BSE Odisha 8th Class Maths Notes Algebra Chapter 1 ସେଟ୍

Odisha State Board BSE Odisha 8th Class Maths Notes Algebra Chapter 1 ସେଟ୍ will enable students to study smartly.

BSE Odisha Class 8 Maths Notes Algebra Chapter 1 ସେଟ୍

→ ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
ଉପକ୍ରମଣିକା (Introduction) :
ସେଟ୍ ଏକ ସଂଜ୍ଞାବିହୀନ ପଦ । ସେଟ୍ ତତ୍ତ୍ଵର ପ୍ରବର୍ତ୍ତକ ହେଉଛନ୍ତି ଜର୍ଜ କ୍ୟାଣ୍ଟର (1845-1918) । ସେଟ୍ ତତ୍ତ୍ଵର ପ୍ରବର୍ତ୍ତନ ପରେ, ସରଳ ଏବଂ ବୋଧଗମ୍ୟ କରାଯାଇପାରିଛି ।

→ ସେଟ୍ ଓ ଏହାର ଉପାଦାନ (Set and its elements) :
ଆମେ ଅନେକ ସମୟରେ କଥା ପ୍ରସଙ୍ଗରେ ଚାବିନେନ୍ଥା, ଛାତ୍ରଦଳ, ଗୋରୁପଲ, ତାରକାପୁଞ୍ଜ, କ୍ରିକେଟ୍ ଟିମ୍ ଆଦି କହିଥାଉ । ଏଠାରେ ନେନ୍ଥା, ଦଳ, ପଲ, ପୁଞ୍ଜ, ଟିମ୍ ଆଦି ଗୋଟିଏ ଗୋଟିଏ ଗୋଷ୍ଠୀ (Collection) ବା ସମାହାର (Aggregate)କୁ ସୂଚାଏ । ବାସନ ସେଟ୍, ସୋଫା ସେଟ୍, କ୍ରିକେଟ୍ ଟିମ୍ ଆଦି ସେଟ୍‌ର ଗୋଟିଏ ଗୋଟିଏ ଉଦାହରଣ ।
ଯେ କୌଣସି ନିର୍ଦ୍ଦିଷ୍ଟ (Well defined) ବସ୍ତୁମାନଙ୍କୁ ନେଇ ଏକ ସେଟ୍‌ର ପରିକଳ୍ପନା କରାଯାଏ ।

ଉଦାହାରଣ :

  • ଓଡ଼ିଶାର ଜିଲ୍ଲା ସମୂହ
  • ସମସ୍ତ ଗଣନ ସଂଖ୍ୟା
  • ରାଜା ଦଶରଥଙ୍କର ସମସ୍ତ ପୁତ୍ର
  • ଇଂରାଜୀ ଭାଷାର ବର୍ଣ୍ଣମାଳା
  • ସମସ୍ତ ମୌଳିକ ସଂଖ୍ୟା 2, 3, 5, 7, 11, 13, 17, 19 …… ସମୂହ
  • ବାଘ, ଭାଲୁ, ସିଂହମାନଙ୍କ ଦଳ

ଏହି ସମାହାରକୁ ନେଇ ଗୋଟିଏ ଗୋଟିଏ ସେଟ୍‌ ପରିକଳ୍ପନା କରାଯାଇପାରିବ ।

ଯେଉଁ ବସ୍ତୁମାନଙ୍କୁ ନେଇ ସେଟ୍‌ଟି ଗଠିତ, ସେହି ବସ୍ତୁମାନଙ୍କୁ ଉକ୍ତ ସେଟ୍‌ର ଗୋଟିଏ ଗୋଟିଏ ଉପାଦାନ (Element) କୁହାଯାଏ ।
ସେଟ୍ ଓ ଏହାର ଉପାଦାନର କୌଣସି ସଂଜ୍ଞା ନାହିଁ । ଏହି ଦୁଇଟି ପଦ ସଂଜ୍ଞାବିହୀନ ଅଟନ୍ତି ।

BSE Odisha 8th Class Maths Notes Algebra Chapter 1 ସେଟ୍

ତୁମପାଇଁ କାମ :
(i) ଇଂରାଜୀ ଭାଷାର ବର୍ଣ୍ଣମାଳାରେ ଥ‌ିବା ଉପାଦାନଗୁଡ଼ିକୁ ଲେଖ ।
(ii) ଏକଅଙ୍କ ବିଶିଷ୍ଟ ଅଯୁଗ୍ମ ସଂଖ୍ୟା ସେଟ୍‌ ଉପାଦାନଗୁଡ଼ିକୁ ଲେଖ ।
ଉ –
(i) a,b,c,d …… x, y, ଏବଂ z (ii) 1,3,5,7,9

ତୁମପାଇଁ କାମ :
(i) ପାଞ୍ଚଟି ବିଭିନ୍ନ ସେଟ୍‌ର ଉଦାହରଣ ଦେଇ, ସେମାନଙ୍କର ଉପାଦାନଗୁଡ଼ିକୁ ଲେଖ ।
(ii) ଦୁଇଟି ଉଦାହରଣ ଦିଅ, ଯାହାକୁ ନେଇ ସେଟ୍ ଗଠନ ସମ୍ଭବ ନୁହେଁ ।
ଉ –
(i)(a) ସପ୍ତାହର ସାତଦିନକୁ ନେଇ ଗଠିତ ସେଟ୍ ।
ଉପାଦାନ – ରବିବାର, ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଏକଅଙ୍କ ବିଶିଷ୍ଟ ମୌଳିକ ସଂଖ୍ୟାମାନଙ୍କର ସେଟ୍ ।

(b) ଏକଅଙ୍କ ବିଶିଷ୍ଟ ମୌଳିକ ସଂଖ୍ୟାମାନଙ୍କର ସେଟ୍ ।
ଉପାଦାନ – 2, 3, 5, 7

(c) 1 ରୁ 10 ମଧ୍ୟରେ ଥ‌ିବା ଯୁଗ୍ମସଂଖ୍ୟାମାନଙ୍କର ସେଟ୍ ।
ଉପାଦାନ – 2, 4, 6, 8

(d) ଏକଅଙ୍କ ବିଶିଷ୍ଟ ଅଯୁଗ୍ମ ସଂଖ୍ୟାମାନଙ୍କ ସେଟ୍ ।
ଉପାଦାନ – 1, 3, 5, 7, 9

(e) ଇଂରାଜୀ ବର୍ଣ୍ଣମାଳାର ସ୍ଵରବର୍ଣ୍ଣମାନଙ୍କ ସେଟ୍ ।
ଉପାଦାନ – a, e, i, o, u

(ii) (a) ସୁନ୍ଦର ଫୁଲମାନଙ୍କୁ ନେଇ ଗଠିତ ସେଟ୍ ।
(b) ବୃହତ୍ ସଂଖ୍ୟାମାନଙ୍କୁ ନେଇ ଗଠିତ ସେଟ୍ ।

BSE Odisha 8th Class Maths Notes Algebra Chapter 1 ସେଟ୍

→ ସସୀମ ଓ ଅସୀମ ସେଟ୍ (Finite and Infinite Sets) :
ଯଦି କୌଣସି ସେଟ୍‌ର ଉପାଦାନମାନଙ୍କୁ ଗୋଟି ଗୋଟି କରି ଗଣିଲେ, ଗଣନ ପ୍ରକ୍ରିୟାର ପରିସମାପ୍ତି ଘଟେ, ତେବେ ଉକ୍ତ ସେଟ୍‌ଟି ଏକ ସସୀମ ସେଟ୍ ଅଟେ; ଅନ୍ୟଥା ଉକ୍ତ ସେଟ୍‌କୁ ଅସୀମ ସେଟ୍ କୁହାଯାଏ ।

ତୁମପାଇଁ କାମ :
ଦୁଇଟି ସସୀମ ସେଟ୍ ଓ ଦୁଇଟି ଅସୀମ ସେଟ୍‌ର ଉଦାହରଣ ଦିଅ ।
(i) ଇଂରାଜୀ ଭାଷାର ବର୍ଣ୍ଣମାଳାମାନଙ୍କର ସେଟ୍, ଏକ ଅଙ୍କବିଶିଷ୍ଟ ଗଣନ ସଂଖ୍ୟାମାନଙ୍କର ସେଟ୍ ଆଦି ଗୋଟିଏ ଗୋଟିଏ ସସୀମ ସେଟ୍ ।
ଉ –
ସସୀମ ସେଟ୍ (i) ଓଡ଼ିଶାର ଜିଲ୍ଲାମାନଙ୍କୁ ନେଇ ଗଠିତ ସେଟ୍,
(ii) ଏକ ଅଙ୍କବିଶିଷ୍ଟ ମୌଳିକ ସଂଖ୍ୟାମାନଙ୍କ ସେଟ୍ ।

(ii) ସମସ୍ତ ଗଣନ ସଂଖ୍ୟାମାନଙ୍କର ସେଟ୍ ଗୋଟିଏ ଅସୀମ ସେଟ୍ ।
ଉ –
ଅସୀମ ସେଟ୍ (i) ଗଣନ ସଂଖ୍ୟାମାନଙ୍କର ସେଟ୍ ,
(ii) ପୂର୍ଣସଂଖ୍ୟାମାନଙ୍କର ସେଟ୍ ।

BSE Odisha 8th Class Maths Notes Algebra Chapter 1 ସେଟ୍

→ ସେଟ୍‌ର ଲିଖନ (Presentation of Sets):
(i) ସାଧାରଣତଃ ସେଗୁଡ଼ିକର ନାମକୁ ଇଂରାଜୀ ବର୍ଣ୍ଣମାଳାର ବଡ଼ ଅକ୍ଷର A, B, C, D …….. ଆଦି ଦ୍ଵାରା ନାମକରଣ କରାଯାଏ ଓ ସେଟ୍‌ ଉପାଦାନଗୁଡ଼ିକୁ ଛୋଟ ଅକ୍ଷର a, b, c, d, ………… ଦ୍ଵାରା ସୂଚିତ କରାଯାଏ ।
(ii) ଯଦି ସେଟ୍ A ର ଗୋଟିଏ ଉପାଦାନ ‘a’ ହୋଇଥାଏ; ତେବେ ଆମେ ଲେଖୁବା
ଦ୍ଵାରା ସୂଚିତ କରାଯାଏ ।
a ∈ A ଏବଂ ଏହାକୁ ‘a belongs to A’ ବା ‘a is an element of A’ ବୋଲି ପଢ଼ାଯାଏ ।
∈ → ଉପାଦାନ ଅଟେ, ∉ → ଉପାଦାନ ନୁହେଁ ।
(iii) b, A ର ଏକ ଉପାଦାନ ହେ।ଇ ବଥିଲେ, b ∉ A (b does not belong to A କିମ୍ବା b is not an element of A) ବୋଲି ପଢ଼ାଯାଏ ।
(iv) ସେଟ୍ ଲେଖିବାପାଇଁ ଦୁଇପ୍ରକାର ପଦ୍ଧତି ଅବଲମ୍ବନ କରାଯାଏ ; ଯଥା –
(a) ତାଲିକା ପଦ୍ଧତି ବା ସାରଣୀ ପଦ୍ଧତି (Tabular or Roster method)
(b) ସୂତ୍ର ପଦ୍ଧତି ବା ସେଟ୍ ଗଠନକାରୀ ପଦ୍ଧତି (Formula or Set builder method)

(a) ତାଲିକା ପଦ୍ଧତି : ଏହି ପଦ୍ଧତିରେ ପ୍ରତ୍ୟେକ ସେଟ୍‌ର ଉପାଦାନମାନଙ୍କୁ ଏକ ଯୋଡ଼ା କୁଟିଳ ବନ୍ଧନୀ ମଧ୍ଯରେ ଲେଖାଯାଏ ଓ ପ୍ରତ୍ୟେକ ଦୁଇଟି କ୍ରମିକ ଉପାଦାନ ମଧ୍ୟରେ କମା (,) ଦିଆଯାଏ ।
ଉଦାହାରଣ : A = {2, 3, 4, 5, 6}
ଅସୀମ ସେଟ୍‌ ତାଲିକା ପଦ୍ଧତିରେ ଲେଖିଲେ ଏହାର ଉପାଦାନଗୁଡ଼ିକର ତିନୋଟି ଉପାଦାନ ଲେଖ୍ ଅବଶିଷ୍ଟ ଉପାଦାନଗୁଡ଼ିକ ପାଇଁ କିଛି ବିନ୍ଦୁ ଦିଆଯାଏ ।
ଉଦାହାରଣ :
ଗଣନ ସଂଖ୍ୟାମାନଙ୍କର ସେଟ୍ N ={1, 2, 3, ……….. }
ଅନୁକ୍ରମକୁ ଲକ୍ଷ୍ୟକରି ଅତି କମ୍‌ରେ ପୂର୍ଣ୍ଣସଂଖ୍ୟାମାନଙ୍କର ସେଟ୍ Z = {0, ± 1, ± 2, …..}

ମନେରଖ :
(a) ଗୋଟିଏ ସେଟ୍‌ର ଉପାଦାନମାନଙ୍କୁ ବାରମ୍ବାର ଲେଖାଯାଏ ନାହିଁ ।
(b) ସେଟ୍‌ର ଉପାଦାନଗୁଡ଼ିକୁ ଯେକୌଣସି କ୍ରମରେ ଲେଖିଲେ ମଧ୍ୟ ସେଟ୍‌ଟି ଅପରିବର୍ତ୍ତିତ ରହେ ।

BSE Odisha 8th Class Maths Notes Algebra Chapter 1 ସେଟ୍

(b) ସୂତ୍ର ପଦ୍ଧତି : ଏହି ପଦ୍ଧତିରେ ସେଟ୍‌ର ଉପାଦାନମାନଙ୍କ ମଧ୍ୟରେ ଥିବା ସାଧାରଣ ଧର୍ମକୁ ନେଇ ସେଟ୍ ଲେଖାଯାଏ ।

ଉଦାହାରଣ :
2, 3, 5, 7, 11 ଏହି ସଂଖ୍ୟାଗୁଡ଼ିକରେ ଦୁଇଟି ସାଧାରଣ ଧର୍ମ ନିହିତ ଅଛି । ଉକ୍ତ ସଂଖ୍ୟାଗୁଡ଼ିକ 12ରୁ କମ୍ ମୌଳିକ ସଂଖ୍ୟା ।
ସୂତ୍ର ପଦ୍ଧତିରେ ଲେଖିଲେ, {x | x ଗୋଟିଏ ମୌଳିକ ସଂଖ୍ୟା, x < 12}
Img 1
ତୁମପାଇଁ କାମ :
(i) ତାଲିକା ପଦ୍ଧତିରେ ଲେଖିପାରିବା କି ? (a) N ସେଟ୍ (b) Z ସେଟ୍
(ii) N, Z ଏବଂ ଠୁ ସେଗୁଡ଼ିକ ସସୀମ ନା ଅସୀମ ସେଟ୍ ?
(iii) ଉପରୋକ୍ତ ସେଟ୍‌ମାନଙ୍କ ମଧ୍ୟରୁ ଏପରି ଏକ ସେଟ୍‌କୁ ବାଛ, ଯାହାକୁ ଉଭୟ ପଦ୍ଧତିରେ ଲେଖାଯାଇ ପାରିବ ।
ଉ :
(i) N ସେଟ୍ ବା Z ସେଟ୍‌କୁ ତାଲିକା ପଦ୍ଧତିରେ ଲେଖିପାରିବା ।
(ii) N, Z ଏବଂ ଠୁ ସେଗୁଡ଼ିକ ଅସୀମ ସେଟ୍ ଅଟନ୍ତି ।
(iii) N = { 1,2,3, ….} ଏବଂ N = {x | x ଏକ ଗଣନ ସଂଖ୍ୟା ସେଟ୍}
Z = {0, ±1, + 2, ± 3 ….. } ଏବଂ Z = { x | x ଏକ ପୂର୍ଣ୍ଣ ସଂଖ୍ୟା}

→ ଶୂନ୍ୟ ସେଟ୍ (Empty Set) :
(i) ଯେଉଁ ସେଟ୍‌ରେ କୌଣସି ଉପାଦାନ ନ ଥାଏ, ସେହି ସେଟ୍‌କୁ ଶୂନ୍ୟସେଟ୍ କୁହାଯାଏ ।
(ii) ଶୂନ୍ୟସେଟ୍‌କୁ ‘ϕ‌’ ବା { } ସଂକେତ ଦ୍ଵାରା ସୂଚାଯାଇଥାଏ ।

ଉଦାହରଣ :
A = {x|x ∈ N, x < 1}, B = {x| x ≠ x} ଆଦି ଶୂନ୍ୟସେଟ୍‌ର ଉଦାହରଣ ।
ମନେରଖ : {0}, {0}, {{}} ଆଦି ଶୂନ୍ୟ ସେଟ୍ ନୁହଁନ୍ତି ।

→ ଉପସେଟ୍ (Subset) :
[⊂ → ଉପସେଟ୍ ଚିହ୍ନ, ⊃→ ଅଟ୍ ଚିହ୍ନ, ⊄ → ଉପସେଟ୍ ନୁହେଁ ଚିହ୍ନ]
(i) A ଓ B ସେଟ୍‌ଦ୍ଵୟ ମଧ୍ୟରେ ଯଦି A ସେଟ୍‌ ପ୍ରତ୍ୟେକ ଉପାଦାନ B ସେଟ୍‌ର ଉପାଦାନ ହୋଇଥାଏ, ତେବେ ସେଟ୍ Aକୁ ସେଟ୍ Bର ଏକ ଉପସେଟ୍ (A is a subset of B) କୁହାଯାଏ ଓ ସେଟ୍ Bକୁ ସେଟ୍ Aର ଅଷ୍ଟ୍ରେଟ୍ (Super set) କୁହାଯାଏ ।
ସଂକେତରେ A ⊂ B ବା B ⊃ A ହେବ ।

(ii) A ସେଟ୍ B ସେଟ୍‌ ଏକ ଉପସେଟ୍ ନ ହେଲେ ଏହି ଉକ୍ତିକୁ ସଂକେତରେ A ⊄ B ଦ୍ଵାରା ପ୍ରକାଶ କରାଯାଏ ।

ମନେରଖ :
(i) ପ୍ରତ୍ୟେକ ସେଟ୍ ନିଜର ଉପସେଟ୍ ଅଟେ; ଅର୍ଥାତ୍ A ⊂ A ।
(ii) ଶୂନ୍ୟ ସେଟ୍‌ଟି ଯେ କୌଣସି ସେଟ୍‌ର ଏକ ଉପସେଟ୍; ଅର୍ଥାତ୍ ϕ ⊂ A ଓ ϕ ⊂ ϕ ।

BSE Odisha 8th Class Maths Notes Algebra Chapter 1 ସେଟ୍

ତୁମପାଇଁ କାମ :
ଦୁଇଟି ଶୂନ୍ୟ ସେଟ୍‌ର ଉଦାହରଣ ଦିଅ ।
ଉ :
(i) A = {x | x ≠ x} = ϕ ଅର୍ଥାତ୍ A ସେଟ୍‌ର ପ୍ରତ୍ୟେକ ଉପାଦାନ ନିଜ ସହ ସମାନ ନୁହେଁ । ତେଣୁ ଏହା ଏକ ଶୂନ୍ୟ ସେଟ୍ । କାରଣ ଏପରି କୌଣସି ବସ୍ତୁ ନାହିଁ, ଯାହାକି ନିଜ ସହ ସମାନ ନୁହେଁ ।
(ii) B = {x | x ∈ N | < x < 2} = ϕ
B ସେଟ୍‌ର ଉପାଦାନ 1 ଓ 2 ମଧ୍ୟରେ ଥ‌ିବା ଏକ ଗଣନ ସଂଖ୍ୟା କିନ୍ତୁ । ଓ 2 ମଧ୍ୟରେ କୌଣସି ଗଣନ ସଂଖ୍ୟା ନ ଥ‌ିବା ହେତୁ B ଏକ ଶୂନ୍ୟ ସେଟ୍ ।

→ ସେଟ୍ ପ୍ରକ୍ରିୟା (Set Operations):
(a) ସଂଯୋଗ (Union) : A ଓ B ସେଦ୍ୱୟରେ ଥ‌ିବା ସମସ୍ତ ଉପାଦାନକୁ ନେଇ ଗଠିତ ସେଟ୍‌କୁ ସେଟ୍ A ଓ Bର ସଂଯୋଗ (Union) କୁହାଯାଏ । ସଂକେତରେ ଏହା A ∪ B ରୂପେ ଲେଖାଯାଏ । A ∪ B = {x | x ∈ A ବା x ∈ B} ରୂପେ ଲେଖାଯାଏ । [∪ – ସଂଯୋଗ ଚିହ୍ନ]

ଉଦାହରଣ :
A = {a, b, c} ଏବଂ B = {a, e, i, o} ହେଲେ,
A ∪ B {a, b, c} ∪ {a, e, i, o} = {a, b, c, e, i, o}
Img 2
ମନେରଖ : (i) A ∪ A = A
(ii) A ∪ ϕ = A
(iii) A ⊂ B ହେଲେ, A ∪ B = B ହେବ
(iv) B ⊂ A ହେଲେ, A ∪ B = A ହେବ
(v) A ∪ B = B ∪ A

(b) ଛେଦ (Intersection):
A ଓ B ସେଟ୍‌ଦ୍ଵୟରେ ଥ‌ିବା ଉପାଦାନମାନଙ୍କ ମଧ୍ୟରୁ ଯେଉଁ ଉପାଦାନଗୁଡ଼ିକ ଉଭୟ A ଓ B ସେଟ୍‌ର ଉପାଦାନ ହୋଇଥବେ, ସେହି ଉପାଦାନମାନଙ୍କୁ ନେଇ ଗଠିତ ସେଟ୍‌କୁ A ଓ Bର ଛେଦ କୁହାଯାଏ ଏବଂ A ∩ B ସଂକେତଦ୍ଵାରା ସୂଚିତ ହୁଏ । [∩ – ଛେଦ ଚିହ୍ନ]

BSE Odisha 8th Class Maths Notes Algebra Chapter 1 ସେଟ୍

ସୂତ୍ର ପଦ୍ଧତିରେ A ∩ B = {x | x ∈ A ଏବଂ x = B} ଲେଖାଯାଏ ।
ଯଦି ସେଟ୍ A ଓ ସେଟ୍ B ମଧ୍ୟରେ କୌଣସି ସାଧାରଣ ଉପାଦାନ ନଥା’ନ୍ତି; ତେବେ ସେଦ୍ଵୟକୁ ପରସ୍ପର ଅଣଛେଦୀ ସେଟ୍ (Disjoint sets ବା Non-intersecting sets) କୁହାଯାଏ ।
ଉଦାହରଣ :
A = {0, 1, 2, 3} ଏବଂ B = {0, 2, 4, 6} ହେଲେ,
A ∩ B = {0, 1, 2, 3} ∩ {0, 2, 4, 6} = {0, 2}
Img 3

(c) ଅନ୍ତର (Difference):
ଯଦି A ଓ B ଦୁଇଟି ସେଟ୍, ତେବେ A ସେଟ୍‌ ଯେଉଁ ଉପାଦାନଗୁଡ଼ିକ B ସେଟ୍‌ରେ ନାହାନ୍ତି, ସେମାନଙ୍କୁ ନେଇ ଗଠିତ ସେଟ୍‌କୁ A ଅନ୍ତର B ସେଟ୍ କୁହାଯାଏ ଏବଂ ଏହା A – B ଦ୍ଵାରା ସୂଚିତ ହୁଏ ।
ସୂତ୍ର ପ୍ରଣାଳୀରେ A {x | x ∈ A ଏବଂ x ∉ B} । ସେହିପରି B – A = {x ∈ B ଏବଂ x ∉ A} ।
ଉଦାହରଣସ୍ୱରୂପ, ମନେକର A = {1, 2, 3, 4), B = {3, 4}, ତେବେ A – B = {1, 2} ଏବଂ B – A = ϕ

ମନେରଖ :
(i) A ∩ A = A
(ii) A ∩ ϕ = ϕ
(iii) A ⊂ B ହେଲେ, A ∩ B = A ହେବ |
(iv) B ⊂ A ହେଲେ, A ∩ B = B ହେବ |
(v) A ∩ B = B ∩ A

ତୁମ ପାଇଁ କାମ :
Question 1.
ମନେକର A = {1, 2, 3, 4, 5, 6}, B = {2, 4, 6}; ତେବେ A ∪ B, A ∩ B, A – B, ଏବଂ B – A ନିଶ୍ଚୟ କର ।
ଉ :
A ∪ B = {1, 2, 3, 4, 5, 6} ∪ {2, 4, 6} = {1, 2, 3, 4, 5, 6}
A ∩ B = {1, 2, 3, 4, 5, 6} ∩ {2, 4, 6} = {2, 4, 6}
A – B = {1, 2, 3, 4, 5, 6} – {2, 4, 6} = {1, 3, 5}
B – A = {2, 4, 6} – {1, 2, 3, 4, 5, 6} = ϕ

BSE Odisha 8th Class Maths Notes Algebra Chapter 1 ସେଟ୍

Question 2.
ଶୂନ୍ୟସ୍ଥାନ ପୂରଣ କର ।
A ∪ A =
A ∩ A =
A – A =
A ∪ ϕ =
A ∩ ϕ =
A – ϕ =
ଉ :
A ∪ A = A
A ∩ A = A
A – A = ϕ
A ∪ ϕ = A
A ∩ ϕ = ϕ
A – ϕ = A

→ ଭେନ୍‌ଚିତ୍ର (Venn Diagram) :
Img 4
(i) ସେଟ୍, ଉପସେଟ୍ ଓ ସେଟ୍ ପ୍ରକ୍ରିୟାକୁ ସହଜରେ ବୁଝିବାପାଇଁ ସେଟ୍ ତତ୍ତ୍ଵରେ ଚିତ୍ରର ସାହାଯ୍ୟ ନିଆଯାଏ । ଏହାକୁ ଭେନ୍‌ଚିତ୍ର (Venn Diagram) କୁହାଯାଏ ।
ସର୍ବପ୍ରଥମେ ଭେନ୍ ଚିତ୍ରର ଧାରଣା ବିଶିଷ୍ଟ ତର୍କଶାସ୍ତ୍ରବିତ୍ John Venn (1834-1883) ପ୍ରଦାନ କରିଥିଲେ ।
(ii) ଭେନ୍‌ଚିତ୍ର ସାଧାରଣତଃ ଏକ ଆବଦ୍ଧ କ୍ଷେତ୍ର ବା ବୃତ୍ତାକାର କ୍ଷେତ୍ରଦ୍ୱାରା ସୂଚାଯାଇଥାଏ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e)

Question 1.
ସର୍ବନିମ୍ନ କେତେ ଟଙ୍କା ଦେଇ ବ୍ୟାଙ୍କ୍‌ରେ ଏକ ଆକାଉଣ୍ଟ ଖୋଲାଯାଇ ପାରିବ ?
ସମାଧାନ :
ବର୍ତ୍ତମାନ କେତେକ ବ୍ୟାଙ୍କରେ 100 ଟଙ୍କାରେ ଆକାଉଣ୍ଟ ଖୋଲାଯାଇ ପାରୁଛି । କେତେକ ବ୍ୟାଙ୍ଗ୍‌ରେ ସର୍ବନିମ୍ନ 500 ଟଙ୍କା ରଖାଯାଉଛି ।

Question 2.
ଚେକ୍ ଦେଇ ବ୍ୟାଙ୍କ୍ସରୁ ଟଙ୍କା ଉଠାଇବା ପରେ ଆକାଉଣ୍ଟରେ ଅତି କମ୍‌ରେ କେତେ ଟଙ୍କା ରହିବା ଦରକାର ?
ସମାଧାନ :
ଚେକ୍ ଦେଇ ବ୍ୟାଙ୍କରୁ ଟଙ୍କା ଉଠାଇବା ପରେ ଷ୍ଟେଟ୍ ବ୍ୟାଙ୍କ୍ ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଅତି କମ୍‌ରେ 1000 ଟଙ୍କା ଓ ଅନ୍ୟ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କ ଆକାଉଣ୍ଟରେ ଅତି କମ୍‌ରେ 500 ଟଙ୍କା ରହିବା ଦରକାର ।

Question 3.
3. ବର୍ଷକୁ କେତେ ଥର ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟ ପାଇଁ ବ୍ୟାଙ୍କ୍ ସୁଧ ହିସାବ କରେ ?
ସମାଧାନ :
ବର୍ଷକୁ ଦୁଇଥର ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ ପାଇଁ ବ୍ୟାଙ୍କ୍ ସୁଧ ହିସାବ କରେ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e)

Question 4.
(a) ଜଣେ ବ୍ୟକ୍ତି 500 ଟଙ୍କା ଦେଇ ଅପ୍ରେଲ 11 ତାରିଖରେ ଏକ ଆକାଉଣ୍ଟ ଖୋଲିଲେ । ଯଦି ଜୁନ୍ ମାସ ଶେଷ ସୁଦ୍ଧା ସେ ବ୍ୟାଙ୍କରୁ ଟଙ୍କା ଉଠାଇ ନ ଥାନ୍ତି ବା ଟଙ୍କା ଜମା ରଖ୍ ନଥାନ୍ତି; ତେବେ 6% ସୁଧ ହିସାବରେ ଜୁନ୍ ମାସ ଶେଷରେ କେତେ ସୁଧ ପାଇବେ ?
(b) ଅରୁଣର ସଂଚୟ ବ୍ୟାଙ୍କ୍ ଆକାଉଣ୍ଟରେ ଅଗଷ୍ଟ ମାସ ପାଇଁ ସର୍ବନିମ୍ନ ଅବଶେଷ 5010 ଟଙ୍କା ଥିଲା; ମାତ୍ର ଅରୁଣ ଅଗଷ୍ଟ ମାସ 30 ତାରିଖ ଦିନ ଆକାଉଣ୍ଟ ବନ୍ଦ ପାଇଁ ଦରଖାସ୍ତ କଲା; ତେବେ ଅରୁଣ ଅଗଷ୍ଟ ମାସ ପାଇଁ କେତେ ଟଙ୍କା ଉପରେ ସୁଧ ପାଇବ ?
ସମାଧାନ :
(a) ଅପ୍ରେଲ ମାସ 11 ତାରିଖରେ ଡିପୋଜିଟ୍‌ ପରିମାଣ ଉପରେ ସୁଧ ହିସାବ ହେବ ନାହିଁ ।
ମଇ ମାସରେ ସର୍ବନିମ୍ନ ଅବଶେଷ ଟଙ୍କା 500 ଟଙ୍କା ।
ଜୁନ୍ ମାସରେ ସର୍ବନିମ୍ନ ଅବଶେଷ ଟଙ୍କା 500 ଟଙ୍କା ।
ଜୁନ୍ ମାସ ଶେଷ ସୁଦ୍ଧା 500 ଟ. + 500 ଟ. = 1000 ଟଙ୍କା ଉପରେ ସୁଧ ହିସାବ କରାଯିବ ।
ଏଠାରେ ମୂଳଧନ (P) = 1000 ଟଙ୍କା, ସୁଧର ହାର (R) = 6% ଓ ସମୟ (T) = 1 ମାସ = \(\frac{1}{12}\) ବର୍ଷ |
ନିଶ୍ଚେୟ ସୁଧ (I) = \(\frac{1}{12}\) ଟଙ୍କା = 5
ସେ ଜୁନ୍ ମାସ ଶେଷରେ 5 ଟଙ୍କା ସୁଧ ପାଇବେ ।

(b) ଅଗଷ୍ଟ 30ରେ ଆକାଉଣ୍ଟ ବନ୍ଦ କରିବା ହେତୁ ଅଗଷ୍ଟ ମାସରେ ସର୍ବନିମ୍ନ ଅବଶେଷ 00 ଟଙ୍କା ହେବ । ତେଣୁ ସେ ଆଦୌ ସୁଧ ପାଇବ ନାହିଁ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e)

Question 5.
ନମ୍ରତାର ବ୍ୟାଙ୍କ୍‌ରେ ଏକ ସଞ୍ଚୟ ଆକାଉଣ୍ଟ ଅଛି । ଆକାଉଣ୍ଟ ବହିରେ ଥ‌ିବା ହିସାବର ବିଶଦ ବିବରଣୀ ଏହିପରି –
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 1
ଉପରୋକ୍ତ ଜମା ପାଇଁ ବାର୍ଷିକ ସୁଧର ହାର 5% ହେଲେ,
(i) ଫେବୃୟାରୀ ମାସ ପାଇଁ ନମ୍ରତା କେତେ ସୁଧ ପାଇବେ ?
(ii) ମାର୍ଚ୍ଚ ମାସ ପାଇଁ କେତେ ସୁଧ ପାଇବେ ?
(iii) ଅପ୍ରେଲ 21 ତାରିଖରେ ଆକାଉଣ୍ଟ ବନ୍ଦ କରିବାକୁ ନମ୍ରତା ଦରଖାସ୍ତ କଲେ, ସମୁଦାୟ ଜମା ଟଙ୍କା ପାଇଁ ସେ କେତେ ସୁଧ ପାଇବେ ?
ସମାଧାନ :
(i) ଫେବୃୟାରୀ ମାସର 19 ଏବଂ 25 ତାରିଖରେ ଜମାଥିବା ଟଙ୍କା ଉପରେ ନମ୍ରତା କୌଣସି ସୁଧ ପାଇବେ ନାହିଁ ।
(ii) ମାର୍ଚ୍ଚ ମାସରେ ସର୍ବନିମ୍ନ ଅବଶେଷର ପରିମାଣ 5500 ଟଙ୍କା ।
ମୂଳଧନ (P) = 5500 ଟଙ୍କା, ସମୟ (T) = \(\frac{1}{12}\) ବର୍ଷ, ହାର (R) = 5%
ସୁଧର ପରିମାଣ = \(\frac{\mathrm{PRT}}{100}=\frac{5500 \times 5 \times \frac{1}{12}}{100}=6 \cdot \frac{275}{12}\) = ଟ. 22.92

(iii) ଆମେ ଜାଣିଛୁ, ପ୍ରତି ମାସର 10 ତାରିଖରୁ ସେହି ମାସର ଶେଷ ତାରିଖ ପର୍ଯ୍ୟନ୍ତ ଆକାଉଣ୍ଟରେ ଥିବା ଟଙ୍କା ଉପରେ ସୁଧ ହିସାବ କରାଯାଏ ।
ନମ୍ରତା ଅପ୍ରେଲ 21 ତାରିଖରେ ଆକାଉଣ୍ଟ୍ ବନ୍ଦ କରିଥିବାରୁ ଅପ୍ରେଲ୍ ମାସର ସୁଧ ହିସାବ କରାଯିବ ନାହିଁ । ଅର୍ଥାତ୍ ଆକାଉଣ୍ଟ୍ ବନ୍ଦକଲେ ମାର୍ଚ୍ଚ ମାସର ସୁଧ = ଟ. 22.92

Question 6.
ହରିର ଏକ ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ ଅଛି । 1998 ମସିହା ପାଇଁ ପାସ୍‌ବୁକ୍‌ରେ ଥ‌ିବା ଟଙ୍କାର ବିଶଦ ବିବରଣୀ ନିମ୍ନରେ ଦିଆଯାଇଛି । ଯଦି ଡିସେମ୍ବର ମାସ ଶେଷରେ ବର୍ଷକୁ ଥରେମାତ୍ର 5% ସୁଧରେ ସୁଧ ହିସାବ କରାଯାଏ ; ତେବେ ହରି 1998 ମସିହା ପାଇଁ କେତେ ସୁଧ ପାଇଲେ, ହିସାବ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 2
ସମାଧାନ :
ଜାନୁୟାରୀ ମାସରୁ ଡିସେମ୍ବର ମାସ ପାଇଁ ସର୍ବନିମ୍ନ ଅବଶେଷ ଏହିପରି ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 3
ଏଠାରେ ମୂଳଧନ (P) = 30,400 ଟଙ୍କା, ସୁଧର ହାର (R) = 5%, ସମୟ (T) = 1 ମାସ = \(\frac{1}{12}\) ବର୍ଷ |
ନିଶ୍ଚେୟ ସୁଧ (I) = \(\frac{PRT}{100}=\frac{30,400 × 5 × 1}{100 × 12}\) = ଟ. 126.67
ହରି 1998 ମସିହା ପାଇଁ ଟ. 126.67 ସୁଧ ପାଇଲେ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e)

Question 7.
ତୁମେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ 500 ଟଙ୍କା ଦେଇ ଜାନୁୟାରୀ 5 ତାରିଖରେ ଏକ ସଞ୍ଚୟ ଆକାଉଣ୍ଟ ଖୋଲିଲ । ଜାନୁୟାରୀ 12 ତାରିଖରେ ଆଉ 1000 ଟଙ୍କା ଜମାଦେଲ । ଜାନୁଆରୀ 27 ତାରିଖରେ ଚେକ୍‌ଟିଏ ଦେଇ 300 ଟଙ୍କା ଉଠାଇଲ । ଫେବୃୟାରୀ 10 ତାରିଖରେ 700 ଟଙ୍କା ଜମାଦେଲ । ମାର୍ଚ୍ଚ 5 ତାରିଖରେ 200 ଟଙ୍କା ଉଠାଇବା ଫର୍ମ ଦେଇ ଟଙ୍କା ଉଠାଇଲ ।
(i) ଉପରୋକ୍ତ ବିଶଦ ବିବରଣୀ କିପରି ପାସ୍‌ବୁକ୍‌ରେ ଲେଖାଯିବ,
(ii) ଯଦି ବାର୍ଷିକ ସୁଧର ହାର 5% ହୋଇଥାଏ; ତେବେ ମାର୍ଚ୍ଚ ମାସ ଶେଷରେ ତୁମେ କେତେ ଟଙ୍କା ସୁଧ ପାଇବ ?
ସମାଧାନ :
(i)
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 4
ସମୁଦାୟ ଟଙ୍କାର ପରିମାଣ, (ଯାହା ଉପରେ ସୁଧ ହିସାର ହେବ)
= 500+ 1900 + 1700 = 4100 ଟଙ୍କା
ମୂଳଧନ (P) = 4100 ଟଙ୍କା, ସମୟ (T)= 1 ମାସ = \(\frac{1}{12}\) ବର୍ଷ
ଏବଂ ସୁଧର ହାର (R) = 5%
ସୁଧ = \(\frac{PRT}{100}=\frac{4100×5×1}{12 × 100}\) = ଟ. 17.08
ସୁଧ ପରିମାଣ ଟ 17.08 ।

Question 8.
ସଲିମ୍ବର ଏକ ସଞ୍ଚୟ ବ୍ୟାଙ୍କ୍ ଆକାଉଣ୍ଟ ଅଛି । ପାସ୍‌ବୁକ୍‌ର ଗୋଟିଏ ପୃଷ୍ଠାର ନକଲ ନିମ୍ନରେ ଦିଆଯାଇଛି । ଯଦି ଡିସେମ୍ବର ମାସ ଶେଷରେ ବର୍ଷକୁ ଥରେମାତ୍ର 5% ସୁଧରେ ସୁଧ ହିସାବ କରାଯାଏ; ତେବେ ସଲିମ୍ 2001 ମସିହା ପାଇଁ କେତେ ସୁଧ ପାଇଥବ, ହିସାବ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 5
ସମାଧାନ :
ଜାନୁୟାରୀ ମାସଠାରୁ ଡିସେମ୍ବର ମାସପାଇଁ ସର୍ବନିମ୍ନ ଅବଶେଷ ଟଙ୍କା ଏହିପରି :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 6
ମୂଳଧନ (P) = ଟ. 34,700.00
ସୁଧର ହାର (R) = 5%, ସମୟ (T) = 1 ମାସ = \(\frac{1}{12}\) ବର୍ଷ;
ନିର୍ଦେୟ ସୁଧ = \(\frac{PRT}{100}=\frac{34700×5×1}{12 × 100}\) = ଟ. 144.58

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e)

Question 9.
ଗୋଟିଏ ସଞ୍ଚୟ ପାସ୍‌ବୁକ୍‌ର ଏକ ପୃଷ୍ଠାର ନକଲ ଦିଆଯାଇଛି । ଯଦି ଫେବୃୟାରୀ ମାସଠାରୁ ଜୁଲାଇ ମାସ ମଧ୍ୟରେ ବ୍ୟକ୍ତିଜଣକ 111.45 ଟଙ୍କା ସୁଧ ପାଇଥା’ନ୍ତି; ତେବେ ଶତକଡ଼ା ସୁଧର ହାର ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 7
ସମାଧାନ :
ଫେବୃୟାରୀ ମାସରୁ ଜୁଲାଇ ମାସ ପର୍ଯ୍ୟନ୍ତ ସର୍ବନିମ୍ନ ଅବଶେଷ ଟଙ୍କା ଏହିପରି :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 8
ଏଠାରେ ମୂଳଧନ (P) = ଟ. 29,714.00, ସମୟ (T) = 1 ମାସ = \(\frac{1}{12}\) ବର୍ଷ;
ମନେକର ସୁଧର ହାର = R%
ସୁଧ = \(\frac{PRT}{100}\) ⇒ 111.45 = \(\frac{29714×R×1}{12×100}\)
⇒ R = \(\frac{111.45×100×12}{29714}\) = 4.5%
ନିର୍ମେୟ ସୁଧର ହାର 4.5% ।

Question 10.
କୁଦୀପ୍‌ଙ୍କର ସଞ୍ଚୟ ପାସବୁକ୍‌ର ଏକ ପୃଷ୍ଠାର ନକଲ ନିମ୍ନରେ ଦିଆଯାଇଛି । 6% ହାରରେ ଜାନୁୟାରୀରୁ ଡିସେମ୍ବର 2000 ପର୍ଯ୍ୟନ୍ତ ସୁଧ ହିସାବ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 9
ସମାଧାନ :
ଜାନୁୟାରୀ ମାସଠାରୁ ଡିସେମ୍ବର ମାସପାଇଁ ସର୍ବନିମ୍ନ ଅବଶେଷ ଟଙ୍କା ଏହିପରି :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 10
ମୂଳଧନ (P) = ଟ. 58,600.00, ସୁଧର ହାର(R) = 6%, ସମୟ (T) = 1 ମାସ = \(\frac{1}{12}\) ବର୍ଷ;
∴ ନିଶ୍ଚେୟ ସୁଧ = \(\frac{PRT}{100}=\frac{58600×6×1}{12×100}\) = ଟ. 293.00 ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e)

Question 11.
ମାନସର ସଂଚୟ ପାସ୍‌ବୁକ୍‌ର ନକଲ ନିମ୍ନରେ ଦିଆଯାଇଛି । 2007 ମସିହା ଜାନୁୟାରୀ ମାସଠାରୁ 2007 ଜୁନ୍ ମାସ ପର୍ଯ୍ୟନ୍ତ 4% ସୁଧ ହାରରେ ସୁଧ ହିସାବ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 11
ସମାଧାନ :
ମାନସର 2007 ଜାନୁୟାରୀରୁ 2007 ଜୁନ ପର୍ଯ୍ୟନ୍ତ ସର୍ବନିମ୍ନ ଅବଶେଷ ଟଙ୍କା ଏହିପରି :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 12
ଏଠାରେ ମୂଳଧନ (P) = 12740.00, ସୁଧର ହାର (R) = 4% ଓ ସମୟ = (T) = 1 ମାସ = \(\frac{1}{12}\) ବର୍ଷ
ସୁଧ (I) = \(\frac{PRT}{100}=\frac{12740×4×1}{12×100}\) = ଟ. 42.47 ।
2007 ମସିହା ଜୁନ୍ ମାସ ପର୍ଯ୍ୟନ୍ତ 4% ସୁଧ ହାରରେ ଟ. 42.47 ସୁଧ ମିଳିବ ।

Question 12.
ସୌମ୍ୟରଂଜନର ସଂଚୟ ପାସ୍‌ବୁକ୍‌ର ଏକ ପୃଷ୍ଠାର ନକଲ ନିମ୍ନରେ ଦିଆଯାଇଛି । 25.7.2004 ରେ ଆକାଉଣ୍ଟ ରଦ୍ଦ କରି ଟ.6042.45 ପାଇଥିଲା; ତେବେ ଶତକଡ଼ା ସୁଧର ହାର କେତେ ଥିଲା ସ୍ଥିର କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 13
ସମାଧାନ :
ସୌମ୍ୟରଞ୍ଜନ 2004 ଜାନୁୟାରୀଠାରୁ ଜୁଲାଇ ପର୍ଯ୍ୟନ୍ତ ସର୍ବନିମ୍ନ ଅବଶେଷ ଏହିପରି :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(e) - 14
ସୁଧ (I) = ଟ. 6042.45 – ଟ. 5842.65 = ଟ. 199.80
ମୂଳଧନ (P) = ଟ. 39,960.00, ସମୟ (T) = 1 ମାସ = \(\frac{1}{12}\) ବର୍ଷ |
ମନେକର ସୁଧର ହାର R%
I = \(\frac{PRT}{100}=\frac{39,960×R×1}{1200}\) ⇒ R = \(\frac{199.80×1200}{39,960}\) = 6%
∴ ଶତକଡ଼ା ସୁଧର ହାର 6% ଥିଲା ।

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Odisha State Board BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 1.
ନିମ୍ନସ୍ଥ ଶୂନ୍ୟସ୍ଥାନଗୁଡ଼ିକୁ ପୂରଣ କର ।
(a) ଲେଖଚିତ୍ରର ଆନୁଭୂମିକ ଅକ୍ଷକୁ ________ କୁହାଯାଏ ।
(b) ଲେଖଚିତ୍ରର ଭୂଲମ୍ବ ଅକ୍ଷକୁ ________ କୁହାଯାଏ ।
(c) ମୂଳବିନ୍ଦୁର ସ୍ଥାନାଙ୍କ ________ |
(d) (0,5) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଟି ________ ଅକ୍ଷ ଉପରେ ଅବସ୍ଥାନ କରିବ ।
(e) (3,0) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଟି ________ ଅକ୍ଷ ଉପରେ ଅବସ୍ଥାନ କରିବ ।
(f) X- ଅକ୍ଷରେ ଅବସ୍ଥାନ କରୁଥିବା ଗୋଟିଏ ବିନ୍ଦୁର Y- ସ୍ଥାନାଙ୍କ ________ |
(g) Y- ଅକ୍ଷରେ ଅବସ୍ଥାନ କରୁଥିବା ଗୋଟିଏ ବିନ୍ଦୁର X- ସ୍ଥାନାଙ୍କ ________ |
(h) (3, 4) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର ଭୁଜ ________ |
(i) (0, 1) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର କୋଟି ________ |
(j) A(3,2), B(0,2), C(3,0) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁର ଭୁଜ ________ X-ଅକ୍ଷରେ ଅବସ୍ଥାନ କରିବ ।
Solution:
(a) X-ଅକ୍ଷ
(b) Y-ଅକ୍ଷ
(c) (0,0)
(d) Y-ଅକ୍ଷ
(e) X-ଅକ୍ଷ
(f) 0
(g) 0
(h) 3
(i) 1
(j) C (3,0)

Question 2.
ଦର ସ୍ଥାନାକ ବିଶିଷ୍ଟ ଦିନ୍ଦୁମାନକ ଏକ କେଖ କାଶଳରେ ଚିନଟ କର |
A(3, 0), B(5, 2), C(1, 4), D(0, 6) 16° E(2, 2)
ସମାଧାନ :
BSE Odisha 8th Class Maths Solutions Algebra Chapter 10 Img 19

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 3.
ଜିମ୍ନଲିଖର ପ୍ରେତ୍ରରେ କର ମାନ।କବିଶିକ୍ଷ୍ମ ଲେଖା କାଗ ଏବଂ ବିନ୍ଦୁଣୁଡିକୁ ତୁଲାଇ ସାହାଯ୍ୟରେ ସୋଇ କର |
(a) (1,1), (2,2), (3,3) ଏବଂ (4,4)
(b) (2,0), (5,0), (1,0) ଏବଂ (3,0)
(c) (0,2), (0,4), (0,3) ଏବଂ (0,5)
Solution:
BSE Odisha 8th Class Maths Solutions Algebra Chapter 10 Img 20
BSE Odisha 8th Class Maths Solutions Algebra Chapter 10 Img 21
BSE Odisha 8th Class Maths Solutions Algebra Chapter 10 Img 22

Question 4.
(a) X-ଅକ୍ଷ ସହ ସମାନ୍ତର କରି ଏକ ରେଖା ଅଙ୍କନ କର ଏବଂ ଏହା ଉପରିସ୍ଥ ଯେ କୌଣସି ପାଞ୍ଚଗୋଟି ବିନ୍ଦୁ ଚିହ୍ନଟ କରି ସେଗୁଡ଼ିକର ସ୍ଥାନଙ୍କ ଲେଖ । ସେ ସ୍ଥାନାଙ୍କଗୁଡ଼ିକରେ କେଉଁ ସାଧାରଣ ଧର୍ମ ପରିଲକ୍ଷିତ ହେଉଛି ଲେଖ ।
(b) Y-ଅକ୍ଷ ସହ ସମାନ୍ତର କରି ଏକ ରେଖା ଅଙ୍କନ କର ଏବଂ ଏହା ଉପରିସ୍ଥ ଯେ କୌଣସି ପାଞ୍ଚଗୋଟି ବିନ୍ଦୁ ଚିହ୍ନଟ କରି ସେଗୁଡ଼ିକର ସ୍ଥାନଙ୍କ ଲେଖ । ସେ ସ୍ଥାନାଙ୍କଗୁଡ଼ିକରେ କେଉଁ ସାଧାରଣ ଧର୍ମ ପରିଲକ୍ଷିତ ହେଉଛି ଲେଖ ।
Solution:
BSE Odisha 8th Class Maths Solutions Algebra Chapter 10 Img 23
A (0, 3), B (1, 3), C (2, 3), D (3, 3), ଓ E (4, 3)
X-ଅକ୍ଷ ସହ ସମାନ୍ତରଭାବେ ଅଙ୍କିତ ସରଳରେଖା ଉପରିସ୍ଥ ସମସ୍ତ ବିନ୍ଦୁମାନଙ୍କର Y ସ୍ଥାନାଙ୍କ ସହ ସମାନ ।

BSE Odisha 8th Class Maths Solutions Algebra Chapter 10 Img 24
A(4, 0), B (4, 1), C (4, 2), D (4, 3) E (4, 4)
Y-ଅକ୍ଷ ସହ ସମାନ୍ତରଭାବେ ଅଙ୍କିତ ସରଳରେଖା ଉପରିସ୍ଥ ସମସ୍ତ ବିନ୍ଦୁମାନଙ୍କର X-ସ୍ଥାନାଙ୍କ ସହ ସମାନ ।

Question 5.
ନିମ୍ନରେ କେତେଗୁଡ଼ିଏ ବର୍ଗଚିତ୍ରର ବାହୁର ଦୈର୍ଘ୍ୟ ଦିଆଯାଇଛି । ସେଗୁଡ଼ିକର ପରିସୀମା ସ୍ଥିର କର । ବର୍ଗଚିତ୍ରର ବାହୁର ଦୈର୍ଘ୍ୟ ଓ ସଂପୃକ୍ତ ପରିସୀମାକୁ ଯଥାକ୍ରମେ X ସ୍ଥାନାଙ୍କ ଓ Y ସ୍ଥାନାଙ୍କ ରୂପେ ନେଇ ଲେଖ-କାଗଜରେ ବିନ୍ଦୁଗୁଡ଼ିକର ସଂସ୍ଥାପନ କର ଏବଂ ସେଗୁଡ଼ିକୁ ରୁଲାର୍ ସାହାଯ୍ୟରେ ଯୋଗ କରି ଦେଖ ଯେ, ବିନ୍ଦୁଗୁଡ଼ିକ ଏକ ରେଖା ଉପରେ ଅବସ୍ଥାନ କରିବେ ।
ବାହୁର ଦୈର୍ଘ୍ୟ : 2 ସେ.ମି., 3 ସେ.ମି., 4 ସେ.ମି. ଏବଂ 5 ସେ.ମି. |
Solution:
∴ ବର୍ଗଚିତ୍ରର ପରିସୀମା = 4 × ବାହୁର ଦୈର୍ଘ୍ୟ
BSE Odisha 8th Class Maths Solutions Algebra Chapter 10 Img 25
ବିନ୍ଦୁଗୁଡ଼ିକର ଉପରେ A(2, 8), B(3, 12), C(4, 16), D (5, 20) |
BSE Odisha 8th Class Maths Solutions Algebra Chapter 10 Img 26

Question 6.
ନିମ୍ନ ସାରଣୀଟି 3 ର ଗୁଣିତକମାନଙ୍କୁ ଦର୍ଶାଏ ।
BSE Odisha 8th Class Maths Solutions Algebra Chapter 10 Img 27
(1, 3), (2, 6), (3, 9) ସ୍ଥାନାଙ୍କବିଶିଷ୍ଟ ବିନ୍ଦୁଗୁଡ଼ିକୁ ଲେଖକାଗଜରେ ଚିହ୍ନଟ କରି ସେଗୁଡ଼ିକୁ ରୁଲାର୍ ସାହାଯ୍ୟରେ ଯୋଗ କର । ଦର୍ଶାଅ ଯେ, ଚିହ୍ନିତ ପ୍ରତ୍ୟେକ ବିନ୍ଦୁ ଏକରେଖୀୟ ହେବେ ।
Solution:
BSE Odisha 8th Class Maths Solutions Algebra Chapter 10 Img 28
∴ A (1, 3), B (2, 6) ଓ C (5, 15) ଦିନ୍ଦୁତ୍ରୟ ଏକ ଲେଖାଯା |

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(b)

Question 7.
ଗୋଟିଏ ଲୁହାକୁ ଉତ୍ତପ୍ତ କରାଗଲା । ନିମ୍ନ ସାରଣୀରେ ସମୟ ବ୍ୟବଧାନ ଏବଂ ତାପମାତ୍ରାକୁ ଲିପିବଦ୍ଧ କରାଯାଇଛି । (ସମୟ, ତାପମାତ୍ରା) ଆଧାରରେ ବିନ୍ଦୁଗୁଡ଼ିକୁ ଲେଖକାଗଜରେ ଚିହ୍ନଟ କରି ଦର୍ଶାଅ ଯେ, ଏହା ଏକ ସରଳରେଖୀୟ ଲେଖଚିତ୍ର ।
BSE Odisha 8th Class Maths Solutions Algebra Chapter 10 Img 29
ଲେଖଚିତ୍ରଟି ଅଙ୍କନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
(a) t = 0 ସମୟରେ ତାପମାତ୍ରା କେତେ ଥିଲା ?
(b) t = 6 ସମୟରେ ତାପମାତ୍ରା କେତେ ଥିଲା ?
Solution:
BSE Odisha 8th Class Maths Solutions Algebra Chapter 10 Img 30
A (2, 9), B (5, 25), C (7, 29) ଓ D (12, 39) ଦିନ୍ଦୁତ୍ରୟ ଏକ ଲେଖାଯା |
(a) t = 0 ସମୟରେ ତାପମାତ୍ରା ଥିଲା 15° C |
(b) t = 6 ସମୟରେ ତାପମାତ୍ରା ଥିଲା 27° C |

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(a)

Odisha State Board BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(a) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(a)

Question 1.
ଜଣେ ଡାକ୍ତରଙ୍କ ଦ୍ଵାରା ସପ୍ତାହର ବିଭିନ୍ନ ଦିନରେ ପରୀକ୍ଷା କରିଥିବା ରୋଗୀ ସଂଖ୍ୟାକୁ ଏକ ସାରଣୀରେ ଦିଆଯାଇଛି । ସାରଣୀରେ ଦତ୍ତ ତଥ୍ୟକୁ ନେଇ ଏକ ସ୍ତମ୍ଭ ଲେଖ ଅଙ୍କନ କର ।
BSE Odisha 8th Class Maths Solutions Algebra Chapter 10 Img 1
Solution:
BSE Odisha 8th Class Maths Solutions Algebra Chapter 10 Img 2

Question 2.
ଜଣେ ବ୍ୟକ୍ତିଙ୍କର ମାସିକ ବେତନ ଟ.6400 ସୋମ ମଙ୍ଗଳ ପାଇଁ ଚାହିଁଲେ । ତଥ୍ୟକୁ ନିମ୍ନ ସାରଣୀରେ ଦିଆଯାଇଛି । ଉକ୍ତ ତଥ୍ୟ ସମୂହକୁ ବ୍ୟବହାର କରି ଏକ ସ୍ତମ୍ଭ ଲେଖ ଅଙ୍କନ କର ।
Solution:
ପ୍ରଶ୍ନଟି ଅସଂପୂର୍ଣ୍ଣ ଅଛି ।

Question 3.
ଗୋଟିଏ ଗ୍ରାମର ବିଭିନ୍ନ ଉପାୟ (ମାଧ୍ୟମ) ଅବଲମ୍ବନରେ ସ୍କୁଲ୍ ଯାଉଥ‌ିବା ପୁଅ ଓ ଝିଅ ସଂଖ୍ୟାକୁ ନିମ୍ନ ସାରଣୀରେ ଦିଆଯାଇଛି । ଏହାକୁ ବ୍ୟବହାର କରି ଗୋଟିଏ ଦ୍ବି-ସ୍ତମ୍ଭ ଲେଖ ଅଙ୍କନ କର ।
BSE Odisha 8th Class Maths Solutions Algebra Chapter 10 Img 3
Solution:
BSE Odisha 8th Class Maths Solutions Algebra Chapter 10 Img 4

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(a)

Question 4.
ପାର୍ଶ୍ୱସ୍ଥ ସ୍ତମ୍ଭ ଲେଖ ଦ୍ଵାରା ଗୋଟିଏ ସହରର ବିଭିନ୍ନ ସମୟରେ ତାପମାତ୍ରା କେତେ ଥିଲା ଦର୍ଶାଯାଇଛି । ଲେଖଟିକୁ ଅନୁଦାନ କମ୍ ପ୍ରଶ୍ନଗୁଡିକର ରକ୍ତର ଦିଅ |
BSE Odisha 8th Class Maths Solutions Algebra Chapter 10 Img 5
(a) ଦିନର କେଉଁ ସମୟରେ ତାପମାତ୍ରା ସର୍ବନିମ୍ନ ଥିଲା ?
(b) ଦିନର କେଉଁ ସମୟରେ ତାପମାତ୍ରା ସର୍ବନିମ୍ନ ଥିଲା ?
(c) 45°C ତାପମାତ୍ରା ଦିନର କେଉଁ ସମୟରେ ଥିଲା ?
(d) ସର୍ବାଧ‌ିକ ତାପମାତ୍ରା ଏବଂ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ଅନ୍ତର କେତେ ?
(e) ଅପରାହ୍ନ ଗୋଟାଏ ବେଳେ ଦିନର ତାପମାତ୍ରା କେତେ ଥିଲା ?
Solution:
(a) 7 A.M. ରେ ସର୍ବାଧ‌ିକ ତାପମାତ୍ରା ଥିଲା ।
(b) 5 A.M. ରେ ତାପମାତ୍ରା ସର୍ବନିମ୍ନ ଥିଲା ।
(c) 5 A.M. ରେ 45°C ତାପମାତ୍ରା ଥିଲା ।
(d) ସର୍ବାଧ‌ିକ ତାପମାତ୍ରା ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ଅନ୍ତର 20°C ଥିଲା ।
(e) ଅପରାହ୍ନ 1 ଟାବେଳେ ଦିନର ତାପମାତ୍ରା 64°C ଥିଲା ।

Question 5.
ନିମ୍ନ ବାରମ୍ବାରତା– ବିବରଣ ସାରଣୀକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ । ଉକ୍ତ ସାରଣୀରେ 40 ଜଣ ବ୍ୟକ୍ତିଙ୍କର ଓଜନ (କିଲୋଗ୍ରାମ୍‌ରେ) ଦିଆଯାଇଛି ।
BSE Odisha 8th Class Maths Solutions Algebra Chapter 10 Img 6
(a) ପ୍ରଥମ ସଂଭାଗର ନିମ୍ନ ସୀମା ଏବଂ ଉଚ୍ଚ ସୀମା କେତେ ?
(b) କେଉଁ ସଂଭାଗର ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ସର୍ବାଧ‌ିକ ?
(c) 50 କି.ଗ୍ରା.ରୁ କମ୍ ଓଜନ ବିଶିଷ୍ଟ ବ୍ୟକ୍ତି ସଂଖ୍ୟା କେତେ ?
(d) କେଉଁ ସଂଭାଗର ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ସର୍ବନିମ୍ନ ?
(e) ଦତ୍ତ ସଂଭାଗୀକରଣରେ ତଥ୍ୟାବଳୀର ବିସ୍ତାର କେତେ ?
Solution:
(a) ପ୍ରଥମ ସଂଭାଗର ନିମ୍ନ ସୀମା 40 ଓ ଉଚ୍ଚ ସୀମା 45 |
(b) 50-55 ସଂଭାଗର ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ସର୍ବାଧିକ |
(c) 50 କି.ଗ୍ରା.ରୁ କମ୍ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ସଂଖ୍ୟା 16 |
(d) 40-45 ସଂଭାଗର ଅନ୍ତର୍ଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ସର୍ବନିମ୍ନ ।
(e) ଦତ୍ତ ସଂଭାଗୀକରଣରେ ତଥ୍ୟାବଳୀର ବିସ୍ତାର 5 |

Question 6.
ଦତ୍ତ ତଥ୍ୟାବଳୀର ଏକ ହିଷ୍ଟୋଗ୍ରାମ୍ ଅଙ୍କନ କର । ଏଠାରେ 25 ଜଣ ପିଲାଙ୍କର ଗୋଟିଏ ପରୀକ୍ଷାରେ ରଖୁଥ‌ିବା ନତ୍ମରକୁ ସାରଣୀରେ ଦିଥାଯାକନ୍ଥି |
BSE Odisha 8th Class Maths Solutions Algebra Chapter 10 Img 7
Solution:
BSE Odisha 8th Class Maths Solutions Algebra Chapter 10 Img 8

Question 7.
ଗୋଟିଏ ସ୍କୁଲ୍‌ର VII ରୁ X ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ର ସଂଖ୍ୟାର ସମଷ୍ଟି 720 | ପାଣମୃ ହତଲେଖକ୍ତ ଥନୁଧାନ କରି ନିମ୍ନ ପ୍ରଶଣ୍ଣତିକର ଉଲ୍ଲେ ଦିଅ |
BSE Odisha 8th Class Maths Solutions Algebra Chapter 10 Img 9
(a) X ଶ୍ରେଣୀରେ ଛାତ୍ର ସଂଖ୍ୟା କେତେ ?
(b) X ଶ୍ରେଣୀର ଛାତ୍ର ସଂଖ୍ୟା VIII ଶ୍ରେଣୀର ଛାତ୍ର ସଂଖ୍ୟାଠାରୁ କେତେ କମ୍ ?
(c) IX ଏବଂ X ଶ୍ରେଣୀର ଛାତ୍ର ସଂଖ୍ୟାର ଅନୁପାତ କେତେ ?
(d) VII ଶ୍ରେଣୀର ଛାତ୍ର ସଂଖ୍ୟା IX ଶ୍ରେଣୀର ଛାତ୍ରସଂଖ୍ୟାଠାରୁ କେତେ ଅଧ୍ଵକ ?
Solution:
ଆନୁପାତିକ ସ୍ଥିରାଙ୍କ = \(\frac { 720 }{ 360 }\) = 2 |
(a) X ଶ୍ରେଣୀରେ ଛାତ୍ରସଂଖ୍ୟା = 60 × 2 = 120 |
(b) X ଶ୍ରେଣୀର ଛାତ୍ର ସଂଖ୍ୟା VIII ଶ୍ରେଣୀର ଛାତ୍ରସଂଖ୍ୟାଠାରୁ (105 – 60) × 2 = 90 କମ୍ ।
(c) IX ଓ X ଶ୍ରେଣୀର ଛାତ୍ରସଂଖ୍ୟାର ଅନୁପାତ = 75 : 60 = 5 : 4 |
(d) VII ଶ୍ରେଣୀର ଛାତ୍ରସଂଖ୍ୟା IX ଶ୍ରେଣୀର ଛାତ୍ରସଂଖ୍ୟାଠାରୁ (120 – 75) × 2 = 90 ଅଧ୍ଵ ।

Question 8.
ସମୁଦାୟ 1080 ଜଣ ବ୍ୟକ୍ତିଙ୍କ ମଧ୍ୟରୁ ସେମାନଙ୍କର ଖାଦ୍ୟରୁଚିକୁ ଦୃଷ୍ଟିରେରଖ୍ ଗୋଟିଏ ବୃତ୍ତଲେଖ ଅଙ୍କନ କରାଯାଇଛି । ପାର୍ଶ୍ଵସ୍ଥ ବୃତ୍ତ ଲେଖକୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଦାନ କର ।
(a) କେତେ ଜଣ ବ୍ୟକ୍ତି ପରଟା ଏବଂ କେତେ ଜଣ ବ୍ୟକ୍ତି ରୁଟିକୁ ପସନ୍ଦକରନ୍ତି ?
(b) କେତେ ଜଣ ବ୍ୟକ୍ତି ପରଟା ଏବଂ ରୁଟିକୁ ପସନ୍ଦକରନ୍ତି ?
(c) ଅଧ୍ଵ କେତେଜଣ ବ୍ୟକ୍ତି ଦୋସା ଅପେକ୍ଷା ରୁଟିକୁ ପସନ୍ଦକରନ୍ତି ?
(d) ପରଟାକୁ ପସନ୍ଦକରୁଥିବା ବ୍ୟକ୍ତି ସଂଖ୍ୟା, ପିଜାକୁ ପସନ୍ଦ କରୁଥି ବ୍ୟକ୍ତି ସଂଖ୍ୟାଠାରୁ କେତେ ଅଧିକ ?
BSE Odisha 8th Class Maths Solutions Algebra Chapter 10 Img 10
Solution:
(a) ପରଟାକୁ ପସନ୍ଦକରନ୍ତି 90 × 3 = 270 ଜଣ । ରୁଟିକୁ ପସନ୍ଦକରନ୍ତି 120 × 3 = 360 ଜଣ
(b) ଚାଉମିନ୍‌କୁ ପସନ୍ଦକରନ୍ତି 45 × 3 = 135 ଜଣ । ପିଜାକୁ ପସନ୍ଦକରନ୍ତି 45 x 3 = 135 ଜଣ
(c) ଦୋସା ଅପେକ୍ଷା ରୁଟିକୁ ପସନ୍ଦକରନ୍ତି (120 – 60) × 3 = 180 ଜଣ ଅଧ୍ଵ ।
(d) ପରଟାକୁ ପସନ୍ଦକରୁଥିବା ବ୍ୟକ୍ତିସଂଖ୍ୟା, ପିଜାକୁ ପସନ୍ଦକରୁଥିବା ବ୍ୟକ୍ତିସଂଖ୍ୟାଠାରୁ (90 – 45) × 3 = 135 ଜଣ ଅଧ୍ଵ ।

BSE Odisha 8th Class Maths Solutions Algebra Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର Ex 10(a)

Question 9.
ଗୋଟିଏ ସ୍କୁଲ୍‌ରେ ନିମ୍ନଲିଖ୍ ଭାଷାକୁ ପ୍ରଥମ ଭାଷା ରୂପେ ଗ୍ରହଣକରିଥିବା ଛାତ୍ର ସଂଖ୍ୟା ଦିଆଯାଇଛି । ଉକ୍ତ ତଥ୍ୟାବଳୀକୁ ବ୍ୟବହାର କରି ଗୋଟିଏ ବୃତ୍ତଲେଖ ଅଙ୍କନ କର ।
BSE Odisha 8th Class Maths Solutions Algebra Chapter 10 Img 11
Solution:
ମୋଟ ନ୍ଥତ୍ରଫଖ୍ୟା = 50 + 20 + 80 + 18 + 12 = 180
BSE Odisha 8th Class Maths Solutions Algebra Chapter 10 Img 12
ବୃତ୍ତ ଲେଖ ଅଙ୍କନ :
(i) 3 ସେ.ମି. କିମ୍ବା 4 ସେ.ମି. ବ୍ୟାସାର୍ଦ୍ଧବିଶିଷ୍ଟ ବୃତ୍ତ ଅଙ୍କନ କରି ନିଶ୍ଚିତ ବୃତ୍ତକଳାର କେନ୍ଦ୍ରୀୟ କୋଣମାନ ଅଙ୍କନ କରାଯାଏ ।
(ii) ଏହାଦ୍ଵାରା ପ୍ରତ୍ୟେକ ଲବ୍‌ଧାଙ୍କ ଲାଗି ବୃତ୍ତରେ ଗୋଟିଏ ବୃତ୍ତକଳା ମିଳେ ।
BSE Odisha 8th Class Maths Solutions Algebra Chapter 10 Img 13

Question 10.
ସାରଣୀରେ ଥିବା ତଥ୍ୟାବଳୀକୁ ନେଇ ଗୋଟିଏ ହିଷ୍ଟୋଗ୍ରାମ୍ ଅଙ୍କନ କର ।
BSE Odisha 8th Class Maths Solutions Algebra Chapter 10 Img 14
Solution:
BSE Odisha 8th Class Maths Solutions Algebra Chapter 10 Img 15

Question 11.
40 ଟି ଘରର ଇଲେକ୍‌ଟ୍ରିକ୍ ବିଲ୍‌ ଆସିଛି । ବିଲ୍‌ରେ ଲିପିବଦ୍ଧ ଟଙ୍କାକୁ ନିମ୍ନରେ ଦର୍ଶାଯାଇଛି । ଉକ୍ତ ତଥ୍ୟାବଳୀର ଆଧାରରେ ଗୋଟିଏ ଭାଗ ବିଭକ୍ତ ବାରମ୍ବାରତା ବଣ୍ଟନ ସାରଣୀ ପ୍ରସ୍ତୁତ କର । ( ସଂଭାଗର ବିସ୍ତାର 10 ହେବ) (ଆବଶ୍ୟକ ହେଲେ ଟାଲି ଚିହ୍ନ ବ୍ୟବହାର କରିପାର)
78, 87, 81, 52, 59, 65, 101, 108, 115, 95, 98, 65, 62, 121, 128, 63, 76, 84, 75, 105, 78, 72, 89, 91, 65, 101, 95, 81 107, 116, 127, 100, 80, 87, 105, 129, 92, 82, 61, 118
Solution:
ସର୍ବନିମ୍ନ ଲବ୍ଧଙ୍କ 52 ଓ ସର୍ବୋଚ୍ଚ ଲବ୍ଧଙ୍କ 129 ।
ବଣ୍ଟନ = 129 – 52 + 1 = 77 + 1 = 78
BSE Odisha 8th Class Maths Solutions Algebra Chapter 10 Img 16

Question 12.
ଦତ୍ତ ତଥ୍ୟାବଳୀର 0-5, 5-10,… ପ୍ରଭୃତି ସଂଭାଗୀକରଣ ଥାଇ ଏକ ବାରମ୍ବାରତା ବଣ୍ଟନ ସାରଣୀ ପ୍ରସ୍ତୁତ କର । ତତ୍ପରେ ଏହାକୁ ନେଇ ଏକ ହିଷ୍ଟୋଗ୍ରାମ୍ ଅଙ୍କନ କର ।
13, 6, 12, 9, 11, 14, 2, 8, 18 16, 9, 13, 17, 11, 19, 6, 7, 12, 22, 21, 18, 1, 8, 12, 18, 13, 5, 10, 12, 4
BSE Odisha 8th Class Maths Solutions Algebra Chapter 10 Img 17
Solution:
BSE Odisha 8th Class Maths Solutions Algebra Chapter 10 Img 18

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(c)

Odisha State Board BSE Odisha 8th Class Maths Solutions Algebra Chapter 9 ଚଳନ Ex 9(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 9 ଚଳନ Ex 9(c)

Question 1.
5 ଜଣ ଶ୍ରମିକ 8 ଦିନରେ 1600 ଟଙ୍କା ରୋଜଗାର କରନ୍ତି; ତେବେ 8 ଜଣ ଶ୍ରମିକ କେତେ ଦିନରେ 2000 ଟଙ୍କା ରୋଜଗାର କରିବେ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 25
ଏଠାରେ ପାରିଶ୍ରମିକର ପରିମାଣ ସ୍ଥିର ରହିଲେ, ଦିନ ସଂଖ୍ୟା ପ୍ରତିଲେ।ମା ଚଳନର ଅନ୍ତର୍ଭୁକ୍ତ, ହେବେ । ଅର୍ଥାତ୍‌ y ∝ \(\frac { 1 }{ x }\) (z ସ୍ଥିର) …(i)
ଶ୍ରମିକ ସଂଖ୍ୟା ସ୍ଥିର ରହିଲେ, ଦିନ ସଂଖ୍ୟା ଓ ପାରିଶ୍ରମିକର ପରିମାଣ ସଳଖ ଚଳନର ଅନ୍ତର୍ଭୁକ୍ତ,
Y ∝ z (x ସ୍ଥିର) …(ii)

Egn. (i) ଓ Eqn. (ii) ରୁ ଯୌଥ ଚଳନ ଅନୁସାରେ y ∝ \(\frac { z }{ x }\) …(iii)
Eqn.(iii) ରୁ ପାଇବା \(\frac{\mathrm{y}_1}{\mathrm{y}_2}\) = \(\frac{\mathrm{z}_1}{\mathrm{z}_2}\) × \(\frac{\mathrm{x}_2}{\mathrm{x}_1}\) ⇒ \(\frac{8}{y_2}\) = \(\frac{1600}{2000}\) × \(\frac{8}{5}\) ⇒ y2 = \(=\frac{8 \times 2000 \times 5}{8 \times 1600}\) ⇒ y2 = \(\frac{25}{4}\) ବା 6\(\frac{1}{4}\) ଦିନ
∴ 8 ଜଣ ଶ୍ରମିକ 6\(\frac{1}{4}\) ଦିନରେ 2000 ଟଙ୍କା ରୋଜଗାର କରିବେ ।

Question 2.
10 ଜଣ ଶ୍ରମିକ 6 ଦିନରେ ଗୋଟିଏ ଘର ତିଆରି କରନ୍ତି । ଏକାପରି 4ଟି ଘରକୁ 12 ଜଣ କେତେ ଦିନରେ ଶେଷକରିବେ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶ କଲେ,
BSE Odisha 8th Class Maths Solutions Algebra Chapter 9 Img 26
ଏଠାରେ ଘର ସଂଖ୍ୟା ସ୍ଥିର ରହିଲେ, ଦିନ ସଂଖ୍ୟା ଓ ଶ୍ରମିକ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
ଅର୍ଥାତ୍ y ∝\(\frac { 1 }{ x }\) (z ସ୍ଥିର) … (i)
ଶ୍ରମିକ ସଂଖ୍ୟା ସ୍ଥିର ରହିଲେ, ଦିନ ସଂଖ୍ୟା ଓ ଘର ସଂଖ୍ୟାର ପରିମାଣ ସଳଖ ଚଳନର ଅନ୍ତର୍ଭୁକ୍ତ ହେବ । ଅର୍ଥାତ୍‌ y ∝ z (x ସ୍ଥିର) …(ii)
(i) ଓ (ii) ରୁ ଯୌଥଚଳନ ଅନୁସାରେ y ∝\(\frac { z }{ x }\) … (i)
(iii) ରୁ ପାଇବା \(\frac{\mathrm{y}_1}{\mathrm{y}_2}\) = \(\frac{\mathrm{z}_1}{\mathrm{z}_2}\) × \(\frac{\mathrm{x}_2}{\mathrm{x}_1}\) ⇒ \(\frac{6}{y_2}\) = \(\frac { 1 }{ 4 }\) × \(\frac { 12 }{ 10 }\) ⇒ y2 = \(\frac{6 \times 4 \times 10}{12}\) = 20
∴ 4 ଟି ଘରକୁ 12 ଜଣ ଶ୍ରମିକ 20 ଦିନରେ ଶେଷକରିବେ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(c)

Question 3.
12 ଜଣ ଶ୍ରମିକ 15 ଦିନରେ 150 ମିଟର ରାସ୍ତା ତିଆରି କରି ପାରନ୍ତି; ତେବେ 18 ଜଣ ଶ୍ରମିକ କେତେ ଦିନରେ 300 ମିଟର ରାସ୍ତା ତିଆରିକରିବେ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 27
ଏଠାରେ ରାସ୍ତାର ଲମ୍ବ ସ୍ଥିର ରହିଲେ, ଦିନ ସଂଖ୍ୟା ଓ ଶ୍ରମିକ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
ଅର୍ଥାତ୍ y ∝\(\frac { 1 }{ x }\) (z ସ୍ଥିର) … (i)
ଶ୍ରମିକ ସଂଖ୍ୟା ସ୍ଥିର ରହିଲେ, ଦିନ ସଂଖ୍ୟା ଓ ରାସ୍ତାର ଦୈର୍ଘ୍ୟର ପରିମାଣ ସଳଖ ଚଳନର ଅନ୍ତର୍ଭୁକ୍ତ ହେବ । Y ∝ z (x ସ୍ଥିର) …(ii)
Eqn (i) ଓ Eqn. (ii) ରୁ ଯୌଥ ଚଳନ ଅନୁସାରେ y ∝ \(\frac { z }{ x }\) …(iii)
Eqn. (iii) ରୁ ପାଲଦା \(\frac{\mathrm{y}_1}{\mathrm{y}_2}\) = \(\frac{\mathrm{z}_1}{\mathrm{y}_2}\) × \(\frac{\mathrm{x}_2}{\mathrm{x}_1}\) ⇒ \(\frac{15}{\mathrm{y}_2}\) = \(\frac { 150 }{ 300 }\) × \(\frac { 18 }{ 12 }\) ⇒ y2 = \(\frac{15 \times 300 \times 12}{150 \times 18}\) = 20
∴ 18 ଜଣ ଶ୍ରମିକ 20 ଦିନରେ 300 ମିଟର ରାସ୍ତା ତିଆରିକରିବେ ।

Question 4.
10 ଜଣ ପରୀକ୍ଷକ 8 ଦିନରେ 2000 ଖାତା ଦେଖାରନ୍ତି । ତେବେ 12 ଜଣ ପରୀକ୍ଷକ କେତେ ଦିନରେ 3000 ଖାତା ଦେଖପାରିବେ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 28
ଏଠାରେ ଖାତା ସଂଖ୍ୟା ସ୍ଥିର ରହିଲେ, ଦିନ ସଂଖ୍ୟା ଓ ପରୀକ୍ଷକ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
ଅର୍ଥାତ୍ y ∝\(\frac { 1 }{ x }\) (z ସ୍ଥିର) … (i)
ପରୀକ୍ଷକ ସଂଖ୍ୟା ସ୍ଥିର ରହିଲେ, ଦିନ ସଂଖ୍ୟା ଓ ଖାତା ସଂଖ୍ୟା ସଳଖ ଚଳନର ଅନ୍ତର୍ଭୁକ୍ତ ହେବ ।
ଅର୍ଥାତ୍, y ∝ z (x ସ୍ଥିର) …(ii)
Eqn. (i) ଓ Eqn. (ii) ରୁ ଯୌଥ ଚଳନ ଅନୁସାରେ, y ∝\(\frac { z }{ x }\) (z ସ୍ଥିର) … (iii)
Egn. (iii) ରୁ ପାଇବା \(\frac{\mathrm{y}_1}{\mathrm{y}_2}\) = \(\frac{\mathrm{z}_1}{\mathrm{y}_2}\) × \(\frac{\mathrm{x}_2}{\mathrm{x}_1}\) ⇒ \(\frac{8}{\mathrm{y}_2}\) = \(\frac { 2000 }{ 3000 }\) × \(\frac { 12 }{ 10 }\) ⇒ y2 = \(\frac{8 \times 3000 \times 10}{2000 \times 12}\) = 10
∴12 ଜଣ ପରୀକ୍ଷକ 10 ଦିନରେ 3000 ଖାତା ଦେଖିପାରିବେ ।

Question 5.
6 ଜଣ ଲୁଗାବୁଣାଳୀ 8 ଦିନରେ 144 ମିଟର ଲୁଗା ବୁଣିପାରନ୍ତି । 12 ଜଣ ଲୁଗାବୁଣାଳୀ 9 ଦିନରେ କେତେ ମିଟର ଲୁଗା ବୁଣିପାରିବେ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 29
ଏଠାରେ ଦିନ ସଂଖ୍ୟା ସ୍ଥିର ରହିଲେ, ଲୁଗାର ଦୈର୍ଘ୍ୟ ଓ ଲୋକ ସଂଖ୍ୟା ସଳଖ ଚଳନର ଅନ୍ତର୍ଭୁକ୍ତ ହେବେ ।
ଅର୍ଥାତ୍ z ∝ x (y ସ୍ଥିର) … (i)
ଲୋକ ସଂଖ୍ୟା ସ୍ଥିର ରହିଲେ, ଲୁଗାର ଦୈର୍ଘ୍ୟ ଓ ଦିନସଂଖ୍ୟା ସଳଖ ଚଳନର ଅନ୍ତର୍ଭୁକ୍ତ ହେବ ।
ଅର୍ଥାତ୍, z ∝ y (x ସ୍ଥିର) … (ii)
Egn. (i) ଓ Eqn. (ii) ରୁ ଯୌଥ ଚଳନ ଅନୁସାରେ,
z ∝ xy … (iii)
Eqn. (iii) ରୁ ପାଇବା \(\frac{\mathrm{z}_1}{\mathrm{z}_2}\) = \(\frac{x_1 y_1}{x_2 y_2}\) ⇒ \(\frac{144}{z_2}\) = \(\frac{6 \times 8}{12 \times 9}\) ⇒ z2 = \(\frac{144 \times 12 \times 9}{6 \times 8}\) = 324
∴ 12 ଜଣ ଲୁଗାବୁଣାଳୀ 9 ଦିନରେ 324 ମିଟର ଲୁଗା ବୁଣିପାରିବେ ।

Question 6.
8 ଜଣ ଦରଜି 12 ଦିନରେ 360ଟି ସାର୍ଟ ତିଆରି କରି ପାରନ୍ତି । 15 ଦିନରେ 450ଟି ସାର୍ଟ ତିଆରିପାଇଁ କେତେ ଜଣ ଦରଜି ଆବଶ୍ୟକ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 30
ଏଠାରେ ସାର୍ଟ ସଂଖ୍ୟା ସ୍ଥିର ରହିଲେ, ଦରଜି ସଂଖ୍ୟା ଓ ଦିନ ସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
ଅର୍ଥାତ୍ x ∝ \(\frac { 1 }{ y }\) (z ସ୍ଥିର) … (i)
ଦିନ ସଂଖ୍ୟା ସ୍ଥିର ରହିଲେ, ଦରଜି ସଂଖ୍ୟା ଓ ସାର୍ଟ ସଂଖ୍ୟା ସଳଖ ଚଳନର ଅନ୍ତର୍ଭୁକ୍ତ ଅଟେ ।
ଅର୍ଥାତ୍, x ∝ z (y ସ୍ଥିର) … (ii)
Eqn. (i) ଓ Eq”. (ii) ରୁ ଯୌଥ ଚଳନ ଅନୁସାରେ, x ∝ \(\frac { z }{ y }\) … (iii)
Eqn. (iii) ରୁ ପାଇବା \(\frac{x_1}{x_2}\) = \(\frac{z_1}{z_2}\) × \(\frac{y_2}{y_1}\) ⇒ \(\frac{8}{x_2}\) = \(\frac{360}{450}\) × \(\frac{15}{12}\) ⇒ x2 = \(\frac{12 \times 450 \times 8}{15 \times 360}\) = 8
∴ 15 ଦିନରେ 450ଟି ସାର୍ଟ ତିଆରି ପାଇଁ 8 ଜଣ ଦରଜି ଆବଶ୍ୟକ ।

BSE Odisha 8th Class Maths Solutions Algebra Chapter 9 ଚଳନ Ex 9(c)

Question 7.
2ଟି ପାଣିପମ୍ପ 5 ଘଣ୍ଟାରେ 3ଟି କୁଣ୍ଡର ପାଣି ଟାଣିପାରନ୍ତି; ତେବେ 4ଟି ପାଣିପମ୍ପ କେତେ ଘଣ୍ଟାରେ ସେହି ଆକାରର 12ଟି କୁଣ୍ଡର ପାଣି ଟାଣିପାରିବ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 31
ଏଠାରେ ପାଣିର ପରିମାଣ ସ୍ଥିର ରହିଲେ, ସମୟ ଓ ପାଣିପମ୍ପ ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
y ∝ \(\frac { 1 }{ y }\) (z ସ୍ଥିର) … (i)
ପାଣିପମ୍ପ ସଂଖ୍ୟା ସ୍ଥିର ରହିଲେ, ସମୟ ଓ ପାଣିର ପରିମାଣ ସଳଖ ଚଳନର ଅନ୍ତର୍ଭୁକ୍ତ ହେବେ ।
Y ∝ z (x ସ୍ଥିର) … (ii)
Eqn. (i) ଓ Eqn. (ii) ରୁ ଯୌଥ ଚଳନ ଅନୁସାରେ, y ∝ \(\frac { z }{ x }\) … (iii)
Eqn. (iii) ରୁ ପାଇବା \(\frac{y_1}{y_2}\) = \(\frac{z_1}{z_2}\) × \(\frac{x_2}{x_1}\) ⇒ \(\frac{5}{y_2}\) = \(\frac{3}{12}\) × \(\frac{4}{2}\) ⇒ y2 = \(\frac{5 \times 12 \times 2}{3 \times 4}\) = 10
∴ 4ଟି ପାଣିପମ୍ପ 10 ଘଣ୍ଟାରେ ସେହି ଆକାରର 12ଟି କୁଣ୍ଡର ପାଣି ଟାଣିପାରିବେ ।

Question 8.
ଗୋଟିଏ କାର୍ଯ୍ୟକୁ 25 ଜଣ ଲୋକ ଦୈନିକ 6 ଘଣ୍ଟା ପରିଶ୍ରମ କରି 18 ଦିନରେ ଶେଷକରନ୍ତି । ସେହି କାର୍ଯ୍ୟଟିକୁ 20 ଜଣ ଲୋକ ଦୈନିକ 5 ଘଣ୍ଟା ପରିଶ୍ରମ କରି କେତେ ଦିନରେ ଶେଷକରିବେ ?
Solution:
ଦତ୍ତ ତଥ୍ୟକୁ ନିମ୍ନ ସାରଣୀରେ ପ୍ରକାଶକଲେ,
BSE Odisha 8th Class Maths Solutions Algebra Chapter 9 Img 32
ଏଠାରେ ଲୋକସଂଖ୍ୟା ସ୍ଥିର ରହିଲେ, ଦିନ ସଂଖ୍ୟା ଓ ସମୟ ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
z ∝ \(\frac { 1 }{ y }\) (x ସ୍ଥିର) … (i)
ସମୟ ସ୍ଥିର ରହିଲେ, ଦିନ ସଂଖ୍ୟା ଓ ଲୋକସଂଖ୍ୟା ପ୍ରତିଲୋମୀ ଚଳନର ଅନ୍ତର୍ଭୁକ୍ତ ହେବେ ।
Z ∝ \(\frac { 1 }{ x }\) (y ସ୍ଥିର) … (ii)
ଯୌଥ ଚଳନ ଅନୁଯାୟୀ Egn. (i) ଓ Eqn. (ii) ରୁ ପାଇବା,
Z ∝ \(\frac { 1 }{ xy }\) (x ଓ y ଉଭୟେ ପରିବର୍ତ୍ତନଶୀଳ) … (iii)
Eqn. (iii) ରୁ ପାଇବା \(\frac{z_1}{z_2}\) = \(\frac{x_2}{x_1}\) × \(\frac{y_2}{y_1}\) ⇒ \(\frac{18}{z_2}\) = \(\frac{20 \times 5}{25 \times 6}\) ⇒ z2 = \(\frac{18 \times 25 \times 6}{20 \times 5}\) ⇒ z2 = 27
∴ 27 ଦିନରେ 20 ଜଣ ଲୋକ ଦିନକୁ 5 ଘଣ୍ଟା ପରିଶ୍ରମ କରି କାର୍ଯ୍ୟଟି ଶେଷ କରି ପାରିବେ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 1.
ଏକ ସାଧାରଣ ପରିବାରର କେତେକ ବ୍ୟବହାର୍ଯ୍ୟ ବସ୍ତୁର ନିର୍ଦ୍ଦିଷ୍ଟ ପରିମାଣ ଉପରେ 2003 ମସିହାରେ ସମୁଦାୟ ଖର୍ଚ୍ଚର ପରିମାଣ ଥିଲା 8000 ଟଙ୍କା । ଯଦି 2003 କୁ ମୂଳବର୍ଷ ନେଇ 2010ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ 132.8 ହୋଇଥାଏ; ତେବେ 2010 ମସିହାରେ ସେହି ପରିମାଣ ବିଶିଷ୍ଟ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ଖର୍ଚ୍ଚର ପରିମାଣ କେତେ ଥିଲା ନିର୍ଣ୍ଣୟ କର ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 1
⇒ 2003 ରେ ସମୁଦାୟ ଖର୍ଚ୍ଚର ପରିମାଣ = 132.8 × 80 = 10624 ଟଙ୍କା
ପରିବାରଟିର 2003 ମସିହାରେ ଖର୍ଚ୍ଚର ପରିମାଣ 10624 ଟଙ୍କା ଥିଲା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 2.
ଗୋଟିଏ ପରିବାରର 2002 ମସିହାରେ ଚିନି ଖର୍ଚ୍ଚର ପରିମାଣ 145 ଟଙ୍କା ଥିଲା ଓ 2008 ରେ ଚିନି ଖର୍ଚ୍ଚର ପରିମାଣ 210 ଟଙ୍କା ହେଲେ, 2002 କୁ ମୂଳବର୍ଷ ନେଇ 2008 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
ସମାଧାନ :
2002 ମସିହାରେ ଚିନି ଖର୍ଚ୍ଚର ପରିମାଣ = 145 ଟଙ୍କା ।
ଓ 2008 ମସିହାରେ ଚିନି ଖର୍ଚ୍ଚର ପରିମାଣ = 210 ଟଙ୍କା
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 2
2008 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ 144.83 ।

Question 3.
ଏକ ପରିବାରର କେତେକ ବ୍ୟବହାର୍ଯ୍ୟ ବସ୍ତୁର ନିର୍ଦ୍ଦିଷ୍ଟ ପରିମାଣ ଉପରେ 2007 ମସିହାରେ ସମୁଦାୟ ଖର୍ଚ୍ଚର ପରିମାଣ ଟ. 18,900.00 ପ. ଥିଲା । 2000 କୁ ମୂଳବର୍ଷ ନେଇ 2007 ରେ ଜୀବନଧାରଣର ମୂଲ୍ୟ ସୁଚକାଙ୍କ 210 ହେଲେ, 2000 ମସିହାରେ ସେହି ପରିମାଣ ବିଶିଷ୍ଟ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ମୋଟ ଖର୍ଚ୍ଚର ପରିମାଣ କେତେ ଥିଲା ନିର୍ଣ୍ଣୟ କର ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 3
2000ରେ ସମୁଦାୟ ଖର୍ଚ୍ଚର ପରିମାଣ = \(\frac{18900}{210}\) × 100 = 9000
2000 ମସିହାରେ ବ୍ୟବହାର୍ଯ୍ୟ ବସ୍ତୁ ଉପରେ ମୋଟ ଖର୍ଚ୍ଚର ପରିମାଣ ଥିଲା 9000 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 4.
ନିମ୍ନ ତଥ୍ୟରୁ 2001କୁ ମୂଳବର୍ଷ ନେଇ 2005 ମସିହାରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ସ୍ଥିର କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 4
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 5
2001କୁ ମୂଳବର୍ଷ ରୂପେ ନେଇ 2005ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 6
\(\frac{3884}{2635} \times 100=147.40\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 5.
ଏକ ସାଧାରଣ ପରିବାରର ବିଭିନ୍ନ ବ୍ୟବହାର୍ଯ୍ୟ ବସ୍ତୁର ଆବଶ୍ୟକତା ପରିମାଣ ଓ ସେଗୁଡ଼ିକର 1998 ଓ 2006 ରେ ସେଗୁଡ଼ିକର ମୂଲ୍ୟ ଦିଆଯାଇଛି । 1998 କୁ ମୂଳବର୍ଷ ରୂପେ ନେଇ 2006 ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ କେତେ ଥିଲା ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 7
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 8
2006 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{458.00}{356.20} \times 100=128.58\)

Question 6.
ନିମ୍ନ ସାରଣୀର ତଥ୍ୟକୁ ବ୍ୟବହାର କରି ବର୍ତ୍ତମାନ ସମୟରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 9
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 10
ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{1645}{411} \times 100=400.2\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 7.
ନିମ୍ନ ସାରଣୀର ତଥ୍ୟକୁ ବ୍ୟବହାର କରି ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 11
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 12
ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{644}{447} \times 100=144.07\) %

Question 8.
ଏକ ମଧ୍ୟବିତ୍ତ ପରିବାର 1985 ଏବଂ 1995 ରେ ଜୀବନଧାରଣ ନିମନ୍ତେ ବ୍ୟବହାର କରୁଥ‌ିବା ବିଭିନ୍ନ ବସ୍ତୁର ଆପେକ୍ଷିକ ଆବଶ୍ୟକତା ପରିମାଣ (ଶତକଡ଼ାରେ ପ୍ରକାଶିତ) ଓ ସେଗୁଡ଼ିକ ପାଇବା ନିମନ୍ତେ ଏକକ ପ୍ରତି ଦାମ୍ ନିମ୍ନରେ ଥ‌ିବା ସାରଣୀରେ ଦିଆଯାଇଛି । 1985 କୁ ମୂଳବର୍ଷ ରୂପେ ନେଇ 1995 ରେ ମଧ୍ୟବିତ୍ତ ପରିବାର- ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 13
ସୂଚନା :
ଖାଦ୍ୟ = 50% = 0.5 ଏକକ
ପୋଷାକ = 10% = 0.10 ଏକକ
ଯାତାୟତ ଖର୍ଚ୍ଚ = 10% = 0.10 ଏକକ
ଘରଭଡ଼ା = 20% = 0.20 ଏକକ
ଅନ୍ୟାନ୍ୟ = 10% = 0.10 ଏକକ
ପ୍ରତ୍ୟେକ ସମାଗ୍ରୀ ଲାଗି ହେଉଥ‌ିବା ମୋଟ ଖର୍ଚ (ଟଙ୍କାରେ) ନିର୍ଣ୍ଣୟ କରି ସାରିବା ପରେ ସେଗୁଡ଼ିକ ଏକତ୍ର କରି Σwp0 ଏବଂ Σwp1 ନିର୍ଣ୍ଣୟ କରାଯିବ ।
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 14
1995ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{184}{153} \times 100=120.26\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 9.
ନିମ୍ନ ସାରଣୀରେ ଗୋଟିଏ ପରିବାରର ଖର୍ଚ୍ଚ 1995 ମସିହା ଓ 2000 ମସିହାରେ ଏକକ ପ୍ରତି ଦର ଦିଆଯାଇଛି । 1995 କୁ ମୂଳବର୍ଷ ନେଇ 2000 ରେ ପରିବାରଲାଗି ଜୀବନଧାରଣ ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 15
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 16
2006ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{101.80}{83} \times 100=122.65\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d)

Question 10.
ନିମ୍ନ ତଥ୍ୟକୁ ବ୍ୟବହାର କରି 2003 କୁ ମୂଳବର୍ଷ ନେଇ 2009 ରେ ଜୀବନଧାରଣର ମୂଲ୍ୟ ସୂଚକାଙ୍କ ନିର୍ଣ୍ଣୟ କର ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 17
ସମାଧାନ :
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(d) - 18
2009ରେ ଜୀବନଧାରଣ ମୂଲ୍ୟ ସୂଚକାଙ୍କ = \(\frac{\Sigma \mathrm{wx}_1}{\Sigma \mathrm{wx}_0} \times 100=\frac{1400}{1000} \times 100=140\)

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c)

Question 1.
800 ଟଙ୍କାର ୫% ହାରରେ ଦୁଇବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 800 ଟଙ୍କା, ସୁଧହାର (R) = 8% ଓ ସମୟ (n) = 2 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=800\left(1+\frac{8}{100}\right)^2=800\left(1+\frac{2}{25}\right)^2\)
= \(800\left(\frac{27}{25}\right)^2=800 \times \frac{27}{25} \times \frac{27}{25}\) = ଟ. 933.12
ଚକ୍ରବୃଦ୍ଧି ସୁଧ = A – P = 6. 933.12 – 6. 800.00 ଟ. 133.12
∴ ନିର୍ଦେୟ ଚକ୍ରବୃଦ୍ଧି ସୁଧ ଟ.133.12 ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 2.
1500 ଟଙ୍କାର 7% ହାରରେ ଦୁଇବର୍ଷର ସମୂଳ ଚକ୍ରବୃଦ୍ଧି ନିଶ୍ଚୟ କର ।
ସମାଧାନ :
ମୂଳଧନ (P) = 1500 ଟଙ୍କା, ସୁଧହାର (R) = 7% ଓ ସମୟ (n) = 2 ବର୍ଷ
ସମୂଳ ଚକ୍ରବୃଦ୍ଧି ସୁଧ (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=1500\left(1+\frac{7}{100}\right)^2=1500\left(1+\frac{107}{100}\right)^2\)
= 1500 × \(\frac{107}{100}\) × \(\frac{107}{100}\) = ଟ. 1717.35
∴ ନିଶ୍ଚେୟ ସମୂଳ ଚକ୍ରବୃଦ୍ଧି ଟ. 1717.35 ।

Question 3.
5000 ଟଙ୍କାର 10% ହାରରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 5000 ଟଙ୍କା, ସୁଧହାର (R) = 10% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି ସୁଧ (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=5000\left(1+\frac{10}{100}\right)^3=5000\left(1+\frac{1}{10}\right)^3\)
= 5000 × \((\frac{107}{100})^3\) = 5000 × \(\frac{11}{10}\) × \(\frac{11}{10}\) × \(\frac{11}{10}\) = 6655 ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = (6655 – 5000) ଟଙ୍କା = 1655 ଟଙ୍କା
∴ ନିର୍ଦେୟ ଚକ୍ରବୃଦ୍ଧି ସୁଧ 1655 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 4.
8000 ଟଙ୍କାର 5% ହାରରେ 3 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ମୂଳଧନ (P) = 8000 ଟଙ୍କା, ସୁଧହାର (R) = 5% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=8000\left(1+\frac{5}{100}\right)^3=5000\left(1+\frac{1}{20}\right)^3\)
= 8000 × \((\frac{21}{100})^3\) = 8000 × \(\frac{21}{10}\) × \(\frac{21}{10}\) × \(\frac{21}{10}\) = 9261 ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = (9261 – 8000) ଟଙ୍କା = 1261 ଟଙ୍କା
∴ ନିଶ୍ଚେୟ ଚକ୍ରବୃଦ୍ଧି ସୁଧ 1261 ଟଙ୍କା ।

Question 5.
ଜଣେ ବ୍ୟକ୍ତି ଏକ ଧାନବୁଣା ଯନ୍ତ୍ର ପାଇଁ 10% ସୁଧ ହାରରେ ବ୍ୟାଙ୍କରୁ 5000 ଟଙ୍କା ଋଣ କଲେ । 3 ବର୍ଷ ପରେ ସେ କେତେ ଟଙ୍କା ଦେଇ ବ୍ୟାଙ୍କରୁ ଋଣମୁକ୍ତ ହେବେ ?
ସମାଧାନ :
ରଣର ପରିମାଣ (P) = 5000 ଟଙ୍କା, ସୁଧହାର (R) = 10% ଓ ସମୟ (n) = 3 ବର୍ଷ
ସମୂଳ ଚକ୍ରବୃଦ୍ଧି (A) = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=8000\left(1+\frac{10}{100}\right)^3=5000\left(1+\frac{1}{10}\right)^3\)
= 5000 × \((\frac{21}{100})^3\) = 5000 × \(\frac{11}{10}\) × \(\frac{11}{10}\) × \(\frac{11}{10}\) = 6655 ଟଙ୍କା
∴ 3 ବର୍ଷ ପରେ ସେ 6655 ଟଙ୍କା ଦେଇ ବ୍ୟାଙ୍କରୁ ଋଣମୁକ୍ତ ହେବେ ।

Question 6.
କମଳା ଗୋଟିଏ ସ୍କୁଟର କିଣିବାପାଇଁ ବ୍ୟାଙ୍କରୁ 26,400 ଟଙ୍କା 15% ବାର୍ଷିକ ଚକ୍ରବୃଦ୍ଧିରେ ଆଣିଲା । 2 ବର୍ଷ 4 ମାସ ପରେ କେତେ ଟଙ୍କା ବ୍ୟାଙ୍କକୁ ଦେଇ ଋଣମୁକ୍ତ ହେବେ ?
ସମାଧାନ :
ପ୍ରଥମେ କମଳାର ଦୁଇବର୍ଷର ସମୂଳ ଚକ୍ରବୃଦ୍ଧି ନିରୂପଣ କରିବା ।
ଏଠାରେ ଋଣର ପରିମାଣ (P) = 26400 ଟଙ୍କା, ସୁଧହାର (R) = 15%, n = 2 ବର୍ଷ ।
∴ ସମୂଳ ଚକ୍ରବୃଦ୍ଧି (A) = \(P\left(1+\frac{\mathrm{R}}{100}\right)^{\mathrm{n}}=26400\left(1+\frac{15}{100}\right)^2\)
= 26400 × \(\frac{115}{10}\) × \(\frac{115}{10}\) = 34914 ଟଙ୍କା
4 ମାସର ସରଳ ସୁଧପାଇଁ ମୂଳଧନ (P) = 34914 ଟଙ୍କା,
ସୁଧହାର (R) = 15%, ସମୟ (T) = \(\frac{12}{4}\) ବର୍ଷ = \(\frac{1}{3}\) ବର୍ଷ
∴ ସୁଧ I = \(\frac{\text { PRT }}{100}=\frac{34914 \times 15 \times \frac{1}{3}}{100}=\frac{34914 \times 15 \times 1}{300}\)
ମୋଟ ଦେୟ = 34914 + 1745.70 6 = 36,659.70 ଟଙ୍କା
∴ 2 ବର୍ଷ 4 ମାସ ପରେ କମଳା 36,659.70 ଟଙ୍କା ବ୍ୟାଙ୍କକୁ ଦେଇ ଋଣମୁକ୍ତ ହେବେ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 7.
ବାର୍ଷିକ 4% ହାରରେ 6250.00 ଟଙ୍କା କେତେ ବର୍ଷପାଇଁ ବ୍ୟାଙ୍କରେ ଜମା ଦେଲେ 510 ଟଙ୍କା ସୁଧ ମିଳିବ ?
ସମାଧାନ :
ମୂଳଧନ (P) = 6250 ଟଙ୍କା, ଚକ୍ରବୃଦ୍ଧି ସୁଧ = 510 ଟଙ୍କା, ସୁଧହାର (R) = 4%
ସମୂଳ ଚକ୍ରବୃଦ୍ଧି (A) = P + ଚକ୍ରବୃଦ୍ଧି ସୁଧ = (6250 + 510) ଟଙ୍କା = 6760 ଟଙ୍କା
ମନେକର ସମୟ = n ବର୍ଷ । ଆମେ ଜାଣିଛୁ, A = \(P\left(1+\frac{\mathrm{R}}{100}\right)^{\mathrm{n}}\)
⇒ \(6760=6250\left(1+\frac{4}{100}\right)^{\mathrm{n}} \Rightarrow \frac{6760}{6250}=\left(1+\frac{1}{25}\right)^{\mathrm{n}}\)
⇒ \(\frac{676}{625}=\left(\frac{26}{25}\right)^{\mathrm{n}} \Rightarrow\left(\frac{26}{25}\right)^2=\left(\frac{26}{25}\right)^{\mathrm{n}} \Rightarrow \mathrm{n}=2\)
∴ ବ୍ୟାଙ୍କରେ 6250 ଟଙ୍କା 2 ବର୍ଷ ପାଇଁ ଜମାଦେଲେ 510 ଟଙ୍କା ଚକ୍ରବୃଦ୍ଧି ସୁଧ ମିଳିବ ।

Question 8.
କୌଣସି ମୂଳଧନର 5% ହାରରେ 3 ବର୍ଷର ସରଳସୁଧ 540 ଟଙ୍କା । ସେହି ମୂଳଧନର ସମାନ ସୁଧ ହାରରେ ଓ ସମାନ ସମୟରେ ଚକ୍ରବୃଦ୍ଧି ସୁଧ କେତେ ହେବ ?
ସମାଧାନ :
ଏଠାରେ ସୁଧହାର (R) = 5, ସମୟ (T) = 3 ବର୍ଷ, ସୁଧ (1) = 540 ଟଙ୍କା
ମନେକର ମୂଳଧନ = P ଟଙ୍କା
ମୂଳଧନ (P) = \(\frac{100 I}{RT}\) ଟଙ୍କା = \(\frac{100 × 540}{5×3}\) ଟଙ୍କା = 3600 ଟଙ୍କା
ପୁନଶ୍ଚ ମୂଳଧନ (P) = 3600 ଟଙ୍କା, ସୁଧହାର (R) = 5, ସମୟ (n) = 3
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{R}{100}\right)^n\)
= \(3600\left(1+\frac{5}{100}\right)^3=3600 \times \frac{21}{20} \times \frac{21}{20} \times \frac{21}{20}\) ଟଙ୍କା = ଟ. 4167.45
∴ ଚକ୍ରବୃଦ୍ଧି ସୁଧ = ଟ. 4167.45 – ଟ. 3600.00 = ଟ. 567.45

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 9.
କୌଣସି ମୂଳଧନର 10% ହାରରେ 3 ବର୍ଷରେ ଚକ୍ରବୃଦ୍ଧି ସୁଧ ଓ ସରଳ ସୁଧର ପାର୍ଥକ୍ୟ ଟ. 93.00 । ମୂଳଧନ ନିର୍ଣ୍ଣୟ କର ।
ସମାଧାନ :
ମନେକର ମୂଳଧନ = P ଟଙ୍କା, ସୁଧର ହାର (R) = 10%, ସମୟ (T) = 3 ବର୍ଷ
∴ ସରଳ ସୁଧ (I) = \(\frac{PRT}{100}=\frac{P×10×3}{100}\) ଟଙ୍କା = \(\frac{3p}{10}\) ଟଙ୍କା
ଚକ୍ରବୃଦ୍ଧି ସୁଧ ପାଇଁ ମୂଳଧନ = P ଟଙ୍କା, ସୁଧର ହାର (R) = 10%, ସମୟ (n) = 3 ବର୍ଷ
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{\mathrm{R}}{100}\right)^{\mathrm{n}}=\mathrm{P}\left(1+\frac{10}{100}\right)^3\)
= \(P\left(1+\frac{1}{10}\right)^3=P\left(\frac{11}{10}\right)^3=\frac{1331 P}{1000}\) ଟଙ୍କା ।
ଚକ୍ରବୃଦ୍ଧି ସୁଧ = A – P = \(\frac{1331 P}{1000}\) – P = 1331 P – 1000 P = 331 P ଟଙ୍କା ।
ପ୍ରଶ୍ବାନୁସାରେ, \(\frac{331 P}{1000}-\frac{3 P}{10}\) = 93 ⇒ \(\frac{331 P-300 P}{1000}\) = 93
⇒ 31P = 93000 ⇒ P = \(\frac{93000}{31}\) = 3000
∴ ନିର୍ମେୟ ମୂଳଧନ 3000 ଟଙ୍କା ।

Question 10.
ସୁଧ 6 ମାସ ଅନ୍ତରରେ ଦେୟ ବାର୍ଷିକ 12.5% ହାରରେ 2560 ଟଙ୍କାର \(1 \frac{1}{2}\) ବର୍ଷର ସମୂଳ ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ମୂଳଧନ (P) = 2560 ଟଙ୍କା, ସୁଧହାର (R) = %
(∵ ବାର୍ଷିକ ସୁଧହାର 12.5% ବା \(12 \frac{1}{2}\)% ହେଲେ, 6 ମାସର ସୁଧ ହାର = 25×1-25%)
ସମୟ (n) = 3 (ପ୍ରତି 6 ମାସ ଏକକ ସମୟ)
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(c) - 1
∴ ନିଶ୍ଚେୟ ସମୂଳ ଚକ୍ରବୃଦ୍ଧି ସୁଧ \(3070 \frac{5}{8}\) ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 11.
ସୁଧ 6 ମାସ ଅନ୍ତରରେ ଦେୟ ବାର୍ଷିକ 14% ହାରରେ 5000 ଟଙ୍କାର \(1 \frac{1}{2}\) ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ବାର୍ଷିକ ସୁଧର ହାର 14% ହେଲେ 6 ମାସର ସୁଧହାର (R) = \(\frac{14}{2}\)% = 7%
ଏଠାରେ ମୂଳଧନ (P) = 5000 ଟଙ୍କା, ସୁଧହାର (R) = 7%, ସମୟ (n) = 3 (ପ୍ରତି 6 ମାସ ଏକକ ସମୟ)
∴ ସମୂଳ ଚକ୍ରବୃଦ୍ଧି ସୁଧ = \(\mathrm{P}\left(1+\frac{\mathrm{R}}{100}\right)^{\mathrm{n}}=5000\left(1+\frac{7}{100}\right)^3\)
= \(5000 \times\left(\frac{107}{100}\right)^3=5000 \times \frac{107 \times 107 \times 107}{100 \times 100 \times 100}\) = ଟ. 6125.22
ଚକ୍ରବୃଦ୍ଧି ସୁଧ = A – P = ଟ. 6125.22 – ଟ. 5000.00 = ଟ. 1125.22
∴ ଚକ୍ରବୃଦ୍ଧି ସୁଧ ଟ. 1125.22 ।

Question 12.
ସୁଧ 4 ମାସ ଅନ୍ତରରେ ଦେୟ ସର୍ଭରେ ଜଣେ ବ୍ୟକ୍ତି ବାର୍ଷିକ 10% ହାରରେ 1 ବର୍ଷର ଚକ୍ରବୃଦ୍ଧି ସୁଧ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ବାର୍ଷିକ ସୁଧର ହାର 10% ହେଲେ, 4 ମାସର ସୁଧହାର = \(\frac{10}{3}\)
ମନେକର ମୂଳଧନ = P ଟଙ୍କା, ସୁଧର ହାର (R) = \(\frac{10}{3}\), ସମୟ 4 ମାସ = \(\frac{12}{4}\) = 3
∴ ସମୂଳ ଚକ୍ରବୃଦ୍ଧି ସୁଧ (A) = \(P\left(1+\frac{\mathrm{R}}{100}\right)^{\mathrm{n}}=\mathrm{P}\left(1+\frac{10}{300}\right)^3=P\left(1+\frac{1}{30}\right)^3\)
= \(\frac{31}{30} \times \frac{31}{30} \times \frac{31}{30} \mathrm{P}=\frac{29791}{27000}\) P ଟଙ୍କା
ଚକ୍ରବୃଦ୍ଧି ସୁଧ = A – P = \(\frac{29791}{27000}\) P – P = \(\frac{29791-27000}{27000}\) P ଟଙ୍କା = \(\frac{2791}{27000}\) P ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 13.
ଗୋଟିଏ ଘରର ମୂଲ୍ୟ 2,00,000 ଟଙ୍କା । ପ୍ରତିବର୍ଷ ଏହାର ମୂଲ୍ୟ % ହାରରେ ହ୍ରାସପାଏ; ତେବେ 3 ବର୍ଷ ପରେ ଏହାର ହ୍ରାସପ୍ରାପ୍ତ ମୂଲ୍ୟ କେତେ ହେବ ?
ସମାଧାନ :
ପ୍ରାରମ୍ଭିକ ମୂଲ୍ୟ (P) = 200000 ଟଙ୍କା, ହାର (R) = 6%, ସମୟ (n) = 3 ବର୍ଷ
3 ବର୍ଷ ପରବର୍ତ୍ତୀ ମୂଲ୍ୟ (A) = \(\mathrm{P}\left(1-\frac{\mathrm{R}}{100}\right)^{n}=200000\left(1-\frac{6}{100}\right)^3=200000\left(1-\frac{3}{50}\right)^3\)
= \(200000\left(\frac{47}{50}\right)^3=200000 \times \frac{47}{50} \times \frac{47}{50} \times \frac{47}{50}\) = ଟ. 166116.80
∴ 3 ବର୍ଷ ପରେ ଘରର ହ୍ରାସପ୍ରାପ୍ତ ମୂଲ୍ୟ ଟ.166116.80 ହେବ ।

Question 14.
ଗୋଟିଏ ଗ୍ରାମର ଲୋକସଂଖ୍ୟା 20,000 । ପ୍ରତିବର୍ଷ ଏହାର ଲୋକ ସଂଖ୍ୟା 7% ବୃଦ୍ଧି ପାଇଲେ ଦୁଇ- ବର୍ଷପରେ ଲୋକସଂଖ୍ୟା କେତେ ହେବ ?
ସମାଧାନ :
ଏଠାରେ ପ୍ରାରମ୍ଭିକ ମୂଲ୍ୟ (P) = 20,000, ବାର୍ଷିକ ବୃଦ୍ଧି ହାର (R) = 7%, ସମୟ (n) = 2 ବର୍ଷ
2 ବର୍ଷ ପରେ ବୃଦ୍ଧିପ୍ରାପ୍ତ ଲୋକସଂଖ୍ୟା (A) = \(\mathrm{P}\left(1+\frac{\mathrm{R}}{100}\right)^{n}=20000\left(1+\frac{7}{100}\right)^2=20000\left(\frac{107}{100}\right)^2\)
= \(20000 \times \frac{107}{100} \times \frac{107}{100}=22898\)
∴ 2 ବର୍ଷ ପରେ ଉକ୍ତ ଗ୍ରାମର ଲୋକସଂଖ୍ୟା 22898 ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(b)

Question 15.
ଗୋଟିଏ ମଟର ସାଇକେଲର କ୍ରୟମୂଲ୍ୟ ଟ.42,000 । ପ୍ରତିବର୍ଷ ପରେ ଏହାର ମୂଲ୍ୟ 8% ହାରରେ ହ୍ରାସ – ପାଏ; ତେବେ 2 ବର୍ଷ ପରେ ମଟର ସାଇକେଲ ମୂଲ୍ୟ କେତେ ହେବ ନିର୍ଣ୍ଣୟ କର ।
ସମାଧାନ :
ଏଠାରେ ପ୍ରାରମ୍ଭିକ ମୂଲ୍ୟ (P) = 42000 ଟଙ୍କା, ହାର (R) = 8%, ସମୟ (n) = 2 ବର୍ଷ
∴ ଦୁଇବର୍ଷ ପରେ ଏହାର ଦାମ୍ (A) = \(P\left(1-\frac{R}{100}\right)^n=42000\left(1-\frac{8}{100}\right)^2\) ଟଙ୍କା
= \(42000 \times \frac{92}{100} \times \frac{92}{100}\) ଟଙ୍କା = 35548.80 ଟଙ୍କା ।
∴ 2 ବର୍ଷ ପରେ ମଟର ସାଇକେଲର ମୂଲ୍ୟ ଟ. 35548.80 ହେବ ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ Important Questions and Answers.

BSE Odisha Class 8 Political Science Important Questions Chapter 3 ଜିଲ୍ଲା ପ୍ରଶାସନ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜିଲ୍ଲାପାଳଙ୍କର ବିବିଧ କାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
ନିର୍ବାଚନ ସମ୍ବନ୍ଧୀୟ :

  • ନିଜ ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି ।
  • ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଓ ପ୍ରୋଟୋକଲ୍ ଅଧିକାରୀ ।

ଯୋଗାଣ ସମ୍ବନ୍ଧୀୟ :
ଜିଲ୍ଲାପାଳ ଜିଲ୍ଲାରେ ଆବଶ୍ୟକ ସାମଗ୍ରୀର ଯୋଗାଣ ତଥା ଜନସାଧାରଣଙ୍କ ମଧ୍ୟରେ ଏହାର ସୁଷମ ବଣ୍ଟନ କରନ୍ତି ।

ଦାୟିତ୍ଵ ପାଳନ :

  • ଜିଲ୍ଲାପାଳ ଜନସାଧାରଣ ଓ ସରକାରଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରନ୍ତି ।
  • ଦୈବୀ-ଦୁର୍ବିପାକ ଓ ପ୍ରାକୃତିକ ବିପର୍ଯ୍ୟୟବେଳେ ଜିଲ୍ଲାପାଳ ରିଲିଫ ବଣ୍ଟନର ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କରନ୍ତି ।
  • ବେସାମରିକ ପ୍ରତିରକ୍ଷା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କର୍ତ୍ତୃତ୍ବାଧୀନ ।
  • କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ସମସ୍ତ ଜନହିତକର ଯୋଜନାଗୁଡ଼ିକର ସଫଳ ରୂପାୟନ ଦାୟିତ୍ଵ ଜିଲ୍ଲାପାଳଙ୍କ ହାତରେ ନ୍ୟସ୍ତ ।

୨। ଭାରତରେ ଜିଲ୍ଲାପାଳ ପଦବୀ କେବେ ଓ କାହାଦ୍ୱାରା ସୃଷ୍ଟି ହୋଇଥିଲା ? ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କର ଦୁଇଟି ମୁଖ୍ୟ କାର୍ଯ୍ୟ କ’ଣ ଥିଲା ? ସ୍ଵାଧୀନତା ପରବର୍ତ୍ତୀ କାଳରେ ତାଙ୍କର ଗୁରୁତ୍ବ ଓ କ୍ଷମତା ପରିସର କିପରି ବୃଦ୍ଧି ପାଇଛି ଉଲ୍ଲେଖ କର ।
Answer:
ସୃଷ୍ଟି : ଭାରତରେ ଜିଲ୍ଲାପାଳ ପଦବୀ ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କଦ୍ଵାରା ୧୭୭୨ ମସିହାରେ ସୃଷ୍ଟି ହୋଇଥିଲା ।
କାର୍ଯ୍ୟ : ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ଦୁଇଟି କାର୍ଯ୍ୟ ଥିଲା; ଯଥା –

  • ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା
  • ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।

ଭୂମିକା :

  • ସ୍ଵାଧୀନତା ପରବର୍ତ୍ତୀ କାଳରେ ଜିଲ୍ଲାପାଳଙ୍କର କ୍ଷମତା ପରସର ବୃଦ୍ଧି ପାଇଲା । ଭାରତ ଏକ ଜନମଙ୍ଗଳକାରୀ ରାଷ୍ଟ୍ର ହୋଇଥ‌ିବାରୁ ଦେଶର ବିକାଶ ତଥା ଲୋକଙ୍କ ଅଭାବ ପୂରଣ ସମ୍ପର୍କିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଭୂମିକାର ଗୁରୁତ୍ଵ ବହୁଗୁଣିତ ହେଲା ।
  • ଜିଲ୍ଲାର ଉନ୍ନୟନ ଓ ବିକାଶ ସହିତ ଜିଲ୍ଲାପାଳ ଅଙ୍ଗାଙ୍ଗୀଭାବେ ଜଡ଼ିତ । ତାଙ୍କୁ ଛାଡ଼ି ଜିଲ୍ଲାର ଉନ୍ନୟନ କଥା ଚିନ୍ତା କରାଯାଇ ପାରେନାହିଁ ।
  • ବର୍ତ୍ତମାନ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବାପାଇଁ ଏକ ବା ଏକାଧ୍ଵ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ କାର୍ଯ୍ୟରତ ଅଛନ୍ତି ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ବ୍ରିଟିଶ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ କେତୋଟି କାର୍ଯ୍ୟ ଥିଲା ? ସେଗୁଡ଼ିକ କ’ଣ କ’ଣ ?
Answer:
ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳମାନଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା; ଯଥା

  • ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା ।
  • ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।

୨। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଜନହିତକର ଯୋଜନାଗୁଡ଼ିକର ନାମ ଲେଖ ।
Answer:
କେନ୍ଦ୍ର ଓ ରାଜ୍ୟସରକାରଙ୍କର ଜନହିତକର ଯୋଜନାଗୁଡ଼ିକ ହେଲା –

  • ସ୍ଵରୋଜଗାର ଯୋଜନା
  • ଭାରତ ନିର୍ମାଣ ଯୋଜନା
  • ସର୍ବଶିକ୍ଷା ଅଭିଯାନ
  • ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ
  • ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା
  • ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା
  • ବିଜୁ କେ.ବି.କେ. ଯୋଜନା
  • ଗୋପବନ୍ଧୁ ଗ୍ରାମୀଣ ଯୋଜନା
  • ମଧୁବାବୁ ପେନ୍‌ସନ୍ ଯୋଜନା

୩। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୂଳମନ୍ତ୍ର କ’ଣ ? ଏହି ସଂସ୍ଥା କେବେଠାରୁ ପ୍ରତି ଜିଲ୍ଲାରେ କାର୍ଯ୍ୟ କରି ଆସୁଅଛି ?
Answer:

  • ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୂଳମନ୍ତ୍ର ହେଲା– ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂର କରିବା ।
  • ୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ।

୪। ଜିଲ୍ଲାପାଳ କିପରି ନିଯୁକ୍ତ ହୁଅନ୍ତି ?
Answer:

  • ଜିଲ୍ଲାପାଳ ପଦରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍.) ଅଧିକାରୀ ନିଯୁକ୍ତ ହୁଅନ୍ତି ।
  • ଓଡ଼ିଶାର କେତେକ ଜିଲ୍ଲାରେ ରାଜ୍ୟସ୍ତରୀୟ ବରିଷ୍ଠ ପ୍ରଶାସନିକ ସେବା ଅଧିକାରୀଙ୍କୁ ମଧ୍ୟ ଜିଲ୍ଲାପାଳ ଭାବରେ ଅବସ୍ଥାପିତ କରାଯାଇଛି ।

୫। ସର୍ବଭାରତୀୟ ପ୍ରଶାସନ ସେବା କହିଲେ କ’ଣ ବୁଝ ? ଏହି ସେବାଗୁଡ଼ିକ ଲାଗି ଚୟନ କାର୍ଯ୍ୟ କେଉଁ ସଂସ୍ଥା କରିଥାଏ ?
Answer:

  • ଆଇ.ଏ.ଏସ୍. ଓ ଆଇ.ପି.ଏସ୍.କୁ ସର୍ବଭାରତୀୟ ପ୍ରଶାସନ ସେବା କୁହାଯାଏ ।
  • ଏହି ସେବାଗୁଡ଼ିକ ଲାଗି ସାରା ଭାରତ ପାଇଁ କେନ୍ଦ୍ର ଲୋକସେବା ଆୟୋଗଦ୍ଵାରା ଚୟନ କାର୍ଯ୍ୟ କରାଯାଏ ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୬। ଆରକ୍ଷୀ ଅଧୀକ୍ଷକ କହିଲେ କ’ଣ ବୁଝ ? ତାଙ୍କର କାର୍ଯ୍ୟ କ’ଣ ?
Answer:

  • ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ଅଧୀକ୍ଷକ କୁହାଯାଏ ।
  • ଜିଲ୍ଲାର ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ସେ ଜିଲ୍ଲାପାଳଙ୍କୁ ସାହାଯ୍ୟ କରନ୍ତି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କିଏ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି ?
Answer:
ଜିଲ୍ଲାପାଳ ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଅଟନ୍ତି ।

୨। ଭାରତରେ ଜିଲ୍ଲାପାଳ ପଦବୀ କିଏ କେବେ ସୃଷ୍ଟି କରିଥିଲେ ?
Answer:
ଭାରତର ଜିଲ୍ଲାପାଳ ପଦବୀ ‘ୱାରେନ୍ ହେଷ୍ଟିଙ୍ଗସ୍’ ୧୭୭୨ ମସିହାରେ ସୃଷ୍ଟି କରିଥିଲେ ।

୩ । ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ୱ କିଏ ତୁଲାଇଥା’ନ୍ତି ?
Answer:
ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ସବ୍ କଲେକ୍ଟର ତୁଲାଇଥାଆନ୍ତି ।

୪। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା କାହାର ଦାୟିତ୍ଵ ?
Answer:
ଜିଲ୍ଲାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଜିଲ୍ଲାପାଳଙ୍କର ଦାୟିତ୍ଵ ।

୫। କାହାକୁ ଜିଲ୍ଲାପାଳ ପଦରେ ନିଯୁକ୍ତ କରାଯାଏ ?
Answer:
ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍.) ଅଧିକାରୀଙ୍କୁ ଜିଲ୍ଲାପାଳ ପଦରେ ନିଯୁକ୍ତ କରାଯାଏ ।

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୬। କିଏ ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ?
Answer:
ଜିଲ୍ଲାପାଳ ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ଅଟନ୍ତି ।

୭ । କେଉଁ ପରିସ୍ଥିତିରେ ଜିଲ୍ଲାପାଳ ପୋଲିସ୍ ବାହିନୀକୁ ନିୟୋଜିତ କରନ୍ତି ?
Answer:
କୌଣସି ସ୍ଥାନରେ ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ସେଠାରେ ଜିଲ୍ଲାପାଳ ପୋଲିସ୍ ବାହିନୀକୁ ନିୟୋଜିତ କରନ୍ତି ।

୮ | ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଜନସାଧାରଣଙ୍କ ମଧ୍ୟରେ ସୁଷମ ବଣ୍ଟନ ଦାୟିତ୍ଵ କାହାର ?
Answer:
ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଓ ଜନସାଧାରଣଙ୍କ ମଧ୍ୟରେ ସୁଷମ ବଣ୍ଟନ ଦାୟିତ୍ୱ ଜିଲ୍ଲାପାଳଙ୍କର ।

A. ଶୂନ୍ୟସ୍ଥାନ ପୂରଣ କର ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲାସଂଖ୍ୟା ______________ ।
Answer:
୩୦

୨। _________________ ହେଉଛନ୍ତି ଜିଲ୍ଲାର ପ୍ରଶାସନିକ ମୁଖ୍ୟ।
Answer:
ଜିଲ୍ଲାପାଳ

୩ । ଭାରତରେ ଜିଲ୍ଲାପାଳ ପଦବୀ ______________ ମସିହାରେ ସୃଷ୍ଟି ହୋଇଥିଲା ।
Answer:
ୱାରେନ୍ ହେଷ୍ଟିଙ୍ଗସ୍

୪। ଭାରତରେ ଜିଲ୍ଲାପାଳ ପଦବୀ ____________ ଙ୍କଦ୍ୱାରା ସୃଷ୍ଟି ହୋଇଥିଲା ।
Answer:
୧୭୭୨

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୫। ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର _____________ ଠାରେ ଅବସ୍ଥିତ ।
Answer:
ସଦର ମହକୁମା

୬। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ଵ ________________ ଙ୍କର ।
Answer:
ଜିଲ୍ଲାପାଳ

୭ । ଜିଲ୍ଲାପାଳ ନିଜେ ଜଣେ ________________ ଅଟନ୍ତି ।
Answer:
କାର୍ଯ୍ୟପାଳିକା ମାଜିଷ୍ଟ୍ରେଟ୍

୮ | _______________ ହେଉଛନ୍ତି ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ।
Answer:
ଜିଲ୍ଲାପାଳ

୯ । _______________ ମସିହାଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟକରି ଆସୁଅଛି ।
Answer:
୧୯୮୦

୧୦ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରତିଟି ଶାଖା ବା ଅନୁବିଭାଗର ଦାୟିତ୍ୱରେ ଜଣେ ଜଣେ ________________ ଅଛନ୍ତି ।
Answer:
ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ

୧୧ । ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସଫଳତା ଦିଗରେ, _________________ ର ଭୂମିକା ବିଶେଷଭାବରେ ଗୁରୁତ୍ୱପୂର୍ଣ୍ଣ ।
Answer:
ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ସଂଖ୍ୟା କେତେ ?
(i) ୧୫
(ii) ୨୭
(iii) ୨୮
(iv) ୩୦
Answer:
(iv) ୩୦

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୨। ଭାରତରେ ଜିଲ୍ଲାପାଳ ପଦବୀ ୱାରେନ୍ ହେଷ୍ଟିଙ୍ଗସ୍‌ଙ୍କଦ୍ୱାରା କେତେ ମସିହାରେ ସୃଷ୍ଟି ହୋଇଥିଲା ?
(i) ୧୭୭୨
(ii) ୧୮୭୨
(iii) ୧୭୨୭
(iv) ୧୮୨୭
Answer:
(i) ୧୭୭୨

୩। ନିମ୍ନୋକ୍ତ କିଏ ମୁଖ୍ୟତଃ ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ତୁଲାଇଥା’ନ୍ତି ?
(i) ରାଜ୍ୟପାଳ
(ii) ଜିଲ୍ଲାପାଳ
(iii) ସବ୍‌କଲେକ୍ଟର
(iv) ମାଜିଷ୍ଟ୍ରେଟ୍
Answer:
(iii) ସବ୍‌କଲେକ୍ଟର

୪। ନିମ୍ନୋକ୍ତ କିଏ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ?
(i) ଚେୟାରମ୍ୟାନ୍
(ii) ମେୟର
(iii) ଜିଲ୍ଲାପାଳ
(iv) ଉପଜିଲ୍ଲାପାଳ
Answer:
(iii) ଜିଲ୍ଲାପାଳ

୫। ନିମ୍ନୋକ୍ତ କାହା ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତି ?
(i) ଜନସାଧାରଣ
(ii) ପୋଲିସ୍ ବାହିନୀ
(iii) ରାଜ୍ୟପାଳ
(iv) ସବ୍ଲକଲେକ୍ଟର
Answer:
(ii) ପୋଲିସ୍ ବାହିନୀ

୬|  ନିମ୍ନୋକ୍ତ କିଏ ହେଉଛନ୍ତି ଜିଲ୍ଲାସ୍ତରୀୟ ମୁଖ୍ୟ ଜନଗଣନା ଅଧିକାରୀ ?
(i) ଜିଲ୍ଲାପାଳ
(ii) ମେୟର
(iii) ଚେୟାରମ୍ୟାନ୍
(iv) କାର୍ଯ୍ୟନିର୍ବାହୀ ଅଧିକାରୀ
Answer:
(i) ଜିଲ୍ଲାପାଳ

୭ । କେବେଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରି ଆସୁଅଛି ?
(i) ୧୯୮୦
(ii) ୧୯୮୨
(iii) ୧୯୬୦
(iv) ୧୯୫୦
Answer:
(i) ୧୯୮୦

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୮। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଜିଲ୍ଲାସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାର ଗୋଟିଏ ଶାଖା ?
(i) ସର୍ବଶିକ୍ଷା ଅଭିଯାନ
(ii) କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା
(iii) କର୍ମନିଯୁକ୍ତି ଶାଖା
(iv) ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ
Answer:
(iii) କର୍ମନିଯୁକ୍ତି ଶାଖା

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ବର୍ତ୍ତମାନ ଓଡ଼ିଶାର ଜିଲ୍ଲା ସଂଖ୍ୟା କେତେ ?
Answer:
୩୦ ଗୋଟି

୨। ଜିଲ୍ଲାର ପ୍ରଶାସନିକ ଅଧ୍ୟାକାରୀ କିଏ ?
Answer:
ଜିଲ୍ଲାପାଳ

୩ । ଭାରତରେ ଜିଲ୍ଲାପାଳ ପଦବୀ କେବେ ସୃଷ୍ଟି ହୋଇଥିଲା ?
Answer:
୧୭୭୨ ମସିହାରେ

୪। ଉପଜିଲ୍ଲାପାଳଙ୍କୁ ଇଂରାଜୀରେ କ’ଣ କୁହାଯାଏ ?
Answer:
ସବୁକଲେକ୍ଟର

୫। ଜିଲ୍ଲାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲାପାଳଙ୍କୁ କିଏ ସହାୟତା କରନ୍ତି ?
Answer:
ପୋଲିସ୍ ସୁପରିଟେଣ୍ଡେଣ୍ଟ

୬। କେବେଠାରୁ ଜିଲ୍ଲାମାନଙ୍କର ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟକରି ଆସୁଛି ?
Answer:
୧୯୮୦ ମସିହା

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୭। ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ କିଏ ?
Answer:
ଜିଲ୍ଲାପାଳ

୮। ଲୋକସଭା ନିର୍ବାଚନବେଳେ ଜିଲ୍ଲାପାଳ କେଉଁ କାର୍ଯ୍ୟ କରିଥା’ନ୍ତି ?
Answer:
ରିଟଣ୍ଡିଂ ଅଫିସର

୯। ସର୍ବଶିକ୍ଷା ଅଭିଯାନର ମୁଖ୍ୟ କିଏ ?
Answer:
ଜିଲ୍ଲାପାଳ

୧୦। ବ୍ଲକ୍‌ଗୁଡ଼ିକର ମୁଖ୍ୟ କିଏ ?
Answer:
ବି.ଡ଼ି.ଓ.

୧୧। ତୁମ ବିଦ୍ୟାଳୟର ମୁଖ୍ୟ କିଏ ?
Answer:
ପ୍ରଧାନଶିକ୍ଷକ

୧୨। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି

BSE Odisha 8th Class Political Science Important Questions Chapter 3 ଜିଲ୍ଲା ପ୍ରଶାସନ

୧୩। ଜିଲ୍ଲାପାଳ ହେବା ପାଇଁ ଯୋଗ୍ୟତା କ’ଣ ?
Answer:
ଆଇ.ଏ.ଏସ୍.

୧୪। ଆଇ.ଏ.ଏସ୍.ମାନଙ୍କୁ କିଏ ଚୟନ କରନ୍ତି ?
Answer:
ଲୋକସେବା ଆୟୋଗ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Odisha State Board BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ Important Questions and Answers.

BSE Odisha Class 8 History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତୀୟ ସମାଜରେ ସଂସ୍କାର ଆଣିବା ପାଇଁ ରାଜା ରାମମୋହନ ରାୟ କ’ଣ କରିଥିଲେ ?
Answer:
ସଂସ୍କାର ଆନ୍ଦୋଳନର ଆରମ୍ଭ :

  • ଊନବିଂଶ ଶତାବ୍ଦୀରେ ଆରମ୍ଭ ହୋଇଥିବା ସମାଜ ସଂସ୍କାର ଆନ୍ଦୋଳନର ଜଣେ ପ୍ରମୁଖ ନେତା ଥିଲେ ରାଜା ରାମମୋହନ ରାୟ ।
  • ସେ ଉପଲବ୍‌ କରିଥିଲେ ଯେ ଧର୍ମରେ କୁସଂସ୍କାରଗୁଡ଼ିକର ଅନୁପ୍ରବେଶ ହିଁ ଭାରତୀୟ ସମାଜର ଦୁର୍ଗତି ପାଇଁ ଦାୟୀ ।

ଅନୁଷ୍ଠାନ ପ୍ରତିଷ୍ଠା :

  • ତେଣୁ ୧୮୩୦ ମସିହାରେ ବ୍ରାହ୍ମ ସମାଜ ପ୍ରତିଷ୍ଠା କରି ତା’ ମାଧ୍ୟମରେ ସଂସ୍କାର ଆଣିବାକୁ ସେ ପ୍ରୟାସ କରିଥିଲେ ।
  • ଏହା ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।

କୁପ୍ରଥା ଉଚ୍ଛେଦ :
ନାରୀଶିକ୍ଷାର ପ୍ରସାର ପାଇଁ ଓ ସତୀଦାହ ପ୍ରଥାର ଉଚ୍ଛେଦ ପାଇଁ ସେ ଇଂରେଜ ସରକାରକୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୨ । ସତୀପ୍ରଥା କ’ଣ ? ଏହା କେଉଁ ଅଞ୍ଚଳରେ ପ୍ରଚଳିତ ଥିଲା ? କେଉଁମାନେ ଏହି ପ୍ରଥାର ଉଚ୍ଛେଦ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ ? ପ୍ରକୃତରେ କିଏ ଏହି ପ୍ରଥାର ଉଚ୍ଛେଦ କରିଥିଲେ ?
Answer:
ସତୀପ୍ରଥା :

  • ଉତ୍ତର ଭାରତ ଏବଂ ବଙ୍ଗ ପ୍ରଦେଶର କୁଳୀନ ଓ ଉଚ୍ଚବର୍ଗରେ ସତୀପ୍ରଥା ନାମରେ ଏକ କୁସଂସ୍କାର ପ୍ରଚଳିତ ଥିଲା ।
  • ଏହି ପ୍ରଥା ଅନୁଯାୟୀ ମୃତ ପତିର ଚିତାରେ ପତ୍ନୀକୁ ଆତ୍ମଦାହ କରିବାକୁ ପଡୁଥିଲା । ଏଭଳି ଦାହ ହେଉଥ‌ିବା ପତ୍ନୀକୁ ସତୀ ଆଖ୍ୟା ମିଳୁଥିଲା ।

କୁପ୍ରଥାର ଉଚ୍ଛେଦ ପାଇଁ ଉଦ୍ୟମ :
ସମାଜର ରକ୍ଷଣଶୀଳ ଗୋଷ୍ଠୀ ଏହାକୁ ଏତେ ସମର୍ଥନ କରୁଥିଲେ ଯେ ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ଏବଂ ମରାଠା ପେଶ ତଥା ଜୟପୁର ରାଜା ଜୟସିଂହ ମଧ୍ୟ ଏହାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ ।

ପ୍ରଥା ଉଚ୍ଛେଦ :

  • ଊନବିଂଶ ଶତାବ୍ଦୀରେ ଇଂରେଜମାନେ ଏହି ପ୍ରଥାକୁ ଉଚ୍ଛେଦ କରିବାପାଇଁ ଦୃଢ଼ ପରିକର ହୋଇଥିଲେ ।
  • ୧୮୨୯ ମସିହାରେ ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିଙ୍ଗ୍ ସତୀପ୍ରଥାର ଉଚ୍ଛେଦ କରିଥିଲେ । ସେ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।

୩ । ଉଡ୍‌ ଡ଼େସ୍‌ଚ ସମ୍ବନ୍ଧରେ ସଂକ୍ଷେପରେ ଲେଖ ।
Answer:
ବୁଦ୍ଧିଜୀବୀଙ୍କ ବିରୋଧ :

  1. ମାକଲେଙ୍କ ପ୍ରଣୀତ ଶିକ୍ଷାନୀତିକୁ ଭାରତର ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀ ବିରୋଧ କରିଥିଲେ । ସେମାନଙ୍କ ମତରେ ଭାରତର ସମସ୍ତ ଲୋକଙ୍କୁ ଶିକ୍ଷିତ କରିବା ହେଉଛି ସରକାରଙ୍କ ଦାୟିତ୍ଵ ।
  2. ଫଳରେ ବ୍ରିଟିଶ ପାର୍ଲାମେଣ୍ଟର ନିର୍ଦ୍ଦେଶରେ କମ୍ପାନୀ ନିୟନ୍ତ୍ରଣ ବୋର୍ଡର ସଭାପତି ଚାର୍ଲସ୍ ଉଙ୍କ ଶିକ୍ଷା ସମ୍ବନ୍ଧୀୟ ଏକ ତଦନ୍ତ ରିପୋର୍ଟ ବା ଉଡ୍‌ସ୍ ଡେସ୍‌ଟ୍‌ ୧୮୫୪ ମସିହାରେ ପ୍ରକାଶ ପାଇଲା ।

ବିଶ୍ବବିଦ୍ୟାଳୟ ସ୍ଥାପନ :

  1. ଏହା ଫଳରେ ପ୍ରତ୍ୟେକ ପ୍ରଦେଶରେ ସ୍ଵତନ୍ତ୍ର ଶିକ୍ଷା ବିଭାଗ ଗଠିତ ହେଲା ଓ ୧୮୫୭ରେ କଲିକତା, ବମ୍ବେ ଓ ମାଡ୍ରାସରେ ତିନୋଟି ବିଶ୍ବବିଦ୍ୟାଳୟ ସ୍ଥାପିତ ହେଲା ।
  2. ଦେଶରେ ଅନେକ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା ।
  3. ଓଡ଼ିଶାରେ ୧୮୬୮ ମସିହାରେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା । ଓଡ଼ିଶାର ପ୍ରଶାସକ ଟି.ଇ. ରେଭେନ୍ସାଙ୍କ ନାମରେ ଏହାକୁ ପରବର୍ତ୍ତୀ କାଳରେ ରେଭେନ୍ସା କଲେଜ କୁହାଗଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୪। ଲର୍ଡ ମାକଲେଙ୍କ ଶିକ୍ଷାନୀତି ସମ୍ବନ୍ଧରେ ସଂକ୍ଷେପରେ ଆଲୋଚନା କର ।
Answer:
ମାକଲେଙ୍କ ଶିକ୍ଷାନୀତି :

  • ୧୮୩୫ ମସିହାରେ କମ୍ପାନୀର କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଲର୍ଡ ମାକଲେ ଇଂରାଜୀ ମାଧ୍ୟମରେ ଭାରତରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହେବ ବୋଲି ସରକାରଙ୍କର ନିଷ୍ପଭି ଘୋଷଣା କରିଥିଲେ ।
  • ତାଙ୍କ ମତରେ ଭାରତର ପ୍ରାଚୀନ ଶିକ୍ଷା ଯଥେଷ୍ଟ ନୁହେଁ । ପୁନଶ୍ଚ ଦେଶବାସୀଙ୍କୁ ସମୂହଭାବରେ ଆଧୁନିକ ଶିକ୍ଷା ଦେବାକୁ ସରକାରଙ୍କ ନିକଟରେ ଏତେ ଅର୍ଥ ନାହିଁ ।
  • ତାଙ୍କ ମତରେ ଅଳ୍ପ କିଛି ଲୋକ ଇଂରାଜୀ ମାଧ୍ୟମରେ ଶିକ୍ଷା ପାଇଲେ କିରାଣୀ ଓ ନିମ୍ନଶ୍ରେଣୀର କାମ ଲାଗି ସହଜରେ ଲୋକ ମିଳିଯିବେ ।

ମାତୃଭାଷାକୁ ଗୁରୁତ୍ଵ ନ ଦେବା :

  • ମାତୃଭାଷା ମାଧ୍ୟମରେ ଆଧୁନିକ ଓ ପାଶ୍ଚାତ୍ୟ ଶିକ୍ଷା ପ୍ରଦାନ କଲେ ଓ ଇଂରାଜୀକୁ ଦ୍ୱିତୀୟ ଭାଷାରୂପେ ଅଧ୍ୟୟନ କଲେ ଭାରତରେ ଉପନିବେଶବାଦୀ ସ୍ବାର୍ଥର ହାନି ହେବ ବୋଲି ଇଂରେଜ ସରକାର ଜାଣିଥ୍‌ରୁ ମାତୃଭାଷାରେ ଶିକ୍ଷାପ୍ରତି ଯଥେଷ୍ଟ ଧ୍ୟାନ ଦିଆଗଲା ନାହିଁ ।
  • ମାକଲେଙ୍କ ପ୍ରଣୀତ ଶିକ୍ଷାନୀତିକୁ ଇଂରେଜ ସରକାର ଶେଷପର୍ଯ୍ୟନ୍ତ ପାଳନ କରିଥିଲେ ମଧ୍ୟ ଆଧୁନିକ ଶିକ୍ଷିତ ବୁଦ୍ଧିଜୀବୀମାନେ ଏହି ନୀତିକୁ ବିରୋଧ କରିଥିଲେ ।

୫। ସାମାଜିକ-ଧାର୍ମିକ ସଂସ୍କାର ଆନ୍ଦୋଳନର କ’ଣ ଦୁର୍ବଳତା ଥିଲା ?
Answer:
ଆନ୍ଦୋଳନର ଦୁର୍ବଳତା :

  • ସାମାଜିକ-ଧାର୍ମିକ ସଂସ୍କାର ଆନ୍ଦୋଳନମାନ ଉଲ୍ଲେଖନୀୟ ହୋଇଥିଲେ ମଧ୍ୟ ଏହା ମଧ୍ୟରେ କେତେକ ଦୋଷ ଦୁର୍ବଳତା ଅନ୍ତର୍ନିହିତ ଥିଲା ।
  • ଏହି ସଂସ୍କାର ଆନ୍ଦୋଳନ ସମାଜର ମଧ୍ଯମ ଓ ଉଚ୍ଚବର୍ଗ ମଧ୍ୟରେ ସୀମିତ ଥିଲା । ସମାଜର ସାଧାରଣ ବର୍ଗରେ ଏହାର ପ୍ରଭାବ ବିଶେଷକରି ଅନୁଭୂତ ହୋଇନଥିଲା ।
  • ଏହି ସାମାଜିକ ଆନ୍ଦୋଳନ ପଛରେ ସଂସ୍କାରକମାନଙ୍କର ଯେଉଁ ଉଦ୍ଦେଶ୍ୟ ଥିଲା ତାହା ଇଂରେଜ ସରକାରଙ୍କ ଉଦ୍ଦେଶ୍ୟଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ।

ଉଚ୍ଛେଦ ପାଇଁ ଆଇନ ପ୍ରଣୟନ :

  • କେତୋଟି ନିର୍ଦ୍ଦିଷ୍ଟ କୁସଂସ୍କାରକୁ ଉଚ୍ଛେଦ କରିବାପାଇଁ ଆଇନ ପ୍ରଣୟନ କରିବାବେଳେ ଔପନିବେଶିକ ସ୍ଵାର୍ଥସାଧନ ସରକାରଙ୍କର ଉଦ୍ଦେଶ୍ୟ ଥିଲା ।
  • ସଂସ୍କାରକମାନେ ରାଷ୍ଟ୍ରଗଠନ ଓ ରାଷ୍ଟ୍ରର ଉନ୍ନତି ଚାହୁଁଥିଲେ; ମାତ୍ର ସେମାନଙ୍କୁ ଆବଶ୍ୟକୀୟ ମାତ୍ରାରେ ସରକାରଙ୍କ ପକ୍ଷରୁ ସହଯୋଗ ମିଳୁନଥିଲା ।
  • ଉଦାହରଣସ୍ୱରୂପ, ସଂସ୍କାରକମାନେ ଚାହୁଁଥିଲେ ମାତୃଭାଷା ମାଧ୍ୟମରେ ଆଧୁନିକ ଓ ନାରୀଶିକ୍ଷାର ପ୍ରସାର ହେଉ; ମାତ୍ର ଏଥ‌ିପାଇଁ ସେମାନଙ୍କୁ ସରକାରଙ୍କର ସାହାଯ୍ୟ ମିଳିନଥିଲା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ | ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ କେଉଁ ଉଦ୍ଦେଶ୍ୟରେ ଭାରତକୁ ଆସିଥିଲା ? ଏହା କିପରି ଦେଶକୁ ଶାସନ କରିବାକୁ ଲାଗିଲା ?
Answer:

  1. ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ବାଣିଜ୍ୟ କାରବାର ପାଇଁ ଭାରତକୁ ଆସିଥିଲା ।
  2. ମାତ୍ର ଦେଶର ରାଜନୈତିକ ଦୁର୍ବଳତାର ସୁଯୋଗ ନେଇ ଏହା ଦେଶକୁ ଶାସନ କରିବାକୁ ଲାଗିଲା ।

୨ । ଶିଳ୍ପ ବିପ୍ଳବ ପ୍ରଥମେ କେଉଁଠି ଆରମ୍ଭ ହୋଇଥିଲା ? ଭାରତରୁ ଆବଶ୍ୟକ କଞ୍ଚାମାଲ ନେବା ଆବଶ୍ୟକ ଇଂରେଜମାନଙ୍କ ପକ୍ଷରେ କାହିଁକି ସହଜ ହୋଇଥିଲା ?
Answer:

  • ଶିଳ୍ପ ବିପ୍ଳବ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା ।
  • ଇଂରେଜମାନଙ୍କ ହାତରେ ଭାରତର ଶାସନ ଡୋରି ଥ‌ିବାରୁ ଭାରତରୁ ଆବଶ୍ୟକ କଞ୍ଚାମାଲ ନେବା ସେମାନଙ୍କ ପକ୍ଷେ ସହଜ ହୋଇଥିଲା ।

୩ । କିଏ କେବେ କାହିଁକି କଲିକତାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ?
Answer:

  • ବଡ଼ଲାଟ୍ ୱାରେନ୍ ହେଷ୍ଟିଙ୍ଗ୍‌ସ୍‌ ୧୭୮୧ ମସିହାରେ କଲିକତାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ।
  • ଏହା ପାରମ୍ପରିକ ଦେଶୀୟ ଶିକ୍ଷାକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଥିଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୪। ବନାରସଠାରେ ଏକ ସଂସ୍କୃତ କଲେଜ କିଏ ସ୍ଥାପନ କରିଥିଲେ ଏବଂ ଏହା କେଉଁ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା ?
Answer:

  • ଜନାଥନ ଡନ୍‌କାନ୍ ବନାରସଠାରେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
  • ଏହା ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଥିଲା ।

୫। ଶିକ୍ଷା ସମ୍ବନ୍ଧୀୟ ଚାର୍ଟର ଆଇନ କେବେ ପ୍ରଣୀତ ହେଲା ଏବଂ ଏହି ଆଇନ ଅନୁଯାୟୀ କମ୍ପାନୀ ସରକାର ଆଧୁନିକ ବିଜ୍ଞାନ ଶିକ୍ଷା ପାଇଁ କ’ଣ କରିବାକୁ ନିଷ୍ପତ୍ତି ନେଇଥିଲେ ?
Answer:

  1. ଶିକ୍ଷା ସମ୍ବନ୍ଧୀୟ ଚାର୍ଟର ଆଇନ ୧୮୧୩ ମସିହାରେ ଇଂଲଣ୍ଡରେ ପ୍ରଣୀତ ହେଲା ।
  2. ଏହି ଆଇନ ଅନୁଯାୟୀ ପ୍ରଥମ କରି କମ୍ପାନୀ ସରକାର ଆଧୁନିକ ବିଜ୍ଞାନ ଶିକ୍ଷାର ପ୍ରସାର ଉଦ୍ଦେଶ୍ୟରେ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ ବୋଲି ନିଷ୍ପଭି ନେଇଥିଲେ ।

୬। କେତେବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ? ଶେଷଥର ପାଇଁ ଏହି ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:

  • ପ୍ରତି ୨୦ ବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ।
  • ଶେଷଥର ପାଇଁ ଏହା ୧୮୫୩ ମସିହାରେ ପ୍ରଣୀତ ହୋଇଥିଲା ।

୭ | ଲର୍ଡ ମାକଲେ କିଏ ? ସେ ଭାରତରେ କେଉଁ ଶିକ୍ଷାର ପ୍ରଚଳନ ପାଇଁ କାର୍ଯ୍ୟ କରିଥିଲେ ?
Answer:

  • ଲର୍ଡ ମାକଲେ କମ୍ପାନୀର କାର୍ଯ୍ୟକାରୀ ପରିଷଦର ଆଇନ ସଭ୍ୟ ଥିଲେ ।
  • ସେ ଭାରତରେ ଇଂରାଜୀ ମାଧ୍ୟମରେ ଆଧୁନିକ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ପାଇଁ କାର୍ଯ୍ୟ କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୮ । ଓଡ଼ିଶାରେ କେବେ କେଉଁଠାରେ ପ୍ରଥମ କରି ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ? ଏହି ବିଦ୍ୟାଳୟର ନାମ କ’ଣ ଥିଲା ?
Answer:

  • ଓଡ଼ିଶାରେ ୧୮୭୩ ମସିହାରେ କଟକଠାରେ ପ୍ରଥମ କରି ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ।
  • ଏହି ବିଦ୍ୟାଳୟର ନାମ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ଥିଲା ।

୯ । ୧୮୭୫ ମସିହା ସୁଦ୍ଧା ସମଗ୍ର ଦେଶରେ କେତୋଟି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା ? ଓଡ଼ିଶାରେ ପ୍ରଥମ କରି କେବେ କେଉଁଠାରେ ମେଡ଼ିକାଲ ସ୍କୁଲ୍ ଆରମ୍ଭ ହୋଇଥିଲା ?
Answer:

  1. ୧୮୭୫ ମସିହା ସୁଦ୍ଧା ସମଗ୍ର ଦେଶରେ ତିନୋଟି ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା ।
  2. ଓଡ଼ିଶାରେ ପ୍ରଥମ କରି ୧୮୭୬ରେ କଟକଠାରେ ଏକ ମେଡ଼ିକାଲ ସ୍କୁଲ୍ ଆରମ୍ଭ ହୋଇଥିଲା ।

୧୦ । ଇଂରେଜ ଶାସନ ସମୟରେ ପ୍ରଥମେ କେଉଁଠାରେ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ଏବଂ ସେଠାରେ କେଉଁମାନେ ପଢ଼ିବାପାଇଁ ପ୍ରବେଶାତ୍‌କାର ପାଇଥିଲେ ?
Answer:

  • ଇଂରେଜ ଶାସନ ସମୟରେ ପ୍ରଥମ କରି ଉତ୍ତରପ୍ରଦେଶର ରୁର୍କିଠାରେ ଏକ ଇଞ୍ଜିନିୟରିଂ କଲେଜ ସ୍ଥାପନ କରାଯାଇଥିଲା ।
  • ସେଠାରେ କେବଳ ଇଉରୋପୀୟ ଛାତ୍ରମାନେ ପଢ଼ିବାପାଇଁ ପ୍ରବେଶାଧ୍ୟାକାର ପାଇଥିଲେ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧ | କେଉଁ ବଡ଼ଲାଟ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ?
Answer:
ବଡ଼ଲାଟ୍ ଉଇଲିୟମ୍ ବେଣ୍ଟିକ୍ ସତୀପ୍ରଥାକୁ ଆଇନ ଦୃଷ୍ଟିରୁ ଅପରାଧ ବୋଲି ଘୋଷଣା କରିଥିଲେ ।

୨ । ଭାରତରେ କେବେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟ ସ୍ଥାପନ କରାଗଲା ?
Answer:
ଭାରତରେ ୧୮୫୭ ମସିହାରେ ସର୍ବପ୍ରଥମେ ବିଶ୍ବବିଦ୍ୟାଳୟ ସ୍ଥାପନ କରାଗଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ଓଡ଼ିଶାରେ କେବେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ?
Answer:
ଓଡ଼ିଶାରେ ୧୮୬୮ ମସିହାରେ ପ୍ରଥମେ କଟକରେ ଏକ କଲେଜ ଆରମ୍ଭ ହୋଇଥିଲା ।

୪ । ୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ କେତୋଟି ଇଞ୍ଜିନିୟରିଂ କଲେଜ ଥିଲା ?
Answer:
୧୯୩୦ ମସିହା ସୁଦ୍ଧା ସମଗ୍ର ଦେଶରେ ପ୍ରାୟ ୧୦ଟି ଇଞ୍ଜିନିୟରିଂ କଲେଜ ଥିଲା ।

୫। ବ୍ରାହ୍ମ ସମାଜ କେଉଁଠାରେ ସ୍ଥାପନ କରାଯାଇଥିଲା ?
Answer:
ବ୍ରାହ୍ମ ସମାଜ କଲିକତା (କୋଲକାତା)ଠାରେ ସ୍ଥାପନ କରାଯାଇଥିଲା ।

୬। ଅହମ୍ମଦିଆ ଆନ୍ଦୋଳନ କାହାକୁ କୁହାଯାଏ ?
Answer:
୧୮୮୯ ମସିହାରେ ମିର୍ଜା ଗୁଲାମ୍ ଅହମ୍ମଦ ମୁସଲମାନମାନଙ୍କ ମଧ୍ୟରେ ଆରମ୍ଭ କରିଥିବା ସଂସ୍କାର ଆନ୍ଦୋଳନକୁ ଅହମ୍ମଦିଆ ଆନ୍ଦୋଳନ କୁହାଯାଏ ।

୭ । ସ୍ଵାମୀ ଦୟାନନ୍ଦ ସରସ୍ଵତୀଙ୍କ ମତରେ ବେଦ କ’ଣ ଥିଲା ?
Answer:
ସ୍ୱାମୀ ଦୟାନନ୍ଦ ସରସ୍ବତୀଙ୍କ ମତରେ ବେଦ ଥିଲା ସମସ୍ତ ଜ୍ଞାନର ମୂଳ ଉତ୍ସ ଯେଉଁଥରେ ଅନ୍ଧବିଶ୍ଵାସ ଓ କୁସଂସ୍କାରର ସ୍ଥାନ ନାହିଁ ।

୮ | ବିଧବା ବିବାହ ଆଇନ କେବେ ପ୍ରଣୟନ କରାଯାଇଥିଲା ?
Answer:
୧୮୫୬ ମସିହାରେ ବିଧବା ବିବାହ ଆଇନ ପ୍ରଣୟନ କରାଯାଇଥିଲା ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୯। ଶିଳ୍ପ ବିପ୍ଳବ କାହାକୁ କୁହାଯାଏ ?
Answer:
ଶିଳ୍ପ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଆମୂଳଚୂଳ ପରିବର୍ତ୍ତନକୁ ଶିଳ୍ପ ବିପ୍ଳବ କୁହାଯାଏ ।

୧୦ । ଶିଳ୍ପବିପ୍ଳବ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଶିଳ୍ପବିପ୍ଳବ ପ୍ରଥମେ ଇଂଲଣ୍ଡରେ ଆରମ୍ଭ ହୋଇଥିଲା ।

୧୧ । କେବେ ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ହୋଇଥିଲା ?
Answer:
୧୮୩୫ ଖ୍ରୀ.ଅ.ରେ ଭାରତରେ ଇଂରାଜୀ ଶିକ୍ଷା ପ୍ରଚଳନ ହୋଇଥିଲା ।

୧୨ । ବିଶ୍ଵବିଦ୍ୟାଳୟ ଉପାଧ୍ ଲାଭ କରିଥିବା ପ୍ରଥମ ଭାରତୀୟ କିଏ ?
Answer:
ପ୍ରସିଦ୍ଧ ବଙ୍ଗଳା ଉପନ୍ୟାସ ‘ଆନନ୍ଦ ମଠ’ର ଲେଖକ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ବିଶ୍ବବିଦ୍ୟାଳୟ ଉପାଧ୍ ଲାଭ କରିଥିବା ପ୍ରଥମ ଭାରତୀୟ ଥିଲେ ।

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧ । ସ୍ପିନିଂ ଜେନି _________ ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା ।
Answer:
ଜେମ୍‌ସ ହାରଗ୍ରେଭସ୍

୨ । ମଦ୍ରାସା _______ ମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ।
Answer:
ମୁସଲମାନ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ମଠ ଓ ଟୋଲ୍‌ରେ _______ ଶିକ୍ଷା ପ୍ରଦାନ କରାଯାଇଥିଲା ।
Answer:
ସଂସ୍କୃତ

୪। ୱାରେନ୍ ହେଷ୍ଟିଙ୍ଗ୍‌ ________ ଠାରେ ଏକ ମଦ୍ରାସା ସ୍ଥାପନ କରିଥିଲେ ।
Answer:
କଲିକତା

୫ । __________ ବନାରସରେ ହିନ୍ଦୁ ଆଇନ ଓ ଦର୍ଶନ ଶିକ୍ଷା ନିମନ୍ତେ ଏକ ସଂସ୍କୃତ କଲେଜ ସ୍ଥାପନ କରିଥିଲେ ।
Answer:
ଜନାଥନ ଡନ୍କାନ୍

୬ । ପ୍ରଥମ ଚାର୍ଟର ଆଇନ _________ ମସିହାରେ ଗୃହୀତ ହୋଇଥିଲା ।
Answer:
୧୭୯୩

୭ । ଭାରତରେ ଲର୍ଡ ମାକଲେଙ୍କ ଶିକ୍ଷାନୀତି _________ ମସିହାରେ ପ୍ରଚଳିତ ହୋଇଥିଲା ।
Answer:
୧୮୩୫

୮ । _________ ମସିହାରେ କଲିକତା, ବମ୍ବେ ଓ ମାଡ୍ରାସ୍‌ରେ ତିନୋଟି ବିଶ୍ଵବିଦ୍ୟାଳୟ ସ୍ଥାପିତ ହୋଇଥିଲା ।
Answer:
୧୮୫୭

୯ । ବଙ୍ଗଳା ପୁସ୍ତକ ‘ଆନନ୍ଦମଠ’ ________ ରଚନା କରିଥିଲେ ।
Answer:
ବଙ୍କିମଚନ୍ଦ୍ର ଚାଟାର୍ଜୀ

୧୦ । ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ __________ ଠାରେ ଆରମ୍ଭ ହୋଇଥିଲା ।
Answer:
କଟକ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୧ । _________ ମସିହାରେ ଏକ ଆଇନ ବଳରେ ବିଧବା ବିବାହ ଆଇନ ସମ୍ମତ ବୋଲି ଆଦେଶ ଜାରି ହୋଇଥିଲା ।
Answer:
୧୮୫୬

୧୨ । ରାମକୃଷ୍ଣ ମିଶନ ___________ ପ୍ରତିଷ୍ଠା କରିଥିଲେ ।
Answer:
ବିବେକାନନ୍ଦ

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ ( ✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧ । ୧୮୫୭ ମସିହାର ବିଦ୍ରୋହବେଳକୁ ସମଗ୍ର ଦେଶ ଇଂରେଜ ଶାସନାଧୀନ ହୋଇଥିଲା ।
୨। ମଦ୍ରାସା ଓ ମକତବରେ ବିଶେଷକରି ସଂସ୍କୃତ ଶିକ୍ଷା ପ୍ରଦାନ କରାଯାଉଥିଲା ।
୩ । ଲର୍ଡ ଉଇଲିୟମ୍ ବେଣ୍ଟିକ୍ କଲିକତାରେ ମଦ୍ରାସା ସ୍ଥାପନ କରିଥିଲେ ।
୪। ୧୮୫୩ ମସିହାରେ ପ୍ରଥମ ଚାର୍ଟର ଆଇନ ପ୍ରଣୀତ ହୋଇଥିଲା ।
୫। ପ୍ରତି କୋଡ଼ିଏ ବର୍ଷ ବ୍ୟବଧାନରେ ଚାର୍ଟର ଆଇନ ପ୍ରଣୀତ ହେଉଥିଲା ।
୬ । ଓଡ଼ିଶାରେ ପ୍ରତିଷ୍ଠା କରାଯାଇଥିବା ପ୍ରଥମ କଲେଜର ନାମ ରେଭେନ୍ସା କଲେଜ ଥିଲା ।
୭ । ଓଡ଼ିଶାର ବାଲେଶ୍ଵରଠାରେ ପ୍ରଥମ କଲେଜ ଆରମ୍ଭ ହୋଇଥିଲା ।
୮ । ଓଡ଼ିଶାର କଟକଠାରେ ପ୍ରଥମ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ।
୯ | ୧୮୯୯ରେ ପ୍ରଥମ କରି ବମ୍ବେ ବିଶ୍ବବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ଦିଆଯାଇଥଲା ।
୧୦ । ମୋଗଲ ସମ୍ରାଟ ଆକବର ଓ ଆଉରଙ୍ଗଜେବ୍ ସତୀଦାହ ପ୍ରଥାକୁ ଉଚ୍ଛେଦ କରିବାକୁ ପ୍ରୟାସ କରି ସଫଳ ହୋଇଥିଲେ ।
୧୫ । ବ୍ରାହ୍ମ ସମାଜ ମୂର୍ତ୍ତିପୂଜା, ସତୀପ୍ରଥା, ବହୁବିବାହ ପ୍ରଥା, ଜାତିପ୍ରଥା ତଥା ପର୍ଦାପ୍ରଥାକୁ ବିରୋଧ କରୁଥିଲା ।

Answer:
୧ । ( ✓)
୨। (✗ )
୩ । (✗ )
୪ । (✗ )
୫ । ( ✓)
୬ । ( ✓)
୭ । ( ✗)
୮ । (✓ )
୯ | ( ✓)
୧୦ । (✗ )
୧୫ । (✓ )

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧ । ୧୭୬୦ ମସିହାରେ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ୟରେ ପଲାସୀ ଯୁଦ୍ଧ ହୋଇଥିଲା ।
Answer:
୧୭୫୭ ମସିହାରେ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ମଧ୍ୟରେ ପଲାସୀ ଯୁଦ୍ଧ ହୋଇଥିଲା ।

୨। ପ୍ରଥମ ଚାର୍ଟର ଆଇନ ୧୭୯୭ରେ ଗୃହୀତ ହୋଇଥିଲା ।
Answer:
ପ୍ରଥମ ଚାର୍ଟର ଆଇନ ୧୭୯୩ରେ ଗୃହୀତ ହୋଇଥିଲା ।

୩ । ୧୮୧୩ରେ ଚାର୍ଟର ଆଇନ ଅନୁଯାୟୀ ମୁସଲମାନମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲା ।
Answer:
୧୮୧୩ରେ ପ୍ରଣୀତ ଚାର୍ଟର ଆଇନ ଅନୁଯାୟୀ ଖ୍ରୀଷ୍ଟିଆନ୍ ମିସନାରୀମାନଙ୍କୁ ଭାରତରେ ଧର୍ମ ଓ ସଂସ୍କୃତି ପ୍ରଚାର ପାଇଁ କମ୍ପାନୀ ଅନୁମତି ଦେଇଥିଲା ।

୪ । ଓଡ଼ିଶାର ସମ୍ବଲପୁରଠାରେ ପ୍ରଥମେ ଇଂରେଜମାନଙ୍କଦ୍ୱାରା ଏକ କଲେଜ ଖୋଲାଯାଇଥିଲା ।
Answer:
ଓଡ଼ିଶାର କଟକଠାରେ ପ୍ରଥମେ ଇଂରେଜମାନଙ୍କଦ୍ୱାରା ଏକ କଲେଜ ଖୋଲାଯାଇଥିଲା ।

୫। କଲିକତାରେ ସ୍ଥାପିତ ହୋଇଥିବା କଲେଜ ପରବର୍ତ୍ତୀ ସମୟରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।
Answer:
କଟକରେ ସ୍ଥାପିତ ହୋଇଥିବା କଲେଜ ପରବର୍ତୀ ସମୟରେ ରେଭେନ୍ସା କଲେଜ ନାମରେ ନାମିତ ହୋଇଥିଲା ।

୬ । ସ୍ଵାମୀ ବିବେକାନନ୍ଦ ୧୮୬୭ ମସିହାରେ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।
Answer:
ମହାଦେବ ଗୋବିନ୍ଦ ରାଣାଡ଼େ ୧୮୬୭ ମସିହାରେ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କେଉଁ ମସିହାରେ ପଲାସୀ ଯୁଦ୍ଧ ହୋଇଥିଲା ?
(କ) ୧୭୫୪
(ଖ) ୧୭୫୭
(ଗ) ୧୭୫୬
(ଘ) ୧୭୫୮
Answer:
(ଖ) ୧୭୫୭

୨। ନିମ୍ନୋକ୍ତ ମଧ୍ଯରୁ କିଏ ୱିନିଂ ମ୍ୟୁଲ୍‌ର ଉଦ୍ଭାବକ ଥିଲେ ?
(କ) ନଉକମେନ
(ଖ) ସାମୁଏଲ କ୍ରମ୍ପଟନ୍
(ଗ) ଜେମ୍‌ସ ୱାଟ୍
(ଘ) ଜେମ୍ସ ହାରଗ୍ରୀଭସ୍
Answer:
(ଖ) ସାମୁଏଲ୍ କ୍ରମ୍ପଟନ୍‌

୩ । କେବେ ଦ୍ବିତୀୟ ଚାର୍ଟର ଆଇନ ପ୍ରଣୀତ ହୋଇଥିଲା ?
(କ) ୧୮୧୦ ଖ୍ରୀ.ଅ.
(ଖ) ୧୮୨୫ ଖ୍ରୀ.ଅ.
(ଗ) ୧୮୨୩ ଖ୍ରୀ.ଅ.
(ଘ) ୧୮୧୩ ଖ୍ରୀ.ଅ.
Answer:
(ଘ) ୧୮୧୩ ଖ୍ରୀ.ଅ.

୪ । ୧୯୨୧ ମସିହା ସୁଦ୍ଧା ଦେଶର ମାତ୍ର କେତେ ପ୍ରତିଶତ ମହିଳା ଶିକ୍ଷା ଲାଭ କରିଥିଲେ ?
(କ) ୨୦ ପ୍ରତିଶତ
(ଖ) ୨୪ ପ୍ରତିଶତ
(ଗ) ୨୨ ପ୍ରତିଶତ
(ଘ) ୨୮ ପ୍ରତିଶତ
Answer:
(ଗ) ୨୨ ପ୍ରତିଶତ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୫। କେବେ କଟକରେ ପ୍ରଥମେ ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ ଆରମ୍ଭ ହୋଇଥିଲା ?
(କ) ୧୮୭୦ ଖ୍ରୀ.ଅ.
(ଖ) ୧୮୭୯ ଖ୍ରୀ.ଅ.
(ଗ) ୧୮୭୩ ଖ୍ରୀ.ଅ.
(ଘ) ୧୮୮୦ ଖ୍ରୀ.ଅ.
Answer:
(ଗ) ୧୮୭୩ ଖ୍ରୀ.ଅ.

୬। ବାଲେଶ୍ଵର ନିକଟରେ ଏକ ଶିଳ୍ପ ତାଲିମ ସ୍କୁଲ୍ କେବେ ପ୍ରତିଷ୍ଠା ହୋଇଥିଲା ?
(କ) ୧୮୮୪ ଖ୍ରୀ.ଅ.
(ଖ) ୧୮୯୦ ଖ୍ରୀ.ଅ.
(ଗ) ୧୮୮୫ ଖ୍ରୀ.ଅ.
(ଘ) ୧୮୮୮ ଖ୍ରୀ.ଅ.
Answer:
(କ) ୧୮୮୪ ଖ୍ରୀ.ଅ.

୭ | ଇଂରେଜ ସରକାର ପ୍ରଥମେ କେଉଁଠାରେ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରିଥିଲେ ?
(କ) ଉତ୍ତରପ୍ରଦେଶର ଆଲ୍ଲାହାବାଦଠାରେ
(ଖ) ଉତ୍ତରପ୍ରଦେଶର ରୁର୍କିଠାରେ
(ଗ) ଉତ୍ତରପ୍ରଦେଶର ବେଲଗାଓଁଠାରେ
(ଘ) ପଞ୍ଜାବର ଚଣ୍ଡୀଗଡ଼ଠାରେ
Answer:
(ଖ) ଉତ୍ତରପ୍ରଦେଶର ରୁର୍କିଠାରେ

୮। କଟକରେ ସ୍ଥାପିତ ହୋଇଥ‌ିବା ସର୍ଭେ ସ୍କୁଲଟି ପରେ କେଉଁ ସ୍କୁଲରେ ପରିଣତ ହୋଇଥିଲା ହୋଇଥିଲା ?
(କ) ମେଡ଼ିକାଲ ସ୍କୁଲ
(ଖ) ଓଡ଼ିଆ ସ୍କୁଲ୍
(ଗ) ଇଞ୍ଜିନିୟରିଂ ସ୍କୁଲ
(ଘ) ଇଂରାଜୀ ସ୍କୁଲ୍
Answer:
(ଗ) ଇଞ୍ଜିନିୟରିଂ ସ୍କୁଲ

୯ । ଇଂରେଜମାନଙ୍କ ସମୟରେ କେଉଁ ପ୍ରଥା ଲୋକମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲା ?
(କ) ଜାତିପ୍ରଥା
(ଖ) ବିଧବା ବିବାହ ପ୍ରଥା
(ଗ) ସତୀଦାହ ପ୍ରଥା
(ଘ) ନରବଳି ପ୍ରଥା
Answer:
(କ) ଜାତିପ୍ରଥା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୦ । ବ୍ରାହ୍ମ ସମାଜର ଶାଖା କେଉଁ କେଉଁଠାରେ ଗଠିତ ହୋଇଥିଲା ?
(କ) ମାନ୍ଦ୍ରାଜ ଓ ବମ୍ବେ
(ଖ) ଦିଲ୍ଲୀ ଓ ମହୀଶୂର
(ଗ) ଦିଲ୍ଲୀ ଓ ମାନ୍ଦ୍ରାଜ
(ଘ) ପଞ୍ଜାବ ଓ ଚଣ୍ଡୀଗଡ଼
Answer:
(କ) ମାନ୍ଦ୍ରାଜ୍ ଓ ବମ୍ବେ

୧୧ । “ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦର୍ଶନର ସମନ୍ବିତ ଅଧ୍ୟୟନ ବିନା ପ୍ରକୃତ ଜ୍ଞାନ ସମ୍ଭବ ନୁହେଁ – ଏହା କିଏ କହିଥିଲେ ?
(କ) ସ୍ଵାମୀ ଦୟାନନ୍ଦ ସରସ୍ବତୀ
(ଖ) ମହାଦେବ ଗୋବିନ୍ଦ ରାଣାଡ଼େ
(ଗ) ରାଜା ରାମମୋହନ ରାୟ
(ଘ) ଭୀମଭୋଇ
Answer:
(ଗ) ରାଜା ରାମମୋହନ ରାୟ

E. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1
Answer:
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.1

ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.2
Answer:
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.3
ଭାରତରେ ଇଂରେଜ ଶାସନର ପ୍ରଭାବ Chapter 1.4

F. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧ । ପଲାସୀ ଯୁଦ୍ଧର କେତେ ବର୍ଷ ପରେ ସିପାହୀ ବିଦ୍ରୋହ ହୋଇଥିଲା ?
Answer:
୧୦୦ ବର୍ଷ ପରେ

୨। ପ୍ରଥମ ଚାର୍ଟର ଆଇନ କେବେ ପ୍ରଣୀତ ହୋଇଥିଲା ?
Answer:
୧୭୯୩ ମସିହା

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୩ । ‘ଉଡ଼ସ୍‌ ଡେସ୍‌ଚ’’ କେବେ ପ୍ରକାଶ ପାଇଥିଲା ?
Answer:
୧୮୫୪ ମସିହା

୪ । କଟକର ରେଭେନ୍ସା ହିନ୍ଦୁ ବାଳିକା ବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୮୭୩ ମସିହା

୫ । ଓଡ଼ିଶାର ପ୍ରଥମ କରି କଟକରେ କେବେ ଏକ ମେଡ଼ିକାଲ ସ୍କୁଲ ଆରମ୍ଭ ହୋଇଥିଲା ?
Answer:
୧୮୭୬ ମସିହା

୬ । ରୁର୍କି ଇଞ୍ଜିନିୟରିଂ କଲେଜ କେଉଁଠାରେ ସ୍ଥାପନ କରାଯାଇଥିଲା ?
Answer:
ଉତ୍ତରପ୍ରଦେଶ

୭ । ବ୍ରାହ୍ମ ସମାଜର ପ୍ରତିଷ୍ଠାତା କିଏ ?
Answer:
ରାଜା ରାମମୋହନ ରାୟ

୮ | ସ୍ଵାମୀ ବିବେକାନନ୍ଦଙ୍କ ଗୁରୁ କିଏ ଥିଲେ ?
Answer:
ରାମକୃଷ୍ଣ ପରମହଂସ

୯ । ରାମକୃଷ୍ଣ ମିଶନ କିଏ ପ୍ରତିଷ୍ଠା କରିଥିଲେ ?
Answer:
ସ୍ଵାମୀ ବିବେକାନନ୍ଦ

୧୦ । ମହାଦେବ ଗୋବିନ୍ଦ ରାଣାଡ଼େ କେଉଁ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ ?
Answer:
ପ୍ରାର୍ଥନା ସମାଜ

୧୧। ‘‘ବେଦ ସମସ୍ତ ଜ୍ଞାନର ମୂଳ ଉତ୍ସ ।’’ ଏକଥା କିଏ କହିଥିଲେ ?
Answer:
ସ୍ଵାମୀ ଦୟାନନ୍ଦ ସରସ୍ବତୀ

BSE Odisha 8th Class History Important Questions Chapter 2 ଭାରତରେ ଇଂରେଜ ଶାସନର ପ୍ରଭାବ

୧୨। ‘‘ଆନନ୍ଦ ମଠ’’ ଉପନ୍ୟାସ କିଏ ଲେଖୁଥିଲେ ?
Answer:
ବଙ୍କିମ ଚନ୍ଦ୍ର ଚାଟାର୍ଜୀ

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Odisha State Board BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ Important Questions and Answers.

BSE Odisha Class 8 History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଖୋର୍ଦ୍ଧାରାଜାଙ୍କ ମନ୍ତ୍ରୀଭାବେ ଜୟୀରାଜଗୁରୁଙ୍କ କାର୍ଯ୍ୟାବଳୀ ଉଲ୍ଲେଖ କର ।
Answer:
ଅଭିଭାବକ ଭାବେ କାର୍ଯ୍ୟ :

  • ରାଜା ଦିବ୍ୟସିଂହଦେବଙ୍କ ମୃତ୍ୟୁ ପରେ ତାଙ୍କର ନାବାଳକ ପୁତ୍ର ଦ୍ଵିତୀୟ ମୁକୁନ୍ଦଦେବ ରାଜା ହେଲାପରେ ଜୟୀ ରାଜଗୁରୁ ତାଙ୍କର ଅଭିଭାବକଭାବେ କାର୍ଯ୍ୟ କଲେ ।
  • ୧୭୮୯ ଖ୍ରୀ.ଅ.ରେ ସେ ସମସ୍ତ ପ୍ରକାର ଶାସନ ନିୟନ୍ତ୍ରଣ କ୍ଷମତା ହାତକୁ ନେଲେ ।

ଦୁର୍ଭିକ୍ଷ :
ସେହି ସମୟରେ ଛୋଟ ଛୋଟ ରାଜ୍ୟଗୁଡ଼ିକ ମଧ୍ୟରେ ଅନ୍ତଯୁଦ୍ଧ ଚାଲିଥିଲା ଏବଂ ଦୁର୍ଭିକ୍ଷ ପଡ଼ିବାରୁ ଘୋର ସଂକଟ ଦେଖାଦେଲା । ଏହି ସମୟରେ ଜୟୀ ରାଜଗୁରୁଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲା ।

ଆଖଡ଼ାଶାଳ :
ପାଇକମାନଙ୍କୁ ଯୁଦ୍ଧବିଦ୍ୟାରେ ତାଲିମ ଦେବାପାଇଁ ସେ ଆଖଡ଼ାଶାଳ ପ୍ରତିଷ୍ଠା କରି ସେମାନଙ୍କୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରାଇଥିଲେ ।

ଦେଶଭକ୍ତି :
ଇଂରେଜମାନେ ବିଶ୍ୱାସଘାତକତା କରିବାରୁ ଜୟୀ ରାଜଗୁରୁ ରାଜାଙ୍କୁ ସେମାନଙ୍କ ବିରୋଧରେ ଯୁଦ୍ଧ କରିବାକୁ ପରାମର୍ଶ ଦେଇଥିଲେ । ଯଦିଓ ଖୋର୍ଦ୍ଧା ଶେଷରେ ଇଂରେଜ ଶାସନାଧୀନ ହେଲା, ତଥାପି ଜୟୀ ରାଜଗୁରୁଙ୍କ ଦେଶଭକ୍ତି ଓ ତ୍ୟାଗ ଚିରସ୍ମରଣୀୟ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୨ । ପାଇକ ବିଦ୍ରୋହର ଅବସାନ କିପରି ଘଟିଥିଲା ?
Answer:
ବିଦ୍ରୋହୀମାନଙ୍କ ଆତ୍ମସମର୍ପଣ :
ପାଇକ ବିଦ୍ରୋହକୁ ଦମନ କରିବା ପାଇଁ ଇଂରେଜମାନେ ଆପ୍ରାଣ ଉଦ୍ୟମ କଲେ । ଫଳରେ ଅନେକ ବିଦ୍ରୋହୀ ଆତ୍ମସମର୍ପଣ କଲେ ।

ସମ୍ପତ୍ତି ବ୍ୟାଜାପ୍ତି :
ବକ୍ସି ଜଗବନ୍ଧୁ ଆତ୍ମସମର୍ପଣ ନ କରିବାରୁ ୧୮୨୩ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ତାଙ୍କର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ କରିଦେଲେ ।

ଘୋଷଣା :
ସେ ଆତ୍ମସମର୍ପଣ କଲେ ତାଙ୍କୁ ସସମ୍ମାନେ ବୃତ୍ତି ଦିଆଯିବ ବୋଲି ଇଂରେଜ ସରକାର ଘୋଷଣା କଲେ ।

ଆତ୍ମସମର୍ପଣ :
ତେଣୁ ଦୀର୍ଘଦିନର ଆତ୍ମଗୋପନ ପରେ ୧୮୨୫ ଖ୍ରୀ.ଅ. ମେ ମାସରେ କଟକ ସହରରେ ଇଂରେଜ ସରକାରଙ୍କ ନିକଟରେ ସେ ଆତ୍ମସମର୍ପଣ କଲେ ।

ନଜରବନ୍ଦୀ :
ତାଙ୍କୁ କଟକ ସହରରେ ନଜରବନ୍ଦୀ କରି ରଖାଗଲା ଓ ପାଇକ ବିଦ୍ରୋହର ଅବସାନ ଘଟିଲା ।

୩ । ସିପାହୀ ବିଦ୍ରୋହର ରାଜନୈତିକ କାରଣ ଲେଖ ।
Answer:
ନିମ୍ନଲିଖୂତ ରାଜନୈତିକ କାରଣଗୁଡ଼ିକ ସିପାହୀ ବିଦ୍ରୋହ ପାଇଁ ଦାୟୀ ଥିଲା ।
ରାଜ୍ୟବିସ୍ତାର ନୀତି :

  • ଇଂରେଜମାନେ ଭାରତକୁ ବାଣିଜ୍ୟ କରିବାକୁ ଆସି ଶାସନ ଡୋରି ଧରିବାର ଲକ୍ଷ୍ୟ ପୋଷଣ କଲେ ।
  • ୱେଲସ୍‌ଲିଙ୍କ ସାମନ୍ତ ସନ୍ଧି ପ୍ରଥା ଏବଂ ଡେଲ୍ହାଉସୀଙ୍କ ରାଜ୍ୟସ୍ୱତ୍ୱ ଲୋପନୀତିଦ୍ଵାରା ଅନେକ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।

ସମ୍ରାଟଙ୍କ ସ୍ଥାନାନ୍ତରଣ :

  • ମୋଗଲ ସମ୍ରାଟ ବାହାଦୁର ଶାହାଙ୍କୁ ଦିଲ୍ଲୀର ଲାଲକିଲ୍ଲାରୁ କୁତବ ଅଞ୍ଚଳକୁ ପଠାଇ ଦିଆଗଲା ।
  • ଅଯୋଧ୍ୟାକୁ ଇଂରେଜ ସାମ୍ରାଜ୍ୟରେ ମିଶାଇ ଦିଆଗଲା ।
  • ପେଶବା ଦ୍ଵିତୀୟ ବାଜିରାଓଙ୍କ ମୃତ୍ୟୁପରେ ତାଙ୍କ ପୋଷ୍ୟପୁତ୍ର ନାନାସାହେବଙ୍କ ଭତ୍ତା ବନ୍ଦ କରି ଦିଆଗଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୪ । ମହାରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ରରେ କି କି ବ୍ୟବସ୍ଥାମାନ ଉଲ୍ଲେଖ କରାଯାଇଥିଲା ?
Answer:
ମହାରାଣୀଙ୍କ ଘୋଷଣାପତ୍ରରେ କେତେକ ବ୍ୟବସ୍ଥା ଉଲ୍ଲେଖ ଥିଲା; ଯଥା—

  1. କମ୍ପାନୀ ଶାସନ କାଳରେ ଦେଶୀୟ ରାଜାମାନଙ୍କ ସହ ହୋଇଥିବା ଚୁକ୍ତି ଅପରିବର୍ତ୍ତିତ ରହିବ ।
  2. ଦେଶୀୟ ରାଜାମାନଙ୍କ କ୍ଷମତା, ସମ୍ମାନ ଓ ପଦମର୍ଯ୍ୟାଦା ଅକ୍ଷୁଣ୍ଣ ରହିବ ।
  3. ଭାରତୀୟମାନଙ୍କ ଧର୍ମବିଶ୍ଵାସ ଉପରେ ହସ୍ତକ୍ଷେପ କରାଯିବ ନାହିଁ ।
  4. ଭାରତୀୟମାନଙ୍କ ମୌଳିକ ପରମ୍ପରା, ସାମାଜିକ ରୀତିନୀତି ଉପରେ ହସ୍ତକ୍ଷେପ କରାଯିବ ନାହିଁ ।
  5. ଜାତି-ଧର୍ମ-ବର୍ଣ୍ଣ ନିର୍ବିଶେଷରେ ଭାରତୀୟମାନଙ୍କୁ ଯୋଗ୍ୟତାଭିଭିକ ନିଯୁକ୍ତି ଦିଆଯିବ ।

୫ | ୧୮୫୭ ବିଦ୍ରୋହରେ ଓଡ଼ିଶାର ଭୂମିକା ବର୍ଣ୍ଣନା କର ।
Answer:
ନେତୃତ୍ବ :

  • ୧୮୫୭ ଜାତୀୟ ବିଦ୍ରୋହ କାଳରେ ଭାରତର ଅନ୍ୟାନ୍ୟ ଅଞ୍ଚଳ ପରି ଓଡ଼ିଶାରେ ଉଲ୍ଲେଖନୀୟ ଘଟଣା ଘଟିଥିଲା ।
  • ବୀର ସୁରେନ୍ଦ୍ର ସାଏ ସମ୍ବଲପୁରଠାରେ ୧୮୫୭ ବିଦ୍ରୋହର ନେତୃତ୍ୱ ନେଇଥିଲେ । ସେ ତାନ୍ତିଆ ତୋପେ, ଲକ୍ଷ୍ମୀବାଈ ଓ ନାନାସାହେବଙ୍କ ସମକକ୍ଷ ଥିଲେ ।

ସୁରେନ୍ଦ୍ର ସାଏଙ୍କ ଭୂମିକା :

  • ୧୮୫୭ ଜୁଲାଇ ୩୧ ତାରିଖ ଦିନ ବିଦ୍ରୋହୀମାନେ ହଜାରୀବାଗ ଜେଲ୍ ଭାଙ୍ଗି ବନ୍ଦୀମାନଙ୍କୁ ମୁକ୍ତ କରିଦେଲେ । ବନ୍ଦୀମାନଙ୍କ ମଧ୍ୟରେ ସୁରେନ୍ଦ୍ର ସାଏ ଓ ତାଙ୍କ ସାନ ଭାଇ ଉଦନ୍ତ ସାଏ ଥିଲେ । ସେମାନେ ସମ୍ବଲପୁର ଆସି ଇଂରେଜମାନଙ୍କ ବିରୁଦ୍ଧରେ ଆଦିବାସୀମାନଙ୍କୁ ସଙ୍ଗଠିତ କରିଥିଲେ ।
  • ଜମିଦାର, ଗୌନ୍ତିଆ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କୁ ସ୍ଵାଗତ କରିଥିଲେ । ଇଂରେଜ ସେନାପତି ଲି ତାଙ୍କ ସଶସ୍ତ୍ର ଆବିର୍ଭାବରେ ଭୟଭୀତ ହୋଇ ତାଙ୍କ ନିବେଦନପତ୍ର ଉଚ୍ଚ କର୍ତ୍ତୃପକ୍ଷଙ୍କ ବିଚାର ପାଇଁ ପଠାଇଦେବାକୁ ପ୍ରତିଶ୍ରୁତି ଦେଲେ ।
  • କିଛି ଦିନ ଅପେକ୍ଷା ପରେ ତାଙ୍କୁ ବିଚାର ନମିଳିବାରୁ ସୁରେନ୍ଦ୍ର ସାଏ ଆଦିବାସୀ, ସାଧାରଣ ଜନତା,ଜମିଦାର ଗୌନ୍ତିଆଙ୍କ ସହାୟତାରେ ବିଦ୍ରୋହ କରିଥିଲେ ।
  • ଇଂରେଜମାନଙ୍କ ସହ ଲଢ଼େଇ ମଧ୍ୟରେ ସୁରେନ୍ଦ୍ର ସାଏ ନିଜ ଭାଇ ଛବିଳ ସାଏଙ୍କୁ ହରାଇଥିଲେ । ବିଦ୍ରୋହୀମାନେ କ୍ୟାପ୍‌ଟେନ୍ ଉଙ୍କୁ ମଧ୍ୟ ହତ୍ୟା କରିଥିଲେ । ଦୀର୍ଘଦିନ ଯୁଦ୍ଧକରି ସୁରେନ୍ଦ୍ର ସାଏ ୧୮୬୪ ମସିହା ଜାନୁୟାରୀ ମାସ ୨୩ ତାରିଖରେ ଇଂରେଜମାନଙ୍କଦ୍ୱାରା ବନ୍ଦୀ ହେଲେ ଏବଂ ଅସିରଗଡ଼ ଦୁର୍ଗରେ ଆଜୀବନ ବନ୍ଦୀ ଜୀବନ କାଟିଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଖୋର୍ଦ୍ଧାରେ ବିଦ୍ରୋହ କାହିଁକି ହୋଇଥିଲା ? ଏହି ବିଦ୍ରୋହର ନେତୃତ୍ବ କିଏ ନେଇଥିଲେ ?
Answer:

  • ଇଂରେଜମାନଙ୍କ ଓଡ଼ିଶା ଅଧିକାର ପ୍ରତିବାଦରେ ଖୋର୍ଦ୍ଧାରେ ବିଦ୍ରୋହ ହୋଇଥିଲା ।
  • ଜୟୀ ରାଜଗୁରୁ ଏହି ବିଦ୍ରୋହର ନେତୃତ୍ଵ ନେଇଥିଲେ ।

୨। ଓଡ଼ିଶାର ଶାସନ ଇଂରେଜମାନଙ୍କ ହାତକୁ କିପରି ଗଲା ? କିଏ ଇଂରେଜମାନଙ୍କୁ ବିରୋଧ କରି ଶହୀଦ ହୋଇଥିଲେ ?
Answer:

  1. ଇଂରେଜମାନେ ୧୮୦୩ରେ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକାର କରି ଶାସନ ପ୍ରତିଷ୍ଠା କରିବା ଫଳରେ ଓଡ଼ିଶା ଶାସନ ମରହଟ୍ଟାମାନଙ୍କ ହାତରୁ ଆସି ଇଂରେଜମାନଙ୍କ ହାତକୁ ଗଲା ।
  2. ଜୟୀ ରାଜଗୁରୁ ଇଂରେଜମାନଙ୍କୁ ବିରୋଧ କରି ଶହୀଦ ହୋଇଥିଲେ ।

୩ । କେବେ, କେଉଁଠାରେ ଏବଂ କାହା ନେତୃତ୍ଵରେ ପାଇକମାନେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ ?
Answer:
୧୮୧୭ ମସିହାରେ, ଖୋର୍ଦ୍ଧାରେ ଏବଂ ଖୋର୍ଦ୍ଧା ରାଜାଙ୍କର ସେନାପତି ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକମାନେ ଇଂରେଜ, ଶାସନ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ ।

୪ । ବକ୍‌ସି ଜଗବନ୍ଧୁ କେଉଁ କାରଣରୁ ଇଂରେଜ ଶାସନର ବିରୋଧୀ ହେଲେ ?
Answer:

  • ବକ୍ସି ଜଗବନ୍ଧୁ ଇଂରେଜ ସରକାରଙ୍କ ଚକ୍ରାନ୍ତରେ ରାଜାଙ୍କଠାରୁ ପାଇଥିବା ଚୋଡ଼ଙ୍ଗମଣ୍ଡଳ ଜମିଦାରୀ ହରାଇଲେ ।
  • ସେଥ‌ିପାଇଁ ସେ କ୍ଷୁବ୍ଧ ହୋଇ ଇଂରେଜ ଶାସନର ବିରୋଧୀ ହେଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୫ । ଘୁମୁସର ରାଜ୍ୟର କେଉଁ ରାଜାଙ୍କୁ ଇଂରେଜମାନେ କାହିଁକି ଗାଦିଚ୍ୟୁତ କଲେ ?
Answer:

  • ଘୁମୁସର ରାଜ୍ୟର ରାଜା ଧନଞ୍ଜୟ ଭଞ୍ଜଙ୍କୁ ଇଂରେଜମାନେ ଗାଦିଚ୍ୟୁତ କରିଥିଲେ ।
  • କାରଣ ସେ ନିର୍ଦ୍ଧାରିତ ସମୟରେ କର ଦେଇପାରି ନଥିଲେ ।

୬ । ବିଦ୍ରୋହୀ ସିପାହୀମାନେ କାହାକୁ କେଉଁଠାରେ ଭାରତର ସମ୍ରାଟଭାବେ ଘୋଷଣା କଲେ ?
Answer:
ବିଦ୍ରୋହୀ ସିପାହୀମାନେ ବୃଦ୍ଧ ମୋଗଲ ସମ୍ରାଟ୍ ଦ୍ୱିତୀୟ ବାହାଦୂର ଶାହା ଜାଫରଙ୍କୁ ଦିଲ୍ଲୀଠାରେ ଭାରତର ସମ୍ରାଟ୍ ଭାବେ ଘୋଷଣା କଲେ ।

୭ । ମଙ୍ଗଳ ପାଣ୍ଡେ କାହିଁକି ଇଂରେଜ ଅଫିସରଙ୍କୁ ହତ୍ୟାକଲେ ?
Answer:

  • ମଙ୍ଗଳ ପାଣ୍ଡେ ଏନ୍‌ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ସ୍ପଷ୍ଟ ମନା କରିଦେଲେ ।
  • ଇଂରେଜ ଅଫିସର ତାଙ୍କୁ ବାଧ୍ୟ କରିବାରୁ ସେ ରାଗିଯାଇ ସେହି ବନ୍ଧୁକରେ ଇଂରେଜ ଅଫିସରଙ୍କୁ ହତ୍ୟା କରିଥିଲେ ।

୮ । ଇଂରେଜ ସରକାର ସିପାହୀମାନଙ୍କ ବ୍ୟକ୍ତିଗତ ଧର୍ମବିଶ୍ଵାସରେ କିପରି ହସ୍ତକ୍ଷେପ କରିଥିଲେ ?
Answer:

  1. ଇଂରେଜ ସରକାର ସିପାହୀମାନଙ୍କ ସ୍ଥାନୀୟ ଟୋପି ଓ ପଗଡ଼ି ପିନ୍ଧିବା ଉପରେ କଟକଣା ଜାରି କଲେ ।
  2. ସମୁଦ୍ର ପାର ହୋଇ ଦେଶ ବାହାରେ ଯୁଦ୍ଧ କରିବାପାଇଁ ଆଇନ କଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୯ । ନାନାସାହେବ କିଏ ? ତାଙ୍କର ମନ୍ତ୍ରୀ କିଏ ଥିଲେ ?
Answer:

  • ନାନାସାହେବ ପେଶବା ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ଥିଲେ ।
  • ତାନ୍ତିଆ ତୋପେ ତାଙ୍କର ମନ୍ତ୍ରୀ ଥିଲେ ।

୧୦ । କେଉଁମାନଙ୍କୁ ସର୍ବରାକର କୁହାଯାଏ ? ବକ୍ସି ସେମାନଙ୍କଦ୍ୱାରା କିପରି କ୍ଷତିଗ୍ରସ୍ତ ହେଲେ ?
Answer:

  • ଖଜଣା ଅସୁଲ କରି ଜମିଦାର ବା ସରକାରଙ୍କଠାରେ ଦାଖଲ କରୁଥିବା କର୍ମଚାରୀଙ୍କୁ ସର୍ବରାକର କୁହାଯାଏ ।
  • ସର୍ବରାକରଙ୍କ କୂଟ ଚକ୍ରାନ୍ତ ଫଳରେ ବକ୍ସି ନିଜ ଜମିଦାରୀ ହରାଇଥିଲେ ।

୧୧ । ଜାଗିରୀ କ’ଣ ? ବକ୍ସି କେଉଁ ଜାଗିରୀ ହରାଇଥିଲେ ?
Answer:

  • ସୈନିକ ବା ଅନ୍ୟାନ୍ୟ କୌଣସି କାର୍ଯ୍ୟ କରିବା ପାଇଁ ପ୍ରାପ୍ତ ପୁରସ୍କାରସ୍ଵରୂପ ଜମିକୁ ଜାଗିରୀ କୁହାଯାଏ ।
  • ବକ୍ସି ଚୋଡ଼ଙ୍ଗମଣ୍ଡଳର ଜାଗିରୀ ହରାଇଥିଲେ ?

୧୨ । ଇଂରେଜ ସରକାରଙ୍କ କେଉଁ ଦୁଇଟି ନୀତିଦ୍ଵାରା ଅଧ୍ବକାଂଶ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ?
Answer:
ଲର୍ଡ ୱେଲେସ୍‌ଲିଙ୍କ ସାମନ୍ତ ସନ୍ଧି ଏବଂ ଲର୍ଡ ଡେଲ୍ହାଉସୀଙ୍କ ରାଜ୍ୟସ୍ଵତ୍ଵ ଲୋପନୀତିଦ୍ୱାରା ଅନେକ ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୩ । କେବେ କେଉଁଠାରେ ବକ୍‌ସି ଜଗବନ୍ଧୁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ?
Answer:
୧୮୨୫ ଖ୍ରୀ.ଅ. ମେ’ମାସରେ କଟକଠାରେ ବକ୍‌ସି ଜଗବନ୍ଧୁ ଇଂରେଜମାନଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।

୧୪ । ଦିଲ୍ଲୀରେ ବିଦ୍ରୋହ ଦମନ ପରେ କେଉଁ ମୋଗଲ ସମ୍ରାଟଙ୍କୁ ବନ୍ଦୀ କରାଯାଇଥିଲା ? ତାଙ୍କୁ କେଉଁଠାରେ ରଖାଗଲା ?
Answer:

  1. ଦିଲ୍ଲୀରେ ବିଦ୍ରୋହ ଦମନ ପରେ ମୋଗଲ ସମ୍ରାଟ ଦ୍ବିତୀୟ ବାହାଦୁର ଶାହା ଜାଫରଙ୍କୁ ବନ୍ଦୀ କରାଗଲା ।
  2. ତାଙ୍କୁ ମିଆଁମାରର ରେଙ୍ଗୁନସ୍ଥିତ ମାଣ୍ଡାଲେ ଜେଲରେ ବନ୍ଦୀକରି ରଖାଗଲା ।

୧୫ । ଘୁମୁସରର ବିଦ୍ରୋହୀ ନେତା ଦୋରା ବିଶୋଇଙ୍କୁ ଧରିବାପାଇଁ ଇଂରେଜମାନେ କେତେ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ? ଦୋରା ବିଶୋଇଙ୍କ ମୃତ୍ୟୁ କେଉଁଠି ହୋଇଥିଲା ?
Answer:

  • ଘୁମୁସରର ବିଦ୍ରୋହୀ ନେତା ଦ୍ଵାରା ବିଶୋଇଙ୍କୁ ଧରିବାପାଇଁ ଇଂରେଜ ସରକାର ପାଞ୍ଚ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।
  • ମାନ୍ଦ୍ରାଜଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

୧୬ । ବୀର ସୁରେନ୍ଦ୍ର ସାଏ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ? ତାଙ୍କର ପିତାଙ୍କ ନାମ କ’ଣ ଥିଲା ?
Answer:

  • ବୀର ସୁରେନ୍ଦ୍ର ସାଏ ସମ୍ବଲପୁରର ଖୁଣ୍ଡା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କ ପିତାଙ୍କ ନାମ ଥିଲା ଧରମ ସିଂହ ।

୧୭ । ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ୍ କିଏ ଥିଲେ ? ବିଦ୍ରୋହ ଦମନ କରିବାପାଇଁ କେଉଁ ଶାସକମାନେ ତାଙ୍କୁ ସାହାଯ୍ୟ କରିଥିଲେ ?
Answer:

  • ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ କ୍ୟାଟିଂ ଥିଲେ ।
  • ବିଦ୍ରୋହ ଦମନ କରିବାପାଇଁ ତାଙ୍କୁ ପଞ୍ଜାବ, ନେପାଳ ଓ ହାଇଦ୍ରାବାଦର ଶାସକ ସାହାଯ୍ୟ କରିଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୮ । ଇଷ୍ଟଇଣ୍ଡିଆ କମ୍ପାନୀ କେଉଁ ଦୁଇଟି ବିଷୟ ଉପରେ ବେଶି ଗୁରୁତ୍ଵ ଦେଉଥିଲେ ?
Answer:
ଇଷ୍ଟଇଣ୍ଡିଆ କମ୍ପାନୀ –

  1. ବାଣିଜ୍ୟ କ୍ଷେତ୍ରରେ ଏକଚାଟିଆ କାରବାର କରିବା ଏବଂ,
  2. ଭାରତୀୟ ବଣିକମାନଙ୍କ ସହ ପ୍ରତିଯୋଗିତା ନକରିବା ଉପରେ ବେଶି ଗୁରୁତ୍ଵ ଦେଉଥିଲା ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ଜୟୀ ରାଜଗୁରୁଙ୍କ ପିତାଙ୍କ ନାମ କ’ଣ ଥିଲା ?
Answer:
ଜୟୀ ରାଜଗୁରୁଙ୍କ ପିତାଙ୍କ ନାମ ଥିଲା ଚାନ୍ଦ ରାଜଗୁରୁ ।

୨ । ଜୟୀ ରାଜଗୁରୁଙ୍କ ଜ୍ଞାନ ଗରିମାରେ ମୁଗ୍ଧ ହୋଇ କିଏ ତାଙ୍କୁ ରାଜସଭାକୁ ନେବାକୁ ଚାହିଁଥିଲେ ?
Answer:
ଜୟୀ ରାଜଗୁରୁଙ୍କ ଜ୍ଞାନ ଗରିମାରେ ମୁଗ୍ଧ ହୋଇ ଆଠଗଡ଼ ରାଜା ତାଙ୍କୁ ନିଜ ଦରବାରକୁ ନେବାକୁ ଚାହିଁଥିଲେ ।

୩ । ଧର୍ମାନ୍ତରିତ ଭାରତୀୟମାନଙ୍କୁ ଇଂରେଜ ସରକାର କି ପ୍ରକାର ସୁବିଧା ଦେଇଥୁଲେ ?
Answer:
ଧର୍ମାନ୍ତରିତ ଭାରତୀୟଙ୍କ ପୈତୃକ ସମ୍ପତ୍ତି ଉପରେ ଅଧ୍ଵର ରହିବ ବୋଲି ଇଂରେଜ ସରକାର ଆଇନ ପ୍ରଣୟନ କରିଥିଲେ ।

୪। ସିପାହୀ ବିଦ୍ରୋହରେ ଅଂଶଗ୍ରହଣ କରିଥିବା ଓଡ଼ିଶାର କେଉଁ ବ୍ୟକ୍ତି ସ୍ମରଣୀୟ ?
Answer:
ସିପାହୀ ବିଦ୍ରୋହରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ବୀର ସୁରେନ୍ଦ୍ର ସାଏ ସ୍ମରଣୀୟ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୫ | ସିପାହୀ ବିଦ୍ରୋହ ଶେଷରେ ନାନାସାହେବଙ୍କ ଅବସ୍ଥା କ’ଣ ହେଲା ?
Answer:
ସିପାହୀ ବିଦ୍ରୋହ ଶେଷରେ କାନପୁରଠାରେ ନାନାସାହେବ ପରାସ୍ତ ହୋଇ ନେପାଳର ଜଙ୍ଗଲ ଅଞ୍ଚଳକୁ ପଳାୟନ କରିଥିଲେ ।

୬ | ମୁକୁନ୍ଦଦେବ କେବେ ପିପିଲିଠାରେ ଇଂରେଜମାନଙ୍କୁ ଆକ୍ରମଣ କରିଥିଲେ ?
Answer:
ମୁକୁନ୍ଦଦେବ ୧୮୦୪ ମସିହା ଅକ୍ଟୋବର ମାସରେ ପିପିଲିଠାରେ ଇଂରେଜମାନଙ୍କୁ ଆକ୍ରମଣ କରିଥିଲେ ।

୭ । କେବେ ଇଂରେଜମାନେ ମରହଟ୍ଟାମାନଙ୍କଠାରୁ ଓଡ଼ିଶାର ଶାସନ କ୍ଷମତା ନିଜ ହାତକୁ ନେଲେ ?
Answer:
୧୮୦୩ ମସିହାରେ ଇଂରେଜମାନେ ମରହଟ୍ଟାମାନଙ୍କଠାରୁ ଓଡ଼ିଶାର ଶାସନ କ୍ଷମତା ନିଜ ହାତକୁ ନେଲେ ।

୮ | ୧୮୫୭ ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ କିଏ ଥିଲେ ?
Answer:
୧୮୫୭ ସିପାହୀ ବିଦ୍ରୋହବେଳେ ଭାରତର ଗଭର୍ଣ୍ଣର ଜେନେରାଲ୍ ଥିଲେ ଲର୍ଡ କ୍ୟାନିଂ ।

୯ । ୧୮୧୭ ମସିହାରେ କାହା ନେତୃତ୍ଵରେ ପାଇକ ବିଦ୍ରୋହ ହୋଇଥିଲା ?
Answer:
୧୮୧୭ ମସିହାରେ ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ପାଇକ ବିଦ୍ରୋହ ହୋଇଥିଲା ।

୧୦ । ମଙ୍ଗଳ ପାଣ୍ଡେ କେଉଁଠାରେ ଜଣେ ଇଂରେଜ ଅଫିସରଙ୍କୁ ଗୁଳି କରିଥିଲେ ?
Answer:
ମଙ୍ଗଳ ପାଣ୍ଡେ ବଙ୍ଗର ବାରାକପୁରଠାରେ ଜଣେ ଇଂରେଜ ଅଫିସରଙ୍କୁ ଗୁଳି କରିଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୧ । ଇଂରେଜ ସରକାର ଘୁମୁସରର କେଉଁ ରାଜାଙ୍କୁ କର ନ ଦେବାରୁ ଗାଦିଚ୍ୟୁତ କରିଥିଲେ ?
Answer:
ଇଂରେଜ ସରକାର ଘୁମୁସରର ରାଜା ଧନଞ୍ଜୟ ଭଞ୍ଜଙ୍କୁ କର ନ ଦେବାରୁ ଗାଦିଚ୍ୟୁତ କରିଥିଲେ ।

୧୨ । ଚକରା ବିଶୋଇ କିଏ ?
Answer:
ଚକରା ବିଶୋଇ ଘୁମୁସରର କନ୍ଧ ବିଦ୍ରୋହର ଅନ୍ୟତମ ମହାନ୍ ନେତା ଥିଲେ ।

୧୩ । କେନ୍ଦୁଝରର କେଉଁ ରାଜାଙ୍କୁ ଓଡ଼ିଶାର ତତ୍କାଳୀନ କମିଶନର ରେଭେନ୍ସା ଅନ୍ୟାୟ ଭାବରେ ଶାସନ ଗାଦିରୁ ବଞ୍ଚିତ କରିଥିଲେ ?
Answer:
କେନ୍ଦୁଝରର ରାଜା ଗଦାଧର ଭଞ୍ଜଙ୍କ ପୋଷ୍ୟପୁତ୍ର ବୃନ୍ଦାବନ ଭଞ୍ଜଙ୍କୁ ଓଡ଼ିଶାର ତତ୍କାଳୀନ କମିଶନର ରେଭେନ୍ସା ଅନ୍ୟାୟ ଭାବରେ ଶାସନ ଗାଦିରୁ ବଞ୍ଚିତ କରିଥିଲେ ।

୧୪ । ରତ୍ନା ନାୟକ କିଏ ଥିଲେ ?
Answer:
ରତ୍ନା ନାୟକ କେନ୍ଦୁଝର ଭୂୟାଁ ବିଦ୍ରୋହର ଅନ୍ୟତମ ନେତା ଥିଲେ ।

୧୫ । ୧୮୨୦ ମସିହାରେ ମୟୂରଭଞ୍ଜର କୋହ୍ଲମାନେ କେଉଁ ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ?
Answer:
୧୮୨୦ ମସିହାରେ ମୟୂରଭଞ୍ଜର କୋହ୍ଲମାନେ ସିଂହଭୂମର ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧ । କାନପୁରଠାରେ _________ ଙ୍କ ନେତୃତ୍ୱରେ ବିଦ୍ରୋହ ପରିଚାଳିତ ହେଉଥିଲା ।
Answer:
ନାନା ସାହେବ

୨ । ଇଂରେ ଜମାନେ ___________ ଖ୍ରୀଷ୍ଟାବ୍ଦରେ ଓଡ଼ିଶାର ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ।
Answer:
୧୮୦୩

୩ । ବକ୍ସି ଜଗବନ୍ଧୁ _________ ଙ୍କୁ ଖୋର୍ଦ୍ଧାର ରାଜା ରୂପେ ଘୋଷଣା କରିଥିଲେ ।
Answer:
ଦ୍ଵିତୀୟ ମୁକୁନ୍ଦଦେବ

୪ । ଦୋରା ବିଶୋଇଙ୍କ ପୁତୁରା __________ କନ୍ଧ ସମ୍ପ୍ରଦାୟର ମହାନ୍ ନେତା ଥିଲେ ।
Answer:
ଚକରା ବିଶୋଇ

୫। ବିଦ୍ରୋହ କାଳରେ ସିପାହୀମାନେ _________ ଙ୍କୁ ଭାରତର ଶାସକ ଭାବରେ ଘୋଷଣା କଲେ ।
Answer:
ମୋଗଲ ସମ୍ରାଟ ଦ୍ବିତୀୟ ବାହାଦୁର – ଶାହ ଜାଫର

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୬ | ୧୮୧୭ ମସିହାରେ ବିଦ୍ରୋହୀ ପାଇକମାନେ ପ୍ରଥମେ __________ ଥାନା ଆକ୍ରମଣ ହୋଇଥିଲେ ।
Answer:
ବାଣପୁର

୭ । ଇଂରେଜମାନଙ୍କୁ ନିର୍ଦ୍ଧାରିତ କର ଦେଇନପାରି ଘୁମୁସର ରାଜା __________ ଗାଦିଚ୍ୟୁତ କରିଥିଲେ ।
Answer:
ଧନଞ୍ଜୟ ଭଞ୍ଜ

୮ | ଧରଣୀଧର ଭୂୟାଁ ____________ ମସିହାରେ ଇଂରେଜମାନଙ୍କ ବିରୋଧୀ ମେଳିର ନେତୃତ୍ୱ ନେଇଥିଲେ ।
Answer:
୧୮୯ ୮

୯ । କେନ୍ଦୁଝରର ଭୂୟାଁମାନେ କେନ୍ଦୁଝରର ରାଜା _________ ଙ୍କୁ ସମର୍ଥନ କରୁନଥୁଲେ ।
Answer:
ଧନୁର୍ଜୟ ଭଞ୍ଜ

୧୦ । ଇଂରେଜମାନେ __________ ଙ୍କୁ ଅନ୍ୟାୟଭାବରେ କେନ୍ଦୁଝର ରାଜଗାଦିରୁ ବଞ୍ଚ କରିଥିଲେ ।
Answer:
ବୃନ୍ଦାବନ ଭଞ୍ଜ

୧୧। __________ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ ।
Answer:
ବକ୍ସି ଜଗବନ୍ଧୁ

୧୨ । ଇଂରେଜମାନେ _________ ମସିହାରେ ବକ୍ସି ଜଗବନ୍ଧୁଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିଥିଲେ ।
Answer:
୧୮୨୩

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୩ । ପ୍ରଥମ ବିଶ୍ୱଯୁଦ୍ଧବେଳେ ଇଂରେଜ ସରକାର __________ ରେ କାର୍ଯ୍ୟ କରିବାପାଇଁ ଆଦିବାସୀମାନଙ୍କୁ ପଠାଇବାକୁ ଚେଷ୍ଟା କରିଥିଲେ ।
Answer:
ଫ୍ରାନ୍ସ

୧୪ । ୧୮୧୦ ମସିହାରେ ଇଂରେଜ ଶାସକ __________ ଙ୍କୁ ମୟୂରଭଞ୍ଜର ରାଜା ରୂପେ ସ୍ଵୀକାର କଲେ ।
Answer:
ତ୍ରିବିକ୍ରମ ଭଞ୍ଜ

୧୫ । ବୀର ସୁରେନ୍ଦ୍ର ସାଏଙ୍କୁ ୧୮୪୦ ମସିହାରେ ___________ ଜେଲକୁ ପଠାଯାଇଥିଲା ।
Answer:
ହଜାରିବାଗ

୧୬ । ସୁରେନ୍ଦ୍ର ସାଏ ___________ ଦୁର୍ଗରେ ଆଜୀବନ ବନ୍ଦୀ ଭାବରେ ରହିଥିଲେ ।
Answer:
ଅସିରଗଡ଼

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ଚିହ୍ନ ଓ ଭୁଲ୍ ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧। ୧୮୫୭ ମସିହା ଭାରତ ଇତିହାସରେ ଏକ ସ୍ମରଣୀୟ ବର୍ଷ ।
୨ । ତାନ୍ତିଆ ତୋପେ ନାନା ସାହେବଙ୍କ ସେନାପତି ଥିଲେ ।
୩ । ୧୮୦୩ ମସିହାରେ ଓଡ଼ିଶାର ଶାସନ ମରହଟ୍ଟାମାନଙ୍କ ହାତରୁ ଇଂରେଜମାନଙ୍କ ହାତକୁ ଗଲା ।
୪ । ୧୮୯୮ ମସିହାରେ କେନ୍ଦୁଝରରେ ସଙ୍ଗଠିତ ଭୂୟାଁ ବିଦ୍ରୋହକୁ ରତ୍ନାମେଳି କୁହାଯାଏ ।
୫ । ସରକାରଙ୍କ ନୀତିକୁ ନାପସନ୍ଦକରି ଷ୍ଟକ୍ୱେଲ ୧୮୩୧ ମସିହାରେ ନିଜ ପଦବୀରୁ ଇସ୍ତଫା ଦେଲେ ।
୬ | ଇଂଲଣ୍ଡ ରାଣୀଙ୍କ ପ୍ରତିନିଧ୍ୟାବରେ ଭାରତରେ ଶାସନ କରୁଥିବା ବ୍ୟକ୍ତି ଭାଇସ୍‌ଏ ରୂପେ ପରିଚିତ ହେଲେ ।
୭ । ଲର୍ଡ କ୍ୟାମିଂ ଦିଲ୍ଲୀଠାରେ ରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର ପାଠ କରିଥିଲେ ।
୮। ବକ୍ସି ଜଗବନ୍ଧୁ ଖୋର୍ଦ୍ଧା ରାଜାଙ୍କର ସେନାପତି ଥିଲେ ।
୯। ଇଂରେଜମାନେ ପ୍ରଜାଙ୍କଠାରୁ କଉଡ଼ି ଆକାରରେ ଖଜଣା ଆଦାୟ କଲେ ।
୧୦ । ଇଂରେଜ ସରକାରଙ୍କ ଚକ୍ରାନ୍ତରେ ବକ୍ସି ଜଗବନ୍ଧୁଙ୍କୁ ଚୋଡ଼ଙ୍ଗମଣ୍ଡଳର ଜାଗିରୀ ହରାଇଲେ ।
୧୧ । ଦୋରା ବିଶୋଇ ଘୁମୁସର ରାଜା ଧନଞ୍ଜୟ ଭଞ୍ଜଙ୍କ ବିରୋଧୀ ଥିଲେ ।
୧୨ । ବୀର ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକମାନଙ୍କୁ ୫ ଭାଗରେ ବିଭକ୍ତ କରିଥିଲେ ।
୧୩ । ୧୮୫୭ ମସିହା ମାର୍ଚ୍ଚ ମାସ ୨୯ ତାରିଖ ଦିନ ସିପାହୀ ମଙ୍ଗଳପାଣ୍ଡେ ବଙ୍ଗର ବାରାକ୍‌ପୁରଠାରେ ଏନ୍‌ଫିଲଡ୍ ବନ୍ଧୁକ ବ୍ୟବହାର କରିବାକୁ ସ୍ପଷ୍ଟ ମନା କରିଥିଲେ ।
୧୪ । କାନପୁରଠାରେ ନାନା ସାହେବ ପରାସ୍ତ ହୋଇ ବ୍ରହ୍ମଦେଶର ଜଙ୍ଗଲ ଅଞ୍ଚଳକୁ ପଳାୟନ କରିଥିଲେ ।
୧୫ । ସପାହୀ ବିଦ୍ରୋହ ପରେ ଭାରତର ଶାସନ କ୍ଷମତା ଇଂଲଣ୍ଡର ରାଣୀ ଭିକ୍ଟୋରିଆଙ୍କ ହାତକୁ ଯାଇଥିଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

Answer:
୧। (✓ )
୨ । (✗ )
୩ । (✓ )
୪ । (✗ )
୫ । (✗ )
୬ | (✓ )
୭ । (✗ )
୮। (✓ )
୯। (✗ )
୧୦ । (✓ )
୧୧ । ( ✗)
୧୨ । (✗ )
୧୩ । ( ✓)
୧୪ । (✗ )
୧୫ । (✓ )

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର । 

୧। ୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାରେ ହୋଇଥ‌ିବା ବିଦ୍ରୋହର ନେତୃତ୍ବ ବୀର ସୁରେନ୍ଦ୍ର ସାଏ ନେଇଥିଲେ ।
Answer:
୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧାରେ ହୋଇଥ‌ିବା ବିଦ୍ରୋହର ନେତୃତ୍ବ ଜୟୀ ରାଜଗୁରୁ ନେଇଥିଲେ ।

୨ । ଇଂରେଜ ପ୍ରଶାସକ କଣ୍ଠୱାଲିସ୍ ଖୋର୍ଦ୍ଧାରାଜାଙ୍କୁ କବଳିତ କରିବାକୁ ଯାଇ କୂଟନୀତି ଅବଲମ୍ବନ କରିଥିଲେ ।
Answer:
ଇଂରେଜ ପ୍ରଶାସକ କର୍ଣ୍ଣେଲ ହର୍‌କୋର୍ଟ ଖୋର୍ଦ୍ଧାରାଜାଙ୍କୁ କବଳିତ କରିବାକୁ ଯାଇ କୂଟନୀତି ଅବଲମ୍ବନ କରିଥିଲେ ।

୩ । ୧୮୧୦ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ଇଂରେଜମାନଙ୍କର ଅଧ୍ୟାତ ହେଲା ।
Answer:
୧୮୦୪ ଖ୍ରୀଷ୍ଟାବ୍ଦରେ ଖୋର୍ଦ୍ଧା ଇଂରେଜମାନଙ୍କର ଅଧିକୃତ ହେଲା ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୪ । ୧୮୩୫ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ଉତ୍ତର ଓଡ଼ିଶାର ଘୁମୁସର ଅଧ୍ୟାର କରି କନ୍ଧମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିଥିଲେ ।
Answer:
୧୮୩୫ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ଦକ୍ଷିଣ ଓଡ଼ିଶାର ଘୁମୁସର ଅଧିକାର କରି କନ୍ଧମାନଙ୍କ ଉପରେ ପ୍ରଭୁତ୍ଵ ବିସ୍ତାର କରିଥିଲେ ।

୫। ରାଜା ଧନଞ୍ଜୟ ଭଞ୍ଜ ଖୋର୍ଦ୍ଧାର ରାଜା ଥିଲେ ।
Answer:
ରାଜା ଧନଞ୍ଜୟ ଭଞ୍ଜ ଘୁମୁସରର ରାଜା ଥିଲେ ।

୬ । ୧୮୧୦ ମସିହାରେ ଇଂରେଜମାନେ ତ୍ରିବିକ୍ରମ ଭଞ୍ଜଙ୍କୁ ସମ୍ବଲପୁରର ରାଜା ରୂପେ ସ୍ଵୀକାର କରିଥିଲେ ।
Answer:
୧୮୧୦ ମସିହାରେ ଇଂରେଜମାନେ ତ୍ରିବିକ୍ରମ ଭଞ୍ଜଙ୍କୁ ମୟୂରଭଞ୍ଜର ରାଜାରୂପେ ସ୍ଵୀକାର କରିଥିଲେ ।

୭ | ୧୮୩୦ ଖ୍ରୀଷ୍ଟାବ୍ଦରେ କୋହ୍ଲମାନେ ସିଂହଭୂମ ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ।
Answer:
୧୮୨୦ ଖ୍ରୀଷ୍ଟାବ୍ଦରେ କୋହ୍ଲମାନେ ସିଂହଭୂମ ରାଜା ଘନଶ୍ୟାମ ସିଂହଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ ।

୮ | ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଇଂରେଜ ସରକାର ଜାପାନରେ କାର୍ଯ୍ୟ କରିବାପାଇଁ ଆଦିବାସୀମାନଙ୍କୁ ପଠାଇବାକୁ ଚେଷ୍ଟାକଲେ ।
Answer:
ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂରେଜ ସରକାର ଫ୍ରାନ୍ସରେ କାର୍ଯ୍ୟ କରିବାପାଇଁ ଆଦିବାସୀମାନଙ୍କୁ ପଠାଇବାକୁ ଚେଷ୍ଟା କଲେ ।

୯ । ନାନା ସାହେବ ପେଶବା ଦ୍ୱିତୀୟ ବାଜିରାଓଙ୍କ ଭାଇ ଥିଲେ ।
Answer:
ନାନା ସାହେବ ପେଶବା ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ଥିଲେ ।

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୦ । ଲର୍ଡ ଡେଲ୍ହାଉସୀ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ।
Answer:
ଲର୍ଡ କଣ୍ଠୱାଲିସ୍ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ।

୧୧ । କନ୍ଧ ଓ କୋହ୍ଲ ଆଦିବାସୀମାନେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହକୁ ସମର୍ଥନ ଜଣାଇଥିଲେ ।
Answer:
ଗଣ୍ଡ ଓ ବିଂଝାଲ ଆଦିବାସୀମାନେ ସୁରେନ୍ଦ୍ର ସାଏଙ୍କ ବିଦ୍ରୋହକୁ ସମର୍ଥନ ଜଣାଇଥିଲେ ।

୧୨ । ବୀର ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ବିଦ୍ରୋହୀମାନଙ୍କୁ ୫ ଭାଗରେ ବିଭକ୍ତ କରିଥିଲେ ।
Answer:
ବୀର ସୁରେନ୍ଦ୍ର ସାଏ ତାଙ୍କ ସମର୍ଥକ ବିଦ୍ରୋହୀମାନଙ୍କୁ ୪ ଭାଗରେ ବିଭକ୍ତ କରିଥିଲେ ।

D. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ନିମ୍ନୋକ୍ତ କିଏ କାନପୁରଠାରେ ସିପାହୀ ବିଦ୍ରୋହର ନେତୃତ୍ବ ନେଇଥିଲେ ?
(କ) ଝାନ୍ସୀ ରାଣୀ ଲକ୍ଷ୍ମୀବାଈ
(ଖ) ସୁରେନ୍ଦ୍ର ସାଏ
(ଗ) ନାନା ସାହେବ
(ଘ) କନୱାର ସିଂ
Answer:
(ଗ) ନାନା ସାହେବ

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୨। ଓଡ଼ିଶା ଶାସନ ଦାୟିତ୍ଵ ଇଂରେଜମାନେ ନିମ୍ନୋକ୍ତ କେତେ ମସିହାରେ ନିଜ ହାତକୁ ନେଇଥିଲେ ?
(କ) ୧୮୦୩
(ଖ) ୧୮୧୮
(ଗ) ୧୮୧୭
(ଘ) ୧୮୨୫
Answer:
(କ) ୧୮୦୩

୩ । ଦୋରା ବିଶୋଇ ନିମ୍ନୋକ୍ତ କେଉଁ ସମ୍ପ୍ରଦାୟର ନେତା ଥିଲେ ?
(କ) ମୁଣ୍ଡା
(ଖ) କୋହ୍ଲ
(ଗ) କନ୍ଧ
(ଘ) ଜୁଆଙ୍ଗ
Answer:
(ଗ) କନ୍ଧ

୪। ନିମ୍ନୋକ୍ତ କିଏ ନାନା ସାହେବଙ୍କ ମନ୍ତ୍ରୀ ଥିଲେ ?
(କ) ରାଓ ସାହେବ
(ଖ) ତାନ୍ତିଆ ତୋପେ
(ଗ) କନ୍‌ର ସିଂ
(ଘ) ମହମ୍ମଦ ଉଲ୍ଲା
Answer:
(ଖ) ତାନ୍ତିଆ ତୋପେ

୫ । ଲର୍ଡ କ୍ୟାଚିଂ ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ଭାରତରେ ପ୍ରଥମ ଭାଇସ୍ରାଏ ହେଲେ ?
(କ) ୧୮୪୬
(ଖ) ୧୮୫୭
(ଗ) ୧୮୫୮
(ଘ) ୧୮୯୧
Answer:
(ଗ) ୧୮୫୮

୬ । ୧୮୨୫ ଖ୍ରୀଷ୍ଟାବ୍ଦରେ ବକ୍‌ସି ଜଗବନ୍ଧୁ ବିଦ୍ୟାଧର ନିମ୍ନୋକ୍ତ କେଉଁ ସ୍ଥାନରେ ଆତ୍ମସମର୍ପଣ କରିଥିଲେ ?
(କ) ପୁରୀ
(ଖ) ଖୋର୍ଦ୍ଧା
(ଗ) ଜୟପୁର
(ଘ) କଟକ
Answer:
(ଘ) କଟକ

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୭ । ନିମ୍ନୋକ୍ତ ମଧ୍ଯରୁ କିଏ ପେଶବା ଦ୍ଵିତୀୟ ବାଜିରାଓଙ୍କ ପୋଷ୍ୟପୁତ୍ର ଥିଲେ ?
(କ) ନାନା ସାହେବ
(ଖ) ରାଓସାହେବ
(ଗ) କନୱାର ସିଂ
(ଘ) ଚକରା ବିଶୋଇ
Answer:
(କ) ନାନା ସାହେବ

୮। ସମ୍ବଲପୁରରେ କିଏ ସିପାହୀ ବିଦ୍ରୋହର ନେତୃତ୍ବ ନେଇଥିଲେ ?
(କ) ନାନା ସାହେବ
(ଖ) ତାନ୍ତିଆ ତୋପେ
(କ) ନାନା ସାହେବ
(ଘ) ବୀର ସୁରେନ୍ଦ୍ର ସାଏ
Answer:
(ଘ) ବୀର ସୁରେନ୍ଦ୍ର ସାଏ

୯ । ୧୮୬୮ ମସିହାରେ ହୋଇଥ‌ିବା ‘ରତ୍ନାମେଳି’ ବିଦ୍ରୋହର ନେତୃତ୍ୱ ନିମ୍ନୋକ୍ତ କିଏ ନେଇଥିଲେ ?
(କ) ଧନଞ୍ଜୟ ଭଞ୍ଜ
(ଖ) ଧନୁର୍ଜୟ ଭଞ୍ଜ
(ଗ) ଧରଣୀଧର ଭୂୟାଁ
(ଘ) ରତ୍ନା ନାୟକ
Answer:
(ଘ) ରତ୍ନା ନାୟକ

୧୦ । ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ଏଡ୍‌ଫିଲଡ୍‌ ନାମକ ଏକ ବନ୍ଧୁକ ବ୍ୟବହାର କରିବାପାଇଁ ସିପାହୀମାନଙ୍କୁ ବାଧ୍ୟ କରାଗଲା ?
(କ) ୧୮୦୩
(ଖ) ୧୮୨୫
(ଗ) ୧୮୮୫
(ଘ) ୧୮୫୭
Answer:
(ଘ) ୧୮୫୭

୧୧ । ନିମ୍ନୋକ୍ତ କେତେ ଖ୍ରୀଷ୍ଟାବ୍ଦରେ ଇଂରେଜ ସରକାର ବକ୍ସିଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିଥିଲେ ?
(କ) ୧୧୧୮
(ଖ) ୧୮୨୫
(ଗ) ୧୮୨୩
(ଘ) ୧୮୧୭
Answer:
(ଗ) ୧୮୨୩

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୨ । ନାନା ସାହେବ କେଉଁଠାରେ ପରାସ୍ତ ହୋଇ ନେପାଳର ଜଙ୍ଗଲ ଅଞ୍ଚଳକୁ ପଳାୟନ କରିଥିଲେ ?
(କ) ଦିଲ୍ଲୀ
(ଖ) କାନପୁର
(ଗ) ବମ୍ବେ
(ଘ) ଝାନ୍ସୀ
Answer:
(ଖ) କାନପୁର

E. ‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ଶବ୍ଦ ମିଳନ କର ।

ଇଂରେଜ ଶାସନକୁ ପ୍ରତିରୋଧ Chapter 3
ଇଂରେଜ ଶାସନକୁ ପ୍ରତିରୋଧ Chapter 3.1

F. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ଇଂରେଜମାନେ କେବେ ଓଡ଼ିଶା ଅଧୂକାର କରିଥିଲେ ?
Answer:
୧୮୦୩ ମସିହା

୨। ଜୟୀ ରାଜଗୁରୁ କାହାର ଉପଦେଷ୍ଟା ଓ ଆଧ୍ୟାତ୍ମିକ ଗୁରୁ ଥିଲେ ?
Answer:
ଖୋର୍ଦ୍ଧା ରାଜା

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୩ । ବକ୍ସି ଜଗବନ୍ଧୁ କେଉଁଠାରେ ଆତ୍ମ ସମର୍ପଣ କରିଥିଲେ ?
Answer:
କଟକ

୪ । ବେଠି କ’ଣ ?
Answer:
ବିନା ବେତନ ବା ପାରିଶ୍ରମିକରେ ବାଧ୍ୟତାମୂଳକ ସେବା

୫। ପାଇକ ବିଦ୍ରୋହ କେବେ ହୋଇଥିଲା ?
Answer:
୧୮୧୭ ମସିହା

୬ | ସିପାହୀ ବିଦ୍ରୋହ କେବେ ହୋଇଥିଲା ?
Answer:
୧୮୫୭ ମସିହା

୭ । ଭାରତର ପ୍ରଥମ ଶହୀଦ କିଏ ?
Answer:
ମଙ୍ଗଳ ପାଣ୍ଡେ

୮ | ଓଡ଼ିଶାର ପ୍ରଥମ ଶହୀଦ କିଏ ?
Answer:
ଜୟୀ ରାଜଗୁରୁ

୯ । ସିପାହୀମାନେ କେଉଁ ବନ୍ଧୁକ ବ୍ୟବହାର କରିବାକୁ ବିରୋଧ କରି ବିଦ୍ରୋହ କରିଥିଲେ ?
Answer:
ରୟାଲ୍ ଏନ୍‌ଫିଲ୍‌

୧୦ । ସୁରେନ୍ଦ୍ର ସାଏ ସମ୍ବଲପୁରର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ଖୁଣ୍ଡା.

୧୧। ଚିରସ୍ତାୟୀ ବନ୍ଦୋବସ୍ତ କିଏ ପ୍ରଚଳନ କରିଥିଲେ ?
Answer:
ଲର୍ଡ଼ କଣ୍ଠୱାଲିସ୍

BSE Odisha 8th Class History Important Questions Chapter 3 ଇଂରେଜ ଶାସନକୁ ପ୍ରତିରୋଧ

୧୨। ସୁରେନ୍ଦ୍ର ସାଏଙ୍କୁ କେଉଁଠାରେ ଆଜୀବନ ବନ୍ଦୀ କରି ରଖାଯାଇଥିଲା ?
Answer:
ଅସିରଗଡ଼ ଦୁର୍ଗ

୧୩। ଭାରତର ପ୍ରଥମ ଭାଇସ୍ରାଏ କିଏ ଥିଲେ ?
Answer:
ଲର୍ଡ଼ କ୍ୟାଟିଂ

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Odisha State Board BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Important Questions and Answers.

BSE Odisha Class 8 History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଚିରସ୍ଥାୟୀ ବନ୍ଦୋବସ୍ତ କିଏ କେବେ ପ୍ରଚଳନ କରିଥିଲେ ? ଏହି ବନ୍ଦୋବସ୍ତ ବ୍ୟବସ୍ଥାଟି କ’ଣ ବୁଝାଇ ଲେଖ ।
Answer:
ପ୍ରଚଳନ :
୧୭୯୩ ଖ୍ରୀଷ୍ଟାବ୍ଦରେ ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ କର୍ଡୱାଲିସ୍ ବଙ୍ଗରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥା ପ୍ରଥମେ ପ୍ରଣୟନ କରିଥିଲେ ।

ଖଜଣା ଆଦାୟ :
ଏହି ବନ୍ଦୋବସ୍ତ ଅନୁଯାୟୀ ଜମି ଉପରେ ଖଜଣା ସ୍ଥାୟୀ ରୂପରେ ଧାର୍ଯ୍ୟ ହେଲା ଏବଂ ତାକୁ ସରକାରଙ୍କ ପକ୍ଷରୁ ଜମିଦାର ଆଦାୟ କରିବେ ବୋଲି ସ୍ଥିର ହେଲା ।

ସୂର୍ଯ୍ୟାସ୍ତ ଆଇନ :
ଧାର୍ଯ୍ୟ ମତେ ଏକ ନିର୍ଦ୍ଦିଷ୍ଟ ତିଥ୍ୟରେ ବା ତା’ ପୂର୍ବରୁ ଯଦି ଜମିଦାର ଖଜଣାକୁ ସରକାରୀ ତହବିଲରେ ଜମା ନ କରନ୍ତି, ତେବେ ‘ସୂର୍ଯ୍ୟାସ୍ତ ଆଇନ’ ବଳରେ ତାଙ୍କର ଜମିଦାରୀ ଉଚ୍ଛେଦ ହେବ ବୋଲି ନିୟମ ହୋଇଥିଲା ।

ଖଜଣା ଆଦାୟ :

  • ଏହି ନିୟମ ବଳରେ ଅନେକ ଜମିଦାରୀ ଉଚ୍ଛେଦ ହେଲା ଓ ନୂଆ ଜମିଦାର ନିଯୁକ୍ତ ହେଲେ । ଜମିଦାରମାନେ ଉଚ୍ଛେଦ ଭୟରେ ପ୍ରଜାମାନଙ୍କଠାରୁ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ଖଜଣା ଆଦାୟ କଲେ ।
  • ଖଜଣା ଦେବାପାଇଁ ପ୍ରଜାମାନେ ମହାଜନଠାରୁ ଋଣ ନେଲେ କିମ୍ବା ଖଜଣା ନଦେଇପାରି ଭୂମିହୀନ ହେଲେ । ପୁନଶ୍ଚ ଋଣ ଓ ଅତ୍ୟକ ସୁଧଭାରରେ ସେମାନଙ୍କୁ ଜମି ହରାଇବାକୁ ପଡ଼ୁଥିଲା । ଫଳରେ ପ୍ରକୃତ ପ୍ରଜା ଭୂମିହୀନ ହେଲେ ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୨ । ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତର ପ୍ରବର୍ତ୍ତକ କିଏ ଥିଲେ ? ଏହି ବନ୍ଦୋବସ୍ତରେ କି କି ବ୍ୟବସ୍ଥା ଥିଲା ?
Answer:
ବନ୍ଦୋବସ୍ତର ପ୍ରବର୍ତ୍ତନ :
ସାର୍ ଟମାସ୍ ମୁନ୍‌ ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତର ପ୍ରବର୍ତ୍ତକ ଥିଲେ । ମାଡ୍ରାସ୍ ଓ ବମ୍ବେ ସରକାର ପ୍ରଥମେ ଏହି ବନ୍ଦୋବସ୍ତ କାର୍ଯ୍ୟକାରୀ କରିଥିଲେ ।

  • ଏହି ବନ୍ଦୋବସ୍ତ ଅନୁଯାୟୀ ରୟତ ଓ ପ୍ରଜା ପ୍ରତ୍ୟକ୍ଷ ଭାବରେ ସରକାରୀ ତହବିଲ୍ ଖଜଣା ଜମା କଲେ ।
  • ପ୍ରତି ୨୦ ବା ୩୦ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା । ଜମିଦାର ନଥିଲେ ମଧ୍ୟ ନିଜେ ସରକାର କଡ଼ାକଡ଼ି ଭାବରେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଖଜଣା ଅସୁଲ କଲେ ।
  • ତେଣୁ ବଙ୍ଗ ପରି ଏଠାରେ ମଧ୍ୟ ପ୍ରଜା ଅଧିକ ସୁଧରେ ଋଣ କରି ଖଜଣା ଜମା କରିବାକୁ ବାଧ୍ୟ ହେଉଥିଲେ ।
  • ଫଳରେ ସେମାନେ ମହାଜନର ଋଣ ଜାଲରେ ପଡ଼ି ଜମି ହରାଉଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଇଂରେଜ ସରକାର ନୂତନ ଜମି ବନ୍ଦୋବସ୍ତମାନ କାହିଁକି ଆରମ୍ଭ କରିଥିଲେ ?
Answer:

  1. ଇଂରେଜ ଅମଳରେ ସରକାରୀ ଖର୍ଚ୍ଚ ବୃଦ୍ଧିପାଇବା ଯୋଗୁଁ ତାକୁ ଭରଣା କରିବା ସକାଶେ ଜମିରୁ ଆଦାୟ ଖଜଣାକୁ ଅନୁରୂପ ମାତ୍ରାରେ ବୃଦ୍ଧି କରିବା ଆବଶ୍ୟକ ହେଲା ।
  2. ଦ୍ଵିତୀୟତଃ, ଯୋଜନା ପାଇଁ ଅଗ୍ରୀମ ଅଟକଳ ନିମନ୍ତେ ଧାର୍ଯ୍ୟ ମୁତାବକ ଖଜଣା ନିର୍ଦ୍ଦିଷ୍ଟ ସମୟରେ ଆଦାୟ ହେବା ଜରୁରୀ ହେଲା । ଏହି ଔପନିବେଶକ ଆବଶ୍ୟକତାକୁ ନଜରରେ ରଖ୍ ସରକାର ନୂତନ ଜମି ବନ୍ଦୋବସ୍ତମାନ ଆରମ୍ଭ କରିଥିଲେ ।

୨ । ରୟତରୀ ବନ୍ଦୋବସ୍ତ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ? ଏହି ବନ୍ଦୋବସ୍ତରେ କେତେ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା ?
Answer:

  • ରାୟତରୀ ବନ୍ଦୋବସ୍ତ ପ୍ରଥମେ ମାଡ୍ରାସ୍ ଓ ବମ୍ବେରେ ଆରମ୍ଭ ହୋଇଥିଲା ।
  • ଏହି ବନ୍ଦୋବସ୍ତରେ ପ୍ରତି ୨୦ ବା ୩୦ ବର୍ଷରେ ଖଜଣା ସ୍ଥିର ହେବ ବୋଲି ନିୟମ ରହିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୩ । ସାର୍ ଟମାସ୍ ମୁନ୍‌ରୋ କିଏ ? ଜମିଜମା କ୍ଷେତ୍ରରେ ତାଙ୍କର ମନ୍ତବ୍ୟ କ’ଣ ଥିଲା ?
Answer:

  • ୧୮୨୦ ମସିହାରେ ମାଡ୍ରାସ୍ ପ୍ରେସିଡେନ୍ସିର ଗଭର୍ଣ୍ଣର ଥିବା ସାର୍ ଟମାସ୍ ମୁନ୍‌ରୋ ରୟତଓ୍ବାରୀ ଜମିଜମା ବନ୍ଦୋବସ୍ତର ପ୍ରବର୍ତ୍ତକ ଥିଲେ ।
  • ତାଙ୍କ ମତରେ, ସରକାର ଯଦି ପ୍ରଜା ସାଙ୍ଗରେ ଜମିଜମା ବନ୍ଦୋବସ୍ତ କରନ୍ତି, ତେବେ ସରକାର ଅଧିକ ଖଜଣା ବା ଜମିକର ଅସୁଲ କରିପାରିବେ ।

୪ । ମାହାରୀ ବନ୍ଦୋବସ୍ତ କାହାକୁ କୁହାଯାଉଥିଲା ?
Answer:

  • ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ପ୍ରଜାମାନଙ୍କୁ ନିଜ ନିଜ ମାହାଲ୍ ବା ଗ୍ରାମ ଜରିଆରେ ଖଜଣା ଜମା କରିବାକୁ ପଡୁଥିଲା ।
  • ତାଙ୍କ ମତରେ, ସରକାର ଯଦି ପ୍ରଜା ସାଙ୍ଗରେ ଜମିଜମା ବନ୍ଦୋବସ୍ତ କରନ୍ତି, ତେବେ ସରକାର ଅଧ୍ଵ କୁହାଯାଉଥିଲା ।

୫ | ଇଂରେଜ ସରକାର ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ କାହିଁକି ଛାଡ଼ କରିଥିଲେ ?
Answer:

  1. ଇଂଲଣ୍ଡରେ ଶିଳ୍ପ ବିପ୍ଳବ ଆରମ୍ଭ ହେବାପରେ ଭାରତକୁ କଳ ତିଆରି ଲୁଗା ଓ ଅନ୍ୟାନ୍ୟ ମେସିନ୍ ପ୍ରସ୍ତୁତ ବିଦେଶୀ ସାମଗ୍ରୀ ଆସିଲା ଓ ଶସ୍ତାରେ ବିକ୍ରି ହେଲା ।
  2. ନିଜ ଶିଳ୍ପର ବିକାଶ ପାଇଁ ଇଂରେଜ ସରକାର ବିଦେଶୀ ସାମଗ୍ରୀର ଆମଦାନି ଉପରେ ବାଣିଜ୍ୟ ଶୁଳ୍କ ଛାଡ଼ କରିଥିଲେ ।

୬ । ଭାରତର କେଉଁ ଅଞ୍ଚଳରେ ଚା’ ବଗିଚାମାନ ରହିଥିଲା ? ଏହି ଉଦ୍ୟୋଗର ମାଲିକାନା କାହା ହସ୍ତରେ ରହିଥିଲା ?
Answer:

  • ଭାରତରେ ଆସାମ ଓ ବଙ୍ଗର ଦାର୍ଜିଲିଂ ଅଞ୍ଚଳରେ ଚା’ ବଗିଚାମାନ ରହିଥିଲା ।
  • ଏହି ଉଦ୍ୟୋଗର ମାଲିକାନା ଇଉରୋପୀୟମାନଙ୍କ ହାତରେ ରହିଥିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର (ଗୋଟିଏ ବାକ୍ୟରେ)

୧। ଚିରସ୍ଥାୟୀ ବନ୍ଦୋବସ୍ତ କେବେ ପ୍ରଚଳନ କରାଯାଇଥିଲା ?
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ୧୭୯୩ ମସିହାରେ ପ୍ରଚଳନ କରାଯାଇଥିଲା ।

୨ । ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା ?
Answer:
ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ୧୮୬୬ ମସିହାରେ ପଡ଼ିଥିଲା ।

୩ । ୧୯୧୫ ମସିହାବେଳକୁ ଭାରତରେ କେତେଗୋଟି ଲୁଗାକଳ ବସିଥିଲା ?
Answer:
୧୯୧୫ ମସିହାବେଳକୁ ଭାରତରେ ୨୦୬ଟି ଲୁଗାକଳ ବସି ସାରିଥିଲା ।

୪। କେଉଁଠାରେ ପ୍ରଥମେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡରେ ପ୍ରଥମେ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ।

୫ | କଫି ବଗିଚା ଭାରତର କେଉଁ ଅଞ୍ଚଳରେ ଦେଖିବାକୁ ମିଳେ ?
Answer:
ଦକ୍ଷିଣ ଭାରତରେ କଫି ବଗିଚା ଦେଖିବାକୁ ମିଳେ ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Objective Type Questions With Answers
A. ଶୂନ୍ୟସ୍ଥାନ ପୂରଣ କର ।

୧। ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଥମେ _________ ରେ ପ୍ରଚଳନ ହୋଇଥିଲା ।
Answer:
ବଙ୍ଗ

୨। ହସ୍ତଶିଳ୍ପର ଅଧୋପତନ ଯୋଗୁଁ କାରିଗରମାନେ _________ ଉପରେ ନିର୍ଭର କରିଥିଲେ ।
Answer:
କୃଷି

୩ । __________ ଶତାବ୍ଦୀରେ ଇଂଲଣ୍ଡରେ ଶିଳ୍ପବିପ୍ଳବ ଆରମ୍ଭ ହୋଇଥିଲା ।
Answer:
ଊନବିଂଶ

୪। ଭାରତର ପ୍ରଥମ ଲୁଗାକଳ __________ ଠାରେ ସ୍ଥାପିତ ହୋଇଥିଲା ।
Answer:
ବମ୍ବେ

୫ | ମାହାଲ୍ ସହିତ ସରକାରଙ୍କ ଜମିଜମା ବନ୍ଦୋବସ୍ତ ଚୁକ୍ତିକୁ _______________ ବନ୍ଦୋବସ୍ତ କୁହାଯାଉଥିଲା ।
Answer:
ମାହାରୀ

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୬ । ଇଂରେଜମାନେ ଭାରତକୁ _________ ର ଉତ୍ସରୂପେ ଦେଖୁଥ୍ଲେ ।
Answer:
କଞ୍ଚାମାଲ୍

B. ନିମ୍ନୋକ୍ତ ବାକ୍ୟଗୁଡ଼ିକ ମଧ୍ୟରୁ ଠିକ୍ ବାକ୍ୟଗୁଡ଼ିକ ପାଖରେ (✓) ବାକ୍ୟଗୁଡ଼ିକ ପାଖରେ (✗) ଚିହ୍ନ ଦିଅ ।

୧। ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ ଉଇଲିୟମ୍ ବେଣ୍ଟିକ୍ ପ୍ରଚଳନ କରିଥିଲେ ।
୨। ଓଡ଼ିଶାରେ ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ।
୩ । ଭାରତରେ ପ୍ରଥମେ ଲୁଗାକଳ ଦିଲ୍ଲୀଠାରେ ସ୍ଥାପିତ ହୋଇଥିଲା ?
୪ । ନୀଳଚାଷ ବିହାର ଓ ବଙ୍ଗରେ ଆରମ୍ଭ ହୋଇଥିଲା ।
୫। ରୟତରୀ ବନ୍ଦୋବସ୍ତ ସାର୍ ଟମାସ୍ ମୁନ୍‌ଙ୍କଦ୍ଵାରା ପ୍ରସ୍ତୁତ କରାଯାଇଥିଲା ।

Answer:
୧। (✗)
୨। ( ✓)
୩ । (✗)
୪ । (✓ )
୫ । (✓ )

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

C. ରେଖାଙ୍କିତ ଶବ୍ଦଗୁଡ଼ିକୁ ପରିବର୍ତ୍ତନ ନକରି ଭ୍ରମ ସଂଶୋଧନ କର ।

୧। ସାମନ୍ତବାଦ ପ୍ରଥା ଲର୍ଡ଼ କର୍ଡୱାଲିସ୍ ପ୍ରଚଳନ କରିଥିଲେ ।
Answer:
ଚିରସ୍ଥାୟୀ ବନ୍ଦୋବସ୍ତ ଲର୍ଡ କଣ୍ଠୱାଲିସ୍ ପ୍ରଚଳନ କରିଥିଲେ ।

୨ । ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟମାନେ ପାରିବାରିକ ହସ୍ତଶିଳ୍ପକୁ ଅଧୂକ ପସନ୍ଦ କରିଥିଲେ ।
Answer:
ପାଶ୍ଚାତ୍ୟ ସଂସ୍କୃତିର ପ୍ରଭାବରେ ଭାରତୀୟମାନେ ପାରିବାରିକ ହସ୍ତଶିଳ୍ପକୁ ନାପସନ୍ଦ କରିଥିଲେ ।

୩ । ପୁରୀ ରାଜା ମୁକୁନ୍ଦଦେବଙ୍କ ରାଜତ୍ଵ ସମୟରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ।
Answer:
ପୁରୀ ରାଜା ଦିବ୍ୟସିଂହଦେବଙ୍କ ରାଜତ୍ଵ ସମୟରେ ନଅଙ୍କ ଦୁର୍ଭିକ୍ଷ ଦେଖାଦେଇଥିଲା ।

୪। ଚା’ ଓ କଫି ଉଦ୍ୟୋଗର ମାଲିକାନା ଭାରତୀୟମାନଙ୍କ ହାତରେ ରହିଥିଲା ।
Answer:
ଚା’ ଓ କଫି ଉଦ୍ୟୋଗର ମାଲିକାନା ଇଉରୋପୀୟମାନଙ୍କ ହାତରେ ରହିଥିଲା ।

୫ । ୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ପ୍ରଥମ ଲୁଗାକଳ ସ୍ଥାପିତ ହୋଇଥିଲା ।
Answer:
୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ପ୍ରଥମ ଝୋଟକଳ ସ୍ଥାପିତ ହୋଇଥିଲା ।

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

D. ‘କ’ ସ୍ତମ୍ଭର ପ୍ରତ୍ୟେକ ଶବ୍ଦ ସହ ‘ଖ’ ସ୍ତମ୍ଭର ଉପଯୁକ୍ତ ଶବ୍ଦ ମିଳାଅ ।

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4
Answer:

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4.1

E. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ଭାରତରେ କେଉଁ ଗଭର୍ଣ୍ଣର ଜେନେରାଲ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କରିଥିଲେ ?
Answer:
ଲର୍ଡ଼ କଣ୍ଠୱାଲିସ୍

୨ । ନଅଙ୍କ ଦୁର୍ଭିକ୍ଷ କେବେ ପଡ଼ିଥିଲା ?
Answer:
୧୮୬୬ ମସିହା

୩ । ୧୯୧୫ ମସିହାରେ ଭାରତରେ କେତୋଟି ଲୁଗାକଳ ଥିଲା ?
Answer:
୨୦୬ ଟି

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୪ । ଶିଳ୍ପ ବିପ୍ଳବ ପ୍ରଥମେ କେଉଁଠାରେ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡ

୫ । ଭାରତରେ କଫିଚାଷ ଅଧ‌ିକ କେଉଁଠି ହୋଇଥାଏ ?
Answer:
ଦକ୍ଷିଣ ଭାରତ

୬ । ପ୍ରଥମ ଲୁଗାକଳ ଭାରତରେ କେଉଁଠାରେ ସ୍ଥାପିତ ହୋଇଥିଲା ?
Answer:
ବମ୍ବେ

୭ । ପ୍ରଥମ ଝୋଟକଳ ଆମ ଦେଶରେ କେଉଁଠି ସ୍ଥାପିତ ହୋଇଥିଲା ?
Answer:
ବଙ୍ଗର ରିଶ୍ରା

୮। ଦ୍ଵିତୀୟ ବିଶ୍ୱଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
Answer:
୧୯୩୯ ମସିହା

୯ । ଭାରତରେ ପ୍ରଥମେ କେଉଁ ମସିହାରେ ଲୁଗାକଳ ସ୍ଥାପିତ ହୋଇଥିଲା ?
Answer:
୧୮୫୩ ମସିହା

୧୦ । ରୟତରୀ ବ୍ୟବସ୍ଥା କିଏ ପ୍ରଚଳନ କରିଥିଲେ ?
Answer:
ସାର ଟମାସ ମୁନ୍‌

BSE Odisha 8th Class History Important Questions Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

୧୧। ଦ୍ଵିତୀୟ ବିଶ୍ଵଯୁଦ୍ଧ କେବେ ଶେଷ ହୋଇଥିଲା ?
Answer:
୧୯୪୫ ମସିହା