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି ବିକାଶୋନ୍ମୁଖୀ ରାଷ୍ଟ୍ରଗୁଡ଼ିକର ଶିଶୁ ଓ ମହିଳାମାନଙ୍କୁ ମାନବ ହିତୈଷୀ ଓ ଉନ୍ନୟନମୂଳକ ସହାୟତା ପ୍ରଦାନ ପାଇଁ କାର୍ଯ୍ୟ କରୁଅଛି ।

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ଥ‌ିବା ସ୍ଵତନ୍ତ୍ର ସଂସ୍ଥାଗୁଡ଼ିକର ନାମ ଲେଖ । କିମ୍ବା, ସଂଯୁକ୍ତ ରାଷ୍ଟ୍ରସଂଘର ଛଅଗୋଟି ସ୍ଵତନ୍ତ୍ର ସଂସ୍ଥାର ନାମ ଲେଖ ।
Answer:
ନିମ୍ନ ସଂସ୍ଥାଗୁଡ଼ିକ ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ ସ୍ଵତନ୍ତ୍ର ସଂସ୍ଥାରୂପେ କାର୍ଯ୍ୟ କରୁଛନ୍ତି ।

  • ଶ୍ରମିକମାନଙ୍କ କଲ୍ୟାଣ ସାଧନ ପାଇଁ ଆନ୍ତର୍ଜାତିକ ଶ୍ରମ ସଂଗଠନ
  • କୃଷିର ବିକାଶ ପାଇଁ ଖାଦ୍ୟ ଓ କୃଷି ସଂଗଠନ
  • ବାଣିଜ୍ୟ – ବ୍ୟବସାୟ ପାଇଁ ଆନ୍ତର୍ଜାତିକ ବ୍ୟାପାର ସଂଗଠନ
  • ଶିକ୍ଷାର ଉନ୍ନତି ସାଧନ ପାଇଁ ଆନ୍ତର୍ଜାତିକ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ
  • ଶିଶୁ କଲ୍ୟାଣ ପାଇଁ ଆନ୍ତର୍ଜାତିକ ଶିଶୁ କଲ୍ୟାଣ ଜରୁରିକାଳୀନ ପାଣ୍ଠି
  • ସ୍ଵାସ୍ଥ୍ୟର ସୁରକ୍ଷା ପାଇଁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ

୨। ସାଧାରଣ ସଭାର କେତୋଟି କମିଟି ରହିଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ସାଧାରଣ ସଭାର ସାତଗୋଟି କମିଟି ରହିଛି । ସେଗୁଡ଼ିକ ହେଉଛି –

  • ରାଜନୈତିକ ଏବଂ ନିରାପତ୍ତା କମିଟି
  • ଅର୍ଥନୈତିକ କମିଟି
  • ସାମାଜିକ ସଂସ୍ଥା ଓ ସାଂସ୍କୃତିକ କମିଟି
  • ନ୍ୟାସ କମିଟି
  • ପ୍ରଶାସନିକ ଓ ବଜେଟ୍ କମିଟି
  • ଆଇନଗତ କମିଟି
  • ସ୍ଵତନ୍ତ୍ର -ରାଜନୈତିକ କମିଟି

୩ । ସାଧାରଣ ସଭାରେ କିପରି ନିଷ୍ପତ୍ତି ନିଆଯାଏ ?
Answer:

  • ସମସ୍ତ ସରଳ ଓ ସହଜ ସମସ୍ୟାର ସମାଧାନ ସାଧାରଣ ସଭାର ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟଙ୍କର ସାଧାରଣ ସଂଖ୍ୟାଗରିଷ୍ଠ (୫୦% + ୧) ମତ ବା ସମର୍ଥନ ଅନୁସାରେ ନିଷ୍ପତ୍ତି ହୋଇଥାଏ ।
  • ଅନ୍ୟ ସମସ୍ତ ଜରୁରି ବା ଗୁରୁତର ସମସ୍ୟାର ସମାଧାନ ନିଷ୍ପତ୍ତି ଉପସ୍ଥିତ ସମସ୍ତ ସଦସ୍ୟଙ୍କ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠ ସମର୍ଥନରେ ନିଆଯାଏ । ଅର୍ଥାତ୍ ସାଧାରଣ ସଭାରେ ସମସ୍ତ ନିଷ୍ପତ୍ତି କେବଳ ‘ଭୋଟଦାନ’ ବା ‘ମତଦାନ’ ମାଧ୍ୟମରେ ନିଆଯାଏ ।

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୪। ନିରାପତ୍ତା ପରିଷଦର କେତୋଟି କାର୍ଯ୍ୟ ରହିଛି ଓ ସେଗୁଡ଼ିକ କ’ଣ କ’ଣ ?
Answer:
ନିରାପତ୍ତା ପରିଷଦର ଚାରିପ୍ରକାର କାର୍ଯ୍ୟ ରହିଛି । ଯଥା –

  • ଆଲୋଚନାମୂଳକ କାର୍ଯ୍ୟ
  • ନିଷ୍ପରି କାର୍ଯ୍ୟକାରୀ କରାଇବା କାର୍ଯ୍ୟ
  • ନିର୍ବାଚନ ସମ୍ପର୍କିତ କାର୍ଯ୍ୟ
  • ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ପର୍କିତ କାର୍ଯ୍ୟ

୫। ମିଳିତ ଜାତିସଂଘ ଅଧୀନରେ କାର୍ଯ୍ୟ କରୁଥିବା ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟମାନେ କିପରି ଓ କେତେ ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି ଓ ଏହା କେଉଁସବୁ କ୍ଷେତ୍ରରେ ସଂଯୁକ୍ତ ରାଷ୍ଟ୍ରସଂଘକୁ ବିଭିନ୍ନ ପ୍ରସ୍ତାବ ଦେଇଥାଏ ?
Answer:

  • ଅର୍ଥନୈତିକ ଓ ସାମାଜିକ ପରିଷଦର ସଦସ୍ୟ ସଂଖ୍ୟା ୫୪ । ଏହି ସଦସ୍ୟମାନେ ସାଧାରଣ ସଭାଦ୍ଵାରା ପ୍ରତି ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି ।
  • ବିଶ୍ଵର ଅର୍ଥନୈତିକ ଓ ସାମାଜିକ ସମସ୍ୟାର ସମାଧାନ ଦିଗରେ ଏହି ପରିଷଦ ସଂଯୁକ୍ତ ରାଷ୍ଟ୍ରସଂଘକୁ ବିଭିନ୍ନ ପ୍ରସ୍ତାବ ଦେଇଥାଏ ।

୬। ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର ମହାସଚିବଙ୍କର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ସଂଯୁକ୍ତ ରାଷ୍ଟ୍ରସଂଘର ସଚିବାଳୟର ମହାସଚିବଙ୍କର ୫ଟି ମୁଖ୍ୟ କାର୍ଯ୍ୟ ରହିଛି । ସେଗୁଡ଼ିକ ହେଉଛି ।

  • ପ୍ରଶାସନିକ
  • ଆର୍ଥିକ
  • ରାଜନୈତିକ
  • ପ୍ରତିନିଧ୍ ମୂଳକ
  • ରେଜିଷ୍ଟ୍ରେସନ ବା ପଞ୍ଜୀକରଣ ସମ୍ପର୍କିତ

୭ | ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ଓ କୃଷି ସଂଗଠନର କାର୍ଯ୍ୟ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘ ଅଧୀନରେ କାର୍ଯ୍ୟ କରୁଥିବା ଖାଦ୍ୟ ଓ କୃଷି ସଂଗଠନ ୧୯୪୫ ମସିହାରେ ଗଠିତ ହୋଇଥିଲା । ବିଶ୍ୱରେ କୃଷି ଉତ୍ପାଦନ ବୃଦ୍ଧି ଓ କୃଷି ଉନ୍ନୟନ ମାଧ୍ୟମରେ ଜୀବନଧାରଣର ମାନବୃଦ୍ଧି କରିବା ଏହି ସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ।
  • ଏହି ସଂଗଠନଦ୍ଵାରା ପ୍ରୋତ୍ସାହିତ ହୋଇ କୃଷିବିଜ୍ଞାନୀମାନେ ବିଭିନ୍ନ ଗବେଷଣାରେ ନିୟୋଜିତ ହୋଇ କୃଷି ଉତ୍ପାଦନର ଉନ୍ନତି ପାଇଁ ନୂତନ କୃଷିପ୍ରଣାଳୀ ଲୋକମାନଙ୍କ ପାଖରେ ପହଞ୍ଚାଉଛନ୍ତି ।

୮। ବିଶ୍ଵବ୍ୟାଙ୍କ କେଉଁ ଉଦ୍ଦେଶ୍ୟରେ ଗଠିତ ହୋଇଛି ଓ ଏହାର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ରହିଛି ?
Answer:

  • ପୃଥ‌ିବୀର ବିଭିନ୍ନ ଦେଶରେ ପୁନଃନିର୍ମାଣ ଓ ଆର୍ଥିକ ବିକାଶ ପାଇଁ ବିଶ୍ବବ୍ୟାଙ୍କ କାର୍ଯ୍ୟ କରୁଛି ।
  • ଏହାର ମୁଖ୍ୟ କାର୍ଯ୍ୟାଳୟ ଆମେରିକାର ୱାଶିଂଟନ୍‌ରେ ଅବସ୍ଥିତ ।

୯। ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ବିଷୟରେ ତୁମେ ଯାହା ଜାଣିଛ ଲେଖ ।
Answer:

  • ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥ‌ିବା ଏକ ଯୁଦ୍ଧ ଜାହାଜରେ ତଦାନୀନ୍ତନ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କଲିନ୍ ରୁଡ୍‌ଭେଲ୍ଟ ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ୍‌ ଚଢିଲ ମିଳିତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଆଠଦଫା ସମ୍ବଳିତ ‘ଆଟ୍‌ଲାଷ୍ଟିକ ସନନ୍ଦ’ ଜାରି କରିଥିଲେ ।
  • ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ ଥିଲା ଏହି ବିଶ୍ଵ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଚୂଡ଼ାନ୍ତ ପଦକ୍ଷେପ । ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧୁମାନେ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ଫ୍ରାନ୍‌ସିସ୍କୋ ସହରରେ ଏକ ସମ୍ମିଳନୀରେ ମିଳିତ ହୋଇ ‘ସଂଯୁକ୍ତ ରାଷ୍ଟ୍ରସଂଘ’ ଗଠନ ନିମନ୍ତେ ଚୂଡ଼ାନ୍ତ ‘ସନନ୍ଦ’ ପ୍ରସ୍ତୁତ କଲେ, ଯାହାକି ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ନାମରେ ବିଶ୍ବରେ ପରିଚିତ ।

୧୦ । ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀ ଆଲୋଚନା କର ।
Answer:
ନିରାପତ୍ତା ପରିଷଦରେ ୧୫ଗୋଟି ସଦସ୍ୟ ମଧ୍ୟରୁ ୫ଗୋଟି ରାଷ୍ଟ୍ର ସ୍ଥାୟୀ ସଦସ୍ୟ ଓ ୧୦ଗୋଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ୫ଗୋଟି ସ୍ଥାୟୀ ସଦସ୍ୟ ରାଷ୍ଟ୍ର ହେଲେ ଯୁକ୍ତରାଷ୍ଟ୍ର ଆମେରିକା, ଇଂଲଣ୍ଡ, ଫ୍ରାନ୍ସ, ରୁଷିଆ ଓ ଚୀନ୍ । ଏମାନେ ‘ବୃହତ୍ ଶକ୍ତି’ ନାମରେ ପରିଚିତ । ଅନ୍ୟ ୧୦ଗୋଟି ଅସ୍ଥାୟୀ ସଦସ୍ୟ ରାଷ୍ଟ୍ର ପ୍ରତି ଦୁଇ ବର୍ଷ ପାଇଁ ସାଧାରଣ ସଭାଦ୍ଵାରା ନିର୍ବାଚିତ ହୁଅନ୍ତି । ବିଶ୍ଵର ସମସ୍ତ ଅଞ୍ଚଳରେ ସମାନ ପ୍ରତିନିଧ୍ୱ ମିଳିବାପାଇଁ ଏ ପଦ ନିମନ୍ତେ ଦ୍ୱି-ବାର୍ଷିକ ନିର୍ବାଚନ ବ୍ୟବସ୍ଥା କରାଯାଇଛି । ନିରାପତ୍ତା ପରିଷଦର ଜଣେ ଅଧ୍ୟକ୍ଷ ଅଛନ୍ତି ।
ନିରାପତ୍ତା ପରିଷଦର ଚାରି ପ୍ରକାର କାର୍ଯ୍ୟ ରହିଛି; ଯଥା —

  • ଆଲୋଚନାମୂଳକ କାର୍ଯ୍ୟ
  • ନିଷ୍ପତ୍ତି କାର୍ଯ୍ୟକାରୀ କରାଇବା କାର୍ଯ୍ୟ
  • ନିର୍ବାଚନ ସମ୍ପର୍କିତ କାର୍ଯ୍ୟ
  • ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ପର୍କିତ କାର୍ଯ୍ୟ

CHSE Odisha Class 12 Political Science Chapter 8 Objective & Short Answer Questions in Odia Medium

୧୧। ‘ଆଣ୍ଟଲାଣ୍ଟିକ୍ ସନନ୍ଦ’ର ତାତ୍ପର୍ଯ୍ୟ ଲେଖ
Answer:

  • ବିଶ୍ଵଯୁଦ୍ଧ ଚାଲୁଥିବା ସମୟରେ ୧୯୪୧ ମସିହା ଅଗଷ୍ଟ ୧୪ ତାରିଖ ଦିନ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଥ‌ିବା ଏକ ଯୁଦ୍ଧ ଜାହାଜରେ ଆମେରିକାର ରାଷ୍ଟ୍ରପତି ଫ୍ରାଙ୍କ୍‌ଲିନ୍ ରୁଜ୍‌ଭେଲ୍‌ଟ୍‌ ଓ ବ୍ରିଟିଶ୍ ପ୍ରଧାନମନ୍ତ୍ରୀ ଉଇନ୍‌ଷ୍ଟନ ଚର୍ଚ୍ଚିଲ୍ ମିଳିତ ହୋଇ ବିଶ୍ୱଶାନ୍ତି ପ୍ରତିଷ୍ଠାପାଇଁ ଆଠଦଫା ସମ୍ବଳିତ ‘‘ଆଣ୍ଟିକ ସନନ୍ଦ’’ ଜାରି କରିଥିଲେ ।
  • ଏଥିରେ ବାକ୍ ସ୍ଵାଧୀନତା ଓ ଧର୍ମଗତ ସ୍ଵାଧୀନତା, ଅବାଧ ଜଳଯାତ୍ରା, ନିରାପତ୍ତା ଓ ନିରସ୍ତ୍ରୀକରଣ ଏବଂ ଆନ୍ତର୍ଜାତିକ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ସମ୍ପର୍କରେ ଘୋଷଣା କରାଯାଇଥିଲା ।

୧୨ । ‘ସାନ୍‌ଫ୍ରାନ୍‌ସିସ୍‌ ସମ୍ମଳନୀ’ ସମ୍ପର୍କରେ ଏକ ଟିପ୍ପଣୀ ଲେଖ ।
Answer:

  • ସାନ୍‌ଫ୍ରାନ୍‌ସିସ୍କୋ ସମ୍ମିଳନୀ ଥିଲା ବିଶ୍ଵ ସଙ୍ଗଠନ ପ୍ରତିଷ୍ଠା ଦିଗରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ।
  • ଏହି ସମ୍ମିଳନୀରେ ୧୯୪୫ ମସିହା ଅପ୍ରେଲ ୨୫ ତାରିଖଠାରୁ ଜୁନ୍ ୨୬ ତାରିଖ ମଧ୍ୟରେ ୫୧ ଗୋଟି ରାଷ୍ଟ୍ରର ପ୍ରତିନିଧୁମାନେ ମିଳିତ ହୋଇ ‘ସଂଯୁକ୍ତ ରାଷ୍ଟ୍ରସଂଘ’ ଗଠନ ନିମନ୍ତେ ଚୂଡ଼ାନ୍ତ ‘ସନନ୍ଦ’ ପ୍ରସ୍ତୁତି କରିଥିଲେ । ଏହା ସଂଯୁକ୍ତ ରାଷ୍ଟ୍ରସଂଘର ସନନ୍ଦ ନାମରେ ପରିଚିତ ।

୧୩ । ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭୂମିକା ସଂକ୍ଷେପରେ ଲେଖ ।
Answer:

  • ସଂଯୁକ୍ତ ରାଷ୍ଟ୍ରସଂଘର ଲକ୍ଷ୍ୟ ହାସଲ ଦିଗରେ ଭାରତର ଭୂମିକା ଗୁରୁତ୍ଵପୂର୍ଣ୍ଣ । ପୃଥ‌ିବୀରେ ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତିକ ଆତଙ୍କବାଦ ବିରୋଧରେ ସ୍ୱର ଉତ୍ତୋଳନ ଓ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ବିନିଯୋଗ କ୍ଷେତ୍ରରେ ଭାରତର ମନୋଭାବକୁ ସଂଯୁକ୍ତ ରାଷ୍ଟ୍ରସଂଘ ସର୍ବଦା ସମ୍ମାନ ପ୍ରଦର୍ଶନ କରିବା ସହିତ ସହଯୋଗର ହାତ ବଢ଼ାଇଛି ।
  • ଦାରିଦ୍ର୍ୟ ଦୂରୀକରଣ, ପୃଥ‌ିବୀର ‘ଜଳବାୟୁ ପରିବର୍ତ୍ତନ’, ପରିବେଶ ପ୍ରଦୂଷଣ ବିରୋଧର ସଂଗ୍ରାମ ଆଦି କାର୍ଯ୍ୟକୁ ତ୍ୱରାନ୍ବିତ କରିବାପାଇଁ ସଂଯୁକ୍ତ ରାଷ୍ଟ୍ରସଂଘର ପ୍ରଚେଷ୍ଟାକୁ ଭାରତ ସମର୍ଥନ ଜଣାଇଛି ।

CHSE Odisha Class 12 Political Science Chapter 3 Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Long Answer Questions.

CHSE Odisha 12th Class Political Science Chapter 3 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା ସଂପର୍କ (Legislative Relationship) ଆଲୋଚନା କର ।
Answer:
ସମ୍ବିଧାନର ନବମ ଖଣ୍ଡର ସପ୍ତମ ଅନୁସୂଚୀରେ କେନ୍ଦ୍ର ଓ ରାଜ୍ୟମାନଙ୍କର କ୍ଷମତା ବଣ୍ଟନକୁ ତିନିଗୋଟି ତାଲିକା ମାଧ୍ୟମର ବର୍ଣ୍ଣନା କରାଯାଇଛି; ଯଥା – କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଏବଂ ଯୁଗ୍ମ ତାଲିକା । କେନ୍ଦ୍ର ତାଲିକାରେ ୯୯ଟି ବିଷୟ ରହିଛି; ଯଥା – ପ୍ରତିରକ୍ଷା, କେନ୍ଦ୍ର ପୋଲିସ ଏବଂ ପରମାଣୁ ଶକ୍ତି ଇତ୍ୟାଦି ଯେଉଁଥରେ କେନ୍ଦ୍ର ସରକାର ନିର୍ବିଘ୍ନରେ କ୍ଷମତା ପ୍ରୟୋଗ କରିପାରିବେ । ଏହି କ୍ଷେତ୍ରରେ ଦେଶସାରା ଏକପ୍ରକାର ଆଇନର ଆବଶ୍ୟକତା ରହିଛି ।

  • ରାଜ୍ୟ ତାଲିକା – ଏହି ତାଲିକାରେ ସମୁଦାୟ ୬୧ଟି ବିଷୟ ଅଛି; ଯଥା – ପୋଲିସ, ଜେଲ, ଶାସନ ଏବଂ ସ୍ଥାନୀୟ ଶାସନ ଇତ୍ୟାଦି ଯେଉଁଥ‌ିରେ କି ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ ।
  • ଯୁଗ୍ଧ ତାଲିକା – ଯୁଗ୍ମ ତାଲିକାରେ ୫୨ଟି ବିଷୟ ରହିଛି । ଏଗୁଡ଼ିକ ମଧ୍ୟରେ ପ୍ରଧାନ ବିଷୟ ହେଲା ବିବାହ ଓ ଛାଡ଼ପତ୍ର, ଯୋଜନା, ଶ୍ରମିକ ସଙ୍ଗଠନ ଓ କଲ୍ୟାଣ ଏବଂ ସମ୍ବାଦପତ୍ର ଇତ୍ୟାଦି ବିଷୟ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରିପାରିବେ । କିନ୍ତୁ ଉଭୟ ଆଇନ ମଧ୍ୟରେ ସଂଘର୍ଷ ଦେଖାଦେଲେ କେନ୍ଦ୍ରୀୟ ଆଇନ ବଳବତ୍ତର ରହିବ ।
  • ଅବଶିଷ୍ଟ କ୍ଷମତା – କେନ୍ଦ୍ର, ରାଜ୍ୟ ଓ ଯୁଗ୍ମ ତାଲିକା ଅର୍ନ୍ତଭୁକ୍ତ ହୋଇନଥୁବା ବିଷୟଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ୨୪୮ ଧାରା ଅନୁଯାୟୀ ଏପରି କୌଣସି ବିଷୟରେ ଆଇନ ପ୍ରଣୟନ କରିବାର ଆବଶ୍ୟକତା ଅନୁଭୂତ ହେଲେ, ସେ ଆଇନ ପାର୍ଲିଆମେଣ୍ଟ ହିଁ ପ୍ରଣୟନ କରିପାରିବ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ରାଜ୍ୟ ତାଲିକାଭୂକ୍ତ ବିଷୟ ଉପରେ ସଂସଦର ଆଇନ ପ୍ରଣୟନ ବ୍ୟବସ୍ଥା :

  • ରାଜ୍ୟସଭାର ପ୍ରସ୍ତାବ – ୨୪୯ ଧାରାରେ ବର୍ଣ୍ଣିତ ଅଛି ଯେ ଜାତୀୟ ସ୍ଵାର୍ଥ ଦୃଷ୍ଟିରୁ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟ ଉପରେ ଆଇନ ପ୍ରଣୟନ କରିବାର ଆବଶ୍ୟକତା ଅନୁଭୂତ ହେଲେ ରାଜ୍ୟସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଏକ ପ୍ରସ୍ତାବଦ୍ଵାରା ପାର୍ଲିଆମେଣ୍ଟ ଏହି ଆଇନ ପ୍ରଣୟନ କରିବାର କ୍ଷମତା ପାଏ ।
  • ଜରୁରୀ ପରିସ୍ଥିତି – ସମ୍ବିଧାନର ୨୫୦ ଧାରାରେ ଲେଖାଅଛି ଯେ ଦେଶରେ ଜରୁରିକାଳୀନ ବ୍ୟବସ୍ଥା ଘୋଷିତ ହୋଇଥିଲେ ପାର୍ଲିଆମେଣ୍ଟ ରାଜ୍ୟ ତାଳିକାଭୁକ୍ତ ଯେକୌଣସି ବିଷୟରେ ଆଇନ କରିପାରିବେ । ରାଷ୍ଟ୍ରପତି ଶାସନ ଜାରି ହୋଇଥିବା ରାଜ୍ୟ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ ।
  • କେନ୍ଦ୍ର ଆଇନର ଗୁରୁତ୍ବ – ୨୫୧ ଧାରା ଅନୁସାରେ ରାଜ୍ୟର ଆଇନ ପ୍ରଣୟନ କ୍ଷମତାକୁ ସଙ୍କୁଚିତ କରା ନ ଯାଇ କେନ୍ଦ୍ର ଓ ରାଜ୍ୟ ପ୍ରଣୀତ ଆଇନ ମଧ୍ୟରେ ବିରୋଧ ଦେଖାଦେଲେ କେନ୍ଦ୍ର ଆଇନ ବଳବତ୍ତର ରହିବାର ବ୍ୟବସ୍ଥା ଅଛି।
  • ରାଜ୍ୟର ଅନୁରୋଧ – ୨୫୨ ଧାରା ଅନୁସାରେ ଦୁଇ ବା ତତୋଽଧ୍ଵକ ରାଜ୍ୟ ରାଜ୍ୟ ତାଲିକାରେ ଥ‌ିବା କୌଣସି ବିଷୟରେ ଆଇନ କରିବାକୁ ପାର୍ଲିଆମେଣ୍ଟକୁ ଅନୁରୋଧ କରି ପ୍ରସ୍ତାବ ଗ୍ରହଣ କଲେ ସେହି ରାଜ୍ୟମାନଙ୍କ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ ।
  • ଆନ୍ତର୍ଜାତିକ ଚୁକ୍ତି – ୨୫୩ ଧାରାରେ ବର୍ଣ୍ଣିତ ଅଛି ଯେ କୌଣସି ଆନ୍ତର୍ଜାତିକ ସନ୍ଧି, ଚୁକ୍ତି ପାଳନ କରିବାପାଇଁ ଆବଶ୍ୟକ ହେଲେ ପାର୍ଲିଆମେଣ୍ଟ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରେ ।
  • ରାଷ୍ଟ୍ରପତିଙ୍କ ସ୍ବୀକୃତି – ସମ୍ବିଧାନର ୨୦୦ ଧାରା ଅନୁଯାୟୀ ରାଜ୍ୟର ବିଧାନମଣ୍ଡଳଦ୍ଵାରା ଗୃହୀତ କୌଣସି ବିଲ୍‌କୁ ରାଜ୍ୟପାଳ ସ୍ଵୀକୃତି ନ ଦେଇ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ପଠାଇ ପାରନ୍ତି । ରାଷ୍ଟ୍ରପତି ୨୦୧ ଧାରା ଅନୁସାରେ ଏହି ବିଲ୍ ଉପରେ ସ୍ବୀକୃତି ଦେଇପାରନ୍ତି କିମ୍ବା ନାସ୍ତି କରିପାରନ୍ତି । ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ବ୍ୟବସ୍ଥାପିକା ସମ୍ପର୍କ କ୍ଷେତ୍ରରେ କେନ୍ଦ୍ରର ପ୍ରାଧାନ୍ୟ ଅଧିକ ଓ ଜାତୀୟ ସଂହତି ଦୃଷ୍ଟିରୁ ଏହା ଆବଶ୍ୟକ ଅଟେ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୨ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ (Administrative Relationship) ଆଲୋଚନା କର ।
Answer:
ସଂଘୀୟ ରାଷ୍ଟ୍ରରେ କ୍ଷମତା ବଣ୍ଟନ କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ଵୟ ଆଣିବା କଷ୍ଟକର ବ୍ୟାପାର । ଆମ ସମ୍ବିଧାନ ଅନୁସାରେ କେନ୍ଦ୍ର ସରକାର ଅଧିକ କ୍ଷମତାର ଅଧିକାରୀ ଅଟେ । କାରଣ ଏହା କେନ୍ଦ୍ରାପସାରୀ ସଂଘୀୟ ରାଷ୍ଟ୍ରର ଅଧିକାରୀ ଅଟେ । ବାସ୍ତବରେ ଏହାଦ୍ଵାରା ରାଜ୍ୟମାନଙ୍କର ସ୍ଵାତନ୍ତ୍ର୍ୟ କ୍ଷୁଣ୍ଣ ହେଉଅଛି । କେନ୍ଦ୍ର-ରାଜ୍ୟ ପ୍ରଶାସନିକ ସମ୍ପର୍କ ସମ୍ବିଧାନର ଏକାଦଶ ଖଣ୍ଡରେ ଆଲୋଚିତ ହୋଇଛି ।

  • କେନ୍ଦ୍ରୀୟ ଆଧୂପତ୍ୟ – ଧାରା ୨୫୬ ଅନୁସାରେ କେନ୍ଦ୍ର ରାଜ୍ୟ ଉପରେ ଆଧୂପତ୍ୟ ବିସ୍ତାର କରେ । ପାର୍ଲିଆମେଣ୍ଟ ଦ୍ଵାରା ପ୍ରଣୀତ ଆଇନକୁ ମାନିବାକୁ ରାଜ୍ୟମାନେ ବାଧ୍ୟ । ବିଭିନ୍ନ ସମୟରେ କେନ୍ଦ୍ର ରାଜ୍ୟମାନଙ୍କୁ ପ୍ରଶାସନିକ ନିର୍ଦ୍ଦେଶ ଦିଏ । ଏହି ନିର୍ଦ୍ଦେଶ ନ ମାନିଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଇପାରେ ।
  • କେନ୍ଦ୍ରର ନିର୍ବିଘ୍ନ କ୍ଷମତା – ୨୫୭ ଧାରା ଅନୁଯାୟୀ କେନ୍ଦ୍ରୀୟ ପ୍ରଶାସନିକ କ୍ଷମତାର ବ୍ୟବହାର ସମୟରେ ରାଜ୍ୟ ପ୍ରଶାସନିକ କ୍ଷମତା କୌଣସି ବାଧା ସୃଷ୍ଟି କରିବା ଉଚିତ ନୁହେଁ ।
  • ରାଜ୍ୟକୁ କ୍ଷମତା – ସମ୍ବାଦ ସରବରାହ, ଜାତୀୟ ପଥ, ରେଳପଥ ଆଦିର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ର ସରକାର ରାଜ୍ୟର କର୍ମଚାରୀଙ୍କୁ ଅର୍ଥ, ନିର୍ଦ୍ଦେଶ ଓ ଦାୟିତ୍ଵ ଦେଇପାରେ ।
  • ବିକ୍ରିକର ଆଦାୟ – ୨୫୮ ଧାରା ଅନୁସାରେ ଆନ୍ତଃରାଜ୍ୟ ବିକ୍ରିକର ଆଦାୟ ପାଇଁ କେନ୍ଦ୍ରୀୟ କର୍ମଚାରୀଙ୍କୁ ରାଜ୍ୟପାଳ କ୍ଷମତା ପ୍ରଦାନ କରିଛନ୍ତି ।
  • କେନ୍ଦ୍ରର ପ୍ରତିନିଧ୍ଵ – ରାଜ୍ୟପାଳ ରାଜ୍ୟର ଶାସନ ମୁଖ୍ୟ । ସେ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହୁଅନ୍ତି ଓ ରାଷ୍ଟ୍ରପତିଙ୍କ ପ୍ରତିନିଧୁ ହିସାବରେ ଶାସନ କାର୍ଯ୍ୟ କରନ୍ତି । ରାଜ୍ୟପାଳ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସଂଯୋଜକର ଭୂମିକା ଗ୍ରହଣ କରିଥାଆନ୍ତି ।
  • ନଦୀଜଳ ବଣ୍ଟନ – ୨୬୨ ଧାରା ଅନୁଯାୟୀ ଆନ୍ତଃରାଜ୍ୟ ନଦୀଜଳ ବ୍ୟବହାର, ବଣ୍ଟନ ଓ ନିୟନ୍ତ୍ରଣ କ୍ଷେତ୍ରରେ ଦ୍ବନ୍ଦ୍ବ ଉପୁଜିଲେ ତାହାର ସମାଧାନ ପାଇଁ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରେ । ଏହା ସୁପ୍ରିମ୍‌କୋର୍ଟ, ହାଇକୋର୍ଟ କିମ୍ବା ନ୍ୟାୟାଳୟରେ ଉପସ୍ଥାପିତ ହେବ ନାହିଁ ।
  • ସରକାରୀ ନଥୁପତ୍ରକୁ ସମ୍ମାନ ପ୍ରଦର୍ଶନ ଭାରତ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟର ସରକାରୀ କାର୍ଯ୍ୟ ନଥୁପତ୍ର ଏବଂ ନ୍ୟାୟାଳୟର ବିବରଣୀ ସମସ୍ତଙ୍କଦ୍ବାରା ସ୍ବୀକୃତ ଓ ସମ୍ମାନିତ ହେବ ବୋଲି ସମ୍ବିଧାନରେ ବ୍ୟବସ୍ଥା ରହିଛି ।
  • ଆନ୍ତଃ-ରାଜ୍ୟ ପରିଷଦ – ୨୬୩ ଧାରା ଅନୁସାରେ ସର୍ବସାଧାରଣ ସ୍ଵାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଆନ୍ତଃରାଜ୍ୟ ପରିଷଦ ଗଠନ କରିପାରିବେ । ଏହା ନିମ୍ନଲିଖତ ମୁଖ୍ୟ କାର୍ଯ୍ୟ ସଂପାଦନ କରିପାରେ –
    1. ରାଜ୍ୟ-ରାଜ୍ୟ ମଧ୍ୟରେ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସାଧାରଣ ସ୍ଵାର୍ଥକୁ କେନ୍ଦ୍ରକରି ବିବାଦ ଉପୁଜିଲେ ସେ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ।
    2. ଏହି ବିଷୟରେ ନୀତି ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ସ୍ଥାପନ ପାଇଁ ସୁପାରିସ କରିବା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସର୍ବଭାରତୀୟ ଚାକିରି – ୩୧୨ ଧାରା ଅନୁଯାୟୀ ସର୍ବଭାରତୀୟ ଚାକିରି ପାର୍ଲିଆମେଣ୍ଟଦ୍ଵାରା ସୃଷ୍ଟି କରାଯାଏ । ଏହି କର୍ମଚାରୀମାନଙ୍କଦ୍ୱାରା ରାଜ୍ୟ ଶାସନ ପରିଚାଳିତ ହୁଏ । ସେମାନଙ୍କର ନିଯୁକ୍ତି ପ୍ରଣାଳୀ ଓ ଚାକିରି ସର୍ଭ କେନ୍ଦ୍ରଦ୍ଵାରା ନିୟନ୍ତ୍ରିତ ହୁଏ ।
  • ଜରୁରୀ ପରିସ୍ଥିତି – ରାଜ୍ୟରେ ସମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଲେ କିମ୍ବା ରାଜ୍ୟ କେନ୍ଦ୍ରର ନିର୍ଦ୍ଦେଶ ନ ମାନିଲେ ସମ୍ବିଧାନର ୩୫୬ ଧାରା ଅନୁସାରେ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୁଏ । ଏହାଦ୍ଵାରା ପାର୍ଲିଆମେଣ୍ଟ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ ଓ ବସ୍ତୁତଃ ରାଜ୍ୟରେ କେନ୍ଦ୍ରର ଶାସନ ଚାଲେ । ଏତଦ୍‌ଭିନ୍ନ କେନ୍ଦ୍ରର ଆହ୍ବାନକ୍ରମେ ରାଜ୍ୟରୁ ବିଭିନ୍ନ ବିଭାଗରେ ନିଯୁକ୍ତ କର୍ମଚାରୀମାନେ ବିଭିନ୍ନ ସମୟରେ ସମ୍ମିଳନୀମାନଙ୍କରେ ମିଳିତ ହୋଇ ରାଜ୍ୟରେ କେନ୍ଦ୍ରୀୟ ନୀତିନିୟମ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରନ୍ତି । ଏକ ସଂଘୀୟ ବ୍ୟବସ୍ଥାରେ ଐକ୍ୟ ଓ ସଂହତି ପ୍ରତିଷ୍ଠା ପାଇଁ କେନ୍ଦ୍ରର ରାଜ୍ୟ ପ୍ରଶାସନ ଉପରେ କର୍ତ୍ତୃତ୍ଵ ରହିବା ବାଞ୍ଛନୀୟ ।

୩ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥିକ ସମ୍ପର୍କ (Financial Relationship) ଆଲୋଚନା କର ।
Answer:
କେନ୍ଦ୍ର ତାଲିକାଭୁକ୍ତ ବିଷୟ ସମ୍ବନ୍ଧୀୟ ଟିକସ ବସାଇବା ଓ ଆଦାୟ କରିବା କେନ୍ଦ୍ର ସରକାରଙ୍କ ଦାୟିତ୍ଵ । ସେହିପରି ରାଜ୍ୟ ତାଲିକାଭୁକ୍ତ ବିଷୟ ସମ୍ପର୍କରେ ଟିକସ ବସାଇବା ଓ ଆଦାୟ କରିବା ରାଜ୍ୟ ସରକାରଙ୍କ ଦାୟିତ୍ଵ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥକ ସମ୍ପର୍କ ନିର୍ଦ୍ଧାରଣ କରିବାପାଇଁ ସମ୍ବିଧାନର ଦ୍ବାଦଶ ଖଣ୍ଡରେ ଥିବା ବ୍ୟବସ୍ଥାଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

  • ରାଜ୍ୟର ରାଜସ୍ବ – କେତେଗୁଡ଼ିଏ ଟିକସ ରାଜ୍ୟ ଧାର୍ଯ୍ୟ କରେ, ଆଦାୟ ଓ ଖର୍ଚ୍ଚ କରେ । ସେଗୁଡ଼ିକ ହେଲା ଭୂରାଜସ୍ଵ, ରାଜ୍ୟ ଅବକାରୀ ଶୁଳ୍‌କ, ବିକ୍ରିକର ଏବଂ ପଣ୍ୟକର ପ୍ରଭୃତି ।
  • କେନ୍ଦ୍ରର ରାଜସ୍ବ – କେତେଗୁଡ଼ିଏ ଟିକସ କେନ୍ଦ୍ର ସରକାରଙ୍କଦ୍ବାରା ଧାର୍ଯ୍ୟ, ଆଦାୟ ଓ ଖର୍ଚ୍ଚ କରାଯାଏ । ସେଗୁଡ଼ିକ ହେଲା – ରେଳପଥ, ଡାକ, ତାର ଓ ଟେଲିଫୋନ୍, ଆକାଶବାଣୀ, ଦୂରଦର୍ଶନ, ଡାକଘର ଏବଂ ତମାଖୁ ଶୁଳ୍‌କ ଇତ୍ୟାଦି ।
  • କେନ୍ଦ୍ରଦ୍ବାରା ଧୀର୍ଯ୍ୟ ଓ ଆଦାୟ ରାଜସ୍ବ ରାଜ୍ୟ ବ୍ୟୟ କରେ – ୨୬୯ ଧାରା ଅନୁସାରେ କେତେଗୁଡ଼ିଏ ଟିକସ କେନ୍ଦ୍ରଦ୍ବାରା ଧାର୍ଯ୍ୟ ଓ ଆଦାୟ ହୋଇ ରାଜ୍ୟମାନଙ୍କୁ ଖର୍ଚ୍ଚ କରିବାକୁ ଦିଆଯାଏ । ଏଗୁଡ଼ିକ ହେଲା – ମୃତ୍ୟୁ କର, ଉତ୍ତରାଧୁକାର ସମ୍ପଭି କର, ରେଳଭଡ଼ା ଓ ମାଲ ଉପରେ ଟିକସ ଇତ୍ୟାଦି ।
  • କେନ୍ଦ୍ରଦ୍ବାରା ଧାର୍ଯ୍ୟ ଓ ଆଦାୟ ରାଜସ୍ୱ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବଣ୍ଟନ କେନ୍ଦ୍ରଦ୍ଵାରା ଧାର୍ଯ୍ୟ ଓ ଆଦାୟ ହେଉଥିବା କେତେକ ଟିକସର ଆଦାୟ ପରିମାଣରୁ କିଛି ଅଂଶ କେନ୍ଦ୍ର ନିଏ ଓ ଅନ୍ୟ କିଛି ଅଂଶ ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଏ । କେନ୍ଦ୍ର ଅବକାରୀ କର ଓ ଆୟ କର ଏହାର ଅନ୍ତର୍ଭୁକ୍ତ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସହାୟକ ଅନୁଦାନ – ୨୭୩ ଧାରାର ବ୍ୟବସ୍ଥା ଅନୁଯାୟୀ ରାଜ୍ୟମାନେ ବିଭିନ୍ନ କାରଣରୁ କେନ୍ଦ୍ରଠାରୁ ଆର୍ଥିକ ସାହାଯ୍ୟ ପାଆନ୍ତି । ଆସାମ, ବିହାର, ଓଡ଼ିଶା ଓ ପଶ୍ଚିମବଙ୍ଗ ଝୋଟ ରପ୍ତାନୀ କର ପରିବର୍ତ୍ତେ କେନ୍ଦ୍ରଠାରୁ ସହାୟକ ଅନୁଦାନ ପାଆନ୍ତି । ରାଜ୍ୟର ଅନୁସୂଚିତ ଜାତି, ଉପଜାତି ଓ ଦୁର୍ବଳ ଶ୍ରେଣୀ ଲୋକମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା ବାବଦରେ କେନ୍ଦ୍ର ଆର୍ଥିକ ସାହାଯ୍ୟ ଦିଅନ୍ତି ।
  • ଅର୍ଥ ଆୟୋଗ – ୨୮୦ ଧାରା ଅନୁଯାୟୀ ପ୍ରତି ପାଞ୍ଚ ବର୍ଷରେ ଥରେ ରାଷ୍ଟ୍ରପତି ଜଣେ ଚେୟାରମ୍ୟାନ୍ ଓ ଅନ୍ୟ ଚାରିଜଣ ସଭ୍ୟବିଶିଷ୍ଟ ଏକ ଅର୍ଥ ଆୟୋଗ ନିଯୁକ୍ତ କରନ୍ତି । ଏହି ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆର୍ଥନୀତିକ ସମ୍ପର୍କର ସମୀକ୍ଷା କରେ । ଏହି ଆୟୋଗ ବାସ୍ତବ ପକ୍ଷେ ରାଜ୍ୟମାନଙ୍କର ଆର୍ଥିକ ସ୍ଥିତିକୁ ନିୟନ୍ତ୍ରଣ କରେ ।
  • ଆର୍ଥିକ ଜରୁରିକାଳୀନ ପରିସ୍ଥିତି – ସମ୍ବିଧାନର ୩୬୦ ଧାରା ଅନୁସାରେ ରାଷ୍ଟ୍ରପତି ସମଗ୍ର ଦେଶରେ ବା କେତେକ ଅଞ୍ଚଳରେ ଆର୍ଥକ ଜରୁରିକାଳୀନ ବ୍ୟବସ୍ଥା ଘୋଷଣା କରନ୍ତି । ଏହି ସମୟରେ କେନ୍ଦ୍ର ସରକାର ରାଜ୍ୟକୁ ଆର୍ଥନୀତିକ ନିର୍ଦ୍ଦେଶ ଦିଅନ୍ତି ଏବଂ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜସ୍ବ ବଣ୍ଟନ ନୀତିର ସମୀକ୍ଷା କରନ୍ତି । ଆର୍ଥିକ କ୍ଷେତ୍ରରେ ମଧ୍ୟ କେନ୍ଦ୍ରର ପ୍ରାଧାନ୍ୟ ରହିଛି । ରାଜମାନ୍ନାର କମିଟି ଓ ଜ୍ୟୋତିବସୁଙ୍କ ସୁପାରିସ ଗ୍ରହଣ କରାଯାଇନାହିଁ; କିନ୍ତୁ ଦେଶର ଐକ୍ୟ ଦୃଷ୍ଟିରୁ ଏହା ଯଥାର୍ଥ ଅଟେ ।

୪ । ଭାରତର ସମ୍ବିଧାନର କେନ୍ଦ୍ରୀକରଣ ଉପାଦାନ (Centralising Features) ବା ଐକିକ ଲକ୍ଷଣଗୁଡ଼ିକ ଦର୍ଶାଅ ।
Answer:
ଭାରତ ଏକ ସଂଘୀୟ ବା ଐକିକ ରାଷ୍ଟ୍ର ଏ ବିଷୟରେ ସମ୍ବିଧାନରେ ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ ନାହିଁ । ତଥାପି ଭାରତ ସମ୍ବିଧାନରେ ସଂଘୀୟ ଉପାଦାନର ଉପସ୍ଥିତି ସହ ଐକିକ ଲକ୍ଷଣମାନ ମଧ୍ୟ ପରିଦୃଷ୍ଟ ହୁଏ ।
ସମ୍ବିଧାନର ୧ ଧାରାରେ ଭାରତକୁ ଏକ ରାଜ୍ୟସଂଘ ବୋଲି ଘୋଷଣା କରାଯାଇଛି । K.C. Wheareଙ୍କ ମତ ଅନୁସାରେ ଭାରତ ଏକ ଅର୍ଥସଂଘୀୟ ରାଷ୍ଟ୍ର ଅଟେ । ସଂଘୀୟ ଶାସନର ସମସ୍ତ ଲକ୍ଷଣ ଆମ ସମ୍ବିଧାନରେ ଥିଲେ ମଧ୍ୟ ଏହା ଯେ ଐକିକ ଶାସନ ପ୍ରଣାଳୀଦ୍ଵାରା ପ୍ରଭାବିତ ଏଥ‌ିରେ ସନ୍ଦେହ ନାହିଁ ।

  • ଏକକ ସମ୍ବିଧାନ – ସଂଘୀୟ ରାଷ୍ଟ୍ରରେ ରାଷ୍ଟ୍ରସଂଘ ଏବଂ ରାଜ୍ୟମାନଙ୍କ ପାଇଁ ଅଲଗା ଅଲଗା ସମ୍ବିଧାନ ଥାଏ । ମାତ୍ର ଭାରତରେ ଗୋଟିଏ ସମ୍ବିଧାନଦ୍ଵାରା ଉଭୟ କେନ୍ଦ୍ର ଏବଂ ରାଜ୍ୟ ଶାସନ ପରିଚାଳିତ ହେଉଛି ।
  • ରାଜ୍ୟର ଭୂଚିତ୍ର ପରିବର୍ତ୍ତନ – ସମ୍ବିଧାନର ୩ ଧାର ଅନୁସାରେ ପାର୍ଲିଆମେଣ୍ଟ ଆଇନ ପ୍ରଣୟନ କରି ନୂତନ ରାଜ୍ୟ ସୃଷ୍ଟି କରିପାରେ, ସୀମା ପରିବର୍ତ୍ତନ କରିପାରେ, ରାଜ୍ୟର ନାମ ବଦଳାଇ ପାରେ ଓ ଆୟତନ ହ୍ରାସ ଓ ବୃଦ୍ଧି କରିପାରେ ।
  • ଏକକ ନାଗରିକତ୍ବ – ସଂଘୀୟ ରାଷ୍ଟ୍ରରେ ଦ୍ୱୈତନାଗରିକତ୍ବ ପ୍ରଥା ପ୍ରଚଳିତ ଥିଲେ ମଧ୍ୟ ଭାରତରେ ଏକକ ନାଗରିକତ୍ବ ପ୍ରଚଳିତ ।
  • ଅସମାନ ପ୍ରତିନିଧ୍ବ – ସଂଘୀୟ ରାଷ୍ଟ୍ରର ପାର୍ଲିଆମେଣ୍ଟରେ ଦ୍ଵିତୀୟ କକ୍ଷ ରାଜ୍ୟମାନଙ୍କରୁ ସମାନସଂଖ୍ୟକ ନିର୍ବାଚିତ ପ୍ରତିନିଧୁମାନଙ୍କୁ ନେଇ ଗଠିତ ହୋଇଥାଏ । ମାତ୍ର ଭାରତରେ ରାଜ୍ୟଗୁଡ଼ିକ ରାଜ୍ୟସଭାକୁ ସମାନସଂଖ୍ୟକ ପ୍ରତିନିଧ୍ ପଠାନ୍ତି ନାହିଁ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ସମ୍ବିଧାନର ସୁରକ୍ଷା – ଭାରତ ସମ୍ବିଧାନର ସୁରକ୍ଷା ଦାୟିତ୍ଵ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ । କୌଣସି ରାଜ୍ୟରେ ସାମ୍ବିଧାନିକ ସ୍ଥିତି ଭାଙ୍ଗିପଡ଼ିଲେ କିମ୍ବା ଭାଙ୍ଗି ପଡ଼ିବାର ଦେଖାଗଲେ ୩୫୬ ଧାରା ଅନୁସାରେ କେନ୍ଦ୍ର ସରକାର ସେହି ରାଜ୍ୟର ଶାସନ ଦାୟିତ୍ଵ ହାତକୁ ନିଅନ୍ତି ।
  • ଏକକ ବିଚାର ବ୍ୟବସ୍ଥା – ଆମେରିକା ପ୍ରଭୃତି ସଂଘୀୟ ରାଷ୍ଟ୍ରରେ ରାଜ୍ୟ ଏବଂ ସଂଘ ପାଇଁ ସ୍ବତନ୍ତ୍ର ବିଚାର ବ୍ୟବସ୍ଥା ଥିବା ସ୍ଥଳେ ଭାରତରେ ଏକକ ବିଚାର ବ୍ୟବସ୍ଥା ଅଛି ।
  • ଯୋଜନା କମିଶନ – ଭାରତର ଦ୍ରୁତ ଆର୍ଥନୀତିକ ଅଭିବୃଦ୍ଧି ପାଇଁ ଏକ ‘ଯୋଜନା କମିଶନ’ ଅଛି । ଏହା ସାମ୍ବିଧାନିକ ଅନୁଷ୍ଠାନ ନୁହେଁ । ପାର୍ଲିଆମେଣ୍ଟ ଆଇନଦ୍ଵାରା ଏହା ସଂଗଠିତ । ରାଜ୍ୟର ଉନ୍ନୟନମୂଳକ ଯୋଜନା, ଯୋଜନା କମିଶନଦ୍ଵାରା ଅନୁମୋଦିତ ନ ହେଲେ କାର୍ଯ୍ୟକାରୀ ହୁଏ ନାହିଁ ।
  • ରାଜ୍ୟପାଳ କେନ୍ଦ୍ରର ପ୍ରତିନିଧୁ – ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ପ୍ରତିନିଧୁରୂପେ କାର୍ଯ୍ୟ କରନ୍ତି ଏବଂ ତାଙ୍କର-କାର୍ଯ୍ୟକାଳ ରାଷ୍ଟ୍ରପତିଙ୍କ ଆନନ୍ଦ ବା ମର୍ଜି ଉପରେ ନିର୍ଭର କରେ । ରାଜ୍ୟପାଳ ପ୍ରତି ୧୫ ଦିନରେ ଥରେ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ଶାସନ ବିଷୟରେ ବିବରଣୀ ପଠାନ୍ତି । ବିଧାନସଭାଦ୍ଵାରା ଗୃହୀତ ବିଲ୍‌କୁ ସମ୍ବିଧାନର ୨୦୦ ଧାରା ଅନୁସାରେ ରାଷ୍ଟ୍ରପତିଙ୍କ ସ୍ବୀକୃତି ପାଇଁ ସଂରକ୍ଷଣ କରନ୍ତି । ଉପରୋକ୍ତ ଲକ୍ଷଣଗୁଡ଼ିକ ସଂଘୀୟ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି । ଏଥୁରୁ ପ୍ରମାଣ ମିଳୁଛି ଯେ ଭାରତର ଶାସନ ବ୍ୟବସ୍ଥା ସଂଘୀୟାକୃତି; ମାତ୍ର ଐକିକ ଆତ୍ମାସଦୃଶ କାର୍ଯ୍ୟ କରୁଛି । ଏହା ଫଳରେ ରାଜ୍ୟମାନଙ୍କର ସ୍ବାତନ୍ତ୍ର୍ୟ କ୍ଷୁଣ୍ଣ ହେଉଛି ।

୫ । ଭାରତୀୟ ସଂଘୀୟ ଶାସନର ସ୍ବରୂପ ସମ୍ବନ୍ଧରେ ଆଲୋଚନା କର ।
କିମ୍ବା, ‘ଭାରତ ଆକାରରେ ସଂଘୀୟ, ମାତ୍ର ପ୍ରକୃତିରେ ଐକିକ’ – ଏହି ଉକ୍ତିର ସତ୍ୟତା ପରୀକ୍ଷା କର ।
Answer:
ଭାରତର ଶାସନ ବ୍ୟବସ୍ଥା ଏକ ସଂଘୀୟ ରାଷ୍ଟ୍ରର ସ୍ବରୂପ ପ୍ରତିଫଳନ କରୁଥିଲେ ମଧ୍ୟ ‘ସଂଘୀୟ’ ଶବ୍ଦ ଏହାର ସମ୍ବିଧାନର କୌଣସିଠାରେ ବ୍ୟବହୃତ ହୋଇନାହିଁ । ବରଂ ଭାରତ ସମ୍ବିଧାନର ୧ ଧାରାରେ ଭାରତକୁ ‘ରାଜ୍ୟମାନଙ୍କର ଏକ ସମ୍ମଳନ’ ବୋଲି ଘୋଷଣା କରାଯାଇଛି । ଆମେରିକାର ସଂଘୀୟ ବ୍ୟବସ୍ଥାର ପ୍ରଭାବ ଭାରତୀୟ ସମ୍ବିଧାନ ପ୍ରଣେତାମାନଙ୍କ ଉପରେ ପଡ଼ିଥିଲା । ଆମେରିକାରେ ଏକ ଦୃଢ଼ ପ୍ରତିରକ୍ଷା ବ୍ୟବସ୍ଥା ପାଇଁ କ୍ଷୁଦ୍ର ରାଜ୍ୟମାନେ ପରସ୍ପର ମଧ୍ୟରେ ଚୁକ୍ତି ସମ୍ପାଦନ କରି ଏହି ସଂଘୀୟ ବ୍ୟବସ୍ଥା ସୃଷ୍ଟି କରିଛନ୍ତି । ଏହି ପ୍ରକାର ରାଷ୍ଟ୍ରକୁ ‘କେନ୍ଦ୍ରାଭିମୁଖୀ ରାଷ୍ଟ୍ରସଂଘ’ (Centripetal Federation) କୁହାଯାଏ । କିନ୍ତୁ ଭାରତରେ ଏକ ସ୍ଵାଧୀନ ରାଷ୍ଟ୍ରକୁ ଶାସନର ସୁବିଧା ଦୃଷ୍ଟିରୁ ସ୍ଵତନ୍ତ୍ର ପ୍ରଶାସନିକ କ୍ଷମତା ସହ କେତେକ କ୍ଷୁଦ୍ର ରାଜ୍ୟରେ ପରିଣତ କରାଯାଇଛି ।

ତେଣୁ ଭାରତକୁ ‘କେନ୍ଦ୍ରାପସାରୀ ରାଷ୍ଟ୍ରସଂଘ’ (Centrifugal Federation) କୁହାଯାଏ । ଭାରତୀୟ ସଂଘୀୟ ବ୍ୟବସ୍ଥାର ଇତିହାସ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଆସିଛି । ୧୯୧୯ ମସିହାରେ ମଣ୍ଟେଗୁ- ଚେମସ୍ଫୋର୍ଡଙ୍କ ରିପୋର୍ଟରେ ପ୍ରଥମଥର ପାଇଁ ଏକ ସର୍ବଭାରତୀୟ ରାଷ୍ଟ୍ରସଂଘର ପରିକଳ୍ପନା କରାଯାଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରି ନଥିଲା । ଏହାପରେ ୧୯୩୫ ମସିହାରେ ଭାରତ ଶାସନ ଆଇନରେ ବ୍ରିଟିଶ୍ କର୍ତ୍ତୃତ୍ବାଧୀନ ଭାରତ ଓ କେତେକ ଭାରତୀୟ ରାଜ୍ୟକୁ ନେଇ ରାଷ୍ଟ୍ରସଂଘ ଗଠନ କରାଯାଇଥିଲେ ମଧ୍ୟ ତା’ର ପ୍ରକୃତ ରୂପରେଖ ଭାରତ ସ୍ଵାଧୀନତାପ୍ରାପ୍ତି ପରେ ପ୍ରକାଶ ପାଇଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ଏକ ସଂଘୀୟ ରାଷ୍ଟ୍ରରେ ୪ଟି ମୁଖ୍ୟ ଉପାଦାନ ରହିଥାଏ । ସେଗୁଡ଼ିକ ହେଲା –

  • ଲିଖ୍ ଓ ଅନମନୀୟ ସମ୍ବିଧାନ,
  • ଦ୍ଵୈତ ଶାସନ ବ୍ୟବସ୍ଥା ଓ କ୍ଷମତାର ସାମ୍ବିଧାନିକ ବଣ୍ଟନ,
  • ଏକ ସ୍ବାଧୀନ ଓ ନିରପେକ୍ଷ ନ୍ୟାୟାଳୟ ଓ
  • ଦ୍ବିସଦନୀୟତା । ଭାରତୀୟ ରାଜନୈତିକ ବ୍ୟବସ୍ଥାରେ ଉପରୋକ୍ତ ସଂଘୀୟ ଲକ୍ଷଣଗୁଡ଼ିକ ପୂର୍ଣ୍ଣମାତ୍ରାରେ ପରିଦୃଷ୍ଟ ହେଉଥ‌ିବାରୁ ଭାରତ ନିଃସନ୍ଦେହରେ ଏକ ସଂଘୀୟ ରାଷ୍ଟ୍ର ଅଟେ । ଭାରତ ସମ୍ବିଧାନ ଲିଖ୍ ଓ ଅନମନୀୟ ଅଟେ । ଏଠାରେ ଶାସନ କ୍ଷମତା ସମ୍ବିଧାନଦ୍ବାରା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବାଣ୍ଟି ଦିଆଯାଇଛି । ଉଚ୍ଚତମ ନ୍ୟାୟାଳୟ ନିରପେକ୍ଷ ଭାବେ ସଂଘୀୟ ଅଦାଲତ ହିସାବରେ କାର୍ଯ୍ୟ କରୁଛି । ଭାରତର ସଂସଦ ଲୋକସଭା ଓ ରାଜ୍ୟସଭା ପରି ଦୁଇ ସଦନବିଶିଷ୍ଟ ଅଟେ । ଲୋକସଭା ଲୋକମାନଙ୍କୁ ଓ ରାଜ୍ୟସଭା ସହଯୋଗୀ ରାଜ୍ୟମାନଙ୍କୁ ପ୍ରତିନିଧୁତ୍ଵର ସୁଯୋଗ ଦେଉଛି ।

ଭାରତରେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ପାଇଁ ସମ୍ବିଧାନ ପ୍ରଣେତାମାନେ ନିମ୍ନଲିଖୁତ ଦୃଷ୍ଟିକୋଣରୁ ବାଧ୍ୟ ହୋଇଥିଲେ । ପ୍ରଥମତଃ, ଭାରତରେ ପ୍ରଗତିର ବିଭିନ୍ନ ସ୍ତରରେ ଥିବା ରାଜ୍ୟମାନଙ୍କୁ ଜାତୀୟ ମହାସ୍ରୋତରେ ସାମିଲ ହେବାପାଇଁ ରାଜ୍ୟ ସରକାରଙ୍କର ସଙ୍ଗଠନ ମାଧ୍ୟମରେ ସୁଯୋଗ ଦେବା; ଦ୍ବିତୀୟତଃ, ଭାରତର ଭୌଗୋଳିକ ବିଶାଳତା ଦୃଷ୍ଟିରୁ ଏହାକୁ ଗୋଟିଏ କେନ୍ଦ୍ର ସରକାରଦ୍ଵାରା ଶାସନ କରିବା ସମ୍ଭବପର ହେଉ ନଥିବାରୁ; ତୃତୀୟତଃ, ସଂଖ୍ୟାଲଘୁ ଗୋଷ୍ଠୀଙ୍କର ସ୍ଵାର୍ଥର ସଂରକ୍ଷଣ ଓ ପରିବର୍ତ୍ତନ ଏବଂ ଚତୁର୍ଥତଃ, ୧୯୩୫ ମସିହାର ଭାରତ ଶାସନ ଆଇନରେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ କରାଯାଇଥିବାରୁ ସମ୍ବିଧାନ ପ୍ରଣେତାମାନେ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ସପକ୍ଷରେ ମତ ଦେଇଥିଲେ ।

ଭାରତ ସମ୍ବିଧାନର ସ୍ଵରୂପ ସଂଘୀୟ ହୋଇଥିଲେ ମଧ୍ୟ ପ୍ରଫେସର ଜେନିଙ୍ଗ୍‌ସ, ପ୍ରଫେସର ହେୟାର, କେ. ସାନ୍ମାନାମ୍‌ ଇତ୍ୟାଦି ଏକ ଐକିକ ରାଷ୍ଟ୍ରର ପ୍ରତିଷ୍ଠା ଏଠାରେ କରାଯାଇଛି ବୋଲି ମତ ଦେଇଥା’ନ୍ତି । କେନ୍ଦ୍ର ସରକାର ବନାମ୍ ପଶ୍ଚିମବଙ୍ଗ ରାଜ୍ୟ ମୋକଦ୍ଦମାରେ ଉଚ୍ଚତମ ନ୍ୟାୟାଳୟ ମଧ୍ଯ ଭାରତରେ କୌଣସି ପ୍ରାଚୀନ ସଂଘୀୟ ବ୍ୟବସ୍ଥାର ପ୍ରଚଳନ ନାହିଁ ବୋଲି ମତ ଦେଇଛନ୍ତି । ଡ.ପି.ପି. ଗଜେନ୍ଦ୍ର ଗଡ଼କରଙ୍କ ମତରେ, “ ଭାରତର ସମ୍ବିଧାନରେ କେତେକ ସଂଘୀୟ ଲକ୍ଷଣ ରହିଥିଲେ ମଧ୍ୟ ଏହା ପ୍ରକୃତପକ୍ଷେ ଏକ ସଂଘୀୟ ରାଷ୍ଟ୍ର ନୁହେଁ ।” ଡଃ. ବି.ଆର୍.ଆମ୍ବେଦକରଙ୍କ ମତାନୁଯାୟୀ ସମୟ ଓ ପରିସ୍ଥିତି ଦୃଷ୍ଟିରୁ ଭାରତ ଉଭୟ ସଂଘୀୟ ଓ ଐକିକି ପ୍ରକୃତି ଗ୍ରହଣ କରିଛି ।

ଭାରତୀୟ ସଂଘୀୟ ବ୍ୟବସ୍ଥାର ଐକିକ ଲକ୍ଷଣ – ନିମ୍ନଲିଖତ ଐକିକ ଲକ୍ଷଣ ଭାରତୀୟ ସଂଘୀୟ ବ୍ୟବସ୍ଥାରେ ପରିଦୃଷ୍ଟ ହୁଏ ।

  • ସମ୍ବିଧାନର ୧ ଧାରାରେ ଭାରତକୁ ‘ରାଜ୍ୟମାନଙ୍କର ସମ୍ମଳନ’ ବୋଲି ଘୋଷଣା କରାଯାଇଛି ।
  • ସମ୍ବିଧାନର ୩ ଧାରା ଅନୁସାରେ ରାଜ୍ୟମାନଙ୍କର ନାମ ଓ ସୀମାରେଖାରେ ପରିବର୍ତ୍ତନ ଏକ ସାଧାରଣ ସଂଖ୍ୟାଗରିଷ୍ଠତା ସହ କେନ୍ଦ୍ରୀୟ ସଂସଦ କରିପାରିବ ।
  • ରାଜ୍ୟ ଶାସନର ମୁଖ୍ୟ ରାଜ୍ୟପାଳ ରାଷ୍ଟ୍ରପତିଙ୍କଦ୍ବାରା ନିଯୁକ୍ତ ହୋଇ କେନ୍ଦ୍ରର ପ୍ରତିନିଧ୍ବ ରୂପେ କାର୍ଯ୍ୟ କରନ୍ତି ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • ଜରୁରୀ ପରିସ୍ଥିତିରେ ଏପରିକି ସାଧାରଣ ପରିସ୍ଥିତିରେ ମଧ୍ୟ ରାଜ୍ୟସଭାର ଦୁଇ-ତୃତୀୟାଂଶ ସମର୍ଥନ ସହ ଗୃହୀତ ପ୍ରସ୍ତାବ ବଳରେ କିମ୍ବା ଆନ୍ତର୍ଜାତିକ ଚୁକ୍ତିର କାର୍ଯ୍ୟକାରିତା ପାଇଁ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରିବ ।
  • ଜରୁରୀ ପରିସ୍ଥିତି ଘୋଷିତ ହୋଇଥିବା ସମୟରେ ବିଶେଷତଃ ରାଷ୍ଟ୍ରପତି ଶାସନ ସମୟରେ ରାଜ୍ୟ ଶାସନ କେନ୍ଦ୍ରର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥାଏ ।
  • ଭାରତର ରାଜ୍ୟମାନେ ଆର୍ଥିକ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କ ଉପରେ ନିର୍ଭରଶୀଳ ଅଟନ୍ତି ।
  • ଭାରତରେ ଏକ ସମ୍ବିଧାନ ଓ ଏକକ ନାଗରିକତା ନୀତିର ପ୍ରଚଳନ ଅଛି ।
  • ଏକ ସର୍ବଭାରତୀୟ ପ୍ରଶାସନିକ ସେବାସଂସ୍ଥା ଜରିଆରେ ଶାସନକାର୍ଯ୍ୟ, ପରିଚାଳିତ ହେଉଛି ।
  • ସମ୍ବିଧାନ ସଂଶୋଧନ କରିବାର କ୍ଷମତା କେବଳ କେନ୍ଦ୍ର ସରକାରଙ୍କର ଥିଲେ ମଧ୍ୟ ଏହି ସମ୍ବିଧାନ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ପ୍ରଯୁଜ୍ୟ ଅଟେ ।
  • ଯୋଜନା କମିଶନ, ଅର୍ଥକମିଶନ, ମହା ହିସାବରକ୍ଷକ ଓ ସମୀକ୍ଷକ, ନିର୍ବାଚନ କମିଶନ ଇତ୍ୟାଦି ଭାରତରେ କ୍ଷମତା କେନ୍ଦ୍ରୀକରଣ ପାଇଁ ଦାୟୀ ଅଟନ୍ତି ।

ଉପରୋକ୍ତ ଲକ୍ଷଣଗୁଡ଼ିକୁ ବିଚାରକୁ ନେଇ ସମାଲୋଚକମାନେ ଭାରତକୁ ଏକ ଐକିକ ରାଷ୍ଟ୍ର ରୂପେ ଘୋଷଣା କରିଥା’ନ୍ତି । ପି.ଟି. ବ୍ୟାକୋଙ୍କ ମତରେ, ଶାସନ ବିଧାୟକ ସଭା ଯେଉଁ ବ୍ୟବସ୍ଥା ସୃଷ୍ଟି କରିଛି, ତାହା ଆକୃତିରେ ସଂଘୀୟ ହୋଇଥିଲେ ମଧ୍ୟ ବସ୍ତୁତଃ ଐକିକ ଅଟେ ।” କେ.ଏମ୍. ମୁନ୍ସୀ ଏହାକୁ ଏକ ଅର୍ଥସଂଘୀୟ (Quasi-Federal) ବ୍ୟବସ୍ଥା ରୂପେ ଅଭିହିତ କରି ମତ ଦେଇଥିଲେ ଯେ ଏଠାରେ ଅନେକଗୁଡ଼ିଏ ଗୁରୁତ୍ଵପୂର୍ଣ୍ଣ ଐକିକ ଲକ୍ଷଣ ସ୍ଥାନ ପାଇଛି ।

  • କେନ୍ଦ୍ର ଶକ୍ତିଶାଳୀ ହେବାର କାରଣ – ଭାରତରେ କେନ୍ଦ୍ରକୁ ସୁଦୃଢ଼ କରିବାପାଇଁ ଦେଶର ନିରାପତ୍ତା, ବିଚ୍ଛିନ୍ନତାବାଦୀ ଶକ୍ତିର ଉପସ୍ଥିତ, ଜାତୀୟ ସଂହତି ରକ୍ଷାଜନିତ ସମସ୍ୟା, ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା, ଆନ୍ତର୍ଜାତିକ ସ୍ତରରେ ଭାରତର ପ୍ରକୃତ ସ୍ଥାନ, ଐତିହାସିକ ପୃଷ୍ଠଭୂମି ତଥା ବର୍ତ୍ତମାନ ପୃଥିବୀରେ କେନ୍ଦ୍ରାଭିମୁଖୀ ଚିନ୍ତାଧାରାର ଦ୍ରୁତ ପ୍ରବାହ ଇତ୍ୟାଦି ପରିସ୍ଥିତି ଦାୟୀ ଅଟେ ।
    ବାସ୍ତବତା ଦୃଷ୍ଟିରୁ ବିବେଚନା କଲେ ଭାରତ ଏକ ସଂଘୀୟ ରାଷ୍ଟ୍ର ଅଟେ ।

କିନ୍ତୁ ଜବାହାରଲାଲ ନେହେରୁଙ୍କ ମତାନୁଯାୟୀ ଶାନ୍ତିର ସଂରକ୍ଷଣ, ସାଧାରଣ ସ୍ଵାର୍ଥଜନିତ ବିଷୟ ମଧ୍ଯରେ ସଂଯୋଗ ରକ୍ଷା, ଆନ୍ତର୍ଜାତିକ ସ୍ତରରେ ସମଗ୍ର ଭାରତବର୍ଷର ମର୍ଯ୍ୟାଦା ବୃଦ୍ଧି ଇତ୍ୟାଦି ଦୃଷ୍ଟିକୋଣରୁ ଭାରତରେ କେନ୍ଦ୍ରକୁ କ୍ଷମତାଶାଳୀ ଓ ଦୃଢ଼ କରାଯାଇଛି । ତେଣୁ ଯେଉଁମାନେ ଭାରତକୁ ‘ଅର୍ଥ-ସଂଘୀୟ’ ବା ‘ଐକ୍ୟ-ସଂଘୀୟ’ (Fedro-Unitary) ରାଷ୍ଟ୍ରରୂପେ ଅଭିହିତ କରିଛନ୍ତି, ସେମାନେ ସାଧାରଣତଃ ଡାଇସି, ଫ୍ରିମ୍ୟାନ୍ ଇତ୍ୟାଦିଙ୍କ ସଂଘବାଦ ସମ୍ପର୍କୀୟ ସଂଜ୍ଞାକୁ ବିଚାରକୁ ନେଇଥା’ନ୍ତି; କିନ୍ତୁ ଗୋପାଳସ୍ଵାମୀ ଆୟାଙ୍ଗୀରଙ୍କ ମତରେ ପୃଥବୀର କୌଣସି ସଂଘୀୟ ବ୍ୟବସ୍ଥା ପ୍ରକୃତ ବା ଶୁଦ୍ଧ ସଂଘୀୟ ବ୍ୟବସ୍ଥା ନୁହେଁ । ଆମେରିକା, କାନାଡ଼ା ଓ ଅଷ୍ଟ୍ରେଲିଆ ପରି ପୁରାତନ ସଂଘୀୟ ରାଷ୍ଟ୍ରରେ ମଧ୍ୟ କ୍ଷମତାର ଏହି କେନ୍ଦ୍ରାଭିମୁଖୀ ନୀତି ଅନୁସୃତ ହେଉଛି । ପ୍ରକୃତପକ୍ଷେ ଭାରତ ସାଧାରଣ ପରିସ୍ଥିତିରେ ଏକ ସଂଘୀୟ ରାଷ୍ଟ୍ର ଅଟେ, ମାତ୍ର ଜରୁରୀ ପରିସ୍ଥିତିରେ ଏହା ଐକିକ ରାଷ୍ଟ୍ରର ଭୂମିକା ଗ୍ରହଣ କରିଥାଏ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୬ । ଭାରତୀୟ ସଂଘୀୟ ବ୍ୟବସ୍ଥାରେ ରାଜ୍ୟ ସାତନ୍ତ୍ର୍ୟ ଦାବିର ସରର ମୂଲ୍ୟାଙ୍କନ କର ।
Answer:
ବ୍ରିଟିଶ୍ ରାଜତ୍ଵ କାଳରେ ଭାରତୀୟମାନେ ଆନ୍ଦୋଳନ ମାଧ୍ୟମରେ ରାଜ୍ୟମାନଙ୍କ ପାଇଁ ସାତନ୍ତ୍ର୍ୟ ଦାବି କରୁଥିଲେ । ୧୯୩୫ ମସିହାର ଭାରତ ଶାସନ ଆଇ ଏହି ଦାବିର କିଛି ଅଂଶ ପୂରଣ କରିଥିଲେ ମଧ୍ୟ ଭାରତୀୟମାନଙ୍କ ମନରେ ଆଞ୍ଚଳିକ ସାତନ୍ତ୍ର୍ୟର ମୋହ ସୃଷ୍ଟି କରିଥିଲା । ସ୍ଵାଧୀନତା ପ୍ରାପ୍ତିପରେ ନୂତନ ସମ୍ବିଧାନ ପ୍ରଣୟନ ସମୟରେ ରାଜ୍ୟମାନଙ୍କୁ ଅଧିକ କ୍ଷମତା ଦେବାକୁ ବହୁ ରାଜନୀତିଜ୍ଞ ମତପ୍ରକାଶ କରିଥିଲେ । ପଣ୍ଡିତ ନେହେରୁ, ଡକ୍ତର ଆମ୍ବେଦକର ଓ ସର୍ଦାର ପଟେଲ ପ୍ରଭୃତି ଜାତୀୟ ନେତାମାନେ ଏହି ଦାବିକୁ ଗ୍ରହଣ କରିନଥିଲେ । ସେମାନେ ସେତେବେଳେ ଯେଉଁ କାରଣରୁ କେନ୍ଦ୍ରରୁ ଅଧିକ କ୍ଷମତା ଦେଇ ରାଜ୍ୟମାନଙ୍କର ଭୂମିକାକୁ ଗୌଣ ମନେକରିଥିଲେ, ସାଧୀନତାର ୪୩ ବର୍ଷ ପରେ ମଧ୍ୟ କେନ୍ଦ୍ର ସରକାର ସେହି ଆଳରେ ରାଜ୍ୟର ସାତନ୍ତ୍ର୍ୟ ଦାବିକୁ ଅଗ୍ରହ୍ୟ କରିଚାଲିଛି ।

କ୍ରମଶଃ ଏହା ବିରୁଦ୍ଧରେ ଜନମତ ସୃଷ୍ଟି ହେଉଛି ଏବଂ ରାଜ୍ୟମାନେ ଅଧିକରୁ ଅଧିକ ସାତନ୍ତ୍ର୍ୟ ଦାବି କରୁଛନ୍ତି । ପଣ୍ଡିତ ନେହେରୁ ଓ ଶାସ୍ତ୍ରୀଜୀଙ୍କ ମୃତ୍ୟୁପରେ କଂଗ୍ରେସ ଦଳର ସାଙ୍ଗଠନିକ ସ୍ଥିତି ଓ ଆଭ୍ୟନ୍ତରୀଣ ଶୃଙ୍ଖଳା ବ୍ୟାହତ ହେବାରୁ ଦଳ ମଧ୍ୟରେ ଯେଉଁ ବକ୍ତିଗତ ବିରୋଧ ଦେଖାଗଲା, ତାହା କେବଳ ଯେ କଂଗ୍ରେସକୁ ଭାଗ ଭାଗ କଲା, ସେତିକି ନୁହେଁ, ଦେଶର ଐକ୍ୟ ଓ ସଂହତି ପ୍ରତି ବିପଦ ସୃଷ୍ଟି କଲା । ୧୯୬୭ ମସିହା ପରେ ଅନେକ ରାଜ୍ୟ କଂଗ୍ରେସ ହାତରୁ ଖସିଗଲା ଓ ସେଠାରେ ଅଣକଂଗ୍ରେସ ମନ୍ତ୍ରିମଣ୍ଡଳ ଗଠିତ ହେଲା, ଏହିଠାରୁ ଆରମ୍ଭ ହେଲା ରାଜ୍ୟମାନଙ୍କ ସାତନ୍ତ୍ର୍ୟ ଦାବିର ଘର । ଦ୍ବିତୀୟ ସାଧାରଣ ନିର୍ବାଚନ, ୧୯୫୭ ମସିହାରେ କେରଳରେ କମ୍ୟୁନିଷ୍ଟ ମନ୍ତ୍ରୀମଣ୍ଡଳ ଇ.ଏସ୍.ଏସ୍ ନମ୍ବୁଦ୍ରପଦଙ୍କ ମୁଖ୍ୟ ମନ୍ତ୍ରୀତ୍ଵରେ ଗଠିତ ହେଲା ।

ଏହା କେନ୍ଦ୍ରର କଂଗ୍ରେସ ସରକାରକୁ ଅନେକ କ୍ଷେତ୍ରରେ ବିରୋଧ କଲା । ୧୯୫୯ ମସିହାରେ କେରଳ ସରକାରଙ୍କୁ ଭାଙ୍ଗି ରାଷ୍ଟ୍ରପତି ଶାସନ ଜାରି କରାଗଲା । କେନ୍ଦ୍ରର ଏହି ଅଗଣତାନ୍ତ୍ରିକ ପଦକ୍ଷେପ ବିରୁଦ୍ଧରେ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ୧୯୬୦ ମସିହାରେ ମାଡ୍ରାସ୍ଠାରେ ଦ୍ରାବିଡ଼ ମୁନେତ୍ରା କାଜାଗମ୍ ଓ ନବତାମିଲ ଦଳ, ମିଳିତଭାବେ ସାର୍ବଭୌମ ତାମିଲନାଡୁ ଗଠନ ପାଇଁ ଆନ୍ଦୋଳନ କଲେ । ସେମାନେ ଭାରତର ସମ୍ବିଧାନ ଓ ଜାତୀୟ ପତାକାକୁ ମଧ୍ୟ ବିରୋଧ କଲେ । ୧୯୬୨ ମସିହାରେ ସି.ଏମ୍. ଅନ୍ଧାଦୁରାଇ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ପୂଟକ ଓ କେରଳ ପ୍ରଭୃତି ରାଜ୍ୟକୁ ନେଇ ଏକ ‘ସାଧୀନ ଦ୍ରାବିଡ଼ରାଜ୍ୟ’ ଗଠନ ପାଇଁ ଦାବି କରିଥିଲେ । ଚୀନ୍‌ର ଭାରତ ଆକ୍ରମଣ ପରେ ଏହି ଘର ୧୯୬୩ ବେଳକୁ ନରମିଯାଇଥିଲେ ମଧ୍ୟ ଦାକ୍ଷିଣାତ୍ୟ ରାଜ୍ୟମାନଙ୍କୁ ଅଧିକ ସାତନ୍ତ୍ର୍ୟ ତାଙ୍କର ଦାବି ଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୧୯୬୭ ମସିହାରେ କେରଳରେ ମାର୍କସ୍ଵାଦୀ ନେତା ନମ୍ବୁଦ୍ରାପଦ ମୁଖ୍ୟମନ୍ତ୍ରୀ ହେଲେ । ସେ କେରଳ ପାଇଁ ଅଧୁକ ଖାଦ୍ୟଶସ୍ୟ କେନ୍ଦ୍ରଠାରୁ ଦାବି କଲେ । କେନ୍ଦ୍ର ସରକାରଙ୍କ ପାତର ଅନ୍ତର ମନୋଭାବକୁ ସମାଲୋଚନା କରି ଖାଦ୍ୟଯୋଗାଣ ପାଇଁ ଚୀନ୍ ସହ ପ୍ରତ୍ୟକ୍ଷ ରାଜିନାମା କରିବାର କ୍ଷମତା କେରଳକୁ ଦିଆଯାଉ ବୋଲି ସେ କହିଥିଲେ । ଏପରିକି ବୈଦେଶିକ ମୁଦ୍ରାର କେରଳ ଅଂଶ ତାଙ୍କ ରାଜ୍ୟକୁ ଦେବାପାଇଁ ତାଙ୍କର ଦାବି ଥିଲା । ୧୯୬୭ ମସିହା ଏପ୍ରିଲ ୮ ତାରିଖରେ ଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଅନ୍ନଦୁରାଇ କେନ୍ଦ୍ରର କ୍ଷମତା ହ୍ରାସ ଓ ରାଜ୍ୟର କ୍ଷମତା ବୃଦ୍ଧି ପାଇଁ ଯୁକ୍ତି ବାଢ଼ିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ପାଟିଲ ୧୯୬୬ ମସିହାରେ କେନ୍ଦ୍ରର କଂଗ୍ରେସ ସରକାର ବିରୁଦ୍ଧରେ ସର ଉତ୍ତୋଳନ କଲେ ।

ରାଜ୍ୟରେ ଅଣକଂଗ୍ରେସ ସରକାର ଥିବାରୁ କେନ୍ଦ୍ର ରାଜ୍ୟ ପ୍ରତି ଉଚିତ ଧ୍ୟାନ ଦେଉନାହିଁ କେନ୍ଦ୍ର ମନ୍ତ୍ରୀମାନେ ରାଜ୍ୟଠାରୁ ଉପଯୁକ୍ତ ଆତିଥ୍ୟ ପାଉଥିଲେ ମଧ୍ୟ ରାଜ୍ୟ ମନ୍ତ୍ରୀମାନଙ୍କୁ ଦିଲ୍ଲୀରେ ସାକ୍ଷାତ ଦେଉନାହାନ୍ତି ତଥା ରାଜ୍ୟ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେବାର ସବୁପ୍ରକାର ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ୧୯୬୯ ମସିହା ଜୁନ୍ ୨୮ ତାରିଖ ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଗରୁମାନ ସିଂହ କେନ୍ଦ୍ରକୁ ସମାଲୋଚନା କରି କହିଥିଲେ ଯେ କେନ୍ଦ୍ର ସରକାର ଜାଣିଶୁଣି ଚଣ୍ଡିଗଡ଼ର ଭବିଷ୍ୟତ ଓ ପଞ୍ଜାବର ସୀମା ନିର୍ଦ୍ଧାରଣ କରୁନାହାନ୍ତି । ୧୯୬୯ ମସିହା ସେପ୍ଟେମ୍ବର ୨୨ ତାରିଖରେ ତାମିଲନାଡୁ ସରକାର ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଡକ୍ଟର ପି.ଭି. ରାଜରମାତ୍ମାଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ରାଜ୍ୟ ସମ୍ପର୍କ ବିଷୟରେ ଅନୁଧ୍ୟାନ ରିପୋର୍ଟ ଦେବାକୁ ଏକ କମିଟି ଗଠନ କଲେ । ଏହି କମିଟି କେତେକ ଉପାଦେୟ ପରାମର୍ଶ ଦେଇଥିଲା ।

  • ରାଜ୍ୟପାଳ ରାଜ୍ୟ ମନ୍ତ୍ରୀମଣ୍ଡଳର ପରାମର୍ଶକ୍ରମେ ନିଯୁକ୍ତି ହେବା ଉଚିତ ।
  • କେବଳ ଆଇନ ଶୃଙ୍ଖଳା ପରିସ୍ଥିତିରେ ଅବନତି କାରଣରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯିବ । ଏ ବିଷୟରେ ବିଧାନସଭାରେ ଆଲୋଚନା ମଧ୍ୟ ହେବ ।
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଆନ୍ତଃରାଜ୍ୟ ପରିଷଦ ଗଠିତ ହେବ ଏବଂ ତାହା ପ୍ରତିରକ୍ଷା ଓ ବୈଦେଶିକ ସମ୍ପର୍କ ଭିନ୍ନ ଅନ୍ୟ ସମସ୍ତ ବିଷୟ ଆଲୋଚନା କରିବେ ।
  • ରାଜ୍ୟ ତାଲିକାର ବିଷୟ ସଂଖ୍ୟା ବୃଦ୍ଧି କରାଯିବ ଓ ରାଜ୍ୟସଭାରେ ପ୍ରତ୍ୟେକ ରାଜ୍ୟକୁ ସମାନ ପ୍ରତିନିଧୁତ୍ଵ ମିଳିବ ।
  • ଅର୍ଥ ଆୟୋଗ ଏକ ସ୍ଥାୟୀ ସଂସ୍ଥା ହେବ ।
  • ଆନ୍ତଃରାଜ୍ୟ ନଦୀଜଳ ବଣ୍ଟନ ବିବାଦ କେବଳ ସୁପ୍ରିମ୍ କୋର୍ଟରେ ହିଁ ଶେଷହେବ ଓ ହାଇକୋର୍ଟର ବିଚାରପତିମାନଙ୍କ ବହିଷ୍କାରରେ ରାଜ୍ୟ ବିଧାନସଭାକୁ ଅଂଶୀଦାର କରାହେବ ।
  • ଅନ୍ତର୍ଭୁକ୍ତ ହେବ । କେନ୍ଦ୍ର ସରକାର ଏହି ପରାମର୍ଶ ଗ୍ରହଣ କରିନଥିଲେ । ୧୯୬୯ ମସିହାରେ ପଶ୍ଚିମବଙ୍ଗର ରାଜ୍ୟପାଳ ଧର୍ମବୀର ବର୍ଷୀୟାନ ନେତା ଅଜୟ ମୁଖାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀତ୍ଵରୁ ବହିଷ୍କାର କରି ଏକ କୁପରମ୍ପରା ସୃଷ୍ଟିକଲେ । ଏହାଫଳରେ କେନ୍ଦ୍ର-ରାଜ୍ୟ ସମ୍ପର୍କ ବ୍ୟାହତ ହେଲା । ମାର୍କସବାଦୀ କମ୍ୟୁନିଷ୍ଟପାର୍ଟି ଧର୍ମବୀରଙ୍କ ପ୍ରତ୍ୟାହାର ଦାବିକଲା ଓ ତତ୍‌ସହିତ ରାଜ୍ୟର ଅଧ‌ିକ ସାତନ୍ତ୍ର୍ୟପାଇଁ ସର ଉତ୍ତୋଳନ କଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

୧୯୭୦ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ମହାମାୟା ପ୍ରସାଦ ସିହ୍ନା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ସିହଦେଓ ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ଦାବି କଲେ । ଓଡ଼ିଶାର ପ୍ରାକୃତିକ ସମ୍ପଦର ଉପଯୁକ୍ତ ବିନିଯୋଗ ପାଇଁ ଦ୍ଵିତୀୟ ଇସ୍ପାତ କାରଖାନା ଓ ରେଳପଥର ସମ୍ପ୍ରସାରଣ ଦାବିରେ ସରକାରୀ ଦଳ ପୃଷ୍ଠପୋଷକତାରେ ଓଡ଼ିଶାରେ ବନ୍ଦ ପାଳନ କରାଯାଇଥିଲା । ୧୯୭୩ ମସିହା ଅକ୍ଟୋବର ମାସରେ ପଞ୍ଜାବର ଆନନ୍ଦପୁର ସାହିବଠାରେ ଶିରେମଣି ଆକାଳୀଦଳଦ୍ଵାରା କେନ୍ଦ୍ର ରାଜ୍ୟ ସମ୍ପର୍କକୁ ନୂତନ ରୂପ ଦେବାପାଇଁ ଏକ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ଆନନ୍ଦପୁର ସାହିବ ପ୍ରସ୍ତାବ ଭାବେ ପରିଚିତ । ରାଜ୍ୟରୁ ଅଧ‌ିକ କ୍ଷମତା ଦେବା, ସଂଘୀୟ ବ୍ୟବସ୍ଥାର ଢାଞ୍ଚା ବଦଳାଇବା ଓ ରାଜ୍ୟର ଆର୍ଥିକ ସ୍ଥିତିକୁ ଦୃଢ଼ କରିବାପାଇଁ କେତେକ ପ୍ରସ୍ତାବ ଏହାର ଅନ୍ତର୍ଭୁକ୍ତ ।

କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିନଥିଲେ । ବିହାର ଓ ଅନ୍ୟ କେତେକ ରାଜ୍ୟର ପରିସ୍ଥିତିରେ ସମବେଦନା ପ୍ରକାଶକରି ଜୟପ୍ରକାଶ ନାରାୟଣ ୧୯୭୧ ମସିହାରେ ଏକ ନୂତନ କ୍ରାନ୍ତି ଆରମ୍ଭ କଲେ । ଏହା ସଂପୂର୍ଣ୍ଣ ବିପ୍ଳବ ନାମରେ ନାମିତ । ଏହାର ଲକ୍ଷ୍ୟ ଥିଲା କ୍ଷମତାର ବିକନ୍ଦ୍ରୀକରଣ ଓ ଆଞ୍ଚଳିକ ବୈଷମ୍ୟର ଅବସାନ । ୧୯୭୭ ମସିହା ନିର୍ବାଚନରେ ଭାରତୀୟମାନେ ଏକ ଐତିହାସିକ ରାୟ ଦେଲେ, ଯାହାଫଳରେ କେନ୍ଦ୍ରରେ କଂଗ୍ରେସ ପରିବର୍ତ୍ତେ ଜନତା ଦଳ ଶାସନକୁ ଆସିଲା । ୯ଟି ରାଜ୍ୟର କଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେଇ ଜନତା ଦଳ କେନ୍ଦ୍ର-ରାଜ୍ୟ ସମ୍ପର୍କରେ କ୍ଷତି ଘଟାଇଥଲା । ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଦେବରାଜ ଉର୍ଷ ରାଜ୍ୟ ପାଇଁ ଅଧିକ କ୍ଷମତା ଦାବି କରିଥିଲେ ।

୧୯୭୮ ମସିହାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରକାଶସିଂହ ବାଦଲ, ଆସାମ ମୁଖ୍ୟମନ୍ତ୍ରୀ ଗୋଲାବ ବାରବରା, ଲୋକସଭା ସଭ୍ୟ ଶ୍ରୀ ଧନିକଲାଲ ମଣ୍ଡଳ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀ ଜ୍ୟୋତିବସୁ ପ୍ରଭୃତି ରାଜ୍ୟପାଇଁ ଅଧିକ କ୍ଷମତା ଦାବି କରିଥିଲେ ମଧ୍ୟ ମୋରାର୍‌ଜୀ ସରକାର ସେମାନଙ୍କ ସହିତ ଏକମତ ହୋଇନଥିଲେ । ଜନତା ମନ୍ତ୍ରୀମଣ୍ଡଳର ପତନ ଘଟିବାରୁ ୧୯୮୦ ମସିହାରେ କଂଗ୍ରେସ ପୁଣି କ୍ଷମତାକୁ ଆସିଲା । ଶ୍ରୀମତୀ ଇନ୍ଦିରା ଗାନ୍ଧି ୯ଟି ରାଜ୍ୟର ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳକୁ ଭାଙ୍ଗିଦେଇ ଜନତା ସରକାରଙ୍କ କାର୍ଯ୍ୟର ପୁନରାବୃତ୍ତି କଲେ । ଏହା କେନ୍ଦ୍ର-ରାଜ୍ୟ ସମ୍ପର୍କକୁ କ୍ଷୁଣ୍ଣ କଲା । ୧୯୮୨ ମସିହା ବେଳକୁ ପଞ୍ଜାବ ପରିସ୍ଥିତି ଆୟତ୍ତ ବାହାରକୁ ଚାଲିଯାଇଥିଲା ।

CHSE Odisha Class 12 Political Science Chapter 3 Long Answer Questions in Odia Medium

ଶ୍ରୀମତୀ ଗାନ୍ଧି ସ୍ଵର୍ଣ୍ଣମନ୍ଦିରରେ ଭାରତୀୟ ସୈନ୍ୟବାହିନୀଦ୍ଵାରା ଯେଉଁ ବୃଷ୍ଟାର ଅପରେସନ କଲେ ତା’ ବିରୁଦ୍ଧରେ ଅକାଳୀ ଦଳର କର୍ମୀମାନେ ସଙ୍ଗଠିତ ହୋଇ ରାଜ୍ୟ ପାଇଁ ଅଧୁକ କ୍ଷମତା ତଥା ଖାଲିସ୍ଥାନ ଦାବିକଲେ । ସେହିବର୍ଷ ହରିୟାନାର ଭିୱାନୀଠାରେ ମୁଖ୍ୟ ବିରୋଧୀ ଦଳଙ୍କ ନେତୃମଣ୍ଡଳର ବୈଠକ ବସିଲା ଓ କେନ୍ଦ୍ରର କଂଗ୍ରେସ ଶାସନର ସମାପ୍ତି ତଥା ରାଜ୍ୟମାନଙ୍କ ପାଇଁ ଅଧିକ କ୍ଷମତା ସଂକ୍ରାନ୍ତରେ କେତେକ ନିଷ୍ପତ୍ତି ନିଆଗଲା । ୧୯୮୩ ମସିହା ମାର୍ଚ୍ଚ ୨୦ ତାରିଖରେ ତାମିଲନାଡୁ, କର୍ନେଟକ, ଆନ୍ଧ୍ରପ୍ରଦେଶ ଓ ପଣ୍ଡିଚେରୀର ମୁଖ୍ୟମନ୍ତ୍ରୀମାନେ ବାଙ୍ଗାଲୋରଠାରେ ମିଳିତ ହୋଇ ଅଣକଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ଓ ବିରୋଧୀଦଳର ନେତାମାନେ କେନ୍ଦ୍ର-ରାଜ୍ୟ ସମ୍ପର୍କ, ରାଜ୍ୟର ସ୍ୱାତନ୍ତ୍ର୍ୟ, ଆଞ୍ଚଳିକ ବିକାଶ ଓ କେନ୍ଦ୍ର ସରକାରଙ୍କ ମନୋମୁଖୀ ତଥା ପକ୍ଷପାତୀ ଦୃଷ୍ଟିଭଙ୍ଗୀ ବିଷୟରେ ଆଲୋଚନା କରିବାପାଇଁ ଏବଂ ସମୁଚିତ ପନ୍ଥା ଗ୍ରହଣ ପାଇଁ ବିଭିନ୍ନ ସ୍ଥାନରେ ମିଳିତ ହେବାପାଇଁ ଯୋଜନା କଲେ ।

୧୯୮୩ ମସିହା ମେ ମାସ ୨୮ ତାରିଖରେ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ, ୧୯୮୩ ମସିହା ଅକ୍ଟୋବର ମାସ ୭ ତାରିଖରେ ଶ୍ରୀନଗରଠାରେ ଓ ୧୯୮୪ ମସିହା ଜାନୁୟାରୀ ୧୩ ତାରିଖ ଦିନ କଲିକତାଠାରେ ଏହି ପ୍ରକାର ସମ୍ମିଳନୀ ସଙ୍ଗଠିତ ହୋଇଥିଲା । ୧୯୮୪ ମସିହାରେ କେନ୍ଦ୍ରୀୟ ନିର୍ଦ୍ଦେଶରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଶ୍ରୀରାମଲାଲ ଅପକୌଶଳ ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କୁ କ୍ଷମତାଚ୍ୟୁତ କଲେ ଓ ଶ୍ରୀ ଭାସ୍କର ରାଓଙ୍କୁ ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାସୀନ କଲେ । ଏହା କେନ୍ଦ୍ର ସରକାରର ରାଜ୍ୟ ଉପରେ ଅଯଥା ହସ୍ତକ୍ଷେପ ବୋଲି କହି ବିରୋଧୀ ଦଳମାନେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ସମାଲୋଚନା କରିଥିଲେ । ଅବଶ୍ୟ ଖୁବ୍ କମ୍ ଦିନପରେ ଭାସ୍କର ରାଓଙ୍କୁ ବହିଷ୍କାର କରି ରାମାରାଓଙ୍କୁ ପୁନଶ୍ଚ ମୁଖ୍ୟମନ୍ତ୍ରୀ କରାଗଲା ।

୧୯୮୯ ମସିହାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏସ.ଆର.ବୋମାଲଙ୍କୁ ବିଧାନସଭାରେ ଶକ୍ତି ପରୀକ୍ଷାର ସାମାନ୍ୟତମ ସୁଯୋଗ ନଦେଇ ରାଜ୍ୟପାଳ ଭେଙ୍କଟସୁବେୟା ମୁଖ୍ୟମନ୍ତ୍ରୀତ୍ବରୁ ବରଖାସ୍ତ କଲେ । ଏହାଦ୍ଵାରା କଂଗ୍ରେସ ସରକାରଙ୍କ ବିରୁଦ୍ଧରେ ନାନା ପ୍ରକାର ସମାଲୋଚନା ହେଲା । ରାଜ୍ୟପାଳ ଅଗଣତାନ୍ତ୍ରିକ, ଉଦ୍ଦେଶ୍ୟମୂଳକ ଓ ଦଳୀୟ ସମର୍ଥକଭାବେ କାର୍ଯ୍ୟ କରୁଥିବାରୁ ରାଜ୍ୟପାଳ ପଦବୀକୁ ଉଠାଇ ଦେବାପାଇଁ ବିଭିନ୍ନ ସ୍ତରରେ ଦାବି କରାଯାଇଥିଲା । ସେହିପରି କେରଳର ନାୟନାର ମନ୍ତ୍ରୀମଣ୍ଡଳ ସହିତ ରାଜ୍ୟପାଳ ଶ୍ରୀମତୀ ରାମଦୁଲାରୀ ସିହ୍ନାଙ୍କ ବିଶ୍ଵବିଦ୍ୟାଳୟ ବ୍ୟାପାର ସଂକ୍ରାନ୍ତରେ ୧୯୮୮ ମସିହାରେ ବ୍ୟାପକ ମତଭେଦ ଘଟିବାକୁ କେରଳ ସରକାର ତାଙ୍କର ପ୍ରତ୍ୟାହାର ଦାବି କରିଥିଲେ ।

କେନ୍ଦ୍ର-ରାଜ୍ୟ ସମ୍ପର୍କରେ ପୁନର୍ବିନ୍ୟାସ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟମାନଙ୍କ ମଧ୍ୟରେ ସମ୍ବଳର ସମବଣ୍ଟନ କରିବା ଏବଂ ରାଜ୍ୟମାନଙ୍କୁ ଅଧିକ ସମ୍ବଳ ଯୋଗାଇବାପାଇଁ ମଧ୍ୟ ସେଠାରେ ଦାବି ହୋଇଥିଲା । ରାମକୃଷ୍ଣ ହେଗେଡ୍‌ଙ୍କ ଯୁକ୍ତି ଏପରି ଅକାଟ୍ୟ ଥିଲା ଯେ, ପ୍ରଧାନମନ୍ତ୍ରୀ ଶ୍ରୀମତୀ ଗାନ୍ଧି କେନ୍ଦ୍ର ରାଜ୍ୟ ସମ୍ପର୍କର ଅନୁଧ୍ୟାନ ପାଇଁ ଏକ କମିଶନ ବସାଇବାକୁ ବାଧ୍ୟ ହୋଇଥିଲେ । ୧୯୮୩ ମାର୍ଚ୍ଚ ୨୪ ତାରିଖରେ ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ରଞ୍ଜିତ ସିଂହ ସରକାରଙ୍କ ଅଧ୍ୟକ୍ଷତାରେ କମିଶନ ଗଠିତ ହେଲା । ପାଞ୍ଚବର୍ଷରୁ ଅଧିକ କାଳ ଅନୁଧ୍ୟାନ କରିବା ପରେ ସରକାରିଆ କମିଶନ ୧୫୭୯ ପୃଷ୍ଠା ଏକ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ୧୯୮୮ ମସିହାରେ ଦେଲେ ।

CHSE Odisha Class 12 Political Science Chapter 3 Long Answer Questions in Odia Medium

  • କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଅଧିକ ଯୋଗସୂତ୍ର ଓ ସହଯୋଗ ପ୍ରତିଷ୍ଠା ପାଇଁ ଏକ ଅନ୍ତଃ ସରକାର ପରିଷଦ ପ୍ରତିଷ୍ଠା ହେବା ଉଚିତ ଓ ଏହାର ନାମ ଜାତୀୟ ଆର୍ଥନୀତିକ ଓ ଉନ୍ନୟନ ପରିଷଦ ରଖାଯିବା
  • ଆଞ୍ଚଳିକ ପରିଷଦଗୁଡ଼ିକର ସ୍ଥାୟୀ ସଚିବାଳୟ ରହିବା ଆବଶ୍ୟକ ଓ କେନ୍ଦ୍ର ସରାଷ୍ଟ୍ରମନ୍ତ୍ରୀଙ୍କ ପରିବର୍ତ୍ତେ ପରିଷଦ ଅନ୍ତର୍ଭୁକ୍ତ ମୁଖ୍ୟମନ୍ତ୍ରୀମାନେ କ୍ରମାନ୍ୱୟରେ ଏହାର ଅଧ୍ୟକ୍ଷ ହେବା ଉଚିତ ।
  • ଯୋଜନା ପ୍ରଣୟନ ସମୟରେ ଯୋଜନା କମିଶନ ରାଜ୍ୟ ସରକାରଙ୍କୁ ଅଧିକ ଗୁରୁତ୍ଵ ଦେବା ଉଚିତ ।
  • ରାଜ୍ୟରେ ୩୫୬ ଧାରାର ଅପପ୍ରୟୋଗ ହୋଇ ରାଷ୍ଟ୍ରପତି ଶାସନ ଜାରି ସପକ୍ଷରେ କମିଶନ ମତ ଦେଇ ନାହାନ୍ତି ।
  • ରାଜ୍ୟପାଳଙ୍କ ନିଯୁକ୍ତି ସମୟରେ ସଂପୃକ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ମତ ନିଆଯିବା ଉଚିତ ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ବଦଳି କରିବା ଉଚିତ ନୁହେଁ । ମୋଟ ଉପରେ ସରକାରିଆ କମିଶନ ରାଜ୍ୟକୁ ଅଧ‌ିକ କ୍ଷମତା ଦେବା ସପକ୍ଷରେ ମତ ଦେଇ ନାହାନ୍ତି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ପର୍କକୁ କେନ୍ଦ୍ରକରି ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ସମୟରେ ଯେଉଁ ପ୍ରଶ୍ନମାନ ଉଠିଛି, ତାହାର ଜରୁରୀ ସମାଧାନ ହେବା ଆବଶ୍ୟକ । ଦେଶର ପ୍ରତିରକ୍ଷା, ଅଖଣ୍ଡତା, ଐକ୍ୟ ଓ ସଂହତି ଯେତେବେଳେ ବିପନ୍ନ ହୋଇଛି, ରାଜ୍ୟମାନେ ବିନା ଦ୍ବିଧାରେ କେନ୍ଦ୍ରପ୍ରତି ନିସର୍ଭ ସମର୍ଥନ ଜ୍ଞାପନ କରିଛନ୍ତି । ସ୍ଵାଭାବିକ ସମୟରେ ରାଜ୍ୟମାନେ ଯେଉଁ ସାତନ୍ତ୍ର୍ୟ ଚାହୁଁଛନ୍ତି, କେନ୍ଦ୍ର ସରକାର ସେଥୁପ୍ରତି ସହାନୁଭୁତିଶୀଳ ଦୃଷ୍ଟି ଦେବା ଉଚିତ । ଉଭୟେ କେନ୍ଦ୍ର ଏବଂ ରାଜ୍ୟ ଜାତୀୟ ଅଖଣ୍ଡତାକୁ ରାଜନୀତିର ଊର୍ଦ୍ଧ୍ବରେ ରଖୁବା ଉଚିତ । ଏଥିପାଇଁ ଆବଶ୍ୟକ ପରସ୍ପର ମଧ୍ୟରେ ଶ୍ରଦ୍ଧା ଓ ସହଯୋଗ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 3 ଭାରତରେ ସଂଘୀୟବାଦ Short Answer Questions.

CHSE Odisha 12th Class Political Science Chapter 3 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ରାଜ୍ୟ ତାଲିକାରେ ଥ‌ିବା ଯେକୌଣସି ପାଞ୍ଚଗୋଟି ବିଷୟ ଉଲ୍ଲେଖ କର ଓ ଏହା ଉପରେ ସାଧରଣତଃ କିଏ ଆଇନ ପ୍ରଣୟନ କରିପାରେ ?
Answer:
ସାଧାରଣତଃ ସ୍ଵାସ୍ଥ୍ୟ ଓ ଚିକିତ୍ସା, ଆଭ୍ୟନ୍ତରୀଣ ଶୃଙ୍ଖଳା, କୃଷି, ଶିଳ୍ପ ଏବଂ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଇତ୍ୟାଦି ରାଜ୍ୟ ତାଲିକାର ପାଞ୍ଚଗୋଟି ବିଷୟ ଅଟେ । ଏହା ଉପରେ ପ୍ରାୟତଃ ରାଜ୍ୟ ବ୍ୟବସ୍ଥାପକ ସଭା ଆଇନ ପ୍ରଣୟନ କରେ ।

୨ । ଯୁଗ୍ମ ତାଲିକାରେ ଥ‌ିବା ଯେକୌଣସି ୫ଟି ବିଷୟ ଲେଖ ।
Answer:
ବିବାହ ଓ ଛାଡ଼ପତ୍ର, ଜଙ୍ଗଲ, ମାପ ଓ ଓଜନ, ଔଷଧ, ଆର୍ଥନୀତିକ ଓ ସାମାଜିକ ଯୋଜନା ବିଷୟଗୁଡ଼ିକ ଯୁଗ୍ମ ତାଲିକାରେ ଉଲ୍ଲେଖ ଅଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୩ । ଅର୍ଥ ଆୟୋଗକୁ କିଏ କେତେ ବର୍ଷ ପାଇଁ ନିଯୁକ୍ତ କରନ୍ତି ?
Answer:
ଅର୍ଥ ଆୟୋଗକୁ ରାଷ୍ଟ୍ରପତି ୫ ବର୍ଷ ପାଇଁ ନିଯୁକ୍ତ କରନ୍ତି ।

୪ । ଅର୍ଥ ଆୟୋଗର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରତି ପାଞ୍ଚ ବର୍ଷରେ ଥରେ ଆର୍ଥିକ ଦେଶନେଣ ବ୍ୟବସ୍ଥା, ପରିମାଣର ସମୀକ୍ଷା ଓ ପରିବର୍ତ୍ତନ କରିବା ଅର୍ଥ ଆୟୋଗର ମୁଖ୍ୟ କାର୍ଯ୍ୟ ଅଟେ ।

୫। ସର୍ବଭାରତୀୟ ସେବାସଂସ୍ଥାକୁ କିଏ ନିୟନ୍ତ୍ରଣ କରନ୍ତି ?
Answer:
ଭାରତର କେନ୍ଦ୍ର ସରକାର ସର୍ବଭାରତୀୟ ସେବାସଂସ୍ଥାକୁ ନିୟନ୍ତ୍ରଣ କରନ୍ତି ।

୬ | ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ସଂସଦ କେତେବେଳେ ଆଇନ ପ୍ରଣୟନ କରେ ?
Answer:
ଦେଶରେ ଜରୁରୀ ପରିସ୍ଥିତି ଜାରି ଥିବାବେଳେ ରାଜ୍ୟସଭାରେ ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ କ୍ରମେ ଗୃହୀତ ପ୍ରସ୍ତାବ କିମ୍ବା ଦୁଇ ବା ଅଧ୍ବକ ରାଜ୍ୟଙ୍କ ଅନୁରୋଧ କ୍ରମେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ସଂସଦ ଆଇନ ପ୍ରଣୟନ କରିପାରିବ ।

୭ । ଆନ୍ତର୍ଜାତିକ ଚୁକ୍ତି କେତେ ଧାରାରେ ବର୍ଣ୍ଣନା କରାଯାଇଛି ?
Answer:
୨୫୩ ଧାରାରେ ବର୍ଣ୍ଣିତ ଅଛି ଯେ କୌଣସି ଆନ୍ତର୍ଜାତିକ ସନ୍ଧି, ଚୁକ୍ତି ବା ସର୍ଭେ ପାଳନ କରିବାପାଇଁ ଆବଶ୍ୟକ ହେଲେ ପାର୍ଲିଆମେଣ୍ଟ ଯେକୌଣସି ବିଷୟରେ ଆଇନ ପ୍ରଣୟନ କରେ ।

୮ । କେନ୍ଦ୍ର ତାଲିକା ଉପରେ କିଏ ଆଇନ ପ୍ରଣୟନ କରେ ?
Answer:
କେନ୍ଦ୍ରୀୟ ସଂସଦ କେନ୍ଦ୍ର ତାଲିକା ଉପରେ ଆଇନ ପ୍ରଣୟନ କରେ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୯ । ରାଜ୍ୟ ପୁନର୍ଗଠନ କ୍ଷମତା କାହା ଉପରେ ନ୍ୟସ୍ତ ହୋଇଛି ?
Answer:
ରାଜ୍ୟ ପୁନର୍ଗଠନ କ୍ଷମତା କେନ୍ଦ୍ରୀୟ ସଂସଦ ହସ୍ତରେ ନ୍ୟସ୍ତ ହୋଇଛି ।

୧୦ | ଭାରତ ସମ୍ବିଧାନରେ ଅବଶେଷ କ୍ଷମତା କାହାକୁ ଦିଆଯାଇଛି ?
Answer:
ଭାରତ ସମ୍ବିଧାନରେ ଅବେଶଷ କ୍ଷମତା କେନ୍ଦ୍ରକୁ ଦିଆଯାଇଛି ।

୧୧ । ଭାରତରେ ସଂଘୀୟ ବ୍ୟବସ୍ଥା କିଏ ପ୍ରଥମେ ପ୍ରତିଷ୍ଠା କରିଥିଲେ ?
Answer:
ଭାରତରେ ପ୍ରଥମେ ସଂଘୀୟ ବ୍ୟବସ୍ଥା ମଣ୍ଟେଗୁ-ଚେମସ୍କୋର୍ଡ ପ୍ରତିଷ୍ଠା କରିଥିଲେ ।

୧୨ । ଭାରତ କାହିଁକି ଏକ ସଂଘୀୟ ରାଷ୍ଟ୍ର ଅଟେ ?
Answer:
ଭାରତରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ଯଥା –

  • ଲିଖ୍ ଓ ଅନମନୀୟ ସମ୍ବିଧାନ;
  • କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇଟି ସରକାର ଓ ସେମାନଙ୍କ ମଧ୍ୟରେ ସମ୍ବିଧାନଦ୍ଵାରା କ୍ଷମତାର ବଣ୍ଟନ
  • ଦ୍ବିସଦନୀୟତା ଓ
  • ନିରପେକ୍ଷ ନ୍ୟାୟାଳୟ ରହିଛି ।

୧୩ । ଭାରତ ସମ୍ବିଧାନ ଭାରତକୁ କେଉଁ ରୂପରେ ବର୍ଣ୍ଣନା କରିଛି ?
Answer:
ଭାରତ ସମ୍ବିଧାନ ଭାରତକୁ ଏକ ସଂଘୀୟ ରାଷ୍ଟ୍ର ବା ଐକିକ ରାଷ୍ଟ୍ର ହିସାବରେ ବର୍ଣ୍ଣନା ନକରି ଏହାର ପ୍ରଥମ ଧାରାରେ “ରାଜ୍ୟମାନଙ୍କର ଏକ ସମ୍ମିଳନ” ରୂପରେ ଘୋଷଣା କରିଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୧୪ । ବ୍ୟବସ୍ଥାପିକା ସଂପର୍କ କ୍ଷେତ୍ରରେ କେନ୍ଦ୍ର କାହିଁକି ଅଧ‌ିକ କ୍ଷମତା ଉପଭୋଗ କରେ ?
Answer:
ବ୍ୟବସ୍ଥାପିକା ସଂପର୍କ କ୍ଷେତ୍ରରେ କେନ୍ଦ୍ର ଅଧିକ କ୍ଷମତା ଉପଭୋଗ କରେ କାରଣ କେନ୍ଦ୍ର ତାଲିକା ପରି ଏକ ବୃହତ୍ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନର ବ୍ୟାପକ ତଥା ଏକକ କ୍ଷମତା କେନ୍ଦ୍ରୀୟ ସଂସଦ ଉପଭୋଗ କରୁଛି । ଜରୁରୀ ପରିସ୍ଥିତି, ଦୁଇ ବା ଅଧ୍ଵକ ରାଜ୍ୟଙ୍କ ଅନୁରୋଧ, ରାଜ୍ୟସଭାରେ ଗୃହୀତ ପ୍ରସ୍ତାବ ଆଦି ଭିତ୍ତିରେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ଆଇନ କରିଥାଏ । ପୁନଶ୍ଚ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ପ୍ରଣୀତ କେନ୍ଦ୍ର ଆଇନ ଓ ରାଜ୍ୟ ଆଇନ ମଧ୍ୟରେ ବିବାଦ ଦେଖାଗଲେ କେନ୍ଦ୍ର ଆଇନ ବଳବତ୍ତର ରୁହେ ।

୧୫ । କେନ୍ଦ୍ରଶାସିତ ଅଞ୍ଚଳ କ’ଣ ?
Answer:
ଗୋଟିଏ ନିର୍ଦ୍ଦିଷ୍ଟ ଅଞ୍ଚଳ ଭାରତର କେନ୍ଦ୍ର ସରକାରଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଓ ପରିଚାଳନାରେ ରହିଲେ ତାହାକୁ କେନ୍ଦ୍ରଶାସିତ ଅଞ୍ଚଳ କୁହାଯାଏ । କୌଣସି ଅଞ୍ଚଳକୁ ସ୍ଵତନ୍ତ୍ର ସୁବିଧା ପ୍ରଦାନ ଲକ୍ଷ୍ୟରେ ଏହା କରାଯାଇଥାଏ । ଭାରତରେ ୭ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।

(B) ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧। ଅବଶିଷ୍ଟ କ୍ଷମତା କହିଲେ କ’ଣ ବୁଝ ?
Answer:
କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହୋଇଥିବା କ୍ଷମତା ବଣ୍ଟନ ଅନୁଯାୟୀ ଯେଉଁ ବିଷୟଗୁଡ଼ିକ କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକାରେ ସ୍ଥାନ ପାଇନଥାଏ, ସେଗୁଡ଼ିକୁ ଅବଶିଷ୍ଟ କ୍ଷମତା କୁହାଯାଏ । ଏହା ଅନିର୍ଦ୍ଦିଷ୍ଟ ଅଟେ ଏବଂ ଏହା କେନ୍ଦ୍ର ସରକାରଙ୍କ ହସ୍ତରେ ନ୍ୟସ୍ତ କରାଯାଇଛି । କେଉଁ କେଉଁ ବିଷୟଗୁଡ଼ିକ ବଳକା କ୍ଷମତାର ପରିସରଭୁକ୍ତ ହେବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବାପାଇଁ ସୁପ୍ରିମ୍‌କୋର୍ଟକୁ କ୍ଷମତା ପ୍ରଦାନ କରାଯାଇଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୨ । କେଉଁ କେଉଁ ପରିସ୍ଥିତିରେ କେନ୍ଦ୍ର ସରକାର ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିପାରିବେ ?
Answer:
ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିବାପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ଦିଆଯାଇଥିଲେ ମଧ୍ୟ କେତେକ ପରିସ୍ଥିତିରେ କେନ୍ଦ୍ର ବ୍ୟବସ୍ଥାପିକା ଏହି ତାଲିକାରେ ହସ୍ତକ୍ଷେପ କରି ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ । ପ୍ରଥମତଃ, ଯେତେବେଳେ ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଜାରି ହୋଇଥାଏ, ସେତେବେଳେ ସଂସଦ ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକରେ ଆଇନ ପ୍ରଣୟନ କରିବାର କ୍ଷମତା ପାଇଥାଏ । ଦ୍ଵିତୀୟତଃ, ରାଜ୍ୟସଭା ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନକ୍ରମେ ଯଦି ପ୍ରସ୍ତାବ ଗ୍ରହଣ କରେ ଯେ ଜାତୀୟ ସ୍ବାର୍ଥ ଦୃଷ୍ଟିରୁ ସଂସଦ ରାଜ୍ୟ ତାଲିକାଭୁକ୍ତ କୌଣସି ବିଷୟରେ ଆଇନ ପ୍ରଣୟନ କରିବା ଉଚିତ; ତେବେ ସଂସଦ ସେହି ବିଷୟରେ ଆଇନ ପ୍ରଣୟନ କରିଥାଏ । ତୃତୀୟତଃ, ଯଦି ଦୁଇ ବା ତତୋଽଧ୍ଵକ ରାଜ୍ୟ ସ୍ଵେଚ୍ଛାକୃତ ଭାବେ ସେମାନଙ୍କର ବିଧାନମଣ୍ଡଳରେ ଏକ ପ୍ରସ୍ତାବ ଗ୍ରହଣ କରି ରାଜ୍ୟ ତାଲିକାଭୁକ୍ତ ବିଷୟରେ ଆଇନ ପ୍ରଣୟନ କରିବାକୁ ସଂସଦକୁ ଅନୁରୋଧ କରନ୍ତି ତାହାହେଲେ ସଂସଦ ଆଇନ ପ୍ରଣୟନ କରିପାରିବ ।

୩ । ଯୋଜନା ଆୟୋଗର କାର୍ଯ୍ୟାବଳୀ ଆଲୋଚନା କର ।
Answer:
ସରକାରଙ୍କର ବହୁବିଧ ଯୋଜନାକୁ ରୂପରେଖ ଦେବାପାଇଁ ଏକ ‘କେନ୍ଦ୍ରୀୟ ଯୋଜନା ଆୟୋଗ’ ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ଅଟନ୍ତି । ଦେଶର ସାମାଜିକ ଓ ଆଞ୍ଚଳିକ ବିକାଶ ପାଇଁ ପଞ୍ଚବାର୍ଷିକ ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ତାକୁ କାର୍ଯ୍ୟକାରୀ କରାଇବା, ରାଷ୍ଟ୍ରର ସୀମିତ ସମ୍ବଳକୁ ସୁଚିନ୍ତିତ ଯୋଜନା ମାଧ୍ୟମରେ ଉପଯୁକ୍ତ ଭାବରେ ବିନିଯୋଗ କରି ରାଷ୍ଟ୍ରର ସର୍ବାଧ‌ିକ ଉନ୍ନତି ସାଧନ କରିବା ଯୋଜନା ଆୟୋଗର ମୁଖ୍ୟ କର୍ତ୍ତବ୍ୟ । ଏହା କେନ୍ଦ୍ର ସରକାରଙ୍କୁ ଉନ୍ନୟନମୂଳକ କାର୍ଯ୍ୟରେ ପରାମର୍ଶ ପ୍ରଦାନ କରିଥାଏ ।

୪ | ଭାରତର ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କର ଭୂମିକା ଆଲୋଚନା କର ।
Answer:
ସମ୍ବିଧାନର ୧୪୮ ଧାରା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଆୟବ୍ୟୟର ହିସାବ୍ ରଖୁବା ଓ ତର୍ଜମା କରିବାପାଇଁ ରାଷ୍ଟ୍ରପତି ଜଣେ ହିସାବ ରକ୍ଷକ ଓ ମହାସମୀକ୍ଷକଙ୍କୁ ନିଯୁକ୍ତ କରିଥାଆନ୍ତି । ସଂସଦ ମଞ୍ଜୁର କରିଥିବା ଅର୍ଥର ଉପଯୁକ୍ତ ବିନିଯୋଗ ହେଉଛି କି ନାହିଁ ତାହା ପରୀକ୍ଷା କରିବା ତାଙ୍କର ପ୍ରଧାନ କର୍ତ୍ତବ୍ୟ । କେନ୍ଦ୍ର ଓ ରାଜ୍ୟର ଆୟବ୍ୟୟର ଚୂଡ଼ାନ୍ତ ହିସାବ ରଖିବା ଏବଂ ଆର୍ଥିକ ନିୟନ୍ତ୍ରଣ ଆଇନ ଅନୁସାରେ ବ୍ୟୟ ତାଲିକାକୁ ତର୍ଜମା କରିବା ହେଉଛି ତାଙ୍କର ଏକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ । ସେ ସମସ୍ତ ସରକାରୀ ଆୟବ୍ୟୟର ବିବରଣୀକୁ ସମୀକ୍ଷା କରନ୍ତି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୫ । N.D.C. ବା ‘ଜାତୀୟ ଉନ୍ନୟନ ପରିଷଦ’ କ’ଣ ?
Answer:
‘ଜାତୀୟ ଉନ୍ନୟନ ପରିଷଦ’ ୧୯୫୦ ମସିହାରେ ସୃଷ୍ଟି ହୋଇଥିଲା । ଯୋଜନା ଆୟୋଗର ସମସ୍ତ ସଭ୍ୟ, କେନ୍ଦ୍ରର କ୍ୟାବିନେଟ୍ ମନ୍ତ୍ରୀ ଏବଂ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ଜାତୀୟ ଉନ୍ନୟନ ପରିଷଦ ଗଠିତ ହୋଇଛି । ଏହାର ନିଷ୍ପଭିଗୁଡ଼ିକ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ପାଇଁ ଲାଗୁ ହୋଇଥାଏ । ରାଜ୍ୟ-ରାଜ୍ୟ ମଧ୍ୟରେ ସହଯୋଗ ଓ ସମନ୍ଵୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଏହା ଗଠିତ ହୋଇଛି ।

୬ । ଆନ୍ତଃରାଜ୍ୟ ପରିଷଦ’ (Inter-State Council) କ’ଣ ?
Answer:
ସର୍ବସାଧାରଣ ସ୍ଵାର୍ଥ ସଂରକ୍ଷଣ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ‘ଆନ୍ତଃରାଜ୍ୟ ପରିଷଦ’ ଗଠନ କରିପାରିବେ ବୋଲି ୨୬୩ ଧାରାରେ ବର୍ଣ୍ଣନା କରାଯାଇଛି । ଏହି ପରିଷଦ ନିମ୍ନଲିଖ କାର୍ଯ୍ୟଗୁଡ଼ିକ ସମ୍ପାଦନ କରିବ :

  • ରାଜ୍ୟ-ରାଜ୍ୟ ମଧ୍ୟରେ ଉପୁଜିଥିବା ସଂଘର୍ଷର ଅନୁସନ୍ଧାନ ଓ ସମାଧାନ ନିମନ୍ତେ ପରାମର୍ଶ ପ୍ରଦାନ ।
  • ରାଜ୍ୟ-ରାଜ୍ୟ ମଧ୍ୟରେ ଓ କେନ୍ଦ୍ର-ରାଜ୍ୟ ମଧ୍ୟରେ ସାଧାରଣ ସ୍ଵାର୍ଥକୁ କେନ୍ଦ୍ର କରି ବିବାଦ ଉପୁଜିଲେ ସେ ସମ୍ପର୍କରେ ଆଲୋଚନା ଓ ପର୍ଯ୍ୟାଲୋଚନା କରିବା ।
  • ଏହି ବିଷୟରେ ନୀତି ଓ କାର୍ଯ୍ୟ ମଧ୍ୟରେ ସମନ୍ଵୟ ସ୍ଥାପନ ପାଇଁ ସୁପାରିସ କରିବା ।

୭ । କେନ୍ଦ୍ରର ନିର୍ବିଘ୍ନ କ୍ଷମତା କ’ଣ ?
Answer:
୨୫୭ ଧାରା ଅନୁଯାୟୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ପ୍ରଶାସନିକ କ୍ଷେତ୍ରରେ ସଂଘର୍ଷ ସୃଷ୍ଟି ନ ହେବାକୁ କୁହାଯାଇଛି । ଏଥ‌ିପାଇଁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇପାରିବେ । ଜାତୀୟ ତଥା ସାମରିକ କାର୍ଯ୍ୟରେ ବ୍ୟବହୃତ ଯୋଗାଯୋଗ ମାଧ୍ୟମ; ଯଥା – ରେଳପଥ ଓ ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ କେନ୍ଦ୍ରୀୟ ନିର୍ଦ୍ଦେଶକୁ ରାଜ୍ୟମାନେ ମାନିବାକୁ ବାଧ୍ୟ । ରାଜ୍ୟରେ କେନ୍ଦ୍ରୀୟ ପ୍ରଶାସନ କ୍ଷମତାକୁ ବିସ୍ତୃତ କଲାଭଳି କୌଣସି କାର୍ଯ୍ୟ ରାଜ୍ୟ ସରକାର କରିବେ ନାହିଁ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୮ । ଭାରତକୁ ଅର୍ଦ୍ଧ-ରାଷ୍ଟ୍ରସଂଘ ବା ପ୍ରାୟକଳ୍ପ ରାଷ୍ଟ୍ରସଂଘ (Quasi-Federal) କାହିଁକି କୁହାଯାଏ ?
Answer:
ଭାରତର ରାଜନୈତିକ ବ୍ୟବସ୍ଥାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ; ଯଥା – ଏକ ଲିଖ୍ ଓ ଅନମନୀୟ ସମ୍ବିଧାନ, କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସାମ୍ବିଧାନିକ କ୍ଷମତା ବଣ୍ଟନ, ନିରପେକ୍ଷ ନ୍ୟାୟାଳୟ ଓ ଦ୍ଵିସଦନୀୟ ବ୍ୟବସ୍ଥା ଆଦି ପରିଦୃଷ୍ଟ ହେଉଥ‌ିବାରୁ ଏହା ଆକାରରେ ଏକ ସଂଘୀୟ ରାଷ୍ଟ୍ର । କିନ୍ତୁ ଜାତୀୟ ଏକତା ଓ ଅଖଣ୍ଡତା ରକ୍ଷା ଦୃଷ୍ଟିରୁ କେନ୍ଦ୍ରକୁ ଅଧିକ କ୍ଷମତା ଦିଆଯାଇଛି । କ୍ଷମତାର ବିଭାଜନ, ପ୍ରଶାସନିକ ନିୟନ୍ତ୍ରଣ, ଆର୍ଥିକ ନିୟନ୍ତ୍ରଣ, କେନ୍ଦ୍ରୀୟ ସାଧାରଣ ସେବା, ରାଜ୍ୟପାଳ, ଯୋଜନା ଆୟୋଗ, ମହା ହିସାବରକ୍ଷକ ଓ ପରୀକ୍ଷକ ଇତ୍ୟାଦି ମାଧ୍ୟମରେ କେନ୍ଦ୍ର ସରକାର ନିଜର ପ୍ରାଧାନ୍ୟ ବିସ୍ତାର କରନ୍ତି ଓ ରାଜ୍ୟମାନେ କେନ୍ଦ୍ରୀୟ ନିର୍ଦ୍ଦେଶ ମାନି ଚଳିଥା’ନ୍ତି । ଜାତୀୟ ଜରୁରୀ ପରିସ୍ଥିତି ଓ ରାଷ୍ଟ୍ରପତି ଶାସନ ମାଧ୍ୟମରେ କେନ୍ଦ୍ରୀୟ ପ୍ରଭାବ ଅଧିକ ଅନୁଭୂତ ହୁଏ । ଏଣୁ ସମାଲୋଚକମାନେ ଭାରତକୁ ଅର୍ଥ ରାଷ୍ଟ୍ରସଂଘ ବା ପ୍ରାୟକଳ୍ପ ରାଷ୍ଟ୍ରସଂଘ ରୂପେ ଅଭିହିତ କରିଥା’ନ୍ତି |

୯ । ଭାରତରେ ଐକିକ ରାଷ୍ଟ୍ରର କେଉଁ ଲକ୍ଷଣମାନ ପରିଦୃଷ୍ଟ ହୁଏ ?
କିମ୍ବା, ଭାରତୀୟ ରାଷ୍ଟ୍ରସଂଘର କେନ୍ଦ୍ରୀକରଣ ଲକ୍ଷଣମାନ ଲେଖ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ରର ରୂପ ପ୍ରାପ୍ତ ହୋଇଥିଲେ ମଧ୍ୟ ଏଠାରେ ଏକ ଐକିକ ରାଷ୍ଟ୍ରର ନିମ୍ନଲିଖୁତ ଲକ୍ଷଣମାନ ପରିଦୃଷ୍ଟ ହୋଇଥାଏ –

  • ସମ୍ବିଧାନର ୧ ଧାରାରେ ଭାରତକୁ ଏକ ‘ରାଜ୍ୟମାନଙ୍କର ସମ୍ମଳନ’ ବୋଲି ଘୋଷଣା କରାଯାଇଛି ।
  • ୩ ଧାରା ଅନୁଯାୟୀ ସଂସଦ ସାଧାରଣ ସଂଖ୍ୟାଗରିଷ୍ଠତା ସହ ଆଇନ ପ୍ରଣୟନଦ୍ଵାରା ରାଜ୍ୟର ନାମ ଓ ଭୌଗୋଳିକ ସୀମାରେଖାରେ ପରିବର୍ତ୍ତନ କରିପାରିବ ।
  • ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ରାଜ୍ୟପାଳ ରାଜ୍ୟ ପ୍ରଶାସନର ମୁଖ୍ୟ ଓ କେନ୍ଦ୍ରର ପ୍ରତିନିଧ୍ଵ ରୂପେ କାର୍ଯ୍ୟ କରିଥା’ନ୍ତି ।
  • ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିପାରନ୍ତି ।
  • ୩୫୨, ୩୫୬ ଓ ୩୬୦ ଧାରାରେ ବର୍ଣ୍ଣିତ ଜରୁରୀ ପରିସ୍ଥିତି ସଂକ୍ରାନ୍ତୀୟ ବ୍ୟବସ୍ଥା ।
  • ସର୍ବଭାରତୀୟ ସେବା ବ୍ୟବସ୍ଥା ମାଧ୍ୟମରେ ରାଜ୍ୟ ପ୍ରଶାସନିକ କଳ ଉପରେ ନିୟନ୍ତ୍ରଣ ଜାରି |
  • ଯୋଜନା କମିଶନ, ଅର୍ଥ କମିଶନ ଇତ୍ୟାଦିଙ୍କ କେନ୍ଦ୍ରୀଭୂତ ସ୍ଥିତି ଓ ଭୂମିକା ।
  • ଏକକ ନାଗରିକତ୍ଵ ।
  • ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ସଂସଦର ପ୍ରାଧାନ୍ୟ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୧୦ । ଅର୍ଥ ଆୟୋଗର କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦିଅ ।
Answer:
ସମ୍ବିଧାନର ୨୮୦ ଧାରା ଅନୁଯାୟୀ ପ୍ରତି ୫ ବର୍ଷରେ ଥରେ ରାଷ୍ଟ୍ରପତି ଅର୍ଥ ଆୟୋଗ ନିଯୁକ୍ତ କରନ୍ତି | ଉକ୍ତ ଆୟୋଗର ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ଥାଆନ୍ତି । ଉକ୍ତ ଆୟୋଗର ଅଧକ୍ଷ ଓ ସଦସ୍ୟମାନଙ୍କର ଉଚ୍ଚ ନ୍ୟାୟଳୟର ବିଚାରପତି ହେବାପାଇଁ ଯୋଗ୍ୟତା ଥିବା ଦରକାର କିମ୍ବା ସାଧାରଣ ପ୍ରଶାସନିକ ଦକ୍ଷତା କିମ୍ବା ଅର୍ଥଶାସ୍ତ୍ର ସମ୍ବନ୍ଧରେ ବିଶେଷ ଜ୍ଞାନ ଥିବା ଆବଶ୍ୟକ ଅଟେ । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆୟକର ସମେତ ଅନ୍ୟ କେତେକ କେନ୍ଦ୍ରୀୟ ରାଜସ୍ବର ବଣ୍ଟନ ପାଇଁ ଉପଯୁକ୍ତ ନୀତି ନିର୍ଦ୍ଧାରଣ କରି ରାଷ୍ଟ୍ରପତିଙ୍କୁ ସୁପାରିସ କରିବା ଏହାର ପ୍ରଧାନ କର୍ତ୍ତବ୍ୟ ଅଟେ । କେନ୍ଦ୍ର ସରକାର କେଉଁ ନୀତି ଓ କେଉଁ ହାରରେ ରାଜ୍ୟ ସରକାରମାନଙ୍କୁ ଅନୁଦାନ ଦେବେ ତାହା ଉକ୍ତ ଆୟୋଗ ସ୍ଥିର କରିଥାଏ । ଦେଶର ସୁସ୍ଥ ଅର୍ଥନୈତିକ ପରିବର୍ତ୍ତନ ପାଇଁ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଦତ୍ତ ଅନ୍ୟାନ୍ୟ ଆର୍ଥିକ ସମସ୍ୟାର ବିଚାରକରି ସୁପାରିସ କରିବା ଏହାର କାର୍ଯ୍ୟପରିସରଭୁକ୍ତ ଅଟେ ।

୧୧ । ଯୁଗ୍ମ ତାଲିକା କ’ଣ ?
କିମ୍ବା, ଯୁଗ୍ମ ତାଲିକାରେ ଆଇନ ପ୍ରଣୟନ ସଂକ୍ରାନ୍ତର ବିବାଦ ଉପୁଜିଲେ କ’ଣ କରାଯାଏ ?
Answer:
ଯୁଗ୍ମ ତାଲିକା (Concurrent List) ଭୁକ୍ତ ୫୨ ଗୋଟି ବିଷୟ ଉପରେ ଆଇନ ପ୍ରଣୟନର କ୍ଷମତା ଉଭୟ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପକ ସଭାର ରହିଛି । ଏଥ‌ିରେ ବିବାହ ଓ ବିଚ୍ଛେଦ, ଶ୍ରମିକ ସଙ୍ଗଠନ ଓ କଲ୍ୟାଣ, ସମ୍ବାଦପତ୍ର ଆଦି ବିଷୟ ଅନ୍ତର୍ଭୁକ୍ତ । ମାତ୍ର ଏହି ତାଲିକାଭୁକ୍ତ କୌଣସି ଏକ ବିଷୟ ଉପରେ ଉଭୟଙ୍କଦ୍ବାର ପ୍ରଣୀତ ଆଇନ ପରସ୍ପରର ବିରୋଧୀ ହେଲେ କେନ୍ଦ୍ରୀୟ ଆଇନ ବଳବତ୍ତର ରୁହେ । ଏଣୁ ଯୁଗ୍ମ ତାଲିକା ଉପରେ ମଧ୍ୟ କେନ୍ଦ୍ରର ପ୍ରାଧାନ୍ୟ ରହିଛି ।

୧୨ । କେଉଁ ପରିସ୍ଥିତିରେ ରାଜ୍ୟର ଅର୍ଥଚିଠା ରାଷ୍ଟ୍ରପତିଙ୍କ ଅନୁମୋଦନ ଆବଶ୍ୟକ କରେ ?
Answer:
ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଓ ଆର୍ଥିକ ଜରୁରୀ ପରିସ୍ଥିତି ଜାରି ହୋଇଥିବା ସମୟରେ ରାଜ୍ୟ ବିଧାନସଭାଦ୍ଵାରା ଗୃହୀତ କୌଣସି ଅର୍ଥ ବିଧେୟକକୁ ଅନୁମୋଦନ ନିମିତ୍ତ ରାଜ୍ୟପାଳ ସଂରକ୍ଷଣ କରିପାରନ୍ତି । ରାଷ୍ଟ୍ରପତି ଏହି ବିଧେୟକକୁ ଅନୁମୋଦନ କରି ନ ପାରନ୍ତି କିମ୍ବା ଏହାର ଅର୍ଥ ପରିମାଣ କମାଇ ପାରନ୍ତି କିମ୍ବା ପୁନର୍ବିଚାର ନିର୍ଦ୍ଦେଶ ଦେଇ ପାରନ୍ତି । ଏଣୁ ଜାତୀୟ ଜରୁରୀ ପରିସ୍ଥିତିରେ ରାଜ୍ୟମାନଙ୍କର ଆର୍ଥିକ କ୍ଷମତା ହ୍ରାସ ପାଏ ।

CHSE Odisha Class 12 Political Science Chapter 3 Short Answer Questions in Odia Medium

୧୩ । ଭାରତ ଏକ ସଂଘୀୟ ରାଷ୍ଟ୍ର କି ?
କିମ୍ବା, ଭାରତୀୟ ସମ୍ବିଧାନର ସଂଘୀୟ ଉପାଦାନ ଦର୍ଶାଅ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର । କାରଣ ଏଠାରେ ସଂଘୀୟ ରାଷ୍ଟ୍ରର ସମସ୍ତ ଉପାଦାନ ରହିଛି; ଯଥା –

  • ଏକ ଲିଷ୍କୃତ ଓ ଅନମନୀୟ ସମ୍ବିଧାନ,
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଶାସନ କ୍ଷମତାର ସାମ୍ବିଧାନିକ ବଣ୍ଟନ,
  • କେନ୍ଦ୍ର ଓ ରାଜ୍ୟ ସ୍ତରରେ ଦୁଇଟି ଶାସନ ବ୍ୟବସ୍ଥା;
  • ଏକ ସ୍ଵାଧୀନ ଓ ନିରପେକ୍ଷ ବିଚାରସଂସ୍ଥା ଓ
  • ଦ୍ବିସଦନୀୟତା । ଏଣୁ କୌଣସି ଧାରାରେ ନିର୍ଦ୍ଦିଷ୍ଟଭାବେ ଉଲ୍ଲେଖ ରହି ନଥିଲେ ମଧ୍ୟ ଭାରତ ଏକ ସଂଘୀୟ ରାଷ୍ଟ୍ର ଅଟେ । ଭାରତ ସମ୍ବିଧାନରେ ରାଜ୍ୟମାନଙ୍କୁ ସଂଘୀୟ ବ୍ୟବସ୍ଥାରୁ ଅଲଗା ହୋଇଯିବାର ଅଧିକାର ଦିଆଯାଇ ନ ଥ‌ିବାରୁ ଭାରତରେ ସଂଘୀୟ ବ୍ୟବସ୍ଥା ଅବିନାଶୀ ଅଟେ ।

୧୪ । କେନ୍ଦ୍ର ତାଲିକା କ’ଣ ?
Answer:
ଭାରତୀୟ ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଇନଗତ ସଂପର୍କ ପରିପ୍ରେକ୍ଷୀରେ ତିନିଗୋଟି ତାଲିକାର ସୂଚନା ଦିଆଯାଇଛି ଓ ତନ୍ମଧ୍ୟରୁ କେନ୍ଦ୍ର ତାଲିକା ଅନ୍ୟତମ । ଏହି ତାଲିକଭୁକ୍ତ ୯୯ ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକଚାଟିଆ କ୍ଷମତା କେବଳ କେନ୍ଦ୍ରୀୟ ସଂସଦ ନିକଟରେ ରହିଛି । ପ୍ରତିରକ୍ଷା, ଯୁଦ୍ଧ ଓ ଶାନ୍ତି, ଡାକ ଓ ତାର, ମୁଦ୍ରା ବ୍ୟବସ୍ଥା, ବାଣିଜ୍ୟ, ବୈଦେଶିକ ଋଣ, ରେଳବାଇ ଆଦି ବିଷୟ ଏହି ତାଲିକଭୁକ୍ତ ଅଟେ । ଏହି ସମସ୍ତ କ୍ଷେତ୍ରରେ ଦେଶସାରା କେବଳ ଏକପ୍ରକାର ବା ସାଦୃଶ୍ୟତାଯୁକ୍ତ ଆଇନ ଆବଶ୍ୟକ ହେଉଥିବାରୁ କେବଳ ସଂସଦହିଁ ଆଇନ ପ୍ରଣୟନ କ୍ଷମତା ପାଇଛି ।

୧୫ । ‘ଭାରତ ରାଜ୍ୟମାନଙ୍କର ସମ୍ମିଶ୍ରଣ’ ଅଟେ ବୁଝାଅ ।
Answer:
ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିଲେ ମଧ୍ୟ ସମ୍ବିଧାନର ୧ ଧାରାରେ ଭାରତକୁ ଏକ ‘ରାଜ୍ୟମାନଙ୍କର ସମ୍ମିଶ୍ରଣ’ କୁହାଯାଏ । ଭାରତର ସଂଘୀୟ ବ୍ୟବସ୍ଥା କେନ୍ଦ୍ରାଭିମୁଖୀ ନ ହୋଇ କେନ୍ଦ୍ରାପସାରୀ ହୋଇଥିବାରୁ ଓ ରାଜ୍ୟମାନଙ୍କୁ ସଂଘୀୟ ବ୍ୟବସ୍ଥାରୁ ବାହାରିଯିବାର ସ୍ଵାଧୀନତା ଦିଆଯାଇ ନ ଥିବାରୁ ଏବଂ ବିଭିନ୍ନତା ମଧ୍ୟରେ ଏକତା ପ୍ରତିଷ୍ଠା ପାଇଁ ଭାରତକୁ ‘ରାଜ୍ୟମାନଙ୍କର ସମ୍ମିଶ୍ରଣ’ ବୋଲି ଘୋଷଣା କରାଯାଇଛି ।

CHSE Odisha Class 12 Political Science Chapter 3 Short Answer Questions in Odia Medium

(C) ପାର୍ଥକ୍ୟ ଦର୍ଶାଅ ।

୧ । କେନ୍ଦ୍ର ତାଲିକା ଓ ରାଜ୍ୟ ତାଲିକା ।
Answer:
ଭାରତ ସମ୍ବିଧାନର ନବମ ଖଣ୍ଡ ଓ ସପ୍ତମ ଅନୁସୂଚୀରେ କେନ୍ଦ୍ରୀୟ ସଂସଦ ଓ ରାଜ୍ୟ ବ୍ୟବସ୍ଥାପିକା ମଧ୍ୟରେ ଆଇନ ପ୍ରଣୟନ କ୍ଷମତାର ବିଭାଜନ କରାଯାଇଛି । ଏହା ତିନିଗୋଟି ତାଲିକାରେ ସ୍ଥାନ ପାଇଛି ଯଥା – କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା । କେନ୍ଦ୍ର ତାଲିକାରେ ଥ‌ିବା ୯୯ଗୋଟି ବିଷୟ ଉପରେ ଆଇନ ପ୍ରଣୟନର ଏକକ ଦାୟିତ୍ଵ କେନ୍ଦ୍ରୀୟ ସଂସଦକୁ ଦିଆଯାଇଛି । ଏହି ତାଲିକାରେ ପ୍ରତିରକ୍ଷା, ବୈଦେଶିକ ସଂପର୍କ, ଡାକ ଓ ତାର, ମୁଦ୍ରା ବ୍ୟବସ୍ଥା, ଯୁଦ୍ଧ ଓ ଶାନ୍ତି ଆଦି ବିଷୟ ଅନ୍ତର୍ଭୁକ୍ତ । ଏହି ବିଷୟଗୁଡ଼ିକ କ୍ଷେତ୍ରରେ ଦେଶସାରା ଏକପ୍ରକାର ଆଇନ ପ୍ରଣୟନର ଜରୁରୀ ଆବଶ୍ୟକତା ରହିଛି ।

ରାଜ୍ୟ ତାଲିକାଭୁକ୍ତ ୬୧ଗୋଟି ବିଷୟ ଉପରେ ଆଇନ ପ୍ରଣୟନରେ ଦାୟିତ୍ଵ ରାଜ୍ୟ ବ୍ୟବସ୍ଥାପିକାର ରହିଛି । କୃଷି, ସ୍ୱାସ୍ଥ୍ୟ ଓ ପରିମଳ, ଆଇନ ଓ ଶୃଙ୍ଖଳା, ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ପୋଲିସ ଆଦି ବିଷୟ ଏହି ତାଲିକାରେ ସ୍ଥାନ ପାଇଛି । ଏହି ଆଞ୍ଚଳିକ ସ୍ବାର୍ଥସଂପନ୍ନ ବିଷୟଗୁଡ଼ିକ ଉପରେ ଦେଶସାରା ଏକ ପ୍ରକାର ଆଇନ ପ୍ରଣୟନରେ ଆବଶ୍ୟକତା ନାହିଁ । ଏହି ଆଇନରେ ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଭିନ୍ନତା ଦେଖାଗଲେ କିଛି ଅସୁବିଧା ନାହିଁ । କିନ୍ତୁ ଜରୁରୀ ପରିସ୍ଥିତି (୨୫୦ ଧାରା), ରାଜ୍ୟ ସଭାରେ ଗୃହୀତ ପ୍ରସ୍ତାବ (୨୪୯ ଧାରା), ଦୁଇ ବା ଅଧୂକ ରାଜ୍ୟର ଅନୁରୋଧ (୨୫୨ ଧାରା) ଓ ଆନ୍ତର୍ଜାତୀୟ ଚୁକ୍ତିର କାର୍ଯ୍ୟକାରିତା (୨୫୩ ଧାରା) କ୍ଷେତ୍ରରେ ରାଜ୍ୟ ତାଲିକାଭୁକ୍ତ ବିଷୟଗୁଡ଼ିକ ଉପରେ କେନ୍ଦ୍ରୀୟ ସଂସଦ ଆଇନ ପ୍ରଣୟନ କରିପାରେ ।

CHSE Odisha Class 12 Economics Chapter 4 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 4 ଉପଭୋଗର ନିୟମ Objective Questions.

CHSE Odisha 12th Class Economics Chapter 4 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଉପଭୋଗ ହେଉଛି :
(A) ଉପଯୋଗିତାର ସୃଷ୍ଟି
(B) ଉପଯୋଗିତାର ଅପଚୟ
(C) ଅଭାବର ପରିତୃପ୍ତି
(D) ଆନନ୍ଦ ଲାଭ
Answer:
(B) ଉପଯୋଗିତାର ଅପଚୟ

2. କୌଣସି ଦ୍ରବ୍ୟର ଅତିରିକ୍ତ ଏକକ ଉପଭୋଗ ଫଳରେ ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ପାଏ

3. ଉପଭୋଗ ବୃଦ୍ଧି ସହିତ ମୋଟ ଉପଯୋଗିତା :
(A) ହ୍ରାସ ପାଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ
Answer:
(D) ପ୍ରଥମେ ବୃଦ୍ଧି ହୋଇ ପରେ ହ୍ରାସ ହୁଏ

4. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲାବେଳେ ମୋଟ ଉପଯୋଗିତା :
(A) ସର୍ବାଧ‌ିକ ହୁଏ
(B) ସର୍ବନିମ୍ନ ହୁଏ
(C) ଋଣାତ୍ମକ ହୁଏ
(D) ଶୂନ୍ଯ ହୁଏ
Answer:
(A) ସର୍ବାଧ‌ିକ ହୁଏ

CHSE Odisha Class 12 Economics Chapter 4 Objective Questions in Odia Medium

5. ସୀମାନ୍ତ ଉପଯୋଗିତା ରେଖା :
(A) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ଆନୁଭୂମିକ ହୋଇଥାଏ
(B) ଉଲ୍ଲମ୍ବ ହୋଇଥାଏ
(D) ନିମ୍ନଗାମୀ ହୋଇଥାଏ
Answer:
(D) ନିମ୍ନଗାମୀ ହୋଇଥାଏ

6. ନିମ୍ନୋକ୍ତ କେଉଁଟି କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସର୍ଭ ନୁହେଁ ?
(A) ସ୍ଵାଭାବିକ ମାନସିକତା
(B) ସମଜାତୀୟ ଦ୍ରବ୍ୟ
(C) ଧାରାବାହିକ ଉପଭୋଗ
(D) ସ୍ଥିର ଜନସଂଖ୍ୟା
Answer:
(D) ସ୍ଥିର ଜନସଂଖ୍ୟା

7. ନିମ୍ନୋକ୍ତ କେଉଁ ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟ କରିନଥାଏ ?
(A) ମଦ୍ୟପ
(B) ଶିକ୍ଷକ
(C) କିରାଣୀ
(D) ଶ୍ରମିକ
Answer:
(A) ମଦ୍ୟପ

8. ସର୍ବାଧ୍ଵ ପରିତୃପ୍ତି ନିମନ୍ତେ ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା :
(A) ହ୍ରାସ ପାଇବା ଆବଶ୍ୟକ
(B) ବୃଦ୍ଧି ଘଟିବା ଆବଶ୍ୟକ
(C) ସମାନ ହେବା ଆବଶ୍ୟକ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ସମାନ ହେବା ଆବଶ୍ୟକ

9. ନିମ୍ନୋକ୍ତ କେଉଁ ଦ୍ରବ୍ୟର ସୀମାନ୍ତ ଉପଯୋଗିତା
ଶୂନ୍ୟ ହୁଏ ନାହିଁ ?
(A) ମୁଦ୍ରା
(B) ରସଗୋଲା
(C) ଆଇସକ୍ରିମ୍
(D) ଉପରୋକ୍ତ ସମସ୍ତ ଦ୍ରବ୍ୟ
Answer:
(A) ମୁଦ୍ରା

10. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର ମଧ୍ୟ କୁହାଯାଏ ?
(A) କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର
(C) ଚାହିଦା ସୂତ୍ର
(D) ଯୋଗାଣ ସୂତ୍ର
Answer:
(B) ସମ-ସୀମାନ୍ତ ଉପଯୋଗିତା ସୂତ୍ର

11. ଉପଯୋଗିତାର ବିନାଶକୁ କ’ଣ କୁହାଯାଏ ?
(A) ଖାଦ୍ୟ
(B) ଉପଭୋଗ
(C) ପ୍ରାନ୍ତୀୟ ଉପଯୋଗିତା
(D) ପରିବ୍ୟୟ
Answer:
(B) ଉପଭୋଗ

12. ପ୍ରାନ୍ତୀୟ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା :
(A) ବୃଦ୍ଧି ପାଏ
(B) ସର୍ବାଧ‌ିକ ହୁଏ
(C) ହ୍ରାସ ପାଏ
(D) ଶୂନ୍ୟ ହୋଇଥାଏ
Answer:
(C) ହ୍ରାସ ପାଏ

13. ଆଲ୍‌ଫ୍ରେଡ୍‌ ମାର୍ଶାଲ୍‌ଙ୍କ ସମପ୍ରାନ୍ତୀୟ ଉପଯୋଗିତା ନିୟମଟି କେଉଁ ସର୍ଭ ଉପରେ ନିର୍ଭର କରିଥାଏ ?
(A) ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତାର ସ୍ଥିରତା
(B) ସମଜାତୀୟ ଦ୍ରବ୍ୟ
(C) ସ୍ଵାଦ, ଅଭ୍ୟାସ ଏବଂ ରୁଚି ଇତ୍ୟାଦି ଅପରିବର୍ତ୍ତିତ ରହିବା ଆବଶ୍ୟକ
(D) ଉପରୋକ୍ତ ସମସ୍ତ ସର୍ଭ
Answer:
(D) ଉପରୋକ୍ତ ସମସ୍ତ ସର୍ଭ

14. ମୁଦ୍ରାର ପ୍ରାନ୍ତୀୟ ଉପଯୋଗିତା କିପରି ନିର୍ଣ୍ଣୟ କରାଯାଏ ?
(A) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(B) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା – ଦ୍ରବ୍ୟର ଦର
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର
(D) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା x ଦ୍ରବ୍ୟର ଦର
Answer:
(C) ଦ୍ରବ୍ୟର ପ୍ରାନ୍ତୀୟ ଉପଯୋଗିତା + ଦ୍ରବ୍ୟର ଦର

15. କୌଣସି ଦ୍ରବ୍ୟକୁ ଅଧ‌ିକରୁ ଅଧିକ ଏକକ ଉପଭୋଗ କରାଗଲେ ପ୍ରତ୍ୟେକ ଦ୍ରବ୍ୟର ଅଧିକ ଏକକରୁ ମିଳୁଥ‌ିବା ପରିତୃପ୍ତି :
(A) ବୃଦ୍ଧି ପାଇଥାଏ
(B) ସ୍ଥିର ରହିଥାଏ
(C) କ୍ରମଶଃ ହ୍ରାସ ପାଇଥାଏ
(D) ଶୂନ୍ୟ ହୋଇଥାଏ
Answer:
(C) କ୍ରମଶଃ ହ୍ରାସ ପାଇଥାଏ

CHSE Odisha Class 12 Economics Chapter 4 Objective Questions in Odia Medium

16. କୌଣସି ଦ୍ରବ୍ୟକୁ ଅଧିକରୁ ଅଧ‌ିକ ଉପଭୋଗ କରାଗଲେ ପ୍ରତ୍ୟେକ ଏକ ଏକକର ଉପଭୋଗରୁ ମିଳୁଥ‌ିବା ଉପଯୋଗିତାକୁ :
(A) ଉପଯୋଗିତା କୁହାଯାଏ
(B) ଉପଭୋଗ କୁହାଯାଏ
(C) ମୋଟ ଉପଯୋଗିତା କୁହାଯାଏ
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ
Answer:
(D) ପ୍ରାନ୍ତୀୟ ଉପଯୋଗିତା କୁହାଯାଏ

B. ଶୂନ୍ୟସ୍ଥାନ ପୂରଣ କର ।

1. ଉପଭୋଗ ହେଉଛି ଉପଯୋଗିତାର ____________ ।
Answer:
ଅପଚୟ

2. ସାମାନ୍ତ ଉପଯୋଗିତା _____________ ହେଲେ, ମୋଟ ଉପଯୋଗିତାସର୍ବାଧ୍ଵ ହୁଏ ।
Answer:
ଶୂନ୍ୟ

3. କୌଣସି ଦ୍ରବ୍ୟ ଅଧ‌ିକରୁ ଅଧିକ ଉପଭୋଗ କଲେ ଏହାର ମୋଟ ଉପଯୋଗିତା _____________ ହୁଏ ।
Answer:
ପ୍ରଥମେ ବୃଦ୍ଧି ହୋଇ ହ୍ରାସ

4. ____________ ଏକକର ଉପଯୋଗିତାକୁ ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ଶେଷ

5. ଗୋଟିଏ ଦ୍ରବ୍ୟ ଅଧ୍ୟକରୁ ଅଧିକ ଉପଭୋଗ କଲେ ତାହାର ସୀମାନ୍ତ ଉପଯୋଗିତା _____________ ହୁଏ ।
Answer:
ହ୍ରାସ

6. ସାମାନ୍ତ ଉପଯୋଗିତା ____________ ହେଲେ ମୋଟ ଉପଯୋଗିତା ହ୍ରାସ ପାଇବାକୁ ଲାଗେ ।
Answer:
ଋଣାତ୍ମକ

7. ଜଣେ ଉପଭୋକ୍ତା __________ ଉପଯୋଗିତାକୁ ସର୍ବାଧ୍ଵ କରିବାକୁ ଚେଷ୍ଟା କରେ ।
Answer:
ମୋଟ

8. ଯେତେବେଳେ ______________ ସର୍ଭଟି ପୂରଣ ହୋଇଥାଏ, ସେତେବେଳେ ଉପଭୋକ୍ତା ତା’ର ସୀମିତ ଆୟରୁ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ।
Answer:
\(\frac{‘କ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘କ’ ଦ୍ରବ୍ୟର ଦର}\) = \(\frac{‘ଖ’ ଦ୍ରବ୍ୟର ସୀମାନ୍ତ ଉପଯୋଗିତା}{‘ଖ’ ଦ୍ରବ୍ୟର ଦର}\) = ମୁଦ୍ରାରୁ ସୀମାନ୍ତ ଉପଯୋଗିତା

9. ସମସୀମାନ୍ତ ଉପଯୋଗିତା ନିୟମର ଅନ୍ୟ ନାମ ____________ ।
Answer:
ସର୍ବାଧ‌ିକ ପରିତୃପ୍ତି ସୂତ୍ର

10. ବିଭିନ୍ନ ବିଭାଗ ମଧ୍ୟରେ ବ୍ୟୟର ବଣ୍ଟନ ଓ ବିଭିନ୍ନ ବର୍ଗର ଲୋକଙ୍କ ଉପରେ ଟିକସ ବସାଇବା ସମୟରେ ____________ ନିୟମକୁ ବିତ୍ତମନ୍ତ୍ରୀ ପାଳନ କରିଥା’ନ୍ତି । __________ ।
Answer:
ସମସୀମାନ୍ତ ଉପଯୋଗିତା ନିୟମ

11. ମୋଟ ଉପଯୋଗିତା _____________ ହାରରେ ବୃଦ୍ଧି ପାଏ ।
Answer:
କ୍ରମ ହ୍ରାସମାନ ହାରରେ

12. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ଅଧୀନରେ ମୁଦ୍ରାର ସୀମାନ୍ତ ଉପଯୋଗିତା ____________ ବୋଲି ଧରାଯାକଅଛି । _________ ।
Answer:
ସ୍ଥିର

13. ଉପଭୋକ୍ତାଙ୍କର ସର୍ବାଧ‌ିକ ପରିତୃପ୍ତି ଲାଭ ଲକ୍ଷ୍ୟରେ ଦୁଇଟି ଦ୍ରବ୍ୟର ଦର ସମାନ ହେଲେ _____________ ସମାନ ହେବା ଆବଶ୍ୟକ ।
Answer:
ସୀମାନ୍ତ ଉପଯୋଗିତା

14. ମୁଦ୍ରାରୁ ପ୍ରାପ୍ତ ସୀମାନ୍ତ ଉପଯୋଗିତା _________ କିମାୃ _____________ ହେବ ନାହିଁ ।
Answer:
ଶୂନ୍ୟ, ଋଣାତ୍ମକ

15. ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ___________ ର ସୀମାନ୍ତ ଉପଯୋଗିତା କୁହାଯାଏ ।
Answer:
ମୁଦ୍ରା

16. (ମୋଟ ଉପଯୋଗିତା)n = 40 ଏବଂ (ମୋଟ ଉପଯୋଗିତା)n-1 = 36 ହେଲେ, ସୀମାନ୍ତ ଉପଯୋଗିତା __________ ହେବ ।
Answer:
4

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଭୋଟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ଅଭାବ ମୋଚନକାରୀ କ୍ଷମତାକୁ ଉପଯୋଗିତା କୁହାଯାଏ ।

2. ଉପଯୋଗ ହେଉଛି ଉପଯୋଗିତାର ଅପଚୟ ।
Answer:
ଠିକ୍

CHSE Odisha Class 12 Economics Chapter 4 Objective Questions in Odia Medium

3. ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହୋଇପାରିବ ।
Answer:
ଭୁଲ୍ ।
ଠିକ୍ – ମୁଦ୍ରାର ସୀମାନ୍ତ ଉପଯୋଗିତା ଶୂନ୍ୟ ହେଇପାରିବ ନାହିଁ ।

4. କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ୟରେ ପରୋକ୍ଷ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – କୌଣସି ଏକ ଦ୍ରବ୍ୟର ଦର ଓ ସୀମାନ୍ତ ଉପଯୋଗିତା ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।

5. କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବା ବେଳେ ସୀମାନ୍ତ ଉପଯୋଗିତା ସ୍ଥିର ରହେ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଭୋଗ ବୃଦ୍ଧି ପାଇବାବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

6. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସମସୀମାନ୍ତ ଉପଯୋଗିତା ସୂତ୍ରକୁ ସ୍ଥାନାପନ୍ନ ସୂତ୍ର ମଧ୍ୟ କୁହାଯାଏ ।

7. ସୀମାନ୍ତ ଉପଯୋଗିତା ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ରେଖା ନିମ୍ନଗାମୀ ହୋଇଥାଏ ।

8. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବାବେଳେ ମୋଟ ଉପଯୋଗିତା ସର୍ବାଧିକ ହୁଏ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେବାବେଳେ ମୋଟ ଉପଯୋଗିତା ସର୍ବାଧ୍ଵ ହୁଏ ।

9. ଉପଭୋଗଦ୍ଵାରା ଉପଯୋଗିତାର ବୃଦ୍ଧି ସାଧନ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗଦ୍ଵାରା ଉପଯୋଗିତାର କ୍ଷୟ ସାଧନ ହୁଏ ।

10. କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ସମାନ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତା ବିଭିନ୍ନ ଉପଭୋକ୍ତାଙ୍କ ଲାଗି ଭିନ୍ନ ଭିନ୍ନ ।

11. କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ନୁହେଁ ।
Answer:
ଭୁଲ୍ ।
ଠିକ୍ – କୌଣସି ଦ୍ରବ୍ୟର ଉପଯୋଗିତାର ପରିବର୍ତ୍ତନ ସମ୍ଭବ ।

12. ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:
ଭୁଲ୍ ।
ଠିକ୍ – ଜଣେ ବିବେକୀ ଉପଭୋକ୍ତା, କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।

13. ମୁଦ୍ରାର ସୀମାନ୍ତ ଉପଯୋଗିତା କେବଳ ଧନାତ୍ମକ ।
Answer:
ଠିକ୍ ।

14. ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍‌ଧ ଉପଯୋଗିତାଠାରୁ କମ୍ ବା ବେଶୀ ହୋଇପାରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟର ସୀମାନ୍ତ ଉପଯୋଗିତା, ଅନ୍ୟାନ୍ୟ ଏକକରୁ ଉପଲବ୍‌ଧ ଉପଯୋଗିତାଠାରୁ ସର୍ବଦା କମ୍ ହୋଇପାରେ ।

15. ଦ୍ରବ୍ୟଗୁଡ଼ିକର ଦର ସମାନ ସ୍ଥଳେ କେବଳ ସୀମାନ୍ତ ଉପଯୋଗିତାର ସମାନତା ପ୍ରତ୍ୟକ୍ଷ ଭାବେ ସମ୍ଭବ ।
Answer:
ଠିକ୍ ।

16. ଶେଷ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଏକକରୁ ମିଳୁଥିବା ଉପଯୋଗିତାକୁ ପ୍ରାନ୍ତୀୟ ଉପଯୋଗିତା କୁହାଯାଏ ।

17. ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ ସମସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।
Answer:
ଭୁଲ୍ ।
ଠିକ୍ – ନିରବଚ୍ଛିନ୍ନ ଭାବେ କୌଣସି ଦ୍ରବ୍ୟର ଏକକ ସମୂହ ଉପଭୋଗ କଲେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କାର୍ଯ୍ୟକାରୀ ହୁଏ ।

18. ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ କ୍ରମହାସମାନ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।
Answer:
ଭୁଲ୍ ।
ଠିକ୍ – ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମ ସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।

19. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ହୁଏ ।
Answer:
ଠିକ୍ ।

20. ଦ୍ରବ୍ୟଟିର ଦର ତାହାର ମୋଟ ଉପଯୋଗିତା ଉପରେ ନିର୍ଭର କରେ ।
Answer:
ଭୁଲ୍ ।
ଠିକ୍ – ଦ୍ରବ୍ୟଟିର ଦର ତାହାର ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।

21. ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ।

CHSE Odisha Class 12 Economics Chapter 4 Objective Questions in Odia Medium

22. ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉପଭୋଗର ପରିମାଣ ବୃଦ୍ଧି ହେଲେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ ।

23. ମାନସିକ ସ୍ଵସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ସୀମାନ୍ତ ଉପଯୋଗିତାକୁ ଦରଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।
Answer:ଭୁଲ୍ ।
ଠିକ୍ – ମାନସିକ ସ୍ବସ୍ଥ ଉପଭୋକ୍ତା କୌଣସି ଦ୍ରବ୍ୟର ଉପଭୋଗ ସ୍ଥଳେ ସର୍ବଦା ଦରକୁ ସୀମାନ୍ତ ଉପଯୋଗିତାଠାରୁ କମ୍ ହେବା ଲକ୍ଷ୍ୟ ରଖନ୍ତି ।

24. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ମଧ୍ୟ ଶୂନ୍ୟ ହୁଏ ।
Answer:
ଭୁଲ୍ ।
ଠିକ୍ – ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ ମୋଟ ଉପଯୋଗିତା ସର୍ବାଧ‌ିକ ହୁଏ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ମୋଟ ଉପଯୋଗିତା କ’ଣ ?
Answer:
କୌଣସି ଦ୍ରବ୍ୟର ବିଭିନ୍ନ ଏକକ ଉପଭୋଗରୁ ପ୍ରାପ୍ତ ହେଉଥ‌ିବା ଉପଯୋଗିତାର ସମଷ୍ଟିକୁ ମୋଟ ଉପଯୋଗିତା କୁହାଯାଏ ।

2. ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
କୌଣସି ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉପଭୋଗ କରିବାଦ୍ୱାରା ମୋଟ ଉପଯୋଗିତାରେ ଯେଉଁ ପରିମାଣ ଯୋଗ ହୁଏ ତାହା ସୀମାନ୍ତ ଉପଯୋଗିତା ।

3. ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା କ’ଣ ହେବ ?
Answer:
ମୋଟ ଉପଯୋଗିତା ହ୍ରାସ ପାଇବାବେଳେ ସୀମାନ୍ତ ଉପଯୋଗିତା ଋଣାତ୍ମକ ହେବ ।

4. ଉପଭୋଗ କାହାକୁ କୁହାଯାଏ ?
Answer:
ଦ୍ରବ୍ୟର ଉପଯୋଗିତାର ଅପଚୟ କରିବା ପ୍ରକ୍ରିୟାକୁ ଉପଭୋଗ କୁହାଯାଏ ।

5. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ସଂଜ୍ଞା ପ୍ରଦାନ କର ।
Answer:
ପ୍ରଫେସର ମାର୍ଶାଲ୍ କହିଛନ୍ତି ଯେ ଜଣେ ବ୍ୟକ୍ତି ପାଖରେ ଥିବା କୌଣସି ଦ୍ରବ୍ୟର ପରିମାଣ ବୃଦ୍ଧି ହେଲେ ସେ ଯେଉଁ ଅତିରିକ୍ତ ଉପଯୋଗିତା ଲାଭ କରନ୍ତି, ତାହା ଦ୍ରବ୍ୟର ମୋଟ ପରିମାଣରେ ବୃଦ୍ଧି ହେବା ସହିତ କ୍ରମଶଃ ହ୍ରାସ ପାଏ ।

6. କେଉଁ ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରର ଅନ୍ୟନାମ ସ୍ଥାନାପନ୍ନ ସୂତ୍ର ।

7.ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କାହାକୁ କହନ୍ତି ?
Answer:
ସୀମାନ୍ତ ଉପଯୋଗିତା ଓ ଦରର ଅନୁପାତକୁ ବ୍ୟୟିତ ମୁଦ୍ରାର ସୀମାନ୍ତ ଉପଯୋଗିତା କହନ୍ତି ।

8. ଜଣେ ଉପଭୋକ୍ତା କେତେବେଳେ ସର୍ବାଧ୍ଵ ପରିତୃପ୍ତି ପାଇଥା’ନ୍ତି ?
Answer:
ବିଭିନ୍ନ ଦ୍ରବ୍ୟର ସୀମାନ୍ତ ଉପଯୋଗିତା ସମାନ ଥ‌ିବା ଅବସ୍ଥାରେ ଯଦି ଉପଭୋକ୍ତା ଉପଭୋଗ କରେ ସେ ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ।

9. ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ କ’ଣ ?
Answer:
ଜଣେ ଉପଭୋକ୍ତାଙ୍କ ଲକ୍ଷ୍ୟ ହେଉଛି ସେ ତାଙ୍କର ସୀମିତ ଆୟକୁ ବିଭିନ୍ନ ଦ୍ରବ୍ୟ କ୍ରୟ କରିବାରେ କିଭଳି ଭାବରେ ବଣ୍ଟନ କଲେ ସର୍ବାଧ‌ିକ ପରିତୃପ୍ତି ଲାଭ କରିପାରିବେ ।

10. ସନ୍ତୁଳନ କହିଲେ କ’ଣ ବୁଝ ?
Answer:
ସନ୍ତୁଳନ ଶବ୍ଦଟିର ଅର୍ଥ ପରିବର୍ତ୍ତନ ଶୂନ୍ଯ ଅବସ୍ଥା; ଅର୍ଥାତ୍ ଯେତେବେଳେ ଜଣେ ଉପଭୋକ୍ତା ନିର୍ଦ୍ଦିଷ୍ଟ ଆୟକୁ ଖର୍ଚ୍ଚ କରି ସର୍ବାଧ୍ଵ ପରିତୃପ୍ତି ପାଏ, ସେ ସନ୍ତୁଳନ ହାସଲ କରିଛି ବୋଲି କୁହାଯାଏ ।

11. କେତେବେଳେ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମାନ ?
Answer:
କୌଣସି ଦ୍ରବ୍ୟର ପ୍ରଥମ ଏକକର ଉପଭୋଗ ସ୍ଥଳେ ଉଭୟ ମୋଟ ଉପଯୋଗିତା ଓ ସୀମାନ୍ତ ଉପଯୋଗିତା ପରସ୍ପର ସମ୍ମାନ ।

12. ସୀମାନ୍ତ ଉପଯୋଗିତାର କ୍ରମ ହ୍ରାସ ଘଟେ କାହିଁକି ?
Answer:
ଅଭାବର ତୀବ୍ରତା କ୍ରମଶଃ ହ୍ରାସ ପାଉଥିବାରୁ ସୀମାନ୍ତ ଉପଯୋଗିତା କ୍ରମଶଃ ହ୍ରାସ ପାଇଥାଏ ।

13. ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା
Answer:
ସମୟରେ କେଉଁ ସୂତ୍ରଦ୍ୱାରା ପରିଚାଳିତ ହୁଏ ? ଉ ଜଣେ ଉପଭୋକ୍ତା ଅର୍ଥ ବ୍ୟୟ କରିବା ସମୟରେ ସମସୀମାନ୍ତ ଉପଯୋଗିତା ସୂତ୍ରଦ୍ୱାରା ପରିଚାଳିତ ହୁଏ ।

14. ଜଣେ ଉପଭୋକ୍ତା କେଉଁ ଉପଯୋଗିତାକୁ ସର୍ବାଧ‌ିକ କରିବା ନିମନ୍ତେ ଉତ୍ସୁକ ଥାଏ ?
Answer:
ଜଣେ ଉପଭୋକ୍ତା ମୋଟ ଉପଯୋଗିତାକୁ ସର୍ବାଧ‌ିକ କରିବା ନିମନ୍ତେ ଉତ୍ସୁକ ଥାଏ ।

15. ସମପ୍ରାନ୍ତୀୟ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧ‌ିକ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ମିଳୁଥିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦାମ୍ ସହ ସମାନୁପାତୀ ହୁଏ, ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରେ ।

16. ଅର୍ଥନୈତିକ ଦ୍ରବ୍ୟ କ୍ଷେତ୍ରରେ ଉପଭୋକ୍ତା କେଉଁ ସମୟରେ ଉପଭୋଗ ବନ୍ଦ କରନ୍ତି ?
Answer:
ଯେଉଁ ସମୟରେ ଦ୍ରବ୍ୟରୁ ଲବ୍‌ଧ ସୀମାନ୍ତ ଉପଯୋଗିତା ଏହାର ଦାମ୍ ସହ ସମାନ ହୁଏ, ସେହି ସମୟରେ ଉପଭୋକ୍ତା ଉପଭୋଗ ବନ୍ଦ କରନ୍ତି ।

17. କେଉଁ ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରିବାର ସୂଚନା ମିଳେ ।

18. କେଉଁ ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ?
Answer:
ସମସୀମାନ୍ତ ଉପଯୋଗିତା ସୂତ୍ରକୁ ପ୍ରତିସ୍ଥାପନ ସୂତ୍ର କୁହାଯାଏ ।

19. ଦ୍ରବ୍ୟର ଦାମ୍ କେଉଁ ଉପଯୋଗିତା ଉପରେ ନିର୍ଭର କରେ ?
Answer:
ଦ୍ରବ୍ୟର ଦାମ୍ ସୀମାନ୍ତ ଉପଯୋଗିତା ଉପରେ ନିର୍ଭର କରେ ।

20. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର କାର୍ଯ୍ୟକାରିତା ପାଇଁ ଦୁଇଟି ସର୍ଭ ଲେଖ ।
Answer:
ସମଜାତୀୟ ଏକକ ଓ ଉପଭୋଗ ନିରବଚ୍ଛିନ୍ନ ଓ ଧାରାବାହିକ ହେବା ଉଚିତ ।

CHSE Odisha Class 12 Economics Chapter 4 Objective Questions in Odia Medium

21. କେଉଁ କ୍ଷେତ୍ରରେ କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ?
Answer:
ମୁଦ୍ରା ଓ ବିରଳ ଦୁଶ୍ରାପ୍ୟ ଦ୍ରବ୍ୟ କ୍ଷେତ୍ରରେ କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ପ୍ରଯୁଜ୍ୟ ହୁଏ ନାହିଁ ।

22. କ୍ରମହ୍ରାସମାନ ପ୍ରାନ୍ତୀୟ ଉପଯୋଗିତା ସୂତ୍ରର ଦୁଇଟି ଗୁରୁତ୍ଵ ଲେଖ ।
Answer:
ମୂଲ୍ୟର ବିରୋଧାଭାସ ସମସ୍ୟାର ସମାଧାନ ଓ କର ନୀତି ପ୍ରଣୟନ କ୍ଷେତ୍ରରେ ଏହି ସୂତ୍ରର ଭୂମିକା ଗୁରୁତ୍ଵପୂର୍ଣ୍ଣ ।

23. ସମସୀମାନ୍ତ ଉପଯୋଗିତା ସୂତ୍ର ଅନୁସାରେ ଉପଭୋକ୍ତା କେଉଁ ସମୟରେ ସର୍ବାଧ୍ୱ ପରିତୃପ୍ତି ଲାଭ କରେ ?
Answer:
ଯଦି ବିଭିନ୍ନ ଦ୍ରବ୍ୟରୁ ପ୍ରାପ୍ତ ହେଉଥ‌ିବା ସୀମାନ୍ତ ଉପଯୋଗିତା ସେମାନଙ୍କ ଦର ସହ ସମାନୁପାତୀ ହୁଏ, ତେବେ ଉପଭୋକ୍ତା ସର୍ବାଧ‌ିକ ପରିତୃପ୍ତି ଲାଭ କରେ ।

CHSE Odisha Class 12 Economics Chapter 13 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 13 କେନ୍‌ସଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ Short Answer Questions.

CHSE Odisha 12th Class Economics Chapter 13 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଆୟ ନିର୍ଦ୍ଧାରଣ ତତ୍ତ୍ବ କାହିଁକି ଏକ ସ୍ଵଳ୍ପକାଳୀନ ତତ୍ତ୍ବ ?
Answer:
କେନ୍‌ସ୍‌ଙ୍କ ମତରେ ଅନ୍ୟାନ୍ୟ ବିଷୟ; ଯଥା – ପୁଞ୍ଜି, ଶ୍ରମ, ଯନ୍ତ୍ରପାତି, ଦକ୍ଷତା ଇତ୍ୟାଦି ଅପରିବର୍ତ୍ତିତ ଥାଇ ଯଦି ରାଷ୍ଟ୍ରର ନିୟୋଜନ ବୃଦ୍ଧିପାଏ ତାହେଲେ ଜାତୀୟ ଆୟ ଓ ଉତ୍ପାଦନ ବୃଦ୍ଧି ପାଇଥାଏ । ଅତଏବ, ସ୍ଵଳ୍ପ କାଳରେ ଅନ୍ୟାନ୍ୟ ବିଷୟ ଅପରିବର୍ତିତ ରହିଲେ ନିୟୋଜନ ସହ ଜାତୀୟ ଆୟର ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୋଇଥାଏ । ତେଣୁ କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ ଏକ ସ୍ବଳ୍ପକାଳନୀ ତତ୍ତ୍ବ ।

2. କେନ୍‌ସ୍‌ଙ୍କ ଉପଭୋଗ ଫଳନ ସ୍ଥିର କାହିଁକି ?
Answer:
ଅନ୍ୟାନ୍ୟ ସମସ୍ତ ଉପାଦାନ ଅପରିବର୍ତ୍ତିତ ଥାଇ ଜାତୀୟ ଆୟ ବୃଦ୍ଧି ସହିତ ସାମୂହିକ ଉପଭୋଗ ଚାହିଦା ବୃଦ୍ଧି ପାଏ କିନ୍ତୁ ଏହି ବୃଦ୍ଧି ଜାତୀୟ ଆୟ ବୃଦ୍ଧିଠାରୁ କମ୍ । ଅର୍ଥାତ୍ ସାମୂହିକ ଉପଭୋଗର ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ ରହିଥାଏ । ସ୍ଵଳ୍ପକାଳରେ ଜାତୀୟ ଆୟ ବ୍ୟତୀତ ଉପଭୋଗକୁ ପ୍ରଭାବିତ କରୁଥିବା ସମସ୍ତ ଉପାଦାନ; ଯଥା – ଜନସଂଖ୍ୟା, ରୁଚି, ଅଭ୍ୟାସ ଇତ୍ୟାଦି ସ୍ଥିର ରହୁଥ‌ିବାରୁ ଉପଭୋଗ ପରିବର୍ତ୍ତନ ସର୍ବଦା ଜାତୀୟ ଆୟର ପରିବର୍ତ୍ତନଠାରୁ କମ୍ । ଆୟ ଓ ଉପଭୋଗର ଏହି ସ୍ଥିର ସମ୍ପର୍କକୁ ସ୍ଥିର ଉପଭୋଗ ଫଳନ କୁହାଯାଏ ।

3. ଉପଭୋଗ ପ୍ରବୃତ୍ତି କ’ଣ ?
Answer:
ଉପଭୋଗ ବ୍ୟୟ ଓ ସଞ୍ଚୟ ଆୟର ଦୁଇଟି ମୁଖ୍ୟ ଉପାଦାନ । ଉପଭୋଗ ପ୍ରବୃତ୍ତିର ସ୍ଵରୂପ, ହାରାହାରି ଉପଭୋଗ ପ୍ରବୃତ୍ତି ଓ ପ୍ରାନ୍ତୀୟ ଉପଭୋଗ ପ୍ରବୃଭିଦ୍ୱାରା ନିୟନ୍ତ୍ରଣ ହୋଇଥାଏ । ହାରାହାରି ଉପଭୋଗ ପ୍ରବୃତ୍ତି କହିଲେ ଉପଭୋଗ ବ୍ୟୟ ଓ ଆୟର ଅନୁପାତକୁ ସୂଚାଇଥାଏ ଏବଂ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କହିଲେ ବର୍ଦ୍ଧିତ ଉପଭୋଗ ବ୍ୟୟର (ଉପଭୋଗର ପରିବର୍ତ୍ତନ) ଓ ବର୍ଷିତ ଆୟର (ଆୟର ପରିବର୍ତ୍ତନ) ଅନୁପାତକୁ ବୁଝାଇଥାଏ ।

4. ସ୍ବୟଂକ୍ରିୟ ନିବେଶ କ’ଣ ?
Answer:
ଆୟ ପରିବର୍ତ୍ତନ ସହ ନିବେଶ ପରିମାଣରେ ପରିବର୍ତ୍ତନ ନ ହେଲେ ନିବେଶକୁ ସ୍ୱାୟତ୍ତ ନିବେଶ ବୋଲି କୁହାଯାଏ । ଏହି ନିବେଶ ସରକାର କରନ୍ତି ଏବଂ ଏହା ଲାଭକୁ ଭିଭିକରି କରାଯାଏ ନାହିଁ । ଜନହିତକର କାର୍ଯ୍ୟ ପାଇଁ ବିପୁଳ ପରିମାଣ ଅର୍ଥ ପୁଞ୍ଜି ଗଠନ (ରାସ୍ତାଘାଟ, ପୋଲ, କେନାଲ, ପ୍ରତିରକ୍ଷା ଓ ଆଶ୍ରୟସ୍ଥଳ ଇତ୍ୟାଦି ନିର୍ମାଣ)ରେ ସରକାର ଯେଉଁ ଦୀର୍ଘକାଳୀନ ନିବେଶ କରନ୍ତି ତାହାକୁ ସ୍ବୟଂକ୍ରିୟ ନିବେଶ କୁହାଯାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

5. ପ୍ରରୋଚିତ ନିବେଶ କ’ଣ ?
Answer:
ଆୟ ଓ ନିବେଶ ସମଦିଗରେ ପରିବର୍ତ୍ତିତ ହେଲେ ନିବେଶକୁ ପ୍ରରୋଚିତ ନିବେଶ କୁହାଯାଏ । ପ୍ରରୋଚିତ ନିବେଶ ଲାଭଦ୍ବାରା ପ୍ରଭାବିତ ହୋଇଥାଏ । ଲାଭ ଯେତେ ଅଧିକ ହେବ ପ୍ରରୋଚିତ ନିବେଶ ସେତେ ଅଧ୍ବକ ହେବ ଏବଂ ଏହି ପ୍ରକାର ନିବେଶ ଆୟର ପରିବର୍ତ୍ତନଦ୍ଵାରା ପ୍ରଭାବିତ ହୋଇଥାଏ । ବଦ୍ଧିତ ଚାହିଦାକୁ ପୂରଣ କରିବାପାଇଁ ଅତିରିକ୍ତ ଦ୍ରବ୍ୟ ଓ ସେବାର ଉତ୍ପାଦନ ନିମନ୍ତେ ନୂତନ ପୁଞ୍ଜି ଗଠନ ବା ନିବେଶର ଆବଶ୍ୟକତା ଅନୁଭୂତ ହୁଏ । ଉକ୍ତ ନିବେଶକୁ ପ୍ରରୋଚିତ ନିବେଶ ବୋଲି କୁହାଯାଏ ।

6. ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା କହିଲେ କ’ଣ ବୁଝ ?
Answer:
ସ୍ଵଳ୍ପକାଳରେ ପ୍ରରୋଚିତ ନିବେଶର ବାସ୍ତବ ପରିମାଣ ପୁଞ୍ଜିର ଉତ୍ପନ୍ନ ଶକ୍ତି ଓ ସୁଧର ହାର ଉପରେ ନିର୍ଭର କରିଥାଏ । ପୁଞ୍ଜିର ଉତ୍ପନ୍ନ ଶକ୍ତି କହିଲେ ତାହାର ଉପାର୍ଜନ କ୍ଷମତାକୁ ହିଁ ବୁଝାଇଥାଏ । ପ୍ରାନ୍ତୀୟ ପୁଞ୍ଜି ଉତ୍ପନ୍ନ ହାରକୁ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୋଲି କୁହାଯାଏ । ସୁଧର ହାର ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତାଠାରୁ କମ୍ ହେଲେ, ପୁଞ୍ଜିନିବେଶ ଲାଭଦାୟକ ହୁଏ ଓ ନିବେଶ ଚାହିଦାର ବୃଦ୍ଧି ଘଟେ ।

7. ନିବେଶ ଚାହିଦାରେଖା କାହିଁକି ନିମ୍ନଗାମୀ ହୋଇଥାଏ ?
Answer:
ନିମ୍ନଗାମୀ ନିବେଶ ଚାହିଦାରେଖା ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ଓ ନିବେଶ ପରିମାଣ ମଧ୍ଯରେ ଥିବା ପ୍ରତିଲୋମୀ ସମ୍ପର୍କକୁ ସୂଚିତ କରିଥାଏ । ସୁଧର ହାର ହ୍ରାସ ପାଇଲେ ନିବେଶ ଚାହିଦା ବୃଦ୍ଧିପାଏ ଓ ସୁଧର ହାର ବୃଦ୍ଧି ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ । ସେହିପରି ସୁଧର ହାର ଅପରିବର୍ତ୍ତିତ ରହି ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ବୃଦ୍ଧି ହେଲେ ନିବେଶ ଚାହିଦା ବୃଦ୍ଧି ପାଇଥାଏ ଓ ପୁଞ୍ଜିର ପ୍ରାନ୍ତୀୟ ଦକ୍ଷତା ହ୍ରାସ ହେଲେ ନିବେଶ ଚାହିଦା ହ୍ରାସ ପାଇଥାଏ ।

8. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପାରିବାରିକ ଉପଭୋଗ ବସ୍ତୁତଃ ପାରିବାରିକ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦଦେଲେ ଅବଶିଷ୍ଟାଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପୁନଶ୍ଚ ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ ।

9. ଉପଭୋଗ କୃତ୍ୟ କ’ଣ ?
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଚ୍ଚଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦେଲେ ଯାହା ରହିଥାଏ, ତାହାକୁ ବ୍ୟବହାରଯୋଗ୍ୟ ବା ଉପଭୋଗ କୃତ୍ୟ ଆୟ କୁହାଯାଏ ।

10. ଅବସ୍ତୀତି ବ୍ୟବଧାନ କ’ଣ ?
Answer:
ସାମୂହିକ ଚାହିଦା ପୂର୍ଣ୍ଣନିୟୋଗ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦାଜନିତ ଅବସ୍ଥା ସୃଷ୍ଟି ହୁଏ । ଏହି ପରିସ୍ଥିତିରେ ଦାମ୍ ସ୍ତର ଓ ଲାଭ ହ୍ରାସ ପାଇ ତାହା କ୍ରମେ ଉତ୍ପାଦନ, ନିଯୁକ୍ତି ଓ ଆୟ ସ୍ତରର ହ୍ରାସ ଘଟାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରଣ କରାଯାଇ ନ ପାରିଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ ।

11. ସ୍ତ୍ରୀତି ବ୍ୟବଧାନ କ’ଣ ?
Answer:
ପୂର୍ଣ ନିୟୋଜନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣନିୟୋଜନ ସନ୍ତୁଳନଠାରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ଓ ତାହା ଦାମ୍ ସ୍ତରକୁ ବୃଦ୍ଧି କରେ । ଅର୍ଥବ୍ୟବସ୍ଥା ମୁଦ୍ରାଙ୍ଗୀତି କବଳିତ ହୁଏ ଏବଂ ତାହା ନିୟନ୍ତ୍ରଣ ବାହାରକୁ ଗଲେ ଅର୍ଥବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼େ ।

12. ଫଳପ୍ରଦ ଚାହିଦା କ’ଣ ?
Answer:
ଯେଉଁ ବିନ୍ଦୁରେ ସାମୂହିକ ଯୋଗାଣ ଦର ରେଖା ଓ ସାମୂହିକ ଚାହିଦା ଦର ରେଖା ପରସ୍ପରକୁ ଛେଦ କରନ୍ତି, ସେହି ବିନ୍ଦୁକୁ ଫଳପ୍ରଦ ଚାହିଦା କୁହାଯାଏ । ଅର୍ଥାତ୍ ଫଳପ୍ରଦ ଚାହିଦା ଯେତେ ଅଧ୍ବକ ହୁଏ, ନିୟୋଜନ ଓ ଆୟ ସ୍ତର ସେତେ ଅଧିକ ହୁଏ ଏବଂ ଫଳପ୍ରଦ ଚାହିଦା କମ୍ ହେଲେ, ନିୟୋଜନ ଓ ଆୟ ସ୍ତର କମ୍ ହୋଇଥାଏ ।

13. ବଳକା ଚାହିଦା କ’ଣ ?
Answer:
ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ “ଅଳକା ଚାହିଦାଜନିତ ପରିସ୍ଥିତି ସୃଷ୍ଟି ହୁଏ । ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ ଏବଂ ବଳକା ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ବୃଦ୍ଧି ଘଟାଏ ।

14. ନିଅଣ୍ଟିଆ ଚାହିଦା କ’ଣ ?
Answer:
ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ନିଅଣ୍ଟିଆ ଚାହିଦା ଅବସ୍ତୀତି ବ୍ୟବଧାନ ସୃଷ୍ଟି କରିଥାଏ ଏବଂ ନିଅଣ୍ଟିଆ ଚାହିଦା ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ ।

15. ପୂର୍ଣ ନିୟୋଜନ ସନ୍ତୁଳନ କ’ଣ ?
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ, ସେହି ଅବସ୍ଥାକୁ ପୂର୍ଣ୍ଣନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଯୋଗାଣ ଓ ସାମୂହିକ ଚାହିଦା ପାରସ୍ପରିକ କ୍ରିୟାଫଳରେ ଲାଭ କରାଯାଏ ।

16. ସାମୂହିକ ଯୋଗାଣ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ – ଅଶେଷ, ମଜୁରି, ସୁଧ ଓ ଲାଭ-ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୁହିକ ଯୋଗାଣ ।

CHSE Odisha Class 12 Economics Chapter 13 Short Answer Questions in Odia Medium

17. ସାମୂହିକ ଚାହିଦା କ’ଣ ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଘଣ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ଯାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ ।

18. ନିଟ୍ ରପ୍ତାନି ଚାହିଦା କହିଲେ କ’ଣ ବୁଝ ?
Answer:
ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଦେଶର ନିଟ୍ ରପ୍ତାନି ଚାହିଦାକୁ ସମ୍ପୃକ୍ତ ଦେଶର ସାମୂହିକ ଚାହିଦାର ଏକ ଅଂଶ ବୋଲି ବିବେଚନା କରାଯାଏ ।

19. ଆୟ ଓ ନିଯୁକ୍ତିର ସନ୍ତୁଳନ ସ୍ତର କ’ଣ ?
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳନ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସହିତ ସମାନ ହୋଇଥାଏ ।

20. ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନ ହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଚାହିଦା ସାମୂହିକ ଯୋଗାଣ ସମାନ ରହେ । ପ୍ରତ୍ୟାଶିତ ନିବେଶ ପ୍ରତ୍ୟାଶିତ ସଞ୍ଚୟଠାରୁ ଅଧିକ ହେଲେ ଆୟ ଓ ନିୟୋଜନ ସ୍ତର ବୃଦ୍ଧି ପାଏ । ଅଧିକ ଆୟରେ ସଞ୍ଚୟର ପରିମାଣ ଅଧିକ ହୁଏ ଏବଂ ତାହା ନିବେଶ ସହିତ ସମାନ ହେବା ଫଳରେ ଅର୍ଥବ୍ୟବସ୍ଥାର ସନ୍ତୁଳନ ଅବସ୍ଥା ପୁନଃ ଅବସ୍ଥାପିତ ହୋଇଥାଏ ।

21. ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧ‌ିକ ହେଲେ ଆୟ ଓ ନିୟୋଜନ ସ୍ତରରେ କ’ଣ ପରିବର୍ତ୍ତନହୁଏ ?
Answer:
ସନ୍ତୁଳନ ବିନ୍ଦୁରେ ଉଭୟ ସାମୂହିକ ଯୋଗାଣ ଏବଂ ‘ସାମୂହିକ ଚାହିଦାର ସମାନତା ରହେ । କିନ୍ତୁ ପ୍ରତ୍ୟାଶିତ ସଞ୍ଚୟ ପ୍ରତ୍ୟାଶିତ ନିବେଶଠାରୁ ଅଧିକ ହେଲେ ସାମୂହିକ ଚାହିଦା ହ୍ରାସ ପାଏ । ଆୟ ଓ ନିଯୁକ୍ତିର ହ୍ରାସ ଘଟେ । ଏହି ପରିସ୍ଥିତିରେ ସଞ୍ଚୟର ପରିମାଣ ହ୍ରାସ ପାଏ ଏବଂ ଅର୍ଥବ୍ୟବସ୍ଥା ଏକ ନିମ୍ନ ଆୟ ସ୍ତରରେ ପୁନଃ ସନ୍ତୁଳନ ଅବସ୍ଥାକୁ ଫେରିଆସେ ।

22. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା କହିଲେ କ’ଣ ବୁଝ ?
Answer:
ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଏ । ତେଣୁ ଦେଶର ସାମୂହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ସକାଶେ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ସ୍ବାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଥାଏ ।

23. ସ୍ଵଳ୍ପକାଳରେ ସମୁଦାୟ ଯୋଗାଣ ବୃଦ୍ଧି କିପରି ଅଧୂକରୁ ଅଧ‌ିକ ନିୟୋଜନଦ୍ୱାରା ସମ୍ଭବ ହୋଇଥାଏ ?
Answer:
ସମୁଦାୟ ଯୋଗାଣ କହିଲେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ବିକ୍ରୟ ହେଉଥ‌ିବା ଦ୍ରବ୍ୟ ପରିମାଣକୁ ବୁଝାଏ । ଏହାକୁ ମଧ୍ୟ ନିଟ୍ ଜାତୀୟ ଉତ୍ପାଦ କୁହାଯାଏ । ଯୋଗାଣର ବୃଦ୍ଧି ଦୁଇଟି କାରଣରୁ ସମ୍ଭବ ହୋଇଥାଏ । ପ୍ରଥମଟି ହେଲା ଅଧ୍ଵରୁ ଅଧ୍ଵକ ନିୟୋଜନ ଓ ଦ୍ୱିତୀୟଟି ହେଲା ଉତ୍ପାଦନ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ । କିନ୍ତୁ ସ୍ଵଳ୍ପକାଳରେ ଜ୍ଞାନକୌଶଳର ଉନ୍ନତି ସମ୍ଭବ ହୋଇପାରେ ନାହିଁ । ତେଣୁ ସ୍ଵଳ୍ପକାଳରେ ସମୁଦାୟ ଯୋଗାଣର ବୃଦ୍ଧି କେବଳ ଅଧ୍ଵରୁ ଅଧୂକ ନିୟୋଜନରୁ ସମ୍ଭବ ହୋଇଥାଏ ।

24. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ନିୟୋଜନ ସ୍ତର କିପରି ନିର୍ଦ୍ଧାରଣ କରିଥା’ନ୍ତି ?
Answer:
ନିୟୋଜନ ଉଭୟ ଉତ୍ପାଦନ ଓ ଚାହିଦା ଉପରେ ନିର୍ଭର କରେ । ଉତ୍ପାଦନକାରୀ, ଉତ୍ପାଦନ ପରିମାଣ ନିର୍ଦ୍ଧାରଣ କରିବା ଲାଗି ବଜାର ଚାହିଦା ସ୍ଥିତିକୁ ବିଚାରକୁ ନେଇଥା’ନ୍ତି । ତେଣୁ ନିୟୋଜନ ନିର୍ଦ୍ଧାରଣ କ୍ଷେତ୍ରରେ ଉଭୟ ଉତ୍ପାଦନ ଓ ଚାହିଦାର ଭୂମିକା ଗୁରୁତ୍ଵପୂର୍ଣ୍ଣ । ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ସନ୍ତୁଳନ ଅବସ୍ଥାରେ ହିଁ କେବଳ ନିୟୋଜନ ନିର୍ଦ୍ଧାରଣ କରାଯାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ନିର୍ଦ୍ଧାରଣ କରିଥାଏ । ସନ୍ତୁଳନ ଅବସ୍ଥାରେ ପରିବର୍ତ୍ତନ ମଧ୍ୟ ନିୟୋଜନ ସ୍ଥିତିରେ ପରିବର୍ତ୍ତନ ଆଣିଥାଏ ।

25. ସାମୁହିକ ଚାହିଦା କିପରି ଉତ୍ପାଦନକାରୀଙ୍କ ଆୟର ସମଷ୍ଟି ?
Answer:
ଗୋଟିଏ ଅର୍ଥବ୍ୟବସ୍ଥାରେ ଏକବର୍ଷ ମଧ୍ୟରେ ନିର୍ଦ୍ଦିଷ୍ଟ ପରିମାଣର ନିଯୁକ୍ତି ଯୋଗୁଁ ଯେଉଁ ଅର୍ଥ ମିଳେ, ତାହାକୁ କ୍ରେତାଗଣ ବିଭିନ୍ନ ପ୍ରକାରର ଦ୍ରବ୍ୟ ଓ ସେବା ଉପରେ ବ୍ୟୟ କରନ୍ତି | ଦ୍ରବ୍ୟ ପ୍ରତି ଯେତିକି ଚାହିଦା ସୃଷ୍ଟି ହୁଏ, ଉତ୍ପାଦନକାରୀ ସେତିକି ବିକ୍ରୟ କରି ଆୟ ଲାଭ କରନ୍ତି । ତେଣୁ ସାମୂହିକ ଚାହିଦା ଗୁଣନ ଦ୍ରବ୍ୟ ପ୍ରତି ଦର, ଉତ୍ପାଦନକାରୀଙ୍କ ଆୟ ସଙ୍ଗେ ସମାନ ହୋଇଥାଏ ।

26. କିପରି ସାମୂହିକ ଯୋଗାଣ ଦର ନିଯୁକ୍ତିର ଏକ ଫଳନ ?
Answer:
ସାମୂହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ । ଅର୍ଥାତ୍ ସାମୁହିକ ଯୋଗାଣ ଦର ନିଯୁକ୍ତିର ପରିମାଣ ଉପରେ ନିର୍ଭରଶୀଳ ଏବଂ ନିଯୁକ୍ତିର ବୃଦ୍ଧି ଓ ହ୍ରାସ ଯୋଗୁଁ ସାମୂହିକ ଯୋଗାଣ ଦରର ବୃଦ୍ଧି ଓ ହ୍ରାସ ହୁଏ । ସାମୂହିକ ଯୋଗାଣ ଦର ଅର୍ଥ ବ୍ୟବସ୍ଥାର ସମସ୍ତ ଉତ୍ପାଦନ ଉପାଦାନମାନଙ୍କର ଆୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ସାମୁହିକ ଚାହିଦା :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବା ପାଇଁ ବ୍ୟୟ କରାଯାଉଥିବା ସାମଗ୍ରିକ ଖର୍ଚ୍ଚକୁ ସାମୂହିକ ଚାହିଦା କୁହାଯାଏ । ଅର୍ଥାତ୍‌ କୌଣସି ନିର୍ଦ୍ଦିଷ୍ଟ ବର୍ଷରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନକାରୀମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ବିକ୍ରୟ କରି ଯେଉଁ ସର୍ବାଧ‌ିକ ଆୟର ପ୍ରତ୍ୟାଶା କରନ୍ତି ତାହାକୁ ସାମୁହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଅର୍ଥବ୍ୟବସ୍ଥାରେ ନିୟୋଜନ ସ୍ତର ଉପରେ ନିର୍ଭର କରେ । ସାମୂହିକ ଚାହିଦାର ଉପାଂଶଗୁଡ଼ିକ ହେଲା ପାରିବାରିକ ଉପଭୋଗ ଚାହିଦା, ବିନିଯୋଗ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା, ନିଟ୍ ରପ୍ତାନି । ଏସବୁର ସମଷ୍ଟିରୁ ସାମୁହିକ ଚାହିଦାର ଚିତ୍ର ପ୍ରତିଫଳିତ ହୋଇଥାଏ ।
ସାମୂହିକ ଚାହିଦା = ଉପଭୋଗ ଚାହିଦା + ବିନିଯୋଗ ଚାହିଦା !
ଉପଭୋଗ ଚାହିଦା ପରିବାର ମଧ୍ୟରୁ ସୃଷ୍ଟି ହୋଇଥାଏ ଏବଂ ବିନିଯୋଗ ଚାହିଦା ପ୍ରତିଷ୍ଠାନରୁ ସୃଷ୍ଟି ହୋଇଥାଏ ।

CHSE Odisha Class 12 Economics Chapter 13 Short Answer Questions in Odia Medium

2. ସାମୂହିକ ଯୋଗାଣ :
Answer:
କୌଣସି ଅର୍ଥବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ଉତ୍ପାଦନ କରାଯାଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ସମଷ୍ଟିକୁ ସାମୂହିକ ଯୋଗାଣ କୁହାଯାଏ । ଏହିସବୁ ଦ୍ରବ୍ୟ ଓ ସେବା, ବ୍ୟକ୍ତିବିଶେଷ, ପ୍ରତିଷ୍ଠାନ ବା ସରକାରଙ୍କଦ୍ବାରା ଉତ୍ପାଦିତ ହୋଇଥାଏ । ତେଣୁ ସାମୂହିକ ଯୋଗାଣ କହିଲେ ଦେଶର ନିଟ୍ ଜାତୀୟ ଉତ୍ପାଦକୁ ବୁଝାଇଥାଏ । ଏହିସବୁ ଦ୍ରବ୍ୟ ଓ ସେବା ଉତ୍ପାଦନ କରିବାରେ ଯାହା ଖର୍ଚ୍ଚ ହୁଏ ତାହା ଉତ୍ପାଦନକାରୀ ବିକ୍ରୟ କରି ଆୟ ସ୍ୱରୂପ ଅର୍ଜନ କରିଥା’ନ୍ତି । ଏହି ଆୟରୁ ସେ ଅଶେଷ, ମଜୁରି, ସୁଧ ଓ ଲାଭ ପରିଶୋଧ କରିଥା’ନ୍ତି । ତେଣୁ ଅଶେଷ, ମଜୁରି, ସୁଧ ଓ ଲାଭର ସମାହାର ସାମୂହିକ ଯୋଗାଣର ପ୍ରତୀକ । ଏହି ପ୍ରକ୍ରିୟାରେ ସୃଷ୍ଟ ଆୟ ଉପଭୋଗ ଉଦ୍ଦେଶ୍ୟରେ ଖର୍ଚ୍ଚ ହୁଏ ବା ସଞ୍ଚୟ ହୋଇଥାଏ । ତେଣୁ ସାମୂହିକ ଯୋଗାଣକୁ ଉପଭୋଗ ଓ ସଞ୍ଚୟର ସମଷ୍ଟିରୂପେ ବ୍ୟାଖ୍ୟା କରାଯାଇପାରେ । ନିୟୋଜନ ସ୍ତର ସହିତ ସାମୂହିକ ଯୋଗାଣର ପ୍ରତ୍ୟକ୍ଷ ସମ୍ପର୍କ ରହିଥ‌ିବାରୁ ସାମୂହିକ ଯୋଗାଣରେଖା ବାମରୁ ଡାହାଣକୁ ଊର୍ଦ୍ଧ୍ୱଗାମୀ ହୋଇଥାଏ ।

3. ଉପଭୋଗ କୃତ୍ୟ :
Answer:
ପରିବାରର ଉପଭୋଗର ଖର୍ଚ୍ଚ ପରିବାରର ଖର୍ଜଯୋଗ୍ୟ ଆୟ ଉପରେ ନିର୍ଭର କରିଥାଏ । ପରିବାରର ମୋଟ ଆୟରୁ ପ୍ରତ୍ୟକ୍ଷ କରକୁ ବାଦ୍ ଦେଲେ ଯାହା ରହିଥାଏ ତାହାକୁ ବ୍ୟବହାର ଯୋଗ୍ୟ ବା ଖର୍ଚ୍ଚଯୋଗ୍ୟ ଆୟ କୁହାଯାଏ । ଏହି ବ୍ୟବହାରଯୋଗ୍ୟ ଆୟ ଓ ଉପଭୋଗ ମଧ୍ୟରେ ଥ‌ିବା ସମ୍ପର୍କକୁ ଉତ୍ପାଦନ ଫଳନ ବା ଉତ୍ପାଦନ କୃତ୍ୟ କୁହାଯାଏ । କୌଣସି ଅର୍ଥବ୍ୟବସ୍ଥାରେ ଆୟର ପରିମାଣ ବୃଦ୍ଧି ସହ ଉପଭୋଗର ପରିମାଣ ବୃଦ୍ଧି ହୋଇଥାଏ । ମାତ୍ର ଉପଭୋଗ ବୃଦ୍ଧିର ପରିମାଣ ଆୟର ବୃଦ୍ଧିର ପରିମାଣରୁ କମ୍ ହୋଇଥାଏ । ତେଣୁ ଉପଭୋଗ ବ୍ୟୟ ଓ ପାରିବାରିକ ଆୟ ମଧ୍ୟରେ ଥ‌ିବା ସମ୍ପର୍କକୁ ଉପଭୋଗ କୃତ୍ୟ ବା ଫଳନ କୁହାଯାଏ । ଏହି ଉପଭୋଗ କୃତ୍ୟ ଆୟ ନିର୍ଦ୍ଧାରଣ କ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।

4. ପୂର୍ଣ୍ଣ ନିୟୋଜନ ସନ୍ତୁଳନ :
Answer:
ଯେଉଁ ଅବସ୍ଥାରେ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦା ସହ ସାମୂହିକ ଯୋଗାଣ ସମାନ ହୁଏ ସେହି ଅବସ୍ଥାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ଏହି ସନ୍ତୁଳନ ଅବସ୍ଥା ସାମୂହିକ ଚାହିଦା ସାମୂହିକ ଯୋଗାଣର ପାରସ୍ପରିକ କ୍ରିୟା ଫଳରେ ଲାଭ କରାଯାଇଥାଏ । ଏହି ଅବସ୍ଥାରେ ନିର୍ଦ୍ଧାରିତ ମଜୁରି ହାରରେ କାର୍ଯ୍ୟ କରିବାକୁ ଆଗ୍ରହୀ ଶ୍ରମିକ କାର୍ଯ୍ୟ କରିବାର ସୁଯୋଗ ପାଇଥା’ନ୍ତି । ଅନ୍ୟ ଅର୍ଥରେ, ଯେଉଁ ଅବସ୍ଥା ବା ସ୍ତରରେ ଦେଶର ସମସ୍ତ ସମ୍ବଳର ଉପଯୋଗ ହୋଇଥାଏ ଏବଂ ଉତ୍ପାଦନ ସର୍ବାଧ‌ିକ ହୋଇଥାଏ ତାହାକୁ ପୂର୍ଣ୍ଣ ନିୟୋଜନ ସନ୍ତୁଳନ ଅବସ୍ଥା କୁହାଯାଏ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତି ହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

5. ପାରିବାରିକ ଉପଭୋଗ ଚାହିଦା :
Answer:
ଏହା ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ । ପ୍ରତ୍ୟେକ ପରିବାରର ମୌଳିକ ଆବଶ୍ୟକତା, ଆରାମ ଓ ବିଳାସବ୍ୟସନ ପାଇଁ କେତେଗୁଡ଼ିଏ ଦ୍ରବ୍ୟ ଓ ସେବା ଦରକାର କରନ୍ତି । ସେହିସବୁ ଦ୍ରବ୍ୟ ଓ ସେବାଗୁଡ଼ିକର ମୂଲ୍ୟକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପରିବାରମାନେ ଉପଭୋଗ ବାବଦରେ ଯେଉଁ ବ୍ୟୟ କରନ୍ତି, ତାହାକୁ ପାରିବାରିକ ଉପଭୋଗ ବ୍ୟୟ ଓ କ୍ରୟ ହେଉଥ‌ିବା ଦ୍ରବ୍ୟ ଓ ସେବା ଆଦିକୁ ପାରିବାରିକ ଉପଭୋଗ ଚାହିଦା କୁହାଯାଏ । ପାରିବାରିକ ଉପଭୋଗ ପାରିବାରିକ୍ ପ୍ରଯୁଜ୍ୟ ଆୟ ଉପରେ ନିର୍ଭର କରେ । ପାରିବାରିକ ଆୟରୁ ପ୍ରତ୍ୟକ୍ଷ କର ବାଦ୍ ଦେଲେ ଅବଶିଷ୍ଟଶକୁ ପାରିବାରିକ ପ୍ରଯୁଜ୍ୟ ଆୟ କୁହାଯାଏ । ପାରିବାରିକ ପ୍ରଯୁଜ୍ୟ ଆୟ ଦୁଇଟି ଉପାଦାନର ସମଷ୍ଟି; ଯଥା – ଉପଭୋଗ ଓ ସଞ୍ଚୟ । ଆୟ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଉପଭୋଗ ବ୍ୟୟ ମଧ୍ୟ ବୃଦ୍ଧି ହୁଏ, ମାତ୍ର ଉପଭୋଗ ବ୍ୟୟର ବୃଦ୍ଧିହାର ଆୟର ବୃଦ୍ଧିହାର ତୁଳନାରେ ସ୍ଵଳ୍ପତର ହୋଇଥାଏ ।

6. ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି :
Answer:
ଉପଭୋଗ ବ୍ୟୟ ଏବଂ ଆୟ ସମଦିଗରେ ଗତି କରୁଥିଲେ ମଧ୍ୟ ଆୟର ବୃଦ୍ଧିହାର ତୁଳନାରେ ଉପଭୋଗ ବ୍ୟୟର ବୃଦ୍ଧିହାର ସ୍ଵଳ୍ପତର ହୋଇଥାଏ । ଏହାକୁ ଉପଭୋଗ ପ୍ରବୃତ୍ତି କୁହାଯାଏ । ଉପଭୋଗ ପ୍ରବୃତ୍ତିର ସ୍ବରୂପ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିଦ୍ଵାରା ପ୍ରଭାବିତ ହୋଇଥାଏ । ଉପଭୋଗ ପ୍ରବୃତ୍ତି ଆୟ ଏବଂ ଉପଭୋଗ ବ୍ୟୟ ମଧ୍ୟରେ ଥିବା ସମ୍ବନ୍ଧକୁ ଦର୍ଶାଇଥାଏ । ପରିବର୍ତ୍ତିତ ଉପଭୋଗ ବ୍ୟୟ ଏବଂ ପରିବର୍ତ୍ତିତ ଆୟର ଅନୁପାତକୁ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତି କୁହାଯାଏ । ସାଙ୍କେତିକ ଭାଷାରେ ପ୍ରାନ୍ତୀୟ ଉପଭୋଗ ପ୍ରବୃତ୍ତିକୁ \(\frac{\Delta \mathrm{C}}{\Delta \mathrm{Y}}\) ଭାବେ ଉଲ୍ଲେଖ କରାଯାଏ । ଯେଉଁଠାରେ ΔC – ଉପଭୋଗ ବ୍ୟୟର ପରିବର୍ତ୍ତନ ଏବଂ ΔY – ଆୟର ପରିବର୍ତ୍ତନ ।

7. ଘରୋଇ ନିବେଶ ଚାହିଦା :
Answer:
ଘରୋଇ ନିବେଶ ଚାହିଦା ସାମୂହିକ ଚାହିଦାର ଅନ୍ୟ ଏକ ପ୍ରଧାନ ଉପାଦାନ । ନୂତନ ପୁଞ୍ଜି ଗଠନ ନିମିତ୍ତ ଯେଉଁ ବ୍ୟୟ କରାଯାଏ, ତାହାକୁ ନିବେଶ କୁହାଯାଏ । ନିବେଶ ମାଧ୍ୟମରେ ଉଦ୍ୟୋକ୍ତା ଲାଭ ପାଇଥାଏ । ନିବେଶ ଚାହିଦା ଦୁଇଟି ଉପାଦାନ ଉପରେ ନିର୍ଭର କରେ; ଯଥା – ସୁଧ ହାର ଓ ପୁଞ୍ଜିର ଉତ୍ପନ୍ନ ଶକ୍ତି । କୌଣସି ପୁଞ୍ଜି ଦ୍ରବ୍ୟର ପ୍ରତ୍ୟାଶିତ ଉତ୍ପନ୍ନ ବା ଆଶା କରାଯାଉଥିବା ଲାଭକୁ ପୁଞ୍ଜିର ଉତ୍ପନ୍ନ ଶକ୍ତି ବୋଲି କୁହାଯାଏ । ଯଦି ନିବେଶର ବିକଳ୍ପ ପରିବ୍ୟୟ (ସୁଧହାର) ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ କମ୍ ହୁଏ, ତେବେ ନିବେଶ ଲାଭଦାୟକ ହୋଇଥାଏ । ତେଣୁ ନିବେଶ ଚାହିଦାର ବୃଦ୍ଧି ଘଟେ । ଅନ୍ୟପକ୍ଷରେ ଯଦି ସୁଧହାର ପୁଞ୍ଜିର ଉତ୍ପନ୍ନ ଶକ୍ତିଠାରୁ ଅଧିକ ହୁଏ, ତେବେ ନିବେଶଲାଭଦାୟକ ହୁଏ ନାହିଁ । ତେଣୁ ନିବେଶ ଚାହିଦା କମ୍ ହୁଏ । ସୁତରାଂ ନିବେଶ ଚାହିଦା ବୃଦ୍ଧି ହେବା ଫଳରେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ଆୟ ଓ ନିଯୁକ୍ତିର ପରିମାଣ ବୃଦ୍ଧି ପାଏ ।

8. ନିଟ୍ ରପ୍ତାନି ଚାହିଦା :
Answer:
ବର୍ତ୍ତମାନ ସମୟରେ ପ୍ରତ୍ୟେକ ଦେଶର ଅର୍ଥବ୍ୟବସ୍ଥା ଉନ୍ମୁକ୍ତ । ଅର୍ଥାତ୍ ବିଶ୍ବର ଅନ୍ୟାନ୍ୟ ଦେଶମାନଙ୍କ ସହିତ ପ୍ରତ୍ୟେକ ଦେଶର ବାଣିଜ୍ୟ କାରବାର କରାଯାଇଥାଏ । ରପ୍ତାନି ଯୋଗୁଁ ଦେଶ ବୈଦେଶିକ ମୁଦ୍ରା ଅର୍ଜନ କରୁଥିବାବେଳେ ଆମଦାନି ଯୋଗୁଁ ଦେଶକୁ ବୈଦେଶିକ ମୁଦ୍ରା ବ୍ୟୟ କରିବାକୁ ପଡ଼ିଥାଏ । ଗୋଟିଏ ଦେଶର ରପ୍ତାନି ଆୟରୁ ଆମଦାନି ବ୍ୟୟ ବାଦ୍ ଦେଲେ ଯେଉଁ ଅବଶିଷ୍ଟ୍ୟଶ ରହେ, ତାହାକୁ ଦେଶର ନିଟ୍ ରପ୍ତାନି ଆୟ କୁହାଯାଏ । ଏହି ଆୟକୁ ରପ୍ତାନିକାରୀମାନେ ଉପଭୋଗ ବା ନିବେଶ ବାବଦରେ ବ୍ୟୟ କରିଥା’ନ୍ତି । ସେହି ଦୃଷ୍ଟିରୁ ଏହା ସାମୂହିକ ଚାହିଦାର ଏକ ଗୁରୁତ୍ଵପୂର୍ଣ୍ଣ ଉପାଦାନ ଭାବେ ପରିଗଣିତ ହୋଇଥାଏ । ଅବଶ୍ୟ ଏହା ସର୍ବଦା ଧନାତ୍ମକ ହୋଇ ନ ପାରେ ।

9. ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କର ଚାହିଦା :
Answer:
ଆଧୁନିକ ଅର୍ଥବ୍ୟବସ୍ଥାରେ ସରକାରଙ୍କ ଭୂମିକା ଉଲ୍ଲେଖଯୋଗ୍ୟ । କାରଣ ସରକାରଙ୍କୁ ଦ୍ରବ୍ୟ ଓ ସେବାର ଏକ ପ୍ରଧାନ କ୍ରେତା ହିସାବରେ ଅଭିହିତ କରାଯାଉଛି । ପୁନଶ୍ଚ ଦେଶର ସାମୂହିକ ଉନ୍ନତି ଏବଂ ଜନକଲ୍ୟାଣ ସରକାରଙ୍କ ମୂଳ ଆଭିମୁଖ୍ୟ । ତେଣୁ ଦେଶର ସାମୁହିକ ଉନ୍ନତି ତଥା ନାଗରିକମାନଙ୍କର ମଙ୍ଗଳ ପାଇଁ ସରକାର ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟକେନ୍ଦ୍ର, ରାସ୍ତାଘାଟ ତଥା ଗମନାଗମନ, ଜଳସେଚନ ତଥା ଶକ୍ତି ପ୍ରକଳ୍ପ ଇତ୍ୟାଦି ନିର୍ମାଣ କରନ୍ତି । ଏତଦ୍‌ବ୍ୟତୀତ, ଆଇନଶୃଙ୍ଖଳା ରକ୍ଷା ଓ ନ୍ୟାୟ ପ୍ରଦାନ କରିବା, ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ଦରଦାମ୍ ସ୍ଥିର ରଖ୍ ସୁଲଭ ମୂଲ୍ୟରେ ଦ୍ରବ୍ୟ ଯୋଗାଇଦେବା, କୃଷି ତଥା ଶିଳ୍ପର ଉନ୍ନତି ପାଇଁ ଭିତ୍ତିଭୂମି ଓ ଶକ୍ତି ପ୍ରକଳ୍ପ ନିର୍ମାଣ କରିବା ଇତ୍ୟାଦି ସରକାରଙ୍କର ବହୁବିଧ କାର୍ଯ୍ୟାବଳୀର ନମୁନା ମାତ୍ର । ସୁତରାଂ ବହୁବିଧ ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଆଧୁନିକ ଅର୍ଥବ୍ୟବସ୍ଥାରେ ସାମୂହିକ ଚାହିଦାର ଏକ ପ୍ରଧାନ ଉପାଦାନ ହୋଇଛି ।

CHSE Odisha Class 12 Economics Chapter 13 Short Answer Questions in Odia Medium

10. କେନ୍‌ସ୍‌ଙ୍କ ଆୟ ନିର୍ଦ୍ଧାରଣ ତତ୍ତ୍ବ :
Answer:
ପ୍ରଫେସର ଜେ.ଏମ୍.କେନ୍‌ସ୍ ତାଙ୍କ ସ୍ୱରଚିତ ପୁସ୍ତକ ‘ନିଯୁକ୍ତି, ସୁଧ ଓ ମୁଦ୍ରାର ସାଧାରଣ ତତ୍ତ୍ବ’ରେ ଏକ ଆୟ ତଥା ନିଯୁକ୍ତି ସମ୍ବନ୍ଧୀୟ ତତ୍ତ୍ଵ ରଚନା କରିଥିଲେ । ୧୯୩୦ ଦଶକରେ ବିଶ୍ବରେ ମହାସଙ୍କୋଚନ ସୃଷ୍ଟି ହେବା ଫଳରେ ବେକାର ସମସ୍ୟା ଉତ୍କଟତର ହେଲା ଓ ଦରଦାମ୍ ତଥା ଜାତୀୟ ଆୟ ହ୍ରାସ ପାଇଲା । ଫଳରେ ବିଶ୍ବରେ ମାନ୍ଦାବସ୍ଥା ଅନୁଭୂତ ହେଲା । ସଂସ୍ଥାପକ ଅର୍ଥଶାସ୍ତ୍ରୀଙ୍କଦ୍ୱାରା ଆହୂତ ମଜୁରି ଦର ନମନୀୟତା ଓ ସୁଧହାର ନମନୀୟତା ସତ୍ତ୍ଵେ ସମସ୍ୟାଗୁଡ଼ିକ ତୀବ୍ରତର ହେଲା । ଏହି ସମୟରେ ପ୍ରଫେସର କେନ୍ସ ତାଙ୍କ ସ୍ବରଚିତ ପୁସ୍ତକରେ ସଂସ୍ଥାପକ ନିଯୁକ୍ତି ତଥା ଆୟ ତତ୍ତ୍ଵକୁ କେବଳ ଯେ ଭୁଲ୍ ରୂପେ ପ୍ରମାଣିତ କଲେ ତା’ ନୁହେଁ ବରଂ ଏକ ସରଳ ଆୟ ତଥା ନିଯୁକ୍ତି ତତ୍ତ୍ଵ ରଚନା କରିଥିଲେ । ସାମୂହିକ ଚାହିଦାର ସ୍ଵଳ୍ପତା ଅର୍ଥବ୍ୟବସ୍ଥାରେ ମାନ୍ଦାବସ୍ଥା ଓ ତଦ୍ଵଜନିତ ଉତ୍ପାଦନ, ନିଯୁକ୍ତି ଓ ଆୟ ହ୍ରାସର ମୁଖ୍ୟ କାରଣ ବୋଲି ସେ ଅଭିହିତ କଲେ ଏବଂ ସାମୂହିକ ଚାହିଦା ବୃଦ୍ଧିରେ ଅର୍ଥବ୍ୟବସ୍ଥାରେ ସଂଘଟିତ ମାନ୍ଦାବାସ୍ଥା ଦୂରୀଭୂତ ହୋଇପାରିବ ବୋଲି ମତବ୍ୟକ୍ତ କଲେ । ବାସ୍ତବରେ ସାମୂହିକ ଚାହିଦାର ବୃଦ୍ଧିରେ ବିଶ୍ଵର ମହାସଙ୍କୋଚନ ଦୂରୀଭୂତ ହେଲା ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ନିଅଣ୍ଟିଆ ଚାହିଦା ଓ ବଳକା ଚାହିଦା :
Answer:
(a) ପୂର୍ଣ୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ କମ୍ ହେଲେ ନିଅଣ୍ଟିଆ ଚାହିଦା ସୃଷ୍ଟି ହୁଏ । ଅନ୍ୟପକ୍ଷରେ, ପୂର୍ଣ ନିୟୋଜନ ସ୍ତରରେ ସାମୂହିକ ଚାହିଦା ସାମୂହିକ ଯୋଗାଣଠାରୁ ଅଧିକ ହେଲେ ‘ବଳକା ଚାହିଦା’ ଜନିତ ପରିସ୍ଥିତି ସୃଷ୍ଟି ହୁଏ ।
(b) ନିଅଣ୍ଟିଆ ଚାହିଦା ‘ ଅବସ୍ତୀତି ବ୍ୟବଧାନ’ ସୃଷ୍ଟି କରିଥାଏ । ଏହି ଅବସ୍ଥାକୁ ମାନ୍ଦାବସ୍ଥା କହନ୍ତି । ନିୟନ୍ତ୍ରିତ ନ ହେଲେ ତାହା ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ । ଅନ୍ୟପକ୍ଷରେ, ବଳକା ଚାହିଦା ସ୍ତ୍ରୀତି ବ୍ୟବଧାନ ସୃଷ୍ଟି କରେ, ଯାହାକି ଦାମ୍‌ସ୍ତରକୁ ବୃଦ୍ଧି କରେ ଓ ଅର୍ଥବ୍ୟବସ୍ଥା ମୁଦ୍ରାଷ୍ଟୀତିର କବଳିତ ହୁଏ ।
(c) ନିଅଣ୍ଟିଆ ଚାହିଦା, ଜାତୀୟ ଆୟ, ସାମୂହିକ ଉତ୍ପାଦ, ସାଧାରଣ ଦାମ୍ ସ୍ତରର ହ୍ରାସ ଘଟାଏ; ମାତ୍ର ବଳକା ବା ଅତ୍ୟଧ୍ଵକ ଚାହିଦା ମୁଦ୍ରାଙ୍ଗୀତି ଘଟାଏ ।

2. ପୂର୍ଣନିୟୋଗ ସନ୍ତୁଳନ ଓ ଅବନିୟୋଗ ସନ୍ତୁଳନ :
Answer:
ଉଭୟ ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ ଅର୍ଥବ୍ୟବସ୍ଥାରେ ଆୟ ଓ ନିଯୁକ୍ତି ସ୍ତର ତଥା ଉତ୍ପାଦନକୁ ନିର୍ଦ୍ଧାରିତ କରିଥା’ନ୍ତି । ଆୟ ଓ ନିଯୁକ୍ତିର ଯେଉଁ ସ୍ତରରେ ଉଭୟ ପରସ୍ପର ସହିତ ସମାନ ହୁଅନ୍ତି, ତାହାକୁ ସନ୍ତୁଳିତ ଆୟ ଓ ନିୟୋଜନ ସ୍ତର ବୋଲି କୁହାଯାଏ । ଏହି ଆୟ ସ୍ତରରେ ପ୍ରତ୍ୟାଶିତ ସଞ୍ଚୟ ଏବଂ ପ୍ରତ୍ୟାଶିତ ନିବେଶ ପରସ୍ପର ସମାନ ହୋଇଥାଏ । ସାମୂହିକ ଯୋଗାଣ ଓ ଚାହିଦାରେଖା, ଉଭୟ ପରସ୍ପରକୁ ଯେଉଁ ବିନ୍ଦୁରେ ଛେଦ କରନ୍ତି, ତାହା ହେଉଛି ସନ୍ତୁଳନ ବିନ୍ଦୁ । ପୂର୍ଣ୍ଣ ନିୟୋଜନ ସନ୍ତୁଳନ ପ୍ରାପ୍ତହେଲେ ଅର୍ଥବ୍ୟବସ୍ଥାରେ ଉତ୍ପାଦନ ଓ ଆୟ ତଥା ନିଯୁକ୍ତି ଆଉ ଉଚ୍ଚସ୍ତରକୁ ବୃଦ୍ଧି ହୋଇପାରେ ନାହିଁ । ପୂର୍ଣ ନିୟୋଜନ ସନ୍ତୁଳନ ପରେ ସାମୂହିକ ଚାହିଦା ପୁନଶ୍ଚ ବୃଦ୍ଧି ପାଇଲେ ସ୍ତ୍ରୀତି ବ୍ୟବଧାନ ସୃଷ୍ଟି ହୁଏ ।

ମାତ୍ର ପୂର୍ଣନିୟୋଜନ ସନ୍ତୁଳନ ଆୟସ୍ତରରେ ଯଦି ସାମୂହିକ ଯୋଗାଣ ତୁଳନାରେ ସାମୂହିକ ଚାହିଦା ସ୍ଵଳ୍ପତର ହୁଏ, ତେବେ ଅବଡ୍ଡୀତି ଓ ମାନ୍ଦାବସ୍ଥା ଦେଖାଦିଏ, ଯାହାକୁ ଅବନିୟୋଗ ସନ୍ତୁଳନ ବୋଲି କୁହାଯାଏ । ଏହି ମାନ୍ଦାବସ୍ଥା ମଧ୍ୟଦେଇ ଗତିକରୁଥ‌ିବା ଅର୍ଥବ୍ୟବସ୍ଥାରେ ଉତ୍ପାଦନ, ନିଯୁକ୍ତି ଓ ଆୟସ୍ତର ହ୍ରାସପାଇ ଅର୍ଥବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଏ । ଉପଯୁକ୍ତ ମୁଦ୍ରାନୀତି, ରାଜକୋଷୀୟ ନୀତି ଏବଂ ବାଣିଜ୍ୟ ନୀତି ପ୍ରୟୋଗ କରି ଏହି ସମସ୍ୟାର ସମାଧାନ କରାଯାଇପାରେ ।

3. ସାମୂହିକ ଚାହିଦା ଓ ସାମୂହିକ ଯୋଗାଣ :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ କୌଣସି ଅର୍ଥବ୍ୟବସ୍ଥାରେ ଅନ୍ତିମ ଦ୍ରବ୍ୟ ଉଦ୍ଦେଶ୍ୟରେ କରାଯାଉଥିବା ସାମଗ୍ରିକ ବ୍ୟୟକୁ ସାମୂହିକ ଚାହିଦା କୁହାଯାଏ । ଅନ୍ୟ ଅର୍ଥରେ, କୌଣସି ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ନିୟୋଜନ ସ୍ତରରେ ଉତ୍ପାଦନକାରୀଙ୍କ ଉତ୍ପାଦିତ ଦ୍ରବ୍ୟ ଓ ସେବା ଉପରେ ଅନ୍ୟମାନେ ଯେଉଁ ବ୍ୟୟ କରନ୍ତି, ତାହାକୁ ସାମୂହିକ ଚାହିଦା କୁହାଯାଏ । ସାମୂହିକ ଚାହିଦା ଚାରିଗୋଟି ଉପାଦାନର ସମଷ୍ଟିରେ ଗଠିତ, ଯଥା – ପାରିବାରିକ ଉପଭୋଗ ଚାହିଦା, ଘରୋଇ ନିବେଶ ଚାହିଦା, ଦ୍ରବ୍ୟ ଓ ସେବା ପାଇଁ ସରକାରଙ୍କ ଚାହିଦା ଓ ନିଟ୍ ରପ୍ତାନି ଚାହିଦା ।

ଏକ ନିର୍ଦ୍ଦିଷ୍ଟ ନିଯୁକ୍ତି ସ୍ତରରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ଉତ୍ପାଦନରେ ନିଯୁକ୍ତ ବିଭିନ୍ନ ଉପାଦାନ ଯେଉଁ ଆୟ-ଅଧିଶେଷ, ମଜୁରୀ, ସୁଧ ଓ ଲାଭ ଉପାର୍ଜନ କରନ୍ତି, ତାହାକୁ ସାମୂହିକ ଯୋଗାଣ କୁହାଯାଏ । ଏହା ଦେଶର ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ହୋଇଥାଏ । ଦେଶର ନାଗରିକମାନେ ଉପାର୍ଜନ କରୁଥିବା ଆୟର କିଛି ଅଂଶ ଉପଭୋଗରେ ବ୍ୟୟ କରୁଥିବାବେଳେ ଅବଶିଷ୍ଟ ବଳକା ଆୟକୁ ସଞ୍ଚୟ କରିଥା’ନ୍ତି । ତେଣୁ ଉପଭୋଗ ଜନିତ ବ୍ୟୟ ଓ ସଞ୍ଚୟର ସମଷ୍ଟିକୁ ସାମୂହିକ ଯୋଗାଣ ଦର କୁହାଯାଏ । କହିବାକୁ ଗଲେ ଏକବର୍ଷ ମଧ୍ୟରେ ଦେଶର ଅର୍ଥବ୍ୟବସ୍ଥାରେ ଦ୍ରବ୍ୟ ଓ ସେବାର ପ୍ରବାହ ହିଁ ସାମୂହିକ ଯୋଗାଣ ।