BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର will enable students to study smartly.

BSE Odisha Class 8 Political Science Notes Chapter 2 ରାଜ୍ୟ ସରକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
(କ) କାର୍ଯ୍ୟପାଳିକା

→ ଉପକ୍ରମ :

  • ଆମ ସମ୍ବିଧାନର ସଂଘୀୟ ଶାସନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରରେ କେନ୍ଦ୍ର ସରକାର ଓ ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ରାଜ୍ୟ ସରକାର ରହିଛି ।
  • କେନ୍ଦ୍ର ସରକାରଙ୍କ ପରି ପ୍ରତ୍ୟେକ ରାଜ୍ୟ ସରକାରରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ରହିଛି ।
  • ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା ଗଠିତ ।
  • ରାଜ୍ୟ ବ୍ୟବସ୍ଥାପିକା କହିଲେ ରାଜ୍ୟପାଳ ଓ ଏକ ବା ଦ୍ୱି-ସଦନୀୟ ରାଜ୍ୟ ବିଧାନମଣ୍ଡଳକୁ ବୁଝାଏ ।
  • ଭାରତର ୨୯ ଗୋଟି ରାଜ୍ୟ ମଧ୍ୟରୁ ୭ ଗୋଟି ରାଜ୍ୟ; ଯଥା— ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଆନ୍ଧ୍ରପ୍ରଦେଶରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି । ଅବଶିଷ୍ଟ ରାଜ୍ୟରେ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ; ଯଥା— ଦିଲ୍ଲୀ ଓ ପୁଦୁଚେରୀରେ କେବଳ ବିଧାନସଭା ଅଛି ।
  • ନୂତନ ରାଜ୍ୟ ତେଲେଙ୍ଗାନାର ମଧ୍ଯ ବିଧାନ ପରିଷଦ ରହିବାର ବ୍ୟବସ୍ଥା ଅଛି ।

→ ରାଜ୍ୟପାଳ:

  • ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ । ତାଙ୍କରି ନାମରେ ରାଜ୍ୟ ଶାସନ ପରିଚାଳିତ ହୁଏ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିପରିଷଦର ସାହାଯ୍ୟ ଓ ପରାମର୍ଶ କ୍ରମେ ରାଜ୍ୟପାଳ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି ।
  • ନୂତନ ତଥ୍ୟ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡ଼ଖଣ୍ଡର ରାଜ୍ୟପାଳ, ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ।
  • ମନେରଖ : ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଗୋଟିଏ ରାଜ୍ୟ ବା ଏକାଧ୍ଵ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ନିଯୁକ୍ତ ହୋଇଥା’ନ୍ତି ।

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ରାଜ୍ୟପାଳମାନେ ନିର୍ବାଚିତ ହୁଅନ୍ତି ନାହିଁ । ସେମାନେ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ ହୁଅନ୍ତି । ଜଣେ ବ୍ୟକ୍ତି ଏକାଧ୍ଵବାର ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବାରେ ବାଧା ନାହିଁ ।
  • ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ଇସ୍ତଫା ପତ୍ର ଲେଖୁ ଇସ୍ତଫା ଦେଇପାରନ୍ତି ବା ରାଷ୍ଟ୍ରପତିଙ୍କଦ୍ୱାରା ପଦଚ୍ୟୁତ ହୋଇପାରନ୍ତି ।
  • ମନେରଖ : ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ଅଧ୍ବବାସୀ ସେହି ରାଜ୍ୟର ରାଜ୍ୟପାଳ ପଦରେ ନିଯୁକ୍ତି ପାଇ ନଥା’ନ୍ତି ।
  • ରାଷ୍ଟ୍ରପତିଙ୍କ ମର୍ଜି ଉପରେ ରାଜ୍ୟପାଳ ନିଜ ପଦରେ ରହନ୍ତି ।
  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ଅନ୍ୟ କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ବା ସେହି ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀଭାବରେ ରାଜ୍ୟପାଳ ଦାୟିତ୍ଵରେ ରହନ୍ତି ।
  • ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରାନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥ‌ିବ ।
  • ସେ ଜଣେ ସାଂସଦ ବା ରାଜ୍ୟ ବିଧାନମଣ୍ଡଳର ବିଧାୟକ ହୋଇ ନଥ‌ିବେ ।
  • ସେ କୌଣସି ଲାଭଜନକ ପଦବୀରେ ନଥ‌ିବେ ।
  • ମନେରଖ : ରାଜ୍ୟ ପ୍ରଶାସନ ସଂପର୍କିତ ସମସ୍ତ ନିଷ୍ପତ୍ତି ଓ ତଥ୍ୟ ରାଜ୍ୟପାଳଙ୍କୁ ଅବଗତ କରାଇବା ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ।

→ ରାଜ୍ୟପାଳଙ୍କ କ୍ଷମତା :

  • କାର୍ଯ୍ୟପାଳିକା କ୍ଷମତା – ବିଧାନସଭା ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷିତ ହେବାପରେ ରାଜ୍ୟପାଳ ପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ଏହା ବ୍ୟତୀତ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟର ମହାଧବକ୍ତା, ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିଯୁକ୍ତ ଦିଅନ୍ତି । ଆବଶ୍ୟକ ସମୟରେ ରାଜ୍ୟପାଳ ରାଜ୍ୟରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ପ୍ରଦାନ କରନ୍ତି ।
  • ବ୍ୟବସ୍ଥାପିକା କ୍ଷମତା– ରାଜ୍ୟପାଳ ରାଜ୍ୟ ବିଧାନମଣ୍ଡଳର ଏକ ଅବିଭକ୍ତ ଅଙ୍ଗ । ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧ‌ିବେଶନ ଆହ୍ୱାନ କରନ୍ତି, ଅଧୂବେଶନର ପରିସମାପ୍ତି (Prorogue) ଘୋଷଣା କରନ୍ତି ଏବଂ ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ କେବଳ ବିଧାନସଭାକୁ ଭଙ୍ଗ କରିଥାଆନ୍ତି । ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧୂବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖତ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି । ରାଜ୍ୟ ବିଧାନମଣ୍ଡଳରେ ଗୃହୀତ ଚିଠା ଆଇନ ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ଆଇନରେ ପରିଣତ ହୁଏ । ବିଧାନମଣ୍ଡଳ ବା ବିଧାନସଭାର ଅଧିବେଶନ ଚାଲୁ ନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ (ଅର୍ଡ଼ନାନ୍ସ) ଜାରି କରିଥାଆନ୍ତି ।
  • ଅର୍ଥ ସମ୍ପର୍କିତ କ୍ଷମତା – ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥ ସମ୍ପର୍କିତ ଚିଠା ଆଇନ (ଅର୍ଥବିଲ୍) ବିଧାନସଭାରେ ଆଗତ କରାଯାଏ ନାହିଁ । ପ୍ରତ୍ୟେକ ‘ଆର୍ଥିକ ବର୍ଷର’ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟ-ଅଟକଳ ବା ‘ବଜେଟ୍’ ଉପସ୍ଥାପିତ କରାନ୍ତି । ଏହାଛଡା ‘ଅତିରିକ୍ତ ଖର୍ଚ୍ଚଦାବି’ ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ବିଧାନସଭାରେ ଆଗତ କରାନ୍ତି ।
  • ନ୍ୟାୟିକ କ୍ଷମତା – ଜିଲ୍ଲାସ୍ତରୀୟ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି । ରାଜ୍ୟର ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କର ନିଯୁକ୍ତି ସମୟରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ରାଜ୍ୟପାଳ ରାଜ୍ୟରେ ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ବା ଦଣ୍ଡାଦେଶକୁ ସ୍ଥଗିତ ରଖାରନ୍ତି ।
  • ବିବିଧ କ୍ଷମତା – ରାଜ୍ୟପାଳ ପ୍ରତି ୧୫ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କ ‘ପାକ୍ଷିକ ରିପୋର୍ଟ ପ୍ରଦାନ କରନ୍ତି । ରାଜ୍ୟରେ ଥ‌ିବା ବିଶ୍ଵବିଦ୍ୟାଳୟମାନଙ୍କର ସମାବର୍ତ୍ତନ ଉତ୍ସବରେ ସେ କୁଳାଧୂପତି ଭାବରେ ଅଧ୍ୟକ୍ଷତା କରନ୍ତି ଓ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରନ୍ତି । ସେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାନ୍ତି । ସେ ରାଜ୍ୟ ରେଡ଼କ୍ରସ୍ ସଂସ୍ଥାର ମୁଖ୍ୟ । ସେ ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା କରନ୍ତି । ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଜ୍ୟସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି ।
  • ସ୍ଵେଚ୍ଛାଧୀନ କ୍ଷମତା– ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶଦ୍ୱାରା ପରିଚାଳିତ ନ ହୋଇ ନିଜ ବୁଦ୍ଧି ଓ ବିବେକଦ୍ୱାରା ପରିଚାଳିତ ହୁଅନ୍ତି, ସେହି କ୍ଷମତାକୁ ସ୍ଵେଚ୍ଛାଧୀନ କ୍ଷମତା କୁହାଯାଏ ।

→ ରାଜ୍ୟପାଳଙ୍କର ଭୂମିକା :

  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ ।
  • ସେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନଯାୟୀ ମଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପ୍ରଶାସନ ସମ୍ପର୍କରେ ନିୟମିତ ଭାବରେ ଅବଗତ କରାଇ ଜାତୀୟ ସଂହତି ଓ ଅଖଣ୍ଡତା ବଜାୟ ରଖୁବାରେ ଓ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବାରେ ସହାୟକ ହୁଅନ୍ତି ।
  • ତାଙ୍କର ବାସ୍ତବ ଭୂମିକାଟି ହେଉଛି ‘‘ଗୋଟିଏ ଦାର୍ଶନିକ, ଗୋଟିଏ ବନ୍ଧୁ ଓ ଗୋଟିଏ ମାର୍ଗ-ଦର୍ଶକର ଭୂମିକା ।’’

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ମନ୍ତ୍ରିପରିଷଦ :

  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ମୁଖ୍ୟ ।
  • ଗଠନ – ପ୍ରତ୍ୟେକ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଶେଷ ହେବାପରେ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦିଅନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • ମନେରଖ : ବିଧାନମଣ୍ଡଳର ସଭ୍ୟ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀପରିଷଦରେ ସ୍ଥାନ ଦେଇପାରନ୍ତି; କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ମଧ୍ୟରେ ବିଧାନମଣ୍ଡଳର ସଦସ୍ୟ ହେବାକୁ ପଡ଼ିବ ।
  • ମନ୍ତ୍ରୀପରିଷଦର ସଦସ୍ୟ ସଂଖ୍ୟା ରାଜ୍ୟ ବିଧାନସଭା ବା ବିଧାନମଣ୍ଡଳର ସଭ୍ୟସଂଖ୍ୟାର ୧୫ ଶତାଂଶଠାରୁ ଅଧ୍ୟକ ହୋଇପାରିବ ନାହିଁ ।
  • ରାଜ୍ୟ ମନ୍ତ୍ରୀପରିଷଦରେ ସାଧାରଣତଃ ତିନି ପ୍ରକାରର ମନ୍ତ୍ରୀ ଥାଆନ୍ତି; ଯଥା— (a) କ୍ୟାବିନେଟ୍ ମନ୍ତ୍ରୀ (b) ରାଷ୍ଟ୍ରମନ୍ତ୍ରୀ, (c) ଉପମନ୍ତ୍ରୀ ।
  • ବରିଷ୍ଠ, ଅଭିଜ୍ଞ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀଭାବେ ନିଯୁକ୍ତି ଦିଆଯାଇଥାଏ ।
  • ରାଷ୍ଟ୍ରମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ନିଯୁକ୍ତ ହୁଅନ୍ତି । କେତେକ କ୍ଷେତ୍ରରେ ସେମାନଙ୍କୁ ସ୍ବାଧୀନ ଦାୟିତ୍ୱ ମଧ୍ୟ ଦିଆଯାଏ ।
  • ଉପମନ୍ତ୍ରୀମାନେ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ସାହାଯ୍ୟ କରନ୍ତି ।
  • କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀଙ୍କଦ୍ବାରା ଆହୂତ ହୁଏ ।
  • ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ଏବଂ ଏହାର କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି ।
  • ରାଜ୍ୟ ବିଧାନସଭା ନିକଟରେ ସମସ୍ତ କାର୍ଯ୍ୟ ପାଇଁ ମନ୍ତ୍ରୀପରିଷଦ ବ୍ୟକ୍ତିଗତ ଭାବରେ ଓ ସମୂହ ଭାବରେ ଉତ୍ତରଦାୟୀ । ବିଧାନସଭାର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଆସ୍ଥାଭାଜନ ଥ‌ିବା ଯାଏ ମନ୍ତ୍ରିପରିଷଦ ତିଷ୍ଠି ରହେ ।
  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଓ ବିଭାଗ ଅଦଳ ବଦଳ କରାଇ ଥାଆନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ରାଜ୍ୟପାଳ ମନ୍ତ୍ରୀଙ୍କର ଇସ୍ତଫାପତ୍ର ଗ୍ରହଣ କରନ୍ତି ।
  • ମନେରଖ : ମୂଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟ ମନ୍ତ୍ରିପରିଷଦର ବିଲୟ ଘଟେ ।

→ ମନ୍ତ୍ରିପରିଷଦର କାର୍ଯ୍ୟାବଳୀ :

  • ରାଜ୍ୟ ମନ୍ତ୍ରୀମଣ୍ଡଳ ବାସ୍ତବରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ।
  • ନୀତି ନିର୍ଦ୍ଧାରଣ କରିବା ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରାଇବାପାଇଁ ପଦକ୍ଷେପ ନେବା ମନ୍ତ୍ରୀମଣ୍ଡଳର ମୁଖ୍ୟ କାର୍ଯ୍ୟ ।
  • ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକରେ ଅର୍ଥ ବିଭାଗଦ୍ବାରା ପ୍ରସ୍ତୁତ ‘ବଜେଟ୍’ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇ ଅନୁମୋଦନ କରାଯାଏ ।
  • ମନ୍ତ୍ରୀପରିଷଦ ବୈଠକରେ ନିଆଯାଇଥିବା ‘ସାମୂହିକ ନିଷ୍ପତ୍ତି’କୁ ମାନିବାକୁ ସବୁ ମନ୍ତ୍ରୀ ବାଧ୍ୟ । ଯଦି କୌଣସି ମନ୍ତ୍ରୀ ଭିନ୍ନ ମତ ପୋଷଣ କରି ଏଥ‌ିରେ ଭାଗୀଦାର ନ ହୁଅନ୍ତି, ତେବେ ସେ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଥାଆନ୍ତି ।

→ ମୁଖ୍ୟମନ୍ତ୍ରୀ :

  • ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ହେଉଛି ବାସ୍ତବରେ ସମ୍ବିଧାନ ସ୍ଵୀକୃତ ପ୍ରଶାସନିକ ତଥା କାର୍ଯ୍ୟପାଳିକାର ମୁଖ୍ୟ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳ ରାଜ୍ୟସ୍ତରରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଥ‌ିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି । ବିଧାନସଭାରେ ସଂଖ୍ୟାଗରିଷ୍ଠ ସଭ୍ୟମାନଙ୍କର ଆସ୍ଥାଭାଜନ ହୋଇଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ପଦବୀରେ ରହନ୍ତି ।
  • ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ବରଖାସ୍ତ କରାଯାଏ ।
  • ମନେରଖ : ମନ୍ତ୍ରୀପରିଷଦ ବିରୁଦ୍ଧରେ ‘ଅନାସ୍ଥା ପ୍ରସ୍ତାବ’ ବିଧାନସଭାରେ ଗୃହୀତ ହେଲେ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ କ୍ଷମତାରୁ ଅପସରି ଯାଆନ୍ତି ।

→ କାର୍ଯ୍ୟାବଳୀ :

  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ – ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର । ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନେ ନିଯୁକ୍ତ ହୁଅନ୍ତି । ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ବୈଠକ ଆହ୍ବାନ କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଏବଂ ବୈଠକରେ ଅଧ୍ୟକ୍ଷତା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ – ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କର ସମ୍ବିଧାନ ସ୍ଵୀକୃତ ପରାମର୍ଶଦାତା । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରପରିଷଦର ପରାମର୍ଶ ଅନୁସାରେ ରାଜ୍ୟପାଳ ତାଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ବିଧାନସଭା – ମୁଖ୍ୟମନ୍ତ୍ରୀ ବିଧାନସଭାର ନେତା ଅଟନ୍ତି । ବିଧାନସଭା ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀ ବିଧାନସଭା ସଦସ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରନ୍ତି । ବିଧାନସଭାରେ ସେ ସରକାରଙ୍କର ନୂତନ ନୀତି ଓ ଯୋଜନାଗୁଡ଼ିକ ଘୋଷଣା କରନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିରୋଧୀ ଦଳର ନେତା ଓ ଅନ୍ୟ ଦଳର ନେତାମାନଙ୍କ ସହିତ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ – ମୁଖ୍ୟମନ୍ତ୍ରୀ ନିଜ ଦଳ ତଥା ଶାସକ ଦଳର ନେତା । ସେ ଶାସକ ଦଳର ସଦସ୍ୟମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନ – ରାଜ୍ୟ ସରକାରର ମୁଖ୍ୟ ଶାସନକର୍ତ୍ତା ହିସାବରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ନିୟମ ପ୍ରଣୟନ କରିବାରେ ନେତୃତ୍ୱ ନେବା ସହିତ ସେଗୁଡ଼ିକ କିପରି ନିଷ୍ଠାର ସହିତ କାର୍ଯ୍ୟକାରୀ ହୋଇପାରିବ, ସେଥ୍ୟପ୍ରତି ଧ୍ୟାନ ଦିଅନ୍ତି । ରାଜ୍ୟରେ ଦୈବ ଦୁର୍ବିପାକ ପରିସ୍ଥିତି ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ତ୍ୱରାନ୍ବିତ କରି ସମସ୍ୟାର ସମାଧାନ କରନ୍ତି । ଆବଶ୍ୟକସ୍ଥଳେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ରାଜ୍ୟର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଚେଷ୍ଟା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଜନସାଧାରଣ – ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କର ପ୍ରିୟ ନେତା । ରାଜ୍ୟର ତଥା ଜନତାର ସ୍ଵାର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ଉଚିତଭାବେ ଉପସ୍ଥାପିତ କରିବା ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନ କାର୍ଯ୍ୟ । ଜାତୀୟ ଓ ଆନ୍ତର୍ଜାତୀୟ ସଙ୍ଗଠନ ମାଧ୍ୟମରେ ରାଜ୍ୟର ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରି ଲୋକମାନଙ୍କର ସର୍ବବିଧ ଉନ୍ନତି ସାଧନ କରିବା ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ମୁଖ୍ୟ କାର୍ଯ୍ୟ ।

(ଖ) ରାଜ୍ୟ ବିଧାନମଣ୍ଡଳ (State Legislature) 

  • ଭାରତର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଏକ-ସଦନୀୟ ବା ଦ୍ବି-ସଦନୀୟ ବିଧାନମଣ୍ଡଳ ରହିଅଛି ।
  • ବିଧାନମଣ୍ଡଳର ନିମ୍ନସଦନକୁ ବିଧାନସଭା ଏବଂ ଉଚ୍ଚସଦନକୁ ବିଧାନ ପରିଷଦ କୁହାଯାଏ ।
  • ଆମ ଓଡ଼ିଶାରେ କେବଳ ନିମ୍ନ ସଦନ ବା ବିଧାନସଭା ଅଛି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ବିଧାନସଭା 
→ ଗଠନ ଓ କାର୍ଯ୍ୟକାଳ :

  • ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟ ସଂଖ୍ୟା ୫୦୦ ରୁ ଅଧ୍ବକ କିମ୍ବା ୬୦ରୁ କମ୍ ହୋଇପାରିବ ନାହିଁ ।
  • ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୨ ଆସନ ଅନୁସୂଚିତ ଜାତି (S.C.) ଏବଂ ୩୪ଟି ଆସନ ଅନୁସୂଚିତ ଜନଜାତି (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ରାଜ୍ୟ ବିଧାନମଣ୍ଡଳ (State Legislature)

  • ମନେରଖ : ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ ଆସନ ବିଶିଷ୍ଟ । ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା ୪୦ ।
  • ବିଧାନସଭାର ସଭ୍ୟମାନେ ରାଜ୍ୟର ଭୋଟଦାତାମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ସାବାଳକ ଭୋଟଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି ।
  • ମନେରଖ : ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । ଜାତୀୟ ଜରୁରୀ ପରିସ୍ଥିତି ଜାରି ହେବା ସମୟରେ ଏହାର କାର୍ଯ୍ୟକାଳ ସଂସଦର ଆଇନଦ୍ୱାରା ଅଧିକ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

→ ବିଧାନସଭାର ସଭ୍ୟପଦ ପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୨୫ ବର୍ଷରୁ କମ୍ ହୋଇନଥ‌ିବ ।
  • ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥ‌ିବ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଅଧୁବେଶନ :

  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶକ୍ରମେ ରାଜ୍ୟପାଳ ବିଧାନସଭାର ଅଧ‌ିବେଶନ ଡକାଇ ଥାଆନ୍ତି ।
  • ପ୍ରତିବର୍ଷ ବିଧାନସଭାର ଅନ୍ୟୁନ ଦୁଇଟି ଅଧିବେଶନ ହେବା ବାଧ୍ୟତାମୂଳକ ଅଟେ ।
  • ବାସ୍ତବରେ ପ୍ରତିବର୍ଷ ବିଧାନସଭାର ତିନିଗୋଟି ଅଧିବେଶନ ଆହୂତ ହୋଇଥାଏ ; ଯଥା— ବଜେଟ୍ ଅଧିବେଶନ, ବର୍ଷାକାଳୀନ ଅଧ୍ଶନ ଓ ଶୀତକାଳୀନ ଅଧ୍ଵବେଶନ ।
  • ମନେରଖ : ବିଧାନସଭାରେ ସର୍ବମୋଟ ସଭ୍ୟ ସଂଖ୍ୟାର ଏକ-ଦଶମାଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ ଗୃହକାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଦସ୍ୟଙ୍କର ଉପସ୍ଥିତିକୁ ‘କୋରମ’ କୁହାଯାଏ ।

→ ବାଚସ୍ପତି :

  • ବିଧାନସଭା ବୈଠକରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।
  • ବିଧାନସଭାର ପ୍ରଥମ ଅଧିବେଶନରେ ଗୃହର ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କ ବାଚସ୍ପତିଭାବେ ନିର୍ବାଚିତ କରନ୍ତି । ସାଧାରଣତଃ ବାଚସ୍ପତି ଶାସକ ଦଳରୁ ଓ ଉପବାଚସ୍ପତି ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧିବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସଚୀ ନିଦ୍ଧାରଣ କରନ୍ତି ।
  • ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।
  • ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ ।
  • ବିଧାନସଭା ଅଧ୍ଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।
  • ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣ୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।
  • ମନେରଖ : ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତି ରହିଲେ ଅଧ‌ିବେଶନ କାର୍ଯ୍ୟ ଚଳାଇବା ପାଇଁ ଏକ ‘ଅଧ୍ୟକ୍ଷ ମଣ୍ଡଳୀ’ ରହିଛି ।

→ ବିଧାନସଭାର କାର୍ଯ୍ୟାବଳୀ :

  • ଆଇନ ପ୍ରଣୟନ କାର୍ଯ୍ୟ – ଆଇନ ପ୍ରଣୟନ କରିବା ବିଧାନସଭାର ମୁଖ୍ୟ କାର୍ଯ୍ୟ । ସାଧାରଣ ଚିଠା ଆଇନ (ବିଲ୍) ବିଧାନସଭାରେ ନିର୍ଦ୍ଧାରିତ ପଦ୍ଧତିରେ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ସମ୍ମତି ପାଇଲେ ତାହା ଆଇନରେ ପରିଣତ ହୁଏ ।
  • ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା — ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରନ୍ତି ନାହିଁ କି କୌଣସି ଅର୍ଥ ଖର୍ଚ୍ଚ କରିପାରନ୍ତି ନାହିଁ । ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ ।
  • କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାହିର କ୍ଷମତା – ବିଧାନସଭା ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ । ବିଧାନସଭାର ସଭ୍ୟମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ମୁଲତବୀ ପ୍ରସ୍ତାବ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରିତ କରିଥାଆନ୍ତି । ବଜେଟ ଆଲୋଚନା ସମୟରେ ବିଧାୟକମାନେ ମନ୍ତ୍ରୀମାନଙ୍କ ସେମାନଙ୍କ ବିଭାଗ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଥାଆନ୍ତି । ବିଭିନ୍ନ ‘କାଟ ପ୍ରସ୍ତାବ’ ମାଧ୍ୟମରେ ବିଧାନସଭା ମନ୍ତ୍ରୀମଣ୍ଡଳ ଉପରେ ନିୟନ୍ତ୍ରଣ ଜାହିର କରିଥାଆନ୍ତି ।
  • ବିତର୍କ ଓ ପର୍ଯ୍ୟାଲୋଚନାମୂଳକ କ୍ଷମତା – ବିଧାନସଭାରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ ଆଦି ବିଭିନ୍ନ ବିଷୟରେ ସଦସ୍ୟମାନେ ଆଲୋଚନା ଓ ପର୍ଯ୍ୟାଲୋଚନା କରନ୍ତି ।
  • ମନେରଖ : ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀପରିଷଦ ଇସ୍ତଫା ପ୍ରଦାନ କରନ୍ତି ।
  • ସମ୍ବିଧାନ ସଂଶୋଧନ ସମ୍ପର୍କିତ କ୍ଷମତା – ସମ୍ବିଧାନର କେତେଗୁଡିଏ ଧାରାର ସଂଶୋଧନ ପାଇଁ ଆଗତ ବିଧେୟକଗୁଡ଼ିକ ଅନ୍ଧାଧ୍ଵ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ (Ratification) ଆବଶ୍ୟକ କରିଥାଆନ୍ତି ।
  • ନିର୍ବାଚନ ସମ୍ପର୍କିତ କ୍ଷମତା – ବିଧାନସଭାର ସଭ୍ୟମାନେ ବାଚସ୍ପତି, ଉପବାଚସ୍ପତି, ରାଜ୍ୟସଭା ସଦସ୍ୟ ଓ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥା’ନ୍ତି ।
  • ବିବିଧ କ୍ଷମତା – ରାଜ୍ୟ ଲୋକସେବା ଆୟୋଗର ବାର୍ଷିକ ରିପୋର୍ଟଗୁଡ଼ିକ ବିଧାନସଭାରେ ଗୃହର ସଦସ୍ୟମାନଙ୍କ ଗୋଚରାର୍ଥେ ଉପସ୍ଥାପିତ କରାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ବିଧାନସଭାରେ ଆଇନ ପ୍ରଣୟନ ପଦ୍ଧତି :

  • ପ୍ରଥମେ ଚିଠା-ଆଇନ ବା ‘ବିଲ୍’ ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କଦ୍ବାରା ଗୃହର ଅନୁମତି ସହିତ ବିଧାନସଭାରେ ଆଗତ ହୁଏ । ଏହା ଦୁଇ ପ୍ରକାରର ; ଯଥା— (୧) ସାଧାରଣ ଚିଠା ଆଇନ ବା ବିଲ୍, (୨) ଅର୍ଥ- ସମ୍ବନ୍ଧୀୟ ଚିଠା ଆଇନ ବା ‘ଅର୍ଥବିଲ୍’ ।
  • ପ୍ରତ୍ୟେକ ଚିଠା ଆଇନ ବିଧାନସଭାରେ ପ୍ରଥମ ପାଠ ଦ୍ଵିତୀୟ ପାଠ ଓ ତୃତୀୟ ପାଠ ମାଧ୍ୟମରେ ଗତି କରେ ।
  • ତୃତୀୟ ପାଠ ସ୍ତରରେ ଚିଠା ଆଇନ ଗୃହୀତ ହେବାପାଇଁ ଗୃହର ସଭ୍ୟମାନଙ୍କର ମତାମତ ନିଆଯାଏ । ବିଲ୍‌ ସଂଖ୍ୟାତ୍ମକ ସଭ୍ୟଙ୍କର ସମର୍ଥନ ଲାଭ କଲେ ରାଜ୍ୟପାଳଙ୍କ ‘ସମ୍ମତି’ ପାଇ ତାଙ୍କ ପାଖକୁ ପଠାଯାଏ । ରାଜ୍ୟପାଳଙ୍କ ‘ସମ୍ମତି’ ପାଇବା ପରେ ବିଲ୍‌ ‘ଆଇନ’ରେ ପରିଣତ ହୋଇଥାଏ ।

→ ବିଧାନ ପରିଷଦ:

  • ବିଧାନ ପରିଷଦ ରାଜ୍ୟ ବିଧାନ ମଣ୍ଡଳର ଉଚ୍ଚ ସଦନ । ଏହା ଏକ ସ୍ଥାୟୀ ଗୃହ । ଏହାର ବିଲୟ ନାହିଁ ।
  • ବିଧାନ ପରିଷଦର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ଏବଂ ପ୍ରତି ୨ ବର୍ଷରେ ଏହାର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।
  • ଗଠନ – ବିଧାନ ପରିଷଦର କେତେକ ପରୋକ୍ଷଭାବେ ନିର୍ବାଚିତ ସଭ୍ୟ ଓ କେତେକ ମନୋନୀତ ସଭ୍ୟଙ୍କୁ ନେଇ ଗଠିତ । ବିଧାନ ପରିଷଦର ପାଞ୍ଚ-ଷଷ୍ଠାଶ ସଭ୍ୟ ନିର୍ବାଚିତ ଓ ଏକ-ଷଷ୍ଠାଶ ସଭ୍ୟ ରାଜ୍ୟପାଳଙ୍କଦ୍ୱାରା ମନୋନୀତ ହୁଅନ୍ତି ।
  • ମନେରଖ : କୌଣସି ରାଜ୍ୟ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୦ରୁ କମ୍ ବା ସେହି ରାଜ୍ୟର ବିଧାନସଭାର ସଭ୍ୟସଂଖ୍ୟାର ଏକ-ତୃତୀୟାଂଶର କମ୍ ହେବନାହିଁ ।

→ ବିଧାନ ପରିଷଦର ସଭ୍ୟ ହେବାପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
  • ତାଙ୍କର ବୟସ ଅନ୍ୟନ ୩୦ ବର୍ଷ ହୋଇଥବ ।
  • ସଂସଦଦ୍ୱାରା ପ୍ରଣୀତ ଆଇନରେ ନିର୍ଦ୍ଧାରିତ ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥିବ ।
  • ରାଜ୍ୟ ବିଧାନ ପରିଷଦର ଅଧୂବେଶନ କାର୍ଯ୍ୟ ପରିଚାଳନା ପାଇଁ ଜଣେ ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ଯକ୍ଷ ରହିଥାଆନ୍ତି ।

(ଗ) ରାଜ୍ୟ ନ୍ୟାୟପାଳିକା

  • ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲାସ୍ତରୀୟ ଅଦାଲତକୁ ନେଇ ଏକ ତ୍ରିସ୍ତରୀୟ ନ୍ୟାୟପାଳିକା ସଂସ୍ଥା ଆମ ଦେଶରେ କାର୍ଯ୍ୟ କରୁଅଛି ।
  • ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ସ୍ତରୀୟ ଅଧସ୍ତନ ନ୍ୟାୟାଳୟଗୁଡ଼ିକୁ ନେଇ ରାଜ୍ୟ ନ୍ୟାୟପାଳିକା ଗଠିତ ।

→ ଉଚ୍ଚ ନ୍ୟାୟାଳୟ :

  • ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ । ଦୁଇ କିମ୍ବା ତତୋଧ‌ିକ ରାଜ୍ୟମାନଙ୍କପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ଗଠନ କରାଯିବାର କ୍ଷମତା ସଂସଦର ଅଛି ।
  • ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କଟକଠାରେ ୧୯୪୮ ମସିହାରେ ସ୍ଥାପିତ ହୋଇଛି ।
  • ବର୍ତ୍ତମାନ ଆମ ଦେଶରେ ସର୍ବମୋଟ ୨୧ ଗୋଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଉଚ୍ଚ ନ୍ୟାୟାଳୟର ଗଠନ :

  • ଉଚ୍ଚ ନ୍ୟାୟାଳୟ ଜଣେ ମୁଖ୍ୟ ବିଚାରପତି ଏବଂ ଏକାଧ୍ଵ ବିଚାରପତିଙ୍କୁ ନେଇ ଗଠିତ ।
  • ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏବଂ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ଅନ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସଂପୃକ୍ତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

Image(ଓଡ଼ିଶାର ଉଚ୍ଚ ନ୍ୟାୟାଳୟ)

→ ବିଚାରପତିଙ୍କ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • କୌଣସି ଏକ ବା ଏକାଧ୍ଵକ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ ଦଶବର୍ଷ ଆଡ଼ଭୋକେଟ୍ ବା ଅଧ୍ବକ୍ତା ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ଥବ ।
  • କିମ୍ବା ଭାରତବର୍ଷର ଯେକୌଣସି ସ୍ଥାନରେ ଅନ୍ୟନ ଦଶବର୍ଷ ପାଇଁ ବିଚାର ବିଭାଗୀୟ ପଦବୀରେ ସେ ଅଧ୍ୟଷ୍ଠିତ ହୋଇଥ୍ ।
  • ନୂତନ ତଥ୍ୟ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ସମୁଦାୟ ୨୭ ଜଣ ବିଚାରପତି ରହିପାରିବେ ।

→ ବିଚାରପତିଙ୍କ କାର୍ଯ୍ୟାବଳ:

  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବଦଳି ହୋଇଥାନ୍ତି ।
  • ଆବଶ୍ୟକୀୟ ଦୁଇ-ତୃତୀୟାଂଶ ସଭ୍ୟଙ୍କର ସମର୍ଥନ ପାଇ ସଂସଦର ଉଭୟ ଗୃହରେ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତିଙ୍କଦ୍ୱାରା ବିଚାରପତି ପଦବ୍ୟତ ହୁଅନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ରାଜ୍ୟ ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାର :

  • ମୌଳିକ କ୍ଷେତ୍ରାଧ୍ୟାକାର – ଧାରା ୨୨୬ ଅନୁସାରେ କୌଣସି ନାଗରିକର ମୌଳିକ ଅଧୂକାର କ୍ଷୁଣ୍ଣ ହେଲେ ସେ ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ‘ରିଟ୍’ (ପରମାଦେଶ) ଆବେଦନ କରିପାରିବେ । ସଂସଦ, ବିଧାନସଭା ଇତ୍ୟାଦି ନିର୍ବାଚନ ସଂକ୍ରାନ୍ତୀୟ ମୋକଦ୍ଦମା ଏବଂ ଅଦାଲତ ଅବମାନନା, ବିବାହ, ଛାଡ଼ପତ୍ର ଇତ୍ୟାଦି ମୋକଦ୍ଦମାଗୁଡ଼ିକ ଉଚ୍ଚ ନ୍ୟାୟାଳୟରେ ଆଗତ କରାଯାଇପାରିବ ।
  • ଆଦେବଦମୂଳକ କ୍ଷେତ୍ରାଧିକାର – ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ ।
  • ପର୍ଯ୍ୟବେକ୍ଷଣ କ୍ଷେତ୍ରାଧିକାର – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ ପରିଦର୍ଶନ କରନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ- ନିର୍ବାହ ପଦ୍ଧତି ସ୍ଥିର କରନ୍ତି । ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଉଚ୍ଚ ନ୍ୟାୟାଳୟଦ୍ଵାରା ନିର୍ଦ୍ଧାରିତ ହୁଏ ।
  • ମନେରଖ : ଜିଲ୍ଲା ଜଜଙ୍କର ନିଯୁକ୍ତ ଓ ପଦୋନ୍ନତିବେଳେ ରାଜ୍ୟପାଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

→ ନିମ୍ନ ଅଦାଲତ ବା ଅଧସ୍ତନ ଅଦାଲତ :

  • ଜିଲ୍ଲା ଓ ସବ୍‌ଡିଭିଜନ୍ ବା ଉପଖଣ୍ଡ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛନ୍ତି; ଯଥା— (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ
  • ଜିଲ୍ଲାସ୍ତରୀୟ ଜଜ୍ ଓ ସେସସ୍ କୋର୍ଟ ଜିଲ୍ଲାର ସର୍ବୋଚ୍ଚ ଦେୱାନୀ ଓ ଫୌଜଦାରୀ ଅଦାଲତ ।

→ ଦେୱାନୀ ଅଦାଲତ :

  • ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।
  • ଦେୱାନୀ ମୋକଦ୍ଦମା ବିଚାର କରିବାପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜଙ୍କ ଅଦାଲତ ଏବଂ ସବଡିଭିଜନ ବା ଉପଖଣ୍ଡ ସ୍ତରରେ ସବଜଜଙ୍କର ଏବଂ ମୁନ୍ସଙ୍କର ଅଦାଲତ ରହିଛି ।

→ ଫୌଜଦାରୀ ଅଦାଲତ :

  • ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ସେଗୁଡ଼ିକୁ ଫୌଜଦାରୀ ଅଦାଲତ କୁହାଯାଏ ।
  • ଏହି ମୋକଦ୍ଦମାଗୁଡ଼ିକର ବିଚାର ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

→ ଲୋକ ଅଦାଲତ :

  • ମନେରଖ : ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିତ୍ତିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।
  • ଏହା ଫଳରେ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଅଯଥାରେ ଖଚ୍ଚାନ୍ତ ହୋଇ ବାରମ୍ବାର ଅଦାଲତକୁ ଧାଇବାକୁ ପଡ଼େନାହିଁ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ କେନ୍ଦ୍ର-ରାଜ୍ୟ ସମ୍ପର୍କ :

  • ଭାରତରେ ପ୍ରଚଳିତ କେନ୍ଦ୍ର-ରାଜ୍ୟ ସମ୍ପର୍କ ତିନି ପ୍ରକାରର; ଯଥା –

କେନ୍ଦ୍ର-ରାଜ୍ୟ ସମ୍ପର୍କ

  • ବ୍ୟବସ୍ଥାପିକା ସମ୍ପର୍କ – କେନ୍ଦ୍ର ସଂସଦ କେନ୍ଦ୍ର ତାଲିକାଭୁକ୍ତ ଓ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଏବଂ ରାଜ୍ୟ ବିଧାନମଣ୍ଡଳ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରନ୍ତି । ଜାତୀୟ ଜରୁରୀ ପରିସ୍ଥିତି, ରାଷ୍ଟ୍ରପତି ଶାସନ, ରାଜ୍ୟର ୨/୩ ଅଂଶ ସଭ୍ୟଙ୍କ ସମର୍ଥନରେ ଗୃହୀତ ପ୍ରସ୍ତାବ, ଆନ୍ତର୍ଜାତିକ ଚୁକ୍ତିର କାର୍ଯ୍ୟକାରିତା ପାଇଁ ଆଇନର ଆବଶ୍ୟକତା ଭଳି ସ୍ଵତନ୍ତ୍ର ପରିସ୍ଥିତିରେ ସଂସଦ ଚାହିଁଲେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥାଏ ।
  • ପ୍ରଶାସନିକ ସମ୍ପର୍କ – ଯେଉଁ ବିଷୟଗୁଡ଼ିକ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତି, ସେହି ବିଷୟଗୁଡ଼ିକ ଉପରେ ସେମାନଙ୍କର ଯଥୋଚିତ ପ୍ରଶାସନିକ ନିୟନ୍ତ୍ରଣ ରହିଥାଏ । କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥା’ନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରଶାସନିକ କ୍ଷମତା ପ୍ରୟୋଗ ବେଳେ କେନ୍ଦ୍ର ସରକାରଙ୍କ ଆଇନର ବିରୁଦ୍ଧାଚରଣ ନ ହେବା ବାଞ୍ଛନୀୟ । ରାଜ୍ୟପାଳ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ସମ୍ମିଳନୀ ଓ ବାଚସ୍ପତି ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇ ସମଗ୍ର ଦେଶରେ ଏକ ସମନ୍ବିତ ପ୍ରଶାସନିକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି ।
  • ମନେରଖ : ସର୍ବଭାରତୀୟ ପ୍ରଶାସନିକ ସେବା (LAS) ଓ ସର୍ବଭାରତୀୟ ପୋଲିସ୍ ସେବା (IPS) ପରି ସର୍ବଭାରତୀୟ ସେବା ମାଧ୍ୟମରେ କେନ୍ଦ୍ର ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଉଭୟେ ସମ୍ପର୍କିତ ।
  • ଅର୍ଥ ସମ୍ବନ୍ଧୀୟ ସମ୍ପର୍କ – ଦକ୍ଷତା, ପ୍ରାଚୁର୍ଯ୍ୟ ଏବଂ ଯୋଗ୍ୟତା ଭିଭିରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମ୍ବଳର ବଣ୍ଟନ କରାଯାଏ । କେନ୍ଦ୍ର ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ବା ‘ଟିକସ’ କେନ୍ଦ୍ର ସରକାର ପାଆନ୍ତି । ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ରାଜ୍ୟ ସରକାର ପାଆନ୍ତି । ମାତ୍ର କେନ୍ଦ୍ର ସରକାର ନିଜର ସମ୍ବଳର କେତେକାଂଶ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି । ଷ୍ଟାମ୍ପ ଟିକସ କେନ୍ଦ୍ର ସରକର ବସାନ୍ତି; ମାତ୍ର ରାଜ୍ୟ ସରକାର ଆଦୟ କରନ୍ତି ଓ ଖର୍ଚ୍ଚ କରନ୍ତି । କେତେକ ଟିକସ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟାଯାଏ । କେନ୍ଦ୍ର ସରକାର ଗରିବ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଟ ବା ଅନୁଦାନ ଦିଅନ୍ତି । ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅର୍ଥ ଅନୁଦାନ ଦିଅନ୍ତି ।
  • ମନେରଖ : ସମ୍ବିଧାନର ୨୮୦ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚ ବର୍ଷରେ ଗୋଟିଏ ଲେଖାଏଁ ‘ଅର୍ଥ ଆୟୋଗ’ ନିଯୁକ୍ତ କରନ୍ତି । ଅର୍ଥ ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳ ବଣ୍ଟନର ନୀତି ନିର୍ଦ୍ଧାରଣ କରନ୍ତି ।
  • ବ୍ୟବସ୍ଥାପିକା, ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଯଥେଷ୍ଟ ଆଧ୍ୟତ୍ୟ ରହିଅଛି । ତେଣୁ ଭାରତକୁ ଏକ ‘ଅର୍ଥ-ସଂଘୀୟ ରାଷ୍ଟ୍ର’ ବା ‘କେନ୍ଦ୍ରୀଭୂତ-ସଂଘୀୟ ରାଷ୍ଟ୍ର’ କୁହାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ଆମେ କ’ଣ ଶିଖୁଲେ ?

  • ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ ।
  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଉପଦେଶ ଓ ପରାମର୍ଶ ଅନୁସାରେ ରାଜ୍ୟପାଳ ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ।
  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ମୁଖ୍ୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗସୂତ୍ରକାରୀ ।
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି ଓ ବିଭାଗ ବଣ୍ଟନ ଦାୟିତ୍ଵ ତୁଲାଇବା ।
  • ରାଜ୍ୟ ମନ୍ତ୍ରୀମଣ୍ଡଳ ବିଧାନ ସଭା ନିକଟରେ ଉତ୍ତରଦାୟୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାବଳୀ ।
  • ଭାରତରେ ୭ଟି ରାଜ୍ୟରେ ଥ‌ିବା ବିଧାନ ପରିଷଦର ଗଠନ ପ୍ରକ୍ରିୟା ।
  • ରାଜ୍ୟ ବିଧାନ ମଣ୍ଡଳ ରାଜ୍ୟପାଳ, ବିଧାନସଭା ଓ ବିଧାନ ପରିଷଦକୁ ନେଇ ଗଠିତ । ଏହା ଯୁଗ୍ମ ତାଲିକାରେ ଆଇନ୍ ପ୍ରଣୟନ କରିବା ।
  • ପ୍ରତି ରାଜ୍ୟରେ ଏକ ଉଚ୍ଚ ଅଦାଲତ ରହିବାର ବ୍ୟବସ୍ଥା ଧାରା ୨୧୪ । ବିଚାରପତିମାନଙ୍କର ଅବସର ବୟସ ସୀମା ୬୨ |
  • ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୧୯୪୮ରେ କଟକଠାରେ ପ୍ରତିଷ୍ଠା କରାଯିବା ଓ ବିଚାରପତି ସଂଖ୍ୟା ୨୨ ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ।
  • ରାଜ୍ୟ ବିଧାନମଣ୍ଡଳ ଦୁଇଟି ତାଲିକାରେ ଆଇନ ପ୍ରଣୟନ କରିଥାଏ ଯଥା – ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା ।
  • କେନ୍ଦ୍ର ସରକାରଙ୍କ ରାଜ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ଓ ଅର୍ଥ ଆୟୋଗର ସୁପାରିଶକ୍ରମେ ସମ୍ବଳ ଆବଣ୍ଟନ ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

Odisha State Board BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର will enable students to study smartly.

BSE Odisha Class 8 Political Science Notes Chapter 1 କେନ୍ଦ୍ର ସରକାର

(କ) କେନ୍ଦ୍ର କାର୍ଯ୍ୟପାଳିକା
→ ଉପକ୍ରମ :

  • ଆମ ଦେଶ ଭାରତ ଏକ ସଂଘୀୟ ରାଷ୍ଟ୍ର, କିନ୍ତୁ ଆମ ସମ୍ବିଧାନରେ ଏହା ଏକ ‘ରାଜ୍ୟମାନଙ୍କର ସମଷ୍ଟି’ (Union of States) ରୂପେ ବର୍ଣ୍ଣିତ ।
  • ମନେରଖ : ତେଲେଙ୍ଗାନା ଭାରତର ୨୯ ତମ ରାଜ୍ୟ ।
  • ଏଠାରେ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗୋଟିଏ ଲେଖାଏଁ ସରକାର ଅଛି।
  • ପ୍ରତ୍ୟେକ ସରକାରର ତିନୋଟି (ଯଥା— କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଏବଂ ନ୍ୟାୟପାଳିକା) ଅଙ୍ଗ ରହିଛି ।
  • ମନେରଖ : ଭାରତରେ ୨୯ ଗୋଟି ରାଜ୍ୟ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ।
  • କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦକୁ ନେଇ ଗଠିତ ଏବଂ ରାଷ୍ଟ୍ରପତି ହେଉଛନ୍ତି ଏହାର ନାମମାତ୍ର ମୁଖ୍ୟ ।

→ ରାଷ୍ଟ୍ରପତି :

  • ସମ୍ବିଧାନ ଅନୁଯାୟୀ କେନ୍ଦ୍ର ସରକାରର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଷ୍ଟ୍ରପତିଙ୍କ ହାତରେ ନ୍ୟସ୍ତ । କିନ୍ତୁ ରାଷ୍ଟ୍ରପତି ସ୍ଵଇଚ୍ଛାରେ କୌଣସି କ୍ଷମତା ବ୍ୟବହାର କରି ନଥା’ନ୍ତି । ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ପରାମର୍ଶ ଅନୁସାରେ ସେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି ।
  • ମନେରଖ : ରାଷ୍ଟ୍ରପତି ଭାରତର ନିର୍ବାଚିତ ତଥା ସର୍ବୋଚ୍ଚ ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ଓ ଦେଶର ‘ସମ୍ମାନାସ୍ପଦ ପ୍ରଥମ ନାଗରିକ’ ।
  • ରାଷ୍ଟ୍ରପତି ହେଉଛନ୍ତି ‘ନାମକୁ ମାତ୍ର କାର୍ଯ୍ୟପାଳିକା’ ଓ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ହେଉଛନ୍ତି ‘ବାସ୍ତବ କାର୍ଯ୍ୟପାଳିକା’ ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ରାଷ୍ଟ୍ରପତି ନିର୍ବାଚନ :

  • ଭାରତର ରାଷ୍ଟ୍ରପତି ଲୋକମାନଙ୍କଦ୍ୱାରା ପରୋକ୍ଷଭାବରେ ନିର୍ବାଚିତ ହୁଅନ୍ତି ।
  • ସଂସଦର ଉଭୟ ଗୃହ ଏବଂ ଦିଲ୍ଲୀ ଓ ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟମାନଙ୍କ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ରାଷ୍ଟ୍ରପତିଙ୍କ ନିର୍ବାଚିତ କରନ୍ତି ।
  • ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଟ (କୋଟା) ବା ନିର୍ବାଚନରେ ମିଳିଥିବା ସମସ୍ତ ‘ସିଦ୍ଧମତ ବା ସଠିକ୍ ଭୋଟ’ (Valid Vote)ର ୫୦ ପ୍ରତିଶତରୁ ଏକ ଅଧିକ (୫୦%+୧) ସମର୍ଥନ ମିଳିଲେ ପ୍ରାର୍ଥୀ ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବେ ।
  • ମନେରଖ : ‘‘ଆନୁପାତିକ ପ୍ରତିନିଧ୍ୟ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦଭିଭିକ ମତଦାନ ବା ଭୋଟପ୍ରଥା’’ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।

(ରାଷ୍ଟ୍ରପତି ଭବନ) image

→ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କୁ ଅନ୍ୟୁନ ୩୫ ବର୍ଷ ହୋଇଥବ ।
  • ସେ ଲୋକସଭାର ସଭ୍ୟଭାବେ ନିର୍ବାଚିତ ହେବାପାଇଁ ଯୋଗ୍ୟ ହୋଇଥ‌ିବେ ।
  • ସେ କେନ୍ଦ୍ର ବା ରାଜ୍ୟ ସରକାରରେ ବା ଏହି ସରକାରମାନଙ୍କ ଅଧୀନସ୍ଥ କୌଣସି ସଂସ୍ଥାରେ ବା ଅନୁଷ୍ଠାନରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇନଥ‌ିବେ ।
  • ମନେରଖ : ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ବ୍ୟତତ ଅନ୍ୟ କୌଣସି ରାଷ୍ଟ୍ରପତି ପୁନଃ ନିର୍ବାଚିତ ହୋଇନାହାନ୍ତି ।

→ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ :

  • ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ପାଞ୍ଚବର୍ଷ । କିନ୍ତୁ ଜଣେ ରାଷ୍ଟ୍ରପତି ଚାହିଁଲେ ସେହି ପଦବୀ ପାଇଁ ପୁନଃ ପ୍ରତିଦ୍ଵନ୍ଦିତା କରିପାରିବେ ।
  • ଜଣେ ରାଷ୍ଟ୍ରପତି ଇଚ୍ଛାକଲେ ତାଙ୍କ କାର୍ଯ୍ୟକାଳ ପୂରଣ ହେବା ପୂର୍ବରୁ ଉପରାଷ୍ଟ୍ରପତିଙ୍କୁ ସମ୍ବୋଧୃତ ଇସ୍ତଫାପତ୍ର ମାଧ୍ୟମରେ ନିଜ ପଦବୀରୁ ଅବ୍ୟାହତି ନେଇପାରିବେ ।
  • କୌଣସି ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବା ପୂର୍ବରୁ ଯଦି ସେ ଇସ୍ତଫା ଦେଇ ପଦତ୍ୟାଗ କରନ୍ତି ବା ତାଙ୍କର ମୃତ୍ୟୁ ହୁଏ ବା ‘ମହାଭିଯୋଗ’ଦ୍ଵାରା ଯଦି ସେ ପଦଚ୍ୟୁତ ହୁଅନ୍ତି, ତା’ହେଲେ ରାଷ୍ଟ୍ରପତି ପଦ ଶୂନ୍ୟପଡ଼େ ଓ ଉପରାଷ୍ଟ୍ରପତି ସର୍ବାଧ‌ିକ ୬ ମାସ ପାଇଁ ଅସ୍ଥାୟୀ ରାଷ୍ଟ୍ରପତିଭାବେ କାର୍ଯ୍ୟ ନିର୍ବାହ କରିବେ ଏବଂ ଏହି ୬ ମାସ ମଧ୍ୟରେ ନୂତନ ରାଷ୍ଟ୍ରପତି ନିର୍ବାଚିତ ହେବେ ।
  • ଉପରାଷ୍ଟ୍ରପତି ଏହି ୬ ମାସ ରାଷ୍ଟ୍ରପତି ପଦବୀର ବେତନ, ଭତ୍ତା ଓ ସମସ୍ତ ସୁବିଧା ଓ ସୁଯୋଗ ଉପଭୋଗ କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ରାଷ୍ଟ୍ରପତିଙ୍କ ପଦଚ୍ୟୁତି ବା ମହାଭିଯୋଗ ବ୍ୟବସ୍ଥା :

  • ଜଣେ ରାଷ୍ଟ୍ରପତି କେବଳ ସମ୍ବିଧାନ ଭଙ୍ଗ ଅଭିଯୋଗରେ ‘ମହାଭିଯୋଗ’ ପ୍ରସ୍ତାବଦ୍ଵାରା ପଦଚ୍ୟୁତ ହୋଇପାରିବେ ।
  • ଏହା ଏକ ଅର୍ଦ୍ଧ-ନ୍ୟାୟିକ ଜଟିଳ ପ୍ରକ୍ରିୟା ।
  • ସର୍ବପ୍ରଥମେ ସଂସଦର ଯେକୌଣସି ଗୃହର ସର୍ବମୋଟ ସଭ୍ୟ ସଂଖ୍ୟାର ଏକ-ଚତୁର୍ଥାଂଶ ସଭ୍ୟ ୧୪ ଦିନ ପୂର୍ବରୁ ଗୃହରେ ଲିଖ୍ ନୋଟିସ୍ ଦେଇ ମହାଭିଯୋଗ ପ୍ରସ୍ତାବ ଆଗତ କରିପାରିବେ ।
  • ଏହାପରେ ପ୍ରସ୍ତାବଟି ସେହି ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟଙ୍କଦ୍ୱାରା ଅନୁମୋଦିତ ହେବାପରେ ତାହା ଅନ୍ୟ ଗୃହକୁ ଅନୁସନ୍ଧାନ (Investigation) ପାଇଁ ପଠାଯିବ ।
  • ଅନୁସନ୍ଧାନ ସମୟରେ ରାଷ୍ଟ୍ରପତି ଚାହିଁଲେ, ସେ ନିଜେ ବା ତାଙ୍କର ପ୍ରତିନିଧୁ ସେଠାରେ ଉପସ୍ଥିତ ରହିପାରିବେ ।
  • ଅନୁସନ୍ଧାନ ପରେ, ଗୃହର ସର୍ବମୋଟ ସଭ୍ୟସଂଖ୍ୟାର ଅନ୍ୟୁନ ଦୁଇ-ତୃତୀୟାଂଶ ସଭ୍ୟ ଯଦି ମହାଭିଯୋଗ ପ୍ରସ୍ତାବକୁ ଅନୁମୋଦନ କରନ୍ତି, ତା’ହେଲେ ସେହିଦିନଠାରୁ ରାଷ୍ଟ୍ରପତି ପଦଚ୍ୟୁତ ହେବେ ।
  • ମନେରଖ : ଆଜି ପର୍ଯ୍ୟନ୍ତ ଭାରତର କୌଣସି ରାଷ୍ଟ୍ରପତିଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଇନାହିଁ ।

→ ରାଷ୍ଟ୍ରପତିଙ୍କ ଶପଥପାଠ :
ଭାରତର ନିର୍ବାଚିତ ରାଷ୍ଟ୍ରପତି ସମ୍ବିଧାନିକ ବ୍ୟବସ୍ଥାନୁସାରେ ସମ୍ବିଧାନକୁ ମାନି ଚଳିବାକୁ ଓ ସମ୍ବିଧାନର ସରକ୍ଷାପାଇଁ ଈଶ୍ଵରଙ୍କ ନାମରେ ଦୃଢ଼ ସଂକଳ୍ପ କରି ଭାରତର ପ୍ରଧାନ ବିଚାରପତିଙ୍କ ଉପସ୍ଥିତିରେ ଶପଥ ପାଠ କରି ଦାୟିତ୍ୱ ଗ୍ରହଣ କରନ୍ତି ।

→ ରାଷ୍ଟ୍ରପତିଙ୍କ କ୍ଷମତା :
ସମ୍ବିଧାନ ସ୍ଵୀକୃତି ରାଷ୍ଟ୍ରପତିଙ୍କର ବିଭିନ୍ନ କ୍ଷମତାଗୁଡ଼ିକ ହେଲା –

  • ପ୍ରଶାସନିକ କ୍ଷମତା
  • ସାମରିକ କ୍ଷମତା
  • କୂଟନୈତିକ କ୍ଷମତା
  • ବ୍ୟବସ୍ଥାପିକା କ୍ଷମତା
  • ଅର୍ଥ ସଂପର୍କିତ କ୍ଷମତା
  • ନ୍ୟାୟିକ କ୍ଷମତା
  • ବିବିଧ କ୍ଷମତା ଓ
  • ଜରୁରୀକାଳୀନ କ୍ଷମତା ବା ଆପତ୍‌କାଳୀନ କ୍ଷମତା ।

(କ) ପ୍ରଶାସନିକ କ୍ଷମତା :

  • ରାଷ୍ଟ୍ରପତି ଅନେକ ସାମ୍ବିଧାନିକ ପଦାତ୍‌ରୀମାନଙ୍କୁ ନିଯୁକ୍ତି ଦେଇଥା’ନ୍ତି । ସେମାନେ ହେଲେ –
    (୧) ପ୍ରଧାନମନ୍ତ୍ରୀ, (୨) ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, (୩) ମହାଧବକ୍ତା (Attorney General), (୪) ମୁଖ୍ୟ ଆୟବ୍ୟୟ ହିସାବ ରକ୍ଷକ ଓ ମହାସମୀକ୍ଷକ (Comptroller & Auditor General of India), (୫) ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, (୬) ରାଜ୍ୟ ଉଚ୍ଚ ନ୍ୟାୟାଳୟମାନଙ୍କର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ, (୭) ରାଜ୍ୟପାଳ, (୮) କେନ୍ଦ୍ର ଲୋକସେବା ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, (୯) ଅର୍ଥ ଆୟୋଗର ଅଧ୍ଯକ୍ଷ ଓ ସଦସ୍ୟବୃନ୍ଦ, (୧୦) ନିର୍ବାଚନ ଆୟୋଗର ମୁଖ୍ୟ ଆୟୁକ୍ତ ଓ ଅନ୍ୟ ଆୟୁକ୍ତଦ୍ଵୟ, (୧୧) ସରକାରୀ ଭାଷା ଆୟୋଗର ଅଧକ୍ଷ ଓ ସଦସ୍ୟ ଏବଂ (୧୨) ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ସଂଖ୍ୟାଲଘୁ ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି :

  • ନିର୍ବାଚନ ପରେ ଲୋକସଭାରେ ସଂଖ୍ୟାଗରିଷ୍ଠ ରାଜନୈତିକ ଦଳ ବା ସଂଖ୍ୟାଗରିଷ୍ଠ ମିଳିତ ଦଳର ନେତାଙ୍କ ପ୍ରଧାନମନ୍ତ୍ରୀ ଭାବରେ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । କିନ୍ତୁ ‘ଝୁଲା ସଂସଦ’ କ୍ଷେତ୍ରରେ, ଅର୍ଥାତ୍ କୌଣସି ଗୋଟିଏ ରାଜନୈତିକ ଦଳ ବା ‘ମେଣ୍ଟଦଳ’ ସଂଖ୍ୟାଗରିଷ୍ଠତା ହାସଲ କରିନପାରନ୍ତି, ପ୍ରଧାନମନ୍ତ୍ରୀ ଚୟନରେ ରାଷ୍ଟ୍ରପତି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରନ୍ତି ।
  • ଏପରି କ୍ଷେତ୍ରରେ ରାଷ୍ଟ୍ରପତିଙ୍କର ବୁଦ୍ଧି, ବିବେକ, ନିରପେକ୍ଷ ବିଚାରଶକ୍ତି, ରାଜନୈତିକ ନୈପୁଣ୍ୟ, ଅଭିଜ୍ଞତା ଓ ଦୂରଦୃଷ୍ଟି ପ୍ରୟୋଗ କରି ଯେଉଁ ବ୍ୟକ୍ତି ଏକ ସୁଦୃଢ଼ ଓ ସ୍ଥାୟୀ ସରକାର ଗଠନ କରିପାରିବେ ବୋଲି ତାଙ୍କର ବିଶ୍ୱାସ ହୁଏ, ତାଙ୍କୁ ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଥା’ନ୍ତି ।
  • ପ୍ରଧାନମନ୍ତ୍ରୀଙ୍କ ନିଯୁକ୍ତି ପରେ ତାଙ୍କ ପରାମର୍ଶରେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • ସଂସଦରେ ସଂଖ୍ୟା ଗରିଷ୍ଠତା ହରାଇବା ପରେ ଯଦି ପ୍ରଧାନମନ୍ତ୍ରୀ ଇସ୍ତଫା ନ ଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରନ୍ତି ।
  • ମନେରଖ : ବାସ୍ତବରେ ଲୋକସଭାର ‘‘ମର୍ଜି’’ ଅନୁସାରେ ମନ୍ତ୍ରୀପରିଷଦ ଶାସନ ଦାୟିତ୍ଵରେ ରହନ୍ତି ।
  • ରାଷ୍ଟ୍ରପତି ମଧ୍ୟ କେତେକ ପଦାଧିକାରୀଙ୍କୁ ବହିଷ୍କାର କରିଥାଆନ୍ତି । ସେମାନେ ହେଲେ –
    (୧) ମହାଧ୍ଵବକ୍ତା, (୨) ରାଜ୍ୟପାଳ, (୩) କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ, (୪) ସର୍ବୋଚ୍ଚ ନ୍ୟାୟାଳୟ ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ଓ ଅନ୍ୟ ନ୍ୟାୟାଧୀଶବୃନ୍ଦ ଓ (୫) ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ଯେକୌଣସି ମନ୍ତ୍ରୀ ।

(ଖ) ସାମରିକ କ୍ଷମତା :

  • ସେ ତିନି ବାହିନୀ (ଜଳ, ସ୍ଥଳ, ଆକାଶ)ର ମୁଖ୍ୟ ସେନାଧ୍ୟକ୍ଷଙ୍କୁ ନିଯୁକ୍ତି ଦିଅନ୍ତି । ତାଙ୍କ ନାମରେ ଯୁଦ୍ଧଘୋଷଣା ଓ ଶାନ୍ତିଚୁକ୍ତି ସମ୍ପାଦିତ ହୁଏ ।
  • ସଂସଦର ଅର୍ଥ ଅନୁମୋଦନ ବିନା ରାଷ୍ଟ୍ରପତି ସାମରିକ ବାହିନୀ ଗଠନ, ପ୍ରଶିକ୍ଷଣ ଓ ପରିଚାଳନା ଇତ୍ୟାଦି କାର୍ଯ୍ୟ କରିପାରିବେ ନାହିଁ ।
  • ମନେରଖ : ଆମ ସମ୍ବିଧାନ ଅନୁଯାୟୀ ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ ହେଉଛନ୍ତି ରାଷ୍ଟ୍ରପତି ।

(ଗ) କୂଟନୈତିକ କ୍ଷମତା :

  • ରାଷ୍ଟ୍ରର ବୈଦେଶିକ ବ୍ୟାପାର ସହିତ ରାଷ୍ଟ୍ରପତିଙ୍କର କୂଟନୈତିକ କ୍ଷମତା ସଂଶ୍ଳିଷ୍ଟ ।
  • ରାଷ୍ଟ୍ରପତି ଅନ୍ୟ ଦେଶ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବା ସହିତ, ସେଠାରେ ଆମ ଦେଶର ନାଗରିକମାନଙ୍କ ସ୍ୱାର୍ଥ ସରକ୍ଷିତ ରଖିବାପାଇଁ କୂଟନୈତିକ ପ୍ରତିନିଧୁମାନଙ୍କୁ ନିଯୁକ୍ତି ଦେଇଥାଆନ୍ତି ।
  • ଅନ୍ୟ ଦେଶମାନଙ୍କର କୂଟନୈତିକ ପ୍ରତିନିଧୂ ପ୍ରଥମେ ରାଷ୍ଟ୍ରପତିଙ୍କୁ ସେମାନଙ୍କର ପରିଚୟ ପତ୍ର ପ୍ରଦାନ କରିଥା’ନ୍ତି ।

(ଘ) ବ୍ୟବସ୍ଥାପିକା କ୍ଷମତା :

  • ରାଷ୍ଟ୍ରପତି ଉଭୟ ଗୃହର ଅଧିବେଶନ ଡକାନ୍ତି ଏବଂ ଆଗାମୀ ଅଧିବେଶନ ପର୍ଯ୍ୟନ୍ତ ‘ପ୍ରୋରୋଗ’ ରଖୂପାରନ୍ତି ।
  • କୌଣସି ‘ବିଲ’ ଉପରେ ଉଭୟ ଗୃହ ମଧ୍ୟରେ ମତପାର୍ଥକ୍ୟ ଉପୁଜିଲେ, ରାଷ୍ଟ୍ରପତି ସଂସଦର ‘ମିଳିତ ଅଧିବେଶନ ରଖୂପାରନ୍ତି ।
  • ପ୍ରତ୍ୟେକ ସାଧାରଣ ନିର୍ବାଚନ ପରେ ଓ ପ୍ରତ୍ୟେକ ବର୍ଷ ଆରମ୍ଭରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ଉଭୟ ଗ୍ରହକ ‘ଅଭିଭାଷଣ’ ପ୍ରଦାନ କରନ୍ତି ଓ ସର୍ବସାଧାରଣଙ୍କ ସ୍ବାର୍ଥ ସମ୍ବଳିତ ‘ବାର୍ତ୍ତା’ ପଠାଇଥାଆନ୍ତି ।
  • ରାଷ୍ଟ୍ରପତିଙ୍କ ସମ୍ମତି ବିନା କୌଣସି ‘ବିଲ୍’ ପୂର୍ଣାଙ୍ଗ ଆଇନରେ ପରିଣତ ହୋଇପାରେ ନାହିଁ ।
  • ସଂସଦରେ ଗୃହୀତ ହୋଇ ଚିଠା ଆଇନ ବା ବିଲ୍ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କର ‘ସମ୍ମତି’ ପାଇଁ ପଠାଗଲା ପରେ “ସେ ନିମ୍ନଲିଖ୍ ତିନୋଟି ବିକଳ୍ପରୁ ଯେକୌଣସି ଗୋଟିଏ ଅବଲମ୍ବନ କରିପାରନ୍ତି ।
    (୧) ସେ ଚିଠା ଆଇନ ବା ବିଲ୍‌କୁ ସମ୍ମତି ପ୍ରଦାନ କରିପାରନ୍ତି ।
    (୨) ‘ସମ୍ମତି’ ପ୍ରଦାନ ନ କରି ତା’ର କାରଣ ପ୍ରକାଶ କରିଥାଆନ୍ତି ।
    (୩) ‘ଅର୍ଥ ବିଲ୍’ ବ୍ୟତୀତ ଅନ୍ୟ ‘ସାଧାରଣ ଚିଠା ଆଇନ’ କ୍ଷେତ୍ରରେ ସେ ବିଲ୍‌କୁ ସଂସଦର ଉଭୟ ଗୃହକୁ ପୁନର୍ବିଚାର ପାଇଁ ପଠାଇପାରନ୍ତି ।
  • ବିଲ୍‌ ସଂସଦର ଉଭୟ ଗୃହରେ ପୁନର୍ବାର ଗୃହୀତ ହେଲେ ରାଷ୍ଟ୍ରପତି ସ୍ବୀକୃତି ଦେବାକୁ ବାଧ୍ୟ ହୁଅନ୍ତି ।
  • ମନେରଖ : ଅର୍ଥ ବିଲ୍ ସଂସଦରେ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତି ‘ପ୍ରାକ୍-ଅନୁମତି’ ପ୍ରଦାନ କରିଥିବାରୁ, ଏହି ବିଲଟିକୁ ସେ ସମ୍ମତି ଦେବାକୁ ବାଧ୍ୟ ହୋଇଥାଆନ୍ତି ।
  • ସେହିପରି ନୂତନ ରାଜ୍ୟ ପ୍ରତିଷ୍ଠା ବା ରାଜ୍ୟର ପରିସୀମା ପରିବର୍ତ୍ତନ, କୌଣସି ରାଜ୍ୟର ନାମ ପରିବର୍ତ୍ତନ ବା ମୌଳିକ ଅଧିକାର ସମ୍ପର୍କିତ ବିଲ୍ ସଂସଦରେ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କର ‘ପ୍ରାକ୍-ଅନୁମତି’ ଆବଶ୍ୟକ ହୋଇଥାଏ ।
  • ସମ୍ବିଧାନ ସଂଶୋଧନ ସମ୍ପର୍କିତ ବିଲ୍‌କୁ ରାଷ୍ଟ୍ରପତି ସମ୍ମତି ଦେବାକୁ ବାଧ୍ୟ ।
  • ସଂସଦର ଅଧୂବେଶନ ନଥ‌ିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତି ଉପୁଜେ, ତା’ହେଲେ ମନ୍ତ୍ରୀମଣ୍ଡଳର ପରାମର୍ଶରେ ରାଷ୍ଟ୍ରପତି ‘ଅଧ୍ୟାଦେଶ’ ଜାରି କରନ୍ତି ।
  • ମାତ୍ର ସଂସଦର ପରବର୍ତ୍ତୀ ଅଧୂବେଶନର ୬ ସପ୍ତାହ ମଧ୍ୟରେ ଅଧ୍ୟାଦେଶଟି ସଂସଦରେ ଗୃହୀତ ନହେଲେ ସ୍ବତଃ ଅକାମୀ ହୋଇଥାଏ, ଏବଂ ୬ ସପ୍ତାହ ମଧ୍ୟରେ ଗୃହୀତ ହେଲେ ଏହା ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହୁଏ ।
  • ରାଷ୍ଟ୍ରପତି ଲୋକସଭାକୁ ଦୁଇଜଣ ଆଙ୍ଗୋ ଭାରତୀୟ (Anglo Indian) ସଂପ୍ରଦାୟର ବ୍ୟକ୍ତିଙ୍କୁ ସାଂସଦ ଭାବରେ ମନୋନୀତ କରିପାରନ୍ତି । କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ରାଜ୍ୟସଭାକୁ ମନୋନୀତ କରିଥାଆନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

(ଙ) ଅର୍ଥ ସମ୍ପର୍କିତ କ୍ଷମତା :

  • ରାଷ୍ଟ୍ରପତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଦ୍ବାରା ପ୍ରତ୍ୟେକ ବର୍ଷ ପ୍ରାରମ୍ଭରେ ଦେଶର ବାର୍ଷିର୍କ ‘ବଜେଟ୍’ ବା ଆୟବ୍ୟୟର ଅଟକଳ ସଂସଦରେ ଆଗତ କରାଇଥାଆନ୍ତି ।
  • ସେ ଭାରତର ମୁଖ୍ୟ ହିସାବ ରକ୍ଷକ ଓ ମହାସମୀକ୍ଷକ (Comptroller and Auditor General) ଙ୍କର ରିପୋର୍ଟ
  • ସେ ‘ଅର୍ଥ ଆୟୋଗ’ ନିଯୁକ୍ତ କରନ୍ତି ଏବଂ ଏହାର ରିପୋର୍ଟକୁ ସଂସଦରେ ଉପସ୍ଥାପିତ କରାନ୍ତି ।
  • ମନେରଖ : ରାଷ୍ଟ୍ରପତି ଦେଶର ଆର୍ଥିକ ଦୁର୍ଦ୍ଦିନରେ ‘ଆର୍ଥକ ଜରୁରୀ ପରିସ୍ଥିତି’ (Financial Emergency) ଘୋଷଣା କରାନ୍ତି ।

(ଚ) ନ୍ୟାୟିକ କ୍ଷମତା :

  • ରାଷ୍ଟ୍ରପତି ମତ୍ୟ ଦଣ୍ଡାଦେଶ ପାଇଥବା ଅଭିଯୁକ୍ତ ବ୍ୟକ୍ତିଙ୍କ କ୍ଷମା ଦେଇପାରନ୍ତି ଓ ଅନ୍ୟ ଅପରାଧୀମାନଙ୍କର ଦଣ୍ଡାଦେଶର ପରିମାଣ କୋହଳ କରିପାରନ୍ତି, ସ୍ଥଗିତ ରଖୂପାରନ୍ତି ଓ ହ୍ରାସ କରିପାରନ୍ତି ।
  • ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସମେତ ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତ କରନ୍ତି ଓ ସେମାନଙ୍କର ବଦଳି ଆଦେଶ ଦେଇଥା’ନ୍ତି ।
  • ରାଷ୍ଟ୍ରପତି ସଂସଦର ଅନୁମୋଦନ କ୍ରମେ ସମସ୍ତ ବିଚାରପତିମାନଙ୍କୁ ପଦଚ୍ୟୁତ ଆଦେଶ ଦେଇପାରନ୍ତି ।

(ଛ) ବିବିଧ କ୍ଷମତା :
ରାଷ୍ଟ୍ରପତିଙ୍କୁ କେନ୍ଦ୍ର କାର୍ଯ୍ୟପାଳିକାର ମୁଖ୍ୟ ଭାବରେ ପ୍ରଦତ୍ତ ‘ବିବିଧ କ୍ଷମତା’କୁ ‘ଅବଶିଷ୍ଟ କ୍ଷମତା’ ମଧ୍ୟ କୁହାଯାଇପାରେ । ଯଥା –

  • କେନ୍ଦ୍ର ଲୋକସେବା ଆୟୋଗର ସଭ୍ୟ ସଂଖ୍ୟା ନିର୍ଦ୍ଧାରଣ, ରାଜ୍ୟପାଳଙ୍କ କାର୍ଯ୍ୟାବଳୀ, ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ କାର୍ଯ୍ୟକାରୀ କରାଯିବା ପଦ୍ଧତି, ଅନସୂଚିତ ଜାତି ଓ ଜନଜାତି ନିର୍ଦ୍ଧାରଣ ପ୍ରଣାଳୀ, ଇତ୍ୟାଦି ବିଭିନ୍ନ ବିଷୟରେ ରାଷ୍ଟ୍ରପତି ଆବଶ୍ୟକୀୟ ନୀତି ନିର୍ଦ୍ଧାରଣ କରିଥାଆନ୍ତି ।
  • ରାଷ୍ଟ୍ରପତି ଅର୍ଥ ଆୟୋଗ, ସରକାରୀ ଭାଷା ଆୟୋଗ, ଅନୁସୂଚିତ ଅଞ୍ଚଳର ବିକାଶର ଅନୁଧ୍ୟାନ ପାଇଁ ନିଯୁକ୍ତ ଆୟୋଗ, ଆନ୍ତଃରାଜ୍ୟ ପରିଷଦ ଇତ୍ୟାଦି ଗଠନ କରିଥାଆନ୍ତି ।
  • ରାଷ୍ଟ୍ରପତିଙ୍କର କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଇଁ କେତେକ ସ୍ବତନ୍ତ୍ର କ୍ଷମତା ଓ ଦାୟିତ୍ବ ରହିଅଛି ।
  • ଅନୁସୂଚିତ ଜାତି ଓ ଜନଜାତି ଏବଂ ଅନୁସୂଚିତ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ରାଷ୍ଟ୍ରପତି ବିଭିନ୍ନ ଦାୟିତ୍ଵ ନିର୍ବାହ କରିଥାଆନ୍ତି ।
  • ମନେରଖ : ରାଷ୍ଟ୍ରପତି ‘ସାଧାରଣତନ୍ତ୍ର ଦିବସ’ରେ ଦେଶର ଆଳଂକାରିକ ମୁଖ୍ୟଭାବେ ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରନ୍ତି ।

(ଜ) ଜରୁରୀକାଳୀନ କ୍ଷମତା ବା ଆପତ୍‌କାଳୀନ କ୍ଷମତା :

  • ରାଷ୍ଟ୍ରପତିଙ୍କୁ ଜରୁରୀକାଳୀନ ବା ଆପତ୍‌କାଳୀନ ପରିସ୍ଥିତିର ମୁକାବିଲା ପାଇଁ ତିନୋଟି କ୍ଷମତା ସମ୍ବିଧାନଦ୍ୱାରା ପ୍ରଦାନ କରାଯାଇଛି ।

ଜରୁରୀକାଳୀନ କ୍ଷମତା ବା ଆପତ୍‌କାଳୀନ କ୍ଷମତା 1

 

  • ଜାତୀୟ ଜରୁରୀ ପରିସ୍ଥିତି – ଯୁଦ୍ଧ, ବହିଃଶତ୍ରୁ ଆକ୍ରମଣ, ସଙ୍ଗଠିତ ସଶସ୍ତ୍ର ବିଦ୍ରୋହ ପରିସ୍ଥିତିରେ ରାଷ୍ଟ୍ରପତି ସମଗ୍ର ଦେଶରେ ବା ଦେଶର କେତେକ ଅଞ୍ଚଳରେ ମନ୍ତ୍ରୀମଣ୍ଡଳର ଲିଖୁ ସୁପାରିସକ୍ରମେ ସମ୍ବିଧାନର ୩୫୨ଧାରା ଅନୁସାରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି । ଫଳରେ କେନ୍ଦ୍ର ସରକାରଙ୍କ କ୍ଷମତା ସର୍ବବ୍ୟାପୀ ହୁଏ, ରାଜ୍ୟ ତାଲିକାଭୁକ୍ତ ବିଷୟରେ ସାଂସଦ ଆଇନ ପ୍ରଣୟନ କରେ, ନାଗରିକର ମୌଳିକ ଅଧିକାର ସଙ୍କୁଚିତ ହୁଏ ।
  • ୩୫୨ ଧାରା – ଜାତୀୟ ଜରୁରୀ ପରିସ୍ଥିତି:
    ରାଷ୍ଟ୍ରପତି ଶାସନ ବ୍ୟବସ୍ଥା – କୌଣସି ରାଜ୍ୟର ସାମ୍ବିଧାନିକ ଶାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବାର ଖବର ରାଷ୍ଟ୍ରପତି ରାଜ୍ୟପାଳଙ୍କଠାରୁ ବା ଅନ୍ୟ ସୂତ୍ରରୁ ଜାଣିପାରିଲେ ସମ୍ପୃକ୍ତ ରାଜ୍ୟରେ ସମ୍ବିଧାନର ୩୫୬ ଧାରା ଅନୁସାରେ ରାଷ୍ଟ୍ରପତି ଶାସନ ଜାରି କରନ୍ତି । ଫଳରେ ସେହି ରାଜ୍ୟର ଶାସନ ଭାର ରାଷ୍ଟ୍ରପତି ଗ୍ରହଣ କରନ୍ତି, * ସଂସଦ ରାଜ୍ୟ ପାଇଁ ଆଇନ ପ୍ରଣୟନ କରେ ଓ ବଜେଟ୍ ଗୃହୀତ କରାଏ ।
  • ୩୫୬ ଧାରା -ରାଜ୍ୟ ଜରୁରୀ ପରିସ୍ଥିତି:
    ଆର୍ଥିକ ଜରୁରୀ ପରିସ୍ଥିତି – ଦେଶର ଆର୍ଥିକ ଅବସ୍ଥା ବିପଦଗ୍ରସ୍ତ ହେଲେ ରାଷ୍ଟ୍ରପତି ସମ୍ବିଧାନର ୩୬୦ ଧାରା ଅନୁସାରେ ଆର୍ଥିକ ଜରୁରୀ ପରିସ୍ଥିତି ଘୋଷଣା କରନ୍ତି । ଏହି ପରିସ୍ଥିତିରେ ଉଚ୍ଚତମ ଓ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସମେତ କେନ୍ଦ୍ର ସରକାରଙ୍କ ସମସ୍ତ କର୍ମଚାରୀଙ୍କ ବେତନ ହ୍ରାସ କରାଯାଏ ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

୩୬୦ ଧାରା – ଆର୍ଥିକ ଜରୁରୀ ପରିସ୍ଥିତି
→ ରାଷ୍ଟ୍ରପତିଙ୍କ ପଦମର୍ଯ୍ୟାଦା :

  • ରାଷ୍ଟ୍ରପତି ଆମ ଦେଶର ଐକ୍ୟ ଓ ସଂହତିର ପ୍ରତୀକ । ସେ ଭାରତର ନୀତି ଓ ଆଦର୍ଶର ବାର୍ତ୍ତାବହ ।
  • ସେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ବନ୍ଧୁ, ପ୍ରୋତ୍ସାହକ ଓ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରନ୍ତି ।
  • ମନେରଖ : ଝୁଲା ସଂସଦ ଓ ମିଳିତ ମନ୍ତ୍ରିମଣ୍ଡଳ ଭଳି ଅସ୍ଵାଭାବିକ ପରିସ୍ଥିତିରେ ସେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ୱ ତୁଲାଇଥାଆନ୍ତି ।

→ ଉପରାଷ୍ଟ୍ରପତି :

  • ଆମ ସମ୍ବିଧାନଦ୍ୱାରା ଉପରାଷ୍ଟ୍ରପତି ପଦ ସୃଷ୍ଟ ଓ ସ୍ଵୀକୃତ ।
  • ଯୋଗ୍ୟତା – ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହୋଇଥ‌ିବେ, ଅନ୍ୟୁନ ୩୫ ବର୍ଷ ବୟସ୍କ ହୋଇଥ‌ିବେ, କେନ୍ଦ୍ର ଓ ରାଜ୍ୟ ସରକାର ଅଧୀନରେ କୌଣସି ଲାଭଜନକ ପଦବୀରେ ନ ଥ‌ିବେ, ରାଜ୍ୟସଭାର ସଦସ୍ୟ ହେବାପାଇଁ ତାଙ୍କର ସମସ୍ତ ଯୋଗ୍ୟତା ଥିବ ।
  • ନିର୍ବାଚନ – ଉପରାଷ୍ଟ୍ରପତି ସଂସଦର ଉଭୟ ଗୃହର ସମସ୍ତ ସଭ୍ୟଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀଦ୍ଵାରା ଆନୁପାତିକ ପସନ୍ଦଭିଭିକ ପ୍ରତିନିଧୂ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ପ୍ରଣାଳୀରେ ନିର୍ବାଚିତ ହୁଅନ୍ତି ।
  • କାର୍ଯ୍ୟକାଳ – ଉପରାଷ୍ଟ୍ରପତି ୫ ବର୍ଷ ପାଇଁ ନିର୍ବାଚିତ ହୋଇଥାଆନ୍ତି । କାର୍ଯ୍ୟକାଳ ସମାପ୍ତି ହେବା ପୂର୍ବରୁ ସେ ଇସ୍ତଫା ପ୍ରଦାନ କରିପାରନ୍ତି ବା ତାଙ୍କୁ ପଦଚ୍ୟୁତ କରାଯାଇପାରେ ।
  • କାର୍ଯ୍ୟାବଳୀ – ଯେତେବେଳେ ମୃତ୍ୟୁ, ପଦତ୍ୟାଗ ବା ପଦଚ୍ୟୁତି କାରଣରୁ ଦେଶର ରାଷ୍ଟ୍ରପତି ପଦ ଶୂନ୍ୟ ପଡ଼େ, ସେତେବେଳେ ଉପରାଷ୍ଟ୍ରପତି, ଅସ୍ଥାୟୀ ରାଷ୍ଟ୍ରପତି ଭାବରେ ସର୍ବାଧ‌ିକ ୬ ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଥାଆନ୍ତି । ରାଷ୍ଟ୍ରପତି ଅସୁସ୍ଥ ହୋଇପଡ଼ିଲେ ବା ଦୀର୍ଘଦିନ ବିଦେଶ ଗସ୍ତରେ ଗଲେ, ସେ ରାଷ୍ଟ୍ରପତିଙ୍କର ଅନୁପସ୍ଥିତିରେ ତାଙ୍କର କାର୍ଯ୍ୟ ନିର୍ବାହ କରିଥାଆନ୍ତି ।

→ କେନ୍ଦ୍ର ମନ୍ତ୍ରୀପରିଷଦ :

  • ପ୍ରଧାନମନ୍ତ୍ରୀ ହେଉଛନ୍ତି ମନ୍ତ୍ରୀପରିଷଦର ମୁଖ୍ୟ । ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • କେନ୍ଦ୍ର ମନ୍ତ୍ରୀପରିଷଦର ସଭ୍ୟସଂଖ୍ୟା ଲୋକସଭାର ସଭ୍ୟସଂଖ୍ୟାର ୧୫ ପ୍ରତିଶତରୁ ଅଧିକ ହେବ ନାହିଁ ।
  • ମନ୍ତ୍ରୀପରିଷଦରେ ସାଧାରଣତଃ ତିନିପ୍ରକାର ମନ୍ତ୍ରୀ ଥାଆନ୍ତି; ଯଥା –

କେନ୍ଦ୍ର ମନ୍ତ୍ରୀପରିଷଦ

  • ଲୋକସଭା ‘ଅନାସ୍ଥା ପ୍ରସ୍ତାବ’ ଅନୁମୋଦନ କରି କିମ୍ବା ଗୁରୁତ୍ଵପୂର୍ଣ୍ଣ ସରକାରୀ ବିଧେୟକକୁ ଅନୁମୋଦନ ନ ଦେଇ ମନ୍ତ୍ରୀପରିଷଦ ବିରୁଦ୍ଧରେ ନିଜର ଅନାସ୍ଥା ଭାବ ପ୍ରକଟ କରିଥାଏ ।
  • ମନେରଖ : ଆମ ଦେଶରେ ‘ସଂସଦୀୟ ସରକାର’ ବା ‘ମନ୍ତ୍ରିମଣ୍ଡଳୀୟ ସରକାର’ (Cabinet Goverment) ପ୍ରଚଳିତ ।

→ ପ୍ରଧାନମନ୍ତ୍ରୀ :

  • ପ୍ରଧାନମନ୍ତ୍ରୀ ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ।
  • ସେ ମନ୍ତ୍ରୀମାନଙ୍କ ପାହ୍ୟା ନିର୍ଦ୍ଧାରଣ କରନ୍ତି ଓ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି ।
  • ସେ ରାଷ୍ଟ୍ରପତି ଏବଂ ମନ୍ତ୍ରୀମଣ୍ଡଳ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଷ୍ଟ୍ରପତିଙ୍କୁ ମନ୍ତ୍ରୀମଣ୍ଡଳର ସମସ୍ତ ନିଷ୍ପଭି ଜଣାଇଥା’ନ୍ତି ।
  • ସେ ମନ୍ତ୍ରୀମଣ୍ଡଳ ଓ ସଂସଦ ମଧ୍ଯରେ ଯୋଗସୂତ୍ର ରକ୍ଷା କରନ୍ତି । ସେ ରାଷ୍ଟ୍ରର ନେତା, ଦେଶର ଲୋକମାନଙ୍କର ନେତା ଓ ଦଳର ନେତାଭାବେ କାର୍ଯ୍ୟ କରନ୍ତି ।
  • ମନେରଖ : ପ୍ରଧାନମନ୍ତ୍ରୀ ‘ନୀତି ଆୟୋଗ’ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରନ୍ତି । ସ୍ଵାଧୀନତା ଦିବସରେ ସେ ଲାଲକିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ଉପକ୍ରମ :

  • କେନ୍ଦ୍ର ବ୍ୟବସ୍ଥାପିକା ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ । ରାଷ୍ଟ୍ରପତି, ଲୋକସଭା ଏବଂ ରାଜ୍ୟସଭାକୁ ନେଇ ସଂସଦ ଗଠିତ ।
  • ଏହି ଦ୍ୱି-ସଦନୀୟ ସଂସଦର ନିମ୍ନ ସଦନକୁ ‘ଲୋକସଭା’ ଓ ଉଚ୍ଚସଦନକୁ ‘ରାଜ୍ୟସଭା’ କୁହାଯାଏ ।
  • ଲୋକସଭା ହେଉଛି ଲୋକମାନଙ୍କର ସଭା । ଏହା ଜନସାଧାରଣଙ୍କଦ୍ବାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ଲୋକ ପ୍ରତିନିଧ‌ିମାନଙ୍କୁ ନେଇ ଗଠିତ ।
  • ରାଜ୍ୟସଭା ସଂଘୀୟ ନୀତି ଉପରେ ଆଧାରିତ । ଏହି ସଭା ରାଜ୍ୟମାନଙ୍କୁ ପ୍ରତିନିଧୁତ୍ଵ କରେ ।
  • ରାଜ୍ୟସଭା ରାଜ୍ୟର ବିଧାନମଣ୍ଡଳର ନିର୍ବାଚିତ ସଦସ୍ୟମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧ‌ିମାନଙ୍କୁ ନେଇ ଗଠିତ ।

→ ଲୋକସଭା :

  • ଲୋକସଭା ଦେଶର ନାଗରିକମାନଙ୍କଦ୍ୱାରା ସାର୍ବଜନୀନ ସାବାଳକ ଭୋଟ ପ୍ରଥା ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ପ୍ରତିନିଧ‌ିମାନଙ୍କୁ ନେଇ ଗଠିତ ।
  • ମନେରଖ : ବର୍ତ୍ତମାନ ଲୋଭସଭାର ସଭ୍ୟସଂଖ୍ୟା ୫୪୫ । ସେଥିରୁ ୫୩୦ ଜଣ ରାଜ୍ୟମାନଙ୍କରୁ, ୧୩ ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହୋଇ ଆସିଛନ୍ତି ଏବଂ ୨ଜଣ ଆଗ୍ଲୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିଛନ୍ତି ।
  • ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭାର ସର୍ବମୋଟ ସଭ୍ୟସଂଖ୍ୟା ସର୍ବାଧ‌ିକ ୫୫୨ ହୋଇପାରିବ । ଏଥ‌ିରେ ୫୩୦ ଜଣ ବିଭିନ୍ନ ରାଜ୍ୟରୁ ଓ ସର୍ବାଧ‌ିକ ୨୦ଜଣ କେନ୍ଦ୍ରଶାସିତ ଅଞ୍ଚଳରୁ ନିର୍ବାଚିତ ହେବେ ଏବଂ ୨ଜଣ ଆଙ୍ଗୋ ଭାରତୀୟଙ୍କୁ ରାଷ୍ଟ୍ରପତି ମନୋନୀତ କରିପାରିବେ ।
  • ଓଡ଼ିଶାରୁ ଲୋଭସଭାରେ ୨୧ଜଣ ସଭ୍ୟ ଅଛନ୍ତି ।
    (୧) ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
    (୨) ତାଙ୍କର ବୟସ ଅନ୍ୟୁନ ୨୫ ବର୍ଷ ହୋଇଥ‌ିବ ।
    (୩) ସେ ଜଣେ ଦେବାଳିଆ ବା ମସ୍ତିଷ୍କ ବିକୃତ ବ୍ୟକ୍ତି ହୋଇ ନ ଥ‌ିବେ ।
    (୪) ସେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧୀନରେ କୌଣସି ଲାଭଜନକ ପଦବୀରେ ରହି ନଥ‌ିବେ ।
    (୫) ସଂସଦଦ୍ଵାରା ପ୍ରଣୀତ ଆଇନଦ୍ୱାରା ନିର୍ଦ୍ଦେଶିତ ଅନ୍ୟାନ୍ୟ ଯୋଗ୍ୟତା ତାଙ୍କର ଥ‌ିବ ।
  • ଲୋକସଭାର କାର୍ଯ୍ୟକାଳ ୫ ବର୍ଷ । ୫ ବର୍ଷ କାର୍ଯ୍ୟକାଳ ଶେଷ ହେଲେ ଲୋକସଭାକୁ ଆନୁଷ୍ଠାନିକ ଭାବେ ଭଙ୍ଗ କରାଯାଏ । ମାତ୍ର ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଏହାକୁ ୫ ବର୍ଷ ପୂର୍ବରୁ ଭାଙ୍ଗି ଦେଇପାରନ୍ତି ।
  • ଲୋକସଭାର ଅଧିବେଶନ ଅନ୍ୟୁନ ବର୍ଷକୁ ଦୁଇଥର ବସେ । ଲୋକସଭାର ଅଧିବେଶନ ବସିବାର କାର୍ଯ୍ୟକାଳ ବର୍ଷକୁ ୧୨୦ରୁ ୧୫୦ ଦିନ ହୋଇଥାଏ ।
  • କୌଣସି ସଭ୍ୟ ଗୃହର ବିନାନୁମତିରେ ଗୃହର ସମସ୍ତ ଅଧିବେଶନରୁ ୬୦ ଦିନ ପର୍ଯ୍ୟନ୍ତ ଲଗାତର ଅନୁପସ୍ଥିତ ରହିଲେ, ସେ ତାଙ୍କର ସଭ୍ୟପଦ ହରାନ୍ତି । ସମସ୍ତ ସଭ୍ୟ ନିର୍ଦ୍ଧାରିତ ବେତନ ଓ ଭତ୍ତା ପାଆନ୍ତି ।
  • ମନେରଖ : ଯେଉଁ ନୂନତମ ସଂଖ୍ୟକ ସଭ୍ୟଙ୍କ ଉପସ୍ଥିତି ସଭାକାର୍ଯ୍ୟ ଆରମ୍ଭ କରିବାପାଇଁ ନିହାତି ଜରୁରୀ ତାହାକୁ ‘କୋରମ’ କୁହାଯାଏ । ଲୋକସଭାର କୋରମ ସଂଖ୍ୟା ୫୫ ।

→ ବାଚସ୍ପତି :

  • ଲୋକସଭାର ପ୍ରଥମ ବୈଠକରେ ଲୋକସଭାର ସଭ୍ୟମାନେ ନିଜ ମଧ୍ୟରୁ ଜଣକୁ ବାଚସ୍ପତି ଭାବେ ନିର୍ବାଚିତ କରିଥାଆନ୍ତି । ସେ ଲୋକସଭାର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।
  • ସାଧାରଣତଃ ଶାସକ ଦଳର ଜଣେ ସଭ୍ୟ ବାଚସ୍ପତି ହୋଇଥା’ନ୍ତି; ମାତ୍ର ବାଚସ୍ପତି ଭାବେ ନିର୍ବାଚିତ ହେବାପରେ ସେ ଦଳୀୟ ଆନୁଗତ୍ୟରୁ ଅଲଗା ରହି ନିରପେକ୍ଷତା ଅବଲମ୍ବନ କରିଥାଆନ୍ତି ।
  • ବାଚସ୍ପତି ଗୃହରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି । ସଭ୍ୟମାନଙ୍କର ଅଧିକାର ଓ ସୁବିଧା ସୁଯୋଗକୁ ସେ ସୁରକ୍ଷା ପ୍ରଦାନ କରନ୍ତି । ବିଶୃଙ୍ଖଳିତ ଆଚରଣ ପାଇଁ ସେ ସଦସ୍ୟମାନଙ୍କୁ ଗୃହରୁ ବହିଷ୍କାର ବା ନିଲମ୍ବିତ କରନ୍ତି ।
  • ଯେତେବେଳେ ଲୋକସଭାରେ ଗୋଟିଏ ଚିଠା ଆଇନ (ବିଲ୍) ବା ଆଗତ ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ, ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣ୍ଣାୟକ ଭୋଟ (Casting Vote) ପ୍ରଦାନ କରି ଚିଠା ଆଇନ (ବିଲ୍) ବା ଆଗତ ପ୍ରସ୍ତାବଟିର ଭାଗ୍ୟ ନିର୍ଦ୍ଧାରଣ କରିଥାଆନ୍ତି ।
  • ଲୋକସଭାର ସଭ୍ୟମାନଙ୍କଦ୍ବାରା ଜଣେ ଉପବାଚସ୍ପତି ନିର୍ବାଚିତ ହୋଇଥାଆନ୍ତି । ବାଚସ୍ପତିଙ୍କ ଅନୁପସ୍ଥିତିରେ ସେ ଗୃହକାର୍ଯ୍ୟ ପରିଚାଳନା କରନ୍ତି । ପରମ୍ପରା ଅନୁସାରେ ଜଣେ ବିରୋଧୀ ଦଳର ସଭ୍ୟ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥାଆନ୍ତି ।

→ ରାଜ୍ୟସଭା :

  • ରାଜ୍ୟସଭା ହେଉଛି ସଂସଦର ଉଚ୍ଚ ସଦନ । ଏହା ରାଜ୍ୟମାନଙ୍କର ପ୍ରତିନିଧୂ କରେ ।
  • ମନେରଖ : ରାଜ୍ୟସଭାର ସର୍ବାଧ‌ିକ ସଭ୍ୟସଂଖ୍ୟା ୨୫୦ । ଏଥିରୁ ୨୩୮ ଜଣ ସଭ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି ଏବଂ ୧୨ ଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ମନୋନୀତ କରନ୍ତି ।
  • ରାଜ୍ୟସଭାର ସଭ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ ଅତିକମ୍‌ରେ ୩୦ ବର୍ଷ ବୟସ ହୋଇଥିବା ଆବଶ୍ୟକ । ଅନ୍ୟ ସମସ୍ତ ଯୋଗ୍ୟତା ଲୋକସଭାର ସଦସ୍ୟ ପଦର ଯୋଗତା ସହ ସମାନ ।
  • ରାଜ୍ୟସଭା ଏକ ସ୍ଥାୟୀ ସଭା । ଏହାର ବିଲୟ ଘଟେ ନାହିଁ ।
  • ରାଜ୍ୟସଭାରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇନଥାଏ ।
  • ରାଜ୍ୟସଭାର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ବା ମନୋନୀତ ହୋଇଥାଆନ୍ତି ।
  • ରାଜ୍ୟସଭାର ଏକ-ତୃତୀୟାଂଶ ସଭ୍ୟ ପ୍ରତି ୨ ବର୍ଷରେ ଅବସର ଗ୍ରହଣ କରିଥାଆନ୍ତି । ତେଣୁ ପ୍ରତି ୨ ବର୍ଷରେ ଥରେ ରାଜ୍ୟସଭା ପାଇଁ ନିର୍ବାଚନ କରାଯାଇ ଏକ-ତୃତୀୟାଂଶ ସଭ୍ୟପଦ ପୂରଣ କରାଯାଇଥାଏ ।
  • ଉପରାଷ୍ଟ୍ରପତି ରାଜ୍ୟସଭାର ଅଧ୍ୟକ୍ଷ ଅଟନ୍ତି ।
  • ସେ ରାଜ୍ୟସଭାରେ ଶାନ୍ତିଶୃଙ୍ଖଳା ରକ୍ଷାକରିବା ସହିତ ଗୃହର ସଭାକାର୍ଯ୍ୟ ସମ୍ପାଦନ କରିଥାଆନ୍ତି ।
  • ସେ ରାଜ୍ୟସଭାରେ ଗୃହର ନୀତି ନିୟମଗୁଡ଼ିକ ବ୍ୟାଖ୍ୟା କରନ୍ତି । ସଭ୍ୟମାନଙ୍କର ଅଧିକାର ଓ ସୁବିଧା ସୁଯୋଗର ସୁରକ୍ଷା କରନ୍ତି ।
  • ଲୋକସଭାର ଉପବାଚସ୍ପତିଙ୍କ ପରି ରାଜ୍ୟସଭାରେ ଜଣେ ନିର୍ବାଚିତ ଉପାଧ୍ୟକ୍ଷ ଅଛନ୍ତି । ସେ ରାଜ୍ୟସଭାର ସଭ୍ୟମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି । ଅଧ୍ୟକ୍ଷଙ୍କର ଅନୁପସ୍ଥିତିରେ ଉପାଧ୍ୟକ୍ଷ ଗୃହକାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ସଂସଦର କ୍ଷମତା ଓ କାର୍ଯ୍ୟାବଳୀ :

  • ସଂସଦ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପ ଓ ନୀତିଗୁଡ଼ିକ ଉପରେ ଆଲୋଚନା, ମନ୍ତ୍ରୀମାନଙ୍କୁ ପ୍ରଶ୍ନୋତ୍ତର ଆଦି କାର୍ଯ୍ୟକ୍ରମଦ୍ବାରା କାର୍ଯ୍ୟପାଳିକାକୁ ନିୟନ୍ତ୍ରଣ କରିଥାଏ ।
  • ସଂସଦର ବିନା ଅନୁମୋଦନରେ ସରକାର କୌଣସି ଖର୍ଚ୍ଚ କିମ୍ବା ଟିକସ ଆଦାୟ କରିପାରନ୍ତି ନାହିଁ ।
  • ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସାଂସଦମାନେ ଭାଗ ନିଅନ୍ତି ।
  • ସଂସଦଦ୍ୱାରା ରାଷ୍ଟ୍ରପତିଙ୍କୁ ମହାଭିଯୋଗ ପ୍ରସ୍ତାବଦ୍ଵାରା ପଦଚ୍ୟୁତ କରାଯାଇପାରେ ।
  • ସଂସଦ ସମ୍ବିଧାନ ସଂଶୋଧନ କରିଥାଏ ।
  • ମନେରଖ : ସଂସଦ କେନ୍ଦ୍ର ତାଲିକା ଏବଂ ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରେ ।

→ ସଂସଦରେ ଆଗତ ପ୍ରଣୟନ ପଦ୍ଧତି :

  • ସଂସଦରେ ଆଗତ ପ୍ରସ୍ତାବିତ ଆଇନକୁ ଚିଠା ଆଇନ (ବିଲ୍) କୁହାଯାଏ ।
  • ଚିଠା ଆଇନ ବା ବିଲ୍‌ଗୁଡ଼ିକ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରାଯାଏ; ଯଥା— (କ) ସାଧାରଣ ବିଲ୍ (Non-money Bill) (H) UÙ D2018 ÔM (Money Bill)
  • ସାଧାରଣ ବିଲ୍ : ସାଧାରଣ ବିଲ୍ ଯେକୌଣସି ଗୃହରେ ଆଗତ କରାଯାଇପାରିବ । ଏହା ଗୃହରେ ଉପସ୍ଥାପିତ ହେବାପରେ ତିନିଗୋଟି ପାଠ (Three Readings) ମାଧ୍ୟମରେ ଗୃହୀତ ହୁଏ । ପ୍ରଥମ ପାଠ ସମୟରେ କେବଳ ବିଲ୍‌ର ଉଦ୍ଦେଶ୍ୟ ଏବଂ ଶିରୋନାମା (Title) ପାଠ କରାଯାଏ । ଦ୍ଵିତୀୟ ପାଠ ସମୟରେ ବିଲ୍ ଉପରେ ଗୃହରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଏ । ଆବଶ୍ୟକ ସ୍ଥଳେ ବିଲ୍‌ ଯାଞ୍ଚ କମିଟିକୁ ପ୍ରେରିତ ହୋଇଥାଏ ବା ଜନମତ ସଂଗ୍ରହ ପାଇଁ ଜନସାଧାରଣଙ୍କ ନିକଟକୁ ପଠାଯାଏ । ତୃତୀୟ ପାଠ ସମୟରେ ବିଲ୍ ଉପରେ ମତଦାନ ବା ଭୋଟ ଗ୍ରହଣ କରାଯାଏ । ସଂଖ୍ୟାଧ‌ିକ ସମର୍ଥନରେ ବିଲ୍‌ ଗୃହୀତ ହେବାପରେ ବିଲ୍‌ ଅନ୍ୟଗୃହକୁ ପ୍ରେରିତ ହୋଇଥାଏ । ସେହି ଗୃହରେ ମଧ୍ଯ ବିଲ୍‌ ତିନିଗୋଟି ପାଠ ଦେଇ ଗତି କରେ । ଉଭୟ ଗୃହରେ ବିଲ୍‌ ଗୃହୀତ ହେବାରେ ରାଷ୍ଟ୍ରପତିଙ୍କ ନିକଟକୁ ତାଙ୍କ ‘ସମ୍ମତି’ ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇବା ପରେ ଚିଠା ଆଇନଟି ପୂର୍ଣ୍ଣାଙ୍ଗ ଆଇନ (Act)ରେ ପରିଣତ ହୁଏ ।
  • ମନେରଖ : ଗୋଟିଏ ବିଲ୍ ‘ଅର୍ଥବିଲ୍’ କି ନୁହେଁ, ତାହା ଲୋକସଭାର ବାଚସ୍ପତି ନିଷ୍ପତ୍ତି କରିଥାଆନ୍ତି ।
  • ଅର୍ଥ ସମ୍ବନ୍ଧୀୟ ବିଲ୍ : ପ୍ରତ୍ୟେକ ଅର୍ଥବିଲ୍ କେବଳ ଲୋକସଭାରେ ପ୍ରଥମେ ଆଗତ ହୋଇଥାଏ । ଅର୍ଥବିଲ୍ ଆଗତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କର ପ୍ରାକ୍-ଅନୁମତି ପାଇବା ଏକାନ୍ତ ଆବଶ୍ୟକ । ଅର୍ଥବିଲ୍ଟି ଲୋକସଭାରେ ଗୃହୀତ ହେଲାପରେ ବାଚସ୍ପତିଙ୍କ ସାଟିଫିକେଟ ସହ ରାଜ୍ୟସଭାରେ ଗୃହୀତ ହେବାପାଇଁ ସେହି ଗୃହକୁ ପଠାଯାଏ । ରାଜ୍ୟସଭା ୧୪ ଦିନ ମଧ୍ୟରେ ଯଦି ବିଲ୍‌କୁ ଅନୁମୋଦନ କରି ଲୋକସଭାକୁ ନ ପଠାଏ, ତାହା ହେଲେ ଅର୍ଥବିଲ୍ଟି ରାଜ୍ୟସଭାଦ୍ଵାରା ଗୃହୀତ ହୋଇଛି ବୋଲି ଧରି ନିଆଯାଏ । ଅର୍ଥବିଲ୍ ଉଭୟ ଗୃହରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ‘ସମ୍ମତି’ ପାଇଁ ପଠାଯାଏ । ଅର୍ଥବିଲ୍ ରାଷ୍ଟ୍ରପତିଙ୍କ ପୂର୍ବାନୁମୋଦନ ସହିତ ଗୃହରେ ଆଗତ ହୋଇଥ‌ିବାରୁ ରାଷ୍ଟ୍ରପତି ଅର୍ଥବିଲ୍‌କୁ ‘ସମ୍ମତି’ ଦେଇଥାଆନ୍ତି । ରାଜ୍ୟସଭା ଅର୍ଥବିଲ୍‌କୁ ନାମଞ୍ଜୁର କିମ୍ବା ସଂଶୋଧ କରିପାରେ ନାହିଁ ।

ଗ) ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court of India)

ଭାରତର ସର୍ବୋଚ୍ଚ ନ୍ୟାୟାଳୟ (Supreme Court of India)

→ ଉପକ୍ରମ :

  • ସର୍ବୋଚ୍ଚ ନ୍ୟାୟାଳୟ ସଂଘୀୟ ରାଷ୍ଟ୍ରର ଏକ ଅତ୍ୟାବଶ୍ୟକ ଅଙ୍ଗ ।
  • କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ ଉପୁଜିଥ‌ିବା ବିବାଦର ସମାଧାନ କରିବା ଏବଂ ସମ୍ବିଧାନର ବ୍ୟାଖ୍ୟା କରିବା ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ କାର୍ଯ୍ୟ ।
  • ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ଜଣେ ପ୍ରଧାନ ବିଚାରପତି ଏବଂ ଅନ୍ୟ ୨୫ ଜଣ ବିଚାରପତି ଅଛନ୍ତି । ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ସମୟରେ ରାଷ୍ଟ୍ରପତି ଆବଶ୍ୟକ ମନେକଲେ ସୁପ୍ରିମ୍ କୋର୍ଟ ବା ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ସହିତ ପରାମର୍ଶ କରିପାରନ୍ତି ।
  • ମନେରଖ : ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ୧୯୫୦ ମସିହା ଜାନୁୟାରୀ ମାସ ୨୬ ତାରିଖରେ ଜନ୍ମ ନେଇଥିଲା । ଏହା ଦିଲ୍ଲୀରେ ଅବସ୍ଥିତ ।
  • ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ପଦ ପାଇଁ ବ୍ୟକ୍ତି ଜଣେ ଭାରତୀୟ ନାଗରିକ ହୋଇଥବେ, ଏକା ବା ଏକାଧିକ ନ୍ୟାୟାଳୟରେ ଅନ୍ୟୁନ ୫ ବର୍ଷପାଇଁ ବିଚାରପତିଭାବେ କାର୍ଯ୍ୟ କରିଥିବେ ଏକ ବା ଏକାଧିକ ଉଚ୍ଚ ନ୍ୟାୟାଳୟରେ ଏକାଦିକ୍ରମ ୧୦ ବର୍ଷ ଆଇନଜୀବୀଭାବେ କାର୍ଯ୍ୟ କରିଥିବେ ଓ ରାଷ୍ଟ୍ରପତିଙ୍କ ମତରେ ସେ ଜଣେ ବିଶିଷ୍ଟ ଆଇନଜ୍ଞ ହୋଇଥ‌ିବେ ।
  • ଜଣେ ବିଚାରପତି ପ୍ରମାଣିତ ଅସଦାଚରଣ କିମ୍ବା ଶାରୀରିକ ଅସାମର୍ଥ୍ୟ କାରଣରୁ ସଂସଦର ଅନୁମୋଦନ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ପଦଚ୍ୟୁତ ହୁଅନ୍ତି । ଏହି ପଦ୍ଧତି ଅତ୍ୟନ୍ତ ଜଟିଳ ।
  • ବିଚାରପତିଙ୍କର ପଦଚ୍ୟୁତି ପ୍ରସ୍ତାବ ସଂସଦର ଉଭୟ ଗୃହରେ ପ୍ରତ୍ୟେକ ଗୃହର ସର୍ବମୋଟ ସଦସ୍ୟଙ୍କର ଅଦ୍ଧାତ୍ମକ ବିଚାରପତିଙ୍କର ପଦଚ୍ୟୁତି ପ୍ରସ୍ତାବ ସଂସଦର ଉଭୟ ଗୃହରେ ପ୍ରତ୍ୟେକ ଗୃହର ସର୍ବମୋଟ ସଦସ୍ୟଙ୍କର ଅର୍ଦ୍ଧାଧିକ ରାଷ୍ଟ୍ରପତି ତାଙ୍କୁ ପଦଚ୍ୟୁତ କରିପାରିବେ ।
  • ମନେରଖ : ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୫ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।

BSE Odisha 8th Class Political Science Notes Chapter 1 କେନ୍ଦ୍ର ସରକାର

→ ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧୁକାର ଓ କାର୍ଯ୍ୟାବଳୀ

  • ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତାଧିକାରକ ତିନିଭାଗରେ ବିଭକ୍ତ କରାଯାଇଅଛି; ଯଥା –

ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧୁକାର ଓ କାର୍ଯ୍ୟାବଳୀ

  • ସର୍ବୋଚ୍ଚ ନ୍ୟାୟାଳୟ ଏକ ସଂଘୀୟ ନ୍ୟାୟାଳୟ ହୋଇଥିବାରୁ କେନ୍ଦ୍ର ଏବଂ ରାଜ୍ୟମାନଙ୍କ ମଧ୍ୟରେ ବା ରାଜ୍ୟ – ରାଜ୍ୟମାନଙ୍କ ମଧ୍ୟରେ ବିବାଦ ଉପୁଜିଲେ, ତାହାର ନ୍ୟାୟିକ ସମାଧାନ ଏହି ସର୍ବୋଚ୍ଚ ନ୍ୟାୟାଳୟ କରିପାରିବ । ସର୍ବୋଚ୍ଚ ନ୍ୟାୟାଳୟ ନାଗରିକମାନଙ୍କର ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଏ ।
  • ସର୍ବୋଚ୍ଚ ନ୍ୟାୟାଳୟରେ ଉଚ୍ଚ ନ୍ୟାୟାଳୟ, ସାମରିକ ନ୍ୟାୟାଳୟ ତଥା କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଳୟର ରାୟ ବିରୁଦ୍ଧରେ ଆବେଦନ କରାଯାଇଥାଏ । ଏହି ଆବେଦନ କ୍ଷେତ୍ରାଧ୍ୟାର ତିନିପ୍ରକାରର; ଯଥା— (କ) ସାମ୍ବିଧାନିକ (ଖ) ଦେୱାନୀ, (ଗ) ଫୌଜଦାରୀ ।
  • ସର୍ବୋଚ୍ଚ ନ୍ୟାୟାଳୟ ରାଷ୍ଟ୍ରପତିଙ୍କୁ ଜନସ୍ବାର୍ଥ ଜଡ଼ିତ ପ୍ରଶ୍ନ ଉପରେ ପରାମର୍ଶ ପ୍ରଦାନ କରିଥାଏ ।
  • ସଂସଦ ବା ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ସମ୍ବିଧାନ ବିରୋଧୀ ହୋଇଥିଲେ, ନ୍ୟାୟିକ ପୁନରାବଲୋକନ କ୍ଷମତା ବଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହାକୁ ଅସିଦ୍ଧ ଘୋଷଣା କରନ୍ତି ।
  • କାର୍ଯ୍ୟପାଳିକା ଓ ବ୍ୟବସ୍ଥାପିକାର ଜନସ୍ୱାର୍ଥ ବିରୋଧୀ କାର୍ଯ୍ୟକଳାପ ବିରୋଧରେ ଜନସ୍ବାର୍ଥ ସମ୍ବଳିତ ମୋକଦ୍ଦମା ସର୍ବୋଚ୍ଚ ନ୍ୟାୟାଳୟରେ ଆଗତ କରାଯାଇପାରିବ ।

ଆମେ କ’ଣ ଶିଖୁଲେ ?

  • ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥାର ପ୍ରଚଳନ ।
  • ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ ହିସାବରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ।
  • ରାଷ୍ଟ୍ରପତିଙ୍କ ସାମ୍ବିଧାନିକ ଦାୟିତ୍ଵ ଓ କର୍ତ୍ତବ୍ୟ ।
  • ଆମ ଦେଶର ବାସ୍ତବ କାର୍ଯ୍ୟପାଳିକା ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ କାର୍ଯ୍ୟ ।
  • ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିବା ଓ ବିଭାଗ ବଣ୍ଟନ କରିବା ।
  • ସଂସଦ ନିକଟରେ ମନ୍ତ୍ରୀପରିଷଦ ସାମୂହିକ ଭାବରେ ଉତ୍ତରଦାୟୀ ହେବା ।
  • ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ସଂସଦ ଗଠିତ ହେବା ।
  • ସଂସଦର ଦୁଇ ଗୃହର ସଭ୍ୟସଂଖ୍ୟା ସ୍ଥିରୀକୃତ ହେବା ଓ ଏଥ‌ିରେ ଥ‌ିବା ନିର୍ବାଚିତ ଓ ମନୋନୀତ ସଭ୍ୟ ।
  • ସଂସଦ ଆଇନ ପ୍ରଣୟନ କରୁଥିବା କେନ୍ଦ୍ର ତାଲିକା, ଯୁଗ୍ମ ତାଲିକା ଓ ରାଜ୍ୟ ତାଲିକା ।
  • ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ଗଠନ ଓ ବିଚାରପତିଙ୍କ ସଂଖ୍ୟା ଓ ତିନିପ୍ରକାରର କ୍ଷେତ୍ରାଧ୍ୟାର ।
  • ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ ନ୍ୟାୟିକ ପୁନରାବଲୋକନ କ୍ଷମତା ଉପଭୋଗ କରିବା ।
  • ମହାଭିଯୋଗ : ରାଷ୍ଟ୍ରପତିଙ୍କୁ ଯେଉଁ ପଦ୍ଧତିରେ ବହିଷ୍କୃତ କରାଯାଇଥାଏ ।
  • ସମ୍ବିଧାନ : ଦେଶର ସର୍ବୋଚ୍ଚ ଆଇନ ସଂହିତା । ଏଥ‌ିରେ ଦେଶ ଓ ସରକାର ଗଠନ, ବିଭିନ୍ନ ଅନୁଷ୍ଠାନ ଓ କର୍ମକର୍ତ୍ତାମାନଙ୍କର ସ୍ଥିତି, ପ୍ରକୃତି, କ୍ଷମତା ଓ କାର୍ଯ୍ୟାବଳୀ ବର୍ଣିତ ହୋଇଥାଏ ।
  • ପ୍ରୋରୋଗ : ସଂସଦର ଅଧ‌ିବେଶନକୁ ରାଷ୍ଟ୍ରପତି ଆଗାମୀ ଅଧୂବେଶନ ପର୍ଯ୍ୟନ୍ତ ମୁଲତବୀ ବା ସ୍ଥଗିତ ଘୋଷଣା କରିବା ।
  • ମିଳିତ ଅନ୍ଵେଶନ : ରାଜ୍ୟସଭା ଓ ଲୋକସଭାର ମିଳିତ ବୈଠକ । ଏଥରେ ଲୋକସଭାର ବାଚସ୍ପତି କରିବା ।
  • ଜରୁରୀ ପରିସ୍ଥିତି : ଦେଶର ସୁରକ୍ଷା ବିପନ୍ନ ହେଲେ ରାଷ୍ଟ୍ରପତି ଜାତୀୟ ଜରୁରୀ ଘୋଷଣା କରିପାରିବେ । ଧାରା – ୩୫୨ ଜାତୀୟ ଜରୁରୀ, ଧାରା – ୩୫୬ ରାଜ୍ୟ ଜରୁରୀ ଓ ଧାରା – ୩୬୦ ଆର୍ଥକ ଜରୁରୀ ପରିସ୍ଥିତି ।
  • ଝୁଲା ସଂସଦ : ଯେତେବେଳେ ଲୋକସଭାରେ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିପାରେ ନାହିଁ, ସେତେବେଳେ ଗଠିତ ହେଉଥ‌ିବା ସଂସଦ ।
  • ଅନାସ୍ଥା ପ୍ରସ୍ତାବ : ଯେତେବେଳେ ବିରୋଧୀ ଦଳମାନେ ସରକାରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୁଅନ୍ତି, ସେତେବେଳେ ସେମାନେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଗତ କରିନ୍ତି । ପ୍ରସ୍ତାବଟି ବହୁମତରେ ଗୃହୀତ ହେଲେ ସରକାର ଇସ୍ତଫା ପ୍ରଦାନ କରନ୍ତି ।
  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ : ସଂସଦ ଅଧ୍ଵଂଶନର ପ୍ରତିଦିନର ପ୍ରଥମ ଏକ ଘଣ୍ଟା (ସାଧାରଣତଃ ଦିନ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ) ସମୟ ।
  • ବଜେଟ୍ : ସରକାରଙ୍କର ବାର୍ଷିକ ଆୟବ୍ୟୟ ଅଟକଳକୁ ‘ବଜେଟ୍’ କୁହାଯାଏ ।
  • ଶୂନ୍ୟକାଳ (Zero Hour) : ଏହା ମଧ୍ୟାହ୍ନ ୧୨ଟା ଠାରୁ ଅପରାହ୍ନ ୧ଟା ବା ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ସମୟ ।

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

Odisha State Board BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) (a + 2)² = a² + (………)a + 2² (2, 2a, 4, 4a)
(ii) (3 + y)² = 9 + 3 (………..) + y² (y, 2y, 3y, 4y)
(iii) (4 y)² = 16 + 2 (……….) + y² (-2, -2y, -4, -4y)
(iv) (2x-3y)² = 4x² – 3 (………..) + 9y² (2xy, 3xy, 4xy, 12xy)
(v) (x + a)(x – b) = x² + (………..)x – ab (a + b, a – b, b -a, -(a + b)
ସମାଧାନ :
(i) 4,
(ii) 2y,
(iii) -4y,
(iv) 4xy,
(v) a – b

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

Question 2.
ସୂତ୍ର ପ୍ରୟୋଗ କରି ନିମ୍ନଲିଖତ ରାଶିର ବର୍ଗ ନିର୍ଣ୍ଣୟ କର ।
(i) b+c
(ii) (4 + b)
(iii) r – 10
(iv) 3n+ 2
(v) 2m + n
(vi) 7p – q
(vii) 2x + 3y
(viii) 2m – 3n – p
(ix) xy + 4z
(x) a + 2b + 3c
ସମାଧାନ :
(i) (b + c)²
= (b)² + 2.b.c + (c)²
= b² + 2bc + c²

(ii) (4 + b)²
= (4)² + 2.4.b + (b)²
= 16 + 8b + b²

(iii) (r – 10)²
= (r)² – 2.r.10 + (10)²
= r² – 20r + 100

(iv) (3n+ 2)²
= (3n)²+ 2.3n.2 + (2)²
= 9n² + 12n + 4

(v) (2m + n)²
= (2m)² + 2.2m.n + (n)²
= 4m2 + 4mn + n2

(vi) (7p – q)²
= (7p)² – 2.7p.q + (q)²
= 49p² – 14pq + q²

(vii) (2x + 3y)²
= (2x)² + 2.2x.3y+ (3y)²
= 4x² + 12xy + 9y²

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(viii) (2m 3n – p)²
= {2m + (-3n) + (-p)}²
= (2m)² + (-3n)² + (-p)² + 2.2m.(-3n) + 2.(-3n).(-p) + 2.(-p).2m
= 4m² + 9n² + p² – 12mn + 6np – 4pm

(ix) (xy+4z)²
= {x + (y) + 4z}²
= (x)² + (-y)² + (4z)² + 2.x.(y) + 2.(y).4z + 2.42.x
= x² + y² + 16z² – 2xy – 8yz + 8zx

(x) (a + 2b+3c)²
= (a)² + (2b)² + (3c)² + 2.a.2b + 2.2b.3c + 2.3c.a
= a² + 4b² + 9c² + 4ab + 12bc + 6ca

Question 3.
ଆବଶ୍ୟକ ସୂତ୍ର ପ୍ରୟୋଗ କରି ନିମ୍ନସ୍ଥ ସଂଖ୍ୟାମାନଙ୍କର ବର୍ଗ ନିର୍ଣ୍ଣୟ କର ।
(i) 102
(ii) 304
(iii) 1003
(iv) 4001
ସମାଧାନ :
(a+b)² = a² + 2ab +b²

(i) (100 + 2)² = (100)² + 2.(100).2 + (2)² = 10000 + 400 + 4 = 10404

(ii) (300 + 4)² = (300)² + 2.300.4 +(4)² = 90000 + 2400 + 16 = 92416

(iii) (1000 + 3)² = (1000)² + 2.1000.3 + (3)² = 1000000 + 6000 +9 = 1006009

(iv) (4001)² = (4000 + 1)² = 16000000 + 2.4000.1 + (1)²
= 16000000 + 8000 + 1= 16008001

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

Question 4.
ଆବଶ୍ୟକ ଅଭେଦ ପ୍ରୟୋଗ କରି ମୂଲ୍ୟ ନିରୂପଣ କର ।
(i) 99²
(ii) 998²
(iii) 297 × 303
(iv) 78 × 82
(v) 8.9²
(vi) 1.05 × 9.5
(vii) 51² – 49²
(viii) (1.02)² – (0.98)²
(ix) 153² – 147²
ସମାଧାନ :
(a – b)² = a² – 2ab +b²

(i) (99)² = (100 – 1)
= (100) – 2.100.1 + (1)²
=10000 – 200 + 1
= 980

(ii) (998)²
= (1000 – 2)²
= (1000)² – 2.1000.2 + (2)²
= 1000000 – 4000 + 4
= 96004

(iii) 297 × 303
= (300 – 3) (300 + 3)
= (300)² – (3)²
= 90000 – 9 = 89991

(iv) 78 × 82 = (80 – 2) (80 + 2)
= (80)² – (2)²
= 6400 – 4
= 6396

(v) 8.92 = (9 – 0.1)²
= (9)² – 2 × 9 × (0.1)+(0.1)²
= 81 – 1.8 + 0.01
= 81.01 – 1.8
= 79.21

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(vi) 1.05 × 9.5
= (1 + 0.05) (1 – 0.05)
= (1)² – (0.05)²
= 1 – 0.0025
= 0.9975

(vii) 51² – 49²
= (51 + 49) (51 – 49)
= 100 × 2
= 200

(viii) (1.02)² – (0.98)²
= (1.02 + 0.98) (1.02 – 0.98)
= (2.00) × (0.04)
= 0.08

(ix) 153² – 147²
= (153 + 147) (153 – 147)
= (300) × (6)
= 1800

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

Question 5.
(x + a) (x + b) = x² + (a + b)x + ab ଅଭେଦ ପ୍ରୟୋଗ କରି ଗୁଣଫଳ ନିର୍ଣ୍ଣୟ କର ।
(i) 103 × 104
(ii) 5.1 × 5.2
(iii) 103 × 98
(iv) 9.7 × 9.8
ସମାଧାନ :
(i) 103 × 104
=(100 + 3) (100 + 4)
= (100)² + (3 + 4) 100 + 3 × 4
= 10000 + 700 + 12
= 10712

(ii) 5.1 × 5.2
= (5 + 0.1) (5 + 0.2)
= (5)² + (0.1 + 0.2)5 + 0.1 × 0.2
= 25 + 1.5 + 0.02
= 26.52

(iii) 103 × 98
=(100 + 3)(100 – 2)
=(100)² + (3 – 2)100 – 3 × 2
= 10000 + 100 – 6
= 10094

(iv) 9.7 × 9.8
= (9 + 0.7) (9 + 0.8)
= (9)²+ (0.7 + 0.8) 9 + 0.7 0215 0.8
= 81 + 1.5 × 9 + 0.56
= 81 + 13.5 + 0.56
= 95.06

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

Question 6.
ଆବଶ୍ୟକ ଅଭେଦ ପ୍ରୟୋଗକରି ଗୁଣଫଳ ନିର୍ଣ୍ଣୟ କର ।
(i) (x + 3) (x + 3)
(ii) (2y + 5) (2y + 5)
(iii) (2a — 7) (2a — 7)
(iv) (1.1m – 0.4) (1.1m + 0.4)
(v) (a² + b²) (-a² + b²)
(vi) (6x – 7) (6x + 7)
(vii) (p – 5) (p + 5)
(viii) (2x + 3y) (3y – 2x)
(ix) (x + 1)(x – 1)(x2 + 1)
(x) (2y + 3)(2y — 3)(4y2 + 9)
ସମାଧାନ :
(i) (x + 3) (x + 3) = (x + 3)²
= (x)² + 2.x.3 + (3)²
= x² + 6x + 9

(a + b)² = a² + 2ab + b²

(ii) (2y + 5)(2y + 5)
= (2y + 5)²
= (2y)² + 2 . 2y . 5 + (5)²
= 4y² + 20y + 25

(iii) (2a – 7) (2a – 7) = (2a – 7)²
= (2a)² – 2.2a. 7 + (7)²
= 4a² – 28 a + 49

(iv) (1.1m – 0.4)(1.1m + 0.4)
(a+b)(a-b) = a² – b²
= (1.1m)² – (0.4)²
= 1.21m² – 0.16

(v) (a² + b²)(-a² + b²)
= (b² + a²)(b² – a²)
= (b²)² – (a²)² = b4 – a4

(vi) (6x – 7)(6x + 7)
= (6x)² – (7)²
= 36x² – 49

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(vii) (p – 5) (p + 5)
= (p)² – (5)² = p² – 25

(viii) (2x + 3y) (3y – 2x)
= (3y + 2x) (3y – 2x)
= (3y)² – (7x)²
= 9y² – 4x².

(ix) (x + 1)(x – 1)(x² + 1)
= ((x + 1)(x – 1))(x² + 1)
= {(x)² – (1)²}(x2 + 1)
= (x² – 1)(x² + 1)
= (x²)² – (1²)² = x4 – 1

(x) (2y + 3) (2y – 3) (y² + 9)
= {(2y + 3) (2y – 3)} (4y² + 9)
= {(2y)² – (3)²) (4y² + 9)
= (4y² – 9) (4y² + 9)
= (4y²)² – (9)²
= l6y4 – 81

Question 7.
(x + a) (x + b) = x² + (a + b)x + ab ଅଭେଦ ପ୍ରୟୋଗ କରି ଗୁଣଫଳ ନିଶ୍ଚୟ କର ।
(i) (x + 3) (x + 7)
(ii) (4x + 5)(4x + 1)
(iii) (4x – 5)(4x – 1)
(iv) (4x + 5)(4x – 1)
(v) (2a² + 9)(2a² + 5)
(vi) (xyz – 4)(xyz – 2)
ସମାଧାନ :
(i) (x + 3) (x + 7)
= x² + (3 + 7)x + 3 × 7
= x² + lOx + 21

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(ii) (4x + 5)(4x + 1)
=(4x)² + (5 + 1)4x + 5 × 1
= 16x² + 24x + 5

(iii) (4x – 5)(4x – 1)
= (4x)² + (-5 – 1)4x + (-5).(-1)
= 16x² – 24x + 5

(iv) (4x + 5)(4x — 1)
= (4x)² + (5 – 1)4x + 5(-1)
= 16x² + 16x – 5

(y) (2a² + 9)(2a² + 5)
= (2a²)² + (9 + 5)2a² + 9 × 5
=4a4 + 28a² + 45

(vi) (xyz – 4)(xyz – 2)
= (xyz)² + (-4 – 2)xyz + (-4).(-2)
= x²y²z² – 6xyz + 8

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

Question 8.
ସରଳ କର ।
(i) (a² – b²)² + (a² + b²)²
(ii) (2x + 5)² – (2x 5)²
(iii) (7m – 8n)² + (7m + 8n)²
(iv) (4m + 5n)² + (5m + 4n)²
(v) (2.5p – 1.5q)² – (1.5p – 2.5q)²
(vi) (ab + bc)² – 2ab²c
(vii) (m² – n²m)² + 2m²n²
(viii) (a + b – c)² + (a – b – c)²
(ix) (2a – 3b – c)² + (2a – b + 5c)²
(x) (3x – 4y + z)² – (x – y – z)²
ସମାଧାନ :
(i) (a² – b²)² + (a² + b²)²
= ((a²)² – 2.a².b² + (b²)²) + ((a²)² + 2.a².b²+ (b²)²)
= a4 – 2a²b² + b4 + a4 + 2a²b² + b4
= 2a4 + 2b4 = 2(a4 + b4)

(ii) (2x + 5)²- (2x – 5)² [a² – b² = (a+b)(a-b)]
= (2x + 5 + 2x – 5) (2x + 5 – 2x + 5) = 4x × 10 = 40x

(iii) (7m – 8n)² + (7m + 8n)²
= {(7m)² – 2.7m.8n + (8n)²) + ((7m)² + 2.7m.8n + (8n)²)
= (49m² – 11.2mn + mn²) + (49m² + 11.2mn + 64n²)
= 49m² – 11.2mn + 64n²+ 49m² + 11.2mn + mn²
= 98m² + 128n² = 2(49 m² + Mn²)

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(iv) (4m+ 5n)2 + (5m + 4n)²
= ((4m)² + 2.4m.5n + (5n)²) + ((5m)² + 2.5m.4n + (4n)²)
= 16m² + 40mn + 25n² + 25m² + 40mn + 16n² = 41m² + 80mn + 4m²

(v) (2.5p – 1.5q)² – (1.5p – 2.5q)²
= {(2.5 p – 1.5q) + (1.5 p – 2.5 q))} {(2.5 p – 1.5 q) – (1.5 p – 2.5 q)}
= (2.5p – 1.5q + 1.5p – 2.5q) (2.5p – 1.5q – 1.5p + 2.5q)
= (4p – 4.q)(p + q) = 4(p – q)(p + q) = 4(p² – q²)

(vi) (ab + bc)² – 2ab²c = (ab)² + 2ab.bc + (bc)² – 2ab²c
= a²b³ + 2ab²c + b²c² – 2ab²c = a²b² + b²c²

(vii) (m – n²m)² + 2m²n²
= (m²n – 2.m².n²m + (n²m)² + 2m²n² = m4 – 2m³n² + n4m² + 2m²n²

(ix) (2a – 3b – c)² + (2a – b + 5c)².
= {(2a)² + (-3b)² + (-c)² + 2.2a.(-3b) + 2.(-3b).(-c) + 2.(-c).2a}
+ {(2a)² + (-b)² + (5c)² + 2.2a.(-b) + 2(-b).(5c) + 2.5c.2a}
= 4a² + 9b² + c² – 12ab + 6bc – 4ca + 4a² + b² + 25c² – 4ab – 10bc + 20ca
= 8a² + 10b² + 26c² – 16ab – 4bc + 16ca

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(x) (3x – 4y + z)² – (x – 2y – z)²
= {(3x – 4y + z) + (x – 2y – z)} {(3x – 4y + z) – (x – 2y – z)}
= (3x – 4y + z + x – 2y – z) (3x – 4y + z – x + 2y + z)
= (4x – 6y)(2x – 2y + 2z) = 2(2x – 3y).2(x – y + z)
= 2 × 2 (2x – 3y)(x – y + z) = 4(2x – 3y)(x – y + z).

Question 9.
ନିମ୍ନଲିଖୂତ ପଲିନୋମିଆଲ୍‌ଗୁଡ଼ିକୁ ପୂର୍ବବର୍ଗରେ ପରିଣତ କର ।
(i) 4x² + 12xy + 9y²
(ii) 64m² – 48mn + 9n²
(iii) 4x² – 4x + 1
(iv) x² + 4y² + z² + 4xy + 4yz + 2zx
(v) 4x² + y² + z² – 4xy + 2yz – 4xz
(vi) 9x² + 4y² + z² – 12xy – 4yz + 6zx
ସମାଧାନ :
(i) 4x² + 12xy + 9y² = (2x)² + 2.2x.3y + (3y)² = (2x + 3y)²

(ii) 64m² – 48mn + 9n² = (8m)² – 2.8m.3n + (3n)² = (8m – 3n)²

(iii) 4x² – 4x + 1 = (2x)² – 2.2x. 1 + (1)² = (2x – 1)²

(iv) x² + 4y² + z² + 4xy + 4yz + 2zx
= (x)² + (2y)² + (z)² + 2.x.2y + 2.2y.z + 2.z.x = (x + 2y + z)²

(v) 4x² + y² + z² – 4xy + 2yz – 4xz
= (2x)² + (-y)² + (-z)² + 2.2x.(-y) + 2.(-y).(-z) + 2.(-z).2x
= {(2x + (-y) + (-z)}² = (2x – y – z)²

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(vi) 9x² + 4.y² + z² – 12xy – 4yz + 6zx
= (3x)² + (-2y)² + (z)² + 2.3x.(-2y) + 2.(-2y).(z) + 2.(z).3x
= (3x – 2y + z)²

Question 10.
(i) ଦର୍ଶାଅ ଯେ (a + b)² = (a – b)² + 4ab
(ii) ଦର୍ଶାଅ ଯେ (a + b)² + (a – b)² = 2(a² + b²)
(iii) ଦର୍ଶାଅ ଯେ \(\frac{a+b}{2}^2-\frac{a-b}{2}^2=ab\)
(iv) ଦର୍ଶାଅ ଯେ (2a + b)² – (2a – b)² = 8ab
(v) ଦର୍ଶାଅ ଯେ (3x – 2y)² – 12xy = 9x² + 4y²
ସମାଧାନ :
(i) (a + b)² = (a – b)² + 4ab
ଦକ୍ଷିଣ ପାର୍ଶ୍ଵ = (a – b)² + 4ab
= a² + b² – 2ab + 4ab = a² + b² + 2ab = (a + b)² = ବାମପାର୍ଶ୍ଵ (ପ୍ରମାଣିତ)

(ii) (a + b)² + (a – b)² = 2(a² + b²)
ବାମ ପାର୍ଶ୍ଵ = (a + b)² + (a – b)²
= (a² + 2ab + b²) + (a² – 2ab + b²) = a² + 2ab + b² + a² – 2ab +b²
= 2a² + 2b² = 2(a² + b²) = ଦକ୍ଷିଣ ପାର୍ଶ୍ଵ (ପ୍ରମାଣିତ)

(iii) \(\frac{a+b}{2}^2-\frac{a-b}{2}^2=ab\)
ବାମ ପାର୍ଶ୍ଵ = \(\frac{a+b}{2}^2-\frac{a-b}{2}^2\)
= \(\frac{1}{2}\)
\(\left(\frac{a+b}{2}+\frac{a-b}{2}\right)\left(\frac{a+b}{2}-\frac{a-b}{2}\right)=\left(\frac{a+b+a-b}{2}\right)\left(\frac{a+b-a+b}{2}\right)\)
= \((\frac{2a}{2})(\frac{2b}{2})\) = ab ଦକ୍ଷିଣ ପାର୍ଶ୍ଵ (ପ୍ରମାଣିତ)

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(f)

(iv) (2a + b)² – (2a – b)² = 8ab
ବାମ ପାର୍ଶ୍ଵ = (2a + b)² – (2a – b)²
= (4a² + 4ab + b²) – (4a² – 4ab + b²)
= 4a² + 4ab + b² – 4a² + 4ab – b² = 8ab = ଦକ୍ଷିଣ ପାର୍ଶ୍ଵ (ପ୍ରମାଣିତ)

(v) (3x – 2y)² + 12xy = 9x² + 4.y²
ବାମ ପାର୍ଶ୍ଵ = (3x – 2y)² + 12xy = (3x)² – 2.3x.2y + (2y)² + 12xy
= 9x² – 12xy + 4y² + 12xy = 9x² + 4y² = ଦକ୍ଷିଣ ପାର୍ଶ୍ଵ (ପ୍ରମାଣିତ)

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e)

Odisha State Board BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e)

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) ଭାଜକ = 2x + 1, ଭାଗଶେଷ = 0 ଓ ଭାଗଫଳ = 3x ହେଲେ, ଭାଜ୍ୟ = ……….. ।
(ii) ଭାଜ୍ୟ = 3×2, ଭାଗଶେଷ = 0 ଓ ଭାଗଫଳ = 3x ହେଲେ, ଭାଜକ = ………. (0, 2x, 3x, x) ।
(iii) ଭାଜ୍ୟ = 6x + 4x + 1, ଭାଗଶେଷ = 1 ଓ ଭାଜକ = 2x ହେଲେ, ଭାଗଫଳ = ………… ।
(iv) ଭାଜକ = 2x², ଭାଜ୍ୟ = 8×4 + 6x² + 1 ଏବଂ ଭାଗଫଳ 4x² + 3 ହେଲେ, 16166 = …………. ।
(v) ଭାଜକ = 4x, ଭାଗଫଳ = 3x + 2 ଓ ଭାଗଶେଷ = 2 ହେଲେ, ଭାଜ୍ୟ = ………. |
ଭାଜ୍ୟ = ଭାଜକ × ଭାଗଫଳ + ଭାଗଶେଷ
ସମାଧାନ :
(i) 6x² + 3x
(ii) x
(iii) 3x² + 2
(iv) 1
(v) 12x² + 8x + 2

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e)

Question 2.
ଭାଗଫଳ ନିଶ୍ଚୟ କର ।
(I) (x² – 11x + 28) ÷ (x – 4)
(ii) (x² – 11x + 28) ÷ (x – 7)
(iii) (x² + 8x + 15) ÷ (x + 3)
(iv) (x² – 1) ÷ (x + 1)
(v) (x³ + 1) ÷ (x + 1)
(vi) (x³ – 1) ÷ (x – 1)
(vii) (2x³ – x²+ x + 1) ÷ (2x + 1)
(viii) (x³ – 4x² +x + 6) ÷ (- x – i)
(ix) (x³ – 4x² + x + 6) ÷ (x – 3)
(x) (5x² – 4 + 6x³) ± (-2 + 3x)
ସମାଧାନ :
(i)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 1

(ii)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 2

(iii)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 3

(iv)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 4

(v)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 5

(vi)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 6

(vii)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 7

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e)

(viii)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 8

(ix)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 9

(x)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 10

Question 3.
ଭାଗଫଳ ଓ ଭାଗଶେଷ ନିଶ୍ଚୟ କର ।
(i) (x² + 15x + 56) ÷ (x + 1)
(ii) (x² – 12x + 30) ÷ (x – 1)
(iii) (-7 – 6x + 4x²) ÷ (2x – 1)
(iv) (6x + 27x³ – 9x² + 1) ÷ (3x – 1)
(v) (8x² – 1) ÷ (2x + 1)
(vi) (x³ – 1) ÷ (-x – 1)
ସମାଧାନ :
(i) (x² + 15x + 56) ÷ (x + 1)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 11

(ii) (x² – 12x + 30) ÷ (x – 1)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 12

(iii) (-7 – 6x + 4x²) ÷ (2x – 1)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 13

(iv) (6x + 27x³ – 9x² + 1) ÷ (3x – 1)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 14

(v) (8x² – 1) ÷ (2x + 1)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 15

(vi) (x³ – 1) ÷ (-x – 1)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 16

Question 4.
a ର ମାନ ନିର୍ଣ୍ଣୟ କର ।
(i) ଯଦି x? – 5x + a, x + 2 ଦ୍ୱାରା ବିଭାଜ୍ୟ
(ii) ଯଦି 4x² – 6x + a, 2x – 1 ଦ୍ୱାରା ବିଭାଜ୍ୟ
(iii) ଯଦି 6x² – 4x + a, 3x + 1 ଦ୍ୱାରା ବିଭାଜ୍ୟ
ସମାଧାନ :
(i) ଯଦି (x² – 5x + a), (x + 2) ଦ୍ୱାରା ବିଭାଜ୍ୟ ହୁଏ ତେବେ ଭାଗଶେଷ ‘0’ ହେବ ।
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 17
ଏଠାରେ (x² – 5x + a), x + 2 ଦ୍ବାରା ବିଭାଜ୍ୟ ହେତୁ ଭାଗଶେଷ a + 14 = 0 ହେବ । ∴ a = – 14 ହେବ ।

(ii)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 18
ଏଠାରେ (4x² – 6x + a), (2x – 1) ଦ୍ବାରା ବିଭାଜ୍ୟ ହେତୁ, a – 2 = 0 ହେବ ।
∴ a = 2 ହେବ ।

(iii)
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(e) - 19
ଏଠାରେ (6x² – 4x + a), (3x + 1) ଦ୍ବାରା ବିଭାଜ୍ୟ ହେତୁ, a + 2 = 0 ହେବ ।
∴ a = -2 ହେବ ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

Odisha State Board BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର Important Questions and Answers.

BSE Odisha Class 8 Political Science Important Questions Chapter 1 କେନ୍ଦ୍ର ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର କି କି ଯୋଗ୍ୟତା ଥିବା ଆବଶ୍ୟକ ? ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ?
Answer:

  • ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖ ଯୋଗ୍ୟତା ଥିବା ଆବଶ୍ୟକ :
    (a) ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
    (b) ତାଙ୍କୁ ଅନ୍ୟୁନ ୩୫ ବର୍ଷ ବୟସ ହୋଇପୂବ ।
    (c) ସେ ଲୋକସଭାର ସଭ୍ୟଭାବେ ନିର୍ବାଚିତ ହେବାପାଇଁ ଯୋଗ୍ୟ ହୋଇଥ‌ିବେ ।
    (d) ସେ କେନ୍ଦ୍ର ବା ରାଜ୍ୟ ସରକାରରେ ବା ଏହି ସରକାରମାନଙ୍କ ଅଧୀନସ୍ଥ କୌଣସି ସଂସ୍ଥାରେ ବା ଅନୁଷ୍ଠାନରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇନଥ‌ିବେ ।
  • ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ୫ ବର୍ଷ ।

୨। ରାଷ୍ଟ୍ରପତିଙ୍କର ଆର୍ଥିକ କ୍ଷମତାଗୁଡ଼ିକ କ’ଣ ?
Answer:

  • ରାଷ୍ଟ୍ରପତିଙ୍କ ପ୍ରାକ୍-ଅନୁମତି ବିନା କୌଣସି ଅର୍ଥ ଚିଠା ଆଇନ ଲୋକସଭାରେ ଆଗତ ହୋଇପାରିବ ନାହିଁ ।
  • ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ରାଷ୍ଟ୍ରପତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଦ୍ୱାରା ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ସଂସଦରେ ଆଗତ କରନ୍ତି ।
  • ସେ ‘ଅର୍ଥ-ଆୟୋଗ’ ନିଯୁକ୍ତ କରନ୍ତି ଏବଂ ଏହାର ରିପୋର୍ଟକୁ ସଂସଦରେ ଉପସ୍ଥାପନ କରନ୍ତି ।
  • ରାଷ୍ଟ୍ରପତି ଭାରତର ମୁଖ୍ୟ ହିସାବରକ୍ଷକ ଓ ମହାସମୀକ୍ଷକଙ୍କ ରିପୋର୍ଟ ସଂସଦରେ ଆଗତ କରିଥା’ନ୍ତି ।
  • ଦେଶର ଆର୍ଥିକ ଦୁର୍ଦ୍ଦିନରେ ରାଷ୍ଟ୍ରପତି ‘ଆର୍ଥକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ।

୩ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁମାନଙ୍କୁ ନେଇ ଗଠିତ ? ପୂର୍ବରୁ ଏହାର ନାମ କ’ଣ ଥିଲା ? ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିମାନେ କିପରି ନିଯୁକ୍ତ ହୁଅନ୍ତି ?
Answer:
ଗଠନ ପ୍ରକ୍ରିୟା :
ବର୍ତ୍ତମାନ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ପ୍ରଧାନ ବିଚାରପତି ଓ ଅନ୍ୟ ୨୫ ଜଣ ବିଚାରପତିଙ୍କୁ ନେଇ ଗଠିତ ।

ପୂର୍ବନାମ :
ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟର ନାମ ଥିଲା ସଂଘୀୟ ନ୍ୟାୟାଳୟ ।

ନିଯୁକ୍ତି ପ୍ରକ୍ରିୟା :

  • ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । ସାଧାରଣତଃ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠତମ ବିଚାରପତି ପ୍ରଧାନ ବିଚାରପତିରୂପେ ନିଯୁକ୍ତ ହୁଅନ୍ତି ।
  • ପ୍ରଧାନ ବିଚାରପତିଙ୍କ ନିଯୁକ୍ତିବେଳେ ରାଷ୍ଟ୍ରପତି ଆବଶ୍ୟକ ମନେକଲେ ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ସହ ପରାମର୍ଶ କରିଥା’ନ୍ତି ।
  • ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ଦେଲାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାମ ବିଚାରପତିଙ୍କ ସହ ପରାମର୍ଶ କରିଥାଆନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୪। ଅର୍ଥ-ବିଲ୍ କ’ଣ ? ସଂସଦର କେଉଁ ଗୃହରେ ଅର୍ଥ-ବିଲ୍‌ ପ୍ରଥମେ ଆଗତ ହୁଏ ? ଏଥ‌ିପାଇଁ କାହାର ପ୍ରାକ୍-ଅନୁମତି ଆବଶ୍ୟକ ? ଅର୍ଥ-ବିଲ୍ ଗୃହୀତ ହେବାପାଇଁ ରାଜ୍ୟସଭା କେଉଁ ଭୂମିକା ଗ୍ରହଣ କରେ ?
Answer:
ସଂଜ୍ଞା :
ସରକାରଙ୍କର ଆୟବ୍ୟୟ ସମ୍ପର୍କୀୟ ଓ ଅନ୍ୟାନ୍ୟ ଅର୍ଥ ସମ୍ବନ୍ଧୀୟ ବିଲ୍‌ଗୁଡ଼ିକୁ ଅର୍ଥ-ବିଲ୍ କୁହାଯାଏ ।

ଆଗତ :
ସଂସଦର ଲୋକସଭାରେ ଅର୍ଥ-ବିଲ୍ ପ୍ରଥମେ ଆଗତ ହୁଏ ।

ଅନୁମତି :
ଏଥପାଇଁ ରାଷ୍ଟ୍ରପତିଙ୍କ ପ୍ରାକ-ଅନୁମତି ଆବଶ୍ୟକ ।

ଭୂମିକା :

  • ଅର୍ଥ-ବିଲ୍ ଲୋକସଭାରେ ଗୃହୀତ ହେଲାପରେ ରାଜ୍ୟସଭାରେ ଗୃହୀତ ହେବାପାଇଁ ସେହି ଗୃହକୁ ପଠାଯାଏ । ରାଜ୍ୟସଭା ୧୪ ଦିନ ମଧ୍ୟରେ ଯଦି ବିଲ୍‌କୁ ଅନୁମୋଦନ କରି ଲୋକସଭାକୁ ନ ପଠାଏ, ତାହାହେଲେ ଅର୍ଥ- ବିଲ୍‌ ରାଜ୍ୟସଭାଦ୍ବାରା ଗୃହୀତ ହୋଇଛି ବୋଲି ଧରି ନିଆଯାଏ ।
  • ରାଜ୍ୟସଭା ଅର୍ଥ-ବିଲ୍‌କୁ ନାମଞ୍ଜୁର କିମ୍ବା ସଂଶୋଧ କରିପାରିବ ନାହିଁ ।

୫। ସଂସଦର ଆଇନ ପ୍ରଣୟନ କ୍ଷମତା ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ଦିଅ ।
Answer:

  • ସଂସଦ କେନ୍ଦ୍ର ତାଲିକା ଓ ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରିଥାଏ ।
  • ଏତଦ୍‌ବ୍ୟତୀତ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ, ସେହି ରାଜ୍ୟ ପାଇଁ ଆବଶ୍ୟକୀୟ ଆଇନ ସଂସଦ ପ୍ରଣୟନ କରିଥାଏ ।

ଅର୍ଥବିଲ୍ :

  • ସାଧାରଣ ବିଲ୍ ଓ ଅର୍ଥ ସମ୍ବନ୍ଧୀୟ ବିଲ୍ ସଂସଦର ଉଭୟ ଗୃହରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କର ସମ୍ମତି ପ୍ରାପ୍ତ ହେଲା ପରେ ଆଇନରେ ପରିଣତ ହୁଏ ।
  • କେବଳ ଅର୍ଥବିଲ୍ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧ୍ଵ ।

ମିଳିତ ବୈଠକ :

  • କୌଣସି ସାଧାରଣ ବିଧେୟକ ଉପରେ ଲୋକସଭା ଓ ରାଜ୍ୟସଭା ମଧ୍ୟରେ ମତଭେଦ ସୃଷ୍ଟି ହେଲେ, ରାଷ୍ଟ୍ରପତିଙ୍କଦ୍ୱାରା ଉଭୟ ଗୃହର ମିଳିତ ବୈଠକ ଡକାଯାଏ ଓ ବାଚସ୍ପତି ସେଥୁରେ ସଭାପତିତ୍ବ କରନ୍ତି ।
  • ରାଷ୍ଟ୍ରପତିଙ୍କଦ୍ୱାରା ଜାରି ହୋଇଥ‌ିବା ଅଧ୍ୟାଦେଶ ଓ ଜରୁରୀକାଳୀନ ଘୋଷଣାନାମାକୁ ମଧ୍ଯ ସଂସଦ ଅନୁମୋଦନ କରିଥାଏ ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ସରକାରର କେତୋଟି ଅଙ୍ଗ ଅଛି ଓ ସେଗୁଡ଼ିକ କ’ଣ ?
Answer:
ପ୍ରତ୍ୟେକ ସରକାରର ୩ଟି ଲେଖାଏଁ ଅଙ୍ଗ ଅଛି ? ସେଗୁଡ଼ିକ ହେଲା

  • କାର୍ଯ୍ୟପାଳିକା,
  • ବ୍ୟବସ୍ଥାପିକା,
  • ନ୍ୟାୟପାଳିକା ।

୨। ଭାରତର କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା କେଉଁମାନଙ୍କୁ ନେଇ ଗଠିତ ?
Answer:
ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀପରିଷଦକୁ ନେଇ କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା ଗଠିତ ।

୩। ରାଷ୍ଟ୍ରପତି କେଉଁ ପଦାଧିକାରୀମାନଙ୍କୁ ବହିଷ୍କାର କରିଥାଆନ୍ତି ?
Answer:

  • ମହାଧ୍ଵବକ୍ତା
  • ରାଜ୍ୟପାଳ
  • କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ
  • ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିବୃନ୍ଦ
  • ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଯେକୌଣସି ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ବହିଷ୍କାର କରିଥାଆନ୍ତି ।

୪। କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି ?
Answer:
ସଂସଦ ଅଧ‌ିବେଶନ ଚାଲୁନଥି ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ହଠାତ୍ ଆଇନ ପ୍ରଣୟନ କରିବାର ଆବଶ୍ୟକତା ପଡ଼େ, ତାହାହେଲେ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରିଥାଆନ୍ତି ।

୫। ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ଭାରତର ରାଷ୍ଟ୍ରପତି ପରୋକ୍ଷଭାବେ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
  • ସଂସଦର ଉଭୟ ଗୃହ ଏବଂ ଦିଲ୍ଲୀ ଓ ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି । ‘ଆନୁପାତିକ ପ୍ରତିନିଧ୍ୟ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦଭିଭିକ ମତଦାନ ବା ଭୋଟପ୍ରଥା’ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୬| ଆମ ସମ୍ବିଧାନରେ କେଉଁ ତିନିପ୍ରକାର ଜରୁରୀକାଳୀନ ପରିସ୍ଥିତିର ଉଲ୍ଲେଖ ରହିଛି ?
Answer:

  • ଜାତାୟ ଜରୁରୀ ପରିସ୍ଥିତି
  • କୌଣସି ରାଜ୍ୟରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାର ବିଫଳତା ବା ଅଚଳାବସ୍ଥା ସମ୍ପର୍କିତ ଜରୁରୀ ପରିସ୍ଥିତି
  • ଆର୍ଥକ ଜରୁରୀ ପରିସ୍ଥିତି

୭ । ମନ୍ତ୍ରୀପରିଷଦରେ ସାଧାରଣତଃ କେତେପ୍ରକାର ମନ୍ତ୍ରୀ ଥାଆନ୍ତି ? ସେଗୁଡ଼ିକ କ’ଣ ?
Answer:
ମନ୍ତ୍ରୀପରିଷଦରେ ସାଧାରଣତଃ 3 ପ୍ରକାର ମନ୍ତ୍ରୀ ଥାଆନ୍ତି; ଯଥା –

  • କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ
  • ରାଷ୍ଟ୍ରମନ୍ତ୍ରୀ
  • ଉପମନ୍ତ୍ରୀ

୮ | ବାଚସ୍ପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ଲୋକସଭାର ପ୍ରଥମ ବୈଠକରେ ଲୋକସଭାର ସଭ୍ୟମାନେ ନିଜ ଭିତରୁ ଜଣକୁ ବାଚସ୍ପତିଭାବେ ନିର୍ବାଚିତ କରିଥା’ନ୍ତି ।
  • ସାଧାରଣତଃ ବାଚସ୍ପତି ଶାସକ ଦଳର ଜଣେ ସଭ୍ୟ ହୋଇଥା’ନ୍ତ ।

୯। ‘ପ୍ରଶ୍ନୋତ୍ତର’ କାର୍ଯ୍ୟକ୍ରମ କହିଲେ କ’ଣ ବୁଝ ?
Answer:

  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଂସଦମାନେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଥାଆନ୍ତି । ଏଥିରେ ମନ୍ତ୍ରୀମାନେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ।
  • ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଂସଦମାନେ ମନ୍ତ୍ରିପରିଷଦ ଉପରେ ନିୟନ୍ତ୍ରଣ ଜାରି କରିଥା’ନ୍ତି ।

୧୦। ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକ କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ ୩ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା

  • ମୌଳିକ କ୍ଷେତ୍ରାଧିକାର
  • ଆବେଦନମୂଳକ କ୍ଷେତ୍ରାଧିକାର
  • ଉପଦେଶମୂଳକ କ୍ଷେତ୍ରାଧିକାର

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୧ । ସର୍ବୋଚ୍ଚ ନ୍ୟାୟାଳୟ କେତେଗୋଟି ନ୍ୟାୟିକ ଆଦେଶ ବା ପରମାଦେଶ ଜରିଆରେ ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି ? ସେଗୁଡ଼ିକ କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟ ୫ଗୋଟି ନ୍ୟାୟିକ ଆଦେଶ ଜରିଆରେ ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ସେଗୁଡ଼ିକ ହେଲା –

  • ହାବିୟସ କର୍ପସ
  • ମାଣ୍ଡାମସ୍
  • ପ୍ରୋହିବିସନ
  • ସରସିଓରାରୀ
  • କୋଓ୍ବାରାଣ୍ଟୋ ।

୧୨ । ‘ନ୍ୟାୟିକ ପୁନରାବଲୋକନ’ କହିଲେ କ’ଣ ବୁଝ ?
Answer:

  • ସଂସଦ ବା ରାଜ୍ୟ ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ବା କାର୍ଯ୍ୟପାଳିକାର ଆଦେଶନାମା ଯଦି ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲଂଘନ କରେ, ତାହାହେଲେ ସମ୍ବିଧାନର ରକ୍ଷାକର୍ତ୍ତାଭାବେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଆଇନ ଓ କାର୍ଯ୍ୟପାଳିକାର ଆଦେଶନାମାକୁ ଅଣସାମ୍ବିଧାନିକ ଘୋଷଣା କରି ଅସିଦ୍ଧ କରି ଦେଇଥାଆନ୍ତି ।
  • ଏହାକୁ ‘ନ୍ୟାୟିକ ପୁନରାବଲୋକନ’ କୁହାଯାଏ ।

୧୩ । ଝୁଲା ସଂସଦ କହିଲେ କ’ଣ ବୁଝ ? ସେ ସମୟରେ ରାଷ୍ଟ୍ରପତି କିପରି ପ୍ରଧାନମନ୍ତ୍ରୀ ଚୟନ କରିଥା’ନ୍ତି ?
Answer:

  • ସାଧାରଣ ନିର୍ବାଚନରେ ଯଦି କୌଣସି ଦଳ ଲୋକସଭାରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ ନ କରନ୍ତି, ତେବେ ସେହିଭଳି ପରିସ୍ଥିତିରେ ଏକ ଝୁଲା ସଂସଦ ସୃଷ୍ଟି ହୋଇଥାଏ ।
  • ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ନିଜର ବୁଦ୍ଧି, ବିବେକ, ଅଭିଜ୍ଞତା, ନିରପେକ୍ଷ ବିଚାରଶକ୍ତି, ରାଜନୈତିକ ନୈପୁଣ୍ୟ ଓ ଦୂରଦୃଷ୍ଟି ପ୍ରୟୋଗ କରି ଯେଉଁ ବ୍ୟକ୍ତି ସୁଦୃଢ଼ ସରକାର ଗଠନ କରିପାରିବେ ବୋଲି ଭାବନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଚୟନ କରିଥା’ନ୍ତି ।

୧୪ । ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ କ’ଣ ହୁଏ ?
Answer:

  • ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ ଇସ୍ତଫା ପ୍ରଦାନ କରିବାକୁ ବାଧ୍ୟ ।
  • ଯଦି ପ୍ରଧାନମନ୍ତ୍ରୀ ସ୍ବତଃ ଇସ୍ତଫା ନ ଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।

୧୫ । ମନ୍ତ୍ରୀମଣ୍ଡଳକୁ କିପରି ବରଖାସ୍ତ କରାଯାଇପାରେ ?
Answer:

  • ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରାଯାଇପାରେ ।
  • ସଂସଦରେ ବଜେଟ୍ ଗୃହୀତ କରାଇ ନ ଦେଇ କିମ୍ବା କାଟ ପ୍ରସ୍ତାବ ଗୃହୀତ କରାଇ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରାଯାଇପାରେ ।

୧୬ । ରାଷ୍ଟ୍ରପତି ଶାସନ କ’ଣ ? ଏହା ସମ୍ବିଧାନରେ କେଉଁ ଧାରାରେ ବର୍ଣ୍ଣିତ ହୋଇଛି ?
Answer:

  • କୌଣସି ରାଜ୍ୟରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାର ବିପର୍ଯ୍ୟୟ ସମ୍ପର୍କିତ ଜରୁରୀ ପରିସ୍ଥିତି ଘୋଷଣାକୁ ରାଷ୍ଟ୍ରପତି ଶାସନ କୁହାଯାଏ ।
  • ଏହା ସମ୍ବିଧାନର ଧାରା ୩୫୬ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ ।

୧୭ । କିଏ ସଂସଦର ମିଳିତ ଅଧୂବେଶନ ଡକାନ୍ତି ? ଏଥରେ କିଏ ସଭାପତିତ୍ବ କରନ୍ତି ?
Answer:

  • ରାଷ୍ଟ୍ରପତି ସଂସଦର ମିଳିତ ଅଧ୍ଶନ ଡକାନ୍ତି ।
  • ଲୋକସଭାର ବାଚସ୍ପତି ଏଥରେ ଅଧ୍ୟକ୍ଷତା କରନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୮ । କେନ୍ଦ୍ର କ୍ୟାବିନେଟ୍ କିପରି ଗଠିତ ହୁଏ ? ଏଥରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:

  • କେନ୍ଦ୍ର ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀମାନଙ୍କୁ ନେଇ କେନ୍ଦ୍ର କ୍ୟାବିନେଟ୍ ଗଠିତ ହୁଏ ।
  • ଏଥୁରେ ପ୍ରଧାନମନ୍ତ୍ରୀ ଅଧ୍ଯକ୍ଷତା କରନ୍ତି ।

୧୯ । ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ସଂସଦର ଉଭୟ ଗୃହର ସମସ୍ତ ସଦସ୍ୟଙ୍କୁ ନେଇ ଗଠିତ ନିର୍ବାଚକମଣ୍ଡଳୀଦ୍ଵାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
  • ଆନୁପାତିକ ପସନ୍ଦଭିଭିକ ପ୍ରତିନିଧୂ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ପ୍ରଣାଳୀରେ ସେ ନିର୍ବାଚିତ ହୁଅନ୍ତି ।

୨୦ । ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ କୁହାଯାଏ କାହିଁକି ?
Answer:

  • ସର୍ବୋଚ୍ଚ ନ୍ୟାୟାଳୟର ରାୟ ଏବଂ ଆଦେଶନାମାଗୁଡ଼ିକୁ ଦେଶର ଅନ୍ୟ ସମସ୍ତ ଅଦାଲତ ମାନିବାକୁ ବାଧ୍ୟ । ସର୍ବୋଚ୍ଚ ନ୍ୟାୟାଳୟର ରାୟ ନିମ୍ନ ଅଦାଲତରେ ପ୍ରମାଣସ୍ବରୂପ ଦର୍ଶାଯାଇଥାଏ ।
  • ତେଣୁ ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ କୁହାଯାଏ ।

୨୧ । କାଟ ପ୍ରସ୍ତାବ କ’ଣ ? ଏହା ଗୃହୀତ ନ ହେଲେ କ’ଣ ହୁଏ ?
Answer:

  • ବଜେଟ୍ ଆଲୋଚନାବେଳେ ବିରୋଧୀ ଦଳମାନେ ତିନିପ୍ରକାର କାଟ ପ୍ରସ୍ତାବ ଆଗତ କରି ମନ୍ତ୍ରୀମଣ୍ଡଳ ଉପରେ କରନ୍ତି ।
  • ସଂସଦରେ କାଟ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତରେ କେତୋଟି ରାଜ୍ୟ ଓ କେତେଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
Answer:
ଭାରତରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।

୨। କେଉଁ କାରଣରୁ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଏ ?
Answer:
ସମ୍ବିଧାନ ଭଙ୍ଗ ଅଭିଯୋଗରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଏ ।

୩ । ଲୋକସଭାରେ କେତେଜଣ ମନୋନୀତ ସଦସ୍ୟ ଅଛନ୍ତ ?
Answer:
ଲୋକସଭାରେ ୨ଜଣ ମନୋନୀତ ସଦସ୍ୟ ଅଛନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୪। ଓଡ଼ିଶାପାଇଁ ରାଜ୍ୟସଭାରେ କେତୋଟି ଆସନ ଅଛି ?
Answer:
ଓଡ଼ିଶାପାଇଁ ରାଜ୍ୟସଭାରେ ୧୦ଟି ଆସନ ରହିଛି ।

୫। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେବର୍ଷ ?
Answer:
ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ।

୬ | ଲୋକସଭା ଅଧିବେଶନ ବର୍ଷକୁ ଅନ୍ୟୁନ କେତେ ଥର ବସେ ?
Answer:
ଲୋକସଭା ଅଧ୍ବବେଶନ ବର୍ଷକୁ ଅନ୍ୟୁନ ଦୁଇଥର ବସେ ।

୭। ଲୋକସଭା ସାଂସଦ ହେବାପାଇଁ ସର୍ବନିମ୍ନ ବୟସ ସୀମା କେତେ ?
Answer:
ଲୋକସଭାର ସାଂସଦ ହେବାପାଇଁ ସର୍ବନିମ୍ନ ବୟସ ସୀମା ୨୫ ବର୍ଷ ।

୮ | ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅବସର ନେବାର ବୟସସୀମା କେତେ ବର୍ଷ ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କର ଅବସର ନେବାର ବୟସ ସୀମା ୬୫ ବର୍ଷ ।

୯। ସାଂସଦମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କ’ଣ କରନ୍ତି ?
Answer:
ସାଂସଦମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଥାଆନ୍ତି ।

୧୦ । ସଂସଦର ମିଳିତ ଅଶନରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ସଂସଦର ମିଳିତ ଅଶନରେ ବାଚସତି ଅଧ୍ୟକ୍ଷତା କରନ୍ତି ।

୧୧ । ବାଚସ୍ପତିଙ୍କ ଅନୁପସ୍ଥିତିରେ କିଏ ଗୃହକାର୍ଯ୍ୟ ପରିଚାଳନା କରନ୍ତି ?
Answer:
ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ଗୃହକାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୨ । ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ କେବେ ଜନ୍ମ ନେଇଥିଲା ?
Answer:
୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ଜନ୍ମ ନେଇଥିଲା ।

୧୩ । ଆମ ଦେଶର ପ୍ରଥମ ନାଗରିକ କିଏ ?
Answer:
ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ପ୍ରଥମ ନାଗରିକ ।

୧୪ । ଦେଶର ବାର୍ଷିକ ‘ଆୟବ୍ୟୟର ଅଟକଳ’ ସଂସଦରେ କିଏ ଆଗତ କରାନ୍ତି ?
Answer:
ରାଷ୍ଟ୍ରପତି କେନ୍ଦ୍ର ଅର୍ଥନ୍ତ୍ରୀଙ୍କଦ୍ବାରା ଦେଶର ବାର୍ଷିକ ଆୟବ୍ୟୟର ଅଟକଳ ସଂସଦରେ ଆଗତ କରାଇ ଥାଆନ୍ତି ।

୧୫। ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି କେଉଁଦିନ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ?
Answer:
ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି ଦିଲ୍ଲୀଠାରେ ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ।

୧୬ । ସ୍ଵାଧୀନତା ଦିବସରେ କିଏ ଲାଲ୍‌କିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରିଥାଆନ୍ତି ?
Answer:
ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରିଥାଆନ୍ତି ।

୧୭। ‘ସଂସଦ’ ବା ପାର୍ଲାମେଣ୍ଟ କାହାକୁ କୁହାଯାଏ ?
Answer:
କେନ୍ଦ୍ର ବ୍ୟବସ୍ଥାପିକା ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ ।

୧୮। କିଏ ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ?
Answer:
ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ।

୧୯। ‘ସାମୂହିକ ଉତ୍ତରଦାୟିତ୍ବ’ର ଅର୍ଥ କ’ଣ ?
Answer:
ସାମୂହିକ ଉତ୍ତର ଦାୟିତ୍ବର ଅର୍ଥ ହେଉଛି ଯେକୌଣସି ମନ୍ତ୍ରୀଙ୍କର ଦୋଷ, ତ୍ରୁଟି ପାଇଁ ସମଗ୍ର ମନ୍ତ୍ରୀପରିଷଦ ଉତ୍ତରଦାୟୀ ।

୨୦। କେଉଁ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ?
Answer:
‘ଅର୍ଥ ବିଲ୍’ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୧। ଦେଶର ଆର୍ଥିକ ଦୁର୍ଦ୍ଦିନରେ କିଏ ‘ଆର୍ଥିକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ?
Answer:
ଦେଶର ଆର୍ଥିକ ଦୁର୍ଦ୍ଦିନରେ ରାଷ୍ଟ୍ରପତି ‘ଆର୍ଥିକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ।

୨୨। ‘ନୀତି ଆୟୋଗ’ର ଅଧ୍ୟକ୍ଷଭାବେ କିଏ କାର୍ଯ୍ୟ କରନ୍ତି ?
Answer:
ପ୍ରଧାନମନ୍ତ୍ରୀ ‘ନୀତି ଆୟୋଗ’ର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।

୨୩ । ‘ସଂସଦୀୟ ସଚିବ’ମାନଙ୍କୁ କିଏ ନିଯୁକ୍ତ କରିଥାଆନ୍ତି ?
Answer:
ସଂସଦୀୟ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥାଆନ୍ତି ।

୨୪ । ପୃଥ‌ିବୀର ପ୍ରଥମ ସଙ୍ଗୀୟ ରାଷ୍ଟ୍ର କିଏ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ପୃଥ‌ିବୀର ପ୍ରଥମ ସଂଘୀୟ ରାଷ୍ଟ୍ର ଅଟେ ।

A. ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତ ଏକ ______________ ରାଷ୍ଟ୍ର ଅଟେ ।
Answer:
ସଂଘୀୟ

୨। _____________ ହେଉଛନ୍ତି ‘ନାମକୁ ମାତ୍ର କାର୍ଯ୍ୟପାଳିକା’ ।
Answer:
ରାଷ୍ଟ୍ରପତି

୩। ରାଷ୍ଟ୍ରପତି ଲୋକମାନଙ୍କଦୃାରା ______________ ଭାବରେ ନିର୍ବାଚିତ ହୁଅନ୍ତି ।
Answer:
ପରୋକ୍ଷ

୪ । ରାଷ୍ଟ୍ରପତି କାର୍ଯକାଳ ______________ ବର୍ଷ |
Answer:
୫ ବର୍ଷ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୫ । _____________ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ।
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୬ । ଆମ ସମ୍ବିଧାନ କେନ୍ଦ୍ର ସରକାରଙ୍କର ସମସ୍ତ କାର୍ଯ୍ୟପାଳିକା କ୍ଷମତା ଙ୍କ ହାତରେ ________________ ଙ୍କ ହାତରେ ନ୍ୟପ୍ତ କରିଅଛି ।
Answer:
ରାଷ୍ଟ୍ରପତି

୭। ପ୍ରଧାନମନୀଙ୍କ _______________ ନିଯୁକ୍ତ କରିଥାଆନ୍ତି ।
Answer:
ରାଷ୍ଟ୍ରପତି

୮| _______________ ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ ଅଟନ୍ତି ।
Answer:
ରାଷ୍ଟ୍ରପତି

୯। ପ୍ରତ୍ୟେକ ଆର୍ଥିକ ବର୍ଷର ପ୍ରାରମ୍ଭରେ ରାଷ୍ଟ୍ରପତି ______________ ଙ୍କଦ୍ବାରା ଦେଶର ବାର୍ଷିକ ‘ଆୟବ୍ୟୟର ଅଟକଳ’ ସଂସଦରେ ଆଗତ କରାଇଥାଆନ୍ତି ।
Answer:
କେନ୍ଦ୍ର ଆର୍ଥିମନ୍ତ।

୧୦| ________________ ଙ୍କ ‘ସମ୍ମତି’ ବିନା କୌଣସି ଚିଠା ଆଇନରେ ପରିଣତ ହୋଇପାରେ ନାହିଁ ।
Answer:
ରାଷ୍ଟ୍ରପତି

୧୧। ______________ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ କ୍ଷମା କରିପାରନ୍ତି ।
Answer:
ରାଷ୍ଟ୍ରପତି

୧୨ । ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି _______________ ତାରିଖରେ · ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ।
Answer:
ଜାନୁୟାରୀ ୨୬

୧୩ । ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀଙ୍କୁ ଅତି କମ୍ରେ __________________ ବର୍ଷ ବୟସ ହୋଇଥ‌ିବା ଉଚିତ୍ ।
Answer:
୩୫

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୪। _______________ ହେଉଛନ୍ତି ମନ୍ତ୍ରୀପରିଷଦର ମୁଖ୍ୟ ।
Answer:
ପ୍ରଧାନମନ୍ତ୍ରୀ

୧୫ । ରାଷ୍ଟ୍ରପତି ଏବଂ ମନ୍ତ୍ରୀମଣ୍ଡଳ ମଧ୍ୟରେ _______________ ହେଉଛନ୍ତି ଯୋଗସୂତ୍ର ରକ୍ଷାକାରୀ ।
Answer:
ପ୍ରଧାନମନ୍ତ୍ରୀ

୧୬। ________________ ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି ।
Answer:
ସ୍ବାଧୀନତା

୧୭। ସମ୍ବିଧାନର ______________ ଧାରାରେ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ କାର୍ଯ୍ୟାବଳୀ ସୂଚିତ ହୋଇଅଛି ।
Answer:
୭୮

୧୮। ______________ ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ ।
Answer:
କେନ୍ଦ୍ର ବ୍ୟବସ୍ଥାପିକା

୧୯ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭାର ସଭ୍ୟସଂଖ୍ୟା ସର୍ବାଧ‌କ _____________ ହୋଇପାରିବ ।
Answer:
୫୫୨

୨୦ । ବର୍ତ୍ତମାନ ଲୋକସଭାର ସଭ୍ୟସଂଖ୍ୟା ________________ ।
Answer:
୫୪୫

୨୧। _______________ ହେଉଛି ସଂସଦର ଉଚ୍ଚ ସଦନ ବା ଦ୍ବିତୀୟ ସଦନ ।
Answer:
ରାଜ୍ୟସଭା

୨୨। ରାଜ୍ୟସଭାର ସର୍ବାଧ‌କ ସଭ୍ୟସଂଖ୍ୟା _______________ ।
Answer:
୨୫୦

୨୩ । ବର୍ତ୍ତମାନ ରାଜ୍ୟସଭାର ସଭ୍ୟସଂଖ୍ୟା _______________ ।
Answer:
୨୪୫

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୪। ____________ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ।
Answer:
ଅର୍ଥ ବିଲ୍

୨୫ । ଆମ ସମ୍ବିଧାନର _____________ ଧାରା ଅନୁଯାୟୀ ସମ୍ବିଧାନର ସଂଶୋଧନ ବ୍ୟବସ୍ଥା ସଂସଦଦ୍ୱାରା ହୋଇପାରିବ ।
Answer:
୩୬୮

୨୬ । ସଂସଦରେ ଆଗତ ପ୍ରସ୍ତାବିତ ଆଇନକୁ _____________ କୁହାଯାଏ ।
Answer:
ଚିଠା ଆଇନ

୨୭ । ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ______________ ଠାରେ ଅଛା ।
Answer:
ଦିଲ୍ଲୀ

୨୮ । ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ନାମ ଥିଲା _____________ ।
Answer:
ସଂଘୀୟ ନ୍ୟାୟାଳୟ

୨୯ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ______________ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।
Answer:
୬୫

୩୦ । ___________ ହେଉଛି ସମ୍ବିଧାନର ରକ୍ଷାକର୍ତ୍ତା ।
Answer:
ସର୍ବୋଚ୍ଚ ନ୍ୟାୟାଳୟ

୩୧ । ___________ ଭାରତର ପ୍ରଥମ ଉପରାଷ୍ଟ୍ରପତି ଥିଲେ ।
Answer:
ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍

୩୨ । ___________ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।
Answer:
ପଣ୍ଡିତ ଜବାହର ଲାଲ

୩୩ । ଲୋକସଭାର ପ୍ରଥମ ବାଚସ୍ପତି ______________ ଥିଲେ ।
Answer:
ଶ୍ରୀଯୁକ୍ତ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୩୪ । ସଂସଦର ଦୈନିକ ଅଧୂବେଶନର ପ୍ରଥମ ଘଣ୍ଟାକୁ ____________ କୁହାଯାଏ ।
Answer:
ପ୍ରଶ୍ନକାଳ

୩୫ । ବର୍ତ୍ତମାନ ଲୋକସଭାର କୋରମ ସଂଖ୍ୟା ____________ ।
Answer:
୫୫

୩୬ । ______________ ଜଣ ବ୍ୟକ୍ତିଙ୍କ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥାଆନ୍ତି ।
Answer:
୧୨

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା କିଏ ?
(i) ସଂସଦ
(ii) ସର୍ବୋଚ୍ଚ ନ୍ୟାୟାଳୟ
(iii) ଉଚ୍ଚ ନ୍ୟାୟାଳୟ
(iv) ବିକାଶ ପରିଷଦ
Answer:
(i) ସଂସଦ

୨ । ନିମ୍ନୋକ୍ତ କିଏ କେନ୍ଦ୍ର କାର୍ଯ୍ୟପାଳିକାର ଅନ୍ତର୍ଭୁକ୍ତ ନୁହନ୍ତି ?
(i) ରାଷ୍ଟ୍ରପତି
(ii) ରାଜ୍ୟପାଳ
(iii) ପ୍ରଧାନମନ୍ତ୍ରୀ
(iv) ମନ୍ତ୍ରିମଣ୍ଡଳ
Answer:
(ii) ରାଜ୍ୟପାଳ

୩। ଓଡ଼ିଶାରୁ ଲୋକସଭାକୁ କେତେଜଣ ସଭ୍ୟ ନିର୍ବାଚିତ ହୋଇଯାଆନ୍ତି ?
(i)୨୦
(ii) ୨୧
(iii) ୨୨
(iv) ୨୩
Answer:
(ii) ୨୧

୪। କାହାର ପରାମର୍ଶରେ ରାଷ୍ଟ୍ରପତି ଲୋକସଭାକୁ ଭାଙ୍ଗି ଦେଇପାରନ୍ତି ?
(i) ଉପରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ବାଚସ୍ପତି
(iv) ମନ୍ତ୍ରିମଣ୍ଡଳ
Answer:
(iv) ମନ୍ତ୍ରିମଣ୍ଡଳ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୫। ଲୋକସଭା ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
(i) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iii) ରାଷ୍ଟ୍ରପତି
(iv) ବାଚସ୍ପତି
Answer:
(iv) ବାଚସ୍ପତି

୬। ରାଜ୍ୟସଭାର ମୋଟ ନିର୍ବାଚିତ ସଭ୍ୟସଂଖ୍ୟା କେତେ ?
(i) ୨୩୮
(ii) ୨୩୧
(iii) ୨୫୦
(iv) ୨୫୧
Answer:
(i) ୨୩୮

୭ । ରାଜ୍ୟସଭାର ସଭ୍ୟମାନଙ୍କର କାର୍ଯ୍ୟକାଳ କେତେବର୍ଷି ?
(i) ୩ ବର୍ଷ
(ii) ୫ ବର୍ଷ
(iii) ୬ ବର୍ଷ
(iv) ୭ ବର୍ଷ
Answer:
(iii) ୬ ବର୍ଷ

୮। କେତେବର୍ଷ ବ୍ୟବଧାନରେ ରାଜ୍ୟସଭାର ନିର୍ବାଚନ ଅନୁଷ୍ଠିତ ହୋଇଥାଏ ?
(i) ୧ ବର୍ଷ
(ii) ୨ ବର୍ଷ
(iii) ୩ ବର୍ଷ
(iv) ୫ ବର୍ଷ
Answer:
(ii) ୨ ବର୍ଷ

୯। ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ବର୍ଷ ହେବା ଆବଶ୍ୟକ ?
(i) ୨୫ ବର୍ଷ
(ii) ୩୦ ବର୍ଷ
(iii) ୩୫ ବର୍ଷ
(iv) ୪୦ ବର୍ଷ
Answer:
(ii) ୩୦ ବର୍ଷ

୧୦ । ଅର୍ଥ ବିଲ୍ ସର୍ବାଧ୍ଵ କେତେଦିନ ରାଜ୍ୟସଭାରେ ରହିପାରେ ?
(i) ୧୦ ଦିନ
(ii) ୧୪ ଦିନ
(iii) ୨୦ ଦିନ
(iv) ୨୪ ଦିନ
Answer:
(ii) ୧୪ ଦିନ

୧୧ । ନିମ୍ନୋକ୍ତ କେଉଁ ପ୍ରସ୍ତାବଦ୍ୱାରା ରାଷ୍ଟ୍ରପତିଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇ ପାରିବ ?
(i) ମୁଲତବୀ ପ୍ରସ୍ତାବ
(ii) ବହିଷ୍କାର ପ୍ରସ୍ତାବ
(iii) ଅନାସ୍ଥା ପ୍ରସ୍ତାବ
(iv) ମହାଭିଯୋଗ ପ୍ରସ୍ତାବ
Answer:
(iv) ମହାଭିଯୋଗ ପ୍ରସ୍ତାବ

୧୨ । ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥା’ନ୍ତି ?
(i) ବାଚସ୍ପତି
(ii) ଉପରାଷ୍ଟ୍ରପତି
(iii) ଉପବାଚସ୍ପତି
(iv) ରାଷ୍ଟ୍ରପତି
Answer:
(ii) ଉପରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୩ । କାହାର ଲିଖ୍ ପରାମର୍ଶରେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି ?
(i) ବାଚସ୍ପତି
(ii) ମନ୍ତ୍ରିମଣ୍ଡଳ
(iii) ଲୋକସଭା
(iv) ପ୍ରଧାନମନ୍ତ୍ରୀ
Answer:
(ii) ମନ୍ତ୍ରିମଣ୍ଡଳ

୧୪। କେନ୍ଦ୍ର ସରକାରଙ୍କ ବାସ୍ତବ ଶାସନ ମୁଖ୍ୟ କିଏ ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ବାଚସ୍ପତି
(iv) ଉପରାଷ୍ଟ୍ରପତି
Answer:
(ii) ପ୍ରଧାନମନ୍ତ୍ରୀ

୧୫ । ପ୍ରଧାନମନ୍ତ୍ରୀଙ୍କ ସହ ନିମ୍ନୋକ୍ତ କେଉଁମାନଙ୍କୁ ନେଇ କ୍ୟାବିନେଟ୍ ଗଠିତ ?
(i) କ୍ୟାବିନେଟ୍ ମନ୍ତ୍ରୀ
(ii) ଉପମନ୍ତ୍ରୀ
(iii) ରାଷ୍ଟ୍ରମନ୍ତ୍ରୀ
(iv) ବାଚସ୍ପତି
Answer:
(i) କ୍ୟାବିନେଟ୍ ମନ୍ତ୍ରୀ

୧୬ । ଭାରତର ବୈଦେଶିକ ନୀତି କିଏ ନିର୍ଦ୍ଧାରଣ କରିଥାଏ ?
(i) ମନ୍ତ୍ରିମଣ୍ଡଳ
(ii) ପ୍ରଧାନମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ବୈଦେଶିକ ବ୍ୟାପାର ମନ୍ତ୍ରୀ
Answer:
(i) ମନ୍ତ୍ରିମଣ୍ଡଳ

୧୭ । କୌଣସି ବ୍ୟକ୍ତି ସଂସଦରେ ସଭ୍ୟ ନ ଥାଇ ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ ତାଙ୍କୁ କେତେଦିନ ମଧ୍ୟରେ ସଂସଦର ସଭ୍ୟ ହେବାକୁ ପଡ଼ିବ ?
(i) ୩ ମାସ
(ii) ୬ ମାସ
(iii) ୫ ମାସ
(iv) ୧୦ ମାସ
Answer:
(ii) ୬ ମାସ

୧୮ । ଗୋଟିଏ ସରକାରୀ ବିଭାଗର ରାଜନୈତିକ ମଖ୍ୟ କିଏ ?
(i) ପ୍ରଧାନମନ୍ତ୍ରୀ
(ii) ରାଷ୍ଟ୍ରପତି
(iii) ବିଭାଗୀୟ ମନ୍ତ୍ରୀ
(iv) ବିଭାଗୀୟ ସଚିବ
Answer:
(iii) ବିଭାଗୀୟ ମନ୍ତ୍ରୀ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୯। ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ କେତେବର୍ଷ ଆଡ଼ଭୋକେଟ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ?
(i) ୫ ବର୍ଷ
(ii) ୧୦ ବର୍ଷ
(iii) ୧୫ ବର୍ଷ
(iv) ୨୦ ବର୍ଷ
Answer:
(ii) ୧୦ ବର୍ଷ

୨୦ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
(i) ୫୮ ବର୍ଷ
(ii) ୬୦ ବର୍ଷ
(iii) ୬୨ ବର୍ଷ
(iv) ୬୫ ବର୍ଷ
Answer:
(iv) ୬୫ ବର୍ଷ

୨୧ । ନିମ୍ନୋକ୍ତ ମଧ୍ଯରୁ କିଏ ମନ୍ତ୍ରିମଣ୍ଡଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରନ୍ତି ?
(i) ପ୍ରଧାନମନ୍ତ୍ରୀ
(ii) ଅର୍ଥମନ୍ତ୍ରୀ
(iii) ବୈଦେଶିକ ମନ୍ତ୍ରୀ
(iv) ଘରୋଇ ମନ୍ତ୍ରୀ
Answer:
(i) ପ୍ରଧାନମନ୍ତ୍ରୀ

୨୨ । ନିମ୍ନୋକ୍ତ ମଧ୍ଯରୁ କିଏ ରାଷ୍ଟ୍ରପତିଙ୍କର ମୁଖ୍ୟ ପରାମର୍ଶଦାତା ?
(i) ଉପରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ଘରୋଇ ସଚିବ
(iv) ବାଚସ୍ପତି
Answer:
(ii) ପ୍ରଧାନମନ୍ତ୍ରୀ

୨୩ । ରାଷ୍ଟ୍ରପତି ନିର୍ବାଚନରେ ନିମ୍ନୋକ୍ତ ମଧ୍ଯରୁ କେଉଁ ସଭାର ସଭ୍ୟମାନେ ଅଂଶଗ୍ରହଣ କରନ୍ତି ନାହିଁ ?
(i) ଲୋକସଭା
(ii) ରାଜ୍ୟସଭା
(iii) ବିଧାନ ପରିଷଦ
(iv) ବିଧାନସଭା
Answer:
(iii) ବିଧାନ ପରିଷଦ

୨୪ । ଲୋକସଭାର ସଭ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କର ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ ?
(i) ୧୮ ବର୍ଷ
(ii) ୨୫ ବର୍ଷ
(iii) ୩୫ ବର୍ଷ
(iv) ୨୧ ବର୍ଷ
Answer:
(ii) ୨୫ ବର୍ଷ

୨୫ । କେତେଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ଲୋକସଭାକୁ ଆଙ୍ଗୋ ଭାରତୀୟ ସମ୍ପ୍ରଦାୟରୁ ମନୋନୀତ କରିପାରନ୍ତି ?
(i) ୨
(ii) ୪
(iii) ୩
(iv) ୫
Answer:
(i) ୨

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୬ । ନିମ୍ନୋକ୍ତ ମଧ୍ୟରୁ କେତେଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ସଭ୍ୟରୂପେ ମନୋନୀତ କରନ୍ତି ?
(i) ୧୦
(ii) ୧୨
(iii) ୨୧
(iv) ୨୦
Answer:
(ii) ୧୨

୨୭ । ରାଷ୍ଟ୍ରପତିଙ୍କ ସ୍ଥାନ ଖାଲି ପଡ଼ିଲେ କିଏ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥାଆନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iii) ବାଚସ୍ପତି
(iv) ଉପବାଚସ୍ପତି
Answer:
(ii) ଉପରାଷ୍ଟ୍ରପତି

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ବର୍ତ୍ତମାନ ଭାରତର ରାଜ୍ୟ ସଂଖ୍ୟା କେତେ ?
Answer:
୨୯ ଗୋଟି

୨। ଆମ ଦେଶରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ?
Answer:
୭ ଗୋଟି

୩ । ଭାରତର ୨୯ତମ ରାଜ୍ୟଟି କିଏ ?
Answer:
ତେଲେଙ୍ଗାନା

୪। ପୃଥ‌ିବୀର ପ୍ରଥମ ସଙ୍ଗୀୟ ରାଷ୍ଟ୍ର କିଏ ?
Answer:
ପୁକ୍ତରାଷ୍ର ଆମେରିକା

୫ । ଆମ ଦେଶର ପ୍ରଥମ ରାଷ୍ଟ୍ରପତି କିଏ ?
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୬ । ମହାଭିଯୋଗ ପ୍ରସ୍ତାବ କାହା ବିରୋଧରେ ଅଣାଯାଇଥାଏ ?
Answer:
ରାଷ୍ଟ୍ରପତି

୭ । ଆମର ପ୍ରଧାନମନ୍ତ୍ରୀଙ୍କୁ କି ନିଯୁକ୍ତି କରନ୍ତି ?
Answer:
ରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୮ | ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ କିଏ ?
Answer:
ରାଷ୍ଟ୍ରପତି

୯। ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ?
Answer:
ଶ୍ରୀଯୁକ୍ତ ରାମନାଥ କୋବିନ୍ଦ

୧୦ । ଦେଶରେ ଜରୁରୀ ପରିସ୍ଥିତି କିଏ ଘୋଷଣା କରନ୍ତି ?
Answer:
ରାଷ୍ଟ୍ରପତି

୧୧ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୁଖ୍ୟ କିଏ ?
Answer:
ପ୍ରଧାନମନ୍ତ୍ରୀ

୧୨। ‘ନୀତି ଆୟୋଗ’ର ଅଧ୍ୟକ୍ଷ କିଏ ?
Answer:
ପ୍ରଧାନମନ୍ତ୍ରୀ

୧୩। ଭାରତରେ ଭୋଟଦାନର ବୟସସୀମା କେତେ ?
Answer:
୧୮ ବର୍ଷ

୧୪। ଆମ ଦେଶର ପାର୍ଲିଆମେଣ୍ଟ ବା ସଂସଦ କେଉଁଠାରେ ଅଛି ?
Answer:
ନୂଆଦିଲ୍ଲୀ

୧୫ । ଲୋକସଭାର ଅଧ୍ୟକ୍ଷ କିଏ ?
Answer:
ବାଚସ୍ପତି

୧୬ । ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ଉପରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୭ । କେଟି ଏକ ସ୍ଥାୟୀ ସଭା ଅଟେ ?
Answer:
ରାଜ୍ୟସଭା

୧୮। ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ ?
Answer:
ନୂଆଦିଲ୍ଲୀ

୧୯। ଆମର ସର୍ବୋଚ୍ଚ ନ୍ୟାୟାଳୟର କେବେ ଜନ୍ମଲାଭ କରିଥିଲା ?
Answer:
୧୯୫୦ ମସିହା ଜାନୁୟାରୀ ୨୬

୨୦ । ବଜେଟ୍ ସଂସଦରେ କିଏ ଆଗତ କରନ୍ତି ?
Answer:
କେନ୍ଦ୍ର ଅର୍ଥମନ୍ତ୍ରୀ

୨୧ । ଆମ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ କ’ଣ କୁହାଯାଏ ?
Answer:
ରାଷ୍ଟ୍ରପତି ଭବନ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର Important Questions and Answers.

BSE Odisha Class 8 Political Science Important Questions Chapter 2 ରାଜ୍ୟ ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜ୍ୟ ବିଧାନମଣ୍ଡଳ କିପରି ଗଠିତ ହୋଇଥାଏ ?
Answer:
ଗଠନ ପ୍ରକ୍ରିୟା :

  • ରାଜ୍ୟ ବିଧାନମଣ୍ଡଳ ରାଜ୍ୟପାଳ, ବିଧାନ ପରିଷଦ ଓ ବିଧାନସଭାକୁ ନେଇ ଗଠିତ ।
  • ଏହା ଏକ ସଦନୀୟ ବା ଦ୍ବିସଦନୀୟ ହୋଇଥାଏ । ଏହାର ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ । ଓଡ଼ିଶାରେ କେବଳ ବିଧାନସଭା ଅଛି ।

ସଦସ୍ୟ ସଂଖ୍ୟା :
ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ । ଏଥୁରୁ ୨୨ଟି ଆସନ ଅନୁସୂଚିତ ଜାତି, ୩୪ଟି ଆସନ ଅନୁସୂଚିତ ଉପଜାତି ଓ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ଭୋଟ ଦାନ :
ଏହି ସଭ୍ୟମାନେ ଭୋଟଦାତାମାନଙ୍କ ପ୍ରତ୍ୟକ୍ଷ ଭୋଟଦାନଦ୍ୱାରା ନିର୍ବାଚିତ ହୁଅନ୍ତି ।

କାର୍ଯ୍ୟକାଳ :
ପ୍ରତି ନିର୍ବାଚନ ମଣ୍ଡଳୀରୁ ସାବାଳକ ଭୋଟରମାନେ ଭୋଟଦେଇ ଜଣେ ଜଣେ ବିଧାନସଭା ସଭ୍ୟଙ୍କୁ ନିର୍ବାଚିତ କରନ୍ତି । ପ୍ରତି ୫ ବର୍ଷ ବ୍ୟବଧାନରେ ବିଧାନସଭା ଗଠନ ହେବାପାଇଁ ନିର୍ବାଚନ ହୁଏ ।

୨। ବାଚସ୍ପତିଙ୍କ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
Answer:
ଅଧ୍ଯକ୍ଷତା :
ବାଚସ୍ପତି ବିଧାନସଭା ବୈଠକରେ ଅଧ୍ୟକ୍ଷତା କରନ୍ତି ।

କାର୍ଯ୍ୟସୂଚୀ :
ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧ୍ବବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସୂଚୀ ନିଦ୍ଧାରଣ କରନ୍ତି ।

ବକ୍ତବ୍ୟ ପ୍ରଦାନ :
ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।

ସୁରକ୍ଷା :
ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ । ବିଧାନସଭା ଅଧୂବେଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।

ନିର୍ଣ୍ଣାୟକ ଭୋଟ :
ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୩ । ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ହେଲା

  • ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥବିଲ୍ ବିଧାନସଭାରେ ଆଗତ ହୋଇପାରିବ ନାହିଁ ।
  • ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ରାଜ୍ୟ ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟର ଅଟକଳ ବା ବଜେଟ୍ ଉପସ୍ଥାପିତ କରନ୍ତି ।
  • ଅର୍ଥବିଲ୍ ବିଧାନମଣ୍ଡଳରେ ଗୃହୀତ ହେଲାପରେ ଦ୍ୱିତୀୟଥର ରାଜ୍ୟପାଳଙ୍କ ସ୍ବାକ୍ଷର ଲାଭ କଲାପରେ ଆଇନରେ ପରଣିତ ହୁଏ ।
  • ଏହା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ଦାବି ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ଆଗତ କରାନ୍ତି ।
  • ରାଜ୍ୟ ବିଧାନସଭାର ଅନୁମୋଦନ ବିନା ରାଜ୍ୟ ସରକାର ପଇସାଟିଏ ଖର୍ଚ୍ଚ କରନ୍ତି ନାହିଁ କି ଟିକସ ଆଦାୟ କରନ୍ତି ନାହିଁ ।

୪ । ରାଜ୍ୟପାଳଙ୍କ କି କି ଯୋଗ୍ୟତା ଥ‌ିବା ଆବଶ୍ୟକ ?
Answer:
ରାଜ୍ୟପାଳ ପଦରେ ନିଯୁକ୍ତି ପାଇଁ ନିମ୍ନଲିଖୂ ଯୋଗ୍ୟତା ଥିବା ଆବଶ୍ୟକ ।

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଉର୍ଦ୍ଧ୍ୱ ହୋଇଥ‌ିବ ।
  • ସେ କୌଣସି ଲାଭଜନକ ପଦବୀରେ ନ ଥ‌ିବେ ।
  • ସେ କେନ୍ଦ୍ର ସଂସଦ ଓ ବିଧାନମଣ୍ଡଳର ସଭ୍ୟ ହୋଇ ନ ଥ‌ିବେ । ଯଦି କେନ୍ଦ୍ର ସଂସଦ କିମ୍ବା ରାଜ୍ୟ ବିଧାନମଣ୍ଡଳର କୌଣସି ସଭ୍ୟ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇ ଶପଥ ନିଅନ୍ତି ତେବେ ସଙ୍ଗେ ସଙ୍ଗେ ତାଙ୍କର ସାଂସଦ ବା ବିଧାୟକ ପଦବୀର ଅନ୍ତ ହୁଏ ।

୫। ଦେୱାନୀ ଓ ଫୌଜଦାରୀ ଅଦାଲତର କାମ କ’ଣ ?
Answer:

  • ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା — (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ ।
  • ଦେୱାନୀ ଅଦାଲତ – ଏହି ଅଦାଲତରେ ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି • ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ବିଚାର କରାଯାଏ । ଜିଲ୍ଲାସ୍ତରୀୟ ଜଜ୍ କୋର୍ଟ ସର୍ବୋଚ୍ଚ ଦେୱାନୀ ଅଦାଲତ ଅଟେ । ଏହି ମୋକଦ୍ଦମା ବିଚାର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜ୍, ସବ୍‌ଡିଭିଜନ୍ ସ୍ତରରେ ସବ୍‌ଜଜ୍ ଓ ମୁନ୍‌ସଙ୍କ ଅଦାଲତ ଅଛି ।
  • ଫୌଜଦାରୀ ଅଦାତଲ – ଏହି ଅଦାଲତରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ । ଜିଲ୍ଲାସ୍ତରୀୟ ସେସନ୍ସ କୋର୍ଟ ସର୍ବୋଚ୍ଚ ଫୌଜଦାରୀ ଅଦାଲତ । ଏହି ମୋକଦ୍ଦମାଗୁଡ଼ିକ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ସବ୍‌ଡିଭିଜନ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

୬। ରାଜ୍ୟପାଳଙ୍କର କାର୍ଯ୍ୟପାଳିକା କ୍ଷମତା କ’ଣ ?
Answer:
ସରକାରୀ କାର୍ଯ୍ୟ:
ସମ୍ବିଧାନ ରାଜ୍ୟ ସରକାରଙ୍କର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଜ୍ୟପାଳଙ୍କଠାରେ ନ୍ୟସ୍ତ କରିଅଛି । କିନ୍ତୁ ଏ ସମସ୍ତ କ୍ଷମତା ତାଙ୍କ ନାମରେ ମନ୍ତ୍ରୀପରିଷଦ ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀଙ୍କଦ୍ୱାରା ପରୋକ୍ଷଭାବେ ସମ୍ପାଦିତ ହୋଇଥାଏ ।

ନିଯୁକ୍ତି ପ୍ରଦାନ :
ରାଜ୍ୟପାଳ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ବା ମିଳିତ ସରକାର କ୍ଷେତ୍ରରେ ଏକାଧ୍ଵ ମେଣ୍ଟଦଳର ସର୍ବସମ୍ମତିଭାବେ ନିର୍ବାଚିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଓ ତାଙ୍କ ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରି ‘ମନ୍ତ୍ରୀପରିଷଦ’ ଗଠନ କରନ୍ତି ।

ପରାମର୍ଶ :
ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି ।

କୁଳପତି :

  • ରାଜ୍ୟର ମହାଧ୍ଵବକ୍ତା, ରାଜ୍ୟର ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ ଓ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନେ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି ।
  • ବିଧାନସଭାରେ ଆଟ୍ରୋ-ଭାରତୀୟ ସମ୍ପ୍ରଦାୟ ଯଥାର୍ଥ ପ୍ରତିନିଧୂ ପାଇନଥିଲେ ରାଜ୍ୟପାଳ ସେହି ସମ୍ପ୍ରଦାୟରୁ ଜଣଙ୍କୁ ମନୋନୀତ କରନ୍ତି । ବିଧାନ ପରିଷଦକୁ କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରିଦର୍ଶିତା
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାଲୁଥିବା ସମୟରେ ରାଜ୍ୟପାଳ ରାଜ୍ୟର ଶାସନ ଦୟିତ୍ଵରେ ରୁହନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । ଅଧ୍ୟାଦେଶ କହିଲେ କ’ଣ ବୁଝ ? ଏହା କିଏ ଘୋଷଣା କରନ୍ତି ?
Answer:
ଅଧ୍ୟାଦେଶ ଜାରୀ :

  • ଅଧ୍ୟାଦେଶ ଜାରି କରିବା ରାଜ୍ୟପାଳଙ୍କ ବ୍ୟବସ୍ଥାପିକା କ୍ଷମତାର ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା ।
  • ବିଧାନସଭା ବା ବିଧାନମଣ୍ଡଳର ଅଧିବେଶନ ଚାଲୁ ନ ଥ‌ିବାବେଳେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରନ୍ତି ।

କାର୍ଯ୍ୟକାରିତା :

  • ଅଧ୍ୟାଦେଶଟି ଯଦି ବିଧାନମଣ୍ଡଳର ପରବର୍ତ୍ତୀ ଅଧୂବେଶନ ବସିବାର ୬ ସପ୍ତାହ ସମୟସୀମା ମଧ୍ୟରେ ବିଧାନମଣ୍ଡଳଦ୍ୱାରା ଅନୁମୋଦିତ ନହୁଏ, ତେବେ ଏହା ଆପେ ଆପେ ଅକାମୀ ହୋଇଯାଏ ।
  • ଏତଦ୍‌ବ୍ୟତୀତ ରାଜ୍ୟପାଳ ଚାହିଁଲେ ସେ ଅଧ୍ୟାଦେଶଟି ପ୍ରତ୍ୟାହାର କରିପାରନ୍ତି ।
  • ଅଧ୍ୟାଦେଶ ସମ୍ପର୍କିତ ବିଷୟବସ୍ତୁ ଉପରେ ଏକ ସ୍ଥାୟୀ ଆଇନ ବିଧାନମଣ୍ଡଳରେ ଗୃହୀତ ହେଲେ ଅଧ୍ୟାଦେଶଟି ସ୍ଵତଃ ଅକାମୀ ହୋଇଯାଏ ।

୮ | ବିଧାନସଭାର ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା କ’ଣ ?
Answer:
ଅନୁମୋଦନ :
ବିଧାନସଭାର ବିନା ଅନୁମୋଦନରେ ସରକାର ଗୋଟିଏ ପଇସା ଖର୍ଚ୍ଚ କରିପାରିବେ ନାହିଁ ।

ବଜେଟ୍:
ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି ।

ସରକାରୀ ଅର୍ଥ :
ବଜେଟ୍ ଉପରେ ଆଲୋଚନା ଶେଷହେବା ପରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭାଗୀୟ ଖର୍ଚ୍ଚଦାବି ବିଧାନସଭାରେ ଉପସ୍ଥାପନ କରନ୍ତି । ବିଧାନସଭାରେ ଖର୍ଚ୍ଚଦାବି ଗୃହୀତ ହେଲାପରେ ସରକାର ଅର୍ଥ ବ୍ୟୟ କରନ୍ତି ।

ଚିଠା ଆଇନ :
ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରିବେ ନାହିଁ ।

ନିୟନ୍ତ୍ରଣ :
ଏହିପରି ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ ମାଧ୍ୟମରେ ବିଧ।ନସଭା ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରଣ କରେ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ରାଜ୍ୟଗୁଡ଼ିକରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ?
Answer:
ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର, ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଆଦି ୭ଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ।

୨। କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ତାଙ୍କ କାର୍ଯ୍ୟ କିଏ ତୁଲାଇ ଥାଆନ୍ତି ?
Answer:

  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ସେହି ଦାୟିତ୍ଵ ତୁଲାଇଥାଆନ୍ତି ।
  • ଅଥବା ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀ ରାଜ୍ୟପାଳଭାବେ କାର୍ଯ୍ୟ ତୁଲାଇଥାଆନ୍ତି ।

୩। ମୁଖ୍ୟମନ୍ତ୍ରୀ କିପରି ନିଯୁକ୍ତି ହୁଅନ୍ତି ?
Answer:

  • ବିଧାନସଭାରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ନେତାଙ୍କ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି ।
  • କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ ମେଣ୍ଟ ଦଳର ସର୍ବସମ୍ମତ ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରନ୍ତି ।

୪। କେଉଁ ପରିସ୍ଥିତିରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ?
Answer:

  • ଯଦି ବିଧାନସଭା ନିର୍ବାଚନ ପରେ କୌଣସି ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନଥା’ନ୍ତି ଓ ମେଣ୍ଟଦଳଦ୍ୱାରା ସମର୍ଥିତ ନେତାଙ୍କ ସପକ୍ଷରେ ବିଧାନସଭାରେ ଅର୍ଦ୍ଧାଧ‌ିକ ସଭ୍ୟଙ୍କ ନିଶ୍ଚିତ ସମର୍ଥନ ନ ଥାଏ ଓ ଏକାଧ୍ଯକ ନେତା ନିଜ ସପକ୍ଷରେ ବହୁମତ ଦାବି କରନ୍ତି, ତେବେ ରାଜ୍ୟପାଳ ସ୍ଵେଚ୍ଛାଧୀନ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତ କରନ୍ତି ଓ ବିଧାନସଭାରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପରାମର୍ଶ ଦିଅନ୍ତି ।
  • ଯଦି ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସ୍ଥିର ସରକାର ପ୍ରତିଷ୍ଠା ହୋଇପାରେ ନାହିଁ, ତେବେ ରାଜ୍ୟପାଳ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

୫। ଅଧ୍ୟାଦେଶ (ଅର୍ଜିନାନ୍ସ) ଜାରି କହିଲେ କ’ଣ ବୁଝ ? ଏହା କେଉଁ ପରିସ୍ଥିତିରେ ଜାରି ହୁଏ ?
Answer:

  • ଅଧ୍ୟାଦେଶ ହେଉଛି ଏକ କାର୍ଯ୍ୟନିର୍ବାହୀ ଆଇନ । ଏହା ଅସ୍ଥାୟୀ ବା ସ୍ଵଳ୍ପକାଳୀନ ଆଇନ ।
  • ବିଧାନସଭାର ଅଧ୍ଵବେଶନ ଚାଲୁନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରିଥାଆନ୍ତି ।

୬। ରାଜ୍ୟପାଳଙ୍କର କି କି ଭୂମିକା ଅଛି ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କର ଭୂମିକା ମୁଖ୍ୟତଃ ଦୁଇଗୋଟି; ଯଥା –

  • ସେ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ । ସେ ନିଜର ଦାୟିତ୍ୱ ସମ୍ପାଦନ କରିବା ସମୟରେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧ୍ଵ । ସେ କେନ୍ଦ୍ର ସରକାରଙ୍କର ଚକ୍ଷୁ ଓ କର୍ଣ୍ଣ ସଦୃଶ ରାଜ୍ୟରେ କାମ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । କେଉଁ ପରିସ୍ଥିତିରେ ରାଜ୍ୟ ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥା’ନ୍ତି ?
Answer:

  • ଯେଉଁ ମୁହୂର୍ଭରେ ମନ୍ତ୍ରୀପରିଷଦ ବିଧାନସଭାର ଅଦ୍ଧାଧ‌ିକ ସଭ୍ୟଙ୍କର ଆସ୍ଥା ହରାଏ, ସେହି ମୁହୂର୍ଭରେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ଅନାସ୍ଥା ପ୍ରସ୍ତାବ ଅନୁମୋଦନ କରି ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥାଏ ।

୮। ନିମ୍ନ ଅଦାଲତ କେତେ ପ୍ରକାରର ଓ ସେଗୁଡ଼ିକ କ’ଣ ?
Answer:
ନିମ୍ନ ଅଦାଲତ ଦୁଇ ପ୍ରକାରର । ସେଗୁଡ଼ିକ ହେଲା –

  • ଦେୱାନୀ ଅଦାଲତ
  • ଫୌଜଦାରୀ ଅଦାଲତ ।

୯ । ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ସାଧାରଣତଃ କେଉଁ ଦଳରୁ ନିର୍ବାଚିତ ହୋଇଥା’ନ୍ତି ?
Answer:

  • ବିଧାନସଭାର ବାଚସ୍ପତି ସାଧାରଣତଃ ଶାସକ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାର ଉପବାଚସ୍ପତି ସାଧାରଣତଃ ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।

୧୦ । ଦ୍ବିସଦନୀୟ ବିଧାନ ମଣ୍ଡଳ କ’ଣ ?
Answer:

  • ଯେଉଁ ବିଧାନମଣ୍ଡଳରେ ଦୁଇଟି ସଦନ ଥାଏ, ତାହାକୁ ଦ୍ବିସଦନୀୟ ବିଧାନମଣ୍ଡଳ କୁହାଯାଏ ।
  • ଏହା ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ ।

୧୧। ବାଚସ୍ପତିଙ୍କର ୨ଟି କାର୍ଯ୍ୟ ଉଲ୍ଲେଖ କର ।
Answer:

  • ବାଚସ୍ପତି ବିଧାନସଭା ଅଧୁବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି।
  • ସେ ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ।

୧୨ । ‘ବିଧାୟକ’ (M.L.A.) କିପରି ନିର୍ବାଚିତ ହୁଅନ୍ତି ?
Answer:
ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ସାବାଳକ ନାଗରିକ ‘ଭୋଟଦାତା’ ହିସାବରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନିର୍ବାଚନ ମାଧ୍ୟମରେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଜଣେ ପ୍ରାର୍ଥୀଙ୍କୁ ‘ବିଧାୟକ’ (M.L.A.) ଭାବରେ ନିର୍ବାଚିତ କରନ୍ତି ।

୧୩। ପ୍ରତିବର୍ଷ ବିଧାନସଭାରେ କେତୋଟି ଅଧ୍ଶନ ହୋଇଥାଏ ? ସେଗୁଡ଼ିକ କ’ଣ ?
Answer:

  • ପ୍ରତିବର୍ଷ ବିଧାନ ସଭାରେ ୩ଟି ଅଧୁବେଶନ ଆହୂତ ହୋଇଯାଏ ।
  • ସେଗୁଡ଼ିକ ହେଲା – (୧) ବଜେଟ୍ ଅଧିବେଶନ, (୨) ବର୍ଷାକାଳୀନ ଅଧିବେଶନ, (୩) ଶୀତକାଳୀନ ଅଧୂବେଶନ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୪। ସମ୍ବିଧାନର କେଉଁ ଧାରା ଅନୁଯାୟୀ ଭାରତର କେଉଁ ରାଜ୍ୟ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ?
Answer:

  • ଭାରତର ଜାମ୍ମୁ-କାଶ୍ମୀର ରାଜ୍ୟ ଶାସନ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ।
  • ସମ୍ବିଧାନ ୩୭୦ ଧାରାରେ ଏହି ବ୍ୟବସ୍ଥା ଅଛି ।

୧୫ । ଓଡ଼ିଶା ବିଧାନସଭାର କେତୋଟି ଆସନ ଅନୁସୂଚିତ ଜାତି ପାଇଁ ଏବଂ କେତୋଟି ଆସନ ଅନୁସୂଚିତ ?
Answer:

  • ଓଡ଼ିଶା ବିଧାନସଭାରେ ୨୨ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି ।
  • ଓଡ଼ିଶା ବିଧାନସଭାରେ ୩୪ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଛି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅଛି ?
Answer:
ଦିଲ୍ଲୀ ଓ ପୁଦୁଚେରୀରେ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ଅଛି ।

୨। କିଏ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟର କୁଳାଧୂପତି ଅଟନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ଅଟନ୍ତି ।

୩ । କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ କେଉଁମାନେ ନିଯୁକ୍ତ ହୁଅନ୍ତି ?
Answer:
କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ ରାଷ୍ଟ୍ରମନ୍ତ୍ରୀମାନେ ନିଯୁକ୍ତ ହୋଇଥା’ନ୍ତି ।

୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେ ହେବା ଉଚିତ ?
Answer:
ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା ୫୦୦ରୁ ଅଧିକ କିମ୍ବା ୬୦ରୁ କମ୍ ହେବ ନାହିଁ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୫। ସମ୍ବିଧାନର କେତେ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ?
Answer:
ସମ୍ବିଧାନର ୩୫୨ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।

୬। ‘ମୁଲତବୀ’ କହିଲେ କ’ଣ ବୁଝ ?
Answer:
ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ‘ମୁଲତବୀ’ କୁହାଯାଏ ।

୭। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା କେତେ ?
Answer:
ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା ୧,୧୦,୦୦୦ ଟଙ୍କା ।

୮। ରାଜ୍ୟପାଳ କାହା ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ?
Answer:
ରାଜ୍ୟପାଳ, ରାଜ୍ୟ ମନ୍ତ୍ରୀପରିଷଦର ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ।

୯। ରାଜ୍ୟପାଳ ତାଙ୍କର ‘ଲିଖ୍ତ ଅଭିଭାଷଣ’ ବିଧାନସଭାରେ କେତେବେଳେ ପାଠ କରନ୍ତି ?
Answer:
ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧ‌ିବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖ୍ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି ।

୧୦ । କିଏ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ କୋହଳ ବା ଲାଘବ କରିପାରନ୍ତି ।

୧୧ । କାହା ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ?
Answer:
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୨ । ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା କେତୋଟି ଆସନ ବିଶିଷ୍ଟ ?
Answer:
ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ଟି ଆସନ ବିଶିଷ୍ଟ ।

୧୩ । ସମ୍ବିଧାନର କେତେ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ?
Answer:
ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ।

୧୪ । ଦେୱାନୀ ଅଦାଲତ କାହାକୁ କୁହାଯାଏ ?
Answer:
ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।

୧୫ । ଫୌଜଦାରୀ ଅଦାଲତ କାହାକୁ କୁହାଯାଏ ?
Answer:
ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ତାହାକୁ ଫୌଜଦାରୀ ଅଦାଲତ କୁହାଯାଏ ।

୧୬ । ଲୋକ ଅଦାଲତ କାହାକୁ କୁହାଯାଏ ?
Answer:
ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିଭିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

A. ଶୂନ୍ୟସ୍ଥାନ ପୂରଣ କର ।

୧। _________________ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ ।
Answer:
ରାଜ୍ୟପାଳ

୨। ଆମ ଦେଶର _____________ ଗୋଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ଅଛି ।
Answer:

୩। ରାଜ୍ୟପାଳ _____________ ଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରପତି

୪। ରାଜ୍ୟପାଳ ପଦରେ ନିଯୁକ୍ତି ପାଇବାପାଇଁ ବୟସ ________________ ବର୍ଷରୁ ଊର୍ଦ୍ଧ୍ବ ହେବା ଉଚିତ ।
Answer:
୩୫

୫। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ହେଉଛନ୍ତି ________________ ।
Answer:
ରାଜ୍ୟପାଳ

୬। ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କୁ ________________ ନିଯୁକ୍ତ କରନ୍ତି ।
Answer:
ରାଜ୍ୟପାଳ

୭। _____________ ରାଜ୍ୟର ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ।
Answer:
ରାଜ୍ୟପାଳ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮। ରାଜ୍ୟପାଳ ରାଜ୍ୟର ______________ ଙ୍କ ପ୍ରତିନିଧ୍ ଭାବରେ କାର୍ଯ୍ୟ କରନ୍ତି ।
Answer:
କେଦ୍ର ସରକାର

୯। ରାଜ୍ୟପାଳ ପ୍ରତି _____________ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ‘ପାକ୍ଷିକ ରିପୋର୍ଟ’ ପ୍ରଦାନ କରନ୍ତି ।
Answer:
୧୫

୧୦| ________________ ହେଉଛନ୍ତି ରାଜ୍ୟ ମନ୍ତ୍ରୀପରିଷଦର ମୁଖ୍ୟ ।
Answer:
ମୁଖ୍ୟମନ୍ତ୍ରୀ

୧୧। କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ______________ ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରମନ୍ତ୍ରୀ

୧୨। ______________ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ।
Answer:
ମୁଖ୍ୟମନ୍ତ୍ରୀ

୧୩। ____________ ହେଉଛନ୍ତି ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର ।
Answer:
ମୁଖ୍ୟମନ୍ତ୍ରୀ

୧୪। ସିକିମ୍ ବିଧାନସଭା ______________ ଆସନ ବିଶିଷ୍ଟ ।
Answer:
୩୨

୧୫। ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା _______________ ।
Answer:
୪୦

୧୬। ଓଡ଼ିଶା ବିଧାନ ସଭାର ସଭ୍ୟସଂଖ୍ୟା ______________ ।
Answer:
୧୪୭

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୭। ବିଧାନସଭାର ସଭ୍ୟ ହେବାପାଇଁ ଅନୂନ ବୟସ ______________ ବର୍ଷ ହେବା ଉଚିତ ।
Answer:
୨୫

୧୮। ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତ ରହିଲେ ଅଧୂବେଶନ କାର୍ଯ୍ୟ ଚଳାଇବାପାଇଁ ଏକ ______________ ରହିଛି ।
Answer:
ଅଧ୍ୟକ୍ଷ ମଣ୍ଡଳୀ

୧୯। ବିଧାନ ପରିଷଦର ସଭ୍ୟ ହେବାପାଇଁ ଅନ୍ୟୁନ ବୟସ _______________ ବର୍ଷ ହେବା ଉଚିତ ।
Answer:
୩୦

୨୦। ସମ୍ବିଧାନର _______________ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ ।
Answer:
୨୧୪

୨୧। ବର୍ତ୍ତମାନ ଆମ ଦେଶରେ _______________ ଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।
Answer:
୨୧

୨୨। ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ______________ ଠାରେ ଅଛି ।
Answer:
କଟକ

୨୩। ______________ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।
Answer:
୩୫୨

୨୪। ____________ ଧାରା ଅନୁଯାୟୀ ରାଷ୍ଟ୍ରପତି ଶାସନ ଘୋଷଣା କରାଯାଇଥାଏ ।
Answer:
୩୫୬

୨୫ । ସଂବିଧାନର _____________ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚବର୍ଷରେ ଗୋଟିଏ ଲେଖାଏଁ ଅର୍ଥ ଆୟୋଗ ନିଯୁକ୍ତ କରିଥାଆନ୍ତି ।
Answer:
୨୮୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୨୬। ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ______________ କୁହାଯାଏ ।
Answer:
ମୁଲତବୀ

୨୭। ଦିଲ୍ଲୀ ଓ ପୁଦୁଚେରୀ ବ୍ୟତୀତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ _______________ ହେଉଛନ୍ତି ଶାସନ ମୁଖ୍ୟ ।
Answer:
ଚିଫ୍ କମିଶନର

୨୮। ଓଡ଼ିଶାର ପ୍ରଥମ ରାଜ୍ୟପାଳ _____________ ଥିଲେ ।
Answer:
ସାର୍ ଜନ୍ ଅଷ୍ଟିନ୍ ହବାନ୍

୨୯। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା _____________ ଅଟେ ।
Answer:
୧,୧୦,୦୦୦ଟଙ୍କା

୩୦। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦରମ ____________ ଅଟେ ।
Answer:
୯୦,୦୦୦ ଟଙ୍କା

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବିଧାନସଭା ବୈଠକରେ କିଏ ସଭାପତିତ୍ବ କରନ୍ତି ?
(i) ଉପସଭାପତି
(ii) ରାଜ୍ୟପାଳ
(iii) ବାଚସ୍ପତି
(iv) ମୁଖ୍ୟମନ୍ତ୍ରୀ
Answer:
(iii) ବାଚସ୍ପତି

୨। ଭାରତର କେଉଁ ଗୋଟିଏ ରାଜ୍ୟ ବ୍ୟତୀତ ଅନ୍ୟ ସବୁରାଜ୍ୟରେ ସମାନ ପ୍ରକାରର ଶାସନ ବ୍ୟବସ୍ଥା ରହିଛି ?
(i) ଓଡ଼ିଶା
(ii) ପଶ୍ଚିମବଙ୍ଗ
(iii) ଜାମ୍ମୁ-କାଶ୍ମୀର
(iv) ଛତିଶଗଡ଼
Answer:
(iii) ଜାମ୍ମୁ-କାଶ୍ମୀର

୩। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ କେନ୍ଦ୍ରଶାସିତ ଅଞ୍ଚଳ ?
(i) ବିହାର
(ii) ଉତ୍ତର ପ୍ରଦେଶ
(iii) ଜାମ୍ମୁ-କାଶ୍ମୀର
(iv) ଦିଲ୍ଲୀ
Answer:
(iv) ଦିଲ୍ଲୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୪। କିଏ ମୁଖ୍ୟମନ୍ତ୍ରୀଙ୍କୁ ଶପଥପାଠ କରାଇଥା’ନ୍ତି ?
(i) ରାଜ୍ୟପାଳ
(ii) ପୂର୍ବତନ ମୁଖ୍ୟମନ୍ତ୍ରୀ
(iii) ବାଚସ୍ପତି
(iv) ଉଚ୍ଚ ନ୍ୟାୟାଳୟର ବିଚାରପତି
Answer:
(i) ରାଜ୍ୟପାଳ

ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା କେତେ ?
(i) ୧୭୪
(ii) ୧୪୭
(iii) ୧୮୧
(iv) ୧୯୨
Answer:
(ii) ୧୪୭

ରାଜ୍ୟପାଳ ହେବାପାଇଁ ଅନ୍ୟନ ବୟସ କେତେ ହେବା ଉଚିତ ?
(i) ୨୫ ବର୍ଷ
(ii) ୩୦ ବର୍ଷ
(iii) ୩୫ ବର୍ଷ
(iv) ୪୦ ବର୍ଷ
Answer:
(iii) ୩୫ ବର୍ଷ

୭। ନିମ୍ନୋକ୍ତ କିଏ ଅଧ୍ୟାଦେଶ ଜାରି କରିଥା’ନ୍ତି ?
(i) ଜିଲ୍ଲାପାଳ
(ii) ଲୋକପାଳ
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iv) ରାଜ୍ୟପାଳ

୮| ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
(i) ବାଚସ୍ପତି
(ii) ଉପବାଚସ୍ପତି
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iii) ମୁଖ୍ୟମନ୍ତ୍ରୀ

ସମ୍ବିଧାନର କେତେଗୁଡ଼ିଏ ଧାରାର ସଂଶୋଧନ କ୍ଷେତ୍ରରେ ଅନ୍ୟୁନ କେତେ ଶତାଂଶ ରାଜ୍ୟ ବିଧାନମଣ୍ଡଳର ସମ୍ମତି ଆବଶ୍ୟକ ?
(i) ୨୫
(ii) ୫୦
(iii) ୬୦
(iv) ୭୫
Answer:
(ii) ୫୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୦। ଜଣେ ମନ୍ତ୍ରୀ ବିଧାନମଣ୍ଡଳର ସଭ୍ୟ ହୋଇନଥିଲେ ତାଙ୍କୁ କେତେ ମାସ ମଧ୍ୟରେ ସଭ୍ୟରୂପେ ନିର୍ବାଚିତ ହେବାକୁ ପଡ଼ିବ ?
(i) ୩ ମାସ
(ii) ୯ ମାସ
(iii) ୬ ମାସ
(iv) ୧ ମାସ
Answer:
(iii) ୬ ମାସ

୧୧। ପ୍ରତି କେତେ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ଶାସନ ସମ୍ପର୍କରେ ‘ପାକ୍ଷିକ ରିପୋର୍ଟ’ ପଠାଇଥା’ନ୍ତି ?
(i) ୧୦ ଦିନ
(ii) ୧୫ ଦିନ
(iii) ୧୨ ଦିନ
(iv) ୨୦ ଦିନ
Answer:
(ii) ୧୫ ଦିନ

୧୨। ନିମ୍ନୋକ୍ତ କେଉଁ ବିଭାଗଟି ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ?
(i) ପ୍ରତିରକ୍ଷା
(ii) ଜଙ୍ଗଲ
(iii) ବିବାହ
(iv) କୃଷି
Answer:
(iii) ବିବାହ

୧୩। ଓଡ଼ିଶା ବିଧାନସଭାରେ ଅନୁସୂଚିତ ଜନଜାତିଙ୍କ ଆସନ ସଂଖ୍ୟା କେତେ ?
(i) ୨୨
(ii) ୩୨
(iii) ୩୬
(iv) ୩୪
Answer:
(iv) ୩୪

୧୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେରୁ ଅଧ‌ିକ ହୋଇପାରିବ ନାହିଁ ?
(i) ୨୦୦
(ii) ୩୦୦
(iii) ୪୦୦
(iv) ୫୦୦
Answer:
(iv) ୫୦୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

C. ଗୋଟିଏ ଶବ୍ଦରେ ପ୍ରକାଶ କର ।

୧। ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

୩। କେତୋଟି ରାଜ୍ୟରେ ବିଧାନ ମଣ୍ଡଳ ରହିଛି ?
Answer:
୭ ଟି

୪। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ରହିଛି ?
Answer:
ଦିଲ୍ଲୀ ଓ ପଦୁଚେରୀ

ଭାରତର ପ୍ରଥମ ମହିଳା ଆଦିବାସୀ ରାଜ୍ୟପାଳ କିଏ ?
Answer:
ଦ୍ରୌପଦୀ ମୁର୍ମୁ

୬। ଅଧୂବେଶନର ପରିସମାପ୍ତି ଗୋଷଣାକୁ କ’ଣ କୁହାଯାଏ ?
Answer:
ପ୍ରୋରୋଗ୍

୭ । ବିଧାନ ସଭାର ନେତା କିଏ ?
Answer:
ମୁଖ୍ୟମନ୍ତ୍ରୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮ | ଭାରତର ନୂତନ ରାଜ୍ୟଟି କିଏ ?
Answer:
ତେଲେଙ୍ଗାନା

୯ । ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୧୪୭

୧୦ । ସିକିମ୍ ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୩୨

୧୧ । ଓଡ଼ିଶା ବିଧାନସଭାର ହରିଜନ ଓ ଆଦିବାସୀ ଆସନ ସଂଖ୍ୟା କେତେ ?
Answer:
ହରିଜନ (SC) ୨୨ ଓ ଆଦିବାସୀ (ST) ୩୪

୧୨ । ଆମ ରାଜ୍ୟର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
Answer:
କଟକ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୩ । ଅଦାଲତ ବାହାରେ ଆପୋଷ ଭାବରେ ମକଦ୍ଦମା ବିଚାର କରିବା ବ୍ୟବସ୍ଥାଟି କ’ଣ ?
Answer:
ଲୋକ ଅଦାଲତ

BSE Odisha 8th Class History Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Odisha State Board BSE Odisha 8th Class History Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ will enable students to study smartly.

BSE Odisha Class 8 History Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • ଭାରତକୁ ବାଣିଜ୍ୟ ଉଦ୍ଦେଶ୍ୟ ଆସିଥ୍‌ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ୧୭୫୭ ଖ୍ରୀ.ଅ.ର ପଲାସୀ ଯୁଦ୍ଧରେ ବିଜୟୀ ହୋଇ ବଙ୍ଗରେ ଶାସନ ଆରମ୍ଭ କଲେ ।
  • ଦେଶର ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ କ୍ରମଶଃ ଅନ୍ୟାନ୍ୟ ଅଞ୍ଚଳକୁ ନିଜ ଅଧିକାରକୁ ଆଣି ଶାସନ କରିବାକୁ ଲାଗିଲେ ।
  • ଇଂରେଜମାନଙ୍କର ବଙ୍ଗରେ ଶାସନ ଆରମ୍ଭ କଲେ, ଯାହା କ୍ରମଶଃ ସମଗ୍ର ଦେଶକୁ ବିସ୍ତାରିତ ହୋଇଥିଲା ।
  • ୧୭୫୭ ଖ୍ରୀ.ଅ.ରୁ ୧୮୫୭ ଖ୍ରୀ.ଅ. ମଧ୍ୟରେ ସମଗ୍ର ଦେଶ ଇଂରେଜ ଶାସନାଧୀନ ହୋଇଥିଲା ।
  • ତୁର୍କ ଓ ମୋଗଲ ଶାସନଠାରୁ ଇଂରେଜ ଶାସନ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଭାରତରୁ ଅଧିକ ଧନ ନେବା ଇଂରେଜ ଶାସକମାନଙ୍କ ଉଦ୍ଦେଶ୍ୟ ଥିଲା ।
  • ଇଂଲଣ୍ଡରେ ଆରମ୍ଭ ହୋଇଥିବା ଶିଳ୍ପ ବିପ୍ଳବ ପାଇଁ ନୂଆ ନୂଆ କଳକାରଖାନା ବସାଇବା ଲାଗି ଆବଶ୍ୟକ ଧନ, କଞ୍ଚାମାଲ ଓ ଖାଦ୍ୟଶସ୍ୟ ଭାରତରୁ ସଂଗୃହୀତ ହେଲା । ଏହା ସହିତ କଳକାରଖାନାରୁ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ଭାରତରେ କ୍ଷେତ୍ର ପ୍ରସ୍ତୁତ ହୋଇଥିଲା ।
  • ତୁର୍କ ଓ ମୋଗଲମାନେ ଭାରତକୁ ନିଜର ବାସସ୍ଥଳୀ ମନେକରି ଶାସନ କରୁଥିଲାବେଳେ ଇଂରେଜ ଶାସନରେ ଭାରତ ଏକ ଉପନିବେଶ ହୋଇଥିଲା ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ମନେରଖ :

  • ଶିଳ୍ପ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଆମୂଳଚୂଳ ପରିବର୍ତ୍ତନକୁ ଶିଳ୍ପ ବିପ୍ଳବ କୁହାଯାଏ ।
  • ଏହି ବିପ୍ଳବ ପୂର୍ବରୁ ଜନସାଧାରଣଙ୍କର ନିତ୍ୟବ୍ୟବହାର୍ଯ୍ୟ ଜିନିଷ ହସ୍ତନିର୍ମିତ ଥିଲା ।
  • ଅଷ୍ଟାଦଶ ଶତାବ୍ଦୀରେ ଶିଳ୍ପକ୍ଷେତ୍ରରେ କେତେକ ଉଦ୍ଭାବନ ଓ ଆବିଷ୍କାର ଫଳରେ ମାନବ ଜାତିର ଜୀବନଧାରଣ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଲା ।
  • ସେ ସମୟରେ ଉଦ୍ଭାବିତ ଜିନିଷଗୁଡ଼ିକ ମଧ୍ୟରେ ଜେମ୍ସ ହାରଗ୍ରେଭସ୍‌ଙ୍କର ୱିମିଂଜେନି (୧୭୬୪), ସାମୁଏଲ୍ କ୍ରମ୍ପନ୍‌ଙ୍କର ସ୍କ୍ରିନିଂ ମ୍ୟୁଲ୍ (୧୭୭୯), ଏଡ଼ମଣ୍ଡ କାର୍ଟରାଇଟ୍‌ଙ୍କର ପାୱାର ଲୁମ୍ (୧୭୮୫), ନିଉ କମେନ୍‌ଙ୍କ ଷ୍ଟିମ୍ ଇଞ୍ଜିନ୍ (୧୭୮୫) ଓ ଜେମ୍‌ ୱାଙ୍କର ବାଷ୍ପୀୟ ଶକ୍ତି ପ୍ରଭୃତି ଏକ ନୂତନ ଯନ୍ତ୍ରଯୁଗର ସୂତ୍ରପାତ କରିଥିଲା ।
  • ସମାଜର ସମସ୍ତ କ୍ଷେତ୍ରରେ ଆମୁଳଚୂଳ ପରିବର୍ତ୍ତନ ନ ଆଣିଲେ ଇଂରେଜ ଶାସନ ଭାରତରେ ଲାଭପ୍ରଦ ହେବନାହିଁ ଜାଣି ଇଂଲଣ୍ଡର ସ୍ଵାର୍ଥରକ୍ଷା ଲାଗି ଇଂରେଜମାନେ ଭାରତରେ ଶିକ୍ଷା, ସଂସ୍କୃତି ଓ ଆର୍ଥିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲେ ।

→ ଶିକ୍ଷା :

  1. ଇଂରେଜ ଶାସନ ପୂର୍ବରୁ ହିନ୍ଦୁମାନଙ୍କ ପାଇଁ ଚାଟଶାଳୀ, ମଠ ଓ ଟୋଲ୍ ଥିବାବେଳେ ମୁସଲମାନମାନଙ୍କ ପାଇଁ ମଦ୍ରାସା ଓ ମକତବ ପାରମ୍ପରିକ ଶିକ୍ଷାକେନ୍ଦ୍ର ଥିଲା ।
  2. ମଠ ଓ ଟୋଲ୍‌ରେ ସଂସ୍କୃତ ଶିକ୍ଷା, ଚାଟଶାଳୀରେ ଓଡ଼ିଆ ଶିକ୍ଷା ଦିଆଯାଉଥିଲା । ଧର୍ମଶାସ୍ତ୍ର, ଗଣିତ ଓ ତର୍କଶାସ୍ତ୍ର ଏହାର ପ୍ରଧାନ ବିଷୟ ଥିଲା । ମଦ୍ରାସା ଓ ମକତବରେ ଆରବୀୟ ଓ ପାର୍ସୀ ଭାଷା ଶିକ୍ଷା ଦିଆଯାଉଥିଲା ।
  3. ଇଂରେଜ ଶାସନ ଆରମ୍ଭ ହେବାର ଅର୍ଦ୍ଧ ଶତାବ୍ଦୀ ପର୍ଯ୍ୟନ୍ତ ସରକାର ପାରମ୍ପରିକ ଶିକ୍ଷା ବଦଳରେ ଆଧୁନିକ ଶିକ୍ଷା ଦେବାକୁ ଆଗ୍ରହ ପ୍ରକାଶ କରିନଥିଲେ ।
  4. ଭାରତରେ ଆଧୁନିକ ଶିକ୍ଷାର ପ୍ରସାର ଇଂରେଜ ସରକାର ଚାହୁଁନଥିଲାବେଳେ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଦେଶର ପ୍ରଚଳିତ ସାମାଜିକ ନୀତି ନିୟମଗୁଡ଼ିକ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ଥିଲା ।
  5. ଉପରୋକ୍ତ କାରଣରୁ ଶାସନ ଆରମ୍ଭରେ ଇଂରେଜମାନେ ଦେଶର ପାରମ୍ପରିକ ଦେଶୀୟ ଶିକ୍ଷାକୁ ସାମାନ୍ୟ କିଛି ସହାୟତା ପ୍ରଦାନ କରିଥିଲେ । ଏହି କାରଣରୁ ୧୭୮୧ ମସିହାରେ ବଡ଼ଲାଟ୍ ୱାରେନ୍ ହେଜିଂସ୍ କଲିକତାରେ ଏକ ମଦ୍ରାସା ଏବଂ ଏହାର ଦଶବର୍ଷ ପରେ ଜନାଥନ ଡକାନ ବନାରସରେ ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
  6. ଇଂଲଣ୍ଡରେ ଆଧୁନିକ ଶିକ୍ଷାର ପ୍ରସାର ଚାଲିଥିବାବେଳେ ଇଂରେଜ ସରକାର ଭାରତର ପାରମ୍ପରିକ ଶିକ୍ଷାକୁ ସହଯୋଗ କରୁଥ‌ିବାରୁ ଖ୍ରୀଷ୍ଟିଆନ୍ ମିସ୍‌ନାରୀମାନେ ଏହାର ଦୃଢ଼ ବିରୋଧ କରିଥିଲେ ।
  7. ଦେଶରେ ସଂସ୍କୃତ କଲେଜ ଓ ମଦ୍ରାସା ଶିକ୍ଷାର ପ୍ରଚଳନ ହେଲେ ଭାରତୀୟମାନେ ପାଶ୍ଚାତ୍ୟ ସଂସ୍କୃତି ପ୍ରତି ଆକୃଷ୍ଟ ହେବେ ନାହିଁ ବୋଲି ଖ୍ରୀଷ୍ଟିଆନ୍ ମିସ୍‌ରୀମାନେ ମତ ପ୍ରଦାନ କରିଥିଲେ । ସେମାନଙ୍କ ମତରେ, ଆଧୁନିକ ଶିକ୍ଷାର ପ୍ରଚଳନ ହେଲେ ଶିକ୍ଷିତ ଭାରତୀୟମାନେ ପାଶ୍ଚାତ୍ୟ ଧର୍ମ, ସଂସ୍କୃତି ତଥା ଆଚରଣକୁ ଆପଣେଇବାକୁ ଆଗ୍ରହ ପ୍ରକାଶ କରିବେ ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ଚାର୍ଟର ଆଇନ :

  • ଶିଳ୍ପ ବିପ୍ଳବର ଆବଶ୍ୟକତାକୁ ପୂରଣ କରିବା ଲାଗି ସମଗ୍ର ଭାରତବର୍ଷରେ ଶିକ୍ଷା, ସଂସ୍କୃତି ଆଦିରେ ପରିବର୍ତ୍ତନ ଆଣିବା ଜରୁରୀ ଥିଲା ।
  • ଇଷ୍ଟଇଣ୍ଡିଆ କମ୍ପାନୀକୁ ନିଜ କର୍ତ୍ତୃତ୍ବାଧୀନ କରିବା ଉଦ୍ଦେଶ୍ୟରେ ବ୍ରିଟିଶ୍ ପାର୍ଲାମେଣ୍ଟରେ ବିଭିନ୍ନ ସମୟରେ ଗୃହୀତ ଆଇନଗୁଡ଼ିକ ମଧ୍ୟରୁ ଚାର୍ଟର ଆଇନ ଅନ୍ୟତମ ଥିଲା ।
  • ପ୍ରଥମ ଚାର୍ଟର ଆଇନ ୧୭୯୩ ଖ୍ରୀ.ଅ.ରେ ଗୃହୀତ ହୋଇଥିଲା । ତା’ପରେ ପ୍ରତି କୋଡ଼ିଏ ବର୍ଷ ବ୍ୟବଧାନରେ ୧୮୧୩, ୧୮୩୩ ଏବଂ ୧୮୫୩ ମସିହାରେ ଏହି ଆଇନ ପ୍ରଣୀତ ହୋଇଥିଲା ।
  • ୧୮୧୩ ମସିହାରେ ପ୍ରଣୀତ ଚାର୍ଟର ଆଇନ ଅନୁଯାୟୀ କମ୍ପାନୀ ଆଧୁନିକ ବିଜ୍ଞାନ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ । ମାତ୍ର ଦୀର୍ଘ ୧୦ ବର୍ଷ ମଧ୍ୟରେ ସେହି ସ୍ଵଳ୍ପ ପରିମାଣର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇପାରିନଥିଲା । ଏହି ଆଇନ ଅନୁଯାୟୀ ଖ୍ରୀଷ୍ଟିଆନ୍ ମିସ୍‌ନାରୀମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲେ ।

→ ପାଶ୍ଚାତ୍ୟ ଶିକ୍ଷାର ଆରମ୍ଭ :

  • ଊନବିଂଶ ଶତାବ୍ଦୀର ତୃତୀୟ ଚତୁର୍ଥ ଦଶକରେ ଭାରତୀୟ ଶିକ୍ଷାନୀତିରେ ଏକ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଇଂଲଣ୍ଡର କେତେକ ବୁଦ୍ଧିଜୀବୀ ଭାରତରେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ପାଇଁ ଦାବି କରୁଥିଲାବେଳେ ଅନ୍ୟ କେତେକ ବୁଦ୍ଧିଜୀବୀ ପାରମ୍ପରିକ ଦେଶୀୟ ଶିକ୍ଷାକୁ ଅବ୍ୟାହତ ରଖିବାପାଇଁ ଦାବି କରୁଥିଲେ ।
  • କେତେକ ବୁଦ୍ଧିଜୀବୀ କହିଲେ ଯେ ପାଶ୍ଚାତ୍ୟ ଶିକ୍ଷାର ପ୍ରସାର ହେଲେ ଆଧୁନିକ ବିଜ୍ଞାନ ଓ ସମାଜଶାସ୍ତ୍ର ସମ୍ବନ୍ଧୀୟ ଜ୍ଞାନ ଆହରଣ ସହଜ ହେବ । ଦ୍ଵିତୀୟ’ଗୋଷ୍ଠୀ ମତରେ ଆଧୁନିକ ଶିକ୍ଷା ପାଇଲେ ଗଣତନ୍ତ୍ର ଚିନ୍ତାଧାରାର ବିକାଶ ହେବ । ଫଳରେ ଭାରତୀୟମାନେ ଇଂରେଜ ସରକାରର ବିରୋଧ କରିବେ । କିନ୍ତୁ କେହିହେଲେ ଭାରତରେ ଶିକ୍ଷାରେ ମାତୃଭାଷାକୁ ଗୁରୁତ୍ଵ ଦେଲେ ନାହିଁ ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ଲର୍ଡ ମାକଲେଙ୍କ ନୀତି :
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.2

  • ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ ବ୍ୟୟବହୁଳ ହୋଇଥିବାରୁ ସ୍ଵଳ୍ପ କେତେକ ଭାରତୀୟଙ୍କୁ ଶିକ୍ଷିତ କରାଇ ସେମାନଙ୍କଦ୍ୱାରା କିରାଣୀ ଓ ନିମ୍ନଶ୍ରେଣୀର କାମ କରାଯାଇପାରିବ ବୋଲି କମ୍ପାନୀ କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଲର୍ଡ ମାକ୍‌ ଯୁକ୍ତି କରିଥିଲେ ।
  • ତେଣୁ ୧୮୩୫ ମସିହାରେ ସେ ଇଂରାଜୀ ମାଧ୍ୟମରେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହେବ ବୋଲି ସରକାରଙ୍କର ନିଷ୍ପତ୍ତି ଶୁଣାଇଥିଲେ ।
  • ମାକଲେଙ୍କର ଏହି ନୀତିକୁ ଅନେକ ଇଂରେଜ ବୁଦ୍ଧିଜୀବୀ ସମର୍ଥନ କଲେ ନାହିଁ ।

→ ଉସ୍ ଡେସ୍‌ଚ୍ :

  • ମାକଲେଙ୍କ ଶିକ୍ଷାନୀତିକୁ ଅନେକ ବିରୋଧ କରିବାରୁ ବ୍ରିଟିଶ୍ ପାର୍ଲାମେଣ୍ଟର ନିର୍ଦେଶରେ କମ୍ପାନୀ ନିୟନ୍ତ୍ରଣ ବୋର୍ଡର ସଭାପତି ଚାର୍ଲସ ଉଡ୍‌ଙ୍କ ଅଧ୍ୟକ୍ଷତାରେ ୧୮୫୩ ମସିହାରେ ଶିକ୍ଷା ସମ୍ବନ୍ଧୀୟ ଏକ ତଦନ୍ତ ଆରମ୍ଭ ହୋଇ ୧୮୫୪ ମସିହାରେ ରିପୋର୍ଟ ପ୍ରକାଶ ପାଇଥିଲା, ଯାହାକୁ ଉଡ୍‌ସ ଡେସ୍‌ଚ୍ କୁହାଯାଏ । ଏହାପରେ ହାଇସ୍କୁଲ ପ୍ରତିଷ୍ଠା ଓ ଭାରତୀୟ ଭାଷା ଶିକ୍ଷା ମଧ୍ୟ ବିଧବଦ୍ଧଭାବେ ଅଳ୍ପକିଛି ପ୍ରୋତ୍ସାହନ ପାଇଲା ।

ମନେରଖ :
ପ୍ରଥମ ଭାରତୀୟଭାବେ ବଙ୍ଗଳା ଉପନ୍ୟାସ ‘ଆନନ୍ଦମଠ’ ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ୧୮୬୮ ଖ୍ରୀ.ଅ.ରେ ବିଶ୍ବବିଦ୍ୟାଳୟ ଉପାଧ୍ ପାଇଥିଲେ ।

  • ଏହି ଦସ୍ତାବିଜ୍ ଅନୁସାରେ ସରକାର ଗଣଶିକ୍ଷାକୁ ମହତ୍ତ୍ବ ଦେବେ ବୋଲି ଆଶ୍ବାସନା ଦେଇଥିଲେ ।
  • ଏହି ଶିକ୍ଷାନୀତି ଅନୁସାରେ ପ୍ରତ୍ୟେକ ପ୍ରଦେଶରେ ସ୍ଵତନ୍ତ୍ର ଶିକ୍ଷା ବିଭାଗ ଗଠିତ ହେଲା ଏବଂ ୧୮୫୭ରେ କଲିକତା, ବମ୍ବେ ଓ ମାଡ୍ରାସ୍‌ରେ ତିନୋଟି ବିଶ୍ଵବିଦ୍ୟାଳୟ ସ୍ଥାପିତ ହେଲା ।
  • ଦେଶରେ ଅନେକ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସ୍ଥାପିତ ହୋଇଥିଲା ।
  • ୧୮୬୮ ମସିହାରେ ଓଡ଼ିଶାର କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ଯାହାପରେ ଇଂରେଜ ପ୍ରଶାସକ ଟି.ଇ. ରେଭେନ୍ସାଙ୍କ ନାମରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ପାରମ୍ପରିକ ଶିକ୍ଷାର ଅଧଃପତନ :

  1. ଆଧୁନିକ ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ହେବାପରେ ଚାଟଶାଳୀ, ମକ୍ତବ, ମଦ୍ରାସା, ଟୋଲ୍ ଆଦି ପାରମ୍ପରିକ ଦେଶୀୟ ଶିକ୍ଷାକେନ୍ଦ୍ରଗୁଡ଼ିକୁ ଅବହେଳା କରାଗଲା ।
  2. ୧୮୪୪ ମସିହାରେ ପ୍ରଣୀତ ନିୟମାନୁଯାୟୀ ସରକାରୀ ଚାକିରୀ ପାଇବାଲାଗି ଇଂରାଜୀ ଜ୍ଞାନ ଜରୁରୀ ଥୁଲା, ଅର୍ଥାତ୍ ପାରମ୍ପରିକ ଶିକ୍ଷା ସଂସ୍ଥାନରୁ ପାସ୍ କରିଥିବା ଶିକ୍ଷାର୍ଥୀ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବିବେଚିତ ହୋଇଥିଲେ ।
  3. ଆଧୁନିକ ଶିକ୍ଷାର ପ୍ରସାର ଲାଗି ଖ୍ରୀଷ୍ଟିଆନ୍ ମିସ୍‌ରୀମାନେ ଅନେକ ସ୍କୁଲ କଲେଜ ସ୍ଥାପନ କରିଥିଲେ ।
  4. ଦେଶରେ ଶିକ୍ଷିତ ବୁଦ୍ଧିଜୀବୀମାନେ ଆଧୁନିକ ଶିକ୍ଷାର ପ୍ରସାର ଚାହୁଁଥିଲାବେଳେ ବ୍ରିଟିଶ୍ ସରକାର ଏହା ଚାହୁଁନଥିଲେ । ସ୍ଵଳ୍ପ କେତେକ ଭାରତୀୟଙ୍କୁ ଉଚ୍ଚଶିକ୍ଷିତ କରି କିରାଣୀ ବର୍ଗ ତିଆରି କରିବା ସେମାନଙ୍କର ଲକ୍ଷ୍ୟ ଥିଲା ।
  5. ନୂତନ ଶିକ୍ଷା ବ୍ୟବସ୍ଥା ପ୍ରଚଳନ ପରେ ସ୍ଵଳ୍ପ ଖର୍ଚ୍ଚରେ ଚାଲୁଥିବା ପାରମ୍ପରିକ ଦେଶୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଲୋପ ପାଇଗଲା ।

→ ନାରୀଶିକ୍ଷା ପ୍ରତି ଅବହେଳା :

  • ନାରୀ ଶିକ୍ଷିତା ହେଲେ ମଧ୍ୟ ସେ ଅଫିସ୍‌ରେ କିରାଣି ଚାକିରି କରିବ ନାହିଁ — ଏହି ଆଶଙ୍କା ସରକାର ନାରୀ ଶିକ୍ଷାକୁ ଅବହେଳା କରିଥିଲେ ।
  • ଫଳରେ ୧୯୨୧ ମସିହା ବେଳକୁ ଦେଶର ମାତ୍ର ୨୨ ପ୍ରତିଶତ ମହିଳା ଶିକ୍ଷାଲାଭ କରିଥିଲେ ।

ମନେରଖ :
୧୮୭୩ ମସିହାରେ ଓଡ଼ିଶାରେ ପ୍ରଥମ କରି ନାରୀଶିକ୍ଷା ପାଇଁ କଟକରେ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ପ୍ରତିଷ୍ଠା କରାଗଲା ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ବିଜ୍ଞାନ ଓ ବୈଷୟିକ ଶିକ୍ଷା :

  • ଇଂରେଜ ସରକାର ବିଜ୍ଞାନ ଓ ବୈଷୟିକ ଶିକ୍ଷା ପ୍ରତି ଯଥେଷ୍ଟ ଗୁରୁତ୍ଵ ଦେଇନଥିଲେ ।
  • ୧୮୯୯ ଖ୍ରୀ.ଅ.ରେ ବମ୍ବେ ବିଶ୍ୱବିଦ୍ୟାଳୟରେ ପ୍ରଥମକରି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଦିଆଗଲା ।
  • ସେତେବେଳେ ସ୍କୁଲ ପରି ଜଣେ ବିଜ୍ଞାନ ଅଧ୍ୟାପକଙ୍କୁ ପଦାର୍ଥ ବିଜ୍ଞାନ, ରସାୟନ ବିଦ୍ୟା, ଜୀବ ବିଜ୍ଞାନ ଆଦି ବିଜ୍ଞାନର ସମସ୍ତ ବିଷୟ ପଢ଼ାଇବାକୁ ହେଉଥିଲା ।
  • ୧୮୭୫ ମସିହା ବେଳକୁ ସମଗ୍ର ଦେଶରେ କେବଳ ବମ୍ବେ, ମାନ୍ଦ୍ରାଜ ଏବଂ କଲିକତାରେ ତିନୋଟି ମେଡ଼ିକାଲ କଲେଜ ଥିଲା । ଓଡ଼ିଶାରେ ପ୍ରଥମକରି ୧୮୭୬ ମସିହାରେ କଟକରେ ଏକ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ।
  • ଇଂରେଜ ଶାସନରେ ବୈଷୟିକ ଶିକ୍ଷା ବିଶେଷ ପ୍ରଗତି କରିନଥିଲ। । ଉତ୍ତର ପ୍ରଦେଶର ରୁକିଠାରେ ପ୍ରଥମେ ଇଂରେଜ ସରକାର ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରିଥିଲେ, ମାତ୍ର ତହିଁରେ କେବଳ ଇଉରୋପୀୟ ଛାତ୍ରଙ୍କ ପାଇଁ ପ୍ରବେଶାତ୍‌କାର ରହିଥିଲା ।
  • ୧୯୩୦ ମସିହା ବେଳକୁ ସମଗ୍ର ଦେଶରେ ମାତ୍ର ୧୦ଟି ଇଞ୍ଜିନିୟରିଂ କଲେଜ ରହିଥିଲା । କିନ୍ତୁ ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇଞ୍ଜିନିୟରିଂ ପାଠର ଆବଶ୍ୟକତାକୁ ଅନୁଭବ କରି ସରକାର ଅନେକ ଇଞ୍ଜିନିୟରିଂ କଲେଜ ଖୋଲିବାକୁ ବାଧ୍ୟ ହୋଇଥିଲେ ।

ମନେରଖ :
୧୮୮୪ ମସିହାରେ ଓଡ଼ିଶାରେ ପ୍ରଥମ କରି ବାଲେଶ୍ଵର ନିକଟରେ ଏକ ଶିଳ୍ପ ତାଲିମ ସ୍କୁଲ ଓ କଟକରେ ଏକ ସର୍ଭେ ସ୍କୁଲ ସ୍ଥାପିତ ହୋଇଥିଲା । ସର୍ଭେ ସ୍କୁଲଟି ପରେ ଇଞ୍ଜିନିୟରିଂ ସ୍କୁଲରେ ପରିଣତ ହୋଇଥିଲା ।

  • ଔପନିବେଶିକ ସ୍ଵାର୍ଥରକ୍ଷା ପାଇଁ ସରକାର ଲାଗୁ କରିଥିବା ଶିକ୍ଷା ବ୍ୟବସ୍ଥା ପ୍ରଭାବରେ ପାରମ୍ପରିକ ଦେଶୀୟ ଶିକ୍ଷାର ପତନ ହେଲା । ନାରୀଶିକ୍ଷା ଓ ବୈଷୟିକ ଶିକ୍ଷାର ପ୍ରସାର ହେଲା ନାହିଁ ଓ ନିରକ୍ଷରତା ବୃଦ୍ଧି ପାଇଲା ।
  • ଏତେସବୁ ତ୍ରୁଟିବିଚ୍ୟୁତି ସତ୍ତ୍ଵେ ନୂତନ ଶିକ୍ଷା ବ୍ୟବସ୍ଥା ଯୋଗୁଁ ଦେଶର ମଧ୍ୟ ଅନେକ ମଙ୍ଗଳ ହେଲା । ଶିକ୍ଷିତ ଲୋକଙ୍କ ମଧ୍ୟରୁ ଅନେକ ବୁଦ୍ଧିଜୀବୀ ଏକ ନିର୍ଦ୍ଦିଷ୍ଟ ବର୍ଗ ଭାବରେ ଜନଚେତନାର ପ୍ରତିନିଧୂ କଲେ ଏବଂ ଜାତୀୟ ଆନ୍ଦୋଳନକୁ ନେତୃତ୍ଵ ଦେଲେ ।
  • ପାଶ୍ଚାତ୍ୟ ଓ ଆଧୁନିକ ବିଚାରସମ୍ପନ୍ନ ହୋଇ ସେମାନେ ଦେଶର ସ୍ବାଭିମାନ ପାଇଁ ସ୍ବର ଉତ୍ତୋଳନ କଲେ । ପରବର୍ତୀ ସମୟରେ ଦେଶର ବିକାଶ ଓ ଉନ୍ନତି ପାଇଁ ଏହି ନୂଆ ଶିକ୍ଷା ବ୍ୟବସ୍ଥା ଭିଭି ସଦୃଶ କାର୍ଯ୍ୟ କରିଥିଲା ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ସମାଜ ସଂସ୍କାର :

  1. ପ୍ରାଚୀନ କାଳରୁ ଭାରତୀୟ ସମାଜରେ ଜାତିପ୍ରଥା, ବାଲ୍ୟବିବାହ, ସତୀଦାହ ପ୍ରଥା, ନରବଳି ପ୍ରଥା ଆଦି କୁସଂସ୍କାର ପ୍ରଚଳିତ ଥିଲା । ଶାସନର ପ୍ରାରମ୍ଭିକ କାଳରେ ସରକାର ତହିଁରେ ହସ୍ତକ୍ଷେପ କରିନଥିଲେ ହେଁ ଭାରତ ଭଳି ଏକ ବିଶାଳ ଉପନିବେଶକୁ ପାଶ୍ଚାତ୍ୟ ସଂସ୍କୃତିର ଅନୁଗାମୀ କରିବା ନିମନ୍ତେ ସାମାଜିକ ପରମ୍ପରାରେ ହସ୍ତକ୍ଷେପ କରିଥିଲେ ।
  2. ଯେଉଁ ସାମାଜିକ ପ୍ରଥାଗୁଡ଼ିକରେ ହସ୍ତକ୍ଷେପ କଲେ ଇଂରେଜ ସ୍ବାର୍ଥ ସାଧୂତ ହେବ କେବଳ ସେହି ପ୍ରଥାରେ ସରକାର ହସ୍ତକ୍ଷେପ କଲେ । କିନ୍ତୁ ଜାତିପ୍ରଥା ଭଳି କୁସଂସ୍କାରକୁ ଲୋପ କରିବାକୁ ବ୍ୟବସ୍ଥା କରାଗଲା ନାହିଁ । କାରଣ ଏହି ଜାତିଗତ ଭେଦଭାବ ଭାରତୀୟମାନଙ୍କ ମଧ୍ୟରେ ଏକତା ସୃଷ୍ଟି କରିନପାରିବା ଇଂରେଜ ଶାସନପାଇଁ ଔପନିବେଶିକ ସ୍ଵାର୍ଥ ସାଧନ କରୁଥିଲା ।

→ ସତୀପ୍ରଥା :

  • ଉତ୍ତର ଭାରତ ଏବଂ ବଙ୍ଗ ପ୍ରଦେଶର କୁଳୀନ ଓ ଉଚ୍ଚବର୍ଗରେ ସତୀପ୍ରଥା ନାମକ ଏହି କୁସଂସ୍କାର ପ୍ରଚଳିତ ଥିଲା । ଏହି ପ୍ରଥା ଅନୁଯାୟୀ ମୃତ ପତିର ଚିତାରେ ତା’ର ପତ୍ନୀକୁ ଆତ୍ମଦାହ କରିବାକୁ ପଡୁଥିଲା । ଏଭଳି ଦାହ ହେଉଥ‌ିବା ପତ୍ନୀକୁ ‘ସତୀ’ ଆଖ୍ୟା ମିଳୁଥିଲା ।
    ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.3

ମନେରଖ :
୧୮୧୫ରୁ ୧୮୧୮ ମସିହା ମଧ୍ୟରେ କେବଳ ବଙ୍ଗପ୍ରଦେଶର ୮୦୦ ମହିଳା ସତୀପ୍ରଥାର ଶିକାର ହୋଇଥିଲେ ।

  • ସମାଜର ରକ୍ଷଣଶୀଳ ଗୋଷ୍ଠୀ ଏହାକୁ ଏପରି ସମର୍ଥନ କରୁଥିଲେ ଯେ ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ଏବଂ ମରାଠା ପେଶ ତଥା ଜୟପୁରର ରାଜା ଜୟସିଂହ ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ ।
  • ୧୮୨୯ ମସିହାରେ ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିଙ୍ଗ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ କନ୍ୟା ହତ୍ୟା :

  1. ରାଜପୁତ ତଥା ଅନ୍ୟ କେତେକ ଜାତିରେ କନ୍ୟା ହତ୍ୟା ଥିଲା ଅନ୍ୟ ଏକ ଅମାନବୀୟ କୁସଂସ୍କାର ।
  2. ଯୁଦ୍ଧରେ ପୁରୁଷମାନଙ୍କର ବହୁସଂଖ୍ୟାରେ ମୃତ୍ୟୁ ଘଟୁଥିବାରୁ କନ୍ୟା ବିବାହର ସମସ୍ୟା, ଯୌତୁକ ସମସ୍ୟା ଶେଷରେ କୃଷି ପାଇଁ ଅନୁପଯୁକ୍ତ ଭାବି କନ୍ୟା ସନ୍ତାନକୁ ହତ୍ୟା କରାଯାଉଥିଲା ।
  3. ୧୭୯୫ ଖ୍ରୀ.ଅ. ଏବଂ ୧୮୦୨ ଖ୍ରୀ.ଅ.ରେ ସରକାର ଏହି ପ୍ରଥାର ନିଷେଧାଜ୍ଞା ଜାରି କରିଥିଲେ ମଧ୍ୟ ବେଣ୍ଟିକ୍ ଓ ହାର୍ଡ଼ିଞ୍ଜଙ୍କ ସମୟରେ ଏହାକୁ କଡ଼ାକଡ଼ି ଭାବରେ ଲାଗୁ କରାଗଲା ।
  4. ଏତଦ୍‌ବ୍ୟତୀତ ନରବଳି ପ୍ରଥାକୁ ସରକାର ବନ୍ଦ କରିବା ସହିତ ୧୮୫୬ ମସିହାରେ ବିଧବା ବିବାହ ଆଇନସମ୍ମତ ବୋଲି ଆଦେଶ ଜାରି କରିଥିଲେ ।

→ ଭାରତୀୟ ନବଜାଗରଣ-ସାମାଜିକ-ଧାର୍ମକ ସଂସ୍କାର ଆନ୍ଦୋଳନ :

  • ଶିକ୍ଷାବ୍ୟବସ୍ଥା ପ୍ରଚଳନ ହେଲାପରେ ଊନବିଂଶ ଶତାବ୍ଦୀରେ ଦେଶରେ ଏକ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗର ଅଭ୍ୟୁଦୟ ହେଲା ।
  • ଦେଶକୁ ଏକ ଆଧୁନିକ ଓ ଉନ୍ନତ ରାଷ୍ଟ୍ରଭାବେ ଗଢ଼ିବାକୁ ହେଲେ ଶିକ୍ଷାର ପ୍ରସାର ସହିତ କୁସଂସ୍କାର ସବୁ ଦୂର କରିବାକୁ ହେବ । ସେଥିପାଇଁ ଏହି ବୁଦ୍ଧିଜୀବୀମାନେ ସଂସ୍କାରକର ଭୂମିକା ନେଇ ଜନଚେତନା ସୃଷ୍ଟିକଲେ ଓ କୁସଂସ୍କାରଗୁଡ଼ିକୁ ଉଚ୍ଛେଦ କରିବାରେ ଇଂରେଜ ସରକାରଙ୍କୁ ସହଯୋଗ କଲେ ।

→ ରାଜା ରାମମୋହନ ରାୟ ଓ ବ୍ରାହ୍ମ ସମାଜ :
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.4

  • ସମାଜ ସଂସ୍କାର ଆନ୍ଦୋଳନର ପ୍ରମୁଖ ନେତା ରାଜା ରାମମୋହନ ରାୟ ସମାଜରେ ସଂସ୍କାର ଆଣିବାପାଇଁ ୧୮୩୦ ମସିହାରେ ବ୍ରାହ୍ମ ସମାଜ ସ୍ଥାପନ କରିଥିଲେ । ଏହି ସମାଜ ନାରୀଶିକ୍ଷା ପ୍ରସାର ଓ ସତୀପ୍ରଥାର ଉଚ୍ଛେଦ ପାଇଁ ଇଂରେଜ ସରକାରଙ୍କୁ ସହଯୋଗ କରିଥିଲା ଏବଂ ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।
  • ସଂସ୍କାର ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଏହି ସମାଜର ଶାଖା ମାନ୍ଦ୍ରାଜ (ଚେନ୍ନାଇ) ଓ ବମ୍ବେ (ମୁମ୍ବାଇ)ରେ ଗଠିତ ହୋଇଥିଲା ।
  • ସଂସ୍କୃତ, ପାର୍ସୀ, ଆରବୀକ, ହିନ୍ଦି, ଇଂରାଜୀ, ଲାଟିନ୍, ଫରାସୀ ଓ ବଙ୍ଗଳା ଭାଷା ପ୍ରଭୃତି ଜାଣିଥିବା ରାଜା ରାମମୋହନ ରାୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନର ସମନ୍ବିତ ଅଧ୍ୟୟନ ବିନା ପ୍ରକୃତ ଜ୍ଞାନ ସମ୍ଭବ ନୁହେଁ ବୋଲି କହୁଥିଲେ ।

ମନେରଖ :
କେଶବ ଚନ୍ଦ୍ର ସେନ ଏବଂ ମହର୍ଷି ଦେବେନ୍ଦ୍ର ନାଥ ଠାକୁର ବ୍ରାହ୍ମ ସମାଜର ଦୁଇଜଣ ପ୍ରମୁଖ ସଂସ୍କାରକ ଥିଲେ ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ସ୍ଵାମୀ ବିବେକାନନ୍ଦ ଓ ରାମକୃଷ୍ଣ ମିଶନ :
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.5

  • ୧୮୯୭ ମସିହାରେ ସମାଜ ସଂସ୍କାର ପାଇଁ ସ୍ଵାମୀ ବିବେକାନନ୍ଦ ନିଜ ଗୁରୁ ରାମକୃଷ୍ଣ ପରମହଂସଙ୍କ ନାମରେ ‘ରାମକୃଷ୍ଣ ମିଶନ’ ପ୍ରତିଷ୍ଠା କରିଥିଲେ ।
    ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.6
  • ତାଙ୍କ ମତରେ, ‘ମାନବ ସେବାହିଁ ଈଶ୍ଵର ସେବା’’। ସମାଜରେ ସମାନତା, ବ୍ୟକ୍ତି ସ୍ଵାଧୀନତା ଓ ମୁକ୍ତ ବିଚାରକୁ ମହତ୍ତ୍ବ ଦେବାକୁ ହେଲେ ଜାତି ପ୍ରଥା, କୁସଂସ୍କାର ଓ ଅନ୍ଧବିଶ୍ୱାସକୁ ବିରୋଧ କରିବାକୁ ହେବ ବୋଲି ବିବେକାନନ୍ଦ ଯୁକ୍ତି କରୁଥିଲେ । ସେ ଥିଲେ ଜଣେ ପ୍ରକୃତ ମାନବବାଦୀ ।
  • ଜନସେବାକୁ ଧର୍ମସଂସ୍କାରର ମୂଳ ଆଧାରରୂପେ ପ୍ରତିଷ୍ଠା କରିବାକୁ ଯାଇ ରାମକୃଷ୍ଣ ମିଶନ ବହୁସଂଖ୍ୟାରେ ବିଦ୍ୟାଳୟ, ଚିକିତ୍ସାଳୟ, ପାଠାଗାର ତଥା ଅନାଥାଶ୍ରମ ସ୍ଥାପନ କରିଥିଲେ ।

→ ମହାଦେବ ଗୋବିନ୍ଦ ରାଣାଡ଼େ ଓ ପ୍ରାର୍ଥନା ସମାଜ :

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.7

  1. ୧୮୬୭ ମସିହାରେ ମହାଦେବ ଗୋବିନ୍ଦ ରାଣାଡ଼େ ବମ୍ବେଠାରେ ‘ପ୍ରାର୍ଥନା ସମାଜ’ ପ୍ରତିଷ୍ଠା କରିଥିଲେ । ରାମକୃଷ୍ଣ ଭଣ୍ଡାରକର ଥିଲେ ତାଙ୍କର ମୁଖ୍ୟ ସହଯୋଗୀ ।
  2. ପ୍ରାର୍ଥନା ସମାଜ ଜାତିପ୍ରଥା ଓ ଅସ୍ପୃଶ୍ୟତାର ତୀବ୍ର ବିରୋଧ କରୁଥିଲା ଏବଂ ବିଧବା ବିବାହ, ନାରୀଶିକ୍ଷା ଓ ହିନ୍ଦୁ ମୁସଲମାନ ଏକତାର ବଡ଼ ସମର୍ଥକ ଥିଲା ।
  3. ରାଣାଡ଼େଙ୍କ ମତରେ ହିନ୍ଦୁ ମୁସଲମାନ ଏକତା ବିନା ଭାରତ ଭଳି ଏକ ବିଶାଳ ରାଷ୍ଟ୍ରର ଉନ୍ନତି ଅସମ୍ଭବ ।
  4. ଜ୍ୟୋତିବା ରାଓ ଫୁଲେ ଓ ଗୋପାଲହରି ଦେଶମୁଖ୍ ମହରାଷ୍ଟ୍ରର ଅନ୍ୟ ଦୁଇଜଣ ପ୍ରମୁଖ ସମାଜ ସଂସ୍କାରକ ଥିଲେ ।

→ ସ୍ୱାମୀ ଦୟାନନ୍ଦ ସରସ୍ଵତୀ ଓ ଆର୍ଯ୍ୟ ସମାଜ :
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.8

  • ୧୮୭୫ ମସିହାରେ ସ୍ଵାମୀ ଦୟାନନ୍ଦ ସରସ୍ଵତୀ ‘ଆର୍ଯ୍ୟ ସମାଜ’ ସ୍ଥାପନ କରିଥିଲେ ।
  • ସ୍ଵାମୀ ଦୟାନନ୍ଦଙ୍କ ମତରେ ବେଦ ହେଲା ସମସ୍ତ ଜ୍ଞାନର ମୂଳ ଉତ୍ସ ।
  • ବେଦର ପ୍ରଚାରକ ଭାବରେ ସେ ଜାତିଭେଦ, ବାଲ୍ୟବିବାହ ଓ ସାମାଜିକ ଭେଦଭାବକୁ ବିରୋଧ କରୁଥିଲେ ଏବଂ ବିଧବା ବିବାହକୁ ଦୃଢ଼ ସମର୍ଥନ କରୁଥିଲେ ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

→ ଓଡ଼ିଶାରେ ସମାଜ ସଂସ୍କାର ଆନ୍ଦୋଳନ :

  • ଓଡ଼ିଶାର ଫକୀରମୋହନ ସେନାପତି, ମଧୁସୂଦନ ରାଓ ଓ ପ୍ୟାରୀମୋହନ ଆଚାର୍ଯ୍ୟ ଆଦି ନିଜ ରଚନା ମାଧ୍ୟମରେ ବାଲ୍ୟବିବାହକୁ ତୀବ୍ର ବିରୋଧ କରିଥିଲେ ଏବଂ ବିଧବା ବିବାହ, ନାରୀଶିକ୍ଷା ଏବଂ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଯୁକ୍ତି କରିଥିଲେ ।
  • ଊନବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ହରିହର ଦାସଶର୍ମା ନାମକ ଜଣେ ପଣ୍ଡିତ ସଂସ୍କୃତ ସହିତ ଇଂରାଜୀ, ଗ୍ରୀକ୍ ଓ ଲାଟିନ୍ ଆଦି ଶିକ୍ଷା ପାଇଁ ପୁରୀଠାରେ ଏକ ନୂତନ ଧରଣର ସଂସ୍କୃତ ବିଦ୍ୟାଳୟ ସ୍ଥାପନ କରିଥିଲେ ।
  • କାଗଜ-କଲମ ବ୍ୟବହାର କଲେ ଜାତି ଯିବ ବୋଲି ହିନ୍ଦୁମାନଙ୍କର ଅନ୍ଧବିଶ୍ଵାସକୁ ସେ ଦୂର କରିଥିଲେ ।
  • ଊନବିଂଶ ଶତାବ୍ଦୀର ଏହି ସଂସ୍କାର ଆନ୍ଦୋଳନ ପରବର୍ତ୍ତୀ ସମୟରେ ଲୋକମାନଙ୍କ ମନରୁ ନିଜର ସଂସ୍କୃତି ଓ ସାମାଜିକ ପରମ୍ପରାକୁ ନେଇ ରହିଥ‌ିବା ହୀନମନ୍ୟତା ଦୂର କରିବାରେ ତଥା ସ୍ୱାଧୀନତା ସଂଗ୍ରାମକୁ ଦୃଢ଼ କରିବାରେ ସହାୟକ ହୋଇଥିଲା ।

→ ମନେରଖ :

  • ୧୮୮୯ ମସିହାରେ ମୀର୍ଜା ଗୁଲାମ ଅହମ୍ମଦ ମୁସଲମାନମାନଙ୍କ ମଧ୍ୟରେ ଏକ ସଂସ୍କାର ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାକୁ ‘ଅହମ୍ମଦିଆ ଆନ୍ଦୋଳନ’ କୁହାଯାଏ ।
  • ସାର୍ବଜନୀନ ଧର୍ମ ସମ୍ପର୍କରେ ଏହି ଆନ୍ଦୋଳନ ପ୍ରଚାର କରିଥିଲା ଓ ଅଣମୁସଲମାନମାନଙ୍କ ବିରୁଦ୍ଧରେ ଯୁଦ୍ଧନୀତିକୁ ସମାଲୋଚନା କରିବା ସହ ମଣିଷ ମଣିଷ ମଧ୍ୟରେ ଭ୍ରାତୃଭାବ ସଞ୍ଚାର କରିଥିଲା ।

ଆମେ କ’ଣ ଶିଖୁ ?

  • ଭାରତରେ ଇଂରେଜୀ ଶିକ୍ଷାର ପ୍ରଚଳନ ।
  • ରାଜା ରାମମୋହନଙ୍କ ବ୍ରାହ୍ମ ସମାଜ ଗଠନ ଓ ସତୀଦାହ ପ୍ରଥାର ଉଚ୍ଛେଦ ।
  • ମାନବବାଦୀ ବିବେକାନନ୍ଦଙ୍କର ବାଣୀ “ମାନବ ସେବା ହିଁ ଈଶ୍ୱର ସେବା’’ ।
  • ସମାଜ ଗଠନର ଉଦ୍ଦେଶ୍ୟ ଓ ଥିଲା ରାମକୃଷ୍ଣ ମିଶନ, ପ୍ରାର୍ଥନା ସମାଜ ଓ ଆର୍ଯ୍ୟ ମହତ୍ତ୍ବ ।
  • ବିଧବା ବିବାହ, ନାରୀ ଶିକ୍ଷା ଓ ମାତୃଭାଷା ମାଧ୍ୟମରେ ଶିକ୍ଷାର ପ୍ରସାର ପାଇଁ ଯୁକ୍ତି ।

BSE Odisha 8th Class Life Science Notes Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

  • ଈଶ୍ଵର ଚନ୍ଦ୍ର ବିଦ୍ୟାସାଗର ଓ ନାରାୟଣ ଗୁରୁଙ୍କର ସମାଜ ସଂସ୍କାର ଆନ୍ଦୋଳନ ।
  • ଇଂରେଜମାନଙ୍କର ଔପନିବେଶିକ ସ୍ଵାର୍ଥ ।
  • ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବର୍ଗର ଅଭ୍ୟୁଦୟ ।
  • ଶିକ୍ଷାର ପ୍ରସାର ଲାଗି ଖ୍ରୀଷ୍ଟିୟାନ୍ ମିସନାରୀମାନଙ୍କର ସ୍କୁଲ-କଲେଜ ସ୍ଥାପନ ।
  • ଭାରତୀୟ ଭାଷା ଶିକ୍ଷାର ବିଧ‌ିବଦ୍ଧ ପ୍ରୋତ୍ସାହନ ।
  • ୧୮୧୩ରେ ଇଂଲଣ୍ଡରେ ପ୍ରଣୀତ ‘ଚାର୍ଟର ଆଇନ’ ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 2.1.

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

Odisha State Board BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Important Questions and Answers.

BSE Odisha Class 8 History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଭାରତରେ ବ୍ରିଟିଶ୍ମାନଙ୍କର ଅର୍ଥନୈତିକ ଶୋଷଣ ନୀତି ସଂକ୍ଷେପରେ ଆଲୋଚନା କର ।
Answer:
ଶୋଷଣ ଅର୍ଥନୀତି :
ବ୍ରିଟିଶ୍ ଶାସନ କାଳରେ ଇଂରେଜମାନଙ୍କର ଶୋଷଣମୂଳକ ଅର୍ଥନୀତି ଭାରତୀୟମାନଙ୍କର ସ୍ଵାର୍ଥ ବିରୋଧୀ ଥିଲା । କର, ରାଜସ୍ଵ ଓ ବାଣିଜ୍ୟ ମାଧ୍ୟମରେ ଭାରତରୁ ପ୍ରଚୁର ଅର୍ଥ ଇଂଲଣ୍ଡ ଦେଶକୁ ଯାଉଥିଲା ।

ନୂତନ ଶିଳ୍ପ ନୀତି :

  • ଭାରତରେ ଉତ୍ପାଦିତ ତୁଳା ଯାଇ ଇଂଲଣ୍ଡର କଳରେ ଲୁଗାବୁଣା କାର୍ଯ୍ୟରେ ଲାଗୁଥିଲା ଓ ତାହା ପୁଣି ଏଠାକୁ ଆସି ଭାରତର ବଜାରରେ ବିକ୍ରି ହେଉଥିଲା । ଏହାଫଳରେ ଭାରତୀୟ ଶିଳ୍ପର ବହୁତ କ୍ଷତି ଘଟିଲା ।
  • ବ୍ରିଟିଶ୍ ସରକାରଙ୍କର ଅର୍ଥନୀତି ଓ ଶିଳ୍ପନୀତି ଯୋଗୁ ଭାରତର କୁଟୀରଶିଳ୍ପର ଅବନତି ଘଟିଲା ।

କୃଷକ ବିରୋଧୀ ନୀତି :

  • ଏତଦ୍‌ବ୍ୟତୀତ ଇଂରେଜମାନଙ୍କର ଜମିଜମା ଆଇନ ଭାରତୀୟ କୃଷକମାନଙ୍କର ସ୍ଵାର୍ଥବିରୋଧୀ ଥିଲା । ଫଳରେ ଜମିଦାରମାନେ ଭାରତର ଗରିବ କୃଷକମାନଙ୍କୁ ଶୋଷଣ କରିବାକୁ ଲାଗିଲେ ।
  • ଏଣୁ କୃଷକମାନେ ବହୁତ ଅସନ୍ତୁଷ୍ଟ ହେଲେ । ଏହା ଫଳରେ ଭାରତୀୟମାନେ ସଂଘବଦ୍ଧ ଭାବରେ ଇଂରେଜ ଶାସନ ବିରୋଧରେ ସ୍ଵର ଉତ୍ତୋଳନ କଲେ ।

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୨ । ଇଂରେଜମାନଙ୍କର ବର୍ଣବୈଷମ୍ୟ ନୀତି କିପରି ଭାରତର ସ୍ଵାଧୀନତା ସଂଗ୍ରାମ ପାଇଁ ପ୍ରେରଣା ଯୋଗାଇଥିଲା ?
Answer:
କଳାଗୋରା ଭେଦଭାବ :
ଇଂରେଜମାନେ ନିଜକୁ ଗୋରା ସମ୍ପ୍ରଦାୟ ଓ ସଭ୍ୟ ସମାଜର ଅଧିବାସୀ ଏବଂ ଭାରତୀୟମାନଙ୍କୁ କୃଷ୍ଣକାୟ ଓ ଅସଭ୍ୟ ସମ୍ପ୍ରଦାୟ ରୂପେ ବିବେଚନା କରୁଥିଲେ ।

ସ୍ୱତନ୍ତ୍ର ବ୍ୟବସ୍ଥା :
ସେମାନେ ସ୍ବତନ୍ତ୍ର ରେଳଡ଼ବା, ହୋଟେଲ, କ୍ଲବ୍ ଓ ଡାକ୍ତରଖାନା ବ୍ୟବହାର କରୁଥିଲେ । ଉଚ୍ଚଶିକ୍ଷିତ ଭାରତୀୟମାନେ ମଧ୍ୟ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ରେଳଡ଼ବାରେ ଯାତ୍ରା କରିପାରୁନଥିଲେ ।

ବିଚାର ବ୍ୟବସ୍ଥା :
ଭାରତୀୟ ବିଚାରପତିମାନେ ଇଂରେଜ ଅପରାଧୀମାନଙ୍କର ବିଚାର କରିପାରୁନଥୁଲେ ।

ଚାକିରି କ୍ଷେତ୍ରରେ ବୈଷମ୍ୟ :

  • ଶିକ୍ଷିତ ଭାରତୀୟମାନେ ଯୋଗ୍ୟ ହେଲେ ମଧ୍ୟ ଉଚ୍ଚ ପଦବୀ ଚାକିରୀରୁ ବଞ୍ଚିତ ହେଉଥିଲେ ।
  • ଫଳରେ, ଭାରତୀୟମାନେ ଇଂରେଜ ସରକାରଙ୍କ ପ୍ରତି ଅସନ୍ତୋଷ ପ୍ରକାଶ କଲେ ଏବଂ ସେମାନଙ୍କ ମଧ୍ୟରେ ସ୍ୱଦେଶପ୍ରୀତି ଭାବ ଜାଗ୍ରତ ହେଲା ।

୩ । ଭାରତରେ ଜାତୀୟ ଚେତନା ସୃଷ୍ଟି କରିବାରେ ଆମ ଦେଶର ସମ୍ବାଦପତ୍ର ଓ ସାହିତ୍ୟର ଭୂମିକା କ’ଣ ଥିଲା ?
Answer:
ସମ୍ବାଦପତ୍ରର ଭୂମିକା :

  • ଭାରତର ସ୍ଵାଧୀନତା ସଂଗ୍ରାମ ପାଇଁ ଜାତୀୟ ଚେତନା ସୃଷ୍ଟି କରିବାରେ ଆମ ଦେଶର ତତ୍‌କାଳୀନ ସମ୍ବାଦପତ୍ରଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଥିଲା ।
  • ଇଂରାଜୀ, ହିନ୍ଦୀ, ଉର୍ଦୁ ଓ ଆଞ୍ଚଳିକ ଭାଷାରେ ପ୍ରକାଶିତ ବହୁ ସମ୍ବାଦପତ୍ରରେ ଭାରତୀୟ ନେତାମାନଙ୍କର ଜାତୀୟତା ଭାବସୂଚକ ମତାମତ, ଇଂରେଜ ଶାସନର ସମାଲୋଚନା ଏବଂ ଇଂରେଜମାନଙ୍କର ଅତ୍ୟାଚାର ସମ୍ବନ୍ଧରେ ଲେଖାମାନ ବାହାରୁଥିଲା ।
  • ସେହିସବୁ ମୁଖ୍ୟ ସମ୍ବାଦପତ୍ରଗୁଡ଼ିକ ମଧ୍ୟରେ ‘ମରହଟ୍ଟା କେଶରୀ’, ‘ଦି ଇଣ୍ଡିଆନ ମିରର’, ‘ମଦ କୌମୁଦୀ’, ‘ମିରିଟ୍ ଭଲ୍ ଅଖବାର’, ‘ଅମୃତବଜାର ପତ୍ରିକା’, ‘ଦି ହିନ୍ଦୁ’ ପ୍ରଭୃତି ଭାରତୀୟ ଜନମତକୁ ପ୍ରଭାବିତ କରିଥିଲା ।

ସାହିତ୍ୟିକଙ୍କ ଭୂମିକା :

  • ଅନେକ ଭାରତୀୟ ଲେଖକ ସେମାନଙ୍କର ସାହିତ୍ୟ ମାଧ୍ୟମରେ ଜାତୀୟ ଚେତନା ଜାଗ୍ରତ କରିଥିଲେ ।
  • ସେମାନଙ୍କ ମଧ୍ୟରେ ବଙ୍କିମ ଚନ୍ଦ୍ର ଚାଟାର୍ଜୀ, ଦୀନବନ୍ଧୁ ମିତ୍ର, ରବୀନ୍ଦ୍ରନାଥ ଟାଗୋର, ଲକ୍ଷ୍ମୀନାଥ ବେଜ୍‌ବରୁଆ, ସୁବ୍ରମନିୟମ୍ ଭାରତୀ, ଭାରତେନ୍ଦ୍ର ହରିଶ୍ଚନ୍ଦ୍ର ଏବଂ ଅଲତାଫ ହୁସେନ୍ ଅଗ୍ରଗଣ୍ୟ ଥିଲେ ।

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୪। ଜାତୀୟ କଂଗ୍ରେସର ଚରମ୍ପନ୍ଥୀମାନେ କି କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କଲେ ?
Answer:
ଚରମପନ୍ଥୀ :
ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ କଂଗ୍ରେସରେ ଆବିର୍ଭୂତ ହୋଇଥିବା ସଂଗ୍ରାମୀ ଗୋଷ୍ଠୀକୁ ଚରମପନ୍ଥୀ କୁହାଗଲା । ବାଲ୍ ଗଙ୍ଗାଧର ତିଲକ୍, ଲାଲା ଲଜପତ୍ ରାୟ, ବିପିନ ଚନ୍ଦ୍ର ପାଲ୍ ଓ ଅରବିନ୍ଦ ଘୋଷ ଏହି ଗୋଷ୍ଠୀର ନେତା ଥୁଲେ ।

ସମାଲୋଚନା :
ସେମାନେ ନରପନ୍ଥୀମାନଙ୍କର ଅନୁରୋଧ, ପ୍ରାର୍ଥନା ଓ ଅନୁନୟ ପଦ୍ଧତିକୁ ତୀବ୍ର ସମାଲୋଚନା କରୁଥିଲେ ।

ବଦ୍ଧପରିକର :
ସ୍ଵାଧୀନତା ସେମାନଙ୍କ ନ୍ୟାଯ୍ୟ ଦାବି ଓ ଏହାକୁ ସେମାନେ ଯେକୌଣସି ପ୍ରକାରେ ହାସଲ କରିବାକୁ ବଦ୍ଧପରିକର ଥିଲେ ।

ଦେଶପ୍ରେମ ଭେଦଭାବ :
ବଙ୍କିମ୍ ଚନ୍ଦ୍ର ଚାଟାର୍ଜୀଙ୍କ ‘ବନ୍ଦେ ମାତରମ୍’ ଜାତୀୟ ଗାନ, ବାଲ୍ ଗଙ୍ଗାଧର ତିଲକ୍‌ଙ୍କ ‘ସ୍ଵରାଜ ମୋର ଜନ୍ମଗତ ଅଧିକାର’ ଉକ୍ତି ଭାରତର ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିଥିଲେ ।

ଜାତୀୟତାଭାବ :
ସେମାନେ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାଭାବ ସଞ୍ଚାର କରିବାକୁ ସବୁମତେ ଉଦ୍ୟମ କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁମାନେ ଭାରତର ବେଦ ଓ ଉପନିଷଦର ଉତ୍କର୍ଷତା ଉପସ୍ଥାପନା କରି ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାବାଦ ସଞ୍ଚାର କରିଥିଲେ ?
Answer:
ସାର୍ ଉଇଲିୟମ ଜୋନସ୍, ପ୍ରଫେସର ମାକ୍ସିମୁଲର, ମୋନିୟର ଉଇଲିୟମ୍‌ସ୍, ରାଜେନ୍ଦ୍ରଲାଲ ମିତ୍ର, ରାମକୃଷ୍ଣ ଗୋପାଲ୍ ଭଣ୍ଡାରକର ଏବଂ ହରପ୍ରସାଦ ଶାସ୍ତ୍ରୀ ପ୍ରଭୃତି ଭାରତର ବେଦ ଓ ଉପନିଷଦର ଉତ୍କର୍ଷତା ପ୍ରତିପାଦନ କରି ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାବାଦର ସଞ୍ଚାର କରିଥିଲା ।

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୨। ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ କିଏ ? ସେ କାହିଁକି ଭାରତୀୟମାନଙ୍କ ପାଇଁ ସ୍ମରଣୀୟ ଅଟନ୍ତି ?
Answer:

  • ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ ଜଣେ ଅବସରପ୍ରାପ୍ତ ଇଂରେଜ ଶାସକ ଥିଲେ ।
  • ସେ ୧୮୮୫ରେ ତତ୍‌କାଳୀନ ଇଂରେଜ ବଡ଼ଲାଟ୍ ଡଫରିଙ୍କୁ ଭାରତୀୟମାନଙ୍କ ପାଇଁ ଏକ ସଂଗଠନର ଆବଶ୍ୟକତା ଥିବା ଜଣାଇ ‘ଜାତୀୟ କଂଗ୍ରେସ’ ପ୍ରତିଷ୍ଠା ପାଇଁ ଅନୁମତି ପ୍ରାପ୍ତ ହୋଇଥିବାରୁ ଭାରତୀୟମାନଙ୍କ ପାଇଁ ଚିରସ୍ମରଣୀୟ ଅଟନ୍ତି ।

୩ । କେଉଁମାନେ ଜାତୀୟ କଂଗ୍ରେସରେ ନରମପନ୍ଥୀରୂପେ ପରିଚିତ ?
Answer:
ସୁରେନ୍ଦ୍ର ନାଥ ବାନାର୍ଜୀ, ଗୋପାଳକୃଷ୍ଣ ଗୋଖଲେ, ମହାଦେବ ଗୋବିନ୍ଦ ରାଣାଡ଼େ ଜାତୀୟ କଂଗ୍ରେସରେ ନରମପନ୍ଥୀରୂପେ ପରିଚିତ ।

୪ । ଇଂରେଜ ଶାସନ କାଳରେ ‘ପ୍ରଶାସନିକ ସେବା’ ପରୀକ୍ଷା କିପରି ପରିଚାଳିତ ହେଉଥିଲା ?
Answer:

  • ଇଂରେଜ ଶାସନ ସମୟରେ ଉଇଶିଷିତ ଭାରତୀୟମାନଙ୍କୁ ‘ପ୍ରଶାସନିକ ସେବା’ ପରୀକ୍ଷା ଦେବାପାଇ ଅନୁମତି ନେବାକୁ ପଡୁଥିଲା ଓ ଏହି ପରୀକ୍ଷା ଭାରତରେ ନହୋଇ ଇଂଲଣ୍ଡରେ ହେଉଥିଲା ।
  • ଏହା ଫଳରେ ଗରିବ ମେଧାବୀ ଭାରତୀୟମାନେ ଏହି ସୁଯୋଗରୁ ବଞ୍ଚିତ ହେଉଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। କେଉଁ ଆନ୍ଦୋଳନ ସର୍ବପ୍ରଥମେ ଭାରତୀୟମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ଆତ୍ମବିଶ୍ଵାସ ଓ ଆତ୍ମସହାୟତାଭାବ ସୃଷ୍ଟି ଓ ବିକାଶ କରିପାରିଥିଲା ?
Answer:
ସ୍ଵଦେଶୀ ଆନ୍ଦୋଳନ ସର୍ବପ୍ରଥମେ ଭାରତୀୟମାନଙ୍କ ମଧ୍ୟରେ ଆତ୍ମନିର୍ଭରଶୀଳତା, ଆତ୍ମବିଶ୍ବାସ ଓ ଆତ୍ମସହାୟତାଭାବ ସୃଷ୍ଟି ଓ ବିକାଶ କରିପାରିଥିଲା ।

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୨। ବଙ୍ଗ ବିଭାଜନ ସମୟରେ କେଉଁ ଅଞ୍ଚଳମାନଙ୍କୁ ନେଇ ପଶ୍ଚିମବଙ୍ଗ ଗଠିତ ହେଲା ?
Answer:
ବଙ୍ଗ ବିଭାଜନ ସମୟରେ ବଙ୍ଗର ପଶ୍ଚିମଭାଗ, ବିହାର ଓ ଓଡ଼ିଶାକୁ ନେଇ ପଶ୍ଚିମବଙ୍ଗ ଗଠିତ ହେଲା ।

୩ । ଜାତୀୟ କଂଗ୍ରେସର ୬ଷ୍ଠ ଅଧ୍ଶନରେ କିଏ ସଭାପତିତ୍ୱ କରିଥିଲେ ?
Answer:
ଜାତୀୟ କଂଗ୍ରେସର ୬ଷ୍ଠ ଅଧ୍ଵବେଶନରେ ଫିରୋଜଶାହ ମେହେଟ୍ଟା ସଭାପତିତ୍ୱ କରିଥିଲେ ।

୪ । ବଦରୁଦ୍ଦିନ୍ ତ୍ୟାବ୍‌ଜୀ କିଏ ?
Answer:
ବଦରୁଦ୍ଦିନ୍ ତ୍ୟାବ୍‌ ଜଣେ ମୁସଲମାନ ରାଜନୀତିଜ୍ଞ ଯିଏକି ଜାତୀୟ କଂଗ୍ରେସର ୩ୟ ଅଧ୍ଵଂଶନରେ ସଭାପତିତ୍ୱ କରିଥିଲେ ।

୫ । ଭାରତୀୟ ଜାତୀୟ କଂଗ୍ରେସରେ ଅରବିନ୍ଦ ଘୋଷ କେଉଁ ଗୋଷ୍ଠୀ ଅନ୍ତର୍ଭୁକ୍ତ ଥିଲେ ?
Answer:
ଭାରତୀୟ ଜାତୀୟ କଂଗ୍ରେସରେ ଅରବିନ୍ଦ ଘୋଷ ଚରମପନ୍ଥୀ ଗୋଷ୍ଠୀ ଅନ୍ତର୍ଭୁକ୍ତ ଥିଲେ ।

୬ । ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର କିଏ ?
Answer:
ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର ଜଣେ ସମାଜ ସଂସ୍କାରକ । ସେ ଭାରତରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବାପାଇଁ ପ୍ରୟାସ କରିଥିଲେ ।

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ଶନରେ _________ ସଭାପତିତ୍ୱ କରିଥିଲେ ।
Answer:
ଉମେଶ୍ ଚନ୍ଦ୍ର ବାନାର୍ଜୀ

୨। ‘ଜାତୀୟ କଂଗ୍ରେସ’ ପ୍ରତିଷ୍ଠା କରିବାକୁ __________ ହ୍ୟୁମ୍‌ଙ୍କୁ ଉତ୍ସାହିତ କରିଥିଲେ ।
Answer:
ବଡ଼ଲାଟ ଡଫରିନ୍

୩ । ____________ ବିଦ୍ରୋହ ଭାରତର ପ୍ରଥମ ଜାତୀୟ ବିଦ୍ରୋହର ଉଦାହରଣ ।
Answer:
୧୮୫୭

୪ । _______________ ମୁସଲମାନମାନଙ୍କ ମଧ୍ୟରେ ନବ ଜାଗରଣ ସୃଷ୍ଟି କରିଥିଲେ ।
Answer:
ସାର୍ ସୟଦ ଅହମଦ୍ ଖାଁ

୫ । ______________ ଭାରତୀୟ ଜାତୀୟ କଂଗ୍ରେସର ଜଣେ ‘ନରମପନ୍ଥୀ’ ନେତା ଥିଲେ ।
Answer:
ଗୋପାଳକୃଷ୍ଣ ଗୋଖଲେ

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

B. ରେଖାଙ୍କିତ ଅଂଶ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ପ୍ରାଚୀନ ଭାରତର ମୁନିଋଷିମାନେ କାଶ୍ମୀରଠାରୁ ତାମିଲନାଡୁ ପର୍ଯ୍ୟନ୍ତ ଭୂଖଣ୍ଡକୁ ‘ଭାରତବର୍ଷ ନାମରେ ନାମିତ କରିଥିଲେ ।
Answer:
ପ୍ରାଚୀନ ଭାରତର ମୁନିଋଷିମାନେ ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ଭୂଖଣ୍ଡକୁ ଭାରତବର୍ଷ ନାମରେ ନାମିତ କରିଥିଲେ ।

୨। ଗଭର୍ଣ୍ଣର ଜେନେରାଲ୍ ଲର୍ଡ଼ ଢେଲହାଉସୀଙ୍କଦ୍ୱାରା ପ୍ରଚଳିତ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଭାରତୀୟ ନେତାମାନଙ୍କ ମଧ୍ଯରେ ଯୋଗାଯୋଗ ରକ୍ଷା କରିବାରେ ସହାୟକ ହୋଇଥିଲା ।
Answer:
ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ୍‌ହାଉସୀଙ୍କଦ୍ୱାରା ପ୍ରଚଳିତ ରେଳ ଚଳାଚଳ ଓ ଡାକ ବ୍ୟବସ୍ଥା ଭାରତୀୟ ନେତାମାନଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କରିବାରେ ସହାୟକ ହୋଇଥିଲା ।

୩ । ବଡ଼ଲାଟଙ୍କ କାର୍ଯ୍ୟକାରୀ ପରିଷଦ ଓ ବ୍ୟବସ୍ଥାପକ ପରିଷଦରେ ଅଧିକାଂଶ ଧନୀ ଓ ଶିଳ୍ପପତିମାନେ ସଭ୍ୟ ଥ‌ିବାରୁ ଭାରତୀୟମାନେ ଅସନ୍ତୁଷ୍ଟ ହୋଇଥିଲେ ।
Answer:
ବଡ଼ଲାଟଙ୍କ କାର୍ଯ୍ୟକାରୀ ପରିଷଦ ଓ ବ୍ୟବସ୍ଥାପକ ପରିଷଦରେ ଅଧିକାଂଶ ଇଂରେଜ ସଭ୍ୟ ଥିବାରୁ ଭାରତୀୟମାନେ ଅସନ୍ତୁଷ୍ଟ ହୋଇଥିଲେ ।

୪। ବ୍ରିଟିଶ ସରକାରଙ୍କର ଶୋଷଣ ଓ ଦମନମୂଳକ ଶାସନ ନୀତି ଯୋଗୁଁ ଭାରତର କୁଟୀରଶିଳ୍ପର ଅବନତି ଘଟିଥିଲା ।
Answer:
ବ୍ରିଟିଶ ସରକାରଙ୍କର ଅର୍ଥନୀତି ଓ ଶିଳ୍ପନୀତି ଯୋଗୁଁ ଭାରତର କୁଟୀରଶିଳ୍ପର ଅବନତି ଘଟିଥିଲା ।

୫। ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ୍ଵବେଶନ କଲିକତା ମହାନଗରରେ କଲିକତାର ବିଶିଷ୍ଟ ଆଇନଜୀବୀ ଉମେଶ୍ ଚନ୍ଦ୍ର ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।
Answer:
ଜାତୀୟ କଂଗ୍ରେସର ଦ୍ବିତୀୟ ଅଧୂବେଶନ କଲିକତା ମହାନଗରରେ ଦାଦାଭାଇ ନାରୋଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ଐକ ଭାବରେ ନିଜ ଦେଶକୁ ତଥା ମାତୃଭୂମିକୁ ଭଲ ପାଇବାକୁ କ’ଣ କୁହାଯାଏ ?
Answer:
ଜାତୀୟତାବାଦ

୨। ଭାରତରେ ରେଳ ଚଳାଚଳ କିଏ କରାଇଥିଲେ ?
Answer:
ଲର୍ଡ଼ ଡେଲ୍ହାଉସୀ

୩ । ଗୋରା-କଳାର ଅବାଞ୍ଛିତ ଭେଦଭାବକୁ କ’ଣ କୁହାଯାଏ ?
Answer:
ବର୍ଣ୍ଣବୈଷମ୍ୟ

୪। ‘ଆନନ୍ଦ ମଠ’ ଉପନ୍ୟାସ କିଏ ଲେଖିଲେ ?
Answer:
ବଙ୍କିମ ଚନ୍ଦ୍ର ଚାଟାର୍ଜୀ

୫। ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ କିଏ ?
Answer:
ଜଣେ ଅବସରପ୍ରାପ୍ତ ଇଂରେଜ ପ୍ରଶାସନିକ ଅଧିକାରୀ

୬ । ଭାରତୀୟ ଜାତୀୟ କଂଗ୍ରେସ କେବେ ପ୍ରତିଷ୍ଠିତ ହୋଇଥିଲା ?
Answer:
୧୮୮୫

BSE Odisha 8th Class History Important Questions Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

୭। ‘ଲାଲ-ବାଲ-ପାଲ’ କେଉଁମାନଙ୍କୁ କୁହାଯାଉଥିଲା ?
Answer:
ଲାଲ ଲଜପତ ରାୟ, ବାଲ ଗଙ୍ଗାଧର ତିଲକ, ବିପିନ ଚନ୍ଦ୍ର ପାଲ

୮। ‘ସ୍ଵରାଜ ମୋର ଜନ୍ମଗତ ଅଧିକାର’ ଏକଥା କିଏ କହିଥିଲେ ?
Answer:
ବାଲ୍ ଗଙ୍ଗାଧର ତିଲକ

୯। ଲର୍ଡ଼ କର୍ଜନ କେବେ ଭାରତର ବଡ଼ଲାଟ୍ ହୋଇ ଆସିଥିଲେ ?
Answer:
୧୮୯୯

୧୦ । ସ୍ଵଦେଶୀ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
୧୯୦୫

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(d)

Odisha State Board BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(d) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(d)

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) 3 × (………) = 12x
(ii) 2x × (………) = 12x²
(iii) 4 × (……….) = – 16 x²
(iv) -3x × (……..) = 15x²
ସମାଧାନ :
(i) 4x
(ii) 6x
(iii) -4x²
(iv) -5x

Question 2.
ଭାଗଫଳ ସ୍ଥିର କର ।
(i) 8x ÷ 4
(ii) 8x ÷ (-4)
(iii) (-8x) ÷ (4)
(iv) (-8x) ÷ (-4)
ସମାଧାନ :
ଭାଜକକୁ ଯେଉଁ ସଂଖ୍ୟାଦ୍ଵାରା ଗୁଣନକଲେ ଆମେ ଭାଜ୍ୟ ପାଇବା, ତାହା ହିଁ ଭାଗଫଳ ।
(i) 2x
(ii) -2x
(iii) -2x
(iv) 2x

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(d)

Question 3.
ଭାଗଫଳ ସ୍ଥିର କର ।
(i) 21x² ÷ 3
(ii) -21x² ÷ 3x
(iii) 21x² ÷ (-7x)
(iv) 21x² ÷ 3x²
(v) 21x² ÷ (-3x²)
ସମାଧାନ :
(i) 7x²
(ii) -7x
(iii) -3x
(iv) 7
(v) -7

Question 4.
ଭାଗଫଳ ସ୍ଥିର କର ।
(i) (15x² + 10) ÷ 5
(ii) (16x² – 12) ÷ 4
(iii) (24x² – 8x + 12) ÷ 4
(iv) (20x² + 15x) ÷ 5x
(v) (24x² +20) ÷ 4x
(vi) (48x² – 44x) ÷ (-4x)
ସମାଧାନ :
(i) (15x² + 10) ÷ 5 = \(\frac{15 x^2+10}{5}=\frac{15 x^2}{5}+\frac{10}{5}\) = 3x² + 2

(ii) (16x² – 12) ÷ 4 = \(\frac{16 x^2+12}{4}=\frac{16 x^2}{4}+\frac{12}{3}\) = 4x² – 3

(iii) (24x² – 8x + 12) ÷ 4 = \(\frac{24x^2 – 8x + 12}{4}=\frac{24 x^2}{4}-\frac{8x}{4}+\frac{12}{4}\) = 6x² – 2x + 3

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(d)

(iv) (20x² + 15x) ÷ 5x = \(\frac{20 x^2+15x}{5x}=\frac{20 x^2}{5x}+\frac{15x}{5x}\) = 4x + 3

(v) (24x² +20) ÷ 4x = \(\frac{24x^2+20}{4x}=\frac{24 x^2}{4x}+\frac{20x}{4x}+\frac{12}{4}\) = 6x + 5

(vi) (48x² – 44x) ÷ (-4x) = \(\frac{48x^2-44x}{-4x}=\frac{48 x^2}{-4x}-\frac{44x}{-4x}+\frac{12}{4}\) = -12x + 11

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(c)

Odisha State Board BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(c)

Question 1.
ଶୂନ୍ୟସ୍ଥାନ ପୂରଣ କର ।
(i) 3 × 5x = (…………)
(ii) 3x² × 2x² = (…………)
(iii) 2 {x} × 0 = (…………)
(iv) 3x³ × 1 = (…………)
ସମାଧାନ :
(i) 3 × 5x = (15 x)
(ii) 3x² × 2x² = 6×4
(iii) 2x × 0 = 0
(iv) 3x³ × 1 = 3x³

Question 2.
ନିମ୍ନ ସାରଣୀଟିକୁ ପୂରଣ କର ।
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(c) - 1
ସମାଧାନ :
BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(c) - 2

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(c)

Question 3.
ଶୂନ୍ୟସ୍ଥାନ ପୂରଣ କର ।
3 × (2x – 7) = 3 × 2x + 3 × (………)
(-2) × ( 3x + 1) = (-2) × 3x + (-2) × (………)
(2x – 6) × (-x) = 2x × (……..) + (……..) (-x)
(-3x²) (2x + 4) = (…….) × 2x + (-3x²) × (…….)
ସମାଧାନ :
3 × (2x – 7) = 3 × 2x + 3 × (2) : a(b + c) = a × b + a × c
(-2) × ( 3x + 1) = (-2) × 3x + (-2) × (1)
(2x – 6) × (-x) = 2x × (-1) + (-6) (-x)
(-3x²) (2x + 4) = (-3x²) × 2x + (-3x²) × (4)

Question 4.
ଗୁଣଫଳ ନିର୍ଣ୍ଣୟ କର ।
(i) (x – 1) × ( x + 1)
(ii) (x – 1) × (x² + x + 1)
(iii) (x + 1) × (x² – x + 1)
(iv) (2x + 1) × (x – 2)
(v) (2x + 3) × (x² – 2x + 5)
(vi) (-x – 3) × (x² – 5x – 2)
(vii) (x² + 1) × ( x² – 1)
(viii) (x² + 1) × (2x² – x + 1)
(ix) (x² – 1) × (x² + x + 1)
ସମାଧାନ :
(i) (x – 1) × ( x + 1)
= (x – 1) x + ( x – 1)1 (ବଣ୍ଟନ ନିୟମର ପ୍ରୟୋଗ )
= x² – x + x – 1 = x² – 1

(ii) (x – 1) × (x² + x + 1) = (x – 1)x² + (x – 1) x + (x – 1) 1
= x³ – x² + x² – x + x – 1 = x³ – 1

(iii) (x + 1) × (x² – x + 1) = (x + 1)x² – (x + 1) + (x + 1) 1
= x³ + x² – x² – x + x + 1 = x³ + 1

BSE Odisha 8th Class Maths Solutions Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ Ex 3(c)

(iv) (2x + 1) × (x – 2) = (2x + 1)x – (2x +1)2 (ବଣ୍ଟନ ନିୟମର ପ୍ରୟୋଗ )
= 2x² + x – 4x – 2 = 2x² – 3x – 2

(v) (2x +3) x (x² – 2x + 5 )= x² (2x + 3) – 2x (2x + 3) +5 (2x + 3) (ବଣ୍ଟନ ନିୟମର ପ୍ରୟୋଗ )
= 2x³ + 3x² – 4x² – 6x + 10x + 15
= 2x³ – x² + 4x + 15

(vi) (- x – 3) x (x² – 5x – 2) = x² (-x – 3) – 5x (-x – 3) – 2(- x – 3)
= – x³ – 3x² + 5x² + 15x + 2x + 6 = – x³ + 2x² + 17x +6

(vii) (x² +1) x.(x² – 1) = x² (x² +1) – 1 (x² + 1) = x4 + x² – x² – 1 = x4 – 1

(viii) (x²+1)(2x² – x + 1) = 2x²(x² + 1) – x(x² + 1) + 1(x² + 1)
= 2x4 + 2x² – x³ – x + x² + 1
=2x4 – x³ + 2x² + x² – x + 1 = 2x4 – x³ + 3x² – x + 1

(ix) (x² – 1) (x² + x + 1) = x² (x² – 1) + x (x² – 1) + 1(x² – 1)
= x4 – x² + x³ – x + x² – 1
= x4 + x³ – x² + x² – x – 1 = x4 + x³ – x – 1

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Odisha State Board BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Important Questions and Answers.

BSE Odisha Class 8 History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଇଂରେଜମାନେ କିପରି ଭାରତରେ ବାଣିଜ୍ୟ କାରବାର ପାଇଁ ସୁବିଧା ହାସଲ କଲେ ?
Answer:
କମ୍ପାନୀ ଗଠନ :
୧୬୦୦ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ଦଳେ ବଣିକ ଓ ନାବିକ ପ୍ରାଚ୍ୟଦେଶରେ ବାଣିଜ୍ୟ କରିବାପାଇଁ ରାଣୀ ପ୍ରଥମ ଏଲିଜାବେଥଙ୍କଠାରୁ ଅନୁମତି ପାଇ ବ୍ରିଟିଶ ଇଷ୍ଟ-ଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।

ବସତି ସ୍ଥାପନ :
୧୬୦୯ ଖ୍ରୀ.ଅ.ରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସଙ୍କ ରାଜଦୂତ କ୍ୟାପଟେନ୍‌ ହକିନ୍ସଙ୍କ ଅନୁରୋଧକ୍ରମେ ମୋଗଲ ସମ୍ରାଟ ଜାହାଙ୍ଗୀର ଇଂରେଜମାନଙ୍କୁ ସୁରତଠାରେ ଏକ ସ୍ଥାୟୀବସତି କରିବାକୁ ଅନୁମତି ଦେଇଥିଲେ ।

ବାଣିଜ୍ୟକୋଠି ନିର୍ମାଣ :
୧୬୧୫ ଖ୍ରୀଷ୍ଟାବ୍ଦରେ ଇଂରେଜ ରାଜଦୂତ ସାର୍ ଟମାସ୍‌ରୋ ଜାହାଙ୍ଗୀରଙ୍କ ଦରବାରକୁ ଆସି ତାଙ୍କ ସହ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲେ ଏବଂ ନାନାପ୍ରକାର ବାଣିଜ୍ୟ ସୁବିଧା ପାଇଁ କୋଠି ନିର୍ମାଣର ଅଧିକାର ହାସଲ କରିଥିଲେ । ଫଳରେ ଇଂରେଜମାନେ ମସଲିପଟ୍ଟମ୍, ମହାନଦୀ ମୁହାଣସ୍ଥ ହରିପୁର, ବାଲେଶ୍ଵର, ହୁଗୁଳୀ, ପାଟଣା ଏବଂ କାଶିମ୍ବବଜାର ପ୍ରଭୃତି ସ୍ଥାନରେ ସେମାନଙ୍କର ବାଣିଜ୍ୟ କୋଠି ନିର୍ମାଣ କଲେ ।

ଦୁର୍ଗ ନିର୍ମାଣ :

  • ୧୬୪୦ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ମାନ୍ଦ୍ରାଜଠାରେ ଫୋର୍ଟ ସେଣ୍ଟଜର୍ଜ ଦୁର୍ଗ ନିର୍ମାଣ କରିଥିଲେ ।
  • ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ ପର୍ତ୍ତୁଗୀଜ ରାଜକନ୍ୟାଙ୍କୁ ବିବାହ କରି ପର୍ତ୍ତୁଗୀଜମାନଙ୍କ ଅଧୀନରେ ଥିବା ବମ୍ବେ ଅଞ୍ଚଳକୁ ଯୌତୁକ ପାଇଥିଲେ । ସେ ତାହାକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିବାରୁ ସେଠାରେ ବାଣିଜ୍ୟକୋଠି ଗଢ଼ି ଉଠିଲା ।
  • ୧୬୯୦ ଖ୍ରୀ.ଅ.ରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗରେ ହୁଗୁଳୀ ନଦୀକୂଳରେ ଫୋର୍ଟ ଉଇଲିୟମ୍ ଦୁର୍ଗ ନିର୍ମାଣ କରିଥିଲା । କମ୍ପାନୀ ମୋଗଲ ସମ୍ରାଟଙ୍କୁ ପ୍ରଭାବିତ କରି ଓ କର୍ମଚାରୀମାନଙ୍କୁ ଲାଞ୍ଚଦେଇ ସୂତାନଟି, କଲିକତା ଓ ଗୋବିନ୍ଦପୁର ଗ୍ରାମର ଜମିଦାରୀ ଲାଭ କରିଥିଲେ ।
    ଏହିପରି ବ୍ରିଟିଶ ଇଷ୍ଟ-ଇଣ୍ଡିଆ କମ୍ପାନୀ ଭାରତରେ ନିଜର ବାଣିଜ୍ୟ କାରବାର ସୁଦୃଢ଼ କଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨। ମରହଟ୍ଟା ଶକ୍ତିର ଉତ୍‌ଥାନ ଓ ପତନ ବିଷୟରେ ଏକ ବିବରଣୀ ଦିଅ ।
Answer:
ମରହଟ୍ଟା ଶକ୍ତିର ଉତ୍‌ଥାନ :

  • ଆଉରଙ୍ଗଜେବ୍‌ଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ଏକ ମରହଟ୍ଟା ରାଜ୍ୟ ଗଠନ କରିଥିଲେ । ତାଙ୍କ ପରେ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ମୋଗଲମାନେ ହତ୍ୟା କଲେ ଓ ତାଙ୍କ ପୁତ୍ର ଶାହୁଜୀଙ୍କୁ ବନ୍ଦୀ କଲେ ।
  • ମରହଟ୍ଟାମାନେ ଶକ୍ତିଶାଳୀ ହୋଇ ଶାହୁଢୀଙ୍କୁ କାରାଗାରରୁ ମୁକ୍ତ କଲେ ଓ ଶିବାଜୀଙ୍କ ଦ୍ଵିତୀୟ ପୁତ୍ର ରାଜାରାମଙ୍କୁ ରାଜା କରାଇଲେ । ତେଣୁ ସିଂହାସନ ପାଇଁ ଉଭୟଙ୍କ ମଧ୍ୟରେ ଗୃହଯୁଦ୍ଧ ଲାଗିଲା ।
  • ବାଲାଜୀ ବିଶ୍ଵନାଥଙ୍କ ସାହାଯ୍ୟରେ ଶାହୁଜୀ ସିଂହାସନ ଅଧିକାର କଲେ । ଅପରପକ୍ଷେ ରାଜାରାମଙ୍କ ବିଧବାପନ୍ଥୀ ତାରାବାଈ ନିଜ ବାଳକପୁତ୍ର ତୃତୀୟ ଶିବାଜୀଙ୍କୁ କୋହ୍ଲାପୁର ସିଂହାସନରେ ବସାଇ ରାଜପ୍ରତିନିଧୂରୂପେ ମୋଗଲ ବାହିନୀ ସହ ଯୁଦ୍ଧ ଚଳାଇଲେ ।

ମରହଟ୍ଟା ଶକ୍ତିର ପତନ :

  • ତାରାବାଈ ଓ ଶାହୁଜୀଙ୍କ ମଧ୍ୟରେ ସିଂହାସନକୁ ନେଇ ଚାଲିଥିବା ସଂଘର୍ଷରେ ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ ଶାହୁଜୀ ଜୟଯୁକ୍ତ ହୋଇ ସିଂହାସନ ଅଧିକାର କଲେ ।
  • ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଟ୍ଟାମାନଙ୍କ ଶାସକ ହେଲେ । ତାଙ୍କ ପରେ ମରହଟ୍ଟା ଶକ୍ତି ଦୁର୍ବଳ ହୋଇଗଲା । ୧୭୬୧ ଖ୍ରୀ.ଅ.ରେ ଆଫଗାନ ଶାସକ ଅହମ୍ମଦ ଶାହ ଅବଦ୍‌ଲ୍ଲୀଙ୍କଦ୍ୱାରା ତୃତୀୟ ପାନିପଥ ଯୁଦ୍ଧରେ ପରାଜିତ ହେବାପରେ ମରହଟ୍ଟା ସାମ୍ରାଜ୍ୟ ଲୋପ ପାଇଲା ।

୩ । ପଲାସୀ ଯୁଦ୍ଧ କେବେ, କେଉଁଠାରେ ଏବଂ କାହା କାହା ମଧ୍ୟରେ ହୋଇଥିଲା ? ଏହାର ପରିଣତି କ’ଣ ହେଲା ?
Answer:
ଯୁଦ୍ଧର ସମୟ :
ପଲାସୀ ଯୁଦ୍ଧ ୧୭୫୭ ଖ୍ରୀ.ଅ. ଜୁନ୍ ୨୩ ତାରିଖ ଦିନ ସଂଘଟିତ ହୋଇଥିଲା ।

ସ୍ଥାନ :
ଭାଗିରଥୀ ନଦୀ କୂଳରେ ପଲାସୀ ନାମକ ସ୍ଥାନରେ ଏହି ଯୁଦ୍ଧ ହୋଇଥିଲା ।

ଦୁଇ ପକ୍ଷ :
ଏହି ଯୁଦ୍ଧ ବଙ୍ଗର ନବାବୁ ସିରାଜଉଦୌଲା ଓ ଇଂରେଜ ସେନାପତି ରବର୍ଟ କ୍ଲାଇନ୍‌ଙ୍କ ମଧ୍ୟରେ ହୋଇଥିଲା ।

ପରିଣତି :
ସିରାଜଉଦୌଲାଙ୍କ ସେନାପତି ମୀଜାଫର ଓ ରାୟଦୁର୍ଲଭ ବିଶ୍ଵାସଘାତକତା କରିବାରୁ ସିରାଜ ପରାଜିତ ହେଲେ ଓ ଇଂରେଜମାନେ ତାଙ୍କୁ ବନ୍ଦୀ କରି ମୁର୍ଶିଦାବାଦ ଜେଲ୍‌ରେ ରଖିଲେ । ମୀର୍‌ଜାଫରଙ୍କ ପୁତ୍ର ମିରାନ୍ ସିରାଜଙ୍କୁ ବନ୍ଦୀଶାଳାରେ ହତ୍ୟା କରିଥିଲେ । ଏହି ଯୁଦ୍ଧ ପରେ ଇଂରେଜମାନେ ମୀର୍‌ଜାଫରଙ୍କୁ ବଙ୍ଗର ନବାବ କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪। ବକ୍‌ସାର ଯୁଦ୍ଧ ପରେ ଇଂରେଜମାନେ କିପରି ଲାଭବାନ୍ ହୋଇଥିଲେ ?
Answer:
କମ୍ପାନୀ ଶାସନ ସୁଦୃଢ଼ :
ବକ୍‌ସାର ଯୁଦ୍ଧରେ ଭାରତୀୟ ଶାସକମାନଙ୍କ ମିଳିତ ଶକ୍ତି ଇଷ୍ଟଇଣ୍ଡିଆ କମ୍ପାନୀ ହାତରେ ପରାଜିତ ହେବାରୁ ଭାରତରେ କମ୍ପାନୀ ଶାସନ ଦୃଢ଼ ହେଲା ।

ଚୁକ୍ତି :

  1. ଯୁଦ୍ଧରେ ପରାଜିତ ହୋଇଥିବା ଅଯୋଧ୍ୟାର ନବାବ ସୁଜାଉଙ୍ଘିଲା ଏବଂ ମୋଗଲ ସମ୍ରାଟ୍ ଶାହା ଆଲାମ୍ ୧୭୬୫ ଖ୍ରୀ.ଅ.ରେ ରବର୍ଟ କ୍ଲାଇନ୍‌ଙ୍କ ସହିତ ଏକ ଚୁକ୍ତି ସ୍ଵାକ୍ଷର କଲେ ।
  2. ଚୁକ୍ତି ଅନୁସାରେ ଅଯୋଧ୍ୟାର ନବାବ କୋରା ଓ ଆଲ୍ଲାହାବାଦ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କଲେ ଏବଂ ଯୁଦ୍ଧର କ୍ଷତିପୂରଣ ବାବଦକୁ ଇଂରେଜମାନଙ୍କୁ ପଚାଶ ଲକ୍ଷ ଟଙ୍କା ଦେଲେ । ତାଙ୍କୁ ନିଜ ଖର୍ଚ୍ଚରେ ଇଂରେଜ ସୈନ୍ୟବାହିନୀକୁ ନିଜ ରାଜ୍ୟରେ ରଖୁବାକୁ ପଡ଼ିଲା ।

ଫଳାଫଳ :

  1. କ୍ଲାଇବ୍ ଚୁକ୍ତି ଅନୁଯାୟୀ ମୋଗଲ ସମ୍ରାଟ୍ ଶାହାଆଲାମ୍‌ଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କଲେ । ଫଳରେ ରାଜସ୍ବ ଆଦାୟ ଭାର କମ୍ପାନୀ ହାତକୁ ଗଲା ।
  2. ଏସବୁଦ୍ଵାରା ଇଂରେଜମାନଙ୍କ ଆର୍ଥିକ ଓ ରାଜନୈତିକ ସ୍ଥିତି ସୁଦୃଢ଼ ହେଲା ଏବଂ ସେମାନେ ବଙ୍ଗର ପ୍ରକୃତ ଶାସକ ହୋଇପାରିଲେ ।

୫ । ‘ଅନ୍ଧକୂପ ହତ୍ୟା!’ ଘଟଣା କିପରି ସଂଘଟିତ ହେଲା ?
Answer:
ଦୁର୍ଗ ନିର୍ମାଣ :

  • ଇଂରେଜମାନେ ନବାବ ସିରାଜଉଦୌଲାଙ୍କ ବିନା ଅନୁମତିରେ କଲିକତାଠାରେ ଦୁର୍ଗ ନିର୍ମାଣ ଓ ସମ୍ପ୍ରସାରଣ କରିବା କାର୍ଯ୍ୟ କରିଚାଲିଲେ । ସେମାନେ ବାଣିଜ୍ୟ ସୁବିଧାକୁ ମଧ୍ଯ ଅପବ୍ୟବହାର କଲେ ।
  • ସିରାଜ ଦୁର୍ଗ ନିର୍ମାଣ ବନ୍ଦ କରିବାକୁ ଆଦେଶ ଦେଲେ ମଧ୍ୟ ଇଂରେଜମାନେ ନ ମାନିବାରୁ ସେ ୧୭୫୭ ଖ୍ରୀ.ଅ.ରେ କଲିକତା ଆକ୍ରମଣ କଲେ ।

ଆକ୍ରମଣ :

  • ସିରାଜଙ୍କ ଆକ୍ରମଣ ଭୟରେ ଇଂରେଜ ଗଭର୍ଣ୍ଣର ଡେକ୍ ଓ ତାଙ୍କ ଅନୁଗତମାନେ ନଦୀ ପାରହୋଇ ପଳାଇଲେ । ତାଙ୍କ ସ୍ଥାନରେ ହଲ୍‌ୱେଲ୍‌ ନୂତନ ଗଭର୍ଣ୍ଣର ଭାବେ କଲିକତାରେ ଅବସ୍ଥାନ କରୁଥିଲେ ।
  • ସିରାଜ ହଲ୍‌ୱେଲ୍ ଓ ଆଉ କେତେଜଣଙ୍କୁ ବନ୍ଦୀକରି ଆଣି ଏକ କୋଠରିରେ ଆବଦ୍ଧ କରି ରଖିଲେ । ବନ୍ଦୀମାନେ ଶ୍ଵାସରୁଦ୍ଧହୋଇ କୋଠରି ମଧ୍ୟରେ ପ୍ରାଣ ହରାଇଲେ ।
  • ଏହି ଘଟଣାକୁ ‘ଅନ୍ଧକୂପ ହତ୍ୟା’ ଭାବେ ନାମିତ କରାଯାଏ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୬ । ପ୍ରଥମ ମହୀଶୂର ଯୁଦ୍ଧ କାହା କାହା ମଧ୍ୟରେ ହୋଇଥିଲା ଏବଂ ଏହାର ଫଳାଫଳ କ’ଣ ଥିଲା ?
Answer:
ଯୁଦ୍ଧର ସମୟସୀମା:

  • ପ୍ରଥମ ମହୀଶୂର ଯୁଦ୍ଧ ୧୭୬୭ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
  • ମହୀଶୂରର ସମ୍ରାଟ ହାଇଦର ଅଲ୍ଲୀ ଏବଂ ଇଂରେଜ, ମରହଟ୍ଟା ଓ ହାଇଦ୍ରାବାଦର ନିଜାମ୍‌ଙ୍କ ମିଳିତ ବାହିନୀ ମଧ୍ୟରେ ଏହି ଯୁଦ୍ଧ ହୋଇଥିଲା ।

ଫଳାଫଳ :

  • ଏହି ଯୁଦ୍ଧରେ ହାଇଦର ଅଲ୍ଲୀ ଇଂରେଜ, ମରହଟ୍ଟା ଓ ନିଜାମ୍‌ଙ୍କ ମିଳିତ ବାହିନୀକୁ ପରାଜିତ କରିଥିଲେ ।
  • ଫଳରେ ୧୭୬୯ ଖ୍ରୀଷ୍ଟାବ୍ଦରେ ଇଂରେଜମାନେ ବାଧ୍ୟହୋଇ ହାଇଦର ଅଲ୍ଲୀଙ୍କ ସହିତ ଏକ ସନ୍ଧି କଲେ ।
  • ସନ୍ଧିର ସର୍ଭେ ଅନୁସାରେ ଉଭୟ ଉଭୟଙ୍କୁ ସାହାଯ୍ୟ କରିବାରୁ ବ୍ୟବସ୍ଥା ରହିଲା ।

୭ । ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ ସମ୍ପର୍କରେ ସଂକ୍ଷେପରେ ଲେଖ ।
Answer:
ନିୟମ ପ୍ରଣୟନ :

  1. ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ବାଣିଜ୍ୟ କରିବା ସଙ୍ଗେ ସଙ୍ଗେ ଭାରତରେ ରାଜ୍ୟ ବିସ୍ତାର କଲେ ଏବଂ ମନଇଚ୍ଛା ଶାସନ ଚଳାଇଲେ, ଯାହାକି ବ୍ରିଟିଶ୍ ପାର୍ଲାମେଣ୍ଟ ସହ୍ୟ କରିପାରିଲା ନାହିଁ ।
  2. ୧୭୭୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଭାରତର କମ୍ପାନୀ ଶାସନକୁ ନିୟନ୍ତ୍ରଣ କରିବାପାଇଁ ଏକ ଆଇନ ପାର୍ଲାମେଣ୍ଟରେ ଗୃହୀତ କରାଇନେଲେ । ତାହାକୁ ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କୁହାଯାଏ ।
  3. ଏହି ଆଇନ ଅନୁସାରେ ବଙ୍ଗର ଗଭର୍ଣ୍ଣର ଇଂରେଜ ଶାସିତ ସମସ୍ତ ଅଞ୍ଚଳର ଗଭର୍ଣ୍ଣର ଜେନେରାଲ୍ ବା ବଡ଼ଲାଟ୍ ହେଲେ ଏବଂ ବମ୍ବେ ଓ ମାନ୍ଦ୍ରାଜର ଗଭର୍ଣ୍ଣର ତାଙ୍କ ଅଧୀନରେ ରହି କାର୍ଯ୍ୟ କଲେ ।

କ୍ଷମତା ବଣ୍ଟନ :

  1. ବଡ଼ଲାଟଙ୍କୁ ଶାସନ କ୍ଷେତ୍ରରେ ସାହାଯ୍ୟ କରିବାପାଇଁ ଚାରିଜଣ ସଭ୍ୟଙ୍କୁ ନେଇ ଗୋଟିଏ ଶାସନ ପରିଷଦ ବା କାଉନସିଲ୍ ଗଠିତ ହେଲା ଏବଂ ପ୍ରତ୍ୟେକ ସଭ୍ୟ ପାଞ୍ଚବର୍ଷ ପାଇଁ ନିଯୁକ୍ତି ପାଇଲେ ।
  2. ଏହି ଆଇନ ଅନୁଯାୟୀ ଇଂରେଜ କର୍ମଚାରୀଙ୍କ ଦୋଷତ୍ରୁଟିର ବିଚାର କରିବାପାଇଁ କଲିକତାଠାରେ ଏକ ସୁପ୍ରିମକୋର୍ଟ ସ୍ଥାପନ କରାଗଲା ଏବଂ ଭାରତ ଶାସନର ସମସ୍ତ ଖବର ବିଲାତ ପାର୍ଲାମେଣ୍ଟକୁ ଜଣାଇବାପାଇଁ କମ୍ପାନୀକୁ ବାଧ୍ଯ କରାଗଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତରେ ଆଧୁନିକ ଯୁଗର ଆରମ୍ଭ କିପରି ହୋଇଥିଲା ?
Answer:

  • ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମୋଗଲ ସାମ୍ରାଜ୍ୟର ପତନ ଓ ବିଭାଜନ ହେଲା ।
  • ଦ୍ଵିତୀୟାର୍ଶ୍ଵରେ ପାଶ୍ଚାତ୍ୟ ଶକ୍ତିମାନଙ୍କ ଉତ୍‌ଥାନରୁ ଭାରତରେ ଆଧୁନିକ ଯୁଗର ଆରମ୍ଭ ହୋଇଥିଲା ।

୨। ସିରାଜଉଦୌଲାଙ୍କୁ ଶାସନଗାଦିରୁ ହଟାଇବାପାଇଁ ରବର୍ଟ କ୍ଲାଇବ୍ କି ଯୋଜନା କରିଥିଲେ ?
Answer:

  • ସିରାଜଉଦୌଲାଙ୍କୁ ସିଂହାସନରୁ ହଟାଇବାପାଇଁ ତାଙ୍କ ସେନାପତି ମୀର୍‌ଜାଫର୍ ଓ ରାୟଦୁର୍ଲଭ କରିଥିବା ଷଡ଼ଯନ୍ତ୍ରରେ କ୍ଲାଇବ୍ ସାମିଲ ହୋଇଥିଲେ ।
  • କ୍ଲାଇବ୍ ସିରାଜଙ୍କୁ ଶାସନଗାଦିରୁ ହଟାଇବା ପରେ ମୀଜାଫରଙ୍କୁ ନବାବ କରାଇବାର ପ୍ରତିଶ୍ରୁତି ଦେଲେ ।

୩ । ମୀଜାଫର୍ ନବାବ ହେଲା ପରେ ଇଂରେଜମାନଙ୍କୁ ସନ୍ତୁଷ୍ଟ କରିବାପାଇଁ କ’ଣ କରିଥିଲେ ?
Answer:

  1. ମୀଜାଫର୍ ନବାବ ହେଲା ପରେ କ୍ଲାଇଟ୍‌ ଓ ଅନ୍ୟାନ୍ୟ ଇଂରେଜ କର୍ମଚାରୀମାନଙ୍କ ସନ୍ତୁଷ୍ଟ କରିବାପାଇଁ ପ୍ରଚୁର ଅର୍ଥ ପ୍ରଦାନ କରିଥିଲେ ।
  2. ମୀର୍‌ଜାଫର୍ ଇଂରେଜମାନଙ୍କୁ ଚବିଶ ପ୍ରଗଣା ଅଞ୍ଚଳକୁ ଜମିଦାରୀ ରୂପେ ଦେଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪ । ବକ୍‌ସାର ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  • ବକ୍‌ସାର ଯୁଦ୍ଧ ୧୭୬୪ ଖ୍ରୀ.ଅ.ରେ ହୋଇଥିଲା ।
  • ଏହି ଯୁଦ୍ଧ ଇଂରେଜ ଏବଂ ବଙ୍ଗର ନବାବ ମୀକାଶିମ୍, ଅଯୋଧ୍ୟାର ନବାବ ସୁଜାଉଜୌଲା ଓ ମୋଗଲ ସମ୍ରାଟଙ୍କ ମିଳିତ ବାହିନୀ ମଧ୍ୟରେ ହୋଇଥିଲା ।

୫ । ତୃତୀୟ ମହୀଶୂର ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ? ଏହି ଯୁଦ୍ଧର ପରିଣତି କ’ଣ ହେଲା ?
Answer:

  • ତୃତୀୟ ମହୀଶୂର ଯୁଦ୍ଧ ୧୭୯୦ ଖ୍ରୀ.ଅ.ରେ ମହୀଶୂରର ଶାସକ ଟିପୁ ସୁଲତାନ୍ ଏବଂ ମରହଟ୍ଟା, ହାଇଦ୍ରାବାଦର ନିଜାମ୍ ଓ ଇଂରେଜ ଶାସକଙ୍କ ମିଳିତ ବାହିନୀ ମଧ୍ୟରେ ହୋଇଥିଲା ।
  • ଏହି ଯୁଦ୍ଧର ପରିଣତି ସ୍ୱରୂପ ଟିପୁ ସୁଲତାନ ନିଜ ରାଜ୍ୟର ଅର୍ଦ୍ଧେକ ଅଂଶ ଇଂରେଜ, ମରହଟ୍ଟା ଓ ନିଜାମ୍‌ଙ୍କୁ ଛାଡ଼ି ଦେଇଥିଲେ ।

୬ । ଟିପୁ ସୁଲତାନ୍ କେବେ ଓ କିପରି ନିହତ ହେଲେ ?
Answer:

  1. ଟିପୁ ସୁଲତାନ୍ ଓ ଇଂରେଜମାନଙ୍କ ମଧ୍ୟରେ ୧୭୯୯ ଖ୍ରୀଷ୍ଟାବ୍ଦରେ ଚତୁର୍ଥ ମହୀଶୂର ଯୁଦ୍ଧ ହୋଇଥିଲା ।
  2. ସେହି ଯୁଦ୍ଧରେ ଟିପୁ ସୁଲତାନ ମୃତ୍ୟୁବରଣ କରିଥିଲେ ।

୭। କେଉଁ ଶାସକଙ୍କଦ୍ବାରା ଏବଂ କାହିଁକି ସାମନ୍ତ ସନ୍ଧି ପ୍ରଚଳନ କରାଗଲା ?
Answer:

  • ଗଭର୍ଣ୍ଣର ଜେନେରାଲ ଲର୍ଡ ୱେଲେସ୍‌ଲିଙ୍କଦ୍ବାରା ସାମନ୍ତ ସନ୍ଧି ପ୍ରଥା ପ୍ରଚଳନ କରାଗଲା ।
  • ଭାରତୀୟ ରାଜ୍ୟଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରିବାପାଇଁ ଏହା ପ୍ରଚଳନ କରାଗଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୮ | କେଉଁ କେଉଁ ଭାରତୀୟ ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ?
Answer:

  • ପ୍ରଥମେ ହାଇଦ୍ରାବାଦର ନିଜାମ ଓ ତାଙ୍କ ପରେ ଭୌସଲା ଓ ସିନ୍ଧିଆ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।
  • ପରବର୍ତୀ ସମୟରେ ତାଞ୍ଜୋର, ସୁରାଟ, ରାଜପୁତନା ଅଞ୍ଚଳର ଯୋଧପୁର, ଜୟପୁର ଓ ଉଦୟପୁର ରାଜ୍ୟର ଶାସକମାନେ ସାମନ୍ତ ସନ୍ଧି ଗ୍ରହଣ କରିଥିଲେ ।

୯ । ବାଲାଜୀ ବିଶ୍ଵନାଥ କିପରି ମରହଟ୍ଟା ଶାସନ କ୍ଷେତ୍ରକୁ ଆସିଲେ ?
Answer:

  1. ମରହଟ୍ଟା ରାଜ୍ୟ ଅଧିକାର ପାଇଁ ତାରାବାଈ ଓ ଶାହୁଜୀଙ୍କ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧରେ ଶାହୁଜୀ ପେଶ ବାଲାଜୀ ବିଶ୍ବନାଥଙ୍କ ସହାୟତାରେ ବିଜୟୀ ହୋଇ ସିଂହାସନ ଅଧିକାର କଲେ ।
  2. ଶାହୁଜୀଙ୍କୁ ନାମକୁ ମାତ୍ର ରାଜା କରାଇ ବାଲାଜୀ ବିଶ୍ଵନାଥ ନିଜେ ଶାସନ ଚଳାଇଲେ ।

୧୦ । କେଉଁ କେଉଁ ଇଉରୋପୀୟ ଜାତି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ? ସେମାନଙ୍କ ନାମ କ୍ରମାନୁଯାୟୀ ଲେଖ ।
Answer:

  • ପାଞ୍ଚଗୋଟି ଇଉରୋପୀୟ ଜାତି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।
  • ପ୍ରଥମେ ପର୍ତ୍ତୁଗୀଜ୍ ଏବଂ ତା’ପରେ ଡଚ୍, ଦିନାମାର, ଇଂରେଜ ଓ ଫରାସୀମାନେ ଗୋଟିକ ପରେ ଗୋଟିଏ ଜାତି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୧। ଡର୍‌ମାନେ କେବେ ଭାରତକୁ ଆସିଥିଲେ ଓ ବାଣିଜ୍ୟ ବ୍ୟବସାୟରେ ସେମାନେ କାହିଁକି ଅସଫଳ ହୋଇଥିଲେ ?
Answer:

  • ଡର୍‌ମାନେ ୧୬୦୨ ଖ୍ରୀଷ୍ଟାବ୍ଦରେ ଡଚ୍ ଇଷ୍ଟ-ଇଣ୍ଡିଆ କମ୍ପାନୀ ଗଠନ କରି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ଏବଂ ଭାରତର ବିଭିନ୍ନ ଅଞ୍ଚଳରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।
  • ବାଣିଜ୍ୟ ଓ ସାମ୍ରାଜ୍ୟ ବିସ୍ତାର କ୍ଷେତ୍ରରେ ଇଂରେଜମାନଙ୍କ ସହ ସଂଘର୍ଷରେ ପରାଜିତ ହୋଇ ସେମାନେ ଭାରତରୁ ବିଦାୟ ନେଇ ଜାଭା ଓ ସୁମାତ୍ରା ଅଞ୍ଚଳକୁ ଚାଲି ଯାଇଥିଲେ ।

୧୨ । ପ୍ରଥମ କର୍ଣ୍ଣାଟ ସମର କାହା କାହା ମଧ୍ୟରେ ହୋଇଥିଲା ? ଏହାର ଫଳାଫଳ କ’ଣ ଥିଲା ?
Answer:

  1. ପ୍ରଥମ କର୍ଣ୍ଣାଟ ସମର ଇଂରେଜ ଏବଂ ଫରାସୀମାନଙ୍କ ମଧ୍ୟରେ ହୋଇଥିଲା ।
  2. ନ୍ୟୁକ୍ଲଙ୍କ ନେତୃତ୍ୱରେ ଫରାସୀ ସୈନ୍ୟବାହିନୀ ଇଂରେଜମାନଙ୍କୁ ବିତାଡ଼ିତ କରି ମାନ୍ଦ୍ରାଜ ଅଧିକାର କରିଥିଲା । ମାତ୍ର ଇଉରୋପରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହେବାରୁ ଡ୍ୟୁପ୍ଲେ ବାଧ୍ୟ ହୋଇ ଇଂରେଜମାନଙ୍କୁ ମାନ୍ଦ୍ରାଜ ଫେରାଇ ଦେଇଥିଲେ ।

୧୩ । ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର ପାଇଁ କେଉଁ ନୀତିମାନ ଅନୁସରଣ କରାଯାଇଥିଲା ? କେଉଁମାନେ ଏହି ନୀତି ପ୍ରଣୟନ କରିଥିଲେ ?
Answer:

  • ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର ପାଇଁ ସାମନ୍ତ ସନ୍ଧି ବା ଅଧୀନତାମୂଳକ ମିତ୍ରତା ଓ ରାଜ୍ୟସ୍ୱତ୍ୱ ଲୋପନୀତି ଅନୁସରଣ କରାଯାଇଥିଲା ।
  • ସାମନ୍ତ ସନ୍ଧି ବଡଲାଟ ଲର୍ଡ ୱେଲେସ୍‌ଲି ଓ ରାଜସ୍ଵତ୍ଵ ଲୋପ ନୀତି ଲର୍ଡ ଡେଲ୍ହାଉସୀ ପ୍ରଣୟନ କରିଥିଲେ ।

୧୪ । ଦିନାମାରମାନେ ଭାରତରେ କେଉଁଠି ବାଣିଜ୍ୟକୋଠି ସ୍ଥାପନ କରିଥିଲେ ଏବଂ ସେମାନେ ଏହାକୁ କାହାକୁ ବିକ୍ରୟ କରି ଭାରତରୁ ଚାଲିଯାଇଥିଲେ ?
Answer:

  • ଦିନାମାରମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।
  • ପରେ ସେମାନେ ଏହାକୁ ଇଂରେଜମାନଙ୍କୁ ବିକ୍ରୟ କରି ଭାରତରୁ ବିଦାୟ ନେଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୫ । ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଓ କାହା ପୃଷ୍ଠପୋଷକତାରେ ଗଠିତ ହୋଇଥିଲା ? ସେମାନେ କାହାର ଅନୁମତି ପାଇ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ?
Answer:

  • ଫ୍ରାନ୍ସର ସମ୍ରାଟ ଚତୁର୍ଦ୍ଦଶ ଲୁଇଙ୍କ ମନ୍ତ୍ରୀ କୋଲବର୍ଟଙ୍କ ପୃଷ୍ଠପୋଷକତାରେ ୧୬୬୪ ଖ୍ରୀ.ଅ.ରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।
  • ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଅନୁମତି ପାଇ ସେମାନେ ସୁରତଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

୧୬ । ଡ୍ୟୁପେ କିଏ ? ଭାରତରେ ସାମ୍ରାଜ୍ୟ ଗଠନ କିପରି ସମ୍ଭବ ବୋଲି ସେ ଅନୁଭବ କରିଥିଲେ ?
Answer:

  1. ଫରାସୀମାନଙ୍କର ବିଚକ୍ଷଣ ରାଜନୀତିଜ୍ଞ ଡ୍ୟୁପ୍ଲେ ଚନ୍ଦନନଗରର ଶାସନକର୍ତ୍ତାରୂପେ ନିଯୁକ୍ତ ହୋଇଥିଲେ ।
  2. ସେ ଅନୁଭବ କରିଥିଲେ ଯେ ଇଂରେଜମାନଙ୍କୁ ପ୍ରତିହତ କରିପାରିଲେ ଭାରତରେ ସାମ୍ରାଜ୍ୟ ଗଠନ କରିବା ସମ୍ଭବ ହେବ ।

୧୭ । ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ କାହିଁକି ହେଲା ? ଏହା ପ୍ରଥମେ କେଉଁ ରାଜ୍ୟରୁ ଆରମ୍ଭ ହୋଇଥିଲା ?
Answer:

  • ଭାରତରେ ବାଣିଜ୍ୟ ଓ ରାଜ୍ୟବିସ୍ତାର କରିବାପାଇଁ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା ।
  • ଏହି ସଂଘର୍ଷ ପ୍ରଥମେ କର୍ଣାଟକ ରାଜ୍ୟରୁ ଆରମ୍ଭ ହୋଇଥିଲା ।

୧୮ । ଦ୍ଵିତୀୟ କର୍ଣାଟ ସମର କେବେ, କାହିଁକି ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  • ହାଇଦ୍ରାବାଦ ଓ କର୍ଣ୍ଣାଟକର ନବାବ ପଦପାଇଁ ୧୭୫୦ରୁ ୧୭୫୪ ଖ୍ରୀ.ଅ. ମଧ୍ଯରେ ଦ୍ୱିତୀୟ କର୍ଣାଟ ସମର ହୋଇଥିଲା ।
  • ଏହି ଯୁଦ୍ଧ ଫରାସୀ ଓ ଇଂରେଜମାନଙ୍କ ମଧ୍ୟରେ ହୋଇଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୯ । କାଉଣ୍ଟ ଡି ଲାଲୀ କିଏ ? ତାଙ୍କୁ କିଏ ପରାସ୍ତ କରିଥିଲେ
Answer:

  • ଫରାସୀ ସରକାର ଇଂରେଜମାନଙ୍କ ସହ ତୃତୀୟ କର୍ଣାଟକ ସମର ଚଳାଇବାପାଇଁ କାଉଣ୍ଟ ଡି ଲାଲୀଙ୍କୁ ଭାରତ ପଠାଇଥିଲେ ।
  • ୧୭୬୦ ଖ୍ରୀଷ୍ଟାବ୍ଦରେ ଇଂରେଜ ସେନାପତି ଆୟାରକୁଟ ୱାଣ୍ଡିସ୍ ଯୁଦ୍ଧରେ ତାଙ୍କୁ ପରାସ୍ତ କରିଥିଲେ ।

୨୦ । ପଲାସୀ ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  1. ପଲାସୀ ଯୁଦ୍ଧ ୧୭୫୩ ଖ୍ରୀ.ଅ. ଜୁନ୍ ୨୩ ତାରିଖ ଦିନ ହୋଇଥିଲା ।
  2. ଏହି ଯୁଦ୍ଧ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ସେନାପତି ରବର୍ଟ କ୍ଲାଇନ୍‌ଙ୍କ ମଧ୍ୟରେ ହୋଇଥିଲା ।

୨୧ । ଦ୍ଵୈତ ଶାସନ କିଏ ପ୍ରଚଳନ କରିଥିଲେ ? ଏଥିରେ କି ବ୍ୟବସ୍ଥା ଥିଲା ?
Answer:

  • କ୍ଲାଇବ ବଙ୍ଗରେ ଦ୍ଵୈତ ଶାସନ ପ୍ରଚଳନ କରିଥିଲେ ।
  • ଏହି ବ୍ୟବସ୍ଥା ଅନୁସାରେ ବଙ୍ଗର ନବାବଙ୍କ ହସ୍ତରେ ଶାସନ ଓ ବିଚାର ବିଭାଗ ରହିଲା ଓ କମ୍ପାନୀ ହାତରେ ସାମରିକ ଓ ରାଜସ୍ୱ ଆଦାୟ ଦାୟିତ୍ଵ ରହିଥିଲା ।

୨୨ । ପ୍ରଥମ ମହୀଶୂର ଯୁଦ୍ଧ କେବେ ଓ କାହା କାହା ମଧ୍ୟରେ ହୋଇଥିଲା ?
Answer:

  • ପ୍ରଥମ ମହୀଶୂର ଯୁଦ୍ଧ ୧୭୬୭ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
  • ଏହି ଯୁଦ୍ଧ ହାଇଦର ଅଲ୍ଲୀ ଏବଂ ମରହଟ୍ଟା, ହାଇଦ୍ରାବାଦର ନିଜାମ ଓ ଇଂରେଜମାନଙ୍କ ମିଳିତ ବାହିନୀ ମଧ୍ୟରେ ହୋଇଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୩ । ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି କାହା କାହା ମଧ୍ୟରେ ହୋଇଥିଲା ? ଏହି ସନ୍ଧିର ସର୍ଭ କ’ଣ ଥିଲା ?
Answer:

  • ଇଂରେଜ ଓ ଟିପୁ ସୁଲତାନଙ୍କ ମଧ୍ୟରେ ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି ହୋଇଥିଲା ।
  • ଏହି ସନ୍ଧିର ସତ୍ତାନୁଯାୟୀ ଟିପୁ ନିଜ ରାଜ୍ୟର ଅର୍ଦ୍ଧେକ ଅଂଶ ଇଂରେଜ, ମରହଟ୍ଟା ଓ ନିଜାମ୍‌କୁ ଛାଡ଼ି ଦେଇଥିଲେ ।

୨୪ । ରାଜ୍ୟସ୍ଵତ୍ଵ ଲୋପନୀତି କିଏ କାହିଁକି ପ୍ରଚଳନ କରିଥିଲେ ?
Answer:

  1. ରାଜ୍ୟସ୍ଵତ୍ଵ ଲୋପନୀତି ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ ଡେଲ୍‌ହାଉସୀ ପ୍ରଚଳନ କରିଥିଲେ ।
  2. ଭାରତରେ ଇଂରେଜମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାପାଇଁ ସେ ଏହି ନୂତନ ପନ୍ଥା ପ୍ରୟୋଗ କରିଥିଲେ ।

୨୫ । କେଉଁ କାରଣରୁ ଦ୍ଵିତୀୟ ମହୀଶୂର ସମର ସଂଘଟିତ ହେଲା ?
Answer:

  • ସନ୍ଧିର ସର୍ଭେ ଅନୁସାରେ ଇଂରେଜମାନେ ହାଇଦର ଅଲ୍ଲୀଙ୍କୁ ସାହାଯ୍ୟ କରିନଥିଲେ ବରଂ କର୍ଣ୍ଣାଟକ ଆକ୍ରମଣ ସମୟରେ ତାଙ୍କୁ ପ୍ରତିରୋଧ କରିଥିଲେ ।
  • ପୁନଶ୍ଚ ଇଂରେଜମାନେ ହାଇଦରଙ୍କ ରାଜ୍ୟରେ ମାହେଠାରେ ଅବସ୍ଥିତ ଫରାସୀ ବାଣିଜ୍ୟକୋଠି ଦଖଲ କରିବାରୁ ତାଙ୍କର ଇଂରେଜମାନଙ୍କ ସହ ଦ୍ବିତୀୟ ମହୀଶୂର ସମର ସଂଘଟିତ ହେଲା ।

୨୬ । ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କିଏ କାହିଁକି ପ୍ରଣୟନ କରିଥିଲେ ?
Answer:

  • ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ବାଣିଜ୍ୟ କରିବା ସଙ୍ଗେ ସଙ୍ଗେ ଭାରତରେ ରାଜ୍ୟବିସ୍ତାର କଲେ ଏବଂ ମନଇଚ୍ଛା ଶାସନ ଚଳାଇଲେ । ଏହାକୁ ବ୍ରିଟିଶ୍ ପାର୍ଲାମେଣ୍ଟ ସହ୍ୟ କରିପାରିଲା ନାହିଁ ।
  • ତେଣୁ ୧୭୭୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଭାରତରେ କମ୍ପାନୀ ଶାସନକୁ ନିୟନ୍ତ୍ରଣ କରିବାପାଇଁ ଏକ ଆଇନ ପାର୍ଲାମେଣ୍ଟରେ ଗୃହୀତ କରାଇଥିଲେ । ଏହାକୁ ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କୁହାଯାଏ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୭ । ବମ୍ବେରେ କିପରି ଇଂରେଜ ବାଣିଜ୍ୟ କୋଠି ସ୍ଥାପିତ ହେଲା ?
Answer:

  • ଇଂଲଣ୍ଡର ରାଜା ଦ୍ବିତୀୟ ଚାର୍ଲସ୍ ପର୍ତ୍ତୁଗୀଜ ରାଜକନ୍ୟାଙ୍କୁ ବିବାହ କରି ସେମାନଙ୍କ ଅଧୀନରେ ଥ‌ିବା ବମ୍ବେ ଅଞ୍ଚଳ ଯୌତୁକ ଭାବରେ ପାଇଥିଲେ ।
  • ଦ୍ଵିତୀୟ ଚାର୍ଲସ୍ ଏହାକୁ ଇଂରେଜ ଇଷ୍ଟ-ଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିବାରୁ ସେଠାରେ ଇଂରେଜ ବାଣିଜ୍ୟକୋଠି ସ୍ଥାପିତ ହେଲା ।

୨୮ । କେଉଁ ବ୍ୟକ୍ତି ବିଜାପୁର ରାଜାଙ୍କଠାରୁ ପଣ୍ଡିଚେରୀ ହାସଲ କରିଥିଲେ? ତାହା କିପରି ଫରାସୀମାନଙ୍କ ସାମରିକ ଶିବିର ରୂପେ ବ୍ୟବହୃତ ହେଲା ?
Answer:

  • ଫ୍ରାଙ୍କୋଏ ମାର୍ଟିନ୍ ନାମକ ଜଣେ ଫରାସୀ ବ୍ୟକ୍ତି ବିଜାପୁର ରାଜାଙ୍କଠାରୁ ପଣ୍ଡିଚେରୀ ହାସଲ କରିଥିଲେ ।
  • ସେ ସେଠାରେ ଇଉରୋପୀୟ ସୈନ୍ୟ ଓ ପାଞ୍ଚଶହ ଭାରତୀୟଙ୍କୁ ପାଶ୍ଚାତ୍ୟ ଯୁଦ୍ଧରୀତିରେ ଶିକ୍ଷାଦେବାରୁ ତାହା ଫରାସୀମାନଙ୍କ ସାମରିକ ଶିବିର ରୂପେ ବ୍ୟବହୃତ ହେଲା ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧ । ମୋଗଲ ଯୁଗର କେଉଁ ଶାସକଙ୍କ ସମୟରେ ମରହଟ୍ଟା, ଶିଖ୍ ଓ ଜାଠମାନେ ବିଦ୍ରୋହ କରିଥିଲେ ?
Answer:
ମୋଗଲ ଯୁଗର ଶକ୍ତିଶାଳୀ ସମ୍ରାଟ ଆଉରଙ୍ଗଜେବ୍‌ଙ୍କ ସମୟରେ ମରହଟ୍ଟା, ଶିଖ୍ ଓ ଜାମାନେ ବିଦ୍ରୋହ କରିଥିଲେ ।

୨। ‘ବୁଲି ଖାଁ’ ଉପାଧ୍ କିଏ ପାଇଥିଲେ ?
Answer:
ମୋଗଲ ସୈନ୍ୟବାହିନୀର ଉଚ୍ଚ ପଦବୀରେ ରହି ନିଜାମ-ଉଲ୍-ମୁଲକ୍ ‘କୁଲି ଖାଁ’ ଉପାଧ୍ ପାଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩ । ଅଯୋଧ୍ୟାର ସୁବା କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ?
Answer:
ଅଯୋଧ୍ୟା ସୁବା ଅଯୋଧ୍ୟା, ବନାରସ (ବାରଣାସୀ), ଆଲ୍ଲାହାବାଦ ଓ କାନପୁରକୁ ନେଇ ଗଠିତ ହୋଇଥିଲା ।

୪। କିଏ ଅଯୋଧ୍ୟାର ଶାସକ ସଫଦରଜଙ୍ଗଙ୍କ ପୁତ୍ର ଥିଲେ ?
Answer:
ସୁଜାଉଦୌଲା ଅଯୋଧ୍ୟାର ଶାସକ ସଫଦରଜଙ୍ଗଙ୍କ ପୁତ୍ର ଥିଲେ ।

୫ | ନାଦିର ଶାହ କେବେ ଓ କାହିଁକି ଭାରତ ଆକ୍ରମଣ କରିଥିଲେ ?
Answer:
ନାଦିର ଶାହ ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ ।

୬ | ନାଦିର ଶାହ ଭାରତରୁ କ’ଣ ନେଇ ପାରସ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ ?
Answer:
ନାଦିର ଶାହ ଶାହାଜାହାନଙ୍କ ନିର୍ମିତ ମୟୂର ସିଂହାସନ ଏବଂ କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ନେଇ ଭାରତରୁ ପାରସ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ ।

୭ । କିଏ ଦିଲ୍ଲୀରେ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା କରିଥିଲେ ?
Answer:
ମାରୱାରର ରାଜା ଅଜିତ ସିଂହ ଦିଲ୍ଲୀରେ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୮। ଶିଖ୍ମାନଙ୍କଦ୍ୱାରା ଗଠିତ ପ୍ରତ୍ୟେକ ସଂଘକୁ କ’ଣ କୁହାଯାଉଥିଲା ?
Answer:
ଶିଶୁମାନଙ୍କଦ୍ୱାରା ଗଠିତ ପ୍ରତ୍ୟେକ ସଂଘକୁ ‘ମିସଲ୍’ କୁହାଯାଉଥିଲା ।

୯। କିଏ ଶିଖୁମାନଙ୍କର ମିସଲ୍‌ଗୁଡ଼ିକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିଥିଲେ ?
Answer:
ମହାରାଜା ରଣଜିତ୍ ସିଂହ ଶିଖ୍ମାନଙ୍କ ମିସଲ୍‌ଗୁଡ଼ିକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିଥିଲେ ।

୧୦ । ଆଉରଙ୍ଗଜେବଙ୍କ ସମୟରେ କିଏ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ?
Answer:
ଆଉରଙ୍ଗଜେବ୍‌ଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ।

୧୧ । ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ କିଏ ସିଂହାସନ ଅଧିକାର କରିଥିଲେ ?
Answer:
ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ ଶାହୁଜୀ ସିଂହାସନ ଅଧିକାର କରିଥିଲେ ।

୧୨ । କେଉଁଦିନଠାରୁ ପେଶଓ୍ବା ପଦ ପୁରୁଷାନୁକ୍ରମିକ ହେଲା ?
Answer:
ଶାହୁଜୀଙ୍କୁ ନାମକୁ ମାତ୍ର ରାଜା କରାଇ ବାଲାଜୀ ନିଜେ ଶାସନକାର୍ଯ୍ୟ ଚଳାଇବା ଦିନଠାରୁ ପେଶ ପଦ ପୁରୁଷାନୁକ୍ରମିକ ହେଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୩ । ବାଲାଜୀଙ୍କ ପରେ କିଏ ମରହଟ୍ଟାମାନଙ୍କର ଶାସକ ହୋଇଥିଲେ ?
Answer:
ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଟ୍ଟାମାନଙ୍କର ଶାସକ ହୋଇଥିଲେ ।

୧୪ । ପେଶ ପଦବୀ କାହାକୁ ଦିଆଯାଉଥିଲା ?
Answer:
ମରହଟ୍ଟା ଶାସକ ତାଙ୍କ ରାଜ୍ୟ ଶାସନ ପାଇଁ ନିଯୁକ୍ତ କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ପେଶ ପଦବୀ ଦିଆଯାଉଥିଲା ।

୧୫ । ପେଶୱାଙ୍କର ଦାୟିତ୍ବ କ’ଣ ଥିଲା ?
Answer:
ରାଜ୍ୟର ଶାସନ କାର୍ଯ୍ୟ ଓ ଜନହିତକର କାର୍ଯ୍ୟ ପେଶୱାଙ୍କର ଦାୟିତ୍ଵ ଥିଲା ।

୧୬ । ତୃତୀୟ ପାନିପଥ ଯୁଦ୍ଧ କେବେ ହୋଇଥିଲା ?
Answer:
ତୃତୀୟ ପାନିପଥ ଯୁଦ୍ଧ ୧୭୬୧ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।

୧୭ । ତୁର୍କମାନେ କେବେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ?
Answer:
୧୪୫୩ ଖ୍ରୀଷ୍ଟାବ୍ଦରେ ତୁର୍କମାନେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ।

୧୮ । ତୁର୍କମାନେ କନଷ୍ଟାଣ୍ଟିନୋପଲ୍ ଅଧିକାର କଲାପରେ କ’ଣ ବାଧାପ୍ରାପ୍ତ ହୋଇଥିଲା ?
Answer:
ତୁର୍କମାନେ କନଷ୍ଟାଣ୍ଟିନୋପଲ ଅଧିକାର କଲାପରେ ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୯ । କେତେ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଭାରତର କାଲିକଟଠାରେ ପହଞ୍ଚିଥିଲେ ?
Answer:
୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ଭାରତର କାଲିକଟ୍‌ଠାରେ ପହଞ୍ଚିଥିଲେ ।

୨୦ । ଭାସ୍କୋଡ଼ାଗାମା ଭାରତରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟ କାରବାରପାଇଁ କାହା ନିକଟରେ ପ୍ରାର୍ଥନା କରିଥିଲେ ?
Answer:
ଭାସ୍କୋଡ଼ାଗାମା ଭାରତରେ ପର୍ତ୍ତୁଗୀଜମାନଙ୍କ ବାଣିଜ୍ୟ କାରବାର ପାଇଁ କାଲିକଟ୍‌ ଶାସକ ଜାମୋରିନ୍‌ ଉପାଧ୍ଧରୀ ହିନ୍ଦୁ ରାଜାଙ୍କୁ ପ୍ରାର୍ଥନା କରିଥିଲେ ।

୨୧ । ପର୍ତ୍ତୁଗୀଜ୍‌ମାନେ ଭାରତର କେଉଁ କେଉଁ ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ?
Answer:
ପର୍ତ୍ତୁଗୀଜ୍‌ମାନେ ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

୨୨ । ଭାରତରେ ପର୍ତ୍ତୁଗୀଜ୍ ଅଧୂତ ଅଞ୍ଚଳର ଗଭର୍ଣ୍ଣର ଭାବେ କିଏ ନିଯୁକ୍ତ ହୋଇଥିଲେ ?
Answer:
ଭାରତରେ ପର୍ତ୍ତୁଗୀଜ୍ ଅଧିକୃତ ଅଞ୍ଚଳର ଗଭର୍ଣ୍ଣରଭାବେ ଆଲବୁକର୍କ ନିଯୁକ୍ତ ହୋଇଥିଲେ ।

୨୩ । ଓଲନ୍ଦାଜ୍‌ମାନେ କେବେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ?
Answer:
ଓଲନ୍ଦାଜମାନେ ୧୬୦୨ ଖ୍ରୀଷ୍ଟାବ୍ଦରେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୪ । ଡର୍‌ମାନେ କେଉଁଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ?
Answer:
ଡବ୍‌ମାନେ ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗଦେଶ, ବାଲେଶ୍ୱର, କୋଚିନ୍ ଆଦି ସ୍ଥାନରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।

୨୫ । କେଉଁମାନଙ୍କୁ ଦିନାମାର କୁହାଯାଏ ?
Answer:
ଡେନ୍‌ମାର୍କର ଅଧ୍ୟାବାସୀ ଡେନ୍ସଙ୍କୁ ଓଡ଼ିଆରେ ଦିନାମାର କୁହାଯାଏ ।

୨୬ । ଦିନାମାରମାନେ କେଉଁଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ?
Answer:
ଦିନାମାରମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।

୨୭ । ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ବଣିକମାନେ କେଉଁ ମୋଗଲ ସମ୍ରାଟ୍‌ଙ୍କ ରାଜତ୍ଵକାଳରେ ଭାରତକୁ ଆସିଥିଲେ ?
Answer:
ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀର ବଣିକମାନେ ମୋଗଲ ସମ୍ରାଟ୍ ଜାହାଙ୍ଗୀରଙ୍କ ରାଜତ୍ଵକାଳରେ ଭାରତକୁ ଆସିଥିଲେ ।

୨୮ । ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ କେବେ ଗଠିତ ହୋଇଥିଲା ?
Answer:
୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।

୨୯ । କ୍ୟାପ୍‌ଟେନ୍ ହକିସ୍‌ଙ୍କୁ କିଏ ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ ?
Answer:
ଇଂଲଣ୍ଡର ରାଜା ପ୍ରଥମ ଜେମସ୍ କମ୍ପାନୀର କ୍ୟାପ୍‌ଟେନ୍ ହକିନ୍ସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩୦ । ଭାରତର କେଉଁ ସ୍ଥାନରେ ଇଂରେଜମାନେ ପ୍ରଥମେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ?
Answer:
ଭାରତର ସୁରତଠାରେ ଇଂରେଜମାନେ ପ୍ରଥମେ ସ୍ଥାୟୀ ବସତି ସ୍ଥାପନ କରିଥିଲେ ।

୩୧ । ସିରାଜଉଦୌଲା କେବେ ବଙ୍ଗର ନବାବ ହେଲେ ?
Answer:
ସିରାଜଉଦୌଲା ୧୭୫୬ ଖ୍ରୀଷ୍ଟାବ୍ଦରେ ଆଲିବର୍ଦ୍ଦି ଖାଁଙ୍କ ମୃତ୍ୟୁ ପରେ ବଙ୍ଗର ନବାବ ହେଲେ ।

୩୨ । କେବେ ହାଇଦର ଅଲ୍ଲୀଙ୍କ ମୃତ୍ୟୁ ଘଟିଲା ?
Answer:
୧୭୮୨ ଖ୍ରୀଷ୍ଟାବ୍ଦରେ ଦ୍ଵିତୀୟ ମହୀଶୂର ଯୁଦ୍ଧ ଚାଲିଥିଲା ବେଳେ ହାଇଦର ଅଲ୍ଲୀଙ୍କର ମୃତ୍ୟୁ ଘଟିଲା ।

୩୩ । କେଉଁ ଭାରତୀୟ ଶାସକମାନେ ଟିପୁଙ୍କ ବିରୋଧରେ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ?
Answer:
ହାଇଦ୍ରାବାଦର ନିଜାମ୍ ଏବଂ ମରହଟ୍ଟାମାନେ ଟିପୁଙ୍କ ବିରୋଧରେ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ।

୩୪ । ବଙ୍ଗରେ ଦ୍ୱୈତ ଶାସନ କିଏ ପ୍ରଚଳନ କରିଥିଲେ ?
Answer:
କ୍ଲାଇଡ୍ ବଙ୍ଗରେ ଦ୍ଵୈତ ଶାସନ ପ୍ରଚଳନ କରିଥିଲେ ।

୩୫ । ଦ୍ଵୈତ ଶାସନ ବ୍ୟବସ୍ଥା କେବେ ପ୍ରତ୍ୟାହୃତ ହେଲା ?
Answer:
୧୭୭୧ ଖ୍ରୀ.ଅ.ରେ ଦ୍ଵୈତ ଶାସନ ବ୍ୟବସ୍ଥା ପ୍ରତ୍ୟାହୃତ ହେଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୩୬ । ରାଜ୍ୟସ୍ଵତ୍ଵ ଲୋପନୀତି ଅନୁସାରେ କେଉଁ କେଉଁ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା ?
Answer:
ରାଜ୍ୟସ୍ଵତ୍ଵ ଲୋପନୀତି ଅନୁସାରେ ସତାରା, ଝାନ୍ସୀ, ନାଗପୁର, ସମ୍ବଲପୁର ଓ ଜୈତ୍‌ପୁର ପ୍ରଭୃତି ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।

୩୭ । ଟିପୁ ସୁଲତାନ୍ କେବେ ନିହତ ହେଲେ ?
Answer:
ଟିପୁ ସୁଲତାନ୍ ୧୭୯୯ ଖ୍ରୀଷ୍ଟାବ୍ଦରେ ନିହତ ହେଲେ ।

୩୮ । ଭାସ୍କୋଡ଼ାଗାମା କେଉଁ ଦେଶର ନାବିକ ଥିଲେ ?
Answer:
ଭାସ୍କୋଡ଼ାଗାମା ପର୍ତ୍ତୁଗାଲ୍ ଦେଶର ନାବିକ ଥିଲେ ।

୩୯ । ଇଂରେଜ କର୍ମଚାରୀଙ୍କ ଦୋଷତ୍ରୁଟିର ବିଚାର କରିବାପାଇଁ କେଉଁଠାରେ ସୁପ୍ରିମ୍‌କୋର୍ଟ ସ୍ଥାପନ କରାଯାଇଥିଲା ?
Answer:
ଇଂରେଜ କର୍ମଚାରୀଙ୍କ ଦୋଷତ୍ରୁଟିର ବିଚାର କରିବାପାଇଁ କଲିକତା (କୋଲକାତା)ଠାରେ ସୁପ୍ରିମ୍‌କୋର୍ଟ ସ୍ଥାପନ କରାଯାଇଥିଲା ।

୪୦ । ମହମ୍ମଦ ଅଲ୍ଲୀ କାହାର ପୁତ୍ର ଥିଲେ ?
Answer:
ମହମ୍ମଦ ଅଲ୍ଲୀ କର୍ଣ୍ଣାଟକର ନବାବ ଅନୱାରଉଦ୍ଦିନ୍‌ଙ୍କ ପୁତ୍ର ଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ୧୭୩୯ ମସିହାରେ ___________ ଭାରତ ଆକ୍ରମଣ କରିଥିଲେ ।
Answer:
ନାଦିର ଶାହ

୨। ଅଯୋଧ୍ୟାର ଶାସକ ସଫଦରଜଙ୍ଗଙ୍କ ପରେ ତାଙ୍କ ପୁତ୍ର _________ ଅଯୋଧ୍ୟାର ନବାବ ହେଲେ ।
Answer:
ସୁଜାଉଦୌଲା

୩ । ଶିଶୁମାନେ __________ ଗୋଟି ସଂଘରେ ସଂଗଠିତ ହୋଇଥିଲେ ।
Answer:
ବାର

୪ । ତୃତୀୟ ପାନିପଥ ଯୁଦ୍ଧରେ ____________ ମାନେ ପରାସ୍ତ ହେଲେ ।
Answer:
ମରହଟ୍ଟା

୫। ଜାହାଙ୍ଗୀରଙ୍କୁ ଭେଟିବାପାଇଁ ଇଷ୍ଟ-ଇଣ୍ଡିଆ କମ୍ପାନୀ ପ୍ରଥମେ _____________ ଙ୍କୁ ପଠାଇଥିଲେ ।
Answer:
କ୍ୟାପ୍ ଟେନ୍ ହକିନ୍ ସ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୬ । ଇଂଲଣ୍ଡର ରାଜଦୂତ ସାର୍ ଟମାସ୍‌ _________ ଖ୍ରୀଷ୍ଟାବ୍ଦରେ ଭାରତକୁ ଆସିଥିଲେ ।
Answer:
୧୬୧୫

୭ । ବକ୍ସାର ଯୁଦ୍ଧ ପରେ ଇଂରେଜମାନେ _______ ଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କଲେ ।
Answer:
ମୋଗଲ ସମ୍ର।ଟ୍ ଶାହାଆଲାମ

୮ | __________ ବଳରେ ବଙ୍ଗର ଗଭର୍ଣ୍ଣର ଭାରତର ସମସ୍ତ ଇଂରେଜ ଶାସିତ ଅଞ୍ଚଳର ଗଭର୍ଣ୍ଣର ଜେନେରାଲ ହେଲେ ।
Answer:
ରେଗୁଲେଟିଂ ଆକ୍ଟ

୯ । ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ୀଗାମା ଭାରତର କାଲିକଟଠାରେ ପହଞ୍ଚିବା ସମୟରେ __________ ଉପାଧ୍ଧରୀ ଜଣେ ହିନ୍ଦୁ ରାଜା ସେ ଅଞ୍ଚଳର ଶାସକ ଥିଲେ ।
Answer:
ଜାମୋ ରିନ୍

୧୦ । ଭାରତରେ ପର୍ତ୍ତୁଗୀଜ୍‌ ଗଭର୍ଣ୍ଣର ଭାବେ ________ ନିଯୁକ୍ତ ହୋଇଥିଲେ ।
Answer:
ଆଲବୁକର୍କ

୧୧ । ଡେନମାର୍କର ଅଧ୍ୟାବାସୀ ଡେନ୍ସଙ୍କୁ ଓଡ଼ିଆରେ _________ କୁହାଯାଏ ।
Answer:
ଦିନାମାର

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୨ । ୧୬୯୦ ଖ୍ରୀଷ୍ଟାବ୍ଦରେ ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗରେ ହୁଗୁଳି ନଦୀ କୂଳରେ _________ ଦୁର୍ଗ ନିର୍ମାଣ କରିଥିଲେ ।
Answer:
ଫୋର୍ଟ ଉଇଲିୟମ୍

୧୩ । ଦ୍ଵିତୀୟ କର୍ଣାଟ ସମରରେ ________ ପରାସ୍ତ ଓ ନିହତ ହୋଇଥିଲେ ।
Answer:
ଅନୱାରଉଦ୍ଦିନ୍

୧୪। ୧୭୫୮ ଖ୍ରୀଷ୍ଟାବ୍ଦରେ __________ ସେଣ୍ଟଡ଼େଭିଡ୍ ଦୁର୍ଗ ଅଧିକାର କରିଥିଲେ ।
Answer:
କାଉଣ୍ଟ ଡି ଲାଲୀ

୧୫। _________ ଖ୍ରୀଷ୍ଟାବ୍ଦରେ ପଲାସୀ ଯୁଦ୍ଧ ହୋଇଥିଲା ।
Answer:
୧୭୫୭

୧୬ । ମୀରକାଶୀମ୍ ଭାରତୀୟ ବଣିକମାନଙ୍କ ଉପରୁ __________ ଛାଡ଼ କରିଦେଇଥିଲେ ।
Answer:
ବାଣିଜ୍ୟ କର

୧୭ । ବକ୍‌ସାର ଯୁଦ୍ଧରେ _________ ମାନେ ବିଜୟୀ ହୋଇଥିଲେ ।
Answer:
ଇଂରେଜ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୮ । କ୍ଲାଇବ୍ ବଙ୍ଗରେ __________ ଶାସନ ପ୍ରଚଳନ କରିଥିଲେ ।
Answer:
ଦ୍ଵୈତ

୧୯। ପ୍ରଥମ ମହୀଶୂର ସମର ________ ଖ୍ରୀଷ୍ଟାବ୍ଦରେ ହୋଇଥିଲା ।
Answer:
୧୭୬୭

୨୦ । ସାମନ୍ତ ସନ୍ଧି ପ୍ରଥା __________ ପ୍ରଚଳନ କରିଥିଲେ ।
Answer:
ଲର୍ଡ ୱେଲେସ୍‌

୨୧ । ୱାଣ୍ଡିୱାସ୍ ଯୁଦ୍ଧ ________ ଖ୍ରୀ.ଅ.ରେ ହୋଇଥିଲା ।
Answer:
୧୭୬୦

୨୨ । ଇଉରୋପରେ ସପ୍ତବର୍ଷ ଯୁଦ୍ଧ ______ ଖ୍ରୀଷ୍ଟାବ୍ଦରେ ସମାପ୍ତ ହୋଇଥିଲା ।
Answer:
୧୭୬୩

୨୩ । ଆଲିବର୍ଦ୍ଦି ଖାଁ ________ ଖ୍ରୀଷ୍ଟାବ୍ଦରେ ନିଜକୁ ବଙ୍ଗଳାର ନବାବ ଭାବରେ ଘୋଷଣା କଲେ ।
Answer:
୧୭୪୦

୨୪ । ________ ତାଙ୍କ ରାଜଧାନୀ ମୁର୍ଶିଦାବାଦଠାରୁ ମୁଙ୍ଗେରକୁ ଉଠାଇ ନେଇଥିଲେ ।
Answer:
ମୀରକାଶିମ୍

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୫। ________ ଖ୍ରୀଷ୍ଟାବ୍ଦରେ ବକ୍‌ସାର ଯୁଦ୍ଧ ହୋଇଥିଲା ।
Answer:
୧୭୬୪

୨୬ । ଟିପୁ ସୁଲତାନଙ୍କୁ ମହୀଶୂରର _______ କୁହାଯାଏ ।
Answer:
ବାଘ

୨୭ । ସାମନ୍ତ ସନ୍ଧି ପ୍ରଥମେ _________ ଗ୍ରହଣ କରିଥିଲେ ।
Answer:
ହାଇଦ୍ରାବାଦର ନିଜାମ୍

୨୮ । ରାଜ୍ୟସ୍ଵତ୍ଵ ଲୋପ ନୀତି __________ ପ୍ରଚଳନ କରିଥିଲେ ।
Answer:
ଲର୍ଡ ଡେଲ୍‌ହାଉସୀ

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ ( ✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧। ୧୫୯୮ ଖ୍ରୀଷ୍ଟାବ୍ଦରେ ଭାସ୍କୋଡ଼ାଗାମା ଭାରତର କାଲିକଟ୍‌ଠାରେ ପହଞ୍ଚିଲେ ।
୨। ୧୬୮୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।
୩ । ନାଦିର ଶାହଙ୍କ ଭାରତ ଆକ୍ରମଣ କାଳରେ ମହମ୍ମଦ ଶାହ ମୋଗଲ ସମ୍ରାଟ ଥିଲେ ।
୪। ଅଜିତ୍ ସିଂହ ଅମ୍ବରର ରାଜା ଥିଲେ ।
୫। ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜରେ ଇଂରେଜମାନଙ୍କର ବାଣିଜ୍ୟ କୋଠି ଥିଲା ।
୬। ବକ୍ସାର ଯୁଦ୍ଧ ପରେ କ୍ଲାଇଡ୍ ବଙ୍ଗର ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିଲେ ।
୭ । ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ୍‌ ପର୍ତ୍ତୁଗୀଜ ରାଜାଙ୍କଠାରୁ ଯୌତୁକରୂପେ ପାଇଥିବା ବମ୍ବେକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।
୮। ଶିବାଜୀଙ୍କ ପୁତ୍ର ଶମ୍ଭୁଜୀ ମୋଗଲ ଶକ୍ତିକୁ ପରାସ୍ତ କରିଥିଲେ ।
୯। ସିରାଜଉଦୌଲାଙ୍କ ବିରୋଧରେ ଇଂରେଜମାନଙ୍କୁ ମୀର କାଶି ମ୍ ସାହାଯ୍ୟ କରିଥିଲେ ।
୧୦ । ଟିପୁ ସୁଲତାନ୍ ପିତା ହାଇଦର ଅଲ୍ଲୀଙ୍କ ପରି ଜଣେ ସାହସୀ ଯୋଦ୍ଧା ଥିଲେ ।
୧୧ । ଗଭର୍ଣ୍ଣର ଜେନେରାଲ ୱେଲେସ୍‌ଲିଙ୍କ ସାମନ୍ତ ସନ୍ଧି ବ୍ୟବସ୍ଥା ଇଂରେଜମାନଙ୍କ ସାମ୍ରାଜ୍ୟରେ ବିସ୍ତାର ନିମିତ୍ତ ଉଦ୍ଦିଷ୍ଟ ଥିଲା ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Answer:
୧ । (✗)
୨ । (✗)
୩ । (✓)
୪ । (✗)
୫ । (✓)
୬ । (✓)
୭ । (✓)
୮ । (✗)
୯ । (✗)
୧୦ । (✓)
୧୧ । (✓)

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ଫରାସୀ ବଣିକମାନେ ପ୍ରାଚ୍ୟଦେଶରେ ବାଣିଜ୍ୟ ପାଇଁ ରାଣୀ ପ୍ରଥମ ଏଲିଜାବେଥଙ୍କ ଅନୁମତି ପାଇଥିଲେ ।
Answer:
ଇଂରେଜ ବଣିକମାନେ ପ୍ରାଚ୍ୟଦେଶରେ ବାଣିଜ୍ୟ ପାଇଁ ରାଣୀ ପ୍ରଥମ ଏଲିଜାବେଥ୍ଙ୍କ ଅନୁମତି ପାଇଥିଲେ ।

୨। ୧୬୦୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ କମ୍ପାନୀର କ୍ୟାପ୍ଟେନ୍ ହକିଙ୍କୁ ଶାହାଜାହାନ୍‌ଙ୍କ ଦରବାରକୁ ପଠାଇଥିଲେ ।
Answer:
୧୬୦୯ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସ୍ କମ୍ପାନୀର କ୍ୟାପ୍‌ଟେନ୍ ହକିନ୍ସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ ।

୩ । ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜ୍‌ରେ ଫରାସୀମାନଙ୍କର ବାଣିଜ୍ୟକୋଠି ଥିଲା ।
Answer:
ଫୋର୍ଟ ସେଣ୍ଟଜର୍ଜ ମାନ୍ଦ୍ରାଜ୍‌ରେ ଇଂରେଜମାନଙ୍କର ବାଣିଜ୍ୟକୋଠି ଥିଲା ।

୪। ଇଂଲଣ୍ଡର ରାଜା ପର୍ତ୍ତୁଗୀଜ ରାଜାଙ୍କଠାରୁ ପାଇଥ‌ିବା ଦିଲ୍ଲୀ ଅଞ୍ଚଳକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।
Answer:
ଇଂଲଣ୍ଡର ରାଜା ପର୍ତ୍ତୁଗୀଜ ରାଜାଙ୍କଠାରୁ ପାଇଥିବା ବମ୍ବେ ଅଞ୍ଚଳକୁ ଇଷ୍ଟଇଣ୍ଡିଆ କମ୍ପାନୀକୁ ହସ୍ତାନ୍ତର କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୫ । ୧୬୮୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।
Answer:
୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହୋଇଥିଲା ।

୬। ଟିପୁ ସୁଲତାନ ସିରାଜଦୌଲାଙ୍କ ପୁତ୍ର ଥିଲେ ।
Answer:
ଟିପୁ ସୁଲତାନ ହାଇଦର ଅଲ୍ଲୀଙ୍କ ପୁତ୍ର ଥିଲେ ।

୭ । ନାଦିର ଶାହଙ୍କ ଭାରତ ଆକ୍ରମଣ କାଳରେ ଜାହାଙ୍ଗୀର ମୋଗଲ ସମ୍ରାଟ ଥିଲେ ।
Answer:
ନାଦିର ଶାହାଙ୍କ ଭାରତ ଆକ୍ରମଣ କାଳରେ ମହମ୍ମଦ ଶାହ ମୋଗଲ ସମ୍ରାଟ ଥିଲେ ।

୮। ଶିଖ୍ମାନେ ୧୦ ଗୋଟି ସଂଘରେ ସଂଗଠିତ ହୋଇଥିଲେ ।
Answer:
ଶିଖ୍ମାନେ ୧୨ଗୋଟି ସଂଘରେ ସଂଗଠିତ ହୋଇଥିଲେ ।

୯ । ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ।
Answer:
ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ସମୟରେ ଶିବାଜୀ ମରହଟ୍ଟା ଶକ୍ତିକୁ ଏକତ୍ରିତ କରି ମରହଟ୍ଟା ରାଜ୍ୟ ଗଠନ କରିଥିଲେ ।

୧୦ । ସିରଜଉଦୌଲାଙ୍କ ବିରୋଧରେ ଇଂରେଜମାନଙ୍କୁ ମୀରକାଶିମ୍ ସାହାଯ୍ୟ କରିଥିଲେ ।
Answer:
ସିରାଜଉଦୌଲାଙ୍କ ବିରୋଧରେ ଇଂରେଜମାନଙ୍କୁ ମୀରଜାଫର ସାହାଯ୍ୟ କରିଥିଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୧ । ବକ୍‌ସାର ଯୁଦ୍ଧ ପରେ ଡେଲ୍ହାଉସୀ ବଙ୍ଗର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।
Answer:
ବକ୍‌ସାର ଯୁଦ୍ଧ ପରେ କ୍ଲାଇଡ୍ ବଙ୍ଗର ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଥିଲେ ।

୧୨ । ଲର୍ଡ ୱେଲେସ୍‌ଲି ବଙ୍ଗରେ ଦ୍ଵୈତ ଶାସନ ପ୍ରଚଳନ କରିଥିଲେ ।
Answer:
ରବର୍ଟ କ୍ଲାଇଡ୍ ବଙ୍ଗରେ ଦ୍ୱୈତ ଶାସନ ପ୍ରଚଳନ କରିଥିଲେ ।

୧୩ । ଆମେରିକା ଓ ଫ୍ରାନ୍ସ ମଧ୍ଯରେ ସପ୍ତବର୍ଷୀୟ ଯୁଦ୍ଧ ହୋଇଥିଲା ।
Answer:
ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସପ୍ତବର୍ଷୀୟ ଯୁଦ୍ଧ ହୋଇଥିଲା ।

୧୪ । ଆଲିବର୍ଦ୍ଦି ଖାଁଙ୍କର ମୃତ୍ୟୁ ପରେ ତାଙ୍କ ପୁତ୍ର ସିରାଜଉଦୌଲା ବଙ୍ଗର ନବାବ ହେଲେ ।
Answer:
ଆଲିବର୍ଦ୍ଦି ଖାଁଙ୍କର ମୃତ୍ୟୁ ପରେ ତାଙ୍କ ନାତି ସିରାଜଉଦୌଲା ବଙ୍ଗର ନବାବ ହେଲେ ।

୧୫ । ଗଭର୍ଣ୍ଣର ଜେନେରାଲ୍ ଲର୍ଡ କର୍ଡୱାଲିସ୍ ସାମନ୍ତ ସନ୍ଧି ବ୍ୟବସ୍ଥା ପ୍ରଚଳନ କରିଥିଲେ ।
Answer:
ଗଭର୍ଣ୍ଣର ଜେନେରାଲ୍ ଲର୍ଡ ୱେଲେସ୍‌ଲି ସାମନ୍ତ ସନ୍ଧି ବ୍ୟବସ୍ଥା ପ୍ରଚଳନ କରିଥିଲେ ।

୧୬ । ପଲାସୀ ଯୁଦ୍ଧ ପରେ ଇଂରେଜମାନେ ମୋଗଲ ସମ୍ରାଟ ଶାହାଆଲାମଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କରିଥିଲେ ।
Answer:
ବକ୍ସାର ଯୁଦ୍ଧ ପରେ ଇଂରେଜମାନେ ମୋଗଲ ସମ୍ରାଟ ଶାହାଆଲାମ୍‌ଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭ କଲେ ।

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୭ । ହାଇଦର ଅଲ୍ଲୀ ଏବଂ ଇଂରେଜମାନଙ୍କ ମଧ୍ୟରେ ହୋଇଥ‌ିବା ସନ୍ଧିକୁ ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି କୁହାଯାଏ ।
Answer:
ଟିପୁ ସୁଲତାନ ଏବଂ ଇଂରେଜମାନଙ୍କ ମଧ୍ୟରେ ହୋଇଥ‌ିବା ସନ୍ଧିକୁ ଶ୍ରୀରଙ୍ଗାପଟ୍ଟନମ୍ ସନ୍ଧି କୁହାଯାଏ ।

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେଉଁମାନେ ଭାରତରେ ପ୍ରଥମେ ବାଣିଜ୍ୟ କାରବାର ଆରମ୍ଭ କରିଥିଲେ ?
(କ) ଓଲନ୍ଦାଜ୍
(ଖ) ଇଂରେଜ
(ଗ) ପର୍ତ୍ତୁଗୀଜ
(ଘ) ଫରାସୀ
Answer:
(ଗ) ପର୍ତ୍ତୁଗୀଜ୍

୨। ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ?
(କ) ୧୭୦୭
(ଖ) ୧୭୬୧
(ଗ) ୧୭୩୯
(ଘ) ୧୭୧୨
Answer:
(ଗ) ୧୭୩୯

୩ । ନିମ୍ନୋକ୍ତ କେବେ ‘ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ’ ଗଠିତ ହୋଇଥିଲା ?
(କ) ୧୪୯୨ ଖ୍ରୀଷ୍ଟାବ୍ଦ
(ଖ) ୧୬୦୦ ଖ୍ରୀଷ୍ଟାବ୍ଦ
(ଗ) ୧୪୯୮ ଖ୍ରୀଷ୍ଟାବ୍ଦ
(ଘ) ୧୬୧୫ ଖ୍ରୀଷ୍ଟାବ୍ଦ
Answer:
(ଖ) ୧୬୦୦ ଖ୍ରୀଷ୍ଟାବ୍ଦ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪। ନିମ୍ନୋକ୍ତ କେବେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରାଯାଇଥିଲା ?
(କ) ୧୬୦୦ ଖ୍ରୀଷ୍ଟାବ୍ଦ
(ଖ) ୧୬୧୨ ଖ୍ରୀଷ୍ଟାବ୍ଦ
(ଗ) ୧୬୧୫ ଖ୍ରୀଷ୍ଟାବ୍ଦ
(ଘ) ୧୬୬୪ ଖ୍ରୀଷ୍ଟାବ୍ଦ
Answer:
(ଘ) ୧୬୬୪ ଖ୍ରୀଷ୍ଟାବ୍ଦ

୫ । ଇଂଲଣ୍ଡର ରାଜା ଦ୍ଵିତୀୟ ଚାର୍ଲସ୍ ପର୍ତ୍ତୁଗୀଜ ରାଜକନ୍ୟାଙ୍କୁ ବିବାହ କରି ନିମ୍ନୋକ୍ତ କେଉଁ ଅଞ୍ଚଳ ଯୌତୁକ ରୂପେ ପାଇଥିଲେ ?
(କ) ମାନ୍ଦ୍ରାଜ୍
(ଖ) ବମ୍ବେ
(ଗ) ପାଟନା
(ଘ) କଲିକତା
Answer:
(ଖ) ବମ୍ବେ

୬ | ନିମ୍ନୋକ୍ତ କିଏ ବଙ୍ଗଦେଶରେ ‘ଦ୍ଵୈତ ଶାସନ’ ବ୍ୟବସ୍ଥା ପ୍ରଣୟନ କରିଥିଲେ ?
(କ) କ୍ଲାଇବ୍
(ଖ) ଲର୍ଡ ୱେଲେସ୍‌
(ଗ) ଲର୍ଡ ଡେଲ୍‌ହାଉସୀ
(ଘ) ଲର୍ଡ କର୍ଡୱାଲିସ୍
Answer:
(କ) କ୍ଲାଇବ୍

୭ | ରାଜ୍ୟସ୍ଵତ୍ଵ ଲୋପନୀତି ଫଳରେ ଓଡ଼ିଶାର ନିମ୍ନୋକ୍ତ କେଉଁ ଅଞ୍ଚଳ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ?
(କ) ବରହମପୁର
(ଖ) ବାଲେଶ୍ବର
(ଗ) ସମ୍ବଲପୁର
(ଘ) କେନ୍ଦୁଝର
Answer:
(ଗ) ସମ୍ବଲପୁର

୮ | ନିମ୍ନୋକ୍ତ କେବେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠିତ ହେଲା ?
(କ) ୧୬୦୦ ଖ୍ରୀ.ଅ.
(ଖ) ୧୬୧୩ ଖ୍ରୀ.ଅ.
(ଗ) ୧୬୦୨ ଖ୍ରୀ.ଅ.
(ଘ) ୧୬୧୫ ଖ୍ରୀ.ଅ.
Answer:
(ଗ) ୧୬୦୨ ଖ୍ରୀ.ଅ.

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୯ । ନିମ୍ନୋକ୍ତ କେଉଁ ଅଞ୍ଚଳରେ ‘ୱାଣ୍ଡିୱାସ’ ଯୁଦ୍ଧ ହୋଇଥିଲା ?
(କ) ହାଇଦ୍ରାବାଦ ଅଞ୍ଚଳ
(ଖ) କର୍ଣ୍ଣାଟକ ଅଞ୍ଚଳ
(ଗ) ବମ୍ବେ ଅଞ୍ଚଳ
(ଘ) ସୁରତ ଅଞ୍ଚଳ
Answer:
(ଖ) କର୍ଣ୍ଣାଟକ ଅଞ୍ଚଳ

୧୦ । ନିମ୍ନୋକ୍ତ କେଉଁ ସମୟ କାଳରେ ଆଲିବର୍ଦ୍ଦି ଖାଁ ବଙ୍ଗର ନବାବ ଥିଲେ ?
(କ) ୧୭୨୦ ରୁ ୧୭୨୬
(ଖ) ୧୭୩୦ ରୁ ୧୭୩୭
(ଗ) ୧୭୪୦ ରୁ ୧୭୫୬
(ଘ) ୧୭୫୦ ରୁ ୧୭୬୬
Answer:
(ଗ)୧୭୪୦ ରୁ ୧୭୫୬

୧୧। ୧୭୬୪ ଖ୍ରୀ.ଅ.ରେ ନିମ୍ନୋକ୍ତ କେଉଁ ଯୁଦ୍ଧ ହୋଇଥିଲା ?
(କ) ପଲାସୀ ଯୁଦ୍ଧ
(ଖ) ବକ୍‌ସାର ଯୁଦ୍ଧ
(ଗ) ୱାଣ୍ଡିୱାସ ଯୁଦ୍ଧ
(ଘ) ପ୍ରଥମ କର୍ଣ୍ଣାଟ ସମର
Answer:
(ଖ) ବକ୍‌ସାର ଯୁଦ୍ଧ

୧୨ । ପଲାସୀ ଯୁଦ୍ଧ ପରେ କ୍ଲାଇବ୍ ନିମ୍ନୋକ୍ତ କାହାକୁ ବଙ୍ଗର ନବାବ କରାଇଥିଲେ ?
(କ) ସିରାଜଉଦୌଲା
(ଖ) ଆଲିବର୍ଦ୍ଦି ଖାଁ
(ଗ) ମୀଜାଫର
(ଘ) ମୀରକାଶିମ୍
Answer:
(ଗ) ମୀଜାଫର

୧୩ । ନିମ୍ନୋକ୍ତ ମଧ୍ଯରୁ କିଏ ଟିପୁ ସୁଲତାନ୍‌ଙ୍କ ପିତା ଥିଲେ ?
(କ) ହାଇଦର ଅଲ୍ଲୀ
(ଖ) ସୁଜାଉଦ୍ଦେଲା
(ଗ) ମୀରକାଶୀମ୍
(ଘ) ମୀରକାଶିମ୍
Answer:
(କ) ହାଇଦର ଅଲ୍ଲୀ

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୪ । ନିମ୍ନୋକ୍ତ କେଉଁ ଗଭର୍ଣ୍ଣର ଜେନେରାଲଙ୍କ ଶାସନ କାଳରେ ସାମନ୍ତ ସନ୍ଧି ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା ?
(କ) ଲର୍ଡ କର୍ଡୱାଲିସ୍
(ଖ) ଲର୍ଡ ଡେଲ୍‌ହାଉସୀ
(ଗ) ଲର୍ଡ ୱେଲେସ୍‌
(ଘ) ଲର୍ଡ କର୍ଜନ
Answer:
(ଗ) ଲର୍ଡ ୱେଲେସ୍‌

୧୫ । ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ତୁର୍କମାନେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ?
(କ) ୧୪୫୦ ଖ୍ରୀ.ଅ.
(ଖ) ୧୪୫୩ ଖ୍ରୀ.ଅ.
(ଗ) ୧୪୫୨ ଖ୍ରୀ.ଅ.
(ଘ) ୧୪୫୪ ଖ୍ରୀ.ଅ.
Answer:
(ଖ) ୧୪୫୩ ଖ୍ରୀ.ଅ.

୧୬ । ହଲାଣ୍ଡର ଅଧ୍ୟାବାସୀଙ୍କୁ କ’ଣ କୁହାଯାଏ ?
(କ) ଓଲନ୍ଦାଜ୍
(ଖ) ଡେନିସ୍
(ଗ) ଦିନାମାର
(ଘ) ଫରାପୀ
Answer:
(କ) ଓଲନ୍ଦାଜ

୧୭ । ଇଷ୍ଟଇଣ୍ଡିଆ କମ୍ପାନୀ ବଙ୍ଗରେ କେଉଁ ନଦୀ କୂଳରେ ଫୋର୍ଟ ଉଇଲିୟମ୍ ଦୁର୍ଗ ନିର୍ମାଣ କରିଥିଲେ ?
(କ) ଗଙ୍ଗା
(ଖ) ଦାମୋଦର
(ଗ) ଯମୁନା
(ଘ) ହୁଗୁଳି
Answer:
(ଘ) ହୁଗୁଳି

୧୮ । ନିମ୍ନୋକ୍ତ କେଉଁ ଯୁଦ୍ଧରେ ଅନରଉଦ୍ଦିନ୍ ପରାସ୍ତ ଓ ନିହତ ହୋଇଥିଲେ ?
(କ) ପ୍ରଥମ କର୍ଣ୍ଣାଟ ସମର
(ଖ) ତୃତୀୟ କର୍ଣାଟ ସମର
(ଗ) ଦ୍ବିତୀୟ କର୍ଣାଟ ସମର
(ଘ) ପ୍ରଥମ ମହୀଶୂର ଯୁଦ୍ଧ
Answer:
(ଗ) ଦ୍ବିତୀୟ କର୍ଣାଟ ସମର

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୯ । ସପ୍ତବର୍ଷୀୟ ଯୁଦ୍ଧ ନିମ୍ନୋକ୍ତ କେଉଁ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ?
(କ) ୧୭୫୬
(ଖ) ୧୭୫୭
(ଗ) ୧୭୫୮
(ଘ) ହୁଗୁଳି
Answer:
(ଖ) ୧୭୫୬

୨୦ । ନିମ୍ନୋକ୍ତ ମଧ୍ଯରୁ କିଏ ଟିପୁଙ୍କ ରାଜଧାନୀ ଶ୍ରୀରଙ୍ଗାପଟ୍ଟନମ୍ ଅଧିକାର କରିଥିଲେ ?
(କ) ଲର୍ଡ ୱେଲେସ୍‌ଲି
(ଖ) ଲର୍ଡ କର୍ଡଲିସ୍
(ଗ) ଲର୍ଡ କ୍ଲାଇବ୍
(ଘ) ଲର୍ଡ ଡେଲ୍ହାଉସୀ
Answer:
(ଖ) ଲର୍ଡ କର୍ଡୱାଲିସ୍

୨୧ । ନିମ୍ନୋକ୍ତ କେଉଁ ଯୁଦ୍ଧରେ ଟିପୁ ସୁଲତାନ ନିହତ ହୋଇଥିଲେ ?
(କ) ପ୍ରଥମ ମହୀଶୂର ଯୁଦ୍ଧ
(ଖ) ତୃତୀୟ ମହୀଶୂର ଯୁଦ୍ଧ
(ଗ) ଦ୍ଵିତୀୟ ମହୀଶୂର ଯୁଦ୍ଧ
(ଘ) ଚତୁର୍ଥ ମହୀଶୂର ଯୁଦ୍ଧ
Answer:
(ଘ) ଚତୁର୍ଥ ମହୀଶୂର ଯୁଦ୍ଧ

୨୨ । ନିୟାମକ ଆଇନ କେବେ ପ୍ରଣୟନ କରାଯାଇଥିଲା ?
(କ) ୧୭୭୩ ଖ୍ରୀ.ଅ.
(ଖ) ୧୭୭୫ ଖ୍ରୀ.ଅ.
(ଗ) ୧୭୭୪ ଖ୍ରୀ.ଅ.
(ଘ) ୧୭୭୬ ଖ୍ରୀ.ଅ.
Answer:
(କ) ୧୭୭୩ ଖ୍ରୀ.ଅ.

୨୩ । ନିୟାମକ ଆଇନରେ ରହିଥ‌ିବା ଦୋଷତ୍ରୁଟିର ସୁଯୋଗ ନେଇ ନିମ୍ନୋକ୍ତ କେଉଁ ଗଭର୍ଣ୍ଣର ଭାରତରେ ମନଇଚ୍ଛା ଶାସନ ଚଳାଇଥିଲେ ?
(କ) ଲର୍ଡ ଡେଲ୍‌ହାଉସୀ
(ଖ) ଲର୍ଡ କର୍ଡଲିସ୍
(ଗ) ଓ୍ବାରେନ୍ ହେଣ୍ଟିଙ୍ଗ୍‌ସ୍
(ଘ) ଲର୍ଡ ଉଇଲିୟମ୍ ବେଣ୍ଟିକ୍
Answer:
(ଗ) ଓ୍ବାରେନ୍ ହେଷ୍ଟିଙ୍ଗ୍‌

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୨୪ । ମେୱାର ରାଜ୍ୟର ପୁରାତନ ନାମ କ’ଣ ଥିଲା ?
(କ) ବଙ୍ଗ
(ଖ) ଶାନ୍ତିପୁର
(ଗ) ଅଯୋଧ୍ୟା
(ଘ) ଉଦୟପୁର
Answer:
(ଘ) ଉଦୟପୁର

୨୫ । ମାରୱାର ରାଜ୍ୟର ପୁରାତନ ନାମ କ’ଣ ଥିଲା ?
(କ) ଅଯୋଧ୍ୟା
(ଖ) କାଶ୍ମୀର
(ଗ) ଯୋଧପୁର
(ଘ) ଜୟପୁର
Answer:
(ଗ) ଯୋଧପୁର

୨୬ । ବାଙ୍ଗାଲୋରର ପରିବର୍ତ୍ତିତ ନାମ କ’ଣ ?
(କ) ପୁଣେ
(ଖ) ଥୁରୁ ଅନନ୍ତପୁରମ୍
(ଗ) କୋଚି
(ଘ) ବେଙ୍ଗ।ଲୁରୁ
Answer:
(ଘ) ବେଙ୍ଗାଲୁରୁ

E. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.1
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.2
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.3
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.4
Answer:

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.5

F. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ମୋଗଲ ସାମ୍ରାଜ୍ୟର ପ୍ରତିଷ୍ଠାତା କିଏ ?
Answer:
ବାବର

୨। ମୋଗଲ ଶାସନ କାଳରେ ପ୍ରଧାନମନ୍ତ୍ରୀଙ୍କୁ କ’ଣ କୁହାଯାଉଥିଲା ।
Answer:
ୱାଜିର

୩ । ନାଦିର ଶାହ କେବେ ଭାରତ ଆକ୍ରମଣ କରିଥିଲେ ?
Answer:
୧୭୩୯ ଖ୍ରୀ.ଅ.

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୪ । ମରହଟ୍ଟାମାନେ କେଉଁ ଯୁଦ୍ଧରେ ପରାସ୍ତ ହୋଇଥିଲେ ?
Answer:
ତୃତୀୟ ପାନିପଥ ଯୁଦ୍ଧ

୫। ତୁର୍କମାନେ କେବେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ?
Answer:
୧୪୫୩ ଖ୍ରୀ.ଅ.

୬। ଭାସ୍କୋଡ଼ାଗାମା କେବେ ଭାରତକୁ ଆସିଥିଲେ ?
Answer:
୧୪୯୮ ଖ୍ରୀ.ଅ.

୭ । ଓଲନ୍ଦାଜ କେଉଁମାନଙ୍କୁ କୁହାଯାଏ ?
Answer:
ତୃତୀୟ ପାନିପଥ ଯୁଦ୍ଧ

୮ | ଡ୍ୟୁପେ କିଏ ?
Answer:
ଫ୍ରାନ୍ସର ବିଚକ୍ଷଣ ରାଜନୀତିଜ୍ଞ

୯। ପଲାସୀ ଯୁଦ୍ଧ କେଉଁ ନଦୀକୂଳରେ ହୋଇଥିଲା ?
Answer:
ଭାଗିରଥ ନଦୀ

୧୦ । ବକସାର ଯୁଦ୍ଧ କେବେ ହୋଇଥିଲା ?
Answer:
୧୭୬୪ ଖ୍ରୀ.ଅ.

BSE Odisha 8th Class History Important Questions Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

୧୧ । ହାଇଦର ଅଲ୍ଲୀଙ୍କ ପୁତ୍ର କିଏ ଥିଲେ ?
Answer:
ଟିପୁ ସୁଲତାନ୍

୧୨ । ମହୀଶୂରର ବାଘ କାହାକୁ କୁହାଯାଇଥାଏ ?
Answer:
ଟିପୁ ସୁଲତାନ୍

୧୩ । ରାଜ୍ୟସ୍ଵତ୍ଵ ଲୋପନୀତି କିଏ ପ୍ରଣୟନ କରିଥିଲେ ?
Answer:
ଲର୍ଡ ଡେଲ୍‌ହାଉସୀ