BSE Odisha 8th Class Maths Solutions Geometry Chapter 1 ଜ୍ୟାମିତିର ମୌଳିକ ଧାରଣ Ex 1(a)

Odisha State Board BSE Odisha 8th Class Maths Solutions Geometry Chapter 1 ଜ୍ୟାମିତିର ମୌଳିକ ଧାରଣ Ex 1(a) Textbook Exercise Questions and Answers.

BSE Odisha Class 8 Maths Solutions Geometry Chapter 1 ଜ୍ୟାମିତିର ମୌଳିକ ଧାରଣ Ex 1(a)

Question 1.
ପ୍ରତ୍ୟେକ ପ୍ରଶ୍ନ ପାଖରେ କେତେଗୁଡ଼ିଏ ସମ୍ଭାବ୍ୟ ଉତ୍ତର ଲେଖାଯାଇଅଛି । ଠିକ୍ ଉତ୍ତରଟି ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) ଗୋଟିଏ ମଲେଲେଖାରେ ________ ବିନ୍ଦୁ ଥାଏ । [(a) ଗୋଟିଏ (b) ଦୁଇଟି (c) ଅସଂଖ୍ୟ]
(ii) ଗୋଟିଏ ରେଖାଖଣ୍ଡର ________ ପ୍ରାନ୍ତବିନ୍ଦୁ ଥାଏ । [(a) ଗୋଟିଏ (b) ଦୁଇଟି (c) ଅସଂଖ୍ୟ]
(iii) ଏକ ରେଖାଖଣ୍ଡର ________ (ମାତ୍ର) ମଧ୍ୟବିନ୍ଦୁ ଥାଏ । [(a) ଗୋଟିଏ (b) ଦୁଇଟି (c) ଅସଂଖ୍ୟ]
(iv) ଏକ ରଶ୍ମିର ________ ଆଦ୍ୟବିନ୍ଦୁ ଥାଏ । [(a) ଗୋଟିଏ (b) ଦୁଇଟି (c) ଅସଂଖ୍ୟ]
Solution:
(i) ଅସଂଖ୍ୟ
(ii) ଦୁଇଟି
(iii) ଗୋଟିଏ
(iv) ଗୋଟିଏ

Question 2.
ନିମ୍ନ ଉକ୍ତିଗୁଡ଼ିକ ଠିକ୍ ଥ୍ କୋଠରି ମଧ୍ୟରେ ✓ ଚିହ୍ନ ଓ ଭୁଲ୍ ଥିଲେ x ଚିହ୍ନ ଦିଅ ।
(i) ସରଳରେଖାର ଅସଂଖ୍ୟ ପ୍ରାନ୍ତବିନ୍ଦୁ ଥାଏ ।
(ii) ଏକ ରଶ୍ମିର ଗୋଟିଏ ଆଦ୍ୟବିନ୍ଦୁ ଥାଏ ।
(iii) ଏକ ରେଖାଖଣ୍ଡର ମାତ୍ର ଗୋଟିଏ ମଧ୍ୟବିନ୍ଦୁ ଥାଏ ।
(iv) A ଓ B ର ମଧ୍ୟବର୍ତ୍ତୀ ବିନ୍ଦୁ P ହେଲେ, ଏହା ABର ମଧ୍ୟବିନ୍ଦୁ ହେବ ।
(v) ଦୁଇଟି ପୃଥକ୍ ବିନ୍ଦୁର ଗୋଟିଏ ମାତ୍ର ମଧ୍ୟବର୍ତୀ ବିନ୍ଦୁ ଥା ଥାଏ ।
(vi) A, B ଓ C ଏକରେଖୀ ବିନ୍ଦୁ ହେଲେ, \( \overrightarrow{\mathrm{AB}}\) ଓ \( \overrightarrow{\mathrm{BC}}\) ଏକରେଖୀ ରଶ୍ମି ଅଟନ୍ତି ।
(vii) \(\overleftrightarrow{\mathrm{AB}}\) ର A ଓ B ମଧ୍ୟବର୍ତୀ O ଏକ ବିନ୍ଦୁ ହେଲେ, \( \overrightarrow{\mathrm{OA}}\) ଏବଂ \( \overrightarrow{\mathrm{OB}}\) ଦ୍ଵୟ ପରସ୍ପରର ବିପରୀତ ରଶ୍ମି ଅଟନ୍ତି ।
Solution:
(i) x
(ii) ✓
(iii) ✓
(iv) x
(v) x
(vi) ✓
(vii) ✓

BSE Odisha 8th Class Maths Solutions Geometry Chapter 1 ଜ୍ୟାମିତିର ମୌଳିକ ଧାରଣ Ex 1(a)

Question 3.
(a) ପରସ୍ପରଠାରୁ ଭିନ୍ନ ଚାରୋଟି ଦତ୍ତବିନ୍ଦୁ ମଧ୍ୟରୁ ତିନୋଟି ବିନ୍ଦୁ ଏକରେଖୀ ହେଲେ, ସେମାନଙ୍କଦ୍ୱାରା କେତେଗୋଟି ରେଖାଖଣ୍ଡ ନିରୂପିତ ହୋଇପାରିବ ?
Solution:
6ଟି ରେଖାଖଣ୍ଡ ନିରୂପିତ ହୋଇପାରିବ ।

(b) ଥିଲେ, ସେମାନଙ୍କଦ୍ୱାରା କେତେଗୋଟି ରେଖାଖଣ୍ଡ ନିରୂପିତ ହୋଇପାରିବ ରେଖାଖଣ୍ଡ ନିରୂପିତ ହୋଇପାରିବ ?
Solution:
4ଟି ରେଖାଖଣ୍ଡ ନିରୂପିତ ହୋଇପାରିବ ।

Question 4.
A, B ଓ C ଏକରେଖୀ ବିନ୍ଦୁ I AB = 8ଏକକ ଓ AC = 4 ଏକକ ହେଲେ, ନିମ୍ନୋକ୍ତ କେଉଁଟି ସମ୍ଭବ ?
(a) B – A – C
(b) A – C – B
(b) A – B – C
Solution:
A – C – B ଉକ୍ତିଟି ସମ୍ଭବ ।

Question 5.
ସାଧାରଣ ଶୀର୍ଷ ବିନ୍ଦୁ ବିଶିଷ୍ଟ ସାତଟି ରଶ୍ମି ଦିଆଯାଇଥିଲେ, ସେଥିରେ ଅତିବେଶୀ ଏକରେମୋତା ବିପରୀତ ରଶ୍ମି ରହିବେ ?
Solution:
ତିନିଯୋଡ଼ା ବିପରୀତ ରଶ୍ମି ରହିବେ ।

Question 6.
ପ୍ରଦତ୍ତ ପଦଗୁଡ଼ିକର ସଂଜ୍ଞା ପ୍ରଦାନ କର :
(a) ସରଳରେଖାର ପାର୍ଶ୍ଵ
(b) ଉତ୍ତଳ ସେଟ୍
Solution:
(a) ସରଳରେଖାର ପାର୍ଶ୍ଵ : କୌଣସି ସରଳରେଖାର ଏକ ପାର୍ଶ୍ଵର ନାମକରଣ ସେହି ପାର୍ଶ୍ଵରେ ଥ‌ିବା ଯେକୌଣସି ବିନ୍ଦୁକୁ ନେଇ କରାଯାଇପାରିବ । L, ସରଳରେଖାର ଯେଉଁ ପାର୍ଶ୍ଵରେ A ବିନ୍ଦୁ ଅଛି, ତାକୁ L ସରଳରେଖାର A ପାର୍ଶ୍ଵ ଏବଂ ଯେଉଁ ପାର୍ଶ୍ଵରେ B ବିନ୍ଦୁ ଅଛି, ତାକୁ L ସରଳରେଖାର B ପାର୍ଶ୍ବ କୁହାଯାଏ ।
(b) ଉତ୍ତଳ ସେଟ୍ : ସେଟ୍ Sର ଯେକୌଣସି ଦୁଇଟି ବିନ୍ଦୁ A ଓ B ହେଲେ, ଯଦି AB c S ହୁଏ, ତେବେ S କୁ ଏକ ଉତ୍ତଳ ସେଟ୍ କୁହାଯାଏ ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

Odisha State Board BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ will enable students to study smartly.

BSE Odisha Class 8 History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଭାରତରେ ଜାତୀୟତାବାଦ ବିକାଶର କାରଣ :

  • ଉନବିଂଶ ଶତାବ୍ଦୀର ପ୍ରାରମ୍ଭରୁ ଭାରତରେ ଅନେକ ଇଂରେଜ ଶାସନ ବିରୋଧୀ ସଙ୍ଗଠନ ସୃଷ୍ଟି ହୋଇ ଅନେକ ଆଞ୍ଚଳିକ ଓ ଜାତୀୟ ବିଦ୍ରୋହର ସୂତ୍ରପାତ କରିଥିଲା ।
  • ଐକ ଭାବର ମହାମନ୍ତ୍ରରେ ନିଜ ଦେଶ ତଥା ମାତୃଭୂମିକୁ ଭଲ ପାଇବା ଭାବକୁ ‘ଜାତୀୟତାବାଦ’ କୁହାଯାଏ ।
  • ଓଡ଼ିଶାର ପାଇକ ବିଦ୍ରୋହ, ସାନ୍ତାଳ ବିଦ୍ରୋହ ଓ କୋହ୍ଲ ବିଦ୍ରୋହ ପ୍ରଭୃତି ଆଞ୍ଚଳିକ ବିଦ୍ରୋହର ଦୃଷ୍ଟାନ୍ତ ।
  • ୧୮୫୭ର ବିଦ୍ରୋହ ଜାତୀୟ ବିଦ୍ରୋହର ଦୃଷ୍ଟାନ୍ତ ।
  • ଭାରତରେ ଜାତୀୟତାବାଦର ବିକାଶ ପାଇଁ ଅନେକଗୁଡ଼ିଏ କାରଣ ଦାୟୀ ଥିଲା ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ (କ) ସାମାଜିକ ଓ ସାଂସ୍କୃତିକ ଐକ୍ୟ :

  • ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଧର୍ମର ତୀର୍ଥସ୍ଥାନମାନ ରହିଛି ।
  • ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ପାଳନ କରୁଥିବା ଉତ୍ସବ, ରୀତି-ନୀତି ତଥା ସାମାଜିକ ପ୍ରଥା ଓ ଚଳଣିରେ ଅନେକ ସାମଞ୍ଜସ୍ୟ ରହିଅଛି । ଏହି ସାମାଜିକ ଓ ସାଂସ୍କୃତିକ ଐକ୍ୟଭାବ ଭାରତୀୟମାନଙ୍କ ମନରେ ଏକ ଜାତୀୟ ଚେତନା ଜାଗ୍ରତ କରିବାରେ ସହାୟକ ହୋଇଛି ।

ମନେରଖ :
ପ୍ରାଚୀନ ଯୁଗରେ ମୁନିଋଷିମାନେ ହିମାଳୟଠାରୁ କୁମାରୀକା ପର୍ଯ୍ୟନ୍ତ ଭୂଖଣ୍ଡକୁ ‘ଭାରତବର୍ଷ’ ନାମରେ ନାମିତ କରିଥିଲେ ।

→ (ଖ) ରାଜନୈତିକ ଏକତା :

  • ଭାରତୀୟମାନେ ବହୁ ପ୍ରାଚୀନ ଯୁଗରୁ ରାଜା ଓ ମହାରାଜାମାନଙ୍କଦ୍ୱାରା ଏକ ଶାସନାଧୀନ ରହିବା ଫଳରେ ସେମାନଙ୍କ ମଧ୍ୟରେ ଏକ ଐକ୍ୟଭାବ ସୃଷ୍ଟି ହୋଇଥିଲା ।
  • ସମଗ୍ର ଭାରତ ଇଂରେଜ ଶାସନାଧୀନ ହେବା ଫଳରେ ଭାରତୀୟମାନଙ୍କ ମନରେ ଜାତୀୟତାଭାବ ସୃଷ୍ଟି ହୋଇଥିଲା ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ (ଗ) ଇଂରାଜୀ ଭାଷାର ପ୍ରଚଳନ :

  • ଇଂରେଜ ଶାସନ କାଳରେ ଉଇଲିୟମ୍ ବେଣ୍ଟିକ୍ ଭାରତରେ ଇଂରାଜୀ ଭାଷା ଓ ଶିକ୍ଷାର ପ୍ରଚଳନ କରିବା ଫଳରେ ବିଭିନ୍ନ ଭାଷାଭାଷୀ ଇଂରାଜୀ ଶିକ୍ଷିତ ବ୍ୟକ୍ତିମାନେ ପରସ୍ପର ମଧ୍ୟରେ ଇଂରାଜୀ ଭାଷାରେ ଭାବବିନିମୟ କରିପାରିଲେ । ତେଣୁ ଭାରତୀୟମାନଙ୍କ ମଧ୍ୟରେ ଐକ୍ୟଭାବ ଦୃଢ଼ ହୋଇପାରିଥିଲା ଓ ଜାତୀୟତାବାଦର ବିକାଶ ଘଟିଥିଲା ।
  • ପୁନଶ୍ଚ ଇଂରାଜୀ ଶିକ୍ଷିତ ଭାରତୀୟମାନେ ଆମେରିକାର ସ୍ଵାଧୀନତା ସଂଗ୍ରାମ, ରୁଷ୍ ବିପ୍ଲବ, ଫରାସୀ ବିପ୍ଳବ, ଇଂଲଣ୍ଡର ଗୌରବମୟ ବିପ୍ଲବ, ଇଟାଲୀ ଓ ଜର୍ମାନୀର ଏକତ୍ରୀକରଣ ପ୍ରଭୃତିର ଜାତୀୟତା ଆନ୍ଦୋଳନ ଓ ବିଭିନ୍ନ ପାଶ୍ଚାତ୍ୟ ଦାର୍ଶନିକ ଚିନ୍ତାଧାରା ସମ୍ବନ୍ଧରେ ଜ୍ଞାନ ଲାଭ କଲେ ଓ ଭାରତକୁ ସେହି ମାର୍ଗରେ ସ୍ଵାଧୀନ କରିବାକୁ ପ୍ରୟାସ କଲେ ।

→ (ଘ) ନବଜାଗରଣ :

  1. ରାଜା ରାମମୋହନ ରାୟ, ରାମକୃଷ୍ଣ ପରମହଂସ, ସ୍ଵାମୀ ବିବେକାନନ୍ଦ, ଦୟାନନ୍ଦ ସରସ୍ଵତୀ ପ୍ରଭୃତି ସମାଜ ସଂସ୍କାରକମାନେ ଆମ ଦେଶରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ, ପୀଡ଼ିତଙ୍କ ସେବା ସମ୍ପର୍କରେ ପାଶ୍ଚାତ୍ୟ ଚିନ୍ତାଧାରା ସପକ୍ଷରେ, ବେଦର ମହନୀୟତା ସମ୍ବନ୍ଧରେ ଭାରତୀୟଙ୍କୁ ଜଣାଇଥିଲେ ।
  2. ଫଳରେ ଭାରତରେ ବୌଦ୍ଧିକ ଓ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟିହେଲା ।

→ (ଡ) ବ୍ରିଟିଶ୍ ଶାସନର ଅବଦାନ :

  • ବେଣ୍ଟିଦ୍ୱାରା କେତେକ କୁପ୍ରଥା ଉଚ୍ଛେଦ ଏବଂ ଇଂରାଜୀ ଭାଷାର ପ୍ରଚଳନ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାଭାବ ସୃଷ୍ଟି କରିଥିଲା ।
  • ଲର୍ଡ ଡେଲ୍ହାଉସୀଙ୍କଦ୍ୱାରା ଭାରତରେ ରେଳ ଚଳାଚଳ ଓ ଡାକ ବ୍ୟବସ୍ଥା ପ୍ରଚଳନ ଯୋଗୁ ଭାରତୀୟମାନେ ଏକତା ସୂତ୍ରରେ ଆବଦ୍ଧ ହୋଇପାରିଲେ ଏବଂ ଲର୍ଡ ରିପନଙ୍କ ପ୍ରଚଳିତ ସ୍ଵାୟତ୍ତ ଶାସନ ବ୍ୟବସ୍ଥା ଭାରତୀୟମାନଙ୍କ ମନରେ ଏକ ରାଜନୈତିକ ଚେତନା ସୃଷ୍ଟି କରିଥିଲା ।

ମନେରଖ :
ଲର୍ଡ ରିପନ ଭାରତରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନ କରିଥିଲେ ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ (ଚ) ବ୍ରିଟିଶ୍ମାନଙ୍କର ତ୍ରୁଟିପୂର୍ଣ୍ଣ ଶାସନ ନୀତି :

  • ଇଂରେଜ ଶାସନକାଳରେ ଭାରୀତୟମାନଙ୍କୁ ଶାସନ କ୍ଷେତ୍ରରେ ଅଂଶଗ୍ରହଣ କରିବାକୁ କୌଣସି ସୁଯୋଗ ଦିଆଯାଉନଥିଲା ।
  • ‘ପ୍ରଶାସନିକ ସେବା’ ପରୀକ୍ଷା ଇଂଲଣ୍ଡରେ ହେବା ଫଳରେ ଗରିବ ମେଧାବୀ ଛାତ୍ରମାନେ ଏ ସୁଯୋଗରୁ ବଞ୍ଚିତ ହେଉଥିଲେ । ଏସବୁ ଅନ୍ୟାୟ ଆଚରଣ ବିରୁଦ୍ଧରେ ଭାରତୀୟମାନେ ଐକ୍ୟବଦ୍ଧ ହେଲେ, ଫଳରେ ଭାରତୀୟ କୁଟୀରଶିଳ୍ପର ଅବନତି ଘଟିଲା ।

→ (ଛ) ବ୍ରିଟିଶ୍ମାନଙ୍କର ଅର୍ଥନୈତିକ ଶୋଷଣ :

  • ଭାରତରୁ କର, ରାଜସ୍ଵ ଓ ବାଣିଜ୍ୟ ମାଧ୍ୟମରେ ବହୁ ଅର୍ଥ ଇଂଲଣ୍ଡକୁ ଯାଉଥିଲା ।
  • ଭାରତରୁ ତୁଳା ଯାଇ ଇଂଲଣ୍ଡ ଦେଶରେ ଲୁଗା ବୁଣା ହୋଇ ସେହି ଲୁଗା ଆସି ଭାରତୀୟ ବଜାରରେ ବିକ୍ରି ହେଉଥିଲା । ଫଳରେ ଭାରତୀୟ କୁଟୀରଶିଳ୍ପର ଅବନତି ଘଟିଲା ।
  • ଚାଷୀଙ୍କ ସ୍ବାର୍ଥବିରୋଧୀ ଜମିଜମା ଆଇନ, ଜମିଦାରମାନଙ୍କ କୃଷକଙ୍କୁ ଶୋଷଣ ଫଳରେ ଚାଷୀମାନେ ଅସନ୍ତୁଷ୍ଟ ହେଲେ । ଫଳରେ ଭାରତୀୟମାନେ ସଂଘବଦ୍ଧ ଭାବରେ ଏହା ବିରୋଧରେ ସ୍ବର ଉତ୍ତୋଳନ କଲେ ।

→ (ଜ) ବର୍ଣ୍ଣବୈଷମ୍ୟ ନୀତି :

  • ଇଂରେଜମାନେ କୃଷ୍ଣକାୟ ଭାରତୀୟମାନଙ୍କୁ ହୀନଦୃଷ୍ଟିରେ ଦେଖୁଥିଲେ ।
  • ଶିକ୍ଷିତ ଓ ଭାରତୀୟମାନଙ୍କୁ ଉଚ୍ଚ ଚାକିରୀ ମିଳୁନଥିଲା । ଭାରତୀୟ ବିଚାରପତିମାନେ ଇଂରେଜ ଅପରାଧୀଙ୍କ ବିଚାର କରିପାରୁନଥିଲେ । ସେମାନେ ଇଂରେଜମାନଙ୍କପାଇଁ ଉଦ୍ଦିଷ୍ଟ ରେଳଡବା, ଡାକ୍ତରଖାନା ଆଦି ବ୍ୟବହାର କରିପାରୁନଥିଲେ । ଫଳରେ ସେମାନେ ଅସନ୍ତୁଷ୍ଟ ହେଲେ ଓ ଜାତୀୟଭାବନାରେ ଉଦ୍‌ବୁଦ୍ଧ ହେଲେ ।

ମନେରଖ :
ଗୋରା-କଳାର ଅବାଞ୍ଛିତ ଭେଦଭାବକୁ ‘ବର୍ଣ୍ଣବୈଷମ୍ୟ’ କୁହାଯାଏ ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ (ଝ) ସାହିତ୍ୟ ଓ ସମ୍ବାଦପତ୍ରର ଭୂମିକା :

  • ଭାରତୀୟମାନଙ୍କ ମନରେ ଜାତୀୟ ଚେତନା ସୃଷ୍ଟି କରିବାରେ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କର ଜାତୀୟ ଗାନ ‘ବନ୍ଦେ ମାତରମ୍’ ସର୍ବଶ୍ରେଷ୍ଠ ପ୍ରେରଣା ଥିଲା । ଏହି ଗୀତ ‘ସ୍ଵଦେଶୀ ଆନ୍ଦୋଳନ’ ସମୟରେ ଭାରତୀୟମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିଥିଲା ।

ମନେରଖ :
ଜାତୀୟ ଗାନ ‘ବନ୍ଦେ ମାତରମ୍’ ବଙ୍କିମଚନ୍ଦ୍ର ଚାଟାର୍ଜୀଙ୍କଦ୍ବାରା ରଚିତ ‘ଆନନ୍ଦମଠ’ ଉପନ୍ୟାସରେ ଲିଖ୍ ।

  • ସେ ସମୟରେ ପ୍ରକାଶିତ ଅମୃତବଜାର ପତ୍ରିକା, ଦି ହିନ୍ଦୁ, ଦି ଇଣ୍ଡିଆନ ମିରର, ମରହଟ୍ଟା କେଶରୀ, ସମ୍ବାଦ କୌମୁଦୀ, ମିରିଟ୍ ଭଲ୍ ଅଖବାର୍ ଇତ୍ୟାଦି ଭାରତୀୟ ଜନମତକୁ ଯଥେଷ୍ଟ ପ୍ରଭାବିତ କରୁଥିଲା ।
  • ବଙ୍କିମ୍ ଚନ୍ଦ୍ର ଚାଟାର୍ଜୀ, ଦୀନବନ୍ଧୁ ମିତ୍ର, ରବୀନ୍ଦ୍ରନାଥ ଟାଗୋର, ଲକ୍ଷ୍ମୀନାଥ ବେଜ୍‌ବରୁଆ, ସୁବ୍ରମନିୟମ ଭାରତୀ, ଭାରତେନ୍ଦ୍ର ହରିଶ୍ଚନ୍ଦ୍ର ଏବଂ ଅଲତାଫ୍ ହୁସେନ୍ ପ୍ରଭୃତି ନିଜ ଲେଖା ମାଧ୍ୟମରେ ଭାରତୀୟମାନଙ୍କ ମଧ୍ୟରେ ଜାତୀୟ ଚେତନା ସୃଷ୍ଟି କରିଥିଲେ ।

→ (ଞ) ଅତୀତ ଭାରତର ଗୌରବର ପୁନରାବିଷ୍କାର :
ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Chapter 5

  • ସାର୍ ଉଇଲିୟମ ଜୋନ୍ସ, ମୋନିୟର ଉଇଲିୟମ୍‌ସ୍, ପ୍ରଫେସର ମାଵମୁଲର, ରାଜନ୍ଦ୍ରଲାଲ୍ ମିତ୍ର, ରାମକୃଷ୍ଣ ଗୋପାଲ୍ ଭଣ୍ଡାରକର ଏବଂ ହରପ୍ରସାଦ ଶାସ୍ତ୍ରୀ ପ୍ରଭୃତି ଭାରତର ଇତିହାସର ଗବେଷଣା ମାଧ୍ୟମରେ ଅତୀତ ଗୌରବ ଉପସ୍ଥାପନ କରି ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାବାଦର ସଂଚାର ହୋଇଥିଲା ।

→ ଭାରତୀୟ ଜାତୀୟ କଂଗ୍ରେସ :

  1. ସ୍ଵାଧୀନତା ପୂର୍ବର କେତେକ ଭାରତୀୟ ମହାମନୀଷୀଙ୍କ ସମାବେଶକୁ ‘ଜାତୀୟ କଂଗ୍ରେସ’ କୁହାଗଲା ।
  2. ଆଲାନ ଅକ୍ସାଭିଆନ୍ ହ୍ୟୁମ୍ ନାମକ ଜଣେ ଅବସରପ୍ରାପ୍ତ ଇଂରେଜ ଶାସକ ଏହାକୁ ଦିଗ୍‌ଦର୍ଶନ ଦେଇଥିଲେ ।

ମନେରଖ :
ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ୍ବେଶନରେ କଲିକତାର ବିଶିଷ୍ଟ ଆଇନଜୀବୀ ଉମେଶଚନ୍ଦ୍ର ବାନାର୍ଜୀ ସଭାପତିତ୍ୱ କରିଥିଲେ ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ ଜାତୀୟ କଂଗ୍ରେସର ଜନ୍ମ :

  • ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍‌ଙ୍କ ଉଦ୍ୟମରେ ଡଫରିନ୍‌ଙ୍କ ଅନୁମତିକ୍ରମେ ‘ଜାତୀୟ କଂଗ୍ରେସ’ ଗଠିତ ହେଲା ।
  • ଭାରତୀୟମାନଙ୍କ ଅଭାବ, ଅସୁବିଧା ଓ ଅଭିଯୋଗ ଇଂରେଜ ସରକାରଙ୍କ ନିକଟରେ ଆଗତ କରିବା ଏହି ଅନୁଷ୍ଠାନର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ।

→ ପ୍ରଥମ ଅଧ୍ଶନ :

  • 1885 ମସିହା ଡିସେମ୍ବର 28 ଓ 29 ରେ ବମ୍ବେଠାରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧ‌ିବେଶନ ଅନୁଷ୍ଠିତ ହେଲା ।
  • ଏଥ‌ିରେ ଭାରତର ବିଭିନ୍ନ ଅଞ୍ଚଳରୁ 72 ଜଣ ପ୍ରତିନିଧ୍ ଯୋଗ ଦେଇଥିଲେ ।

→ ଜାତୀୟ କଂଗ୍ରେସର ପ୍ରାଥମିକ ଲକ୍ଷ୍ୟ :

  • ଲୋକମାନଙ୍କର ଅଭାବ, ଅସୁବିଧା ଓ ଅଭିଯୋଗଗୁଡ଼ିକୁ ଇଂରେଜ ସରକାରଙ୍କ ନିକଟରେ ଆଗତ କରି ସେଗୁଡ଼ିକର ସମାଧାନ କରିବା ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ।
  • ଆନ୍ଦୋଳନ ଓ ବିଦ୍ରୋହ କରିବା କଂଗ୍ରେସର ଅଭିପ୍ରାୟ ନଥିଲା ।

→ କଂଗ୍ରେସର କାର୍ଯ୍ୟ :

  • ଭାରତର ବିଭିନ୍ନ ସ୍ଥାନରେ ଜାତୀୟ କଂଗ୍ରେସର ଅଧିବେଶନ ଅନୁଷ୍ଠିତ ହେଲା ଏବଂ ଏହାର ପ୍ରସ୍ତାବଗୁଡ଼ିକୁ ଇଂରେଜ ସରକାର ନିକଟରେ ଉପସ୍ଥାପିତ କରାଗଲା ।
  • ପ୍ରସ୍ତାବଗୁଡ଼ିକ ସପକ୍ଷରେ ଇଂଲଣ୍ଡରେ ଜନମତ ସଂଗ୍ରହ ପାଇଁ ପ୍ରୟାସ କରାଗଲା ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ ନରମପନ୍ଥୀ :

  • 1885 ରୁ 1905 ପର୍ଯ୍ୟନ୍ତ ଜାତୀୟ କଂଗ୍ରେସର ନେତୃବୃନ୍ଦମାନେ ଇଂରେଜ ସରକାରଙ୍କ ନିକଟରେ ଭାରତୀୟମାନଙ୍କର ଦାବିଗୁଡ଼ିକୁ ଅନୁନୟ ଅନୁରୋଧ କରି ହାସଲ କରୁଥିଲେ । ଏମାନଙ୍କୁ ‘ନରମପନ୍ଥୀ’ ଆଖ୍ୟା ଦିଆଗଲା ।

ମନେରଖ :
ସୁରେନ୍ଦ୍ରନାଥ ବାନାର୍ଜୀ, ଗୋପାଳକୃଷ୍ଣ ଗୋଖଲେ ଓ ମହାଦେବ ଗୋବିନ୍ଦ ରାଣାଡ଼େ ପ୍ରଭୃତି ନରମପନ୍ଥୀ ନେତା ଥିଲେ ।

→ ଦାବି ଉପସ୍ଥାପନା :

  1. ଭାରତୀୟ ଜାତୀୟ କଂଗ୍ରେସ ଇଂରେଜ ସରକାରଙ୍କ ନିକଟରେ ନିମ୍ନଲିଖ୍ ଦାବିଗୁଡ଼ିକ ଉପସ୍ଥାପନା କରିଥିଲେ ।
    (୧) ପ୍ରାଦେଶିକ ଓ କେନ୍ଦ୍ରୀୟ ଆଇନ ସଭାରେ ଭାରତୀୟ ପ୍ରତିନିଧ୍ଵ ରହିବାର ବ୍ୟବସ୍ଥା କରିବା ।
    (୨) ଭାରତୀୟ ପ୍ରଶାସନିକ ପରୀକ୍ଷା ଇଂଲଣ୍ଡରେ ହେବା ସହ ଭାରତରେ କରିବାର ବ୍ୟବସ୍ଥା ହେବା !
    (୩) ଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ ଭାରତୀୟ ପରୀକ୍ଷାର୍ଥୀମାନଙ୍କର ବୟସସୀମା ବୃଦ୍ଧି କରିବା ।
    (୪) ସାମରିକ ଖର୍ଚ୍ଚ କମାଇ ଶିକ୍ଷା, କୃଷି ଓ ଶିଳ୍ପର ଅଧ୍ଵ ବିକାଶ ଘଟାଇବା ।
    (୫) ଅସ୍ତ୍ର-ଶସ୍ତ୍ର ଆଇନର ସଂସ୍କାର କରିବା ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ ଜାତୀୟ କଂଗ୍ରେସର ବିକାଶ :

  1. କ୍ରମେ କ୍ରମେ ଭାରତୀୟ ଜାତୀୟ କଂଗ୍ରେସରେ ଓକିଲ, ଡାକ୍ତର, ଲେଖକ, ସାମ୍ବାଦିକ ଏବଂ ସରକାରୀ କର୍ମଚାରୀମାନେ ଯୋଗଦେଲେ ।
  2. ସେମାନେ ନରମପନ୍ଥୀମାନଙ୍କ ପରି ଭାବୁଥିଲେ ଯେ ଭାରତର ବିକାଶ ଇଂରେଜମାନଙ୍କଦ୍ୱାରା ହିଁ ସମ୍ଭବ ।

→ ଚରମପନ୍ଥୀ :
ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Chapter 5.1

  • ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ କଂଗ୍ରେସରେ ଆଉ ଏକ ପ୍ରକାର ସଂଗ୍ରାମୀ ଗୋଷ୍ଠୀର ଆବିର୍ଭାବ ହେଲା । ସେମାନେ ଭାରତୀୟ ମାନଙ୍କ ନ୍ୟ।ଯ୍ୟ ଦାବି ଯେକୌଣସି ଉପାୟରେ ହାସଲ କରିବାକୁ ଚାହିଁଲେ । ସେମାନଙ୍କୁ ‘ଚରମପନ୍ଥୀ’ କୁହାଯାଏ ।
  • ବାଲ୍ ଗଙ୍ଗାଧର ତିଲକ୍, ଲାଲା ଲଜପତ୍ ରାୟ, ବିପିନ୍ ଚନ୍ଦ୍ର ପାଲ୍ ଓ ଅରବିନ୍ଦ ଘୋଷ ଚରମପନ୍ଥୀ ନେତା ଥିଲେ ।

→ ଜାତୀୟ କଂଗ୍ରେସର ଅନ୍ୟାନ୍ୟ ଅଧିବେଶନ :

  • ୧୮୮୬ ମସିହା ଡିସେମ୍ବର ୨୮ ତାରିଖରେ ଦାଦାଭାଇ ନାରୋଜୀଙ୍କ ସଭାପତିତ୍ବରେ ଜାତୀୟ କଂଗ୍ରେସର ଦ୍ଵିତୀୟ ଅଧ‌ିବେଶନ କଲିକତାରେ ହୋଇଥିଲା। ୧୮୮୭ ଡିସେମ୍ବରରେ ଜାତୀୟ କଂଗ୍ରେସର ୩ୟ ଅବେଶନ ବଦରୁଦ୍ଦିନ୍ ତ୍ୟାବ୍‌ଜୀଙ୍କ ସଭାପତିତ୍ବରେ ମାନ୍ଦ୍ରାଜରେ ହୋଇଥିଲା । ୧୮୮୮ ଡିସେମ୍ବରରେ ଜାତୀୟ କଂଗ୍ରେସର ୪ର୍ଥ ଅଧ୍ଵବେଶନ ଜର୍ଜୟୁଲଙ୍କ ସଭାପତିତ୍ଵ ଆଲ୍ଲାହାବାଦଠାରେ ହୋଇଥିଲା ।
  • ୧୮୮୯ ଡିସେମ୍ବରରେ କଂଗ୍ରେସର ୫ମ ଅଧିବେଶନ ଉଇଲିୟମ୍ ଭଏତେର କର୍ଣ୍ଣଙ୍କ ସଭାପତିତ୍ୱରେ ବମ୍ବେରେ ହୋଇଥିଲା। ୧୮୯୦ରେ କଂଗ୍ରେସ ଷଷ୍ଠ ଅଧିବେଶନ ଫିରୋଜଶାହ ମେହଟ୍ଟାଙ୍କ ସଭାପତିତ୍ବରେ କଲିକତାରେ ହୋଇଥିଲା । ୧୮୯୧ରେ କଂଗ୍ରେସର ୭ମ ଅଧିବେଶନ ଆନନ୍ଦଚାରଲୁଙ୍କ ସଭାପତିତ୍ବରେ ନାଗପୁରରେ ହୋଇଥିଲା ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

→ ବଙ୍ଗ ବିଭାଜନ :

  • ୧୯୦୫ ଅକ୍ଟୋବର ୧୬ ତାରିଖରେ ତତ୍‌କାଳୀନ ବଡ଼ଲାଟ ଲର୍ଡ କର୍ଜନ ‘ବଙ୍ଗ ବିଭାଜନ’ ଘୋଷଣା କଲେ । ବଙ୍ଗର ପୂର୍ବଭାଗ ଆସାମ ସହ ମିଶିଗଲା । ବଙ୍ଗର ପଶ୍ଚିମଭାଗ, ବିହାର ଓ ଓଡ଼ିଶାକୁ ନେଇ ପଶ୍ଚିମବଙ୍ଗ ଗଠିତ ହେଲା ।
  • ଜାତୀୟ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଥିଲା ।

→ ସ୍ଵଦେଶୀ ଆନ୍ଦୋଳନ :

  • ଲର୍ଡ କର୍ଜନଙ୍କ ବଙ୍ଗ ବିଭାଜନ ଘୋଷଣାକୁ ସାରା ଦେଶରେ ବିରୋଧ କରାଗଲା । ଫଳରେ ୧୯୦୫ରେ ‘ସ୍ଵଦେଶୀ ଆନ୍ଦୋଳନ’ ଆରମ୍ଭ ହେଲା ।

ମନେରଖ :
ସ୍ୱଦେଶୀ ଆନ୍ଦୋଳନ ଏକ ଅର୍ଥନୈତିକ ପଦକ୍ଷେପ ଥିଲା ।

→ ଆନ୍ଦୋଳନର ଲକ୍ଷ୍ୟ :
(୧) ବିଦେଶୀ ତଥା ବିଲାତ ଦ୍ରବ୍ୟକୁ ବର୍ଜନ କରିବା,
(୨) ଭାରତୀୟ ଉତ୍ପାଦିତ ଦ୍ରବ୍ୟକୁ ଆଦର ଓ ବ୍ୟବହାର କରିବା,
(୩) ସ୍ଵଦେଶପ୍ରୀତିଭାବ ଉଦ୍ରେକ ଓ ସଞ୍ଚାର କରିବା ।

→ ଆନ୍ଦୋଳନର ପ୍ରଗତି :

  1. ସ୍ଵଦେଶୀମନ୍ତ୍ରରେ ଅଭିମନ୍ତ୍ରିତ ଭାରତୀୟମାନେ ସଭାସମିତି, ଶୋଭାଯାତ୍ରା ମାଧ୍ୟମରେ ଆନ୍ଦୋଳନ ଚଳାଇଲେ ।
  2. ବିଦେଶୀ ଦ୍ରବ୍ୟ ବର୍ଜନ ଓ ବିଲାତି ଲୁଗାରେ ଅଗ୍ନିସଂଯୋଗ କରାଗଲା ।
  3. ଏହି ଆନ୍ଦୋଳନର ଫଳସ୍ବରୂପ ଇଂରେଜ ସରକାର ଭାରତୀୟମାନଙ୍କୁ କିଛି ରାଜନୈତିକ ଅଧିକାର ଦେବାପାଇଁ ଚିନ୍ତାକଲେ ।

BSE Odisha 8th Class History Notes Chapter 5 ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ

ଆମେ କ’ଣ ଶିଖୁ ?

  • ଭାରତରେ ଜାତୀୟତାବାଦ ବିକାଶର ପ୍ରମୁଖ କାରଣଗୁଡ଼ିକର ସମ୍ୟକ୍ ଧାରଣା ।
  • ଇଂରାଜୀ ଭାଷା ପ୍ରଚଳନ ଫଳରେ ଜାତୀୟତାବାଦ ତ୍ଵରାନ୍ଵିତ ହେବା ।
  • ନବଜାଗରଣରେ ଭାରତର ବୌଦ୍ଧିକ ଓ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି ହେବା ।
  • ଇଂରେଜମାନଙ୍କର ତ୍ରୁଟିପୂର୍ଣ୍ଣ ଶାସନ ନୀତିର କୁପ୍ରଭାବ ।
  • ବ୍ରିଟିଶରମାନଙ୍କଦ୍ଵାରା ଭାରତୀୟ ଅର୍ଥନୀତି ଶୋଷିତ ହେବା ।
  • ବର୍ଣ୍ଣବୈଷମ୍ୟ ନୀତିକୁ ପ୍ରୋତ୍ସାହିତ କରିବା ।
  • ସାହିତ୍ୟ ଓ ସମ୍ବାଦପତ୍ରଗୁଡ଼ିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ।
  • ଭାରତୀୟ ଜାତୀୟ କଂଗ୍ରେସର ଆବିର୍ଭାବ ଓ ହ୍ୟୁମ୍‌ଙ୍କ ଦିଗ୍‌ଦର୍ଶନ ।
  • ଦେଶକୁ ସ୍ଵାଧୀନ କରିବା ପାଇଁ ଚରମପନ୍ଥୀ ଓ ନରମପନ୍ଥୀଙ୍କ କାର୍ଯ୍ୟାବଳୀ ।
  • ବଙ୍ଗ ବିଭାଜନର ସୁଫଳ ଓ କୁଫଳ ।
  • ସ୍ଵଦେଶୀ ଆନ୍ଦୋଳନର ଗଠନ ଓ ଉଦ୍ଦେଶ୍ୟ ।

ଖ୍ରୀଷ୍ଟାବ୍ଦ ସମ୍ପର୍କିତ ଘଟଣାବଳୀ

ଭାରତୀୟ ଜାତୀୟତାବାଦୀ ଆନ୍ଦୋଳନ Chapter 5.2

BSE Odisha 8th Class History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

Odisha State Board BSE Odisha 8th Class History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ will enable students to study smartly.

BSE Odisha Class 8 History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ପାରମ୍ପରିକ ଆର୍ଥିକ ଅବସ୍ଥାରେ ଗ୍ରାମଗୁଡ଼ିକ ପ୍ରାୟତଃ ସ୍ଵାବଲମ୍ବୀ ଥିଲେ ।
  • ଗ୍ରାମବାସୀଙ୍କର ଏହି ଆର୍ଥିକ ସ୍ଵାବଲମ୍ବନଶୀଳତା ଯୋଗୁଁ ଦେଶକୁ ମଧ୍ୟ ଏକପ୍ରକାରର ଆର୍ଥିକ ସ୍ଵାଧୀନତା ମିଳିଥିଲା ।
  • ଇଷ୍ଟଇଣ୍ଡିଆ କମ୍ପାନୀ ପରି ଏକ ବାଣିଜ୍ୟ ସଂସ୍ଥାଦ୍ୱାରା ପରିଚାଳିତ ଇଂରେଜ ସରକାର ଭାରତର ଆର୍ଥିକ ଆତ୍ମନିର୍ଭରଶୀଳତାକୁ ନଷ୍ଟ କରିଦେଲା । ଫଳରେ ଭାରତ ସାମ୍ରାଜ୍ୟବାଦୀ ତଥା ଔପନିବେଶିକ ଆର୍ଥିକ ବ୍ୟବସ୍ଥାଦ୍ଵାରା କବଳିତ ହେଲା ଏବଂ ଲୋକମାନଙ୍କର ସ୍ଵାର୍ଥ ବଳି ପଡ଼ିଲା ।

ମନେରଖ :
ସାମ୍ରାଜ୍ୟ ବିସ୍ତାର ତଥା ସୁରକ୍ଷା ପାଇଁ ଇଂରେଜମାନେ ଭାରତରେ ଯେଉଁ ବିଶାଳ ସେନାବାହିନୀ ରଖୁଥଲେ ତାହାର ସମସ୍ତ ବ୍ୟୟଭାର ଭାରତ ଉପରେ ନ୍ୟସ୍ତ ଥିଲା ।

  • ଭାରତରେ ପୂର୍ବରୁ ଶାସନ କରୁଥିବା ତୁର୍କ ଓ ମୋଗଲମାନଙ୍କଠାରୁ ଇଂରେଜମାନେ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ।
  • ଇଂରେଜମାନେ ଭାରତକୁ ନିଜର ବାସସ୍ଥଳୀ ରୂପେ ଗ୍ରହଣ ନକରି ଏଠାରୁ ଧନ ଶୋଷଣ କରି ନିଜ ଦେଶ ଇଂଲଣ୍ଡର ଔପନିବେଶିକ ଅର୍ଥ ବ୍ୟବସ୍ଥାର ଉନ୍ନତି କଥା ଚିନ୍ତା କରୁଥିଲେ ।
  • ଇଂଲଣ୍ଡରେ ଶିଳ୍ପବିପ୍ଳବ ଆରମ୍ଭ ହେବାପରେ ଶସ୍ତାରେ ଭାରତରୁ କଞ୍ଚାମାଲ ଓ ଖାଦ୍ୟଶସ୍ୟ ଇଂଲଣ୍ଡକୁ ଆମଦାନି ହୋଇଥିଲା ଏବଂ ଏହା ପରିବର୍ତ୍ତେ ଭାରତରେ ବିଦେଶୀ ସାମଗ୍ରୀ ବିକ୍ରି ହେଲା ।
  • ଏସବୁ ପାଇଁ ଭାରତର ଆର୍ଥିକ ଅବସ୍ଥାର ଆମୂଳଚୂଳ ପରିବର୍ତ୍ତନ ଆବଶ୍ୟକ ହେଲା ।

BSE Odisha 8th Class History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

→ କୃଷି ବ୍ୟବସ୍ଥାରେ ପରିବର୍ତ୍ତନ :

  • ଇଂରେଜ ଶାସନ ସମୟରେ ବ୍ୟୟ ହେଉଥ‌ିବା ଅର୍ଥର ଭରଣା କରିବା ସକାଶେ ଜମିରୁ ଆଦାୟ ଖଜଣାକୁ ଅନୁରୂପ ମାତ୍ରରେ ବୃଦ୍ଧି କରିବା ଆବଶ୍ୟକ ହେଲା ।
  • ଧାର୍ଯ୍ୟ ମୁତାବକ ଖଜଣା ନିର୍ଦ୍ଦିଷ୍ଟ ସମୟରେ ଆଦାୟ ହେବା ଜରୁରୀ ହେଲା ।
  • ଔପନିବେଶିକ ଆବଶ୍ୟକତାକୁ ଦୃଷ୍ଟିରେ ରଖ୍ ସରକାର ନୂତନ ଜମି ବନ୍ଦୋବସ୍ତମାନ ଆରମ୍ଭ କରିଥିଲେ । ଫଳସ୍ବରୂପ କୃଷକ ଓ କୃଷି ଜମି ମଧ୍ୟରେ ଥିବା ସମ୍ପର୍କ ଏକ ମୋଡ଼ ନେଇଥିଲା ।

→ ଚିରସ୍ଥାୟୀ ବନ୍ଦୋବସ୍ତ ବା ଜମିଦାରୀ ପ୍ରଥା :
ମନେରଖ :
ଭାରତର ଗଭର୍ଣ୍ଣର ଜେନେରାଲ୍ ଲର୍ଡ଼ କର୍ଡୱାଲିସ୍ ବଙ୍ଗରେ ୧୭୯୩ ମସିହାରେ ଚିରସ୍ଥାୟୀ ବନ୍ଦୋବସ୍ତ ଲାଗୁ କରିଥିଲେ ।

  • ଏହି ବନ୍ଦୋବସ୍ତ ଅନୁଯାୟୀ ଜମି ଉପରେ ଖଜଣା ସ୍ଥାୟୀ ରୂପରେ ଧାର୍ଯ୍ୟ ହେଲା ଏବଂ ତାକୁ ସରକାରଙ୍କ ପକ୍ଷରୁ ଜମିଦାର ଆଦାୟ କରିବେ ବୋଲି ସ୍ଥିର ହେଲା ।

ମନେରଖ :
ଧାର୍ଯ୍ୟମତେ ଏକ ନିର୍ଦ୍ଦିଷ୍ଟ ତିଥ୍ୟରେ ବା ତା’ ପୂର୍ବରୁ ଖଜଣା ସରକାରୀ ତହବିଲରେ ଜମା ନହେଲେ ଜମିଦାରୀ ଉଚ୍ଛେଦ ହେଉଥିଲା । ଏହାକୁ ସୂର୍ଯ୍ୟାସ୍ତ ଆଇନ କୁହାଯାଉଥିଲା ।

  • ସୂର୍ଯ୍ୟାସ୍ତ ଆଇନ ବଳରେ ଅନେକ ଜମିଦାରୀ ଉଚ୍ଛେଦ ହେଲା ଏବଂ ସେମାନଙ୍କ ସ୍ଥାନରେ ନୂଆ ଜମିଦାରମାନେ ନିଯୁକ୍ତି ପାଇଲେ । ଜମିଦାରୀ ଉଚ୍ଛେଦ ଭୟରେ ଜମିଦାର ଅଧ‌ିକ ଖଜଣା ଆଦାୟ କଲେ ।
  • ଖଜଣା ଦେଇନପାରି ଅନେକ ପ୍ରଜା ଜମିହୀନ ହେଇଥିବାବେଳେ ଅନେକ ପ୍ରଜା ମହାଜନମାନଙ୍କ ନିକଟରେ ଋଣଗ୍ରସ୍ତ ହେଲେ । ଋଣ ଓ ସୁଧ ପରିମାଣ ଅଧିକ ହେବାରୁ ସେମାନଙ୍କ ଜମି ବାଜ୍ୟାପ୍ତ ହେଲା ।
  • ଜମି କ୍ରୟ ବିକ୍ରୟ ହେଲା ଏବଂ ପ୍ରକୃତ ପ୍ରଜା ଜମିହୀନ ହେବାକୁ ବାଧ୍ୟ ହେଲେ ।

BSE Odisha 8th Class History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

→ ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତ :
ମନେରଖ :
ସାର୍ ଟାମାସ୍ ମୁନ୍‌ ରୟତରୀ ବା ଅସ୍ଥାୟୀ ବନ୍ଦୋବସ୍ତର ପ୍ରବର୍ତ୍ତକ ଥିଲେ ।

  1. ମାଡ୍ରାସ୍ ଓ ବମ୍ବେରେ ରୟତରୀ ବନ୍ଦୋବସ୍ତ ଲାଗୁ ହେବାପରେ ରୟତ ବା ପ୍ରଜା ପ୍ରତ୍ୟକ୍ଷ ଭାବରେ ସରକାରୀ ତହବିଲରେ ଖଜଣା ଜମା କଲା । ପ୍ରତି ୨୦ ବା ୩୦ ବର୍ଷରେ ୫୩ ସ୍ଥିର କରାଗଲା ।
  2. ଜମିଦାର ନଥିଲେ ସୁଦ୍ଧା ନିଜେ ସରକାର ଜମିଦାର ପତି କଡ଼ାକଡ଼ି ଭାବରେ ନିର୍ଦ୍ଦିଷ୍ଟ ଦିନ ପୂର୍ବରୁ ଖଜଣା ଅସୁଲ କଲେ ।
  3. ତେଣୁ ବଙ୍ଗ ପରି ଏଠାରେ ମଧ୍ୟ ପ୍ରଜା ଅଧ୍ଵ ଋଣକରି ଖଜଣା ଜମା କରିବାକୁ ବାଧ୍ୟ ହେଉଥିଲେ ଏବଂ ସେହି ପ୍ରକ୍ରିୟାରେ ମହାଜନର ଋଣ ଜାଲରେ ପଢୁଥିଲେ, ଏପରିକି ସେମାନଙ୍କୁ ଜମି ହରାଇବାକୁ ମଧ୍ୟ ପଡୁଥିଲା ।

→ ମାହାଲୱାରୀ ବନ୍ଦୋବସ୍ତ :

  • ପଞ୍ଜାବ ଓ ପଶ୍ଚିମ ଉତ୍ତର ପ୍ରଦେଶର କେତେକ ସ୍ଥାନରେ ପ୍ରଜା ମାହାଲ ବା ଗ୍ରାମ ଜରିଆରେ ଖଜଣା ଜମା କରୁଥିଲେ ।

ମନେରଖ :
ମାହାଲ୍ ସହିତ ସରକାରଙ୍କ ଜମିଜମା ବନ୍ଦୋବସ୍ତ ଚୁକ୍ତି ହେଉଥ‌ିବାରୁ ଏହି ବନ୍ଦୋବସ୍ତକୁ ମାହାଲୱାରୀ ବନ୍ଦୋବସ୍ତ କୁହାଯାଏ । ଏହା ଏକ ଅସ୍ଥାୟୀ ବନ୍ଦୋବସ୍ତ ଥିଲା ।

  • ଗ୍ରାମ ସମାଜ ଖଜଣା ଆଦାୟ କରିବାକୁ ପ୍ରଜାମାନଙ୍କ ଉପରେ ଖୁବ୍ ଚାପ ପ୍ରୟୋଗ କରୁଥିଲା । ଯାହାଫଳରେ ଖଜଣା ଜମା କରିବାକୁ ପ୍ରଜାମାନଙ୍କୁ ଋଣଗ୍ରସ୍ତ ହେବାକୁ ହେଉଥିଲା ।
  • ଏହି ବନ୍ଦୋବସ୍ତ ଯୋଗୁଁ କୃଷକ ଭାଗଚାଷୀରେ ପରିଣତ ହେଲା ଓ ସେମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଲା ।

BSE Odisha 8th Class History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

→ ହସ୍ତଶିଳ୍ପ ଓ କାରିଗରୀର ଅବନତି :

  • ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଭାରତ ହସ୍ତଶିଳ୍ପ ଓ କାରିଗରୀ ପାଇଁ ବିଶ୍ୱପ୍ରସିଦ୍ଧ ଥିଲା ଓ ଏଠାରୁ ହସ୍ତଶିଳ୍ପଜାତ ସାମଗ୍ରୀ ବିଦେଶକୁ ରପ୍ତାନି ହେଉଥିଲା । କାରିଗରମାନେ କ୍ଷୁଦ୍ର ଚାଷୀ ଥିଲେ ।
  • ଊନବିଂଶ ଶତାବ୍ଦୀର ଶିଳ୍ପ ବିପ୍ଳବ ପରେ ମେସିନ୍ ତିଆରି ଶସ୍ତାଜିନିଷ ବଜାରରେ ଉପଲବ୍ଧ ହେଲା । ପାଶ୍ଚାତ୍ୟ ସଂସ୍କୃତି ପ୍ରଭାବରେ ଲୋକେ ହସ୍ତଶିଳ୍ପ ବସ୍ତୁକୁ ନାପସନ୍ଦ କଲେ । ଫଳରେ ହସ୍ତଶିଳ୍ପର ଅଧୋପତନ
  • ଦାରିଦ୍ର୍ୟ ଓ ଦୁର୍ଭିକ୍ଷ ଯୋଗୁଁ ଲୋକମାନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଲା ।

ମନେରଖ :
ଗୋଆ, ସୁରାଟ, ଢାକା, ବାରାଣାସୀ, ଚିଭାଗଙ୍ଗ ଓ ଲାହୋର ଆଦି ସହର ହସ୍ତଶିଳ୍ପର ମୁଖ୍ୟ କେନ୍ଦ୍ର ଥିଲା ।

→ ଆଧୁନିକ ଶିଳ୍ପର ଆରମ୍ଭ :

  • ୧୮୫୦ ମସିହା ପରେ ଭାରତରେ କପଡ଼ା, ଝୋଟ ଓ ପଥର କୋଇଲା କ୍ଷେତ୍ରରେ ଶିଳ୍ପାୟନ ହେଲା ।
  • ୧୯୦୧ ମସିହା ସୁଦ୍ଧା ଦେଶରେ ୩୬ଟି ଝୋଟକଳ ଓ ୧୯୧୫ ମସିହା ସୁଦ୍ଧା ଦେଶରେ ମୋଟ ୨୦୬ଟି ଲୁଗାକଳ ବସିଥିଲା । ଏହାଛଡ଼ା ଚିନି, ଚମଡ଼ା, ସିମେଣ୍ଟ, ଲୌହ ଓ ଇସ୍ପାତ କାରଖାନାମାନ ମଧ୍ଯ ବସିଥିଲା ।

ମନେରଖ :
୧୮୫୩ ମସିହାରେ ବମ୍ବେଠାରେ ପ୍ରଥମ ଲୁଗାକଳ, ୧୮୫୫ ମସିହାରେ ବଙ୍ଗର ରିଶ୍ରାଠାରେ ପ୍ରଥମ ଝୋଟକଳ ସ୍ଥାପିତ ହେଲା ।

BSE Odisha 8th Class History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

→ ବଗିଚା ଉଦ୍ୟୋଗ :

  • ଏହି ସମୟରେ ଦେଶରେ ଚା’, କଫି ଓ ନୀଳଚାଷ ବଗିଚା ଉଦ୍ୟୋଗ ଆରମ୍ଭ ହେଲା ।
    ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4
  • ଚା’ବଗିଚା ଆସାମ ଓ ବଙ୍ଗର ଦାର୍ଜିଲିଂ ଅଞ୍ଚଳରେ, କଫି ବଗିଚା ଦକ୍ଷିଣ ଭାରତରେ, ନୀଳଚାଷ ବିହାର ଓ ବଙ୍ଗରେ ଆରମ୍ଭ ହୋଇଥିଲା ।
  • ଚା’, କଫି ଓ ନୀଳର ଇଉରୋପ ବଜାରରେ ଖୁବ୍ ଚାହିଦା ଥିଲା ।
  • ଏସବୁର ମାଲିକାନା ୟୁରୋପୀୟମାନଙ୍କ ହାତରେ ଥ‌ିବାରୁ ସେମାନେ ଏହି ଉଦ୍ୟୋଗର ଚାଷୀମାନଙ୍କୁ କମ୍ ମଜୁରୀ ଦେବା ସହିତ ବହୁତ ଶାରୀରି କ ନିର୍ଯାତନା ଦେଉଥିଲେ ।
  • ଦ୍ଵିତୀୟ ବିଶ୍ଵଯୁଦ୍ଧ କାଳରେ ଇଂଲଣ୍ଡ ଉତ୍ପାଦିତ ଶିଳ୍ପ ସାମଗ୍ରୀ ଯଥେଷ୍ଟ ନ ହେବାରୁ ଭାରତରେ ଅନେକ କଳକାରଖାନା ସ୍ଥାପିତ ହେଲା ।
  • କାରଖାନାର ଶ୍ରମିକମାନଙ୍କୁ କମ୍ ମଜୁରୀ ମିଳୁଥୁଲା ଓ ଅଧ‌ିକ ସମୟ କାମ କରିବାକୁ ପଡୁଥିଲା । ଫଳରେ ସେମାନଙ୍କ ମନରେ ଜାତୀୟତା ଭାବ ସୃଷ୍ଟି ହେଲା ।
  • ମୋଟାମୋଟି ଭାବରେ ଦେଖିବାକୁ ଗଲେ ଇଂରେଜ ଶାସନ ସମୟରେ ଭାରତର ଆର୍ଥିକ ବ୍ୟବସ୍ଥା ଔପନିବେଶିକ ହୋଇ ରହିଥିଲା, ଏହା ବିଶେଷ ଭାବରେ ଆଧୁନିକ ଓ ଉନ୍ନତ ହୋଇପାରିଲା ନାହିଁ ।

ଆମେ କ’ଣ ଶିଖୁ ?

  1. ଭାରତର କୃଷି ଓ ଶିଳ୍ପ ଇଂରେଜମାନଙ୍କଦ୍ୱାରା କବଳିତ ହେବା ଓ ଲୋକମାନଙ୍କର ସ୍ବାର୍ଥ ବଳି ପଡ଼ିବା ।
  2. ୧୭୯୩ରେ କର୍ଡୱାଲିସ୍‌ଙ୍କର ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ ଓ ‘‘ସୂର୍ଯ୍ୟାସ୍ତ ଆଇନ’’ରେ ଜମିଦାରୀ ଉଚ୍ଛେଦ ।
  3. ରୟତୱାରୀ ଓ ମାହାରୀ ଭଳି ଅସ୍ଥାୟୀ ବନ୍ଦୋବସ୍ତର ପ୍ରଭାବ ।
  4. ଉନବିଂଶ ଶତାବ୍ଦୀରେ ଇଂଲଣ୍ଡର ଶିଳ୍ପ ବିପ୍ଳବର ଭାରତ ଉପରେ ଥ‌ିବା କୁପ୍ରଭାବ ।
  5. ୧୮୬୬ ମସିହାର ଲୋମହର୍ଷଣକାରୀ ନଅଙ୍କ ଦୁର୍ଭିକ୍ଷର ସ୍ପଷ୍ଟଚିତ୍ର ।
  6. ଭାରତର ପ୍ରଥମ ଲୁଗାକଳ ଓ ଝୋଟକଳରେ ଶ୍ରମିକମାନଙ୍କର ଦୁରବସ୍ଥା ।
  7. ଚା’ ଓ କଫି ବଗିଚାରେ କାର୍ଯ୍ୟରତ ଶ୍ରମିକମାନଙ୍କ ପ୍ରତି ଅତ୍ୟାଚାର ।
  8. ଭାରତୀୟ ହସ୍ତଶିଳ୍ପ ଓ କାରିଗରୀ ଶିଳ୍ପର ବିଲୟ ।

BSE Odisha 8th Class History Notes Chapter 4 ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ

ଖ୍ରୀଷ୍ଟାବ୍ଦ ସମ୍ପର୍କିତ ଘଟଣାବଳୀ

ବ୍ରିଟିଶ ଆର୍ଥିକ ନୀତି ଓ ଭାରତରେ ଏହାର ପ୍ରଭାବ Chapter 4.1

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

Odisha State Board BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ will enable students to study smartly.

BSE Odisha Class 8 History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଆମେରିକାର ସ୍ଵାଧୀନତା ସଂଗ୍ରାମ:

  • ଆମେରିକା ଆବିଷ୍ଟତ ହେବାପରେ ଇଉରୋପୀୟମାନେ ସେହି ନୂତନ ଭୂଖଣ୍ଡରେ ବସତି ସ୍ଥାପନ କରିଥିଲେ ।
  • ଇଂଲଣ୍ଡର ରାଜା ପ୍ରଥମ ଜେମ୍‌ସଙ୍କ ଉପେକ୍ଷାର ଶିକାର ହୋଇ ଦଳେ ପ୍ରୋଟେଷ୍ଟାଣ୍ଟ ମତବାଦୀ ଜାହାଜରେ ଆସି ଆମେରିକାର ମାସାଚୁସେଟ୍‌ସ୍‌ରେ ପ୍ରଥମେ ବସତି ସ୍ଥାପନ କଲେ ।
  • ମନେରଖ : କଲମ୍ବସ୍ ଆମେରିକା ଆବିଷ୍କାର କରିଥିଲେ ।
  • ଇଂରେଜମାନେ ଉତ୍ତର ଆମେରିକାର ଆଟଲାଣ୍ଟିକ୍ ମହାସାଗର ଉପକୂଳରେ ତେରଗୋଟି ଉପନିବେଶ ସ୍ଥାପନ କରିଥିଲେ । ଏଗୁଡ଼ିକ ଇଂଲଣ୍ଡର ପାର୍ଲାମେଣ୍ଟ ଆଇନ ଅନୁସାରେ ପରିଚାଳିତ ହେଉଥିଲା । ଇଂଲଣ୍ଡ ଏହି ଉପନିବେଶଗୁଡ଼ିକର ସାର୍ବଭୌମ ଶାସକ ଥିଲା ।
  • ଇଂଲଣ୍ଡ ଉପନିବେଶଗୁଡ଼ିକର ସ୍ଵାର୍ଥପ୍ରତି ଦୃଷ୍ଟିନଦେଇ ନିଜ ଆର୍ଥିକ ସ୍ଵାର୍ଥ ଉପରେ ଗୁରୁତ୍ଵ ଦେଉଥ‌ିବାରୁ ଅସନ୍ତୋଷ ବୃଦ୍ଧିପାଇ ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେଲା ।

→ ସ୍ଵାଧୀନତା ସଂଗ୍ରାମର କାରଣ :
(1) ଉପନିବେଶଗୁଡ଼ିକରେ ତ୍ରୁଟିପୂର୍ଣ୍ଣ ଶାସନ ପଦ୍ଧତି :

  • ପ୍ରତ୍ୟେକ ଉପନିବେଶରେ ଜଣେ ଜଣେ ଶାସନକର୍ତ୍ତା ବା ଗଭର୍ଣ୍ଣର ଥିଲେ ଓ ଏହା ଏକ ପ୍ରତିନିଧୂମୂଳକ ଶାସକ ସଂସ୍ଥାଦ୍ଵାରା ଶାସିତ ହେଉଥିଲା ।
  • ମନେରଖ : ଇଂଲଣ୍ଡ ମାତୃଦେଶ ଓ ଉପନିବେଶଗୁଡ଼ିକ ତା’ର କନ୍ୟା ରୂପେ ବିବେଚିତ ହେଉଥିଲେ ।
  • ପ୍ରତିନିଧୂ ସଭା କର ଆଦାୟ ଆଇନ ପ୍ରଣୟନ, ଗଭର୍ଣ୍ଣରଙ୍କ ବେତନ ମଞ୍ଜୁରୀ ପରି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ପାଦନ କରୁଥିଲେ ହେଁ ସ୍ଵାଧୀନ ଭାବେ କୌଣସି ଆଇନ ପ୍ରଣୟନ କରି ପ୍ରୟୋଗ କରିପାରୁ ନଥିଲା ।
  • ଗଭର୍ଣ୍ଣର ଇଂଲଣ୍ଡର ସ୍ଵାର୍ଥ ପ୍ରତି ଦୃଷ୍ଟି ରଖୁ ଉପନିବେଶଗୁଡ଼ିକୁ ଉପେକ୍ଷା କରୁଥିବାରୁ ଗଭର୍ଣ୍ଣର ଏବଂ ପ୍ରତିନିଧୂମୂଳକ ସଂସ୍ଥା ମଧ୍ୟରେ ମତପାର୍ଥକ୍ୟ ହୋଇ ବିବାଦର ସୂତ୍ରପାତ ହୋଇଥିଲା ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(2) ପ୍ରଚଳିତ ଏକଚାଟିଆ ବାଣିଜ୍ୟ ନୀତି :

  • ବ୍ରିଟିଶ୍ ପାର୍ଲାମେଣ୍ଟଦ୍ୱାରା ଉପନିବେଶଗୁଡ଼ିକ ପାଇଁ ପ୍ରଚଳିତ ବାଣିଜ୍ୟ ନୀତି ଅନୁଯାୟୀ ଇଂଲଣ୍ଡରେ ଉତ୍ପାଦିତ ହେଉନଥିବା ଦ୍ରବ୍ୟ ଆମେରିକାରୁ କେବଳ ଇଂଲଣ୍ଡକୁ ରପ୍ତାନି କରାଯିବ ।
  • ମାଲ୍ପପତ୍ର ନେବା ଆଣିବା କାର୍ଯ୍ୟରେ ଇଂଲଣ୍ଡ ଜାହାଜ ହିଁ ବ୍ୟବହୃତ ହେବ । ଇଂଲଣ୍ଡର ଲୌହ ଓ କାର୍ପାସ୍ ଶିଳ୍ପ ବ୍ୟତୀତ ଅନ୍ୟ ଦେଶର ଶିଳ୍ପଗୁଡ଼ିକୁ ଉପନିବେଶରେ ସ୍ଥାପନ କରାଯାଇ ପାରିବ ନାହିଁ ।
  • ଏସବୁଦ୍ଵାରା ଇଂଲଣ୍ଡର ଅର୍ଥନୀତି ସୁଦୃଢ଼ ହେବାବେଳେ ଉପନିବେଶର ଅର୍ଥନୀତି ଦୁର୍ବଳ ହୋଇଗଲା ।

(3) ଷ୍ଟାମ୍ପ୍ ଆଇନ ପ୍ରଣୟନ (୧୭୬୫) :

  • ମନେରଖ : ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ସପ୍ତବର୍ଷବ୍ୟାପୀ ଯୁଦ୍ଧର କ୍ଷତି ଭରଣା ପାଇଁ ବ୍ରିଟିଶ୍ ପାର୍ଲାମେଣ୍ଟରେ ୧୭୬୫ ମସିହାରେ ଷ୍ଟାମ ଆଇନ ପ୍ରଣୀତ ହେଲା ।
  • ଏହି ଆଇନ ଅନୁଯାୟୀ ଉପନିବେଶର ଅଧିବାସୀମାନଙ୍କୁ ଜମି କିଣା-ବିକା ଦଲିଲ, ଦସ୍ତାବିଜ୍ ଓ ଦାନପତ୍ର ଆଦାନ ପ୍ରଦାନ ସମୟରେ ନିର୍ଦ୍ଧାରିତ ମୂଲ୍ୟର ଷ୍ଟାମ୍ପ ଲଗାଇବାକୁ ବାଧ୍ୟ କରାଗଲା ।
  • ପ୍ରତିନି ବିନା କରଧାର୍ଯ୍ୟ ଅନ୍ୟାୟ ବୋଲି ଯୁକ୍ତି କରି ଉପନିବେଶବାସୀ ଏହାର ବିରୋଧ କଲେ ।

(4) କରଧାର୍ଯ୍ୟ :

  • ଷ୍ଟାମ୍ପ ଆଇନ ବଦଳରେ ଉପନିବେଶରେ ବିଭିନ୍ନ ଦ୍ରବ୍ୟ ଉପରେ ଆମଦାନି କର ବସାଗଲା ।
  • ମାତ୍ର ଉପନିବେଶରେ ଅସନ୍ତୋଷ ଦେଖାଦେବାରୁ ଚା’ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉପରୁ କର ଉଠାଇ ଦିଆଗଲା । ଏହାକୁ ଭିତ୍ତିକରି ଉପନିବେଶବାସୀମାନେ ଚା’ ବର୍ଜନ କରିଥିଲେ ।

(5) ବୋଷ୍ଟନ ଚା’ ସଂଘର୍ଷ :

  • ଚା’ ଉପରୁ କର ପ୍ରତ୍ୟାହୃତ ନହେବାରୁ ୧୭୭୩ ଖ୍ରୀ.ଅ.ରେ ଇଂଲଣ୍ଡରୁ ବୋଷ୍ଟନ ବନ୍ଦରକୁ ଆସୁଥିବା ଏକ ଚା’ ବୋଝେଇ ଜାହାଜରୁ ଆନ୍ଦୋଳନକାରୀମାନେ ଶହ ଶହ ଚା’ ପେଟି ସମୁଦ୍ରକୁ ନିକ୍ଷେପ କରିଥିଲେ, ଯାହା ‘ବୋଷ୍ଟନ ଟି ପାର୍ଟି’ ନାମରେ ପରିଚିତ ।
  • ମନେରଖ : ‘ବୋଷ୍ଟନ ଟି ପାର୍ଟି’ ଘଟଣା ପରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଆଇନ ପ୍ରଣୟନ କରି ବୋଷ୍ଟନ ବନ୍ଦରକୁ ବନ୍ଦ କରିଦେବା ସହିତ ସାଧାରଣ ସଭା ଉପରେ ନିଷେଧାଜ୍ଞା ଜାରି କରିଥିଲେ ।

(6) ବିଦ୍ରୋହ ଆରମ୍ଭ :

  • ତେରଗୋଟି ଉପନିବେଶ ମଧ୍ୟରୁ ଜର୍ଜିଆ ବ୍ୟତୀତ ଅନ୍ୟ ଉପନିବେଶର ପ୍ରତିନିଧୁମାନେ ୧୭୭୪ ଖ୍ରୀଷ୍ଟାବ୍ଦରେ ମାସାଚୁସେଟସ୍‌ର ଅଧିନାୟକତ୍ୱରେ ଫିଲାଡ଼େଲଫିଆ ନାମକ ସ୍ଥାନରେ ସମ୍ମିଳିତ ହୋଇ ‘ଉପନିବେଶୀୟ ଅଧ୍ୟାର’ ନାମରେ ଏକ ଦଲିଲ ପ୍ରସ୍ତୁତ କରିଥିଲେ ।
  • ଏହାପରେ ୧୭୭୬ ଖ୍ରୀ.ଅ. ଜୁଲାଇ ୪ ତାରିଖରେ ଫିଲାଡ଼େଲଫିଆଠାରେ ଉପନିବେଶର ପ୍ରତିନିଧୂମାନେ ସମ୍ମିଳିତ ହୋଇ ସେମାନଙ୍କର ଉପନିବେଶଗୁଡ଼ିକ ‘ମୁକ୍ତ ଓ ସ୍ଵାଧୀନ’ ବୋଲି ଘୋଷଣା କଲେ । ଏହି ଘଟଣାଟି ‘ସ୍ଵାଧୀନତାର ଘୋଷଣା’ ନାମରେ ବିଖ୍ୟାତ । ଏହା ଯୁକ୍ତରାଷ୍ଟ୍ର ଆମେରିକାକୁ ଜନ୍ମ ନେଇଥିଲା । ସେହିଠାରେ ଇଂଲଣ୍ଡ ବିରୁଦ୍ଧରେ ଯୁଦ୍ଧଘୋଷଣା କରାଯାଇଥିଲା ।
  • ଇଂଲଣ୍ଡର ରାଜା ତୃତୀୟ ଜଜଙ୍କ ନିର୍ଦ୍ଦେଶରେ ଲଡ଼ କଣ୍ଠୱାଲିସ୍ ଓ ବରଗୋୟେନଙ୍କ ନେତୃତ୍ବରେ ଇଂଲଣ୍ଡର ଏକ ନୌବାହିନୀ ଆମେରିକାକୁ ଆସିଥିଲେ ।
  • ୧୭୭୭ ଖ୍ରୀ.ଅ.ରେ ଇଂଲଣ୍ଡର ସେନାଧ୍ୟକ୍ଷ ବରଗୋୟେନ ଏବଂ ୧୭୮୧ ଖ୍ରୀ.ଅ.ରେ ଇଂରେଜ ସେନାଧ୍ୟକ୍ଷ ଲର୍ଡ କର୍ଣାଲିସ ଭର୍ଜିନିଆର ୟର୍କ ଟାଉନଠାରେ ପରାଜିତ ହୋଇ ଆମେରିକୀୟଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ।
  • ୧୭୮୩ ଖ୍ରୀଷ୍ଟାବ୍ଦରେ ପ୍ୟାରିସ୍ତାରେ ଏକ ଶାନ୍ତିଚୁକ୍ତି ସ୍ବାକ୍ଷରିତ ହୋଇଥ୍ ଏବଂ ଇଂଲଣ୍ଡ ୧୩ ଗୋଟି ଆମେରିକୀୟ ଉପନିବେଶର ସ୍ଵାଧୀନତା ସଂଗ୍ରାମ ଦେଇଥିଲା ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ସ୍ଵାଧୀନତା ସଂଗ୍ରାମର ଫଳାଫଳ
→ ସ୍ଵାଧୀନତା ସଂଗ୍ରାମର ଫଳାଫଳ :

  • ସ୍ଵାଧୀନତା ଲାଭ ପରେ ତେରଗୋଟି ଉପନିବେଶର ପ୍ରତି ନି ଧୂମାନେ ଫିଲାଡ଼େଲ ଫି ଆଠାରେ ଏକ ସମ୍ମିଳନୀରେ ମିଳିତ ହୋଇ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ର ଗଠନ କଲେ ।
  • ଏହାର ଏକ ଲିଖ୍ ସମ୍ବିଧାନ ପ୍ରସ୍ତୁତ କରାଗଲା । ଜର୍ଜ ୱାଶିଂଟନ୍ ଆମେରିକାର ପ୍ରଥମ ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଥିଲେ ।
  • ପ୍ରତ୍ୟେକ ନାଗରିକ ସ୍ଵାଧୀନତା ଓ ନ୍ୟାୟ ପାଇବା ଅଧିକାରକୁ ସମ୍ବିଧାନରେ ସ୍ବୀକୃତି ଦିଆଗଲା ।
  • ଏହି ସ୍ଵାଧୀନତା ସଂଗ୍ରାମ ଅନ୍ୟ ଦେଶକୁ ସ୍ଵାଧୀନତା ଦେବାପାଇଁ ଉତ୍ସାହିତ କରିଥିଲା ।
  • ଏହା ଫରାସୀ ସାମନ୍ତଗୋଷ୍ଠୀ ଓ ସ୍ଵେଚ୍ଛାଚାରୀ ଶାସକ ବିରୁଦ୍ଧରେ ବିଦ୍ରୋହ କରିବାପାଇ ପ୍ରେରଣା ଯୋଗାଇଥିଲା ।

→ ମନେରଖ :

  • ପ୍ରତିବର୍ଷ ଜୁଲାଇ ୪ ତାରିଖକୁ ଯୁକ୍ତରାଷ୍ଟ୍ର ଆମେରିକାର ସ୍ଵାଧୀନତା ଦିବସ ରୂପେ ପାଳନ କରାଯାଏ ।
  • ଟମାସ୍ ଜେଫରସନ୍‌ଙ୍କ ‘ସ୍ଵାଧୀନତା ଘୋଷଣାପତ୍ର’ ଆଧୁନିକ ଗଣତନ୍ତ୍ରର ବିକାଶରେ ଏକ ମାଇଲ୍‌ଖୁଣ୍ଟ ରୂପେ ପରିଗଣିତ ।

→ ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯) :

  • ମନେରଖ : ୧୭୮୯ ମସିହାରେ ଫରାସୀ ରାଷ୍ଟ୍ର ବିପ୍ଳବ ହୋଇଥିଲା ।
  • ଫରାସୀ ରାଷ୍ଟ୍ରବିପ୍ଳବ ବିଶ୍ଵ ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ।
  • ଫରାସୀମାନେ ଫ୍ରାନ୍ସ ଇତିହାସକୁ ବଦଳାଇ ଦେଇଥିଲା ।

ଫରାସୀ ରାଷ୍ଟ୍ରବିପ୍ଳବ (୧୭୮୯)
→ କାରଶ:
(1) ସ୍ଵେଚ୍ଛାଚାରୀ ରାଜତନ୍ତ୍ର ଶାସନ :

  • ସପ୍ତଦଶ ଶତାବ୍ଦୀରୁ ଅଷ୍ଟାଦଶ ଶତାବ୍ଦୀର ଶେଷ ଦଶକ ପର୍ଯ୍ୟନ୍ତ ଫ୍ରାନ୍ସରେ ବୋବୌ ବଂଶୀୟ ଶାସକମାନେ” ସ୍ଵେଚ୍ଛାଚାରୀ ଶାସନ ଚଳାଇ ଆସୁଥିଲେ ।
  • ଫ୍ରାନ୍ସର ରାଜା ଚତୁର୍ଦ୍ଦଶ ଲୁଇ ବିଳାସପୂର୍ଣ୍ଣ ଜୀବନଯାପନ କରୁଥିଲେ । ତାଙ୍କ ପରେ ପଞ୍ଚଦଶ ଲୁଇ ଯୁଦ୍ଧରେ ବ୍ୟସ୍ତ ରହି ଆର୍ଥିକ ଦୁରବସ୍ଥା ସୃଷ୍ଟି କରିଥିଲେ । ଷୋଡ଼ଶ ଲୁଇ ଓ ତାଙ୍କ ରାଣୀ ଭୋଗବିଳାସରେ ବୁଡ଼ିରହି ପ୍ରଜାମାନଙ୍କ ପାଇଁ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନଥିଲେ ।

(2) ସାମାଜିକ କାରଣ
(2) ସାମାଜିକ କାରଣ :

  • ଫ୍ରାନ୍ସରେ ଦୁଇଟି ସାମାଜିକ ଶ୍ରେଣୀ ଥିଲେ । ଗୋଟିଏ ସୁବିଧା ସୁଯୋଗ ଉପଭୋଗ କରୁଥିବା ଶ୍ରେଣୀ, ଅନ୍ୟଟି ଅବହେଳିତ ଶୋଷିତ ଓ ନିର୍ଯାତିତ ଶ୍ରେଣୀ ।
  • ସୁବିଧାଭୋଗୀ ଶ୍ରେଣୀଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୫ ଭାଗ ଥିଲା ଓ ସେମାନେ ଭୁସମ୍ପତ୍ତିର ମାଲିକ ଥିଲେ । ସୁବିଧା ବଞ୍ଚତ ଶ୍ରେଣୀରେ କୃଷକ, କାରିଗର ଓ ସାଧାରଣ ନାଗରିକ ଥିଲେ ।
  • ସମାଜରେ ଓକିଲ, ଡାକ୍ତର, ଲେଖକ, ଶିକ୍ଷକ, ବ୍ୟବସାୟୀ ଓ ଶିଳ୍ପପତିମାନେ ମଧ୍ୟ ସୁବିଧାବଞ୍ଚତ ଶ୍ରେଣୀର ଅନ୍ତର୍ଭୁକ୍ତ ଥିଲେ । ଏମାନେ ସଂଗ୍ରାମ କରିବାକୁ ଆଗଭର ହେଲେ ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

(3) ଅର୍ଥନୈତିକ କାରଣ :

  • ଲୁଇ ଶାସକଙ୍କ ବିଳାସପୂର୍ଣ୍ଣ ଜୀବନଯାପନ, ଇଂଲଣ୍ଡ ସହ ସପ୍ତବର୍ଷବ୍ୟାପୀ ଯୁଦ୍ଧ ଯୋଗୁଁ ଫ୍ରାନ୍ସର ରାଜକୋଷ ଶୂନ୍ୟ ହୋଇଯାଇଥିଲା । ବିଦେଶରୁ ମଧ୍ୟ ଋଣ ସଂଗ୍ରହ କରାଯାଇଥିଲା ।
  • ଏସବୁ ଭରଣା ପାଇଁ ଅତ୍ୟଧିକ କର ଆଦାୟ ଲୋକଙ୍କ ଅସନ୍ତୋଷ ବୃଦ୍ଧି କରିଥିଲା ।
  • ମନେରଖ : ଆମେରିକା ଉପନିବେଶଗୁଡ଼ିକ ଫ୍ରାନ୍ସ କବଳରୁ ରକ୍ଷାପାଇବା ପାଇଁ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ୧୭୫୬ ଖ୍ରୀ.ଅ.ରୁ ୧୭୬୩ ଖ୍ରୀ.ଅ. ପର୍ଯ୍ୟନ୍ତ ଯୁଦ୍ଧ ହୋଇଥିଲା । ଏହାକୁ ସପ୍ତବର୍ଷବ୍ୟାପୀ ଯୁଦ୍ଧ କୁହାଯାଏ ।

(4) ଦାର୍ଶନିକମାନଙ୍କ ଭୂମିକା :

  • ମଣ୍ଡେୟ୍ଯ ଫ୍ରାନ୍ସର ସ୍ଵେଚ୍ଛାଚାରୀ ରାଜତନ୍ତ୍ର ଶାସକ ଓ ସାମାଜିକ ବୈଷମ୍ୟକୁ ସମାଲୋଚନା କରିଥିଲେ ।
  • ଭଲ୍‌ଟାୟାର ଫ୍ରାନ୍ସର ଧର୍ମଯାଜକମାନଙ୍କ ଦୁର୍ନୀତି ଓ ଅର୍ଥନୈତିକ କାର୍ଯ୍ୟ ପ୍ରତି ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
  • ରୁଷୋ ମୁକ୍ତି, ସାମ୍ୟ, ଭ୍ରାତୃତ୍ଵ ଓ ସାର୍ବଭୌମତ୍ଵ ପ୍ରଚାର କରି ବିପ୍ଳବ ପାଇଁ ଇନ୍ଧନ ଯୋଗାଇଥିଲେ ।

(4) ଦାର୍ଶନିକମାନଙ୍କ ଭୂମିକା
→ ବିପ୍ଳବର ଘଟଣାବଳୀ :

  • ଷୋଡ଼ଶ ଲୁଇ ୧୭୮୯ ଖ୍ରୀଷ୍ଟାବ୍ଦ ମେ ମାସ ୫ ତାରିଖରେ ପରିସ୍ଥିତିର ମୁକାବିଲା ପାଇଁ ଫ୍ରାନ୍ସରେ ପ୍ରତିନିଧୂ ସଭାର ଏକ ବୈଠକ ଡକାଇଥିଲେ ।
  • ବିପ୍ଳବୀମାନଙ୍କଦ୍ୱାରା ୧୭୮୯ ଖ୍ରୀଷ୍ଟାବ୍ଦ ଜୁଲାଇ ୧୪ ତାରିଖ ଦିନ ବାର୍ଷିଲ ଦୁର୍ଗର ପତନ ଘଟିଥଲା ।
  • ଜାତୀୟ ସଭା ଗଠନ କରି ସମ୍ବିଧାନ ପ୍ରଣୟନ କଲେ ଏବଂ ସମସ୍ତଙ୍କୁ ସମାନ ଅଧିକାର ଓ ସ୍ଵାଧୀନତା ଦିଆଗଲା ।
  • ଏହାପରେ ବିପ୍ଳବ ବିରୋଧୀମାନ ଙ୍କୁ ହତ୍ୟା କରାଗଲା । ନେପୋଲିୟନ ବୋନାପାର୍ଟି ଫରାସୀ ବାହିନୀର ନେତୃତ୍ବ ନେଇ ଶତ୍ରୁ ସୈନ୍ୟମାନଙ୍କୁ ପରାସ୍ତ କଲେ । ୧୭୯୨ ସେପ୍ଟେମ୍ବର ୨୦ ତାରିଖରେ ଏକ ଜାତୀୟ କନ୍‌ଭେସନ ଆହୂତ ହେଲା ।
  • ୧୭୯୩ ଖ୍ରୀ.ଅ.ରେ ଗିଲୋଟିନ୍ ନାମକ ଯନ୍ତ୍ର ସାହାଯ୍ୟରେ ଷୋଡ଼ଶ ଲୁଇଙ୍କ ମୁଣ୍ଡକାଟ ହେଲା ଏବଂ ୧୭୯୯ ଖ୍ରୀ.ଅ.ରେ ନେପୋଲିୟନ୍ ବୋନାପାର୍ଟଙ୍କଦ୍ୱାରା ସମ୍ବିଧାନ ସଂଶୋଧନ କରାଯାଇ ନୂତନ ଶାସନ ପଦ୍ଧତି ପ୍ରଚଳନ କରାଗଲା ।

ବିପ୍ଳବର ଘଟଣାବଳୀ

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ
→ ଫରାସୀ ବିପ୍ଳବର ପ୍ରଭାବ :

  • ଫରାସୀ ରାଷ୍ଟ୍ରବିପ୍ଳବ ସମଗ୍ର ପୃଥ‌ିବୀକୁ ପ୍ରଭାବିତ କରିଥିଲା । ରାଜତନ୍ତ୍ର ଶାସନକୁ ଧ୍ବଂସକରି ପ୍ରଜାତନ୍ତ୍ର ଶାସନ ପ୍ରତିଷ୍ଠା କରିବା ସହ ଏହା ସାମନ୍ତବାଦ ଲୋପ କରିବାରେ ସହାୟ ହୋଇଥିଲା ।
  • ସ୍ଵେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ବିପ୍ଳବ କରିବାକୁ ଏହା ପ୍ରେରଣା ଦେଇଥିଲା ।

ଫରାସୀ ବିପ୍ଳବର ପ୍ରଭାବ
→ ଜର୍ମାନୀ ଏକତ୍ରୀକରଣ :

  • ସପ୍ତଦଶ ଶତାବ୍ଦୀର ଶେଷଭାଗରେ ଜର୍ମାନୀ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ପରିଣତ ହୋଇଥିଲା । ନେପୋଲିୟନ୍ ଏଗୁଡ଼ିକୁ ଅଧିକାର କରି ‘ରାଇନ୍ ରାଜ୍ୟଗୋଷ୍ଠୀ’ ଗଠନ କଲେ ଯାହା ଜର୍ମାନୀ ଏକତ୍ରୀକରଣ ପାଇଁ ସହାୟ ହୋଇଥିଲା ।
  • ପରେ ଭିଏନା କଂଗ୍ରେସଦ୍ବାରା ଜର୍ମାନୀକୁ ପୂର୍ବପରି ବିଭାଜିତ କରି ରଖାଗଲା ।
  • ଜର୍ମାନୀ ରାଷ୍ଟ୍ରଗଠନ ପାଇଁ ପ୍ରୁସିଆ ଓ ଅଷ୍ଟ୍ରିଆ ମଧ୍ୟରେ ପ୍ରତିଦ୍ଵନ୍ଦିତା ଚାଲିଥିଲା ।
  • ପ୍ରୁସିଆର ରାଜା ପ୍ରଥମ ଉଇଲିୟମ୍ ପ୍ରୁସିଆକୁ ଶକ୍ତିଶାଳୀ କରିବାପାଇଁ ସାମରିକ ନୀତିରେ କେତେକ ସଂସ୍କାର ଆଣିବାକୁ ଚାହିଁଥିଲେ, ମାତ୍ର ତାଙ୍କର ଏହି ନୀତିକୁ ପ୍ରସିଆର ପ୍ରତିନିଧି ସଭା ଡାଏଟ୍ ବିରୋଧ କରିବାରୁ ସାମ୍ବିଧାନିକ ସଂକଟ ଦେଖାଦେଇଥିଲା ।
  • ଏହିପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜା ପ୍ରଥମ ଉଇଲିୟମ୍ ଅଟୋଭନ୍ ବିସର୍କ ନାମକ ଜଣେ ଚତୁର ବିଚକ୍ଷଣ କୂଟନୀତିଜ୍ଞଙ୍କୁ ତାଙ୍କର ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିଲେ ।
  • ବିସ୍‌ମାର୍କ ଜାଣିଥିଲେ ଯେ ଯୁଦ୍ଧ ବିନା ଜର୍ମାନୀ ଏକତ୍ରୀକରଣ ସମ୍ଭବ ନୁହେଁ । ତେଣୁ ସେ ଉଇଲିୟମ୍ଙ୍କ ସାମରିକ ସଂସ୍କାରକୁ ଦୃଢ଼ ସମର୍ଥନ କରିଥିଲେ ।
  • ବିସ୍‌ମାର୍କଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ବାହିନୀ ଗଠନ ହେଲା ।
  • ଡେନମାର୍କ ଶାସନାଧୀନ ଜର୍ମାନ୍ ବାସ କରୁଥିବା କ୍ଲୋଜ୍ଉଇଗ୍ ଓ ହୋଲଷ୍ଟେନ୍‌ ନାମକ ଦୁଇଟି ଅଞ୍ଚଳ ପାଇବାପାଇଁ ୧୮୬୪ରେ ଅଷ୍ଟ୍ରିଆ ଓ ପ୍ରୁସିଆ ମିଳିତ ଭାବେ ଡେନମାର୍କ ଆକ୍ରମଣ କଲେ ।
  • ଡେନମାର୍କ ପରାସ୍ତ ହେବାରୁ ଗ୍ଲେଜ୍ଉଇଗ୍ ପ୍ରୁସିଆ ଅଧିକାରରେ ଓ ହୋଲଷ୍ଟେନ୍ ଅଷ୍ଟ୍ରିଆ ଅଧିକାରରେ ରହିଲା ।
  • ମନେରଖ : ଜର୍ମାନୀ ଏକତ୍ରୀକରଣ ପରେ ବିସ୍‌ମାର୍କ ଜର୍ମାନୀର ଚାନ୍ସେଲର ହେଲେ ଓ ବର୍ଲିନ୍ ଏହାର ରାଜଧାନୀ ହେଲା ।
  • ଏହାପରେ ବିସ୍‌ମାର୍କ ଅଷ୍ଟ୍ରିଆ ଆକ୍ରମଣର ଲକ୍ଷ୍ୟ ରଖ୍ ଇଉରୋପୀୟ ରାଷ୍ଟ୍ରମାନଙ୍କ ସହ ସୁସମ୍ପର୍କ ରଖୁଥିଲେ ।
  • ୧୮୬୬ ମସିହା ଜୁନ୍ ମାସରେ ପ୍ରୁସିଆ ଅଷ୍ଟ୍ରିଆ ଆକ୍ରମଣ କଲା ଏବଂ ସେହି ବର୍ଷ ଜୁଲାଇ ମାସରେ ସାଡ଼ୋଓ୍ୱା ଯୁଦ୍ଧରେ ଅଷ୍ଟ୍ରିଆ ପରାଜିତ କଲା ।
  • ୧୮୭୦ ମସିହା ଜୁଲାଇ ୧୫ ତାରିଖରେ ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ଯୁଦ୍ଧ ହେଲା ଏବଂ ସେଡ଼ାନ୍ ଯୁଦ୍ଧରେ ଫ୍ରାନ୍ସ ପରାସ୍ତ ହେବାରୁ ଉଭୟ ମଧ୍ୟରେ ଏକ ସନ୍ଧି ସ୍ଵାକ୍ଷରିତ ହେଲା ।
  • ସନ୍ଧିର ସଭ୍ୟ ଅନୁଯାୟୀ ପ୍ରୁସିଆ ଫ୍ରାନ୍ସ ଅତ ଆଲସେସ୍ ଲୋରେନ୍ ଅଞ୍ଚଳ ଫେରିପାଇଲା । ଏହିପରିଭାବେ ପ୍ରୁସିଆର ନେତୃତ୍ବରେ ବିସ୍‌କ ଜର୍ମାନୀ ରାଜ୍ୟଗୁଡ଼ିକୁ ଏକତ୍ରୀକରଣ କରିବାରେ ସକ୍ଷମ ହୋଇଥିଲେ ।

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ

ଜର୍ମାନୀ ଏକତ୍ରୀକରଣ
→ ଇଟାଲୀ ଏକତ୍ରୀକରଣ :

  • ଅଷ୍ଟାଦଶ ଶତାବ୍ଦୀର ଶେଷଭାଗକୁ ଇଟାଲୀ କେତେକ ଛୋଟ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା । ଅଷ୍ଟ୍ରିଆ ଓ ସ୍ପେନ୍ ଏହା ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ।
  • ଏକଦା ନେପୋଲିୟନ୍ ବୋନାପାର୍ଟ ଇଟାଲୀକୁ ଅଧିକାର କରି ଅଷ୍ଟ୍ରିଆ ଓ ସ୍ପେନ୍‌ର ପ୍ରାଧାନ୍ୟରୁ ମୁକ୍ତ କରି ଫ୍ରାନ୍ସର ଶାସନାଧୀନ କରିବା ଫଳରେ ଇଟାଲୀରେ ଜାତୀୟ ଐକ୍ୟ ପ୍ରତିଷ୍ଠା ହୋଇଥିଲା ।
  • ପରେ ଭିଏନା କଂଗ୍ରେସଦ୍ୱାରା ଇଟାଲୀ ପୂର୍ବଭଳି ବିଭାଜିତ ହେଲା । ଅଷ୍ଟ୍ରିଆ ଅଧୀନରେ ଉତ୍ତର ଇଟାଲୀର ଲୋମ୍ବାର୍ଡ ଓ ଭେନିସିଆ ଏବଂ କେନ୍ଦ୍ରୀୟ ଇଟାଲୀର ଟସ୍କାନି, ପାର୍ମା ଓ ମଡ଼େନା ରାଜ୍ୟଗୁଡ଼ିକ ରହିଲା । ଦକ୍ଷିଣ ଇଟାଲୀର ମଧ୍ୟଭାଗରେ ଥିବା ରୋମ୍ ଓ ତା’ର ନିକଟବର୍ତ୍ତୀ ଅଞ୍ଚଳ ପୋପ୍‌ଙ୍କ ଶାସନାଧୀନ ରହିଲା ଏବଂ ପିଡ଼ମଣ୍ଟ-ସାର୍ଜିନିଆ ଇଟାଲୀର ରାଜବଂଶ ଅଧୀନରେ ରହିଥିଲା ।
  • ମନେରଖ : ଯୋଶେଫ ଗାରିବାଲଡ଼ି ଲାଲକୁର୍ତ୍ତା ବାହିନୀ ସାହାଯ୍ୟରେ ଫ୍ରାନ୍ସଠାରୁ ସିସିଲି, ନେପଲ୍ସ ଛଡ଼ାଇ ଆଣିଥିଲେ ।
  • ପୋପ୍ ଓ ଅଷ୍ଟ୍ରିଆ ଇଟାଲୀ ଏକତ୍ରୀକରଣ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଥିବାବେଳେ କାର୍ବୋନାରୀ ନାମକ ଏକ ବିପ୍ଳବୀ ସଙ୍ଗଠନ ଇଟାଲୀ ଏକତ୍ରୀକରଣ ପାଇଁ ବିଦ୍ରୋହ କରିଥିଲେ ।
  • ଇଟାଲୀ ଏକତ୍ରୀକରଣର ସ୍ବପ୍ନକୁ ସାକାର କରିବାପାଇଁ ଆଗେଇ ଆସିଥିଲେ ୩ ଜଣ ଦେଶପ୍ରେମୀ ନେତା; ଯଥା – ମାଜିନୀ, କାଲୁର ଓ ଗାରିବାଲଡି ।
  • ମନେରଖ : ଇଟାଲୀର କାର୍ବୋନାରୀ ବିପ୍ଳବୀ ସଂଗଠନର ସଦସ୍ୟମାନେ ଅଙ୍ଗାର ଜଳାଇ ତା’ର ଚାରିପଟେ ବସି ଆଲୋଚନା କରି ବିଭିନ୍ନ ପଦକ୍ଷେପମାନେ ନେଉଥିଲେ । ସେମାନଙ୍କ ଦଳର ପ୍ରତୀକ ଥିଲା ଜ୍ଵଳନ୍ତ ଅଙ୍ଗାର ।
  • ଯୋଶେଫ ମାଜିନୀ ‘ତରୁଣ ଇଟାଲୀ’ ସଂଗଠନ ମାଧ୍ୟମରେ ଯୁବସମାଜକୁ ଇଟାଲୀୟମାନଙ୍କ ମନରେ ମୁକ୍ତି ଓ ଏକତାଭାବ ସୃଷ୍ଟି ପାଇଁ ଆପ୍ରାଣ ଉଦ୍ୟମ କରିବାକୁ ଆହ୍ଵାନ ଦେଇଥିଲେ । ତାଙ୍କ ନେତୃତ୍ଵରେ ବିପ୍ଳବୀମାନେ ରୋମ୍‌ରେ ପୋପ୍ ଶାସନର ଅବସାନ ଘଟାଇ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ । ଜାତୀୟତାବାଦୀ କାର୍ଯ୍ୟପାଇଁ ସେ ଇଟାଲୀରୁ ନିର୍ବାସିତ ହୋଇଥିଲେ ।
  • ସାଡ଼ିନିଆର ପ୍ରଧାନମନ୍ତ୍ରୀ କାଉଣ୍ଟ କାଭୁରଙ୍କ ବିଚକ୍ଷଣ କୂଟନୀତି ବଳରେ ଇଟାଲୀ ଏକତ୍ରୀକରଣ ସମ୍ଭବ ହୋଇପାରିଥିଲା । ସେ କ୍ରିମିଆ ଯୁଦ୍ଧରେ ଅଂଶଗ୍ରହଣ କରି ଇଂଲଣ୍ଡ ଏବଂ ଫ୍ରାନ୍ସର ଅନୁକମ୍ପା ଲାଭ କରି ତାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଷ୍ଟ୍ରିଆ ବିରୋଧରେ କାର୍ଯ୍ୟରେ ଲଗାଇ ପାରିଥିଲେ । ୧୮୫୯ ମସିହାରେ ଅଷ୍ଟ୍ରିଆ ଓ ପିଡ଼ମଣ୍ଟ-ସାଡ଼ିନିଆ ମଧ୍ୟରେ ଯୁଦ୍ଧ ହେଲା ଓ ଏଥରେ ଅଷ୍ଟ୍ରିଆ ପରାଜିତ ହେଲା । ଫଳରେ ସାର୍ଜିନିଆ ଲୋମ୍ବାର୍ଡ଼, ପାର୍ମା, ମଡ଼େନା, ଟସ୍‌ନୀ ଆଦି ରାଜ୍ୟଗୁଡ଼ିକୁ ଅଧ୍ୟାକାର କରି ନିଜ ରାଜ୍ୟ ସହ ମିଶାଇଦେଲା ।
  • ୧୮୬୬ ମସିହା ଅଷ୍ଟ୍ରିଆ ଓ ପୁସିଆ ଯୁଦ୍ଧରେ ଅଷ୍ଟ୍ରିଆ ପରାଜିତ ହେବାରୁ ଇଟାଲୀକୁ ଭେନିସିଆ ପ୍ରଦାନ କରିଥିଲା ।
  • ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ସଂଘଟିତ ଯୁଦ୍ଧରେ ଫ୍ରାନ୍ସ ପରାଜିତ ହେବାରୁ ଭିକ୍ଟର ଇମାନୁଏଲ ରୋମ ଅସ୍ଵୀକାର କଲେ । ଏହା ଇଟାଲୀର ରାଜଧାନୀ ହେଲା ଓ ଇଟାଲୀ ଏକତ୍ରୀକରଣ ସମ୍ଭବ ହେଲା ।

ଇଟାଲୀ ଏକତ୍ରୀକରଣଇଟାଲୀ ଏକତ୍ରୀକରଣ 1

BSE Odisha 8th Class History Notes Chapter 6 ଆମେରିକା ଓ ଇଉରୋପରେ ଜାତୀୟତାବାଦୀ ଆନ୍ଦୋଳନ ଓ ବିପ୍ଳବ
ଆମେ କ’ଣ ଶିଖୁ ?

  • କଲମ୍ବସ୍‌ଙ୍କଦ୍ଵାରା ଆମେରିକା ଆବିଷ୍କୃତ ହେବା ଓ ସ୍ବାଧୀନତା ପାଇଁ ଏହାର ସଂଗ୍ରାମ ।
  • ସ୍ୱେଚ୍ଛାଚାରୀ ରାଜତନ୍ତ୍ର ବିରୋଧରେ ହୋଇଥ୍ ଫରାସୀ ରାଷ୍ଟ୍ରବିପ୍ଳବ ଓ ବିଶ୍ବବାସୀଙ୍କୁ ଏହାର ପ୍ରେରଣା ।
  • ସପ୍ତଦଶ ଶତାବ୍ଦୀର ଶେଷ ଭାଗରେ ହୋଇଥିବା ଜର୍ମାନୀର ଏକତ୍ରୀକରଣ ।
  • ୟୁରୋପ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ଇଟାଲୀ ଉପଦ୍ଵୀପର ଏକତ୍ରୀକରଣ ।
  • ପ୍ରସିଦ୍ଧ ଦାର୍ଶନିକ ଭଲଟାୟାର, ମଣ୍ଡେସ୍କୁ ଓ ରୁଷୋଙ୍କ ଆଦର୍ଶ ଚିନ୍ତାଧାରା ।
  • ଇଟାଲୀ ଏକତ୍ରୀକରଣ ସ୍ଵପ୍ନକୁ ସାକାର କରିଥିବା ତିନି ଦେଶପ୍ରେମୀ ଯଥା— ମାଜିନୀ, କାଲୁର ଓ ଗାରିବାଲ୍ଟିଙ୍କ କୂଟନୀତି ।

 

ଆମେ କ’ଣ ଶିଖୁ 1

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

Odisha State Board BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ will enable students to study smartly.

BSE Odisha Class 8 Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ରାଜନୈତିକ ଦଳ:

  • ରାଜନୈତିକ ଦଳ ଗଣତାନ୍ତ୍ରିକ ସରକାରର ଅବଚ୍ଛେଦ୍ୟ ଅଙ୍ଗ ।
  • ରାଜନୈତିକ ଦଳ ବିନା ମୁକ୍ତ ଗଣତାନ୍ତ୍ରିକ ସରକାର ଗଠିତ ହୋଇପାରେ ନାହିଁ ।
  • ମନେରଖ : ଜନସାଧାରଣଙ୍କର ରାଜନୈତିକ ସ୍ଵାଧୀନତାର ପରିପ୍ରକାଶପାଇଁ ରାଜନୈତିକ ଦଳଗୁଡ଼ିକହି ପ୍ରକୃଷ୍ଟ ମାଧ୍ୟମ ।

→ ରାଜନୈତିକ ଦଳର ବୈଶିଷ୍ଟ୍ୟ :

  • କେତେକ ବ୍ୟକ୍ତି ସଙ୍ଗଠିତ ହୋଇ ଦଳ ସଙ୍ଗଠନ କରନ୍ତି ।
  • ସେମାନେ କେତେକ ନିର୍ଦ୍ଦିଷ୍ଟ ନୀତି ଉପରେ ସହମତି ପ୍ରକାଶ କରନ୍ତି ।
  • ସେମାନେ ଜାତୀୟ ସ୍ୱାର୍ଥ ସାଧନାରେ ବ୍ରତୀ ହୋଇଥାନ୍ତି ।
  • ନିର୍ବାଚନ ମାଧ୍ୟମରେ ସେମାନେ କ୍ଷମତା ହାସଲ କରିବା ଏବଂ କ୍ଷମତା ଜାହିର କରିବାପାଇଁ ଉଦ୍ୟମ କରନ୍ତି ।
  • ପ୍ରତି ରାଜନୈତିକ ଦଳର ସଙ୍ଗଠନ, ନିୟମାବଳୀ ପତକା ଓ ଚିହ୍ନ ଆଦି ରହିଛି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ରାଜନୈତିକ ଦଳର କାର୍ଯ୍ୟାବଳୀ :

  • ରାଜନୈତିକ ଦଳଗୁଡ଼ିକ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସମସ୍ୟାଗୁଡ଼ିକୁ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରି ଜନମତ ଓ ରାଜନୈତିକ ସଚେତନତା ସୃଷ୍ଟି କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କର ନ୍ୟାଯ୍ୟ ଦାବିଗୁଡ଼ିକୁ ଏକତ୍ରିତ କରି ସଠିକ୍ ଭାବରେ ଉପଯୁକ୍ତ ସମୟରେ ସରକାରଙ୍କ ପାଖରେ ଉପସ୍ଥାପନ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକ ଲୋକମାନଙ୍କ ମଧ୍ୟରୁ ସେମାନଙ୍କର ସଭ୍ୟ ଚୟନ କରନ୍ତି ଓ ସଭ୍ୟମାନଙ୍କୁ ଦଳର ନୀତି ଓ ଆଦର୍ଶ ସମ୍ପର୍କରେ ପ୍ରଶିକ୍ଷଣ ଦିଅନ୍ତି ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ସମୟରେ ସଭାସମିତି ଓ ପ୍ରଚାରପତ୍ର ମାଧ୍ୟମରେ ଜନସାଧାରଣଙ୍କ ସମ୍ମୁଖରେ ବିଭିନ୍ନ ରାଜନୈତିକ ବିକଳ୍ପ ଉପସ୍ଥାପନ କରନ୍ତି ।
  • ନିର୍ବାଚନରେ ରାଜନୈତିକ ଦଳଗୁଡ଼ିକ ବହୁମତ ହାସଲ କଲେ ସରକାର ଗଠନ କରନ୍ତି ଓ ଦେଶ ଶାସନ କରନ୍ତି । ସଂଖ୍ୟାଗରିଷ୍ଠତା ହାସଲ କରିନପାରିଲେ, ବିରୋଧୀ ଦଳ ଭାବରେ ସରକାରଙ୍କ ଦୋଷତ୍ରୁଟି ଦର୍ଶାଇ ସରକାରଙ୍କୁ ସମାଲୋଚନା ତଥା ନିୟନ୍ତ୍ରଣ କରନ୍ତି ।
  • ରାଜନୈତିକ ଦଳଗୁଡ଼ିକର ସଭ୍ୟମାନେ ବନ୍ୟା, ବାତ୍ୟା, ମରୁଡ଼ି ଇତ୍ୟାଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରପୀଡ଼ିତମାନଙ୍କୁ ସହାଯ୍ୟ ଯୋଗାଇଥାଆନ୍ତି ।

→ ଦଳୀୟ ବ୍ୟବସ୍ଥା :

  • ସାଧାରଣତଃ ତିନି ପ୍ରକାରର ଦଳୀୟ ବ୍ୟବସ୍ଥା ଦେଖାଯାଏ; ଯଥା— (କ) ଏକ-ଦଳୀୟ ବ୍ୟବସ୍ଥା, (ଖ) ଦ୍ବି- ଦଳୀୟ ବ୍ୟବସ୍ଥା, (ଗ) ବହୁ-ଦଳୀୟ ବ୍ୟବସ୍ଥା
  • ଯେଉଁ ଦେଶରେ କେବଳ ଗୋଟିଏ ମାତ୍ର ରାଜନୈତିକ ଦଳ ଥାଏ, ତାକୁ ଏକ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଚୀନ୍, ରୁଷିଆ ।
  • ଯେଉଁ ଦେଶମାନଙ୍କରେ ଦୁଇଟି ପ୍ରମୁଖ ଦଳ ଥାଏ, ତାକୁ ଦ୍ୱି-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଇଂଲଣ୍ଡ, ଆମେରିକା ।
  • ଯେଉଁ ଦେଶରେ ଦୁଇରୁ ଅଧୂକ ରାଜନୈତିକ ଦଳ ଦେଖାଯାନ୍ତି, ତାକୁ ବହୁ-ଦଳୀୟ ବ୍ୟବସ୍ଥା କୁହାଯାଏ; ଯଥା— ଭାରତ, ଫ୍ରାନ୍ସ ।
  • ଭାରତରେ ଅନେକ ଗୁଡ଼ିଏ ରାଜନୈତିକ ଦଳ ଅଛନ୍ତି; ଯଥା— କଂଗ୍ରେସ, ଭାରତୀୟ ଜନତା ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ), ସମାଜବାଦୀ ଦଳ, ରାଷ୍ଟ୍ରୀୟ ଜନତା ଦଳ, ଆନ୍ନା ଡ଼ି.ଏମ୍.କେ., ଡି.ଏମ୍.କେ., ଅକାଳୀଦଳ, ଶିବସେନା ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଜାତୀୟ ଦଳ ଓ ଆଞ୍ଚଳିକ ଦଳ :
ଆମ ଦେଶରେ ରାଜନୈତିକ ଦଳଗୁଡ଼ିକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଅଛି; ଯଥା— (୧) ଜାତୀୟ ଦଳ, (୨) ଆଞ୍ଚଳିକ ଦଳ ।

→ ଆଞ୍ଚଳିକ ଦଳ :

  • ଯେଉଁ ରାଜନୈତିକ ଦଳ ଏକ ରାଜ୍ୟର ଠିକ୍ ପୂର୍ବବର୍ତ୍ତୀ ବିଧାନସଭା ନିର୍ବାଚନରେ ସମୁଦାୟ ଭୋଟ୍‌ର ଅନ୍ୟୁନ ଛ’ ପ୍ରତିଶତ ଭୋଟ୍ ପାଇଥବ ଏବଂ ବିଧାନସଭାରେ ଅନ୍ୟୁନ ଦୁଇଟି ଆସନରେ ବିଜୟୀ ହୋଇଥିବ ତାହା ଏକ ଆଞ୍ଚଳିକ ଦଳ ଭାବରେ ସ୍ବୀକୃତି ପାଇଥାଏ ।
  • ଆଞ୍ଚଳିକ ଦଳଗୁଡ଼ିକ ସାଧାରଣତଃ ଗୋଟିଏ ଗୋଟିଏ ରାଜ୍ୟ ମଧ୍ୟରେ ସୀମିତ ।
  • ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।
  • ମନେରଖ : ବି.ଜେ.ଡ଼ି., ଡି.ଏମ୍.କେ., ତେଲୁଗୁଦେଶମ୍ ଇତ୍ୟାଦି ଗୋଟିଏ ଗୋଟିଏ ଆଞ୍ଚଳିକ ଦଳ ।

→ ଜାତୀୟ ଦଳ :

  • ଯେଉଁ ରାଜନୈତିକ ଦଳ ଠିକ୍ ପୂର୍ବବର୍ତ୍ତୀ ଲୋକସଭା ନିର୍ବାଚନ ବା ଯେକୌଣସି ଚାରିଗୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରତ୍ୟେକ ରାଜ୍ୟରେ ସମୁଦାୟ ଭୋଟର ଛ’ଶତାଂଶ ଭୋଟ ପାଇଥିବ ଏବଂ ଲୋକସଭାରେ ଅନ୍ୟୁନ ଚାରିଗୋଟି ଆସନ ଲାଭ କରିଥିବ ତାହା ଏକ ଜାତୀୟ ରାଜନୈତିକ ଦଳ ଭାବରେ ସ୍ଵୀକୃତି ଲାଭ କରିଥାଏ ।
  • ମନେରଖ : ଭାରତୀୟ ଜାତୀୟ କଂଗ୍ରେସ, ଭାରତୀୟ ଜନତା ଦଳ ଇତ୍ୟାଦି ଜାତୀୟ ରାଜନୈତିକ ଦଳ ଅଟନ୍ତି ।
  • ଜାତୀୟ ଦଳଗୁଡ଼ିକ ମୁଖ୍ୟତଃ ସର୍ବଭାରତୀୟ ସମସ୍ୟା, ଜାତୀୟ ସ୍ୱାର୍ଥ ଉପରେ ବିଶେଷ ଗୁରୁତ୍ବ ଦିଅନ୍ତି ।
  • ସର୍ବଭାରତୀୟ ସଙ୍ଗଠନ ରାଜ୍ୟ ସଙ୍ଗଠନକୁ ନିୟନ୍ତ୍ରିତ କରେ ଏବଂ ରାଜ୍ୟସ୍ତରୀୟ ସଙ୍ଗଠନ, ଜିଲ୍ଲା, ଉପଖଣ୍ଡ ଏବଂ ମଣ୍ଡଳ (ବ୍ଲକ୍) ସ୍ତରୀୟ ସଙ୍ଗଠନଗୁଡ଼ିକୁ ନିୟନ୍ତ୍ରିତ କରନ୍ତି ।
  • ସର୍ବଭାରତୀୟ ଦଳଗୁଡ଼ିକ ପ୍ରାୟ ପ୍ରତ୍ୟେକ ରାଜ୍ୟରେ ନିର୍ବାଚନ ଲଢ଼ନ୍ତି ।

→ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ (Pressure Group) :

  • ଚାପଦାୟୀ ଗୋଷ୍ଠୀଗୁଡ଼ିକ ଦେଶର ରାଜନୈତିକ ପ୍ରକ୍ରିୟା ତଥା ପ୍ରଶାସନରେ ଏକ ପ୍ରଧାନ ଭୂମିକା ଗ୍ରହଣ କରନ୍ତି ।
  • ହାରିସ୍‌ଙ୍କ ମତରେ ଯେଉଁ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀଗୁଡ଼ିକ ନିଜର ସୁବିଧା, ସୁଯୋଗ ହାସଲ କରିବାପାଇ ସରକାରୀ ନୀତି ନିର୍ଦ୍ଧାରକମାନଙ୍କ ଉପରେ ବିଭିନ୍ନ ଚାପ ପ୍ରୟୋଗ କରିଥାଆନ୍ତି, ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ କୁହାଯାଏ ।
  • ମନେରଖ : ଚାପଦାନକାରୀ ଗୋଷ୍ଠୀକୁ ମଧ୍ୟ ସ୍ଵାର୍ଥାନ୍ଵେଷୀ ଗୋଷ୍ଠୀ (Interest group) କୁହାଯାଏ ।
  • ଟର୍ଣ୍ଣରଙ୍କ ମତରେ ଯେଉଁ ଅଣ-ରାଜନୈତିକ ସଙ୍ଗଠନଗୁଡ଼ିକ ସରକାରୀ ନୀତିକୁ ପ୍ରଭାବିତ କରିଥାଆନ୍ତି; ସେଗୁଡ଼ିକୁ ଚାପଦାୟୀ ଗୋଷ୍ଠୀ କୁହାଯାଏ ।
  • ଏକଷ୍ଟିନ୍‌ଙ୍କ ମତରେ ଏକ ପ୍ରକାର ମନୋଭାବାପନ୍ନ, ଏକ ପ୍ରକାର ମୂଲ୍ୟବୋଧ ଏବଂ ସ୍ବାର୍ଥରେ ବିଶ୍ଵାସୀ, ଏକ ସୁସଙ୍ଗଠିତ ସାମାଜିକ ଗୋଷ୍ଠୀ, ପ୍ରତ୍ୟକ୍ଷ ସରକାରୀ ପଦବୀ ଗ୍ରହଣ ନ କରି ନିଜ ସ୍ବାର୍ଥସାଧନ ପାଇଁ ସରକାରୀ ନୀତିକୁ ପ୍ରଭାବିତ କଲେ, ତାହାକୁ ଚାପଦାୟୀ ଗୋଷ୍ଠୀ ବା ଚାପଦାନକାରୀ ଗୋଷ୍ଠୀ ଚାପଦାୟୀ ଗୋଷ୍ଠୀର ଲକ୍ଷଣ କୁହାଯାଏ ।

→ ଚାପଦାୟୀ ଗୋଷ୍ଠୀର ଲକ୍ଷଣ :

  • ଏହା ସମ ମନୋଭାବାପନ୍ନ ତଥା ସମସ୍ୱାର୍ଥୀ ବ୍ୟକ୍ତିମାନଙ୍କର ଏକ ଗୋଷ୍ଠୀ ।
  • ଏହା କୌଣସି ରାଜନୈତିକ ଦଳ ସହିତ ପ୍ରତ୍ୟକ୍ଷ ଭାବରେ ସଂପୃକ୍ତ ନୁହେଁ ।
  • ସ୍ଵାର୍ଥସାଧନ ଲକ୍ଷ୍ୟରେ ଏହା ଏକ ଅସ୍ଥାୟୀ ବା ସ୍ଥାୟୀ ଗୋଷ୍ଠୀ ହୋଇଥାଏ ।
  • ଏହି ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତି କ୍ଷେତ୍ରକୁ ନ ଆସି ପର୍ଦା ଆଢୁଆଳରେ ରହି କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ଚାପଦାନକାରୀ ଗୋଷ୍ଠୀର ଶ୍ରେଣୀବିଭାଗ :

  • ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ସାଙ୍ଗଠନିକ ଓ କାର୍ଯ୍ୟଶୈଳୀ ଦୃଷ୍ଟିରୁ ଚାରି ଭାଗରେ ବିଭକ୍ତ କରାଯାଇଛି ।
  • ସଂଘୀୟ ଗୋଷ୍ଠୀ – ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ସଂଘବଦ୍ଧ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ନିମିତ୍ତ ସରକାରଙ୍କ ଉପରେ ଚାପ ପ୍ରୟୋଗ କଲେ, ସେମାନଙ୍କୁ ସଂଘୀୟ ଗୋଷ୍ଠୀ କୁହାଯାଏ ; ଯଥା— ବଣିକ ସଂଘ, ଶ୍ରମିକ ମହାସଂଘ ।
  • ଅଣ-ସଂଘୀୟ ଗୋଷ୍ଠୀ – ରକ୍ତ ସମ୍ପର୍କ, ଧର୍ମୀୟ ସମ୍ପର୍କ ଓ କୌଳିକ ବୃତ୍ତି ସମ୍ପର୍କ ମାଧ୍ୟମରେ କେତେକ ବ୍ୟକ୍ତି ଏକତ୍ରିତ ହୋଇ ସେମାନଙ୍କର ସ୍ଵାର୍ଥ ସାଧନ ପାଇଁ ସରକାରୀ ନୀତିଗୁଡ଼ିକୁ ପ୍ରଭାବିତ କଲେ, ସେମାନଙ୍କୁ ଅଣ-ସଂଘୀୟ ଗୋଷ୍ଠୀ କୁହାଯାଏ; ଯଥା— ବୌଦ୍ଧଭିକ୍ଷୁ ଗୋଷ୍ଠୀ, ଯାଦବ ମହାସଭା,ଗୋଷ୍ଠୀ ।
  • ଆନୁଷ୍ଠାନିକ ଗୋଷ୍ଠୀ – ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କଦ୍ୱାରା ଗଠିତ ସଂଘକୁ ଆନୁଷ୍ଠାନିକ ଗୋଷ୍ଠୀ କୁହାଯାଏ, ଯେଉଁମାନେ ଆନୁଷ୍ଠାନିକ ସ୍ବାର୍ଥ ମାଧ୍ୟମରେ ନିଜ ନିଜର ସ୍ବାର୍ଥ ସାଧନ କରିବାପାଇଁ ସରକାରଙ୍କ ଉପରେ ଚାପ ପକାନ୍ତି; ଯଥା— ଅମଲାତନ୍ତ୍ର ।
  • ସାମାଜିକ ମୂଲ୍ୟବୋଧ ବିରୋଧୀ ଚାପଗୋଷ୍ଠୀ – କୌଣସି ନିର୍ଦ୍ଦିଷ୍ଟ ସାମାଜିକ ମୂଲ୍ୟବୋଧରେ ବିଶ୍ୱାସ ନ କରି ହିଂସାତ୍ମକ ପନ୍ଥାରେ ସେମାନଙ୍କର ସ୍ବାର୍ଥ ସାଧନ ପାଇଁ କାର୍ଯ୍ୟ କରୁଥିବା ଗୋଷ୍ଠୀକୁ ସାମାଜିକ ମୂଲ୍ୟବୋଧ ବିରୋଧୀ ଗୋଷ୍ଠୀ କୁହାଯାଏ, ଯଥା— ଉଲ୍‌ଫା, ଜାମ୍ମୁକାଶ୍ମୀର ଲିବରେସନ୍ ଫ୍ରଣ୍ଟ ।

→ ଉଦ୍ଦେଶ୍ୟ ଦୃଷ୍ଟିରୁ ଚାପଗୋଷ୍ଠୀଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ସ୍ଵାର୍ଥୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ଜନସାଧାରଣଙ୍କର ସ୍ବାର୍ଥ ପ୍ରତି ଭୃକ୍ଷେପ ନକରି ନିଜର ସ୍ଵାର୍ଥ ଯେକୌଣସି ପ୍ରକାରେ ହାସଲ କରିବାପାଇଁ ଉଦ୍ୟମ କରନ୍ତି, ସେମାନଙ୍କୁ ସ୍ୱାର୍ଥୀ ଗୋଷ୍ଠୀ କୁହାଯାଏ ।
  • ଜନମଙ୍ଗଳକାରୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସର୍ବସାଧାରଣଙ୍କର ସ୍ବାର୍ଥ ସାଧନ ପାଇଁ ପ୍ରୟାସ କରିଥାଆନ୍ତି, ସେଗୁଡ଼ିକୁ ଜନମଙ୍ଗଳକାରୀ ଗୋଷ୍ଠୀ କୁହାଯାଏ; ଯଥା— ବସ୍ତିବାସିନ୍ଦା ଉନ୍ନୟନ ସଂଘ ।

→ କାର୍ଯ୍ୟକାଳ ଅନୁସାରେ ଚାପଗୋଷ୍ଠୀଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ।

  • ଦୀର୍ଘସ୍ଥାୟୀ ଗୋଷ୍ଠୀ – ଯେଉଁ ଗୋଷ୍ଠୀଗୁଡ଼ିକ ସେମାନଙ୍କର ଚିରସ୍ଥାୟୀ ସ୍ଵାର୍ଥ ସାଧନ ନିମିତ୍ତ ସଙ୍ଗଠିତ ହୋଇ କାର୍ଯ୍ୟ କରନ୍ତି, ସେଗୁଡ଼ିକୁ ଦୀର୍ଘସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା— ସର୍ବଭାରତୀୟ ଶିକ୍ଷକ ମହାସଂଘ ।
  • କ୍ଷଣସ୍ଥାୟୀ ଗୋଷ୍ଠୀ – ଯେଉଁ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ କ୍ଷଣିକ ସ୍ବାର୍ଥ ହାସଲ ପାଇଁ ସଙ୍ଗଠିତ ହୋଇଥାଆନ୍ତି ଏବଂ ନିର୍ଦ୍ଦିଷ୍ଟ ସ୍ଵାର୍ଥ ସାଧୂ ହୋଇଗଲା ପରେ ସେହି ଗୋଷ୍ଠୀଗୁଡ଼ିକର ବିଲୟ ଘଟେ, ସେଗୁଡ଼ିକୁ କ୍ଷଣସ୍ଥାୟୀ ଗୋଷ୍ଠୀ କୁହାଯାଏ; ଯଥା – ‘ମହାନଦୀ ବଞ୍ଚାଅ ସମିତି’, ‘ନର୍ମଦା ବଞ୍ଚାଅ ସମିତି’ ।

→ ରାଜନୈତିକ ଦଳ ଓ ଚାପଦାନକାରୀ ଗୋଷ୍ଠୀ ମଧ୍ୟରେ ସାମଞ୍ଜସ୍ୟ ଓ ପାର୍ଥକ୍ୟ :
ସାମଞ୍ଜସ୍ୟ :

  • ଚାପଦାନକାରୀ ଗୋଷ୍ଠୀ ଓ ରାଜନୈତିକ ଦଳ ଉଭୟ ନିଜ ନିଜ ସଦସ୍ୟମାନଙ୍କର ସ୍ବାର୍ଥ ହାସଲ ପାଇଁ କାର୍ଯ୍ୟ କରିଥାଆନ୍ତି ।
  • କ୍ଷମତାରେ ନଥ‌ିବା ରାଜନୈତିକ ଦଳଗୁଡ଼ିକ ଓ ଚାପଦାନକାରୀ ଗୋଷ୍ଠୀ ସରକାରୀ କଳ ଉପରେ ବିଭିନ୍ନ ପ୍ରକାର ଚାପ ପକାଇ ନିଜ ନିଜର ସ୍ୱାର୍ଥ ହାସଲ କରନ୍ତି ।
  • ମନେରଖ : ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ବାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

→ ପାର୍ଥକ୍ୟ :

  • ରାଜନୈତିକ ଦଳଗୁଡ଼ିକ ଆକାରରେ ବଡ଼ ଓ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଗ୍ରହଣ କରିଥିବାବେଳେ ଚାପଦାୟୀ ଗୋଷ୍ଠୀ କେବଳ ନିଜର ସ୍ୱାର୍ଥ ହାସଲ ପାଇଁ ସୀମିତ କାର୍ଯ୍ୟକ୍ରମ ଗ୍ରହଣ କରିଥାଏ ।
  • ରାଜନୈତିକ ଦଳଗୁଡ଼ିକର ନିର୍ଦ୍ଦିଷ୍ଟ ଇସ୍ତାହାର, ନିର୍ଦ୍ଦିଷ୍ଟ ଦଳୀୟ ପତାକା, ଦଳୀୟ ସମ୍ବିଧାନ ଓ ଦଳୀୟ ଚିହ୍ନ ଥ‌ିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକର ସଭ୍ୟସଂଖ୍ୟା ସୀମିତ ଓ ସେମାନଙ୍କର ନିର୍ଦ୍ଦିଷ୍ଟ ପତାକା ବା ଚୟନ ପଦ୍ଧତି ନଥାଏ ।
  • ରାଜନୈତିକ ଦଳଗୁଡ଼ିକ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି କ୍ଷମତା ହାସଲ କରିବାପାଇଁ ସର୍ବଦା ଚେଷ୍ଟା କରୁଥିବାବେଳେ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହି ସରକାରୀ ନୀତିକୁ ପ୍ରଭାବିତ କରନ୍ତି ।
  • ଜଣେ ବ୍ୟକ୍ତି ଏକ ସମୟରେ କେବଳ ଗୋଟିଏ ରାଜନୈତିକ ଦଳରେ ସଭ୍ୟ ହୋଇଥାଏ; କିନ୍ତୁ ଜଣେ ବ୍ୟକ୍ତିର ବିଭିନ୍ନ ପ୍ରକାର ସ୍ବାର୍ଥ ଥିବାରୁ ସେ ଏକ ସମୟରେ ଏକାଧିକ ଚାପଦାନକାରୀ ଗୋଷ୍ଠୀର ସଭ୍ୟ ହୋଇଥାଏ ।

→ ଭାରତରେ କାର୍ଯ୍ୟରତ ଚାପଗୋଷ୍ଠୀ :
ଭାରତରେ କାର୍ଯ୍ୟରତ ଥିବା କେତେକ ମୁଖ୍ୟ ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ହେଲା– ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ, ଓଡ଼ିଶା ଡାକ୍ତରୀ ସେବା ସଂଘ, ସରକାରୀ କଲେଜ ଶିକ୍ଷକ ସଂଘ ଓ ନିଷ୍ଫଳ ଉତ୍କଳ ଶିକ୍ଷକ ମହାସଂଘ ଇତ୍ୟାଦି ।

→ ଚାପଗୋଷ୍ଠୀର ଭୂମିକା :
ଚାପଦାନକାରୀ ଗୋଷ୍ଠୀଗୁଡ଼ିକ ବିଭିନ୍ନ ପ୍ରକାରର ପ୍ରତିବାଦମୂଳକ ମାଧ୍ୟମ, ଯଥା— ଧର୍ମଘଟ, ବନ୍ଦପାଳନ, ରାସ୍ତାରୋକ ଇତ୍ୟାଦି ଜରିଆରେ ପ୍ରତିରୋଧ କରନ୍ତି ଓ ଦୁର୍ନିତୀଗ୍ରସ୍ତ ସରକାରଙ୍କୁ ନିନ୍ଦିତ କରାନ୍ତି ।

ଆମେ କ’ଣ ଶିଖୁଲେ ?

  • ଗଣତାନ୍ତ୍ରିକ ସରକାରରେ ରାଜନୈତିକ ଦଳର ଭୂମିକା ।
  • ରାଜନୈତିକ ଦଳର ସଂଜ୍ଞା, ପ୍ରକାରଭେଦ ଓ ସେମାନଙ୍କର ପତାକା ସମ୍ପର୍କରେ ସୂଚନା ।
  • ନିର୍ବାଚନ ଆୟୋଗର ଗଠନ ଓ କାର୍ଯ୍ୟାବଳୀ, ଦଳମାନଙ୍କୁ ସ୍ବୀକୃତି ପ୍ରଦାନ ।
  • ଚାପଗୋଷ୍ଠୀର ସଂଜ୍ଞା ଓ ଏହାର ଉଦ୍ଦେଶ୍ୟ ।
  • ଦୁଇଗୋଟି ଚାପଗୋଷ୍ଠୀ ରହିଛି; ଯଥା – ସ୍ଵାର୍ଥୀ ଗୋଷ୍ଠୀ ଓ ଜନମଙ୍ଗଳକାରୀ ଗୋଷ୍ଠୀ ।
  • ଚାପଗୋଷ୍ଠୀ ନିଜର ସ୍ଵାର୍ଥ ସାଧନ ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଓ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବା ।
  • ଭାରତରେ ଥ‌ିବା ବିଭିନ୍ନ ଚାପପ୍ରଦାନକାରୀ ଗୋଷ୍ଠୀ ଯଥା : ସର୍ବଭାରତୀୟ ଶ୍ରମିକ ସଂଘ, ସର୍ବଭାରତୀୟ ଶିକ୍ଷକ ମହାସଂଘ ଇତ୍ୟାଦି ।

BSE Odisha 8th Class Political Science Notes Chapter 4 ଭାରତରେ ରାଜନୈତିକ ଦଳ ଓ ଚାପଦାୟୀ ଗୋଷ୍ଠୀ

ଜାଣିବା କଥା

  • ଚାପଦାନକାରୀ ଗୋଷ୍ଠୀ ନିର୍ବାଚନରେ ଅଂଶଗ୍ରହଣ କରନ୍ତି ନାହିଁ ।
  • ଭାରତରେ ନିମ୍ନୋକ୍ତ ଚାପଦାନକାରୀ ଗୋଷ୍ଠୀ କାର୍ଯ୍ୟରତ ।
  • ସର୍ବଭାରତୀୟ ଶ୍ରମିକ ସଂଘ
  • ସର୍ବଭାରତୀୟ ଶିକ୍ଷକ ମହାସଂଘ
  • ଓଡ଼ିଶା ଡାକ୍ତରୀ ସେବା ସଂଘ
  • ସରକାରା କଲେଜ ଶିକ୍ଷକ ସଂଘ
  • ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷକ ସଂଘ

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

Odisha State Board BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

Question 1.
ସୂତ୍ର ପ୍ରୟୋଗ କରି ଉତ୍ପାଦକ ନିର୍ଣ୍ଣୟ କର ।
(i) 4x² + 4x + 1
(ii) 9b² + 12bc + 4c²
(iii) 16x² + 40ab + 25b²
(iv) 49x² + 112xy + 64y²
(v) a2 + 6a²b² + 9b4
ସମାଧାନ :
a² + 2ab + b² = (a + b)²

(i) 4x² + 4x + 1
= (2x)² + 2.2x.1 + (1)²
= (2x + 1)²
= (2x + 1)(2x + 1)

(ii) 9b² + 12bc + 4c²
= (3b)² + 2.3b.2c + (2c)²
= (3b + 2c)²
= (3b + 2c) (3b + 2c)

(iii) 16a² + 40ab + 25b²
= (4a)² + 2.4a . 5b + (5b)²
= (4a + 5b)²
= (4a + 5b) (4a + 5b)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

(iv) 49x² + 112xy + 64y²
= (7x)² + 2.7x.8y + (8y)²
= (7x + 8y)²
= (lx + 8y) (7x + 8y)

(v) a4 + 6a²b² + 9b4
= (a²)² + 2.a².3b² + (3b²)²
= (a² + 3b²)²
= (a² + 3b²)(a² + 3b²)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

Question 2.
ସୂତ୍ର ପ୍ରୟୋଗ କରି ଉତ୍ପାଦକ ନିର୍ଣ୍ଣୟ କର ।
(i) 9x² – 6x + 1
(ii) 16x² – 40ab + 25y²
(iii) 49a² – 126ab + 81b²
(iv) 64a² – 16a + 1
(v) 100a2 – 2a²b + b²
ସମାଧାନ :
(1) 9x² – 6x + 1
= (3x)² – 2.3x.1 + (1)²
= (3x – 1)²
= (3x – 1)(3x – 1)

(ii) 16x² – 40xy + 25y²
= (4x)² – 2.4x.5y + (5y)²
= (4x – 5)
= (4x – 5y) (4x – 5y)

(iii) 49a² – 126ab + 81b²
= (7a)² – 2.7a.9b + (9b)²
= (7a – 9b)²
= (7a – 9b)(7a – 9b)

(iv) 64a² – 16a + 1
=(8a)² – 2.8a.1 +(1)²
= (8a – 1)²
= (8a – 1)(8a – 1)

(v) 100a4 – 20a²b + b²
= (10a²)² – 2.10a².b + (b)²
= (10a² – b)²= (10a² – b) (10a² – b)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

Question 3.
(i) 16x² + 9y² + 25z² + 24xy + 40xz + 30yz
ସମାଧାନ :
[ a² + b² + c² + 2ab + 2bc + 2ca = (a + b + c)²]
16x² + 9y² + 25z² + 24xy + 40xz + 30yz
= (4x)² + (3y)² + (5z)² + 2.4x.3y + 2.3y.5z + 2.5z.4x
= (4x + 3y + 5z)² = (4x + 3y + 5z) (4x + 3y + 5z)

(ii) 49x² + 25y² + z² + 70xy + 10yz + 14xz .
ସମାଧାନ :
[ a² + b² + c² + 2ab + 2bc + 2ca = (a + b + c)²]
49x² + 25y² + z² + 70xy + 10yz + 14xz
= (7x)² + (5y)² + (z)² + 2.7x.5y + 2.5y.z + 2.z.7x
= (7x + 5y + z)² = (7x + 5y + z)(7x + 5y + z)

(iii) 4a² + 9b² + c² + 12ab – 4ac – 6bc
ସମାଧାନ :
[ a² + b² + c² + 2ab – 2bc – 2ca = (a + b – c)² ଅଥବା (c – a – b)²]
4a² + 9b² + c² + 12ab – 4ac – 6bc
= 4a² + 9b² + c² + 12ab – 6bc – 4ac
= (2a)² + (3b)² + (c)² + 2.2a . 3b – 2.3b . c – 2 . c . 2a
= (2a + 3b – c)² = (2a + 3b – c) (2a + 3b – c)
ବିକଳ୍ପ ସମାଧାନ :
4a² + 9b² + c² + 12ab – 4ac – 6bc
= (2a)² + (3b)² + (- c)² + 2.2a.3b + 2.2a (-c) + 2.3b (-c)
ଏଠାରେ 2a = m, 3b = n, – c = p
m² + n² + p² + 2mn + 2mp + 2np = (m + n + p)² = (2a + 3b – c)
4a² + 9b² + c² + 12ab – 4ac – 6bc = (2a + 3b – c)² = (2a + 3b – c) (2a + 3b – c)

(iv) 100a² + 81b² + 49c² – 180ab – 140ac + 126bc
ସମାଧାନ :
[ a² + b² + c² – 2ab + 2bc – 2ca = (a – b – c)²] ଅଥବା (b + c – a)²
100a² + 81b² + 49c² – 180ab – 140ac + 126bc
= 100a² + 81b² + 49c² – 180ab + 126bc – 140ac
= (10a)² + (9b)² + (7c)² – 2 . 10a . 9b + 2.9b . 7c – 2.7c . 10a
= (10a – 9b – 7c)² = (10a – 9b – 7c)(10a – 9b – 7c)

(v) x4 + y² + z² – 2x²y – 2x²z + 2yz
ସମାଧାନ :
[ a² + b² + c² – 2ab + 2bc – 2ca = (a – b – c)²]
x4 + y² + z2 – 2x²y – 2x²z + 2yz
= x4 + y² + z2 – 2x²y + 2yz – 2x²z
= (x²)² + (y)² + (z)² – 2.x².y + 2.y.z-2.z.x² = (x² – y – z)² = (x² – y – z)(x² – y – z)

Question 4.
ସୂତ୍ର ପ୍ରୟୋଗ କରି ଉତ୍ପାଦକ ନିର୍ଣ୍ଣୟ କର ।
(i) 16a² – 9b²
ସମାଧାନ :
a² – b² = (a + b)(a – b)
16a² – 9b² = (4a)² – (3b)²
= (4a + 3b)(4a – 3b)
16a² – 9b² = (4a + 3b)(4a – 3b)

(ii) 25a² – 36b²
ସମାଧାନ :
[a² – b² = (a + b)(a – b)]
25a² – 36b²
= (5a)² – (6b)²
= (5a + 6b)(5a – 6b)
25a² – 36b² = (5a + 6b)(5a – 6b)

(iii) 81a² – 100b²
ସମାଧାନ :
[a² – b² = (a + b)(a – b)]
81a² – 100b²
= (9a)² – (10b)² (ix)
= (9a + 10b)(9a – 10b)
81a² – 100b² = (9a + 10b)(9a – 10b)

(iv) 16a² – 49b²
ସମାଧାନ :
[a² – b² = (a + b)(a – b)]
16a² – 49b²
= (4a)² – (7b)²
= (4a + 7b)(4a – 7b)
16a² – 49b² = (4a + 7b)(4a – 7b)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

(v) 144a² – 225b²
ସମାଧାନ :
[a² – b² = (a + b)(a – b)]
144a² – 225b²
= (12a)² – (15b)²
= (12a + 15b)(12a – 15b)
144a² – 225b² = (12a + 15b)(12a – 15b)

(vi) 256a² – 289b²
ସମାଧାନ :
[a² – b² = (a + b)(a – b)]
256a² – 189b²
= (16a)² – (17b)²
= (16a + 17b)(16a – 17b)
256a² – 289b² = (16a + 17b)(16a – 17b)

(vii) 400a² – 225b²
ସମାଧାନ :
[a² – b² = (a + b)(a – b)]
400a² – 225b²
= 25 (16a² – 9b²)
= 25 {(4a)² – (3b)²}
= 25 (4a + 3b)(4a – 3b)
400a² – 225b² = 25 (4a + 3b)(4a – 3b)

(viii) 441a² – 900b²
ସମାଧାନ :
[a² – b² = (a + b)(a – b)]
441a² – 900b² = 9 (49a² – 100b²)
= 9 (7a + 10b)(7a – 10b)
441a² – 900b² = 9 (7a + 10b)(7a – 10b)’

(ix) 121a² – 289b²
ସମାଧାନ :
[a² – b² = (a + b)(a – b)]
121a² – 289b² = (11a)² – (17b)²’
= (11a + 17b)(11a – 17b)
121a² – 289b² = (11a + 17b)(11a – 17b)

(x) 81a² – 361b²
ସମାଧାନ :
[ a² – b² = (a + b)(a – b)]
81a² – 361b² = (9a)² 7 (19b)² = (9a + 19b)(9a – 19b)
81a² – 361b² = (9a + 19b)(9a – 19b)

(xi) (a + b)² – c²
ସମାଧାନ :
[ a² – b² = (a + b)(a – b)]
(a + b)² – c²
= {(a + b) + c} {(a + b) – c}
(a + b)² – c² = (a + b + c)(a + b – c)

(xii) a² – (b – c)²
ସମାଧାନ :
[ a² – b² = (a + b)(a – b)]
a² – (b – c)²
ଏଠାରେ b – c = x ନେଲେ, ଦତ୍ତ ପରିପ୍ରକାଶଟି ହେବ a² – x²
a² – x² = (a + x)(a – x)
= {a + (b – c)} {a – (b – c)}
= (a + b – c)(a – b + c)
a² – (b – c)² = (a + b – c)(a – b + c)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

Question 5.
ସୂତ୍ର ପ୍ରୟୋଗ କରି ଉତ୍ପାଦକ ନିର୍ଣ୍ଣୟ କର ।
(i) a4 + a² + 1
(ii) 4x4 + 1
(iii) x4 + 36x²y² + 1296y4
(iv) x4 + 9x²y² + 81y4
(v) x4 + 16x² + 256
ସମାଧାନ :
[a4 +a²b² + b4 =(a² + ab + b²)(a² – ab + b²)]
(i) a4 + a² + 1 = a4 + a².1.1 + 1 = (a)4 + (a)² . (1)² + (1)4
= {a² + a . 1 + (1)²}{a² – a . 1 + (1)²} = (a² + a + 1)(a² – a + 1)
a4 + a² + 1 = (a² + a + 1)(a² – a + 1)
ବିକଳ୍ପ ସମାଧାନ :
a4 + a² + 1 = a4 + 1 + a² = (a²)² + (1)² + 2a² – a² = (a² + 1)² – (a)²
= (a² + 1 + a)(a² + 1 – a) = (a² + a + 1)(a² – a + 1)
a4 + a² + 1 = (a² + a + 1)(a² – a + 1)

(ii) 4x4 + 1 = (2x²)² + (1)² =t (2x²)² + (1)² + 2.2x².1 – 2.2x².1
= (2x² + 1)² – 4x² = (2x² + 1)² – (2x)²
= (2x² + 1 + 2x) (2x² + 1 – 2x) = (2x² + 2x + 1) (2x² – 2x + 1)

(iii) x4 + 36x²y² + 1296y4
= (x)4 + x² . (6y)² + (6y)4
= {x² + x . 6y + (6y)²}{x² – x.6y + (6y)²}
= (x² + 6xy + 36y²)(x² – 6xy + 36y²)
x4 + 36x²y² + 1296y4 = (x² + 6xy + 36y²)(x² – 6xy + 36y²)

(iv) x4 + 9x²y² + 81y4
= (x)4 + (x)² . (3y)² + (3y)4
= {x² + x . 3y + (3y)²}{x² – x . 3y + (3y)²}
= (x² + 3xy + 9y²)(x² – 3xy + 9y²)
x4 + 9x²y² + 81y4 = (x² + 3xy + 9y²)(x² – 3xy + 9y²)

(v) x4 + 16x² + 256
= (x)4 + x².42 + (4)4= (x² + x . 4 + 42)(x² – x . 4 + 42)
= (x² + 4x + 16)(x² – 4x + 16)
x4 + 16x² + 256 = (x² + 4x + 16)(x² – 4x + 16)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

Question 6.
ସୂତ୍ର ପ୍ରୟୋଗ କରି ଉତ୍ପାଦକ ନିର୍ଣ୍ଣୟ କର ।
(i) a² + 6a + 9 – b²
(ii) a² – 4a + 4 – c²
(iii) 4a² – 4a + 1 – 9b²
(iv) a² – 6ab + 9b² – 16c²
(v) 16a² – 24ab + 9b² – 25c²
ସମାଧାନ :
(i) a² + 6a + 9 – b²
= {(a)² + 2 . a . 3 + (3)²} – (b)²
= (a + 3)² – (b)² = (a + 3 + b)(a + 3 – b)
= (a + b + 3)(a – b + 3)
a² + 6a + 9 – b² = (a + b + 3)(a – b + 3)

(ii) a² – 4a + 4 – c² = {(a)² – 2 . a . 2 + (2)²} – (c)²
= (a – 2)² – (c)² = (a – 2 + c)(a – 2 – c) = (a + c – 2)(a – c – 2)
a² – 4a + 4 – c² = (a + c – 2)(a – c – 2)

(iii) 4a² – 4a + 1 – 9b² = {(2a)² – 2 . 2a . 1 + (1)²} – (3b)²
= (2a – 1)² – (3b)² = (2a – 1 + 3b)(2a – 1 – 3b) = (2a + 3b – 1)(2a – 3b – 1)
4a² – 4a + 1 – 9b² = (2a + 3b – 1)(2a – 3b – 1)

(iv) a² – 6ab + 9b² – 16c²
= {(a)² – 2 . a . 3b + (3b)²} – (4c)² = (a – 3b)² – (4c)² = (a – 3b + 4c)(a – 3b – 4c)
a² – 6ab + 9b² – 16c² = (a – 3b + 4c)(a – 3b – 4c)

(v) 16a² – 24ab + 9b² – 25c²
= {(4a)² – 2.4a . 3b + (3b)²} – (5c)² = (4a – 3b)² – (5c)²
= (4a – 3b + 5c)(4a – 3b – 5c)
16a² – 24ab + 9b² – 25c² = (4a – 3b + 5c)(4a – 3b – 5c)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

Question 7.
ଦୁଇଟି-ପୂର୍ବବର୍ଗର ଅନ୍ତର ରୂପେ ପ୍ରକାଶ କରି ଉତ୍ପାଦକ ନିର୍ଣ୍ଣୟ କର ।
(i) x² – 2x – 195
(ii) x² + 4x – 357
(iii) x² + 6x – 112
(iv) x² + 2x – 899
(v) x² – 4x – 621
(vi) x² – 10x – 171
(vii) x² – 6x – 891
(viii) y² + 4x – 192
ସମାଧାନ :
(i) x² – 2x – 195
= x² – 2.x.1 + 1 – 1 – 195
= {(x)² – 2 . x . 1 + (1)²} – 196
= (x – 1)² – (14)²
= (x – 1 + 14)(x – 1 – 14)
= (x + 13)(x – 15)
x² – 2x – 195 = (x + 13)(x – 15)

(ii) x² + 4x – 357
= x² + 4x + 4 – 4 – 357
= (x)² + 2.x.2 + (2)² – 361
= (x + 2)² – (19)²
= (x + 2 + 19)(x + 2-19)
= (x + 21) (x – 17)
x² + 4x – 357 = (x + 21)(x – 17)

(iii) x² + 6x-112
= x² + 6x + 9 – 9 – 112
= {(x)² + 2 . x . 3 + (3)²} – 121
= (x + 3)² – (11)²
= (x + 3 + 11)(x + 3 – 11)
= (x + 14) (x – 8)
x² + 6x – 112 = (x + 14)(x – 8)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(d)

(iv) x² + 2x – 899
= x² + 2x + 1 – 1 – 899
= {x² + 2 . x . 1 + (l)²} – 900
= (x + l)² – (30)²
= (x + 1 + 30)(x + 1 – 30)
= (x + 31)(x – 29)
x² + 2x – 899 = (x + 31)(x – 29)

(v) x² – 4x – 621
= x² – 4x + 4 – 4 – 621
= {x² – 2 . x . 2 + (2)²} – 625
= (x – 2)² – (25)²
= (x – 2 + 25)(x – 2 – 25)
= (x + 23) (x – 27)
x² – 4x – 621 = (x + 23)(x – 27)

(vi) x² – 10x – 171
= (x)² – 10x + 25 – 25 – 171
= (x)² – 2 . x . 5 + (5)² – 196
= (x – 5)² – (14)²
= (x – 5 + 14)(x – 5 – 14)
= (x + 9)(x – 19)
x² – 10x – 171 = (x + 9)(x – 19)

(vii) x² – 6x – 891
= x² – 6x + 9 – 9 – 891
= {(x)² – 2 . x . 3 + (3)²} – 900
= (x – 3)² – (30)²
= (x – 3 + 30)(x – 3 – 30)
= (x + 27)(x – 33)
x² – 6x – 891 = (x + 27)(x – 33)

(viii) x² + 4x – 192
= x² + 4x + 4 – 4 – 192
= (x)² + 2 . x . 2 + (2)² – 196
= (x + 2)²-(14)²
= (x + 2 + 14)(x + 2-14)
= (x + 16)(x – 12)
x² + 4x – 192 = (x + 16)(x – 12)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(b)

Odisha State Board BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(b)

Question 1.
x² + xy + 8x + 8y
ଡ –
x² + xy + 8x + 8yx(x + y) + 8(x + y)(x + y)(x + 8)

Question 2.
pq + pr + q² + qr
ଡ –
pq + pr + q² + qr = p(q + r) + q(q + r) = (q + r)(p + q)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(b)

Question 3.
ab+db+ac+dc
ଡ –
ab + db + ac + dc = b(a + d) + c(a + d) = (a+d)(b+c)

Question 4.
pq + qr + pr + r²
ଡ –
pq + qr + pr + r² = q(p + r) + r(p + r) = (p + r)(q + r)

Question 5.
15xy – 6x + 5y – 2
ଡ –
15xy – 6x + 5y – 2 = 3x(5y – 2)+ 1(5y – 2) = (5y – 2)(3x + 1)

Question 6.
ax + bx – ay – by
ଡ –
ax + bx – ay – by = x(a + b) – y(a + b) = (a + b)(x – y)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(b)

Question 7.
15pq + 15 + 9q + 25p
ଡ –
15Pq + 15 + 9q + 25p = 15pq + 9q + 25p + 15
= 3q(5p + 3) + 5(5p + 3) = (5p + 3)(3q + 5)

Question 8.
2a + 6b – 3(a + 3b)²
ଡ –
2a + 6b – 3(a + 3b)² = 2(a + 3b) – 3(a + 3b)(a + 3b)

Question 9.
a² + 2a + ab + 2b
ଡ –
a² + 2a + ab + 2b = a(a + 2) + b(a + 2) = (a + 2)(a + b)

Question 10.
x² – xz + xy – yz
ଡ –
x² – xz + xy – yz = x(x – z) + y(x – z) = (x – z)(x + y)

Question 11.
a² + bc – ba – ac
ଡ –
a² + bc – ba – ac = a² – ba – ac + bc = a(a – b) – c(a – b) = (a – b) (a – c)

Question 12.
2p² – pq – 2pr + qr
ଡ –
2p² – q – 2pr + qr = p(2p – q) -r²(p – q) = (2p – q)(p – r²)

Question 13.
x² – 3x + 2x – 6
ଡ –
x² – 3x + 2x – 6 = x(x – 3) + 2(x – 3) = (x – 3)(x + 2)

Question 14.
2x² – 5x + 4x – 10
ଡ –
2x² – 5x + 4x – 10 = x(2x – 5) + 2(2x – 5) = (2x – 5)(x + 2)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(b)

Question 15.
x² – y² + x – xy²
ଡ –
x² – y² + x – xy² = x² + x – xy² – y² = x(x + 1) – y²(x + 1) = (x + 1)(x – y²)

Question 16.
lm² – mn² – lm + n²
ଡ –
lm² – mn² – lm + n² = lm² – lm – mn² + n²
= lm(m – 1) – n(m – 1) = (m – 1) (lm – n²)

Question 17.
x³ – 2x²y + 3xy² – 6y³
ଡ –
x³ – 2x²y + 3xy² – 6y³ = x² (x – 2y) + 3y² (x – 2y) = (x – 2y) (x² + 3y²)

Question 18.
6ab – b² + 12ac – 2bc
ଡ –
6ab – b² + 12ac – 2bc = 6ab + 12ac – b² – 2bc
=6a(b + 2c) – b(b + 2c) = (b + 2c)(6a – b)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(b)

Question 19.
x² – 11xy – x + 11y
ଡ –
x² – 11xy – x + 11y = x(x – 11y) – 1(x – 11y) = (x – 11y)(x – 1)

Question 20.
3ax – 6ay – 85y + 4bx
ଡ –
3ax – 6ay – 8by + 4bx = 3ax – 6ay + 4bx – 8by
= 3a (x – 2y) + 4b(x – 2y) = (x – 2y) (3a + 4b)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(a)

Odisha State Board BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(a) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(a)

Question 1.
12x + 36
ଡ –
12x + 36 = 12(x + 3)

Question 2.
8a + 4b
ଡ –
8a + 4b = 4(2a + b)

Question 3.
22y – 33z
ଡ –
33z = 11(2y – 3z)

Question 4.
14pq + 35pqr
ଡ –
14pq + 35pqr = 7pq (2 + 5r)

Question 5.
10a²b + 5a
ଡ –
10a²b + 5a = 5a(2ab + 1)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(a)

Question 6.
15a²bc – 10ab²c
ଡ –
15a²bc – 10ab²c = 5 abc(3a – 2b)

Question 7.
8a³ + 4a² + 2a
ଡ –
8a³ + 4a² + 2a = 2a(4a² + 2a + 1)

Question 8.
30a³b³c³ + 25a5b³c6 – 15a6b6c6
ଡ –
30a³b³c³ + 25a5b³c6 – 15a6b6c6
= 5a³b³c³ (6 + 5a²c³ – 3 a³b³c³)

Question 9.
7(2x+5)+3(2x+5)
ଡ –
7(2x + 5) + 3(2x + 5) = (2x + 5) (7 + 3) (2x + 5)10 = 10(2x + 5)

Question 10.
5a(2x + 3y) – 2b(2x + 3y)
ଡ –
5a(2x + 3y) – 2b(2x + 3y) = (2x + 3y) (5a – 2b)

Question 11.
8(5x + 9y)² + 12(5x + 9y)
ଡ –
8(5x 9y)² + 12(5x + 9y)
= 4(5x + 9y) {2(5x + 9y) + 3} = 4(5x + 9y)(10x + 18y + 3)

Question 12.
9a (6a – 5b) – 12a²(6a – 5b)
ଡ –
9a (6a – 5b) – 12a²(6a – 5b) = 3a (6a – 5b) (3 – 4a)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(a)

Question 13.
5(x – 2y)² + 3(x – 2y)
ଡ –
5(X2y)²+3(x-2y)5(x-2y)(x-2y)+3(x_2y)5(x_2y)(x_2y+3)

Question 14.
6(a+2b)-4(a+2b)²
ଡ –
6(a + 2b) – 4(a + 2b)² = 6(a + 2b) – 4(a + 2b) (a + 2b)
= 2(a + 2b){3 – 2(a + 2b)} = 2(a + 2b){3 – 2a – 4b) = 2(a + 2b)(3 – 2a – 4b)

Question 15.
a(a – 1) + b(a – 1)
ଡ –
a(a – 1) + b(a – 1) = (a – 1) (a + b)

Question 16.
(x – y)² + (x – y)
ଡ –
(x – y)² + (x – y) = (x – y)(x – y) + (x – y)(x – y)(x – y + 1)

Question 17.
a(x – y) + 2b(y – x) + c(x – y)
ଡ –
a(x – y) + 2b(y – x) + c(x – y) = a(x – y) + 2b{-(x – y)} + c(x – y)
=a(x – y) – 2b(x – y) + c(x – y) = (x – y)(a – 2b + c)

BSE Odisha 8th Class Maths Solutions Algebra Chapter 4 ଉତ୍ପାଦକୀକରଣ Ex 4(a)

Question 18.
a(b – c) + b(b – c) + c(b – c)
ଡ –
a(b – c) + b(b – c) + c(b – c) = (b – c)(a + b + c)

Question 19.
x³(a – 2b) + x²(a – 2b)
ଡ –
x³(a – 2b) + x²(a – 2b) = x² (a – 2b) (x + 1)

Question 20.
4(x + y) (3a – b) + 6(x + y) (2b – 3a)
ଡ –
4(x + y) (3a – b) + 6(x + y) (2b – 3a) = 2(x + y) {2(3a – b) + 3(2b – 3a)}
= 2(x + y)(6a – 2b + 6b – 9a) = 2(x + y)(4b³a)

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

Odisha State Board BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା will enable students to study smartly.

BSE Odisha Class 8 History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ବ୍ରିଟିଶ ଶାସନ ପ୍ରତିଷ୍ଠା ପୂର୍ବରୁ ଭାରତର ରାଜନୈତିକ ଅବସ୍ଥା :

  • ମଧ୍ୟଯୁଗୀୟ ଭାରତରେ ବାବର ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଉକ୍ତ ସାମ୍ରାଜ୍ୟ ଆଉରଙ୍ଗଜେବଙ୍କ ମୃତ୍ୟୁପରେ ମଧ୍ୟ ଦୀର୍ଘ ଦେଢ଼ଶହ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା ।
  • ଅଷ୍ଟାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମୋଗଲ ସାମ୍ରାଜ୍ୟର ପତନ ଓ ବିଭାଜନ ଏବଂ ଦ୍ଵିତୀୟାର୍ଦ୍ଧରେ ପାଶ୍ଚାତ୍ୟ ଶକ୍ତିର ଉତ୍‌ଥାନ ଏକ ଉଲ୍ଲେଖନୀୟ ଅଧ୍ୟାୟ ।
  • ଆଉରଙ୍ଗଜେବ ତାଙ୍କ ଶାସନ କାଳରେ ମରହଟ୍ଟା, ଶିଖ୍ ଓ ଜାଠମାନଙ୍କର ବିଦ୍ରୋହ ଦମନରେ ଅସଫଳ ହୋଇ ଶେଷରେ ମୃତ୍ୟୁବରଣ କରିଥିଲେ ।
  • ତାଙ୍କର ଉତ୍ତରାଧିକାରୀମାନେ ଦୁର୍ବଳ ଓ ଅଯୋଗ୍ୟ ଥ‌ିବାରୁ ଅମୀର ବା ସମ୍ଭ୍ରାନ୍ତମାନେ ଦୁରାନୀ, ଇରାନୀ ଓ ହିନ୍ଦୁସ୍ଥାନୀ ପ୍ରଭୃତି ଦଳରେ ବିଭକ୍ତ ହୋଇ ମୋଗଲ ଦରବାରକୁ ଦୁର୍ବଳ କରିବା ସହ ରାଜନୈତିକ ସ୍ବାର୍ଥ ସାଧନରେ ଲାଗିପଡ଼ିଲେ । ଫଳରେ ପ୍ରାଦେଶିକ ଶାସନକର୍ତ୍ତାମାନେ ସ୍ଵାଧୀନ ରାଜ୍ୟ ଗଠନ କରିବାକୁ ଉଦ୍ୟମ କଲେ ।
  • ନିଜାମ-ଭଲ-ମୁଲକଙ୍କ ଉଦ୍ୟମରେ ଦାକ୍ଷିଣାତ୍ୟ ସୁବା ସ୍ଵାଧୀନତା ଲାଭ କରିଥିଲା । ମୋଗଲ ସୈନ୍ୟବାହିନୀର ସର୍ବୋଚ୍ଚ ପଦବୀରେ ରହି ସେ ‘କୁଲି ଖାଁ’ ଉପାଧ୍ ପାଇ ଦାକ୍ଷିଣାତ୍ୟର ଗଭର୍ଣ୍ଣରଭାବେ ନିଯୁକ୍ତି ପାଇଥିଲେ । ସେ ସେଠାରେ ନିଜର କର୍ତ୍ତୃତ୍ଵ ବିସ୍ତାର କରିବାରୁ ତାଙ୍କ ଉପରେ ଅସନ୍ତୁଷ୍ଟ ହୋଇ ମୋଗଲ ସମ୍ରାଟ୍ ହାଇଦ୍ରାବାଦର ଶାସକ ମୁବାରିଜ୍ ଖାଁଙ୍କୁ ଦାକ୍ଷିଣାତ୍ୟକୁ ପଠାଇଥିଲେ ।

ମନେରଖ :
ମୋଗଲ ସାମ୍ରାଜ୍ୟରେ ପ୍ରଦେଶଗୁଡ଼ିକୁ ସୁବା କୁହାଯାଉଥିଲା ।

  • ନିଜାମ-ଉଲ୍-ମୁଲକ୍ ମୁବାରିଜ୍ ଖାଁକୁ ହତ୍ୟାକରି ‘ଅସଫ୍ ଜାହ’ ଉପାଧ୍ ଧାରଣ କରି ସ୍ଵାଧୀନଭାବରେ ଦାକ୍ଷିଣାତ୍ୟରେ ଶାସନ କରିଥିଲେ ।
  • ଅଯୋଧ୍ୟା, ବନାରସ (ବାରଣାସୀ), ଆଲ୍ଲାହାବାଦ ଓ କାନପୁରକୁ ନେଇ ଅଯୋଧ୍ୟା ସୁବା ଗଠିତ ହୋଇଥିଲା । ସାଦତ୍ ଖାଁ ଏହାର ସୁବାଦାର ଥିଲେ । ତାଙ୍କପରେ ସଫଦରଜଙ୍ଗ ଅଯୋଧ୍ୟାର ଶାସକ ହୋଇଥଲେ, ଯିଏକି ପରେ ଦିଲ୍ଲୀର ୱାଜିର ହୋଇଥିଲେ । ତାଙ୍କ ପରେ ତାଙ୍କ ପୁଅ ସୁଜାଉଦୌଲା ଅଯୋଧ୍ୟାର ନବାବ ହୋଇ ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରି ଉତ୍ତର ଭାରତ ରାଜନୀତିରେ ପ୍ରଭାବ ବିସ୍ତାର କରିଥିଲେ ।

ମନେରଖ :

  • ମୋଗଲ ଶାସନକାଳରେ ପ୍ରଧାନମନ୍ତ୍ରୀଙ୍କୁ ୱାକିର କୁହାଯାଉଥିଲା ।
  • ମୋଗଲ ଶାସନ କାଳରେ ପ୍ରାଦେଶିକ ଶାସନ ଦାୟିତ୍ଵ ସୁବାଦାର ଓ ଦେୱାନଙ୍କ ଉପରେ ନ୍ୟସ୍ତ ଥିଲା । ସୁବାଦାରଙ୍କ କାର୍ଯ୍ୟ – ନିରାପତ୍ତା, ପୋଲିସ ଓ ଫୌଜଦାରୀ ମକଦ୍ଦମା ପରିଚାଳନା । ଦେୱାନଙ୍କ କାର୍ଯ୍ୟ – ରାଜସ୍ଵ ଓ ତତ୍‌ ସମ୍ପର୍କୀୟ ମକଦ୍ଦମା ପରିଚାଳନା ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

ୱାଜିର (ପ୍ରଧାନମନ୍ତ୍ରୀ):
ଦାୟିତ୍ବ – ଅର୍ଥ ଓ ରାଜସ୍ୱ
ଅତିରିକ୍ତ ଦାୟିତ୍ବ –

  1. ସମ୍ର।ଟଙ୍କ ଅନୁପସ୍ଥିତିରେ ଶାସନକାର୍ଯ ପରିଚାଳନା ।
  2. ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଓ ବରଖ।ସ୍ତ

→ ନାଦିର ଶାହଙ୍କ ଭାରତ ଆକ୍ରମଣ :
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.4

  • ମୋଗଲ ସାମ୍ରାଜ୍ୟର ଆଭ୍ୟନ୍ତରୀଣ ବିଶୃଙ୍ଖଳାର ସୁଯୋଗ ନେଇ ୧୭୩୯ ଖ୍ରୀଷ୍ଟାବ୍ଦରେ ପାରସ୍ୟର ରାଜା ନାଦିର ଶାହ ଭାରତ ଆକ୍ରମଣ କରିଥିଲେ ।
  • ମୋଗଲ ଶାସନାଧୀନ ଲାହୋର ଅଧିକାର ପରେ ସେ ଦିଲ୍ଲୀ ଅଭିମୁଖେ ଅଗ୍ରସର ହେଉଥ୍ବା ସମୟରେ ପାନିପଥ ନିକିଟବର୍ତ୍ତୀ କର୍ଣ୍ଣ।ଲଠାରେ ମୋଗଲସେନାଙ୍କୁ ପରାସ୍ତ କରି ପରାଜିତ ମୋଗଲ ସମ୍ରାଟ ଅହମ୍ମଦ ଶାହଙ୍କୁ ନେଇ ଦିଲ୍ଲୀରେ ପ୍ରବେଶ କଲେ ।
  • ସେ ଦିଲ୍ଲୀକୁ ଲୁଣ୍ଠନ କରି ଶାହାଜାହାନଙ୍କ ନିର୍ମିତ ‘ମୟୂର ସିଂହାସନ’, କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ସଙ୍ଗରେ ନେଇ ପାରସ୍ୟ ପ୍ରତ୍ୟାବର୍ତ୍ତନ କରିଥିଲେ ।

ମନେରଖ :
ଶାହାଜାହାନଙ୍କ ନିର୍ମିତ ମୟୂର ସିଂହାସନରେ ହୀରା, ନୀଳା, ମୋତି, ମାଣିକ୍ୟ ଖଚିତ ହୋଇଥିଲା । ଏହା ସାତବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମିତ ହୋଇଥିଲା ।

→ ରାଜପୁତ୍ମାମାନଙ୍କ ଅଭ୍ୟୁଦୟ :

  • ଆକବରଙ୍କୁ ଦୃଢ଼ ସମର୍ଥନ କରିଥିବା ରାଜପୁତ୍ରମାନେ ଆଉରଙ୍ଗଜେବଙ୍କ ସଂକୀର୍ଣ୍ଣ ଓ ଧର୍ମବିଦ୍ବେଷ ନୀତି ଯୋଗୁଁ ମୋଗଲମାନଙ୍କ ଶତ୍ରୁ ହୋଇଗଲେ ।
  • ଆଉରଙ୍ଗଜେବ୍‌ଙ୍କ ମୃତ୍ୟୁପରେ ରାଜପୁତ୍ରମାନେ ମେୱାର (ଉଦୟପୁର), ମାରୱାର (ଯୋଧପୁର) ଓ ଅମ୍ବର (ଜୟପୁର) ନାମକ ସ୍ଵାଧୀନ ରାଜ୍ୟ ଗଠନ କଲେ ।
  • ମାରୱାରର ରାଜା ଅଜିତ୍ ସିଂହ ଗୁଜରାଟ, ଆଜମିର ଓ ଆଗ୍ରାର ଶାସନକର୍ତ୍ତା ଥିଲେ ।
  • ସେ ଦିଲ୍ଲୀ, ଜୟପୁର, ବନାରସ, ମଥୁରା ଓ ଉଜ୍ଜୟିନୀରେ ଜ୍ୟୋତିର୍ବିଜ୍ଞାନ ପର୍ଯ୍ୟବେକ୍ଷଣାଗାର ପ୍ରତିଷ୍ଠା କରିଥିଲେ ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

→ ଶିମାନଙ୍କ ଅଭ୍ୟୁଦୟ :

  • ଶିଖମାନଙ୍କ ଦଶମ ଗୁରୁ ଗୋବିନ୍ଦ ସିଂହ ଶିଖୁମାନଙ୍କୁ ସଂଗଠିତ କରି ଏକ ଶକ୍ତିଶାଳୀ ସୈନ୍ୟବାହିନୀ ଗଠନ କରିଥିଲେ ।
  • ପରବର୍ତ୍ତୀ କାଳରେ ବାନ୍ଦା ବାହାଦୁର ଶିଙ୍ଖାମାନଙ୍କ ନେତୃତ୍ଵ ନେଇ ଲାହୋର ଅଧିକାର କରିଥିଲେ ।
  • ଝେଲମ୍‌ଠାରୁ ସତଲେଜ୍ ନଦୀ ପର୍ଯ୍ୟନ୍ତ ଶିଶୁମାନଙ୍କ ଅଧିକାରରେ ଥିଲେ ମଧ୍ୟ ସେମାନେ କୌଣସି ରାଜ୍ୟ ଗଠନ କରିପାରି ନଥିଲେ ।
  • ଆଫଗାନ ରାଜା ଅହମ୍ମଦଶାହ ଅବଦଲ୍ଲୀ ଶିଳ୍ପୀମାନଙ୍କଦ୍ୱାରା ସଂଘଟିତ ସଂଘ (ମିସ୍‌)ଗୁଡ଼ିକୁ ଦମନ କରିବାରେ ବିଫଳ ହୋଇ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।
  • ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ମହାରାଜା ରଣଜିତ୍ ସିଂହ ଉକ୍ତ ମିସ୍‌ଗୁଡ଼ିକୁ ଏକତ୍ରିତ କରି ଏକ ଶକ୍ତିଶାଳୀ ରାଜ୍ୟ ଗଠନ କରିଥିଲେ ।

→ ମରହଟ୍ଟାମାନଙ୍କ ଉତ୍‌ଥାନ :

  1. ମରହଟ୍ଟାମାନଙ୍କୁ ଏକତ୍ରିତ କରି ଶିବାଜୀ ମରହଟ୍ଟା ରାଜ୍ୟ ଗଠନ କରିଥିଲେ । ପରବର୍ତ୍ତୀ କାଳରେ ତାଙ୍କର ପୁତ୍ର ଶଙ୍ଖାଜୀଙ୍କୁ ମୋଗଲମାନଙ୍କଦ୍ୱାରା ହତ୍ୟା କରାଯାଇଥିଲା ଓ ତାଙ୍କ ପୁତ୍ର ଶାହୁଜୀଙ୍କୁ ବନ୍ଦୀ କରାଯାଇଥିଲା ।
  2. ଶିବାଜୀଙ୍କ ଦ୍ୱିତୀୟପୁତ୍ର ରାଜାରାମ ଓ କାରାମୁକ୍ତ ହୋଇଥିବା ଶାହୁଜୀଙ୍କ ମଧ୍ୟରେ ସିଂହାସନ ପାଇଁ ଗୃହଯୁଦ୍ଧ ହେଲା । ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ ଶାହୁଜୀ ସିଂହାସନ ଅଧ୍ୟାର କଲେ ।
  3. ରାଜାରାମଙ୍କ ମୃତ୍ୟୁପରେ ତାଙ୍କର ବିଧବା ପତ୍ନୀ ତାରାବାଈ ନିଜର ନାବାଳକ ପୁତ୍ର ତୃତୀୟ ଶିବାଜୀଙ୍କୁ କୋହ୍ଲାପୁର ସିଂହାସନରେ ବସାଇ ରାଜପ୍ରତିନିଧ୍ ଭାବରେ ଶାସନ ପରିଚାଳନା କରିଥିଲେ ।
  4. ତାରାବାଈଙ୍କ ନେତୃତ୍ଵରେ ମରହଟ୍ଟାମାନେ ମୋଗଲବାହିନୀ ବିରୁଦ୍ଧରେ ଯୁଦ୍ଧ କରିଥିଲେ ।
  5. ପରବର୍ତ୍ତୀ କାଳରେ ତାରାବାଈ ଓ ଶାହୁଜୀଙ୍କ ମଧ୍ୟରେ ମରହଟ୍ଟା ରାଜ୍ୟ ପାଇଁ ଗୃହଯୁଦ୍ଧ ହେଲା । ଶାହୁଜୀ ପେଶ ବାଲାଜୀ ବିଶ୍ଵନାଥଙ୍କ ସହାୟତାରେ ସିଂହାସନ ଆରୋହଣ କଲେ ।
  6. ଶାହୁଜୀଙ୍କୁ ନାମକୁ ମାତ୍ର ରାଜା କରାଇ ବାଲାଜୀ ଶାସନ କାର୍ଯ୍ୟ ପରିଚାଳନା କଲେ ଓ ସେହିଦିନଠାରୁ ପେଶ ପଦ ପୁରୁଷାନୁକ୍ରମିକ ହେଲା ।
  7. ବାଲାଜୀଙ୍କ ପରେ ପ୍ରଥମ ବାଜିରାଓ ମରହଟ୍ଟାମାନଙ୍କର ଶାସକ ହେଲେ । ତାଙ୍କ ପରେ ମରହଟ୍ଟା ଶକ୍ତି ଦୁର୍ବଳ ହୋଇଗଲା ।
  8. ଉକ୍ତ ଦୁର୍ବଳତାର ସୁଯୋଗ ନେଇ ଆଫଗାନ ରାଜା ଅହମ୍ମଦଶାହ ଅବଦଲ୍ଲୀ ୧୭୬୧ ଖ୍ରୀଷ୍ଟାବ୍ଦରେ ତୃତୀୟ ପାନିପଥ ଯୁଦ୍ଧରେ ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ ।

ମନେରଖ :

  • ମରହଟ୍ଟା ରାଜ୍ୟ ଶାସନ ପାଇଁ ନିଯୁକ୍ତ ପ୍ରଧାନମନ୍ତ୍ରୀଙ୍କୁ ପେଶ କୁହାଯାଉଥିଲା ।
  • ସେ ଶାସନକାର୍ଯ୍ୟ ଓ ଜନହିତକର କାର୍ଯ୍ୟ ପରିଚାଳନା କରୁଥିଲେ ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

→ ଭାରତରେ କମ୍ପାନୀ ଶାସନର ଭିତ୍ତି ସ୍ଥାପନ :

  • ୧୪୫୩ ଖ୍ରୀଷ୍ଟାବ୍ଦରେ ତୁର୍କୀମାନେ କନଷ୍ଟାଣ୍ଟିନୋପ୍‌ଲ ଅଧିକାର କଲାପରେ ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ କାରବାର ବାଧାପ୍ରାପ୍ତ ହେଲା ।
  • ଇଉରୋପୀୟମାନେ ଭାରତ ସହ ସିଧାସଳଖ ବାଣିଜ୍ୟ କାରବାର କରିବାପାଇଁ ଉଦ୍ୟମ ଚଳାଇଲେ ।

→ ପର୍ତ୍ତୁଗୀଜ୍ :
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.5

  • ୧୪୯୮ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗୀଜମାନେ ପ୍ରଥମେ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।
  • ସେମାନେ ଭାରତର ଗୋଆ, ଡାମନ, ଡିଉ, ସାଲସେଟ୍ ବେସିନ୍, ବମ୍ବେ (ମୁମ୍ବାଇ) ଏବଂ ବଙ୍ଗଦେଶର ହୁଗୁଳି ପ୍ରଭୃତି ସ୍ଥାନରେ ବାଣିଜ୍ୟ କୋଠି ନିର୍ମାଣ କରି ଭାରତରେ ପର୍ତ୍ତୁଗୀଜ୍ ଉପନିବେଶ ସ୍ଥାପନ କରିଥିଲେ ।
  • ଭାରତରେ ପର୍ତ୍ତୁଗୀଜମାନଙ୍କରଣ୍ଣଗଭ ରଭାରେ ଆଲଚୁକର୍କ ନିଯୁକ୍ତ ହୋଇଥିଲେ । ସେ ଏକ ବିରାଟ ନୌଶକ୍ତି ଗଠନକରି ପର୍ତ୍ତୁଗୀଜମାନଙ୍କ ପ୍ରତିପତ୍ତି ବୃଦ୍ଧି କରାଇଥିଲେ ।
  • ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ ପର୍ତ୍ତୁଗୀଜମାନେ ଜଳଦସ୍ୟୁ ବୃତ୍ତି କରିବା ସହିତ ଭାରତୀୟମାନଙ୍କୁ | ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଇଥିଲେ । ଫଳରେ ମୋଗଲ ସମ୍ରାଟମାନେ ସେମାନଙ୍କୁ ବାଧା ଦେଇଥିଲେ । ଶେଷରେ ଇଂରେଜ ଓ ଓଲନ୍ଦାଜମାନଙ୍କର ପ୍ରବଳ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇ ସେମାନଙ୍କ ବାଣିଜ୍ୟକୋଠି ହରାଇଥିଲେ ।
  • ୧୯୬୧ ମସିହାରେ ପର୍ତ୍ତୁଗୀଜମାନଙ୍କ ଉପନିବେଶ ସ୍ଵାଧୀନ ଭାରତରୁ ଲୋପ ପାଇଥିଲା ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

→ ଓଲନ୍ଦାଜ :

  • ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ହଲାଣ୍ଡର ଅଧିବାସୀ ଡଚ୍ ବା ଓଲନ୍ଦାଜମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଲେ । ୧୬୦୨ ଖ୍ରୀ.ଅ.ରେ ସେମାନେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ । ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗଦେଶ, ବାଲେଶ୍ୱର, କୋଚିନ୍ ଆଦି ସ୍ଥାନରେ ସେମାନେ ବାଣିଜ୍ୟ କୋଠି ସ୍ଥାପନ କରିଥିଲେ ।
  • ଭାରତରେ ଏକଚାଟିଆ ବ୍ୟବସାୟ କରି ସାମ୍ରାଜ୍ୟ ବିସ୍ତାର କରିବାପାଇଁ ଚେଷ୍ଟା କଲାବେଳେ ଇଂରେଜମାନଙ୍କ ସହିତ ସେମାନଙ୍କର ସଂଘର୍ଷ ହୋଇଥିଲା ଓ ପରାସ୍ତ ହୋଇ ସେମାନେ ଭାରତରୁ ବିଦାୟ ନେଇଥିଲେ ।

→  ଦିନାମାର :

  • ଡେନ୍‌ମାର୍କର ଅଧିବାସୀ ଡେନ୍‌ସ୍‌ଙ୍କୁ ଓଡ଼ିଆରେ ‘ଦିନାମାର’ କୁହାଯାଏ । ସେମାନେ ଏକ ବାଣିଜ୍ୟିକ କମ୍ପାନୀ ଗଠନ କରି ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।
  • ସେମାନେ ବଙ୍ଗଦେଶର ଶ୍ରୀରାମପୁରଠାରେ ବାଣିଜ୍ୟକୋଠି ପ୍ରତିଷ୍ଠା କରିଥିଲେ ଓ ପରେ ଇଂରେଜମାନଙ୍କୁ ସେମାନଙ୍କ ବାଣିଜ୍ୟକୋଠି ବିକ୍ରୟ କରି ଭାରତରୁ ବିଦାୟ ନେଇଥିଲେ ।

ମନେରଖ :

  1. କନଷ୍ଟାଣ୍ଟିନୋପ୍‌ ତୁର୍କୀରାଜ୍ୟର ପ୍ରାଚୀନ ଶିକ୍ଷା, ସଂସ୍କୃତି ଓ ବାଣିଜ୍ୟସ୍ଥଳୀ ଥିଲା ।
  2. ମୁସଲମାନମାନଙ୍କଦ୍ଵାରା ପ୍ରତିଷ୍ଠିତ ଅଟୋମାନ ସାମ୍ରାଜ୍ୟର ସୁଲତାନ ଦ୍ଵିତୀୟ ମହମ୍ମଦ ୧୪୫୩ ଖ୍ରୀ.ଅ.ରେ କନଷ୍ଟାଣ୍ଟିନୋପଲ୍‌ ଅଧୂକାର କରିଥିଲେ ।
  3. ଇଉରୋପରେ ନବଜାଗରଣ ସୃଷ୍ଟି ପାଇଁ କନଷ୍ଟାଣ୍ଟିନୋପ୍‌ଲର ପତନ ବିଶେଷଭାବେ ସହାୟକ ହୋଇଥିଲା ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

→ ବ୍ରିଟିଶ ଇଷ୍ଟଇଣ୍ଡିଆ କମ୍ପାନୀ :

  • ୧୬୦୦ ଖ୍ରୀଷ୍ଟାବ୍ଦରେ ରାଣୀ ଏଲିଜାବେଥ୍ ଇଂଲଣ୍ଡର ଦଳେ ବଣିକ ଓ ନାବିକଙ୍କୁ ପ୍ରାଚ୍ୟ ଦେଶ ସହ ବାଣିଜ୍ୟ କରିବାପାଇଁ ଅନୁମତି ଦେଲେ । ସେମାନେ ବ୍ରିଟିଶ୍ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କଲେ ।
  • ଜାହାଙ୍ଗୀରଙ୍କଠାରୁ ଇଂରେଜ ରାଜଦୂତ ହକିନ୍ସ ଓ ପରେ ସାର୍ ଟମାସ୍‌ରୋ ଭାରତରେ ବାଣିଜ୍ୟ କରିବାପାଇଁ ଅନୁମତି ପାଇଲେ ।
  • କ୍ରମେ ମସଲିପଟ୍ଟମ, ମହାନଦୀ ମୁହାଣସ୍ଥିତ ହରିପୁର, ବାଲେଶ୍ଵର, ହୁଗୁଳି, ପାଟଣା ଏବଂ କାଶିମ୍ ବଜାର ଆଦି ସ୍ଥାନରେ ବାଣିଜ୍ୟକୋଠି ନିର୍ମିତ ହେଲା । ପରେ ପରେ ମାନ୍ଦ୍ରାଜ (ଚେନ୍ନାଇ), ବମ୍ବେ (ମୁମ୍ବାଇ) ଓ କଲିକତା (କୋଲକାତା) ଇଂରେଜମାନଙ୍କ ତିନିଗୋଟି ମୁଖ୍ୟ ବାଣିଜ୍ୟ କେନ୍ଦ୍ରରେ ପରିଣତ ହେଲା ।

→ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ :
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.6

  • ୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀମାନେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରି ଭାରତରେ ବାଣିଜ୍ୟ କରିବାପାଇଁ ପଦକ୍ଷେପ ନେଲେ । ଭାରତରେ ବାଣିଜ୍ୟ କରିବାକୁ ସେମାନେ ମୋଗଲ ସମ୍ର।ଟ ଆଉରଙ୍ଗଜେବଙ୍କ ଅନୁମତି ଲାଭ କରିଥିଲେ ।
  • ସେମାନେ ସୁରତ, ମସିଲିପଟ୍ଟମ୍, ପଣ୍ଡିଚେରୀ (ପୁଦୁଚେରି) ଓ ବଙ୍ଗଳାର ଚନ୍ଦନନଗରଠାରେ ବାଣିଜ୍ୟକୋଠି ସ୍ଥାପନ କରିଥିଲେ ।

→ ବଣିକଗୋଷ୍ଠୀ ସଂଘର୍ଷ :

  • ଭାରତରେ ବାଣିଜ୍ୟ କରିବାକୁ ସେମାନେ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଅନୁମତି ଲାଭ କରିଥିଲେ ।
  • ଏହି ସଂଘର୍ଷ କର୍ଣାଟକ ରାଜ୍ୟରୁ ଆରମ୍ଭ ହେଲା ।
  • ପ୍ରଥମ କର୍ଣ୍ଣାଟ ସମର (୧୭୪୦-୧୭୪୮) :
    ଅଷ୍ଟ୍ରିଆ ଉତ୍ତରାକାର ସଂକ୍ରାନ୍ତ ଯୁଦ୍ଧରେ ଇଂରେଜ ଓ ଫରାସୀ ଦୁଇପକ୍ଷ ଥିବାରୁ ଭାରତରେ ମଧ୍ୟ ସେମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା । ପ୍ରଥମେ ଇଂରେଜମାନେ ପଣ୍ଡିଚେରୀ (ପୁଦୁଚେରୀ) ଆକ୍ରମଣ କରିବାରୁ ଡ୍ୟୁପ୍ଲେଙ୍କ ନେତୃତ୍ବରେ ଫରାସୀମାନେ ଇଂରେଜମାନଙ୍କଠାରୁ ମାନ୍ଦ୍ରାଜ (ଚେନ୍ନାଇ) ଅଧୁକାର କଲେ । ଇଉରୋପରେ ଫରାସୀ ଓ ଇଂରେଜମାନଙ୍କ ମଧ୍ୟରେ ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବାରୁ ଯୁଦ୍ଧ ବନ୍ଦ ହେଲା । ଇଂରେଜମାନେ ମାନ୍ଦ୍ରାଜ ଫେରି ପାଇଲେ ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

ମନେରଖ :
୧୭୫୬ ଖ୍ରୀ.ଅ.ରୁ ୧୭୬୩ ଖ୍ରୀ.ଅ. ପର୍ଯ୍ୟନ୍ତ ଇଉରୋପରେ ଇଂଲଣ୍ଡ ଓ ଫ୍ରାନ୍ସ ମଧ୍ୟରେ ସପ୍ତବର୍ଷୀୟ ଯୁଦ୍ଧ ଲାଗିଥିଲା ।

  • ଦ୍ବିତୀୟ କର୍ଣାଟ ସମର (୧୭୫୦ – ୧୭୫୪) :
    କର୍ଣ୍ଣାଟକର ନବାବ ପଦ ଓ ହାଇଦ୍ରାବାଦର ସିଂହାସନ ପାଇଁ ହୋଇଥ‌ିବା ବିବାଦରେ ଇଂରେଜ ଓ ଫରାସୀମାନେ ଜଡ଼ିତ ଥ‌ିବା କାରଣରୁ ସେମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଗଲା, ଯାହାକୁ ଦ୍ବିତୀୟ କର୍ଣାଟ ସମର କୁହାଯାଏ । ଏହି ଯୁଦ୍ଧରେ ପ୍ରଥମେ ଫରାସୀମାନେ ସଫଳତା ପାଇଥିଲେ ହେଁ ଶେଷଭାଗରେ ଇଂରେଜମାନଙ୍କ ପ୍ରଭାବ ବୃଦ୍ଧିପାଇଲା ।
  • ତୃତୀୟ କର୍ଣାଟ ସମର (୧୭୫୮) :
    ଇଉରୋପରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ସପ୍ତବର୍ଷୀୟ ଯୁଦ୍ଧର ଫଳସ୍ବରୂପ ଏହି ଯୁଦ୍ଧ ସଂଘଟିତ ହୋଇଥିଲା । ୧୭୫୮ ଖ୍ରୀ.ଅ.ରେ ଫରାସୀ ସେନାପତି କାଉଣ୍ଟ ଡି ଲାଲୀ ସେଣ୍ଟ ଡେଭିଡ଼ ଦୁର୍ଗ ଅଧିକାର କଲେ ଓ ୧୭୬୦ ଖ୍ରୀ.ଅ.ରେ ଇଂରେଜ ସେନାପତି ଆୟରକୁଟ ୱାଣ୍ଡିଅସ୍ ଯୁଦ୍ଧରେ କାଉଣ୍ଟ ଡି ଲାଲୀଙ୍କୁ ପରାସ୍ତ କରି ଦାକ୍ଷିଣାତ୍ୟରେ କ୍ଷମତା ବିସ୍ତାର କଲେ । ଇଉରୋପରେ ସପ୍ତବର୍ଷବ୍ୟାପୀ ଯୁଦ୍ଧର ପରିସମାପ୍ତି ଘଟିବାରୁ ଭାରତରେ ମଧ୍ୟ ଯୁଦ୍ଧ ବନ୍ଦ ହୋଇଥିଲା।
  • ଏହି ତିନୋଟି କର୍ଣ୍ଣାଟ ସମର ପରେ ଇଂରେଜମାନେ ଅଧିକ ଶକ୍ତିଶାଳୀ ହୋଇ ବଙ୍ଗଦେଶରେ କ୍ଷମତା ବିସ୍ତାର ପାଇଁ ଚେଷ୍ଟା କଲେ ।

ଭାରତରେ ଇଂରେଜ ସାମ୍ରାଜ୍ୟ ବିସ୍ତାର ପାଇଁ ସଂଘର୍ଷ :
→ ବଙ୍ଗଦେଶରେ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ :
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.7

  • ୧୭୪୦ ଖ୍ରୀଷ୍ଟାବ୍ଦରେ ଆଲିବର୍ଦ୍ଦି ଖାଁ ନିଜକୁ ବଙ୍ଗଳାର ନବାବ ବୋଲି ଘୋଷଣା କଲେ । ୧୭୪୦ଖ୍ରୀ.ଅ.ରୁ ୧୭୫୬ ଖ୍ରୀ.ଅ. ପର୍ଯ୍ୟନ୍ତ ସେ ବଙ୍ଗ, ବିହାର ଓ ଓଡ଼ିଶାର ଶାସନକର୍ତ୍ତା ହୋଇଥିଲେ ।
  • ୭୫୬ ଖ୍ରୀ.ଅ.ରେ ଆଲିବର୍ଦ୍ଦି ଖାଁଙ୍କର ମୃତ୍ୟୁପରେ ତାଙ୍କ ନାତି ସିରାଜଉଦୌଲା ବଙ୍ଗର ନବାବ ହେଲେ ।
  • କଲିକତାରେ ଇଂରେଜମାନଙ୍କ ଦୁର୍ଗ ନିର୍ମାଣ ଓ ସମ୍ପ୍ରସାରଣକୁ କେନ୍ଦ୍ରକରି ସିରାଜ ଓ ଇଂରେଜମାନଙ୍କ ମଧ୍ୟରେ ସଂଘର୍ଷ ହେଲା । ସିରାଜ ଇଂରେଜମାନଙ୍କୁ ବନ୍ଦୀକରି ଗୋଟିଏ କୋଠରି ମଧ୍ୟରେ ଆବଦ୍ଧ କରି ରଖୁବାରୁ ଅନ୍ଧକୂପ ହତ୍ୟା ସଂଘଟିତ ହୋଇଥିଲା । ପରେ କ୍ଲାଇଡ୍ ଓ ସିରାଜଙ୍କ ମଧ୍ୟରେ ଯୁଦ୍ଧ ଓ ସନ୍ଧି ହୋଇଥିଲା । ଇଂରେଜମାନେ କଲିକତାରେ ଦୁର୍ଗ ନିର୍ମାଣ କରିବାକୁ ଅନୁମତି ପାଇଲେ ।

ମନେରଖ :
ସିରାଜଉଲା ୧୭୫୬ ମସିହା ଜୁନ୍ ୨୫ ତାରିଖ ଦିନ ଫୋର୍ଟ ଉଇଲିୟମ୍ ଦୁର୍ଗ ମଧ୍ୟରେ ୧୮ ଫୁଟ ଲମ୍ବ ୧୪ ଫୁଟ ୧୦ ଇଞ୍ଚ ପ୍ରସ୍ଥ ବିଶିଷ୍ଟ ଏକ ଅନ୍ଧକାର କୋଠରି ମଧ୍ୟରେ ୧୪୬ ଜଣ ଇଂରେଜଙ୍କୁ ବନ୍ଦୀ କରି ରଖୁଥିଲେ । ପ୍ରଚଣ୍ଡ ଉତ୍ତାପ ଓ ତୃଷ୍ଣାରେ ଶ୍ଵାସରୁଦ୍ଧହୋଇ ୧୨୩ ଜଣ ପ୍ରାଣତ୍ୟାଗ କରିଥିଲେ । ତାହାକୁ ଇଂରେଜମାନେ ‘ଅନ୍ଧକୂପ ହତ୍ୟା’ ନାମରେ ନାମିତ କରିଥିଲେ ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

→ ପଲାସୀ ଯୁଦ୍ଧ :
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.8

  • ୧୭୫୭ ଖ୍ରୀଷ୍ଟାବ୍ଦ ଜୁନ୍ ୨୩ ତାରିଖରେ ଭାଗିରଥୀ ନଦୀକୂଳସ୍ଥ ପଲାସୀ ନାମକ ସ୍ଥାନରେ ବଙ୍ଗର ନବାବ ସିରାଜଉଦୌଲା ଓ ଇଂରେଜ ଶାସକ କ୍ଲାଇବ୍ଲଙ୍କ ମଧ୍ୟରେ ପଲାସୀ ଯୁଦ୍ଧ ସଂଘଟିତ ହୋଇଥିଲା ।
  • ସେନାପତି ମୀରଜାଫର ଓ ରାୟଦୁର୍ଲଭଙ୍କ ବିଶ୍ୱାସଘାତକତା ଯୋଗୁଁ ସିରାଜ ମୁର୍ଶିଦାବାଦଠାରେ ବନ୍ଦୀ ହେଲେ । ପରେ ମୀଜାଫରଙ୍କ ପୁତ୍ର ମିରନ୍ ତାଙ୍କୁ ବନ୍ଦୀଶାଳରେ ହତ୍ୟା କରିଥିଲେ ।
  • ଯୁଦ୍ଧପରେ ଇଷ୍ଟଇଣ୍ଡିଆ କମ୍ପାନୀ ମାର୍ଜାଫରଙ୍କୁ ସିହି।ସନରେ ବସାଇ ଓ ପରେ ତାଙ୍କୁ ବିତାଡ଼ିତ କରି ତାଙ୍କ ଜାମାତା ମୀର୍‌ରକାଶିମ୍‌ଙ୍କୁ ସିଂହାସନରେ ବସାଇଲେ ।

→ ବକ୍‌ସାର୍ ଯୁଦ୍ଧ :

  1. ୧୭୬୪ ଖ୍ରୀଷ୍ଟାବ୍ଦରେ ବକ୍‌ସାର ଯୁଦ୍ଧ ସଂଘଟିତ ହୋଇଥିଲା । ଏହି ଯୁଦ୍ଧରେ ଇଂରେଜମାନେ ବଙ୍ଗ, ଅଯୋଧ୍ୟା ଓ ଦିଲ୍ଲୀ ଶାସକଙ୍କ ମିଳିତ ବାହିନୀକୁ ପରାଜିତ କରିଥିଲେ ।
  2. ବକ୍‌ସାର ଯୁଦ୍ଧପରେ ଇଂରେଜମାନେ ମୋଗଲ ସମ୍ରାଟ ଶାହାଆଲମ୍ଙ୍କଠାରୁ ବଙ୍ଗ, ବିହାର ଓ ଓଡ଼ିଶାର ଦେୱାନୀ ଲାଭକରି ପ୍ରକୃତ ଶାସକ ହୋଇପାରିଥିଲେ ।

→ ଦ୍ଵୈତ ଶାସନ :

  • କ୍ଲାଇବ ବଙ୍ଗର ଶାସନ ବ୍ୟବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ । ବଙ୍ଗର ନବାବଙ୍କ ହାତରେ ଶାସନ ଓ ବିଚାର ବିଭାଗ ରହିଲାବେଳେ କମ୍ପାନୀ ହାତରେ ସାମରିକ ଓ ରାଜସ୍ୱ ଆଦାୟ ଦାୟିତ୍ଵ ରହିଥିଲା । ଏହାକୁ ଦ୍ୱୈତ ଶାସନ କୁହାଯାଏ ।
  • ଦ୍ୱୈତ ଶାସନ ପ୍ରଚଳନ ଫଳରେ ଶାସନଗତ ବିଶୃଙ୍ଖଳା ସୃଷ୍ଟି ହେଲା । ଏହି ବ୍ୟବସ୍ଥାଦ୍ୱାରା ଇଂରେଜମାନେ ଲାଭବାନ୍ ହେଉଥ‌ିବାବେଳେ ପ୍ରଜାମାନଙ୍କ ଦୁଃଖଦୁର୍ଦ୍ଦଶା ବଢ଼ିଗଲା ।
  • ୧୭୭୧ ଖ୍ରୀଷ୍ଟାବ୍ଦରେ ଦ୍ଵୈତ ଶାସନ ବ୍ୟବସ୍ଥାକୁ ପ୍ରତ୍ୟାହାର କରାଗଲା ।
  • ପଲାସୀ ଯୁଦ୍ଧ ଓ ବକ୍‌ସାର ଯୁଦ୍ଧ ପରେ ଭାରତରେ ଇଂରେଜମାନଙ୍କର ପ୍ରତିପରି ବୃଦ୍ଧିପାଇଥିଲା ଏବଂ ସେମାନେ ଭାରତର ଅନ୍ୟାନ୍ୟ ଅଞ୍ଚଳରେ କ୍ଷମତା ବିସ୍ତାର କରିବାପାଇଁ ଚେଷ୍ଟାକଲେ ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

→ ମହୀଶୂର ଯୁଦ୍ଧ :
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.9

  • ପ୍ରଥମ ମହୀଶୂର ସମର – ମହୀଶୂରର ଶାସକ ହାଇଦର ଅଲ୍ଲୀ ପଡ଼ୋଶୀ ରାଜ୍ୟଗୁଡ଼ିକୁ ଅଧିକାର କରିବାପାଇଁ ଉଦ୍ୟମ କରିବାରୁ ୧୭୬୭ ଖ୍ରୀ.ଅ.ରେ ତାଙ୍କର ମରହଟ୍ଟା, ହାଇଦ୍ରାବାଦର ନିଜାମ ଓ ଇଂରେଜମାନଙ୍କ ମିଳିତ ବାହିନୀ ସହ ଯୁଦ୍ଧ ହେଲା । ଏହି ଯୁଦ୍ଧରେ ହାଇଦର ଅଲ୍ଲୀ ମିଳିତ ବାହିନୀକୁ ପରାଜିତ କଲେ ଓ ୧୭୬୯ ଖ୍ରୀ.ଅ.ରେ ସନ୍ଧି ସ୍ବାକ୍ଷରିତ ହେଲା ।
  • ଦ୍ଵିତୀୟ ମହୀଶୂର ସମର – ଇଂରେଜମାନେ ହାଇଦରଙ୍କ ରାଜ୍ୟରେ ଥୁବା ଫରାସୀ ବାଣିଜ୍ୟକୋଠିମାନ ଅଧିକାର କରିବାରୁ ହାଇଦର ଅଲ୍ଲୀ ଓ ଇଂରେଜମାନଙ୍କ ମଧ୍ୟରେ ଏହି ଯୁଦ୍ଧ ସଂଘଟିତ ହେଲା । ସଂଘର୍ଷ ଚାଲିଥିବା ସମୟରେ ହାଇଦର ଅଲ୍ଲୀ ପ୍ରାଣତ୍ୟାଗ କରିଥିଲେ ମଧ୍ୟ ତାଙ୍କ ପୁତ୍ର ଟିପୁ ସୁଲତାନ୍ ଇଂରେଜମାନଙ୍କୁ ପରାଜିତ କଲେ ଓ ଉଭୟ ପକ୍ଷ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେଲା ।
  • ତୃତୀୟ ମହୀଶୂର ସମର – ୧୭୯୦ ଖ୍ରୀ.ଅ.ରେ ଟିପୁ ଇଂରେଜମାନଙ୍କ ମିତ୍ରରାଜ୍ୟ ତ୍ରିବାଙ୍କୁଡ଼ ଆକ୍ରମଣ କରିବାରୁ ଇଂରେଜମାନଙ୍କ ସହ ତାଙ୍କର ଯୁଦ୍ଧ ହେଲା । ଇଂରେଜ ସେନାପତି କଣ୍ଠୱାଲିସ୍ ଟିପୁଙ୍କ ରାଜଧାନୀ ଶେରିଙ୍ଗାପତ୍ତମ୍ ଅତ୍‌କାର କରିବାରୁ ଉଭୟ ପକ୍ଷ ମଧ୍ୟରେ ସନ୍ଧି ହେଲା ଓ ଟିପୁ ନିଜ ରାଜ୍ୟରେ ଅର୍ଦ୍ଧେକ ଅଂଶ ଇଂରେଜ, ମରହଟ୍ଟା ଓ ନିଜାମଙ୍କୁ ଛାଡ଼ିଦେଲେ ।
  • ଚତୁର୍ଥ ମହୀଶୂର ସମର – ୧୭୯୯ ଖ୍ରୀ.ଅ.ରେ ଇଂରେଜ ଗଭର୍ଣ୍ଣର ୱେଲେସ୍‌ଲି ମରହଟ୍ଟା ଓ ନିଜାମଙ୍କ ସହ ମିଶି ଟିପୁଙ୍କ ରାଜ୍ୟକୁ ଆକ୍ରମଣ କଲେ । ଟିପୁ ଯୁଦ୍ଧକ୍ଷେତ୍ରରେ ନିହତ ହେଲେ ଓ ଏହି ଯୁଦ୍ଧର ପରିସମାପ୍ତି ଘଟିଲା ।

→ ସାମନ୍ତ ସନ୍ଧି :

  • ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଇଂରେଜମାନଙ୍କ ପ୍ରଭାବ ବିସ୍ତାର ନିମନ୍ତେ ୱେଲେସ୍‌ଲି ଏକ ପ୍ରଥା ପ୍ରଚଳନ କରିଥିଲେ, ଯାହାକୁ ସାମନ୍ତ ସନ୍ଧି ବା ଅଧୀନତାମୂଳକ ମିତ୍ରତା କୁହାଯାଏ ।
  • ଏହି ସନ୍ଧିର ସତ୍ତାନୁଯାୟୀ ଯେଉଁ ଦେଶୀୟ ରାଜ୍ୟଗୁଡ଼ିକର ରାଜା ଏହାକୁ ଗ୍ରହଣ କରିବେ ସେମାନେ ଇଂରେଜମାନଙ୍କ ମିତ୍ର ହୋଇ ଅଧୀନତା ସ୍ବୀକାର କରିବେ । ସେମାନେ ଇଂରେଜମାନଙ୍କ ଅନୁମତି ନନେଇ କୌଣସି ଦେଶୀୟ କିମ୍ବା ବିଦେଶୀ ଶକ୍ତି ସହିତ ସମ୍ପର୍କ ରଖୁପାରିବେ ନାହିଁ ।
  • ସାମନ୍ତ ସନ୍ଧି ଗ୍ରହଣ କରିଥିବା ରାଜା ନିଜ ଖର୍ଚ୍ଚରେ ଦଳେ ଇଂରେଜ ସୈନ୍ୟଙ୍କୁ ନିଜ ରାଜ୍ୟରେ ରଖିବେ; ସୈନ୍ୟମାନଙ୍କ ଖର୍ଚ୍ଚ ଦେବାକୁ ଅସମର୍ଥ ହେଲେ, ସେହି ଖର୍ଚ୍ଚ ବାବଦକୁ ନିଜ ରାଜ୍ୟରୁ ଏକ ଅଂଶ ଇଂରେଜମାନଙ୍କୁ ଦେବେ ।
  • ପ୍ରଥମେ ହାଇଦ୍ରାବାଦର ନିଜାମ ଏହି ସନ୍ଧି ଗ୍ରହଣ କରିଥିଲେ । ପରେ ତାଞ୍ଜୋର, ସୁରାଟ, ରାଜପୁତନା ଅଞ୍ଚଳର ଯୋଧପୁର, ଜୟପୁର, ଉଦୟପୁରର ଶାସକ ଏହି ସନ୍ଧି ଗ୍ରହଣ କରି ସେମାନଙ୍କର ସ୍ଵାଧୀନତା ହରାଇଲେ ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

→ ରାଜ୍ୟସ୍ଵତ୍ଵ ଲୋପନୀତି :

  1. ଭାରତର ଗଭର୍ଣ୍ଣର ଜେନେରାଲ ଲର୍ଡ ଡେଲ୍‌ହାଉସୀ ଇଂରେଜମାନଙ୍କ ସାମ୍ରାଜ୍ୟ ବିସ୍ତାର କରିବାପାଇଁ ଏକ ନୂତନ ପନ୍ଥା ପ୍ରୟୋଗ କରିଥିଲେ । ତାହା ରାଜ୍ୟସ୍ଵତ୍ଵ ଲୋପନୀତି ନାମରେ ନାମିତ ।
  2. ଏହି ନୀତି ଫଳରେ ଅପୁତ୍ରିକ ରାଜାମାନେ ପୋଷ୍ୟପୁତ୍ର ଗ୍ରହଣ କରିପାରୁନଥିଲେ ଏବଂ ମୃତ୍ୟୁପରେ ସେମାନଙ୍କର ରାଜ୍ୟସବୁ ଇଂରେଜ ସାମ୍ରାଜ୍ୟଭୁକ୍ତ ହେଉଥିଲା ।
  3. ଏହି ନୀତି ଅନୁସାରେ ସତାରା, ଝାନ୍ସୀ, ନାଗପୁର, ସମ୍ବଲପୁର, ଜୈତ୍‌ପୁର ପ୍ରଭୃତି ଦେଶୀୟ ରାଜ୍ୟ ଇଂରେଜ ସାମ୍ରାଜ୍ୟଭୁକ୍ତ ହୋଇଥିଲା ।
    ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1

ଇଷ୍ଟଇଣ୍ଡିଆ କମ୍ପାନୀର ଶାସନ ବ୍ୟବସ୍ଥା :
→ ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ :

  • ୧୭୭୩ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଲର୍ଡ ନର୍ଥ ଭାରତର କମ୍ପାନୀ ଶାସନକୁ ନିୟନ୍ତ୍ରଣ କରିବାପାଇଁ ଏକ ଆଇନ ପାର୍ଲିଆମେଣ୍ଟରେ ଗୃହୀତ କରାଇଥିଲେ, ଯାହାକୁ ରେଗୁଲେଟିଂ ଆକ୍ଟ ବା ନିୟାମକ ଆଇନ କୁହାଯାଏ ।
  • ଏହି ଆଇନ ଅନୁସାରେ ବଙ୍ଗର ଗଭର୍ଣ୍ଣର ଇଂରେଜ ଶାସିତ ସମସ୍ତ ଅଞ୍ଚଳର ଗଭର୍ଣ୍ଣର ଜେନେରାଲ ହେବେ ଏବଂ ବମ୍ବେ ଓ ମାନ୍ଦ୍ରାଜର ଗଭର୍ଣ୍ଣର ତାଙ୍କ ଅଧୀନରେ ରହି କାର୍ଯ୍ୟ କରିବେ । ତାଙ୍କୁ ଶାସନ କ୍ଷେତ୍ରରେ ସାହାଯ୍ୟ କରିବାପାଇଁ ଏକ ଚାରିଜଣିଆ ଶାସନ ପରିଷଦ ବା କାଉନ୍ସିଲ ଗଠିତ ହେବ । ଇଂରେଜ କର୍ମଚାରୀଙ୍କ ବିଚାର ନିମନ୍ତେ କଲିକତାଠାରେ ଏକ ସୁପ୍ରିମ୍ କୋର୍ଟ ସ୍ଥାପିତ ହେବ ।
  • ଏହି ଆଇନରେ ଅନେକଗୁଡ଼ିଏ ଦୋଷତ୍ରୁଟି ରହିଥିଲା, ଯାହାର ସୁଯୋଗ ନେଇ ୱାରେନ୍ ହେଷ୍ଟିଙ୍ଗ୍‌ସ୍ ଭାରତରେ ମନଇଚ୍ଛା ଶାସନ ଚଳାଇଥିଲେ ।

→ ପିଙ୍କ ଭାରତ ଶାସନ ଆଇନ :

  • ୧୭୮୪ ଖ୍ରୀଷ୍ଟାବ୍ଦରେ ନିୟାମକ ଆଇନରେ ଥିବା ତ୍ରୁଟିକୁ ସୁଧାରିବାପାଇଁ ବିଲାତ ପାର୍ଲାମେଣ୍ଟରେ ପ୍ରଧାନମନ୍ତ୍ରୀ ପିଟ୍ ସାହେବ ଏକ ଆଇନ କଲେ । ତାହା ପିଟ୍‌ଙ୍କ ଭାରତ ଶାସନ ଆଇନ ନାମରେ ନାମିତ ।
  • ଏହି ଆଇନଦ୍ୱାରା ବିଲାତରେ ବୋର୍ଡ ଅଫ୍ କଣ୍ଟ୍ରୋଲ ବା ନିୟନ୍ତ୍ରଣ ପରିଷଦ ଗଠିତ ହେଲା ଓ ବିଲାତର ଜଣେ ମନ୍ତ୍ରୀ ଏହାର ସଭାପତି ହେଲେ । ଭାରତ ଶାସନର ସମସ୍ତ କ୍ଷମତା ଏହା ହାତରେ ରହିଲା । ଇଂରେଜ ସରକାର ଏହି ଆଇନଦ୍ଵାରା ଇଷ୍ଟଇଣ୍ଡିଆ କମ୍ପାନୀକୁ ନିୟନ୍ତ୍ରଣ କରିପାରିଲେ ।

BSE Odisha 8th Class History Notes Chapter 1 ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା

ଆମେ କ’ଣ ଶିଖୁଲେ ?

  • ମୋଗଲ ସାମ୍ରାଜ୍ୟର ପତନ ଓ ବିଭାଜନ ଫଳରେ ଭାରତରେ ଆଧୁନିକ ଯୁଗର ଆରମ୍ଭ ।
  • ଶାହାଜାହାନଙ୍କ ନିର୍ମିତ ମୟୂର ସିଂହାସନ ଏବଂ କୋହିନୂର ମଣି, ହସ୍ତୀ ଓ ଅଶ୍ଵଗୁଡ଼ିକୁ ନେଇ ନାଦିରଶାହ ପାରସ୍ୟ ଫେରିଯିବା ।
  • ମରହଟ୍ଟାମାନେ ତୃତୀୟ ପାନିପଥ ଯୁଦ୍ଧରେ ପରାସ୍ତ ହେବା ।
  • ୧୪୯୮ରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥ ଆବିଷ୍କାର ।
  • ଓଲନ୍ଦାଜମାନଙ୍କଦ୍ଵାରା ଡଟ୍‌ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ ।
  • ଫ୍ରାନ୍ସର ବିଚକ୍ଷଣ ରାଜନୀତିଜ୍ଞ ଡ୍ୟୁପେ ଚନ୍ଦନନଗରର ଶାସନକର୍ତ୍ତା ହେବା ।
  • ଫୋର୍ଟ ଉଇଲିୟମ୍ ଦୁର୍ଗରେ ସିରାଜଉଦୌଲା ୧୨୩ ଜଣ ଇଂରେଜମାନଙ୍କ ହତ୍ୟାକୁ ‘‘ଅନ୍ଧକୂପ ହତ୍ୟା’ କୁହାଯାଏ ।
  • ସିରାଜଉଦୌଲାଙ୍କୁ ସିଂହାସନରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲେ ମୀରଜାଫର, ରାୟ ଦୁର୍ଲଭ ଓ କ୍ଲାଇବ୍ ।
  • ହାଇଦର ଅଲ୍ଲୀଙ୍କ ସୁଯୋଗ୍ୟ ପୁତ୍ର ଟିପୁ ସୁଲତାନଙ୍କ ବୀରତ୍ଵ ଓ ଦୁଃସାହସର ଗାଥା ।
  • ଭାରତୀୟ ରାଜ୍ୟଗୁଡ଼ିକୁ ଇଂରେଜମାନେ ନିଜ ଅଧୀନକୁ ଆଣିବା ପାଇଁ ପ୍ରଚଳନ କରିଥିବା ଦୁଇଟି ସାମନ୍ତ ସନ୍ଧି ଓ ରାଜ୍ୟସ୍ଵତ୍ଵ ଲୋପନୀତି ।
  • ପିଟ୍‌ଙ୍କ ଭାରତ ଶାସନ ଆଇନରେ ଥିବା ନୂତନ ବ୍ୟବସ୍ଥା ।

ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.1
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.2
ଭାରତରେ କମ୍ପାନୀ ଶାସନ ପ୍ରତିଷ୍ଠା Chapter 1.3

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

Odisha State Board BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ will enable students to study smartly.

BSE Odisha Class 8 Political Science Notes Chapter 3 ଜିଲ୍ଲା ପ୍ରଶାସନ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ପ୍ରଶାସନିକ ସୁବିଧା ପାଇଁ ପ୍ରତି ରାଜ୍ୟକୁ କେତୋଟି ଜିଲ୍ଲାରେ ବିଭକ୍ତ କରାଯାଇଛି ।
  • ବର୍ତ୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି ।
  • ଜିଲ୍ଲାର ପ୍ରଶାସନିକ ମୁଖ୍ୟ ହେଉଛନ୍ତି ଜିଲ୍ଲାପାଳ ।
  • ବ୍ରିଟିଶ୍ ଶାସନ ସମୟରେ ଜିଲ୍ଲାପାଳଙ୍କର ମୁଖ୍ୟତଃ ଦୁଇଟି କାର୍ଯ୍ୟ ଥିଲା; ଯଥା – (୧) ‘କଲେକ୍ଟର’ ଭାବରେ ଭୂ-ରାଜସ୍ୱ ଆଦାୟ କରିବା, (୨) ‘ମାଜିଷ୍ଟ୍ରେଟ୍’ ଭାବରେ ମୋକଦ୍ଦମା ବିଚାର କରିବା ।
  • ମନେରଖ : ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ ମସିହାରେ ଓ୍ବାରେନ୍ ହେଷ୍ଟିଙ୍ଗସ୍‌ଙ୍କ ଦ୍ବାରା ସୃଷ୍ଟି ହୋଇଥିଲା ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ଜିଲ୍ଲାପାଳ :

  • ଜିଲ୍ଲାପାଳ ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ ଅଧିକାରୀ ଅଟନ୍ତି ।
  • ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ଜିଲ୍ଲାର ସଦର ମହକୁମାରେ ଅବସ୍ଥିତ ।
  • ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ବା ବିକାଶ ଉପରେ ଗୁରୁତ୍ୱ ଦିଅନ୍ତି ।
  • ଜିଲ୍ଲାର ସଦର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ପ୍ରଶାସନିକ ସହାୟତା ଦେବୀପାଇଁ ଏକ ବା ଏକାଧ୍ଯକ ଅତିରିକ୍ତ ଜିଲ୍ଲାପାଳ ଓ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଡେପୁଟି କଲେକ୍ଟରମାନେ କାର୍ଯ୍ୟରତ ଅଛନ୍ତି ।
  • ଜିଲ୍ଲାରେ ଥ‌ିବା ପ୍ରତି ଉପଖଣ୍ଡରେ ଜଣେ ‘ଉପଖଣ୍ଡ ଅଧିକାରୀ’ (ସବ୍-କଲେକ୍ଟର) କାର୍ଯ୍ୟରତ ଅଛନ୍ତି ।
  • ଜିଲ୍ଲାର ପ୍ରତି ଉପଖଣ୍ଡରେ ତହସିଲ ଦାୟିତ୍ବରେ ଜଣେ ‘ତହସିଲ୍ଦାର’ କାର୍ଯ୍ୟରତ ଅଛନ୍ତି ।
  • ସକଲେକ୍ଟର ମୁଖ୍ୟତଃ ଭୂ-ରାଜସ୍ୱ ଓ ଜମିଜମା ସଂକ୍ରାନ୍ତୀୟ ଦାୟିତ୍ଵ ତୁଲାନ୍ତି ।
  • ମନେରଖ : ଜିଲ୍ଲାପାଳ ପଦରେ ଜଣେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍) ଅଧିକାରୀ ନିଯୁକ୍ତ ହୁଅନ୍ତି ।

→ ଜିଲ୍ଲାପାଳଙ୍କ କାର୍ଯ୍ୟାବଳୀ :

  • ଭୂ-ରାଜସ୍ୱ ଆଦାୟ ଓ ଜମିଜମା ସମ୍ପର୍କିତ କାର୍ଯ୍ୟ – ଉପଖଣ୍ଡ ଅଧିକାରୀ ଓ ତହସିଲଦାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାପାଳ ଜିଲ୍ଲାର ଭୂ-ରାଜସ୍ୱ ଆଦାୟ କରନ୍ତି । ଏହାଛଡ଼ା ଜମିଜମା ସମ୍ପର୍କିତ କାଗଜପତ୍ରର ରକ୍ଷଣାବେକ୍ଷଣ, ଭୂ-ସଂସ୍କାର କାର୍ଯ୍ୟକ୍ରମର ସୁପରିଚାଳନା, କୃଷିର ବିକାଶ ଓ ଚାଷୀମାନଙ୍କର ସୁରକ୍ଷା, ଜମି – ଅଧୁଗ୍ରହଣ ଇତ୍ୟାଦି କାର୍ଯ୍ୟ ଜିଲ୍ଲାପାଳ ତଦାରଖ କରନ୍ତି । ଜମିଜମା ସମ୍ପର୍କିତ କେତେକ ମୋକଦ୍ଦମାର ବିଚାର ମଧ୍ୟ ଜିଲ୍ଲାପାଳ କରନ୍ତି ।
  • ଶାନ୍ତିଶୃଙ୍ଖଳା ରକ୍ଷା ଓ ଆଇନର ସୁରକ୍ଷା କାର୍ଯ୍ୟ – ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ ତାଙ୍କ ଅଧୀନସ୍ଥ ପୋଲିସ୍ ବାହିନୀଙ୍କ ସହାୟତାରେ ଜିଲ୍ଲାପାଳ ଜିଲ୍ଲାରେ ଶାନ୍ତିଶୃଙ୍ଖଳା ବଜାୟ ରଖନ୍ତି । ଶାନ୍ତିଶୃଙ୍ଖଳା ଭଙ୍ଗର ଆଶଙ୍କା ଥିଲେ, ଜିଲ୍ଲାପାଳ ତତ୍‌କ୍ଷଣାତ୍ ସେଠାରେ ପୋଲିସ୍ ବାହିନୀକୁ ନିୟୋଜିତ କରି ଅବସ୍ଥା ସମ୍ଭାଳି ନିଅନ୍ତି । ସେ ଜିଲ୍ଲାର ମାସିକ ଅପରାଧ ସମ୍ପର୍କିତ ରିପୋର୍ଟ ସରକାରଙ୍କୁ ଦିଅନ୍ତି ।
  • ବିକାଶ ବା ଉନ୍ନୟନମୂଳକ କାର୍ଯ୍ୟ – ଜନସାଧାରଣଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ରାସ୍ତାଘାଟ, ଗ୍ରାମ୍ୟ ବିଦ୍ୟୁତୀକରଣ, କର୍ମନିଯୁକ୍ତି ଆଦି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡ଼ିକ ଜିଲ୍ଲାପାଳଙ୍କର ନେତୃତ୍ବରେ ସଂପାଦିତ ହୁଏ । ମଣ୍ଡଳ ଉନ୍ନୟନ ଅଧିକାରୀ (ବି.ଡ଼ି.ଓ)ମାନେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶମତେ ବ୍ଲକ୍ ବା ପଞ୍ଚାୟତ ସମିତି ସ୍ତରରେ କାର୍ଯ୍ୟକାରୀ କରାନ୍ତି ।
  • ମନେରଖ : ଜିଲ୍ଲାରେ ଥ‌ିବା ଜିଲ୍ଲାସ୍ତରୀୟ କାରାଗାର ଓ ଉପ-କାରାଗାରଗୁଡ଼ିକୁ ପରିଦର୍ଶନ କରନ୍ତି ଓ ସେଗୁଡ଼ିକର ପରିଚାଳନା ତଦାରଖ କରନ୍ତି ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ବିବିଧ କାର୍ଯ୍ୟ :

  • ଜିଲ୍ଲା ଅନ୍ତର୍ଭୁକ୍ତ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚନ ମଣ୍ଡଳୀ ପାଇଁ ଜିଲ୍ଲାପାଳ ରିଟଣ୍ଡିଂ ଅଫିସର ଭାବରେ କାର୍ଯ୍ୟ କରନ୍ତି ଓ ନିର୍ବାଚନ କାର୍ଯ୍ୟ ତଦାରଖ କରନ୍ତି ।
  • ଜିଲ୍ଲାପାଳ ଜିଲ୍ଲାର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥ‌ିବା ସ୍ୱାୟତ୍ତ ଶାସନ ସଂସ୍ଥାଗୁଡ଼ିକର ପ୍ରଶାସନିକ ବ୍ୟବସ୍ଥା ତଦାରଖ କରନ୍ତି ।
  • ଦୈବୀ-ଦୁର୍ବିପାକ ସମୟରେ ରିଲିଫ୍ ବଣ୍ଟନ କାର୍ଯ୍ୟ ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୁଏ ଜିଲ୍ଲାପାଳ ଜିଲ୍ଲାରେ ଜନସାଧାରଣଙ୍କ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ସୁଷମ ବଣ୍ଟନ କରନ୍ତି ।
  • ମନେରଖ : ଜିଲ୍ଲାପାଳ ଜିଲ୍ଲାର ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଜିଲ୍ଲାସ୍ତରୀୟ ମୁଖ୍ୟ ପ୍ରୋଟୋକଲ୍ ଅଧିକାରୀ ।
  • ଜିଲ୍ଲାପାଳ ଜିଲ୍ଲାରେ ସର୍ବଶିକ୍ଷା ଅଭିଯାନ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ସ୍ଵରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଭାରତ ନିର୍ମାଣ ଯୋଜନା, ବିଜୁ କେ.ବି.କେ. ଯୋଜନା, ଗୋପବନ୍ଧୁ ଗ୍ରାମୀଣ ଯୋଜନା, ମଧୁବାବୁ ପେନ୍‌ସନ୍ ଯୋଜନା ଆଦିର ସଫଳ ରୂପାୟନ କିପରି ହେବ ସେ ଦିଗରେ ପଦକ୍ଷେପ ନିଅନ୍ତି ।
  • ଜିଲ୍ଲାପାଳଙ୍କର ଭୂମିକା : ଜିଲ୍ଲାପାଳ ରାଜ୍ୟ ସରକାରଙ୍କର ‘ଚକ୍ଷୁ, କର୍ଣ୍ଣ ଓ ନାସା’ ସଦୃଶ । ସେ ଜନସାଧାରଣଙ୍କର ଜଣେ ‘ବିଶ୍ୱସ୍ତ ସେବା – ପ୍ରଦାନକାରୀ’ ପଦାଧିକାରୀ ଅଟନ୍ତି ।

→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା

  • ୧୯୮୦ ମସିହା ଅପ୍ରେଲ ମାସ ୧ ତାରିଖଠାରୁ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟ କରୁଛି ।
  • ଆତ୍ମନିଯୁକ୍ତି ଓ କର୍ମନିଯୁକ୍ତି ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ଗ୍ରାମୀଣ ଉନ୍ନୟନ ବ୍ୟବସ୍ଥାର ମୂଳମନ୍ତ୍ର ଅଟେ ।
  • ପ୍ରଥମେ ଏହି ସଂସ୍ଥା ‘ନାମମାତ୍ର ଚାଷୀ ଓ କୃଷି ଉପଯୋଗୀ ଜମି ଉନ୍ନୟନ ସଂସ୍ଥା’ (M.F.A.L.D.A.) ଓ ପରବର୍ତ୍ତୀ ସମୟରେ ‘କ୍ଷୁଦ୍ରଚାଷୀ ଉନ୍ନୟନ ସଂସ୍ଥା’ (S.F.D.A.) ଭାବରେ କାର୍ଯ୍ୟ କରୁଥିଲା ।
  • ମନେରଖ : ଜିଲ୍ଲା ପରିଷଦର ଅଧ୍ୟକ୍ଷ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପରିଚାଳନା ସମିତି (Governing Body)ର ଅଧକ୍ଷ ଓ ଜିଲ୍ଲାପାଳ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (Chief Executive Officer) ଅଟନ୍ତି ।

→ ଗଠନ :

  • ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକ, ଜିଲ୍ଲାରେ ଥ‌ିବା ସମସ୍ତ ପଞ୍ଚାୟତ ସମିତିର ଏକ-ତୃତୀୟାଂଶ ଅଧ୍ଯକ୍ଷ, ଜିଲ୍ଲାପାଳ, ସମବାୟ କେନ୍ଦ୍ର ବ୍ୟାଙ୍କର ମୁଖ୍ୟ ଅଧିକାରୀ, ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କର ଅଧ୍ୟକ୍ଷ, ରିଜର୍ଭ ବ୍ୟାଙ୍କର ଜିଲ୍ଲାସ୍ତରୀୟ ପ୍ରତିନିଧ୍, ଜିଲ୍ଲାର ହରିଜନ ଓ ଆଦିବାସୀ ଉନ୍ନୟନ ଅଧିକାରୀ, ଗ୍ରାମୀଣ ମହିଳାମାନଙ୍କର ଜଣେ ପ୍ରତିନିଧ୍ର, ଜିଲ୍ଲାସ୍ତରୀୟ ମହିଳା ଓ ଶିଶୁ ମଙ୍ଗଳ ଅଧିକାରୀ, ବେସରକାରୀ ସଂସ୍ଥା (N.G.O.) ମାନଙ୍କର ଦୁଇଜଣ ପ୍ରତିନିସ୍ । ଖଦୀ ଓ ଗ୍ରାମୋଦ୍ୟୋଗ ସଂସ୍ଥାର ଜଣେ ପ୍ରତିନିଧ୍ ଏହି ସଂସ୍ଥାର ପରିଚାଳନା ସମିତିର ସଦସ୍ୟ ଅଟନ୍ତି ।
  • ମନେରଖ :ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ-ନିର୍ଦ୍ଦେଶକ ପରିଚାଳନା ସମିତିର ସଭ୍ୟ-ସଚିବ (Member Secretary) ଭାବେ କାର୍ଯ୍ୟ କରନ୍ତି ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

→ ଲକ୍ଷ୍ୟ ଓ ଉଦ୍ଦେଶ୍ୟ :

  • ବି.ଡି.ଓ.ଙ୍କ ସହାୟତାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଇବା ।
  • ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା, ପଞ୍ଚାୟତିରାଜ ଅନୁଷ୍ଠାନ, ସମବାୟ ବ୍ୟାଙ୍କ ତଥା ଜାତୀୟକରଣ ବ୍ୟାଙ୍କ, ବିଭିନ୍ନ ନିଗମମାନଙ୍କ ସହିତ ସମନ୍ଵୟ ତଥା ସହଯୋଗ ରକ୍ଷାକରି ବିଭିନ୍ନ ବର୍ଗର ଲୋକମାନଙ୍କୁ ଯୋଜନାଗୁଡ଼ିକ ମାଧ୍ୟମରେ ଉପକୃତ କରାଇବା ।
  • ଜିଲ୍ଲା ସ୍ତରରେ ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମଗୁଡ଼ିକ ସଫଳତା ସହ କାର୍ଯ୍ୟକାରୀ କରାଇବା ।
  • ସରକାରୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଗ୍ରାମର ଦରିଦ୍ର ଶ୍ରେଣୀର ଲୋକଙ୍କୁ ଭାଗୀଦାର କରାଇବା ।
  • ନିର୍ଦ୍ଦିଷ୍ଟ ବର୍ଗର ବ୍ୟକ୍ତିଙ୍କ ମଙ୍ଗଳ ଓ ବିକାଶ ପାଇଁ ଉଦ୍ଦିଷ୍ଟ ଯୋଜନାକୁ ସଫଳ କରାଇବା ।
  • ବିଭିନ୍ନ ଯୋଜନାର ନୀତି ନିର୍ଦ୍ଧାରଣ, ପ୍ରସ୍ତୁତି ତଥା କାର୍ଯ୍ୟକାରିତା କ୍ଷେତ୍ରରେ ଆର୍ଥିକ ସ୍ବଚ୍ଛତା ରକ୍ଷା ସହିତ ସଂପୃକ୍ତ କର୍ମଚାରୀମାନଙ୍କର କାର୍ଯ୍ୟ ସମୀକ୍ଷା କରିବା ।
  • ଜିଲ୍ଲାସ୍ତରୀୟ ଗ୍ରାମୀଣ ବିକାଶ ଯୋଜନାଗୁଡ଼ିକର ଅଗ୍ରଗତିକୁ ସମୀକ୍ଷା କରିବା ।

→ ସଂସ୍ଥାର କାର୍ଯ୍ୟାଳୟ ପରିଚାଳନା ବ୍ୟବସ୍ଥା:

  • ପ୍ରତି ଜିଲ୍ଲାସ୍ତରୀୟ ଗ୍ରାମୀଣ ଉନ୍ନୟନ ସଂସ୍ଥାରେ ନିମ୍ନଲିଖ୍ ଶାଖା ରହିଛି; ଯଥା – (୧) ଆତ୍ମନିଯୁକ୍ତି ଶାଖା, (୨) କର୍ମନିଯୁକ୍ତି ଶାଖା, (୩) ମହିଳା ଶାଖା, (୪) ଇଂଜିନିୟରିଂ ଶାଖା, (୫) ହିସାବ ରକ୍ଷକ ଶାଖା, (୬) ନିୟନ୍ତ୍ରଣ ଓ ମୂଲ୍ୟାୟନ ଶାଖା, (୭) ସାଧାରଣ ପ୍ରଶାସନ ଶାଖା ।
  • ପ୍ରତିଟି ଶାଖା ଦାୟିତ୍ଵରେ ଜଣେ ଜଣେ ‘ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ’ ଅଛନ୍ତି ।

→ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଭୂମିକା :

  • ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକର ସୁପରିଚାଳନା, ସେଥ‌ିପାଇଁ ମିଳିଥିବା ଅର୍ଥ ଓ ଅନୁଦାନର ସତ୍‌ବିନିଯୋଗ ଏବଂ ଶୃଙ୍ଖଳା ଓ ସ୍ଵଚ୍ଛତା ରକ୍ଷା କରାଯିବା ବ୍ୟବସ୍ଥା କରିବା ଏହି ସଂସ୍ଥାର ମୁଖ୍ୟ କାର୍ଯ୍ୟ ।
  • ଲୋକମାନଙ୍କ ମଧ୍ୟରେ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହାର ଦାୟିତ୍ଵ ।

ଆମେ କ’ଣ ଶିଖୁ ?

  • ଭାରତରେ ଜିଲ୍ଲାପାଳ ପଦବୀ ୧୭୭୨ରେ ଓ୍ବାରେନ୍ ହେଣ୍ଟିଙ୍ଗସ୍‌ଙ୍କଦ୍ଵାରା ସୃଷ୍ଟି ହେବା ଓ ଜିଲ୍ଲାପାଳ ଜିଲ୍ଲାର ସର୍ବୋଚ୍ଚ ଶାସନକର୍ତ୍ତା ହେବା ।
  • ଭୂ-ରାଜସ୍ବ ଆଦାୟ କରିବା ଓ ମାଜିଷ୍ଟ୍ରେଟ୍ ଭାବରେ ମୋକଦ୍ଦମା ବିଚାର କରିବା ତାଙ୍କର ପ୍ରମୁଖ କାର୍ଯ୍ୟ
  • ଶାନ୍ତିଶୃଙ୍ଖଳା ରକ୍ଷା, ଆଇନର ସୁରକ୍ଷା ଓ ବିକାଶମୂଳକ କାର୍ଯରେ ତାଙ୍କର ଯୋଗଦାନ ।
  • ଜିଲ୍ଲାରେ କାର୍ଯ୍ୟକାରୀ ହେଉଥ‌ିବା ଦାରିଦ୍ର୍ୟ ଦୂରୀକରଣ ଯୋଜନାଗୁଡ଼ିକୁ ପର୍ଯ୍ୟବେକ୍ଷଣ କରିବା ।
  • ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଥିବା ଜିଲ୍ଲାମାନଙ୍କରେ ଶାନ୍ତିଶୃଙ୍ଖଳା ରକ୍ଷା ସହଜ ହୋଇଥାଏ ।

BSE Odisha 8th Class Political Science Notes Chapter 3 ଜିଲ୍ଲା ପ୍ରଶାସନ

ଜାଣିବା କଥା

  • ପୋଲିସ୍ କମିଶନରେଟ୍ : ଯେଉଁ ଜିଲ୍ଲାରେ ପୋଲିସ୍ କମିଶନରେଟ୍ ବ୍ୟବସ୍ଥା ଚାଲୁ ରହିଛି, ସେଠାରେ ଜିଲ୍ଲାପାଳ ପୋଲିସ କମିଶନରଙ୍କ ସାହାଯ୍ୟରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି ।
  • ଉପଖଣ୍ଡ : ଗୋଟିଏ ଜିଲ୍ଲାକୁ ପ୍ରଶାସନିକ ସୁବିଧା ଦୃଷ୍ଟିରୁ କେତେଗୋଟି ଭାଗରେ ବିଭକ୍ତ କରାଯାଇଥାଏ । ଏହାକୁ ଉପଖଣ୍ଡ (Sub-Division) କୁହାଯାଏ ।
  • ସର୍ବଭାରତୀୟ ପ୍ରଶାସନିକ ସେବା : ଆଇ.ଏ.ଏସ୍. ଓ ଆଇ.ପି.ଏସ୍.କୁ ସର୍ବଭାରତୀୟ ପ୍ରଶାସନିକ ସେବା କୁହାଯାଏ । ଏହି ସେବାଗୁଡ଼ିକ ଲାଗି ସାରା ଭାରତ ପାଇଁ ଗୋଟିଏ ସଂସ୍ଥା ଯଥା : କେନ୍ଦ୍ର ଲୋକସେବା ଆୟୋଗ (U.P.S.C.) ଦ୍ଵାରା ଚୟନ କାର୍ଯ୍ୟ କରାଯାଏ ।
  • ଆରକ୍ଷୀ ଅଧ୍ୟକ୍ଷକ : ଜିଲ୍ଲାର ସର୍ବୋଚ୍ଚ ପୋଲିସ୍ ଅଧିକାରୀଙ୍କୁ ଆରକ୍ଷୀ ଅଧ୍ୟକ୍ଷକ (Superintendent of Police) କରାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର will enable students to study smartly.

BSE Odisha Class 8 Political Science Notes Chapter 2 ରାଜ୍ୟ ସରକାର

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
(କ) କାର୍ଯ୍ୟପାଳିକା

→ ଉପକ୍ରମ :

  • ଆମ ସମ୍ବିଧାନର ସଂଘୀୟ ଶାସନ ବ୍ୟବସ୍ଥା ଅନୁସାରେ କେନ୍ଦ୍ରରେ କେନ୍ଦ୍ର ସରକାର ଓ ପ୍ରତି ରାଜ୍ୟରେ ଗୋଟିଏ ଲେଖାଏଁ ରାଜ୍ୟ ସରକାର ରହିଛି ।
  • କେନ୍ଦ୍ର ସରକାରଙ୍କ ପରି ପ୍ରତ୍ୟେକ ରାଜ୍ୟ ସରକାରରେ କାର୍ଯ୍ୟପାଳିକା, ବ୍ୟବସ୍ଥାପିକା ଓ ନ୍ୟାୟପାଳିକା ରହିଛି ।
  • ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟପାଳିକା ଗଠିତ ।
  • ରାଜ୍ୟ ବ୍ୟବସ୍ଥାପିକା କହିଲେ ରାଜ୍ୟପାଳ ଓ ଏକ ବା ଦ୍ୱି-ସଦନୀୟ ରାଜ୍ୟ ବିଧାନମଣ୍ଡଳକୁ ବୁଝାଏ ।
  • ଭାରତର ୨୯ ଗୋଟି ରାଜ୍ୟ ମଧ୍ୟରୁ ୭ ଗୋଟି ରାଜ୍ୟ; ଯଥା— ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜମ୍ମୁ-କାଶ୍ମୀର ଓ ଆନ୍ଧ୍ରପ୍ରଦେଶରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି । ଅବଶିଷ୍ଟ ରାଜ୍ୟରେ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ; ଯଥା— ଦିଲ୍ଲୀ ଓ ପୁଦୁଚେରୀରେ କେବଳ ବିଧାନସଭା ଅଛି ।
  • ନୂତନ ରାଜ୍ୟ ତେଲେଙ୍ଗାନାର ମଧ୍ଯ ବିଧାନ ପରିଷଦ ରହିବାର ବ୍ୟବସ୍ଥା ଅଛି ।

→ ରାଜ୍ୟପାଳ:

  • ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ । ତାଙ୍କରି ନାମରେ ରାଜ୍ୟ ଶାସନ ପରିଚାଳିତ ହୁଏ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଗଠିତ ମନ୍ତ୍ରିପରିଷଦର ସାହାଯ୍ୟ ଓ ପରାମର୍ଶ କ୍ରମେ ରାଜ୍ୟପାଳ ନିଜର କର୍ତ୍ତବ୍ୟ ସମ୍ପାଦନ କରନ୍ତି ।
  • ନୂତନ ତଥ୍ୟ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ବର୍ତ୍ତମାନ ଝାଡ଼ଖଣ୍ଡର ରାଜ୍ୟପାଳ, ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଜ୍ୟପାଳ ।
  • ମନେରଖ : ସାମ୍ବିଧାନିକ ବ୍ୟବସ୍ଥାନୁଯାୟୀ ଗୋଟିଏ ରାଜ୍ୟ ବା ଏକାଧ୍ଵ ରାଜ୍ୟ ପାଇଁ ଜଣେ ରାଜ୍ୟପାଳ ନିଯୁକ୍ତ ହୋଇଥା’ନ୍ତି ।

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ରାଜ୍ୟପାଳମାନେ ନିର୍ବାଚିତ ହୁଅନ୍ତି ନାହିଁ । ସେମାନେ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ପାଞ୍ଚ ବର୍ଷ ପାଇଁ ନିଯୁକ୍ତ ହୁଅନ୍ତି । ଜଣେ ବ୍ୟକ୍ତି ଏକାଧ୍ଵବାର ରାଜ୍ୟପାଳ ଭାବରେ ନିଯୁକ୍ତି ପାଇବାରେ ବାଧା ନାହିଁ ।
  • ରାଜ୍ୟପାଳ ତାଙ୍କର କାର୍ଯ୍ୟକାଳ ସମାପ୍ତ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ସମ୍ବୋଧନ କରି ଇସ୍ତଫା ପତ୍ର ଲେଖୁ ଇସ୍ତଫା ଦେଇପାରନ୍ତି ବା ରାଷ୍ଟ୍ରପତିଙ୍କଦ୍ୱାରା ପଦଚ୍ୟୁତ ହୋଇପାରନ୍ତି ।
  • ମନେରଖ : ପରମ୍ପରା ଅନୁଯାୟୀ କୌଣସି ରାଜ୍ୟର ଅଧ୍ବବାସୀ ସେହି ରାଜ୍ୟର ରାଜ୍ୟପାଳ ପଦରେ ନିଯୁକ୍ତି ପାଇ ନଥା’ନ୍ତି ।
  • ରାଷ୍ଟ୍ରପତିଙ୍କ ମର୍ଜି ଉପରେ ରାଜ୍ୟପାଳ ନିଜ ପଦରେ ରହନ୍ତି ।
  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ଅନ୍ୟ କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ବା ସେହି ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀଭାବରେ ରାଜ୍ୟପାଳ ଦାୟିତ୍ଵରେ ରହନ୍ତି ।
  • ନବନିଯୁକ୍ତ ରାଜ୍ୟପାଳଙ୍କୁ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶପଥ ପାଠ କରାନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥ‌ିବ ।
  • ସେ ଜଣେ ସାଂସଦ ବା ରାଜ୍ୟ ବିଧାନମଣ୍ଡଳର ବିଧାୟକ ହୋଇ ନଥ‌ିବେ ।
  • ସେ କୌଣସି ଲାଭଜନକ ପଦବୀରେ ନଥ‌ିବେ ।
  • ମନେରଖ : ରାଜ୍ୟ ପ୍ରଶାସନ ସଂପର୍କିତ ସମସ୍ତ ନିଷ୍ପତ୍ତି ଓ ତଥ୍ୟ ରାଜ୍ୟପାଳଙ୍କୁ ଅବଗତ କରାଇବା ମୁଖ୍ୟମନ୍ତ୍ରୀଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ।

→ ରାଜ୍ୟପାଳଙ୍କ କ୍ଷମତା :

  • କାର୍ଯ୍ୟପାଳିକା କ୍ଷମତା – ବିଧାନସଭା ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷିତ ହେବାପରେ ରାଜ୍ୟପାଳ ପ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି । ଏହା ବ୍ୟତୀତ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ରାଜ୍ୟର ମହାଧବକ୍ତା, ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ନିଯୁକ୍ତ ଦିଅନ୍ତି । ଆବଶ୍ୟକ ସମୟରେ ରାଜ୍ୟପାଳ ରାଜ୍ୟରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଷ୍ଟ୍ରପତିଙ୍କୁ ପରାମର୍ଶ ପ୍ରଦାନ କରନ୍ତି ।
  • ବ୍ୟବସ୍ଥାପିକା କ୍ଷମତା– ରାଜ୍ୟପାଳ ରାଜ୍ୟ ବିଧାନମଣ୍ଡଳର ଏକ ଅବିଭକ୍ତ ଅଙ୍ଗ । ରାଜ୍ୟପାଳ ବିଧାନମଣ୍ଡଳର ଏକ ବା ଉଭୟ ଗୃହର ଅଧ‌ିବେଶନ ଆହ୍ୱାନ କରନ୍ତି, ଅଧୂବେଶନର ପରିସମାପ୍ତି (Prorogue) ଘୋଷଣା କରନ୍ତି ଏବଂ ଆବଶ୍ୟକସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକ୍ରମେ ସେ କେବଳ ବିଧାନସଭାକୁ ଭଙ୍ଗ କରିଥାଆନ୍ତି । ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧୂବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖତ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି । ରାଜ୍ୟ ବିଧାନମଣ୍ଡଳରେ ଗୃହୀତ ଚିଠା ଆଇନ ରାଜ୍ୟପାଳଙ୍କ ସମ୍ମତି ପାଇବା ପରେ ଆଇନରେ ପରିଣତ ହୁଏ । ବିଧାନମଣ୍ଡଳ ବା ବିଧାନସଭାର ଅଧିବେଶନ ଚାଲୁ ନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ (ଅର୍ଡ଼ନାନ୍ସ) ଜାରି କରିଥାଆନ୍ତି ।
  • ଅର୍ଥ ସମ୍ପର୍କିତ କ୍ଷମତା – ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥ ସମ୍ପର୍କିତ ଚିଠା ଆଇନ (ଅର୍ଥବିଲ୍) ବିଧାନସଭାରେ ଆଗତ କରାଯାଏ ନାହିଁ । ପ୍ରତ୍ୟେକ ‘ଆର୍ଥିକ ବର୍ଷର’ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟ-ଅଟକଳ ବା ‘ବଜେଟ୍’ ଉପସ୍ଥାପିତ କରାନ୍ତି । ଏହାଛଡା ‘ଅତିରିକ୍ତ ଖର୍ଚ୍ଚଦାବି’ ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ବିଧାନସଭାରେ ଆଗତ କରାନ୍ତି ।
  • ନ୍ୟାୟିକ କ୍ଷମତା – ଜିଲ୍ଲାସ୍ତରୀୟ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଜ୍ୟପାଳ ନିଯୁକ୍ତି ଦିଅନ୍ତି । ରାଜ୍ୟର ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କର ନିଯୁକ୍ତି ସମୟରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ରାଜ୍ୟପାଳ ରାଜ୍ୟରେ ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ବା ଦଣ୍ଡାଦେଶକୁ ସ୍ଥଗିତ ରଖାରନ୍ତି ।
  • ବିବିଧ କ୍ଷମତା – ରାଜ୍ୟପାଳ ପ୍ରତି ୧୫ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କ ‘ପାକ୍ଷିକ ରିପୋର୍ଟ ପ୍ରଦାନ କରନ୍ତି । ରାଜ୍ୟରେ ଥ‌ିବା ବିଶ୍ଵବିଦ୍ୟାଳୟମାନଙ୍କର ସମାବର୍ତ୍ତନ ଉତ୍ସବରେ ସେ କୁଳାଧୂପତି ଭାବରେ ଅଧ୍ୟକ୍ଷତା କରନ୍ତି ଓ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରନ୍ତି । ସେ ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଶପଥ ପାଠ କରାନ୍ତି । ସେ ରାଜ୍ୟ ରେଡ଼କ୍ରସ୍ ସଂସ୍ଥାର ମୁଖ୍ୟ । ସେ ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ବିଭିନ୍ନ ସମୟରେ ଆଲୋଚନା କରନ୍ତି । ସାଧାରଣତନ୍ତ୍ର ଦିବସରେ ରାଜ୍ୟପାଳ ଜାତୀୟ ପତାକା ଉତ୍ତୋଳନ କରିବା ପରେ ରାଜ୍ୟସ୍ତରୀୟ ପ୍ୟାରେଡରେ ଅଭିବାଦନ ଗ୍ରହଣ କରନ୍ତି ।
  • ସ୍ଵେଚ୍ଛାଧୀନ କ୍ଷମତା– ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଯେଉଁ କ୍ଷମତା ପ୍ରୟୋଗ କରିବା ସମୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ପରାମର୍ଶଦ୍ୱାରା ପରିଚାଳିତ ନ ହୋଇ ନିଜ ବୁଦ୍ଧି ଓ ବିବେକଦ୍ୱାରା ପରିଚାଳିତ ହୁଅନ୍ତି, ସେହି କ୍ଷମତାକୁ ସ୍ଵେଚ୍ଛାଧୀନ କ୍ଷମତା କୁହାଯାଏ ।

→ ରାଜ୍ୟପାଳଙ୍କର ଭୂମିକା :

  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ ।
  • ସେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନଯାୟୀ ମଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ କେନ୍ଦ୍ର ସରକାରଙ୍କୁ ରାଜ୍ୟ ପ୍ରଶାସନ ସମ୍ପର୍କରେ ନିୟମିତ ଭାବରେ ଅବଗତ କରାଇ ଜାତୀୟ ସଂହତି ଓ ଅଖଣ୍ଡତା ବଜାୟ ରଖୁବାରେ ଓ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବାରେ ସହାୟକ ହୁଅନ୍ତି ।
  • ତାଙ୍କର ବାସ୍ତବ ଭୂମିକାଟି ହେଉଛି ‘‘ଗୋଟିଏ ଦାର୍ଶନିକ, ଗୋଟିଏ ବନ୍ଧୁ ଓ ଗୋଟିଏ ମାର୍ଗ-ଦର୍ଶକର ଭୂମିକା ।’’

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ମନ୍ତ୍ରିପରିଷଦ :

  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ମୁଖ୍ୟ ।
  • ଗଠନ – ପ୍ରତ୍ୟେକ ରାଜ୍ୟ ବିଧାନସଭା ପାଇଁ ନିର୍ବାଚନ ଶେଷ ହେବାପରେ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥିବା ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ଦିଅନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।
  • ମନେରଖ : ବିଧାନମଣ୍ଡଳର ସଭ୍ୟ ନଥିବା ବ୍ୟକ୍ତିଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ମନ୍ତ୍ରୀପରିଷଦରେ ସ୍ଥାନ ଦେଇପାରନ୍ତି; କିନ୍ତୁ ଉକ୍ତ ବ୍ୟକ୍ତିଙ୍କୁ ୬ ମାସ ମଧ୍ୟରେ ବିଧାନମଣ୍ଡଳର ସଦସ୍ୟ ହେବାକୁ ପଡ଼ିବ ।
  • ମନ୍ତ୍ରୀପରିଷଦର ସଦସ୍ୟ ସଂଖ୍ୟା ରାଜ୍ୟ ବିଧାନସଭା ବା ବିଧାନମଣ୍ଡଳର ସଭ୍ୟସଂଖ୍ୟାର ୧୫ ଶତାଂଶଠାରୁ ଅଧ୍ୟକ ହୋଇପାରିବ ନାହିଁ ।
  • ରାଜ୍ୟ ମନ୍ତ୍ରୀପରିଷଦରେ ସାଧାରଣତଃ ତିନି ପ୍ରକାରର ମନ୍ତ୍ରୀ ଥାଆନ୍ତି; ଯଥା— (a) କ୍ୟାବିନେଟ୍ ମନ୍ତ୍ରୀ (b) ରାଷ୍ଟ୍ରମନ୍ତ୍ରୀ, (c) ଉପମନ୍ତ୍ରୀ ।
  • ବରିଷ୍ଠ, ଅଭିଜ୍ଞ ଓ ପ୍ରଭାବଶାଳୀ ବ୍ୟକ୍ତିମାନଙ୍କୁ କ୍ୟାବିନେଟ୍ ମନ୍ତ୍ରୀଭାବେ ନିଯୁକ୍ତି ଦିଆଯାଇଥାଏ ।
  • ରାଷ୍ଟ୍ରମନ୍ତ୍ରୀ କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ନିଯୁକ୍ତ ହୁଅନ୍ତି । କେତେକ କ୍ଷେତ୍ରରେ ସେମାନଙ୍କୁ ସ୍ବାଧୀନ ଦାୟିତ୍ୱ ମଧ୍ୟ ଦିଆଯାଏ ।
  • ଉପମନ୍ତ୍ରୀମାନେ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କୁ କର୍ତ୍ତବ୍ୟ ସମ୍ପାଦନରେ ସାହାଯ୍ୟ କରନ୍ତି ।
  • କ୍ୟାବିନେଟ୍ ବୈଠକ ମୁଖ୍ୟମନ୍ତ୍ରୀଙ୍କଦ୍ବାରା ଆହୂତ ହୁଏ ।
  • ମୁଖ୍ୟମନ୍ତ୍ରୀ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ଏବଂ ଏହାର କାର୍ଯ୍ୟସୂଚୀ ପ୍ରସ୍ତୁତ କରନ୍ତି ।
  • ରାଜ୍ୟ ବିଧାନସଭା ନିକଟରେ ସମସ୍ତ କାର୍ଯ୍ୟ ପାଇଁ ମନ୍ତ୍ରୀପରିଷଦ ବ୍ୟକ୍ତିଗତ ଭାବରେ ଓ ସମୂହ ଭାବରେ ଉତ୍ତରଦାୟୀ । ବିଧାନସଭାର ସଂଖ୍ୟାଗରିଷ୍ଠ ସଦସ୍ୟଙ୍କ ଆସ୍ଥାଭାଜନ ଥ‌ିବା ଯାଏ ମନ୍ତ୍ରିପରିଷଦ ତିଷ୍ଠି ରହେ ।
  • ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ଓ ବିଭାଗ ଅଦଳ ବଦଳ କରାଇ ଥାଆନ୍ତି ।
  • ମୁଖ୍ୟମନ୍ତ୍ରୀଙ୍କ ସୁପାରିସ କ୍ରମେ ରାଜ୍ୟପାଳ ମନ୍ତ୍ରୀଙ୍କର ଇସ୍ତଫାପତ୍ର ଗ୍ରହଣ କରନ୍ତି ।
  • ମନେରଖ : ମୂଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ରାଜ୍ୟ ମନ୍ତ୍ରିପରିଷଦର ବିଲୟ ଘଟେ ।

→ ମନ୍ତ୍ରିପରିଷଦର କାର୍ଯ୍ୟାବଳୀ :

  • ରାଜ୍ୟ ମନ୍ତ୍ରୀମଣ୍ଡଳ ବାସ୍ତବରେ ରାଜ୍ୟ ପ୍ରଶାସନର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ।
  • ନୀତି ନିର୍ଦ୍ଧାରଣ କରିବା ଓ ସେଗୁଡ଼ିକୁ କାର୍ଯ୍ୟକାରୀ କରାଇବାପାଇଁ ପଦକ୍ଷେପ ନେବା ମନ୍ତ୍ରୀମଣ୍ଡଳର ମୁଖ୍ୟ କାର୍ଯ୍ୟ ।
  • ରାଜ୍ୟ ମନ୍ତ୍ରୀମଣ୍ଡଳର ବୈଠକରେ ଅର୍ଥ ବିଭାଗଦ୍ବାରା ପ୍ରସ୍ତୁତ ‘ବଜେଟ୍’ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇ ଅନୁମୋଦନ କରାଯାଏ ।
  • ମନ୍ତ୍ରୀପରିଷଦ ବୈଠକରେ ନିଆଯାଇଥିବା ‘ସାମୂହିକ ନିଷ୍ପତ୍ତି’କୁ ମାନିବାକୁ ସବୁ ମନ୍ତ୍ରୀ ବାଧ୍ୟ । ଯଦି କୌଣସି ମନ୍ତ୍ରୀ ଭିନ୍ନ ମତ ପୋଷଣ କରି ଏଥ‌ିରେ ଭାଗୀଦାର ନ ହୁଅନ୍ତି, ତେବେ ସେ ମନ୍ତ୍ରୀପରିଷଦରୁ ଇସ୍ତଫା ଦେଇଥାଆନ୍ତି ।

→ ମୁଖ୍ୟମନ୍ତ୍ରୀ :

  • ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ହେଉଛି ବାସ୍ତବରେ ସମ୍ବିଧାନ ସ୍ଵୀକୃତ ପ୍ରଶାସନିକ ତଥା କାର୍ଯ୍ୟପାଳିକାର ମୁଖ୍ୟ ।
  • ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମନ୍ତ୍ରୀମଣ୍ଡଳ ରାଜ୍ୟସ୍ତରରେ ଶାସନ କାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ନିଯୁକ୍ତି ଓ କାର୍ଯ୍ୟକାଳ :

  • ସାଧାରଣ ନିର୍ବାଚନ ପରେ ବିଧାନସଭାରେ ଥ‌ିବା ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରନ୍ତି । ବିଧାନସଭାରେ ସଂଖ୍ୟାଗରିଷ୍ଠ ସଭ୍ୟମାନଙ୍କର ଆସ୍ଥାଭାଜନ ହୋଇଥିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନିଜ ପଦବୀରେ ରହନ୍ତି ।
  • ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀପରିଷଦକୁ ବରଖାସ୍ତ କରାଯାଏ ।
  • ମନେରଖ : ମନ୍ତ୍ରୀପରିଷଦ ବିରୁଦ୍ଧରେ ‘ଅନାସ୍ଥା ପ୍ରସ୍ତାବ’ ବିଧାନସଭାରେ ଗୃହୀତ ହେଲେ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ କ୍ଷମତାରୁ ଅପସରି ଯାଆନ୍ତି ।

→ କାର୍ଯ୍ୟାବଳୀ :

  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦ – ମୁଖ୍ୟମନ୍ତ୍ରୀ ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର । ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନେ ନିଯୁକ୍ତ ହୁଅନ୍ତି । ସେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି । ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳର ବୈଠକ ଆହ୍ବାନ କରନ୍ତି, କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ଏବଂ ବୈଠକରେ ଅଧ୍ୟକ୍ଷତା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ – ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କର ସମ୍ବିଧାନ ସ୍ଵୀକୃତ ପରାମର୍ଶଦାତା । ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରପରିଷଦର ପରାମର୍ଶ ଅନୁସାରେ ରାଜ୍ୟପାଳ ତାଙ୍କର କାର୍ଯ୍ୟ ସମ୍ପାଦନ କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ବିଧାନସଭା – ମୁଖ୍ୟମନ୍ତ୍ରୀ ବିଧାନସଭାର ନେତା ଅଟନ୍ତି । ବିଧାନସଭା ଗୃହର ନେତା ଭାବରେ ମୁଖ୍ୟମନ୍ତ୍ରୀ ବିଧାନସଭା ସଦସ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରନ୍ତି । ବିଧାନସଭାରେ ସେ ସରକାରଙ୍କର ନୂତନ ନୀତି ଓ ଯୋଜନାଗୁଡ଼ିକ ଘୋଷଣା କରନ୍ତି । ମୁଖ୍ୟମନ୍ତ୍ରୀ ବିଧାନସଭାରେ ବିରୋଧୀ ଦଳର ନେତା ଓ ଅନ୍ୟ ଦଳର ନେତାମାନଙ୍କ ସହିତ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ – ମୁଖ୍ୟମନ୍ତ୍ରୀ ନିଜ ଦଳ ତଥା ଶାସକ ଦଳର ନେତା । ସେ ଶାସକ ଦଳର ସଦସ୍ୟମାନଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ଆଲୋଚନା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନ – ରାଜ୍ୟ ସରକାରର ମୁଖ୍ୟ ଶାସନକର୍ତ୍ତା ହିସାବରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ନୀତି ନିୟମ ପ୍ରଣୟନ କରିବାରେ ନେତୃତ୍ୱ ନେବା ସହିତ ସେଗୁଡ଼ିକ କିପରି ନିଷ୍ଠାର ସହିତ କାର୍ଯ୍ୟକାରୀ ହୋଇପାରିବ, ସେଥ୍ୟପ୍ରତି ଧ୍ୟାନ ଦିଅନ୍ତି । ରାଜ୍ୟରେ ଦୈବ ଦୁର୍ବିପାକ ପରିସ୍ଥିତି ସୃଷ୍ଟି ହେଲେ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ତ୍ୱରାନ୍ବିତ କରି ସମସ୍ୟାର ସମାଧାନ କରନ୍ତି । ଆବଶ୍ୟକସ୍ଥଳେ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରି ରାଜ୍ୟର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଚେଷ୍ଟା କରନ୍ତି ।
  • ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଜନସାଧାରଣ – ମୁଖ୍ୟମନ୍ତ୍ରୀ ରାଜ୍ୟର ଜନସାଧାରଣଙ୍କର ପ୍ରିୟ ନେତା । ରାଜ୍ୟର ତଥା ଜନତାର ସ୍ଵାର୍ଥ କେନ୍ଦ୍ର ସରକାରଙ୍କ ନିକଟରେ ଉଚିତଭାବେ ଉପସ୍ଥାପିତ କରିବା ମୁଖ୍ୟମନ୍ତ୍ରୀଙ୍କର ପ୍ରଧାନ କାର୍ଯ୍ୟ । ଜାତୀୟ ଓ ଆନ୍ତର୍ଜାତୀୟ ସଙ୍ଗଠନ ମାଧ୍ୟମରେ ରାଜ୍ୟର ବିକାଶମୂଳକ ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରି ଲୋକମାନଙ୍କର ସର୍ବବିଧ ଉନ୍ନତି ସାଧନ କରିବା ମୁଖ୍ୟମନ୍ତ୍ରୀଙ୍କର ଅନ୍ୟ ଏକ ମୁଖ୍ୟ କାର୍ଯ୍ୟ ।

(ଖ) ରାଜ୍ୟ ବିଧାନମଣ୍ଡଳ (State Legislature) 

  • ଭାରତର ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଲେଖାଏଁ ଏକ-ସଦନୀୟ ବା ଦ୍ବି-ସଦନୀୟ ବିଧାନମଣ୍ଡଳ ରହିଅଛି ।
  • ବିଧାନମଣ୍ଡଳର ନିମ୍ନସଦନକୁ ବିଧାନସଭା ଏବଂ ଉଚ୍ଚସଦନକୁ ବିଧାନ ପରିଷଦ କୁହାଯାଏ ।
  • ଆମ ଓଡ଼ିଶାରେ କେବଳ ନିମ୍ନ ସଦନ ବା ବିଧାନସଭା ଅଛି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ବିଧାନସଭା 
→ ଗଠନ ଓ କାର୍ଯ୍ୟକାଳ :

  • ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟ ସଂଖ୍ୟା ୫୦୦ ରୁ ଅଧ୍ବକ କିମ୍ବା ୬୦ରୁ କମ୍ ହୋଇପାରିବ ନାହିଁ ।
  • ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା ୧୪୭ । ତନ୍ମଧ୍ୟରୁ ୨୨ ଆସନ ଅନୁସୂଚିତ ଜାତି (S.C.) ଏବଂ ୩୪ଟି ଆସନ ଅନୁସୂଚିତ ଜନଜାତି (S.T.)ଙ୍କ ପାଇଁ ସଂରକ୍ଷିତ । ଅବଶିଷ୍ଟ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ରାଜ୍ୟ ବିଧାନମଣ୍ଡଳ (State Legislature)

  • ମନେରଖ : ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ ଆସନ ବିଶିଷ୍ଟ । ଗୋଆ, ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା ୪୦ ।
  • ବିଧାନସଭାର ସଭ୍ୟମାନେ ରାଜ୍ୟର ଭୋଟଦାତାମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ସାବାଳକ ଭୋଟଦାନ ବ୍ୟବସ୍ଥା ମାଧ୍ୟମରେ ନିର୍ବାଚିତ ହୁଅନ୍ତି ।
  • ମନେରଖ : ବିଧାନସଭାର କାର୍ଯ୍ୟକାଳ ୫ ବର୍ଷ । ଜାତୀୟ ଜରୁରୀ ପରିସ୍ଥିତି ଜାରି ହେବା ସମୟରେ ଏହାର କାର୍ଯ୍ୟକାଳ ସଂସଦର ଆଇନଦ୍ୱାରା ଅଧିକ ୧ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

→ ବିଧାନସଭାର ସଭ୍ୟପଦ ପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୨୫ ବର୍ଷରୁ କମ୍ ହୋଇନଥ‌ିବ ।
  • ସଂସଦଦ୍ୱାରା ପ୍ରଣୀତ ନିର୍ବାଚନ ଆଇନଦ୍ୱାରା ନିର୍ଦ୍ଧାରିତ ହୋଇଥିବା ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥ‌ିବ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଅଧୁବେଶନ :

  • ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶକ୍ରମେ ରାଜ୍ୟପାଳ ବିଧାନସଭାର ଅଧ‌ିବେଶନ ଡକାଇ ଥାଆନ୍ତି ।
  • ପ୍ରତିବର୍ଷ ବିଧାନସଭାର ଅନ୍ୟୁନ ଦୁଇଟି ଅଧିବେଶନ ହେବା ବାଧ୍ୟତାମୂଳକ ଅଟେ ।
  • ବାସ୍ତବରେ ପ୍ରତିବର୍ଷ ବିଧାନସଭାର ତିନିଗୋଟି ଅଧିବେଶନ ଆହୂତ ହୋଇଥାଏ ; ଯଥା— ବଜେଟ୍ ଅଧିବେଶନ, ବର୍ଷାକାଳୀନ ଅଧ୍ଶନ ଓ ଶୀତକାଳୀନ ଅଧ୍ଵବେଶନ ।
  • ମନେରଖ : ବିଧାନସଭାରେ ସର୍ବମୋଟ ସଭ୍ୟ ସଂଖ୍ୟାର ଏକ-ଦଶମାଂଶ ସଭ୍ୟ ଗୃହରେ ଉପସ୍ଥିତ ରହିଲେ ଗୃହକାର୍ଯ୍ୟ ଚାଲେ । ଏହି ସର୍ବନିମ୍ନ ସଂଖ୍ୟକ ସଦସ୍ୟଙ୍କର ଉପସ୍ଥିତିକୁ ‘କୋରମ’ କୁହାଯାଏ ।

→ ବାଚସ୍ପତି :

  • ବିଧାନସଭା ବୈଠକରେ ବାଚସ୍ପତି ଅଧ୍ୟକ୍ଷତା କରନ୍ତି ।
  • ବିଧାନସଭାର ପ୍ରଥମ ଅଧିବେଶନରେ ଗୃହର ସଭ୍ୟମାନେ ସେମାନଙ୍କ ମଧ୍ୟରୁ ଜଣଙ୍କ ବାଚସ୍ପତିଭାବେ ନିର୍ବାଚିତ କରନ୍ତି । ସାଧାରଣତଃ ବାଚସ୍ପତି ଶାସକ ଦଳରୁ ଓ ଉପବାଚସ୍ପତି ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧିବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସଚୀ ନିଦ୍ଧାରଣ କରନ୍ତି ।
  • ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।
  • ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ ।
  • ବିଧାନସଭା ଅଧ୍ଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।
  • ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣ୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।
  • ମନେରଖ : ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତି ରହିଲେ ଅଧ‌ିବେଶନ କାର୍ଯ୍ୟ ଚଳାଇବା ପାଇଁ ଏକ ‘ଅଧ୍ୟକ୍ଷ ମଣ୍ଡଳୀ’ ରହିଛି ।

→ ବିଧାନସଭାର କାର୍ଯ୍ୟାବଳୀ :

  • ଆଇନ ପ୍ରଣୟନ କାର୍ଯ୍ୟ – ଆଇନ ପ୍ରଣୟନ କରିବା ବିଧାନସଭାର ମୁଖ୍ୟ କାର୍ଯ୍ୟ । ସାଧାରଣ ଚିଠା ଆଇନ (ବିଲ୍) ବିଧାନସଭାରେ ନିର୍ଦ୍ଧାରିତ ପଦ୍ଧତିରେ ଗୃହୀତ ହେବା ପରେ ରାଜ୍ୟପାଳଙ୍କ ସମ୍ମତି ପାଇଲେ ତାହା ଆଇନରେ ପରିଣତ ହୁଏ ।
  • ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା — ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରନ୍ତି ନାହିଁ କି କୌଣସି ଅର୍ଥ ଖର୍ଚ୍ଚ କରିପାରନ୍ତି ନାହିଁ । ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ ।
  • କାର୍ଯ୍ୟପାଳିକା ଉପରେ ନିୟନ୍ତ୍ରଣ ଜାହିର କ୍ଷମତା – ବିଧାନସଭା ଲୋକମାନଙ୍କଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଠିତ । ବିଧାନସଭାର ସଭ୍ୟମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ ଏବଂ ମୁଲତବୀ ପ୍ରସ୍ତାବ ଓ ଧ୍ୟାନ ଆକର୍ଷଣକାରୀ ପ୍ରସ୍ତାବ ମାଧ୍ୟମରେ ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରିତ କରିଥାଆନ୍ତି । ବଜେଟ ଆଲୋଚନା ସମୟରେ ବିଧାୟକମାନେ ମନ୍ତ୍ରୀମାନଙ୍କ ସେମାନଙ୍କ ବିଭାଗ ବିଷୟରେ ବିଭିନ୍ନ ପ୍ରଶ୍ନ ପଚାରି ଥାଆନ୍ତି । ବିଭିନ୍ନ ‘କାଟ ପ୍ରସ୍ତାବ’ ମାଧ୍ୟମରେ ବିଧାନସଭା ମନ୍ତ୍ରୀମଣ୍ଡଳ ଉପରେ ନିୟନ୍ତ୍ରଣ ଜାହିର କରିଥାଆନ୍ତି ।
  • ବିତର୍କ ଓ ପର୍ଯ୍ୟାଲୋଚନାମୂଳକ କ୍ଷମତା – ବିଧାନସଭାରେ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଶିକ୍ଷା, କୃଷି, ଶିଳ୍ପ, ବାଣିଜ୍ୟ ଆଦି ବିଭିନ୍ନ ବିଷୟରେ ସଦସ୍ୟମାନେ ଆଲୋଚନା ଓ ପର୍ଯ୍ୟାଲୋଚନା କରନ୍ତି ।
  • ମନେରଖ : ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀପରିଷଦ ଇସ୍ତଫା ପ୍ରଦାନ କରନ୍ତି ।
  • ସମ୍ବିଧାନ ସଂଶୋଧନ ସମ୍ପର୍କିତ କ୍ଷମତା – ସମ୍ବିଧାନର କେତେଗୁଡିଏ ଧାରାର ସଂଶୋଧନ ପାଇଁ ଆଗତ ବିଧେୟକଗୁଡ଼ିକ ଅନ୍ଧାଧ୍ଵ ରାଜ୍ୟ ବିଧାନମଣ୍ଡଳର ଅନୁମୋଦନ (Ratification) ଆବଶ୍ୟକ କରିଥାଆନ୍ତି ।
  • ନିର୍ବାଚନ ସମ୍ପର୍କିତ କ୍ଷମତା – ବିଧାନସଭାର ସଭ୍ୟମାନେ ବାଚସ୍ପତି, ଉପବାଚସ୍ପତି, ରାଜ୍ୟସଭା ସଦସ୍ୟ ଓ ରାଷ୍ଟ୍ରପତି ନିର୍ବାଚନରେ ଭାଗ ନେଇଥା’ନ୍ତି ।
  • ବିବିଧ କ୍ଷମତା – ରାଜ୍ୟ ଲୋକସେବା ଆୟୋଗର ବାର୍ଷିକ ରିପୋର୍ଟଗୁଡ଼ିକ ବିଧାନସଭାରେ ଗୃହର ସଦସ୍ୟମାନଙ୍କ ଗୋଚରାର୍ଥେ ଉପସ୍ଥାପିତ କରାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ବିଧାନସଭାରେ ଆଇନ ପ୍ରଣୟନ ପଦ୍ଧତି :

  • ପ୍ରଥମେ ଚିଠା-ଆଇନ ବା ‘ବିଲ୍’ ସରକାରଙ୍କ ତରଫରୁ ବିଭାଗୀୟ ମନ୍ତ୍ରୀଙ୍କଦ୍ବାରା ଗୃହର ଅନୁମତି ସହିତ ବିଧାନସଭାରେ ଆଗତ ହୁଏ । ଏହା ଦୁଇ ପ୍ରକାରର ; ଯଥା— (୧) ସାଧାରଣ ଚିଠା ଆଇନ ବା ବିଲ୍, (୨) ଅର୍ଥ- ସମ୍ବନ୍ଧୀୟ ଚିଠା ଆଇନ ବା ‘ଅର୍ଥବିଲ୍’ ।
  • ପ୍ରତ୍ୟେକ ଚିଠା ଆଇନ ବିଧାନସଭାରେ ପ୍ରଥମ ପାଠ ଦ୍ଵିତୀୟ ପାଠ ଓ ତୃତୀୟ ପାଠ ମାଧ୍ୟମରେ ଗତି କରେ ।
  • ତୃତୀୟ ପାଠ ସ୍ତରରେ ଚିଠା ଆଇନ ଗୃହୀତ ହେବାପାଇଁ ଗୃହର ସଭ୍ୟମାନଙ୍କର ମତାମତ ନିଆଯାଏ । ବିଲ୍‌ ସଂଖ୍ୟାତ୍ମକ ସଭ୍ୟଙ୍କର ସମର୍ଥନ ଲାଭ କଲେ ରାଜ୍ୟପାଳଙ୍କ ‘ସମ୍ମତି’ ପାଇ ତାଙ୍କ ପାଖକୁ ପଠାଯାଏ । ରାଜ୍ୟପାଳଙ୍କ ‘ସମ୍ମତି’ ପାଇବା ପରେ ବିଲ୍‌ ‘ଆଇନ’ରେ ପରିଣତ ହୋଇଥାଏ ।

→ ବିଧାନ ପରିଷଦ:

  • ବିଧାନ ପରିଷଦ ରାଜ୍ୟ ବିଧାନ ମଣ୍ଡଳର ଉଚ୍ଚ ସଦନ । ଏହା ଏକ ସ୍ଥାୟୀ ଗୃହ । ଏହାର ବିଲୟ ନାହିଁ ।
  • ବିଧାନ ପରିଷଦର ସଭ୍ୟମାନେ ୬ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି ଏବଂ ପ୍ରତି ୨ ବର୍ଷରେ ଏହାର ଏକ-ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରନ୍ତି ।
  • ଗଠନ – ବିଧାନ ପରିଷଦର କେତେକ ପରୋକ୍ଷଭାବେ ନିର୍ବାଚିତ ସଭ୍ୟ ଓ କେତେକ ମନୋନୀତ ସଭ୍ୟଙ୍କୁ ନେଇ ଗଠିତ । ବିଧାନ ପରିଷଦର ପାଞ୍ଚ-ଷଷ୍ଠାଶ ସଭ୍ୟ ନିର୍ବାଚିତ ଓ ଏକ-ଷଷ୍ଠାଶ ସଭ୍ୟ ରାଜ୍ୟପାଳଙ୍କଦ୍ୱାରା ମନୋନୀତ ହୁଅନ୍ତି ।
  • ମନେରଖ : କୌଣସି ରାଜ୍ୟ ବିଧାନ ପରିଷଦର ସଦସ୍ୟ ସଂଖ୍ୟା ୪୦ରୁ କମ୍ ବା ସେହି ରାଜ୍ୟର ବିଧାନସଭାର ସଭ୍ୟସଂଖ୍ୟାର ଏକ-ତୃତୀୟାଂଶର କମ୍ ହେବନାହିଁ ।

→ ବିଧାନ ପରିଷଦର ସଭ୍ୟ ହେବାପାଇଁ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥିବେ ।
  • ତାଙ୍କର ବୟସ ଅନ୍ୟନ ୩୦ ବର୍ଷ ହୋଇଥବ ।
  • ସଂସଦଦ୍ୱାରା ପ୍ରଣୀତ ଆଇନରେ ନିର୍ଦ୍ଧାରିତ ଅନ୍ୟ ସମସ୍ତ ଯୋଗ୍ୟତା ତାଙ୍କର ଥିବ ।
  • ରାଜ୍ୟ ବିଧାନ ପରିଷଦର ଅଧୂବେଶନ କାର୍ଯ୍ୟ ପରିଚାଳନା ପାଇଁ ଜଣେ ନିର୍ବାଚିତ ଅଧ୍ୟକ୍ଷ ଓ ଉପାଧ୍ଯକ୍ଷ ରହିଥାଆନ୍ତି ।

(ଗ) ରାଜ୍ୟ ନ୍ୟାୟପାଳିକା

  • ଦେଶର ସର୍ବୋଚ୍ଚ ନ୍ୟାୟାଳୟ, ରାଜ୍ୟର ଉଚ୍ଚ ନ୍ୟାୟାଳୟ ଓ ଜିଲ୍ଲାସ୍ତରୀୟ ଅଦାଲତକୁ ନେଇ ଏକ ତ୍ରିସ୍ତରୀୟ ନ୍ୟାୟପାଳିକା ସଂସ୍ଥା ଆମ ଦେଶରେ କାର୍ଯ୍ୟ କରୁଅଛି ।
  • ଉଚ୍ଚ ନ୍ୟାୟାଳୟ ଏବଂ ଜିଲ୍ଲା ସ୍ତରୀୟ ଅଧସ୍ତନ ନ୍ୟାୟାଳୟଗୁଡ଼ିକୁ ନେଇ ରାଜ୍ୟ ନ୍ୟାୟପାଳିକା ଗଠିତ ।

→ ଉଚ୍ଚ ନ୍ୟାୟାଳୟ :

  • ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ । ଦୁଇ କିମ୍ବା ତତୋଧ‌ିକ ରାଜ୍ୟମାନଙ୍କପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ଗଠନ କରାଯିବାର କ୍ଷମତା ସଂସଦର ଅଛି ।
  • ଓଡ଼ିଶାର ଉଚ୍ଚ ନ୍ୟାୟାଳୟ କଟକଠାରେ ୧୯୪୮ ମସିହାରେ ସ୍ଥାପିତ ହୋଇଛି ।
  • ବର୍ତ୍ତମାନ ଆମ ଦେଶରେ ସର୍ବମୋଟ ୨୧ ଗୋଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ଉଚ୍ଚ ନ୍ୟାୟାଳୟର ଗଠନ :

  • ଉଚ୍ଚ ନ୍ୟାୟାଳୟ ଜଣେ ମୁଖ୍ୟ ବିଚାରପତି ଏବଂ ଏକାଧ୍ଵ ବିଚାରପତିଙ୍କୁ ନେଇ ଗଠିତ ।
  • ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏବଂ ସଂପୃକ୍ତ ରାଜ୍ୟର ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି । ଅନ୍ୟ ବିଚାରପତିଙ୍କୁ ନିଯୁକ୍ତି ଦେବାବେଳେ ରାଷ୍ଟ୍ରପତି ସଂପୃକ୍ତ ରାଜ୍ୟ ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

Image(ଓଡ଼ିଶାର ଉଚ୍ଚ ନ୍ୟାୟାଳୟ)

→ ବିଚାରପତିଙ୍କ ଯୋଗ୍ୟତା :

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • କୌଣସି ଏକ ବା ଏକାଧ୍ଵକ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ ଦଶବର୍ଷ ଆଡ଼ଭୋକେଟ୍ ବା ଅଧ୍ବକ୍ତା ଭାବେ କାର୍ଯ୍ୟ କରିବାର ଅଭିଜ୍ଞତା ତାଙ୍କର ଥବ ।
  • କିମ୍ବା ଭାରତବର୍ଷର ଯେକୌଣସି ସ୍ଥାନରେ ଅନ୍ୟନ ଦଶବର୍ଷ ପାଇଁ ବିଚାର ବିଭାଗୀୟ ପଦବୀରେ ସେ ଅଧ୍ୟଷ୍ଠିତ ହୋଇଥ୍ ।
  • ନୂତନ ତଥ୍ୟ : ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ପ୍ରଧାନ ବିଚାରପତିଙ୍କୁ ମିଶାଇ ସମୁଦାୟ ୨୭ ଜଣ ବିଚାରପତି ରହିପାରିବେ ।

→ ବିଚାରପତିଙ୍କ କାର୍ଯ୍ୟାବଳ:

  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ୬୨ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରନ୍ତି ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ବଦଳି ହୋଇଥାନ୍ତି ।
  • ଆବଶ୍ୟକୀୟ ଦୁଇ-ତୃତୀୟାଂଶ ସଭ୍ୟଙ୍କର ସମର୍ଥନ ପାଇ ସଂସଦର ଉଭୟ ଗୃହରେ ବହିଷ୍କାର ପ୍ରସ୍ତାବ ଗୃହୀତ ହେଲେ ରାଷ୍ଟ୍ରପତିଙ୍କଦ୍ୱାରା ବିଚାରପତି ପଦବ୍ୟତ ହୁଅନ୍ତି ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ ରାଜ୍ୟ ଉଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାର :

  • ମୌଳିକ କ୍ଷେତ୍ରାଧ୍ୟାକାର – ଧାରା ୨୨୬ ଅନୁସାରେ କୌଣସି ନାଗରିକର ମୌଳିକ ଅଧୂକାର କ୍ଷୁଣ୍ଣ ହେଲେ ସେ ସିଧାସଳଖ ଉଚ୍ଚ ନ୍ୟାୟାଳୟରେ ‘ରିଟ୍’ (ପରମାଦେଶ) ଆବେଦନ କରିପାରିବେ । ସଂସଦ, ବିଧାନସଭା ଇତ୍ୟାଦି ନିର୍ବାଚନ ସଂକ୍ରାନ୍ତୀୟ ମୋକଦ୍ଦମା ଏବଂ ଅଦାଲତ ଅବମାନନା, ବିବାହ, ଛାଡ଼ପତ୍ର ଇତ୍ୟାଦି ମୋକଦ୍ଦମାଗୁଡ଼ିକ ଉଚ୍ଚ ନ୍ୟାୟାଳୟରେ ଆଗତ କରାଯାଇପାରିବ ।
  • ଆଦେବଦମୂଳକ କ୍ଷେତ୍ରାଧିକାର – ବିଭିନ୍ନ ଦେୱାନୀ ଓ ଫୌଜଦାରୀ ମାମଲାରେ ଜିଲ୍ଲାସ୍ତରୀୟ ବିଚାରପତିଙ୍କ ରାୟ ବିରୁଦ୍ଧରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଏ ।
  • ପର୍ଯ୍ୟବେକ୍ଷଣ କ୍ଷେତ୍ରାଧିକାର – ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜିଲ୍ଲାସ୍ତରୀୟ ନିମ୍ନ ଅଦାଲତଗୁଡ଼ିକ ପରିଦର୍ଶନ କରନ୍ତି ଏବଂ ଆବଶ୍ୟକୀୟ ନିର୍ଦ୍ଦେଶ ପ୍ରଦାନ କରନ୍ତି । ଉଚ୍ଚ ନ୍ୟାୟାଳୟ ନିମ୍ନ ଅଦାଲତଗୁଡ଼ିକର କାର୍ଯ୍ୟ- ନିର୍ବାହ ପଦ୍ଧତି ସ୍ଥିର କରନ୍ତି । ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଚାକିରି ସର୍ତ୍ତାବଳୀ ଉଚ୍ଚ ନ୍ୟାୟାଳୟଦ୍ଵାରା ନିର୍ଦ୍ଧାରିତ ହୁଏ ।
  • ମନେରଖ : ଜିଲ୍ଲା ଜଜଙ୍କର ନିଯୁକ୍ତ ଓ ପଦୋନ୍ନତିବେଳେ ରାଜ୍ୟପାଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହିତ ପରାମର୍ଶ କରନ୍ତି ।

→ ନିମ୍ନ ଅଦାଲତ ବା ଅଧସ୍ତନ ଅଦାଲତ :

  • ଜିଲ୍ଲା ଓ ସବ୍‌ଡିଭିଜନ୍ ବା ଉପଖଣ୍ଡ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛନ୍ତି; ଯଥା— (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ
  • ଜିଲ୍ଲାସ୍ତରୀୟ ଜଜ୍ ଓ ସେସସ୍ କୋର୍ଟ ଜିଲ୍ଲାର ସର୍ବୋଚ୍ଚ ଦେୱାନୀ ଓ ଫୌଜଦାରୀ ଅଦାଲତ ।

→ ଦେୱାନୀ ଅଦାଲତ :

  • ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।
  • ଦେୱାନୀ ମୋକଦ୍ଦମା ବିଚାର କରିବାପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜଙ୍କ ଅଦାଲତ ଏବଂ ସବଡିଭିଜନ ବା ଉପଖଣ୍ଡ ସ୍ତରରେ ସବଜଜଙ୍କର ଏବଂ ମୁନ୍ସଙ୍କର ଅଦାଲତ ରହିଛି ।

→ ଫୌଜଦାରୀ ଅଦାଲତ :

  • ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ସେଗୁଡ଼ିକୁ ଫୌଜଦାରୀ ଅଦାଲତ କୁହାଯାଏ ।
  • ଏହି ମୋକଦ୍ଦମାଗୁଡ଼ିକର ବିଚାର ପାଇଁ ଜିଲ୍ଲାସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ସବ୍‌ଡିଭିଜନ ବା ଉପଖଣ୍ଡ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ପ୍ରଥମ ଶ୍ରେଣୀ ଓ ଦ୍ବିତୀୟ ଶ୍ରେଣୀ କ୍ଷମତାପ୍ରାପ୍ତ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

→ ଲୋକ ଅଦାଲତ :

  • ମନେରଖ : ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିତ୍ତିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।
  • ଏହା ଫଳରେ ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କୁ ଅଯଥାରେ ଖଚ୍ଚାନ୍ତ ହୋଇ ବାରମ୍ବାର ଅଦାଲତକୁ ଧାଇବାକୁ ପଡ଼େନାହିଁ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

→ କେନ୍ଦ୍ର-ରାଜ୍ୟ ସମ୍ପର୍କ :

  • ଭାରତରେ ପ୍ରଚଳିତ କେନ୍ଦ୍ର-ରାଜ୍ୟ ସମ୍ପର୍କ ତିନି ପ୍ରକାରର; ଯଥା –

କେନ୍ଦ୍ର-ରାଜ୍ୟ ସମ୍ପର୍କ

  • ବ୍ୟବସ୍ଥାପିକା ସମ୍ପର୍କ – କେନ୍ଦ୍ର ସଂସଦ କେନ୍ଦ୍ର ତାଲିକାଭୁକ୍ତ ଓ ଯୁଗ୍ମ ତାଲିକାଭୁକ୍ତ ବିଷୟ ଉପରେ ଏବଂ ରାଜ୍ୟ ବିଧାନମଣ୍ଡଳ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରନ୍ତି । ଜାତୀୟ ଜରୁରୀ ପରିସ୍ଥିତି, ରାଷ୍ଟ୍ରପତି ଶାସନ, ରାଜ୍ୟର ୨/୩ ଅଂଶ ସଭ୍ୟଙ୍କ ସମର୍ଥନରେ ଗୃହୀତ ପ୍ରସ୍ତାବ, ଆନ୍ତର୍ଜାତିକ ଚୁକ୍ତିର କାର୍ଯ୍ୟକାରିତା ପାଇଁ ଆଇନର ଆବଶ୍ୟକତା ଭଳି ସ୍ଵତନ୍ତ୍ର ପରିସ୍ଥିତିରେ ସଂସଦ ଚାହିଁଲେ ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥାଏ ।
  • ପ୍ରଶାସନିକ ସମ୍ପର୍କ – ଯେଉଁ ବିଷୟଗୁଡ଼ିକ ଉପରେ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ ପ୍ରଣୟନ କରନ୍ତି, ସେହି ବିଷୟଗୁଡ଼ିକ ଉପରେ ସେମାନଙ୍କର ଯଥୋଚିତ ପ୍ରଶାସନିକ ନିୟନ୍ତ୍ରଣ ରହିଥାଏ । କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥା’ନ୍ତି ଯେ ରାଜ୍ୟ ସରକାରଙ୍କର ପ୍ରଶାସନିକ କ୍ଷମତା ପ୍ରୟୋଗ ବେଳେ କେନ୍ଦ୍ର ସରକାରଙ୍କ ଆଇନର ବିରୁଦ୍ଧାଚରଣ ନ ହେବା ବାଞ୍ଛନୀୟ । ରାଜ୍ୟପାଳ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ସମ୍ମିଳନୀ ଓ ବାଚସ୍ପତି ସମ୍ମିଳନୀ ମାଧ୍ୟମରେ କେନ୍ଦ୍ର ସରକାର, ରାଜ୍ୟ ସରକାରମାନଙ୍କୁ ବିଭିନ୍ନ ନିର୍ଦ୍ଦେଶ ଦେଇ ସମଗ୍ର ଦେଶରେ ଏକ ସମନ୍ବିତ ପ୍ରଶାସନିକ ବ୍ୟବସ୍ଥା ପ୍ରତିଷ୍ଠା କରିଛନ୍ତି ।
  • ମନେରଖ : ସର୍ବଭାରତୀୟ ପ୍ରଶାସନିକ ସେବା (LAS) ଓ ସର୍ବଭାରତୀୟ ପୋଲିସ୍ ସେବା (IPS) ପରି ସର୍ବଭାରତୀୟ ସେବା ମାଧ୍ୟମରେ କେନ୍ଦ୍ର ପ୍ରଶାସନ ଓ ରାଜ୍ୟ ପ୍ରଶାସନ ଉଭୟେ ସମ୍ପର୍କିତ ।
  • ଅର୍ଥ ସମ୍ବନ୍ଧୀୟ ସମ୍ପର୍କ – ଦକ୍ଷତା, ପ୍ରାଚୁର୍ଯ୍ୟ ଏବଂ ଯୋଗ୍ୟତା ଭିଭିରେ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ସମ୍ବଳର ବଣ୍ଟନ କରାଯାଏ । କେନ୍ଦ୍ର ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ବା ‘ଟିକସ’ କେନ୍ଦ୍ର ସରକାର ପାଆନ୍ତି । ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ ଆଦାୟ ହେଉଥ‌ିବା ‘କର’ ରାଜ୍ୟ ସରକାର ପାଆନ୍ତି । ମାତ୍ର କେନ୍ଦ୍ର ସରକାର ନିଜର ସମ୍ବଳର କେତେକାଂଶ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି । ଷ୍ଟାମ୍ପ ଟିକସ କେନ୍ଦ୍ର ସରକର ବସାନ୍ତି; ମାତ୍ର ରାଜ୍ୟ ସରକାର ଆଦୟ କରନ୍ତି ଓ ଖର୍ଚ୍ଚ କରନ୍ତି । କେତେକ ଟିକସ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ମଧ୍ୟରେ ବଣ୍ଟାଯାଏ । କେନ୍ଦ୍ର ସରକାର ଗରିବ ରାଜ୍ୟମାନଙ୍କୁ ସ୍ୱତନ୍ତ୍ର ଗ୍ରାଣ୍ଟ ବା ଅନୁଦାନ ଦିଅନ୍ତି । ରାଜ୍ୟରେ ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ କାର୍ଯ୍ୟକାରୀ କରିବାପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅର୍ଥ ଅନୁଦାନ ଦିଅନ୍ତି ।
  • ମନେରଖ : ସମ୍ବିଧାନର ୨୮୦ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚ ବର୍ଷରେ ଗୋଟିଏ ଲେଖାଏଁ ‘ଅର୍ଥ ଆୟୋଗ’ ନିଯୁକ୍ତ କରନ୍ତି । ଅର୍ଥ ଆୟୋଗ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମ୍ବଳ ବଣ୍ଟନର ନୀତି ନିର୍ଦ୍ଧାରଣ କରନ୍ତି ।
  • ବ୍ୟବସ୍ଥାପିକା, ପ୍ରଶାସନିକ ଏବଂ ଅର୍ଥ ସମ୍ବନ୍ଧୀୟ ସମ୍ପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉପରେ କେନ୍ଦ୍ର ସରକାରଙ୍କର ଯଥେଷ୍ଟ ଆଧ୍ୟତ୍ୟ ରହିଅଛି । ତେଣୁ ଭାରତକୁ ଏକ ‘ଅର୍ଥ-ସଂଘୀୟ ରାଷ୍ଟ୍ର’ ବା ‘କେନ୍ଦ୍ରୀଭୂତ-ସଂଘୀୟ ରାଷ୍ଟ୍ର’ କୁହାଯାଏ ।

BSE Odisha 8th Class Political Science Notes Chapter 2 ରାଜ୍ୟ ସରକାର

ଆମେ କ’ଣ ଶିଖୁଲେ ?

  • ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନମୁଖ୍ୟ ।
  • ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦର ଉପଦେଶ ଓ ପରାମର୍ଶ ଅନୁସାରେ ରାଜ୍ୟପାଳ ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ।
  • ରାଜ୍ୟପାଳ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ମୁଖ୍ୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗସୂତ୍ରକାରୀ ।
  • ବିଧାନସଭାରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନଙ୍କ ନିଯୁକ୍ତି ଓ ବିଭାଗ ବଣ୍ଟନ ଦାୟିତ୍ଵ ତୁଲାଇବା ।
  • ରାଜ୍ୟ ମନ୍ତ୍ରୀମଣ୍ଡଳ ବିଧାନ ସଭା ନିକଟରେ ଉତ୍ତରଦାୟୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାବଳୀ ।
  • ଭାରତରେ ୭ଟି ରାଜ୍ୟରେ ଥ‌ିବା ବିଧାନ ପରିଷଦର ଗଠନ ପ୍ରକ୍ରିୟା ।
  • ରାଜ୍ୟ ବିଧାନ ମଣ୍ଡଳ ରାଜ୍ୟପାଳ, ବିଧାନସଭା ଓ ବିଧାନ ପରିଷଦକୁ ନେଇ ଗଠିତ । ଏହା ଯୁଗ୍ମ ତାଲିକାରେ ଆଇନ୍ ପ୍ରଣୟନ କରିବା ।
  • ପ୍ରତି ରାଜ୍ୟରେ ଏକ ଉଚ୍ଚ ଅଦାଲତ ରହିବାର ବ୍ୟବସ୍ଥା ଧାରା ୨୧୪ । ବିଚାରପତିମାନଙ୍କର ଅବସର ବୟସ ସୀମା ୬୨ |
  • ଓଡ଼ିଶା ଉଚ୍ଚ ନ୍ୟାୟାଳୟ ୧୯୪୮ରେ କଟକଠାରେ ପ୍ରତିଷ୍ଠା କରାଯିବା ଓ ବିଚାରପତି ସଂଖ୍ୟା ୨୨ ।
  • ଉଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତିଙ୍କ କାର୍ଯ୍ୟ ।
  • ରାଜ୍ୟ ବିଧାନମଣ୍ଡଳ ଦୁଇଟି ତାଲିକାରେ ଆଇନ ପ୍ରଣୟନ କରିଥାଏ ଯଥା – ରାଜ୍ୟ ତାଲିକା ଓ ଯୁଗ୍ମ ତାଲିକା ।
  • କେନ୍ଦ୍ର ସରକାରଙ୍କ ରାଜ୍ୟମାନଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ ଓ ଅର୍ଥ ଆୟୋଗର ସୁପାରିଶକ୍ରମେ ସମ୍ବଳ ଆବଣ୍ଟନ ।