CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

Odisha State Board CHSE Odisha Class 12 Foundation of Education Solutions Chapter 5 ଜନ୍ ନ୍ୟୁଇ Questions and Answers.

CHSE Odisha 12th Class Education Solutions Chapter 5 ଜନ୍ ନ୍ୟୁଇ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଜନ୍ ଡ୍ୟୁଇ କେବେ ଜନ୍ମ ଗ୍ରହଣ କରିଥିଲେ?
(i) ୧୮୪୯
(ii) ୧୮୫୯
(iii) ୧୮୬୯
(iv)୧୮୧୮
Answer:
(ii) ୧୮୫୯

2. ଜନ୍ ଡ୍ୟୁଇ କେଉଁ ଦେଶର ଦାର୍ଶନିକ ଅଟନ୍ତି ?
(i) ଭାରତ
(ii) ରୁଷିଆ
(iii) ଅଷ୍ଟ୍ରେଲିଆ
(iv) ଆମେରିକା
Answer:
(iv) ଆମେରିକା

3. ଜନ୍ ଡ୍ୟୁଇ କେଉଁ ବିଶ୍ଵବିଦ୍ୟାଳୟରୁ ବି.ଏ. ପାସ୍ କରିଥିଲେ ?
(i) ହାଭାର୍ଙ
(ii) କେମ୍ବ୍ରିଜ୍
(iii) ଭରମଣ୍ଟ
(iv) କେଉଁଟି ନୁହେଁ
Answer:
(iii) ଭରମଣ୍ଟ

4. ଜନ୍ ନ୍ୟୁଇ କେବେ କଲମ୍ବିଆ ବିଶ୍ବବିଦ୍ୟାଳୟରେ ଶିକ୍ଷା ଓ ଦର୍ଶନ ଶାସ୍ତ୍ରର ପ୍ରଫେସର ଭାବରେ ଯୋଗ ଦେଇଥିଲେ ?
(i) ୧୯୧୪
(ii) ୧୯୩୦
(iii) ୧୯୦୪
(iv) ୧୯୧୫
Answer:
(iii) ୧୯୦୪

5. ଜନ୍ ଡ୍ୟୁଇ ଗବେଷଣାମୂଳକ ବିଦ୍ୟାଳୟ କେବେ ପ୍ରତିଷ୍ଠା କରିଥିଲେ ?
(i)୧୮୯୬
(ii)୧୮୯୦
(iii) ୧୮୮୦
(iv) ୧୮୭୦
Answer:
(i)୧୮୯୬

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

6. ଜନ୍ ଡ୍ୟୁଇଙ୍କର କର୍ମଭିତ୍ତିକ ଶିକ୍ଷା କେଉଁ ଭାରତୀୟଙ୍କ ଶିକ୍ଷା ଦର୍ଶନରେ ପ୍ରତିଫଳିତ ହୁଏ ?
(i) ଅରବିଦ
(ii) ରବୀନ୍ଦ୍ରନାଥ
(iii) ମହାତ୍ମା ଗାନ୍ଧି
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(iii) ମହାତ୍ମା ଗାନ୍ଧି

7. ନମନୀୟ ପାଠ୍ୟକ୍ରମର କିଏ ଜଣେ ଦୃଢ଼ ସମର୍ଥକ ?
(i) ରବୀନ୍ଦ୍ରନାଥ
(ii) ଶ୍ରୀଅରବିନ୍ଦ
(iii) ଜନ୍ ଡ୍ୟୁଇ
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(iii) ଜନ୍ ଡ୍ୟୁଇ

8. କିଏ କହନ୍ତି, ‘ଶିକ୍ଷକ ଏକାଧାରରେ ଜଣେ ଯୋଜନା ପ୍ରସ୍ତୁତକାରୀ, ପଥପ୍ରଦର୍ଶକ, ଉପଦେଷ୍ଟା ତଥା ନିରୀକ୍ଷକ ଅଟନ୍ତି ?
(i) ଜନ୍ ନ୍ୟୁଇ
(ii) ମହାତ୍ମା ଗାନ୍ଧି
(iii) ଋଷା
(iv) ଏମାନଙ୍କ ମଧ୍ୟରୁ କେହି ନୁହେଁ
Answer:
(i) ଜନ୍ ନ୍ୟୁଇ

9. “ଶିକ୍ଷା ହେଉଛି ଅଭିଜ୍ଞତାର ପୁନର୍ଗଠନ’’ – ଏହା କାହାର ଉକ୍ତି ?
(i) ଜନ୍ ଆଡ଼ାମସ୍
(ii) ଜନ୍ ନ୍ୟୁଇ
(iii) ଋଷୋ
(iv) ସ୍ପେନ୍ସର
Answer:
(ii) ଜନ୍ ନ୍ୟୁଇ

10. “ ଜନ୍ ନ୍ୟୁଇଙ୍କ ଶିକ୍ଷା ବ୍ୟବସ୍ଥାର ଅମୂର୍ଷ ଭାବନାର ସ୍ଥାନ ପାଇନାହିଁ “ – ଏହା ତାଙ୍କ ଶିକ୍ଷା ବ୍ୟବସ୍ଥାର କ’ଣ ଅଟେ ?
(i) ସୃରୁପ
(ii) ସପକ୍ଷ ମତ
(iii) ଧର୍ମବାଦ
(iv) କେଉଁଟି ନୁହେଁ
Answer:
(iii) ଧର୍ମବାଦ

11. ଜନ୍ ନ୍ୟୁଇଙ୍କ ପ୍ରୟୋଗବାଦ କାହାକୁ ବିରୋଧ କରେ ?
(i) ଆଦର୍ଶବାଦ
(ii) କର୍ମବାଦ
(iii) ବିପକ୍ଷ ମତ
(iv) ଏଗୁଡ଼ିକ ସମସ୍ତ
Answer:
(i) ଆଦର୍ଶବାଦ

B. ଶୂନ୍ୟସ୍ଥାନ ପୂରଣ କର ।

1. ଜନ୍ ଡ୍ରାଇ ______________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୯୬

2. _______________ ମସିହାରେ ଜନ୍ ନ୍ୟୁଇ ୟୁନିଭରସିଟି ଲାବୋରୋଟରୀ ସ୍କୁଲ ପ୍ରତିଷ୍ଠା କରିଥିଲେ ।
Answer:
୧୮୫୯

3. ୧୯୦୪ ମସିହାରେ ଜନ୍ ଡ୍ରାଇ ____________ ବିଦ୍ୟାଳୟର ଶିକ୍ଷା ଓ ଦର୍ଶନ ବିଭାଗର ମୁଖ୍ୟଭାବେ ନିଯୁକ୍ତି ପାଇଥିଲେ ।
Answer:
କଲମୃିଆ

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

4. ସମାଜ ଓ ବିଦ୍ୟାଳୟ (The Society and School)ର ଲେଖକ ____________ ।
Answer:
ଜନ୍ ଡ୍ୟୁଇ

5. ଜନ୍ ଡ୍ୟୁଇ ଜଣେ _____________ ଥିଲେ ।
Answer:
ପ୍ରୟୋଗବାଦୀ

6. __________ ଙ୍କ ମତରେ ଅଭିଜ୍ଞତାର ନିରବଚ୍ଛିନ୍ନ ପୁର୍ନଗଠନ ହେଉଛି ଶିକ୍ଷା ।
Answer:
ଜନ୍ ଡ୍ୟୁଇ

7. ଜନ୍ ଡୁଇଙ୍କର ଶିକ୍ଷାର ପ୍ରଥମ ସ୍ତରର ବୟସସୀମା ____________ ।
Answer:
ଚାରି ବର୍ଷରୁ ଆଠ ବର୍ଷ

8. ଜନ୍ ଡୁଇଙ୍କର ଶିକ୍ଷାର ସ୍ତରର ବୟସସୀମା ____________ ।
Answer:
ଚାରି ବର୍ଷରୁ ଆଠ ବର୍ଷ

9. ଜନ୍ ଡ୍ୟୁଇଙ୍କର ଶିକ୍ଷାର ତୃତୀୟ ସ୍ତରର ବୟସସୀମା____________ ।
Answer:
ଚାରି ବର୍ଷରୁ ବର୍ଷ

10. ଜନ୍ ଡ୍ୟୁଇ ___________ ପଦ୍ଧତି ଉପରେ ଗୁରୁତ୍ଵ ଦେଉଥିଲେ ।
Answer:
ପ୍ରୋଜେକ୍ଟ

11. ଜନ୍ ଡ୍ୟୁଇ ___________ ଶୃଙ୍ଖଳାକୁ ବିରୋଧ କରୁଥିଲେ ।
Answer:
ବାହ୍ୟ

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଜନ୍ ଡ୍ରାଇ ଜଣେ ଆଦର୍ଶବାଦୀ ଥିଲେ ।
Answer:
ଜନ୍ ନ୍ୟୁଇ ଜଣେ ପ୍ରୟୋଗବାଦୀ ଥଲେ ।

2. ପ୍ରାଗ୍ମାଟିଜିମ୍, ଗ୍ରୀକ୍ ଶବ୍ଦ ପ୍ରାଗ୍‌ମା (Pragma) ଶବ୍ଦରୁ ଆସିଛି, ଯାହାର ଅର୍ଥ ‘ଆଦର୍ଶ’ ଅଟେ ।
Answer:
ପ୍ରାଗ୍ମାଟିଜିମ୍, ଗ୍ରୀକ୍ ଶବ୍ଦ ପ୍ରାଜ୍‌ମା (Pragma) ଶବ୍ଦରୁ ଆସିଛି, ଯାହାର ଅର୍ଥ ‘କ୍ରିୟାକରଣ’ ଅଟେ ।

3. ‘ମାଇଁ ପେଡ଼ାଗୋଗିକ୍ କ୍ରୀଡ଼ (My Pedagogic Creed) ପୁସ୍ତକର ରଚୟିତା ଉଇଲିୟମ୍ ଜେମ୍ସ ।
Answer:
‘ମାଇଁ ପେଡ଼ାଗୋଗିକ୍ କ୍ରୀଡ଼ (My Pedagogic Creed) ପୁସ୍ତକର ରଚୟିତା ଜନ୍ ନ୍ୟୁଇ ।

4. ପ୍ରୟୋଜନବାଦକୁ ଆଦର୍ଶବାଦ କୁହାଯାଏ ।
Answer:
ପ୍ରୟୋଜନବାଦକୁ ପ୍ରୟୋଗବାଦ କୁହାଯାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

5. ଜନ୍ ଡ୍ରାଇଙ୍କର ଦର୍ଶନରେ ଆଦର୍ଶବାଦର ଛାପ ପରିଲକ୍ଷିତ ହୋଇଥାଏ ।
Answer:
ଜନ୍ ଡ୍ୟୁଇଙ୍କର ଦର୍ଶନରେ ପ୍ରୟୋଗବାଦର ଛାପ ପରିଲକ୍ଷିତ ହୋଇଥାଏ ।

6. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଦ୍ବିତୀୟ ସ୍ତର ୮ ବର୍ଷରୁ ୧୨ ବର୍ଷ ମଧ୍ୟରେ ଶିକ୍ଷାର୍ଥୀମାନେ ଅଧିକ ଚିନ୍ତାଯୁକ୍ତ ମନୋଯୋଗର ଅଧିକାରୀ ହୋଇଥା’ନ୍ତି ।
Answer:
ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ତୃତୀୟ ସ୍ତର ୧୨ ବର୍ଷରୁ ଊର୍ଦ୍ଧ୍ବରେ ମଧ୍ଯରେ ଶିକ୍ଷାର୍ଥୀମାନେ ଅଧ୍ଯକ ଚିନ୍ତାଯୁକ୍ତ ମନୋଯୋଗର ଅଧିକାରୀ ହୋଇଥା’ନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଜନ୍ ଡ୍ୟୁଇଙ୍କ ପ୍ରଣୀତ ଗୋଟିଏ ପୁସ୍ତକର ନାମ ଲେଖ ।
Answer:
ଜନ୍ ଡୁଇଙ୍କ ପ୍ରଣୀତ ଏକ ପୁସ୍ତକର ନାମ ‘ନିଶ୍ଚିତତାର ଅନ୍ଵେଷଣ’ ।

2. ଜନ୍ ଡ୍ୟୁଇ ଶିକ୍ଷକଙ୍କୁ କିପରି ଅଭିହିତ କରିଛନ୍ତି ?
Answer:
ଜନ୍ ଡ୍ୟୁଇ ଶିକ୍ଷକଙ୍କୁ ‘ପଥପ୍ରଦର୍ଶକ’ ଓ ‘ପରିବେଶ ନିୟନ୍ତ୍ରଣକାରୀ’ ରୂପେ ଅଭିହିତ କରିଛନ୍ତି ।

3. ଜନ୍ ଡ୍ୟୁଇଙ୍କର ଗୋଟିଏ ସପକ୍ଷବାଦୀ ମତ ଲେଖ ।
Answer:
ଜନ୍ ନ୍ୟୁଇଙ୍କର ଗୋଟିଏ ସପକ୍ଷବାଦୀ ମତ ହେଉଛି – ଶିକ୍ଷା ସକ୍ରିୟ, ଗବେଷଣାଲବ୍‌ଧ, ଆନନ୍ଦମୟ ଓ ପ୍ରୟୋଗବାଦୀ ହେବା ଦରକାର ।

4. ଜନ୍ ଡ୍ୟୁଇଙ୍କ ମତରେ ଶିଶୁର ଶିକ୍ଷା କାହା ମାଧ୍ୟମରେ ସମ୍ଭବ ହୋଇଥାଏ ?
Answer:
ତାଙ୍କ ମତରେ ଶିଶୁର ଶିକ୍ଷା ବାସ୍ତବ ଅଭିଜ୍ଞତା ମାଧ୍ୟମରେ ହିଁ ସମ୍ଭବ ହୋଇଥାଏ ।

5. ଡ୍ୟୁଇଙ୍କର କେଉଁ ତତ୍ତ୍ବ ତାଙ୍କର କରଣବାଦୀ ଚିନ୍ତାଧାରା ଉପରେ ପ୍ରତିଷ୍ଠିତ ?
Answer:
ତାଙ୍କର ‘ସକ୍ରିୟତା ତତ୍ତ୍ବ’ କରଣବାଦୀ ଚିନ୍ତାଧାରା ଉପରେ ପର୍ଯ୍ୟବସିତ ।

6. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ତାଙ୍କ ମତରେ ଶିକ୍ଷାର ଅର୍ଥ ହେଉଛି, ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ’’ ।

7. ଡ୍ୟୁଇଙ୍କ ମତରେ ଦର୍ଶନର କାର୍ଯ୍ୟ କ’ଣ ?
Answer:
ତାଙ୍କ ମତରେ ଦର୍ଶନର କାର୍ଯ୍ୟ ହେଉଛି ଶିକ୍ଷାକୁ ପରୀକ୍ଷା କରି ତାକୁ ସାମାଜିକ ସ୍ତରରେ ଉପଯୋଗ କରିବା ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଜନ୍ ଡ୍ୟୁଇଙ୍କର ଲିଖ୍ ଦୁଇଟି ପୁସ୍ତକର ନାମ ଲେଖ ।
Answer:
ଜନ୍ ଡ୍ୟୁଇଙ୍କ ଲିଖ୍ ଦୁଇଟି ପୁସ୍ତକରେ ନାମ ହେଉଛି
(i) ‘ସମାଜ ଓ ବିଦ୍ୟାଳୟ’ ଏବଂ
(ii) ‘ଗଣତନ୍ତ୍ର ଏବଂ ଶିକ୍ଷା’ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

2. ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ଜନ୍ ନ୍ୟୁଇଙ୍କ ମତରେ ‘ଅଭିଜ୍ଞତାର ପୁନର୍ଗଠନ ହେଉଛି ଶିକ୍ଷା ।’ ପ୍ରତି ମୁହୂର୍ଭରେ ଆମେ ଶିକ୍ଷା ଅର୍ଜନ କରୁ ଏବଂ ତାକୁ ପରିବର୍ତ୍ତନ କରିଥାଉ ।

3. ଜନ୍ ଡ୍ୟୁଇଙ୍କ ଶିକ୍ଷାର ଦୁଇଟି ମୂଳତତ୍ତ୍ବ ଲେଖ ।
Answer:
(i) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ।
(ii) ଶିକ୍ଷା ହିଁ ସାମାଜିକ ପ୍ରକ୍ରିୟା ।

4. ଜନ୍ ନ୍ୟୁଇଙ୍କ ପ୍ରଦତ୍ତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଲେଖ ।
Answer:
(i) ଶିକ୍ଷାର୍ଥୀକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପ୍ ଖୁଆଇ ଚଳିବାର ସାମର୍ଥ୍ୟ ପ୍ରଦାନ କରିବା ।
(ii) ସୁସ୍ଥ ଜୀବନଯାପନ ନିମନ୍ତେ ଶିକ୍ଷାର୍ଥୀର ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।

5. ଜନ୍ ଡ୍ୟୁଇଙ୍କ ଶିକ୍ଷାଦାନ ବ୍ୟବସ୍ଥାକୁ କେତୋଟି ସ୍ତରରେ ବିଭକ୍ତ କରିଛନ୍ତି ଓ କ’ଣ କ’ଣ ?
Answer:
ଜନ୍ ଡ୍ୟୁଇ ଶିକ୍ଷାଦାନ ବ୍ୟବସ୍ଥାକୁ ୩ଟି ସ୍ତରରେ ବିଭକ୍ତ କରିଛନ୍ତି; ଯଥା –
(i) ପ୍ରଥମ ଅବସ୍ଥା (୪ ବର୍ଷରୁ ୮ ବର୍ଷ)
(ii) ଦ୍ଵିତୀୟ ଅବସ୍ଥା (୮ ବର୍ଷରୁ ୧୨ ବର୍ଷ)
(iii) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊଦ୍ଧ)

6. ଜନ୍ ଡ୍ୟୁଇଙ୍କର ଶିକ୍ଷାଦାନ ପ୍ରଣାଳୀ ଲେଖ ।
Answer:
(i) ଜନ୍ ଡ୍ୟୁଇ ଶିଶୁକୈନ୍ଦ୍ରିକ ଶିକ୍ଷା ଉପରେ ଗୁରୁତ୍ଵ ଦେଉଥିଲେ ।
(ii) ସେ ସମସ୍ୟା ସମାଧାନ ଏବଂ ପ୍ରକଳ୍ପ ପଦ୍ଧତି ଉପରେ ଗୁରୁତ୍ଵ ଦେଉଥିଲେ ।

7. ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷକ କିପରି ହେବା ଉଚିତ ?
Answer:
ଜନ୍ ନ୍ୟୁଇଙ୍କ ମତରେ ଶିଶୁ ଅପରିପକ୍ବ ହେତୁ ଶିକ୍ଷକ ଶିଶୁର ବନ୍ଧୁ, ପଥପ୍ରଦର୍ଶକ ଏବଂ ଦାର୍ଶନିକ ଭାବରେ କାର୍ଯ୍ୟ କରିବା ଦରକାର । ଏହା ଶିଶୁର ବିକାଶ କ୍ଷେତ୍ରରେ ସାହାଯ୍ୟ କରିଥାଏ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ କ’ଣ ?
Answer:
ଜନ୍ ନ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ଵ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) | ସମାଜରେ ବଞ୍ଚିରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଛନୀୟ । ତେଣୁ ବାସ୍ତବବାଦ ଏବଂ ପ୍ରୟୋଜନବାଦ ଦୃଷ୍ଟିକୋଣରୁ ବ୍ୟକ୍ତି ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

2. ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର ଯେକୌଣସି ଦୁଇଟି ମୂଳତତ୍ତ୍ଵ ଆଲୋଚନା କର ।
Answer:
(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ – ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭକରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କରୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ଦ! ଅଭିଜ୍ଞତାର ମିଶ୍ରଣ ହୁଏ, ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ଓ ସମୟକୁ ନେଇ ଘଟିଥାଏ । ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷାଲାଭ କରେ । ଏହାଦ୍ୱାରା ନିଜର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ ।

(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା – ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷାଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ବାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସମାଜଦ୍ବାରା ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ବର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ୱର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।

3. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଲକ୍ଷ୍ୟ ଆଲୋଚନା କର ।
Answer:
ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ଯରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ଵ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।

ଏହାସତ୍ତ୍ବେ ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା –

(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବାପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ ଘଟାଇବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

4. ଜନ୍ ଡ୍ୟୁଇଙ୍କର ଶିକ୍ଷାର ସ୍ତରକୁ କେତେ ଭାଗରେ ବିଭକ୍ତ କରାଯାଇଛି ଓ କ’ଣ କ’ଣ ?
Answer:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ୱାରା ଶିଶୁ ସ୍ବାଧୀନତା ପାଇ ନିଜର ବିକାଶ ଘଟାଇପାରିବ । ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –

(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊର୍ଦ୍ଧ୍ବ)

ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧ୍ଵ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ଚଳି ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ବଢ଼ିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧିହୋଇ ନ ରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖୁବା ଉପରେ ସେ ଗୁରୁତ୍ବ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।

ଦ୍ଵିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟାକରିଥାଏ । ତେଣୁ ଅନେକ ସମୟରେ ସେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।

ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।

5. ଜନ୍ ଡ୍ୟୁଇଙ୍କର ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।

ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ଵ ଦେଉଥିଲେ । ସମସ୍ୟା ସମାଧାନ ପଦ୍ଧତିରେ ବିଶେଷତଃ ଏକ କ୍ଷୁଦ୍ର ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ଶିଶୁ ତାକୁ ସମାଧାନ ପାଇଁ ଚେଷ୍ଟା କରେ, ଯେଉଁଥିପାଇଁ ଏହାକୁ ପ୍ରୋଜେକ୍ଟ ବା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ୱ ଦେଇଥା’ନ୍ତି; ଯଥା-

(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ
ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

6. ଜନ୍ ଡ୍ୟୁଇଙ୍କର ଶିକ୍ଷାଜଗତକୁ ଅବଦାନ କ’ଣ ସଂକ୍ଷେପରେ ଲେଖ ।
Answer:
ଶିକ୍ଷାଜଗତକୁ ଜନ୍ ନ୍ୟୁଇଙ୍କର ଅବଦାନ ଅତୁଳନୀୟ । ତାଙ୍କ ମତରେ ଶିକ୍ଷା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ । ଶିକ୍ଷକ ଶିକ୍ଷାର୍ଥୀର ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍‌ବ୍ୟତୀତ ଜନ୍ ଡୁଇଙ୍କର ଶିକ୍ଷାକ୍ଷେତ୍ରକୁ କେତେକ ସୁଖଦ ଅବଦାନ ଅଛି । ସେଗୁଡ଼ିକ ହେଲା –

(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର ।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟବୋଧ ଉପରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାରେ ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଅର୍ଥ ଏବଂ ଲକ୍ଷ୍ୟଗୁଡ଼ିକ ବୁଝାଅ ।
Answer:
ଜନ୍ ଡ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ ଥିଲେ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ଵକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଦର୍ଶନର ସେ ଥିଲେ ଯଥାର୍ଥ ବାର୍ତ୍ତାବହ ।

ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ପ୍ରୟାସ କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା ! ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ବ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) ସମାଜରେ ବଞ୍ଚି ରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଚନୀୟ । ତେଣୁ ବାସ୍ତବବାଦ ଏବଂ ପ୍ରୟୋଜନବାଦ ଦୃଷ୍ଟିକୋଣରୁ ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ମଧ୍ୟ ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦିଆଯାଇ ନପାରେ । ତଥାପି ଜନ୍ ହ୍ୟୁଇ କେତୋଟି ଗୁରୁତ୍ଵପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।

ଜନ୍ ନ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ୱ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ଯରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ତାଙ୍କ ମତରେ, ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।

ତଥାପି ଜନ୍ ନ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା-
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭ କରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ ଘଟାଇବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

2. ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ଵ ଲେଖ ।
Answer:
ଜନ୍ ଡ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ୱକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଶିକ୍ଷା ଦର୍ଶନର ସେ ଯଥାର୍ଥ ବାର୍ଭାବହ ।

ଜନ୍ ଡ୍ରାଇଙ୍କ ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ୱ ନିମ୍ନରେ ଉଲ୍ଲେଖ କରାଗଲା ।
(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ (Education is reconstruction of Experiences) – ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭ କରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କହୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ବା ଅଭିଜ୍ଞତାର ମିଶ୍ରଣ ହୁଏ ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ଓ ସମୟକୁ ନେଇ ଘଟିଥାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷା ଲାଭ କରେ । ଏହାଦ୍ୱାରା ବ୍ୟକ୍ତିର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ ।

(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା (Education is a Social Process) – ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷା ଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ସାମାଜିକ ଦୃଷ୍ଟିକୋଣରୁ ସେ ଅନେକ ସାମାଜିକ ଗୁଣାବଳୀର ଅଧିକାରୀ ହେବା ଦରକାର ।

ପରସ୍ପର ମଧ୍ୟରେ ସୁସମ୍ବନ୍ଧ ନ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ବାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ଵର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ଵର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।

(୩) ଶିକ୍ଷା ହିଁ ଜୀବନ (Education is Life) – ଅଭିଜ୍ଞତା ହିଁ ଶିକ୍ଷାର ଆଧାର । ଶିକ୍ଷା ହିଁ ଜୀବନର ଅନ୍ତଃସ୍ବର । ତେଣୁ ବ୍ୟକ୍ତି ଜୀବନର ପ୍ରତିଟି ସ୍ତରରେ ଶିକ୍ଷା ଲାଭ କରିବାପାଇଁ ସୁଯୋଗ ପାଇଛି ଏବଂ ସେ ତାହା ଗ୍ରହଣ କରିଛି । ସମସ୍ତ ସମସ୍ୟାକୁ ସମାଧାନ କରିବାପାଇଁ ସେ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଶେଷକରି ପରିବାରରୁ ବିଦ୍ୟାଳୟ ଯିବା ପରେ ସେ ସେଠାରେ ବିଭିନ୍ନ ପ୍ରକାର ସମାଜର ବିଭିନ୍ନ ସ୍ତରରୁ ଆସିଥିବା ପିଲାମାନଙ୍କ ସହ ମିଶିଥାଏ । ଅନେକ ବିଭିନ୍ନତା ଭିତରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ ।

ଶେଷରେ ତା’ର ବନ୍ଧୁତ୍ଵଭାବ ହେତୁ ସେଠାରେ ତା’ର ସାମାଜିକ ଗୁଣଗୁଡ଼ିକ ବିକାଶ ଲାଭ କରେ । ବିଦ୍ୟାଳୟକୁ ଏକ କ୍ଷୁଦ୍ର ସମାଜ ରୂପେ ବିବେଚନା କରାଯାଇଥାଏ । ବିଦ୍ୟାଳୟରେ ପିଲାମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିଥା’ନ୍ତି ତାହା ସେମାନଙ୍କର ମୂଳଦୁଆ ଭଳି ଭବିଷ୍ୟତ ଜୀବନରେ ଲାଗିଥାଏ । ଶିଶୁର ଜୀବନ ପରିବାରରୁ ଆରମ୍ଭ ହେଲେ ବି ଶେଷ ହୁଏ ସମାଜର ବିଭିନ୍ନ ଅନୁଷ୍ଠାନରେ । ତେଣୁ ଶିକ୍ଷା ହିଁ ଜୀବନ ।

(୪) ଶିକ୍ଷା ହିଁ ବୃଦ୍ଧି (Education is Growth) – ଶିକ୍ଷା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସାମାଜିକ ଏବଂ ନୈତିକ ବିକାଶରେ ସାହାଯ୍ୟ କରିଥାଏ । ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ତାହାର ବୟସର ବୃଦ୍ଧି ଏବଂ ବିକାଶକୁ ନେଇ ତା’ର ଅଭିବୃଦ୍ଧି ଘଟିଥାଏ । ସେହି ଅନୁଯାୟୀ ତା’ର ଶିକ୍ଷାର ଆବଶ୍ୟକତା ଅଛି । ଏଥ‌ିପାଇଁ ନିର୍ଦ୍ଦିଷ୍ଟ ବୟସରେ ବୟସାନୁଯାୟୀ ଶିକ୍ଷା ଦିଆଯିବା ଉଚିତ ।

ବ୍ୟକ୍ତିଙ୍କର ସର୍ବାଙ୍ଗୀନ ବିକାଶ ପରିବେଷ୍ଟନୀଗତ ବା ପରିବେଶଗତ ଅଟେ । ପରିବେଶ ଏବଂ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ଶୈକ୍ଷିକ ଉଦ୍ୟମ କଲେ ଶିକ୍ଷାର ଅଭିବୃଦ୍ଧି ଘଟେ ଏବଂ ଶିଶୁ ପରିବେଷ୍ଟନୀ ସହ ସମାଯୋଜିତ ହୋଇ ଚଳିଥାଏ ।

3. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ଲକ୍ଷ୍ୟ ସହ ପାଠ୍ୟକ୍ରମ ବିଷୟରେ ଲେଖ ।
Answer:
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ବି ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ବ ଦିଆ ନଯାଇପାରେ । ତଥାପି ଜନ୍ ଡ୍ୟୁଇ କେତୋଟି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଥା’ନ୍ତି ।

ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ବ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ୟରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ବ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।

ତଥାପି ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା –
(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବା ପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ କରିବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

4. ଜନ୍ ଡ୍ୟୁଇଙ୍କ ମତରେ ଶିକ୍ଷାର ସ୍ତର ଓ ଶିକ୍ଷାଦାନ ପଦ୍ଧତି ବିଷୟରେ ଆଲୋଚନା କର ।
Answer:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ଡ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାରେ କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ଵାରା ଶିଶୁ ସ୍ଵାଧୀନତା ପାଇ ନିଜର ବିକାଶ ଘଟାଇପାରିବ ।
ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –

(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା (୧୨ ବର୍ଷରୁ ଊର୍ଦ୍ଧ୍ବ)

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧ‌ିକ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ଚଳିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧି ହୋଇ ନରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖୁବା ଉପରେ ସେ ଗୁରୁତ୍ଵ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।

ଦ୍ବିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ତେଣୁ ଅନେକ ସେ ସମୟରେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।

ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ୱ ଦିଆଯିବା ଉଚିତ ।

ପ୍ରାଥମିକ ସ୍ତରରେ ଶିଶୁମାନେ ପଠନ, ଲିଖନ, ହସ୍ତକର୍ମ ଏବଂ ଲେଖଚିତ୍ର ଉପରେ ଗୁରୁତ୍ବ ଦେବା ଉଚିତ । ମାଧ୍ୟମିକ ସ୍ତରରେ ଇତିହାସ, କୃଷି ବିଜ୍ଞାନ, ଶିକ୍ଷା, ସାଧାରଣ ବିଜ୍ଞାନ ଏବଂ ସ୍ଵାସ୍ଥ୍ୟରକ୍ଷା ବିଷୟ, ଉଚ୍ଚଶିକ୍ଷା ସ୍ତରରେ ସାମାଜିକ, ପ୍ରାକୃତିକ ବିଜ୍ଞାନ ଏବଂ ଗବେଷଣା ଉପରେ ଧ୍ୟାନଦେବା ଦରକାର । ବିଶେଷକରି କୃଷି, ରନ୍ଧନ, ସିଲେଇ ଏବଂ ହସ୍ତଶିଳ୍ପ ଆଦି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବା ଉଚିତ ।

ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

ଣିକ୍ଷ।ଦାନର ପଦ୍ଧତି:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।

ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ଵ ଦେଉଥିଲେ । ସମସ୍ୟା ସମାଧାନ ପଦ୍ଧତି ବିଶେଷତଃ ଏକ କ୍ଷୁଦ୍ର ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ତାକୁ ସମାଧାନ ପାଇଁ ଚେଷ୍ଟା କରେ, ଯେଉଁଥ‌ିପାଇଁ ଏହାକୁ ପ୍ରୋଜେକ୍ଟ ବା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ଵ ଦେଇଥା’ନ୍ତି ।

(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ
ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।

6. ଜନ୍ ଡ୍ୟୁଇଙ୍କର ଆଧୁନିକ ଶିକ୍ଷା ପ୍ରତି ଥ‌ିବା ଅବଦାନଗୁଡ଼ିକ ଲେଖ ।
Answer:
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟି ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ସେ ମତ ଦେଇଥିଲେ ।

ଜନ୍ ଡ୍ୟୁଇଙ୍କ ଶିକ୍ଷାଜଗତକୁ ଅବଦାନ (Contributions of John Dewey towards Education):
ଜନ୍ ଡ୍ୟୁଇଙ୍କର ଶିକ୍ଷା ପ୍ରତି ଅବଦାନ ଅତୁଳନୀୟ ଯାହା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ ଶିକ୍ଷକ ଶିକ୍ଷାର୍ଥୀରେ ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍‌ବ୍ୟତୀତ ଜନ୍ ନ୍ୟୁଇଙ୍କର ଶିକ୍ଷା କ୍ଷେତ୍ରକୁ ଯେଉଁ ସୁଖଦ ଅବଦାନଗୁଡ଼ିକ ଅଛି ସେଗୁଡ଼ିକ ହେଲା –

(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ଵ ଏବଂ କର୍ତ୍ତବ୍ୟବୋଧ ଉପରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାର ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଜନ୍ ନ୍ୟୁଇ ଜଣେ ଦାର୍ଶନିକ, ମନୋବିଜ୍ଞାନୀ ଏବଂ ଶିକ୍ଷାବିତ୍ । ସେ ରାଜନୈତିକ ଦର୍ଶନ, ଶିକ୍ଷା ଦର୍ଶନ, ସାମାଜିକ ଦର୍ଶନ ଓ ଜୀବନ ଦର୍ଶନ ଉପରେ ପ୍ରୟୋଗବାଦର ଗୁରୁତ୍ଵକୁ ପ୍ରତିଫଳିତ କରିଛନ୍ତି । ଆଧୁନିକ ଦର୍ଶନର ସେ ବାର୍ତ୍ତାବହ ।

କାବନା (Life History):
ଜନ୍ ନ୍ୟୁଇ ଭରମଣ୍ଟର କର୍ଲିଙ୍ଗଟନ୍‌ରେ ୧୮୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ପ୍ରଚଣ୍ଡ ଧୀଶକ୍ତିସମ୍ପନ୍ନ ଛାତ୍ର ଥିଲେ । ୧୮୭୯ ମସିହାରେ ଭରମଣ୍ଟ ବିଶ୍ବବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି ସେହି ୧୮୭୯ ମସିହାରେ ଶିକ୍ଷାକତା ବୃତ୍ତି ଅବଲମ୍ବନ କରିଥିଲେ । ପରେ ଉଚ୍ଚଶିକ୍ଷାରେ ଜନ୍ ହପକିନ୍ସ ବିଶ୍ଵବିଦ୍ୟାଳୟରୁ କୃତିତ୍ଵର ସହ ଦର୍ଶନରେ ପି.ଏଚ୍.ଡି. ଶେଷ କରି ମିନେସୋଟା, ମିଚିଗାନ୍ ଏବଂ ଚିକାଗୋ ବିଶ୍ୱବିଦ୍ୟାଳୟରେ ଅଭିଜ୍ଞ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ । ପରେ ସେ ୧୯୦୪ରେ ଶିକ୍ଷା ଏବଂ ଦର୍ଶନ ବିଭାଗର ମୁଖ୍ୟଭାବେ କଲମ୍ବିଆ ବିଶ୍ଵବିଦ୍ୟାଳୟରେ ଅବସ୍ଥାପିତ ହେଲେ । ତାଙ୍କର ଉଦ୍ୟମରେ ଚିକାଗୋରେ ୧୮୯୬ ମସିହାରେ ‘‘ୟୁନିଭରସିଟି ଲାବରୋଟୋରି ସ୍କୁଲ’’ ପ୍ରତିଷ୍ଠା କଲେ ।

ତାଙ୍କଦ୍ୱାରା ଲିଖ୍ ‘ସମାଜ ଓ ବିଦ୍ୟାଳୟ’’ (The Society and School), ଗଣତନ୍ତ୍ର ଓ ଶିକ୍ଷା (Democracy and Education), ମୋର ଶିକ୍ଷାବିଜ୍ଞାନ ନୀତି (My Pedagogic Creed) ଆଦି ପୁସ୍ତକମାନ ସମାଜ ପାଇଁ ଅମୂଲ୍ୟ ଦାନ । ବିଶେଷକରି ଜନ୍ ଡ୍ୟୁଇ ଶିକ୍ଷା, ଶିକ୍ଷାର୍ଥୀ ଏବଂ ଶିକ୍ଷାୟତନ ପାଇଁ ଅନେକ ଗବେଷଣା କରି ନୂତନ ଦିଗ୍‌ଦର୍ଶନ ଦେଇଛନ୍ତି । ସେ ଜଣେ ପ୍ରୟୋଗବାଦୀ ଥ‌ିବାରୁ ଆଦର୍ଶବାଦକୁ ତୀବ୍ର ଭାବରେ ନିନ୍ଦା କରି ବ୍ୟବହାରବାଦ ଏବଂ ପ୍ରୟୋଗବାଦ ଉପରେ ଗୁରୁତ୍ଵ ଦେଇଥିଲେ । କାର୍ଯ୍ୟ ଉପରେ ସେ ବିଶେଷ ଗୁରୁତ୍ୱ ଦେଇ ତା’ର ପରିମାଣକୁ ଅନୁଧ୍ୟାନ କରିବାପାଇଁ ପରାମର୍ଶ ଦେଇଥିଲେ ।

ଶିକ୍ଷାର ଅର୍ଥ (Concept of Education) :
ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନରେ ପ୍ରୟୋଗବାଦର ନୀତି ପରିଦୃଷ୍ଟ ହୁଏ । ମଣିଷ ଭିତରେ ଥ‌ିବା ପ୍ରାଚୀରଗୁଡ଼ିକୁ ଭାଙ୍ଗି ଏକ ଗଣତାନ୍ତ୍ରିକ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ସେ ଚେଷ୍ଟା କରିଥିଲେ । ସୁସ୍ଥ ସମାଜ ଗଠନ ତାଙ୍କର ଅଭିଳାଷ ଥିଲା । ଶିକ୍ଷା ବିନା ସମାଜର ପରିବର୍ତ୍ତନ ସମ୍ଭବପର ନୁହେଁ ବୋଲି ସେ ମତ ଦେଇଥିଲେ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ଶିକ୍ଷାର ଅର୍ଥକୁ ବୁଝାଇବାକୁ ଯାଇ ସେ ଅଭିଜ୍ଞତା ଉପରେ ଗୁରୁତ୍ୱ ଦେଇଥିଲେ । ତାଙ୍କ ମତରେ ‘ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ ହେଉଛି ଶିକ୍ଷା” (Education is the continuous reconstruction of experiences.) ସମାଜରେ ବଞ୍ଚିରହିବାକୁ ହେଲେ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ । ସେ ସମସ୍ତ ସମସ୍ୟାର ସମାଧାନ କରି କେବଳ ପରିସ୍ଥିତି ଅନୁସାରେ ନିଜର ବ୍ୟବହାରକୁ ପରିମାର୍ଜିତ କରି ଚଳିବାକୁ ବାଧ୍ୟ ହୁଏ । ସମାଜ ଉପଯୋଗୀ ମଣିଷଟିଏ ହେବାପାଇଁ ନିଜେ ଯୁଗୋପଯୋଗୀ ହେବା ବାଞ୍ଛନୀୟ । ତେଣୁ ବାସ୍ତବତାବାଦ ଏବଂ ପ୍ରୟୋଜନତାବାଦ ଦୃଷ୍ଟିକୋଣରୁ ବ୍ୟକ୍ତି ନିଜର କ୍ରିୟା ଏବଂ ପ୍ରତିକ୍ରିୟା ସମ୍ପର୍କରେ ସଚେତନ ହୋଇ କାର୍ଯ୍ୟ କରିବା ଆବଶ୍ୟକ ।

ଜନ୍ ଡ୍ୟୁଇଙ୍କର ଶିକ୍ଷା ଦର୍ଶନର କେତୋଟି ମୂଳତତ୍ତ୍ୱ (Some basics of Educational Philosophy of John Dewey):

(୧) ଶିକ୍ଷା ହିଁ ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ (Education is reconstruction of Experiences)
ଅଭିଜ୍ଞତା ହିଁ ଶିକ୍ଷା । ପ୍ରତି ମୁହୂର୍ତ୍ତରେ ଆମେ ଅଭିଜ୍ଞତା ଲାଭକରୁ । ଅଭିଜ୍ଞତାକୁ ଆମେ ଶିକ୍ଷା କହୁ । ଯେଉଁ ମୁହୂର୍ତ୍ତରେ ଏକ ପୁରାତନ ଜ୍ଞାନ ଏବଂ ଅଭିଜ୍ଞତାରେ ନୂତନ ଜ୍ଞାନ ବା ଅଭିଜ୍ଞତାର ମିଶ୍ରଣ ହୁଏ, ତାହା ଏକ ନୂତନ ଅଭିଜ୍ଞତା ବା ଜ୍ଞାନ ପ୍ରଦାନ କରିଥାଏ । ଏହା ବିଭିନ୍ନ ସ୍ଥିତି, ପରିସ୍ଥିତି ସେ ସମୟକୁ ନେଇ ଘଟିଥାଏ । ତେଣୁ ପ୍ରତି ମୁହୂର୍ତ୍ତରେ ମଣିଷ ଅଭିଜ୍ଞତା ହାସଲ କରିଥାଏ । ପରିଶେଷରେ ମନୁଷ୍ୟ ନିଜର କ୍ରିୟା ଏବଂ ପ୍ରତିକ୍ରିୟାରୁ ଶିକ୍ଷାଲାଭ କରେ । ଏହାଦ୍ୱାରା ନିଜର ଜ୍ଞାନର ପରିସର ବୃଦ୍ଧି ପାଇଥାଏ । ସଠିକ୍ ଅଭିଜ୍ଞତା ସଠିକ୍ ଶିକ୍ଷା ପ୍ରଦାନ କରିଥାଏ।

(୨) ଶିକ୍ଷା ଏକ ସାମାଜିକ ପ୍ରକ୍ରିୟା (Education is a Social Process):
ବ୍ୟକ୍ତି ଏବଂ ସମାଜ ଉଭୟ ପରସ୍ପର ପରିପୂରକ । ବ୍ୟକ୍ତି ସମାଜ ବିନା ନିଜର ଜୀବନ ନିର୍ବାହ କରିପାରିବ ନାହିଁ । ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ସମାଜର ନିର୍ଦ୍ଦିଷ୍ଟ ନୀତି, ନିୟମ, ଚାଲିଚଳନ ଏବଂ ବ୍ୟବସ୍ଥା ଅଛି । ତେଣୁ ସେ ସମ୍ପର୍କରେ ସେ ଶିକ୍ଷାଲାଭ କରିବା ଉଚିତ । ସାମାଜିକ ଅଭିଜ୍ଞତା ଏବଂ କ୍ରିୟାକଳାପ ବିନା ବ୍ୟକ୍ତି ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ସାମାଜିକ ଦୃଷ୍ଟିକୋଣରୁ ସେ ଅନେକ ସାମାଜିକ ଗୁଣାବଳୀର ଅଧିକାରୀ ହେବା ଦରକାର ।

ପରସ୍ପର ମଧ୍ୟରେ ସୁସମ୍ବନ୍ଧ ନ ରହିଲେ ବ୍ୟକ୍ତି ଏକ ସାମାଜିକ ପ୍ରାଣୀ ହୋଇପାରିବ ନାହିଁ । ବ୍ୟକ୍ତି ଏବଂ ସମାଜ ଉଭୟର ବିକାଶ ସମାଜଦ୍ୱାରା ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତି ସମାଜ ପାଇଁ, ସମାଜଦ୍ୱାରା ସାମାଜିକୀକରଣ ହୋଇଥାଏ । ବ୍ୟକ୍ତିର ବ୍ୟକ୍ତିତ୍ଵର ପରିପ୍ରକାଶ ସମାଜରେ ସମ୍ଭବପର ହୋଇଥାଏ । ତେଣୁ ବ୍ୟକ୍ତିତ୍ୱର ବିକାଶ ଏବଂ ସମାଜର ଅଭିବୃଦ୍ଧି ପାଇଁ ଶିକ୍ଷାକୁ ଏକ ପ୍ରଧାନ ଅସ୍ତ୍ର ବୋଲି ବିବେଚନା କରାଯାଇଥାଏ ।

(୩) ଶିକ୍ଷା ହିଁ ଜୀବନ (Education is Life) :
ଅଭିଜ୍ଞତା ହିଁ ଶିକ୍ଷାର ଆଧାର । ଶିକ୍ଷା ହିଁ ଜୀବନର ଅନ୍ତଃସ୍ଵର । ତେଣୁ ବ୍ୟକ୍ତି ଜୀବନର ପ୍ରତିଟି ସ୍ତରରେ ଶିକ୍ଷାଲାଭ କରିବାପାଇଁ ସୁଯୋଗ ପାଇଛି ଏବଂ ସେ ତାହା ଗ୍ରହଣ କରିଛି । ସମସ୍ତ ସମସ୍ୟାକୁ ସମାଧାନ କରିବାପାଇଁ ସେ ପରିସ୍ଥିତିର ସମ୍ମୁଖୀନ ହୋଇଛି । ବିଶେଷକରି ପରିବାରରୁ ବିଦ୍ୟାଳୟ ଯିବା ପରେ ସେ ସେଠାରେ ବିଭିନ୍ନ ପ୍ରକାର ସମାଜର ବିଭିନ୍ନ ସ୍ତରରୁ ଆସିଥିବା ପିଲାମାନଙ୍କ ସହ ମିଶିଥାଏ । ଅନେକ ବିଭିନ୍ନତା ଭିତରେ ସେ ଅନେକ ସମସ୍ୟାର ସମ୍ମୁଖୀନ ହୁଏ ।

ଶେଷରେ ତା’ର ବନ୍ଧୁତ୍ଵଭାବ ହେତୁ ସେଠାରେ ତା’ର ସାମାଜିକ ଗୁଣଗୁଡ଼ିକ ବିକାଶ ଲାଭ କରେ । ବିଦ୍ୟାଳୟକୁ ଏକ କ୍ଷୁଦ୍ର ସମାଜ ରୂପେ ବିବେଚନା କରାଯାଇଥାଏ । ବିଦ୍ୟାଳୟରେ ପିଲାମାନେ ଯେଉଁ ଅଭିଜ୍ଞତା ଅର୍ଜନ କରିଥା’ନ୍ତି ତାହା ସେମାନଙ୍କର ମୂଳଦୁଆ ଭଳି ଭବିଷ୍ୟତ ଜୀବନରେ ଲାଗିଥାଏ । ଶିଶୁର ଜୀବନ ପରିବାରରୁ ଆରମ୍ଭ ହେଲେ ବି ଶେଷ ହୁଏ ସମାଜର ବିଭିନ୍ନ ଅନୁଷ୍ଠାନରେ । ତେଣୁ ଶିକ୍ଷା ହିଁ ଜୀବନ ।

(୪) ଶିକ୍ଷା ହିଁ ବୃଦ୍ଧି (Education is Growth):
ଶିକ୍ଷା ମନୁଷ୍ୟର ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସର୍ବାଙ୍ଗୀନ ଉନ୍ନତି ସାଧନ କରିଥାଏ । ଶିକ୍ଷା ବିଶେଷ କରି ଶାରୀରିକ, ମାନସିକ, ବୌଦ୍ଧିକ, ଆବେଗିକ, ସାମାଜିକ ଏବଂ ନୈତିକ ବିକାଶରେ ସାହାଯ୍ୟ କରିଥାଏ । ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ତାହାର ବୟସର ବୃଦ୍ଧି ଏବଂ ବିକାଶକୁ ନେଇ ତା’ର ଅଭିବୃଦ୍ଧି ଘଟିଥାଏ । ସେହି ଅନୁଯାୟୀ ତା’ର ଶିକ୍ଷାର ଆବଶ୍ୟକତା ଅଛି ।

ଏଥିପାଇଁ ନିର୍ଦ୍ଦିଷ୍ଟ ବୟସରେ ବୟସାନୁଯାୟୀ ଶିକ୍ଷା ଦିଆଯିବା ଉଚିତ । ବ୍ୟକ୍ତିଙ୍କର ସର୍ବାଙ୍ଗୀନ ବିକାଶ ପରିବେଷ୍ଟନୀଗତ ବା ପରିବେଶଗତ ଅଟେ । ପରିବେଶ ଏବଂ ପରିସ୍ଥିତିକୁ ଆଖ୍ ଆଗରେ ରଖ୍ ଶୈକ୍ଷିକ ଉଦ୍ୟମ କଲେ ଶିକ୍ଷାର ଅଭିବୃଦ୍ଧି ଘଟେ ଏବଂ ଶିଶୁ ପରିବେଷ୍ଟନୀ ସହ ସମାଯୋଜିତ ହୋଇ ଚଳିଥାଏ ।

ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ (Aims and Objectives of Education):
ଜନ୍ ନ୍ୟୁଇଙ୍କ ମତରେ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ । ବ୍ୟକ୍ତିର ଇଚ୍ଛା, ଆବଶ୍ୟକତା ଏବଂ ପ୍ରୟୋଜନୀୟତାକୁ ନେଇ ଶିକ୍ଷାର ଲକ୍ଷ୍ୟ ସ୍ଥିରୀକୃତ ହୋଇଥାଏ । ଜୀବନ ପ୍ରବାହରେ ପରିସ୍ଥିତି, ପରିବେଶ ଏବଂ ସମୟର ପରିବର୍ତ୍ତନ ଘଟିଥାଏ । ତେଣୁ ଜୀବନର ଆଶା, ଆକାଂକ୍ଷା ବି ପରିବର୍ତ୍ତନଶୀଳ । ଏ ପରିସ୍ଥିତିରେ କୌଣସି ଏକ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦିଆଯାଇ ନପାରେ; ତଥାପି ଜନ୍ ନ୍ୟୁଇ କେତୋଟି ଗୁରୁତ୍ବପୂର୍ଣ୍ଣ ଲକ୍ଷ୍ୟ ନିର୍ଦ୍ଧାରଣ କରିଛନ୍ତି ।

ଶିକ୍ଷାର ଲକ୍ଷ୍ୟ (Aims of Education):
ଜନ୍ ଡ୍ୟୁଇ ଶିକ୍ଷାର କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଉପରେ ଗୁରୁତ୍ଵ ଦେଇନାହାଁନ୍ତି । ସେ ଜୀବନ ପ୍ରବାହ ମଧ୍ୟରେ ଆବଶ୍ୟକତା ଅନୁସାରେ ଏବଂ ନିଜର ଆଶା ଓ ଆକାଂକ୍ଷା ପୂରଣ କରିବାପାଇଁ ଶିକ୍ଷାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ପୂରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ସେ କୁହନ୍ତି ଶିକ୍ଷା ଭୌତିକ ଓ ସୀମାହୀନ, ତେଣୁ ତାହାର କୌଣସି ଲକ୍ଷ୍ୟ ନାହିଁ; କିନ୍ତୁ ବ୍ୟକ୍ତିମାନଙ୍କର ଲକ୍ଷ୍ୟ ଅଛି ।
ତଥାପି ଜନ୍ ଡ୍ୟୁଇ ଶିକ୍ଷାର କେତେକ ଲକ୍ଷ୍ୟ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ସେଗୁଡ଼ିକ ହେଲା-

(୧) ନୂତନ ମୂଲ୍ୟବୋଧର ସୃଷ୍ଟି କରିବା ।
(୨) ଅଭିଜ୍ଞତାର ନିରବଚ୍ଛିନ୍ନ ପୁନର୍ଗଠନ କରିବା ।
(୩) ଶିକ୍ଷାର୍ଥୀ ନିଜକୁ କ୍ରିୟାଶୀଳ କରି ବିଭିନ୍ନ ପରିସ୍ଥିତି ସହ ଖାପଖୁଆଇ ଚଳିପାରିବାର ସାମର୍ଥ୍ୟ ଲାଭକରିବା ।
(୪) ସୁସ୍ଥ ଜୀବନଯାପନ ପାଇଁ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ।
(୫) ଜୀବନକୁ ଶୃଙ୍ଖଳିତ କରିବାପାଇଁ ଆବେଗିକ ବିକାଶକୁ ସୁନିୟନ୍ତ୍ରିତ କରିବା ।
(୬) ଚିନ୍ତାଧାରାର ବିକାଶ କରିବା ।
(୭) ସୃଜନଶୀଳ ଶକ୍ତି ତଥା ଭାବନାକୁ ବୃଦ୍ଧି କରିବା ।

ପାଠ୍ୟକ୍ରମ:
ପାଠ୍ୟକ୍ରମ ଉପରେ ଆଲୋଚନା କରିବା ପୂର୍ବରୁ ଜନ୍ ଡ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେ ସମ୍ପର୍କରେ ଆଲୋଚନା କରିବା ଏକାନ୍ତ ପ୍ରୟୋଜନ । ଶିଶୁ ଶିକ୍ଷା ବ୍ୟବସ୍ଥାର କେନ୍ଦ୍ରବିନ୍ଦୁ । ତେଣୁ ଶିଶୁର ଶାରୀରିକ, ମାନସିକ ତଥା ବୟସ ଓ ସାମର୍ଥ୍ୟ ଅନୁସାରେ ଶିକ୍ଷାର ପାଠ୍ୟକ୍ରମ ପ୍ରସ୍ତୁତ କରାଯିବା ବିଧେୟ, ଯାହାଦ୍ଵାରା ଶିଶୁ ସ୍ବାଧୀନତା ପାଇ ନିଜର ବିକାଶ ଘଟାଇପାରିବ ।
ଜନ୍ ନ୍ୟୁଇ ଶିକ୍ଷାର ସ୍ତରକୁ ତିନି ଭାଗରେ ବିଭକ୍ତ କରିଛନ୍ତି; ଯଥା –

(୧) ପ୍ରଥମ ଅବସ୍ଥା (୪ରୁ ୮ ବର୍ଷ)
(୨) ଦ୍ଵିତୀୟ ଅବସ୍ଥା (୮ ରୁ ୧୨ ବର୍ଷ)
(୩) ତୃତୀୟ ଅବସ୍ଥା ( ୧୨ ବର୍ଷରୁ ଊର୍ଦ୍ଧ୍ବ)

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ପ୍ରଥମ ଅବସ୍ଥା – ଶୈଶବ ଅବସ୍ଥାରେ ଶିଶୁ ମା’ ପାଖରେ ଅଧ‌ିକ ସମୟ କଟାଇଥାଏ । ପରେ ବୟସ ବଢ଼ିବା ସହ ସେ ଧୀରେ ଧୀରେ ପରିବାରର ସଦସ୍ୟ ଏବଂ ଅନ୍ୟମାନଙ୍କ ସହିତ ମିଶିଥାଏ । ତେଣୁ ସେ ଏହି ସ୍ତରରେ ମା’ ପାଖରେ ବାନ୍ଧିହୋଇ ନ ରହି ପରିବେଶକୁ ଆସିଥାଏ । ଯେହେତୁ ସେ ଖେଳପ୍ରିୟ, ଖେଳ ମଧ୍ଯରେ ଶିଖ୍ବା ଉପରେ ସେ ଗୁରୁତ୍ଵ ଦେଇଥାଏ । ବିଶେଷକରି ବିଭିନ୍ନ ପ୍ରକାର ଖେଳ, ପଠନ ଓ ଲିଖନ ମାଧ୍ୟମରେ ତାକୁ ଶିକ୍ଷା ଦିଆଯାଇଥାଏ ।

ଦ୍ୱିତୀୟ ଅବସ୍ଥା – ବୟସର ବୃଦ୍ଧି ସହିତ ଶିଶୁର ଚିନ୍ତାଧାରା ଏବଂ ସାମାଜିକ ଦକ୍ଷତାର ବୃଦ୍ଧି ଘଟେ । ସେ ବିଭିନ୍ନ କ୍ଷେତ୍ରରେ ନିଜର ଆଗ୍ରହ ପ୍ରକାଶ କରିଥାଏ । ଜ୍ଞାନ ଏବଂ ଅଭିଜ୍ଞତାର ପରିସରର ବୃଦ୍ଧି ହେତୁ ସେ ବିଭିନ୍ନ ବିଷୟରୁ ଜ୍ଞାନ ଅର୍ଜନ ପାଇଁ ଚେଷ୍ଟା କରିଥାଏ । ତେଣୁ ଅନେକ ସମୟରେ ସେ ନିଜର ଛୋଟ ଛୋଟ ସମସ୍ୟାର ସମାଧାନ କରିପାରିଥାଏ ।

ତୃତୀୟ ଅବସ୍ଥା – ଉକ୍ତ ବୟସ ପରିସର ମଧ୍ୟରେ ଶିଶୁ ଅନେକ ନୂତନ ସମସ୍ୟାର ସମାଧାନ କରିଥାଏ । ସମସ୍ୟାଗୁଡ଼ିକ ସମାଧାନ କରିବାପାଇଁ ଉପଯୁକ୍ତ ଜ୍ଞାନ ଓ ଅଭିଜ୍ଞତାର ଆବଶ୍ୟକତା ଅଛି । ତେଣୁ ଉକ୍ତ ବୟସରେ ସମସ୍ୟା ସମାଧାନଜନିତ ବିଷୟବସ୍ତୁ ଅଧ୍ୟୟନ ଉପରେ ଗୁରୁତ୍ଵ ଦିଆଯିବା ଉଚିତ ।

ପ୍ରାଥମିକ ସ୍ତରରେ ଶିଶୁମାନେ ପଠନ, ଲିଖନ, ହସ୍ତକର୍ମ ଏବଂ ଲେଖଚିତ୍ର ଉପରେ ଗୁରୁତ୍ବ ଦେବା ଉଚିତ । ମାଧ୍ୟମିକ ସ୍ତରରେ ଇତିହାସ, କୃଷି ବିଜ୍ଞାନ, ଶିକ୍ଷା, ସାଧାରଣ ବିଜ୍ଞାନ ଏବଂ ସ୍ଵାସ୍ଥ୍ୟରକ୍ଷା ବିଷୟ, ଉଚ୍ଚଶିକ୍ଷା ସ୍ତରରେ ସାମାଜିକ, ପ୍ରାକୃତିକ ବିଜ୍ଞାନ ଏବଂ ଗବେଷଣା ଉପରେ ଧ୍ୟାନଦେବା ଦରକାର । ବିଶେଷକରି କୃଷି, ରନ୍ଧନ, ସିଲେଇ ଏବଂ ହସ୍ତଶିଳ୍ପ ଆଦି ଧନ୍ଦାମୂଳକ ଶିକ୍ଷା ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ହେବା ଉଚିତ ।

ଣିକ୍ଷ।ଦାନର ପଦ୍ଧତି:
ଶିଶୁର ସାମର୍ଥ୍ୟ, ଆଗ୍ରହ, ରୁଚି ଅନୁଯାୟୀ ଶିକ୍ଷା ଦିଆଯିବା ଆବଶ୍ୟକ ଏବଂ ତାହା ଶିଶୁକୈନ୍ଦ୍ରିକ ହେବା ବିଧେୟ । ତେଣୁ ଶିଶୁକୁ କାର୍ଯ୍ୟ ଓ କ୍ରିୟା ସମ୍ପାଦନ ମାଧ୍ୟମରେ ଉକ୍ତ ବିଷୟବସ୍ତୁଗୁଡ଼ିକ ଶିକ୍ଷା ଦିଆଯିବା ଉଚିତ ।

ଜନ୍ ଡ୍ୟୁଇ ପ୍ରୋଜେକ୍ଟ ବା ସମସ୍ୟା ସମାଧାନ ପଦ୍ଧତିରେ ବିଶେଷତଃ ଏକ କ୍ଷୁଦ୍ର କରେ, ଯେଉଁଥ‌ିପାଇଁ ଏହାକୁ ପ୍ରୋଜେକ୍ଟ ବା ସମାଧାନ ପଦ୍ଧତି ମାଧ୍ୟମରେ ଶିକ୍ଷା ଦେବା ଉପରେ ଗୁରୁତ୍ବ ଦେଉଥିଲେ । ସମସ୍ୟା ଯୋଜନାକୁ ନେଇ ସମସ୍ୟାକୁ ଅନୁଧ୍ୟାନ କରି ଶିଶୁ ତାକୁ ସମାଧାନ ପାଇଁ ଚେଷ୍ଟା ଯୋଜନା ବୋଲି କୁହାଯାଏ । ଯୋଜନା ଯେତେବେଳେ ପ୍ରସ୍ତୁତ କରାଯାଏ ତାହା ଉଦ୍ଦେଶ୍ୟମୂଳକ ହୋଇଥାଏ । ଯୋଜନାକୁ ସମାଧାନ କରିବାକୁ ହେଲେ ଶିକ୍ଷକ ୬ଟି ବିଷୟ ଉପରେ ଗୁରୁତ୍ଵ ଦେଇଥା’ନ୍ତି; ଯଥା-

(୧) ପରିସ୍ଥିତିର ଉପସ୍ଥାପନା
(୨) ସମସ୍ୟାର ନିର୍ଦ୍ଧାରଣ
(୩) ଯୋଜନା ପ୍ରଣୟନ
(୪) ଯୋଜନା ସମ୍ପାଦନ
(୫) ଯୋଜନାର ମୂଲ୍ୟାୟନ
(୬) ଅଭିଲେଖନ

ଏହି ପଦ୍ଧତି ମାଧ୍ୟମରେ ସମସ୍ୟାକୁ ଅନୁଧ୍ୟାନ କରି ସମାଧାନ କରାଯାଇଥାଏ ।

ଣିକ୍ଷକ:
ଶିଶୁ ଶିକ୍ଷାର କେନ୍ଦ୍ରବିନ୍ଦୁ । ଶିକ୍ଷାଦାନ ପଦ୍ଧତି ସମସ୍ୟାଭିଭିକ । ପାଠ୍ୟକ୍ରମ ଉପଯୋଗିତାପୂର୍ଣ । ଶିକ୍ଷାର୍ଥୀ ସର୍ବଦା କ୍ରିୟାଭିମୁଖୀ ଏବଂ ସମାଧାନାଭିମୁଖୀ ହେବା ଉଚିତ । କିନ୍ତୁ ଶିକ୍ଷାର୍ଥୀ ଅପରିପକ୍ବ ଅଟେ । ସେ ପ୍ରତ୍ୟକ୍ଷ ଭାବରେ କୌଣସି ସମସ୍ୟାର ନିଜେ ସମାଧାନ କରିବା କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହୋଇଥାଏ; ମାତ୍ର ଶିକ୍ଷକ ବିଚାରଶୀଳ ଏବଂ ଆତ୍ମବିଶ୍ୱାସୀ । ପ୍ରତ୍ୟେକ ମୁହୂର୍ତ୍ତରେ ସେ ଶିକ୍ଷାର୍ଥୀର ବନ୍ଧୁ, ପଥପ୍ରଦର୍ଶକ ଏବଂ ଦାର୍ଶନିକ ଅଟନ୍ତି । ସେଥ‌ିପାଇଁ ଶିକ୍ଷକ ଏବଂ ଶିକ୍ଷାର୍ଥୀଙ୍କ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇପାରିଲେ ଅନେକ ସମସ୍ୟାର ସମାଧାନ ଶିକ୍ଷକଙ୍କ ସାହାଯ୍ୟରେ ସମ୍ପାଦନ କରାଯାଇପାରିବ ।

ଣୃଙ୍ଖଳା:
ଶିକ୍ଷାର କେନ୍ଦ୍ରବିନ୍ଦୁ ଶିକ୍ଷାର୍ଥୀ । ସ୍ଵାଧୀନ ଭାବରେ ଏବଂ ମୁକ୍ତ ବାତାବରଣରେ ସେ ଶିକ୍ଷାଲାଭ କରିଥାଏ, ଯାହାଦ୍ଵାରା ଶିକ୍ଷାର୍ଥୀର ସୃଜନଶୀଳ ଶକ୍ତିର ବିକାଶ ସାଧନ ହୋଇଥାଏ । ତେଣୁ ଜନ୍ ନ୍ୟୁଇ ସର୍ବଦା ବାହ୍ୟ ଦଣ୍ଡ ଓ ଭୟକୁ ବିରୋଧ କରୁଥିଲେ । ଏହା ଶିକ୍ଷାର୍ଥୀର ସୃଜନତାଶୀଳତାକୁ ବିକାଶ କରିବା ପରିବର୍ତ୍ତେ ନଷ୍ଟ କରିଦେବ । ତେଣୁ ଶିକ୍ଷାର୍ଥୀକୁ ପ୍ରୟୋଗାତ୍ମକ, କ୍ରିୟାତ୍ମକ କାର୍ଯ୍ୟରେ ବିନିଯୋଗ କରିବାକୁ ଆଦାନପ୍ରଦାନ କଲାଭଳି ବ୍ୟବହାର ଦେଖାଇଲେ ସେ ବିକାଶ ଲାଭ କରିପାରିବ ।

ଅନୁଣାସନ:
ଜନ୍ ଡ୍ୟୁଇ ଶିକ୍ଷକଙ୍କଦ୍ୱାରା କୌଣସି ପ୍ରକାର ଦଣ୍ଡ ପ୍ରଦାନଦ୍ୱାରା ଭୟ ସୃଷ୍ଟି କରିବାର ପକ୍ଷପାତୀ ନଥିଲେ । ସେ ଶିକ୍ଷାର୍ଥୀମାନଙ୍କୁ ବାହ୍ୟ ଚାପ, ବାହ୍ୟ ଦଣ୍ଡରୁ ମୁକ୍ତ ରଖିବାକୁ ଚେଷ୍ଟା କରୁଥିଲେ, ଯାହାଦ୍ୱାରା ଶିକ୍ଷାର୍ଥୀ ସମ୍ପୂର୍ଣ୍ଣ ଭାବରେ ନିଜକୁ କ୍ରିୟାତ୍ମକ କାର୍ଯ୍ୟରେ ବିନିଯୋଗ କରି ନିଜେ ଫଳ ପ୍ରାପ୍ତି ଅନୁସାରେ ଆତ୍ମସମୀକ୍ଷା କରିଥାଏ । ଶିକ୍ଷାର୍ଥୀ ନିଜେ ନିଜର କାର୍ଯ୍ୟଧାରା ସମ୍ପର୍କରେ ସଚେତନ ହୋଇଥାଏ । ପୁନଶ୍ଚ ଆଗ୍ରହ ଅନୁସାରେ କାର୍ଯ୍ୟ କରିବାଦ୍ଵାରା ସୃଜନଶୀଳ ଶକ୍ତିର ମଧ୍ୟ ବିକାଶ ସାଧନ ହୋଇଥାଏ ।

CHSE Odisha Class 12 Education Solutions Chapter 5 ଜନ୍ ନ୍ୟୁଇ

ଜନ୍ ଡ୍ୟୁଇଙ୍କ ଶିକ୍ଷାଜଗତକୁ ଅବଦାନ (Contributions of John Dewey towards Education):
ଜନ୍ ଡ୍ୟୁଇଙ୍କର ଶିକ୍ଷା ପ୍ରତି ଅବଦାନ ଅତୁଳନୀୟ ଥିଲା । ତାଙ୍କ ମତରେ ଶିକ୍ଷା ବ୍ୟକ୍ତିର ସୃଜନଶୀଳ ମନୋଭାବ ଏବଂ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ସହାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କ ମନରେ ଗଣତାନ୍ତ୍ରିକ ଚିନ୍ତାଧାରା ଉଦ୍ରେକ କରିଥାଏ । ଶିକ୍ଷକ ଶିକ୍ଷାର୍ଥୀର ଜଣେ ବନ୍ଧୁ, ଉପଦେଷ୍ଟା ଓ ପଥପ୍ରଦର୍ଶନ ଭାବରେ କାମ କରିଥା’ନ୍ତି । ଏତଦ୍‌ବ୍ୟତୀତ ଜନ୍ ଡ୍ୟୁଇଙ୍କର ଶିକ୍ଷାକ୍ଷେତ୍ରକୁ କେତେକ ସୁଖଦ ଅବଦାନ ଅଛି । ସେଗୁଡ଼ିକ ହେଲା –

(୧) ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରବର୍ତ୍ତନ ଏବଂ ତା’ର ପ୍ରସାର ।
(୨) ଅଭିଜ୍ଞତାର ପୁନର୍ଗଠନ ମାଧ୍ୟମରେ ସାମାଜିକ ପରିସ୍ଥିତିରେ ଉପଯୁକ୍ତ ଭାବେ ସମଯୋଜିତ ହେବାର ସୁଯୋଗ ସୃଷ୍ଟି କରିବା ।
(୩) ପ୍ରୟୋଜନୀୟତା ଓ ଆବଶ୍ୟକତା ସମ୍ବନ୍ଧୀୟ ଶିକ୍ଷା ଦେବାର ବ୍ୟବସ୍ଥା କରିବା ।
(୪) ଶିକ୍ଷାର୍ଥୀମାନଙ୍କୁ ସମାଜର ଉନ୍ନତି କରିବାପାଇଁ ପ୍ରେରଣା ଯୋଗାଇବା ।
(୫) ଶିକ୍ଷାର୍ଥୀମାନଙ୍କୁ ଗଣତାନ୍ତ୍ରିକ ଚିନ୍ତାଧାରର ବିକାଶ ଏବଂ ନିଜର ଦାୟିତ୍ବ ଏବଂ କର୍ତ୍ତବ୍ୟବୋଧ ସମ୍ବନ୍ଧରେ ସଚେତନ କରାଇବା ।
(୬) ଶିକ୍ଷାର ଉନ୍ନତି ଘଟାଇ ସମାଜକୁ ବିକାଶଶୀଳ କରିବାରେ ସୁଯୋଗ ସୃଷ୍ଟି କରିବା ।
(୭) ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେରଖ୍ ଶିକ୍ଷାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ନିର୍ଦ୍ଧାରିତ କରି କାର୍ଯ୍ୟ କରିବା ।
(୮) ସମାଜରେ ମୂଲ୍ୟବୋଧ ଉପରେ ଗୁରୁତ୍ଵ ଦେଇ ସମାଜରୁ କଳଙ୍କ ଏବଂ ଅନ୍ୟାୟ ଲୋପ କରିବାପାଇଁ ପ୍ରୟାସ କରିବା ।

ବାସ୍ତବିକ ପ୍ରତ୍ୟେକ ବ୍ୟକ୍ତି, ପରିବେଶ ଏବଂ ସମାଜ ସହିତ ଜଡ଼ିତ । ପରିବେଶରେ ତା’ର କ୍ରିୟା ପ୍ରତିକ୍ରିୟାର ଅଭିଜ୍ଞତା ସୃଷ୍ଟି ହୋଇଥାଏ । ପୁନଶ୍ଚ ପ୍ରତ୍ୟେକ ଅଭିଜ୍ଞତା ସମୟ ଅନୁଯାୟୀ ପରିବର୍ତ୍ତିତ ଏବଂ ପରିବର୍ଦ୍ଧିତ ହୋଇଥାଏ । ଅନେକ ସମୟରେ ନୂତନ ଅଭିଜ୍ଞତା ପୁରାତନ ଅଭିଜ୍ଞତାକୁ ବଦଳାଇ ଜୀବନରେ ସମ୍ମୁଖୀନ ହେଉଥ‌ିବା ସମସ୍ୟାକୁ ସମାଧାନ କରିଥାଏ । ଏହା ବ୍ୟକ୍ତି ଏବଂ ସମାଜ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରେ ।

କ୍ଷୁଦ୍ର ପରିବାରରୁ ଜୀବନ ଆରମ୍ଭ ହୋଇଥାଏ ଏବଂ ଅନେକ ଝଡ଼ଝଞ୍ଜା ଭିତରେ ତାହା ଶେଷରେ ପୂର୍ଣ୍ଣତା ପ୍ରାପ୍ତ ହୁଏ । ତେଣୁ ଜନ୍ ନ୍ୟୁଇଙ୍କ ମତବାଦ ବାସ୍ତବିକ ଗ୍ରହଣଯୋଗ୍ୟ ଏବଂ ସମାଜ ପାଇଁ ନିଶ୍ଚିତ ଭାବେ ଏକ ଆଶୀର୍ବାଦ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

Odisha State Board CHSE Odisha Class 12 Foundation of Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ Questions and Answers.

CHSE Odisha 12th Class Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ପରିସଂଖ୍ୟାନ (Statistics) କେଉଁ ଇଟାଲୀୟ ଶବ୍ଦରୁ ଆସିଛି ?
(i) ଷ୍ଟାଟିଷ୍ଟ (Statista)
(ii) ଷ୍ଟାଟୋ (Stato)
(iii) ଷ୍ଟାଟସ୍ (Status)
(iv) ଷ୍ଟାଟସ୍ କୋ (Status quo)
Answer:
(i) ଷ୍ଟାଟିଷ୍ଟ (Statista)

2. ପରିସଂଖ୍ୟାନ କି ପ୍ରକାର ତଥ୍ୟ ସଂଗ୍ରହ କରେ ?
(i) ସଂଖ୍ୟାତ୍ମକ (Quantitative)
(ii) ବିଷୟାତ୍ମକ (Subjective)
(iii) ଗୁଣାତ୍ମକ (Qualitative)
(iv) ସଂଖ୍ୟାତ୍ମକ ଏବଂ ଗୁଣାତ୍ମକ (Qualitative and quantitative)
Answer:
(i) ସଂଖ୍ୟାତ୍ମକ (Quantitative)

3. 5, 6, 7 ର ମଧ୍ୟମା କେତେ ?
(i) 7
(ii) 6
(iii) 5
(iv) 5.5
Answer:
(ii) 6

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

4. 2, 3, 4, 6, 7, 5 ର ମଧ୍ୟମା କେତେ ?
(i) 4
(ii) 5
(iii) 4.5
(iv) 5.5
Answer:
(iii) 4.5

5. ନିମ୍ନ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ପରିସଂଖ୍ୟାନ ସମ୍ବନ୍ଧୀୟ ଶବ୍ଦ ନୁହେଁ ?
(i) ଲବ୍ଧଙ୍କ (Score)
(ii) ପୈାନଃପୁନ୍ୟ (Frequency)
(iii) ସଂଶ୍ଳେଷଣ (Analysis)
(iv) ସଂଭାଗ (Class Interval)
Answer:
(iii) ସଂଶ୍ଳେଷଣ (Analysis)

6. ମାଧ୍ୟ (Mean) ନିର୍ଣ୍ଣୟ କରିବାର ସୂତ୍ର କ’ଣ ?
(i) \(\frac{\Sigma}{\mathrm{N}}\)
(ii) \(\frac{\sum X}{N}\)
(iii) \(\frac{\mathrm{X}}{\mathrm{N}}\)
(iv) \(\frac{\mathrm{NX}}{\Sigma}\)
Answer:
(ii) \(\frac{\sum X}{N}\)

7. ମଧ୍ୟମା (Median) ନିଶ୍ଚୟ କରିବାର ସୂତ୍ର କ’ଣ ?
(i) \(L+\frac{N / 2-F}{f_m} \times \mathrm{i}\)
(ii) \(U-\frac{N / 2-F}{f_m} \times \mathrm{i}\)
(iii) \(L-\frac{N / 2-F}{f_m} \times \mathrm{i}\)
(iv) ଏଗୁଡ଼ିକରୁ କେଉଁଟି ନୁହେଁ
Answer:
(i) \(L+\frac{N / 2-F}{f_m} \times \mathrm{i}\)

8. ଗରିଷ୍ଠକ (Mode) ନିର୍ଣ୍ଣୟ କରିବାର ସୂତ୍ର କ’ଣ ?
(i) 3 ମଧ୍ୟମା – 3 ମାଧ୍ୟ
(ii) 3 ମାଧ୍ୟ – 2 ମାଧ୍ୟମା
(iii) 3 ମଧ୍ୟମା – 2 ମାଧ୍ୟ
(iv) 3 ମଧ୍ୟମା – 4 ମାଧ୍ୟ
Answer:
(iii) 3 ମଧ୍ୟମା – 2 ମାଧ୍ୟ

9. 10, 20, 30, 40, 50, 60, 70 ର ମାଧ୍ୟ (Mean) କେତେ ?
(i) 50
(ii) 40
(iii) 30
(iv) 60
Answer:
(ii) 40

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

10. ପରିସଂଖ୍ୟାନର ଜନ୍ମଦାତା କିଏ ?
(i) ଏଚେଲ୍
(ii) କୱେଡ଼େନ୍
(iii) ସାର୍ ରୋନାଲ୍ଡ
(iv) ଟର୍ଟଲ୍‌
Answer:
(iii) ସାର୍ ରୋନାଲ୍ଡ

11. 40 – 49 ର ଉଚ୍ଚ ବାସ୍ତବ ସୀମା କେତେ ?
(i) 39.5
(ii) 49.5
(iii) 40.5
(iv) 44.5
Answer:
(ii) 49.5

12. ନିମ୍ନରେ କେଉଁଟି କେନ୍ଦ୍ରୀୟ ପ୍ରବଣତା ମାପ ଅନ୍ତର୍ଭୁକ୍ତ ନୁହେଁ ?
(i) ମାଧ୍ୟ (Mean)
(ii) ମଧ୍ୟମା (Median)
(iii) ଗରିଷ୍ଠକ (Mode)
(iv) ସହବନ୍ଧନ (Co-relation)
Answer:
(iv) ସହବନ୍ଧନ (Co-relation)

13. ମୂଲ୍ୟାୟନ (Evaluation) ବା ପ୍ରୟୋଗ (Application) ରେ ଆମେ ସାଧାରଣତଃ କି ପ୍ରକାର ପ୍ରଶ୍ନ ପଚାରିଥାଉ ?
(i) ବସ୍ତୁନିଷ୍ଠ
(ii) ଦୀର୍ଘ ଉତ୍ତରମୂଳକ
(iii) ସଂକ୍ଷିପ୍ତ ଉତ୍ତରମୂଳକ
(iv) ଏଥରୁ କେଉଁଟି ନୁହେଁ
Answer:
(i) ବସ୍ତୁନିଷ୍ଠ

14. ନିମ୍ନଲିଖ ପ୍ରାପ୍ତାଙ୍କର ଗରିଷ୍ଠକ କେତେ ?
2, 2, 4, 2, 8, 6, 6, 2, 4, 2
(i) 4
(ii) 2
(iii) 8
(iv) 6
Answer:
(ii) 2

15. 100 – 109 ସଂଭାଗର ‘i’ କେତେ ?
(i) 9
(ii) 8
(iii) 10
(iv) 11
Answer:
(iii) 10

16. 10-14 ସଂଭାଗର ମଧ୍ୟବିନ୍ଦୁ (Mid-point) କେତେ ?
(i) 9.5
(ii) 14.5
(iii) 12
(iv) 10
Answer:
(iii) 12

17. 10-14 ସଂଭାଗର ନିମ୍ନ ବାସ୍ତବ ସୀମା କେତେ ?
(i) 9.5
(ii) 14.5
(iii) 5.5
(iv) 4.5
Answer:
(i) 9.5

18. A.M. କ’ଣ ?
(i) କଳ୍ପିତ ମଧ୍ୟବିନ୍ଦୁ
(ii) କଳ୍ପିତ ଗରିଷ୍ଠକ
(iii) କଳ୍ପିତ ମାଧ୍ୟ
(iv) କଳ୍ପିତ ମଧ୍ୟମା
Answer:
(iii) କଳ୍ପିତ ମାଧ୍ୟ

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

19. 10 ଜଣ ପିଲା, 15 ଜଣ ପିଲା, 3 ଜଣ ପିଲାଙ୍କର ମାଧ୍ୟ (Mean) କେତେ ?
(i) 9
(ii) 9.33
(iii) 9.4
(iv) ମାଧ୍ୟ ନିର୍ଣ୍ଣୟ କରିହେବ ନାହିଁ
Answer:
(iv) ମାଧ୍ୟ ନିର୍ଣ୍ଣୟ କରିହେବ ନାହିଁ

20. ମଧ୍ୟମା ବାହାର କର ।
5, 6, 3, 2, 1, 4, 10
Answer:
4

B. ଶୂନ୍ୟସ୍ଥାନ ପୂରଣ କର ।

1. ନମୁନା (Sample)ରୁ ଉପନୀତ ପରିସଂଖ୍ୟାନ ସଂଖ୍ୟାକୁ ___________ କୁହାଯାଏ ।
Answer:
ସାଂଖ୍ୟକ (Satistic) ତଥ୍ୟ

2. ନମୁନାକୁ ପରୀକ୍ଷା କରି ପରିସଂଖ୍ୟାନ ସଂଖ୍ୟା ନିର୍ଣ୍ଣୟ କରାଗଲେ ତାହାକୁ ___________ କହନ୍ତି ।
Answer:
ସାଧାରଣ ଚରିତ୍ର (Parameter)

3. ଚଳ ସଂଖ୍ୟା ଦୁଇ ପ୍ରକାର ଗୋଟିଏ ନିରବଚ୍ଛିନ୍ନ (Continuous) ଏବଂ ଅନ୍ୟଟି ___________ ଅଟେ ।
Answer:
ବିଚ୍ଛିନ୍ନ (Discrete)

4. ଯେଉଁ ସଂଖ୍ୟାକୁ ଭାଗ କରିହୁଏ ନାହିଁ, ତାହା ___________ ସଂଖ୍ୟା ।
Answer:
ବିଚ୍ଛିନ୍ନ (Discrete)

5. ଉଚ୍ଚତମ ଲବ୍‌ଧାଙ୍କ ଏବଂ ନିମ୍ନତମ ଲବ୍‌ଧାଙ୍କ ମଧ୍ୟରେ ପାର୍ଥକ୍ୟକୁ ___________ କୁହାଯାଏ ।
Answer:
ବ୍ୟବଧାନ ବା ବ୍ୟାପକତା (Range)

6. ଲବ୍‌ଧାଙ୍କର ସଜ୍ଜୀକରଣ ନିମନ୍ତେ ___________ ନିରୂପଣ କରାଯାଇଥାଏ ।
Answer:
ସଂଭାଗ ବିସ୍ତାର (Size of the class interval)

7. ସମ୍ଭାଗଗୁଡ଼ିକ ସଜାଇ ଲେଖୁରିବା ପରେ ପ୍ରତ୍ୟେକ ସମ୍ଭାଗର ଦକ୍ଷିଣ ପାର୍ଶ୍ଵରେ ଲବ୍‌ଧାଙ୍କର ___________ ଅଙ୍କନ କରାଯାଇ ପୌନଃପୁନ୍ୟ ଲେଖାଯାଏ ।
Answer:
ଅନୁମେଳକ ଗାର (Tally)

8. କେନ୍ଦ୍ରୀୟ ପ୍ରବଣତା ମାପର ମାନଗୁଡ଼ିକ ମାଧ୍ଯମାନ (Mean), ମାଧ୍ୟ (Median) ଏବଂ ___________ ଅଟେ ।
Answer:
ଗରିଷ୍ଠକ (Mode)

9. ଅବର୍ଗତ ସଂଖ୍ୟାର ମାଧ୍ୟମାନ ନିର୍ଣ୍ଣୟ କରିବାର ସୂତ୍ରଟି ___________ ଅଟେ ।
Answer:
M = \(\frac{\Sigma X}{N}\)

10. ବର୍ଗତ ସଂଖ୍ୟାର ମାଧମାନ ନିର୍ଣ୍ଣୟ କରିବାର ସୂତ୍ରଟି ___________ ଅଟେ ।
Answer:
M = \(\frac{\Sigma f x}{\mathrm{~N}}\)

11. ଗରିଷ୍ଠକ ନିର୍ଣ୍ଣୟ କରିବାର ସୂତ୍ର ___________ ଅଟେ ।
Answer:
3 ମଧ୍ୟମା – 2 ମାଧ୍ୟମାନ

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଠିକ୍ କରି ଲେଖ ।

1. ସଙ୍ଗଠିତ ତଥ୍ୟାବଳୀରୁ ମାଧ୍ୟ ନିର୍ଣ୍ଣୟ କରିବାର ସୂତ୍ର AM + \(\frac{\Sigma x^{\prime}}{\mathrm{N}}\) ।
Answer:
ସଙ୍ଗଠିତ ତଥ୍ୟାବଳୀରୁ ମାଧ୍ୟ ନିର୍ଣ୍ଣୟ କରିବାର ସୂତ୍ର AM + \(\frac{\Sigma x^{\prime}}{\mathrm{N}}\) × i ।

2. 20-24 ର ସମ୍ଭାଗ ବିସ୍ତାର 6 ।
Answer:
20-24ର ସମ୍ଭାଗ ବିସ୍ତାର 5 ।

3. ସଙ୍ଗଠିତ ତଥ୍ୟାବଳୀରୁ ମଧ୍ୟମା ନିର୍ଣ୍ଣୟ କରିବାର ସୂତ୍ର L + \(\frac{\frac{\mathrm{N}}{2}-F}{\mathrm{f}_{\mathrm{m}}}\) ।
Answer:
ସଙ୍ଗଠିତ ତଥ୍ୟାବଳୀରୁ ମଧ୍ୟମା ନିର୍ଣ୍ଣୟ କରିବାର ସୂତ୍ର L + \(\frac{\frac{\mathrm{N}}{2}-F}{\mathrm{f}_{\mathrm{m}}}\) × i ।

4. ପରିସଂଖ୍ୟାନର ଜନକ ଭାବରେ ଚାର୍ଲସ୍‌ ବ୍ୟାବେଜ୍‌ ପରିଚିତ ।
Answer:
ପରିସଂଖ୍ୟାନର ଜନକ ଭାବରେ ସାର୍ ରୋନାଲ୍ଟ ପରିଚିତ ।

5. ‘ପରିସଂଖ୍ୟାନ’ ହେଉଛି ପ୍ରାକ୍-କଳନା ଓ ସମ୍ଭାବନାର ବିଜ୍ଞାନ । – ଏହା ଟର୍ଗଟ କହିଥିଲେ ।
Answer:
‘ପରିସଂଖ୍ୟାନ’ ହେଉଛି ପ୍ରାକ୍-କଳନା ଓ ସମ୍ଭାବନା ବିଜ୍ଞାନ । – ଏହା ବୋଉଂସନ୍ କହିଥିଲେ ।

6. A.M. ର ଅର୍ଥ କଳ୍ପିତ ମଧ୍ୟ ବିନ୍ଦୁ ।
Answer:
A.M. ର ଅର୍ଥ କଳ୍ପିତ ମାଧ୍ୟ ।

7. ଯେକୌଣସି ବିଷୟ ସମ୍ବନ୍ଧୀୟ ତଥ୍ୟାବଳୀର ଧନୁରୂପୀ ବଣ୍ଟନ ରେଖା ସୃଷ୍ଟି କରିବା ପ୍ରକୃତିକୁ ତଥ୍ୟର ପୌନଃପୁନ୍ୟତା କୁହାଯାଏ ।
Answer:
ଯେକୌଣସି ବିଷୟ ସମ୍ବନ୍ଧୀୟ ତଥ୍ୟାବଳୀର ଧନୁରୂପୀ ବଣ୍ଟନ ରେଖା ସୃଷ୍ଟି କରିବା ପ୍ରକୃତିକୁ ତଥ୍ୟର କେନ୍ଦ୍ରୀୟ ପ୍ରବଣତା କୁହାଯାଏ ।

8. 1, 1, 8, 8, 8, 6, 6, 5, 5, 2, 3ର ଗରିଷ୍ଠକ 2 ।
Answer:
1, 1, 8, 8, 8, 6, 6, 5, 5, 2, 3ର ଗରିଷ୍ଠକ 8 ।

9. ପରିସଂଖ୍ୟାନ (Statistics) ଲାଟିନ୍ ଶବ୍ଦ ଷ୍ଟାଟସ୍ କୋ (Status quo) ଆସିଅଛି ।
Answer:
ପରିସଂଖ୍ୟାନ (Statistics) ଲାଟିନ୍ ଶବ୍ଦ ଷ୍ଟାଟସ୍ (Status) ଆସିଅଛି ।

D. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ପରିସଂଖ୍ୟାନ କ’ଣ ?
Answer:
କୌଣସି ବିଷୟରେ ସଂଖ୍ଯାତ୍ମକ ତଥ୍ୟ ସଂଗ୍ରହ, ଉକ୍ତ ତଥ୍ୟର ଯୁକ୍ତିଯୁକ୍ତ ଉପସ୍ଥାପନ, ବିଶ୍ଳେଷଣ ଏବଂ ବ୍ୟାଖ୍ୟାକରଣକୁ ପରିସଂଖ୍ୟାନ କୁହାଯାଏ ।

2. ଲବ୍‌ଧାଙ୍କ କାହାକୁ କୁହାଯାଏ ? କିମ୍ବା, ଲବ୍‌ଧାଙ୍କ କ’ଣ ?
Answer:
କୌଣସି ପରୀକ୍ଷାରେ ପରୀକ୍ଷାର୍ଥୀମାନଙ୍କୁ ଯେଉଁ ସାଫଲ୍ୟାଙ୍କଗୁଡ଼ିକ ଦିଆଯାଏ, ତାହାକୁ ଲଜ୍ଜାଙ୍କ କୁହନ୍ତି ।

3. ପୌନଃପୁନଃ କହିଲେ କ’ଣ ବୁଝ ?
Answer:
କୌଣସି ସଂଭାଗ ତାଲିକାରେ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କଗୁଡ଼ିକ ଯେତେଥର ଥାଏ, ତାହାକୁ ଲବ୍‌ଧାଙ୍କର ପୌନଃପୁନଃ କୁହାଯାଏ ।

4. ମାଧ୍ୟ ବିଚ୍ୟୁତି କାହାକୁ କହନ୍ତି ?
Answer:
ଲବ୍‌ଧାଙ୍କମାନଙ୍କରୁ ମାଧ୍ୟମାନର ଅନ୍ତରକୁ ମାଧ୍ଯ ବିଚ୍ୟୁତି କୁହାଯାଏ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

5. ଶୈକ୍ଷିକ ପରିସଂଖ୍ୟାନରେ ମଧ୍ୟମା କ’ଣ ?
Answer:
ମଧ୍ୟମା ହେଉଛି କେନ୍ଦ୍ରୀୟ ପ୍ରବଣତାର ଅନ୍ୟ ଏକ ମାପ ବା ନିର୍ଦ୍ଦେଶକ, ଯାହା ସମଗ୍ର ଲବ୍‌ଧାଙ୍କ ବିତରଣକୁ ଦୁଇ ସମାନ ଅଂଶରେ ବିଭକ୍ତ କରେ ।

6. ଗୋଟିଏ ପ୍ରାପ୍ତାଙ୍କ ବିତରଣର ମାଧ୍ୟ କହିଲେ କ’ଣ ବୁଝାଏ ?
Answer:
ଗୋଟିଏ ପ୍ରାପ୍ତାଙ୍କ ବିତରଣରେ ଲବ୍ଧଙ୍କଗୁଡ଼ିକର ହାରାହାରି (Average) ପରିମାଣକୁ ମାଧ୍ୟ କୁହାଯାଏ ।

7. ପରିସଂଖ୍ୟାନରେ ବିସ୍ତାର କାହାକୁ କହନ୍ତି ?
Answer:
ପ୍ରତ୍ୟେକ ସଂଭାଗ ଅନ୍ତର୍ଗତ ଲବ୍‌ଧାଙ୍କ ସଂଖ୍ୟାକୁ ସଂଭାଗ ବିସ୍ତାର କୁହାଯାଏ ।

8. ଗୋଟିଏ ବିସ୍ତୃତିର ମଧ୍ୟଗ କାହାକୁ କହନ୍ତି ?
କିମ୍ବା, ମଧ୍ୟମା ବା ମଧ୍ଯଗ କ’ଣ ?
Answer:
କୌଣସି ଲବ୍ଧଙ୍କ ବିତରଣକୁ ସଜାଇ ଲେଖିଲେ ଯେଉଁ ଲଜ୍ଜାଙ୍କଟି ବିତରଣକୁ ଦୁଇ ସମାନ ଭାଗରେ ବିଭକ୍ତ କରିଥାଏ ତାହା ମଧ୍ୟମା
ଅଟେ ।

9. ପରିସଂଖ୍ୟାନରେ ମାଧ୍ୟ କାହାକୁ କହନ୍ତି ?
କିମ୍ବା, ମାଧ୍ୟର ଗୋଟିଏ ସଂଜ୍ଞା ଦିଅ ।
Answer:
ଅନେକଗୁଡ଼ିଏ କେନ୍ଦ୍ରୀୟ ପ୍ରବଣତା ମାପ ମଧ୍ୟରେ ହାରାହାରି ପରିମାପକୁ ମାଧ୍ୟ କୁହାଯାଏ ।
କିମ୍ବା, ଲବ୍‌ଧାଙ୍କଗୁଡ଼ିକର ହାରାହାରି ପରିମାପକୁ ମାଧ୍ୟ କୁହାଯାଏ ।

10. ପରିସଂଖ୍ୟାନ ଆମେ କାହିଁକି ଜାଣିବା ?
Answer:
ବିଭିନ୍ନ ଛାତ୍ର ପରୀକ୍ଷାରେ ରଖିଥ‌ିବା ନମ୍ବର ମଧ୍ୟରେ ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିବାରେ ପରିସଂଖ୍ୟାନ ସାହାଯ୍ୟ କରେ ।

11. ଗୋଟିଏ ସଂଭାଗର ପୌନଃପୁନ୍ୟ କ’ଣ ଜଣାଏ ?
Answer:
ପୌନଃପୁନଃ, ଗୋଟିଏ ସଂଭାଗର କୌଣସି ଏକ ଲବ୍‌ଧାଙ୍କ ତାଲିକା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କକୁ ସୂଚାଏ ।

12. ଗରିଷ୍ଠକର ସଂଜ୍ଞା ଲେଖ ।
Answer:
କୌଣସି ଏକ ବିତରଣରେ ଯେଉଁ ଲବ୍‌ଧାଙ୍କଟି ସର୍ବାଧ୍ଵ ବାର ରହିଥାଏ, ତାହାକୁ ଗରିଷ୍ଠକ କୁହାଯାଏ ।

13. ଏକ ପ୍ରାପ୍ତାଙ୍କ ବିତରଣରେ ଏକ ପ୍ରାପ୍ତାଙ୍କର ପୌନଃପୁନ୍ୟ ବା ବାରମ୍ବାରତା ଅର୍ଥ କ’ଣ ?
Answer:
ଗୋଟିଏ ସଂଭାଗରେ ଯେତୋଟି ଲବ୍‌ଧାଙ୍କ ଶ୍ରେଣୀଭୁକ୍ତ ହୋଇ ରହିଥାଏ, ତାହାକୁ ସେହି ସଂଭାଗର ପୌନଃପୁନ୍ଯ ବା ବାରମ୍ବାରତା କୁହାଯାଏ ।

14. ଏକ ପୌନଃପୁନଃ ବିତରଣ ପ୍ରସ୍ତୁତ କରିବାପାଇଁ ପ୍ରଥମ ସୋପାନଟି କ’ଣ ?
Answer:
ଉଚ୍ଚ ଲବ୍‌ଧାଙ୍କ ଏବଂ ନିମ୍ନ ଲବ୍‌ଧାଙ୍କ ନିର୍ଣ୍ଣୟ କରି ସଂଭାଗର ବାସ୍ତବ ସୀମା (Size of the class interval) ନିର୍ଣ୍ଣୟ କରିବା ।

15. ନିମ୍ନୋକ୍ତ ଲବ୍‌ଧାଙ୍କଗୁଡ଼ିକର ଗରିଷ୍ଠକ ନିର୍ଣ୍ଣୟ କର ।
50, 45, 52, 54, 46, 54, 51, 54, 49, 47
Answer:
ପ୍ରଦତ୍ତ ଲବ୍‌ଧାଙ୍କଗୁଡ଼ିକର ଗରିଷ୍ଠକ 54 ।

16. ସଂଭାଗ 10 – 19 ର ଆକାର କ’ଣ ?
Answer:
ସଂଭାଗ 10 – 19 ର ଆକାର (19 – 10) + 1 = 9 + 1 = 10 ଅଟେ ।

17. ଲବ୍‌ଧାଙ୍କ 0, 2, 10, 25 ଏବଂ 5 ର ମାଧ୍ୟ (Mean) ନିର୍ଣ୍ଣୟ କର ।
Answer:
ଲବ୍‌ଧାଙ୍କର ମାଧ୍ୟ (Mean) = \(\frac{\sum x}{N}\) = \(\frac{0+2+10+25+5}{5}\) = \(\frac{42}{5}\) = 8.4

18. ଏକ ପ୍ରାପ୍ତାଙ୍କ ବିତରଣରେ ମଧ୍ୟଗ (Median)କାହାକୁ କହନ୍ତି ?
କିମ୍ବା, ମଧ୍ଯଗ ନିର୍ଣ୍ଣୟ କରିବାର ସୂତ୍ର କ’ଣ ?
Answer:
ମଧ୍ୟଗ ନିର୍ଣ୍ଣୟର ସୂତ୍ର : Mdn = \(L+\frac{N / 2-F}{f_m} \times \mathrm{i}\)

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

19. ଏକ ଅଣବର୍ଗୀକୃତ ପ୍ରାପ୍ତାଙ୍କ ବିତରଣରେ ଗରିଷ୍ଠକ (Mode) କ’ଣ ?
Answer:
ଲବ୍‌ଧାଙ୍କ ଅନୁକ୍ରମରେ ବା ପର୍ଯ୍ୟାୟରେ ଯେଉଁ ଲବ୍‌ଧାଙ୍କଟି ଅଧିକ ବାର ଦେଖାଯାଏ ସେହି ଲବ୍‌ଧାଙ୍କଟି ଗରିଷ୍ଠକ (Mode) ଅଟେ ।

20. 3 – 5 ସଂଭାଗରେ ଠିକ୍ ଉଚ୍ଚ ସୀମା (Upper limit) କେତେ ଯଦି ପରବର୍ତ୍ତୀ ସଂଭାଗ 6 – 8 ହୋଇଥାଏ ?
Answer:
3 – 5 ସଂଭାଗର ଠିକ୍ ଉଚ୍ଚ ସୀମା (Upper limit) 5.5 ଅଟେ ।

21. 1.3 – 1.7 ସଂଭାଗରେ ମଧ୍ୟବିନ୍ଦୁ (Mid-point) କେତେ ?
Answer:
1.3 – 1.7 ସଂଭାଗରେ ମଧ୍ୟବିନ୍ଦୁ \(\frac{1.3+1.7}{2}\) = \(\frac{3}{2}\) = 1.5 ଅଟେ ।

22. ସଂଭାଗ (Class interval) କ’ଣ ?
Answer:
ସଂଖ୍ୟାତ୍ମକ ତଥ୍ୟକୁ ନେଇ ଶ୍ରେଣୀବିଭାଗ କଲାବେଳେ ପ୍ରତ୍ୟେକ ଶ୍ରେଣୀବିଭାଗର ଉଚ୍ଚ ଏବଂ ନିମ୍ନ ଲବ୍‌ଧାଙ୍କ ମଧ୍ୟରେ ଥିବା ଲବ୍‌ଧାଙ୍କର ସୀମାକୁ ସଂଭାଗ କହନ୍ତି ।

23. ପରିସଂଖ୍ୟାନରେ ବିସ୍ତାର (Size of class interval) କାହାକୁ କହନ୍ତି ?
Answer:
ପ୍ରତ୍ୟେକ ସଂଭାଗ (Class interval) ଅନ୍ତର୍ଗତ ଲବ୍‌ଧାଙ୍କ ସଂଖ୍ୟାକୁ ବିସ୍ତାର କୁହାଯାଏ ।

24. ‘n’ ସଂଖ୍ୟକ ଏକ ପ୍ରାପ୍ତାଙ୍କ ବିତରଣରେ କେଉଁ ପ୍ରାପ୍ତାଙ୍କଟି ତାହାର ମଧ୍ଯମାକୁ ସୂଚାଏ ?
Answer:
‘n’ ସଂଖ୍ୟକ ଏକ ପ୍ରାପ୍ତାଙ୍କ ବିତରଣରେ (\(\frac{n+1}{2}\)) ତମ ପ୍ରାପ୍ତାଙ୍କଟି ତାହାର ମଧ୍ଯମାକୁ ସୂଚାଏ ।

25. ତଥ୍ୟ (Data) କହିଲେ କ’ଣ ବୁଝ ?
Answer:
ତଥ୍ୟ କହିଲେ ସାଂଖ୍ୟକ ତଥ୍ୟକୁ ବୁଝାଇଥାଏ, ଯଥା – କୌଣସି ପରୀକ୍ଷାରେ ତଥ୍ୟକୁ ସଂଖ୍ୟା ମାଧ୍ୟମରେ ପ୍ରକାଶ କଲେ ତାହା ସାଂଖ୍ୟକ ତଥ୍ୟ ଅଟେ ।

26. ବିଚ୍ଛିନ୍ନ ଚଳସଂଖ୍ୟା (Discrete variable) କ’ଣ ?
Answer:
ବିଚ୍ଛିନ୍ନ ଚଳସଂଖ୍ୟାକୁ ଭଗ୍ନାଂଶ, ଦଶମିକରେ ପ୍ରକାଶ କରାନଯାଇ ପୂର୍ବସଂଖ୍ୟାରେ ପ୍ରକାଶ କରାଯାଇଥାଏ ।

27. ବିଚ୍ଛିନ୍ନ ଚଳସଂଖ୍ୟାର ଗୋଟିଏ ଉଦାହରଣ ଦିଅ ।
Answer:
କୌଣସି ପରିବାରର ଲୋକସଂଖ୍ୟା ଯଥା – 5, 6, 8, 9, 15 ଇତ୍ୟାଦି ।

28. ଅବିଚ୍ଛିନ୍ନ ଚଳସଂଖ୍ୟା (Continuous variable) କ’ଣ ?
Answer:
ଅବିଚ୍ଛିନ୍ନ ଚଳସଂଖ୍ୟା ପୂର୍ଣ୍ଣସଂଖ୍ୟା, ଭଗ୍ନାଂଶ ଏବଂ ଦଶମିକରେ ପ୍ରକାଶ କରାଯାଇଥାଏ ।

29. ଅବିଚ୍ଛିନ୍ନ ଚଳସଂଖ୍ୟା (Continuous variable) ର ଗୋଟିଏ ଉଦାହରଣ ଦିଅ ।
Answer:
ଅବିଚ୍ଛିନ୍ନ ଚଳସଂଖ୍ୟା ସମୟ, ଦୈର୍ଘ୍ୟ, ଓଜନ ଇତ୍ୟାଦିକୁ ପ୍ରକାଶ କରିଥାଏ, ଯାହା 6.3 ସେ.ମି., 5.5 କି.ଗ୍ରା. ଇତ୍ୟାଦି ।

30. ମଧ୍ୟବିନ୍ଦୁ (Mid point) ନିର୍ଣ୍ଣୟ କରିବାର ସୂତ୍ରଟି କ’ଣ ?
Answer:
କୌଣସି ସଂଭାଗ (Class interval) ର ମଧ୍ୟବିନ୍ଦୁ ନିର୍ଣ୍ଣୟ କରିବାର ସୂତ୍ରଟି ହେଲା –
ମଧ୍ୟବିନ୍ଦୁ (Mid point) = Lower limit + \(\frac{\text { Upper limit – Lower limit }}{2}\)

31. Tally କହିଲେ କ’ଣ ବୁଝ ?
Answer:
କୌଣସି ଏକ ସଂଭାଗ (Class interval) ରେ କେତୋଟି ଲବ୍‌ଧାଙ୍କ ଅଛି ତାହା ଜାଣିବାପାଇଁ Tally ର ବ୍ୟବହାର କରାଯାଏ ।

32. ପୌନଃପୁନଃ ବିତରଣ (Frequency distribution) କହିଲେ କ’ଣ ବୁଝ ?
Answer:
ଲବ୍‌ଧାଙ୍କଗୁଡ଼ିକୁ ସଂଭାଗ ବିସ୍ତାର ମାଧ୍ୟମରେ ଏକ Table ରେ ପରିପ୍ରକାଶ କରିବାକୁ ପୌନଃପୁନ୍ୟ ବିତରଣ କୁହାଯାଏ, ଯାହା ସଂଭାଗ ଓ ପୌନଃପୁନଃ ପ୍ରକାଶ କରିଥାଏ ।

33. କେ ନ୍ଦ୍ରୀୟ ପ୍ରବଣତା ମାପ (Measures of central tendency) କ’ଣ ?
Answer:
ସମୁଦାୟ ଲବ୍‌ଧାଙ୍କ ବିତରଣ ତାଲିକାର ହାରାହାରି ମାନ ନିର୍ଣ୍ଣୟ କରିବା ହେଉଛି କେନ୍ଦ୍ରୀୟ ପ୍ରବଣତା ମାପ ।

34. ଯେକୌଣସି ଗୋଟିଏ କେନ୍ଦ୍ରୀୟ ପ୍ରବଣତା ମାପ ଲେଖ ।
Answer:
କେନ୍ଦ୍ରୀୟ ପ୍ରବଣତା ମାପର ଗୋଟିଏ ମାପ (Measure) ହେଉଛି ମାଧ୍ୟ (Mean) ।

35. ମାଧ୍ୟ (Mean) ର ଗୋଟିଏ ବ୍ୟବହାର ଲେଖ ।
Answer:
ଯେତେବେଳେ କୌଣସି ବିତରଣର ହାରାହାରି ମାନ ନିର୍ଣ୍ଣୟ କରିବା ଆବଶ୍ୟକ ହୁଏ, ସେତେବେଳେ ମାଧ୍ୟ (Mean) ବ୍ୟବହାର କରାଯାଏ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

36. ମଧ୍ୟମା (Median) ର ଗୋଟିଏ ବ୍ୟବହାର ଲେ ଖ ।
Answer:
ଯେତେବେଳେ ବିତରଣର ନିର୍ଦ୍ଦିଷ୍ଟ ମଧ୍ୟବିନ୍ଦୁ ନିର୍ଣ୍ଣୟ କରିବା ଆବଶ୍ୟକ, ସେତେବେଳେ ମଧ୍ୟମା ବ୍ୟବହାର ହୁଏ ।

37. ଗରିଷ୍ଠକ (Mode) ର ଗୋଟିଏ ବ୍ୟବହାର ଲେଖ ।
Answer:
ଯେତେବେଳେ ବାରମ୍ବାର ଆସୁଥୁବା ଲବ୍‌ଧାଙ୍କ ଜାଣିବା ଆବଶ୍ୟକ ହୁଏ, ସେତେବେଳେ ଗରିଷ୍ଠକ ବ୍ୟବହାର ହୁଏ ।

38. ଗରିଷ୍ଠକର ଗୋଟିଏ ଅସୁବିଧା ଲେଖ ।
Answer:
ଗରିଷ୍ଠକ ବିତରଣର ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ନୁହେଁ ।

39. ଶ୍ରେଣୀବଦ୍ଧ ହୋଇ ନଥ‌ିବା ଲବ୍‌ଧାଙ୍କଗୁଡ଼ିକର ମାଧ୍ୟ (Mean) ନିର୍ଣ୍ଣୟ କରିବାର ସୂତ୍ର କ’ଣ ?
Answer:
ମାଧ୍ୟ ନିର୍ଣ୍ଣୟ କରିବାର ସୂତ୍ର ;
Mean = \(\frac{\sum X}{N}\)
∑ = ସମୁଦାୟ
X = ମଧ୍ୟବିନ୍ଦୁ,
N = ସମୁଦାୟ ଲବ୍‌ଧାଙ୍କର ସଂଖ୍ୟା ।

40. ମାଧ୍ୟ (Mean)ର ଗୋଟିଏ ସୁବିଧା (Advantage) ଲେଖ ।
Answer:
ମାଧ୍ୟ ଏକ ସରଳ ହାରାହାରି ମାନ ଅଟେ, ଯାହାକୁ ବୁଝିବା ଅତ୍ୟନ୍ତ ସହଜ ।

41. ମାଧ୍ୟ (Mean)ର ଗୋଟିଏ ଅସୁବିଧା (Advantage) ଲେଖ ।
Answer:
ମାଧ୍ୟ ନିର୍ଣ୍ଣୟ କରିବାପାଇଁ ଅଧୂକ ପରିଶ୍ରମ ଦରକାର ଏବଂ ସମୟ ବି ଦରକାର ।

42. ମଧ୍ୟମା (Median) ର ଗୋଟିଏ ସୁବିଧା ଲେଖ ।
Answer:
ଯଦି ବିତରଣରେ ଅସମାନ ସଂଭାଗ ଥାଏ, ତେବେ ସେ ସ୍ଥଳରେ ମଧ୍ୟମା ନିର୍ଣ୍ଣୟ କରାଯାଇଥାଏ ।

43. ମଧ୍ୟମାର ଗୋଟିଏ ଅସୁବିଧା ଲେଖ ।
Answer:
ମଧ୍ୟମାକୁ ବୀଜଗଣିତ ନିୟମ ପ୍ରୟୋଗଦ୍ଵାରା ନିର୍ଣ୍ଣୟ କରିହେବ ନାହିଁ ।

44. ଗରିଷ୍ଠକର ଏକ ସୁବିଧା ଲେଖ ।
Answer:
ଗରିଷ୍ଠକ ନିର୍ଣ୍ଣୟ ଅତ୍ୟନ୍ତ ସହଜ, କାରଣ ଯେଉଁ ଲବ୍‌ଧାଙ୍କର ବାରମ୍ବାରତ। ଅଧୂକ ତାହା ଗରିଷ୍ଠକ ।

45. ପରିସଂଖ୍ୟାନର ବ୍ୟୁତ୍ପତ୍ତିଗତ ଅର୍ଥ କ’ଣ ?
Answer:
ପରିସଂଖ୍ୟାନକୁ ଇଂରାଜୀରେ Statistics ବୋଲି କୁହାଯାଏ । Statistics ଶବ୍ଦଟି Latin ଶବ୍ଦ ‘Status’ ରୁ ଆସିଛି ଯାହାର ଅର୍ଥ ରାଜନୈତିକ ସ୍ଥିତି (Political status)

46. ପରିସଂଖ୍ୟାନର ଏକ ସଂଜ୍ଞା ଲେଖ ।
Answer:
କ୍ରକ୍‌ସଟନ୍‌ ଏବଂ କୱେଡ଼ନ୍ (Crocston and Cowden) କୁହନ୍ତି, “ସାଂଖ୍ୟକ ତଥ୍ୟ ସଂଗ୍ରହ, ଏହାର ବିଶ୍ଳେଷଣ ଓ ବ୍ୟାଖ୍ୟା ସମ୍ବନ୍ଧୀୟ ବିଜ୍ଞାନ ପରିସଂଖ୍ୟାନ” (Statistics may be defined as collection, presentation, analysis and interpretation of numerical data.) ।

47. ପରିସଂଖ୍ୟାନର ଜନ୍ମଦାତା କିଏ ?
Answer:
ସାର୍‌ ରୋନାଲ୍ଡ ପରିସଂଖ୍ୟାନର ଜନ୍ମଦାତା ଅଟନ୍ତି ।

48. ଶୈକ୍ଷିକ ପରିସଂଖ୍ୟାନ (Educational Statistics) କ’ଣ ?
Answer:
ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ମାନସିକ ଶକ୍ତିର ପରିମାପ, ବୁଦ୍ଧିର ପରିମାପ, ବ୍ୟକ୍ତିତ୍ୱର ପରିମାପ ଏବଂ କୃତି (Achievement) ପରିମାପ ପାଇଁ ଯେଉଁ ପରିସଂଖ୍ୟାନ ପଦ୍ଧତିମାନ ବ୍ୟବହାର କରାଯାଏ ତାହା ଶୈକ୍ଷିକ ପରିସଂଖ୍ୟାନ ଅଟେ ।

49. ଶୈକ୍ଷିକ ପରିସଂଖ୍ୟାନର ଗୋଟିଏ ସଂଜ୍ଞା ଲେଖ ।
Answer:
ଯେଉଁ ପରିସଂଖ୍ୟାନ ମାଧ୍ୟମରେ ଶିକ୍ଷାସଂକ୍ରାନ୍ତୀୟ ତଥ୍ୟଗୁଡ଼ିକର ସଜୀକରଣ, ବିଭାଗୀକରଣ, ବିଶ୍ଳେଷଣ ଏବଂ ସଂଖ୍ୟାତ୍ମକ ପରିପ୍ରକାଶ କରାଯାଇଥାଏ, ତାହା ଶୈକ୍ଷିକ ପରିସଂଖ୍ୟାନ ।

50. ଶୈକ୍ଷିକ ପରିସଂଖ୍ୟାନର ଗୋଟିଏ ପରି ସର (Scope) ଲେଖ ।
Answer:
କେନ୍ଦ୍ରୀୟ ପ୍ରବଣତା ମାପ (Measurement of central tendency) ଶୈକ୍ଷିକ ପରିସଂଖ୍ୟାନ ପରିସର ଅନ୍ତର୍ଭୁକ୍ତ ।

51. ଶୈକ୍ଷିକ ପରିସଂଖ୍ୟାନର ଗୋଟିଏ ଉପଯୋଗିତା ଲେଖ ।
Answer:
ଶୈକ୍ଷିକ ପରିସଂଖ୍ୟାନର ପ୍ରୟୋଗଦ୍ଵାରା ଶିକ୍ଷକ ଛାତ୍ରଛାତ୍ରୀମାନଙ୍କର ବ୍ୟକ୍ତିଗତ ତାରତମ୍ୟ (Individual difference) ମପାଯାଇ ପାରିଥାଏ, ଯାହାଦ୍ୱାରା ଉଭୟ ଛାତ୍ର ଏବଂ ଶିକ୍ଷକ ନିଜର ପାରଦର୍ଶିତାକୁ ମାପି ପାରିଥା’ନ୍ତି ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶିକ୍ଷାରେ ପରିସଂଖ୍ୟାନର ଦୁଇଟି ଗୁରୁତ୍ଵ ଲେଖ ।
Answer:
(i) ପରିସଂଖ୍ୟାନଦ୍ୱାରା ଶିକ୍ଷାର୍ଥୀମାନଙ୍କର କୃତିତ୍ଵକୁ ସଂଖ୍ୟାତ୍ମକ ଭାବରେ ପ୍ରକାଶ କରାଯାଇଥାଏ ।
(ii) ଶିକ୍ଷାନୁଷ୍ଠାନରେ ଉପୁଜୁଥିବା ସମସ୍ୟାବଳୀର ସୂତ୍ର ଖୋଜି ବାହାର କରିବାପାଇଁ ଏହା ପଥ ଦେଖାଏ ।

2. କେନ୍ଦ୍ରୀୟ ପ୍ରବଣତା ମାପ କ’ଣ ?
Answer:
ସବୁବେଳେ ଆମେ ସମସ୍ତଙ୍କର ହାରାହାରି କୃତିତ୍ଵ ଜାଣିବାକୁ ଚେଷ୍ଟା କରୁ । ଏଗୁଡ଼ିକୁ ମାପିବାପାଇଁ ପରିସଂଖ୍ୟାନରେ ଯେଉଁ ପଦ୍ଧତି ଅବଲମ୍ବନ କରାଯାଏ ତାହା କେନ୍ଦ୍ରୀୟ ପ୍ରବଣତା ମାପ କୁହାଯାଏ ।

3. କେନ୍ଦ୍ରୀୟ ପ୍ରବଣତାର ମାପଗୁଡ଼ିକ କ’ଣ ?
Answer:
କେନ୍ଦ୍ରୀୟ ପ୍ରବଣତାର ମାପଗୁଡ଼ିକ ହେଲା –
(i) ମାଧ୍ୟ (The Mean)
(ii) ମଧ୍ୟମା (The Median) ଏବଂ
(iii) ଗରିଷ୍ଠକ (The Mode)

4. ଅବର୍ଗତ ଲବ୍ଧଙ୍କଗୁଡ଼ିକର ମାଧ୍ୟ (Mean) ନିର୍ଣ୍ଣୟ କରିବାପାଇଁ କେଉଁ ସୂତ୍ର ଅବଲମ୍ବନ କରାଯାଇଥାଏ ?
Answer:
ମାଧ୍ୟ (Mean) = \(\frac{\sum X}{N}\)
∑ = ସମଷ୍ଟି, X = ଲଜ୍ଜାଙ୍କ, N = ଲଜ୍ଜାଙ୍କର ମୋଟ ସଂଖ୍ୟା ।

5. ମଧ୍ୟମା (Median) ନିର୍ଣ୍ଣୟ କରିବାର ସୂତ୍ର କ’ଣ ?
Answer:
ମଧ୍ୟମା = \(L+\frac{N / 2-F}{f_m} \times \mathrm{i}\)

6. ନିମ୍ନଲିଖୂତ 9 ଜଣ ଛାତ୍ରଙ୍କ ଲବ୍ଧଙ୍କର ମଧ୍ୟମା (Median) ନିର୍ଣ୍ଣୟ କର ।
7, 6, 9, 4, 10, 8, 5, 3, 2
Answer:
ତଥ୍ୟଗୁଡ଼ିକୁ ସଜାଇ ଲେଖିଲେ 2, 3, 4, 5, 6, 7, 8, 9, 10
Median = (\(\frac{N+1}{2}\))th = (\(\frac{9+1}{2}\)) = \(\frac{10}{2}\) = 5
5ମେ ଲବ୍‌ଧାଙ୍କଟି 6 ଅଟେ ।
∴ Median (ମଧ୍ୟମା) 6 ଅଟେ ।

7. ଗରିଷ୍ଠକର 2ଟି ବ୍ୟବହାର ଲେଖ ।
Answer:
(i) କୌଣସି ବିତରଣର କେନ୍ଦ୍ରୀୟ ପ୍ରବଣତା ମାପ ତୁରନ୍ତ ଜାଣିବାପାଇଁ ଗରିଷ୍ଠକ ନିର୍ଣ୍ଣୟ କରାଯାଏ ।
(ii) କୌଣସି ବର୍ଗୀକୃତ ତଥ୍ୟମାଳାରେ ଯଦି ସ୍ବତନ୍ତ୍ର ବା ଆଦର୍ଶଭୁକ୍ତ ମୂଲ୍ୟର ନିର୍ଦ୍ଦେଶନା ପାଇଁ କେନ୍ଦ୍ରୀୟ ପ୍ରବଣତା ମାପର ଆବଶ୍ୟକତା ହୁଏ ତେବେ ସେପରି ସ୍ଥଳରେ ଗରିଷ୍ଠକର ବ୍ୟବହାର ହୁଏ ।
(iii) ଏକ ଆଦର୍ଶ ମୂଲ୍ୟ ଜାଣିବା ପାଇଁ ଗରିଷ୍ଠକ ବ୍ୟବହାର କରାଯାଏ । (ଯେକୌଣସି ୨ଟି)

8. ଶୈକ୍ଷିକ ପରିସଂଖ୍ୟାନ (Educational Statistics) କ’ଣ ?
Answer:
(i) ସାଧାରଣ ଅର୍ଥରେ ପରିସଂଖ୍ୟାନ ରାଶିମାଳାକୁ ବୁଝାଇଥାଏ । କୌଣସି ବିଷୟରେ ସଂଖ୍ୟାତ୍ମକ ତଥ୍ୟ ସଂଗ୍ରହ, ଉକ୍ତ ତଥ୍ୟର ଯୁକ୍ତିଯୁକ୍ତ ଉପସ୍ଥାପନ, ବିଶ୍ଳେଷଣ ଏବଂ ବ୍ୟାଖ୍ୟାକରଣ ପରିସଂଖ୍ୟାନ ଅଟେ । ଶିକ୍ଷାକ୍ଷେତ୍ରରେ ଯେଉଁ ପରିସଂଖ୍ୟାନ ଉପରୋକ୍ତ କାର୍ଯ୍ୟ ସମ୍ପାଦନ କରିଥାଏ, ତାକୁ ଶୈକ୍ଷିକ ପରିସଂଖ୍ୟାନ କହନ୍ତି ।
(ii) ଶୈକ୍ଷିକ ପରିସଂଖ୍ୟାନ ପାଠ୍ୟବିଷୟବସ୍ତୁର ଜ୍ଞାନ ପରୀକ୍ଷା ସହିତ ଶିକ୍ଷାର୍ଥୀମାନଙ୍କର ବୁଦ୍ଧି, ମନୋବୃତ୍ତି ପରୀକ୍ଷାର ତଥ୍ୟକୁ ବିଶ୍ଳେଷଣ କରିଥାଏ ।
(iii) ଏହା ପରୀକ୍ଷାଗତ ଫଳାଫଳ ଓ ନମ୍ବରଗୁଡ଼ିକୁ ବିଶ୍ଳେଷଣ କରିଥାଏ ।
(iv) ଶିକ୍ଷା ସମ୍ପର୍କିତ ତଥ୍ୟକୁ ପରିସଂଖ୍ୟାନ ପଦ୍ଧତିରେ ଉପଯୁକ୍ତ ମୂଲ୍ୟାୟନ କରାଯାଇଥାଏ ।

9. ପୌନଃପୁନ୍ୟ (Frequency) କହିଲେ କ’ଣ ବୁଝ ?
Answer:
(i) କୌଣସି ଲକ୍ତାଙ୍କ ତାଲିକାରେ ଏକ ନିର୍ଦ୍ଦିଷ୍ଟ ଲବ୍ଧଙ୍କ ଯେତେ ଥର ଥାଏ, ତାକୁ ସେହି ଲବ୍ଧାଙ୍କର ପୌନଃପୁନ୍ୟ କୁହାଯାଏ ।
(ii) ପୌନଃପୁନ୍ୟ ସାରଣୀ ତିଆରି କରିବା ସମୟରେ ପୌନଃପୁନଃ ନିର୍ଦ୍ଧାରଣ କରିବାପାଇଁ Tally ଦିଆଯାଏ ।
(iii) ସମସ୍ତ ପୌନଃପୁନ୍ୟର ଯୋଗଫଳ ସମସ୍ତ ଲବ୍‌ଧାଙ୍କର ସଂଖ୍ୟା ସହ ସମାନ ହୋଇଥାଏ ।

10. ମାଧ୍ୟ (Mean) ର ତିନୋଟି ସୁବିଧା (Advantages) ଲେଖ ।
Answer:
(i) ମାଧ୍ୟକୁ ବୁଝିବା ଏବଂ ହିସାବ କରିବା ସହଜ, କାରଣ ହାରାହାରି ମାନ ନିର୍ଣ୍ଣୟ ସହଜସାଧ୍ୟ ।
(ii) ମାଧ୍ୟ ନିର୍ଣ୍ଣୟ ଯୁକ୍ତିଯୁକ୍ତ ଗାଣିତିକ ସୂତ୍ର ଉପରେ ପର୍ଯ୍ୟବସିତ ।
(iii) ଅନ୍ୟାନ୍ୟ ପରିସଂଖ୍ୟାନ ନିର୍ଣ୍ଣୟ, ଯଥା – S.D./A.D. ଇତ୍ୟାଦି ପାଇଁ ମାଧ୍ୟର ଆବଶ୍ୟକତା ଅଛି ।

11. ମାଧ୍ୟ (Mean) ର ତିନୋଟି ଅସୁବିଧା (Disadvantages) ଲେଖ ।
Answer:
(i) ମାଧ୍ୟ ନିର୍ଣ୍ଣୟ କରିବାକୁ ଅଧ‌ିକ ଶ୍ରମ ଏବଂ ସମୟ ଦରକାର ।
(ii) ବିତରଣର ଥିବା ସର୍ବୋଚ୍ଚ ବା ସର୍ବନିମ୍ନ ଲବ୍‌ଧାଙ୍କଦ୍ଵାରା ମାଧ୍ୟ ପ୍ରଭାବିତ ହୋଇଥାଏ ।
(iii) ମାଧ୍ୟକୁ ସବୁସ୍ଥଳରେ ବ୍ୟବହାର କରାଯାଇନଥାଏ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

12. ମଧ୍ୟମା (Mean) ର ତିନୋଟି ଗୁଣ (Advantages) ଲେଖ ।
Answer:
(i) ମଧ୍ୟମା, ସମସ୍ତ ଲବ୍ଧଙ୍କର ମୂଲ୍ୟକୁ ବିଚାରକୁ ନ ନେଇ ନିଜର ସ୍ଥିତି ନିର୍ଣ୍ଣୟ କରିଥାଏ ।
(ii) ମଧ୍ୟମା, ବିତରଣର ସର୍ବନିମ୍ନ ଏବଂ ସର୍ବୋଚ୍ଚ ଲଛାଙ୍କଦ୍ୱାରା ଆଦୌ ପ୍ରଭାବିତ ହୁଏ ନାହିଁ ।
(iii) ମଧ୍ୟମାକୁ ଲେଖଚିତ୍ର (Graph) ମାଧ୍ୟମରେ ପ୍ରକାଶ କରାଯାଇ ପାରିଥାଏ ।

13. ମଧ୍ୟମାର ତିନୋଟି ଦୋଷତ୍ରୁଟି ଲେଖ ।
Answer:
(i) ମଧ୍ୟମା ନିର୍ଣ୍ଣୟ କରିବା ସମୟରେ ଲବ୍ଧଙ୍କଗୁଡ଼ିକୁ ସଜାଇ କରି ଲେଖୁ ରଖାଯାଏ ।
(ii) ମଧ୍ୟମା, ମାଧ୍ଯ ଭଳି ବିଶେଷ ବିଶ୍ବସ୍ତ ଏବଂ ଉପାଦେୟ ହାରାହାରି ମାନ ନୁହେଁ ।
(iii) ମଧ୍ୟମା ନିର୍ଣ୍ଣୟ ବୀଜଗଣିତ ସୂତ୍ର ପ୍ରୟୋଗ ଉପରେ ନିର୍ଭର କରେନାହିଁ ।

14. ଗରିଷ୍ଠକ (Mode) ର ତିନୋଟି ଭଲ ଗୁଣ ଲେଖ ।
Answer:
(i) ଗରିଷ୍ଠକ ବିତରଣରେ ସର୍ବାଧ୍ଵ ସ୍ଥାନ ପାଇଥ୍‌ ଲଜ୍ଜାଙ୍କ ।
(ii) ଗରିଷ୍ଠକ ସର୍ବନିମ୍ନ ଏବଂ ସର୍ବୋଚ୍ଚ ଲଜ୍ଜାଙ୍କଦ୍ୱାରା ପ୍ରଭାବିତ ହୋଇ ନ ଥାଏ ।
(iii) ଗରିଷ୍ଠକର ମାନ ଅସମାପ୍ତ ଶ୍ରେଣୀ ସଂଭାଗ ବିଶିଷ୍ଟ ବିତରଣରେ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।

15. ଗରିଷ୍ଠକର ତିନୋଟି ଦୋଷତ୍ରୁଟି ଲେଖ ।
Answer:
(i) ସବୁ ସ୍ଥଳରେ ଗରିଷ୍ଠକର ମାନ ସ୍ଥିର କରାଯାଇପାରେ ନାହିଁ ।
(ii) ଗରିଷ୍ଠକ ବିତରଣର ସମସ୍ତ ଲବ୍ଧଙ୍କର ମାନକୁ ବିଚାର କରି ନ ଥାଏ ।
(iii) ଗରିଷ୍ଠକ ନିର୍ଣ୍ଣୟ ବୀଜଗାଣିତିକ ସୂତ୍ର ପ୍ରୟୋଗ ଉପରେ ନିର୍ଭର କରେନାହିଁ ।

16. ମଧ୍ୟମା(Mean) ର ତିନୋଟି ବ୍ୟବହାର (Uses) ଲେଖ ।
Answer:
(i) କୌଣସି ବିତରଣର ଠିକ୍ ମଧ୍ୟବିନ୍ଦୁ ଜାଣିବାପାଇଁ ମଧ୍ୟମା ବ୍ୟବହାର କରାଯାଇଥାଏ ।
(ii) ନିମ୍ନ ଲଜ୍ଜାଙ୍କ ଏବଂ ଉଚ୍ଚ ଲଜ୍ଜାଙ୍କ ମଧମାକୁ ପ୍ରଭାବିତ କରି ନ ଥାଏ । ତେଣୁ ଆବଶ୍ୟକ ସ୍ଥଳେ ମଧ୍ୟମା ବ୍ୟବହାର କରାଯାଏ ।
(iii) ଯେଉଁ କ୍ଷେତ୍ରରେ ଉଚ୍ଚ ଏବଂ ନିମ୍ନ ଲବ୍ଧଙ୍କ ଅନିର୍ଦ୍ଦିଷ୍ଟ ଥାଏ ସେହି କ୍ଷେତ୍ରରେ ମଧ୍ୟମା ନିର୍ଣ୍ଣୟ କରାଯାଏ ।

17. ମଧ୍ୟଗର ସଂଜ୍ଞା ଲେଖ ।
Answer:
ମଧ୍ୟଗ ଶୈକ୍ଷିକ ପରିସଂଖ୍ୟାନରେ କେନ୍ଦ୍ରୀୟ ପ୍ରବଣତା ନିର୍ଣ୍ଣୟ କରିବାର ଏକ ପରିମାପ । ଏହା ଏକ ପ୍ରକାର ହାରାହାରି । କୌଣସି ଲବ୍‌ଧାଙ୍କ ବିତରଣ ଠିକ୍ ମଧ୍ୟବିନ୍ଦୁ ବା ସ୍ଥାନର ଲବ୍‌ଧାଙ୍କ (ଯାହାର ଉଭୟ ପାର୍ଶ୍ଵରେ ସମାନ ସଂଖ୍ୟକ ଲବ୍‌ଧାଙ୍କ ବା 50 ଭାଗ ଲବ୍‌ଧାଙ୍କ ବିସ୍ତାରିତ ହୋଇ ରହିଥାଏ) କୁ ବୁଝାଏ ।

ଏହା ସମଗ୍ର ବିତରଣକୁ ସମାନ ଦୁଇ ଭାଗରେ ବିଭକ୍ତ କରିଥାଏ । ଏହାକୁ ଗ୍ରାଫ୍‌ରେ ପ୍ରକାଶ କରାଯାଇପାରେ । ଏହା ସମସ୍ତ ଲବ୍‌ଧାଙ୍କ ଉପରେ ପର୍ଯ୍ୟବସିତ ନୁହେଁ । ଏହା ଏକ ସହଜ ଓ ଶୀଘ୍ର ବାହାରି ପାରୁଥୁବା ହାରାହାରି ଅଟେ ।

18. ନିମ୍ନଲିଖିତ ତିନୋଟି ସଂଭାଗ ବିସ୍ତାରରେ ଲଜ୍ଜାଙ୍କର ବାସ୍ତବ ସୀମା ଏବଂ ମଧ୍ୟବିନ୍ଦୁ ନିର୍ଣ୍ଣୟ କର ।
7 – 9, 12 – 5, 0 – 5
Answer:

ସଂଭାଗ ବାସ୍ତବ ସୀମା ମଧ୍ୟବିନ୍ଦୁ
7 – 9 6.5 – 9.5 8
12 – 15 11.5 – 15.5 13.5
0 – 5 -0.5 – 5.5 2.5

19. ପ୍ରାପ୍ତାଙ୍କ ବିତରଣରେ ମଧ୍ଯଗର ଏକ ଆବଶ୍ୟକତା ଲେଖ ।
Answer:
କୌଣସି ବିତରଣର ଠିକ୍ ମଧ୍ୟବିନ୍ଦୁ ନିର୍ଣ୍ଣୟ କରିବାକୁ ହେଲେ ମଧଗ ନିର୍ଣ୍ଣୟ କରାଯାଇଥାଏ । ଯେତେବେଳେ ସର୍ବୋଚ୍ଚ ଓ ସର୍ବନିମ୍ନ ଉବ୍‌ଧାଙ୍କ ଅନିର୍ଦ୍ଦିଷ୍ଟ ଥାଏ ସେତେବେଳେ ମଧ୍ୟ ମଧ୍ୟଗ ନିର୍ଣ୍ଣୟ କରାଯାଏ ।

20. ଏକ ଲବ୍‌ଧାଙ୍କ ବିତରଣର ମାଧ୍ୟମାନ ଓ ମଧ୍ୟଗର ମୂଲ୍ୟ ଯଥାକ୍ରମେ 16.5 ଏବଂ 17.0 । ତାହାର ଗରିଷ୍ଠକର ମୂଲ୍ୟ ନିର୍ଣ୍ଣୟ କର ।
Answer:
ମାଧ୍ଯମାନର ମୂଲ୍ୟ = 16.5
ମଧ୍ୟଗର ମୂଲ୍ୟ = 17.0
ଗରିଷ୍ଠକର ମୂଲ୍ୟ = {(3 × ମଧ୍ୟଗ) – (2 × ମାଧ୍ଯମାନ)}
= (3 × 17.0 – 2 × 16.5)
= 51.0 – 33.0 = 18.0

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ମାଧ୍ୟ (Mean) ର ତିନୋଟି ବ୍ୟବହାର ଲେଖ ।
Answer:
ମାଧ୍ୟ (Mean)ର ବ୍ୟବହାର :
(i) କୌଣସି ବିତରଣର କେନ୍ଦ୍ରବିନ୍ଦୁ ଜାଣିବାପାଇଁ ମାଧ୍ୟ ନିର୍ଣ୍ଣୟ କରାଯାଏ ।
(ii) କୌଣସି ବିତରଣର ଅଧ୍ଵ ପ୍ରତିନିଧ୍ଵ ମୂଲ୍ୟ ଜାଣିବାପାଇଁ ମାଧ୍ୟ ନିର୍ଣ୍ଣୟ କରାଯାଏ ।
(iii) ଯେତେବେଳେ ବିତରଣ ଅତ୍ୟଧ୍ଵ ବିଷମ ବଣ୍ଟନ ହୋଇ ନଥାଏ, ସେତେବେଳେ ମାଧ୍ୟ ନିର୍ଣ୍ଣୟ କରାଯାଏ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

2. ମାଧ୍ୟମାନ କ’ଣ ?
Answer:
(i) ଅନେକଗୁଡ଼ିଏ କେନ୍ଦ୍ରୀୟ ପ୍ରବଣତା ମାପ ମଧ୍ୟରୁ ହାରାହାରି ମାପ ପ୍ରଧାନ । ପରିସଂଖ୍ୟାନ ବିଜ୍ଞାନରେ ଏହାକୁ ମାଧ୍ୟମାନ ବା ମାଧ୍ୟ କୁହାଯାଏ ।
(ii) କୌଣସି ଶ୍ରେଣୀବଦ୍ଧ ବା ଅଶ୍ରେଣୀବଦ୍ଧ ଲବ୍‌ଧାଙ୍କ ବିତରଣରେ ଏକ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କର ସ୍ଥିତି ସେହି ତଥ୍ୟାବଳୀର ମାଧ୍ୟ ପରିପ୍ରେକ୍ଷୀରେ ବର୍ଣ୍ଣନା ହୋଇଥାଏ ।
(iii) ତେଣୁ ଗୋଟିଏ ସାଂଖ୍ୟକ ତଥ୍ୟାବଳୀ ଅନ୍ତର୍ଗତ ସମସ୍ତ ଲବ୍‌ଧାଙ୍କର ହାରାହାରିକୁ ଉକ୍ତ ତଥ୍ୟାବଳୀର ମାଧ୍ଯମାନ ବା ମାଧ୍ୟ କୁହାଯାଏ ।

3. କେନ୍ଦ୍ରୀୟ ପ୍ରବଣତା ମାପ ନିର୍ଣ୍ଣୟ କରିବାର ମାପଗୁଡ଼ିକ କ’ଣ ? ସେମାନଙ୍କର ସଂଜ୍ଞା ଲେଖ ।
Answer:
ସମୁଦାୟ ବିତରଣ କେନ୍ଦ୍ରସ୍ଥଳୀରେ ଯେଉଁ ଲଜ୍ଜାଙ୍କ ସମୁଦାୟ ଲବ୍‌ଧାଙ୍କର ହାରାହାରି ମାନ ନିର୍ଣ୍ଣୟ କରିଥାଏ, ତାହାକୁ କେନ୍ଦ୍ରୀୟ ପ୍ରବଣତା ମାପ କୁହାଯାଏ । ଏହି ହାରାହାରି ମାନ ନିର୍ଦ୍ଧାରଣ ନିମନ୍ତେ 3ଟି ମାପ; ଯଥା – ମାଧ୍ୟ, ମଧ୍ୟମା ଓ ଗରିଷ୍ଠକ ବ୍ୟବହାର କରାଯାଏ ।
ମାଧ୍ୟ – ସମୁଦାୟ ବିତରଣଟିର ସମଷ୍ଟିକୁ ଲବ୍‌ଧାଙ୍କଗୁଡ଼ିକର ସଂଖ୍ୟାଦ୍ଵାରା ଭାଗ କଲେ ଯେଉଁ ହାରାହାରି ମାନ ବାହାରେ ତାହାକୁ ‘ମାଧ୍ୟ’ କୁହାଯାଏ ।
ମଧ୍ୟମା – ସମଗ୍ର ବିତରଣଟିର ଯେଉଁ ନିର୍ଦ୍ଦିଷ୍ଟ ଲବ୍‌ଧାଙ୍କଦ୍ୱାରା 2 ସମାନ ଭାଗରେ ବିଭକ୍ତ ହୁଏ ତାହାକୁ ‘ମଧ୍ୟମା’ କୁହାଯାଏ ।
ଗରିଷ୍ଠକ – ସମୁଦାୟ ବିତରଣରେ ଯେଉଁ ଲବ୍‌ଧାଙ୍କ ସର୍ବାଧ୍ଵ ବାର ରହିଥାଏ ବା ଯାହାର ପୌନଃପୁନଃ ଅନ୍ୟାନ୍ୟ ଲବ୍‌ଧାଙ୍କର ପୌନଃପୁନ୍ୟ ଅପେକ୍ଷା ଅଧିକ ତାହାକୁ ଗରିଷ୍ଠକ କୁହାଯାଏ ।

4. ଶୈକ୍ଷିକ ପରିସଂଖ୍ୟାନ (Educational Statistics) କ’ଣ ?
Answer:
(i) ସାଧାରଣ ଅର୍ଥରେ ପରିସଂଖ୍ୟାନ କହିଲେ ରାଶିମାଳାକୁ ବୁଝାଇଥାଏ । କୌଣସି ବିଷୟରେ ସଂଖ୍ୟାତ୍ମକ ତଥ୍ୟ ସଂଗ୍ରହ, ଉକ୍ତ ତଥ୍ୟର ଯୁକ୍ତିଯୁକ୍ତ ଉପସ୍ଥାପନ, ବିଶ୍ଳେଷଣ ଏବଂ ବ୍ୟାଖ୍ୟାକରଣ ପରିସଂଖ୍ୟାନ ଅଟେ । ଶିକ୍ଷାକ୍ଷେତ୍ରରେ ଯେଉଁ ପରିସଂଖ୍ୟାନ ଉପରୋକ୍ତ କାର୍ଯ୍ୟ ସମ୍ପାଦନ କରିଥାଏ, ତାହାକୁ ଶୈକ୍ଷିକ ପରିସଂଖ୍ୟାନ କହନ୍ତି ।
(ii) ଶୈକ୍ଷିକ ପରିସଂଖ୍ୟାନ ପାଠ୍ୟ ବିଷୟବସ୍ତୁର ଜ୍ଞାନ ପରୀକ୍ଷା ସହିତ ଶିକ୍ଷାର୍ଥୀମାନଙ୍କର ବୁଦ୍ଧି, ମନୋବୃତ୍ତି ପରୀକ୍ଷାର ତଥ୍ୟକୁ ବିଶ୍ଳେଷଣ କରିଥାଏ ।
(iii) ପରୀକ୍ଷାଗତ ଫଳାଫଳ ଓ ନମ୍ବରଗୁଡ଼ିକ ର ବିଶ୍ଳେଷଣ କରିଥାଏ ।
(iv) ଶିକ୍ଷା ସମ୍ପର୍କିତ ତଥ୍ୟକୁ ପରିସଂଖ୍ୟାନ ପଦ୍ଧତିରେ ଉପଯୁକ୍ତ ମୂଲ୍ୟାୟନ କରାଯାଇଥାଏ ।

5. ପୌନଃପୁନ୍ଯ କହିଲେ କ’ଣ ବୁଝ ?
Answer:
(i) କୌଣସି ଲବ୍ଧଙ୍କ ତାଲିକାରେ ଏକ ନିର୍ଦ୍ଦିଷ୍ଟ ଲବ୍ଧଙ୍କ ଯେତେବାର ଥାଏ, ତାକୁ ସେହି ଲବ୍ଧାଙ୍କର ପୌନଃପୁନ୍ୟ କୁହାଯାଏ ।
(ii) ପୌନଃପୁନଃ ସାରଣୀ ତିଆରି କରିବା ସମୟରେ ପୌନଃପୁନ୍ୟ ନିର୍ଦ୍ଧାରଣ କରିବାପାଇଁ Tally ଚିହ୍ନ ଦିଆଯାଏ ।
(iii) ସମସ୍ତ ପୌନଃପୁନ୍ୟର ଯୋଗଫଳ ସମସ୍ତ ଲବ୍‌ଧାଙ୍କର ସଂଖ୍ୟା ସହ ସମାନ ହୋଇଥାଏ ।

6. ମଧ୍ୟମା (Median) ର ତିନୋଟି ବ୍ୟବହାର ଲେଖ ।
Answer:
ମଧ୍ୟମା (Median) ର ବ୍ୟବହାର :
ନିମ୍ନଲିଖ୍ କ୍ଷେତ୍ରରେ ମଧ୍ୟମା ନିର୍ଣ୍ଣୟ କରିବା ଆବଶ୍ୟକ ହୋଇଥାଏ ।
(i) କୌଣସି ବିତରଣର ଠିକ୍ ମଧ୍ୟବିନ୍ଦୁ ଜାଣିବାପାଇଁ ।
(ii) ଯେତେବେଳେ ବିତରଣ ଅତି ଉଚ୍ଚକ୍ରମ କିମ୍ବା ଅତି ନିମ୍ନକ୍ରମରେ ସଂଗଠନ କରାଯିବା ଆବଶ୍ୟକ ।
(iii) ଯେତେବେଳେ ବିତରଣର ଉଭୟ ସମ୍ଭାଗ (ନିମ୍ନ ଏବଂ ଉଚ୍ଚ) ସୀମା ଅନର୍ଦ୍ଦିଷ୍ଟ ଥ‌ିବେ ।

7. ଗରିଷ୍ଠକର ତିନୋଟି ବ୍ୟବହାର ଲେଖ ।
Answer:
ନିମ୍ନଲିଖତ କ୍ଷେତ୍ରରେ ଗରିଷ୍ଠକ ବ୍ୟବହୃତ ହୋଇଥାଏ ।
(i) ଯେତେବେଳେ କୌଣସି ବିତରଣର କେନ୍ଦ୍ରୀୟ ପ୍ରବଣତା ତୁରନ୍ତ ଜାଣିବା ଆବଶ୍ୟକ ହୁଏ ।
(ii) ଯେତେବେଳେ କେନ୍ଦ୍ରୀୟ ପ୍ରବଣତାର ବିଶେଷ ମାପକ ବିଷୟରେ ଜାଣିବାକୁ ପଡ଼ିଥାଏ ।
(iii) ଯେତେବେଳେ ଫଳାଫଳରେ ସବୁଠାରୁ ଅଧିକଥର ଆସୁଥିବା ପ୍ରାପ୍ତାଙ୍କ ବିଷୟରେ ଜାଣିବାକୁ ପଡ଼ିଥାଏ ।

8. ନିମ୍ନୋକ୍ତ ଲବ୍ଧଙ୍କଗୁଡ଼ିକର ମଧ୍ୟମା (Median) ନିର୍ଣ୍ଣୟ କର ।
5, 8, 4, 3, 9, 6, 10, 11, 2, 13, 1, 15, 14
Answer:
ସଜାଇ ଲେଖୁ
1, 2, 3, 4, 5, 6, 8, 9, 10, 11, 13, 14, 15
ମଧ୍ୟମା = (\(\frac{N+1}{2}\))th = (\(\frac{13+1}{2}\)) = \(\frac{14}{2}\) = 7th score
7 ମ ଲବ୍‌ଧାଙ୍କଟି ମଧ୍ୟମା ଯାହା 6 ଅଟେ ।
∴ ମଧ୍ୟମା ୫ ଅଟେ ।

9. ପୌନଃପୁନ୍ୟ ବିସ୍ତୃତି (Frequency distribution) କାହାକୁ କହନ୍ତି ?
Answer:
(i) କୌଣସି ପରୀକ୍ଷାରେ ପ୍ରାପ୍ତ ଲବ୍ଧଙ୍କଗୁଡ଼ିକ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ଉପସ୍ଥାପନ କରିପାରିନଥାଏ ।
(ii) ଉକ୍ତ ଲବ୍ଧଙ୍କଗୁଡ଼ିକ ପୌନଃପୁନ୍ୟ ବିସ୍ତୃତି ମାଧ୍ୟମରେ ସଜାଇ ରଖାଯାଏ ।
(iii) ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିଗତ ଲଜ୍ଜାଙ୍କଗୁଡ଼ିକୁ ଏକ ନିର୍ଦ୍ଦିଷ୍ଟ ଗୁଣାବଳୀରେ କ୍ରମାନ୍ୱୟରେ ସଜାଇ ଶ୍ରେଣୀବଦ୍ଧ କରିବାକୁ ପୌନଃପୁନ୍ୟ ବିସ୍ତୃତି କୁହାଯାଏ ।
(iv) ଲଜ୍ଜାଙ୍କର ସଂଖ୍ୟା ଅଧିକ ଅର୍ଥ ଛାତ୍ରଛାତ୍ରୀଙ୍କର ସଂଖ୍ୟା ଅଧ୍ଵ । ତେଣୁ ପୌନଃପୁନ୍ୟ ବିସ୍ତୃତିର ଆବଶ୍ୟକତା ଅଧିକ ହୋଇଦିଏ ।

10. ଶିକ୍ଷାକ୍ଷେତ୍ରରେ ପରିସଂଖ୍ୟାନର ତିନୋଟି ଗୁରୁତ୍ଵ ଲେଖ ।
Answer:
(i) ପରିସଂଖ୍ୟାନର ମୌଳିକ ଜ୍ଞାନ ଶିକ୍ଷାକ୍ଷେତ୍ରରେ ଛାତ୍ରାଛାତ୍ରୀମାନଙ୍କର ଲବ୍ଧଙ୍କଗୁଡ଼ିକ ପୌନଃପୁନ୍ୟ ବିସ୍ତାର ମାଧ୍ୟମରେ ସହଜରେ ପ୍ରକାଶ କରିଥାଏ ।
(ii) ପରିସଂଖ୍ୟାନ ମାଧ୍ୟମରେ କୌଣସି ଏକ ପରୀକ୍ଷାର୍ଥୀ ନିଜର କୃତିକୁ ଅନ୍ୟ ପରୀକ୍ଷାର୍ଥୀମାନଙ୍କ ସହ ତୁଳନା କରିଥାଏ ।
(iii) ଏହା ମାଧ୍ୟମରେ ବିଭିନ୍ନ ବିଷୟ ଏବଂ ବିଭିନ୍ନ ସମୟରେ କରାଯାଉଥ‌ିବା ବିଭିନ୍ନ ପରୀକ୍ଷାର ଫଳାଫଳ ମଧ୍ୟରେ ସହ-ସମ୍ବନ୍ଧ (Correlation) ଅନୁଧ୍ୟାନ କରାଯାଇଥାଏ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

11. ଶୈକ୍ଷିକ ପରିସଂଖ୍ୟାନର ଯେକୌଣସି ତିନୋଟି ଉପଯୋଗ ଆଲୋଚନା କର ।
କିମ୍ବା, ପରିସଂଖ୍ୟାନ ଜ୍ଞାନ ଶିକ୍ଷାକୁ କିପରି ସାହାଯ୍ୟ କରେ ଆଲୋଚନା କର ।
Answer:
(i) ପରିଂସଖ୍ୟାନ ମାଧ୍ୟମରେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର କୃତି (Achievement)କୁ ଅନ୍ୟମାନଙ୍କ କୃତି ସହ ତୁଳନା କରିଥାଏ ।
(ii) ପରୀକ୍ଷାର ଫଳାଫଳ, ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କର ସଂଖ୍ୟାକୁ ଗ୍ରାଫ୍ (Graph) ମାଧ୍ୟମରେ ପ୍ରକାଶ କରାଯାଇଥାଏ ।
(iii) ମୂଲ୍ୟାୟନର ଫଳାଫଳକୁ ମାଧ୍ୟ (Mean), ମଧ୍ୟମା (Median) ଏବଂ ଗରିଷ୍ଠକ (Mode) ମାଧ୍ୟମରେ ପ୍ରକାଶ କରାଯାଇଥାଏ ।

12. ନିମ୍ନୋକ୍ତ ଲବ୍ଧଙ୍କଗୁଡ଼ିକର ମଧ୍ୟମା (Median) ନିର୍ଣ୍ଣୟ କର ।
5, 8, 8, 9, 7, 6, 7
Answer:

ଲଜ୍ଜାଙ ପୌନଃପୁନ୍ୟ କ୍ରମବର୍ଦ୍ଧନ ପୌନଃପୁନ୍ୟ
5 1 1
6 1 2
7 2 4
8 2 6
9 1 7
N = 7

\(\frac{N}{2}\) = \(\frac{7}{2}\) = 3.5
ମଧ୍ୟମା = \(L+\frac{N / 2-F}{f_m} \times \mathrm{i}\)
= 6.5 + \(\frac{3.5-2}{2}\) × i
= 6.5 + \(\frac{1.5}{2}\) × 1 = 6.5 + 0.75 = 7.25
∴ ମଧ୍ୟମା (Median) = 7.25

13. ଗରିଷ୍ଠକ (Mode) ର ପ୍ରକାରଭେଦ ଲେଖ ।
Answer:
(i) ଲବ୍ଧଙ୍କ ପର୍ଯ୍ୟାୟରେ ଯେଉଁ ଲଛାଙ୍କଟି ବାରମ୍ବାର ଦେଖାଦିଏ, ସେହି ଲଜ୍ଜାଙ୍କକୁ ଗରିଷ୍ଠକ କହନ୍ତି ।
(ii) ଗରିଷ୍ଠକ ଦୁଇ ପ୍ରକାର; ଯଥା – (i) ସ୍ଥୂଳ ଗରିଷ୍ଠକ ଏବଂ (ii) ପ୍ରକୃତ ବା ବାସ୍ତବ ଗରିଷ୍ଠକ ।
(iii) ସ୍ଥୂଳ ଗରିଷ୍ଠକ – ଯେଉଁ ସଂଭାଗ ବିସ୍ତାରରେ ଯେଉଁ ଲଜ୍ଜାଙ୍କଟି ବାର ମ୍ବାର ଆସିଥାଏ ତାହା ସ୍ଥୂଳ ଗରିଷ୍ଠକ । ଯଦି ପୌନଃପୁନ୍ୟ ସାରଣୀ ହୋଇଥାଏ, ତେବେ ବିତରଣର ଯେଉଁ ସଂଭାଗର ପୌନଃପୁନ୍ୟ ଅଧ୍ବକ ତାହା ଉକ୍ତ ସଂଭାଗର ମଧ୍ୟବିନ୍ଦୁ ।
(iv) ପ୍ରକୃତ ଗରିଷ୍ଠକ – କୌଣସି ପୌନଃପୁନଃ ବିତରଣର ଯେଉଁ ଲଜ୍ଜାଙ୍କ ବିନ୍ଦୁରେ ସର୍ବାପେକ୍ଷା ଅଧିକ ପୌନଃପୁନ୍ୟ ଘନୀଭୂତ ହୋଇଥାଏ, ତାହା ବିତରଣର ବାସ୍ତବ ବା ପ୍ରକୃତ ଗରିଷ୍ଠକ ।
ପ୍ରକୃତ ଗରିଷ୍ଠକ ନିର୍ଣ୍ଣୟ କରିବାର ସୂତ୍ର ;
ଗରିଷ୍ଠକ = 3 ମଧ୍ୟମା – 2 ମାଧ୍ୟ ।

14. ଏକ ପ୍ରାପ୍ତଙ୍କ ବିତରଣର ମଧ୍ଯଗ ଏବଂ ମାଧ୍ୟମାନର ମୂଲ୍ୟ ଯଥାକ୍ରମେ 165 ଏବଂ 158 । ସେହି ପ୍ରାପ୍ତଙ୍କ ବିତରଣର ଗରିଷ୍ଠକ ମୂଲ୍ୟ ନିର୍ଣ୍ଣୟ କର ।
Answer:
ମଧ୍ୟମା = 16.5, ମାଧ୍ୟମାନ = 15.8
ଗରିଷ୍ଠକ = 3 ମଧ୍ୟଗ – 2 ମାଧ୍ୟମାନ
= (3 × 16·5) – (2 × 15·8)
= 49.5 – 31.6 = 17.9

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶୈକ୍ଷିକ ପରିସଂଖ୍ୟାନ କ’ଣ ? ଶିକ୍ଷକଙ୍କ ପାଇଁ ଏହାର ଆବଶ୍ୟକତା ଆଲୋଚ ନା କର ।
Answer:
ପରିସଂଖ୍ୟାନକୁ ଇଂରାଜୀରେ Statistics କୁହନ୍ତି । Statistics ଶବ୍ଦଟି Latin ଶବ୍ଦ ‘Status’ ଏବଂ ଇଟାଲୀୟ ଶବ୍ଦ ‘Statista’ରୁ ଆସିଅଛି । ଏହି ଶବ୍ଦଦ୍ବୟର ଅର୍ଥ ରାଜନୈତିକ ସ୍ଥିତି । ଅତୀତରେ ରାଜ୍ୟର ରାଜା ନିଜ ରାଜ୍ୟ ସମ୍ପର୍କରେ ଜାଣିବାକୁ ଚାହୁଁଥିବାବେଳେ, ସେ ରାଜ୍ୟର ଜନସଂଖ୍ୟାର ହାର, ମୃତ୍ୟୁହାର, ଆୟବ୍ୟୟ ଇତ୍ୟାଦିକୁ ରାଜ୍ୟର ସ୍ଥିତି ବୋଲି ଧରୁଥିଲେ । ତେଣୁ ଏହା ପରିସଂଖ୍ୟାନ ଅଟେ ।

ପ୍ରଥମେ ଏଚେନ୍‌ୱାଲ୍ (Achenwall) ନାମକ ଜର୍ମାନ୍ ଗାଣିତିକ 1749 ମସିହାରେ ପରିସଂଖ୍ୟାନ ଶବ୍ଦ ବ୍ୟବହାର କରିଥିଲେ । ପରବର୍ତ୍ତୀ ଅବସ୍ଥାରେ ସାର୍‌ ରୋନାଲ୍‌ଡ୍ (1890 -1962)ଙ୍କୁ ପରିସଂଖ୍ୟାନର ଜନ୍ମଦାତା (Father of Statistics) ବୋଲି କୁହାଗଲା । ସମୟକ୍ରମେ କୃଷି, ସ୍ୱାସ୍ଥ୍ୟ, ଆୟବ୍ୟୟ, ଜନସଂଖ୍ୟା ଇତ୍ୟାଦି କ୍ଷେତ୍ରରେ ପରିସଂଖ୍ୟାନର ବ୍ୟବହାର କରାଗଲା । ପ୍ରତ୍ୟେକ ସ୍ଥିତିକୁ ସଂଖ୍ୟା ମାଧ୍ୟମରେ ପ୍ରକାଶ କରାଗଲା । ସାଂଖ୍ୟକ ତଥ୍ୟ (Data) କୁ ପରିସଂଖ୍ୟାନ (Statistics) କୁହାଯାଏ । ପରେ ଏହାକୁ ଏକ ବିଜ୍ଞାନ ଭାବେ ଗ୍ରହଣ କରାଗଲା ।

ଶିକ୍ଷାକ୍ଷେତ୍ରରେ ଯେଉଁ ପରିସଂଖ୍ୟାନ ବ୍ୟବହାର କରାଯାଏ ତାହାକୁ ଶୈକ୍ଷିକ ପରିସଂଖ୍ୟାନ (Eductional Statistics) କହନ୍ତି । ପରିସଂଖ୍ୟାନ ଏକ ବିଜ୍ଞାନ ଯାହାକି କୌଣସି ବିଷୟରେ ସଂଖ୍ୟାତ୍ମକ ତଥ୍ୟ (Numerical data) ର ସଂଗ୍ରହ, ଯୁକ୍ତିଯୁକ୍ତ ଉପସ୍ଥାପନ ପାଇଁ ବିଶ୍ଳେଷଣ ଏବଂ ବ୍ୟାଖ୍ୟାକରଣ କରିଥାଏ । ପରିସଂଖ୍ୟାନ ତଥ୍ୟ ଏବଂ ରାଶିମାଳା ସଂକ୍ରାନ୍ତୀୟ ଶାସ୍ତ୍ର ।

ଶୈକ୍ଷିକ ପରିସଂଖ୍ୟାନର ଗୁରୁତ୍ଵ ବା ଉପାଦେୟତା (Importance of Educational Statistics) :
ପରିସଂଖ୍ୟାନକୁ ଶିକ୍ଷା କ୍ଷେତ୍ରରେ ନିମ୍ନଲିଖିତ କାରଣରୁ ବ୍ୟବହାର କରାଯାଇଥାଏ ।

  1. ଏହା ଶିକ୍ଷାକ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କର ମାନସିକ ଶକ୍ତିର ପରିମାପରେ ସାହାଯ୍ୟ କରିଥାଏ । ଶିକ୍ଷାର୍ଥୀର ସ୍ମୃତିଶକ୍ତି, ଆଗ୍ରହ, ସୃଜନଶୀଳ ଶକ୍ତିର ପରିମାପରେ ପରିସଂଖ୍ୟାନର ଭୂମିକା ଗୁରୁତ୍ବପୂର୍ଣ ।
  2. ଶିକ୍ଷାର୍ଥୀର ବୁଦ୍ଧି ପରିମାପରେ ପରିସଂଖ୍ୟାନ ଅନେକ ତଥ୍ୟକୁ ବିଶ୍ଳେଷଣ କରି ମାନ (Norm) ନିର୍ଦ୍ଧାରଣ କରିଥାଏ । ଉକ୍ତ ମାନ ଅନୁଯାୟୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ସ୍ତର; ଯଥା – ଉଚ୍ଚ ବୁଦ୍ଧିସମ୍ପନ୍ନ, ନିମ୍ନ ବୁଦ୍ଧିସମ୍ପନ୍ନ ଇତ୍ୟାଦିରେ ବିଭକ୍ତ କରାଯାଇଥାଏ ।
  3. ଶିକ୍ଷାକ୍ଷେତ୍ରରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଶ୍ରେଣୀ ପରୀକ୍ଷାରେ ନିଜର କୃତି ପରୀକ୍ଷଣରେ ଭାଗ ନେଇଥା’ନ୍ତି । ପରିସଂଖ୍ୟାନ ମାଧ୍ୟମରେ Mean, Median ଏବଂ Mode ନିର୍ଣ୍ଣୟଦ୍ବାରା ଜଣେ ଶିକ୍ଷାର୍ଥୀ ନିଜର ସ୍ଥିତି ସମୁଦାୟ ଛାତ୍ରଛାତ୍ରୀମାନଙ୍କ ସ୍ଥିତି ସହ ତୁଳନା କରି ଜାଣିପାରନ୍ତି ।
  4. ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିତ୍ଵ (Personality) ପରିମାପରେ ପରିସଂଖ୍ୟାନ ସାହାଯ୍ୟ କରିଥାଏ । ବ୍ୟକ୍ତିର ସମଯୋଜନ କ୍ଷମତା, ଆଗ୍ରହ ଇତ୍ୟାଦି ପରିମାପରେ ପରିସଂଖ୍ୟାନ ସାହାଯ୍ୟ କରିଥାଏ ।
  5. ଶିକ୍ଷାନୁଷ୍ଠାନର ନଥପତ୍ର, ପରିସଂଖ୍ୟାନ ପଦ୍ଧତିଦ୍ୱାରା ଲିପିବଦ୍ଧ ହୁଏ । ଛାତ୍ରଛାତ୍ରୀମାନଙ୍କର ସଂଖ୍ୟା, ପରୀକ୍ଷାଫଳ, ଶିକ୍ଷକଙ୍କ ସଂଖ୍ୟା, ପରୀକ୍ଷା ହାର, ଆୟବ୍ୟୟ ଇତ୍ୟାଦି Graph ଏବଂ Chart ମାଧ୍ଯମରେ ବିଦ୍ୟାଳୟରେ ପ୍ରଦର୍ଶନ କରାଯାଇଥାଏ । ଏହା ପରିସଂଖ୍ୟାନ ଜ୍ଞାନଦ୍ୱାରା ସମ୍ଭବ ।
  6. ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ୍ ଜ୍ଞାନ ପୂର୍ବାନୁମାନ ପାଇଁ ପରିସଂଖ୍ୟାନ ସାହାଯ୍ୟ କରିଥାଏ ।
  7. ପ୍ରତ୍ୟେକ ମୁହୂର୍ତ୍ତରେ ପରିବର୍ତ୍ତନଶୀଳ ଦୁନିଆରେ ଜ୍ଞାନର ବିଶ୍ଳେଷଣ ଘଟୁଛି । ତେଣୁ ପ୍ରତ୍ୟେକ କ୍ଷେତ୍ରରେ Statisticsର ପ୍ରୟୋଗ ଗବେଷଣାକୁ ତ୍ୱରାନ୍ବିତ କରୁଛି ।
    ଶିକ୍ଷାକ୍ଷେତ୍ରରେ ପରିସଂଖ୍ୟାନର ପ୍ରୟୋଗ ଏବଂ ଉପାଦେୟତା ଯଥେଷ୍ଟ ଅଛି । ଜଣେ ଆଦର୍ଶ ଶିକ୍ଷକ ପରିସଂଖ୍ୟାନ ଜ୍ଞାନ ବିନା ଶିକ୍ଷାକ୍ଷେତ୍ରରେ ନିଜକୁ ସମଯୋଜିତ କରିପାରିବେ ନାହିଁ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

2. ଶୈକ୍ଷିକ ପରିସଂଖ୍ୟାନ କ’ଣ ? ଶିକ୍ଷାରେ ପରିସଂଖ୍ୟାନର ଗୁରୁତ୍ଵ ଆଲୋଚନା କର ।
Answer:
ପରିବର୍ତ୍ତନଶୀଳ ଦୁନିଆରେ ମଣିଷ ଜୀବନର ମୂଲ୍ୟାଙ୍କନ ଭଳି ଏକ ମୌଳିକ ଆବଶ୍ୟକତା ପାଇଁ ପରିସଂଖ୍ୟାନ ବ୍ୟବହୃତ ହୁଏ । ବର୍ତ୍ତମାନର ଏହି ଚାକଚକ୍ୟ ସଭ୍ୟତା କେବଳ ପରିସଂଖ୍ୟାନର ଫଳସ୍ଵରୂପ ଅଟେ । ଏଣୁ ଏହି ଆଧୁନିକ ସଭ୍ୟତାକୁ ପରିସଂଖ୍ୟାନର ସଭ୍ୟତା ବୋଲି କହିଲେ କିଛି ଅତ୍ୟୁକ୍ତି ହେବନାହିଁ । ପରିସଂଖ୍ୟାନ ଗଣିତଶାସ୍ତ୍ରର ଏକ ଅଂଶବିଶେଷ ଯାହାକି ସଂଖ୍ୟା ସମ୍ବନ୍ଧୀୟ ଅନେକ ଆବଶ୍ୟକ ତଥ୍ୟ ଯୋଗାଇଥାଏ ।

ପରିସଂଖ୍ୟାନ ବିନା ଉଚ୍ଚତର ଗବେଷଣା ଅସମ୍ଭବ ହୋଇପଡ଼ିବ । ଜୀବନର ପ୍ରତ୍ୟେକ ଛୋଟ ବଡ଼ ସମସ୍ୟାର ସମାଧାନ ପାଇଁ ପରିସଂଖ୍ୟାନ ବିଶେଷଭାବରେ ବ୍ୟବହୃତ ହୁଏ । ପରୀକ୍ଷା ଫଳ ପ୍ରକାଶ କରିବା, ବିଭିନ୍ନ ଯୋଜନା ପାଇଁ ଅର୍ଥ ବରାଦ କରିବା, ମୁଦ୍ରାଙ୍ଗୀତି ହାର ବାହାର କରିବା, ଜନସଂଖ୍ୟା ବୃଦ୍ଧି ବା ହ୍ରାସର ସୂଚନା ଦେବା, ପାଣିପାଗର ସୂଚନା ଦେବା, ବିଭିନ୍ନ ଗବେଷଣାର ଫଳାଫଳ ଜଣାଇବା, ବୈଜ୍ଞାନିକ ପଦ୍ଧତି ଓ ଗାଣିତିକ ସୂତ୍ରର ତର୍ଜମା କରିବା ସହ ଆଜିର ସଭ୍ୟତାର ମତଦାନ (Voting) କୁ ମୂଲ୍ୟାଙ୍କନ କରିବାରେ ପରିସଂଖ୍ୟାନର ବହୁଳ ବ୍ୟବହାର ପରିଲକ୍ଷିତ ହେଉଛି ।

ଏଣୁ ପରିସଂଖ୍ୟାନକୁ ଛାଡ଼ି ମନୁଷ୍ୟ ତା’ର ସାଧାରଣ ଜୀବନଯାପନ ତୁଲାଇବାକୁ ସକ୍ଷମ ହେବା ଅସମ୍ଭବ । ପରିସଂଖ୍ୟାନର ସଂଜ୍ଞା ଦେବାକୁ ଯାଇ ବୋଡ଼ିଙ୍ଗସନ୍ ମତପୋଷଣ କରିଛନ୍ତି ଯେ – “ପରିସଂଖ୍ୟାନ ହେଉଛି ପ୍ରାକ୍ କଳନା ଓ ସମ୍ଭାବନାର ବିଜ୍ଞାନ’’ (Statistics is the science of estimation and probabilities.) ।

ତେଣୁ ପରିସଂଖ୍ୟାନର ନିମ୍ନୋକ୍ତ ବିଶେଷତ୍ଵମାନ ରହିଛି ।

  • ଏହା ଏକ ସଂଖ୍ୟାସୂଚକ ତଥ୍ୟ ।
  • ଏହା ଏକ ଗୁଣବାଚକ ତଥ୍ୟ । ସାଧୁତା, ସୌନ୍ଦର୍ଯ୍ୟ ଇତ୍ୟାଦି ଏହା ମାଧ୍ୟମରେ ପ୍ରକାଶିତ ହୁଏ ନାହିଁ ।
  • ପରିସଂଖ୍ୟାନ କେବଳ ଗୋଟିଏ ବ୍ୟକ୍ତି ପାଇଁ ଉଦ୍ଦିଷ୍ଟ ନୁହେଁ ।
  • ପରିସଂଖ୍ୟାନ ଗୋଟିଏ ଦେଶ, ଅନୁଷ୍ଠାନ, ଜିଲ୍ଲା କିମ୍ବା ଦଳ ବିଷୟରେ ବହୁବାଚକ ସାଂଖ୍ୟକ ତଥ୍ୟ ଯୋଗାଇଥାଏ ।
  • ପରିସଂଖ୍ୟାନର ଫଳାଫଳ ଆନୁମାନିକ ହେତୁ ଏଥ‌ିରେ କିଛି ଦୋଷତ୍ରୁଟି ରହିଥାଏ ।

ଶୈକ୍ଷିକ ପରିସଂଖ୍ୟାନର ଗୁରୁତ୍ୱ (Importance of Educational Statistics) :
ପାଠଦାନ ବା ଶିକ୍ଷାଦାନ କେବଳ ଅଧ୍ୟାପନାରେ ସୀମିତ ରହିଥାଏ । ଶିକ୍ଷାଦାନର ଶେଷ ପର୍ଯ୍ୟାୟରେ ଶିକ୍ଷକ ଆବଶ୍ୟକ ପରିମାପକ ସାହାଯ୍ୟରେ ଏହାର ମୂଲ୍ୟାଙ୍କନ କରିଥା’ନ୍ତି । ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଜାଣିବାପାଇଁ ଜଣେ ସଫଳ ଶିକ୍ଷକ ଯେକୌଣସି ବିଷୟରେ ଶିକ୍ଷାଦାନ ପରେ ପରୀକ୍ଷା କରାଇଥା’ନ୍ତି । ଏହାଦ୍ୱାରା ଅଭିଭାବକଙ୍କୁ ଶିକ୍ଷାର୍ଥୀର ବ୍ୟକ୍ତିତ୍ୱ, କୃତିତ୍ୱ ବିଷୟରେ ଅବଗତ କରାଇବା ସହଜ ହେବା ସହିତ ଶିକ୍ଷକ ନିଜର ଶିକ୍ଷାଦାନକୁ ମୂଲ୍ୟାଙ୍କନ କରିଥା’ନ୍ତି ।

ତେଣୁ ପରିସଂଖ୍ୟାନର ଗୁରୁତ୍ଵ ଶିକ୍ଷାକ୍ଷେତ୍ରରେ ବିଶେଷଭାବରେ ଅନୁଭୂତ ହୋଇଥାଏ । ଯେଉଁ ବିଶେଷ କ୍ଷେତ୍ରଗୁଡ଼ିକରେ ପରିସଂଖ୍ୟାନର ଗୁରୁତ୍ଵ ଅନୁଭୂତ ହୁଏ, ସେଗୁଡ଼ିକ ହେଲା –
(i) ଶିକ୍ଷାଦାନରେ ଉପୁଜୁଥିବା ସମସ୍ୟାବଳୀର ସୂତ୍ର ଖୋଜି ବାହାର କରିବାପାଇଁ ଏହା ପଥ ଦେଖାଇଥାଏ ।
(ii) ଶୈକ୍ଷିକ ପରିସଂଖ୍ୟାନ ଛାତ୍ରର ବୁଦ୍ଧି, ଆଗ୍ରହ, ମନୋବୃତ୍ତି, କାର୍ଯ୍ୟଦକ୍ଷତା, ସୃଜନଶୀଳତା, ବିଜ୍ଞତା ଇତ୍ୟାଦିର ମାପରେ ସହାୟକ ହୋଇଥାଏ । ଫଳରେ ଶିକ୍ଷକ ପିଲାଟିକୁ ଠିକ୍ ମାର୍ଗରେ ବୃତ୍ତିଭିତ୍ତିକ ଶିକ୍ଷା ପାଇଁ ପରିଚାଳିତ କରିପାରିଥା’ନ୍ତି ।
(iii) ଏହା କୃତୀ ଛାତ୍ରଛାତ୍ରୀମାନଙ୍କର ସ୍ଥାନୀୟ ମାନ ନିର୍ଣ୍ଣୟ ଓ ବିଭାଗୀକରଣ କରିବାରେ ଶିକ୍ଷକ ଓ ଶିକ୍ଷା ପ୍ରଶାସକଙ୍କୁ ସାହାଯ୍ୟ କରେ ।
(iv) କାର୍ଯ୍ୟାନୁଷ୍ଠାନିକ ଶିକ୍ଷା ଗବେଷଣା ଦିଗରେ ଏହା ଶିକ୍ଷକ, ଗବେଷକ ତଥା ପ୍ରଶାସକଙ୍କୁ ସହାୟତା ଯୋଗାଇଥାଏ ।
(v) ଏହା ସ୍ବଳ୍ପ ସମୟ, ସ୍ଥାନ, ଶ୍ରମ, ସମ୍ବଳ ଓ ଶବ୍ଦାଙ୍କ ପ୍ରୟୋଗରେ ଅନେକଗୁଡ଼ିଏ ବର୍ଣ୍ଣିତ ଜଟିଳ ତଥ୍ୟକୁ ସରଳ ଓ ବୋଧଗମ୍ୟ କରି ପାଠକ ପାଠିକାମାନଙ୍କ ନିକଟରେ ଉପସ୍ଥାପନା କରିବାରେ ସାହାଯ୍ୟ କରିଥାଏ ।
(vi) ଏହା ଗଣିତ ବିଦ୍ୟା ଉପରେ ଏହା ପର୍ଯ୍ୟବସିତ ହୋଇଥିବାରୁ ଏହାକୁ ଅଧ୍ୟୟନ ଓ ଅଭ୍ୟାସ କଲେ ଶିକ୍ଷାର୍ଥୀଙ୍କର ଗଣିତ ବିଦ୍ୟା ଓ କୌଶଳର ଉତ୍ତରୋତ୍ତର ଉନ୍ନତି ହୋଇଥାଏ ।

3. ନିମ୍ନ ପ୍ରଦତ୍ତ ଲବ୍ଧଙ୍କ / ପ୍ରାପ୍ତାଙ୍କ ବିତରଣର ମାଧମାନ (Mean) ନିଶ୍ଚୟ କର । ପାଦକ୍ରମ ଅନୁଯାୟୀ ହିସାବ କରାଯିବା ଆବଶ୍ୟକ ।
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 1
Answer:
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 2
Mean = A.M. + \(\frac{\Sigma \mathrm{fx}^{\prime}}{\mathrm{N}}\) × i
A.M. = କଳ୍ପିତ ମାଧ୍ୟ (ଯେକୌଣସି C.I. ର ମଧ୍ୟବିନ୍ଦୁକୁ Assumed Mean ଭାବରେ ଗ୍ରହଣ କରାଯାଇପାରେ)
x’ = ବ୍ୟତିକ୍ରମ (deviation)
N = ସମୁଦାୟ ଲବ୍‌ଧାଙ୍କ
i = Size of the Class Interval (ସଂଭାଗର ସୀମା)
Mean = A.M. + \(\frac{\Sigma \mathrm{fx}^{\prime}}{\mathrm{N}}\) × i
= 32 + \(\frac{13}{60}\) × 5
= 32 + \(\frac{13}{12}\)
= 32 + 1.08 = 33.08

4. ନିମ୍ନଲିଖିତ ଲବ୍ଧଙ୍କଗୁଡ଼ିକୁ ନେଇ ଏକ ପୌନଃପୁନ୍ୟ ସାରଣୀ ତିଆରି କର (Tabulate the following scores in a frequency distribution.) ।
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 3
ପୌନଃପୁନ୍ୟ ସାର ଣୀ କରିବାପାଇଁ ନିମ୍ନଲିଖିତ ସୋପାନ ଦେଇ ଗତି କରିବାକୁ ପଡ଼ିବ ।
(i) ଉଚ୍ଚ ଲଜ୍ଜାଙ୍କ ଏବଂ ନିମ୍ନ ଲବ୍ଧଙ୍କ ନିର୍ଣ୍ଣୟ କରି ତାହାର Range ନିର୍ଣ୍ଣୟ କରାଯିବ ।
Range = Highest Score – Lowest Score 
= 68 – 21 = 47

(ii) ସଂଭାଗ (Class interval) ନିର୍ଣ୍ଣୟ କରିବାପାଇଁ Range ରେ ସଂଭାଗ ବିସ୍ତାର ଭାଗ କଲେ ସଂଭାଗର
ସଂଖ୍ୟା ଜଣାପଡ଼ିଯିବ ।
ମନେକର ସଂଭାଗ ବିସ୍ତାର ‘5’ ତେବେ
ସଂଭାଗ ବିସ୍ତାର ସଂଖ୍ୟା = 47+ 5 = 9.4 ବା 10 ଟି

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

(iii) ସଂଭାଗ ବିସ୍ତାର ନିର୍ଣ୍ଣୟ ।
ସଂଭାଗ
20 – 24
25 – 29
30 – 34
35 – 39
40 – 44
45 – 49
50 – 54
55 – 59
60 – 64
65 – 69

(iv) Tally ନିଶ୍ଚୟ – ଗୋଟିଏ ସଂଭାଗରେ କେତୋଟି ଲଜ୍ଜାଙ୍କ ଅଛି, ତାକୁ ଜାଣିବାପାଇଁ ଲବ୍ଧଙ୍କଗୁଡ଼ିକୁ ଆଣି ଉକ୍ତ ଲବ୍‌ଧାଙ୍କରେ ସ୍ଥାନ ଦେବାପାଇଁ Tally ଦିଆଯାଏ ।
(v) ସଂଭାଗର ପୌନଃପୁନଃ ନିର୍ଣ୍ଣୟ – ଗୋଟିଏ ସଂଭାଗର Tallyକୁ ଦେଖ୍ ସଂଭାଗରେ କେତୋଟି ଲବ୍‌ଧାଙ୍କ ଅଛି, ତାହା ନିର୍ଣ୍ଣୟ କରି ପୌନଃପୁନ୍ୟ / ସଂଖ୍ୟାଟି (f) ରେ ଲେଖାଯାଏ ।
(vi) ‘N’ ନିଶ୍ଚୟ — Frequency ଗୁଡ଼ିକୁ ମିଶାଇଦେଲେ ତାହାର ସମୁଦାୟ ଲବ୍‌ଧାଙ୍କ ସଂଖ୍ୟା (N) ନିର୍ଣ୍ଣୟ ହୁଏ ।
(vii) ପୌନଃପୁନ୍ୟ ସାରଣୀ ପ୍ରସ୍ତୁତି

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 4

5. ନିମ୍ନ ସାରଣୀରେ ପ୍ରଦତ୍ତ ତଥ୍ୟ ଆଧାରରେ ଏକ ଆୟତଚିତ୍ର ବା ବାର୍ ରେଖାଚିତ୍ର (Histogram) ଅଙ୍କନ କର ।

ସଂଭାଗ
Class Interval
ପୌନଃପୁନ୍ୟ
Frequency
ନିମ୍ନ ଏବଂ ଉଚ୍ଚ ବାସ୍ତବ ସୀମା
Lower limit and Upper limit
35 – 39 2 34.5 – 39.5
30 – 34 3 29.5 – 34.5
25 – 29 5 24.5 – 29.5
20 – 24 4 19.5 – 24.5
15 – 19 3 14.5 – 19.5
10 – 14 3 9.5 – 14.5
N = 20

Answer:
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 5

6. ନିମ୍ନ ସାରଣୀରେ ପ୍ରଦତ୍ତ ତଥ୍ୟ ଆଧାରରେ ଏକ ପୌନଃପୁନ୍ୟ ବହୁଭୁଜ କ୍ଷେତ୍ର (Frequency Polygon) ଅଙ୍କନ କର ।

ସଂଭାଗ
Class Interval
ପୌନଃପୁନ୍ୟ
Frequency
ମଧ୍ୟବିନ୍ଦୁ
Mid-point
40 – 44 0 42
35 – 39 2 37
30 – 34 4 32
25 – 29 5 27
20 – 24 4 22
15 – 19 3 17
10 – 14 3 12
5 – 9 0 7

Answer:
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 6

7. ଜଣେ ବ୍ୟକ୍ତିଙ୍କ ମାସିକ ଆୟରୁ ଖର୍ଚ୍ଚର ବିବରଣୀ ନିମ୍ନରେ ପ୍ରଦତ୍ତ ହୋଇଛି । ଏହାକୁ ଆଧାର କରି ଏକ ପାଇ – ଚିତ୍ର (Pie-diagram) ଅଙ୍କନ କର ।

(1) ଶିକ୍ଷା 5%
(2) ସାମରିକ 25%
(3) ସ୍ବାସ୍ଥ୍ୟ 10%
(4) ଅନ୍ୟାନ୍ୟ 60%
ସମୁଦାୟ 100%

Answer:
(i) ଏହାକୁ ବୃତ୍ତଚିତ୍ର ବା ବୃତ୍ତ ଆଲେଖରେ ପ୍ରକାଶ କରିବାକୁ ହେଲେ ପ୍ରତ୍ୟେକ ଶତକଡ଼ାକୁ କୋଣରେ ପ୍ରକାଶ କରିବାକୁ ହେବ ।
(ii) ବୃତ୍ତଟିର କେନ୍ଦ୍ରୀୟ କୋଣ 360° । ଏହାକୁ 100% ମଧ୍ଯରେ ଭାଗ କଲେ 1% ପାଇଁ କେନ୍ଦ୍ରୀୟ କୋଣ ହେଉଛି \(\frac{360}{100}\) = 3.6° ।
(iii) ତେଣୁ
5% = 5 × 3.6° = 18°
10% = 10 × 3.6° = 36°
25% = 25 × 3.6° = 90°
60% = 60 × 3.6 = 216°
(iv) ଉପରୋକ୍ତ ସମସ୍ତ ତଥ୍ୟକୁ ପ୍ରୋଟାକ୍ଟର ମାଧ୍ୟମରେ କୋଣଦ୍ୱାରା ସୂଚାଇଲେ ତାହା ଏକ ବୃତ୍ତଚିତ୍ର ହୋଇଯିବ ।
(v) ପ୍ରତ୍ୟେକ ଅଂଶର ନାମଲେଖୁ ଶତକଡ଼ାର ହାର ଲେଖାଯିବ ।
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 7

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

8. ନିମ୍ନୋକ୍ତ ବିସ୍ତୃତିର ମାଧ୍ୟ (Mean) ଦୀର୍ଘ ପଦ୍ଧତିରେ ନିର୍ଣ୍ଣୟ କର ।

Class Interval Frequency
90 – 94 2
85 – 89 4
80 – 84 5
75 – 79 8
70 – 74 10
65 – 69 6
60 – 64 4
55 – 59 4
50 – 54 2
45 – 49 3
N = 48

Answer:

C.I. f Mid-point (X) fX
90 – 94 2 92 184
85 – 89 4 87 348
80 – 84 5 82 410
75 – 79 8 77 616
70 – 74 10 72 720
65 – 69 6 67 402
60 – 64 4 62 248
55 – 59 4 57 228
50 – 54 2 52 104
45 – 49 3 47 141
N = 48 ∑fx = 3401

Mean (ମାଧ୍ୟ) ନିର୍ଣ୍ଣୟ କରିବାର ସୂତ୍ର :
Mean = \(\frac{\mathrm{∑fX}}{\mathrm{N}}\)
ଯାହାର –
∑ = ସମୁଦାୟ (Sum Total)
X = ସଂଭାଗର ମଧ୍ୟବିନ୍ଦୁ (Mid-point of the Class Interval)
f = ପୌନଃପୁନ୍ଯ

Steps:
(1) ପ୍ରଥମେ ସଂଭାଗର ମଧ୍ୟବିନ୍ଦୁ (Mid point) ବାହାର କରାଯାଉ ।
Mid point = Lower limit + \(\frac{\text { Upper limit – Lower limit }}{2}\)
90 – 94 ର Mid point = 89.5 + \(\frac{94.5-89.5}{2}\)
= 89.5 + \(\frac{5}{2}\)
= 89.5 + 2.5
= 92
(2) fX ପାଇବାପାଇଁ ‘f’ ସହ ‘X’ (Mid-point) ଗୁଣନ କରାଯାଉ ।
(3) ସମସ୍ତ ‘fX’ ର ସମଷ୍ଟି ∑fX ଅଟେ ।
(4) Mean ସୂତ୍ର ପ୍ରୟୋଗ କରି Mean ନିର୍ଣ୍ଣୟ କରାଯାଉ ।
Mean = \(\frac{\mathrm{∑fX}}{\mathrm{N}}\)
= \(\frac{3401}{48}\) = 70.85

9. ନିମ୍ନଲିଖିତ ପ୍ରାପ୍ତାଙ୍କ ବିତରଣର ମଧ୍ୟମା (Median) ନିର୍ଣ୍ଣୟ କର ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 8

Answer:

(Class Interval) (Frequency) Cumulative frequency Cumulative frequency
10 – 15 6 43 6
16 –  20 5 37 11
21 – 25 9 32 20
26 – 30 8 23 28
31 – 35 7 15 33
36 – 40 8 8 43
N = 43

Median = L + \(\frac{N / 2-F}{f_m}\) × i, \(\frac{N}{2}\) = \(\frac{43}{2}\) = 21.5
21.5, 26 – 30 Class Intervalରେ ରହୁଛି ।
L = ଯେଉଁ Class Interval ରେ N/2 ରହୁଛି ଉକ୍ତ Class Interval ର ନିମ୍ନ ବାସ୍ତବ ସାମା = 25.5
F = ଯେଉଁ ସଂଭାଗରେ N/2 ଅଛି ଉକ୍ତ ସଂଭାଗ ନିମ୍ନରେ ଥ‌ିବା ସମସ୍ତ ସଂଭାଗର ପୌନଃପୁନ୍ୟର ସମଷ୍ଟି = 20
fm = ଯେଉଁ ସଂଭାଗରେ N/2 ଅଛି ତାହାର actual frequency = 8
i = Size of the Class-Interval ବା ସଂଭାଗ ବିସ୍ତାରର ସୀମା = 5
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 9

10. ନିମ୍ନଲିଖିତ ପ୍ରାପ୍ତାଙ୍କ ବିତରଣର ମଧ୍ଯଗ ବା ମଧ୍ୟମା (Median) ନିର୍ଣ୍ଣୟ କର ।

Class Interval
(ସଂଭାଗ ବିସ୍ତାର)
Frequency
(ପୌନଃପୁନ୍ୟ)
10 – 14 8
15 – 19 7
20 – 24 11
25 – 29 9
30 – 34 5
35 – 39 12
40 – 44 10
N = 62

Answer:

 ସଂଭାଗ ବିସ୍ତାର  (ପୌନଃପୁନ୍ୟ) କ୍ରମବର୍ଦ୍ଧନ ପୌନଃପୁନ୍ୟ
10 – 14 8 8
15 – 19 7 15
20 – 24 11 26
25 – 29 9 35
30 – 34 5 40
35 – 39 12 52
40 – 44 10 62
N = 62

\(\frac{N}{2}\) = \(\frac{62}{2}\) = 31
31, 25 –29 ସଂଭାଗ ବିସ୍ତାର (Class Interval) ରେ ରହୁଛି । 

Median (ମଧ୍ୟଗ ବା ମଧ୍ୟମା) ନିର୍ଣ୍ଣୟ କରିବା ସୂତ୍ର :
Median = L + \(\frac{N / 2-F}{f_m}\) × i
L = ଯେଉଁ ସଂଭାଗରେ N/2 ରହୁଛି ତାହାର ନିମ୍ନ ବାସ୍ତବ ସୀମା = 24.5
F = ଯେଉଁ ସଂଭାଗରେ N/2 ଅଛି ଉକ୍ତ ସଂଭାଗର ନିମ୍ନ ସଂଭାଗଗୁଡ଼ିକର ଲବ୍‌ଧାଙ୍କର ସମଷ୍ଟି
ବା ଯେଉଁ ସଂଭାଗରେ ଅଛି ଉକ୍ତ ସଂଭାଗ ନିମ୍ନ ସଂଭାଗର C.f. = 26
fm = ଯେଉଁ ସଂଭାଗରେ N/2 ଅଛି ଉକ୍ତ ସଂଭାଗର ପୌନଃପୁନ୍ୟ (Frequency) = 9
i = ସଂଭାଗର ବାସ୍ତବ ସୀମା = 5

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

Median = L + \(\frac{N / 2-F}{f_m}\) × i
= 24.5 + \(\frac{31 – 26}{9}\) × 5
= 24.5 + \(\frac{25}{9}\)
= 24.5 + 2.77 = 27.27
Median = 27.27

11. ନିମ୍ନଲିଖିତ ଲବ୍ଧଙ୍କଗୁଡ଼ିକର ମାଧମାନ ନିର୍ଣ୍ଣୟ କର ।

Class Interval Frequency
30 – 34 2
35 – 39 5
40 – 44 7
45 – 49 9
50 – 54 11
55 – 59 6
N = 40

Answer:

ସମ୍ଭାଗ ବିସ୍ତାର
(C.I)
ମଧ୍ୟବିନ୍ଦୁ
(M)
ପୌନଃପୁନ୍ୟ
(f)
ବିଚ୍ୟୁତି
(X’)
(fX’)
30 – 34 32 2 4 8
35 – 39 37 5 3 15
40 – 44 42 7 2 14
45 – 49 47 9 1 9
50 – 54 52 11 0 0
55 – 59 57 6 -1 -6
N = 40 fX’ = 40

ମାଧ୍ୟ (Mean) = A.M. + \(\frac{\Sigma \mathrm{fX}^{\prime}}{\mathrm{N}}\) × i
ଯେଉଁଠାରେ A.M. = କଳ୍ପିତ ମାଧ୍ୟ
f = ପୌନଃପୁନ୍ୟ, X’ = ବିଚ୍ୟୁତି 
f(X’) = ପୌନଃପୁନ୍ୟ × ବିଚ୍ୟୁତି 
N = ସମୁଦାୟ ପୌନଃପୁନ୍ୟର ପରିମାଣ 
i = ସଂଭାଗ ବିସ୍ତାର
∴ ମାଧ୍ୟ (Mean) = 52 + \(\frac{40}{40}\) × 5 = 57

12. ନିମ୍ନଲିଖିତ ବିସ୍ତୃତିର ମାଧ୍ଯମାନ ନିର୍ଣ୍ଣୟ କର ।

Scores Frequency
90 – 94 2
85 – 89 2
80 – 84 4
75 – 79 8
70 – 74 6
65 – 69 11
60 – 64 9
N = 42

Answer:
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 10
ମାଧ୍ୟ (Mean) = A.M. + \(\frac{\Sigma \mathrm{fX}^{\prime}}{\mathrm{N}}\) × i
ଯେଉଁଠାରେ A.M. = କଳ୍ପିତ ମାଧ୍ୟ
f = ପୌନଃପୁନ୍ୟ,
X’ = ବିଚ୍ୟୁତି 
f(X’) = ପୌନଃପୁନ୍ୟ × ବିଚ୍ୟୁତି 
N = ସମୁଦାୟ ପୌନଃପୁନ୍ୟର ପରିମାଣ 
i = ସଂଭାଗ ବିସ୍ତାର
ମାଧ୍ୟ (Mean) = 77 + \(\frac{-41}{44}\) × 5
= 77 – 4.88 = 72.12

13. ନିମ୍ନଲିଖିତ ବିସ୍ତୃତିର ମଧ୍ୟମା ବା ମଧଗ ନିର୍ଣ୍ଣୟ କର ।

Class Interval Frequency
24 – 25 2
23 – 22 3
21 – 20 4
19 – 18 6
17 – 16 8
15 – 14 3
13 – 12 2
11 – 10 2
N = 30

Answer:
ମଧଗ ନିର୍ଣ୍ଣୟ

Class Interval X f fX
24 – 25 24.5 2 49
23 – 22 22.5 3 67.5
21 – 20 20.5 4 82
19 – 18 18.5 6 111
17 – 16 16.5 8 132
15 – 14 14.5 3 43.5
13 – 12 12.5 2 25
11 – 10 10.5 2 21
30 531

Long Method ଅନୁସାରେ ମଧ୍ୟଗ = \(\frac{\Sigma fX}{\mathrm{~N}}\) = \(\frac{531}{30}\) = 17.7

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

14. ନିମ୍ନଲିଖିତ ପ୍ରାପ୍ତାଙ୍କ ବିତରଣର ମାଧମାନ ନିର୍ଣ୍ଣୟ କର ।

Class Interval
(ସଂଭାଗ ବିସ୍ତାର)
Frequency
(ପୌନଃପୁନ୍ୟ)
60 – 64 2
55 – 59 2
50 – 54 4
45 – 49 8
40 – 44 6
35 – 39 11
30 – 34 9
N = 42

Answer:
CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ 11
Mean (ମାଧ୍ୟ) = A.M. + \(\frac{\Sigma \mathrm{fX}^{\prime}}{\mathrm{N}}\) × i
= 47 + \(\frac{-41}{42}\) × 5
= 47 + \(\frac{-205}{42}\)
= 47 – 4.88 = 42.12
Mean = 42.12
ଯେଉଁଠାରେ A.M. = କଳ୍ପିତ ମାଧ୍ୟ
N = ସମୁଦାୟ ଲଜ୍ଜାଙ୍କର ସଂଖ୍ୟା
X’ = ବିଚ୍ୟୁତି ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ପରିସଂଖ୍ୟାନ (Statistics) – ପରିସଂଖ୍ୟାନ ହେଉଛି ପ୍ରାକ୍ କଳନା ଓ ସମ୍ଭାବନାର ବିଜ୍ଞାନ । ସାଧାରଣତଃ ସଂଖ୍ୟାତ୍ମକ ବା ସଂଖ୍ୟା ବିଷୟକ ତଥ୍ୟ ସଂଗ୍ରହ ପାଇଁ ପରିସଂଖ୍ୟାନର ଗୁରୁତ୍ୱ ରହିଛି । ଶିକ୍ଷାବିଜ୍ଞାନରେ ପରିସଂଖ୍ୟାନ ପଦ୍ଧତିର ଉପାଦେୟତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏହାଦ୍ଵାରା ପାଠ୍ୟ ବିଷୟବସ୍ତୁର ଜ୍ଞାନ ଆହରଣର ପରୀକ୍ଷା ସହିତ ଶିକ୍ଷାର୍ଥୀମାନଙ୍କର ବୁଦ୍ଧି, ଅଭିରୁଚି, ମନୋବୃତ୍ତି ମଧ୍ୟ ପରୀକ୍ଷା କରାଯାଇଥାଏ । ଏହି ପରୀକ୍ଷାଗତ ଫଳାଫଳ ଓ ନମ୍ବରଗୁଡ଼ିକୁ ବିଶ୍ଳେଷଣ କରିବାପାଇଁ ପରିସଂଖ୍ୟାନର ଆବଶ୍ୟକତା ଅଛି ।

ଶୈକ୍ଷିକ ପରିସଂଖ୍ୟାନ (Educational Statistics) – ଶିକ୍ଷାକ୍ଷେତ୍ରରେ ଯେଉଁ ପରିସଂଖ୍ୟାନର ବ୍ୟବହାର ହୋଇଥାଏ, ତାହାକୁ ଶୈକ୍ଷିକ ପରିସଂଖ୍ୟାନ କୁହାଯାଏ । ଏହା ମାଧ୍ୟମରେ ଶିକ୍ଷାର୍ଥୀର ବିଭିନ୍ନ ପରୀକ୍ଷଣର ଫଳାଫଳକୁ ବିଶ୍ଳେଷଣ ଏବଂ ତର୍ଜମା କରାଯାଇ ସିଦ୍ଧାନ୍ତ ଗ୍ରହଣ କରାଯାଇଥାଏ ।

ଶୈକ୍ଷିକ ପରିସଂଖ୍ୟାନର ଗରୁତ୍ଵ (Importance of Educational Statistics) – ଶୈକ୍ଷିକ ପରିସଂଖ୍ୟାନର ନିମ୍ନଲିଖ ଗୁରୁତ୍ଵ ରହିଛି :

  1. ବିଷୟ ଶିକ୍ଷଣରେ ଶିକ୍ଷାର୍ଥୀର ଅଗ୍ରଗତି ଜାଣିବା ।
  2. ଜଣେ ଶିକ୍ଷାର୍ଥୀର କୃତିତ୍ବକୁ ଅନ୍ୟ ଜଣେ ଶିକ୍ଷାର୍ଥୀର କୃତିତ୍ବ ସହ ତୁଳନା କରିବା ।
  3. ଗୋଟିଏ ବିଦ୍ୟାଳୟର ଫଳାଫଳ ସହ ଅନ୍ୟ ବିଦ୍ୟାଳୟର ଫଳାଫଳକୁ ତୁଳନା କରିବା ।
  4. ଛାତ୍ରଛାତ୍ରୀମାନଙ୍କର ବୁଦ୍ଧି ଅନୁଯାୟୀ ସେମାନଙ୍କୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିବା ।
  5. ଶିକ୍ଷାର୍ଥୀମାନଙ୍କର ହାରାହାରି ଏବଂ ବିଚ୍ୟୁତି (Deviation) ଜାଣିବା ।
  6. ମୂଲ୍ୟାୟନର ଫଳାଫଳ ଓ ସାରାଂଶ ନିର୍ଣ୍ଣୟ କରିବା ।
  7. ମୂଲ୍ୟାୟନର ଫଳାଫଳକୁ ବିଶ୍ଳେଷଣ କରି ଶିକ୍ଷାର୍ଥୀଙ୍କୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେବା ।

ପୌନଃପୁନଃ ବିତରଣ (Frequency Distribution) :
ଲବ୍ଧଙ୍କ (Score) – କୌଣସି ପରୀକ୍ଷାରେ ପରୀକ୍ଷାର୍ଥୀ ଯେଉଁ ସାଫଲ୍ୟାଙ୍କ ପାଇଥାଏ, ତାହାକୁ ଲଜ୍ଜାଙ୍କ କୁହାଯାଏ ।

ପୌନଃପୁନ୍ୟ (Frequency) – କୌଣସି ସଂଭାଗ ତାଲିକାରେ କେତୋଟି ନିର୍ଦ୍ଦିଷ୍ଟ ଲବ୍ଧଙ୍କ କେତେଥର ଆସିଥାଏ ତାହାକୁ ଲବ୍ଧଙ୍କଗୁଡ଼ିକର ପୌନଃପୁନ୍ୟ କୁହାଯାଏ ।

ଟାଲି (Tally) – କୌଣସି ଏକ ସଂଭାଗ (Class Interval)ରେ କେତୋଟି ଲବ୍ଧଙ୍କ ଅଛି ତାହା ଜାଣିବାପାଇଁ Tallyର ବ୍ୟବହାର କରାଯାଏ ।

ପୌନଃପୁନଃ ବିତରଣ (Frequency Distribution) – ଲବ୍ଧଙ୍କଗୁଡ଼ିକୁ ସଂଭାଗ ବିସ୍ତାର ମାଧ୍ୟମରେ ପରିପ୍ରକାଶ କରିବାକୁ ପୌନଃପୁନଃ ବିତରଣ କୁହାଯାଏ ।

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

ତଥ୍ୟର ରେଖାଚିତ୍ର ବା ଗ୍ରାଫୀୟ ପ୍ରଦର୍ଶନ (Graphical Representation of Data) – ଅନେକ ସମୟରେ ତଥ୍ୟଗୁଡ଼ିକ ସଂଖ୍ୟା ଆକାରରେ ପ୍ରକାଶ କରାଯାଇଥାଏ । ସମସ୍ତ ତଥ୍ୟ ବା ଲବ୍ଧଙ୍କଗୁଡ଼ିକୁ ଅନୁଧ୍ୟାନ କରିବା କଷ୍ଟସାଧ୍ୟ । ତେଣୁ ଯଦି ସେଗୁଡ଼ିକୁ ଗ୍ରାଫ୍ ମାଧ୍ୟମରେ ପ୍ରକାଶ କରାଯାଏ ତେବେ ତାହା ବୁଝିବାରେ କୌଣସି ପ୍ରକାର ଅସୁବିଧା ହୋଇନଥାଏ ।

ପୌନପୁନ୍ୟ ବିସ୍ତୃତିରେ ଦିଆଯାଇଥ‌ିବା ତଥ୍ୟକୁ ରେଖାଚିତ୍ର ମାଧ୍ୟମରେ ଦର୍ଶାଯାଇପାରିବ । ବିଶେଷକରି ଏଥପାଇଁ ଗ୍ରାଫ୍ ପେପର୍‌ର ଆବଶ୍ୟକତା ଅଛି ।

ବିଭିନ୍ନ ପ୍ରକାର ଗ୍ରାଫୀୟ ପ୍ରଦର୍ଶନ – ପରିସଂଖ୍ୟାନ ତଥ୍ୟଗୁଡ଼ିକୁ ନିମ୍ନଲିଖ୍ ଗ୍ରାଫୀୟ ଚିତ୍ର ବା ରେଖାଚିତ୍ର ମାଧ୍ୟମରେ ପ୍ରକାଶ କରାଯାଇଫାରେ । ସେଗୁଡ଼ିକ ହେଲା –

  • ଆୟତଚିତ୍ର ବା ହିଷ୍ଟୋଗ୍ରାମ୍ (Histogram)
  • ପୌନପୁନ୍ୟ ବହୁଭୁଜ କ୍ଷେତ୍ର (Frequency Polygon)
  • ବୃତ୍ତ ଆରେଖ ବା ପାଇ ଚିତ୍ର (Pie-diagram)
  • ସଦୃଶ ପୌନଃପୁନଃ ବକ୍ର (Smoothed Frequency Curve)
  • ଅଜାଇଭ୍ ବା କ୍ରମବର୍ଦ୍ଧିଷ୍ଣୁ ପୌନଃପୁନ୍ୟ ବକ୍ର (Ogive or Cumulative Frequency Curve)

ଆୟତଚିତ୍ର (Histogram) – ଆୟତଚିତ୍ରକୁ ବାର୍ ଡାଇଗ୍ରାମ୍ କୁହାଯାଏ । ଏହା କେତେଗୁଡ଼ିଏ ଦଣ୍ଡର ସମାହାର । ପ୍ରତ୍ୟେକ ସଂଭାଗର ପୌନଃପୁନ୍ୟକୁ ଦଣ୍ଡ ଆକାରରେ ପ୍ରକାଶ କରାଯାଇଥାଏ । ଏହି ରେଖଚିତ୍ରର ଦଣ୍ଡଗୁଡ଼ିକ ଯାହା ଆୟତକ୍ଷେତ୍ର ଭଳି ଦେଖାଯାଏ । ତେଣୁ ଏହାକୁ ଆୟତଚିତ୍ର କୁହାଯାଏ ।

ଆୟତଚିତ୍ର ଅଙ୍କନର ନିୟମ :

  • ପ୍ରଥମେ ଦୁଇଟି ରେଖା ଯଥା OX (ସମାନ୍ତରାଳ ରେଖା) ଏବଂ OY (ଲମ୍ବାକାର) ରେଖା ଅଙ୍କନ କର ।
  • ଦୁଇଟି ରେଖା OX ଏବଂ OY, ୦ ବିନ୍ଦୁରେ ମିଳିତ ହୁଅନ୍ତି ।
  • OY ରେଖାଟି OX ରେଖାର 75% ହେବା ଉଚିତ ।
  • ପ୍ରତ୍ୟେକ ସଂଭାଗର ନିମ୍ନ ବାସ୍ତବ ସୀମା (Lower limit) ଏବଂ ଉଚ୍ଚ ବାସ୍ତବ ସୀମା (Upper limit) ନିର୍ଣ୍ଣୟ କର ।
  • OX ରେଖାଟି ନିମ୍ନ ବାସ୍ତବ ସୀମା ଏବଂ ଉଚ୍ଚ ବାସ୍ତବ ସୀମାକୁ ବୁଝାଇବ ।
  • OY ରେଖାଟି ଲମ୍ବାକାର ଅଟେ । ତେଣୁ ତାହା ପୌନଃପୁନ୍ୟକୁ ବୁଝାଇବ ।
  • ପ୍ରଥମ ସଂଭାଗର ନିମ୍ନ ବାସ୍ତବ ସୀମା ଏବଂ ଉଚ୍ଚ ବାସ୍ତବ ସୀମାକୁ ତା’ର ପୌନୁପୁନ୍ୟ ସହ ଯୋଗ କର ।
  • ଦ୍ଵିତୀୟ ସଂଭାଗର ନିମ୍ନ ବାସ୍ତବ ସୀମା ପ୍ରଥମ ସଂଭାଗର ଉଚ୍ଚ ବାସ୍ତବ ସୀମା ଅଟେ । ତେଣୁ ଦ୍ଵିତୀୟ ସଂଭାଗର ପୌନଃପୁନ୍ଯ ସହ ତାକୁ ସେହିପରି ଯୋଗ କର । ଦେଖୁ ତାହା ଏକ ଆୟତାକାର କ୍ଷେତ୍ରଟି ହେବ । ସେହିପରି କଲେ ଯେଉଁ ଚିତ୍ରଟି ହେବ ତାହା ଆୟତଚିତ୍ର ।

ପୌନଃପୁନ୍ୟ ବହୁଭୁଜ କ୍ଷେତ୍ର (Frequency Polygon) – ପୌନଃପୁନ୍ୟ ସାରଣୀର ଲବ୍ଧଙ୍କକୁ ଆମେ ଗ୍ରାଫ୍ ମାଧ୍ୟମରେ ପ୍ରକାଶ କରିବା ସମୟରେ ଯେଉଁ ଲେଖଚିତ୍ର ଅଙ୍କନ କରାଯାଇଥାଏ, ତାହା ପ୍ରାୟତଃ OX ଅକ୍ଷରେଖାକୁ ଛୁଇଁ ନ ଥାଏ । ଏକ ବହୁଭୁଜ କ୍ଷେତ୍ର ପ୍ରସ୍ତୁତ କରିବାକୁ ହେଲେ ପ୍ରତ୍ୟେକ ରେଖା ସମ୍ମିଳିତ ହେଲେ ବହୁ କୋଣ ସୃଷ୍ଟି ହେବ ଏବଂ ଯେଉଁ କ୍ଷେତ୍ରର ବହୁଭୁଜ ବି ଥ‌ିବ । ବହୁ ବାହୁ ପୂବା କ୍ଷେତ୍ରକୁ ବହୁଭୁଜ କ୍ଷେତ୍ର କୁହାଯାଏ ।

ପୌନଃପୁନ୍ୟ ବହୁଭୁଜ କ୍ଷେତ୍ର ଅଙ୍କନର ନିୟମ :
(1) ସର୍ବନିମ୍ନ ଏବଂ ସର୍ବୋଚ୍ଚ ସଂଭାଗର ନିମ୍ନରେ ଏବଂ ଉପରେ ଦୁଇଟି ସଂଭାଗ ସୃଷ୍ଟି କରାଯାଇ ତାହାର ପୌନଃପୁନ୍ୟକୁ ଶୂନ୍ୟ ‘0’ ଦିଆଯାଉ ।
(2) ପ୍ରତ୍ୟେକ ସଂଭାଗର ମଧ୍ୟବିନ୍ଦୁ ନିଶ୍ଚୟ କର ।
(3) ମଧ୍ୟବିନ୍ଦୁ (Mid point) ସମାନ୍ତରାଳ ରେଖା (OX-Axis)ରେ ଦର୍ଶାଯାଉ ।
(4) ପୌନଃପୁନ୍ୟକୁ ଲମ୍ବାକାର ରେଖା (OY-Axis)କୁ ବୁଝାଇବ ।
(5) ଶୂନ୍ୟ ପୌନଃପୁନ୍ୟ ନେବାର କାରଣ ତାହାର ଦୁଇଟି ସଂଭାଗ OX-Axisକୁ ଛାଇଁବ ଯାହା ଏକ ବହୁଭୁଜ କ୍ଷେତ୍ର ଗଠନରେ ସାହାଯ୍ୟ କରିବ ।
(6) ପୌନଃପୁନଃ ସଂଭାଗର ତଳଆଡୁ ସଂଭାଗକୁ ନେଇ ମଧ୍ୟବିନ୍ଦୁ (Mid point)କୁ ବିନ୍ଦୁ ଦେଇ ପୌନଃପୁନ୍ୟର ବିନ୍ଦୁ ସହ ସଂଯୋଗ କର । ଏହିପରି ସମସ୍ତ ମଧ୍ୟବିନ୍ଦୁକୁ ପୌନଃପୁନ୍ଯ ସହ ସଂଯୋଗ କଲେ ଏହା ଏକ ବହୁଭୁଜ କ୍ଷେତ୍ର ହେବ ।

ପାଇ-ଚିତ୍ର ବା ବୃତ୍ତ ଆଲେଖ (Pie-Diagram) – ଯେତେବେଳେ ରାଜ୍ୟ ବା କେନ୍ଦ୍ରର ବଜେଟ ଉପସ୍ଥାପନ କରାଯାଏ ତାହାର ଆୟ ଏବଂ ବ୍ୟୟକୁ ଏକ ମୁଦ୍ରାରେ ଖଣ୍ଡଖଣ୍ଡ କରି ଭାଗ କରାଯାଇଥାଏ, ଯାହା ଏକ ବୃତ୍ତଭଳି ଦେଖାଯାଏ । ବୃତ୍ତକୁ ବିଭିନ୍ନ ବିଭିନ୍ନ କୋଣରେ ଭାଗ କରାଯାଇ ତାକୁ ଶତକଡ଼ାରେ ପ୍ରକାଶ କରାଯାଇଥାଏ । ସେହିପରି ଆମର ବର୍ଷତମାମ ଆୟ ଏବଂ ବ୍ୟୟକୁ ଶତକଡ଼ାରେ ପ୍ରକାଶ କରାଯାଇଥାଏ ।

ବୃତ୍ତ ଚିତ୍ରରେ ପ୍ରକୃତ ସଂଖ୍ୟା ନ ଥାଏ ।
ଏହା ଶତକଡ଼ା ରୂପେ ପ୍ରକାଶ ପାଇଥାଏ ।

କେନ୍ଦ୍ରୀୟ ପ୍ରବୃତ୍ତିର ପଦକ୍ଷେପ (Measures of Central Tendency) :
ଅର୍ଥ (Meaning) ପ୍ରତ୍ୟେକ କ୍ଷେତ୍ରରେ ଆମେ ନିଜର ସାମର୍ଥ୍ୟକୁ ଅନ୍ୟମାନଙ୍କ ସହ ତୁଳନା କରିଥାଉ । ପ୍ରଶ୍ନ ଆସେ, କାହାର କୃତି ସହ ଆମେ ନିଜକୁ ତୁଳନା କରିବା ? ତୁଳନା କରିବାକୁ ହେଲେ ଆମେ ହାରାହାରି (Average) କୃତିତ୍ବ ସହ ତୁଳନା କରିବା ଦରକାର । ଏହାକୁ କେନ୍ଦ୍ରସ୍ଥଳୀ ରୂପେ ଗ୍ରହଣ କରାଯାଇଛି । ତେଣୁ ଏହାର ମାପଗୁଡ଼ିକୁ କେନ୍ଦ୍ରୀୟ ପ୍ରବଣତା ମାପ କୁହାଯାଏ ।
ଏହି ମାପଗୁଡ଼ିକ ହେଲା-
(1) ମାଧ୍ୟ (Mean)
(2) ମଧ୍ୟମା (Median)
(3) ଗରିଷ୍ଠକ (Mode)

(1) ମାଧ୍ୟ (Mean) – କୌଣସି ବିତରଣର ହାରାହାରି ମାନ ବା ମାପକୁ ମାଧ୍ୟ (Mean) ବା ମାଧ୍ଯମାନ କୁହାଯାଏ ।
ମାଧ୍ୟ (Mean) ନିର୍ଣ୍ଣୟ କରିବାର ସୂତ୍ର :
(i) ଅବର୍ଗତ ସଂଖ୍ୟା ବା ତଥ୍ୟ (Ungrouped data)
ମାଧ୍ୟ = \(\frac{\sum X}{N}\)

CHSE Odisha Class 12 Education Solutions Chapter 15 ଶୈକ୍ଷିକ ପରିସଂଖ୍ୟାନ

(ii) ବର୍ଗତ ତଥ୍ୟ (Grouped data)
(a) ମାଧ୍ୟ (Long Method) = \(\frac{\sum X}{N}\)
(b) ମାଧ୍ୟ (Short Method) = A.M. + \(\frac{\Sigma \mathrm{Fx}^{\prime}}{\mathrm{N}}\) × i

(2) ମଧ୍ୟମା (Median) – କୌଣସି ବିତରଣର ମଧ୍ୟବିନ୍ଦୁ (ଯେଉଁ ବିନ୍ଦୁ ବିତରଣକୁ ଦୁଇ ସମାନ ଭାଗରେ ବିଭକ୍ତ କରିଥାଏ) ଜାଣିବାପାଇଁ ମଧ୍ୟମା ନିର୍ଣ୍ଣୟ କରାଯାଏ । ତେଣୁ ମଧ୍ୟମା ବିତରଣକୁ ଦୁଇ ସମାନ ଭାଗରେ ବିଭକ୍ତ କରିଥାଏ ।
ମଧ୍ୟମା ନିର୍ଣ୍ଣୟ କରିବାର ସୂତ୍ର :
ମଧ୍ୟମା = \(L+\frac{N / 2-F}{f_m} \times \mathrm{i}\) Or, \(U-\frac{N / 2-F}{f_m} \times \mathrm{i}\)

(3) ଗରିଷ୍ଠକ (Mode) – ଗରିଷ୍ଠକ ହେଉଛି କୌଣସି ଏକ ବିତରଣର ସର୍ବାଧ‌ିକ ଲବ୍ଧଙ୍କ । ଯେଉଁ ଲଚ୍ଛାଙ୍କଟି ଏକାଧ୍ଵ ବାର ଆସିଥାଏ ତାହା ଗରିଷ୍ଠକ ।
ଗରିଷ୍ଠକ ଦୁଇ ପ୍ରକାର ; ଯଥା –
(a) ସ୍ଥୂଳ ଗରିଷ୍ଠକ – ଅବର୍ଗତ ତଥ୍ୟାବଳୀରେ ଯେଉଁ ଲକ୍ତାଙ୍କ ସର୍ବାଧୁକ ବାର ରହିଥାଏ ବା ଯାହାର ପୌନଃପୁନ୍ୟ ଅନ୍ୟାନ୍ୟ ଇଛାଙ୍କର ପୌନଃପୁନ୍ୟ ଅପେକ୍ଷା ଅଧିକ ତାହାକୁ ବିତରଣର ସ୍ଥୂଳ ଗରିଷ୍ଠକ କୁହାଯାଏ ।
(b) ବାସ୍ତବ ଗରିଷ୍ଠକ – କୌଣସି ପୌନଃପୁନଃ ବିତରଣରେ ଯେଉଁ ଲଜ୍ଜାଙ୍କ ବିନ୍ଦୁରେ ସର୍ବାପେକ୍ଷା ଅଧିକ ପୌନଃପୁନ୍ୟ ଘନୀଭୂତ ହୋଇଥା’ନ୍ତି, ତାହା ବିତରଣର ବାସ୍ତବ ଗରିଷ୍ଠକ ।

ନିମ୍ନଲିଖତ ସୂତ୍ରଦ୍ଵାରା ବାସ୍ତବ ଗରିଷ୍ଠକ ନିର୍ଣ୍ଣୟ କରିହୁଏ ।
Mode = 3 Median – 2 Mean

CHSE Odisha Class 12 Psychology Unit 4 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 4 ମାନସିକ ବିକାର & ମାନସିକ ବିକାର ଚିକିତ୍ସା Objective Questions.

CHSE Odisha 12th Class Psychology Unit 4 Objective Questions in Odia Medium

ନିମ୍ନୋକ୍ତ ପ୍ରତ୍ୟେକ ପ୍ରଶ୍ନର କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ତଳେ ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଲେଖ ।

୧। କଲିକତାର ଲୁମ୍ବିନିପାର୍କଠାରେ କେଉଁ ମସିହାରେ ଭାରତର ପ୍ରଥମ ମାନସିକ ବିକାର ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଥିଲା ?
(କ) ୧୯୨୦
(ଖ) ୧୯୧୩
(ଗ) ୧୯୯୯
(ଘ) ୧୯୧୨
Answer:
(କ) ୧୯୨୦

୨। କାହା ମତରେ ମାନସିକ ରୋଗ ଶାରୀରିକ ଗୋଳମାଳ ଯୋଗୁଁ ଉତ୍ପନ୍ନ ହୋଇଥାଏ ?
(କ) ସିଗ୍‌ମଣ୍ଡ ଫ୍ରଏଡ୍
(ଖ) ଅଷ୍ନମ ହେନେରୀ
(ଗ) କ୍ରାଏପଲିନ୍
(ଘ) ମାସ୍ଲୋ
Answer:
(ଗ) କ୍ରାଏପଲିନ୍

୩। କାହା ମତରେ ଅଚେତନ ମନ ମାନସିକ ରୋଗ ଉତ୍ପନ୍ନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ?
(କ) କ୍ରାଏପଲିନ୍
(ଖ) ସିଗ୍‌ମଣ୍ଡ ଫ୍ରଏଡ୍
(ଗ) ମାସ୍‌
(ଘ) ହେନେରୀ
Answer:
(ଖ) ସିଗ୍‌ମଣ୍ଡ ଫ୍ରଏଡ୍

୪। କାହା ମତରେ ମାନସିକ ରୋଗ ମସ୍ତିଷ୍କ ବିକୃତିରୁ ଉତ୍ପନ୍ନ ହୋଇଥାଏ ?
(କ) ହିପୋକ୍ରେଟସ୍
(ଖ) କ୍ରାଏପଲିନ୍
(ଗ) ସ୍କିନର
(ଘ) ଓ୍ୱ।ଟସନ୍
Answer:
(କ) ହିପୋକ୍ରେଟସ୍

CHSE Odisha Class 12 Psychology Unit 4 Objective Questions in Odia Medium

୫। ଏକ ନିର୍ଦ୍ଦିଷ୍ଟ ମାନସିକ ବିକୃତିରେ ପରିଦୃଷ୍ଟ ହେଉଥ‌ିବା ଲକ୍ଷଣ ସମୂହକୁ କ’ଣ କୁହାଯାଏ ?
(କ) ସଂଲକ୍ଷଣ (Syndrome)
(ଖ) ଲକ୍ଷଣ (Symptom)
(ଗ) କାରଣ (Causes)
(ଘ) ଅନ୍ୟ।ନ୍ୟ
Answer:
(କ) ସଂଲକ୍ଷଣ (Syndrome)

୬। ଗୋଟିଏ ମାନସିକ ବିକୃତିକୁ ସୃଷ୍ଟି କରିବା ନିମନ୍ତେ କେଉଁ କାରଣ ପର୍ଯ୍ୟାପ୍ତ ଅଟେ ?
(କ) ପ୍ରାଥମିକ
(ଖ) ପୂର୍ବ-ପ୍ରବର୍ତ୍ତକ କାରଣ
(ଗ) ଅବକ୍ଷେପିତ କାରଣ
(ଘ) ପୁନର୍ବଳନକାରୀ କାରଣ
Answer:
(କ) ପ୍ରାଥମିକ କାରଣ

୭। ଏକ ତତ୍‌କାଳୀୟ ଅବସ୍ଥା ଯଦି ମାନସିକ ବିକାରକୁ ଜାତ କରେ ତେବେ ଏହାକୁ କେଉଁ କାରଣ କୁହାଯାଏ ?
(କ) ପ୍ରାଥମିକ
(ଖ) ଅବକ୍ଷେପିତ
(ଗ) ପୂର୍ବ-ପ୍ରବର୍ତ୍ତକ
(ଘ) ପୁନର୍ବଳନକାରୀ
Answer:
(ଖ) ଅବକ୍ଷେପିତ

୮। ପୂର୍ବରୁ ସୃଷ୍ଟି ହୋଇସାରିଥିବା ଏକ ମାନସିକ ବିକାରକୁ ଅବ୍ୟାହତ ରଖିବାରେ ସହାୟକ ହୋଇଥାଏ ତାହାକୁ କେଉଁ କାରଣ କୁହାଯାଏ ?
(କ) ପ୍ରାଥମିକ
(ଖ) ଅବକ୍ଷେପିତ
(ଗ) ପୂର୍ବ-ପ୍ରବର୍ତ୍ତକ
(ଘ) ପୁନର୍ବଳନକାରୀ
Answer:
(ଘ) ପୁନର୍ବଳନକାରୀ

୯। କେଉଁ ବେଦରେ ମାନସିକ ବିକାର ସମ୍ବନ୍ଧୀୟ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ ?
(କ) ଋଗ୍‌ ବେଦ
(ଖ) ସାମବେଦ
(ଗ) ଯର୍ଜୁବେଦ
(ଘ) ଅଥର୍ବବେଦ
Answer:
(ଘ) ଅଥର୍ବବେଦ

CHSE Odisha Class 12 Psychology Unit 4 Objective Questions in Odia Medium

୧୦। କେଉଁ ଆଧାରରେ ଗୋଟିଏ ସମାଜ ଓ ସଂସ୍କୃତିର ଏକ ନିର୍ଦ୍ଦିଷ୍ଟ ବ୍ୟବହାର ଆଦୃତ, ଗ୍ରହଣୀୟ ଏବଂ ସ୍ଵାଭାବିକ ହୋଇଥିବା ବେଳେ ସେହି ବ୍ୟବହାରଟି ଭିନ୍ନ ଏକ ସଂସ୍କୃତିର ଅନାଦୃତ, ଅଗ୍ରହଣୀୟ ଓ ଅସ୍ଵାଭାବୀ ବିବେଚିତ ହୋଇଥାଏ ?
(କ) ସାଂଖ୍ୟକୀୟ ଆଧାର
(ଖ) ସାମାଜିକ-ସାଂସ୍କୃତିକ ଆଧାର
(ଗ) ଉପଯୋଜନ ଓ ସମାଯୋଜନ ଆଧାର
(ଘ) ଜୀବନର ପର୍ଯ୍ୟାୟତ୍ମକ ଆଧାର
Answer:
(ଖ) ସାମାଜିକ-ସାଂସ୍କୃତିକ ଆଧାର

୧୧। କାହା ମତରେ ପୃଥ‌ିବୀର କୌଣସି ବ୍ୟକ୍ତିକୁ ସଂପୂର୍ଣ୍ଣ ସ୍ବାଭାବିକ ମାନସିକ ଅବସ୍ଥା ସଂପନ୍ନ ବୋଲି କୁହାଯାଇନପାରେ ?
(କ) ମାସ୍‌
(ଖ) କ୍ର।ଏପଲିନ
(ଗ) ସିଗମଣ୍ଡ ଫ୍ରଏଡ଼
(ଘ) ହେନେରୀ
Answer:
(ଗ) ସିଗମଣ୍ଡ ଫ୍ରଏଡ଼

୧୨। ମନୋଚିକିତ୍ସା କେତୋଟି ପର୍ଯ୍ୟାୟ ଉପରେ ପର୍ଯ୍ୟବସିତ ?
(କ) ୧
(ଖ) ୪
(ଗ) ୩
(ଘ) ୫
Answer:
(ଗ) ୩

CHSE Odisha Class 12 Psychology Unit 4 Objective Questions in Odia Medium

୧୩। ମନୋଚିକିତ୍ସାର କେଉଁ ପର୍ଯ୍ୟାୟରେ ଚିକିତ୍ସାରେ ଔପଚାରିକତା, ଯେପରିକି ଶୁଳ୍କ, ସମୟ ଏବଂ ଚିକିତ୍ସାର ସ୍ବରୂପ ଇତ୍ୟାଦି ସମ୍ବନ୍ଧରେ ସୂଚନା ଦିଆଯାଏ ।
(କ) ମଧ୍ୟବର୍ତ୍ତୀ ପର୍ଯ୍ୟାୟ
(ଖ) ପ୍ର।ଥମିକ ପର୍ଯ୍ୟାୟ
(ଗ) ସମାପନ ପର୍ଯ୍ୟାୟ
(ଘ) ଅନ୍ୟାନ୍ୟ
Answer:
(ଖ) ପ୍ରାଥମିକ ପର୍ଯ୍ୟାୟ

୧୪। ଲିଣ୍ଡସ୍କ ଓ ସ୍ପିନର କେଉଁ ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ ‘ବ୍ୟବହାର ଚିକିତ୍ସା’ଶବ୍ଦର ଆବିଷ୍କାର କରିଥିଲେ ?
(କ) ୧୯୭୦
(ଖ) ୧୯୫୦
(ଗ) ୧୯୨୦
(ଘ) ୧୯୩୦
Answer:
(ଖ) ୧୯୫୦

୧୫। କେଉଁ ଚିକିତ୍ସା ପଦ୍ଧତିରେ ରୋଗୀକୁ ଚିନ୍ତା ଉତ୍ପନ୍ନ କରୁଥିବା ବାସ୍ତବିକ ସ୍ଥିତିରେ ରଖାଯାଇଥାଏ ?
(କ) ବିକର୍ଷଣ ଚିକିତ୍ସା
(ଖ) ଇଂଗ୍ଲୋସିଉ ଚିକିତ୍ସା
(ଗ) ଫ୍ଲଡ଼ିଙ୍ଗ୍
(ଘ) ଅସମ୍ୱେଦୀକରଣ
Answer:
(ଗ) ଫ୍ଲଡ଼ିଙ୍ଗ୍

୧୬। କ୍ରମବଦ୍ଧ ବିସଂବେଦୀକରଣ ପଦ୍ଧତି କାହା ଦ୍ବାରା ବିକଶିତ ହୋଇଥିଲା ?
(କ) ସ୍କ୍ରିନର
(ଖ) ଓ୍ବାଟସନ
(ଗ) ଓଲେ
(ଘ) ବେକ୍
Answer:
(ଗ) ଓଲ୍‌

CHSE Odisha Class 12 Psychology Unit 4 Objective Questions in Odia Medium

୧୭। କେଉଁ ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥ‌ିପାଇଁ ତାହାର ପରିମାର୍ଜନରେ ନୂଆ ଶିଖୁବା ଆବଶ୍ୟକ ହୋଇଥାଏ ?
(କ) ବ୍ୟବହାର ଚିକିତ୍ସା ପଦ୍ଧତି
(ଖ) ମନୋଗତ୍ୟ।ତ୍ଜକ ଚିକିତ୍ସା
(ଗ) ସଜ୍ଞ।ତ୍ଜକ ଚିକିତ୍ସା
(ଘ) ଜୌବ – ଔଷଧୀୟ ଧନୋଚିକିତ୍ସା
Answer:
(କ) ବ୍ୟବହାର ଚିକିତ୍ସା ପଦ୍ଧତି

୧୮। କେଉଁ ଚିକିତ୍ସା ପଦ୍ଧତିର ଲକ୍ଷ୍ୟ ରୋଗୀର କୁସମାଯୋଜନାତ୍ମକ ବିଚାରଧାରାର ପରିବର୍ତ୍ତନ କରିବା ।
(କ) ବ୍ୟବହାର ଚିକିତ୍ସା
(ଖ) ତର୍କାଶ୍ରିତ-ଭାବାତ୍ସକ ଚିକିତ୍ସା
(ଗ) ସଜ୍ଞ।ତ୍ଜକ ଚିକିତ୍ସା
(ଘ) ବିକର୍ଷଣ ଚିକିତ୍ସା
Answer:
(ଖ) ତର୍କାଶ୍ରିତ-ଭାବାତ୍ସକ ଚିକିତ୍ସା

୧୯। କେଉଁ ଚିକିତ୍ସା ପଦ୍ଧତିରେ ମସ୍ତିଷ୍କର ବିଭିନ୍ନ ଭାଗରେ ଶଲ୍ୟ ଚିକିତ୍ସା କରି ମନୋରୋଗୀଙ୍କର ସହାୟତା କରାଯାଇଥାଏ ?
(କ) ବିଦୁ୍ୟତ – ବିକ୍ଷେପୀ ଚିକିତ୍ସା
(ଖ) ମନୋଶଲ୍ୟ ଚିକିତ୍ସା
(ଗ) ମୁକ୍ତ – ସାହଚର୍ଯ୍ୟ
(ଘ) ଇଂଗ୍ଲୋସିଉ ଚିକିତ୍ସା
Answer:
(ଖ) ମନୋଶଲ୍ୟ ଚିକିତ୍ସା

୨୦। କେଉଁ ବ୍ୟବହାର ଚିକିତ୍ସା ପଦ୍ଧତି ସବୁଠାରୁ ଅଧ‌ିକ ପ୍ରସିଦ୍ଧ ଏବଂ ଦୁର୍ନୀତି ଓ ଦୁଶ୍ଚିନ୍ତା ପରି ମାନସିକ ବିକୃତିର ଉପଚାର ପାଇଁ ବହୁଳଭାବରେ ବ୍ୟବହୃତ ହୋଇଥାଏ ?
(କ) କ୍ରମବଦ୍ଧ – ବିସଂବେଦୀକରଣ
(ଖ) ଇଂଗ୍ଲୋସିଭ୍
(ଗ) ଫ୍ଲଡ଼ିଙ୍ଗ୍
(ଘ) ବିକର୍ଷଣ ଚିକିତ୍ସା
Answer:
(କ) କ୍ରମବଦ୍ଧ – ବିସଂବେଦୀକରଣ

CHSE Odisha Class 12 Psychology Unit 4 Objective Questions in Odia Medium

ଶୂନ୍ୟସ୍ଥାନ ପୂରଣ କର
ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

୧। ଗୁଣସୂତ୍ରୀୟ କାରଣ ଜନିତ ମାନସିକ ମନ୍ଦତାକୁ _____________________ କୁହାଯାଏ ।
(କ) ଚିତ୍ତଭ୍ରଂଶୀ ବାତୁଳତା
(ଖ) ଉତ୍କଣ୍ଠା ମନୋବିକୃତି
(ଗ) ଡାଉନ୍ ଲକ୍ଷଣ ସମୂହ
(ଘ) ଦୁର୍ନୀତି ମନୋବିକୃତି
Answer:
(ଗ) ଡାଉନ୍ ଲକ୍ଷଣ ସମୂହ

୨। ଖାଦ୍ୟ ପେୟରେ ଏବଂ ବିଶ୍ରାମରେ ସ୍ଵଳ୍ପତା ____________________ ଉତ୍ପନ୍ନ କରାଏ ।
(କ) ମନୋଭାବ ମନୋବିକୃତି
(ଖ) ଦୁର୍ନୀତି ମନୋବିକୃତି
(ଗ) ଚିତ୍ତଭ୍ରଂଶୀ ମନୋବିକୃତି
(ଘ) ଉତ୍କଣ୍ଠା ମନୋବିକୃତି
Answer:
(କ) ମନୋଭାବ ମନୋବିକୃତି

୩। ଗୋଟିଏ ______________________ କାରଣ ବ୍ୟକ୍ତିଠାରେ ମାନସିକ ରୋଗ ଉତ୍ପନ୍ନ ହେବାର ସମ୍ବେଦନଶୀଳତାକୁ ବଢ଼ାଇ ଦେଇଥାଏ ।
(କ) ପ୍ରାଥମିକ
(ଖ) ପୂର୍ବ ପ୍ରବୃତ୍ତ
(ଗ) ପ୍ରବଳନକାରୀ
(ଘ) ଅବକ୍ଷେପିତ
Answer:
(ଖ) ପୂର୍ବ ପ୍ରବୃତ୍ତ

୪। ଏକ ମାନସିକ ରୋଗ ପ୍ରତି ପୂର୍ବପ୍ରବୃତ୍ତ ହେବାକୁ _________________ କୁହାଯାଏ ।
(କ) ମନୋବିକୃତି
(ଖ) ଅବକ୍ଷେପଣ
(ଗ) ରୋଗଉନ୍ମୁଖତା
(ଘ) ଅନ୍ୟ।ନ୍ୟ
Answer:
(ଗ) ରୋଗଉନ୍ମୁଖତା

CHSE Odisha Class 12 Psychology Unit 4 Objective Questions in Odia Medium

୫। କୌଣସି ବସ୍ତୁ ବା ପରିସ୍ଥିତି ପ୍ରତି ଅଯୌକ୍ତିକ ଏବଂ ଅବିରତ ଭୟକୁ _______________ କୁହାଯାଏ ।
(କ) ଉତ୍କଣ୍ଠା ମନୋବିକୃତି
(ଖ) ଚିତ୍ତଭ୍ରଂଶୀ ବାତୁଳତା
(ଗ) ଆତଙ୍କ ମନୋବିକୃତି
(ଘ) ଦୁର୍ନୀତି ମନୋବିକୃତି
Answer:
(ଘ) ଦୁର୍ନୀତି ମନୋବିକୃତି

୬। ଯେଉଁ ମନୋବିକୃତିରେ ଜଣେ ବ୍ୟକ୍ତି ବିଶେଷ ଭାବରେ ସଜାଗ ରହିଥାନ୍ତି ଏବଂ କୌଣସି କାରଣ ନ ଥାଇ ଅତ୍ୟନ୍ତ ଆଶଙ୍କାଗ୍ରସ୍ତ ହୋଇଥାନ୍ତି ତାହାକୁ _____________________ କୁହାଯାଏ ।
(କ) ଉତ୍କଣ୍ଠା ମନୋବିକୃତି
(ଖ) ଆଦେଶନ – ବାଧ୍ୟକ ମନୋବିକୃତି
(ଗ) ଦୁର୍ଭୀତି ମନୋବିକୃତି
(ଘ) ଆତଙ୍କ ମନୋବିକୃତି
Answer:
(କ) ଉତ୍କଣ୍ଠା ମନୋବିକୃତି

୭। ଯେଉଁ ବ୍ୟକ୍ତି କେତେମାସ ପାଇଁ ଅତ୍ୟନ୍ତ ଉଲ୍ଲସିତ ଏବଂ ଅନ୍ୟ କେତେ ମାସ ପାଇଁ ଅତ୍ୟନ୍ତ ବିଷାଦଗ୍ରସ୍ତ ରହେ, ସେ ବ୍ୟକ୍ତି __________________ ଦ୍ଵାରା ପୀଡ଼ିତ ।
(କ) ଉତ୍କଣ୍ଠା ମନୋବିକୃତି
(ଖ) ଦ୍ଵିପ୍ରାନ୍ତୀୟ ମନୋବିକୃତି
(ଗ) ଚିତ୍ତଭ୍ରଂଶୀ ବାତୁଳତା
(ଘ) ଦୁର୍ଭୀତି ମନୋବିକୃତି
Answer:
(ଖ) ଦ୍ଵିପ୍ରାନ୍ତୀୟ ମନୋବିକୃତି

୮। ଗଳଗ୍ରନ୍ଥି ରସର କ୍ଷରଣ ମାତ୍ରା ଅଳ୍ପ ହେବା ଦ୍ଵାରା _________________ ସୃଷ୍ଟି ହେବାର ଆଶଙ୍କା ଥାଏ ।
(କ) ଡାଉନ ଲକ୍ଷଣ ସମୂହ
(ଖ) ଜଡ଼ବାମନତ୍ଵ
(ଗ) ଚିତ୍ତଭ୍ରଂଶୀ ବାତୁଳତା
(ଘ) ଦ୍ଵିପ୍ରାନ୍ତୀୟ ମନୋବିକୃତି
Answer:
(ଖ) ଜଡ଼ବାମନତ୍ଵ

୯। ବନ୍ଦ କରିବା ପରେ ତାହାକୁ ବହୁବାର ଯାଞ୍ଚ କରିବା _______________ ର ଲକ୍ଷଣ ।
(କ) ଦୁର୍ନୀତି ମନୋବିକୃତି
(ଖ) ମନୋଗ୍ରସ୍ତ-ମନୋବାଧ୍ୟତା ମନୋବିକୃତି
(ଗ) ଉତ୍କଣ୍ଠା ମନୋବିକୃତି
(ଘ) ଆତଙ୍କ ମନୋବିକୃତି
Answer:
(ଖ) ମନୋଗ୍ରସ୍ତ-ମନୋବାଧ୍ୟତା ମନୋବିକୃତି

୧୦। ଅତିକମ୍‌ରେ ___________________ ମାସ ପର୍ଯ୍ୟନ୍ତ ଅତୀବ ଉତ୍କଣ୍ଠା ଓ ଦୃଶ୍ଚିନ୍ତା ଅବ୍ୟାହତ ରହିବା ଯୋଗୁଁ ଜୀବନର ମୁଖ୍ୟ ପରିସରଗୁଡ଼ିକ ପ୍ରଭାବିତ ହୋଇଥାନ୍ତି ।
(କ) ୬ ମାସ
(ଖ) ୩ ମାସ
(ଘ) ୯ ମାସ
(ଗ) ୫ ମାସ
Answer:
(କ) ୬ ମାସ

CHSE Odisha Class 12 Psychology Unit 4 Objective Questions in Odia Medium

୧୧। ମନୋଚିକିତ୍ସକ ଏବଂ ରୋଗୀଙ୍କର ବିବେକି, ସୁସ୍ଥ ହେବାପାଇଁ ଉତ୍ସୁକ ‘ସ୍ୱ’ ସହିତ ମୈତ୍ରୀପୂର୍ଣ ସଂପର୍କକୁ __________________ କୁହାଯାଏ ।
(କ) ପ୍ରଥମ ସାକ୍ଷାତ
(ଖ) ଚିକିତ୍ସାତ୍ମକ ଅନୁବନ୍ଧ
(ଗ) ଚିକିତ୍ସାତ୍ମକ ସୌହାର୍ଯ୍ୟ
(ଘ) ମନୋଚିକିତ୍ସାତ୍ମକ ସମ୍ବନ୍ଧ
Answer:
(ଗ) ଚିକିତ୍ସାତ୍ମକ ସୌହାର୍ଯ୍ୟ

୧୨। ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ _________________ କୁହାଯାଏ ।
(କ) ଚିକିତ୍ସାତ୍ମକ ଅନୁବନ୍ଧ
(ଖ) ପ୍ରଥମ ସାକ୍ଷାତ
(ଗ) ଚିକିତ୍ସାତ୍ମକ ସୌହାର୍ଦ୍ଦ
(ଘ) ମନୋଚିକିତ୍ସାତ୍ମକ ସମ୍ବନ୍ଧ
Answer:
(କ) ଚିକିତ୍ସାତ୍ମକ ଅନୁବନ୍ଧ

୧୩। ବ୍ୟବହାର ଚିକିତ୍ସା ପଦ୍ଧତିକୁ _______________________ ରୂପେ ଜଣାଯାଉଥାଏ ।
(କ) ବ୍ୟବହାର ପରିମାର୍ଜନ
(ଖ) ପ୍ରଥମ ସାକ୍ଷାତ
(ଗ) କ୍ରିୟା ପ୍ରସୂନ ପରିମାର୍ଜନ
(ଘ) ପ୍ରତିରୋଧ
Answer:
(ଖ) ପ୍ରଥମ ସାକ୍ଷାତ

୧୪। ______________________ ଚିକିତ୍ସା ପଦ୍ଧତିରେ ଚିକିତ୍ସକ ସବୁଠାରୁ ଅଧିକ ଭୟ ଜାତ କରୁଥିବା ଘଟଣାର ବର୍ଣନା କରିଥାଆନ୍ତି ।
(କ) ଇଂଗ୍ଲୋସିଭ୍
(ଖ) ବିକର୍ଷଣ
(ଗ) ଦୃଢ଼ତା
(ଘ) ଦୃଢ଼ିଙ୍ଗ୍
Answer:
(କ) ଇଂଗ୍ଲୋସିଭ୍

୧୫। ___________________ ଙ୍କ ଦ୍ବାରା ବିକଶିତ ହୋଇଥିବା ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ଅବସାଦଗ୍ରସ୍ତ ରୋଗୀଙ୍କ ଉପଚାର ପାଇଁ ବହୁଳଭାବରେ ବ୍ୟବହାର କରାଯାଇଛି ।
(କ) ଓ୍ୱ।ଟସନ
(ଖ) ବେକ
(ଗ) ଏଲିସ୍
(ଘ) ସିଗମଣ୍ଟ୍ ଫ୍ରଏଡ଼
Answer:
(ଖ) ବେକ୍

୧୬। ତର୍କଶ୍ରିତ –ଭାବାତ୍ମକ ଚିକିତ୍ସା ପଦ୍ଧତି ____________________ ଙ୍କ ଦ୍ବାରା ବିକଶିତ ହୋଇଥିଲା ।
(କ) ଏଲିସ୍
(ଖ) ବେକ୍
(ଗ) ସ୍କିନର
(ଘ) ଓଲ୍ଡେ
Answer:
(କ) ଏଲିସ୍

୧୭। କ୍ରମବଦ୍ଧ ବିସଂବେଦୀକରଣ ଚିକିତ୍ସା ପଦ୍ଧତିରେ______________________ ଗୋଟି ପର୍ଯ୍ୟାୟ ରହିଥାଏ ।
(କ) ୩
(ଖ)୪
(ଗ) ୬
(ଘ) ୫
Answer:
(ଖ) ୪

CHSE Odisha Class 12 Psychology Unit 4 Objective Questions in Odia Medium

୧୮। ମଦ୍ୟପାନ ଓ ମାଦକଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କର ଚିକିତ୍ସା _____________ ପଦ୍ଧତିରେ କରାଯାଇଥାଏ ।
(କ) କ୍ରମବଦ୍ଧ ବସଂବେଦୀକରଣ
(ଖ) ବିକର୍ଷଣ
(ଗ) ଇଂଗ୍ଲୋସିଭ୍
(ଘ) ଫୁଜିଙ୍ଗ୍
Answer:
(ଖ) ବିକର୍ଷଣ

୧୯। ଅଧୁକ ଖାଇବା, ଅଧ‌ିକ ଧୂମପାନ କରିବା ତଥା ଯୌନ ଦୂରାଚରଣ ପରି ବିକୃତିର ସଫଳ ଉପଚାର ___________________ ପଦ୍ଧତି ସାହାଯ୍ୟରେ କରାଯାଇଥାଏ ।
(କ) ବିକର୍ଷଣ
(ଖ) ରୋଗୀକେନ୍ଦ୍ରି
(ଗ) ଅସମ୍ୱେଦୀକରଣ
(ଘ) ଔଷଧର ପ୍ରୟୋଗ
Answer:
(କ) ବିକର୍ଷଣ

୨୦। ମନୋବିକିତ୍ସାର ______________________ ପର୍ଯ୍ୟାୟରେ ରୋଗୀ ଅଧ୍ବକ ସମାଯୋଜନାତ୍ମକ ହୋଇଯାଇଥାଏ ।
(କ) ପ୍ର।ଥମିକ
(ଖ) ମଧ୍ୟବର୍ତ୍ତୀ
(ଗ) ସମାପନ
(ଘ) ଅନ୍ୟାନ୍ୟ
Answer:
(ଗ) ସମାପନ

ନିମ୍ନରେ ଦିଆଯାଇଥିବା ଉକ୍ତିଗୁଡ଼ିକ ‘ଠିକ୍‌’ କିମ୍ବା ‘ଭୁଲ୍’ ଦର୍ଶାଅ ।

୧। ଝଡ଼ାଫୁଙ୍କା କରିବା ଏକ ଆଧୁନିକ ମନୋବୈଜ୍ଞାନିକ ଚିକିତ୍ସା ପ୍ରଣାଳୀ ।
Answer:
ଭୁଲ୍

୨। ପ୍ରାଗ୍ ଐତିହାସିକ ବ୍ୟକ୍ତି ମାନସିକ ରୋଗପାଇଁ ଦୃଷ୍ଟ ଆତ୍ମା ଉପରେ ଦୋଷ ହେଉଥିଲେ ।
Answer:
ଠିକ୍

୩। ଅଥର୍ବ ବେଦରେ ମାନସିକ ବିକାର ସମ୍ବନ୍ଧୀୟ ବର୍ଣ୍ଣନା ଦୃଷ୍ଟିଗୋଚର ହୁଏ ।
Answer:
ଠିକ୍

୪। ହିପୋକ୍ରେଟସଙ୍କୁ ଆଧୁନିକ ଚିକିତ୍ସା ଶାସ୍ତ୍ରର ଜନକ ରୂପେ ବିବେଚନା କରାଯାଏ ।
Answer:
ଠିକ୍

୫। ପ୍ରଥମଥର ପାଇଁ ସିଗମଣ୍ଡ ଫ୍ରଏଡ଼ ମତ ଦେଲେ ଯେ ମାନସିକ ବିକାର ମନୋବୈଜ୍ଞାନିକ କାରଣରୁ ଉତ୍ପନ୍ନ ହୁଏ ।
Answer:
ଠିକ୍

୬। ଜୋହାନ ବେୟରଙ୍କ ମତରେ ମାନସିକ ରୋଗ ମୁଖ୍ୟତଃ ଶାରୀରିକ ଗୋଳମାଳ ଯୋଗୁଁ ଉତ୍ପନ୍ନ ହୋଇଥାଏ ।
Answer:
ଭୁଲ୍

୭। ସ୍ଵାଭାବିକ ଓ ଅସ୍ଵାଭାବିକ ବ୍ୟବହାର ମଧ୍ୟରେ ସ୍ପଷ୍ଟ ଅନ୍ତର ଥାଏ ।
Answer:
ଭୁଲ୍

୮। ସାମାଜିକ ମୂଲ୍ୟ ଏବଂ ପ୍ରଥା ବଦଳିବା ସହିତ ସ୍ଵାଭାବିକତାର ଅର୍ଥ ବଦଳୁ ଥାଏ ।
Answer:
ଠିକ୍

CHSE Odisha Class 12 Psychology Unit 4 Objective Questions in Odia Medium

୯। ଅସ୍ଵାଭାବିକ ବୁଝାଉଥବା କେତେକ ବ୍ୟବହାର ସାଧାରଣ ବ୍ୟକ୍ତିମାନେ ମଧ୍ୟ ଦର୍ଶାଇଥାଆନ୍ତି ।
Answer:
ଠିକ୍

୧୦। ଅସ୍ଵାଭାବିକ ବ୍ୟବହାର ସାଂସ୍କୃତିକ ଦୃଷ୍ଟିକୋଣରୁ ଉପଯୁକ୍ତ ବୋଲି ବୁଝାଯାଇଥାଏ ।
Answer:
ଭୁଲ୍

୧୧। ଯେଉଁ ବ୍ୟବହାର ବ୍ୟକ୍ତିଠାରେ ପ୍ରକାର୍ଯ୍ୟାତ୍ମକ ଅକ୍ଷମତା ଉତ୍ପନ୍ନ କରିଥାଏ, ତାକୁ ଅସ୍ଵାଭାବିକ ବ୍ୟବହାର କୁହାଯାଇଥାଏ ।
Answer:
ଠିକ୍

୧୨। ବିନୋଦ, ସ୍ଵଚାଳନ, ପ୍ରେମ, କାର୍ଯ୍ୟକରିବା ତଥା ଖେଳକୁଦ କରିବା ଗୋଟିଏ ସାଧାରଣ ବ୍ୟକ୍ତିର ଲକ୍ଷଣ ।
Answer:
ଠିକ୍

୧୩। ଡି।ଏସ୍। ଏମ୍ (DSM) ଏକ ଲୋକପ୍ରିୟ ବର୍ଗୀକରଣ ଅଟେ |
Answer:
ଠିକ୍

୧୪। ମାନସିକ ଚାପ ବ୍ୟକ୍ତିକୁ ସ୍ଵାସ୍ଥ୍ୟବାନ ତଥା ସଶକ୍ତ କରିଥାଏ ।
Answer:
ଭୁଲ

୧୫। ଏକ ବିକୃତି ନିମନ୍ତେ ଆନୁବଂଶିକ ପୂର୍ବାନୁକୂଳତାକୁ ବଂଶଗତ-ପ୍ରବଣତା କୁହାଯାଏ ।
Answer:
ଠିକ୍

୧୬। ଜଡ଼-ବାମନତ୍ଵ (Cretinism) ପରି ଏକ ଭୟାନକ ମାନସିକ ଅନଗ୍ରସରତା ଗଳଗ୍ରନ୍ଥିକ୍ଷରଣ ରସର ସ୍ଵଳ୍ପମାତ୍ରାର ନିଷ୍ପତି ଯୋଗୁଁ ସୃଷ୍ଟି ହୋଇପାରେ ।
Answer:
ଠିକ୍

୧୭। ସଂଲକ୍ଷଣ ଆଧାରରେ ମାନସିକ ବିକୃତିର ଚିହ୍ନଟ (Diagnosis) କରାଯାଇଥାଏ ।
Answer:
ଠିକ୍

୧୮। ଅବସାଦ – ଯୁକ୍ତ ମନୋଭାବ ଭାବମନୋବିକୃତିଠାରୁ ଅଲଗା ।
Answer:
ଠିକ୍

୧୯। ଅବସାଦ ମନୋବିକୃତିର ଲକ୍ଷଣଗୁଡ଼ିକ ଅତି ଉଗ୍ର ଓ ବହୁତ ଦିନ ପର୍ଯ୍ୟନ୍ତ ଦେଖାଯାଉଥାଏ ।
Answer:
ଠିକ୍

୨୦। ଅବସାଦଗ୍ରସ୍ତ ବ୍ୟକ୍ତିଙ୍କର ଆତ୍ମହତ୍ୟା କରିବା ଆଶଙ୍କା ଥାଏ ।
Answer:
ଠିକ୍

୨୧। ଉତ୍କଣ୍ଠା ମନୋବିକୃତିଗ୍ରସ୍ତ ବ୍ୟକ୍ତିମାନେ ସାଧାରଣ ବ୍ୟକ୍ତିଙ୍କ ତୁଳନାରେ ବାରମ୍ବାର, ଅତି ତୀବ୍ର ଏବଂ ବହୁଦିନ ପର୍ଯ୍ୟନ୍ତ ଉତ୍କଣ୍ଠା ଅନୁଭବ କରିଥାନ୍ତି ।
Answer:
ଠିକ୍

୨୨। ଅସ୍ଵାଭାବିକ ବ୍ୟବହାର ହେଉଛି କୁସମାଯୋଜିତ ବ୍ୟବହାର ।
Answer:
ଠିକ୍

୨୩। ବିଦ୍ୟୁତ୍ ବିକ୍ଷେପୀ ଚିକିତ୍ସାର ପ୍ରୟୋଗ ଶାରୀରିକ ରୋଗଗୁଡ଼ିକର ଉପଚାର ପାଇଁ କରାଯାଇଥାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 4 Objective Questions in Odia Medium

୨୪। ଦୁଶ୍ଚିନ୍ତାଗ୍ରସ୍ତ ରୋଗୀମାନଙ୍କର ଉପଚାର ପାଇଁ ଶାନ୍ତିଦାୟକ ଔଷଧକୁ ପ୍ରୟୋଗ କରାଯାଇଥାଏ ।
Answer:
ଭୁଲ୍

୨୫। ମାନସିକ ବିକୃତିର ଉପଚାର ପାଇଁ ଆଜିକାଲି ମନୋଶଲ୍ୟ ଚିକିତ୍ସାର ବହୁଳ ବ୍ୟବହାର ଦେଖ‌ିବାକୁ ମିଳେ ।
Answer:
ଭୁଲ୍

୨୬। ବ୍ୟବହାର ଚିକିତ୍ସା ବିଶ୍ଵାସ ରଖେ ଯେ ବ୍ୟବହାର ମୌଳିକ ରୂପରେ ଆନୁବଂଶିକ ଅଟେ ।
Answer:
ଭୁଲ୍

୨୭। ବ୍ୟବହାର ଚିକିତ୍ସା ଅନୁସାରେ ସ୍ନାୟବିକ ଉତ୍କଣ୍ଠା ଏକ ଅନୁବନ୍ଧିତ ଅନୁକ୍ରିୟା ଅଟେ ।
Answer:
ଠିକ୍

୨୮। ସଜ୍ଞାନାତ୍ମକ ଚିକିତ୍ସା ଅନ୍ତର୍ଦ୍ଧ୍ବ ଉପରେ ଧ୍ୟାନକେନ୍ଦ୍ରିତ କରିଥାଏ ।
Answer:
ଭୁଲ୍

୨୯। ବେକ୍‌ଙ୍କ ଦ୍ଵାରା ବିକଶିତ ହୋଇଥିବା ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ଅବସାଦଗ୍ରସ୍ତ ରୋଗୀଙ୍କ ଉପଚାରରେ ବହୁଳ ବ୍ୟବହାର ଦେଖାଯାଏ ।
Answer:
ଠିକ୍

୩୦। ମନୋଚିକିତ୍ସକ ଓ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ଚିକିତ୍ସାତ୍ମକ ଅନୁବନ୍ଧ କୁହାଯାଇଥାଏ ।
Answer:
ଠିକ୍

୩୧। ବ୍ୟବହାର ଚିକିତ୍ସା ପଦ୍ଧତି ପଉଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ସ୍ପିନରଙ୍କର କ୍ରିୟା ପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ ।
Answer:
ଠିକ୍

୩୨। ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କର ସଫଳ ଚିକିତ୍ସା ବିକର୍ଷଣ ପଦ୍ଧତିରେ କରାଯାଉଅଛି ।
Answer:
ଠିକ୍

୩୩। ଫ୍ଲଡ଼ିଙ୍ଗ୍ ଚିକିତ୍ସା ପଦ୍ଧତିରେ ରୋଗୀକୁ ଚିନ୍ତା ଉତ୍ପନ୍ନ କରୁଥିବା ବାସ୍ତବିକ ସ୍ଥିତିଠାରୁ ଦୂରେଇ ରଖାଯାଏ ।
Answer:
ଭୁଲ୍

CHSE Odisha Class 12 Psychology Unit 4 Objective Questions in Odia Medium

୩୪। ମନୋଚିକିତ୍ସାତ୍ମକ ବାତାବରଣ ସମସ୍ତ ପ୍ରକାର ଚାପଠାରୁ ମୁକ୍ତ ରହିବା ଉଚିତ୍ ।
Answer:
ଠିକ୍

୩୫। ମନୋଚିକିତ୍ସକ ପ୍ରଗତି ଓ ଦିଗ ବ୍ୟକ୍ତି ପ୍ରାପ୍ତ କରିବାପାଇଁ ଚାହୁଁଥ‌ିବା ଲକ୍ଷ୍ୟ ଉପରେ ନିର୍ଭର କରେ ।
Answer:
ଠିକ୍

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

Odisha State Board CHSE Odisha Class 12 Foundation of Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ Questions and Answers.

CHSE Odisha 12th Class Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ‘‘ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ଶାରୀରିକ ଓ ମାନସିକ ବିକାଶ ଘଟିଥାଏ ।’’ ଏହା କାହାଦ୍ଵାରା ସମ୍ଭବ ?
(i) ଶିକ୍ଷଣ (Learning)
(ii) ଅଭିବୃଦ୍ଧି (Growth)
(iii) ପରିପକ୍ବତା (Maturation)
(iv) ଅଭିପ୍ରେରଣା (Motivation)
Answer:
(iii) ପରିପକ୍ବତା (Maturation)

2. ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା କେଉଁ ଅଭିପ୍ରେରଣାଦ୍ୱାରା ସମ୍ଭବ ?
(i) ବାହ୍ୟ ଅଭିପ୍ରେରଣା (Extrinsic motivation)
(ii) ଆନ୍ତଃ ଅଭିପ୍ରେରଣା (Intrinsic motivation)
(iii) ପ୍ରାକୃତିକ ଅଭିପ୍ରେରଣା (Natural motivation)
(iv) ଅପ୍ରାକୃତିକ ଅଭିପ୍ରେରଣା (Artificial motivation)
Answer:
(i) ବାହ୍ୟ ଅଭିପ୍ରେରଣା (Extrinsic motivation)

3. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ (Trial Error Theory)ର ପ୍ରବର୍ତ୍ତକ କିଏ ?
(i) ପାଭ୍ଲଭ୍ (Pavlov)
(iii) ଫ୍ରଏଡ୍ (Freud)
(ii) ମାକ୍ ଡୁଗାଲ୍ (Mc Dougal)
(iv) ଇ.ଏଲ୍.ଥର୍ଶ୍ଵଡାଇକ୍ (E.L. Thorndike)
Answer:
(iv) ଇ.ଏଲ୍.ଥର୍ଶ୍ଵଡାଇକ୍ (E.L. Thorndike)

4. ଅନ୍ତଦୃଷ୍ଟି ଶିକ୍ଷଣରେ କାହା ଉପରେ ପରୀକ୍ଷା ହୋଇଥିଲା ?
(i) ଠେକୁଆ (Rabbit)
(ii) ସିମ୍ପାଞ୍ଜି (Chimpanzee)
(iii) ବିରାଡ଼ି (Cat)
(iv) କୁକୁର (Dog)
Answer:
(ii) ସିମ୍ପାଞ୍ଜି (Chimpanzee)

5. ଶିଶୁର ଶାରୀରିକ ଏବଂ ମାନସିକ ପ୍ରସ୍ତୁତି କେଉଁ ଶିକ୍ଷଣ ପାଇଁ ଦରକାର ?
(i) ଅଭ୍ୟାସ ନିୟମ (Law of Exercise)
(ii) ଫଳାଫଳ ନିୟମ (Law of Effects)
(iii) ପ୍ରସ୍ତୁତି ନିୟମ (Law of Readiness)
(iv) ସାମ୍ପ୍ରତ୍ୟ ନିୟମ (Law of Recency)
Answer:
(iii) ପ୍ରସ୍ତୁତି ନିୟମ (Law of Readiness)

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

6. ଗେଷ୍ଟାଲ୍‌ (Gestalt) ଶବ୍ଦଟି କେଉଁ ଭାଷାରୁ ଆନୀତ ?
(i) ଜର୍ମାନ୍ (German)
(ii) ଲାଟିନ୍ (Latin)
(iii) ଇଂରାଜୀ (English)
(iv) ରୁଷିଆନ୍ (Russian)
Answer:
(i) ଜର୍ମାନ୍ (German)

7. ମାକ୍ ଡୁଗାଲ୍ (Me Dougal) କାହାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ପରୀକ୍ଷା କରିଥିଲେ ?
(i) କୁକୁର (Dog)
(ii) ବିରାଡ଼ି (Cat)
(iii) ମୂଷା (Rat)
(iv) ଠେକୁଆ (Rabbit)
Answer:
(iii) ମୂଷା (Rat)

8. ‘ପଶୁବୁଦ୍ଧି’ (Animal Intelligence) ପୁସ୍ତକର ରଚୟିତା କିଏ ?
(i) ପାଭଲଭ୍ (Pavlov)
(ii) ଥଣ୍ଡିଡାଇକ୍ (Thorndike)
(iii) କୋହଲର (Kohler)
(iv) ସ୍କ୍ରିନର୍ (Skinner)
Answer:
(ii) ଥଣ୍ଡିଡାଇକ୍ (Thorndike)

9. ପାଭଲଭ୍ କାହା ଉପରେ ନିଜର ପରୀକ୍ଷା କରିଥିଲେ ?
(i) କୁକୁର
(ii) ବିରାଡ଼ି
(iii) ମୂଷା
(iv) ମାଙ୍କଡ଼
Answer:
(i) କୁକୁର

10. କେଉଁଟି ଥଣ୍ଡଡାଇକ୍‌ଙ୍କ ଶିକ୍ଷଣ ନିୟମର ଅନ୍ତର୍ଭୁକ୍ତ ନୁହେଁ ?
(i) ପ୍ରସ୍ତୁତି ନିୟମ
(ii) ଅଭ୍ୟାସ ନିୟମ
(iii) ମନନ ନିୟମ
(iv) ଫଳାଫଳ ନିୟମ
Answer:
(iii) ମନନ ନିୟମ

11. ନିମ୍ନୋକ୍ତ କିଏ କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ?
(i) ପାଭଲଭ
(ii) ଥଣ୍ଡିଡାଇକ୍
(iii) ସ୍ପିନର୍
(iv) କୋଫ୍‌
Answer:
(iv) କୋଫ୍‌

12. ଶିକ୍ଷଣ ଅନୁଭୂତି ମାଧ୍ୟମରେ ଆଚରଣର ପରିବର୍ତ୍ତନ ବୋଲି କିଏ ବ୍ୟାଖ୍ୟା କରିଥିଲେ ?
(i) ପାଭଲଭ୍
(ii) ବି.ଏଫ୍.ସ୍ପିନର୍
(iii) ଗେଟ୍ସ
(iv) ମୁନ୍
Answer:
(iii) ଗେଟ୍ସ

13. ‘ଅନ୍ତଦୃଷ୍ଟି ଶିକ୍ଷଣ’ କିଏ ପ୍ରଚାର କରିଥିଲେ ?
(i) ପାଭଲଭ୍
(ii) ୱାଟସନ୍
(iii) ଥଣ୍ଡିଡାଇକ୍
(iv) କୋହଲର
Answer:
(iv) କୋହଲର

B. ଶୂନ୍ୟସ୍ଥାନ ପୂରଣ କର ।

1. ଉଦ୍ଦୀପକ-ଅନୁକ୍ରିୟା (ପ୍ରତିକ୍ରିୟା) ସଂଯୋଗରେ ___________ ଶିକ୍ଷଣ ରୂପରେଖ ପାଇଥାଏ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ

2. ଏଓ୍ୱାର୍ଡ଼ ଲିଇ ଥଣ୍ଡଡାଇକ୍ ___________ ଦେଶର ନାଗରିକ ।
Answer:
ଆମେରିକା

3. ଋଷୀୟ ଶରୀରତତ୍ତ୍ୱବିତ୍ ଇଭାନ୍ ପେଟ୍ରୋଭିଚ୍‌ ପାଭଲଭ୍ ___________ ଶିକ୍ଷଣ ତତ୍ତ୍ଵର ଆବିଷ୍କାରକ ।
Answer:
ଅନୁବନ୍ଧିତ ଅନକିୟା

4. ଅନ୍ତଦୃଷ୍ଟି ତତ୍ତ୍ଵର ପ୍ରବର୍ତ୍ତକ ___________ ଅଟନ୍ତି ।
Answer:
ଉଲ୍‌ଫାଗାଁ କୋହଲର୍

5. ଜନ୍ମଗତ, ପ୍ରକୃତିଗତ ବା ସହଜାତ ଆଚରଣକୁ ___________ କୁହାଯାଏ ।
Answer:
ପ୍ରତିବର୍ଉ (Reflexive)

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

6. ଯେଉଁ ଶିକ୍ଷଣ ଫଳରେ ସହଜାତ ପ୍ରତିବର୍ଷ ଶିକ୍ଷଣ-ପ୍ରତିବର୍ଷରେ ପରିଣତ ହୁଏ, ତାହାକୁ ___________ କୁହାଯାଏ ।
Answer:
ଅନୁବନ୍ଧିତ ପ୍ରତିବର୍ଷ (Conditional reflexive)

7. ଅନୁବନ୍ଧିତ ପ୍ରତିବର୍ଉର ଅନ୍ୟନାମ ___________ ଅଟେ ।
Answer:
ପ୍ରାଚୀନ ଅନୁବନ୍ଧନ (Classical Conditioning)

8. ପ୍ରାଚୀନ ଅନୁବନ୍ଧନକୁ ମଧ୍ୟ ___________ କୁହାଯାଏ ।
Answer:
ସଙ୍କେତ ଶିକ୍ଷଣ (Signal learning)

9. ଖାଦ୍ୟ ଦେଖୁଲେ ଲାଳ ବୋହିବାକୁ ___________ କୁହାଯାଏ ।
Answer:
ଅନୁବନ୍ଧିତ ଅନୁକ୍ରିୟା (Conditioned Response)

10. ଅନୁବନ୍ଧିତ ଉଦ୍ଦୀପକଦ୍ଵାରା ଅନୁବନ୍ଧିତ ପ୍ରତିକ୍ରିୟା ହୁଏ । ଯଦି ସଂପର୍କ ନ ରୁହେ ତେବେ ତାହା ଧୀରେ ଧୀରେ ହ୍ରାସପାଏ ଏବଂ ଏକ ନିର୍ଦ୍ଦିଷ୍ଟ ସମୟରେ ବିଲୁପ୍ତ ହୁଏ । ଏହି ବିଲୁପ୍ତ ହେବା ପ୍ରକ୍ରିୟାକୁ ___________ କୁହାଯାଏ ।
Answer:
ଲୁପ୍ତକ୍ରିୟା (Extinction)

11. ଲୁପ୍ତକ୍ରିୟା (Extinction) ପରେ କିଛି ସମୟ ବ୍ୟବଧାନ ଦେଇ ଅନୁବନ୍ଧିତ ଅନୁକ୍ରିୟା ପୁନଃ ଉଦ୍ରେକ କଲେ ତାହା ___________ ହୁଏ ।
Answer:
ସ୍ୱତଃସ୍ଫୁର୍ଭ ପୁନଃପ୍ରାପ୍ତି (Spontaneous recovery)

12. ନୂଆ ଉଦ୍ଦୀପକଟି ମୂଳ ଉଦ୍ଦୀପକ ସହ ଯେତେ ସାଦୃଶ୍ଯ ରକ୍ଷା କରିବ ସେତେ ମୂଳ ଉଦ୍ଦୀପକର ପ୍ରତିବଦଳରେ ଅନୁକ୍ରିୟା ସୃଷ୍ଟି ହେବ । ଏହି ପ୍ରକ୍ରିୟାଟି ___________ ଅଟେ ।
Answer:
ବ୍ୟାପ୍ତିକରଣ (Generalisation)

13. ସମଜାତୀୟ ସମସ୍ତ ସାଦୃଶ୍ୟ ବସ୍ତୁ ପ୍ରତି ସମ-ଅନୁକ୍ରିୟାକୁ ବ୍ୟାପ୍ତିକରଣ କୁହାଯାଏ; ମାତ୍ର ପ୍ରଭେଦ ଥିଲେ ଉଦ୍ଦୀପକ ପ୍ରତି ପ୍ରାଣୀର ପୃଥକ୍ ପୃଥକ୍ ଅନୁକ୍ରିୟା ସୃଷ୍ଟି ହୁଏ । ଏହା ___________ ଅଟେ ।
Answer:
ବିବେଚନ (Discrimination)

14. ଗେଷ୍ଟାଲଟ୍ (Gestalt) ଏକ ଜର୍ମାନ୍ ଶବ୍ଦ, ଯାହାର ଅର୍ଥ ___________ ଅଟେ ।
Answer:
ସମଗ୍ରାକୃତି (Configuration)

15. କୌଣସି ପରିସ୍ଥିତି ବା ସମସ୍ୟାର ବିଶ୍ଳେଷିତ ଅଂଶମାନଙ୍କ ସହ ପୂର୍ଣ୍ଣ ସମସ୍ୟାର ସମ୍ବନ୍ଧକୁ ସମଗ୍ର ଭାବରେ ପ୍ରତ୍ୟକ୍ଷ କହିବା ହିଁ ___________ ।
Answer:
ଅନ୍ତଦୃଷ୍ଟି (Insight)

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଅନ୍ତଦୃଷ୍ଟି ଶିକ୍ଷଣରେ ବିରାଡ଼ି ଉପରେ ପରୀକ୍ଷା ହୋଇଥିଲା ।
Answer:
ଅନ୍ତଦୃଷ୍ଟି ଶିକ୍ଷଣରେ ସିମ୍ପାଞ୍ଜି ଉପରେ ପରୀକ୍ଷା ହୋଇଥିଲା ।

2. ଇ.ଏଲ୍. ଥଣ୍ଡିଡାଇକ୍ କୁକୁରକୁ ନେଇ ପରୀକ୍ଷା କରିଥିଲେ ।
Answer:
ଇ.ଏଲ୍. ଥର୍ଣ୍ଣଡାଇକ୍ ବିରାଡ଼ିକୁ ନେଇ ପରୀକ୍ଷା କରିଥିଲେ ।

3. ୱାଟସନ୍ ବିରାଡ଼ି ଉପରେ ଅନୁବନ୍ଧନ କ୍ରିୟା ପରୀକ୍ଷା କରିଥିଲେ ।
Answer:
ୱାଟସନ୍ ମାନବ ଶିଶୁ ଉପରେ ଅନୁବନ୍ଧନ କ୍ରିୟା ପରୀକ୍ଷା କରିଥିଲେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

4. ଥଣ୍ଡିଡାଇକ୍ ମୂଷାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପରୀକ୍ଷା କରିଥିଲେ ।
Answer:
ମାକ୍ ଡୁଗାଲ ମୂଷାକୁ ନେଇ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପରୀକ୍ଷା କରିଥିଲେ ।

5. ‘ପଶୁ ବୁଦ୍ଧି’ ପୁସ୍ତକର ରଚୟିତା ଥିଲେ ମାକ୍ ଡୁଗାଲ
Answer:
‘ପଶୁବୁଦ୍ଧି’ ପୁସ୍ତକର ରଚୟିତା ଥିଲେ ଥଣ୍ଡିଡାଇକ୍ ।

6. କୋହଲର୍‌ଙ୍କ ନାମ ଅନୁବନ୍ଧନ-ଅନକ୍ରିୟା ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ।
Answer:
କୋହଲର୍‌ଙ୍କ ନାମ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ।

7. ଅନ୍ଧବିଶ୍ବାସ ବଶବର୍ତୀ ହେବା ବ୍ୟବହାରବାଦ ତତ୍ତ୍ବ ଶିକ୍ଷଣର ପର୍ଯ୍ୟାୟଭୁକ୍ତ ।
Answer:
ଅନ୍ଧବିଶ୍ବାସ ବଶବର୍ତୀ ହେବା ଶାସ୍ତ୍ରୀୟ ଅନୁବନ୍ଧନ ତତ୍ତ୍ବ ଶିକ୍ଷଣର ପର୍ଯ୍ୟାୟଭୁକ୍ତ ।

8. ପାଭଲଭ୍ କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ।
Answer:
କୋଫ୍ରିକା କୋହଲର୍‌ଙ୍କର ଜଣେ ସହଯୋଗୀ ଥିଲେ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଶିକ୍ଷଣ କ’ଣ ?
Answer:
ଅନୁଭୂତି ଓ ପ୍ରଶିକ୍ଷଣଦ୍ଵାରା ଆଚରଣଗତ ପରିବର୍ତ୍ତନକୁ ଶିକ୍ଷଣ (Learning) କୁହାଯାଏ ।

2. ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ଗୋଟିଏ ଉପାଦାନ ଲେଖ ।
Answer:
ଶାରୀରିକ ସ୍ବାସ୍ଥ୍ୟ (Physical health) ଶିକ୍ଷଣ କ୍ରିୟାକୁ ପ୍ରଭାବିତ କରିଥାଏ ।

3. ଶିକ୍ଷଣର ଗୋଟିଏ ନିୟମ ଲେଖ ।
Answer:
ଶିକ୍ଷଣ ପାଇଁ ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଏକାନ୍ତ ଆବଶ୍ୟକ ଯାହା ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) କୁ ବୁଝାଇଥାଏ ।

4. ଶିକ୍ଷଣର ଗୋଟିଏ ବୈଶିଷ୍ଟ୍ୟ (Characteristic) ଲେଖ ।
Answer:
ଶିକ୍ଷଣ ଏକ ଉଦ୍ଦେଶ୍ୟମୂଳକ ପ୍ରକ୍ରିୟା ଅଟେ ଏବଂ ଉଦ୍ଦେଶ୍ୟ ନ ଥାଇ କୌଣସି ପ୍ରକାର ଶିକ୍ଷଣ ସମ୍ଭବ ନୁହେଁ ।

5. ଶିକ୍ଷଣର ଅଭ୍ୟାସ ନିୟମ (Law of Exercise) ଟି ଲେଖ ।
କିମ୍ବା, ଶିକ୍ଷଣର ଗୋଟିଏ ନିୟମ ଲେଖ ।
Answer:
ଯେକୌଣସି କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ ନକଲେ, ତାହା ଶିକ୍ଷା କରିବା ସହଜସାଧ୍ୟ ନୁହେଁ । ତେଣୁ ବାରମ୍ବାର ଅଭ୍ୟାସଦ୍ବାରା ଶିକ୍ଷଣ ସମ୍ଭବପର; ଯାହା ଅଭ୍ୟାସ ନିୟମକୁ ବୁଝାଇଥାଏ ।

6. ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) କ’ଣ ?
Answer:
ଫଳପ୍ରଦ ଶିକ୍ଷଣ ପାଇଁ ଶିଶୁ ନିଜେ ମାନସିକ ସ୍ତର ଏବଂ ଶାରୀରିକ ସ୍ତରରେ ଯେଉଁ ପ୍ରସ୍ତୁତି ଆଣିଥାଏ ତାହା ଶିକ୍ଷଣର ପ୍ରସ୍ତୁତି ନିୟମ (Law of Readiness) ଅଟେ ।

7. ଶିକ୍ଷଣର ଫଳାଫଳ ନିୟମ (Law of Effect) କ’ଣ ?
Answer:
ସନ୍ତୋଷ ବା ଆନନ୍ଦ ଜାତ ହେଲେ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଘନୀଭୂତ ହୁଏ, ବିରକ୍ତି ଜାତ ହେଲେ ଏହି ସମ୍ବନ୍ଧ ଦୁର୍ବଳ ହୋଇଥାଏ; ଏହା ଥଣ୍ଡିଡାଇକ୍‌ଙ୍କ ମତରେ, ଶିକ୍ଷଣର ଫଳାଫଳ ନିୟମ ଅଟେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

8. ଶିକ୍ଷଣର ଯେକୌଣସି ଗୋଟିଏ ତତ୍ତ୍ବ ଲେଖ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Trial and Error Theory) ଶିକ୍ଷଣର ଏକ ତତ୍ତ୍ବ ଯାହା E. L. Thorndikeଙ୍କ ଦ୍ବାରା ପ୍ରବର୍ତ୍ତନ କରାଯାଇଥିଲା ।

9. ଶିକ୍ଷଣର ଗୋଟିଏ ସଂଜ୍ଞା ଲେଖ ।
Answer:
କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି ।’’

10. ସ୍ପିନର (Skinner) ଙ୍କ ମତରେ ‘ଶିକ୍ଷଣ’ କ’ଣ ?
Answer:
ଶିକ୍ଷଣ ହେଉଛି ଉଭୟ ଜ୍ଞାନ ଅର୍ଜନ ଏବଂ ଧାରଣ ।

11. ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପ୍ରବର୍ତ୍ତକ E.L. Throndike ଅଟନ୍ତି ।

12. ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ଇଭାନ୍ ପି. ପାଭଲଭ (Ivan P. Pavlov) ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ ଅଟନ୍ତି ।

13. ଶିକ୍ଷଣରେ ଅନୁବନ୍ଧିତ ଅନୁକ୍ରିୟା କ’ଣ ?
Answer:
ପ୍ରାକୃତିକ ଉଦ୍ଦୀପକର ଅନୁପସ୍ଥିତିରେ ଯଦି ଅପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ, ତେବେ ସେ ପ୍ରକ୍ରିୟାକୁ ଅନୁବନ୍ଧିତ ଅନୁକ୍ରିୟା କୁହାଯାଏ ।

14. S – R Bond କ’ଣ ?
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ଯଦି ବାରମ୍ବାର ସଂଯୋଗ ସ୍ଥାପନ ହୁଏ,ସେହି ସଂଯୋଗବାଦ (Connectionism) କୁ S – R Bond କୁହାଯାଏ ।

15. କୋହ୍ଲର (Kohler) ଙ୍କର ଜଣେ ସହଯୋଗୀଙ୍କର ନାମ ଲେଖ ।
Answer:
କୋଫ୍ରିକା (Koffka) କୋହ୍ଲରଙ୍କର ଜଣେ ସହଯୋଗୀ ଅଟନ୍ତି ।

16. ‘Gestalt’ ଶବ୍ଦର ଅର୍ଥ କ’ଣ ?
Answer:
‘Gestalt’ ଶବ୍ଦର ଅର୍ଥ ସମଗ୍ର (Whole) ଯାହା ପ୍ରାଣୀକୁ ସମସ୍ୟା ସମାଧାନ ସମୟରେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିବାକୁ ପଡ଼ିଥାଏ ।

17. ଶିକ୍ଷଣ ତତ୍ତ୍ବରେ ଉପଯୋଗ ବିଧ୍ (Law of use) କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତାହାର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେଥର ହେବ, ସେହି ସଂଯୋଗ ସେତେ ଦୃଢ଼ୀଭୂତ ହେବ । ଏହା ଶିକ୍ଷଣର ଉପଯୋଗ ବିଧ୍ (Law of use) ଅଟେ ।

18. ଶିକ୍ଷଣ ତତ୍ତ୍ଵର ଅନୁପଯୋଗ ବିଧ୍ (Law of disuse) କ’ଣ ?
Answer:
କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତାହାର ଉପଯୁକ୍ତ ପ୍ରତିକ୍ରିୟା ସଂଯୋଗ ପୁନଃ ପୁନଃ ନ ହେଲେ ସେହି ସଂଯୋଗ ଦୁର୍ବଳ ହୋଇପଡ଼େ, ଯାହାଦ୍ୱାରା ଶିକ୍ଷଣ ସମ୍ଭବପର ହୋଇ ନଥାଏ । ଏହା ଶିକ୍ଷଣର ଅନୁପଯୋଗ ବିଧ୍ (Law of disuse) ଅଟେ ।

19. କେଉଁ ଶିକ୍ଷଣ ତତ୍ତ୍ବ ଧୀର ଏବଂ ମନ୍ଥର ଅଟେ ?
Answer:
ପ୍ରଯତ୍ନ-ପ୍ରମାଦ ଶିକ୍ଷଣ ତତ୍ତ୍ଵ ଧୀର ଏବଂ ମନ୍ଥର ଅଟେ ।

20. ଅନୁବନ୍ଧିତ ଅନୁକ୍ରିୟାରେ ପାଭଲଭ୍ କାହାକୁ ନେଇ ପରୀକ୍ଷା କରିଥିଲେ ?
Answer:
ଅନୁବନ୍ଧିତ ଅନୁକ୍ରିୟାରେ ପାଭଲଭ୍ କୁକୁର (Dog)କୁ ନେଇ ପରୀକ୍ଷା କରିଥିଲେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

21. ପ୍ରାକୃତିକ ଉଦ୍ଦୀପକ (Un-conditioned stimulus) କ’ଣ ?
Answer:
ପ୍ରାକୃତିକ ଉଦ୍ଦୀପକଦ୍ୱାରା ପ୍ରାଣୀ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଖାଦ୍ୟ ଦେଖୁଲେ ପ୍ରାଣୀର ଜିଭରୁ ଲାଳ ବୋହିଥାଏ । ଖାଦ୍ୟ – ପ୍ରାକୃତିକ ଉଦ୍ଦୀପକ ହେଲେ, ଲାଳ ବୋହିବା – ପ୍ରତିକ୍ରିୟା ।

22. ଅପ୍ରାକୃତିକ ଉଦ୍ଦୀପକର କାହା ସହ ସଂପର୍କ ପ୍ରତିଷ୍ଠା ହୋଇଥାଏ ?
Answer:
ଅପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ଉଦ୍ଦୀପକ ସହ ସଂପର୍କ ପ୍ରତିଷ୍ଠା କରିଥାଏ, ଯାହାଦ୍ୱାରା ପ୍ରାକୃତିକ ଉଦ୍ଦୀପକର ଅନୁପସ୍ଥିତିରେ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

23. ଉତ୍ତମ ଅଭ୍ୟାସ ଗଠନ ଏବଂ ଖରାପ ଅଭ୍ୟାସ ପରିତ୍ୟାଗ କେଉଁ ଶିକ୍ଷଣ ତତ୍ତ୍ବ ଅନ୍ତର୍ଭୁକ୍ତ ଅଟେ ?
Answer:
ଉତ୍ତମ ଅଭ୍ୟାସ ଗଠନ ଏବଂ ଖରାପ ଅଭ୍ୟାସ ପରିତ୍ୟାଗ ଶିକ୍ଷଣର ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ବ ଅନ୍ତର୍ଭୁକ୍ତ ଅଟେ ।

24. ପରିପକ୍ଵତା (Maturation) ଏବଂ ଶିକ୍ଷଣ (Learning) କିପରି ସମ୍ପର୍କିତ ଅଟେ ?
Answer:
ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ ଏବଂ ଆପେ ଆପେ ହୋଇଥାଏ । କାରଣ ଏକ ବର୍ଷ ବା ଦୁଇବର୍ଷର ଶିଶୁକୁ ଯୌନ ଶିକ୍ଷା ଦେଲେ ଶିଶୁଟି ଗ୍ରହଣ କରିନଥାଏ । ପରିପକ୍ବତା ଏବଂ ଶିକ୍ଷଣର ସମ୍ପର୍କ ଅତୁଟ ଅଟେ ।

25. ଅନୁକରଣ (Imitation) କ’ଣ ?
Answer:
ଅନୁକରଣ ଏକ କଳା ଯାହାଦ୍ୱାରା ବ୍ୟକ୍ତି ଅନ୍ୟମାନଙ୍କର ବ୍ୟବହାର ନିଜ ମାଧ୍ୟମରେ ପ୍ରକାଶ କରିଥାଏ ।

26. ଅନୁକରଣ (Imitation) ଦ୍ୱାରା ଶିକ୍ଷଣ କିପରି ହୁଏ ଗୋଟିଏ ଉଦାହରଣ ଦିଅ ।
କିମ୍ବା, ଶିକ୍ଷଣରେ ଅନୁକରଣର ଭୂମିକା କ’ଣ ?
Answer:
ଅନୁକରଣ ମାଧ୍ୟମରେ ଶିଶୁ ସମବୟସ୍କ ଏବଂ ଅଧ‌ିକ ବୟସ୍କ ଲୋକଙ୍କଠାରୁ ଅଭିଜ୍ଞତା ହାସଲ କରିଥାଏ । ପସନ୍ଦଯୋଗ୍ୟ ବ୍ୟବହାରକୁ ମୁଖ୍ୟତଃ ଶିଶୁ ଅନୁକରଣ କରିଥାଏ ।

27. ଶିକ୍ଷଣକୁ ପ୍ରେରଣାତ୍ମକ କରିବାର ଗୋଟିଏ ଉପାଦାନ ଦର୍ଶାଅ ।
Answer:
ଶିକ୍ଷଣକୁ ପ୍ରେରଣାତ୍ମକ କରିବାପାଇଁ ଶିକ୍ଷକ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ଶିକ୍ଷାଦାନ ସହାୟକ ଉପକରଣ ବ୍ୟବହାର କରିବା ଉଚିତ ।

28. ଶିକ୍ଷଣ ଏବଂ ପରିପକ୍ବତା ମଧ୍ଯରେ ଗୋଟିଏ ତଫାତ୍ ଲେଖ ।
Answer:
ଶିକ୍ଷଣଦ୍ବାରା ଅଭିଜ୍ଞତା ଏବଂ ଜ୍ଞାନ ଅର୍ଜନ କରାଯାଇଥାଏ । ମାତ୍ର ପରିପକ୍ବତା ଆସିଲେ ଶିଶୁ କେତେକ ଜ୍ଞାନ ବା ଅଭିଜ୍ଞତା ଆପେ ଆପେ ଶିକ୍ଷା କରିଥାଏ ।

29. ‘‘ଶିକ୍ଷଣ ପ୍ରକ୍ରିୟାରେ ଅଂଶ ଅପେକ୍ଷା ସମଗ୍ର ଅଧ‌ିକ ଗୁରୁତ୍ଵପୂର୍ଣ୍ଣ” – ଏହା କେଉଁ ଶିକ୍ଷଣ ତତ୍ତ୍ବ ସ୍ଵୀକାର କରେ ?
Answer:
“ଶିକ୍ଷଣ ପ୍ରକ୍ରିୟାରେ ଅଂଶ ଅପେକ୍ଷା ସମଗ୍ର ଅଧିକ ଗୁରୁତ୍ଵପୂର୍ଣ୍ଣ” – ଏହା ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ସ୍ବୀକାର କରିଥାଏ ।

30. ପାଭ୍ଲଭଙ୍କଦ୍ବାରା କେଉଁ ଶିକ୍ଷଣ ତତ୍ତ୍ବ ପ୍ରବର୍ତ୍ତିତ ହୋଇଥିଲା ?
Answer:
ପାଭଲଭ୍ ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ୱ (Conditioned-Response Theory) ପ୍ରବର୍ତ୍ତିତ ହୋଇଥିଲା ।

31. ଶିକ୍ଷଣର କେଉଁ ତତ୍ତ୍ଵ ପରିପକ୍ବତା ସହ ସମ୍ପର୍କିତ ?
Answer:
ଶିକ୍ଷଣର ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Theory of Trial and Error) ଶିକ୍ଷାର୍ଥୀର ପରିପକ୍ବତା (Maturation) ଉପରେ ନିର୍ଭର କରିଥାଏ ।

32. ଶିକ୍ଷଣରେ ପୁନର୍ବଳନରୂପେ କାର୍ଯ୍ୟ କରିବା ଭଳି ଶ୍ରେଣୀକକ୍ଷରେ ଶିକ୍ଷକଙ୍କର ଏକ କାର୍ଯ୍ୟର ଉଦାହରଣ ଦିଅ ।
Answer:
ଶିକ୍ଷକ ଫଳପ୍ରଦ ଉତ୍ତର ଦେଉଥ‌ିବା ଛାତ୍ରଛାତ୍ରୀମାନଙ୍କୁ ଯଦି ପ୍ରଶଂସା କରନ୍ତି ବା ପୁରସ୍କାର ଦିଅନ୍ତି, ତେବେ ତାହା ଶ୍ରେଣୀ ପ୍ରକୋଷ୍ଠରେ ପୁନର୍ବଳନ ରୂପେ କାମ କରିବ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

33. ମାନସିକ ପ୍ରସ୍ତୁତି ନୀତି କ’ଣ ?
Answer:
ମାନସିକ ପ୍ରସ୍ତୁତି ନୀତି ଅନୁଯାୟୀ ଶିକ୍ଷାର୍ଥୀର ମାନସିକ ଅବସ୍ଥା ଉପରେ ଗୁରୁତ୍ବ ଦିଆଯାଇଥାଏ । ଶିକ୍ଷାର୍ଥୀର ମାନସିକ କ୍ଳାନ୍ତି, ଦୁଃଖ ଶିକ୍ଷାର୍ଥୀକୁ ଶିକ୍ଷାର୍ଜନରେ ସାହାଯ୍ୟ କରିନଥାଏ ।

34. ସାଦୃଶ୍ୟ ନୀତି (Principle of Analogy) କ’ଣ ?
Answer:
କୌଣସି ନୂତନ ଉଦ୍ଦୀପକ ପାଇଁ ଯଦି ପୂର୍ବ ଅଭିଜ୍ଞତାର ପ୍ରତିକ୍ରିୟାଦ୍ଵାରା ସମସ୍ୟା ସମାଧାନ ହୋଇଯାଏ ତେବେ ଏହା ଶିକ୍ଷଣର ସାଦୃଶ୍ୟ ନୀତି ଅଟେ । ହାରମୋନିୟମ ଶିକ୍ଷା, କ୍ୟାସିଓ ଶିକ୍ଷା ପାଇଁ ଏହି ନୀତି ଦରକାର ।

35. ସାଂପ୍ରତ୍ୟ ନିୟମ (Law of Recency) କ’ଣ ?
Answer:
ସମୟର ବ୍ୟବଧାନ ଯେତେ ଅଧିକ ହେବ ଉଦ୍ଦୀପକ ଏବଂ ପ୍ରତିକ୍ରିୟାର ସମ୍ବନ୍ଧ ସେତେ ଦୁର୍ବଳ ହୋଇପଡ଼ିବ; ତେଣୁ ସଂପ୍ରତି ଘଟଣା ଉଦ୍ଦୀପକ ଏବଂ ପ୍ରତିକ୍ରିୟାର ସଂପର୍କକୁ ଦୃଢ଼ୀଭୂତ କରିଥାଏ ।

36. ତୀବ୍ରତା ନୀତି (Principle of Intensity) କ’ଣ ?
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ଯେଉଁ ସମ୍ପର୍କ ସ୍ଥାପିତ ହୁଏ, ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରିଥାଏ ଓ ଶିକ୍ଷାର୍ଥୀ ମନରେ ତାହା ଅଧ୍ବ ଦିନ ରହିଥାଏ; ଯଥା — Picnic କରିବା ସମୟରେ ବାଳକ ଏବଂ ବାଳିକାମାନଙ୍କ ମଧ୍ୟରେ ସମ୍ପର୍କ ଅନେକଦିନ ଧରି ମନେରହିଥାଏ ।

37. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ଏକ ସମାଲୋଚନା ଲେଖ ।
Answer:
ବାରମ୍ବାର ଚେଷ୍ଟା କରିବାଦ୍ୱାରା ଶିକ୍ଷଣ ହୋଇପାରିବ ବୋଲି ଭାବିବା ଠିକ୍ ନୁହେଁ, କାରଣ ଏହାଦ୍ଵାରା ଶିଶୁର ଅନେକ ସମୟ, ଶକ୍ତି ଏବଂ ସାମର୍ଥ୍ୟ ବିନିଯୋଗ ହୋଇଥାଏ ଏବଂ ବାରମ୍ବାର ଚେଷ୍ଟାଦ୍ଵାରା ଶିକ୍ଷଣ ଆକସ୍ମିକ ହୋଇଥାଏ ।

38. ଓୟେର୍‌ଦିମର୍ (Wertheimer) ଙ୍କ ଭାଷାରେ ‘Gestalt’ ର ଅର୍ଥ କ’ଣ ?
Answer:
ଓୟେର୍‌ଦିମର୍ (Wertheimer) ଭାଷାରେ, ‘ଗେଷ୍ଟାଲଟ୍ ଏକ ସାମଗ୍ରିକ ତତ୍ତ୍ଵ ଯାହାର ଗୁଣାବଳୀ ବ୍ୟକ୍ତିର କେତେଗୁଡ଼ିଏ ଗୁଣବତ୍ତାଦ୍ୱାରା ନୁହେଁ ଏହା ଅନ୍ତର୍ନିହିତ ପ୍ରକୃତିର ସମଗ୍ରତାରୁ ଜଣାପଡ଼େ’’(A gestalt is a whole whose characteristics are determined not by the characteristics of its individual elements, but by the internal nature of the whole.) ।

39. ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ପ୍ରକ୍ରିୟାକୁ କ’ଣ କୁହାଯାଏ ?
Answer:
ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ପ୍ରକ୍ରିୟାକୁ ଶିକ୍ଷଣ କୁହାଯାଏ ।

40. ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ବିକାଶ ତଥା ପରିବର୍ତ୍ତନକୁ କ’ଣ କୁହାଯାଏ ?
Answer:
ବୟସର ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ବିକାଶ ତଥା ପରିବର୍ତ୍ତନକୁ ପରିପକ୍ବତା (Maturation) କୁହାଯାଏ ।

41. ଗୋଟିଏ ସିମ୍ପାଞ୍ଜି ସହ ପରୀକ୍ଷା କରାଯାଇ କେଉଁ ଶିକ୍ଷଣ ତତ୍ତ୍ବ ଆବିଷ୍କାର କରାଯାଇଥିଲା ?
Answer:
ଗୋଟିଏ ସିମ୍ପାଞ୍ଜି ସହ ପରୀକ୍ଷା କରାଯାଇ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ଆବିଷ୍କାର କରାଯାଇଥିଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

42. ବିଦ୍ୟାଳୟରେ ତୁମେ କୁ-ଅଭ୍ୟାସ କିପରି ଦୂର କରିପାରିବ ?
Answer:
ଶିକ୍ଷକଙ୍କ ଉପଯୁକ୍ତ ପରାମର୍ଶ ଏବଂ ନିଜ ନିଜର ଆଦର୍ଶଦ୍ଵାରା ବିଦ୍ୟାଳୟରେ ଆମେ କୁ-ଅଭ୍ୟାସଗୁଡ଼ିକ ଦୂର କରିପାରିବ ।

43. ଶିକ୍ଷଣକୁ ତ୍ୱରାନ୍ବିତ କରୁଥିବା ଯେକୌଣସି ଗୋଟିଏ ସହାୟକ ଉପାଦାନ ଲେଖ ।
Answer:
ପରିପକ୍ବତା (Maturation) ଶିକ୍ଷଣକୁ ତ୍ୱରାନ୍ବିତ କରିଥାଏ ।

44. ମୁଖସ୍ଥ ଶିକ୍ଷଣ କ’ଣ ?
Answer:
କୌଣସି ବିଷୟବସ୍ତୁକୁ ଶିକ୍ଷାର୍ଥୀ ନବୁଝି ମନେରଖ୍କୁ ମୁଖସ୍ଥ ଶିକ୍ଷଣ କୁହାଯାଏ ।

45. ଅନ୍ତଦୃଷ୍ଟି ଶିକ୍ଷଣ କେଉଁ ଶିକ୍ଷଣ ତତ୍ତ୍ବ ସହ ସମ୍ପର୍କିତ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣ Gestalt ଶିକ୍ଷଣ ତତ୍ତ୍ବ ବା ବୌଦ୍ଧିକ ତତ୍ତ୍ବ ସହ ସମ୍ପର୍କିତ ।

46. ଶିକ୍ଷଣ ତତ୍ତ୍ବ ପାଇଁ ପାଭ୍ଲଭ୍ କାହା ଉପରେ ଅଧିକ ଗୁରୁତ୍ୱ ଆରୋପ କରିଥିଲେ ?
Answer:
ଶିକ୍ଷଣ ତତ୍ତ୍ବ ପାଇଁ ପାଭଲଭ୍ ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଉଦ୍ଦୀପକ ଏବଂ ଅନୁକ୍ରିୟାର ସହ-ବନ୍ଧନ ଉପରେ ଗୁରୁତ୍ଵ ଆରୋପ କରିଥିଲେ ।

47. ଦକ୍ଷତାଭିଭିକ ଶିକ୍ଷଣର ସ୍ତରଗୁଡ଼ିକ କ’ଣ ?
Answer:
B. S. Bloom ଦକ୍ଷତାଭିଭିକ ଶିକ୍ଷଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଦକ୍ଷତାଭିଭିକ ଶିକ୍ଷଣର ସ୍ତରଗୁଡ଼ିକ ହେଲା –
(i) ଦକ୍ଷତା ହାସଲ ପାଇଁ ଯୋଜନା,
(ii) ଦକ୍ଷତାର ଦିଗ ସହ ପରିଚିତି
(iii) ଦକ୍ଷତା ହାସଲ ପାଇଁ ଶିକ୍ଷଣ,
(iv) ଦକ୍ଷତା ପରୀକ୍ଷଣ ଓ
(v) ଦକ୍ଷତା ଶ୍ରେଣୀବିଭାଗୀକରଣ ।

48. ଅନ୍ତର୍ବୃଷ୍ଟି କ’ଣ ?
Answer:
ସମସ୍ୟା ସମାଧାନ ସମୟରେ ନିଜର ଚିନ୍ତା, କଳ୍ପନା ଏବଂ ବିଚାରଶକ୍ତି ମାଧ୍ୟମରେ କୌଣସି ଏକ ଉପାୟ ଅବଲମ୍ବନ କରି ସମସ୍ୟା ସମାଧାନ କରିବା ଅନ୍ତଦୃଷ୍ଟି ଶିକ୍ଷଣ ବା ଶିକ୍ଷଣର ଅନ୍ତଦୃଷ୍ଟି ।

49. ପାଭଲଭଙ୍କର ଶିକ୍ଷା ପ୍ରତି କ’ଣ ଅବଦାନ ଅଛି ଲେଖ ।
Answer:
ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ ପାଢ଼ଲଭ୍ ଅପ୍ରାକୃତିକ ଉଦ୍ଦୀପକର ପ୍ରଭାବ ଶିକ୍ଷଣରେ କିପରି ଅଛି ତାହା ପ୍ରମାଣ କରିଛନ୍ତି ।

50. ପରିପକ୍ଵତା କ’ଣ ?
Answer:
ପ୍ରାଣୀର ଶାରୀରିକ ଅଭିବୃଦ୍ଧି ଓ ପରିପୁଷ୍ଟିର ପୂର୍ଣ୍ଣାଙ୍ଗକରଣ ଧାରାକୁ ପରିପକ୍ବତା କୁହାଯାଏ ।

51. କେଉଁ ପିଲାଙ୍କୁ ବହିଃମୁଖୀ କୁହାଯିବ ?
Answer:
ଯେଉଁ ପିଲାମାନେ ଅନ୍ୟମାନଙ୍କ ସହ ଭଲଭାବରେ ମିଶିପାରନ୍ତି, ଖେଳିପାରନ୍ତି ଏବଂ ଆଗ୍ରହ ପ୍ରକାଶ କରି କାର୍ଯ୍ୟ କରନ୍ତି ସେମାନେ ବହିଃମୁଖୀ ପିଲା ଅଟନ୍ତି ।

52. ଶିକ୍ଷଣ ପାଇଁ ଗୋଟିଏ ପ୍ରେରଣାତ୍ମକ ଉପାଦାନ ଦର୍ଶାଅ ।
Answer:
ଶିକ୍ଷାଦାନ ସମୟରେ ପ୍ରତିଦ୍ବନ୍ଦିତା ମନୋଭାବ ଶିକ୍ଷଣ ପାଇଁ ପ୍ରେରଣା ଯୋଗାଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

53. ଅନୁକରଣଦ୍ୱାରା ଶିକ୍ଷଣର ଗୋଟିଏ ଉଦାହରଣ ଦିଅ ।
Answer:
ଶିକ୍ଷକ କୌଣସି ବିଷୟ ପଢ଼ିବା ସମୟରେ ଛାତ୍ରଛାତ୍ରୀ ଶିକ୍ଷକଙ୍କର ମୁଖନିଃସୃତ ବାକ୍ୟଗୁଡ଼ିକ ଶୁଣି ଏବଂ ବହି ପଢ଼ି ନିଜେ ସେହିପରି ପଢ଼ିବାପାଇଁ ଚେଷ୍ଟା କରିଥା’ନ୍ତି । ଏହାକୁ ଅନୁକରଣଦ୍ବାରା ଶିକ୍ଷଣ କୁହାଯାଏ ।

54. ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ଵର ପ୍ରବର୍ତ୍ତକ କୁର୍ଟ କୋଫ୍‌ (Kurt Koffka) ଅଟନ୍ତି ।

55. ଅନୁବନ୍ଧିତ ଅନୁକ୍ରିୟା ବା ଅଭ୍ୟନୁକୂଳନ ତତ୍ତ୍ବର ପ୍ରବର୍ତ୍ତକ କିଏ ?
Answer:
ରୁଷ୍ ଦେଶର ଶରୀରବିଜ୍ଞାନୀ ଇଭାନ୍ ପି. ପାଉଲଭ୍ ଅଭ୍ୟନୁକୂଳନ ବା ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ପ୍ରବର୍ତ୍ତକ ଅଟନ୍ତି ।

56. ଦଣ୍ଡର କୁପରିଣାମ କ’ଣ ?
Answer:
ଦଣ୍ଡ ଶିକ୍ଷାର୍ଥୀ ମନରେ ଭୟ ସୃଷ୍ଟି କରିଥାଏ ଏବଂ ଶିକ୍ଷାର୍ଥୀର ଅନ୍ତର୍ନିହିତ ଗୁଣଗୁଡ଼ିକର ବିକାଶରେ ବ୍ୟାଘାତ ସୃଷ୍ଟି କରିଥାଏ ।

57. ସୃଜନଶୀଳତାର ସଂଜ୍ଞା କ’’ଣ ?
Answer:
ବ୍ୟକ୍ତିର ଚିନ୍ତାଧାରାରେ ନୂତନତା ଏବଂ ନୈତିକତାକୁ ସୃଜନଶୀଳତା କୁହାଯାଏ ।

58. କୋହ୍ଲରଙ୍କର ନାମ କେଉଁ ଶିକ୍ଷଣ ତତ୍ତ୍ବ ସହିତ ସମ୍ପର୍କିତ ?
Answer:
କୋହ୍ଲରଙ୍କର ନାମ ଅନ୍ତଦୃଷ୍ଟି ଶିକ୍ଷଣ ତତ୍ତ୍ବ (Theory of Insightful Learning) ସହିତ ସଂପୃକ୍ତ ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶିକ୍ଷଣ କ’ଣ ?
Answer:
ସ୍ପିନର (Skinner) ଙ୍କ ମତରେ, ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରବତ୍ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଙ୍ଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହାକୁ ବିନିଯୋଗ କରେ ।

2. ‘ଶିକ୍ଷଣ’ର ଦୁଇଟି ସଂଜ୍ଞା ଲେଖ ।
Answer:
(i) କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି ।’
(ii) କନ୍‌ଭିନ୍‌ଙ୍କ ମତରେ, ‘ଅଭିଜ୍ଞତାଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।’’

3. ଶିକ୍ଷଣ ତତ୍ତ୍ବ କହିଲେ କ’ଣ ବୁଝ ?
Answer:
ମନୋବିଜ୍ଞାନୀମାନେ କିଛି ନୂଆ ସୂତ୍ର, ନୂଆ ତତ୍ତ୍ବ, ନୂଆ ଉପାଦାନ ବିଦ୍ୟାଳୟ ଶିକ୍ଷାରେ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଥାନ୍ତି । ଏହାକୁ ଶିକ୍ଷଣ ତତ୍ତ୍ୱ କୁହାଯାଏ । ଏହି ତତ୍ତ୍ଵମାନଙ୍କ ମଧ୍ୟରୁ କେତେଗୁଡ଼ିଏ ତତ୍ତ୍ଵ ହେଲା-
(i) ପ୍ରଯନ୍ – ପ୍ରମାଦ ତତ୍ତ୍ବ
(ii) ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ
(iii) ଅନ୍ତଦୃଷ୍ଟି ତତ୍ତ୍ବ

4. ଶିକ୍ଷଣ ପ୍ରକ୍ରିୟା କ’ଣ ?
Answer:
(i) ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।
(ii) ହିଲ୍‌ଗାର୍ଡଙ୍କ ମତରେ, ଶିକ୍ଷଣଦ୍ୱାରା ମାନବ ନୂତନ ପ୍ରକାର କ୍ରିୟା ଶିକ୍ଷା କରେ ଓ ବ୍ୟବହାରକୁ ପରିମାର୍ଜିତ କରେ ।
(iii) ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି କୌଣସି ବିଷୟରେ ଶିକ୍ଷାଲାଭ କରେ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

5. ପ୍ରଯତ୍ନ-ପ୍ରମାଦ ତତ୍ତ୍ବର ଦୁଇଟି ଶିକ୍ଷାଗତ ପ୍ରୟୋଗ ଲେଖ ।
Answer:
(i) ନିୟମିତ ଅଭ୍ୟାସଦ୍ବାରା ବିଜ୍ଞାନର ଅନେକ ପରୀକ୍ଷଣ ସଫଳ ହୋଇଥାଏ ।
(ii) ଗଣିତ ସମ୍ବନ୍ଧୀୟ ସମସ୍ୟାର ବାରମ୍ବାର ସମାଧାନଦ୍ୱାରା ଗଣିତ ଶିକ୍ଷାରେ ଦକ୍ଷତା ବୃଦ୍ଧି ପାଏ ।

6. ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ଏବଂ ଅନ୍ତଦୃଷ୍ଟି ତତ୍ତ୍ବ ମଧ୍ୟରେ ଗୋଟିଏ ପାର୍ଥକ୍ୟ ଲେଖ ।
Answer:
ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ଶିକ୍ଷଣର ଅଭ୍ୟାସ ଉପରେ ଗୁରୁତ୍ବ ଦେଇଥାଏ; ମାତ୍ର ଅନ୍ତଦୃଷ୍ଟି ତତ୍ତ୍ବ ଶିକ୍ଷଣର ସମସ୍ୟା ଅନୁଧ୍ୟାନ ଉପରେ ଗୁରୁତ୍ଵ ଦେଇଥାଏ ।

7. ପ୍ରଯତ୍ନ-ପ୍ରମାଦ ତତ୍ତର ଶିକ୍ଷାକ୍ଷେତ୍ରରେ ତିନୋଟି ପ୍ରୟୋଗ ଲେଖ ।
Answer:
(i) ଶିକ୍ଷାକ୍ଷେତ୍ରରେ ହସ୍ତାକ୍ଷର ଲିଖନ, ଟାଇପ୍ କରିବା ଇତ୍ୟାଦି ଶିକ୍ଷାଲାଭରେ ସାହାଯ୍ୟ କରିଥାଏ ।
(ii) ନିୟମିତ ଅଭ୍ୟାସଦ୍ୱାରା ବିଜ୍ଞାନର ଅନେକ ପରୀକ୍ଷଣ ସଫଳ ହୋଇଥାଏ ।
(iii) ଗଣିତ ସମ୍ବନ୍ଧୀୟ ସମସ୍ୟାର ବାରମ୍ବାର ସମାଧାନ ଗଣିତ ଶିକ୍ଷାରେ ଦକ୍ଷତା ବୃଦ୍ଧି କରିଥାଏ ।

8. ଅନ୍ତଦୃଷ୍ଟି-ଶିକ୍ଷଣ ତତ୍ତ୍ବ କ’ଣ ?
Answer:
ଅନ୍ତଦୃଷ୍ଟି ଶିକ୍ଷଣତତ୍ତ୍ଵ ହେଉଛି ହଠାତ୍ ଶିକ୍ଷଣ ବା ହଠାତ୍ ଏକ ସମସ୍ୟାର ସମାଧାନର ସୂତ୍ର ଖୋଜିପାଇବା । ତିନିଜଣ ଜଣାଶୁଣା ଜର୍ମାନୀ ମନୋବିଜ୍ଞାନୀ ଯଥା : ଉଲ୍‌ପଗ୍ୟାଙ୍ଗ କୋହଲଋ, କୁର୍ଟ କୋଫ୍‌ ଓ ଡବ୍ଲ୍ୟୁ ଏକ୍‌ସ୍ ୱାରଦାଇମ୍ବର ଥିଲେ ଏହି ତତ୍ତ୍ବ ର ପ୍ରବର୍ତ୍ତକ । ଏହି ତତ୍ତ୍ବ ଅନୁସାରେ କୌଣସି ଏକ ନିର୍ଦ୍ଦିଷ୍ଟ ଅନୁକ୍ରିୟା କୌଣସି ଉଦ୍ଦୀପକର ଏକ ଅଂଶବିଶେଷ ପ୍ରତି ଉଦ୍ଦିଷ୍ଟ ନ ହୋଇ ସେହି ଉଦ୍ଦୀପକର ସମଗ୍ର ସଭାପ୍ରତି ଉଦ୍ଦିଷ୍ଟ ହୋଇଥାଏ ।

9. ଅନ୍ତଦୃଷ୍ଟି କ’ଣ ଏବଂ ଏହା ମାଧ୍ୟମରେ କିପରି ଶିକ୍ଷଣ ସଂଘଟିତ ହୁଏ ବୁଝାଅ ।
Answer:
(i) ଶିଶୁ ବିଭିନ୍ନ ସମସ୍ୟା ଦେଇ ଗତି କରିଥାଏ ।
(ii) ସବୁ ସମସ୍ୟାର ସମାଧାନ କରିବାକୁ ହେଲେ ବିଭିନ୍ନ ଶିକ୍ଷଣ ଅଭିଜ୍ଞତା ଦରକାର ।
(iii) ଯେଉଁ ଶିକ୍ଷଣ କ୍ରିୟା ସମସ୍ୟାଟିକୁ ହୃଦୟଙ୍ଗମ କରି ଉପଯୁକ୍ତ ଅନୁକ୍ରିୟା ସୃଷ୍ଟିଦ୍ଵାରା ସମ୍ଭବ ହୋଇଥାଏ ତାହା ଅନ୍ତଦୃଷ୍ଟି ଶିକ୍ଷଣ।

10. ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ କ’ଣ ?
Answer:
ପ୍ରତ୍ୟେକ ଉଦ୍ଦୀପକ ମନରେ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଏହା ମଧ୍ୟରେ ସଂଯୋଗ (Bond) କୁ ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ କୁହାଯାଏ ।

11. ଶିକ୍ଷଣକୁ ପ୍ରଭାବିତ କରୁଥିବା ଯେକୌଣସି ତିନୋଟି ମାନସିକ ଉପାଦାନ ଲେଖ ।
Answer:
ଶିକ୍ଷଣକୁ ପ୍ରଭାବିତ କରୁଥିବା ମାନସିକ ଉପାଦାନଗୁଡ଼ିକ ହେଲା :
(i) ଅଭିପ୍ରେରଣା – ଅଭିପ୍ରେରଣା ସୃଷ୍ଟି କରୁଥିବା ସାମଗ୍ରୀ ଶିକ୍ଷାଦାନରେ ବ୍ୟବହାର କଲେ ଶିଶୁ ଶିକ୍ଷାଦାନ ପ୍ରତି ଆଗ୍ରହ ପ୍ରକାଶ କରିବ ।
(ii) ଉଚ୍ଚାଭିଳାଷ – ଶିଶୁ ନିଜର ଉଚ୍ଚାଭିଳାଷ ନିଜର ସାମର୍ଥ୍ୟ ଅନୁସାରେ ରଖୁବା ଉଚିତ, ଯାହା ନିଜର କର୍ମ ପାଇଁ ସୁଯୋଗ ସୃଷ୍ଟି କରିବ ।
(iii) ଆଗ୍ରହ ଏବଂ ମନୋବୃତ୍ତି – ଆଗ୍ରହ ନଥୁଲେ ଆମେ କୌଣସି କାର୍ଯ୍ୟରେ ମନୋଯୋଗ ଦେଇନଥାଉ ।

12. S-R ଅନୁବନ୍ଧନ କ’ଣ ? ଏହା କିପରି ଶକ୍ତିଶାଳୀ ହୁଏ ?
Answer:
(i) ପରିବେଶର ଉଦ୍ଦୀପକ ଓ ତତ୍‌ସଂପର୍କୀୟ ପ୍ରତିକ୍ରିୟା ମଧ୍ୟରେ ସ୍ନାୟବିକ ସମ୍ବନ୍ଧ ସ୍ଥାପନ ବ୍ୟକ୍ତି ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ସୃଷ୍ଟି କରେ ।
(ii) ଏହି ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସଂଯୋଗ ସ୍ଥାପନକୁ ଉଦ୍ଦୀପକ-ପ୍ରତିକ୍ରିୟା ସଂଯୋଗ ବା S-R ଅନୁବନ୍ଧନ ବୋଲି କୁହାଯାଏ ।
(iii) ଏହି କାର୍ଯ୍ୟରେ ଶିକ୍ଷକ (S) ଓ ଛାତ୍ର (R) ଭୂମିକା ଗ୍ରହଣ କରିଥା’ଛି ।

13. ଶିକ୍ଷଣରେ ଅଭ୍ୟାସ ନିୟମ କାହାକୁ କହନ୍ତି ?
Answer:
(i) ଅଭ୍ୟାସ ନିୟମାନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ ଏବଂ ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ ସେହି କାର୍ଯ୍ୟ ସହଜରେ ଶିକ୍ଷାକରି ହୁଏ ନାହିଁ ।
(ii) କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତା’ର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେ ଅଧ୍ଵଥର ସ୍ଥାପିତ ହେବ ସେହି ସଂଯୋଗଟି ସେତିକି ଦୃଢ଼ୀଭୂତ ହେବ । ଉଦାହରଣସ୍ୱରୂପ, ଥଏଁଡ଼ାଇକ୍‌ଙ୍କ ଗବେଷଣାରେ ବିରାଡ଼ିଟି କୌଣସିମତେ ଥରେ ଦ୍ଵାର ଖୋଲି ପଦାକୁ ଚାଲିଗଲେ ତାହାର ଏହି ଅଭ୍ୟାସଟି ଦୃଢ଼ ଓ ସ୍ଥାୟୀ ହୋଇପାରିବ ନାହିଁ ।
(iii) ସେଥ‌ିପାଇଁ ବିରାଡ଼ିକୁ ବାରମ୍ବାର ଦ୍ଵାର ଖୋଲି ପଦାକୁ ଯିବାପାଇଁ ସୁବିଧା ଦେବାକୁ ହେବ ।
(iv) ପାଠଦାନ ସମୟରେ ଏହି ନୀତିର ଅତ୍ୟନ୍ତ ଆବଶ୍ୟକତା ରହିଛି ।

14. ଶିକ୍ଷଣ ତତ୍ତ୍ଵଗୁଡ଼ିକ ମଧ୍ୟରୁ କେଉଁଟି ଅଧ୍ଵ ଯୁକ୍ତିଯୁକ୍ତ ବୋଲି ଭାବୁଛ ଓ କାହିଁକି ?
Answer:
(i) ଶିକ୍ଷଣ ମଧ୍ୟରୁ ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ତତ୍ତ୍ଵଟି ଅଧିକ ଯୁକ୍ତିଯୁକ୍ତ । କାରଣ ମନୁଷ୍ୟ ଜନ୍ମ ସମୟରେ କେତେକ ପ୍ରତିବର୍ଗ୍ୟ କ୍ରିୟା ପ୍ରକାଶ କରିଥାଏ । କ୍ରମଶଃ ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପନା ପ୍ରତି ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(ii) ମୌଳିକ ଉଦ୍ଦୀପନା ନିମିତ୍ତ ବିକଳ୍ପ ପ୍ରତିକ୍ରିୟା ଓ ବିକଳ୍ପ ଉଦ୍ଦୀପକ ସହ ମୌଳିକ ପ୍ରତିକ୍ରିୟା ସଂଯୋଗ ସ୍ଥାପନ କରିବା ଉପରେ ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ଗୁରୁତ୍ୱ ଆରୋପ କରିଥାଏ ।
(iii) କେହି କେହି ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ଓ କେହି କେହି ଅନ୍ତଦୃଷ୍ଟି ତତ୍ତ୍ଵକୁ ଯୁକ୍ତିଯୁକ୍ତ ବୋଲି ମନେକରି ଥାଆନ୍ତି; ମାତ୍ର ସାପେକ୍ଷ ପ୍ରତିବର୍ଜ୍ୟ କ୍ରିୟାବାଦ ବିଜ୍ଞାନସମ୍ମତ ଓ ସହଜ ଭାବରେ ଉପଲବ୍ଧ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

15. ସଂକ୍ଷେପରେ ଶିକ୍ଷଣର ନିୟମଗୁଡ଼ିକ ବୁଝାଅ ।
Answer:
ଶିକ୍ଷାବିତ୍ ଥଣ୍ଣ ଡାଇକ୍‌ଙ୍କ ମତରେ, ଶିକ୍ଷଣର ତିନୋଟି ନିୟମ ସଂପର୍କରେ ବର୍ଣ୍ଣନା କରାଯାଇଛି; ଯଥା –
(i) ଅଭ୍ୟାସ ନିୟମ – ଗୋଟିଏ କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ କରିବାଦ୍ୱାରା ପ୍ରତିଫଳିତ ଅନୁଭୂତି ମଧ୍ୟରୁ ସଂଗୃହୀତ ଶିକ୍ଷାକୁ ଅଭ୍ୟାସ ନିୟମ ଉପରେ ଆଧାରିତ ଶିକ୍ଷା କୁହାଯାଏ ।
(ii) ପ୍ରସ୍ତୁତି ନିୟମ – ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷଣ ପ୍ରକ୍ରିୟା ଆରମ୍ଭରୁ ଶିଶୁର ମାନସିକ ଅବସ୍ଥା ପ୍ରତି ଦୃଷ୍ଟି ଦେବା ଏକାନ୍ତ ଆବଶ୍ୟକ।
(iii) ଫଳାଫଳ ନିୟମ – ପ୍ରତ୍ୟେକ ଶିକ୍ଷଣ ଫଳାଫଳ ଉପରେ ବିଶେଷ ଗୁରୁତ୍ଵ ଦିଏ । ଦୃଷ୍ଟାନ୍ତସ୍ଵରୂପ, କ୍ଷୁଧାଇଁ ବିରାଡ଼ିଟି ଦୁଗ୍ଧପାନ କରିବା ଉଦ୍ଦେଶ୍ୟରେ ବାକ୍ସ ବାହାରକୁ ଚାଲିଆସିବା ପରେ ସେ ସଫଳ ହୋଇ ବାହାରକୁ ଆସି ଦୁଗ୍ଧପାନ କଲା । ମାତ୍ର ଦୁଗ୍‌ଧ ନଥିଲେ ସେ ଚେଷ୍ଟା କରି ନଥା’ନ୍ତା ।

16. ଶିକ୍ଷଣ ଏବଂ ପରିପକ୍ବତା ମଧ୍ଯରେ କି ପ୍ରଭେଦ ଅଛି ?
Answer:
(i) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ମାତ୍ର ପରିପକ୍ବତା ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସୀମାବଦ୍ଧ ଅଟେ ।
(ii) ପରିପକ୍ବତା ଜୀବନରେ ଥରେ ଆସେ, ମାତ୍ର ଶିକ୍ଷଣ ଅନେକବାର ସଂଘଟିତ ହୋଇଥାଏ ।
(iii) ପରିପକ୍ବତା ଶରୀର ସହ ସମ୍ବନ୍ଧିତ, ମାତ୍ର ଶିକ୍ଷଣ ଏକ ମାନସିକ ପ୍ରକ୍ରିୟା ।
(iv) ପରିପକ୍ବତା ପ୍ରାପ୍ତି ପର୍ଯ୍ୟନ୍ତ ଶିକ୍ଷଣ ଅବ୍ୟାହତ ରହେ । ପରିପକ୍ବତା ପ୍ରାପ୍ତି ପରେ ଶିକ୍ଷଣର ଗୁଣାତ୍ମକ ପରିବର୍ତ୍ତନ ଘଟେ ।

17. ଅନୁବନ୍ଧନଦ୍ୱାରା ଶିକ୍ଷଣ କିପରି ସମ୍ଭବ ହୁଏ, ଉଦାହରଣଦ୍ବାରା ବୁଝାଅ ।
Answer:
(i) ଅନୁବନ୍ଧନ ଏକ ଶିକ୍ଷଣ ପ୍ରକ୍ରିୟା ।
(ii) ଶିକ୍ଷଣରେ ଭିତ୍ତିହୀନ ଭୟ ଦୂର କରିବାପାଇଁ ଏହି ଶିକ୍ଷଣ ପ୍ରକ୍ରିୟାକୁ ବ୍ୟବହାର କରାଯାଏ ।
(iii) ଯେଉଁ ଅନୁକ୍ରିୟା ପ୍ରାକୃତିକ ଉଦ୍ଦୀପକଦ୍ବାରା ପ୍ରଭାବିତ ହୁଏ, ତାହା ମଧ୍ୟ ଅପ୍ରାକୃତିକ ଉଦ୍ଦୀପକଦ୍ବାରା ପ୍ରଭାବିତ ହୁଏ ।
(iv) ଇଂରାଜୀ ଓ ଗଣିତ ଶିକ୍ଷା ପାଇଁ ଅହେତୁକ ଭୟ, ଉତ୍ତମ ଅଭ୍ୟାସ ଗଠନ; ଯଥା – ପରିଷ୍କାର-ପରିଚ୍ଛନ୍ନତା, ଗୁରୁଜନମାନଙ୍କୁ ଭକ୍ତି ଇତ୍ୟାଦି ଏବଂ ଭାଷାଜ୍ଞାନ ପାଇଁ ଅନୁବନ୍ଧନ ଏକାନ୍ତ ପ୍ରୟୋଜନ ।

18. ପ୍ରଯତ୍ନ-ପ୍ରମାଦ ତତ୍ତ୍ବ କହିଲେ କ’ଣ ବୁଝ ?
Answer:
(i) E.L.Thorndike ପ୍ରଥମେ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ସମ୍ପର୍କରେ ଗବେଷଣା କରିଥିଲେ ।
(ii) ସେ କହିଥିଲେ ଯେ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ବାରମ୍ବାର ସମ୍ପର୍କ ପ୍ରତିଷ୍ଠାଦ୍ଵାରା ହେଉଥିବା ସଂଯୋଗ ଶିକ୍ଷଣ ଅଟେ । ଏହାକୁ ସଂଯୋଗବାଦ (Connectionism) କୁହାଯାଏ ।
(iii) ଲକ୍ଷ୍ୟ ହାସଲପାଇଁ ବାରମ୍ବାର ବିଫଳ ଚେଷ୍ଟାକରି ଶେଷରେ ସଫଳ ଚେଷ୍ଟା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ ।
(iv) ବିଜ୍ଞାନ ଏବଂ ଗଣିତ ଶିକ୍ଷା କ୍ଷେତ୍ରରେ ଏହାର ପ୍ରୟୋଗ ବହୁଳ ଅଟେ ।

19. ଥର୍ୟଡାଇକ୍‌ଙ୍କର ତିନୋଟି ଶିକ୍ଷଣ ନିୟମ ଲେଖ ।
Answer:
ଥର୍ୟଡାଇକ୍‌ଙ୍କର ପ୍ରଣୀତ ତିନୋଟି ଶିକ୍ଷଣ ନିୟମ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା –
(i) ପ୍ରସ୍ତୁତି ନିୟମ (Law of Readiness)- ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଶିକ୍ଷଣ ପାଇଁ ଏକାନ୍ତ ପ୍ରୟୋଜନ ।
(ii) ଅଭ୍ୟାସ ନିୟମ (Law of Exercise)- ଏହି ନିୟମ ଅନୁଯାୟୀ କୌଣସି ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ବାରମ୍ବାର ସମ୍ବନ୍ଧ ସ୍ଥାପିତ ହୋଇଥାଏ । ବାରମ୍ବାର ଅଭ୍ୟାସଦ୍ୱାରା ଶିକ୍ଷଣ ସହଜ ହୋଇଥାଏ ।
(iii) ଫଳାଫଳ ନିୟମ (Law of Effect)- ଏହା ଶିଶୁକୁ ଶିକ୍ଷଣ ପରେ ଫଳାଫଳ ସମ୍ପର୍କରେ ସୂଚନା ଦିଏ । ତୃପ୍ତିଦାୟକ ଶିକ୍ଷଣ ଚିରସ୍ଥାୟୀ ହୋଇଥାଏ ।

20. ପରିପକ୍ଵତା ଅର୍ଥ କ’ଣ ?
Answer:
(i) ବୃଦ୍ଧି ଓ ବିକାଶ ଜୀବନର ଏକ ଚରମ ସତ୍ୟ, ଏହା ପରିପକ୍ବତା ଆଣିଥାଏ ।
(ii) ବାଲ୍ୟ, କୈଶୋର, ଯୌବନ ଆଦି ଅବସ୍ଥାକୁ ଶିଶୁ ବୃଦ୍ଧି ଓ ବିକାଶ ମାଧ୍ୟମରେ ଉନ୍ନୀତ ହୁଏ ହୋଇ ପରିପକ୍ବତା ପାଏ ।
(iii) ଗୋଟିଏ ଅବସ୍ଥାରୁ ଅନ୍ୟ ଅବସ୍ଥାକୁ ଉନ୍ନୀତ ହେଲାବେଳେ ପରିପକ୍ବତା ଏକ ମୁଖ୍ୟ ଭୂମିକା ଗ୍ରହଣ କରେ ।
(iv) ଚାଲିବା, ଦୌଡ଼ିବା, ଖେଳିବା, ପାଠପଢ଼ିବା ଇତ୍ୟାଦିକୁ ପରିପକ୍ବତାହିଁ ନିୟନ୍ତ୍ରଣ କରେ ।

21. ଅଭ୍ୟାସ ନିୟମ କାହାକୁ କହନ୍ତି ?
Answer:
(i) ଗୋଟିଏ କାର୍ଯ୍ୟକୁ ବାରମ୍ବାର କରିବାଦ୍ୱାରା ଅଭ୍ୟାସଦ୍ୱାରା ପ୍ରତିଫଳିତ ଅନୁଭୂତି ମଧ୍ୟରୁ ସଂଗୃହୀତ ଶିକ୍ଷାକୁ ଅଭ୍ୟାସ ନିୟମ ଉପରେ ଆଧାରିତ ଶିକ୍ଷା କୁହାଯାଏ ।
(ii) ଶିଶୁର ଭୁଲ୍, ଠିକ୍, ସଫଳତା, ବିଫଳତା ମଧ୍ଯରେ ଧୈର୍ଯ୍ୟର ସହିତ ଏହି ଶିକ୍ଷା ଉପରେ ନିଜର ଦକ୍ଷତା ହାସଲ କରେ ।
(iii) ଥଣ୍ଡିଡାଇକ୍‌ଙ୍କ ମତରେ, କୌଣସି ଏକ କାର୍ଯ୍ୟକୁ ବାରମ୍ବାର ଅଭ୍ୟାସ କରିବାଦ୍ୱାରା ସୃଷ୍ଟ ଉଦ୍ଦୀପନାଦ୍ୱାରା ପ୍ରତିକ୍ରିୟା ମଧ୍ୟରେ ଦୃଢ଼ ସଂପର୍କ ସ୍ଥାପିତ ହୁଏ ।
(iv) ଏହା ଅଭ୍ୟାସରେ ପରିଣତ ହୁଏ ।

22. ଶିକ୍ଷଣ ତତ୍ତ୍ବରେ ଗେଷ୍ଟାଲଟ୍ (Gestalt) ର ଅର୍ଥ କ’ଣ ?
Answer:
(i) ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ଏହି ସମଗ୍ରାକୃତି (Gestalt) କୁ ଶିକ୍ଷଣ ତତ୍ତ୍ବ ମଧ୍ଯ କୁହାଯାଇଥାଏ । । ଜର୍ମାନ୍ ଭାଷାରେ ଗେଷ୍ଟାଲଟ୍‌ର ଅର୍ଥ ହେଉଛି ସମଗ୍ର ବା ଗଠନ ପ୍ରଣାଳୀ ।
(ii) ଏହି ତତ୍ତ୍ବବାଦୀମାନେ ବିଶ୍ୱାସ କରନ୍ତି, ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଶିକ୍ଷଣ ମଧ୍ୟ ସମଗ୍ର ବସ୍ତୁ ବା ପରିସ୍ଥିତି ଉପରେ ନିର୍ଭର କରେ ।
(iii) ସବୁପ୍ରକାର ଆବିଷ୍କାର ଓ ଉଦ୍ଭାବନ ଏହି ଅନ୍ତର୍ବୃଷ୍ଟି ଫଳରେ ସମ୍ଭବ ହୋଇପାରିଛି ।
(iv) ଅବଶ୍ୟ ଆବିଷ୍କାରକମାନେ ସମଗ୍ର ପରିସ୍ଥିତିର ବିଭିନ୍ନ ଅଂଶ ସମ୍ବନ୍ଧରେ ସମ୍ୟକ୍ ଧାରଣା ରଖୁ’ନ୍ତି ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଶିକ୍ଷକଙ୍କ ପାଇଁ ଶିକ୍ଷଣର ପ୍ରାଧାନ୍ୟ କ’ଣ ?
Answer:
(i) ଶିକ୍ଷାଦାନ ଏବଂ ଶିକ୍ଷାଗ୍ରହଣରେ ଶିକ୍ଷା- ମନୋବିଜ୍ଞାନ ସହାୟକ ହୋଇଥାଏ । ଶିକ୍ଷଣ ପ୍ରକ୍ରିୟା ଶିକ୍ଷା -ମନୋବିଜ୍ଞାନ ପରିବର୍ତନ।
(ii) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଶିଶୁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଜ୍ଞାନ ଓ ଅଭିଜ୍ଞତା ହାସଲ କରିଥାଏ । ଶିକ୍ଷକ ଶିଶୁର ଆଚରଣର ପରିବର୍ତ୍ତନ ପାଇଁ ଶିକ୍ଷାଦାନ କରିଥାଏ । ତେଣୁ ଶିକ୍ଷଣ ପ୍ରକ୍ରିୟା ଜ୍ଞାନ ଅଭିଜ୍ଞତା ହାସଲରେ ସାହାଯ୍ୟ କରିଥାଏ ।
(iii) ଜଙ୍ଗଲର ବାଘକୁ ସର୍କସ -ଶିକ୍ଷକ ସର୍କସକୁ ଆଣି ଶିକ୍ଷା ଦେଇଥାଏ । ବାଘଟି ଏହି ଶିକ୍ଷଣ ପ୍ରକ୍ରିୟାଦ୍ବାରା ଶିକ୍ଷାଲାଭ କରିଥାଏ ।
(iv) ତେଣୁ ଶିକ୍ଷଣ ଅର୍ଥ ବ୍ୟବହାରର ପରିବର୍ତ୍ତନ । ଶିକ୍ଷକ ଶିକ୍ଷଣ ପ୍ରକ୍ରିୟା ମାଧ୍ୟମରେ ଶିଶୁମାନଙ୍କର ବ୍ୟବହାରରେ ପରିବର୍ତନ ଆଣିଥା’ନ୍ତି ।
(v) ଶିକ୍ଷକ ଇନ୍ଦ୍ରିୟମାନଙ୍କୁ ଉପଯୁକ୍ତ ତାଲିମ ଦେଇ ଶିକ୍ଷଣ ପ୍ରକ୍ରିୟାକୁ ସୁଦୃଢ଼ କରିଥା’ନ୍ତି ।

2. ‘ଶିକ୍ଷଣ ହେଉଛି ଆଚରଣଗତ ପରିବର୍ତ୍ତନ’ – ବୁଝାଅ ।
Answer:
(i) ଶିକ୍ଷାଦ୍ବାରା ବ୍ୟକ୍ତିର ଆଚରଣ ମାର୍ଜିତ ଏବଂ ଉନ୍ନତ ହୋଇଥାଏ । ଏହା ଜ୍ଞାନ ଏବଂ ଅଭିଜ୍ଞତାକୁ ପରିବର୍ତ୍ତନ କରିଥାଏ ।
(ii) ନୂତନ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନଦ୍ବାରା ଆଚରଣରେ ପରିବର୍ତ୍ତନ ଅଣାଯାଇପାରେ । ଏହା କେବଳ ଶିକ୍ଷଣ ପ୍ରକ୍ରିୟାଦ୍ଵାରା ସମ୍ଭବପର ହୋଇଥାଏ ।
(iii) ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁ ନିଜର ବୟସ ଏବଂ ସାମର୍ଥ୍ୟକୁ ନେଇ ଜ୍ଞନା ବା ଅଭିଜ୍ଞତା ହାସଲ କରିଥାଏ । ଏହି ଜ୍ଞାନ ବ୍ୟବହାରର ପରିବର୍ତ୍ତନ ପାଇଁ ଆବଶ୍ୟକ ।
(iv) ଶ୍ରେଣୀଗୃହରେ ଅନୁକୂଳ ପରିବେଶ ପାଇଲେ ଶିକ୍ଷାର୍ଥୀ ଅନେକ ଅଭିଜ୍ଞତା ହାସଲ କରିଥାଏ । ନିଜର ଜୀବନର ପ୍ରତିଟି କ୍ଷେତ୍ରରେ ତାକୁ ବିନିଯୋଗ କଲେ ତାହାର ଆଚରଣରେ ପରିବର୍ତ୍ତନ ହୁଏ ।
(v) ଶିଶୁର ଆଗ୍ରହ, ଅଭ୍ୟାସ, ମନୋବୃତ୍ତି, ସାମାଜିକ ପ୍ରତିଯୋଜନ ଏବଂ ବିଭିନ୍ନ ଇନ୍ଦ୍ରିୟଲବ୍‌ଧ ଜ୍ଞାନ ଶିକ୍ଷଣ ପ୍ରକ୍ରିୟାର ଅନ୍ତର୍ଭୁକ୍ତ । ତେଣୁ ଏଗୁଡ଼ିକ ଆଚରଣଗତ ପରିବର୍ତ୍ତନ ପାଇଁ ଦାୟୀ ।

3. ସମସ୍ୟା ସମାଧାନ ହିଁ ଶିକ୍ଷଣ- ବୁଝାଅ ।
Answer:
(i) ବ୍ୟକ୍ତିର ଜୀବନ ସମସ୍ୟାପୂର୍ଣ୍ଣ । ପ୍ରତ୍ୟେକ ସମସ୍ୟାର ସମାଧାନ କରିବାପାଇଁ ଜ୍ଞାନ ଏବଂ ଅଭିଜ୍ଞତା ବ୍ୟକ୍ତିର ନାହିଁ ।
(ii) ଉପଯୁକ୍ତ ଜ୍ଞାନ ଏବଂ ଅଭିଜ୍ଞତାକୁ ଉପଯୁକ୍ତ ସମୟରେ ଉପଯୁକ୍ତ ପରିସ୍ଥିତିରେ ବ୍ୟବହାର କଲେ ସମସ୍ୟା ସମାଧାନ ହୋଇପାରେ ।
(iii) ଶିକ୍ଷଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରାଯାଇଥାଏ । ଉକ୍ତ ଜ୍ଞାନ ବ୍ୟକ୍ତିକୁ ନୂତନ ଦିଗ୍‌ଦର୍ଶନ ଦିଏ ।
(iv) ଭିନ୍ନ ଭିନ୍ନ ବୟସରେ ବିଭିନ୍ନ ସମସ୍ୟା ମୁଣ୍ଡ ଟେକିଥାଏ; ତେଣୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଶିକ୍ଷଣ ଲୋଡା
(v) ସବୁ ସମସ୍ୟାର ସମାଧାନ ବ୍ୟକ୍ତି ଶିକ୍ଷଣଦ୍ବାରା କରିଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

4. ଶିକ୍ଷଣକୁ ପ୍ରଭାବିତ କରୁଥିବା ବିଭିନ୍ନ ଉପାଦାନ ବିଷୟରେ ଲେଖ ।
Answer:
ନିମ୍ନଲିଖତ ଉପାଦାନମାନ ଶିକ୍ଷଣକୁ ପ୍ରଭାବିତ କରିଥାଏ ।
(i) ଶାରୀରିକ ସ୍ଵାସ୍ଥ୍ୟ : କଥାରେ ଅଛି, ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଶାରୀରିକ ସୁସ୍ଥତା ଉପରେ ମାନସିକ ସୁସ୍ଥତା ଏବଂ ଉଭୟଙ୍କ ଉପରେ ଶିକ୍ଷଣ ନିର୍ଭର କରେ ।
(ii) ମାନସିକ ସ୍ଵାସ୍ଥ୍ୟ : ଶିଶୁର ମାନସିକ ସ୍ୱାସ୍ଥ୍ୟ ତା’ର ଶିକ୍ଷଣକୁ ପ୍ରଭାବିତ କରିଥାଏ । ଯେଉଁ ଶିଶୁମାନଙ୍କର ଶାରୀରିକ ଓ ମାନସିକ ପ୍ରୟୋଜନ ପୂରଣ ହୋଇଥାଏ, ସେମାନଙ୍କର ମାନସିକ ସ୍ୱାସ୍ଥ୍ୟ ଅବ୍ୟାହତ ରହିଥାଏ ।
(iii) ବଂଶାନୁଗୁଣ : ଶିକ୍ଷଣରେ ବଂଶାନୁଗୁଣର ଗୁରୁତ୍ବପୂର୍ଣ୍ଣ ପ୍ରଭାବ ରହିଛି । ପିତାମାତା ଓ ପିତୃପୁରୁଷଙ୍କର ଅନ୍ତର୍ନିହିତ ଗୁଣରାଜି ଶିଶୁମାନଙ୍କ ପାଖକୁ ଆସିଥାଏ ।
(iv) ପରିବେଷ୍ଟନୀ : ପିଲାମାନଙ୍କର ପିତୃପୁରୁଷଙ୍କଠାରୁ ସେମାନଙ୍କଠାକୁ ଆସିଥ‌ିବା ଅନ୍ତର୍ନିହିତ ଗୁଣମାନ ଉପଯୁକ୍ତ ପରିବେଷ୍ଟନୀ ପାଇଲେ ବିକଶିତ ହୁଏ ।
(v) ପରିପକ୍ବତା : ଶିଶୁର ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ । ଗୋଟିଏ ନିର୍ଦ୍ଦିଷ୍ଟ ବୟସର ଶିଶୁମାନେ ବିଭିନ୍ନ ପ୍ରକାର ପରିପକ୍ତତା ଲାଭ କରିଥାଆନ୍ତି ।
(vi) ଶିକ୍ଷାଦାନ ପଦ୍ଧତି : ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଶିକ୍ଷଣକୁ ତ୍ବରାନ୍ବିତ କରିଥାଏ । ଶିଶୁର ଆଗ୍ରହ, ଅଭିରୁଚି ଓ ଦକ୍ଷତା ଅନୁସାରେ ଶିକ୍ଷାଦାନ କଲେ ଶିକ୍ଷଣରେ ସଫଳତା ମିଳିଥାଏ ।
(vii) ଶ୍ରେଣୀ ସଂଶ୍ରବ : ଶ୍ରେଣୀଗୃହର ସୁସ୍ଥ ଓ ମନୋଜ୍ଞ ବାତାବରଣ, ଶିକ୍ଷକଙ୍କ ଗଣତାନ୍ତ୍ରିକ ପ୍ରଭାବ ଓ ଆଚରଣଶୈଳୀ ଶିଶୁମାନଙ୍କ ଶିକ୍ଷଣକୁ ସଜୀବ ଓ ବେଗବତୀ କରି ଗଢ଼ିତୋଳେ ।

5. ଶିକ୍ଷଣର ଯେକୌଣସି ଗୋଟିଏ ନିୟମ ଉଲ୍ଲେଖ କର ଏବଂ ତା’ର ଶୈକ୍ଷିକ ତାତ୍ପର୍ଯ୍ୟ ଲେଖ ।
Answer:
(i) ଥଣ୍ଡ ଡ଼ାଇକ୍ ତି ନୋଟି ଶି କ୍ଷଣ ନିୟମ ପ୍ରବର୍ତ୍ତନ କରି ଥିଲେ । ସେଗୁଡ଼ିକ ହେଲା-
(i) ଅଭ୍ୟାସ ନିୟମ (ii) ପ୍ରସ୍ତୁତି ନିୟମ (iii) ଫଳାଫଳ ନିୟମ ।
(ii) କୌଣସି କାର୍ଯ୍ୟକୁ ବାରମ୍ବାର କରିବାଦ୍ୱାରା ତାହା ଅଭ୍ୟାସରେ ପରିଣତ ହୁଏ ଏବଂ ଉକ୍ତ କାର୍ଯ୍ୟକୁ ପୁନଃ କରିବା ସମୟରେ ସେ କମ୍ ସମୟ ନେଇଥାଏ । ଉକ୍ତ ନିୟମକୁ ଅଭ୍ୟାସ ନିୟମ କୁହନ୍ତି ।
(iii) ଉକ୍ତ ନିୟମ ଅନୁଯାୟୀ ଖେଳ, ସଙ୍ଗୀତ, ଧନ୍ଦା, ଟାଇପ୍ ଇତ୍ୟାଦି ଶିକ୍ଷା କରାଯାଇଥାଏ ।
(iv) ବିଦ୍ୟାଳୟରେ କବିତା ଆବୃତ୍ତି, ଗାଣିତିକ ସମସ୍ୟା ସମାଧାନ, ଉଚ୍ଚ ପଠନ ଇତ୍ୟାଦି ଅଭ୍ୟାସ ନିୟମର ଅନ୍ତର୍ଭୁକ୍ତ । ବିଜ୍ଞାନ ଶିକ୍ଷା ସମୟରେ ପରୀକ୍ଷାଗାରରେ କୌଣସି ପରୀକ୍ଷଣ କରିବା ହିଁ ଅଭ୍ୟାସ ନିୟମର ଅନ୍ତର୍ଭୁକ୍ତ ।

6. ଶିକ୍ଷଣ ପ୍ରକ୍ରିୟାର ବୈଶିଷ୍ଟ୍ୟଗୁଡ଼ିକ କ’ଣ ?
Answer:
(i) ଶିକ୍ଷଣ ହେଉଛି ଆଚରଣରେ ପରିବର୍ତ୍ତନ ।
(ii) ବିଭିନ୍ନ ପରିସ୍ଥିତି ସହିତ ଖାପଖୁଆଇ ଚଳିବାର ଧାରାକୁ ଶିକ୍ଷଣ କୁହାଯାଏ ।
(iii) ଶିକ୍ଷଣ ଏକ ସ୍ବୟଂ କ୍ରିୟାଶୀଳ ଧାରା ।
(iv) ଶିକ୍ଷଣ ଉଦ୍ଦେଶ୍ୟାଭିମୁଖୀ ।
(v) ଜିଜ୍ଞାସାରେ ଅନ୍ଵେଷଣମୂଳକ କାର୍ଯ୍ୟକୁ ଶିକ୍ଷଣ କୁହାଯାଏ ।

7. ଶିକ୍ଷଣ କ୍ଷେତ୍ରରେ ଗେଷ୍ଟାଲଟ୍ ମନୋବିଜ୍ଞାନୀମାନଙ୍କ ତତ୍ତ୍ବଟି କ’ଣ ?
Answer:
(i) ଅନ୍ତଦୃଷ୍ଟିସମ୍ପନ୍ନ ଶିକ୍ଷା ଗେଷ୍ଟାଲଟ୍ ମନୋବିଜ୍ଞାନୀମାନଙ୍କଦ୍ୱାରା ପ୍ରଦତ୍ତ ଶିକ୍ଷଣ ତତ୍ତ୍ଵ ଅଟେ ।
(ii) ୟେରଦିମର୍, କୋଫ୍‌କା, କୋହଲର୍ ଉକ୍ତ ମତବାଦର ପ୍ରବର୍ତ୍ତକ ।
(iii) କୌଣସି ସମସ୍ୟାର ସମାଧାନ ପାଇଁ ନିଜର ଚିନ୍ତା ଏବଂ କଳ୍ପନା ଶକ୍ତିର ଉପଯୁକ୍ତ ବିନିଯୋଗ କରି ହଠାତ୍ ଏକ ଯୁକ୍ତିଯୁକ୍ତ ଧାରଣାରେ ଯଦି ସମସ୍ୟା ସମାଧାନ ହୋଇଯାଏ ତେବେ ତାହା ଅନ୍ତଦୃଷ୍ଟି ଅଟେ ।
(iv) ଆକସ୍ମିକ ଭାବେ ସମସ୍ୟା ସମାଧାନ ହିଁ ଅନ୍ତଦୃଷ୍ଟି ତତ୍ତ୍ଵର ମୂଳମନ୍ତ୍ର ।
(v) ସମସ୍ୟା ସମାଧାନ ପାଇଁ ପର୍ଯ୍ୟବେକ୍ଷଣ, ପ୍ରତ୍ୟକ୍ଷ ଏବଂ ପୁର୍ନବଳନର ଆବଶ୍ୟକତା ରହିଛି । ଶିକ୍ଷଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା – ବୁଝାଅ ।

8. ଶିକ୍ଷଣ ଏକ ନିରବଚ୍ଛିନ୍ନ ପ୍ରକ୍ରିୟା – ବୁଝାଅ ।
Answer:
(i) ମନୁଷ୍ୟ ଜନ୍ମ ସମୟରେ କେତେକ ପ୍ରତିବର୍ଜ୍ୟ କ୍ରିୟା ପ୍ରଦର୍ଶନ କରିଥାଏ । କ୍ରମଶଃ ବଂଶଗୁଣ ଏବଂ ପରିବେଶଦ୍ୱାରା ସେ ପ୍ରଭାବିତ ହୁଏ ।
(ii) ବଂଶଗୁଣ ଏବଂ ପରିବେଶର ପ୍ରଭାବରେ ସେ ଶିକ୍ଷାଲାଭ କରିଥାଏ, କାରଣ ତା’ର ପରିବେଷ୍ଟନୀରେ ସମଯୋଜନର ଆବଶ୍ୟକତା ଥାଏ।
(iii) ପରିବର୍ତ୍ତନଶୀଳ ପରିବେଶରେ ପୁରାତନ ଜ୍ଞାନ ବା ଅଭିଜ୍ଞତା ଶିକ୍ଷାର୍ଥୀକୁ ସମଯୋଜନରେ ସାହାଯ୍ୟ କରି ନଥାଏ । ତେଣୁ ସେ ନୂତନ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରେ, ଯାହା କେବଳ ଶିକ୍ଷଣଦ୍ବାରା ସମ୍ଭବପର।
(iv) ଜୀବନସାରା ଜ୍ଞାନର ଅଭାବ ଥାଏ । ତେଣୁ ଶିକ୍ଷଣ ଜୀବନସାରା ସଂଘଟିତ ହୁଏ ।
(v) ବାସ୍ତବରେ ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା ଅଟେ ।

9. ଶିକ୍ଷାଦାନକୁ ଫଳପ୍ରଦ କରିବାପାଇଁ ତିନୋଟି ଅଭିପ୍ରେରଣା କୌଶଳ ବର୍ଣ୍ଣନା କର ।
Answer:
ଶିକ୍ଷକ ଶିକ୍ଷାଦାନକୁ ସରଳ, ସୁନ୍ଦର ଏବଂ ବୋଧଗମ୍ୟ କରିବାପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କଲେ ଶିକ୍ଷାଦାନ ଆକର୍ଷଣୀୟ ହୋଇପାରିବ ।
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ବ୍ୟବହାର : ଏହା ଶିକ୍ଷାର୍ଥୀର ମନୋଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର, ଦୂରଦର୍ଶନ ଶିକ୍ଷାଦାନକୁ ସରଳ କରିଦିଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ : ଶିକ୍ଷକ ପ୍ରତ୍ୟେକ ବିଷୟ ପାଇଁ ଉଦ୍ଦିଷ୍ଟ ଶିକ୍ଷାଦାନ ପ୍ରଣାଳୀକୁ ବ୍ୟବହାର କରିବା ଉଚିତ ।
(iii) ଛବି : ମାନଚିତ୍ର, ମଡ଼େଲ, ଛବିଦ୍ୱାରା ଶିକ୍ଷାର୍ଥୀ ଆକର୍ଷିତ ହୋଇଥାଏ ।

10. ଶିକ୍ଷଣ ତତ୍ତ୍ବ ମଧ୍ୟରୁ କେଉଁଟି ଯୁକ୍ତିଯୁକ୍ତ ବୋଲି ଭାବୁଛ ଏବଂ କାହିଁକି ?
Answer:
ଶିକ୍ଷଣ ତତ୍ତ୍ଵଗୁଡ଼ିକ ହେଲା – ପ୍ରଯତ୍ନ-ପ୍ରମାଦ ତତ୍ତ୍ବ, ଅନୁବନ୍ଧିତ ଅନୁକ୍ରିୟା ଏବଂ ଅନ୍ତଦୃଷ୍ଟି ତତ୍ତ୍ବ । ଏହି ତିନୋଟି ତତ୍ତ୍ବ ମଧ୍ୟରୁ ଅନ୍ତଦୃଷ୍ଟି ତତ୍ତ୍ବ ସବୁଠାରୁ ଯୁକ୍ତିଯୁକ୍ତ । କାରଣ-
(i) ଏହି ତତ୍ତ୍ଵ ସାମଗ୍ରିକ ଉପରେ ଗୁରୁତ୍ବ ଦିଏ ।
(ii) ଏହା ବୁଦ୍ଧିର ବ୍ୟବହାର ଉପରେ ଗୁରୁତ୍ଵ ଦେଇଥାଏ ।
(iii) ସମସ୍ୟା ସମାଧାନ ଚିନ୍ତନ ପ୍ରକ୍ରିୟାଦ୍ବାରା ସମ୍ଭବପର ହୋଇଥାଏ ।

11. ଶିକ୍ଷଣ ତତ୍ତ୍ଵରେ ଗେଷ୍ଟାଲଟ୍ (Gestalt) ର ଅର୍ଥ କ’ଣ ?
Answer:
(i) ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ସମଗ୍ରାକୃତି (Gestalt) ଶିକ୍ଷଣ ପଦ୍ଧତିକୁ ଗେଷ୍ଟାଲଟ୍‌ ତତ୍ତ୍ବ ମଧ୍ୟ କୁହାଯାଇଥାଏ । । ଜର୍ମାନ୍ ଭାଷାରେ ଗେଷ୍ଟାଲ୍ଟର ଅର୍ଥ ହେଉଛି ସମଗ୍ର ବା ଗଠନ ପ୍ରଣାଳୀ ।
(ii) ଏହି ତତ୍ତ୍ବବାଦୀମାନେ ବିଶ୍ଵାସ କରନ୍ତି, ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ୱ ଦିଆଯିବା ଆବଶ୍ୟକ ଓ ଶିକ୍ଷଣ ମଧ୍ୟ ସମଗ୍ର ବସ୍ତୁ ବା ପରିସ୍ଥିତି ଉପରେ ନିର୍ଭର କରେ ।
(iii) ସବୁପ୍ରକାର ଆବିଷ୍କାର ଓ ଉଦ୍ଭାବନ ଏହି ଅନ୍ତଦୃଷ୍ଟି ଫଳରେ ସମ୍ଭବ ହୋଇପାରିଛି ।
(iv) ଅବଶ୍ୟ ଆବିଷ୍କାରକମାନେ ସମଗ୍ର ପରିସ୍ଥିତିର ବିଭିନ୍ନ ଅଂଶ ସମ୍ବନ୍ଧରେ ସମ୍ୟକ୍ ଧାରଣା ରଖୁ’ନ୍ତି ।

12. ଅନୁବନ୍ଧିତ ଅନୁକ୍ରିୟା ଶିକ୍ଷଣ ପ୍ରକ୍ରିୟା କ’ଣ ?
Answer:
(i) ପ୍ରାକୃତିକ ଉଦ୍ଦୀପକ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଯଥା- ଆଚାର ଦେଖୁଲେ ପାଟିରୁ ଲାଳ ବୋହିଥାଏ ।
(ii) ଆଚାର ପ୍ରାକୃତିକ ଉଦ୍ଦୀପକ ଏବଂ ଲାଳ ବୋହିବା ପ୍ରାକୃତିକ ପ୍ରତିକ୍ରିୟା ।
(iii) ମାତ୍ର ପ୍ରାକୃତିକ ଉଦ୍ଦୀପକ ଏବଂ ଅପ୍ରାକୃତିକ ଉଦ୍ଦୀପକ ମଧ୍ୟରେ ସମ୍ବନ୍ଧ ସ୍ଥାପିତ ହୋଇସାରିବା ପରେ ପ୍ରାକୃତିକ ଉଦ୍ଦୀପକ ଅନୁପସ୍ଥିତିରେ ମଧ୍ୟ ପ୍ରାଣୀ ପ୍ରାକୃତିକ ପ୍ରତିକ୍ରିୟା ପ୍ରକାଶ କରିଥାଏ ।
(iv) ଏହି ପ୍ରକାର ଶିକ୍ଷଣକୁ ଅନୁବନ୍ଧିତ ଅନୁକ୍ରିୟା (Classical conditioning) କୁହାଯାଏ ।

13. ଶିକ୍ଷଣ ଏବଂ ପରିପକ୍ବତା ମଧ୍ୟରେ କି ପ୍ରଭେଦ ଅଛି ?
Answer:
(i) ଶିକ୍ଷଣ ଏକ ଜୀବନବ୍ୟାପୀ ପ୍ରକ୍ରିୟା, ମାତ୍ର ଶିଶୁର ପରିପକ୍ବତା ଏକ ନିର୍ଦ୍ଦିଷ୍ଟ ବୟସ ପରେ ଆସିଥାଏ ।
(ii) ପରିପକ୍ବତା ଜୀବନରେ ଥରେ ଆସେ, ମାତ୍ର ଶିକ୍ଷଣ ଅନେକବାର ସଂଘଟିତ ହୋଇଥାଏ ।
(iii) ପରିପକ୍ବତା ଶରୀର ସହ ସମ୍ବନ୍ଧିତ, ମାତ୍ର ଶିକ୍ଷଣ ଏକ ମାନସିକ ପ୍ରକ୍ରିୟା ।
(iv) ପରିପକ୍ବତା ପ୍ରାପ୍ତି ପର୍ଯ୍ୟନ୍ତ ଶିକ୍ଷଣ ଅବ୍ୟାହତ ରହେ । ପରିପକ୍ବତା ପ୍ରାପ୍ତି ପରେ ଶିକ୍ଷଣର ଗୁଣାତ୍ମକ ପରିବର୍ତ୍ତନ ଘଟେ ।
(v) ପରିପକ୍ବତା ନ ଆସିବା ପର୍ଯ୍ୟନ୍ତ ଅନେକ ଶିକ୍ଷଣ ସମ୍ଭବ ହୋଇନଥାଏ ।

14. ପରିପକ୍ବତା ବୃଦ୍ଧି ଏବଂ ବିକାଶରେ କିପରି ସାହାଯ୍ୟ କରେ ?
Answer:
(i) ବୃଦ୍ଧି, ବିକାଶ ଓ ପରିପକ୍ବତା ଉଭୟ ପରିପୂରକ ।
(ii) ପରିପକ୍ବତା ଏକ ସ୍ଵାଭାବିକ ପ୍ରକ୍ରିୟା, ଯାହାଦ୍ୱାରା ଶିଶୁଠାରେ ନିହିତ ଥ‌ିବା ଅନ୍ତର୍ନିହିତ ଗୁଣ ଓ ବ୍ୟବହାରର କେତେକ ପରିବର୍ତ୍ତନ ବୟସ ବୃଦ୍ଧି ସହ ଘଟିଥାଏ ।
(iii) ଶାରୀରିକ ପରିପକ୍ବତା ଶିଶୁକୁ ଶାରୀରିକ କାର୍ଯ୍ୟକଳାପ; ଯଥା- ଖେଳିବା, ଦୌଡ଼ିବା, ଚାଲିବା, ବସିବା ଇତ୍ୟାଦିରୁ ଜଣାପଡ଼ିଥାଏ ।
(iv) ଏହାଛଡ଼ା ଶିଶୁର ବିଭିନ୍ନ ପ୍ରକାରର ବେଶ, ପୋଷାକ, ଖେଳପ୍ରତି ଆଗ୍ରହ, ରୁଚି ଇତ୍ୟାଦି ମାନସିକ ପରିପକ୍ବତାର ଘଟିଥାଏ ।
(v) ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଶିଶୁର ଦାୟିତ୍ବବୋଧ ଜ୍ଞାନ ବଢ଼ିଯାଇଥାଏ ଏବଂ ତାହାର ଚିନ୍ତା ଏବଂ କଳ୍ପନା ଶକ୍ତିରେ କେତେକ ପରିବର୍ତ୍ତନ ପରିଦୃଷ୍ଟ ହୁଏ । ଏ କ୍ଷେତ୍ରରେ ଶିକ୍ଷଣ ଅପେକ୍ଷା ପରିପକ୍ବତା ଅଧ‌ିକ ପ୍ରଭାବ ପକାଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

15. ଥର୍ୟଡାଇକ୍‌ଙ୍କର ତିନୋଟି ଶିକ୍ଷଣ ନିୟମ ଲେଖ ।
Answer:
ଥର୍ୟଡାଇକ୍‌ଙ୍କର ପ୍ରଣୀତ ତିନୋଟି ଶିକ୍ଷଣ ନିୟମ ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ ଉପରେ ପର୍ଯ୍ୟବସିତ । ସେଗୁଡ଼ିକ ହେଲା –
(i) ପ୍ରସ୍ତୁତି ନିୟମ (Law of Readiness) – ଶାରୀରିକ ଏବଂ ମାନସିକ ପ୍ରସ୍ତୁତି ଶିକ୍ଷଣ ପାଇଁ ଏକାନ୍ତ ପ୍ରୟୋଜନ । ଉପଯୁକ୍ତ ମାନସିକ ପ୍ରସ୍ତୁତି ବିନା ଶିକ୍ଷଣ ଫଳପ୍ରଦ ହୋଇନଥାଏ ।
(ii) ଅଭ୍ୟାସ ନିୟମ (Law of Exercise) – ଏହି ନିୟମ ଅନୁଯାୟୀ କୌଣସି ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ବାରମ୍ବାର ସମ୍ବନ୍ଧ ସ୍ଥାପିତ ହୋଇଥାଏ । ପୁନଃ ପୁନଃ ଅଭ୍ୟାସଦ୍ୱାରା ଶିକ୍ଷଣ ସହଜ ହୁଏ ।
(iii) ଫଳାଫଳ ନିୟମ (Law of Effect)- ଏହା ଶିଶୁକୁ ଶିକ୍ଷଣ ପରେ ଫଳାଫଳ ସମ୍ପର୍କରେ ସୂଚନା ଦିଏ । ତୃପ୍ତିଦାୟକ ଶିକ୍ଷଣ ଚିରସ୍ଥାୟୀ ହୋଇଥାଏ ।

16. ଶିକ୍ଷଣର ବିଭିନ୍ନ ପ୍ରକୃତି ବିଷୟରେ ଲେଖ ।
Answer:
(i) ଶିକ୍ଷଣ ହିଁ ସମଯୋଜନ : ମଣିଷକୁ ପରିବେଶଜନିତ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହି ପରିବେଶରେ ନିଜକୁ ଖାପଖୁଆଇ ଚଳିବାପାଇଁ ସମଯୋଜନର ଶିକ୍ଷଣ ହିଁ ସହାୟକ ହୋଇଥାଏ । ତେଣୁ ସମଯୋଜନ ହିଁ ଶିକ୍ଷଣ ପଦବାଚ୍ୟ ।
(ii) ଶିକ୍ଷଣ ଉଦ୍ଦେଶ୍ୟମୂଳକ : କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଶିକ୍ଷଣ କାର୍ଯ୍ୟ ସାଧନ କରାଯାଏ । ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶିକ୍ଷଣୀୟ କି ନୁହେଁ ତାହା ଶିକ୍ଷା, ଶିକ୍ଷକ ଓ ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ କରନ୍ତି ।
(iii) ସ୍ଵେଚ୍ଛାପ୍ରଣୋଦିତ ପ୍ରକ୍ରିୟା : ଶିକ୍ଷାର୍ଥୀ ସ୍ଵେଚ୍ଛାପ୍ରଣୋଦିତ ହୋଇ ଶିକ୍ଷା ଲାଭ କରେ, ବାଧ୍ୟବାଧକତାଦ୍ୱାରା ଶିକ୍ଷଣ ସମ୍ପନ୍ନ ହୁଏ ନାହିଁ ।
(iv) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା : ଶିକ୍ଷଣରେ ଶିକ୍ଷାଦାତା ଓ ଶିକ୍ଷାଗ୍ରହୀତା ଉଭୟେ ସକ୍ରିୟ ଓ ସଜାଗ ହୋଇଥା’ନ୍ତି । ଶିକ୍ଷାଦାତା ଶିକ୍ଷାର୍ଥୀର ବିକାଶ ନିମିତ୍ତ ଶିକ୍ଷାଦାନ କରନ୍ତି ଏବଂ ଶିକ୍ଷାର୍ଥୀ ବିକଶିତ ହେବା ଲକ୍ଷ୍ୟରେ ଶିକ୍ଷାଗ୍ରହଣ କରେ ।
(v) ଶିକ୍ଷଣ ବ୍ୟକ୍ତିଗତ ତଥା ସାମାଜିକ : ଶିକ୍ଷଣଦ୍ବାରା ବ୍ୟକ୍ତିଗତ ଉନ୍ନତି ଓ ସାମାଜିକ କଲ୍ୟାଣ ସମ୍ଭବ ହୁଏ ।
(vi) ଶିକ୍ଷଣ ସଂକ୍ରମଣାମକ : ଗୋଟିଏ ପରିବେଶରେ ଅର୍ଜିତ ଅଭିଜ୍ଞତାଦ୍ୱାରା ମଣିଷର ପୁରାତନ ଅଭିଜ୍ଞତାରାଜିର କୋଠଭଣ୍ଡାର କ୍ରମଶଃ ପରିବର୍ଜିତ ହୁଏ ।
(vii) ଚରିତ୍ର ଗଠନ ହିଁ ଶିକ୍ଷଣ : ଶିକ୍ଷଣ ମାଧ୍ଯମରେ ବ୍ୟକ୍ତି ଆତ୍ମସଂଯମ, ସାଧନା, ଏକାଗ୍ରତା ଇତ୍ୟାଦିର ଦକ୍ଷତା ହାସଲ କରି ନିଜର ଚରିତ୍ର ଗଠନ କରିଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶିକ୍ଷଣ କ’ଣ ? ଶିକ୍ଷଣର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।
Answer:
ମନୁଷ୍ୟ ସୃଷ୍ଟିର ଶ୍ରେଷ୍ଠ ଜୀବ । ଶିକ୍ଷା ଅର୍ଜନ କରି ସେ ତା’ର ବ୍ୟବହାରକୁ ପରିମାର୍ଜିତ କରିଥାଏ । ମନୁଷ୍ୟର ଏହି ଜ୍ଞାନ ଅର୍ଜନ ପ୍ରକ୍ରିୟାକୁ ଶିକ୍ଷଣ କୁହାଯାଏ । ଶିକ୍ଷା-ମନୋବିଜ୍ଞାନର ଶିକ୍ଷଣ (Learning) ଏବଂ ଶିକ୍ଷଣ ତତ୍ତ୍ଵ (Theories of learning) ପ୍ରଧାନ ଆଲୋଚ୍ୟ ବିଷୟ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜୀବନସାରା ବ୍ୟକ୍ତି ଶିକ୍ଷାଲାଭ କରିଥାଏ । ସେ ବୟସ ବୃଦ୍ଧି ସହିତ ନିଜ ପରିବେଶରୁ ମଧ୍ୟ ଶିକ୍ଷାଲାଭ କରେ । ପରିବେଶ ପରିବର୍ତ୍ତନଶୀଳ ।

ପରିବର୍ତ୍ତନଶୀଳ ମନୋଭାବ ନେଇ ସେ ବିଭିନ୍ନ ଉପାୟରେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ । ତେଣୁ ପରିବେଶରୁ ବ୍ୟକ୍ତି ବିଭିନ୍ନ ପ୍ରକାର ଆଚରଣ ଶିକ୍ଷାଲାଭ କରିଥାଏ । ଏହାକୁ ଶିକ୍ଷଣ କୁହାଯାଏ ।

ଶିକ୍ଷଣ (Learning) – ଶିକ୍ଷଣ ପ୍ରକ୍ରିୟାର ଅର୍ଥ ହେଉଛି ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା । ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁର ବ୍ୟବହାର ପରିମାର୍ଜିତ ହୁଏ । ସେ ପରିବେଶର ପରି ବର୍ତିତ ସମସ୍ୟାକୁ ସମ୍ମୁଖୀନ ହୁଏ । ପ୍ରତ୍ୟେକ ଶିକ୍ଷଣ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ଥାଏ ।

ଶିକ୍ଷଣର ସଂଜ୍ଞା (Definitions) – ମନସ୍ତତ୍ତ୍ବବିତ୍‌ମାନେ ଶିକ୍ଷଣର ଅନେକ ସଂଜ୍ଞା ନିରୂପଣ କରିଛନ୍ତି; ଯଥା- କିମ୍ବଲ ଏବଂ ଗାର୍ମେଜୀଙ୍କ ମତରେ, ‘ବୟଃପ୍ରାପ୍ତ ସାଧନ ଯୋଗୁଁ ଶିକ୍ଷଣ ସମ୍ଭବ ହୁଏ, ଅର୍ଥାତ୍‌ ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି ଶିକ୍ଷା କରେ । ବ୍ୟକ୍ତି ବ୍ୟବହାରର ପରିବର୍ତ୍ତନକୁ ଲକ୍ଷ୍ୟକରି ଶିକ୍ଷଣ ଘଟିଛି ବୋଲି ଅନୁମାନ କରାଯାଏ ।’’

ହିଲ୍‌ଗାର୍ଡ (Hilgard)ଙ୍କ ମତରେ, ‘ଯେତେବେଳେ ଶିକ୍ଷଣ କାର୍ଯ୍ୟକୁ ଏକ ବା ସମାନ ବୋଲି ଧରିନେଉ ସେତେବେଳେ ଅର୍ଥଗତ କ୍ଳିଷ୍ଟତା ବୃଦ୍ଧି ପାଏ ।’’

କଲ୍‌ଭିନ (Colvin)- ‘ଅଭିଜ୍ଞତାଦ୍ୱାରା ଆଚରଣଗତ ପରିବର୍ତ୍ତନ ହିଁ ଶିକ୍ଷଣ ।’’

ଗେଟ୍ସ (Gates)- ‘ଅନୁଭୂତି ଏବଂ ପ୍ରଶିକ୍ଷଣଦ୍ୱାରା ଆଚରଣଗତ ପରିବର୍ତ୍ତନ କ୍ରିୟାକୁ ଶିକ୍ଷଣ କୁହାଯାଏ ।’’

ସ୍ପିନର (Skinner)- ‘ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରବତ୍ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଙ୍ଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହା ବିନିଯୋଗ କରେ ।’’

କ୍ରନ୍‌ବ୍ୟାକ୍ (Cronbach)- ‘‘ଅନୁଭୂତିର ଫଳସ୍ବରୂପ ବ୍ୟବହାରରେ ଯେଉଁ ପରିବର୍ତ୍ତନ ପରିଦୃଷ୍ଟ ହୁଏ, ତାହା ଶିକ୍ଷଣ ଅଟେ ।’’
କ୍ରୋ ଏବଂ କ୍ରୋ (Crow and Crow)- ‘ଅଭ୍ୟାସ, ଜ୍ଞାନ ଏବଂ ମନୋବୃତ୍ତି ଇତ୍ୟାଦିର ସମାହାରକୁ ଶିକ୍ଷଣ କହନ୍ତି।’’ ଶିକ୍ଷଣ ପ୍ରକ୍ରିୟା ଫଳରେ ଶିଶୁ ନାନାବିଧ ଜ୍ଞାନ, କର୍ମକୌଶଳ, ବିଭିନ୍ନ ମନୋବୃତ୍ତି ଏବଂ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାଏ । ଏହି ପ୍ରକ୍ରିୟା ବ୍ୟାପକ ଅଟେ ।

ଶିକ୍ଷଣର ବୈଶିଷ୍ଟ୍ୟ (Characteristics of Learnings) – ଉପରୋକ୍ତ ସଂଜ୍ଞାକୁ ବିଶ୍ଳେଷଣ କଲେ ଶିକ୍ଷଣର ନିମ୍ନଲିଖିତ ବୈଶିଷ୍ଟ୍ୟଗୁଡ଼ିକ ଦୃଷ୍ଟିଗୋଚର ହୁଏ । ସେଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(i) ଶିକ୍ଷଣ ଏକ ସ୍ୱୟଂକ୍ରିୟଶୀଳ ଧାରା (Learning is self-activity process) – ବ୍ୟକ୍ତିର ବୃଦ୍ଧି ଏବଂ ବିକାଶଦ୍ୱାରା ତା’ର ଶାରୀରିକ, ମାନସିକ, ଆବେଗାତ୍ମକ ଏବଂ ସାମାଜିକ ପରିବର୍ତ୍ତନ ଘଟିଥାଏ । ଏହି ପରିବର୍ତ୍ତନଦ୍ୱାରା ଶିଶୁ ବା ବ୍ୟକ୍ତି ସ୍ୱୟଂ ଶିକ୍ଷା ଲାଭ କରିଥାଏ । ବ୍ୟକ୍ତିର ଆଚରଣର ପରିବର୍ତ୍ତନ ତା’ର ବୃଦ୍ଧି ଏବଂ ବିକାଶ ଉପରେ ନିର୍ଭର କରିଥାଏ ।

(ii) ଶିକ୍ଷଣ ହେଉଛି ଆଚରଣଗତ ପରିବ ର୍ଜନ (Learning is the modification of behaviour) – ଶିକ୍ଷଣଦ୍ୱାରା ବ୍ୟକ୍ତି ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିଥାଏ । ଉକ୍ତ ଜ୍ଞାନ ପୂର୍ବଜ୍ଞାନ ବା ଅଭିଜ୍ଞତାକୁ ପରିବର୍ତ୍ତନ କରିଥାଏ । ପରିବର୍ତ୍ତିତ ବ୍ୟବହାର ସମୟକ୍ରମେ ସ୍ଥାୟୀ ହୁଏ ।

(iii) ଶିକ୍ଷଣ ଧାରା ପରିସ୍ଥିତି ସହ ଖାପ ଖୁଆଇ ଚଳାଇଥାଏ (Learning is adjustment to environment) – ବିଭିନ୍ନ ପରିସ୍ଥିତି ସହ ନିଜକୁ ଖାପ ଖୁଆଇବାପାଇଁ ବ୍ୟକ୍ତି ଚେଷ୍ଟା କରିଥାଏ । ସେଥ‌ିପାଇଁ ସେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ । ଉକ୍ତ ଧାରାରେ ସେ ପରିସ୍ଥିତି ସହ ଖାପଖୁଆଇ ଚଳାଇଥାଏ ।

(iv) ଶିକ୍ଷଣ ଉଦ୍ଦେଶ୍ୟମୂଳକ ଅଟେ (Learning is purposeful) – କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବାପାଇଁ ବ୍ୟକ୍ତି ଚେଷ୍ଟା କରି ବିଭିନ୍ନ ବିଷୟରେ ଜ୍ଞାନ ଏବଂ ଅଭିଜ୍ଞତା ହାସଲ କରିଥାଏ । ପରୋକ୍ଷଭାବେ କହିବାକୁ ଗଲେ ଶିକ୍ଷଣ ଉଦ୍ଦେଶ୍ୟମୂଳକ ।

(v) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା (Learning is an active process) – ବ୍ୟକ୍ତି ନିଜେ ସକ୍ରିୟ ନହେଲେ ଶିକ୍ଷା ଅର୍ଜନ କରିପାରିବ ନାହିଁ । ତେଣୁ ସେ ନିଜେ ସକ୍ରିୟ ହୋଇ ପରିସ୍ଥିତିର ସମ୍ମୁଖୀନ ହେଲେ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିପାରିବ ।

(vi) ଶିକ୍ଷଣ ପରିବେଷ୍ଟନୀଗତ (Learning is environmental) – ପରିସ୍ଥିତି ପରିବର୍ତ୍ତନଶୀଳ । ପରିବର୍ତ୍ତନଶୀଳ ପରିସ୍ଥିତିରେ ବ୍ୟକ୍ତି ନିଜକୁ ସମଯୋଜିତ କରିବାପାଇଁ ଚେଷ୍ଟା କରିଥାଏ । ତେଣୁ ସେ ପରିସ୍ଥିତି ବା ପରିବେଷ୍ଟନୀର ପ୍ରଭାବରେ ଜ୍ଞାନ ବା ଅଭିଜ୍ଞତା ଅର୍ଜନ କରିଥାଏ ।

(vii) ଶିକ୍ଷଣ ହେଉଛି ଅଭିଜ୍ଞତାର ପୁନର୍ଗଠନ (Learning is organising experience) – ଶିକ୍ଷଣଦ୍ୱାରା ଗୋଟିଏ ଅଭିଜ୍ଞତା ସହ ଅନ୍ୟାନ୍ୟ ଅଭିଜ୍ଞତାକୁ ସାମିଲ କରାଯାଏ । ଏହା ପୁରୁଣା ଅଭିଜ୍ଞତା ସହ ନୂତନ ଅଭିଜ୍ଞତାକୁ ପୁନର୍ଗଠନ କରି ଏକ ନୂତନ ଅଭିଜ୍ଞତା ସୃଷ୍ଟି କରିଥାଏ ।

(viii) ଶିକ୍ଷଣ ବୁଦ୍ଧି ଏବଂ ସୃଜନଶୀଳତା ଉପରେ ନିର୍ଭର କରେ (Learning is intelligent and creative) – ଶିକ୍ଷଣ ବୃଦ୍ଧି ଏବଂ ସୃଜନଶୀଳ ଶକ୍ତି ଉପରେ ନିର୍ଭର କରିଥାଏ । ପରିସ୍ଥିତି ସୃଷ୍ଟି ହେବାମାତ୍ରେ ବ୍ୟକ୍ତି ନିଜର ବୁଦ୍ଧି ଏବଂ ସୃଜନଶୀଳ ଶକ୍ତିଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଲାଭ କରିଥାଏ ।

(ix) ଶିକ୍ଷଣ ଏକ ବ୍ୟକ୍ତିଗତ ପ୍ରକ୍ରିୟା (Learning is an individual process) – ବ୍ୟକ୍ତି ନିଜେ ଚେଷ୍ଟା ନ କଲେ ଶିକ୍ଷଣ ପ୍ରକ୍ରିୟା ସକ୍ରିୟ ହୁଏ ନାହିଁ । ତେଣୁ ନିଜର ବ୍ୟକ୍ତିଗତ ପ୍ରଚେଷ୍ଟାରେ ହିଁ ଶିକ୍ଷଣ ସମ୍ଭବପର ହୋଇଥାଏ ।

(x) ଶିକ୍ଷଣ ଇନ୍ଦ୍ରିୟ ଏବଂ ପେଶୀ ମଧ୍ଯରେ ସମ୍ବନ୍ଧ ସ୍ଥାପିତ କରିଥାଏ (Learning is coordination of sensation and motor skills) – ଶିକ୍ଷଣ ଫଳରେ ବିଭିନ୍ନ ଇନ୍ଦ୍ରିୟ ଏବଂ ପେଶୀ ମଧ୍ଯରେ ନୂତନ ସମ୍ବନ୍ଧ ସ୍ଥାପିତ ହୋଇଥାଏ, ପୁରାତନ ସମ୍ବନ୍ଧ ଦୃଢ଼ୀଭୂତ ହୋଇଥାଏ । ଫଳରେ ଶିଶୁର ବିବିଧ ସ୍ନାୟୁକୋଷର ପରିବର୍ତ୍ତନ ହୋଇଥାଏ ।
ଶିକ୍ଷଣ ଏକ ଜଟିଳ ଓ ଉଚ୍ଚତର ପ୍ରକ୍ରିୟା । ଶିକ୍ଷଣ ପ୍ରକ୍ରିୟାକୁ ଶିକ୍ଷକ ଜାଣି ଉପଯୁକ୍ତ ଭାବରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀମାନେ ବିଭିନ୍ନ ପ୍ରକାର ଜ୍ଞାନ ଏବଂ ଅଭିଜ୍ଞତା ଅତି ସହଜ ଉପାୟରେ ଅର୍ଜନ କରିପାରିବେ । ଏହାଦ୍ୱାରା ଶିକ୍ଷାର୍ଥୀର ଉନ୍ନତି ହେବା ସଙ୍ଗେ ସଙ୍ଗେ ମାନବଜାତିର ଉନ୍ନତି ହେବ ।

2. ଶିକ୍ଷଣ କ’ଣ ? ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ସାଧନ ବା ଉପାଦାନଗୁଡ଼ିକ ଆଲୋଚନା କର ।
Answer:
ଶିକ୍ଷଣ ପ୍ରକ୍ରିୟାରେ ଶିଶୁର ବ୍ୟବହାର ପରିବର୍ତ୍ତନ ଏବଂ ଉନ୍ନତ ହୋଇଥାଏ । ଏହା ସମାଜ ଉପଯୋଗୀ ଅଟେ । ପରିସ୍ଥିତି ସହ ମୁକାବିଲା କରିବାପାଇଁ ଶିଶୁ ଶିକ୍ଷାଲାଭ କରିଥାଏ । ଶିକ୍ଷଣ ପ୍ରକ୍ରିୟାଦ୍ଵାରା ବିଭିନ୍ନ ଜ୍ଞାନ ଏବଂ ଅଭିଜ୍ଞତା ହାସଲ କରି ସେ ନିଜକୁ ବିଭିନ୍ନ ପରିସ୍ଥିତିରେ ଖାପଖୁଆଇ ଚଳାଇ ନେଇଥାଏ ।

ସ୍ପିନର (Skinner) କୁହନ୍ତି, ‘ଶିକ୍ଷଣ ପ୍ରକ୍ରିୟା ଅର୍ଥ କେବଳ ଯନ୍ତ୍ରଗତ ପୁନରାବୃତ୍ତି ମାଧ୍ୟମରେ କୌଣସି ବିଷୟରେ ଜ୍ଞାନ ଅର୍ଜନ ବା କୌଶଳ ଶିକ୍ଷା କରିବା ନୁହେଁ, ବରଂ ଏଥରେ ଶିକ୍ଷାର୍ଥୀ ଶିକ୍ଷଣୀୟ ବିଷୟବସ୍ତୁକୁ ସଂଗଠିତ କରେ ଓ ବିଭିନ୍ନ କ୍ଷେତ୍ରରେ ଲକ୍ଷ୍ୟ ସାଧନ ପାଇଁ ତାହା ବିନିଯୋଗ କରେ ।’’

ଜି.ଡି. ବୋଜ୍ (G.D. Booz)ଙ୍କ ମତରେ, ‘ବ୍ୟକ୍ତି ଦୈନନ୍ଦିନ ଜୀବନରେ ଆବଶ୍ୟକତା ପରିପୂରଣ ପାଇଁ ଯେଉଁ ଅଭ୍ୟାସ, ଜ୍ଞାନ, ମନୋବୃତ୍ତି ଇତ୍ୟାଦି ଶିକ୍ଷାଲାଭ କରେ – ତାହାହିଁ ଶିକ୍ଷଣ ।’
ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନସମୂହ (Factors affecting learning) – ଶିକ୍ଷଣକୁ ନିମ୍ନଲିଖିତ ଉପାଦାନଗୁଡ଼ିକ ପ୍ରଭାବିତ କରିଥାଏ :

(i) ଶିକ୍ଷାର୍ଥୀର ଅନ୍ତର୍ନିହିତ ଅବସ୍ଥା ବା ମନସ୍ତାତ୍ତ୍ଵିକ ଅବସ୍ଥା (Psychological factors)- ଶିକ୍ଷାର୍ଥୀର ନିଜର ଦକ୍ଷତା, ପୂର୍ବଜ୍ଞାନ, ବୁଦ୍ଧି, ସୃଜନଶୀଳତା ଏବଂ ସମଯୋଜନ କ୍ଷମତା ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିଶୁର ଯେତିକି ଆଗ୍ରହ ବଢ଼ିବ ସେ କୌଣସି ବିଷୟରେ ସେତିକି ମନୋଯୋଗ ଦେବ । ସେ ନିଜର ବୁଦ୍ଧି, ଜ୍ଞାନ ଓ ଅଭିଜ୍ଞତା ଅର୍ଜନ ଦ୍ଵାରା ଦକ୍ଷତାକୁ ନିୟନ୍ତ୍ରଣ କରିଥାଏ ।

(ii) ଶିକ୍ଷାର୍ଥୀର ଶାରୀରିକ ଅବସ୍ଥା (Physiological factors) – ସ୍ବାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ଵାସ୍ଥ୍ୟ, ଉତ୍ତମ ମାନସିକ ସ୍ଵାସ୍ଥ୍ୟ ସୃଷ୍ଟି କରିଥାଏ । ଯାହାର ମାନସିକ ସ୍ଵାସ୍ଥ୍ୟ ଯେତେ ଉନ୍ନତ ତାହାର ମାନସିକ ଶକ୍ତି ସେତେ ସୁଦୃଢ଼ । କ୍ଳାନ୍ତି, ଖାଦ୍ୟ, ପାନୀୟ ଏବଂ ରୋଗ ଶିକ୍ଷଣକୁ ପ୍ରଭାବିତ କରିଥାଏ ।

(iii) ପରିବେଶ କାରକ (Environmental factors) – ଶିକ୍ଷାର୍ଥୀ ଏକ ପରିବେଷ୍ଟନୀରେ ବଢ଼ିଥାଏ । ତାହାର ପରିବେଷ୍ଟନୀ ତା’ର ବୃଦ୍ଧି ଏବଂ ବିକାଶ ଉପରେ ପ୍ରଭାବ ପକାଇବା ସହ ଶିକ୍ଷଣ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଶିକ୍ଷାର୍ଥୀ ନିଜର ପିତାମାତା, ସାଙ୍ଗସାଥୀ, ବନ୍ଧୁବାନ୍ଧବ ଇତ୍ୟାଦିଙ୍କର ଚାଲିଚଳନ, ଢଙ୍ଗରଙ୍ଗ ଇତ୍ୟାଦିଦ୍ୱାରା ନିଜକୁ ପ୍ରଭାବିତ କରିଥାଏ । ଏହା ଶିକ୍ଷଣକୁ ନିୟନ୍ତ୍ରଣ କରେ ।

(iv) ବିଷୟ (Subject) – ଯେଉଁ ବିଷୟ ଶିକ୍ଷାର୍ଥୀ ଅଧ୍ୟୟନ କରିବ ତାହା ସରଳ ହୋଇଥିଲେ ଶିକ୍ଷଣ ଶୀଘ୍ର ହୋଇଥାଏ, କ୍ଳିଷ୍ଟ ହୋଇଥିଲେ ସମୟସାପେକ୍ଷ ହୋଇଥାଏ । ତେଣୁ ବିଷୟବସ୍ତୁର ବୋଧଗମ୍ୟତା ଶିକ୍ଷଣକୁ ପ୍ରଭାବିତ କରିଥାଏ ।

(v) ପଦ୍ଧତି (Methodology)- ଶିକ୍ଷାଦାନର ଏକ ପଦ୍ଧତି ଅଛି, ଯାହାକୁ ଶିକ୍ଷକ ଅନୁକରଣ କରିଥାଏ । ଏହା ଶିକ୍ଷାର୍ଥୀର ସ୍ମରଣ ପାଇଁ ସହାୟକ ହୁଏ । ନିଜର ଅଭ୍ୟାସ, ଆବୃତ୍ତି ମଧ୍ୟ ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ପାଠ୍ୟପକରଣ ମଧ୍ଯ ଶିକ୍ଷଣକୁ ପ୍ରଭାବିତ କରିଥାଏ । ଶିକ୍ଷଣ ଏକ ସ୍ବୟଂକ୍ରିୟଶୀଳ ଧାରା ଯାହା ଉପରୋକ୍ତ ଉପାଦାନଗୁଡ଼ିକଦ୍ୱାରା ପ୍ରଭାବିତ ହୋଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

3. ପ୍ରଯନ୍ତ୍ର-ପ୍ରମାଦ ତତ୍ତ୍ବ କ’ଣ ? ଏହି ତତ୍ତ୍ଵକୁ ଆଧାର କରି ଥଣ୍ଡିଡାଇକ୍‌ଙ୍କଦ୍ୱାରା ପ୍ରଦତ୍ତ ବିଭିନ୍ନ ଶିକ୍ଷଣ ନିୟମଗୁଡ଼ିକ ବିଷୟରେ ଆଲୋଚନା କର ।
କିମ୍ବା, ପ୍ରଯନ୍-ପ୍ରମାଦ ତତ୍ତ୍ଵର ବିଭିନ୍ନ ନୀତିଗୁଡ଼ିକ ଆଲୋଚନା କର ।
Answer:
ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସ୍ନାୟବିକ ସମ୍ବନ୍ଧ ସ୍ଥାପନ ହେଲେ ଶିକ୍ଷଣ ସଂଗଠିତ ହୋଇଥାଏ । ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ ପ୍ରକ୍ରିୟାର ପୁନଃ ସଂଶୋଧନଦ୍ୱାରା ବ୍ୟବହାରରେ ପରିବର୍ତ୍ତନ ପରିଲକ୍ଷିତ ହୁଏ, ଯାହା ବ୍ୟକ୍ତି ବା ପ୍ରାଣୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥାଏ । ବ୍ୟକ୍ତି ନିଜର ଲକ୍ଷ୍ୟ ହାସଲ ପାଇଁ ଅନେକ ଭୁଲ୍ ବା ଭ୍ରମ ଚେଷ୍ଟା କରିଥାଏ । କାଳକ୍ରମେ ଭ୍ରମଚେଷ୍ଟାଗୁଡ଼ିକ ସଂଶୋଧନ ହୋଇ, ଏପରି ଏକ ଚେଷ୍ଟା ଆସେ ଯାହା ଲକ୍ଷ୍ୟ ହାସଲରେ ସାହାଯ୍ୟ କରିଥାଏ । ପୁନଃ ପୁନଃ ଚେଷ୍ଟା ଏବଂ ଲକ୍ଷ୍ୟ ହାସଲ, ଏକ ଅଭ୍ୟାସ ସୃଷ୍ଟି କରିଥାଏ । ସେହିପ୍ରକାର କାର୍ଯ୍ୟକୁ ବ୍ୟକ୍ତି ଖୁବ୍ କମ୍ ସମୟରେ ସମାଧାନ କରିଥାଏ । ଏହି ପ୍ରକାର ଶିକ୍ଷଣ ତତ୍ତ୍ଵକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ବ ବୋଲି କୁହାଯାଏ ।

ଏହି ତତ୍ତ୍ଵର ପ୍ରବର୍ତ୍ତକ ଇ.ଏଲ୍. ଥର୍ଣ୍ଣଡାଇକ୍, ଶିକ୍ଷଣ ପାଇଁ ତିନୋଟି ଶିକ୍ଷଣ ନିୟମ ସୃଷ୍ଟି କରିଯାଇଛନ୍ତି । ଉକ୍ତ ତିନୋଟି ଶିକ୍ଷଣ ନିୟମ ନିମ୍ନରେ ଆଲୋଚନା କରାଗଲା :
ଶିକ୍ଷଣ ନିୟମ :
(a) ପ୍ରସ୍ତୁତି ନିୟମ (b) ଅଭ୍ୟାସ ନିୟମ (c) ଫଳାଫଳ ନିୟମ

(a) ପ୍ରସ୍ତୁତି ନିୟମ – ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ, ତା’ ମନରେ ସନ୍ତୋଷ ଜାତ ହୁଏ । ସେ ଯେତେବେଳେ ପ୍ରସ୍ତୁତ ନୁହେଁ, ତାହା ତା’ମନରେ ବିରକ୍ତି ଜାତ କରାଏ । ପ୍ରସ୍ତୁତି ଦୁଇ ପ୍ରକାରର – ଶାରୀରିକ ପ୍ରସ୍ତୁତି ଓ ମାନସିକ ପ୍ରସ୍ତୁତି । ଉପଯୁକ୍ତ ପରିପକ୍ବତା ପୂର୍ବରୁ କୌଣସି ଶିକ୍ଷା ଶିଶୁ ଉପରେ ଲଦିଦେବାକୁ ଚେଷ୍ଟା କଲେ ସେପରି ଚେଷ୍ଟା ସଫଳ ହୁଏ ନାହିଁ । ଉଦାହରଣସ୍ୱରୂପ, ଦୁଇ ବା ତିନି ବର୍ଷର ଶିଶୁକୁ ଲେଖାପଢ଼ା ଶିଖାଇବାକୁ ଚେଷ୍ଟା କରିବା ନିରର୍ଥକ ।

(b) ଅଭ୍ୟାସ ନିୟମ – ଅଭ୍ୟାସ ନିୟମାନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ ଏବଂ ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ, ସେହି କାର୍ଯ୍ୟ ସହଜରେ ଶିକ୍ଷା କରିହୁଏ ନାହିଁ । କୌଣସି ନିର୍ଦ୍ଦିଷ୍ଟ ଉଦ୍ଦୀପକ ସହିତ ତା’ର ଉପଯୁକ୍ତ ପ୍ରତିକ୍ରିୟାର ସଂଯୋଗ ଯେତେ ଅଧ୍ୱକଥର ସ୍ଥାପିତ ହେବ ସେହି ସଂଯୋଗଟି ସେତିକି ଦୃଢ଼ୀଭୂତ ହେବ । ଉଦାହରଣସ୍ୱରୂପ, ଥଣ୍ଡଡାଇକ୍‌ଙ୍କ ଗବେଷଣାରେ ବିରାଡ଼ିଟି କୌଣସିମତେ ଥରେ ଦ୍ଵାର ଖୋଲି ପଦାକୁ ଚାଲିଗଲେ ତାହାର ଏହି ଅଭ୍ୟାସଟି ଦୃଢ଼ ଏବଂ ସ୍ଥାୟୀ ହୋଇପାରିବ ନାହିଁ । ସେଥ‌ିପାଇଁ ବିରାଡ଼ିକୁ ବାରମ୍ବାର ଦ୍ଵାର ଖୋଲି ପଦାକୁ ଯିବାପାଇଁ ସୁବିଧା ଦେବାକୁ ହେବ । ପାଠଦାନ ସମୟରେ ଏହି ନୀତିର ଅତ୍ୟନ୍ତ ଆବଶ୍ୟକତା ରହିଛି । ଏହି ଅଭ୍ୟାସ ନିୟମର ଅନେକଗୁଡ଼ିଏ ଉପନିୟମ ଅଛି; ଯଥା –

(i) ପୌନଃପୁନ୍ୟ ନିୟମ – ଏହି ନିୟମାନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ ସେ କାର୍ଯ୍ୟଟିକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦନ କରିପାରେ ।
(ii) ସାମ୍ପ୍ରତ୍ୟ ନିୟମ – ଏହି ନିୟମାନୁସାରେ ସମୟର ବ୍ୟବଧାନ ଶିକ୍ଷଣକୁ ପ୍ରଭାବିତ କରେ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୁର୍ବଳ ହୁଏ ।
(iii) ତୀବ୍ରତା ନିୟମ – ଏହି ନିୟମାନୁସାରେ ଉଦ୍ଦୀପକ ତତ୍‌ସମ୍ବନ୍ଧୀୟ ପ୍ରତିକ୍ରିୟା ମଧ୍ଯରେ ଯେଉଁ ସମ୍ବନ୍ଧ ସ୍ଥାପିତ ହୁଏ, ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରେ ।

(c) ଫଳାଫଳ ନିୟମ – ପ୍ରଯତ୍ନ-ପ୍ରମାଦ ବିଧିରେ ବ୍ୟକ୍ତି ବା ପ୍ରାଣୀ ଶିକ୍ଷା କରୁଥିବା କାର୍ଯ୍ୟର ଫଳାଫଳ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଥାଏ । ଥଣ୍ଡିଡାଇକ୍‌ଙ୍କ ଉଲ୍ଲେଖ୍ତ ଗବେଷଣାରୁ ଜଣାଯାଏ ଯେ, ବିରାଡ଼ିଟି କ୍ଷୁଧାଜ୍ଵାଳାରେ ଛଟପଟ ହୋଇ ଦୁଗ୍ଧପାନ କରିବା ଉଦ୍ଦେଶ୍ୟରେ ପିଞ୍ଜରା ବାହାରକୁ ଚାଲିଆସିବାକୁ ନାନାପ୍ରକାରର ଚେଷ୍ଟା କରୁଥିଲା । ଯେଉଁ ପ୍ରୟାସଗୁଡ଼ିକ ଫଳପ୍ରଦ ନୁହେଁ, ସେଗୁଡ଼ିକ କ୍ରମେ ପରିହାର କରି ଯେଉଁ ଚେଷ୍ଟାଟି ଫଳପ୍ରଦ ତାକୁ ମନେ ରଖ୍ଯାପାରିଲା ।

ଏଥୁରୁ ଜଣାଯାଏ ଯେଉଁ ବିଶେଷ ପ୍ରୟାସଟି ଫଳପ୍ରଦଭାବରେ ସାହାଯ୍ୟ କରେ ଏବଂ ଯେଉଁ କାରଣଟି ତ୍ରୁଟିରହିତ ହୁଏ ତାହା ସହିତ ସେହି ଫଳାଫଳର ସମ୍ବନ୍ଧ ସ୍ଥାପିତ ହୁଏ । ଅନ୍ୟାନ୍ୟ ଯେଉଁ କ୍ରିୟାଗୁଡ଼ିକଦ୍ଵାରା ସାଫଲ୍ୟ ଲାଭ କରିବା ସମ୍ଭବ ହୁଏନାହିଁ ସେଗୁଡ଼ିକ କ୍ରମେ ଅପସାରିତ ହୁଏ । ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ଖାଇବାକୁ ଦେବାସ୍ଥଳେ ଭୋକିଲା ବିରାଡ଼ିଟିକୁ ଯଦି ବିଦ୍ୟୁତ୍ ସ୍ପର୍ଶ ଦିଆଯାଏ, ତେବେ ସେ ବାକ୍ସ ଭିତରେ ପଶିବାକୁ ବେଶି ଭୁଲ୍ କରିବ ।

ଏହାର ଅର୍ଥ ପ୍ରାଣୀ ଶିକ୍ଷାକ୍ଷେତ୍ରରେ ନିର୍ଭୁଲ୍ ପ୍ରତିକ୍ରିୟା ହେତୁ ପୁରସ୍କାର ପାଇଲେ ଶିକ୍ଷଣ କ୍ରିୟା ଦୃଢ଼ତର ହୁଏ । ଯେଉଁ କ୍ଷେତ୍ରରେ ତାକୁ ଦଣ୍ଡ ଦିଆଯାଏ, ତା’ର ଶିକ୍ଷଣ କ୍ରିୟାରେ ବ୍ୟାଘାତ ହୁଏ । ଯେଉଁ ପ୍ରତିକ୍ରିୟାସମୂହ ଶିକ୍ଷାର୍ଥୀକୁ ଆନନ୍ଦ, ସନ୍ତୋଷ ଓ ପ୍ରଶଂସା ଦେଇଥାଏ ସେସବୁ ପ୍ରତି ଶିକ୍ଷାର୍ଥୀ ଆଗ୍ରହ ଅନାସକ୍ତ ଭାବ ଦେଖାଇଥାଏ ।

4. ଅନୁ ବନ୍ଧିତ ଅନୁକ୍ରିୟା ତତ୍ତ୍ବ କ’ଣ ? ଉଦାହରଣ ସହ ବୁଝାଅ ।
Answer:
ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ (Conditioned Response Theory)- ରୁଷ୍ ଦେଶର ଶରୀରବିଜ୍ଞାନୀ ଇଭାନ୍ ପାଟ୍ରୋଭିଚ୍‌ ପାର୍‌ଲଭ୍ (I. P. Pavlov) ଗବେଷଣା କରି ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ବ ଲୋକଲୋଚନକୁ ଆଣିଥିଲେ । ଉଦ୍ଦୀପକ ପ୍ରତିକ୍ରିୟା ପ୍ରକାଶ କରିଥାଏ । ବେଳେବେଳେ ଅପ୍ରାକୃତିକ ଉଦ୍ଦୀପକର ପ୍ରଭାବରେ ସ୍ଵାଭାବିକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରାଯାଇଥାଏ । ଏହାକୁ ଅନୁବନ୍ଧନ କୁହାଯାଏ ।
ଅର୍ଥ- ଅନୁବନ୍ଧିତ ଅନୁକ୍ରିୟା ଅର୍ଥ ହେଉଛି ପ୍ରକୃତ ପ୍ରତିକ୍ରିୟାର ରୂପାନ୍ତରୀକରଣ । ପ୍ରକୃତ ଉଦ୍ଦୀପକ ପ୍ରତି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ପ୍ରକାଶ କରିଥାଏ । ଅନେକ କ୍ଷେତ୍ରରେ ପ୍ରକୃତ ଉଦ୍ଦୀପକର ଅନୁପସ୍ଥିତିରେ ଏକ ଅପ୍ରାକୃତିକ ଉଦ୍ଦୀପକ ବ୍ୟବହାର କରାଯାଇ ମଧ୍ୟ ପ୍ରକୃତ ପ୍ରତିକ୍ରିୟା ପ୍ରକାଶ କରାଯାଇପାରେ ।

ଦୈନଦିନ କାବନରେ ଉଦାହରଣ – ଗୃହ ଏବଂ ବିଦ୍ୟାଳୟରେ ଅନୁବନ୍ଧନର ଯଥେଷ୍ଟ ସୁବିଧା ସୁଯୋଗ ରହିଛି । ଅନେକ ସମୟରେ ଶିଶୁ ବୈଦ୍ୟୁତିକ ଯନ୍ତ୍ରପାତି ଛୁଇଁବା ପାଇଁ ସାହସ କରେନାହିଁ । ତାରଟିଏ ଦେଖ‌ିଲେ ଡରିଯାଏ, ଉକ୍ତ ତାରରେ ବୈଦ୍ୟୁତିକ ଶକ୍ତିର ପ୍ରବାହ ଥାଉ ବା ନ ଥାଉ । ପୋଡ଼ି ହୋଇଯାଇଥିବା ଶିଶୁ ନିଆଁକୁ ଦେଖ‌ିଲେ ଭୟ କରିଥାଏ । ଯାହାର ପୁଅକୁ ସାପ ଚୋଟ ମାରିଥାଏ ସେ ରାସ୍ତା କଡ଼ରେ ଏକ ଦଉଡି଼ ଦେଖ‌ିଲେ ଡରେ । ବିଦ୍ୟାଳୟରେ ଶିକ୍ଷକ ଶିଶୁର ହାତଲେଖାକୁ ପସନ୍ଦ କରି ଯଦି ଖାତାରେ ବା ମୁହଁରେ ପ୍ରଶଂସା କରିଦେଲେ ଶିକ୍ଷାର୍ଥୀ ଉତ୍ତମ ଅଧ୍ୟୟନ କରିଥାଏ ।

ମୁଖ୍ୟ ବିଷୟ :
(i) ପ୍ରାକୃତିକ ଉଦ୍ଦୀପକ (Natural Stimulus or Unconditional Stimulus) – ଯେଉଁ ଆଚରଣ ବା ପ୍ରତିକ୍ରିୟା ଆମର ଶିକ୍ଷାଲବ୍‌ଧ ନୁହେଁ, ମୂଳରୁ ଯେପରି ଥିଲା ସେପରି ରହିଛି, ତାହାକୁ ଉଦ୍ରେକ କରୁଥିବା ଉଦ୍ଦୀପକକୁ ପ୍ରାକୃତିକ ଉଦ୍ଦୀପକ କୁହାଯାଏ ।
ଉଦାହରଣ – ଖଟା, ନିଆଁ, ଖାଦ୍ୟ ଇତ୍ୟାଦି ଏହି ଉଦ୍ଦୀପକର ଉଦାହରଣ । .

(ii) ପ୍ରାକୃତିକ ପ୍ରତିକ୍ରିୟା (Unconditional Response) – ପ୍ରାକୃତିକ ଉଦ୍ଦୀପକ ଆମ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରେ, ତାହାକୁ ପ୍ରାକୃତିକ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ – ଆଚାର ଦେଖ୍ ପାଟିରୁ ଲାଳ ନିର୍ଗତ ହେବା ।

(iii) ଅନୁବନ୍ଧିତ ଉଦ୍ଦୀପକ (Conditional Stimulus) – ଯେଉଁ ଉଦ୍ଦୀପକ ଆମ ଭିତରେ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରିପାରେ ନାହିଁ, କିନ୍ତୁ ପ୍ରାକୃତିକ ଉଦ୍ଦୀପକ ସହିତ ସମ୍ବନ୍ଧିତ ହୋଇ ପ୍ରାକୃତିକ ପ୍ରତିକ୍ରିୟା ସଦୃଶ ପ୍ରତିକ୍ରିୟା ସୃଷ୍ଟି କରିଥାଏ, ତାହାକୁ ଅନୁବନ୍ଧିତ ଉଦ୍ଦୀପକ କୁହାଯାଏ ।
ଉଦାହରଣ – ପାଭ୍ଲଭ୍ ପରୀକ୍ଷଣରେ ଘଣ୍ଟା ଧ୍ୱନି ଅନୁବନ୍ଧିତ ଉଦ୍ଦୀପକ ।

(iv) ଅନୁବନ୍ଧିତ ପ୍ରତିକ୍ରିୟା (Conditional Response) – ଅନୁବନ୍ଧିତ ଉଦ୍ଦୀପକ ଆମ ଭିତରେ ଯେଉଁ ପ୍ରତିକ୍ରିୟା ସୃଷ୍ଟି କରିଥାଏ ସେହି ପ୍ରତିକ୍ରିୟାକୁ ଅନୁବନ୍ଧିତ ପ୍ରତିକ୍ରିୟା କୁହାଯାଏ ।
ଉଦାହରଣ – ମାଂସ ସହିତ ଘଣ୍ଟାଧ୍ବନି ।

(v) ଅର୍ଜନ ବା ଲୁପ୍ତ କ୍ରିୟା (Acquisition and Extinction) – ଅନୁବନ୍ଧିତ ପ୍ରକ୍ରିୟାରେ C.S. ଏବଂ U.C.S. ଯୁଗ୍ମଭାବରେ ଉପସ୍ଥାପନା କରାଯାଇଥାଏ । C.S. ଏବଂ U.C.S. ବାରମ୍ବାର ଯୁଗ୍ମ ହେବା ଫଳରେ ପ୍ରାଣୀ C.S. ଏବଂ U.C.S. ମଧ୍ୟରେ ଥିବା ସମ୍ପର୍କ ଜାଣିପାରେ ।

(vi) ଲୁପ୍ତ କ୍ରିୟା (Extinction) – ଯଦି C.S. ପରେ U.C.S. ଦିଆଯାଏ ନାହିଁ ଏବଂ ଯଦି ଏହା ବାରମ୍ବାର ଘଟେ ତେବେ C.R. ମାତ୍ରା ଧୀରେ ଧୀରେ କମିବାକୁ ଲାଗିବ ଏବଂ ଗୋଟିଏ ସମୟରେ କୁକୁରର ଲାଳ ନିର୍ଗତ ହେବନାହିଁ । ଏହାକୁ ଲୁପ୍ତ କ୍ରିୟା କୁହାଯାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(vii) ବ୍ୟାପ୍ତିକରଣ (Generalisation) – ଗୋଟିଏ ଉଦ୍ଦୀପକ ପ୍ରତି ଅନୁବନ୍ଧିତ ପ୍ରତିକ୍ରିୟା ଅର୍ଜନ କରିସାରିବା ପରେ ସେହି ମୂଳ ଉଦ୍ଦୀପକ ସହିତ ସାମଞ୍ଜସ୍ୟ ଥିବା ଅନ୍ୟ ଏକ ନୂଆ ଉଦ୍ଦୀପକ ସେହି ସମାନ ପ୍ରକାରର ପ୍ରତିକ୍ରିୟା ସୃଷ୍ଟି କରିଥାଏ ।

(viii) ବିବେଚନା (Discrimination)- ବ୍ୟାସ୍ତୀକରଣର ବିପରୀତ କ୍ରିୟା ହେଉଛି ବିବେଚନା । ସମଜାତୀୟ ସମସ୍ତ ବସ୍ତୁ ପ୍ରତି ପ୍ରାଣୀର ପୃଥକ୍ ପୃଥକ୍ ପ୍ରତିକ୍ରିୟାକୁ ବିବେଚନା କୁହାଯାଏ ।
ପରୀକ୍ଷା (Experiment) – ରୁଷିଆର ଶରୀରତତ୍ତ୍ୱବିଦ୍ ତଥା ବିଶିଷ୍ଟ ମନୋବିଜ୍ଞାନୀ ଇଭାନ୍ ପାଭଲଭ୍ ଗୋଟିଏ କୁକୁରକୁ ନେଇ ଏକ ପରୀକ୍ଷା କରିଥିଲେ । ଗୋଟିଏ କୋଠରିରେ କୁକୁରକୁ ରଖାଯାଇଥିଲା ଏବଂ ତାକୁ ଦେଖୁବାପାଇଁ ଗୋଟିଏ ଛୋଟ ଝରକା ଥିଲା । ପ୍ରଥମେ ପାଭଲଭ୍ କୁକୁରକୁ ମାଂସଦେଇ ପ୍ରାକୃତିକ ପ୍ରତିକ୍ରିୟା ପାଇଥିଲେ ।

ଏହି ପ୍ରତିକ୍ରିୟାଟି କିଛିଦିନ ପାଇଁ ବାରମ୍ବାର କରାଗଲା ।
କେତେଦିନ ପରେ କୁକୁରକୁ ମାଂସ ଖାଇବାକୁ ଦେବାପୂର୍ବରୁ ଏକ କୃତ୍ରିମ ଉଦ୍ଦୀପକ ଦେବାର (ଘଣ୍ଟି ବଜାଇବାର ) ବ୍ୟବସ୍ଥା କରାଗଲା । ଏହି ପ୍ରକ୍ରିୟା କିଛି ଦିନ ଚାଲୁ ରଖୁ ପରେ ପାଭ୍ଲଭ୍ ଦେଖ‌ିଲେ ଘଣ୍ଟର ଶବ୍ଦ ଶୁଣି କୁକୁରର ଲାଳ ନିର୍ଗତ ହେଉଛି । ଏଠାରେ ଘଣ୍ଟିର ଶବ୍ଦ ଓ ମାଂସ ଉଭୟ ମଧ୍ୟରେ ସଂଯୋଗ ସ୍ଥାପନ କରାଗଲା । ପରେ କେବଳ ଘଣ୍ଟି ଦିଆଗଲା, କିନ୍ତୁ ପ୍ରାକୃତିକ ଉଦ୍ଦୀପକ ଅନୁପସ୍ଥିତିରେ କୃତ୍ରିମ ଉଦ୍ଦୀପକଦ୍ବାରା

ଏକ ପ୍ରାକୃତିକ ଉଦ୍ଦୀପକଜନିତ ପ୍ରାକୃତିକ ପ୍ରତିକ୍ରିୟା ସୃଷ୍ଟି କରାଯାଏ। ମାଂସ ଦିଆଗଲା ନାହିଁ । ପାଭଲଭ୍ ଦେଖିଲେ ଯେ କେବଳ ଘଣ୍ଟିର ଶବ୍ଦ ଶୁଣିବା ମାତ୍ରେ କୁକୁର ପାଟିରୁ ଲାଳ ନିର୍ଗତ ହେଉଛି । ପ୍ରାକୃତିକ ଉଦ୍ଦୀପକ (ମାଂସ) ପରିବର୍ତ୍ତେ କୃତ୍ରିମ ଉଦ୍ଦୀପକ (ଘଣ୍ଟା) ଲାଳ ନିର୍ଗତ କରିବାରେ ସକ୍ଷମ ହୋଇଥିଲା । ଯେତେବେଳେ ସେତେବେଳେ ଏହାକୁ ଅନୁବନ୍ଧିତ ପ୍ରତିକ୍ରିୟା କୁହାଯାଏ ।

5. ଅନୁବନ୍ଧିତ ଅନୁକ୍ରିୟାଦ୍ଵାରା ଶିକ୍ଷଣ କିପରି ସଂଘଟିତ ହୁଏ ବୁଝାଅ ।
କିମ୍ବା, ଶିକ୍ଷାକ୍ଷେତ୍ରରେ ଅନୁବନ୍ଧିତ ଅନୁକ୍ରିୟାର ଉପଯୋଜନା ବିଷୟରେ ବୁଝାଅ ।
କିମ୍ବା, କେଉଁ ଶିକ୍ଷଣ ତତ୍ତ୍ବଟି ଅଧ‌ିକ ଯୁକ୍ତିଯୁକ୍ତ ବୋଲି ଭାବୁଛ ତାହାକୁ କାରଣ ସହ ବୁଝାଅ ।
Answer:
ଅର୍ଥ- ଅନୁବନ୍ଧିତ ଅନୁକ୍ରିୟା ଅର୍ଥ ହେଉଛି ପ୍ରକୃତ ପ୍ରତିକ୍ରିୟାର ରୂପାନ୍ତରୀକରଣ । ପ୍ରକୃତ ଉଦ୍ଦୀପକ ପ୍ରତି ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ପ୍ରକାଶ କରିଥାଏ । ଅନେକ କ୍ଷେତ୍ରରେ ପ୍ରକୃତ ଉଦ୍ଦୀପକର ବ୍ୟବହାର କରାନଯାଇ ମଧ୍ୟ ପ୍ରକୃତ ପ୍ରତିକ୍ରିୟା ପ୍ରକାଶ କରାଯାଇପାରେ ।
ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଉପଯୋଗିତା :

(a) ଏହା ଉତ୍ତମ ଅଭ୍ୟାସ ଗଠନ କରିବାରେ ସାହାଯ୍ୟ କରେ ।
(b) ଏହା କୁଅଭ୍ୟାସ ଦୂର କରିବାରେ ସାହାଯ୍ୟ କରେ ।
(c) ଏହା ଭୟର ଦୂରୀକରଣରେ ସାହାଯ୍ୟ ହୋଇଥାଏ ।
(d) ଏହା ସୁସ୍ଥ ମନୋଭାବ ସୃଷ୍ଟି କରିଥାଏ ।
(e) ଏଥପାଇଁ ଅଭ୍ୟାସ ଆବଶ୍ୟକ ।
(f) ଏହାଦ୍ଵାରା ପୁନର୍ବଳନ ସମ୍ଭବ ହୁଏ ।

ଶୈକ୍ଷିକ ଉପଯୋଗିତା (Educational Implication) – ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ଶିକ୍ଷାକ୍ଷେତ୍ରରେ ଅନେକ ପ୍ରଭାବ ରହିଛି । ସେଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଛି ।
(i) ପ୍ରଶଂସା ଓ ଦଣ୍ଡ – ଦଣ୍ଡ ଓ ପ୍ରଶଂସା ସହିତ ଏହି ନୀତିର ସମ୍ପର୍କ ରହିଛି । ଏହି ତତ୍ତ୍ଵ ପ୍ରଶଂସାଦ୍ଵାରା ଦୃଢ଼ୀଭୂତ ହୋଇଥାଏ ଓ ଦଣ୍ଡଦ୍ବାରା ଦୁର୍ବଳ ହୋଇଥାଏ । ତେଣୁ ଉପଯୁକ୍ତ ସମୟରେ ଶିଶୁକୁ ପ୍ରଶଂସା ବା ଦଣ୍ଡ ଦେବା ଆବଶ୍ୟକ ଅଟେ ।

(ii) ସ୍ନେହ ଓ ଘୃଣା – ସ୍ନେହ ଓ ଘୃଣା ମଧ୍ୟ ଦଣ୍ଡ ଓ ପ୍ରଶଂସା ପରି କାର୍ଯ୍ୟ କରିଥାଏ । ଶିଶୁକୁ ତା’ର କାର୍ଯ୍ୟ ପାଇଁ ସ୍ନେହ କଲେ ସେ ଅଧ୍ବକ କାର୍ଯ୍ୟ କରିବାପାଇଁ ଚେଷ୍ଟା କରେ । ଅସାମାଜିକ କାର୍ଯ୍ୟ ପାଇଁ ଘୃଣା କଲେ ସେ ନିଜକୁ ସେହି କାର୍ଯ୍ୟରୁ ଦୂରେଇ ରଖେ ।

(iii) ଅନ୍ଧବିଶ୍ବାସ ଦୂରକରିବା – ଶିଶୁ ମନରେ ଥ‌ିବା ଅନ୍ଧବିଶ୍ଵାସକୁ ଦୂର କରାଯାଇଥାଏ । ଯାତ୍ରା ଆରମ୍ଭ କରିବା ସମୟରେ ବିରାଡ଼ିଟିଏ ଆଗରେ ଚାଲିଗଲେ ସେମାନେ ଭାବନ୍ତି ସେମାନଙ୍କର ଯାତ୍ରା ଶୁଭ ହେବନାହିଁ । ଏଭଳି ଅନ୍ଧବିଶ୍ୱାସକୁ ବୁଝାଇ ଦୂରକଲେ ଶିକ୍ଷା ଫଳପ୍ରଦ ହୁଏ ।

(iv) ପୁନରାବୃତ୍ତି ଓ ଅଭ୍ୟାସ ଗଠନ – ପୁନରାବୃତ୍ତି ଓ ଅଭ୍ୟାସ ଗଠନଦ୍ୱାରା ଏହି ଶିକ୍ଷଣ ତତ୍ତ୍ବ ଫଳପ୍ରଦ ହୋଇଥାଏ । ଏହା ଫଳରେ ଅଭ୍ୟାସ ଗଠନର ମାର୍ଗ ସୁଗମ ହୋଇଥାଏ । ଘରକୁ କେହି ବନ୍ଧୁ ଆସିଲେ ବନ୍ଧୁମାନଙ୍କୁ ପ୍ରଣାମ କରିବାପାଇଁ କୁହାଯାଇଥାଏ । ଏହା ପିଲାଙ୍କୁ ଅଭ୍ୟାସ କରାଇବାଦ୍ୱାରା ଦେଖାଯାଏ ଯେ ଘରକୁ କୌଣସି ଭଦ୍ରଲୋକ ଆସିଲେ ପିଲାମାନେ ସେମାନଙ୍କୁ ପ୍ରଣାମ କରୁଛନ୍ତି ।

(v) ମନୋବୃତ୍ତି ଗଠନ – ମନୋବୃତ୍ତିଦ୍ୱାରା ଶିଶୁମାନଙ୍କୁ ସାମାଜିକ ମୂଲ୍ୟବୋଧ ଶିକ୍ଷା ଦିଆଯାଇଥାଏ; ଯଥା – କେତେକ ହିନ୍ଦୁ ପିଲାମାନଙ୍କର ଅନ୍ୟ ସମ୍ପ୍ରଦାୟର ପୂଜାସ୍ଥଳୀ ପ୍ରତି ପ୍ରତିକୂଳ ମନୋଭାବ ରହିଥାଏ ।

(vi) ଭାଷା ଶିକ୍ଷା – ଅନୁବନ୍ଧନ ପ୍ରକ୍ରିୟା ଭାଷା ଶିକ୍ଷା ପାଇଁ ସାହାଯ୍ୟ କରିଥାଏ । ଉଦାହରଣ – ଶିକ୍ଷକ ପ୍ରଥମେ ଚିତ୍ରଟିଏ ଦେଖାଇ ସେହି ବସ୍ତୁର ନାମ ଉଚ୍ଚାରଣ କରିବାପରେ ଶିଶୁମାନେ ସେହି ବସ୍ତୁର ନାମ ଉଚ୍ଚାରଣ କରିଥା’ନ୍ତି । ଏହି ମାଧ୍ଯମଦ୍ଵାରା ଶିଶୁର ଭାଷା ଶିକ୍ଷା ହୋଇଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(vii) ମନସ୍ତାତ୍ତ୍ଵିକ ଚିକିତ୍ସା – ଏହି ପଦ୍ଧତିର ଚିକିତ୍ସା ପାଇଁ ଅନୁବନ୍ଧନର ସାହାଯ୍ୟ ନିଆଯାଇଥାଏ । କେତେକ ପିଲା ଶୋଇବା ସମୟରେ ବିଛଣାରେ ପରିସ୍ରା କରିଥା’ନ୍ତି । ସେମାନଙ୍କୁ ସେଥୁରୁ ନିବୃତ୍ତ କରିବାପାଇଁ ଏକ ଭୟଙ୍କର ଶବ୍ଦ ସୃଷ୍ଟି କରାଯାଇଥାଏ ।

6. ଅନ୍ତଦୃଷ୍ଟି ଶିକ୍ଷଣ କ’ଣ ? ଏହାର ଉପଯୋଗିତା ଓ ଶିକ୍ଷାଗତ ସୂଚନା ବିଷୟରେ ଲେଖ ।
Answer:
ଜନ୍ମ ସମୟରେ ଶିଶୁ ଅସହାୟ ଥାଏ । ସବୁବେଳେ ଅନ୍ୟ ଉପରେ ନିର୍ଭର କରେ । ଧୀରେ ଧୀରେ ସେ ବସିବା, ଗୁରୁଣ୍ଡିବା, ଠିଆହେବା, ଚାଲିବା, ଦୌଡ଼ିବା, ଖେଳିବା ଇତ୍ୟାଦି ଶିକ୍ଷାଲାଭ କରେ । ଶିକ୍ଷଣ ପ୍ରକ୍ରିୟା ମନୁଷ୍ୟର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଲାଗିରହେ । ଶିକ୍ଷଣ ମଧ ବ୍ୟକ୍ତି ବା ଶିଶୁର ଲକ୍ଷ୍ୟ ସାଧନରେ ସାହାଯ୍ୟ କରେ । ସେ ବିଭିନ୍ନ କୌଶଳ, ଦକ୍ଷତା ଏବଂ ଆକସ୍ମିକ ଭାବେ ପରିସ୍ଥିତିର ସମ୍ମୁଖୀନ ହୋଇ ଶିକ୍ଷା କରିଥାଏ । ଏଗୁଡ଼ିକୁ ବିଭିନ୍ନ ତତ୍ତ୍ବ ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଅନ୍ତଦୃଷ୍ଟି ତତ୍ତ୍ଵ ତନ୍ମଧ୍ୟରୁ ଗୋଟିଏ ।

ଅନ୍ତଦୃଷ୍ଟି ତତ୍ତ୍ବ (Theory of Insight) – ଶିକ୍ଷଣ ପ୍ରକ୍ରିୟା ସମ୍ବନ୍ଧୀୟ ଏହି ଶିକ୍ଷଣ ତତ୍ତ୍ଵକୁ ଅନ୍ତଦୃଷ୍ଟି ତତ୍ତ୍ୱ କୁହାଯାଇଥାଏ । ଏହାର ଅନ୍ୟନାମ (Gestalt) ବା ସମଗ୍ରାକୃତି । ଜର୍ମାନ୍ ଭାଷାରେ ଗେଷ୍ଟାଲଟ୍‌ର ଅର୍ଥ ହେଉଛି ସମଗ୍ର (Whole) ବା ଗଠନ ପ୍ରଣାଳୀ।

ପ୍ରବର୍ତ୍ତକ – ଉକ୍ତ ମତବାଦର ପ୍ରବର୍ତ୍ତକ ଜର୍ମାନ୍ ମନସ୍ତତ୍ତ୍ବବିତ୍ କୋହ୍ଲର, କୋଫ୍‌ ଏବଂ ୱାରଦିମର୍ । ଏହି ତତ୍ତ୍ବବାଦୀମାନେ ଯେକୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ବେଶି ଗୁରୁତ୍ଵ ଦେଇଥା’ନ୍ତି ।

ଅର୍ଥ – ଅନ୍ତଦୃଷ୍ଟି ଅର୍ଥ ହେଉଛି କୌଣସି ସମସ୍ୟାର ସମାଧାନ ସମ୍ପର୍କରେ ଆକସ୍ମିକଭାବରେ ହୃଦୟଙ୍ଗମ କରିବା । ସବୁ ଆବିଷ୍କାର ଏବଂ ଉଦ୍ଭାବନ ଅନ୍ତଦୃଷ୍ଟି ତତ୍ତ୍ଵଦ୍ୱାରା ସମ୍ଭବ ହୋଇଥାଏ ।
ସମଗ୍ର ମାନସିକ କ୍ରିୟା ଅନ୍ତଦୃଷ୍ଟି ତତ୍ତ୍ଵରେ ଜଡ଼ିତ । ଏହାଦ୍ଵାରା ସମଗ୍ର ପରିସ୍ଥିତିକୁ ନିରୀକ୍ଷଣ କରି ଅଭିଜ୍ଞତାକୁ ନୂତନ ଭାବରେ ଗଠନ କରାଯାଇଥାଏ ।

ଦୈନନ୍ଦିନ ଜୀବନରେ ଅଭିଜ୍ଞତା – ପୋଖରୀରେ ହଂସଟିଏ ଦେଖିଲା ବେଳକୁ ହଂସର ପୃଷ୍ଠଭୂମି; ଯଥା – ପୋଖରୀରେ ଥୁବା ପାଣି, ଫୁଲ, ପୋଖରୀ ହୁଡ଼ା, ବିଭିନ୍ନ ଲତା ଓ ଅନ୍ୟାନ୍ୟ ଦୃଶ୍ୟକୁ ବାଦ୍ ଦିଆଯାଏ ନାହିଁ । ବ୍ୟକ୍ତି କୌଣସି ବିଷୟ ଶିକ୍ଷା କଲାବେଳେ ସମସ୍ତ ପରିସ୍ଥିତିକୁ ଅନୁଧ୍ୟାନ କରିଥାଏ ।

ପରୀକ୍ଷା – ମନୋବିଜ୍ଞାନ କ୍ଷେତ୍ରରେ ଅନ୍ତଦୃଷ୍ଟି ତତ୍ତ୍ଵର ପ୍ରତିଷ୍ଠାତା ମନୋବିଜ୍ଞାନୀ କୋହ୍ଲର ଏଥ‌ିପାଇଁ ଏକ ପରୀକ୍ଷଣ କରିଥିଲେ । ସେ ‘ସୁଲତାନ’ ନାମକ ଏକ ସିମ୍ପାଞ୍ଜିକୁ ଗୋଟିଏ ବଡ଼ ପିଞ୍ଜରା ମଧ୍ୟରେ ଆବଦ୍ଧକରି ରଖୁଥିଲେ । ସିମ୍ପାଞ୍ଜିଟିକୁ ଭୋକିଲା କରି ରଖାଯାଇଥିଲା । ପିଞ୍ଜରା ବାହାରେ କଦଳୀ ରଖାଯାଇଥିଲା । ପିଞ୍ଜରା ଭିତରେ ଦୁଇଟି କାଠବାଡ଼ି ରଖାଯାଇଥିଲା ଏବଂ ବାଡ଼ି ଦୁଇଟିର ଗଠନ ଏପରି ହୋଇଥିଲା, ଯେପରି ଗୋଟିଏ ଅନ୍ୟଟିର ଏକ ପାଖରେ ଯୋଡ଼ିହୋଇ ପାରିବ ।

କଦଳୀଟି ଏପରି ସ୍ଥାନରେ ଥିଲା ଗୋଟିଏ ବାଡ଼ି ବ୍ୟବହାର କଲେ ପାଇବ ନାହିଁ । ଯଦି ଦୁଇଟି ବାଡ଼ିକୁ ଖଞ୍ଜି ବ୍ୟବହାର କରାଯାଏ ତେବେ କଦଳୀ ଆଣିହେବ । ସୁଲତାନ କଦଳୀଟି ଖାଇବାକୁ ଇଚ୍ଛା କଲା । ପ୍ରଥମେ ସେ ତା’ର ନିଜ ହାତକୁ ବଢ଼ାଇଲା ତାହା ପାଇଲା ନାହିଁ । ପରେ ଉଭୟ ବାଡ଼ିକୁ ଥର ଥର କରି ବଢ଼ାଇଲା ତାହା ମଧ୍ଯ ପାଇଲା ନାହିଁ, ନିରାଶ ହୋଇ ପିଞ୍ଜରାର ଗୋଟିଏ କୋଣରେ ବସିଲା ଓ ବାଡ଼ି ଦୁଇଟି ସହ ଖେଳିଲା ।

ଖେଳୁଖେଳୁ ଦେଖୁଲା ଯେ ବାଡ଼ି ଦୁଇଟି ଯୋଡ଼ି ହୋଇପାରୁଛି । ତେଣୁ କଦଳୀ ପାଇବାପାଇଁ ତା’ର ମନରେ ହଠାତ୍ ବୁଦ୍ଧି ଆସିଗଲା । ସେ ବାଡ଼ି ଦୁଇଟିକୁ ଯୋଡ଼ି କଦଳୀ ଆଣି ଖାଇଲା । କୋହ୍ଲର ଏଠାରେ ଲକ୍ଷ୍ୟ କଲେ ଯେ ସିମ୍ପାଞ୍ଜି ଭୋକିଲା ଥିବାରୁ ସେ ଖାଦ୍ୟ ପାଇଁ ଉପାୟ ଚିନ୍ତାକଲା ।

ଅନ୍ତଦୃଷ୍ଟି ତତ୍ତ୍ଵର ଶିକ୍ଷାଗତ ସୂଚନା :
(i) ସମଗ୍ରରୁ ଆରମ୍ଭ କରି ଅଂଶବିଶେଷକୁ ଅଗ୍ରସର ହେବା (Proceeding from whole to part)- ଏହି ମତ ଅନୁସାରେ ଶିକ୍ଷଣ ସବୁବେଳେ ସମଗ୍ର ପରିସ୍ଥିତିରୁ ତା’ର ବିଭିନ୍ନ ଅଂଶକୁ ଅଗ୍ରସର ହୁଏ । ଏହା ଫଳରେ ଛାତ୍ରଛାତ୍ରୀଙ୍କୁ ସମଗ୍ର ବସ୍ତୁ ଉପରେ ସମ୍ପୂର୍ଣ୍ଣ ଧାରଣା ଦିଆଯାଇପାରିବ । ଭୂଗୋଳ ଶିକ୍ଷାଦାନରେ ପ୍ରଥମେ ସମଗ୍ର ପୃଥ‌ିବୀରୁ ଆରମ୍ଭ କରି ତା’ର ବିଭିନ୍ନ ଅଂଶ; ଯଥା ମହାଦେଶ, ରାଷ୍ଟ୍ର, ଦେଶ, ସହର ସମ୍ପର୍କରେ ଶିକ୍ଷା ଦିଆଯାଇଥାଏ । ବିଜ୍ଞାନରେ ଫୁଲ ବିଷୟରେ ଶିକ୍ଷାଦେଲାବେଳେ ପ୍ରଥମେ ସମସ୍ତ ଫୁଲ ଓ ପରେ ତା’ର ଅଂଶକୁ ବିଶ୍ଳେଷଣ କରାଯାଏ ।

(ii) ପ୍ରବର୍ତ୍ତନା ବା ପ୍ରରୋଚନାର ସୃଷ୍ଟି (Creation of motivation) – କୋହ୍ଲରଙ୍କ ପରୀକ୍ଷାରେ ସୁଲତାନକୁ ଭୋକିଲା ରଖାଯାଇଥିଲା । ଫଳରେ ଖାଦ୍ୟ ପାଇବାପାଇଁ ତା’ମନରେ ଆଗ୍ରହ ସୃଷ୍ଟିହେଲା । ସେ ଖୁବ୍ ଭୋକିଲା ଥ‌ିବା ଯୋଗୁଁ ସେ ଖାଦ୍ୟ ପାଇଁ ବ୍ୟଗ୍ରତା ପ୍ରକାଶ କରୁଥିଲା । ତେଣୁ ଶିକ୍ଷକ ଛାତ୍ର ମନରେ ଶିକ୍ଷା ପାଇଁ ଯଥାସମ୍ଭବ ଆଗ୍ରହ ସୃଷ୍ଟି କରିବା ଉଚିତ ।

(iii) ବୋଧଶକ୍ତିରେ ଗୁରୁତ୍ବ ଆରୋପ କରିବା (Emphasis on understanding) – ସମସ୍ତ ପ୍ରକାର ଉଚ୍ଚତର ଶିକ୍ଷାପାଇଁ ଯାନ୍ତ୍ରିକଭାବରେ ପୁନରାବୃତ୍ତି କରିବା ବା ନବୁଝି ମୁଖସ୍ଥ କରିବା କିମ୍ବା ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ ପରୀକ୍ଷା ଓ ଭ୍ରାନ୍ତି ମାଧ୍ୟମରେ ଶିକ୍ଷା କରିବା ପଦ୍ଧତି ଅନାବଶ୍ୟକ ଅଟେ । କିନ୍ତୁ ସମସ୍ୟା ସମ୍ପର୍କରେ ଅନ୍ତଦୃଷ୍ଟି ଜାଗ୍ରତ କରାଇବା ନିତାନ୍ତ ଆବଶ୍ୟକ । ସମସ୍ୟା ହେଉ ବା ବିଜ୍ଞାନ ସମ୍ବନ୍ଧୀୟ ପରୀକ୍ଷା ହେଉ ସବୁକ୍ଷେତ୍ରରେ ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷା ଦେଲେ ସମୟ ଓ ଶକ୍ତିର ଅପଚୟ ହୁଏ ନାହିଁ ।

ଏହି ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷାର ଯଥେଷ୍ଟ ମୂଲ୍ୟ ରହିଛି । ଶିକ୍ଷକ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସମସ୍ୟା ସମାଧାନର ପନ୍ଥା ଆବିଷ୍କାର କରିବା ନିମିତ୍ତ ଯଥେଷ୍ଟ ଚେଷ୍ଟାକରିବା ଉଚିତ । ଉଦାହରଣସ୍ୱରୂପ, ଜ୍ୟାମିତି ଶିକ୍ଷାଦାନ ସମୟରେ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଆଗରେ ଏକ ସମସ୍ୟା ଉପସ୍ଥାପିତ କରି ସେମାନଙ୍କୁ ତତ୍ ସମ୍ପର୍କରେ ଚିନ୍ତାକରି ସମାଧନ ପନ୍ଥା ଖୋଜିବାପାଇଁ କହିବା ଉଚିତ । ଶିକ୍ଷକ ଆବଶ୍ୟକ ସ୍ଥଳେ ସେମାନଙ୍କୁ ଅନୁସନ୍ଧାନ ପନ୍ଥା ସମ୍ପର୍କରେ ସୂଚନା ଦେବା ବିଧେୟ । ସେ ଛାତ୍ରଛାତ୍ରୀଙ୍କୁ କେବଳ ନିର୍ଦ୍ଧାରିତ ଜ୍ଞାନ ପ୍ରଦାନ କରିବା ଅନୁଚିତ । ସେମାନେ କିପରି ଜ୍ଞାନ ଆହରଣ କରିବାକୁ ସମର୍ଥ ହେବେ ସେଥପ୍ରତି ଦୃଷ୍ଟି ଦେବା ଆବଶ୍ୟକ । ଅର୍ଥାତ୍ ସେମାନଙ୍କ ଆବିଷ୍କାର ମନୋବୃତ୍ତିର ବିକାଶ ନିମିତ୍ତ ଶିକ୍ଷକ ଚେଷ୍ଟା କରିବା ଉଚିତ ।

7. ପ୍ରଯନ୍ତ୍ର -ପ୍ରମାଦ ଶିକ୍ଷଣ ତତ୍ତ୍ବକୁ ପରୀକ୍ଷାମୂଳକ ଭାବେ ବର୍ଣନା କରି ଏହାର ଶିକ୍ଷାଗତ ପ୍ରଭାବ ଆଲୋଚନା କର ।
Answer:
ମାର୍କିନ୍ ମନସ୍ତତ୍ତ୍ବବିତ୍ ଇ.ଏଲ୍. ଥର୍ଣଡାଇକ୍ ପ୍ରଥମ କରି ତାଙ୍କ ତତ୍ତ୍ବ ମାଧ୍ୟମରେ ଉଦ୍ଦୀପକ ଓ ପ୍ରତିକ୍ରିୟା ମାଧ୍ଯମରେ ସ୍ଥାପିତ ହୋଇଥିବା ସଂଯୋଗ ଉପରେ ଗୁରୁତ୍ବ ଆରୋପ କରିଥିଲେ । ତାଙ୍କ ମତରେ ମନୁଷ୍ୟ ତଥା ଇତର ପ୍ରାଣୀମାନେ ପ୍ରଯନୂ- ପ୍ରମାଦ ପଦ୍ଧତି ଅନୁସାରେ ଶିକ୍ଷାଲାଭ କରିଥା’ନ୍ତି । ପ୍ରଥମେ ସେ ବିରାଡ଼ି, ମୂଷାମାନଙ୍କ ବିଷୟରେ ଗବେଷଣା କରି ପରେ ବିଦ୍ୟାଳୟର ଶିଶୁମାନଙ୍କ ସମ୍ପର୍କରେ ଗବେଷଣା କରିଥିଲେ । କଲମ୍ବିଆ ବିଶ୍ବବିଦ୍ୟାଳୟରେ ଅଧ୍ୟାପନା ସମୟରେ ଗବେଷଣାରୁ ଏହି ତତ୍ତ୍ବ ପ୍ରକାଶ କରିଥିଲେ ।

ତାଙ୍କ ମତରେ ପ୍ରାଣୀ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ଉପନୀତ ହେବା ପୂର୍ବରୁ ନାନା ପ୍ରକାର ଅଭ୍ୟାସ କରିଥାଏ । ଅଭ୍ୟାସଗୁଡ଼ିକ ଉଦ୍ଦେଶ୍ୟମୂଳକ ଓ ବିକ୍ଷିପ୍ତ ହେତୁ କେତେକକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକ ପ୍ରଭାବିତ ହୁଅନ୍ତି ନାହିଁ । ଯଦି ହଠାତ୍ କୌଣସି ଅଭ୍ୟାସ ସଫଳକାମୀ ହେଲା ପ୍ରାଣୀ ତାହାକୁ ବାରମ୍ବାର ଅଭ୍ୟାସ ଓ ପୁନରାବୃତ୍ତି କରିଥାଏ ।

କ୍ରମଶଃ ଭ୍ରମାତ୍ମକ ଅଭ୍ୟାସଗୁଡ଼ିକ ପ୍ରାଣୀ ମନରୁ ଦୂରୀଭୂତ ହୁଏ ଓ ଫଳପ୍ରଦ ଅଭ୍ୟାସଗୁଡ଼ିକ ପ୍ରତି ଆଗ୍ରହ ଜାତ ହୋଇ ଅଭ୍ୟାସଗୁଡ଼ିକ ସହ ଉଦ୍ଦୀପକର ସଂଯୋଗ ସ୍ଥାପିତ ହୁଏ । କ୍ରମାଗତ ଅଭ୍ୟାସ ଫଳରେ କମ୍ ସମୟରେ ଲକ୍ଷ୍ୟ ସାଧନରେ ସଫଳ ହୁଏ ଓ ଶିକ୍ଷଣ କାର୍ଯ୍ୟ ସମ୍ଭବ ହୁଏ । ଉଦାହରଣ- ଏକ ନୂତନ ବିଷୟ ବାରମ୍ବାର ପଠନ କଲେ ମନେରଖୁ ସମ୍ଭବ ହୁଏ ।

ଥଣ୍ଡଡାଇକ୍‌ଙ୍କ ପରୀକ୍ଷା : E.L. Throndike ନିଜର ଶିକ୍ଷଣତତ୍ତ୍ଵ ପରୀକ୍ଷା କରିବା ନିମନ୍ତେ ବିଭିନ୍ନ ପ୍ରକାର ଯନ୍ତା ଓ ଅଙ୍କାବଙ୍କା ରାସ୍ତା ମଧ୍ୟଦେଇ ନିର୍ମିତ ଗୋଲକଧନ୍ଦା ବାକ୍ସ (Puzzle box) ର ସାହାଯ୍ୟ ନେଇଥିଲେ । ଗୋଲକଧନ୍ଦା ବାକ୍ସ ଓ ବିରାଡ଼ିକୁ ନେଇ ତାଙ୍କର ପରୀକ୍ଷା କରାଯାଇଥିଲା । ଥଣ୍ଡିଡାଇକ୍ ପ୍ରଥମେ ଏକ କ୍ଷୁଧାଇଁ ବିରାଡ଼ିକୁ ଗୋଲକଧନ୍ଦା ବାକ୍ସ ମଧ୍ଯରେ ପ୍ରବେଶ କରାଇଥିଲେ । ଏହି ବାକ୍ସଟିରେ ଗୋଟିଏ ଦ୍ଵାର ଥିଲା । ଏହି ଦ୍ଵାରଟିକୁ ଏଭଳି ବନ୍ଦ କରାଯାଇଥିଲା ଯେ ଏହି ସଂଯୋଗଦ୍ଵାର କିଳିଣୀ ମାଡ଼ି ଦେଲେ ଦ୍ଵାରଟି ଖୋଲିଯିବ । ବାକ୍ସର ବାହାରେ ଅନତି ଦୂରରେ ଦୁଗ୍ଧପାତ୍ରଟି ରଖାଯାଇଥିଲା ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

କ୍ଷୁଧାଇଁ ବିରାଡ଼ିଟିର ପାଦ ସମୟେ ସମୟେ କିଳିଣୀଟି ଉପରେ ପଡ଼ିଯାଏ ଓ ଦ୍ଵାରଟି ଖୋଲିଯାଏ । ତା’ପରେ ପୁନର୍ବାର ବିରାଡ଼ିଟିକୁ ଧରିଆଣି ବାକ୍ସ ମଧ୍ୟରେ ରଖାଗଲେ ସେ ପୂର୍ବଭଳି ବାହାରକୁ ଯିବାଲାଗି ଗୁଡ଼ିଏ ବିଫଳ ପ୍ରଚେଷ୍ଟା କରେ । ପୂର୍ବପରି ତା’ର ପାଦ କିଳିଣୀଟିରେ ପଡ଼ିଯାଏ ଓ ବିରାଡ଼ିଟି ସହଜରେ ବାହାରକୁ ଆସିଥାଏ । ଏହି ପ୍ରକ୍ରିୟାକୁ ବାରମ୍ବାର କରିବା ଫଳରେ ଥର୍ଲଡାଇକ୍ ଦେଖୁଲେ ଯେ ବିରାଡ଼ିଟି ଆସ୍ତେ ଆସ୍ତେ ଭୁଲ୍ ଅଭ୍ୟାସଗୁଡ଼ିକ ପରିତ୍ୟାଗ କରି ବାକ୍ସଟିରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପାଦଦ୍ଵାରା ଚାପ ପ୍ରଦାନ କରିବା ଫଳରେ ଦ୍ଵାରଟି ଉନ୍ମକ୍ତ ହେଉଅଛି ।

ଉକ୍ତ ପରୀକ୍ଷାକ୍ଷେତ୍ରରେ ପ୍ରବଳ ଇଚ୍ଛା, ଉଦ୍ଦେଶ୍ୟ, ବାଧା, ନିରୁଦ୍ଦେଶ୍ୟ ଗତି ଆଦି ପ୍ରକ୍ରିୟାଗୁଡ଼ିକ କାର୍ଯ୍ୟ କରେ । ଏପରି ଏକ ସମୟ ଆସେ, ଯେତେବେଳେ ବିରାଡ଼ିଟି ଦ୍ଵାର ଖୋଲିବା ଲାଗି କାଳ କ୍ଷେପଣ ନ କରି ଦ୍ବାର ପାଖରେ ଥ‌ିବା କିଳିଣୀଟିକୁ ପାଦରେ ଚାପଦେଇ ବାହାରକୁ ଆସିବାର ପ୍ରକୃତ କୌଶଳ ହାସଲ କରେ । ଏଥ‌ିପାଇଁ ତାକୁ ଆଉ ନିରୁଦ୍ଦେଶ୍ୟ ଭ୍ରମାତ୍ମକ ଗତି କରିବାକୁ ପଡ଼ିଲା ନାହିଁ । ଅତଏବ, ବିରାଡ଼ିଟି ଦ୍ବାର ଖୋଲିବାପାଇଁ ଆବଶ୍ୟକୀୟ ଶିକ୍ଷଣ ବା ଜ୍ଞାନକୌଶଳ ହାସଲ କରିବାରେ ସମର୍ଥ ହେଲା ।

ପ୍ରଯନୂ – ପ୍ରମାଦ ଶିକ୍ଷଣର ଶିକ୍ଷାଗତ ପ୍ରଭାବ :
(୧) ଏହି ଶିକ୍ଷଣ ଅଭିପ୍ରେରଣଦ୍ବାରା ସମ୍ଭବ । କାରଣ, ପ୍ରାଣୀ କ୍ଷୁଧାଉଁ ଥିଲେ ଖାଦ୍ୟପ୍ରାପ୍ତି ନିମିତ୍ତ ପ୍ରୟାସ କରି ଶିକ୍ଷାଲାଭ କରିଥାଏ ।
(୨) ପ୍ରାଣୀ ବିଭିନ୍ନ ପ୍ରକାର ଉଦ୍ଦୀପନା ପ୍ରକାଶ କରିଥାଏ; କାରଣ ବିରାଡିଟି ଲକ୍ଷ୍ୟ ହାସଲ ପର୍ଯ୍ୟନ୍ତ ବୁଲିବା, ରାମ୍ପୁଡ଼ିବା, ଟଣା ଓଟରା ଇତ୍ୟାଦି କାର୍ଯ୍ୟ ହିଁ ଗୋଲକଧନ୍ଦା ବାକ୍ସ ମଧ୍ଯରେ କରିଥାଏ ।
(୩) କେତେକ ପ୍ରତିକ୍ରିୟା ଲକ୍ଷ୍ୟ ହାସଲର ସହାୟକ । ସେଗୁଡ଼ିକ ସନ୍ତୋଷଜନକ ପ୍ରତିକ୍ରିୟା ରୂପେ ଅଭିହିତ ହୋଇଥାଏ; ମାତ୍ର ଅନ୍ୟ କେତେଗୁଡ଼ିଏ ପ୍ରତିକ୍ରିୟା ଏ ଦିଗରେ ସାହଯ୍ୟ କରିନଥା’ନ୍ତି । ତେଣୁ ଏଗୁଡ଼ିକୁ ବିରକ୍ତିକର ପ୍ରତିକ୍ରିୟା ରୂପେ ଅଭିହିତ
କରାଯାଏ ।
(୪) ସନ୍ତୋଷଜନକ ପ୍ରତିକ୍ରିୟାଗୁଡ଼ିକ ଉତ୍ତମ ରୂପେ ଶିକ୍ଷା କରାଯାଇପାରେ । କାରଣ ଏଗୁଡ଼ିକ ଲକ୍ଷ୍ୟପ୍ରାପ୍ତିରେ ସହାୟକ ।
(୫) ବିରକ୍ତିକର ପ୍ରତିକ୍ରିୟାଗୁଡ଼ିକ କ୍ରମାନ୍ୱୟରେ ପରିହାର କରାଯାଇପାରେ । କାରଣ ଏଗୁଡ଼ିକ ଲକ୍ଷ୍ୟପୂରି ଦିଗରେ ସହାୟକ ହୋଇନଥା’ନ୍ତି ।
(୬) ଉଦ୍ଦୀପକ ଉଦ୍ଦେଶ୍ୟମୂଳକ ହେତୁ ବ୍ୟକ୍ତିର ଉଦ୍ଦୀପନା ସୃଷ୍ଟି ହୁଏ ।
(୭) ଲକ୍ଷ୍ୟ ସାଧନ ଉପାୟଗୁଡ଼ିକ ଭିନ୍ନ ଭିନ୍ନ ।
(୮) ଫଳପ୍ରଦ ପ୍ରଚେଷ୍ଟାଗୁଡ଼ିକ ଗ୍ରହଣ କରି ଲକ୍ଷ୍ୟ ସାଧନ କରାଯାଏ ।
(୯) ଶିକ୍ଷଣ ଶିକ୍ଷାର୍ଥୀକୁ ପ୍ରଭାବିତ କରିଥାଏ । ଶିକ୍ଷଣ କାର୍ଯ୍ୟକ୍ରମରେ ଦଣ୍ଡନୀତିକୁ ପରିହାର କରାଗଲେ ଶିକ୍ଷଣ ବୃଦ୍ଧିପାଏ ।
(୧୦) ପୁରସ୍କାର ପ୍ରଦାନଦ୍ୱାରା ଦ୍ରୁତ ଶିକ୍ଷଣ ସମ୍ଭବ ହୁଏ । ଶିକ୍ଷା-କ୍ଷେତ୍ରରେ ଉପକରଣ ବ୍ୟବହାର, ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଶିକ୍ଷଣକୁ ତ୍ବରାନ୍ବିତ କରେ ।
(୧୧) ବିଭିନ୍ନ ସମସ୍ୟାର ସମାଧାନ ଏହାଦ୍ଵାରା ସମ୍ଭବ ହୁଏ ।
(୧୨) ବାରମ୍ବାର ପୁନରାବୃତ୍ତି, ପଠନଦ୍ୱାରା କୌଣସି ବିଷୟକୁ ଭଲ ଭାବେ ପଠନ କରାଯାଏ । ଅଭ୍ୟାସ ପୂର୍ଣ୍ଣତା ଆଣିଦିଏ (Practice makes a man perfect.) ।
(୧୩) ଶିକ୍ଷଣର ଅଭିଜ୍ଞତାଗୁଡ଼ିକ ଛାତ୍ର ଉପରେ ପ୍ରତିଫଳିତ ହୋଇ ପରିବର୍ତ୍ତନ ଆଣେ ।

୨ୟ ପରୀକ୍ଷା :
ଲଏଡ୍ ମୋରଗାନ୍ ଓ ମ୍ୟାକ୍ ହ୍ୟୁଗାଲଙ୍କ ପରୀକ୍ଷା : ଲଏଡ୍ ମୋରଗାନ ଓ ମ୍ୟାକ୍‌ଗାଲ କୁକୁର ଓ ମୂଷା ଉପରେ ଉକ୍ତ ପରୀକ୍ଷା କରି ପ୍ରଯନ୍ -ପ୍ରମାଦ ତତ୍ତ୍ଵ ର ପରୀକ୍ଷା କରିଥିଲେ । ଏହି ତତ୍ତ୍ଵର ବୈଶିଷ୍ଟ୍ୟ ହେଲା-

ପରିବେଶର ଉଦ୍ଦୀପକ ଓ ତତ୍ ସମ୍ପର୍କିତ ପ୍ରତିକ୍ରିୟା ମଧ୍ୟରେ ସମ୍ବନ୍ଧ ସ୍ଥାପନ : ପ୍ରତ୍ୟେକ ଉଦ୍ଦୀପକ ବ୍ୟକ୍ତିର ମନରେ ଉଦ୍ଦୀପନା ଓ ପ୍ରତିକ୍ରିୟା ସୃଷ୍ଟି କରେ । ଏହା ବ୍ୟକ୍ତିର ସ୍ନାୟବିକ ସମ୍ବନ୍ଧ । ଏହି ପ୍ରତିକ୍ରିୟା ଓ ଉଦ୍ଦୀପକ ମଧ୍ୟରେ ସଂଯୋଗ ସ୍ଥାପନକୁ ଉଦ୍ଦୀପକ ପ୍ରତିକ୍ରିୟା ସଂଯୋଗ (Stimulus Response Bond) ବା S.R. Bond କୁହାଯାଏ । ଏହାକୁ ମଧ୍ୟ ସଂଯୋଜକ ତତ୍ତ୍ବ ବା Theory of Association ବୋଲି କୁହାଯାଏ । .

ମୋଟର କାର୍ଯ୍ୟକଳାପ (Motor Activity), ଧାରଣା (Perception), ଧାରଣା (Conception) ବା| ଆବେଗାତ୍ମକ (Emotional) ଭାବନା ଆଦିକୁ ସୂଚାଏ । ଉଦ୍ଦୀପକ ଉଦ୍ଦେଶ୍ୟମୂଳକ ହେତୁ ବ୍ୟକ୍ତିର ଉଦ୍ଦୀପନା ସୃଷ୍ଟି ହୁଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷାର ଅର୍ଥ :
ମନୁଷ୍ୟ ଶିକ୍ଷା ଅର୍ଜନ କରେ । ଶିକ୍ଷାଦ୍ବାରା ସେ ତା’ର ଆଚରଣକୁ ମାର୍ଜିତ କରିଥାଏ । ଶିକ୍ଷାଦ୍ବାରା ମନୁଷ୍ୟ ଯେଉଁ ଜ୍ଞାନ ଆହରଣ କରିଥାଏ ତାହାକୁ ଶିକ୍ଷଣ କହନ୍ତି । ଶିକ୍ଷା-ମନୋବିଜ୍ଞାନରେ ଶିକ୍ଷଣ କ୍ରିୟା ବା ଶିକ୍ଷଣତତ୍ତ୍ଵ ଏକ ପ୍ରଧାନ ଆଲୋଚ୍ୟ ବିଷୟ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଶିଶୁ ବୟଃକ୍ରମେ ନିଜ ଚାରିପଟେ ଥିବା ପରିବେଶରୁ ଅନେକ କଥା ଶିକ୍ଷା କରେ । ବ୍ୟକ୍ତିର ଚତୁଃପାର୍ଶ୍ଵରେ ଥିବା ତା’ର ପରିବେଶ ପରିବର୍ତ୍ତନଶୀଳ ।

ଏହି ପରିବର୍ତ୍ତନଶୀଳ ପରିବେଶ ଉପରେ ନୂଆ ନୂଆ ଆଚରଣ ଶିଖି ସେଗୁଡ଼ିକୁ ନିଜର ପରିବେଶରେ ପ୍ରୟୋଗ କରିବାକୁ ପଡ଼ିଥାଏ । ବ୍ୟକ୍ତିର ଅତୀତ ଅଭିଜ୍ଞତା ପରିବେଶ ଅନୁଯାୟୀ ନୂତନ ଶିକ୍ଷା ପାଇଁ ପ୍ରେରଣା ଦେଇଥାଏ । ଶିକ୍ଷଣ ପ୍ରକ୍ରିୟାର ଅର୍ଥ ‘ଅତୀତର ଅଭିଜ୍ଞତାକୁ ଭିଭିକରି କୌଣସି ନୂତନ ବିଷୟ ଅଥବା ନୂତନ ଆଚରଣ ଆୟତ୍ତ କରିବା ।’’

ଶିକ୍ଷଣ ପ୍ରକ୍ରିୟାଦ୍ଵାରା ଶିଶୁର ବ୍ୟବହାର ପରିମାର୍ଜିତ ହୋଇଥାଏ ଓ ତା’ର ଆଚରଣରେ ଅନେକ ଉନ୍ନତ ବାଞ୍ଛନୀୟ ପରିବର୍ତ୍ତନ ଘଟିଥାଏ । ସେ ପରିବର୍ତ୍ତିତ ପରିବେଶର ସମ୍ମୁଖୀନ ହେବାକୁ ସକ୍ଷମ ହୋଇଥାଏ । ପ୍ରତ୍ୟେକ ଶିକ୍ଷଣ ମୂଳରେ କିଛି ନା କିଛି ଉଦ୍ଦେଶ୍ୟ ନିହିତ ଥାଏ ଏବଂ ଶିକ୍ଷଣର ପ୍ରତ୍ୟେକ ଉଦ୍ଦେଶ୍ୟ ବ୍ୟକ୍ତିର କୌଣସି ନା କୌଣସି ସହଜାତ ପ୍ରବୃତ୍ତି ସହିତ ଜଡ଼ିତ । ମନସ୍ତତ୍ତ୍ବବିତ୍‌ମାନେ ଶିକ୍ଷଣର ଅନେକ ସଂଜ୍ଞା ନିରୂପଣ କରିଛନ୍ତି ।

କିମ୍ବଲ ଓ ଗାର୍ମେଜୀଙ୍କ ମତରେ, ‘ବୟଃପ୍ରାପ୍ତ ସାଧନ ଯୋଗୁଁ ଶିକ୍ଷଣ ସମ୍ଭବ ହୁଏ ।’’ ଅର୍ଥାତ୍ ଅଭ୍ୟାସ ଓ ତା’ର ଫଳାଫଳ ମଧ୍ୟରେ ଥିବା ସମ୍ପର୍କ ହେତୁ ବ୍ୟକ୍ତି ଶିକ୍ଷା କରେ । ବ୍ୟକ୍ତି ବ୍ୟବହାରର ପରିବର୍ତ୍ତନକୁ ଲକ୍ଷ୍ୟ କରି ଶିକ୍ଷଣ ଘଟିଛି ବୋଲି ଅନୁମାନ କରାଯାଏ ।

ଅନ୍ୟ କେତେକ ମନସ୍ତତ୍ତ୍ଵବିଦ୍‌ଙ୍କ ମତରେ, “ଶିକ୍ଷଣ ହେଉଛି ଆଚରଣଗତ ପରିବର୍ତ୍ତନ ।’’ ମନୁଷ୍ୟ ତା’ର ପରିବେଶାନୁଯାୟୀ ଆଚରଣ ବା ବ୍ୟବହାରରେ ପରିବର୍ତ୍ତନ କରିଥାଏ । ଦୈହିକ ବିକାଶ ଓ ଶାରୀରିକ ବୃଦ୍ଧି ଏବଂ ବିକାଶ ପର୍ଯ୍ୟାୟକ୍ରମେ ଶିଶୁର ଆଚରଣଗତ ପାର୍ଥକ୍ୟ ଓ ବିକାଶରେ ପରିଲକ୍ଷିତ ହୋଇଥାଏ ।

ତେଣୁ ସଂକ୍ଷେପରେ କହିଲେ, ପ୍ରତି ପଦକ୍ଷେପରେ ଶିକ୍ଷଣ ମଣିଷ ଜୀବନକୁ ପ୍ରଭାବିତ କରେ ଓ ମଣିଷର ଉଭୟ ଭଲ ଓ ମନ୍ଦ ଗୁଣ ଗଠନରେ ଏହା ସହାୟକ ହୋଇଥାଏ । ଶିକ୍ଷଣ ପ୍ରକ୍ରିୟା ଫଳରେ ଶିଶୁ ନାନାବିଧ ଜ୍ଞାନ, କର୍ମକୌଶଳ, ବିଭିନ୍ନ ମନୋବୃତ୍ତି ତଥା ବ୍ୟକ୍ତିତ୍ଵର ଅଧିକାରୀ ହୋଇଥାଏ । ଏହି ପ୍ରକ୍ରିୟା ଅତ୍ୟନ୍ତ ବ୍ୟାପକ । ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁପର୍ଯ୍ୟନ୍ତ ଏହା ନିରବଚ୍ଛିନ୍ନଭାବରେ ଗତି କରିଥାଏ । ପ୍ରତ୍ୟେକ ଶିଶୁର ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ଵ, ଦୃଷ୍ଟିଭଙ୍ଗୀ, ଆଚରଣ ତଥା ବିଭିନ୍ନ କର୍ମଦକ୍ଷତା ଓ ସାମାଜିକ ପ୍ରତିଯୋଜନ କ୍ଷମତା ଏହି ଶିକ୍ଷଣର ଫଳ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ଶିକ୍ଷଣର ପ୍ରକୃତି :
(i) ଶିକ୍ଷଣ ହିଁ ସମଯୋଜନ : ମଣିଷକୁ ପରିବେଶଜନିତ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଏହି ପରିବେଶରେ ନିଜକୁ ଖାପଖୁଆଇ ଚଳିବାପାଇଁ ସମଯୋଜନର ଶିକ୍ଷଣ ହିଁ ସହାୟକ ହୋଇଥାଏ । ତେଣୁ ସମଯୋଜନ ହିଁ ଶିକ୍ଷଣ ପଦବାଚ୍ୟ ।
(ii) ଶିକ୍ଷଣ ଉଦ୍ଦେଶ୍ୟମୂଳକ : କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ଶିକ୍ଷଣ କାର୍ଯ୍ୟ ସାଧନ କରାଯାଏ । ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଶିକ୍ଷଣୀୟ କି ନୁହେଁ ତାହା ଶିକ୍ଷା, ଶିକ୍ଷକ ଓ ଶିକ୍ଷାଦାନ ପଦ୍ଧତି ନିର୍ଦ୍ଧାରଣ କରନ୍ତି ।
(iii) ସ୍ଵେଚ୍ଛାପ୍ରଣୋଦିତ ପ୍ରକ୍ରିୟା : ଶିକ୍ଷାର୍ଥୀ ସ୍ଵେଚ୍ଛାପ୍ରଣୋଦିତ ହୋଇ ଶିକ୍ଷା ଲାଭ କରେ, ବାଧ୍ୟବାଧକତାଦ୍ବାରା ଶିକ୍ଷଣ ସମ୍ପନ୍ନ ହୁଏ ନାହିଁ ।
(iv) ଶିକ୍ଷଣ ଏକ ସକ୍ରିୟ ପ୍ରକ୍ରିୟା : ଶିକ୍ଷଣରେ ଶିକ୍ଷାଦାତା ଓ ଶିକ୍ଷାଗ୍ରହୀତା ଉଭୟେ ସକ୍ରିୟ ଓ ସଜାଗ ହୋଇଥା’ନ୍ତି । ଶିକ୍ଷାଦାତା ଶିକ୍ଷାର୍ଥୀର ବିକାଶ ନିମିତ୍ତ ଶିକ୍ଷାଦାନ କରନ୍ତି ଏବଂ ଶିକ୍ଷାର୍ଥୀ ବିକଶିତ ହେବା ଲକ୍ଷ୍ୟରେ ଶିକ୍ଷାଗ୍ରହଣ କରେ ।
(v) ଶିକ୍ଷଣ ବ୍ୟକ୍ତିଗତ ତଥା ସାମାଜିକ : ଶିକ୍ଷଣଦ୍ବାରା ବ୍ୟକ୍ତିଗତ ଉନ୍ନତି ଓ ସାମାଜିକ କଲ୍ୟାଣ ସମ୍ଭବ ହୁଏ ।
(vi) ଶିକ୍ଷଣ ସଂକ୍ରମଣାତ୍ମକ : ଗୋଟିଏ ପରିବେଶରେ ଅର୍ଜିତ ଅଭିଜ୍ଞତାଦ୍ୱାରା ମଣିଷର ପୁରାତନ ଅଭିଜ୍ଞତାରାଜିରେ କୋଠଭଣ୍ଡାର କ୍ରମଶଃ ପରିବର୍ଦ୍ଧିତ ହୁଏ ।
(vii) ଚରିତ୍ର ଗଠନ ହିଁ ଶିକ୍ଷଣ : ଶିକ୍ଷଣ ମାଧ୍ୟମରେ ବ୍ୟକ୍ତି ଆତ୍ମସଂଯମ, ସାଧନା, ଏକାଗ୍ରତା ଇତ୍ୟାଦିର ଦକ୍ଷତା ହାସଲ କରି ନିଜର ଚରିତ୍ର ଗଠନ କରିଥାଏ ।

ଶିକ୍ଷଣକୁ ପ୍ରଭାବିତ କରୁଥ‌ିବା ଉପାଦାନ :
(i) ଶାରୀରିକ ସ୍ଵାସ୍ଥ୍ୟ : କଥାରେ ଅଛି, ‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ । ଶାରୀରିକ ସୁସ୍ଥତା ଉପରେ ମାନସିକ ସୁସ୍ଥତା ଏବଂ ଉଭୟଙ୍କ ଉପରେ ଶିକ୍ଷଣ ନିର୍ଭର କରେ ।
(ii) ମାନସିକ ସ୍ଵାସ୍ଥ୍ୟ : ଶିଶୁର ମାନସିକ ସ୍ଵାସ୍ଥ୍ୟ ତା’ର ଶିକ୍ଷଣକୁ ପ୍ରଭାବିତ କରିଥାଏ । ଯେଉଁ ଶିଶୁମାନଙ୍କର ଶାରୀରିକ ଓ ମାନସିକ ପ୍ରୟୋଜନ ପୂରଣ ହୋଇଥାଏ, ସେମାନଙ୍କର ମାନସିକ ସ୍ଵାସ୍ଥ୍ୟ ଅବ୍ୟାହତ ରହିଥାଏ ।
(iii) ବଂଶାନୁଗୁଣ : ଶିକ୍ଷଣରେ ବଂଶାନୁଗୁଣର ଗୁରୁତ୍ଵପୂର୍ଣ୍ଣ ପ୍ରଭାବ ରହିଛି । ପିତାମାତା ଓ ପିତୃପୁରୁଷଙ୍କର ଅନ୍ତର୍ନିହିତ ଗୁଣରାଜି ଶିଶୁମାନଙ୍କଠାକୁ ଆସିଥାଏ ।
(iv) ପରିବେଷ୍ଟନୀ : ପିଲାମାନଙ୍କର ପିତୃପୁରୁଷଙ୍କଠାରୁ ସେମାନଙ୍କଠାକୁ ଆସିଥିବା ଅନ୍ତର୍ନିହିତ ଗୁଣମାନ ଉପଯୁକ୍ତ ପରିବେଷ୍ଟନୀ ପାଇଲେ ବିକଶିତ ହୁଏ ।
(v) ପରିପକ୍ଵତା : ଶିଶୁର ପରିପକ୍ବତା ଆସିଲେ ଶିକ୍ଷଣ ସହଜ ହୁଏ । ଗୋଟିଏ ନିର୍ଦ୍ଦିଷ୍ଟ ବୟସର ଶିଶୁମାନେ ବିଭିନ୍ନ ପ୍ରକାର ପରିପକ୍ବତା ଲାଭ କରିଥାଆନ୍ତି ।
(vi) ଶିକ୍ଷାଦାନ ପଦ୍ଧତି : ଉପଯୁକ୍ତ ଶିକ୍ଷାଦାନ ପଦ୍ଧତି ଶିକ୍ଷଣକୁ ତ୍ୱରାନ୍ବିତ କରିଥାଏ । ଶିଶୁର ଆଗ୍ରହ, ଅଭିରୁଚି ଓ ଦକ୍ଷତା ଅନୁସାରେ ଶିକ୍ଷାଦାନ କଲେ ଶିକ୍ଷଣର ସଫଳତା ମିଳିଥାଏ ।
(vii) ଶ୍ରେଣୀ ସଂଶ୍ରବ : ଶ୍ରେଣୀଗୃହର ସୁସ୍ଥ ଓ ମନୋଜ୍ଞ ବାତାବରଣ, ଶିକ୍ଷକଙ୍କ ଗଣତାନ୍ତ୍ରିକ ପ୍ରଭାବ ଓ ଆଚରଣଶୈଳୀ ଶିଶୁମାନଙ୍କ ଶିକ୍ଷଣକୁ ସଜୀବ ଓ ବେଗବତୀ କରି ଗଢ଼ିତୋଳେ ।

ଶିକ୍ଷଣ ତତ୍ତ୍ବ (Theories of Learning) :
ଶିକ୍ଷଣ ଏକ ଜଟିଳ ଏବଂ ଉଚ୍ଚତର ପ୍ରକ୍ରିୟା । ଶିକ୍ଷଣ ପ୍ରକ୍ରିୟାକୁ ଶିକ୍ଷକ ଜାଣି ଉପଯୁକ୍ତଭାବରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀମାନେ ଅଧ୍ଵ ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରିପାରିବେ । ଶିକ୍ଷଣ ପ୍ରକ୍ରିୟାର ନୀତି ନିୟମଗୁଡ଼ିକ ଜାଣିବାପାଇଁ ବିଭିନ୍ନ ପ୍ରକାର ଶିକ୍ଷଣ ତତ୍ତ୍ବ ଆବିଷ୍କାର କରାଯାଇଛି । ବିଭିନ୍ନ ମନୋବିଜ୍ଞାନୀମାନେ ପରୀକ୍ଷା କରି ଭିନ୍ନ ଭିନ୍ନ ଶିକ୍ଷଣ ତତ୍ତ୍ବ ଆବିଷ୍କାର କରିଛନ୍ତି, ଯାହାକୁ ଶିକ୍ଷାକ୍ଷେତ୍ରରେ ପ୍ରୟୋଗ କରାଯାଇଥାଏ ।
ସେଗୁଡ଼ିକ ହେଲା –
(a) ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ (Trial and Error Theory )
(b) ଅନୁବନ୍ଧିତ ଅନୁକ୍ରିୟା (Conditioned and Response Theory)
ଏବଂ (c) ଅନ୍ତଦୃଷ୍ଟି ତତ୍ତ୍ୱ (Theory of Insightful Learning)

(a) ପ୍ରଯତ୍ନ-ପ୍ରମାଦ ତତ୍ତ୍ବ (Trial and Error Theory) :
ବିଖ୍ୟାତ ମନସ୍ତତ୍ତ୍ୱବିତ୍ ମାର୍କିନ୍ ମନୋବୈଜ୍ଞାନିକ ଇ.ଏଲ୍.ଥଣ୍ଡିଡାଇକ୍ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ପ୍ରବର୍ତ୍ତକ । ଏହି ତତ୍ତ୍ଵରେ ସେ ଉଦ୍ଦୀପନା ଓ ପ୍ରତିକ୍ରିୟା ମଧ୍ୟରେ ସ୍ଥାପିତ ହେଉଥ‌ିବା ସଂଯୋଗ ଉପରେ ବିଶେଷଭାବରେ ଗୁରୁତ୍ବ ଆରୋପ କରିଛନ୍ତି । ଏହି ତତ୍ତ୍ବ ଅନୁସାରେ ଉଦ୍ଦୀପନା ଓ ପ୍ରତିକ୍ରିୟା ମାଧ୍ୟମରେ ଯେଉଁ ସଂଯୋଗ ସ୍ଥାପିତ ହୁଏ, ତାହା ହେଉଛି ବିଭିନ୍ନ ଅଭ୍ୟାସ ଓ ଭ୍ରମାତ୍ମକ ପ୍ରତିକ୍ରିୟାଗୁଡ଼ିକର ଭ୍ରମ ସଂଶୋଧନର ଫଳ । ବ୍ୟକ୍ତି କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟର ବା ସମସ୍ୟାର ସମ୍ମୁଖୀନ ହେଲେ, ଏହି ସମସ୍ୟାର ସମାଧାନ ବା ଲକ୍ଷ୍ୟରେ ଉପନୀତ ହେବାପାଇଁ ନାନାଭାବରେ ନାନାପ୍ରକାର ଚେଷ୍ଟା କରିଥାଏ । ଗୋଟିଏ ପ୍ରଣାଳୀରେ ବିଫଳ ହେଲେ ତାହାକୁ ବର୍ଜନ କରି ଅନ୍ୟ ଗୋଟିଏ ପ୍ରଣାଳୀ ପ୍ରୟୋଗ କରିଥାଏ । ଏହିପରି ଭାବରେ ଗୋଟିଏ ପରେ ଗୋଟିଏ ପ୍ରଚେଷ୍ଟା କରି ଅବଶେଷରେ ସେ ନିର୍ଭୁଲ୍ ସମାଧାନ ଆବିଷ୍କାର କରି ନିଜର ଉଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚେ ଓ ସଫଳ ଶିକ୍ଷାଲାଭ କରେ । ଏହାକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ଵ କହନ୍ତି ।

ଏହି ପ୍ରଯତ୍ନ-ପ୍ରମାଦ ତତ୍ତ୍ଵଟିକୁ ଇ.ଏଲ୍. ଥଣ୍ଡିଡାଇକ୍ ବିରାଡ଼ି ଉପରେ ପରୀକ୍ଷା କରିଥିଲେ । ଏହି ପରୀକ୍ଷାରେ ଏକ ଭୋକିଲା ବିରାଡ଼ିକୁ ଏକ ଗୋଲକଧନ୍ଦାମୂଳକ ବାକ୍ସରେ ରଖ୍ ବାହାରେ ମାଛ ରଖାଗଲା । ମାଛ ପାଇବାପାଇଁ ଇତସ୍ତତଃ ହୋଇ ଅସଫଳ ପ୍ରୟାସରୁ ସେ ହଠାତ୍ ରାସ୍ତା ପାଇ ଖାଦ୍ୟ ଖାଇପାରିଲା । ବାରମ୍ବାର ଏହି ପଦ୍ଧତିର ପ୍ରୟୋଗ କରାଯିବାରୁ ଦେଖାଗଲା ଯେ ବିରାଡ଼ିଟିର ତ୍ରୁଟି କମି କମି ସଫଳତାର ସମୟ ଶୀଘ୍ର ହୋଇପାରୁଛି । ଏହା ଏକ ନୂତନ ଶିକ୍ଷଣର ନମୁନା ଯାହାକୁ ପ୍ରଯତ୍ନ-ପ୍ରମାଦ ତତ୍ତ୍ୱ କୁହାଯାଏ ।

• ପ୍ରଯତ୍ନ-ପ୍ରମାଦ ତତ୍ତ୍ଵର ମୁଖ୍ୟ ଉପାଦାନ :
(1) ଆବଶ୍ୟକତା
(2) ପ୍ରଣୋଦନା, ଚେଷ୍ଟା, ଇଚ୍ଛାଶକ୍ତି
(3) ପ୍ରତିବନ୍ଧକ, ସମସ୍ୟା
(4) ଇତସ୍ତତଃ ଗତି, ବିଫଳ ଚେଷ୍ଟା ବା ପ୍ରୟାସ
(5) ଆକସ୍ମିକ ସଫଳତା
(6) ନୂତନ ଶିକ୍ଷଣ ଓ ସମସ୍ୟା ସମାଧାନ

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

(b) ଅନୁବନ୍ଧିତ ଅନୁକ୍ରିୟା (Conditioned and Response Theory) :
କୌଣସି ବାହ୍ୟ ଉଦ୍ଦୀପକ ପ୍ରୟୋଗ ହେଲାମାତ୍ରକେ ଯେତେବେଳେ ବ୍ୟକ୍ତି ସ୍ଵତଃକ୍ରିୟଭାବେ ପ୍ରତିକ୍ରିୟା ପ୍ରକାଶ କରିଥାଏ; ଅର୍ଥାତ୍ ଏହି ପ୍ରତିକ୍ରିୟା ଯେତେବେଳେ ବ୍ୟକ୍ତିର ଇଚ୍ଛାଧୀନ ହୋଇନଥାଏ ସେତେବେଳେ ଏହି ପ୍ରକ୍ରିୟାକୁ ପ୍ରତ୍ୟାବର୍ଜ୍ୟ କ୍ରିୟା ବା ଅନୁବନ୍ଧିତ କ୍ରିୟା କୁହାଯାଏ । ରୁଷିଆର ବିଶିଷ୍ଟ ମନୋବୈଜ୍ଞାନିକ ପାଭଲଭ୍ ଏବଂ ଆମେରିକାର ବିଶିଷ୍ଟ ମନୋବୈଜ୍ଞାନିକ ୱାଟ୍‌ସନ୍‌ ଏହି ପଦ୍ଧତିର ସମର୍ଥକ । ଏହି କ୍ରିୟାରେ ପୁନରାବୃତ୍ତିର ପ୍ରୟୋଗ ଥାଏ । ଅନୁବନ୍ଧିତ କ୍ରିୟା ସହିତ ଦଣ୍ଡ ଓ ପ୍ରଶଂସା ଘନିଷ୍ଠଭାବେ ଜଡ଼ିତ ।

ଅନୁବନ୍ଧିତ ଅନୁକ୍ରିୟା ତତ୍ତ୍ଵର ବିଶେଷ ଉପାଦାନ :
(1) ଉଦ୍ଦୀପକ ଓ ପ୍ରତିକ୍ରିୟା
(2) ଅର୍ଜିତ ଜ୍ଞାନ
(3) ନିର୍ବାପନ
(4) ସ୍ଵତଃ ପୁନଃପ୍ରାପ୍ତି
(5) ଉଦ୍ଦୀପକ ପୃଥକୀକରଣ
(6) ଉଚ୍ଚ ସ୍ତରର ଶିକ୍ଷଣ

ଅନୁବନ୍ଧିତ ଅନୁକ୍ରିୟାର ଶିକ୍ଷାଗତ ପ୍ରୟୋଗ : ଶିକ୍ଷାକ୍ଷେତ୍ରରେ ଏହି ତତ୍ତ୍ଵର ନିମ୍ନଲିଖ ପ୍ରଭାବ ପରିଲକ୍ଷିତ ହୁଏ ।
(i) ଦଣ୍ଡ ଓ ପ୍ରଶଂସା : ପ୍ରଶଂସା ଅନୁବନ୍ଧିତ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ସୃଷ୍ଟି କରି ଶିକ୍ଷଣକୁ ତ୍ୱରାନ୍ବିତ କରେ ।
(ii) ସ୍ନେହ ଓ ଘୃଣା : ସ୍ନେହ ଏବଂ ଘୃଣା ଏକ ଆବେଗାତ୍ମକ ମାନସିକ କ୍ରିୟା । ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ । ଏହା ବ୍ୟକ୍ତିର ବ୍ୟକ୍ତିଗତ ତଥା ସାମାଜିକ ସମ୍ପର୍କ ଉପରେ ନିର୍ଭର କରେ ।
(iii) ଅନ୍ଧବିଶ୍ଵାସ : ହଠାତ୍ ବିରାଡ଼ିଟିଏ ରାସ୍ତ ପାରିହେଲା । ଏହା ତା’ର ସ୍ଵାଭାବିକ କ୍ରିୟା ଅଟେ । ମନରେ ଧାରଣା ନିଶ୍ଚୟ ହେବ, କିଛି ଅନିଷ୍ଟ ହେବ ।
(iv) ପୁନରାବୃତ୍ତି ଓ ଅଭ୍ୟାସ ଗଠନ : ପୁନରାବୃତ୍ତି ମାଧ୍ୟମରେ ଛାତ୍ରଛାତ୍ରୀମାନେ ଇତିହାସ, ଭୂଗୋଳ ଏବଂ ଅନ୍ୟ ବିଷୟ ଅଧ୍ୟୟନ କରିଥା’ନ୍ତି । ସେମାନେ ଏହାକୁ ଅଭ୍ୟାସରେ ପରିଣତ କରନ୍ତି ।
(v) ମନୋବୃତ୍ତି ଗଠନ : ପରିବାରରେ ପିତାମାତାଙ୍କ ପ୍ରତି ପିଲାମାନଙ୍କର ମନୋବୃତ୍ତି ଭିନ୍ନ ଭିନ୍ନ ଅଟେ ।
(vi) ଭାଷା ଶିକ୍ଷା : ନୂତନ ଶବ୍ଦ, ସଂଖ୍ୟା ଏବଂ ବସ୍ତୁ ସମ୍ପର୍କରେ ଶିକ୍ଷାଦାନ କରିବାକୁ ହେଲେ ପ୍ରାକୃତିକ ଉଦ୍ଦୀପକର ସାହାଯ୍ୟ ନେବାକୁ ହୋଇଥାଏ ।

(C) ଅନ୍ତଦୃଷ୍ଟି ତତ୍ତ୍ବ :
ଅନ୍ତଦୃଷ୍ଟି ତତ୍ତ୍ଵକୁ ସମଗ୍ରାକୃତି (Gestalt) ତତ୍ତ୍ବ କୁହାଯାଏ । ଉକ୍ତ ତତ୍ତ୍ଵର ପ୍ରବର୍ତ୍ତକ ଜର୍ମାନ୍ ମନୋବିଜ୍ଞାନୀମାନେ ଉଲ୍‌ ଗ୍ୟାଙ୍ଗ୍ କୋହଲ୍‌ର (W.G. Kohler), କୁର୍ଟ କୋଫ୍‌କା (Kurt Kofka) ଏବଂ ଡବ୍ଲ୍ୟୁ.ଏକ୍ସ. ୱାର୍‌ଦାଇମର (W.X. Wertheimer) ଅଟନ୍ତି । ଏମାନେ ଗେଷ୍ଟାଲଟ୍‌ ପରିବାରର ଅନ୍ତର୍ଭୁକ୍ତ । ଜର୍ମାନୀ ଭାଷାରେ ଗେଷ୍ଟାଲ୍ଟ ଶବ୍ଦର ଅର୍ଥ ହେଉଛି ସମଗ୍ର (Whole) ବା ସଂଗଠନ ଦକ୍ଷତା (Configuration) ।

ଏମାନେ ଥଣ୍ଡିଡାଇକ୍‌ଙ୍କଦ୍ଵାରା ପ୍ରବର୍ତ୍ତିତ ପ୍ରଯନ୍ -ପ୍ରମାଦ ତତ୍ତ୍ଵର ଘୋର ବିରୋଧୀ । ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ଯରେ ବାରମ୍ବାର ସମ୍ପର୍କ ଶିକ୍ଷଣର ମୂଳମନ୍ତ୍ର ନୁହେଁ । ଏମାନେ ବିଶ୍ୱାସ କରନ୍ତି – କୌଣସି ପରିସ୍ଥିତିରେ କୌଣସି ପଦାର୍ଥ ବା ପ୍ରକ୍ରିୟାର ଅଂଶ ଅପେକ୍ଷା ବସ୍ତୁର ସମଗ୍ରତା ଉପରେ ଅଧିକ ଗୁରୁତ୍ୱ ରହିଛି । ଶିକ୍ଷଣ ସମସ୍ତ ପରିସ୍ଥିତି ଉପରେ ନିର୍ଭର କରେ । ଅନ୍ତଦୃଷ୍ଟି ମାଧ୍ୟମରେ ଶିକ୍ଷଣର ଅର୍ଥ ହଠାତ୍ କୌଣସି ସମସ୍ୟାକୁ ହୃଦୟଙ୍ଗମ କରି ସମାଧାନ କରିବା ।

ଅନ୍ତଷ୍ଟିର ଅର୍ଥ :
(i) ୱାର୍‌ଦାଇମର : ଗେଷ୍ଟାଲ୍ଟ ଏକ ସାମଗ୍ରିକ ତତ୍ତ୍ଵ ଯାହାର ଗୁଣାବଳୀ ବ୍ୟକ୍ତିର କେତେଗୁଡ଼ିଏ ବୈଶିଷ୍ଟ୍ୟଦ୍ୱାରା ନୁହେଁ, ଏହା ଅନ୍ତର୍ନିହିତ ପ୍ରକୃତିର ସମଗ୍ର ଅନୁଧ୍ୟାନରୁ ଜଣାପଡ଼େ ।
(ii) କୋହଲର୍ : ଗେଷ୍ଟାଲଟ୍‌ର ଅର୍ଥ ଏକ ସମଗ୍ର । ଯେତେବେଳେ ଗୋଟିଏ ପ୍ରଣାଳୀକୁ ସକ୍ରିୟଭାବେ ବର୍ଣ୍ଣନ କରାଯାଏ ଏବଂ ସେତେବେଳେ ପରିସ୍ଥିତିଗୁଡ଼ିକର ଏକତ୍ର ସମାବେଶଦ୍ଵାରା ଏହା ସ୍ବତଃ ପ୍ରସ୍ତୁତ ହୁଏ । ସେହି ପ୍ରଣାଳୀ ଗେଷ୍ଟାଲ୍‌ଟ୍ ମନୋବିଜ୍ଞାନର ଅନ୍ତର୍ଭୁକ୍ତ ହୋଇଥାଏ ।

ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନ (Factors affecting learning)
ଶିକ୍ଷଣକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକୁ 4 ଭାଗରେ ବିଭକ୍ତ କରାଯାଇଅଛି; ଯଥା –
(1) ଶାରୀରିକ ବିଷୟ (Physical factors)
(2) ମାନସିକ ବିଷୟ (Psychological factors)
(3) ପରିବେଷ୍ଟନୀ ସମ୍ବନ୍ଧୀୟ ବିଷୟ (Environmental factors)
(4) ଶିକ୍ଷଣ ପଦ୍ଧତି (Methodology)

(1) ଶାରୀରିକ ବିଷୟ – ଶାରୀରିକ ସ୍ବାସ୍ଥ୍ୟ, କ୍ଳାନ୍ତି, ଶିକ୍ଷଣ ସମୟ, ଖାଦ୍ୟ, ପାନୀୟ ଓ ବୟସ ଇତ୍ୟାଦି ଏହି ଶାରୀରିକ ବିଷୟ ମଧ୍ୟରେ ଅନ୍ତର୍ଭୁକ୍ତ । ଏହି ଉପାଦାନଗୁଡ଼ିକୁ ନେଇ ବ୍ୟକ୍ତିର ଇନ୍ଦ୍ରିୟାନୁଭୂତି ଓ ପ୍ରତ୍ୟକ୍ଷ ଜ୍ଞାନଦ୍ୱାରା ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏକ ଉତ୍ତମ ସ୍ବାସ୍ଥ୍ୟସମ୍ପନ୍ନ ବ୍ୟକ୍ତି ନିକଟରେ ଶିକ୍ଷଣ ପ୍ରକ୍ରିୟା ଉତ୍ତମରୂପେ ବିକଶିତ ହୋଇଥାଏ । ସେହିପରି ପୁଷ୍ଟିକର ଖାଦ୍ୟ ଉପରେ ଶିଶୁର ମାନସିକ ଅବସ୍ଥା ଅନେକ ମାତ୍ରାରେ ନିର୍ଭର କରେ । ବାୟୁମଣ୍ଡଳର ପରିବର୍ତ୍ତିତ କ୍ରିୟା-ପ୍ରତିକ୍ରିୟା ଅନୁଯାୟୀ ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ ।

(2) ମାନସିକ ବିଷୟ – ଶିଶୁର ଶିକ୍ଷଣ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ମାନସିକ ବିଷୟଗୁଡ଼ିକ ହେଲା – ଶିଶୁର ମାନସିକ ସ୍ଵାସ୍ଥ୍ୟ, ପ୍ରବର୍ତ୍ତନା ଓ ଆଗ୍ରହ, କୃତିତ୍ଵ, ପ୍ରଶଂସା ଓ ନିନ୍ଦା, ପୁରସ୍କାର ଓ ଦଣ୍ଡ ଇତ୍ୟାଦି । ଶିଶୁର ମାନସିକ ଅଭିବୃଦ୍ଧିଦ୍ୱାରା ତା’ର ଶିକ୍ଷଣ ପ୍ରକ୍ରିୟା ଅତିମାତ୍ରାରେ ପ୍ରଭାବିତ ହୋଇଥାଏ । ଏହି ମାନସିକ ବିଷୟଗୁଡ଼ିକଦ୍ଵାରା ଶିଶୁର ଚିନ୍ତାଶକ୍ତି, କଳ୍ପନାଶକ୍ତି, ସ୍ମୃତିଶକ୍ତିଗୁଡ଼ିକୁ ବିକଶିତ ହୋଇଥାଏ । ଏଗୁଡ଼ିକର ବିକାଶ ଉପରେ ଶିଶୁର ଶିକ୍ଷଣ ପ୍ରକ୍ରିୟା ଅତିମାତ୍ରାରେ ନିର୍ଭରଶୀଳ । ଏହାଛଡ଼ା ବ୍ୟକ୍ତିତ୍ଵ ଉପରେ ତୀବ୍ରଭାବେ ଆଘାତ ନ ପକାଇ ତାହାର ଆବେଗ ଓ ଇଚ୍ଛା ପ୍ରବୃତ୍ତିକୁ ନିୟନ୍ତ୍ରଣ କରିବା ମଧ୍ୟ ଏହି ମାନସିକ ବିଷୟବସ୍ତୁର ଏକ ବିଶେଷ ଦିଗ ଅଟେ ।

(3) ପରିବେଷ୍ଟନୀ ସମ୍ବନ୍ଧୀୟ ବିଷୟ – ଶିଶୁର ଚତୁଃପାର୍ଶ୍ଵରେ ଥ‌ିବା ସମାଜ, ପରିବେଶ ତଥା ପରିବେଷ୍ଟନୀକୁ ନେଇ ପରିବେଷ୍ଟନୀଗତ ବିଷୟ ସଙ୍ଗଠିତ । ସାଧାରଣତଃ ଗୃହ, ବିଦ୍ୟାଳୟ, ସାଙ୍ଗସାଥୀ ଓ ସମାଜକୁ ନେଇ ଏହା ଗଠିତ । ଶିଶୁର ଚାଲିଚଳନ, ଆଚାର ବ୍ୟବହାର, କଥାବାର୍ତ୍ତା ଓ କାମଦାମ ଇତ୍ୟାଦି ଏଗୁଡ଼ିକଦ୍ୱାରା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଥାଏ । ସେହିପରି ପରିବାରରେ ପିତାମାତା ଶିଶୁ ପ୍ରତି ଅତ୍ୟଧ‌ିକ ଯତ୍ନଶୀଳ ହେବା ସମ୍ପୂର୍ଣ୍ଣରୂପେ ଅନୁଚିତ ।

ଅତ୍ୟଧ‌ିକ ଯତ୍ନଶୀଳ ହେଲେ ଶିଶୁର ସ୍ଵାଧୀନଭାବରେ ଚିନ୍ତା ଓ କାର୍ଯ୍ୟ କରିବାର କ୍ଷମତା ନଷ୍ଟ ହୋଇଥାଏ ଏବଂ ଶିଶୁ ଦୁର୍ବଳ ଓ ଭୀରୁ ପାଲଟିଯାଏ । ଅପରପକ୍ଷେ ଅଯତ୍ନଶୀଳ ମନୋଭାବ ଯୋଗୁଁ ଶିଶୁ ମନରେ ବିରୋଧଭାବାପନ୍ନ ମନୋଭାବ; ଯଥା – ଅସାମାଜିକତା, ସନ୍ଦେହପ୍ରବଣତା, ଦୁର୍ବଳତା, ଔଦାସୀନ ଇତ୍ୟାଦି ଦେଖାଯାଏ । ପରିବାର ବ୍ୟତୀତ ବିଦ୍ୟାଳୟ, ଶିକ୍ଷକ ଏବଂ ଶିକ୍ଷଣ ପରିବେଶ ମଧ୍ୟ ଶିଶୁକୁ ପ୍ରଭାବିତ କରିଥାଏ ।

CHSE Odisha Class 12 Education Solutions Chapter 6 ଶିକ୍ଷଣ ପ୍ରକ୍ରିୟା ଓ ଶିକ୍ଷଣ ତତ୍ତ୍ବ

ଶିକ୍ଷକଙ୍କର ସ୍ନେହପୂର୍ଣ ବ୍ୟକ୍ତିତ୍ୱ, ମଧୁର ବ୍ୟବହାର ଶିକ୍ଷା ଗ୍ରହଣ ପାଇଁ ଶିଶୁ ମନରେ ଆଗ୍ରହ ସୃଷ୍ଟି କରେ । ଏହାଦ୍ଵାରା ଶିକ୍ଷଣ ପ୍ରକ୍ରିୟା ସଫଳ ଗତିରେ ଅଗ୍ରଗତି କରିପାରେ ।

(4) ଶିକ୍ଷଣ ପଦ୍ଧତି – ଉପଯୁକ୍ତ ଶିକ୍ଷାଦାନ ପଦ୍ଧତିଦ୍ୱାରା ଉନ୍ନତ ଶିକ୍ଷଣ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ । ଏକ ସଫଳ ଶିକ୍ଷଣ ପଦ୍ଧତି ହିଁ ଶିକ୍ଷାର ଲକ୍ଷ୍ୟ ପୂରଣରେ ସହାୟକ ହୋଇପାରିବ ।

ତେଣୁ ଶିଶୁର ଆଗ୍ରହ, ରୁଚି, ବୟସ ଅନୁସାରେ ଶିକ୍ଷଣ ପ୍ରକ୍ରିୟା କାର୍ଯ୍ୟକାରୀ ହେବା ଉଚିତ ।
ଶିକ୍ଷଣର ନିୟମ : ଶିକ୍ଷଣ ଏକ ଜଟିଳ ପ୍ରକ୍ରିୟା । ଶିକ୍ଷଣ କ୍ଷେତ୍ରରେ ବିଭିନ୍ନ ନିୟମ ଯଦି ପ୍ରୟୋଗ କରାଯାଏ, ତେବେ ତାହା ସରଳ ହୁଏ । ଶିକ୍ଷଣର ନିୟମଗୁଡ଼ିକ ଇ.ଏଲ. ଥଣ୍ଡିଡାଇକ୍‌ଙ୍କଦ୍ୱାରା ପ୍ରବର୍ତ୍ତିତ ହୋଇଛି ।
ସେଗୁଡ଼ିକ ହେଲା –
୧. ପ୍ରସ୍ତୁତି ନିୟମ (Law of Readiness),
୨. ଅଭ୍ୟାସ ନିୟମ (Law of Exercise),
୩. ଫଳାଫଳ ନିୟମ (Law of effect) ।

୧. ପ୍ରସ୍ତୁତି ନିୟମ : ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷାର୍ଥୀ ଯେତେବେଳେ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ମନରେ ସନ୍ତୋଷ ଜାତ ହୁଏ । ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ ନୁହେଁ, ସେହି ସମୟରେ ତାକୁ ଶିକ୍ଷାଦାନ କଲେ ତା’ ମନରେ ବିରକ୍ତି ଭାବ ଜାତି ହୁଏ । ଏହି ନିୟମ ଅନୁସରଣ କରି ଶିକ୍ଷକ ଶିକ୍ଷଣ ପ୍ରକ୍ରିୟାରେ ଦଣ୍ଡ-ପ୍ରଶଂସାର ବ୍ୟବହାର କରିବା ଉଚିତ ।

୨. ଅଭ୍ୟାସ ନିୟମ : ଅଭ୍ୟାସ ନିୟମ ଅନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ, ସେ କାର୍ଯ୍ୟକୁ ନିଜର ଆୟତ୍ତ କରିପାରେ । ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ, ତାହା ବିସ୍ମରଣ ହୁଏ ଓ ସେ କାର୍ଯ୍ୟ ଶିକ୍ଷା କରିବା ସହଜ ନୁହେଁ ।

ଏହି ଅଭ୍ୟାସ ନିୟମର କେତେଗୁଡ଼ିଏ ଉପନିୟମ ରହିଛି; ସେଗୁଡ଼ିକ ହେଲା –
(a) ପୌନଃପୁନଃ ନିୟମ : ଉକ୍ତ ନିୟମ ଅନୁଯାୟୀ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟାକଲେ, ସେ କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(b) ସାମ୍ପ୍ରତ୍ୟ ନିୟମ : ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ଅଭ୍ୟାସର ବ୍ୟବଧାନ ଅଧ୍ଵ ରହିଲେ ତାହା ଶିକ୍ଷଣକୁ ପ୍ରଭାବିତ କରେ । ପରୀକ୍ଷା ଦେବା ପୂର୍ବରୁ ଛାତ୍ରମାନେ ବହି ଦେଖୁବାରେ ବ୍ୟସ୍ତ ଥାଆନ୍ତି । ଖେଳିବା ପୂର୍ବରୁ ଖେଳ ଅଭ୍ୟାସ କରାଯାଇଥାଏ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୁଏ ।
(C) ତୀବ୍ରତା ନିୟମ : ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ତୀବ୍ରତା ରହିବା ଉଚିତ । ତୀବ୍ର ଉଦ୍ଦୀପକ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରେ ।

୩. ଫଳାଫଳ ନିୟମ : ପ୍ରତ୍ୟେକ ଶିକ୍ଷଣର ଫଳାଫଳ ଉପରେ ତାହା ଗୁରୁତ୍ଵ ଉପଲବ୍ଧ କରାଯାଇଥାଏ । ଅନେକ ପ୍ରୟାସ ପରେ ପ୍ରାଣୀ ଯଦି ଆନନ୍ଦ, ସନ୍ତୋଷ ବା ପ୍ରଶଂସା ପାଇପାରେ ନାହିଁ, ତେବେ ସେ ପ୍ରକାର ଶିକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରି ନଥାଏ । ଫଳାଫଳ ନିୟମ ଅନୁଯାୟୀ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଯଦି ତୃପ୍ତିଦାୟକ ହୋଇଥାଏ, ତେବେ ଶିକ୍ଷଣ ଫଳପ୍ରଦ ହୁଏ । ପ୍ରତିକ୍ରିୟା ବିରକ୍ତିକର, ଅସନ୍ତୋଷପୂର୍ଣ୍ଣ ଏବଂ ତୃପ୍ତିଦାୟକ ନ ହେଲେ ପ୍ରାଣୀ ଶିକ୍ଷା ପ୍ରତି ଅନାସକ୍ତ ହୁଏ ।

ଶିକ୍ଷଣର ନୀତି (Laws of learning) – ଥଣ୍ଡିଡାଇକ୍ ପ୍ରଯତ୍ନ-ପ୍ରମାଦ ଶିକ୍ଷଣ ପଦ୍ଧତିର ବହୁବିଧ ପରୀକ୍ଷା କରି ଶିକ୍ଷଣର ତିନୋଟି ପ୍ରଧାନ ନିୟମ ଓ ପାଞ୍ଚଗୋଟି ଗୌଣ ନିୟମ ପ୍ରବର୍ତ୍ତନ କରିଯାଇଅଛନ୍ତି । ସେଗୁଡ଼ିକ ହେଲା –
(1) ଅଭ୍ୟାସ ନିୟମ (Law of Exercise)- ଅଭ୍ୟାସ ନିୟମ ଅନୁସାରେ ଯେଉଁ କାର୍ଯ୍ୟର ବାରମ୍ବାର ପୁନରାବୃତ୍ତି ହୁଏ, ତାହା ସହଜରେ ଆୟତ୍ତ କରିହୁଏ । ଯେଉଁ କାର୍ଯ୍ୟର ପୁନରାବୃତ୍ତି ହୁଏ ନାହିଁ ସେ କାର୍ଯ୍ୟ ଶିକ୍ଷା କରିବା ସହଜ ନୁହେଁ ।
ଏହି ଅଭ୍ୟାସ ନିୟମର କେତେଗୁଡ଼ିଏ ଉପନିୟମ ରହିଛି । ସେଗୁଡ଼ିକ ହେଲା –
(a) ପୌନଃପୁନଃ ନିୟମ (Law of Frequency) – ଏହି ନିୟମ ଅନୁସାରେ କୌଣସି ବ୍ୟକ୍ତି ବାରମ୍ବାର ଚେଷ୍ଟା କଲେ ସେ କାର୍ଯ୍ୟକୁ ନିଜ ଆୟତ୍ତକୁ ଆଣିପାରେ କିମ୍ବା ଅଭ୍ରାନ୍ତ ଭାବରେ କାର୍ଯ୍ୟ ସମ୍ପାଦିତ ହୋଇଥାଏ ।
(b) ସାମ୍ପ୍ରତ୍ୟ ନିୟମ (Law of Recency) – ଏହି ନିୟମ ଅନୁସାରେ ସମୟର ବ୍ୟବଧାନ ଶିକ୍ଷଣକୁ ପ୍ରଭାବିତ କରେ । ଅନେକ ଦିନ ପୂର୍ବରୁ କରିଥିବା ଶିକ୍ଷଣ ପ୍ରକ୍ରିୟାର ଉଦ୍ଦୀପକ ଓ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଦୃଢ଼ୀଭୂତ ହୁଏ ।
(c) ତୀବ୍ରତା ନିୟମ (Law of Intensity) – ଏହି ନିୟମ ଅନୁସାରେ ଉଦ୍ଦୀପକ ତସମ୍ବନ୍ଧୀୟ ପ୍ରତିକ୍ରିୟା ମଧ୍ୟରେ ଯେଉଁ ସମ୍ପର୍କ ସ୍ଥାପିତ ହୁଏ ତାହା ଅନେକ ପରିମାଣରେ ତୀବ୍ରତା ଉପରେ ନିର୍ଭର କରେ ।

(2) ପ୍ରସ୍ତୁତି ନିୟମ (Law of Readiness) – ପ୍ରସ୍ତୁତି ନିୟମ ଅନୁଯାୟୀ ଶିକ୍ଷାର୍ଥୀ ଯେତେବେଳେ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ, ସେହି ସମୟରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ମନରେ ସନ୍ତୋଷ ଜାତ ହୁଏ । ଯେତେବେଳେ ଶିକ୍ଷାର୍ଥୀ ଶିକ୍ଷାଲାଭ କରିବାକୁ ପ୍ରସ୍ତୁତ ନୁହେଁ, ସେହି ସମୟରେ ତାକୁ ଶିକ୍ଷାଦାନ କଲେ ତା’ ମନରେ ବିରକ୍ତିଭାବ ଜାତ ହୁଏ । ଏହି ନିୟମ ଅନୁସରଣ କରି ଶିକ୍ଷକ ଶିକ୍ଷଣ ପ୍ରକ୍ରିୟାରେ ଦଣ୍ଡ-ପ୍ରଶଂସାର ବ୍ୟବହାର କରିବା ଉଚିତ ।

(3) ଫଳାଫଳ ନିୟମ (Law of Effect) – ପ୍ରତ୍ୟେକ ଶିକ୍ଷଣର ଫଳାଫଳ ଉପରେ ତାହାର ଗୁରୁତ୍ବ ଉପଲବ୍‌ଧ୍ କରାଯାଇଥାଏ । ଅନେକ ପ୍ରୟାସ ପରେ ପ୍ରାଣୀ ଯଦି ଆନନ୍ଦ, ସନ୍ତୋଷ ବା ପ୍ରଶଂସା ପାଇପାରେ ନାହିଁ, ତେବେ ସେପ୍ରକାର ଶିକ୍ଷଣ ପାଇଁ ଆଗ୍ରହ ପ୍ରକାଶ କରିନଥାଏ । ଫଳାଫଳ ନିୟମ ଅନୁଯାୟୀ ଉଦ୍ଦୀପକ ଏବଂ ପ୍ରତିକ୍ରିୟା ମଧ୍ୟରେ ସମ୍ପର୍କ ଯଦି ତୃପ୍ତିଦାୟକ ହୋଇଥାଏ, ତେବେ ଶିକ୍ଷଣ ଫଳପ୍ରଦ ହୁଏ । ପ୍ରତିକ୍ରିୟା ବିରକ୍ତିକର, ଅସନ୍ତୋଷପୂର୍ଣ୍ଣ ଏବଂ ତୃପ୍ତିଦାୟକ ନହେଲେ ପ୍ରାଣୀ ଶିକ୍ଷା ପ୍ରତି ଅନାସକ୍ତ ହୁଏ ।

ଗୌଣ ନୀତି :
(1) ବହୁ ପ୍ରକ୍ରିୟା ନୀତି – ଉଦ୍ଦୀପକ ଗୋଟିଏ ଓ ସମାନ ହେଲେ ମଧ୍ୟ ଜଣେ ବ୍ୟକ୍ତିର ସେଥ୍ୟପ୍ରତି ପ୍ରତିକ୍ରିୟା ବିଭିନ୍ନ ହୋଇପାରେ ।
(2) ମାନସିକ ପ୍ରସ୍ତୁତି ନୀତି – ଏକ ନିର୍ଦ୍ଦିଷ୍ଟ ଉଦ୍ଦୀପକ ପ୍ରତି ପ୍ରତିକ୍ରିୟା ମନର ଅବସ୍ଥା ଉପରେ ନିର୍ଭର କରେ । ଶିକ୍ଷାର୍ଥୀମାନେ କ୍ଳାନ୍ତ ଅବସନ୍ନ ଥିବା ସମୟରେ ବା କୌଣସି ଦୁଃସମ୍ବାଦ ବା ଶାରୀରିକ ପୀଡ଼ାଗ୍ରସ୍ତ ଥ‌ିବା ସମୟରେ ସେମାନଙ୍କ ପକ୍ଷରେ ଶିକ୍ଷାଦାନ ତୃପ୍ତିକର ବା ଗ୍ରହଣୀୟ ହୋଇନଥାଏ ।
(3) ଆଂଶିକ କ୍ରିୟା ନୀତି – ଏହି ନୀତି ଅନୁଯାୟୀ କୌଣସି ଉଦ୍ଦୀପକର ପ୍ରତ୍ୟକ୍ଷଜନିତ ଯେଉଁ ପ୍ରତିକ୍ରିୟା ଜାତ ହୁଏ, ତାହା ସମଗ୍ର ଉଦ୍ଦୀପକ ପ୍ରତି ପ୍ରଯୁଜ୍ୟ ନ ହୋଇ ତାହାର ଏକ ବିଶେଷ ଅଂଶ ବା ସତ୍ତା ପ୍ରତି ପ୍ରଯୁଜ୍ୟ ହୋଇଥାଏ । ଉଦାହରଣସ୍ୱରୂପ, ମା’ ଯେକୌଣସି ଅବସ୍ଥାରେ ଥିଲେ ମଧ୍ୟ ବା ଯେକୌଣସି ପୋଷାକ ପିନ୍ଧିଥିଲେ ମଧ୍ୟ ଶିଶୁ ମା’କୁ ଦେଖ୍ ଆନନ୍ଦିତ ହୁଏ ।
(4) ସାଦୃଶ୍ୟ ନୀତି – ଶିଶୁ ଯଦି କୌଣସି ନୂତନ ପରିସ୍ଥିତିର ସମ୍ମୁଖୀନ ହୁଏ, ତା’ ହେଲେ ଏ ଅବସ୍ଥାରେ ଶିଶୁ ପୂର୍ବେ ଉପଲବ୍ଧି କରିଥିବା ସେହି ଜାତୀୟ ଅନ୍ୟ ପରିସ୍ଥିତିକୁ ସ୍ମରଣ କରେ ଏବଂ ତାହାର ପ୍ରତିକ୍ରିୟା ପୂର୍ବ ପରିସ୍ଥିତିର ପ୍ରତିକ୍ରିୟା ସ୍ଵରୂପ ହୋଇଥାଏ ।
(5) ପାରସ୍ପରିକ ସମୃଦ୍ଧିକରଣ ନୀତି – ଏହି ନୀତିଟି ଯଥାର୍ଥରେ ଅନୁବନ୍ଧିତ କ୍ରିୟା ନୀତିର ସ୍ଵରୂପ । ଏହି ନୀତି ଅନୁସାରେ ପ୍ରକ୍ରିୟା ସହିତ ଯେକୌଣସି ଉଦ୍ଦୀପକକୁ ସହିତ ସଂଯୁକ୍ତ କରାଯାଇପାରେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 4 ମାନସିକ ବିକାର & ମାନସିକ ବିକାର ଚିକିତ୍ସା Short & Long Answer Questions

CHSE Odisha 12th Class Psychology Unit 4 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ଅସ୍ବାଭାବିକ ବ୍ୟବହାର କାହାକୁ କୁହାଯାଏ ?
Answer:
ଯେଉଁ ବ୍ୟବହାର ସ୍ଵାଭାବିକ ବ୍ୟବହାରଠାରୁ ଭିନ୍ନ ତାହାକୁ ଅସ୍ଵାଭାବିକ ବ୍ୟବହାର କୁହାଯାଏ । ସୁତରାଂ ଯେଉଁ ବ୍ୟବହାର ଗୋଟିଏ ସମାଜରେ ଚାଲୁ ରହିଥ‌ିବା ସାଧାରଣ ବ୍ୟବହାରଠାରୁ ଅତିମାତ୍ରାରେ ଅଲଗା ଓ ଏହା ଦେଖାଉଥ‌ିବା ବ୍ୟକ୍ତିର ସାମାଜିକ କ୍ରିୟାଶୀଳ ଏବଂ ସମାଯୋଜନା କ୍ରିୟା ସମସ୍ୟାଜନକ ଅଟେ । ସେହି ବ୍ୟବହାରକୁ ‘ଅସ୍ଵାଭାବିକ’ କୁହାଯାଏ ।

Question ୨।
ମାନସିକ ରୋଗକୁ କେଉଁ ଦୁଇଗୋଟି ମାନଦଣ୍ଡ ଦ୍ୱାରା ନିର୍ଣ୍ଣୟ କରାଯାଇପାରେ ?
Answer:
ଆମେରିକା ମନୋଚିକିତ୍ସା ପରିଷଦ (American Psychiatric Association) ବିଭିନ୍ନ ମାନସିକ ରୋଗୀକୁ ଚିହ୍ନିବା ଏବଂ ବର୍ଗୀକୃତ କରିବା ପାଇଁ ଏକ ନିର୍ଣ୍ଣାୟକମାନକ ସ୍ଥିର କରିଛନ୍ତି । ସେମାନଙ୍କ ମତରେ ମାନସିକ ରୋଗକୁ ନିମ୍ନଲିଖତ ଦୁଇଗୋଟି ମାନକ ଦ୍ଵାରା ନିର୍ଣ୍ଣୟ କରାଯାଇପାରିବ ।

  • ନୈଦାନିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଯେଉଁ ବ୍ୟବହାରଗୁଡ଼ିକ ବ୍ୟକ୍ତିର କ୍ଳେଶ ଏବଂ ଅକ୍ଷମତା ସହିତ ସମ୍ବନ୍ଧିତ ହୋଇ ବ୍ୟକ୍ତି ନିକଟରେ ଦୁଃଷ୍କ୍ରିୟା (dysfunction) ସୃଷ୍ଟି କରୁଥ‌ିବେ ।
  • ଯେଉଁ ବ୍ୟବହାର ସାମାଜିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ଅନୁପଯୁକ୍ତ ବୋଲି ବିଚାର କରାଯାଏ ।

Question ୩।
ମାନସିକ ରୋଗର ପ୍ରାଥମିକ କାରଣ କ’ଣ ?
Answer:
ଯେତେବେଳେ ଏକ ମାନସିକ ରୋଗକୁ ଉତ୍ପତ୍ତି କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ, କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
ଉଦାହରଣସ୍ୱରୂପ : ତମ ଗୁଣସୂତ୍ର ଯୋଡ଼ାରେ ଅଧିକ ଗୋଟିଏ ଗୁଣସୂତ୍ରର ସଂଯୁକ୍ତି ଡାଉନ ଲକ୍ଷଣ (Down’s syndrome) ସମୂହ ସୃଷ୍ଟି କରେ ।

Question ୪।
ଅସ୍ବାଭାବୀ ଆଚରଣର ସାଂଖ୍ୟକୀୟ ମାନଦଣ୍ଡ କ’ଣ ?
Answer:
ଏକ ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ ହେଉଥିବା ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯାଏ । ଏହି ସୀମା ନିମ୍ନସ୍ଥ ଏବଂ ଉଚ୍ଚସ୍ଥ ପରିମାଣର ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିଚାର କରାଯାଏ ।

ଉଦାହରଣସ୍ୱରୂପ : ଅଧିକାଂଶ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତା ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ରହେ । ସୁତରାଂ ସେହି ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯିବ । ଅନ୍ୟପକ୍ଷରେ ସୀମା ବହିର୍ଭୂତ ନିମ୍ନସ୍ଥ ଓ ଉଚ୍ଚସ୍ଥ ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ଅସ୍ଵାଭାବୀ କୁହାଯିବ । ଏହି ସାଂଖ୍ୟକୀୟ ମାନଦଣ୍ଡ ଅନୁଯାୟୀ ଅତି ବୁଦ୍ଧିମାନ ବ୍ୟକ୍ତିମାନଙ୍କ ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିବେଚନା କରିବା ଯୁକ୍ତିଯୁକ୍ତ ନୁହେଁ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୫।
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ
Answer:
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-

  • ପ୍ରଚଣ୍ଡ ମାନସିକ ଆଘାତ
  • ବିକୃତ ଆତ୍ମ ପରିଚୟ
  • ପରିଚୟ ଓ ଅଚେତନ ଅଭିପ୍ରେରଣ
  • ମାତୃଯତ୍ନ, ଶୈଶବକାଳରେ ଓ ସ୍ନେହରୁ ବଞ୍ଚତ
  • ବିକୃତ ପାରିବାରିକ ଶୈଳୀ

Question ୬।
ଡି.ଏସ୍.ଏମ୍ (DSM) କ’ଣ ?
Answer:
ଡି.ଏସ୍.ଏମ୍. (Diagnostic & Statistical Manual of Mental Disorder) – ଏପରି ଏକ ପ୍ରଣାଳୀ ଯାହା ରୋଗର ନିଦାନ, ଉପଚାର, ପୂର୍ବାନୁମାନ ଏବଂ ତତ୍ତ୍ୱାବଧାନରେ ଚିକିତ୍ସା ମନୋବିଜ୍ଞାନୀଙ୍କୁ ସହାୟତା ପ୍ରଦାନ କରିଥାଏ । ଏହି ପ୍ରଣାଳୀ ଅନୁସାରେ ଚିନ୍ତନର ନମୁନା, ଆବେଗ ଓ ବ୍ୟବହାର ଅନୁସାରେ ମାନସିକ ରୋଗର ବର୍ଗୀକରଣ ହୋଇଥାଏ । ଏହା ଆମେରିକାନ୍ ମନୋଚିକିତ୍ସା ପରିଷଦ ଦ୍ବାରା ବିକଶିତ । ବର୍ତ୍ତମାନ ଏହାର ଚତୁର୍ଥ ସଂସ୍କରଣ ପ୍ରଚଳନ ହେଉଛି । ଏହା ଅନେକ ଅକ୍ଷଯୁକ୍ତ ଏକ ପ୍ରଣାଳୀ (Multi-axial) ଏବଂ କେବଳ ଲକ୍ଷଣ ଉପରେ ପର୍ଯ୍ୟବସିତ ନୁହେଁ । ଏହା ଅନୁସାରେ ଜଣେ ମନୋଚିକିତ୍ସକଙ୍କୁ ରୋଗୀର ଅନେକ କ୍ଷେତ୍ରରେ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ସୂଚନା ଏକାଠି ରହିବାକୁ ପଡ଼ିଥାଏ ।

Question ୭।
ସାଧାରଣ ଉତ୍କଣ୍ଠା ମନୋବିକୃତିର ୩ ଗୋଟି ଦୈହିକ ଲକ୍ଷଣ ଉଲ୍ଲେଖ କର ।
Answer:
ସାଧାରଣ ଉତ୍କଣ୍ଠା ମନୋବିକୃତିର ଦୈହିକ ଲକ୍ଷଣଗୁଡ଼ିକ ହେଲା :

  • କ୍ଳାନ୍ତି ଅନୁଭବ କରିବା ।
  • ଶ୍ଵାସରୁଦ୍ଧ ଅନୁଭବ କରିବା ।
  • ନିଦ ନ ଲାଗିବା ।
  • ଝାଳ ବୋହିବା ଓ ଦେହ ଥରିବା ।

Question ୮।
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗର ସମୁଜୟ ଲକ୍ଷଣଗୁଡ଼ିକ ଲେଖ ।
Answer:
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗରେ କେତେଗୁଡ଼ିଏ ଲକ୍ଷଣ ସମୁଳୟ ଅନ୍ତର୍ନିହିତ ଥାଏ । ସେଗୁଡ଼ିକ ହେଲା :-
(୧) ରୋଗୀମାନେ ସାଧାରଣ ଲୋକଙ୍କ ତୁଳନାରେ ବାରମ୍ବାର, ଅତି ତୀବ୍ର ଏବଂ ବହୁଦିନ ପର୍ଯ୍ୟନ୍ତ ଉତ୍କଣ୍ଠା, ଭୟ ଓ ଶଙ୍କା ଅନୁଭବ କରିଥାଆନ୍ତି ।
(୨) ଏପରି ଭାବନାରୁ ରକ୍ଷାପାଇବା ପାଇଁ ସେମାନେ ଧାର୍ମିକ ନୀତିନିୟମ ପାଳନ କରିଥାଆନ୍ତି ଏବଂ ଏପରି ଚିନ୍ତାକୁ ଉତ୍ପନ୍ନ କରାଇଥବା ସ୍ଥିତିଠାରୁ ନିଜକୁ ଦୂରେଇ ରଖୁବାକୁ ପ୍ରୟାସ କରିଥାଆନ୍ତି ।

Question ୯।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somato form Disorder) କହିଲେ କ’ଣ ବୁଝ ?
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥୁରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େ ନାହିଁ । ଏପରି ଲୋକମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜି ଥାଆନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୧୦।
ଦ୍ଵି-ପ୍ରାନ୍ତୀୟ ମନୋବିକୃତି କହିଲେ କ’ଣ ବୁଝ ? (Bipolar disorder)
Answer:
ଦ୍ଵିପ୍ରାନ୍ତୀୟ ମନୋବିକୃତିରେ ଉଭୟ ଅବସାଦ ଓ ଉନ୍ମାଦ (Mania) ସଂପୃକ୍ତ ଥାଆନ୍ତି । ଏମାନଙ୍କର ତୀବ୍ରତା ମୃଦୁ ବା ତୀବ୍ରତର ହୋଇପାରେ । ଉନ୍ମାଦରେ ବ୍ୟକ୍ତି ମଧ୍ୟରେ ଉଲ୍ଲାସ ମନୋଭାବ, ମନୋକାରକ କ୍ରିୟାରେ ବୃଦ୍ଧି ଏବଂ ଭବ୍ୟ (grandiose) ମନୋଭାବ ଲକ୍ଷଣ ଦେଖିବାକୁ ମିଳେ । ଦ୍ଵିପ୍ରାନ୍ତୀୟ ମନୋବିକୃତି ମଧ୍ୟରେ ଦ୍ବିପ୍ରାନ୍ତୀୟ-୧ (Bipolar-I) ମନୋବିକୃତି, ଦ୍ଵିପ୍ରାନ୍ତୀୟ-୨ (Bipolar-II) ମନୋବିକୃତି ଓ ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorder) ଅନ୍ତର୍ଭୁକ୍ତ ।

Question ୧୧।
ମନୋଚିକିତ୍ସା ପଦ୍ଧତି କହିଲେ କ’ଣ ବୁଝ ?
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବା ପାଇଁ ତଥା ସମାଯୋଜିତ କରିବା ପାଇଁ ବା ବ୍ୟବହାରରେ କଠିନତାକୁ ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଉଥିବା ଏକ ବିଧ୍ଵ । ସମସ୍ତ ପ୍ରକାର ଚିକିତ୍ସା ପ୍ରଣାଳୀରେ ସହାୟତା ପ୍ରଦାନକାରୀ ବିଶେଷଜ୍ଞ ଓ ସହାୟତା ନେଉଥିବା ବ୍ୟକ୍ତିଙ୍କର ମଧ୍ୟରେ ଅନ୍ତର୍ବେତ୍ତିକ ସମ୍ବନ୍ଧ ରହିଥାଏ ।

Question ୧୨।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ କ’ଣ ବୁଝ ?
Answer:
ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସ୍ଥ ‘ସ୍କୃ’ ଏବଂ ରୋଗୀଙ୍କର ବିବେକି, ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବାପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବାପାଇଁ କାମନା ଦୃଢ଼ ହୋଇଥାଏ ।

Question ୧୩।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ ତୁମେ କ’ଣ ବୁଝ ?
Answer:
ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ‘ଅନୁବନ୍ଧ’ କୁହାଯାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ଯୁକ୍ତ ଭାବରେ କଥାବାର୍ତ୍ତା ଜରିଆରେ ହୋଇଥାଏ । ଏଥିପାଇଁ ଉଭୟ ପକ୍ଷ ଅନେକ ଥର ପରସ୍ପରକୁ ସାକ୍ଷାତ କରନ୍ତି ।

Question ୧୪।
ସଜ୍ଞାନାତ୍ମକ ଚିକିତ୍ସା କହିଲେ ତୁମେ କ’ଣ ବୁଝ ?
Answer:
ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ବଦଳାଇବାରେ ସହାୟକ ହୋଇଥାଏ । ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାର ପାଇଁ ସଜ୍ଞାନାତ୍ମକ ଚିକିତ୍ସାର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଓ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ ।

Question ୧୫।
ମନୋଚିକିତ୍ସାତ୍ମକ ସମ୍ବନ୍ଧ କହିଲେ ତୁମେ କ’ଣ ବୁଝ ?
Answer:
ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି, ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନ ଦେଉଥାନ୍ତି ଏବଂ ନୈଦାନିକ ନିୟମକୁ ଅନୁସରଣ କରିଥାଆନ୍ତି ।

Question ୧୬।
ସାଧାରଣ ଉତ୍କଣ୍ଠା ମନୋବିକୃତି କାହାକୁ କୁହାଯାଏ ?
Answer:
ଦୀର୍ଘକାଳବ୍ୟାପୀ, ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ, ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ଏହା ଅବାସ୍ତବିକ ଓ ଅତ୍ୟଧ୍ଵକ ଚିନ୍ତାଯୁକ୍ତ ଏକ ମନୋବିକୃତି ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ମାନସିକ ରୋଗର କାରଣଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer: ମାନସିକ ରୋଗର କାରଣଗୁଡ଼ିକୁ ଭିନ୍ନ ଭିନ୍ନ ପ୍ରକାରେ ସମ୍ବନ୍ଧିତ ହୋଇ ରୋଗ ଉତ୍ପନ୍ନ କରିଥାନ୍ତି । ଏହି ଦୃଷ୍ଟିରୁ
ମାନସିକ ବିକାରର କାରଣଗୁଡ଼ିକୁ ଚାରିପ୍ରକାରରେ ବ୍ୟକ୍ତ କରାଯାଇପାରେ :-
ଯଥା :

  • ପ୍ରାଥମିକ କାରଣ (Primary causes)
  • ପୂର୍ବ-ପ୍ରବର୍ତ୍ତକ କାରଣ (Predisposing causes)
  • ଅବକ୍ଷେପିତ ବା ପ୍ରକଟକ କାରଣ (Precipitating causes)
  • ପୁନର୍ବଳନକାରୀ କାରଣ (Reinforcing causes)

(i) ପ୍ରାଥମିକ କାରଣ :
ଯେତେବେଳେ ଏକ ମାନସିକ ରୋଗ ଉତ୍ପନ୍ନ କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
(ii) ପୂର୍ବ-ପ୍ରବର୍ତ୍ତକ କାରଣ :
ଏହା ଏପରି ଏକ ଆନୁବଂଶିକ କାରଣ ଯାହା ପୂର୍ବରୁ ଥାଏ ଏବଂ ପରବର୍ତ୍ତୀ ସମୟରେ ମାନସିକ ରୋଗ ଉତ୍ପନ୍ନ ହେବାର ସମ୍ଭାବନାକୁ ବଢ଼ାଇ ଦେଇଥାଏ ।
(iii) ଅବକ୍ଷେପିତ ବା ପ୍ରକଟକ କାରଣ :
ଏକ ତତ୍‌କାଳୀୟ ଅବସ୍ଥା ଯଦି ମାନସିକ ବିକାରକୁ ଜାତ କରେ ତେବେ ଏହାକୁ ଅବକ୍ଷେପିତ କାରଣ କୁହାଯାଏ ।
(iv) ପୁନର୍ବଳନକାରୀ କାରଣ :
ଏ ଯେଉଁ କାରଣ ପୂର୍ବରୁ ସୃଷ୍ଟି ହୋଇସାରିଥିବା ଏକ ମାନସିକ ବିକାରକୁ ଅବ୍ୟାହତ ରଖୁବାରେ ସହାୟକ ହୋଇଥାଏ ତାହାକୁ ପୁନର୍ବଳନକାରୀ କାରଣ କୁହାଯାଏ ।

Question ୨।
ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ଉଲ୍ଲେଖ କର ।
Answer:
ଦୀର୍ଘକାଳବ୍ୟାପୀ ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ହେଲା :-

  • ଅତିକମ୍‌ରେ ଛଅମାସ ପର୍ଯ୍ୟନ୍ତ ଅତୀବ ଉତ୍କଣ୍ଠା ଓ ଦୁଶ୍ଚିନ୍ତା ଅବ୍ୟାହତ ରହିବା ଯୋଗୁଁ ଜୀବନର ମୁଖ୍ୟ ପରିସରଗୁଡ଼ିକ ପ୍ରଭାବିତ ହେବା ।
  • ଏହି ଦୁଶ୍ଚିନ୍ତା ପ୍ରାୟତଃ ନିଜର ଭବିଷ୍ୟତ, ନିଜର ଆତ୍ମୀୟସ୍ବଜନ କିମ୍ବା ଧନ ସଂପରିକୁ ନେଇ ସୃଷ୍ଟି ହୁଏ ।
  • ବ୍ୟକ୍ତି କିଛି ବିପଜ୍ଜନକ ଘଟଣାର ସର୍ବଦା ପ୍ରତୀକ୍ଷା କରେ । ତେଣୁ ତା’ପାଖରେ ଅତି ସତର୍କତାର ଲକ୍ଷଣ ପରିଲକ୍ଷିତ ହୁଏ ।
  • ଏକାଗ୍ରତାର ଅତିଶୟ ଅଭାବ ପରିଲକ୍ଷିତ ହୋଇଥାଏ ।

Question ୩।
ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ବର୍ଣ୍ଣନା କର ।
Answer:
ଆତଙ୍କ ମନୋବିକୃତି ଏକ ଅପ୍ରତ୍ୟାଶିତ, ଦୁର୍ଦମନୀୟ ଆତଙ୍କ ଏବଂ ଏହା କୌଣସି ପ୍ରତୀୟମାନ କାରଣ ନ ଥାଇ ଏକ ଅତୀବ ଆତଙ୍କିତ ଅବସ୍ଥାରେ ପାଞ୍ଚରୁ ଦଶ ମିନିଟ୍ ମଧ୍ୟରେ ବ୍ୟକ୍ତିଟିକୁ କବଳିତ କରି ପକାଇଥାଏ । ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :–

  • ଶ୍ଵାସରୋଧ ବା ଅଣନିଶ୍ବାସୀ ଅନୁଭବ କରିବା ।
  • ମତିଭ୍ରମ, ଅସ୍ଥିରତା ବା ମୂର୍ଚ୍ଛା ହୋଇଯିବା ।
  • ଶରୀର ଅବଶ ଲାଗିବା, ଦେହ ଥରିବା, ଦେହରୁ ଗମ୍ଗଗମ୍ ଝାଳ ବୋହିବା ।
  • ହୃଦସ୍ପନ୍ଦନ ହାର ବୃଦ୍ଧିପାଇବା ।
  • ଛାତିରେ ଯନ୍ତ୍ରଣା ଅନୁଭବ କରିବା ।
  • ଦେହ ଝିମ୍ ଝିମ୍ ହେବା ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ଦୁର୍ନୀତି ମନୋବିକୃତିର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
କୌଣସି ବସ୍ତୁ, ପ୍ରାଣୀ ବ୍ୟକ୍ତି କିମ୍ବା ସାମାଜିକ ପରିସ୍ଥିତି ପ୍ରତି ଅହେତୁକ ଓ ନିରନ୍ତର ଭାବେ ଅତିରିକ୍ତ ଭୟ କରିବାକୁ ଦୁର୍ନୀତି ମନୋବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

  • ରୋଗୀ କେଉଁ ନିର୍ଦ୍ଦିଷ୍ଟ ଉଦ୍ଦୀପକକୁ ଭୟ କରେ ତାହା ସେ ଜାଣିଥାଏ ।
  • ଉଦ୍ଦୀପକର ଭୟ ଉଦ୍ରେକ କରିବାର ବାସ୍ତବ ସାମର୍ଥ୍ୟ ତୁଳନାରେ ରୋଗୀର ଭୟ ଅନୁଭୂତି ମାତ୍ରା ଯଥେଷ୍ଟ ଅଧିକ ।
  • ରୋଗୀ ତାହାର ଭୟକୁ ଅଯୌକ୍ତିକ ବୋଲି ସ୍ଵୀକାର କରେ।
  • ରୋଗୀ ତାହାର ଅହେତୁକ ଭୟକୁ ଆୟତ୍ତ କରିବାକୁ ସମର୍ଥ ହୋଇ ନ ଥାଏ ।
  • ଅହେତୁକ ଭୟ ଉଦ୍ରେକକାରୀ ଉଦ୍ଦୀପକ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି, ପ୍ରାଣୀ ବା ପରିସ୍ଥିତି ହୋଇପାରେ । ଏହା ମଧ୍ୟ କୌଣସି ସାମାଜିକ ପରିସ୍ଥିତି ମଧ୍ୟ ହୋଇପାରେ ।

Question ୫।
ବିଭିନ୍ନ ପ୍ରକାର ମନୋଚିକିତ୍ସା ପଦ୍ଧତିରେ ସାଧାରଣ ଗ୍ରୁପଗୁଡ଼ିକ ଉଲ୍ଲେଖ କର ।
Answer:
ମାନସିକ ଚିକିତ୍ସାରେ ଅନେକ ପ୍ରକାରର ମନୋଚିକିତ୍ସା ପ୍ରଣାଳୀ ଉପଯୋଗ କରାଯାଏ । ପ୍ରାୟ ସମସ୍ତ ଚିକିତ୍ସା ପ୍ରଣାଳୀରେ ନିମ୍ନଲିଖତ ଗୁଣଗୁଡ଼ିକ ଦୃଷ୍ଟିଗୋଚର ହୁଏ ।

  • ଚିକିତ୍ସାର ବିଭିନ୍ନ ସିଦ୍ଧାନ୍ତରେ ନିହିତ ନିୟମଗୁଡ଼ିକର କ୍ରମବଦ୍ଧ ଉପଯୋଗ ।
  • ମନୋଚିକିତ୍ସାରେ ପ୍ରଶିକ୍ଷିତ ବ୍ୟକ୍ତି କେବଳ ଚିକିତ୍ସା କରିପାରିବେ ।
  • ଚିକିତ୍ସା କ୍ଷେତ୍ର ଜଣେ ମନୋଚିକିତ୍ସକ ଓ ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥାଏ । ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତି ଚିକିତ୍ସା କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ହୋଇଥାନ୍ତି ଏବଂ ସେ ସହାୟତା ଆଶା କରନ୍ତି ଏବଂ ପ୍ରାପ୍ତ ହୁଅନ୍ତି |
  • ଚିକିତ୍ସା ପ୍ରାପ୍ତ ହେଉଥିବା ବ୍ୟକ୍ତି ଓ ଚିକିତ୍ସକଙ୍କ ମଧ୍ୟରେ ସଂଚାର ତଥା ପାରସ୍ପରିକ କ୍ରିୟା ଚିକିତ୍ସାତ୍ମକ ସମ୍ବନ୍ଧ ନିର୍ମାଣ କରିଥାଏ ଏବଂ ଦୃଢ଼ କରିଥାଏ । ଏହି ପ୍ରକାର ମାନବୀୟ ସମ୍ବନ୍ଧ ଏକ ଗୋପନୀୟ, ଅନ୍ତବୈତ୍ତିକ ଏବଂ ଗତ୍ୟାତ୍ମକ ସମ୍ବନ୍ଧ ହୋଇଥାଏ ।

Question ୬।
ମନୋଚିକିତ୍ସାର ସ୍ଵରୂପ ବର୍ଣନା କର ।
Answer:
ମାନସିକ ଚିକିତ୍ସାରେ ମନୋବୈଜ୍ଞାନିକ ସାଧନକୁ ଉପଯୋଗ କରି କୌଣସି ମାନସିକ ରୋଗର ଉପଚାର ପାଇଁ କ୍ରମବଦ୍ଧ ପ୍ରୟାସ କରାଯାଇଥାଏ । ଏହା ଜଣେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଦ୍ଵାରା ଉପଯୋଗ କରାଯାଇଥାଏ ଏବଂ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ ସେ କିପରି ରୋଗୀର କୁସମାଯୋଜିତ ବ୍ୟବହାରର ବର୍ତ୍ତମାନ ଲକ୍ଷଣକୁ ଦୂର କରିପାରିବେ ତଥା ପରିମାର୍ଜିତ କରିପାରିବେ । ଏଥୁ ସହିତ ନିଜର ସମସ୍ୟା ପ୍ରତି ରୋଗୀର କିପରି ଅନ୍ତଃ ଦୃଷ୍ଟି ବିକଶିତ ହୋଇପାରିବ ସେଥୁପ୍ରତି ଧ୍ୟାନ ପରିବର୍ତ୍ତନ ହୋଇଥାଏ ।

ଏହା ବେଳେ ବେଳେ ଅବଚେତନ ଅବସ୍ଥାରେ ରୋଗୀର ନିଜପ୍ରତି ସୂଚନା (Auto-suggestion) ଦ୍ଵାରା ସମ୍ଭବ ହୋଇଥାଏ । ଆଜିକାଲି ମନୋଚିକିତ୍ସା କ୍ଷେତ୍ରରେ ସଂଚାରର ସଜ୍ଞାନାତ୍ମକ ଦୃଷ୍ଟିକୋଣକୁ ମହତ୍ତ୍ବ ଦିଆଯାଇଅଛି । ଅର୍ଥାତ୍ ଆଜିକାଲି ଚିକିତ୍ସିତ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ବଦଳରେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ହୋଇଥାଆନ୍ତି । ଏଥିରେ ସେ ବାଚନିକ ଓ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ଵ ଦେଇଥାଆନ୍ତି ।

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତି ସଂପର୍କରେ ବ୍ୟାଖ୍ୟା କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ (Behaviour modification) ରୂପେ ମଧ୍ୟ ଜଣାଯାଇଥାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି.ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟା ପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । 1920 ଦଶକରେ ଆମେରିକାର ମନୋବିଜ୍ଞାନୀ ଜେ.ବି. ଷ୍ଟାଟସନ ପ୍ରସୀମନ ବିଧୂର ପ୍ରୟୋଗ ଅସ୍ଵାଭାବିକ ବ୍ୟବହାର ଆମେ ଶିକ୍ଷା କରିଥାଉ । ଶିକ୍ଷା କରିଥିବା ବ୍ୟବହାର ପରିବର୍ତ୍ତନଶୀଳ ।

ତେଣୁ ସେ ପ୍ରସ୍ତାବ ଦେଲେ ଯେ, ଯେହେତୁ ଅସ୍ଵାଭାବିକ ବ୍ୟବହାର ଶିକ୍ଷଣଜନିତ କାରଣରୁ ହୋଇଥାଏ ସେହି ଶିକ୍ଷଣ ନିୟମ ଅନୁସାରେ ତାକୁ ପରିବର୍ତ୍ତନ କରାଯାଇପାରିବ । ଲିଣ୍ଡସ୍କୋ ଏବଂ ସ୍ପିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ “ ବ୍ୟବହାର ଚିକିତ୍ସା” ଶବ୍ଦର ଆବିଷ୍କାର କରିଥିଲେ । ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥ‌ିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ଶିଖୁବା ବା ନୂଆ ଶିଖୁବା ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ଅସ୍ଵାଭାବିକ ବ୍ୟବହାର ସମ୍ବନ୍ଧୀୟ ବିଭିନ୍ନ କାରଣଗୁଡ଼ିକ ବର୍ଣନା କର ।
Answer:
ଯେଉଁ ବ୍ୟବହାର ସାଂସ୍କୃତିକ ଭାବେ ଅନୁପଯୁକ୍ତ ଏବଂ ନିଜର ତଥା ସମାଜର ଅନ୍ୟ ବ୍ୟକ୍ତିଙ୍କ ପ୍ରତି ସମସ୍ୟା ସୃଷ୍ଟିକରେ, ତାହାକୁ ହିଁ ଅସ୍ଵାଭାବିକ ବ୍ୟବହାର ବିକାଶରେ ଭିନ୍ନ ଭିନ୍ନ କାରକ ରୂପେ କାର୍ଯ୍ୟ କରିଥାଏ । ଯେଉଁ ମୁଖ୍ୟ କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି । ସେହି କାରକମାନଙ୍କୁ ମୁଖ୍ୟତଃ ତିନୋଟି ବର୍ଗରେ ବିଭାଜିତ । ସେଗୁଡ଼ିକ ହେଲା :-

(i) ଜୈବିକ ବା ଶାରୀରିକ କାରଣ (Biological Causes)
(ii) ମନସ୍ତାତ୍ତ୍ଵିକ କାରଣ (Psychological Causes)
(iii) ସାମାଜିକ-ସାଂସ୍କୃତିକ କାରଣ (Socio-cultural Causes)

(i) ଜୈବିକ ବା ଶାରୀରିକ କାରଣ :
ବିଭିନ୍ନ ଜୈବିକ କାରଣମାନେ ମାନସିକ ବିକୃତି ଅନ୍ତର୍ଗତ ଅସ୍ଵାଭାବିକ ବ୍ୟବହାର ବିକାଶ ନିମନ୍ତେ ଦାୟୀ । ସେହି କାରଣମାନଙ୍କ ମଧ୍ୟରେ ଆନୁବଂଶିକ ଦୋଷ, ଗୁଣସୂତ୍ରୀୟ ତ୍ରୁଟି, ଅନ୍ତସ୍ରାବୀ ବ୍ୟବଧାନ, ଶାରୀରିକ ଦୁର୍ବଳତା, ମସ୍ତିଷ୍କର କ୍ରିୟାପ୍ରଣାଳୀରେ ଅବ୍ୟବସ୍ଥା ଏବଂ କୁପୋଷଣ ଇତ୍ୟାଦି ପ୍ରମୁଖ ଅଟନ୍ତି । ଉଦାହରଣ ସ୍ଵରୂପ ଚିତ୍ତଭ୍ରଂଶୀ (Schizophrenia) ବାତୁଳତା, ଭାବ ବିକୃତି ଏବଂ ଅବସାଦ ବିକୃତି ସଦୃଶ ଭୟଙ୍କର ମାନସିକ ରୋଗଗୁଡ଼ିକ ଉତ୍ପନ୍ନ ହେବାରେ ଆନୁବଂଶିକ କାରକର ଯଥେଷ୍ଟ ଅବଦାନ ରହିଛି ବୋଲି ପ୍ରମାଣ ମିଳିଛି ।

ସେହିଭଳି (Doun’s Syndrome) ଡାଉନ ଲକ୍ଷଣ ସମୂହ ନାମକ ଏକ ପ୍ରକାରର ମାନସିକ ଅନଗ୍ରସରତା ୨୧ ତମ ଗୁଣସୂତ୍ର ଯୋଡ଼ାରେ ଅଧ‌ିକ ଗୋଟିଏ ଗୁଣସୂତ୍ର ସଂଯୁକ୍ତି ଯୋଗୁଁ ସୃଷ୍ଟି ହୋଇଥାଏ । ଜଡ଼ ବାମନତ୍ଵ (Cretinism) ପରି ଏକ ଭୟାନକ ମାନସିକ ଅନଗ୍ରସରତା ଥାଇରଏଡ଼ ଗ୍ରନ୍ଥିରୁ ଅଳ୍ପ ପରିମାଣର ଥାଇରକ୍ଲିନ ହରମୋନ ସ୍ରାବ ହେବା କାରଣରୁ ହୋଇଥାଏ । ଶରୀର ଗଠନ ଏବଂ ଶରୀର ରଚନା ମଧ୍ୟ ଅସ୍ଵାଭାବିକ ବ୍ୟବହାର ବିକାଶରେ ମହତ୍ତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି ।

କାରଣ ବିଭିନ୍ନ ପ୍ରକାରର ମାନସିକ ଚାପ ପ୍ରତି ଆମ ପ୍ରତିକ୍ରିୟା କ’ଣ ହେବ ସେମାନେ ସ୍ଥିର କରନ୍ତି | ମସ୍ତିଷ୍କରେ କ୍ଷତ ଏବଂ ସ୍ନାୟୁ ସଂଚରଣ ସମ୍ବନ୍ଧୀୟ ଅକ୍ଷମତା ଅନେକ ଲକ୍ଷଣ ଓ ମାନସିକ ବିକାର ପାଇଁ ଦାୟୀ । ଶାରୀରିକ କୁ ପୋଷଣ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରି ଅନେକ ପ୍ରକାରର ଅସ୍ଵାଭାବୀ ବ୍ୟବହାର ବିକାଶର ମାର୍ଗକୁ ସହଜ ଓ ସରଳ କରିଥାଏ ।

(ii) ମନୋବୈଜ୍ଞାନିକ କାରଣ :
ମାନସିକ ବିକାର ତଥା ଅସ୍ଵାଭାବିକ ବ୍ୟବହାର ସୃଷ୍ଟିରେ ମନସ୍ତାତ୍ତ୍ଵିକ କାରକମାନଙ୍କୁ ଚିହ୍ନଟ କରିବା ଏବଂ ନିର୍ଦ୍ଦିଷ୍ଟ କରିବା ଅପେକ୍ଷାକୃତ କଷ୍ଟସାଧ୍ୟ ଅଟେ । ଏହି କାରକଗୁଡ଼ିକ ସୁସ୍ପଷ୍ଟ ନୁହଁନ୍ତି ଏବଂ ଅନିଶ୍ଚିତ ଢଙ୍ଗରେ କାର୍ଯ୍ୟ କରିଥାଆନ୍ତି । କେତେ ପ୍ରମୁଖ ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-
(୧) ପ୍ରଚଣ୍ଡ ମାନସିକ ଆଘାତ
(୨) ବିକୃତ ଆତ୍ମପରିଚୟ
(୩) ତ୍ରୁଟିପୂର୍ଣ୍ଣ ଓ ଅଚେତନ ଅଭିପ୍ରେରଣ
(୪) ଶୈଶବ କାଳରେ ମାତୃଯତ୍ନ ଓ ମାତୃସ୍ନେହରୁ ବଞ୍ଚିତ
(୫) ବିକୃତ ପାରିବାରିକ ଶୈଳୀ :– ପ୍ରତ୍ୟାଖ୍ୟାନ, ଅତିରକ୍ଷଣ ଓ କଠୋରତା, ଅବାଧ ସମ୍ମତି, ଅବାସ୍ତବ ପ୍ରତ୍ୟାଶା, ତ୍ରୁଟିପୂର୍ଣ୍ଣ ଶୃଙ୍ଖଳା ଓ ପାଳନ ଶୈଳୀ, ବିଫଳ ଓ ତ୍ରୁଟିଯୁକ୍ତ ଭାବ ବିନିମୟ, ଅବାଞ୍ଛିତ ପାଳନ ଶୈଳୀ ପ୍ରଭୃତି କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ଜନ୍ମାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ ହୋଇଥାଏ । ଅତ୍ୟଧିକ ମାନସିକ ଚାପ, ଶିକ୍ଷାକୃତ ଅସହାୟ ବୋଧ, ନକରାତ୍ମକ ସ୍ଵମନୋକ (negative self schema) ଇତ୍ୟାଦି ମଧ୍ୟ ବିଭିନ୍ନ ମାନସିକ ବିକାରର କାରଣ ହୋଇପାରନ୍ତି । ଭ୍ରମାତ୍ମକ ଚିନ୍ତନଶୈଳୀ, ସମଯୋଜନାମୂଳକ କୌଶଳର ଅଭାବ, ନିଜର ଦୋଷତ୍ରୁଟିକୁ ସ୍ଵଚେତନାରେ ଗ୍ରହଣ କରିବା କ୍ଷେତ୍ରରେ ଅକ୍ଷମତା ବ୍ୟକ୍ତିକୁ ମାନସିକ ବିକାରରେ ପୀଡ଼ିତ କରିବାର ଆଶଙ୍କା ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଯୁଦ୍ଧଜନିତ ବିଭୀଷିକା, ହିଂସାକାଣ୍ଡ, ଅର୍ଥନୈତିକ ଓ ବେକାରୀ ସମସ୍ୟା, ଦୃତ ସାମାଜିକ ସାଂସ୍କୃତିକ ପରିବର୍ତ୍ତନ, ବୈଷୟିକ ଜ୍ଞାନକୌଶଳରେ କ୍ଷିପ୍ର ଅଗ୍ରଗତି, ପୂର୍ବାଗ୍ରହ, ବିଭେଦୀକରଣ ସଦୃଶ କାରକମାନେ ମାନସିକ ବିକାର ସୃଷ୍ଟି କରିବାରେ ଏକ ଜଟିଳ ପ୍ରକ୍ରିୟାରେ କାର୍ଯ୍ୟ କରିଥାନ୍ତି ।

ନୂତନ ସାମାଜିକ ଭୂମିକା ତଥା ପ୍ରତ୍ୟାଶ୍ୟାର ଭୂମିକା ମଧ୍ୟ ମାନସିକ ବିକୃତି ଓ ଅସ୍ଵାଭାବିକ ଭାବେ ଅସ୍ଵାଭାବୀ ବ୍ୟବହାର ସୃଷ୍ଟିରେ ସହାୟକ ହୋଇଥାନ୍ତି । ବ୍ୟକ୍ତିର କୌଣସି ବ୍ୟବହାରକୁ ସ୍ଵାଭାବିକ କିମ୍ବା ନିର୍ଦ୍ଧାରଣ କରିବାବେଳେ ବ୍ୟକ୍ତିବିଶେଷର ସାମାଜିକ, ସାଂସ୍କୃତିକ ପୃଷ୍ଠଭୂମି ଆଧାରରେ ବିଚାର କରାଯିବା ଉଚିତ୍ । ସାମାଜିକ- ସାଂସ୍କୃତିକ ମାନଦଣ୍ଡ, ପ୍ରଥା, ପରଂପରା, ନୀତି, ମୂଲ୍ୟବୋଧ, ବିଶ୍ଵାସଧାରା ଇତ୍ୟାଦି ଏହି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

Question ୨।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somatoform Disorder) ଗୁଡ଼ିକ ସଂପର୍କରେ ବର୍ଣନା କର ।
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏ ପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େନାହିଁ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜିଥାନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ । କେତେକ ପ୍ରମୁଖ ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ହେଲା :-
(i) କାୟ-ଆଲମ୍ବିତା ବିକୃତି (Somatisation Disorders)
(ii) ରୂପାନ୍ତରଣ ମନୋବିକୃତି (Conversion Disorders)
(iii) ରୋଗ-ଭ୍ରମ ମନୋବିକୃତି (Hypocodriasis)

(i) କାୟ-ଆଲମ୍ବିତା ବିକୃତି :
ଏହି ମନୋବିକୃତିର ମୁଖ୍ୟ ଅଭିଯୋଗଗୁଡ଼ିକ ହେଲା ମୁଣ୍ଡବ୍ୟଥା, କ୍ଳାନ୍ତି ବା ଅବସନ୍ନତା, ବାନ୍ତଲାଗିବା, ଖରସ୍ପନ୍ଦନ, ପେଟମାରିବା, ଝାଡ଼ା ସଫା ନ ହେବା ଏବଂ ଅସ୍ପଷ୍ଟ ଶରୀର ପୀଡ଼ା ଇତ୍ୟାଦି। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ବାରମ୍ବାର ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ବଦଳାନ୍ତି ଏବଂ ଅନାବଶ୍ୟକ ଶଲ୍ୟ ଚିକିତ୍ସା କରାଇଥାଆନ୍ତି । ଏମାନଙ୍କର ବିଶ୍ଵାସ ଥାଏ ଯେ ଏମାନେ ବେମାର ଅଛନ୍ତି ଏବଂ ଏହାର ସମର୍ଥନରେ ଲମ୍ବା ଏବଂ ବିସ୍ତୃତ ଇତିହାସ ସୃଷ୍ଟି କରନ୍ତି ଏବଂ ବହୁତ ପ୍ରକାରର ଔଷଧ ଖାଇଥାନ୍ତି ।

ଏମାନେ ଅନ୍ୟକୁ ନିଜର ଆତ୍ମକୈନ୍ଦ୍ରିକତା, ଅପରିପକ୍ବତା ଓ ଅତିଶୟ ଉତ୍ତେଜନାତ୍ମକତା ଦ୍ଵାରା ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଏମାନଙ୍କର ଅଭିଯୋଗ ନାଟକୀୟ, ଅସ୍ପଷ୍ଟ ଓ ଅତିରଞ୍ଜିତ ଅଟେ । ଏମାନେ ସ୍ଵରୋଗ ଭ୍ରମୀ ବ୍ୟକ୍ତିମାନଙ୍କ ଅପେକ୍ଷା ଭିନ୍ନ ଅଟନ୍ତି । କାୟଆଲମ୍ବିତା ବିବୃତିରେ ରୋଗୀଟି ବିଭିନ୍ନ ରୋଗ- ଲକ୍ଷଣକୁ ମହତ୍ତ୍ବ ଦେବାରେ ବ୍ୟସ୍ତ ରହିଥାଏ ।

(ii) ରୂପାନ୍ତରଣ ମନୋବିକୃତି :
ରୂପାନ୍ତରଣ ମନୋବିକୃତିରେ ପ୍ରଭାବିତ ବ୍ୟକ୍ତି ଐଚ୍ଛିକ କ୍ରିୟାତ୍ମକ ବା ସାମ୍ବେଦିକ କ୍ଷମତାକୁ ପ୍ରଭାବିତ କରୁଥିବା ସ୍ଵଚ୍ଛତାକୁ ପ୍ରଦର୍ଶନ କରାଇଥାନ୍ତି ଯାହାକି ତାଙ୍କ ରୋଗର ସଙ୍କେତ ଦେଇଥାଏ । ଏପରି ଲକ୍ଷଣ ସହିତ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ସମ୍ବନ୍ଧ ଥାଏ କାରଣ ବ୍ୟକ୍ତିଟି ଶରୀର ରଚନାର ବାସ୍ତବିକ ତଥ୍ୟର ବିନା ଆଧାରରେ ଏପ୍ରକାର ଲକ୍ଷଣ ଦେଖାଇଥାଏ । ଏହାର ପରିଣାମସ୍ଵରୂପ ବ୍ୟକ୍ତିଟି ଦୁଃଖପୂର୍ଣ୍ଣ ଜୀବନ ଅନୁଭବ କରିଥାଏ ।

ରୂପାନ୍ତରଣ ମନୋବିକୃତିରେ ପାରାଲିସିସ୍, ବାକ୍‌ଶକ୍ତି ନଷ୍ଟ ହୋଇଯିବା, ଦ୍ଵି–ଦୃଷ୍ଟି, ଚୟନାତ୍ମକ ଶ୍ରବଣ, ମୂକତା ପରି ଲକ୍ଷଣଗୁଡ଼ିକ ପ୍ରଧାନ । ଉକ୍ତ ଲକ୍ଷଣଗୁଡ଼ିକ କାରକ ଓ ଅନ୍ତରାଙ୍ଗୀ ପ୍ରକୃତିର ହୋଇଥାଆନ୍ତି । ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ କରିବା ବା ସ୍ନେହ ଖୋଜିବା ପରି ଗୌଣମୂଳକ ଲାଭ ଯାହା ଅନ୍ୟ କୌଣସି ପ୍ରକାରେ ସେମାନେ ପାଇପାରନ୍ତି ନାହିଁ ଅତି ସ୍ପଷ୍ଟ ରୂପରେ ଏପରି ଲକ୍ଷଣ ସାହାଯ୍ୟରେ ଦେଖାଇଥାଆନ୍ତି । ଏପରି ଲକ୍ଷଣଗୁଡ଼ିକ ମୂଳରେ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ; କିନ୍ତୁ ଏପ୍ରକାର ମନୋବିକୃତିର ଡାକ୍ତରୀ ଚିକିତ୍ସା କରାଇନେବା ସୁରକ୍ଷିତ ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ରୋଗ-ଭ୍ରମ ମନୋବିକୃତି :
ବିପରୀତ ପ୍ରମାଣ ବା ଚିକିତ୍ସକୀୟ ଆଶ୍ଵାସନା ଦିଆଯିବା ପରେ ମଧ୍ୟ ଯଦି ବ୍ୟକ୍ତିଟି ତଥାପି ବିଶ୍ଵାସ କରେ ଯେ ସେ ଏକ ଗମ୍ଭୀର ବା ବଡ଼ଧରଣର ରୋଗରେ ପୀଡ଼ିତ ତେବେ ସେହି ବ୍ୟକ୍ତି ଜଣକ ରୋଗ-ଭ୍ରମ ମନୋବିକୃତି ଦ୍ଵାରା ପୀଡ଼ିତ ବୋଲି ଚିହ୍ନଟ କରାଯାଏ । ଏଥୁରେ ରୋଗୀଟି ତା’ର ଶରୀରର ବିଭିନ୍ନ ଅଂଗ ରୋଗଗ୍ରସ୍ତ ବୋଲି ଗ୍ରସ୍ତତା ରଖିଥାଏ । ଏପରି ବ୍ୟକ୍ତି ତା’ର ରୋଗର ଲକ୍ଷଣକୁ ଖୋଜିବାରେ ବ୍ୟସ୍ତ ରହିଥାଏ । ଡାକ୍ତର ସେମାନଙ୍କୁ ସୁସୁଥ‌ିବା କହିଲେ ମଧ୍ୟ ସେମାନେ ବିଶ୍ଵାସ କରନ୍ତି ନାହିଁ ।

ଏହି ପ୍ରକାରର ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଏପରି ବିକୃତି ଯାହା ମନୋବୈଜ୍ଞାନିକ ଉତ୍ପାଦକମାନଙ୍କଦ୍ଵାରା ହୋଇଥାଏ । ସାମ୍ପ୍ରତିକ ମେଡ଼ିକାଲ ବିଜ୍ଞାନର ଜ୍ଞାନ ଆଧାରରେ ସେମାନଙ୍କର ଶାରୀରିକ ରୋଗକୁ ଦୈହିକ ଉତ୍ପାଦକମାନଙ୍କ ଦ୍ଵାରା ହୋଇଥିବା ବୋଲି କହିବା କଠିନ । ସେଥ‌ିପାଇଁ ସେମାନଙ୍କର ଉପଚାର ମନୋବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ହେବା ବିଧେୟ ।

Question ୩।
ଭାବବିକୃତି କ’ଣ ? ବିଭିନ୍ନ ପ୍ରକାରର ଭାବବିକୃତିର ଲକ୍ଷଣାବଳୀ ଆଲୋଚନା କର ।
Answer:
ଦୀର୍ଘକାଳୀନ ବିଶୃଙ୍ଖଳିତ ଓ ଅସ୍ଵାଭାବିକ ଭାବାବେଗଜନିତ ସମସ୍ୟାକୁ “ଭାବ ବିକୃତି” ବୋଲି କୁହାଯାଏ ।
ଏହି ବିକୃତି ବିଭିନ୍ନ ପ୍ରକାରର । ସେଗୁଡ଼ିକ ହେଲା :-
(କ) ଅବସାଦୀ ମନୋବିକୃତି (Depressive Disorders)
(i) ଅତିବିଷାଦ ମନୋବିକୃତି (Major Depressive Disorders)
(ii) ବିଷଣ୍ଢ ମନସୁତା (Dysthymia)
(ଖ) ଦ୍ବି-ପ୍ରାନ୍ତୀୟ ମନୋବିକୃତି (Bi-polar Disorders)
(i) ଦ୍ବି-ପ୍ରାନ୍ତୀୟ – I ମନୋବିକୃତି
(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି
(iii) ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorders)

(କ) ଅବସାଦୀ ମନୋବିକୃତି :
ଅବସାଦୀ ମନୋବିକୃତିର ଲକ୍ଷଣଗୁଡ଼ିକ ଅତି ଉଗ୍ର ଓ ବହୁତ ଦିନ ପର୍ଯ୍ୟନ୍ତ ଦେଖାଯାଇଥାଏ । ଏହି ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :- ଅସନ୍ତୋଷ ଓ ଚିନ୍ତା, କ୍ଷୁଧାରେ ପରିବର୍ତ୍ତନ, ନିଦ୍ରା ଏବଂ ମନୋକାରକ ପ୍ରକ୍ରିୟାରେ ଗୋଳମାଳ, ରୁଚି ଏବଂ ଶକ୍ତିର କ୍ଷୟ, ଅପରାଧ ବୋଧ, ମୃତ୍ୟୁ ଭାବନା ତଥା ଏକାଗ୍ରତାରେ କଠିନତା ।

(i) ଅତିବିଷାଦ ମନୋବିକୃତି :
ଏହା ଏକ ପ୍ରାନ୍ତୀୟ ଅବସ୍ଥାନ ଭାବେ ମଧ୍ୟ ବିବେଚନା କରାଯାଏ । ଅତି କମ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଭାବେ ବିଷାଦଗ୍ରସ୍ତ ମନୋଦଶା ଏବଂ କିମ୍ବା ଆପାତତଃ ସମସ୍ତ କ୍ରିୟାକଳାପରେ ଆନନ୍ଦ ଓ ଆଗ୍ରହର ଅଭାବ ସହିତ ନିମ୍ନଲିଖତ ଯେକୌଣସି ଚାରିଗୋଟି ଲକ୍ଷଣ ପରିଦୃଷ୍ଟ ହେଉଥିଲେ ତାହାକୁ ଅତି ବିଷାଦ ବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

(୧) ନିଦ୍ରାହୀନତା କିମ୍ବା ଅଧ‌ିକ ନିଦ୍ରା
(୨) ମନୋକାରକୀୟ ପ୍ରକ୍ରିୟାରେ ମନ୍ଦତା କିମ୍ବା ଅଧୂକ ଉତ୍ତେଜନା
(୩) କ୍ଷୁଧା ଅନୁଭବ ହ୍ରାସ, ଶରୀର ଓଜନ ବୃଦ୍ଧି କିମ୍ବା ହ୍ରାସ
(୪) ଶକ୍ତିହୀନତା ଓ ଅଶେଷ କ୍ଳାନ୍ତି
(୫) ନକରାତ୍ମକ ସ୍ଵପ୍ରତ୍ୟୟ, ଆତ୍ମ ଭର୍ସନା, ଆତ୍ମ ନିନ୍ଦା, ନିଜ ପ୍ରତି ଏକ ମୂଲ୍ୟହୀନ ଭାବନା ।
(୬) ଏକାଗ୍ରତାର ଅଭାବ ଓ ଅସ୍ଥିରତା
(୭) ମୃତ୍ୟୁକାମନା କିମ୍ବା ବାରମ୍ବାର ଆତ୍ମହତ୍ୟାର ଭାବନା

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ii) ବିଷଣ୍ଣ ମନସୁତା (Dysthymia) :
ଏହା ଏକ ଦୀର୍ଘକାଳୀନ କିନ୍ତୁ ସ୍ଵଳ୍ପ ମାତ୍ରାର ଅବସାଦୀ ଲକ୍ଷଣଜନିତ ଅବସ୍ଥା । ଏହାର ଲକ୍ଷଣଗୁଡ଼ିକ ହେଉଛି :-
(୧) ଅତିକମ୍‌ରେ ଦୁଇବର୍ଷ ମଧ୍ୟରେ ନିରନ୍ତର ଅବସାଦୀ ମନୋଦଶା
(୨) ଅଧ୍ଵକ କ୍ଷୁଧା ବା କ୍ଷୁଧା ହ୍ରାସ
(୩) ନିଦ୍ରାହୀନତା କିମ୍ବା ଅଧୂକ ନିଦ୍ରା
(୪) ଶକ୍ତିହୀନତା
(୫) ନିର୍ଣ୍ଣୟ ନେବା ଓ ଏକାଗ୍ରତା ରଖୁବାରେ କଠିନତା ଉପଲବ୍ଧ କରିବା
(୬) ନୈରାଶ୍ୟ ଏବଂ ନ୍ୟୁନସ୍ଵ ମୂଲ୍ୟାୟନ
(୭) ନିରାଶାବାଦୀ ମନୋଭାବ

(ଖ) ଦ୍ଵି–ପ୍ରାନ୍ତୀୟ ମନୋବିକୃତି :
ଏହି ମାନସିକ ବିକାରମାନଙ୍କରେ ଉଭୟ ଉନ୍ମାଦ (Mania) ଏବଂ ଅବସାଦ (Depression) ସଂପୃକ୍ତ ଥାନ୍ତି । ଉନ୍ମାଦ ଓ ଅବସାଦ ଏକ ନିରନ୍ତର ମାପକର ଦୁଇଟି ବିପରୀତ ପ୍ରାନ୍ତ ରୂପେ କଳ୍ପନା କରାଯାଇପାରେ ।
(i) ଦ୍ଵି-ପ୍ରାନ୍ତୀୟ – I ମନୋବିକୃତି :
ଏହି ବିକାରରେ ବ୍ୟକ୍ତିର ମନୋସ୍ଥିତି (mood) ଉନ୍ମାଦରୁ ଅତି ଉଦାସ ଏବଂ ଅତି ଉଦାସରୁ ଉନ୍ମାଦ ମଧ୍ୟରେ ସମୟ ବ୍ୟବଧାନରେ ଦୋଦୁଲ୍ୟମାନ ହେଉଥାଏ । ଅତି ଉଦାସ ଲକ୍ଷଣମାନ ଉଦାସ ବା ବିଷାଦ ମନୋସ୍ଥିତିରେ ପରିଲକ୍ଷିତ ହୁଏ । ଉନ୍ମାଦଗ୍ରସ୍ତ ମନୋସ୍ଥିତିରେ ପରିଦୃଷ୍ଟ ହେଉଥିବା ଲକ୍ଷଣଗୁଡ଼ିକ ହେଲା :-
(୧) ବୃତ୍ତି ଓ ସାମାଜିକ କ୍ରିୟାରେ ଅଧ୍ବକ ସକ୍ରିୟତା କିମ୍ବା ଯୌନଲିପ୍‌ସା ଚରିତାର୍ଥ ନିମନ୍ତେ ପ୍ରବଳ କାମନା ।
(୨) ଅଧ‌ିକ ଅନାବଶ୍ୟକ କଥାବାର୍ତ୍ତା ।
(୩) ଦ୍ରୁତ ଧ୍ୟାନ ବିଚଳନ ଓ ନାନାରକମର ଭାବନାର ବଶବର୍ତୀ ହେବା ।
(୪) ନିଦ୍ରାହୀନତା
(୫) ସ୍ତ୍ରୀତ ସ୍ଵମୂଲ୍ୟାୟନ, ବିଶେଷ ପ୍ରତିଭା, କ୍ଷମତା ବା ସାମର୍ଥ୍ୟର ଅଧିକାରୀ ହୋଇଥିବାର ଭ୍ରମ, ଭବ୍ୟଭାବନାର ଶିକାର ହେବା ।
(୬) ଏକାଗ୍ରତାରେ କଠିନତା ।
(୭) ଆନନ୍ଦବାୟକ କ୍ରିୟାକଳାପରେ ଅତିରିକ୍ତ ସଂପୃକ୍ତି ଯୋଗୁଁ ଅବାଞ୍ଚିତ ପରିମାଣର ଶରବ୍ୟ ହେବା ।

(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି :
ଏହା ଦ୍ଵିପ୍ରାନ୍ତୀୟ ୧ ବିକୃତିଠାରୁ ଭିନ୍ନ । ଏହି ବିକାରରେ ରୋଗୀ କମ୍ ମାତ୍ରାରେ ଉନ୍ମାଦଜନିତ ଅନୁକ୍ରିୟା ପ୍ରଦର୍ଶନ କରିଥାଏ । ଏହାକୁ ସ୍ଵଳ୍ପ ଉନ୍ମାଦ (hymania) ମଧ୍ୟ କୁହାଯାଏ । ଏହି ବିକୃତିରେ ରୋଗୀ ନିଜର ସ୍ଵଳ୍ପ ବାତୁଳତା ଅବସ୍ଥାକୁ ଅନୁଭବ କରିପାରେ ନାହିଁ; କିନ୍ତୁ ଅନ୍ୟମାନେ ତାହା ଜାଣିପାରନ୍ତି । ଏହି ବିକୃତିରେ ସ୍ଵଳ୍ପ ବାତୁଳତା ଓ ଅତିବିଷାଦର ଲକ୍ଷଣମାନ ସମୟ ବ୍ୟବଧାନର ପର୍ଯ୍ୟାୟକ୍ରମେ ଦୃଷ୍ଟିଗୋଚର ହୋଇଥାନ୍ତି ।

(ii) ଚକ୍ର ବିକ୍ଷିପ୍ତ ମନୋବିକୃତି :
ବିଷଣ୍ଡ ମନସୁତା ଭଳି ଚକ୍ର ବିକ୍ଷସ୍ତୀ ମନୋବିକୃତି ମଧ୍ୟ ଏକ ଦୀର୍ଘକାଳୀନ ଭାବବିକୃତି। ଏଥିରେ ଉଭୟ ସ୍ଵଳ୍ପ ବାତୁଳତା ବା ଉନ୍ମାଦର ଲକ୍ଷଣ ଏବଂ ଅବସାଦାତ୍ମକ ଲକ୍ଷଣ ଅନେକବାର ଦୁଇ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଦେଖାଯାଏ । ଉଭୟ ପ୍ରକାରର ଲକ୍ଷଣଗୁଡ଼ିକ ଏକ ସମୟରେ ବା ପର୍ଯ୍ୟାୟ କ୍ରମେ ଦେଖାଯାଇପାରେ । କେତେକ ରୋଗୀଙ୍କ କ୍ଷେତ୍ରରେ ସ୍ଵଳ୍ପ ଉନ୍ମାଦ ଓ ଆବେଗାତ୍ମକ ଅବସ୍ଥା ମଧ୍ୟରେ ସ୍ଵାଭାବିକ ଅବସ୍ଥା ଆପାତତଃ ଦୁଇମାସଠାରୁ କମ୍ ସମୟ ପର୍ଯ୍ୟନ୍ତ ପରିଦୃଷ୍ଟ ହୋଇଥାଏ ।

ଅବସାଦ ଅବସ୍ଥାରେ ନିଜକୁ ନ୍ୟୁନ ବିବେଚନା କରିବା, ଲୋକଙ୍କଠାରୁ ଦୂରେଇ ରହିବା, ଏକାଗ୍ରତାର ଅଭାବ, ଫଳପ୍ରଦଭାବେ କଥାବାର୍ତ୍ତା କରିବାରେ ଅକ୍ଷମତା ଇତ୍ୟାଦି ଲକ୍ଷଣ ରୋଗୀଠାରେ ଦେଖାଯାଏ । ସ୍ଵଳ୍ପ ବାତୁଳତା ଅବସ୍ଥାରେ ଉପରେ ପଡ଼ି ଲୋକଙ୍କ ସହିତ ମିଳାମିଶା କରିବା, ନିଦ୍ରା ପରିମାଣରେ ପରିବର୍ତ୍ତନ, ଏକାଗ୍ର ଓ ସୃଜନଶୀଳ ଚିନ୍ତନ ଏବଂ ଫଳପ୍ରଦ ବ୍ୟବହାର ସଦୃଶ ଲକ୍ଷଣ ଦେଖାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ବାଧ୍ୟକାରୀ-ଆଦେଶନ/ ମନୋଗ୍ରସ୍ତ-ମନୋବାଧ୍ୟତା ମନୋବିକୃତିର (Obsessive – Compulsive Disorders) ଲକ୍ଷଣଗୁଡ଼ିକ ବର୍ଣନା କର ।
Answer:
କୌଣସି ଏକ ଅବାଞ୍ଚିତ, ଅଯୌକ୍ତିକ ଏବଂ ଅଶ୍ଵସ୍ତିକର ଭାବନା ବ୍ୟକ୍ତିର ମନକୁ ଦୀର୍ଘକାଳ ପର୍ଯ୍ୟନ୍ତ କବଳିତ କରିବାକୁ ମନୋଗ୍ରସ୍ତ (obsession) ବିକୃତି କୁହାଯାଏ । ବ୍ୟକ୍ତିର ଅନିଚ୍ଛା ସତ୍ତ୍ଵେ କୌଣସି ଏକ ଅହେତୁକ ଭାବନା ତା’ ମନରେ ବାରମ୍ବାର ସ୍ଵତଃପ୍ରବୃତ୍ତ ଭାବେ ଜାଗ୍ରତ ହୋଇଥାଏ ।

ଏହି ଭାବନା ଅତ୍ୟନ୍ତ ଅଯୌକ୍ତିକ ଜାଣି ମଧ୍ୟ ବ୍ୟକ୍ତି ଚେଷ୍ଟା କରି ମଧ୍ୟ ଏପରି ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ । ଯୌନଗତ ଭାବନା, ଆକ୍ରମଣାତ୍ମକ ଭାବନା କିମ୍ବା ଧର୍ମଭାବନା ଏହାର କେତେକ ଦୃଷ୍ଟାନ୍ତ | ସାଧାରଣତଃ ଆବେଗିକ ଭାବନାରେ ସନ୍ଦେହ, ସଂଶୟ, ଦୂଷିତ ହେବାର ଭୟ କିମ୍ବା ନିଜର କ୍ରୋଧକୁ ଭୟ କରିବା ଆଦି ସଂପୃକ୍ତ ଥାଏ ।

ଅନାବଶ୍ୟକ ଓ ନିରର୍ଥକ ବ୍ୟବହାରକୁ ବାରମ୍ବାର କରିବାର ଅନିୟନ୍ତ୍ରିତ ପ୍ରବୃଦ୍ଧିକୁ ବାଧ୍ୟବାଧକତା । ମନୋବାଧ୍ୟତା (Compulsion) କୁହାଯାଏ । ବାଧ୍ୟତା କ୍ରିୟାମାନଙ୍କ ମଧ୍ୟରେ ଗଣନା କରିବା, ଶୃଙ୍ଖଳା ରଖୁବା, ପରୀକ୍ଷାନିରୀକ୍ଷା କରିବା, ସ୍ପର୍ଶ କରିବା, ସଫା କରିବା ଆଦି ସାଧାରଣ ଭାବେ ଦେଖାଯାଏ । ଉଦାହରଣ ସ୍ଵରୂପ :- ବାରମ୍ବାର ଟଙ୍କାବିଡ଼ାକୁ ଗଣିବା, ରାସ୍ତାକଡ଼ର ବିଦ୍ୟୁତଖୁଣ୍ଟକୁ କ୍ରମାନ୍ବୟରେ ସ୍ପର୍ଶ କରିବା, ବାରମ୍ବାର ହାତ ଧୋଇବା, ତାଲା ବନ୍ଦ କରିବା ପରେ ଏହାକୁ ବାରମ୍ବାର ଯାଞ୍ଚ କରିବା ଇତ୍ୟାଦି ।

ପ୍ରାୟତଃ ମନୋଗ୍ରସ୍ତ ଓ ମନୋବାଧ୍ୟତା ଏକାଠି ସକ୍ରିୟ ହୋଇ ଦେଖାଯାଆନ୍ତି । ମନୋଗ୍ରସ୍ତ ପରି ଚିନ୍ତନ ମନୋବାଧ୍ୟତାକୁ ଉତ୍ପନ୍ନ କରାଇଥାଆନ୍ତି । ତଥାପି ଏହି ରୋଗରେ ପୀଡ଼ିତ ପ୍ରାୟ ଏକଚତୁର୍ଥାଂଶ ବ୍ୟକ୍ତି କେବଳ ମନୋଗ୍ରସ୍ତତା ଦେଖାଇଥାନ୍ତି ଏବଂ ଏହା ସେମାନଙ୍କର କ୍ରିୟାରେ ରୂପାନ୍ତରିତ ହୋଇନଥାଏ । ମନୋବାଧ୍ୟତା ସବୁବେଳେ ମନୋଗ୍ରସ୍ତତା ଉପରେ ପର୍ଯ୍ୟବସିତ ହେବାର କୌଣସି କାରଣ ନ ଥାଏ ।
ମନୋଗ୍ରସ୍ତ – ମନୋବାଧ୍ୟତା ବିକୃତିର ଲକ୍ଷଣାବଳୀ :

(୧) ମନୋବାଧ୍ୟତା ବ୍ୟକ୍ତିର ଚେତନାକୁ ଅବିରତ ଓ ଦୃଢ଼ ଭାବରେ ଅନାଭୂତ ପ୍ରବେଶ କରେ । ଫଳରେ ବ୍ୟକ୍ତିର
(୨) କୌଣସି କାରଣ ଯୋଗୁଁ ଯଦି ଆବେଶିକ ଭାବନା ବା ବାଧ୍ୟ ବ୍ୟବହାରକୁ ପ୍ରତିରୋଧ କରାଯାଏ, ବ୍ୟକ୍ତି ମନରେ ଅତିଶୟ ଅସ୍ଥିରତା, ଉଦ୍‌ବେଗ ଓ କ୍ରୋଧ ଜାତ ହୁଏ ।
(୩) ନିଜର ବାଧ୍ୟବ୍ୟବହାରକୁ ରୋଗୀ ନିରର୍ଥକ ଓ ଅଯୌକ୍ତିକ ବୋଲି ସ୍ଵୀକାର କରେ |
(୪) ବ୍ୟକ୍ତି ନିଜର ମନୋବାଧ୍ୟତା କ୍ରିୟାକୁ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ନିୟନ୍ତ୍ରଣ କରିପାରେ ନାହିଁ ।
(୫) ଆବେଗିକ ଭାବନା ଓ ବାଧ୍ୟ ବ୍ୟବହାର ବାହ୍ୟସୂତ୍ରରୁ ଆସୁଛି ବୋଲି ବ୍ୟକ୍ତି ଅନୁଭବ କରେ ।

କେତେକ ସୁସ୍ଥ ସବଳ ମନୋଗ୍ରସ୍ତ-ମନୋବାଧ୍ୟତା ରୋଗୀ ଗ୍ରସ୍ତତା–ବାଧ୍ୟତା ପ୍ରବୃତ୍ତି ରଖ୍ ମଧ୍ୟ ଅତି ସାବଧାନତାର ସହିତ ସକ୍ଷମ ଢଙ୍ଗରେ କାର୍ଯ୍ୟ କରିବାର କ୍ଷମତା ରଖନ୍ତି ଏବଂ ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀକୁ ସଫଳତା ପୂର୍ବକ ସଞ୍ଚାଳନ କରିଥାନ୍ତି । କୌଣସି କାର୍ଯ୍ୟରେ ସେମାନେ ଅତି କୁଶଳୀ ହୋଇଥାଆନ୍ତି, ଯେପରିକି ବ୍ୟାଙ୍କ, କ୍ୟାସିୟିର, ପ୍ରୟୋଗଶାଳା ଟେକ୍ନିସିଆନ ଅଥବା ମେସିନ ଡିଜାଇନର । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚସ୍ତରର କୃତିତ୍ଵ ଅର୍ଜନ କରିଥାଆନ୍ତି ।

କିନ୍ତୁ କେତେକ ମନୋଗ୍ରସ୍ତ ରୋଗୀ ଯେଉଁମାନେ ଜନସଂପର୍କ ରକ୍ଷା କରିବା ଦାୟିତ୍ଵରେ ଥାଆନ୍ତି ସେମାନେ କାର୍ଯ୍ୟରେ ଅସଫଳ ସାବ୍ୟସ୍ତ ହୋଇଥାଆନ୍ତି । ଯେତେବେଳେ ମନୋଗ୍ରସ୍ତତା ବା ବାଧ୍ୟତା ଦୈନନ୍ଦିନ ଜୀବନର କାର୍ଯ୍ୟକଳାପରେ ହସ୍ତକ୍ଷେପ କରେ ସେତେବେଳେ ତାହା ଏକ ପ୍ରଧାନ ସମସ୍ୟା ହୋଇଯାଏ ଏବଂ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଆବଶ୍ୟକ ହୋଇଥାଏ ।

Question ୫।
ମନୋଚିକିତ୍ସା କହିଲେ କ’ଣ ବୁଝ ? ମନୋଚିକିତ୍ସାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କର ।
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବାପାଇଁ ତଥା ସମାଯୋଜିତ କରିବା ପାଇଁ ବା ତା’ର ବ୍ୟବହାରରେ କଠିନତା ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଇଥିବା ଏକ ବିଧ୍ଵ । ମାନସିକ ବିକୃତିର ଉପଚାର ବିଭିନ୍ନ ପ୍ରକାର ସୈଦ୍ଧାନ୍ତକ ଦୃଷ୍ଟିକୋପ ଦ୍ଵାରା ନିର୍ଦ୍ଦେଶିତ ହୋଇଥାଏ । ରୋଗୀର ଉପଚାର ମନୋବୈଜ୍ଞାନିକ, ମନୋଚିକିତ୍ସକ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବିଶେଷଜ୍ଞଙ୍କ ଦ୍ଵାରା ସରକାରୀ ବା ଘରୋଇ ଭାବରେ କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ପ୍ରୟାସ କରାଯାଇଥାଏ । ଆଜିକାଲି ଚିକିତ୍ସକ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ପରିବର୍ତ୍ତେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ରହିଥାଆନ୍ତି । ଏଥୁରେ ସେ ବାଚନିକ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ବ ଦେଇଥାନ୍ତି ।

  • ରୋଗରେ ସୁଧାର ଆଣିବା ପାଇଁ ରୋଗୀର ସଂକଳ୍ପକୁ ପ୍ରୋତ୍ସାହିତ କରିବା ।
  • ସାମ୍ବେଗିକ ଚାପକୁ କମ୍ କରିବା ।
  • ସକାରାତ୍ମକ ବୃଦ୍ଧି ଓ ବିକାଶ ପାଇଁ ଶ୍ରେଣୀର ଆନ୍ତରିକ କ୍ଷମତାକୁ ଉନ୍ମୋଚିତ କରିବା ।
  • ରୋଗୀର କୁଅଭ୍ୟାସକୁ ପରିବର୍ତ୍ତନ କରିବା ।
  • ଚିନ୍ତନ କାର୍ଯ୍ୟ ପ୍ରଣାଳୀକୁ ବଦଳାଇବା ।
  • ରୋଗୀର ଆତ୍ମଚେତନା ବୃଦ୍ଧି କରିବା ।
  • ପାରସ୍ପରିକ ସମ୍ବନ୍ଧ ଏବଂ ସଂଚାର ପ୍ରକ୍ରିୟାରେ ସୁଧାର ଆଣିବା ।
  • ନିର୍ଣ୍ଣୟ ନେବାର ପ୍ରକ୍ରିୟାକୁ ସହଜ କରିବା ।
  • ଜୀବନର ଅଭିରୁଚିଗୁଡ଼ିକ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ।
  • ଅଧ୍ଵକ ସୃଜନାତ୍ମକ ଏବଂ ଆତ୍ମସଜାଗ ସହିତ ବ୍ୟକ୍ତି ତା’ର ସାମାଜିକ ପରିବେଶ ସହିତ ସମ୍ବନ୍ଧ ରଖୁବା ।

Question ୬।
ମନୋଚିକିତ୍ସା ପ୍ରକ୍ରିୟା ବା ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ବର୍ଣ୍ଣନା କର ।
Answer:
ବ୍ଯକ୍ତିର ବିଭିନ୍ନ ସମସ୍ୟା ସମାଧାନ କରିବା ଏବଂ ଅଧିକ ପ୍ରଭାବପୂର୍ଣ୍ଣ ବ୍ୟବହାରକୁ ପୋଷଣ କରିବା ସମସ୍ତ ମନୋଚିକିତ୍ସା ପ୍ରଣାଳୀର ମୁଖ୍ୟ ଲକ୍ଷ୍ୟ । ଏପରି ଲକ୍ଷ୍ୟ ହାସଲ କରିବାର ରାସ୍ତା ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନ ଭିନ୍ନ ହୋଇଥାଏ । ପ୍ରତ୍ୟେକ ମନୋଚିକିତ୍ସା ପ୍ରଣାଳୀରେ ତିନୋଟି ପ୍ରକ୍ରିୟା ବା ପର୍ଯ୍ୟାୟ ରହିଥାଏ । ସେଗୁଡ଼ିକ ହେଲା :-

  • ପ୍ରାରମ୍ଭିକ ପର୍ଯ୍ୟାୟ
  • ମଧ୍ୟବର୍ତ୍ତୀ ପର୍ଯ୍ୟାୟ
  • ସମାପନ ପର୍ଯ୍ୟାୟ

ପ୍ରାରମ୍ଭିକ ପର୍ଯ୍ୟାୟ :-
(କ) ପ୍ରଥମ ସାକ୍ଷାତ : ମନୋଚିକିତ୍ସାର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରଥମ ସାକ୍ଷାତରୁ ହିଁ ଆରମ୍ଭ ହୋଇଥାଏ । ଯେକୌଣସି ମନୋଚିକିତ୍ସା ପ୍ରଣାଳୀର ଏହି ପର୍ଯ୍ୟାୟରେ ନିମ୍ନଲିଖତ ଉଦ୍ଦେଶ୍ୟଗୁଡ଼ିକ ଯେପରି ପୂରଣ ହେବ ତା’ର ପ୍ରୟାସ କରାଯାଇଥାଏ :-
(i) ଚିକିତ୍ସକଙ୍କ ପ୍ରତି ରୋଗୀର ବିଶ୍ଵାସ ଓ ଉପକୃତ ହେବାର ଆଶା ଯେପରି ସୁଦୃଢ଼ ହୋଇପାରେ ।
(ii) ରୋଗୀ ଏବଂ ତା’ର କଠିନତା ସମ୍ବନ୍ଧରେ ସଂପୂର୍ଣ୍ଣ ସୂଚନା ପ୍ରାପ୍ତ କରି ତାକୁ ଏକାଠି କରିବା ।
(iii) ଚିକିତ୍ସାର ଔପଚାରିକତା, ଯେପରିକି ଶୁଳ୍କ, ସମୟ ଓ ଚିକିତ୍ସାର ସ୍ଵରୂପ ଇତ୍ୟାଦି ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ।
(iv) ରୋଗୀର ବ୍ୟବହାରରେ ବାଞ୍ଛତ ପରିବର୍ତ୍ତନ ପାଇଁ ରୋଗୀର ସଂକଳ୍ପ ଯେପରି ବିକଶିତ ହୋଇପାରିବ ।

(ଖ) ଚିକିତ୍ସାତ୍ମକ ସୌହାର୍ଦ୍ଦ : ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସୁ ‘ସ୍ଵ’ ଏବଂ ରୋଗୀଙ୍କର ବିବେକି, ସୁସ୍ଥ ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବା ପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବା ପାଇଁ କାମନା ଦୃଢ଼ ହୋଇଥାଏ ।

(ଗ) ଚିକିତ୍ସାତ୍ମକ ଅନୁବନ୍ଧ: ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ଚିକିତ୍ସାତ୍ମକ ଅନୁବନ୍ଧ କୁହାଯାଇଥାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ମୁକ୍ତ ଭାବରେ କଥାବାର୍ତ୍ତା ମାଧ୍ୟମରେ ହୋଇଥାଏ । ଉପର ସ୍ତରରେ ଏହା ମହକିଲଙ୍କୁ କେତେ ଶୁଳ୍କ ନେବାକୁ ପଡ଼ିବ, ଚିକିତ୍ସା ସମୟ ଓ ତାହା କେତେ ଦିନ ଧରି ଚାଲିବ, ଜରୁରୀକାଳୀନ ସାହାଯ୍ୟର ସ୍ଵରୂପ ଇତ୍ୟାଦି ସହିତ ସଂପର୍କିତ ଥାଏ । କିନ୍ତୁ ଭିତର ସ୍ତରରେ ଏହି ବୁଝାମଣା ଦୁଇ ପକ୍ଷ ମିଳିତ ଭାବରେ ତଥା ସଟ ଭାବରେ କାର୍ଯ୍ୟକରି ଚିକିତ୍ସାର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଚେଷ୍ଟା କରିବା ପ୍ରତିଶ୍ରୁତି ଉପରେ ପର୍ଯ୍ୟବସିତ ହୋଇଥାଏ ।

(ଘ) ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିବା :
ମନୋଚିକିତ୍ସାରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବା ମହତ୍ତ୍ଵପୂର୍ଣ ଅଟେ କାରଣ ମନୋଚିକିତ୍ସାର ପ୍ରଗତି ଓ ଦିଗ, ବ୍ୟକ୍ତି ପ୍ରାପ୍ତ କରିବା ପାଇଁ ଚାହୁଁଥିବା ଲକ୍ଷ୍ୟ ଉପରେ ନିର୍ଭର କରେ । କେତେକ ସମୟରେ ରୋଗୀର ଲକ୍ଷ୍ୟ ତତ୍କାଳିକ ମହତ୍ତ୍ଵ ରଖୁଥାଏ । ଆଉ କେତେକ ସମୟରେ ରୋଗୀ ଅଯୌକ୍ତିକ ଆଶା ଆକାଂକ୍ଷା ରଖୁଥାଆନ୍ତି । କେଉଁ ଲକ୍ଷ୍ୟ ଉତ୍ତମ, ବାସ୍ତବିକ ଓ ସହଜରେ ପ୍ରାପ୍ତ କରାଯାଇପାରିବ ସେ ସମ୍ବନ୍ଧରେ ମନୋଚିକିତ୍ସକ ରୋଗୀକୁ ସୂଚନା ପ୍ରଦାନ କରିଥାଆନ୍ତି । ଉଭୟଙ୍କ ଦ୍ଵାରା ଆଲୋଚନା ମାଧ୍ୟମରେ ଏହା ସ୍ଥିର କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ଙ) ସୀମା ନିର୍ଦ୍ଧାରଣ କରିବା :
ମନୋଚିକିତ୍ସାତ୍ମକ ବାତାବରଣ ସମସ୍ତ ପ୍ରକାର ଚାପଠାରୁ ମୁକ୍ତ ରହିବା ଉଚିତ୍ । ଚିକିତ୍ସା ସହିତ ସଂପର୍କିତ ବ୍ୟକ୍ତିବିଶେଷ ଓ ଚିକିତ୍ସାତ୍ମକ ବାତାବରଣରେ ଥିବା ଜିନିଷପତ୍ରକୁ ଉଚିତ ସମ୍ମାନ ଦେବା ଉଭୟ ରୋଗୀ ଓ ଚିକିତ୍ସକଙ୍କର ପ୍ରଧାନ କର୍ତ୍ତବ୍ୟ । ରୋଗୀ ଓ ମନୋଚିକିତ୍ସକ ଉଭୟ ସେମାନଙ୍କର ସ୍ନେହଭାବ ଓ ରାଗକୁ ପ୍ରକାଶ କରିବାରେ ସ୍ଵାଧୀନତା ପାଇଥାନ୍ତି; କିନ୍ତୁ ରୋଗୀ ଆକ୍ରମଣ ବା ହିଂସ୍ର ବ୍ୟବହାର ଦେଖାଇବା ପାଇଁ ସ୍ଵାଧୀନ ନୁହେଁ । ଚିକିତ୍ସକଙ୍କର ରୋଗୀକୁ ବା ରୋଗୀଙ୍କର ଚିକିତ୍ସକଙ୍କୁ ଶାରୀରିକ ସ୍ପର୍ଶ କରିବାର ଅନୁମତି ସାଧାରଣତଃ ନଥାଏ ।

ମଧ୍ୟବର୍ତ୍ତୀ ପର୍ଯ୍ୟାୟ :
ଏହି ପର୍ଯ୍ୟାୟରେ ପ୍ରକୃତ ଚିକିତ୍ସା କରାଯାଇଥାଏ । ଯେକୌଣସି ମନୋଚିକିତ୍ସା ପଦ୍ଧତିର ଉପଯୋଗ କରାଯାଇ ଥାଉନା କାହିଁକି ଏହି ପର୍ଯ୍ୟାୟରେ ନିମ୍ନଲିଖତ ତତ୍ତ୍ଵଗୁଡ଼ିକ ମହତ୍ଵପୂର୍ଣ ହୋଇଥାଏ । ସେଗୁଡ଼ିକ ହେଲା :

(a) ଅନୁଭବ କରିବା :
ରୋଗୀଙ୍କଠାରେ ଧନାତ୍ମକ ପରିବର୍ତ୍ତନ ଆଣିବା ପାଇଁ ମନୋଚିକିତ୍ସା ସମୟରେ ବ୍ୟକ୍ତିଗତ ରୂପରେ ନୂତନ, ଅର୍ଥପୂର୍ଣ୍ଣ, ସାମ୍ବେଗିକ ପରିବର୍ତ୍ତନଶୀଳ ତଥା ପରିପୂର୍ଣ୍ଣ ଅନୁଭବ ଆବଶ୍ୟକ ହୋଇଥାଏ । ରୋଗୀକୁ କିଛି ବୁଝାଇବା ଅପେକ୍ଷା ସେ ଯେପରି ଏପରି ପରିବର୍ତ୍ତନକୁ ଅନୁଭବ କରି ପାରିବ ତାହା ଦେଖୁବା ଆବଶ୍ୟକ । ଉଦାହରଣ ସ୍ଵରୂପ :- ଜଣକୁ ପହଁରା ଶିଖୁବାକୁ ହେଲେ ତାକୁ ପାଣିରେ ପଶି ପହଁରା ଶିକ୍ଷା କରିବାକୁ ପଡ଼ିବ ।

(b) ମନୋଚିକିତ୍ସାତ୍ମକ ସମ୍ବନ୍ଧ :
ପ୍ରଭାବଶାଳୀ ମନୋଚିକିତ୍ସାର ଏହା ଏକ ମୌଳିକ ଆବଶ୍ୟକତା । ମନୋଚିକିତ୍ସାତ୍ମକ ସମ୍ବନ୍ଧ ଅନ୍ୟ ମାନବୀୟ ଏବଂ ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋବୈଜ୍ଞାନିକ ସମସ୍ୟା ଅନ୍ୟ ସମସ୍ୟାଠାରୁ ଭିନ୍ନ ହୋଇଥାଏ ଏବଂ ଏହାର ସମାଧାନ ପାଇଁ ବିଶେଷ କୌଶଳର ଆବଶ୍ୟକତା ହୋଇଥାଏ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି ।

ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନରେ ରଖ୍ ନୈଦାନିକ ନିୟମକୁ ଅନୁସରଣ କରିଥାନ୍ତି । ରୋଗୀକୁ ଆଶ୍ଵସ୍ତ କରାଯାଇଥାଏ ଯେ, ତା’ର ସଂପୂର୍ଣ୍ଣ ଧ୍ୟାନ ରଖାଯିବ, ସମସ୍ତ କଥାବାର୍ତ୍ତା ଏକାନ୍ତରେ ହେବ ଓ ଗୁପ୍ତ ରଖାଯିବ ଏବଂ କୌଣସି ପ୍ରକାର ନିଶ୍ଚିୟ ତାଙ୍କ ଉପରେ ଜବରଦସ୍ତ ଲଦିଦିଆଯିବ ନାହିଁ । ଚିକିତ୍ସକ ନିଜର କୌଣସି ପ୍ରକାର ଆବଶ୍ୟକତା ପାଇଁ ରୋଗୀଠାରୁ ଫାଇଦା ଉଠାଇବେ ନାହିଁ । ଚିକିତ୍ସକଙ୍କର ଲକ୍ଷ୍ୟ ହେଲା ଚିକିତ୍ସକ ଓ ରୋଗୀ ମଧ୍ୟରେ ଏପରି ସମ୍ବନ୍ଧକୁ ସୁଦୃଢ଼ କରାଇ ରୋଗୀର ଉନ୍ନତି ଏବଂ ଆଶୁ ଆରୋଗ୍ୟ ସୁନିଶ୍ଚିତ କରାଇବା ।

(c) ଆଶା ଓ ପ୍ରେରଣା :
କୌଣସି ମାନସିକ ରୋଗୀ ଯେତେବେଳେ ଜଣେ ମନୋଚିକିତ୍ସକଙ୍କ ନିକଟକୁ ଆସନ୍ତି ସେ ଅନେକ ଚିନ୍ତା, ଆଶଙ୍କା ତଥା ଆଶା ନେଇ ଆସିଥାଆନ୍ତି । ରୋଗୀ ଚିକିତ୍ସକଙ୍କୁ ଜଣେ ବିଶେଷଜ୍ଞ ମାନି ଆଶା ରଖନ୍ତି ଯେ ଚିକିତ୍ସକ ତାଙ୍କୁ ମନୁଷ୍ୟ ରୂପରେ ବୁଝିବେ ଓ ବ୍ୟକ୍ତିଗତ ପ୍ରସନ୍ନତା ପାଇବାରେ ସହାୟତା କରିବେ ।

ସମାପନ ପର୍ଯ୍ୟାୟ :
ମନୋଚିକିତ୍ସାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ରୋଗୀ ଅଧ୍ବକ ସମାଯୋଜନାତ୍ମକ ହୋଇଯାଇଥାଏ । ଅତୀତ ଅପେକ୍ଷା ବର୍ତ୍ତମାନ ଉପରେ ଧ୍ୟାନ ଦେଇଥାଏ ଏବଂ ତାଙ୍କର ଏକ ଭବିଷ୍ୟାନ୍ମୁଖ ଦୃଷ୍ଟିକୋଣ ବିକଶିତ ହୋଇଯାଇଥାଏ । ମନୋଚିକିତ୍ସାର କୌଣସି ଅନ୍ତ ନାହିଁ ତଥାପି ଯେତେ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ ହୋଇଯାଏ । ତେବେ ଚିକିତ୍ସାକୁ ସମାପ୍ତ କରିଦେବା ଉଚିତ୍ ।

ଅନ୍ୟ ପକ୍ଷରେ ନିଶ୍ଚିତ ଲକ୍ଷ୍ୟ ପାଖରେ ପହଞ୍ଚିବା ଆଗରୁ ମଧ୍ୟ ଏହା ସମାପ୍ତ କରାଯାଇପାରେ, ଯଦି ରୋଗୀ ବା ଚିକିତ୍ସକଙ୍କ ମଧ୍ୟରୁ ଜଣେ ଏହା ଅନୁଭବ କରିବେ ଯେ ଏକା ସାଙ୍ଗରେ ମିଶି ଉଭୟେ କାର୍ଯ୍ୟ କରିପାରିବେ ନାହିଁ ଏବଂ ସାମ୍ନାର ରାସ୍ତା ସେମାନଙ୍କ ପାଇଁ ବନ୍ଦ ଅଛି । ମନୋଚିକିତ୍ସାର ସଫଳ ସମାପନରେ ପ୍ରାୟତଃ ଅନୁସରଣ ବା follow up ର ଆବଶ୍ୟକ ହୋଇଥାଏ । ମନୋଚିକିତ୍ସା ସମୟରେ ରୋଗୀ ଯାହା ଶିକ୍ଷା କରିଥାନ୍ତି ତାକୁ ବାସ୍ତବିକ ଜୀବନରେ ଉପଯୋଗ କରିବା ଦରକାର ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତିର କୌଶଳଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ ରୂପେ ଉପଯୋଗ କରାଯାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି. ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟାପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । ଲିଣ୍ଡସ୍କ ଓ ସ୍କ୍ରିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ ‘ବ୍ୟବହାର ଚିକିତ୍ସା’ ଶବ୍ଦର ଆବିଷ୍କାର କରିଥିଲେ ।

ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ନୂଆ ଶିଖିବା ଆବଶ୍ୟକ ହୋଇଥାଏ । ବ୍ୟବହାର ପରିମାର୍ଜନ ପଦ୍ଧତିରେ ଅନେକ କୌଶଳ ବ୍ୟବହାର କରାଯାଏ । ସେଗୁଡ଼ିକ ମଧ୍ୟରୁ କେତେକ ନିର୍ଦ୍ଦିଷ୍ଟ ତଥା ପ୍ରମୁଖ କୌଶଳଗୁଡ଼ିକ ହେଲା :

(i) କ୍ରମବଦ୍ଧ ବି ସଂବେଦୀକରଣ (Systematic desensitization)
(ii) ଇଂଗ୍ଲୋସିଭ ଚିକିତ୍ସା ଓ ଫ୍ଲଡ଼ିଙ୍ଗ୍ (Implosive therapy and flooding)
(iii) ବିକର୍ଷଣ ଚିକିତ୍ସା (Aversion Therapy)

(i) କ୍ରମବଦ୍ଧ ବି ସଂବେଦୀକରଣ :
ବ୍ୟବହାର ଚିକିତ୍ସା ପଦ୍ଧତିମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ ପ୍ରସିଦ୍ଧ ଏବଂ ଦୁର୍ନୀତି ଓ ଦୁଶ୍ଚିନ୍ତା ପରି ମାନସିକ ବିକୃତିର ଉପଚାର ପାଇଁ ବହୁଳଭାବରେ ବ୍ୟବହୃତ ହୋଇଥାଏ । ମନୋବୈଜ୍ଞାନିକ ଓଲ୍ସଙ୍କ ଦ୍ଵାରା ଏହି ପଦ୍ଧତି ବିକଶିତ ହୋଇଥିଲା । ଏହି ପଦ୍ଧତି ଏପରି ପରିକଳ୍ପନା ଉପରେ ଆଧାରିତ ଯେ କୌଣସି ଏକ ସମୟରେ ଗୋଟିଏ ବ୍ୟକ୍ତି ଉଭୟ ବିଶ୍ରାନ୍ତ ଏବଂ ଉଦ୍‌ବେଗୀ ହୋଇପାରିବ ନାହିଁ ।

ତେଣୁ ରୋଗୀ ଯେତେବେଳେ ପୂର୍ଣ୍ଣ ବିଶ୍ରାନ୍ତ ସ୍ଥିତିରେ ଥାଏ, ସେହି ସମୟରେ ଯଦି ଉଦ୍‌ବେଗ ବା ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ଉପସ୍ଥାପନ କରାଯାଏ ତେବେ ବିଶ୍ରାନ୍ତ, ଉତ୍କଣ୍ଠା ଉପରେ ବିଜୟ ଲାଭ କରିଥାଏ ଏବଂ ରୋଗୀ ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ପ୍ରତି ଅସମ୍ବେଦୀକୃତ ହୋଇଥାଏ । ଏହି ଚିକିତ୍ସା ପଦ୍ଧତିରେ ଚାରିଗୋଟି ପର୍ଯ୍ୟାୟ ରହିଥାଏ ।

ସେଗୁଡ଼ିକ ହେଲା :
(କ) ସାକ୍ଷାତକାର
(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ
(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା
(ଘ) ଅସମ୍ବେଦୀକରଣ

(କ) ସାକ୍ଷାତକାର : ଏହି ପର୍ଯ୍ୟାୟରେ ରୋଗୀର ନାମ, ଠିକଣା ଇତ୍ୟାଦି ପରିଚୟ ସମ୍ବନ୍ଧୀୟ ସୂଚନା ପ୍ରାପ୍ତ କରାଯାଇଥାଏ । ରୋଗୀର ସମସ୍ୟାର ପ୍ରମୁଖ କାରଣକୁ ବୁଝିବା ପାଇଁ କେତେକ ମନୋବୈଜ୍ଞାନିକ ପରୀକ୍ଷଣ ପ୍ରୟୋଗ କରାଯାଇଥାଏ । ଏଥି ସହିତ ବ୍ୟକ୍ତିର ବ୍ୟକ୍ତିତ୍ଵକୁ ବୁଝିବା ପାଇଁ ବ୍ୟକ୍ତିତ୍ଵ ପରୀକ୍ଷଣ କରାଯାଇଥାଏ ।

(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ : ଏହି ପର୍ଯ୍ୟାୟରେ କିପରି ବିଶ୍ରାମ ନିଆଯାଇଥାଏ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରକୃତ ବିଶ୍ରାନ୍ତ ବିଧ୍ଵ ଶିକ୍ଷା କରିବାକୁ ପ୍ରତ୍ୟେକଟି ପ୍ରାୟ ୩୦ ମିନିଟ କରି ଛଅ । ସାତୋଟି ଅଧୂବେଶନ ଦରକାର ହୋଇଥାଏ ।

(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା : ଏହି ପର୍ଯ୍ୟାୟରେ ପ୍ରାରମ୍ଭିକ ସାକ୍ଷାତକାରର ଆଧାରରେ ଅତି ସାଧାରଣରୁ ଆରମ୍ଭ କରି ଅତି ଉଚ୍ଚସ୍ତରର ଉଦ୍‌ବେଗ ଉତ୍ପନ୍ନ କରୁଥିବା ଅନେକଗୁଡ଼ିଏ ସ୍ଥିତିର ପଦାନୁକ୍ରମ ତିଆରି କରାଯାଇଥାଏ । ଏହି ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିଗୁଡ଼ିକ ଛବି ଆକାରରେ ବା କଥା ଆକାରରେ ହୋଇଥାଏ । ଏହିପରି ଅତିକମ୍‌ରେ 20 /50 ଟି ସ୍ଥିତିର କଳ୍ପନା କରାଯାଇଥାଏ । ଏହି ଛବିଗୁଡ଼ିକ ଅପେକ୍ଷାକୃତ ସବୁଠାରୁ କମ୍ ଭୟ ସୃଷ୍ଟି କରିବାଠାରୁ ଆରମ୍ଭ କରି ପଦାନୁକ୍ରମରେ ସବୁଠାରୁ ଅଧ‌ିକ ଭୟ ସୃଷ୍ଟି କରିବା ପର୍ଯ୍ୟନ୍ତ ବିସ୍ତୃତ ଥାଏ ।

(ଘ) ଅସମ୍ବେଦୀକରଣ : ଏହି ପର୍ଯ୍ୟାୟର ପ୍ରତ୍ୟେକ ଅଧିବେଶନରେ ରୋଗୀକୁ ବିଶ୍ରାମ ନେବାକୁ କୁହାଯାଇଥାଏ । ରୋଗୀ ସଂପୂର୍ଣ୍ଣ ବିଶ୍ରାନ୍ତରେ ରହିଥ‌ିବା ସମୟରେ ଅତି ସାଧାରଣ ବା ନିମ୍ନତମ ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିର କଳ୍ପନା କରିବାକୁ କୁହାଯାଇଥାଏ ବା ଆଗରୁ ପ୍ରସ୍ତୁତ କରି ରଖାଯାଇଥିବା ଛବିକୁ ପ୍ରଦର୍ଶିତ କରାଯାଇଥାଏ । କିଛି ସମୟ ପରେ ଚିକିତ୍ସକ ପଦାନୁକ୍ରମରେ ଅପେକ୍ଷାକୃତ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରିଥାଆନ୍ତି ।

ପୁଣି କିଛି ସମୟପରେ ତାହାଠାରୁ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରନ୍ତି । ଏହିପରି ଭାବରେ ଚିକିତ୍ସକ ରୋଗୀର ଏହି ସ୍ଥିତିଗୁଡ଼ିକୁ ଉଦ୍‌ବେଗ ପ୍ରକାଶ ନ କରି ସହ୍ୟ କରିପାରୁଥିବା ପର୍ଯ୍ୟନ୍ତ ପଦାନୁକ୍ରମରେ ସଜ୍ଜିତ ସ୍ଥିତିର ଛବିଗୁଡ଼ିକୁ ପ୍ରଦର୍ଶିତ କରିଚାଲନ୍ତି । ରୋଗୀ ଉଦ୍‌ବେଗ ପ୍ରକାଶ କରିବା ମାତ୍ରେ, ଉକ୍ତ ଅଧିବେଶନ ଶେଷ ହୁଏ । ପୁଣି ପରବର୍ତୀ ଅଧୂବେଶନରେ ଉପରେ ବର୍ଣ୍ଣିତ ପଦ୍ଧତିକୁ ପୁନର୍ବାର ପ୍ରୟୋଗ କରାଯାଇଥାଏ । ଏହିପରି ଭାବରେ ଉପଚାର କିଛି ଦିନ ଚାଲିବା ପରେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ ।

(ii) ଇଂଗ୍ଲୋସିଭ ଚିକିତ୍ସା ଫ୍ଲଡ଼ିଙ୍ଗ୍ : ଏହି ପଦ୍ଧତିରେ ଉଦ୍‌ବେଗ ଜାତ କରାଉଥ‌ିବା ପରିସ୍ଥିତିଠାରୁ ଦୂରରେ ରହିବା ବଦଳରେ ଦୃଢ଼ତାର ସହିତ ସେହି ପରିସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ସେହି ଆଭିମୁଖ୍ୟ ନେଇ ରୋଗୀର ଚିକିତ୍ସା କରାଯାଇଥାଏ । ଇଂଗ୍ଲୋସିଭ୍ ଚିକିତ୍ସା ପଦ୍ଧତିରେ ଚିକିତ୍ସକ ସବୁଠାରୁ ଅଧିକ ଭୟ ଜାତ କରୁଥିବା ଘଟଣା ବର୍ଣ୍ଣନା କରିଥାଆନ୍ତି ବା ସର୍ବାଧ୍ଵକ ଚିନ୍ତାଜନକ ସ୍ଥିତିର କଳ୍ପନା କରିବାକୁ ରୋଗୀଙ୍କୁ କହିଥାଆନ୍ତି ।

ଫ୍ଲଡିଙ୍ଗ୍ ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ଚିନ୍ତା ଉତ୍ପନ୍ନ କରୁଥିବା ବାସ୍ତବିକ ସ୍ଥିତିରେ ରଖାଯାଇଥାଏ । କିଛି ସମୟ ବା କିଛିଦିନ ଏପରି ସ୍ଥିତିରେ ରହିବା ପରେ ରୋଗୀଙ୍କର ଉତ୍କଣ୍ଠା କମିଯାଇଥାଏ । ଏହି ପଦ୍ଧତି ଭଲଭାବରେ କାର୍ଯ୍ୟ କରିଥାଏ କିନ୍ତୁ ଏହାର ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ବିକର୍ଷଣ ଚିକିତ୍ସା : ଯଦି କୌଣସି ଅନୁକ୍ରିୟା କରିବା ପରେ କଷ୍ଟ ତଥା ଦଣ୍ଡ ମିଳିଥାଏ, ତେବେ ସେହି ଅନୁକ୍ରିୟାର ଶକ୍ତି କମିଯାଇଥାଏ । ମଦ୍ୟପାନ କରୁଥିବା ଓ ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କର ସଫଳ ଚିକିତ୍ସା ବିକର୍ଷଣ ପଦ୍ଧତିରେ କରାଯାଉଅଛି ।

ଉଦାହରଣ ସ୍ଵରୂପ :- ମଦ୍ୟପଙ୍କର ମଦ୍ୟପାନୀୟରେ ଅଭ୍ୟାସ ଉତ୍ପନ୍ନ କରୁଥିବା ଏକ ଔଷଧ ତାଙ୍କ ଅଗୋଚରରେ ମିଶାଇ ଦିଆଯାଇଥାଏ । ମଦ୍ୟପ ଏହାକୁ ପାନ କରିବାର କିଛି ସମୟ ପରେ ତାଙ୍କର ମୁଣ୍ଡ ବୁଲାଇଥାଏ ତଥା ବାନ୍ତି ହୋଇଥାଏ । ଏହିପରି କିଛି ଦିନ ଉପଚାର ପରେ ଦେଖାଯାଇଛି ଯେ ମଦ୍ୟ ପାନୀୟକୁ ଦେଖୁବାମାତ୍ରେ ତାଙ୍କୁ ବାନ୍ତି ଲାଗିଥାଏ ଏବଂ ସେ ମଦ୍ୟପାନଠାରୁ ନିଜକୁ ଦୂରେଇ ନିଅନ୍ତି । ଅଧ‌ିକ ଖାଇବା, ଅଧିକ ଧୂମପାନ କରିବା ତଥା ଯୌନ ଦୁରାଚରଣ ପରି ବିକୃତିର ସଫଳ ଉପଚାର ବିକର୍ଷଣ ପଦ୍ଧତି ସାହାଯ୍ୟରେ କରାଯାଏ ।

Question ୮।
ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାରରେ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଏବଂ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ । ସଜ୍ଞାନାତ୍ମକ ଶବ୍ଦର ଅର୍ଥ ଅତି ବ୍ୟାପକ । ଏହା ବ୍ୟକ୍ତିର ଉଚ୍ଚତର ସ୍ତରରେ ହେଉଥିବା ସମସ୍ତ ସୁସ୍ଥ ମାନସିକ ପ୍ରକ୍ରିୟା ଯଥା ଧ୍ୟାନ, ଧାରଣା, ଶିକ୍ଷଣ, ଚିନ୍ତନ, ସ୍ମୃତି ତଥା ଚେତନା ଇତ୍ୟାଦି ସହିତ ସମ୍ବନ୍ଧିତ । ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା

ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଜୋର ଦେଇଥାଏ । ସଜ୍ଞାନାତ୍ମକ ଚିକିତ୍ସକମାନଙ୍କ ମତରେ ଅଭିବୃଦ୍ଧି ଓ ଦୀର୍ଘକାଳୀନ ସ୍ମୃତି ପରି ସଜ୍ଞାନାତ୍ମକ ପ୍ରକ୍ରିୟା ଏବଂ ସଂରଚନାଗୁଡ଼ିକ ବ୍ୟକ୍ତିର ବ୍ୟବହାରକୁ ପ୍ରଭାବିତ କରିଥାନ୍ତି ।

ନିଜର ‘ସ୍ୱ’ ପ୍ରତି ତଥା ସଂସାର ପ୍ରତି ନକରାତ୍ମକ ଚିନ୍ତାଧାରା ଦ୍ଵାରା ରୋଗୀ ବର୍ତ୍ତମାନ ନିକଟରେ ପରାଜିତ ହୁଏ ଏବଂ ତା’ର ପରିବେଶ ଯେପରି ଧମକପୂର୍ଣ ସେହିପରି ମନେ କରିଥାଏ ତଥା ଭବିଷ୍ୟତକୁ ଭୟ କରିଥାଏ । ଏହା ଅବସାଦ ଓ ଉତ୍କଣ୍ଠା ପରି ମାନସିକ ରୋଗଗୁଡ଼ିକର ମହତ୍ତ୍ଵପୂର୍ଣ୍ଣ ଅଂଗ ଅଟେ । ଏହି ପ୍ରକ୍ରିୟା ଏବଂ ସଂରଚନାକୁ ବାସ୍ତବିକ ସ୍ତରରେ ବଦଳାଇବା ସକାରାତ୍ମକ ଚିକିତ୍ସାର ପ୍ରମୁଖ ଲକ୍ଷ୍ୟ ।

ବିଷଣ୍ଣ ମନସୁତା (Beck’s Cognitive Therapy) :
ବେକ୍‌ଙ୍କ ଦ୍ଵାରା ବିକଶିତ ହୋଇଥିବା ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ଅବସାଦଗ୍ରସ୍ତ ରୋଗୀଙ୍କ ଉପଚାର ପାଇଁ ବହୁଳ ଭାବରେ ବ୍ୟବହାର କରାଯାଇଛି । ବେକ୍‌ଙ୍କ ମତରେ ରୋଗୀ ତା’ର ନକରାତ୍ମକ ଚିନ୍ତାଧାରା, ପକ୍ଷପାତପୂର୍ବ ତଥା ଅଯୌକ୍ତିକ ବ୍ୟାଖ୍ୟା ପାଇଁ ଅବସାଦଗ୍ରସ୍ତ ହୋଇଥାଏ ।

ରୋଗକୁ ଏଗୁଡ଼ିକ ଚିହ୍ନିବାରେ ସହାୟତା କରିବା ଚିକତ୍ସକଙ୍କର କାର୍ଯ୍ୟ । ଏଥୁସହିତ ନକାରାତ୍ମକ ଚିନ୍ତାଧାରା ବଦଳରେ ସକାରାତ୍ମକ ରୂପରେ ଚିନ୍ତାକରି ନିଜ ସମସ୍ୟାର ସମାଧାନ ପାଇଁ ନୂତନ ରାସ୍ତାକୁ ଖୋଜିବାରେ ରୋଗୀକୁ ସହାୟତା ଦେବା ଚିକିତ୍ସକଙ୍କର କାର୍ଯ୍ୟ ହୋଇଥାଏ । ବେକଙ୍କର ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସାହାଯ୍ୟରେ ପ୍ୟାନିକ (Panic Disorder) ରୋଗୀ ତଥା ବିଭିନ୍ନ ପ୍ରକାରର ଉତ୍କଣ୍ଠା ରୋଗୀଙ୍କର ସଫଳତା ପୂର୍ବକ ଚିକିତ୍ସା କରାଯାଇପାରୁଛି ।

ଏଲିସ୍‌ଙ୍କର ତର୍କଶ୍ରିତ – ଭାବାତ୍ମକ ଚିକିତ୍ସା : (Ellis’s Rational Emotive Therapy) :
ରୋଗୀର ମୌଳିକ କୁସମାଯୋଜନାତ୍ମକ ବିଚାରାଧାରାକୁ ବଦଳାଇବା ପାଇଁ ଏଲିସ୍‌ଙ୍କ ଦ୍ବାରା ବିକଶିତ ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ପଦ୍ଧତିର ଉପଯୋଗ କରାଯାଏ । ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଜଣେ ସୁସ୍ଥ ବ୍ୟକ୍ତି ତର୍କପୂର୍ଣ୍ଣ ବିଚାର କରିଥାଏ ଏବଂ ବାସ୍ତବିକତା ସହିତ ଖାପଖୁଆଇ ବ୍ୟବହାର ପ୍ରଦର୍ଶନ କରିଥାଏ । କିନ୍ତୁ କେତେକ ବ୍ୟକ୍ତିଙ୍କର ବିଶ୍ଵାସ ଓ ମୂଲ୍ୟବୋଧ ଅବାସ୍ତବ ହୋଇଥାଏ । ତେଣୁ ସେମାନେ ଏପରି ଅବାସ୍ତବ ବିଶ୍ଵାସ ଏବଂ ମୂଲ୍ୟବୋଧ ଆଧାରରେ କାର୍ଯ୍ୟ କରିବାର ପ୍ରୟାସ କରି ଅନେକ ସମୟରେ ସେଥ‌ିରେ ଅକୃତକାର୍ଯ୍ୟ ହୋଇଥାନ୍ତି ଓ ସେଥ‌ିପାଇଁ ନିରାଶ ତଥା କଷ୍ଟ ଅନୁଭବ କରନ୍ତି ।

ଉଦାହରଣ ସ୍ଵରୂପ : ଜଣେ ବ୍ୟକ୍ତି ମନେ କରିପାରନ୍ତି ଯେ ସେ ସବୁବେଳେ ସମସ୍ତଙ୍କ ପାଇଁ ବହୁତ ବଢ଼ିଆ କାମ କରିବେ ଏବଂ ସମସ୍ତଙ୍କର ପ୍ରିୟଭାବନ ହୋଇପାରିବେ । କିନ୍ତୁ ସଂସାରରେ ସବୁ ଲୋକଙ୍କ ପାଇଁ କାର୍ଯ୍ୟକରି ସମସ୍ତଙ୍କୁ ଖୁସି କରାଇପାରିବା ଅଯୌକ୍ତିକ ଏବଂ ଅସମ୍ଭବ ଅଟେ । ତେଣୁ ଏହି ବ୍ୟକ୍ତି ଜଣକ ନିଜ ଲକ୍ଷ୍ୟ ନିକଟରେ ଚେଷ୍ଟା କରି ମଧ୍ୟ ପହଞ୍ଚି ପାରିବାର ସମ୍ଭାବନା ବହୁତ କମ୍‌ଥାଏ । ଲକ୍ଷ୍ୟ ନିକଟରେ ପହଞ୍ଚି ନ ପାରିଲେ ତାଙ୍କ ମନରେ ଉତ୍କଣ୍ଠା ଜାତ ହୁଏ ଏବଂ ବ୍ୟକ୍ତି ନିଜକୁ ମୂଲ୍ୟହୀନ, ପ୍ରଭାବହୀନ ଓ ତୁଚ୍ଛ ମନେ କରନ୍ତି ।

ଆତ୍ମ-ପରାଜୟ ଗ୍ଳାନିରେ ସେ ଜର୍ଜରିତ ହୁଅନ୍ତି । ଏପରି ଆତ୍ମ- ପରାଜୟ ବୋଧ ସହିତ ସାମ୍ବେଦିକ ଅନୁକ୍ରିୟାଗୁଡ଼ିକର ବାସ୍ତବିକତା ସହିତ କୌଣସି ସଂପର୍କ ନ ଥାଏ କିନ୍ତୁ ଏଗୁଡ଼ିକ ବ୍ୟକ୍ତିଙ୍କର ନିଜର ଚିନ୍ତନ କ୍ରିୟା ଦ୍ଵାରା ସୃଷ୍ଟି ହୋଇଥାଏ । ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ବ୍ୟକ୍ତିଙ୍କର ଆତ୍ମ-ମୂଲ୍ୟାଙ୍କନ ଏବଂ ବିଶ୍ଵାସ ପ୍ରଣାଳୀକୁ ‘ଏହା କରିବା ଉଚିତ୍’, ‘ତାହା କରିବା ଉଚିତ’, ପରି କଠୋର ବିଚାରଧାରାକୁ ବଦଳାଇ ସୃଜନାତ୍ମକ, ସ୍ଵଚ୍ଛନ୍ଦ ଏବଂ ସହଜ ତଥା ସାମ୍ବେଗିକ ଦୃଷ୍ଟିକୋଣରୁ ସନ୍ତୋଷପ୍ରଦ ବିଚାରଧାରାକୁ ପୁନର୍ଗଠନ କରିବାରେ ସାହାଯ୍ୟ କରିଥାଏ । ବ୍ୟକ୍ତି ନିଜର ମହତ୍ତ୍ଵକୁ ଠିକ୍ ଭାବରେ ବୁଝିବାର ଭାବନାକୁ ବିକଶିତ କରି ଆଗକୁ ଅଗ୍ରସର ହେବାରେ ତାକୁ ସାହାଯ୍ୟ କରିବା ହିଁ ଏହି ପଦ୍ଧତିର ଲକ୍ଷ୍ୟ ।

Question ୯।
ଜୈବ-ଔଷଧୀୟ ଚିକିତ୍ସା କହିଲେ କ’ଣ ବୁଝ ? ବିଭିନ୍ନ ପ୍ରକାରର ଜୈବ-ଔଷଧୀୟ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଚିନ୍ତନ ପ୍ରକ୍ରିୟା, ସମ୍ବେଗୀ କ୍ରିୟାକଳାପ ଏବଂ ଶାରୀରିକ ପ୍ରକ୍ରିୟାରେ ସୁଧାର ପାଇଁ ପରିବର୍ତ୍ତନ ଉତ୍ପନ୍ନ କରିବା ଯେକୌଣସି ମନୋଚିକିତ୍ସାର ଉଦ୍ଦେଶ୍ୟ ହୋଇଥାଏ । କିନ୍ତୁ ଏହି ପରିବର୍ତ୍ତନ କିପରି ଅଣାଯାଇପାରିବ ଏବଂ କେଉଁ ପରିବର୍ତ୍ତନକୁ ପ୍ରାଥମିକତା ଦିଆଯିବ ସେ ସମ୍ବନ୍ଧରେ ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନତା ଦେଖିବାକୁ ମିଳେ । ବିଭିନ୍ନ ପ୍ରକାର ମନୋଚିକିତ୍ସା ପ୍ରଣାଳୀ ମଧ୍ୟରୁ ଜୈବ-ଔଷଧୀୟ ଚିକିତ୍ସା ପ୍ରଣାଳୀ ଅନ୍ୟତମ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ମେଡ଼ିକାଲରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ଚିକିତ୍ସକ ମାନସିକ ରୋଗକୁ ଶାରୀରିକ ରୋଗ ଭାବରେ ବିଚାର କରିଥାନ୍ତି ଏବଂ ସେହି ଅନୁସାରେ ମାନସିକ ରୋଗର ଉପଚାର ମେଡ଼ିକାଲ ମଡ଼େଲ ଆଧାରରେ କରିଥାଆନ୍ତି । ସେମାନଙ୍କ ମତରେ ମାନସିକ ରୋଗ ଉତ୍ପନ୍ନମୂଳରେ ଜୈବିକ କାରଣ କେତେକାଂଶରେ ନିହିତ ଥାଏ ଏବଂ ସେଥିପାଇଁ ଏମାନଙ୍କର ଉପଚାର ଜୈବିକ ଆଧାରରେ କରାଯାଇଥାଏ । କେତେକ ପ୍ରମୁଖ ଜୈବ-ଔଷଧୀୟ ମନୋଚିକିତ୍ସା ପଦ୍ଧତିଗୁଡ଼ିକ ହେଲା :-

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା (Electro Convulsive Therapy)
(ii) ଔଷଧର ପ୍ରୟୋଗ (Use of Medicine)
(iii) ମନୋଶଲ୍ୟ ଚିକିତ୍ସା (Psychosurgery)

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା : ଏହି ଚିକିତ୍ସାକୁ ସାଧାରଣ ଭାବରେ ECT ବୋଲି କୁହାଯାଇଥାଏ । ଯଦିଓ କେତେକ ଦେଶରେ ଏହି ଚିକିତ୍ସାର ପ୍ରୟୋଗକୁ ବନ୍ଦ କରିଦିଆଗଲାଣି, ଭାରତରେ ଏହାର ପ୍ରୟୋଗ ଏବେ ବି ବହୁଳଭାବରେ କରାଯାଉଅଛି । ଦୁଇଟି ଭିନ୍ନ ଭିନ୍ନ ପ୍ରେକ୍ଷଣର ଆଧାରରେ ବିକ୍ଷେପୀ ଚିକିତ୍ସାର ଆରମ୍ଭ ହୋଇଥିଲା: ପ୍ରଥମତଃ ମାନସିକ ଚିକିତ୍ସାଳୟର ଚିକିତ୍ସକମାନେ ଅନେକ ଦିନ ଧରି ଲକ୍ଷ୍ୟ କରୁଥିଲେ ଯେ ସ୍ଵେଚ୍ଛାନୁରୂପ ଝଟ୍‌କା ମିଳିବା ପରେ ରୋଗୀର ଅସାମାନ୍ୟ ଲକ୍ଷଣ ହଠାତ୍ ଦୂର ହୋଇଯାଉଥିଲା

ଏବଂ ଦ୍ଵିତୀୟତଃ ଅପସ୍ମାର ଓ ମନୋବିଦଳତା ପରି ସାଧାରଣ ରୋଗର ଲକ୍ଷଣ ଏହାଦ୍ଵାରା କମ୍ ଦେଖ‌ିବାକୁ ମିଳିଲା । ସେଥ‌ିପାଇଁ କୃତ୍ରିମ ରୂପରେ ମାଂସପେଶୀରେ ଝଟ୍‌କା ଉତ୍ପନ୍ନ କରାଇ ମନୋବିଦଳତା ବା ସେହିଭଳି ଅନ୍ୟ ରୋଗଗୁଡ଼ିକର ଉପଚାର କରାଯାଇପାରିବ ବୋଲି ବିଚାର କରାଗଲା ।

ପ୍ରାରମ୍ଭରେ ଏଥିରେ ରୋଗୀର ଶରୀର ମଧ୍ୟକୁ ଛୁଞ୍ଚିଦ୍ଵାରା (injection) ମେଟ୍ରାଜଲ ଉପଚାର କରାଯାଉଥିଲା । କିନ୍ତୁ ଆଜିକାଲି ଏକ ସରଳ ଏବଂ ବିଶ୍ଵାସନୀୟ ମେସିନ୍ ଉପଲବ୍ଧ ହେଉଅଛି । ଯାହା ସାହାଯ୍ୟରେ ରୋଗୀର ଶରୀର ମଧ୍ୟକୁ ଅଳ୍ପ ମାତ୍ରାରେ ବୈଦ୍ୟୁତିକ ଧାରା ପ୍ରବାହିତ କରାଯାଇଥାଏ । ଏହା ମସ୍ତିଷ୍କ ମଧ୍ୟ ଉ ପ୍ରବାହିତ ହୋଇ ରୋଗୀର ଶରୀରରେ ଝଟ୍‌କା ଉତ୍ପନ୍ନ କରାଇଥାଏ । ବୁଦାପେଷ୍ଟ ମନୋଚିକିତ୍ସକ ଭୋନେତୁନା ପ୍ରଥମଥର ପାଇଁ ଏହି ପଦ୍ଧତିର ବିକାଶ କରିଥିଲେ ।

(ii) ଔଷଧର ପ୍ରୟୋଗ : ମୁଖ୍ୟତଃ ଚାରିପ୍ରକାରର ରୋଗରେ ଔଷଧର ପ୍ରୟୋଗ ବିଶେଷ ଭାବରେ କରାଯାଇଥାଏ ଯଥା : ମନୋବିଦଳତା, ଉନ୍ମାଦ, ଅବସାଦ ଏବଂ ଦୁଶ୍ଚିନ୍ତା । ଏହି ଔଷଧକୁ ସାଇକୋଟ୍ରଫିକ୍ (Psychotropic) ଦ୍ରବ୍ୟ କୁହାଯାଇଥାଏ । କାରଣ ଏହାର ପ୍ରଭାବ ରୋଗୀର ମନୋବୈଜ୍ଞାନିକ ବ୍ୟବହାର ଉପରେ ପଡ଼ିଥାଏ । ଏଗୁଡ଼ିକ ରୋଗୀ ମନ ମଧ୍ୟରେ ଶାନ୍ତି ଉତ୍ପନ୍ନ କରାଇଥାଏ ତଥା ସଂଭ୍ରମ ଏବଂ ବିଭ୍ରମ ପରି ଲକ୍ଷଣର ତୀବ୍ରତାକୁ କମ୍ କରାଇଥାଏ । ଔଷଧର ପ୍ରୟୋଗ ଦ୍ଵାରା ରୋଗୀ କଟିଯାଇଥବା ସାମାଜିକ ବାତାବରଣ ସହିତ ସମାଯୋଜନ କ୍ରିୟା ଆରମ୍ଭ କରିଥାଏ ।

ବହୁତ ଦିନ ପର୍ଯ୍ୟନ୍ତ ଏପରି ଔଷଧଗୁଡ଼ିକର ସେବନ ଅନ୍ୟ ଅବାଞ୍ଛିତ ଦୁଷ୍ପ୍ରଭାବ ଉତ୍ପନ୍ନ କରିଥାଏ ଯେଉଁ ରୋଗୀ ଅତ୍ୟଧୂକ ଆନ୍ଦୋଳିତ, ଉତ୍ତେଜିତ ଏବଂ ଯେଉଁମାନଙ୍କୁ ସମ୍ଭାଳିବା ଅତି କଷ୍ଟ ସେମାନଙ୍କ କ୍ଷେତ୍ରରେ ଉନ୍ମାଦ–ବିରୋଧୀ ଔଷଧ ଦିଆଯାଇଥାଏ । ଯେଉଁ ରୋଗୀ ଅବସାଦଗ୍ରସ୍ତ ଏବଂ ଯେଉଁମାନେ ଆତ୍ମହତ୍ୟାପ୍ରବଣ ସେମାନଙ୍କୁ ଅବସାଦ-ବିରୋଧୀ ଔଷଧ ଦିଆଯାଇଥାଏ । ଦୁଶ୍ଚିନ୍ତାବିରୋଧୀ ଔଷଧକୁ ମଧ୍ୟମ ସ୍ତରର ଶାନ୍ତିଦାୟକ ଔଷଧ କୁହାଯାଇଥାଏ ।

(iii) ମନୋଶଲ୍ୟ ଚିକିତ୍ସା : ଏହି ଚିକିତ୍ସାରେ ମସ୍ତିଷ୍କର ବିଭିନ୍ନ ଭାଗରେ ଶଲ୍ୟ ଚିକିତ୍ସା କରି ମନୋରୋଗୀଙ୍କର ସହାୟତା କରାଯାଇଥାଏ । ଏହି ଚିକିତ୍ସାରେ ଅନେକ ଦୁଷ୍ପ୍ରଭାବ ରହୁଥିବାରୁ ଏହା କେବଳ ଅନ୍ତିମ ଉପାୟ ରୂପେ ଉପଯୋଗ କରାଯାଇଥାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

Odisha State Board CHSE Odisha Class 12 Foundation of Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ Questions and Answers.

CHSE Odisha 12th Class Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଅଟନ୍ତି ?
(i) ଇ.ଏଲ୍. ଥର୍ଣଡ଼ାଇକ୍
(ii) ଇଆନ୍ ପାଭଲଭ୍
(iii) ଆଲବର୍ଟ ବାନ୍ଦୁରା
(iv) କୁର୍ଟ କୋଫ୍ କ
Answer:
(iii) ଆଲବର୍ଟ ବାନ୍ଦୁରା

2. ଆଲ୍‌ବର୍ଟ ବାନ୍ଦୁରା ନିମ୍ନୋକ୍ତ କେଉଁ ପ୍ରାଣୀ ଉପରେ ପରୀକ୍ଷଣ କରିଥିଲେ ?
(i) ସିମାଞ୍ଜି
(ii) ବୋବୋ କଣ୍ଢେଇ
(iii) ବିରାଡ଼ି
(iv) ମୂଷା
Answer:
(ii) ବୋବୋ କଣ୍ଢେଇ

3. ଆଲ୍‌ବର୍ଟ ବାନ୍ଦୁରା କେବେ ଏହି ପରୀକ୍ଷଣ କରିଥିଲେ ?
(i) ୧୯୮୧
(ii) ୧୯୮୦
(iii) ୧୯୬୧
(iv) ୧୯୬୩
Answer:
(iii) ୧୯୬୧

4. ମନୋବିଜ୍ଞାନୀ ବାନ୍ଦୁରା କେଉଁ ଦେଶର ଅଧିବାସୀ ?
(i) ଫ୍ର।ନ୍ସ
(ii) ଜର୍ମାନୀ
(iii) କାନାଡ଼ା
(iv) ଇଂଲଣ୍ଡ
Answer:
(iii) କାନାଡ଼ା

5. ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ, ତାହାକୁ କେଉଁ ପୁନର୍ବଳନ କୁହାଯାଏ ?
(i) ବାହ୍ୟ
(ii) ଆଭ୍ୟନ୍ତରୀଣ
(iii) କାଳ୍ପନିକ
(iv) ଆବେଗାତ୍ମକ
Answer:
(i) ବାହ୍ୟ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

6. , ଆଲ୍‌ବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ ସମୟରେ କେତୋଟି ସୋପାନ ଅନୁସରଣ କରିଥିଲେ ?
(i) ଦୁକଗୋଟି
(ii) ଚାରିଗୋଟି
(iii) ଛଅଗୋଟି
(iv) ଆଠଗୋଟି
Answer:
(ii) ଚାରିଗୋଟି

7. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ କ’ଣ କୁହାଯାଏ ?
(i) ନମୁନା
(ii) ଅନୁସରଣକାରୀ
(iii) ଶିକ୍ଷାନୁଗାମୀ
(iv) ଶିକ୍ଷାଦାତା
Answer:
(i) ନମୁନା

B. ଶୂନ୍ୟସ୍ଥାନ ପୂରଣ କର ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ____________ ପରିଚିତ ।
Answer:
ଆଲ୍‌ବର୍ଟ ବାନ୍ଦୁରା

2. ଆଲବର୍ଟ ବାନ୍ଦୁରା ତାଙ୍କର ପର୍ଯ୍ୟବେକ୍ଷଣାତ୍ମକ ପରୀକ୍ଷଣ ____________ ଉପରେ କରିଥିଲେ ।
Answer:
ବୋବୋ କଣ୍ଢେଇ

3. ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ_ପରୀକ୍ଷଣ____________ ମସିହାରେ କରିଥିଲେ ।
Answer:
୧୯୬୧

4. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ____________ କୁହାଯାଏ ।
Answer:
ଆଦର୍ଶ/ନମୁନା

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରୁଥିବାବେଳେ ବାନ୍ଦୁରା_______________ ଟି ସୋପାନ ଅନୁସରଣ କରିଥିଲେ ।
Answer:
ଚାରି

6. ପର୍ଯ୍ୟବେକ୍ଷଣ ଶିକ୍ଷଣର ଅନ୍ୟନାମ______________ ଶିକ୍ଷଣ ।
Answer:
ସାମାଜିକ

7. ଚାଲି ଶିଖ୍ ଶିଶୁର _____________ ଶିକ୍ଷଣର ଉଦାହରଣ ।
Answer:
ପର୍ଯ୍ୟବେକ୍ଷଣାତ୍ମକ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଇ.ଏଲ୍.ଥର୍ଣ୍ଣଡ୍ରାଇକୁ ଅଟନ୍ତି ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଆଲବର୍ଟ ବାନ୍ଦୁରା ଅଟନ୍ତି ।

2. ମନୋବିଜ୍ଞାନୀ ବାନ୍ଦୁରା ଆମେରିକାର ନାଗରିକ ଅଟନ୍ତି ।
Answer:
ମନୋବିଜ୍ଞାନୀ ବାନ୍ଦୁରା କାନାଡ଼ାର ନାଗରିକ ଅଟନ୍ତି ।

3. ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୭୦ ମସିହାରେ କରିଥିଲେ ।
Answer:
ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୬୧ ମସିହାରେ କରିଥିଲେ ।

4. ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ଅନୁକରଣ କୁହାଯାଏ ।
Answer:
ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ବାହ୍ୟ ପୁନର୍ବଳନ କୁହାଯାଏ ।

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୫ଟି ସୋପାନ ଅନୁସରଣ କରିଥିଲେ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୪ଟି ସୋପାନ ଅନୁସରଣ କରିଥିଲେ ।

6. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ଶିକ୍ଷାର୍ଥୀ କୁହାଯାଏ ।
Answer:
ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ ।

7. ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ମଧ୍ଯ ଅନ୍ତର୍ଦ ଶିକ୍ଷଣ ନାମରେ ପରିଚିତ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ମଧ୍ୟ ସାମାଜିକ ଶିକ୍ଷଣ ନାମରେ ପରିଚିତ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ?
Answer:
ଆଲବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ।

2. ଆଲବର୍ଟ ବାନ୍ଦୁରା କେଉଁ ଦେଶର ଅଧ୍ବବାସୀ ଅଟନ୍ତି ?
Answer:
ଆଲବର୍ଟ ବାନ୍ଦୁରା କାନାଡ଼ା ଦେଶର ଅଧିବାସୀ ଅଟନ୍ତି ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

3. ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ କ’ଣ କୁହାଯାଏ ?
Answer:
ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ କ’ଣ ଭାବେ ବିବେଚିତ ହୁଏ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ଭାବେ ବିବେଚିତ ହୋଇଥାଏ ।

5. ପିଲାମାନେ ସାଧାରଣତଃ କାହାକୁ ଅନୁକରଣ କରନ୍ତି ?
Answer:
ପିଲାମାନେ ସାଧାରଣତଃ ସମଲିଙ୍ଗୀ ବ୍ୟକ୍ତିବିଶେଷଙ୍କୁ ଅନୁକରଣ କରନ୍ତି ।

Answer:
6. କାଳ୍ପନିକ ପୁନର୍ବଳନ କହିଲେ କ’ଣ ବୁଝ ?
ପିଲାମାନେ ସାଧାରଣତଃ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ କୁହାଯାଏ ।

7. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଗୋଟିଏ ନିୟମ ଉଲ୍ଲେଖ କର ।
Answer:
ଏକ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କହିଲେ କ’ଣ ବୁଝ ?
Answer:
ସାଧାରଣତଃ ପିଲାମାନେ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କୁହାଯାଏ । ଉଦାହରଣସ୍ୱରୂପ ସାନଭଉଣୀଟି ତା’ର ବଡ଼ ଭଉଣୀ ପୁରସ୍କୃତ ହେବାର ଦେଖ‌ିଲେ ସେ ତାକୁ ଅନୁକରଣ କରି ନିଜ ବ୍ୟବହାରରେ ଠିକ୍ ତା’ପରି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରେ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଯେକୌଣସି ୨ଟି ନିୟମ ଲେଖ ।
Answer:
(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ବ୍ୟବହାରକୁ ଅନୁକରଣ କରିଥାଏ ।
(ii) ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନ କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ ଏବଂ ସେମାନଙ୍କର ଅନୁକରଣ କରିଥାଏ ।

3. ପିଲାମାନେ ସମାଜରେ କାହାଦ୍ଵାରା ଅଭିପ୍ରେରିତ ହୋଇ ପରିବର୍ତ୍ତିତ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ?
Answer:
ସଧାରଣତଃ ସମାଜର ପିଲାମାନେ ଯେଉଁମାନଙ୍କଦ୍ୱାରା ଅଭିପ୍ରେରିତ ହୁଅନ୍ତି ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ । ଏମାନେ ହେଉଛନ୍ତି – ପରିବାରରେ ପିତାମାତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ସେମାନଙ୍କ ଖେଳସାଥୀ ଏବଂ ବିଦ୍ୟାଳୟରେ ଶିକ୍ଷକ । ସେମାନଙ୍କ ବ୍ୟବହାର ପିଲାମାନଙ୍କୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କିପରି ସଙ୍ଗଠିତ ହୁଏ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ଉପଯୁକ୍ତ ପାଠ୍ୟକ୍ରମ ମାଧ୍ୟମରେ ସଙ୍ଗଠିତ ହୁଏ । ଶିକ୍ଷାର୍ଥୀମାନେ ନମୁନାମାନଙ୍କର ବ୍ୟବହାରକୁ ପର୍ଯ୍ୟବେକ୍ଷଣ ପାଇଁ ଉପଯୁକ୍ତ ସୁଯୋଗ ପାଇବା ଉଚିତ । ଶିକ୍ଷକମାନେ ନିଶ୍ଚିତ ଭାବରେ ସହଯୋଗିତାଭିଭିକ ଶିକ୍ଷଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ଏହାଦ୍ଵାରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ସଙ୍ଗଠିତ ହୋଇଥାଏ ।

5. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ?
Answer:
ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଏପରି ଏକ ପ୍ରକ୍ରିୟା ଯାହାଦ୍ୱାରା ପର୍ଯ୍ୟବେକ୍ଷକ ଅନ୍ୟମାନଙ୍କର ବ୍ୟବହାରକୁ ନିରୀକ୍ଷଣ କରେ, ଧାରଣ କରେ ଏବଂ ସେହି ବ୍ୟବହାରକୁ ପରବର୍ତ୍ତୀ ସମୟରେ ପ୍ରଦର୍ଶନ ମଧ୍ୟ କରିଥାଏ । ଏହି ପ୍ରକ୍ରିୟାକୁ ସାମାଜିକ ଶିକ୍ଷଣ ତତ୍ତ୍ୱ କୁହାଯାଇଥାଏ । ଏହି ତତ୍ତ୍ବ ଅନୁସାରେ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର, ଏକ ବା ଏକାଧିକ ନମୁନାର ବ୍ୟବହାରଦ୍ୱାରା ପରିବର୍ତ୍ତିତ ହୁଏ । ଉଦାହରଣସ୍ୱରୂପ, ଯଦି ଜଣେ ଶିଶୁ ତା’ର ପିତାମାତାଙ୍କୁ ପରସ୍ପର ପ୍ରତି ଯତ୍ନଶୀଳ ଥୁବାର ପର୍ଯ୍ୟବେକ୍ଷଣ କରେ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁଟି ପରିବାର ସଦସ୍ୟଙ୍କ ପ୍ରତି ଯତ୍ନଶୀଳ ହୋଇଥାଏ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ୫ଟି ଉଦାହରଣ ଦିଅ ।
Answer:
(i) ଗୋଟିଏ ଶିଶୁ ମୁହଁର ଭାବଭଙ୍ଗୀରୁ ତା’ର ମନୋଭାବ ବୁଝିବାରେ ସକ୍ଷମ ହେବା ।
(ii) ଅନ୍ୟମାନେ ଚୋରି କରିବାର ଦେଖ୍ ଜଣେ ଶିଶୁ ଚୋରି କରିବା ଶିଖୁବା ।
(iii) ଅନ୍ୟଜଣଙ୍କୁ ବିନାନୁମତିରେ ଶ୍ରେଣୀଗୃହକୁ ଚକୋଲେଟ୍ ଆଣିଥିବାରୁ ଦଣ୍ଡିତ ହେବାର ଦେଖ୍ ନିଜେ ସେଥୁରୁ ନିବୃତ୍ତ ରହିବା ।
(iv) ଜଣେ ନୂଆ କର୍ମଚାରୀ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାକୁ ନାପସନ୍ଦ କରିବା ।
(v) ଶିଶୁଟିଏ କ୍ରମେ ଚାଲିବା ଶିଖୁବା ।

3. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ବିଭିନ୍ନ ସୋପାନଗୁଡ଼ିକ ଲେଖ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ମୁଖ୍ୟତଃ ଚାରୋଟି ସୋପାନ ଅଛି; ଯଥା-
(i) ମନୋଯୋଗ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ଉପରେ ମନୋଯୋଗ ଦେଇଥାଏ ଅର୍ଥାତ୍ ସେମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରକୁ ନିଖୁଣ ଭାବରେ ନିରୀକ୍ଷଣ କରିଥାଏ ।
(ii) ଧାରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିତ ବିଷୟବସ୍ତୁକୁ ଅଧ୍ୟରୁ ଅଧ୍ୱ ସମୟ ମସ୍ତିଷ୍କରେ ଧାରଣ କରି ରଖୁଥାଏ ।
(iii) ପୁନଃ ଉତ୍ପାଦନ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରର ପୁନଃ ଉଦ୍ଧାର କରିବାକୁ ଚେଷ୍ଟା କରେ ।
(iv) ଅଭିପ୍ରେରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପୁନର୍ବଳନଜନିତ ବ୍ୟବହାର ପ୍ରଦର୍ଶନ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପୁନର୍ବଳନ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଜଣେ ପିଲା କୌଣସି ଆଦର୍ଶ ବା ନମୁନାମାନଙ୍କ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରେ, ସେ ତାହାକୁ ଅନୁକରଣ କରେ ଓ ପରବର୍ତ୍ତୀ ସମୟରେ ପ୍ରଦର୍ଶିତ କରେ । ଯଦି ଏହି ପ୍ରଦର୍ଶିତ ବ୍ୟବହାର ସେହି ନମୁନାମାନଙ୍କଦ୍ୱାରା ପ୍ରଶଂସିତ ହୁଏ, ସେ ତାହାକୁ ଅନୁକରଣ କରେ ଓ ଉକ୍ତ ବ୍ୟବହାର ପ୍ରଦର୍ଶନ ପାଇଁ ଉତ୍ସାହିତ ହୁଏ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଉକ୍ତ ପୁନର୍ବଳନଗୁଡ଼ିକ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ହୋଇଥାଏ ।

ଯଦି ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କରେ, ସେତେବେଳେ ଏହାକୁ ବାହ୍ୟ ପୁନର୍ବଳନ କୁହାଯାଏ ଏବଂ ସମ୍ମତି ଲାଭ କରିବାରେ ଆନନ୍ଦ ଅନୁଭବ ହେଉଛି ଆଭ୍ୟନ୍ତରୀଣ ପୁନର୍ବଳନ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ? ଏହି ଶିକ୍ଷଣର ବିଭିନ୍ନ ନିୟମଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ଶିକ୍ଷଣର ଅନେକଗୁଡ଼ିଏ ତତ୍ତ୍ବ ରହିଛି, ଯଥା- ଅନୁବନ୍ଧିତ ଅନୁକ୍ରିୟା, ପରିଚାଳନାଗତ ଅନୁକ୍ରିୟା, ଅନ୍ତଦୃଷ୍ଟି ଶିକ୍ଷଣ ଇତ୍ୟାଦି । ଏହି ତତ୍ତ୍ଵଗୁଡ଼ିକ ପ୍ରତ୍ୟକ୍ଷ ଅଭିଜ୍ଞତା, ପୁନର୍ବଳନ ଏବଂ ଦଣ୍ଡ ବା ଶାସ୍ତି କିପରି ଶିକ୍ଷଣକୁ ତ୍ବରାନ୍ବିତ କରିଥାଏ, ତାହା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏତଦ୍‌ବ୍ୟତୀତ ପରୋକ୍ଷ ଭାବରେ ମଧ୍ୟ ଅନେକ ଶିକ୍ଷଣ ସଙ୍ଗଠିତ ହୁଏ । ଉଦାହରଣସ୍ୱରୂପ, ଜଣେ ଶିଶୁ ଯଦି ତା’ର ପିତାମାନଙ୍କୁ ପର୍ଯ୍ୟବେକ୍ଷଣ କରି ଜାଣେ ଯେ, ସେମାନେ ପରସ୍ପର ପ୍ରତି ଯତ୍ନଶୀଳ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁ ସେଗୁଡ଼ିକୁ ଅନୁକରଣ କରିଥାଏ ଓ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହୁଏ ।

ଏହିପରି ଅଧିକାଂଶ ଶିକ୍ଷଣ ଅନ୍ୟମାନଙ୍କୁ ପର୍ଯ୍ୟବେକ୍ଷଣ ଏବଂ ଅନୁକରଣ ପ୍ରକ୍ରିୟା ମାଧ୍ୟମରେ ସଙ୍ଗଠିତ ହୋଇଥାଏ । ମନୋବିଜ୍ଞାନର ଏପ୍ରକାର ଶିକ୍ଷଣକୁ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କୁହାଯାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

‘ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ’ର ଧାରଣା ସର୍ବପ୍ରଥମେ କାନାଡ଼ାର ବିଶିଷ୍ଟ ମନୋବିଜ୍ଞାନୀ ଆଲ୍‌ବର୍ଟ ବାନ୍ଦୁରା ପ୍ରଦାନ କରିଥିଲେ । ବାନ୍ଦୁରାଙ୍କ ମତରେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣକୁ ସାମାଜିକ ଶିକ୍ଷଣ ତତ୍ତ୍ବ ମଧ୍ୟ କୁହାଯାଏ । ଏହି ତତ୍ତ୍ବ ଅନୁଯାୟୀ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର ଗୋଟିଏ ଆଦର୍ଶ ବା ନମୁନାର ବ୍ୟବହାରଦ୍ଵାରା ପରିବର୍ତ୍ତିତ ହୁଏ । ପର୍ଯ୍ୟବେକ୍ଷକଙ୍କର ବ୍ୟବହାରର ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ଫଳାଫଳ କାଳ୍ପନିକ ପୁନର୍ବଳନଦ୍ଵାରା ପ୍ରଭାବିତ ହୋଇଥାଏ । ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣକୁ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ରୂପେ ବିବେଚନା କରାଯାଇଥାଏ ।

ପିଲାମାନେ ସାଧାରଣତଃ ସେମାନଙ୍କ ଚାରିପଟେ ଥିବା ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟବେକ୍ଷଣ କରନ୍ତି, ଯେଉଁମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ । ପ୍ରତ୍ୟେକ ସମାଜର ପିଲାମାନେ ଅନେକ ନମୁନାମାନଙ୍କଦ୍ୱାରା ପରିବେଷ୍ଟିତ ହୋଇଥା’ନ୍ତି; ଯେପରିକି ପରିବାର ମଧ୍ୟରେ ନିଜର ମାତାପିତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ଖେଳସାଥୀ ଏବଂ ବିଦ୍ୟାଳୟର ଶିକ୍ଷକ । ଏହି ସମସ୍ତ ନମୁନାମାନେ ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହାରର ଉଦାହରଣ ପ୍ରଦାନ କରନ୍ତି ଏବଂ ଏହି ବ୍ୟବହାରକୁ ପିଲାମାନେ ଅନୁକରଣ କରନ୍ତି ।

ପିଲାମାନେ ପ୍ରାୟତଃ ନିଜ ଲିଙ୍ଗର ଲୋକମାନଙ୍କୁ ପର୍ଯ୍ୟବେକ୍ଷଣ ମାଧ୍ଯମରେ ଅନୁକରଣ କରନ୍ତି । ଯେତେବେଳେ ପିଲାମାନଙ୍କର ଅନୁକରଣୀୟ ବ୍ୟବହାର ଯୁକ୍ତାତ୍ମକ ହୁଏ ସେତେବେଳେ ସେମାନେ ପ୍ରଶଂସା ପାଆନ୍ତି । ଫଳସ୍ବରୂପ ସେହି ବ୍ୟବହାରକୁ ପିଲାମାନେ ଚାଲୁ ରଖିବାକୁ ପସନ୍ଦ କରନ୍ତି । ଉଦାହରଣସ୍ୱରୂପ ଯଦି ଛୋଟ ଝିଅଟିଏ ନିଜର ଖେଳଣା ସହ ଖେଳୁଥ‌ିବା ସମୟରେ ନିଜର ପ୍ରଦର୍ଶିତ ବ୍ୟବହାର ପାଇଁ ପିତାମାତାଙ୍କଦ୍ବାରା ପ୍ରଶଂସିତ ହୁଏ, ସେ ସେହି ବ୍ୟବହାରଗୁଡ଼ିକୁ ପୁନର୍ବାର ପ୍ରଦର୍ଶନ କରେ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଏହି ପୁନର୍ବଳନ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ହୋଇଥାଏ ।

ଉପରୋକ୍ତ ପର୍ଯ୍ୟବେକ୍ଷଣାତ୍ମକ ପରିବର୍ତ୍ତନ ବିଷୟରେ ଆଲବର୍ଟ ବାନ୍ଦୁରା ୧୯୬୧ ମସିହା ଓ ପୁନଶ୍ଚ ୧୯୬୩ ମସିହାରେ ଷ୍ଟାନ୍‌ଫୋର୍ଡ଼ ବିଶ୍ବବିଦ୍ୟାଳୟରେ ପରୀକ୍ଷଣ କରିଥିଲେ । ସେ ଏହାକୁ ପ୍ରତିପାଦିତ କରିବାପାଇଁ ବୋବୋ କଣ୍ଢେଇ (Bobo doll) ମାଧ୍ୟମରେ ପରୀକ୍ଷଣ ସମ୍ପାଦିତ କରିଥିଲେ । ଉକ୍ତ ପରୀକ୍ଷଣ ସମୟରେ ସେ ଚାରୋଟି ସୋପାନ ଅନୁସରଣ କରିଥିଲେ । ସେଗୁଡ଼ିକ ହେଲା-

  • ମନୋଯୋଗ
  • ଧାରଶ
  • ପୁନରୁତ୍ପାଦନ
  • ଅଭିପ୍ରେରଣା

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ହେଉଛି ସେହି ଶିକ୍ଷଣ ପ୍ରକ୍ରିୟା ଯେଉଁଥରେ ଜଣେ ଅନ୍ୟମାନଙ୍କ ବ୍ୟବହାରର ପର୍ଯ୍ୟବେକ୍ଷଣଦ୍ଵାରା ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ । ଅପରପକ୍ଷରେ ଏହା ମଧ୍ୟ ଏକ ସାମାଜିକ ଶିକ୍ଷଣ ପ୍ରକ୍ରିୟା ।

ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ନିୟମାବଳୀ :
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କେତେକ ନିୟମ ଉପରେ ପର୍ଯ୍ୟବସିତ; ଯଥା-

(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାରକୁ ଅନୁକରଣ କରେ ।
(ii) ଏଠାରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନର କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରେ ଏବଂ ନମୁନାମାନଙ୍କ ଭାବଭଙ୍ଗୀକୁ ଅନୁକରଣ କରେ ।
(iii) ଗୋଟିଏ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧିଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ଥ‌ିବା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।
(iv) ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷଣ ଚାରୋଟି ସୋପାନ ଦେଇ ଗତି କରିଥାଏ; ଯଥା- ମନୋଯୋଗ, ଧାରଣ, ପୁନଃ ଉତ୍ପାଦନ ଏବଂ ଅଭିପ୍ରେରଣା ।
(v) ଲୋକମାନଙ୍କ ମଧ୍ୟରେ ଅନ୍ତଃକରଣ ପ୍ରକ୍ରିୟାରେ ସେମାନଙ୍କ ବ୍ୟବହାରରେ ଏବଂ ପରିବେଶରେ ମନୁଷ୍ୟର ଉନ୍ନତି ପ୍ରତିଫଳିତ ହୁଏ ।

2. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ? ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟଗୁଡ଼ିକୁ ବର୍ଣନା କର ।
Answer:
ଜ୍ଞାନ ଗଠନ ଶିକ୍ଷଣ : ଶିକ୍ଷଣ ଅର୍ଥ ତଥ୍ୟର ନିର୍ବାଚନ ଓ ନିଜ ତଥ୍ୟ ଆଧାରରେ ବିଶ୍ଳେଷଣ ଅଟେ । ଏଥୁ ନିମନ୍ତେ ଶିକ୍ଷକ ଶିକ୍ଷଣ ପଦ୍ଧତିରେ ଅଂଶଗ୍ରହଣ କରି ଜ୍ଞାନ ଗଠନରେ ସାହାଯ୍ୟ କରିଥା’ନ୍ତି । ଏହା ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ସହିତ ପାଠ୍ୟକ୍ରମର ଜ୍ଞାନ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଇଥାଏ । ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

ଗଠନବାଦ ଏବଂ ଶିକ୍ଷାର୍ଥୀ ମୂଲ୍ୟାୟନ ସଂପର୍କରେ ଏମ୍ ଅଗ୍ରୱାଲ (M. Agrawal) ମତଦେଇ କହିଛନ୍ତି ଯେ, ”The constructivist paradigm perceives learners as interpreting what they learn individually and their learning outcomes being different from one another, instructors must learn to implement of learning outcomes and individual and personal constructions.

୧୯୯୨ ମସିହାରେ ମେୟର ପ୍ରଥମେ ଏକ ଜ୍ଞାନ ଗଠନ ଶିକ୍ଷଣ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ତାଙ୍କ ମତରେ ପ୍ରତ୍ୟେକ ମଣିଷ ବିଭିନ୍ନ ସମୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଜ୍ଞାନଲାଭ କରେ, ମାତ୍ର ଏହି ଜ୍ଞାନ ମଧ୍ୟରୁ ସମସ୍ତ ଜ୍ଞାନ ତାହାର ସକ୍ରିୟ ମନୋଯୋଗ ମଧ୍ୟରେ ରହେ ନାହିଁ; କିନ୍ତୁ କେତେକ ଜ୍ଞାନ ତାହାର ସକ୍ରିୟ ମନୋଯୋଗରେ ରହେ । ପୁନଶ୍ଚ ଏହା କିଛି ଦିନପରେ ପୁଣି ସ୍ମ ତିପଟ୍ଟରୁ ଲିଭିଯାଏ; ମାତ୍ର ଏପରି କେତେକ ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଅଛି ଯାହା ବ୍ୟକ୍ତିର ସକ୍ରିୟ ମନୋଯୋଗରେ ଆଜୀବନ ରହେ ।

ସେହି ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଯଦି ବ୍ୟକ୍ତିର ହୃଦୟକୁ ଛୁଇଁଥାଏ ତେବେ ତାହା ଦୀର୍ଘସ୍ଥାୟୀ ହୁଏ । ଏହି ଦୀର୍ଘସ୍ଥାୟିତ୍ଵ ବ୍ୟକ୍ତିର ଅନୁଭବର ସ୍ତର ଉପରେ ନିର୍ଭର କରେ ଏହାହିଁ ହେଉଛି ଜ୍ଞାନ ଗଠନ ଶିକ୍ଷଣ ।

ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟ :

(i) ପଞ୍ଚେନ୍ଦ୍ରିୟ ମାଧ୍ୟମରେ ଜ୍ଞାନଲାଭ : ଜ୍ଞାନ ସବୁବେଳେ, ସବୁ ସ୍ଥାନରୁ ଏବଂ ସବୁ ଉତ୍ସରୁ ମିଳିଥାଏ; ମାତ୍ର ଜ୍ଞାନ ଆହରଣ କରିବାର ମୁଖ୍ୟ ଉତ୍ସ ହେଉଛି ପଞ୍ଚେନ୍ଦ୍ରିୟ । ପଞ୍ଚେନ୍ଦ୍ରିୟରୁ ଲବ୍ଧଜ୍ଞାନ ଦୀର୍ଘସ୍ଥାୟୀ ହୁଏ କିମ୍ବା ହୁଏ ନାହିଁ, ଏହା ବ୍ୟକ୍ତିଗତ ଅଭିଜ୍ଞତା ଉପରେ ନିର୍ଭର କରେ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

(ii) ଜ୍ଞାନର ଦୀର୍ଘ ସ୍ଥାୟିତ୍ଵ ଉପରେ ଗୁରୁତ୍ଵ : ଲବ୍ଧଜ୍ଞାନ ଓ ଅଭିଜ୍ଞତା ଦୀର୍ଘସ୍ଥାୟୀ ହୋଇପାରିଲେ ଏହା ବ୍ୟକ୍ତିର ବୌଦ୍ଧିକ ବିକାଶରେ ସହାୟକ ହୁଏ ଏବଂ ବୌଦ୍ଧିକ ବିକାଶ ଜ୍ଞାନ ଆହରଣ ପାଇଁ ଅଧ‌ିକ ଆଗ୍ରହ ସୃଷ୍ଟିକରେ ଓ ବ୍ୟକ୍ତି ବିକଶିତ ହୁଏ ।

(iii) ସ୍ପଷ୍ଟତା ଓ ବାସ୍ତବତା ଉପରେ ଗୁରୁତ୍ବ ଆରୋପ : ଜ୍ଞାନ ଗଠନ ଶିକ୍ଷଣରେ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ହେବା ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ । ଯେଉଁ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ଭାବରେ ଶିକ୍ଷାଗ୍ରହଣ କରାଯାଇଥାଏ, ତାହା ଦୀର୍ଘସ୍ଥାୟୀ ହୁଏ ଏବଂ ବ୍ୟକ୍ତି ପାଇଁ ପରବର୍ତୀ ଶିକ୍ଷଣର ଭିତ୍ତିସ୍ଥାପନ କରି ତାକୁ ଏକ ଉନ୍ନତ ଜ୍ଞାନଦୀପ୍ତ ମାନବରେ ପରିଣତ କରିବାର ପଥ ପରିଷ୍କାର କରେ ।

(iv) ଦକ୍ଷତା ଓ ଅଭିଜ୍ଞତା ଶିକ୍ଷଣର ଭିଭି ଅଟେ : ଜ୍ଞାନ ଗଠନ ଶିକ୍ଷଣରେ ଦକ୍ଷତା ଓ ଅଭିଜ୍ଞତା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଦକ୍ଷତା ବିନା ଶିକ୍ଷଣ ଆଗ୍ରହ ବିନା ଭୋଜନ ସହ ସମାନ । ଅଭିଜ୍ଞତା ଶିକ୍ଷଣର ଭିତ୍ତି ହୋଇଥିବାରୁ ଏହାର ବିନା ଶିକ୍ଷଣ ଓ ଶିକ୍ଷାଦାନ ନିରର୍ଥକ ।

(v) ସ୍ୱୟଂକ୍ରିୟତା : ଶିକ୍ଷଣ ଏକ ସ୍ବୟଂକ୍ରିୟା ପ୍ରକ୍ରିୟା ଅଟେ । ଜ୍ଞାନ ଗଠନ ଶିକ୍ଷଣ ସ୍ବୟଂକ୍ରିୟତା ଉପରେ ଗୁରୁତ୍ବ ଆରୋପ କରେ । ଶିକ୍ଷା ଗ୍ରହଣ ପ୍ରକ୍ରିୟା ଆପେ ଆପେ ସାମାଜିକ ବିଧ୍ୱଂବ୍ୟବସ୍ଥା ମାଧ୍ଯମରେ ବ୍ୟକ୍ତି ପାଖରେ ପହଞ୍ଚେ ଓ ବ୍ୟକ୍ତି ସେହି ଜ୍ଞାନ ଓ ଅଭିଜ୍ଞତାକୁ ଆଧାର କରି ପରବର୍ତ୍ତୀ ଜ୍ଞାନ ଆହରଣ ପାଇଁ ନିଜକୁ ପ୍ରସ୍ତୁତ କରେ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରାଯାଇଥାଏ । ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ ପାଇଁ ଆମର ପଞ୍ଚ ଇନ୍ଦ୍ରିୟକୁ ଜ୍ଞାନର ଦ୍ଵାର ବୋଲି କୁହାଯାଏ । ଏହି ପଞ୍ଚ ଇନ୍ଦ୍ରିୟ ଯଥା – ଆଖୁ, ନାକ, କାନ, ଚକ୍ଷୁ, ଜିହ୍ବା ଆଦିଦ୍ୱାରା ଦୃଷ୍ଟି, ଆଘ୍ରାଣ, ଶ୍ରବଣ, ସ୍ପର୍ଶ ଏବଂ ସ୍ବାଦ ଇତ୍ୟାଦି ଅନେକ ତଥ୍ୟ ସଂଗ୍ରହ କରାଯାଇଥାଏ । ମାତ୍ର ଏହାକୁ ପର୍ଯ୍ୟବେକ୍ଷଣଦ୍ୱାରା ଅଧିକ ଦୃଢ଼ କରାଯାଏ ।

ପର୍ଯ୍ୟବେକ୍ଷଣ (Observation):
ପର୍ଯ୍ୟବେକ୍ଷଣଦ୍ଵାରା କୌଣସି ଏକ ନିର୍ଦ୍ଦିଷ୍ଟ ଆଚରଣକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଥାଏ । ଏହା ପ୍ରତ୍ୟକ୍ଷ ଭାବରେ
ହେଉ ବା ପରୋକ୍ଷ ଭାବରେ ହେଉ ।

ପର୍ଯ୍ୟବେକ୍ଷଣର ପ୍ରକାରଭେଦ (Types of Observation):
ପର୍ଯ୍ୟବେକ୍ଷଣକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଛି –
(୧) ଅନ୍ତଃନିରୀକ୍ଷଣ ବା ଆତ୍ମପର୍ଯ୍ୟବେକ୍ଷଣ (Introspection)
(୨) ବାହ୍ୟ ପର୍ଯ୍ୟବେକ୍ଷଣ ବା ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation)

(୧) ଅନ୍ତଃନିରୀକ୍ଷଣ (Introspection):
ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ମାନସିକ ଅବସ୍ଥାକୁ ନିଜେ ଅନୁଧ୍ୟାନ କରିଥାଏ । ନିଜର ଭାବନା, ଚିନ୍ତା, କଳ୍ପନା ଶକ୍ତିକୁ ସେ ବୁଝିଥାଏ । ନିଜର ଦୁଃଖ ଏବଂ ସୁଖକୁ ସେ ଅନୁଭବ କରେ । ତେଣୁ ତା’ର ମାନସିକ କାର୍ଯ୍ୟାବଳୀକୁ ସେ ନିଜେ ଅନୁଧ୍ୟାନ କରିଥାଏ । ଏହାଦ୍ଵାରା ତା’ର ନିଜ ବିଷୟରେ ଜ୍ଞାନଲାଭ ହୁଏ ।

(୨) ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation):
ପ୍ରତ୍ୟେକଙ୍କର ଦୁଇଟି ମାନସିକ କ୍ରିୟା ସମ୍ପନ୍ନ ହୁଏ । ଗୋଟିଏ ଅନ୍ତର୍ନିହିତ ମାନସିକ ଭାବ ଏବଂ ଅନ୍ୟଟି ଅନ୍ତର୍ନିହିତ ମାନସିକ ଭାବର ପରିପ୍ରକାଶ । ପ୍ରଥମ ଅବସ୍ଥାକୁ ଆନ୍ତପର୍ଯ୍ୟବେକ୍ଷଣଦ୍ବାରା ଜାଣିହୁଏ । ମାତ୍ର ଦ୍ୱିତୀୟ ଅବସ୍ଥାକୁ ବିଭିନ୍ନ ପରିସ୍ଥିତିରେ ନିଜର ଭାବନାର ପ୍ରୟୋଗରୁ ଜାଣିହୁଏ । କୌଣସି ଘଟଣା ବା ଆଚରଣକୁ ପ୍ରାକୃତିକ ପରିବେଶରେ ଆମେ କିପରି ପ୍ରୟୋଗ କରୁଛେ ତାକୁ ଅନୁଧ୍ୟାନ କରାଯାଏ ।

କାନ୍ଦୁଥ‌ିବା ଓ ଖେଳୁଥିବା ସମୟରେ ଶିଶୁଟିର ଭାବଭଙ୍ଗୀ ଇତ୍ୟାଦିକୁ ଅନୁଧ୍ୟାନ ବା ପର୍ଯ୍ୟବେକ୍ଷଣ କଲେ ଜଣାଯିବ ଯେ ବିଭିନ୍ନ ପରିସ୍ଥିତରେ ସେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛି । ପୁନଶ୍ଚ ପର୍ଯ୍ୟବେକ୍ଷଣକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପର୍ଯ୍ୟବେକ୍ଷଣ ଭାବେ ଦୁଇଭାଗ କରାଯାଇଛି; ଯଥା-

(i) ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ (Direct observation)
(ii) ପରୋକ୍ଷ ପର୍ଯ୍ୟବେକ୍ଷଣ (Indirect observation)

ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ – ଶିଶୁ ନିଜର ମାନସିକ ଆଚରଣକୁ ନିଜେ ପ୍ରକାଶ କରି ତଥ୍ୟ ସଂଗ୍ରହ କରିଥାଏ । ଅନେକ ସମୟରେ ନିଜେ କୌଣସି କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ସେ କିପରି ପ୍ରୟୋଗ କରିଥାଏ, ତାକୁ ଅନୁଧ୍ୟାନ କରେ ।

ପରୋକ୍ଷ ପର୍ଯ୍ୟବେକ୍ଷଣ – ଶିକ୍ଷାର୍ଥୀମାନେ ବିଭିନ୍ନ ସମୟରେ ଓ ବିଭିନ୍ନ ପରିସ୍ଥିତିରେ ଅନ୍ୟମାନେ କିପରି ବ୍ୟବହାର କରନ୍ତି ତାକୁ ଅନୁଧ୍ୟାନ କରିଥା’ନ୍ତି । ଯାହାକୁ ପରୋକ୍ଷ ପର୍ଯ୍ୟବେକ୍ଷଣ କୁହାଯାଏ । ଶିକ୍ଷାର୍ଥୀ ଖେଳପଡ଼ିଆ, ବିଦ୍ୟାଳୟ ପରିସର, ନିଜର ବାସଗୃହ, ସହପାଠୀଙ୍କ ସହ ସମ୍ପର୍କ ଏବଂ ସେମାନଙ୍କର ଆଚରଣଗୁଡ଼ିକୁ ଅନୁଧ୍ୟାନ କରିଥାଏ ।

ପର୍ଯ୍ୟବେକ୍ଷଣ ଏକ ସରଳ, ସହଜ ଉପାୟ ଯାହାଦ୍ୱାରା କୌଣସି ବ୍ୟବହାରକୁ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରି ଶିକ୍ଷାର୍ଜନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାର୍ଥୀ ନିଜେ ନିଜକୁ ପର୍ଯ୍ୟବେକ୍ଷଣ କରିଥାଏ । ଏହା ମାଧ୍ୟମରେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପର୍ଯ୍ୟବେକ୍ଷଣ କରି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥା’ନ୍ତି ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 3 ସମୂହ ପ୍ରକ୍ରିୟା ଓ ନେତୃତ୍ଵ & ପରାମର୍ଶ ପ୍ରକ୍ରିୟା Short & Long Answer Questions

CHSE Odisha 12th Class Psychology Unit 3 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ସମୂହ କାହାକୁ କାହନ୍ତି ?
Answer:
ଯେତେବେଳେ ଦୁଇ ବା ତଦୁର୍ଦ୍ଧ୍ବ ବ୍ୟକ୍ତି ଏକତ୍ରିତ ହୋଇ ସମାନ ଆଦର୍ଶ ଓ ଲକ୍ଷ୍ୟର ଅନୁସରଣରେ ମଧ୍ୟରେ ଭାବର ଆଦାନ ପ୍ରଦାନ କରନ୍ତି । ସମୂହର ସୁପରିଚାଳନା ଓ ଉନ୍ନତି କଳ୍ପେ ନିଜର ପଦ ମର୍ଯ୍ୟାଦାକୁ ଆଧାର କରି ନିଜର ଭୂମିକା ନିର୍ବାହ କରନ୍ତି ଏବଂ ଏକକ ନିୟମର ବଶବର୍ତୀ ହୋଇ ନିଜର ବ୍ୟବହାରକୁ ନିୟନ୍ତ୍ରିତ କରିଥାନ୍ତି ସେତେବେଳେ ସେହି ଏକକ ସମାବେଶକୁ ‘ସମୂହ’ କୁହାଯାଏ ।

Question ୨।
ସମୂହ ଗଠନର ମୌଳିକ ଉପାଦାନଗୁଡ଼ିକୁ ଦର୍ଶାଅ ।
Answer:
ସମାଜବିଜ୍ଞାନୀମାନଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଅନୁସନ୍ଧାନ ଓ ପରୀକ୍ଷଣର ଫଳାଫଳ ସମୂହ ଗଠନର କେତେକ ମୌଳିକ ଉପାଦାନଗୁଡ଼ିକ ଉପରେ ଆଲୋକପାତ କରିଅଛି । ସେଗୁଡ଼ିକ ହେଲା :-

  • ନିକଟତା (Proximity)
  • ସାଦୃଶ୍ୟ (Similarity)
  • ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ (Common goal)
  • ସଂହତି (Cohesiveness)

Question ୩।
ସମୂହର ୩ ଗୋଟି ଗୁଣାବଳୀ ଉଲ୍ଲେଖ କର ।
Answer:
ସମୂହର ଗୁଣାବଳୀ:-

  • ସମୂହରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠ ସଂପର୍କରେ ରହିବା ଆବଶ୍ୟକ ।
  • ସମୂହର ସମସ୍ତ ସଦସ୍ୟଙ୍କର ସମାନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିବା ଆବଶ୍ୟକ ।
  • ପ୍ରତ୍ୟେକ ସଦସ୍ୟମାନଙ୍କର ପରସ୍ପର ପ୍ରତି ଉତ୍ତମ ସଂପର୍କ ରହିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ଵାରା ସମୂହ ଦୀର୍ଘକାଳ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥାଏ ।

Question ୪।
ଆନୁଷ୍ଠାନିକ ସମୂହ କ’ଣ ?
Answer:
ଯେଉଁ ସମୂହର କାର୍ଯ୍ୟାବଳୀ , ନୀତି ନିୟମ ଓ ଲକ୍ଷ୍ୟ ପୂର୍ବ ନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ ହୋଇଥାଏ, ତାହାକୁ ଆନୁଷ୍ଠାନିକ ସମୂହ କୁହାଯାଏ । ଏହି ପ୍ରକାର ସମୂହରେ ପ୍ରତ୍ୟେକ ସଭ୍ୟଙ୍କର ଏକ ସ୍ଵତନ୍ତ୍ର ପଦ ଓ ତଦ୍ଵଜନିତ ଭୂମିକା ସ୍ଥିରୀକୃତ ହୋଇଥାଏ ଓ ଏହି ଭୂମିକା ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଉକ୍ତ ସଭ୍ୟମାନେ ସଂପାଦନ କରିଥାନ୍ତି ।
ଉଦାହରଣ ସ୍ଵରୂପ:- ଶ୍ରମିକ ସମୂହ, ମଜଦୁର ସଂଘ, ସାଂସ୍କୃତିକ ଅନୁଷ୍ଠାନ ଇତ୍ୟାଦି ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୫।
ନେତୃତ୍ବ କହିଲେ କ’ଣ ବୁଝ ?
Answer:
ନେତୃତ୍ଵ ହେଉଛି ଏକ ପ୍ରକାରର ସାମର୍ଥ୍ୟ ଯାହାକି ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ, ଉତ୍ସାହ ଓ କାର୍ଯ୍ୟ କରିବାର ପ୍ରବୃତ୍ତି ସୃଷ୍ଟି କରି ସେମାନଙ୍କୁ ଆଗେଇ ନେବାରେ ପ୍ରେରଣା ଯୋଗାଇଥାଏ । ଏହା ଏକ ସାମାଜିକ ପ୍ରକ୍ରିୟା । ଯେତେବେଳେ ସମୂହରେ ଥିବା ବ୍ୟକ୍ତିମାନେ ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସେମାନଙ୍କର କାର୍ଯ୍ୟ ଆରମ୍ଭ କରନ୍ତି, ସେତେବେଳେ ନେତୃତ୍ଵର ଆବଶ୍ୟକତା ଅନୁଭବ କରାଯାଇଥାଏ । ସମୂହର କାର୍ଯ୍ୟକଳାପରେ ନେତୃତ୍ଵ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ନେତୃତ୍ବର ଆଦର୍ଶ ଚିନ୍ତାଧାରା ଗୁଣାବଳୀ, କାର୍ଯ୍ୟ ଦକ୍ଷତା ଓ ସକରାତ୍ମକ ପ୍ରଭାବ ସମୂହକୁ ଉନ୍ନତ, ଦୀର୍ଘସ୍ଥାୟୀ ଓ ଗତିଶୀଳ କରାଇବାରେ ସାହାଯ୍ୟ କରିଥାଏ ।

Question ୬।
ନେତାଙ୍କର ଗୁଣାବଳୀଗୁଡି଼କ ଉଲ୍ଲେଖ କର ।
Answer:
ସାଧାରଣତଃ ଜଣେ ନେତାଙ୍କ ନିକଟରେ ନିମ୍ନଲିଖତ ଗୁଣାବଳୀଗୁଡ଼ିକ ଦେଖିବାକୁ ମିଳିଥାଏ । ଯଥା:-

  • ଅସାଧାରଣ ବ୍ୟକ୍ତିତ୍ଵ
  • ଅର୍ନ୍ତବୈୟକ୍ତିକ ଦକ୍ଷତା
  • ସମସ୍ୟା ସମାଧାନର ଶକ୍ତି
  • ଆତ୍ମବିଶ୍ଵାସ
  • ଧୈର୍ଯ୍ୟ
  • ସଂପ୍ରତ୍ୟୟ ଦକ୍ଷତା
  • ସଂଜ୍ଞାର କୌଶଳ
  • ବୈଷୟିକ ଦକ୍ଷତା
  • ଉଚ୍ଚକାଂକ୍ଷା ଓ ସାମର୍ଥ୍ୟ
  • ସନ୍ତୋଟତା ଓ ସାଧୁତା

Question ୭।
ପରାମର୍ଶ କହିଲେ କ’ଣ ବୁଝ ?
Answer:
ପରାମର୍ଶ ହେଉଛି ମନୋବିଜ୍ଞାନର ବିଭିନ୍ନ ଶାଖା ମଧ୍ୟରୁ ଏକ ପ୍ରୟୋଗାତ୍ମକ ଶାଖା ଅଟେ । ଏହା ବ୍ୟକ୍ତିର ସାମାଜିକ, ବ୍ୟକ୍ତିଗତ, ସାଂବେଗିକ ସମସ୍ୟା ସମାଧାନରେ ସହାୟକ ହୋଇଥାଏ । ପରାମର୍ଶ ଅର୍ଥ ହେଉଛି କୌଣସି ବ୍ୟକ୍ତିର ଇଚ୍ଛାମୁତାବକ ତା’ର ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ସମସ୍ୟା ସମାଧାନ ପାଇଁ ହସ୍ତପେକ୍ଷ କରି ସହାୟତା ପ୍ରଦାନ କରିବା । ପରାମର୍ଶ ହେଉଛି ପରାମର୍ଶ ଦାତା ଓ ପରାମର୍ଶ ଗ୍ରହୀତାଙ୍କ ମଧ୍ୟରେ ହେଉଥିବା ଅନ୍ତଃକ୍ରିୟାତ୍ମକ ପ୍ରକ୍ରିୟା । ଯେଉଁ ବ୍ୟକ୍ତି ପରାମର୍ଶ ପ୍ରଦାନ କରିଥାନ୍ତି ତାଙ୍କୁ ପରାମର୍ଶ ଦାତା ଓ ଯେଉଁ ବ୍ୟକ୍ତି ପରାମର୍ଶ ଗ୍ରହଣ କରନ୍ତି ତାଙ୍କୁ ମହକିଲ କୁହାଯାଏ ।

Question ୮।
ପରାମର୍ଶ ଦ୍ବାରା ମିଳୁଥୁବା ପ୍ରମୁଖ ଲାଭଗୁଡ଼ିକ ଲେଖ ।
Answer: ପରାମର୍ଶର ସଫଳତା ଉଭୟେ ପରାମର୍ଶଦାତା ଓ ମହକିଲ ଉପରେ ଆଧାରିତ । ପରାମର୍ଶକୁ ପ୍ରଭାବଶାଳୀ କରିବା ପାଇଁ ଉଭୟେ ଉପଲବ୍ଧ କରିବା ଉଚିତ୍ ଯେ ସେମାନଙ୍କର ଲକ୍ଷ୍ୟ ସମାନ ଅଟେ । ଉପଯୁକ୍ତ ପରାମର୍ଶ ଦ୍ବାରା ମହକିଲ ପାଇଥିବା ଲାଭଗୁଡ଼ିକ ହେଲା:-

  • ସମସ୍ୟାକୁ ନିଜର ବୋଲି ଧାରଣା ସୃଷ୍ଟି ହେବା ।
  • ସମସ୍ୟାଟିକୁ ସଠିକ୍ ରୂପେ ବୁଝିବାରେ ସକ୍ଷମ ହେବା ।
  • ନୂତନ ବ୍ୟବହାର ଓ କ୍ରିୟାକଳାପର ଅର୍ଜନ କରିବା ।
  • ପ୍ରଭାବଶାଳୀ ସମ୍ବନ୍ଧରେ ବିକାଶ ଘଟିବା ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୯।
ପ୍ରଭାବୀ ପରାମର୍ଶଦାତାଙ୍କର ବ୍ୟକ୍ତିଗତ ଗୁଣାବଳୀଗୁଡି଼କ ଉଲ୍ଲେଖ କର ।
Answer:
କୋର୍‌ମିୟର୍ ଓ ଜୋର୍‌ମିୟରଙ୍କ ମତାନୁସାରେ ଜଣେ ପ୍ରଭାବୀ ପରାମର୍ଶଦାତାଙ୍କର ନିମ୍ନଲିଖୁତ ବ୍ୟକ୍ତିଗତ ଗୁଣାବଳୀ ରହିଥ‌ିବା ଉଚିତ୍ । ସେଗୁଡ଼ିକ ହେଲେ :-

  • ବୌଦ୍ଧିକ ସାମର୍ଥ୍ୟ
  • ଶକ୍ତି
  • ନମନୀୟତା
  • ସମର୍ଥନ
  • ସଦିଚ୍ଛା
  • ଆତ୍ମ ସଚେତନତା

Question ୧୦।
ପ୍ରଭାବୀ ପରାମର୍ଶଦାତାଙ୍କର ତିନିଗୋଟି ଗୁଣ ଉଲ୍ଲେଖ କର ।
Answer:
ପ୍ରଭାବୀ ପରାମର୍ଶଦାତାଙ୍କର ତିନିଗୋଟି ଗୁଣ ହେଲା:-

  • ଜଣେ ପରାମର୍ଶଦାତାଙ୍କର ନିଜ ବ୍ୟକ୍ତିତ୍ଵ ସମ୍ବନ୍ଧରେ ସଚେତନତା ଓ ବୋଧତା ରହିବା ଉଚିତ୍ ।
  • ଜଣେ ପରାମର୍ଶଦାତାଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିବା ଉଚିତ୍ ।
  • ଜଣେ ପରାମର୍ଶଦାତାଙ୍କର ମୁକ୍ତ ମାନସିକତା ରହିବା ଉଚିତ୍ ।

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ସମୂହର ମୁଖ୍ୟ ଲକ୍ଷଣମାନ ଉଲ୍ଲେଖ କର ?
Answer:
ଯେତେବେଳେ ଦୁଇ କିମ୍ବା ତତୋଽଧିକ ବ୍ୟକ୍ତି ଏକତ୍ରିତ ହୋଇ ପରସ୍ପର ସହିତ କ୍ରିୟା ଅନୁକ୍ରିୟା ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ -ଲକ୍ଷ୍ୟ ସାଧନା ପାଇଁ କାର୍ଯ୍ୟ କରିଥାନ୍ତି ସେତେବେଳେ ସମୂହର ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ସମୂହର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଗୁଣାବଳୀ ବା ଲକ୍ଷଣ ରହିଛି । ସେଗୁଡ଼ିକ ହେଲା:-

  • ସମୂହରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠ ଓ ନିବିଡ଼ ସଂପର୍କ ରହିବା ଆବଶ୍ୟକ ।
  • ପାରସ୍ପରିକ କ୍ରିୟା ଅନୁକ୍ରିୟା ସମୂହର ମୁଖ୍ୟ ଲକ୍ଷଣ । ଅର୍ଥାତ୍ ସମୂହର ସମସ୍ତ ସଦସ୍ୟ ପରସ୍ପର ପ୍ରତି : ନିର୍ଭରଶୀଳ ରହି ଭାବର ଆଦାନ ପ୍ରଦାନ କରୁଥିବା ଦରକାର ।
  • ବ୍ୟକ୍ତି ଓ ସମୂହର ସଂପର୍କ ଅପେକ୍ଷାକୃତ ଦୀର୍ଘସ୍ଥାୟୀ ଓ ନିରବଚ୍ଛିନ୍ନ ରହିବା ସମୂହର ଏକ ବଳିଷ୍ଠ ଲକ୍ଷଣ ।
  • ସମୂହ ଗଠନରେ ସଦସ୍ୟମାନଙ୍କ ସମାନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
  • ସମୂହରେ ପ୍ରତ୍ୟେକ ସଦସ୍ୟମାନଙ୍କର ଏକ ନିର୍ଦ୍ଦିଷ୍ଟ ଭୂମିକା, କାର୍ଯ୍ୟଖସଡ଼ା ଓ ସ୍ଥିତି ରହିବା ଉଚିତ୍ ।
  • ସମୂହର ଅନ୍ତର୍ଭୁକ୍ତ ସମସ୍ତ ସଭ୍ୟ ସମୂହର ପ୍ରତିମାନ, ନିୟମ, ମୂଲ୍ୟବୋଧ ଓ ବିଶ୍ଵାସକୁ ମାନି ଚଳିବା
  • ସମୂହରେ ପ୍ରତ୍ୟେକ ସଦସ୍ୟ ନିଜକୁ ସମୂହର ଏକ ଅଂଶ ଭାବି କାର୍ଯ୍ୟ କରିବା ଦରକାର । ଏହାଦ୍ଵାରା ସମୂହରେ ଏକତା ଦେଖାଦେଇଥାଏ ।
  • ଅଙ୍ଗୀକାରବଦ୍ଧତା ସମୂହର ଏକ ପ୍ରମୁଖ ଲକ୍ଷଣ ଅଟେ । ଏହା ଫଳରେ ପ୍ରତ୍ୟେକ ସଦସ୍ୟ ସେମାନଙ୍କର କାର୍ଯ୍ୟ ବିଷୟରେ ସଚେତନ ହେବା ସହିତ କାର୍ଯ୍ୟ ପ୍ରତି ନିଷ୍ଠା ପ୍ରତିପାଦନ କରିଥାନ୍ତି ।

Question ୨।
ଅଧିକାରବାଦୀ ବା ଏକଛତ୍ରବାଦୀ ନେତୃତ୍ଵ କହିଲେ କ’ଣ ବୁଝ ?
Answer:
ଏକଛତ୍ରବାଦୀ ନେତୃତ୍ଵରେ ସମୂହର ପରିଚାଳନା ପାଇଁ ସମୂହ ମୁଖ୍ୟଙ୍କୁ ହାତରେ ଅଖଣ୍ଡ କ୍ଷମତା ଥାଏ । ସେ ସମୂହର ଏକକ କ୍ଷମତା ଭୋଗ କରନ୍ତି | ସମୂହର କାର୍ଯ୍ୟଖସଡ଼ା ଓ ନୀତିନିୟମକୁ ଅଧୁକାରବାଦୀ ନେତୃତ୍ଵର ନେତାମାନେ ନିଜ ଇଚ୍ଛାରେ ପ୍ରସ୍ତୁତ କରନ୍ତି । ଅନୁଗାମୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସେ ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା କିମ୍ବା ବୈକ୍ସିକ୍ ଲକ୍ଷ୍ୟ ବା ଉଦ୍ଦେଶ୍ୟ କିଛି ନଥାଏ । ଅଧିକାରବାଦୀ ନେତା ସମୂହ କାର୍ଯ୍ୟକୁ ତାଙ୍କ ଅନୁଗାମୀଙ୍କ ଉପରେ ନ୍ୟସ୍ତ କରି ଏହି କାର୍ଯ୍ୟଧାରାରୁ ନିଜକୁ ଦୂରେଇ ରଖ୍ କେବଳ ତଦାରଖ କରିବାର ଦାୟିତ୍ଵ ନେଇଥାନ୍ତି । ଏଭଳି ନେତୃତ୍ଵରେ ନେତାମାନେ ପ୍ରଭୁତ୍ଵ ଜାହିର କରି ସଦସ୍ୟମାନଙ୍କ କାର୍ଯ୍ୟ ଓ ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତି ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୩।
ପ୍ରାଥମିକ ସମୃହ ଓ ଗୌଣ ସମୂହ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ପ୍ରାଥମିକ ସମୂହ

  • ଜନ୍ମ ନେବା ପରେ ଶିଶୁଟି ପୂର୍ବରୁ ଗଠିତ ହୋଇ ରହିଥିବା ଯେଉଁ ସମୂହର ଅନ୍ତର୍ଭୁକ୍ତ ହୁଏ ତାହାକୁ ପ୍ରାଥମିକ ସମୂହ କୁହାଯାଏ ।
  • ପ୍ରାଥମିକ ସମୂହର ସଦସ୍ୟଗତ ପରସ୍ପର ସହିତ ଘନିଷ୍ଠ, ନିବିଡ଼ ଓ ସିଧାସଳଖ ମୁହାଁମୁହିଁ ସଂପର୍କ ରଖିଥାନ୍ତି ।
  • ଏହା ଆକାରରେ କ୍ଷୁଦ୍ର ଅଟେ । ବ୍ୟକ୍ତିର ସାମାଜିକିରଣ, ବିକାଶ ଓ କାର୍ଯ୍ୟପ୍ରଣାଳୀ ଉପରେ ଏହାର ପ୍ରଭାବ
  • ଉଦାହରଣ ସ୍ଵରୂପ :- ପରିବାର, ପାଖପଡ଼ୋଶୀ, ଖେଳସାଥୀ, ଜ୍ଞାତିକୁଟୁମ୍ବ ଇତ୍ୟାଦି ଏହି ସମୂହର ଅନ୍ତର୍ଭୁକ୍ତ ।

ଗୌଣ ସମୂହ:-

  • ଯେଉଁ ସମୂହରେ ସଦସ୍ୟମାନଙ୍କ ମଧ୍ୟରେ ଥ‌ିବା ସଂପର୍କରେ ନିବିଡ଼ତା କିମ୍ବା ଘନିଷ୍ଠତା ନଥାଏ ତାହାକୁ ଗୌଣ ସମୂହ କୁହାଯାଏ ।
  • ଗୌଣ ସମୂହର ସଦସ୍ୟମାନେ ସେମାନଙ୍କର ସ୍ଵାର୍ଥସାଧନ ନିମନ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିଥାନ୍ତି ।
  • ଏହାର ଆକାର ପ୍ରାଥମିକ ସମୂହ ଅପେକ୍ଷା ବୃହତ୍ତର ତଥାପି ଏହାର ସଦସ୍ୟମାନଙ୍କ ମଧ୍ୟରେ ଆବେଗିକ ସଂପର୍କ ଅତୀବ ନିମ୍ନମାନର ହୋଇଥାଏ ।
  • ଉଦାହରଣ ସ୍ଵରୂପ:- ବିଭିନ୍ନ କ୍ଲବ, ଛାତ୍ର ସଙ୍ଗଠନ, ସଂଘ, ବିଭିନ୍ନ ରାଜନୈତିକ ଦଳ ଇତ୍ୟାଦି ଗୌଣ ସମୂହର ଶ୍ରେଣୀଭୁକ୍ତ ।

Question ୪।
ନେତୃତ୍ବର ପ୍ରକୃତି ବର୍ଣନା କର ।
Answer:
ଯେତେବେଳେ କୌଣସି ସମୂହରେ ନେତୃତ୍ଵର ଆବଶ୍ୟକତା ପଡ଼େ ତାହା ସମସ୍ତ ସଦସ୍ୟଙ୍କ ଦ୍ଵାରା ସମାହିତ ନହୋଇ କିଛି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ହୁଏ । ବିଭିନ୍ନ ପ୍ରକାର ଗବେଷଣାର ତତ୍ତ୍ଵକୁ ଆଧାର କରି ସମାଜବିଜ୍ଞାନୀମାନେ ନେତୃତ୍ଵର ପ୍ରକୃତିରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କଲେ । ଏକ ପରିବେଶ ମଧ୍ୟରେ ଅନ୍ୟମାନଙ୍କର ସମର୍ଥନ ଲାଭ କରିବା ଓ ଅନ୍ୟମାନଙ୍କୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖୁବାକୁ ନେତୃତ୍ଵ ବୋଲି ସେମାନେ ବିବେଚନା କଲେ । ସେମାନଙ୍କ ମତରେ ନେତୃତ୍ଵର କେତେଗୁଡ଼ିଏ ପ୍ରକୃତି ବା ଲକ୍ଷଣ ଜଣେ ବ୍ୟକ୍ତିଙ୍କୁ ନେତା ବା ଦିଗ୍‌ଦର୍ଶକ ଭାବେ ପ୍ରତିପାଦିତ କରାଏ । ସେଗୁଡ଼ିକ ହେଲା :-

  • ନେତୃତ୍ଵ ବ୍ୟକ୍ତିର ବ୍ୟକ୍ତିଗତ ଗୁଣକୁ ଦର୍ଶାଇଥାଏ ।
  • ନେତୃତ୍ଵ ସମୂହରେ ଥିବା ସଦସ୍ୟମାନଙ୍କର ସହମତି ଉପରେ ଆଧାରିତ ।
  • ସମୂହ ଲକ୍ଷ୍ୟକୁ ହୃଦୟଙ୍ଗ କରି ଅନୁପ୍ରାଣୀତ କରିବାର ଦକ୍ଷତା ।
  • ସମସ୍ତ ପରିସ୍ଥିତିରେ ଦାୟିତ୍ଵ ସଂପାଦନା କରିବା ପାଇଁ ପ୍ରସ୍ତୁତ ରହିବା ।
  • ସମୂହର ଉଦ୍ଦେଶ୍ୟ ସାଧନ ପାଇଁ କାର୍ଯ୍ୟ କରିବାର ମନୋବୃତ୍ତି ସମସ୍ତ ସଦସ୍ୟଙ୍କ ମନରେ ସୃଷ୍ଟି କରିବା ।
  • କ୍ଷମତାର ଉପଯୁକ୍ତ ବ୍ୟବହାର କରିବାର ଦକ୍ଷତା ରହିବା ।

Question ୫।
ପରାମର୍ଶର ଲକ୍ଷ୍ୟଗୁଡ଼ିକ ବର୍ଣ୍ଣନା କର ।
Answer:
ପରାମର୍ଶର ଲକ୍ଷ୍ୟଗୁଡ଼ିକ ହେଲା:-

  • ପରାମର୍ଶ ହେଉଛି ଏକ ବୃତ୍ତି ।
  • ଏହା ବ୍ୟକ୍ତିର ବ୍ୟକ୍ତିଗତ, ସାମାଜିକ, ବୃତ୍ତିଗତ ଓ ଶିକ୍ଷାଗତ ବିଷୟକୁ ବୁଝାଇଥାଏ ।
  • ପରାମର୍ଶ କେବଳ ସାଧାରଣତଃ ସୁସ୍ଥ ମାନସିକ ପ୍ରକ୍ରିୟା ଦ୍ଵାରା ପରିଚାଳିତ ବ୍ୟକ୍ତିମାନଙ୍କ ଉପରେ ଉପଯୋଗ କରାଯାଇପାରିବ ।
  • ପରାମର୍ଶ କେବଳ ଏକ ଆବଦ୍ଧ ଗୃହ ମଧ୍ୟରେ ଦିଆଯାଇପାରିବ ।
  • ପରାମର୍ଶ ଏକ ପ୍ରକ୍ରିୟା ଯାହାଦ୍ଵାରା ମହକିଲ କିପରି ସମସ୍ୟଗୁଡ଼ିକର ସମାଧାନ କରିପାରିବ ଓ ନୂତନ ଓ ବ୍ୟବହାର ପରିପ୍ରକାଶ କରିପାରିବ ।
  • ପରାମର୍ଶ ବିଭିନ୍ନ ପ୍ରକାର ସ୍ତରରେ ଥିବା ବିଶେଷତ୍ଵକୁ ପରିବେଷ୍ଟିତ କରି ରଖୁଥାଏ ।

Question ୬।
ପରାମର୍ଶର ପ୍ରମୁଖ ତତ୍ତ୍ଵଗୁଡ଼ିକ ଉଲ୍ଲେଖ କର ।
Answer:
ପରାମର୍ଶ ହେଉଛି ଇଚ୍ଛାକରି ପରାମର୍ଶ ଗ୍ରହଣ କରୁଥିବା କୌଣସି ବ୍ୟକ୍ତିର ଦୈନନ୍ଦିନ ଜୀବନରେ ହସ୍ତକ୍ଷେପ କରି ସହାୟତା ଦେବା । ପରାମର୍ଶର ପ୍ରମୁଖ ତତ୍ତ୍ଵଗୁଡ଼ିକ ହେଲା:-

  • ଏହା ଏପରି ଏକ ସ୍ଵେଚ୍ଛାକୃତ ପ୍ରକ୍ରିୟା ଯେଉଁଥିରେ ପରାମର୍ଶଦାତା ତାଙ୍କର ମହକିଲର ଅନୁଭବ ଚିନ୍ତନ ଓ
  • ପରାମର୍ଶ ମହକିଲର ପ୍ରତ୍ୟକ୍ଷୀକରଣ ଓ ଅନୁଭବକୁ ସ୍ୱୀକୃତି ଦେଉଥାଏ ।
  • ପରାମର୍ଶ ପରିସ୍ଥିତିରେ ଲୋକମାନଙ୍କର ବିଶ୍ଵାସନୀୟତା ଓ ଗୋପନୀୟତା ରକ୍ଷା କରାଯାଇଥାଏ ।
  • କୌଣସି ପରାମର୍ଶଦାତା ଓ ମହକିଲଙ୍କ ଠାରୁ ତଥ୍ୟ ଆଦାୟ କରିବା ପାଇଁ ଦଣ୍ଡାତ୍ମକ ବିଧୂର ସହାୟତା ନେଇ ନ ଥାନ୍ତି ।
  • କୌଣସି ପରାମର୍ଶ ଦାତା ମହକିଲର ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକ ଉପରେ ତାଙ୍କର ଧ୍ୟାନ- କେନ୍ଦ୍ରିତ କରିଥାଆନ୍ତି ।
  • ପରାମର୍ଶ ଦାତା ଓ ମହକିଲ ପରାମର୍ଶ ସମୟରେ ବାଚନିକ ଓ ଅବାଚନିକ ସନ୍ଦେହ ଆଦାନ ପ୍ରଦାନ କରିଥାଆନ୍ତି । ସେଥ‌ିପାଇଁ ପରାମର୍ଶ ସମୟରେ ହେଉଥ‌ିବା ସନ୍ଦେଶର ସ୍ଵରୂପ ସମ୍ବନ୍ଧରେ ସମ୍ବେଦନଶୀଳତା ରଖୁବା ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ବିଭିନ୍ନ ପ୍ରକାରର ସମୂହଗୁଡ଼ିକ ବ୍ୟାଖ୍ୟା କର ।
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଭାବରେ ନାନାପ୍ରକାର ସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିଥାଏ । ଏଥିପାଇଁ ତାକୁ ବହୁ ସମୂହ ସହ ସହବନ୍ଧିତ ହେବା ଆବଶ୍ୟକ ପଡ଼େ । କେତେକ ସମୂହ ସହିତ ତା’ର ସଂପର୍କ କ୍ଷଣସ୍ଥାୟୀ ହେଲେ ମଧ୍ୟ ଅନ୍ୟ କେତେକ ସମୂହ ସହିତ ସେ ଜୀବନର ଦୀର୍ଘ ସମୟ ଅତିବାହିତ କରିଥାଏ । ବିଭିନ୍ନ ପ୍ରକାରର ସମୂହ ସେମାନଙ୍କର କାର୍ଯ୍ୟଧାରା ଅନୁସାରେ ବ୍ୟକ୍ତିମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାନ୍ତି । ବ୍ୟକ୍ତି ଯେଉଁ ସମୂହ ମଧ୍ୟରେ ନିଜର ଚିନ୍ତାଧାରା ଓ ଲକ୍ଷ୍ୟସାଧନର ମାର୍ଗ ପାଇଥାଏ ସେ ଉକ୍ତ ସମୂହର ସଦସ୍ୟତା ଗ୍ରହଣ କରିଥାଏ । ପ୍ରତ୍ୟେକ ପ୍ରକାର ସମୂହଗୁଡ଼ିକୁ ସେମାନଙ୍କର କାର୍ଯ୍ୟଧାରା ଓ ଗଠନ ପ୍ରଣାଳୀର ଆଧାରରେ ବର୍ଗୀକରଣ କରାଯାଇଥାଏ । ସମୂହ ସାଧାରଣତଃ ନିମ୍ନ ପ୍ରକାରର :-
(i) ପ୍ରାଥମିକ ଓ ଗୌଣ ସମୂହ (Primary and Secondary Group)
(ii) ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସମୂହ (Formal and Informal Group)
(iii) ଅନ୍ତଃ ସମୂହ ଓ ବହିଃ ସମୂହ (In groups Out group)

(i) ପ୍ରାଥମିକ ଓ ଗୌଣ ସମୂହ :-
ଯେଉଁ ସମୂହ ସହିତ ଆମେମାନେ ଜନ୍ମ ସମୟରୁ ଜଡ଼ିତ ତାହାକୁ ‘ପ୍ରାଥମିକ ସମୂହ’ କୁହାଯାଏ । ଏହି ସମୂହର ସମସ୍ତ ସଦସ୍ୟ ପରସ୍ପର ପ୍ରତି ନିବିଡ଼ ସ୍ନେହ, ଶ୍ରଦ୍ଧାରେ ଆବଦ୍ଧ । ପରସ୍ପର ପ୍ରତି ସିଧାସଳଖ ସଂପର୍କ, ଭାବର ଆଦାନ ପ୍ରଦାନ, କାର୍ଯ୍ୟ କ୍ଷେତ୍ରରେ ସହଭାଗିତା, ଗଭୀର ଆବେଗିକ ସମ୍ବନ୍ଧ ଏବଂ ନିବିଡ଼ ଭୌତିକ ସାମୀଯ୍ୟ ହେଉଛି ପ୍ରାଥମିକ ସମୂହର ମୁଖ୍ୟ ଲକ୍ଷଣ ।

ଏହା ଆକାରରେ କ୍ଷୁଦ୍ର ଅଟେ । ଫଳରେ ଏହାର ସଦସ୍ୟମାନଙ୍କ ମଧ୍ୟରେ ଆତ୍ମୀୟତା ପ୍ରତିଷ୍ଠା ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ ଏକ ଦୀର୍ଘ ଓ ପ୍ରତ୍ୟକ୍ଷ ସଂପର୍କ ସ୍ଥାପିତ ହୋଇରହେ । ଶିଶୁଟିର ସାମାଜିକ ବିକାଶ, ମୂଲ୍ୟବୋଧ ଓ ଆଦର୍ଶ ମୁଖ୍ୟତଃ ପ୍ରାଥମିକ ସମୂହ ଉପରେ ନିର୍ଭର କରେ । ପରିବାର, ପାଖପଡ଼ୋଶୀ, ଜ୍ଞାତିକୁଟୁମ୍ବ, ଖେଳସାଥୀ ଇତ୍ୟାଦି ଉକ୍ତ ସମୂହର ଅନ୍ତର୍ଭୁକ୍ତ ।

ଯେଉଁ ସମୂହରେ ସଦସ୍ୟମାନଙ୍କ ମଧ୍ୟରେ ଥିବା ସଂପର୍କରେ ନିବିଡ଼ତା କିମ୍ବା ଘନିଷ୍ଠତା ନଥାଏ ଗୌଣ ସମୂହ କୁହାଯାଏ । ଗୌଣ ସମୂହରେ ବ୍ୟକ୍ତିଟି ନିଜ ଇଚ୍ଛାନୁସାରେ ଯୋଗଦାନ କରି ତା’ର ସଭ୍ୟ ହୁଏ । ଏମାନେ ଏକ ପ୍ରକାର ସ୍ଵାର୍ଥପର ହୋଇ ନିଜର ଉଦ୍ଦେଶ୍ୟ ସାଧନ ନିମନ୍ତେ ଏକତ୍ରିତ ହୋଇଥାନ୍ତି ଏବଂ ନିର୍ଦ୍ଦିଷ୍ଟ ଓ ସଂକୀର୍ଣ୍ଣ ଲକ୍ଷ୍ୟ ପୂରଣ ନିମନ୍ତେ କାର୍ଯ୍ୟ କରନ୍ତି ।

ଅନେକ ସମୟରେ ଏହାର ସଭ୍ୟମାନେ ପରସ୍ପର ଠାରୁ ବାହ୍ୟିକ ଓ ମାନସିକ ସ୍ତରରେ ଦୂରରେ ରହିଥାନ୍ତି । ଯଦିବା ଏହାର ଆକାର ପ୍ରାଥମିକ ସମୂହ ଅପେକ୍ଷା ବୃହତ୍ତର ତଥାପି ଏହାର ସଭ୍ୟମାନଙ୍କ ମଧ୍ୟରେ ଆବେଗିକ ସଂପର୍କ ଅତୀବ ନିମ୍ନମାନର ହୋଇଥାଏ । ବିଭିନ୍ନ କ୍ଲବ, ରାଜନୈତିକ ଦଳ, ସଂଘ ଓ ଛାତ୍ର ସଙ୍ଗଠନ ଇତ୍ୟାଦି ଗୌଣ ସମୂହର ଅନ୍ତର୍ଭୁକ୍ତ ।

(ii) ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସମୂହ :-
ଯେଉଁ ସମୂହରେ କାର୍ଯ୍ୟାବଳୀ, ନୀତି, ନିୟମ ଓ ଲକ୍ଷ୍ୟ ପୂର୍ବନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ ହୋଇଥାଏ ତାକୁ ଆନୁଷ୍ଠାନିକ ସମୂହ କୁହାଯାଏ । ଏହି ପ୍ରକାର ସମୂହର ନିଜସ୍ଵ ନୀତି, ଆଦର୍ଶ, ମାନକ ଓ ମାର୍ଗ ଦର୍ଶକ ସିଦ୍ଧାନ୍ତ ଥାଏ ଏବଂ ଏହା ସଦସ୍ୟମାନଙ୍କର ଆଚରଣ ଓ କାର୍ଯ୍ୟକୁ କଠୋର ଭାବରେ ନିୟନ୍ତ୍ରଣ କରିଥାଏ ।

ଏହି ପ୍ରକାର ସମୂହରେ ପ୍ରତ୍ୟେକ ସଭ୍ୟଙ୍କର ଏକ ସ୍ଵତନ୍ତ୍ର ପଦ ଓ ତଦ୍ଵନିତ ଭୂମିକା ସୁରକୃତ ହୋଇଥାଏ ଏବଂ ଏହି ଭୂମିକା ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଉକ୍ତ ସଭ୍ୟମାନେ ସଂପାଦନ କରିଥାଆନ୍ତି । ଏହି ସମୂହର ସିଦ୍ଧାନ୍ତ ନିରୂପଣରେ ଏକ କ୍ରମ ସଙ୍ଗଠିତ ପ୍ରଭୁତ୍ଵ କାର୍ଯ୍ୟକରେ । ଶ୍ରମିକସଂଘ, ମଜଦୁର ସଂଘ, ସାମାଜିକ ସେବା ଦଳ, ସାଂସ୍କୃତିକ ଅନୁଷ୍ଠାନ, କାର୍ଯ୍ୟାଳୟଗୁଡ଼ିକ ସମୂହର ଅନ୍ତର୍ଭୁକ୍ତ ।

ଅଣଆନୁଷ୍ଠାନିକ ସମୂହରେ ସଭ୍ୟମାନଙ୍କର ସଂପର୍କ ଓ ଭୂମିକାକୁ କୌଣସି କଠୋର ନୀତିନିୟମ ଦ୍ବାରା ନିୟନ୍ତ୍ରଣ କରାଯାଇ ନ ଥାଏ । ସାମାଜିକ ଭାବବିନିମୟ ଦ୍ବାରା ଉକ୍ତ ସମୂହର ସୃଷ୍ଟି ହୋଇଥାଏ । ଏହି ସମୂହରେ କୌଣସି ସ୍ଥିରୀକୃତ ମାନଦଣ୍ଡ, ମାନକ ବା ନିୟମ ନ ଥାଏ ।

ଏହାର ସଦସ୍ୟମାନେ ସେମାନଙ୍କର କାର୍ଯ୍ୟ ଓ ମତାମତ ସ୍ଵାଧୀନ ଭାବରେ ଉପସ୍ଥାପିତ କରିଥାନ୍ତି । ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଆଗ୍ରହ, କଥାବାର୍ତ୍ତା ଓ ଏକତ୍ରିତ ହେବାର ଉଦ୍ଦେଶ୍ୟକୁ ନେଇ ଏହା ଗଠିତ । ସିନେମାହଲରେ ଏକାଠି ବସିଥିବା, ଚା’ ଦୋକାନରେ ଏକାଠି ମିଶୁଥ‌ିବା, ବ୍ୟାୟାମ କରିବା ପାଇଁ ସକାଳେ ଏକତ୍ରିତ ହେଉଥିବା ବ୍ୟକ୍ତିମାନଙ୍କର ସମୂହକୁ ଅଣଆନୁଷ୍ଠାନିକ ସମୂହ କୁହାଯାଏ ।

(iii) ଅନ୍ତଃ ସମୂହ ଓ ବହିଃ ସମୂହ :-
ଦେଖୁଥାଏ । ପ୍ରଥମଟି ହେଉଛି ‘ମୁଁ’ ଓ ‘ ଆମେ’ ଏବଂ ଦ୍ଵିତୀୟଟି ହେଉଛି ‘ସେ’ ଓ ‘ସେମାନେ’ । ଯେଉଁ ସମୂହ ସହିତ ବ୍ୟକ୍ତି ସଂଶ୍ଳିଷ୍ଟ ଓ ନିଜକୁ ସେ ଯେଉଁ ସମୂହରେ ସଦସ୍ୟ ଭାବରେ ବିଚାର କରି କାର୍ଯ୍ୟ କରିଥାଏ। ସେହି ସମୂହକୁ ଅନ୍ତଃସମୂହ କୁହାଯାଏ । ଉକ୍ତ ସମୂହରେ ଏକତା, ପରସ୍ପର ପ୍ରତି ସ୍ନେହ, ସହଭାଗିତାର ମନୋବୃତ୍ତି ଓ ସାମୂହିକ ବିଚାରଧାରା ଦେଖ‌ିବାକୁ ମିଳିଥାଏ ।

ଅନ୍ତଃସମୂହର ସଦସ୍ୟମାନେ ପରସ୍ପର ପ୍ରତି ଅନୁରକ୍ତ ଓ ବିଶ୍ବସ୍ତ ରହି ପରସ୍ତର ଶୁଭ ଓ ମଙ୍ଗଳ ଇଚ୍ଛା କରନ୍ତି ଓ ପରସ୍ପରର କାର୍ଯ୍ୟକୁ ପ୍ରଶଂସା କରନ୍ତି । ପରିବାର, କୌଣସି ଦଳର ସଦସ୍ୟତା, ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟର ସାଙ୍ଗସାଥୀ, ସମବୟସ୍କ ଓ ସମାନ ବୃତ୍ତିର ବ୍ୟକ୍ତିମାନେ ଉକ୍ତ ସମୂହର ଅନ୍ତର୍ଭୁକ୍ତ ।

ଗୋଟିଏ ସମୂହରେ ଥିବା ବ୍ୟକ୍ତି ଅନ୍ୟ ସମୂହଗୁଡ଼ିକୁ ବହିଃ-ସମୂହ ଭାବରେ ଅଭିହିତ କରିଥାଏ । ନିଜ ସମୂହକୁ ଛାଡ଼ି ଅନ୍ୟ ସମସ୍ତ ସମୂହର କର୍ଯ୍ୟଧାରା ଓ ନୀତିନିୟମକୁ ସେ ପ୍ରଶଂସା କରି ନଥାଏ । ବହିଃ ସମୂହ ପ୍ରତି ବ୍ୟକ୍ତିର ଆନ୍ତରିକତା କିମ୍ବା ସହଯୋଗିତା ଭାବ ନ ଥାଏ । ଉଦାହରଣ ସ୍ଵରୂପ – ପୁରୀରେ ବାସ କରୁଥିବା ବ୍ୟକ୍ତିଟିଏ ପାଇଁ ପୁରୀ ଅନ୍ତଃସମୂହ ହୋଇଥିବା ବେଳେ କଟକ, ବାଲେଶ୍ଵର କିମ୍ବା ଅନ୍ୟ ଯେକୌଣସି ପ୍ରବେଶ ବହିଃ ସମୂହ ହୋଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୨।
ସମୂହ ଗଠନର ମୁଖ୍ୟ ଉପାଦାନଗୁଡ଼ିକ ବର୍ଣ୍ଣନା କର। .
Answer:
କେତେକ ବ୍ୟକ୍ତିଙ୍କ ସମାବେଶ ଓ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ପାରସ୍ପରିକ କ୍ରିୟା ସମୂହ ଗଠନର ମୂଳପିଣ୍ଡ । କିନ୍ତୁ ସମାଜବିଜ୍ଞାନୀମାନଙ୍କ ଦ୍ଵାରା କରାଯାଉଥୁବା ବିଭିନ୍ନ ଅନୁସନ୍ଧାନ ଓ ପରୀକ୍ଷଣର ଫଳାଫଳ ସମୂହ ଗଠନର କେତେକ ମୌଳିକ ଉପାଦାନମାନଙ୍କ ଉପରେ ଆଲୋକପାତ କରିଅଛି ।

ସମୂହ ଗଠନର ମୁଖ୍ୟ ଉପାଦାନଗୁଡ଼ିକ ହେଲା:-
(i) ନିକଟତା (Proximity)
(ii) ସାଦୃଶ୍ୟ (Similarity)
(iii) ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ (Commom Goal)
(iv) ସଂହତି (Cohesiveness)

(i) ନିକଟତା (Proximity):-
ମଧ୍ୟରେ ସଂପର୍କ ସ୍ଥାପିତ ହୁଏ । କ୍ରମେ ଏହି ସଂପର୍କ ନିବିଡ଼ ହୋଇ ସମୂହ ଗଠିତ ହୁଏ । ସୁତରାଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଥବା ସାନ୍ନିଧ୍ୟ ବା ନିକଟତା ସମୂହ ଗଠନର ଏକ ମୁଖ୍ୟ ଉପାଦାନ । ଗୋଟିଏ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେମାନଙ୍କର ବିଭାଗ ଅନୁସାରେ ଜଣେ ଅନ୍ୟ ଜଣଙ୍କର କାର୍ଯ୍ୟ କରିଥାଏ । ବହୁ ସମୟ ଧରି ଜଣେ ଅନ୍ୟଜଣଙ୍କର ନିକଟବର୍ତୀ ରହିବା ଫଳରେ ସମୂହ ଗଠିତ ହୋଇଥାଏ । ଉଦାହରଣ ସ୍ଵରୂପ:- ଗୋଟିଏ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥୁବା ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ରହୁଥ‌ିବା ବ୍ୟକ୍ତିମାନେ ଓ ଗୋଟିଏ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ପୃଥକ ସମୂହ ଗଠନ କରିଥାନ୍ତି ।

(ii) ସାଦୃଶ୍ୟ (Similarity):-
ମାନସିକ ସ୍ତରରେ ଏକ ପ୍ରକାର ହୋଇଥିବାରୁ ସେମାନଙ୍କ ଇଚ୍ଛା, ଅନିଚ୍ଛା, ପ୍ରେମ, ସ୍ନେହ, ଘୃଣା ଓ କାର୍ଯ୍ୟ ଶୈଳୀ ଏପିରିକି ସେମାନଙ୍କ ମତ ଓ ଅମତରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ଏଥିପାଇଁ ସେମାନେ ପରସ୍ପରର ଅତି ନିକଟବର୍ତ୍ତୀ ହୁଅନ୍ତି ଓ ଏକତ୍ର ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରନ୍ତି । ଉଦାହରଣସ୍ୱରୂପ – ଶିକ୍ଷକ ସଂଘ, କର୍ମଚାରୀ ସଂଘ, ଅଟୋରିକ୍ସା ସଂଘ ଇତ୍ୟାଦି ।

(iii) ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ:-
ଯେତେବେଳେ କିଛି ବ୍ୟକ୍ତିମାନଙ୍କର ଳକ୍ଷ୍ୟ ଓ ଉଦ୍ଦେଶ୍ୟ ଏକ ଅଭିନ୍ନ ହୋଇଥାଏ, ସେତେବେଳେ ସେହି ବ୍ୟକ୍ତିଗଣ ସମୂହ ଗଠନ କରିପାରିଥାନ୍ତି । ଥରେ ସମୂହ ଗଠନ ହୋଇଗଲା ପରେ ସେମାନେ ସମାନ ଉଦ୍ଦେଶ୍ୟ ଓ ଚିନ୍ତାଧାରା ସହ କାର୍ଯ୍ୟ କରିଥାନ୍ତି । ବ୍ୟବସାୟରେ ଲାଭ ଆଶା କରୁଥିବା ବ୍ୟବସାୟୀ ଗୋଷ୍ଠୀ, ଧର୍ମର ପ୍ରଚାର ପ୍ରସାର କରୁଥୁବା ଧାର୍ମିକ ଗୋଷ୍ଠୀ, କୌଣସି ଆଦର୍ଶ ଆଧାର କରି ନିର୍ବାଚନ ଳଢ଼ୁଥିବା ରାଜନୈତିକ ଗୋଷ୍ଠୀ ଓ ନିର୍ଦ୍ଦିଷ୍ଟ କୌଣସି ଯାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଗୋଷ୍ଠୀ ଏହାର ଉଦାହରଣ ।

(iv) ସଂହତି:-
ସମୂହ- ଗଠନ ପାଇଁ ସଂହତି ଏକ ମୁଖ୍ୟ ଉପାଦାନ । ଏହି ସଂହତି ଦ୍ଵାରା ସମୂହର ସଦସ୍ୟମାନେ ଏକତା ସୂତ୍ରରେ ବାନ୍ଧି ହୋଇ ଏହାର ମଙ୍ଗଳ ଓ ବିକାଶ ନିମିତ୍ତ କାର୍ଯ୍ୟ କରନ୍ତି । ଏହା ସମୂହରେ ସଭ୍ୟଙ୍କ ମଧ୍ୟରେ ଆନେକ ଭାବନା ସୃଷ୍ଟି କରିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜକୁ ସମୂହର ଏକ ଅଂଶ ଭାବେ ବିବେଚନା କରି କାର୍ଯ୍ୟ କରିଥାନ୍ତି । ଏହାଦ୍ଵାରା ସମୂହ ଦୃଢ଼, ଦୀର୍ଘସ୍ଥାୟୀ ଓ ଶକ୍ତିଶାଳୀ ହୁଏ । ଫେଷ୍ଟିନଜର୍‌ଙ୍କ ମତରେ ସମୂହର ସଦସ୍ୟମାନେ ଯେତେବେଳେ ପରସ୍ପରକୁ ଭଲପାଆନ୍ତି, ସମୂହରେ ହାସଲ କରିଥିବା ସ୍ଥିତିକୁ ବଜାୟ ରଖନ୍ତି କିମ୍ବା ନିଜ କାର୍ଯ୍ୟ ଓ ଆଚରଣ ଦ୍ଵାରା ସେ ସ୍ଥିତିକୁ ଉପରକୁ ନେବାପାଇଁ ଉଦ୍ୟମ କରନ୍ତି ଏବଂ ସେହି ସମୂହରୁ ଅଲଗା ହୋଇ ରହିବାର ଚିନ୍ତାକୁ ମନରେ ଧାରଣା କରନ୍ତି ନାହିଁ, ସେତେବେଳେ ତାକୁ ‘ସମୂହ ସଂହତି’ କୁହାଯାଏ ।

Question ୩।
ବିଭିନ୍ନ ପ୍ରକାରର ନେତୃତ୍ଵ ବିଷୟରେ ଉଲ୍ଲେଖ କର ।
Answer:
ସମୂହ କାର୍ଯ୍ୟର ସୁପରିଚାଳନା ପାଇଁ ନେତୃତ୍ଵର ଆବଶ୍ୟକତା ଅବଶ୍ୟମ୍ଭାବୀ ହୋଇଥିବା ବେଳେ ସମୂହର ପ୍ରକାର, କାର୍ଯ୍ୟର ପ୍ରକୃତି ଓ ସର୍ବୋପରି ଦଳମୁଖ୍ୟଙ୍କ ବ୍ୟକ୍ତିତ୍ଵ ଆଧାରରେ ନେତୃତ୍ଵର ସଂଜ୍ଞା ଓ ପ୍ରକାର ଭିନ୍ନ ହୋଇଥାଏ । ନେତୃତ୍ବ ଶୈଳୀ ସାଧାରଣତଃ ନେତାଙ୍କର ସମଭାବାପନ୍ନ ବ୍ୟବହାରିକ ଧାରାକୁ ବୁଝାଉଥାଏ । କେତେକ ମନୋବୈଜ୍ଞାନିକଙ୍କ ମତରେ ଦଳମୁଖ୍ୟଙ୍କ କାର୍ଯ୍ୟ ନିର୍ବାହ କରିବାରେ ଶୈଳୀ ନେତୃତ୍ବର ବର୍ଗୀକରଣ କରିଥାଏ । ପ୍ରତ୍ୟେକ ନେତାଙ୍କର କାର୍ଯ୍ୟ କରିବାର ପ୍ରଣାଳୀ ଭିନ୍ନ ଭିନ୍ନ ଅଟେ । ଏହା ମୁଖ୍ୟତଃ ନେତାଙ୍କର ବ୍ୟକ୍ତିତ୍ଵ ଏବଂ ଅନୁଭୂତି ଉପରେ ନିର୍ଭର କରିଥାଏ । ନେତୃତ୍ଵର ପ୍ରକାର ଭେଦ ସମୂହର ପରିବେଶ ଓ ଯେଉଁ ପରିସ୍ଥିତିରେ ନେତା କାର୍ଯ୍ୟ କରିଥାନ୍ତି ତାହା ଉପରେ ନିର୍ଭର କରିଥାଏ । ଆମେ ମୁଖ୍ୟତଃ ନିମ୍ନଲିଖତ ପ୍ରକାରର ନେତୃତ୍ଵ ବିଭିନ୍ନ ସମୂହରେ ଦେଖ‌ିବାକୁ ଯାଇଥାଉ ।

(i) ଅଧିକାରୀବାଦୀ ନେତୃତ୍ଵ (Authoritarian Leadership)
(ii) ଗଣତନ୍ତ୍ରବାଦୀ ନେତୃତ୍ଵ (Democratic Leadersip)
(iii) ଉଦାସୀନ ନେତୃତ୍ୱ (Laissez-faire Leadership)
(iv) ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ଵ (Charismatic Leadership)
(v) ରୂପାନ୍ତରଣ ନେତୃତ୍ଵ (Transformational Leadership)

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(i) ଅଧୁକାରୀବାଦୀ ନେତୃତ୍ୱ:-
ଯେଉଁ ନେତୃତ୍ଵରେ ଦଳମୁଖ୍ୟ ଦଳ ପାଇଁ ସମସ୍ତ ସିଦ୍ଧାନ୍ତ ନିଜେ ଗ୍ରହଣ କରିଥାନ୍ତି ତାହାକୁ ଅଧିକାରବାଦୀ ନେତୃତ୍ଵ କୁହାଯାଏ । ଉକ୍ତ ନେତୃତ୍ଵରେ ନେତୃମଣ୍ଡଳୀଙ୍କ ହାତରେ ସମୂହର ପରିଚାଳନା ପାଇଁ ଅଖଣ୍ଡ କ୍ଷମତା ଥାଏ । ସମୂହର କାର୍ଯ୍ୟ ଖସଡ଼ା ଓ ନୀତିନିୟମକୁ ଏହି ପ୍ରକାର ଗୋଷ୍ଠୀର ନେତାମାନେ ନିଜ ଇଚ୍ଛାରେ ପ୍ରସ୍ତୁତି କରନ୍ତି । ସେ ସମୂହରେ ଥିବା ସମସ୍ତ ସଦସ୍ୟଙ୍କ ଠାରୁ ସଂପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଆଶା କରିଥାନ୍ତି । ସମୂହର ସମସ୍ତ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ ପ୍ରସ୍ତୁତ କରିଥାନ୍ତି ।

ଉକ୍ତ କାର୍ଯ୍ୟକୁ ପାଳନ କରିବା ପାଇଁ କଠୋର ଆଦେଶ ଦେଇଥାନ୍ତି । ଏହି ପ୍ରକାର ନେତୃତ୍ୱାଧୀନ ଥିବା ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା କିମ୍ବା ବୈଭିକ ଲକ୍ଷ୍ୟ ବା ଉଦ୍ଦେଶ୍ୟ ବୋଲି କିଛି ନଥାଏ । ସଭ୍ୟମାନଙ୍କର ବିନା ପରାମର୍ଶ ଓ ବିନା ଇଚ୍ଛାରେ ଦଳମୁଖ୍ୟ ତାଙ୍କୁ ଯେକୌଣସି କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଏହି ପ୍ରକାର ନେତୃତ୍ବାଧୀନ ସଭ୍ୟମାନେ ନେତାଙ୍କୁ ହୃଦୟର ସହ ଭଲ ପାଉ ନଥାନ୍ତି । ନେତୃତ୍ବ ଓ ସଦସ୍ୟଙ୍କ ମଧ୍ୟରେ ଥିବା ସଂପର୍କ କ୍ରମଶଃ ଦୁର୍ବଳ ହୋଇଉଠେ ଓ ନେତାଙ୍କୁ ହୃଦୟର ସହ ଭଲ ପାଉ ନଥାନ୍ତି । ନେତୃତ୍ବ ଓ ସଦସ୍ୟଙ୍କ ମଧ୍ୟରେ ଥିବା ସଂପର୍କ କ୍ରମଶଃ ଦୁର୍ବଳ ହୋଇଉଠେ ଓ ସମୂହ ନିମ୍ନଗାମୀ ହେବାକୁ ଲାଗେ ।

(ii) ଗଣତନ୍ତ୍ରବାଦୀ ନେତୃତ୍ୱ:-
ଯେଉଁ ନେତୃତ୍ଵରେ ଦଳମୁଖ୍ୟ ଦଳର ସମସ୍ତ ସଦସ୍ୟମାନଙ୍କୁ ସମୂହର କାର୍ଯ୍ୟଧାରାରେ ଯୋଗ ଦେଇ ନିଜର ସ୍ଵାଧୀନ ମତ ବ୍ୟକ୍ତ କରିବାର ସୁଯୋଗ ଦେଉଥାନ୍ତି ତାହକୁ ଗଣତନ୍ତ୍ରବାଦୀ ନେତୃତ୍ଵ କୁହାଯାଏ । ଉକ୍ତ ନେତୃତ୍ଵରେ ନେତା ସମୂହରେ ଥ‌ିବା ସଦସ୍ୟମାନଙ୍କର ଚିନ୍ତାଧାରା, ସେମାନଙ୍କର ଦକ୍ଷତା ଓ ବିଶ୍ଵାସନୀୟତାକୁ ସମ୍ମାନ ଜଣାଇ କାର୍ଯ୍ୟ କରିଥାନ୍ତି । ସମୂହର ଲକ୍ଷ୍ୟ ପୂରଣ କରିବା ପାଇଁ ସେ ଅନ୍ୟ ସଦସ୍ୟମାନଙ୍କର ପରାମର୍ଶ ଓ ସହଯୋଗ ଆବଶ୍ୟକ କରନ୍ତି ।

ଉକ୍ତ ନେତୃତ୍ଵରେ ସମୂହରେ ସମସ୍ତ ଶକ୍ତି ଓ ଅଧିକାର ନେତାଙ୍କ ନିକଟରେ ନ ରହି ସଦସ୍ୟମାନଙ୍କର ପରାମର୍ଶ ଓ ସହଯୋଗ ଆବଶ୍ୟକ କରନ୍ତି । ଉକ୍ତ ନେତୃତ୍ଵରେ ସମୂହରେ ସମସ୍ତ ଶକ୍ତି ଓ ଅଧିକାର ନେତାଙ୍କ ନିକଟରେ ନ ରହି ସମସ୍ତ ସଦସ୍ୟଙ୍କ ପାଖରେ ସମଭାବରେ ରହିଥାଏ । ଫଳରେ ଏହା ସଦସ୍ୟମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସଂପର୍କ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କୌଣସି ବାଧା କିମ୍ବା ଚାପର ବଶବର୍ତୀ ନ ହୋଇ, ସହଜ ଓ ସ୍ଵତନ୍ତ୍ର ଭାବରେ କାର୍ଯ୍ୟ କରିପାରୁଥିବାରୁ ଓ ନିଜ ମତାଧ୍ଵକାରକୁ ପ୍ରାଞ୍ଜଳ ଭାବରେ ବିନା ଭୟରେ ସାବ୍ୟସ୍ତ କାରିପାରୁଥ‌ିବାରୁ ସେମାନେ ପରସ୍ପରପ୍ରତି ନିକଟତର ଲୋଭପାରନ୍ତି ।

ଏହି ସାମାଜିକ ସୁସଂପର୍କ ସେମାନଙ୍କ ସମୂହ ପ୍ରତି ଥିବା ନିଷ୍ଠା ଓ ଆନ୍ତରିକତାକୁ ବହୁଗୁଣିତ କରାଏ । ଏହା ସଭ୍ୟାମାନଙ୍କର ଅନ୍ତ ଓ ମାନସିକ ବେଦନାର ଅବସାନ ଘଟାଇ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ସହାୟକ ହୋଇଥାଏ ।

(ii) ଉଦାସୀନ ନେତୃତ୍ୱ-
ଯେଉଁ ନେତୃତ୍ଵରେ ନେତା ସମୂହର ସଦସ୍ୟମାନଙ୍କୁ ମାତ୍ରାତ୍ଵିକ ସ୍ଵାଧୀନତା ପ୍ରଦାନ କରିଥାନ୍ତି ଓ ସେମାନଙ୍କୁ ସମୂହର ସମସ୍ତ ନୀତିନିୟମ ନିଜେ ନିଜର ଇଚ୍ଛା ଅନୁଯାୟୀ ପ୍ରଣୟନ କରିବାର ସମସ୍ତ ସୁଯୋଗ ଦେଇଥାନ୍ତି ତାହାକୁ ଉଦାସୀନ ନେତୃତ୍ଵ କୁହାଯାଏ । ଲୋକମାନେ ଯାହା ଇଚ୍ଛା ବା ଚିନ୍ତା କରୁଛନ୍ତି ତାହା ହିଁ କରନ୍ତୁ । ଏହି ଉକ୍ତିରେ ଉଦାସୀନ ନେତୃତ୍ଵ କୁହାଯାଏ । ଲୋକମାନେ ଯାହା ଇଚ୍ଛା ବା ଚିନ୍ତା କରୁଛନ୍ତି ତାହା ହିଁ କରନ୍ତୁ । ଏହି ଉକ୍ତିରେ ଉଦାସୀନ ନେତୃତ୍ଵ ବିଶ୍ଵାସ କରନ୍ତି ଏବଂ ସମୂହର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ । ଯେତେବେଳେ କୌଣସି ନେତାଙ୍କର ସାହାଯ୍ୟ କରିଥାନ୍ତି ।

ଦରକାର କରନ୍ତି ସେତେବେଳେ ସେ ତାକୁ ସାହାଯ୍ୟ କରିଥାନ୍ତି । ଅନ୍ୟ ସମୟରେ ନୀରବଦ୍ରଷ୍ଟା ଭାବରେ ସମୂହର କାର୍ଯ୍ୟକୁ ନିରୀକ୍ଷଣ କରିଥାନ୍ତି । ଉକ୍ତ ସମୂହରେ ସଦସ୍ୟମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାର ସଂପୂର୍ଣ୍ଣ ସୁଯୋଗ ପାଇଥାନ୍ତି । ଯଦି ସମୂହରେ ଥ‌ିବା ସଦସ୍ୟମାନଙ୍କର କାର୍ଯ୍ୟ କରିବାର ଉପଯୁକ୍ତ ସାମର୍ଥ୍ୟ ଥାଏ ଓ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବାରେ ଆଗ୍ରହୀ ଥାନ୍ତି ତେବେ ଉକ୍ତ ନେତୃତ୍ଵରେ ସମୂହର ଅଗ୍ରଗତି ଠିକ୍ ଭାବରେ ହୋଇଥାଏ ।

(iv) ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ୱ :-
ଯେଉଁ ନେତୃତ୍ଵରେ ଲୋକମାନେ ନେତାଙ୍କର ବ୍ୟକ୍ତିଗତ ଅଲୌକିକ ଗୁଣ ଓ ଅସାଧାରଣ ପ୍ରତିଭାଦ୍ଵାରା ଆକର୍ଷିତ ହୋଇଥାନ୍ତି ଓ ତାଙ୍କର ଆବେଗକୁ ଈଶ୍ବରଙ୍କର ବାଣୀ ଭାବରେ ଗ୍ରହଣ କରିଥାନ୍ତି ତାହାକୁ ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ଵ କୁହାଯାଇଥାଏ ।

ଉକ୍ତ ନେତୃତ୍ଵରେ ନେତାଙ୍କର ସଦସ୍ୟମାନେ ନେତାଙ୍କୁ ହୃଦୟର ସହିତ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରିଥାନ୍ତି । ଏହି ନେତାଙ୍କର କାର୍ଯ୍ୟଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର । ସେମାନଙ୍କର ସମୂହ ତ୍ୟାଗ, ଲୋକମାନଙ୍କ ପ୍ରତି ସ୍ନେହ, ଉତ୍ତମ ଆଚରଣ ଓ ଅସୀମ ଦୂରଦୃଷ୍ଟି, ଲୋକମାନଙ୍କର ଉନ୍ନତି ପାଇଁ ଗଭୀର ନିଷ୍ଠା ଓ ଦୃଢ଼ ମନୋବଳ ଇତ୍ୟାଦି ଉତ୍ତମଗୁଣ ପରିଲକ୍ଷିତ ହୋଇଥାଏ । ଏମାନେ ସମୂହକୁ ଏକ ନୂତନ ଦିଗ୍‌ଦର୍ଶନ ଦେବାରେ ସକ୍ଷମ ହୋଇଥାନ୍ତି । ସେମାନଙ୍କର ଧୈର୍ଯ୍ୟ, ଦକ୍ଷତା ଓ କାର୍ଯ୍ୟ କରିବାର ଶୈଳୀ ସମୂହକୁ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର କରାଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(v) ରୂପାନ୍ତରଣ ନେତୃତ୍ବ :-
ଯେଉଁ ନେତୃତ୍ଵରେ ନେତା ସମୂହର ସଦସ୍ୟମାନଙ୍କୁ ସେମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସଠିକ୍ ପରାମର୍ଶ ପ୍ରଦାନ କରି ଉଚିତ୍ ମାର୍ଗରେ ଗତି କରିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ସେମାନଙ୍କୁ ରୂପାନ୍ତରଣ ନେତୃତ୍ଵ କୁହାଯାଏ । ଏହି ନେତୃତ୍ଵରେ ନେତାଙ୍କର ଅସାଧାରଣ ପ୍ରତିଭା ଦେଖ‌ିବାକୁ ମିଳିଥାଏ । ଅନ୍ୟମାନଙ୍କୁ ଆକୃଷ୍ଟ କରିବାର ଦକ୍ଷତା ଅସାଧାରଣ ବ୍ୟକ୍ତିତ୍ଵ, ଆଦର୍ଶଗତ ଆଚରଣ ଇତ୍ୟାଦି ବିଶେଷଗୁଣ ଉକ୍ତ ନେତାଙ୍କ ନିକଟରେ ପରିଲକ୍ଷିତ ହୁଏ । ଫଳରେ ସେମାନେ ସହଜରେ ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ସମୂହକୁ ସଠିକ୍ ମାର୍ଗରେ ଅଗ୍ରସର କରାଇଥାନ୍ତି ।

Question ୪।
ନେତା କାହାକୁ କହନ୍ତି ? ନେତାଙ୍କର ବିଭିନ୍ନ କାର୍ଯ୍ୟଗୁଡ଼ିକ ବର୍ଣନା କର । କିମ୍ବା ଦଳପତିଙ୍କ ପ୍ରକାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
ସମୂହର ମୁଖ୍ୟଙ୍କୁ ନେତା କୁହାଯାଏ । ସମୂହରେ ଥିବା ସମସ୍ତ ସଦସ୍ୟ ନେତାଙ୍କର ଉପଦେଶ ଓ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିଥାନ୍ତି । ସମୂହର ଲକ୍ଷ୍ୟ ସାଧନ, ସାଦସ୍ୟମାନଙ୍କ ମଧ୍ୟରେ ଉତ୍ତମ ଭାବର ଆଦାନ ପ୍ରଦାନ, ସମୂହର କାର୍ଯ୍ୟଧାରା ଉପରେ ବିଶ୍ଵାସ ଓ ସହଭାଗିତା, ଆତ୍ମବିଶ୍ଵାସ, ସମୂହର ବିକାଶରେ ନିଜକୁ ଅନୁପ୍ରାଣିତ ଓ ଅନ୍ୟମାନଙ୍କୁ ପ୍ରଭାବିତ କରୁଥିବା ବ୍ୟକ୍ତିଙ୍କୁ ନେତା ବା ଦଳପତି ଭାବରେ ଗ୍ରହଣ କରାଯାଇଥାଏ ।

ଦଳପତି ସମୂହର ମୁଖ୍ୟ ଓ ମର୍ଯ୍ୟାଦାଜନକ ଶୀର୍ଷସ୍ଥାନରୁ ଥିବାରୁ ସମୂହ ଗଠନ, ତା’ର ପାରିପାର୍ଶ୍ଵକ ଅବସ୍ଥା, ଲକ୍ଷ୍ୟ ଆଦର୍ଶ, ମୂଲ୍ୟବୋଧ ଓ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରନ୍ତି ଓ ଏଥ‌ିପାଇଁ ସେ ସଂପୂର୍ଣ୍ଣ ରୂପେ ଦାୟୀ ମଧ୍ଯ ରୁହନ୍ତି । ନେତୃତ୍ଵର କାର୍ଯ୍ୟାବଳୀ ମୁଖ୍ୟତଃ ସମୂହର ପ୍ରକୃତି, ପ୍ରକାର ଭେଦ ଓ ବିଭିନ୍ନ ପ୍ରକାରର ନେତୃତ୍ଵ ଉପରେ ଆଧାରିତ । ନେତୃତ୍ବର କାର୍ଯ୍ୟାବଳୀରେ ଭିନ୍ନତା ପରିଲକ୍ଷିତ ହେଲେ ମଧ୍ୟ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରତ୍ୟେକ ପ୍ରକାରର ନେତୃତ୍ଵ ସଂପାଦନ ପାଞ୍ଚଗୋଟି କାର୍ଯ୍ୟ କରିଥାନ୍ତି । ସେଗୁଡିକ ହେଲା- ଯୋଜନା, ସଂସ୍ଥାପନ, ଆଦେଶ, ସମନ୍ଵୟ ଓ ନିୟନ୍ତ୍ରଣ । ବିଭିନ୍ନ ଗବେଷଣାରୁ ଜଣାଯାଇଛି ଯେ ସମୂହର କାର୍ଯ୍ୟ ପରିଚାଳନା କରିବା ପ୍ରତ୍ୟେକ ନେତୃତ୍ବର ମୁଖ୍ୟ କାର୍ଯ୍ୟ । ତେଣୁ ଯେକୌଣସି ସମୂହର ମୁଖ୍ୟ ବା ଦଳପତି ମୁଖ୍ୟତଃ ନିମ୍ନଲିଖତ କାର୍ଯ୍ୟଗୁଡ଼ିକ ସଂପାଦନ କରିଥାନ୍ତି ।
ସେଗୁଡ଼ିକ ହେଲା:-

(i) ଯୋଜନା ପ୍ରସ୍ତୁତ କରିବା (Planning)
(ii) ସଂସ୍ଥାପନ କରିବା (Organising)
(iii) ଆଦେଶ ଦେବା (Commanding)
(iv)ସମନ୍ଵୟ ରକ୍ଷା କରିବା (Co-Ordinating)
(v) ନିୟନ୍ତ୍ରଣ ରକ୍ଷା କରିବା (Controlling)
(vi) ସମସ୍ୟାର ନିରାକାରଣ କରିବା (Problem solving)
(vii) ମାର୍ଗ ପ୍ରଦର୍ଶନ କରିବା (Providing guidance)

(i) ଯୋଜନା ପ୍ରସ୍ତୁତ କରିବା :-
ସମୂହର ଲକ୍ଷ୍ୟ ପୂରଣ ନିମନ୍ତେ ଦଳପତି ଯୋଜନା ପ୍ରସ୍ତୁତ କରିଥାନ୍ତି । ସମୂହର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସ୍ଥିର କରିବା ପରେ ତାକୁ ନିର୍ଦ୍ଦିଷ୍ଟ ସମୟସୀମା ଓ ବ୍ୟୟବରାଦ ମଧ୍ଯରେ ପୂରଣ କରିବା ପାଇଁ ଦଳପତି ବିଭିନ୍ନ ଖସଡ଼ା ପ୍ରସ୍ତୁତ କରିଥାନ୍ତି । ଯୋଜନା ପ୍ରସ୍ତୁତ ସମୟରେ ଦଳପତି ସାଧାରଣ ଭାବରେ ସମୂହର ବର୍ତ୍ତମାନ ସ୍ଥିତି, ସଦସ୍ୟମାନଙ୍କର ନିଷ୍ଠା, ଦକ୍ଷତା, ଭବିଷ୍ୟତର କାର୍ଯ୍ୟପନ୍ଥା ଓ ରୂପରେଖ ପ୍ରଭୃତି ବିଷୟ ପ୍ରତି ଧ୍ୟାନ ଦେଇଥାନ୍ତି । ଉକ୍ତ ଯୋଜନା ଅନୁସାରେ ସମୂହର ସମସ୍ତ କାର୍ଯ୍ୟପନ୍ଥା ସ୍ଥିର କରାଯାଇ ସମୂହକୁ ଲକ୍ଷ୍ୟ ସାଧନା ନିମନ୍ତେ ଅଗ୍ରସର କରାଯାଇଥାଏ ।

(ii) ସଂସ୍ଥାପନା କରିବା :-
ଦଳପତି ସମୂହର ସମସ୍ତ କାର୍ଯ୍ୟର ମୁଖ୍ୟ ସଂଯୋଜନା ତାଙ୍କରି ନିର୍ଦ୍ଦେଶ ଓ ନେତୃତ୍ଵରେ ସମୂହର ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥାଏ । ସେ ସମୂହର ଲକ୍ଷ୍ୟ ସାଧନ ପାଇଁ ସମୂହ ବିଚାରକୁ ନେଇ ସେମାନଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରିଥାନ୍ତି ଓ ସ୍ଵୟଂ ସଦସ୍ୟମାନଙ୍କର କ୍ଷମତା, ନିଷ୍ଠା ଓ ଦକ୍ଷତାକୁ କରିଥାନ୍ତି । ସମୂହର ସଂସ୍ଥାପନ କାର୍ଯ୍ୟ ଏପରି ଭାବରେ କରାଯାଇଥାଏ ଯେ ପ୍ରତ୍ୟେକ ସଦସ୍ୟ ଆଗ୍ରହ ସହକାରେ ଲକ୍ଷ୍ୟ ସାଧନା ପାଇଁ ଅଗ୍ରସର ହୋଇଥାନ୍ତି । କୌଣସି ବ୍ୟକ୍ତି ନିଜକୁ ଏକୁଟିଆ ଏବଂ ଉପେକ୍ଷିତ ମନେ କରି ନଥାନ୍ତି ।

(iii) ଆଦେଶ ଦେବା :-
ସମୂହର ପ୍ରତ୍ୟେକ କାର୍ଯ୍ୟ ନେତାଙ୍କର ଆଦେଶ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ । ଏହାର ସଦସ୍ୟମାନେ ଉକ୍ତ ଆଦେଶ ଶୃଙ୍ଖଳା, ମଧ୍ୟରେ ଗତି କରିଥାନ୍ତି । ସମୂହର ଲକ୍ଷ୍ୟ ପୂରଣ କେଉଁ ମାର୍ଗରେ ଗତି କରିବାକୁ ହେବ, ଅସୁବିଧାଗୁଡ଼ିକୁ କିପରି ଭାବରେ ସାମ୍ନା କରିବାକୁ ପଡ଼ିବ, ସମସ୍ୟାଗୁଡ଼ିକର ସମାଧାନ କିପରି କରାଯିବ ଏବଂ ବିଷୟ ନେତାଙ୍କର ଆଦେଶ ପରସ୍ପର ମଧ୍ୟରେ ସହଭାଗିତା ନଷ୍ଟ ହୋଇ ନଥାଏ ।

(iv) ସମନ୍ଵୟ ରକ୍ଷା କରିବା :-
ନେତାଙ୍କୁ ସମୂହର ଜଣେ ଆଦର୍ଶ ସମନ୍ଵୟକାରୀ ଭାବରେ ଗଣନା କରାଯାଇଥାଏ । ତାଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ସମୂହର ପ୍ରତ୍ୟେକ ସଦସ୍ୟମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସଭ୍ୟଙ୍କର ଉପରିସ୍ଥ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟପନ୍ଥା ଗ୍ରହଣ କରିବା ହେଉଛି ସମୂହ ମୁଖ୍ୟ ବା ଦଳପତିଙ୍କର ପ୍ରଧାନ କର୍ତ୍ତବ୍ୟ । ସମୂହରେ ସମନ୍ଵୟ ନ ରହିଲେ ଅରାଜକତା ବ୍ୟାପିଥାଏ ଓ ସମୂହ କ୍ରମଶଃ ଦୁର୍ବଳ ହୋଇପଡ଼େ ।

(v) ନିୟନ୍ତ୍ରଣ ରକ୍ଷା କରିବା:-
ସମୂହର ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବରେ ହେଉଛି କି ନାହିଁ ଏହା ନିରୀକ୍ଷଣ କରିବା ସମୂହର ମୁଖ୍ୟଙ୍କ ପ୍ରଧାନ କାର୍ଯ୍ୟ । ସମୂହର ସଦସ୍ୟମାନେ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମୁତାବକ କାର୍ଯ୍ୟ କରୁଛନ୍ତି କି ନାହିଁ ଏହା ମଧ୍ୟ ସେ ତଦାରଖ କରିଥାନ୍ତି । ସମସ୍ତ କାର୍ଯ୍ୟ ଓ ସଦସ୍ୟମାନଙ୍କର ବ୍ୟବହାର ଓ ଆଚରଣ ଇତ୍ୟାଦିକୁ ନିଜ ନିୟନ୍ତ୍ରଣରେ ରଖୁ ଯେକୌଣସି ନେତା ସମୂହକୁ ପରିଚାଳନା କରିଥାନ୍ତି ।

(vi) ସମସ୍ୟାର ନିରାକରଣ କରିବା:-
ଆରମ୍ଭ କରି ସାମୂହିକ ସମସ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସମସ୍ୟା ସମୂହରେ ଦେଖାଦେଇଥାଏ । ଏସବୁର ସଠିକ୍ ସମାଧାନ କରିବା ପାଇଁ ପ୍ରତ୍ୟେକ ଦଳମୁଖ୍ୟ ନିଜର ବୁଦ୍ଧି ଓ ଅଭିଜ୍ଞତାକୁ ଆଧାର କରି ଧୈର୍ଯ୍ୟର ସହ ସମସ୍ତ ସଭ୍ୟଙ୍କୁ ଏକତ୍ରିତ କରି ଏହାର ନିରାକରଣ ଦିଗରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଥାନ୍ତି । ନେତାଙ୍କର ପ୍ରଧାନ କାର୍ଯ୍ୟ ହେଉଛି ସମସ୍ୟା ସମୟରେ ଉଚିତ୍ ନେତୃତ୍ଵ ନେବା ଓ ଏହାର ସମାଧାନ ପାଇଁ ସଠିକ୍ ପରାମର୍ଶ ସହକାରେ କାର୍ଯ୍ୟ ପରିଚାଳନା କରିବା ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(vii) ମାର୍ଗ ପ୍ରଦର୍ଶନ କରିବା :-
ସମୂହର ମୁଖ୍ୟ ଏହାର ସଦସ୍ୟମାନଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିଥାନ୍ତି । ସମୂହକୁ ସଠିକ୍ ମାର୍ଗରେ ଗତି କରାଇବାରେ ନେତାଙ୍କର ଅଭିଜ୍ଞତା, ବୁଦ୍ଧି ଓ ଶିକ୍ଷା ସାହାଯ୍ୟ ଯୋଗାଇଥାଏ । ସଦସ୍ୟମାନେ ଉତ୍ତମ ମାର୍ଗରେ ଗତି କରିବା ଦ୍ଵାରା ସେମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ ଓ ସମୂହ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାଏ । ଏଥିପାଇଁ ନେତାଙ୍କୁ ସମୂହର ପଥ – ପ୍ରଦର୍ଶକ ଭାବରେ ଗ୍ରହଣ କରାଯାଉଥାଏ ।

Question ୫।
ପ୍ରଭାବୀ ପରାମର୍ଶଦାତାଙ୍କର ଗୁଣାବଳୀଗୁଡ଼ିକ ବର୍ଣନା କର ।
Answer:
ପରାମର୍ଶ ପ୍ରକ୍ରିୟା ଉଭୟ ପରାମର୍ଶଦାତା ଓ ମହକିଲଙ୍କର ପ୍ରଚେଷ୍ଠା ଉପରେ ନିର୍ଭର କରେ । ଉଭୟଙ୍କର ଘନିଷ୍ଠତା, ବିଶ୍ଵାସ ଓ କାର୍ଯ୍ୟଧାରା ଏହାର ସଫଳତାକୁ ଶୀର୍ଷସ୍ତରରେ ପହଞ୍ଚାଇଥାଏ । ପରାମର୍ଶଦାତାଙ୍କର ଦକ୍ଷତା ତଥା ବିଭିନ୍ନ ଗୁଣାବଳୀ ପରାମର୍ଶ ପ୍ରକ୍ରିୟାର ସଫଳ ଅଗ୍ରଗତିରେ ବିଶେଷଭାବରେ ସହାୟକ ହୋଉଥାଏ । କୋର୍‌ମିୟର ଓ କୋର୍‌ମିୟରଙ୍କ ମତାନୁସାରେ, “ ଜଣେ ସଫଳ ପରାମର୍ଶଦାତା ହେଉଛନ୍ତି ସିଏ ଯିଏ କି ନିଜର ବ୍ୟକ୍ତିଗତ ଓ ବୈଜ୍ଞାନିକ ଦକ୍ଷତାର ସଫଳ ସମ୍ମିଶ୍ରଣ କରିପାରୁଥ‌ିବେ ଏବଂ ଯିଏ ନିଜର ଅନ୍ତର୍ବେୟକ୍ତିକ ଓ ବୈଷୟିକ ଦକ୍ଷତା ମଧ୍ୟରେ ସମନ୍ଵୟ
ହାସଲ କରିଥ‌ିବେ ।” ଜଣେ ପ୍ରଭାବୀ ପରାମର୍ଶଦାତା ହେବାକୁ ହେଲେ ତାଙ୍କ ବ୍ୟକ୍ତିତ୍ଵରେ ନିମ୍ନଲିଖତ ଗୁଣଗୁଡ଼ିକର ବିକାଶ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ହେଲା :-

(୧) ଆତ୍ମ ସଚେତନତା (Self Awareness):-
ପରାମର୍ଶଦାତା ନିଜର ଆବଶ୍ୟକତା, ଭାବନା, ସାମର୍ଥ୍ୟ ଏବଂ କାର୍ଯ୍ୟ ପରିସର ସଂପର୍କରେ ଭଲଭାବରେ ବୁଝିବା ଉଚିତ୍ । ଏହାଦ୍ଵାରା ସେ ନିଜକୁ ଠିକ୍ ଭାବରେ ବୁଝିପାରିବେ ଓ ତାଙ୍କର କାର୍ଯ୍ୟଧାରାର ବୈଧତା ବିଷୟରେ ଜାଣିପାରିବେ । ଏହା ଫଳରେ ସେ ନିଜର ସାମର୍ଥ୍ୟ ପ୍ରତି ସଚେତନା ହୋଇଥାନ୍ତି ଓ ନିଜର ତଥା ପରାମର୍ଶ ଗ୍ରହୀତାଙ୍କର ସମସ୍ୟାଗୁଡ଼ିକୁ ଭଲଭାବରେ ଜାଣିପାରିଥାନ୍ତି ।

(୨) ମାନସିକ ସ୍ଵାସ୍ଥ୍ୟ (Mental Health):-
ପରମର୍ଶଦାତାଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିବା ଉଚିତ୍ । ଏହାଦ୍ଵାରା ତାଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି ପାଇଥାଏ । ସେ ସକ୍ରିୟଭାବରେ କାର୍ଯ୍ୟ କରିପାରନ୍ତି। ଉତ୍ତମ ମାନସିକ ସ୍ଵାସ୍ଥ୍ୟ ପରାମର୍ଶରେ ସଫଳତା ଆଣିବା ସଙ୍ଗେ ସଙ୍ଗେ ମହକିଲଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିଥାଏ। ଯଦି ପରାମର୍ଶ ଦାତାଙ୍କର ନିଜର ମାନସିକ ସ୍ଵାସ୍ଥ୍ୟ ଠିକ୍ ନଥାଏ, ସେମାନେ
ପରାମର୍ଶ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ ।

(୩) ସମ୍ବେଦନଶୀଳତା (Sensitivity) :-
ଯେଉଁ ପରାମର୍ଶଦାତାଙ୍କର ସମ୍ବେଦନଶୀଳତା ଅଧୂକ ସେମାନେ ସମସ୍ୟାକୁ ସାମ୍ନା କରିବାରେ ଅଧୁକ ସକ୍ଷମ ହୋଉଥାଆନ୍ତି । ସମ୍ବେଦନଶୀଳତା ଅର୍ଥ ପରାମର୍ଶଦାତା ତାଙ୍କ ମହକିଲର କାର୍ଯ୍ୟ, ପରିସ୍ଥିତି ଓ ପରିବେଶକୁ ସାମ୍ନା କରିବାର ଶୈଳୀ, ସାମର୍ଥ୍ୟ ଏବଂ ସୀମା ବିଷୟରେ ସଠିକ୍ ଭାବରେ ଅବଗତ ହେବ । ଏହା ଫଳରେ ସେ ନିଜ ମହକିଲଙ୍କର ଆଚରରକୁ ଠିକ୍ ଭାବରେ ବୁଝିପାରନ୍ତି ଓ ତଦନୁସାରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାରର କୌଶଳ ପ୍ରୟୋଗ କରି ସେଥୁରେ ସଫଳ ହୋଉଥାନ୍ତି ।

(୪) ସମାନୁଭୂତି ଓ ବୋଧତା (Empathy and Understanding) :-
ଜଣେ ପ୍ରଭାବୀ ପରାମର୍ଶଦାତାଙ୍କର ମହକିଲଙ୍କର ସମସ୍ୟା ପ୍ରତି ସମାନୁଭୂତି ରହିବା ଆବଶ୍ୟକ । ସମାନୁଭୂତି ଅର୍ଥ ହେଲା ମହକିଲଙ୍କର ସମସ୍ୟାକୁ ସେ ଯେପରି ଦେଖୁଥାଆନ୍ତି ପରାମର୍ଶଦାତା ସେହି ସମସ୍ୟାକୁ ସେହି ରୂପରେ ଗ୍ରହଣ କରିବା । ଏହି ପ୍ରକ୍ରିୟାରେ ଉଭୟ ପ୍ରତ୍ୟକ୍ଷଣ ଓ ସଂପ୍ରେକ୍ଷଣ ସମ୍ମିଳିତ ହୋଇଥାଆନ୍ତି ।

ପରାମର୍ଶଦାତା ମହକିଲଙ୍କର ସମସ୍ୟାଗୁଡ଼ିକ ଧ୍ୟାନର ସହିତ ଶୁଣିବାକୁ ପ୍ରତ୍ୟକ୍ଷଣ କୁହାଯାଏ । ପରାମର୍ଶଦାତା କିଛି ଅନୁଭୂତି ବର୍ଣ୍ଣନା କରି ମହକିଲଙ୍କ ମନରେ ଧାରଣା ସୃଷ୍ଟି କରିଥାଆନ୍ତି ଯେ, ସେ ତାଙ୍କର ସମସ୍ୟାଗୁଡିକ ସଠିକ୍ ଭାବରେ ବୁଝୁଛନ୍ତି । ଏହି ପ୍ରକ୍ରିୟାକୁ ସଂପ୍ରେକ୍ଷଣ କୁହାଯାଏ । ସମାନୁଭୂତି ଓ ବୋଧତାଦ୍ଵାରା ପରାମର୍ଶଦାତା ନିଜ ମହକିଲଙ୍କ ସହିତ ଘନିଷ୍ଠତା ସୃଷ୍ଟି କରିଥାନ୍ତି ।

(୫) ସମ୍ମାନବୋଧତା (Respectfulness) :-
ପରାମର୍ଶଦାତାଙ୍କର ନିଜ ମହକିଲ ପ୍ରତି ସମ୍ମାନବୋଧ ରହିବା ଉଚିତ୍ । ସେ ମହକିଲଙ୍କୁ ଉଚିତ୍ ବ୍ୟବହାର ଦେଖାଇବା ସହିତ ତାଙ୍କୁ ପ୍ରତ୍ୟେକ କଥାରେ ସହଯୋଗ କରିବା ଉଚିତ୍ । ମହକିଲଙ୍କ ପ୍ରତି ନିଜର ଆଚରଣରେ ସାଧୁତା ଓ ସମ୍ମାନବୋଧ ପରିପ୍ରକାଶ ହେବା ଦରକାର ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(୬) ବସ୍ତୁନିଷ୍ଠତା (Objectivity):-
ପରାମର୍ଶଦାତା ମହକିଲଙ୍କ ସହିତ ନିଜର ଆଚରଣରେ ବସ୍ତୁନିଷ୍ଠତା ବଜାୟ ରଖୁବା ଉଚିତ୍ । ପରାମର୍ଶ ପ୍ରକ୍ରିୟାରେ ସେ ମହକିଲଙ୍କର ସମସ୍ୟାର ସମାଧାନ କରୁଥିବା ସମୟରେ କୌଣସି ପ୍ରତି ନିଜର ଆସକ୍ତି ପ୍ରତି ନିଜର ସତର୍କତା ଅବଲମ୍ବନ କରିବା ଉଚିତ୍ । ଏହାଛଡ଼ା ପରାମର୍ଶଦାତାଙ୍କର ଆଉ ଗୋଟିଏ ବିଶେଷ ଗୁଣ ହେଲା ଉପଯୁକ୍ତତା । ଜଣେ ପରାମର୍ଶଦାତା କର୍ତ୍ତବ୍ୟନିଷ୍ଠ ହେବା ଉଚିତ୍ ଓ କୌଣସି ପରିସ୍ଥିତିରେ ତାଙ୍କ ମହକିଲ ଯେପରି ଭୁଲ ରାସ୍ତାରେ ନ ଯାଏ ଓ ହଇରାଣ ନ ହୁଏ ସେଥୁପ୍ରତି ସେ ସର୍ବଦା ସତର୍କତା ଅବଲମ୍ବନ କରିବା ଉଚିତ୍ ।

(୭) ଧ୍ୟାନ କେନ୍ଦ୍ରିକତା (Attensity):-
ପରାମର୍ଶଦାତାଙ୍କର ଧ୍ୟାନ ମହକିଲଙ୍କ ପ୍ରତି କୈନ୍ଦ୍ରିକ ହେବା ଆବଶ୍ୟକ । ମହକିଲଙ୍କର ସମସ୍ତ ସମସ୍ୟାକୁ ଧ୍ୟାନ ଦେଇ ଶୁଣିବା ଏବଂ ତାଙ୍କୁ ପୂରା କହିବାକୁ ସୁଯୋଗ ଦେବା ଉଚିତ୍ । ଏହାଦ୍ଵାରା ମହକିଲ ନିଜର ମନକଥା ପରିପ୍ରକାଶ କରିବା ପାଇଁ ଉତ୍ସାହିତ ହେଇଥାନ୍ତି । ମହକିଲଙ୍କ କଥା ଶୁଣିବା ସମୟରେ ମଝିରେ ମଝିରେ ଆଚ୍ଛା – ଆଚ୍ଛା, ହଁ – ହଁ ଇତ୍ୟାଦି ପରି ବାଚନିକ ସଂକେତ, ନିଜେ ତାଙ୍କ ସମସ୍ୟାଟିକୁ ହୃଦୟଙ୍ଗମ କରିବାର ସଂକେତ ତାଙ୍କୁ ଜଣାଇବା ଇତ୍ୟାଦି ପରାମର୍ଶ ପକ୍ରିୟାକୁ ଆଗେଇ ନେବାରେ ସହାୟକ ହୋଇଥାଏ ।

(୮) ନୈତିକ ଆଚରଣ (Moral conduct):-
ତଥ୍ୟକୁ ଗୋପନ ରଖିବା ହେଉଛି ପରାମର୍ଶ ଦାତାଙ୍କର ନୈତିକ ଦାୟିତ୍ଵ । ମହକିଲଙ୍କର ବିନା ପରାମର୍ଶରେ ସେ କୌଣସି ତଥ୍ୟକୁ ପ୍ରଘଟ କରିବା ଆଇନ୍ ଅନୁସାରେ ଠିକ୍ ହୋଇ ନ ଥାଏ । ଏହା ମହକିଲଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ଉଭୟଙ୍କର ସଂପର୍କ ନୀତିଗତ ଓ ସନ୍ଦେହମୁକ୍ତ ରହିବା ଉଚିତ୍ । ଉକ୍ତ ଗୁଣାବଳୀଗୁଡ଼ିକ ଜଣେ ପରାମର୍ଶ ଦାତାଙ୍କୁ ସଠିକ୍ ଓ ଉତ୍ତମ ପରାମର୍ଶ ଯୋଗାଇବାରେ ସହାୟକ ହୋଉଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

Odisha State Board CHSE Odisha Class 12 Foundation of Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା Questions and Answers.

CHSE Odisha 12th Class Education Solutions Chapter Chapter 8 ଶିକ୍ଷଣରେ ଅଭିପ୍ରେରଣା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ବାହ୍ୟ ଅଭିପ୍ରେରଣା କେଉଁଥୁରୁ ମିଳିଥାଏ ?
(i) ମନ
(ii) ପରିବେଶ
(iii) ପରିବାର
(iv) କେଉଁଟି ନୁହେଁ
Answer:
(ii) ପରିବେଶ

2. ନିମ୍ନୋକ୍ତ କେଉଁଟି ଏକ ଆନ୍ତଃ ଅଭିପ୍ରେରଣା ଅଟେ ?
(i) ଇଚ୍ଛାଶକ୍ତି
(ii) ଦଣ୍ଡ
(iii) ପ୍ରଶଂସା
(iv) ଶିକ୍ଷା ଉପକରଣ
Answer:
(i) ଇଚ୍ଛାଶକ୍ତି

3. ନିମ୍ନୋକ୍ତ କେଉଁଟି ଏକ ବାହ୍ୟ ଅଭିପ୍ରେରଣା ଅଟେ ?
(i) ଦଣ୍ଡ
(ii) ଇଚ୍ଛା
(iii) ଆଶାର ସ୍ତର
(iv) ପ୍ରତିଯୋଗୀ ମନୋଭାବ
Answer:
(i) ଦଣ୍ଡ

4. ଲକ୍ଷ୍ୟ ସାଧନ ପାଇଁ କିଏ ଶିଶୁକୁ କାର୍ଯ୍ୟକ୍ଷମ ବା କ୍ରିୟାଶୀଳ କରାଇଥାଏ ?
(i) ମ।ନସିକ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

5. ଅଭିପ୍ରେରଣା କେଉଁ ଲାଟିନ୍ Latin ଶବ୍ଦରୁ ଆନୀତ ?
(i) Move
(ii) Movere
(iii) Movement
(iv) Muve
Answer:
(ii) Movere

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

6. କେଉଁଟି ଅଭିପ୍ରେରଣାର କାର୍ଯ୍ୟ ନୁହେଁ ?
(i) ଦଣ୍ଡ ଓ ପୁରସ୍କାର
(ii) ଶିକ୍ଷା ଉପକରଣର ବ୍ୟବହାର
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ
(iv) ଶିକ୍ଷକଙ୍କ ଅନୁଭୂଳ ମନୋଭାବ
Answer:
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ

7. କେଉଁଟି ଆନ୍ତଃ ଅଭିପ୍ରେରଣାର ଉଦାହରଣ ?
(i) ପୁରସ୍କାର
(ii) ଦଣ୍ଡ
(iii) ଆଗ୍ରହ
(iv) ପ୍ରଶଂସା
Answer:
(iii) ଆଗ୍ରହ

8. ନିମ୍ନଲିଖତ କେଉଁ କାରକଟି ଜଣେ ବ୍ୟକ୍ତିଠାରେ କୌଣସି ଏକ କାର୍ଯ୍ୟ କରିବାପାଇଁ ଆଗ୍ରହ ସୃଷ୍ଟି କରିଥାଏ ?
(i) ମାନସିକ ସ୍ଥିତ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

9. ମୁଭିର୍ (Movere) ଶବ୍ଦର ଅର୍ଥ କ’ଣ ?
(i) ଗତିଣାଳ
(ii) ଉତ୍ତେଜନା
(iii) 1696
(iv) ବୃଦ୍ଧି
Answer:
(i) ଗତିଣାଳ

10. ଯେଉଁ ଆଭ୍ୟନ୍ତରୀଣ ଚାପଦ୍ୱାରା ବ୍ୟକ୍ତି କୌଣସି କାର୍ଯ୍ୟ କରିବାପାଇଁ ବଦ୍ଧପରିକର ହୁଏ ଅଥବା ପ୍ରଣୋଦିତ ହୋଇଥାଏ ତାହାକୁ କ’ଣ କୁହାଯାଏ ?
(i) ଶିକ୍ଷଶ
(ii) ବୃଦ୍ଧି
(iii) ଅଭିପ୍ରେରଣା
(iv) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(iii) ଅଭିପ୍ରେରଣା

B. ଶୂନ୍ୟସ୍ଥାନ ପୂରଣ କର ।

1. ବ୍ୟକ୍ତି ବାହ୍ୟ ପରିବେଶର ପ୍ରଭାବରେ କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ ହେଲେ ତାହାକୁ __________ ଅଭିପ୍ରେରଣା କୁହାଯାଏ ।
Answer:
ବାହ୍ୟ(Extrinsic)

2. ଯେତେବେଳେ ବ୍ୟକ୍ତି ଅନ୍ତର ମଧ୍ୟରୁ ପ୍ରେରଣା ପାଇ କାର୍ଯ୍ୟ କରିଥାଏ, ତାହାକୁ __________ କୁହାଯାଏ ।
Answer:
ଆନ୍ତଃ ଅଭିପ୍ରେରଣା ବା ଅନ୍ତର୍ନିହିତ ଅଭିପ୍ରେରଣା

3. ବାହ୍ୟ ଅଭିପ୍ରେରଣା___________ ଏକ ଉଦାହରଣ ।
Answer:
ପୁରସ୍କାର

4. ଅନ୍ତଃ ଅଭିପ୍ରେରଣା____________ ଏକ ଉଦାହରଣ ।
Answer:
ସାଫଲ୍ୟର ଅନୁଭୂତି

5. ମୁଭର୍ ଶବ୍ଦର ଅର୍ଥ _____________
Answer:
ଗତିଣାଳ

6. ବ୍ୟକ୍ତିର ଆଚରଣ ପ୍ରାରମ୍ଭରେ ଥ‌ିବା ଅଭିପ୍ରାୟ, ଇଚ୍ଛା, ଉଦ୍ଦେଶ୍ୟ, ପ୍ରେରଣା ଓ ଆବଶ୍ୟକତାଗୁଡ଼ିକୁ ସାମଗ୍ରିକ ଭାବରେ _________ କୁ ଦର୍ଶାଇଥାଏ ।
Answer:
ଅଭିପ୍ରେରଣା

7. ଯେଉଁ ଅଭିପ୍ରେରଣା_________ ରୁ ମିଳିଥାଏ, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।
Answer:

8. ମୋଟିଭେସନ (Motivation) ଶବ୍ଦଟି___________ ଶବ୍ଦ Movereରୁ ସୃଷ୍ଟି ହୋଇଛି ।
Answer:
ପରିବେଶ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ ମନ ଅଟେ ।
Answer:
ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ୍ଵ ପ୍ରଶଂସା ଅଟେ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

2. ମୁଭିର (Movere) ଶବ୍ଦର ଅର୍ଥ ପରିବର୍ତ୍ତନଶୀଳ ।
Answer:
ମୁଭିର (Movere) ଶବ୍ଦର ଅର୍ଥ ଗତିଶୀଳ ।

3. ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ଆନ୍ତଃ ଅଭିପ୍ରେରଣା ଅଟେ ।
Answer:
ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ବାହ୍ୟ ଅଭିପ୍ରେରଣା ଅଟେ ।

4. ମନରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।
Answer:
ପରିବେଶରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।

5. ଶିକ୍ଷଣ ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।
Answer:
ଅଭିପ୍ରେରଣା ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।

6. ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ବାହ୍ୟ ଅଭିପ୍ରେରଣା ଏବଂ ପୁରସ୍କାର ଅଭିପ୍ରେରଣା ।
Answer:
ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ଆନ୍ତଃ ଅଭିପ୍ରେରଣା ଏବଂ ବାହ୍ୟ ଅଭିପ୍ରେରଣା ।

7. ଗାଳି, ନିନ୍ଦା, ଅପମାନ, ପୁରସ୍କାର ଆନ୍ତଃ ଅଭିପ୍ରେରଣାର ଉଦାହରଣ ।
Answer:
ଗାଳି, ନିନ୍ଦା, ଅପମାନ, ପୁରସ୍କାର ବାହ୍ୟ ଅଭିପ୍ରେରଣାର ଉଦାହରଣ ।

8. ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ବାହ୍ୟ ଅଭିପ୍ରେରଣାର ଉଦାହରଣ ।
Answer:
ସ୍ଵାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଆନ୍ତଃ ଅଭିପ୍ରେରଣାର ଉଦାହରଣ ।

9. ସାଧାରଣତଃ ବହିର୍ମୂଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।
Answer:
ସାଧାରଣତଃ ଅନ୍ତର୍ମୁଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଅଭିପ୍ରେରଣା (Motivation) କ’ଣ ?
Answer:
‘ଅଭିପ୍ରେରଣା ଗତିଶୀଳ କାର୍ଯ୍ୟକୁ ବୁଝାଏ’ (Motivation is the activity in progress.) ।

2. ଆନ୍ତଃ ଅଭିପ୍ରେରଣା (Intrinsic motivation) କ’ଣ ?
Answer:
ଯେଉଁ ଅଭି ପ୍ରେରଣା ବ୍ୟକ୍ତିର ପ୍ରବୃତ୍ତି, ଅନ୍ତଃପ୍ରେରଣା ଏବଂ ଆୟୋନ୍ନତି ଇତ୍ୟାଦି ସହିତ ଜଡ଼ିତ ତାହାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ ।

3. ବାହ୍ୟ ଅଭିପ୍ରେରଣା (Extrinsic motivation) କ’ଣ ?
Answer:
ଯେଉଁ ଅଭିପ୍ରେରଣା ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାପାଇଁ ବାହାରୁ ପ୍ରଭାବିତ କରିଥାଏ; ଯଥା- ପୁରସ୍କାର, ଦଣ୍ଡ, ଭୟ ଇତ୍ୟାଦି, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

4. ଅଭିପ୍ରେରଣାକୁ ତ୍ୱରାନ୍ବିତ କରୁଥିବା ଯେକୌଣସି ଗୋଟିଏ ସାଧନ/ସହାୟକ ଉପାଦାନ ଉଲ୍ଲେଖ କର ।
Answer:
ସଫଳ ଶିକ୍ଷାଦାନ ପାଇଁ ଏବଂ ଶିକ୍ଷଣ ପାଇଁ ଶିକ୍ଷକ ପୁରସ୍କାର ଏବଂ ଦଣ୍ଡ (Reward and Punishment) ଠିକ୍ ସମୟରେ ବିନିଯୋଗ କରିବା ଉଚିତ ।

5. ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରିତ କରିବାପାଇଁ ଶିକ୍ଷକ କ’ଣ କରିଥା’ନ୍ତି ?
Answer:
ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରଣା ଦେବାପାଇଁ ଦୃଶ୍ୟ-ଶ୍ରାବ୍ୟ ଉପକରଣ (Audio-visual aids) ବ୍ୟବହାର କରିଥା’ନ୍ତି ।

6. ପରିପକ୍ବତା (Maturation) କ’ଣ ?
Answer:
ବୟସର ବୃଦ୍ଧିରେ ବ୍ୟକ୍ତି ଭିନ୍ନ ଭିନ୍ନ ପାରଦର୍ଶିତା ପ୍ରକାଶ କରିବା ତା’ର ପରିପକ୍ୱତାର ଫଳ ।

7. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣା ଦୁଇପ୍ରକାର; ଯଥା- (i) ଆନ୍ତଃ ଅଭିପ୍ରେରଣା (Intrinsic motivation) ଏବଂ (ii) ବାହ୍ୟ ଅଭିପ୍ରେରଣା (Extrinsic motivation) ।

8. ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆସିଛି । ଉକ୍ତ ଶବ୍ଦଟିର ଅର୍ଥ କ’ଣ ?
Answer:
ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆନୀତ ଯାହାର ଅର୍ଥ ‘to move’ ଗତି ବା କ୍ରିୟାକୁ ବୁଝାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଆନ୍ତଃ ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଯେଉଁ ଆଭ୍ୟନ୍ତରୀଣ ଶକ୍ତି ବ୍ୟକ୍ତିକୁ ସ୍ବତଃପ୍ରବୃତ୍ତଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେଇଥାଏ, ତାହା ଆନ୍ତଃ- ଅଭିପ୍ରେରଣା ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଅନ୍ତଃ ଅଭିପ୍ରେରଣାର ଅର୍ଥ ଲେଖ ।
Answer:
ଅନ୍ତଃ ଅଭିପ୍ରେରଣା ବ୍ୟକ୍ତିର ଅନ୍ତଃକରଣରୁ ଜାଗ୍ରତ ହୁଏ । ବ୍ୟକ୍ତି ନିଜେ କୌଣସି କାର୍ଯ୍ୟ କରିବାପାଇଁ ପ୍ରେରିତ ହୁଏ । ସେଗୁଡ଼ିକ ହେଲା ନିଜର ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଇତ୍ୟାଦି ।

2. ଅଭିପ୍ରେରଣା କିପରି ସର୍ବଦା ଲକ୍ଷ୍ୟଭିମୁଖୀ ଉଲ୍ଲେଖ କର ।
Answer:
ଅଭିପ୍ରେରଣା ଉଦ୍ଦେଶ୍ୟାଭିମୁଖୀ । ଆବଶ୍ୟକତା ପୂରଣ ପାଇଁ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ହୋଇଥାଏ । ତେଣୁ ଅଭିପ୍ରେରଣା ସର୍ବଦା ଲକ୍ଷ୍ୟଭିମୁଖୀ ହୋଇଥାଏ ।

3. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକ ଭାବରେ ଥାଏ । ଏହା ଲକ୍ଷ୍ୟ ସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation)- ଏହା ବ୍ୟକ୍ତିକୁ ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)– ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ଶିଶୁକୁ ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ ।

4. ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଯେକୌଣସି ଦୁଇଟି ଅଭିପ୍ରେରଣ କୌଶଳ ଲେଖ ।
Answer:
ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଦୁଇଟି ଅଭିପ୍ରେରଣ କୌଶଳ ହେଉଛି- ପ୍ରଶଂସା ଓ ଶିକ୍ଷାଦାନ ଉପକରଣର ବ୍ୟବହାର ।

5. ଅଭିପ୍ରେରଣା ସୃଷ୍ଟି କରିବାପାଇଁ ଯେକୌଣସି ୨ଟି ଉପାୟ ଲେଖ ।
Answer:
ଶିକ୍ଷଣକୁ ସଫଳ ଓ ଆନନ୍ଦଦାୟକ କରିବାପାଇଁ ନିମ୍ନଲିଖତ ଅଭିପ୍ରେରଣାର ଉପାୟ ବ୍ୟବହାର କରିବା ଉଚିତ ।
(i) ଲକ୍ଷ୍ୟ ବିଷୟରେ ଜ୍ଞାନ – ଶିକ୍ଷାର୍ଥୀ ଗୋଟିଏ କାର୍ଯ୍ୟରେ ଲକ୍ଷ୍ୟ ବିଷୟରେ ଅବଗତ ହେଲେ ସେ ଅଧ‌ିକ ଆଗ୍ରହ ସହକାରେ କାର୍ଯ୍ୟଟିକୁ ସମ୍ପାଦନ କରିଥାଏ । ଉକ୍ତ ଲକ୍ଷ୍ୟ ଶିକ୍ଷାର୍ଥୀର କାର୍ଯ୍ୟ କରିବାର ଦିଗ ବିଷୟରେ ସୂଚନା ଦେଇଥାଏ ।
(ii) ପ୍ରତିଦ୍ବନ୍ଦିତା – ଶ୍ରେଣୀ କୋଠରି ବାହାରେ ହେଉ କିମ୍ବା ଭିତରେ ହେଉ ଅଭିପ୍ରେରଣା ସୃଷ୍ଟି କରିବାପାଇଁ ପ୍ରତିଦ୍ୱନ୍ଦିତା ଯାହାକି ସୁସ୍ଥ ପ୍ରତିଦ୍ବନ୍ଦିତାର ଏକ ଅଭିନବ ଉପାୟ ଅଟେ । କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ ।

6. ଅଭିପ୍ରେରଣା କହିଲେ କ’ଣ ବୁଝ ?
Answer:
ସାଧାରଣ ଦୃଷ୍ଟିରୁ ବିଚାର କଲେ ଅଭିପ୍ରେରଣା ହେଉଛି ଯାହା ସମ୍ବନ୍ଧରେ ଆମେ ଇଚ୍ଛା କରୁ, ପାଇବାକୁ ଚାହୁଁ ତାହାର ପ୍ରାପ୍ତି ନିମନ୍ତେ ସୃଷ୍ଟ ଆଗ୍ରହକୁ ବୁଝାଇଥାଏ । ଏକ କ୍ଳିଷ୍ଟ କାର୍ଯ୍ୟଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ସନ୍ତୋଷ ଲାଭ ହୁଏ ସେହି ଲକ୍ଷ୍ୟସ୍ଥଳ ପ୍ରାପ୍ତି ନିମିତ୍ତ ସହାୟକ ଆଗ୍ରହ ହେଉଛି ଅଭିପ୍ରେରଣା ।

7. ସଫଳ ଶ୍ରେଣୀ ଶିକ୍ଷାଦାନ ପାଇଁ ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ଶିକ୍ଷାର୍ଥୀ ଉଭୟ ଇନ୍ଦ୍ରିୟ ଆଖ୍ ଓ କାନ ଉପରେ ପ୍ରଭାବ ପକାଉଥ‌ିବାରୁ ତାହା ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ । ଉଦାହରଣ- ଟେଲିଭିଜନ, କମ୍ପ୍ୟୁଟର, ସିନେମା । ଏହା ଶିକ୍ଷାର୍ଥୀକୁ ମନୋଯୋଗୀ କରିଥାଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପଦ୍ଧତିରେ ଶିକ୍ଷା ପ୍ରଦାନଦ୍ୱାରା ଶ୍ରେଣୀର ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାଟି ସକ୍ରିୟ, ଜୀବନ୍ତ, ଆନନ୍ଦମୟ ଓ ଉପଯୋଗୀ ହୋଇଥାଏ । ଏଣୁ ଶିକ୍ଷାର୍ଥୀ ନୂଆ ବିଷୟକୁ ସହଜରେ ଓ ଭଲଭାବେ ଶିଙ୍ଖାରିଥାଏ ।

8. ଅଭିପ୍ରାୟ (Motive)ର ୩ଟି କାର୍ଯ୍ୟ ଲେଖ ।
Answer:
ଅଭିପ୍ରାୟର କାର୍ଯ୍ୟଗୁଡ଼ିକ ହେଉଛି –
(i) ଏହା କାର୍ଯ୍ୟ କରିବାକୁ ଶକ୍ତି ଯୋଗାଏ ।
(ii) ଏହା ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।
(iii) ଏହା ସଜୀବକୁ କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଅଭିପ୍ରେରଣା କେତେ ଭାଗରେ ବିଭକ୍ତ ?
Answer:
ଅଭିପ୍ରେରଣା ଦୁଇ ଭାଗରେ ବିଭକ୍ତ; ଯଥା- (i) ଆନ୍ତଃ-ଅଭିପ୍ରେରଣା ଓ (ii) ବାହ୍ୟ – ଅଭିପ୍ରେରଣା । ଯେତେବେଳେ ବ୍ୟକ୍ତି ନିଜକୁ ନିଜେ ମନ ମଧ୍ୟରୁ ଆଗ୍ରହ ପ୍ରକାଶ କରି କାର୍ଯ୍ୟ କରିଥାଏ ତାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ । ସେହିପରି ଯେତେବେଳେ ବ୍ୟକ୍ତି କୌଣସି ବାହ୍ୟ ଶକ୍ତି ଯଥା – ପରିବେଶ ବା ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରେ ତାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

10. ଶିକ୍ଷଣକୁ ପ୍ରଭାବିତ କରୁଥିବା ଯେକୌଣସି 4ଟି ମାନସିକ ଉପାଦାନ ଲେଖ ।
Answer:
ଶିକ୍ଷଣକୁ ନିମ୍ନଲିଖୁ ମାନସିକ ଉପାଦାନଗୁଡ଼ିକ ପ୍ରଭାବିତ କରିଥାଏ ।
(i) ମାନସିକ ସୁ।ସ୍ଥ୍ୟ
(ii) ଆଗ୍ରହ
(iii) ଅଭିପ୍ରେରଣା
(iv) ମାନସିକ ଏକାଗ୍ରତା

11. ଶିକ୍ଷଣରେ ଅଭିପ୍ରେରଣାର ଯେକୌଣସି ତିନୋଟି ଭୂମିକା ଲେଖ ।
Answer:
(i) ଆଭ୍ୟନ୍ତରୀଣ କୌଣସି ଏକ ଚାପର ବଶବର୍ତ୍ତୀ ହୋଇ ଶିକ୍ଷାର୍ଥୀ ଅଧ୍ୟୟନ କରିଥାଏ ।
(ii) ଏହି ଚାପ ବ୍ୟକ୍ତି ବା ଶିକ୍ଷାର୍ଥୀକୁ ଶିକ୍ଷଣ ପାଇଁ ଅଭିପ୍ରେରିତ କରିଥାଏ, ଯାହାଦ୍ୱାରା ଲକ୍ଷ୍ୟ ହାସଲ ସହଜ ହୋଇଥାଏ ।
(iii) ଶିକ୍ଷଣ ଏବଂ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷକ ନିମ୍ନଲିଖିତ ଉପାୟମାନ ପ୍ରୟୋଗ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିପାରିବେ; ଯଥା – ପୁରସ୍କାର, ଶାସ୍ତ୍ର, ପ୍ରଶଂସା, ନିନ୍ଦା, ପ୍ରତିଦ୍ବନ୍ଦିତା ମନୋଭାବ, ଦୃଶ୍ୟ-ଶ୍ରାବ୍ୟ ଉପକରଣ, ଆଗ୍ରହ ସୃଷ୍ଟି ଇତ୍ୟାଦି ।
(iv) ଉପରୋକ୍ତ ଉପାୟଗୁଡ଼ିକର ପ୍ରୟୋଗ ଯଦି ଶିକ୍ଷାୟତନରେ ହୋଇଥାଏ, ତେବେ ଶିକ୍ଷାର୍ଥୀ ଶିକ୍ଷା ପ୍ରତି ଅଭିପ୍ରେରିତ ହୋଇଥାଏ ।

12. ‘ଅଭିପ୍ରେରଣାର ଗୋଟିଏ ନୈତିକ ଦିଗ ଅଛି’ – ଏହାର ଗୋଟିଏ ଉଦାହରଣ ଦିଅ ।
Answer:
ଅଭିପ୍ରେରଣା ଥିଲେ ବ୍ୟକ୍ତି ଏକ ଲକ୍ଷ୍ୟ ହାସଲ କରିବାପାଇଁ ସକ୍ରିୟ ହୋଇଥାଏ । ଉଦାହରଣସ୍ୱରୂପ ପରୀକ୍ଷାରେ ସମସ୍ତେ ଭଲ ନମ୍ବର ରଖିପାଇଁ ଚେଷ୍ଟା କରିବା ଏକ ନୈତିକ ଦିଗ ।

13. ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ କେଉଁ ପ୍ରକାରର ଅଭିପ୍ରେରଣା ବେଶି ସଫଳତା ଦେଇଥାଏ ?
Answer:
ଶିଶୁର ଆଗ୍ରହ ଓ ଆନ୍ତରିକତା କୌଣସି କାର୍ଯ୍ୟ କରିବାପାଇଁ ଶିଶୁକୁ ଅଭିପ୍ରେରିତ କରିଥାଏ । ତେଣୁ ଆନ୍ତଃ ଅଭିପ୍ରେରଣା ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ ଅଧିକ ଫଳପ୍ରଦ ହୋଇଥାଏ ।

14. ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ଦିଅ ।
Answer:
(i) ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ହେଉଛି ‘ଆଗ୍ରହ’ ।
(ii) ଗ୍ରହ ଥିଲେ ମନୋଯୋଗ ଆସିଥାଏ । ମନଯୋଗ ଆସିବାଦ୍ଵାରା ଶିକ୍ଷଣ ସମ୍ଭବପର ହୁଏ ।

15. ବାହ୍ୟ -ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଶିକ୍ଷାର୍ଥୀଙ୍କୁ ବାହାରୁ ଯାହା କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ କରେ ତାହା ବାହ୍ୟ ଅଭିପ୍ରେରଣା; ଯଥା- ପୁରସ୍କାର ପାଇବାପାଇଁ କାର୍ଯ୍ୟ କରିବା । ଏହା ବହିର୍ମୁଖୀ ପିଲାମାନଙ୍କ ପାଇଁ ବିଶେଷ ଉପଯୋଗୀ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକଭାବରେ ଥାଏ । ଏହା ଲକ୍ଷ୍ୟସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation) – ଏହା ବ୍ୟକ୍ତି ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ ପ୍ରେରିତ କରିଥାଏ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)- ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ।

2. ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
ଶିକ୍ଷକ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିଥା’ନ୍ତି । ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଛି ।

(i) ପୁରସ୍କାର ଓ ଶାସ୍ତି – ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ – ଏହି ଦୁଇଟି ଉପାୟରେ ଅଭିପ୍ରେରଣା ସୃଷ୍ଟି କରାଯାଇପାରେ । ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ । କିନ୍ତୁ ସବୁ ସମୟରେ ପୁରସ୍କାର କାର୍ଯ୍ୟକାରୀ ହୋଇ ନ ଥାଏ । ତେଣୁ ସମୟେ ସମୟେ ଦଣ୍ଡବିଧିକୁ ମଧ୍ୟ ଅଭିପ୍ରେରଣାର ମାଧ୍ୟମରୂପେ ବ୍ୟବହାର କରାଯାଇଥାଏ । ପିଲାକୁ ଦଣ୍ଡିତ କଲେ ସେ କେଉଁ କାରଣରୁ ଦଣ୍ଡ ପାଇଲା ବୁଝିପାରିଲେ ନିଜର ଅବାଞ୍ଛିତ ଆଚରଣକୁ ବଦଳାଇ ଥାଏ । କିନ୍ତୁ କଠୋର ଶାରୀରିକ ଦଣ୍ଡ ଦେବା ବିଧେୟ ନୁହେଁ ।

(ii) ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ‌ିକ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ଯ ଉଦ୍ୟମ କରେ ଏବଂ ଏହାଫଳରେ ଉଭୟଙ୍କ ପାଠ୍ୟ ବିଷୟ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ । ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତ୍‌ମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

3. ଶିକ୍ଷଣରେ ଅଭିପ୍ରେରଣାର ଭୂମିକା ସଂକ୍ଷେପରେ ଲେଖ ।
Answer:
(i) ଅଭିପ୍ରେରଣା ହେଉଛି ଶିକ୍ଷଣର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଏହା ଶିକ୍ଷଣକୁ ସ୍ବତନ୍ତ୍ରଭାବେ ପ୍ରଭାବିତ କରିଥାଏ ।
(ii) ଏହା ଶିକ୍ଷଣ ପାଇଁ ଆବଶ୍ୟକୀୟ କାର୍ଯ୍ୟାବଳୀକୁ ଆରମ୍ଭ ଓ ତ୍ୱରାନ୍ବିତ କରିଥାଏ ।
(iii) ଅଭିପ୍ରେରଣା ଶିକ୍ଷାର୍ଥୀ ମନରେ ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ ।
(iv) ଏହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୈନ୍ଦ୍ରିକ ।
(v) ଶିକ୍ଷଣ ପ୍ରକ୍ରିୟାରେ ନିଜର ପ୍ରଗତି ବିଷୟରେ ଜାଣି ଶିକ୍ଷାର୍ଥୀ ଆଗ୍ରହୀ ହୋଇଥାଏ ।
(vi) ଶିକ୍ଷାର୍ଥୀ ପ୍ରଶଂସା, ସମ୍ମାନ, ପୁରସ୍କାର, ଦଣ୍ଡଦ୍ୱାରା ଶିକ୍ଷଣ ପାଇଁ ଅଭିପ୍ରେରିତ ହୋଇଥାଏ ।

4. ଶ୍ରେଣୀଗୃହରେ ବ୍ୟବହାର କରାଯାଉଥ‌ିବା ଯେକୌଣସି ତିନୋଟି ଅଭିପ୍ରେରଣା କୌଶଳ ଉଦାହରଣ ସହ ବୁଝାଅ ।
Answer:
(i) ଶିକ୍ଷକ ଶିକ୍ଷାଦାନ ସମୟରେ ବା ପରେ ନିମ୍ନଲିଖିତ କୌଶଳମାନ ପ୍ରୟୋଗ କଲେ ଶିକ୍ଷାର୍ଥୀମାନେ ଶିକ୍ଷା ପ୍ରତି ଅଭିପ୍ରେରିତ ହେବେ ।
(ii) ଆଗ୍ରହ ସୃଷ୍ଟି – ଆଗ୍ରହଦ୍ଵାରା ଶିକ୍ଷାର୍ଥୀ କୌଣସି କାର୍ଯ୍ୟରେ ମନୋଯୋଗ ଦେଇଥାଏ । ପ୍ରଥମେ ଶିକ୍ଷା ପ୍ରତି ଏବଂ ଶିକ୍ଷାୟତନ ପ୍ରତି ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି ଏକାନ୍ତ ପ୍ରୟୋଜନ ।
(iii) ସଫଳତା ସମ୍ପର୍କରେ ସଚେତନତା – ଶିକ୍ଷାର୍ଥୀକୁ ତା’ର ସାଫଲ୍ୟ ସମ୍ପର୍କରେ ସଚେତନ କଲେ ସେ ଶିକ୍ଷାଗ୍ରହଣ ପାଇଁ ନିଜେ ଅଭିପ୍ରେରିତ ହୋଇଥାଏ ।
(iv) ଦଣ୍ଡ ଏବଂ ପ୍ରଶଂସାର ଉପଯୁକ୍ତ ବିନିଯୋଗ – ବିଶେଷକରି ଶିଶୁମାନଙ୍କୁ ପ୍ରଶଂସା କଲେ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ଆସିଥାଏ । ଦଣ୍ଡର ପ୍ରୟୋଗ ଶିକ୍ଷାର୍ଥୀଙ୍କୁ ନିରୁତ୍ସାହିତ କରେ । ତେଣୁ ଶିକ୍ଷକ ଉପଯୁକ୍ତ ସମୟରେ ଦଣ୍ଡ ଏବଂ ପ୍ରଶଂସାର ପ୍ରୟୋଗ କରିବା ଉଚିତ ।

5. ଶିକ୍ଷାଦାନକୁ ଫଳପ୍ରଦ କରିବାପାଇଁ ତିନୋଟି ଅଭିପ୍ରେରଣା କୌଶଳ ବର୍ଣ୍ଣନା କର ।
Answer:
ଶିକ୍ଷକ ଶିକ୍ଷାଦାନକୁ ସରଳ, ସୁନ୍ଦର ଏବଂ ବୋଧଗମ୍ୟ କରିବାପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କଲେ ଶିକ୍ଷାଦାନ ଆକର୍ଷଣୀୟ ହୋଇପାରିବ ।
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ବ୍ୟବହାର : ଏହା ଶିକ୍ଷାର୍ଥୀର ମନୋଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର, ଦୂରଦର୍ଶନ ଶିକ୍ଷାଦାନକୁ ସରଳ କରିଦିଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ : ଶିକ୍ଷକ ପ୍ରତ୍ୟେକ ବିଷୟ ପାଇଁ ଉଦ୍ଦିଷ୍ଟ ଶିକ୍ଷାଦାନ ପ୍ରଣାଳୀକୁ ବ୍ୟବହାର କରିବା ଉଚିତ ।
(iii) ଛବି : ମାନଚିତ୍ର, ମଡ଼େଲ୍ ଓ ଛବିଦ୍ୱାରା ଶିକ୍ଷାର୍ଥୀ ଆକର୍ଷିତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଅଭିପ୍ରେରଣା କହିଲେ କ’ଣ ବୁଝ ? ଏହାର ବିଭିନ୍ନ କୌଶଳ ଉପରେ ଆଲୋକପାତ କର ।
Answer:
ଶିଶୁକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନିମିତ୍ତ ଅଭିପ୍ରେରଣାର ଆବଶ୍ୟକତା ରହିଛି । ଏହି ଅଭିପ୍ରେରଣା ଶବ୍ଦଟି ଲାଟିନ୍ (Latin) ଶବ୍ଦ ‘ମୁଭିର୍’ (Movere)ରୁ ଆସିଅଛି, ଯାହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ବ୍ୟକ୍ତିର ପ୍ରତିଦିନ ଓ ପ୍ରତିମୁହୂର୍ଭର କାର୍ଯ୍ୟ ଅଭିପ୍ରେରଣାଦ୍ୱାରା ବାସ୍ତବରେ ପରିଣତ ହୋଇଥାଏ । ମଣିଷର ବ୍ୟବହାର ବା ଆଚରଣର ଗତିଶୀଳତାକୁ ହିଁ

ଅଭିପ୍ରେରଣା ରୂପେ ଅଭିହିତ କରାଯାଏ । ଏହା ଏକ ଶକ୍ତିରୂପେ ବ୍ୟବହାରକୁ ନିର୍ଦ୍ଦେଶ ଦେଇଥାଏ ତଥା ମାର୍ଗ ଦେଖାଇଥାଏ ।
ଉର୍ଥଙ୍କ ମତରେ, ‘ଅଭିପ୍ରେରଣା ଗତିଶୀଳ ବ୍ୟବହାରକୁ ବୁଝାଏ ।’’ମ୍ୟାକ୍ସୋନାଲ୍ଡଙ୍କ ମତରେ, ‘ବ୍ୟକ୍ତି ମଧ୍ୟରେ
ଏକ ଅନ୍ତର୍ନିହିତ ଶକ୍ତିଗତ ପରିବର୍ତ୍ତନ ହିଁ ଅଭିପ୍ରେରଣା ଯାହାକି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦୀପନା ସହ ସଂପୃକ୍ତ ।’’
ଏହି ଅଭିପ୍ରେରଣା ଦୁଇ ପ୍ରକାରର; ଯଥା- ବାହ୍ୟ ଅଭିପ୍ରେରଣା ଓ ଆଭ୍ୟନ୍ତରୀଣ ଅଭିପ୍ରେରଣା ।

ବାହ୍ୟ ଅଭିପ୍ରେରଣା ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହୋଇଥାଏ; ମାତ୍ର ଆଭ୍ୟନ୍ତରୀଣ ଅଭିପ୍ରେରଣା ନିଜ ମଧ୍ୟରୁ ପ୍ରବୃତ୍ତି, ଚେଷ୍ଟା, ଆଗ୍ରହରୁ ସୃଷ୍ଟିହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ବ୍ୟକ୍ତିକୁ ସାହାଯ୍ୟ କରିଥାଏ ।

ବିଦ୍ୟାଳୟରେ ଅଭିପ୍ରେରଣାର ବିଭିନ୍ନ କୌଶଳ :
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ବିଭିନ୍ନ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିଶୁକୁ ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି । ସେଗୁଡ଼ିକ ହେଲା –

(1) ପୁରସ୍କାର ବା ଦଣ୍ଡ ପ୍ରଦାନ : ବିଭିନ୍ନ ଭଲ କାର୍ଯ୍ୟ ପାଇଁ ଶିକ୍ଷକ ପୁରସ୍କାର ବା ଭୁଲ୍ କାମ ପାଇଁ ଦଣ୍ଡର ବ୍ୟବସ୍ଥା ମାଧ୍ୟମରେ ସେ ଶିଶୁର ବ୍ୟବହାରକୁ ମାର୍ଜିତ କରିଥା’ନ୍ତି ।
(2) ନିର୍ଦ୍ଦିଷ୍ଟ ଲକ୍ଷ୍ୟର ପରିପ୍ରକାଶ : ଶିକ୍ଷାର୍ଥୀର ଆବଶ୍ୟକତା, କ୍ଷମତା ଓ ଆଗ୍ରହକୁ ଲକ୍ଷ୍ୟକରି ଶିକ୍ଷକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟର ଉପସ୍ଥାପନ କରିଥା’ନ୍ତି, ଯାହାଦ୍ୱାରା ସେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ହାସଲ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।
(3) ଫଳାଫଳ ଓ ପ୍ରଗତି ବିଷୟରେ ଅବଗତ : ଶିକ୍ଷାଦାନର ପ୍ରଗତି ବା ଫଳାଫଳ ବେଳେବେଳେ ଶିକ୍ଷଣକୁ ଠିକ୍ ମାର୍ଗରେ ନେବା ସହିତ ଶିଶୁ ମଧ୍ଯରେ ଆଗ୍ରହ, ପ୍ରତିଯୋଗୀ ମନୋଭାବର ଉଦ୍ରେକ କରିଥାଏ ।
(4) ଶିକ୍ଷାଦାନରେ ଉପକରଣର ବ୍ୟବହାର : ଏକ ସୁନ୍ଦର ଶିକ୍ଷାଦାନ ବ୍ୟବସ୍ଥା ଉପଯୁକ୍ତ ଉପକରଣ ଉପରେ ଗୁରୁତ୍ଵ ଦେଇଥାଏ । ସେଥ‌ିପାଇଁ ଏକ ଜଟିଳ ବିଷୟବସ୍ତୁକୁ ସରଳ ଓ ବୋଧଗମ୍ୟ କରିବା ନିମିତ୍ତ ଶିକ୍ଷକ ବିଭିନ୍ନ ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର କରି ଶିକ୍ଷଣକୁ ମାର୍ଜିତ କରିଥା’ନ୍ତି ।
(5) ନିନ୍ଦା, ପ୍ରଶଂସା ପ୍ରଦାନ : କାର୍ଯ୍ୟର ଫଳ ଉପରେ ନିନ୍ଦା ଓ ପ୍ରଶଂସା ମାଧ୍ୟମରେ ଶିକ୍ଷାର୍ଥୀ ଏକ ସୁଯୋଗ ପାଏ, ଯାହାଦ୍ୱାରା ସେ ନିଜର ଭୁଲ୍ ସୁଧାରିବାର ପ୍ରୟାସ କରିଥାଏ ।
(6) ଶିଶୁକୈନ୍ଦ୍ରିକ ଶିକ୍ଷା : ଶିଶୁକୈନ୍ଦ୍ରିକ ଶିକ୍ଷାରେ ଶିଶୁକୁ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବୋଲି ପରିଗଣିତ କରାଯାଏ । ଶିଶୁର ଆଗ୍ରହ, ରୁଚି, ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଥାଏ ।
(7) ପ୍ରତିଯୋଗିତା ଓ ସହଯୋଗିତା ମନୋଭାବ : ଏକ ସଫଳ ଶିକ୍ଷାବ୍ୟବସ୍ଥା ନିମିତ୍ତ ଉପଯୁକ୍ତ ପ୍ରତିଯୋଗିତା ଓ ସହଯୋଗର ଆବଶ୍ୟକତା ରହିଛି । ଶିକ୍ଷକ ଉପଯୁକ୍ତ ପ୍ରତିଯୋଗୀ ପରିବେଶ ସୃଷ୍ଟି କରିବା ସହିତ ମୁକ୍ତ ଚିନ୍ତାଧାରାର ଉଦ୍ରେକ ପାଇଁ ସହଯୋଗ ମାଧ୍ୟମରେ ବିକାଶଧର୍ମୀ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେବା ଉଚିତ । ଉପରୋକ୍ତ କୌଶଳଗୁଡ଼ିକ ମାଧ୍ୟମରେ ଶିକ୍ଷକ ଶିକ୍ଷାଦାନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ ।

2. ଅଭିପ୍ରେରଣା କ’ଣ ? ଶିକ୍ଷଣରେ ଅଭିପ୍ରେରଣର ଭୂମିକା ବୁଝାଇ ଲେଖ ।
Answer:
ମରଗାନ୍‌ଙ୍କ ମତରେ, ‘କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ କରିବା ବା ନିର୍ଦ୍ଦିଷ୍ଟ ଦିଗରେ କାର୍ଯ୍ୟ କରିବାପାଇଁ ଏହି ଅଭିପ୍ରାୟ ବା ଅଭ୍ୟାସଦ୍ବାରା ଉଦ୍ଦେଶ୍ୟ ନିରୂପିତ ହୋଇଥାଏ ।’’ ଆଭ୍ୟନ୍ତରୀଣ କୌଣସି ଏକ ଚାପ ଫଳରେ ବ୍ୟକ୍ତି କର୍ମରତ ହୋଇଥାଏ । ଏହି ଆଭ୍ୟନ୍ତରୀଣ ଚାପକୁ ଅଭିପ୍ରେରଣା ବୋଲି କୁହାଯାଇଥାଏ । ଅଭିପ୍ରେରଣାର ଉପସ୍ଥିତି ହେତୁ ସୃଷ୍ଟ ପ୍ରବର୍ତ୍ତନା ଶକ୍ତି ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାକୁ କିମ୍ବା ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରିବାକୁ ବାଧ୍ୟ କରିଥାଏ ।

ଶିକ୍ଷାକ୍ଷେତ୍ରରେ ଅଭିପ୍ରେରଣାର ଭୂମିକା – ଶିକ୍ଷଣ କ୍ରିୟାରେ ଅଭିପ୍ରେରଣାର ଆବଶ୍ୟକତା ଅପରିହାର୍ଯ୍ୟ । ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା, ଅଭାବବୋଧ, ସାମର୍ଥ୍ୟ, ଆଗ୍ରହ ବା ରୁଚି ତଥା ବ୍ୟକ୍ତିଗତ ବୈଶିଷ୍ଟ୍ୟ ପ୍ରତି ଶିକ୍ଷକଙ୍କୁ ଦୃଷ୍ଟିଦେବାକୁ ପଡ଼ିବ । ଏଥ‌ିପାଇଁ ପାଠ୍ୟଦାନ କ୍ରିୟା ଏପରିଭାବରେ ପରିଚାଳିତ ହେବା ଆବଶ୍ୟକ, ଯାହାଦ୍ୱାରା କି ଶିକ୍ଷାର୍ଥୀମାନଙ୍କର ପାଠ୍ୟବସ୍ତୁର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବାପାଇଁ ପ୍ରବଳ ଆଗ୍ରହ ତଥା ସକ୍ରିୟତା ପ୍ରକାଶ ପାଇବ ।

ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଯେପରି ପ୍ରେରଣା ବା ପ୍ରବଳ ଆଗ୍ରହ ସୃଷ୍ଟିହେବ ସେଥ‌ିପାଇଁ ଶିକ୍ଷକଙ୍କୁ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡ଼ିଥାଏ । ସେହିପରି କେତେକ କୌଶଳ ନିମ୍ନରେ ପ୍ରଦତ୍ତ ହୋଇଅଛି ।

(i) ପୁରସ୍କାର ଓ ଶାସ୍ତି- ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

(ii) ପ୍ରଶଂସା ଓ ନିନ୍ଦା – ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିଗତ ସାମର୍ଥ୍ୟକୁ ଦୃଷ୍ଟି ସମ୍ମୁଖରେ ରଖ୍ ପ୍ରଶଂସାର ପରିମାର୍ଜନ ନିରୂପଣ ହେବା ଆବଶ୍ୟକ । ତାହାହେଲେ ପ୍ରତ୍ୟେକ ଶ୍ରେଣୀର ଛାତ୍ର ଏହାଦ୍ଵାରା ପ୍ରୋତ୍ସାହିତ ହୋଇପାରିବ । ପ୍ରଶଂସା ବ୍ୟତୀତ ନିନ୍ଦା ମଧ୍ଯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିପ୍ରେରଣା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ନିନ୍ଦା ବା ତିରସ୍କାରକୁ ଭୟକରି ଅଧୂକାଂଶ ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି ।

କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି । କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଶିକ୍ଷାକ୍ଷେତ୍ରରେ ଅଧ୍ବକ ଫଳପ୍ରଦ । ତେଣୁ ନିନ୍ଦା ବା ତିରସ୍କାର ଯଥାସମ୍ଭବ ବର୍ଜନୀୟ । ଉପଯୁକ୍ତ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନିନ୍ଦା ବା ପ୍ରଶଂସାଦ୍ଵାରା ଆବଶ୍ଯକାନୁଯାୟୀ ମନୋଯୋଗୀ କରାଇବା ଆବଶ୍ୟକ ।

ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷଣକାର୍ଯ୍ୟରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ୍ଵ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ୟ ଉଦ୍ୟମ କରେ ଏବଂ ଏହା ଫଳରେ ଉଭୟଙ୍କ ପାଠ୍ୟ ବିଷୟକ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ; ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର – ଶିକ୍ଷାଦାନ ସମୟରେ ଦୃଶ୍ୟଶ୍ରାବ୍ୟ ଉପକରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାଦାନ ଚିତ୍ତାକର୍ଷକ ଓ ଫଳପ୍ରଦ ହେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ ଶିକ୍ଷଣରେ ସଫଳ ଅଂଶଗ୍ରହଣ କରିଥା’ନ୍ତି ।

ଆଗ୍ରହ- ଶିଶୁମାନଙ୍କର ଆଗ୍ରହ ବହୁମୁଖୀ । ଏଣୁ ଶିକ୍ଷାଦାନ ସମୟରେ ଶିକ୍ଷକ ଶିଶୁମାନଙ୍କର ନାନାବିଧ ଆଗ୍ରହର ଉଦ୍ରେକ ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ନାନାବିଧ ଆନୁଷଙ୍ଗିକ କାର୍ଯ୍ୟ ମାଧ୍ୟମରେ ଶିଶୁମାନଙ୍କର ଆଗ୍ରହକୁ ପରିବ୍ୟାପ୍ତ କଲେ, ସେମାନଙ୍କର ଅଭିପ୍ରେରଣା ବୃଦ୍ଧିପାଇବ ।

ମର୍ଯ୍ୟାଦାବୋଧର ଉଦ୍ରେକ- ଶିକ୍ଷଣ କ୍ଷେତ୍ରରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ମର୍ଯ୍ୟାଦାବୋଧକୁ ଜାଗ୍ରତ କରିପାରିଲେ ସେମାନେ ଜ୍ଞାନଲାଭ ପାଇଁ ପ୍ରୋତ୍ସାହିତ ହୋଇପାରିବେ । ପ୍ରତ୍ୟକ୍ଷ ଉପଦେଶ, ଉଦାରତା ଓ ପ୍ରବର୍ତ୍ତନାଦ୍ୱାରା, ଆତ୍ମମର୍ଯ୍ୟାଦାବୋଧର ଉଦ୍ଦୀପନାଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରୋତ୍ସାହିତ ହୋଇପାରିବେ ।

ନୂତନତ୍ୱ- ଛାତ୍ରଛାତ୍ରୀମାନେ ସାଧାରଣତଃ ନୂତନ ବସ୍ତୁର ପ୍ରିୟ । ଏଣୁ ଗତାନୁଗତିକ ପାଠ୍ୟକ୍ରମ ବା ଶିକ୍ଷାପଦ୍ଧତି ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇପାରେ ନାହିଁ । ତେଣୁ ଶିକ୍ଷକ ସର୍ବଦା ପ୍ରଚଳିତ ପାଠ୍ୟବସ୍ତୁଗୁଡ଼ିକୁ ନୂତନ ପରିପ୍ରେକ୍ଷୀରେ ଉପସ୍ଥାପିତ କରିବାକୁ ଉଦ୍ୟମଶୀଳ ହେବା ଆବଶ୍ୟକ ହୋଇପଡ଼ିଥାଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଅଭିପ୍ରେରଣା (Motivation):
ଅଭିପ୍ରେରଣା ଶବ୍ଦଟି ଆମର ଦୈନନ୍ଦିନ କାର୍ଯ୍ୟ ସହ ସମ୍ପୃକ୍ତ । ଏହା ଲାଟିନ୍‌ ଶବ୍ଦ ‘movere’ ରୁ ଆସିଅଛି । ଏହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ଯେଉଁସବୁ ଦୈନନ୍ଦିନ କାର୍ଯ୍ୟ ନିମିତ୍ତ ଉଭୟ ମନସ୍ତାତ୍ତ୍ଵିକ ଓ ଶରୀର ବୃତ୍ତୀୟ ଅବସ୍ଥା ସୃଷ୍ଟି ଫଳରେ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ, ତାହାକୁ ଅଭିପ୍ରେରଣା କୁହାଯାଏ ।

କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭିପ୍ରେରଣା ଶିକ୍ଷଣ ପ୍ରତି ଆଗ୍ରହ ସୃଷ୍ଟିକାରୀ ଏବଂ ଏହାକୁ ଶିକ୍ଷଣର ମୌଳିକ ଉପାଦାନ
ଭାବରେ ବିଚାର କରାଯାଇ ପାରେ ।’’

ଅଭିପ୍ରେରଣା 2 ପ୍ରକାରର :
(1) ବାହ୍ୟ ଅଭିପ୍ରେରଣା : ବ୍ୟକ୍ତି କୌଣସି ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହେବାକୁ ବା କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ; ଯଥା- ଜଣେ ଛାତ୍ରକୁ ଦଣ୍ଡ ମାଧ୍ୟମରେ ଶିକ୍ଷାରେ ଆଗେଇ ନେବାକୁ ପ୍ରୟାସ କରିବା ବାହ୍ୟ ଅଭିପ୍ରେରଣାର ଏକ ଉଦାହରଣ ।

(2) ଆନ୍ତଃ ଅଭିପ୍ରେରଣା : ଏହା ନିଜ ମଧ୍ୟରେ ଆତ୍ମବିକାଶ, ଆୟୋନ୍ନତି ଓ ପ୍ରବୃତ୍ତିଦ୍ୱାରା ପରିପ୍ରକାଶ ହୋଇଥାଏ । ଉଦାହରଣସ୍ୱରୂପ ବେଳେବେଳେ ପିଲା ନିଜର ଇଚ୍ଛାଶକ୍ତିରୁ ଓ ଜ୍ଞାନାର୍ଜନ ନିମିତ୍ତ ପ୍ରୟାସୀ ହୋଇ ଅଧୂକ ପଢ଼ାପଢ଼ି କରିଥାଏ । ଅଭିପ୍ରେରଣାର ବିଭିନ୍ନ ଉପାୟ :

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଭିପ୍ରେରଣାର ଉପାୟ ଅବଲମ୍ବନ କରି ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି; ଯଥା-

(i) ଦଣ୍ଡ ବା ପୁରସ୍କାର ପ୍ରଦାନ ।
(ii) ଫଳାଫଳ ବିଷୟରେ ଅବଗତ କରିବା ବା ପ୍ରଗତିପତ୍ର ପ୍ରଦାନ ।
(iii) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଗଠନ ।
(iv) ଶିକ୍ଷାଦାନରେ ବିଭିନ୍ନ ପ୍ରଣାଳୀ, ଉପକରଣର ବ୍ୟବହାର ।
(v) ଆଗ୍ରହ ଓ ମନୋବୃତ୍ତିର ବିକାଶ ସାଧନ ।
(vi) ପୂନର୍ବଳନ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(vii) ବିଦ୍ୟାଳୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ।
(viii) ସହଯୋଗ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(ix) ଏକ ସୁସ୍ଥ ଶିକ୍ଷଣ ପରିବେଶ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(x) ନିଜର ଆଶାର ସ୍ତର ।
(xi) ନିଜର ଅତୀତ ଓ ବର୍ତ୍ତମାନର ବିକାଶ ମଧ୍ୟରେ ପ୍ରତିଯୋଗିତା ।
(xii) ନିନ୍ଦା ବା ପ୍ରଶଂସା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।

ଉପରୋକ୍ତ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିକ୍ଷକ ଶିକ୍ଷଣକୁ ଫଳବତୀ କରିବାକୁ ଚେଷ୍ଟା କରିବା ଉଚିତ । ଯେକୌଣସି କାର୍ଯ୍ୟରେ ସଫଳ ହେବାପାଇଁ ଅଭିପ୍ରେରଣାର ଆବଶ୍ୟକତା ରହିଛି । ବାସ୍ତବ ଜୀବନରେ, ଗୃହରେ ଏହି ଅଭିପ୍ରେରଣା ମାଧ୍ୟମରେ ବ୍ୟକ୍ତି ମଧ୍ୟରେ ଥିବା ସୁପ୍ତ ପ୍ରତିଭା ତଥା ପ୍ରବୃତ୍ତିକୁ ଜାଗ୍ରତ କରାଯାଇ ଶିକ୍ଷାଦାନ, ଶିକ୍ଷଣକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା
ଆବଶ୍ୟକ ।

ଅଭିପ୍ରେରଣାର ବିଭିନ୍ନ ଦିଗଗୁଡ଼ିକ ହେଉଛି –

(i) ପ୍ରୟୋଜନ ବା ଆବଶ୍ୟକତା (Needs)
(ii) ପ୍ରଣୋଦନା (Drives)
(iii) ପ୍ରେରଣା (Incentives)

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Odisha State Board CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Textbook Exercise Questions and Answers.

CHSE Odisha Class 12 Odia Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା Question Answer

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନବଳୀର ଉତ୍ତର

(କ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଆଞ୍ଚଳିକ ସଭାର କେଉଁ ବିଷୟକୁ ସବା ଉପରେ ବିଚାର ପାଇଁ ରଖାଯାଇଥିଲା ? (ଶିକ୍ଷା, କୃଷି, ବାଣିଜ୍ୟ, ଶିଳ୍ପ)
Answer:
କୃଷି

Question ୨।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(ସବା ଉପର, ମଧ୍ୟଭାଗ, ସବାତଳ, ଅନ୍ୟାନ୍ୟ)
Answer:
ସବାତଳ

Question ୩ ।
ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ କେଉଁ କଥା କହିଲେ ସେ ବୁଝିପାରିବ ?
(ଧର୍ମ, ପୁରାଣ, ଗବେଷଣା, ଯୋଜନା)
Answer:
ଯୋଜନା

Question ୪।
(ବିଜ୍ଞାନ ଯୁଗ, ଉନ୍ନୟନ ଯୁଗ, ଯୋଜନା ଯୁଗ, ବିଶେଷଜ୍ଞ ଯୁଗ)
Answer:
ଯୋଜନା ଯୁଗ

Question ୫।
ନିରକ୍ଷରତା ପାଇଁ ଉନ୍ନୟନ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ କେଉଁ ରିପୋର୍ଟରେ କହିଛନ୍ତି ?
(ଶିକ୍ଷା ରିପୋର୍ଟ, ବାର୍ଷିକ ରିପୋର୍ଟ, ଯୋଜନା ରିପୋର୍ଟ, ବିକାଶର ରିପୋର୍ଟ)
Answer:
ଶିକ୍ଷା ରିପୋର୍ଟ

Question ୬ ।
କେଉଁ ମହାଦେଶରେ ନିରକ୍ଷରତା ସବୁଠୁ ବଡ଼ ସମସ୍ୟା ?
(ଏସିଆ, ୟୁରୋପ, ଆମେରିକା, ଆଫ୍ରିକା)
Answer:
ଏସିଆ

Question ୭ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ନଗରଉନ୍ନୟନ)
Answer:
ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୮ ।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(ଆମେରିକା, ଭାରତ, ଇଂଲଣ୍ଡ, ଜାପାନ)
Answer:
ଭାରତ

Question ୯ ।
ଭାରତବର୍ଷରେ ସବୁକଥା କେଉଁମାନଙ୍କଦ୍ୱାରା ନିୟନ୍ତ୍ରିତ ହୁଏ ?
(କମିଶନର, ବିଶେଷଜ୍ଞ, ଗବେଷକ, ଶାସକ)
Answer:
ଶାସକ

Question ୧୦ ।
ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି – କେଉଁ କାଗଜରେ ଏହା ପ୍ରକାଶିତ ପାଇଥିଲା ?
(ସଣ୍ଡେ ଷ୍ଟାଣ୍ଡାର୍ଡ଼, ଇଲ୍‌ଷ୍ଟ୍ରେଟେଡ଼ ଉଇକ୍ଲି, ଟେଲିଗ୍ରାଫ୍, ଟାଇମ୍ସ ଅଫ୍ ଇଣ୍ଡିଆ)
Answer:
ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୧ ।
ଶିକ୍ଷାର କେଉଁ କଥା ନ ରୋକିଲେ ଆମର ଅବସ୍ଥା ଶୋଚନୀୟ ହେବ ବୋଲି କୁହାଯାଇଛି ?
(ଅଧୋଗତି, ଉର୍ଦ୍ଧ୍ୱଗତି, ବିପରୀତ ଗତି, ଦୁର୍ଗତି)
Answer:
ଅଧୋଗତି

Question ୧୨ ।
ଶିକ୍ଷା କମିଶନ ଅନ୍ୟାନ୍ୟ ବିଷୟ ଅପେକ୍ଷା କାହା ପ୍ରତି ବିଶେଷ ଦୃଷ୍ଟି ଦେବାକୁ ଲେଖକ ଅନୁରୋଧ କରିଛନ୍ତି ?
(ପଠନ ପଦ୍ଧତି, ଶିକ୍ଷା ପଦ୍ଧତି, ପାଠ୍ୟପୁସ୍ତକ, ନୋଟ ବହି)
Answer:
ଶିକ୍ଷା ପଦ୍ଧତି

Question ୧୩ ।
‘‘ସତ୍ୟ ହୋଇଥିଲେ ସାଙ୍ଘାତିକ’’ ନାମରେ ଉପାଗ୍ର ଲେଖା, କେଉଁ କାଗଜରେ ପ୍ରକାଶିତ ହୋଇଥିଲା ?
(ସମାଜ, କଳିଙ୍ଗ, ପ୍ରଜାତନ୍ତ୍ର, ବାଲେଶ୍ଵର ସମ୍ବାଦ ବାହିକା)
Answer:
କଳିଙ୍ଗ

Question ୧୪ ।
ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖା ହୋଇପାରିବ ନାହିଁ, ସେ ଦେଶରେ କାହାର ସ୍ଫୁରଣ ହୋଇପାରିବ ନାହିଁ ?
(ମୌଳିକ ଜ୍ଞାନ, ପ୍ରକୃତ ଗଣତନ୍ତ୍ର, ମୌଳିକ ଚିନ୍ତା, ଉଚିତ୍ ଶିକ୍ଷା)
Answer:
ମୌଳିକ ଚିନ୍ତା

Question ୧୫ ।
ଆନ୍ଧ୍ରପ୍ରଦେଶର ଛାତ୍ରଟିଏ କ’ଣ ବିକି ଦଶହଜାର ଟଙ୍କା ଲାଭ ଉଠାଇଥିଲା ବୋଲି କୁହାଯାଇଛି ? (ନୋଟ ବହି, ପ୍ରଶ୍ନପତ୍ର, ପ୍ରଶ୍ନର ଉତ୍ତର, ଖାତା-କଲମ)
Answer:
ପ୍ରଶ୍ନପତ୍ର

Question ୧୬ ।
ବିଶ୍ଵବିଦ୍ୟାଳୟର ଗୋଟିଏ ପରୀକ୍ଷାରେ ପାସ୍ କରିଥିବା ପିଲାଙ୍କ କେତେ ଭାଗ ଅବୈଧ ଆଚରଣରେ ଦଣ୍ଡିତ ହୋଇଥିଲେ ?
(ଏକ ତୃତୀୟାଂଶ, ଦୁଇ ତୃତୀୟାଂଶ, ତିନି ତୃତୀୟାଂଶ, ସମୁଦାୟ)
Answer:
ଏକ ତୃତୀୟାଂଶ

Question ୧୭ ।
ହୀରାକୁଦ ବନ୍ଧରୁ ପାଣି ଝରିଲା ପରି ସାରା ବର୍ଷଯାକ କ’ଣ ଆସ୍ତେ ଆସ୍ତେ ବାହାରୁଛି ?
(ଛୁଟି ତାଲିକା, ଛାତ୍ର ଧର୍ମଘଟ, ପରୀକ୍ଷା ଫଳ, ଶ୍ରେଣୀ ନିର୍ଘଣ୍ଟ)
Answer:
ପରୀକ୍ଷା ଫଳ

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୮।
ଆଗେ ମାଟ୍ରିକ୍ୟୁଲେସନ ପାସ୍ କରି ଲୋକେ କେଉଁ କାମ ଚଳାଇ ଦେଉଥିଲେ ?
(ମାଜିଷ୍ଟ୍ରେଟ୍, ଇନିସ୍ପେକ୍ଟର, ତହସିଲଦାର, ବି.ଡ଼ି.ଓ.)
Answer:
ମାଜିଷ୍ଟ୍ରେଟ୍

Question ୧୯ ।
କାହାର ବୋଧହୁଏ ଆଜିକାଲି ପାଠସଙ୍ଗେ କିଛି ସମ୍ପର୍କ ନାହିଁ ବୋଲି ଲେଖକ କହିଛନ୍ତି ?
(ଛାତ୍ରର, ଶିକ୍ଷକର, ଅକ୍ଷରର, କଲେଜର)
Answer:
ଅକ୍ଷରର

Question ୨୦ ।
ବ୍ରିଟିଶମାନେ କାହାକୁ ତୋପ କରି ଦେଖାଇ ଜାପାନୀ ଶତ୍ରୁଙ୍କୁ ଏ ଦେଶରୁ ଘଉଡ଼ାଉଥିଲେ ?
(ନଡ଼ିଆଗଛ, ଗୁଆଗଛ, ତାଳଗଛ, ଶାଳଗଛ)
Answer:
ତାଳଗଛ

(ଖ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

Question ୧।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କେଉଁ ବିଷୟ ରଖାଯାଇଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାର ପ୍ରଥମ ବିଷୟ ଭାବରେ ବିଚାର ହେବାପାଇଁ କୃଷିକୁ ରଖାଯାଇଥିଲା ।

Question ୨।
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ କ’ଣ ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ଶେଷ ବିଚାର ବିଷୟ ଥିଲା ଶିକ୍ଷା ।

Question ୩ ।
ସରକାରଙ୍କ ଯୋଜନା ନ ବୁଝିବାର କାରଣ କ’ଣ ?
Answer:
ସରକାରଙ୍କ ଯୋଜନା ନ ବୁଝିବାର କାରଣ ହେଉଛି, ଶିକ୍ଷାର ଅଭାବ ।

Question ୪ ।
ମାଟିକୁ ପାଗକରି ସେଥ‌ିରେ କ’ଣ ପୋତିଲେ ଚଞ୍ଚଳ ଗଛ ଧରେ ?
Answer:
ମାଟିକୁ ପାଗକରି ସେଥ୍ରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ ।

Question ୫ ।
ପଡ଼ିଆରେ ଫସଲ ବୁଣିଲେ କ’ଣ ହେବ ?
Answer:
ପଡ଼ିଆରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି ।

Question ୬ ।
ମଣିଷ ମନକୁ ପ୍ରଥମେ କେଉଁଥ‌ିରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ?
Answer:
ମଣିଷ ମନକୁ ପ୍ରଥମେ ପାଠ ବା ଶିକ୍ଷାରେ ସଜାଡ଼ି ପରେ ଯୋଜନା କଥା କହିବା ଉଚିତ ।

Question ୭ ।
ଲୋକମାନେ କ’ଣ ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି ଜାତିସଙ୍ଘ ତାଙ୍କ ଶିକ୍ଷା ରିପୋର୍ଟରେ କହିଛନ୍ତି ?
Answer:
ଜାତିସଂଘ ତାଙ୍କ ଶିକ୍ଷା ରିପୋର୍ଟରେ ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥ‌ିବାରୁ ଉନ୍ନୟନ କାର୍ଯ୍ୟ ପଛରେ ପଡ଼ିଛି ବୋଲି କହିଛନ୍ତି ।

Question ୮ ।
ଭାରତର ଲୋକେ ପାଠ ପଢ଼ିସାରିଲା ପରେ କେଉଁଠୁ ଛାଡ଼ିଆସିବାକୁ ଚାହୁଁନାହାନ୍ତି ?
Answer:
ଭାରତର ଲୋକେ ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ।

Question ୯ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
Answer:
ଭାରତରେ ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

Question ୧୦ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
Answer:
ବମ୍ବେରୁ ବାହାରୁଥିବା କାଗଜଟିର ନାମ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’।

Question ୧୧।
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ କେଉଁ ଶୀର୍ଷକରେ ‘‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ?
Answer:
‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ କାଗଜରେ ‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକରେ ‘ଅଗ୍ରଲେଖ’’ ପ୍ରକାଶିତ ହୋଇଥିଲା ।

Question ୧୨ ।
ଭାରତବର୍ଷରେ କେଉଁମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ।

Question ୧୩।
ଆମେରିକାରେ ପଢ଼ୁଥ‌ିବା ଭାରତୀୟ ଛାତ୍ର ଭାରତର କେଉଁ ସମ୍ମାନାସ୍ପଦ ବ୍ୟକ୍ତିଙ୍କ ସହିତ ସମାନ ଦରମା ଦେଲେ ଫେରିବେ ବୋଲି କହିଥିଲେ ?
Answer:
ଆମେରିକାରେ ପଢ଼ୁଥିବା ଭାରତୀୟ ଛାତ୍ର ଭାରତର ଗଭର୍ଣରଙ୍କ ସହିତ ସମାନ ଦରମା ଦେଲେ ଫେରିବେ କହିଥିଲେ ।

Question ୧୪ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନିରୀକ୍ଷଣ କରୁଛନ୍ତି ?
Answer:
ଭାରତ ସରକାର ଶିକ୍ଷା କମିଶନ ବସାଇ ଭାରତୀୟ ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

Question ୧୫ ।
ଶିକ୍ଷା ରାଜ୍ୟରେ ବର୍ତ୍ତମାନ କେଉଁ ଅବସ୍ଥା ଆସି ପହଞ୍ଚିଛି ?
Answer:
ଶିକ୍ଷା ରାଜ୍ୟରେ ବର୍ତ୍ତମାନ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚିଛି ।

Question ୧୬ ।
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର କ’ଣ ନିର୍ଦ୍ଧାରଣ କରିବା କଷ୍ଟ ?
Answer:
ଆମ ଦେଶରେ ପରୀକ୍ଷା ପଦ୍ଧତିରେ ଛାତ୍ରର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା ଭାରି କଷ୍ଟ ।

Question ୧୭ ।
‘କଳିଙ୍ଗ’ ଖବରକାଗଜ କେଉଁ ଶୀର୍ଷକରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ?
Answer:
ଖବରକାଗଜ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଉପାଗ୍ର ଲେଖି ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ସୂଚନା ଦେଇଥିଲା ।

Question ୧୮।
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି ତା’ଠାରୁ ଅଧ୍ଵ କାହା ବିଷୟରେ ଜାଣୁଛନ୍ତି ?
Answer:
ଆଜିକାଲି ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧ୍ଵ ପରୀକ୍ଷା ବିଷୟରେ ଜାଣୁଛନ୍ତି ।

Question ୧୯ ।
ଏବେ କେଉଁ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ?
Answer:
ଏବେ ପ୍ରାଥମିକ ପରୀକ୍ଷା ପାଇଁ ପ୍ରଶ୍ନୋତ୍ତର ବହି ସବୁଠୁ ବେଶୀ କଟୁଛି ବୋଲି କୁହାଯାଇଛି ।

Question ୨୦ ।
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ କ’ଣ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ?
Answer:
ନୋଟ୍ ବହି ପଢ଼ି ଆମେ ବିଲାତ, ଆମେରିକା ଓ ଋଷ୍ ସଙ୍ଗେ ସମାନ ହୋଇପାରିବୁ ନାହିଁ ବୋଲି କୁହାଯାଇଛି ।

Question ୨୧ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
Answer:
ନୋଟ୍ ବହି ପଢ଼ିବା ଲୋକ ମୌଳିକ ପୁସ୍ତକ ଲେଖିପାରିବ ନାହିଁ ।

Question ୨୨ ।
କେଉଁ ପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଛାତ୍ରଟି ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ ଉଠାଇବା କଥା ବିଚାର ହୋଇଥିଲା ।

Question ୨୩ ।
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ କ’ଣ ହେବ ?
Answer:
ଏବେ ବି.ଏ. ପିଲାଟିକୁ ମାତୃଭାଷାରେ ଚିଠିଟିଏ ଲେଖୁବାକୁ କହିଲେ ପନ୍ଦରଟା ବନାନ ଅଶୁଦ୍ଧି ହୋଇଯିବ ଓ ଅକ୍ଷର ଏମିତି ଯେ ଦେଖ‌ିଲେ ଡର ଲାଗିବ ।

Question ୨୪ ।
ଆଜିକାଲି କାହାର ପାଠ ସଙ୍ଗେ ସମ୍ପର୍କ ନାହିଁ ?
Answer:
ଆଜିକାଲି ଅକ୍ଷରର ପାଠ ସଙ୍ଗେ ସମ୍ପର୍କ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୫ ।
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ କିପରି ଥିଲା ?
Answer:
ଆଗେ ପାଠ ପଢ଼ିବାର ସୁବିଧା ନ ଥିଲେ ବି ପାଠର ମାନଦଣ୍ଡ ଅଧିକ ଉଚ୍ଚ ଥିଲା ।

Question ୨୬।
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର କ’ଣ କମୁଛି ?
Answer:
ବର୍ତ୍ତମାନର ଲୋକ ପାଠର ମୂଲ୍ୟ ବୁଝି ସାରିଥିଲେ ମଧ୍ୟ ପାଠର ମାନଦଣ୍ଡ କମୁଛି ।

Question ୨୭ ।
ପ୍ରାଥମିକଠାରୁ କେଉଁ ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହୋଇଗଲାଣି ?
Answer:
ପ୍ରାଥମିକଠାରୁ ପି.ଏଚ୍.ଡ଼ି. ପର୍ଯ୍ୟନ୍ତ ସବୁଠି ପାଠର ଅବସ୍ଥା ସମାନ ହେଲାଣି ।

Question ୨୮ ।
ଏବେ କେଉଁ ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ?
Answer:
ଏବେ ଡି.ଫିଲ୍. ଡିଗ୍ରୀ ସଂଖ୍ୟା ବହୁତ ହେବାରୁ ଡି.ଲିଟ୍. କରିବା ଛଡ଼ା ଆଉ ଉପାୟ ନାହିଁ ।

Question ୨୯ ।
ଏ ଦେଶରେ କେଉଁମାନେ ଲୁଚିକରି ଥା’ନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ?
Answer:
ଏ ଦେଶରେ ଜ୍ଞାନୀ ଗବେଷକମାନେ ଲୁଚିକରି ଥାଆନ୍ତି, ହଠାତ୍ ବାହାରି ଚମକ ଦେଖାନ୍ତି ।

Question ୩୦ ।
କେଉଁ ଦେଶରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍ ବାହାରୁଛନ୍ତି ?
Answer:
ଭାରତବର୍ଷରେ ବିଶ୍ଵବିଦ୍ୟାଳୟମାନଙ୍କରୁ ଶହ ଶହ ପିଏଚ୍.ଡ଼ି. ଓ ଡି.ଲିଟ୍. ବାହାରୁଛନ୍ତି ।

Question ୩୧ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ?
Answer:
ନିରନ୍ନ ମୂର୍ଖ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ଵାଧୀନତା ରହିପାରିବ ନାହିଁ ।

Question ୩୨ ।
କାହା ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ?
Answer:
ପାଠ ବଳରେ ଆମେ ଅନ୍ୟ ଦେଶମାନଙ୍କ ସହିତ ସମାନ ହୋଇପାରିବା ।

Question ୩୩ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ?
Answer:
ଶିକ୍ଷାକୁ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହୋଇପାରିବ ବୋଲି ଲେଖକ ବିଚାର କରିଛନ୍ତି ।

(ଗ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧।
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଏବଂ ସବାତଳ ବିଚାର ବିଷୟ କ’ଣ ଥିଲା ?
Answer:
ଜିଲ୍ଲା ପରିଷଦ ପରିଚାଳିତ ସଭାର ସବା ଉପର ଓ ସବାତଳ ବିଚାର ବିଷୟ ଯଥାକ୍ରମେ କୃଷି ଓ ଶିକ୍ଷା ଥିଲା ।

Question ୨।
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ କ’ଣ ହେବ ?
Answer:
ଆଜିକାଲି ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯୋଜନା ପକାଇ ରଖିଲେ ଆମକୁ ବହୁତ ପଛରେ ପଡ଼ିଯିବାକୁ ହେବ ।

Question ୩ ।
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି କେଉଁ କଥା କହିଲେ ସେ ବୁଝିପାରିବ ?
Answer:
ମଣିଷର ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ଯୋଜନା କଥା କହିଲେ ସେ ବୁଝିପାରିବ ।

Question ୪ ।
ଏସିଆର ଅଧୁକାଂଶ ଦେଶର ସବୁଠୁ ବଡ଼ ସମସ୍ୟା କ’ଣ ?
Answer:
ଏସିଆର ଅଧିକାଂଶ ଦେଶର ସବୁଠୁ ବଡ଼ ସମସ୍ୟା ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହୋଇଥିବାରୁ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରୁ ନାହିଁ ।

Question ୫ ।
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ କ’ଣ ହେବ ?
Answer:
ଲୋକମାନେ ଅଶିକ୍ଷିତ ଓ ନିରକ୍ଷର ହେଲେ ଉନ୍ନୟନ କାର୍ଯ୍ୟ ଅଗ୍ରସର ହୋଇପାରିବ ନାହିଁ ।

Question ୬ ।
ଇଲଷ୍ଟ୍ରେଟେଡ୍ ଉଇକ୍ଲିରେ ଲେଖାଯାଇଥିବା ଅସଲ କଥାଟି କ’ଣ ଥିଲା ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ଲେଖାଯାଇଥିବା; ଅସଲ କଥାଟି ହେଉଛି – ‘ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ’ ।

Question ୭ ।
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ଅଗ୍ରଲେଖରେ କିପରି ମତାମତ ପ୍ରକାଶ ପାଇଥିଲା ?
Answer:
‘ଶାସକ ଓ ବିଶେଷଜ୍ଞ’ ଶୀର୍ଷକ ନାମକ ଗୋଟିଏ ଅଗ୍ରଲେଖରେ ଅତି ଗର୍ହିତ ଅଥଚ ପ୍ରଣିଧାନଯୋଗ୍ୟ ମତାମତ ପ୍ରକାଶ ପାଇଥିଲା ।

Question ୮ ।
ଭାରତୀୟ ଛାତ୍ରମାନେ କାହିଁକି ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ?
Answer:
ଭାରତରେ ବିଶେଷଜ୍ଞମାନଙ୍କୁ ବିଶେଷ ସମ୍ମାନ ମିଳୁନାହିଁ ବୋଲି ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୯ ।
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ କ’ଣ ହେବ ?
Answer:
ଭାରତର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ହେଲେ ଅବସ୍ଥାର ପରିବର୍ତ୍ତନ ହେବ ।

Question ୧୦ ।
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା କେଉଁମାନେ ଜାଣୁଛନ୍ତି ?
Answer:
ଶିକ୍ଷା ରାଜ୍ୟରେ ଦେଖାଯାଉଥ‌ିବା ନିରୁପାୟ ଅବସ୍ଥା ଯେଉଁମାନେ ଶିକ୍ଷା କଥା ଜାଣୁଛନ୍ତି, ସେହିମାନେ ହିଁ ଜାଣୁଛନ୍ତି ।

Question ୧୧ ।
ବର୍ତ୍ତମାନ କେଉଁ ବିଷୟରେ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ?
Answer:
‘କଳିଙ୍ଗ’ ଖବରକାଗଜରେ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ନାମରେ ଗୋଟିଏ ଉପାଗ୍ର ଲେଖାରେ, ପରୀକ୍ଷା କ୍ଷେତ୍ରରେ ଅବୈଧ ଆଚରଣ ବିଷୟରେ ଯେଉଁ ସୂଚନା ଦେଇଥିଲେ, ତାକୁ ବର୍ତ୍ତମାନ ସମାଧାନ କରିବାର କୌଣସି ଉପାୟ ଥିଲା ପରି ମନେହେଉନି ।

Question ୧୨ ।
ନୋଟ୍ ବହି ପଢ଼ିଲେ ଆମେ କେଉଁ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ?
Answer:
ନୋଟ୍ ବହି ପଢ଼ିଲେ ଆମେ ବିଲାତ, ଆମେରିକା ଓ ଋଷ୍ ଦେଶମାନଙ୍କ ସହିତ ସମକକ୍ଷ ହୋଇପାରିବୁ ନାହିଁ ।

Question ୧୩ ।
ମୌଳିକ ପୁସ୍ତକ ଲେଖା ନହେଲେ କ’ଣ ହେବ ?
Answer:
ମୌଳିକ ପୁସ୍ତକ ଲେଖା ନହେଲେ ମୌଳିକ ଚିନ୍ତାର ସ୍ଫୁରଣ ଅସମ୍ଭବ ହେବ ।

Question ୧୪ ।
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ କେଉଁ କଥା ବିଚାର ହୋଇଥିଲା ?
Answer:
ଆନ୍ଧ୍ରପ୍ରଦେଶର ବିଧାନ ସଭାରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶ ହଜାର ଟଙ୍କା ଲାଭ ଉଠାଇଥିବା କଥା ବିଚାର ହୋଇଥିଲା ।

Question ୧୫ ।
ଆଜିକାଲି ପରୀକ୍ଷା ଫଳ ବାହାରିବାକୁ ଲେଖକ କାହା ସହିତ ତୁଳନା କରିଛନ୍ତି ?
Answer:
ଆଜିକାଲି ପରୀକ୍ଷାଫଳ ବାହାରିବାକୁ ଲେଖକ ହୀରାକୁଦ ବନ୍ଧରୁ ପାଣି ଝରିବା ସହିତ ତୁଳନା କରିଛନ୍ତି ।

Question ୧୬ ।
ଆଗେ ପାଠ ପଢ଼ିବାପାଇଁ କ’ଣ ନ ଥିଲା ?
Answer:
ଆଗେ ପାଠ ପଢ଼ିବାପାଇଁ ବିଶେଷ ସୁବିଧା ନ ଥିଲା କିମ୍ବା ଲୋକଙ୍କର ବିଶେଷ ଆଗ୍ରହ ନ ଥିଲା ।

Question ୧୭ ।
ଆଉଟ୍ ସାଇଡ଼ର ଶିକ୍ଷାର ଅଧଃପତନ ସମ୍ପର୍କରେ କ’ଣ ମତ ଦେଇଥିଲା ?
Answer:
ଶିକ୍ଷାର ଅଧଃପତନ ସମ୍ପର୍କରେ ଆଉଟ୍ ସାଇଡ଼ର ମତ ଦେଇଥିଲା ଯେ, ବେଙ୍ଗଲି ସାହିତ୍ୟରେ କେମିତି ଅନେକ ଲୋକ ସହଜରେ M.A. ପରୀକ୍ଷାରେ ପ୍ରଥମ ଶ୍ରେଣୀ ପାଉଛନ୍ତି ।

Question ୧୮ ।
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କେଉଁ ପରୀକ୍ଷା ଦେବାକୁ ପଡ଼େନାହିଁ ?
Answer:
ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖି କିମ୍ବା ପ୍ରକାଶ କରି ନିଜର ପ୍ରବୀଣତାର ପରୀକ୍ଷା ଦେବାକୁ ପଡ଼େ ନାହିଁ ।

Question ୧୯ ।
କେଉଁ ଦେଶର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ?
Answer:
ଭାରତବର୍ଷର ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ ।

Question ୨୦ ।
କ’ଣ କଲେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ?
Answer:
ପାଠ ପଢ଼ିଲେ ସେହି ପାଠ ବଳରେ ଆମେ ଅନ୍ୟମାନଙ୍କ ସହ ସମାନ ହୋଇପାରିବା ।

(ଘ) ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ । ୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଠିକ୍ ଉତ୍ତର ପାଇଁ ୨ ନମ୍ବର ରହିବ ।

ପ୍ରବନ୍ଧ – ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା, ପ୍ରାବନ୍ଧିକ – ଗୋଲୋକବିହାରୀ ଧଳ

Question ୧ ।
ସାଧାରଣ ଲୋକଙ୍କର ଶିକ୍ଷା ନ ଥ‌ିବାରୁ କ’ଣ ହେଉଛି ?
Answer:
ପ୍ରାବନ୍ଧିକଙ୍କ ମତରେ ସାଧାରଣ ଲୋକଙ୍କର ଶିକ୍ଷା ନ ଥିବାରୁ, ସରକାର ଯେଉଁସବୁ ଯୋଜନା କରୁଛନ୍ତି, ତାହାକୁ ସେମାନେ ବୁଝୁ ନାହାଁନ୍ତି କିମ୍ବା ବୁଝିବାକୁ ସେମାନଙ୍କର ଇଚ୍ଛା ନାହିଁ । ଫଳରେ ଯୋଜନାଗୁଡ଼ିକ କାର୍ଯ୍ୟକାରୀ ହୋଇପାରୁ ନାହିଁ ।

Question ୨ ।
କ’ଣ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ?
Answer:
ପ୍ରାବନ୍ଧିକଙ୍କ ମତରେ ଆଜିକାଲିର ଯୋଜନା ଯୁଗରେ ସମସ୍ତେ ପାଠ ପଢ଼ିସାରିବା ପର୍ଯ୍ୟନ୍ତ ଯଦି ଆମେ ଯୋଜନାକୁ ପକାଇ ରଖିବା, ତା’ହେଲେ ଆମେ ବହୁତ ପଛରେ ପଡ଼ିଯିବ । ତେଣୁ ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

Question ୩ ।
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି କ’ଣ ?
Answer:
ଇଲଷ୍ଟ୍ରେଟେଡ଼ ଉଇକିରେ ବାହାରିଥିବା ଲେଖାଟି ହେଉଛି, ଭାରତୀୟ ଲୋକେ କାହିଁକି ପାଠ ପଢ଼ିସାରିଲା ପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାଁନ୍ତି । ସେଥ‌ିରେ ସେ ଆମେରିକାର ସୁଖ ସମ୍ଭୋଗ ଓ ଟଙ୍କାପଇସା କଥା ଛାଡ଼ିଦେଲେ ଅସଲ କଥା ଲେଖିଛନ୍ତି, ଭାରତର ବିଶେଷଜ୍ଞମାନଙ୍କର ବିଶେଷ ମୂଲ୍ୟ ନାହିଁ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୪ ।
ଭାରତ ସରକାର ଆମେରିକାରେ ଥ‌ିବା ଛାତ୍ର ପାଖକୁ କ’ଣ ଚିଠି ଲେଖିଥିଲେ ?
Answer:
ଭାରତ ସରକାର ଆମେରିକାରେ ଥିବା ଛାତ୍ରଙ୍କ ପାଖକୁ ଚିଠିରେ ଲେଖିଥିଲେ, ଭାରତ ସରକାର ତ ଆମେରିକା ସରକାର ପରି ଧନୀ ନୁହଁନ୍ତି, ତେଣୁ ସେ ଅନ୍ତତଃ ନିଜ ଦେଶର ସେବା କରିବାପାଇଁ ନିଜ ଦେଶକୁ ଫେରିଆସନ୍ତୁ ।

Question ୫ ।
ଭାରତବର୍ଷରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ କାହିଁକି ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ ?
Answer:
ଭାରତବର୍ଷରେ ବିଶେଷଜ୍ଞଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ କିମ୍ବା ସ୍ପୃହା ନାହିଁ କାରଣ ଏ ଦେଶରେ ପନ୍ଦର ବର୍ଷ କାମ କଲେ ମଧ୍ୟ ପ୍ରଥମ ପାହାଚରୁ ଦ୍ବିତୀୟ ପାହାଚକୁ ଉଠିହୁଏ ନାହିଁ । ପୁନଶ୍ଚ ଯାହାର ସ୍ପୃହା ଅଛି ସେ ବିଷୟରେ ତାଙ୍କୁ ଯଥାଶୀଘ୍ର ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି ।

Question ୬ ।
ଭାରତ ସରକାର ଶିକ୍ଷା କମିଶନ ବସାଇବାର କାରଣ କ’ଣ ?
Answer:
ପ୍ରାବନ୍ଧିକଙ୍କ ମତରେ ବର୍ତ୍ତମାନ ଶିକ୍ଷାର ସାଧାରଣ ସ୍ତର ଯାହା ହେଲାଣି ଏବଂ ଯେଉଁଭଳି ଭାବେ ଅଧୋଗତି କରୁଛି, ତାହାକୁ ନ ରୋକିଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ଅବସ୍ଥା ବାହାରକୁ ଯାହା ଦେଖାଯାଉଛି ବାସ୍ତବରେ ତାହା ନାହିଁ । ବରଂ ଶିକ୍ଷା ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ସେଥୁପାଇଁ ଭାରତ ସରକାର ଶିକ୍ଷା କମିଶନ ବସାଇଛନ୍ତି ।

Question ୭ ।
ପିଲାଟି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିଲେ କ’ଣ ହେବ ?
Answer:
ପିଲାଟି ଯଦି ପ୍ରାଥମିକ ସ୍କୁଲରୁ ନୋଟ୍ ବହି ପଢ଼ିବ ତା’ହେଲେ ସେ କେବଳ ପରୀକ୍ଷାରେ ପାସ୍ କରିବାର ଆଧୁନିକ କୌଶଳମାନ ଶିଖିବ । ସେ ବହିର ଜ୍ଞାନ ଅନୁସନ୍ଧାନ ନକରି ପ୍ରଶ୍ନପତ୍ର କେଉଁଠି ରହିଛି, ସେହି ଅନୁସନ୍ଧାନରେ ଅନେକ ସମୟ ଯାଏ ଫଳରେ ସେ ଜ୍ଞାନ ଅର୍ଜନ କରିପାରେ ନାହିଁ ।

Question ୮ ।
“ଜୀବନଟା କେବଳ ସିନା ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହେବ’’- ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
ଜଣେ ସ୍କୁଲ ଶିକ୍ଷକ ଲେଖୁଛନ୍ତି ଏବେ କୌଣସି ଅନୁଷ୍ଠାନର ବହୁତ ଛାତ୍ର ଭଲ ଫଳ ଦେଖାଇଥା’ନ୍ତି, ତେବେ ସେ ପ୍ରକାର ଫଳକୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ହେବ । ପିଲା ଖୁବ୍ ଭଲ କରିଛି ବୋଲି ଶୁଣିଲାମାତ୍ରେ ଆମେ ଯଦି ସନ୍ଦେହ କରିବା ଆରମ୍ଭ କରୁ ଓ ପାଠପଢ଼ାର ପରିଣତି ଯଦି ଏଇୟା ହୁଏ, ତେବେ ଜୀବନଟା କେବଳ ସନ୍ଦେହରେ ଆରମ୍ଭ ହୋଇ ସନ୍ଦେହରେ ଶେଷ ହୋଇଯିବ ।

Question ୯।
ପରୀକ୍ଷା ବିଷୟରେ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେବାର କାରଣ କ’ଣ ?
Answer:
ପରୀକ୍ଷା ସମ୍ପର୍କରେ ଅଭିମତ ଦେଇ ପ୍ରାବନ୍ଧିକ ଲେଖିଛନ୍ତି, ଆଗ ଅପେକ୍ଷା ବର୍ତ୍ତମାନ ପରୀକ୍ଷାର ସ୍ତର ବଢ଼ି ବଢ଼ି ଚାଲିଛି । ଏହିସବୁ ପରୀକ୍ଷା ହେବାପରେ ପରୀକ୍ଷା ସମ୍ପର୍କରେ ଆଗରୁ ଯେଉଁ ଅସାଧୁତା ନଥିଲା, ତାହା ସବୁ ଶୁଣିବାକୁ ମିଳୁଛି । ତେଣୁ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଏବଂ ପରୀକ୍ଷାରେ ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ କିଛି ଲାଭ ହେଉ ନାହିଁ ।

Question ୧୦ ।
ଆଗର ମାଟ୍ରିକ୍ୟୁଲେସନ ପାସ୍ ଲୋକେ ଓ ଆଜିର ବି.ଏ. ଛାତ୍ରଙ୍କ ମଧ୍ୟରେ କ’ଣ ପାର୍ଥକ୍ୟ ଦେଖାଯାଏ ?
Answer:
ଆଗେ ଶିକ୍ଷାର ମାନଦଣ୍ଡ ଏତେ ଉଚ୍ଚ ଥିଲା ଯେ ମାଟ୍ରିକ୍ୟୁଲେସନ ପାସ୍ ଲୋକେ ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲେ । ମାତ୍ର ଆଜିର ବି.ଏ. ଛାତ୍ରଙ୍କୁ ଚିଠିଟିଏ ଲେଖୁବାକୁ କହିଲେ ଇଂରାଜୀରେ ଯାହି ତାହି ଲେଖୁଦେବେ, କିନ୍ତୁ ମାତୃଭାଷାରେ ଲେଖିଲାବେଳକୁ ପନ୍ଦରଟା ବନାନ ଅଶୁଦ୍ଧି ବାହାରିବ । ପାଠ ତ ଯାହା ହୋଇଥବ, ଅକ୍ଷର ଦେଖୁଲେ ଡର ମାଡ଼ିବ । ଯେପରିକି ପାଠ ସଙ୍ଗେ ଅକ୍ଷରର ଆଜିକାଲି କୌଣସି ସମ୍ବନ୍ଧ ନାହିଁ ।

Question ୧୧ ।
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ଙ୍କ ମତ କ’ଣ ?
Answer:
ବର୍ତ୍ତମାନ ଶିକ୍ଷା ଡିଗ୍ରୀ ସମ୍ପର୍କରେ ‘ଆଉଟ୍ ସାଇଡ଼ର’ କହିଛନ୍ତି, ବଙ୍ଗଳା ଭାଷାରେ ଅନେକ ଲୋକ ଏମ୍.ଏ. କରି, ପ୍ରଥମ ଶ୍ରେଣୀ ପାଉଛନ୍ତି । କିନ୍ତୁ ସେହି ପ୍ରଥମ ଶ୍ରେଣୀର କିଛି ମୂଲ୍ୟ ନଥ‌ିବାରୁ ଅଧିକାଂଶ ଡି.ଫିଲ୍. ଓ ପରବର୍ତ୍ତୀ ସମୟରେ ଡି.ଲିଟ୍. କରୁଛନ୍ତି । କାରଣ ଶିକ୍ଷାର ମାନ କମୁଥିବାରୁ ସେପରି କରିବା ବ୍ୟତୀତ ଅନ୍ୟ ଉପାୟ ନାହିଁ ।

Question ୧୨ ।
ଭାରତବର୍ଷର ସ୍ଵାଧୀନତାକୁ କାହିଁକି ସମ୍ଭାଳି ହେବ ନାହିଁ ବୋଲି କୁହାଯାଇଛି ?
Answer:
ପି.ଏଚ୍.ଡ଼ି., ଡି.ଲିଟ୍. ବାହାରୁଥିଲେ ହେଁ ସେମାନଙ୍କର ଗୋଟିଏ ହେଲେ ଗବେଷଣା ଉଚ୍ଚ ଜ୍ଞାନ ରାଜ୍ୟରେ ସମ୍ମାନ ପାଇନାହିଁ । ତେବେ ଶିକ୍ଷା ବ୍ୟବସ୍ଥାରେ ତଳ ତ ଯାହା ଉପରଟା ଯଦି ଫାଙ୍କା ହୋଇଯାଏ, ତେବେ ଖାଲି ଆବାଜ୍‌ରେ ଭାରତବର୍ଷର ସ୍ଵାଧୀନତାକୁ ସମ୍ଭାଳି ହେବ ନାହିଁ ବୋଲି ପ୍ରାବନ୍ଧିକ ମତ ପୋଷଣ କରିଛନ୍ତି ।

(ଙ) ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୧୫୦ ଶବ୍ଦରେ ଦେବାକୁ ହେବ । ପ୍ରଶ୍ନର ମୂଲ୍ୟ ୫ ନମ୍ବର ।

Question ୧ ।
‘ସ୍ଵାଧୀନ ଦେଶର ଶିକ୍ଷାଚିନ୍ତା’ ପ୍ରବନ୍ଧର ସାରମର୍ମ ଲେଖ ।
Answer:
ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରାକୁ ସରଳ ଭାବରେ ଉପସ୍ଥାପିତ କରିବାରେ ଥିଲେ ଧୁରୀଣ ଶିଳ୍ପୀ । ସଂକ୍ଷିପ୍ତ ଓ ଇଙ୍ଗିତ ଭାବରେ ସେ ଅନେକ କଥା କହିବାକୁ ଚେଷ୍ଟା କରନ୍ତି । ପ୍ରସଙ୍ଗକ୍ରମେ ସେ ଅନେକ ଉଦାହରଣ ଓ ପ୍ରସଙ୍ଗକୁ ଉପସ୍ଥାପନ କରି ନିଜସ୍ଵ ଅଭିମତକୁ ଦୃଢ଼ କରିଥା’ନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’, ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’, ‘କଳିଙ୍ଗ’ ଆଦି ଖବରକାଗଜର ଅଭିମତକୁ ଉଦ୍ଧାର କରି, ବର୍ତ୍ତମାନ ଶିକ୍ଷାର ସ୍ତର କିପରି କ୍ରମଶଃ ବିପର୍ଯ୍ୟୟ ଆଡ଼କୁ ଅଗ୍ରସର ହେଉଛି, ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ଆମ ଶିକ୍ଷା ବ୍ୟବସ୍ଥାରେ ସରକାରୀ କଳର ଭୂମିକା ଓ ଦୃଢ଼ତାକୁ ସେ ସୁନ୍ଦର ଭାବରେ ଉଲ୍ଲେଖ କରିଛନ୍ତି । ଶେଷରେ ଆମ ଦେଶରେ ତଳସ୍ତରଠାରୁ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଶିକ୍ଷା ପାଇଁ ଯେଉଁଭଳି ପରୀକ୍ଷା ବ୍ୟବସ୍ଥା ହେଉଛି, ତାହାକୁ ଆକ୍ଷେପ କରିବା ସହିତ, ସୁଧୁରିଯିବାର ମାର୍ଗ ମଧ୍ଯ ନିର୍ଣ୍ଣୟ କରିଛନ୍ତି ।

ପ୍ରାବନ୍ଧିକ ନିଜସ୍ଵ ଅଭିଜ୍ଞତା ପ୍ରକାଶ କରି ଲେଖିଛନ୍ତି । ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ସେ ଦେଖିଛନ୍ତି, ଶିକ୍ଷା ବ୍ୟବସ୍ଥାର ବିଚାର ଆଲୋଚନା ସବୁଠାରୁ ଶେଷ ପର୍ଯ୍ୟାୟରେ ରହିଛି। ପଚାରିବାରୁ ସେମାନଙ୍କର ଅଭିମତ, ଲୋକମାନଙ୍କର ଶିକ୍ଷା ସ୍ତର କମ୍ ଥ‌ିବାରୁ ସେମାନେ କୌଣସି ଯୋଜନା ସମ୍ବନ୍ଧରେ ବିଚାର କରିପାରୁ ନାହାଁନ୍ତି । ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ପ୍ରାବନ୍ଧିକଙ୍କ ମତରେ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହର ସହିତ କରିବାକୁ ପଡ଼ିବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରକ୍ଷାହୋଇପାରିବ ।

ପରବର୍ଭୀ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, “ଭ।ରତବର୍ଷରେ ବିଜେଷଜ୍ଞମାନଙ୍କ ମତକୁ କୌଣସି ଦେଇ ବିଚାର କରାଯାଉନାହିଁ । ସରକାର ବା ଶାସକମାନଙ୍କଦ୍ୱାରା ସବୁ ଯୋଜନା ନିୟନ୍ତ୍ରଣ ହୋଇଥାଏ । ଫଳସ୍ବରୂପ ଅନେକ ଭାରତୀୟ ଛାତ୍ର ସୁଖ ସମ୍ଭୋଗ, ଟଙ୍କାପଇସା ଓ ମର୍ଯ୍ୟାଦା ପାଇଁ ଆମେରିକା ପରି ଦେଶକୁ ଚାଲିଯାଉଛନ୍ତି ।

ସେହିପରି ପ୍ରାବନ୍ଧିକ ଶିକ୍ଷାର ଉନ୍ନତି ପାଇଁ ଓ ଶିକ୍ଷାର ମାନଦଣ୍ଡ ଜାଣିବାପାଇଁ ଆମ ଦେଶରେ ପରୀକ୍ଷାର ଯେଉଁ ବ୍ୟବସ୍ଥା ରହିଛି, ସେଗୁଡ଼ିକ ତ୍ରୁଟିଯୁକ୍ତ ବୋଲି ବିଭିନ୍ନ ଉଦାହରଣ ଦେଇ ବୁଝାଇଛନ୍ତି । ସେ କହିଛନ୍ତି ପ୍ରାଥମିକ ସ୍ତରରୁ ଆରମ୍ଭକରି ଶେଷପର୍ଯ୍ୟନ୍ତ ପରୀକ୍ଷା ପଦ୍ଧତି ପିଲାଙ୍କର ଜ୍ଞାନ ବଢ଼ାଇବାରେ ସହାୟକ ହେଉନାହିଁ । ସେହି ପରିପ୍ରେକ୍ଷୀରେ ପ୍ରାବନ୍ଧିକ ନୋଟ୍ ବହି ବ୍ୟବହାରକୁ ବିରୋଧ କରିଛନ୍ତି । ଶେଷରେ ସେ କହିଛନ୍ତି, ଶିକ୍ଷାକୁ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଅବସ୍ଥାର ପରିବର୍ତ୍ତନ ହେବ ।

ପ୍ରାବନ୍ଧିକଙ୍କ ଅଭିମତ ବେଶ୍ ଯୁକ୍ତିଯୁକ୍ତ ମନେହୋଇଥାଏ ।

Question ୨ ।
ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ପ୍ରାବନ୍ଧିକଙ୍କ ପ୍ରତିକ୍ରିୟା “ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା” ପ୍ରବନ୍ଧରେ କିପରି ପ୍ରତିଫଳିତ ହୋଇଛି, ଆଲୋଚନା କର ।
Answer:
ଆଧୁନିକ ପ୍ରବନ୍ଧ ସାହିତ୍ୟର ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଜଣେ ଯଶସ୍ଵୀ ପ୍ରତିଭା । ସେ ନିଜସ୍ଵ ସମାଜର ବିଶେଷକରି ସ୍ଵାଧୀନତା ପରବର୍ତ୍ତୀ ସମାଜର ଶିକ୍ଷାର ଉନ୍ନତି ପାଇଁ ବହୁଭାବରେ ଚେଷ୍ଟା କରିଥିଲେ । ପୂର୍ବରୁ ଶିକ୍ଷାର ମାନ ଯେପରି ଥିଲା, ତାହା ବର୍ତ୍ତମାନ ପରିସ୍ଥିତିରେ କମି କମି ଆସୁଛି । ବିଶେଷକରି ପରୀକ୍ଷା ଦେଇ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାରେ ଯେଭଳି ଗୁରୁତ୍ୱ ଦିଆଯାଉଛି, ସେହିପରି ଜ୍ଞାନର ଉନ୍ନତି ପାଇଁ କେହି ଚେଷ୍ଟା କରୁ ନାହାଁନ୍ତି । ପୁନଶ୍ଚ ଯେଉଁମାନେ ଉଚ୍ଚଶିକ୍ଷିତ ହେବାପାଇଁ ବିଦେଶ ଯାଉଛନ୍ତି, ସେମାନେ ଆଉ ସ୍ଵଦେଶକୁ ଫେରୁନାହାନ୍ତି । ପ୍ରାବନ୍ଧିକ ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ଉପରୋକ୍ତ ବିଷୟକୁ ବିଭିନ୍ନ ଉଦାହରଣ ମାଧ୍ୟମରେ ସହଜ ସରଳ ଭାବରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ କହିଛନ୍ତି, ବର୍ତ୍ତମାନ ସରକାରୀ ସ୍ତରରେ ବିଭିନ୍ନ ପ୍ରକାର ଯୋଜନା ହେଉଛି । ମାତ୍ର ଜନସାଧାରଣଙ୍କ ଅଶିକ୍ଷା ଓ ନିରକ୍ଷରତା ଯୋଗୁଁ, କୌଣସି ଯୋଜନା ସଫଳ ହୋଇପାରୁ ନାହିଁ । ଆଜିକାଲିର ଏ ଯୋଜନା ଯୁଗରେ, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଅଧ‌ିକ ଆଗ୍ରହରେ କଲେ ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ । ଶିକ୍ଷାର ଉନ୍ନତିପାଇଁ ବିଶେଷଜ୍ଞମାନେ ଅନେକ ମତ ଦେଲେ ବି, ସେସବୁ ଯଥାର୍ଥ ଭାବେ କାର୍ଯ୍ୟକାରୀ ହୋଇପାରେ ନାହିଁ । କାରଣ ଯୋଜନା ଯେତେବେଳେ ଅର୍ଥ ବିଭାଗକୁ ଆସେ, ସେତେବେଳେ ପ୍ରଥମ ଆଘାତ ପଡ଼ିଥାଏ ଶିକ୍ଷା ଉପରେ । ଆମ ଦେଶରେ ଅନେକ ଛାତ୍ର ପାଠ ପଢ଼ିବାପାଇଁ ଆମେରିକା ଯାଉଛନ୍ତି । ମାତ୍ର ପାଠ ମୂଲ୍ୟ ନାହିଁ ।

ପ୍ରାବନ୍ଧିକଙ୍କ ମତରେ, ଶିକ୍ଷା ସାଧାରଣ ସ୍ତରରେ ଯାହା ହେଲାଣି ବା ଯେଉଁ ପ୍ରକାର ଅଧୋଗତି ଦିନକୁ ଦିନ ହୋଇଚାଲିଛି, ତାକୁ ଯଦି ରୋକା ନ ଯାଏ, ତା’ହେଲେ ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର, ବାହାରକୁ ଯେତେ ଦେଖା ଗଲେବି, ପ୍ରକୃତରେ ଯେଉଁମାନେ ଶିକ୍ଷାକଥା ଜାଣୁଛନ୍ତି, ସେମାନେ ନିଶ୍ଚୟ ଅନୁଭବ କରୁଥ୍, ଶିକ୍ଷା ରାଜ୍ୟରେ ଏକ ନିରୁପାୟ ଅବସ୍ଥା ଆସି ପହଞ୍ଚଗଲାଣି । ସେଥ‌ିପାଇଁ ଭାରତ ସରକାର ବର୍ତ୍ତମାନ ଏକ ଶିକ୍ଷା କମିଶନ ବସାଇ ଭାରତରେ ଶିକ୍ଷାର ପରିସ୍ଥିତିକୁ ନିରୀକ୍ଷଣ କରୁଛନ୍ତି ।

ସେହିପରି ଶିକ୍ଷାର ସମସ୍ୟା କଥା ବିଚାର କରିବାକୁ ଯାଇ ପ୍ରାବନ୍ଧିକ ପରୀକ୍ଷାରେ ଅବୈଧ ଆଚରଣ, ନୋଟ୍ ବହିର ପ୍ରଚଳନ, ପରୀକ୍ଷାର ଫଳ ପର୍ଯ୍ୟାୟକ୍ରମେ ବାହାରିବା ପ୍ରସଙ୍ଗକୁ ଉଦାହରଣ ଦେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ବାସ୍ତବିକ ପ୍ରାବନ୍ଧିକଙ୍କ ଅଭିମତ ଯୁକ୍ତିଯୁକ୍ତ ମନେହୋଇଥାଏ ।

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୩ ।
ଆମ ଦେଶର ପରୀକ୍ଷା ପଦ୍ଧତି ଓ ଛାତ୍ରମାନଙ୍କ ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ ସମ୍ପର୍କରେ ପ୍ରାବନ୍ଧିକଙ୍କ ମତର ସତ୍ୟତା ବିଚାର କର ।
Answer:
ପ୍ରଫେସର ଗୋଲୋକବିହାରୀ ଧଳ ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ ପ୍ରାବନ୍ଧିକ । ସେ ଜଣେ ଭାଷାତତ୍ତ୍ବବିତ୍ ଭାବରେ ପରିଚିତ ହେଲେ ବି ଶିକ୍ଷା ଓ ସଂସ୍କୃତିର ଥିଲେ ଜାଗ୍ରତ ପ୍ରହରୀ। ସ୍ବାଧୀନ ଭାରତରେ ଶିକ୍ଷାର ସୁରକ୍ଷା ଓ କ୍ରମୋନ୍ନତି ପାଇଁ ବହୁଭାବରେ ସେ ଚେଷ୍ଟା କରିଛନ୍ତି । ଶିକ୍ଷାର ମାନ କ୍ରମଶଃ କମି କମି ଆସୁଥୁବାରୁ, ବର୍ତ୍ତମାନ ପରିସ୍ଥିତିରେ ପରୀକ୍ଷା ପଦ୍ଧତିକୁ ସେ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ ନେଇ ବିଚାର କରିଛନ୍ତି । ଆଲୋଚ୍ୟ ପ୍ରବନ୍ଧ ‘ସ୍ବାଧୀନ ଦେଶରେ ଶିକ୍ଷାଚିନ୍ତା’ରେ ପ୍ରାବନ୍ଧିକଙ୍କ ଶିକ୍ଷାମନସ୍କ ଚିନ୍ତାଧାରାର ପରିଚୟ ମିଳିଥାଏ ।

ପ୍ରାବନ୍ଧିକ ପ୍ରଥମ ପର୍ଯ୍ୟାୟରେ ଉଲ୍ଲେଖ କରିଛନ୍ତି, ଆଜିକାଲି ସରକାରୀ ସ୍ତରରେ ଯେତେସବୁ ଯୋଜନା ହେଉଛି, ସେହିସବୁ ଯେଜାନା ଅଶିକ୍ଷା ଓ ନିରକ୍ଷରତାଯୋଗୁଁ ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେଉନାହିଁ । ପୁନଶ୍ଚ ଆମ ଦେଶର ଅନେକ ଛାତ୍ର ଉଚ୍ଚଶିକ୍ଷା ପାଇଁ ଆମେରିକା ଗଲେ ବି ସେମାନେ ଆଉ, ଦେଶକୁ ଫେରି ଦେଶସେବାରେ ମନୋନିବେଶ କରିବାକୁ ଚାହୁଁ ନାହାଁନ୍ତି । ସେମାନଙ୍କ ମତରେ ଭାରତବର୍ଷରେ ବିଶେଷଜ୍ଞମାନଙ୍କୁ ଉପଯୁକ୍ତ ଭାବେ ମୂଲ୍ୟାୟନ କରାଯାଏ ନାହିଁ ।

ପରେ ଶିକ୍ଷାର ସମସ୍ୟା କଥା ଆଲୋଚନା କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ ଆମ ଦେଶରେ ମୂଳରୁ ଚୂଳଯାଏ ଅର୍ଥାତ୍ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭକରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ଯେଉଁଭଳି ପରୀକ୍ଷା ପଦ୍ଧତି ହେଉଛି, ସେଥୁରେ ଛାତ୍ରର ଯଥାର୍ଥ ଗୁଣାତ୍ମକ ମୂଲ୍ୟ ନିର୍ଣ୍ଣୟ କରିବା କଷ୍ଟକର । ଏହାକୁ ସ୍ପଷ୍ଟ କରିବାପାଇଁ, ପ୍ରାବନ୍ଧିକ ‘କଳିଙ୍ଗ’ ଖବରକାଗଜରେ ପ୍ରକାଶ ପାଇଥିବା ଲେଖାର ଉଦାହରଣ ଦେଇଛନ୍ତି । ଆଜିକାଲିର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁଛନ୍ତି, ତା’ଠାରୁ ଅଧିକ ଜାଣୁଛନ୍ତି, ପରୀକ୍ଷା ବିଷୟରେ । ଆମ ଦେଶରେ ନୋଟ୍ ବହିଗୁଡ଼ିକ ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ ହୋଇଯାଉଛି ।

ଫଳରେ ନୋଟ୍ ବହି ପଢ଼ିବାଦ୍ୱାରା ଛାତ୍ରମାନଙ୍କର ମୌଳିକ ଜ୍ଞାନ ନଷ୍ଟ ହୋଇଯାଉଛି । ଛାତ୍ରମାନେ ଜ୍ଞାନ ଅର୍ଜନ ଅପେକ୍ଷା ପରୀକ୍ଷାରେ ଅଧ‌ିକ ଗୁରୁତ୍ଵ ଦେଉଥ‌ିବାରୁ, ସେମାନଙ୍କ ଜ୍ଞାନର ସ୍ଫୁରଣ ହୁଏ ନାହିଁ । ଆହୁରି ମଧ୍ୟ ଏଭଳି ସମସ୍ୟା ସମ୍ବନ୍ଧରେ ପ୍ରାବନ୍ଧିକ କହିଛନ୍ତି, ‘ଏବେ ଆନ୍ଧ୍ରପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା, ସେଠିକା ବିଧାନ ସଭାରେ ଆଲୋଚନା ହୋଇଛି ।’ ଏବେ ସବୁସ୍ତରରେ ପରୀକ୍ଷା ହେଲେବି, ଏବେକାର ପରୀକ୍ଷାକୁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା ଆଉ ବିଶେଷ କ’ଣ ଲାଭ ହୋଇଛି । ସେହିପରି ପରୀକ୍ଷଫଳ ପର୍ଯ୍ୟାୟକ୍ରମେ ବାହାରିବାକୁ ଲେଖକ ଆକ୍ଷେପ କରିଛନ୍ତି ।

ଲେଖକ ଯେଉଁଭଳି ଅଭିବ୍ୟକ୍ତି ଦେଇଛନ୍ତି, ତାହା ସ୍ୱାଧୀନ ଭାରତକୁ ନୂତନ ଦିଶା ଦେଖାଇବ, ଏଥ‌ିରେ ସନ୍ଦେହ ନାହିଁ ।

Question ୪।
‘‘ଶିକ୍ଷାକୁ ଆମ ଦେଶରେ ଶେଷ ସ୍ଥାନ ନ ଦେଇ ଶୀର୍ଷସ୍ଥାନ’’ ଦେବାପାଇଁ ପ୍ରାବନ୍ଧିକଙ୍କ ଯୁକ୍ତିର ଯଥାର୍ଥତା ବିଚାର କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ପ୍ରଫେସର ଗୋଲୋକବିହାରୀ ଧଳ ଜଣେ ସୁପ୍ରତିଷ୍ଠିତ ଓ ସୁପରିଚିତ ପ୍ରାବନ୍ଧିକ। କେତେକ ସୁଚିନ୍ତିତ ଅଭିମତ ଦେଇଛନ୍ତି । ସେ କେବଳ ମତାମତ ଦେଇ ନାହାଁନ୍ତି ବିଭିନ୍ନ ସମୟରେ ପ୍ରକାଶ ପାଇଥିବା ପତ୍ର ପତ୍ରିକାର ଲେଖାକୁ ଉଦାହରଣ ରୂପେ ଉଲ୍ଲେଖ କରି ନିଜସ୍ଵ ଅଭିମତର ମୂଲ୍ୟାୟନ କରିଛନ୍ତି ।

ପ୍ରବନ୍ଧର ପ୍ରଥମ ପର୍ଯ୍ୟାୟରେ ପ୍ରାବନ୍ଧିକ ନିଜସ୍ବ ଅଭିଜ୍ଞତା ପ୍ରକାଶ ଛଳରେ କହିଛନ୍ତି, ଜିଲ୍ଲା ପରିଷଦର ଆଞ୍ଚଳିକ ସଭାରେ ଆଲୋଚନାପାଇଁ ଯେତେ ବିଷୟ ରଖାଯାଇଥିଲା, ସେଥ‌ିରେ କୃଷି ଥିଲା ସବା ଉପରେ ଏବଂ ଶିକ୍ଷା ଥିଲା ସବାତଳେ । ଶିକ୍ଷାକୁ ଶେଷ ସ୍ଥାନରେ ରଖିବାର କାରଣ, ସରକାର ଯେତେ ଯୋଜନା କରୁଛନ୍ତି, କେହି ତା’କୁ ସାକାର କରିବାକୁ ଇଚ୍ଛାକରୁ ନାହାଁନ୍ତି । କାରଣ ସାଧାରଣ ଲୋକଙ୍କର ବିଶେଷ ଶିକ୍ଷା ନାହିଁ । ତେଣୁ ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି, ଯୋଜନାକୁ ଯେତିକି ଆଗ୍ରହରେ କରିବାକୁ ହେବ, ଶିକ୍ଷାକୁ ତା’ଠାରୁ ଅନେକ ଗୁଣ ଆଗ୍ରହ ସହକାରେ କଲେ, ଶିକ୍ଷା ଓ ଯୋଜନା ମଧ୍ୟରେ ସମନ୍ଵୟ ରହିପାରିବ ।

ଆମେରିକା ଭଳି ଦେଶକୁ ଯାଇ ପାଠ ପଢୁଛନ୍ତି, ସେମାନେ ପାଠ ପଢ଼ି ସାରିଲାପରେ ଆଉ ଦେଶକୁ ଆସିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି । ଦେଶର ପରିଚାଳନା ପଦ୍ଧତିରେ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲେ, ଏଭଳି ଅବସ୍ଥାରେ ପରିବର୍ତ୍ତନ ଆସିବ ନାହିଁ ।

ଦେଶର ଶିକ୍ଷା ସମସ୍ୟା ନିରୂପଣ ଓ ନିରାକରଣ ପାଇଁ ପ୍ରାବନ୍ଧିକ କେତେକ ମୂଲ୍ୟବାନ୍ ଅଭିମତ ଦେଇଛନ୍ତି । ଦେଶରେ ମୂଳରୁ ଚୂଳଯାଏ, ଯେଉଁଭଳି ପରୀକ୍ଷା ପଦ୍ଧତି ଅନୁସରଣ କରାଯାଉଛି, ସେଥ‌ିରେ ଛାତ୍ରର ଜ୍ଞାନର ନିର୍ଣ୍ଣୟ କରାଯାଇ ପାରୁନାହିଁ । କାରଣ ଛାତ୍ରମାନେ ଜ୍ଞାନ ଅଭିବୃଦ୍ଧି ବଦଳରେ, ନୋଟ୍ ବହି ମାଧ୍ୟମରେ କୌଣସି ପ୍ରକାର ପରୀକ୍ଷାରେ ପାସ୍ କରିବାକୁ ଚାହୁଁଛନ୍ତି । ଅଭିବୃଦ୍ଧି ଘଟୁନାହିଁ । ସେହିପରି ବର୍ତ୍ତମାନ – ଶିକ୍ଷାର ମାନ ଆସ୍ତେ ଆସ୍ତେ କମିବାରେ ଲାଗିଛି । ଏପରକି ପିଏଚ୍.ଡ଼ି., ଡି.ଲିଟ୍, କରୁଥିବା ବ୍ୟକ୍ତି ଜ୍ଞାନ ରାଜ୍ୟରେ ସମ୍ମାନ ପାଉନାହାଁନ୍ତି ।

ପ୍ରବନ୍ଧର ଶେଷ ଭାଗରେ ପ୍ରାବନ୍ଧିକ କହିଛନ୍ତି, ଆମେ କୌଣସି ଉପାୟରେ ଠକିଦେଲେ, ପ୍ରକୃତ ଜ୍ଞାନୀ ହୋଇପାରିବା ନାହିଁ । ଯଦି ପାଠ ପଢ଼ିବା, ତାହାହେଲେ ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇ ପାରିବା । ତେଣୁ ଶିକ୍ଷାକୁ ସବୁବେଳେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ, ଆମ ଭିତରେ ଥ‌ିବା ଠକିବାର ମାନସିକତା ଦୂରେଇଯିବ ଓ ଆମ ଅବସ୍ଥାର ପରିବର୍ତ୍ତନ ହେବ ।

Additional Multiple Choice Questions (Mcqs) With Answers

Question ୧।
ବିଶେଷଜ୍ଞମାନଙ୍କର କେଉଁ ଦେଶରେ ବିଶେଷ ମୂଲ୍ୟ ନାହିଁ ?
(i) ଆମେରିକା
(ii) ଭାରତ
(iii) ଇଂଲଣ୍ଡ
(iv) କ।ପ।ନ
Answer:
(ii) ଭାରତ

Question ୨ ।
ନିମ୍ନୋକ୍ତ କେଉଁଟି ପ୍ରାବନ୍ଧିକ ଗୋଲୋକବିହାରୀ ଧଳଙ୍କଦ୍ବାରା ଅନୂଦିତ ପୁସ୍ତକ ନୁହେଁ ?
(i) ଗୋଦାନ
(ii) ଗବନ
(iii) ପ୍ରେମାଶ୍ରମ
(iv) ଯୁଦ୍ଧ ଓ ଶାନ୍ତି
Answer:
(iv) ଯୁଦ୍ଧ ଓ ଶାନ୍ତି

Question ୩।
ପ୍ରାବନ୍ଧିକ ଶ୍ରୀଯୁକ୍ତ ଧଳ କେଉଁ ଭାବରେ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ ?
(i) ଭାଷାତତ୍ତ୍ବବିଦ୍
(ii) ଅନୁବାଦକ
(iii) ପ୍ରାବନ୍ଧିକ ଓ ଭ୍ରମଣ କାହାଣୀ ଲେଖକ
(iv) ସବୁଗୁଡ଼ିକ
Answer:
(iv) ସବୁଗୁଡ଼ିକ

Question ୪ ।
ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷା ଚିନ୍ତା’’ ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ ?
(i) ଆମେରିକାର ଅନୁଭୂତି
(ii) ବିଚାର ଆଲୋଚନା
(iii) ଓଡ଼ିଆ କେବେ
(iv) ଲଣ୍ଡନ ଚିଠି
Answer:
(ii) ବିଚାର ଆଲୋଚନା

Question ୫ ।
ସରକାରଙ୍କ ଯୋଜନାକୁ ସାଧାରଣ ଲୋକେ ଜାଣୁନାହାନ୍ତି କାହିଁକି ?
(i) ସରକାରୀ ଅଫିସରମାନେ ବ୍ରିଟିଶ ଲୋକଙ୍କ ପରି ଆଚରଣ କରୁଥ୍ରୁ
(ii) ଲୋକମାନେ ଖୁବ୍ ଦରିଦ୍ର ଥ‌ିବାରୁ
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ
(iv) ସରକାରୀ ଯୋଜନା ଅର୍ଥସବୁ ବାଟମାରଣା ହୋଇଯିବା ଯୋଗୁଁ
Answer:
(iii) ଲୋକମାନେ ଅଶିକ୍ଷିତ ହୋଇଥ‌ିବାରୁ

Question ୬ ।
ଆମ ଦେଶର ଶାସନ ବ୍ୟବସ୍ଥାରେ କେଉଁମାନଙ୍କର ବିଶେଷ ମୂଲ୍ୟ ନଥାଏ ?
(i) ବିଶେଷଜ୍ଞ
(ii) ଶାସକ
(iii) ସରକାରୀ ଅଫିସର
(iv) ରାଜନୈତିକ କର୍ମକର୍ତ୍ତା
Answer:
(i) ବିଶେଷଜ୍ଞ

Question ୭ ।
‘‘ଇଲଷ୍ଟ୍ରେଟେଡ୍ ଉଇକି’’ କହିଲେ କାହାକୁ ବୁଝାଇଥାଏ ?
(i) ଦୈନିକ ଇଂରାଜୀ ସମ୍ବାଦପତ୍ର
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ
(iii) ଦୈନିକ ହିନ୍ଦୀ ସମ୍ବାଦପତ୍ର
(iv) ମାସିକ ଇଂରାଜୀ ପତ୍ରିକା
Answer:
(ii) ବମ୍ବେରୁ ବାହାରୁଥିବା ଇଂରାଜୀ ସାପ୍ତାହିକ

Question ୮ ।
ଆଜିକାଲି ପାଠ ସଙ୍ଗେ କାହାର ସମ୍ପର୍କ ନାହିଁ ବୋଲି କୁହାଯାଇଛି ?
(i) ପୁସ୍ତକ
(ii) ଅକ୍ଷର
(iii) ଛାତ୍ରଛାତ୍ରୀ
(iv) ଶିକ୍ଷକ
Answer:
(ii) ଅକ୍ଷର

Question ୯ ।
ପ୍ରାବନ୍ଧିକ ବିଭିନ୍ନ ଘଟଣାର ଅବତାରଣା କରି କାହାର ଅଧୋଗତି ସମ୍ପର୍କରେ କହିଛନ୍ତି ?
(i) ସରକାରୀ ଯୋଜନା
(ii) ପରୀକ୍ଷା ପ୍ରଣାଳୀ
(iii) ଶିକ୍ଷା ବ୍ୟବସ୍ଥା
(iv) ପୁସ୍ତକ ରଚନା
Answer:
(iii) ଶିକ୍ଷା ବ୍ୟବସ୍ଥା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୧୦ ।
ମୂଲ୍ୟାୟନ କାଳରେ ବିଦ୍ୟାର୍ଥୀଙ୍କ କ’ଣ ନିର୍ଦ୍ଧାରଣ କରିବା କଷ୍ଟକର ହୋଇପଡ଼ିଛି ?
(i) ଗୁଣାତ୍ମକ ମାନ
(ii) ଭ୍ରମ
(iii) ସଠିକ୍ ମୂଲ୍ୟାୟନ
(iv) ପାସ୍ ହାର
Answer:
(i) ଗୁଣାତ୍ମକ ମାନ

Question ୧୧ ।
ଶିକ୍ଷାକୁ କେଉଁ ସ୍ଥାନ ଦେଲେ ଅବସ୍ଥାର ପରିବର୍ତ୍ତନ ହେବ ବୋଲି ପ୍ରାବନ୍ଧିକ ଆଶା ପୋଷଣ କରିଛନ୍ତି ?
(i) ଶେଷସ୍ଥାନ
(ii) ଶୀର୍ଷସ୍ଥାନ
(iii) ମଧ୍ଯମ ସ୍ଥାନ
(iv) ଉପଯୁକ୍ତ ସ୍ଥାନ
Answer:
(ii) ଶୀର୍ଷସ୍ଥାନ

Question ୧୨ ।
ପୂର୍ବରୁ ପାଠ ପଢ଼ିବାର ସୁବିଧା ନଥିଲେ ମଧ୍ୟ ପାଠର ମାନଦଣ୍ଡ କିପରି ଥିଲା ?
(i) ଉଚ୍ଚ
(ii) ନୀଚ
(iii) ଅଧୋଗତି
(iv) ଶୋଚନୀୟ
Answer:
(i) ଉଚ୍ଚ

Question ୧୩ ।
ଭାରତ ସରକାର ଶିକ୍ଷା କମିଶନ ବସାଇ କ’ଣ ନରୀକ୍ଷଣ କରୁଛନ୍ତି ?
(i) ଉତ୍ତୀର୍ଣ୍ଣହାର ହ୍ରାସ
(ii) ପରୀକ୍ଷା ପଦ୍ଧତି
(iii) ଭାରତୀୟ ଶିକ୍ଷା ପରିସ୍ଥିତି
(iv) ନୋହିର ପ୍ରଚଳନ
Answer:
(iii) ଭାରତୀୟ ଶିକ୍ଷା ପରିସ୍ଥିତି

Question ୧୪ ।
କେଉଁ ଲୋକମାନଙ୍କୁ ତାଲିମ କରି ଫଉଜ ପୋଷାକ ପିନ୍ଧାଇଲେ ଦେଶର ସ୍ବାଧୀନତା ରହିପାରିବ ନାହିଁ ?
(i) ଛାତ୍ରଛାତ୍ରୀ
(ii) ବୟସ୍କ ବ୍ୟକ୍ତି
(iii) ନିରନ୍ନ ମୂର୍ଖ
(iv) ଏନ୍.ସି.ସି.ରେ ଭର୍ତ୍ତିହୋଇଥିବା ଲୋକ
Answer:
(iii) ନିରନ୍ନ ମୂର୍ଖ

Question ୧୫ ।
ଭାରତରେ କେଉଁମାନଙ୍କର ବିଶେଷ ମୂଲ୍ୟ ନାହିଁ ?
(i) ଗବେଷକଙ୍କର
(ii) ବୈଜ୍ଞାନିକଙ୍କର
(iii) ଦାର୍ଶନିକଙ୍କର
(iv) ବିଶେଷଜ୍ଞଙ୍କର
Answer:
(iv) ବିଶେଷଜ୍ଞଙ୍କର

Question ୧୬ ।
ପଡ଼ିଆ ଭୂଇଁରେ ଫସଲ ବୁଣିଲେ କ’ଣ ହୁଏ ?
(i) ଗଛ ଉଠେ ନାହିଁ
(ii) ଗୋରୁ ଚରିଯା’ନ୍ତି
(iii) ଲାଭ ହୁଏ
(iv) କ୍ଷତି ହୁଏ
Answer:
(ii) ଗୋରୁ ଚରିଯା’ନ୍ତି

Question ୧୭ ।
ଏବେ ମାଟ୍ରିକ୍ ପାଠ କେଉଁଠିକି ନୁହେଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
(i) ବୃଦ୍ଧିକି
(ii) ପେଡ଼ିକି
(iii) ଧାଡ଼ିକି
(iv) ଜ୍ଞାନକୁ
Answer:
(ii) ପେଡ଼ିକି

Question ୧୮ ।
ବମ୍ବେରୁ ବାହାରୁଥିବା କାଗଜଟିର ନାମ କ’ଣ ?
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼
(ii) ଉଇକି
(iii) କଳିଙ୍ଗ
(iv) ନବଯୁଗ
Answer:
(i) ସଣ୍ଡେ ଷ୍ଟାଣ୍ଡାର୍ଡ଼

Question ୧୯ ।
ନୋଟ୍ ବହି ପଢ଼ିବା ଲୋକ କେଉଁ ପୁସ୍ତକ ଲେଖିପାରିବ ନାହିଁ ?
(i) ସାହିତ୍ୟ
(ii) ଗଣିତ
(iii) ମୌଳିକ
(iv) ବିଜ୍ଞାନ
Answer:
(iii) ମୌଳିକ

Question ୨୦ ।
ଜିଲ୍ଲା ପରିଷଦ ପରିଚାଳିତ ଆଞ୍ଚଳିକ ସଭାରେ କେଉଁ ବିଷୟ ସବାତଳେ ଆଲୋଚିତ ହେବାକୁ ରଖାଯାଇଥିଲା ?
(i) କୃଷି
(ii) ସ୍ଵାସ୍ଥ୍ୟ
(iii) ଗମନାଗମନ
(iv) ଶିକ୍ଷା
Answer:
(iv) ଶିକ୍ଷା

Question ୨୧ ।
‘ଶିକ୍ଷା’କୁ ଜିଲ୍ଲା ପରିଷଦ ସଭାର କେଉଁ କ୍ରମରେ ବିଚାର ବିଷୟ ଭାବରେ ରଖାଯାଇଥିଲା ?
(i) ସବା ଉପର
(ii) ମଧ୍ୟଭାଗ
(iii) ସବାତଳ
(iv) ଅନ୍ୟାନ୍ୟ
Answer:
(iii) ସବାତଳ

Question ୨୨ ।
ଯୋଜନା ଅର୍ଥ ବିଭାଗଙ୍କ ବିଚାରକୁ ଆସିଲେ ପ୍ରଥମେ ଆଘାତ କେଉଁ ବିଭାଗ ଉପରେ ପଡ଼େ ?
(i) ଶିକ୍ଷା
(ii) ସ୍ଵାସ୍ଥ୍ୟ
(iii) ଶିଳ୍ପ
(iv) ନଗର ଉନ୍ନୟନ
Answer:
(i) ଶିକ୍ଷା

CHSE Odisha Class 12 Odia Solutions Chapter 4 ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା

Question ୨୩ ।
କେଉଁମାନେ ପାଠପଢ଼ି ସାରିଲାପରେ ଆମେରିକା ଛାଡ଼ି ଆସିବାକୁ ଚାହୁଁ ନାହାନ୍ତି ?
(i) ଇଂରେଜମାନେ
(ii) ଭାରତୀୟମାନେ
(iii) ଏସୀୟମାନେ
(iv) ଜାପାନୀମାନେ
Answer:
(ii) ଭାରତୀୟମାନେ

Question ୨୪ ।
ବମ୍ବେରୁ ପ୍ରକାଶିତ ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ର କେଉଁ ଶିରୋନାମାରେ ଭାରତୀୟ ଛାତ୍ରମାନେ ଆମେରିକା ଛାଡ଼ି ଆସିବାକୁ ଚାହୁଁନାହାନ୍ତି ବୋଲି ମତପ୍ରକାଶ ପାଇଥିଲା ?
(i) ଶାସକ ଓ ବିଶେଷଜ୍ଞ
(iii)ଶିକ୍ଷା ଓ ଯୋଜନା
(ii) ଯୋଜନା ଓ ବିଶେଷଜ୍ଞ
(iv) ସବୁଗୁଡ଼ିକ
Answer:
(i) ଶାସକ ଓ ବିଶେଷଜ୍ଞ

(କ) ଲେଖକ ପରିଚିତି :

ଆଧୁନିକ ପ୍ରବନ୍ଧ ସାହିତ୍ୟରେ ପ୍ରଫେସର ଗୋଲୋକବିହାରୀ ଧଳ ଏକ ପରିଚିତ ନାମ । ତାଙ୍କ ସମ୍ପର୍କରେ କୁହାଯାଇଛି – ‘‘ଭାଷାତତ୍ତ୍ବବିତ୍, ଅନୁବାଦକ ଓ ପ୍ରାବନ୍ଧିକ ଭାବରେ ଗୋଲୋକବିହାରୀ ଧଳଙ୍କ ଖ୍ୟାତି ସୁବିଦିତ । ସମାଜ, ସଂସ୍କୃତି, ଶିକ୍ଷା ଓ ପରମ୍ପରା ନିକଟରେ ସରସଭାବରେ ଉପସ୍ଥାପିତ କରାଇବାରେ ସେ ଥିଲେ ଜଣେ ଧୂରୀଣ ଶିଳ୍ପୀ । ସଂକ୍ଷିପ୍ତତା ଓ ଇଙ୍ଗିତାରକତ ତାଙ୍କ ପ୍ରବନ୍ଧର ଅନ୍ୟତମ ବୈଶିଷ୍ଟ୍ୟ । ବ୍ୟଙ୍ଗ, ବିଦ୍ରୁପ ଓ ସ୍ବଭାବସୁଲଭ ରସିକତାରେ ତାହାଙ୍କ ରଚନା ସରସ ଓ ସୁଖପାଠ୍ୟ ।’’

ପ୍ରଫେସର ଧଳ ୧୯୨୧ ମସିହାରେ ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଢ଼ିଅ ଗ୍ରାମରେ ‘ଜନ୍ମଗ୍ରହଣ କରିଥିଲେ । ଜଣେ ମେଧାବୀ ଛାତ୍ର ଭାବରେ ସେ କାଳରେ ତାଙ୍କର ଯଥେଷ୍ଟ ସୁନାମ ଥିଲା । ୧୯୫୪ ମସିହାରେ ପାଟନାରୁ ସଂସ୍କୃତ ଭାଷା ଓ ସାହିତ୍ୟରେ ସେ ଏମ୍. ଏ. ପାଶ୍ କରି ଅଧାପନାକୁ ବୃତ୍ତିଭାବରେ ଗ୍ରହଣ କରି ନେଇଥିଲେ । ୧୯୫୧ ମସିହାରେ ସେ ଲଣ୍ଡନ ବିଶ୍ବବିଦ୍ୟାଳୟରୁ ସମ୍ମାନସୂଚକ ଡିଗ୍ରୀ ଲାଭ କରିଥିଲେ । ସେ ଥିଲେ ଜଣେ ମେଧାବୀ, ସୁଶୃଙ୍ଖଳ, କର୍ମତତ୍ପର ମଣିଷ ଓ ସୁଶିକ୍ଷକ । ଭାରତର ବିଶିଷ୍ଟ ଧ୍ୱନିବିତ୍ ଭାବେ ସେ ଥିଲେ ଯଶସ୍ବୀ; ମାତ୍ର ଦୁଇବର୍ଷ ପାଇଁ ରେଭେନ୍ସା କଲେଜର ଓଡ଼ିଆ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟକରି ୧୯୭୪ ମସିହା ଜୁନ୍ ୨୬ ତାରିଖରେ ତାଙ୍କର ଆକସ୍ମିକ ତିରୋଧାନ ଘଟିଲା ।

ପ୍ରାବନ୍ଧିକ ଗୋଲୋକବିହାରୀ ଧଳ ଖାଲି ଯେ ଜଣେ ସାଧାରଣ ଅଧ୍ୟାପକ ଥିଲେ ତା’ ନୁହେଁ, ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ଥିଲା ବେଶ୍ ପ୍ରଭାବଶାଳୀ । ତାଙ୍କର ବ୍ୟକ୍ତିଗତ ଜୀବନ କଠୋର ଶୃଙ୍ଖଳା, ଆଦର୍ଶ ଓ ନୀତିରେ ଥିଲା ଆବଦ୍ଧ । ନିଜର ବିଚାର ସିଦ୍ଧାନ୍ତରେ ସେ ଥିଲେ ଅଟଳ । ଏସବୁ ବ୍ୟତୀତ ଜଣେ ଉଦାର ମଣିଷ, ଦୟାଶୀଳ ବ୍ୟକ୍ତି ଓ ପ୍ରଭାବଶାଳୀ ପରୋପକାରୀ ଅଧ୍ୟାପକ ଭାବେ ସ୍ଵର୍ଗତ ଧଳ ଥିଲେ ବେଶ୍ ଜନପ୍ରିୟ ଓ ଛାତ୍ରବତ୍ସଳ ।

ଖ୍ୟାତିସମ୍ପନ୍ନ ସାହିତ୍ୟିକ ତଥା ଭାଷାବିତ୍ ଭାବେ ଅଧ୍ୟାପକ ଧଳ ବହୁଭାବରେ ପରିଚିତ ଥିଲେ । ୧୯୭୪ ମସିହା ଅଗଷ୍ଟ ସଂଖ୍ୟା ମାସିକ ‘ନବରବି’ ପତ୍ରିକାରେ ତାଙ୍କ ସମ୍ପର୍କରେ ଦୁର୍ଗାଚରଣ କୁଅଁର ଲେଖିଥିଲେ – ‘‘ଭାଷାବିଜ୍ଞାନ ଓ ଧ୍ବନିବିଜ୍ଞାନରେ ନିଜର ପାଣ୍ଡିତ୍ୟ ତଥା ମୌଳିକ ଗବେଷଣା ପାଇଁ ଅଧ୍ୟାପକ ଧଳ କେବଳ ଓଡ଼ିଶା କାହିଁକି ସାରା ଭାରତରେ ସୁଖ୍ୟାତି ଅର୍ଜନ କରିଥିଲେ । କଠିନ ବିଜ୍ଞାନ ବିଷୟରେ ନାନା କୌତୁକପ୍ରଦ ଦୃଷ୍ଟାନ୍ତଦ୍ଵାରା ସରଳ ଓ ସାଧାରଣ ବୋଧଗମ୍ୟ କରିବାର ଶୈଳୀ ଥିଲା ତାଙ୍କର ଏକାନ୍ତ ନିଜସ୍ବ । ଯେଉଁମାନେ ତାଙ୍କର ବକ୍ତୃତା ଶୁଣିଛନ୍ତି ଏହାର ସତ୍ୟତା ସହଜରେ ଉପଲବ୍ଧି କରିପାରିବେ ।’’

ଅଧ୍ୟାପକ ଧଳଙ୍କ ଜୀବନର ଦୁଃଖ ଥିଲା ଯେ, ସେ ବିଦେଶରୁ ଶିକ୍ଷାଲାଭ କରି ଫେରିବା ପରେ ତାଙ୍କର ନୂତନ ଶିକ୍ଷାର ବିନିଯୋଗ ପାଇଁ ଓଡ଼ିଶାରେ ତାଙ୍କୁ କୌଣସି ସୁବିଧା ଯୋଗାଇ ଦିଆଯାଇ ନ ଥିଲା । ଏହା ଥିଲା ପ୍ରଫେସର ଧଳଙ୍କ ପାଇଁ ଏକ ବିଶେଷ ସମସ୍ୟା ।

ପ୍ରଫେସର ଧଳ ଆଗ୍ରା ବିଶ୍ବବିଦ୍ୟାଳୟରେ ତିନି ବର୍ଷ ଧରି ନିଯୁକ୍ତି ପାଇ କାର୍ଯ୍ୟ କରିଥିଲେ । ସେଠାରେ ସେ ଅଧ୍ୟାପନା ଓ ଗବେଷଣାର ସୁବିଧା ଲାଭ କରିଥିଲେ । ଜଣେ ବହୁ ପଠନପିପାସୁ ଓ ପୁସ୍ତକ ଅଧ୍ୟୟନକାରୀଭାବେ ସ୍ଵର୍ଗତ ଧଳ ପରିଚିତ ଥିଲେ । ଏଥିପାଇଁ ନିଜ ଘରେ ସେ ଏକ ବିରାଟ ଲାଇବ୍ରେରୀ କରିଥିଲେ ।

ନିଜର ଯୋଗ୍ୟତା ବଳରେ ପ୍ରଫେସର ଧଳ ଦିଲ୍ଲୀ ମେଟ୍‌ଫ୍ ହାଉସ୍‌ରେ ଆଇ.ଏ.ଏସ୍. ଅଫିସରମାନଙ୍କୁ ଭାଷାତତ୍ତ୍ବ ଶିକ୍ଷାଦେବାଠାରୁ ଆରମ୍ଭକରି ଆଗ୍ରା, ପୁନା, ମହୀଶୂର ପ୍ରଭୃତି ବିଶିଷ୍ଟ ସ୍ଥାନମାନଙ୍କରେ ଭାଷାତତ୍ତ୍ଵର ଅଧ୍ୟାପକଭାବେ କାର୍ଯ୍ୟ କରିବାକୁ ଡାକରା ପାଇଥିଲେ । ପୁନଶ୍ଚ ଜାତୀୟ ଅନୁବାଦ ଟ୍ରଷ୍ଟରେ ସଦସ୍ୟ ତଥା ଭାରତୀୟ ଭାଷାତତ୍ତ୍ଵ ସମିତିର କାର୍ଯ୍ୟନିର୍ବାହୀ କମିଟିର ସଭ୍ୟଭାବେ କାର୍ଯ୍ୟ କରିବାକୁ ସେ ସୁଯୋଗ ପାଇଥିଲେ । ଏସବୁ ବ୍ୟତୀତ ଓଡ଼ିଆ ଭାଷା, ସାହିତ୍ୟ ପାଇଁ ସେ ଅନେକ ଚିନ୍ତାଶୀଳ ଶିକ୍ଷାଧର୍ମୀ ପୁସ୍ତକ ରଚନା କରିଯାଇଛନ୍ତି । ସେଗୁଡ଼ିକ ହେଲା

(୧) ଆମେରିକା ଅନୁଭୂତି (ଭ୍ରମଣ କାହାଣୀ), (୨) ଲଣ୍ଡନ ଚିଠି (ଭ୍ରମଣ କାହାଣୀ), (୩) ଗୋଦାନ (ଅନୁବାଦ), (୪) ପ୍ରତିଜ୍ଞା (ଅନୁବାଦ), (୫) କେନେଡ଼ିଙ୍କ ଜୀବନୀ (ଅନୁବାଦ), (୬) ଭାରତ ମୋର ଘର (ଅନୁବାଦ), (୭) ପ୍ରେମଚାନ୍ଦଙ୍କ ଗଳ୍ପମାଳା (ଅନୁବାଦ), (୮) ପ୍ରେମାଶ୍ରମ (ଅନୁବାଦ), (୯) ଭାଷାଶାସ୍ତ୍ର ପରିଚୟ (ଭାଷାବିଜ୍ଞାନ ଆଲୋଚନା), (୧୦) ବିଚାର ଆଲୋଚନା (ପ୍ରବନ୍ଧ), (୧୧) ଧ୍ବନିବିଜ୍ଞାନ (ଭାଷାଶାସ୍ତ୍ର ଆଲୋଚନା), (୧୨) ଧୂସର ପଣତ (ଅନୁବାଦ), (୧୩) ମଣିଷର ଭାଷା, (୧୪) ଅମର ମଣିଷ, (୧୫) ଓଡ଼ିଆ କେବେ, (୧୬) ଗାନ୍ଧିଜୀ ଓ ଭାଷା ସମସ୍ୟା, (୧୭) ପେଟ୍‌ ପବନ, ମୁଖକୀ ବାତ୍ (ହିନ୍ଦୀ), (୧୮) ଧ୍ବନିବିଜ୍ଞାନ (ହିନ୍ଦୀ) ।

ପ୍ରଫେସର ଧଳ ପ୍ରୌଢ଼ ସ୍ବାକ୍ଷରମାନଙ୍କ ଉଦ୍ଦେଶ୍ୟରେ ‘ଟଙ୍କା ସୁନାର ସଂସାର’, ‘ନୂଆ ଗାଁ’, ‘ନୂଆ ସହର’, ‘ଆମ ସ୍ଵାଧୀନ ସଂସାର’ ନାମକ ଲେଖାମାନ ଲେଖି ବେଶ୍ ଜନପ୍ରିୟ ମଧ୍ୟ ହୋଇଥିଲେ । କାଳକ୍ରମେ ପ୍ରଫେସର ଧଳ ବା ଭାଷାତତ୍ତ୍ଵବିଦ୍ ଧଳଙ୍କୁ ଲୋକେ ହୁଏତ ଭୁଲିପାରନ୍ତି; ମାତ୍ର ଓଡ଼ିଆ ସାହିତ୍ୟକୁ ତାଙ୍କର ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ।

(ଖ) ପ୍ରବନ୍ଧ ସମ୍ପର୍କରେ :

ଆଲୋଚ୍ୟ ପ୍ରବନ୍ଧ ‘ସ୍ଵାଧୀନ ଦେଶରେ ଶିକ୍ଷାଚିନ୍ତା’ରେ, ପ୍ରାବନ୍ଧିକ ସ୍ଵାଧୀନ ଭାରତବର୍ଷର ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ କରାଯାଉଥିଲା । ପ୍ରାବନ୍ଧିକ ତୁଳନାତ୍ମକ ବିଚାରଧାରା ପ୍ରକାଶ କରି କହିଛନ୍ତି, ଆମେରିକା ଓ ଇଂଲଣ୍ଡ ଅପେକ୍ଷା ଆମ ଦେଶରେ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରିବାପାଇଁ ଖସଡ଼ା ପ୍ରସ୍ତୁତ କରାଗଲା । ମାତ୍ର ଯୋଜନା ମଧ୍ୟରେ ଶିକ୍ଷାକଥାକୁ ଶେଷରେ ବିଚାର ନିର୍ଦ୍ଦେଶ କରିଛନ୍ତି । ପରୀକ୍ଷାର ସବୁସ୍ତରରେ ଅସାଧୁ ଉପାୟ ଅବଲମ୍ବନ କରାଯାଉଥିବାରୁ, ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ମାନ ନିର୍ଦ୍ଧାରଣ କରାଯାଇ ପାରୁନାହିଁ । ପ୍ରବନ୍ଧର ଶେଷ ପର୍ଯ୍ୟାୟରେ ଶିକ୍ଷାକୁ ଯଦି ଶୀର୍ଷସ୍ଥାନରେ ରଖାଯାଇ ବିଚାର କରାଯାଏ, ତା’ହେଲେ ଆମ ଦେଶରେ ଯେଉଁ ଅବସ୍ଥା ଦେଖାଦେଇଛି, ତାହାର ପରିବର୍ତ୍ତନ ହେବା ଆବଶ୍ୟକ ବୋଲି ବର୍ଣ୍ଣନା କରାଯାଇଛି ।

(ଗ) ପ୍ରବନ୍ଧର ସାରକଥା :

ପ୍ରାବନ୍ଧିକ ନିଜସ୍ୱ ଅଭିଜ୍ଞତା ପ୍ରକାଶ କରି ପ୍ରବନ୍ଧଟି ଆରମ୍ଭ କରିଛନ୍ତି । ଥରେ ସେ ଜିଲ୍ଲା ପରିଷଦମାନଙ୍କଦ୍ୱାରା ପରିଚାଳିତ ଏକ ଆଲୋଚନା ସଭା ଦେଖ‌ିବାର ସୁଯୋଗ ପାଇଥିଲେ । ସେହି ସଭାର ଆଲୋଚନାରେ ସେ ଦେଖିଥିଲେ କୃଷିକୁ ଶୀର୍ଷସ୍ଥାନ ଦେଉଥିଲାବେଳେ, ଶିକ୍ଷାକୁ ସର୍ବଶେଷରେ ବିଚାର କରାଯାଇଥିଲା । କୃଷିକୁ ପ୍ରଥମେ ବିଚାର କରାଯିବାରେ କିଛି ଦ୍ବିମତ ନ ଥିଲା;

ମାତ୍ର ଶିକ୍ଷାକୁ ଶେଷରେ ବିଚାର କରାଯିବା ପ୍ରାବନ୍ଧିକଙ୍କ ମନରେ ଭିନ୍ନ ଭାବ ସୃଷ୍ଟି କରିଥିଲା । ସେଦିନ ସଭାରେ ଯାହାସବୁ ବିଚାର କରାଯାଇଥିଲା, ସେଥୁରୁ ଜଣାଯାଇଥିଲା, ସରକାର ଅନେକ ଯୋଜନା କରୁଥିଲେ ବି, ତାହାକୁ ଲୋକମାନେ ବୁଝୁନାହାଁନ୍ତି; ଫଳରେ ଯୋଜନାଗୁଡ଼ିକ ଉପଯୁକ୍ତ ଭାବେ କାର୍ଯ୍ୟ କରୁନାହିଁ । ଏହାର ମୂଳକାରଣ ହେଉଛି ସାଧାରଣ ଲୋକଙ୍କର ଶିକ୍ଷା ନାହିଁ । ଏକ ଉଦାହରଣ ଦେଇ କହିଛନ୍ତି – ‘ମାଟିକୁ ପାଗକରି ସେଥ‌ିରେ ମଞ୍ଜି ପୋତିଲେ ଚଞ୍ଚଳ ଗଛ ଧରେ; କିନ୍ତୁ ପଡ଼ିଆ ଭୂଇଁରେ ଫସଲ ବୁଣିଲେ ଗୋରୁ ଚରିଯା’ନ୍ତି । ତେଣୁ ମଣିଷ ମନକୁ ପ୍ରଥମେ ଶିକ୍ଷାରେ ସଜାଡ଼ି ତା’ପରେ ତାକୁ ଯୋଜନା କଥା କହିଲେ ସେ ବୁଝି ପାରିବେ ।’ କେବଳ ଶିକ୍ଷାଦେଇ ପରେ ଯୋଜନା ପ୍ରସ୍ତୁତ କଲେ, ଆମେ ଦେଶର ଅଗ୍ରଗତିରେ ପଛରେ ପଡ଼ିଯିବା । ତେଣୁ ଏକାଦିକ୍ରମେ ଆମେ ଯେତିକି ଯେତିକି ଅନ୍ୟ ବିଷୟରେ ଯୋଜନା କରିବା, ସେହି ଅନୁସାରେ ଶିକ୍ଷା ଉପରେ ଅନେକ ଗୁଣ ଗୁରୁତ୍ଵ ଦେଲେ, ଯୋଜନାଗୁଡ଼ିକ ସଫଳ ହୋଇପାରିବ ଏବଂ ଯୋଜନା ଓ ଶିକ୍ଷା ମଧ୍ୟରେ ସମନ୍ଵୟ ରକ୍ଷା ହୋଇ ପାରିବ । ଜାତିସଂଘ ମଧ୍ୟ ଅନୁରୂପ ମତଦେଇ କହିଛି, ଲୋକମାନେ ଶିକ୍ଷା ଦୃଷ୍ଟିରୁ ଦୁର୍ବଳ ଥ‌ିବାରୁ ଉନ୍ନୟନ କାର୍ଯ୍ୟଗୁଡ଼ିକ ଅଗ୍ରସର ହୋଇପାରୁ ନାହିଁ । ଏସିଆର ଅଧ୍ଵଂକାଂଶ ଦେଶରେ ଏହାହିଁ ହେଉଛି ସବୁଠାରୁ ବଡ଼ ସମସ୍ୟା ।

ଆମ ଦେଶ ସ୍ଵାଧୀନ ହେବା ପରେ, ଶିକ୍ଷାର ପ୍ରସାର ପାଇଁ ବହୁ ଚେଷ୍ଟା ଚାଲିଛି । ଉନ୍ନୟନ ନାଁରେ ଯେଉଁ ଲମ୍ବା ଲମ୍ବା ରିପୋର୍ଟ ପ୍ରସ୍ତୁତ ହେଉଛି, ସେହି ରିପୋର୍ଟକୁ ଦେଖି ଆମେ ମୁଗ୍ଧ ହୋଇଯାଉଛୁ । ମାତ୍ର ସେହି ରିପୋର୍ଟ ଅନୁସାରେ କେତେ କାର୍ଯ୍ୟ ହେଉଛି ତା’ର ମୌଳିକ ମୂଲ୍ୟ ବିଷୟରେ ବିଶେଷ ଚିନ୍ତା କରିବାକୁ ଆମକୁ ବେଳ ନାହିଁ । କେବଳ ଶିକ୍ଷା ବିଷୟରେ ନୁହେଁ, ସବୁ ବିଷୟରେ ଅଳ୍ପ ବହୁତେ ସେହିଭଳି ହେଉଛି । ଆମର ଶାସନ ପଦ୍ଧତି ଏପରି ହୋଇଛି ଯେ, ଯେକୌଣସି ବିଷୟରେ ସବୁ ହୋଇସାରିବା ପରେ, ଯୋଜନାଗୁଡ଼ିକ ଯେତେବେଳେ ଅର୍ଥ ବିଭାଗକୁ ଯାଏ, ଅର୍ଥ ସଚିବ ପ୍ରଥମେ ଶିକ୍ଷା ଉପରେ ଆଘାତ ଦେଇଥା’ନ୍ତି ।

ଆଉ ଫେରୁ ନାହାଁନ୍ତି ପ୍ରାବନ୍ଧିକ ତାହାର ସ୍ପଷ୍ଟୀକରଣ ଦେଇଛନ୍ତି । ଏହାକୁ ପ୍ରମାଣ କରିବାପାଇଁ ସେ ‘ଇଲଷ୍ଟ୍ରେଟେଡ଼ ଉଇକି’ ଏବଂ ବମ୍ବେରୁ ବାହାରୁଥିବା ‘ସଣ୍ଡେ ଷ୍ଟାଣ୍ଡାର୍ଡ଼’ ଖବରକାଗଜର ଉକ୍ତିକୁ ଉଲ୍ଲେଖ କରିଛନ୍ତି । ପ୍ରଥମତଃ ସେମାନେ ଆମେରିକାରେ ସୁଖସମ୍ଭୋଗ ସହିତ ଅଧ‌ିକ ଟଙ୍କା ପାଉଛନ୍ତି ଏବଂ ସେମାନଙ୍କର ଅଭିମତକୁ ଯଥେଷ୍ଟ ମର୍ଯ୍ୟାଦା ଦିଆଯାଉଛି । ଭାରତରେ ବିଶେଷଜ୍ଞମାନଙ୍କର କୌଣସି ମୂଲ୍ୟ ନାହିଁ; କାରଣ ସବୁକଥା ଶାସକମାନଙ୍କଦ୍ୱାରା ନିୟନ୍ତ୍ରତ ହୋଇଥାଏ । ଫଳସ୍ବରୂପ ଆମ ଦେଶରେ ବିଶେଷଜ୍ଞମାନଙ୍କର କୌଣସି କଥା କରିବାପାଇଁ ବ୍ୟକ୍ତିଗତ ଉତ୍ସାହ ନାହିଁ କିମ୍ବା ସ୍ପୃହା ରହୁନାହିଁ । ପୁନଶ୍ଚ ଯେଉଁମାନଙ୍କର ସ୍ପୃହା ଅଛି ସେମାନଙ୍କୁ ନିଃସ୍ପୃହ କରିବାପାଇଁ ଅନେକ ଲୋକ ରହିଛନ୍ତି । ଏ ସମ୍ପର୍କରେ ପ୍ରାବନ୍ଧିକ କହିଛନ୍ତି – ‘ଏହି ସମ୍ପର୍କରେ ଦେଶର ପରିଚାଳନା ପଦ୍ଧତିରେ ଏକ ନୂତନ ଦୃଷ୍ଟିକୋଣ ସୃଷ୍ଟି ନ ହେଲା ପର୍ଯ୍ୟନ୍ତ ଅବସ୍ଥାର କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ ।’’

ଶିକ୍ଷା କ୍ଷେତ୍ରରେ ବଡ଼ ବଡ଼ ଯୋଜନା ଓ ବଡ଼ ବଡ଼ ବିଶେଷଜ୍ଞଙ୍କ କଥାକୁ ଛାଡ଼ିଦେଲେ ସାଧାରଣ ସ୍ତରରେ ଶିକ୍ଷାର ଯେପରି ଅଧୋଗତି ହେଉଛି, ତାହାକୁ ନ ରୋକିଲେ, ଆମର ଅବସ୍ଥା ନିଶ୍ଚୟ ଶୋଚନୀୟ ହେବ । ଶିକ୍ଷାର ପ୍ରସାର ଯେତେ ବାହାରକୁ ଦେଖାଯାଉଥିଲେ ମଧ୍ୟ, ବାସ୍ତବରେ ଶିକ୍ଷାର ସେତେଟା ଉନ୍ନତି ହେଉନାହିଁ । ଶିକ୍ଷା ଯେପରି ଏକ ନିରୁପାୟ ଅବସ୍ଥାରେ ପହଞ୍ଚିଲାଣି । ଏଭଳି ପରିସ୍ଥିତିର ନିରାକରଣ ପାଇଁ ଭାରତ ସରକାର ଏକ ଶିକ୍ଷା କମିଶନ ବସାଇ ଭାରତୀୟ ଶିକ୍ଷା ପରିସ୍ଥିତିର ନିରୀକ୍ଷଣ କରୁଛନ୍ତି ।

ଶିକ୍ଷା କ୍ଷେତ୍ରରେ ଅନେକ ସମସ୍ୟା ରହିଥିଲେ ବି ପ୍ରାବନ୍ଧିକ ଆମ ଦେଶର ପରୀକ୍ଷା ପଦ୍ଧତି ସମ୍ପର୍କରେ ସୂଚନା ଦେଇଛନ୍ତି । କାରଣ ଆମ ଦେଶର ମୂଳରୁ ଚୂଳ ପର୍ଯ୍ୟନ୍ତ ଯେଉଁ ପରୀକ୍ଷା ପଦ୍ଧତି ରହିଛି, ସେଥୁରୁ ଛାତ୍ରମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଦ୍ଧାରଣ କରିବା କଷ୍ଟକର । ଶିକ୍ଷା କମିଶନଙ୍କୁ ପ୍ରାବନ୍ଧିକ ଏ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ପୁନଶ୍ଚ ‘କଳିଙ୍ଗ’ ନାମକ ଖବର କାରଣ ବର୍ତ୍ତମାନର ଛାତ୍ରମାନେ ପାଠପଢ଼ା କଥା ଯେତିକି ଜାଣୁନାହାଁନ୍ତି, ତା’ଠାରୁ ଅଧ‌ିକ ଜାଣୁଛନ୍ତି ପରୀକ୍ଷା ବିଷୟରେ । ସେଥ୍ପାଇଁ ସେମାନେ ନୋଟ୍ ବହି ବ୍ୟବହାର କରୁଛନ୍ତି ।

ଏଭଳି ମାନସିକତାକୁ ଆକ୍ଷେପ କରି ପ୍ରାବନ୍ଧିକ କହିଛନ୍ତି – ‘‘ନୋଟ୍ ବହି ପଢ଼ି, ଭୋଟ୍ ଦେଇ ପୃଥ‌ିବୀରେ କେଉଁଠି କେବେ ଗଣତନ୍ତ୍ର ତିଷିଲାଣି ? ରାତି ପାହିଲେ ଯେଉଁ ବିଲାତ, ଆମେରିକା ଓ ରୁଷ କଥା ଆମେ କହୁଛୁ ଓ ସେମାନଙ୍କ ସଙ୍ଗେ ସମକକ୍ଷ ହେବାପାଇଁ ଚେଷ୍ଟା କରୁଛୁ, ଏମିତି ନୋଟ୍ ବହି ପଢ଼ି କ’ଣ ଆମେ ସମାନ ହୋଇପାରିବୁ ।’’ ବାସ୍ତବରେ ନୋଟବହି ପଢ଼ିବାଦ୍ୱାରା ପିଲାର କୌଣସି ସମୟରେ ମୌଳିକତାର ଉନ୍ନତି ହୁଏ ନାହିଁ । ପ୍ରକୃତରେ ଯେଉଁ ଦେଶରେ ମୌଳିକ ପୁସ୍ତକ ଲେଖାଯିବ ନାହିଁ, ସେହି ଦେଶରେ ମୌଳିକ ଚିନ୍ତା ପରିପ୍ରକାଶ ହେବ ନାହିଁ ।

ଆମ ଦେଶର ପରୀକ୍ଷା ପଦ୍ଧତିର ମୂଲ୍ୟାୟନ କରି ପ୍ରାବନ୍ଧିକ କହିଛନ୍ତି, ‘ପିଲା ଯଦି ପ୍ରାଥମିକ ପରୀକ୍ଷାରୁ ନୋଟ୍ ବହି ପଢ଼େ ଏବଂ ବହିର ଜ୍ଞାନ ଆହରଣ ଅପେକ୍ଷା ଅଧିକ ପରୀକ୍ଷା ସମ୍ପର୍କରେ ଚିନ୍ତାକରେ, ତେବେ ସେ କେବେହେଲେ ଜ୍ଞାନ ଅର୍ଜନ କରିପାରିବ ନାହିଁ ।’’ ଏବେ ଆନ୍ଧ୍ର ପ୍ରଦେଶରେ ଜଣେ ଛାତ୍ର ପ୍ରଶ୍ନପତ୍ର ବିକି ଦଶହଜାର ଟଙ୍କା ଲାଭ କରିଥିବା ବିଷୟ, ସେଠାକାର ବିଧାନସଭାରେ ବିଚାର ହୋଇଛି । ସେହିପରି ଜଣେ ସ୍କୁଲ ଶିକ୍ଷକ ଖୋଲାଖୋଲି ଭାବରେ ଗୋଟିଏ ପ୍ରବନ୍ଧରେ ଲେଖିଛନ୍ତି, ଯେଉଁ ଅନୁଷ୍ଠାନରେ ଅଧ୍ବକ ଛାତ୍ର ଭଲ ଫଳ ଦେଖାଉଛନ୍ତି, ତା’ହେଲେ ସେଠିକାର ଫଳାଫଳକୁ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ହେବ । ପିଲା ଯଦି ଭଲ କରିଛି, ତାହା ଶୁଣିଲା ମାତ୍ରେ ଆମେ ସନ୍ଦେହ କରିବା, ତା’ହେଲେ ସେଭଳି ପାଠର ମୂଲ୍ୟ କିଛି ନାହିଁ । ପୁନଶ୍ଚ ଏବେ ଦିନକୁ ଦିନ ପରୀକ୍ଷା ବଢ଼ୁଛି । ମାଇନର ପରୀକ୍ଷା, ଅପର ପ୍ରାଇମେରୀ ପରୀକ୍ଷା ଏବେ ଚାଲୁହୋଇଛି । ମାତ୍ର କହୁଛନ୍ତି, ଏଭଳି ପରୀକ୍ଷା ହେଉଛି, ପିଲାଙ୍କ ପାଇଁ ପ୍ରଶ୍ନୋତ୍ତର ବହି ବିକ୍ରି ହେବା ଛଡ଼ା, ଆଉ କିଛି ନୁହେଁ ।

କେବଳ ତଳ ସ୍ତର ନୁହେଁ ଉପର ସ୍ତରରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖିବାକୁ ମିଳୁଛି । ଫଳରେ ବିଶ୍ବବିଦ୍ୟାଳୟର ପରୀକ୍ଷାରେ ଯେତିକି ପିଲା ପାସ୍ କରୁଛନ୍ତି, ତା’ର ଏକ ତୃତୀୟାଂଶ ପିଲା ଅବୈଧ ଆଚରଣରେ ଦଣ୍ଡିତ ହେଉଛନ୍ତି । ଆଗରୁ ପରୀକ୍ଷାଫଳ ଏକାଥରକେ ବାହାରୁଥିଲା, ଆଜିକାଲି ବର୍ଷଯାକ ପରୀକ୍ଷା ଫଳ ବାହାରୁଛି ।

ଆଗରୁ ପାଠର ମାନ ଅଧିକ ଥୁଲା, ଫଳରେ ସେତେବେଳେ ମାଟ୍ରିକ୍ ପାସ୍ କରିଥିବା ପିଲା ମାଜିଷ୍ଟ୍ରେଟ୍ କାମ ଚଳାଇ ଦେଉଥିଲା; ମାତ୍ର ବର୍ତ୍ତମାନର ମାଟ୍ରିକ୍ ପାସ୍‌ର କୌଣସି ମୂଲ୍ୟ ନାହିଁ । ପ୍ରାବନ୍ଧିକଙ୍କ ଭାଷାରେ ‘ଏବେ ମାଟ୍ରିକ୍ ପାଠ ଖଡ଼ିକି ନୁହେଁ କି ପେଡ଼ିକି ନୁହେଁ ।’’ ବର୍ତ୍ତମାନର ବି.ଏ. ଛାତ୍ରକୁ ଚିଠିଟିଏ ଲେଖିବାକୁ କହିଲେ, ଇଂରାଜୀରେ ଯାହିତାହି ଲେଖିଦେବେ, ମାତ୍ର ମାତୃଭାଷାରେ ଲେଖିଲାବେଳେ ଅନେକ ବନାନ ଅଶୁଦ୍ଧ ହେବ । ପାଠ ସହିତ ମଧ୍ଯ ଅକ୍ଷର ପ୍ରତି କେହି ଯତ୍ନବାନ୍ ହେଉ ନ ଥ‌ିବା ମଧ୍ୟ ପ୍ରାବନ୍ଧିକ ସୂଚନା ଦେଇଛନ୍ତି ।

ଆଗେ ପାଠପଢ଼ାର ବହୁତ ଅସୁବିଧା ଥିଲା । ଲୋକମାନଙ୍କର ପାଠ ପ୍ରତି ଆଗ୍ରହ ନ ଥିଲା । ତଥାପି ସେ ସମୟର ପାଠ ପଢ଼ାର ମାନଦଣ୍ଡ ଉଚ୍ଚ ଥିଲା । ବର୍ତ୍ତମାନ ସମୟରେ ପାଠ ପଢ଼ିବାପାଇଁ ନାନା ସୁବିଧା ଆବିଷ୍କୃତ ହେଉଛି, ଲୋକମାନେ ପାଠର ମୂଲ୍ୟ ବୁଝିଲେଣି, ହେଲେ ପାଠର ମାନ କମିବାରେ ଲାଗିଛି । ପ୍ରାଥମିକ ସ୍ତରଠାରୁ ପି.ଏଚ୍.ଡ଼ି. ସ୍ତର ପର୍ଯ୍ୟନ୍ତ ଅବସ୍ଥା ସମାନ ହୋଇଛି । ‘ହିନ୍ଦୁସ୍ଥାନ ଷ୍ଟାଣ୍ଡାର୍ଡ଼’ରେ ‘ଆଉଟ୍ ସାଇଡ଼ର’ ନାଁ ଦେଇ ଜଣେ ଲେଖିଥିଲେ, ବେଙ୍ଗଲି ସାହିତ୍ୟରେ ଲୋକମାନେ ପରୀକ୍ଷାରେ କିପରି ପ୍ରଥମ ଶ୍ରେଣୀରେ ପାସ୍‌ କରୁଛନ୍ତି । ତେଣୁ ପ୍ରଥମ ଶ୍ରେଣୀର କୌଣସି ମୂଲ୍ୟ ନ ଥ‌ିବାରୁ, ଅନେକ ଡି.ଫିଲ୍., ଡି. ଲିଟ୍. ଆଦି କରୁଛନ୍ତି । ପ୍ରାବନ୍ଧିକଙ୍କ ମତରେ କେବଳ ବଙ୍ଗଳା ବିଭାଗରେ ଏଭଳି ହେଉଛି ତାହା ନୁହେଁ, ସବୁ ବିଭାଗରେ ମଧ୍ୟ ଏପରି ହେଉଛି । ଆମ ଦେଶରେ ଗବେଷଣା ଡିଗ୍ରୀ କଲାବେଳେ ଛାତ୍ରମାନଙ୍କୁ କୌଣସି ପ୍ରବନ୍ଧ ଇତ୍ୟାଦି ଲେଖିବାକୁ ପଡ଼ୁନାହିଁ । ଏଭଳି ଠକାମିକୁ ପ୍ରାବନ୍ଧିକ ଆକ୍ଷେପ କରିଛନ୍ତି । ଉପଯୁକ୍ତ ଶିକ୍ଷାଦେଲେ, ଆମେ ଅନ୍ୟମାନଙ୍କ ସହିତ ସମାନ ହୋଇପାରିବୁ ।

ତେଣୁ ପ୍ରାବନ୍ଧିକ ପ୍ରବନ୍ଧର ଶେଷରେ କହିଛନ୍ତି – ‘‘ଶିକ୍ଷାକୁ ଆମ ବିଚାରରେ ଶେଷ ସ୍ଥାନ ନଦେଇ ଶୀର୍ଷସ୍ଥାନ ଦେଲେ ଏ ଅବସ୍ଥାର ପରିବର୍ତ୍ତନ କେବଳ ଆଶା କରାଯାଇ
ପାରେ ।’’

(ଘ) କଠିନ ଶବ୍ଦ ଓ ଏହାର ଅର୍ଥ:

  1. ରିପୋର୍ଟ – ବିବରଣୀ
  2. ନିରକ୍ଷର – ଅକ୍ଷର ନ ଶିଖିଥିବା
  3. ଉନ୍ନୟନ – ଉନ୍ନତିମୂଳକ
  4. ମୁଗ୍ଧ – ସନ୍ତୁଷ୍ଟ
  5. ଇଲଷ୍ଟ୍ରେଟେଡ଼ ଉଇକ୍ଲି – ଏକ ଇଂରାଜୀ ସାପ୍ତାହିକ ଖବରକାଗଜ
  6. ଗର୍ହିତ – ଯାହା ହିତକର ନୁହେଁ
  7. ଗଭର୍ଷର – ରାଜ୍ୟପାଳ
  8. ଷ୍ଟାଣ୍ଡାର୍ଡ଼ – ସ୍ତର
  9. ସ୍ପୃହା – ଇଚ୍ଛା / ଆଗ୍ରହ
  10. ନିରୁପାୟ – ଉପାୟ ନ ଥିବା / ଅସହାୟ
  11. ଅବୈଧ – ବେନିୟମଯୁକ୍ତ
  12. ନିଃସ୍ପୃହ – ଉଦାସୀନ
  13. ସ୍ଫୁରଣ – ପ୍ରକାଶ
  14. ଅନୁସନ୍ଧାନ – ଖେ।ଜିବା
  15. ମାନଦଣ୍ଡ – ମାପଯନ୍ତ୍ର
  16. ଶିକ୍ଷା କମିଶନ – ଶିକ୍ଷା ଆୟୋଗ (ଶିକ୍ଷା କର୍ମ ସମ୍ପାଦନ ନିମନ୍ତେ ଗଠିତ କାର୍ଯ୍ୟନିର୍ବାହିକା ମଣ୍ଡଳୀ ।)
  17. ଆଉଟ୍ ସାଇଡ଼ର – ବାହାର ଲୋକ ।
  18. ପି.ଏଚ୍.ଡ଼ି. – Doctor of Philosophy
  19. ଡି. ଲିଟ୍. – Doctor of Letters
  20. ନିରନ୍ତ – ଖାଦ୍ୟ ଖାଇ ପାରୁ ନ ଥ‌ିବା ଅଭାବୀ ଲୋକ

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

Odisha State Board CHSE Odisha Class 12 Foundation of Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା Questions and Answers.

CHSE Odisha 12th Class Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କାହାଦ୍ବାରା କମ୍ପ୍ୟୁଟର ଉଦ୍ଭାବନ କରାଯାଇଥିଲା ?
(i) ମ୍ୟାଡ଼ାମ୍ କ୍ୟୁରୀ
(ii) ଚାର୍ଲସ୍ ବ୍ୟାବେଜ୍
(iii) ରୋଟେଙ୍ଗ ଜେନ୍
(iv) ରାଇଟ୍ ବ୍ରଦରର୍ସ
Answer:
(ii) ଚାର୍ଲସ୍ ବ୍ୟାବେଜ୍

2. ‘CLASS’ କାର୍ଯ୍ୟକ୍ରମ କେଉଁ ମସିହାରୁ କମ୍ପ୍ୟୁଟର ଶିକ୍ଷାକୁ ବିଦ୍ୟାଳୟରେ ପ୍ରଦାନ କରିବାପାଇଁ ସ୍ଥିର କରିଥିଲା ?
(i) ୧୯୮୦
(ii) ୧୯୮୧
(iii) ୧୯୮୩
(iv) ୧୯୮୪
Answer:
(iv) ୧୯୮୪

3. E-mail ର ଅର୍ଥ କ’ଣ ?
(i) Engineering Mail
(ii) Electronic Mail
(iii) Electoring Mail
(iv) Electric Mail
Answer:
(ii) Electronic Mail

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

4. CPU ର ପୂରା ନାମ କ’ଣ ?
(i) Computer Processing Unit
(ii) Centre Processing Unit
(iii) Central Processing Unit
(iv) Central Power Unit
Answer:
(iii) Central Processing Unit

5. କେଉଁଟି କମ୍ପ୍ୟୁଟରର ଏକ ଅଂଶ ନୁହେଁ ?
(i) ହାର୍ଡୱେୟାର
(ii) ସି.ପି.ୟୁ.
(iii) ବ୍ୟାଟେରୀ
(iv) ମନିଟର
Answer:
(iii) ବ୍ୟାଟେରୀ

6. ନିମ୍ନୋକ୍ତ କେଉଁ ସ୍ଥାନରେ ପ୍ରଥମେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର କରାଯାଇଥିଲା ?
(i) ଆମେରିକାର ମାସାଚୁସେଟସ୍
(ii) ଇଂଲଣ୍ଡର ଲଣ୍ଡନ
(iii) ଭାରତର ବେଙ୍ଗାଲୁରୁ
(iv) ଋଷିଆର ମସ୍କୋ
Answer:
(i) ଆମେରିକାର ମାସାଚୁସେଟସ୍

7. ନିମ୍ନୋକ୍ତ କେଉଁ କାର୍ଯ୍ୟଟି କମ୍ପ୍ୟୁଟରଦ୍ଵାରା କରାଯାଇପାରିବ ନାହିଁ ?
(i) ପାଣ୍ଡୁଲିପିର ସମ୍ପାଦନା
(ii) ଗ୍ରାଫ୍ ଆଙ୍କିବା
(iii) ଦରଖାସ୍ତ ଚିଠା ପ୍ରସ୍ତୁତ କରିବା
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା
Answer:
(iv) ଏକ ମନିଅର୍ଡ଼ର ପ୍ରେରଣ କରିବା

8. ନିମ୍ନଲିଖ୍ କେଉଁଟି ICT ଦ୍ବାରା କରାଯାଇପାରିବ ନାହିଁ ?
(i) ବ୍ୟାଙ୍କରୁ ଟଙ୍କା ଉଠାଇବା
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା
(iii) ଅଫିସ୍‌ର ଆୟବ୍ୟୟ ହିସାବ ରଖୁ
(iv) ଲାଇବ୍ରେରୀ ବହି ପଢ଼ିବା
Answer:
(ii) ପୋଷ୍ଟକାର୍ଡ଼ରେ ଚିଠି ଲେଖୁ ପଠାଇବା

9. ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଶେଷ କରି କେଉଁ କାର୍ଯ୍ୟ ପାଇଁ ଉପଯୋଗୀ ?
(i) ବ୍ୟବସାୟ
(ii) ଶିକ୍ଷା
(iii) ଗୃହକାର୍ଯ୍ୟ
(iv) କେଉଁଟି ନୁହେଁ
Answer:
(ii) ଶିକ୍ଷା

10. ICT ର ପୂରା ଓଡ଼ିଆ ନାମ କ’ଣ ?
(i) କମ୍ପ୍ୟୁଟର ସହ ଶିକ୍ଷଣ
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା
(iii) କମ୍ପ୍ୟୁଟରଦ୍ଵାରା ଶିକ୍ଷଣ
(iv) କମ୍ପ୍ୟୁଟରଭିଭିକ ଶିକ୍ଷଣ
Answer:
(ii) ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା

11. ନିମ୍ନୋକ୍ତ କେଉଁଟି ସୂଚନା-ସଞ୍ଚାର ବିଦ୍ୟାର ବଳିଷ୍ଠ ମାଧ୍ୟମ ଅଟେ ?
(i) ଗଣମାଧ୍ୟମ
(ii) ବିଦ୍ୟାଳୟ
(iii) ପରିବାର
(iv) ଶିକ୍ଷାନୁଷ୍ଠାନ
Answer:
(i) ଗଣମାଧ୍ୟମ

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

12. ସୂଚନା-ସଞ୍ଚାର ଓ ପ୍ରଯୁକ୍ତି ବିଦ୍ୟା କେଉଁ ବିଜ୍ଞାନର ଅନ୍ତର୍ଗତ ?
(i) ଯାନ୍ତିକ
(ii) ରସାୟନିକ
(iii) ମନୋବିଜ୍ଞାନ
(iv) ଜୀବବିଜ୍ଞାନ
Answer:
(i) ଯାନ୍ତିକ

13. ନିମ୍ନୋକ୍ତ କେଉଁଟି ICT ର ଗୋଟିଏ ଉପାଦାନ ?
(i) ପାଠ୍ୟପୁସ୍ତକ
(ii) ମୋବାଇଲ୍ ଫୋନ୍
(iii) ଡ୍ରଇଂ ବୋର୍ଡ଼
(iv) ଯାନ୍ତ୍ରିକ ଉପକରଣ
Answer:
(ii) ମୋବାଇଲ୍ ଫୋନ୍

B. ଶୂନ୍ୟସ୍ଥାନ ପୂରଣ କର ।

1. ___________ ସଂସ୍ଥା ପ୍ରଥମେ କମ୍ପ୍ୟୁଟରକୁ ଶିକ୍ଷାକ୍ଷେତ୍ରରେ ବ୍ୟବହାର କରିଥିଲା ।
Answer:
ମାସାଚୁସେଟସ୍ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)

2. ___________ ଦ୍ଵାରା କମ୍ପ୍ୟୁଟରର କାର୍ଯ୍ୟକୁ ଦେଖ୍ହୁଏ ।
Answer:
ମନିଟର

3. କୌଣସି ବ୍ୟକ୍ତି ପାଖକୁ ଯଦି କମ୍ପ୍ୟୁଟର ମାଧ୍ୟମରେ ଚିଠି ପ୍ରେରଣ କରାଯାଏ, ତେବେ ତାକୁ ___________ କୁହାଯାଏ ।
Answer:
ଇ-ମେଲ

4. ଶିକ୍ଷାର୍ଥୀ ନିଜର ସୁବିଧା ଓ ସାମର୍ଥ୍ୟ ଅନୁଯାୟୀ କମ୍ପ୍ୟୁଟର ବ୍ୟବହାର କରି ଯେଉଁ ଶିକ୍ଷାଲାଭ କରିଥାଏ, ତାହାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା (Computer Assisted Instruction)

5. କମ୍ପ୍ୟୁଟର ମାଧ୍ୟମରେ ଅନେକ ତଥ୍ୟ ସଂଗ୍ରହ କରି ତାକୁ ବିଶ୍ଳେଷଣ କରି ଶିକ୍ଷାର୍ଥୀମାନଙ୍କର ଦୋଷ ଦୁର୍ବଳତାକୁ ଅନୁଧ୍ୟାନ କରି କାର୍ଯ୍ୟ କରିବାକୁ ___________ କୁହାଯାଏ ।
Answer:
କମ୍ପ୍ୟୁଟର ପରିଚାଳିତ ଶିକ୍ଷା (Computer Managed Instruction)

6. ___________ ସଞ୍ଚାର ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ଅଟେ ।
Answer:
ଗଣମାଧ୍ୟମ

7. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା ___________ ବିଜ୍ଞାନର ଅନ୍ତର୍ଗତ ।
Answer:
ଯାନ୍ତ୍ରିକ

8. ଇ-ମେଲ୍ ___________ ମସିହାରେ ଆରମ୍ଭ ହୋଇଥିଲା ।
Answer:
୧୯୭୧

9. ___________ ମସିହାରେ CLASS ନାମକ ଏକ ପ୍ରକଳ୍ପ ଭାରତରେ କାର୍ଯ୍ୟାରମ୍ଭ ହେଲା ?
Answer:
୧୯୮୪-୮୫

10. ଆମେରିକାର ଆନ୍ତର୍ଜାତିକ ଯନ୍ତ୍ରାଂଶ ସଂସ୍ଥା ପ୍ରଥମେ ଗଣନାକାରୀ ଯନ୍ତ୍ର ___________ ମସିହାରେ ତିଆରି ହୋଇଥିଲା ।
Answer:
୧୯୪୩

C. ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।
Answer:
ICT ର ପୂରା ନାମ Information Computer Technology (ସୂଚନା, କମ୍ପ୍ୟୁଟର ଓ ପ୍ରଯୁକ୍ତି ବିଦ୍ୟା) ।

2. ଶିକ୍ଷକମାନଙ୍କ ପାଇଁ ICT ହେଉଛି ସାମାଜିକ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।
Answer:
ଶିକ୍ଷାର୍ଥୀମାନଙ୍କ ପାଇଁ ICT ହେଉଛି ବୃତ୍ତିଗତ ଜୀବନର କ୍ରମ ଗଠନର ଏକ ଅପୂର୍ବ ସୁଯୋଗ ।

3. ସର୍ବପ୍ରଥମେ ମସ୍କୋଠାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟରର ବ୍ୟବହାର ହୋଇଥିଲା ।
Answer:
ସର୍ବପ୍ରଥମେ ମାସଟୁସେଟସ୍ତାରେ ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ହୋଇଥିଲା ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

4. ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ।
Answer:
ଏକ ମନିଅର୍ଡ଼ର କମ୍ପ୍ୟୁଟର ମାଧ୍ୟମରେ ପଠାଯାଇପାରିବ ନାହିଁ ।

5. ICT ବିଶେଷତଃ ବ୍ୟବସାୟିକ କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ICT ବିଶେଷତଃ ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।

6. ଜନ୍ ଭିନ୍‌ସେଟ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।
Answer:
ଚାର୍ଲସ୍ ବ୍ୟାବେଜ୍ କମ୍ପ୍ୟୁଟରର ଉଦ୍ଭାବକ ଅଟନ୍ତି ।

7. ଏନ୍‌ସାକ୍ ପ୍ରଥମେ ୧୯୫୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।
Answer:
ଏନ୍‌ସାକ୍‌ ପ୍ରଥମେ ୧୯୪୯ ମସିହାରେ କାର୍ଯ୍ୟାରମ୍ଭ କରିଥିଲା ।

8. ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଶିକ୍ଷାନୁଷ୍ଠାନ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଗଣମାଧ୍ୟମ ।

9. ICT ରସାୟନ ବିଜ୍ଞାନର ଅନ୍ତର୍ଗତ ।
Answer:
ICT ଯାନ୍ତ୍ରିକ ବିଜ୍ଞାନର ଅନ୍ତର୍ଗତ ।

10. ଡ୍ରଇଂ ବୋର୍ଡ଼ ICT ର ଗୋଟିଏ ଉପାଦାନ ଅଟେ ।
Answer:
ମୋବାଇଲ୍ ଫୋନ୍ ICT ର ଏକ ଉପାଦାନ ଅଟେ ।

11. ICT ର ବ୍ୟବହାର ବ୍ୟୟବହୁଳ ନୁହେଁ ।
Answer:
ICT ର ବ୍ୟବହାର ବ୍ୟୟବହୁଳ ଅଟେ ।

12. ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷ କରି ଗୃହସଜ୍ଜା କାର୍ଯ୍ୟ ପାଇଁ ଉପଯୋଗୀ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଶେଷକରି ଶୈକ୍ଷିକ କାର୍ଯ୍ୟ ପାଇଁ ଉପଯୋଗୀ ।

D. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

1. ଅଣଚିତ୍ରଣ ଉପକରଣର ଗୋଟିଏ ଉଦାହରଣ ଦିଅ ।
Answer:
ବୁଲେଟିନ୍ ବୋର୍ଡ଼, ମାନଚିତ୍ର, ପୋଷ୍ଟର ଇତ୍ୟାଦି ଅଣଚିତ୍ରଣ ଉପକରଣ ଅଟେ ।

2. ଚିତ୍ରଣ ଉପକରଣର ଏକ ଉଦାହରଣ ଦିଅ ।
Answer:
ସ୍ଲାଇଡ୍, ଚଳଚ୍ଚିତ୍ର ଇତ୍ୟାଦି ଚିତ୍ରଣ ଉପକରଣ ଅଟେ ।

3. ଅନୁସୂଚିତ ଶିକ୍ଷଣ କ’ଣ ?
Answer:
ଅନୁସୂଚିତ ଶିକ୍ଷଣ ହେଉଛି ଏକ ବିଷୟବସ୍ତୁକୁ ସୋପାନ ଅନୁସାରେ ଆୟୋଜନ କରି ଛାତ୍ରକୁ ଏକ ପରିଚିତ ପୃଷ୍ଠଭୂମିରୁ ଜଟିଳ ସ୍ତରକୁ ଗତିଶୀଳ କରାଇବା ।

4. ଅଣୁଶିକ୍ଷଣ ଚକ୍ର କ’ଣ ?
Answer:
ଏହା ଏକପ୍ରକାର ଶିକ୍ଷାଦାନ ପଦ୍ଧତି ଯେଉଁଥିରେ ଗୋଟିଏ ଶିକ୍ଷାଦାନ କୌଶଳକୁ ବିଭିନ୍ନ ପ୍ରକାର ପରିବେଶରେ ଅଭ୍ୟାସ କରିବା ନିମନ୍ତେ ଯଥେଷ୍ଟ ସୁବିଧା ସୁଯୋଗ ମିଳିଥାଏ ।

5. ଏକ ଗଣମାଧ୍ୟମର ଉଦାହରଣ ଦିଅ ।
Answer:
ଟେଲିଭିଜନ ଏକ ଗଣମାଧ୍ୟମ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

6. ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ଏକ ଉଦ୍ଦେଶ୍ୟ ଲେଖ ।
Answer:
ବିଭିନ୍ନ ଶିକ୍ଷା ଉପକରଣ ପ୍ରସ୍ତୁତ କରି ଶିକ୍ଷାଦାନ ଓ ଶିକ୍ଷଣ ପ୍ରକ୍ରିୟାକୁ ମାର୍ଜିତ କରିବା ସୂଚନା ଏବଂ ପ୍ରଯୁକ୍ତି ବିଦ୍ୟାର ପ୍ରଧାନ ଉଦ୍ଦେଶ୍ୟ ଅଟେ ।

7. CAI ର ଅର୍ଥ କ’ଣ ?
Answer:
CAI & Computer Assisted Instruction ( କମ୍ପ୍ୟୁଟର ସହାୟକ ଶିକ୍ଷା) ।

8. ପ୍ରଥମ କମ୍ପ୍ୟୁଟର ହିସାବରେ କାହାକୁ ଗ୍ରହଣ କରାଯାଏ ?
Answer:
ENIAC (ଏନିଆକ୍)କୁ ପ୍ରଥମ କମ୍ପ୍ୟୁଟର ହିସାବରେ ଗ୍ରହଣ କରାଯାଏ ।

9. କମ୍ପ୍ୟୁଟରର ଶିକ୍ଷାକ୍ଷେତ୍ରରେ ଗୋଟିଏ ପ୍ରୟୋଗ ଲେଖ ।
Answer:
କମ୍ପ୍ୟୁଟର ଶିକ୍ଷାର୍ଥୀମାନଙ୍କୁ ସହଜରେ ଅଭିପ୍ରେରିତ କରିଥାଏ ।

10. ଇଣ୍ଟରନେଟ୍‌ର ଗୋଟିଏ ଗୁଣ ଲେଖ ।
Answer:
ଇଣ୍ଟରନେଟ୍ ମାଧ୍ୟମରେ ପୃଥ‌ିବୀର ଯେକୌଣସି ସ୍ଥାନରୁ ନିଜ ଇଚ୍ଛାନୁସାରେ ବିଷୟ ବା ଜ୍ଞାନକୁ ସହଜରେ ଉପଲବ୍‌ଧ କରିହେବ ।

11. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କ’ଣ ?
Answer:
ଯେଉଁ ବିଦ୍ୟା ବିଭିନ୍ନ ଶକ୍ତିଶାଳୀ ଗଣମାଧ୍ୟମ ଯଥା ରେଡ଼ିଓ, ଟେଲିଭିଜନ, ଇଣ୍ଟରନେଟ୍, କମ୍ପ୍ୟୁଟର ଓ ଉପଗ୍ରହ ମାଧ୍ୟମରେ ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିଥାଏ ତାହାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) କୁହାଯାଏ ।

12. ସୂଚନା ଓ ପ୍ରଯୁକ୍ତି ବିଦ୍ୟା (ICT) ଆମକୁ ଶିକ୍ଷା କ୍ଷେତ୍ରରେ କିପରି ସାହାଯ୍ୟ କରୁଛି ?
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଶିକ୍ଷାର୍ଥୀମାନେ ସୂଚନା ଓ ତଥ୍ୟ ସଂଗ୍ରହ, ମତ ବିନିମୟ ସ୍ଵଳ୍ପ ସମୟ ମଧ୍ୟରେ କରିପାରୁଛନ୍ତି, ଯାହା ସେମାନଙ୍କ ଶିକ୍ଷାକୁ ପ୍ରଗତିଶୀଳ କରିପାରିଛି ।

13. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା (ICT) ର ଗୋଟିଏ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଲେଖ ।
Answer:
ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ହେଉଛି ଶିକ୍ଷକ, ଶିକ୍ଷାର୍ଥୀ, ପିତାମାତା ତଥା ଅଭିଭାବକମାନଙ୍କୁ କମ୍ପ୍ୟୁଟର, ଇଣ୍ଟରନେଟ୍ ଓ ଅନ୍ୟାନ୍ୟ ଯୋଗାଯୋଗ ମାଧ୍ୟମର ବ୍ୟବହାର ସମ୍ବନ୍ଧରେ ଅବଗତ କରିବା ।

14. ଶିକ୍ଷାକ୍ଷେତ୍ରରେ ICT ର ଗୋଟିଏ କାର୍ଯ୍ୟ ଲେଖ ।
Answer:
ଶିକ୍ଷାକ୍ଷେତ୍ରରେ ICT ର ସାହାଯ୍ୟ ନେଇ ଶିକ୍ଷକ ସ୍ବଳ୍ପ ସମୟ ମଧ୍ୟରେ ଶିକ୍ଷାକ୍ଷେତ୍ରରେ ବିଭିନ୍ନ କାର୍ଯ୍ୟାବଳୀ; ଯଥା ଗବେଷଣା, ମୂଲ୍ୟାୟନ, ପ୍ରଶିକ୍ଷଣ, ନାମଲେଖା ଇତ୍ୟାଦି କାର୍ଯ୍ୟ ସମ୍ପାଦନ କରିଥା’ନ୍ତି ।

15. ଇଣ୍ଟରନେଟ୍‌ର ଏକ ମୁଖ୍ୟ କାର୍ଯ୍ୟ ଲେଖ ।
Answer:
ଇଣ୍ଟରନେଟ୍‌ର ବ୍ୟବହାର କମ୍ପ୍ୟୁଟର ମାଧ୍ୟମରେ କରାଯାଇ ସ୍ବଳ୍ପ ସମୟ ମଧ୍ୟରେ ଅନେକ ବିଷୟରେ ତଥ୍ୟ ଓ ସୂଚନା ସଂଗ୍ରହ କରାଯାଇପାରେ ।

16. CLASS କ’ଣ ?
Answer:
CLASS ବା Computer Literacy And Studies in School ହେଉଛି ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର ନିମିତ୍ତ କାର୍ଯ୍ୟକାରୀ କରାଯାଇଥିବା ଏକ ଶୈକ୍ଷିକ କାର୍ଯ୍ୟକ୍ରମ ।

17. ବିଦ୍ୟାଳୟରେ କମ୍ପ୍ୟୁଟରର ଉପଯୋଗିତା ବିଷୟରେ ଲେଖ ।
Answer:
ବିଦ୍ୟାଳୟରେ ବାର୍ଷିକ ଆୟବ୍ୟୟ ଅଟକଳ ପ୍ରସ୍ତୁତି, ପିଲାମାନଙ୍କର ଓ ଶିକ୍ଷକମାନଙ୍କର ଦରମା ପ୍ରସ୍ତୁତି, ମୂଲ୍ୟାୟନ, ସମୟ ନିର୍ଘଣ୍ଟ ପ୍ରସ୍ତୁତି, ରେକର୍ଡ଼ପତ୍ର ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟମାନ କମ୍ପ୍ୟୁଟର ସାହାଯ୍ୟରେ କରାଯାଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଯେକୌଣସି ଦୁଇଟି ଉପଯୋଗିତା ଲେଖ ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗିତା :
(୧) କମ୍ ସମୟରେ ଏହା ଅଧୂକ ତଥ୍ୟ ପ୍ରଦାନ କରିଥାଏ ।
(୨) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

2. ସୂଚନା ପ୍ରଯୁକ୍ତି ବିଦ୍ୟାର ଦୁଇଟି ଦୋଷତ୍ରୁଟି ବର୍ଣ୍ଣନା କର ।
Answer:
(କ) ଏହା ଶିକ୍ଷକଙ୍କର ଭୂମିକା ହ୍ରାସ କରିଥାଏ ।
(ଖ) ମୂଲ୍ୟବୋଧ ଶିକ୍ଷାର ଅଭାବ ସୃଷ୍ଟି କରିଥାଏ ।
(ଗ) ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକ ଏବଂ ଛାତ୍ରର ସମ୍ପର୍କ ହ୍ରାସ କରିଥାଏ । (ଯେକୌଣସି ଦୁଇଟି)

3. କମ୍ପ୍ୟୁଟର ପରିଚାଳିତ ଶିକ୍ଷା ଓ କମ୍ପ୍ୟୁଟର ସହାୟକ ଶିକ୍ଷା ମଧ୍ୟରେ ପ୍ରଭେଦ ସଂକ୍ଷେପରେ ଆଲୋଚନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାରେ ଅନେକ ତଥ୍ୟ ସଂଗ୍ରହ କରି ଶିକ୍ଷାର୍ଥୀ ତାକୁ ବ୍ୟବହାର କରିଥାଏ । ଏହା ଶିକ୍ଷଣ ପ୍ରକ୍ରିୟାକୁ ସୁଖପ୍ରଦ କରିଦିଏ । ମାତ୍ର କମ୍ପ୍ୟୁଟର ପରିଚାଳିତ ଶିକ୍ଷାଦ୍ବାରା ଶିକ୍ଷାର୍ଥୀ ସମ୍ବନ୍ଧରେ ଅନେକ ତଥ୍ୟ ସଂଗ୍ରହ କରାଯାଇ ରଖାଯାଏ ଏବଂ ଶିକ୍ଷାଦାନ ପାଇଁ ଅନେକ ପାଠ୍ୟ ବିଷୟବସ୍ତୁ ଧାରାବାହିକ ଭାବରେ ଶିକ୍ଷାଦାନ ପାଇଁ ପ୍ରସ୍ତୁତ କରାଯାଇ ଭବିଷ୍ୟତ ବ୍ୟବହାର ପାଇଁ ରଖାଯାଏ ।

4. ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତିବିଦ୍ୟାର ଯେକୌଣସି ଦୁଇଟି ପ୍ରୟୋଗ ଉଲ୍ଲେଖ କର ।
Answer:
ଶ୍ରେଣୀ ଶିକ୍ଷାଦାନରେ ସୂଚନା-ପ୍ରଯୁକ୍ତି ବିଦ୍ୟାର ଦୁଇଟି ବ୍ୟବହାର ହେଉଛି –
(a) ଶିକ୍ଷାଦାନ କ୍ଷେତ୍ରରେ କମ୍ପ୍ୟୁଟର ବ୍ୟବହାର କରିବା ।
(b) ଇଣ୍ଟରନେଟ୍‌ର ବ୍ୟବହାର କରି ବିଭିନ୍ନ ଅତ୍ୟାଧୁନିକ ତଥ୍ୟ ସଂଗ୍ରହ କରିବା ।

5. କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ କ’ଣ ବୁଝାଏ ?
Answer:
କମ୍ପ୍ୟୁଟର ସହାୟକ ଶିକ୍ଷା କହିଲେ ଏହା ବୁଝାଯାଏ ଯେ କମ୍ପ୍ୟୁଟର ବ୍ୟବହାର କରି ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ସମସ୍ୟାର ସମାଧନା କରିବା । ତତ୍‌ସହିତ କମ୍ପ୍ୟୁଟରକୁ ଶିକ୍ଷାଦାନର ମାଧ୍ୟମ କରିବା, ପାଠ୍ୟକ୍ରମ ଚୟନ, ତାଲିମ୍, ମୂଲ୍ୟାୟନ, ପ୍ରବେଶ ଇତ୍ୟାଦି କାର୍ଯ୍ୟକ୍ରମକୁ କମ୍ପ୍ୟୁଟର ମାଧ୍ୟମରେ କରିବା ।

6. ଦୂରଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟରର ଭୂମିକା କ’ଣ ?
Answer:
ଦୂରଶିକ୍ଷା ବା ପତ୍ର ମାଧ୍ୟମରେ ଶିକ୍ଷା ଆଜି କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଦିଆଯାଉଛି । ଏହା ସହିତ ଇ-ମେଲ (E-mail) ବା ଟେଲିଫୋନ ବାର୍ତ୍ତାଳାପ ମାଧ୍ୟମରେ ଦୂରସ୍ଥ ଶିକ୍ଷକଙ୍କ ସହ ଶୈକ୍ଷିକ ସମ୍ପର୍କ ରକ୍ଷା କରାଯାଇପାରୁଛି ।

7. ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାର୍ଥୀଙ୍କୁ କିପରି ସାହାଯ୍ୟ କରେ ?
Answer:
(କ) ଏହା ଶିକ୍ଷାର୍ଥୀର ସୃଜନୀ ଶକ୍ତି ବୃଦ୍ଧିକରି ବିଭିନ୍ନ ସମସ୍ୟା ସମାଧାନରେ ସାହାଯ୍ୟ କରିଥାଏ ।
(ଖ) ଏହା ବୃତ୍ତିଗତ ଜୀବନର କ୍ରମ ଗଠନ ନିମନ୍ତେ ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥାଏ ।

8. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କ’ଣ ? ଏହାର ଗୋଟିଏ ସଂଜ୍ଞା ଲେଖ ।
Answer:
ଯେଉଁ ଶିକ୍ଷା ସୂଚନା ଓ ଯୋଗାଯୋଗର ସମସ୍ତ ଉପକରଣ ମାଧ୍ୟମରେ ସମ୍ପାଦିତ ହୋଇଥାଏ ତାକୁ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା କୁହାଯାଏ । ଡି.ଜନ୍ (Daintith John)ଙ୍କ ମତରେ “ଏହା ଏକ ଯାନ୍ତ୍ରିକ ଅଭିକଳ୍ପ ଯାହାକି କମ୍ପ୍ୟୁଟର ଓ ଟେଲି ଯୋଗାଯୋଗ ମାଧ୍ୟମରେ ତଥ୍ୟଗୁଡ଼ିକର ସଂରକ୍ଷଣ, ପୁନରୁଦ୍ଧାର, ପ୍ରସାରଣ ଏବଂ ସମ୍ପାଦନା କରିଥାଏ ।’’

9. ସୂଚନା ପ୍ରଯୁକ୍ତି ବିଦ୍ୟା କିପରି ଶିକ୍ଷକଙ୍କୁ ସାହାଯ୍ୟ କରେ ?
Answer:
(କ) ପ୍ରଥମତଃ ଏହା ବ୍ୟାପକ ଶିକ୍ଷା ସମ୍ଭାବନା ସୃଷ୍ଟିରେ ସହାୟକ ହୋଇଥାଏ ।
(ଖ) ଦ୍ଵିତୀୟତଃ ଏହା ବିଭିନ୍ନ ପ୍ରଯୁକ୍ତିଗତ ଉପକରଣ ଯଥା: କମ୍ପ୍ୟୁଟର, ରେଡ଼ିଓ, ଟେଲିଭିଜନ ମାଧ୍ୟମରେ ଶିକ୍ଷଣକୁ ତ୍ୱରାନ୍ଵିତ କରିବାରେ ସାହାଯ୍ୟ କରେ ।

10. ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟାର ୨ଟି ଅପକାରିତା ଲେଖ ।
Answer:
(କ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପକରଣଗୁଡ଼ିକର ବ୍ୟବହାର କୃଷ୍ଟକର ହୁଏ ।
(ଖ) ଶିକ୍ଷଣ ପ୍ରକ୍ରିୟାରେ ଏହାର ଉପଯୋଗ ଖୁବ୍ ବ୍ୟୟବହୁଳ ।

11. ଶିକ୍ଷାକ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ୨ଟି ପ୍ରୟୋଗ ଲେଖ ।
Answer:
(କ) ଉପଯୁକ୍ତ ପାଠ୍ୟକ୍ରମ ଚୟନବେଳେ ଏହାର ସାହାଯ୍ୟ ନିଆଯାଏ ।
(ଖ) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ପାଇଁ ଏହା ଉଦ୍ଦିଷ୍ଟ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ଶିକ୍ଷାଦାନରେ ଉଭୟ ଚିତ୍ରଣ ଓ ଅଣଚିତ୍ରଣ ଉପକରଣର ବହୁଳ ବ୍ୟବହାର ହୋଇଥାଏ । ଚିତ୍ରଣ ଉପକରଣଗୁଡ଼ିକୁ ପ୍ରୋଜେକ୍‌ସନଦ୍ୱାରା ବ୍ୟବହାର କରାଯାଏ; ଯଥା- ଚଳଚ୍ଚିତ୍ର, ସ୍ଲାଇଡ୍ ଇତ୍ୟାଦି । ଏହା ଚଳତ୍ ଥିବାରୁ ଶିଶୁ ମନକୁ ଆକର୍ଷଣ କରେ । ମାତ୍ର ଏହା ସବୁ ସମୟରେ ଉପଲବ୍‌ଧ ନୁହେଁ । ଏହା ବ୍ୟୟସାପେକ୍ଷ ମଧ୍ୟ । ସେହିପରି ଅଣଚିତ୍ରଣ ଉପକରଣଗୁଡ଼ିକୁ ସାଧାରଣଭାବେ କଳାପଟା, ଖବରକାଗଜ, ଚାର୍ଟ, ପୋଷ୍ଟର, ମାନଚିତ୍ର, କାର୍ଟୁନ୍ ଇତ୍ୟାଦି ମାଧ୍ୟମରେ ଆଲୋକ ସଂପାତ ନ କରି ପ୍ରଦର୍ଶିତ କରାଯାଏ । ଏହାର ବହୁଳ ବ୍ୟବହାର କରାଯାଏ ଓ ଏହା କମ୍ ବ୍ୟୟସାପେକ୍ଷ ।

2. ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ବିଷୟରେ ଲେଖ ।
Answer:
ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରାଯାଉଛି । ସାଧାରଣତଃ ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭକରି ଯୋଜନାର ରୂପାୟନ, ମୂଲ୍ୟାୟନ, ବିଶ୍ଳେଷଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଶିକ୍ଷା-ଯନ୍ତ୍ରବିଜ୍ଞାନ ବ୍ୟବହାର କରାଯାଏ । ଏହାଦ୍ଵାରା ବିଭିନ୍ନ ଶିକ୍ଷଣ ପଦ୍ଧତିର ବ୍ୟବହାର କରାଯାଇଥାଏ । ବିଶେଷକରି ବର୍ତ୍ତମାନର ଶିକ୍ଷା ଚାହିଦାକୁ ଆଖରେ ରଖ୍ ଏହା ମାଧ୍ୟମରେ ବିଭିନ୍ନ ଶିକ୍ଷା ଛାତ୍ରଛାତ୍ରୀମାନଙ୍କ ରୁଚି ଅନୁସାରେ ଦିଆଯାଏ । ଏହାଦ୍ୱାରା ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ବିଭିନ୍ନ ସମସ୍ୟାର ସୁସମାଧାନ ହୋଇଥାଏ । ପାଠ୍ୟକ୍ରମ ପ୍ରସ୍ତୁତି, ମନୋନୟନ ଓ ମୂଲ୍ୟାୟନରେ ଏହି ବିଜ୍ଞାନକୁ ବ୍ୟବହାର କରାଯାଏ । ଏହା ଶିକ୍ଷା ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

3. ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଅର୍ଥ କ’ଣ ?
Answer:
ଆଜିର ବିଜ୍ଞାନ ମନୁଷ୍ୟକୁ ଏକ ସଫଳ କାର୍ଯ୍ୟକ୍ଷମ ବ୍ୟକ୍ତି ରୂପେ ପରିଗଣିତ କରିପାରିଛି । ଏହି ବିଜ୍ଞାନ ଯୁଗର ମୁଖ୍ୟ ଉଦ୍ଭାବନ ହେଉଛି କମ୍ପ୍ୟୁଟର । ଏହା ସହିତ ବିଭିନ୍ନ ଅତ୍ୟାଧୁନିକ ଇଲେକ୍‌ଟ୍ରୋନିକ୍ ଉପକରଣ ଓ ଯନ୍ତ୍ରର ବ୍ୟାପକ ବ୍ୟବହାର ଆଜି ମନୁଷ୍ୟକୁ ମହାନ୍ କରିଛି । ନିଜର ଆବଶ୍ୟକତା, ରୁଚି ମୁତାବକ ଜିନିଷ ଓ କାର୍ଯ୍ୟକୁ ସଫଳଭାବେ ପରିପ୍ରକାଶ କରିପାରୁଛି । ପୃଥ‌ିବୀ ଆଜି ଏକ କ୍ଷୁଦ୍ର ଗ୍ରାମ ସଦୃଶ । ଏହି ଯନ୍ତ୍ରାଂଶମାନଙ୍କୁ ନେଇ ସୂଚନାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନ ହିଁ ପ୍ରଯୁକ୍ତି ବିଦ୍ୟାର ମୁଖ୍ୟ କାର୍ଯ୍ୟ ।

4. କମ୍ପ୍ୟୁଟରର ତିନୋଟି ଶୈକ୍ଷିକ କାର୍ଯ୍ୟ ଲେଖ ।
Answer:
କମ୍ପ୍ୟୁଟର ମାଧ୍ୟମରେ ଶିକ୍ଷା ବ୍ୟବସ୍ଥାର ନିମ୍ନଲିଖ୍ କାର୍ଯ୍ୟଗୁଡ଼ିକ ସଂଘଟିତ ହୋଇଥାଏ; ଯଥା –
(i) ବିଭିନ୍ନ ଶୈକ୍ଷିକ ତଥ୍ୟ ସଂଗ୍ରହ, ଆଲୋଚନା ଓ ଗବେଷଣା ।
(ii) ଶିକ୍ଷା ଉପକରଣ ମାଧ୍ୟମରେ ଉନ୍ନତ ମାନର ଶିକ୍ଷାଦାନ ଓ ଶିକ୍ଷା ପ୍ରଣାଳୀରେ ପରିବର୍ତ୍ତନ ।
(iii) ଶିକ୍ଷାର୍ଥୀଙ୍କ ମାନସିକ ଦକ୍ଷତାର ମୂଲ୍ୟାୟନ ଓ ଫଳାଫଳ ପ୍ରସ୍ତୁତି ଇତ୍ୟାଦି ।

5. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ତିନୋଟି ଅପକାରିତା ଉଲ୍ଲେଖ କର ।
Answer:
ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଶିକ୍ଷା କ୍ଷେତ୍ରରେ ପ୍ରୟୋଗଦ୍ଵାରା ଅନେକ ଉପକାର ସାଧୂତ ହେବା ସହିତ ଅନେକ ଅସୁବିଧା ମଧ୍ଯ ସୃଷ୍ଟି ହୋଇଥାଏ । ସେଗୁଡ଼ିକ ହେଲା –
(୧) ଶିକ୍ଷକ ଏବଂ ଛାତ୍ର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ହୋଇ ପାରିନଥାଏ ।
(୨) ଇଣ୍ଟରନେଟ୍‌ର ଅସଦ୍ ବ୍ୟବହାର ହେବାର ସମ୍ଭାବନା ଥାଏ ।
(୩) ଶିକ୍ଷକଙ୍କୁ ଆଦର୍ଶ ଛାତ୍ର ଉପରେ ପ୍ରଭାବ ପକାଇବାର ଅବସର ମିଳେ ନାହିଁ ।

6. ଶିକ୍ଷାକ୍ଷେତ୍ରରେ କମ୍ପ୍ୟୁଟର ସହାୟକ ଶିକ୍ଷାର ବ୍ୟବହାର ସମ୍ବନ୍ଧରେ ବର୍ଣ୍ଣନା କର ।
Answer:
କମ୍ପ୍ୟୁଟର ସହାୟକ ଶିକ୍ଷାଦାନ ପଦ୍ଧତି ଶିକ୍ଷା କ୍ଷେତ୍ରରେ କମ୍ପ୍ୟୁଟର ବ୍ଯହବାର ଉପରେ ଗୁରୁତ୍ଵ ଦେଇଥାଏ । ଏହାଦ୍ଵାରା ବିଭିନ୍ନ ସ୍ତରରେ ଶିକ୍ଷାଦାନ ସହଜ, ସରଳ ଏବଂ ରୁଚିକର ହୋଇଥାଏ । ବିଶେଷକରି ବିଦ୍ୟାଳୟରେ କମ୍ପ୍ୟୁଟର ସାକ୍ଷରତା ଯୋଜନା ସହ ସର୍ବଶିକ୍ଷା ଅଭିଯାନରେ କମ୍ପ୍ୟୁଟର, କମ୍ପ୍ୟୁଟର ଶିକ୍ଷକ ଏବଂ ପ୍ରଶିକ୍ଷଣ ଉପରେ ଗୁରୁତ୍ବ ଦିଆଯାଏ ।

7. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ତିନୋଟି ଉପକାରିତା ଲେଖ ।
Answer:
ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶିକ୍ଷାରେ ନିମ୍ନ ପ୍ରକାରର କାର୍ଯ୍ୟ କରିଥାଏ; ଯଥା –
(i) କମ୍ ସମୟରେ ଏହା ଅଧିକ ତଥ୍ୟ ପ୍ରଦାନ କରିଥାଏ ।
(ii) ଶି କ୍ଷାର୍ଥୀ ବ୍ୟକ୍ତିଗତ ସ୍ଵାଧୀନତା ପାଇବା ସହିତ ନିଜ ସମୟ, ଇଚ୍ଛା, ଆଗ୍ରହ ଓ ବିଷୟକୁ ଆଖୁଗରେ ରଖ୍ ଶିକ୍ଷା ଗ୍ରହଣ କରିଥାଏ ।
(iii) ଏହାଦ୍ଵାରା ଶୈକ୍ଷିକ ମୂଲ୍ୟାୟନ ସହଜ ହୋଇଥାଏ ।
(iv) ଏହା ଏକ ଶିକ୍ଷା ଉପକରଣର ଦାୟିତ୍ଵ ତୁଲାଇବା ସହିତ ଶିକ୍ଷକ ଅଭାବର ଏକ ବିକଳ୍ପ ମାଧ୍ୟମ ଅଟେ ।

8. ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗର ତିନୋଟି ଉଦାହରଣ ପ୍ରଦାନ କର ।
Answer:
ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ନିମ୍ନ ପ୍ରକାରରେ ବ୍ୟବହାର କରାଯାଇ ପାରୁଛି; ଯଥା –
(i) ଶୈକ୍ଷିକ ଯୋଜନା ପ୍ରସ୍ତୁତି ସହିତ ଏହାକୁ ସଫଳ ଭାବେ ଆଲୋଚନା ଓ ବିଶ୍ଲେଷଣ କରାଯାଇପାରୁଛି ।
(ii) ଶୈକ୍ଷିକ ପ୍ରଶାସନ, ପରିଚାଳନା, ନିର୍ଦ୍ଦେଶନା, ମୂଲ୍ୟାୟନ କ୍ଷେତ୍ରରେ ଏହାର ବ୍ୟାପକ ପ୍ରୟୋଗ କରାଯାଇଛି ।
(iii) ନାମଲେଖା, ବର୍ଗୀକରଣ, ଶୈକ୍ଷିକ ଗବେଷଣା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ଭାବେ କାର୍ଯ୍ୟ କରୁଛି ।

9. ଇ-ମେଲ୍ (e-mail) ଦ୍ଵାରା କି ଉପକାର ହେଉଛି ?
Answer:
ଇ-ମେଲ୍‌ଦ୍ୱାରା କମ୍ପ୍ୟୁଟର ମାଧ୍ୟମରେ କମ୍ ସମୟରେ ଯୋଗାଯୋଗ ସ୍ଥାପନ କରାଯାଇପାରୁଛି । ଏହାଦ୍ଵାରା ପତ୍ର ବିନିମୟ ଶିକ୍ଷା, ଦୂରଶିକ୍ଷା, ଶିକ୍ଷା ସମ୍ବନ୍ଧୀୟ ସମସ୍ୟାର ସମାଧାନ, ନିଯୁକ୍ତି, ପ୍ରବେଶ ତଥା ଦୂର ଶିକ୍ଷକମାନଙ୍କ ସହ ଶୈକ୍ଷିକ ଯୋଗାଯୋଗ ସହଜସାପେକ୍ଷ ହୋଇପାରୁଛି । ଏହାଦ୍ଵାରା ଦୂର ଶିକ୍ଷାର୍ଥୀମାନଙ୍କୁ କମ୍ ସମୟରେ କମ୍ ଖର୍ଚ୍ଚରେ ଶିକ୍ଷାଦେବା ସମ୍ଭବପର ହେଉଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଶିକ୍ଷାରେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ବିଷୟରେ ବର୍ଣ୍ଣନା କର ।
Answer:
ସମୟ ସହ ତାଳଦେଇ ଆଜିର ବିଜ୍ଞାନ ବିକାଶର ବିଭିନ୍ନ ଦିଗକୁ ପ୍ରସାରିତ ହୋଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ମଧ୍ୟ ଯନ୍ତ୍ରବିଜ୍ଞାନର ବହୁଳ ବ୍ୟବହାର ପରିଲକ୍ଷିତ ହୁଏ । ଏହାର ବ୍ୟବହାରଗୁଡ଼ିକ ମୁଖ୍ୟତଃ ନିମ୍ନଲିଖ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ।

(1) ଉପଯୁକ୍ତ ପାଠ୍ୟକ୍ରମର ଚୟନ – ଶିକ୍ଷାବ୍ୟବସ୍ଥାରେ ଏକ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରିବା ଏକ କଷ୍ଟକର କାର୍ଯ୍ୟ । ତେଣୁ ବିଭିନ୍ନ ନୂତନ ପଦ୍ଧତି; ଯଥା – ଅଣୁଶିକ୍ଷଣ ଚକ୍ର, ଅନୁସୂଚିତ ଶିକ୍ଷଣ ଇତ୍ୟାଦି ମାଧ୍ୟମରେ ଶିକ୍ଷାଦାନରେ ଉପଯୁକ୍ତ ପାଠ୍ୟକ୍ରମର ଚୟନ କରାଯାଇଛି ।

(2) ଶିକ୍ଷାର ପ୍ରଚାର ଓ ବହୁଳ ପ୍ରସାର ନିମିତ୍ତ ଉଦ୍ଦିଷ୍ଟ – ଶିକ୍ଷା ସମସ୍ତଙ୍କ ନିମିତ୍ତ ଅତ୍ୟାବଶ୍ୟକୀୟ । ତେଣୁ ସମାଜରେ ଉଚିତ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚତ ବ୍ୟକ୍ତିମାନଙ୍କୁ ବିଭିନ୍ନ ମାଧ୍ଯମଦ୍ୱାରା ଶିକ୍ଷାଦାନ କରିବା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନର ଉଦ୍ଦେଶ୍ୟ ।

(3) ବିଭିନ୍ନ ପ୍ରକାରର ଶିକ୍ଷା ସହାୟକ ଉପକରଣ ପ୍ରସ୍ତୁତ କରିବା, ଶିକ୍ଷାଦାନକୁ ସରଳ ଓ ଦୀର୍ଘସ୍ଥାୟୀ କରିବା ନିମିତ୍ତ ବିଭିନ୍ନ ଉପକରଣର ଆବଶ୍ୟକତା ରହିଛି । ବିଭିନ୍ନ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ ମାଧ୍ୟମରେ ଏହି ଆବଶ୍ୟକତାକୁ ଉପଲବ୍‌ଧି କରିହୁଏ ।

(4) ଶିକ୍ଷା ତାଲିମ ଓ ପ୍ରଶିକ୍ଷଣ ନିମିତ୍ତ ଆବଶ୍ୟକ – ଆଜିର ଶିକ୍ଷକ ଶିକ୍ଷାଦାନରେ ଶିକ୍ଷଣକୁ ପ୍ରାଥମିକତା ଦେବାବେଳେ ଏହି ଯନ୍ତ୍ରବିଜ୍ଞାନର ବହୁଳ ଆବଶ୍ୟକତା ରହିଛି । ବିଭିନ୍ନ ଉପାୟରେ କିପରି ଶିକ୍ଷଣର ସମସ୍ତ ତତ୍ତ୍ଵକୁ ଗୁରୁତ୍ଵର ସହ ବିଚାରକରି ଏକ ଉପଯୁକ୍ତ ଶିକ୍ଷଣ ବ୍ୟବସ୍ଥା କରାଯିବ, ତାହା ଉପରେ ଗୁରୁତ୍ବ ଦିଆଯାଉଛି । ଶିକ୍ଷଣ ତତ୍ତ୍ବ ଉପରେ ପର୍ଯ୍ୟବସିତ ଏହି ପଦ୍ଧତିଗୁଡ଼ିକ ମନୋବିଜ୍ଞାନର ଗୂଢ଼ତତ୍ତ୍ୱ ଉପରେ ପ୍ରତିଷ୍ଠିତ ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

(5) ଉପଯୁକ୍ତ ସମ୍ବଳର ଚିହ୍ନଟ ଓ ତା’ର ବ୍ୟବହାର – ଯନ୍ତ୍ରବିଜ୍ଞାନକୁ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରି ଉଭୟ ମାନବ ଓ ଭୌତିକ ସମ୍ବଳର ସୁବିନିଯୋଗ କରାଯାଇପାରୁଛି ।

(6) ବିଭିନ୍ନ ଗଣମାଧ୍ୟମର ପ୍ରୟୋଗ – ଶିକ୍ଷାକୁ ସୁଦୂରପ୍ରସାରୀ କରିବା ନିମିତ୍ତ ବେତାର, ଦୂରଦର୍ଶନ, ସମ୍ବାଦପତ୍ର ଆଦି ଗଣମାଧ୍ୟମର ସାହାଯ୍ୟ ନେଇ ଶିକ୍ଷା ସଚେତନତା ଓ ଜାଗରଣ ସୃଷ୍ଟି କରିବାରେ ଯନ୍ତ୍ରବିଜ୍ଞାନର ବହୁତ ଆବଶ୍ୟକତା ରହିଛି ।

(7) ଶିକ୍ଷଣ ଓ ଶିକ୍ଷା କ୍ଷେତ୍ରରେ ଉପୁଜୁଥ‌ିବା ସମସ୍ୟାର ସମାଧାନ – ବିଭିନ୍ନ ଶିକ୍ଷା ସମସ୍ୟାକୁ ଗୁରୁତ୍ଵର ସହ ବିଚାରକରି ଏହାର ନିରାକରଣ ନିମିତ୍ତ ବିଭିନ୍ନ ପନ୍ଥା ଏହି ଶୈକ୍ଷିକ ଯନ୍ତ୍ରବିଜ୍ଞାନଦ୍ୱାରା କରାଯାଇଥାଏ ।

ଏହିପରି ଭାବରେ ଶିକ୍ଷା ପରିସରକୁ ବ୍ୟାପକ କରିବା ସହ ସମୟ ଉପଯୋଗୀ ଶିକ୍ଷା ବ୍ୟବସ୍ଥା ପାଇଁ ବିଜ୍ଞାନପ୍ରସୂତ ଯନ୍ତ୍ରବିଜ୍ଞାନର ଆବଶ୍ୟକତା ରହିଛି । CAI ବା କମ୍ପ୍ୟୁଟରଦ୍ଵାରା ଶିକ୍ଷାଦାନ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି । ଇଣ୍ଟରନେଟ୍, Educat (ଏଡୁସାଟ), ଉପଗ୍ରହ ତଥା ବିଭିନ୍ନ information technology ର ସାଧନ ମାଧ୍ୟମରେ ଶିକ୍ଷାର ବିକାଶ କରିବାକୁ ଚେଷ୍ଟା ଚାଲିଛି ।

ବାସ୍ତବରେ ବର୍ତ୍ତମାନ ଦୂରଶିକ୍ଷା, ପତ୍ର ମାଧ୍ୟମରେ ଶିକ୍ଷା, ଟେଲିଫୋନ ମାଧ୍ୟମରେ ବାର୍ତ୍ତାଳାପ ଇତ୍ୟାଦି ଏହି ଶିକ୍ଷା ବ୍ୟବସ୍ଥାକୁ ବହୁମୁଖୀ କରିବା ନିମିତ୍ତ ଏକ ଏକ ମାଇଲଖୁଣ୍ଟି ସଦୃଶ । ଶିକ୍ଷା ବର୍ତ୍ତମାନ ଶିକ୍ଷକକୈନ୍ଦ୍ରିକ ନ ହୋଇ ଶିକ୍ଷାର୍ଥୀକୈନ୍ଦ୍ରିକ ହୋଇଛି ଓ ଶିକ୍ଷକ ଶିକ୍ଷାକୁ ଚାରିକାନ୍ଥ ମଧ୍ୟରେ ସୀମିତ ନ ରଖ୍ ବହୁମୁଖୀ କରିବାକୁ ପ୍ରୟାସ କରୁଛନ୍ତି ।

ଜୀବନର ଅଭିଜ୍ଞତାଗୁଡ଼ିକ ଶିକ୍ଷା ବ୍ୟବସ୍ଥାରେ ପ୍ରତିଫଳନ କରିବାପାଇଁ ଞ୍ନାନାମ୍କ ବ୍ୟବହାରିକ ବିକାଶ ସହ ଓ କାର୍ଯ୍ୟମ୍କ ବ୍ୟବହାରର ଦିଗଗୁଡ଼ିକୁ ପ୍ରାଧାନ୍ୟ ଦିଆଯାଉଛି । ଶିଶୁର ମନସ୍ତାତ୍ତ୍ଵିକ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ଦିଆଯାଇ ଶିକ୍ଷା ବ୍ୟବସ୍ଥା ପ୍ରସ୍ତୁତ କରାଯାଉଛି ।

2. ଶିକ୍ଷାରେ ସୂଚନା ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ସମୟରେ ଶିକ୍ଷକଙ୍କୁ କେଉଁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ ?
Answer:
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସ୍ତୁତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଜି ସମଗ୍ର ବିଶ୍ୱକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷା କ୍ଷେତ୍ରରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ କରାଯାଉଛି ।

ଶିକ୍ଷାକ୍ଷେତ୍ରରେ ସୂଚନା ଏବଂ ପ୍ରଯୁକ୍ତ ବିଦ୍ୟାର ବ୍ୟାପକ ବ୍ୟବହାର ହେବାଦ୍ୱାରା ଶିକ୍ଷାର୍ଥୀମାନେ ଶିକ୍ଷକମାନଙ୍କ ଉପରେ ଆଉ ବିଶେଷ ନିର୍ଭର କରୁନାହାନ୍ତି । ସେମାନେ ଇଣ୍ଟରନେଟ୍ ବ୍ୟବହାର କରି ଜ୍ଞାନ ଅର୍ଜନ କରୁଛନ୍ତି । ବିଶେଷକରି ଶିକ୍ଷକମାନେ ଯେତେବେଳେ ଛାତ୍ରଛାତ୍ରୀଙ୍କ ସହ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରୁଛନ୍ତି ସେତେବେଳେ ସେମାନେ ଅନେକ ସତର୍କତାମୂଳକ ପଦକ୍ଷେପ ନେବା ଦରକାର ।

  1. ସର୍ଚ୍ଚ ଇଞ୍ଜିନ ବ୍ୟବହାର ସମୟରେ ସାବଧାନତା ଅବଲମ୍ବନ ନକଲେ ଅନେକ ଅବାଞ୍ଛିତ ସାଲଟକ ଚାଲିଯିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ ।
  2. ପିଲାମାନଙ୍କ ସହ ଅଶ୍ଳୀଳ ଛବି ଦେଖିବାର ସୁଯୋଗ କେବେ ସୃଷ୍ଟି ହେବା ଉଚିତ ନୁହେଁ ।
  3. ଫେସ୍‌ବୁକ୍ ଏବଂ ଇ-ମେଲ୍‌ରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ନିଜେ ବହୁବାର ଚିନ୍ତା କରିବାର ଅଛି ।
  4. ଇ-ମେଲ୍ ଯୋଗାଯୋଗ କରିବା ସମୟରେ ଅଧିକ ଯତ୍ନବାନ୍ ହେବା ଆବଶ୍ୟକ ।
  5. ଅନେକ ପତ୍ରପତ୍ରିକା, ସମ୍ବାଦପତ୍ରଗୁଡ଼ିକ ପଢ଼ିବା ସମୟରେ ସକାରାତ୍ମକ ସମ୍ବାଦମାନ ବାଛି ପଢ଼ିବା ଦରକାର ।
  6. ଅନେକ ସମୟରେ ଅଭିଜ୍ଞତା ସେୟାର କରିବା ସମୟରେ କିଛି ଅଶ୍ଳୀଳ ମନ୍ତବ୍ୟ ବା କାହାକୁ ବାଧଲା ଭଳି ମନ୍ତବ୍ୟ ଦେବା ଅତ୍ୟନ୍ତ ଖରାପ ଅଭ୍ୟାସ ।
  7. ଜ୍ଞାନ ଅର୍ଜନ ପାଇଁ ଇଣ୍ଟରନେଟ୍ ବ୍ୟବହାର କରାଯାଏ, ମନୋରଞ୍ଜନ ପାଇଁ ନୁହେଁ – ଏହା ଜଣେ ଶିକ୍ଷକ ଅନୁଭବ କରି ସେହି ଦିଗରେ ଶିକ୍ଷାର୍ଥୀଙ୍କୁ ପରିଚାଳିତ କରିବା ଉଚିତ ।

3. ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କିପରି କରାଯାଇପାରିବ ଆଲୋଚନା କର ।
Answer:
ଶିକ୍ଷା କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ : ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି ଏବଂ ଏହା ମାଧ୍ୟମରେ ନିମ୍ନଲିଖ କାର୍ଯ୍ୟସବୁ କରାଯାଉଛି ।

  • ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
  • ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
  • ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
  • ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
  • ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ବ୍ୟବହାର କରିବା ।
  • ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର କରିବା ।
  • ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।

Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –

  1. ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
  2. ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
  3. ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
  4. ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
  5. ଶୈକ୍ଷିକ ଗବେଷଣା
  6. ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
  7. ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
  8. ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
  9. ଦୂର ଶିକ୍ଷାରେ ସାହାଯ୍ୟ
  10. ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।

CHSE Odisha Class 12 Education Solutions Chapter 13 ଶିକ୍ଷାରେ ସୂଚନା ଓ ସଞ୍ଚାର ପ୍ରଯୁକ୍ତି ବିଦ୍ୟା

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷାରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ଵ :
ବର୍ତ୍ତମାନର ଯାନ୍ତ୍ରିକ ଦୁନିଆରେ ପ୍ରତ୍ୟେକଟି ବିଷୟ ବିଜ୍ଞାନପ୍ରସୂତ ଯନ୍ତ୍ର ଉପରେ ପର୍ଯ୍ୟବସିତ । କମ୍ପ୍ୟୁଟର, ଟେଲିଭିଜନ ଆଦି ସମଗ୍ର ବିଶ୍ବକୁ ସଂକୁଚିତ କରିଦେଇଛି । ତେଣୁ ଶିକ୍ଷାରେ ଉପଯୁକ୍ତ ଶିକ୍ଷଣର ବିକାଶ ନିମିତ୍ତ ପ୍ରଯୁକ୍ତିବିଦ୍ୟାର ଆବଶ୍ୟକତା ରହିଛି । ଶିକ୍ଷାରେ ପ୍ରଯୁକ୍ତି ବିଦ୍ୟାର ନିମ୍ନୋକ୍ତ ଉପଯୋଗିତାମାନ ରହିଛି ।
(1) ଏହାଦ୍ଵାରା ଶିକ୍ଷାଗତ ଚାହିଦାକୁ ସାମନା କରି ଉପଯୁକ୍ତ ପରିବେଶ ପ୍ରସ୍ତୁତ କରିବା ।
(2) ପାଠ୍ୟକ୍ରମ ପ୍ରସ୍ତୁତି ଓ ଶିକ୍ଷାଦାନ ପ୍ରଣାଳୀର ଉନ୍ନତିକରଣ ।
(3) ମୂଲ୍ୟାୟନ ଓ ପରିମାପରେ ସାହାଯ୍ୟ ।
(4) ଶିକ୍ଷା ଯୋଜନାରେ ସହାୟତା ସହ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ବ୍ୟାପକ ବ୍ୟବହାର ।
(5) ଶିକ୍ଷା ସହାୟକ ସରଞ୍ଜାମ ପ୍ରସ୍ତୁତିରେ ଆବଶ୍ୟକ ।
(6) ବିଭିନ୍ନ ଶିକ୍ଷା ସମସ୍ୟାର ସମାଧାନ ପାଇଁ ବ୍ୟବହାର ।
(7) ଶିକ୍ଷାର ବ୍ୟାପକ ପ୍ରସାର ଓ ପ୍ରଚାର ନିମିତ୍ତ ବିଭିନ୍ନ ପରିସ୍ଥିତିରେ ଏହାର ଉପଯୋଗ ଇତ୍ୟାଦି ।

ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିଷୟବସ୍ତୁ :
CAI : Computer Assisted Instruction : ଏହାଦ୍ଵାରା ଶିକ୍ଷକ-ତାଲିମ କାର୍ଯ୍ୟ କମ୍ପ୍ୟୁଟର ମାଧ୍ୟମରେ ପ୍ରଦାନ କରାଯାଏ ।
Hardware – ବିଭିନ୍ନ ବୈଦ୍ୟୁତିକ ଯନ୍ତ୍ରବିଶେଷର ବ୍ୟବହାର କରି ଶିକ୍ଷାଦାନ ବ୍ୟବସ୍ଥା କରାଯାଏ ।
Software – ବିଭିନ୍ନ ପ୍ରୋଗ୍ରାମ, ଡିଜାଇନ୍ ଓ ଆଧୁନିକ ଶିକ୍ଷାର ଉନ୍ନତ ପଦ୍ଧତି ଯାହା ମାଧ୍ୟମରେ ଶିକ୍ଷାଦାନକୁ ସରଳ, ବୋଧଗମ୍ୟ କରାଯାଏ; ଯଥା – Micro teaching (ଅଣୁଶିକ୍ଷଣ ଚକ୍ର), ଅନୁସୂଚିତ ଶିକ୍ଷଣ ଇତ୍ୟାଦି ବ୍ୟବହାର କରି ଶିକ୍ଷାଦାନ କରାଯାଏ । ଶିକ୍ଷାରେ ବିଭିନ୍ନ ଗଣମାଧ୍ୟମର ଭୂମିକା ମଧ୍ଯ ଏହାର ପରିସରଭୁକ୍ତ; ଯଥା- କମ୍ପ୍ୟୁଟର, ଇଣ୍ଟରନେଟ୍, ଇ-ମେଲ ଇତ୍ୟାଦି ।

ଶିକ୍ଷାରେ ଚିତ୍ରଣ ଓ ଅଣଚିତ୍ରଣ ଉପକରଣ (Projected and Non-projected Aids) ବ୍ୟବହାର କରାଯାଇଥାଏ । ଉପରୋକ୍ତ ବିଷୟଗୁଡ଼ିକ ବର୍ତ୍ତମାନ ଶିକ୍ଷାବ୍ୟବସ୍ଥାରେ ବହୁଳଭାବେ ବ୍ୟବହାର କରାଯାଇ ଏହାକୁ ବିଜ୍ଞାନର ମାନ୍ୟତା ଦିଆଯାଉଛି ।

Computer – ବିଂଶ ଶତାବ୍ଦୀର ମଧ୍ୟଭାଗରେ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚୁସେଟ୍ସ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ (MIT)ର ଶିକ୍ଷାକ୍ଷେତ୍ରର କମ୍ପ୍ୟୁଟର ବ୍ୟବହାର କରାଯାଇଥିଲା । ଶିକ୍ଷାରେ କମ୍ପ୍ୟୁଟରର ପ୍ରୟୋଗ ଆଜିକାଲି ବହୁମାତ୍ରାରେ ବଢ଼ିଯାଇଛି । ୧୮୮୩ ମସିହାରେ ଚାର୍ଲସ୍ ବାବେଜ୍ ଏହାକୁ ଉଦ୍ଭାବନ କହିଥିଲେ । କ୍ରମେ ଏହା ପ୍ରତ୍ୟେକଟି କ୍ଷେତ୍ରରେ ଏକ ବିପ୍ଳବ ଆଣି ପ୍ରତ୍ୟେକ କାର୍ଯ୍ୟକୁ ସହଜ, ସରଳ ଓ ଦ୍ରୁତ ସମ୍ପାଦନ କରିପାରିଛି । ବିଶେଷକରି ଶିକ୍ଷାରେ ଏହାର ବ୍ୟାପକ ବ୍ୟବହାର ହେଉଛି; ଯଥା –

  1. ପାଠ୍ୟକ୍ରମ ପ୍ରସ୍ତୁତି ଓ ରୂପାନ୍ତରଣ
  2. ଶିକ୍ଷାଦାନ ପ୍ରଣାଳୀରେ କମ୍ପ୍ୟୁଟର ବ୍ୟବହାର
  3. ପରୀକ୍ଷା ପତ୍ର ପ୍ରସ୍ତୁତି ଓ ମୂଲ୍ୟାୟନ
  4. ପରୀକ୍ଷା ଫଳକୁ ଶୀଘ୍ର ପ୍ରକାଶନରେ ସାହାଯ୍ୟ
  5. ଶୈକ୍ଷିକ ଗବେଷଣା
  6. ବିଭିନ୍ନ ଯୋଜନା ପ୍ରସ୍ତୁତ କରିବା ଓ ବିଶ୍ଳେଷଣ କରିବା
  7. ଶୈକ୍ଷିକ ପରିଚାଳନାରେ ସାହାଯ୍ୟ
  8. ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ପ୍ରସ୍ତୁତି
  9. ଦୂର ଶିକ୍ଷାରେ ସାହାଯ୍ୟ
  10. ଇଣ୍ଟରନେଟ୍ ମାଧ୍ୟମରେ ଚିଠିପତ୍ର (E-mail) ଓ ଜ୍ଞାନର ପରିସର ବୃଦ୍ଧି କରିବା ଇତ୍ୟାଦି ।

ଭାରତରେ ୧୯୮୪/୮୫ ମସିହାରେ କମ୍ପ୍ୟୁଟର ସାକ୍ଷରତା ଓ ବିଦ୍ୟାଳୟରେ ଅଧ୍ୟୟନର କାର୍ଯ୍ୟକ୍ରମ (CLASS – Computer Literacy and Studies in Schools) ଆରମ୍ଭ କରାଯାଇ କମ୍ପ୍ୟୁଟର ଶିକ୍ଷାକୁ ଶିକ୍ଷାକାର୍ଯ୍ୟକ୍ରମ ସହ ସାମିଲ
କରିପାରିଛି ।

CHSE Odisha Class 12 Psychology Unit 3 Objective Questions in Odia Medium

Odisha State Board CHSE Odisha Class 12 Psychology Solutions Unit 3 ସମୂହ ପ୍ରକ୍ରିୟା ଓ ନେତୃତ୍ଵ & ପରାମର୍ଶ ପ୍ରକ୍ରିୟା Objective Questions.

CHSE Odisha 12th Class Psychology Unit 3 Objective Questions in Odia Medium

ସମ୍ଭାବ୍ୟ ଉତ୍ତରମାନଙ୍କ ମଧ୍ୟରୁ ସଠିକ୍ ଉତ୍ତର ବାଛି ଲେଖ ।
୧। ସମାନ ଲକ୍ଷ୍ୟ ସହ ପରସ୍କର ଭାବ ବିନିମୟ କରୁଥିବା ଦୁଇ କିମ୍ବା ତା’ଠାରୁ ଅଧ‌ିକ ବ୍ୟକ୍ତିଙ୍କର ସମାବେଶକୁ କ’ଣ କୁହାଯାଏ ?
(କ) ସମୂହ
(ଖ) ନେତୃତ୍ୱ
(ଗ) ଅନୁଷ୍ଠାନ
(ଘ) ଆନୁଷ୍ଠ।ନିକ
Answer:
(କ) ସମୂହ

୨। ପରିବାର ମଧ୍ୟରେ ଶିଶୁଟି ପ୍ରଥମେ କେଉଁ ସମୂହରେ ଯୋଗ ଦେଇଥାଏ ?
(କ) ପ୍ରାଥମିକ ସମୂହ
(ଖ) ଗୌଣ ସମୂହ
(ଗ) ଅନୁଷ୍ଠାନ
(ଘ) ବହିଃ ସମୂହ
Answer:
(କ) ପ୍ରାଥମିକ ସମୂହ

୩। କେଉଁ ସମୂହରେ ପାରସ୍ପରିକ ସଂପର୍କ ଓ ଭାବର ଆଦାନ ପ୍ରଦାନ ନ ଥାଏ ?
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ବହିଃସମୂହ
(ଘ) ଅନ୍ତଃସମୂହ
Answer:
(ଖ) ଗୌଣସମୂହ

CHSE Odisha Class 12 Psychology Unit 3 Objective Questions in Odia Medium

୪। ଯେଉଁ ସମୂହରେ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ରହିଥାଏ ତାହାକୁ କେଉଁ ସମୂହ କୁହାଯାଏ ?
(କ) ଗୌଣସମୂହ
(ଖ) ଆନୁଷ୍ଠାନିକ ସମୂହ
(ଗ) ଅଣଆନୁଷ୍ଠାନିକ
(ଘ) ବହିଃସମୂହ
Answer:
(ଖ) ଆନୁଷ୍ଠାନିକ ସମୂହ

୫। କେଉଁ ସମୂହରେ ଆମେ ଏକ ନିର୍ଦ୍ଦିଷ୍ଟ ନୀତି ଓ ନିୟମ ଦେଖିବାକୁ ପାଇ ନଥାଉ ?
(କ) ଗୌଣସମୂହ
(ଖ) ଅନ୍ତଃସମୂହ
(ଗ) ଅଣଆନୁଷ୍ଠାନିକ
(ଘ) ଆନୁଷ୍ଠାନିକ
Answer:
(ଗ) ଅଣଆନୁଷ୍ଠାନିକ

୬। ଗୋଟିଏ ସମୂହରେ ଥ‌ିବା ବ୍ୟକ୍ତି ଅନ୍ୟ ଏକ ସମୂହକୁ କ’ଣ ଭାବରେ ଅଭିହିତ କରିଥାଏ ?
(କ) ବହିଃସମୂହ
(ଖ) ପ୍ର।ଥମିକସମୂହ
(ଗ) ଅନ୍ତଃ ସମୂହ
(ଘ) ଆନୁଷ୍ଠାନିକ ସମୂହ
Answer:
(କ) ବହିଃସମୂହ

୭। କେଉଁ ମତବାଦ ଅନୁସାରେ ବ୍ୟକ୍ତି ନିଜର ସ୍ଥାନ ଓ ଭୌଗୋଳିକ ନିକଟତାକୁ ଆଧାର କରି ସମୂହ ଜଠନ କରିଥାଏ ?
(କ) ସାମୀପ୍ୟ ମତବାଦ
(ଖ) ହୋମୟ ମତବାଦ
(ଗ) ଭାରସାମ୍ୟ ମତବାଦ
(ଘ) ବିନିମୟ ମତବାଦ
Answer:
(କ) ସାମୀପ୍ୟ ମତବାଦ

୮। ଏକାଠି ରହିବାର ମାନସିକତା ଓ ନିଜକୁ ଗୋଟିଏ ଧାରାରେ ବାନ୍ଧି ରଖୁବାର ଭାବନାକୁ କ’ଣ କୁହାଯାଏ ?
(କ) ସଂହତି
(ଖ) ସଂକଳ୍ପ
(ଗ) ଉଦ୍ଦେଶ୍ୟ
(ଘ) ଆନୁଷ୍ଠାନ
Answer:
(କ) ସଂହତି

CHSE Odisha Class 12 Psychology Unit 3 Objective Questions in Odia Medium

୯। ଯେଉଁ ବ୍ୟକ୍ତି ସମୂହରେ କାର୍ଯ୍ୟକଳାପକୁ ପ୍ରଭାବିତ କରିଥାନ୍ତି ତାଙ୍କୁ କ’ଣ କୁହାଯାଏ ?
(କ) ନେତା
(ଖ) ଅଭିନେତା
(ଗ) ବ୍ୟକ୍ତି
(ଘ) ସାଥୀ
Answer:
(କ) ନେତା

୧୦। କେଉଁ ନେତୃତ୍ଵ ହାତରେ ସମୂହରେ ପରିଚାଳନା ପାଇଁ ଅଖଣ୍ଡ କ୍ଷମତା ଥାଏ ?
(କ) ଅଧୂକାରବାଦୀ
(ଖ) ଗଣତନ୍ରବାଦୀ
(ଗ) ଉଦାସୀନ
(ଘ) ଦିବ୍ୟ ପ୍ରତିଭାସଂପନ୍ନ
Answer:
(କ) ଅଧିକାରବାଦୀ

୧୧। କେଉଁ ନେତାକୁ ବ୍ୟକ୍ତିମାନେ ମହାପୁରୁଷ ପରି ମନେ କରିଥାନ୍ତି ।
(କ) ଉଦାସୀନ
(ଖ) ଦିବ୍ୟ ପ୍ରତିଭାସଂପନ୍ନ
(ଗ) ଅଧୂକାରବାଦୀ
(ଘ) ଗଣତାନ୍ରିକବାଦୀ
Answer:
(ଖ) ଦିବ୍ୟ ପ୍ରତିଭାସଂପନ୍ନ

୧୨। ମହକିଲ ସହିତ ଏକ ବନ୍ଧୁତାପୂର୍ଣ ସଂପର୍କ ଏବଂ ବିଶ୍ବାସ ସ୍ଥାପନା କରିବାକୁ କ’ଣ କୁହାଯାଏ ?
(କ) ଘନିଷ୍ଠତା
(ଖ) ସଦିଚ୍ଛା
(ଗ) ଆତ୍ମବିଶ୍ଵାସ
(ଘ) ସମ୍ୱନ୍ଧ
Answer:
(କ) ଘନିଷ୍ଠତା

୧୩। ପରାମର୍ଶଦାତା ମହକିଲଙ୍କର ସମସ୍ୟାକୁ ଧାନର ସହିତ ଶୁଣିବାକୁ କ’ଣ କୁହାଯାଏ ?
(କ) ସମ୍ମାନବୋଧତା
(ଖ) ଧାନକୈନ୍ଦ୍ରିକତା
(ଗ) ସମ୍ୱେଦନଣୀଳତା
(ଘ) ଆତ୍ନସଚେତନତା
Answer:
(ଖ) ଧ୍ୟାନ କୈନ୍ଦ୍ରିକତା

୧୪। ସମ୍ବେଦନଶୀଳତା ରଖୁବାକୁ କ’ଣ କୁହାଯାଏ ?
(କ) ସମାନୁଭୂତି
(ଖ) ନମନୀୟତା
(ଗ) ସମର୍ଥନ
(ଘ) ସଦିଚ୍ଛା
Answer:
(କ) ସମାନୁଭୂତି

୧୫। କେଉଁ ମତବାଦ ଅନୁସାରେ ବ୍ୟକ୍ତି ନିଜ ସଂପର୍କରେ ଭାରସାମ୍ୟ ରକ୍ଷା କରିବା ଦୃଷ୍ଟିରୁ ସମୂହରେ ଯୋଗ ଦେଇଥାଏ ।
(କ) ଭାରସାମ୍ୟ ମତବାଦ
(ଖ) ବିନିମୟ ମତବାଦ
(ଗ) ସମୀପ୍ୟ ମତବାଦ
(ଘ) ହୋମ୍ୟ। ମତବାଦ
Answer:
(କ) ଭାରସାମ୍ୟ ମତବାଦ

CHSE Odisha Class 12 Psychology Unit 3 Objective Questions in Odia Medium

ଶୂନ୍ୟସ୍ଥାନ ପୂରଣ କର

ପ୍ରତ୍ୟେକ ପ୍ରଶ୍ନତଳେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଦିଆଯାଇଛି । ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
୧। ମନୁଷ୍ୟ ଓ ସମାଜ ଉଭୟେ _________________ ।
(କ) ଭିନ୍ନ
(ଖ) ସମାନ
(ଗ) ପରିପୂରକ
(ଘ) ଅନୂପୂରକ
Answer:
(ଗ) ପରିପୂରକ

୨। ବ୍ୟକ୍ତି ନିଜକୁ ସଂପୂର୍ଣ ବ୍ୟକ୍ତି ନିଜକୁ ସଂପୂର୍ଣ ___________________ କରିବା ପାଇଁ ସମୂହ ଗଠନ କରିଥାଏ ।
(କ) ମୁକ୍ତ
(ଖ) ବିକଶିତ
(ଗ) ସାହାଯ୍ୟ
(ଘ) ଅନ୍ୟାନ୍ୟ
Answer:
(ଖ) ବିକଶିତ

୩। ସମୂହରେ ଥ‌ିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି __________________ ରହିବା ଆବଶ୍ୟକ ।
(କ) ସ୍ବୀକୃତି
(ଖ) ଆଗ୍ରହ
(ଗ) କ୍ରିୟା ଅନୁକ୍ରିୟା
(ଘ) ସଚେତନତା
Answer:
(ଗ) କ୍ରିୟା ଅନୁକ୍ରିୟା

୪। ପରିବାର ଏକ _____________ ସମୂହ ଅଟେ ।
(କ) ପ୍ରାଥମିକ
(ଖ) ଆନୁଷ୍ଠାନିକ
(ଗ) ଅନ୍ତଃସମୂହ
(ଘ) ଗୌଣ
Answer:
(କ) ପ୍ରାଥମିକ

୫। ଯେଉଁ ସମୂହରେ ପରସ୍ପର ମଧ୍ୟରେ ଉତ୍ତମ ସଂପର୍କ ନ ଥାଏ ତାହାକୁ ______________ ସମୂହ କୁହାଯାଏ ।
(କ) ପ୍ରାଥମିକ
(ଖ) ଗୌଣ
(ଗ) ଅନ୍ତଃସମୂହ
(ଘ) ବହିଃସମୂହ‍
Answer:
(ଖ) ଗୌଣ

CHSE Odisha Class 12 Psychology Unit 3 Objective Questions in Odia Medium

୬। ଯେଉଁ ସମୂହ ଏକ ନିର୍ଦ୍ଦିଷ୍ଟ ନୀତି, ନିୟମ ଉପରେ ଆଧାରିତ ତାହାକୁ _______________ ସମୂହ କୁହାଯାଏ ।
(କ) ଆନୁଷ୍ଠାନିକ
(ଖ) ଅଣଆନୁଷ୍ଠାନିକ
(ଗ) ଗୌଣ
(ଘ) ପ୍ରାଥମିକ
Answer:
(କ) ଆନୁଷ୍ଠାନିକ

୭। ସମୂହ ଗଠନ ପାଇଁ _______________________ ର ଆବଶ୍ୟକତା ଦରକାର ।
(କ) ସଂକଳ୍ପ
(ଖ) ସଂହତି
(ଗ) ଉଦ୍ଦେଶ୍ୟ
(ଘ) ସାହାଯ୍ୟ
Answer:
(ଖ) ସଂହତି

୮। ଛୋଟ ଆକାରର ସମୂହ ସବୁବେଳେ __________________ ପ୍ରକାରର ସମୂହ ଅଟେ ।
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ବହିଃ ସମୂହ
(ଘ) ଅନ୍ତଃସମୂହ
Answer:
(କ) ପ୍ରାଥମିକ ସମୂହ

୯। ଗୋଟି ସୋପାନ ଦେଇ ଗତି କରେ ।
(କ) ଦୁଇ
(ଖ) ତିନି
(ଗ) ଚାରି
(ଘ) ଛଅ
Answer:
(ଗ) ଚାରି

୧୦। ସମୂହରେ ଆକାର ବଡ଼ ହେଲେ ___________________ ର ଆବଶ୍ୟକତା ପଡ଼ିଥାଏ ।
(କ) ସହମତି
(ଖ) ନେତୃତ୍ୱ
(ଗ) ନିଷ୍ପତ୍ତି
(ଘ) ସହଯୋଗ
Answer:
(ଖ) ନେତୃତ୍ଵ

୧୧। ଜଣେ ମୁସଲମାନ ବ୍ୟକ୍ତିକୁ ଜଣେ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତି ______________________ ଭାବରେ ଅଭିହିତ କରିଥାଏ ।
(କ) ପ୍ରାଥମିକସମୂହ
(ଖ) ଗୌଣସମୂହ
(ଗ) ଅନ୍ତଃ ସମୂହ
(ଘ) ବହିଃସମୂହ‍
Answer:
(ଘ) ବହିଃ ସମୂହ

CHSE Odisha Class 12 Psychology Unit 3 Objective Questions in Odia Medium

୧୨। ____________ ସମୂହ ଗଠନ ପାଇଁ ଦରକାର ହୋଇ ନ ଥାଏ ।
(କ) ଦୁଇ କିମ୍ବା ଅଧୂକ ବ୍ୟକ୍ତି
(ଖ) ରକ୍ତି ସଂପର୍କୀୟ ବ୍ୟକ୍ତି
(ଗ) ସମାନ ଲକ୍ଷ୍ୟ
(ଘ) ସଂହତି
Answer:
(ଖ) ରକ୍ତ ସଂପର୍କୀୟ ବ୍ୟକ୍ତି

୧୩। ସାଙ୍ଗସାଥୀ ଓ ଖେଳସାଥିମାନଙ୍କୁ ______________ ସମୂହର ଅନ୍ତର୍ଭୁକ୍ତ କରାଯାଏ ।
(କ) ବହିଃସମୂହ‍
(ଖ) ଅଣଆନୁଷ୍ଠାନିକ ସମୂହ
(ଗ) ଆନୁଷ୍ଠାନିକ ସମୂହ
(ଘ) ପ୍ରାଥମିକ ସମୂହ
Answer:
(ଘ) ପ୍ରାଥମିକ ସମୂହ

୧୪। ଦୃଢ଼ ନେତୃତ୍ଵ ପାଇଁ _________________ ର ଆବଶ୍ୟକତା ଜରୁରୀ ।
(କ) ଶକ୍ତି
(ଖ) ଆତ୍ମବିଶ୍ୱ।ସ
(ଗ) ଉତ୍ସାହ
(ଘ) ଇଚ୍ଛ।
Answer:
(ଖ) ଆତ୍ମବିଶ୍ଵାସ

୧୫। ଏକ ଜାତି ସମୂହ ହେଉଛି ଆକାରରେ _____________________ ।
(କ) ବଡ଼
(ଖ) ସାନ
(ଗ) ମଧ୍ୟମ
(ଘ) ବହୁତ ସାନ
Answer:
(କ) ବଡ଼

୧୬। ________________ ନେତୃତ୍ବର କୌଣସି ସ୍ପଷ୍ଟ ନୀତି ନିୟମ ନ ଥାଏ ।
(କ) ଗଣତନ୍ରବାଦୀ
(ଖ) ଅଧୂକାରବାଦୀ
(ଗ) ଉଦାସୀନ
(ଘ) ରୂପାନ୍ତରଣ
Answer:
(ଗ) ଉଦାସୀନ

୧୭। ସମୂହ ସଦସ୍ୟମାନଙ୍କର ଏକ __________________ ଲକ୍ଷ୍ୟ ଥାଏ ।
(କ) ସାଧାରଣ
(ଗ) ନିରବଚ୍ଛିନ୍ନ
(ଖ) ଅସାଧାରଣ
(ଘ) ଭିନ୍ନ
Answer:
(କ) ସାଧାରଣ

CHSE Odisha Class 12 Psychology Unit 3 Objective Questions in Odia Medium

୧୮। ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଥ‌ିବା ________________________ ସମୂହ ଗଠନରେ ଏକ ମୌଳିକ ଉପାଦାନ ଅଟେ ।
(କ) ଆଗ୍ରହ
ଖ) ମୌଳିକତା
(ଗ) ନିକଟତା
(ଘ) ଦୂରତା
Answer:
(ଗ) ନିକଟତା

୧୯। ସମୂହର ଅନ୍ୟ ବ୍ୟକ୍ତିଙ୍କ ବ୍ୟବହାର ସହିତ ସମାନ ବ୍ୟବହାର ଦେଖାଇବାକୁ _________________ କୁହାଯାଏ ।
(କ) ସାମାଜିକତା
(ଖ) ଅନୁରୂପତା
(ଗ) ବାସ୍ତବିକତା
(ଘ) ନୈତିକତା
Answer:
(ଖ) ଅନୁରୂପତା

୨୦। ଯେଉଁ ନେତୃତ୍ୱରେ ଦଳମୁଖ୍ୟ ଦଳ ପାଇଁ ସମସ୍ତ ସିଦ୍ଧାନ୍ତ ନିଜେ ଗ୍ରହଣ କରିଥାନ୍ତି ତାହାକୁ _________________ କୁହାଯାଏ ।
(କ) ଅଧିକାରବାଦୀ ନେତୃତ୍ଵ
(ଖ) ଗଣତନ୍ରବାଦୀ ନେତୃତ୍ଵ
(ଗ) ଉଦାସୀନ ନେତୃତ୍ଵ
(ଘ) ରୂପାନ୍ତର ନେତୃତ୍ଵ
Answer:
(କ) ଅଧିକାରବାଦୀ ନେତୃତ୍ଵ

୨୧। ଘନିଷ୍ଠ ସମ୍ପର୍କ ସ୍ଥାପନ ପରାମର୍ଶ ସେବାର ________________ ପର୍ଯ୍ୟାୟ ଅଟେ ।
(କ) ପ୍ରଥମ
(ଖ) ଦ୍ଵିତୀୟ
(ଗ) ତୃତୀୟ
(ଘ) ଚତୁର୍ଥ
Answer:
(କ) ପ୍ରଥମ

୨୨। ପରାମର୍ଶ ଏକ __________________ ପ୍ରକ୍ରିୟା ଅଟେ ।
(କ) ଉପଦେଶ ଦେବା
(ଖ) ସୂଚନା ପ୍ରଦାନ
(ଗ) ସାହାଯ୍ୟ କରିବା
(ଘ) ଆଦେଶ ଦେବା
Answer:
(କ) ଉପଦେଶ ଦେବା

୨୩। _________________ ପରାମର୍ଶ ପ୍ରକ୍ରିୟାର ପ୍ରଥମ ସୋପାନ ।
(କ) ପ୍ରଥମ ସଂପର୍କ
(ଖ) ଗଭୀର ଅନୁଶୀଳନ
(ଗ) ଅଙ୍ଗୀକୀରବଦ୍ଧତା
(ଘ) ପଶ୍ଚାତ୍ ଅନୁଶୀଳନ
Answer:
(କ) ପ୍ରଥମ ସଂପର୍କ

୨୪। ପରାମର୍ଶ ଗ୍ରହଣ କରୁଥିବା ବ୍ୟକ୍ତିକୁ ________________ କୁହାଯାଏ ।
(କ) ପରାମର୍ଣଦାତା
(ଖ) ମହକିଲ
(ଗ) ପ୍ରଭାବୀ ବ୍ୟକ୍ତି
(ଘ) ସାଧାରଣ ବ୍ୟକ୍ତି
Answer:
(ଖ) ମହକିଲ

CHSE Odisha Class 12 Psychology Unit 3 Objective Questions in Odia Medium

୨୫। ପରାମର୍ଶ ମନୋବିଜ୍ଞାନ ହେଉଛି ଏକ ________________ ମନୋବିଜ୍ଞ।ନ।
(କ) ଗବେଷଣାତ୍ନକ
(ଖ) ଗଭୀର ଅନୁସନ୍ଧାନ
(ଗ) ପ୍ର।କୃତିକ
(ଘ) ସାଧାରଣ
Answer:
(କ) ଗବେଷଣାତ୍ମକ

୨୬। ________________ ଜଣେ ପ୍ରଭାବୀ ପରାମର୍ଶ ଦାତାଙ୍କର ଏକ ଲକ୍ଷଣ ।
(କ) ଆତ୍ମକୈନ୍ଦ୍ରିକତା
(ଖ) ସମ୍ବେଦନଶୀଳତା
(ଗ) ଆତ୍ମମର୍ଯ୍ୟାଦା
(ଘ) ସାଧାରଣ
Answer:
(କ) ଆନୁଷ୍ଠାନିକ

୨୭। ମହକିଲଙ୍କର ବିନା ଅନୁମତିରେ ତାଙ୍କଠାରୁ ସଂଗୃହୀତ ସୂଚନାଗୁଡ଼ିକ ଅନ୍ୟ କାହାକୁ ନ କହିବା ପ୍ରକ୍ରିୟାକୁ _______________ କୁହାଯାଏ ।
(କ) ବ୍ୟାବସାୟିକ ସମ୍ବନ୍ଧ
(ଖ) ଆଚରଣରେ ବସ୍ତୁନିଷ୍ଠତା
(ଗ) ଗୋପନୀୟତା
(ଘ) ଗଭୀର ଅନୁସନ୍ଧ।ନ
Answer:
(ଖ) ଆଚରଣରେ ବସ୍ତୁନିଷ୍ଠତା

୨୮। ପରାମର୍ଶ ପ୍ରକ୍ରିୟାର ସଫଳତା ପାଇଁ ସୌହାର୍ଯ୍ୟପୂର୍ଣ୍ଣ ବାତାବରଣ, ନିବିଡ଼ତା ଏବଂ ________________ ର ଆବଶ୍ୟକତା ପଡ଼ିଥାଏ ।
(କ) ବିଶ୍ଵାସ
(ଖ) ତୀବ୍ରତା
(ଗ) ତାଲିମ୍
(ଘ) ସାହାଯ୍ୟ
Answer:
(କ) ବିଶ୍ଵାସ

୨୯। ମହକିଲଙ୍କ ସହିତ ଏକ ବନ୍ଧୁତ୍ଵପୂର୍ଣ ସଂପର୍କ ଏବଂ ବିଶ୍ଵାସ ସ୍ଥାପନକୁ ____________________ କୁହାଯାଏ ।
(କ) ଘନିଷ୍ଠତା
(ଖ) ଅନୁସନ୍ଧ।ନ
(ଗ) ସମ୍ୱନ୍ଧ
(ଘ) ସହଯୋଗ
Answer:
(କ) ଘନିଷ୍ଠତା

୩୦। ଯେଉଁ ବ୍ୟକ୍ତି ପରାମର୍ଶ ପ୍ରଦାନ କରିଥାନ୍ତି ତାଙ୍କୁ _______________ କୁହାଯାଏ ।
(କ) ପରାମର୍ଶଦାତା
(ଖ) ଅନୁସନ୍ଧାନ
(ଗ) ପ୍ରଭାବଶାଳୀ ବ୍ୟକ୍ତି
(ଘ) ସାଧାରଣ ବ୍ୟକ୍ତି
Answer:
(କ) ପରାମର୍ଶଦାତା

ନିମ୍ନରେ ଦିଆଯାଇଥୁବା ଉକ୍ତିଗୁଡ଼ିକ “ଠିକ୍” କିମ୍ବା “ଭୁଲ” ଦର୍ଶାଅ ।

୧। ସମୂହ ସଭ୍ୟମାନଙ୍କର ଏକ ସାଧାରଣ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଥାଏ ।
Answer:
ଠିକ୍ ।

୨।ସଭ୍ୟମାନଙ୍କର ବ୍ୟବହାର ତଥା ଆଚରଣମାନଙ୍କ ଦ୍ବାରା ସମୂହ ନିର୍ଦ୍ଦେଶିତ ହୋଇଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୩। ସମୂହ ଗଠନ ପାଇଁ ନିକଟତା ଏକ ଆବଶ୍ୟକତା ସର୍ଭେ ।
Answer:
ଭୁଲ ।

୪। ସମାନ ବିଚାର ଏବଂ ମୂଲ୍ୟବୋଧ ରଖୁଥ‌ିବା ବ୍ୟକ୍ତିମାନେ ସମୂହ ଗଠନ କରିପାରିଛନ୍ତି ।
Answer:
ଠିକ୍ ।

୫। ଛାତ୍ର ଧର୍ମଘଟ ସମୟରେ ମିଳିତ ହୋଇଥିବା ଛାତ୍ରଙ୍କୁ ସାମାଜିକ ସମୂହ କୁହାଯାଇଥାଏ ।
Answer:
ଭୁଲ୍ ।

୬। ବିଭିନ୍ନ ସମୂହର ସଂଗଠନ ଓ କାର୍ଯ୍ୟାବଳୀ ପରସ୍ପରଠାରୁ ଭିନ୍ନ ହୋଇଥାଏ ।
Answer:
ଠିକ୍ ।

୭। କ୍ଷୁଦ୍ର ସମୂହରେ ସଂହତି ପରିଲକ୍ଷିତ ହୁଏ ନାହିଁ ।
Answer:
ଭୁଲ୍ ।

୮। ସାମାଜିକ ସମୂହ ମନସ୍ତାତ୍ତ୍ଵିକ ଆବଶ୍ୟକତା ପୂରଣ କରିଥାଏ ।
Answer:
ଠିକ୍ ।

୯।ଗୌଣ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ଓ ନିବିଡ଼ ସଂପର୍କ ଥାଏ ।
Answer:
ଭୁଲ ।

୧୦। ଆନୁଷ୍ଠାନିକ ସମୂହ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ମଧ୍ଯରେ ପରିଚାଳିତ ହେଉ ନ ଥାଏ ।
Answer:
ଭୁଲ ।

୧୧। ପ୍ରାଥମିକ ସମୂହରେ ନିକଟ ତଥା ଅନ୍ତରଙ୍ଗ ସମ୍ବନ୍ଧ ହୋଇଥାଏ ।
Answer:
ଠିକ୍ ।

୧୨। ଜଣେ ବ୍ୟକ୍ତି ଅନ୍ୟଜଣଙ୍କର ନିକଟବର୍ତୀ ରହିବା ଫଳରେ ସେମାନଙ୍କ ମଧ୍ୟରେ ସଂପର୍କ ସ୍ଥାପିତ ହୁଏ । ଏହାକୁ ସାଦୃଶ୍ୟ କୁହାଯାଏ ।
Answer:
ଭୁଲ୍ ।

୧୩। ଏକାଠି ରହିବାର ମାନସିକତା ଓ ନିଜକୁ ଗୋଟିଏ ଧାରାରେ ବାନ୍ଧି ରଖୁବାର ଭାବନାକୁ ସମାନ ଲକ୍ଷ୍ୟ କୁହାଯାଏ ।
Answer:
ଭୁଲ୍ ।

୧୪। ଦଣ୍ଡ ଦେବାର ଅଧିକାର ହେଉଛି ନେତୃତ୍ବର ଏକ ପ୍ରଧାନ ଲକ୍ଷଣ ।
Answer:
ଭୁଲ୍ ।

୧୫। ଦୃଢ଼ ନେତୃତ୍ୱ ପାଇଁ ଆତ୍ମବିଶ୍ଵାସର ଆବଶ୍ୟକତା ନାହିଁ ।
Answer:
ଭୁଲ୍ ।

୧୬। ନେତୃତ୍ଵ ଏକ ଦକ୍ଷତା ଯାହା ଲକ୍ଷ୍ୟ ପୂରଣ ଦିଗରେ ସମୂହକୁ ପ୍ରଭାବିତ କରିଥାଏ ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୧୭। ଉଦାସୀନ ନେତାମାନେ ସମୂହ ସଦସ୍ୟଙ୍କର ଚିନ୍ତାଧାରା ଓ ବିଶ୍ୱାସକୁ ନେଇ କାର୍ଯ୍ୟ କରିଥାନ୍ତି |
Answer:
ଭୁଲ୍ ।

୧୮। ପରାମର୍ଶଦାତା ମହକିଲଙ୍କ ସହିତ ନିଜର ଆଚରଣରେ ବ୍ୟକ୍ତିନିଷ୍ଠତା ବଜାୟ ରଖନ୍ତି ।
Answer:
ଭୁଲ୍ ।

୧୯। ସାଧୁତା ଓ ବସ୍ତୁନିଷ୍ଠତା ଜଣେ ପ୍ରଭାବୀ ମନୋବିଜ୍ଞାନୀଙ୍କର ଆବଶ୍ୟକ ଗୁଣ । ‍
Answer:
ଠିକ୍ ।

୨୦। ପରାମର୍ଶଦାତାଙ୍କର ଶାରୀରିକ ସ୍ବାସ୍ଥ୍ୟ ସଫଳ ପରାମର୍ଶ ଦେବା ପାଇଁ ଦରକାର ।
Answer:
ଭୁଲ୍ ।

୨୧। ଆବଶ୍ୟକ କରୁଥିବା କୌଣସି ବ୍ୟକ୍ତିଙ୍କୁ ଉପଦେଶ ଏବଂ ସହାୟତା ଦେବାର ପ୍ରକ୍ରିୟାକୁ ପରାମର୍ଶ କୁହାଯାଏ ।
Answer:
ଭୁଲ୍ ।

୨୨। ଜଣେ ପରାମର୍ଶଦାତାଙ୍କର ନିଜ ବ୍ୟକ୍ତିତ୍ବ ସମ୍ବନ୍ଧରେ ସଚେତନତା ଓ ଆବଶ୍ୟକତା ରହିବା ଉଚିତ୍ ।
Answer:
ଭୁଲ୍ ।

୨୩। ନିର୍ଦ୍ଦେଶନା ପରାମର୍ଶ ପ୍ରକ୍ରିୟାର ଅଂଶ ନୁହେଁ ।
Answer:
ଭୁଲ୍ ।

୨୪। ମହକିଲଙ୍କର ନିଜ ସମସ୍ୟାକୁ ଜାଣିବା ଓ ସ୍ବୀକାର କରିବାରେ ସାହାଯ୍ୟ କରିବା ପରାମର୍ଶର ପ୍ରଥମ ମହତ୍ତ୍ଵପୂର୍ଣ ପଦକ୍ଷେପ ।
Answer:
ଠିକ୍ ।

୨୫। ପରାମର୍ଶ ପ୍ରକ୍ରିୟା ଉଭୟ ପରାମର୍ଶଦାତା ଓ ମହକିଲଙ୍କର ମିଳିତ ପ୍ରଚେଷ୍ଠା ଉପରେ ନିର୍ଭର କରେ ।
Answer:
ଠିକ୍ ।

୨୬। ପରାମର୍ଶ ହେଉଛି ଏକ ବୃତ୍ତି ।
Answer:
ଠିକ୍ ।

୨୭। ପ୍ରତ୍ୟେକ ପରାମର୍ଶଦାତାଙ୍କର ପରାମର୍ଶ ଦେବା ପ୍ରକ୍ରିୟା ଅନ୍ୟଜଣଙ୍କଠାରୁ ଅଲଗା ।
Answer:
ଠିକ୍ ।

CHSE Odisha Class 12 Psychology Unit 3 Objective Questions in Odia Medium

୨୮। ପରାମର୍ଶ ପ୍ରକ୍ରିୟାର ସଫଳତା ପାରସ୍ପରିକ ବିଶ୍ଵାସ, ନିବିଡ଼ତା ଓ ସୌହାର୍ଘ୍ୟପୂର୍ଣ୍ଣ ବାତାବରଣ ଉପରେ ନିର୍ଭର କରେ ନାହିଁ ।
Answer:
ଭୁଲ୍ ।

୨୯। କୌଣସି ପରାମର୍ଶ ଦାତା ମହକିଲଙ୍କଠାରୁ ତଥ୍ୟ ଆଦାୟ କରିବା ପାଇଁ ଦଣ୍ଡାତ୍ମକ ବିଧୂର ସହାୟତା ନେଇଥାନ୍ତି ।
Answer:
ଭୁଲ୍ ।

୩୦। ପରାମର୍ଶ ପ୍ରକ୍ରିୟା ମହକିଲର ପ୍ରତ୍ୟକ୍ଷୀକରଣ ଓ ଅନୁଭବକୁ ସ୍ୱୀକୃତି ଦେଇଥାଏ ।
Answer:
ଠିକ୍ ।