BSE Odisha Class 8 Science Solutions Odia Medium Curiosity

8th Class Science Book Odia Medium Question Answer Pdf Download ଜିଜ୍ଞାସା Jigyansa, BSE Odisha Guru Class 8 Science Solutions Odia Medium Question Answer, BSE Odisha 8th Class Science Book Pdf.

BSE Odisha 8th Class Science Book Solutions

8th Class Science Book Odia Medium Question Answer

Class 8 Science Solution Odia Medium – Class 8 Science Odia Medium Question Answer

BSE Odisha Guru Class 8 Science Question Answer

BSE Class 8 Science Curiosity Solutions

Old Syllabus

BSE Odisha 8th Class Text Book Solutions

BSE Odisha Class 8 Math Solution Book Odia Medium Ganita Prakash

BSE Odisha Guru Class 8 Math Solutions ଗଣିତ ପ୍ରକାଶ Ganita Prakash, 8th Class Math Book Solution Odia Medium Pdf Download, Class 8 Math Solution Odia Medium.

BSE Odisha 8th Class Math Solution Book

Class 8 Math Solution Odia Medium

Class 8 Odia Medium Math Solution

BSE Class 8 Math Solution

BSE 8th Class Math Ganita Prakash Solutions

BSE Odisha Guru Class 8 Maths Solutions Algebra (Old Syllabus)

Chapter 1 ସେଟ୍

Chapter 2 ପରିମେୟ ସଂଖ୍ୟା

Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ

Chapter 4 ଉତ୍ପାଦକୀକରଣ

Chapter 5 ସୂଚକ ତତ୍ତ୍ଵ

Chapter 6 ବର୍ଗ-ବର୍ଗମୂଳ ଏବଂ ଘନ-ଘନମୂଳ

Chapter 7 ସମୀକରଣ ଓ ଏହାର ସମାଧାନ

Chapter 8 ବ୍ୟାବସାୟିକ ଗଣିତ

Chapter 9 ଚଳନ

Chapter 10 ତଥ୍ୟ ପରିଚାଳନା ଓ ଲେଖଚିତ୍ର

Odia Medium 8th Class Math Solution Pdf Geometry (Old Syllabus)

Chapter 1 ଜ୍ୟାମିତିର ମୌଳିକ ଧାରଣ

Chapter 2 ତ୍ରିଭୁଜ

Chapter 3 ଚତୁର୍ଭୁଜ

Chapter 4 ଅଙ୍କନ

Chapter 5 ପରିମିତି

BSE Odisha 8th Class Text Book Solutions

BSE Odisha Class 8 Social Science Notes Odia Medium

BSE Odisha Guru Class 8 Social Science Notes

BSE Odisha Class 8 Social Science Notes

BSE Odisha 8th Class Social Science Notes

Also Read BSE Odisha Class 8 Social Science Solutions

Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ

Go through BSE Odisha Class 8 Science Notes Odia Medium and Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ to understand important concepts and topics more clearly.

8th Class Science Chapter 12 Notes Odia Medium

BSE Odisha Class 8 Science Chapter 12 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଭାରତର ବିଭିନ୍ନ ଅଞ୍ଚଳ ଯଥା- ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ଓ ଛତିଶଗଡ଼ ଆଦି ରାଜ୍ୟରେ ହାତୀମାନେ ଗାଁକୁ ପଶିଆସନ୍ତି । ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ ଖାଦ୍ୟର ଅଭାବ ହୁଏ ଏବଂ ଜଳାଶୟ ଶୁଝାଯାଏ, ହାତୀମାନେ ଧାନ, ଆଖୁ ଓ କଦଳୀ ଭଳି ଖାଦ୍ୟ ସନ୍ଧାନରେ ଗାଁ ପାଖ ଚାଷଜମି କିମ୍ବା ବଗିଚାକୁ ଆସି ଫସଲ ନଷ୍ଟ କରିବା ସହ ମଣିଷ ଓ ଗୃହପାଳିତ ପଶୁଙ୍କ ମଧ୍ୟ କ୍ଷତି କରିଥାନ୍ତି ।

ବୃଷ୍ଟିପାତ ଏବଂ ତାପମାତ୍ରାର ପରିବର୍ତ୍ତନ ଯୋଗୁଁ ଜଙ୍ଗଲ ନଷ୍ଟ ହୋଇଥାଏ । ରାସ୍ତା ଓ କୋଠାବାଡ଼ି ନିର୍ମାଣ ପାଇଁ ଗଛ କାଟିବା ପରିସ୍ଥିତିକୁ ଆହୁରି ଖରାପ କରିଦିଏ । ଏହା ପ୍ରାଣୀଙ୍କ ପ୍ରାକୃତିକ ବାସସ୍ଥାନ ଜଙ୍ଗଲକୁ ସଙ୍କୁଚିତ ଓ ନଷ୍ଟ କରିଦିଏ ।

ଏହାର ଫଳସ୍ଵରୂପ ବନ୍ୟପ୍ରାଣୀଙ୍କ ପାଇଁ ଜଙ୍ଗଲ ବାସସ୍ଥାନ ଭାବେ ଉପଯୁକ୍ତ ନ ହୋଇ, ସେମାନେ ମଣିଷ ବାସସ୍ଥାନକୁ ପ୍ରବେଶ କରିବାକୁ ଆରମ୍ଭ କରନ୍ତି । ହାତୀମାନେ ଜଙ୍ଗଲ ଜୀବନରେ ଅଭ୍ୟସ୍ତ, କିନ୍ତୁ ହଠାତ୍ ପରବିର୍ଜନ ଯୋଗୁଁ ସେମାନଙ୍କର ବଞ୍ଚିବା କଷ୍ଟକର ହୋଇଯାଏ ।

ପରି ବେଶବିତ୍‌ମାନେ ପ୍ରାଣୀମାନଙ୍କର ଯାତାୟତର ସୁରକ୍ଷା ପାଇଁ ଦେଶର ଅନେକ ସ୍ଥାନରେ ଚଲାପଥ (Corridors) ଚିହ୍ନଟ କରିଛନ୍ତି । ଏହି ଚଲାପଥଗୁଡ଼ିକ ଜଙ୍ଗଲ ବାସସ୍ଥାନ ସହ ସଂଯୋଗ କରେ ।

ଆମେ ଆମର ପାରିପାର୍ଶ୍ବକ ଅବସ୍ଥାକୁ କିପରି ଅନୁଭବ କରୁ ?
ଆମ ଚତୁଃପାର୍ଶ୍ଵର ବିଭିନ୍ନ ଜୈବ ବିବିଧତାକୁ ଦେଖୁଲେ ଜଣାଯାଏ ବିଭିନ୍ନ ବାସସ୍ଥାନରେ ବିଭିନ୍ନ ପ୍ରକାରର ଉଭିଦ ଓ ପ୍ରାଣୀ ବାସ କରନ୍ତି । ବାସସ୍ଥାନ ହେଉଛି ଯେଉଁଠାରେ ଜୀବ ବାସ କରେ । ଗୋଟିଏ ଗଛର ବଳ୍‌କଳ ମଧ୍ୟ କୌଣସି ଜୀବର ବାସସ୍ଥାନ ହୋଇଥାଏ ।
ଉଦ୍ଭିଦ ଓ ପ୍ରାଣୀମାନଙ୍କ ପାରସ୍ପରିକ ସମ୍ପର୍କ ଯୋଗୁଁ ସେମାନେ ବଞ୍ଚିବା ପାଇଁ ପାରିପାର୍ଶ୍ବକ ପରିସ୍ଥିତି ସହ ନିଜକୁ ଖାପଖୁଆଇ ଚଳିଥାନ୍ତି ।

କାର୍ଯ୍ୟ – ୧ : ଆସ ଅନୁସନ୍ଧାନ କରିବା
ଶିକ୍ଷକଙ୍କ ସହିତ ଦଳଗତ ଭାବରେ ବାସସ୍ଥାନ ଅନୁସନ୍ଧାନ କର ।
ଶିକ୍ଷଣର ଲକ୍ଷ୍ୟ : ଆମ ଚାରିପାଖରେ ଥିବା ବିଭିନ୍ନ ବାସସ୍ଥାନରେ ଦେଖାଯାଉଥ‌ିବା ସଜୀବ ଓ ନିର୍ଜୀବ ଉପାଦାନଗୁଡ଼ିକୁ ଚିହ୍ନଟ କରିବା । ଏହା ସହିତ ଭିନ୍ନ ଭିନ୍ନ ବାସସ୍ଥାନର ସାଧାରଣ ବୈଶିଷ୍ଟ୍ୟକୁ ଲକ୍ଷ୍ୟ କରିବା ।
ଆବଶ୍ୟକୀୟ ଉପକରଣ : ନୋଟ୍ ଖାତା, କଲମ

କାର୍ଯ୍ୟ ପ୍ରଣାଳୀ :
ଆମ ଚାରିପାଖରେ ଦୁଇଟି ବାସସ୍ଥାନର ଚିତ୍ର ଚିହ୍ନଟ କରାଯାଇଛି ।
ବର, ଆମ୍ବ କିମ୍ବା ତେନ୍ତୁଳି ଗଛ ଭଳି ଏକ ବଡ଼ ଗଛ କିମ୍ବା ପୋଖରୀ, ଜଙ୍ଗଲ, କୃଷିକ୍ଷେତ୍ର ଭଳି ବାସସ୍ଥାନମଧ୍ୟରୁ ଯେକୌଣସି ଦୁଇଟିକୁ ଚିହ୍ନଟ କରିବା ।
ଏହି ବାସସ୍ଥାନଗୁଡ଼ିକରେ ଆମେ ପର୍ଯ୍ୟବେକ୍ଷଣ କରୁଥିବା ସଜୀବ ଏବଂ ନିର୍ଜୀବଗୁଡ଼ିକର ଏକ ତାଲିକା ପ୍ରସ୍ତୁତ
କରାଯାଉ ।
ନିଜର ପର୍ଯ୍ୟବେକ୍ଷଣକୁ ଏହି ସାରଣୀରେ ଉଲ୍ଲେଖ କରାଯାଉ ।

ସାରଣୀ–୧: ଦୁଇଟି ବାସସ୍ଥାନର ଭିନ୍ନଭିନ୍ନ ଉପାଦାନ

ଜଳାଶୟ ଜଙ୍ଗଲ
ସଜୀବ ନିର୍ଜୀବ ସଜୀବ ନିର୍ଜୀବ
ମାଛ ପାଣି ଉଭିଦ ମାଟି
ବେଙ୍ଗ ଜଳ ଘାସ ପଥର
ଜଳରେ ବାସକରୁଥିବା ଛୋଟଜୀବ କାଦୁଅ ପକ୍ଷୀ ସୂର୍ଯ୍ୟକିରଣ
ଜୀବାଳୀ ପଥର ହରିଣ ଶୁଖପତ୍ର

ପର୍ଯ୍ୟବେକ୍ଷଣ : ଉଭୟ ଜଳାଶୟ ଓ ଜଙ୍ଗଲ ବାସସ୍ଥାନରେ ବିଭିନ୍ନ ପ୍ରକାର ସଜୀବ, ଯଥା ମାଛ, ବେଙ୍ଗ, ଉଭିଦ, ଘାସ ଆଦି ଓ ନିର୍ଜୀବ ଉପାଦାନ ଯଥା ପାଣି, କାଦୁଅ, ପଥର, ମାଟି ଇତ୍ୟାଦି ଉପାଦାନଗୁଡ଼ିକ ଦେଖୁବାକୁ ପାଇଲୁ ।

ସାରଣୀରେ ଥିବା ଦୁଇଟି ବାସସ୍ଥାନରେ କେଉଁ ସାଧାରଣ ବୈଶିଷ୍ଟ୍ୟଗୁଡ଼ିକ ଲକ୍ଷ୍ୟ କରୁଛ ?
ଉ –
ସାରଣୀରେ ଥିବା ଉଭୟ ସଜୀବ ଓ ନିର୍ଜୀବମାନଙ୍କ ବାସସ୍ଥାନରେ ସମାନତା ଦେଖାଯାଏ ।

ତଥାପି ସଜୀବ ଏବଂ ନିର୍ଜୀବମାନେ ମଧ୍ୟ ଭିନ୍ନଭିନ୍ନ ପ୍ରକାର ହୋଇଥାଆନ୍ତି । ସାରଣୀରେ ଆମେ ଲିପିବଦ୍ଧ କରିଥିବା ଜୀବମାନଙ୍କୁ ସେହି ବାସସ୍ଥାନର ଜୈବିକ ଉପାଦାନ (Biotic Component) ଏବଂ ନିର୍ଜୀବମାନଙ୍କୁ ଅଜୈବିକ ଉପାଦାନ (Abiotic Component) କୁହାଯାଏ ।

ତୁମେ କେବେ ଭାବିଛ କି କାହିଁକି କେତେକ ଜୀବ ମାଟିରେ ବାସ କରନ୍ତି ଏବଂ ଆଉ କେତେକ ଜୀବ ଜଳରେ ବାସ କରନ୍ତି ?
ଉ-
ପ୍ରତ୍ୟେକ ଜୀବ ବଞ୍ଚିବା ପାଇଁ ନିର୍ଦ୍ଦିଷ୍ଟ ପରିସ୍ଥିତି ଆବଶ୍ୟକ କରିଥାଏ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 1
ମାଛ କିପରି ପୋଖରୀରେ ବଞ୍ଚେ ?
ଉ-
ପୋଖରୀ ମାଛମାନଙ୍କୁ ବଞ୍ଚିବା ପାଇଁ ଖାଦ୍ୟ, ଅମ୍ଳଜାନ, ଆଶ୍ରୟସ୍ଥଳୀ ଏବଂ ବଢ଼ିବା ପାଇଁ ସ୍ଥାନ ପ୍ରଦାନ କରିଥାଏ । ପୋଖରୀରେ ମାଛମାନେ ଖାଇବା ପାଇଁ ଛୋଟ ଉଦ୍ଭଦ ଓ ପ୍ରାଣୀଙ୍କଠାରୁ ଖାଦ୍ୟ (ଜୈବିକ) ଏବଂ ଶ୍ଵାସକ୍ରିୟା ପାଇଁ ପାଣିରୁ ଅମ୍ଳଜାନ (ଅଜୈବିକ) ପାଇଥାନ୍ତି । ପୋଖରୀରେ ବେଙ୍ଗ, କଇଁଛ, ସାପ, ବତକ, ଗେଣ୍ଡା, ମଶା, କଙ୍କି ପ୍ରଭୃତି ପ୍ରାଣୀମାନଙ୍କ ସହ ଅନ୍ୟ ଜଳଜ ଉଭିଦ ଚିଙ୍ଗୁଡିଆ ଦଳ, ଶୈବାଳ, ପଦ୍ମ ଇତ୍ୟାଦି ବାସକରିଥାନ୍ତି । ସେମାନେ ସମସ୍ତେ ସେଠାରେ ଥିବା ଅନ୍ୟାନ୍ୟ ପ୍ରାଣୀ ଓ ନିର୍ଜୀବ ବସ୍ତୁ ସହିତ ପାରସ୍ପରିକ କ୍ରିୟା ମାଧ୍ଯମରେ ଜୀବନ ଧାରଣ କରିଥାନ୍ତି ।
ପ୍ରତ୍ୟେକ ବାସସ୍ଥାନରେ ଉଭିଦ ଓ ପ୍ରାଣୀ ପରି ଜୈବିକ ତଥା ମାଟି, ଜଳ, ବାୟୁ, ସୂର୍ଯ୍ୟକିରଣ ଓ ତାପମାତ୍ରା ପରି ଭୌତିକ ଉପାଦାନ ଥାଏ ।
ଉଦାହରଣ : ଜଙ୍ଗଲ ଦିନରେ ଗରମ ଓ ରାତିରେ ଥଣ୍ଡା ହୋଇଥାଏ । ସାପ ରାତିରେ ବାହାରକୁ ଆସେ, କିନ୍ତୁ ମୂଷା ଦିନରେ ସକ୍ରିୟ ହୁଏ । ସେମାନେ ସମାନ ବାସସ୍ଥାନରେ ଥିଲେ ମଧ୍ୟ ଭିନ୍ନ ଭିନ୍ନ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି । ଏହିପରି ଜୀବମାନେ ଗୋଟିଏ ବାସସ୍ଥାନରେ ସମନ୍ଵୟ ରଖୁ ସହାବସ୍ଥାନ କରନ୍ତି ।

ପ୍ରକୃତିରେ କେଉଁମାନେ ଏକାଠି ରୁହନ୍ତି ?
ଏକ ଜଳାଶୟରେ ଏକାଠି ବାସ କରୁଥିବା ସମାନ ପ୍ରକାରର ମାଛର ଏହି ଗୋଷ୍ଠୀକୁ ସେହି ନିର୍ଦ୍ଦିଷ୍ଟ ମାଛର ଜୀବସଂଖ୍ୟା (Population) କୁହାଯାଏ । ଗୋଟିଏ ବାସସ୍ଥାନରେ ରହୁଥ‌ିବା ବିଭିନ୍ନ ପ୍ରକାରର ଜୀବଙ୍କ ଜୀବସଂଖ୍ୟାକୁ ପର୍ଯ୍ୟବେକ୍ଷଣ ଏବଂ ରେକର୍ଡ଼ କରିପାରିବା ।

Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ

କାର୍ଯ୍ୟ – ୨ : ଆସ ଲିପିବଦ୍ଧ କରିବା :
ଶିକ୍ଷଣର ଲକ୍ଷ୍ୟ : ଆମେ ଏକ ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟରେ ସବୁ ପ୍ରକାରର ଉଭିଦ ସଂଖ୍ୟାକୁ ଗଣନା କରି ଜୀବସଂଖ୍ୟା ବିଷୟରେ ଧାରଣା ପାଇବା

ଆବଶ୍ୟକୀୟ ଉପକରଣ : ମାପ ଫିତା, ନୋଟ୍ ଖାତା, କଲମ ।
କାର୍ଯ୍ୟ ପ୍ରଣାଳୀ :
ଛାତ୍ରଛାତ୍ରୀମାନଙ୍କୁ ଚାରିରୁ ପାଞ୍ଚଟି ଦଳରେ ବିଭକ୍ତ କରାଯାଉ ।
ପ୍ରତ୍ୟେକ ଦଳ ଯେକୌଣସି ଦୁଇଟି ଜୀବ, ଉଭିଦ କିମ୍ବା ପ୍ରାଣୀ ଚିହ୍ନଟ କରିପାରିବେ ।

ଏକ ଜୀବଗୋଷ୍ଠୀରେ ପ୍ରତ୍ୟେକ ଜୀବ ଗୁରୁତ୍ଵପୂର୍ଣ କି ?

କାର୍ଯ୍ୟ – ୩ : ଆସ ପଢ଼ିବା :
ଶିକ୍ଷଣ ଲକ୍ଷ୍ୟ : ଆମେ ଗୋଟିଏ ଜୀବଗୋଷ୍ଠୀରେ ବିଭିନ୍ନ ଜୀବଙ୍କ ଭୂମିକା ବିଷୟରେ ଜାଣିବା ।
ଜଳାଶୟରେ ଥ‌ିବା ମାଛ ନିକଟସ୍ଥ ଉଭିଦଗୁଡ଼ିକରେ ବଂଶବୃଦ୍ଧିକୁ କିପରି ପ୍ରଭାବିତ କରେ, ତାହା ଜାଣିବା ପାଇଁ ଗବେଷକମାନେ ଏକ ଅଧ୍ୟୟନ କରିଥିଲେ । ସେମାନେ ଦୁଇଟି ଜଳାଶୟକୁ ନିରୀକ୍ଷଣ କଲେ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 2
ଜଳାଶୟରେ ବହୁତ ମାଛ ଥିଲେ ଏବଂ ଏହା ଚାରିପାଖରେ ବହୁ ସଂଖ୍ୟକ ଫୁଲଗଛ ଥିଲା । ଏହାର କାରଣ କ’ଣ ହୋଇପାରେ ଚିନ୍ତା କର ।
ଉ-
ଜଳାଶୟ ‘କ’ରେ ବହୁତ ମାଛ ଥିବାରୁ ସେମାନେ କଙ୍କିର ଲାର୍ଭା ଖାଇଥାନ୍ତି ଯାହାଫଳରେ କି କଙ୍କିର ସଂଖ୍ୟା କମିଯାଏ ଓ ପରାଗଣକାରୀ ମହୁମାଛ ଅଧିକ ପରିମାଣରେ ବଢ଼ିବା ଫଳରେ ଅଧ‌ିକ ଫୁଲଗଛ ହୋଇଥାଏ ।

‘ଖ’ ଜଳାଶୟରେ କୌଣସି ମାଛ ନଥିଲେ ଏବଂ ଏହା ଚାରିପାଖରେ କମ୍ ଫୁଲଗଛ ଥିଲା । ଏହାର କାରଣ କ’ଣ ହୋଇପାରେ ଚିନ୍ତା କର ।
ଉ-
‘ଖ’ ଜଳାଶୟରେ କୌଣସି ମାଛ ନଥ‌ିବାରୁ ଏଠାରେ କଙ୍କିମାନଙ୍କ ସଂଖ୍ୟା ବଢ଼ିଥାଏ ଫଳରେ ସମସ୍ତ ମହୁମାଛଙ୍କ ବଂଶ ନିପାତ କରିଥାନ୍ତି । ତେଣୁ ପରାଗରେଣୁ ହୋଇନପାରିବାରୁ ଫୁଲଗଛ ସଂଖ୍ୟା କମ୍ ହୋଇଥାଏ ।

ପ୍ରତ୍ୟେକ ଜୀବଗୋଷ୍ଠୀରେ ଭୂମିକା ଥାଏ ?

ପ୍ରକଳ୍ପ କାର୍ଯ୍ୟ :
ପୁଷ୍କରିଣୀ ଏକ ସ୍ଵୟଂ ସମ୍ପୂର୍ଣ୍ଣ ପରିସଂସ୍ଥା (ecosystem) । ବିଭିନ୍ନ ଅଞ୍ଚଳରେ ଆମେ ପୋଖରୀ ଦେଖୁ ଯେପରି ନରେନ୍ଦ୍ର ପୋଖରୀ ପୁରୀରେ, ବିନ୍ଦୁସାଗର ଭୁବନେଶ୍ୱରରେ, କୁସୁମ ପୋଖରୀ ଯାଜପୁରରେ ।
କେତେକ ହ୍ରଦରେ ମଧୁର ଜଳ ଓ କେତେକ ହ୍ରଦରେ ଲୁଣି ପାଣି ଥାଏ । ପ୍ରାକୃତିକ ହ୍ରଦ ଚିଲିକା ଅନେକ ପ୍ରକାର ପକ୍ଷୀଙ୍କୁ ଏଠାକୁ ଆକର୍ଷିତ କରିଥାଏ । ଗଞ୍ଜାମର ତାମ୍ପରା, କେଉଁଝରର ଡେରାସ, କାଞ୍ଜିଆ ଇତ୍ୟାଦି ଏଗୁଡ଼ିକ
ଜଳୀୟ ବାସସ୍ଥାନ (water habitant) ।
ପୁଷ୍କରିଣୀ ବା ପର୍ଯ୍ୟାବାସ କେତେକ ଜୈବିକ ଉପାଦାନ, ଯଥା- ଶୈବାଳ, ୟୁଲୋଥୁସିସ୍‌ରୁଲିନା, ଟେରିଡୋଫାଇଟ୍ (ଆଜୋଲା, ସାଲଭେନିଆ) ସପୁଷ୍ପ ଉଭିଦ (ଲେମନା, ପିଷ୍ଟିଆ) ଇତ୍ୟାଦି ଦେଖାଯାଏ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 3
ବିଲାତି ଦଳ, ଚିଙ୍ଗୁଡ଼ିଆ ଦଳ ମଧ୍ୟ ଭାସିଥାନ୍ତି । ଏଠାରେ ୟୁପ୍ଲୀନା ଶିଉଳିକୁ ଖାଏ, ବଡ଼ ଶିଉଳି ଛୋଟମାଛ ଖାଆନ୍ତି, ଛୋଟ ମାଛ ବିଟଲ୍ (ଜଳପୋକ) ଖାଏ, ପରେ ବଡ଼ ମାଛର ଖାଦ୍ୟ ହୁଏ । ପୋଖରୀ ତଳ ଭାଗରେ ଗେଣ୍ଡା ଥାଆନ୍ତି ।
ଜଳପୋକକୁ ବେଙ୍ଗ ଖାଆନ୍ତି । ବଗ, ପାଣିକୁଆ, ହଂସ ଇତ୍ୟାଦି ଜଳ ଜୀବନ ଏଠାରୁ ଖାଦ୍ୟ ପାଆନ୍ତି ।

ତୁମେ ନିକଟବର୍ତ୍ତୀ ପୋଖରୀ ଅଧ୍ୟୟନ କରି ଏକ ପ୍ରକଳ୍ପ ପ୍ରସ୍ତୁତ କର । ଅଛି (ହଁ କି ନା) ।
(୧) ଶୈବାଳ, ବିଲାତି ଦଳ, ଚିଙ୍ଗୁଡ଼ିଆ ଦଳ __________ । ଉ- ନା
(୨) କଇଁ, ପଦ୍ମ __________ । ଉ- ହଁ
(୩) ମାଛର ପ୍ରକାର କେଉଁ ଜାତିର, କଉ, କେରାଣ୍ଡି, ଚିଙ୍ଗୁଡ଼ି __________ । ଉ- ହଁ
(୪) କେଉଁ ପ୍ରକାର ପୋକ ଅଛନ୍ତି __________ ।
ଉ-
ଜଳପୋକ ଏବଂ ଅନ୍ୟାନ୍ୟ କୀଟପତଙ୍ଗ
(୫) ବଗ, ହଂସ, ପାଣିକୁଆ, ମାଛରଙ୍କା, ବେଙ୍ଗ __________ । ଉ- ହଁ
(୬) ଏହାର ଏକ ଚିତ୍ର କରି ଦର୍ଶାଅ । __________ ।
ଉ-
ନିଜେ ଅଙ୍କନ କରିବେ ।
(୭) ପୋଖରୀର ଅନ୍ୟ ଉପଯୋଗିତା ଲେଖ । ଉ- ନା
ଉ-
ପୋଖରୀରେ ଜଳ ସ୍ଥାୟୀ ଭାବରେ ରହିଥାଏ । ଏଥିରେ ଲୋକମାନେ ଗାଧୋଇବା, ଲୁଗାସଫା କରିବା, ମାଛଚାଷ କରିବା ଓ ନିକଟରେ ଥିବା କୃଷିକ୍ଷେତ୍ରକୁ ଜଳସେଚନ କରାଯାଇଥାଏ ।

ଉଭୟ ଜଳାଶୟରେ କଙ୍କି, ମହୁମାଛି ଏବଂ ପ୍ରଜାପତିଙ୍କ ସଂଖ୍ୟା ତୁଳନା କର । ତୁମେ ଏମାନଙ୍କ ସଂଖ୍ୟା ମଧ୍ୟରେ କୌଣସି ସମ୍ପର୍କ ଦେଖିବାକୁ ପାଉଛ କି ? ଆମେ ଦେଖ‌ିଲେ ଯେ ଜଳାଶୟ ‘କ’ ରେ ଥିବା କଳଙ୍କି ସଂଖ୍ୟା ଜଳାଶୟ ‘ଖ’ ତୁଳନାରେ କମ୍ ଥିଲା । କାହିଁକି ?
ଉ-
ମାଛ କଙ୍କିର ଲାର୍ଭା ଖାଏ, ତେଣୁ ମାଛ ଥିବା ଜଳାଶୟରେ କମ୍ କଙ୍କି ରହିବେ । କଙ୍କି ସାଧାରଣତଃ ମାଛି, ମହୁମାଛି ଏବଂ ପ୍ରଜାପତିକୁ ଖାଇ ଖାଆନ୍ତି । ତେଣୁ କଙ୍କି ସଂଖ୍ୟା କମ୍ ଥିବାରୁ ମହୁମାଛି, ମାଛି ଏବଂ ପ୍ରଜାପତି ଅଧ‌ିକ ସଂଖ୍ୟାରେ ଦେଖାଗଲେ । ଏହି କୀଟପତଙ୍ଗଗୁଡ଼ିକ ନିକଟବର୍ତ୍ତୀ ଅଞ୍ଚଳରେ ଗୋଟିଏ ଫୁଲରୁ ଅନ୍ୟ ଫୁଲକୁ ପରାଗ ସ୍ଥାନାନ୍ତର କରିବାରେ ସାହାଯ୍ୟ କରନ୍ତି, ଯାହା ଉଦ୍ଭଦର ବଂଶ ବୃଦ୍ଧି କରିବାରେ ସାହାଯ୍ୟ କରେ । ତେଣୁ, ବେଶି ମାଛ ଥ‌ିବା ଜଳାଶୟ ପାଖରେ ଥିବା ଫୁଲଗୁଡ଼ିକ, ମାଛ ନଥ‌ିବା ଜଳାଶୟ ପାଖରେ ଥ‌ିବା ଫୁଲଗୁଡ଼ିକ ଅପେକ୍ଷା ଅଧିକ ମଞ୍ଜି ସୃଷ୍ଟି ଉତ୍ପାଦନ କରନ୍ତି ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 4
ଏହି ଅଧ୍ୟୟନରୁ ଆମେ କ’ଣ ଜାଣିଲେ ? ଗୋଟିଏ ଜଳାଶୟର ମାଛ ଜୀବସଂଖ୍ୟା ନିକଟବର୍ତ୍ତୀ ଉଭିଦଗୁଡ଼ିକରେ ବୀଜ ଉତ୍ପାଦନକୁ କିପରି ପ୍ରଭାବିତ କରେ ?
ଉ-
ଏହି ଅଧ୍ୟୟନ ଦର୍ଶାଉଛି ଯେ କୌଣସି ବାସସ୍ଥାନର ଜୈବିକ ଉପାଦାନ (ତାପ, ଜଳ, ପୋଷକ ପଦାର୍ଥ ଆଦି) ପାରସ୍ପରିକ କ୍ରିୟା କରନ୍ତି ଏବଂ ପରସ୍ପରକୁ ପ୍ରଭାବିତ କରନ୍ତି ।

ମଣିଷଦ୍ଵାରା ଅତ୍ୟଧିକ ମାଛ ଧରିବା ଏହି ସନ୍ତୁଳନକୁ ପରିବର୍ତ୍ତନ କରିପାରିବ କି ? ଏହା ବାସସ୍ଥାନରେ ଥବା ସଜୀବ ଏବଂ ନିର୍ଜୀବଙ୍କୁ କିପରି ପ୍ରଭାବିତ କରିବ ବୋଲି ତୁମେ ଭାବୁଛ ?
ଉ-
ହଁ, ଏହା ଜୈବିକ ସନ୍ତୁଳନକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିପାରିବ । ମାଛ କମିଗଲେ କଙ୍କିଙ୍କ ସଂଖ୍ୟା ବଢ଼ିବ ଫଳରେ ମହୁମାଛି ଓ ପ୍ରଜାପତିଙ୍କ ସଂଖ୍ୟାକୁ ହ୍ରାସ କରିବ । ତେଣୁ ଗଛର ପରାଗଣ ଓ ମଞ୍ଜି ଉତ୍ପାଦନ କମିଯିବ ।

ସାରଣୀ : ବାସସ୍ଥାନରେ ଜୈବିକ ଏବଂ ଅଜୈବିକ ଉପାଦାନ ମଧ୍ୟରେ ପାରସ୍ପରିକ କ୍ରିୟା

ମାନଦଣ୍ଡ ୧:ଅଜୈବ ଏବଂ ଜୈବିକ ଉପାଦନ ଗୁଡ଼ିକ– ମଧ୍ୟରେ ପାରସ୍ପରିକ କ୍ରିୟା ମାନଦଣ୍ଡ ୨ : ଦୁଇଟି ଅଜୈବିକ ଉପାଦାନ ମଧ୍ୟରେ ପାରସ୍ପରିକ କ୍ରିୟା ମାନଦଣ୍ଡ ୩ : ଜୈବିକ ଉପାଦାନଗୁଡ଼ିକ ମଧ୍ୟରେ ପାରସ୍ପରିକ କ୍ରିୟା ।
ଜିଆ ଓଦା ମାଟିରେ ବାସ କରେ । ଉଜ୍ଜ୍ଵଳ ସୂର୍ଯ୍ୟକିରଣ ଯୋଗୁଁ ଦିନର ତାପମାତ୍ରା ଅଧିକ ହୁଏ । ବେଙ୍ଗ କୀଟତଙ୍ଗ ଖାଏ ।
ଜଳାଶୟରେ ଅନେକ ଅଣୁଜୀବ ଥାଆନ୍ତି । ସୂର୍ଯ୍ୟକିରଣ ଯୋଗୁଁ ଜଳ ଶୀଘ୍ର ବାଷ୍ପୀଭୂତ ହୁଏ । ଜଳରେ ବାସ କରୁଥିବା ସାପ ମାଛ ଖାଏ ।
ମାଛ ପାଣିରେ ଅଣ୍ଡା ଦିଏ । ଜଳପୃଷ୍ଠ ଉପରେ ବାୟୁ ଧୀରେଧୀରେ ପ୍ରବାହିତ ହୋଇ ମୃଦୁ ତରଙ୍ଗ ସୃଷ୍ଟି କରୁଛି । ବେଙ୍ଗ ଏବଂ ମାଛ ଛୋଟ କୀଟପତଙ୍ଗ ଲାର୍ଭା ପାଇଁ ପ୍ରତିଯୋଗିତା କରିପାରନ୍ତି ।
ଜଳାଶୟ ନିକଟ ମାଟି ଆର୍ଦ୍ର ରହେ । ଗୋଟିଏ ମାଛ ଅନ୍ୟ ମାଛ କିମ୍ବା ବେଙ୍ଗମାନଙ୍କଠାରୁ ନିଜ ଅଣ୍ଡାକୁ ରକ୍ଷା କରିବା ପାଇଁ ଜଳରେ ଥ‌ିବା ଉଦ୍ଭଦ ନିକଟରେ ଅଣ୍ଡା ଦିଏ ।

ଜୀବ ଏବଂ ସେମାନଙ୍କ ପାରିପାଶ୍ୱିକ ପରିବେଶ ମଧ୍ୟରେ ବିଭିନ୍ନ ପ୍ରକାରର ପାରସ୍ପରିକ କ୍ରିୟା :
ଉଭିଦ ଓ ପ୍ରାଣୀମାନଙ୍କର ବୃଦ୍ଧି ପାଇଁ ବାୟୁ, ଜଳ, ମାଟି ଏବଂ ସୂର୍ଯ୍ୟାଲୋକ ଆବଶ୍ୟକ । ଜୀବ କିମ୍ବା ଜୀବଗୋଷ୍ଠୀ ସେମାନଙ୍କର ବଞ୍ଚିବା ପାଇଁ ଅଜୈବିକ ଉପାଦାନଗୁଡ଼ିକ ଉପରେ ନିର୍ଭର କରନ୍ତି । ଉଦ୍ଭିଦ ଏବଂ ପ୍ରାଣୀମାନେ ପୋଷଣ, ଶ୍ଵାସକ୍ରିୟା ଏବଂ ପ୍ରଜନନ ପାଇଁ ପରସ୍ପର ଉପରେ ନିର୍ଭର କରନ୍ତି । ଏଗୁଡ଼ିକୁ ଜୈବିକ ଉପାଦାନମାନଙ୍କର ପାରସ୍ପରିକ କ୍ରିୟା କୁହାଯାଏ ।
ଉଭୟ ଜୈବିକ ଉପାଦାନ ତଥା ଜୈବିକ ଓ ଅଜୈବିକ ଉପାଦାନଗୁଡ଼ିକ ମଧ୍ୟରେ ହେଉଥ‌ିବା ପାରସ୍ପରିକ କ୍ରିୟା ଯେକୌଣସି ବାସସ୍ଥାନରେ ଜୀବର ବଞ୍ଚିବା ପାଇଁ ଗୁରୁତ୍ଵପୂର୍ଣ୍ଣ ।

କାର୍ଯ୍ୟ – ୪ : ଆସ, ସମ୍ବନ୍ଧ ସ୍ଥାପନ କରିବା ଏବଂ ଚିହ୍ନଟ କରିବା
ଶିକ୍ଷଣର ଲକ୍ଷ୍ୟ : ନିମ୍ନ ମାନଦଣ୍ଡ ଆଧାରରେ ଚିତ୍ରରେ ଦର୍ଶାଯାଇଥ‌ିବା ଜୈବିକ ଏବଂ ଅଜୈବିକ ଉପାଦାନଗୁଡ଼ିକ ମଧ୍ୟରେ ଥିବା ପାରସ୍ପରିକ କ୍ରିୟାଗୁଡ଼ିକର ଚିହ୍ନଟ କରିବାକୁ ହେବ ।

କାର୍ଯ୍ୟପ୍ରଣାଳୀ :
ମାନଦଣ୍ଡ ୧ : ଅଜୈବିକ ଓ ଜୈବିକ ଉପାଦାନଗୁଡ଼ିକ ମଧ୍ୟରେ ପାରସ୍ପରିକ କ୍ରିୟା । ଏଗୁଡ଼ିକ ଜୈବିକ ଉପାଦାନଗୁଡ଼ିକର ପୁଷ୍ଟିସାଧନ, ଶ୍ଵାସକ୍ରିୟା ଏବଂ ପ୍ରଜନନ ଭଳି ଜୀବନ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି । ମାନଦଣ୍ଡ ୨ : ଦୁଇଟି ଅଜୈବିକ ଉପାଦାନ ମଧ୍ୟରେ ପାରସ୍ପରିକ କ୍ରିୟା । ଏଗୁଡ଼ିକ ଏକ ବାସସ୍ଥାନର ଭୌତିକ ବୈଶିଷ୍ଟ୍ୟଗୁଡ଼ିକୁ ପ୍ରଭାବିତ କରିପାରନ୍ତି ।
ମାନଦଣ୍ଡ ୩ : ଜୈବିକ ଉପାଦାନଗୁଡ଼ିକ ମଧ୍ୟରେ ପାରସ୍ପରିକ କ୍ରିୟା । ଏଗୁଡ଼ିକ ପୁଷ୍ଟିସାଧନ, ଶ୍ଵାସକ୍ରିୟା ଏବଂ ପ୍ରଜନନ ଭଳି ଜୀବନ ପ୍ରକ୍ରିୟା ନିମିତ୍ତ ଆବଶ୍ୟକ ସମ୍ବଳର ଉପଲବ୍ଧତାକୁ ପ୍ରଭାବିତ କରିପାରେ ।

ପର୍ଯ୍ୟବେକ୍ଷଣ :
ଏକ ବାସସ୍ଥାନରେ ବିଭିନ୍ନ ପ୍ରକାରର ପାରସ୍ପରିକ କ୍ରିୟା ଘଟିଥାଏ । ଆମେ ଅନୁମାନ କରିପାରିବା ଯେ ଯେକୌଣସି ବାସସ୍ଥାନରେ ଥ‌ିବା ଜୈବିକ ଉପାଦାନଗୁଡ଼ିକ (ଉଦ୍ଭିଦ, ପ୍ରାଣୀ ଏବଂ ଅଣୁଜୀବ) ଏବଂ ଅଜୈବିକ ଉପାଦାନଗୁଡ଼ିକ (ବାୟୁ, ଜଳ, ମାଟି, ସୂର୍ଯ୍ୟାଲୋକ ଏବଂ ତାପମାତ୍ରା) ପରସ୍ପର ସହିତ କ୍ରିୟା କରି ଏକ ପରିସଂସ୍ଥା (Ecosystem) ଗଠନ କରନ୍ତି ।
ଗୋଟିଏ ପରିସଂସ୍ଥାର ବିଭିନ୍ନ ଜୀବଗୋଷ୍ଠୀ ଖାଦ୍ୟ, ଆଶ୍ରୟ ଏବଂ ସୁରକ୍ଷା ପାଇଁ ଅଜୈବିକ ଉପାଦାନଗୁଡ଼ିକ ସହିତ ପାରସ୍ପରିକ କ୍ରିୟା କରନ୍ତି ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 5
ପ୍ରକୃତିରେ ଦୁଇ ପ୍ରକାରର ମୁଖ୍ୟ ପରିସଂସ୍ଥା ଅଛି । ଜଳୀୟ (aquatic) ପରିସଂସ୍ଥାରେ ଜଳାଶୟ, ନଦୀ ଏବଂ ହ୍ରଦ ଅନ୍ତର୍ଭୁକ୍ତ ଥିବାବେଳେ ସ୍ଥଳୀୟ (terrestrial) ପରି ସଂସ୍ଥାରେ ଜଙ୍ଗଲ, ଚାଷଜମି କିମ୍ବା ବରଗଛ, ଆମ୍ବଗଛ, ତେନ୍ତୁଳି ଭଳି ବଡ଼ ବଡ଼ ଗଛ ଅନ୍ତର୍ଭୁକ୍ତ । ଚିତ୍ରରେ ବିଭିନ୍ନ ସ୍ଥଳ ପରିସଂସ୍ଥା ମିଶ୍ରଣ ଅବସ୍ଥା ଦର୍ଶାଯାଇଛି । ଚିତ୍ରରେ ଗୋଟିଏ ଛୋଟ ନଦୀ (ଜଳ ପରିସଂସ୍ଥା) ସହିତ ପାହାଡ, ଜଙ୍ଗଲ, ତୃଣଭୂମି ଏବଂ ଚାଷଜମି (ସ୍ଥଳ ପରିସଂସ୍ଥା) ଦେଖୁପାରିବ । ଚାଷଜମି ହେଉଛି ମନୁଷ୍ୟକ୍ୟତ ପରିସଂସ୍ଥା । ଏହି ପରିସଂସ୍ଥାଗୁଡ଼ିକ ଯେକୌଣସି ସମୟରେ ପରସ୍ପର ସହିତ ପାରସ୍ପରିକ କ୍ରିୟା କରିଥାନ୍ତି ।
ଉଭିଦରେ ଖାଦ୍ୟ ପ୍ରସ୍ତୁତି ପାଇଁ ସୂର୍ଯ୍ୟାଲୋକ, ଅଙ୍ଗାରକାମ୍ଳ ଏବଂ ଜଳ ଅତ୍ୟାବଶ୍ୟକ, ଉଭିଦବୃଦ୍ଧି ପାଇଁ ମାଟି ଅତ୍ୟାବଶ୍ୟକ ପୁଷ୍ଟିକର ତତ୍ତ୍ଵ ଯୋଗାଇବା ସହିତ ତା’ର ମାଧ୍ୟମ ହୋଇଥାଏ ।
ବାୟୁ ଉଭିଦ ତଥା ପ୍ରାଣୀମାନଙ୍କର ଶ୍ଵାସକ୍ରିୟା ପାଇଁ ଅମ୍ଳଜାନ ପ୍ରଦାନ କରେ, ସମସ୍ତ ଜୀବନ୍ତ ପ୍ରାଣୀଙ୍କ ପାଇଁ ଜଳ ଅତ୍ୟାବଶ୍ୟକ ।
ଉଭିଦମାନେ ଆଲୋକସଂଶ୍ଳେଷଣ ସମୟରେ ଅମ୍ଳଜାନ ନିର୍ଗତ କରିଥାନ୍ତି, ଚେର ମାଟିକୁ ଧରି ରଖେ ଏବଂ ମୃର୍ତ୍ତିକାକ୍ଷୟକୁ ରୋକେ ଏବଂ ଉଭିଦ ମାଟିର ଆର୍ଦ୍ରତା ବଜାୟ ରଖେ ଓ ବାୟୁମଣ୍ଡଳକୁ ଥଣ୍ଡା କରିବାରେ ସାହାଯ୍ୟ କରେ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 6
ଜୀବରୁ ପରିସଂସ୍ଥା

ଆସ ବର୍ଗୀକରଣ କରିବା
କେଉଁ ଜୀବ କେବଳ ଉଭିଦ ଏବଂ ଉଭିଦଜାତ ଦ୍ରବ୍ୟ ଖାଏ, କେଉଁ ଜୀବ କେବଳ ପ୍ରାଣୀ ଖାଏ, କିମ୍ବା ଉଭୟ ଖାଏ, ତାହା ଚିହ୍ନଟ କରି ପର୍ଯ୍ୟବେକ୍ଷଣଗୁଡ଼ିକ ସାରଣୀରେ ଲେଖ ।

ସାରଣୀ – ୪ : ବିଭିନ୍ନ ଜୀବଙ୍କ ଖାଦ୍ୟାଭ୍ୟାସ
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 7
ସିଦ୍ଧାନ୍ତ : ଜୀବମାନଙ୍କୁ ସେମାନଙ୍କର ଖାଦ୍ୟ ଗ୍ରହଣ ଆଧାରରେ ଉତ୍ପାଦକ, ଭକ୍ଷକ, ତୃଣଭୋଜୀ ଓ ମାଂସାହାରୀ ଭାବରେ ବର୍ଗିତ କରାଯାଇଛି ।

Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ

ଉଭିଦଗୁଡ଼ିକ ସେମାନଙ୍କ ଖାଦ୍ୟ କିପରି ପାଆନ୍ତି ?
ଉ-
ଉଭିଦମାନେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାଦ୍ଵାରା ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରନ୍ତି । ତେଣୁ ସେମାନଙ୍କୁ ଉତ୍ପାଦକ (producer) କିମ୍ବା ସ୍ଵଭୋଜୀ (auto troph) (ସ୍ଵ = ନିଜ + ଭୋଜୀ) = ଖାଦ୍ୟ କୁହାଯାଏ ।
ଯେଉଁ ଜୀବମାନେ ନିଜ ଖାଦ୍ୟ ନିଜେ ପ୍ରସ୍ତୁତ କରିପାରନ୍ତି ନାହିଁ ଏବଂ ଖାଦ୍ୟ ପାଇଁ ଅନ୍ୟ ଜୀବମାନଙ୍କ ଉପରେ ନିର୍ଭର କରନ୍ତି, ସେମାନଙ୍କୁ ଭକ୍ଷକ (consumer) କିମ୍ବା ପରଭୋଜୀ (heterotroph) ପର = ଅନ୍ୟ + ଭୋଜୀ = ଖାଦ୍ୟ କୁହାଯାଏ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 8
ଖାଦ୍ୟ ଶୃଙ୍ଖଳ

ଯେଉଁ ଜୀବମାନେ କେବଳ ଉଭିଦ ବା ଉଭିଦଜାତ ପଦାର୍ଥ ଖାଆନ୍ତି, ସେମାନଙ୍କୁ ତୃଣଭୋଜୀ ବା ଶାକାହାରୀ (herbivores) କୁହାଯାଏ, ଯେପରିକି ହରିଣ ଓ ଠେକୁଆ ।
ଯେଉଁମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି ସେମାନଙ୍କୁ ମାଂସାଶୀ ବା ମାଂସାହାରୀ (carnivores) କୁହାଯାଏ, ଯେପରିକି ଚିତାବାଘ ।
ଯେଉଁ ଜୀବମାନେ ଉଭୟ ଉଭିଦ ଏବଂ ପ୍ରାଣୀଙ୍କୁ ଖାଆନ୍ତି ସେମାନଙ୍କୁ ସର୍ବହାରୀ (ominivores) କୁହାଯାଏ । ଯେପରିକି କାଉ, ବିଲୁଆ ଏବଂ ମୂଷା ।

କିଏ କାହାକୁ ଖାଆନ୍ତି ? :
ଏକ ନିର୍ଦ୍ଦିଷ୍ଟ ପରିସଂସ୍ଥାର ଜୀବମାନଙ୍କ ମଧ୍ୟରେ ଥ‌ିବା ଖାଦ୍ୟ ସମ୍ବନ୍ଧଗୁଡ଼ିକୁ ଆମେ ଯୋଡ଼ିପାରିବା ।

କାର୍ଯ୍ୟ – ୬ : ସମ୍ପର୍କ ସ୍ଥାପନ କରିବା :
ଶିକ୍ଷଣର ଲକ୍ଷ୍ୟ : ଏକ ତୃଣଭୂମି ପରିସଂସ୍ଥାରେ ବିଭିନ୍ନ ଜୀବମାନଙ୍କ ମଧ୍ୟରେ ଥ‌ିବା ଖାଦ୍ୟ ଶୃଙ୍ଖଳକୁ ବୁଝିବା ।
କାର୍ଯ୍ୟପ୍ରଣାଳୀ : ଏକ ତୃଣଭୂମି ପରିସଂସ୍ଥାର (grassland ecosystem) ଉଦାହରଣ ଦିଆଯାଉ ।
ଏକ ତୃଣଭୂମି ପରିସଂସ୍ଥାରେ ଆମେ ଦେଖିପାରୁଥିବା ବିଭିନ୍ନ ଜୀବ ଯଥା— ଘାସ, ବେଙ୍ଗ, ଠେକୁଆ, ବିଲୁଆ, ଝିଣ୍ଟିକା, ସାପ ଏବଂ ଚିଲ ବିଷୟରେ ଚିନ୍ତା କରାଯାଉ ।
ପୂର୍ବ ଚିତ୍ରରେ କିଛି ଜୀବଙ୍କ ମଧ୍ୟରେ କିଏ କାହାକୁ ଖାଏ ତାହାର ଏକ ସମ୍ପର୍କ ଦର୍ଶାଯାଇଛି ।
ଚିତ୍ରରେ ତୀର ଚିହ୍ନ: ଭଳି, ବାକି ଜୀବମାନଙ୍କ ମଧ୍ୟରେ ଥ‌ିବା ଖାଦ୍ୟ ସମ୍ବନ୍ଧକୁ ତୀର ଚିହ୍ନ ଦ୍ଵାରା ଦର୍ଶାଯାଇଛି । ଆମେ ଦେଖୁବା ଯେ ଘାସକୁ ଠେକୁଆ ଖାଏ ଏବଂ ଠେକୁଆକୁ ବାଘ ଖାଏ । ଏହା ଏକ ତୃଣଭୂମି ପରିସଂସ୍ଥାରେ ଥ‌ିବା ଗୋଟିଏ ଖାଦ୍ୟ ଶୃଙ୍ଖଳ ଦର୍ଶାଉଛି ।
ଉଦାହରଣ : ଘାସ → ଝିଣ୍ଟିକା → ବେଙ୍ଗ → ସାପ → ଚିଲ
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 9
ଏକ ତୃଣଭୂମିରେ ଖାଦ୍ୟ ଶୃଙ୍ଖଳ
ସିଦ୍ଧାନ୍ତ : ଏକ ପରିସଂସ୍ଥାରେ ଖାଦ୍ୟ ପାଇଁ ନିର୍ଭରଶୀଳତାକୁ ଦର୍ଶାଉଥ‌ିବା ଏକ ବୈଖ୍ୟକ କ୍ରମକୁ ଖାଦ୍ୟଶୃଙ୍ଖଳ କୁହାଯାଏ ।

କାର୍ଯ୍ୟ – ୭ : ଆସ ଆଙ୍କିବା :
ଶିକ୍ଷଣର ଲକ୍ଷ୍ୟ : ଏକ ଖାଦ୍ୟ ଶୃଙ୍ଖଳରେ ଜୀବମାନଙ୍କ ସଂଖ୍ୟାକୁ ଆଧାର କରି ଏକ ପିରାମଡ୍ ଅଙ୍କନ କରିବା ଓ ଖାଦ୍ୟସ୍ତର ବିଷୟରେ ଜାଣିବା ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 10
(କ) ଏକ ଫସଲ କ୍ଷେତରେ ଧାନ, ମୂଷା ଏବଂ ଚିଲର ଖାଦ୍ୟ ଶୃଙ୍ଖଳ
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 11
(ଖ) ଖାଦ୍ୟ ଶୃଙ୍ଖଳକୁ ପ୍ରତିନିଧ୍ଵ କରୁଥିବା ଏକ ପିରାମିଡ୍

କାର୍ଯ୍ୟପ୍ରଣାଳୀ : ଚିତ୍ରରେ ଏକ ଫସଲ କ୍ଷେତକୁ ଦର୍ଶାଉଛି ଯେଉଁଥ‌ିରେ ଧାନ, ମୂଷା ଏବଂ ଚିଲ ଅଛନ୍ତି ।

  • ଚିତ୍ର (କ)ରେ ଥିବା ପ୍ରତ୍ୟେକ ପ୍ରକାରର ଜୀବର ସଂଖ୍ୟାକୁ ଗଣନା କରାଯାଉ ।
  • ଏକ ସାରଣୀ ତିଆରି କରାଯାଉ ଏବଂ ସାରଣୀରେ ପ୍ରତ୍ୟେକ ଜୀବ ପାଖରେ ଏକ ସଂଖ୍ୟା ଲେଖାଯାଉ ।
  • ସଂଖ୍ୟାଗୁଡ଼ିକୁ ଊର୍ଦ୍ଧ୍ବକ୍ରମରେ ସଜାଯାଉ, ବଡ଼ ସଂଖ୍ୟାକୁ ତଳେ ଏବଂ ସାନ ସଂଖ୍ୟାକୁ ଉପରେ ରଖାଯାଉ ।
  • ମୂଷା, ଧାନ ଏବଂ ଚିଲକୁ ଚିତ୍ର (ଖ)ରେ ଉପଯୁକ୍ତ ସ୍ଥାନରେ ରଖାଯାଉ ।
  • ଏହା ଏକ ପିରାମିଡ଼ ଭଳି ଦେଖାଯାଉଛି ଏବଂ ପିରାମିଡ୍କୁ ସମ୍ପୂର୍ଣ କରାଯାଉ ।
  • ଏକ ଖାଦ୍ୟ ଶୃଙ୍ଖଳରେ ପ୍ରତ୍ୟେକ ଜୀବର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଥାଏ, ଯାହାକୁ ଖାଦ୍ୟସ୍ତର (trophic level) କୁହାଯାଏ ।
  • ସବୁଜ ଉଭିଦ ଭଳି ଉତ୍ପାଦକମାନେ ପ୍ରଥମ ଖାଦ୍ୟସ୍ତରରେ ଥାଆନ୍ତି ।
  • ଠେକୁଆ ଏବଂ ହରିଣ ପରି ତୃଣଭୋଜୀ ଦ୍ଵିତୀୟ ସ୍ତରରେ ଥାଆନ୍ତି ।
  • ବେଙ୍ଗ ପରି ଛୋଟ ମାଂସାଶୀ ପ୍ରାଣୀ ତୃତୀୟ ସ୍ତରରେ ଥାଆନ୍ତି ।
  • ବାଘ ଓ ଶାଗୁଣା ପରି ବଡ଼ ମାଂସାଶୀ ପ୍ରାଣୀ ପରବର୍ତ୍ତୀ ସ୍ତରରେ ଥାଆନ୍ତି ।

ପର୍ଯ୍ୟବେକ୍ଷଣ : ଗଣନା କରିବାରୁ ଜଣାପଡ଼ିଲା ଧାନ ଗଛ ସଂଖ୍ୟା ସର୍ବାଧ‌ିକ । ମୂଷା ସଂଖ୍ୟା ତା’ଠାରୁ କମ୍ ଓ ଚିଲ ସଂଖ୍ୟା ସର୍ବନିମ୍ନ ।

କାର୍ଯ୍ୟ – ୮ : ଆସ ଅନୁସନ୍ଧାନ କରିବା ଏବଂ ସଂଯୋଗ କରିବା :
ଶିକ୍ଷଣର ଲକ୍ଷ୍ୟ : ଏକ ପରିସଂସ୍ଥାରେ ଥ‌ିବା ବିଭିନ୍ନ ଖାଦ୍ୟ ଖାଦ୍ୟ ଶୃଙ୍ଖଳ ଗୁଡ଼ିକ କିପରି ପରସ୍ପର ସହ ଜଡ଼ିତ ହୋଇ ଏକ ଖାଦ୍ୟଜାଲି ଗଠନ କରନ୍ତି ତାହା ଅନୁସନ୍ଧାନ କରିବା ।
ଚିତ୍ରକୁ ଭଲଭାବରେ ଦେଖ ଏବଂ କିଏ କାହାକୁ ଖାଏ ତାକୁ ତୀର ଚିହ୍ନ ଦ୍ଵାରା ଯୋଡ଼ ।

ପର୍ଯ୍ୟବେକ୍ଷଣ : : ପ୍ରତ୍ୟେକ ଜୀବକୁ ଦୁଇ କିମ୍ବା ଅଧ୍ୟକ ପ୍ରକାରର ଜୀବ ଖାଇପାରନ୍ତି । ଏହିପରି ଭାବରେ ଏକ ପରିସଂସ୍ଥାରେ ଖାଦ୍ୟ ଶୃଙ୍ଖଳଗୁଡ଼ିକ ପରସ୍ପର ସହିତ ଛନ୍ଦି ହୋଇ ଏକ ଜାଲି ଗଠନ କରନ୍ତି, ଯାହାକୁ ଖାଦ୍ୟ ଜାଲି (life cycle) କୁହାଯାଏ ।
ଜୀବମାନଙ୍କର ଜନ୍ମ ପରେ ବୃଦ୍ଧି ହୁଏ, ଜୀବ ଅନେକ କାର୍ଯ୍ୟ କରେ, ବିକଶିତ ହୁଏ ଏବଂ ଶେଷରେ ମୃତ୍ୟୁବରଣ କରେ । ଜୀବମାନେ ନିଜ ଜୀବନ ଚକ୍ରରେ ମୃତ ପଦାର୍ଥ ଏବଂ ଖାଦ୍ୟ ବର୍ଜ୍ୟବସ୍ତୁ ସହିତ ଅନେକ ଆବର୍ଜନା ସୃଷ୍ଟି କରନ୍ତି ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 12
ଖାଦ୍ୟ ଜାଲି

ପ୍ରକୃତିରେ ବର୍ଜ୍ୟବସ୍ତର ପରିଣତ କ’ଣ ହୁଏ ?
ବର୍ଷାଦିନେ ମୃତ ଉଭିଦ କିମ୍ବା ଗଛ ଉପରେ ଛୋଟ ଛୋଟ ଛତା ଭଳି ଛତୁ ବଢ଼ିଥିବାର ଦେଖାଯାଏ । ଏଗୁଡ଼ିକ ଏକ ପ୍ରକାରର କବକ (fungus) ଯାହା ମୃତ ପଦାର୍ଥ ଉପରେ ବଢ଼େ I କବକ ଏବଂ ବୀଜାଣୁ ଭଳି ଅଣୁଜୀବମାନେ ମୃତ ଉଭିଦ ଏବଂ ପ୍ରାଣୀମାନଙ୍କର ଶରୀରରେ ଥ‌ିବା ଜଟିଳ ପଦାର୍ଥକୁ ଭାଙ୍ଗି ସରଳ ପଦାର୍ଥ ପରିଣତ କରି ଦିଅନ୍ତି ।

ଏହି ପ୍ରକ୍ରିୟା ଗୁରୁତ୍ଵପୂର୍ଣ୍ଣ ପୋଷକକୁ ମାଟିକୁ ଫେରାଇ ଆଣେ । ପଶୁ ମଳ – ଯେପରିକି ଗାଈର ଗୋବର ଉପରେ ଛୋଟ କୀଟପତଙ୍ଗ, ଗୋବର ପୋକ ଏବଂ ମାଛି ବସିଥିବାର ଦେଖାଯାଏ, କାରଣ ସେମାନେ ଏହାକୁ ଭାଙ୍ଗିବାରେ ଏବଂ ପୋଷକକୁ ପୁନଃ ବ୍ୟବହାର ପାଇଁ ପରିବେଶକୁ ଫେରାଇବାରେ ସାହାଯ୍ୟ କରନ୍ତି । ଏହି ପ୍ରକ୍ରିୟାକୁ ଅପଘଟନ (decompostic) କୁହାଯାଏ ଏବଂ ଏହି ପ୍ରକ୍ରିୟା କରୁଥିବା ଜୀବମାନଙ୍କୁ ଅପଘଟକ (decompositer) କିମ୍ବା ମୃତଜୀବୀ (saprotroph) ବା ମୃତଭେଗାଜୀ (ମୃତ = ସଢ଼ା + ଭୋଜୀ = ଖାଦ୍ୟ) କୁହାଯାଏ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 13
ମୃତ ଜୈବ ପଦାର୍ଥ ଉପରେ ବଢୁଥ‌ିବା ଛତୁ

ଉଭିଦଗୁଡ଼ିକ ମାଟିରେ ବଢ଼ନ୍ତି ଏବଂ ମାଟିରେ ଥ‌ିବା ଅନେକ ପୋଷକ ପଦାର୍ଥ ଅପଘଟକ ପ୍ରକ୍ରିୟାରୁ ଆସିଥାଏ । ଏହିପରି ଭାବରେ ଅପଘଟକମାନେ ପୋଷକଗୁଡ଼ିକର ପୁନଃ କରନ୍ତି । ପ୍ରକୃତିରେ କିଛି ବି ନଷ୍ଟ ହୁଏ ନାହିଁ – ସବୁକିଛି ପୁନଃ ବ୍ୟବହାରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ ବ୍ୟବହୃତ ହୁଏ ।

ଅନେକ ପରିବ୍ରାଜକ ପକ୍ଷୀ ହଜାର ହଜାର ମାଇଲ୍ ଉଡ଼ି ଭାରତର ବିଭିନ୍ନ ସ୍ଥାନରେ ପହଞ୍ଚନ୍ତି । ସେମାନେ ପ୍ରତିକୂଳ ଜଳବାୟୁକୁ ଏଡ଼ାଇବା ପାଇଁ ଏବଂ ଖାଦ୍ୟ ଅନ୍ଵେଷଣରେ ପୃଥ‌ିବୀର ବିଭିନ୍ନ ସ୍ଥାନରୁ ଆସିଥାନ୍ତି । ପକ୍ଷୀମାନେ ପର୍ଯ୍ୟାବାସଗୁଡ଼ିକର ସୌନ୍ଦର୍ଯ୍ୟ ବଢ଼ାନ୍ତି ନାହିଁ ବରଂ କିମ୍ବା ବୀଜବିସ୍ତାରକାରୀ ଭାବେ ପରିସଂସ୍ଥାର ସନ୍ତୁଳନ ବଜାୟ ସେମାନେ ଆସୁଥୁବା ପଥରେ ପରାଗଣକାରୀ ରଖୁବାରେ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଏହି ଉପାଭୟରେ ସେମାନେ ଦୁଇଟି ପର୍ଯ୍ୟାବାସକୁ ସଂଯୋଗ କରନ୍ତି ।

ପକ୍ଷୀମାନେ କୀଟପତଙ୍ଗମାନଙ୍କୁ ଖାଇ କୃଷକକକୁ କୀଟସଂଖ୍ୟା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି ଏବଂ ପରୋକ୍ଷ ଭାବରେ ଫସଲ ବୃଦ୍ଧିରେ ସହାୟକ ହୋଇଥାନ୍ତି ।
ଫ୍ଲେମିଙ୍ଗୋ (flaminog) ଓ ଶଭଲର୍ (shoveler) ପରି ପରିବ୍ରାଜକ ପକ୍ଷୀ ଶୀତଋତୁରେ ସୁଦୂର ସାଇବେରିଆ ଓ ଉତ୍ତରମେରୁ ଅଞ୍ଚଳରୁ ଚିଲିକା ତଥା ମଙ୍ଗଳାଯୋଡ଼ି ପର୍ଯ୍ୟାବାସକୁ ଆସନ୍ତି । ସେହିପରି ହୀରାକୁଦ ଜଳଭଣ୍ଡାରକୁ ମଧ୍ୟ ଏହି ସମୟରେ ଅନେକ ପରିବ୍ରାଜକ ପକ୍ଷୀ ଆସିଥାନ୍ତି ।

ଭାରତୀୟ ଡାକ ବିଭାଗଦ୍ଵାରା ଜାରି କରାଯାଇଥିବା ପ୍ରବାସୀ ପକ୍ଷୀମାନଙ୍କର ଡାକଟିକଟ ଏବଂ ଲାଫାଫା ସଂଗ୍ରହ କର ଏବଂ ସେମାନଙ୍କର ଉତ୍ପତ୍ତି ସ୍ଥାନ ଏବଂ ଭାରତର ବିଭିନ୍ନ ଅଞ୍ଚଳକୁ ସେମାନଙ୍କର ଆସିବାର କାରଣ ଏବଂ ଅନ୍ୟାନ୍ୟ ବିଷୟରେ ସୂଚନା ସଂଗ୍ରହ କର ।
ଉ-
ଛାତ୍ରଛାତ୍ରୀମାନେ ନିଜେ ସଂଗ୍ରହ କରିବେ ।

ଗୋଟିଏ ପରିବର୍ତ୍ତନ କିପରି ଅନ୍ୟ ଏକ ପରିବର୍ତ୍ତନର ହୋଇପାରେ ? :
ପ୍ରଦୂଷଣ କାରଣରୁ ପୋଖରୀରେ ଥ‌ିବା ଅନେକ ଉଦ୍ଭିଦ ଲୋପ ପାଇଯା’ନ୍ତି । ଉଭିଦ ସଂଖ୍ୟା କମିଗଲେ ଜଳରେ ଅଳ୍ପ ଅମ୍ଳଜାନ ଉତ୍ପାଦିତ ହେବ, ଯାହାଦ୍ଵାରା ସେହି ଜଳାଶୟର ମାଛସଂଖ୍ୟା ହ୍ରାସ ପାଇବ । ମାଛସଂଖ୍ୟା ହ୍ରାସର ବ୍ୟାପକ ପ୍ରଭାବ ପଡ଼ିବ ଏବଂ ଜଳାଶୟରେ ଭକ୍ଷକମାନଙ୍କ ସଂଖ୍ୟା କମିଯିବ । ଫଳସ୍ଵରୂପ, କୀଟପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଇବ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 14
ଏହି କୀଟପତଙ୍ଗ ନିକଟସ୍ଥ କୃଷିକ୍ଷେତ୍ରକୁ ବ୍ୟାପିଯିବେ । ଯାହା ଫଳରେ ଚାଷୀମାନେ ସେମାନଙ୍କ ଫସଲର ସୁରକ୍ଷା ଓ ବୃଦ୍ଧି ପାଇଁ କୀଟନାଶକ ବ୍ୟବହାର କରିବାକୁ ବାଧ୍ୟ ହେବେ, ଯାହା ପୁଣି ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ।

କାର୍ଯ୍ୟ – ୯ : ଆସ ପଢ଼ିବା :
୧୯୮୦ ଦଶକରେ ଭାରତ, ବେଙ୍ଗ ଗୋଡ଼ର ବିଶେଷତଃ ଭାରତୀୟ ବୁଲ ଫ୍ରଗ୍ (Hoplobatrachus Tigerinus) ଗୋଡ଼ର ଏକ ଉଲ୍ଲେଖଯୋଗ୍ୟ ରପ୍ତାନିକାରୀ ଦେଶ ଥିଲା । ବ୍ୟାପକ ରପ୍ତାନି ହେତୁ ବେଙ୍ଗସଂଖ୍ୟା ହ୍ରାସ ହେଲା ।
ବେଙ୍ଗମାନେ କୀଟପତଙ୍ଗ ଖାଆନ୍ତି । ତେଣୁ ବେଙ୍ଗସଂଖ୍ୟା କମିବା ହେତୁ କୃଷିକ୍ଷେତ୍ରରେ କୀଟମାନଙ୍କ ସଂଖ୍ୟା ବୃଦ୍ଧି ପାଇଲା । ଏହା ଚାଷୀମାନଙ୍କୁ ଅଧିକ ରାସାୟନିକ କୀଟନାଶକ ବ୍ୟବହାର କରିବାକୁ ବାଧ୍ୟ କଲା, ମୃତ୍ତିକା ଏବଂ ଜଳରେ ଗୁଣବତ୍ତାକୁ ନଷ୍ଟ କଲା ଏବଂ ସମଗ୍ର ପରିବେଶ ଓ ମାନବ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଲା । ପରିବେଶର ଅଧ‌ିକ କ୍ଷତିକୁ ରୋକିବା ପାଇଁ ଭାରତ ସରକାର ବେଙ୍ଗ ଗୋଡ଼ ରପ୍ତାନିକୁ ନିଷିଦ୍ଧ କରିଦେଲେ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 15
ଭାରତୀୟ ବୁଲଫ୍ରେଗ୍

ପାରସ୍ପରିକ କ୍ରିୟା ଉପରେ ପରିସଂସ୍ଥା ସନ୍ତୁଳନ ବଜାୟ ରଖେ ? :
ଖାଦ୍ୟ ସମ୍ବନ୍ଧ ବ୍ୟତୀତ, ଜୀବମାନେ ଖାଦ୍ୟ, ଜଳ, ଆଶ୍ରୟ ସ୍ଥାନ କି ମ୍ବା ସୂର୍ଯ୍ୟାଲୋକ ଭଳି ସାଧାରଣ ସମ୍ବଳ ପାଇଁ ମଧ୍ୟ ପରସ୍ପର ପ୍ରତି ଯୋଗିତା କରନ୍ତି । ଏହି ପ୍ରତିଯୋଗିତା ଜୀବସଂଖ୍ୟା ନିୟନ୍ତ୍ରଣ କରିବାରେ ଏବଂ ପରିସଂସ୍ଥାକୁ ସନ୍ତୁଳନ ରଖିବାରେ ସାହାଯ୍ୟ କରେ । ଏହା ହେଉ ନଥିଲେ ଗୋଟିଏ ପ୍ରଜାତିର ଜୀବସଂଖ୍ୟା ଅତ୍ୟଧିକ ବୃଦ୍ଧି ପାଇଥାନ୍ତା, ଯାହା ପରିସଂସ୍ଥାରେ ଅସନ୍ତୁଳନ ସୃଷ୍ଟି କରିଥାନ୍ତି ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 16
ଏକ ପରିସଂସ୍ଥାରେ ଜୀବଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା

ଯେକୌଣସି ବାସସ୍ଥାନରେ ଜୀବମାନଙ୍କ ମଧ୍ୟରେ ମୁଖ୍ୟ ସମ୍ପର୍କ :
ସହଭାଗିତା (Mutualism) : ଏଥରେ ଉଭୟ ଜୀବ ଉପକୃତ ହୁଅନ୍ତି । ଉଦାହରଣ- ମହୁମାଛି ଓ ଫୁଲ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 17
ଜୀବମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ପାରସ୍ପରିକ କ୍ରିୟା

Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ

ସହଭୋଜିତା (Commensalism) : ଏଥରେ ଗୋଟିଏ ଜୀବ ଉପକୃତ ହୁଏ ମାତ୍ର ଅନ୍ୟଟି ପ୍ରଭାବିତ ହୁଏ ନାହିଁ । ଉଦାହରଣ ଗଛ ଡାଳ ଉପରେ ଅର୍କିଡ଼୍ ।
ପରଜୀବିତା (Parasitism) : ଏଥରେ ଗୋଟିଏ ଜୀବ ଉପକୃତ ହୁଏ କିନ୍ତୁ ଅନ୍ୟଟି କ୍ଷତିଗ୍ରସ୍ତ ହୁଏ । ଉଦାହରଣ – କୁକୁର ଶରୀରରେ ଟିଙ୍କ ।
ଏହିର୍ସଙ୍କୁ ପାରସ୍ପରିକ କ୍ରିୟା ପରିସଂସ୍ଥାରେ ଜୀବମାନଙ୍କର ଅସ୍ଥିତ୍ଵ ଏବଂ ସନ୍ତୁଳନ ବଜାୟ ରଖିବାରେ ସାହାଯ୍ୟ କରନ୍ତି ।

ଏକ ପରିସଂସ୍ଥାର ଉପକାରିତା କ’ଣ ? :
ପରିସଂସ୍ଥାର ଜୈବିକ ଉପାଦାନ ଏବଂ ଅଜୈବିକ ଉପାଦାନ ପରସ୍ପର ଉପରେ ନିର୍ଭର କରନ୍ତି ଏବଂ ବିଭିନ୍ନ ଜୀବନ ପ୍ରକ୍ରିୟା ପାଇଁ ସହାୟକ ହୋଇଥାନ୍ତି । ମଣିଷ ମଧ୍ୟ ପରିସଂସ୍ଥାଗୁଡ଼ିକରୁ ଲାଭବାନ ହୁଏ । ଉଦାହରଣ- ଜଙ୍ଗଲ ବିଶୁଦ୍ଧ, ବାୟୁ, ଉର୍ବର ମାଟି, ଖାଦ୍ୟ, ତନ୍ତୁ, କାଠ ଏବଂ ଔଷଧ ଯୋଗାଇଥାଏ ।

ଜଳୀୟ ପରିସଂସ୍ଥା ଜଳ ଏବଂ ଖାଦ୍ୟ ଯୋଗାନ୍ତି । ପରିସଂସ୍ଥାଗୁଡ଼ିକର ସୌନ୍ଦର୍ଯ୍ୟଗତ ଏବଂ ମନୋରଞ୍ଜନ ମୂଲ୍ୟ ମଧ୍ୟ ରହିଛି । ଏହା ଆମର ସୁସ୍ଥତା ଓ ମଙ୍ଗଳ ଦିଗରେ ଉପକାରୀ ଓ ସହାୟକ ହୁଏ ଏବଂ ପ୍ରକୃତି ଓ ମଣିଷ କେତେ ଘନିଷ୍ଠ ଭାବରେ ଜଡ଼ିତ ତାହା ‘ଦର୍ଶାÑ । ଯେତେବେଳେ ଆମେ ପ୍ରାକୃତିକ ସମ୍ବଳର ଅତ୍ୟଧିକ ବ୍ୟବହାର କିମ୍ବା ଅପବ୍ୟବହାର କରୁ, ଆମେ ପ୍ରକୃତିର ସନ୍ତୁଳନକୁ ନଷ୍ଟ କରୁ ।

ସୁନ୍ଦରବନରେ ବିଶ୍ଵର ସର୍ବବୃହତ୍ ହେନ୍ତାଳ ଜଙ୍ଗଲ (mangro forest) ରହିଛି । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଗଙ୍ଗା ଓ ବ୍ରହ୍ମପୁତ୍ର ନଦୀର ସଙ୍ଗମସ୍ଥଳରେ ସୁନ୍ଦରବନ ଅବସ୍ଥିତ । ଏହି ଜଙ୍ଗଲ ଓ ନଦୀ ବିଭିନ୍ନ ପ୍ରକାରର ଉଭିଦ ଓ ପ୍ରାଣୀଙ୍କ ବାସସ୍ଥାନ । ସେମାନଙ୍କ ମଧ୍ୟରୁ ଅନେକ ବିପଦଗ୍ରସ୍ତ ଅଟନ୍ତି ।

ଝଡ଼ ଏବଂ ବନ୍ୟା ସମୟରେ ପ୍ରବଳ ପର୍ବନ ଓ ଢେଉକୁ ମନ୍ଥର କରି ସୁନ୍ଦରବନ ଆମକୁ ସୁରକ୍ଷା ଦିଏ । ଏଠାରେ ଥୁବା ଗଛଗୁଡ଼ିକ ବାୟୁର ଅଙ୍ଗାରକାମ୍ଳ ଶୋଷି ନିଅନ୍ତି ଏବଂ ଅମ୍ଳଜାନ ଛାଡ଼ନ୍ତି । ଏହାର ଗୁରୁତ୍ଵ ହେତୁ ଜାତିସଂଘ ଶିକ୍ଷା, ବିଜ୍ଞାନ ଏବଂ ସାଂସ୍କୃତିକ ସଂଗଠନ (UNESCO) ୧୯୮୭ ମସିହାରେ ସୁନ୍ଦରବନକୁ ବିଶ୍ଵ ଐତିହ୍ୟ (world heritage site) ସ୍ଥଳର ମାନ୍ୟତା ପ୍ରଦାନ କରିଥିଲା ।

ସୁନ୍ଦରବନ ଏକ ଗୁରୁତର ବିପଦର ସମ୍ମୁଖୀନ ହୋଇଛି । ଜାଳେଣି କାଠ ଏବଂ ଚାଷ ପାଇଁ ହେନ୍ତାଳ ଗଛଗୁଡ଼ିକ କାଟିଦିଆଯାଉଛି । ବେଆଇନ ଶିକାର ଏବଂ ଜଙ୍ଗଲି ସମ୍ବଳର ଅତ୍ୟଧ‌ିକ ବ୍ୟବହାର ସେଠାରେ ରହୁଥ‌ିବା ବନ୍ୟପ୍ରାଣୀଙ୍କ ପାଇଁ ବିପଦ ସୃଷ୍ଟି କରିଛି । ନଦୀରେ ଛଡ଼ାଯାଉଥୁବା ଶିଳ୍ପ ବର୍ଜ୍ୟବସ୍ତୁ ଏବଂ ଅଣପ୍ରକ୍ରିୟାକୃତ ମଇଳା ପାଣିରୁ ହେଉଥ‌ିବା ପ୍ରଦୂଷଣ ମଧ୍ୟ ଜଳ ଏବଂ ଜୀବମାନଙ୍କର ବାସସ୍ଥାନକୁ ନଷ୍ଟ କରୁଛି । ଏହି ମାନବୀୟ କାର୍ଯ୍ୟ ପରିସଂସ୍ଥାର ସ୍ଵାଭାବିକ କାର୍ଯ୍ୟପଦ୍ଧତିକୁ ବ୍ୟାହତ କରୁଛି ।

ଜଙ୍ଗଲ କ୍ଷୟ, ପ୍ରାକୃତିକ ସମ୍ପଦର ଅତ୍ୟଧ‌ିକ ବ୍ୟବହାର, ଅନୁପ୍ରବେଶକାରୀ (invasive) ପ୍ରଜାତିଗୁଡ଼ିକର ବିସ୍ତାର, ଭୂମିର ଅବ୍ୟବହାର୍ଯ୍ୟ (unsustainable) ବ୍ୟବହାର ଏବଂ ପ୍ରଦୂଷଣ ଭଳି ସମସ୍ୟା ଜଙ୍ଗଲ, ନଦୀ, ବୁଦାଳିଆ ଜମି, ଆର୍ଦ୍ରଭୂମିକୁ ତୃଣଭୂମି ଏବଂ ଉପକୂଳ ଅଞ୍ଚଳକୁ ବ୍ୟାପକ କ୍ଷତି ପହଞ୍ଚାଉଛି ।

ଆମର ବୈଜ୍ଞାନିକ ଐତିହ୍ୟ :
ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥାନ ସଂରକ୍ଷଣ ପାଇଁ ସଂରକ୍ଷିତ ଭୂମି କିମ୍ବା ଜଳଭାଗର ବିଶେଷ ଅଂଶକୁ ସଂରକ୍ଷିତ କ୍ଷେତ୍ର କୁହାଯାଏ । ଭାରତରେ ଜାତୀୟ ଉଦ୍ୟାନ (National Park), ବନ୍ୟପ୍ରାଣୀ ଅଭୟାରଣ୍ୟ (Wildlife Sanctuary), ଜୈବମଣ୍ଡଳ ସଂରକ୍ଷଣ (Biosphere Reserve) ଏବଂ ଗୋଷ୍ଠୀ ସଂରକ୍ଷିତ ଅଞ୍ଚଳ (Community Conserved Area) ଭଳି ଅନେକ ସଂରକ୍ଷିତ କ୍ଷେତ୍ର ଅଛି ।

ଏହି ସ୍ଥାନଗୁଡ଼ିକ ବିପଦଗ୍ରସ୍ତ ପ୍ରାଣୀ, ପକ୍ଷୀ ଏବଂ ଅନେକ ବିରଳ ଉଭିଦ ସମେତ ସମଗ୍ର ବାସସ୍ଥାନକୁ ସୁରକ୍ଷା ଦେବାରେ ସାହାଯ୍ୟ କରେ ।

ଏହାର ପ୍ରସିଦ୍ଧ ଉଦାହରଣଗୁଡ଼ିକ ହେଉଛି ଜିମ୍ କାର୍କେଟ ଜାତୀୟ ଉଦ୍ୟାନ (ଉତ୍ତରାଖଣ୍ଡ), ମାନସ ଜାତୀୟ ଉଦ୍ୟାନ (ଅସାମ), ନୀଳଗିରି ଜୈବମଣ୍ଡଳ ସଂରକ୍ଷଣ (ପଶ୍ଚିମଘାଟ), ଚିଲିକା ହ୍ରଦ (ଓଡ଼ିଶା), ଇଗଲନେଷ୍ଟ ବନ୍ୟପ୍ରାଣୀ ଅଭୟାରଣ୍ୟ (ଅରୁଣାଚଳ ପ୍ରଦେଶ), ହେମିସ୍ ଜାତୀୟ ଉଦ୍ୟାନ (ଲେହ), କେଇବୁଲ ଲାମଜାଓ ଜାତୀୟ ଉଦ୍ୟାନ (ମଣିପୁର), ପିରୋଟାନ୍ ଦ୍ଵୀପ୍ ସାମୁଦ୍ରିକ ଜାତୀୟ ଉଦ୍ୟାନ (ଗୁଜୁରାଟ) ।

ସଂରକ୍ଷିତ ଅଞ୍ଚଳଗୁଡ଼ିକ ଭବିଷ୍ୟତ ପିଢ଼ି ପାଇଁ ପ୍ରକୃତିକୁ ସଂରକ୍ଷଣ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରନ୍ତି ।

ଓଡ଼ିଶାର କେତୋଟି ପରିସଂସ୍ଥା :
ମଣ୍ଡାସାରୁ (ପୂର୍ବଘାଟ ପର୍ବତମାଳା) – କନ୍ଧମାଳନ ଜିଲ୍ଲାର ପୂର୍ବ ଭାଗରେ ଅବସ୍ଥିତ ମଣ୍ଡାସାରୁ ଓଡ଼ିଶାର ଶାନ୍ତ ଉପତ୍ୟକା ବା silent valley କୁହାଯାଏ । ଏହା ରାଇକିଆ ନିକଟରେ ପୁଲବାଣୀରୁ ୨୦ କି.ମି. ଦୂରରେ ଅବସ୍ଥିତ । ଏଠାରେ ରଙ୍ଗୀନ ସୂର୍ଯ୍ୟୋଦୟ ଦର୍ଶନ ଜୀବନରେ ଏକ ବିସ୍ମୟ ଅନୁଭୂତି ଆଣିଥାଏ । ଶିମିଳିପାଳ – ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳରେ ଜାତୀୟ ଉଦ୍ୟାନ ଅବସ୍ଥିତ । ଏଠାରେ ଖଇରାବୁରୁ ଓ ମେଘାସିନି ପର୍ବତ ଅବସ୍ଥିତ । ଏହାର ଆୟତନ ପ୍ରାୟ 2750 ବର୍ଗ କିମି ଅଞ୍ଚଳ । ବରେହିପାଣି, ସୀତାକୁଣ୍ଡ, ଯୋରନ୍ଦା ଜଳପ୍ରପାତ ଏଠାରେ ରହିଛି । ହାତୀ ଓ ବାଘ ସହ ୪୨ ପ୍ରକାର ସ୍ତନ୍ୟପାୟୀ ଯଥା- ଜଙ୍ଗଏ କୁକୁଡ଼ା, ହଣ୍ଡିବିଲ୍, ଇଗଲ ଇତ୍ୟାଦି ଏଠାରେ ରହିଛନ୍ତି । ଏଗୁଡ଼ିକର ସଂରକ୍ଷଣ ପାଇଁ ବନ୍ୟ ଜୀବ ସଂରକ୍ଷଣ ଆଇନ ୧୯୭୨ କାର୍ଯ୍ୟକାରୀ ହେଉଛି ।

ମହେନ୍ଦ୍ରଗିରି – ଏହା ପୂର୍ବଘାଟ ପର୍ବତମଳାର ଏକ ଅଞ୍ଚଳ । ଏହା ଓଡ଼ିଶାର ଦ୍ଵିତୀୟ ଉଚ୍ଚତମ ଗିରିଶୃଙ୍ଗ । ଏଠାରେ ୬୦୦ରୁ ଅଧିକ ପ୍ରକାର ସପୁଷ୍ପକ ଉଦ୍ଭଦ ଓ ପ୍ରାଣୀ ଦେଖାଯା’ନ୍ତି ।
ଗୁପ୍ତେଶ୍ଵର – କୋରାପୁଟ ଜିଲ୍ଲାର ଜୟପୁର ଠାରୁ ୫୫ କି.ମି. ଦୂରରେ ଏକ ପ୍ରସିଦ୍ଧ ଚୁନପଥର ଗୁମ୍ଫା ଗୁପ୍ତେଶ୍ଵର ଅବସ୍ଥିତ । ଶିବଙ୍କ କ୍ଷେତ୍ର ଭାବରେ ` ଏହାର ବହୁ ପୁରାତନ କିମ୍ବଦନ୍ତୀ ମଧ୍ୟ ରହିଛି । ମହାରାଜା ବିକ୍ରମଦେବ ଏହାକୁ ଆବିଷ୍କାର କରିଥିଲେ । ନିକଟସ୍ଥ ଜଙ୍ଗଲରେ ଶାଳଗଛ ଚମ୍ପାଗଛ ପ୍ରଭୃତି ଅଛି ।
ତପ୍ତପାଣି – ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଏକ ଉଷ୍ଣ ପ୍ରସ୍ରବଣ ‘‘ତପ୍ତପାଣି’’ ଭାବରେ ନାମିତ । ଏହା ଏକ ପ୍ରାକୃତିକ ଝରଣା । ଏହାର ଜଳରେ ଗନ୍ଧକ ମିଶିଥିବାରୁ ଏହି ପାଣିରେ ଗାଧୋଇବା ଦ୍ଵାରା ସ୍ଵାସ୍ଥ୍ୟର ଉନ୍ନତି ହୁଏ । ଜନଜାତିମାନଙ୍କ ବିଶ୍ଵାସ ତାଙ୍କର ଆରାଧ୍ୟ ‘କନ୍ଧୁଣି ମାତା’’ ମନ୍ଦିରରେ ନିକଟସ୍ଥ ଅଛି । ଏଠାରେ ଏକ ହରିଣ ପାର୍କ ମଧ୍ୟ ରହିଛି ।
ଗନ୍ଧମାର୍ଦ୍ଦନ – ଓଡ଼ିଶାର ବଲାଙ୍ଗୀର, ବରଗଡ଼ ଜିଲ୍ଲାର ଗନ୍ଧମାର୍ଦ୍ଦନ ପର୍ବତ ‘ଜୈବବିବିଧତା’’ରେ ଭରପୂର ଅଛି । ଅନେକ ଔଷଧୀୟ ବୃକ୍ଷ ଏଠାରେ ରହିଥିବାରୁ ଏହା “Ayurvedic Paradise” ବା ଅନେକ ଔଷଧୀୟ ବୃକ୍ଷର ଭଣ୍ଡାର ରୂପେ ପରିଚିତ । ହରିଶଙ୍କର ଓ ନୃସିଂହନାଥ ମନ୍ଦିର ଅତି ପୁରାତନ । ଗୁରୁ ଦ୍ରୋଣ ଏହି ପର୍ବତରେ ମହାଭାରତ ସମୟରେ ଶିଷ୍ୟମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ ବୋଲି କିମ୍ବଦନ୍ତୀ ଅଛି । ହୁଏନ୍‌ସାଂଙ୍କ ବିବରଣୀରେ ଏହା ବିଷୟରେ ଉଲ୍ଲେଖ ଅଛି ।

ବଟାନିକାଲ ସର୍ଭେ ଅଫ୍ ଇଣ୍ଡିଆ ଏଠାରେ ୨୨୦ ପ୍ରଜାତି ଉଦ୍ଭଦର ଆୟୁର୍ବେଦ ଔଷଧୀୟ ବୃକ୍ଷ ଚିହ୍ନଟ କରିଛନ୍ତି । ସେଥୁମଧ୍ଯରୁ ପାତାଳଗରୁଡ଼ ପ୍ରମୁଖ । ମୋଟ ୨୭୦୦ ସପୁଷ୍ପକ ଉଦ୍ଭଦ ରହିଥ‌ିବାରୁ ଏହାର ବିଶେଷ ଗୁରୁତ୍ଵ ରହିଛି ।

ମାନବ ନିର୍ମିତ ପରିସଂସ୍ଥା :
ମନୁଷ୍ୟ ନିଜର ଆବଶ୍ୟକତା ପୂରଣ କରିବା ପାଇଁ ମାଛ ପୋଖରୀ, ବୃହତ କୃଷିକ୍ଷେତ୍ର ଏବଂ ପାର୍କ ଭଳି କୃତ୍ରିମ ପରିସଂସ୍ଥାଗୁଡ଼ିକ ତିଆରି କରିଛି । ଉପଯୁକ୍ତ ଭାବରେ ତିଆରି ହେଲେ ଏଗୁଡ଼କ ପ୍ରଦୂଷଣ ହ୍ରାସ କରିବାରେ, ଜୈବ ବିବିଧତାକୁ ବଜାୟ ରଖୁବାରେ ଏବଂ ଲୋକଙ୍କ ମନୋରଞ୍ଜନ ପାଇଁ ସ୍ଥାନ ପ୍ରଦାନ କରିବାରେ ସାହାଯ୍ୟ କରିପାରିବ । ପ୍ରାକୃତିକ ପରିସଂସ୍ଥାଠାରୁ ଭିନ୍ନ ହୋଇଥିବାରୁ ଏଗୁଡ଼ିକର ମାନବୀୟ ଯନ୍ତ୍ର ଏବଂ ପରିଚାଳନା ଆବଶ୍ୟକ ହୋଇଥାଏ ।

ସୁସ୍ଥ ପରିସଂସ୍ଥା ଦ୍ଵାରା ଆମ କୃଷିକ୍ଷେତ୍ର କିପରି ଉପକୃତ ହୁଏ ? :
ଭାରତରେ କୃଷି ଏକ ପ୍ରମୁଖ ଜୀବିକା ଅଟେ । ପରିବେଶ ଅନୁକୂଳ କୃଷିପଦ୍ଧତି ଭିତ୍ତିକ ଉତ୍ତମ ପରିଚାଳନା ଅଭାବରେ ଏହା ଅବ୍ୟବହାର୍ଯ୍ୟ (Unsustainable) ହୋଇପାରେ ।
ହଜାର ହଜାର ବର୍ଷ ଧରି ମଣିଷ ଖାଦ୍ୟ ଉତ୍ପାଦନ ପାଇଁ କୃଷିକାର୍ଯ୍ୟ କରିଆସୁଛି । ଜନସଂଖ୍ୟା ବୃଦ୍ଧି ହେତୁ କୃଷି ଉପରେ ଆମର ନିର୍ଭରଶୀଳତା ବୃଦ୍ଧି ପାଇଲା । ୧୯୫୦ ରୁ ୧୯୬୫ ମସିହା ମଧ୍ୟରେ, କମ୍ ଫସଲ ଉତ୍ପାଦନ ଯୋଗୁଁ ଭାରତ ଏକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହୋଇଥିଲା ।

ବିଂଶ ଶତାବ୍ଦୀରେ ମଧ୍ୟଭାଗରେ ଟ୍ରାକ୍ଟର, କୃଷି ଯନ୍ତ୍ରପାତି, କୃତ୍ରିମ ସାର ଏବଂ କୀଟନାଶକ ବ୍ୟବହାର ଖାଦ୍ୟ ଉତ୍ପାଦନ ବୃଦ୍ଧି କରିବାରେ ସାହାଯ୍ୟ କଲା । ଏହି ସମୟ ସବୁଜ ବିପ୍ଳବ (Green Revolution) ଭାବରେ ଜଣାଶୁଣା ।

କୃତ୍ରିମ ରାସାୟନିକ ପଦାର୍ଥର ଅତ୍ୟଧ‌ିକ ବ୍ୟବହାର, ଅତ୍ୟଧ୍ଵକ ଭୂତଳ ଜଳ ନିଷ୍କାସନ ଏବଂ ‘ବାଣିଜ୍ୟିକ ଲାଭ ପାଇଁ କେବଳ ଗୋଟିଏ ପ୍ରକାରର ଫସଲ ଚାଷ କରିବା ହେତୁ ଏହି କୃଷି ପଦ୍ଧତିଗୁଡ଼ିକୁ ବର୍ତ୍ତମାନ ଅସ୍ଥାୟୀ ବୋଲି ବିବେଚନା କରାଯାଉଛି ।

ଅନେକ ବୈଜ୍ଞାନିକ ବିଶ୍ଵାସ କରନ୍ତି ଯେ କୀଟନାଶକର ଅତ୍ୟଧିକ ବ୍ୟବହାର ଏବଂ ଗୋଟିଏ ଜମିରେ ବାରମ୍ବାର ଗୋଯିଏ ପ୍ରକାରର ଫସଲ ଚାଷ କରିବା ଦ୍ଵାରା ମାଟିର ଉର୍ବରତା ହ୍ରାସପାଏ । ପରିସଂସ୍ଥାକୁ ବୁଝିବା ଦ୍ଵାରା ଆମେ ଉନ୍ନତ ତଥା ଅଧୁକ ବ୍ୟବହାର୍ଯ୍ୟ (Sustaiable) କୃଷି ପଦ୍ଧତି ଗ୍ରହଣ କରିପାରିବା ।

କାର୍ଯ୍ୟ – ୧୦ : ଆସ ଆମେ ସର୍ବେକ୍ଷଣ କରିବା :
ଶିକ୍ଷଣର ଲକ୍ଷ୍ୟ : କୃଷିକ୍ଷେତ୍ରରେ ବ୍ୟବହୃତ ହେଉଥ‌ିବା ବିଭିନ୍ନ କୃଷି ପଦ୍ଧତି, ରାସାୟନିକ ସାର ଓ କୀଟନାଶକର ପ୍ରଭାବ ବିଷୟରେ କୃଷକମାନଙ୍କ ସହ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବା ।
କାର୍ଯ୍ୟପ୍ରଣାଳୀ : ତୁମର ଅଭିଭାବକ କିମ୍ବା ଶିକ୍ଷକଙ୍କ ସହିତ ନିକଟସ୍ଥ ଏକ ବୃହତ୍ (Farm) କୃଷିକ୍ଷେତ୍ର ପରିଦର୍ଶନ କରାଯାଉ ।
ତୁମ ଅଞ୍ଚଳର ଚାଷୀମାନଙ୍କ ସହିତ କଥା ହୁଅ ଏବଂ ସେମାନେ ଅବଲମ୍ବନ କରୁଥିବା ଅଭ୍ୟାସଗତ (Farming practices) କୃଷି ପଦ୍ଧତି ବିଷୟରେ ଜାଣିବାକୁ ଚେଷ୍ଟା କରାଯାଉ ।
କୃଷକମାନେ ବ୍ୟବହାର କରୁଥିବା କୀଟନାଶକ ଏବଂ ଅନ୍ୟାନ୍ୟ କୃଷି ସାମଗ୍ରୀ ଏବଂ ଫସଲର ଉନ୍ନତି ପାଇଁ ସେମାନେ ସାମଗ୍ରୀଗୁଡ଼ିକର ପୁନଃ ବ୍ୟବହାର ଏବଂ ପୁନଃଚକ୍ରକରଣ ପଦ୍ଧତିର କରନ୍ତି କି ନାହିଁ ଇତ୍ୟାଦି ବିଷୟରେ ଜାଣିବା ପାଇଁ କେତେଗୁଡ଼ିଏ ପ୍ରଶ୍ନର ତାଲିକା ପ୍ରସ୍ତୁତ କରାଯାଉ ।

Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ

ସମୟ ବଦଳିବା ସହିତ ତୁମର ପୂର୍ବ ପ୍ରଚଳିତ କୃଷି ପଦ୍ଧତି କିପରି ବଦଳିଛି ? ଏବଂ କାହିଁକି ?
ଉ-
ଅଧୂକ ଖାଦ୍ୟ ଉତ୍ପାଦନ ପାଇଁ ବର୍ତ୍ତମାନ ରାସାୟନିକ ସାର ଓ କୀଟନାଶକ ଔଷଧ ବହୁଳ ଭାବରେ ବ୍ୟବହାର କରାଯାଉଛି ।

ତୁମେ କୃତ୍ରିମ ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କରିବା ପରେ ତା’ର କି ପ୍ରଭାବ ଲକ୍ଷ୍ୟ କରିଛ ?
ଉ-
ପ୍ରଥମ ପର୍ଯ୍ୟାୟରେ ଫସଲ ଅମଳ ବଢ଼ିଲା କିନ୍ତୁ ପର୍ଯ୍ୟାୟକ୍ରମେ ମାଟିର ପ୍ରାକୃତିକ ଗୁଣ ନଷ୍ଟ ହେବାକୁ ଲାଗିଲା ।

ଏହି ରାସାୟନିକ ସାର ଏବଂ କୀଟନାଶକ ବ୍ୟବହାର କରିବା ପରେ ତୁମେ ମାଟିର ଉର୍ବରତାରେ କୌଣସି ପରିବର୍ତ୍ତନ ଦେଖୁଛ କି ?
ଉ-
ହଁ । ମାଟିରେ ଥ‌ିବା ଉପକାରୀ ଅଣୁଜୀବ ଓ ଜିଆ ଆଦି ମରିଯାଇଥାନ୍ତି । ଫଳରେ ମୃତ୍ତିକାର ଉର୍ବରତା ନଷ୍ଟ ହୋଇଥାଏ ।

ଚାଷୀମାନଙ୍କ ସହିତ ତୁମର ଆଲୋଚନାରୁ ତୁମେ କେଉଁ ନିଷ୍କର୍ସରେ ପହଞ୍ଚି ?
ଉ-
ରାସାୟନିକ ସାର ଓ କୀଟନାଶକ ଔଷଧର ବହୁଳ ବ୍ୟବହାର ଫଳରେ ପରିବେଶ ମୃତ୍ତିକାର ଉର୍ବରତାକୁ ନଷ୍ଟ କରିପକାଏ ।

ସିଦ୍ଧାନ୍ତ :
ରାସାୟନିକ ସାର ଏବଂ କୀଟନାଶକ ଔଷଧ ବ୍ୟବହାର ଫସଲ ଉତ୍ପାଦନ ବୃଦ୍ଧିରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଏହା ଭାରତ ଭଳି ଦେଶମାନଙ୍କୁ ଖାଦ୍ୟ ସୁରକ୍ଷା ପ୍ରଦାନ କରିଛି ।
ସେମାନଙ୍କର ଦୀର୍ଘକାଳୀନ ବ୍ୟବହାର ପରିବେଶ ଏବଂ ମୃତ୍ତିକାର ଉର୍ବରତାକୁ ପ୍ରଭାବିତ କରିଥାଏ । ରାସାୟନିକ ସାରର ଅତ୍ୟଧ୍ୟ ବ୍ୟବହାର ମାଟିରେ ଉପକାରୀ ଅଣୁଜୀବଙ୍କୁ ନଷ୍ଟ କରେ ଏବଂ ମୃତ୍ତିକା କଣିକାଗୁଡ଼ିକୁ ବାନ୍ଧି ରଖୁବାରେ ସାହାଯ୍ୟ କରୁଥିବା ଜୈବିକ ପଦାର୍ଥ ହ୍ୟୁମସ୍ (humus)କୁ କମାଇ ମୃତ୍ତିକାର ଉର୍ବରତା ହ୍ରାସ କରେ । ପର୍ଯ୍ୟାପ୍ତ ହ୍ୟୁମସ୍ ବିନା, ମୃତ୍ତିକା କ୍ଷୟପ୍ରବଣ ହୋଇଯାଏ ।
Class 8 Science Chapter 12 Notes Odia Medium ପ୍ରକୃତିର ସମନ୍ବୟ 18
କୀଟପତଙ୍ଗର ପ୍ରାକୃତିକ ନିୟନ୍ତ୍ରଣ ବିଟଲ ପୋକ କୀଟକୁ ଖାଉଛି

କୀଟନାଶକ ଔଷଧ ବ୍ୟବହାର ପ୍ରାକୃତିକ କୀଟପକ୍ଷୀମାନଙ୍କ ସଂଖ୍ୟା କୀଟମାନଙ୍କ ସଂଖ୍ୟା ବୃଦ୍ଧି କରେ । ଅଧୁକ ଜଳସେଚନ ଏବଂ ପରିବେଶ ସନ୍ତୁଳନ ପାଇଁ ଗୁରୁତ୍ଵପୂର୍ଣ୍ଣ । ଜିଆ ଏବଂ ଗେଣ୍ଡା ପରି ମୃତ୍ତିକା ଓ ପରିବେଶର ସନ୍ତୁଳନ ବାଧାପ୍ରାପ୍ତ ହୁଏ ।

ହ୍ରାସ କରେ, ଯାହା ଶେଷରେ କୃଷିକ୍ଷେତ୍ରରେ ବାରମ୍ବାର ହଳ କରିବାଦ୍ଵାରା ମାଟିରେ ଥ‌ିବା କ୍ଷୁଦ୍ର ଜୀବମାନେ ପ୍ରଭାବିତ ହୁଅନ୍ତି । ଫଳରେ କିଛି ଅନିଷ୍ଟକାରୀ କୀଟ କ୍ରମଶଃ କୀଟନାଶକ ଔଷଧ ବିପକ୍ଷରେ ପ୍ରତିରୋଧକ୍ଷମତା ବିକଶିତ କରିପାରନ୍ତି, ଯାହା ଫଳରେ ସେମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୁଏ । ଏକା ପ୍ରକାର ଫସଲକୁ ବାରମ୍ବାର ଚାଷ କରିବାକୁ ଏକକ ଚାଷ (monoculture) କୁହାଯାଏ । ଏପ୍ରକାର ଚାଷ ଫସଲର ବିବିଧତାକୁ ହ୍ରାସ କରେ ଏବଂ ଖାଦ୍ୟ ଉତ୍ପାଦନ ପାଇଁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ପରାଗଣକାରୀ ଜୀବମାନଙ୍କୁ ପ୍ରଭାବିତ କରିପାରେ ।

ସାଂପ୍ରତିକ ସମୟରେ କୃଷିକୁ ବ୍ୟବହାର୍ଯ୍ୟ କରିବା ପାଇଁ କିଛି ଚାଷୀ ଜୈବିକ ଏବଂ ପ୍ରାକୃତିକ କୃଷି ପଦ୍ଧତିକୁ ଅନୁସରଣ କରୁଛନ୍ତି । ଏଗୁଡ଼ିକର ଲକ୍ଷ୍ୟ ହେଉଛି କୃତ୍ରିମ ସାରର ବ୍ୟବହାର ହ୍ରାସ କରିବା ଏବଂ ପ୍ରାକୃତିକ ପରିସଂସ୍ଥାରେ ସର୍ବନିମ୍ନ ହସ୍ତକ୍ଷେପ ସହିତ କୃଷିକୁ ଅଧ‌ିକ ବ୍ୟବହାର୍ଯ୍ୟ କରିବା ।

ପ୍ରାଚୀନ ଗ୍ରନ୍ଥ ‘ବୃକ୍ଷ, ଆୟୁର୍ବେଦ’’ ମୃତ୍ତିକାର ପୃଷ୍ଟି ଓ ଉର୍ବରତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରେ । ଏହି ଗ୍ରନ୍ଥରେ କୁନାପ ଜଳ ଏବଂ କମ୍ପୋଷ୍ଟ ପରି ଜୈବିକ ସାର ମାଧ୍ୟମରେ ମୃତ୍ତିକାର ନିରନ୍ତର ପୋଷଣ ହୋଇପାରିବ ବୋଲି ବର୍ଣ୍ଣନା କରାଯାଇଛି । କନାପ ଜଳ ପ୍ରାଣୀ ଓ ଉଦ୍ଭିଦ ବର୍ଜ୍ୟବସ୍ତୁଗୁଡ଼ିକର କିଣ୍ବନ ପ୍ରକ୍ରିୟା ଦ୍ଵାରା ପ୍ରସ୍ତୁତ ଏକ ତରଳ ସାର । ଯାହା ଜଟିଳ ପଦାର୍ଥକୁ ସରଳ ପଦାର୍ଥରେ ଭାଙ୍ଗି ମାଟିକୁ ପୋଷଣ ଯୋଇଥାଏ ।

ଆମେ ଯାହା ଜାଣିଲୁ

  • ପର୍ଯ୍ୟାବାସ ହେଉଛି ଏକ ସ୍ଥାନ ଯାହା ଜୀବମାନଙ୍କର ବଞ୍ଚିବା ଏବଂ ବୃଦ୍ଧି ପାଇଁ ସଠିକ୍ ଅବସ୍ଥା ଯୋଗାଇଥାଏ । ଜୈବିକ ଉପାଦାନ (ଉଭିଦ, ପ୍ରାଣୀ, ଜୀବାଣୁ) ଏବଂ ଅଜୈବିକ ଉପାଦାନ (ବାୟୁ, ପାଣି, ମାଟି, ତାପମାତ୍ରା) ଦ୍ଵାରା ଏକ ପର୍ଯ୍ୟାବାସ ଗଠିତ ହୋଇଥାଏ ।
  • ଏକ ଅଞ୍ଚଳରେ ଜୈବିକ ଏବଂ ଅଜୈବିକ ଉପାଦାନ ମଧ୍ୟରେ ପାରସ୍ପରିକ କ୍ରିୟା ଏକ ପରିସଂସ୍ଥା ଗଠନ କରେ । ପ୍ରକୃତିରେ ଦୁଇ ପ୍ରକାରର ମୁଖ୍ୟ ପରିସଂସ୍ଥା ଅଛି, ଯଥା– ସ୍ଥଳୀୟ ପରିସଂସ୍ଥା (ଜଙ୍ଗଲ, ଘାସଭୂମି, ମରୁଭୂମି) ଓ ଜଳୀୟ ପରିସଂସ୍ଥା (ପୁଷ୍କରିଣୀ, ହ୍ରଦ, ସମୁଦ୍ର, ମହାସାଗର) ।
  • ଜୀବମାନଙ୍କୁ ପ୍ରାୟତଃ ଉତ୍ପାଦକ (ଉଭିଦ୍), ଭକ୍ଷକ (ତୃଣଭୋଜୀ, ମାଂସାହାରୀ, ସର୍ବଭୋଜୀ) ଏବଂ ଅପଘଟକ (ଜୀବାଣୁ, କବକ) ଭାବରେ ବର୍ଗୀକୃତ କରାଯାଏ ।
    ଉତ୍ପାଦକମାନେ ନିଜର ଖାଦ୍ୟ ନିଜେ ତିଆରି କରନ୍ତି କିନ୍ତୁ ଭକ୍ଷକମାନେ ଉଭିଦ କିମ୍ବା ପ୍ରାଣୀମାନଙ୍କୁ ଖାଆନ୍ତି । ଅପଘଟକମାନେ ମୃତ ପଦାର୍ଥର ବିଘଟନ ଦ୍ଵାରା ପୋଷକ ପଦାର୍ଥର ପୁନଃଚକ୍ରଣ କରନ୍ତି ।
  • ଖାଦ୍ୟଶୃଙ୍ଖଳରୁ ଏକ ପରିସଂସ୍ଥାରେ ‘କିଏ କାହାକୁ ଖାଏ’ ଜଣାପଡ଼େ । ସେହିପରି ଖାଦ୍ୟ ଜାଲିରୁ ଖାଦ୍ୟଶୃଙ୍ଖଳ ଗୁଡ଼ିକ କିପରି ପରସ୍ପର ସହତ ଜଡ଼ିତ ତାହା ଜଣାପଡ଼େ । ବିଭିନ୍ନ ଜୀବ ଖାଦ୍ୟ ଶୃଙ୍ଖଳରେ ଯେଉଁ ସ୍ଥାନ ଦଖଲ କରନ୍ତି ତାହାକୁ ଖାଦ୍ୟ ସ୍ତର କୁହାଯାଏ ।
  • ଜୀବମାନଙ୍କ ମଧ୍ୟରେ ଅନେକ ପ୍ରକାର ସମ୍ପର୍କ ରହିଛି, ଯେପରିକି ସହଭାଗିତା (ଉଭୟ ଉପକୃତ ହୁଅନ୍ତି), ସହଭୋଜିତା (ଗୋଟିଏ ଉପକୃତ ହୁଏ, ଅନ୍ୟଟି ପ୍ରଭାବିତ ହୁଏ ନାହିଁ) ଏବଂ ପରିଜୀବିତା (ଗୋଟିଏ ଉପକୃତ ହୁଏ, ଅନ୍ୟଟି କ୍ଷତିଗ୍ରସ୍ତ ହୁଏ) ।
  • ମନୁଷ୍ୟର ବଞ୍ଚିବା ଏବଂ ସୁସ୍ଥ ରହିବା ପାଇଁ ପରିସଂସ୍ଥାଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ଏଗୁଡ଼ିକ ସ୍ୱଚ୍ଛ ବାୟୁ, ଜଳ, ଖାଦ୍ୟ ଓ ଔଷଧ ପ୍ରଦାନ ଏବଂ ଜଳବାୟୁ ନିୟନ୍ତ୍ରଣ କରେ ।

Class 8 Science Chapter 11 Notes Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

Go through BSE Odisha Class 8 Science Notes Odia Medium and Class 8 Science Chapter 11 Notes Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା to understand important concepts and topics more clearly.

8th Class Science Chapter 11 Notes Odia Medium

BSE Odisha Class 8 Science Chapter 11 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଚନ୍ଦ୍ର କ’ଣ ଏବଂ ଆମେ ଏହାକୁ କିପରି ଦେଖୁ :

ଚନ୍ଦ୍ର ପୃଥ‌ିବୀର ଏକମାତ୍ର ଉପଗ୍ରହ । ଏହା ପୃଥ‌ିବୀ ଚାରିପଟେ ପ୍ରାୟ 29.5 ଦିନରେ ଥରଟିଏ ପ୍ରଦକ୍ଷିଣ କରେ । ଚନ୍ଦ୍ରର ଆକାର ଗୋଲକାକୃତି । ଚନ୍ଦ୍ରର ନିଜର ଆଲୋକ ନାହିଁ । ସୂର୍ଯ୍ୟାଲୋକ ଚନ୍ଦ୍ର ପୃଷ୍ଠରେ ପଡ଼ି ପ୍ରତିଫଳିତ ହେଲେ ଆମେ ସେହି ପ୍ରତିଫଳନ ଦ୍ଵାରା ଚନ୍ଦ୍ରର କିଛି ଅଂଶ (ଉଜ୍ଜ୍ଵଳ ଅଂଶ) ଦେଖୁଥାଉ । ପୃଥ‌ିବୀର ଆବର୍ତ୍ତନ, ଚନ୍ଦ୍ରର ପରିକ୍ରମଣ ଏବଂ ସୂର୍ଯ୍ୟଙ୍କର ସ୍ଥିତିକୁ ନେଇ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ପ୍ରତିଦିନ ଭିନ୍ନ ଭିନ୍ନ ମାତ୍ରାରେ ଦେଖାଯାଏ । ଏହି ଉଜ୍ଜ୍ଵଳଅଂଶ ପୃଥ‌ିବୀର ସବୁ ସ୍ଥାନରେ ସମାନ ଆକାରରେ ଦେଖାଯାଏ । ପ୍ରତି ମାସରେ (29.5 ଦିନରେ) ଗୋଟିଏ ଦିନ ଚନ୍ଦ୍ରକୁ ସଂପୂର୍ଣ୍ଣ ବୃତ୍ତାକାର ରୂପରେ ଦେଖୁବାବେଳେ ଅନ୍ୟ ଏକ ଦିନ ଆଦୌ ଦେଖିବା ସମ୍ଭବ ହୁଏ ନାହିଁ । ଏହି ଦୃଷ୍ଟାନ୍ତକୁ ପ୍ରମାଣ କରିବାପାଇଁ ନିମ୍ନୋକ୍ତ ପରୀକ୍ଷାଟି କରାଯାଇପାରିବ ।

କାର୍ଯ୍ୟ – ୧ : ଆସ ଅନୁସନ୍ଧାନ କରିବା
କାର୍ଯ୍ୟପ୍ରଣାଳୀ :
(i) ପୂର୍ଣ୍ଣିମା ପରେ ପ୍ରଥମ ଦିନରେ ପଶ୍ଚିମ ଦିଗରେ ସୂର୍ଯ୍ୟୋଦୟ ସମୟରେ ଚିହ୍ନଟ କରାଯାଉ ।
(ii) ପ୍ରଥମେ ଖାତାରେ ଏକ ସାରଣୀ ତିଆରି କରାଯାଉ । ନିମ୍ନଲିଖତ ତଥ୍ୟଗୁଡ଼ିକୁ ଖାତାରେ ଲେଖାଯାଉ ।
(iii) ତାରିଖ
(iv) କେତେବେଳେ ଚନ୍ଦ୍ରକୁ ଦେଖାଗଲା (ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ) ?
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 1
ଚିତ୍ର : ଚନ୍ଦ୍ରର ଅନ୍ଧକାର ଅଂଶକୁ କଳା ରଙ୍ଗ ଦ୍ଵାରା ଚିହ୍ନଟ କରିବା
(v) ଚିତ୍ର ୧୧.୧ରେ ଦେଖାଯାଉଥ‌ିବା ପରି ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ଦେଖାଇବା ପାଇଁ ସମ୍ପୃକ୍ତ ବୃତ୍ତର ଅନ୍ଧକାର ଅଂଶକୁ ପେନ୍‌ସିଲ୍ ଦାଗ ଦ୍ଵାରା ଚିହ୍ନଟ କରାଯାଉ ।
(vi) ଦ୍ଵିତୀୟ ଦିନଠାରୁ ନିମ୍ନଲିଖୂ ତଥ୍ୟ ମଧ୍ଯ ଖାତାରେ ଲେଖୁ ରଖାଯାଉ ।
(vi) ପୂର୍ବ ଦିନ ତୁଳନାରେ ଚନ୍ଦ୍ରର ଆଲୋକିତ ଅଂଶ ହ୍ରାସ ପାଇବାରେ ଲାଗିବ ।
(viii) ପୂର୍ବଦିନ ତୁଳନାରେ ଚନ୍ଦ୍ରର ଅବସ୍ଥିତି ସୂର୍ଯ୍ୟଙ୍କର ନିକଟତର ହେବ ।
(ix) ପ୍ରାୟ ୧୫ ଦିନ ପରେ, ଆମେ ସୂର୍ଯ୍ୟୋଦୟ କିମ୍ବା ସୂର୍ଯ୍ୟାସ୍ତ ସମୟରେ ଚନ୍ଦ୍ରକୁ ଦେଖିପାରିବା ନାହିଁ । ପରବର୍ତ୍ତୀ ୧୫ ଦିନ ପାଇଁ ସୂର୍ଯ୍ୟାସ୍ତ ସମୟରେ ଏହି କାର୍ଯ୍ୟଟି କଲେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ କ୍ରମଶଃ ଆମକୁ ସମ୍ପୂର୍ଣ୍ଣ ଭାବେ ଦେଖାଯିବ ।

ଚନ୍ଦ୍ରର ଦୃଶ୍ୟରେ ପର ପରିବର୍ତ୍ତନର ସାରଣୀ :
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 2

ଚନ୍ଦ୍ରକଳାର ହ୍ରାସବୃଦ୍ଧି :
(i) ପୃଥ‌ିବୀର ଆବର୍ତ୍ତନ (Rotation) ଏବଂ ଚନ୍ଦ୍ରର ପରିକ୍ରମଣ (Revolution) ଯୋଗୁଁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥ‌ିବୀର ଅବସ୍ଥାନରେ ପରିବର୍ତ୍ତନ ଘଟି ଚନ୍ଦ୍ରର ଉଜ୍ଜଳତମ ଅଂଶରେ ହ୍ରାସ ବୃଦ୍ଧି ଘଟିଥାଏ ।
(ii) ଯେଉଁଦିନ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ଏକ ପୂର୍ଣ ବୃତ୍ତ ସଦୃଶ ହୁଏ, ଠିକ୍ ତା ପରଦିନ ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଉଜ୍ଜ୍ଵଳ ଅଂଶ କ୍ରମଶଃ ହ୍ରାସ ପାଇ ଅର୍ଥବୃତ୍ତ ଆକାର ଧାରଣ କରେ ।
(ii) ଏହାର ପରବର୍ତ୍ତୀ ଏକ ସପ୍ତାହରେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ଅର୍ଦ୍ଧ ବୃତ୍ତ ରୂପରୁ କ୍ରମଶ ହ୍ରାସ ପାଇ ଶେଷରେ ସଂପୂର୍ଣ୍ଣ ଅଦୃଶ୍ୟ ହୋଇଯାଏ । ଏହି ଦୁଇ ସପ୍ତାହ ଅବଧ‌ିକୁ ଚନ୍ଦ୍ରର କ୍ଷୟକାଳୀନ ଅବଧୂ (Waning period) କୁହାଯାଏ । ଚନ୍ଦ୍ର ଏକ ପୂର୍ଣ୍ଣ ଉଜ୍ଜ୍ଵଳ ବୃତ୍ତ ଆକାର ଧାରଣ କରୁଥିବା ଦିନକୁ
(iv) ପୂର୍ଣ୍ଣିମା (Full Moon) ଏବଂ ସଂପୂର୍ଣ୍ଣ ଅଦୃଶ୍ୟମାନ ହେବା ଦିନକୁ ଅମାବାସ୍ୟା (New Moon) କହନ୍ତି ।
(v) ପୂର୍ଣ୍ଣିମା ପରଦିନ ଠାରୁ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ପ୍ରତିଦିନ କ୍ରମଶଃ ବୃଦ୍ଧିପାଇ ଏକ ସପ୍ତାହପରେ ଅର୍ଥବୃତ୍ତ ଆକାର ଧାରଣ କରେ ଏବଂ ପରବର୍ତୀ ଏକ ସପ୍ତାହ ପରେ ଏହା ଏକ ପୂର୍ଣ୍ଣବୃତ୍ତ ଆକୃତି ନିଏ । ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ବୃଦ୍ଧି ପାଉଥ‌ିବା ଏହି ଦୁଇ ସପ୍ତାହ ଅବଧୂକୁ ବୃଦ୍ଧିକାଳୀନ ଅବଧୂ (waxing period) କୁହାଯାଏ । (vi) ଭାରତରେ ଚନ୍ଦ୍ରର କ୍ଷୟକାଳୀନ ଅବଧିକୁ କୃଷ୍ଣପକ୍ଷ ଏବଂ ବୃଦ୍ଧିକାଳୀନ ଅବଧ‌ିକୁ ଶୁକ୍ଳପକ୍ଷ କୁହାଯାଏ ।
(vii) ଏହିପରି ଚନ୍ଦ୍ର ଚକ୍ରିୟ (cyclic) ଭାବରେ କ୍ଷୟକାଳୀନ ସମୟ ଓ ବୃଦ୍ଧିକାଳୀନ ସମୟ ଦେଇ ଗତିକରେ । ଗୋଟିଏ ପୂର୍ଣ୍ଣିମାରୁ ଅନ୍ୟ ଏକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଚକ୍ର ପ୍ରାୟ ଏକ ମାସ (29.5 ଦିନ) ସମୟ ନେଇଥାଏ ।
(viii) ପୃଥ‌ିବୀରୁ ଦେଖାଯାଉଥ‌ିବା ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ କ୍ରମିକ ହ୍ରାସ ଓ କ୍ରମିକ ବୃଦ୍ଧିକୁ ଚନ୍ଦ୍ରକଳାର ହ୍ରାସବୃଦ୍ଧି କୁହାଯାଏ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 3
ଚିତ୍ର : ପୃଥିବୀରୁ ଦେଖାଯାଉଥିବା ଚନ୍ଦ୍ର : ବୃଦ୍ଧି ଶୁକ୍ଳ (କୃଷ୍ଣ ପକ୍ଷ) ଏବଂ ହ୍ରାସ ସମୟ ପକ୍ଷ

ଚନ୍ଦ୍ରର ସ୍ଥାନ ନିରୂପଣ :
ପୃଥ‌ିବୀକୁ ଦେଖାଯାଇଥିବା ଚନ୍ଦ୍ରର : ବୃଦ୍ଧି ଶୁକ୍ଳ (କୃଷ୍ଣ ପକ୍ଷ) ଏବଂ ହ୍ରାସ ସମୟ ପକ୍ଷ
(i) କ୍ରମାଗତ ଦିନ ଗୁଡ଼ିକରେ ଚନ୍ଦ୍ର ଏକ ନିର୍ଦ୍ଦିଷ୍ଟ ସମୟରେ ଦେଖାଯାଏ ନାହିଁ ବଂର ଏହା ଆକାରର ଭିନ୍ନ ଭିନ୍ନ ସ୍ଥାନରେ ଦେଖାଯାଏ ।
(ii) ପୂର୍ଣ୍ଣିମାଦିନ ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ବ୍ୟବଧାନ ସର୍ବାଧ‌ିକ । ଏହିଦିନ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହେବା ସମୟରେ ଚନ୍ଦ୍ର ପଶ୍ଚିମ ଦିଗରେ ଅସ୍ତ ହେଉଥାଏ ।
(ii) ପୂର୍ଣ୍ଣିମା ପରବର୍ତ୍ତୀ ଦିନର ସକାଳେ ସୂର୍ଯ୍ୟୋଦୟ ସମୟରେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ହ୍ରାସପାଏ ଓ ଚନ୍ଦ୍ର ଆକାଶରେ ସୂର୍ଯ୍ୟଙ୍କର ନିକଟତର ହୁଏ ।
(iv) ଯେତେବେଳେ ଚନ୍ଦ୍ରର ଉଜ୍ଜ୍ଵଳ ଅଂଶ ଅର୍ଥବୃତ୍ତ ସଦୃଶ ହୁଏ, ସେତେବେଳେ ସୂର୍ଯ୍ୟୋଦୟ ସମୟରେ ଚନ୍ଦ୍ର ମୁଣ୍ଡ ଉପରେ ଥାଏ ।
(v) ଏହାପରେ କିଛିଦିନ (ପ୍ରାୟ ଏକ ସପ୍ତାହ) ଚନ୍ଦ୍ରର ଆକୃତି ହ୍ରାସ ପାଇଲେ ଏହା ସୂର୍ଯ୍ୟଙ୍କର ଆହୁରି ଅଧିକ ନିକଟତର ହୁଏ ।
(vi) ଅମାବାସ୍ୟାରେ ଚନ୍ଦ୍ର ଆଦୌ ଦେଖାଯାଉନଥ‌ିବା ସମୟରେ ଏହା ସୂର୍ଯ୍ୟଙ୍କର ନିକଟତମ ହୋଇଥାଏ । ସୂର୍ଯ୍ୟାସ୍ତ ସମୟରେ ବୃଦ୍ଧିକାଳୀନ ଚନ୍ଦ୍ର ଓ ସୂର୍ଯ୍ୟୋଦୟ ସମୟରେ କ୍ଷୟକାଳୀନ ଚନ୍ଦ୍ର ଦେଖ‌ିବା ସହଜ ହୁଏ ।
(vii) ଏହି କାରଣରୁ ଚନ୍ଦ୍ର ସର୍ବଦା ସୂର୍ଯ୍ୟ ତୁଳନାରେ ଭିନ୍ନ ଭିନ୍ନ ସମୟରେ ଉଦୟ ଓ ଅସ୍ତ ହୁଏ ।
(viii) ପ୍ରତିଦିନ ଚନ୍ଦ୍ର ପୂର୍ବଦିନ ଅପେକ୍ଷା 50 ମିନିଟ୍ ବିଳମ୍ବରେ ଉଦୟ ହୁଏ । ବେଳେବେଳେ ଏହା ଅପରାହ୍ନ (2.00 PM to 4.00 PM) ମଧ୍ୟରେ ମଧ୍ୟ ଉଦୟ ହୁଏ । ତେଣୁ ଦିବାଲୋକରେ ଚନ୍ଦ୍ର ପୂର୍ବ ଆକାଶରେ ଦେଖାଯାଏ ।
(ix) ଚନ୍ଦ୍ର ଯଥେଷ୍ଟ ଉପରକୁ ଉଠିଲେ ଦେଖାଯାଉଥ‌ିବାରୁ ଏହାର ଉଦୟ ସମୟ ଠାରୁ ପ୍ରାୟ 30 ମିନିଟ୍‌ର ପରେ ଦେଖ‌ିବା ସମ୍ଭବ ହୁଏ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 4
ଚନ୍ଦ୍ର ଉଦୟର ସମୟ ଓ ସ୍ଥିତି ଗୋଟିଏ ଦିଗରୁ ଅନ୍ୟ ଦିଗକୁ ପରିବର୍ତ୍ତନ

ଚନ୍ଦ୍ର ଭିନ୍ନ ଭିନ୍ନ ଆକୃତି ଧାରଣ କରିବାର କାରଣ :
(i) ଚନ୍ଦ୍ରର ଆକୃତି ଅପରିବର୍ତ୍ତନୀୟ । କେବଳ ଆମକୁ ଦେଖାଯାଉଥ‌ିବା ଚନ୍ଦ୍ରର ଅଂଶଷର ପରିବର୍ତ୍ତନ ଘଟେ ।
(ii) ଚନ୍ଦ୍ରର ନିଜର ଆଲୋକ ନାହିଁ । ଏହା ସୂର୍ଯ୍ୟଙ୍କ ଆଲୋକକୁ ପ୍ରତିଫଳିତ କରେ ।
(iii) ଚନ୍ଦ୍ରର ଯେଉଁ ଅର୍ଦ୍ଧେକ ସୂର୍ଯ୍ୟ ଆଡ଼କୁ ଥାଏ, ତାହା ସୂର୍ଯ୍ୟାଲୋକ ପାଇଥାଏ, ମାତ୍ର ଅନ୍ୟ ଅର୍ଥ ପାଏ ନାହିଁ ।
(iv) ଚନ୍ଦ୍ର ପୃଥବୀ ଚାରିପାଖେ ଘୁରୁଥିବାରୁ ଏହାର ଆଧା ଅଂଶ ପୃଥ‌ିବୀକୁ ମୁହଁ କରିଥାଏ । କିନ୍ତୁ ଏହି ଅଧା ଅଂଶ ସର୍ବଦା ଆଲୋକିତ ହୋଇନଥାଏ ।
(v) ପୃଥ‌ିବୀରୁ ଚନ୍ଦ୍ରର କେବଳ ଆଲୋକିତ ଅଂଶ ଦେଖ‌ିବା ସମ୍ଭବ ହୁଏ ।
(vi) ଏକ ନିର୍ଦ୍ଦିଷ୍ଟ ଦିନରେ ଚନ୍ଦ୍ରର ସଂପୂର୍ଣ୍ଣ ଆଲୋକିତ ଅଂଶ ପୃଥ‌ିବୀ ମୁହାଁ ହୋଇଥାଏ ମାତ୍ର ଅନ୍ୟ ସମୟରେ ଚନ୍ଦ୍ରର ଆଲୋକିତ ଅଂଶର ମାତ୍ର କିଛି ଅଂଶ ପୃଥ‌ିବୀ ମୁହାଁ ହୋଇଥାଏ ।
(vii) ଅମାବାସ୍ୟା ଦିନ ଚନ୍ଦ୍ରର ଆଲୋକିତ ଅଂଶ ଆଦୌ ପୃଥ‌ିବୀ ଆଡକୁ ନଥାଏ । ଏଣୁ ଚନ୍ଦ୍ର ଦେଖ୍ ହୁଏ ନାହିଁ । ଏହିଦିନ ଚନ୍ଦ୍ରର ଅଣ ଆଲୋକିତ ଅଂଶ ବା ଅର୍ଦ୍ଧେକ ପୃଥ‌ିବୀ ଆଡକୁ ଥାଏ । ସୂର୍ଯ୍ୟଙ୍କ ତୁଳନାରେ ଚନ୍ଦ୍ରର ସ୍ଥିତି ପରିବର୍ତ୍ତନ ଯୋଗୁ ଏହାର ଆଲୋକିତ ଅଂଶ ପରିବର୍ତ୍ତିତ ହୁଏ ।

ଚନ୍ଦ୍ରର ସ୍ଥିତି ପରିବର୍ତ୍ତନ, ଏହାର ଆଲୋକିତ ଅଂଶକୁ ହ୍ରାସ ବୃଦ୍ଧି କରାଏ :
ପୃଥ‌ିବୀରୁ ଚନ୍ଦ୍ରକୁ ଦେଖ‌ିଲେ ଏହାର ଆଲୋକିତ ଅଂଶର କ୍ରମାନ୍ୱୟରେ ହ୍ରାସ ବୃଦ୍ଧି ଘଟେ । କେତେବେଳେ ସୂର୍ଯ୍ୟାଲୋକ ପାଉଥିବା ବୃତ୍ତାକାର ଅର୍ଥଟି ସଂପୂର୍ଣ୍ଣ ଦେଖାଯାଏ ତ ଅନ୍ୟ କେତେବେଳେ ଆଦୌ ଦେଖାଯାଏ । ଅନ୍ୟ ସମୟରେ ଆଲୋକିତ ଅଂଶ ଆଂଶିକ ଭାବେ ଦେଖାଯାଏ । ଚନ୍ଦ୍ରର ସ୍ଥିତିର ପରିବର୍ତ୍ତନ ଏହାର ମୁଖ୍ୟ କାରଣ । ଏହା ନିମ୍ନୋକ୍ତ ପରୀକ୍ଷାରୁ ବୁଝିହେବ ।
(i) ଏକ ଛୋଟ ବଲ୍ ନିଅ ଏବଂ ଏଥିରେ କାଠି ଭର୍ତ୍ତି କର । ଏହାକୁ ଚନ୍ଦ୍ର ବୋଲି ଧରି ନିଆଯାଉ ।
(ii) ଏକ ଅନ୍ଧାର ଖୋଲା ସ୍ଥାନକୁ ଯାଅ (ରାତିରେ) ଏବଂ ଜଣେ ଶିକ୍ଷକ କିମ୍ବା ଅଭିଭାବକଙ୍କୁ ସୂର୍ଯ୍ୟଙ୍କଠାରୁ ଆସୁଥ‌ିବା ଆଲୋକ ଭଳି ବିକିରଣ କରିବା ପାଇଁ ପ୍ରାୟ ୩ ମିଟର ଦୂରରୁ ଆମ ଆଡ଼କୁ ଏକ ଟର୍ଚ୍ଚଲାଇଟ୍‌ ପକାଇବାକୁ କୁହ କିମ୍ବା ଏକ ବିଦ୍ୟୁତ୍ ବଲ୍ ପାଖରେ ଠିଆ ହୁଅ । ଆମ ମୁଣ୍ଡ ପୃଥ‌ିବୀ ବୋଲି ଭାବି ନିଆଯାଉ ।
(iii) ବର୍ଭମାନ ଚିତ୍ର ୧୧.୪ (ଖ)ରେ ଦେଖାଯାଇଥିବା ପରି ବଲ୍‌କୁ ଏକ ହାତରେ କିଛି ଦୂରରେ ଧର ଯେ ପରି ଏହା ଆମର ମୁଣ୍ଡ ସ୍ତରରୁ ସାମାନ୍ୟ ଉପରେ ରହିବ । ବଲ୍‌କୁ ଟର୍ଚ୍ଚବତୀର ଦିଗକୁ E ସ୍ଥାନରେ ରଖ । ଆମ ଆଡ଼କ ମୁହଁ କରୁଥିବା ବଲ୍‌ର ଅଂଶ ଆଲୋକିତ ଦେଖାଯିବ ନାହିଁ ।
(iv) ଚିତ୍ରରେ ଦେଖାଯାଇଥବା ପରି ଆମ ହାତକୁ ବିସ୍ତାର କରି ଘଣ୍ଟାକଣ୍ଟାର ବିପରୀତ ଦିଗରେ ଧୀରେ ଦୀରେ ବୁଲାଅ ଏବଂ ବଲ୍‌କୁ ଚାହିଁ ରୁହ । ଆଲୋକିତ ଅଂଶର ଆକୃତି ପରିବର୍ତ୍ତନ ହେବ । ବଲ୍‌ର ଆଲୋକିତ ଅଂଶ ଏବଂ ଅଣଆଲୋକିତ ଅଂଶକୁ ପୃଥକ୍ କରୁଥିବା ରେଖାଟି ବକ୍ର ହେବ ।
(v) ଚିତ୍ରରେ ଦେଖାଯାଉଥିବା ବଲ୍‌ର ଆଲୋକିତ ଅଂଶର ପରିବର୍ତ୍ତନ ସହ ଆମର ପର୍ଯ୍ୟବେକ୍ଷଣ ସମାନ ହେବ । ଆମେ ଦେଖୁଥିବା ବଲ୍‌ର ଆଲୋକିତ ଅଂଶର ଆକୃତି ଟର୍ଚ୍ଚ/ବତୀ ତୁଳନାରେ ବଲ୍‌ର ଅବସ୍ଥାନ ଉପରେ ନିର୍ଭର କରି ପରିବର୍ତ୍ତନ ହୁଏ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 5
କାଠି ସହିତ ବଲ୍
(vi) ଯେତେବେଳେ ବଲ୍‌ ଟର୍ଚ୍ଚ/ବତୀର ବିପରୀତ ଦିଗରେ ‘‘A’ ସ୍ଥାନରେ ଥାଏ ସେତେବେଳେ ରଖୁଥୁବା ପୂର୍ଣ୍ଣିମା ଦିନ ପରି ବଲ୍‌ର ସମ୍ପୂର୍ଣ୍ଣ ଆଲୋକିତ ଅଂଶକୁ ଆମେ ମୁହଁ କରିଥାଉ । ଅନ୍ୟ ପକ୍ଷରେ ଯେତେବେଳେ ବଲ୍ଟି ବତୀର ଦିଗରେ L ସ୍ଥାନରେ ରଖାଯାଏ, ଆମେ ବଲ୍‌ର ଅଣଆଲୋକିତ ଅଂଶ ଆଡକୁ ମୁହଁ କରିଥାଉ ଏବଂ ଏହାର ଆଲୋକିତ ଅଂଶକୁ ଆଦୌ ଦେଖିପାରୁନାହିଁ । ଏହା ଅମାବାସ୍ୟା ଦିନ ସହିତ ସମାନ । ଲକ୍ଷ୍ୟ କର ଯେ ଅନ୍ୟ କ୍ଷେତ୍ରରେ ବଲ୍‌ର ଆଲୋକିତ ଅଂଶକୁ ପୃଥକ୍ କରୁଥିବା ରେଖାଗୁଡ଼ିକ କିପରି ବକ୍ର ଦେଖାଯାଏ । ଏହା ଅନ୍ୟ ଦିନଗୁଡ଼ିକରେ ପୃଥ‌ିବୀରୁ ଦେଖାଯାଉଥିବା ଚନ୍ଦ୍ରର ଆଲୋକିତ ଅଂଶର ଆକୃତି ସହିତ ସମାନ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 6
(ଖ) ଚନ୍ଦ୍ର କଳାର ହ୍ରାସବୃଦ୍ଧି ବୁଝିବା ପାଇଁ ଜଣେ ଏକ ବଲ୍‌ ଏବଂ କାଠି ବ୍ୟବହାର କରୁଛନ୍ତି, (ଗ) ଶିକ୍ଷାର୍ଥୀ ବିଭିନ୍ନ ସ୍ଥାନରେ ଦେଖୁଥ‌ିବା ବଲ୍
(vii) ଚିତ୍ରରେ ବଲ୍‌ର ବିଭିନ୍ନ ସ୍ଥିତି ସହିତ ୧୧.୫ (କ) ଚିତ୍ର ଚନ୍ଦ୍ରର ସ୍ଥିତି ଦର୍ଶାଉଛି । ପୃଥ‌ିବୀ ଏବଂ ସୂର୍ଯ୍ୟକିରଣ ମଧ୍ୟ ଦେଖାଯାଇଛି । ଚିତ୍ର ୧୧.୫ (କ)ରେ ଦେଖାଯାଇଥ‌ିବା ପରି, ଚନ୍ଦ୍ର ପ୍ରାୟ ଗୋଟିଏ ମାସରେ ପୃଥ‌ିବୀ ଚାରିପାଖରେ ଥରେ ସ୍ଥାନ A ରୁ H ପର୍ଯ୍ୟନ୍ତ ଘୂରି ବୁଲୁଛି ଏବଂ ପୁନର୍ବାର ସ୍ଥାନ A କୁ ଫେରୁଛି । ସୂର୍ଯ୍ୟକୁ ମୁହଁ କରୁଥ‌ିବା ଚନ୍ଦ୍ରର ପାର୍ଶ୍ଵ ଆଲୋକିତ ହୋଇଛି ।

Class 8 Science Chapter 11 Notes Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

(viii) ଚନ୍ଦ୍ରର ଯେଉଁ ଅଂଶ ପୃଥ‌ିବୀ ଆଡ଼କୁ ମୁହଁ କରେ ତାହା କମଳା ରଙ୍ଗର ରେଖା ଏବଂ ତୀର ଦ୍ଵାରା ଚିହ୍ନିତ ହୋଇଛି । ଚନ୍ଦ୍ରର କେବଳ ଏହି ଅଂଶର ଆଲୋକିତ ଅଂଶ ପୃଥ‌ିବୀରୁ ଦେଖାଯାଇପାରିବ । ସ୍ଥିତି B ଏବଂ H ରେ, ଆଲୋକିତ ଅଂଶର ଅଧାରୁ ଅଧ‌ିକ ପୃଥ‌ିବୀକୁ ଦେଖାଯାଏ, ଯାହାକୁ ଗିବସ୍ ପର୍ଯ୍ୟାୟ (Gibbous phase) କୁହାଯାଏ । D ଏବଂ F ସ୍ଥିତିରେ ଆଲୋକିତ ଅଂଶର ଅଧାରୁ କମ୍ ଦେଖାଯାଏ, ଯାହାକୁ କ୍ରେସେଣ୍ଟ ପର୍ଯ୍ୟାୟ (Crescent phase) କୁହାଯାଏ । ପୃଥ‌ିବୀରୁ ଦେଖାଯାଉଥ‌ିବା ଚନ୍ଦ୍ର କଳାର ଆଲୋକିତ ଅଂଶର ପରିବର୍ତ୍ତନ ଚନ୍ଦ୍ରର ହ୍ରାସବୃଦ୍ଧି ସୃଷ୍ଟିକରେ ।

(ix) ପୃଥ‌ିବୀରୁ ଚନ୍ଦ୍ରର ବିଭିନ୍ନ ସ୍ଥିତିରେ ଦେଖାଯାଉଥ‌ିବା ଚନ୍ଦ୍ରକଳାର ପର୍ଯ୍ୟାୟଗୁଡ଼ିକ ଚିତ୍ର ୧୧.୫ ଖରେ ଦର୍ଶାଯାଇଛି । A ରୁ C ରୁ E ପର୍ଯ୍ୟନ୍ତ, ଆମେ କ୍ଷୟ ପର୍ଯ୍ୟାୟ (Wanning phase) ଦେଖିବା ଏବଂ E ରୁ G ରୁ ପୁନଃ A ପର୍ଯ୍ୟନ୍ତ ଫେରିଯିବା ସମୟରେ ଆମେ ବୃଦ୍ଧି ପର୍ଯ୍ୟାୟ (Waxing phase) ଦେଖ‌ିବା । ଯେହେତୁ ପୃଥ‌ିବୀର ଘୂର୍ଶନ ଅବଧୂ(ଏକଦିନ) ଚନ୍ଦ୍ରର ପରିକ୍ରମଣ ଅବଧୂ (ପ୍ରାୟ ଏକ ମାସ) ତୁଳନାରେ ବହୁତ କମ୍, ପୃଥ‌ିବୀର ବିଭିନ୍ନ ଅଂଶର ଲୋକମାନେ କୌଣସି ନିର୍ଦ୍ଦିଷ୍ଟ ଦିନରେ ପ୍ରାୟ ସମାନ ଚନ୍ଦ୍ରକଳା ଦେଖିବେ । ଚିତ୍ର ୧୧.୫୯କ)ରୁ ଦେଖାଯାଇପାରେ, ଅମାବାସ୍ୟା ଦିନ ଚନ୍ଦ୍ର ସୂର୍ଯ୍ୟର ସବୁଠାରୁ ନିକଟତର ଦେଖାଯାଏ ଏବଂ ପୂର୍ଣ୍ଣିମା ଦିନ ଏହା ସବୁଠାରୁ ଦୂରରେ ଦେଖାଯାଏ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 7
ପୃଥ‌ିବୀ ଚାରିପାଖରେ ଚନ୍ଦ୍ର ତାର କକ୍ଷପଥରେ ବିଭିନ୍ନ ସ୍ଥାନରେ, ପୃଥ‌ିବୀରୁ ଚନ୍ଦ୍ରକଳାର ପର୍ଯ୍ୟାୟ (ଏହି ଚିତ୍ରରେ ଦର୍ଶାଯାଇଥିବା ଆକାର ଏବଂ ଦୂରତା
ଦେଖାଯାଉଥ‌ିବା ଚନ୍ଦ୍ରର ଅନୁରୂପ ପ୍ରକୃତ ମାପ ଅନୁଯାୟୀ ନୁହେଁ)

(x) ଯେତେବେଳେ ପୃଥ‌ିବୀ ତାର ଅକ୍ଷ ଚାରିପଟେ ଗୋଟିଏ ଘୂର୍ଣ୍ଣନ ୨୪ ଘଣ୍ଟାରେ ସମାପ୍ତ କରେ ସେତେବେଳେ ଚନ୍ଦ୍ର ତାର କକ୍ଷ କିଛି ଆଗକୁ ଗତି କରେ । ଆକାଶରେ ପ୍ରାୟ ସମାନ ସ୍ଥାନରେ ଚନ୍ଦ୍ର ଦେଖାଯିବା ପାଇଁ ପୃଥ‌ିବୀକୁ ଆଉ କିଛି ସମୟ ଅଧ‌ିକ ଘୂର୍ଶନ କରିବାକୁ ପଡ଼ିବ । ଅର୍ଥାତ୍ ପୃଥ‌ିବୀ ପୃଷ୍ଠରେ ସମାନ ସ୍ଥାନରେ ଚନ୍ଦ୍ର ପ୍ରାୟ ୫୦ ମି. ବିଳମ୍ବ ହୁଏ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 8
ପୃଥ‌ିବୀର ଛାୟା ଚନ୍ଦ୍ରରେ ପଡ଼ି ଚନ୍ଦ୍ରକଳାର ହ୍ରାସ ବୃଦ୍ଧି ହୁଏ ନାହିଁ :
ଅନେକ ଧାରଣ କରନ୍ତି, ପୃଥ‌ିବୀର ଛାଇ ଚନ୍ଦ୍ରରେ ପଡ଼ିଲେ ଚନ୍ଦ୍ର କଳାର ହ୍ରାସ ବୃଦ୍ଧି ଘଟେ । ଏହା ଏକ ଭୁଲ ତତ୍ତ୍ଵ । ଚନ୍ଦ୍ର ପୃଥବୀ ଚାରିପଟେ ଘୂର୍ଣ୍ଣନ କରୁଥିବା ସମୟରେ ଚନ୍ଦ୍ର, ପୃଥ‌ିବୀ ଓ ସୂର୍ଯ୍ୟଙ୍କର କୌଣିକ ଉନ୍ନତିରେ ଆପେକ୍ଷିକ ପରିବର୍ତ୍ତନ ଯୋଗୁ ଚନ୍ଦ୍ର କଳାରେ ପରିବର୍ତ୍ତନ ଘଟେ । ଅନ୍ୟ ପକ୍ଷରେ ଚନ୍ଦ୍ର ଉପରେ ପୃଥ‌ିବୀର ଛାଇ ଚନ୍ଦ୍ରଗ୍ରହଣ ସୃଷ୍ଟି କରେ । ଏହା ଚନ୍ଦ୍ର କଳାରେ ପରିଣତ କରେ ନାହିଁ । ଚନ୍ଦ୍ର ଓ ସୂର୍ଯ୍ୟ ମଧ୍ୟରେ ପୃଥ‌ିବୀ ଏକ ସମତଳରେ ଏବଂ ଏକ ସରଳରେଖାରେ ରହିଲେ ଚନ୍ଦ୍ରଗ୍ରହଣ ହୁଏ । ତେଣୁ କେବଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଦେଖାଯାଏ ମାତ୍ର ସବୁ ପୂର୍ଣ୍ଣିମାରେ ଦେଖାଯାଏ ନାହିଁ ।

ସେହିପରି ଚନ୍ଦ୍ର ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଏକ ସରଳରେଖା ଏବଂ ସମତଳରେ ରହିଲେ ସୂର୍ଯ୍ୟ ପରାଗ ଜଣାଯାଏ । ସୂର୍ଯ୍ୟ ପରାଗ କେବଳ ଅମାବାସ୍ୟାରେ ଘଟେ ମାତ୍ର ସବୁ ଅମାବାସ୍ୟାରେ ଦେଖାଯାଏ ନାହିଁ । ସୂର୍ଯ୍ୟ ଚାରିପଟେ ପୃଥ‌ିବୀର କକ୍ଷପଥ ତୁଳନାରେ ଚନ୍ଦ୍ରର କକ୍ଷପଥ ତଳି ରହିଥ‌ିବାରୁ ସବୁ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଏବଂ ସବୁ ଅମାବାସ୍ୟାରେ ସୂର୍ଯ୍ୟପରାଗ ଘଟେ ନାହିଁ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 9
ସୌର ଦିବସ (Solar Day) :
ସୂର୍ଯ୍ୟ ପ୍ରତିଦିନ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହେବାର ଦେଖାଯାଏ । ସୂର୍ଯ୍ୟର ଏହି ପ୍ରତୀୟମାନ ସାମୟିକ ଗତି ପୃଥ‌ିବୀର ଆବର୍ଜନ (Rotation) ଯୋଗୁ ଘଟିଥାଏ ।
ସୂର୍ଯ୍ୟ ଗୋଟିଏ ଦିନରେ ଆକାଶରେ ତାର ସର୍ବୋଚ୍ଚ ସ୍ଥାନରୁ ପରଦିନ ସର୍ବୋଚ୍ଚ ସ୍ଥାନରୁ ପରଦିନ ସର୍ବୋଚ୍ଚ ସ୍ଥାନକୁ ଯିବାପାଇଁ ହାରାହାରି 24 ଘଣ୍ଟା ସମୟ ନେଇଥାଏ । ଏହି ଅବଧୂକୁ ହାରାହାରି ସୌର ଦିବସ (Mean Solar Day) କହନ୍ତି । ସମୟ ଗଣିବା ପାଇଁ ଏହା ଏକ ମୌଳିକ ଏକକ । ସୂର୍ଯ୍ୟ ଆକାଶରେ ସର୍ବୋଚ୍ଚ ସ୍ଥାନରେ ଅବସ୍ଥାନ କରିବା ସମୟରେ ଗୋଟିଏ ବସ୍ତର ଛାଇର ଦୈର୍ଘ୍ୟ ସର୍ବନିମ୍ନ ହୋଇଥାଏ ।

ଆକାଶରେ ସୂର୍ଯ୍ୟଙ୍କର ସର୍ବୋଚ୍ଚ ଅବସ୍ଥାନ ନିର୍ଣ୍ଣୟ :
ଆକାଶରେ ସୂର୍ଯ୍ୟ ସର୍ବୋଚ୍ଚ ସ୍ଥାନରେ ଅବସ୍ଥାନ କରିବା ସମୟରେ କୌଣସି ପଦାର୍ଥର ଛାଇର ଦୈର୍ଘ୍ୟ ସର୍ବନିମ୍ନ ହୁଏ । ଏହାକୁ ଭିଭିକରି ସୂର୍ଯ୍ୟଙ୍କର ସର୍ବୋଚ୍ଚ ଅବସ୍ଥାନ ନିର୍ଣ୍ଣୟ କରାଯାଇପାରିବ ।
(i) ଦିନବେଳେ ସୂର୍ଯ୍ୟକିରଣ ପଡ଼ୁଥିବା ଏକ ଛୋଟ
(ii) ସମତଳ ଭାଗ ଚିହ୍ନଟ କରାଯାଉ । ଚିତ୍ର ୧୧.୭ରେ ଦେଖାଯାଇଥ‌ିବା ପରି ଏକ ମିଟର ବାଡ଼ିକୁ ଭୂଲମ୍ବ ଭାବରେ ଏଥ‌ିରେ ପୋତି ଦିଆଯାଉ । ସକାଳ ୧୧ଟାରୁ ପର୍ଯ୍ୟବେକ୍ଷଣ ଆରମ୍ଭ କରାଯାଉ । ପ୍ରତି ମିନିଟ୍‌ରେ ବାଡ଼ିର ଛାଇର ଅଗ୍ରଭାଗରେ ଭୂମିରେ ଏକ ବିନ୍ଦୁ ଚିହ୍ନଟ କରାଯାଉ । ଅପରାହ୍ନ ପ୍ରାୟ ୧.୧୦ ପର୍ଯ୍ୟନ୍ତ ବିନ୍ଦୁ ଚିହ୍ନିତ କରି ରଖାଯାଉ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 10
ଚିତ୍ର : ଦିନର ବିଭିନ୍ନ ସମୟରେ ଛାୟାର ଲମ୍ବ

(iii) ଛାଇଟି କେତେବେଳେ ସବୁଠାରୁ ଛୋଟ ଥିଲା, ତାହା ଚିହ୍ନଟ କରାଯାଉ ଏବଂ ବିନ୍ଦୁ ସଂଖ୍ୟା ଗଣନା କରି ଏହାର ସମୟ ଜାଣ । ସାରଣୀ ୧୧.୨ରେ ଏହି ସମୟ ଲିପିବଦ୍ଧ କରାଯାଉ । ପରବର୍ତ୍ତୀ କିଛି ଦିନ ପାଇଁ ଏହି ଅଭ୍ୟାସ ପୁନରାବୃତ୍ତି କରାଯାଉ ।
ଦିନର ବିଭିନ୍ନ ସମୟରେ ଛାୟାର ଲମ୍ବ ପର୍ଯ୍ୟବେକ୍ଷଣ କରିବା
(iv) ସାରଣୀ ୧୧.୨ରେ ଦର୍ଶାଯାଇଥ‌ିବା ଅନୁସାରେ ଲଗାତାର ଦୁଇଟି ଦିନରେ ସମୟ ପାର୍ଥକ୍ୟ ବାହାର କରି ସୌର ଦିବସର ଅବଧୂ ନିର୍ଣ୍ଣୟ କରାଯାଇପାରିବ । ଏହା ହାରାହାରି 24 ଘଣ୍ଟା ହେବ ।
(v) ଏକ ସୌର ଦିବସର ଅବଧୂ ନିର୍ଣ୍ଣୟ :

ତାରିଖ
ସାରଣୀ କ୍ଷୁଦ୍ରତମ ଛାୟାର ସମୟ (hh:mm) ଦିନର ଅବଧୂ (hh:mm)
22 ମାର୍ଚ୍ଚ 2025 12:20 …………..
23 ମାର୍ଚ୍ଚ 2025 12:20 24:00
24 ମାର୍ଚ୍ଚ 2025 12:19 23.59

ସମୟ ମାପର ମୂଳ ଏକକ ଗୁଡ଼ିକ କ’ଣ କ’ଣ ?
ଦିନ, ମାସ ଏବଂ ବର୍ଷ ସମୟ ମାପିବାପାଇଁ ବ୍ୟବହୃତ ମୌଳିକ ଏକକ ଗୁଡ଼ିକ ଅଟନ୍ତି ।
ସୌର ଦିବସ– ସୂର୍ଯ୍ୟ ଗୋଟିଏ ଦିନରେ ଆକାଶରେ ତାଙ୍କର ସର୍ବୋଚ୍ଚ ସ୍ଥାନରୁ ପରଦିନ ସର୍ବୋଚ୍ଚ ସ୍ଥାନକୁ ହାରାହାରି 24 ଘଣ୍ଟା ସମୟ ନି ଅନ୍ତି । ଏହି ସମୟ ବ୍ୟବଧାନକୁ ଗୋଟିଏ ହାରାହାରି ସୌର ଦିବସ କହନ୍ତି ।
ମାସ – ଚନ୍ଦ୍ର ଏହାର କଳାର ସମସ୍ତ ପର୍ଯ୍ୟାୟ ଦେଇ ଗତି କରିବାକୁ ପ୍ରାୟ 29.5 ଦିନ ସମୟ ନିଏ । ଏହି ଅବଧିକୁ ଏକ ମାସ ଧରାଯାଏ ।
ବର୍ଷ – ସୂର୍ଯ୍ୟ ଚାରିପଟେ ପୃଥ‌ିବୀ ପ୍ରଦକ୍ଷିଣ କରିବାପାଇଁ ପ୍ରାୟ 365.25 ଦିନ ସମୟ ନେଇଥାଏ । ଏହାକୁ ଏକ ସୌରବର୍ଷ (Solar year) କହନ୍ତି । ଏହା ଋତୁର ପ୍ରାକୃତିକ ଚକ୍ର ସହ ଜଡ଼ିତ ।
Class 8 Science Chapter 11 Notes Odia Medium ଆକାଶ ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା 11
ପୃଥ‌ିବୀ ସୂର୍ଯ୍ୟ ଚାରିପାଖରେ ଘୂରେ, ଏବଂ ଚନ୍ଦ୍ର ନିୟମିତ ସମୟ ବ୍ୟବଧାନରେ ପୃଥବୀ ଚାରିପାଖରେ ଘୂରେ ।

ଚନ୍ଦ୍ର କ୍ୟାଲେଣ୍ଡର/ଚନ୍ଦ୍ର ପଞ୍ଜିକା (Lunar Calendar) :
(i) ପ୍ରାଚୀନ କାଳରେ ଲୋକମାନେ ଲକ୍ଷ୍ୟ କରିଥିଲେ ଯେ ଗୋଟିଏ ଋତୁ ଚକ୍ରକଳା ଚନ୍ଦ୍ରର ପର୍ଯ୍ୟାୟର ପ୍ରାୟ ୧୨ଟି ଚକ୍ର ଅର୍ଥାତ୍ ୧୨ଟି ଚନ୍ଦ୍ର ମାସ ହୋଇଥାଏ । ଏହିପରି ଭାବରେ ଚନ୍ଦ୍ର—ପଞ୍ଜିକା (lunar calendar) ସୃଷ୍ଟି ହୋଇଥିଲା ।
(ii) ଏଠାରେ ଦିନକୁ ସବୁଠାରୁ ଛୋଟ ମାପ (ଏକକ) ଭାବରେ ଗଣନା କରାଯାଏ ଏବଂ ପ୍ରାୟ ୨୯.୫ ଦିନରେ ଏକ ମାସ ହୁଏ ।
(iii) ଚାରୋଟି ଚନ୍ଦ୍ରମାସ ମିଶି ଏକ ଚନ୍ଦ୍ର ବର୍ଷ (lunar year) ହୋଇଥାଏ ।
(iv) ଚନ୍ଦ୍ର କଳାର ପର୍ଯ୍ୟାୟଗୁଡ଼ିକ ସମୟର ଗତି ଜାଣିବା ପାଇଁ ଏକ ସହଜ ଏବଂ ସମ୍ପୂର୍ଣ ସଠିକ୍ ଉପାୟ ପ୍ରଦାନ କରିଥିଲେ ।
(v) ତଥାପି ଏକ ଚନ୍ଦ୍ର କ୍ୟାଲେଣ୍ଡରରେ ଋତୁଗୁଡ଼ିକ ନିୟମିତ ଭାବରେ ପ୍ରତିବର୍ଷ ସମାନ ଚନ୍ଦ୍ରମାସ ସହ ମେଳ ରଖୂପାରେ ନାହିଁ । କାରଣ ହେଉଛି ଋତୁଚକ୍ର ପ୍ରାୟ ୩.୬୫ ଦିନରେ ପୁନରାବୃତ୍ତି ହୁଏ, କିନ୍ତୁ ଚନ୍ଦ୍ର ବର୍ଷ ୩୫୪ ଦିନ ହୋଇଥାଏ ।

ସୌର କ୍ୟାଲେଣ୍ଡର (Solar Calendar) :
(i) କୃଷି ଉଦ୍ଦେଶ୍ୟରେ ଋତୁର ଆଗମନ ଜାଣିବା ଗୁରୁତ୍ଵପୂର୍ଣ୍ଣ ଥିଲା । ଋତୁ ସହିତ ଏକ ବର୍ଷର ସମନ୍ୱୟ ଆବଶ୍ୟକତା ହିଁ ସୌରକ୍ୟାଲେଣ୍ଡର (Solar calendar) ସୃଷ୍ଟି କରିଥିଲା ।
(ii) ଆଜିକାଲି ବହୁଳ ଭାବରେ ବ୍ୟବହୃତ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ହେଉଛି ଏକ ସୌର କ୍ୟାଲେଣ୍ଡର ।
(iii) ଏହି କ୍ୟାଲେଣ୍ଡରରେ ମାସଗୁଡ଼ିକ ଏପରି ସଜାଯାଇଛି ଯେ ସବୁ ମିଶି ୩୬୫ ଦିନ ହୁଏ । ସେଥ‌ିପାଇଁ ଗ୍ରିଗେରିଆନ୍ କ୍ୟାଲେଣ୍ଡରରେ କିଛି ମାସ ୩୦ ଦିନ, କିଛି ୩୧ ଦିନ ଓ ଫେବୃୟାରୀ ମାସ ୨୮ ଦିନ ହୋଇଥାଏ ।
(iv) ୩୬୫ ଦିନ ବ୍ୟତୀତ ପୃଥ‌ିବୀ ସୂର୍ଯ୍ୟ ଚାରିପାଖରେ ଗୋଟିଏ ଘୂର୍ଣ୍ଣନ ସମାପ୍ତ କରିବାକୁ ପ୍ରାୟ ଅତିରିକ୍ତ ଦିନରେ ଏକ ଚତୁର୍ଥାଂଶ ସମୟ ନିଏ । ଏହି ଅଧ‌ିକ ସମୟ ପ୍ରତି ଚାରି ବର୍ଷରେ ପ୍ରାୟ ଗୋଟିଏ ଦିନ ହୋଇଯାଏ । ଏହାକୁ ସଜାଡ଼ିବା ପାଇଁ ସୌର କ୍ୟାଲେଣ୍ଡରଗୁଡ଼ିକ ଏକ ଅଧୂବର୍ଷର (leap year) ଧାରଣା ବ୍ୟବହାର କରି ପ୍ରତି ଚାରି ବର୍ଷରେ ଏକ ଅତିରିକ୍ତ ଦିନକୁ ଯୋଡ଼ିଥାଏ ।
(v) ତେବେ ଯଦି ଗୋଟିଏ ବର୍ଷ ଚାରି ଦ୍ଵାରା ବିଭାଜିତ ହୁଏ ଗ୍ରେଗେରିଆନ୍ କ୍ୟାଲେଣ୍ଡରରେ ଏହାକୁ ଅଧ୍ବବର୍ଷ ମନାଯାଏ ଏବଂ ଗୋଟିଏ ଦିନ ଅଧ୍ବକ ଯୋଡ଼ାଯାଏ । ତେଣୁ ଫେବୃୟାରୀ ମାସଟି ୨୯ ଦିନ ହୋଇ ଋତୁ ସହିତ କ୍ୟାଲେଣ୍ଡରର ସମନ୍ଵୟ ରକ୍ଷା କରେ ।

ଅଧୁବର୍ଷ ପାଇଁ ବିଶେଷ ଗଣନା :
ଗୋଟିଏ ବର୍ଷ 4 ଦ୍ଵାରା ବିଭାଜ୍ୟ ହେଲେ, ଏହାକୁ ସାଧାରଣତଃ ଅଧ୍ଵବର୍ଷ ବା 366 ଦିନିଆ ବର୍ଷ ଭାବେ ଧରାଯାଏ ଏବଂ ସେହିବର୍ଷ ଫେବୃୟାରୀ ମାସଟି 29 ଦିନ ହୁଏ । ସୂର୍ଯ୍ୟ ସବୁଦିନ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ପଶ୍ଚିମ ଦିଗରେ ଅସ୍ତ ହୁଅନ୍ତି ନାହିଁ । ମାର୍ଚ୍ଚ 21 ତାରିଖ ଏବଂ ସେପ୍ଟେମ୍ବର 23 ତାରିଖ ଦୁଇଟିକୁ ଯଥାକ୍ରମେ ବାସନ୍ତିକ ସମ ଦିବାରାତ୍ର ଦିବସ ଏବଂ ଶାରଦିୟ ସମ ଦିବାରାତ୍ର ଦିବସ କୁହାଯାଏ । ଏହି ଦିନଗୁଡ଼ିକରେ ସୂର୍ଯ୍ୟ ଠିକ୍ ପୂର୍ବ ଦିଗରେ ଉଦୟ ହୋଇ ବିଷୁବ ବୃତ୍ତ ଦେଇ ପଶ୍ଚିମରେ ଅସ୍ତ ହୁଅନ୍ତି । ପୃଥ‌ିବୀକୁ ଗୋଟିଏ ବାସନ୍ତିକ ସମ ଦିବାରାତ୍ର ଦିବସଠାରୁ ପରବର୍ତୀ ବାସନ୍ତିକ ସମ ଦିବାରାତ୍ର ଦିବସ ପର୍ଯ୍ୟନ୍ତ ପରିକ୍ରମଣ କରିବାକୁ 366.25 ଦିନଠାରୁ ସାମାନ୍ୟ କମ୍ ସମୟ ଲାଗେ । ଏହି ତ୍ରୁଟି ସଜାଡ଼ିବାକୁ ଶତାବ୍ଦୀ ଧାରଣ କରିଥିବା ବର୍ଷ ଯଥା- 1700, 1800, 1900 ମସିହା ପ୍ରଭୃତିକୁ ଅଧ୍ବବର୍ଷ ଭାବେ ଗ୍ରହଣ କରାଯାଏ ନାହିଁ । ମାତ୍ର ଯେଉଁ ଶତାବ୍ଦୀ ବର୍ଷ ଗୁଡ଼ିକ 400 ଦ୍ଵାରା ବିଭାଜ୍ୟ ଯଥା- 1600, 2000 ପ୍ରଭୃତିକୁ ଅଧ୍ବବର୍ଷ ରୂପେ ନିଆଯାଇଥାଏ । ଏହି ପ୍ରକ୍ରିୟା ଦୀର୍ଘକାଳ ଧରି ଋତୁଚକ୍ର ଓ କ୍ୟାଲେଣ୍ଡର ମଧ୍ୟରେ ସମନ୍ଵୟ ରକ୍ଷା କରିଥାଏ ।

କ୍ରାନ୍ତୀୟ ବର୍ଷ ଓ ନାକ୍ଷତ୍ରିକ ବର୍ଷ (Tropical year and Sideral Year) :
ପୃଥ‌ିବୀର ସୂର୍ଯ୍ୟ ଚାରିପଟେ ଘୂର୍ଣ୍ଣନ ଏବଂ ବସନ୍ତ ବିଷୁବ (Spring Equinox) ରୁ ଶୀତକାଳୀନ ବିଷୁବ (Winter equinox) ପର୍ଯ୍ୟନ୍ତ ଗତି ଓ ଏହାର ପୁନରାବର୍ତ୍ତନକୁ ନେଇ ଋତୁଚକ୍ର ଗଠିତ । ଦୁଇଟି କ୍ରମାଗତ ବସନ୍ତ ବିଷୁବ ମଧ୍ୟରେ ପୃଥ‌ିବୀର ଗତି ଅବଧୂକୁ ଗୋଟିଏ କ୍ରାନ୍ତୀୟବର୍ଷ ବା ଉଷ୍ଣକଟି ବନ୍ଧୀୟ ବର୍ଷ କହନ୍ତି । ଗ୍ରେଗେରିୟାନ୍ କ୍ୟାଲେଣ୍ଡର ଏହି କ୍ରାନ୍ତୀୟ ବର୍ଷକୁ ଭିଭି କରି ଗଠିତ । ଅନ୍ୟ ପକ୍ଷରେ ସୂର୍ଯ୍ୟାସ୍ତ ସମୟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଦୃଶ୍ୟମାନ ତାରକାଗଣ ଯେଉଁ ଅବଧୂପରେ ସେହି ସୂର୍ଯ୍ୟାସ୍ତ ସମୟରେ ଆକାଶରେ ସେହି ନିର୍ଦ୍ଦିଷ୍ଟ ଅବସ୍ଥାନରେ ପ୍ରତୀୟମାନ ହୁଅନ୍ତି, ଉକ୍ତ ଅବଧୂକୁ ନାକ୍ଷତ୍ରିକ ବର୍ଷ କହନ୍ତି । ନାକ୍ଷତ୍ରିକ ବର୍ଷ ସୌର କ୍ୟାଲେଣ୍ଡରେ ବ୍ୟବହାର କରାଯାଇପାରେ । ଗୋଟିଏ ନାକ୍ଷତ୍ରିକ ବର୍ଷ ଗୋଟିଏ କ୍ରାନ୍ତୀୟ ବର୍ଷଠାରୁ 20 ମିନିଟ୍ ଅଧ‌ିକ । ଆଧୁନିକ ଜ୍ୟୋତିର୍ବିଜ୍ଞାନୀମାନେ ସୂର୍ଯ୍ୟ ଚାରିପଟେ କକ୍ଷ ପଥରେ ପୃଥିବୀର ଅବସ୍ଥାନ ଜାଣିବାପାଇଁ ନାକ୍ଷତ୍ରିକ ବର୍ଷ ବ୍ୟବହାର କରନ୍ତି ।

ପ୍ରାଚୀନ କାଳରେ ସମୟ ଗଣନା :
ହଜାର ହଜାର ବର୍ଷଧରି ଭାରତ ଓ ଅନ୍ୟାନ୍ୟ ଦେଶରେ ଲୋକମାନେ ଆକାଶକୁ ପର୍ଯ୍ୟବେକ୍ଷଣ କରି କ୍ୟାଲେଣ୍ଡର ପ୍ରସ୍ତୁତ କରି ଆସୁଛନ୍ତି । ସେମାନେ ପୃଥ‌ିବୀର ପରିକ୍ରମଣ ଗତି ଜାଣିନଥୁଲେ କିମ୍ବା ସେମାନଙ୍କ ପାଖରେ ଆଧୁନିକ ଯାନ୍ତ୍ରିକ କୌଶଳ ନଥିଲା । ତଥାପି ସେମାନେ ବର୍ଷର ଅବଧୂ ପ୍ରାୟ 365 ଦିନ ଧରି କ୍ୟାଲେଣ୍ଡର ପ୍ରସ୍ତୁତ କରିଥିଲେ । ସେମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଗତି ଜାଣିପାରୁଥିଲେ । ପ୍ରତିବର୍ଷ ଜୁନ୍ 21 ତାରିଖରୁ ଡିସେମ୍ବର 21 ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ଓ ଡିସେମ୍ବର ଠାରୁ ଜୁନ୍ ପର୍ଯ୍ୟନ୍ତ ଉତ୍ତରାୟଣ ଗତିର ପୁନରାବୃଭି ଲକ୍ଷ୍ୟ କରି ଏହାକୁ ଋତୁଚକ୍ର ସହ ମେଳ କରୁଥିଲେ । ଏହା ତୈଭାରୀୟ ସଂହିତା ଓ ସୂର୍ଯ୍ୟସିଦ୍ଧାନ୍ତ ପ୍ରଭୃତି ପ୍ରାଚୀନ ଭାରତୀୟ ଗ୍ରନ୍ଥରେ ସ୍ଥାନ ପାଇଛି । ଅତୀତରେ ସୂର୍ଯ୍ୟାସ୍ତ ସମୟରେ ତାରାଗୁଡ଼ିକୁ ଚିହ୍ନଟ କରି ସମଦିବାରାତ୍ର ଓ ଅୟନାନ୍ତ ଦିବସ ଚିହ୍ନଟ କରାଯାଇପାରୁଥିଲା ।

ସୌର-ଚନ୍ଦ୍ର କ୍ୟାଲେଣ୍ଡର (Lunar-Solar Calendar) :
ଏହି କ୍ୟାଲେଣ୍ଡର ଦିନ ଓ ମାସର ଗଣନାରେ ଚନ୍ଦ୍ରକଳାର ପର୍ଯ୍ୟାୟ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ଋତୁଚକ୍ର ସହ ସମନ୍ବିତ କରି ସଂଶୋଧନ କରାଯାଇଥାଏ ।
ଆମେ ଜାଣୁ 12 ଟି ଚାନ୍ଦ ମାସରେ ଗୋଟିଏ ଚାନ୍ଦବର୍ଷ ହୁଏ ଯାହାର ଅବଧୂ 354 ଦିନ, ମାତ୍ର ଗୋଯିଏ ସୌରବର୍ଷର ଅବଧୂ 365 ଦିନ । ଗୋଟିଏ ଚାନ୍ଦ ବର୍ଷ ଓ ସୌରବର୍ଷ ମଧ୍ୟରେ 11 ଦିନ ପ୍ରଭେଦ ରହୁଥ‌ିବାର ପ୍ରତି ଦୁଇ ବା ତିନିମାସରେ ଚନ୍ଦ୍ର ବର୍ଷସହ ଏକ ଅତିରିକ୍ତ ମାସ ବା ମଳମାସ ଯୋଡ଼ାଯାଏ । ଏହା ସୌରବର୍ଷ ଓ ଚନ୍ଦ୍ର ଚକ୍ର ମଧ୍ୟରେ ତାଳମେଳ ରଖେ । ଏହି ପ୍ରକାର କ୍ୟାଲେଣ୍ଡର ଉଭୟ ସୌରକ୍ୟାଲେଣ୍ଡର ଓ ଚନ୍ଦ୍ର କ୍ୟାଲେଣ୍ଡର ମଧ୍ୟରେ ସମନ୍ଵୟ ରକ୍ଷା କରି ପ୍ରସ୍ତୁତ ହୋଇଥାଏ ଏବଂ ଆମ ଦେଶରେ ଅନେକ ସ୍ଥାନରେ ପ୍ରଚଳିତ ହୁଏ ।

Class 8 Science Chapter 11 Notes Odia Medium ଆକାଶ: ଚନ୍ଦ୍ର-ସୂର୍ଯ୍ୟଙ୍କ ଗତି ଓ ସମୟ ଗଣନା

‘‘ସିଦ୍ଧାନ୍ତ ଦର୍ପଣ’’ :
ସିଦ୍ଧାନ୍ତ ଦର୍ପଣ ଏକ ପ୍ରସିଦ୍ଧ ଜ୍ୟୋତିର୍ବିଜ୍ଞାନୀୟ ଗ୍ରନ୍ଥ ଯେଉଁ ଗ୍ରନ୍ଥରେ ବିଶ୍ୱବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ‘ପଠାଣୀ ସାମନ୍ତ’’ ପାରମ୍ପରିକ ଉପକରଣକୁ ଆଧାରକରି ମହାଜାଗତିକ ବସ୍ତୁମାନଙ୍କର ଗତି, ସଂକ୍ରାନ୍ତି, ତିଥୁଗୁଡ଼ିକର ସଠିକ୍ ଗଣନା ପ୍ରଣାଳୀ ନିର୍ଣ୍ଣୟ କରି ପାରିଛନ୍ତି । ତାଙ୍କର ନାମ ସାମନ୍ତ ଚନ୍ଦ୍ରଶେଖର ମହାପାତ୍ର । ସେ ବର୍ତ୍ତମାନର ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାଠାରେ ୧୮୩୫ ମସିହା ଡିସେମ୍ବର ୧୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜଣେ ବିଖ୍ୟାତ ଗାଣିତିକ ଓ ଜ୍ୟୋତିଷ ଥିଲେ । ପିତାଙ୍କ ଠାରୁ ଶିକ୍ଷାଲାଭ କରି ଏବଂ ବିଭିନ୍ନ ଜ୍ୟୋତିଷ ଶାସ୍ତ୍ର ଅଧ୍ୟୟନ କରି ପଠାଣୀ ସାମନ୍ତ ଖାଲି ଆସ୍‌ରେ ସୂର୍ଯ୍ୟ, ଚନ୍ଦ୍ର, ତାରାଙ୍କ ଗତିବିଧ‌ି ଲକ୍ଷ୍ୟକରି ସେମାନଙ୍କର ଗତିବିଧ‌ି ଅନୁଧ୍ୟାନ କରିଥିଲେ । ସେ ଧନୁଯନ୍ତ୍ର, ଶଙ୍କୁ, ସୂର୍ଯ୍ୟଘଡ଼ି, ଗୋଳଯନ୍ତ୍ର ଓ ମାନଯନ୍ତ୍ର ଗୁଡ଼ିକ ଉଦ୍ଭାବନ କରି ସେଗୁଡ଼ିକ ସାହାଯ୍ୟରେ ସମୟ, ଦୂରତା ମାପି ପାରୁଥିଲେ । ଗୋଟିଏ ବାଉଁଶନଳୀ ଓ ଦୁଇ ଖଣ୍ଡି କାଠି ସାହାଯ୍ୟରେ ସେ ଗ୍ରହ, ନକ୍ଷତ୍ରର ଅବସ୍ଥିତି, ପାହାଡ଼ର ଉଚ୍ଚତା ମାପି ପାରୁଥିଲେ । ସିଦ୍ଧାନ୍ତ ଦର୍ପଣ ସୌରପଞ୍ଜିକା ତିଆରି ପାଇଁ ସହାୟକ ଥିଲା ।

କୋଣାର୍କ ମନ୍ଦିରର ବିଶେଷତ୍ଵ :
(i) ୧୩ଶ ଶତାବ୍ଦୀରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଏକ ରଥ ସଦୃଶ ନିର୍ମିତ ହୋଇଛି । ଏଥୁରେ ୨୪ଟି ଚକ ଓ ସାତଟି ଘୋଡ଼ାର ନିର୍ମାଣ ଶୈଳୀ କଳା ସ୍ଥାପତ୍ୟର ନିଦର୍ଶନ ।
(ii) ଚକଗୁଡ଼ିକ ୩ ମିଟର ବ୍ୟାସ ବିଶିଷ୍ଟ । ଏହି ଚକ୍ର ଋତୁ ଏବଂ ମାସର ପ୍ରତିକାତ୍ମକ ଭାବରେ ବେଦରେ ବର୍ଣ୍ଣିତ । ସୂର୍ଯ୍ୟଙ୍କ ସହ ସଂଯୋଜିତ ତତ୍ତ୍ଵକୁ ଆଧାର କରି ଏହା ନିର୍ମିତ ।
(iii) ବିଶେଷତା – ସୂର୍ଯ୍ୟମୂର୍ତ୍ତି ଏକ ବିଶେଷ ମିଶ୍ର ଧାତୁ(ଅଷ୍ଟଧାତୁ)ରେ ନିର୍ମିତ ଏକ ବିଶେଷ (strong lodestone) ଶକ୍ତିଶାଳୀ ଚୁମ୍ବକୀୟ ପଥର । ଏହି ଚୁମ୍ବକୀୟ ପଥର ଏକ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ସୃଷ୍ଟି କରିଥିଲା ଯାହା ମୂର୍ତିକୁ ବାୟୁରେ ଭାସମାନ କରିଥିଲା ।
(iv) କିମ୍ବଦନ୍ତୀ ଅନୁସାରେ ଚୁମ୍ବକୀୟ କ୍ଷେତ୍ର ନିକଟରେ ଜାହାଜରେ ଗତିକଲା ବେଳେ ତାର କମ୍ପାସ ସୂଚୀକୁ ପ୍ରଭାବିତ କରୁଥିବା ଯୋଗୁଁ ପର୍ତ୍ତୁଗୀଜ ନାବିକମାନେ ଅସୁବିଧାରେ ପଡ଼ିଲେ । ନାବିକମାନେ ତେଣୁ ଏଭଳି ଶକ୍ତିଶାଳୀ ଚୁମ୍ବକକୁ ହଟାଇ ଦେଇ ଥ‌ିବାରୁ ମନ୍ଦିର ଭୁଷୁଡ଼ି ପଡ଼ିଲା ।

‘ଅମାନ୍ତ’ ଓ ‘ପୂର୍ଣ୍ଣିମାତ୍’ କ୍ୟାଲେଣ୍ଡର :
(i) ଭାରତୀୟ ଚନ୍ଦ୍ର—ସୌର କ୍ୟାଲେଣ୍ଡରରେ ମାସ ଗୁଡ଼ିକର ନାମ ଯଥାକ୍ରମେ ଚୈତ୍ର, ବୈଶାଖ, ଜ୍ୟେଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ବିନ, କାର୍ତ୍ତିକ, ମାର୍ଗଶୀର, ପୌଷ, ମାଘ ଓ ଫାଲ୍‌ଗୁନ ।
(ii) କିଛି ସମ୍ପ୍ରଦାୟରେ ମାସ ଗୁଡ଼ିକ ଅମାବାସ୍ୟା ଠିକ୍ ପରଦିନ ଠାରୁ ଆରମ୍ଭ ହୋଇ ଅମାବାସ୍ୟା ଦିନ ଶେଷ ହୁଏ । ଏହି ପ୍ରକାର କ୍ୟାଲେଣ୍ଡରକୁ ଅମାନ୍ତ କୁହାଯାଏ ।
(iii) ଅନ୍ୟ ସ୍ଥାନରେ ମାସଗୁଡ଼ିକ ପୂର୍ଣ୍ଣିମାର ଠିକ୍ ପରଦିନ ଠାରୁ ଆରମ୍ଭ ହୋଇ ପୂର୍ଣ୍ଣିମା ଦିନ ଶେଷ ହୁଏ । ଏହି ପ୍ରକାର କ୍ୟାଲେଣ୍ଡରକୁ ପୂର୍ଣ୍ଣିମାତ୍ କୁହାଯାଏ ।

ଭାରତୀୟ ଜାତୀୟ କ୍ୟାଲେଣ୍ଡର (Indian National Calendar) :
(i) ଭାରତୀୟ ଜାତୀୟ କ୍ୟାଲେଣ୍ଡର ଏକ ସୌର କ୍ୟାଲେଣ୍ଡର ଯହିଁରେ ଗୋଟିଏ ବର୍ଷର ଅବଧୂ 365 ଦିନ । (ii) ବର୍ଷ ମାର୍ଚ୍ଚ 22 ତାରିଖରୁ ଆରମ୍ଭ ଯାହା ବସନ୍ତ ବିଷୁବର ଠିକ୍ ପରଦିନ ।
(iii) ମାସଗୁଡ଼ିକ 30 କିମ୍ବା 31 ଦିନ ଅଟନ୍ତି । ବର୍ଷରୁ ଦ୍ଵିତୀୟରୁ ୬ଷ୍ଠ ମାସ ପର୍ଯ୍ୟନ୍ତ 31 ଦିନ ଏବଂ ବାକି ମାସଗୁଡ଼ିକ 30 ଦିନ ।
(iv) ଅଧ୍ଵବର୍ଷ ଗୁଡ଼ିକରେ ବଳକା ଦିନଟି (366 ଦିନିଆ ବର୍ଷ) ଚୈତ୍ର ମାସ ସହିତ ଯୋଡାଯାଏ । ଏପରି ବର୍ଷଗୁଡ଼ିକରେ ନୂତନ ବର୍ଷ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ମାର୍ଚ୍ଚ 21 ରୁ ଆରମ୍ଭ ହୁଏ ।

କ୍ୟାଲେଣ୍ଡର ସଂସ୍କାର କମିଟି :
ଦେଶରେ ପ୍ରଚଳିତ ସମସ୍ତ କ୍ୟାଲେଣ୍ଡର ଗୁଡ଼ିକ ତର୍ଜମା କରିବା ଏବଂ ସମଗ୍ର ଦେଶପାଇଁ ଏକପ୍ରକାର ସଠିକ୍ କ୍ୟାଲେଣ୍ଡର ସୁପାରିଶ କରିବା ପାଇଁ ଭାରତ ସରକାର ୧୯୫୨ ମସିହାରେ ଏକ କ୍ୟାଲେଣ୍ଡର ସଂସ୍କାର କମିଟି ଗଠନ କଲେ । ଏହି କ୍ୟାଲେଣ୍ଡର ସଂସ୍କାର କମିଟି (Calender Reform Committee-CRC)ଙ୍କ ସୁପାରିଶ କ୍ରମେ ଦେଶରେ ଗୋଟିଏ ‘‘ଏକୀକରଣ ଜାତୀୟ କ୍ୟାଲେଣ୍ଡର’’ (Unified National Calendar) 1956 ମସିହା March 21 ଠାରୁ ବ୍ୟବହାର ପାଇଁ ଗ୍ରହଣ କରାଯାଇଥିଲା । ଏହି କ୍ୟାଲେଣ୍ଡର ‘ସୂର୍ଯ୍ୟ ସିଦ୍ଧାନ୍ତ’’ର ଥିବା ସାଧାରଣ ନୀତି ଅନୁସରଣ କରେ । ଜ୍ୟୋର୍ତିବିଜ୍ଞାନ ମେଘନାଦ ସାହା ଏହି କ୍ୟାଲେଣ୍ଡର ସଂସ୍କାର କମିଟିର ଅଧ୍ୟକ୍ଷ ଥିଲେ ।

ଜ୍ୟୋତିର୍ବିଜ୍ଞାନ ସହ ପର୍ବପର୍ବାଣୀଗୁଡ଼ିକର ସମ୍ବନ୍ଧ :
(i) ଅନେକ ଭାରତୀୟ ପର୍ବ ଚନ୍ଦ୍ରକଳାର ପର୍ଯ୍ୟାୟ ସହିତ ଜଡ଼ିତ, ତେଣୁ ଏହା ଚନ୍ଦ୍ର କିମ୍ବା ଚନ୍ଦ୍ର-ସୌର କ୍ୟାଲେଣ୍ଡର ଉପରେ ଆଧାରିତ ।
(ii) ଉଦାହରଣସ୍ୱରୂପ, ଦୀପାବଳୀ କାର୍ତ୍ତିକ ମାସରେ ଅମାବାସ୍ୟାରେ, ଫାଲ୍‌ଗୁନ ପୂର୍ଣ୍ଣିମାରେ ହୋଲି, ବୈଶାଖ ପୂର୍ଣ୍ଣିମାରେ ହୋଲି, ବୈଶାଖ ପୂର୍ଣ୍ଣିମାରେ ବୁଦ୍ଧ ପୂର୍ଣିମା, ରମଜାନ୍ ମାସରେ ଶେଷର ଅର୍ଦ୍ଧଚନ୍ଦ୍ର ଦେଖିବା ପରେ ଇଦ୍-ଉଲ୍-ଫିତର ପାଳନ କରାଯାଏ, ଯେତେବେଳେ କି ଆଶ୍ୱିନ ମାସର ଶୁକ୍ଳପକ୍ଷ ଦଶମୀ ଦିନରେ ଦଶହରା ପାଳନ କରାଯାଏ ।
(iii) ତେଣୁ, ଗ୍ରେଗୋରିଆନ୍ କ୍ୟାଲେଣ୍ଡରରେ କ୍ରମାଗତ ବର୍ଷଗୁଡ଼ିକରେ ପର୍ବଗୁଡ଼ିକ ବିଭିନ୍ନ ତାରିଖରେ ପଡ଼ିଥାଏ । (iv) ଚନ୍ଦ୍ର—ସୌର କ୍ୟାଲେଣ୍ଡର ଉପରେ ଆଧାରିତ ପର୍ବପର୍ବାଣୀ ପାଇଁ, ଗ୍ରେଗୋରିଆନ୍ କ୍ୟାଲେଣ୍ଡର ତାରିଖ ପରିବର୍ତ୍ତନ ହୋଇପାରେ, କିନ୍ତୁ ଏହି ପରିବର୍ତ୍ତନ ସାଧାରଣତଃ ଗୋଟିଏ ମାସରୁ କମ୍ ହୋଇଥାଏ । କାରଣ ସୌର-ଚନ୍ଦ୍ର କ୍ୟାଲେଣ୍ଡରଗୁଡ଼ିକରେ ପ୍ରତି କିଛି ବର୍ଷରେ ମଳମାସ ଯୋଡ଼ାଯାଏ ଯାହା ଚନ୍ଦ୍ର ଏବଂ ସୌର ବର୍ଷ ମଧ୍ୟରେ ପାର୍ଥକ୍ୟକୁ ସଂଶୋଧନ କରେ ।
(v) କିନ୍ତୁ ଅନ୍ୟପକ୍ଷରେ, ସମ୍ପୂର୍ଣ୍ଣ ଚନ୍ଦ୍ର କ୍ୟାଲେଣ୍ଡରଗୁଡିକ ଏହି ପାର୍ଥକ୍ୟକୁ ହିସାବ କରନ୍ତି ନାହିଁ । ତେଣୁ ଚନ୍ଦ୍ରକଳାର ପର୍ଯ୍ୟାୟ ଅନୁସାରେ ପାଳିତ ଯେକୌଣସି ପର୍ବ, ଯେପରିକି ‘ଇଦ୍-ଉଲ୍-ଫିତର’, ଗ୍ରେଗୋରିଆନ କ୍ୟାଲେଣ୍ଡରର ବିଭିନ୍ନ ବର୍ଷରେ ବିଭିନ୍ନ ମାସରେ ହୋଇପାରେ ।

ବିଭିନ୍ନ କ୍ୟାଲେଣ୍ଡର ସହ ପର୍ବପର୍ବାଣୀ ଗୁଡ଼ିକର ସମ୍ବନ୍ଧ :
(i) ଭାରତରେ କିଛି ପର୍ବପର୍ବାଣୀ ଯେପରିକି ମକର ସଂକ୍ରାନ୍ତି, ପୋଙ୍ଗଲ, ବିହୁ, ବୈଶାଖ, ପହିଲ ବୈଶାଖ ଏବଂ ପୁଅଣ୍ଡୁ (ତାମିଲ ନବବର୍ଷ) ଏକ ସୌର ନାକ୍ଷତ୍ରିକ କ୍ୟାଲେଣ୍ଡରକୁ ଅନୁସରଣ କରିଥାଏ । ଏହି ପର୍ବଗୁଡ଼ିକ ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁସାରେ ପଡ଼ିଥାଏ । ପ୍ରତିବର୍ଷ ପ୍ରାୟ ସମାନ ତାରିଖରେ ପଡ଼ିଥାଏ ।
(ii) ଏହା ବିଷୁବମଣ୍ଡଳୀୟ ବା କ୍ରାନ୍ତୀୟ ବର୍ଷ (tropical year) ଉପରେ ଆଧାରିତ । ବହୁ ଦିନ ପୂର୍ବେ, ଏହି ପର୍ବଗୁଡ଼ିକ ଏକ ଅୟନାନ୍ତ (solastice) କିମ୍ବା ସମଦିବାରାତ୍ରି ଦିବସ (equitor) ସହିତ ଜଡ଼ିତ ଥିଲା । କିନ୍ତୁ କ୍ରାନ୍ତୀୟ ଏବଂ ନାକ୍ଷିତ୍ରିକ ବର୍ଷରେ ସାମାନ୍ୟ ପାର୍ଥକ୍ୟ ହେତୁ ଆୟନାନ୍ତ/ସମଦିବାରାତ୍ରି ଦିବସ ତୁଳନାରେ ଏହି ପର୍ବଗୁଡ଼ିକର ତାରିଖ ଧୀରେ ଧୀରେ ପରିବର୍ତ୍ତନ ହୁଏ । ଏହି ପରିବର୍ତ୍ତନର କାରଣ ପୃଥ‌ିବୀ ନିଜ କକ୍ଷରେ ଗତି କଲାବେଳେ ଏହାର ଅକ୍ଷର ଦିଗ ସ୍ଥିର ରହି ଏକ ଘୂରୁଥିବା ନଟୁର ଅକ୍ଷ ଭଳି ସାମାନ୍ୟ ଦୋଳାୟିତ ହୋଇଥାଏ ।
(iii) ଏହା ଯୋଗୁଁ ନାକ୍ଷତ୍ରିକ କ୍ୟାଲେଣ୍ଡର ଉପରେ ଆଧାରିତ ପର୍ବଗୁଡ଼ିକର ତାରିଖ କ୍ରାନ୍ତୀୟ କ୍ୟାଲେଣ୍ଡରରେ ଆଗକୁ ବଢ଼ିଥାଏ । ଉଦାହରଣସ୍ୱରୂପ, ମକର ସଂକ୍ରାନ୍ତି ପ୍ରତି ୭୧ ବର୍ଷରେ ଗୋଟିଏ ଦିନ ଆଗକୁ ବଢ଼ିଥାଏ ।

ଭାରତ ସରକାରଙ୍କ ଜ୍ୟୋର୍ତିବିଜ୍ଞାନ କେନ୍ଦ୍ର (Positional Astronomy Centre) :
(i) ଭାରତର ଅନେକ ପର୍ବପର୍ବାଣୀ ଚନ୍ଦ୍ରକଳାର ପର୍ଯ୍ୟାୟ ଓ ସୂର୍ଯ୍ୟୋଦୟର ସମୟ ଉପରେ ନିର୍ଭର କରେ । (ii) ପୂର୍ବ ଭାରତରେ ସୂର୍ଯ୍ୟୋଦୟ ଶୀଘ୍ର ହେବ ଓ ପଶ୍ଚିମ ଭାରତରେ ଡେରିରେ ହେବାରୁ ସ୍ଥାନ ଅନୁସାରେ ଏକ ବର୍ଷରେ ମଧ୍ୟ ଏହି ତାରିଖଗୁଡ଼ିକରେ ଗୋଟିଏ ଦିନର ପାର୍ଥକ୍ୟ ହୋଇପାରେ ।
(iii) ସମଗ୍ର ଦେଶରେ ସମତା ରଖୁବା ପାଇଁ, ଭାରତ ସରକାରଙ୍କ ଜ୍ୟୋତିର୍ବିଜ୍ଞାନ କେନ୍ଦ୍ର (Positional Astronomy Centre) ପ୍ରତିବର୍ଷ ରାଷ୍ଟ୍ରୀୟ ପଞ୍ଜିକା ପ୍ରକାଶ କରେ, ଯାହାଦ୍ଵାରା ଭାରତରେ ଏକ କେନ୍ଦ୍ରୀୟ ଅବସ୍ଥାନ ପାଇଁ ଚନ୍ଦ୍ର ଏବଂ ସୂର୍ଯ୍ୟ ଭଳି ମହାକାଶୀୟ ବସ୍ତୁଗୁଡ଼ିକର ସ୍ଥିତିର ଏକ ବିସ୍ତୃତ ଗଣନା ହୁଏ ।
(iv) ଏହି ଗଣନା ଭାରତ ସରକାରଙ୍କ ଛୁଟି ଘୋଷଣା ପାଇଁ ପର୍ବପର୍ବାଣୀର ତାରିଖ ବିଷୟରେ ଆଗୁଆ ସୂଚନା ପ୍ରଦାନ କରେ ।

ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟକଳା ଓ ଚିତ୍ରକଳା ଉପରେ ଜ୍ୟୋତିର୍ବିଜ୍ଞାନର ପ୍ରଭାବ :
(i) ଚନ୍ଦ୍ର ଏବଂ ଚନ୍ଦ୍ରାଲୋକ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ଅନେକ ରାଗ ସମ୍ବନ୍ଧରେ ପ୍ରେରଣା ଦେଇଛି– ଯେପରିକି ଚନ୍ଦ୍ରକୌଶ, ଚନ୍ଦ୍ରନନ୍ଦନ ଏବଂ ଶୁଭପନ୍ତୁଭାରାଳୀ (ଯାହାର ଅର୍ଥ ‘ଶୁଭ ଚନ୍ଦ୍ର’’) । ଏହି ରାଗଗୁଡ଼ିକର ନାମ ଏବଂ ସଙ୍ଗୀତ ଭିତରେ ଚନ୍ଦ୍ରର ପ୍ରତିଛବି ଦେଖାଯାଏ ।
(i) ସେହିପରି ମୁଦ୍ରା (ହସ୍ତଭଙ୍ଗୀ), ଯେପରିକି ଚନ୍ଦ୍ରକଳା ଓ ଅଦ୍ଧଚନ୍ଦ୍ର ପ୍ରଭୃତି ଭାରତ ନାଟ୍ୟମ୍ ଭଳି ଶାସ୍ତ୍ରୀୟ ନୃତ୍ୟ ଶୈଳୀରେ ମଧ୍ଯ ମିଳିଥାଏ ।
(ii) ଅନ୍ୟ ନୃତ୍ୟ ଯଥା- କଥକ, ଓଡ଼ିଶା ଏବଂ କୁଚିପୁଡ଼ି ନୃତ୍ୟ ଶୈଳୀରେ ମଧ୍ୟ ଏହା ଦେଖାଯାଇଥାଏ ।
(iv) ସୌରା, ଗଣ୍ଡ ଏବଂ ଅନ୍ୟାନ୍ୟ ଜନଜାତିଙ୍କ ମଧ୍ୟରେ ମୁର୍ତିକଳା ଏବଂ ମାଟିପାତ୍ର ଭଳି ପାରିମ୍ପରିକ ଚିତ୍ରକଳାର ଶୈଳୀରେ ମଧ୍ଯ ଚନ୍ଦ୍ର ଏବଂ ସୂର୍ଯ୍ୟଙ୍କ ଚିତ୍ର କରାଯାଇଥାଏ । ଯାହା ଦୈନନ୍ଦିନ ଜୀବନରେ ସେମାନଙ୍କର ଗୁରୁତ୍ଵକୁ ସ୍ପଷ୍ଟ ଭାବରେ ସୂଚିତ କରିଥାଏ ।
(v) ଓଡ଼ିଶାରେ ଚନ୍ଦ୍ରଭିଭିକ କୁମାର ପୂର୍ଣ୍ଣିମା ପର୍ବ ପାଳନ ବେଳେ କୁମାରୀମାନଙ୍କ ମନରେ ସଂଗୀତର ପ୍ରଭାବ ରହିଥ‌ିବାର ଲକ୍ଷ୍ୟ କରାଯାଏ ।

କୃତ୍ରିମ ଉପଗ୍ରହ (Artificial Satellite) :
(i) ବିଭିନ୍ନ ଦେଶଦ୍ଵାରା ପ୍ରେରିତ ମାନବ ନିର୍ମିତ କୃତ୍ରିମ ଉପଗ୍ରହ ଗୁଡ଼ିକ ପୃଥ‌ିବୀକୁ ପରିକ୍ରମଣ କରନ୍ତି । ରାତ୍ରି ଆକାଶରେ ସେଗୁଡ଼ିକ ଉଜ୍ଜ୍ଵଳ କଣିକା ପରି ଦୃଶ୍ୟମାନ ହୁଅନ୍ତି ।
(ii) ଅଧିକାଂଶ କୃତ୍ରିମ ଉପଗ୍ରହ ପୃଥ‌ିବୀ ପୃଷ୍ଠରୁ ପ୍ରାୟ 800 କି.ମି ଉଚ୍ଚତରେ ପରିକ୍ରମଣ କରନ୍ତି ଏବଂ ଗୋଟିଏ ପରିକ୍ରମଣ କରିବାକୁ ପ୍ରାୟ 100 ମିନିଟ୍ ସମୟ ନିଅନ୍ତି ।
(iii) କୃତ୍ରିମ ଉପଗ୍ରହଗୁଡ଼ିକ ଯୋଗାଯୋଗ, ଦିଗ ନିର୍ଣ୍ଣୟ, ପାଣିପାଗ ନିରୀକ୍ଷଣ, ବିପର୍ଯ୍ୟୟ ପରିଚାଳନା ଏବଂ ବୈଜ୍ଞାନିକ ଗବେଷଣା ଭଳି ଅନେକ କାର୍ଯ୍ୟରେ ସାହାଯ୍ୟ କରନ୍ତି ।
(iv) ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଉପରୋକ୍ତ କାର୍ଯ୍ୟପାଇଁ ଅନେକ ଉପଗ୍ରହ ଉତ୍‌କ୍ଷେପଣ କରିଛି ।

ଇସ୍ରୋ (ISRO) ର ସଫଳତା :
(i) ISRO ଦ୍ଵାରା ପ୍ରକ୍ଷେପିତ କାର୍ଲୋସାଟ୍ ଶୃଙ୍ଖଳାର ଉପଗ୍ରହ ଭାରତରେ ମାନଚିତ୍ରକୁ ଉନ୍ନତ କରିବା, ସହର ଯୋଜନା କରିବା ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିବା ପାଇଁ ପୃଥ‌ିବୀର ଉଚ୍ଚମାନର ଚିତ୍ର ଉତ୍ତୋଳନ କରେ ।
(ii) ‘‘ଭୁବନ’’ ନାମକ ଏପରି ଏକ ମାନଚିତ୍ର ମଞ୍ଚ ଏହି ଚିତ୍ରଗୁଡ଼ିକୁ ଭୂମିରୂପ, ମୃତ୍ତିକା, ଭୂମିର ବ୍ୟବହାର, ଉଭିଦ ଆଦି ଦେଖାଇବା ପାଇଁ ବ୍ୟବହାର କରେ ।
(iii) ଆଷ୍ଟ୍ରୋସାଟ୍, ଅନ୍ୟ ଏକ ISRO ମିଶନ, ତାରା ଏବଂ ଅନ୍ୟାନ୍ୟ ମହାକାଶୀୟ ବସ୍ତୁଗୁଡ଼ିକର ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କରେ ।
(iv) ଭାରତର ଅନ୍ୟ ମହାକାଶ ମିଶନରେ ଚନ୍ଦ୍ରାୟନ ୧, ୨ ଓ ୩, ସୂର୍ଯ୍ୟ ଅଧ୍ୟୟନ ପାଇଁ ଆଦିତ୍ୟ Ll ଏବଂ ମଙ୍ଗଳ ଗ୍ରହକୁ ମଙ୍ଗଳାୟାନ ଅନ୍ତଭୁକ୍ତ ।
(v) ISRO ଭାରତୀୟ ଛାତ୍ରମାନଙ୍କୁ AzaadiSat, Inspire-1 ଏବଂ Jugnu ଭଳି ଛୋଟ ଉପଗ୍ରହ ନିର୍ମାଣ ଏବଂ ପ୍ରକ୍ଷେପଣ କରିବାକୁ ମଧ୍ୟ ଅନୁମତି ଦିଏ ।

ଓଡ଼ିଶାରେ ‘ଚାନ୍ଦିପୁର’’ର ବିଶେଷତ୍ଵ :
(i) ବାଲେଶ୍ଵର ଜିଲ୍ଲାର ବଙ୍ଗୋପସାଗର ଉପକୂଳ ‘Disappearing Sea” ରୂପେ ପ୍ରସିଦ୍ଧ । ଏଠାରେ ଦିନକୁ ଦୁଇ ଥର ଜଳ ତଳକୁ ନିମ୍ନ ଜୁଆର ସମୟରେ ଗତିକରେ । ଏହି ଘଟଣା ଦେଖୁବା ପାଇଁ ଦର୍ଶକମାନେ ଏଠାକୁ ଆସନ୍ତି । ଏଠାରେ ଏକ ପ୍ରକାର କଙ୍କଡ଼ା (Horseshoe crab) ବହୁତ ପରିମାଣରେ ଦେଖାଯାନ୍ତି ।
(ii) ନିମ୍ନ ଜୁଆର ସମୟରେ ଦେଖାଯାଉଥିବା ‘ସମୁଦ୍ର ଶଯ୍ୟା’’ରେ ଦର୍ଶକମାନେ ଚାଲି ଚାଲି ଅନେକ ବିଶେଷ ପ୍ରକାରର ସାମୁଦ୍ରିକ ଜୀବକୁ ପର୍ଯ୍ୟବେକ୍ଷଣ କରିବା ସହ ସାମୁଦ୍ରିକ ଜୀବର ଖୋଳପା (Shell) ସଂଗ୍ରହ କରିପାରନ୍ତି ।
(iii) DRDO ତରଫରୁ ଏକମାତ୍ର ମିଶାଇଲ ଟେଷ୍ଟି ଲାବ୍ (ITR) Integrated Test Range ଏଠାରେ ପ୍ରତିଷ୍ଠା ହୋଇଛି । ଅନେକ ଭାରତୀୟ କ୍ଷେପଣାସ୍ତ୍ର ଯଥା : ପୃଥ୍ବୀ, ଅଗ୍ନି, ସୌର୍ଯ୍ୟ, ଆକାଶର ପରୀକ୍ଷଣ ଏଠାରେ ହୋଇଛି । ଭାରତରନ୍ ରାଷ୍ଟ୍ରପତି ଅବଦୁଲ୍ କାଲାମଙ୍କ କାର୍ଯ୍ୟସ୍ଥଳୀ ରୂପେ ଏହାର ମାନ୍ୟତା ଭାରତ ଓ ଆନ୍ତର୍ଜାତିକ କ୍ଷେତ୍ରରେ ରହିଛି ।
(iv) ସ୍କିଲର ଦ୍ଵୀପ (Wheeler Island) ଏକ ଦ୍ଵୀପ ଯାହା ୪ ସେପ୍ଟେମ୍ବର ୨୦୧୫ରେ ITR ପରୀକ୍ଷଣ କରିବା ପରେ “‘ଡକ୍ଟର କାଲାମ ଦ୍ଵୀପ’’ ଭାବରେ ନାମିତ ହେଲା । ଏଠାରେ ଆକାଶ, ଅଗ୍ନି, ବ୍ରହ୍ମେସ, ନିର୍ଭୟ, ପ୍ରହାର, ପୃଥ୍ବୀ, ସୌର୍ଯ୍ୟ ଆଦି ମିଶାଇଲ ପରୀକ୍ଷଣ ସରିଛି ।
(v) ଗହୀରମଥା ମେରାଇନ୍ ସାଚ୍ୟୁରୀ-ଅଲିଭ୍ରିଡ଼ଲେ ସମୁଦ୍ର କଇଁଛ ଅବଦୁଲ୍ କାଲାମ୍ ଦ୍ଵୀପରେ ଅଣ୍ଡା ଦେବାପାଇଁ ଏକ ବିଶେଷ ସ୍ଥଳୀ । ତେଣୁ DRDO ଏହାର ମୂର୍ତ୍ତିକା ଓ ବାଲୁକା କ୍ଷୟକୁ ରୋକିବା ପାଇଁ ପ୍ରୟାସ ଜାରି ରଖୁଛି ।,

ଅନ୍ତରିକ୍ଷ ଆବର୍ଜନାର କୁ ପ୍ରଭାବ :
(i) ବହୁଦେଶ ମହାକାଶକୁ ଅନେକ କୃତ୍ରିମ ଉପଗ୍ରହ ପଠାଉଛନ୍ତି । ସେଗୁଡ଼ିକର ବ୍ୟବହାର ସରିଲା ପରେ, ସେମାନଙ୍କ ମଧ୍ୟରୁ କିଛି ଉପଗ୍ରହ ଓ ରକେଟର ଅଂଶ ମହାକାଶରେ ଅନ୍ତରୀକ୍ଷ ଆବର୍ଜନାରେ ପରିଣତ ହୁଏ ।
(ii) ଏହି ଆବର୍ଜନାଗୁଡ଼ିକ ମହାକାଶରେ ଜମି ରହେ ଏବଂ କାର୍ଯ୍ୟକ୍ଷମ ଉପଗ୍ରହ ସହିତ ଧକ୍କା ଲାଗିପାରେ ।
(iii) ଛୋଟ ଭଙ୍ଗା ଅଂଶଗୁଡ଼ିକ ପୃଥ‌ିବୀ ଆଡ଼କୁ ପଡ଼ିବା ବେଳେ ବାୟୁମଣ୍ଡଳରେ ଜଳିଯାଏ, କିନ୍ତୁ ବଡ଼ ଖଣ୍ଡଗୁଡ଼ିକ ଭୂମିରେ ଖସି ପଡ଼ିପାରେ ।
(iv) ଦେଶଗୁଡ଼ିକ ଏବେ ଏହି ବିପଦପୂର୍ଣ୍ଣ ଭଙ୍ଗା ଅଂଶକୁ ଅପସାରଣ କରିବାପାଇଁ ଏକାଠି କାମ କରୁଛନ୍ତି ।

ବିକ୍ରମ ଅମ୍ବାଲାଲ୍ ସରାଭାଇ (1919-1971) :
(i) ମହାକାଶ ବିଜ୍ଞାନ ଏବଂ ପରମାଣୁ ବିଜ୍ଞାନର ଗବେଷକ ବିକ୍ରମ ସରାଭାଇ ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଭାବରେ ଜଣାଶୁଣା ।
(ii) ସେ ପ୍ରଥମ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ ପାଇଁ ପ୍ରୟାସର ନେତୃତ୍ଵ ନେଇଥିଲେ ।
(iii) ତିରୁବନ୍ତପୁରମରେ ଅବସ୍ଥିତ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର (VSSC), ରକେଟ୍ ଏବଂ ପ୍ରକ୍ଷେପଣ ଯାନ ପ୍ରଯୁକ୍ତିବିଦ୍ୟା ବିକଶିତ କରେ, ତେଣୁ ଏହି ଅନୁଷ୍ଠାନ ତାଙ୍କ ନାମରେ ନାମିତ ହୋଇଛି ।

ଆମେ ଯାହା ଜାଣିଲୁ

  • ସୂର୍ଯ୍ୟଠାରୁ ଦୂରତାନୁକ୍ରମରେ ପୃଥ‌ିବୀ ତୃତୀୟ ଗ୍ରହ ଏବଂ ଚନ୍ଦ୍ର ଏହାର ଏକମାତ୍ର ଉପଗ୍ରହ । ସୂର୍ଯ୍ୟାଲୋକ ଚନ୍ଦ୍ରପୃଷ୍ଠରେ ପଡି ଏହାର ପ୍ରତିଫଳନ ରଶ୍ମୀ ପୃଥ‌ିବୀ ପୃଷ୍ଠରେ ପଡ଼େ । ଏଣୁ ପୃଥିବୀ ପୃଷ୍ଠରୁ ଆମେ ଚନ୍ଦ୍ରଙ୍କୁ ଦେଖୁଥାଉ ।
  • ଚନ୍ଦ୍ର ଏକ ବଳୟାକୃତି ବସ୍ତୁ । ଏହା ପୃଥ‌ିବୀ ଚାରିପଟେ ପ୍ରଦକ୍ଷିଣ କରେ । ଏହାର ଗୋଟିଏ ପାର୍ଶ୍ଵ ଯାହା ବୃତ୍ତାକାର ଆକୃତି ଧାରଣ କରିଥାଏ, ତାହା ପୃଥ‌ିବୀ ଆଡକୁ ରହେ । ଏହି ବୃତ୍ତାକାର ଆକୃତିର ଉଜ୍ଜ୍ଵଳ ଅଂଶଟି କେବଳ ପୃଥ‌ିବୀ ପୃଷ୍ଠରୁ ଦେଖାଯାଏ । ଉଜ୍ଜ୍ଵଳ ଅଂଶ ବା ଆଲୋକିତ ଅଂଶ ସମ୍ପୂର୍ଣ ବୃତ୍ତାକାର ଦେଖାଯାଉଥ‌ିବା ଦିନକୁ ପୂର୍ଣ୍ଣିମା କହନ୍ତି; ଏବଂ ଆଦୌ ଦେଖାଯାଉ ନଥୁବା ଦିନକୁ ଅମାବାସ୍ୟା କହନ୍ତି ।
  • ପୂର୍ଣ୍ଣିମା (Full Moon Day) ର ଠିକ୍ ପରଦିନଠାରୁ ଚନ୍ଦ୍ରଙ୍କର ଆଲୋକିତ ଅଂଶ କ୍ରମଶଃ ହ୍ରାସପାଇଁ ପ୍ରାୟ ଦୁଇ ସପ୍ତାହପରେ ଏହି ଅଂଶ ସଂପୂର୍ଣ୍ଣ ଅଦୃଶ୍ୟ ହୁଏ । ଏହି ଅବଧିକୁ କୃଷ୍ଣପକ୍ଷ (Waning period) ବା କ୍ଷୟକାଳୀନ (New Moon Day) ଦିନ ପରଠାରୁ ଚନ୍ଦ୍ରଙ୍କର ଆଲୋକିତ ଦିନ ଏହା ସଂପୂର୍ଣ ଗୋଲାକାର ଆକୃତି ଧାରଣ କରେ । ଏହି ଅବଧିକୁ ବୃଦ୍ଧିକାଳିକ ଅବଧୂ କହନ୍ତି । ଅବଧୂ କହନ୍ତି । ଅନ୍ୟ ପକ୍ଷରେ ଅମାବାସ୍ୟା ଅଂଶ କ୍ରମଶଃ ବୃଦ୍ଧିପାଇ ପୂର୍ଣ୍ଣିମା ଶୁକ୍ଳପକ୍ଷ (Waxing period) ବା
  • ପୃଥ‌ିବୀ ପୃଷ୍ଠରୁ ଦେଖାଯାଉଥିବା ଚନ୍ଦ୍ରର ଉଜ୍ଜ୍ଵଳ ଅଂଶର ଗୋଟିଏ ଦିନରୁ ଅନ୍ୟ ଦିନକୁ ପରିବର୍ତ୍ତନଶୀଳ ଆକାରକୁ ଚନ୍ଦ୍ରକଳାର ହ୍ରାସବୃଦ୍ଧି କୁହାଯାଏ । ଚନ୍ଦ୍ରଙ୍କର ପୃଥ‌ିବୀ ପରିକ୍ରମଣ ଏବଂ ପୃଥ‌ିବୀ ଗ୍ରହର ଆବର୍ଜନ ଯୋଗୁଁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥ‌ିବୀର କୌଣିକ ଆନତିରେ ଆପେକ୍ଷିକ ପରିବର୍ତ୍ତନ ଯୋଗୁ ଚନ୍ଦ୍ରକଳାର ପରିବର୍ତ୍ତନ ଘଟେ ।
    ପୃଥ‌ିବୀର ଆବର୍ତ୍ତନ (Rotation) ଅବଧୂ, ଚନ୍ଦ୍ରଙ୍କର ପୃଥ‌ିବୀ ପରିକ୍ରମଣ (Revolution) ଅବଧୂ ତୁଳନାରେ ଯଥେଷ୍ଟ କମ୍ ହୋଇଥିବାରୁ ପୃଥ‌ିବୀରେ ସର୍ବତ୍ର ଏକ ନିର୍ଦ୍ଦିଷ୍ଟ ଦିନରେ ସମାନ ଚନ୍ଦ୍ରକଳା ଦେଖିବାକୁ ମିଳେ । ଅମାବାସ୍ୟା ଦିନ ଚନ୍ଦ୍ର, ସୂର୍ଯ୍ୟଙ୍କର ସବୁଠାରୁ ନିକଟତର ହୁଅନ୍ତି ଏବଂ ପୂର୍ଣ୍ଣିମା ଦିନ ଚନ୍ଦ୍ର, ସୂର୍ଯ୍ୟଙ୍କଠାରୁ ସର୍ବାଧ‌ିକ ଦୂରତାରେ ଅବସ୍ଥାନ କରନ୍ତି ।
  • ପୃଥ‌ିବୀ ଗ୍ରହର ଆବର୍ତ୍ତନ ଯୋଗୁ ଚନ୍ଦ୍ର କୌଣସି ଦିନ ଯେଉଁ ସମୟରେ ଦୃଷ୍ଟିଗୋଚର ହୁଅନ୍ତି, ତାର ଠିକ୍ ପରଦିନ 50 ମିନିଟ୍ ବିଳମ୍ବରେ ଉଦୟ ହୁଅନ୍ତି ।
    ସୂର୍ଯ୍ୟ ଗୋଟିଏ ଦିନରେ ଆକାଶରେ ତାଙ୍କର ସର୍ବୋଚ୍ଚ ସ୍ଥାନରୁ ପରଦିନ ଆକାଶରେ ସର୍ବୋଚ୍ଚ ସ୍ଥାନକୁ ଯିବାପାଇଁ ହାରାହାରି 24 ଘଣ୍ଟା ସମୟ ନିଅନ୍ତି । ଏହି ଅପାତିତ ଗତି ଅବଧୂକୁ ହାରାହାରି ସୌର ଦିବସ (Mean Solar Day) କହନ୍ତି ।
  • ଚନ୍ଦ୍ର ଏହାର କଳାର ସମସ୍ତ ପର୍ଯ୍ୟାୟ ଦେଇ ଗତି କରିବାକୁ ପ୍ରାୟ 29.5 ଦିନ ସମୟ ନିଏ । ଏହି ଅବଧୂକୁ ଗୋଟିଏ ଚାନ୍ଦ୍ର ମାସ କହନ୍ତି । ଏହିପରି 12 ଟି ଚାନ୍ଦ ମାସକୁ ନେଇ ଗୋଟିଏ ଚାନ୍ଦ୍ରବର୍ଷ (Lunar year) କହନ୍ତି । ଗୋଟିଏ ଚାନ୍ଦ୍ରବର୍ଷ 354 ଦିନ ଅଟେ ।
  • ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଥରେ ଘୂର୍ଣ୍ଣନ କରି ଆସିବାକୁ 365 ଦିନ 6 ଘଣ୍ଟା ସମୟ ନିଏ । ଏହି ଅବଧୂକୁ ଗୋଟିଏ ସୌରବର୍ଷ (Solar year) କହନ୍ତି । ଗୋଟିଏ ଚାନ୍ଦବର୍ଷ ଓ ଗୋଟିଏ ସୌରବର୍ଷ ମଧ୍ୟରେ ବ୍ୟବଧାନ ପ୍ରାୟ 11 ଦିନ ।
  • ବିଭିନ୍ନ ଋତୁ ସହ ଏକ ବର୍ଷର ସମନ୍ଵୟ ରକ୍ଷାକରି ସୌର କ୍ୟାଲେଣ୍ଡର ପ୍ରସ୍ତୁତି ହୋଇଛି । ଗ୍ରେଗୋରିଆନ କ୍ୟାଲେଣ୍ଡର ଏକ ସୌର କ୍ୟାଲେଣ୍ଡ । ଏହି କ୍ୟାଲେଣ୍ଡରରେ ପ୍ରତି ଚାରିବର୍ଷରେ ଗୋଟିଏ ବର୍ଷ 366 ଗଣନା କରଯାଏ, ଯାହାକୁ ଅଧୂବର୍ଷ କହନ୍ତି ।
  • ଦିନ ଏବଂ ମାସ ଗଣନାରେ ଚନ୍ଦ୍ରକଳାର ପର୍ଯ୍ୟାୟର ବ୍ୟବହାର ଏବଂ ଋତୁଚକ୍ର ସହିତ ସମନ୍ଵୟକୁ ଭିଭିକରି ସୌର-ଚନ୍ଦ୍ର କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଛି । ଏଥ‌ିରେ ପ୍ରତି କିଛି ବର୍ଷରେ (ଦୁଇ ବା ତିନି ମାସରେ) ଥରେ ଅତିରିକ୍ତ ମାସ ବା ମଳମାସ ଅନ୍ତର୍ଭୁକ୍ତ କରାଯାଇଥାଏ ।
  • ଓଡ଼ିଶାର ବିଖ୍ୟାତ ଜ୍ୟୋତିର୍ବିଜ୍ଞାନୀ ‘ପଠାଣି ସାମନ୍ତ’, ‘ସିଦ୍ଧାନ୍ତ ଦର୍ପଣ’ ପୁସ୍ତକରେ ଗ୍ରହ, ନକ୍ଷତ୍ର ମାନଙ୍କର ସ୍ଥିତି, ସେମାନଙ୍କ ମଧ୍ୟରେ ଦୂରତା ଓ ସମୟ ଗଣନା ସମ୍ବନ୍ଧରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ ।

Class 8 Science Chapter 10 Notes Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

Go through BSE Odisha Class 8 Science Notes Odia Medium and Class 8 Science Chapter 10 Notes Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ to understand important concepts and topics more clearly.

8th Class Science Chapter 10 Notes Odia Medium

BSE Odisha Class 8 Science Chapter 10 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ସମତଳ ଦର୍ପଣ – ଯେଉଁ ଦର୍ପଣର ପ୍ରତିଫଳନ ପୃଷ୍ଠ ସମତଳ, ତାହାକୁ ସମତଳ ଦର୍ପଣ କହନ୍ତି । ସମତଳ ଦର୍ପଣରେ ଗଠିତ କୌଣସି ବସ୍ତର ପ୍ରତିବିମ୍ବ ସଳଖ, ଆଭାସୀ ଏବଂ ସମାନ ହୋଇଥାଏ । ଏଥ‌ିରେ ପ୍ରତିବିମ୍ବ ପାର୍ଶ୍ଵ ପରିବର୍ତ୍ତନ କରିଥାଏ ।
ବର୍ତ୍ତୁଳ ଦର୍ପଣ (Spherical Mirror)

କାର୍ଯ୍ୟ – ୧ : ଆସ ଅନ୍ଵେଷଣ କରିବା
କାର୍ଯ୍ୟପ୍ରଣାଳୀ : ଚକଚକିଆ ଧାତୁ ଚାମଚ ନିଆଯାଉ ଏବଂ ଏହାର ବକ୍ର ପୃଷ୍ଠକୁ ମୁହଁ ପାଖରେ ଧରି ରଖାଯାଉ । ଏଥ‌ିରେ ପ୍ରତିବିମ୍ବ ଦେଖିପାରିବା ।
ମୁହଁର ପ୍ରତିବିମ୍ବକୁ ଲକ୍ଷ୍ୟ କଲେ ଏହା ଏକ ସମତଳ ଦର୍ପଣରେ ଦେଖାଯାଉଥ‌ିବା ପ୍ରତିବିମ୍ବଠାରୁ ଭିନ୍ନ ଅଟେ । ପ୍ରତିବିମ୍ବକୁ ପର୍ଯ୍ୟବେକ୍ଷଣ କରିବା ସମୟରେ ଚାମଚକୁ ଧୀରେ ଧୀରେ ମୁହଁଠାରୁ ଦୂରେଇ ନେଲେ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 1
ଚିତ୍ର ଏକ ଧାତବ ଚାମଚରେ ଏହାର (କ) ଅନ୍ତଃବକୁ ପୃଷ୍ଠରୁ ଗଠିତ ପ୍ରତିବିମ୍ବ; (ଖ) ବାହ୍ୟ ବକ୍ର ପୃଷ୍ଠରୁ

ପର୍ଯ୍ୟବେକ୍ଷଣ : ଆମେ ଦେଖୁବା ଯେ, ଚକଚକିଆ ଧାତୁ ଚାମଚ, ଏକ ଦର୍ପଣ ପରି କାର୍ଯ୍ୟ କରିଥିଲା ଏବଂ ଏଥିରେ ପ୍ରତିବିମ୍ବ ଦେଖୁରିଲୁ ?

ଚାମଚର ଭିତର ପାର୍ଶ୍ଵକୁ ଦେଖ‌ିଲେ ଏହା ଭିତରେ ଏକ ଖାଲୁଆ ଦେଖାଯାଉଛି, ଆମେ ନିଶ୍ଚିତ ହେବା ଯେ, ପ୍ରତିବିମ୍ବଟି ଓଲଟା (inverted) ଦେଖାଯାଏ । ଚାମଚର ବାହାର ପାର୍ଶ୍ଵକୁ ଦେଖ‌ିଲେ ବାହାର ପାର୍ଶ୍ଵ ଉଚ୍ଚ ହୋଇଛି, ଏହାର ପ୍ରତିବିମ୍ବ ସିଧା (erect) ଥୁଲା, କିନ୍ତୁ ଆକାରରେ ଛୋଟ ଦେଖାଯାଏ ।
ସିଦ୍ଧାନ୍ତ : ଚାମଚ ପରି ବକ୍ର ଦର୍ପଣ ମଧ୍ୟ ସ୍ଵତନ୍ତ୍ର ଭାବରେ ତିଆରି ହୋଇପାରିବ । ବର୍ତ୍ତୁଳ ଦର୍ପଣ (spherical mirror) ହେଉଛି ଏକ ସାଧାରଣ ପ୍ରକାର ବକ୍ର ଦର୍ପର ଯାହା ଏକ ଫମ୍ପା କାଚ ଗୋଲକର ଏକ ଅଂଶ । ଯେଉଁ ଦର୍ପଣଗୁଡ଼ିକର ପ୍ରତିଫଳକ ପୃଷ୍ଠ ବର୍ତ୍ତୁଳାକାର ହୋଇଥାଏ ସେଗୁଡ଼ିକ ବର୍ତ୍ତୁଳ ଦର୍ପଣ କୁହାଯାଏ । କହନ୍ତି ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 2
ଅବତଳ ଦର୍ପଣ – ଯେଉଁ ଦର୍ପଣର ପ୍ରତିଫଳନ ପୃଷ୍ଠ ଭିତର ଆଡ଼କୁ ବଙ୍କା ହୋଇଥାଏ ତାହାକୁ ଅବତଳ ଦର୍ପଣ କହନ୍ତି ।

ଉତ୍ତଳ ଦର୍ପଣ – ଯେଉଁ ବର୍ତ୍ତୁଳ ଦର୍ପଣର ପ୍ରତିଫଳନ ପୃଷ୍ଠ ବାହାରକୁ ବଙ୍କା ହୋଇଥାଏ, ତାହାକୁ ଉତ୍ତଳ ଦର୍ପଣ କହନ୍ତି । ବର୍ତ୍ତୁଳ ଦର୍ପଣ କିପରି ତିଆରି କରାଯାଏ :
ବର୍ତ୍ତୁଳ ଦର୍ପଣର ଆକୃତି ଏପରି ହୋଇଥାଏ ଯେ ଏହାକୁ ଏକ କାଳ୍ପନିକ ଫମ୍ପା ଗୋଲକର ଏକ ଅଂଶ ଭାବରେ ଚିନ୍ତା କରାଯାଏ । କିନ୍ତୁ ବର୍ତ୍ତୁଳ ଦର୍ପଣ ଏକ ଫମ୍ପା କାଚ ଗୋଲକଟିକୁ କାଟି ତିଆରି କରାଯାଏ ନାହିଁ । ଏକ ସମତଳ କାଚଖଣ୍ଡକୁ ଘଷି ଏବଂ ଚିକ୍‌କଣ (Polish) କରି ଏକ ବକ୍ରପୃଷ୍ଠର ଆକାରରେ ତିଆରି କରାଯାଏ । ଯଦି ଏକ ପ୍ରତିଫଳନ ପଲେପ (Coating) (ଆଲୁମିନିୟମର ଏକ ପତଳା ସ୍ତରପରି) ବାହ୍ୟ ବକ୍ର ପୃଷ୍ଠରେ ଲଗାଯାଏ, ତେବେ ତାହା ଏକ ଅବତଳ ଦର୍ପଣ ହୁଏ । ଯଦି ପ୍ରଲେପଟି ଭିତର ବଜ୍ରପୃଷ୍ଠରେ ଲଗାଯାଏ, ତେବେ ଉତ୍ତଳ ଦର୍ପଣ ଗଠିତ ହୁଏ ।

କାର୍ଯ୍ୟ ୨ : ଆସ ପାର୍ଥକ୍ୟ ଦେଖୁବା
ଟେବୁଲ ଉପରେ ପ୍ରତିଫଳନ ପୃଷ୍ଠ ଉପର ଆଡ଼କୁ ମୁହଁ କରିଥିବା ଅବତଳ ଏବଂ ଉତ୍ତଳ ଦର୍ପର ରଖାଯାଉ । ଏବେ ସେମାନଙ୍କୁ ପାର୍ଶ୍ଵରୁ ଦେଖ‌ିଲେ ପ୍ରତିଫଳନ ପୃଷ୍ଠ ଭିତରକୁ କିମ୍ବା ବାହାରକୁ ବଙ୍କା ଅଛି ।

ଆମେ କିପରି ଅବତଳ ଓ ଉତ୍ତଳ ଦର୍ପଣ ମଧ୍ଯରେ ପାର୍ଥକ୍ୟ ଜାଣିପାରିବା ?
ଉ-
ଅବତଳ ଦର୍ପଣର ପ୍ରତିଫଳକ ପୃଷ୍ଠ ଭିତର ଆଡ଼କୁ ବଙ୍କା ହୋଇଥାଏ । କିନ୍ତୁ ଉତ୍ତଳ ଦର୍ପଣର ପ୍ରତିଫଳକ ପୃଷ୍ଠ ବାହାରକୁ ବଙ୍କା ହୋଇଥାଏ । ପାର୍ଶ୍ଵରୁ ଦେଖୁ ଉତ୍ତଳ ଓ ଅବତଳ ବର୍ତ୍ତୁଳ ଦର୍ପଣର ଚିହ୍ନଟ ପ୍ରତିବିମ୍ବ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 3
ଚିତ୍ର ବର୍ତ୍ତଳ ବର୍ପଣରେ ସୃଷ୍ଟି ହେଉଥିବା ପ୍ରତିବିମ୍ବଟୁଡ଼ିକର ଲକ୍ଷଣ କଣ ?

କାର୍ଯ୍ୟ ୩ : ଆସ ଅନ୍ଵେଷଣ କରିବା
ଅବତଳ ଓ ଉତ୍ତଳ ଦର୍ପଣରେ ଗଠିତ ପ୍ରତିବିମ୍ବଗୁଡ଼ିକର ତୁଳନା କରିବାପାଇଁ ପରୀକ୍ଷା : ଆବଶ୍ୟକୀୟ ଉପକରଣ : ଏକ ଅବତଳ ଦର୍ପଣ, ଏକ ଉତ୍ତଳ ଦର୍ପଣ, ଦୁଇଟି ଛୋଟ କାଠ ଖଣ୍ଡ କିମ୍ବା ପଦାର୍ଥ, ଏକ ଛୋଟ ଖେଲଣା କିମ୍ବା ଅନ୍ୟ ଏକ ବସ୍ତ ।

Class 8 Science Chapter 10 Notes Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

କାର୍ଯ୍ୟପ୍ରଣାଳୀ : ଗୋଟିଏ ଟେବୁଲ ଉପରେ ଦର୍ପଣ ଦୁଇଟିକୁ ଅବତଳ ବର୍ପଣ ଡାକ୍ତନ ଦର୍ପଣ ପାଖା ପାଖ୍ ସିଧା ସ୍ଥିତିରେ ରଖାଯାଉ ।
ବସ୍ତକୁ ସେମାନଙ୍କ ସମ୍ମୁଖରେ କିଛି ଦୂର ରେ ରଖାଯାଉ (3-4 ସେମି ଦୂରତାରେ) ।
ପ୍ରତ୍ୟେକ ଦର୍ପଣରେ ଆମେ ଭିନ୍ନ ଭିନ୍ନ ପ୍ରକାରର ପ୍ରତିବିମ୍ବ ଦେଖୁ ପାରିବା ।
ଅବତଳ ଦର୍ପଣରେ ପ୍ରତିବିମ୍ବ ଓଲଟା ଏବଂ ଉତ୍ତଳ ଦର୍ପଣରେ ଏହା ସଳଖ ଦେଖାଯିବ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 4
ଚିତ୍ର ଏକ ହଳେ ଓ ଅବତଳ ବର୍ପଣ
ସମ୍ମୁଖରେ ରଖା ଯାଇଥିବା ଏକ ବହୁ (କ) ସ୍ଵଳ୍ପ ଦୂରତାରେ (ଖ) ଅଧିକ ଦୂରତାରେ

ଏବେ ଧୀରେ ଧୀରେ ବସ୍ତକୁ ଦର୍ପଣଠାରୁ ଦୂରକୁ ଘୁଞ୍ଚାଯାଉ (ଚିତ୍ର ୧୦.୫ ଖ) । ଉଭୟ ଦର୍ପଣରେ ଆମେ ପ୍ରତିବିମ୍ବଗୁଡ଼ିକର କ’ଣ ପରିବର୍ତ୍ତନ ଦେଖ‌ିବା ? ପ୍ରତିବିମ୍ବଗୁଡ଼ିକ କ୍ରମଶଃ ଛୋଟ ଦେଖାଯିବ ।

ପୁଣି, ଅବତଳ ଦର୍ପଣର ଖୁବ୍ ନିକଟରେ ଥିବା ବସ୍ତର ପ୍ରତିବିମ୍ବ ସଳଖ, ଆଭାସୀ ଓ ବଡ଼ ହେବ ଏବଂ ଦର୍ପଣ ଠାରୁ ବସ୍ତୁ ଦୂରେଇ ଗଲେ ପ୍ରତିବିମ୍ବ ଓଲଟା ଓ କ୍ରମଶଃ ସାନ ହେବାର ଦେଖାଯିବ ।

ଉତ୍ତଳ ଦର୍ପଣରେ ସର୍ବଦା ସାନ, ସଳଖ ଓ ଆଭାସୀ ପ୍ରତିବିମ୍ବ ସୃଷ୍ଟିହେବ । ବସ୍ତ ଉତ୍ତଳ ଦର୍ପଣଠାରୁ ଦୂରେଇଗଲେ ପ୍ରତିବିମ୍ବ ସାମାନ୍ୟ ଛୋଟ ହେବ ।

ସିଦ୍ଧାନ୍ତ : ଅବତଳ ଦର୍ପଣରେ, ଯେତେବେଳେ ବସ୍ତକୁ ଦର୍ପଣ ପାଖରେ ଅର୍ଥାତ୍ କମ୍ ଦୂରତାରେ ରଖାଯାଏ, ପ୍ରତିବିମ୍ବଟି ସିଧା ଦେଖାଯିବ କିନ୍ତୁ ଆକାରରେ ବସ୍ତୁଠାରୁ ବଡ଼ ହୋଇଥାଏ, ଅର୍ଥାତ୍ ବର୍ହିତ ହୋଇଥାଏ । ଯେତେବେଳେ ବସ୍ତକୁ ଦୂରକୁ ଘୁଞ୍ଚାଯାଏ, ପ୍ରତିବିମ୍ବଟି ଓଲଟା ହୋଇଯାଏ । ପ୍ରାରମ୍ଭରେ ପ୍ରତିବିମ୍ବଟି ଆକାରରେ ବଡ଼ ହୁଏ ଏବଂ ତା’ପରେ ଛୋଟ ହେବାକୁ ଲାଗେ ।
ଉତ୍ତଳ ଦର୍ପଣ କ୍ଷେତ୍ରରେ ପ୍ରତିବିମ୍ବଟି ସର୍ବଦା ସିଧା ହୋଇଥାଏ ଏବଂ ଉତ୍ତଳ ଦର୍ପଣଠାରୁ ଦୂରକୁ ଘୁଞ୍ଚାଇବା ଦ୍ଵାରା ପ୍ରତିବିମ୍ବର ଆକାର ସାମାନ୍ୟ
ବସ୍ତୁଠାରୁ ଛୋଟ ହୋଇଥାଏ । ବସ୍ତୁକୁ ହ୍ରାସ ପାଏ ।
ସମତଳ ଦର୍ପଣ ପରି ଅବତଳ ଦର୍ପଣ ଓ ଉତ୍ତଳ ଦର୍ପଣରେ ପ୍ରତିବିମ୍ବ ପାର୍ଶ୍ଵ ପରିବର୍ତ୍ତନ କରିଥାଏ ।

ଦର୍ପଣରେ ଗଠିତ କୌଣସି ବସ୍ତର ପ୍ରତିବିମ୍ବକୁ ଦେଖୁ ଆମେ ଦର୍ପଣଟି ସମତଳ, ଅବତଳ ବା ଉତ୍ତଳ ସହଜରେ ଜାଣିପାରିବା । ଯେପରି ଦର୍ପଣ ଉପରେ ଆଲୋକ ରଶ୍ମି, ଭିନ୍ନ ଏକ କୋଣରେ ପଡ଼ିବ । ଏହା ଦ୍ଵାରା ପ୍ରତିଫଳିତ ରଶ୍ମି ମଧ୍ଯ ସ୍ଥାନାନ୍ତରିତ ହୋଇ ତା’ର କୋଣ ପରିବର୍ତ୍ତନ କରିବ । ଭିନ୍ନ ଭିନ୍ନ କୋଣରେ ଦର୍ପଣରେ ଆଲୋକ ରଶ୍ମି ପକାଯାଉ ଏବଂ ଫ୍ରତିଫଳିତ ରଶ୍ମିର ଦିଗ ପରିବର୍ତ୍ତନ କିପରି ହୁଏ, ତାହା ନିରୀକ୍ଷଣ କରାଯାଉ । ଆଲୋକ ରଶ୍ମିକୁ ସାଧାରଣ ତୀରଯୁକ୍ତ ରେଖା ଦ୍ଵାରା ଅଙ୍କାଯାଏ । ଏହି ତୀରଯୁକ୍ତ ରେଖା ଆଲୋକର ଗତିପଥ ସୂଚାଏ, ଆଲୋକ ସର୍ବଦା ସରଳ ରେଖାରେ ଗତି କରେ ।

ସମତଳ ଦର୍ପଣର ଅବସ୍ଥାନକୁ ନେଇ ଏକ ରେଖା (ଚିତ୍ର ‘କ’) ଏକ ଦର୍ପଣରେ ଆପତିତ ପ୍ରତିଫଳିତ ରଶ୍ମିକୁ ନେଇ ରେଖା ଅଙ୍କନ କରାଯାଉ । ଦର୍ପଣ ଉପରେ ପଡ଼ିଥିବା ଆଲୋକ ରଶ୍ମିକୁ ଆପତିତ ରଶ୍ମି (incident ray) ବୋଲି କୁହାଯାଏ । ଦର୍ପଣରୁ ଫେରି ଆସୁଥ‌ିବା ଆଲୋକ ରଶ୍ମିକୁ ପ୍ରତିଫଳିତ ରଶ୍ମି (Reflected ray) କୁହାଯାଏ ।

ବର୍ତ୍ତମାନ ଦର୍ପଣକୁ ଅପସାରଣ କରାଯାଉ । ଯେଉଁ ସ୍ଥାନରେ ଆଲୋକ ରଶ୍ମି ପଡୁଥିଲା ସେହି ସ୍ଥାନରେ ଏକ ରେଖା ଅଙ୍କନ କର । ତାହାକୁ ଆପତିତ ରଶ୍ମି ବୋଲି ଧରାଯାଉ । ଯେଉଁ ସ୍ଥାନରେ ରଶ୍ମି ଦର୍ପଣ ଉପରେ ପଡ଼ୁଥିଲା ସେହି ବିନ୍ଦୁରୁ ଦର୍ପଣ ରହିଥ‌ିବା ରେଖା ସହ ୨୦ର ଏକ କୋଣ ସହ ସେହି ସ୍ଥାନରେ ଏକ ଲମ୍ବ ରେଖା ଅଙ୍କନ କରାଯାଉ । ଏହାକୁ ପ୍ରତିଫଳନ ପୃଷ୍ଠ ପ୍ରତି ପ୍ରତିଫଳନ ବିନ୍ଦୁରେ ଅଙ୍କିତ ଅଭିଲମ୍ବ (normal) କୁହାଯାଏ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 5
ବିଜ୍ଞ (କ) ଆମେ ଚକ୍ଷୁ ଏବଂ ପ୍ରତିଚ୍ଛବି ଦେଇ ଆଙ୍କିବା (ଖ) ଅଙ୍କିବାରେ ଚିତ୍ର ଆଙ୍କିବା; (ଗ) ଆମେ ନୋଟ୍ ଏକ ପ୍ରତିଚ୍ଛବି କୋଟ ଆଙ୍କିବା (ଘ) କୋଟ ମାରିବା
ଅଭିଲମ୍ବ ଏବଂ ଆପତିତ ରଶ୍ମି ମଧ୍ୟରେ ଥ‌ିବା କୋଣକୁ ଆପତନ କୋଣ (i) କୁହାଯାଏ । ଅଭିଲମ୍ବ ଏବଂ ପ୍ରତିଫଳିତ ରଶ୍ମି ମଧ୍ୟରେ ଥିବା କୋଣକୁ ପ୍ରତିଫଳନ କୋଣ (r) କୁହାଯାଏ ।

ପର୍ଯ୍ୟବେକ୍ଷଣ :
ଚିତ୍ରରେ ଆପତନ କୋଣ ଓ ଏହାର ଅନୁରୂପ ପ୍ରତିଫଳନ କୋଣଗୁଡ଼ିକ ମାପିଲେ ସେଗୁଡ଼ିକ ସମାନ ହେବ ।
ଆପତନ କୋଣର ମାପ ପରିବର୍ତ୍ତନ କଲେ ପ୍ରତିଫଳନ କୋଣର ମାପ ବଦଳିବ ।
ଆପାତିତ ରଶ୍ମୀକୁ ଅଭିଲମ୍ବ ଦେଇ ଦର୍ପଣ ଉପରେ ପକାଇଲେ ପ୍ରତିଫଳିତ ରଶ୍ମି ମଧ୍ଯ ଅଭିଲମ୍ବ ଉପରେ ପଡ଼ିବ ।
ଉକ୍ତ କ୍ଷେତ୍ରରେ ଆପତନ କୋଣ = ପ୍ରତିଫଳନ କୋଣ = 0° ହେବ ।

ସାରଣୀ :

କ୍ର.ନଂ. ଆପତନ କୋଣ (i) ପ୍ରତିଫଳନ କୋଣ (r)
1. 30° 30°
2. 45° 45°
3. 60° 60°

ସିଦ୍ଧାନ୍ତ : : ପରୀକ୍ଷାରୁ ଏହା ସ୍ପଷ୍ଟ ଯେ ଆଲୋକ ପ୍ରତିଫଳନ କ୍ଷେତ୍ରରେ ଉତ୍ପନ୍ନ ଆପତନ କୋଣ ଓ ଏହାର ଅନୁରୂପ ପ୍ରତିଫଳନ କୋଣ ଦୁଇଟିର ପରିମାଣ ସମାନ । ଏହା ଆଲୋକ ପ୍ରତିଫଳନର ଏକ ନିୟମ ।

କାର୍ଯ୍ୟ – ୫ : ଆସ ପରୀଷଣ କରିବା
ଶିକ୍ଷଣର ଲକ୍ଷ୍ୟ : ଆଲୋକ ପ୍ରତିଫଳନର ଦୁଇଟି ନିୟମ ଅନୁଧ୍ୟାନ କରିବା । କାର୍ଯ୍ୟ ୪ ପରି ସମାନ ବ୍ୟବସ୍ଥା ବ୍ୟବହାର କର । କିନ୍ତୁ ଏକ ଟେବୁଲ ଉପରେ ଏକ ଶକ୍ତ ଚାର୍ଟ ପେପର ରଖାଯାଉ । ଯେପରିକି ଏହାର କିଛି ଅଂଶ ଟେବୁଲର ଧାର ବାହାରକୁ ରହିବ । ଚାର୍ଟ ପେପର ଉପରେ ରଖାଯାଇଥିବା ଦର୍ପଣ ଉପରେ ଏକ ଆଲୋକ ରଶ୍ମି ପକାଇଲେ ବିସ୍ତାରିତ ଅଂଶରେ ପ୍ରତିଫଳିତ ରଶ୍ମି ପର୍ଯ୍ୟବେକ୍ଷଣ କରିବା
ଏବେ ଟେବୁଲର ଧାର ସହିତ ସିଟର ବିସ୍ତାରିତ ଅଂଶକୁ ବଙ୍କାଇଲେ ବିସ୍ତାରିତ ଅଂଶରେ ପ୍ରତିଫଳିତ ରଶ୍ମି ଦେଖୁ ।

ପର୍ଯ୍ୟବେକ୍ଷଣ : ଚାର୍ଟ ପେପରକୁ ପୁଣି ପୂର୍ବ ଭଳି ସମତଳ ରଖ ଏବଂ ପର୍ଯ୍ୟବେକ୍ଷଣ କରିବା ।

ଚାଟ ପେପର ବଙ୍କା ହେଲେ, ପ୍ରତିଫଳିତ ରଶ୍ମି ଅଦୃଶ୍ୟ ହୋଇଯାଏ କିନ୍ତୁ ପୁଣି ସମତଳ ହେଲେ, ପୁନର୍ବାର ଦେଖାଯାଏ । ଏହା ଦର୍ଶାଏ ଯେ ପ୍ରତିଫଳିତ ରଶ୍ମି ଓ ଆପତିତ ରଶ୍ମି ଏକ ସମତଳରେ ରହନ୍ତି ଚାର୍ଟ ପେପର ବଙ୍କା କରିବାଦ୍ଵାରା, ଏକ ନୂତନ ସମତଳ ସୃଷ୍ଟି ହୁଏ । ଏହି ସମତଳ ସଜ୍ଜୀକରଣ ଭାଙ୍ଗି ଥାଏ ।
ସିଦ୍ଧାନ୍ତ : ଆପତିତ ରଶ୍ମି ଆପତନ ବିନ୍ଦୁରେ ଦର୍ପଣର ଅଭିଲମ୍ବ ଏବଂ ପ୍ରତିଫଳିତ ରଶ୍ମି, ସମସ୍ତେ ସମାନ ସମତଳରେ ରହିଥାନ୍ତି, ଏହା
ପ୍ରତିଫଳନର ଆଉ ଏକ ନିୟମ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 6
ବିଜୁ (କ) କାଗଜର ବିସ୍ତାରିତ ଅଂଶ ଉପରେ ଦୃଶ୍ୟମାନ ପ୍ରତିଫଳିତ ରଙ୍ଗି, (ଖ) କାଗଜର ବଙ୍ଗା ଅଂଶ ଉପରେ ପ୍ରତିଫଳିତ କର୍ଣ୍ଣ ଦୃଶ୍ୟ ନାହିଁ
1. ଆପତିତ ରଶ୍ମି (Incident Ray), ଅଭିଲମ୍ବ (Normal) ଏବଂ ପ୍ରତିଫଳିତ ରଶ୍ମି (Reflected Ray) ସମସ୍ତେ ଆପତନ ବିନ୍ଦୁରେ ଏକ ସମତଳରେ ଅବସ୍ଥାନ କରନ୍ତି ।
2. ଆପତନ କୋଣ (Angle of Incidence) ଓ ପ୍ରତିଫଳନ କୋଣ (Angle of Reflection) ପରସ୍ପର ସମାନ ।
ଆଲୋକ ପ୍ରତିଫଳନର ନିୟମଗୁଡ଼ିକ ଉଭୟ ସମତଳ ଦର୍ପଣ ଏବଂ ବର୍ତ୍ତୁଳ ଦର୍ପଣ ପାଇଁ ପ୍ରଯୁଜ୍ୟ ।

ଦେଖା ଯାଇଥିବା ଚିତ୍ରରେ ଦୁଇଟି କ୍ଷେତ୍ରରେ ଯଦି ଆପତିତ ରଶ୍ମି ଦିଗ ଭିନ୍ନ, ହେଲେ ମଧ୍ୟ ସେମାନେ ଦର୍ପଣ ଉପରେ ସମାନ ବିନ୍ଦୁରେ ପଡ଼ିଥାନ୍ତି, ତେଣୁ ଅଭିଲମ୍ବର ଦିଗ ସମାନ । ତଥାପି, ପ୍ରତିଫଳିତ ରଶ୍ମି ଦିଗ ଏପରି ଯେ, ଆପତିତ ରଶ୍ମି ଆପତିତ ରଶ୍ମି, ଆପତନ ବିନ୍ଦୁରେ ଅଭିଲମ୍ବ ଏବଂ ପ୍ରତିଫଳିତ ରଶ୍ମି ଉଭୟ କ୍ଷେତ୍ର ରେ ସମାନ ସମତଳରେ ରହିଥାଏ ।

କାର୍ଯ୍ୟ – ୬ : ଆସ ଅନ୍ଵେଷଣ କରିବା
ଶିକ୍ଷଣର ଲକ୍ଷ୍ୟ : ସମତଳ, ଉତ୍ତଳ ଓ ଅବତଳ ଦର୍ପଣରେ ସମାନ୍ତରାଳ ଆଲୋକରଶ୍ମି ଦ୍ଵାରା ପ୍ରତିଫଳ ନ
ପର୍ଯ୍ୟବେକ୍ଷଣ କରିବା :
ଆବଶ୍ୟକ ଉପକରଣ : ଏକ ସମତଳ ଦର୍ପଣ, ଏକ ଉତ୍ତଳ ଦର୍ପଣ, ଏକ ଅବତଳ ଦର୍ପଣ, ଧାରକ (stand), ଏକ ଟର୍ଚ, ଏକ ପାନିଆ, ପାନିଆକୁ ସିଧା ରଖୁବା ପାଇଁ କ୍ଲିପ୍ ସଂଗ୍ରହ କରାଯାଉ ।
ଗୋଟିଏ ଛିଦ୍ର ବଦଳରେ, ଏକାଧିକ ସମାନ୍ତରାଳ ଆଲୋକ ରଶ୍ମି ପାଇବା ପାଇଁ ପାନିଆର ଅନେକ ସ୍ଥାନକୁ ଖୋଲା ରଖାଯାଉ (ଚିତ୍ର ‘କ’) । ଆଲୋକର ଏକାଧ୍ଵ ସମାନ୍ତରାଳ ରଶ୍ମି ସମତଳ ଦର୍ପଣ, ଅବତଳ ଦର୍ପଣ ଏବଂ ଉତ୍ତଳ ଦର୍ପଣ ଉପରେ, ଅଲଗା ଅଲଗା କରି ପଡ଼ିବାକୁ ଦିଆଯାଉ । ପ୍ରତିଫଳିତ ରଶ୍ମି ଗୁଡ଼ିକୁ ପର୍ଯ୍ୟବେକ୍ଷଣ କରାଯାଉ (ଚିତ୍ର ‘ଖ’ ‘ଗ’ ଏବଂ ‘ଘ’) ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 7
ପର୍ଯ୍ୟବେକ୍ଷଣ : ଯେତେବେଳେ ଏକ ସମତଳ ଦର୍ପଣ ଉପରେ ଏକାଧ୍ଵ ସମାନ୍ତରାଳ ଆଲୋକ ରଶ୍ମି ପଡ଼ିଥାଏ, ସେତେବେଳେ ବହୁ ପ୍ରତିଫଳିତ ସମାନ୍ତରାଳ ରଶ୍ମି ମଧ୍ୟ ଦେଖାଯାଏ (ଚିତ୍ର ‘ଖ’) ।
କିନ୍ତୁ ଯେତେବେଳେ ଏକାଧ୍ଵକ ଆଲୋକ ରଶ୍ମି ଏକ ଅବତଳ ଦର୍ପଣ ଉପରେ ପଡ଼ିଥାଏ, ସେତେବେଳେ ବହୁ ପ୍ରତିଫଳିତ ରଶ୍ମି ନିକଟତର ହୁଅନ୍ତି, ସେମାନେ ସେତେବେଳେ ଏକ ବିନ୍ଦୁରେ ଏକତ୍ରିତ ହୁଅନ୍ତି (converge) (ଚିତ୍ର ‘ଗ’) ।
ଏକ ଉତ୍ତଳ ଦର୍ପଣ କ୍ଷେତ୍ରରେ ବହୁ ପ୍ରତିଫଳିତ ରଶ୍ମି ବିସ୍ତାରିତ ହୁଏ (diverge) (ଚିତ୍ର ‘ଘ’) ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 8
ଗଜଳ ଦର୍ପଣ
ଆଲୋକର ଏକାଧିକ ସମାନ୍ତରାଳ ଉଗ୍ନ (ଖ) ସମତଳ ବିପଣ ଉପରେ ପଡ଼ିଥାଏ (ଗ) ଅଳବଳ ଦମରେ ପନ୍ୟାସ (ଘ) ଜଜଳ ବନ ଉପରେ ପଢ଼ିଥାଏ ।

ସିଦ୍ଧାନ୍ତ : ବର୍ତ୍ତୁଳ ଦର୍ପଣ କ୍ଷେତ୍ରରେ ଯଦିଓ ପ୍ରତ୍ୟେକ ଆଲୋକ ରଶ୍ମୀ ପ୍ରତିଫଳନର ନିୟମ ପାଳନ କରେ, ବର୍ତ୍ତୁଳ ଦର୍ପଣର ବକ୍ର ପୃଷ୍ଠର ଆକୃତି ଉପରେ ନିର୍ଭର କରି ପ୍ରତିଫଳନ ପରେ ସମାନ୍ତରାଳ ରଶ୍ମିକୁ ଅବତଳ ଦର୍ପଣ ଏକତ୍ରିତ କରେ (converge) ଓ ଉତ୍ତଳ ଦର୍ପଣ ବିସ୍ତାରିତ/ ବିଚ୍ଛିନ୍ନ (diverge) କରିଥାଏ । ଏଣୁ ଅବତଳ ଦର୍ପଣକୁ ଅଭିସାରୀ ଦର୍ପଣ ଓ ଉତ୍ତଳ ଦର୍ପଣକୁ ଅପସାରୀ ଦର୍ପଣ କହନ୍ତି ।

ଯଦି ଆମେ କାର୍ଯ୍ୟରେ ଯାହା ଦେଖିଲୁ ତାହା ଆଙ୍କିବା, ତେବେ ଆମେ ନିମ୍ନରେ ଦେଖାଯାଇଥିବା ପରି ଚିତ୍ର ପାଇବା ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 9
କାର୍ଯ୍ୟ – ୭ : ଆସ ଅନ୍ଵେଷଣ କରିବା
ଶିକ୍ଷଣର ଲକ୍ଷ୍ୟ : ଅବତଳ ଦର୍ପଣ ଦ୍ଵାରା କେନ୍ଦ୍ରୀଭୂତ ସୂର୍ଯ୍ୟରଶ୍ମିର ତାପୀୟ ପ୍ରଭାବ ବିଷୟରେ ଜାଣିବା ।
ଗୋଟିଏ ଅବତଳ ଦର୍ପଣରେ ସୂର୍ଯ୍ୟରଶ୍ମୀଗୁଡ଼ିକୁ ପ୍ରତିଫଳିତ କରାଯାଇ ପ୍ରତିଫଳିତ ରଶ୍ମୀଗୁଡ଼ିକୁ ଗୋଟିଏ ବିନ୍ଦୁରେ କେନ୍ଦ୍ରୀଭୂତ କରାଗଲେ ଉକ୍ତ ବିନ୍ଦୁରେ ତାପ ଉତ୍ପନ୍ନ ହୁଏ, ଯାହା କାଗଜକୁ ପୋଡ଼ି ଦେଇପାରେ ।
ଏହା ଜାଣିବା ପାଇଁ ନିମ୍ନ ପରୀକ୍ଷାଟି କରାଯାଇପାରିବ –

କାର୍ଯ୍ୟ ପ୍ରଣାଳୀ :
ଏକ ଅବତଳ ଦର୍ପଣ ଏବଂ ପତଳା କାଗଜ କିମ୍ବା ଖବରକାଗଜର ଏକ ପୃଷ୍ଠା ନିଆଯାଉ ।
ଅବତଳ ଦର୍ପଣର ପ୍ରତିଫଳକ ପୃଷ୍ଠକୁ ସୂର୍ଯ୍ୟ ଆଡ଼କୁ ମୁହଁ କରି ଧରି ରଖାଯାଉ । ଦର୍ପଣ ଦ୍ଵାରା ପ୍ରତିଫଳିତ ସୂର୍ଯ୍ୟର ଆଲୋକକୁ କାଗଜ ପୃଷ୍ଠାରେ ପକାଯାଉ ।
ଚିତ୍ରରେ ଦର୍ଶାଯାଇଥ‌ିବା ପରି ଏକ ତୀକ୍ଷ୍ଣ ଉଜ୍ଜ୍ଵଳ ବିନ୍ଦୁ ପାଇବା ପାଇଁ, କାଗଜର ଦୂରତାକୁ ଘୁଞ୍ଚାଇ ସଜାଇ ରଖାଯାଉ ।

ପର୍ଯ୍ୟବେକ୍ଷଣ : ଦର୍ପଣ ଏବଂ କାଗଜକୁ କିଛି ମିନିଟ୍ ପାଇଁ ସ୍ଥିର ରଖାଯାଉ । କାଗଜ ଜଳିବାକୁ ଆରମ୍ଭ କରିବା ଦ୍ଵାରା ଧୂଆଁ ସୃଷ୍ଟି କରିବ ।
ଚିତ୍ର ଏକ ଅବତଳ ଦର୍ପଣ ବ୍ୟବହାର କରି ସୂର୍ଯ୍ୟକିରଣକୁ କାଗଜ ଉପରେ ଏକତ୍ରିତ କରିବା

ସିଦ୍ଧାନ୍ତ : ସୂର୍ଯ୍ୟର ଆଲୋକ ଦର୍ପଣରୁ ପ୍ରତିଫଳିତ ହେବା ପରେ ଏହି ବିନ୍ଦୁରେ କେନ୍ଦ୍ରୀଭୂତ ହୋଇଥିବାରୁ କାଗଜ ଉପରେ ଉଜ୍ଜ୍ଵଳ ବିନ୍ଦୁ ସୃଷ୍ଟି ହୁଏ । ଏହା ଏହି ବିନ୍ଦୁରେ ପର୍ଯ୍ୟାପ୍ତ ଉତ୍ତାପ ଉତ୍ପାଦନ କରେ ଯାହା କାଗଜକୁ ଜାଳି ଦେଇପାରିବ ।

ଯେଉଁ ଉପକରଣଗୁଡ଼ିକ ଦର୍ପଣ ଏବଂ ଲେନ୍ସ ବ୍ୟବହାର କରି ସୂର୍ଯ୍ୟକିରଣକୁ ଏକ ଛୋଟ ଅଞ୍ଚଳରେ କେନ୍ଦ୍ରିତ କରନ୍ତି, ସେମାନଙ୍କୁ ସୌର ସଂକେନ୍ଦ୍ରକ (solar concentrations) କୁହାଯାଏ । କେନ୍ଦ୍ରୀଭୂତ ସୂର୍ଯ୍ୟକିରଣ ଏକ ତରଳ ପଦାର୍ଥକୁ ଗରମ କରିବା ପାଇଁ ବ୍ୟବହ୍ୟତ ହୁଏ ଯାହା ବାଷ୍ପ ଉତ୍ପାଦନ ପାଇଁ କିମ୍ବା ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ, ଯେପରିକି ବହୁ ଲୋକଙ୍କର ରୋଷେଇ ପାଇଁ ଉନ୍ନତ ସୌର ଚୁଲି ବ୍ୟବହାର କରାଯାଏ । ସୌର ବୁଲିଗୁଡ଼ିକ ଇସ୍ପାତ ତରଳାଇବା ପାଇଁ ମଧ୍ୟ ବ୍ୟବହାର କରାଯାଏ ।

Class 8 Science Chapter 10 Notes Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

ଲେନ୍ସ (Lens) :
ଏକ ଯବକାଚ ବା ଲେନ୍ସ ହେଉଛି ଏକ କାଚ ବା ପ୍ଲାଷ୍ଟିକ୍‌ରେ ତିଆରି ସାମଗ୍ରୀ ଯାହାର ପୃଷ୍ଠତଳ ବକ୍ର ଅଟେ । ଲେନ୍ସରେ ଆଲୋକର ପ୍ରତିସରଣ ଘଟି ବସ୍ତୁର ପ୍ରତିବିମ୍ବ ଦେଖାଯାଏ । ପ୍ରତିସରଣ ପୃଷ୍ଠକୁ ଭିଭିକରି ଲେନ୍ସ ଦୁଇ ପ୍ରକାର ଯଥା : ଉତ୍ତଳ ଲେନ୍ସ (Convex lens) ଏବଂ ଅବତଳ ଲେନ୍ସ (Concave lens) । ଲେନ୍ସ ହେଉଛି ଏକ ସ୍ଵଚ୍ଛ ଓ କାଳ୍ପନିକ ଗୋଲକର ଅଂଶବିଶେଷ ।

ଉତ୍ତଳ ଲେନ୍ସ : ଯେଉଁ ଲେନ୍ସର ମଝି ଅଂଶ ମୋଟା ଏବଂ ଧାରଆଡ଼କୁ ଏହା କ୍ରମଶଃ ସରୁ, ତାହାକୁ ଉତ୍ତଳ ଲେନ୍ସ କହନ୍ତି । ଉତ୍ତଳ ଲେନ୍ସକୁ ଅଭିସାରୀ ଲେନ୍ସ (Converging Lens) କହନ୍ତି ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 10
ଚିତ୍ର (କ) : ଉତ୍ତଳ ଲେନ୍ସ (ଖ) ଏହାର ଚିତ୍ର

ଅବତଳ ଲେନ୍ସ : ଯେଉଁ ଲେନ୍ସର ମଝି ଅଂଶ ସରୁ ଏବଂ ଧାରଆଡ଼କୁ ଏହା କ୍ରମଶଃ ମୋଟା ତାହାକୁ ଅବତଳ ଲେନ୍ସ କହନ୍ତି । ଅବତଳ ଲେନ୍ସକୁ ଅପସାରୀ ଲେନ୍ସ (Diverging Lens) କୁହାଯାଏ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 11
ଚିତ୍ର (କ) ଏକ ଅବତଳ ଲେମ୍ବର
(ଖ) ଏହାର ଚିତ୍ର

କାର୍ଯ୍ୟ – ୮ : ଆସ ଅନୁସନ୍ଧାନ କରିବା
ଶିକ୍ଷଣର ଲକ୍ଷ୍ୟ : ଜଳ ବିନ୍ଦୁ କିପରି ଲେନ୍ସ ପରି କାର୍ଯ୍ୟକରିପାରେ ତାହା ଜାଣିବା ।
କାର୍ଯ୍ୟପ୍ରଣାଳୀ :
ଏକ କାଚ କିମ୍ବା ସ୍ୱଚ୍ଛ ପ୍ଲାଷ୍ଟିକର ପତଳା ପଟି, ଯେପରିକି ଏକ ସମତଳ ସ୍କେଲ୍, କିଛି ବୁନ୍ଦା ତେଲ, ଡ୍ରପର୍, ପାଣି ଏବଂ କିଛି ମୁଦ୍ରିତ ଲେଖା ଥ‌ିବା କାଗଜ ବା ବହି ସଂଗ୍ରହ କରାଯାଉ ।
କାଚ କିମ୍ବା ପ୍ଲାଷ୍ଟିକ୍ ପଟିର ପୃଷ୍ଠରେ କିଛି ବୁନ୍ଦା ତେଲ ପକାଇ, ଏହାକୁ ଘଷି ପତଳା ପ୍ରଲେପ ବା ଆବରଣ ତିଆରି କରାଯାଉ । ତେଲ ବଦଳରେ ଆମେ ମହମ ମଧ୍ୟ ବ୍ୟବହାର କରିପାରିବା ।
ଡ୍ରପର୍ କିମ୍ବା ତୁମର ଆଙ୍ଗୁଠି ବ୍ୟବହାର କରି, ତେଲ/ମହମ ଲଗାଥ‌ିବା. ସ୍ଥାନରେ ପାଣିର ଏକ ଛୋଟ ବୁନ୍ଦା ରଖାଯାଉ । (ତେଲ/ମହମ ପାଣିକୁ ଏକ ସୁନ୍ଦର ଗୋଲ ବୁନ୍ଦା ଆକାରରେ ଗଠନ କରାଇବାରେ ସାହାଯ୍ୟ କରେ ।)

ପର୍ଯ୍ୟବେକ୍ଷଣ : ଜଳବିନ୍ଦୁକୁ ପରୀକ୍ଷା କରାଯାଉ । ଏହାର ପୃଷ୍ଠରେ ଆକୃତି ଚେପଟା କିମ୍ବା ଭିତରକୁ ବଙ୍କା କିମ୍ବା ବାହାରକୁ ବଙ୍କା ହେବାର ଦେଖାଯିବ ।
କାଚ/ପ୍ଲାଷ୍ଟିକ୍ ପଟି ତଳେ କାଗଜ ରଖ ଯେପରି ଅକ୍ଷରଗୁଡ଼ିକ ସିଧାସଳଖ ଜଳବିନ୍ଦୁ ତଳେ ଥିବ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 12
ଚିତ୍ର ଜଳବିନ୍ଦୁ ତଳେ ଦେଖାଯାଉଥ‌ିବା ମୁଦ୍ରିତ ବହିର ଦୃଶ୍ୟ
ଏକ ବର୍ଷକ କାଚ ବିଜ୍ଞାନ ବହିକୁ ଦେଖାଯାଉ । ଆମେ ଜଳବିନ୍ଦୁ ବର୍ତ୍ତମାନ, ଜଳବିନ୍ଦୁ ଦେଇ ତଳେ ଥ‌ିବା ତଳେ ଥ‌ିବା ଅକ୍ଷରର ଆକାରରେ କିଛି ପରିବର୍ତ୍ତନ ପାଇବା ?
ସେଗୁଡ଼ିକ ବଡ଼ କିମ୍ବା ଛୋଟ ଦେଖାଯିବ ।

ଜଳବିନ୍ଦୁର ବାହାରେ ବକ୍ର ପୃଷ୍ଠ ଅଛି । ଜଳବିନ୍ଦୁ ତଳେ ଥ‌ିବା ଅକ୍ଷରଗୁଡ଼ିକ ଭିନ୍ନ ଦେଖାଯାଏ, ସେମାନେ ପାଖରେ ଥ‌ିବା ଅକ୍ଷର ଅପେକ୍ଷା ବଡ଼ ଦେଖାଯାଇପାରନ୍ତି ! ଜଳବିନ୍ଦୁର ବକ୍ରପୃଷ୍ଠ ଅକ୍ଷରଗୁଡ଼ିକୁ ଭିନ୍ନ ଆକାରର ଦେଖାଉଛି ।

ସିଦ୍ଧାନ୍ତ : ଏହି ଜଳବିନ୍ଦୁ ଏକ ସରଳ ଲେନ୍ସ ପରି କାର୍ଯ୍ୟ କରୁଛି । ଏକ ବର୍ଷକ କାଚ ମଧ୍ୟ ଏକ ଲେନ୍ସ ଯେଉଁଥରେ ଅକ୍ଷରଗୁଡ଼ିକୁ ବଡ଼ ଦେଖାଯାଇଥାଏ, ଯାହା ପଢ଼ିବାରେ ସାହାଯ୍ୟ କରେ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 13
କାର୍ଯ୍ୟ – ୯ : ଆସ ପରୀକ୍ଷା କରିବା

ଶିକ୍ଷଣର ଉଦ୍ଦେଶ୍ୟ : ଉତ୍ତଳ ଲେନ୍ସ ମାଧ୍ୟମରେ ବସ୍ତର ପ୍ରତିବିମ୍ବରେ କି ପରିବର୍ତ୍ତନ ଦେଖାଯାଏ ଜାଣିବା : କାର୍ଯ୍ୟପ୍ରଣାଳୀ :
(i) ଏକ ଉତ୍ତଳ ଲେନ୍ସ, ଏକ ଅବତଳ ଲେନ୍ସ, ଏକ ଲେନ୍ସ ଧାରକ ଏବଂ ଏକ ଛୋଟ ବସ୍ତ ସଂଗ୍ରହ କରାଯାଉ ।
(ii) ଧାରକ ସାହାଯ୍ୟରେ ଉତ୍ତଳ ଲେନ୍ସକୁ ସିଧା କରି ରଖାଯାଉ ।
(iii) ଉତ୍ତଳ ଲେନ୍ସର ପଛରେ ବସ୍ତକୁ ରଖାଯାଉ । ଏହାକୁ ଲେନ୍ସ ସହ ସମାନ ଉଚ୍ଚତାରେ ରଖୁବା ଆବଶ୍ୟକ ।
(iv) ଲେନ୍ସ ଅନ୍ୟପାର୍ଶ୍ଵକୁ ଲେନ୍ସ ମାଧ୍ୟମରେ ଦେଖୁଲେ ବସ୍ତର ପ୍ରତିବିମ୍ବ ଦେଖାଯିବ ।

ଉତ୍ତଳ ଲେନ୍ସରେ ବସ୍ତୁର ପ୍ରତିବିମ୍ବର ରେଖାଚିତ୍ର :
(a) ବସ୍ତ ଅନନ୍ତ ଦୂରତାରେ ରହିଲେ,
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 14
(b) ବସ୍ତ ଲେନ୍ସର 2F ଠାରୁ ଦୂରରେ ରହିଲେ
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 15
(c) ବସ୍ତ 2F ଠାରେ ରହିଲେ,
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 16
(d) ବସ୍ତ 2F ଓ F1 ମଝିରେ ରହିଲେ,
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 17
(e) ବସ୍ତୁ F1 ଠାରେ ରହିଲେ,
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 18
(f) ବସ୍ତୁ O ଓ F1 ମଝିରେ ରହିଲେ,
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 19
ଉତ୍ତଳ ଲେନ୍ସରେ ବସ୍ତର ବିଭିନ୍ନ ସ୍ଥିତି ପାଇଁ ସୃଷ୍ଟ ପ୍ରତିବିମ୍ବର ସ୍ଥିତି, ଆକାର ଓ ପ୍ରକୃତି

Class 8 Science Chapter 10 Notes Odia Medium ଆଲୋକ: ଦର୍ପଣ ଓ ଲେନ୍‌ସ

ଉତ୍ତଳ ଲେନ୍ସରେ ବସ୍ତୁ ଲେନ୍ସର ନିକଟରେ ଥିଲେ ପ୍ରତିବିମ୍ବ ବସ୍ତୁପଟେ ସୃଷ୍ଟିହେବ ଏବଂ ଏହା ସଳଖ, ଆଭାସୀ ଓ ବଡ଼ ହେବ ।
ଲେନ୍ସରେ ବସ୍ତ ଲେନ୍‌ସଠାରୁ ଦୂରରେ ରହିଲେ ପ୍ରତିବିମ୍ବ ଓଲଟା ହେବ । ବସ୍ତ୍ର ଲେନ୍ସଠାରୁ ଯେତେ ଅଧ‌ିକ ଦୂରତାରେ ରହିବ ପ୍ରତିବିମ୍ବ ଓଲଟା ଏବଂ ସେତେ ସାନ ହେବ । ଏକ ନିର୍ଦ୍ଦିଷ୍ଟ ଦୂରତାରେ ବସ୍ତର ସମାନ ପ୍ରତିବିମ୍ବ ମଧ୍ଯ ଗଠିତ ହେବ ।

ଅବତଳ ଲେନ୍ସରେ ବସ୍ତୁର ପ୍ରତିବିମ୍ବ :
(i) ବସ୍ତ ଅନନ୍ତ ଦୂରତାରେ ରହିଲେ,
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 20

(ii) ସ୍ତ 2F1 ଓ F1 ମଝିରେ ରହିଲେ,
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 21
ସିଦ୍ଧାନ୍ତ : ଅବତଳ ଲେନ୍ସର ପଛପଟେ ବସ୍ତକୁ ରଖିଲେ ପ୍ରତିବିମ୍ବ ସର୍ବଦା ସାନ, ସଳଖ ଓ ଆଭାସୀ ହୁଏ । ଲେନ୍ସଠାରୁ ବସ୍ତର ଦୂରତା ବୃଦ୍ଧି ପାଇଲେ ପ୍ରତିବିମ୍ବର ଆକାର କ୍ରମଶଃ ହ୍ରାସ ପାଇବ ।

କାର୍ଯ୍ୟ ୧୦ : ଆସ ଅନୁସନ୍ଧାନ କରିବା
ଶିକ୍ଷଣର ଉଦ୍ଦେଶ୍ୟ : ଲେନ୍ସଗୁଡ଼ିକ ଆଲୋକ ରଶ୍ମୀ ଅଭିସାରୀ କିମ୍ବା ଅପସାରୀ :
ଆବଶ୍ୟକ ଉପକରଣ : ଏକ ପତଳା ସ୍ଵଚ୍ଛ କାଚ ପ୍ଲେଟ୍, ଏକ ଉତ୍ତଳ ଲେନ୍ସ, ଏକ ଅବତଳ ଲେନ୍ସ, ଏକ ଟର୍ଚ୍ଚ ଏବଂ ଆଲୋକର ଏକାଧିକ ସମାନ୍ତରାଳ ବିମ୍ ପାଇବା ପାଇଁ ଏକ ପାନିଆ, ପାନିଆକୁ ସିଧା ରଖୁବା ପାଇଁ ଏକ କାଗଜ କ୍ଲିପ୍, ଦୁଇଟି ସମାନ ପ୍ରକାର ପୁସ୍ତକ ଏବଂ ଧଳା କାଗଜ ଫର୍ଦ୍ଦ ।
କାର୍ଯ୍ୟପ୍ରଣାଳୀ : ପରସ୍ପର ନିକଟରେ ରଖାଯାଇଥ‌ିବା ପରି ସେମାନଙ୍କ ମଧ୍ୟରେ କାଚ ପ୍ଲେଟ୍ କିମ୍ବା ଦୁଇଟି ପୁସ୍ତକ ବ୍ୟବହାର କରାଯାଇ, ଚିତ୍ରରେ ଦେଖା ଯାଇଥିବା ଲେନ୍ସକୁ ସିଧା ସଳଖ ଧରି ରଖାଯାଉ ।
Class 8 Science Chapter 10 Notes Odia Medium ଆଲୋକ ଦର୍ପଣ ଓ ଲେନ୍‌ସ 222
ଚିତ୍ର ଅନେକ ସମାନ୍ତର ରଶ୍ମି ପଢ଼ୁଥିବା (କ) ପତଳା ସ୍ଵଚ୍ଛ କାଚ ପ୍ଲେଟ (ଖ) ଉତ୍ତଳ ଲେନ୍ସ (ଗ) ଅବତଳ ଲେନ୍ସ

ଉଭୟ ପୁସ୍ତକ ଉପରେ କାଗଜ ଫର୍ଦ୍ଦ ଖୋଲି ରଖ । ବର୍ତ୍ତମାନ ଚିତ୍ରରେ ଦେଖାଯାଇଥ‌ିବା ପରି ପତଳା କାଚ ପ୍ଲେଟ୍, ଉତ୍ତଳ ଲେନ୍ସ ଏବଂ ଅବତଳ ଲେନ୍ସ ଉପରେ ଆଲୋକର ଏକାଧ୍ଵ ସମାନ୍ତରାଳ ରଶ୍ମି ଅଲଗା ଅଲଗା କରି ପଡ଼ିବାକୁ ଦିଆଯାଉ । କ’ଣ ଆଲୋକର ସମାନ୍ତରାଳ ରଶ୍ମି ତିନୋଟି କ୍ଷେତ୍ରରେ ପରିବର୍ତ୍ତନ ସୃଷ୍ଟି କରିବ ।

ସିଦ୍ଧାନ୍ତ : ଆଲୋକ ରଶ୍ମି ପତଳା କାଚ ପ୍ଲେଟ୍ ଦେଇ ଯେପରି ଅଛି ସେହିପରି ଗତି କରେ । ଉତ୍ତଳ ଲେନ୍ସ ଏହା ଉପରେ ପଡ଼ିଥିବା ଆଲୋକକୁ କେନ୍ଦ୍ରାଭିସାରୀ ବା ଏକତ୍ରିତ (convergent) କରେ, କିନ୍ତୁ ଅବତଳ ଲେନ୍ସ ଆଲୋକକୁ କେନ୍ଦ୍ରାପସାରୀ (divergent) ବା ବିଚ୍ଛିନ୍ନ କରେ । ଏଣୁ ଉତ୍ତଳ ଲେନ୍‌ସକୁ ଅଭିସାରୀ ଏବଂ ଅବତଳ ଲେନ୍ସକୁ ଏକ ଅପସାରୀ (diverging) ଲେନ୍ସ କୁହାଯାଏ ।
ସମାନ୍ତର ଆଲୋକର ରଶ୍ମୀଗୁଚ୍ଛ ଲେନ୍ସ ମାଧ୍ୟମରେ ଗତି କରି ଯେଉଁ ବିନ୍ଦୁରେ ଏକତ୍ରିତ ହୁଅନ୍ତି ବା ହେଲାଭଳି ଜଣା ପଡ଼ନ୍ତି ସେହି ବିନ୍ଦୁକୁ ଲେନ୍‌ସର ଫୋକସ୍ (focus) କୁହାଯାଏ ।

ଉତ୍ତଳ ଲେନ୍ସର ବ୍ୟବହାର :
ବହିରେ ଥ‌ିବା ଛୋଟ ଛୋଟ ଅକ୍ଷରଗୁଡ଼ିକ ପଢ଼ିବା ପାଇଁ ଯେଉଁ ପରିବର୍ଷକ କାଚ (Magnifying glass) ବ୍ୟବହାର କରାଯାଏ ତାହା ଉତ୍ତଳ ଲେନ୍ସ ।
ଦୂରବୀକ୍ଷଣ ଓ ଅଣୁବୀକ୍ଷଣ ଯନ୍ତ୍ରରେ ଉତ୍ତଳ ଲେନ୍ସ ବ୍ୟବହୃତ ହୁଏ ।
ବୟସ୍କ ବ୍ୟକ୍ତିମାନେ ଦୂରଦୃଷ୍ଟି ଦୋଷର ପ୍ରତିକାର ପାଇଁ ଉତ୍ତଳ ଲେନ୍ସରେ ତିଆରି ଚଷମା ପିନ୍ଧନ୍ତି ।

ଅବତଳ ଲେନ୍ସର ବ୍ୟବହାର :
ଛୋଟ ପିଲାଙ୍କଠାରେ ଦେଖାଯାଉଥିବା ସମୀପ ଦୃଷ୍ଟିଦୋଷ ଦୂର କରିବା ପାଇଁ ଅବତଳ ଲେନ୍‌ସର ଚଷମା ବ୍ୟବହାର କରାଯାଏ ।

ଆମେ ଯାହା ଜାଣିଲୁ

  • ଆଲୋକ ଏକପ୍ରକାର ରଶ୍ମି ଏବଂ ଏହା ସରଳରେଖାରେ ଗତିକରେ ।
  • ଆଲୋକ ରଶ୍ମି କୌଣସି ପଦାର୍ଥର ପୃଷ୍ଠଭାଗରେ ପଡ଼ି ପ୍ରତ୍ୟାବର୍ତ୍ତନ କଲେ, ଏହାକୁ ଆଲୋକର ପ୍ରତିଫଳନ କହନ୍ତି । ଆଲୋକ ପ୍ରତିଫଳନର ଦୁଇଟି ନିୟମ ଅଛି ।
    ସମତଳ ଦର୍ପଣର ପ୍ରତିଫଳନ ପୃଷ୍ଠ ସମତଳ । ଏହି ଦର୍ପଣରେ ବସ୍ତର ସଳଖ, ଆଭାସୀ ଓ ସମାନ ଆକୃତିର ପ୍ରତିବିମ୍ବ ସୃଷ୍ଟିହୁଏ ।
  • ବର୍ତ୍ତୁଳ ଦର୍ପଣର ପ୍ରତିଫଳନ ପୃଷ୍ଠ ବର୍ତ୍ତୁଳାକାର । ଏହା ଦୁଇ ପ୍ରକାର ଯଥା; ଅବତଳ ଦର୍ପଣ ଓ ଉତ୍ତଳ ଦର୍ପଣ । ଅବତଳ ଦର୍ପଣକୁ ଅଭିସାରୀ ଦର୍ପଣ କହନ୍ତି । ଏଥ‌ିରେ ବସ୍ତୁର ବାସ୍ତବ ଓ ଓଲଟା ପ୍ରତିବିମ୍ବ ଗଠିତ ହୁଏ । ପ୍ରତିବିମ୍ବ ସାନ, କିମ୍ବା ବଡ଼ କିମ୍ବା ସମାନ ହୋଇପାରେ । ଏହା ବସ୍ତର ଅବସ୍ଥାନ ଉପରେ ନିର୍ଭର କରେ । ବିଶେଷ ଅବସ୍ଥାନରେ ଅବତଳ ଦର୍ପଣରେ ବସ୍ତର ସଳଖ, ଆଭାସୀ ଓ ବଦ୍ଧିତ ପ୍ରତିବିମ୍ବ ଗଠିତ ହୁଏ ।
  • ଉତ୍ତଳ ଦର୍ପଣକୁ ଅପସାରୀ ଦର୍ପଣ କହନ୍ତି । ଏହି ଦର୍ପଣରେ ଗଠିତ ପ୍ରତିବିମ୍ବ ସର୍ବଦା ସାନ, ସଳଖ ଆଭାସୀ । ବର୍ତ୍ତୁଳ ଦର୍ପଣରେ ବସ୍ତ ଦର୍ପଣଠାରୁ ଯେତେ ଦୂରରେ ଅବସ୍ଥାନ କରେ ପ୍ରତିବିମ୍ବ ଅନୁରୂପ ମାତ୍ରାରେ କ୍ଷୁଦ୍ରତ୍ତର ହୁଏ । ସମତଳ ଓ ବର୍ତ୍ତୁଳ ଦର୍ପଣରେ ପ୍ରତିବିମ୍ବ ପାର୍ଶ୍ଵ ପରିବର୍ଭନ କରେ ।
  • ଅବତଳ ଦର୍ପଣ ଯାନବାହାନର ହେଡ୍‌ଲାଇଟ୍‌, ସର୍ଜଲାଇଟ ଓ ଆଧୁନିକ ଦୂରବୀକ୍ଷଣଯନ୍ତ୍ରରେ ବ୍ୟବହୃତ ହୁଏ । ଦନ୍ତ ଚିକିତ୍ସକମାନେ ଦାନ୍ତର ବର୍ଦ୍ଧିତ ପ୍ରତିବିମ୍ବ ଦେଖିବା ପାଇଁ ଅବତଳ ଦର୍ପଣ ବ୍ୟବହାର କରନ୍ତି ।
  • ଗାଡ଼ିଚାଳକ ପାର୍ଶ୍ଵରେ ଉତ୍ତଳ ଦର୍ପଣ ବ୍ୟବହାର କରାଯାଏ । ଦୋକାନ ଓ ମଲ୍ଟିଗୁଡ଼ିକରେ ମଧ୍ୟ ଉତ୍ତଳ ଦର୍ପଣ ବ୍ୟବହୃତ ହୁଏ ।

Class 8 Science Chapter 13 Notes Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

Go through BSE Odisha Class 8 Science Notes Odia Medium and Class 8 Science Chapter 13 Notes Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ to understand important concepts and topics more clearly.

8th Class Science Chapter 13 Notes Odia Medium

BSE Odisha Class 8 Science Chapter 13 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ପୃଥ‌ିବୀ ଏକ ଗ୍ରହ, ଯେଉଁଠାରେ ସମସ୍ତ ଜୀବଜଗତ, ଉଚ୍ଚ ପର୍ବତ, ମହାସାଗର, ମରୁଭୂମି ଓ ସବୁଜ ଘଞ୍ଚ ଜଙ୍ଗଲ ଇତ୍ୟାଦିରେ ପରିପୂର୍ଣ୍ଣ ହୋଇଥାଏ । ପୃଥ‌ିବୀ ସୂର୍ଯ୍ୟଙ୍କ ଚତୁଃପାର୍ଶ୍ବରେ ପରକ୍ରମଣ କରିଥାଏ ।

ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO), ପୃଥ‌ିବୀର ନିରୀକ୍ଷଣ ଉପଗ୍ରହ (Earth observation satellite) ଦ୍ଵାରା ଫଟୋ ଉଠାଯାଇଛି । ଏହି ଫଟୋ ଚିତ୍ରରେ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାରର ସୂଚନା ଦେଖାଇବା ପାଇଁ ବିଭିନ୍ନ ରଙ୍ଗ ବ୍ୟବହାର କରିଛନ୍ତି ।

ଏହି ଉପଗ୍ରହ ଚିତ୍ରଗୁଡ଼ିକ ଆମକୁ ସ୍ଥଳଭାଗରେ ଉଭିଦ ଓ ସମୁଦ୍ରରେ କ୍ଷୁଦ୍ର ଜୀବ ବିଷୟ ଜାଣିବା ପାଇଁ ସାହାଯ୍ୟ କରେ ଏବଂ ସମୁଦ୍ରର ତାପମାତ୍ରା, ତୈଳସ୍ତର (Oil spills) ଓ ପବନର ଦିଗ ଭଳି ପ୍ରକ୍ରିୟାକୁ ମଧ୍ଯ ଚିହ୍ନଟ କରିଥାଏ । ଏହି ଅଧ୍ୟାୟରେ, ଆମେ ଜାଣିବା, ଯାହା ପୃଥିବୀକୁ ଜୀବମାନଙ୍କ ପାଇଁ ଉପଯୁକ୍ତ ବାସସ୍ଥାନ ଭାବରେ ଗଢ଼ିଛି ।

ପୃଥ‌ିବୀ ଏତେ ଅନନ୍ୟ କାହିଁକି ? (Why is Earth a Unique Planet ?)
ସମସ୍ତ ପର୍ବତ, ନଦୀ, ଜଙ୍ଗଲ ଜୀବ ଓ ମଣିଷ ଆଦି ସମସ୍ତ ଜୀବ ଓ ନିର୍ଜୀବ ପୃଥ‌ିବୀର ଏକ ପତଳା ସ୍ତରରେ ଅବସ୍ଥାନ କରନ୍ତି । ପର୍ବତରୁ ସମୁଦ୍ର ପର୍ଯ୍ୟନ୍ତ, ଯେଉଁ କଠିନ ଭୂତ୍ଵକ୍ ମଧ୍ଯରେ ଜୀବନର ଅବସ୍ଥିତି ଅଛି, ତାହା ପୃଥ‌ିବୀର ଆକାର ତୁଳନାରେ ଅତି ନଗଣ୍ୟ । ଯଦି ପୃଥ‌ିବୀ ଏକ ସେଓ ଆକାରର ହୋଇଥାନ୍ତା, ଏହି ଭୂତ୍ଵକ୍ ସେଓର ଚୋପା ପରି ପତଳା ହୋଇଥାନ୍ତା ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 1
ପୃଥ‌ିବୀର ଉପରସ୍ତର ସେଓର ପତଳା ଚୋପା ପରି

କାର୍ଯ୍ୟ – ୧ : ଆସ ଜାଣିବା :
ପରୀକ୍ଷଣର ଲକ୍ଷ୍ୟ : ପୃଥ‌ିବୀ ବିଷୟରେ କେତେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ସହିତ ଏହା ଆମ ପାଇଁ କାହିଁକି ଏକ ଅନନ୍ୟ ?
କାର୍ଯ୍ୟ ପ୍ରଣାଳୀ : ପୃଥ‌ିବୀର କେତେକ ତଥ୍ୟ ତାଲିକାଭୁକ୍ତ କର ଯାହାକୁ ଆମେ ପ୍ରାୟତଃ ସତ ବୋଲି ଗ୍ରହଣ କରି ନେଇଥାଉ, କିନ୍ତୁ ଯାହା ଆମ ପାଇଁ ଆକର୍ଷଣୀୟ ଓ ଗୁରୁତ୍ଵପୂର୍ଣ୍ଣ ।

ସାରଣୀ : ପୃଥ‌ିବୀ ବିଷୟରେ କେତେକ ଆକର୍ଷଣୀୟ ବିଶେଷତ୍ଵ :

କ୍ର.ନଂ ପୃଥ‌ିବୀର ଆକର୍ଷଣୀୟ କେତେକ ତଥ୍ୟ
୧ ଆମେ ଶ୍ଵାସକ୍ରିୟାରେ ତ୍ୟାଗ କରୁଥିବା ବାୟୁ ଉଡ଼ିଯାଇ ବାୟୁମଣ୍ଡଳରେ ଅଦୃଶ୍ୟ ହୋଇଯାଏ ନାହିଁ ।
୨ ଆମେ ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ଭୂମିରେ ଠିଆ ହୋଇପାରୁ, କିନ୍ତୁ ଆମର ହୃତପିଣ୍ଡ ରକ୍ତକୁ ଆମ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଉପରକୁ ସଞ୍ଚାଳନ କରିପାରେ ।
୩ ପୃଥ‌ିବୀ ଆମ ପାଇଁ ବହୁତ ଆକର୍ଷଣୀୟ ଓ ଗୁରୁତ୍ଵପୂର୍ଣ୍ଣ । ଏହା ଆମକୁ ଶ୍ଵାସକ୍ରିୟା ପାଇଁ ବାୟୁ, ପିଇବା ପାଇଁ ଜଳ ଏବଂ ଫସଲ ଉତ୍ପାଦନ କରିବା ପାଇଁ ମାଟି ପ୍ରଦାନ କରିଥାଏ । ପୃଥ‌ିବୀ ଆମକୁ ପଥର ଓ କାଠ ଭଳି ସାମଗ୍ରୀ ମଧ୍ୟ ପ୍ରଦାନ କରେ ଯାହା ଦ୍ଵାରା ଆମେ ଆମର ଘର, ଅଟ୍ଟାଳିକା ଓ ରାସ୍ତା ନିର୍ମାଣ କରୁ ।

ସିଦ୍ଧାନ୍ତ : ପୃଥ‌ିବୀର ଏହି ବିଶେଷତ୍ଵ ଯୋଗୁଁ ଏହାକୁ ଜୀବନଧାରଣ କରିବାପାଇଁ ଅନନ୍ୟ ଗ୍ରହରେ ପରିଣତ କରିଛି ।

ଆମ ସୌରମଣ୍ଡଳର ଗ୍ରହଗୁଡ଼ିକ କିପରି ଦେଖାଯାନ୍ତି ? (What do the planets of our solar system looked like ?) ଆମର ସୌର ଜଗତରେ ଥିବା ଥୁବା ଆଠଟି ଗ୍ରହ ପ୍ରାୟ ବୃତ୍ତାକାର କକ୍ଷପଥରେ ସୂର୍ଯ୍ୟ ଚାରିପଟେ ଅହରହ ଗତି କରନ୍ତି । ସୂର୍ଯ୍ୟଠାରୁ ଦୂରତା କ୍ରମରେ, ସେଗୁଡ଼ିକ ହେଉଛି ବୁଧ, ଶୁକ୍ର, ପୃଥୁବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଓ ନେପଚୁନ୍ ।
ଗ୍ରହମାନଙ୍କ ମଧ୍ୟରୁ ବୁଧ, ଶୁକ୍ର, ପୃଥ‌ିବୀ ଓ ମଙ୍ଗଳ ଅପେକ୍ଷାକୃତ ଛୋଟ ଓ ପଥୁରିଆ ଗ୍ରହ ହୋଇଥିବା ବେଳେ ବୃହସ୍ପତି, ଶନି ୟୁରାନସ୍ ଓ ନେପଚୁନ୍ ବଡ଼ ଗ୍ରହଗୁଡ଼ିକ ମୁଖ୍ୟତଃ ଗ୍ୟାସରେ ଗଠିତ ।

କାର୍ଯ୍ୟ–୨ : ଆସ ଦେଖୁବା :
ପରୀକ୍ଷଣର ଲକ୍ଷ୍ୟ : ସୌର ଜଗତର ତାପମାତ୍ରା ଓ ଆକାର ବିଷୟରେ ସୂଚନା ସଂଗ୍ରହ କରି ସେଗୁଡ଼ିକର ବାୟୁମଣ୍ଡଳ ଅଛି କି ନାହିଁ ଅନୁସନ୍ଧାନ କରିବା ।
ଗ୍ରନ୍ଥାଗାରର ବହିଗୁଡ଼ିକରୁ, ବିଶ୍ଵସ୍ତ ୱେବ୍‌ସାଇଟ୍‌ରୁ ସଂଗ୍ରହ କରି ସେ ବିଷୟରେ ଆଲୋଚନା କରିବା ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 2
ସୌରମଣ୍ଡଳରେ ଥ‌ିବା ଗ୍ରହ

ପର୍ଯ୍ୟବେକ୍ଷଣ :
ସୌରଜଗତରେ ଥିବା ସମସ୍ତ ଗ୍ରହ ସୂର୍ଯ୍ୟଠାରୁ ତାପ ଓ ଶକ୍ତି ପାଆନ୍ତି । ଯେଉଁ ସମୟରେ କୌଣସି ଗ୍ରହ ସୂର୍ଯ୍ୟ ନିକଟରେ ହୁଏ, ଏହା ଅତ୍ୟଧିକ ଗରମ ହୁଏ । ଯେତେବେଳେ ଆମେ ସୂର୍ଯ୍ୟଠାରୁ ଦୂରକୁ ଯିବା, କ୍ରମଶଃ ଥଣ୍ଡା ଅନୁଭୂତ କରିବା ।
ସୂର୍ଯ୍ୟର ନିକଟତମ ଗ୍ରହ ହେବା କାରଣରୁ ଶୁକ୍ର ସବୁଠାରୁ ଉତ୍ତପ୍ତ ଗ୍ରହ ନୁହେଁ, ବରଂ ଏହାର ଘନ ବାୟୁମଣ୍ଡଳ ଉତ୍ତାପକୁ ଧରି ରଖିବାରେ ସକ୍ଷମ ହୁଏ ।
ଶୁକ୍ର ଗ୍ରହର ବାୟୁମଣ୍ଡଳ ପ୍ରାୟ ସମ୍ପୂର୍ଣ୍ଣ ଭାବରେ ଅଙ୍ଗାରକାମ୍ଳ ଗ୍ୟାସରେ ଗଠିତ, ଯାହା ଉତ୍ତାପକୁ ବାହାରକୁ ଯିବାକୁ ଦିଏ ନାହିଁ । ଏହାକୁ ସବୁଜ କୋଠରୀ ପ୍ରଭାବ (green house ପୃଥ‌ିବୀ ଉପରେ ସବୁଜ ଗୃହ effect) କୁହାଯାଏ । ପ୍ରଭାବର ଯୋଜନା ବାୟୁମଣ୍ଡଳରେ ଥ‌ିବା ଅଙ୍ଗାରକାମ୍ଳ ଭଳି ଗ୍ୟାସଗୁଡ଼ିକ ସୂର୍ଯ୍ୟ ଦ୍ଵାରା ଗରମ ହେବାପରେ ପୃଥ‌ିବୀ ଦ୍ଵାରା ନିର୍ଗତ ବିକିରଣକୁ ଶୋଷଣ କରି ଉତ୍ତାପକୁ ଧରି ରଖିବାରେ ସକ୍ଷମ ହୁଅନ୍ତି ।
ସିଦ୍ଧାନ୍ତ : ତେଣୁ, ସବୁଜ କୋଠରୀ ପ୍ରଭାବ ପୃଥ‌ିବୀରେ ସଠିକ୍ ତାପମାତ୍ରା ବଜାୟ ରଖୁବାରେ ଏକ ଗୁରୁତ୍ଵପୂର୍ଣ ଭୂମିକା ନିର୍ବାହ କରେ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 3
ଚିତ୍ର ପୃଥିବୀ ଉପରେ ସବୁଜ ଗୃହ ପ୍ରଭାବର ଯୋଜନା

ସବୁଜ କୋଠରୀ ପ୍ରଭାବ ଶୁକ୍ର ଓ ପୃଥ‌ିବୀ ପରି ଗ୍ରହଗୁଡ଼ିକ ଉତ୍ତାପ ଧରି ରଖୁବାରେ ସାହାଯ୍ୟ କରୁଥିବା ବେଳେ, ଥଣ୍ଡା ଜଳବାୟୁରେ ଉଭିଦ ବୃଦ୍ଧି ପାଇଁ ସେପରି କାମ କରି ନଥାଏ I ଶୁକ୍ର କିମ୍ବା ପୃଥ‌ିବୀ ପରି ଗ୍ରହରେ, ସୂର୍ଯ୍ୟ ଦ୍ଵାରା ଉତ୍ତପ୍ତ ହେବା ପରେ ଗ୍ରହଗୁଡ଼ିକ ଦ୍ଵାରା ନିର୍ଗତ ବିକିରଣକୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଭଳି ଗ୍ୟାସଗୁଡ଼ିକ ଶୋଷଣ କରି ଉତ୍ତାପକୁ ଧରି ରଖୁବାରେ ସାହାଯ୍ୟ କରେ । ଅନ୍ୟ ପକ୍ଷରେ, କୃତ୍ରିମ ଉଭିଦ ସବୁଜ କୋଠରୀ ସାଧାରଣତଃ କାଚ କାନ୍ଥ ବିଶିଷ୍ଟ ଏକ ବନ୍ଦ କୋଠରୀ । ଏହା ଗରମ ବାୟୁକୁ ଧରି ରଖୁବାରେ ସକ୍ଷମ ହୁଏ । ଏହା ଦିନରେ ଗରମ ହୁଏ, କିନ୍ତୁ ବାୟୁ ଭିତରେ ରହେ ଏବଂ ଉତ୍ତାପ ସହଜରେ ବାହାରକୁ ଯାଏ ନାହିଁ । ତେଣୁ ଉପରୋକ୍ତ ଦୁଇଟି କ୍ଷେତ୍ରରେ ଭିତର ଗରମ କଲେ ମଧ୍ୟ, ସେମାନେ ଅଲଗା ଅଲଗା ଉପାୟରେ କାର୍ଯ୍ୟ କରନ୍ତି ।

Class 8 Science Chapter 13 Notes Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

ଜୀବ ବଞ୍ଚି ରହିବାପାଇଁ ପୃଥ‌ିବୀ କାହିଁକି ଉପଯୁକ୍ତ ?
ପୃଥ‌ିବୀର ଅବସ୍ଥିତି (Position of the Earth)

ସୂର୍ଯ୍ୟଙ୍କଠାରୁ ପୃଥ‌ିବୀ ଦୂରରେ ଅବସ୍ଥିତ ଯୋଗୁଁ ଏଥିରେ ଜୀବଜଗତ ବଞ୍ଚିବା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ପୃଥ‌ିବୀ ସୂର୍ଯ୍ୟର ନିକଟତର ହୋଇଥିଲେ, ଏହା ଅଧିକ ଗରମ ଯୋଗୁଁ ଜଳଭାଗ ବାଷ୍ପୀଭୂତ ହୋଇଥା’ନ୍ତା । ଏହା ଅଧୁକ ଦୂରରେ ଅବସ୍ଥିତ ହୋଇଥିଲେ ଅତ୍ୟଧ୍ୱ ଥଣ୍ଡା ଫଳରେ ସମସ୍ତ ଜଳଭାଗ ବରଫ ହୋଇଥାଆନ୍ତା । ଏହିପରି ଅବସ୍ଥାରେ ସମସ୍ତ ଜୀବମାନେ ପୃଥ‌ିବୀରେ ବଞ୍ଚିବା ସମ୍ଭବପର ହୁଅନ୍ତା ନାହିଁ ।
କେତେକ ଅଣୁଜୀବ, ଅତ୍ୟଧୂକ ଥଣ୍ଡା ପରିବେଶରେ ବଞ୍ଚୁପାରନ୍ତି, ତରଳ ଜଳ ଜୀବନର ବିକାଶ ପାଇଁ ଅତ୍ୟାବଶ୍ୟକ । ସୂର୍ଯ୍ୟଠାରୁ ପୃଥ‌ିବୀର ଦୂରତ୍ଵ ଜଳକୁ ମୁଖ୍ୟତଃ ତରଳ ରୂପରେ ରହିବା ପାଇଁ ସାହାଯ୍ୟ କରେ, ଯାହା ଜୀବନର ବିକାଶ ଓ ବଞ୍ଚିରହିବା ପାଇଁ ଅତ୍ୟାବଶ୍ୟକ ।
ସୂର୍ଯ୍ୟଠାରୁ ଯେଉଁ ଦୂରତ୍ଵର ପରିସରରେ ଜଳ ତରଳ ରହେ, ତାହାକୁ ବାସଯୋଗ୍ୟ (habitable) ଅଞ୍ଚଳ କୁହାଯାଏ, କିମ୍ବା ବେଳେବେଳେ ଗୋଲ୍‌ଡିଲକ୍‌ସ୍ ଅଞ୍ଚଳ (Goldlocks zone) ମଧ୍ୟ କୁହାଯାଏ । ପୃଥ‌ିବୀ ପୃଷ୍ଠର ଅଧିକାଂଶ ଭାଗ ଜଳରେ ପରିପୂର୍ଣ୍ଣ । ମହାକାଶରୁ ଦେଖ‌ିଲେ ବିପୁଳ ପରିମାଣର ଜଳ ଥିବା କାରଣରୁ ପୃଥ‌ିବୀ ନୀଳ ଦେଖାଯାଏ । ତେଣୁ ପୃଥ‌ିବୀକୁ ନୀଳ ଗ୍ରହ (blue planet) କୁହାଯାଏ ।

ମଙ୍ଗଳ ଗ୍ରହରେ ଜୀବ ବଞ୍ଚି ରହିବା ମଙ୍ଗଳ ଗ୍ରହ ସୂର୍ଯ୍ୟଙ୍କର ବାସଯୋଗ୍ୟ ସମ୍ଭବ କି ?
ଉ-
ଅଞ୍ଚଳର ବହିଃସୀମାରେ ଅବସ୍ଥିତ । ମଙ୍ଗଳ ଗ୍ରହକୁ ଅନେକ ମହାକାଶଯାନ ପଠାଯାଇଛି । ରୋଭରଗୁଡ଼ିକ ଅବତରଣ କରି ଏହାର ପୃଷ୍ଠ ଅନୁସନ୍ଧାନ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଜୀବନର କୌଣସି ପ୍ରମାଣ ମିଳି ନାହିଁ ।

ପୃଥ‌ିବୀର ଆକାର (Size of the Earth)
ପୃଥ‌ିବୀକୁ ବାସଯୋଗ୍ୟ କରୁଥିବା କେତେକ ଗୁରୁତ୍ଵପୂର୍ଣ୍ଣ କାରକ ହେଉଛି, ଆମ ସୌରଜଗତରେ ପୃଥ‌ିବୀ ସମେତ ଅଧିକାଂଶ ଗ୍ରହର କକ୍ଷପଥ ପ୍ରାୟ ବୃତ୍ତାକାର । ଏହା ବର୍ଷ ସାରା ସୂର୍ଯ୍ୟାଲୋକ ଓ ଉତ୍ତାପର ପରିମାଣକୁ ପ୍ରାୟ ସ୍ଥିର ରଖେ ଓ ଅଧିକାଂଶ ସ୍ଥାନରେ ଅତ୍ୟଧିକ ଗରମ ଓ ଥଣ୍ଡାକୁ ରୋକିଥାଏ ।
ସୂର୍ଯ୍ୟଠାରୁ ଉପଯୁକ୍ତ ଦୂରତ୍ୱ ହେତୁ ମଧ୍ୟମ ତାପମାତ୍ରା ପୃଥ‌ିବୀକୁ ବାସଯୋଗ୍ୟ କରୁଥିବା ଏକମାତ୍ର କାରକ ନୁହେଁ । ଗ୍ରହର ଆକାର ଯୋଗୁଁ ଏହା ବାୟୁମଣ୍ଡଳକୁ ଧରି ରଖୁଥାଏ । ବାୟୁମଣ୍ଡଳ ପୃଥ‌ିବୀକୁ ଘେରି ରଖୁଛି ଏବଂ ଏହା ଜୀବନ ଧାରଣରେ ପ୍ରମୁଖ ଭୂମିକା ଗ୍ରହଣ କରେ । ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ଵାରା ବସ୍ତୁଗୁଡ଼ିକୁ ତଳକୁ ଟାଣି ହୋଇ ଆସେ । ଯଦି ପୃଥ‌ିବୀ ବହୁତ ଛୋଟ ହୋଇଥାନ୍ତା (କିନ୍ତୁ ସମାନ ହାରାହାରି ଘନତ୍ଵ ଥାଆନ୍ତା) ତା’ହେଲେ ଏହାର ମାଧ୍ୟାକର୍ଷଣ ଅତ୍ୟକ ଦୁର୍ବଳ ହୋଇଥାନ୍ତା ଏବଂ ଏହା ଆମ ବାୟୁମଣ୍ଡଳର ଗ୍ୟାସଗୁଡ଼ିକୁ ଧରି ରଖୁବାପାଇଁ ଅକ୍ଷମ ହୁଅନ୍ତା, ଫଳରେ ସେଗୁଡ଼ିକ ମହାକାଶରେ ମିଶିଯାଇଥାନ୍ତେ ।
ମଙ୍ଗଳ ଗ୍ରହରେ ଥିବା ବାୟୁମଣ୍ଡଳ ପୃଥ‌ିବୀଠାରୁ 100 ଗୁଣ ପତଳା, ଏବଂ ବୁଧଗ୍ରହରେ ବାୟୁମଣ୍ଡଳ ନାହିଁ ।

ପୃଥ‌ିବୀ ବାୟୁମଣ୍ଡଳକୁ ଧାରଣ କରିବାରେ ସକ୍ଷମ, ଯାହା ଜୀବନ ପାଇଁ ଆବଶ୍ୟକ ।

ପୃଥ‌ିବୀର ବାୟୁମଣ୍ଡଳରେ ଅମ୍ଳଜାନର ଉପସ୍ଥିତି ଆମକୁ ପ୍ରଶ୍ଵାସ ନେବାରେ ସାହାଯ୍ୟ କରେ । ସମସ୍ତ ଜୀବଜଗତ ବଞ୍ଚିବା ପାଇଁ ଏହା ଆବଶ୍ୟକ । କିନ୍ତୁ ଅମ୍ଳଜାନର ଆଉ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ହେଲା, ବାୟୁମଣ୍ଡଳର କିଛି ଅମ୍ଳଜାନ ଓଜୋନ୍ (ତିନି ପରିମାଣୁ ବିଶିଷ୍ଟ ଅମ୍ଳଜାନ ଅଣୁ) ନାମକ ଅନ୍ୟ ଏକ ରୂପରେ ପରିଣତ ହୁଏ ଏବଂ ବାୟୁମଣ୍ଡଳର ଏକ ସ୍ତର ଗଠନ କରେ, ଯାହାକୁ ଓଜୋନ୍‌ ସ୍ତର (Ozone layer) କୁହାଯାଏ । ଏହି ସ୍ତର ସୂର୍ଯ୍ୟରୁ ଆସୁଥ‌ିବା କ୍ଷତିକାରକ ଅତିବାଇଗଣୀ ରଶ୍ମୀ (UV Ray)କୁ ଅବରୋଧ କରେ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 4
ମଙ୍ଗଳଯାନ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ଵାରା ୨୦୧୩ ମସିହାରେ ଆରମ୍ଭ କରାଯାଇଥିବା ଭାରତର ମଙ୍ଗଳଯାନ (Mars Orbiter Mission) ମଙ୍ଗଳ ଗ୍ରହ ଅନୁସନ୍ଧାନ ଦିଗରେ ଏକ ବଡ଼ ପଦକ୍ଷେପ ଥିଲା ।

ପୃଥ‌ିବୀର ଚୁମ୍ବକୀୟ କ୍ଷେତ୍ର (Magnetic Field of the Earth)
ଏକ ମୁକ୍ତ ଭାବରେ ଟଙ୍ଗା ଯାଇଥିବା ଚୁମ୍ବକ ସର୍ବଦା ଉତ୍ତର-ଦକ୍ଷିଣ ଦିଗରେ ସ୍ଥିର ହୋଇଥାଏ । ଏହାର କାରଣ ହେଉଛି ପୃଥ‌ିବୀ ନିଜେ ଏକ ବିଶାଳ ଚୁମ୍ବକ ପରି କାର୍ଯ୍ୟ କରେ । ଚୁମ୍ବକ ଚାରିପଟେ ତାହାର ଏକ ଚୁମ୍ବକୀୟ କ୍ଷେତ୍ର ଥାଏ, ଯେଉଁ ଅଞ୍ଚଳରେ ଏହାର ପ୍ରଭାବ ଅନୁଭୂତ ହୁଏ । ପୃଥ‌ିବୀ ନିରନ୍ତର ମହାକାଶରୁ ଆସୁଥ‌ିବା କ୍ଷୁଦ୍ର ଓ ଉଚ୍ଚ ଶକ୍ତି ବିଶିଷ୍ଟ କଣିକା ଦ୍ଵାରା ପ୍ରଭାବିତ ହୁଏ । କେତେକ କଣିକା ବିଶ୍ଵରେ ଅନେକ ଦୂରରୁ ଆସେ ଏବଂ ସେଗୁଡ଼ିକ ମହାଜାଗତିକ ରଶ୍ମି (Cosmic rays) କୁହାଯାଏ । ଅନ୍ୟ କଣିକାଗୁଡ଼ିକ ସୂର୍ଯ୍ୟଙ୍କଠାରୁ ଆସି ଥାଏ ଏବଂ ସେଗୁଡ଼ିକ ସୌର ପବନ (Solar wind) କୁହାଯାଏ । ଏହି କଣିକାଗୁଡ଼ିକ କ୍ଷତିକାରକ ହୋଇପାରେ କାରଣ ସେଗୁଡ଼ିକ ବାୟୁମଣ୍ଡଳକୁ ନଷ୍ଟ କରିପାରନ୍ତି, ଓଜୋନ ସ୍ତର ହ୍ରାସ କରିପାରନ୍ତି ଏବଂ ଅଧ‌ିକ କ୍ଷତିକାରକ (UV) ରଶ୍ମି ପ୍ରବେଶ କରାଇପାରେ, ଯାହା ପୃଥ‌ିବୀରେ ଜୀବକୁ ପ୍ରଭାବିତ କରିପାରେ ।
ପୃଥ‌ିବୀର ଚୁମ୍ବକୀୟ କ୍ଷେତ୍ର ଏକ ସୁରକ୍ଷା ଢାଲ ପରି କାମ କରେ । ଏହା ଅନେକ କ୍ଷତିକାରକ କଣିକାକୁ ପୃଥ‌ିବୀଠାରୁ ଦୂରକୁ ଠେଲିଦିଏ ଫଳରେ ଆମର ବାୟୁମଣ୍ଡଳ ଏବଂ ଆମ ଗ୍ରହରେ ଜୀବନକୁ ସୁରକ୍ଷିତ ରଖେ । ସୌରଜଗତ ପୃଥ‌ିବୀର ଅନ୍ୟାନ୍ୟ ଅବସ୍ଥା ଯେପରିକି ଜଳକୁ ତରଳ ଅବସ୍ଥାରେ ରଖୁ, ଏହାର ଆକାର, ବାୟୁମଣ୍ଡଳ ଓ ଚୁମ୍ବକୀୟ କ୍ଷେତ୍ର ସମସ୍ତେ ପୃଥ‌ିବୀକୁ ଏକ ବାସୋପଯୋଗୀ ଗ୍ରହରେ ପରିଣତ କରିଛି । ଫଳତଃ ଏଠାରେ ଜୀବ ବଞ୍ଚ୍ ରହିଛି ।

ପୃଥ‌ିବୀରେ ଜୀବ ବଞ୍ଚି ରହିବାପାଇଁ କ’ଣ ସହାୟତା କରିଥାଏ ? [What Allows life to be Sustained on Earth ?]
ପୃଥ‌ିବୀରେ ଜୀବନ ପାଇଁ ଯଥା, ବାୟୁ, ଜଳ, ସୂର୍ଯ୍ୟାଲୋକ, ମାଟି ଓ ଖଣିଜ ପଦାର୍ଥ ଭଳି ମୁଖ୍ୟ ପ୍ରାକୃତିକ ପଦାର୍ଥ ଜୀବନକୁ ବିକଶିତ ହେବାରେ ଓ ତିଷ୍ଠି ରହିବାରେ ସାହାଯ୍ୟ କରେ ।
ପାରସ୍ପରିକ କ୍ରିୟା ପୃଥୁବୀରେ ଜୀବକୁ ବଞ୍ଚି ରହିବାରେ ସହାୟତା କରେ ।

ବାୟୁ, ଜଳ ଓ ସୂର୍ଯ୍ୟାଲୋକ [Air, water and Sunlight]
ବାୟୁମଣ୍ଡଳରେ ଥିବା ଅମ୍ଳଜାନକୁ ମଣିଷ, ପ୍ରାଣୀ ଓ ଉଭିଦ ଶ୍ଵାସକ୍ରିୟା ପାଇଁ ବ୍ୟବହାର କରନ୍ତି । ସୂର୍ଯ୍ୟାଲୋକର ଉପସ୍ଥିତିରେ ଉଭିଦମାନେ ବାୟୁରେ ଅଙ୍ଗାରକାମ୍ଳ ଓ ମାଟିରୁ ଜଳ ନେଇ ଆଲୋକ ସଂଶ୍ଳେଷଣ ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରନ୍ତି । ଏହି ପ୍ରକ୍ରିୟାରେ ଅମ୍ଳଜାନ ନିର୍ଗତ ହୁଏ, ଯାହା ଶ୍ଵାସକ୍ରିୟା ପାଇଁ ଆବଶ୍ୟକ ।
ସୂର୍ଯ୍ୟଙ୍କର କିରଣ ପୃଥ‌ିବୀକୁ ଉତ୍ତପ୍ତ କରେ । ଏହି ଉତ୍ତାପର କିଛି ଅଂଶ ସବୁଜକୋଠରୀ ପ୍ରଭାବ
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 5
ପାଣିରେ ଜୀବନ
ହେତୁ ବାୟୁମଣ୍ଡଳରେ ରହିଯାଏ । ସାମାନ୍ୟ ହେଲେ ମଧ୍ୟ ଏହି ପ୍ରଭାବ ଜଳକୁ ତରଳ ଅବସ୍ଥାରେ ରହିବା ପାଇଁ ତାପମାତ୍ରାକୁ ନିୟନ୍ତ୍ରଣ କରେ । ବାୟୁମଣ୍ଡଳ ଥିଲେ, ପୃଥ‌ିବୀ ମହାକାଶକୁ ଉତ୍ତାପ ହରାଇ ଅତ୍ୟଧିକ ଥଣ୍ଡା ହୋଇଯାଆନ୍ତା । ତେଣୁ ସବୁଜକୋଠରୀ ପ୍ରଭାବ ପୃଥ‌ିବୀକୁ ଗରମ ରଖିବାରେ ସାହାଯ୍ୟ କରେ ।

ଜଳ ଜୀବନ ପାଇଁ ଏକାନ୍ତ ଅତ୍ୟାବଶ୍ୟକ । ଏହା ପୃଥ‌ିବୀ ପୃଷ୍ଠରେ ପ୍ରାୟ 70 ପ୍ରତିଶତ ଅଂଶକୁ ଆଚ୍ଛାଦିତ କରିଛି ଏବଂ ଏହା ପୋଖରୀ ହ୍ରଦ, ନଦୀ, ଝରଣା, ସମୁଦ୍ର, ମହାସାଗର ଓ ଭୂତଳ ଜଳରେ ମିଳିଥାଏ । ଏହି ସମସ୍ତ ଜଳ ମିଶି ଜଳମଣ୍ଡଳ (hydrosphere) ଗଠନ କରିଥାଏ ।

ଜଳ ଏକ ଉତ୍ତମ ଦ୍ରାବକ (Solvent) । ଜଳ ଉଦ୍ଭଦରେ ମାଟିରୁ ପତ୍ରକୁ ପୋଷକ ତତ୍ତ୍ଵ ପରିବହନ କରେ । ପ୍ରାଣୀମାନଙ୍କର ଏହା ଶରୀରର ତାପମାତ୍ରା ନିୟନ୍ତ୍ରଣ କରେ, ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ ବିପଚନରେ (hydration) ସାହାଯ୍ୟ କରେ । ଏହା ସମସ୍ତ ସ୍ଵାସ୍ଥ୍ୟ ଓ ଜୀବନ ପାଇଁ ଅତ୍ୟାବଶ୍ୟକ ।

ଜଳମଣ୍ଡଳ ହେଉଛି ଅତି କ୍ଷୁଦ୍ର ପ୍ଳାଙ୍କଟନରୁ ଆରମ୍ଭ କରି ବିଶାଳ ତିମି ପର୍ଯ୍ୟନ୍ତ ଜୀବମାନଙ୍କର ଘର ମହାସାଗର, ନଦୀ ଓ ହ୍ରଦ ଜଳଚର ଜୀବମାନଙ୍କ ପାଇଁ ସମୃଦ୍ଧ ପରିବେଶ ସୃଷ୍ଟି କରିଥାଏ ।

ମଧୁର ଜଳ ଫସଲ ବୃଦ୍ଧି ଓ ସମଗ୍ର ବିଶ୍ଵରେ ଲୋକମାନଙ୍କ ଦୈନନ୍ଦିନ ଜୀବନ ପାଇଁ ମଧ୍ୟ ଆବଶ୍ୟକ । ବାୟୁରେ ଥ‌ିବା ଜଳୀୟ ବାଷ୍ପ ମେଘ ଗଠନ କରେ ଏବଂ ବର୍ଷା କିମ୍ବା ତୁଷାର ଆଣେ । ଏହା ନଦୀ, ହ୍ରଦ ଓ ଭୂତଳ ଜଳକୁ ପୁନଃ ଭରଣ କରେ ।

ବୃଷ୍ଟିପାତ ଏକ ସ୍ଥାନରେ ବାସ କରୁଥିବା ଉଭିଦ ଓ ପ୍ରାଣୀମାନଙ୍କୁ ପ୍ରଭାବିତ କରିଥାଏ । ଗତିଶୀଳ ବାୟୁ ମଧ୍ଯ ପାଗ ଓ ବର୍ଷାକୁ ନିୟନ୍ତ୍ରଣ କରେ- ଯାହା ଚାଷବାସ, ଜଳ ଯୋଗାଣ ଓ ସ୍ଥଳଭାଗରେ ଜୀବନକୁ ପ୍ରଭାବିତ କରେ ।

ମାଟି, ପଥର ଓ ଖଣିଜ ପଦାର୍ଥ [Soil, Rocks and Minerals]
ପୃଥ‌ିବୀର ବହିଃରାବଣ ବା ଭୂତ୍ଵକ୍, ଯାହା ପଥର, ମାଟି ଓ ଖଣିଜ ପଦାର୍ଥରେ ଗଠିତ । ଏହା କଠିନ ଓ ନିର୍ଜୀବ ହେଲେ ମଧ୍ୟ ଜୀବନର ବୃଦ୍ଧି ଓ ତିଷ୍ଠି ରହିବାପାଇଁ ସବୁକିଛି ଦେଇଥାଏ ।
ଉଭିଦର ବୃଦ୍ଧିରେ ସାହାଯ୍ୟ କରୁଥିବା ମାଟିରୁ ଆରମ୍ଭ କରି ଲୁଣ, କୋଇଲା, ତେଲ ଲୁହା ଓ ତମ୍ବା ଭଳି ଧାତୁ ପ୍ରଦାନକାରୀ ଖଣିଜ ପଦାର୍ଥ – ଏହି ବାହ୍ୟ ସ୍ତର ଉଭୟ ପରିବେଶ ଓ ମାନବ ଜୀବନକୁ ଧାରଣ କରେ ।

ପଥର, ମାଟି ଓ ଖଣିଜ ପଦାର୍ଥ ଭଳି ସାମଗ୍ରୀ ସମେତ ପୃଥ‌ିବୀର କଠିନ ଅଂଶଗୁଡ଼ିକୁ ଭୂମଣ୍ଡଳ (geosphere) କୁହାଯାଏ । ମାଟିରେ ଥ‌ିବା ଉପାଦାନ ନାଇଟ୍ରୋଜେନ୍ ଓ ପୋଟାସିୟମ୍ ଭଳି ପୋଷକ ତତ୍ତ୍ଵରେ ସମୃଦ୍ଧ ହୋଇଥାଏ । ଯାହା ଉଦ୍ଭିଦମାନଙ୍କର ବୃଦ୍ଧି ପାଇଁ ଆବଶ୍ୟକ । ଏହି ପୋଷକ ତତ୍ତ୍ଵଗୁଡ଼ିକ ପଥରର ଧୀର କ୍ଷୟ ଏବଂ ଉଭିଦ ଓ ପ୍ରାଣୀମାନଙ୍କ ଅବେଶଷରୁ ଆସେ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 6
ଭୂ-ବିବିଧତା

ପୃଥ‌ିବୀରେ ବିଭିନ୍ନ ପ୍ରକାରର ଭୂମିରୂପ, ଭିନ୍ନ ଭିନ୍ନ ପଥର, ମାଟି ଇତ୍ୟାଦି ଅଛି । ଏହି ଭିନ୍ନତା ଏବଂ ସେଗୁଡ଼ିକୁ ଆକାର ଦେଉଥ‌ିବା ଓ ପରିବର୍ତ୍ତନ କରୁଥ‌ିବା ପ୍ରକ୍ରିୟାଗୁଡ଼ିକୁ ଭୂବିବିଧତା (geodiversity) କୁହାଯାଏ । ଏହା ଅନନ୍ୟ ବାସସ୍ଥଳୀ ସୃଷ୍ଟି କରିବାରେ ସାହାଯ୍ୟ କରେ । ଯେଉଁଠାରେ ବିଭିନ୍ନ ପ୍ରକାରର ଜୀବ ବଞ୍ଚି ରହିଥାନ୍ତି । ପ୍ରକୃତିର ନିର୍ଜୀବ ଅଂଶଗୁଡ଼ିକ, ଯେପରି ମାଟି, ପଥର ଓ ଜଳ ଇତ୍ୟାଦି କେବଳ ପୃଷ୍ଠଭୂମି ନୁହେଁ, ସେଗୁଡ଼ିକ ଜୀବନର ବୃତ୍ତାନ୍ତର ରୂପରେଖ ପ୍ରଦାନ କରନ୍ତି ।

ଉଭିଦ, ପ୍ରାଣୀ ଓ ଅଣୁଜୀବ [Plants, animals and microorganisms]
ପୃଥ‌ିବୀ ଜୀବନରେ ପରିପୂର୍ଣ୍ଣ ଗଛ, ଗୁଳ୍ମ, ଘାସ ଠାରୁ ଆରମ୍ଭ କରି ପ୍ରାଣୀ, କୀଟପତଙ୍ଗ ଏବଂ ଖାଲି ଆଖ ଦେଖା ଯାଉ ନଥ‌ିବା କ୍ଷୁଦ୍ର ଜୀବ ପର୍ଯ୍ୟନ୍ତ ସମସ୍ତ ସଜୀବ ପ୍ରାଣୀ ଓ ସେମାନେ ବାସ କରୁଥିବା ସ୍ଥାନ, ଜଳ ଓ ବାୟୁ ଇତ୍ୟାଦି ମିଶି ଜୈବମଣ୍ଡଳ (biosphere) ଗଠନ କରନ୍ତି । ଯେଉଁଠାରେ ଜୀବ ବଞ୍ଚିବା ଓ ବୃଦ୍ଧି ପାଇଁ ନିଜ ପରିବେଶ ସହିତ ପାରସ୍ପରିକ କ୍ରିୟା କରିଥାଏ ।
ଜୀବମାନେ ପରସ୍ପର ଉପରେ ଓ ନିଜ ପରିବେଶ ଉପରେ ନିର୍ଭର କରନ୍ତି । ଉଭିଦମାନେ ଆଲୋକ ସଂଶ୍ଳେଷଣ ଦ୍ଵାରା ଖାଦ୍ୟ ପ୍ରସ୍ତୁତ କରନ୍ତି, ପ୍ରାଣୀମାନେ ଉଭିଦ କିମ୍ବା ଅନ୍ୟ ପ୍ରାଣୀକୁ ଖାଆନ୍ତି, ଏବଂ ବିଘଟନକାରୀମାନେ ମୃତ ପଦାର୍ଥକୁ ଭାଙ୍ଗି ପୋଷକତତ୍ତ୍ଵଗୁଡ଼ିକୁ ମାଟିକୁ ଫେରାଇ ଦିଅନ୍ତି । ପ୍ରକୃତି ଜୀବନକୁ ସହାୟତା କରିବା ପାଇଁ ଏକ ପ୍ରଣାଳୀ ଭାବରେ ଏକତ୍ର କାମ କରେ ।

Class 8 Science Chapter 13 Notes Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

ସନ୍ତୁଳନର ଗୁରୁତ୍ଵ [The Importance of Balance]
ପ୍ରକୃତି, ପାଣିପାଗ ଓ ଜୀବ ମଧ୍ୟରେ ଏକ ବିଶାଳ ସହଯୋଗ ପ୍ରକଳ୍ପ (teamwork project) ପରି ପୃଥ‌ିବୀ କାର୍ଯ୍ୟ କରିଥାଏ । ଏହା ଏକ ବିସ୍ତୃତ ଜୀବନ୍ତ ପ୍ରଣାଳୀ ଯେଉଁଠାରେ ସ୍ଥଳଭାଗ, ବାୟୁ, ଜଳ ଓ ସଜୀବ ବସ୍ତ ପରସ୍ପରକୁ ସହାୟତା ଓ ପ୍ରଭାବିତ କରନ୍ତି ।
ସାମାନ୍ୟ ପରିବର୍ତ୍ତନ ଯେପରି ଜଙ୍ଗଲ କାଟିବା, ବର୍ଷା, ମାଟି, ବାୟୁର ଗୁଣବତ୍ତା ମଧ୍ୟ ସେଠାରେ ବାସ କରୁଥିବା ପ୍ରାଣୀମାନଙ୍କୁ ପ୍ରଭାବିତ କରିପାରେ ।
ପୃଥ‌ିବୀରେ ଜୀବ କେବଳ ଗୋଟିଏ କାରଣରୁ ବଞ୍ଚେ ନାହିଁ, ବରଂ ବଞ୍ଚିବା ପାଇଁ ସବୁକିଛି ସନ୍ତୁଳିତ ଭାବରେ ଏକତ୍ର କାମ କରିବା ଦ୍ଵାରା ହୁଏ । ଏହି ସନ୍ତୁଳନ ହିଁ ଆମ ଗ୍ରହକୁ ବାସପଯୋଗୀ କରିଥାଏ ।

ଜୀବନକୁ ଲୋପ ହେବାରୁ କ’ଣ ରକ୍ଷା କରେ ? (What keeps Life From Disappearing ?)
ପ୍ରଜନନ କେବଳ ସମାନ ପ୍ରକାରର ଜୀବ ସୃଷ୍ଟି କରିବା ଠାରୁ ଅଧ‌ିକ କିଛି କରେ । ଏହା ପିତାମାତାଙ୍କଠାରୁ ସନ୍ତାନମାନଙ୍କୁ ହସ୍ତାନ୍ତରିତ ହେଉଥ‌ିବା ନିର୍ଦେଶଗୁଡ଼ିକରେ ସାମାନ୍ୟ ପରିବର୍ତ୍ତନ ପାଇଁ ମଧ୍ଯ ଅନୁମତି ଦିଏ । ବେଳେବେଳେ ଏହି ପରିବର୍ତ୍ତନଗୁଡ଼ିକୁ ଉଭିଦ କିମ୍ବା ପ୍ରାଣୀକୁ ନୂତନ ପରିବେଶରେ ଭଲ ଭାବରେ ବଞ୍ଚିବାରେ ସାହାଯ୍ୟ କରେ ।

ଉଦାହରଣସ୍ୱରୂପ, ସମୟ ସହିତ ଓଟମାନେ ମରୁଭୂମିରେ ଚର୍ବି ସଂରକ୍ଷଣ କରି ବଞ୍ଚିବା ପାଇଁ କୁଜ ବିକଶିତ କଲେ । ଏପରି କି ଅଣୁଜୀବମାନେ ମଧ୍ୟ ବିବର୍ତ୍ତିତ (evolved) ହୁଅନ୍ତି । କେତେକ ଜୀବ ଣୁ ପ୍ରତି ଜୀବ କ (ଆଣ୍ଟିବାୟୋଟିକ୍) ପ୍ରତିରୋଧୀ ହୋଇଥାନ୍ତି ଯାହା ସେମାନଙ୍କୁ ବଞ୍ଝାରେ ସାହାଯ୍ୟ କରେ । ଅନେକ ପିଢ଼ି ଧରି ଏହିପରି ପରିବର୍ତ୍ତନଗୁଡ଼ିକ ନୂତନ ବିଶେଷତ୍ଵ କିମ୍ବା ଏପରିକି ସମ୍ପୂର୍ଣ୍ଣ ନୂତନ ପ୍ରକାରର ଜୀବମାନଙ୍କ ସୃଷ୍ଟି କରିପାରେ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 7
ବାଛୁରୀରୁ ଗାଈ ବିକାଶ

ତେଣୁ, ପ୍ରଜନନ କେବଳ ପ୍ରତ୍ୟେକ ଜୀବର ପ୍ରକାରକୁ ସମାନ ରଖେ ନାହିଁ, ବରଂ ଜୀବନକୁ ପରିବର୍ତ୍ତନ ସହ ଖାପ ଖୁଆଇ ନୂତନ ରୂପରେ ବିବର୍ତ୍ତିତ ହେବାରେ ସାହାଯ୍ୟ କରେ ।

ସମାନ ପ୍ରକ୍ରିୟା କିପରି ଉଭୟ ସମାନତା (Similarity) (ଏକ ପ୍ରାଣୀ ନିଜ ପରି ଜୀବ ଜନ୍ମ ଦିଏ, ଯେପରି ଗାଈ ବାଛୁରୀ ଜନ୍ମ ଦିଏ) ଏବଂ ବିଭିନ୍ନତା (variation) (ସମାନ ପ୍ରକାରର ଦୁଇ ବ୍ୟକ୍ତିର ରଙ୍ଗ ଓ ଉଚ୍ଚତାରେ ପାର୍ଥକ୍ୟ ପରି ବିଭିନ୍ନ ଗୁଣଧର୍ମ ଦେଖାଏ ।)

ଏହା ଏକ ଆକର୍ଷଣୀୟ ପ୍ରହେଳିକା । ଦୁଇ ପ୍ରକାରର ପ୍ରଜନନ ପ୍ରକ୍ରିୟା ଅଛି- ଗୋଟିଏରେ ଛୁଆମାନେ ନିଜ ପିତାମାତାଙ୍କ ପରି ପ୍ରାୟ ସମାନ ହୁଅନ୍ତି ଏବଂ ଅନ୍ୟଟିରେ ସେମାନେ ନିଜ ପିତାମାତାଙ୍କଠାରୁ ଟିକିଏ ଅଲଗା ଦେଖାଯାଆନ୍ତି ।

ଅଲିଙ୍ଗୀ ଜନନରେ (asexual reproduction) ଗୋଟିଏ ଜୀବ ନୂତନ ଜୀବ ସୃଷ୍ଟି କରନ୍ତି ଯାହା ନିଜର ଠିକ୍ ନକଲ (କୋଷ ଭିତରେ ଥିବା ନିର୍ଦେଶଗୁଡ଼ିକ ଦୃଷ୍ଟିରୁ ଠିକ୍) ।

ଲିଙ୍ଗୀୟ ଜନ (sexual r eproduction)ରେ ଦୁଇ ପିତାମାତାଙ୍କର ଜିନ ମିଶି ସନ୍ତାନ ସୃଷ୍ଟି କରେ ଯାହା ପିତା କିମ୍ବା ମାତାଙ୍କ ପରି ସମ୍ପୂର୍ଣ୍ଣ ସମାନ ନୁହେଁ । ସେମାନେ ଉଭୟ ପିତାମାତାଙ୍କ ସହିତ କିଛି ଗୁଣ ଅଂଶୀଦାର କରନ୍ତି, କିନ୍ତୁ ପାର୍ଥକ୍ୟ ମଧ୍ଯ ଥାଏ । ଉପଯୋଗୀ ବିଶେଷତ୍ଵଗୁଡ଼ିକ ଜାରି ରଖୁବାରେ ସାହାଯ୍ୟ କରିବା ସହିତ ଏହି ମିଶ୍ରଣ ନୂତନ ଗୁଣ ଦେଖାଯିବାକୁ ଅନୁମତି ଦିଏ । ଅନେକ ପିଢ଼ି ଧରି ଏହି ସାମାନ୍ୟ ପାର୍ଥକ୍ୟଗୁଡ଼ିକ ମିଶି ବଡ଼ ପାର୍ଥକ୍ୟ ହୋଇପାରେ, ଏପରିକି ନୂତନ ଜୀବ ସୃଷ୍ଟି କରେ ।

ଅଲିଙ୍ଗୀ ଜନନ (Asexual reproduction)
ଅନେକ ଉଭିଦ ପ୍ରଜନନ କରିପାରନ୍ତି ନାହିଁ, ସେତେବେଳେ ଉଭିଦର ଯେକୌଣସି ଅଂଶ-ପତ୍ର, କାଣ୍ଡ କିମ୍ବା ମୂଳ ମାଟିରେ ରୋପଣ କରାଯାଏ । ଏହି ପ୍ରକାରର ପ୍ରଜନନକୁ କାୟିକ ପ୍ରଜନନ (vegetative propagation) କୁହାଯାଏ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 8
କ। ୟି କ ପ୍ରବର୍ଷ ନ (କ-ଆଳୁ,ଖ –ଅଦା)

କେବଳ ଉଭିଦ ନୁହେଁ-ଅଣୁଜୀବ ଓ ସରଳ ପ୍ରାଣୀମାନେ ମଧ୍ୟ ଅଲିଙ୍ଗୀ ପ୍ରଣାଳୀରେ ଜନନ କରନ୍ତି । ଉଦାହରଣସ୍ୱରୂପ, ବୀଜାଣୁ ଓ ଏମିବା ଭଳି ଏକକୋଷୀ ଜୀବ ଦୁଇଟି ସମାନ ଭାଗରେ ବିଭାଜିତ ହୁଅନ୍ତି । ଶୈବାଳ ଭଳି କେତେକ ବହୁକୋଷୀ ଜୀବ ଶରୀର ଅଂଶରୁ ପୁନଃ ବୃଦ୍ଧି ପାଇପାରନ୍ତି । ହାଇଡ୍ରା, ଅନ୍ୟ ଏକ ସରଳ ପ୍ରାଣୀ ନିଜ ଶରୀରରେ କ୍ଷୁଦ୍ର ଅଙ୍କୁର ବୃଦ୍ଧି କରେ, ଯାହା ଭାଙ୍ଗି ନୂତନ ଜୀବନରେ ବୃଦ୍ଧି ପାଏ । ପ୍ଲାନାରିଆ, ଏକ ପ୍ରକାର ଚେପଟା କୃମି (flat worm) ନିଜ ଶରୀରର କେବଳ ଏକ ଛୋଟ ଖଣ୍ଡରୁ ପୁନଃ ବୃଦ୍ଧି ପାଇପାରେ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 9
ପ୍ଲାନାରିଆ

ଲିଙ୍ଗୀୟ ଜନନ (Sexual Reproduction)
ଉଭୟ ପିତା ଓ ମାତା ସେମାନେ ନୂତନ ଜୀବନରେ ଏହା ହୋଇ ନଥାଏ, କାରଣ ପିତାମାତା ସ୍ଵତନ୍ତ୍ର କୋଷ ସୃଷ୍ଟି କରନ୍ତି ଯାହାକୁ ଯୁଗ୍ମକ କୁହାଯାଏ ଓ ଏଗୁଡ଼ିକ ପିତାମାତାଙ୍କର ଅର୍ଦ୍ଧେକ ଗୁଣସୂତ୍ର ବହନ କରନ୍ତି । ପ୍ରଜନନ ପାଇଁ ସ୍ଵତନ୍ତ୍ର କୋଷ (Special cells for reproduction)

ଉଭୟ ପିତା ଓ ମାତା ସେମାନେ ନୂତନ ଜୀବନ ପାଇଁ ଜିନୀୟ ପଦାର୍ଥ ପ୍ରଦାନ କରିଥାନ୍ତି । କାରଣ ପିତାମାତା ସ୍ୱତନ୍ତ୍ର କୋଷ ସୃଷ୍ଟି କରନ୍ତି, ଯାହାକୁ ଯୁଗ୍ମକ (gametes) କୁହାଯାଏ ଓ ଏଗୁଡ଼ିକ ପିତାମାତାଙ୍କ ଅର୍ଦ୍ଧେକ ଗୁଣସୂତ୍ର ବହନ କରନ୍ତି । ପୁରୁଷ ଓ ସ୍ତ୍ରୀ ଯୁଗ୍ମକ ଗୁଡ଼ିକର ମିଳନ ହୋଇ ସମ୍ପୂର୍ଣ୍ଣ ଜିନୀୟ ସଙ୍କେତ ସହ ଏକ ନୂତନ କୋଷ ସୃଷ୍ଟି ହୁଏ । ଯେଉଁଥରେ ପିତା ଓ ମାତା ପ୍ରତ୍ୟେକଙ୍କ ଠାରୁ ଅର୍ଦ୍ଧେକ ଗୁଣସୂତ୍ର ଆସିଥାଏ । ଛୁଆ ମାନେ ନିଜ ପିତା କିମ୍ବା ମାତାଙ୍କ ପରି ସମ୍ପୂର୍ଣ୍ଣ ସମାନ ଦେଖାଯାଆନ୍ତି ନାହିଁ । ଏପରିକି ଗୋଟିଏ ପରିବାରର ଭାଇ ଭଉଣୀ ପରସ୍ପର ଠାରୁ ଅଲଗା ହୋଇ ଯାଇଥାନ୍ତି । କାରଣ ପ୍ରତ୍ୟେକ ଶିଶୁ ଯୁଗ୍ମକ ମାଧ୍ୟମରେ ଉଭୟ ପିତାମାତାଙ୍କଠାରୁ ଅର୍ଦ୍ଧେକ ଜିନୀୟ ପଦାର୍ଥ ଆସି ମିଳିଥିବାର ସୂଚନା ମିଳିଥାଏ ।

ଉଭିଦମାନଙ୍କର ଲିଙ୍ଗୀୟ ଜନନ (Sexual reproduction in plants)
ଉଭିଦଗୁଡ଼ିକ ପୁରୁଷ ଓ ସ୍ତ୍ରୀ ଯୁଗ୍ମକ ଫୁଲର ବିଭିନ୍ନ ଅଂଶରେ ଦେଖାଯାଏ । ଫୁଲର ପରାଗ କୋଷ ଭିତରେ ଥ‌ିବା ପରାଗ ରେଣୁ ହେଉଛି ପୁ-ଯୁଗ୍ମକ ଏବଂ ଫୁଲର ବେଶୀ ଭିତରକୁ ଥିବା ଜାୟକ (ovules) ହେଉଛି ସ୍ବ- ଯୁଗ୍ମକ ।
ପରାଗ ରେଣୁ ପବନ, କୀଟପତଙ୍ଗ କିମ୍ବା ପ୍ରାଣୀମାନଙ୍କ ଦ୍ଵାରା ଅନ୍ୟ ଫୁଲକୁ ଯାଇଥାଏ, ଏହି ପ୍ରକ୍ରିୟାକୁ ପରାଗ ସଙ୍ଗମ (pollination) କୁହାଯାଏ ।

ଯେତେବେଳେ ପୁରୁଷ ଓ ସ୍ତ୍ରୀ ଯୁଗ୍ମକ ମିଶେ, ଏହାକୁ ସମାୟନ (fertilization) କୁହାଯାଏ । ଏହା ଏକ ଯୁଗ୍ମଜ (zygote) ଗଠନ କରେ ଯାହା ମଞ୍ଜିରେ ପରିଣତ ହୁଏ । ଜାୟକ ଚାରିପଟେ ଫୁଲର ମାଂସଳ ଅଂଶ ଫଳ (fruit)ରେ ବିକଶିତ ହୁଏ ।

ଉଭିଦ ମା ନ ଙ୍କ ର ବଂଶ ବିସ୍ତାର ବିଭିନ୍ନ ଉପାୟରେ ମଧ୍ଯ ହୋଇଥାଏ । ଯେତେବେଳେ ପକ୍ଷୀ କିମ୍ବା ପ୍ରାଣୀମାନେ ଫଳ ଖାଆନ୍ତି, ମଞ୍ଜିଗୁଡ଼ିକ ପ୍ରାୟତଃ ମୂଳ ଉଦ୍ଭଦଠାରୁ ଦୂରରେ ପଡ଼ିଥାଏ । ସେହିଭଳି ଏକ ବର ଫଳ ଖାଇ ମଳତ୍ୟାଗ କରିଥିବା ପକ୍ଷୀ ଦ୍ଵାରା ଏହାର ମଞ୍ଜି ପଡ଼ି ଯାଇ ବର୍ଷା ପରେ କାନ୍ଥର ଫାଟରେ ଅଙ୍କୁରିତ ହୋଇପାରେ । ଯେତେବେଳେ ମଞ୍ଜି ଜଳ ପାଏ ତାହା ସଂରକ୍ଷିତ ପୋଷକ ତତ୍ତ୍ଵ ବ୍ୟବହାର କରି ମୂଳ ଓ କାଣ୍ଡ ବୃଦ୍ଧି କରିଥାଏ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 10
ଫୁଲ

ପ୍ରାଣୀମାନଙ୍କର ଲିଙ୍ଗୀୟ ଜନନ (Sexual Reproduction in Animals)
ପ୍ରାଣୀମାନଙ୍କର ଯୁଗ୍ମକଗୁଡ଼ିକୁ ଶୁକ୍ରାଣୁ (ପୁରୁଷ) ଓ ଡିମ୍ବାଣୁ (ସ୍ତ୍ରୀ) କୁହାଯାଏ । ସମାୟନ ଜଳରେ ମଧ୍ୟ ହୋଇପାରେ, ଉଦାହରଣସ୍ୱରୂପ ପୁରୁଷ ଓ ମାଈ ମାଛ କିମ୍ବା ବେଙ୍ଗ ଯଥାକ୍ରମେ ଶୁକ୍ରାଣୁ ଓ ଡିମ୍ବାଣୁକୁ ଜଳରେ ଛାଡ଼ନ୍ତି, ଯେଉଁଠାରେ ସେଗୁଡ଼ିକ ମିଶି ଯୁଗ୍ମଜ ଗଠନ କରନ୍ତି । ଏହି ପ୍ରାଣୀମାନଙ୍କଠାରେ ଯୁଗ୍ମଜର, ଭୃଣ (embryo)ରେ ବିକାଶ ମଧ୍ୟ ଜଳରେ ଘଟେ ପକ୍ଷୀ ଓ ମଣିଷ ସମେତ ଅନ୍ୟାନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ, ଶୁକ୍ରାଣୁ ସ୍ତ୍ରୀ ଶରୀରେ ଥ‌ିବା ଡିମ୍ବାଣୁ ଆଡ଼କୁ ସନ୍ତରଣ କରେ ସେତେବେଳେ ସମାୟନ ହୁଏ । ଏହା ପରେ ପକ୍ଷୀ ଓ ସ୍ତନ୍ୟପାୟୀ ପ୍ରାଣୀମାନେ ବିଭିନ୍ନ ପ୍ରକ୍ରିୟା ଅନୁସରଣ କରନ୍ତି ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 11
ଶୁକ୍ରାଣୁ କୋଷ ଯୁଗ୍ମଜ ଗଠନ

ମାଈ ପକ୍ଷୀ ହିଁ ସମାୟନରୁ ଉତ୍ପନ୍ନ ଅଣ୍ଡା (ଯୁଗ୍ମଜ) ଦେଇଥାଏ, ଏହାପରେ ଅଣ୍ଡା ଫୁଟିବା (hatching) ପ୍ରକ୍ରିୟା ସମୟରେ ଯୁଗ୍ମଜ ଭ୍ରୁଣରୂପ (embryo)ରେ ବିକଶିତ ହୋଇଥାଏ । ଅଣ୍ଡା ଫୁଟିବା ପ୍ରକ୍ରିୟାରେ ବିକଶିତ ହେଉଥ‌ିବା ଭ୍ରୂଣ ପାଇଁ କେତେ ଖାଦ୍ୟ ଆବଶ୍ୟକ ପଡ଼ିବ, ମାଈ ଜୀବଟିଏ ଏହି ଖାଦ୍ୟ ରଖୁଥାଏ ଯାହା ଭ୍ରୂଣଟିକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇଥାଏ ।

ଅଧିକାଂଶ ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ ଯୁଗ୍ମଜରୁ ଭ୍ରୂଣର ବିକାଶ ସ୍ତ୍ରୀ ଶରୀର ଭିତରେ ଘଟେ । ଛୁଆ ଜନ୍ମ ପର୍ଯ୍ୟନ୍ତ ବଢ଼ିବା ପାଇଁ ଆବଶ୍ୟକ ସମସ୍ତ ଖାଦ୍ୟ ଓ ଅମ୍ଳଜାନ ମା’ର ଶରୀର ଯୋଗାଇଥାଏ ।

ପୃଥ‌ିବୀରେ ଜୀବ ପାଇଁ କ’ଣ ବିପଦ ? [What are the Threats to Life on Earth]
ପୃଥ‌ିବୀରେ ଜୀବନ ସଜୀବ ଓ ନିର୍ଜୀବ ଜୀବର ଏକ ସୂକ୍ଷ୍ମ ସନ୍ତୁଳନ ଉପରେ ନିର୍ଭର କରେ । କିନ୍ତୁ ମଣିଷର କାର୍ଯ୍ୟ ଏହି ସନ୍ତୁଳନକୁ ନଷ୍ଟ କରିଚାଲିଛି । ବିଶ୍ୱ ତାପମାତ୍ରା, ଅମ୍ଳଜାନ ସ୍ତର କିମ୍ବା ଓଜୋନ ସ୍ତରରେ ସାମାନ୍ୟ ପରିବର୍ତ୍ତନ ସବୁଠାରୁ ବଡ଼ ପରିବେଶଗତ ଆହ୍ୱାନ ମଧ୍ୟ ଜୀବନକୁ ବିପଦରେ ପକାଇପାରେ । ଆମେ ସମ୍ମୁଖୀନ ହେଉଥ‌ିବା ହେଉଛି ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ନଷ୍ଟ ଓ ପ୍ରଦୂଷଣ-ଯାହାକୁ ତ୍ରିଗୁଣ ଗ୍ରହୀୟ ସଙ୍କଟ କୁହାଯାଏ ।

କୋଇଲା ଓ ତେଲ ଭଳି ଜୀବାଶ୍ମ ଇନ୍ଧନ ଜାଳିବା ଦ୍ଵାରା ଅଙ୍ଗାରକାମ୍ଳ ଓ ମିଥେନ ଭଳି ସବୁଜକୋଠରୀ ଗ୍ୟାସ ନିର୍ଗତ ହୁଏ । ଏଗୁଡ଼ିକ ବାୟୁମଣ୍ଡଳରେ ଆହୁରି ଅଧ‌ିକ ଉତ୍ତାପ ଧରି ରଖେ ଯାହା ବିଶ୍ଵ ଉଷ୍ମାୟନର କାରଣ ହୁଏ ।

ସାଧାରଣତଃ, ପୃଥ‌ିବୀ ଏକ ସନ୍ତୁଳନ ରଖେ କାରଣ ଗଛ, ଉଭିଦ, ଏପରିକି କ୍ଷୁଦ୍ର ସାମୁଦ୍ରିକ ପ୍ଳାଙ୍କଟନମାନେ ବୃଦ୍ଧି ପାଇଁ ଅଙ୍ଗାରକାମ୍ଳ ଶୋଷଣ କରନ୍ତି । କିନ୍ତୁ ଯେତେବେଳେ ଆମେ ଜୀବାଶ୍ମ ଇନ୍ଧନ ଜାଳୁ, ଆମେ ଅତିରିକ୍ତ କାର୍ବନ ନିର୍ଗତ କରୁ ଯାହା କୋଟି କୋଟି ବର୍ଷ ଧରି ଭୂମି ତଳେ ବନ୍ଦ ହୋଇ ରହିଥିଲା । ପୃଥ‌ିବୀ ଏହାକୁ ଅତି ଶୀଘ୍ର ଶୋଷଣ କରିପାରେ ନାହିଁ, ତେଣୁ ଉତ୍ତାପ ବୃଦ୍ଧି ପାଏ ।

ତାପମାତ୍ରାରେ ସାମାନ୍ୟ ବୃଦ୍ଧି ମଧ୍ଯ ବରଫ ତରଳାଇପାରେ, ସମୁଦ୍ର ପତ୍ତନ ବୃଦ୍ଧି କରିପାରେ ଯାହା ଅନେକ ଉପକୂଳବର୍ତ୍ତୀ ସହରକୁ ବନ୍ୟାଗ୍ରସ୍ତ କରିପାରେ, ପାଗର ପରିବର୍ତ୍ତନ ହେବାର ପରିସ୍ଥିତି ସୃଷ୍ଟି ଏବଂ ଅନେକ ଉଭିଦ ଓ ପ୍ରାଣୀ ଲୋପ ହେବାର କାରଣ ହୋଇପାରେ । ତାପମାତ୍ରା, ବର୍ଷା ଓ ପାଗ ପ୍ରଭୃତିରେ ଏହି ଦୀର୍ଘମିଆଦୀ ପରିବର୍ତ୍ତନଗୁଡ଼ିକୁ ଜଳବାୟୁ ପରିବର୍ତ୍ତନ (Climate change) କୁହାଯାଏ ।

ଯେତେବେଳେ ପ୍ରାକୃତିକ ବାସସ୍ଥାନ ନଷ୍ଟ ହୋଇଯାଏ, ଉଭିଦ ଏବଂ ପ୍ରାଣୀମାନେ ଲୋପ ପାଇଯାଇପାରନ୍ତି, ଯାହା ପରିସଂସ୍ଥାକୁ ବିପର୍ଯ୍ୟସ୍ତ କରିଦିଏ । ଉଦାହରଣସ୍ୱରୂପ, ଯଦି ଘାସ ଲୋପ ପାଏ, ହରିଣ କିମ୍ବା ଝିଣ୍ଟିକା ଭଳି ସେଗୁଡ଼ିକୁ ଖାଉଥ‌ିବା ଜୀବମାନେ ବଞ୍ଚିବା ପାଇଁ ସଂଘର୍ଷ କରନ୍ତି ଏବଂ ତୃଣଭୋଜୀ ପ୍ରାଣୀ ବିନା ବାଘ କିମ୍ବା କୋକିଶିଆଳ ଭଳି ଶିକାରୀମାନେ ମଧ୍ୟ ନିଜର ଖାଦ୍ୟ ହରାନ୍ତି । ପ୍ରତ୍ୟେକ ପ୍ରକାରର ଜୀବନ୍ତ ପ୍ରାଣୀର ଏକ ଭୂମିକା ଅଛି ଏବଂ କିଛି ପ୍ରକାର ଜୀବ ହରାଇବା ଦ୍ଵାରା ଜୀବନକୁ ଧାରଣ କରିବା ନିମିତ୍ତ ପ୍ରକୃତିର କ୍ଷମତା ଦୁର୍ବଳ ହୋଇଯାଏ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 12
ବାୟୁ ପ୍ରଦୂଷଣ

ପ୍ରଦୂଷଣ ଏସବୁ ସମସ୍ୟାକୁ ବଢ଼ାଇଥାଏ । କାରଖାନା, ଯାନବାହାନ ଓ ଇନ୍ଧନ ଜ୍ଵଳନରୁ ହେଉଥ‌ିବା ବାୟୁ ପ୍ରଦୂଷଣ ଉଭୟ ମଣିଷ ଓ ପ୍ରକୃତିର କ୍ଷତି କରେ । ଏହା ଶ୍ଵାସକ୍ରିୟାରେ ସମସ୍ୟା ସୃଷ୍ଟି କରିପାରେ, ଫସଲକୁ କ୍ଷତି କରିପାରେ ଏବଂ କୁହୁଡ଼ି ଓ ଅମ୍ଳ ବର୍ଷା (acid rain) ର କାରଣ ହୋଇପାରେ । ଜଳବାୟୁ ପରିବର୍ତ୍ତନ ଫସଲ ବୃଦ୍ଧି ଓ ଜଳଯୋଗାଣ ଠାରୁ ଆରମ୍ଭ କରି ବନ୍ୟଜନ୍ତୁ ବାସସ୍ଥଳ ଓ ମାନବ ସ୍ଵାସ୍ଥ୍ୟ ପର୍ଯ୍ୟନ୍ତ ସବୁକିଛିକୁ ପ୍ରଭାବିତ କରେ ।

Class 8 Science Chapter 13 Notes Odia Medium ଆମ ପୃଥିବୀ: ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ

ପୃଥ‌ିବୀରେ ଜୀବନକୁ ସୁରକ୍ଷା ଦେବାପାଇଁ ଆମକୁ ପ୍ରଦୂଷଣ କମାଇବା, ନିର୍ମଳ ଶକ୍ତି (clean energy) ବ୍ୟବହାର କରିବା ଏବଂ ବୁଦ୍ଧିମତାର ସହ ନିଷ୍ପତ୍ତି ନେବାକୁ ପଡ଼ିବ ।

ପରସ୍ପର ସହ ନିର୍ଭରଶୀଳ ପ୍ରାକୃତିକ ବ୍ୟବସ୍ଥାର ସହାୟତାରେ ଏକ ସୂକ୍ଷ୍ମ ସନ୍ତୁଳନ ଦ୍ଵାରା ପୃଥିବୀରେ ଜୀବନ ସମୃଦ୍ଧି ହୁଏ । ତଥାପି, ଏହି ସନ୍ତୁଳନ ମାନବର କାର୍ଯ୍ୟକଳାପ ଦ୍ଵାରା ଦିନକୁ ଦିନ ବିପଦଗ୍ରସ୍ତ ହେଉଛି । ଉଦାହରଣ ସ୍ଵରୂପ, ବାୟୁରେ ଅମ୍ଳଜାନର ପରିମାଣ ଅଳ୍ପ ବା ଅଧୁକ କିମ୍ବା ପୃଥ‌ିବୀର ତାପମାତ୍ରା କମ୍ ବା ଅଧିକ, କିମ୍ବା ବାୟୁମଣ୍ଡଳରେ ଓଜୋନର ମାତ୍ରା କମ୍ ହେବା ଦ୍ଵାରା ପୃଥୁବରେ ଜୀବନକୁ ବିପଦରେ ପଡ଼ିପାରେ ।

ଜଳ ଓ ମୃତ୍ତିକା ପ୍ରଦୂଷଣ ଜୀବନ ପାଇଁ ଗମ୍ଭୀର ବିପଦ । କାରଖାନା, କୃଷି ଓ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଜଳଜୀବନର କ୍ଷତି କରେ ଏବଂ ଜଳକୁ ଅସୁରକ୍ଷିତ କରେ । ଅତ୍ୟତ୍ଵିକ ସାର ଓ ଅନୁପଯୁକ୍ତ ଆବର୍ଜନା ପରିଚାଳନା ପ୍ରକ୍ରିୟା ମାଟିକୁ ପ୍ରଦୂଷିତ କରେ, ଫସଲର ଉତ୍ପାଦନ ହ୍ରାସ କରେ ଏବଂ ଖାଦ୍ୟ ଶୃଙ୍ଖଳ ମାଧ୍ୟମରେ କ୍ଷତିକାରକ ପଦାର୍ଥ ବିସ୍ତାର କରେ । ସେଗୁଡ଼ିକୁ ସୁରକ୍ଷା ଦେବା ପାଇଁ ଉତ୍ତମ ଆବର୍ଜନା ପରିଚାଳନା ଓ ବ୍ୟବହାର୍ଯ୍ୟ କୃଷି ପଦ୍ଧତି ଆବଶ୍ୟକ ।
Class 8 Science Chapter 13 Notes Odia Medium ଆମ ପୃଥିବୀ ଜୀବନଧାରଣକାରୀ ଏକ ଅନ୍ୟନ୍ୟ ଗ୍ରହ 13
ଜଳ ପ୍ରଦୂଷଣ

ପୃଥ‌ିବୀର ଜଳମଣ୍ଡଳ, ଜୈବମଣ୍ଡଳ, ବାୟୁମଣ୍ଡଳ ଓ ଭୂମଣ୍ଡଳ ପରସ୍ପର ସଂଯୁକ୍ତ ହୋଇଥିବାରୁ ଗୋଟିକରେ କ୍ଷତି ହେଲେ ତାହା ଅନ୍ୟଗୁଡ଼ିକୁ ପ୍ରଭାବିତ କରିପାରେ ।
ବିବିଧ ପରିସଂସ୍ଥା ଅଧ୍ବକ ଶକ୍ତିଶାଳୀ ଏବଂ ସନ୍ତୁଳିତ ହୋଇଥ‌ିବାରୁ ଜୈବ ବିବିଧତାକୁ ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । ପ୍ରାକୃତିକ ସମ୍ପଦଗୁଡ଼ିକୁ ସ୍ଥାୟୀ ଭାବରେ ବ୍ୟବହାର କରିବାରେ ସ୍ଥାନୀୟ ସମ୍ପ୍ରଦାୟ ଏକ ବଡ଼ ଭୂମିକା ଗ୍ରହଣ କରିପାରିବେ ।

ଆମେ ଯାହା ଜାଣିଲୁ

  • ପୃଥ‌ିବୀ ସୌରଜଗତର ଏକ ଅନନ୍ୟ ଗ୍ରହ କାରଣ ଏହା ଜୀବନକୁ ଧାରଣ କରେ ।
  • ପୃଥ‌ିବୀ ସୂର୍ଯ୍ୟଠାରୁ ଏପରି ଦୂରତାରେ ପରିକ୍ରମା କରେ ଯେଉଁଠାରେ ତାପମାତ୍ରା ଅତ୍ୟଧ୍ଵ ଗରମ କିମ୍ବା ଥଣ୍ଡା ନୁହେଁ, ଏହା ଜଳକୁ ତରଳ ରୂପରେ ରହିବାକୁ ସାହାଯ୍ୟ କରେ । ଏହି ଅଞ୍ଚଳକୁ ବାସଯୋଗ୍ୟ ଅଞ୍ଚଳ କୁହାଯାଏ ।
  • ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ପ୍ରାୟ ବୃତ୍ତାକାର କକ୍ଷପଥରେ ପରିକ୍ରମା କରେ ଯାହା ନିଶ୍ଚିତ କରେ ଯେ ବର୍ଷର କୌଣସି ସମୟରେ ପୃଥ‌ିବୀ ଅତ୍ୟଧ୍ଵ ଗରମ କିମ୍ବା ଥଣ୍ଡା ହୁଏ ନାହିଁ ।
  • ପୃଥ‌ିବୀର ମାଧ୍ୟାକର୍ଷଣ ବଳ ଅତି କମ୍ ହୋଇଥିବାରୁ ବାୟୁମଣ୍ଡଳକୁ ମହାକାଶକୁ ପଳାଇ ଯିବାକୁ ଦେଇ ନଥାଏ । ଏହା ମଧ୍ୟ ଏତେ ଅଧିକ ନୁହେଁ ଯେ ପ୍ରାଣୀମାନେ ନିଜ ଓଜନ ଦ୍ଵାରା ଚାପି ହୋଇଯାଆନ୍ତି ।
  • ବାୟୁମଣ୍ଡଳରେ ଓଜୋନର ଉପସ୍ଥିତି କ୍ଷତିକାରକ ଅତିବାଇଗଣୀ ରଶ୍ମିକୁ ପୃଥ‌ିବୀ ପୃଷ୍ଠରେ ପହଞ୍ଚିବାକୁ ବାରଣ କରେ ।
  • ପୃଥ‌ିବୀର ଚୁମ୍ବକୀୟ କ୍ଷେତ୍ର ଏହାକୁ ଉଚ୍ଚ ଶକ୍ତିସଂପନ୍ନ କଣିକାଗୁଡ଼ିକରୁ ରକ୍ଷା କରେ ନଚେତ୍ ଏହା ପୃଥ‌ିବୀକୁ ଆଘାତ କରି ଜୀବନ ନଷ୍ଟ କରିପାରେ ।
  • ବାୟୁମଣ୍ଡଳ, ଜଳମଣ୍ଡଳ, ଭୂମଣ୍ଡଳ ଏବଂ ଜୈବମଣ୍ଡଳ ପାରସ୍ପରିକ କ୍ରିୟା କରି ପୃଥ‌ିବୀରେ ଜୀବନ ସଂଚାରଣ କରନ୍ତି ।
  • ପୃଥ‌ିବୀରେ ଜୀବନର ନିରନ୍ତରତା ସୁନିଶ୍ଚିତ କରିବା ପାଇଁ ପ୍ରଜନନ ଅତ୍ୟାବଶ୍ୟକ ।
  • ପ୍ରଜନନ ଅଲିଙ୍ଗୀ କିମ୍ବା ଲିଙ୍ଗୀୟ ହୋଇପାରେ ।
  • ଅଲିଙ୍ଗୀ ପ୍ରଜନନ ପରବର୍ତ୍ତୀ ପୀଢ଼ିରେ ନୂତନ ବିଶେଷତ୍ଵ ଦେଖାଯିବା ପାଇଁ ଦାୟୀ ।
  • ପ୍ରାଣୀମାନଙ୍କ ଠାରେ, ଶରୀର ଭିତରେ କିମ୍ବା ବାହାରେ ଯୁଗଜର ଭ୍ରୂଣରେ ବିକାଶ ଘଟେ ।
  • ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ହ୍ରାସ ଓ ପ୍ରଦୂଷଣ ପୃଥ‌ିବୀରେ ଜୀବନକୁ ବିପଦଗ୍ରସ୍ତ କରୁଛି । ଏକତ୍ର, ଏହି ଆହ୍ଵାନଗୁଡ଼ିକ ତ୍ରୈକଗ୍ରହୀୟ ସଙ୍କଟ (triple planetary crisis) ଭାବରେ ଜଣାଶୁଣା ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Go through Class 8 Social Science Solutions Odia Medium and Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ to understand textbook questions more clearly.

8th Class Social Science Chapter 7 Question Answer Odia Medium

Class 8 Social Science Chapter 7 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ଉତ୍ପାଦନର କାରକଗୁଡ଼ିକ ପରସ୍ପରଠାରୁ କିପରି ଭିନ୍ନ ଅଟନ୍ତି ? ତୁମ ବହି ଅନ୍ତର୍ଗତ ପ୍ରଦତ୍ତ ପ୍ରଶ୍ନରେ ଉତ୍ପାଦନର କାରକଗୁଡ଼ିକୁ ବର୍ଗୀକରଣ କରିବାରେ ତୁମେ କେଉଁ ଅସୁବିଧାର ସମ୍ମୁଖୀନ ହେଉଛ ?
Answer:
(i) ଭୂମି, ପୁଞ୍ଜି, ଶ୍ରମ, ଉଦ୍ୟୋଗିକୀ ଏବଂ ପ୍ରଯୁକ୍ତିବିଦ୍ୟା ଇତ୍ୟାଦି ଦ୍ରବ୍ୟ ଉତ୍ପାଦନପାଇଁ ନିହାତି ଆବଶ୍ୟକ ।

(ii) ଉତ୍ପାଦନର ପ୍ରକାର ଉପରେ ନିର୍ଭରକରି ପ୍ରତ୍ୟେକ କାରକର ବ୍ୟବହାର ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ସେଗୁଡ଼ିକ ବିଭିନ୍ନ ଅନୁପାତର କାର୍ଯ୍ୟ କରିଥା’ନ୍ତି ।

(iii) ଉତ୍ପାଦନର କାରକଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ମିଳିନଥାଏ । ଏହା ବିଭିନ୍ନ ଭୌଗୋଳିକ ସ୍ଥାନମାନଙ୍କରେ ଉପଲବ୍ଧ ହୋଇଥାଏ ।

(iv) ଏଣୁ ଭୌଗୋଳିକ ଆନ୍ତଃସଂଯୁକ୍ତତା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବିଭିନ୍ନ କାରକ ଯୋଗାଇଥା’ନ୍ତି । ତଥାପି ଉତ୍ପାଦନ କାର୍ଯ୍ୟକଳାପ କେତେକ ସମୟରେ ଗୁରୁତର “ଯୋଗାଣ ଶୃଙ୍ଖଳ (supply chain) ସମସ୍ୟାର ସମ୍ମୁଖୀନ ହୋଇଥାଏ ।

(v) ଯୋଗାଣ ଶୃଙ୍ଖଳ ସାମଗ୍ରୀର ଉତ୍ପାଦନ ଓ ବିକ୍ରୟ ସହ ଜଡ଼ିତ । ଏହା ବ୍ୟକ୍ତି, ସଙ୍ଗଠନ, ସମ୍ବଳ, କାର୍ଯ୍ୟକଳାପ ଓ ପ୍ରଯୁକ୍ତି ବିଦ୍ୟାର ଏକ ସାମୂହିକ ଜାଲକ ।

Question 2.
ମାନବ ପୁଞ୍ଜି ଭୌତିକ ପୁଞ୍ଜିଠାରୁ କିପରି ଭିନ୍ନ ?
Answer:
(i) ମାନବ ପୁଞ୍ଜି ଭୌତିକ ପୁଞ୍ଜିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

(ii) ଯେଉଁ ଦେଶରେ ମାନବ ପୁଞ୍ଜି ସୁଦୃଢ଼ ସେ ଦେଶ ସେତେ ଉନ୍ନତ ହୋଇଥାଏ । ଏହି ପୁଞ୍ଜି ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ, ତାଲିମ ଓ ଦକ୍ଷତା ଓ କାରିଗରୀ ଜ୍ଞାନକୌଶଳ ଉପରେ ନିର୍ଭର କରିଥାଏ ।

(iii) ସାକ୍ଷରତା, ଜନସଂଖ୍ୟା ମାନବ ପୁଞ୍ଜିର ଦକ୍ଷତା ଏବଂ ଉତ୍ପାଦିକତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

(iv) ଅନ୍ୟପକ୍ଷରେ ଭୌତିକ ପୁଞ୍ଜିର ମଧ୍ୟ ଆବଶ୍ୟକତା ରହିଛି । ବ୍ୟବସାୟର ଦୈନନ୍ଦିନ ପରିଚାଳନା ନିମନ୍ତେ ସ୍ଥାୟୀ ସମ୍ପତ୍ତି ଯଥା- ଯନ୍ତ୍ରପାତି, ଉପକରଣ, ସାଧନ, ଯାନବାହନ, କମ୍ପ୍ୟୁଟର, ଦୋକାନ ଓ କାର୍ଯ୍ୟାଳୟ ଇତ୍ୟାଦି ନିହାତି ଆବଶ୍ୟକ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 3.
ପ୍ରଯୁକ୍ତିବିଦ୍ୟା ଦ୍ଵାରା ଲୋକଙ୍କର ଦକ୍ଷତା ଏବଂ ଜ୍ଞାନ ବିକାଶ କରିବାର ପଦ୍ଧତି କିପରି ପରିବର୍ତ୍ତିତ ହେଉଛି ବୋଲି ତୁମେ ଭାବୁଛ ?
Answer:
(i) ପ୍ରଯୁକ୍ତିବିଦ୍ୟାଦ୍ଵାରା ଲୋକଙ୍କର ଦକ୍ଷତା ଏବଂ ଜ୍ଞାନବିକାଶ କରିବାରେ ଅନେକ ପଦ୍ଧତି ଦିନକୁ ଦିନ ପରିବର୍ତ୍ତିତ ହେବାର ଲାଗିଛି ।

(ii) ଅନେକ ସରକାରୀ ମଞ୍ଚ ଆଭାସୀ ପାଠ୍ୟକ୍ରମ (Online Course) ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କ ପାଇଁ ପଢ଼ିବାର ସୁଯୋଗ, ‘ସୃଷ୍ଟି କରିପାରିଛି ।

(iii) ବ୍ୟାପକ ମୁକ୍ତ ଆଭାସୀ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀମାନେ ରୋବୋଟିକ୍ସ, ଜଳୀୟ କୃଷି, ବୟନଛାପା ଆଦି ବିଷୟଗୁଡ଼ିକୁ ଅଧ୍ୟୟନ କରିପାରୁଛନ୍ତି ।

(iv) ଶିକ୍ଷାର୍ଥୀମାନେ ନିଯୁକ୍ତି ଓ ଅନ୍ୟାନ୍ୟ ପୀଠ୍ୟକ୍ରମ ଅଧ୍ୟୟନ କରିବା ସହିତ ନିଜ ସମୟ ସୁବିଧା ଅନୁସାରେ ଯେକୌଣସି ସ୍ଥାନରୁ ଏହି ଆଭାସୀ କ୍ଷେତ୍ରଦ୍ଵାରା ଉପକୃତ ହୋଇପାରୁଛନ୍ତି ।

(v) ସରକାରଙ୍କ ଜାତୀୟ ବୃତ୍ତିସେବା ପରି ଆଭାସୀ ଖୋଜିବାରେ ବିଭିନ୍ନ କ୍ଷେତ୍ରରେ ଚାକିରି ସୁଯୋଗ କ୍ଷେତ୍ରଗୁଡ଼ିକ ଲୋକଙ୍କୁ ସାହାଯ୍ୟ କରୁଛି । ଏହା ଭୌଗୋଳିକ ପ୍ରତିବନ୍ଧକକୁ ଦୂର କରି ଲୋକମାନଙ୍କର ଜ୍ଞାନ ଓ ଦକ୍ଷତା ବିକାଶ ତଥା ଦେଶ ବିଦେଶରେ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ।

Question 4.
ଶିକ୍ଷା ତଥା ଅଭ୍ୟାସଦ୍ୱାରା ନିଜକୁ ଉନ୍ନତ କରିବାହିଁ ଦକ୍ଷତା । ଦକ୍ଷତା ତୁମକୁ ଭଲଭାବରେ କାମ କରିବାରେ ସାହାଯ୍ୟ କରେ । କ୍ରୀଡ଼ା, ସୃଜନଶୀଳ ଲିଖନ, ଗାଣିତିକ ସମସ୍ୟାର ସମାଧାନ, ରୋଷେଇ କାମ, କିମ୍ବା ଲୋକଙ୍କ ସୁସମ୍ପର୍କ ରଖୁବା ଆଦି ଏହାର ଉଦାହରଣ । ତୁମେ ଆଜି ଗୋଟିଏ ଦକ୍ଷତା ଶିଖୁପାରିବ ବୋଲି ଭାବୁଛ କି ? ତାହା କ’ଣ ଓ କାହିଁକି ?
Answer:
(i) ବ୍ୟକ୍ତି ନିଜର କାର୍ଯ୍ୟକୌଶଳକୁ ବୃଦ୍ଧି କରିବାକୁ ଦକ୍ଷତା କୁହାଯାଏ I ଶିକ୍ଷା ତଥା ଅଭ୍ୟାସଦ୍ଵାରା ଏହାକୁ ଆମେ ଉନ୍ନତ କରିପାରିବା ।

(ii) ବର୍ତ୍ତମାନ ସମୟରେ ଜଣକୁ କୌଣସି ଗୋଟିଏ ବୃତ୍ତିରେ ଦକ୍ଷତା ହାସଲ କରିବାକୁ ପଡ଼ିବ । ସେ ଖେଳ, ରୋଷେଇ କି ସୃଜନଶୀଳ ଲିଖନ ହୋଇପାରେ । ଯଦି ମୁଁ କୌଣସି କାମରେ ଦକ୍ଷତା ହାସଲ କରିନପାରେ ଭବିଷ୍ୟତ ଜୀବନରେ କୌଣସି ଏକ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିବ ନାହିଁ ।

(iii) ମୁଁ ଯଦି ଜଣେ କ୍ରୀଡ଼ାବିତ୍ ହେବାକୁ ଚାହୁଁଛି ତେବେ ଆଜଠାରୁ ମୋତେ ସେ ଦିଗରେ ଟିକିନିଖ୍ ଶିକ୍ଷା ହାସଲ କରିବା ସହିତ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ ବିଷୟରେ ଜ୍ଞାନ ଆହରଣ କରିବାକୁ ପଡ଼ିବ ।

(iv) ପରବର୍ତୀ ସମୟରେ ନିଜର ଦକ୍ଷତା ବଳରେ କୌଣସି ନୂତନ କର୍ମନିଯୁକ୍ତି ପାଇବାର ଆଶା ଉଜ୍ଜଳ କରିହେବ । ସେପରି ହେଲେ ମୁଁ ନିଜକୁ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହିସାବରେ ପରିଗଣିତ କରିପାରିବି ।

(v) ନିଶ୍ଚିତ ଭାବରେ ମୁଁ ଭାବୁଛି ଯେକୌଣସି ଗୋଟିଏ ବିଷୟରେ ଦକ୍ଷତା ହାସଲ କରିବା ଉଚିତ । ସେଥ‌ିପାଇଁ ପ୍ରାରମ୍ଭିକ ସ୍ତରରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 5.
ଔଦ୍ୟୋଗିକୀକୁ ଉତ୍ପାଦନର ‘ଚାଳକ ଶକ୍ତି’ ବୋଳି ତୁମେ ଭାବୁଛ କି ? କାହିଁକି ବା କାହିଁକି ନୁହେଁ ?
Answer:
(i) ହଁ, ଔଦ୍ୟୋଗିକୀକୁ ମୁଁ ଉତ୍ପାଦନର ‘ଚାଳକ ଶକ୍ତି’ ବୋଲି ଭାବୁଛି । ଏହା ଦ୍ରବ୍ୟ ଉତ୍ପାଦନରେ ନୂଆ କୌଶଳ ଓ ନୂତନ ଜ୍ଞାନ ପ୍ରୟୋଗ କରି ବ୍ୟବହାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରିପାରିବ ।

(ii) ଉତ୍ପାଦନର ଉପାଦାନଗୁଡ଼ିକ ଏକତ୍ରିତ କରି ସେଥ‌ିରେ କଠିନ ପରିଶ୍ରମ ସାହାଯ୍ୟରେ ନୂତନ ଦ୍ରବ୍ୟ ଓ ସେବା ପ୍ରସ୍ତୁତ କରିପାରିବ ।

(iii) ଜଣେ ଉଦ୍ୟୋଗପତିଙ୍କ ଦୂରଦୃଷ୍ଟି ଫଳରେ ଅଭିନବ ଉତ୍ପାଦ ଓ ସେବା ଯୋଗାଇ ଦେବାରେ ସାହାଯ୍ୟ କରିଥା’ନ୍ତି ଓ ଏହା ସମାଜ ତଥା ଦେଶ ପାଇଁ ‘ଲାଭଦାୟକ ହୋଇଥାଏ ।

(iv) ସେମାନେ ନିଯୁକ୍ତ ସୁଯୋଗ ସୃଷ୍ଟିକରନ୍ତି ଓ ଜୀବନ ଜୀବିକାକୁ ବଜାୟ ରଖୁଥା’ନ୍ତି ।

(v) ଉଦ୍ୟୋଗପତିମାନେ ନିଜର ସ୍ଵପ୍ନ ସାକାର କରିବା ସହିତ ଦେଶର ଅର୍ଥନୀତିକୁ ଉନ୍ନତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥା’ନ୍ତି ।

Question 6.
ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା, ଶ୍ରମ ପରି ଅନ୍ୟ କାରକଗୁଡ଼ିକୁ ବଦଳାଇ ପାରିବ କି ? ଏହା ଭଲ ନା ଖରାପ ? ଏକ ଉଦାହରଣ ସାହାଯ୍ୟରେ ତୁମର ଉତ୍ତରକୁ ଯଥାର୍ଥ ବୋଲି ପ୍ରତିପାଦନ କର ।
Answer:
(i) ହଁ, ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟା, ଶ୍ରମ ପରି ଅନ୍ୟ କାରକଗୁଡ଼ିକୁ ବଦଳାଯାଇ ପାରିବ ।

(ii) ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ କାର୍ଯ୍ୟକ୍ଷେତ୍ରରେ ଆଉ ଅଧ‌ିକ ଶ୍ରମ ଆବଶ୍ୟକ ପଡୁନାହିଁ । ଖୁବ୍ କମ୍ ସମୟରେ ଯନ୍ତ୍ରପାତି ସାହାଯ୍ୟରେ ଅଧିକ ଦ୍ରବ୍ୟ ଉତ୍ପାଦନ କରାଯାଇ ପାରୁଛି ଏବଂ ଏହି ଦ୍ରବ୍ୟଗୁଡ଼ିକ ଉନ୍ନତମାନର ମଧ୍ୟ ହୋଇପାରୁଛି ।

(iii) ନୂତନ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଫଳରେ କମ୍ ମୂଲ୍ୟରେ ଅଧିକ ପରିମାଣରେ ଦ୍ରବ୍ୟ ବଜାରରେ ଉପଲବ୍ଧ ହୋଇପାରୁଛି । ଏହା ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହୋଇପାରୁଛି ।

(iv) ଆକଳନରୁ ଯାହା ଜଣାପଡୁଛି ପ୍ରଯୁକ୍ତିବିଦ୍ୟା ଭାରତରେ ଥିବା ୬୬ ଭାଗ ଯୁବକ ଯୁବତୀ ନିଯୁକ୍ତି କରିପାରିବ । ସୁଯୋଗ ସୃଷ୍ଟି କରିବାରେ ଯଥେଷ୍ଟ ସାହାଯ୍ୟ

(v) ପ୍ରଯୁକ୍ତିବିଦ୍ୟା ଆଜିର ଯୁବଗୋଷ୍ଠୀପାଇଁ ଅଧୁକ ଫଳପ୍ରଦ ହେବା ସହିତ ସେମାନେ ନିଜର ମନ ପସନ୍ଦର କାର୍ଯ୍ୟରେ ନିଯୁକ୍ତ ହୋଇପାରିବେ ଆମ ଦେଶର ଉନ୍ନତିରେ ଭାଗୀଦାର ହୋଇପାରିବେ ।

Answer:7.
ମାନବ ପୁଞ୍ଜିକୁ ଶିକ୍ଷା ଓ ଦକ୍ଷତା ତାଲିମ କିପରି ପ୍ରଭାବିତ କରେ ? ସେମାନେ ପରସ୍ପର ବିକଳ୍ପ ବା ପରିପୂରକ ହୋଇପାରିବେ କି ?
Answer:
(i) ଶିକ୍ଷା ଓ ଦକ୍ଷତା ତାଲିମ ମାନବ ପୁଞ୍ଜିକୁ ଅଧିକ ଦକ୍ଷତା ସଂପନ୍ନ କରିଥାଏ । ଆମ ଦେଶ ସ୍ଵାଧୀନତା ପରଠାରୁ ମାନବ ପୁଞ୍ଜିର ବିକାଶ କ୍ଷେତ୍ରରେ ଧୀରେଧୀରେ ଅଗ୍ରସର ହେଉଛି ।

(ii) ଉନ୍ନତ ମାନର ଦ୍ରବ୍ୟ ଉତ୍ପାଦନ ଓ ଅଧ‌ିକ ସଂଖ୍ୟକ ଦ୍ରବ୍ୟ ଉତ୍ପାଦନ କରିବାପାଇଁ ହେଲେ ଆମକୁ ସେହି ଅନୁସାରେ ଶ୍ରମିକମାନଙ୍କର ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ ।

(iii) ଜଣେ ଶିକ୍ଷିତ ଓ ଦକ୍ଷ ତାଲିମପ୍ରାପ୍ତ ବ୍ୟକ୍ତି ନିଶ୍ଚିତଭାବରେ ଅଣତାଲିମ ପ୍ରାପ୍ତ ବ୍ୟକ୍ତିଙ୍କଠାରୁ ଅଧିକ ଦ୍ରବ୍ୟ ଉତ୍ପାଦନ କରିପାରିବ ।

(iv) ଶିକ୍ଷା ଓ ଦକ୍ଷତା ତାଲିମ ପରସ୍ପର ପରିପୂରକ । ଏହି ଦୁଇଗୋଟି କାର୍ଯ୍ୟ ଗୁଣାତ୍ମକ ଦ୍ରବ୍ୟ ଉତ୍ପାଦନରେ ଅଧିକ ସହାୟକ ହୋଇଥାଏ ।

(v) ଶିକ୍ଷା ଓ ଦକ୍ଷତା ତାଲିମ କାର୍ଯ୍ୟକ୍ରମକୁ ଠିକ୍ ଢଙ୍ଗରେ ପରିଚାଳିତ କଲେ ଆମେ ଆମର ମାନବ ପୁଞ୍ଜିକୁ ସଠିକ୍ ଦିଗରେ ନେଇପାରିବା, ଯାହାକି ଦେଶର ଅର୍ଥନୈତିକ ପ୍ରଗତିରେ ସାହାଯ୍ୟ କରିପାରିବ । ବହୁକ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ଵେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ଵାନର ସମ୍ମୁଖୀନ ହେଉଅଛି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 8.
ଧାତବ ପାଣି ବୋତଲର ଉତ୍ପାଦନ ଭଳି ଏକ ବ୍ୟବସାୟ ତୁମ୍ଭେ ଆରମ୍ଭ କରିବାକୁ ଚାହୁଁଛ ବୋଲି ଭାବ । ସେଥ‌ିପାଇଁ କି ପ୍ରକାର ସାଧନ ଆବଶ୍ୟକ ? ସେଗୁଡ଼ିକୁ ତୁମେ କିପରି ପାଇବ ? ମନେକର ଗୋଟିଏ ସାଧନ ତୁମେ ପାଇଲ ନାହିଁ । ତାହା ତୁମ ବ୍ୟବସାୟକୁ କିପରି ପ୍ରଭାବିତ କରିବ ?
Answer:
(i) ଯଦି ମୁଁ ଏକ ଧାତବ ପାଣି ବୋତଲ ଉତ୍ପାଦନ ପାଇଁ କାରଖାନା ବସାଇବା ପାଇଁ ଚାହିଁବି ପ୍ରଥମେ ସେଥ‌ିପାଇଁ ଆବଶ୍ୟକ ହେଉଥ‌ିବା ଉପାଦାନଗୁଡ଼ିକୁ ସଂଗ୍ରହ କରିବାପାଇଁ ଚେଷ୍ଟା କରିବି ।

(ii) କାରଖାନା ବସାଇବାପାଇଁ ଏକ ଘର, କଞ୍ଚାମାଲ, ଆବଶ୍ୟକୀୟ ଯନ୍ତ୍ରପାତି, ମେସିନ୍ ଓ କିଛି ତାଲିମ ପ୍ରାପ୍ତ ଶ୍ରମିକ ସଂଗ୍ରହ କରିବାକୁ ପଡ଼ିବ ।

(iii) କାରଖାନା ପାଇଁ ଆବଶ୍ୟକ ହେଉଥିବା ଉପାଦାନଗୁଡ଼ିକ ବିଭିନ୍ନ ଯୋଗାଣକାରୀ ସଂସ୍ଥାମାନଙ୍କରୁ ସଂଗ୍ରହ କରିବାକୁ ପଡ଼ିବ ।

(iv) ଶିକ୍ଷିତ ଓ ତାଲିମପ୍ରାପ୍ତ କୁଶଳୀ କାରିଗରମାନଙ୍କୁ ସାଙ୍ଗସାଥୀ ଓ ବନ୍ଧୁବାନ୍ଧବମାନଙ୍କ ମଧ୍ୟରୁ ସଂଗ୍ରହ କରିବାକୁ ପଡ଼ିବ କିମ୍ବା ନିଯୁକ୍ତି ଯୋଗାଣ ସଂସ୍ଥାମାନଙ୍କଠାରୁ ଆଣିବାକୁ ପଡ଼ିବ ।

(v) ଯଦି ଉପରୋକ୍ତ ସାମଗ୍ରୀଗୁଡ଼ିକୁ ପାଇବାରେ ଅସମର୍ଥ ହୁଏ, ତେବେ କାରଖାନା ବସାଇବା କାର୍ଯ୍ୟ ବିଳମ୍ବିତ ହେଇପାରେ ନଚେତ୍ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ରହିବ ।

Question 9.
ବ୍ୟବସାୟପାଇଁ ପ୍ରେରଣା, ସୁଯୋଗ ଓ ଆହ୍ବାନଗୁଡ଼ିକୁ ବୁଝିବାପାଇଁ ଜଣେ ଉଦ୍ୟୋଗୀ କିମ୍ବା ବ୍ୟବସାୟୀଙ୍କ ସାକ୍ଷାତକାର ନିଅ । ତୁମେ ଦୁଇ ଦୁଇଜଣ ହୋଇ ସୂଚନା ସଂଗ୍ରହ ନିମିତ୍ତ ପ୍ରଶ୍ନବଳୀ ତିଆରି କର ଏବଂ ମିଳିଥିବା ସୂଚନାରୁ ଯାହା ଶିକ୍ଷାଲାଭ କଲେ ତାହାକୁ ଅନ୍ୟମାନଙ୍କ ସହ ଆଲୋଚନା କର ।
Answer:
(i) ମୁଁ ଢେଙ୍କାନାଳର ଜଣେ ଲୁଗାକାରଖାନାର ମାଲିକଙ୍କ ସହିତ ଏକ ସାକ୍ଷାତକାର କରିଥିଲି । ଆମ ଦୁଇଜଣଙ୍କ ମଧ୍ୟରେ ଲୁଗାକାରଖାନା ସମ୍ବନ୍ଧୀୟ ବିଷୟରେ କଥାବାର୍ତ୍ତା ହୋଇଥିଲା । ସେଥୁମଧ୍ୟରୁ କିୟଦଂଶ ମୁଁ ଆପଣମାନଙ୍କ ସହିତ ବାଣ୍ଟିବାକୁ ଚାହୁଁଛି ।

(ii) ଛାତ୍ର – ନମସ୍କାର ସୁଜିତ ବାବୁ । ମୋ ପାଇଁ କିଛି ସମୟ ବାହାର କରିଥିବାରୁ ମୁଁ ଆପଣଙ୍କୁ କୃତଜ୍ଞତା ’ ଜଣାଉଛି । ମୋ ମନରେ ସବୁବେଳେ ପ୍ରଶ୍ନ ଉଠେ ସୁଜିତ୍ ବାବୁ ଏତେ କମ୍ ବୟସରେ ଏତେ ବଡ଼ ଗୋଟିଏ ଲୁଗାକଳର ମାଲିକ ହୋଇପାରିଲେ କିପରି ? ଏଥ‌ିପାଇଁ ଆପଣ କେଉଁଠାରେ ଶିକ୍ଷା କିମ୍ବା ତାଲିମ ନେଇଥିଲେ କି ? ଆପଣଙ୍କୁ ଏ କାମ କରିବାପାଇଁ କେଉଁଠାରୁ ପ୍ରେରଣା ପାଇଥିଲେ ?

(iii) ସୁଜିତ ବାବୁ – ମୋର ପିଲାଦିନରୁ ଏକ ସ୍ଵପ୍ନ ଥିଲା ଯେ ମୁଁ ବଡ଼ ହେଲେ କିଛି ଗୋଟାଏ କାରଖାନା କରିବି, ଯେଉଁଥରେ ଆମ ଅଞ୍ଚଳରୁ ଅଧ‌ିକ ଲୋକ ସେଥୁରେ କାମ କରିବାର ସୁଯୋଗ ପାଇପାରିବେ ।

(iv) ଶିକ୍ଷା ଓ ଦକ୍ଷତା ତାଲିମ ପରସ୍ପର ପରିପୂରକ । ଏହି ଦୁଇଗୋଟି କାର୍ଯ୍ୟ ଗୁଣାତ୍ମକ ଦ୍ରବ୍ୟ ଉତ୍ପାଦନରେ ଅଧିକ ସହାୟକ ହୋଇଥାଏ ।

(v) ଶିକ୍ଷା ଓ ଦକ୍ଷତା ତାଲିମ କାର୍ଯ୍ୟକ୍ରମକୁ ଠିକ୍ ଢଙ୍ଗରେ ପରିଚାଳିତ କଲେ ଆମେ ଆମର ମାନବ ପୁଞ୍ଜିକୁ ସଠିକ୍ ଦିଗରେ ନେଇପାରିବା, ଯାହାକି ଦେଶର ଅର୍ଥନୈତିକ ପ୍ରଗତିରେ ସାହାଯ୍ୟ କରିପାରିବ । ବହୁକ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ଵେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ଵାନର ସମ୍ମୁଖୀନ ହେଉଅଛି । ସେଥ‌ିପାଇଁ ମୁଁ ଅନେକ ବଡ଼ ବଡ଼ ଲୁଗାକଳର ମାଲିକମାନଙ୍କୁ ଭେଟିଥିଲି । ସେମାନଙ୍କର ଗଠନମୂଳକ ମତାମତ ନେଇ ଆଗକୁ ବଢ଼ିଥିଲି । ମୋର କାରଖାନାର କାରିଗରୀ ଜ୍ଞାନକୌଶଳ ବ୍ୟବହାର କରିଥିଲି ।

(iv) ଛାତ୍ର– ଦୟାକରି ଟିକେ ଆପଣ କହିବେକି ଏହି ଲୁଗାକଳ ବସାଇବାରେ କେଉଁସବୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ ଓ ସେଗୁଡ଼ିକୁ କିପରି ଆପଣ ଧୈର୍ଯ୍ୟର ସହିତ ମୁକାବିଲା କରିପାରିଥିଲେ ?

(v) ସୁଜିତ ବାବୁ – ମୁଁ ଯେତେବେଳେ କାରଖାନା ସ୍ଥାପନ କରିବାକୁ ଯାଇଥୁଲି ସେତେବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲି । ପ୍ରାରମ୍ଭିକ ସ୍ତରରେ ଗମ୍ଭୀର ସମସ୍ୟାମାନ ଦେଖାଦେଇଥିଲା । ବିଶେଷକରି ଆର୍ଥିକ ସମସ୍ୟା ଥିଲା ଅନ୍ୟତମ । ସେଥ‌ିପାଇଁ ମୁଁ ପୁଞ୍ଜି ନିବେଶକାରୀ ସଂସ୍ଥା ସହିତ ଯୋଗାଯୋଗ କରି ଟଙ୍କା ବା ପୁଞ୍ଜି ସଂଗ୍ରହ ବ୍ୟବସ୍ଥା କରିଥିଲି ।

(vi) ଛାତ୍ର – ଆପଣଙ୍କର ଆର୍ଥିକ ସଙ୍କଟ ସମୟରେ ଆପଣ ନିଜକୁ ଦୁର୍ବଳ ନଭାବି ଆଗକୁ ବଢ଼ିଚାଲିଲେ ? ଆପଣଙ୍କର ସେହି ଦୁର୍ଦ୍ଦିନର ଅନୁଭବରୁ କହିବେ କି ?

(vii) ସୁଜିତ ବାବୁ – ସେହି ସମୟ ମୋ ପାଇଁ ଅତ୍ୟନ୍ତ ଦୁଃଖଦାୟକ ଥିଲା । ସେଥ‌ିପାଇଁ ଧୈର୍ଯ୍ୟର ସହିତ ନିରନ୍ତର କଠିନ ପରିଶ୍ରମ କରିବାକୁ ପଡ଼ିଥିଲା ।

(viii) ଛାତ୍ର – ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ, ଆପଣ ମୋ ସହିତ ଯେଉଁ ଅନୁଭୂତିଗୁଡ଼ିକ ବାଣ୍ଟିଲେ ତାହା ମୋତେ ଓ ଯୁବଉଦ୍ୟୋଗୀମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ, ଧନ୍ୟବାଦ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 10.
ନିଜକୁ ଜଣେ ଅର୍ଥନୀତିଜ୍ଞ ବୋଲି ଚିନ୍ତା କର । ପରିସ୍ଥିତିରେ ପରିବର୍ଜନ ହେଲେ, ‘ଆମ ରୋଷେଇ ଘର’ ବ୍ୟବସାୟରେ କ’ଣ ଘଟିପାରେ ବୋଲି ଭାବୁଛ, ଅନୁସନ୍ଧାନ କରେ । ଯଦି ତୁମେ ଶ୍ୟାମା ହୋଇଥା’ନ୍ତ, ନିମ୍ନଲିଖୁତ ପରିସ୍ଥିତିରେ କ’ଣ କରିଥା’ନ୍ତ ? ନିଜ ସହପାଠୀଙ୍କ ସହ ଆଲୋଚନା କର ।
(କ) ମନେକର ତୁମ ଭୋଜନାଳୟ ଘରର ଭଡ଼ା ହଠାତ୍ ଦ୍ଵିଗୁଣିତ ହୋଇଗଲା

  • ତୁମେ ଏହି ଖର୍ଚ୍ଚ ପୂରଣ କରିବାପାଇଁ ପରିବେଷିତ ଖାଦ୍ୟର ମୂଲ୍ୟ ବୃଦ୍ଧି କରିବ କି ?
  • ତୁମେ ଗୋଟିଏ ଶସ୍ତା ସ୍ଥାନ ଖୋଜିବ କି ?
  • ଏହା ତୁମ ବ୍ୟବସାୟକୁ କିପରି ପ୍ରଭାବ ପକାଇବ ?

Answer:
(i) ହଁ, ମୁଁ ଖାଦ୍ୟର ମୁଖ୍ୟ ବୃଦ୍ଧି କରିବାପାଇଁ ବାଧ୍ୟ ହେବି, କାରଣ ଖର୍ଚ୍ଚକୁ ଭରଣା କରିବା ନିହାତି ଆବଶ୍ୟକ ।

(ii) ସ୍ଥାନଟିର ମୂଲ୍ୟ ଯଦି ହଠାତ୍ ବୃଦ୍ଧି ପାଇବ ଏବଂ ଭଡ଼ା ଦେବାକୁ ମୋ ପକ୍ଷରେ କଷ୍ଟକର ହେବ, ତା’ହେଲେ ମୁଁ ଆଉ ଗୋଟିଏ ଶସ୍ତା ବା କମ୍ ଦାମର ଭଡ଼ାଘର ଖୋଜିବାକୁ ବାଧ୍ୟ ହେବ ।

(iii) ଯଦି ଘରଭଡ଼ା ଦ୍ଵିଗୁଣିତ ହୋଇଯିବ ତାହାହେଲେ ମୋର ଖାଦ୍ୟସାମଗ୍ରୀର ମୂଲ୍ୟ ବଢ଼ିଯିବ । ମୋର ଲାଭାଂଶରୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ତା’ ସହିତ ଦ୍ରବ୍ୟ ମୂଲ୍ୟବୃଦ୍ଧି ହେତୁ ଗ୍ରାହକମାନଙ୍କୁ ମଧ୍ୟ ବାଧ୍ରୁବ । ସେମାନେ ଶସ୍ତାରେ ଖାଦ୍ୟପଦାର୍ଥ ମିଳୁଥିବା ଭୋଜନାଳୟକୁ ଚାଲିଯିବେ, ଯାହାର ପ୍ରଭାବ ମୋ ବେପାର ଉପରେ ପଡ଼ିବ ।

Question (ଖ).
କଳ୍ପନା କର ଯେ ତୁମର ଜଣେ ସହାୟକ ହଠାତ ଚାକିରି ଛାଡ଼ିଦେଲା ।

  • ଅବଶିଷ୍ଟ କର୍ମଚାରୀମାନେ କ’ଣ ସେହି କାମକୁ ସମାନ ଭାବରେ ପରିଚାଳନା କରିପାରିବେ ?
  • ତୁମେ କ’ଣ ଅଧିକ ଦରମା ଦେଇ ନୂଆ କର୍ମଚାରୀଙ୍କୁ ନିଯୁକ୍ତି ଦେବ ?

Answer:
ଏହା ବାସ୍ତବରେ ଅବଶିଷ୍ଟ କର୍ମଚାରୀମାନଙ୍କ ଉପରେ ନିର୍ଭର କରେ । ସେମାନେ କେତେ ପରିମାଣରେ କାମ କରିପାରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଯଦି ପୁରୁଣା କର୍ମଚାରୀମାନେ ଦାୟିତ୍ଵର ସହ କଠିନ ପରିଶ୍ରମ କରୁଥିବେ ତାହା ହେଲେ ଅବଶିଷ୍ଟ କର୍ମଚାରୀମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିଲେ ମଧ୍ୟ ସେମାନେ ଚାକିରି ଛାଡ଼ିଥିବା କର୍ମଚାରୀର କାମତକ କରିଦେବେ ।

(i) ଯଦି ଚାକିରି ଛାଡ଼ିଥ‌ିବା ସହାୟକ ଜଣକ ଦକ୍ଷ କାରିଗର ହୋଇଥାଏ, ତାହାହେଲେ ଅଧିକ ଦରମାଦେଇ ନୂତନ କର୍ମଚାରୀ ରଖୁବାକୁ ପଡ଼ିବ, ନଚେତ୍ ଭୋଜନାଳୟକୁ ବନ୍ଦ କରିବାକୁ ପଡ଼ିବ ।

Question (ଗ).
ତୁମ ଭୋଜନାଳୟରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ପାଇଁ ତୁମେ ଏକ କ୍ଷୁଦ୍ର ଋଣ ନେଲା ।

  • ଏହାଦ୍ଵାରା ଉତ୍ପାଦନ ବୃଦ୍ଧି ସହିତ ଗୁଣବତ୍ତାରେ ଉନ୍ନତି ହେବ କି ?
  • ଏହା ତୁମକୁ ଅଧିକ ଗ୍ରାହକଙ୍କ ପାଖରେ ପହଞ୍ଚେଇବାରେ ସାହାଯ୍ୟକାରୀ ହେବ କି ?

Answer:
(i) ହଁ, ନିଶ୍ଚିତ ଭାବରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଫଳରେ ଉତ୍ପାଦନରେ ବୃଦ୍ଧିହେବା ସହିତ ଗ୍ରାହକମାନଙ୍କୁ ଉତ୍ତମ ଗୁଣବତ୍ତା ଭିଭିକ ଖାଦ୍ୟ ପ୍ରସ୍ତୁତ କରି ଦିଆଯାଇପାରିବ । ଯାହାଫଳରେ ସେମାନେ ଖୁବ୍ କମ୍ ସମୟରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ ଓ ଖୁସି ମଧ୍ୟ ହେବେ ।

(ii) ହଁ, ନୂତନ ପ୍ରଯୁକ୍ତି ବିଦ୍ୟାର ବିନିଯୋଗ ଫଳରେ ଅନଲାଇନ୍ ମାଧ୍ୟମରେ ଗ୍ରାହକମାନଙ୍କର ପସନ୍ଦ ଖାଦ୍ୟ ଅର୍ଡ଼ର ଗ୍ରହଣ କରି ଖୁବ୍ କମ୍ ସମୟରେ ତାଙ୍କ ପାଖରେ ପହଞ୍ଚାଇବାରେ ସୁବିଧା ହେବ । ଅଳ୍ପ ସମୟ ମଧ୍ୟରେ ଗ୍ରାହକମାନେ ଗରମ ଗରମ ଖାଦ୍ୟ ଖାଇବେ ଓ ପରବର୍ତ୍ତୀ ସମୟରେ ଆମକୁ ମଧ୍ଯ ଅଧ୍ଵରୁ ଅଧିକ ଖାଦ୍ୟସାମଗ୍ରୀ ପାଇଁ ଅର୍ଡ଼ର ଦେବେ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question (ଘ).
ମନ୍ଥେକର ତୁମ ପକୋଶୀରେ ଅନ୍ୟ ଏକ ଭୋଜନାଳୟ ଖୋଲିଲା ।

  • ତୁମେ କିପରି ଗ୍ରାହକମାନଙ୍କୁ ଆକର୍ଷିତ କରିବ ଏବଂ ତୁମର ପୁରୁଣା ଗ୍ରାହକମାନଙ୍କୁ ନିଜ ପାଖରେ ରଖୁପାରିବ ?
  • ତୁମେ କ’ଣ ଉନ୍ନତ ସେବା ଦେଇ ମୂଲ୍ୟ ହ୍ରାସ କରିପାରିବ ବା ନୂତନ କିଛି ପ୍ରଦାନ କରିପାରିବ ?

Answer:
(i) ଯଦି ମୋ ପଡ଼ୋଶୀରେ ଅନ୍ୟ ଏକ ଭୋଜନାଳୟ ଖୋଲିଲା ନିଶ୍ଚିତ ଭାବରେ ଏହା ମୋପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ ବା କାରବାରରେ ବ୍ୟାଘାତ ସୃଷ୍ଟି କରିପାରେ । ତେଣୁ ମୋତେ କିଛି ନୂତନ ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ, ଯଥା- ଗ୍ରାହକମାନଙ୍କୁ କିଛି ଅଫର ଦେବାର ବ୍ୟବସ୍ଥା ରଖୁବାକୁ ପଡ଼ିବ ଏବଂ ଖାଦ୍ୟର ମାନ ବୃଦ୍ଧି କରିବା ସହିତ ଅଧିକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ ।

(ii) ହଁ, ନିଶ୍ଚିତ ଭାବରେ ମୋତେ କିଛି ନୂଆ କରି ଦେଖେଇବାକୁ ପଡ଼ିବ, ବିଭିନ୍ନ ପ୍ରକାର ଲୋଭନୀୟ ଖାଦ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ । ଗ୍ରାହକମାନଙ୍କର ପସନ୍ଦ ମୁତାବକ ଖାଦ୍ୟକୁ ଖୁବ୍ ସମୟରେ ପହଞ୍ଚାଇବାର ବ୍ୟବସ୍ଥା କରିବାକୁ ପଡ଼ିବ । ନିୟମିତ ଆସୁଥୁବା ଗ୍ରାହକମାନଙ୍କର ରୁଚିକୁ ଗୁରୁତ୍ଵ ଦେବାକୁ ପଡ଼ିବ ।

ସବୁଠାରୁ ବଡ଼କଥା ହେଲା ଗ୍ରାହକମାନଙ୍କ ସହିତ ହେଉଥ‌ିବା କଥାବାର୍ତ୍ତା ଶୈଳୀରେ ସଂପୂର୍ଣ୍ଣ ପରିବର୍ତ୍ତନ ଆଣିବାକୁ ପଡ଼ିବ । ସେମାନଙ୍କୁ ଆପଣାର ଲୋକ ବୋଲି ଭାବି ଯଥୋଚିତ ବ୍ୟବହାର କରିବାକୁ ପଡ଼ିବ । ଗ୍ରାହକଙ୍କୁ ବାନ୍ଧି ରଖୁବା ପାଇଁ ଆବଶ୍ୟକ ହେଲେ ଖାଦ୍ୟର ମୂଲ୍ୟ ହ୍ରାସ କରିବାକୁ ହେବ ନଚେତ୍ ଖାଦ୍ୟର ମାନ ଓ ପରିମାଣ ବୃଦ୍ଧି ପାଇବାକୁ ହେବ ।

Question (ଡି).
ବ୍ୟବସାୟକୁ ସହଜ ଓ ସୁଗମ କରିବା ସହିତ ଏହାର ଉନ୍ନତି ପାଇଁ କେଉଁ ସରକାରୀ ଆଇନ କିମ୍ବା ନିୟମ ପରିବର୍ତ୍ତନ କରାଯିବା ଉଚିତ୍ ବୋଲି ତୁମେ ଭାବୁଛ ?
Answer:
(i) ବ୍ୟବସାୟକୁ ସହଜ ଓ ସୁଗମ କରିବାପାଇଁ ହେଲେ ସରକାରୀ ନିୟମରେ ଅନେକ ପରିବର୍ତ୍ତନର ଆବଶ୍ୟକତା ରହିଛି ଯଥା— ଟ୍ୟାକ୍ସ ବ୍ୟବସ୍ଥାକୁ ସରଳୀକରଣ କରାଯିବା ଉଚିତ । ବ୍ୟବସାୟପାଇଁ ଆବଶ୍ୟକ ହେଉଥିବା ଲାଇସେନ୍ସ ବ୍ୟବସ୍ଥାକୁ ସହଜ ଓ ସୁଗମ କରିବାକୁ ପଡ଼ିବ । ବ୍ୟବସାୟୀମାନଙ୍କୁ ସରକାରୀ କାର୍ଯ୍ୟାଳୟକୁ ବାରମ୍ବାର ଯିବାକୁ ଯେପରି ନପଡ଼େ ସେଥ‌ିପାଇଁ ସୁବନ୍ଦୋବସ୍ତ କରାଯିବା ଦରକାର ।

(ii) ବ୍ୟବସାୟ ପାଇଁ ଆବଶ୍ୟକ ହେଉଥିବା ଲାଇସେନ୍ସ ଓ ରେଜିଷ୍ଟ୍ରେସନ ବ୍ୟବସ୍ଥାକୁ ଅନଲାଇନ୍ ମାଧ୍ୟମରେ କରାଯିବାର ଆବଶ୍ୟକତା ରହିଛି । ଦ୍ଵିତୀୟତଃ ଏଥ‌ିପାଇଁ ଉନ୍ନତ ଆପ୍ ବା ୱେବ୍‌ସାଇଟ୍ ଖୋଲିବାର ବ୍ୟବସ୍ଥା କରାଗଲେ ବ୍ୟବସାୟ ଖୁବ୍ ସହଜ ଓ ସୁଗମ ହୋଇପାରିବ ବୋଲି ମୁଁ ଭାବୁଛି !

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୬୯) :

Question 1.
ଉତ୍ପାଦନର କାରକଗୁଡ଼ିକ କ’ଣ ?
Answer:

  1. ସାମଗ୍ରୀ ଏବଂ ସେବା ସୃଷ୍ଟି କରିବା ପାଇଁ ବ୍ୟବହୃତ ମୌଳିକ ସମ୍ବଳଗୁଡ଼ିକୁ ଉତ୍ପାଦନର କାରକ କୁହାଯାଏ ।
  2. ଅର୍ଥନୀତି ଅନୁସାରେ ଉତ୍ପାଦନର ଚାରିଗୋଟି ମୁଖ୍ୟ କାରକ ରହିଛି । ସେଗୁଡ଼ିକ ହେଲା- ଭୂମି, ଶ୍ରମ, ପୁଞ୍ଜି ଏବଂ ଉଦ୍ୟୋଗ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 2.
ସେହି କାରକଗୁଡ଼ିକ କିପରି ପରସ୍ପର ସମ୍ପର୍କିତ ?
Answer:

  1. ଉତ୍ପାଦନର କାରକ ଭୂମି (ମାଟି, ଜଙ୍ଗଲ, ପାଣି), ଶ୍ରମ (କୁଶୀଳ ଶ୍ରମିକ), ପୁଞ୍ଜି (ଯନ୍ତ୍ରପାତି, ଉପକରଣ ) ଏବଂ ଉଦ୍ୟୋଗ (ମାଲିକ, ଧାରଣା ବିନାଶକାରୀ) ପରସ୍ପର ସହିତ ଜଡ଼ିତ – ‘କା’.
  2. ଯଦି ଏହି କାରକଗୁଡ଼ିକ ମଧ୍ୟରୁ କିଛି ଭୁଲ ସ୍ଥାନରେ ଦିଆଯାଏ କିମ୍ବା ଭୁଲ ଅନୁପାତରେ ବ୍ୟବହାର କରାଯାଏ, ତେବେ ଏହା ଉତ୍ପାଦନରେ ବାଧା ସୃଷ୍ଟି କରିପାରେ ।

Question 3.
ଉତ୍ପାଦନରେ ମାନବ ପୁଞ୍ଜିର ଭୂମିକା କ’ଣ ଏବଂ ଏହାର ପ୍ରବର୍ତ୍ତକଗୁଡ଼ିକ କ’ଣ ?
Answer:

  1. ମାନବ ପୁଞ୍ଜି ଶ୍ରମିକ କିମ୍ବା କର୍ମଚାରୀଙ୍କ ଦକ୍ଷତା, ଜ୍ଞାନ, ନିର୍ଣ୍ଣାୟକତା, ଅଭିଜ୍ଞତା ଏବଂ ସ୍ଵାସ୍ଥ୍ୟକୁ ବୁଝାଏ ।
  2. ଉତ୍ପାଦନରେ ମାନବ ପୁଞ୍ଜିର ଭୂମିକାରେ ଜ୍ଞାନୀ ଏବଂ ଦକ୍ଷ ଶ୍ରମିକ ଅନ୍ତର୍ଭୁକ୍ତ ଯେଉଁମାନେ ସାମଗ୍ରୀ ଏବଂ ସେବାର ଗୁଣବତ୍ତା ଏବଂ ଉତ୍ପାଦନକୁ ବୃଦ୍ଧି କରିପାରିବେ ।
  3. ସେମାନେ ଉତ୍ପାଦରେ ମୂଲ୍ୟ ଯୋଡ଼ିବା ପାଇଁ ସେମାନଙ୍କ ଅଭିଜ୍ଞତାକୁ ବ୍ୟବହାର କରିପାରିବେ ।
  4. ମାନବ ପୁଞ୍ଜିର ସହାୟତ ହେଉଛି ଶିକ୍ଷା ଏବଂ ତାଲିମ୍, ସ୍ଵାସ୍ଥ୍ୟସେବା, ସାମାଜିକ ଏବଂ ସାଂସ୍କୃତିକ ପ୍ରଭାବ ।

ଆସ ଅନୁସନ୍ଧାନ କରିବା :

Question 1.
ଗୋଟିଏ କ୍ଷୁଦ୍ର ଦଳ ଗଠନ କରି ତୁମ ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟାବଳୀଗୁଡ଼ିକୁ ଅଧ୍ୟୟନ କର । କେଉଁ ପ୍ରକାର ଦ୍ରବ୍ୟ ଓ ସେବା ଏଠାରେ ପ୍ରସ୍ତୁତ ହେଉଛି ବା ଯୋଗାଇ ଦିଆଯାଉଛି ?
Answer:
ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଦ୍ରବ୍ୟ ଏବଂ ସେବା ଉତ୍ପାଦିତ ହୋଇଥାଏ କିମ୍ବା ଯୋଗାଇ ଦିଆଯାଏ । ଏଠାରେ ମୁଁ ମୋର ପ୍ରିୟ ଦୋକାନ ଏବଂ ବ୍ୟବସାୟ ବିଷୟରେ ଏକ ବିବରଣୀ ଦେଇଛି ।

ଦୋକାନର ପ୍ରକାର ଅଞ୍ଚଳରେ ସଂଖ୍ୟା ଉପଲବ୍‌ଧ ଉତ୍ପାଦିତ ଦ୍ରବ୍ୟ କିମ୍ବା ସେବା ପ୍ରଦାନ ଆବଶ୍ୟକ ବିଭିନ୍ନ ସାଧନ
ମିଠା ଦୋକାନ ୧୨ ଭାରତୀୟ ମିଠା ଏବଂ ସ୍ନାକ୍ସ ଘିଅ, କ୍ଷୀ, ଚିନି, ମଇଦା, ଶୁଖୁଲାଫଳ,
ବେକରୀ ୩ କେକ୍, ପେସ୍ଟ୍ରି, କୁକିଜ୍ ଚିନି, ମଇଦା, ଶୁଖୁଲାଫଳ, ଅଣ୍ଡା, ଲହୁଣୀ, ଘିଅ
ଷ୍ଟେସନାରୀ ଦୋକାନ ୧୮ ନୋଟବୁକ୍, କଲମ, ସ୍କୁଲ ସାମଗ୍ରୀ କାଗଜ, କାଳି, କାର୍ଡ଼ବୋର୍ଡ଼ ଓ ପ୍ଲାଷ୍ଟିକ୍
ଅଳଙ୍କାର ଦୋକାନ ୦୧ ସୁନା, ରୁପା, ହୀରା ଅଳଙ୍କାର ମୂଲ୍ୟବାନ ଧାତୁ
ଚପଲ ଦୋକାନ ୦୩ ଜୋତା, ଚପଲ ଚମଡ଼ା, ରବର, ଅଠା, ସୂତା

 

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 2.
ଏଠାରେ ଲତା, ଆଶା, ମୋହନ ଓ ରୁଦ୍ର ମିଶି ଏକ କ୍ଷୁଦ୍ର ତାଲିକା ପ୍ରସ୍ତୁତ କରିଛନ୍ତି । ତୁମେ ଏହିପରି ଏକ ଦୋକାନ ପାଇଁ ନିଜ ପସନ୍ଦର ତାଲିକାଟିଏ ପ୍ରସ୍ତୁତ କର ।
Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ-1

Question 3.
ଲୋକମାନେ ସେମାନଙ୍କ ବ୍ୟବସାୟ ପାଇଁ ଆବଶ୍ୟକ ଅର୍ଥ କେଉଁଠାରୁ ପାଆନ୍ତି ?
Answer:
ଲୋକମାନେ ସେମାନଙ୍କ ବ୍ୟବସାୟ ପାଇଁ ଅର୍ଥ ପରିବାର ପାଣ୍ଠି, ବ୍ୟକ୍ତିଗତ ସଞ୍ଚୟ, ବ୍ୟାଙ୍କ ଋଣ କିମ୍ବା ନିବେଶକଙ୍କଠାରୁ ପାଆନ୍ତି । ବେଳେବେଳେ ସେମାନେ ବ୍ୟବସାୟ ଆରମ୍ଭ କରିବା ପାଇଁ ସେମାନଙ୍କର କିଛି ସମ୍ପତ୍ତି ବିକ୍ରି କରନ୍ତି ।

Question 4.
କେଶ ସଜ୍ଜାକାରୀ କେଉଁଠାରୁ ତାଲିମ୍ ପାଇଛନ୍ତି ?
Answer:
କେଶସଜ୍ଜାକାରୀ ସୌନ୍ଦର୍ଯ୍ୟ ପ୍ରତିଷ୍ଠାନରୁ ତାଲିମ ପାଇଛନ୍ତି । ସେମାନେ ଜଣେ ଅଭିଜ୍ଞ କେଶ କାରିଗର ନଚେତ୍ ପରିବାର ସଦସ୍ୟଙ୍କ ସହ କାମ କରି ତାଲିମ ପାଇଛନ୍ତି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 5.
ଖାଦ୍ୟ ବିକ୍ରେତାମାନଙ୍କୁ ରୋଷେଇ କରିବା କିଏ ଶିଖାଇଲା ?
Answer:
ଖାଦ୍ୟ ବିକ୍ରେତାମାନେ ସାଧାରଣତଃ ପରିବାର ସଦସ୍ୟଙ୍କଠାରୁ, ନିଜେ ଅଭ୍ୟାସ କରି କିମ୍ବା ଅନ୍ୟ ଅଭିଜ୍ଞ ବିକ୍ରେତାଙ୍କ ଅଧୀନରେ କାମ କରି ରୋଷେଇ କରିବା ଶିଖୁଛନ୍ତି । କେତେକ ବିକ୍ରେତା ଇଣ୍ଟନେଟ୍‌ରେ ଉପଲବ୍‌ଧ ରୋଷେଇ ପ୍ରଣାଳୀ ଶିଖୁଛନ୍ତି ।

Question 6.
ବ୍ୟବସାୟୀମାନେ ସେମାନଙ୍କର ବ୍ୟବସାୟ ଆରମ୍ଭ କରିବାକୁ କେଉଁଠୁ ପ୍ରେରଣା ପାଇଥିଲେ ?
Answer:
ବ୍ୟବସାୟୀମାନେ ପ୍ରାୟତଃ ଆର୍ଥିକ ଦୃଷ୍ଟିରୁ ସ୍ୱାଧୀନ ହେବାର ଇଚ୍ଛା କିମ୍ବା ପରିବାରର ଜୀବିକା ଏବଂ ଆବଶ୍ୟକତା ପୂରଣ କରିବା ପାଇଁ ବ୍ୟବସାୟ କରିବାକୁ ପ୍ରେରଣା ପାଇଥିଲେ । ବ୍ୟକ୍ତିଗତ ସ୍ଵପ୍ନ କିମ୍ବା ସେମାନଙ୍କର ଚିନ୍ତାଧାରା ବିକଶିତ କରିବାର ଆଗ୍ରହ ମଧ୍ୟ ଅନେକଙ୍କୁ ବ୍ୟବସାୟ ଆରମ୍ଭ କରିବାକୁ ପ୍ରେରଣା ଦେଇଥିଲା ।
ଅର୍ଥଶାସ୍ତ୍ରରେ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ସାଧନ କିମ୍ବା ଉତ୍ପାଦନର କାରକଗୁଡ଼ିକୁ ଚାରି ପ୍ରକାରରେ ବିଭକ୍ତ କରାଯାଇଛି – ଯଥା: ଭୂମି, ଶ୍ରମ, ପୁଞ୍ଜି ଏବଂ ଉଦ୍ୟୋଗିକୀ ।

Question 7.
ତୁମେ ପ୍ରସ୍ତୁତ କରିଥିବା ତଥ୍ୟଭିତ୍ତିକ ସାରଣୀକୁ ଅନୁଧ୍ୟାନ କର । ସାରଣୀରେ ଥିବା କେଉଁ ଜିନିଷଗୁଡ଼ିକ ‘ଭୂମି’ ଭାବରେ ଗ୍ରହଣ କରାଯାଇପାରିବ ?
Answer:
ଚାଷଜମି, ଖଣି କିମ୍ବା ପ୍ରାକୃତିକ ଉପାୟରେ ଉତ୍ପାଦିତ ଜିନିଷଗୁଡ଼ିକ (ଯେପରିକି କ୍ଷୀର, ପନିପରିବା, ଧାତୁ, ଫୁଲ ଇତ୍ୟାଦି) ଭୂମି ମଧ୍ଯରେ ଅନ୍ତର୍ଭୁକ୍ତ । ମୋ ରିପୋର୍ଟରେ ଥିବା ସାରଣୀ ଅନୁଯାୟୀ ଗହମ, ଅଣ୍ଡା, କ୍ଷୀର, ସୁନା, ରୁପା, ରନ୍‌ପଥର, ଚମଡ଼ା, ରବର ଇତ୍ୟାଦିକୁ ଭୂମି ଭାବରେ ଗ୍ରହଣ କରାଯାଇପାରିବ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 8.
ଆସ ଏକ ପରୀକ୍ଷଣ କରିବା । ତୁମ ପରିବାର ଏବଂ ପଡ଼ୋଶର ୧୦ ଜଣ ବୟସ୍କ କର୍ମଜୀବୀଙ୍କ ଏକ ତାଲିକା ପ୍ରସ୍ତୁତ କର । ସେମାନଙ୍କୁ ସେମାନଙ୍କ କର୍ମକ୍ଷେତ୍ରସ୍ଥ ସଂସ୍କୃତି ବର୍ଣ୍ଣନା କରିବାକୁ କୁହ । ସହପାଠୀଙ୍କ ସହ ତୁମ ଅଭିଜ୍ଞତା ଲିଖ୍ତ ଭାବେ ଆଲୋଚନା କର । ତୁମେ ଏଥୁରେ କ’ଣ ଅନୁଭବ କଲ ? ଏଥିରେ କେଉଁ ବିଶେଷଣାତ୍ମକ ଶବ୍ଦ ଅଧ୍ବକ ପ୍ରୟୋଗ ଘଟିଛି ?
Answer:
(i) ଆମ ପରିବାର ଏବଂ ପଡ଼ୋଶୀର ୧୦ ଜଣ ବୟସ୍କ କର୍ମଜୀବୀଙ୍କ ଏକା ତାଲିକା ପ୍ରସ୍ତୁତ କରି ସେମାନଙ୍କ କର୍ମକ୍ଷେତ୍ରସ୍ଥ ସଂସ୍କୃତ ବର୍ଣ୍ଣନା କରିବାକୁ କହିଲି ।

(ii) ମୋର ସହପାଠୀଙ୍କ ସହ ମୋର ଅଭିଜ୍ଞତା ଆଲୋଚନା କରିବାପରେ ମୁଁ ଜାଣିଲି ଯେ ଅନେକ ଲୋକ ପ୍ରାୟ ସମାନ ପରିବେଶରେ କାମ କରନ୍ତି । ଏଥିରେ କଠୋର, ସହାୟକ, ବନ୍ଧୁତ୍ଵପୂର୍ଣ୍ଣ ଏବଂ ଲକ୍ଷ୍ୟପ୍ରେରିତ ଆଦି ବିଶେଷଣାତ୍ମକ ଶବ୍ଦର ଅଧ୍ବକ ପ୍ରୟୋଗ ଘଟିଛି ।

Question 9.
ଅତୀତର ସ୍ମୃତି ଫର୍ଦ ଅଧ୍ୟାୟରେ ତୁମେ ଦୀର୍ଘ ଶତାବ୍ଦୀ ଧରି ଭାରତରେ କଳା ଏବଂ ସ୍ଥାପତ୍ୟର ଉଦାହରଣ ଦେଖୁଛି । ଏତେ ଉଚ୍ଚ ସ୍ତରର ଉତ୍କର୍ଷତା ହାସଲ କରିବାର କାରକଗୁଡ଼ିକ କ’ଣ ? ଦଳଗତ ଭାବେ ଆଲୋଚନା କରି ଶ୍ରେଣୀରେ ଉତ୍‌ପନ କର ।
Answer:
ଅତୀତର ସ୍ମୃତି ଫର୍ଘ ଅଧ୍ୟାୟରେ ଆମେ ଦୀର୍ଘ ଶତାବ୍ଦୀଧରି ଭାରତର କଳା ଏବଂ ସ୍ଥାପତ୍ୟର ଉଦାହରଣ ଦେଖୁଛୁ । ଏତେ ଉଚ୍ଚସ୍ତରର ଉତ୍କର୍ଷତା ହାସଲ କରିବାର କାରକଗୁଡ଼ିକ ହେଉଛି –

  1. କାରିଗରମାନେ ଅତ୍ୟନ୍ତ ଦକ୍ଷ ଥିଲେ ଏବଂ ସେମାନଙ୍କୁ ଉପଯୁକ୍ତ ତାଲିମ ଦିଆଯାଉଥିଲା ।
  2. ପଥର, କାଠ, ଧାତୁ ଭଳି କଞ୍ଚାମାଲ ସେମାନଙ୍କ ପାଖରେ ସହଜରେ ପହଞ୍ଚୁଥୁଲା ଯାହା ସେମାନଙ୍କୁ ସେମାନଙ୍କ କାମରେ ସାହାଯ୍ୟ କରିଥିଲା ।
  3. ସେମାନଙ୍କ ଗଭୀର ଧର୍ମବିଶ୍ଵାସ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସେମାନଙ୍କୁ ମନୋରମ କଳା ଏବଂ ସ୍ଥାପତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲା ।
  4. ରାଜାମାନେ ମଧ୍ୟ ଏହି ପ୍ରତିଭାବାନ ବ୍ୟକ୍ତିମାନଙ୍କୁ ସମ୍ବଳ ଏବଂ ଭୂମି ପ୍ରଦାନ କରି ସମର୍ଥନ କରିଥିଲେ ଯାହା ସେମାନଙ୍କର ସୃଜନଶୀଳତା ଏବଂ ଉତ୍କର୍ଷତାକୁ ଆହୁରି ଉତ୍ସାହିତ କରିଥିଲା ।

Question 10.
ଉତ୍ପାଦନର ଅନେକ ପାରମ୍ପରିକ କୌଶଳ ହଜିଗଲାଣି ବା ଲିଭିବାକୁ ବସିଲାଣି । ଉଦାହରଣ ସ୍ଵରୂପ, ଷୋଡଶ ଶତାବ୍ଦୀରେ ଭାରତରେ ୟୁରୋପୀୟମାନଙ୍କ ଆଗମନ ପରେ ସିଲେଇ ବୋଇତ ନିର୍ମାଣ କୌଶଳର ଦ୍ରୁତ ଅବକ୍ଷୟ ହେଲା । ଏହି କୌଶଳ ଏବେ ଛୋଟ ମାଛଧରା ଡଙ୍ଗା ପାଇଁ ବ୍ୟବହୃତ ହେଉଛି ।
ସ୍ଵଦେଶୀ ଜ୍ଞାନ କୌଶଳର ବ୍ୟବହାର ହ୍ରାସ ପାଇଛି ବୋଲି ତୁମେ କାହିଁକି ଭାବୁଛ ? ନିଜ ଶ୍ରେଣୀରେ ଏହାଲ’ ଆଲୋଚନା କର ।
Answer:
(i) ପ୍ରଯୁକ୍ତି ବିଦ୍ୟାର ଉନ୍ନତି ଯୋଗୁଁ ସ୍ଵଦେଶୀ କୌଶଳର ବ୍ୟବହାର ହ୍ରାସ ପାଉଛି । ଆଧୁନିକ ଉପକରଣ ଏବଂ ଯନ୍ତ୍ରପାତିଗୁଡ଼ିକ ଅଧିକ ମୂଲ୍ୟ–ଦକ୍ଷ ଏବଂ ପୁଞ୍ଜି ସଘନଶୀଳ ।

(ii) ଅନ୍ୟପକ୍ଷରେ ପାରମ୍ପରିକ ଉତ୍ପାଦନ ପଦ୍ଧତିଗୁଡ଼ିକ ନୂତନ କିଛି ସୃଷ୍ଟି କରିବା ପାଇଁ ପ୍ରମୁଖ ମାନବ ପୁଞ୍ଜି ଏବଂ ସମୟ ଆବଶ୍ୟକ କରେ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 11.
ମନୁଷ୍ୟର ପ୍ରୟାସ ଓ ଦକ୍ଷତାକୁ ପ୍ରଦର୍ଶିତ କରୁଥିବା ନିଜ ଅଞ୍ଚଳର କିଛି ପାରମ୍ପରିକ କୌଶଳ ଓ ଉତ୍ପାଦନ ବିଷୟରେ ତଥ୍ୟ ବହାର କର । ଚିତ୍ର ତଥା ଲେଖା ମାଧ୍ୟମରେ ଏହାକୁ ଶ୍ରେଣୀଗୃହରେ ବୁଝାଅ ।
Answer:

  1. ଆମ ଅଞ୍ଚଳରେ କଂସାବାସନ, ଯାହା ଏହାର ଗୁଣବତ୍ତା ପାଇଁ ପ୍ରସିଦ୍ଧ । ଏହା ସହିତ ପିପିଲି ଚାନ୍ଦୁଆ ଭଳି ହସ୍ତଶିଳ୍ପ ମଧ୍ଯ ମହାନ ମାନବୀୟ ଦକ୍ଷତା ପ୍ରଦର୍ଶନ କରେ ।
  2.  ଏହି ଉତ୍ପାଦଗୁଡ଼ିକ ପ୍ରାୟତଃ ପିଢ଼ି ପରେ ପିଢ଼ି ବଦଳୁଥ‌ିବା ପାରମ୍ପରିକ କୌଶଳ ଏବଂ ଉପକରଣ ବ୍ୟବହାର କରି ତିଆରି କରାଯାଏ ।

Question 12.
ତୁମ ଅଞ୍ଚଳରେ ଥିବା ଗୋଟିଏ କାରଖାନା ଚିହ୍ନଟ କର । କାରଖାନା ନିର୍ମାଣରେ କେତେ ପୁଞ୍ଜି ନିବେଶ ହୋଇଥବ ବୋଲି ତୁମେ ଭାବୁଛ, ତାହା ହିସାବ କରି ନିର୍ଣ୍ଣୟ କର (ତୁମେ ଏହାର ଏକ ଆକଳନ ଦେଇ ପାରିବ) । କାରଖାନା ତା’ର ଉତ୍ପାଦ ପ୍ରସ୍ତୁତ ପାଇଁ କେଉଁ ପ୍ରକାର ସରଞ୍ଜାମ ବା ଉପକରଣ ବ୍ୟବହାର କରୁଛି, ତାହା ଉଲ୍ଲେଖ କର ।
Answer:

  1. ଆମ ଅଞ୍ଚଳରେ ଏକ କପଡ଼ା କାରଖାନା ଅଛି, ଯାହା ସମ୍ବଲପୁରରେ ଆମ ଘର ପାଖରେ ଅବସ୍ଥିତ । ଏହା କପା ଓ ମିଶ୍ରିତ କପଡ଼ା ପୋଷାକ ଉତ୍ପାଦନ କରେ ।
  2. କାରଖାନା ନିର୍ମାଣ, ବିଦ୍ୟୁତ୍ ଏବଂ ଯନ୍ତ୍ରପାତି ସ୍ଥାପନ ପାଇଁ ପ୍ରାୟ ୫-୬ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥବ ବୋଲି ମୁଁ ଭାବୁଛି ।
  3. କାରଖାନା ତା’ର ଉତ୍ପାଦ ପ୍ରସ୍ତୁତି ପାଇଁ ସୂତା କଟା ଯନ୍ତ୍ର, କପଡ଼ା ବୁଣ ଯନ୍ତ୍ର, ରଙ୍ଗ ଦେବା ଯନ୍ତ୍ର, ସିଲାଇ ଯନ୍ତ୍ର ଏବଂ ଫିନିଶିଂ ଯନ୍ତ୍ର ବ୍ୟବହାର କରୁଛି ।

Question 13.
ତୁମ ଆଖପାଖର ଲୋକ ତଥା ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରୁଥିବା ବିକଶିତ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଚିନ୍ତା କରିପାରିବ କି ? ଏ ବିଷୟରେ ଘରେ ତଥା ପଡ଼ୋଶୀରେ ଥ‌ିବା ବୟସ୍କ ବ୍ୟକ୍ତିଙ୍କ ସହ ଆଲୋଚନା କର ।
Answer:
ଆମ ଆଖପାଖର ଲୋକ ତଥା ଗୋଷ୍ଠୀଗତ ଜୀବନକୁ ପ୍ରଭାବିତ କରୁଥିବା ପ୍ରଯୁକ୍ତିବିଦ୍ୟା ମଧ୍ଯରେ ନିମ୍ନଲିଖତଗୁଡ଼ିକ ଅନ୍ତର୍ଭୁକ୍ତ ।
(i) ଅନ୍‌ଲାଇନ୍ ଶିକ୍ଷଣ ପାଠ୍ୟକ୍ରମ ଯାହା ଦକ୍ଷତା ଆଧାରିତ ପାଠ୍ୟକ୍ରମକୁ ସହଜ କରିଥାଏ ।

(ii) ଅନ୍‌ଲାଇନ୍ ଚାକିରି ସନ୍ଧାନ ପୋର୍ଟାଲ ଯାହା ବ୍ୟକ୍ତିବିଶେଷଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କମ୍ପାନୀଗୁଡ଼ିକ ସହିତ ସଂଯୋଗ ସ୍ଥାପନ କରିବାରେ ସାହାଯ୍ୟ କରେ ।

(iii) ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଯାହା ନଗଦହୀନ କାରବାର ଏବଂ ବାସ୍ତବ–ସମୟ ସମାଧାନ ପ୍ରଦାନ କରେ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 14.
କୌଣସି ଏକ ସମସ୍ୟା ସମାଧାନ ପାଇଁ ତୁମେ ଚିନ୍ତା କର । ଏହା ସମ୍ପର୍କିତ ସୂଚନା ଗୋଟିଏ କାଗଜରେ ଲେଖ । ଯଥା- ଏହାର ନାମ, ଏହାର କାର୍ଯ୍ୟପ୍ରଣାଳୀ ଦର୍ଶାଇବା ପାଇଁ ଏକ ନକ୍ସା ପ୍ରସ୍ତୁତ କର । ଏ ବିଷୟରେ ତୁମେ ତୁମ ସହପାଠୀମାନଙ୍କ ସହ ଆଲୋଚନା କର ।
Answer:
(i) କୌଣସି ଏକ ସମସ୍ୟାର ସମାଧାନ ପାଇଁ ଚିନ୍ତାକରେ ଯେ ମୁଁ ଏକ ରୋଷେଇ ସହାୟକ ଉଦ୍ଭାବନ କରିବାକୁ ଚାହିଁବି ଏବଂ ଏହାର ନାମ ଫ୍ଲୋରା ରଖୁବି ।

(ii) ଏହା ନୂତନ ରୋଷେୟା, ଅନେକ ଛୋଟ ବିକ୍ରେତା ଏବଂ କ୍ଲାଉଡ଼ ରୋଷେଇଘର କରିବାକୁ ଚାହୁଁଥ‌ିବା ଜଣେ ବ୍ୟକ୍ତିଙ୍କୁ ମାର୍ଗଦର୍ଶନ କରିବ ।

(iii) ଏହା ଉପଲବ୍ଧ ଉପାଦାନ ସହିତ ରେସିପି ମଧ୍ଯ ପରାମର୍ଶ ଦେବି । ଏହା ଆମ ସହିତ ରୋଷେଇ ବିଷୟରେ କଥା ହେବ ଏବଂ ବିଭିନ୍ନ ପର୍ଯ୍ୟାୟ ମଧ୍ୟରେ ବିରତି ନେବ ।

ଏହା ବିଷୟରେ ଚିନ୍ତା କର :

Question 1.
ଡାକ୍ତରଖାନା, ପ୍ରାଥମିକ ସ୍ୱାସ୍ଥ୍ୟସେବା କେନ୍ଦ୍ର, ଡାକ୍ତର, ଔଷଧ ଦୋକାନ, ନିଦାନାଗାର (dignostic labs) ଇତ୍ୟାଦି ଭିତ୍ତିଭୂମି ଓ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ମାନବ ପୁଞ୍ଜି ବିକାଶରେ କିପରି ସହାୟକ ହୋଇଥାଏ ?
Answer:
(i) ଡାକ୍ତରଖାନା, ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର, ଡାକ୍ତର, ଔଷଧ ଦୋକାନ, ନିଦାନାଗାର ଇତ୍ୟାଦି ଭିତ୍ତିଭୂମି ଓ ସ୍ଵାସ୍ଥ୍ୟସେବା ବ୍ୟବସ୍ଥା ସିଧାସଳଖ ମାନବ ପୁଞ୍ଜିକୁ ପ୍ରଭାବିତ କରେ ।

(ii) ସମାଜର ଉତ୍ପାଦକତା ଏବଂ କଲ୍ୟାଣ ଉପରେ ଏଗୁଡ଼ିକର ଏକ ବଡ଼ ପ୍ରଭାବ ପଡ଼ିଥାଏ । ଏଗୁଡ଼ିକ ରୋଗକୁ ଚିହ୍ନଟ କରି ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାରେ ଡାକ୍ତରଙ୍କୁ ସାହାଯ୍ୟ କରେ ।

(iii) ସ୍ଵାସ୍ଥ୍ୟକର୍ମୀମାନେ ଅଧିକ ସକ୍ରିୟ, ଦକ୍ଷ ଏବଂ କେନ୍ଦ୍ରିତ ହେବା ଉଚିତ ଏବଂ ମାନବ ପୁଞ୍ଜି ବିକାଶକୁ ପ୍ରୋତ୍ସାହିତ କରି ଦେଶର ଅର୍ଥନୀତିକୁ ଆହୁରି ପ୍ରଭାବଶାଳୀ ଭାବରେ ଯୋଗଦାନ ଦେବା ଉଚିତ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 2.
କୌଣସି ବିଦ୍ୟାଳୟର ୮ମ ଶ୍ରେଣୀର ଛାତ୍ର ଶୁଭାଶୀଷକୁ ଦୁଇ ବର୍ଷ ପୂର୍ବେ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା, କାରଣ ତା’ର ବାପା ନିଜର ଚାକିରି ହରାଇଥିଲେ । ତୁମେ ଭାବୁଛ କି ଏହି ପାଠପଢ଼ା ଛାଡ଼ିବା ଶୁଭାଶୀଷର ଭବିଷ୍ୟତ ଜୀବନକୁ ପ୍ରଭାବିତ କରିବ ?
Answer:
(i) ବିକାଶ ପାଠପଢ଼ା ଛାଡ଼ିବା ତା’ର ଶିକ୍ଷଣ କ୍ଷମତା, ଚାକିରି ସୁଯୋଗ ଏବଂ ଆତ୍ମବିଶ୍ଵାସକୁ ପ୍ରଭାବିତ କରିପାରେ । ବିଭିନ୍ନ କ୍ଷେତ୍ରରେ ତା’ର ବୁଝାମଣା ପଛରେ ପଡ଼ିଯାଇପାରେ ଯାହା ଭବିଷ୍ୟତର ସୁଯୋଗଗୁଡ଼ିକୁ ସୀମିତ କରିପାରେ ।

(ii) ସେ ଅନ୍ୟମାନଙ୍କ ତୁଳନାରେ ଅଧୂକ ସଂଘର୍ଷ କରିପାରେ । ପାଠ ଛାଡ଼ିବା ପରେ ତା’ର ସାମାଜିକ ଦକ୍ଷତାକୁ ହ୍ରାସ କରିପାରେ କାରଣ ସ୍କୁଲ ହେଉଛି ଏପରି ଏକ ସ୍ଥାନ ଯେଉଁଠାରେ ଆମେ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବା ଶିଖୁଥାଉ ।

Question 3.
ଆବଶ୍ୟକୀୟ ଦକ୍ଷତା ଥିବା କର୍ମଚାରୀ ନ ପାଇଲେ ବ୍ୟବସାୟଗୁଡ଼ିକ କେଉଁ ସମସ୍ୟାର ସମ୍ମୁଖୀନ ହେବାର ସମ୍ଭାବନା ଅଛି ?
Answer:
ଆବଶ୍ୟକୀୟ ଦକ୍ଷତା ଥିବା କର୍ମଚାରୀ ନପାଇଲେ ବ୍ୟବସାୟ ବନ୍ଦ ହୋଇଯାଇପାରେ । ଉତ୍ପାଦନ ମନ୍ଥର ହୋଇଯାଇପାରେ ଏବଂ ଉତ୍ପାଦନର ଗୁଣବତ୍ତା ହ୍ରାସ ପାଇପାରେ ଯାହା ଫଳରେ ବିକ୍ରୟ ହ୍ରାସ ପାଇବ ।

Question 4.
କିଛି ଜୀବିକା ବା ଚାକିରି ଅନ୍ୟ ତୁଳନାରେ ଅଧୁକ ଗୁରୁତ୍ଵପୂର୍ଣ୍ଣ କି ? ଯଦି କେହି ରାସ୍ତା ସଫା ନ କରନ୍ତି, ଅଳିଆ ସଂଗ୍ରହ ନ କରନ୍ତି, ଚାଷୀମାନେ ଚାଷ କରିବା ବନ୍ଦ କରିଦିଅନ୍ତି, ରୋଗୀଙ୍କ ଚିକିତ୍ସା ପାଇଁ ନର୍ସ ଉପଲବ୍ଧ ନ ହୁଅନ୍ତି, ତେବେ କି ପରିସ୍ଥିତି ସୃଷ୍ଟି ହେବ ?
Answer:
(i) ପ୍ରତ୍ୟେକ ପ୍ରକାର ଚାକିରି ସମାଜ ପାଇଁ ଗୁରୁତ୍ଵପୂର୍ଣ ଏବଂ ସମାଜର ମୌଳିକ କାର୍ଯ୍ୟକାରିତା, ଜନସୁରକ୍ଷା ଏବଂ ସ୍ଵାସ୍ଥ୍ୟ ଅବସ୍ଥାକୁ ସନ୍ତୁଳିତ ଏବଂ ବଜାୟ ରଖୁବାର ସମାନ ଭାବରେ ଅବଦାନ ରଖେ ।

(ii) ଏହି ଚାକିରି ସହିତ ଜଡ଼ିତ ସମସ୍ତ ପ୍ରକାରର ଚାକିରି କିମ୍ବା ବ୍ୟକ୍ତିବିଶେଷ ଗୁରୁତ୍ଵପୂର୍ଣ୍ଣ ସେବା ପ୍ରଦାନ କରନ୍ତି ଯାହା ବ୍ୟତିରେକ ବିଭିନ୍ନ ବ୍ୟବସ୍ଥା ବନ୍ଦ ହୋଇଯିବ କିମ୍ବା ଅନେକ ଆହ୍ବାନ ଦେଇ ଗତି କରିବ ।

(iii) ଯଦି କେହି ରାସ୍ତା ସଫା ନ କରନ୍ତି, ଅଳିଆ ସଂଗ୍ରହ ନ କରନ୍ତି, ଚାଷୀମାନେ ଚାଷ କରିବା ବନ୍ଦ କରି ଦିଅନ୍ତି, ରୋଗୀଙ୍କ ଚିକିତ୍ସା ପାଇଁ ନର୍ସ ଉପଲବ୍ଧ ନ ହୁଅନ୍ତି ତେବେ ଆମର ପରିବେଶ ଅସୁରକ୍ଷିତ ବ୍ୟାହତ ହେବ, ଖାଦ୍ୟ ଅଭାବ ଦେଖାଯିବ ଏବଂ ରୋଗ ବୃଦ୍ଧି ପାଇବା ସମେତ ଅନେକ ସମସ୍ୟା ସୃଷ୍ଟି ହେବ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 5.
ଉପରୋକ୍ତ ଘଟଣାରୁ (ମହାନ୍ ଉଦ୍ୟୋଗପତି ଜେ.ଆର୍.ଡି.ଟାଟାଙ୍କ ଜୀବନରୁ) ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଏଥରୁ କି’ ଶିକ୍ଷା ମିଳିବ ବୋଲି ତୁମେ ଭାବୁଛ ?
Answer:

  1. ଉପରୋକ୍ତ ଘଟଣାରୁ ଉଦ୍ୟୋଗୀମାନେ ଶିଖୁପାରିବେ ଯେ ବ୍ୟବସାୟ କେବଳ ଟଙ୍କା ରୋଜଗାର କରିବା ନୁହେଁ, ସମାଜକୁ ସାହାଯ୍ୟ କରିବା ପାଇଁ ଉଦ୍ଦିଷ୍ଟ ।
  2. ସେମାନେ ଶିକ୍ଷା କରିବେ ଯେ ଦୂରଦୃଷ୍ଟି, କଠିନ ପରିଶ୍ରମ ଏବଂ କର୍ମଚାରୀଙ୍କ ପ୍ରତି ଯନ୍ତ୍ର ହେଉଛି ଦୀର୍ଘକାଳୀନ ସଫଳତାର ଚାବିକାଠି ।

Question 6.
ଉଦ୍ୟୋଗୀମାନେ ଉପଲବ୍‌ଧ ନିଜସ୍ଵ ଜ୍ଞାନଦ୍ୱାରା ସେମାନଙ୍କ ସମସ୍ୟାର ଆସନ୍ନ ସମାଧାନ କରିପାରିବେ କି ? କିମ୍ବା ସେମାନେ ଏହାର ସମାଧାନ ପାଇଁ ଅନ୍ୟ ଉତ୍ସର ସାହାଯ୍ୟ ନେବେ ?
Answer:

  1. ହଁ, ଉଦ୍ୟୋଗୀମାନେ ଉପଲବ୍‌ଧ ନିଜସ୍ଵ ଜ୍ଞାନଦ୍ୱାରା ସେମାନଙ୍କର ସମସ୍ୟାର ଆସନ୍ନ ସମାଧାନ କରିପାରିବେ ।
  2. ସେମାନଙ୍କର ସୃଜନଶୀଳ ଏବଂ ସହିତ ଖାପଖୁଆଇବାକୁ ଏବଂ ଖୋଜିବା ତଥା ନିରନ୍ତର ଶିକ୍ଷା ସମାଧାନ ଭିତ୍ତିକ ଚିନ୍ତାଧାରାକୁ ସମର୍ଥନ କରୁଥିବା ନୂତନ ପରିସ୍ଥିତି ସମାଜକୁ ଉତ୍ତମ ସେବା ଯୋଗାଇଦେବା ପାଇଁ ସର୍ବୋତ୍ତମ ସମାଧାନ ପାଇଁ ବିଶେଷଜ୍ଞମାନଙ୍କର ପରାମର୍ଶ ନେଇପାରିବେ ।

Question 7.
ଜଣେ ଉଦ୍ୟୋଗୀଙ୍କ ପାଇଁ ‘ଲାଭ’ ହିଁ ଏକମାତ୍ର ପ୍ରେରଣା କି ? ଯଦି ‘ହଁ’ କାହିଁକି ? ଯଦି ‘ନା’ କାହିଁକି ନୁହେଁ ?
Answer:
(i) ନା, ଜଣେ ଉଦ୍ୟୋଗୀଙ୍କ ପାଇଁ ‘ଲାଭ’ ଏକମାତ୍ର ପ୍ରେରଣା ନୁହେଁ ।

(ii) ଜେ.ଆର୍.ଡି. ଟାଟାଙ୍କଦ୍ଵାରା ଦର୍ଶାଯାଇଥିବାପରି ସମାଜକୁ ସାହାଯ୍ୟ କରିବା, ଲୋକଙ୍କ ଜୀବନକୁ ଉନ୍ନତ କରିବା ଏବଂ ରାଷ୍ଟ୍ର ନିର୍ମାଣ କରିବା ମଧ୍ୟ ଉଦ୍ୟୋଗୀମାନଙ୍କ କର୍ତ୍ତବ୍ୟ ହେବା ଉଚିତ ।

(iii) ସମାଜର ମଙ୍ଗଳ ପାଇଁ କାମ କରିବା ଏବଂ ସେମାନଙ୍କର ଚିନ୍ତାଧାରାଗୁଡ଼ିକୁ ସଫଳ କରିବା ପାଇଁ ସମସ୍ତ ପ୍ରୟାସ କରିବା ପାଇଁ ଏକ ଦୃଢ଼ ପ୍ରେରଣା ହୋଇପାରେ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 8.
ଜଣେ ସଫଳ ଉଦ୍ୟୋଗୀ ହେବାପାଇଁ ଅନ୍ୟାନ୍ୟ ବ୍ୟକ୍ତିତ୍ଵ ଲକ୍ଷଣଗୁଡ଼ିକ କ’ଣ ହେବା ଆବଶ୍ୟକ ?
Answer:
ଜଣେ ସଫଳ ଉଦ୍ୟୋଗୀ ଦୂରଦୃଷ୍ଟିସମ୍ପନ୍ନ, ପରିଶ୍ରମୀ, ସଚ୍ଛୋଟ, ଯବାନ, ସାମାଜିକ ଦାୟିତ୍ଵନ ଏବଂ ଜୀବନକୁ ଉନ୍ନତ କରିବା ତଥା ପ୍ରତିବଦ୍ଧ ହେବା ଉଚିତ ଯାହାଦ୍ଵାରା ରାଷ୍ଟ୍ର ବିକାଶରେ ଯୋଗଦାନ ମିଳିବ ।

Question 9.
ମାନବିକ କାର୍ଯ୍ୟକଳାପଦ୍ୱାରା ସ୍ଥାନୀୟ ସମ୍ପ୍ରଦାୟ ଏବଂ ଜୈବ ବିବିଧତା କିପରି ପ୍ରଭାବିତ ହୁଏ ? ତୁମ ଚତୁଃପାର୍ଶ୍ୱସ୍ଥ କୌଣସି ସ୍ଥାନରେ ସମୟାନୁସାରେ ଜଳ ଓ ଭୂମି ଅବକ୍ଷୟ ହେଉଥୁବାର ଜାଣିଛ କି ? ଶ୍ରେଣୀ ଗୃହରେ ଆଲୋଚନା କର ।
Answer:
(i) ମାନବିକ କାର୍ଯ୍ୟକଳାପ ବିଶେଷକରି ଉତ୍ପାଦନ ପ୍ରକ୍ରିୟାରେ ବିଭିନ୍ନ ବିଷାକ୍ତ ଧାତୁ ସାମିଲ ଅଛି ଯାହା ଜଳଉତ୍ସକୁ ବ୍ୟାପକ ଭାବେ ପ୍ରଦୂଷିତ କରେ ।

(ii) ଅଣ-ପରିବେଶ ଅନୁକୂଳ ସମ୍ପଦର ବ୍ୟବହାର ମାଟିକୁ ପ୍ରଭାବିତ କରେ ଏବଂ ଏହାର ଉର୍ବରତା ହ୍ରାସ
କରେ ।

(iii) ମୋ ଚାରିପାଖରେ ଅନେକ ସ୍ଥାନ ଅଛି ଯେଉଁଠାରେ ଜଳ ଏବଂ ଭୂମି ଅବକ୍ଷୟ ହେଉଛି । ଶିଳ୍ପ ଏବଂ ଘରୋଇ ବ୍ୟବହୃତ ବର୍ଜ୍ୟ ଜଳ ଏବଂ ବସ୍ତୁଗୁଡ଼ିକ ଜଳ ଉତ୍ସରେ ନିର୍ଗତ ହେବା ଯୋଗୁଁ ଗୁରୁତର ଜଳ ପ୍ରଦୂଷଣ ହୁଏ । ଅନେକ ଶିଳ୍ପ ଆବର୍ଜନା ଖୋଲା ସ୍ଥାନରେ ପକାଯିବା ଯୋଗୁଁ ମାଟିର ଗୁଣବତ୍ତା ଏବଂ ଏହାର ଅନ୍ୟାନ୍ୟ ବୈଶିଷ୍ଟ୍ୟ ହ୍ରାସ ପାଏ ।

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ଉତ୍ପାଦନର କାରକ କାହାକୁ କୁହାଯାଏ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଚୂଡ଼ାନ୍ତ ଉତ୍ପାଦ ପାଇଁ ସମ୍ବଳ ବା ସାଧନ ଆବଶ୍ୟକ ପଡ଼ିଥାଏ ଏବଂ ଉତ୍ପାଦନରେ ବ୍ୟବହୃତ ଏବଂ ଏହି ସମ୍ବଳ ବା ସାଧନଗୁଡ଼ିକୁ ଉତ୍ପାଦନର କାରକ (Factors of Production) ବୋଲି କୁହାଯାଇଥାଏ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 2.
ମାନବ ପୁଞ୍ଜିକୁ ଶ୍ରମର ଏକ ମୌଳିକ ପ୍ରୟାସ କୁହାଯାଇପାରିବ କି ?
Answer:
ମାନବ ପୁଞ୍ଜିକୁ କେବଳ ଶ୍ରମର ଏକ ମୌଳିକ ପ୍ରୟାସ କୁହାଯାଇପାରିବ ନାହିଁ, ବରଂ ଏହା ସେହି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ ।

Question 3.
ଶ୍ରମିକମାନଙ୍କ ସ୍ୱାସ୍ଥ୍ୟସେବା ପାଇଁ ମାଲିକମାନେ ଯବାନ ହେବା କାହିଁକି ଆବଶ୍ୟକତା ରହିଛି ?
Answer:
ଶ୍ରମିକମାନେ ସ୍ଵାସ୍ଥ୍ୟବାନ ହେଲେ ଶାରୀରିକ ଓ ମାନସିକ ଭାବରେ ସର୍ବୋତ୍ତମ ଅବଦାନ ଦେଇପାରିବେ ଏବଂ ସେମାନେ କମ୍ ସମୟ ମଧ୍ୟରେ ଅଧ‌ିକ କାମ କରିପାରିବେ ସୃଜନଶୀଳ ହୋଇପାରିବେ ।

Question 4.
କେଉଁସବୁ କୌଶଳ ଅବଲମ୍ବନ କରି ପୃଥ‌ିବୀର ଅନେକ ଦେଶ ଉନ୍ନତିର ଚରମସୀମାରେ ପହଞ୍ଚିପାରିଛନ୍ତି ?
Answer:
କଠିନ ପରିଶ୍ରମ, ନିରନ୍ତର ଉନ୍ନତି ପାଇଁ ପ୍ରୟାସ ଓ ଭଲଭାବରେ କାମ କରିବାପାଇଁ ପ୍ରଚେଷ୍ଟା ଇତ୍ୟାଦି ଗୁଣ ଯୋଗୁଁ ଅନେକ ଦେଶ ଉନ୍ନତିର୍‌ ଚରମ ସୀମାରେ ପହଞ୍ଚିପାରିଛନ୍ତି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 5.
୨୦୨୩ ମସିହାରେ ବିଶ୍ଵବ୍ୟାଙ୍କ୍ ସାକ୍ଷରତା ହାର ଉପରେ କେଉଁ ତଥ୍ୟ ପ୍ରକାଶ କରିଥିଲା ?
Answer:
୨୦୨୩ ମସିହାର ବିଶ୍ଵବ୍ୟାଙ୍କ୍ ଆକଳନ ଅନୁସାରେ ଭାରତରେ ପ୍ରାପ୍ତବୟସ୍କ ସାକ୍ଷରତା ହାର ପୁରୁଷମାନଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ଥିବାବେଳେ ମହିଳାମାନଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ରହିଛି ।

Question 6.
ଭାରତରେ ଏକ ଯୁବ, ଉତ୍ପାଦନକ୍ଷମ ଜନସଂଖ୍ୟା ରହିଛି ବୋଲି ଆମେ କିପରି ଜାଣିପାରୁଛେ ?
Answer:
ଭାରତର ଅର୍ଥନୈତିକ ସର୍ଭେ ୨୦୨୪ ଅନୁସାରେ, ଆମ ଦେଶର ୩୫ ବର୍ଷରୁ କମ୍ ବୟସର ଲୋକସଂଖ୍ୟା ୬୫ ଶତକଡ଼ା ଅଟେ, ଏହି ଆକଳନରୁ ଅନୁମାନ କରାଯାଉଛି ଯେ ଭାରତରେ ଏକ ଯୁବ ଉତ୍ପାଦନକ୍ଷମ ଜନସଂଖ୍ୟା ରହିଛି ।

Question 7.
ପୁଞ୍ଜି କ’ଣ ? ଏହାର ଆବଶ୍ୟକତା କେଉଁଠି ରହିଛି ?
Answer:
ଦ୍ରବ୍ୟ ଓ ସେବା ଉତ୍ପାଦନପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳକୁ ପୁଞ୍ଜି କୁହାଯାଏ ଏବଂ ଉତ୍ପାଦନ ବା ସେବା କ୍ଷେତ୍ରପାଇଁ ପୁଣି ଆବଶ୍ୟକ ହୋଇଥାଏ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 8.
ସଫଳ ଉଦ୍ୟୋଗପତିଙ୍କ ଦୂରଦୃଷ୍ଟି କିଭଳି ହେବା ଉଚିତ ?
Answer:
ଉଦ୍ୟୋଗପତିମାନେ ବଜାରକୁ ଅଭିନବ ଉତ୍ପାଦ ଓ ସେବା ଆଣିବାରେ ସାହାଯ୍ୟ କରିବା ସହିତ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଜୀବନ ଜୀବିକାକୁ ସହଜ କରିବାର ବାଟ ଦେଖାଇବା ଉଚିତ ।

Question 9.
ଭାରତର ପ୍ରଥମ ବିମାନ କମ୍ପାନୀ କ’ଣ ଥିଲା ? ଏହା କେବେଠାରୁ ଆରମ୍ଭ ହୋଇଥିଲା ?
Answer:
ଭାରତର ପ୍ରଥମ ବିମାନ କମ୍ପାନୀ ଥିଲା ‘ଟାଟା ଏୟାରଲାଇନ୍ସ’ ଏବଂ ଏହା ୧୯୩୨ ମସିହାରେ କାର୍ଯ୍ୟ ଆରମ୍ଭ କରିଥିଲା ।

Question 10.
ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର କ’ଣ ? ରତନ ଟାଟା ଏହି ପୁରସ୍କାର କେବେ ପାଇଥିଲେ ?
Answer:
ଭାରତର ସର୍ବୋଚ୍ଚ ବେସାମରିକ ପୁରସ୍କାର ହେଉଛି ‘ଭାରତ ରନ୍’ ଏବଂ ୧୯୯୨ ମସିହାରେ ରତନ ଟାଟା ଏହି ପୁରସ୍କାର ପାଇଥିଲେ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 11.
SWAYAM ଓ M0OC ର ପୂରାତନ ନାମ ଇଂରାଜୀରେ ଲେଖ ।
Answer:
SWAYAM – Study webs of Active Learning for Young Aspiring minds.
MOOC – Massive Open Online Course.

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ଏକ ନିର୍ଦ୍ଦିଷ୍ଟ ସମୟ ଅବଧ୍ୟରେ ଅଧ‌ିକ କାର୍ଯ୍ୟ କରିବାର କ୍ଷମତା ।
Answer:
ଉତ୍ପାଦନଶୀଳତା

Question 2.
ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ବ୍ୟବହୃତ ଯେକୌଣସି ଭୌତିକ କିମ୍ବା ଆର୍ଥିକ ସମ୍ପତ୍ତି ।
Answer:
ପୁଞ୍ଜି

Question 3.
ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଋଣଦାତାଙ୍କଠାରୁ ଆଣିଥିବା ଟଙ୍କାର ବିନିଯୋଗ ଦୃଷ୍ଟିରୁ ଋଣଦାତା ପରିଶୋଧ କରୁଥିବା ଅଧ‌ିକ ଅର୍ଥର ପରିମାଣ ।
Answer:
ସୁଧ

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 4.
କମ୍ପାନୀଦ୍ଵାରା ଅଂଶଧନକାରୀମାନଙ୍କୁ ପ୍ରଦତ୍ତ ନିଜ ଲାଭାଂଶର ଅର୍ଥ ବା ଟଙ୍କା ।
Answer:
ଲାଭାଂଶ

Question 5.
ଏକ ପ୍ରତିଷ୍ଠାନ ବା ଦୋକାନ ବା କାରଖାନା ଯାହା ସାମଗ୍ରୀ ଦ୍ରବ୍ୟ ଉତ୍ପାଦନ କିମ୍ବା ବିକ୍ରୟ କରିବା ସହିତ ସେବା ପ୍ରଦାନ କରିଥାଏ ।
Answer:
ବ୍ୟବସାୟୀ

Question 6.
ଅଭ୍ୟାସ ଓ ତାଲିମ ଦ୍ଵାରା କୌଣସି କାର୍ଯ୍ୟ ଭଲଭାବରେ କରିବାର କ୍ଷମତା ।
Answer:
ଦକ୍ଷତା

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 7.
ନିର୍ଦ୍ଦିଷ୍ଟ କାମ କରିବାପାଇଁ ଆବଶ୍ୟକୀୟ ଦକ୍ଷତା ହାସଲ କରିବାର ପ୍ରକ୍ରିୟା ।
Answer:
ପ୍ରଶିକ୍ଷଣ ବା ତାଲିମ

Answer:8.
ଶିଖୁବା, ଜାଣିବା ଏବଂ ବୁଝିବାର ପ୍ରକ୍ରିୟା ।
Answer:
ଜ୍ଞାନତ୍ମକ ।

ଶୂନ୍ୟସ୍ଥାନ ପୂରଣ କର ।

Question 1.
ନିବେଶ ଏବଂ _________ ଦ୍ଵାରା ପୁଞ୍ଜି ସୃଷ୍ଟି ହୁଏ ।
Answer:
ସଞ୍ଚୟ

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 2.
ଉର୍ବର ମୃତ୍ତିକା ଏବଂ ଖଣିଜ ପଦାର୍ଥ __________ ର ଉଦାହରଣ ।
Answer:
ଭୂମି

Question 3.
ଭୌତିକ ପୁଞ୍ଜି ମଧ୍ୟରେ ଯନ୍ତ୍ରପାତି, ଉପକରଣ __________ ଅନ୍ତର୍ଭୁକ୍ତ ।
Answer:
ଘର

Question 4
ଦ୍ରବ୍ୟ ଓ ସେବା ଉତ୍ପାଦନରେ ବ୍ୟବହୃତ ସମ୍ବଳ ବା ସାଧନଗୁଡ଼ିକୁ ____________ କୁହାଯାଏ ।
Answer:
ଉତ୍ପାଦନର କାରକ

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 5.
ବିଶ୍ଵବ୍ୟାଙ୍କ ଆକଳନ ଅନୁଯାୟୀ ୨୦୨୩ ମସିହା ସୁଦ୍ଧା ଭାରତରେ ପ୍ରାପ୍ତବୟସ୍କ ସାକ୍ଷରତା ହାର ପୁରୁଷଙ୍କ କ୍ଷେତ୍ରରେ __________ ପ୍ରତିଶତ ।
Answer:
୮୫

Question 6.
ଉତ୍ପାଦନର ମୁଖ୍ୟ କାରକଗୁଡ଼ିକ ହେଉଛି ଭୂମି, ଶ୍ରମ, ପୁଞ୍ଜି ଏବଂ __________ |
Answer:
ଔଦ୍ୟୋଗିକା

Question 7.
ଭୂମିଦ୍ଵାରା ଉପାର୍ଜନ କରାଯାଉଥ‌ିବା ରୋଜଗାରକୁ ____________ କୁହାଯାଏ ।
Answer:
ଭଡ଼ା

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 8.
ଲୋକମାନଙ୍କର ଶିକ୍ଷା, କୌଶଳ ଏବଂ ସ୍ଵାସ୍ଥ୍ୟ ________ ପୁଞ୍ଜିକୁ ବୁଝାଏ ।
Answer:
ମାନବ

Question 9.
ଶ୍ରମ ପାଇଁ ଦିଆଯାଇଥିବା ଅର୍ଥକୁ _______________ କୁହାଯାଏ ।
Answer:
ମଜୁରୀ

Question 10.
ସୃଜନଶୀଳତା ____________ ର ପ୍ରଧାନ ଭୂମିକା ଅଟେ ।
Answer:
ଔଦ୍ୟୋଗିକୀ,

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଉତ୍ପାଦନ ପ୍ରକ୍ରିୟାରେ ନିମ୍ନୋକ୍ତ ମଧ୍ଯରୁ କେଉଁଟି ଏକ ସାଧନ ନୁହେଁ ?
(i) ସଞ୍ଚୟ
(ii) ଶ୍ରମ
(iii) ପୁଞ୍ଜି
(iv) ଭୂମି
Answer:
(i) ସଞ୍ଚୟ

Question 2.
ଜାପାନୀ ଭାଷାର କେଉଁ ଶବ୍ଦଟିର ଅର୍ଥ ‘ନିରନ୍ତର ଉନ୍ନତି’ ?
(i) ଲାଇଜେନ୍
(ii) କାଇଜେନ୍
(iii) ହୋରାଇଜେନ୍
(iv) ହାଇଡ୍ରୋଜେନ୍
Answer:
(ii) କାଇଜେନ୍

Question 3.
ପୃଥ‌ିବୀର କେଉଁ ଦେଶ ନିଜର ଉଚ୍ଚ-ଗୁଣବତ୍ତା ଶିଳ୍ପ ଉତ୍ପାଦନ ପାଇଁ ପ୍ରସିଦ୍ଧ ।
(i) ଭାରତ
(ii) ସୁଇଜରଲ୍ୟାଣ୍ଡ
(iii) ଜର୍ମାନୀ
(iv) ଜାପାନ
Answer:
(iii) ଜର୍ମାନୀ

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 4.
ବିଶ୍ୱ ବ୍ୟାଙ୍କ ଆକଳନ ଅନୁଯାୟୀ ୨୦୨୩ରେ ଭାରତରେ ପୁରୁଷମାନଙ୍କ ସାକ୍ଷରତା ହାର କେତେ ଥିଲା ?
(i) ୮୦ ପ୍ରତିଶତ
(ii) ୮୫ ପ୍ରତିଶତ
(iii) ୭୦ ପ୍ରତିଶତ
(iv) ୭୫ ପ୍ରତିଶତ
Answer:
(ii) ୮୫ ପ୍ରତିଶତ

Question 5.
ଦ୍ରବ୍ୟ ଓ ସେବା ଉତ୍ପାଦନ ପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳକୁ କ’ଣ କୁହାଯାଇଥାଏ ?
(i) ପୁଞ୍ଜି
(ii) ଆର୍ଥିକ ଉନ୍ନତି
(iii) ନିବେଶ
(iv) ପ୍ରୋତ୍ସାହନ
Answer:
(i) ପୁଞ୍ଜି

Question 6.
ନିଜର ବ୍ୟବସାୟ ଆରମ୍ଭ କରିବା କିମ୍ବା କୌଣସି ସମସ୍ୟାର ସମାଧାନ ପାଇଁ ନୂଆ ସର୍ଜନା କରିବାକୁ କ’ଣ କୁହାଯାଏ ?
(i) ଉଦ୍ୟୋଗ
(ii) ଉଦ୍ୟୋଗପତି
(iii) ଉତ୍ପାଦନ
(iv) ଔଦ୍ୟୋଗିକୀ
Answer:
(iv) ଔଦ୍ୟୋଗିକୀ

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 7.
ଭାରତର ପ୍ରଥମ ବିମାନ କମ୍ପାନୀ ‘ଟାଟା ଏୟାରଲାଇନ୍ସ’’ କେବେ ଆରମ୍ଭ କରାଯାଇଥିଲା ?
(i) ୧୯୩୦ ମସିହା
(ii) ୧୯୩୧ ମସିହା
(iii) ୧୯୩୨ ମସିହା
(iv) ୧୯୫୦ ମସିହା
Answer:
(iii) ୧୯୩୨ ମସିହା

Question 8.
କେଉଁ ଦେଶ ୨୦୧୪ ମସିହାରେ ସଙ୍ଗଠିତ ସାମାଜିକ ଦାୟିତ୍ଵ (CSR) ଉପରେ ଆଇନ ପ୍ରଣୟନ କରିଥିଲା ?
(i) ଯୁକ୍ତରାଷ୍ଟ୍ର ଆମେରିକା
(ii) ଋଷିଆ
(iii) ଜର୍ମାନୀ
(iv) ଭାରତ
Answer:
(iv) ଭାରତ

Question 9.
ବ୍ୟକ୍ତିବିଶେଷଙ୍କ ଜ୍ଞାନ, ଦକ୍ଷତା, ଅଭିଜ୍ଞତାକୁ କେଉଁ ପ୍ରକାର ପୁଞ୍ଜି କୁହାଯାଇଥାଏ ?
(i) ମାନବ ପୁଞ୍ଜି
(ii) ପାରିବାରିକ ପୁଞ୍ଜି
(iii) ସଞ୍ଚିତ ପୁଞ୍ଜି
(iv) ଗଚ୍ଛିତ ପୁଞ୍ଜି
Answer:
(i) ମାନବ ପୁଞ୍ଜି

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 10.
ଶିକ୍ଷା ତଥା ଅଭ୍ୟାସଦ୍ୱାରା ନିଜକୁ ଉନ୍ନତ କରିବାକୁ କ’ଣ କୁହାଯାଇଥାଏ ?
(i) ପାରଦର୍ଶିତା
(ii) ଦକ୍ଷତା
(iii) କୁଶଳତା
(iv) ସହନଶୀଳତା
Answer:
(ii) ଦକ୍ଷତା

Question 11.
____________ ପୁଞ୍ଜି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ ।
(i) ଆର୍ଥିକ
(ii) ଶାରୀରିକ
(iii) ମାନବ
(iv) ଧାର୍ମିକ
Answer:
(iii) ମାନବ

Question 12.
ସିଲେଇ ବୋଇତ ନିର୍ମାଣ କୌଶଳ ___________ ମାନଙ୍କୁ ଭଲଭାବରେ ଜଣାଥିଲା
(i) ଭାରତୀୟ
(ii) ୟୁରୋପୀୟ
(iii) ପର୍ତ୍ତୁଗୀଜ
(iv) ଜାପାନୀ
Answer:
(i) ଭାରତୀୟ

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 13.
___________ ମାଧ୍ୟମରେ କମ୍ପାନୀ ମାଲିକମାନେ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରିଥା’ନ୍ତି ।
(i) ଅର୍ଥବଜାର
(ii) କଳାବଜାର
(iii) ପୁଞ୍ଜିବଜାର..
(iv) ଲାଭାଂଶ ବଜାର
Answer:
(iii) ପୁଞ୍ଜିବଜାର..

Question 14.
ଜେ. ଆର.ଡି.ଟାଟା ଭାରତରେ ଜଣେ ____________ ଭାବରେ ପରିଚିତ ଥିଲେ ।
(i) ସୁନା ବ୍ୟବସାୟୀ
(ii) ହୀରା ବ୍ୟବସାୟୀ
(iii) ଉଦ୍ୟୋଗପତି
(iv) ସେନାପତି
Answer:
(iii) ଉଦ୍ୟୋଗପତି

Question 15.
____________ ଉତ୍ପାଦନର ଏକ ସାହାଯ୍ୟକାରୀ ଉପାଦାନ ଅଟେ ।
(i) ପ୍ରଯୁକ୍ତିବିଦ୍ୟା
(ii) ପୁଞ୍ଜି ସଂଗ୍ରହ ବିଦ୍ୟା
(iii) ଉଦ୍ୟୋଗ ବିଦ୍ୟା
(iv) ପାରମ୍ପରିକ ବିଦ୍ୟା
Answer:
(i) ପ୍ରଯୁକ୍ତିବିଦ୍ୟା

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 16.
______ ସଂସ୍ଥା ମାଧ୍ୟମରେ ପିଲାମାନଙ୍କୁ ଅନଲାଇନ୍ ପ୍ରକ୍ରିୟାରେ ପାଠ ପଢ଼ାଯାଇଥାଏ ।
(i) ପ୍ରିୟମ
(ii) ସ୍ଵୟମ
(iii) ଆୟନ
(iv) ବାତାୟନ
Answer:
(ii) ସ୍ଵୟମ

Question 17.
କୃଷି ଏକ _________ ପ୍ରଧାନ କ୍ଷେତ୍ର ଅଟେ ।
(i) ପୁଞ୍ଜି
(ii) ଶ୍ରମ
(iii) କର୍ମ
(iv) ଲାଭ
Answer:
(ii) ଶ୍ରମ

Question 18.
ସମ୍ବଳଗୁଡ଼ିକୁ କିପରି ସଠିକ୍ ଭାବରେ ବ୍ୟବହାର କରାଯାଇପାରିବ ସେ ସମ୍ବନ୍ଧରେ _________ ମାନେ ମାର୍ଗ ଦର୍ଶନ କରାଇଥା’ନ୍ତି ।
(i) ଉଦ୍ୟୋଗପତି
(ii) ଇଞ୍ଜିନିୟର
(iii) କୁଶଳୀ କାରିଗର
(iv) ସରକାରୀ କର୍ମଚାରୀ
Answer:
(i) ଉଦ୍ୟୋଗପତି

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 19.
ସ୍ମାର୍ଟଫୋନଗୁଡ଼ିକରେ ___________ ଧାତୁ ବ୍ୟବହାର କରାଯାଇଥାଏ ।
(i) ତମ୍ବା
(ii) ସୀସା
(iii) ଲୁହା
(iv) ଦସ୍ତା
Answer:
(ii) ସୀସା

Question 20.
ଭାରତରେ ସଙ୍ଗଠିତ ସାମାଜିକ ଦାୟିତ୍ଵ ଆଇନ (CSR) __________ ମସିହାର ପ୍ରଣୟନ କରାଯାଇଥିଲା ।
(i) ୨୦୧୨
(ii) ୨୦୧୩
(iii) ୨୦୧୪
(iv) ୨୦୧୫
Answer:
(iii) ୨୦୧୪

ଠିକ୍ ଭକ୍ତି ପାଖରେ ଠିକ୍ (✓) ଚିହ୍ନ ଓ ଭୁଲ୍ ଭକ୍ତ ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଉତ୍ପାଦନର କାରକଗୁଡ଼ିକ ପରସ୍ପରଠାରୁ ଭିନ୍ନ ଅଟନ୍ତି ।
Answer:
✓

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 2.
ପ୍ରଯୁକ୍ତିବିଦ୍ୟା ଲୋକମାନଙ୍କର ଦକ୍ଷତା ଓ ଜ୍ଞାନ ବିକାଶରେ ସାହାଯ୍ୟ କରିନଥାଏ ।
Answer:
✗

Question 3.
ଶିକ୍ଷା ତଥା ଅଭ୍ୟାସଦ୍ୱାରା ନିଜକୁ ଉନ୍ନତ କରିବାହିଁ ଦକ୍ଷତା ।
Answer:
✓

Question 4.
ଔଦ୍ୟୋଗିକୀକୁ ଉତ୍ପାଦନର ‘ଚାଳକ ଶକ୍ତି’ କୁହାଯାଏ ।
Answer:
✓

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 5.
ଉତ୍ପାଦନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଗ୍ରହଣୀୟ ନୁହେଁ ।
Answer:
✗

Question 6.
ମାନବ ପୁଞ୍ଜିକୁ ଶିକ୍ଷା ଓ ଦକ୍ଷତା ପ୍ରଭାବିତ କରିଥାଏ ।
Answer:
✓

Question 7.
ବ୍ୟବସାୟ ପାଇଁ ପ୍ରେରଣାର ଉତ୍ସ ହେଉଛନ୍ତି ଉଦ୍ୟୋଗପତି ।
Answer:
✓

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 8.
ଅର୍ଥଶାସ୍ତ୍ରରେ ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ସାଧନଗୁଡ଼ିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
Answer:
✗

Question 9.
ମାନବ ପୁଞ୍ଜି କେବଳ ଶ୍ରମର ମୌଳିକ ପ୍ରୟାସ ନୁହେଁ, ବରଂ ଏହା ସେହି ଶ୍ରମର ଗୁଣବତ୍ତା ଓ ଦକ୍ଷତାକୁ ବୁଝାଇଥାଏ ।
Answer:
✓

Question 10.
କାଇଜେନ (Kaizen) ତତ୍ତ୍ଵ ଜର୍ମାନୀର ଲୋକମାନଙ୍କୁ ଉଚ୍ଚ ଜୀବନଧାରଣ ମାନ ହାସଲ କରିବାରେ ସାହାଯ୍ୟ କରିଥିଲା ।
Answer:
✗

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାଈଜେନ ଜର୍ମାନୀ
ପେଶାଗତ ନୀତି ଭାରତ
ସିଲେଇ ବୋଇତ ନିର୍ମାଣ ତାମିଲନାଡୁ
ଚମଡ଼ା କାରଖାନା ଅରୁଣାଚଳ ପ୍ରଦେଶ
ବାଉଁଶଜାତ ଦ୍ରବ୍ୟ ଜାପାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାଈଜେନ ଜାପାନ
ପେଶାଗତ ନୀତି ଜର୍ମାନୀ
ସିଲେଇ ବୋଇତ ନିର୍ମାଣ ଭାରତ
ଚମଡ଼ା କାରଖାନା ତାମିଲନାଡୁ
ବାଉଁଶଜାତ ଦ୍ରବ୍ୟ ଅରୁଣାଚଳ ପ୍ରଦେଶ

 

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପୁଞ୍ଜି ବଜାର ନିର୍ମାଣ କୌଶଳ
କୃଷି ଅଂଶଧନ
ଉପଗ୍ରହ ନିର୍ମାଣ ଶ୍ରମପ୍ରଧାନ
ସିଭିଲ ଇଞ୍ଜିନିୟରିଂ ଆଭାସୀ ପାଠ୍ୟକ୍ରମ
ସ୍ଵୟମ ସଂସ୍ଥା ପୁଞ୍ଜିପ୍ରଧାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପୁଞ୍ଜି ବଜାର ଅଂଶଧନ
କୃଷି ଶ୍ରମପ୍ରଧାନ
ଉପଗ୍ରହ ନିର୍ମାଣ ପୁଞ୍ଜିପ୍ରଧାନ
ସିଭିଲ ଇଞ୍ଜିନିୟରିଂ ନିର୍ମାଣ କୌଶଳ
ସ୍ଵୟମ ସଂସ୍ଥା ଆଭାସୀ ପାଠ୍ୟକ୍ରମ

 

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଉତ୍ପାଦନ ବୃଦ୍ଧି କରିବାପାଇଁ ଅର୍ଥନୀତି ମାନଙ୍କର ଦୁଇଟି ପରାମର୍ଶ ଉଲ୍ଲେଖ କର ।
Answer:

  1. ପ୍ରଥମତଃ ଭୂମି, ଶ୍ରମ ଓ ପୁଞ୍ଜିର ଅଧ୍ଵକ କୁଶଳ ବ୍ୟବହାର ।
  2. ଦ୍ଵିତୀୟଟି ହେଉଛି ଉତ୍ପାଦିତ ଦ୍ରବ୍ୟଗୁଡ଼ିକର ସର୍ବୋତ୍ତମ ବ୍ୟବହାର ।

Question 2.
ଉତ୍ପାଦନର କାରକ ଭାବରେ ପ୍ରାକୃତିକ ସମ୍ବଳଗୁଡ଼ିକୁ ଅଧିକ ଗୁରୁତ୍ଵ ଦିଆଯାଇଥାଏ କାହିଁକି ?
Answer:

  1. ପ୍ରାକୃତିକ ସମ୍ବଳ କହିଲେ ମୃତ୍ତିକା, ଜଙ୍ଗଲ, ଜଳ, ବାୟୁ, ସୂର୍ଯ୍ୟକିରଣ, ଖଣିଜ ପଦାର୍ଥ, ତୈଳ ଓ ପ୍ରାକୃତିକ ଗ୍ୟାସକୁ ବୁଝାଇଥାଏ ।
  2. ଏହି ପ୍ରାକୃତିକ ସମ୍ବଳଗୁଡ଼ିକୁ ଆଧାର କରି ବିଭିନ୍ନ ପ୍ରକାର ଦ୍ରବ୍ୟ ଉତ୍ପାଦନ କରାଯାଇଥାଏ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 3.
ମନୁଷ୍ୟକୁ ଏକ ସମ୍ବଳ ହିସାବରେ ଗଣନା କରାଯାଏ କାହିଁକି ?
Answer:

  1. ମନୁଷ୍ୟ ପାଖରେ ଜ୍ଞାନ, ଦକ୍ଷତା ଓ ନିଷ୍ପତ୍ତି ନେବାର କ୍ଷମତା ଥାଏ ।
  2. ମନୁଷ୍ୟ ଏସବୁକୁ ପ୍ରୟୋଗ କରି ଉତ୍ପାଦନ ପ୍ରକ୍ରିୟାରେ ଦ୍ରବ୍ୟ ଓ ସେବା ସୃଷ୍ଟି କରିପାରିଥାଏ ।

Question 4.
ଉତ୍ପାଦନ କ୍ଷେତ୍ରରେ ତୁମେ କାହାକୁ ଅଧିକ ଗୁରୁତ୍ୱ ପ୍ରଦାନ କରିବ ଶିକ୍ଷା ନା ତାଲିମ ?
Answer:

  1. ମୋ ମତରେ ଉତ୍ପାଦନ କ୍ଷେତ୍ରରେ ଶିକ୍ଷା ଓ ତାଲିମ୍ ଉଭୟର ଆବଶ୍ୟକତା ରହିଛି ।
  2. ଜଣେ ଶିକ୍ଷିତ ଓ ତାଲିମପ୍ରାପ୍ତ ବ୍ୟକ୍ତି ଅଶିକ୍ଷିତ ଅଣତାଲିମପ୍ରାପ୍ତ ବ୍ୟକ୍ତିଠାରୁ ଅଧିକ ଦ୍ରବ୍ୟ ଉତ୍ପାଦନ କରିଥାଏ ।

Question 5.
ପେଶାଗତ ନୀତି (Work ethics) କ’ଣ ?
Answer:

  1. ପେଶାଗତ ନୀତି କହିଲେ ସାଧାରଣତଃ ସମୟାନୁବର୍ତ୍ତିତା, ଗୁଣବତ୍ତା ଓ ସବୁଜିନିଷକୁ ଟିକିନିଖ୍ ଅନୁଧ୍ୟାନ କରିବା ଉପରେ ଗୁରୁତ୍ଵ ପ୍ରଦାନ କରିବାକୁ ବୁଝାଏ ।
  2. ଏହି ପେଶାଗତ ନୀତିକୁ ଜର୍ମାନମାନେ ଆପଣେଇ ଦେଇଥିବାରୁ ଉଚ୍ଚ-ଗୁଣବତ୍ତା ଶିଳ୍ପ ଉତ୍ପାଦ ପାଇଁ ପ୍ରସିଦ୍ଧ ହୋଇପାରିଛନ୍ତି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 6.
ଜନସାଂଖ୍ୟକୀୟ ଲାଭାଂଶ କହିଲେ କ’ଣ ବୁଝ ?
Answer:

  1. ଭାରତରେ ୩୫ ବର୍ଷରୁ କମ୍ ବୟସର ଲୋକସଂଖ୍ୟା ଶତକଡ଼ା ୬୫ ଅଟେ । ଏମାନେ ଯୁବକ ଶ୍ରେଣୀର ଅଟନ୍ତି ।
  2. ବହୁ ସଂଖ୍ୟକ ଯୁବ ଓ କର୍ମଜୀବୀ ବିଶିଷ୍ଟ ଜନସଂଖ୍ୟାର ଦେଶର ଉନ୍ନତିରେ ଯୋଗଦାନ କରିବାକୁ ଜନସାଂଖ୍ୟକୀୟ ଲାଭାଂଶ (demographic dividend) କୁହାଯାଇଥାଏ ।

Question 7.
ପୁଞ୍ଜି ବଜାର (Stock market) କ’ଣ ?
Answer:

  1. ବଡ଼ ବଡ଼ କମ୍ପାନୀଗୁଡ଼ିକ ସେମାନଙ୍କର ବ୍ୟବସାୟ ବିସ୍ତାର କରିବା ପାଇଁ ପ୍ରଚୁର ଅର୍ଥ ଆବଶ୍ୟକ କରିଥା’ନ୍ତି । .
  2. ସେହି ଅର୍ଥ ସେମାନେ ପୁଞ୍ଜି ବଜାର ମାଧ୍ୟମରେ ଲୋକମାନଙ୍କଠାରୁ ଅଂଶଧନ ବିକ୍ରୟକରି ସଂଗ୍ରହ କରିଥାନ୍ତି ।

Question 8.
ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଉଦ୍ୟୋଗପତିମାନଙ୍କର ଭୂମିକା କ’ଣ ଥାଏ ?
Answer:

  1. ଉଦ୍ୟୋଗପତିମାନେ ନୂତନ କୌଶଳମାନ ପ୍ରୟୋଗ କରି ଦ୍ରବ୍ୟମାନ ପ୍ରସ୍ତୁତ କରନ୍ତି ।
  2. ଉତ୍ପାଦନର ବିଭିନ୍ନ କାରକଗୁଡ଼ିକୁ ସଂଗ୍ରହ କରନ୍ତି ଓ କଠିନ ପରିଶ୍ରମ କରି ନୂଆ ବ୍ୟବସାୟର ଶୁଭାରମ୍ଭ ସଫଳର ସହ କରିଥାନ୍ତି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 9.
ଜେ.ଆର୍.ଡି.ଟାଟା କିଏ ? ତାଙ୍କୁ କାହିଁକି ଆମେ ରଖୁଅଛୁ ?
Answer:

  1. ଜେହାଙ୍ଗୀର ରତନ୍‌ ଦାଦାଭୋୟ (ଜେ.ଆର.ଡ଼ି) ଟାଟା ଜଣେ ସଫଳ ଉଦ୍ୟୋପତି, ଶିଳ୍ପପତି ଓ ସମାଜସେବୀ ଥିଲେ ।
  2. ଭାରତର ଜଣେ ମହାନ ଉଦ୍ୟୋଗପତି ହେବା ସହିତ ଆଧୁନିକ ଭାରତ ନିର୍ମାଣରେ ସେ ବଡ଼ ଭୂମିକା ଗ୍ରହଣ କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ପ୍ରଯୁକ୍ତିବିଦ୍ୟାକୁ ଉତ୍ପାଦନର ଏକ ସାହାଯ୍ୟକାରୀ ଉପାଦାନ କୁହାଯାଏ କାହିଁକି ?
Answer:

  1. ପ୍ରଯୁକ୍ତିବିଦ୍ୟା ହେଉଛି ବୈଜ୍ଞାନିକ ଜ୍ଞାନର ପ୍ରୟୋଗ ।
  2. ଯେକୌଣସି ଉତ୍ପାଦନ ସମ୍ପର୍କିତ କାର୍ଯ୍ୟକଳାପରେ କିଛି ନା କିଛି ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଉଅଛି ।
  3. ଆଜିକାଲି ବିଭିନ୍ନ କ୍ଷେତ୍ରରେ ନୂତନ ତଥା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ପ୍ରୟୋଗଦ୍ଵାରା ଆମର ଜୀବନ ସହଜ ଓ ସରଳ ହୋଇପାରୁଛି । ଉଦାହରଣ ୟୁ.ପି.ଆଇ (UPI- Unitied payment Interface) ମାଧ୍ୟମରେ ଏକ ଅଙ୍ଗୁଠି ସ୍ପର୍ଶ କରି ଦେୟ ପୈଠ କରାଯାଇପାରୁଛି ।

Question 2.
ଶ୍ରମ-ପ୍ରଧାନ କ୍ଷେତ୍ର ଓ ପୁଞ୍ଜି-ପ୍ରଧାନ କ୍ଷେତ୍ର ମଧ୍ୟରେ କ’ଣ ପାର୍ଥକ୍ୟ ରହିଛି ?
Answer:

  1. ଯେଉଁ ଶିଳ୍ପଗୁଡ଼ିକ ଉତ୍ପାଦନ ପାଇଁ ଅଧ‌ିକ ଶ୍ରମ ଉପରେ ନିର୍ଭରଶୀଳ ହୋଇଥାଏ ତାହାକୁ ଶ୍ରମ-ପ୍ରଧାନ (Labourintensive) କ୍ଷେତ୍ର ବୋଲି କୁହାଯାଇଥାଏ ।
  2. ଉଦାହରଣ ଭାବରେ କୃଷି, ନିର୍ମାଣ ଏବଂ ହସ୍ତଶିଳ୍ପକୁ ବିଚାରକୁ ନିଆଯାଇପାରେ ।
  3. ଯେଉଁ ଶିଳ୍ପଗୁଡ଼ିକରେ ଅଧିକ ପୁଞ୍ଜି ଓ ସ୍ଵତନ୍ତ୍ର ଯନ୍ତ୍ରପାତିର ଆବଶ୍ୟକ ପଡ଼ିଥାଏ, ତାହାକୁ ପୁଞ୍ଜିପ୍ରଧାନ (Capital intensive) କ୍ଷେତ୍ର ବୋଲି କୁହାଯାଇଥାଏ । ଉଦାହରଣ- ଉପଗ୍ରହ ନିର୍ମାଣ ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 3.
ଉତ୍ପାଦନର କାରକଗୁଡ଼ିକୁ ବ୍ୟବହାର କଲାବେଳେ ଆମେ ଦାୟିତ୍ଵବାନ ହେବା କାହିଁକି ?
Answer:

  1. ଦ୍ରବ୍ୟ ଉତ୍ପାଦନ କଲଶବେଳେ ଆମେ ଭୂମି, ଜଳ ଏବଂ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ବଳଗୁଡ଼ିକୁ ବ୍ୟବହାର କରିଥାଉ ।
  2. ଏହି ସମ୍ବଳଗୁଡ଼ିକ ସୀମିତ ଏବଂ ଆମେ ସତର୍କ ନ ରହିଲେ ଏଗୁଡ଼ିକ କ୍ଷତିଗ୍ରସ୍ତ ହୋଇପାରେ ।
  3. ତେଣୁ ପ୍ରାକୃତିକ ସମ୍ବଳଗୁଡ଼ିକୁ ଦାୟିତ୍ଵପୂର୍ଣ୍ଣ ଭାବରେ ବ୍ୟବହାର କରିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ ।

Question 4.
ସଙ୍ଗଠିତ ସାମାଜିକ ଦାୟିତ୍ଵ (CSR) ଆଇନ କ’ଣ ?
Answer:
(i) ସଙ୍ଗଠିତ ସାମାଜିକ ଦାୟିତ୍ଵ (C.S.R.- Corporate Social Responsibility) ଏକ ଆଇନ ।

(ii) ଏହାକୁ ଭାରତ ବିଶ୍ଵରେ ପ୍ରଥମ କରି ୨୦୧୪ ମସିହାରେ ପ୍ରଣୟନ କରିଥିଲା ।

(iii) ଏହାର ଉଦ୍ଦେଶ୍ୟ ହେଉଛି – ଏଥରେ କମ୍ପାନୀଗୁଡ଼ିକ ତିନିବର୍ଷ ଧରି ସେମାନଙ୍କର ହାରାହାରି ଲାଭର ଶତକଡ଼ା ୨ ଭାଗ ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ଖର୍ଚ୍ଚ କରିବାକୁ ବାଧ୍ୟ ବୋଲି ଉଲ୍ଲେଖ କରାଯାଇଛି ।

Question 5.
ଭାରତରେ ମାନବ ପୁଣିର ସ୍ଥିତି କ’ଣ ରହିଛି ?
Answer:
(i) ବିଭିନ୍ନ ଦୃଷ୍ଟିକୋଣରୁ ସ୍ଵାଧୀନତା ପରଠାରୁ ମାନବ ପୁଞ୍ଜିର ବିକାଶ କ୍ଷେତ୍ରରେ ଆମ ଦେଶ ଆଗକୁ ବଢ଼ିଛି ।

(ii) ଏଥୁରେ ସାକ୍ଷରତା ଓ ଜନସଂଖ୍ୟାର ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ଏହା ମାନବ ପୁଞ୍ଜିର ଦକ୍ଷତା ଏବଂ ଉତ୍ପାଦକତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

(iii) ବିଶ୍ଵବ୍ୟାଙ୍କ ଆକାଳନ ଅନୁସାରେ ୨୦୨୩ ମସିହା ସୁଦ୍ଧା ଭାରତରେ ପ୍ରାପ୍ତବୟସ୍କ ସାକ୍ଷରତା ହାର ପୁରୁଷମାନଙ୍କ କ୍ଷେତ୍ରରେ ୮୫ ପ୍ରତିଶତ ଏବଂ ମହିଳାଙ୍କ କ୍ଷେତ୍ରରେ ୭୦ ପ୍ରତିଶତ ରହିଛି । ବହୁକ୍ଷେତ୍ରରେ ପ୍ରଗତି ହାସଲ ସତ୍ତ୍ଵେ ଭାରତ ମାନବ ପୁଞ୍ଜି ବିକାଶ କରିବାରେ ଅନେକ ଆହ୍ଵାନର ସମ୍ମୁଖୀନ ହେଉଛି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ବ୍ୟବସାୟ ସଂସ୍ଥାଗୁଡ଼ିକରେ କାମ କରୁଥିବା କର୍ମଚାରୀମାନଙ୍କ ପାଇଁ ମାଲିକମାନଙ୍କର କ’ଣସବୁ ଦାୟିତ୍ଵ ଓ କର୍ତ୍ତବ୍ୟ ରହିଛି, ଆଲୋଚନା କର ।
Answer:
(i) ନ୍ୟାୟୋଚିତ କ୍ଷତିପୂରଣ ଏବଂ କାର୍ଯ୍ୟ ପରିବେଶ ନିଯୁକ୍ତିଦାତାମାନେ ନିଶ୍ଚିତ କରିବାକୁ ପଡ଼ିବ ଯେ ଶ୍ରମିକମାନଙ୍କୁ ସେମାନଙ୍କ ଶ୍ରମପାଇଁ ଯଥୋଚିତ ଦରମା ଦିଆଯାଇଛି ଓ ସେମାନେ ସୁରକ୍ଷିତ ପରିବେଶରେ କାମ କରୁଛନ୍ତି ।

(ii) ଦକ୍ଷତା ବିକାଶ ଓ ତାଲିମ – ପ୍ରତିଯୋଗିତାପୂର୍ଣ୍ଣ ଶ୍ରମ ଦକ୍ଷତା ବିକାଶ ସହିତ ଉଚିତ ତାଲିମ ସୁନିଶ୍ଚିତ କରିବା

(iii) କର୍ମକ୍ଷେତ୍ର ଅଧିକାର ଏବଂ ସୁରକ୍ଷା – ନ୍ୟାୟପୂର୍ଣ୍ଣ ତଥା ପ୍ରଦାନ, ସଚେତନ ଛୁଟି ପ୍ରଦାନ ସହ ଶ୍ରମିକଙ୍କ ଅଧିକାର ଉଚିତ । ବଜାରରେ ତିଷ୍ଠି ରହିବାପାଇଁ ଶ୍ରମିକମାନଙ୍କୁ ଉଦ୍ୟୋଗ ସଂସ୍ଥାଗୁଡ଼ିକର ଦାୟିତ୍ଵ । ଭେଦଭାବ ଶୂନ୍ୟ ବ୍ୟବହାର, ସ୍ଵାସ୍ଥ୍ୟ ସେବା ପାଇଁ ଆଇନ ଏବଂ ନିୟମ ପାଳନ କରାଯିବା

(iv) ନୂତନ କାରିଗରୀ ଜ୍ଞାନକୌଶଳ ପ୍ରତି ଆଗ୍ରହ ସୃଷ୍ଟି କରିବା – ଶ୍ରମିକମାନଙ୍କ ମଧ୍ୟରେ ନୂତନ ଜ୍ଞାନ କୌଶଳକୁ ଜାଣିବାପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିବା ।

(v) ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା – କର୍ମଚାରୀମାନଙ୍କୁ ଯଥୋଚିତ ବ୍ୟବହାରର ପ୍ରଦର୍ଶନ କରିବା ଉଚିତ୍ । ସେମାନଙ୍କ ମନରୁ ଭୟ ଓ ଭ୍ରାନ୍ତି ଦୂର କରିବା ଆବଶ୍ୟକ ।

Question 2.
ପ୍ରଯୁକ୍ତିବିଦ୍ୟା ଆମର ଦୈନନ୍ଦିନ ଜୀବନ ଉପରେ କେଉଁସବୁ ପ୍ରଭାବ ପକାଉଛି ବୋଲି ତୁମେ ଭାବୁଛ, ସେ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
Answer:
(i) ଆଜିକାଲି ? ବିଭିନ୍ନ ‘କ୍ଷେତ୍ରରେ ନୂତନ ତଥା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ପ୍ରୟୋଗଦ୍ଵାରା ଆମ ଜୀବନ ସହଜ ଓ ସରଳ ହୋଇପାରିଛି । ଉଦାହରଣ – ୟୁ.ପି.ଆଇ. (UPI- Unified Payment Interface) ମାଧ୍ୟମରେ ଏକ ଆଙ୍ଗୁଠି ସ୍ପର୍ଶ (Touch Screen) କରି ଦେୟ ପୈଠ କରାଯାଇ ପାରୁଛି ।

(ii) ଚାଷୀମାନେ ମଧ୍ୟ ଆଗୁଆ ପାଣିପାଗର ସଦ୍ୟତମ ସୂଚନା ପାଇପାରୁଛନ୍ତି । ବିଶ୍ଵ ସ୍ଥାନ ନିର୍ଦ୍ଧାରଣ ପଦ୍ଧତି (GPS- Global Positioning System) ଦ୍ଵାରା ସାମଗ୍ରୀ ପରିବହନର ନ୍ୟୁନତମ ଦୂରତା ନିର୍ଣ୍ଣୟ କରାଯାଇ ପାରୁଛି ।

(iii) ପ୍ରଯୁକ୍ତି ବିଦ୍ୟାଦ୍ଵାରା ଜନସାଧାରଣ ଓ ବ୍ୟବସାୟ ପାଇଁ ଅନେକ କାର୍ଯ୍ୟ କରାଯାଇପାରୁଛି ଓ ସେମାନଙ୍କର କାର୍ଯ୍ୟଶୈଳୀକୁ ଉନ୍ନତ କରିବାରେ ସାହାଯ୍ୟ କରୁଅଛି ।

(iv) ଉଦାହରଣ ଭାବରେ ଆମେ ଦେଖୁଲେ, ଡାକଦ୍ଵାରା ଚିଠି ପଠାଇବା ପରିବର୍ତ୍ତେ ଲୋକମାନେ ଇମେଲ (Email) ବ୍ୟବହାର କରି ଅତି ଶୀଘ୍ର ଓ କମ୍ ଖର୍ଚ୍ଚରେ ଯୋଗାଯୋଗ କରିପାରୁଛନ୍ତି ।

(v) ଶି କ୍ଷାର୍ଥୀମାନେ ସ୍ୱୟମ୍ଭ ସଂସ୍ଥା, ଭଳି ଆଭାସୀ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାଗ୍ରହଣ କରିପାରୁଛନ୍ତି । ସ୍ଵାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ କରାଯାଇ ଅନେକ ଜଟିଳ ରୋଗଗୁଡ଼ିକର ଚିକିତ୍ସା କରାଯାଇ ପାରୁଛି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 3.
ଜଣେ ଉଦ୍ୟୋଗପତି କେଉଁସବୁ କାର୍ଯ୍ୟ ସମ୍ପାଦନ କରିଥା’ଛି ?
Answer:
(i) ଗୋଟିଏ ଉଦ୍ୟୋଗ ପ୍ରତିଷ୍ଠା କରିବା ପୂର୍ବରୁ ଅନେକଗୁଡ଼ିଏ ବିଷୟରେ ଚିନ୍ତାକରି ପଦକ୍ଷେପ ନେବାକୁ ପଡ଼ିଥାଏ । ଉଦ୍ୟୋଗର ଗଠନ, ଉତ୍ପାଦନ, କଞ୍ଚାମାଲ ସଂଗ୍ରହ ଓ ଉତ୍ପାଦିତ ଦ୍ରବ୍ୟର ବିତରଣ ଇତ୍ୟାଦି ଅନେକ ବ୍ୟବସ୍ଥାକୁ ଆଗରେ ରଖ୍ କାର୍ଯ୍ୟ କରିବାକୁ ପଡ଼ିଥାଏ ।

(ii) ପ୍ରଥମତଃ ଉଦ୍ୟୋଗପତି ସମସ୍ୟାକୁ ଚିହ୍ନଟ କରନ୍ତି ଏବଂ ଅଭିନବ ଉପାୟରେ ସମସ୍ୟାର ସମାଧାନ ଖୋଜି ବାହାର କରନ୍ତି ।

(iii) ଉଦ୍ୟୋଗୀ ସମୟ ଓ ଅର୍ଥର ବିନିମୟରେ ଆଶଙ୍କାକୁ ଗ୍ରହଣ କରି ବିହିତ ପଦକ୍ଷେପ ନେଇଥା’ନ୍ତି ।

(iv) ସେ ବ୍ୟବସାୟର ପରିଚାଳନା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥା’ନ୍ତି ।

(v) ଉତ୍ପାଦନର ବିଭିନ୍ନ କାରକଗୁଡ଼ିକୁ ସେ ଏକଜୁଟ କରିଥା’ଆନ୍ତି ଏବଂ ନିଜର ନବସୃଜନ ମାଧ୍ୟମରେ ସମାଜର କଲ୍ୟାଣରେ ଯୋଗଦାନ ମଧ୍ୟ କରିଥାନ୍ତି । ତାଙ୍କର ଦୂରଦୃଷ୍ଟି ବଜାରକୁ ଅଭିନବ ଉତ୍ପାଦ ଓ ସେବା ଆଣିବାରେ ସାହାଯ୍ୟ କରିଥାଏ, ଯାହାକି ଏହା ସମାଜ ଓ ଦେଶପାଇଁ ଲାଭଦାୟକ ହୋଇଥାଏ ।

Question 4.
ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ପୁଞ୍ଜିକୁ ପ୍ରାଧାନ୍ୟ ଦିଆଯାଇଥାଏ କାହିଁକି ? ଏହାକୁ କେଉଁମାନେ ଓ କିପରି ସଂଗ୍ରହ କରିବାର ବ୍ୟବସ୍ଥା କରିଥା’ନ୍ତି ?
Answer:
(i) ବ୍ୟବସାୟ ଓ ଉଦ୍ୟୋଗ ପ୍ରତିଷ୍ଠାପାଇଁ ପୁଞ୍ଜିର ଖୁବ୍ ବହୁତ କିଛି ଆବଶ୍ୟକତା ଥାଏ । ଦ୍ରବ୍ୟ ଓ ସେବା ଉତ୍ପାଦନପାଇଁ ବ୍ୟବହୃତ ଅର୍ଥ ଓ ମାନବକୃତ ସମ୍ବଳକୁ ପୁଞ୍ଜି କୁହାଯାଇଥାଏ ।

(ii) ପୁଣି ସଂଗ୍ରହ ପାଇଁ ଉଦ୍ୟୋଗପତିମାନେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିଥା’ନ୍ତି । ସେଥିମଧ୍ୟରୁ ପୁଞ୍ଜି ବଜାର (stockmarket) ଅନ୍ୟତମ ।

(iii) ସେମାନେ ପୁଞ୍ଜି ବଜାର ମାଧ୍ୟମରେ ସାଧାରଣ ଲୋକମାନଙ୍କଠାରୁ ଅର୍ଥ ସଂଗ୍ରହ କରିଥା’ନ୍ତି । ଯେଉଁ ବିଶେଷ ପ୍ରକାରର ବଜାରରେ ଅଂଶଧନ କିଣାବିକା ହୋଇଥାଏ, ତାକୁ ପୁଞ୍ଜି ବଜାର କୁହାଯାଇଥାଏ ।

(iv) ବଡ଼ ବଡ଼ କମ୍ପାନୀମାନେ ଜନସାଧାରଣଠାରୁ ଅର୍ଥ ସଂଗ୍ରହ କରିଥା’ନ୍ତି ଓ ସେମାନଙ୍କୁ ଲାଭାଂଶ (Dividend) ଭାଗ ପ୍ରଦାନ କରିଥା’ନ୍ତି ।

(v) ଅନ୍ୟ ଅର୍ଥରେ କହିଲେ ବ୍ୟବସାୟ ସଂସ୍ଥାଗୁଡ଼ିକ ପୁଣି ବଜାର ମାଧ୍ୟମରେ ଅର୍ଥ ସଂଗ୍ରହ କରିଥା’ନ୍ତି ଏବଂ ବ୍ୟବସାୟର ଅଂଶଧନ (Share) ବିକ୍ରି କରିଥା’ନ୍ତି, ଯାହାଫଳରେ ଉଦ୍ୟୋଗପତି ଓ ସାଧାରଣ ଲୋକ ଉପକୃତ ହୋଇଥାନ୍ତି ।

Class 8 Social Science Chapter 7 Question Answer Odia Medium ଉତ୍ପାଦନର କାରକ

Question 5.
ଚମଡ଼ାଶିଳ୍ପ ସ୍ମାର୍ଟଫୋନ୍‌ଗୁଡ଼ିକ ଜଳପ୍ରଦୂଷଣର ମୁଖ୍ୟ କାରଣ ପାଲଟିଛି କିପରି ?
Answer:
(i) ଦ୍ରବ୍ୟ ଉତ୍ପାଦନ କଲାବେଳେ ଆମେ ଭୂମି, ଜଳ ଏବଂ ଖଣିଜ ପଦାର୍ଥ ଭଳି ପ୍ରାକୃତିକ ସମ୍ବଳଗୁଡ଼ିକୁ ବ୍ୟବହାର କରିଥାଉ । ସେଥିମଧ୍ୟରୁ ଚମଡ଼ା ଶିଳ୍ପ ଓ ସ୍ମାର୍ଟଫୋନ୍‌କୁ ନେଇ ଆଲୋଚନା କରିବା ।

(ii) ତାମିଲନାଡୁର ଚମଡ଼ା ଶିଳ୍ପରେ ଅନେକ ଲୋକ କମ କରି ଅର୍ଥ ଉପାର୍ଜନ କରିଥା’ନ୍ତି କିନ୍ତୁ ଏହି ଶିଳ୍ପଜାତ ଆବର୍ଜନା ନଦୀ ଓ ମୃତ୍ତିକାକୁ ପ୍ରଦୂଷିତ କରିଥାଏ ।

(iii) ସେହିପରି ଯଦି ପୁରୁଣା ସ୍ମାର୍ଟଫୋନ (Smart phone) ଗୁଡ଼ିକୁ ସଠିକ୍ ଭାବରେ ପୁନଃ ଚକ୍ରଣ କରାନଯାଏ, ସେଥୁରେ ଥିବା ସୀସା ଓ ପାରଦ ଭଳି କ୍ଷତିକାରକ ପଦାର୍ଥ ଭୂମି ଓ ଜଳରେ ମିଶିଥାଏ ।

(iv) ’ଏହି ପ୍ରଦୂଷଣ ମନୁଷ୍ୟ, ପଶୁପକ୍ଷୀ ଓ ଉଭିଦ ଗତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହୋଇଥାଏ ।

(v) ଏଥିପାଇଁ ଉତ୍ପାଦନକାରୀମାନଙ୍କ ପାଇଁ ପ୍ରାକୃତିକ ସମ୍ବଳର ଦାୟିତ୍ଵପୂର୍ଣ୍ଣ ବ୍ୟବହାର ଉପରେ ଗୁରୁତ୍ଵ ପ୍ରଦାନ କରାଯାଇଛି । ଏହାଦ୍ଵାରା ଆମେ ଭବିଷ୍ୟତ ପିଢ଼ିର ଆବଶ୍ୟକତା ପୂରଣକୁ ସୁଗମ କରିବା ସହିତ ଆଜିର ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବା । ଏଥୁପ୍ରତି ଉତ୍ପାଦନକାରୀମାନେ ଧ୍ୟାନଦେବା ଉଚିତ ।

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

Go through BSE Odisha Class 8 Science Notes Odia Medium and Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ to understand important concepts and topics more clearly.

8th Class Science Chapter 9 Notes Odia Medium

BSE Odisha Class 8 Science Chapter 9 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ମିଶ୍ରଣ ଓ ଏହାର ପ୍ରକାର ଭେଦ (Mixture and its types) :
ଦୁଇଟି ବା ତହିଁରୁ ଅଧୁକ ବସ୍ତର ଏକତ୍ରୀକରଣ ଦ୍ଵାରା ଯେଉଁ ପଦାର୍ଥ ତିଆରି ହୁଏ, ତାହାକୁ ମିଶ୍ରଣ କହନ୍ତି । ମିଶ୍ରଣରେ ଉପାଦାନଗୁଡ଼ିକର ବଣ୍ଟନ ପ୍ରକ୍ରିୟା ଦୃଷ୍ଟିକୋଣରୁ ଏହା ଦୁଇପ୍ରକାର ।
ଯଥା – ସମତୁଲ ମିଶ୍ରଣ ଓ ଅସମତୁଲ ମିଶ୍ରଣ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 1
ଚିତ୍ର ଚିନି, ଲୁଣ ଏବଂ ଜଳଗୁଣ୍ଡ
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 2
ଚିତ୍ର (କ) ବାଲି ଏବଂ ଜଳର ମିଶ୍ରଣ (ଖ) କରତ ଗୁଣ୍ଡ ଏବଂ ଜଳର ମିଶ୍ରଣ

ଉଦାହରଣ : ଲୁଣ ଏବଂ ଚିନିକୁ ଜଳରେ ମିଶାଇଲେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୁଏ, ସେଥ‌ିପାଇଁ ଏହାକୁ ସମତୁଲ ମିଶ୍ରଣ କୁହାଯାଏ ।
ଚକ୍ ଗୁଣ୍ଡ, ବାଲି, କିମ୍ବା କରତଗୁଣ୍ଡକୁ ଜଳରେ ମିଶାଇଲେ ଉପାଦାନଗୁଡ଼ିକ ସମାନ ଭାବରେ ମିଶି ନଥାଏ । ଏପରି ମିଶ୍ରଣଗୁଡ଼ିକୁ ଅସମତୁଲ (non- uniform) ମିଶ୍ରଣ ବୋଲି କୁହାଯାଏ । ଚିତ୍ରରେ ପ୍ରଦର୍ଶିତ ORS ଏକ ସମତୁଲ ମିଶ୍ରଣ

ଦ୍ରବ, ଦ୍ରାବକ ଓ ଦ୍ରବଣ (Solute, Solvent and Solution) :
ଜଳରେ ଲୁଣ କିମ୍ବା ଚିନି ପରି ଏକ ସମତୁଲ ମିଶ୍ରଣକୁ ଦ୍ରବଣ (solution) କୁହାଯାଏ ।
ଯେତେବେଳେ ଗୋଟିଏ କଠିନ ପଦାର୍ଥକୁ ତରଳ ପଦାର୍ଥରେ ମିଶ୍ରଣ କରି ଦ୍ରବଣ ଗଠନ କରାଯାଏ ସେତେବେଳେ କଠିନ ପଦାର୍ଥକୁ ଦ୍ରବ (solute) କୁହାଯାଏ ଏବଂ ତରଳ ଉପାଦାନକୁ ଦ୍ରାବକ କୁହାଯାଏ (solvent) କୁହାଯାଏ । ଦ୍ରାବକରେ ଦ୍ରବ ଦ୍ରବୀଭୂତ ହୋଇ ଏକ ଦ୍ରବଣ ସୃଷ୍ଟି କରେ ।
ଦ୍ରବ + ଦ୍ରାବକ. → ଦ୍ରବଣ (Solute + Solvent = Solution)
ଯେତେବେଳେ ଦୁଇଟି ତରଳ ପଦାର୍ଥର ମିଶ୍ରଣ ଦ୍ଵାରା ଏକ ଦ୍ରବଣ ସୃଷ୍ଟି ହୁଏ, ସେଥ‌ିରେ କେଉଁଟି ଦ୍ରବ ଓ କଉଁଟି ଦ୍ରାବକ ତାହା ସ୍ପଷ୍ଟ ଭାବରେ ଜଣାପଡ଼େ ନାହିଁ । ଏପରି କ୍ଷେତ୍ରରେ ଦ୍ରବଣରେ କମ୍ ପରିମାଣରେ ଥ‌ିବା ପଦାର୍ଥକୁ ଦ୍ରବ କୁହାଯାଏ ଏବଂ ଅଧ‌ିକ ପରିମାଣରେ ଥ‌ିବା ପଦାର୍ଥକୁ ଦ୍ରାବକ କୁହାଯାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 3
ଚିତ୍ର ଏକ ଦ୍ରାବକରେ ସମାନ ଭାବରେ ବଣ୍ଟନ ହୋଇଥିବା ଦ୍ରବ (ବର୍ଜିତ ଚିତ୍ର)

ବାୟୁରେ ଥ‌ିବା ଦ୍ରାବକ ଓ ଦ୍ରବ :
ତରଳ ପଦାର୍ଥ ପରି ଗ୍ୟାସଗୁଡ଼ିକ ମଧ୍ୟ ଦ୍ରବଣ ଗଠନ କରିଥାନ୍ତି । ଏହାର ଏକ ସାଧାରଣ ଉଦାହରଣ ହେଉଛି ବାୟୁ । ବାୟୁ ଏକ ଗ୍ୟାସୀୟ ଦ୍ରବଣ । ଯବକ୍ଷାରଜାନ ବାୟୁରେ ଅଧ‌ିକ ପରିମାଣରେ ଥ‌ିବାରୁ, ଏହାକୁ ସ୍ରାବକ ଏବଂ ଅମ୍ଳଜାନ, ଆର୍ଗନ୍, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଗ୍ୟାସଗୁଡ଼ିକ ବାୟୁରେ କମ୍ ପରିମାଣରେ ଥବାରୁ ସେଗୁଡ଼ିକୁ ଦ୍ରବ ଭାବେ ନିଆଯାଏ ।

ଦ୍ରାବକର ପରିମାଣ ଦ୍ରବଠାରୁ ମଧ୍ଯ କମ୍ ହୋଇପାରେ – ରସଗୋଲାର ରସକୁ ‘ସିରା’ କହନ୍ତି । ଅଳ୍ପ ଜଳରେ ଅଧୂକ ଚିନି ମିଶାଇ ‘ସିରା’ ତିଆରି କରାଯାଏ । ଜଳର ପରିମାଣ ଚିନି ତୁଳନାରେ କମ୍ ହେଲେ ମଧ୍ୟ ଏଠାରେ ଜଳକୁ ସ୍ରାବକ ଓ ଚିନିକୁ ଦ୍ରବ କୁହାଯାଏ ।

ଅସଂତୃପ୍ତ ଓ ସଂତୃପ୍ତ ଦ୍ରବଣ କ’ଣ ଜାଣିବା ପାଇଁ ପରୀକ୍ଷା
କାର୍ଯ୍ୟ – ୧ : ଆସ ଅନୁସନ୍ଧାନ କରିବା
ଶିକ୍ଷଣର ଲକ୍ଷ୍ୟ : ଜଳରେ ଲୁଣର ଦ୍ରବଣତା କ୍ଷମତା ଏବଂ ସଂତୃପ୍ତ ଦ୍ରବଣ ଗଠନ ବିଷୟରେ ଜାଣିବା
କାର୍ଯ୍ୟ ପ୍ରଣାଳୀ :
(i) ଏକ ସଫା କାଚପାତ୍ର ନିଆଯାଉ ଏବଂ ଏହାକୁ ଅଧା ଜଳରେ ପୂର୍ଣ୍ଣ କରାଯାଉ ।
(ii) ଏଥ‌ିରେ ଗୋଟିଏ ଚାମଚ ଲୁଣ ମିଶାଯାଉ ଏବଂ ଏହା ସମ୍ପୂର୍ଣ୍ଣ ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଭଲ ଭାବରେ ଘଣ୍ଟାଯାଉ ।
(iii) ଧୀରେ ଧୀରେ କାଚ ପାତ୍ରରେ ଆଉ ଏକ ଚାମଚ ଲୁଣ ମିଶାଯାଉ ଏବଂ ଘଣ୍ଟାଯାଉ । ଏହା ସମ୍ପୂର୍ଣ୍ଣ ଦ୍ରବୀଭୂତ ହେବା ବନ୍ଦ ନ ହେବା ପର୍ଯ୍ୟନ୍ତ ଆମେ କେତେ ଚାମଚ ଲୁଣ ମିଶାଇଲେ ତାହା ଲକ୍ଷ୍ୟ କରିବା ।
(iv) ସାରଣୀରେ ପର୍ଯ୍ୟବେକ୍ଷଣ ଲିପିବଦ୍ଧ କରାଯାଉ ।

ସାରଣୀ : ଜଳରେ ଲୁଣର ଦ୍ରବଣୀୟତା

ନିଆଯାଇଥ‌ବା ଲୁଣର ପରିମାଣ (ଚାମଚରେ) ପର୍ଯ୍ୟବେକ୍ଷଣ (ଲୁଣ ଦ୍ରବୀଭୂତ ହୁଏ। ଲୁଣ ଦ୍ରବୀଭୂତ ହୁଏ ନାହିଁ
ଏକ ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ଦୁଇ ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ତିନି ଲୁଣ ସଂପୂର୍ଣ୍ଣଭାବେ ଦ୍ରବୀଭୂତ ହେବ ।
ଚାରି ଲୁଣ ଦ୍ରବୀଭୂତ ହେବ ନାହିଁ ।

ପର୍ଯ୍ୟବେକ୍ଷଣ :
ଯେତେବେଳେ ଲୁଣ ଆଉ ଦ୍ରବୀଭୂତ ହେଲାନାହିଁ ତା’ ପୂର୍ବରୁ ଆମେ ତିନି ଚାମଚ ଲୁଣ ଦ୍ରବୀଭୂତ କରିପାରିଥିଲେ । ଏଥୁରୁ ଜଳର ଲୁଣ ଦ୍ରବୀଭୂତ କରିବାର କ୍ଷମତା ବିଷୟରେ ସୂଚନା ମିଳିଲା
ଯଦି ଆମେ ନିର୍ଦ୍ଦିଷ୍ଟ ପରିମାଣର ଜଳରେ ଅଧ୍ବକ ଲୁଣ ମିଶାଇବା ତେବେ ଲୁଣ ଏକ ନିର୍ଦ୍ଦିଷ୍ଟ ମାତ୍ରାଠାରୁ ଅଧ‌ିକ ଦ୍ରବୀଭୂତ ହେବନାହିଁ ।
ପ୍ରାରମ୍ଭରେ ଲୁଣ ଜଳରେ ସମ୍ପୂର୍ଣ ଭାବରେ ଦ୍ରବୀଭୂତ ହୋଇ ଏକ ଦ୍ରବଣ ତିଆରି କରେ । ଚାମଚ ପରେ ଚାମଚ ଲୁଣ ମିଶାଇ ଚାଲିଲେ ଏପରି ଏକ ସମୟ ଆସେ, ଯେତେବେଳେ ଲୁଣ ସମ୍ପୂର୍ଣ୍ଣ ଭାବରେ ଆଉ ଦ୍ରବୀଭୂତ ହୁଏ ନାହିଁ ଏବଂ ଅଦ୍ରବଣୀୟ ଲୁଣ ତଳେ ସ୍ଥିର ହୋଇ ରହିଯାଏ । ଏହା ସୂଚାଇ ଦିଏ ଯେ, ଜଳ ଆଉ ଲୁଣକୁ ଦବୀଭୂତ କରି ପାରିବ ନାହିଁ କାରଣ ଏହା ତାର ଦ୍ରବୀଭୂତ କରିବା କ୍ଷମତାର ସୀମାରେ ପହଞ୍ଚି ଯାଇଛି ।

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରାବକରେ ଯେତେବେଳେ ପର୍ଯ୍ୟନ୍ତ ଦ୍ରବ ଦ୍ରବୀଭୂତ ହେଉଥାଏ ସେତେବେଳ ପର୍ଯ୍ୟନ୍ତ ଦ୍ରବଣକୁ ଅସଂତୃପ୍ତ ଦ୍ରବଣ (unsaturated solution) କୁହାଯାଏ । କିନ୍ତୁ, ଯେତେବେଳେ ଦ୍ରବ ପଦାର୍ଥ ଦ୍ରବୀଭୂତ ହେବା ବନ୍ଦ ହୋଇ ତଳେ ସ୍ଥିର ହେବାକୁ ଆରମ୍ଭ କରେ, ଅର୍ଥାତ୍ ଆଉ ଅଧୁକ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ସେତେବେଳେ ସେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଦ୍ରବଣକୁ ଏକ ସଂତୃପ୍ତ ଦ୍ରବଣ (saturated solution) କୁହାଯାଏ (ଚିତ୍ର) ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 4

ଦ୍ରବଣରେ ଦ୍ରବର ସାନ୍ଦ୍ରତା ଦୃଷ୍ଟିକୋଣରୁ ଦ୍ରବଣ ପ୍ରକାରଭେଦ :
ଏକ ନିର୍ଦ୍ଦିଷ୍ଟ ପରିମାଣ ଦ୍ରବଣ (କିମ୍ବା ଦ୍ରାବକ)ରେ ଉପସ୍ଥିତି ଦ୍ରବର ପରିମାଣକୁ ଏହାର ସାନ୍ଦ୍ରତା (concentration) କୁହାଯାଏ । ଦ୍ରବଣରେ ଦ୍ରବର ସାନ୍ଦ୍ରତା ଦୃଷ୍ଟିରୁ ଏହା ଦୁଇ ପ୍ରକାର, ଯଥା ଲଘୁ (Dilute) ଦ୍ରବଣ ଓ ଗାଢ଼ ବା ସାନ୍ଦ୍ର (Concentrated) ଦ୍ରବଣ । ଯେଉଁ ଦ୍ରବଣରେ କମ୍ କରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ ତାହାକୁ ଲଘୁ ଦ୍ରବଣ କହନ୍ତି । ଯେଉଁ ଦ୍ରବଣରେ ଅଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ ତାହାକୁ ଗାଢ଼ଦ୍ରବଣ ବା ଘନଦ୍ରବଣ ବା ସାନ୍ଦ୍ର ଦ୍ରବଣ କହନ୍ତି ।

ଲଘୁ ଓ ସାନ୍ଦ୍ର ହେଉଛି ଆପେକ୍ଷିକ ଶବ୍ଦ

ଦ୍ରବଣୀୟତା (Solubility) :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କୌଣସି ଦ୍ରବଣରେ ଯେଉଁ ସର୍ବାଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇଥାଏ, ତାହାକୁ ଦ୍ରବର ଦ୍ରବଣୀୟତା କହନ୍ତି । ଦ୍ରବଣୀୟତା ଦ୍ରବଣର ତାପମାତ୍ରା, ଚାପ ଏବଂ ଦ୍ରବ ଓ ଦ୍ରାବକର ପ୍ରକୃତି ଉପରେ ନିର୍ଭରକରେ ।

ଦ୍ରବଣୀୟତା ଉପରେ ତାପମାତ୍ରାର ପ୍ରଭାବ ଜାଣିବା :
କାର୍ଯ୍ୟ –୨ : ଆସ ପରୀକ୍ଷା କରିବା
ଶିକ୍ଷଣର ଲକ୍ଷ୍ୟ : ତାପମାତ୍ରା ବୃଦ୍ଧି କିପରି ଏକ ପଦାର୍ଥର ଦ୍ରବଣତାକୁ ପ୍ରଭାବିତ କରେ ତାହା ପରୀକ୍ଷା କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ଏକ ଗ୍ଲାସ ବିକରରେ ପ୍ରାୟ 50 ମିଲି ଜଳ ନିଆଯାଉ ଏବଂ ଏକ ପରୀକ୍ଷାଗାର ଥର୍ମୋମିଟର ବ୍ୟବହାର କରି ଏହାର ତାପମାତ୍ରା ମାପ କରାଯାଉ, ମନେକର ଏହାର ତାପମାତ୍ରା 20°C 1
(ii) ଜଳରେ ଏକ ଚାମଚ ବେକିଂ ସୋଡ଼ା (sodium hydrogen carbonate) ମିଶାଯାଉ ଏବଂ ଏହା ଦ୍ରବୀଭୂତ ହେବା ପର୍ଯ୍ୟନ୍ତ ଘଣ୍ଟାଯାଉ । ଘାଣ୍ଟିବା ସମୟରେ ଅଳ୍ପ ଅଳ୍ପ କରି ବେକିଂ ସୋଡ଼ା ମିଶାଯାଉ ଯେ ପର୍ଯ୍ୟନ୍ତ କିଛି କଠିନ ବେକିଂ ସୋଡ଼ା ଦ୍ରବୀଭୂତ ନ ହୋଇ ବିକରର ଜଳ ଭାଗରେ ବସି ନ ଯାଇଛି ।
(iii) ଏବେ ଘାଣ୍ଟୁ ଥ‌ିବା ସମୟରେ ସାମଗ୍ରୀକୁ 50 C ପର୍ଯ୍ୟନ୍ତ ଗରମ କରାଯାଉ ।
(iv) ବି କରର ତଳେ ବସିଯାଇଥ‌ିବା ଅଦ୍ରବୀଭୂ ତ ବେକିଂ ସୋଡ଼ା ଦ୍ରବୀଭୂତ ହେବାର ଦେଖାଯିବ ।
(v) ଏହି ତାପମାତ୍ରାରେ ଘାଣ୍ଟୁଥ‌ିବା ସମୟରେ ପୁଣି ଥରେ ଅଳ୍ପ ଅଳ୍ପ କରି ବେକିଂ ସୋଡ଼ା ମିଶାଇବା ଜାରି ରଖୁଲେ କିଛି ସମୟ ପରେ କିଛି ବେକିଂ ସୋଡ଼ା ଅଦ୍ରବୀଭୂତ ହୋଇ ତଳେ ବସି ଯିବାର ଦେଖାଯିବ ।
(vi) ଘାଣ୍ଟୁଥିବା ସମୟରେ ମିଶ୍ରଣକୁ 70° C ପର୍ଯ୍ୟନ୍ତ ଆଉଥରେ ଗରମ କଲେ ଅଦ୍ରବୀଭୂତ ବେକିଂ ସୋଡ଼ା ପାଣିରେ ଦ୍ରବୀଭୂତ ହେବ ।
(vii) 20 C ତାପମାତ୍ରାରେ ଜଳରେ ଯେତି କି ପରମାଣରେ ବେକିଙ୍ଗ ସୋଡ଼ା ଦ୍ରବୀଭୂତ ହୁଏ, 50° C ତାପମାତ୍ରାରେ ଜଳରେ ତା’ଠାରୁ ଅଧିକ ପରି ମାଣରେ ଦ୍ରବୀଭୂତ ହୁଏ । 70° C ତାପମାତ୍ରାରେ ବେକିଙ୍ଗ ସୋଡ଼ାର ପରିମାଣ ଆହୁରି ଅଧ‌ିକ ହୁଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 5
ଚିତ୍ର ପାଣିରେ ବେକିଂ ସୋଡ଼ା ଗୋଳାଇବା
ସିଦ୍ଧାନ୍ତ : ପରୀକ୍ଷା କରି ଦେଖାଯାଇଛି ଯେ, ଅଧିକାଂଶ ପଦାର୍ଥ ପାଇଁ ତାପମାତ୍ରା ବୃଦ୍ଧି ସହିତ ଦ୍ରବଣୀୟତା ବୃଦ୍ଧି ପାଏ । ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଥିବା ଏକ ସଂତୃପ୍ତ ଦ୍ରବଣ ତାପମାତ୍ରା ବୃଦ୍ଧି ସହିତ ଏକ ଅସଂତୃପ୍ତ ଦ୍ରବଣ ପରି ବ୍ୟବହାର କରେ ।

ଭାରତୀୟ ଔଷଧ ପ୍ରଣାଳୀରେ ବିଭିନ୍ନ ପଦାର୍ଥକୁ ଦ୍ରାବକ ରୂପେ ବ୍ୟବହାର :
ଭାରତରେ ଆୟୁର୍ବେଦ, ସିଦ୍ଧ ଏବଂ ଅନ୍ୟାନ୍ୟ ପାରମ୍ପରିକ ଔଷଧ ପ୍ରସ୍ତୁତି ପ୍ରଣାଳୀରେ ଜଳକୁ ମୁଖ୍ୟତଃ ଦ୍ରାବକ ଭାବରେ ବ୍ୟବହାର କରାଯାଇ ଆସୁଛି । ଔଷଧୀୟ ଉଦ୍ଭଦ, ଜଳ ଓ ଆଲକୋହଲ ମିଶ୍ରଣକୁ ଅର୍କ କୁହାଯାଏ । ଏହି ଅର୍କକୁ ବ୍ୟବହାର କରି ଆୟୁର୍ବେଦୀୟ ଔଷଧ ପ୍ରସ୍ତୁତ କରାଯାଏ । ଭାରତୀୟ ଔଷଧ ପ୍ରଣାଳୀରେ ଔଷଧର ଚିକିତ୍ସାତ୍ମକ ଉପଚାର ଉପଲବ୍ଧ କରିବା ପାଇଁ ତାହାର ପ୍ରସ୍ତୁତିରେ ତେଲ, ଘିଅ, ଦୁଗ୍ଧ ଓ ଅନ୍ୟାନ୍ୟ ପଦାର୍ଥକୁ ଦ୍ରାବକ ଭାବେ ବ୍ୟବହାର କରିବାର କଥା ମଧ୍ୟ ଉଲ୍ଲେଖ କରାଯାଇଛି ।

ରସାୟନବିଦ୍ ଡକ୍ଟର ଅସୀମା ଚାଟାର୍ଜୀଙ୍କ କୃତିତ୍ଵ :
ଡକ୍ଟର ଅସୀମା ଚାଟାର୍ଜୀ ଜଣେ ରସାୟନବିତ୍ । ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରେ ମୂର୍ଚ୍ଛା ରୋଗ ପ୍ରତିରୋଧୀ ଏବଂ ମ୍ୟାଲେରିଆ ପ୍ରତିରୋଧୀ ଔଷଧର ବିକାଶ ଅନ୍ତର୍ଭୁକ୍ତ । ସେ ଔଷଧୀୟ ଉଦ୍ଭଦରୁ ଗୁରୁତ୍ଵପୂର୍ଣ୍ଣ ଯୌଗିକ ପଦାର୍ଥ ନିଷ୍କାସନ ଏବଂ ପୃଥକ୍ କରିବା ପାଇଁ ଦ୍ରାବକ ଏବଂ ଦ୍ରବଣକୁ ବ୍ୟାପକ ଭାବରେ ବ୍ୟବହାର କରିଥିଲେ । ଜାନକୀ ଆମ୍ମାଲଙ୍କ ପରେ ସେ ଦ୍ଵିତୀୟ ଭାରତୀୟ ମହିଳା ଭାବରେ ବିଜ୍ଞାନରେ ଡକ୍ଟରେଟ୍ ଉପାଧ୍ ହାସଲ କରିଥିଲେ । ସେ ରସାୟନ ବିଜ୍ଞାନରେ ଶାନ୍ତି ସ୍ଵରୂପ ଭଟ୍ଟନାଗର ପୁରସ୍କାର ପାଇଥିବା ପ୍ରଥମ ମହିଳା ଅଟନ୍ତି । ଏହା ସହିତ ସେ ପଦ୍ମଭୂଷଣ ଉପାର୍ଶ୍ଵରେ ମଧ୍ୟ ସମ୍ମାନିତ ହୋଇଥିଲେ ।

ଜଳରେ ଗ୍ୟାସଗୁଡ଼ିକର ଦ୍ରବଣୀୟତା :
(i) ଅମ୍ଳଜାନ ସମେତ ଅନେକ ଗ୍ୟାସ୍‌ ଜଳରେ ଦ୍ରବୀଭୂତ ହୁଏ । ଅମ୍ଳଜାନ କେବଳ ଅଳ୍ପ ପରିମାଣରେ ଜଳରେ ଦ୍ରବୀଭୂତ ହୁଏ । ଜଳରେ ଅଳ୍ପ ମାତ୍ରାରେ ଦ୍ରବୀଭୂତ ଏହି ଅମ୍ଳଜାନ ଜଳଜ ଉଭିଦ, ମାଛ ଓ ଅନ୍ୟାନ୍ୟ ସମସ୍ତ ଜଳଚର ଜୀବମାନଙ୍କୁ ବଞ୍ଚାଇ ରଖେ ।
(ii) ଜଳରେ ଗ୍ୟାସଗୁଡ଼ିକର ମିଶ୍ରଣକୁ ସମତୁଲ ମିଶ୍ରଣ କୁହାଯାଏ, କାରଣ ଗ୍ୟାସ ସମାନ ଭାବରେ ଦ୍ରବୀଭୂତ ହୋଇ ଦ୍ରବଣ ପ୍ରସ୍ତୁତ କରେ ।
(iii) ତାପମାତ୍ରା ବୃଦ୍ଧି ପାଇଲେ ଜଳରେ ଗ୍ୟାସଗୁଡ଼ିକର ଦ୍ରବଣୀୟତା ସାଧାରଣତଃ ହ୍ରାସପାଏ ।
(iv) ଏହି କାରଣରୁ ଥଣ୍ଡାଜଳରେ ଅଧିକ ଅମ୍ଳଜାନ ଦ୍ରବୀଭୂତ ହେବାରୁ ଜଳଚର ଜୀବମାନେ ଯଥେଷ୍ଟ ଅମ୍ଳଜାନ ପାଇଥାଆନ୍ତି । ଅନ୍ୟପକ୍ଷରେ ତାପମାତ୍ରା ବୃଦ୍ଧିହେଲେ ଜଳରେ ଅମ୍ଳଜାନର ଦ୍ରବଣୀୟତା ହ୍ରାସପାଏ ଯାହା ଫଳରେ ଜଳଚର ଜୀବମାନଙ୍କ ପାଇଁ ବିପଦ ଅଟେ ।

ଜଳରେ କେତେକ ବସ୍ତ ଭାସନ୍ତି ଏବଂ ଅନ୍ୟ କେତେକ ବସ୍ତ ବୁଡ଼ିଯିବାର କାରଣ :
ଗୋଟିଏ ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ହେଲେ, ବସ୍ତଟି ଜଳରେ ବୁଡ଼ିଯାଏ । ଅନ୍ୟପକ୍ଷରେ ବସ୍ତର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେଲେ ବସ୍ତୁଟି ଜଳରେ ଭାସିଥାଏ । ଜଳରେ ବସ୍ତୁଟି ଭାସିବା କେବଳ ବସ୍ତର ସାନ୍ଦ୍ରତା ଉପରେ ନିର୍ଭର କରେ ନାହିଁ କାରଣ ଏହା ବସ୍ତର ଆକାର ଓ ଆୟତନ ଉପରେ ମଧ୍ୟ ନିର୍ଭର କରେ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 6
ଚିତ୍ର କିଛି ବସ୍ତୁ ଜଳରେ ଭାସେ ଓ କିଛି ବସ୍ତୁ ଜଳରେ ବୁଡ଼ିଯାଏ ।

ସାନ୍ଦ୍ରତା (Density) :
ବସ୍ତର ଏକକ ଆୟତନରେ ଥିବା ବସ୍ତତ୍ଵକୁ ସାନ୍ଦ୍ରତା କହନ୍ତି । ଗାଣିତିକ ଭାଷାରେ ସାନ୍ଦ୍ରତା ସୂତ୍ର ହେଉଛି-
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 7
ଏଣୁ ଆୟତନ ସମାନ ଥାଇ ବସ୍ତୁତ୍ଵ ବୃଦ୍ଧି ପାଇଲେ, ସାନ୍ଦ୍ରତା ବୃଦ୍ଧିପାଏ, ଅନ୍ୟ ପକ୍ଷରେ ବସ୍ତୁତ୍ଵ ସମାନ ଥାଇ ଆୟତନ ବୃଦ୍ଧି ପାଇଲେ, ସାନ୍ଦ୍ରତା ହ୍ରାସ ପାଏ । ପଦାର୍ଥର ସାନ୍ଦ୍ରତା ଏହାର ଆକାର କିମ୍ବା ଆକୃତି ଉପରେ ନିର୍ଭର କରେ ନାହିଁ । ସାନ୍ଦ୍ରତା ତାପମାତ୍ରା ଓ ଚାପ ଉପରେ ନିର୍ଭର କରେ । ଚାପ ମୁଖ୍ୟତଃ ଗ୍ୟାସ ଗୁଡ଼ିକର ସାନ୍ଦ୍ରତାକୁ ପ୍ରଭାବିତ କରେ । କଠିନ ଓ ତରଳ ପଦାର୍ଥର ସାନ୍ଦ୍ରତା ଉପରେ ଚାପର ପ୍ରଭାବ ନଗଣ୍ୟ ଅଟେ ।

ସାନ୍ଦ୍ରତାର ଏକକ :
ସାନ୍ଦ୍ରତାର ଏକକଗୁଡ଼ିକ ବସ୍ତୁତ୍ଵ ଓ ଆୟତନର ଏକକ ଉପରେ ନିର୍ଭର କରେ । ବସ୍ତୁତ୍ଵର SI ଏକକ କିଲୋଗ୍ରାମ (kg) ଏବଂ ଆୟତନର SI ଏକକ ଘନମିଟର (m3) । ଏଣୁ ସାନ୍ଦ୍ରତାର SI ଏକକ କି.ଗ୍ରା. ପ୍ରତି ଘନମିଟର ବା ସଂକ୍ଷେପରେ kg/m3 । ତରଳ ପଦାର୍ଥ କ୍ଷେତ୍ରରେ ସୁବିଧା ପାଇଁ ସାନ୍ଦ୍ରତାର ଅନ୍ୟାନ୍ୟ ଏକକ ଯଥା ଗ୍ରାମ ପ୍ରତି ମିଲିଲିଟର ବା g/mL ଏବଂ ଗ୍ରାମ ପ୍ରତି ଘନ ସେଣ୍ଟିମିଟର ବା g/cm ବ୍ୟବହାର କରାଯାଏ ।
ସାଧାରଣ ତାପମାତ୍ରାରେ 1 ମିଲିଲିଟର ଜଳର ବସ୍ତୁତ୍ଵ 1 ଗ୍ରାମ୍ । ଏଣୁ ଜଳର ବସ୍ତୁତ୍ୱ ମାପିବାପାଇଁ ଆମେ ଆୟତନକୁ ମିଲିଲିଟର (mL) ଓ ବସ୍ତୁତ୍ଵକୁ ଗ୍ରାମ (g) ରେ ପ୍ରକାଶ କରିଥାଉ ।

ସାନ୍ଦ୍ରତାର ରୂପାନ୍ତରିତ ଏକକ :
1kg/m3 = 1000 g/m3 = 1000g/1000L = 1g/L = 1g/1000mL = 1g/1000cm3 → 1g/cm2 = 1000 kg/m3
ସାଧାରଣ ତାକମାତ୍ରାରେ 1 ମିଲିଲିଟର (mL) ଜଳର ବସ୍ତୁତ୍ଵ ପ୍ରାୟ 1 ଗ୍ରାମ୍ (g) ହୋଇଥାଏ । ଜଳର ବସ୍ତୁତ୍ଵ ମାପିବା ପାଇଁ, ଆମେ ସାଧାରଣତଃ ଆୟତନକୁ (mL) ରେ ଏବଂ ତାର ବସ୍ତୁତ୍ଵକୁ (g) ରେ ବିଚାର କରିଥାଉ, ତେଣୁ 10 mL ପାଣିରେ ବସ୍ତୁତ୍ଵ ପ୍ରାୟ 10g ହେବ । ସେହିଭଳି 100mL ପାଣିର ବସ୍ତୁତ୍ଵ ପ୍ରାୟ 100g ହେବ ।
1 ଲିଟର (L) = 1000 ମିଲିଲିଟର (mL) = 1000 ଘନ ସେ.ମି. (cm’)
1 ଘନମିଟର (m3) = 1000 ଲିଟର (L)

ଆପେକ୍ଷିକ ସାନ୍ଦ୍ରତା (Relative Density) :
କୌଣସି ବସ୍ତର ଆପେକ୍ଷିକ ସାନ୍ଦ୍ରତା କହିଲେ ଆମେ ଉକ୍ତ ବସ୍ତର ସାନ୍ଦ୍ରତା ଓ ସମାନ ତାପମାତ୍ରାରେ ଜଳର ସାନ୍ଦ୍ରତାର ଅନୁପାତକୁ ବୁଝିଥାଉ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 8
4° C ତାପମାତ୍ରାରେ ଜଳର ସାନ୍ଦ୍ରତା = \(\frac{1 \mathrm{~g}}{1 \mathrm{ml}}=\frac{1 \mathrm{~g}}{1 \mathrm{~cm}^3}\)
10 ଘନ ସେ.ମି. ଏଲୁମିନିୟମ୍‌ର ବସ୍ତୁତ୍ଵ 27 ଗ୍ରାମ୍, ଏଣୁ ଏହାର ସାନ୍ଦ୍ରତା = \(\begin{gathered}
27 \mathrm{~g} \\
10 \mathrm{~cm}^3=\frac{2.7 \mathrm{~g}}{\mathrm{~cm}^3}
\end{gathered}\)
ଏଥୁରୁ ଜଣାପଡ଼େ, ଏଲୁମିନିୟମ୍ ଜଳ ଅପେକ୍ଷା 2.7 ଗୁଣ ସାନ୍ଦ୍ର ଅଟେ । ତେଣୁ ଏଲୁମିନିୟମ୍‌ର ଆପେକ୍ଷିକ ସାନ୍ଦ୍ରତା 2.7 ଅଟେ ।

1 ଲିଟର ପ୍ୟାକେଟ ତେଲର ଓଜନ 910 ଗ୍ରାମ କାହିଁକି ? :
ଘିଅ କିମ୍ବା ତେଲର କିଛି ପ୍ୟାକେଟ ଉପରେ 1 ଲିଟର ଆୟତନ କିନ୍ତୁ ଓଜନର 910 ଗ୍ରାମ ଲେଖାଯାଇଥାଏ । ଏହାର କାରଣ ହେଲା l ମିଲିଲିଟର ବା 1 ଘନ ସେ.ମି. ଜଳର ବସ୍ତୁତ୍ଵ । ଗ୍ରାମ ବେଳେ ସମ ପରିମାଣର ତେଲ ବା ଘିଅର ବସ୍ତୁତ୍ଵ 0.91 ଗ୍ରାମ । ଏହା ସୂଚାଇଦିଏ ତେଲ ବା ଘିଅର ସାନ୍ଦ୍ରତା ଜଳର ସାନ୍ଦ୍ରତା ଠାରୁ କମ୍ । ତେଣୁ ତେଲ ଓ ଘିଅ, ଜଳରେ ଭାସନ୍ତି ଏବଂ 1 ଲିଟର ବା 1000 ମିଲିଲିଟର ତେଲ ଓ ଘିଅରେ 910 ଗ୍ରାମ ଓଜନର ପଦାର୍ଥ ରହେ ।

ସାନ୍ଦ୍ରତା ନିଶ୍ଚୟ :
ବସ୍ତର ସାନ୍ଦ୍ରତା ହେଉଛି ଏହାର ବସ୍ତୁତ୍ଵ ଓ ଆୟତନର ଅନୁପାତ । ଏଣୁ ବସ୍ତର ବସ୍ତତ୍ଵ ମାପକରି ଏବଂ ଏହାର ଆୟତନ ନିର୍ଣ୍ଣୟ କରିସାରିବା ପରେ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ । ବସ୍ତତ୍ଵ ମାପିବା ପାଇଁ ବିଭିନ୍ନ ପ୍ରକାରର ନିକିତି ବା ତରାଜୁ ବ୍ୟବହାର କରାଯାଏ । ବର୍ତ୍ତମାନ ଡିଜିଟାଲ ଓଜନ ମାପକ ନିକିତି ବ୍ୟବହାର କରାଯାଉଛି ।

ଡିଜିଟାଲ ଓଜନ ନିକିତିରେ ବସ୍ତତ୍ଵ ମାପ ପଦ୍ଧତି :
କାର୍ଯ୍ୟ – ୩ : ଆସ ମାପିବା
ଶିକ୍ଷଣର ଲକ୍ଷ୍ୟ : ଡିଜିଟାଲ୍ ଓଜନ ନିକିତିର ସଠିକ୍ ବ୍ୟବହାର କରି କୌଣସି କଠିନ ବସ୍ତର ବସ୍ତତ୍ଵ ମାପ କରିବା କାର୍ଯ୍ୟ ପ୍ରଣାଳୀ :
(i) ଡିଜିଟାଲ୍ ଓଜନ ନିକିତିକୁ ଚାଲୁ କରାଯାଉ ।
(ii) ଡିଜିଟାଲ୍ ଓଜନ ନିକିତିର ପରଦାରେ ଆରମ୍ଭରୁ ଦେଖାଯାଉଥ‌ିବା ପାଠକକୁ ଲକ୍ଷ୍ୟ କରାଯାଉ ।
(iii) ଏହା ଏକ ଶୂନ୍ୟ ପାଠ୍ୟଙ୍କ (zero reading) ଦେଖାଇବା ଉଚିତ୍ । ଯଦି ଦେଖାଉ ନାହିଁ ତେବେ ଆମକୁ ପାସଙ୍ଗ ଦେଇ କିମ୍ବା ଚେୟାର୍ ବା ରିସେଟ୍ ବଟନ୍ ଦବାଇ ଏହାକୁ ଶୂନ୍ୟକୁ ଆଣିବାକୁ ପଡ଼ିବ । (ଚିତ୍ର)
(iv) ନିକିତିର ପାତ୍ର ଉପରେ ଏକ ଶୁଖୁଲା ଏବଂ ସଫା ୱାଚ୍ ଗ୍ଲାସ୍ କିମ୍ବା ବଟର ପେପର୍ ରଖାଯାଉ ।
(v) ଡିଜିଟାଲ୍ ଓଜନ ନିକିତି ଉପରେ ପାଠ୍ୟଙ୍କ ଲକ୍ଷ୍ୟ କରାଯାଉ ।
(vi) ଚିତ୍ର ‘ଖ’ରେ ଦେଖାଯାଇଥ‌ିବା ଭଳି ପାସଙ୍ଗ ଦେଇ କିମ୍ବା ରିସେଟ୍ ବସନ୍ ଦବାଇ ଡିଜିଟାଲ୍ ଓଜନ ନିକିତିର ପାଠ୍ୟଙ୍କ ଶୂନ୍ୟକୁ ଅଣାଯାଉ ।
(vii) ବର୍ତ୍ତମାନ କଠିନ ବସ୍ତୁ, ଯେପରିକି ଏକ ପଥରକୁ ସତର୍କତାର ସହିତ ଓ୍ୱାଡ୍ ଗ୍ଲାସ୍ ଉପରେ (ଚିତ୍ର ଗ) ରଖାଯାଉ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 9
ପର୍ଯ୍ୟବେକ୍ଷଣ : ନିକିତିରେ ଦେଖାଯାଉଥ‌ିବା ପଠନକୁ ଲକ୍ଷ୍ୟ କର, ଯାହା ପଥରର ବସ୍ତୁତ୍ଵ ଦେଖାଇଥାଏ । ତାହା ପଥରଟିର ବସ୍ତୁତ୍ଵ ଅଟେ । ବିଜ୍ଞାନରେ ବସ୍ତୁର ବସ୍ତୁତ୍ଵ ଓ ଓଜନ ଭିନ୍ନ ଅର୍ଥରେ ଦେଖାଯାଇଥାଏ ।

ସିଦ୍ଧାନ୍ତ : ବସ୍ତୁତ୍ଵ ହେଉଛି ପଦାର୍ଥର ପରିମାଣ ଯାହାର ଏକକ ଗ୍ରାମ ଓ କିଲୋଗ୍ରାମ କିନ୍ତୁ ଓଜନ ହେଉଛି ବସ୍ତୁ ସହ
ସଂଯୁକ୍ତ ପୃଥ‌ିବୀର ଆକର୍ଷଣ ବଳ ଯାହାର ଏକକ ନିଉଟନ୍ । ଅଧିକାଂଶ ନିକିତିରେ ଓଜନ ମପା ଯିବା ସମୟରେ ସୂଚକ ଗୁଡ଼ିକ ବସ୍ତୁତ୍ୱ ଏକକରେ ଲେଖାଯାଇଥାଏ ।

ତରଳ ପଦାର୍ଥର ଆୟତନ ମାପ :
ଗୋଟିଏ ବସ୍ତ୍ର ଯେତିକି ସ୍ଥାନ ଅସ୍ଵୀକାର କରେ ତାହାକୁ ତା’ର ଆୟତନ କହନ୍ତି । ଆୟତନର SI ଏକକ ଘନ ମିଟର ବା m୬, ଘନ ଡେସିମିଟର ବା dm କିମ୍ବା ଘନ ସେ.ମି. ଏକକ cm ବା cc । ତଳର ପଦାର୍ଥର ଆୟତନର ଏକକ ଲିଟର ଓ ମିଲିଲିଟର ।
1 ଲିଟର (L) = 1000 ମିଲିଲିଟର (mL)
1 ମିଲିଲିଟର (mL) = 1 ଘନ ସେ.ମି. (cm3 ବା cc)
1 ଘନମିଟର (m3) = 1000 ଲିଟର (L)

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ମାପକ ସିଲିଣ୍ଡର (Measuring Cylinder) :
(i) ମାପକ ସିଲିଣ୍ଡର ହେଉଛି ଏକ ସରୁ, ସ୍ୱଚ୍ଛ ଓ ସିଲିଣ୍ଡର ଆକୃତିର ପାତ୍ର ଯାହାର ଗୋଟିଏ ପାର୍ଶ୍ଵ ଖୋଲା ଓ ଅନ୍ୟ ପାର୍ଶ୍ଵଟି ବନ୍ଦ ଥାଏ ।
(ii) ମାପକ ସିଲିଣ୍ଡର ଦ୍ଵାରା ଏକ ତରଳ ପଦାର୍ଥ ର ଆୟତନ ମପାଯାଏ ।
(iii) ଆୟତନ ମାପିବା ପାଇଁ ବିଭିନ୍ନ ଆୟତନର ମାପକ ସିଲିଣ୍ଡର ବ୍ୟବହାର କରାଯାଏ । ଯଥା 5 mL, 10 mL, 25 mL, 50 mL, 100 mL, 250 mL ଇତ୍ୟାଦି ।
(iv) ଗୋଟିଏ 100 mL ମାପକ ସିଲିଣ୍ଡରର 10 mL, 20 mL, 30 mL, 40 mL ପାଠ୍ୟଙ୍କ ଗୁଡ଼ିକ ବଡ଼ଚିହ୍ନ ଦ୍ଵାରା ସୂଚାଇ ଦିଆଯାଏ । ଦୁଇଟି ବଡ଼ଚିହ୍ନ ମଧ୍ୟରେ 10 ଟି ବିଭାଜନ ସଂଖ୍ୟା ଥାଏ । ଗୋଟିଏ ଛୋଟ ବିଭାଜନ 1 mL ମାପ କରିପାରେ । ଏହା କ୍ଷୁଦ୍ର ଆୟତନ ସୂଚାଙ୍କ ଅଟେ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 10
ଚିତ୍ର ବିଭିନ୍ନ ଆୟତନର ମାପକ ସିଲିଣ୍ଡର
(v) ବିଭିନ୍ନ ଆୟତନର ମାପକ ସିଲିଣ୍ଡରର କ୍ଷୁଦ୍ରତ୍ତମ ବିଭାଜନ ମୂଲ୍ୟ ଭିନ୍ନ ଭିନ୍ନ ।
10 mL ଓ 25 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତମ ଆୟତନ ମାନ 0.1 mL.
100 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 1 mL.
250 mL କ୍ଷମତା ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 2 mL.
ବିଶିଷ୍ଟ ସିଲିଣ୍ଡରର କ୍ଷୁଦ୍ରତ୍ତମ ଆୟତନ ମାନ 5 mL. 500 mL କ୍ଷମତା
(vi) 70 mL ଆୟତନ ତରଳର ଆୟତନ ମାପିବା ପାଇଁ 100 mL ମାପକ ସିଲିଣ୍ଡର ସବୁଠାରୁ ସୁବିଧାଜନକ ।

କାର୍ଯ୍ୟ ୪ : ଆସ ପର୍ଯ୍ୟବେକ୍ଷଣ କରିବା ଓ ଗଣନା କରିବା
ଶିକ୍ଷଣର ଲକ୍ଷ୍ୟ : ଏକ ମାପକ ସିଲିଣ୍ଡରର ଚିହ୍ନଗୁଡ଼ିକୁ ପର୍ଯ୍ୟବେକ୍ଷଣ କରି ଏହାର ଆୟତନ ମାପିବାର ସର୍ବନିମ୍ନ କ୍ଷମତା ନିର୍ଣ୍ଣୟ କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ଏକ ମାପକ ସିଲିଣ୍ଡର ନେଇ ଏହାକୁ ଭଲଭାବରେ ଲକ୍ଷ୍ୟ କର ।
(ii) ଏହା ସର୍ବାଧ‌ିକ କେତେ ଆୟତନ ମାପିପାରିବ ତାହା ନିର୍ଦ୍ଧାରଣ କର ।
(iii) ପ୍ରତ୍ୟେକ ଦୁଇଟି ବଡ଼ ଚିହ୍ନ ମଧ୍ୟରେ ଥିବା ଆୟତନର ପାର୍ଥକ୍ୟକୁ ହିସାବ କର ।
(iv) ସେହି ବଡ଼ ଚିହ୍ନଗୁଡ଼ିକ ମଧ୍ୟରେ ଥିବା ଛୋଟ ବିଭାଜନ ସଂଖ୍ୟାକୁ ଗଣତି କର ।
(v) ଗୋଟିଏ ଛୋଟ ବିଭାଜନର ମୂଲ୍ୟ କେତେ ଆୟତନ ସୂଚାଉଛି ତାହା ଗଣନା କର ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 11
100 mL ମାପ ସିଲିଣ୍ଡର

ପର୍ଯ୍ୟବେକ୍ଷଣ :
(i) ସିଲିଣ୍ଡରଟିକୁ 100 mL ଭାବରେ ଚିହ୍ନିତ କରାଯାଇଛି । ତେଣୁ ଏହା
ସର୍ବାଧ‌ିକ 100 mL ପର୍ଯ୍ୟନ୍ତ ଆୟତନ ମାପ କରାଯାଇପାରିବ ।
(ii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ ସୂଚିତ ଆୟତନର ପାର୍ଥକ୍ୟ ହେଉଛି 10 mL ।
(iii) ଦୁଇଟି ବଡ଼ ଚିହ୍ନ ମଧ୍ଯରେ 10 ଟି ଛୋଟ ବିଭାଜନ ଅଛି ।
ସିଦ୍ଧାନ୍ତ : ମାପକ ସିଲିଣ୍ଡରର ଛୋଟ ବିଭାଜନର ମାପ ଜାଣିବା ଦ୍ଵାରା
ତରଳ ପଦାର୍ଥର ଆୟତନକୁ ସଠିକ୍ ଭାବରେ ମାପ କରାଯାଇପାରିବ ।

ମାପକ ସିଲିଣ୍ଡରରେ 50 mL ଜଳ କିପରି ମାପ କରାଯାଏ :
କାର୍ଯ୍ୟ – ୫ : ଆସ 50 mL ଜଳ ମାପିବା

ଶିକ୍ଷଣର ଲକ୍ଷ୍ୟ : ଏକ ମାପକ ସିଲିଣ୍ଡରର ବ୍ୟବହାର କରି ତରଳ ପଦାର୍ଥର ଆୟତନ ସଠିକ୍ ଭାବରେ ମାପିବା ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 12
ଚିତ୍ର ମଫଳ ସିଲିଣ୍ଡରରେ ଜଳ କରିବା
କାର୍ଯ୍ୟ ପ୍ରଣାଳୀ :
ନିଜ ପାଠଙ୍କ ନିର୍ଣ୍ଣୟ କରିବା
(i) ଏକ ସମତଳ ପୃଷ୍ଠରେ ଏକ ସଫା ଓ ଶୁଖୁଲା ମାପକ ସିଲିଣ୍ଡର ରଖାଯାଉ ।
(ii) ମାପକ ସିଲିଣ୍ଡରରେ ଆବଶ୍ୟକ ଚିହ୍ନ ପର୍ଯ୍ୟନ୍ତ ଧୀରେ ଧୀରେ ଜଳ ଢଳାଯାଉ ।
(iii) ଯଦି ଆବଶ୍ୟକ ହୁଏ ଡ୍ରପର ସାହାଯ୍ୟରେ ଅଳ୍ପ ପରିମାଣର ଜଳ ମିଶାଇ କିମ୍ବା ବାହାର କରି ମାପକ ସିଲିଣ୍ଡରରେ ଜଳ ସ୍ତରକୁ 50 mL ଚିହ୍ନ ସହିତ ସମାନ କରାଯାଉ ।
(iv) ଧ୍ୟାନର ସହିତ ଲକ୍ଷ୍ୟ କଲେ ଆମେ ଦେଖୁବା ଯେ ମାପକ ସିଲିଣ୍ଡର ଭିତରେ ଜଳ ଏକ ବକ୍ର ପୃଷ୍ଠ ସୃଷ୍ଟି କରିଛି । ଏହି ବଜ୍ରପୃଷ୍ଠକୁ ତରଳ ବଜ୍ରପୃଷ୍ଠ (meniscus) କୁହାଯାଏ ।
(v) ଜଳ କିମ୍ବା ଅନ୍ୟାନ୍ୟ ରଙ୍ଗହୀନ ତରଳ ପଦାର୍ଥ ପାଇଁ ମେନିସ୍କସର ତଳ ଅଂଶ ସହିତ ମେଳ ଖାଉଥିବା ମାପକ ସିଲିଣ୍ଡରରେ ଥ‌ିବା ଚିହ୍ନକୁ ପଢାଯାଉ ।

ପର୍ଯ୍ୟବେକ୍ଷଣ :
(i) ପାଠ୍ୟଙ୍କଗୁଡ଼ିକୁ ଲକ୍ଷ୍ୟ କରିବା ସମୟରେ ଆଖୁ ଯେପରି ମେନିସ୍କସର ତଳ ଭାଗ ସହିତ ସମାନ ରହେ ତାହା ନିଶ୍ଚିତ କରାଯାଉ ।
(ii) ଏହା ଆବଶ୍ୟକ ସ୍ତର-ଅର୍ଥାତ୍ 50 mL ପହଞ୍ଚିବା ପରେ ଏହି ଜଳକୁ ଆବଶ୍ୟକ ପାତ୍ରଙ୍କୁ ସ୍ଥାନାନ୍ତର କରାଯାଉ । ରଙ୍ଗୀନ ତରଳ ପଦାର୍ଥ କ୍ଷେତ୍ରରେ ମାପକ ସିଲିଣ୍ଡରରେ ଥିବା ଚିହ୍ନ ମେନିସ୍କସ ଉପରେ ଅଂଶ ସହିତ ମେଳ ଖାଏ ।

ସିଦ୍ଧାନ୍ତ : ମାପକ ସିଲିଣ୍ଡରରେ ତରଳ ପଦାର୍ଥର ସଠିକ୍ ଆୟତନ ମାପିବା ପାଇଁ ତରଳର ବକ୍ରତଳକୁ ଆଖର ସିଧା ସ୍ତରରେ ରଖୁ ମାପ ନେବା ଅତ୍ୟନ୍ତ ଆବଶ୍ୟକ ।

ଆୟତନ (Volume) :
କୌଣସି ବସ୍ତୁ ଶୂନ୍ୟରେ ବା ତରଳ ପଦାର୍ଥରେ ଯେଉଁ ସ୍ଥାନ ଅଧିକାର କରେ ତାହାକୁ ଆୟତନ କହନ୍ତି । ଆୟତନ SI ଏକକ ଘନମିଟର ବା m । ଏହାର ଛୋଟ ଏକକ ଘନ ସେ.ମି. ବା cm ବା cc ହୋଇପାରିବ ।

ନିୟମିତ (Regular) ଆକୃତି କଠିନ ବସ୍ତର ଆୟତନ ନିର୍ଣ୍ଣୟ :

କାର୍ଯ୍ୟ – ୬ : ଆସି ଗଣନା କରିବା
ଶିକ୍ଷଣର ଲକ୍ଷ୍ୟ : ଏକ ନିୟମିତ ଆକୃତିର କଠିନ ବସ୍ତର ଆୟତନ ଏହାର ଲମ୍ବ, ପ୍ରସ୍ଥ, ଉଚ୍ଚତା ମାପି ଗଣନା କରିବା ।

କାର୍ଯ୍ୟ ପ୍ରଣାଳୀ :
(i) ନିଜ ପାଖରେ ଥିବା ଏକ ଘନାକୃତି ବସ୍ତୁ ବା ନୋଟ୍ ବୁକ୍ ସଂଗ୍ରହ କରାଯାଉ ।
(ii) ଏକ ସ୍କେଲ୍ ଦ୍ଵାରା ବସ୍ତୁଟିର ଲମ୍ବ (l), ପ୍ରସ୍ଥ (w) ଏବଂ ଉଚ୍ଚତା (h) ମାପ ।
ପର୍ଯ୍ୟବେକ୍ଷଣ : ମନେକର ଏକ ନୋଟ୍ ବୁକ୍‌ର ଦୈର୍ଘ୍ୟ (l) = 25 ସେ.ମି., ପ୍ରସ୍ଥ (b) = 12 ସେ.ମି. ଓ ଉଚ୍ଚତା (h)
= 2 ସେ.ମି. ।
ଆୟତନ = l × b × h
= 25 × 18 × 2
= 900 cm3
ସିଦ୍ଧାନ୍ତ : ନିୟମିତ ଆକୃତି ଧାରଣ କରିଥିବା କଠିନ ବସ୍ତୁର ନିର୍ଦ୍ଦିଷ୍ଟ ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ଥାଏ । ଦୈର୍ଘ୍ୟ × ପ୍ରସ୍ଥ × ଉଚ୍ଚତାର ପରିମାଣ ଏହାର ଆୟତନ ସୂଚାଇଥାଏ ।

ଅନିୟମିତ ବସ୍ତ (Irregular bodies) ର ଆୟତନ ନିର୍ଣ୍ଣୟ :
କାର୍ଯ୍ୟ – ୭ : ଆସ ମାପ କରିବା
ଶିକ୍ଷଣର ଲକ୍ଷ୍ୟ : ଜଳ ଅପସାରଣ ପଦ୍ଧତି ମାଧ୍ୟମରେ ଅନିୟମିତ ଆକୃତିର କଠିନ ବସ୍ତଗୁଡ଼ିକର ଆୟତନ ନିର୍ଣ୍ଣୟ କରିବା ।
କାର୍ଯ୍ୟ ପ୍ରଣାଳୀ :
(i) ଚାରିପାଖରୁ ପଥର, ଧାତୁଚାବି ଭଳି ବିଭିନ୍ନ ବସ୍ତ ସଂଗ୍ରହ କରାଯାଉ ।
(ii) ଏକ ମାପକ ସିଲିଣ୍ଡରରେ ଇଚ୍ଛାନୁସାରେ ଯେ କୌଣସି ଆୟତନର ଜଳ ଭର୍ତ୍ତି କରାଯିବ, ଯେପରି 50 mL ଏବଂ ସାରଣୀରେ ପ୍ରାରମ୍ଭିକ ଆୟତନ ଲେଖୁ ରଖାଯାଉ ।
(iii) ଏକ ପଥରକୁ ସୂତା ସହିତ ବାନ୍ଧି ଧୀରେ ଧୀରେ ମାପକ ସିଲିଣ୍ଡରରେ ଭିତରକୁ ଓହ୍ଲାଇ ଦିଆଯାଉ ।
im-12
ଚିତ୍ର ମାପକ ସିଲିଣ୍ଡରରେ
ଜଳର ସ୍ତର (କ) ବସ୍ତୁ ବିନା (ଖ) ବସ୍ତ୍ ସହିତ
(iv) ଜଳ ସ୍ତର ବୃଦ୍ଧି ପରେ ଅନ୍ତିମ ଆୟତନ ଚିହ୍ନ ଦେଖୁ ଲେଖୁ ରଖୁ, ମନେକର, ଏହା 55 mL ହେଲା ।
(v) ବସ୍ତୁକୁ ମାପକ ସିଲିଣ୍ଡରରେ ରଖୁବା ପରେ ଅନ୍ତିମ ଆୟତନରୁ ପ୍ରାରମ୍ଭିକ ଆୟତନ ବିୟୋଗ କଲେ ଏହା ହେଉଛି ବସ୍ତର ଆୟତନ ।
(vi) ସାରଣୀରେ ପର୍ଯ୍ୟବେକ୍ଷଣଗୁଡ଼ିକ ଲେଖୁ ରଖୁବା ।

ସାରଣୀ ୯.୨ : ଅନିୟମିତ କଠିନର ଆୟତନ
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 13
(vii) ଏହି ପ୍ରକାରର ନିର୍ଣ୍ଣୟ କରାଯାଇଥିବା ବସ୍ତର (mL) ଏକକରେ ପ୍ରକାଶ କରାଯାଏ, ଯାହାକୁ କଠିନ ପଦାର୍ଥ ପାଇଁ ସମତୁଲ ଏକକ cm ରେ ଲେଖାଯାଇପାରିବ ।
ସିଦ୍ଧାନ୍ତ : କୌଣସି ଅନିୟମିତ ଆକୃତିର କଠିନ ବସ୍ତର ଆୟତନ ତାହାଦ୍ୱାରା ଅପସାରିତ ହେଉଥ‌ିବା ଜଳର ଆୟତନ ସହିତ ସମାନ ହୋଇଥାଏ । ଜଳରେ ବୁଡ଼ାଇ ସେହି ବୃଦ୍ଧି ପାଇଥିବା ଆୟତନ ମାପି ବସ୍ତର ଆୟତନ କରିହେବ ।

ପୃଥ‌ିବୀ ଗ୍ରହର ବଭିନ୍ନ ସ୍ତରଗୁଡ଼ିକର ସାନ୍ଦ୍ରତା :
ଭୂପୃଷ୍ଠରୁ ପୃଥ‌ିବୀର କେନ୍ଦ୍ର ଆଡ଼କୁ ରହିଥ‌ିବା ବିଭିନ୍ନ ସ୍ତରଗୁଡ଼ିକ ଯଥାକ୍ରମେ ଭୂଦ୍ରକ୍, ଉପର ମାଣ୍ଟାଲ, ନିମ୍ନ ମାଣ୍ଟାଲ, ବାହ୍ୟ କୋର୍ ଓ ଭିତର କୋର୍ ଅଟନ୍ତି । ଭୂପୃଷ୍ଠରୁ ପୃଥ‌ିବୀର କେନ୍ଦ୍ରଆଡ଼କୁ ତାପମାତ୍ରା ଓ ଚାପ ବୃଦ୍ଧିହେତୁ ଏହାର ସ୍ତରଗୁଡ଼ିକର ସାନ୍ଦ୍ରତା କ୍ରମଶଃ ବୃଦ୍ଧିପାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 14
ସାନ୍ଦ୍ରତା ଉପରେ ତାପମାତ୍ରା ଓ ଚାପର ପ୍ରଭାବ :
ତାପମାତ୍ରା ବୃଦ୍ଧିଘଟିଲେ କଠିନ, ତରଳ ଓ ଗ୍ୟାସୀୟ ପଦାର୍ଥର କଣିକାଗୁଡ଼ିକ ପରସ୍ପରଠାରୁ ଦୂରେଇ ଯାଆନ୍ତି । ଫଳରେ ସେମାନଙ୍କର ଆୟତନ ବୃଦ୍ଧିପାଏ ମାତ୍ର ବସ୍ତୁତ୍ଵର ପରିବର୍ତ୍ତନ ଘଟେ ନାହିଁ । ଆୟତନ ବୃଦ୍ଧିଯୋଗୁଁ ତାପମାତ୍ରା ବୃଦ୍ଧି କ୍ଷେତ୍ରରେ ସାନ୍ଦ୍ରତା କମିଯାଏ । ଏହି କାରଣରୁ ଗରମ ବାୟୁ ପୂର୍ଣ୍ଣ ବେଲୁନ୍ ଉପରକୁ ଉଠିଯାଏ ।
ଚାପ ବୃଦ୍ଧି ହେତୁ ଗ୍ୟାସଗୁଡ଼ିକର କଣିକା ନିକଟତର ହୁଅନ୍ତି । ଫଳରେ ଆୟତନ କମିଯାଏ ଏବଂ ସାନ୍ଦ୍ରତା ବୃଦ୍ଧିପାଏ । ତରଳ ପଦାର୍ଥ ଅସଙ୍କୋଚନୀୟ ହୋଇଥିବାରୁ ଏହାର ସାନ୍ଦ୍ରତା ଚାପଦ୍ଵାରା ସେତେ ପ୍ରଭାବିତ ହୁଏନାହିଁ । ଚାପ ପ୍ରୟୋଗ ଦ୍ଵାରା କଠିନ ପଦାର୍ଥ ସର୍ବନିମ୍ନ ପ୍ରଭାବିତ ହେବାଯୋଗୁଁ ସେଗୁଡ଼ିକର ସାନ୍ଦ୍ରତାରେ ପରିବର୍ତ୍ତନ ନଗଣ୍ୟ ହୁଏ ।

ବରଫ କାହିଁକି ଜଳରେ ଭାସେ ? :
4° C ତାପମାତ୍ରାରେ ଜଳ ସର୍ବାଧ‌ିକ ଓଜନପ୍ରାପ୍ତ ହୁଏ । ତାପମାତ୍ରା ୦° କୁ କମିଲେ ଜଳୁରୁ ଆଭ୍ୟନ୍ତରୀଣ ଗଠନରେ ପରିବର୍ତ୍ତନ ଘଟି ଏହାର ବରଫ ରୂପେ ଅଧୂକ ସ୍ଥାନ ନିଏ । ଆୟତନ ଅଧୁକ ଯୋଗୁଁ ସାନ୍ଦ୍ରତା କମିଯାଏ ।

Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ

ଆମେ ଯାହା ଜାଣିଲୁ

ସମତୁଲ ମିଶ୍ରଣ – ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୁଏ ତାହାକୁ ସମତୁଲ ମିଶ୍ରଣ (Uniform Mixture) କହନ୍ତି ।
ଉଦାହରଣ : ଲୁଣ ଓ ଜଳର ମିଶ୍ରଣ, ଚିନି ଓ ଜଳର ମଶ୍ରଣ, ORS ଦ୍ରବଣ ପ୍ରଭୃତି ।

ଅସମତୁଲ ଦ୍ରବଣ – ଯେଉଁ ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶି ନଥାଏ, ତାହାକୁ ଅସମତୁଲ ମିଶ୍ରଣ (Non-uniform Mixture) କୁହାଯାଏ ।
ଉଦାହରଣ : ଚକ୍ ଗୁଣ୍ଡ ଓ ବାଲିର ମିଶ୍ରଣ, କରତ ଗୁଣ୍ଡ ଓ ଜଳର ମିଶ୍ରଣ ଇତ୍ୟାଦି ।

ଦ୍ରବଣ (Solution) – ଗୋଟିଏ ସମତୁଲ ମିଶ୍ରଣ ଯାହାର ଉପାଦାନଗୁଡ଼ିକୁ ଖାଲିଆସ୍‌ରେ କିମ୍ବା ପରିବର୍ଷକ ଯନ୍ତ୍ର ସାହାଯ୍ୟରେ ଦେଖୁବା ସମ୍ଭବ ନୁହେଁ, ତାହାକୁ ଦ୍ରବଣ କହନ୍ତି । ଦ୍ରବଣର ଦୁଇ ପ୍ରକାର ଉପାଦାନ ହେଲା – ଦ୍ରବ (solute) ଓ ଦ୍ରାବକ (solvent) । ଏଣୁ ବୈଜ୍ଞାନିକ ଭାଷାରେ – ଦ୍ରବ + ଦ୍ରାବକ → ଦ୍ରବଣ

ଅସଂତୃପ୍ତ ଦ୍ରବଣ (Unsaturated Solution) – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣ ତହିଁରେ ଆହୁରି ଅଧିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିବାକୁ ଦେଇଥାଏ, ତାହାକୁ ଅସଂତୃପ୍ତ ଦ୍ରବଣ କୁହାଯାଏ ।

ସଂତୃପ୍ତ ଦ୍ରବଣ (Saturated Solution) – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେଉଁ ଦ୍ରବଣ ତହିଁରେ ଆଉ ଅଧିକ ପରିମାଣରେ ଦ୍ରବ ଦ୍ରବୀଭୂତ କରିବାକୁ ଦିଏନାହିଁ, ତାହାକୁ ସଂତୃପ୍ତ ଦ୍ରବଣ କୁହାଯାଏ ।

ଲଘୁ ଓ ଘନ ଦ୍ରବଣ (Dilute and Concentrated Solution) ଦ୍ରବଣରେ ଦ୍ରବର ସାନ୍ଦ୍ରତାକୁ ଭିଭିକରି ଲଘୁ ଦବ୍ରଣ ଓ ଘନ ଦ୍ରବଣ ପ୍ରସ୍ତୁତ ହୁଏ । କମ୍ ପରିମାଣରେ ଦ୍ରବ ଥ‌ିବା ଦ୍ରବଣକୁ ଲଘୁ ଦ୍ରବଣ ଓ ଅଧୂକ ପରିମାଣରେ ଦ୍ରବଥୁବା ଦ୍ରବଣକୁ ଘନ ଦ୍ରବଣ କହନ୍ତି ।

ଦ୍ରବଣୀୟତା (Solubility) – ଏକ ନିର୍ଦ୍ଦିଷ୍ଟ ପରିମାଣର ଦ୍ରାବକ (ସାଧାରଣତଃ ୧୦୦ ମିଲିଲିଟର) ରେ ଯେଉଁ ସର୍ବାଧ‌ିକ ପରିମାଣର ଦ୍ରବ ଦ୍ରବୀଭୂତ ହୋଇପାରେ ତାହାକୁ ଦ୍ରବଣର ଦ୍ରବଣୀୟତା କୁହାଯାଏ । ଦ୍ରବଣୀୟତା ତାପମାତ୍ରା ଓ ଚାପ ଦ୍ଵାରା ପ୍ରଭାବିତ ହୁଏ ।

ସାନ୍ଦ୍ରତା (Density) – ବୈଜ୍ଞାନିକ ଭାଷାରେ ଏକକ ଆୟତନରେ ଥିବା ବସ୍ତର ବସ୍ତତ୍ଵକୁ ସାନ୍ଦ୍ରତା କୁହାଯାଏ ।
Class 8 Science Chapter 9 Notes Odia Medium ଦ୍ରବ, ଦ୍ରାବକ, ଦ୍ରବଣ 15
। ବସ୍ତର ସାନ୍ଦ୍ରତା ତାପମାତ୍ରା ଓ ଚାପଦ୍ଵାରା ପ୍ରଭାବିତ ହୁଏ ।

ଆପେକ୍ଷିକ ସାନ୍ଦ୍ରତା (Relative Density) – କୌଣସି ବସ୍ତର ସାନ୍ଦ୍ରତା ଓ ସମ ତାପମାତ୍ରାରେ ଜଳର ସାନ୍ଦ୍ରତାର ଅନୁପାତକୁ ଆପେକ୍ଷିକ ସାନ୍ଦ୍ରତା କହନ୍ତି । ଏହା ଏକ ଏକକ ବିହୀନ ସଂଖ୍ୟା ।

ବସ୍ତୁତ୍ଵ ଓ ଓଜନ (Mass and Weight ) – କୌଣସି ବସ୍ତୁରେ ଥିବା ପଦାର୍ଥର ପରିମାଣକୁ ବସ୍ତୁତ୍ଵ କହନ୍ତି କିନ୍ତୁ ବସ୍ତଠାରେ କାର୍ଯ୍ୟକାରୀ ହେଉଥ‌ିବା ପୃଥ‌ିବୀର ମାଧ୍ୟାକର୍ଷଣ ବଳକୁ ଓଜନ କହନ୍ତି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Go through Class 8 Social Science Solutions Odia Medium and Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା to understand textbook questions more clearly.

8th Class Social Science Chapter 6 Question Answer Odia Medium

Class 8 Social Science Chapter 6 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.
ସାଂସଦର ଉଭୟ ସଦନରେ ତୁମ ରାଜ୍ୟରୁ କେତେଜଣ ପ୍ରତିନିଧ୍ଵ ସ୍ଥାନ ପାଇଛନ୍ତି ?
Answer:
(i) ସଂସଦର ଉଭୟ ସଦନରେ ପ୍ରତ୍ୟେକ ରାଜ୍ୟରୁ ପ୍ରତିନିଧ୍ଵ ଯୋଗଦେବାର ବ୍ୟବସ୍ଥା ସମ୍ବିଧାନରେ କରାଯାଇଛି । ଲୋକସଭାରେ ଅଧିକ ସଭ୍ୟ ଥିବାବେଳେ ରାଜ୍ୟସଭାରେ କମ୍ ସଦସ୍ୟ ରହିଥା’ନ୍ତି ।

(ii) ମୋ ରାଜ୍ୟ ଓଡ଼ିଶା କଥା ବିଚାରକୁ ନେଲେ ଏଠାରୁ ଲୋକସଭାକୁ ୨୧ ଜଣ ସଦସ୍ୟ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୋଇ ଯାଇଥା’ନ୍ତି ।

(iii) ସଂସଦର ରାଜ୍ୟସଭା ପାଇଁ ଆମ ରାଜ୍ୟରୁ ମାତ୍ର ୧୦ ସଦସ୍ୟ ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ସେମାନଙ୍କୁ ଆମର ବିଧାନସଭାର ବିଧାୟକମାନେ ଭୋଟ ଦେଇ ଚୟନ କରିଥା’ନ୍ତି ।

(iv) ଏହି ୩୧ଜଣ ସାଂସଦ ଦେଶର ଆଇନ ପ୍ରଣୟନ କ୍ଷେତ୍ରରେ ଅଂଶଗ୍ରହଣ କରି ଆମ ରାଜ୍ୟର ଗୌରବ ବୃଦ୍ଧି କରିବାରେ ସହାୟକ ହୋଇଥା’ନ୍ତି । ଏ କ୍ଷେତ୍ରରେ ଉତ୍ତରପ୍ରଦେଶର ସର୍ବାଧ‌ିକ ୮୦ ଜଣ ଲୋକସଭାରେ ଓ ୩୧ ଜଣ ରାଜ୍ୟସଭାରେ ସାଂସଦ ରହିବାର ବ୍ୟବସ୍ଥା ଅଛି ।

Question 2.
ଭାରତର ସଂସଦ ‘‘ଲୋକଙ୍କ ମତ’’କୁ କିପରି ଦର୍ଶାଏ ? ଭିନ୍ନ ଭିନ୍ନ ମତ ଉପସ୍ଥାପନା ବୋଲି ଏହା କିପରି ସୁନିଶ୍ଚିତ କରେ ?
Answer:
(i) ଭାରତର ସଂସଦର ମତକୁ ‘ଲୋକଙ୍କ ମତ’ ବୋଲି କୁହାଯାଇଥାଏ- କାରଣ ଲୋକମାନେ ସିଧାସଳଖ ଭୋଟ ଦେଇ ଲୋକସଭାକୁ ସେମାନଙ୍କର ପ୍ରତିନିଧ୍ଵ ପଠାଇଥା’ନ୍ତି ଏବଂ ରାଜ୍ୟସଭାକୁ ପରୋକ୍ଷଭାବରେ ସେମାନଙ୍କର ପ୍ରତିନିଧୂ ଯାଇଥାନ୍ତି ।

(ii) ସେଠାରେ ଏହି ନିର୍ବାଚିତ ପ୍ରତିନିଧୂମାନେ ବିଭିନ୍ନ ସଂସଦୀୟ ବ୍ୟାପାରରେ ଅଂଶଗ୍ରହଣ କରି ଲୋକମାନଙ୍କର ଗୁରୁତ୍ଵପୂର୍ଣ୍ଣ ସମସ୍ୟାମାନ ଉପସ୍ଥାପନା କରିବା ସହିତ ତାହାର ସମାଧାନ ପାଇଁ ଉପଯୁକ୍ତ ପରାମର୍ଶ ପ୍ରଦାନ କରିବାରେ ସମର୍ଥ ହୋଇଥାନ୍ତି, ଯଥା-

(iii) (କ) ପ୍ରଶ୍ନୋତ୍ତର କାଳ – ପ୍ରଶ୍ନୋତ୍ତର କାଳରେ ସାଂସଦମାନେ ସେମାନଙ୍କର ସଂସଦୀୟ ନିର୍ବାଚନ ମଣ୍ଡଳୀର ସମସ୍ୟା ଉପରେ ବିଭାଗୀୟ ମନ୍ତ୍ରୀମାନଙ୍କୁ ପ୍ରଶ୍ନ ପଚାରି ଉତ୍ତର ମାଗିଥା’ନ୍ତି । ଯାହାଫଳରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଖୁବ୍ ଶୀଘ୍ର ସମାଧାନ ହୋଇଥାଏ ।

(ଖ) ଆଲୋଚନା ଓ ପର୍ଯ୍ୟାଲୋଚନା – କୌଣସି ଗୁରୁତ୍ଵପୂର୍ଣ୍ଣ ବିଧେୟକ, ଜାତୀୟ ସ୍ଵାର୍ଥ ସମ୍ବନ୍ଧୀୟ ବିଷୟ ଓ ରାଜ୍ୟମାନଙ୍କର ସମସ୍ୟାର ଆଲୋଚନାରେ ଅଂଶଗ୍ରହଣ କରିବା ସହିତ ଉପଯୁକ୍ତ ମତାମତ ଦେବାର ବ୍ୟବସ୍ଥା ରହିଛି । ଆଲୋଚନାରେ ସମସ୍ତଙ୍କର ମତାମତକୁ ସମ୍ମାନ ଦି ଆଯାଇଥାଏ ।

(ଗ) ସଂସଦୀୟ କମିଟି – ସଂସଦୀୟ ବ୍ୟାପାର କମିଟି ଗଠନ ବେଳେ ସବୁଦଳକୁ ସମାନ ପ୍ରତିନିଧ୍ଵ ପ୍ରଦାନ କରାଯାଇଥାଏ । ବିଭିନ୍ନ ବିଧେୟକ, ବଜେଟ୍ ଓ ଜାତୀୟ ନୀତି ନିର୍ଦ୍ଧାରଣ କମିଟିରେ ସଂସଦର ସଦସ୍ୟ ରହିବାର ବ୍ୟବସ୍ଥା ରହିଅଛି, ଯାହାଫଳରେ ଲୋକମାନଙ୍କର ମତାମତ ସଠିକ୍ ଭାବରେ ଉପସ୍ଥାପନା କରାଯାଇପାରିବ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 3.
ସମ୍ବିଧାନ କାର୍ଯ୍ୟପାଳିକାକୁ ବ୍ୟବସ୍ଥାପିକା ନିକଟରେ ଉତ୍ତରଦାୟୀ କରିଛି ବୋଲି ତୁମେ କାହିଁକି ଭାବୁଛ ?
Answer:
(i) ଆମ ସମ୍ବିଧାନରେ କାର୍ଯ୍ୟପାଳିକା କହିଲେ ମୁଖ୍ୟତଃ ପ୍ରଧାନମନ୍ତ୍ରୀ, ମନ୍ତ୍ରୀପରିଷଦ ଓ ସଚିବମାନଙ୍କୁ ବୁଝାଇଥାଏ । ଏମାନେ ସଂସଦରେ ଉତ୍ତରଦାୟୀ ହେବା ସହିତ ଲୋକମାନଙ୍କ ନିକଟରେ ଦାୟୀ ରୁହନ୍ତି । ଲୋକମାନଙ୍କର ଆଶା ଓ ଆକାଂକ୍ଷା ଠିକ୍ ଭାବରେ ପୁରଣ ହୋଇପାରୁଛି କି ନାହିଁ ତାହା ଲକ୍ଷ୍ୟ କରିଥା’ନ୍ତି ।

(ii) କ୍ଷମତାର ଅପବ୍ୟବହାର ଯେପରି ନ ହୁଏ, ସେଥୁପ୍ରତି ସେମାନେ ସଜାଗ ହୋଇଥା’ନ୍ତି ଓ ମନ୍ତ୍ରୀମାନେ ସେମାନଙ୍କର ପରିଧ୍ଵ ଭିତରେ କାର୍ଯ୍ୟ କରୁଛନ୍ତି କି ନାହିଁ ତାହା ତଦାରଖ କରିଥା’ନ୍ତି ।

(iii) ମନ୍ତ୍ରୀମାନଙ୍କର ନିଷ୍ପତ୍ତି ଯେପରି ଲୋକମାନଙ୍କର ମଙ୍ଗଳରେ ଲାଗିବ ସେଥୁପ୍ରତି ଧ୍ୟାନ ଦେଇଥା’ନ୍ତି ।

(iv) ଏହି ବ୍ୟବସ୍ଥା ଗଣତନ୍ତ୍ରର ସ୍ଵଚ୍ଛତା ଓ ଦାୟିତ୍ୱବୋଧତା ରକ୍ଷା କରିବା ସହିତ ନାଗରିକମାନଙ୍କର ସ୍ଵାର୍ଥପ୍ରତି ଯବାନ୍ ହୋଇଥାଏ ।

Question 4.
ଆମେ କେନ୍ଦ୍ର ସ୍ତରରେ ଦ୍ଵିସଦନୀୟ ବ୍ୟବସ୍ଥାପିକା କାହିଁକି ଗ୍ରହଣ କରିଛେ ?
Answer:
(i) ଭାରତର ସମ୍ବିଧାନ ନିର୍ମାତାମାନେ ସମ୍ବିଧାନ ତିଆରି କଲାବେଳେ ଚିନ୍ତା କରିଥିଲେ ଯେ ଭାରତ ଭଳି ଏତେ ବିଶାଳ ଦେଶରେ ଗୋଟିଏ ସଦନ ରହିଲେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କ ପ୍ରତିନିଧ୍ଵ ରହିପାରିବେ ନାହିଁ ଏବଂ ସେମାନଙ୍କର ମତାମତ, ଅଭିଯୋଗ ଓ ଉନ୍ନତମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇପାରିବ ନାହିଁ ।

(ii) ସେଥ୍‌ ପାଇଁ ସମ୍ବିଧାନ ପ୍ରଣେତାମାନେ ରାଜ୍ୟସଭା ରହିବାର ବ୍ୟବସ୍ଥା କରିଥିଲେ । ଯାହାଫଳରେ ଭାରତରେ ବସବାସ କରୁଥିବା ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନଙ୍କର ମତାମତ ଓ ଇଚ୍ଛାକୁ ପୂରଣ କରିବା ସହିତ ରାଜ୍ୟଗୁଡ଼ିକର ବିକାଶ ସାଧୂ ହୋଇପାରିବ ।

(iii) ରାଜ୍ୟସଭାର ଗଠନ ଓ ନିର୍ବାଚନ ପ୍ରଣାଳୀ ଲୋକସଭାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ ।

(iv) କେନ୍ଦ୍ର ଓ ରାଜ୍ୟ ତଥା ସ୍ଥାନୀୟ ଅଞ୍ଚଳ ଭିଭିରେ କ୍ଷମତା ବଣ୍ଟନ ଭିତ୍ତିକ ସଂଘୀୟ ବ୍ୟବସ୍ଥା ଭାରତ ଗ୍ରହଣ କରିଅଛି ।

(v) ଏହି ବ୍ୟବସ୍ଥାଦ୍ଵାରା ଜାତୀୟ ଏକତା ଓ ସ୍ଥାନୀୟ ସ୍ୱାର୍ଥ ମଧ୍ଯରେ ଏକ ଉତ୍ତମ ବୁଝାମଣା ସମ୍ଭବ ହୋଇପାରିଛି । ତେଣୁ ଆମର କେନ୍ଦ୍ର ସ୍ତରରେ ଦ୍ଵିସଦନୀୟ ବ୍ୟବସ୍ଥାପିକା ଗ୍ରହଣ କରାଯାଇଛି । ସମସ୍ତଙ୍କୁ ପ୍ରତିନିଧ୍ଵ କରିବାର ସୁଯୋଗ ପ୍ରଦାନ କରୁଛି ।

Question 5.
ସଂସଦରେ ନିକଟରେ ଗୃହୀତ ହୋଇଥିବା ଏକ ବିଧେୟକ କେଉଁ କେଉଁ ପଥ ଅତିକ୍ରମ କଲା ଅନୁଧ୍ୟାନ କର । ଏହା କେଉଁ ସଦନରେ ଉପସ୍ଥାପିତ ହେଲା ଚିହ୍ନଟ କର । ଏଥରେ କିଛି ପ୍ରମୁଖ ବିତର୍କ କିମ୍ବା ମତ ପାର୍ଥକ୍ୟ ଲକ୍ଷ୍ୟ କଲ କି ? ବିଧେୟକଟି ଆଇନ ହେବା ପାଇଁ କେତେଦିନ ଲାଗିଲା ? ସମ୍ବାଦପତ୍ର, ଅଭିଲେଖାଗାର, ସରକାରୀ ୱେବସାଇଟ୍ ଏବଂ ଲୋକସଭା ବିତର୍କ ଉପଯୋଗ କର କିମ୍ବା ତୁମ ଶିକ୍ଷକଙ୍କ ସହାୟତା ନିଅ ।
Answer:
(i) ନିକଟ ଅତୀତରେ ମହିଳା ସଂରକ୍ଷଣ ବିଧେୟକ ଲୋକସଭାରେ ଆଗତ କରାଯାଇଥିଲା । ଏଥିରେ ମହିଳାମାନଙ୍କ ପାଇଁ ୩୩ ଭାଗ ସଂରକ୍ଷଣ ବ୍ୟବସ୍ଥା ରଖାଯାଇଥିଲା । ଏହା ଲୋକସଭା ଓ ରାଜ୍ୟ ବିଧାନସଭାମାନଙ୍କ ପାଇଁ ଲାଗୁ ହେବାର ଥିଲା ।

(ii) ଏହି ବିଧେୟକଟି ଆଇନରେ ପରିଣତ ହେବାପାଇଁ ଦୀର୍ଘଦିନ ବିତିଯାଇଥିଲା । ଏହା ପ୍ରଥମେ ୧୯୯୬ରେ ଆଗତ କରାଯାଇଥିଲା କିନ୍ତୁ ଅନେକ ବିଳମ୍ବ ହେତୁ ଏହାକୁ ପୁନର୍ବାର ସେପ୍ଟେମ୍ବର ୧୯ ତାରିଖ ୨୦୨୩ ମସିହାରେ ଆଗତ କରାଯାଇଥିଲା ।

(iii) ଅନେକ ତର୍କ ଓ ବିତର୍କ ମଧ୍ୟରେ ଲୋକସଭାରେ ସେପ୍ଟେମ୍ବର ୨୧ ତାରିଖ ୨୦୨୩ରେ ଏହା ସପକ୍ଷରେ ୪୫୪ ଖଣ୍ଡ ଭୋଟ ଯାଇଥିବାବେଳେ ବିପକ୍ଷରେ ମାତ୍ର ୨ଖଣ୍ଡ ଭୋଟ ଯାଇଥିଲା ।

(iv) ଏହାପରେ ବିଧେୟକଟିକୁ ରାଜ୍ୟସଭାକୁ ୨୩ ସେପ୍ଟେମ୍ବର ୨୦୨୩ ପଠାଯାଇଥିଲା । ସେଠାରେ ୨୧୫ ଜଣ ସଭ୍ୟଙ୍କ ଭୋଟରେ ଅନୁମୋଦିତ ହୋଇଥିଲା ।

(v) ସଂସଦର ଉଭୟ ଗୃହରେ ଅନୁମୋଦନ ହେଲାପରେ ୨୮ ସେପ୍ଟେମ୍ବର ୨୦୨୩ରେ ରାଷ୍ଟ୍ରପତିଙ୍କଦ୍ୱାରା ସ୍ୱାକ୍ଷରିତ ହୋଇଥିଲା । ଏହା ଥିଲା ସମ୍ବିଧାନର ୧୦୬ ତମ ସଂଶୋଧନ ଅଧୁନିୟମ । ଏହି ବିଧେୟକଟିକୁ ଆଇନରେ ପରିଣତ କରିବାପାଇଁ ଦୀର୍ଘ ୨୭ ବର୍ଷ ଲାଗିଯାଇଥିଲା ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 6.
ନିକଟରେ ସଂସଦଦ୍ଵାରା ଗୃହୀତ ଏକ ଆଇନ ବାଛିନିଅ । ତୁମେମାନେ ଭିନ୍ନ ଭିନ୍ନ ଦଳ ଗଢ଼ି ଏହି ପ୍ରକ୍ରିୟାର ବିଭିନ୍ନ ଭାବର ଅଭିନୟ କର – ବିତର୍କରତ ଲୋକସଭା ଏବଂ ରାଜ୍ୟସଭା ସାଂସଦ ଉତ୍ତର ଦେଉଥ‌ିବା ମନ୍ତ୍ରୀ ଏବଂ ସ୍ଵୀକୃତି ଦେଉଥ‌ିବା ରାଷ୍ଟ୍ରପତି । ବିଧେୟକ କିପରି ଆଇନରେ ପରିଣତ ହୁଏ ଦର୍ଶାଇବାପାଇଁ ଏକ ଲଘୁ ନାଟକ ଉପସ୍ଥାପନ ମାଧ୍ୟମରେ ଏକ ଆଦର୍ଶ ସଂସଦ ପରିବେଷଣ କର ।
Answer:
(i) ଏକ ‘ଆଦର୍ଶ ସଂସଦ’, ଯାହାର ବିଷୟବସ୍ତୁ ରହିଛି ‘ମହିଳା ସଂରକ୍ଷଣ ବିଲ୍’ ।
(ii) ଅଂଶଗ୍ରହଣ କରୁଥିବା ବ୍ୟକ୍ତି –
(କ) ଲୋକସଭାର ବାଚସ୍ପତି,
(ଖ) ଆଇନ ମନ୍ତ୍ରୀ,
(ଗ) ସହଯୋଗୀ ସାଂସଦ,
(ଘ) ବିରୋଧୀଦଳ ସାଂସଦ,
(ଙ) ରାଷ୍ଟ୍ରପତି

ଲୋକସଭାର ଦୃଶ୍ୟ –
ବାଚସ୍ପତି – ମାନନୀୟ ସାଂସଦଗଣ, ଆମେ ଆଜି ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ବିଲ ଉପରେ ଆଲୋଚନା କରିବାକୁ ଯାଉଛେ । ତେଣୁ ସମସ୍ତେ ନୀରବରେ ଓ ଶାନ୍ତିଶୃଙ୍ଖଳା ରକ୍ଷା କରି ଏଥରେ ଅଂଶଗ୍ରହଣ କରନ୍ତୁ ।

ଆଇନ ମନ୍ତ୍ରୀ – ଏହି ମହିଳା ସଂରକ୍ଷଣ ବିଲ୍ ଆଗତ ହେବାର ଉଦ୍ଦେଶ୍ୟ ହେଉଛି ଆମର ମହିଳାମାନଙ୍କୁ ଯଥେଷ୍ଟ ସମ୍ମାନ ଦେବା ସହିତ ରାଜନୀତି ସେମାନଙ୍କର ଅଂଶଗ୍ରହଣ ୩୩ ଭାଗ ବୃଦ୍ଧି କରିବାପାଇଁ ମୁଁ ପ୍ରସ୍ତାବ ରଖୁଅଛି । ମୋର ବିନମ୍ର ଅନୁରୋଧ ସମସ୍ତେ ଏହାକୁ ସମର୍ଥନ କରିବେ ।

ସହଯୋଗୀ ସାଂସଦ – ମୁଁ ଏହାକୁ ଦୃଢ଼ତାର ସହିତ ସମର୍ଥନ କରୁଅଛି । ମହିଳାମାନେ ସମାନ ପରିମାଣରେ ମର୍ଯ୍ୟାଦା ପାଇବା ଉଚିତ ।

ବିରୋଧୀ ଦଳ ସାଂସଦ – ମୁଁ ଏଥୁରେ ରାଜି ଅଛି, କିନ୍ତୁ ଏହାକୁ ସବୁରାଜ୍ୟମାନଙ୍କରେ ଲାଗୁ କରିବାର ବ୍ୟବସ୍ଥା ହେବା ଦରକାର ।

ବାଚସ୍ପତି – ଯଦି ସମସ୍ତ ସାଂସଦ ଏହି ବିଲକୁ ସମର୍ଥନ କରୁଛନ୍ତି, ତେବେ ଏକ ସ୍ଵରରେ ସମସ୍ତେ ହଁ ବୋଲି କହିବାକୁ ପଡ଼ିବ ।

ସମସ୍ତ ସାଂସଦ – ହଁ, ଆମେ ସମସ୍ତେ ଏଥରେ ଏକମତ ।
ବାଚସ୍ପତି – ବିଲ୍ଟି ଲୋକସଭାରେ ଅନୁମୋଦିତ ହୋଇସାରିଛି । ଏବେ ଏହାକୁ ଅନୁମୋଦନ ପାଇଁ

ରାଜ୍ୟସଭାର ଦୃଶ୍ୟ-

  1. ରାଜ୍ୟସଭାର ଅଧ୍ଯକ୍ଷ – ବର୍ତ୍ତମାନ ଗୃହରେ ମହିଳା ସଂରକ୍ଷଣ ବିଲ ବିଷୟରେ ଆଲୋଚନା ହେବାକୁ ଯାଉଅଛି । ସମସ୍ତେ ଏଥ‌ିରେ ଧୀର ଓ ସ୍ଥିର ମନରେ ବିଚାର କରି ଅଂଶଗ୍ରହଣ କରିବେ ।
  2. ସମର୍ଥନକାରୀ ସାଂସଦ – ମହିଳା ସଂରକ୍ଷଣ ବିଲକୁ ସମସ୍ତେ ସମର୍ଥନ କରନ୍ତୁ, କାରଣ ଏହା ଗଣତନ୍ତ୍ରକୁ ମଜବୁତ୍ କରିବ ।
  3. ବିରୋଧୀଦଳ ସାଂସଦ – ମାନନୀୟ ବାଚସ୍ପତି ମହୋଦୟ ଆମ୍ଭେମାନେ ଏହି ବିଲ୍‌କୁ ସମର୍ଥନ କରୁଅଛୁ । କିନ୍ତୁ ଏଥ‌ିରେ ସବୁ ଶ୍ରେଣୀର ମହିଳାମାନେ ଯେପରି ଅଂଶଗ୍ରହଣ କରିପାରିବେ ସେଥ‌ିପାଇଁ ବ୍ୟବସ୍ଥା କରାଯାଉ ।
  4. ଅଧ୍ଯକ୍ଷ ଯଦି ସମସ୍ତେ ଏଥରେ ଏକମତ ହେଲେ ସମସ୍ତେ ଏକ ସ୍ଵରରେ ହଁ କୁହନ୍ତୁ ।
  5. ସାଂସଦମାନେ – ହଁ, ଆମେ ସମସ୍ତେ ଏହାକୁ ସମର୍ଥନ କରୁଛୁ ।
  6. ରାଜ୍ୟସଭାର ଅଧ୍ଯକ୍ଷ – ଏଥର ଏହି ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହେଲା । ତେଣୁ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପାଇଁ ପଠାଯିବ ।
  7. ରାଷ୍ଟ୍ରପତି – ମୁଁ ମହିଳା ସଂରକ୍ଷିଣ ବିଲ୍‌ ଗ୍ରହଣ କରିଅଛି । ମୁଁ ଏହା ଉପରେ ମତାମତ ଦେବା ପୂର୍ବରୁ ଏହାକୁ ଭଲଭାବରେ ଅବଗତ ହେବ ।
  8. ରାଷ୍ଟ୍ରପତି – ବର୍ତ୍ତମାନ ମହିଳା ସଂରକ୍ଷଣ ବିଲ ଆଇନରେ ପରିଣତ ହେଲା ବୋଲି କହି ସେଥ‌ିରେ ନିଜର ସ୍ଵାକ୍ଷର କରିଥିଲେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 7.
ପ୍ରବଳ ସମର୍ଥନରେ ମହିଳା ସଂରକ୍ଷଣ ବିଧେୟକ, ୨୦୨୩ ଗୃହୀତ ହେଲା । ଅନେକ ବର୍ଷ ଧରି ଆଲୋଚନା ହୋଇଥିଲେ ମଧ୍ୟ ଏହା ଗୃହୀତ ହେବାକୁ ୨୫ ବର୍ଷରୁ ଅଧ‌ିକ ସମୟ ନେବାର କାରଣ କ’ଣ ହୋଇପାରେ ?
Answer:
(i) ମହିଳା ସଂରକ୍ଷଣ ବିଧେୟକ ୨୦୨୩ ଗୃହୀତ ହେବାକୁ ପ୍ରାୟ ୨୫ ବର୍ଷରୁ ଅଧ‌ିକ ସମୟ ନେବାର ଅନେକ କାରଣ ଅଛି ।

(ii) ଭିନ୍ନ ଭିନ୍ନ ରାଜନୈତିକ ଦଳଙ୍କ ଭିନ୍ନ ମତ ପାଇଁ ଏହା ଗୃହୀତ ହୋଇପାରୁନଥିଲା । କେତେକ ସାଂସଦ OBCs (Other Backward Class) ଶ୍ରେଣୀପାଇଁ ୩୩ ଭାଗ ସଂରକ୍ଷଣ ପାଇଁ ଦାବି କରୁଥିଲେ । ଫଳରେ ଅନ୍ୟ ଦଳର ସାଂସଦମାନେ ଏହାକୁ ବିରୋଧ କରୁଥିଲେ ।

(iii) ମହିଳା ସଂରକ୍ଷଣ ବିଧେୟକ ଲାଗୁହେଲେ ଅନେକ ଟାଣୁଆ ପୁରୁଷ ରାଜନେତା ସେମାନଙ୍କର ସ୍ଥାନ ହରାଇବାକୁ ପଡ଼ିବ ବୋଲି ସେମାନେ ଏହାକୁ ବିରୋଧ କରୁଥିଲେ ।

(iv) ଯଦିଓ ସମସ୍ତେ ଉପର ମନରେ ସମର୍ଥନ କରୁଥିଲେ, କିନ୍ତୁ ବାସ୍ତବରେ ପୁରୁଷ ରାଜନେତାମାନଙ୍କ ଆନ୍ତରିକତାର ଅଭାବ ଥିଲା । ତେଣୁ ଏହାକୁ ଆଇନରେ ପରିଣତ କରିବାପାଇଁ ୨୫ ବର୍ଷ ପାଖାପାଖ୍ ଲାଗି ଯାଇଥିଲା ।

(v) ଶେଷରେ ବହୁଘାତ ପ୍ରତିଘାତ ମଧ୍ଯରେ ୨୦୨୩ ମସିହାରେ ବିଲ୍‌ ପାସ୍ ହୋଇ ଆଇନର ପରିଣତ ହୋଇଛି । ଏହା ଏକ ଖୁସିଖବର ଯେ ମହିଳାମନେ ଦେଶର ହିତପାଇଁ କାର୍ଯ୍ୟ କରିବା ସହିତ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧ୍ଵକମଜବୁତ୍ କରିବ ବୋଲି ଆଶା କରାଯାଏ ।

Question 8.
ବେଳେବେଳେ ସଂସଦୀୟ କାର୍ଯ୍ୟକଳାପରେ ବ୍ୟାଘାତ ଯୋଗୁଁ ଏହା ଧାର୍ଯ୍ୟ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିପାରେ ନାହିଁ । ଆଇନର ଗୁଣବତ୍ତା ଏବଂ ଲୋକମାନେ ସେମାନଙ୍କ ପ୍ରତିନିଧୁଙ୍କ ଉପରେ ରଖୁଥ‌ିବା ଆସ୍ଥା ଏହାଦ୍ଵାରା କିପରି ପ୍ରଭାବିତ ହୋଇଥାଏ ବୋଲି ତୁମେ ଭାବୁଛ ?
Answer:
(i) ସଂସଦୀୟ କାର୍ଯ୍ୟକଳାପରେ ବ୍ୟାଘାତ ସୃଷ୍ଟି କରିବା, ସଂସଦକୁ ଚଳାଇ ନଦେବା ଏବଂ ଧାର୍ଯ୍ୟ ଦିନ ପୂର୍ବରୁ ଅଧୂବେଶନ ବନ୍ଦ କରିବା ଇତ୍ୟାଦି କାର୍ଯ୍ୟ ଅତି ଘୃଣ୍ୟ ପରମ୍ପରା ସୃଷ୍ଟି କରିଥାଏ । ଏହା ଆଇନର ଗୁଣବତ୍ତା ନଷ୍ଟ କରିବା ସହିତ ଲୋକମାନଙ୍କର ଆଶା ଓ ଆକାଂକ୍ଷାକୁ ଅପମାନିତ କରିଥାଏ ।

(ii) ଏହା ଫଳରେ ଗୁରୁତ୍ଵପୂର୍ଣ୍ଣ ବିଧେୟକଗୁଡ଼ିକ ବିନା ଆଲୋଚନାରେ ଗୃହୀତ ହୋଇଥାଏ । ସେଥୁରେ ଅନେକ ତ୍ରୁଟି ରହିଯାଇଥାଏ ।

(iii) କ୍ରମାଗତ ଭାବରେ ଅଧୂବେଶନ ବନ୍ଦ ହେବା ଫଳରେ ଲୋକପ୍ରତିନିଧିମାନଙ୍କ ଉପରୁ ଲୋକମାନଙ୍କର ଆଶା ଓ ଭରସା ତୁଟି ଯାଇଥାଏ । ମନରେ ପ୍ରଶ୍ନ ଉଠେ ପ୍ରତିନିଧ୍ଵ ଚୟନରେ ବୋଧ ହୁଏ ଭୁଲ ହେଲା ।

(iv) ସାଂସଦମାନଙ୍କରର ଏପରି ବ୍ୟବହାରରେ କ୍ଷୁବ୍ଧ ସାଂସଦମାନଙ୍କ ମନରେ ଘୃଣ୍ୟଭାବ ଜାଗ୍ରତ ହୁଏ । ସେମାନଙ୍କ ମନରେ ଥ‌ିବା ଉତ୍ସାହ ଓ ଆଗ୍ରହ ଧୂମା ପଡ଼ିଯାଇଥାଏ ।

(v) ଏହିଭଳି ଚାଲୁରହିଲେ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବାର ସମ୍ଭାବନା ଦେଖାଯାଇଥାଏ । ଭବିଷ୍ୟତ ପଢ଼ିର ଲୋକମାନେ ଗଣତନ୍ତ୍ର ଉପରେ ରଖୁଥ‌ିବା ଅତୁଟ ବିଶ୍ଵାସ ଭାଙ୍ଗିଯାଇଥାଏ । ଦେଶର ଆଶା ଓ ଆକାଂକ୍ଷା ପୂରଣ ହୋଇପାରେ ନାହିଁ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 9.
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ ସ୍ଵାର୍ଥନ୍ୱେଷୀ ଗୋଷ୍ଠୀ ଗଠନ କରି ତୁମେ ତୁମ ସାଂସଦ କିମ୍ବା ବିଧାୟକଙ୍କୁ ପଚାରିବା ନିମନ୍ତେ କେତେକ ପ୍ରଶ୍ନର ତାଲିକା ପ୍ରସ୍ତୁତ କରିପାରିବ କି ? ଏହି ପ୍ରଶ୍ନ ସାଂସଦ କିମ୍ବା ବିଧାୟକଙ୍କ କ୍ଷେତ୍ରରେ କିପରି ଭିନ୍ନ ଭିନ୍ନ ହୋଇପାରିବ ?
Answer:
ଗ୍ରୁପ୍ ‘କ’ (ସାଂସଦଙ୍କୁ ପ୍ରଶ୍ନ)

  1. ଶିକ୍ଷା– କେନ୍ଦ୍ର ସରକାର ଉଚ୍ଚ ଶିକ୍ଷାର ମାନ ଉନ୍ନତ କରିବା ନିମନ୍ତେ ସାରା ଦେଶରେ କ’ଣସବୁ ନୂତନ ଓ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ?
  2. ନିଯୁକ୍ତି କ୍ଷେତ୍ର – ବେକାର ଯୁବକ ଯୁବତୀମାନଙ୍କ ପାଇଁ ସରକାର କେଉଁ ସୁବିଧା ଓ ସୁଯୋଗ ସୃଷ୍ଟି କରିଅଛନ୍ତି ?
  3. ପରିବେଶ – ପରିବେଶ ପ୍ରଦୂଷଣ ରୋକିବାପାଇଁ ସରକାରୀ ସ୍ତରରେ କ’ଣସବୁ ପଦକ୍ଷେପ ନିଆଯାଉଛି ?
  4. ଗମନାଗମନ ରାସ୍ତାଘାଟର ଉନ୍ନତିପାଇଁ କେନ୍ଦ୍ର ସରକାର କେତୋଟି ନୂତନ ଜାତୀୟ ରାଜପଥ ନିର୍ମାଣ କରିଛନ୍ତି ?

ଗ୍ରୁପ୍ ‘ଖ’ (ବିଧାୟକଙ୍କୁ ପ୍ରଶ୍ନ)

  1. ଶିକ୍ଷା- ଆମ ଅଞ୍ଚଳରେ ସରକାର ବିଦ୍ୟାଳୟମାନଙ୍କରେ ଗୁଣାତ୍ମକ ଶିକ୍ଷା ଦେବାପାଇଁ କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ।
  2. ନିଯୁକ୍ତି କ୍ଷେତ୍ର – ରାଜ୍ୟ ସରକାର ଆମ ଅଞ୍ଚଳର ବେକାରମାନଙ୍କପାଇଁ କ’ଣସବୁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ?
  3. ପରିବେଶ – ଆମ ଅଞ୍ଚଳରେ ପରିବେଶ ପ୍ରଦୂଷଣଜନିତ ସମସ୍ୟାକୁ ସମାଧାନ କରିବାପାଇଁ ନିଆଯାଇଥ‌ିବା ଆଦୃଶିଆ ପଦକ୍ଷେପ କ’ଣ ଅଟେ ?
  4. ଗମନାଗମନ –. ପ୍ରତି ଗ୍ରାମରେ ତିଆରି ହୋଇଥିବା ପକ୍କା ସଡ଼କର ମରାମତି କେବେ ହେବ ?

Question 10.
ଭାରତୀୟ ଗଣତନ୍ତ୍ରରେ ନ୍ୟାୟପାଳିକା କେଉଁ ଭୂମିକା ତୁଲାଇଥାଏ ? ଏକ ସ୍ଵାଧୀନ ନ୍ୟାୟପାଳିକା ନଥିଲେ ଆମ ପାଇଁ କ’ଣ ଅସୁବିଧା ହୋଇଥାନ୍ତା ?
Answer:
(i) ଭାରତୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମାନ ଭାବରେ କାର୍ଯ୍ୟ କରିଥା’ନ୍ତି, କିନ୍ତୁ ସେଥୁମଧ୍ଯରୁ ଗଣତନ୍ତ୍ରର ସୁରକ୍ଷାପାଇଁ ନ୍ୟାୟପାଳିକା ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

(ii) ନ୍ୟାୟପାଳିକା ସମ୍ବିଧାନର ରକ୍ଷାକର୍ତ୍ତାଭାବେ କାର୍ଯ୍ୟ କରିଥାଏ ଏବଂ ସରକାରଙ୍କ ସବୁ ବିଭାଗ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ ରହି କାର୍ଯ୍ୟ କରିବା ସୁନିଶ୍ଚିତ କରିଥାଏ ।

(iii) ଆଇନର ବାଖ୍ୟା, ବିଭିନ୍ନ ବିବାଦର ସମାଧାନ ଓ ମୌଳିକ ଅଧୂକାରର ସୁରକ୍ଷା ମାଧ୍ୟମରେ ଏହା ସମାଜ ତଥା ସରକାରୀ ଅନୁଷ୍ଠାନଗୁଡ଼ିକର ସଫଳ କାର୍ଯ୍ୟାନ୍ଵୟନ ନିମନ୍ତେ ଆବଶ୍ୟକ ନିୟନ୍ତ୍ରଣ ଲାଗୁ କରିଥାଏ ।

(iv) ବିଧ୍ଵବଦ୍ଧ ଓ ଦାୟିତ୍ଵସମ୍ପନ୍ନ ଭାବେ ବ୍ୟବସ୍ଥାପିକା କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଏକ ଅଦ୍ୱିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି । ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିବା ଭଳି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ।

(v) ଦେଶରେ ଯଦି ନ୍ୟାୟପାଳିକା ନଥା’ନ୍ତା ତେବେ ସରକାର ମନମୁଖୀ ଆଇନ ପ୍ରଣୟନ କରିଥା’ନ୍ତା । ଲୋକମାନଙ୍କର ଅଧିକାରଗୁଡ଼ିକ ସୁରକ୍ଷିତ ହୋଇପାରିନଥା’ନ୍ତା । ସେମାନେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥା’ନ୍ତେ । ନ୍ୟାୟପାଳିକା ନଥିଲେ ଭାରତରେ ଗଣତନ୍ତ୍ର ଉପରୁ ବିଶ୍ଵାସ ତୁଟିଯାଇଥାନ୍ତା ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୪୫) :

Question 1.
ଭାରତର ସଂସଦୀୟ ବ୍ୟବସ୍ଥା କ’ଣ ଏବଂ ଏହାର ଗଠନ ବିନ୍ୟାସ କିପରି ?
Answer:
(i) ଭାରତରରେ ସଂସଦୀୟ ବ୍ୟବସ୍ଥା ଏକ ଗଣତାନ୍ତ୍ରିକ ସରକାରର ରୂପ ଯେଉଁଠାରେ ଆଇନ ପ୍ରଣୟନ ଏବଂ ଦେଶକୁ ଶାସନ କରିବା ପାଇଁ ନିଜର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରିଥାନ୍ତି ।

(ii) ସଂସଦରେ ଦୁଇଟି ଗୃହ ରହିଛି, ଯଥା- ଲୋକସଭା ବା ନିମ୍ନ ସଦନ ଏବଂ ରାଜ୍ୟସଭା ବା ଉଚ୍ଚ ସଦନ ।

(iii) ଏହି ଦ୍ୱି-ସଦନୀୟ ଗଠନ ଉଭୟ ଲୋକ ଓ ରାଜ୍ୟଗୁଡ଼ିକର ଉପସ୍ଥାପନକୁ ସୁନିଶ୍ଚିତ କରେ । ସରକାର ଲୋକମାନଙ୍କ ନିର୍ବାଚିତ ପ୍ରତିନିଧୁମାନଙ୍କ ମାଧ୍ୟମରେ ପର୍ଯ୍ୟବସିତ ନୀତିରେ ଏହି ବ୍ୟବସ୍ଥା କାର୍ଯ୍ୟ କରେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ସଂସଦର ପ୍ରମୁଖ କାର୍ଯ୍ୟାବଳୀ କ’ଣ ଅଟେ ?
Answer:

  1. ସଂସଦର ଚାରିଗୋଟି ପ୍ରମୁଖ କାର୍ଯ୍ୟ ରହିଛି । ପ୍ରଥମତଃ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ଏବଂ ସମ୍ବିଧାନ ସଂଶୋଧନ କରିବା ଭଳି ସାମ୍ବିଧାନିକ କାର୍ଯ୍ୟ ଏହା କରେ ।
  2. ଦ୍ଵିତୀୟତଃ ବିଲ୍ ଆଗତ, ବିଲ୍ ଉପରେ ଆଲୋଚନା ଏବଂ ବିଲ୍‌କୁ ପାସ୍‌ କରି ଆଇନରେ ପରିଣତ କରିବା କାର୍ଯ୍ୟ ଏହା କରିଥାଏ ।
  3. ତୃତୀୟତଃ କାର୍ଯ୍ୟନିର୍ବାହୀ ଦାୟିତ୍ଵ ଯେଉଁଥରେ ମନ୍ତ୍ରୀମାନେ ପ୍ରଶ୍ନର ଉତ୍ତର ଦିଅନ୍ତି ଏବଂ ସଂସଦରେ ସେମାନଙ୍କର କାର୍ଯ୍ୟକୁ ଯଥାର୍ଥ ପ୍ରତିପ୍ରଦାନ କରନ୍ତି ।
  4. ଚତୁର୍ଥତଃ ଆର୍ଥିକ ଦାୟିତ୍ଵ ଯେଉଁଥରେ ସଂସଦ ବାର୍ଷିକ ବଜେଟ୍ ମାଧ୍ୟମରେ ସରକାରୀ ଖର୍ଚ୍ଚକୁ ଅନୁମୋଦନ ଏବଂ ତଦାରଖ କରେ ।

Question 3.
ଭାରତୀୟ ସଂସଦୀୟ ଗଣତନ୍ତ୍ରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକାର ଭୂମିକା କ’ଣ ?
Answer:
(i) ବ୍ୟବସ୍ଥାପିକା ଆଇନ ପ୍ରଣୟନ କରେ ଏବଂ ପ୍ରଶ୍ନ ଏବଂ ସ୍ପଷ୍ଟୀକରଣ ମାଗି କାର୍ଯ୍ୟପାଳିକାର କାର୍ଯ୍ୟ ତଦାରଖ କରେ । ଏହା ଲୋକଙ୍କ ସ୍ଵରକୁ ପ୍ରତିନିଧ୍ଵ କରେ ଏବଂ ସରକାରୀ କାର୍ଯ୍ୟକଳାପ ଉପରେ ନଜର ରଖେ ।

(ii) କାର୍ଯ୍ୟପାଳିକା ବ୍ୟବସ୍ଥାପିକାଦ୍ଵାରା ପ୍ରଣୀତ ଆଇନଗୁଡ଼ିକୁ କାର୍ଯ୍ୟକାରୀ କରେ । ଏଥୁରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ମନ୍ତ୍ରୀପରିଷଦ ଅନ୍ତର୍ଭୁକ୍ତ ।

(iii) କାର୍ଯ୍ୟପାଳିକା ଲୋକସଭା ନିକଟରେ ଉତ୍ତରଦାୟୀ ଏବଂ ଗଣତାନ୍ତ୍ରିକ ଶାସନରେ ଉତ୍ତରଦାୟିତ୍ଵ ବଜାୟ ରଖୁବାପାଇଁ ସମସ୍ତ ନିଷ୍ପତ୍ତି ଏବଂ କାର୍ଯ୍ୟକୁ ଯଥାର୍ଥ କରେ ।

Question 4.
କେନ୍ଦ୍ର ଓ କାର୍ଯ୍ୟ ସ୍ତରରେ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା କିପରି ସଂଗଠିତ ହୋଇଥାଏ ?
Answer:

  1. କେନ୍ଦ୍ରସ୍ତରରେ ସଂସଦରେ ଲୋକସଭା ଏବଂ ରାଜ୍ୟସଭା ଅଛି । ରାଷ୍ଟ୍ରପତି ସାମ୍ବିଧାନିକ ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟନିର୍ବାହୀ ମୁଖ୍ୟ ।
  2. ରାଜ୍ୟସ୍ତରରେ ବିଧାନସଭା ଏବଂ କିଛି ରାଜ୍ୟରେ ବିଧାନପରିଷଦ ଅଛି ।
  3. ରାଜ୍ୟପାଳ ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟନିର୍ବାହୀ ମୁଖ୍ୟ ।
  4. ଉଭୟସ୍ତର ସମାନ ଗଠନ ପ୍ରଣାଳୀ ଅନୁସରଣ କରନ୍ତି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ଆସ ଅନୁସନ୍ଧାନ କରିବା :

Question 1.
ଏକ କ୍ଷୁଦ୍ର ପ୍ରବାହ ଚିତ୍ର ଅଙ୍କନ କରି ଆରଟିଇ କିପରି ଅଧୁନିୟମରେ ରୂପାନ୍ତରିତ ହୋଇଥିଲା ଦର୍ଶାଅ । ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ କେଉଁ ପଦ୍ଧତି ସବୁ ଅନୁସରଣ କରାଯାଇଥା’ନ୍ତା ?
Answer:
ଶିକ୍ଷା ଅଧିକାର ବା ଆର୍‌ଟିଇ ଅଧୁନିୟମରେ ରୂପାନ୍ତରିତ ହେବାର ପ୍ରବାହ :

  1. ସମ୍ବିଧାନ ସଂଶୋଧନ (୨୦୦୨) : ୮୬ ତମ ସଂଶୋଧନ ଧାରା ୨୧ (କ) ଯୋଡ଼ାଗଲା, ଯାହା ୬– ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷାକୁ ଏକ ମୌଳିକ ଅଧିକାରରେ ପରିଣତ କଲା ।
  2. ଡ୍ରାଫ୍ଟ (୨୦୦୫) : CABE କମିଟି ବିଲ୍ ପ୍ରସ୍ତୁତ କରି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଦାଖଲ କଲା ।
  3. କ୍ୟାବିନେଟ୍ ଅନୁମୋଦନ (୨୦୦୯) : କେନ୍ଦ୍ର କ୍ୟାବିନେଟ୍ ୨ ଜୁଲାଇ, ୨୦୦୯ରେ ବିଲ୍‌କୁ ଅନୁମୋଦନ କଲେ ।
  4. ୨୦ ଜୁଲାଇ ୨୦୦୯ରେ ରାଜ୍ୟସଭାରେ ବିଲ୍ ପାସ୍‌ ହେଲା ।’
  5. ୪ ଅଗଷ୍ଟ ୨୦୦୯ରେ ବିଲ୍ ଲୋକସଭାରେ ପାସ୍ ହେଲା ।
  6. ୨୬ ଅଗଷ୍ଟ ୨୦୦୯ରେ ରାଷ୍ଟ୍ରପତି ବିଲ୍‌ରେ ସ୍ଵାକ୍ଷର କରି ଏହାକୁ ଆଇନରେ ପରିଣତ କଲେ ।
  7. ୧ ଏପ୍ରିଲ୍ ୨୦୧୦ରେ ଏହି ଆଇନ କାର୍ଯ୍ୟକାରୀ ହେଲା, ଯାହା ଶିକ୍ଷାକୁ ମୌଳିକ ଅଧିକାର ଭାବରେ ସାମିଲ କଲା ।

ଯଦି ଏହା ଲୋକସଭାରେ ଆଲୋଚନା କରାଯାଇଥାନ୍ତା ତେବେ ନିମ୍ନଲିଖ ପଦ୍ଧତି ସବୁ ଅନୁସରଣ କରାଯାଇଥାନ୍ତା । ମନ୍ତ୍ରୀଙ୍କ ଦ୍ଵାରା ପରିଚୟ (ପ୍ରଥମ ପାଠ) → ଆଲୋଚନା ଏବଂ ବିତର୍କ → କମିଟି ଯାଞ୍ଚ → ଧାରାଦ୍ଵାରା ବିଚାର → ଭୋଟଦାନ (ଦ୍ଵିତୀୟ ପାଠ) → ଉଭୟ ଗୃହରେ ପାସ୍ → ରାଷ୍ଟ୍ରପତିଙ୍କ ଅନୁମୋଦନ → ଆଇନରେ ପରିଣତ ।

Question 2.
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂକ୍ରାନ୍ତୀୟ ସ୍ଥାୟୀ ସମିତି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କେତେକ ଅସ୍ଵୀକାରୀଙ୍କ ମିଳିତ ବୈଠକର ବିବରଣୀର ଉଦ୍ଧୃତି ଏଠାରେ ପ୍ରକାଶ କରାଯାଇଛି । ଉପର ବର୍ଷିତ ସ୍କ୍ରିନ୍ ସଟ୍ ନିରୀକ୍ଷଣ କର ଓ ତୁମ ମଧ୍ଯରେ ଛୋଟଛୋଟ ଦଳ ଗଢ଼ି ଆଲୋଚନା କର । କିଏ କାହାକୁ ବିବରଣୀ ଦେଇଛନ୍ତି ? ସମୀକ୍ଷା ହୋଇଥିବା ବିଷୟଟି କ’ଣ ଅଟେ ? ସମିତି ସୁପାରିଶକୁ ଚିହ୍ନଟ କର । ସରକାରଙ୍କ ଉତ୍ତର କ’ଣ ଥିଲା ?
Answer:
(i) ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଜଡ଼ିତ ସଂସଦୀୟ ସ୍ଥାୟୀ କମିଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ବିଶେଷକରି ଆୟୁଷ ମନ୍ତ୍ରଣାଳୟକୁ ବିବରଣୀ ଦେଇଛନ୍ତି । ସମୀକ୍ଷା ହୋଇଥ‌ିବା ବିଷୟଟି ହେଉଛି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ ସୁବିଧା କରିବା । ବିଶେଷ କରି ବିବରଣୀରେ ଆୟୁଷ ସ୍ଵାସ୍ଥ୍ୟସେବାର ଉତ୍ତମ କାର୍ଯ୍ୟାନ୍ଵୟନ ଏବଂ ସମନ୍ଵୟ ପାଇଁ କିଛି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଆୟୁଷର ପୃଥକ୍ ବିଭାଗର ଆବଶ୍ୟକତା ଉପରେ ଆଲୋଚନା କରାଯାଇଛି ।

(ii) କମିଟି ସୁପାରିଶ୍ କରିଛି ଯେ ଆୟୁଷ ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଉତ୍ସାହିତ ଏବଂ ରାଜି କରାଇବା ଉଚିତ ଯେ ସେମାନେ ଏପର୍ଯ୍ୟନ୍ତ ସ୍ଵତନ୍ତ୍ର ଆୟୁଷ ବିଭାଗ ପ୍ରତିଷ୍ଠା କରିପାରିଲେ ନାହିଁ । ଏହା ପ୍ରତିଷ୍ଠା ହେଲେ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ ଓ ଆୟୁଷ ଯୋଜନାର ଦ୍ରୁତ ବିକାଶ ଓ କାର୍ଯ୍ୟକାରିତା ହୋଇପାରିବ ।

(iii) ସରକାରଙ୍କ ଉତ୍ତର ଥୁଲା ଯେ ଆୟୁଷ ବିଭାଗ ସୃଷ୍ଟି କରିବା ରାଜ୍ୟ | କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଉପରେ ନିର୍ଭର କରେ, କାରଣ ସ୍ଵାସ୍ଥ୍ୟ ରାଜ୍ୟସ୍ତରୀୟ ବିଷୟ । ତଥାପି ଆୟୁଷ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପୃଥକ୍ ଆୟୁଷ ନିର୍ଦ୍ଦେଶାଳୟ ସ୍ଥାପନ କରିବାକୁ ଏବଂ ଜାତୀୟ ଆୟୁ: ମିଶନର ଉତ୍ତମ କାର୍ଯ୍ୟାନ୍ଵୟାନ ପାଇଁ କର୍ମଚାରୀ ନିଯୁକ୍ତ କରିବାକୁ କହିଛି ।

(iv) ବର୍ତ୍ତମାନ ୨୪ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ନିଜସ୍ଵ ଆୟୁଷ ନିର୍ଦ୍ଦେଶାଳୟ ଅଛି ।

(v) ବାର୍ଷିକ ବଜେଟ୍‌ ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରଣାଳୟ ନିମନ୍ତେ ବଣ୍ଟନ କରାଯାଇଥିବା ପୁଞ୍ଜି ଅନୁଧ୍ୟାନ ମାଧ୍ୟମରେ ସଂସଦ ସରକାରୀ ଖର୍ଚ୍ଚ ଅନୁମୋଦନ ଓ ନିୟନ୍ତ୍ରଣ କରେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 3.
ତୁମେ କାହିଁକି ଭାବୁଛ ଯେ ସରକାରୀ ଖର୍ଜଗୁଡ଼ିକ ଉପରେ ସଂସଦ ତୀକ୍ଷ୍ଣ ନଜର ରଖୁଛି ? (ସୂତ୍ର : ସରକାର କାହାର ଅର୍ଥ ଖର୍ଚ୍ଚ କରିଥା’ନ୍ତି ?)
Answer:
ସମ୍ବିଧାନ ସଂସଦକୁ ସରକାରୀ ଖର୍ଜଗୁଡ଼ିକ ଉପରେ ନଜର ରଖିବା ପାଇଁ ଦାୟିତ୍ୱ ପ୍ରଦାନ କରିଛି ଯାହାଦ୍ଵାରା ସାଧାରଣ ଲୋକଙ୍କ ଅର୍ଥ ସଠିକ୍ ଭାବରେ ଦକ୍ଷତାର ସହିତ ଏବଂ ଦୁର୍ନୀତି ବିନା ବ୍ୟବହାର ହୋଇପାରିବ ଏବଂ ଏହା ଅପବ୍ୟବହାର ହେବା ପରିବର୍ତ୍ତେ ଲୋକମାନଙ୍କ ପାଖରେ ପହଞ୍ଚିପାରିବ ।

Question 4.
ଯଦି କାର୍ଯ୍ୟପାଳିକା, ବ୍ୟବସ୍ଥାପିକାର ଏକ ଅଂଶ, ତେବେ ଏଠାରେ କ୍ଷମତାର ବିଭାଜନ ହେଉଛି ବୋଲି ଆମେ କିପରି କହିପାରିବା ? (ସୂତ୍ର : ବ୍ୟବସ୍ଥାପିକା ବିଭାଗ ପୁନଃ ଅବଲୋକନ କର)
Answer:
(i) ଭାରତର ସଂସଦୀୟ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦକୁ ନେଇ ଗଠିତ କାର୍ଯ୍ୟପାଳିକା ବିଧାନସଭା କିମ୍ବା ଲୋକସଭାରୁ ଆସିଥାଏ । ଯଦିଓ ଏହା କ୍ଷମତା ପୃଥକୀକରଣକୁ ଦୁର୍ବଳ କରୁଥିବା ପରି ମନେହୁଏ, ତଥାପି ଏହି ବ୍ୟବସ୍ଥା ଏକ ସନ୍ତୁଳନ ବଜାୟ ରଖେ ।

(ii) ବ୍ୟବସ୍ଥାପକ ସଭା ଆଇନ ତିଆରି କରେ ଏବଂ କାର୍ଯ୍ୟପାଳିକା ସେଗୁଡ଼ିକୁ କାର୍ଯ୍ୟକାରୀ କରେ ଏବଂ ନ୍ୟାୟପାଳିକା ନିଶ୍ଚିତ କରେ ଯେକୌଣସି ଶାଖା ଯେପରି ସୀମା ବାହାରକୁ ନଯାଏ । ଉଦାହରଣ ସ୍ୱରୂପ ପ୍ରଶ୍ନୋତ୍ତର ସମୟରେ ମନ୍ତ୍ରୀମାନଙ୍କୁ କାର୍ଯ୍ୟପାଳିକାକୁ ଦାୟୀ ରଖ୍ ସାଂସଦମାନଙ୍କ ପ୍ରଶ୍ନର ଉତ୍ତର ସଂସଦର ବିତର୍କରେ ସାଂସଦମାନଙ୍କୁ ସରକାରୀ ନୀତିଗୁଡ଼ିକୁ ପରୀକ୍ଷା ଏବଂ ଆଲୋଚନା କରିବାକୁ ଦିଏ, ଯାହାଦ୍ଵାରା କାର୍ଯ୍ୟପାଳିକାର କାର୍ଯ୍ୟଗୁଡ଼ିକୁ ଯାଞ୍ଚ କରାଯିବା ନିଶ୍ଚିତ ହୁଏ ।

(iii) ଆଉ ଏକ ଉଦାହରଣ ହେଉଛି ବଜେଟ୍ । ବଜେଟ୍ ଅନୁମୋଦନ ପାଇଁ କାର୍ଯ୍ୟପାଳିକା ଏହାକୁ ସଂସଦରେ ଉପସ୍ଥାପନ କରିଥାଏ ଏବଂ ପାଣ୍ଠିର ସଠିକ୍ ବ୍ୟବହାର ନିଶ୍ଚିତ କରିବାପାଇଁ ବିଧାନସଭା ସରକାରୀ ଖର୍ଚ୍ଚ ତଦାରଖ କରେ । ତେଣୁ ଯଦିଓ କାର୍ଯ୍ୟପାଳିକା ବିଧାନସଭାର ଅଂଶ, ସେମାନଙ୍କର ଭୂମିକା ଭିନ୍ନଭିନ୍ନ ହୋଇଥାଏ ।

Question 5.
ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରୁ କେବଳ ଗୋଟିଏକୁ ସମଗ୍ର କ୍ଷମତା ପ୍ରଦାନ କରାଗଲେ କ’ଣ ହେବ ? ଏହା ଲୋକମାନଙ୍କ ଅଧିକାରକୁ କିପରି ପ୍ରଭାବିତ କରିବ ? ତୁମ ସହପାଠୀଙ୍କ ସହିତ ଆଲୋଚନା କର ।
Answer:
(i) ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ମଧ୍ୟରୁ କେବଳ ଗୋଟିଏକୁ ସମସ୍ତ କ୍ଷମତା ପ୍ରଦାନ କରାଗଲେ ଏହା ସମ୍ବିଧାନର ଆତ୍ମା ବିରୁଦ୍ଧରେ ଯିବ ଏବଂ ଲୋକଙ୍କ ଅଧିକାର ଓ ସ୍ଵାଧୀନତାକୁ ପ୍ରଭାବିତ କରିବ ।

(ii) ଯଦି ସମସ୍ତ କ୍ଷମତା ଦିଆଯାଏ ତେବେ ନିଷ୍ପଭିଗୁଡ଼ିକ ଜନସାଧାରଣଙ୍କ ସେବା କରିବା ପରିବର୍ତ୍ତେ କେବଳ ଶାସକ ରାଜନୈତିକ ଦଳକୁ ଲାଭ ଦେବ ।

(iii) ଯଦି ନ୍ୟାୟପାଳିକାର ସମସ୍ତ କ୍ଷମତା ଥାଆନ୍ତା ତେବେ ବିଚାରପତିମାନେ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାର ହସ୍ତକ୍ଷେପ କରି ନିର୍ବାଚିତ ପ୍ରତିନିଧୂଙ୍କଠାରୁ ନିଷ୍ପତ୍ତି ନେବାର ଅଧିକାର ଛଡ଼ାଇ ନେଇପାରନ୍ତି ଯାହା ଗଣତାନ୍ତ୍ରିକ ନୀତିବିରୁଦ୍ଧ ଅଟେ ।

(iv) ଏହି ସମସ୍ତ ପରିସ୍ଥିତିରେ ଭାରତ ଆଉ ଏକ ପ୍ରକୃତ ଗଣତନ୍ତ୍ର ରହିବ ନାହିଁ ଏବଂ ଲୋକମାନେ ସେମାନଙ୍କର ଗଣତାନ୍ତ୍ରିକ ଅସ୍ଵୀକାର ହରାଇବେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 6.
ପ୍ରତ୍ୟେକ ସଂସ୍ଥା ଅନ୍ୟକୁ କିପରି ନିୟନ୍ତ୍ରଣ କରନ୍ତି ? ଉଦାହରଣ ସ୍ୱରୂପ ; ବ୍ୟବସ୍ଥାପିକା କିପରି କାର୍ଯ୍ୟପାଳିକାର କାର୍ଯ୍ୟକୁ ପ୍ରଶ୍ନ କରିପାରିବ ? ନ୍ୟାୟପାଳିକା କିପରି ସୁନିଶ୍ଚିତ ହେବ ଯେ ଆଇନ ଓ ସରକାରୀ କାର୍ଯ୍ୟକଳାପ ସମ୍ବିଧାନ ଅନୁକୂଳ ହେଉଛି ? ନ୍ୟାୟପାଳିକା ନିଜ କାର୍ଯ୍ୟ ନିଜେ ହିଁ ସମୀକ୍ଷା କରିପାରିବେ ବୋଲି କିଛି ବିକଳ୍ପ ଅଛି ବୋଲି ଭାବୁଛ କି ?
Answer:
(i) ଗଣତନ୍ତ୍ରରେ ଏହା ଅତ୍ୟନ୍ତ ଜରୁରୀ ଯେକୌଣସି ଗୋଟିଏ ଅଙ୍ଗ ଶକ୍ତିଶାଳୀ ନହୁଏ । ବ୍ୟବସ୍ଥାପନକ ସଭା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା ପରସ୍ପରକୁ ଯାଞ୍ଚ ଏବଂ ସନ୍ତୁଳିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । କାର୍ଯ୍ୟପାଳିକାକୁ ଦାୟୀ ରଖୁବାପାଇଁ ଅନେକ ବ୍ୟବସ୍ଥା ରହିଛି । ଯେପରି ପ୍ରଶ୍ନକାଳରେ ସାଂସଦମାନେ ମନ୍ତ୍ରୀମାନଙ୍କୁ ସରକାରୀ କାର୍ଯ୍ୟ ଏବଂ ନୀତି ବିଷୟରେ ପ୍ରଶ୍ନ ପଚାରନ୍ତି ।

(ii) ଯଦି ସାଂସଦମାନେ ବିଶ୍ଵାସ କରନ୍ତି ଯେ ସରକାର ଠିକ୍ ଭାବରେ କାର୍ଯ୍ୟ କରୁନାହାନ୍ତି କିମ୍ବା ସରକାର ବହୁମତ ସମର୍ଥନ ହରାଉଛନ୍ତି, ତେବେ ସେମାନେ ଅନାସ୍ଥା ପ୍ରସ୍ତାବ ପାରିତ କରି ସରକାରକୁ ହଟାଇ ପାରିବେ ।

(iii) ସରକାର ସଂସଦର ଅନୁମୋଦନ ବିନା କୌଣସି ଟଙ୍କା ଖର୍ଚ୍ଚ କରିପାରିବେ ନାହିଁ, ଯାହା ଆର୍ଥିକ ନିଷ୍ପଭିର ତଦାରଖ ସୁନିଶ୍ଚିତ କରେ ।

(iv) ନ୍ୟାୟପାଳିକା ନିଶ୍ଚିତ କରେ ଯେ ଆଇନ ଏବଂ ସରକାରୀ କାର୍ଯ୍ୟ ସମ୍ବିଧାନ ପାଳନ କରେ ଏବଂ ଏହାକୁ ଉଲ୍ଲଙ୍ଘନ କରୁଥିବା ଆଇନକୁ ବାତିଲ କରିପାରିବ । ଏହା କୌଣସି ଶାଖାକୁ ଅତ୍ୟଧ୍ୱ ଶକ୍ତିଶାଳୀ ହେବାରୁ ରୋକିବାପାଇଁ ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକାକୁ ଯାଞ୍ଚ କରେ । ନ୍ୟାୟପାଳିକା ଲୋକଙ୍କ ଅଧିକାର ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇ କ୍ଷମତାର ସନ୍ତୁଳନକୁ ବଜାୟ ରଖେ ।

(v) ହଁ, ମୁଁ ଭାବୁଛି ନ୍ୟାୟପାଳିକାର କାର୍ଯ୍ୟଗୁଡ଼ିକର ସମୀକ୍ଷା କରିବାର କିଛି ଉପାୟ ଅଛି । ନ୍ୟାୟପାଳିକା ସ୍ଵାଧୀନ ହେଲେ ମଧ୍ୟ ବ୍ୟବସ୍ଥାପିକାଦ୍ଵାରା ଗୃହୀତ ଆଇନ ଏବଂ କାର୍ଯ୍ୟପାଳିକାର କାର୍ଯ୍ୟ ସମ୍ବିଧାନକୁ ଉଲ୍ଲଙ୍ଘନ ନକରିବା ପାଇଁ ଦାୟୀ । ଯଦି ନ୍ୟାୟପାଳିକା ଏହାର ଭୂମିକା ଅତିକ୍ରମ କରେ କିମ୍ବା ଏହାର କ୍ଷମତା ବାହାରେ ନିଷ୍ପତ୍ତି ନିଏ, ତେବେ ଏହାକୁ ଅନ୍ୟ ଶାଖାଗୁଡ଼ିକଦ୍ଵାରା ଯାଞ୍ଚ କରାଯାଇପାରିବ, ବିଶେଷକରି ନ୍ୟାୟିକ ସମୀକ୍ଷା ପ୍ରକ୍ରିୟା ମାଧ୍ୟମରେ ଏହା କରିପାରିବ । ଗୁରୁତର ଅପବ୍ୟବହାର କିମ୍ବା ଦୁର୍ନୀତି ମାମଲାରେ ବିଚାରପତିମାନଙ୍କୁ ମଧ୍ୟ ବ୍ୟବସ୍ଥାପିକାଦ୍ଵାରା ମହାଭିଯୋଗ କରାଯାଇପାରିବ । ଏହା ନ୍ୟାୟପାଳିକାକୁ ନିରପେକ୍ଷ ଓ ଉତ୍ତରଦାୟୀ ରଖୁବାରେ ସାହାଯ୍ୟ କରେ ।

Question 7.
ନ୍ୟାୟପାଳିକା ଆଇନ ପ୍ରଣେତାଙ୍କୁ ଆଇନର ସମୀକ୍ଷା କରିବାକୁ କହିବାର କିଛି ଉଦାହରଣ ତୁମେ ଦେଇପାରିବ କି ? ତୁମେ କେତେକ ଉଦାହରଣ ଦେଇ ପାରିବ କି ଯେଉଁଠି ଆଇନର କାର୍ଯ୍ୟକାରିତା ନେଇ ନ୍ୟାୟପାଳିକା ଉଠାଇଥ‌ିବା ପ୍ରଶ୍ନର କିଛି ଉଦାହରଣ ତୁମେ ଦେଇପାରିବ କି ?
Answer:
(I) ନ୍ୟାୟପାଳିକା ପ୍ରାୟତଃ ଆଇନ ସହିତ ଜଡ଼ିତ ସମସ୍ୟାଗୁଡ଼ିକୁ ସୂଚାଇଥାଏ ଏବଂ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଥାଏ । ଏହାର କିଛି ଉଦାହରଣ ହେଉଛି –

(i) ମୋଟର ଯାନ ଆଇନ ୧୯୮୮ : ୨୦୨୪ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ହାଲୁକା ମୋଟରଯାନ (LMU) ବର୍ଗ ଅଧୀନରେ ପରିବହନ ଯାନ ପାଇଁ ଆବଶ୍ୟକ ଡ୍ରାଇଭିଂ ଲାଇସେନ୍ସ ପ୍ରକାର ସଂଶୋଧନ କରିବାକୁ ସରକାରଙ୍କୁ କହିଥିଲେ ।

(ii) ସମାନ ନାଗରିକ ସଂହିତା (UCC) : ସୁପ୍ରିମ୍‌କୋର୍ଟ ଏକ ସମାନ ନାଗରିକ ସଂହିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଯୁକ୍ତି ଦର୍ଶାଇଥିଲେ ଯେ ସମସ୍ତ ଧର୍ମପାଇଁ ଗୋଟିଏ ସାଧାରଣ ଆଇନ ସମାନତାକୁ ପ୍ରୋତ୍ସାହିତ କରିବ ଏବଂ ଭେଦଭାବକୁ ରୋକିବ ।

(II) ଆଇନ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିଥିବା ଅନେକ ମାମଲାରେ ନ୍ୟାୟପାଳିକା ହସ୍ତକ୍ଷେପ କରିଛି ।

(i) ବିଭିନ୍ନ ବିଭାଗର ବିଳମ୍ବ ଯୋଗୁଁ ୨୦୧୩ ମସିହାରେ ସର୍ବୋଚ୍ଚ ନ୍ୟାୟାଳୟ ସୂଚନା ଅଧିକାର ଆଇନର ପ୍ରଭାବଶାଳୀ କାର୍ଯ୍ୟାନ୍ଵୟନ ସୁନିଶ୍ଚିତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

(ii) ୨୦୧୬ ମସିହାରେ ସୁପ୍ରିମ୍‌କୋର୍ଟ ମନରେଗା ଅଧୀନରେ ଶ୍ରମିକମାନଙ୍କୁ ସମୟାନୁସାରେ ମଜୁରି ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଏହାର କାର୍ଯ୍ୟାନ୍ଵୟନରେ ଉନ୍ନତି ଆଣିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

(iii) ୨୦୦୫ ମସିହାରେ ସୁପ୍ରିମ୍‌କୋର୍ଟ ଗଙ୍ଗା ଏବଂ ଯମୁନା ନଦୀରେ ପ୍ରଦୂଷଣର ମୁକାବିଲା ପାଇଁ କଠୋର ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପରିବେଶଗତ ଆଇନର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରିଥିଲେ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
ଆମ ରାଜ୍ୟର ବ୍ୟବସ୍ଥାପିକା କିପରି ଅଟେ ?
Answer:
ଆମ ରାଜ୍ୟ ଓଡ଼ିଶାରେ ଏକ ସଦନ ବିଶିଷ୍ଟ ବ୍ୟବସ୍ଥାପିକା ରହିଛି ଯାହାକୁ ବିଧାନସଭା କୁହାଯାଏ । ଏଥିରେ ଆମ ରାଜ୍ୟର ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧ୍ଵ କରୁଥିବା ୧୪୭ ଜଣ ବିଧାୟକ ଅଛନ୍ତି ।

Question 9.
ନିମ୍ନ ସାରଣୀରେ ଦିଆଯାଇଥିବା ତଥ୍ୟ ଅନୁଶୀଳନ କର । ସଂସଦର ଅତିରିକ୍ତ ସମୟ କାର୍ଯ୍ୟ ନିର୍ଘଣ୍ଟ ସମ୍ବନ୍ଧରେ ତୁମେ କେଉଁ ନିଷ୍କର୍ଷରେ ପହଞ୍ଚିବ ? ନିକଟ ଅତୀତର କେତେକ ତଥ୍ୟ ସଂକଳନ କର ।
Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା-1
Answer:
ତଥ୍ୟ ଅନୁଯାୟୀ ସମୟକ୍ରମେ ଲୋକସଭା ବୈଠକ ସଂଖ୍ୟାରେ ନିରନ୍ତର ହ୍ରାସ ଘଟିଛି । ଅବେଶନ ସଂଖ୍ୟା ପ୍ରାୟତଃ ସ୍ଥିର ରହିଛି । ପ୍ରଥମ ଲୋକସଭାରେ ୬୭୭ଟି ବୈଠକ ହୋଇଥିଲା । ଦ୍ଵିତୀୟ ଲୋକସଭାରେ ୫୬୭, ଦଶମ ଲୋକସଭାରେ ୪୨୩ଟି ଏବଂ ତ୍ରୟୋଦଶ ଲୋକସଭାରେ ଏହା ୩୬୫କୁ ହ୍ରାସ ପାଇଥିଲା । ଏହା ସୂଚାଏ ଯେ ସଂସଦ ବର୍ତ୍ତମାନ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ବିତର୍କ ଏବଂ ଆଲୋଚନାରେ କମ୍ ସମୟ ବିତାଉଛି ଯାହା ବ୍ୟବସ୍ଥାପିକା କାର୍ଯ୍ୟର ଗୁଣବତ୍ତା ଉପରେ ପ୍ରଭାବ ପକାଇପାରେ ।

Question 10.
ରାଜ୍ୟସଭାର ପୁର୍ବତନ ଅଧ୍ୟକ୍ଷ ଏମ୍.ଭେଙ୍କୟା ନାଇଡୁ ୨୦୨୧ ମସିହାରେ ଦେଇଥିବା ନିମ୍ନ ବକ୍ତବ୍ୟଟି ପାଠ କର : ‘…୨୦୦୪ ମସିହାଠାରୁ ୨୦୧୪ ମସିହା ମଧ୍ୟରେ ରାଜ୍ୟସଭାର ଉତ୍ପାଦିକତା ପାଖାପାଖୁ ୭୮ ପ୍ରତିଶତ ଥିଲା ଏବଂ ତାହା ପରଠାରୁ ହ୍ରାସ ପାଇ ଏହା ଏବେ ୬୫ ପ୍ରତିଶତରେ ପହଞ୍ଚିଲାଣି । (ସେ ସଭାପତିତ୍ୱ କରିଥିବା) ୧୧ଟି ଅଧୁବେଶନ ମଧ୍ୟରୁ ୪ଟି ନିମ୍ନ ଉତ୍ପାଦିକତା ୬.୮୦ ପ୍ରତିଶତ, ୨୭.୩୦ ପ୍ରତିଶତ, ୨୮.୯୦ ପ୍ରତିଶତ ଏବଂ ୨୯.୫୫ ପ୍ରତିଶତ ବିଶିଷ୍ଟ ଥିଲା । ୨୦୧୮ ମସିହାରେ ରାଜ୍ୟସଭା ସର୍ବନିମ୍ନ ଉତ୍ପାଦିକତା ୩୫.୭୫ ପ୍ରତିଶତ ରହିଥିଲା, ଯାହା ବିଭିନ୍ନ ବ୍ୟାଘାତଦ୍ଵାରା ପ୍ରଭାବିତ ।’’ ଏହି ବକ୍ତବ୍ୟରୁ ତୁମେ କେଉଁ ନିଷ୍ପଭିରେ ପହଞ୍ଚିଲ ?
Answer:
(i) ଏମ୍. ଭେଙ୍କେୟା ନାଇଡୁଙ୍କ ବକ୍ତବ୍ୟ ରାଜ୍ୟସଭାର ଉତ୍ପାଦିକତାରେ ନିରନ୍ତର ହ୍ରାସକୁ ଦର୍ଶାଉଛି । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଏହା ହାରାହାରି ୭୮% ଥିଲା, କିନ୍ତୁ ସେବେଠାରୁ ଏହା ପ୍ରାୟ ୬୫%କୁ ହ୍ରାସ ପାଉଛି ।

(ii) ଏହି କ୍ରମାଗତ ହ୍ରାସ ଦର୍ଶାଉଛି ଯେ ରାଜ୍ୟସଭା ଆଇନଗୁଡ଼ିକର ବିତର୍କ ଏବଂ ସମୀକ୍ଷାର ଭୂମିକାକୁ ସଠିକ୍ ଭାବରେ ପାଳନ କରିବାରେ ସଂଘର୍ଷ କରୁଛି ।

(iii) ବାରମ୍ବାର ବାଧା ସୃଷ୍ଟି ହେବା କରିବା କଷ୍ଟକର କରୁଛି ଏବଂ ବାଧାଗୁଡ଼ିକୁ ହ୍ରାସ କରିବା ଏବଂ ଅର୍ଥପୂର୍ବ ଆଲୋଚନାକୁ ବାଧା ଦେଇଛି, ଯାହା ସରକାରଙ୍କୁ ଦାୟୀ ଜନସାଧାରଣଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଉଛି । ଏଥ‌ିରେ ଉନ୍ନତି ପାଇଁ ଉତ୍ପାଦିକତା ବୃଦ୍ଧି କରିବା ପାଇଁ ସଂସ୍କାର ଆବଶ୍ୟକ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 11.
ଏହାଦ୍ଵାରା ରାଜ୍ୟସଭାର ସମ୍ଭାବ୍ୟ ଭୂମିକା ଉପରେ କି ପ୍ରଭାବ ପଡୁଛି ?
Answer:
(i) ରାଜ୍ୟସଭା ସ୍ଵାର୍ଥକୁ ପ୍ରତିଫଳିତ କରେ ଏବଂ ସଂଘୀୟତାର ଆତ୍ମାକୁ ବଜାୟ ରଖେ । ଏହା ଭାରତର ଗଣତନ୍ତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରେ ଯାହା ବିତର୍କର ଗୁଣବତ୍ତାକୁ ପ୍ରଭାବଶାଳୀ ଭାବରେ ବୃଦ୍ଧି କରିଥାଏ । ଉତ୍ପାଦକତାରେ ହ୍ରାସ ଏହି ଭୂମିକାକୁ ଅନେକ ଉପାୟରେ ପ୍ରଭାବିତ କରିଥାଏ ।

(ii) କମ୍ କାର୍ଯ୍ୟ ସମୟ ଜାତୀୟ ନୀତି ନିର୍ଦ୍ଧାରଣରେ ଆଞ୍ଚଳିକ ସ୍ଵର ଶୁଣିବାର ସୁଯୋଗକୁ ହ୍ରାସ କରେ । କମ୍ ଉତ୍ପାଦିକତା ଅର୍ଥ ହେଉଛି ଆଇନଗୁଡ଼ିକ ପର୍ଯ୍ୟାପ୍ତ ବିତର୍କ ମଧ୍ୟରେ ଗୃହୀତ ହୋଇପାରେ ଯାହାଦ୍ଵାରା ଲୋକଙ୍କ ସ୍ଵାର୍ଥର ସୁରକ୍ଷା ଦୁର୍ବଳ ହୋଇପାରେ ।

(iii) ବାରମ୍ବାର ବାଧା ସୃଷ୍ଟି ହେବା ଦ୍ଵାରା ପ୍ରତିଷ୍ଠାନର ପ୍ରଭାବଶାଳୀତା ଉପରୁ ବିଶ୍ଵାସ ତୁଟିଯାଇପାରେ । ଦୁର୍ବଳ ଏବଂ ପ୍ରଭାବହୀନ ରାଜ୍ୟସଭା ସୁସ୍ଥ ଗଣତନ୍ତ୍ରର ପରିଚାୟକ ନୁହେଁ ।

Question 12.
ମିଳିମିଶି ଏକ କ୍ଷୁଦ୍ର ପ୍ରକଳ୍ପ ନିଅ । ତୁମ ରାଜ୍ୟ ବ୍ୟବସ୍ଥାପିକାର କାର୍ଯ୍ୟକାରିତା ସମ୍ପର୍କିତ ତଥ୍ୟ ଏକାଠି କର ।
Answer:
ଏହି ପ୍ରକଳ୍ପ ପାଇଁ ମୁଁ ଆମ ରାଜ୍ୟ ଓଡ଼ିଶାର ବିଧାନସଭାର କାର୍ଯ୍ୟକାରିତା ଉପରେ ଅନୁସନ୍ଧାନ କରିଥିଲି ।

(i) ଓଡ଼ିଶା ବିଧାନସଭା ଏକ କକ୍ଷବିଶିଷ୍ଟ ଯେଉଁଥୁରୀ ୧୪୭ ଜଣ ନିର୍ବାଚିତ ସଦସ୍ୟ ଅଛନ୍ତି ।

(ii) ପ୍ରମୁଖ ପଦାଧିକାରୀମାନଙ୍କ ମଧ୍ୟରେ ବାଚସ୍ପତି, ଉପବାଚସ୍ପତି, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ ବିରୋଧୀଦଳ ନେତା ଅନ୍ତର୍ଭୁକ୍ତ ।

(iii) ବିଧାନସଭା ଗଠନରେ ରାଜନୈତିକ ଦଳଦ୍ଵାରା ଆସନ ବିଭାଜନ ଅନ୍ତର୍ଭୁକ୍ତ, ଯାହାକୁ ସ୍ପଷ୍ଟତା ପାଇଁ ରଙ୍ଗ କୋଚିଂ ବ୍ୟବହାର କରି ପ୍ରତିନିଧ୍ଵତ୍ଵ କରାଯାଇପାରିବ ।

(iv) ଆଇନ ପ୍ରଣୟନ ପ୍ରକ୍ରିୟାରେ, ବିଲ୍ ଆଗତ, ଆଲୋଚନା / ବିତର୍କ, ମତଦାନ ଏବଂ ଶେଷର ବିଲ୍‌କୁ ଆଇନରେ ପରିଣତ କରିବା ପାଇଁ ରାଜ୍ୟପାଳଙ୍କ ସମ୍ମତ ଅନ୍ତର୍ଭୁକ୍ତ ।

(v) ପ୍ରମୁଖ ଅଧ୍ଶନଗୁଡ଼ିକରେ ୨୦୨୫ ବଜେଟ୍ ଅଷ୍ଟ୍ରେବେଶନ, ରାଜ୍ୟ କଲ୍ୟାଣ ଯୋଜନା ଉପରେ ଆଲୋଚନା, ଶିକ୍ଷା ଏବଂ ସ୍ଵାସ୍ଥ୍ୟନୀତି ଉପରେ ବିତର୍କ ରହିଥିଲା ।

(vi) ସାମ୍ପ୍ରତିକ ଅଧୂବେଶନଗୁଡ଼ିକ ଅର୍ଥନୈତିକ ବିକାଶ, ଭିତ୍ତିଭୂମି ପ୍ରକଳ୍ପ ଏବଂ ଶ୍ରମ ସଂସ୍କାର ଉପରେ ଧ୍ୟାନ ଦେଇଥିଲେ ।

(vii) ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ଉତ୍ସଗୁଡ଼ିକ ହେଉଛି ଓଡ଼ିଶା ବିଧାନସଭାର ସରକାରୀ ୱେବ୍‌ସାଇଟ୍ ଓ ଖବର କାଗଜ ଲେଖା ।

Question 13.
କୌଣସି ବିଧାୟକଙ୍କୁ ଦେଖାକର ଏବଂ ବିଧାନସଭାର ଆହ୍ବାନ ସମ୍ପର୍କିତ ସୂଚନାଗୁଡ଼ିକ ତାଙ୍କଠାରୁ ସଂଗ୍ରହ କର ।
Answer:
ଉ ମୁଁ ଜଣେ ବିଧାୟକଙ୍କ ସହ କଥା ହୋଇ ରାଜ୍ୟ ବିଧାନସଭା ସମ୍ମୁଖରେ ଥିବା ଆହ୍ଵାନ ବିଷୟରେ ଜାଣିଲି । ଗୁରୁତ୍ଵପୂର୍ଣ୍ଣ ଆଲୋଚନା ସମୟରେ ସଦସ୍ୟମାନଙ୍କର ନିୟମିତ ଅନୁପସ୍ଥିତି, ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେବା, ବିଳମ୍ବ କିମ୍ବା ଉପଯୁକ୍ତ ଆଲୋଚନାର ଅଭାବ ଯୋଗୁଁ ବିଲ୍ ପାସ୍ ହେବାପାଇଁ ବର୍ଷବର୍ଷ ସମୟ ଲାଗିବା, ରାଜନୈତିକ ବିତର୍କ, ଜନସାଧାରଣଙ୍କ ଅସୁବିଧା ଉପରେ ଅଧ‌ିକ ଧ୍ୟାନ ନଦେବା ଆଦି ବିଧାନସଭାର ପ୍ରମୁଖ ଆହ୍ବାନ ବୋଲି ମୁଁ ଜାଣିବାକୁ ପାଇଲି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ସଂସଦରେ ବସୁଥ‌ିବା ତିନିଗୋଟି ଅବେଶନର ନାମ କ’ଣ ?
Answer:
ମୌସୁମୀ ଅଧୂବେଶନ, ଶୀତକାଳୀନ ଅଧ୍ଵବେଶନ, ବଜେଟ୍ ଅଧିବେଶନ

Question 2.
କେଉଁମାନଙ୍କୁ ନେଇ କାର୍ଯ୍ୟପାଳିକା ଗଠିତ ହୋଇଥାଏ ?
Answer:
ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ

Question 3.
ଆଇନର ବ୍ୟାଖ୍ୟା କରିବା ସହିତ ମୌଳିକ ଅଧିକାରକୁ କିଏ ସୁରକ୍ଷା ପ୍ରଦାନ କରିଥାଏ ?
Answer:
ନ୍ୟାୟପାଳିକା

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 4.
ବିଧାନସଭାରେ ବିଧାୟକମାନେ କେଉଁ ଦୁଇଟି ତାଲିକାଭୁକ୍ତ ବିଷୟ ଉପରେ ଆଇନ ପ୍ରଣୟନ କରିଥା’ନ୍ତି ?
Answer:
ରାଜ୍ୟତାଲିକା ଓ ଯୁଗ୍ମ ତାଲିକା

Question 5.
ରାଜ୍ୟର ସାମ୍ବିଧାନିକ ମୁଖ୍ୟ କିଏ ?
Answer:
ରାଜ୍ୟପାଳ

Question 6.
ଦ୍ଵିସଦନ ବିଶିଷ୍ଟ ରାଜ୍ୟରେ ଦ୍ଵିତୀୟ ସଦନଟିକୁ କ’ଣ କୁହାଯାଏ ?
Answer:
ବିଧାନ ପରିଷଦ

Question 7.
ଭାରତର କେଉଁସବୁ ରାଜ୍ୟରେ ଦୁଇଟି ସଦନ ଅଛି ?
Answer:
ଆନ୍ଧ୍ରପ୍ରଦେଶ, ବିହାର, କର୍ଣ୍ଣାଟକ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
ଓଡ଼ିଶାର ବିଧାନ ସୌଧର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ କରାଯାଇଥିଲା ?
Answer:
୧୯୫୮ ମସିହା

Question 9.
ସାଧାରଣତଃ ସଂସଦ ଦୈନିକ ପ୍ରାୟ କେତେ ଘଣ୍ଟା କାର୍ଯ୍ୟ କରିଥାଏ ?
Answer:
୬ ଘଣ୍ଟା

Question 10.
ସରକାର ଆସିବେ ଓ ଯିବେ, ରାଜନୈତିକ ଦଳ ଗଢ଼ା ହେବେ, ନଷ୍ଟ ମଧ୍ୟ ହେବେ, କିନ୍ତୁ ଆମ ଦେଶ ରହିବା ଉଚିତ୍, ଏ ଦେଶର ଲୋକତନ୍ତ୍ର ଅମର ରହିବା ଉଚିତ୍ ? ଏକଥା କେଉଁ ପ୍ରଧାନମନ୍ତ୍ରୀ କହିଥିଲେ ?
Answer:
ଅଟଳ ବିହାରୀ ବାଜପେୟୀ ।

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1
ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନ କାରୀ ସଂସ୍ଥା କାହାକୁ କୁହାଯାଇଥାଏ ?
(i) ଲୋକସଭା
(ii) ରାଜ୍ୟସଭା
(iii) ରାଜ୍ୟ ବିଧାନ ପରିଷଦ
(iv) ସଂସଦ
Answer:
(iv) ସଂସଦ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ପ୍ରଥମ ଲୋକସଭା ନିର୍ବାଚନ ଆମ ଦେଶରେ କେବେ କରାଯାଇଥିଲା ?
(i) ୧୯୫୦
(ii) ୧୯୫୧
(iii) ୧୯୫୨
(iv) ୧୯୫୩
Answer:
(iii) ୧୯୫୨

Question 3.
୨୦୨୪ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ କେତେ ତମ ଲୋକସଭା ଗଠିତ ହୋଇଥିଲା ?
(i) ୧୬ତମ
(ii) ୧୭ତମ
(iii) ୧୮ତମ
(iv) ୧୯ତମ
Answer:
(iii) ୧୮ତମ

Question 4.
ରାଜ୍ୟସଭା ବୈଠକରେ କିଏ ଅଧ୍ୟକ୍ଷତା କରିଥା’ନ୍ତି ?
(i) ରାଷ୍ଟ୍ରପତି
(ii) ଉପରାଷ୍ଟ୍ରପତି
(iii) ପ୍ରଧାନମନ୍ତ୍ରୀ
(iv) ଆଇନ ମନ୍ତ୍ରୀ
Answer:
(ii) ଉପରାଷ୍ଟ୍ରପତି

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 5.
ବ୍ୟବସ୍ଥାପିକା ସଭାର ଅନ୍ୟତମ ପ୍ରାଥମିକ କାର୍ଯ୍ୟ କ’ଣ ?
(i) ଆଇନକୁ କାର୍ଯ୍ୟକାରୀ କରିବା
(ii) ଆଇନକୁ ତର୍ଜମା କରିବା
(iii) ଆଇନ ପ୍ରଣୟନ କରିବା
(iv) ଆଇନକୁ ପରିମାର୍ଜିତ କରିବା
Answer:
(iii) ଆଇନ ପ୍ରଣୟନ କରିବା

Question 6.
ସମ୍ବିଧାନର ୮୬ ତମ ସଂଶୋଧନ କେଉଁ ମସିହାରେ କରାଯାଇଥିଲା ?
(i) ୨୦୦୦
(ii) ୨୦୦୧
(iii) ୨୦୦୨
(iv) ୨୦୦୩
Answer:
(iii) ୨୦୦୨

Question 7.
ନିମ୍ନୋକ୍ତ ମଧ୍ୟରୁ କେଉଁଟି ସଂସଦରେ ଆଇନ ପ୍ରଣୟନ ପଦ୍ଧତିର ଅନ୍ତର୍ଗତ ନୁହେଁ ?
(i) ପଠନ
(ii) ଲିଖନ
(iii) ଖଣ୍ଡକାବ୍ୟ
(iv) ରାଜପତ୍ର
Answer:
(ii) ଲିଖନ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
୧୯୫୬ ମସିହାରେ ଲାଲବାହାଦୁର ଶାସ୍ତ୍ରୀ କେଉଁ ବିଭାଗର ମନ୍ତ୍ରୀ ଥିଲେ ?
(i) ଶି କ୍ଷା
(ii) ସ୍ଵାସ୍ଥ୍ୟ
(iii) ରେଳବାଇ
(iv) ଜଳସେଚନ
Answer:
(iii) ରେଳବାଇ

Question 9.
ନିମ୍ନୋକ୍ତ ରାଜ୍ୟଗୁଡ଼ିକ ମଧ୍ୟରୁ କେଉଁଟିରେ ବିଧାନ ପରିଷଦ ନାହିଁ ?
(i) ଆନ୍ଧ୍ରପ୍ରଦେଶ
(ii) ଉତ୍ତର ପ୍ରଦେଶ
(iii) ମଧ୍ୟପ୍ରଦେଶ
(iv) ମହାରାଷ୍ଟ୍ର
Answer:
(iii) ମଧ୍ୟପ୍ରଦେଶ

Question 10.
ଲୋକସଭାର ସର୍ବାଧ‌ିକ କେତେ ସଭ୍ୟ ରହିବାପାଇଁ ସମ୍ବିଧାନ ସ୍ଥିର କରିଛି ?
(i) ୫୫୦
(ii) ୫୪୫
(iii) ୫୪୦
(iv) ୫୨୦
Answer:
(i) ୫୫୦

Question 11.
୨୦୦୨ ମସିହାରେ ସମ୍ବିଧାନର ____________ ତମ ସଂଶୋଧନ କରାଯାଇଥିଲା ।
(i) ୬୮
(ii) ୮୬
(iii) ୮୮
(iv) ୭୫
Answer:
(ii) ୮୬

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 12.
ଆଇନ ପ୍ରଣୟନ __________ ସଭାର ଅନ୍ୟତମ ପ୍ରାଥମିକ କାର୍ଯ୍ୟ ।
(i) କାର୍ଯ୍ୟପାଳିକା
(ii) ନ୍ୟାୟପାଳିକା
(iii) ବ୍ୟବସ୍ଥାପିକ
(iv) ପୌରପାଳିକା
Answer:
(iii) ବ୍ୟବସ୍ଥାପିକ

Question 13.
୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ସମ୍ବିଧାନର _______ ଧାରାରେ ଉଲ୍ଲେଖ କରାଯାଇଛି ।
(i) ୨୨ (କ)
(ii) ୨୩ (କ)
(iii) ୨୪ (କ)
(iv) ୨୧ (କ)
Answer:
(iv) ୨୧ (କ)

Question 14.
ଲୋକସଭାରେ ପ୍ରଶ୍ନକାଳ ସମୟ ମାତ୍ର ____________ ଘଣ୍ଟା ହୋଇଥାଏ ।
(i) ୨ ଘଣ୍ଟା
(ii) ୩ ଘଣ୍ଟା
(iii) ୧ ଘଣ୍ଟା
(iv) ୧ ଘଣ୍ଟା ୩୦ ମିନିଟ୍
Answer:
(iii) ୧ ଘଣ୍ଟା

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 15.
ସଂସଦରେ ବଜେଟ୍ ୨୦୨୫ ମସିହାରେ __________ ମାସରେ ଆଗତ କରାଯାଇଥିଲା ।
(i) ମାର୍ଚ୍ଚ
(ii) ଏପ୍ରିଲ
(iii) ଫେବୃଆରୀ
(iv) ଜାନୁଆରୀ
Answer:
(iii) ଫେବୃଆରୀ

Question 16.
ଜନସ୍ୱାସ୍ଥ୍ୟ ବିଭାଗ ___________ ତାଲିକାଭୁକ୍ତ ଅଟେ ।
(i) ଯୁଗ୍ମ ତାଲିକା
(ii) କେନ୍ଦ୍ର ତାଲିକା
(iii) ରାଜ୍ୟ ତାଲିକା
(iv) ପଞ୍ଚାୟତ ତାଲିକା
Answer:
(iii) ରାଜ୍ୟ ତାଲିକା

Question 17.
ସଂସଦର ଭୂମିକା ଓ କାର୍ଯ୍ୟାବଳୀର ତାଲିକା ସମ୍ବିଧାନର ପଞ୍ଚମ ଭାଗର __________ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି ।
(i) ପ୍ରଥମ
(ii) ଦ୍ଵିତୀୟ
(iii) ତୃତୀୟ
(iv) ଚତୁର୍ଥ
Answer:
(ii) ଦ୍ଵିତୀୟ

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 18.
ବିଲ୍‌କୁ ___________ ଅନୁମୋଦନ କରି ଆଇନରେ ପରିଣତ କରିଥାନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଆଇନମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ଉପରାଷ୍ଟ୍ରପତି
Answer:
(iii) ରାଷ୍ଟ୍ରପତି

Question 19.
ରାଷ୍ଟ୍ରପତି, ରାଜ୍ୟସଭା ଓ ଲୋକସଭାକୁ ନେଇ _________ ଗଠିତ ହୋଇଅଛି ।
(i) ମନ୍ତ୍ରୀପରିଷଦ
(ii) ବିଧାନ ପରିଷଦ
(iii) ସଂସଦ
(iv) ସାମ୍ବିଧାନିକ କମିଟି
Answer:
(ii) ବିଧାନ ପରିଷଦ

Question 20.
ଗଣତନ୍ତ୍ର ଶାସନରେ __________ କୁ ସମ୍ବିଧାନର ରକ୍ଷାକର୍ତ୍ତା ଭାବରେ କାର୍ଯ୍ୟ କରିଥାଏ ।
(i) କାର୍ଯ୍ୟପାଳିକା
(ii) ନ୍ୟାୟପାଳିକା
(iii) ବ୍ୟବସ୍ଥାପିକା
(iv) ରାଷ୍ଟ୍ରପତି
Answer:
(ii) ନ୍ୟାୟପାଳିକା

ଠିକ୍ ଉକ୍ତି ପାଖରେ ଠିକ୍ ( ✓) ଚିହ୍ନ ଓ ଭୁଲ୍ ଉକ୍ତି ପାଖରେ ଭୁଲ୍ (✗) ଚିହ୍ନ ଦିଅ ।

Question 1.
ଭାରତର ନାଗରିକମାନେ ଲୋକସଭାକୁ ସେମାନଙ୍କର ପ୍ରତିନିଧ୍ଵ ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ କରିଥା’ନ୍ତି ।
Answer:
✓

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ଆମର ପୁରାତନ ସଂସଦ ଗୃହ ବର୍ତ୍ତମାନ ସମ୍ବିଧାନ ସୌଧ ଭାବରେ ନାମିତ ହୋଇଅଛି ।
Answer:
✗

Question 3.
ଲୋକସଭାର ସଭ୍ୟମାନେ ବାଚସ୍ପତିଙ୍କୁ ନିର୍ବାଚିତ କରିଥା’ନ୍ତି ।
Answer:
✓

Question 4.
ରାଜ୍ୟସଭା ବୈଠକରେ ଉପବାଚସ୍ପତି ଅଧ୍ୟକ୍ଷତା କରିଥା’ନ୍ତି ।
Answer:
✗

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 5.
ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିବା ମନ୍ତ୍ରୀଗଣ ରାଷ୍ଟ୍ରପତିଙ୍କଦ୍ୱାରା ସାଂସଦମାନଙ୍କ ମଧ୍ୟରୁ ଚୟନ କରାଯାଇଥାଏ ।
Answer:
✗

Question 6.
ସମ୍ବିଧାନରେ ୭୨ ତମ ସଂଶୋଧନ ପ୍ରସ୍ତାବ ମାଧ୍ୟମରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ରାଷ୍ଟ୍ରକୁ ବାଧ୍ୟ କରିଥିଲା ।
Answer:
✗

Question 7.
ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ହେଉଛନ୍ତି ରାଜ୍ୟ କାର୍ଯ୍ୟପାଳିକାର ଅଂଶବିଶେଷ ।
Answer:
✗

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 8.
୨୦୨୫-୨୦୨୬ ଆର୍ଥିକ ବର୍ଷର ବଜେଟ୍ ଲୋକସଭାରେ ଶ୍ରୀମତୀ ସୁଷମା ସ୍ଵରାଜ ଆଗତ କରିଥିଲେ ।
Answer:
✗

Question 9.
ପ୍ରଧାନମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।
Answer:
✗

Question 10.
ଲାଲବାହାଦୁର ଶାସ୍ତ୍ରୀ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।
Answer:
✗

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଷ୍ଟ୍ରପତି ରାଜ୍ୟସଭା
ପ୍ରଧାନମନ୍ତ୍ରୀ ଉଚ୍ଚ ସଦନ
ରାଜ୍ୟସଭା ପ୍ରତ୍ୟେକ୍ଷ ନିର୍ବାଚନ
ଲୋକସଭା ପରୋକ୍ଷ ନିର୍ବାଚନ
ଉପରାଷ୍ଟ୍ରପତି ନିମ୍ନ ସଦନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ
ପ୍ରଧାନମନ୍ତ୍ରୀ ପ୍ରତ୍ୟେକ୍ଷ ନିର୍ବାଚନ
ରାଜ୍ୟସଭା ଉଚ୍ଚ ସଦନ
ଲୋକସଭା ନିମ୍ନ ସଦନ
ଉପରାଷ୍ଟ୍ରପତି ରାଜ୍ୟସଭା

 

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବ୍ୟବସ୍ଥାପିକା ଆଇନକୁ ଅନୁମୋଦନ କରିବା
କାର୍ଯ୍ୟପାଳିକା ଆଇନ ପ୍ରଣୟନ କରିବା
ନ୍ୟାୟପାଳିକା ଆଇନକୁ କାର୍ଯ୍ୟକାରୀ କରିବା
ଭାରତର ରାଷ୍ଟ୍ରପତି ଆଇନକୁ ଲୋକସଭାରେ ଆଗତ କରିବା
ଲୋକସଭାର ଆଇନ ମନ୍ତ୍ରୀ ଆଇନକୁ ତର୍ଜମା କରିବା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ବ୍ୟବସ୍ଥାପିକା ଆଇନ ପ୍ରଣୟନ କରିବା
କାର୍ଯ୍ୟପାଳିକା ଆଇନକୁ କାର୍ଯ୍ୟକାରୀ କରିବା
ନ୍ୟାୟପାଳିକା ଆଇନକୁ ତର୍ଜମା କରିବା
ଭାରତର ରାଷ୍ଟ୍ରପତି ଆଇନକୁ ଅନୁମୋଦନ କରିବା
ଲୋକସଭାର ଆଇନ ମନ୍ତ୍ରୀ ଆଇନକୁ ଲୋକସଭାରେ ଆଗତ କରିବା

 

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଭାରତର ନୂତନ ‘ସଂସଦ ସୌଧ’ କେଉଁଠାରେ ଓ କ’ଣ ପାଇଁ ନିର୍ମାଣ କରାଯାଇଛି ?
Answer:

  1. ଭାରତର ନୂତନ ‘ସଂସଦ ସୌଧ’ ନୂଆଦିଲ୍ଲୀଠାରେ ନିର୍ମାଣ କରାଯାଇଛି ।
  2. ଅଧିକ ସ୍ଥାନର ଆବଶ୍ୟକତା, ବୈଷୟିକ ଜ୍ଞାନକୌଶଳର ପ୍ରୟୋଜନୀୟତା, ସୁରକ୍ଷା ଓ ପୋଷଣୀୟତାର ଗୁରୁତ୍ଵ ଅନୁଭବ କରି ଏହା ନିର୍ମାଣ କରାଯାଇଛି ।

Question 2.
୧୯୫୨ ମସିହାଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ କେତେଥର ଲୋକସଭା ପାଇଁ ନିର୍ବାଚନ କରାଯାଇଛି ଓ ଶେଷ ନିର୍ବାଚନଟି କେତେତମ ନିର୍ବାଚନ ?
Answer:

  1. ୧୯୫୨ ମସିହାଠାରୁ ୨୦୨୪ ମସିହା ପର୍ଯ୍ୟନ୍ତ ଲୋକସଭା ପାଇଁ ୧୮ ଥର ନିର୍ବାଚନ କରାଯାଇଛି ।
  2. ୨୦୨୪ ମସିହାର ଶେଷ ନିର୍ବାଚନଟି ୧୮ତମ ନିର୍ବାଚନ ।

Question 3.
ଭାରତର ସଂସଦ କେଉଁମାନଙ୍କୁ ନେଇ ଗଠନ କରାଯାଇଛି ?
Answer:

  1. ଭାରତର ସଂସଦ ଲୋକସଭା, ରାଜ୍ୟସଭା ଓ ରାଷ୍ଟ୍ରପତିଙ୍କୁ ନେଇ ଗଠିତ ହୋଇଅଛି ।
  2. ରାଜ୍ୟସଭାକୁ ଉଚ୍ଚ ସଦନ କୁହାଯାଉଥିବାବେଳେ ଲୋକସଭାକୁ ନିମ୍ନ ସଦନ କୁହାଯାଇଥାଏ । ଏହାକୁ ମଧ୍ୟ ଦ୍ୱି-ସଦନୀୟ ସଂସଦ କୁହାଯାଇଥାଏ ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 4.
ପ୍ରତ୍ୟକ୍ଷ ନିର୍ବାଚନ କ’ଣ ? ଏହି ପଦ୍ଧତିରେ ଭାରତରେ କେଉଁମାନେ ନିର୍ବାଚିତ ହୋଇଥା’ନ୍ତି ?
Answer:

  1. ଯେଉଁ ନିର୍ବାଚନ ପଦ୍ଧତିରେ ସାର୍ବଜନୀନ ସାବାଳକ ମତବାନ ବ୍ୟବସ୍ଥାରେ ନାଗରିକମାନେ ସେମାନଙ୍କର ପ୍ରତିନିଧୁ ଚୟନ କରିଥା’ନ୍ତି, ତାହାକୁ ପ୍ରତ୍ୟକ୍ଷ ନିର୍ବାଚନ କୁହାଯାଏ ।
  2. ଏହି ପ୍ରଣାଳୀରେ ଲୋକସଭା ଓ ରାଜ୍ୟ ସବିଧାନସଭାର ସଦସ୍ୟମାନେ ନିର୍ବାଚିତ ହୋଇଥାନ୍ତି ।

Question 5.
ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ କାହାକୁ କେବେଠାରୁ ଗ୍ରହଣ କରାଯାଇଛି ?
Answer:

  1. ଭାରତର ସ୍ଵାଧୀନତା ପରେ କ୍ଷମତା ହସ୍ତାନ୍ତର ପ୍ରତୀକ ଭାବେ ଏକ ସ୍ଵର୍ଣ୍ଣାଚ୍ଛାଦିତ ରୂପାଦଣ୍ଡ-ସିଙ୍ଗୋଲ ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ପ୍ରଦାନ କରାଯାଇଥିଲା ।
  2. ଚୋଳବଂଶ ରାଜତ୍ଵ ସମୟରୁ ଶାସନରେ ନ୍ୟାୟିକତା ଓ ଧାର୍ମିକତାକୁ ନିଶ୍ଚିତରୂପେ ପାଳନ କରିବାର ପ୍ରତୀକ ରୂପେ ଏହା ଶାସକଙ୍କୁ ହସ୍ତାନ୍ତରର କରାଯାଇଥାଏ ।

Question 6.
ମନ୍ତ୍ରିପରିଷଦ କିପରି ଚୟନ କରାଯାଏ ଓ ଏହା କାହା ନିକଟରେ ଉତ୍ତରରଦାୟୀ ଅଟନ୍ତି ?
Answer:

  1. ମନ୍ତ୍ରୀପରିଷଦରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ ସାଂସଦମାନଙ୍କ ମଧ୍ୟରୁ ଚୟନ କରିଥାନ୍ତି ।
  2. ଏହି ମନ୍ତ୍ରୀମାନେ ନିଜ କାର୍ଯ୍ୟ ନିମନ୍ତେ ବ୍ୟକ୍ତିଗତ ଓ ମିଳିତଭାବେ ଲୋକସଭା ନିକଟରେ ଉତ୍ତରଦାୟୀ ରହିଥାନ୍ତି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 7.
ଧାରା ୨୧ (କ) କ’ଣ ଗୁରୁତ୍ଵ ରହିଛି ?
Answer:

  1. ୨୦୦୨ ମସିହାରେ ସମ୍ବିଧାନରେ ୨୧(କ) ଯୋଗ କରାଯିବାପାଇଁ ୮୬ ତମ ସଂଶୋଧନ କରାଯାଇଥିଲା ।
  2. ଏଥ‌ିରେ ୬ ରୁ ୧୪ ବର୍ଷ ବୟସର ସମସ୍ତ ବାଳକ ଓ ବାଳିକାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ନିମନ୍ତେ ରାଷ୍ଟ୍ରକୁ ବାଧ୍ୟ କରାଯାଇଥିଲା ।

Question 8.
ଲୋକସଭା ଏହାର ଆର୍ଥିକ ଉତ୍ତରଦାୟିତ୍ଵକୁ କାହା ମାଧ୍ୟମରେ କିପରି ନିର୍ବାହ କରିଥାଏ
Answer:

  1. ଲୋକସଭା ପ୍ରତିବର୍ଷ ଫେବୃଆରୀ ମାସରେ ବାର୍ଷିକ ଆୟ ଓ ବ୍ୟୟର ଅଟକଳ ବା ବଜେଟ୍ ଆଗତ କରି ଥାଏ ।
  2. ଏହାର ପ୍ରସ୍ତୁତି ଏବଂ ବିଭିନ୍ନ ମନ୍ତ୍ରାଳୟ ନିମନ୍ତେ ବଣ୍ଟନ କରାଯାଇଥିବା ପୁଞ୍ଜି ଅନୁଧ୍ୟାନ ମାଧ୍ୟମରେ ସଂସଦ ସରକାରୀ ଖର୍ଚ୍ଚ ଅନୁମୋଦନ ଏବଂ ନିୟନ୍ତ୍ରଣ କରିଥାଏ ।

Question 9.
ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଓ ଦ୍ଵିତୀୟ ଅଧ୍ୟାୟ ସଂସଦ ପାଇଁ କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:

  1. ସମ୍ବିଧାନର ପଞ୍ଚମ ଭାଗର ପ୍ରଥମ ଅଧ୍ୟାୟରେ କାର୍ଯ୍ୟପାଳିକା ବିଷୟରେ ବର୍ଣ୍ଣନା କରାଯାଇଛି । ସେଥ‌ିରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ମନ୍ତ୍ରୀ ପରିଷଦର ଭୂମିକା ଓ ଦାୟିତ୍ୱ ବିଷୟରେ ଆଲୋଚନା କରାଯାଇଛି ।
  2. ଦ୍ଵିତୀୟ ଅଧ୍ୟାୟରେ ସଂସଦର ଭୂମିକା ଓ କାର୍ଯ୍ୟାବଳୀ ବିଷୟରେ ବର୍ଣ୍ଣିତ ହୋଇଛି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 10.
ନ୍ୟାୟପାଳିକାକୁ ସମ୍ବିଧାନର ରକ୍ଷାକର୍ତ୍ତା କାହିଁକି କୁହାଯାଇଥାଏ ?
Answer:

  1. ନ୍ୟାୟପାଳିକା ସରକାରଙ୍କ ଏକ ଅଙ୍ଗ ଭାବରେ ନିର୍ଦ୍ଦିଷ୍ଟ ବିବାଦିତ ମାମଲା ବ୍ୟତୀତ ଆଇନର ତର୍ଜମା ଓ ପ୍ରଣୟନରେ ସହାୟତା କରିଥାଏ ।
  2. ସରକାରଙ୍କର ସବୁ ବିଭାଗକୁ ସମ୍ବିଧାନର ସିଦ୍ଧାନ୍ତ ଓ ମାପଦଣ୍ଡ ମଧ୍ୟରେ କାର୍ଯ୍ୟ କରିବାପାଇଁ ନ୍ୟାୟପାଳିକା ପରାମର୍ଶ ପ୍ରଦାନ କରିଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ସ୍ତରରେ ବ୍ୟବସ୍ଥାପିକା କିପରି କାର୍ଯ୍ୟ କରିଥାଏ ?
Answer:
(i) ରାଜ୍ୟର ସୁଚାରୁ ଶାସନ ନିମନ୍ତେ ଆଇନ ପ୍ରଣୟନର ଆବଶ୍ୟକତା ରହିଛି । ସେଥ‌ିପାଇଁ ରାଜ୍ୟରେ ରାଜ୍ୟସ୍ତରୀୟ ବ୍ୟବସ୍ଥାପିକା ରହିଛି ।

(ii) କେନ୍ଦ୍ରରେ ସଂସଦ ଭଳି ରାଜ୍ୟମାନଙ୍କରେ ‘ରାଜ୍ୟ ବିଧାନସଭା’ ରହିଛି ଯାହା ରାଜ୍ୟର ବ୍ୟବସ୍ଥାପିକା ଭାବେ କାର୍ଯ୍ୟ କରିଥାଏ ।

(iii) କେନ୍ଦ୍ରୀୟ ସଂସଦର ସାଂସଦମାନଙ୍କଦ୍ଵାରା ଆଇନ ପ୍ରଣୟନ ପରି ବିଧାନସଭାରେ ବିଧାୟକମାନେ ‘ରାଜ୍ୟ ତାଲିକା’ ଏବଂ ‘ଯୁଗ୍ମ ତାଲିକା’ ବିଷୟ ଅନ୍ତର୍ଭୁକ୍ତ ଆଇନ ପ୍ରଣୟନ କରିଥା’ନ୍ତି ।

Question 2.
ଓଡ଼ିଶା ବିଧାନ ସୌଧର ନିର୍ମାଣ ବିଷୟରେ ସମ୍ୟକ୍ ସୂଚନା ପ୍ରଦାନ କର ।
Answer:
(i) ଓଡ଼ିଶାର ବିଧାନ ସୌଧ ନିର୍ମାଣ ନିମନ୍ତେ ୧୯୫୮ ମସିହାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଡଃ. ହରେକୃଷ୍ଣ ମହତାବ ଶୁଭ ଦେଇଥିଲେ ।

(ii) ଏହାର ନିର୍ମାଣ କାର୍ଯ୍ୟ ଶେଷପରେ ୧୯୬୧ ମସିହା ଫେବୃଆରୀ ୧୨ ତାରିଖ ଦିନ ଭାରତର ତତ୍‌କାଳୀନ ଉପରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ୍ ଏହାର ଶୁଭ ଉଦ୍‌ଘାଟନ କରିଥିଲେ ।

(iii) ସେହି ସମୟରେ ଏହା ୨୫ ଲକ୍ଷ ଟଙ୍କାରେ ୪୭ ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମାଣ କରାଯାଇଥିଲା ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 3.
ସଂସଦର ଅଧୂବେଶନ ବର୍ଷକୁ କେତେଥର ବସିଥାଏ ? ଏହାର କାର୍ଯ୍ୟଧାରା ବିଷୟରେ ଆଲୋଚନା କର ।
Answer:
(i) ସାଧାରଣତଃ ସଂସଦର ବୈଠକ ବର୍ଷକୁ ତିନିଥର ବସିଥାଏ । ଏହି ବୈଠକକୁ ଅଧ୍ଵବେଶନ କୁହାଯାଇଥାଏ, ଯଥା – ବଜେଟ୍ ଅଧିବେଶନ, ମୌସୁମୀ ଅଧୁବେଶନ ଏବଂ ଶୀତକାଳୀନ ଅଧୂବେଶନ ।

(ii) ପ୍ରତ୍ୟେକ ଅଧ‌ିବେଶନରେ ପ୍ରସ୍ତାବିତ ଆଇନରେ ବିଚାର ବିମର୍ଶ, ମୁଖ୍ୟ ଶାସନ ବିଷୟକ ଆଲୋଚନା ସହିତ କାର୍ଯ୍ୟପାଳିକାଠାରୁ ତାଙ୍କର ନିଷ୍ପତ୍ତି ଓ କାର୍ଯ୍ୟଧାରା ଉପରେ ସଂସଦ ସ୍ପଷ୍ଟୀକରଣ ମାଗିଥାଏ ।

(iii) ସାଧାରଣତଃ ସଂସଦ ଦୈନିକ ପ୍ରାୟ ୬ ଘଣ୍ଟା କାର୍ଯ୍ୟ କରିଥାଏ, କିନ୍ତୁ କେତେକ ଜରୁରୀ ଆଲୋଚନାର ପୂର୍ଣ୍ଣତା ପାଇଁ କାର୍ଯ୍ୟସୀମାକୁ ବୃଦ୍ଧି କରାଯାଇପାରେ ।

Question 4.
ସଂସଦୀୟ ଶାସନ ବ୍ୟବସ୍ଥାରେ ନ୍ୟାୟପାଳିକାକୁ ଏକ ଅଦ୍ଵିତୀୟ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି କାହିଁକି ?
Answer:
(i) ବ୍ୟବସ୍ଥାପିକାର ବିଧ୍ଵବଦ୍ଧ ଓ ଦାୟିତ୍ଵସମ୍ପନ୍ନ କ୍ଷମତାର କାର୍ଯ୍ୟକାରିତା ସୁନିଶ୍ଚିତ କରିବା ନିମନ୍ତେ ନ୍ୟାୟପାଳିକାକୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି ।

(ii) ଆଇନ କାର୍ଯ୍ୟକାରିତା ସମୟରେ କାର୍ଯ୍ୟପାଳିକା ଯଦି କୌଣସି ସାମ୍ବିଧାନିକ ବ୍ୟବସ୍ଥା ଭଙ୍ଗ କରେ, ସେଠାରେ ନ୍ୟାୟପାଳିକା ହସ୍ତକ୍ଷେପ କରିବା ପାଇଁ କ୍ଷମତାପ୍ରାପ୍ତ ହୋଇଛି ।

(iii) ଯେପରି ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମାଧ୍ୟମରେ ସଂସଦ ତାହାର କାର୍ଯ୍ୟ ସମ୍ପାଦନ କରିଥାଏ, ସେହିପରି ନ୍ୟାୟାଳୟ ମାଧ୍ୟମରେ ନ୍ୟାୟପାଳିକା କାର୍ଯ୍ୟ କରିଥାଏ ।

Question 5.
ରାଷ୍ଟ୍ରପତି ଆମ ଦେଶର ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ହୋଇଥିଲେ ମଧ୍ୟ କେଉଁସବୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସମ୍ପାଦନ କରିଥା’ନ୍ତି ?
Answer:
(i) ରାଷ୍ଟ୍ରପତି ହେଉଛନ୍ତି ରାଷ୍ଟ୍ରର ମୁଖ୍ୟ ଏବଂ ସେ ନାମକୁ ମାତ୍ର କାର୍ଯ୍ୟପାଳିକାର ମୁଖ୍ୟ ଅଟନ୍ତି ।

(ii) ତାଙ୍କର ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ମଧ୍ୟରେ ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରିବା ସହିତ ସଂସଦର ବୈଠକ ଆହ୍ୱାନ କରନ୍ତି ଓ ବିଧେୟକକୁ ଅନୁମୋଦନ କରି ଆଇନ ପ୍ରଣୟନ କରିଥା’ନ୍ତି ।

(iii) ଲୋକସଭା ନିର୍ବାଚନରେ କୌଣସି ଦଳ ସଂଖ୍ୟାଗରିଷ୍ଠତା ହାସଲ ନ କଲେ, ସରକାର ଗଠନ ନିମନ୍ତେ କୌଣସି ଦଳ ବା ମେଣ୍ଟଭୁକ୍ତ ଦଳକୁ ସରକାର ଗଠନ ସୁଯୋଗ ଦେବା ରାଷ୍ଟ୍ରପତିଙ୍କର ଏକ ସ୍ଵତନ୍ତ୍ର କ୍ଷମତା ରହିଛି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 6.
ଭାରତ ସଂସଦକୁ ଦ୍ଵି–ସଦନୀୟ କୁହାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
(i) ଭାରତର ସଂସଦ ରାଷ୍ଟ୍ରପତି, ଲୋକସଭା ଓ ରାଜ୍ୟସଭାକୁ ନେଇ ଗଠିତ ହୋଇଥାଏ । ରାଜ୍ୟସଭାକୁ ଉଚ୍ଚ ସଦନ କୁହାଯାଉଥ‌ିବାବେଳେ ଲୋକସଭାକୁ ନିମ୍ନ ସଦନ କୁହାଯାଇଥାଏ ।

(ii) ପ୍ରତ୍ୟକ୍ଷ ନିର୍ବାଚନ ମାଧ୍ୟମରେ ସାର୍ବଜନୀନ ସାବଳକ ମତଦାନ ବ୍ୟବସ୍ଥା ମାଧ୍ୟମରେ ଭାରତର ନାଗରିକମାନେ ଲୋକସଭାର ସଭ୍ୟମାନଙ୍କୁ ନିର୍ବାଚିତ କରିଥା’ନ୍ତି । ଲୋକସଭାର ସର୍ବାଧ‌ିକ ସଦସ୍ୟ ସଂଖ୍ୟା ୫୫୦ ଅଟେ ।

(iii) ରାଜ୍ୟସଭାର ସାଂସଦମାନେ ରାଜ୍ୟ ବିଧାନସଭାଗୁଡ଼ିକର ବିଧାୟକମାନଙ୍କଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୋଇଥା’ନ୍ତି । ରାଜ୍ୟସଭାର ସର୍ବାଧିକ ସଦସ୍ୟ ସଂଖ୍ୟା ୨୫୦ । ଉଭୟ ସଦନର ସଭ୍ୟ ସଂଖ୍ୟା ରାଜ୍ୟଗୁଡ଼ିକର ଜନସଂଖ୍ୟା ଭିତ୍ତିରେ ସ୍ଥିର କରାଯାଇଥାଏ । ସଂସଦରେ ୨ଟି ସଦନ ଥ‌ିବାରୁ ଏହାକୁ ଦ୍ୱି-ସଦନୀୟ କୁହାଯାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ନାଳନ୍ଦା ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସଂସଦ ସୌଧ ବୁଲି ଦେଖିଲାପରେ ସେମାନଙ୍କର କ’ଣସବୁ ଅନୁଭବ ହୋଇଥବ ବୋଲି ତୁମେ ଭାବୁଛ ? ସଂକ୍ଷେପରେ ଲେଖ ।
Answer:
(i) ପ୍ରଥମେ ସେମାନେ ସଂସଦ ସୌଧର ଗଠନ ଶୈଳୀ ଦେଖୁ ଆଶ୍ଚର୍ଯ୍ୟ ହୋଇଯାଇଥ‌ିବେ । ଏହା ନା ଚତୁର୍ଭୁଜ ନା ଗୋଲାକାର ଥିଲା । ଏହାଥିଲା ଏକ ସୂକ୍ଷ୍ମ ତ୍ରିଭୁଜାକାରର ସୌଧ ।

(ii) ଏହାର ତିନୋଟି ପାର୍ଶ୍ଵ ସମତୁଲତା, ସମାବେଶିତା ଏବଂ ଉଦ୍ଦେଶ୍ୟକୁ ଦର୍ଶାଇଥାଏ ।

(iii) ଏହାର କାନ୍ଥଗୁଡ଼ିକ ମୟୂର, ଜନଜାତି କଳା, ମନ୍ଦିର ଏବଂ ସ୍ଵାଧୀନତା ସଂଗ୍ରାମୀ ଥିବା କାରୁକାର୍ଯ୍ୟରେ ଭରପୁର ଥିଲା । ସେମାନେ ସେଗୁଡ଼ିକୁ ଦେଖ୍ ନିଶ୍ଚିତଭାବେ ଭାବବିହ୍ଵଳ ହୋଇଥ‌ିବେ ।

(iv) ସବୁଜ ନିର୍ମାଣ ଶୈଳୀରେ ନିର୍ମିତ ଏହି ସୌଧ ବିଦ୍ୟୁତ୍ ଶକ୍ତିର ବ୍ୟବହାର ୩୦ ପ୍ରତିଶତ କମ୍ କରିବାର ବ୍ୟବସ୍ଥା କରାଯାଇଛି । ଏହା ଭାରତର ଏକ ସଂଗ୍ରାହାଳୟ ପରି ନିଶ୍ଚିତ ମନେ ହୋଇଥବ । ଏଥୁରେ ବୈଷୟିକ ଜ୍ଞାନକୌଶଳ, ସୁରକ୍ଷା ଓ ପୋଷଣୀୟତାକୁ ଗୁରୁତ୍ୱ ଦିଆଯାଇଛି ।

(v) ଏଥରେ ଅଶୋକ ସ୍ତମ୍ଭ ଶୋଭା ପାଇବା ସହିତ ଅନେକ ପ୍ରାଚୀନ କୀର୍ତ୍ତି ସ୍ଥାନିତ ହୋଇଥିଲା । ଅନେକ ଅତ୍ୟାଧୁନିକ ଡିଜିଟାଲ ବ୍ୟବସ୍ଥାମାନ ରଖାଯାଇ ବିଶ୍ଵରେ ଅଦ୍ଵିତୀୟ ହେବାର ଗୌରବ ହାସଲ କରିବା ଲକ୍ଷ୍ୟ ରଖାଯାଇଛି ।

Class 8 Social Science Chapter 6 Question Answer Odia Medium ଭାରତର ସଂସଦୀୟ ବ୍ୟବସ୍ଥା : ବ୍ୟବସ୍ଥାପିକା ଏବଂ କାର୍ଯ୍ୟପାଳିକା

Question 2.
ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକସଭାକୁ ଅଧିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ କାହିଁକି ବୋଲି ତୁମ ମନରେ ପ୍ରଶ୍ନ ଉଠୁଥ‌ିବ ? ଏକଥାରେ କେତେ ବାସ୍ତବତା ଅଛି ଆସ ଆଲୋଚନା କରିବା ।
Answer:
(i) ଆମର ସଂସଦ ଭବନକୁ ଗଣତନ୍ତ୍ରର ଏକ ମନ୍ଦିର ଭାବରେ ବିବେଚନା କରାଯାଉଥିବାବେଳେ ସେଥିରେ ଗୋଟିଏ ଗୃହ ହେଉଛି ଲୋକସଭା । ଭାରତର ନାଗରିକମାନେ ଲୋକସଭାକୁ ସାର୍ବଜନୀନା ସାବାଳକ ମତଦାନ ବ୍ୟବସ୍ଥାରେ ସେମାନଙ୍କର ପ୍ରତିନିଧିଙ୍କୁ ସିଧାସଳଖ ନିର୍ବାଚିତ କରିଥା’ନ୍ତି । ଏହି ଭାଗରେ ସଂଖ୍ୟାଗରିଷ୍ଠ ଦଳ ସରକାର ଗଠନ କରିଥାଏ ।

(ii) ସଂସଦ ହେଉଛି ଆମ ଗଣତନ୍ତ୍ରର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା । ଏହା ସମଗ୍ର ଦେଶପାଇଁ ଆଇନ ପ୍ରଣୟନ କରିଥାଏ । ଲୋକସଭା ଅଧ୍ବକ ସଦସ୍ୟ ବିଶିଷ୍ଟ ହୋଇଥିବା ହେତୁ ଆଇନ ପ୍ରଣୟନରେ ଅଧ୍ଵକ ଭୂମିକା ଗ୍ରହଣ କରିଥାଏ ।

(iii) ଏହାର ନିର୍ବାଚିତ ଓ ମନୋନୀତ ସଭ୍ୟଗଣ ସରକାରଙ୍କ କାର୍ଯ୍ୟ ନିୟନ୍ତ୍ରଣ ଓ ମାର୍ଗଦର୍ଶନ କରିଥାନ୍ତି । ଏଣୁ ଲୋକମାନଙ୍କ ସହମତିରେ ସରକାର କାର୍ଯ୍ୟ କରନ୍ତି ବୋଲି ବିବେଚନା କରାଯାଏ ।

(iv) ୧୯୫୨ ମସିହାର ପ୍ରଥମ ଲୋକସଭା ନିର୍ବାଚନ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ଏହା ତାହାର ଗରିମା ବଜାୟ ରଖୁଛି ।

(v) ୨୦୨୪ ମସିହା ସୁଦ୍ଧା ଲୋକସଭା ୧୮ ଥର ନିର୍ବାଚନର ସମ୍ମୁଖୀନ ହୋଇସାରିଲାଣି । ତେଣୁ ଏହାର ଅତୀତ ଓ ଭବିଷ୍ୟତ ଅତି ଗୌରବମୟ ହେବ ବୋଲି ଆଶା କରାଯାଉଛି । ନୂତନ ଯୁବ ପିଢ଼ିକୁ ଦିଗ୍‌ଦର୍ଶନ ପ୍ରଦାନ କରି ଆଗକୁ ବଢ଼ିଚାଲିବ ଓ ଭାରତକୁ ବିକଶିତ ରାଷ୍ଟ୍ର କରିବାରେ ସକ୍ଷମ ହେବ ।

Question 3.
ସଂସଦରେ ଆଇନ ପ୍ରଣୟନ ହେବାପାଇଁ କେତୋଟି ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ, ତାହାର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:
(i) ସଂସଦରେ ଏକ ଆଇନ ପ୍ରର୍ଣୟନ କରିବାକୁ ହେଲେ ତାହାକୁ ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ ।

(ii) ପ୍ରଥମ ସୋପାନରେ ସଂସଦରେ ବିଲ୍‌ ଯେକୌଣସି ଗୃହରେ ଆଗତ କରାଯାଇପାରିବ । ପରବର୍ତ୍ତୀ ପାହାଚରେ ବିଲ୍‌ର ଉଦ୍ଦେଶ୍ୟ ପଠନ କରାଯାଇଥାଏ । ପଠନ ପରେ ସ୍ଥାୟୀ ସମିତିର ମତାମତ ନିମନ୍ତେ ପ୍ରେରଣ କରାଯାଇଥାଏ ।

(iii) ପରବର୍ତ୍ତୀ ପର୍ଯ୍ୟାୟରେ ବିଲ୍‌କୁ ଆଲୋଚନା ପାଇଁ ଗ୍ରହଣ କରାଯାଏ । ପରବର୍ତ୍ତୀ ପର୍ଯ୍ୟାୟରେ ବିସ୍ତୃତ ଆଲୋଚନା କରାଯାଇ ବିଲ୍‌ରେ ଆବଶ୍ୟକୀୟ ସଂଶୋଧନ ନିମନ୍ତେ ମତସଂଗ୍ରହ କରାଯାଏ ।

(iv) ତା’ପରେ ବିଧେୟକ ନିମନ୍ତେ ଭୋଟଗ୍ରହଣ କରାଯାଏ । ଗୋଟିଏ ସଦନରେ ବିଲ୍‌ ଗୃହୀତ ହୋଇସାରିବା ପରେ ଦ୍ଵିତୀୟ ସଦନକୁ ପଠାଯାଏ । ଦ୍ଵିତୀୟ ସଦନରେ ଏହି ସବୁ ପର୍ଯ୍ୟାୟ ଦେଇ ବିଲ୍‌ ଗୃହୀତ ହୁଏ ।

(v) ଦୁଇ ସଦନରେ ଗୃହୀତ ହେଲେ ରାଷ୍ଟ୍ରପତିଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଏ । ରାଷ୍ଟ୍ରପତିଙ୍କଦ୍ୱାରା ଅନୁମୋଦିତ ହେବା ପରେ ଏହା ଆଇନରେ ପରିଣତ ହୋଇ ସରକାରୀ ରାଜପତ୍ରରେ ପ୍ରକାଶିତ ହୁଏ ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

Go through BSE Odisha Class 8 Science Notes Odia Medium and Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ to understand important concepts and topics more clearly.

8th Class Science Chapter 8 Notes Odia Medium

BSE Odisha Class 8 Science Chapter 8 Notes Odia Medium

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ପଦାର୍ଥ ଓ ଏହାର ପ୍ରକାରଭେଦ (Matter & its Types) :
(i) ଆମ ଚତୁଃପାର୍ଶ୍ଵରେ ଥ‌ିବା ଯେଉଁ ସମସ୍ତ ବସ୍ତଗୁଡ଼ିକ ସଂସ୍ପର୍ଶରେ ଆମେ ଆସିଥାଉ, ବ୍ୟବହାର କରିଥାଉ କିମ୍ବା ଅନୁଭବ କରୁ, ସେଗୁଡ଼ିକୁ ପଦାର୍ଥ (Matter) କହନ୍ତି ।
(ii) ପଦାର୍ଥଗୁଡ଼ିକୁ ମୋଟାମୋଟି ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା- ମିଶ୍ରଣ ଓ ବିଶୁଦ୍ଧ ପଦାର୍ଥ । (Mixture and pure substance).
(iii) ଦୁଇ ବା ତହିଁରୁ ଅଧିକ ପଦାର୍ଥ ଏକତ୍ର ହୋଇ ଗୋଟିଏ ପଦାର୍ଥ ଗଠନ କଲେ, ସେହି ପଦାର୍ଥକୁ ମିଶ୍ରଣ କହନ୍ତି । ମିଶ୍ରଣ ଦୁଇ ପ୍ରକାର ଯଥା ସମତୁଲ ମିଶ୍ରଣ ଓ ଅସମତୁଲ ମିଶ୍ରଣ ।
(iv) ଯେଉଁ ପଦାର୍ଥ ଗୁଡ଼ିକ କେବଳ ଏକ ପ୍ରକାରର କଣିକାମାନଙ୍କ ଦ୍ଵାରା ଗଠିତ, ସେଗୁଡ଼ିକୁ ବିଶୁଦ୍ଧ ପଦାର୍ଥ କହନ୍ତି । ମୌଳିକ ଓ ଯୌଗିକ ଗୁଡ଼ିକ ବିଶୁଦ୍ଧ ପଦାର୍ଥ ଅଟନ୍ତି ।
(v) ବାୟୁ ଏକ ସମତୁଲ ମିଶ୍ରଣ । ଜଳ ଏକ ଯୌଗିକ ପଦାର୍ଥ ଯାହା ଉଦ୍‌ଯାନ ଏବଂ ଅମ୍ଳଜାନରୁ ତିଆରି ।
(vi) ମୌଳିକ ପଦାର୍ଥ ଗୁଡ଼ିକ ବିଶୁଦ୍ଧ ପଦାର୍ଥ ଯାହା ସମଜାତୀୟ କ୍ଷୁଦ୍ରକଣିକା (ପରମାଣୁ)ରୁ ଗଠିତ । ମୌଳିକ ଗୁଡ଼ିକୁ ଧାତୁ, ଅଧାତୁ ଏବଂ ଉପଧାତୁ ଏହିପରି ତିନି ଭାଗରେ ବିଭକ୍ତ କରାଯାଇପାରେ ।
(vii) ଦୁଇ ବା ତହିଁରୁ ଅଧ‌ିକ ମୌଳିକ ପରସ୍ପର ମଧ୍ୟରେ ବନ୍ଧ ଗଠନ କରି ସଂଯୁକ୍ତ ହେଲେ ଯୌଗିକ ପଦାର୍ଥ ଗଠିତ ହୁଏ । ଜଳ, କଲିଚୂନ, ଅଙ୍ଗାରକାମ୍ଳ ଗ୍ୟାସ, ଚୂନପାଣି, ଚିନି, ହାଇଡ୍ରୋଜେନ ସଲଫାଇଡ଼ ପ୍ରଭୃତି ଯୌଗିକ ଅଟନ୍ତି ।
(viii) ମୌଳିକ, ଯୌଗିକ ଓ ମିଶ୍ରଣଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଏ ।

ଆମ ଚାରିପାଖରେ ଥ‌ିବା ମାଟି, ପାଣି, ପବନ, ବୃକ୍ଷଲତା, ଜୀବଜନ୍ତୁ ଏବଂ ଆମେ ବ୍ୟବହାର କରୁଥିବା ଖାଦ୍ୟ ପଦାର୍ଥ, ପୋଷାକ ପତ୍ର, ପୁସ୍ତକ, କ୍ରିଡ଼ାସାମଗ୍ରୀ ଯାନବାହାନ ଇତ୍ୟାଦି ସବୁଗୁଡ଼ିକ ପଦାର୍ଥ (Matter) ଅଟନ୍ତି । ପଦାର୍ଥଗୁଡ଼ିକ ମିଶ୍ରଣ କିମ୍ବା ବିଶୁଦ୍ଧ ପଦାର୍ଥ ଅଟନ୍ତି ।

ମିଶ୍ରଣ (Mixture)
(i) ଯେତେବେଳେ ଦୁଇ କିମ୍ବା ଅଧିକ ପଦାର୍ଥ ଏପରି ମିଶ୍ରିତ ହୁଏ ଯେ, ପ୍ରତ୍ୟେକ ପଦାର୍ଥ ଏହାର ଗୁଣ ବଜାୟ ରଖେ, ତାହାକୁ ମିଶ୍ରଣ କୁହାଯାଏ ।
(ii) ମିଶ୍ରଣ ତିଆରି କରୁଥିବା ପୃଥକ ପଦାର୍ଥଗୁଡ଼ିକ ମିଶ୍ରଣର ଉପାଦାନ (Component) କହନ୍ତି ।
(iii) ମିଶ୍ରଣର ଉପାଦାନଗୁଡ଼ିକ ପରସ୍ପର ସହିତ ରାସାୟନିକ ପ୍ରକ୍ରିୟା କରନ୍ତି ନାହିଁ ।
(iv) ମିଶ୍ରଣର ଉପାଦାନଗୁଡ଼ିକ ସହଜରେ ଯାନ୍ତ୍ରିକ ଉପାୟରେ ପରସ୍ପରଠାରୁ ଅଲଗା କରିହୁଏ ।
(v) ଆମେ ଖାଉଥ‌ିବା ଉପମା, ଗଜାମଞ୍ଜିସାଲାଡ୍, ଜଳରେ ଦ୍ରବିଦ୍ଭୁତ ଚିନି, ଲୁଣପାଣି, ଚା, ସୁପ୍, ଲେମ୍ବୁପାଣି ପ୍ରଭୃତି ମିଶ୍ରଣ ଅଟନ୍ତି ।
(vi) ମିଶ୍ରଣରେ ଉପାଦାନଗୁଡ଼ିକର ଅବସ୍ଥାନ ଦୃଷ୍ଟିରୁ ମିଶ୍ରଣକୁ ସମତୁଲ ଓ ଅସମତୁଲ (Uniform and Non-Uniform) ମିଶ୍ରଣ, ଏହିପରି ଦୁଇଭାଗରେ ବିଭକ୍ତ କରାଯାଇପାରେ ।

ସମତୁଲ ମିଶ୍ରଣ (Uniform Mixture):
କିଛି ମିଶ୍ରଣରେ ଏପରି ଉପାଦାନ ଥାଏ ଯାହାକୁ ପୃଥକ ଭାବରେ କିମ୍ବା ଅଣୁବୀକ୍ଷଣ ସାହାଯ୍ୟରେ ମଧ୍ୟ ଦେଖୁହୁଏ ନାହିଁ । ଏହି ପ୍ରକାରର ମିଶ୍ରଣରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶିଥାଏ । ଏହାକୁ ସମତୁଲ ମିଶ୍ରଣ କହନ୍ତି । ଉଦାହରଣ ଚିନିପାଣି ଏବଂ ଲୁଣପାଣି ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 10
ଚିନି ଏବଂ ଜଳର ସମତୁଲ ମିଶ୍ରଣ

ଅସମତୁଲ ମିଶ୍ରଣ (Non-Uniform Mixture)
ଯେଉଁ ମିଶ୍ରଣରେ ବିଭିନ୍ନ ଉପାଦାନଗୁଡ଼ିକ ସାଧାରଣ ଖାଲି ଆସ୍‌ରେ କିମ୍ବା ବର୍ଷକ/କାଚ ସାହାଯ୍ୟରେ ଦୃଶ୍ୟମାନ ହୁଏ, ସେଗୁଡ଼ିକୁ ଅସମତୁଲ ମିଶ୍ରଣ କହନ୍ତି । ଆମେ ଖାଉଥ‌ିବା ଉପମା ଓ ଗଜାମଞ୍ଜି ସାଲାଡ଼ ଅସମତୁଲ ମିଶ୍ରଣ ଅଟେ ।

ମିଶ୍ରଧାତୁ (Alloy) ଏକ ସମତୁଲ ମିଶ୍ରଣ
ଧାତୁ ସହିତ ଧାତୁ କିମ୍ବା ଧାତୁ ସହ ଅଧାତୁ ବା ଉପଧାତୁର ମିଶ୍ରଣରେ ଯେଉଁ ପଦାର୍ଥ ତିଆରି ହୁଏ ତାହାକୁ ମିଶ୍ରଧାତୁ ବା ଏଲୟ କହନ୍ତି । ମିଶ୍ରଧାତୁରେ ଉପାଦାନଗୁଡ଼ିକ ସମାନ ଭାବରେ ମିଶ୍ରିତ ହୋଇଥାଏ ଯେପରିକି ମିଶ୍ରଣଟିର ସବୁଅଂଶ ସମାନ ଦେଖାଯାଏ । ମିଶ୍ରଧାତୁର କୌଣସି ଗୋଟିଏ ଉପାଦାନ ଅନ୍ୟଠାରୁ ପୃଥକ କରାଯାଇପାରିବ ନାହିଁ । ମିଶ୍ରଧାତୁରେ ବାସନକୁସନ, ବିଭିନ୍ନ ପାତ୍ର ଏବଂ ଅନ୍ୟାନ୍ୟ ପଦାର୍ଥ ତିଆରି ହୁଏ । ମିଶ୍ରଧାତୁର ଉଦାହରଣ
(i) ଲୌହ, କ୍ରୋମିୟମ, ନିକେଲ ଏବଂ ଅଳ୍ପ ପରିମାଣରେ କାର୍ବନର ମିଶ୍ରଣରୁ ତିଆରି ଷ୍ଟେନ୍‌ଲେସ୍ ଷ୍ଟିଲ । ଏଥୁରେ କଳଙ୍କି ଲାଗେନାହିଁ ।
(ii) ତମ୍ବା ଓ ଦସ୍ତାରୁ ତିଆରି ପିତଳ ।
(iii) ତମ୍ବା ଓ ଟିଣରୁ ତିଆରି ବ୍ରୋଞ୍ଜ ।
(iv) ମିଶ୍ରଧାତୁ ବା ଏଲୟ ଗୋଟିଏ ସମତୁଲ ମିଶ୍ରଣ ।

ମିଶ୍ରଧାତୁର ଔଷଧୀୟ ଗୁଣ :
(i) ଦୁଇ କିମ୍ବା ଅଧ୍ବକ ଧାତୁର ମିଶ୍ରଣକୁ ମିଶ୍ରଲୌହ ନାମ ଦିଆଯାଇଥୁଲା, ଯାହାର ଧର୍ମ ନିଜର ଗଠନକାରୀ ଧାତୁଠାରୁ ଭିନ୍ନ ଥିଲା ।
(ii) ପ୍ରାଚୀନ ଭାରତୀୟ ଗ୍ରନ୍ଥଗୁଡ଼ିକ ଯେପରିକି ସୁଶ୍ରୁତ ସଂହିତା, ରଚକ ସଂହିତା, ରସଜଳନିଧ୍ୟ, ରସରନ୍ ସମୁଚ୍ଚୟ ଇତ୍ୟାଦି ଗ୍ରନ୍ଥରେ ଔଷଧୀୟ ଉଦ୍ଦେଶ୍ୟରେ ଏହି ମିଶ୍ରଣର ବ୍ୟବହାର ବିଷୟରେ ଉଲ୍ଲେଖ କରାଯାଇଛି ।
(iii) ଉଦାହରଣସ୍ୱରୂପ ବ୍ରୋଞ୍ଜ, ଯାହାକୁ କାଂସ୍ୟ ମଧ୍ୟ କୁହାଯାଏ, ତାହା ତମ୍ବା ଚାରିଭାଗ ଓ ଟିଣ ଏକ ଭାଗରେ ତିଆରି ।
(iv) ଏହା ପାଚକ ଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାପାଇଁ ବ୍ୟବହୃତ ହେଉଥିଲା ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

ବାୟୁ ଏକ ସମତୁଲ ମିଶ୍ରଣ :
(i) ବାୟୁ ମୁଖ୍ୟତଃ ଯବକ୍ଷାରଜାନ, ଅମ୍ଳଜାନ, ଆର୍ଗନ୍, ଅଙ୍ଗାରକାମ୍ଳ ଓ ଜଳୀୟ ବାଷ୍ପର ଏକ ସମତୁଲ ମିଶ୍ରଣ ।
(ii) ଏଥୁମଧ୍ୟରୁ ଅମ୍ଳଜାନ ଅଧିକାଂଶ ସଜୀବ ପ୍ରାଣୀଙ୍କ ବଞ୍ଚିବାପାଇଁ ନିରନ୍ତର ଆବଶ୍ୟକ । ଏହା ଦହନରେ ମଧ୍ୟ ସାହାଯ୍ୟ କରେ ।
(iii) ଯବକ୍ଷାରଜାନ, ଯାହା ବାୟୁର ପ୍ରାୟ ୭୮% ଅଟେ । ଏହା ଦହନରେ ଅଂଶ ଗ୍ରହଣ କରେ ନାହିଁ ।
(iv) ବାୟୁରେ ଜଳୀୟବାଷ୍ପ ରହିଛି । ଯେତେବେଳେ ଉଷ୍ମ ବାୟୁ ଏକ ଶୀତଳ ପୃଷ୍ଠକୁ ସ୍ପର୍ଶ କରେ, ଜଳୀୟ ବାଷ୍ପ ଜଳରେ ପରିଣତ ହୁଏ ଏବଂ ଛୋଟ ଛୋଟ ଜଳବୁନ୍ଦା ସୃଷ୍ଟି କରେ ।
(v) ଆମେ ନିଶ୍ଵାସ ଛାଡୁଥ‌ିବା ବାୟୁରେ ଅଙ୍ଗାରକାମ୍ଳ ଉପସ୍ଥିତି ଥାଏ । ଆସ, ବାୟୁରେ ଅଙ୍ଗାରକାମ୍ଳ ଉପସ୍ଥିତି ବିଷୟରେ ନିଶ୍ଚିତ ହେବା ।

କାର୍ଯ୍ୟ – ୧ : ଆସ ପରୀକ୍ଷା କରିବା
ବୟୁରେ ଅଙ୍ଗାରକାମ୍ଳର ଉପସ୍ଥିତି ଜାଣିବାପାଇଁ ପରୀକ୍ଷା
(i) ଏକ କାଚପାତ୍ର ନିଆଯାଉ ଏବଂ ଏହାର ଅଧା ଜଳରେ ପୂର୍ଣ୍ଣ କରାଯାଉ ।
(ii) ଏଥ‌ିରେ ଧୀରେ ଧୀରେ ଅଳ୍ପ ପରିମାଣ ର କ୍ୟାଲ ସିୟମ ଅକ୍ସାଇଡ୍ (କଲିଚୂନ) ମିଶାଯାଉ ।
(iii) କ୍ୟାଲସିୟମ୍ ଅକ୍‌ସାଇଡ୍ ପାଣି ସହିତ ଖୁବ୍ ଜୋର ରେ ପ୍ରତି କ୍ରି ୟା କରି କ୍ୟାଲସିୟମ୍ ହାଇଡ୍ରୋକ୍‌ସାଇଡ୍ ସୃଷ୍ଟି କରିବ ଏବଂ ତାପ ନିର୍ଗତ ହେବ ।
(iv) କ୍ୟାଲ୍‌ସିୟମ ହାଇଡ୍ରୋକ୍‌ସାଇଡ୍ ଦ୍ରବଣ ତିଆରି କରିବାପାଇଁ ଗୋଟିଏ କାଠିରେ ନିର ନ୍ତ ର ଘଣ୍ଟାଯାଉ । ଏହି ଦ୍ରବଣ କୁ ଚୂନ ପାଣି କୁହାଯାଏ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 1
କାର୍ବନ ଡାଇଅକ୍ସାଇଡ୍ ଉପସ୍ଥିତିରେ ଚୁନ ଜଳ କ୍ଷୀର ଭଳି ହୋଇଯାଏ ।
(v) ଏହାକୁ ଛାଣି ଏହାର ରଙ୍ଗ ପର୍ଯ୍ୟବେକ୍ଷଣ କରାଯାଉ ।
(vi) ଏହି ରଙ୍ଗହୀନ ଦ୍ରବଣକୁ କିଛି ସମୟପାଇଁ ଏକ କାଚପାତ୍ରରେ (Ptri dish) ରଖାଯାଉ ।
(vii) ନିୟମିତ ବ୍ୟବଧାନରେ ଦ୍ରବଣକୁ ଘଣ୍ଟାଯାଉ ।
(viii) ଏହା ଦୁଧୂଆ ବର୍ଷ ଧାରଣ କରିବ ।
(vi) ଯେତେବେଳେ ଅଙ୍ଗାରକାମ୍ଳ କ୍ୟାଲସିୟମ୍ ହାଇଡ୍ରୋକ୍‌ସାଇଡ୍ ସହିତ ପ୍ରତିକ୍ରିୟା କରେ କ୍ୟାଲସିୟମ୍ କାର୍ବୋନେଟ୍ (ଅଦ୍ରବଣୀୟ ଧଳା କଣିକା) ଓ ଜଳ ତିଆରି କରେ । ତେଣୁ ଚୂନପାଣି ଦୁଧୂ ଦେଖାଯାଏ । ଯେହେତୁ ଚୂନପାଣି ବାୟୁ ସଂସ୍ପର୍ଶରେ ଆସିଲେ ଦୁଧୂଆ ବର୍ଷ ଧାରଣ କରେ, ଏହି କାର୍ଯ୍ୟ ବାୟୁରେ କାର୍ବନ ଡାଇଅକ୍‌ସାଇଡର ଉପସ୍ଥିତି ଦର୍ଶାଏ ।
କ୍ୟାଲସିୟମ୍ ହାଇଡ୍ରୋକ୍ସାଇଡ଼୍ + ଅଙ୍ଗାରକାମ୍ଳ = କ୍ୟାଲସିୟମ କାର୍ବୋନେଟ୍ + ଜଳ

ଧୂଳି କଣିକା (Dust Particles) :
(i) ବାୟୁରେ ଗ୍ୟାସ ବ୍ୟତୀତ ଅନ୍ୟ କିଛି ଥ‌ିବାର ଦେଖାଯାଏ ।
(ii) ସୂର୍ଯ୍ୟରଶ୍ମି ସହ କିଛି ଭାସୁଥିବା ଉଜ୍ଜ୍ଵଳ କ୍ଷୁଦ୍ର କଣିକା ଛାତର ଏକ ଛୋଟ ରନ୍ଧ୍ର ଦେଇ ଏକ ଅନ୍ଧାର କରାଯାଏ । କୋଠରୀରେ ପ୍ରବେଶ କରୁଥିବା ଲକ୍ଷ୍ୟ
(iii) ଏହି କଣିକାଗୁଡ଼ିକ ହେଉଛି ଧୂଳି କଣିକା

କାର୍ଯ୍ୟ – ୨ : ଆସ ଅନ୍ଵେଷଣ କରିବା
ବାୟୁରେ ଧୂଳିକଣିକାର ଅନ୍ଵେଷଣ :
(i) କଳା କାଗଜଟିଏ ନିଆଯାଉ । ନିଶ୍ଚିତ କରାଯାଉ ଯେ ଏଥିରେ କୌଣସି ଦୃଶ୍ୟମାନ ଧୂଳି କଣିକା ନାହିଁ ।
(ii) କଳା କାଗଜକୁ ଖୋଲା ଝରକା ପାଖରେ (ଚିତ୍ର ୮.୬କ) କିମ୍ବା ବଗିଚାରେ କିଛି ଘଣ୍ଟା ପାଇଁ ସ୍ଥିର ଭାବରେ ରଖାଯାଉ ।
(iii) ଏହାର ପୃଷ୍ଠରେ ଛୋଟ କଣିକାଗୁଡ଼ିକ ଲାଗିଥ‌ିବା ଦେଖୁବା । କଣିକାଗୁଡ଼ିକୁ ଅଧ୍ବକ ନିକଟରୁ ଦେଖିବାପାଇଁ ଏକ ବର୍ଷକ କାଚ ବ୍ୟବହାର କରିପାରିବା ।
(iv) ଏହା ଦର୍ଶାଏ ଯେ ଧୂଳି କଣିକାଗୁଡ଼ିକ ବାୟୁରେ ଭାସୁଥାନ୍ତି ।
(v) ସେମାନେ ବାୟୁର ଏକ ଅବିଚ୍ଛେଦ୍ୟ ଅଂଶ ନୁହଁନ୍ତି, ସେଥୁପାଇଁ ପ୍ରଦୂଷକ (pollutant) ଅଟନ୍ତି ।
(vi) ବାୟୁରେ ଧୂଳି କଣିକାର ପ୍ରକୃତି ଏବଂ ସଂଖ୍ୟା ସମୟ ଏବଂ ସ୍ଥାନ ଅନୁସାରେ ଭିନ୍ନ ହୋଇପାରେ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 2
କଳା କାଗଜ
(କ) ଧୂଳି କଣିକା ବିନା
(ଖ) ଧୂଳି କଣିକା ସହିତ

ବସ୍ତୁର ପ୍ରଦୂଷକ (Air pollutants) :
(i) ବାୟୁରେ ଉପସ୍ଥିତ ମୁଖ୍ୟ ପ୍ରଦୂଷକ ହେଉଛି (କାଳି, ଧୂଳି) କଣିକା ମନୋକ୍‌ସାଇଡ୍, ଓଜୋନ୍, ନାଇଟ୍ରୋଜେନ୍ ଡାଇଅକ୍‌ସାଇଡ୍ ଏବଂ ପରି ପଦାର୍ଥ ଏବଂ କାର୍ବନ ସଲଫର୍ ଡାଇଅକ୍‌ସାଇଡ୍ ପରି ଗ୍ୟାସ ।
(ii) ବାୟୁ ଗୁଣବତ୍ତା ସୂଚକ (Air Quality Index-AQI)ଙ୍କ ଦ୍ଵାରା ବାୟୁ ଗୁଣବତ୍ତା ମପା ଯାଇପାରେ ।

ବିଭିନ୍ନ ପ୍ରକାରର ମିଶ୍ରଣ :

କ୍ର.ନଂ. ମିଶ୍ରଣ ପ୍ରକାର ଉଦାହରଣ ସମତୁଲ ବା ଅସମତୁଲ
୧. ଗ୍ୟାସ ଓ ଗ୍ୟାସ ବାୟୁ ସମତୁଲ
୨. ଗ୍ୟାସ ଓ ତରଳ ସୋଡ଼ାପାଣି, ଜଳରେ ଦ୍ରବୀଭୂତ ଅମ୍ଳଜାନ ସମତୁଲ
୩. କଠିନ ଓ ଗ୍ୟାସ ବାୟୁରେ ଅଙ୍ଗାରକ କଣିକା ଅସମତୁଲ
୪. ତରଳ ଓ ତରଳ ଜଳରେ ଏସିଟିକ୍ ଏସିଡ୍, ତେଲ ଓ ଜଳ ସମତୁଲ | ଅସମତୁଲ
୫. କଠିନ ଓ ତରଳ ବାଲି ଓ ଜଳ, ସମୁଦ୍ର ପାଣି ଅସମତୁଲ
୬. କଠିନ ଓ କଠିନ ବେକିଙ୍ଗ୍ ପାଉଡ଼ର (ବେକିଙ୍ଗ ସୋଡ଼ା ଓ ଟାର୍ଟାରିକ ଅମ୍ଳ ମିଶ୍ରଣ) ମିଶ୍ରଧାତୁ ସମତୁଲ

ଅପମିଶ୍ରଣ (Adulteration) :
ଅପମିଶ୍ରଣ ହେଉଛି ଏକ ଅବୈଧ ପ୍ରକ୍ରିୟା ଯାହାଦ୍ଵାରା ଶସ୍ତା କିମ୍ବା
ମିଶା ଯାଇଥାଏ । ଏହା ସାଧାରଣତଃ ଜିନିଷର ପରିମାଣ ବୃଦ୍ଧି କରିବା କିମ୍ବା ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବାପାଇଁ କରାଯାଏ । ତଥାପି ଏହା ଉତ୍ପାଦନର ଗୁଣବତ୍ତା ହ୍ରାସ କରେ । ଏହି ଉତ୍ପାଦ ସ୍ଵାସ୍ଥ୍ୟପାଇଁ ବିପଜ୍ଜନକ ହୋଇପାରେ ।

ବିଶୁଦ୍ଧ ପଦାର୍ଥ (Pure Substance) :
ବିଜ୍ଞାନରେ ଏକ ବିଶୁଦ୍ଧ ପଦାର୍ଥ ହେଉଛି ସେହି ପଦାର୍ଥ ଯହିଁରେ ଅନ୍ୟ କୌଣସି ପଦାର୍ଥ ନଥାଏ । ବିଶୁଦ୍ଧ ପଦାର୍ଥକୁ କୌଣସି ଭୌତିକ ପ୍ରକ୍ରିୟାଦ୍ଵାରା ଅନ୍ୟ ପ୍ରକାରର ପଦାର୍ଥରେ ପୃଥକ କରାଯାଇପାରିବ ନାହିଁ । ବୈଜ୍ଞାନିକଙ୍କ ଭାଷାରେ ବିଶୁଦ୍ଧ ପଦାର୍ଥର ଅର୍ଥ ପଦାର୍ଥଟି ଏକ ପ୍ରକାର କଣିକାରେ ଗଠିତ । ବିଶୁଦ୍ଧ ପଦାର୍ଥ ସାଧାରଣତଃ ଦୁଇ ପ୍ରକାର ଯଥା— ମୌଳିକ ଓ ଯୌଗିକ (Element and compound) ।

ଜଳ ଗୋଟିଏ ବିଶୁଦ୍ଧ ପଦାର୍ଥ :
ଜଳକୁ ଥଣ୍ଡା କରିବାଦ୍ଵାରା ଏହା ବରଫରେ ପରିଣତ ହୁଏ । ଫୁଟାଇବା ସମୟରେ ଏହା ବାଷ୍ପରେ ପରିଣତ ହୁଏ । ଆମେ ବରଫକୁ ଗରମ କରି ଜଳ ଏବଂ ଜଳୀୟ ବାଷ୍ପକୁ ଥଣ୍ଡାକରି ଜଳକୁ ପୁନର୍ବାର ପାଇପାରିବା । ଏହା ପ୍ରମାଣିତ କରୁଛି ଯେ ଏହି ପ୍ରକ୍ରିୟାଗୁଡ଼ିକରେ ଜଳ କଣିକାଗୁଡ଼ିକ ସମାନ ରହିଥାଏ । ଏଣୁ ଜଳ ଏକ ବିଶୁଦ୍ଧ ପଦାର୍ଥ ।

ଜଳର ବିଦ୍ୟୁତ ବିଶ୍ଳେଷଣ :
ନିରାପତ୍ତା ପ୍ରତି ଧ୍ୟାନ ଏହି ପରୀକ୍ଷାଟି ଶିକ୍ଷକଙ୍କ ତତ୍ତ୍ଵାବଧାନରେ କରାଯିବା ଉଚିତ । ଗନ୍ଧକାମ୍ଳ (ସଲଫ୍ୟୁରିକ ଏସିଡ୍) ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । ପରୀକ୍ଷାରେ ଲିଥ୍ୟମ– ଆୟନ ବ୍ୟାଟେରୀ ବ୍ୟବହାର କରାଯିବା ଉଚିତ ନୁହେଁ ।
(i) ଦୁଇଟି ଛୋଟ ପରୀକ୍ଷା ନଳୀ, ଏକ ବିକର କିମ୍ବା ଏକ କାଚ ପାତ୍ର ଏବଂ ଏକ 9V ବ୍ୟାଟେରୀ ସଂଗ୍ରହ କରାଯାଉ ।
(ii) ବିକରର ୨/୩ ଅଂଶ ଜଳରେ ପୂରଣ କରାଯାଉ ଏବଂ ସେଥ‌ିରେ କିଛି ବୁନ୍ଦା ଲଘୁଗନ୍ଧକାମ୍ଳ (dilute shulphuric acid) ମିଶାଯାଉ ।
(iii) ବିକରରୁ ନିଆଯାଇଥିବା ଜଳରେ ଉଭୟ ଛୋଟ ପରୀକ୍ଷା ନଳୀ ପୂର୍ଣ୍ଣ ଭାବରେ ପୂରଣ କରାଯାଉ ।
(iv) ବି କର ଭିତରେ ଏକ ୨V ବ୍ୟାଟେରୀ ରଖାଯାଉ ।
(v) ବ୍ୟାଟେରୀର ପ୍ରତ୍ୟେକ ମେରୁ ଦ୍ଵୟ ପାଖରେ ଜଳ ଥିବା ପରୀକ୍ଷା ନଳୀ ଦୁଇଟିକୁ ଓଲଟାଇ ସତର୍କତାର ସହ ରଖାଯାଉ ।
(vi) କିଛି ସମୟ ଅପେକ୍ଷା କରାଯାଉ ।
(vii) ପରୀକ୍ଷା ନଳୀ ଭିତରେ ଉଭୟ ମେରୁରେ ଭିନ୍ନ ଭିନ୍ନ ଗ୍ୟାସ୍ ବାହାରୁଥ‌ିବା
(viii) ଏହାକୁ ୧୦ ରୁ ୧୫ ମିନିଟ୍ ପାଇଁ ଜାରି ରହିବାକୁ ଦିଆଯାଉ ।
(ix) ପ୍ରତ୍ୟେକ ପରୀକ୍ଷା ନଳୀରେ ସଂଗୃହୀତ ଗ୍ୟାସ୍ ଆୟତନ ପର୍ଯ୍ୟବେକ୍ଷଣ କରାଯାଉ ।
(x) ଉଭୟ ପରୀକ୍ଷା ନଳୀରେ ସଂଗୃହୀତ ଗ୍ୟାସ୍‌ର ଆୟତନ ସମାନ ହେବନାହିଁ ।
(xi) ଏହି ପରୀକ୍ଷା ନଳୀଗୁଡ଼ିକୁ ଗୋଟିଏ ଗୋଟିଏ କରି ସତର୍କତାର ସହିତ ବାହାର କରାଯାଉ ।
(xii) ପରୀକ୍ଷା ନଳୀ ମୁଖ ପାଖରେ ଏକ ଜଳନ୍ତା ମହମବତୀ ଆଣି ଏହି ଗ୍ୟାସ୍‌ଗୁଡ଼ିକୁ ଗୋଟିଏ ଗୋଟିଏ କରି ପରୀକ୍ଷା କରାଯାଉ ।
(xiii) ଦୁଇଟି ପରୀକ୍ଷା ନଳୀରେ ଥ‌ିବା ଗ୍ୟାସ୍‌ଗୁଡ଼ିକୁ ପରୀକ୍ଷା କରିବାପାଇଁ ପ୍ରତ୍ୟେକ ପରୀକ୍ଷା ନଳୀର ମୁହଁ ପାଖକୁ ଏକ ଜଳନ୍ତା ମହମବତୀ ଆଣ । ଗୋଟିକରୁ ଏକ ‘ପପ୍’ ଶବ୍ଦ ଶୁଣାଯାଇ ପାରିବ ଯାହା ଉଦ୍‌ଜାନ ଗ୍ୟାସ୍‌ର ଉପସ୍ଥିତିକୁ ସୂଚିତ କରେ ।
(xiv) ଅନ୍ୟ ପରୀକ୍ଷା ନଳୀର ମୁହଁରେ ଜଳନ୍ତା ମହମବତୀ ଦେଖାଇଲେ ତାର ଶିଖା ଅଧ୍ୟକ ଉଜ୍ଜ୍ବଳ ହେବ, ଏହା ଅମ୍ଳଜାନ ଗ୍ୟାସ୍ ଉପସ୍ଥିତିକୁ ନିଶ୍ଚିତ କିରବ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 3
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 4
ଗ୍ୟାସ୍ ପ୍ରକୃତି ପରୀକ୍ଷା- (କ) ହାଇଡ୍ରୋଜେନ୍ (ଖ) ଅମ୍ଳଜାନ

ପରୀକ୍ଷାରୁ ଜଣାପଡ଼ିଲା ଜଳ ଦୁଇଟି ଭିନ୍ନ ଉପାଦାନ ଯଥା— ଉଦ୍‌ଜାନ ଓ ଅମ୍ଳଜାନକୁ ନେଇ ଗଠିତ । ଜଳ → ଉଦ୍‌ଜାନ + ଅମ୍ଳଜାନ
ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ ହେଲେ ଏହା ଉଦ୍‌ଜାନ ଓ ଅମ୍ଳଜାନରେ ବିଘଟିତ ହୁଏ । ଏହି ପ୍ରକ୍ରିୟା ଗୋଟିଏ ରାସାୟନିକ ପରିବର୍ତ୍ତନ ଅଟେ ।

ମୌଳିକ ପଦାର୍ଥ (Element) :
(i) ଯେଉଁ ପଦାର୍ଥଗୁଡ଼ିକ ସମାନ ପ୍ରକାରର କଣିକା ବା ପରମାଣୁ ଦ୍ଵାରା ଗଠିତ, ସେଗୁଡ଼ିକୁ ମୌଳିକ ପଦାର୍ଥ କହନ୍ତି ।
(ii) ଗୋଟିଏ ମୌଳିକର କଣିକାଗୁଡ଼ିକ ଅନ୍ୟ ଏକ ମୌଳିକର କଣିକାମାନଙ୍କ ଠାରୁ ଭିନ୍ନ ।
(iii) ମୌଳିକଗୁଡ଼ିକ ଏପରି ପଦାର୍ଥ ଯାହାକୁ ଆହୁରି ସରଳ ପଦାର୍ଥରେ ପରିଣତ କରାଯାଇପାରିବ ନାହିଁ ।
(iv) ମୌଳିକଗୁଡ଼ିକ ସମସ୍ତ ପଦାର୍ଥର ଗଠନର ଉତ୍ସ ଅଟନ୍ତି । ପ୍ରତ୍ୟେକ ପଦାର୍ଥର ଗଠନର ମୂଳ ପଦାର୍ଥ ହେଉଛି ମୌଳିକ ।
(v) ମୌଳିକ ପଦାର୍ଥଗୁଡ଼ିକୁ ଧାତୁ, ଅଧାତୁ ଓ ଉପଧାତୁ ଏହିପରି ତିନି ଶ୍ରେଣୀରେ ବିଭକ୍ତ କରାଯାଇପାରେ ।
(vi) ସୁନା, ରୂପା, ତମ୍ବା, ଲୁହା, ସୋଡ଼ିୟମ, ପୋଟାସିୟମ, କ୍ୟାଲସିୟମ, ପାରଦ, ସୀସା ପ୍ରଭୃତି ଧାତୁ ଅଟନ୍ତି ।
(vii) ଉଦ୍‌ଯାନ, ଅମ୍ଳଜାନ, ଯବକ୍ଷାରଜାନ, ଫ୍ଲୋରିନ୍, କ୍ଲୋରିନ୍ ବ୍ରୋମିନ୍, ଆୟୋଡି଼ନ, ଗନ୍ଧକ, ଫସଫରସ ପ୍ରଭୃତି ମୌଳିକ ଅଧାତୁ ଅଟନ୍ତି ।
(viii) ବୋରନ୍, ସିଲିକନ, ଜର୍ମାନିୟମ, ଆର୍ସେନିକ, ଏଣ୍ଟ୍ରିମନି, ଟେଲୁରିୟମ ଓ ପୋଲୋନିୟମ ପ୍ରଭୃତି ୭ଟି ମୌଳିକ ଉପଧାତୁ ଅଟନ୍ତି । ଏମାନଙ୍କଠାରେ ଧାତୁ ଓ ଅଧାତୁର ମଧ୍ୟବର୍ତ୍ତୀ ଗୁଣ ରହିଥାଏ ।

ମୌଳିକମାନଙ୍କ ବିଷୟରେ ବିଶେଷ ତଥ୍ୟ :
ବର୍ତ୍ତମାନ ଜଣାଯାଇଥିବା ମୌଳିକ ସଂଖ୍ୟା ୧୧୮ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ କଠିନ ଅବସ୍ଥାରେ ଥାଆନ୍ତି ।
୧୧ଟି ମୌଳିକ ସାଧାରଣ ତାପମାତ୍ରାରେ ଗ୍ୟାସୀୟ ଅବସ୍ଥାରେ ଥାଆନ୍ତି । ସେଗୁଡ଼ିକ ଉଦଯାନ, ଅମ୍ଳଜାନ, ଯବକ୍ଷାରଜାନ, ଫ୍ଲୋରିନ୍, କ୍ଲୋରିନ, ହିଲିୟମ, ନିୟନ, ଆର୍ଶନ, କ୍ରିପ୍‌ଟନ, ଜେନନ୍ ଓ ରାଡ଼ନ୍ ।
କେବଳ ଦୁଇଟି ମୌଳିକ ସାଧାରଣ ତାପମାତ୍ରାରେ ତରଳ ଅବସ୍ଥାରେ ରହନ୍ତି, ଯଥା- ପାରଦ (ଧାତୁ) ଓ ବ୍ରୋମିନ (ଅଧାତୁ) ।
ଗାଲିୟମ ଏବଂ ସିଜିୟମ କଠିନ ମୌଳିକ ହେଲେ ମଧ୍ୟ ସେମାନେ ପ୍ରାୟ 30° C ତାପମାତ୍ରାରେ ତରଳ ଅବସ୍ଥା ଧାରଣ କରନ୍ତି ।

ମୌଳିକର କଣିକାମାନଙ୍କର ସ୍ଵାଧୀନ ସ୍ଥିତି :
ମୌଳିକମାନଙ୍କର କ୍ଷୁଦ୍ରତ୍ତମ କଣିକାକୁ ପରମାଣୁ (Atom) କହନ୍ତି ।
ଅଧିକାଂଶ ମୌଳିକର ପରମାଣୁ ସ୍ଵାଧୀନ ଭାବରେ ତିଷ୍ଠି ପାରନ୍ତି ନାହିଁ ।
ଏହିପରି ଦୁଇ କିମ୍ବା ଅଧ୍ଵ ପରମାଣୁ ମିଶି ସେହି ମୌଳିକର ଏକ ସ୍ଥାୟୀ କଣିକା ବା ଅଣୁ (Molecule) ଗଠନ କରନ୍ତି ।
ଦୁଇଟି ଉଦ୍‌ଜାନ ପରମାଣୁ ମିଶି ଉଦଜାନର ଗୋଟିଏ ଅଣୁ ଗଠନ କରନ୍ତି । ସେହିପରି ଦୁଇଟି ଅମ୍ଳଜାନ ପରମାଣୁ ମିଶି ଅମ୍ଳଜାନର ଗୋଟିଏ ଅଣୁ ଗଠନ କରନ୍ତି ।

ମୋବାଇଲ ଫୋନ୍‌ରେ ମୌଳିକର ବ୍ୟବହାର :
ମୋବାଇଲ୍ ଫୋନ୍ ତିଆରି କରିବାରେ ଆଲୁମିନିୟମ, ସୁନା, ଲିଥ୍ୟମ୍, କୋବାଲ, ସିଲିକନ୍, ତମ୍ବା, ରୂପା ପ୍ରଭୃତି ୪୫ରୁ ଅଧ‌ିକ ଭିନ୍ନ ଭିନ୍ନ ମୌଳିକ ବ୍ୟବହୃତ ହୁଏ, ମୋବାଇଲ ଫୋନ୍‌ର ପରଦା, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଉପାଦାନ ଉଲ୍ଲିଖ୍ତ ମୌଳିକରୁ ତିଆରି ହୁଏ ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

ଯୌଗିକ ପଦାର୍ଥ (Compound) :
(i) ଯେତେବେଳେ ବିଭିନ୍ନ ଉପାଦାନ ନିର୍ଦ୍ଦିଷ୍ଟ ଅନୁପାତରେ ମିଳିତ ହୋଇ ସମ୍ପୂର୍ଣ୍ଣ ନୂତନ ପଦାର୍ଥ ଗଠନ କରନ୍ତି, ସେହି ନୂତନ ପଦାର୍ଥକୁ ଯୌଗିକ ପଦାର୍ଥ କହନ୍ତି ।
(ii) ଯୌଗିକ ପଦାର୍ଥର ଧର୍ମ ସେହି ଯୌଗିକ ଗଠନ କରୁଥିବା ମୌଳିକ ପଦାର୍ଥଗୁଡ଼ିକର ଗୁଣଠାରୁ ଭିନ୍ନ ଅଟେ ।
(iii) ଏକ ଯୌଗିକର ମୌଳିକଗୁଡ଼ିକୁ କୌଣସି ଭୌତିକ ପଦ୍ଧତିଦ୍ଵାରା ପୃଥକ କରାଯାଇପାରିବ ନାହିଁ ।
(iv) ଜଳ ଏକ ଯୌଗିକ ପଦାର୍ଥ ଯହିଁରେ ଉଦଜାନ ଏବଂ ଅମ୍ଳଜାନ ପରମାଣୁର ଅନୁପାତ 2 : 1 ନରମଧାତୁ
ସୋଡ଼ିୟମ ଏବଂ ବିପଦଜନକ ଗ୍ୟାସ କ୍ଲୋରିନ ମିଶି ସ୍ଵାଦ ବର୍ଷକ ପଦାର୍ଥ ସୋଡ଼ିୟମ କ୍ଲୋରାଇଡ଼ (Nacl) ବା ଖାଇବା ଲୁଣ ଗଠନ କରନ୍ତି । ଏହି ସୋଡ଼ିୟମ କ୍ଲୋରାଇଡ୍ ଏକ ଯୌଗିକ ଯହିଁରେ ସୋଡ଼ିୟମ ଏବଂ କ୍ଲୋରିନ ପରମାଣୁ ସଂଖ୍ୟାର ଅନୁପାତ 1 : 1 |

କାର୍ବନ, ଉଦ୍‌ଜାନ ଏବଂ ଅମ୍ଳଜାନଦ୍ୱାରା ଗଠିତ ପଦାର୍ଥ ଚିନି ମଧ୍ଯ ଏକ ଯୌଗିକ ପଦାର୍ଥ ।

କାର୍ଯ୍ୟ ୩ : ଆସ ପରୀକ୍ଷା କରିବା
ଚିନିରେ ଥିବା ମୌଳିକ ପଦାର୍ଥ ଜାଣିବାପାଇଁ ପରୀକ୍ଷା : (ପରୀକ୍ଷାଟି ଶିକ୍ଷକଙ୍କ ଉପସ୍ଥିତିରେ କରାଯିବା ଆବଶ୍ୟକ)
(i) ଏକ ଚାମଚ ଚିନିକୁ ପରୀକ୍ଷା ନଳୀରେ ନିଆଯାଉ ।
(ii) ଚିତ୍ର କରେ ଦେଖାଯାଇଥିବା ପରି ଏହାକୁ ଧୀରେ ଧୀରେ ଗରମ କରାଯାଉ ।
(iii) ଚିନିକୁ ଗରମ କଲେ ଏହା ବାଦାମୀ ରଙ୍ଗ ହୁଏ । (ଚିତ୍ର ଖ) ତା’ପରେ ଏହା ପୋଡ଼ି କଳା ପଡ଼ିବାକୁ ଆରମ୍ଭ କରେ ।
(iv) ପରୀକ୍ଷା ନଳୀର ଖୋଲା ମୁହଁ ନିକଟରେ କ୍ଷୁଦ୍ର ଜଳ ବିନ୍ଦୁ ଦେଖୁରିବା । ଏହି ଜଳ କେଉଁଠାରୁ ଆସିଲା ? ଏହା ଶୁଖୁଲା ଚିନିରେ ଥିଲା ବୋଲି ଜଣାପଡ଼ିବ ।
(v) ଜଳିବା ପରେ କ’ଣ ଅବଶେଷ ରହିଗଲା ? ଏହା କାଠ ଅଙ୍ଗାର ବା ଚାର୍ କୋଲ୍ (carbon) ଅଟେ । ଏହାକୁ ଏକ କାଚ ପାତ୍ରରେ ରଖ୍ ଜଳାଇଲେ ଏହା କୋଇଲା ପରି ଜଳିବାର ଦେଖାଯିବ ।
(vi) ଉତ୍ତାପ ପାଇଲେ ଚିନିର ବିଘଟନ ଘଟି ଅଙ୍ଗାରକ (carbon) ଏବଂ ଜଳ ସୃଷ୍ଟିହୁଏ ।
(vii) ଯେହେତୁ ଜଳ, ଉଦ୍‌ଜାନ୍ ଏବଂ ଅମ୍ଳଜାନରେ ଗଠିତ, ତେଣୁ ଚିନି ଏକ ମୌଳିକ ହୋଇ ନପାରେ ।
(viii) ଏଣୁ କୁହାଯାଇପାରେ ଯେ, ଅଙ୍ଗାରକ, ଉଦ୍‌ଜାନ୍ ଓ ଅମ୍ଳଜାନର ଏକ ରସାୟନିକ ଯୌଗିକ ପଦାର୍ଥ ହେଉଛି ଚିନି ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 5
ଟ୍ୟୁବ୍‌ରେ ଗରମ ଚିନି

ଯୌଗିକ କିପରି ଗଠିତ ହୁଏ, ଜାଣିବାପାଇଁ ପରୀକ୍ଷଣ (ପ୍ରଦର୍ଶନ କାର୍ଯ୍ୟ)
(i) (ବିଶେଷ ନିରାପତ୍ତା ପ୍ରତିଧ୍ୟାନ ପରୀକ୍ଷଣ ଶିକ୍ଷକଙ୍କ ମାର୍ଗ ଦର୍ଶନରେ କରାଯିବା ଆବଶ୍ୟକ । ଧୂମ୍ର ନିଷ୍କାସନ ବ୍ୟବସ୍ଥା ଥିବା କିମ୍ବା ମୁକ୍ତ ବାୟୁ ଚଳାଚଳ ସ୍ଥାନରେ ଏହି କାର୍ଯ୍ୟ କରାଯିବା ଉଚିତ । ଉତ୍ପନ ଗ୍ୟାସକୁ ଆଘ୍ରାଣ କରାଯିବ ନାହିଁ ।)
(i) ପ୍ରଥମେ 5.6 ଗ୍ରାମ୍ ଲୁହାଗୁଣ୍ଡ ଓ 3.2 ଗ୍ରାମ ଗନ୍ଧକ ଗୁଣ୍ଡର ମିଶ୍ରଣକୁ ଏକ ୱାଚ୍ ଗ୍ଲାସରେ ନିଆଯାଉ । ଏଥ‌ିରେ ଲୁହାଗୁଣ୍ଡ ଓ ଗନ୍ଧକଗୁଣ୍ଡ ପୃଥକଭାବେ ଦୃଷ୍ଟିଗୋଚର ହେଉଥ‌ିବାରୁ, ଏହା ଏକ ଅସମତୁଲ ମିଶ୍ରଣ ।
(ii) ଏହି ମିଶ୍ରଣ ନମୁନା ‘କ’ ହେଉ ଏବଂ ଏହି ମିଶ୍ରଣରୁ ଅଧା ଏକ ଚିନାମାଟି କପ୍‌ରେ ନେଇ ମିଶ୍ରଣକୁ ଧୀରେ ଧୀରେ ଗରମ କରାଯାଉ ।
(iii) ଚିନାମାଟି ପାତ୍ରରେ ଉତ୍ପନ କଳାରଙ୍ଗର ପଦାର୍ଥକୁ ଥଣ୍ଡା କରିବାପରେ ଏକ ହେମଦସ୍ତାରେ ଗୁଣ୍ଡ କରାଯାଉ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 6
(କ) ଲୁହା ଗୁଣ୍ଡ (ଖ) ସଲ୍‌ଫର ପାଉଡ଼ର
(iv) ଗୁଣ୍ଡକୁ ଅନ୍ୟ ଏକ ୱାଚ ଗ୍ଲାସରେ ରଖ୍ ନମୁନା ‘ଖ’ ରୂପେ ଚିହ୍ନଟ କରାଯାଉ ।
(v) ନମୁନା ‘କ’ର ରଙ୍ଗର ଧୂସର-ହଳଦିଆ ଓ ନମୁନା ‘ଖ’ରେ ଥ‌ିବା ପଦାର୍ଥର ରଙ୍ଗ କଳାହେବ । ନମୁନା ‘କ’ରେ ଥ‌ିବା ପଦାର୍ଥ ବିନ୍ୟାସ ଶୁଷ୍କ, ଦାନାଦାର ଓ ନରମ ଅସମତୁଲ ମିଶ୍ରଣ ଏବଂ ନମୁନା ‘ଖ’ରେ ଥିବା ପଦାର୍ଥର ବିନ୍ୟାସ କଳା-ଧୂଷର, ଭଙ୍ଗୁରପ୍ରବଣ ବା ଧାତବ ଦ୍ୟୁତି ସମ୍ପନ୍ନ ସ୍ଫଟିକ ଆକୃତିର ଗୁଣ୍ଡରେ ପରିଣତ ହେବ ।
(vi) ନମୁନା ‘କ’ରେ ଥ‌ିବା ପଦାର୍ଥ (ଲୁହାଗୁଣ୍ଡ ଓ ଗନ୍ଧକ ଗୁଣ୍ଡ) ଉପରେ ଚୂମ୍ବକ ବୁଲାଇଲେ ଏହା ଲୁହାଗୁଣ୍ଡକୁ ଆକର୍ଷଣ କରିବ । ଫଳରେ ଲୁହାଗୁଣ୍ଡ ଓ ଗନ୍ଧକ ଗୁଣ୍ଡ ପରସ୍ପରଠାରୁ ପୃଥକ ହୋଇଯିବ । ନମୁନା ‘ଖ’ରେ ଥ‌ିବା ପଦାର୍ଥ ଉପରେ ଚୁମ୍ବକ ବୁଲାଇଲେ ଏହା ପଦାର୍ଥକୁ ଆକର୍ଷଣ କରିବ ନାହିଁ, କାରଣ ଏଥ‌ିରେ ଆଇରନ ସଲଫାଇଡ୍ ନାମକ ଯୌଗିକ ସୃଷ୍ଟି ହେବ ।
ଲୁହା + ଗନ୍ଧକ → ଆଇରନ୍ ସଲଫାଇଡ଼୍
(vii) ବର୍ତ୍ତମାନ ପରୀକ୍ଷା ନଳୀର ନମୁନା ‘କ’ରୁ ଅଳ୍ପ କିଛି ନେଇ ସେଥ‌ିରେ କିଛି ବୁନ୍ଦା ଲଘୁ ଲବଣାମ୍ଳ ମିଶାଯାଉ । (ଲବଣାମ୍ଳ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା ଆବଶ୍ୟକ)
(viii) ପର୍ଯ୍ୟବେକ୍ଷଣ କଲେ କିଛିଗ୍ୟାସ ନିର୍ଗତ ହେବ । ଏହି ଗ୍ୟାସର ନାମ ଉଦ୍‌ଯାନ ।
ଲୁହା + ଲଘୁ ଲବଣାମ୍ଳ → ଆଇରନ୍ କ୍ଲୋରାଇଡ୍ + ଉଦ୍‌ଜାନ ଗ୍ୟାସ
(ix) ହାତ ପାପୁଲିରେ ଆଡ଼େଇ ନିର୍ଗତ ଗ୍ୟାସ ଆଘ୍ରାଣ କରେ ଏହା ଗନ୍ଧହିନ ଜଣାପଡ଼ିବ ।
(x) ପରୀକ୍ଷା ନଳୀର ମୁହଁ ନିକଟରେ ଏକ ଜଳନ୍ତା ମହମବତୀ କିମ୍ବା ଡିଆସିଲି କାଠିରüଲେ ଗ୍ୟାସ୍‌ ‘ପପ୍’ ଶବ୍ଦକରି ଜଳିଉଠିବ । ଏଣୁ ଗ୍ୟାସଟି ଉଦ୍‌ଯାନ ଗ୍ୟାସ ଅଟେ ।
(xi) ନମୁନା ‘ଖ’ରେ ଥ‌ିବା ପଦାର୍ଥରେ କିଛି ବୁନ୍ଦା ଲଘୁ ଲବଣାମ୍ଳ ମିଶାଇଲେ ଗୋଟିଏ ଗ୍ୟାସ ଉତ୍ପନ ହେବ ଯେଉଁ ଗ୍ୟାସଟି ପଚାଅଣ୍ଡା ଗନ୍ଧ ସୃଷ୍ଟି କରିବ ।
ଉକ୍ତ ଗ୍ୟାସଟି ହେଉଛି ହାଇଡ୍ରୋଜେନ ସଲଫାଇଡ୍ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 7
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 8
ନମୁନା ‘ଖ’ ରେ ଘଟୁଥ‌ିବା ପରିବର୍ତ୍ତନ – ଲୁହା + ଗନ୍ଧକ → ଲୌହ ସଲଫାଇଡ୍
ଲୌହ ସଲଫାଇଡ୍ + ଲଘୁ ଲବଣାସ୍କ → ଲୌହ କ୍ଲୋରାଇଡ୍ + ହାଇଡ୍ରୋଜେନ ସଲଫାଇଡ୍
ଉକ୍ତ ପରୀକ୍ଷାରେ ବ୍ୟବହୃତ ପଦାର୍ଥଗୁଡ଼ିକ ମଧ୍ୟରେ ଲୁହା ଓ ଗନ୍ଧକ ଦୁଇଟି ମୌଳିକ । ଆଇନରନ୍‌ ସଲଫାଇଡ଼, ଲବଣାମ, ଲୌହ କ୍ଲୋରାଇଡ୍ ଏବଂ ହାଇଡ୍ରୋଜେନ ସଲଫାଇଡ୍ ପରି ପଦାର୍ଥଗୁଡ଼ିକ ଯୌଗିକ ଅଟନ୍ତି ।

ମୌଳିକ ପଦାର୍ଥ, ଯୌଗିକ ପଦାର୍ଥ ଏବଂ ମିଶ୍ରଣର ବ୍ୟବହାର :
ମୌଳିକ ପଦାର୍ଥର ବ୍ୟବହାର :
(i) ଆମେ ଶ୍ଵାସକ୍ରିୟାରେ ବ୍ୟବହାର କରୁଥିବା ବାୟୁରେ ଅମ୍ଳଜାନ ଓ ଯବକ୍ଷାରଜାନ ପ୍ରଭୃତି ମୌଳିକ ଥାଏ ।
(ii) ଜୀବନ ପାଇଁ ଅତ୍ୟାବଶ୍ୟକ ଜଳରେ ଉଦ୍‌ଜାନ ଓ ଅମ୍ଳଜାନ ପରି ଦୁଇଟି ମୌଳିକ ଥାଏ ।
(iii) ଲୁହା, ତମ୍ବା, ଦସ୍ତ ଓ ଏଲୁମିନିୟମ୍ ପରି ମୌଳିକ ଗୁଡ଼ିକର ସମତୁଲ ମିଶ୍ରଣ, ଏଲୟ ଭାବେ ବ୍ୟବହାର ହୁଏ ।
(iv) ମୌଳିକଗୁଡ଼ିକ ବିଭିନ୍ନ ଯୌଗିକ ଓ ମିଶ୍ରଣ ତିଆରିରେ ବ୍ୟବହୃତ ହୁଅନ୍ତି । ବିଭିନ୍ନ ମିଶ୍ରଧାତୁ ବା ଏଲୟ ମୌଳିକଗୁଡ଼ିକର ସମତୁଲ ମିଶ୍ରଣ ।
(v) ଖଣିଜ ପଦାର୍ଥରେ ଥିବା ସୁନା, ରୂପା, ତମ୍ବା ପ୍ରଭୃତି ମୂଲ୍ୟବାନ ମୌଳିକ ଥାଏ ।
(vi) ପ୍ରତିଟି ପଦାର୍ଥ ଏକ ବା ଏକାଧ୍ଵକ ମୌଳିକରୁ ସୃଷ୍ଟି ।

ଯୌଗିକ ପଦାର୍ଥର ବ୍ୟବହାର :
(i) ଅଙ୍ଗାରକାମ୍ଳ ଏକ ଯୌଗିକ ଯାହା ଉଦ୍ଦିଦର ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ହୁଏ ।
(ii) ସୋଡ଼ିୟମ କ୍ଲୋରାଇଡ଼, ସୋଡ଼ିୟମ୍ କାର୍ବୋନେଟ୍, ସୋଡ଼ିୟମ୍ ବାଇକାର୍ବୋନେଟ, ବ୍ଲିଚିଂପାଉଡ଼ର ପ୍ରଭୃତି ଯୌଗିକ ଭିନ୍ନଭିନ୍ନ କାର୍ଯ୍ୟରେ ଲାଗିଥାଏ ।
(iii) ଏମୋନିଆ, ଏମୋନିୟମ୍ ସଲଫେଟ୍, କ୍ୟାଲ୍‌ସିୟମ ଫସଫେଟ୍, ପ୍ରଭୃତି ଯୌଗିକ ରାସାୟନିକ ସାର ପ୍ରସ୍ତୁତିରେ
ଲାଗେ ।
(iv) ମିଥେନ୍, ଇଥେନ୍, ମ୍ୟୁଟେନ୍, ପ୍ରଭୃତି ଯୌଗିକ ଇନ୍ଧନ ଭାବେ ବ୍ୟବହାର ହୁଏ ।
(v) କେତେକ ଯୌଗିକରୁ ବିଭିନ୍ନ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହୁଏ ।
(vi) ବିଭିନ୍ନ ଅମ୍ଳଗୁଡ଼ିକ ରାସାୟନିକ ଶିଳ୍ପ ଓ ବିଜ୍ଞାନଗାରରେ ବ୍ୟବହୃତ ହୁଏ ।
(vii) ଖଣିଜ ପଦାର୍ଥଗୁଡ଼ିକରେ ବିଭିନ୍ନ ପ୍ରକାରର ଧାତବ ଓ ଅଧାତବ ଯୌଗିକ ଥାଏ ।

ମିଶ୍ରଣର ବ୍ୟବହାର :
(i) ମିଶ୍ରଧାତୁଗୁଡ଼ିକରୁ ବାସନକୁସନ ଓ ଅନ୍ୟାନ୍ୟ ପଦାର୍ଥ ତିଆରି ହୁଏ ।
(ii) ଦୈନନ୍ଦିନ ଜୀବନରେ ବିଭିନ୍ନ ମିଶ୍ରଣ ବ୍ୟବହାର ଉପଯୋଗୀ ହୁଏ ।
(iii) ମିଶ୍ରଣ ମଧ୍ୟ ଔଷଧରୂପେ ବ୍ୟବହାର କରାଯାଏ ।

ଗ୍ରାଫିକ୍ ଏରୋଜେଲ୍ ଏହା କାର୍ବନରୁ ପ୍ରସ୍ତୁତ ପୃଥିବୀର ସବୁଠାରୁ ହାଲୁକା ପଦାର୍ଥ । ଛିଦ୍ରଯୁକ୍ତ ହୋଇଥିବାରୁ ଏହାର ଶୋଷଣ କ୍ଷମତା ଅଧ‌ିକ । ପରିବେଶ ସଫାକରିବା ପଦାର୍ଥଭାବେ, ସମୁଦ୍ର ଓ ସ୍ଥଳଭାଗରେ ତୈଳସ୍ତର ସଫାକରିବା କାର୍ଯ୍ୟରେ ଏହା ବ୍ୟବହୃତ ହୁଏ । ଶକ୍ତି ସଞ୍ଚୟକାରୀ ଉପକରଣ ଏବଂ କୋଠାଘରେ ସ୍ଵତନ୍ତ୍ର ପ୍ରଲେପ ତିଆରି କରିବାରେ ଉପଯୋଗୀ ହୋଇଥାଏ ।

ଭାରତୀୟ କଳାରେ ମୌଳିକ, ଯୋଗିକ ଏବଂ ମିଶ୍ର ମିଶ୍ରଣର ବ୍ୟବହାର
(i) ଢୋକ୍ରା କଳା (Dhokra Art) ହେଉଛି ବିହାର ଏବଂ ଓଡ଼ିଶାର ଏକ ପ୍ରାଚୀନ ଆଦିବାସୀ କଳା, ଯେଉଁଥିରେ ପ୍ରକୃତିଦ୍ଵାରା ଅନୁପ୍ରାଣିତ ସୁନ୍ଦର ଆକୃତି ସୃଷ୍ଟି କରିବା ପାଇଁ ବିଭିନ୍ନ ଧାତୁ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟା ମହୁମାଛି ମହମ (bee wax)ରେ ଏକ ଆକୃତି ପ୍ରସ୍ତୁତିରୁ ଆରମ୍ଭ ହୁଏ । ଏହି ମହମ ମଡ଼େଲକୁ ମାଟିରେ ଆଚ୍ଛାଦିତ କରି ଏକ ଛାଞ୍ଚ କରାଯାଏ ।
(iii) ମାଟି କଠିନ ହେବା ପରେ ମହମକୁ ତରଳାଯାଏ ଏବଂ ଏହା ଏକ ଫାଙ୍କା ସ୍ଥାନ ଛାଡ଼ିଥାଏ ।
(iv) ଏହି ସ୍ଥାନଟି ତରଳ ପିତ୍ତଳ କିମ୍ବା କଂସାରେ ପରିପୂର୍ଣ୍ଣ କରାହୋଇଥାଏ ।
Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି ମୌଳିକ, ଯୌଗିକ ଓ ମିଶ୍ରଣ 9
ଢୋକ୍ରା କଳା ଚିତ୍ର
(v) ଏହା ‘ଢୋକ୍ରା’ କଳାକୁ ଶକ୍ତିଶାଳୀ କରିଥାଏ ଏବଂ ଏହାକୁ ଏକ ଚକଚକିଆ ସୁବର୍ଣ୍ଣ ରଙ୍ଗ ଦେଇଥାଏ ।
(vi) ଚିତ୍ରଗୁଡ଼ିକ ପ୍ରାୟତଃ ପ୍ରାଣୀ, ମଣିଷ ଏବଂ ପ୍ରକୃତିକୁ ଦର୍ଶାଏ ।
(vii) ଢୋକ୍ରାକାଳା ଆଦିବାସୀ ସୃଜନଶୀଳତା ଏବଂ ପରମ୍ପରାକୁ ପ୍ରତିଫଳିତ କରେ ।

Class 8 Science Chapter 8 Notes Odia Medium ପଦାର୍ଥର ପ୍ରକୃତି: ମୌଳିକ, ଯୌଗିକ ଓ ମିଶ୍ରଣ

ପାଠ୍ୟପୁସ୍ତକସ୍ଥ ଅନୁସନ୍ଧାନ ଓ ଚିନ୍ତନ ପ୍ରଶ୍ନୋତ୍ତର

ପାର୍ଶ୍ୱସ୍ଥ ଚିତ୍ରରେ ଥବା କେଉଁ ବସ୍ତ ପଦାର୍ଥକୁ ଗଠିତ ଏବଂ କେଉଁଟି ନୁହେଁ ?
ବସ୍ତଗୁଡ଼ିକ ସାଧାରଣତଃ ଏକ ବା ଏକାଧ୍ଵକ ପଦାର୍ଥ ରୁ ଗଠିତ ହୋଇଥାଏ । ପଦାର୍ଥରୁ ଗଠିତ ବସ୍ତୁଗୁଡ଼ିକ ହେଲା : ସ୍କୁଲ୍ କୋଠା, ଧାତୁରେ ରେଲିଂ, ବହି, ବ୍ୟାଗ୍, ପାଣିବୋତଲ, ବାଡ଼ି, ଖାଦ୍ୟ ବାକ୍ସ, ପୋଷାକ ।

ଏକ ଯୌଗିକ ପଦାର୍ଥ ଗଠନ ପାଇଁ ମୌଳିକଗୁଡ଼ିକୁ କିପରି ଏକାଠି କରାଯାଇପାରିବ ?
ରାସାୟନିକ ପ୍ରତିକ୍ରିୟା ଦ୍ଵାରା, ମୌଳିକ ଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁପାତରେ ମିଶି ଏକ ଯୌଗିକ ଗଠନ କରନ୍ତି । ଉଦାହରଣ-1 : ଉଦ୍‌ଜାନ, କ୍ଲୋରିନ୍ ସହିତ ମିଶି ହାଇଡ୍ରୋଜେନ୍ କ୍ଲୋରାଇଡ୍ ଯୌଗିକ ସୃଷ୍ଟି କରେ ।
ଉଦଜାନ (H2) + କ୍ଲୋରିନ୍ (Cl2) → 2 × ହାଇଡ୍ରୋଜେନ୍ କ୍ଲୋରାଇଡ୍ (HCl)
ଉଦାହରଣ – 2 : ଉଦ୍‌ଜାନ ଅମ୍ଳଜାନ ସହିତ ମିଶି ଜଳ (HO) ସୃଷ୍ଟି କରେ ।
2 × ଉଦ୍‌ଜାନ (H2) + ଅମ୍ଳଜାନ (02) → 2 × ଜଳ (H2O)
ବାୟୁରୁ ଅଙ୍ଗାରକାମ୍ଳ ଗ୍ୟାସ ଶୋଷଣ କରୁଥିବା ଏକ ଯୌଗିକର ଆବିଷ୍କାର ପରିବେଶ ଗତ ସମସ୍ୟାର କିପରି ସମାଧାନ କରିପାରିବ ?
ପୋଟାସିୟମ ହାଇଡ୍ରକ୍ସାଇଡ଼୍ କିମ୍ବା ସୋଡ଼ିୟମ୍ ହାଇଡ୍ରକ୍ସାଇଡ଼୍ ଭଳି ଶକ୍ତିଶାଳୀ କ୍ଷାର ବାୟୁରେ ଉପସ୍ଥିତ ଅଙ୍ଗାରକାମ୍ଳ ସହିତ ପ୍ରତିକ୍ରିୟା କରି ଏହାକୁ ଶୋଷି ନେଇପାରନ୍ତି ।

ଏହା ସହିତ, ପଲିଥୁନ୍ ଇମାଇନ୍ ଭଳି ବିଶେଷ ପଲିମର, ସକ୍ରିୟ ଅଙ୍ଗାର ଭଳି ଛିଦ୍ରଯୁକ୍ତ ପଦାର୍ଥ ଏବଂ ଉଭିଦ ଭଳି ପ୍ରାକୃତିକ ଶୋଷକ ଗୁଡ଼ିକ ବାୟୁରୁ ଅଙ୍ଗାରକାମ୍ଳକୁ ଧରି ରଖିବାରେ ସାହାଯ୍ୟ କରିଥାଏ । ଏହି ପ୍ରକ୍ରିୟାଦ୍ଵାରା ପୃଥ‌ିବୀର ବାୟୁମଣ୍ଡଳରୁ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରାଯାଇ ଗ୍ଲୋବାଲ୍ ୱାମିଂ ହ୍ରାସ କରାଯାଇପାରିବ ।