CHSE Odisha Class 12 Math Solutions Chapter 7 Continuity and Differentiability Ex 7(d)

Odisha State Board Elements of Mathematics Class 12 CHSE Odisha Solutions Chapter 7 Continuity and Differentiability Ex 7(d) Textbook Exercise Questions and Answers.

CHSE Odisha Class 12 Math Solutions Chapter 7 Continuity and Differentiability Exercise 7(d)

Question 1.
Prove the formulae (4) to (7).
Solution:
(4) \(\frac{d}{d x}\)(cos-1 x) = \(\frac{-1}{\sqrt{1-x^2}}\)
Let y = cos-1 x
⇒ x = cos y
⇒ \(\frac{d}{d x}\) = \(\frac{1}{\left(\frac{d x}{d y}\right)}\) = \(\frac{1}{-\sin y}\)
But sin y ≥ 0 when
y ∈ [0, π] ( ∵ [0, π] is the principal value branch for cos-1 x)
∴ \(\frac{d y}{d x}\) = \(\frac{-1}{\sqrt{1-\cos ^2 y}}\) = \(\frac{-1}{\sqrt{1-x^2}}\)

(5) Let y = tan-1 x
⇒ x = tan y
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.1

CHSE Odisha Class 12 Math Solutions Chapter 7 Continuity and Differentiability Ex 7(d)

(6) Let y = cot-1 x
⇒ x = cot y
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.1(1)

(7) Let y = cosec-1 x
⇒ x = cosec y
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.1(2)

Question 2.
Find derivatives of the following functions.
sin-1 2x
Solution:
y = sin-1 2x
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.2

Question 3.
cot-1 √x
Solution:
cot-1 √x
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.3

Question 4.
sec-1 (2x + 1)
Solution:
y = sec-1 (2x + 1)
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.4

Question 5.
cos-1 \(\sqrt{\frac{1+x}{2}}\)
Solution:
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.5

Question 6.
cos-1 \(\left(\frac{x-\frac{1}{x}}{x+\frac{1}{x}}\right)\)
Solution:
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.6

CHSE Odisha Class 12 Math Solutions Chapter 7 Continuity and Differentiability Ex 7(d)

Question 7.
tan-1 (cos √x)
Solution:
y = tan-1 (cos √x)
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.7

Question 8.
x2 cosec-1 \(\left(\frac{1}{\ln x}\right)\)
Solution:
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.8

Question 9.
cot-1 \( \frac{\sqrt{1-x^2}}{x} \)
Solution:
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.9

Question 10.
(x sin-1 x)15
Solution:
y = (x sin-1 x)15
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.10

Question 11.
sin-1 \( \sqrt{\frac{1-x}{1+x}} \)
Solution:
CHSE Odisha Class 12 Math Solutions Chapter 7 Continuity and Differentiability Ex 7(d) Q.11

CHSE Odisha Class 12 Economics Chapter 7 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7 ପରିବ୍ୟୟ Short Answer Questions.

CHSE Odisha 12th Class Economics Chapter 7 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଦୁଇଟି/ ତିନୋଟି ବାକ୍ୟ ମଧ୍ଯରେ ଉତ୍ତର ଦିଅ ।

1. ବ୍ୟକ୍ତିଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନକାରୀ ସଂସ୍ଥା କୌଣସି ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ କଲାବେଳେ ଯେଉଁ ବ୍ୟୟ ଭାର ବହନ କରିଥାଆନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ସୁତରାଂ, ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉତ୍ପାଦନକାରୀ ଯେଉଁ ପରିବ୍ୟୟ ନିଜେ ବହନ କରେ, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ଆଖ୍ୟା ଦିଆଯାଏ । ଚୌଦ୍ବାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ ।

2. ସାମାଜିକ ପରିବ୍ୟୟ କ’ଣ ?
Answer:
ଉତ୍ପାଦନକାରୀ ସଂସ୍ଥାମାନଙ୍କଦ୍ୱାରା ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନ ନିମନ୍ତେ ସମାଜ ଯେଉଁ ଭାର ବହନ କରେ, ତାହାକୁ ସାମାଜିକ ପରିବ୍ୟୟ ବୋଲି କୁହାଯାଏ । କୌଣସି ଦ୍ରବ୍ୟ ଉତ୍ପାଦନ କଲାବେଳେ ଏପରିକି କାରଖାନା ସହ ଆଦୌ ସମ୍ପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୁଅନ୍ତି । ପରିବେଶ ପ୍ରଦୂଷଣଜନିତ ଅସୁବିଧା ଏବଂ ତହିଁରୁ ମୁକ୍ତି ପାଇବାପାଇଁ ଯେଉଁ ବୋଝ ସରକାର ତଥା ସମାଜ ବହନ କରେ, ତାହାହିଁ ସାମାଜିକ ପରିବ୍ୟୟ ।

3. ସ୍ଵଳ୍ପକାଳ-କ’ଣ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନକାରୀ ପ୍ରତିଷ୍ଠାନର ଆୟତନରେ କୌଣସି ପରିବର୍ତ୍ତନ କରିପାରେ ନାହିଁ, ତାହାକୁ ଉତ୍ପାଦନ ପ୍ରକ୍ରିୟାରେ ସ୍ଵଳ୍ପକାଳ ବୋଲି କୁହାଯାଏ । ତେଣୁ ସ୍ଵଳ୍ପକାଳରେ କେବଳ ପରିବର୍ତ୍ତନୀୟ ଉପାଦାନରେ ବୃଦ୍ଧି ଘଟାଇ ଉତ୍ପାଦନ ବୃଦ୍ଧି ଘଟାଇବା ସମ୍ଭବ ହୋଇଥାଏ । ଏହି ସ୍ଵଳ୍ପକାଳରେ ଦୁଇ ପ୍ରକାର ପରିବ୍ୟୟ ଦେଖାଯାଏ; ଯଥା- ସ୍ଥିର ପରିବ୍ୟୟ ଏବଂ ପରିବର୍ତ୍ତନୀୟ ପରିବ୍ୟୟ ।

4. ଦୀର୍ଘକାଳ କ’ଣ ?
Answer:
ଯେଉଁ ସମୟସୀମା ମଧ୍ୟରେ ଉତ୍ପାଦନ ସଂସ୍ଥାର ଆୟତନ ଓ ଯନ୍ତ୍ରପାତି ଇତ୍ୟାଦିର ବୃଦ୍ଧି କରିବା ସମ୍ଭବ ହୋଇଥାଏ, ତାହାକୁ ଦୀର୍ଘକାଳ ବୋଲି କୁହାଯାଏ । ଦୀର୍ଘକାଳରେ କୌଣସି ଉପାଦାନ ସ୍ଥିର ବା ଅପରିବର୍ତ୍ତନୀୟ ରହେ ନାହିଁ ଅର୍ଥାତ୍ ଏହି ସମୟରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ ହୋଇଥାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଉତ୍ପାଦ ପରିମାଣରେ ପରିବର୍ତ୍ତନ ହେଲେ ଯେଉଁ ପରିବ୍ୟୟରେ ପରିବର୍ତ୍ତନ ଘଟେ, ତାହାକୁ ପରି ଉଁନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲ ବାବଦ ଖର୍ଜ, ବ୍ୟବହୃତ ବିଜୁଳିଶକ୍ତି ବାବଦ ଦେୟ, ଶ୍ରମିକମାନଙ୍କ ମଜୁରି ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଅନ୍ତର୍ଭୁକ୍ତ । ଉତ୍ପାଦନ ବୃଦ୍ଧି ଘଟିଲେ ଏହି ପରିବ୍ୟୟର ବୃଦ୍ଧି ଘଟେ ଏବଂ ଉତ୍ପାଦନ ହ୍ରାସ ହେଲେ ଏହା ହ୍ରାସ ପାଇଥାଏ ଏବଂ ଉତ୍ପାଦନ ପରିମାଣ ଶୂନ୍ୟ ହେଲେ, ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ ।

6. ଯୋଜନା ରେଖା କ’ଣ ?
Answer:
ସ୍ଵଳ୍ପକାଳରେ ବାସ୍ତବରେ ଉତ୍ପାଦନ ସଙ୍ଘଟିତ ହୋଇଥାଏ, ମାତ୍ର ଦୀର୍ଘକାଳରେ ଉତ୍ପାଦନ ନିମିତ୍ତ କେବଳ ଯୋଜନା ପ୍ରସ୍ତୁତ କରାଯାଇଥାଏ । ସେଥ‌ିପାଇଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଯୋଜନା ରେଖା ବୋଲି ଅଭିହିତ କରାଯାଏ । କାରଣ ଦୀର୍ଘକାଳରେ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖା ଭିତ୍ତିରେ ହିଁ ପରିବ୍ୟୟ ରେଖା ସ୍ଥିର କରାଯାଇପାରେ ।

7. ଆବୃତ ରେଖା କ’ଣ ?
Answer:
ପ୍ରତ୍ୟେକ ପ୍ରତିଷ୍ଠାନର ନୂନତମ ବିନ୍ଦୁକୁ ଯୋଗକଲେ ଦୀର୍ଘକାଳରେ ଯେଉଁ ରେଖା ଉତ୍ପନ୍ନ ହୁଏ, ତାହାହିଁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖା । ଏହା ସମସ୍ତ ସ୍ଵଳ୍ପକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ କରି ରଖୁଥାଏ। ତେଣୁ ଦୀର୍ଘକାଳୀନ ହାରାହାରି ପରିବ୍ୟୟ ରେଖାକୁ ଆବୃତ ରେଖା ବୋଲି କୁହାଯାଏ ।

8. ମୋଟ ପରିବ୍ୟୟ କ’ଣ ?
Answer:
ମୋଟ ପରିବ୍ୟୟ ହେଉଛି ପ୍ରତିଷ୍ଠାନର ମୋଟ ବ୍ୟୟ ବରାଦ । ଉଭୟ ସ୍ଥିର ଉପାଦାନ ଓ ପରିବର୍ତ୍ତନୀୟ ଉପାଦାନ ନିମନ୍ତେ ପ୍ରତିଷ୍ଠାନ କରୁଥିବା ମୋଟ ବ୍ୟୟକୁ ମୋଟ ପରିବ୍ୟୟ କୁହାଯାଏ । ଅର୍ଥାତ୍‌, ମୋଟ ପରିବ୍ୟୟ ହେଉଛି ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

9. ଦୃଶ୍ୟମାନ ପରିବ୍ୟୟ କ’ଣ ?
Answer:
ପ୍ରତିଷ୍ଠାନଗୁଡ଼ିକ ସାଧନ ମାଲିମାନଙ୍କଠାରୁ ଉତ୍ପାଦନ ସହାୟକ ସେବା କ୍ରୟ କରିବାପାଇଁ ଯେଉଁ ବ୍ୟୟ ବହନ କରିଥା’ନ୍ତି ତାହାକୁ ଦୃଶ୍ୟମାନ ପରିବ୍ୟୟ କୁହାଯାଏ । ଅର୍ଥାତ୍ ପ୍ରତିଷ୍ଠାନଗୁଡ଼ିକ ଶ୍ରମ, ପୁଞ୍ଜି, ଭୂମି ଇତ୍ୟାଦି ଉତ୍ପାଦନର ମାଲିକମାନଙ୍କୁ ଯେଉଁ ଚୁକ୍ତିଗତ ମୌଦ୍ରିକ ଦେୟ ପ୍ରଦାନ କରିଥା’ନ୍ତି, ତାହାହିଁ ଦୃଶ୍ୟମାନ ପରିବ୍ୟୟ । ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ ।

10. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଏପରି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍‌କାୟିତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଶେଷ, ନିଜସ୍ଵ ଶ୍ରମ ପାଇଁ ମଜୁରି ଇତ୍ୟାଦି ପ୍ରଚ୍ଛନ୍ନ ପରିବ୍ୟୟ । ଅର୍ଥନୈତିକ ପରିବ୍ୟୟରେ ଉଭୟ ପ୍ରଚ୍ଛନ୍ନ ପରିବ୍ୟୟ ଓ ଦୃଶ୍ୟମାନ ପରିବ୍ୟୟ ହିସାବକୁ ନିଆଯାଏ ।

11. ଉତ୍ପାଦନ ପରିବ୍ୟୟ କ’ଣ ?
Answer:
କୌଣସି ଦ୍ରବ୍ୟର ଉତ୍ପାଦନ ପାଇଁ ଉତ୍ପାଦନକାରୀ ସଂସ୍ଥା ଉପାଦାନଗୁଡ଼ିକ ପାଇଁ ଯେଉଁ ଖର୍ଚ୍ଚ କରିବାକୁ ପଡ଼ିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ । ଉତ୍ପାଦନ କାଳରେ ଉତ୍ପାଦନକାରୀ ବିଭିନ୍ନ ଉତ୍ପାଦନର ସାଧନ କ୍ରୟ କରିଥାଏ ଏବଂ ସେଥ‌ିପାଇଁ ପାଉଣା ଦେଇଥାଏ । ତେଣୁ ସମସ୍ତ ପାଉଣାର ସମଷ୍ଟି ହେଉଛି ପରିବ୍ୟୟ । ଅର୍ଥାତ୍ କୌଣସି ଦ୍ରବ୍ୟ ଉତ୍ପାଦନ ପାଇଁ ଯେଉଁ ଖର୍ଚ୍ଚ ବହନ କରାଯାଇଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

12. ପରିବ୍ୟୟ ଫଳନ କହିଲେ କ’ଣ ବୁଝ ?
Answer:
ପ୍ରତିଷ୍ଠାନ ଦ୍ରବ୍ୟର ଦାମ୍ ନିର୍ଦ୍ଧାରଣ କ୍ଷେତ୍ରରେ ମୋଟ ଉତ୍ପାଦନ ସହିତ ଦ୍ରବ୍ୟର ଉତ୍ପାଦନ ପରିବ୍ୟୟର ସମ୍ପର ୍କ୍ଥାପନ କରିଥାଏ । ଅର୍ଥାତ୍ ପରିବ୍ୟୟ ଓ ଉତ୍ପାଦନ ମଧ୍ୟରେ ସମ୍ପର୍କ ପରିବ୍ୟୟ ଫଳନ ଅଟେ । ପରିବ୍ୟୟ ଫଳନ ଏକ ବ୍ୟୁତ୍ପତ୍ତି ଫଳନ (Cost function is a derived function) । ଏହା ଉତ୍ପାଦନ ଫଳନରୁ ଗ୍ରହଣ କରାଯାଇଅଛି ।

13. ମୁଦ୍ରାଗତ ପରିବ୍ୟୟ କ’ଣ ?
Answer:
ମୋଟ ଉତ୍ପାଦନ ଖର୍ଚ୍ଚକୁ ମୁଦ୍ରା ଆକାରରେ ପରିମାପ କରାଗଲେ, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ ଉଦ୍ୟୋକ୍ତା ଯେଉଁ ଖର୍ଚ୍ଚ ମୁଦ୍ରା ଆକାରରେ କରିଥା’ନ୍ତି, ତାହାକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ତେଣୁ, ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ ।

14. ବାସ୍ତବ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ ତାହା ବାସ୍ତବ ପରିବ୍ୟୟ । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ।

15. ହିସାବଗତ ପରିବ୍ୟୟ କ’ଣ ?
Answer:
କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ, ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ମଧ୍ୟ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ କୁହାଯାଏ ।

16. ବିକଳ୍ପ ପରିବ୍ୟୟ କ’ଣ ?
Answer:
ସମ୍ବଳ ସୀମିତ ହୋଇଥିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହୋଇଥାଏ । ଏହି ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ତେଣୁ, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

17. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ଅର୍ଥନୈତିକ ପରିବ୍ୟୟ ଏକ ବିସ୍ତୃତ ତତ୍ତ୍ଵ ଯାହା ଉଭୟ ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମ୍ମିଶ୍ରଣ ଅଟେ । ପ୍ରତ୍ୟକ୍ଷ ଭାବେ ଦ୍ରବ୍ୟଗୁଡ଼ିକୁ କିଣିବାପାଇଁ ପ୍ରତିଷ୍ଠାନ ଯେଉଁସବୁ ଖର୍ଚ୍ଚ ବହନ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଅନ୍ୟପକ୍ଷରେ ଉଦ୍ୟୋକ୍ତାଙ୍କର ସ୍ବସମ୍ବଳର ବିନିଯୋଗ ନିମନ୍ତେ ସେ ଯେଉଁ ପ୍ରାପ୍ୟ ପାଆନ୍ତି, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ= ହିସାବଗତ ପରିବ୍ୟୟ + ପ୍ରଚ୍ଛନ୍ନ ପରିବ୍ୟୟ ।

CHSE Odisha Class 12 Economics Chapter 7 Short Answer Questions in Odia Medium

18. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦନର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନଥିବାରୁ ଏହାକୁ ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ କରାଯାଏ ।

19. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ ।

20. ସୀମାନ୍ତ ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ । ଏହା ଏକ ଅତିରିକ୍ତ ଉତ୍ପାଦ ପାଇଁ ହେଉଥ‌ିବା ଅତିରିକ୍ତ ବ୍ୟୟ । ଅର୍ଥାତ୍, ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ ।

21. ହାରାହାରି ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ତେଣୁ ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦଦ୍ଵାରା ଭାଗ କରି ହାରାହାରି ସ୍ଥିର ପରିବ୍ୟୟ ଆକଳନ କରାଯାଏ । ଯେହେତୁ ମୋଟ ସ୍ଥିର ପରିବ୍ୟୟ ସର୍ବଦା ସ୍ଥିର, ମୋଟ ଉତ୍ପାଦ ପରିମାଣର ପ୍ରତ୍ୟେକ ଏକକ ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ ହ୍ରାସମାନ ହାରରେ ହ୍ରାସ ପାଇଥାଏ।

22. ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
କୁହାଯାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦ ପରିମ ଣଦ୍ବାରା ଭାଗ କରି ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଉତ୍ପାଦର ଏକକ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ପ୍ରଥମେ ପରୋକ୍ଷ ଓ ତତ୍ପରେ ପ୍ରତ୍ୟକ୍ଷ ସମ୍ପର୍କ ଥ‌ିବାରୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନଗାମୀ ଓ ତତ୍ପରେ ଊର୍ଦ୍ଧ୍ୱଗାମୀ ବା ଏହା ଇଂରାଜୀ ଅକ୍ଷର ‘U’ ସଦୃଶ ହୋଇଥାଏ ।

23. ହାରାହାରି ପରିବ୍ୟୟ କ’ଣ ?
Answer:
ଦ୍ରବ୍ୟର ଏକକ ପିଛା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାକୁ ହେଲେ ମୋଟ ପରିବ୍ୟୟକୁ ଉତ୍ପାଦିତ ଦ୍ରବ୍ୟର ଏକକଦ୍ୱାରା ଭାଗ କରିବାକୁ ପଡ଼ିଥାଏ । ହାରାହାରି ପରିବ୍ୟୟ ହେଉଛି ହାରାହାରି ସ୍ଥାୟୀ ପରିବ୍ୟୟ ଏବଂ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ।

B ପାଞ୍ଚଟି/ ଛଅଟି ବାକ୍ୟରେ ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

1. ମୌଦ୍ରିକ ପରିବ୍ୟୟ କିପରି ନିର୍ଣ୍ଣୟ କରାଯାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ମୌଦ୍ରିକ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ଅର୍ଥବ୍ୟବସ୍ଥା ହେଉଛି ମୌଦ୍ରିକ ଅର୍ଥବ୍ୟବସ୍ଥା । ଉତ୍ପାଦନକାରୀ ସମସ୍ତ ବ୍ୟୟ ମୁଦ୍ରା ମାଧ୍ୟମରେ ହିଁ ସମ୍ପାଦିତ କରିଥା’ନ୍ତି । ସେ ଶ୍ରମିକକୁ ଦେଉଥୁବା ମଜୁରି, ଋଣକୃତ ପୁଞ୍ଜି ପାଇଁ ଦେଉଥ‌ିବା ସୁଧ, ଭୂମି ପାଇଁ ପଇଠ କରୁଥିବା ଅଧୁଶେଷ, ସରକାରଙ୍କୁ ଦେଉଥ‌ିବା କର ଇତ୍ୟାଦି ମୁଦ୍ରା ମାଧ୍ୟମରେ ପ୍ରକାଶ କରାଯାଏ । ତେଣୁ ଉତ୍ପାଦନର ସମସ୍ତ ପରିବ୍ୟୟ ମୌଦ୍ରିକ ପରିବ୍ୟୟ ଅଟେ । ତେଣୁ ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରବ୍ୟ ଉତ୍ପାଦନ ନିମନ୍ତେ କରାଯାଉଥ‌ିବା ସମସ୍ତ ଅର୍ଥବ୍ୟୟର ସମଷ୍ଟିକୁ ଉକ୍ତ ଦ୍ରବ୍ୟର ମୁଦ୍ରାଗତ ପରିବ୍ୟୟ କୁହାଯାଏ

2. ବାସ୍ତବ ପରିବ୍ୟୟ କିପରି ଏକ ଅନୁଭବସିଦ୍ଧ ବା ମାନସିକ ବିଷୟ ।
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ । ଶ୍ରମିକ ଶ୍ରମଦାନ କଲାବେଳେ ଯେଉଁ କଷ୍ଟ ଓ ପରିଶ୍ରମ ସ୍ୱୀକାର କରିଥାଏ, ତାହା ବାସ୍ତବ ପରିବ୍ୟୟ । ଠିକ୍ ସେହିପରି, ପୁଞ୍ଜିର ମାଲିକ ଋଣ ଦେବାଦ୍ଵାରା ବର୍ତ୍ତମାନର ଉପଭୋଗରୁ ନିଜକୁ ବଞ୍ଚତ କରି ଯେଉଁ ତ୍ୟାଗ ସ୍ଵୀକାର କରେ, ତାହା ବାସ୍ତବ ପରିବ୍ୟୟ । କିନ୍ତୁ ଅସୁବିଧା ଓ ତ୍ୟାଗ ମନସ୍ତାତ୍ତ୍ଵିକ ଚିନ୍ତାଧାରା ହୋଇଥ‌ିବାରୁ ବାସ୍ତବ ପରିବ୍ୟୟର ସାଂଖ୍ୟକ ପରିମାପ ଅସମ୍ଭବ । ଏହା ଏକ ଉପଲବ୍ଧି ମାତ୍ର । ସାମାଜିକ ଦୃଷ୍ଟିକୋଣରୁ ବାସ୍ତବ ପରିବ୍ୟୟ ଧାରଣାର ଉପଯୋଗିତା ଥିଲେ ମଧ୍ୟ ଅର୍ଥଶାସ୍ତ୍ରରେ ଏହାର କୌଣସି ଭୂମିକା ନାହିଁ ।

3. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଜଣେ ଉଦ୍ୟୋକ୍ତାଙ୍କର ସ୍ବ-ଅଧିକାରଭୁକ୍ତ ଏବଂ ସ୍ବ-ନିୟୋଜିତ ସାଧନଗୁଡ଼ିକର ପାରିଶ୍ରମିକ ବାବଦରେ ସେ ଯେଉଁ ଆୟ ପାଇବାକୁ ହକ୍‌ର, ତାହାକୁ ପ୍ରଚ୍ଛନ୍ନ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ଜଣେ ଉଦ୍ୟୋକ୍ତା ନିଜର ସମ୍ବଳ; ଯଥା- ଭୂମି, ପୁଞ୍ଜି, ଶ୍ରମ ଓ ସେବା ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ କରିଥା’ନ୍ତି । ସେଗୁଡ଼ିକର ମୂଲ୍ୟ ହିସାବଗତ ପରିବ୍ୟୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ମାତ୍ର ଉଦ୍ୟୋକ୍ତାଙ୍କ ନିଜର ସମ୍ବଳ ହେଲେ ମଧ୍ୟ ତାହା ଦ୍ରବ୍ୟ ଉତ୍ପାଦନରେ ସାହାଯ୍ୟ କରିଥାଏ । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ । ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ଆରୋପିତ ପରିବ୍ୟୟ ମଧ୍ୟ କୁହାଯାଏ ।

4. ହିସାବଗତ ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ଭୂମି ପାଇଁ ଅଶେଷ ଓ ଋଣ କରିଥିବା ପୁଞ୍ଜି ପାଇଁ ସୁଧ ଦେବା ସଙ୍ଗେ ସଙ୍ଗେ ବିଜ୍ଞାପନ, କର, ବୀମା ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟ ପ୍ରତିଷ୍ଠାନର ହିସାବ ଖାତାରେ ପ୍ରତିଫଳିତ ହୋଇଥାଏ । ତେଣୁ ଏହି ପରିବ୍ୟୟକୁ ହିସାବଗତ ପରିବ୍ୟୟ ବା ଦୃଶ୍ୟମାନ ପରିବ୍ୟୟ ବୋଲି ଅଭିହିତ କରାଯାଏ । ଏହା ପ୍ରତିଷ୍ଠାନର ହୋଇଥିବା ସମସ୍ତ ପରିବ୍ୟୟର ସମଷ୍ଟି ।

5. ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି– କିପରି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ବ୍ୟୟ ବରାଦକୁ ପରିବ୍ୟୟ ଭାବେ ବିବେଚନା କରାଯାଏ ଏବଂ ତାହା ସହିତ ପ୍ରକୃତରେ ବ୍ୟୟିତ ନ ହୋଇଥିଲେ ମଧ୍ୟ ଯେଉଁ ପରିମାଣ ଅର୍ଥ ବ୍ୟୟ ପରିସରଭୁକ୍ତ ହେବା ଉଚିତ ତାହାକୁ ମଧ୍ୟ ପରିବ୍ୟୟ ରୂପେ ଗ୍ରହଣ କରାଯାଏ । ଜଣେ ଉତ୍ପାଦନକାରୀ ଉତ୍ପାଦନରେ ନିଜ ପୁଞ୍ଜି ବିନିଯୋଗ କରିଛନ୍ତି । ତେଣୁ ସେ ପୁଞ୍ଜି ବାବଦକୁ ଯେଉଁ ସୁଧ ଦେଇଥା’ନ୍ତେ ତାହା ହେଉନାହାନ୍ତି । ତେଣୁ ଏହି ସୁଧକୁ ହିସାବଗତ ପରିବ୍ୟୟରେ ଏକ ଅଂଶ ବୋଲି ବିଚାର କରାଯାଏ ନାହିଁ ।

କିନ୍ତୁ ଯଦି ସେ ବିନିଯୋଗ କରିଥିବା ପୁଞ୍ଜି ରଣ କରିଥା’ନ୍ତେ, ତେବେ ତାଙ୍କୁ ସୁଧ ଦେବାକୁ ପଡ଼ିଥା’ନ୍ତା । ତେଣୁ ଏଭଳି କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ । ତେଣୁ ଅର୍ଥନୈତିକ ପରିବ୍ୟୟ ହେଉଛି ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟି ।

CHSE Odisha Class 12 Economics Chapter 7 Short Answer Questions in Odia Medium

6. ପରିବର୍ତ୍ତନୀୟ ପରିବ୍ୟୟ ହେଉଛି ପ୍ରଧାନ ପରିବ୍ୟୟ– କିପରି ?
Answer:
ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ୱଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା ପରିବର୍ତ୍ତନୀୟ ପରିବ୍ୟୟ । ଉତ୍ପାଦର ଯେକୌଣସି ପରିବର୍ତ୍ତନ ସହିତ ଏହା ପ୍ରଭାବିତ ହୋଇଥାଏ । ଉତ୍ପାଦ ପରିମାଣ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ଦୃଷ୍ଟିଗୋଚର ହୁଏ । ଉତ୍ପାଦନ ବନ୍ଦ ହେବା ସହିତ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ ବନ୍ଦ ହୋଇଥାଏ । କଞ୍ଚାମାଲ ପାଇଁ ଦେୟ, ଶ୍ରମିକମାନଙ୍କ ମଜୁରି, ଶକ୍ତି ପାଇଁ ଖର୍ଚ୍ଚ ଇତ୍ୟାଦି ପରିବର୍ତ୍ତନୀୟ ପରିବ୍ୟୟର ଉଦାହରଣ । ଏହି ପରିବ୍ୟୟ, ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରିଥାଏ । ଏହାକୁ ପ୍ରଧାନ ପରିବ୍ୟୟ, ପ୍ରତ୍ୟକ୍ଷ ପରିବ୍ୟୟ ବା ସ୍ବତନ୍ତ୍ର ପରିବ୍ୟୟ ମଧ୍ୟ କୁହାଯାଏ ।

7. ସ୍ଥିର ପରିବ୍ୟୟକୁ କାହିଁକି ଉପରି ପରିବ୍ୟୟ କୁହାଯାଏ ?
Answer:
ସ୍ୱଳ୍ପକାଳୀନ ପରିବ୍ୟୟ ସ୍ଥୂଳତଃ ଦୁଇଭାଗରେ ବିଭକ୍ତ, ସେଗୁଡ଼ିକ ହେଲା ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ । ତେଣୁ ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ସ୍ଥିର ପରିବ୍ୟୟ । ଉତ୍ପାଦର ପରିବର୍ତ୍ତନ ସ୍ଥିର ପରିବ୍ୟୟକୁ ପ୍ରଭାବିତ କରିପାରେ ନାହିଁ । ଉତ୍ପାଦନର ପରିମାଣ ଯାହା ହେଉନା କାହିଁକି, ପ୍ରତିଷ୍ଠାନ ଏହି ବ୍ୟୟ ଭାର ବହନ କରିବାକୁ ବାଧ୍ୟ । ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା ଅତିରିକ୍ତ ପରିବ୍ୟୟ ବା ପରୋକ୍ଷ ପରିବ୍ୟୟ ନାମରେ ମଧ୍ୟ ଅଭିହିତ । ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ଉପରି ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ କ’ଣ ?
Answer:
ଆର୍ଥନୀତିକ ବିଶ୍ଳେଷଣରେ ବିକଳ୍ପ ପରିବ୍ୟୟର ବ୍ୟବହାର ବହୁଳ । ଏହା ବିକଳ୍ପ ବ୍ୟବହାରକ୍ଷମ ସମ୍ବଳ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ସମ୍ବଳ ସୀମିତ ହୋଇଥ‌ିବାରୁ ଉତ୍ପାଦନକାରୀ କୌଣସି ଏକ ଦ୍ରବ୍ୟ ଯଦି ଉତ୍ପାଦନ କରନ୍ତି, ତାହାହେଲେ ତାଙ୍କୁ ଅନ୍ୟ ଏକ ଦ୍ରବ୍ୟର ଉତ୍ପାଦନ ତ୍ୟାଗ କରିବାକୁ ହେବ । ତେଣୁ, ତ୍ୟାଗ କରୁଥିବା ଦ୍ରବ୍ୟ ଉତ୍ପାଦିତ ଦ୍ରବ୍ୟର ବିକଳ୍ପ ପରିବ୍ୟୟ । ଅର୍ଥାତ୍, କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ । ପ୍ରଫେସର ବେନ୍‌ହାମ୍‌ଙ୍କ ମତରେ ସମପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ, ତାହା ବିକଳ୍ପ ପରିବ୍ୟୟ ।

C ଛଅଟି ବାକ୍ୟ ମଧ୍ୟରେ ସୀମିତ ରଖ୍ ପାର୍ଥକ୍ୟ ଦର୍ଶାଅ ।

1. ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- କାରଖାନା ଗୃହ, ମେସିନ୍, ଯନ୍ତ୍ରପାତି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ଯେକୌଣସି ସ୍ତରରେ ଏହି ସ୍ଥିର ପରିବ୍ୟୟ ସମାନ ଭାବରେ ବହନ କରାଯାଏ । ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନ ‘ଶୂନ୍ୟ’ ହେଲେ ମଧ୍ୟ ଏହି ସ୍ଥିର ପରିବ୍ୟୟ ଅପରିବର୍ତିତ ରହିଥାଏ । ଏହି ପରିବ୍ୟୟ କେବଳ ସ୍ଵଳ୍ପକାଳରେ ବହନ କରାଯାଇଥାଏ । ଏହି ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

ଉତ୍ପାଦନ ପ୍ରକ୍ରିୟାରେ ପରିବର୍ତ୍ତନୀୟ ଉପାଦାନ; ଯଥା – କଞ୍ଚାମାଲ, ମଜୁରି ଆଦି ଉଦ୍ଦେଶ୍ୟରେ ଯେଉଁ ବ୍ୟୟ କରାଯାଏ ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ଉତ୍ପାଦନର ବିଭିନ୍ନ ସ୍ତରରେ ଏହି ପରିବ୍ୟୟ ଭିନ୍ନ ହୋଇଥାଏ । ଉତ୍ପାଦନର ପରିମାଣ ଶୂନ୍ୟ ହେଲେ ଏହି ପରିବ୍ୟୟ ମଧ୍ୟ ଶୂନ୍ୟ ହୋଇଥାଏ । ଏହି ପରିବ୍ୟୟର ସ୍ଥିତି ଉଭୟ ସ୍ଵଳ୍ପକାଳ ଓ ଦୀର୍ଘକାଳରେ ଉପଲବ୍ଧ ହୋଇଥାଏ । ଏହି ପରିବ୍ୟୟକୁ ପ୍ରଧାନ ପରିବ୍ୟୟର ଆଖ୍ୟା ଦିଆଯାଇଥାଏ ।

2. ପ୍ରାକାଶ୍ୟ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟ :
Answer:
ଯେଉଁ ପରିବ୍ୟୟକୁ ଉତ୍ପାଦନକାରୀ ସାଧାରଣଭାବେ ପରିପ୍ରକାଶ କରିପାରେ, ତାହାକୁ ଦୃଶ୍ୟମାନ ବା ପ୍ରାକାଶ୍ୟ ପରିବ୍ୟୟ କୁହାଯାଏ । ଏହିସବୁ ପରିବ୍ୟୟ ପ୍ରାକାଶ୍ୟ ପରିବ୍ୟୟ ଉପାଦାନ; ଯଥା- ମଜୁରି, ସୁଧ, ବୀମା, କର, କଞ୍ଚାମାଲ ଉଦ୍ଦେଶ୍ୟରେ ଏହି ବ୍ୟୟ କରାଯାଇଥାଏ । ଏହାର ହିସାବ ବା ମୂଲ୍ୟାୟନ କରାଯାଇ ପାରୁଥିବାରୁ ଏହାକୁ ମଧ୍ୟ ହିସାବଗତ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟକୁ ମୋଟ ଆୟରୁ ଅନ୍ତର କରାଯାଇ ମୋଟ ଲାଭ ନିର୍ଣ୍ଣୟ କରାଯାଇଥାଏ । ଏହା ଏକ ସଂକୀର୍ଣ୍ଣ ଅଭିଧାରଣ ।

ଯେଉଁ ପରିବ୍ୟୟ ଉତ୍ପାଦନ ପ୍ରକ୍ରିୟାରେ ଲୁକ୍‌କାୟିତ ଭାବରେ ରହିଥାଏ ଓ ଏହାର ପରିପ୍ରକାଶ ସାଧାରଣରେ କରାଯାଇନଥାଏ, ତାହାକୁ ପ୍ରଚ୍ଛନ୍ନ ପରିବ୍ୟୟ କୁହାଯାଏ । ଏହି ପରିବ୍ୟୟ କହିଲେ ଉତ୍ପାଦନକାରୀ ନିଜ ଅଧିକାରଭୁକ୍ତ ସମ୍ବଳର ପ୍ରୟୋଗ; ଯଥା- ନିଜସ୍ଵ ଭୂମି, ନିଜସ୍ଵ ପୁଞ୍ଜି, ନିଜସ୍ଵ ମଜୁରି ଆଦିକୁ ବୁଝାଇଥାଏ । ଏହା ନିଜସ୍ଵ ସମ୍ବଳର ପ୍ରୟୋଗଜନିତ ହୋଇଥ‌ିବାରୁ ଏହାର ହିସାବ ବା ମୂଲ୍ୟାୟନ ସମ୍ଭବ ହୋଇ ନଥାଏ । ମୋଟ ଆୟରୁ ଉଭୟ ପ୍ରାକାଶ୍ୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ତର କରାଯାଇ ନିଟ୍ ଲାଭ ନିର୍ଣ୍ଣୟ କରାଯାଏ । ଏହା ଏକ ବ୍ୟାପକ ଧାରଣା ।

3. ହିସାବଗତ ପରିବ୍ୟୟ ଓ ଅର୍ଥନୀତିକ ପରିବ୍ୟୟ :
Answer:
କରନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ । ଉତ୍ପାଦନକାରୀ କଞ୍ଚାମାଲ ପାଇଁ ଦର, ଶ୍ରମିକମାନଙ୍କ ପାଇଁ ମଜୁରି, ବିଜୁଳି ଶକ୍ତି ଇତ୍ୟାଦି ନିମନ୍ତେ ବ୍ୟୟ ବରାଦ କରିଥା’ନ୍ତି । ଏହି ସମସ୍ତ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ । ତେଣୁ ଏହା କେବଳ ଦୃଶ୍ୟମାନ ପରିବ୍ୟୟକୁ ବୁଝାଏ । ଏହା ଉତ୍ପାଦନ ପରିବ୍ୟୟର ଏକ ସଂକୀର୍ଣ୍ଣ ଧାରଣା । ମୋଟ ଲାଭ ହିସାବ କରିବାପାଇଁ ମୋଟ ଆୟରୁ ହିସାବଗତ ପରିବ୍ୟୟକୁ ଅନ୍ତର କରାଯାଇଥାଏ ।

ଆରୋପିତ ପରିବ୍ୟୟକୁ ନିଆଯାଇଥାଏ । ଏହା ଉଭୟ ଦୃଶ୍ୟମାନ ଓ ଲୁକ୍କାୟିତ ପରିବ୍ୟୟକୁ ହିସାବକୁ ନିଆଯାଇଥାଏ । ଅର୍ଥନୈତିକ ପରିବ୍ୟୟ ହେଉଛି ଉତ୍ପାଦନ ପରିବ୍ୟୟର ଏକ ବିସ୍ତୃତ ଧାରଣା । ନିଟ୍ ଲାଭ ଆକଳନ ପାଇଁ ମୋଟ ଆୟରୁ ଅର୍ଥନୈତିକ ପରିବ୍ୟୟ ଅନ୍ତର କରାଯାଇଥାଏ ।

4. ହାରାହାରି ପରିବ୍ୟୟ ଓ ପ୍ରାନ୍ତୀୟ ପରିବ୍ୟୟ :
Answer:
ଉତ୍ପାଦନ ପ୍ରକ୍ରିୟାରେ ପ୍ରତି ଏକକ ପାଇଁ କରାଯାଉଥ‌ିବା ପରିବ୍ୟୟକୁ ହାରାହାରି ପରିବ୍ୟୟ କୁହାଯାଏ । ମୋଟ ପରିବ୍ୟୟକୁ ମୋଟ ଉତ୍ପାଦଦ୍ୱାରା ବିଭାଜିତ କରି ହାରାହାରି ପରିବ୍ୟୟ ନିର୍ଣ୍ଣୟ କରାଯାଇଥାଏ । ହାରାହାରି ପରିବ୍ୟୟ ନିର୍ଣ୍ଣୟ କରିବାପାଇଁ ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟକୁ ଯୋଗ କରାଯାଏ । ହାରାହାରି ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ସ୍ତରରେ ହ୍ରାସ ପାଇ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧିପ୍ରାପ୍ତ ହୋଇଥାଏ । ଯେତେବେଳେ ହାରାହାରି ପରିବ୍ୟୟ ସର୍ବନିମ୍ନ, ସେତେବେଳେ ଏହା ସୀମାନ୍ତ ପରିବ୍ୟୟ ସହ ସମାନ ହୋଇଥାଏ ।

ଉତ୍ପାଦନ ପ୍ରକ୍ରିୟାରେ ଗୋଟିଏ ଅତିରିକ୍ତ ଏକକର ଉତ୍ପାଦନ ପାଇଁ ମୋଟ ପରିବ୍ୟୟ ଯେଉଁ ପରିମାଣରେ ବୃଦ୍ଧି ପାଏ, ତାହାକୁ ପ୍ରାନ୍ତୀୟ ପରିବ୍ୟୟ କୁହାଯାଏ । ବର୍ତ୍ତମାନର ମୋଟ ପରିବ୍ୟୟ ଓ ପୂର୍ବତନ ମୋଟ ପରିବ୍ୟୟର ପାର୍ଥକ୍ୟ ହେଉଛି ସୀମାନ୍ତ ପରିବ୍ୟୟ (MC = TCn – TCn-1) ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ କମ୍ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ଏବଂ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧି ପାଏ । ପ୍ରାନ୍ତୀୟ ପରିବ୍ୟୟ ଉତ୍ପାଦନର ପ୍ରାରମ୍ଭିକ ଅବସ୍ଥାରେ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ବୃଦ୍ଧି ପାଏ ।

CHSE Odisha Class 12 Economics Chapter 7 Short Answer Questions in Odia Medium

5. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ :
Answer:
ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ସ୍ଥିର ପରିବ୍ୟୟର ପରିମାଣକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ । ଉତ୍ପାଦନର ବୃଦ୍ଧି ସହ ହାରାହାରି ସ୍ଥିର ପରିବ୍ୟୟ କ୍ରମାଗତଭାବେ ହ୍ରାସ ପାଇଥାଏ । ମୋଟ ସ୍ଥିର ପରିବ୍ୟୟକୁ ମୋଟ ଉତ୍ପାଦନଦ୍ଵାରା ବିଭାଜିତ କରାଯାଇ ହାରାହାରି ସ୍ଥିର ପରିବ୍ୟୟ ନିର୍ଣ୍ଣୟ କରାଯାଏ । ହାରାହାରି ସ୍ଥିର ପରିବ୍ୟୟ ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ; ମାତ୍ର ଏହା ଆନୁଭୂମିକ ଅକ୍ଷକୁ (horizontal axis) ସ୍ପର୍ଶ କରେ ନାହିଁ ଅର୍ଥାତ୍ ଏହା ଶୂନ୍ୟ ହୁଏ ନାହିଁ ।

ଉତ୍ପାଦନର ପ୍ରତି ଏକକ ପାଇଁ ବ୍ୟୟ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ । ପ୍ରାଥମିକ ଅବସ୍ଥାରେ ଉତ୍ପାଦନର ବୃଦ୍ଧି ସହ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ହ୍ରାସ ପାଏ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ପାଦର ବୃଦ୍ଧି ସହ ଏହାର ବୃଦ୍ଧି ଘଟିଥାଏ । ମୋଟ ପରିବର୍ତ୍ତନୀୟ ପରିବ୍ୟୟକୁ ମୋଟ ଉତ୍ପାଦନଦ୍ବାରା ବିଭାଜିତ କରାଯାଇ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ ନିର୍ଣ୍ଣୟ କରାଯାଏ । ଏହାକୁ ହାରାହାରି ସ୍ଥିର ପରିବ୍ୟୟ କୁହାଯାଏ ।

6. ବ୍ୟକ୍ତିଗତ ଓ ସାମାଜିକ ପରିବ୍ୟୟ :
Answer:
ଏକ ନିର୍ଦ୍ଦିଷ୍ଟ ଉତ୍ପାଦନ କରିବାପାଇଁ ଉତ୍ପାଦନକାରୀ ସଂସ୍ଥା ଯେଉଁ ବ୍ୟୟଭାର ବହନ କରିଥା’ନ୍ତି, ତାହାକୁ ବ୍ୟକ୍ତିଗତ ପରିବ୍ୟୟ ବୋଲି କୁହାଯାଏ । ଦର ଓ ଉତ୍ପାଦ ସଂକ୍ରାନ୍ତୀୟ ନିଷ୍ପଭି ନେଲାବେଳେ ପ୍ରତିଷ୍ଠାନ ଏହି ପରିବ୍ୟୟର ବିଚାର କରିଥାଏ । ଚୌଦ୍ଵାରସ୍ଥିତ ଚାର୍ଜକ୍ରୋମ୍ କାରଖାନାର ବ୍ୟୟିତ ଖର୍ଚ୍ଚ କେବଳ ତା’ର ମାଲିକ ବହନ କରୁଥିବାରୁ ଏହା ବ୍ୟକ୍ତିଗତ ପରିବ୍ୟୟର ଏକ ଉଦାହରଣ ଅଟେ । ଅନ୍ୟପକ୍ଷରେ, ଏକ ନିର୍ଦ୍ଦିଷ୍ଟ ଦ୍ରବ୍ୟ ଉତ୍ପାଦନବେଳେ ସମାଜ ଯେଉଁ ବ୍ୟୟଭାର ବହନ କରିଥାଏ, ତାହାକୁ ସାମାଜିକ ପରିବ୍ୟୟ କୁହାଯାଏ ।

କୌଣସି ଦ୍ରବ୍ୟ ଉତ୍ପାଦନ ହେଲାବେଳେ ଏପରିକି କାରଖାନା ସହ ସଂପୃକ୍ତ ନ ଥ‌ିବା ସମାଜର ବିଭିନ୍ନ ଶ୍ରେଣୀର ବ୍ୟକ୍ତିବିଶେଷ ନାନା ଅସୁବିଧାର ସମ୍ମୁଖୀନ ହୋଇଥା’ନ୍ତି । ଗୋଟିଏ ସାର କାରଖାନାରେ ଉତ୍ପାଦନ ହେଉଥ‌ିବା ସମୟରେ ସେଥୁରୁ ନିର୍ଗତ ଦୂଷିତ ଜଳ, ଧୂଆଁ ଇତ୍ୟାଦି ପରିବେଶକୁ ଦୂଷିତ କରିବାଦ୍ଵାରା ସମାଜର ଅନେକ କ୍ଷତି ହୋଇଥାଏ । ତେଣୁ ଏହାକୁ ସାମାଜିକ ପରିବ୍ୟୟର ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ସ୍ଵଳ୍ପକାଳ ଓ ଦୀର୍ଘକାଳ :
Answer:
ଉତ୍ପାଦନ ନିମନ୍ତେ ଯେଉଁ ଅର୍ଥନୈତିକ ସିଦ୍ଧାନ୍ତ ନିଆଯାଏ, ସେଥୁରେ ସମୟର ଗୁରୁତ୍ବ ରହିଛି । ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ କେବଳ ପରିବର୍ତ୍ତନୀୟ ଉପାଦାନଗୁଡ଼ିକ ପରିବର୍ତ୍ତନ କରି ଉତ୍ପାଦିତ ଦ୍ରବ୍ୟର ପରିମାଣରେ ପରିବର୍ତ୍ତନ କରିବାକୁ ସକ୍ଷମ ହୋଇଥା’ନ୍ତି, ସେହି ସମୟର ଅବଧୂ ସ୍ଵଳ୍ପକାଳ କୁହାଯାଏ ।

ଅନ୍ୟପକ୍ଷରେ ଯେଉଁ ସମୟ ମଧ୍ୟରେ ପ୍ରତିଷ୍ଠାନ ତା’ର ସମସ୍ତ ଉପାଦାନଗୁଡ଼ିକୁ ପରିବର୍ତ୍ତନ କରି ଦ୍ରବ୍ୟର ଉତ୍ପାଦିତ ପରିମାଣ ପରିବର୍ତ୍ତନ କରିବାକୁ ସମର୍ଥ ହୋଇଥାଏ, ସେହି ସମୟର ଅବଧୂ ଦୀର୍ଘକାଳ କୁହାଯାଏ । ଦୀର୍ଘକାଳରେ ସ୍ଥିର ଉପାଦାନ ଏବଂ ପରିବର୍ତ୍ତନୀୟ ଉପାଦାନ ମଧ୍ୟରେ କୌଣସି ପାର୍ଥକ୍ୟ ନଥାଏ । ଏଠାରେ ସମସ୍ତ ଉପାଦାନ ପରିବର୍ତ୍ତନୀୟ । ତେଣୁ ଦୀର୍ଘକାଳରେ ସମସ୍ତ ପରିବ୍ୟୟ ପରିବର୍ତ୍ତନୀୟ ।

8. ମୌଦ୍ରିକ ପରିବ୍ୟୟ ଓ ବାସ୍ତବ ପରିବ୍ୟୟ :
Answer:
ଦ୍ରବ୍ୟ ଉତ୍ପାଦନ ସକାଶେ ମୋଟ ମୌଦ୍ରିକ ଖର୍ଚ୍ଚକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୌଦ୍ରିକ ପରିବ୍ୟୟ ହେଉଛି ପ୍ରକୃତ ପରିବ୍ୟୟ । ଶ୍ରମିକମାନଙ୍କର ମଜୁରି, କର୍ମଚାରୀମାନଙ୍କ ବେତନ, ଶକ୍ତି, କଞ୍ଚାମାଲ, ସୁଧ, ବୀମାଦେୟ, ପରିବହନ ଖର୍ଚ୍ଚ ଇତ୍ୟାଦି ମୁଦ୍ରାଗତ ପରିବ୍ୟୟର ଉଦାହରଣ । ଅର୍ଥାତ୍ ସବୁ ଉପାଦାନର କ୍ରୟ ବିକ୍ରୟରେ ନିୟୋଜିତ ଅର୍ଥର ସମଷ୍ଟିକୁ ମୁଦ୍ରାଗତ ପରିବ୍ୟୟ କୁହାଯାଏ । ମୁଦ୍ରାଗତ ପରିବ୍ୟୟ କ୍ଷେତ୍ରରେ ଦେୟ ମୁଦ୍ରା ଆକାରରେ ହୋଇଥାଏ । ମୁଦ୍ରାଗତ ପରିବ୍ୟୟ ଗଣନା କରିବା ସହଜ ହୋଇଥାଏ ।

ଦ୍ରବ୍ୟ ସାଧନର ମାଲିକମାନେ ଉତ୍ପାଦନକାରୀଙ୍କୁ ଉପାଦାନଗୁଡ଼ିକ ଯୋଗାଇଲାବେଳେ ଯେଉଁ କଷ୍ଟ, ଯନ୍ତ୍ରଣା, ତ୍ୟାଗ ସ୍ବୀକାର କରିଥାଆନ୍ତି ତାହାକୁ ବାସ୍ତବ ପରିବ୍ୟୟ କୁହାଯାଏ । ବାସ୍ତବ ପରିବ୍ୟୟ ଏକ ଅନୁଭବସିଦ୍ଧ ବିଷୟ । ବାସ୍ତବ ପରିବ୍ୟୟକୁ ଗଣନା କରିବା ସହଜସାଧ୍ୟ ହୋଇନଥାଏ । ଉପାଦାନମାନଙ୍କରେ ମାଲିକମାନଙ୍କର ପ୍ରଚେଷ୍ଟା, ତ୍ୟାଗ, ଅସୃଷ୍ଠି ଓ ହରାଇଥିବା ଉପଯୋଗିତାକୁ ବାସ୍ତବ ପରିବ୍ୟୟ ବୋଲି ଅଭିହିତ କରାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7  ପରିବ୍ୟୟ Objective Questions.

CHSE Odisha 12th Class Economics Chapter 7 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ସାଧନମାନଙ୍କ ପାଉଣାକୁ ଯାହା କୁହାଯାଏ :
(A) ସାଧନ ମୂଲ୍ୟ
(B) ଉତ୍ପାଦନ ମୂଲ୍ୟ
(C) ଉତ୍ପାଦନର ଦାମ୍
(D) ପରିବ୍ୟୟ
Answer:
(D) ପରିବ୍ୟୟ

2. କେଉଁ ପରିବ୍ୟୟକୁ ଦୃଶ୍ୟମାନ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(B) ହିସାବଗତ ପରିବ୍ୟୟ

3. ପ୍ରଚ୍ଛନ୍ନ ପରିବ୍ୟୟ କେଉଁ ପରିବ୍ୟୟର ଏକ ଅଂଶ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ମୌଦ୍ରିକ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(A) ଅର୍ଥନୈତିକ ପରିବ୍ୟୟ

4. ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ୟ ନାମ ହେଉଛି :
(A) ସୁଯୋଗ ପରିବ୍ୟୟ
(B) ଆରୋପିତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ହିସାବ ପରିବ୍ୟୟ
Answer:
(B) ଆରୋପିତ ପରିବ୍ୟୟ

CHSE Odisha Class 12 Economics Chapter 7 Objective Questions in Odia Medium

5. ସାଧନମାନଙ୍କର ତ୍ୟାଗ ଓ ଅସୁବିଧାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ବାସ୍ତବ ପରିବ୍ୟୟ
(B) ପ୍ରଚ୍ଛନ୍ନ ପରିବ୍ୟୟ
(C) ବିକଳ୍ପ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(A) ବାସ୍ତବ ପରିବ୍ୟୟ

6. ପରିତ୍ୟକ୍ତ ହୋଇଥ‌ିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟ ହେଉଛି :
(A) ବାସ୍ତବ ପରିବ୍ୟୟ
(B) ସୁଯୋଗ ପରିବ୍ୟୟ
(C) ପ୍ରଚ୍ଛନ୍ନ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(B) ସୁଯୋଗ ପରିବ୍ୟୟ

7. ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅତିରିକ୍ତ ପରିବ୍ୟୟ
(B) ସ୍ଵତନ୍ତ୍ର ପରିବ୍ୟୟ
(C) ଉପରି ପରିବ୍ୟୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅତିରିକ୍ତ ପରିବ୍ୟୟ

8. ଉତ୍ପାଦନର ପରିବର୍ତ୍ତନ ସହିତ କେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟେ ନାହିଁ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ଅର୍ଥନୈତିକ ପରିବ୍ୟୟ
(D) ସୁଯୋଗ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

9. ଉତ୍ପାଦନର ପରିବର୍ତ୍ତନ ସହିତ ପ୍ରଭାବିତ ହେଉଥ‌ିବା ପରିବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

10. ପ୍ରଧାନ ପରିବ୍ୟୟ କେଉଁ ପରିବ୍ୟୟର ଅନ୍ୟ ନାମ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(C) ପରିବର୍ତ୍ତନୀୟ ପରିବ୍ୟୟ

11. ମୋଟ ସ୍ଥିର ପରିବ୍ୟୟ ରେଖା :
(A) ଆନୁଭୂମିକ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଉଲ୍‌ମ୍ ହୋଇଥାଏ
Answer:
(A) ଆନୁଭୂମିକ ହୋଇଥାଏ

12. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ସ୍ଵତନ୍ତ୍ର ପରିବ୍ୟୟ
Answer:
(A) ମୋଟ ପରିବ୍ୟୟ

13. ଉତ୍ପାଦନର ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ :
(A) ହ୍ରାସ ହୁଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ହୁଏ

14. ହାରାହାରି ପରିବ୍ୟୟ ରେଖା :
(A) ‘L’ ଆକୃତି ବିଶିଷ୍ଟ
(B) ‘U’ ଆକୃତି ବିଶିଷ୍ଟ
(C) ‘V’ ଆକୃତି ବିଶିଷ୍ଟ
(D) ‘C’ ଆକୃତି ବିଶିଷ୍ଟ
Answer:
(B) ‘U’ ଆକୃତି ବିଶିଷ୍ଟ

15. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(B) ହାରାହାରି ପରିବ୍ୟୟ

16. ଉତ୍ପାଦନର ପ୍ରତ୍ୟେକ ବୃଦ୍ଧି ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟାଏ, ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(C) ସୀମାନ୍ତ ପରିବ୍ୟୟ

17. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ସ୍ଵଳ୍ପତର, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଦ୍ରୁତଗତିରେ ବୃଦ୍ଧି ପାଏ
Answer:
(A) ହ୍ରାସ ପାଏ

18. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟ ସହ ସମାନ ହୋଇଥାଏ, ସେତେବେଳେ ହାରାହାରି ପରିବ୍ୟୟ :
(A) ସର୍ବାଧ‌ିକ ହୁଏ
(B) ସର୍ବନିମ୍ନ ହୁଏ
(C) ବୃଦ୍ଧି ପାଏ
(D) ହ୍ରାସ ପାଏ
Answer:
(B) ସର୍ବନିମ୍ନ ହୁଏ

19. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ୍ଵ, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

20. ଉତ୍ପାଦନ କ’ଣ ହେଲାବେଳେ ପରିବର୍ତୀ ସାଧନଗୁଡ଼ିକର ସ୍ଥିତି ବିଲୁପ୍ତ ହୋଇଥାଏ ?
(A) ଧନାତ୍ମକ
(B) ଶୂନ୍ଯ
(C) ଋଣାତ୍ମକ
(D) ଉପରୋକ୍ତ ସମସ୍ତ
Answer:
(B) ଶୂନ୍ଯ

CHSE Odisha Class 12 Economics Chapter 7 Objective Questions in Odia Medium

21. ଅର୍ଥନୀତିରେ ପରିବ୍ୟୟ କହିଲେ କ’ଣ ବୁଝ ?
(A) ମୌଦ୍ରିକ ପରିବ୍ୟୟ
(B) ଅର୍ଥନୈତିକ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ଉପରୋକ୍ତ ସମସ୍ତ
Answer:
(B) ଅର୍ଥନୈତିକ ପରିବ୍ୟୟ

22. ପରିବ୍ୟୟ ବୃଦ୍ଧି କାହା ସହ ସମ୍ପୃକ୍ତ ?
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ
(B) ପ୍ରାନ୍ତୀୟ ପରିବ୍ୟୟ ସହ ସମ୍ପୃକ୍ତ
(C) ହାରାହାରି ପରିବ୍ୟୟ ସହ ସମ୍ପୃକ୍ତ
(D) ଉପରୋକ୍ତ ସମସ୍ତ
Answer:
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବାର ପ୍ରକ୍ରିୟାକୁ _____________ କୁହାଯାଏ ।
Answer:
ଉତ୍ପାଦନ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ _____________ କୁହାଯାଏ ।
Answer:
ଉତ୍ପାଦନ ପରିବ୍ୟୟ

3. ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ହିସାବଗତ

4. ହିସାବଗତ ପରିବ୍ୟୟକୁ____________ ପରିବ୍ୟୟ ବୋଲି ଅଭିହିତ କରାଯାଏ ।
Answer:
ଦୃଶ୍ୟମାନ

5. କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଚ୍ଛନ୍ନ

6. ପ୍ରଚ୍ଛନ୍ନ ପରିବ୍ଯୟକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଆରୋପିତ

7. ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ____________ ପରିବ୍ୟୟ କୁହାଯାଏ ।
Answer:
ମୌଦ୍ରିକ

8. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ _____________ ପରିବ୍ୟୟ କୁହାଯାଏ ।
Answer:
ବାସ୍ତବ

9. ସମ ପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ,_____________ ପରିବ୍ୟୟ ।
Answer:
ବିକଳ୍ପ

10. ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ____________ ପରିବ୍ୟୟ ।
Answer:
ସ୍ଥିର

CHSE Odisha Class 12 Economics Chapter 7 Objective Questions in Odia Medium

11. ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା _____________ ପରିବ୍ୟୟ ବା ____________ ପରିବ୍ୟୟ ନାମରେ ଅଭିହିତ ହୋଇଥାଏ ।
Answer:
ଅତିରିକ୍ତ, ପରୋକ୍ଷ

12. ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଉପରି

13. ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ଵଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା _____________ ପରିବ୍ୟୟ ।
Answer:
ପରିବର୍ତ୍ତନୀୟ

14. ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ_____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଧାନ

15. ମୋଟ ସ୍ଥିର ପରିବ୍ୟୟ ରେଖା ____________ ହେବ ।
Answer:
ଆନୁଭୂମିକ

16. ଉତ୍ପାଦ ପରିମାଣ ଯଦି ଶୂନ୍ୟ ହୁଏ, ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ _____________ ହେବ ।
Answer:
ଶୂନ୍ୟ

17. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି _______________ ପରିବ୍ୟୟ।
Answer:
ମୋଟ

18. ମୋଟ ପରିବ୍ୟୟ ରେଖା ଉତ୍ପାଦର ପ୍ରତ୍ୟେକ ଏକକରେ ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ଥ‌ିବା ______________ ଦୂରତ୍ବର ସମଷ୍ଟି ।
Answer:
ଉଲ୍ଲମ୍ବ

19. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ _____________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି, ସ୍ଥିର

20. ହାରାହାରି ସ୍ଥିର ପରିବ୍ୟୟ = \(\frac{ମୋଟ ସ୍ଥିର ପରିବ୍ୟୟ}{-}\)
Answer:
ମୋଟ ଉତ୍ପାଦ ପରିମାଣ

21. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି _______________ ପରିବ୍ୟୟ କୁହାଯାଏ ।
Answer:
ପରିବର୍ତ୍ତନୀୟ

22. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ______________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି

23. ହାରାହାରି ପରିବ୍ୟୟ = \(\frac{-}{ମୋଟ ଉତ୍ପାଦ ପରିମାଣ}\)
Answer:
ମୋଟ ପରିବ୍ୟୟ

24. ହାରାହାରି ପରିବ୍ୟୟ = ହାରାହାରି ସ୍ଥିର ପରିବ୍ୟୟ + _____________ ପରିବ୍ୟୟ ।
Answer:
ହାରାହାରି ପରିବର୍ତ୍ତନୀୟ

25. ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ସୀମାନ୍ତ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ ।

2. ଶ୍ରମିକକୁ ଦିଆଯାଉଥବା ମଜୁରି ହେଉଛି ବାସ୍ତବ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ଶ୍ରମିକକୁ ଦିଆଯାଉଥ‌ିବା ମଜୁରି ହେଉଛି ମୌଦ୍ରିକ ପରିବ୍ୟୟ ।

3. ସ୍ଥିର ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ପରିବର୍ତ୍ତନୀୟ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।

4. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

5. ମୋଟ ସ୍ଥିର ପରିବ୍ୟୟ ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ମୋଟ ସ୍ଥିର ପରିବ୍ୟୟ ରେଖା ଆନୁଭୂମିକ ହୋଇଥାଏ ।

6. ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ସ୍ଥିର ରହିଥାଏ ।

7. ହାରାହାରି ପରିବ୍ୟୟ ରେଖାର ଯେକୌଣସି ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।
Answer:
ଭୁଲ୍ ।
ଠିକ୍ ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

8. ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

9. ମୋଟ ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।

10. ହାରାହାରି ପରିବ୍ୟୟ ରେଖା ପାରମ୍ଭରୁ ସାଧାରଣତଃ ଉର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ରେଖା ପ୍ରାରମ୍ଭରୁ ସାଧାରଣତଃ ନିମ୍ନଗାମୀ ହୋଇଥାଏ ।

11. ପ୍ରଚ୍ଛନ୍ନ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ !
ଠିକ୍ – ପ୍ରାକାଶ୍ୟ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।

12. ହାରାହାରି ପରିବ୍ୟୟ ଶୂନ୍ୟ ହୋଇପାରେ, ମାତ୍ର ଋଣାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଶୂନ୍ୟ ହୁଏ ନାହିଁ କି ରଣାତ୍ମକ ହୁଏ ନାହିଁ ।

13. ସ୍ଵଳ୍ପକାଳରେ ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।
Answer:
ଭୁଲ୍ ।
ଠିକ୍ – ସ୍ବଳ୍ପକାଳରେ ପ୍ରାନ୍ତୀୟ ପରିବ୍ୟୟ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।

14. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।

15. ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧିପାଏ ।

16. ଦୀର୍ଘକାଳରେ ସମସ୍ତ ପରିବ୍ୟୟ ହିଁ ପରିବର୍ତ୍ତନୀୟ ।
Answer:
ଠିକ୍

17. ପ୍ରାନ୍ତୀୟ ପରିବ୍ୟୟ ଋଣାତ୍ମକ ହୋଇ ନପାରେ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଋଣାତ୍ମକ ହୋଇ ନ ପାରେ ।

18. ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ସୁଯୋଗ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ବାସ୍ତବ ପରିବ୍ୟୟ କୁହାଯାଏ ।

19. ହାରାହାରି ପରିବ୍ୟୟ ରେଖାର ଆକୃତି ‘U’ ଆକାରର ।
Answer:
ଠିକ୍ ।

20. ସୁଯୋଗ ପରିବ୍ୟୟକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉତ୍ପାଦନ ପରିବ୍ୟୟ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

2. ହିସାବଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ ।

3. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

4. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ ।

5. ପ୍ରଚ୍ଛନ୍ନ ପରିବ୍ୟୟର ଗୋଟିଏ ଉଦାହରଣ ଦିଅ ।
Answer:
ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଧୂଶେଷ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟର ଏକ ଉଦାହରଣ ।

6. ହିସାବଗତ ପରିବ୍ୟୟର ଅନ୍ୟନାମ କ’ଣ ?
Answer:
ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ (Explicit cost)।

7. ବାସ୍ତବ ପରିବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ (ସୁଯୋଗ ପରିବ୍ୟୟ) କ’ଣ ?
Answer:
କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

9. କେଉଁ ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ?
Answer:
ସ୍ଥିର ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ।

10. ପ୍ରଧାନ ପରିବ୍ୟୟ କାହାକୁ କହନ୍ତି ?
Answer:
ପରିବର୍ଭନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ ପ୍ରଧାନ ପରିବ୍ୟୟ କୁହାଯାଏ ।

11. ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର ଆନୁଭୂମିକ ହେବ ।

12. ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନକୁ ଓ ତତ୍ପରେ ଊର୍ଦ୍ଧ୍ବକୁ ଅବତଳ ହେବ ।

13. ସୀମାନ୍ତ ପରିବ୍ୟୟ କାହାକୁ କହନ୍ତି ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ ।

14. ହାରାହାରି ପରିବ୍ୟୟ ରେଖାର କେଉଁ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ?
Answer:
ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

15. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- ଭୂମି, ମେସିନ୍, ଯନ୍ତ୍ରପାତି ଇତ୍ୟାଦିର ବ୍ୟବହାର ନିମନ୍ତେ ଯେଉଁ ବ୍ୟୟ ବହନ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ ।

16. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟ ପରିବର୍ତ୍ତନୀୟ ଉପାଦାନ; ଯଥା- ମଜୁରି, କଞ୍ଚାମାଲ, ଶକ୍ତି ଇତ୍ୟାଦିର ବ୍ୟବହାର ନିମନ୍ତେ ବହନ କରାଯାଏ, ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ ।

17. ଉତ୍ପାଦନର ପରିବର୍ତ୍ତନ ସହ ସ୍ଥିର ଉପାଦାନର କି ପ୍ରକାର ପରିବର୍ତ୍ତନ ହୁଏ ଦର୍ଶାଅ ।
Answer:
ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନର ପରିମାଣ ସ୍ଥିର ରହିଥାଏ ।

18. ବିଜ୍ଞାପନ ଖର୍ଚ୍ଚ କି ପ୍ରକାର ପରିବ୍ୟୟ ?
Answer:
ବିଜ୍ଞାପନ ଖର୍ଚ୍ଚ ହେଉଛି ପରିବର୍ତ୍ତନୀୟ ପରିବ୍ୟୟ ।

CHSE Odisha Class 12 Economics Chapter 7 Objective Questions in Odia Medium

19. ନିରାପତ୍ତାରକ୍ଷୀଙ୍କ ମଜୁରି କି ପ୍ରକାର ପରିବ୍ୟୟ ?
Answer:
ନିରାପତ୍ତାରକ୍ଷୀଙ୍କ ମଜୁରି ହେଉଛି ସ୍ଥିର ପରିବ୍ୟୟ ।

20. ମୁଦ୍ରାଗତ ପରିବ୍ୟୟ କାହାକୁ କୁହାଯାଏ ?
Answer:
ମୌଦ୍ରିକ ବା ମୁଦ୍ରାଗତ ପରିବ୍ୟୟ କୁହାଯାଏ ।

21. ହାରାହାରି ପରିବ୍ୟୟର ଉପାଂଶଗୁଡ଼ିକ କ’ଣ ?
Answer:
ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ, ହାରାହାରି ପରିବ୍ୟୟର ଦୁଇଟି ଉପାଂଶ ।

22. କେଉଁ ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ?
Answer:
ସ୍ଥିର ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ।

CHSE Odisha Class 12 Economics Chapter 15 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Long Answer Questions.

CHSE Odisha 12th Class Economics Chapter 15 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କ୍ ଏକ ଋଣ ପ୍ରଦାନକାରୀ ସଂସ୍ଥା । ଏହା ସ୍ୱଳ୍ପକାଳୀନ ଋଣ କାରବାର କରିଥାଏ । ଏହା ସର୍ବସାଧାରଣଙ୍କର ଉଦ୍‌ବୃତ୍ତ ଅର୍ଥ ସଂଗ୍ରହ କରି ବାଣିଜ୍ୟିକ ଓ ଔଦ୍ୟୋଗିକ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅସ୍ଥାୟୀ ଆବଶ୍ୟକତାର ବିତ୍ତୀୟନ କରିଥାଏ । ଏହା ଏକ ଲାଭ ଅର୍ଜନକାରୀ ସଂସ୍ଥା ହୋଇଥିବାରୁ ସାଧାରଣ ବ୍ୟାଙ୍କ କାରବାର କରି ତଥା ଅନ୍ୟ କେତେକ ବିବିଧ କାର୍ଯ୍ୟ କରି ଏହା ଲାଭ ଅର୍ଜନ କରିଥାଏ । ବାଣିଜ୍ୟିକ ବ୍ୟାଙ୍କର ଚାରିଗୋଟି ପ୍ରଧାନ କାର୍ଯ୍ୟ ରହିଛି ।

ସେଗୁଡ଼ିକ ହେଲା – ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ, ଋଣ ପ୍ରଦାନ, ଋଣମୁଦ୍ରା କାରବାର ଓ ମୁଦ୍ରା ସୃଷ୍ଟି ।

(i) ଜମା ଗ୍ରହଣ – ବାଣିଜ୍ୟିକ ବ୍ୟାଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଲା ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ କରିବା । ସେମାନଙ୍କ ଜମାର ନିରାପତ୍ତା ଓ ଜମା ଉପରେ ଦିଆଯାଉଥିବା ସୁଧ ଗ୍ରାହକମାନଙ୍କୁ ବ୍ୟାଙ୍କରେ ଜମା ରଖୁବାକୁ ପ୍ରରୋଚିତ କରିଥାଏ । ଜମା ବିଭିନ୍ନ ପ୍ରକାରର; ଯଥା – ଚାହିଦା ଜମା ବା ଚଳନ୍ତି ଜମା (Demand deposit or Current deposit), (Savings deposit) & all (Fixed or Time deposit) ।

ଚାହିଦା ଜମା ବା ଚଳନ୍ତି ଜମା ହାତରେ ରଖୁଥିବା ମୁଦ୍ରା ସଙ୍ଗେ ସମାନ । ଜମାକାରୀ ପୂର୍ବରୁ କୌଣସି ନୋଟିସ୍ ନ ଦେଇ ଯେକୌଣସି କାର୍ଯ୍ୟକାରୀ ଦିନରେ ଏହି ହିସାବରୁ ମୁଦ୍ରା ଉଠାଇପାରିବ । ଏହିଭଳି ଜମାକୁ ଅନ୍ୟ କୌଣସିଠାରେ ଲାଭଜନକଭାବେ ବିନିଯୋଗ କରାଯାଇ ନ ଥାଏ । କାରଣ ଚାହିଁବାମାତ୍ରେ ଜମାକାରୀଙ୍କୁ ମୁଦ୍ରା ଦେଇଦେବାପାଇଁ ବ୍ୟାଙ୍କ ସବୁବେଳେ ଏହାକୁ ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ।

ତେଣୁ ବ୍ୟାଙ୍କ ସାଧାରଣତଃ ଏହି ଜମା ଉପରେ ଅତି ସାମାନ୍ୟ ସୁଧ ଦେଇଥାଏ ବା ଆଦୌ କୌଣସି ସୁଧ ଦେଇ ନଥାଏ । ଯଦି ଏହି ଜମା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣରୁ କମ୍ ହୋଇଥାଏ ବ୍ୟାଙ୍କ ନିଜର କମିଶନ ଆକାରରେ ଗ୍ରାହକମାନଙ୍କଠାରୁ ସାମାନ୍ୟ କିଛି ଆଦାୟ କରିଥାଏ । ଚେଦ୍ଵାରା ଏହି ହିସାବରେ ପ୍ରଚଳନ କରାଯାଇଥାଏ ।

ମିଆଦି ଜମା ଏକ ନିର୍ଦ୍ଧାରିତ ସମୟକାଳ ପାଇଁ କରାଯାଇଥାଏ । ଏହି ନିର୍ଦ୍ଧାରିତ ସମୟସୀମା ଅବ୍ୟବହିତ ହେବା ପୂର୍ବରୁ ଏହାକୁ ଉଠାଯାଇ ପାରିବ ନାହିଁ । ବ୍ୟାଙ୍କ ଏହି ଜମାକୁ କେତେକ ଲାଭଜନକ ଉଦ୍ୟୋଗରେ ବିନିଯୋଗ କରି କିଛି ଲାଭ ଅର୍ଜନ କରିଥାଏ । ଅନ୍ୟାନ୍ୟ ହିସାବ ଉପରେ ମିଳୁଥିବା ସୁଧହାର ଅପେକ୍ଷା ଏହି ହିସାବ ଉପରେ ମିଳୁଥିବା ସୁଧହାର ଅଧିକ । ସମୟକାଳ ଯେତିକି ଦୀର୍ଘତର ହୋଇଥାଏ ସୁଧହାର ସେତିକି ଅଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ସଞ୍ଚୟ ବ୍ୟାଙ୍କ ଜମାରୁ ଚାହିଁବାମାତ୍ରେ ଟଙ୍କା ଉଠାଇ ଅଣାଯାଇ ପାରିବ; କିନ୍ତୁ ଗୋଟିଏ ସପ୍ତାହରେ ସୀମିତ ଦିନରେ; କୁହାଯାଉ ସପ୍ତାହକୁ ଦିନେ ବା ଦୁଇଦିନ ଏହି ଉଠାଣ କରାଯାଇପାରିବ । କେତେକ ବ୍ୟାଙ୍କ ସପ୍ତାହକୁ ଦିନେ ଓ ଆଉ କେତେକ ବ୍ୟାଙ୍କ ସପ୍ତାହକୁ ଦୁଇଦିନ ଉଠାଣ ପାଇଁ ଅନୁମତି ଦେଇଥା’ନ୍ତି । ପୁଣି ଯଦି ବଡ଼ ପରିମାଣର ଉଠାଣ ଥାଏ ତାହାହେଲେ ବ୍ୟାଙ୍କକୁ ପୂର୍ବରୁ ନୋଟିସ୍ ଦେବା ଆବଶ୍ୟକ ହୋଇପାରେ । ଏହି ହିସାବ ଉପରେ ଏକ ପରିମିତ ସୁଧହାର ଦିଆଯାଇଥାଏ ଏବଂ ଏହା କ୍ଷୁଦ୍ର ସଞ୍ଚୟକୁ ଉତ୍ସାହିତ କରିଥାଏ ।

(ii) ଋଣ ପ୍ରଦାନ – ବାଣିଜ୍ୟିକ ବ୍ୟାଙ୍କର ଦ୍ୱିତୀୟ ପ୍ରଧାନ କାର୍ଯ୍ୟ ହେଲା, ସର୍ବସାଧାରଣରୁ ଜମା ଆକାରରେ ପାଉଥିବା ଅର୍ଥରୁ ଋଣ ଓ ଅଗ୍ରିମ ଋଣ ଦେବା । ବ୍ୟାଙ୍କ ନିଜର ଅଭିଜ୍ଞତାରୁ ଜାଣେ ଯେ, ସର୍ବସାଧାରଣଙ୍କଠାରୁ ମିଳିଥିବା ମୋଟ ଜମାର କେବଳ ଗୋଟିଏ କ୍ଷୁଦ୍ର ଅଂଶ ନିଜ ପାଖରେ ସଞ୍ଚିତ ଆକାରରେ ରଖୁଲେ ନଗଦୀ ପାଇଁ ହେଉଥିବା ସମସ୍ତ ଚାହିଦା ସେ ପୂରଣ କରିପାରିବ ।

ତେଣୁ ସେ ଜମାର ଏକ ନିର୍ଦ୍ଦିଷ୍ଟ ଶତାଂଶକୁ ନିଜର ନଗଦ ସଞ୍ଚ ଆକାରରେ ରଖୁଥାଏ ଏବଂ ବାକିତକ ଲାଭ ଉପାର୍ଜନ ପାଇଁ ସରକାରୀ ପ୍ରତିଭୂତିରେ ହେଉ ବା ଅନ୍ୟ କୌଣସି ଲାଭଜନକ ସଂସ୍ଥାରେ ହେଉ ବିନିଯୋଗ କରିଥାଏ । ଏହା ବ୍ୟବସାୟୀ ଓ ବେପାରୀମାନଙ୍କୁ ମଧ୍ୟ ଅଗ୍ରୀମ ଋଣ ଦେଇପାରେ । ଋଣଦାନ ବ୍ୟାଙ୍କ ଆୟର ଅନ୍ୟତମ ମୂଳ ଉତ୍ସ । ବ୍ୟାଙ୍କ ନିମ୍ନୋକ୍ତ ଉପାୟରେ ଋଣ ଦେଇଥାଏ ।

(a) ଋଣ ବ୍ୟବସ୍ଥା – ଏହା ଏକ ସରଳ ବ୍ୟବସ୍ଥା । ଏହାକୁ ମଧ୍ୟ ସ୍ପଷ୍ଟ ଅଗ୍ରୀମ ବ୍ୟବସ୍ଥା (clean advance system) କୁହାଯାଇଥାଏ । ବ୍ୟାଙ୍କ କେତେକ ସାପାର୍ଶିକ ପ୍ରତିଭୂତି (collateral securities) ଦେଇଥାଏ । ଋଣ ଗ୍ରହଣକାରୀ ଅନୁମୋଦିତ ଋଣମୁଦ୍ରା ବ୍ୟାଙ୍କରୁ ଉଠାଇ ଆଣି ନିଜ କାର୍ଯ୍ୟରେ ଲଗାଇ ପାରନ୍ତି କିମ୍ବା ଏହି ଋଣକୁ ଋଣଗ୍ରହୀତାର ହିସାବରେ ଜମା ଦିଆଯାଇଥାଏ ଏବଂ ସେ ନିଜର ଆବଶ୍ୟକ ସମୟରେ ଚେକ୍ ମାଧ୍ୟମରେ ତା’ର ହିସାବରୁ ମୁଦ୍ରା ଉଠାଇଥା’ନ୍ତି ।

ଏହି ଧରଣର ଋଣ ଦିଆଗଲାବେଳେ ଋଣଗ୍ରହୀତାର ପରିଶୋଧ କ୍ଷମତା ଓ ସାଧୁତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ତେଣୁ ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ପ୍ରତିଶ୍ରୁତି, ଅଙ୍ଗୀକାର ବା ପ୍ରତିଭୂତିକୁ ଯଥେଷ୍ଟ ବୋଲି ବିଚାର କରାଯାଇଥାଏ ।

(b) ଓଭର ଡ୍ରାଫ୍‌ଟ ବ୍ୟବସ୍ଥା – ଓଭର ଡ୍ରାଫ୍‌ଟ ବ୍ୟବସ୍ଥା ଗୋଟିଏ ପ୍ରକାର ବିଶେଷ ସୁବିଧା । ଏହି ସୁବିଧା ବ୍ୟାଙ୍କ ତା’ର ଜମାକାରୀମାନଙ୍କୁ ଦେଇଥାଏ । ଏହି ସୁବିଧା ଦିଆଗଲେ ଜମାକାରୀମାନେ ବ୍ୟାଙ୍କ ପାଖରେ ରଖିଥିବା ସେମାନଙ୍କ ଜମା ପରିମାଣ ଅପେକ୍ଷା ସେମାନଙ୍କ ହିସାବରୁ ଅଧିକ ମୁଦ୍ରା ଉଠାଣର ସୁବିଧା ପାଇଥା’ନ୍ତି । ଏହାର ଅର୍ଥ ବ୍ୟାଙ୍କ ପାଖେ ଥିବା ସେମାନଙ୍କ ଜମା ପରିମାଣ ବାହାରେ ଓଭର ଡ୍ରାଫ୍‌ଟ ବ୍ୟବସ୍ଥାରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଚେକ୍ କାଟିବାକୁ ବ୍ୟାଙ୍କ ଏହାର କେତେକ ଗ୍ରାହକଙ୍କୁ ଅନୁମତି ଦେଇଥାଏ ।

ଅନୁମତିପ୍ରାପ୍ତ ଅତିରିକ୍ତ ଉଠାଣ ପରିମାଣ ଗ୍ରାହକମାନଙ୍କୁ ଦିଆଯାଇଥିବା ଏକ ବ୍ୟକ୍ତିଗତ ଋଣ ବୋଲି ଧରିନିଆଯାଇଥାଏ ଏବଂ ସେମାନେ ଏହା ଉପରେ ସୁଧ ଦେଇଥା’ନ୍ତି ।

(c) ନଗଦ ମୁଦ୍ରା ଋଣ – ବ୍ୟାଙ୍କ ଋଣଗ୍ରହୀତାଙ୍କ ବଚନପତ୍ର ଉପରେ ସେମାନଙ୍କୁ ନଗଦ ମୁଦ୍ରାର ଋଣ (Cash Credit) ଦେଇଥାଏ । ଏହି ବଚନପତ୍ରରେ ଅନ୍ତତଃ ଦୁଇଜଣ ଜାମିନ୍ଦାର ଗ୍ୟାରେଣ୍ଟି ଦେଇଥା’ନ୍ତି ଏବଂ ଅନେକ ସମୟରେ ପ୍ରତିଭୂତି ବା ବିଭିନ୍ନ ଦ୍ରବ୍ୟକୁ ଅଙ୍ଗୀକାରରୂପେ ବନ୍ଧକ ଦିଆଯାଇଥାଏ । ଋଣ ମଞ୍ଜୁର କରାଯାଇ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ହିସାବ ଖୋଲାଯାଏ ଏବଂ ଅନୁମତିପ୍ରାପ୍ତ ଋଣ ସୀମାକୁ ଅତିକ୍ରମ ନ କରି ବେଳକୁ ବେଳ ତା’ର ଆବଶ୍ୟକତା ଅନୁସାରେ ସେଥୁରୁ ମୁଦ୍ରା ଉଠାଣ କରିବାକୁ ତାକୁ କୁହାଯାଏ ।

ବ୍ୟାଙ୍କ ଯେତେବେଳେ ଚାହିଁବ ଏହି ସୁବିଧାକୁ ପ୍ରତ୍ୟାହାର କରି ନେଇଯାଇପାରିବ ବା ଋଣ ସୀମାକୁ ହ୍ରାସ କରିଦେଇପାରିବ । ଋଣଗ୍ରହୀତା ପ୍ରକୃତରେ ଉଠାଇ ସାରିଥିବା ପରିମାଣର ମୁଦ୍ରା ଉପରେ ସୁଧ ଦେଇଥା’ନ୍ତି ।

(d) ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଶ ଭିତରେ ଏବଂ ବିଭିନ୍ନ ଦେଶ ମଧ୍ୟରେ ଦ୍ରବ୍ୟଗୁଡ଼ିକର ଚଳନର ବିତ୍ତୀୟନ ବ୍ୟବସ୍ଥା କରିଥା’ନ୍ତି । ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା (Discounting bills of exchange) ମାଧ୍ୟମରେ ଏହା କରାଯାଇଥାଏ ।

ଆଧୁନିକ ବ୍ୟବସାୟ ଅନେକାଂଶରେ ଋଣ କାରବାର ଉପରେ ନିର୍ଭର କରିଥାଏ । ବିନିମୟ ପତ୍ର ଏକ ବ୍ୟବସାୟ ଋଣର ସ୍ବୀକୃତିପତ୍ର ହୋଇଥାଏ । ବିଲ୍‌ଧାରକଙ୍କୁ ବିଲ୍‌ ପରିଣତ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । କିନ୍ତୁ ସେ ଯଦି ସଙ୍ଗେ ସଙ୍ଗେ ମୁଦ୍ରା ଆବଶ୍ୟକ କରୁଥା’ନ୍ତି, ତାହାହେଲେ ସେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କ୍‌କୁ ଏହି ବିଲ୍‌କୁ ଭଙ୍ଗାଇବାପାଇଁ ଅନୁରୋଧ କରିଥା’ନ୍ତି । ବାଣିଜ୍ୟିକ ବ୍ୟାଙ୍କ ଅପହାର ସୂତ୍ରରେ ଏହି ବିଲ୍‌କୁ କିଣିନେଇଥା’ନ୍ତି ।

ବିନିମୟ ପତ୍ର ଅପହାର ବ୍ୟବସ୍ଥାଦ୍ୱାରା ବ୍ୟାଙ୍କ ଆଭ୍ୟନ୍ତରୀଣ ଓ ବୈଦେଶିକ ବ୍ୟାପାରର ବିତ୍ତୀୟନ କରିଥାଏ । ପୁଣି ଏହି ବ୍ୟବସ୍ଥା ବ୍ୟାଙ୍କ ଋଣ ଦେବାର ଅନ୍ୟ ଏକ ବ୍ୟବସ୍ଥା । ପ୍ରକୃତରେ ଯେଉଁ ବ୍ୟକ୍ତିଙ୍କ ନାମରେ ବିଲ୍‌ କଟାଯାଇଥାଏ ବ୍ୟାଙ୍କ ତାଙ୍କୁ ଗୋଟିଏ ଋଣ ଦେଇଥାଏ ଏବଂ ମିଆଦ ପୂରିଗଲେ ତାଙ୍କଠାରୁ ସୁଧ ସହ ଏହାକୁ ଅସୁଲ କରିଥାଏ । ତେଣୁ ଅପହାର ବ୍ୟବସ୍ଥା ଏକ ଋଣଦାନ ପଦ୍ଧତି । ଏହା ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ବାଣିଜ୍ୟର ବିତ୍ତୀୟନ କରିଥାଏ ।

(iii) ଅର୍ଥନୈତିକ ବିକାଶ – ବାଣିଜ୍ୟିକ ବ୍ୟାଙ୍କ ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବାଣିଜ୍ୟିକ ବ୍ୟାଙ୍କର ଜନ୍ମ ବିନା ଇଂଲଣ୍ଡରେ ଶିଳ୍ପବିପ୍ଳବ ସଫଳ ହୋଇପାରି ନଥା’ନ୍ତା । ବଳିଷ୍ଠ ବ୍ୟାଙ୍କ କାରବାରର ବିକାଶବିନା ବିକାଶଶୀଳ ଦେଶମାନେ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଦ୍ୟମକୁ ତ୍ବରାନ୍ବିତ କରିପାରିବେ ନାହିଁ । ଭାରତର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଗ୍ରାମାଞ୍ଚଳ ବିକାଶ ଦାୟିତ୍ୱ ଦିଆଯାଇଛି ।

କେତେକ ବାଣିଜ୍ୟିକ ବ୍ୟାଙ୍କ ଅଗ୍ରଣୀ ବ୍ୟାଙ୍କ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ଜିଲ୍ଲାକୁ ପୋଷ୍ୟ ଜିଲ୍ଲାରୂପେ ଗ୍ରହଣ କରିନେଇଛନ୍ତି ଏବଂ ସେହି ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳର ସର୍ବବିଧ ବିକାଶ ପାଇଁ ପଦକ୍ଷେପମାନ ନେଉଛନ୍ତି । ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏବେ ଅଧ୍ଵକଭାବେ ବିକାଶମୂଳକ କାର୍ଯ୍ୟକଳାପ ସହିତ ସଂପୃକ୍ତ ।

(iv) ଏଜେଣ୍ଟରୂପେ ସେବାଦାନ – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ ସେମାନଙ୍କ ତରଫରୁ ଅନେକ କାର୍ଯ୍ୟ କରିଥା’ନ୍ତି । ସେମାନେ ସେମାନଙ୍କ ଗ୍ରାହକମାନଙ୍କ ତରଫରୁ ପ୍ରତିଭୂତି କ୍ରୟ -ବିକ୍ରୟ କରିଥା’ନ୍ତି, ଲାଭାଂଶ ଓ ସୁଧ ଅସୁଲ କରିଥା’ନ୍ତି ଏବଂ ସେମାନଙ୍କପାଇଁ ନ୍ୟାସଧାରୀ (trustee), ତତ୍ତ୍ୱାବଧାରକ (executor) ଓ ଅନୁମୋଦିତ ପ୍ରତିନିଧ (attorney) ଭାବେ କାର୍ଯ୍ୟ କରିଥା’ନ୍ତି ।

CHSE Odisha Class 12 Economics Chapter 15 Long Answer Questions in Odia Medium

ଚେକ୍, ବିଲ୍, ଦେୟ ଓ ବୀମା କିସ୍ତି ଆଦି ଆଦାୟ କରିବାରେ ଓ ଦେବାରେ ସେମାନେ ମଧ୍ୟ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ କାର୍ଯ୍ୟ କରିଥା’ନ୍ତି । ମୂଲ୍ୟବାନ୍ ଜିନିଷ ଓ ଗୁରୁତ୍ଵପୂର୍ଣ୍ଣ ଦଲିଲକୁ ନିରାପଦରେ ରଖୁବାର ସୁବିଧା ମଧ୍ୟ ସେମାନେ ଯୋଗାଇ ଦେଇଥା’ନ୍ତି ।

(v) ମୁଦ୍ରା ଅନ୍ତରଣ – ବାଣିଜ୍ୟିକ ବ୍ୟାଙ୍କମାନେ ବ୍ୟାଙ୍କ ଡ୍ରାଫ୍‌ଟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାରେ ସାହାଯ୍ୟ କରିଥା’ନ୍ତି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାର ଏହା ସବୁଠାରୁ ଶସ୍ତା ବ୍ୟବସ୍ଥା ।

(vi) ମୁଦ୍ରା ସୃଷ୍ଟି – ଅଧୁନାତନ ବିଶ୍ବରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ବ୍ୟାଙ୍କ ଜମା ସୃଷ୍ଟି କରିବା । ଉନ୍ନତ ଦେଶମାନଙ୍କରେ ବ୍ୟାଙ୍କ ମୁଦ୍ରା ହିଁ ମୁଦ୍ରା ଯୋଗାଣର ବଡ଼ ଅଂଶ ହୋଇଥ୍‌ବାର ଦେଖାଯାଇଥାଏ । ବ୍ୟାଙ୍କ ଗୋଟିଏ ଋଣ ମଞ୍ଜୁର କଲାବେଳେ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ଜମା ହିସାବ ଖୋଲିଦେଇଥାଏ ଏବଂ ଏହି ହିସାବ ଉପରେ ଚେକ୍ କାଟି ମୁଦ୍ରା ଉଠାଣ କରିବାକୁ ଅନୁମତି ଦେଇଥାଏ ।

ଋଣଗ୍ରହୀତା ଚେକ୍ ଦେଇଚାଲେ । ଏହି ଚେକ୍‌ଗୁଡ଼ିକ ଭଙ୍ଗାଣ ପାଇଁ ବ୍ୟାଙ୍କ୍‌କୁ ଆସିବା ପୂର୍ବରୁ ଅନେକ ହାତଦେଇ ଗତି କରିଥା’ନ୍ତି । ଚେକ୍‌ଗୁଡ଼ିକର ପ୍ରଚଳନ ବିସ୍ତୃତି ପର୍ଯ୍ୟନ୍ତ ସେଗୁଡ଼ିକ ବିନିମୟ ମାଧ୍ୟମ ସୃଷ୍ଟି କରିଥା’ନ୍ତି । ଏହାହିଁ ବ୍ୟାଙ୍କ ମୁଦ୍ରା ।

2. ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ଦେଣା -ପାଉଣା ସନ୍ତୁଳନ ଫର୍ଦ ପ୍ରସ୍ତୁତ କରି ଉଭୟ ପାଖରେ ଥିବା ବିଷୟଗୁଡ଼ିକୁ ବୁଝାଅ ।
Answer:
ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ୍ଦ ଏକ ନିର୍ଦ୍ଦିଷ୍ଟ ସମୟପାଇଁ ଏହାର ଦେଣା – ପାଉଣାର ଏକ ବିବରଣୀ ମାତ୍ର । ଏହା ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କର ବିତ୍ତୀୟ ଅବସ୍ଥାର ସୂଚନା ଦେଇଥାଏ ଏବଂ ବ୍ୟାଙ୍କ କିପରି ଅର୍ଥ ସଂଗ୍ରହ କରିଛି ଓ କେଉଁ ଉପାୟରେ ଏହାର ବିନିଯୋଗ କରିଛି ତାହା ଦର୍ଶାଇଥାଏ । ଋଣଗ୍ରହୀତା ହିସାବରେ ବ୍ୟାଙ୍କର କାର୍ଯ୍ୟକଳାପ ସନ୍ତୁଳନ ଫର୍ଦ୍ଦର ଦେୟତା ପାଖେ ଦର୍ଶାଯାଇଥାଏ । ପାଉଣା ପାଖ ବା ପରିସମ୍ପତ୍ତି ପାଖ ହେଲା ଋଣଦେବା ପାଖ ଏବଂ ପରିସମ୍ପରି ବା ପାଉଣା ବ୍ୟାଙ୍କର ସମ୍ପଦର ସୂଚନା ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ ପ୍ରସ୍ତୁତ କରାଯାଇଥାଏ । ଏହା ଏକ ଦର୍ପଣ ସଦୃଶ । ଏଥିରେ ବ୍ୟାଙ୍କର ସାଧାରଣ ସ୍ୱାସ୍ଥ୍ୟ ଅବସ୍ଥା ଓ ବ୍ୟବସାୟ କାରବାର ପ୍ରତିଫଳନ ହୋଇଥାଏ । ଏହି ବାର୍ଷିକ ଆର୍ଥକ ବିବରଣୀରୁ ବ୍ୟାଙ୍କର ଆର୍ଥିକ ସ୍ଥିତି ବା ଋଣ ପରିଶୋଧ କ୍ଷମତା ଏବଂ ନଗଦୀ ଅବସ୍ଥା ନିରୂପଣ କରାଯାଇପାରିବ । ବ୍ୟାଙ୍କର ସମଗ୍ର ବ୍ୟବସାୟ ସର୍ବସାଧାରଣଙ୍କ ଆସ୍ଥା ଉପରେ ପ୍ରତିଷ୍ଠିତ ।

ଯଦି ସନ୍ତୁଳନ ଫର୍ଦ୍ଦ ବ୍ୟାଙ୍କର ସୁଦୃଢ଼ ଆର୍ଥିକ ସ୍ଥିତିର ପ୍ରତିଫଳନ କରେ, ବ୍ୟାଙ୍କ ଉପରେ ସର୍ବସାଧାରଣଙ୍କ ଆସ୍ଥା ବୃଦ୍ଧିପାଏ; କିନ୍ତୁ ଏହାର ଯଦି କୌଣସି ସନ୍ତୋଷଜନକ ଆର୍ଥିକ ସ୍ଥିତିର ସୂଚନା ନ ଦିଏ, ତେବେ ସର୍ବସାଧାରଣ ବ୍ୟାଙ୍କ ଉପରୁ କ୍ରମେ ଆସ୍ଥା ହରାଇବାକୁ ଆରମ୍ଭ କରନ୍ତି । ଶେଷରେ ବ୍ୟାଙ୍କ ବ୍ୟବସାୟ ଭୁଶୁଡ଼ି ପଡ଼େ । ସମଗ୍ର ସମାଜ ବ୍ୟାଙ୍କର ସନ୍ତୁଳନ ଫର୍କରେ ଆଗ୍ରହ ପ୍ରକାଶ କରିଥାଏ । ନିମ୍ନରେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦର ଏକ ନମୁନା ଆଲୋଚନା କରାଗଲା –

ସନ୍ତୁଳନ ଫର୍ଦ୍ଦ

ଦେୟତା ପାଉଣା ବା ପରିସମ୍ପତ୍ତି
1. ପ୍ରଦତ୍ତ ପୁଞ୍ଜି 1. ହାତରେ ଓ କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ନଗଦ ମୁଦ୍ରା
2. ସଞ୍ଚ୍ତ ନିଧି ଓ ଅନ୍ୟାନ୍ୟ ସଞ୍ଚ୍ତି 2. ଚାହିଦା ମାତ୍ରେ ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା
3. ଜମା ଓ ଅନ୍ୟାନ୍ୟ ହିସାବ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କମ୍ପାନୀ ଏଜେଣ୍ଟ ଆଦିଙ୍କଠାରୁ ଋଣ 3. ଅପହ୍ରାସିତ ବିଲ୍
4. ଦେୟଯୋଗ୍ୟ ବିଲ୍ 4. ଆଦାୟ ହେଉଥିବା ଚେକ୍
5. ସ୍ବୀକୃତି ଓ ପୃଷ୍ଠାଙ୍କନ 5. ବିନିଯୋଗ
6. ଅନ୍ୟାନ୍ୟ ଦେୟତା 6. ଋଣ ଓ ଅଗ୍ରିମ
7. ସ୍ଵୀକୃତି ଓ ପୃଷ୍ଠାଙ୍କନ
8. ଅନ୍ୟାନ୍ୟ ପାଉଣା

ଦେଣା ବା ଦେୟତା (Liabilities) :
ସର୍ବସାଧାରଣ ସେମାନଙ୍କ ଅଂଶ ଉପରେ ମୁଦ୍ରା ଆକାରରେ ବ୍ୟାକୁ ଦେଇଥିବା ପରିମାଣ ଅର୍ଥକୁ ପ୍ରଦତ୍ତ ପୁଞ୍ଜି (Paid – up capital) କୁହାଯାଏ । ତେଣୁ ଏହା ଅଂଶୀଦାରମାନଙ୍କୁ ବ୍ୟାଙ୍କର ଦେଣା ଅଟେ ।

ବ୍ୟାଙ୍କର ବଣ୍ଟାଯାଇ ନ ଥିବା ଲାଭରୁ ଆରକ୍ଷିତ ନିଧୁ (Reserve fund) ସୃଷ୍ଟି କରାଯାଇଥାଏ । ଭବିଷ୍ୟତ ଦୁର୍ଘଟଣା ଏବଂ ଅଦୃଷ୍ଟପୂର୍ବ କ୍ଷୟକ୍ଷତିର ସମ୍ମୁଖୀନ ହେବାପାଇଁ ବର୍ଷ ପରେ ବର୍ଷ ଲାଭର ଏକ ଅଂଶକୁ ସଞ୍ଚୟ କରି ରଖାଯାଇଥାଏ । ବ୍ୟାଙ୍କ ତା’ର ଲାଭର ଶତକଡ଼ା 20 ଭାଗ ଆରକ୍ଷିତ ନିସ୍‌ରେ ରଖିବାପାଇଁ ବ୍ୟବସ୍ଥା ଭାରତୀୟ ଆଇନରେ ଅଛି । ଆରକ୍ଷିତ ନିଧୁର ସୃଷ୍ଟି ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ ।

ବ୍ୟାଙ୍କର ବଣ୍ଟା ହୋଇ ନଥିବା ଲାଭରୁ ଆରକ୍ଷିତ ନିଧୁର ସୃଷ୍ଟି ହୋଇଥିବାରୁ ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ । ବ୍ୟାଙ୍କର ବଣ୍ଟା ହୋଇ ନଥୁବା ଲାଭରୁ ଆରକ୍ଷିତ ନିସ୍‌ର ସୃଷ୍ଟି ହୋଇଥବାରୁ ଏଥୁରେ ସଞ୍ଚିତ ହୋଇ ରହିଥିବା ଅର୍ଥ ଅଂଶୀଦାରମାନଙ୍କର ଏବଂ ଏହା ବ୍ୟାଙ୍କର ଅଂଶୀଦାରଙ୍କ ପ୍ରତି ଏକ ଦେଣା । ଯେକୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆରକ୍ଷିତ ନିଜ୍ ଭଳି ଅନ୍ୟାନ୍ୟ ନିଧୁ ରଖାଯାଇପାରେ । ସେଗୁଡ଼ିକ ମଧ୍ୟ ଅଂଶୀଦାରମାନଙ୍କ ପ୍ରତି ବ୍ୟାଙ୍କର ଦେଣାରୁ ସୂଚନା ଦେଇଥା’ନ୍ତି ।

ଜମା ଅର୍ଥ ବ୍ୟାଙ୍କର ଏକ ପ୍ରଧାନ ଦେଣା । ଜମା ସାଧାରଣତଃ 3 ପ୍ରକାରର – ଚାହିଦା ଜମା, ସଞ୍ଚୟ ଜମା ଓ ମିଆଦି ଜମା । ଚାହିଦା ଜମା ମୁଦ୍ରା ଅଟେ ଏବଂ ମିଆଦି ଜମା ପ୍ରାୟତଃ ମୁଦ୍ରା, କାରଣ ଏହା ଚାହିଁବା ମାତ୍ରେ ମିଳେ ନହିଁ ଏବଂ ଏହାକୁ ଚେଦ୍ଵାରା ହସ୍ତାନ୍ତର କରାଯାଇ ପାରିନଥାଏ । ବିଭିନ୍ନ ପ୍ରକାର ଜମାରେ ମଧ୍ୟ ଭିନ୍ନ ଭିନ୍ନ ସୁଧହାର ମିଳିଥାଏ । ସାଧାରଣତଃ ଚାହିଦା ଜମା ଉପରେ କୌଣସି ସୁଧ ଦିଆଯାଏ ନାହିଁ । କିନ୍ତୁ ଅନ୍ୟ ଜମା ଉପରେ ମିଳୁଥିବା ସୁଧହାର ଜମାର ସମୟକାଳର ଦୀର୍ଘତା ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ସ୍ବୀକୃତି ଓ ପୃଷ୍ଠାଙ୍କନ (Acceptances and Endorsements) : ସ୍ବୀକୃତି ଓ ପୃଷ୍ଠାଙ୍କନ ବ୍ୟାଙ୍କର ଏକ ଦେଣା । ନିଜ ଗ୍ରାହକମାନଙ୍କ ପକ୍ଷରୁ ବିନିମୟ ପତ୍ର ସ୍ଵୀକାର କରି ଓ ପୃଷ୍ଠାଙ୍କନ କରି ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ଏହାଦ୍ଵାରା ବ୍ୟାଙ୍କ ଆକସ୍ମିକ ଦେୟତା ସୃଷ୍ଟି କରିଥାଏ । ଏହା କରିବାଦ୍ଵାରା ତା’ର ଗ୍ରାହକମାନେ ତା’ର ନାଆଁକୁ ବ୍ୟବହାର କରିଥା’ନ୍ତି ଏବଂ ବିଲ୍ଵ ଭଙ୍ଗାଇବା ଦିନ ଆସିଗଲେ ସେମାନେ ବିଲ୍ ଭଙ୍ଗାଇଥା’ନ୍ତି ।

ତେଣୁ ଏହି ବିଷୟଟି ସନ୍ତୁଳନ ଫର୍ଦରେ ଉଭୟ ଦେଣା ଓ ପାଉଣା ପାଖରେ ଦେଖାଯାଇଥାଏ । ଯଦି ବିଲ୍‌ର ସମୟ ପୂରିଯାଇଥିବା ଦିନ ଗ୍ରାହକ ବିଲ୍ ପରିମାଣ ଅର୍ଥ ଦେବାକୁ ଅକ୍ଷମ ହୁଏ, ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ତେଣୁ ଏ ବିଷୟଟି ଦେୟତା ପାଖରେ ଦେଖିବାକୁ ମିଳିଥାଏ । ସ୍ବୀକୃତିରେ କ୍ଷତିଭୟ ଥିବାରୁ ସ୍ବୀକୃତି ଦାନକାରୀ ବ୍ୟାଙ୍କ ଏକ କମିଶନ୍ ଅସୁଲ କରିଥାଏ । ଏହାକୁ ପାଉଣା ବା ପରିସମ୍ପତ୍ତି ପାଖରେ ଦେଖାଇବାର କାରଣ ହେଲା – ଏହି ଦାୟିତ୍ବ ଭରଣାପାଇଁ ଅର୍ଥ ଯୋଗାଇଦେବା ଗ୍ରାହକମାନଙ୍କ ଦାୟିତ୍ଵ ।

ଅନ୍ୟାନ୍ୟ ଦେୟତା ମଧ୍ୟରେ ଅନ୍ୟକୁ ଦେବାକୁ ଥିବା ବିଲ୍ ଅନ୍ୟ ବ୍ୟାଙ୍କରୁ ଆଣିଥିବା ଋଣ ଏବଂ ଆକସ୍ମିକ ଦେୟତା ଅନ୍ତର୍ଭୁକ୍ତ ।

ପାଉଣା ବା ପରିସମ୍ପରି (Assets) :
ବ୍ୟାଙ୍କର ଅର୍ଥକୁ କେଉଁ ଉପାୟରେ ଉପଯୋଗ କରାଯାଇଛି, ପାଉଣା ପାଖରୁ ତାହା ଜଣାପଡ଼େ । ପାଉଣା ପାଖରେ ଥିବା ବିଷୟଗୁଡ଼ିକର ଆଲୋଚନା ନିମ୍ନରେ କରାଗଲା –

(i) ହାତରେ ଥିବା ନଗଦ ମୁଦ୍ରା – ଜମାକାରୀମାନଙ୍କଦ୍ୱାରା କରାଯାଉଥିବା ଉଠାଣ ନିମନ୍ତେ ଏକ ପ୍ରଥମ ଶ୍ରେଣୀୟ ସଞ୍ଚ୍ତି ବ୍ୟବସ୍ଥା କରିବାପାଇଁ ହାତରେ ମୁଦ୍ରା ରଖାଯାଇଥାଏ । ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକମାନଙ୍କର ଚାହିଦାମାତ୍ରକେ ସେମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖରେ କିଛି ନଗଦ ମୁଦ୍ରା ସଞ୍ଜୁତ ରଖୁଥାଏ । ଅନ୍ୟାନ୍ୟ ବ୍ୟାଙ୍କମାନଙ୍କ ପାଖରେ ମଧ୍ୟ କିଛି ଅର୍ଥ ରଖାଯାଇପାରେ । ହାତରେ ଥିବା ନଗଦ ମୁଦ୍ରା କିଛି ଲାଭ ଅର୍ଜନ କରିନଥାଏ ।

ତେଣୁ ଗ୍ରାହକମାନଙ୍କର ଚାହିଦା ପୂରଣ କରିବାପାଇଁ ଯାହା ଆବଶ୍ୟକ ବ୍ୟାଙ୍କ ତା’ଠାରୁ ଅଧିକ ଅର୍ଥ ନଗଦ ମୁଦ୍ରା ଆକାରରେ ନିଜ ପାଖରେ ରଖୁନଥାଏ । ହାତରେ ଥିବା ନଗଦ ମୁଦ୍ରାକୁ ହସ୍ତସ୍ଥ ମୁଦ୍ରା (till money) କହନ୍ତି ।

(ii) ଚାହିଦା ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା – ଅତି ଅଳ୍ପ ସମୟ ନୋଟିସ୍‌ରେ ପରିଶୋଧଯୋଗ୍ୟ ସ୍ଵଳ୍ପକାଳୀନ ଋଣକୁ ଏହା ବୁଝାଇଥାଏ । ଏହି ଋଣଗୁଡ଼ିକ ଉପରେ ଅତି ଅଳ୍ପ ସୁଧ ହାର ମିଳିଥାଏ । କାରଣ ଅତି କମ୍ ସମୟ ନୋଟିସ୍‌ରେ ଏଗୁଡ଼ିକୁ ଫେରାଇ ଅଣାଯାଇପାରିବ । ଏହି ପାଉଣାକୁ ଅତି ସହଜରେ ନଗଦ ମୁଦ୍ରାରେ ପରିଣତ କରାଯାଇପାରିବ ।

ଯେତେବେଳେ ବ୍ୟାଙ୍କର ସଞ୍ଚି ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଯାଇଥାଏ ଏହା ତତ୍‌କ୍ଷଣାତ୍‌ ଏହି ସ୍ଵଳ୍ପକାଳୀନ ଋଣରୁ କିଛି ପ୍ରତ୍ୟାହାର କରି ଆଣିଥାଏ କିମ୍ବା ସେଗୁଡ଼ିକର ନବୀକରଣ କରିବାକୁ ମନା କରିଦେଇଥାଏ ଯାହାକି ସାଧାରଣ ପରିସ୍ଥିତିରେ ନବୀକରଣ କରାଯାଇ ପାରିଥା’ନ୍ତା । ଏହା ବ୍ୟାଙ୍କର ପ୍ରତିରକ୍ଷା ବ୍ୟବସ୍ଥା ।

CHSE Odisha Class 12 Economics Chapter 15 Long Answer Questions in Odia Medium

(iii) ଅପହ୍ରାସିତ ବିଲ୍‌ – ଏହାର ପ୍ରକୃତି ପୂର୍ବରୁ ବୁଝାଇ ଦିଆଯାଇଛି । ବିଲ୍‌ଗୁଡ଼ିକ ସ୍ଵୟଂ ସମାପନୀୟ (Self liquidating) ହୋଇଥିବାରୁ ଏଥୁରୁ ବିନିଯୋଗ ଆକର୍ଷଣୀୟ ହୋଇଥାଏ । ପୁଣି, ନିର୍ଦ୍ଦିଷ୍ଟ ସମୟକାଳ ପୂରିବା ପୂର୍ବରୁ ସେଗୁଡ଼ିକ ପୁନଃ ଅପହ୍ରାସିତ କରାଯାଇପାରିବ ଏବଂ ଋଣଦେବା ଅପେକ୍ଷା ସେଗୁଡ଼ିକୁ ଅଧ‌ିକ ନିରାପଦ ବୋଲି ମନେକରାଯାଇଥାଏ ।

(iv) ଆଦାୟ ଅବସ୍ଥାରେ ଥିବା ଚେକ୍ – ଏହା ଆଦାୟ କରାଯାଉଥିବା ଚେକ୍‌ଗୁଡ଼ିକୁ ବୁଝାଇଥାଏ । ସେଗୁଡ଼ିକ ଅତି ନଗଦ, କାରଣ ଚେକ୍‌ଗୁଡ଼ିକ ଆଦାୟ କରାଯିବା ମାତ୍ରେ ନଗଦ ମୁଦ୍ରା ସଞ୍ଜୁର ପରିମାଣ ବୃଦ୍ଧି ପାଏ ।

(v) ବିନିଯୋଗ – ବାଣିଜ୍ୟିକ ବ୍ୟାଙ୍କମାନେ ସରକାରୀ ପ୍ରତିଭୂତି ଏବଂ ଘରୋଇ କମ୍ପାନୀମାନଙ୍କର ଅଂଶ ଓ ଡିବେଞ୍ଚରେ ଅର୍ଥ ବିନିଯୋଗ କରିଥା’ନ୍ତି । ଏହି ବିନିଯୋଗଗୁଡ଼ିକ କମ୍ ନଗଦୀ ହୋଇଥିବାରୁ ସାଧାରଣତଃ ବିଲ୍ ଅପେକ୍ଷା ଅଧିକ ସୁଧହାର ବହନ କରିଥା’ନ୍ତି । ସେଥୁରୁ ଏକ ନିର୍ଦ୍ଧାରିତ ଆୟ ମିଳିଥାଏ ଏବଂ ବ୍ୟାଙ୍କ ଏଥୁରୁ ନିରବଚ୍ଛିନ୍ନଭାବେ ଲାଭ ପାଇଚାଲିଥାଏ ।

(vi) ଅଗ୍ରୀମ ଋଣ – ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଏବଂ ବିଭିନ୍ନ ଉଦ୍ୟୋଗକୁ ଋଣ ଦେଇଥାଏ । ବ୍ୟାଙ୍କ ବ୍ୟବସାୟର ଏହି ଋଣ ହିଁ ପ୍ରଧାନ ଅଂଶ ହୋଇଥାଏ ।

(vii) ସ୍ୱୀକୃତି ଓ ପୃଷ୍ଠାଙ୍କନ – ଏହି ବିଷୟଟି ସନ୍ତୁଳନ ଫର୍ଦର ଉଭୟ ପାଖରେ ରହିଥାଏ । ବ୍ୟାଙ୍କଦ୍ଵାରା ସ୍ବୀକୃତ ବିଲ୍ ଦଲିଲ୍ ଏହାର ଅନ୍ତର୍ଭୁକ୍ତ । ବିଲ୍‌ଗୁଡ଼ିକର ସମୟ ପୂରିଗଲେ ବିଲ୍ ପରିମାଣ ଅର୍ଥ ବ୍ୟାଙ୍କ ଏହାର ଗ୍ରାହକମାନଙ୍କଠାରୁ ଆଦାୟ କରିବ । ତେଣୁ ସେଗୁଡ଼ିକ ଏହାର ପାଉଣା ।

ବ୍ୟାଙ୍କର କୋଠାବାଡ଼ି, ଆସବାବପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ଆଦି ମଧ୍ୟ ପରିସମ୍ପତ୍ତି ଅନ୍ତର୍ଭୁକ୍ତ । ଏହା ବ୍ୟାଙ୍କର ସ୍ଥାବର – ଅସ୍ଥାବର ସମସ୍ତ ସମ୍ପତ୍ତିର ମୋଟ ମୂଲ୍ୟକୁ ବୁଝାଇଥାଏ । ଏଗୁଡ଼ିକ ବ୍ୟାଙ୍କର ସ୍ଥାୟୀ ପରିସମ୍ପତ୍ତି ।

3. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଶୀର୍ଷସ୍ଥାନରେ ରହିଥାଏ । ଏହା ସରକାରଙ୍କର ମୁଦ୍ରା ନୀତିକୁ କାର୍ଯ୍ୟକାରୀ କରିଥାଏ ଏବଂ ଦେଶର ସାଧାରଣ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ଭାରତର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ପରିଚିତ । ଏହା 1935 ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ :
ସଙ୍ଗଠନ, ଢାଞ୍ଚା, ନୀତି ଓ ପ୍ରବିଧ୍ ଦୃଷ୍ଟିରୁ ବିଚାର କଲେ ଦେଶ ଦେଶ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ହୋଇଥିବାର ଦେଖାଯାଇଥାଏ । କିନ୍ତୁ ସେମାନଙ୍କର କେତେଗୁଡ଼ିଏ କାର୍ଯ୍ୟ ସମାନ ରହିଥିବାର ଦେଖାଯାଏ । କେନ୍ଦ୍ରୀୟ ବ୍ୟାଙ୍କର ପ୍ରଧାନ କାର୍ଯ୍ୟଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ନୋଟ୍ ପ୍ରଚଳନକାରୀ ବ୍ୟାଙ୍କ (Bank of Issue) – କେନ୍ଦ୍ରୀୟ ବ୍ୟାଙ୍କର ନୋଟ୍ ପ୍ରଚଳନ କରିବାର ଏକାଧ୍ୟାକାର ରହିଛି । ଏହି ନୋଟଗୁଡ଼ିକ ଦେଶରେ ଆଇନାନୁମୋଦିତ ମୁଦ୍ରାରୂପେ ପ୍ରଚଳନ ହୋଇଥାଏ ଏବଂ ତାହାହିଁ ବ୍ୟାଙ୍କର ନଗଦ ମୁଦ୍ରା ସଞ୍ଚ୍ତି । ପ୍ରାୟ ପ୍ରତ୍ୟେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କକୁ ନୋଟ୍ ପ୍ରଚଳନ ଏକାଧିକାର ଦିଆଯିବା ମୂଳରେ କେତେକ ଗୁରୁତ୍ଵପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ, ନୋଟ୍ ପ୍ରଚଳନର କେନ୍ଦ୍ରୀକରଣ ନୋଟ୍ ପ୍ରଚଳନରେ ସମରୂପତା ଆଣିଥାଏ ।

ଅତୀତର ଅନେକ ସରକାରଙ୍କଦ୍ବାରା କରାଯାଇଥିବା ଅତିରିକ୍ତ ନୋଟ୍ ପ୍ରଚଳନ ସରକାରୀ ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଉପରେ ଅନାସ୍ଥା ଭାବ ସୃଷ୍ଟି କରିଥିଲା । ସରକାରଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନୋଟ୍ ପ୍ରଚଳନ କରାଯାଇ ଯଦିଓ ସମରୂପତା ରକ୍ଷା କରାଯାଇପାରିଥା’ନ୍ତା ତଥାପି କେନ୍ଦ୍ରୀୟ ବ୍ୟାଙ୍କକୁ ଏହି କାରଣରୁ ନୋଟ୍ ପ୍ରଚଳନର ସ୍ବତନ୍ତ୍ର ଏକାତ୍‌କାର ଦିଆଯାଇଛି । ଦ୍ୱିତୀୟତଃ, ନୋଟ୍ ପ୍ରଚଳନ ଏକାଧିକାର ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣର ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଫଳପ୍ରଦ କ୍ଷମତା ଦେଇଥାଏ ।

ତୃତୀୟତଃ, କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ପ୍ରଚଳନ କରାଯାଉଥିବା ନୋଟ୍ ପଛରେ ରାଷ୍ଟ୍ରର ସମର୍ଥନ ରହିଥିବାରୁ ନୋଗୁଡ଼ିକ ସ୍ଵତନ୍ତ୍ର ମର୍ଯ୍ୟାଦା ପାଇଥା’ନ୍ତି । ଚତୁର୍ଥତଃ, ନୋଟ୍ ପ୍ରଚଳନ ଏକାଧିକାର ଯୋଗୁଁ ଅନେକ ବ୍ୟାଙ୍କଦ୍ୱାରା ନୋଟ୍ ପ୍ରଚଳନଜନିତ ଗୁରୁତର ଦରଦାମ୍ ହ୍ରାସ ଓ ବୃଦ୍ଧି ଭୟକୁ କେନ୍ଦ୍ରୀୟ ବ୍ୟାଙ୍କ ଦୂର କରିଥାଏ ।

(ii) ସରକାରଙ୍କ ବ୍ୟାଙ୍କ (Banker to Government) – କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କ, ଏଜେଣ୍ଟ ଓ ପରାମର୍ଶଦାତାରୂପେ କାର୍ଯ୍ୟ କରିଥାଏ । ସରକାରଙ୍କ ବ୍ୟାଙ୍କ ହିସାବରେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ବ୍ୟାଙ୍କ କାରବାରର ହିସାବ ରଖୁଥାଏ ଏବଂ ସରକାରଙ୍କ ତରଫରୁ ଅର୍ଥ ଗ୍ରହଣ ଓ ଅର୍ଥଦାନ କରିଥାଏ । ଅସ୍ଥାୟୀ ଅସୁବିଧା ଦୂର କରିବାପାଇଁ ଏହା ସରକାରଙ୍କୁ ସ୍ଵଳ୍ପକାଳୀନ ଋଣ ଓ ଅଗ୍ରିମ ଋଣ ଦେଇ ସାହାଯ୍ୟ କରିଥାଏ ।

ଏହି ଋଣକୁ କାମଚଳା ଋଣ (Ways and means advances) କୁହାଯାଏ । କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସବୁ ସରକାରୀ ଋଣ ଉଠାଣ ହୋଇଥାଏ । ଏହି ବ୍ୟାଙ୍କ ମଧ୍ୟ ସରକାରୀ ଋଣର ପରିଚାଳନା କରିଥାଏ ଏବଂ ସରକାରଙ୍କୁ ମୁଦ୍ରା ଓ ଅର୍ଥନୈତିକ ବ୍ୟାପାର ଉପରେ ପରାମର୍ଶ ଦେଇଥାଏ ।

(iii) ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ନଗଦ ମୁଦ୍ରା ସଞ୍ଚିର ତତ୍ତ୍ୱାବଧାରକ (Custodian of the Cash Reserves of Commercial Banks) – ପ୍ରତ୍ୟେକ ବାଣିଜ୍ୟିକ ବ୍ୟାଙ୍କ ସେମାନଙ୍କ ନଗଦ ମୁଦ୍ରା ସଞ୍ଚିତିର ଏକ ଅଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖେ ଜମା ଆକାରରେ ରଖୁ’ନ୍ତି । ତେଣୁ ଏହା ବ୍ୟାଙ୍କମାନଙ୍କର ବ୍ୟାଙ୍କ (Banker’s Bank) ହୋଇଥାଏ । ବ୍ୟାଙ୍କମାନଙ୍କର ବ୍ୟାଙ୍କ ହିସାବରେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚର ତତ୍ତ୍ୱାବଧାରକରୂପେ କାର୍ଯ୍ୟ କରିଥାଏ ।

ନଗଦ ମୁଦ୍ରା ସଞ୍ଚିର କେନ୍ଦ୍ରୀକରଣ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଦୃଢ଼ତାର ଏକ ପ୍ରଧାନ ଉତ୍ସ । ପ୍ରଥମତଃ, ଏହା ଆନ୍ତଃବ୍ୟାଙ୍କ ହିସାବ ନିକାଶ କରିବାରେ କେନ୍ଦ୍ରୀୟ ବ୍ୟାଙ୍କକୁ ସମର୍ଥ କରାଇଥାଏ । ଦ୍ବିତୀୟତଃ, ବିଭିନ୍ନ ବ୍ୟାଙ୍କରେ ବିକ୍ଷିପ୍ତଭାବେ ନଗଦ ମୁଦ୍ରା ସଞ୍ଚି ରଖୁ ଅପେକ୍ଷା କେନ୍ଦ୍ରୀଭୂତ ନଗଦ ମୁଦ୍ରା ସଞ୍ଚି ଦେଶର ଏକ ବୃହତ୍ତର ଓ ଅଧ୍ଵକ ସ୍ଥିତିସ୍ଥାପକ ଋଣ ଢାଞ୍ଚା ଭିତ୍ତିରୂପ କାର୍ଯ୍ୟ କରିବ । ଏହାଦ୍ଵାରା ଋଣ ସମ୍ପ୍ରସାରଣ ପାଇଁ ରହିଥିବା ସେମାନଙ୍କ ସାମର୍ଥ୍ୟ ହ୍ରାସ ପାଇଥା’ନ୍ତା ।

ତୃତୀୟତଃ, କେନ୍ଦ୍ରୀଭୂତ ନଗଦ ମୁଦ୍ରା ସମ୍ପ୍ର ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ବିଭିନ୍ନ ସଙ୍କଟ ଓ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ସମର୍ଥ କରାଇଥାଏ । ଚତୁର୍ଥତଃ, ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚତିକୁ ବୃଦ୍ଧି କରି ବା ହ୍ରାସ କରି ସେମାନଙ୍କ ଋଣ ସୃଷ୍ଟି କ୍ଷମତାକୁ ନିୟନ୍ତ୍ରିତ କରିବାରେ ଏହା କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ସମର୍ଥ କରାଇଥାଏ ।

(iv) ଋଣଦାନର ଶେଷ ଆଶ୍ରୟସ୍ଥଳ (Lender of last resort) – କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କମାନଙ୍କର ବ୍ୟାଙ୍କ୍ ହିସାବରେ ବିତ୍ତୀୟ ଆବଶ୍ୟକତା ସମୟରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ସହାୟତା ପ୍ରଦାନ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ କାରବାରର ଗୋଟିଏ ମୌଳିକ ନୀତି ହେଲା ଯେ ବ୍ୟାଙ୍କମାନଙ୍କର ବ୍ୟାଙ୍କ ଓ ସର୍ବୋଚ୍ଚ ବ୍ୟାଙ୍କ କାରବାରର କର୍ତ୍ତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ କୌଣସି ଉପଯୁକ୍ତ ଋଣଗ୍ରହୀତାକୁ ଋଣ ଦେବାପାଇଁ କେବେ ମନାକରି ନଥାଏ ।

ଏହା ଜରୁରିକାଳୀନ ଋଣର ଅନ୍ତିମ ଉତ୍ସ । ଯଦି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଅନ୍ୟାନ୍ୟ ସୂତ୍ରରୁ ଋଣ ସୁବିଧା ପାଇବାକୁ ସମର୍ଥ ନ ହୁଅନ୍ତି ତେବେ ଶେଷ ଆଶ୍ରୟସ୍ଥଳ ବା ଅନ୍ତମ ଋଣଦାତା ହିସାବରେ ସେମାନେ ଆବଶ୍ୟକ ଋଣ ସୁବିଧା ଯୋଗାଇଦେବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଅନୁରୋଧ କରିଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେହି ସମୟରେ ଉପଯୁକ୍ତ ସରକାରୀ ପ୍ରତିଭୂତି ରଖ୍ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ଯୋଗାଇ ଦେଇଥାଏ ।

ଋଣଦାତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଶେଷ ଆଶ୍ରୟସ୍ଥଳ କହିବାର ଅର୍ଥ ହେଲା, ଅସୁବିଧା ସମୟରେ ଓ ସଙ୍କଟଜନକ ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଋଣ ପାଇଁ ଥିବା ସମସ୍ତ ଯୁକ୍ତିଯୁକ୍ତ ଚାହିଦାକୁ ପ୍ରତ୍ୟକ୍ଷଭାବେ ବା ପରୋକ୍ଷଭାବେ ପୂରଣ କରିବାର ଦାୟିତ୍ଵ ଗ୍ରହଣ କରିଥାଏ । ଟ୍ରେଜେରୀ ବିଲ୍‌ଗୁଡ଼ିକର ପୁନଃ ଅପହାର ବ୍ୟବସ୍ଥାଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ବାଣିଜ୍ୟିକ ବ୍ୟାଙ୍କମାନଙ୍କପାଇଁ ଋଣ ବ୍ୟବସ୍ଥା କରିଥାଏ । ତେଣୁ ଏହାକୁ ପୁନଃ ଅପହାର ବ୍ୟାଙ୍କ (Bank of rediscount) ବୋଲି କୁହାଯାଏ ।

(v) ଋଣ ନିୟନ୍ତ୍ରକ (Controller of Credit) – ଋଣ ନିୟନ୍ତ୍ରଣ ହେଲା କେନ୍ଦ୍ରୀୟ ବ୍ୟାଙ୍କର ଅନ୍ୟତମ ଅତି ଗୁରୁତ୍ଵପୂର୍ଣ କାର୍ଯ୍ୟ । କେନ୍ଦ୍ରୀୟ ବ୍ୟାଙ୍କ ଚଳନ୍ତି ମୁଦ୍ରା ଓ ରଣର ପରିମାଣକୁ ନିୟନ୍ତ୍ରଣ କରି ଦେଶରେ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ନୋଟ୍ ପ୍ରଚଳନ କରିବାର ଏକାଧିକାର ଚଳନ୍ତ ମୁଦ୍ରାର ନିୟନ୍ତ୍ରଣ ସହିତ ସମ୍ପୃକ୍ତ । ଦୁଇ ପ୍ରକାରର ଋଣ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି; ଯଥା – ପରିମାଣାତ୍ମକ ଋଣ ନିୟନ୍ତ୍ରଣ (Quantitative credit control) ଏବଂ ଗୁଣାତ୍ମକ ବା ନିର୍ବାଚିତ ଋଣ ନିୟନ୍ତ୍ରଣ (Qualitative or selective credit control) ।

CHSE Odisha Class 12 Economics Chapter 15 Long Answer Questions in Odia Medium

ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପ୍ରୟୋଗ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ହାତରେ ଥିବା ପ୍ରଧାନ ଅସ୍ତ୍ର ହେଲା – ବ୍ୟାଙ୍କ ସୁଧ ହାର ନୀତି (Bank rate policy), ଖୋଲା ବଜାର କାରବାର (Open market operation) ଏବଂ ନଗଦ ମୁଦ୍ରା ସଞ୍ଚିର ପରିବର୍ତ୍ତନ (Variation of cash reserve) ଗୁଣାତ୍ମକ ଋଣ ନିୟନ୍ତ୍ରଣ ଋଣର ବିଭିନ୍ନ ବ୍ୟବହାର ଏହାର ନିୟନ୍ତ୍ରଣ କରିଥାଏ । ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ କରିଥାଏ ।

ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ । କିନ୍ତୁ ରଣ ନିୟନ୍ତ୍ରଣର ପରିମାଣାତ୍ମକ ପଦ୍ଧତି ସମସ୍ତ ପଦ୍ଧତି ମଧ୍ୟରେ ସବୁଠାରୁ ଅଧିକ ଫଳପ୍ରଦ । କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରା ଓ ଋଣ ପରିମାଣ ନିୟନ୍ତ୍ରଣ କରିବାରେ ବ୍ୟାଙ୍କ ସୁଧ ହାର ନୀତି, ଖୋଲା ବଜାର କାରବାର ଏବଂ ନଗଦ ମୁଦ୍ରାର ସଞ୍ଚିରେ ପରିବର୍ତ୍ତନ ଆଦି ଅସ୍ତ୍ରକୁ ବ୍ୟବହାର କରିଥାଏ ।

କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ସର୍ବନିମ୍ନ ସରକାରୀ ହାରରେ ପ୍ରଥମ ଶ୍ରେଣୀୟ ବିନିମୟ ପତ୍ରକୁ ପୁନଃଅପହ୍ରାସ କରିବାକୁ ଏବଂ ଅନୁମୋଦିତ ପ୍ରତିଭୂତି ଉପରେ ଅଗ୍ରିମ ଋଣ ଦେବାପାଇଁ ପ୍ରସ୍ତୁତ ଥାଏ ଏହାକୁ ବ୍ୟାଙ୍କ ସୁଧହାର କୁହାଯାଏ । ଏହି ହାରକୁ କମ୍ ବା ବେଶି କରି କେନ୍ଦ୍ରୀୟ ବ୍ୟାଙ୍କ ଋଣକୁ ଶସ୍ତା ବା ବେଶି ମହଙ୍ଗା କରିଦେଇଥାଏ । ବ୍ୟାଙ୍କ ସୁଧହାର ବୃଦ୍ଧି ପାଇଲେ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅପେକ୍ଷାକୃତ ଶସ୍ତା ହୁଏ ।

ଖୋଲା ବଜାର କାରବାର ହେଲା କେନ୍ଦ୍ରୀୟ ବ୍ୟାଙ୍କଦ୍ଵାରା ଖୋଲା ବଜାରରେ ପ୍ରତିଭୂତିଗୁଡ଼ିକର କ୍ରୟବିକ୍ରୟ କରିବା । ଯଦି କେନ୍ଦ୍ରୀୟ ବ୍ୟାଙ୍କ ଦେଶରେ ଋଣ ପରିମାଣକୁ ହ୍ରାସ କରିବାକୁ ଇଚ୍ଛା କରୁଥାଏ ତେବେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କ ପ୍ରତିଭୂତି ବିକ୍ରୟ କରେ । ଜନସାଧାରଣଙ୍କଦ୍ବାରା ଓ ବ୍ୟାଙ୍କମାନଙ୍କଦ୍ଵାରା ପ୍ରତିଭୂତି କ୍ରୟ ସେମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣକୁ ହ୍ରାସ କରିବ । ନଗଦ ମୁଦ୍ରା ସଞ୍ଚି ହ୍ରାସ ପାଇଲେ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥବା ଋଣ ପରିମାଣ ହ୍ରାସ କରିବାପାଇଁ ସେମାନେ ବାଧ୍ୟ ହେବେ ।

ଯଦି କେନ୍ଦ୍ରୀୟ ବ୍ୟାଙ୍କ ଋଣ ପରିମାଣ ବୃଦ୍ଧି କରିବାକୁ ଇଚ୍ଛା କରେ, ଏହା ବଜାରରୁ ଅନୁମୋଦିତ ପ୍ରତିଭୂତି କ୍ରୟ କରିଥାଏ । ଏହାର ପରିଣାମରେ ଲୋକମାନଙ୍କ ହାତରେ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣ ବୃଦ୍ଧି ପାଇବ । ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଜୁ ବୃଦ୍ଧିପାଇଲେ ସେମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ଉତ୍ସାହିତ ହେବେ ।

କେନ୍ଦ୍ରୀୟ ବ୍ୟାଙ୍କ ନଗଦ ମୁଦ୍ରା ସମ୍ପ୍ରତି ହାରର ପରିବର୍ତ୍ତନ କରି ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚିକୁ ପ୍ରତ୍ୟକ୍ଷଭାବେ ପରିବର୍ତ୍ତନ କରିପାରିବ ଏବଂ ଋଣ ସୃଷ୍ଟି କରିବାପାଇଁ ଥିବା ସେମାନଙ୍କ ସାମର୍ଥ୍ୟକୁ ପ୍ରଭାବିତ କରିପାରିବ । କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚତର ନଗଦ ମୁଦ୍ରା ସଞ୍ଚିତି ହାର ପ୍ରବର୍ତ୍ତନ କଲେ ବାଣିଜ୍ୟିକ ବ୍ୟାଙ୍କମାନେ ସେମାନଙ୍କ ଋଣ ପରିମାଣ ହ୍ରାସ କରିବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ନଗଦ ମୁଦ୍ରା ସମ୍ପ୍ରତି ହାର ହ୍ରାସ ପାଇଲେ ବାଣିଜ୍ୟିକ ବ୍ୟାଙ୍କମାନେ ସତର୍କତାମୂଳକ ଋଣ ନୀତି ଅନୁସରଣ କରିବେ ନାହିଁ ଏବଂ ଋଣ ସମ୍ପ୍ରସାରଣ କରିବାପାଇଁ ଉତ୍ସାହିତ ହେବେ ।

(vi) ଦେଶର ବୈଦେଶିକ ମୁଦ୍ରା ସଞ୍ଚିତିର ତତ୍ତ୍ୱାବଧାରକ (Custodian of Nation’s Foreign Currency Reserves) – ଦେଶର ସ୍ବର୍ଣ୍ଣ ଓ ବୈଦେଶିକ ମୁଦ୍ରା ସଞ୍ଚିର ସୁରକ୍ଷା ଓ ପରିଚାଳନା ଦାୟିତ୍ଵ କେନ୍ଦ୍ରୀୟ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଥାଏ । ଦରଦାମ୍ର ସ୍ଥିରତା ବଜାୟ ରଖ୍ବା ଏବଂ ପୂର୍ଣ ନିୟୋଜନ ଲକ୍ଷ୍ୟ ହାସଲ କରିବା ଆଦି ଜାତୀୟ ଲକ୍ଷ୍ୟଗୁଡ଼ିକ ହାସଲ କରିବାପାଇଁ ଦେଶର ମୁଦ୍ରା ଯୋଗାଣର ପରିଚାଳନା କରିବା କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତବ୍ୟ ।

ବିଶ୍ବବ୍ୟାଙ୍କକୁ ସଭ୍ୟ ଦେଶମାନଙ୍କରେ ଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଉପରେ ବିନିମୟ ହାର ସ୍ଥିରତା ରକ୍ଷା କରିବାର ଦାୟିତ୍ୱ ଦିଆଯାଇଛି । ସଂକ୍ଷେପରେ, କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରାର ଉଭୟ ଆଭ୍ୟନ୍ତରୀଣ ଓ ବହିରାଗତ ମୂଲ୍ୟର ରକ୍ଷକ ।

(vii) ବିକାଶର ବାହକ (Agent of Development) – ଭାରତ ଭଳି ସ୍ଵଳ୍ପ ବିକଶିତ ଦେଶରେ ଅର୍ଥନୈତିକ ବିକାଶଧାରାରେ ସାହାଯ୍ୟ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କ୍ରମେ ଅଧ୍ଯକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଦେଶଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କକୁ ବିକାଶର ବାହକ ବା ଅର୍ଥନୈତିକ ବିକାଶର ଏକ ପ୍ରଧାନ ଅସ୍ତ୍ରରୂପେ ବିଚାର କରାଯାଉଛି ।

4. “ବାଣିଜ୍ୟିକ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟ କରନ୍ତି ନାହିଁ, ସେମାନେ ମଧ୍ୟ ମୁଦ୍ରା ସର୍ଜନା କରନ୍ତି ।” – ଏହି ଉକ୍ତିର ତାତ୍ପର୍ଯ୍ୟ ଆଲୋଚନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନେ ଚଳନ୍ତି ଜମା ସୃଷ୍ଟି କରି ଦେଶର ମୁଦ୍ରା ଯୋଗାଣକୁ ପ୍ରଭାବିତ କରିଥା’ନ୍ତି । ସେହି କାରଣରୁ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟୀ ନୁହଁନ୍ତି, ଋଣ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । ବର୍ତ୍ତମାନ ଋଣମୁଦ୍ରା କିପରି ସୃଷ୍ଟି କରାଯାଏ ତାହା ଏକ ଉଦାହରଣ ସାହାଯ୍ୟରେ ବୁଝାଇ ଦିଆଯାଇପାରେ ।

ବ୍ୟୁତ୍ପନ୍ନ ଜମା ସୃଷ୍ଟି କରିବାପାଇଁ ବ୍ୟାଙ୍କମାନଙ୍କୁ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ଉପରେ ନିର୍ଭର କରିବାକୁ ହୋଇଥାଏ । ଅଭିଜ୍ଞତାରୁ ସେମାନେ ଜାଣନ୍ତି ଯେ, ଜମାକାରୀମାନେ ଏକସମୟରେ ଜମା ପ୍ରତ୍ୟାହାର କରନ୍ତି ନାହିଁ । ବ୍ୟାଙ୍କ ନିକଟରେ ଥିବା ଜମାରୁ କିଛି ସୁଧ ଆକାରରେ ଆୟ ମିଳୁଥିବାରୁ ଏବଂ ଜମା ନିରାପଦ ରହୁଥିବାରୁ ବିଶେଷ ଆବଶ୍ୟକତା ବ୍ୟତୀତ ଅନ୍ୟ ସମୟରେ ସେମାନେ ମୁଦ୍ରା ପ୍ରତ୍ୟାହାର କରିବାକୁ ଚାହିଁ ନଥା’ନ୍ତି ।

ଏହାଛଡ଼ା ପ୍ରତ୍ୟାହାର କରାଯାଉଥିବା ଜମାର ବହୁଳାଶ ନଗଦ ମୁଦ୍ରା ଆକାରରେ କରା ନ ଯାଇ ହିସାବ ହସ୍ତାନ୍ତର ଆକାରରେ ହୋଇଥାଏ । ଏହି ଦୁଇଟି ଅନୁଭୂତିରୁ କୁହାଯାଇପାରେ ଯେ, ଜମାର କିୟଦଂଶ ମାତ୍ର ନଗଦ ମୁଦ୍ରା ଆକାରରେ ଉଠାଯାଏ ଏବଂ ଅବଶିତାଂଶ ବ୍ୟାଙ୍କରେ ରହିଥାଏ । ତେଣୁ ବ୍ୟାଙ୍କମାନେ ମୋଟ ଜମାର କିଛି ଅଂଶ ଗଚ୍ଛିତ ରଖ୍ ଅବଶିଷ୍ଟ ଋଣ ଓ ଅଗ୍ରୀମ ସ୍ବରୂପ ଦେଇଥା’ନ୍ତି । ଉଦାହରଣସ୍ୱରୂପ, ମନେକରାଯାଉ ଜମାକାରୀମାନେ ଜମାର ମାତ୍ର ଶତକଡ଼ା ଦଶଭାଗ ନଗଦ ଆକାରରେ ପ୍ରତ୍ୟାହାର କରନ୍ତି ।

ତେଣୁ ବ୍ୟାଙ୍କମାନେ ଏହି ପରିମାଣ ମୁଦ୍ରା ଗଚ୍ଛିତ ରଖ୍ ଅବଶିଷ୍ଟକୁ ଋଣ ଆକାରରେ ଦିଅନ୍ତି । ପୁନଶ୍ଚ, ମନେକରାଯାଉ, ଏକ ନିର୍ଦ୍ଦିଷ୍ଟ ଦିନ 1000 ଟଙ୍କା ‘କ’ ବ୍ୟାଙ୍କରେ ପ୍ରାଥମିକ ଜମା ଆକାରରେ ରଖାଯାଏ । ‘କ’ ବ୍ୟାଙ୍କ ବର୍ତ୍ତମାନ ଏହି ଜମାର ଦଶ ଶତାଂଶ ଅର୍ଥାତ୍ 100 ଟଙ୍କା ମୁଦ୍ରା ଆକାରରେ ରଖ୍ ଅବଶିଷ୍ଟ 900 ଟଙ୍କା ଋଣ ଆକାରରେ ଦେଇପାରନ୍ତି ।

ଏହି 900 ଟଙ୍କା ବର୍ତ୍ତମାନ ‘ଖ’ ବ୍ୟାଙ୍କ୍‌ରେ ପ୍ରାଥମିକ ଜମା ରଖାଯାଏ । ‘ଖ’ ବ୍ୟାଙ୍କ ବର୍ତ୍ତମାନ 90 ଟଙ୍କା ସଂରକ୍ଷିତ ଅନୁପାତ ଆକାରରେ ରଖ୍ 810 ଟଙ୍କାକୁ ଋଣ ସ୍ୱରୂପ ଦେଇପାରନ୍ତି ଯାହାକି ‘ଗ’ ବ୍ୟାଙ୍କକୁ ପ୍ରାଥମିକ ଜମାସ୍ବରୂପ ଆସେ ।

‘ଗ’ ବ୍ୟାଙ୍କ ଏହାର ଦଶମାଂଶ ଅର୍ଥାତ୍ 81 ଟଙ୍କା ନଗଦ ଆକାରରେ ରଖ୍ 729 ଟଙ୍କା ଋଣ ଆକାରରେ ଦେଇପାରନ୍ତି । ଏହିପରି ଭାବରେ ମୋଟ ଜମା ପ୍ରାଥମିକ ଜମାର ଦଶଗୁଣ ଅର୍ଥାତ୍ 10,000 ଟଙ୍କା ହେବା ପର୍ଯ୍ୟନ୍ତ ଜମା ସୃଷ୍ଟି ଚାଲିଥାଏ ।

ଏହି ଉଦାହରଣରୁ ଜଣାଯାଏ ଯେ, ଋଣ ମୁଦ୍ରା ସୃଷ୍ଟିର ପରିମାଣ ପ୍ରାଥମିକ ଜମା ଓ ସର୍ବନିମ୍ନ ସଂରକ୍ଷିତ ଅନୁପାତ ଉପରେ ନିର୍ଭର କରେ । ପ୍ରାଥମିକ ଜମା ଅଧ୍ବକ ହୋଇ ସଂରକ୍ଷିତ ଅନୁପାତ କମ୍ ହେଲେ ଋଣ ପରିଶୋଧ ଅଧ୍ଯକ ହୁଏ । ଏହାର ବିପରୀତ ଅବସ୍ଥାରେ ଋଣ ସୃଷ୍ଟି କମ୍ ହୋଇଥାଏ ।

ଋଣ ମୁଦ୍ରା ସୃଷ୍ଟି ପରିପ୍ରେକ୍ଷୀରେ ସ୍ମରଣ ରଖୁବାକୁ ହେବ ଯେ, କୌଣସି ଗୋଟିଏ ବ୍ୟାଙ୍କର ଋଣମୁଦ୍ରା ସୃଷ୍ଟି କରିବା କ୍ଷମତା ସୀମିତ । ଋଣମୁଦ୍ରା ସୃଷ୍ଟି ବ୍ୟାଙ୍କ ବ୍ୟବସ୍ଥାର ସବୁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହଯୋଗରେ ସମ୍ଭବ ହୋଇଥାଏ । ଏହିପ୍ରକାର ଋଣ ସୃଷ୍ଟିକୁ ଗୁଣିତକ ସର୍ଜନା କୁହାଯାଏ ।

ଋଣ ସୃଷ୍ଟି କରିବାରେ ସୀମାବଦ୍ଧତା – ବାଣିଜ୍ୟିକ ବ୍ୟାଙ୍କମାନେ ଋଣମୁଦ୍ରା ସୃଷ୍ଟି କରନ୍ତି ସତ, ମାତ୍ର ସେମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ଅସୀମ ନୁହେଁ । ସେମାନଙ୍କର ଋଣମୁଦ୍ରା ସୃଷ୍ଟି କରିବା ଶକ୍ତି ନଗଦ ମୁଦ୍ରାର ପରିମାଣ ଓ ସଂରକ୍ଷିତ ଅନୁପାତ ପ୍ରଭୃତି ଉପାଦାନ ଉପରେ ନିର୍ଭର କରେ । ସେ ସବୁର ଆଲୋଚନା ନିମ୍ନୋକ୍ତ ପ୍ରକାରେ କରାଯାଇପାରେ ।

(a) ସଂରକ୍ଷଣ ଅନୁପାତ – ବାଣିଜ୍ୟିକ ବ୍ୟାଙ୍କମାନେ ଆଇନତଃ ବା ପରମ୍ପରାଗତଭାବେ ମୋଟ ଜମାର ଏକ ନିର୍ଦ୍ଦିଷ୍ଟ ଅଂଶ ସଂରକ୍ଷଣ କରି ରଖୁବାକୁ ବାଧ୍ୟ ହୋଇଥା’ନ୍ତି । ତେଣୁ ଯେଉଁ ଦେଶରେ ସଂରକ୍ଷଣ ଅନୁପାତ ଅଧିକ ସେ ଦେଶରେ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ଅଧ‌ିକ ହୋଇଥାଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ସଂରକ୍ଷଣ ଅନୁପାତଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

(b) ବିହ୍ୟ ଅନୁପାତ – ବ୍ୟାଙ୍କମାନଙ୍କ ପାଖରେ ଥିବା ନଗଦ ମୁଦ୍ରାର ପରିମାଣ ଦେଶର ବିଧ୍ୱଂଗ୍ରାହ୍ୟ ମୁଦ୍ରା ପରିମାଣ ଉପରେ ନିର୍ଭର କରେ । ଦେଶର ଅଧ‌ିକ ପରିମାଣ ମୁଦ୍ରା ପ୍ରଚଳିତ ହେଉଥିଲାବେଳେ ଅଧିକ ମୁଦ୍ରା ଜମା ଆକାରରେ ବ୍ୟାଙ୍କକୁ ଆସିଥାଏ । ବ୍ୟାଙ୍କମାନଙ୍କରେ ନଗଦ ଜମା ବୃଦ୍ଧି ହେବାଫଳରେ ଋଣମୁଦ୍ରା ପରିମାଣ ବୃଦ୍ଧି ପାଏ ଓ ଜମା ହ୍ରାସ ହେଲେ ଋଣମୁଦ୍ରା ହ୍ରାସ ହୁଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ମୁଦ୍ରା ଯୋଗାଣଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

(c) ନଗଦ ମୁଦ୍ରା ପାଇଁ ମାନ୍ୟତା – ସାଧାରଣତଃ ଲୋକମାନେ ନିଜ ନିଜର ସଞ୍ଚୟକୁ ବ୍ୟାଙ୍କ ମାର୍ଫିତରେ ନରଖ୍ ନିଜ ପାଖରେ ରଖୁବାକୁ ପସନ୍ଦ କରନ୍ତି । ସେମାନଙ୍କର ଏହି ପ୍ରବୃତ୍ତି ଦେଶର ଆର୍ଥିକ ଅବସ୍ଥା ଓ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ । ଲୋକମାନେ ଯଦି ବ୍ୟାଙ୍କ ମାର୍କତରେ ତାଙ୍କ ଜମା ନରଖ୍ ନିଜ ନିଜ ପାଖରେ ରଖିବାକୁ ଚାହାନ୍ତି, ତେବେ ବ୍ୟାଙ୍କର ଜମା ପରିମାଣ ବୃଦ୍ଧି ପାଇପାରେ ନାହିଁ କି ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇପାରେ ନାହିଁ ।

(d) ପ୍ରତିଭୂତିର ସୁଲଭତା – ବ୍ୟାଙ୍କମାନେ ଋଣ ବା ଅଗ୍ରୀମ ଦେବାପାଇଁ ଋଣକର୍ତ୍ତାଙ୍କଠାରୁ ପ୍ରତିଭୂତି ଚାହିଁଥା’ନ୍ତି । ଏହି ପ୍ରତିଭୂତି ଦ୍ରବ୍ୟ ଆକାରରେ ହୋଇପାରେ ବା ବ୍ୟକ୍ତିକ ହୋଇପାରେ । ଉପଯୁକ୍ତ ପ୍ରତିଭୂତିର ଅଭାବରୁ ଋଣ ସୃଷ୍ଟି ସୀମିତ ହୋଇଥାଏ । ବ୍ରାଉଦର ଏହି କାରଣରୁ ମତ ଦେଇଛନ୍ତି ଯେ, ବ୍ୟାଙ୍କ ଶୂନ୍ୟରୁ ମୁଦ୍ରା ସୃଷ୍ଟି କରେନାହିଁ । ଏହା କେବଳ ଅନ୍ୟଧରଣର ପରିସମ୍ପତ୍ତିକୁ ମୁଦ୍ରାରେ ପରିଣତ କରିଥାଏ । ସୁତରାଂ, କୁହାଯାଇପାରେ ଯେ, ବ୍ୟାଙ୍କମାନଙ୍କର ଋଣ ସର୍ଜନାଶକ୍ତି ପ୍ରତିଭୂତିର ସୁଲଭତାଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

(e) ମୁଦ୍ରାର ସ୍ଖଳନ – ମୁଦ୍ରା ସୃଜନ ପ୍ରକ୍ରିୟାରେ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ଅନ୍ୟ ବ୍ୟାଙ୍କରେ ଜମା କରୁଥିବା ଅନୁମାନ କରିବାକୁ ହୁଏ; କିନ୍ତୁ ସେ ଯେ ରଣକୁ ଅନ୍ୟ ବ୍ୟାଙ୍କରେ ଜମା ରଖୁବେ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ । ସେ ଯଦି ଋଣକୁ ଜମା ଆକାରରେ ନ ରଖ୍ ନିଜ ନିକଟରେ ରଖନ୍ତି ତେବେ ବ୍ୟାଙ୍କ ଜମା ବୃଦ୍ଧି ହୁଏ ନାହିଁ କି ଋଣ ମୁଦ୍ରାରେ ଯୋଗାଣ ବୃଦ୍ଧି ହୁଏ ନାହିଁ ।

(f) ଋଣ ଗ୍ରହଣ ଓ ଋଣଦାନ ଅଭିପ୍ରାୟ – ଋଣ ସୃଷ୍ଟି, ଋଣଦାତା ଓ ଋଣଗ୍ରହୀତାଙ୍କ ଇଚ୍ଛା ଉପରେ ନିର୍ଭର କରେ । ଋଣଦାତା ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁଥିଲାବେଳେ ଯଦି ଋଣକର୍ତ୍ତା ଋଣ ନେବାପାଇଁ ଆଗ୍ରହୀ ନ ହୁଅନ୍ତି ତେବେ ବ୍ୟାଙ୍କ ପକ୍ଷରେ ଋଣ ସୃଷ୍ଟି କରିବା ସମ୍ଭବପର ହୁଏ ନାହିଁ । ସେହି ଯୁକ୍ତି ଋଣଦାତାମାନଙ୍କପାଇଁ ମଧ୍ୟ ପ୍ରଯୁଜ୍ୟ । ଏଣୁ ଋଣଦାତା ଓ ଋଣକର୍ତ୍ତା ଇଚ୍ଛା ଉପରେ ଋଣ ସୃଷ୍ଟି ନିର୍ଭର କରେ ।

(g) ବ୍ୟବସାୟର ଅବସ୍ଥା – ଦେଶର ବ୍ୟାବସାୟିକ ଅବସ୍ଥା ଓ ଆର୍ଥନୀତିକ ସ୍ଥିରତା ଋଣ ମୁଦ୍ରାର ଯୋଗାଣକୁ ପ୍ରଭାବିତ କରେ । ବ୍ୟାବସାୟିକ ଉତ୍‌ଥାନ ଅବସ୍ଥାରେ ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇଥାଏ ଓ ପତନାବସ୍ଥାରେ ଋଣ ଯୋଗାଣ ହ୍ରାସ ହୋଇଥାଏ । ପୂର୍ବୋକ୍ତ ଅବସ୍ଥାରେ ବ୍ୟବସାୟୀମାନେ ଆଶାବାଦୀ ହୋଇ ଉତ୍ପାଦନ ବୃଦ୍ଧି କରନ୍ତି ଏବଂ ଏଥିପାଇଁ ଅଧିକ ଋଣ ମୁଦ୍ରା ଆବଶ୍ୟକ କରନ୍ତି । ତେଣୁ ବ୍ୟାଙ୍କମାନେ ଋଣ ସୃଷ୍ଟି କରିବା ସୁଯୋଗ ଲାଭ କରନ୍ତି ।

ବିପରୀତ ଅବସ୍ଥାରେ ଯେତେବେଳେ ଦରଦାମ୍ ହ୍ରାସ ହେଉଥାଏ ଓ ଲାଭ ଆଶା ମଉଳି ଯାଉଥାଏ, ସେତେବେଳେ ଋଣ ପାଇଁ ଚାହିଦା କମିଯାଏ ଓ ବ୍ୟାଙ୍କମାନେ ଋଣ ସମ୍ପ୍ରସାରଣ କରନ୍ତି ନାହିଁ ।

(h) କେନ୍ଦ୍ରୀୟ ବ୍ୟାଙ୍କ ନୀତି – ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ସୃଷ୍ଟି କରନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କର ଋଣ ସର୍ଜନା କାର୍ଯ୍ୟକୁ ନିୟନ୍ତ୍ରଣ କରେ । ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ଅତ୍ୟଧ୍ଵ ଋଣ ସୃଷ୍ଟି କରୁଥିବା ସୂଚନା ମିଳେ ଏବଂ ଏପରି ଋଣ ସର୍ଜନା ଦେଶର ସାମୂହିକ ହିତର ପରିପନ୍ଥୀ ବିବେଚିତ ହୁଏ, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପନ୍ଥାର ଆଶ୍ରୟ ନେଇ ସେମାନଙ୍କ ଋଣ ସର୍ଜନା ଶକ୍ତି ହ୍ରାସ କରେ ।

(i) ଋଣ ସୃଷ୍ଟି- ଋଣ ସୃଷ୍ଟି କରିବା ଗୋଟିଏ ବାଣିଜ୍ୟିକ ବ୍ୟାଙ୍କଦ୍ୱାରା ସମ୍ଭବପର ହୁଏ ନାହିଁ । ସେଥିପାଇଁ ଏକାଧ୍ଵକ ବ୍ୟାଙ୍କ ଏପରିକି ସମଗ୍ର ବ୍ୟାଙ୍କ ବ୍ୟବସ୍ଥା ଜଡ଼ିତ ହେବା ଆବଶ୍ୟକ ହୋଇଥାଏ ।

ଏହିସବୁ କାରଣରୁ ବ୍ୟାଙ୍କମାନଙ୍କର ଋଣ ସୃଜନ ଶକ୍ତି ଅସୀମ ନୁହେଁ ବୋଲି କୁହାଯାଏ ।

5. ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଓ ବାଣିଜ୍ୟିକ ବ୍ୟାଙ୍କ ମଧ୍ୟରେ କେତେକ କାର୍ଯ୍ୟଗତ ପାର୍ଥକ୍ୟ ପରିଲକ୍ଷିତ ହୁଏ ।
ସେଗୁଡ଼ିକ ହେଲା –
(i) ବାଣିଜ୍ୟିକ ବ୍ୟାଙ୍କମାନେ ଲାଭ ପ୍ରତ୍ୟାଶା ରଖ୍ କାର୍ଯ୍ୟ କରନ୍ତି | ଲାଭ ନ ପାଇଲେ, ସେମାନେ ତିଷ୍ଠି ରହିପାରନ୍ତି ନାହିଁ; କିନ୍ତୁ ଲାଭ ଅର୍ଜନ କରିବା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ଏହାର ପ୍ରଧାନ ଉଦ୍ଦେଶ୍ୟ ହେଲା – ମୁଦ୍ରା ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏବଂ ଦେଶରେ ଆର୍ଥନୀତିକ ସ୍ଥିରତା ରକ୍ଷା କରିବା ।

(ii) ଦେଶରେ ବହୁସଂଖ୍ୟକ ବ୍ୟାଙ୍କ ପରସ୍ପର ସହଯୋଗିତାରେ କାର୍ଯ୍ୟ କରନ୍ତି । ସେମାନେ ଜନସାଧାରଣଙ୍କ ସହିତ ସମ୍ପର୍କ ରଖ୍ କାର୍ଯ୍ୟ କରନ୍ତି । ମାତ୍ର ପ୍ରତି ଦେଶରେ ଗୋଟିଏ ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରେ । ଏହା ଲୋକମାନଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରଖେ ନାହିଁ ।

(iii) ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ନଥାଏ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି; କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଜାତୀୟ ସ୍ବାର୍ଥର ସୁରକ୍ଷାକଳ୍ପେ ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ରକ୍ଷା କରେ ।

(iv) ଜନସାଧାରଣ ହେଉଛନ୍ତି ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଗ୍ରାହକ । ସେମାନେ ଏହି ବ୍ୟାଙ୍କରେ ପାଣ୍ଠି ଜମା ରଖନ୍ତି । ବାଣିଜ୍ୟିକ ବ୍ୟାଙ୍କମାନେ ଗ୍ରାହକମାନଙ୍କୁ ଆବଶ୍ୟକତା ବିଚାରରେ ଋଣ ଦେଇଥା’ନ୍ତି । ସେମାନେ କେନ୍ଦ୍ରୀୟ ବ୍ୟାଙ୍କର ଗ୍ରାହକ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ସେମାନଙ୍କ ସମ୍ବଳର କିଛି ଅଂଶ ସଂରକ୍ଷଣ କରନ୍ତି । ଏହା ସାହାଯ୍ୟରେ ଆନ୍ତଃବ୍ୟାଙ୍କ ଦେୟତା ପରିଶୋଧ ହୁଏ ।

କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କୁ ଆପଦ ବିପଦରେ ଋଣ ଆକାରରେ ସାହାଯ୍ୟ କରେ । ମୋଟ ଉପରେ କହିବାକୁ ଗଲେ ଜନସାଧାରଣଙ୍କର ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ଯେଉଁ ସମ୍ପର୍କ ଥାଏ ବାଣିଜ୍ୟିକ ବ୍ୟାଙ୍କମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ସହିତ ସେହି ସମ୍ପର୍କ ଥାଏ ।

(v) ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ମୁଦ୍ରା ସୃଷ୍ଟି କରନ୍ତି । ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ସୃଷ୍ଟି କରେ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ନୋଟ୍ ପ୍ରଚଳନ କରନ୍ତି, ତାହା ଦେଶରେ ବିଗ୍ରାହ୍ୟ ମୁଦ୍ରା ରୂପେ ପ୍ରଚଳିତ ହୁଏ । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନେ ସୃଷ୍ଟି କରୁଥିବା ରଣମୁଦ୍ରାକୁ ନିୟନ୍ତ୍ରଣ କରେ । ଏହି ଦୃଷ୍ଟିରୁ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ପ୍ରତିଯୋଗିତା କରେ ନାହିଁ ।

(vi) ବାଣିଜ୍ୟିକ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ମାନି ଚଳିବାକୁ ବାଧ୍ୟ ହୋଇଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ କାର୍ଯ୍ୟାକଳାପକୁ ନିୟନ୍ତ୍ରଣ କରେ ।

6. କେନ୍ଦ୍ରୀୟ ବ୍ୟାଙ୍କର ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣ ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରିବା କେନ୍ଦ୍ରୀୟ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରୂପେ ବିବେଚିତ ହୁଏ । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦୁଇଟି ପନ୍ଥାର ଆଶ୍ରୟ ନେଇଥାଏ; ଯଥା- ପରିମାଣାତ୍ମକ ଋଣ ନିୟନ୍ତ୍ରଣ ଓ ଗୁଣାତ୍ମକ ଋଣ ନିୟନ୍ତ୍ରଣ । ମୁଦ୍ରାର ପରିମାଣ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟତଃ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ ।
ସେଗୁଡ଼ିକ ହେଲା-
(i) ସୁଧହାର
(ii) ଖୋଲାବଜାର କାରବାର
(iii) ନଗଦ ମୁଦ୍ରା ସଂରକ୍ଷଣ ହାର ।

(i) ବ୍ୟାଙ୍କହାର ବା ସୁଧହାର ନୀତି- ବ୍ୟାଙ୍କହାର କହିଲେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି ଏବଂ ପ୍ରଥମ ଶ୍ରେଣୀୟ ବିନିମୟପତ୍ରର ଅବମୂଲ୍ୟନ ହାରକୁ ବୁଝାଯାଏ । ଯେତେବେଳେ ବ୍ୟାଙ୍କହାର ପରିବର୍ତ୍ତନ କରାଯାଏ, ସେତେବେଳେ ବଜାରରେ ପ୍ରଚଳିତ ସୁଧହାର ମଧ୍ୟ ପରିବର୍ତ୍ତିତ ହୋଇଥାଏ । ବ୍ୟାଙ୍କ ହାର ଓ ସୁଧହାର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଅର୍ଥାତ୍ ବ୍ୟାଙ୍କହାର ବୃଦ୍ଧି ହେଲେ ସୁଧହାର ଅଧ‌ିକ ହେବା ଯୋଗୁଁ ଋଣ କରିବା ନିରୁତ୍ସାହିତ ହୁଏ ଏବଂ ଏହାଫଳରେ ଋଣ ପରିମାଣ ହ୍ରାସ ହୁଏ । ସେହିପରି ବ୍ୟାଙ୍କହାର ହ୍ରାସ ହେଲେ ବଜାର ସୁଧହାର ହ୍ରାସ ହୁଏ ଏବଂ ଋଣ କାରବାର ବୃଦ୍ଧି ହୁଏ ।

(ii) ଖୋଲାବଜାର କାରବାର- ବ୍ୟାଙ୍କହାର ପରି ଖୋଲାବଜାର କାରବାର ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ପାରମ୍ପରିକ ଅସ୍ତ୍ର । ଖୋଲାବଜାର କାରବାରରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି କ୍ରୟ ବିକ୍ରୟ କରିଥାଏ । ବଜାରରେ ଋଣ କାରବାର ହ୍ରାସ କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଜନସାଧାରଣଙ୍କୁ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ପ୍ରତିଭୂତି ବିକ୍ରୟ କରିଥାଏ । ଏହାଫଳରେ ଲୋକମାନଙ୍କଠାରୁ ଓ ବ୍ୟାଙ୍କମାନଙ୍କଠାରୁ ନଗଦ ମୁଦ୍ରା କେନ୍ଦ୍ରୀୟ ବ୍ୟାଙ୍କକୁ ହସ୍ତାନ୍ତର ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ନଗଦ ମୁଦ୍ରା ସଂରକ୍ଷଣ ହ୍ରାସ ହେବା କାରଣରୁ ବ୍ୟାଙ୍କସମୂହ ଋଣ ପରିମାଣ ହ୍ରାସ କରିଥା’ନ୍ତି । ସେହିପରି ଋଣ ଯୋଗାଣ ବୃଦ୍ଧି କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଖୋଲାବଜାରରୁ ପ୍ରତିଭୂତି କ୍ରୟ କରି ନେଇଥାଏ । ଏହାଫଳରେ ଜନସାଧାରଣ ଓ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ପରିମାଣ ବୃଦ୍ଧି ହୋଇଥାଏ । ବାଣିଜ୍ୟିକ ବ୍ୟାଙ୍କମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ସମର୍ଥ ହୋଇଥା’ନ୍ତି । ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ କରିଥା’ନ୍ତି ।

(iii) ନଗଦ ମୁଦ୍ରା ସଂରକ୍ଷଣ ହାର ପରିବର୍ତ୍ତନ- ପରମ୍ପରାଗତଭାବେ ହେଉ ବା ଆଇନତଃ ହେଉ, ବାଣିଜ୍ୟିକ ବ୍ୟାଙ୍କସମୂହ ସେମାନଙ୍କ ଜମାର ଏକ ନିର୍ଦ୍ଦିଷ୍ଟ ଅନୁପାତ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦେଶରେ ନଗଦ ମୁଦ୍ରା ଆକାରରେ ଗଚ୍ଛିତ ରଖୁଥା’ନ୍ତି । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ନଗଦ ସଂରକ୍ଷଣ ଅନୁପାତକୁ ପରିବର୍ତ୍ତନ କରନ୍ତି, ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ତାହା ପାଳନ କରିଥା’ନ୍ତି ।

ଋଣ ସଂକୋଚନ କରିବା ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଥିବା ନଗଦ ସଂରକ୍ଷଣ ହ୍ରାସ ହୁଏ ଏବଂ ସେମାନଙ୍କ ଋଣ ସୃଷ୍ଟି କରିବା ସାମର୍ଥ୍ୟ ହ୍ରାସ ପାଇଥାଏ । ସେହିପରି ସଂରକ୍ଷଣ ଅନୁପାତ ହ୍ରାସ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣ ସୃଷ୍ଟିକୁ ଉତ୍ସାହିତ କରିଥାଏ ।

7.କେନ୍ଦ୍ରୀୟ ବ୍ୟାଙ୍କର ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଗୁଣାତ୍ମକ ଋଣ ନିୟନ୍ତ୍ରଣ କଲାବେଳେ ନିମ୍ନଲିଖତ କୌଶଳ ଅବଲମ୍ବନ କରିଥାଏ ।
(i) ଉପଭୋକ୍ତାଙ୍କ ଋଣ ନିୟନ୍ତ୍ରଣ- ଏହି ପଦ୍ଧତିରେ ଅପେକ୍ଷାକୃତ ସ୍ଥାୟୀ ଉପଭୋଗ ଦ୍ରବ୍ୟର ବ୍ୟବହାରକୁ ଋଣ ଜରିଆରେ ନିୟନ୍ତ୍ରଣ କରାଯାଇଥାଏ । ରେଡ଼ିଓ, ଟେଲିଭିଜନ, ମଟରଗାଡ଼ି ଓ ରେଫ୍ରିଜିରେଟର ପ୍ରଭୃତି କ୍ରୟ ପାଇଁ ବ୍ୟାଙ୍କମାନେ ଋଣ ଯୋଗାଇଥା’ନ୍ତି । କାରଣ ଏହିସବୁ ଦ୍ରବ୍ୟର ମୂଲ୍ୟ ଅଧ‌ିକ ହୋଇଥିବାରୁ ଲୋକମାନେ ଦାମ୍ ଏକକାଳୀନ ଦେଇ କ୍ରୟ କରିପାରନ୍ତି ନାହିଁ । ତେଣୁ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଦ୍ରବ୍ୟର ମୂଲ୍ୟ ପରିଶୋଧ କରେ ଏବଂ ସେମାନଙ୍କଠାରୁ ସହଜ କିସ୍ତିରେ ପରିଶୋଧ ପାଇଥାଏ ।

ଯେତେବେଳେ ବ୍ୟାଙ୍କ ଅନୁଭବ କରେ ଯେ, ଏହିପ୍ରକାର ଋଣ ଉତ୍ସାହିତ କରାଯିବା ଆବଶ୍ୟକ, ସେତେବେଳେ କିସ୍ତି ସଂଖ୍ୟା ଅଧ୍ବକ କରିଥାଏ ଏବଂ ଯେତେବେଳେ ଏହିସବୁ ଦ୍ରବ୍ୟର ଉପଭୋଗକୁ ନିରୁତ୍ସାହିତ କରିବା ଆବଶ୍ୟକ ହୁଏ, ସେତେବେଳେ କିସ୍ତି ସଂଖ୍ୟା ହ୍ରାସ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ବାଣିଜ୍ୟିକ ବ୍ୟାଙ୍କମାନେ ପରିଚାଳିତ ହୋଇ ଏହିପ୍ରକାର ନିୟନ୍ତ୍ରଣ ଜାରି କରନ୍ତି ।

(ii) ପ୍ରୟୋଜନୀୟ ନଗଦଂଶ ନିରୂପଣ – ଆବଶ୍ୟକ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ ପ୍ରୟୋଜନୀୟ ନଗତାଂଶକୁ ପରିବର୍ତ୍ତନ କରି ଋଣ ପରିମାଣକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ୱାରା ପରିକଳ୍ପିତ ଉଦ୍ଦେଶ୍ୟରେ ବ୍ୟବହୃତ ଋଣକୁ ନିୟନ୍ତ୍ରଣ କରାଯାଇପାରେ । ଉଦାହରଣସ୍ୱରୂପ, 1000 ଟଙ୍କା ପ୍ରତିଭୂତି ବଦଳରେ ଯଦି ଟ,800.00 ଙ୍କା ଋଣ ମିଳେ ତେବେ ପ୍ରୟୋଜନୀୟ ନଗତାଂଶ 200 ଟଙ୍କା ବୁଝିବାକୁ ହୁଏ । ପ୍ରୟୋଜନୀୟ ନଗତାଂଶ ଅଧ୍ଵ ହେଲେ ଋଣ ଚାହିଦା ହ୍ରାସ ହୁଏ ଏବଂ ତାହା କମ୍ ହେଲେ ଋଣ ଚାହିଦା ବୃଦ୍ଧି ପାଏ ।

(iii) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ – ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଋଣ ନିୟନ୍ତ୍ରଣ ଉପରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ଯଦି କୌଣସି ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରେ ବା ଋଣନୀତିର ବିରୁଦ୍ଧାଚରଣ କରେ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ସେହି ବ୍ୟାଙ୍କର ବିନିମୟପତ୍ର ପୁନଃ ଅବମୂଲ୍ୟାୟନ କରିବାକୁ ଅସ୍ଵୀକାର କରିପାରେ ଏବଂ ଋଣ ଆବେଦନ ପ୍ରତ୍ୟାଖ୍ୟାନ କରିପାରେ ।

(iv) ରଣ ପଢ଼ି ପ୍ରଥା- ଋଣ ପଡ଼ି ପ୍ରଥା ପ୍ରଚଳନ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣର ସୁଷମ ବଣ୍ଟନ କରିଥାଏ । ଶିଳ୍ପମାନଙ୍କୁ ଏହାଫଳରେ ଆବଶ୍ୟକତା ଓ ବାଞ୍ଛନୀୟତା ବିଚାରରେ ଋଣ ଯୋଗାଇପାରେ । ଏ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରେ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଏ ।

(v) ନୈତିକ ଚାପ – ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରଣନୀତି ଅନୁସରଣ ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଉପରେ ନୈତିକ ଚାପ ପକାଇଥାଏ । କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ଓ କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ନୁହେଁ, ସେ ବିଚାର କେନ୍ଦ୍ରୀୟ ବ୍ୟାଙ୍କ କରିଥାଏ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବାପାଇଁ ଉପଦେଶ ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କମାନେ ଏହି ନୈତିକ ଚାପର ବଶବର୍ତ୍ତୀ ହୋଇ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରନ୍ତି ।

ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣର ଗୁଣାତ୍ମକ ନିୟନ୍ତ୍ରଣ କରିଥାଏ ।