BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଗଣତନ୍ତ୍ରବାଦୀ ଯୁକ୍ତରାଷ୍ଟ୍ର ଆମେରିକା ଓ ସାମ୍ୟବାଦୀ ସୋଭିଏତ୍ ରୁଷ୍ ବିଶ୍ଵ ରାଜନୀତିରେ ବୃହତ୍ ଶକ୍ତି ରୂପରେ ଆବିର୍ଭୂତ ହେଲେ ।
  • ଉଭୟ ରାଷ୍ଟ୍ର ମଧ୍ୟରେ ଆଦର୍ଶଗତ ପ୍ରଭେଦ ଏବଂ କ୍ରମାଗତ ଉତ୍ତେଜନା ଓ ଦ୍ବନ୍ଦ ଆନ୍ତର୍ଜାତିକ ରାଜନୀତିକ ପରିବେଶ ଉପରେ ଗଭୀର ପ୍ରଭାବ ପକାଇଥଲା ।
  • ‘ଶୀତଳ ଯୁଦ୍ଧ’ ଶବ୍ଦଟି ପ୍ରଥମେ ଆମେରିକାର ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍‌ଙ୍କଦ୍ୱାରା ବ୍ୟବହୃତ ହୋଇଥିଲା । ଆମେରିକୀୟ ସମ୍ବାଦିକ ୱାଲଟର୍‌ ଲିପ୍‌ମାନଙ୍କଦ୍ୱାରା ଏହା ଜନପ୍ରିୟ ହୋଇଥିଲା ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ବିଷୟବସ୍ତୁର ରୂପରେଖ:

  • ଶୀତଳ ଯୁଦ୍ଧର କାରଣ
  • ମାଓ ସେ ତୁଙ୍ଗ
  • ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ
  • ମାର୍ଶାଲ୍ ଯୋଜନା

ଶୀତଳ ଯୁଦ୍ଧର କାରଣ
→ ଶୀତଳ ଯୁଦ୍ଧର କାରଣ:

  • ଦୁଇ ବୃହତ୍ ଶକ୍ତି; ଯଥା— ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଗଣତନ୍ତ୍ରବାଦୀ ଥ‌ିବାବେଳେ ସୋଭିଏତ୍ ରୁଷ୍ ସାମ୍ୟବାଦୀ ଥିଲା ।
  • ବିଶ୍ୱ ରାଜନୀତିରେ ଉଭୟ ରାଷ୍ଟ୍ର ମଧ୍ୟରେ ପ୍ରବଳ ପ୍ରତିଦ୍ବନ୍ଦିତା, କ୍ରମାଗତ ଈର୍ଷା, ଶତ୍ରୁତା, କୁତ୍ସାରଟନା, ବିରୋଧାତ୍ମକ ପ୍ରଚାର ସହ କୂଟନୈତିକ ଯୁଦ୍ଧ ଆରମ୍ଭ ହେଲା ।

ମାଓ ସେ ତୁଙ୍ଗ

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

→ ମାଓ ସେ ତୁଙ୍ଗ:

  • ୧୯୪୯ ମସିହାରେ ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
  • ମାଓ ସେ ତୁଙ୍ଗ ୧୮୯୩ ମସିହା ଡିସେମ୍ବର ୨୬ ତାରିଖ ଦିନ ଚୀନ୍ ଦେଶର ହୁନାନ୍ ପ୍ରଦେଶର ଶାଓଶାନ୍‌ଠାରେ ଜନ୍ମଗ୍ରହଣ କରିଥିଲେ ।
  • ୧୯୪୭ ମସିହା ମାର୍ଚ୍ଚ ୧୨ ତାରିଖରେ ଆମେରିକୀୟ କଂଗ୍ରେସର ମିଳିତ ଅଧୂବେଶନରେ ଟୁମାନଙ୍କ ପ୍ରଦତ୍ତ ଅଭିଭାଷଣ ‘ଟ୍ରମାନ୍ ନୀତି’ ନାମରେ ପରିଚିତ ।

→ ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ:

  • ସୋଭିଏତ୍ ରୁଷ ସାମ୍ୟବାଦର ଲୌହ ପରଦା ବିସ୍ତାରକୁ ବିରୋଧ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଥିଲା ।
  • ଗ୍ରୀସ୍‌ର ଉତ୍ତରରେ ଥ‌ିବା ସାମ୍ୟବାଦୀ ପଡ଼ୋଶୀ ଦେଶଗୁଡ଼ିକ ଗ୍ରୀସ୍‌ରେ ଗୃହଯୁଦ୍ଧର ସୂତ୍ରପାତ କରାଉଛନ୍ତି ବୋଲି ୧୯୪୬ ମସିହାରେ ଗ୍ରୀସ୍ ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ଅଭିଯୋଗ କରିଥିଲା । ୧୯୪୭ ମସିହାରେ ଆମେରିକା ସେଠାକୁ ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ପଠାଇଥିଲା ।
  • ଟୁମାନ୍ ନୀତି ଅନୁସାରେ ଗ୍ରୀସ୍ ଓ ତୁର୍କୀକୁ ୪୦୦ ନିୟୁତ ଡଲାର ସାହାଯ୍ୟ ମିଳିଥିଲା ।

ଶୀତଳ ଯୁଦ୍ଧର ପ୍ରସାର ଓ ଫଳାଫଳ
→ ମାର୍ଶାଲ୍ ଯୋଜନା:

  • ଯୁଦ୍ଧବିଧ୍ଵସ୍ତ ଇଉରୋପୀୟ ରାଷ୍ଟ୍ରମାନଙ୍କର ଆର୍ଥିକ ଉନ୍ନତି ସହ ସାମ୍ୟବାଦର ପ୍ରଭାବ ରୋକିବା ନିମନ୍ତେ ୧୯୪୭ ମସିହା ଜୁନ୍ ୫ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାଦ୍ୱାରା ମାର୍ଶାଲ ଯୋଜନା ପ୍ରବର୍ତ୍ତିତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ମାର୍ଶାଲ ଯୋଜନାକୁ ସୋଭିଏତ୍ ରୁଷ୍ ତୀବ୍ର ନିନ୍ଦା କରି ଏହା ସଂଯୁକ୍ତ ରାଷ୍ଟ୍ରସଂଘ ପ୍ରତି ବିଶ୍ୱାସଘାତକତା ବୋଲି ଅଭିହିତ କଲା ।
  • ଫଳରେ ଶୀତଳ ଯୁଦ୍ଧ ତୀବ୍ର ଆକାର ଧାରଣ କରିଥିଲା ଏବଂ ଜର୍ମାନୀ, କ୍ୟୁବା ଓ କୋରିଆରେ ସଂଘର୍ଷ ଘଟିଥିଲା ।

BSE Odisha 9th Class History Notes Chapter 8 ଶୀତଳ ଯୁଦ୍ଧ: କାରଣ ଓ ଫଳାଫଳ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୧୮୯୩ ଖ୍ରୀ.ଅ. – (ଡିସେମ୍ବର ୨୬) ଚୀନ୍ ଦେଶର ହୁନାନ୍ ପ୍ରଦେଶରେ ମାଓ ସେ ତୁଙ୍ଗଙ୍କ ଜନ୍ମ ।
୧୯୧୭ ଖ୍ରୀ.ଅ. – ରୁଷ୍ ଦେଶରେ ଜାର୍ ଶାସନର ପତନ ଘଟି ସାମ୍ୟବାଦୀ ଶାସନ ପ୍ରତିଷ୍ଠିତ ।
୧୯୪୫ ଖ୍ରୀ.ଅ. – ସୋଭିଏତ୍ ରୁଷ, ତୁର୍କୀ ସହିତ ତାହାର ପୁରାତନ ବନ୍ଧୁତ୍ଵ ଚୁକ୍ତି ନବୀକରଣ କରିବାକୁ ଅରାଜି ।
୧୯୪୬ ଖ୍ରୀ.ଅ. – (ଡିସେମ୍ବର) ଗ୍ରୀସ୍‌ରା ପଡ଼ୋଶୀ ରାଷ୍ଟ୍ରମାନଙ୍କ ବିରୋଧରେ ସଂଯୁକ୍ତ ରାଷ୍ଟ୍ରସଂଘ ନିରାପତ୍ତା ପରିଷଦରେ ଅଭିଯୋଗ ଉପସ୍ଥାପନ ।
୧୯୪୭ ଖ୍ରୀ.ଅ. – (ଜାନୁୟାରୀ) ଯୁକ୍ତରାଷ୍ଟ୍ର ଆମେରିକାଦ୍ଵାରା ଏକ ଅର୍ଥନୈତିକ ଅନୁଧ୍ୟାନକାରୀ ଦଳ ଗ୍ରୀସ୍‌ ପ୍ରେରିତ; (ମାର୍ଚ୍ଚ ୧୨) ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଟୁମାନ୍ ତାଙ୍କ ଅଭିଭାଷଣ ଉପସ୍ଥାପନ କରିଥିଲେ, ଯାହା ଟୁମାନ୍ ନୀତି ଭାବରେ ପରିଚିତ; (ଏପ୍ରିଲ୍ ୧୬) ଆମେରିକୀୟ ରାଜନୀତିଜ୍ଞ ବର୍ଣ୍ଣାଡ୍ ବାରୁକ୍‌ଙ୍କଦ୍ୱାରା ପ୍ରଥମେ ‘ଶୀତଳ ଯୁଦ୍ଧ’ ଶବ୍ଦଟି ବ୍ୟବହୃତ; (ଜୁନ୍ ୫) ମାର୍ଶାଲ୍ ଯୋଜନା ପ୍ରବତ୍ତନ ହୋଇଥିଲା ।
୧୯୪୯ ଖ୍ରୀ.ଅ. – ରୁଷ୍ ସହାୟତାରେ ଚୀନ୍ ଦେଶରେ ଗଣବିପ୍ଳବ ମାଧ୍ୟମରେ ମାଓ ସେ ତୁଙ୍ଗଙ୍କ ନେତୃତ୍ଵରେ ସାମ୍ୟବାଦୀ ସରକାର ଗଠିତ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

Odisha State Board BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

1. ନିମ୍ନଲିଖତ ପୃଥକୀକରଣ ପାଇଁ କେଉଁ ପୃଥକୀକରଣ କୌଶଳ ପ୍ରୟୋଗ କରାଯାଏ ?

  • ସୋଡ଼ିୟମ୍ କ୍ଲୋରାଇଡ୍‌ର ଜଳରେ ଏହାର ଦ୍ରବଣକୁ ପୃଥକୀକରଣ ।
  • ସୋଡ଼ିୟମ୍‌ କ୍ଲୋରାଇଡ୍ ଓ ଏମୋନିୟମ୍ କ୍ଲୋରାଇଡ୍ର ମିଶ୍ରଣକୁ ଏମୋନିୟମ୍ କ୍ଲୋରାଇଡ୍ ର ପୃଥକୀକରଣ ।
  • ଗୋଟିଏ କାର୍‌ର ଇଞ୍ଜିନ୍ ତେଲରେ ରହିଯାଇଥିବା ଛୋଟ ଛୋଟ ଧାତୁଖଣ୍ଡମାନଙ୍କର ପୃଥକୀକରଣ ।
  • ଫୁଲ ପାଖୁଡ଼ାର ନିର୍ଯାସରୁ (extract) ବିଭିନ୍ନ ବର୍ଣ୍ଣକଣା (ଉପାଦାନ)ର ପୃଥକୀକରଣ ।
  • ଦହିରୁ ଲହୁଣିର ପୃଥକୀକରଣ ।
  • ଚାହାରୁ ଚାହାପତ୍ରର ପୃଥକୀକରଣ ।
  • ଗହମଦାନାରୁ ଚୋପାର ପୃଥକୀକରଣ ।
  • ଜଳରେ ଭାସୁଥ‌ିବା ସୂକ୍ଷ୍ମ ପଙ୍କ କଣିକାମାନଙ୍କ ପୃଥକୀକରଣ ।
  • ପାଣିରୁ ତେଲର ପୃଥକୀକରଣ ।
  • ବାଲିରୁ ଲୁହା ପିନ୍ ର ପୃଥକୀକରଣ ।

ଉ –

  • ରାଷ୍ଟ1ଭବନ ଓ ସୁଟିକ1କରଣ
  • ଊର୍ଦ୍ଧ୍ବ ପାତନ
  • ପରିସ୍ରବଣ
  • କ୍ରୋମାଟୋଗ୍ରାଫି
  • କୋଦ୍ରାପସାରଣ ପଦ୍ଧତି
  • ପୃଥକ1କରଣ ଫନେଲ
  • ଚାଲୁଣୀରେ ଛାଣିବା
  • ଚୁମ୍ବକୀୟ ପୃଥକୀକରଣ
  • କୁଲା ଦ୍ଵାରା ପାଦୁଡିବ୍
  • ପରିସ୍ରବଣ

2. ଦ୍ରବଣ, ଦ୍ରାବକ, ଦ୍ରବ, ମିଳେଇଯିବା, ଦ୍ରବୀଭୂତ, ଅଦ୍ରବୀଭୂତ, ଛାଣିବା ଓ ବଳକା ଅଂଶ ଇତ୍ୟାଦି ଶବ୍ଦ ବ୍ୟବହାର କରି ଚାହା ପ୍ରସ୍ତୁତିର ସୋପାନଗୁଡ଼ିକ ଲେଖ ।
ଉ –

  • ପ୍ରଥମେ କ୍ଷୀରକୁ ଦ୍ରାବକ ଭାବରେ ନେଇ ଗରମ କରାଯାଉ ।
  • ସେଥୁରେ ଚିନି ଓ ଚାହାଦାନାକୁ ଦୂବ ଭାବରେ ନେଇ ଦ୍ରବଣ ପ୍ରସ୍ତୁତ କରାଯାଉ । ଏହି ଦ୍ରବଣକୁ କିଛି ସମୟ ଉତ୍ତପ୍ତ କରାଯାଉ ।
  • ଚିନି ଦ୍ରବୀଭୂତ ହେବ ଓ ଚାହାଦାନ ମିଳାଇଯିବ ।
  • ଚାହା ଛାଣିବା ଦ୍ଵାରା ଅଦ୍ରବୀଭୂତ ଅଂଶ ଅଲଗା ହୋଇଯିବ ।
  • ବଳକା ଅଂଶ ହେଉଛି ଆବଶ୍ୟକ ଚାହା ।

3. ବନ୍ଦନା ବିଭିନ୍ନ ତାପମାତ୍ରାରେ ତିନୋଟି ଭିନ୍ନ ପଦାର୍ଥର ଦ୍ରବଣୀୟତା ପର ତଥ୍ୟଗୁଡ଼ିକ ସଂଗ୍ରହ କଲା । 100g ଜଳରେ କେତେ ଗ୍ରାମର ପଦାର୍ଥ ସୃଷ୍ଟି ହୋଇପାରିବ, ସେହି ଦ୍ରବଣୀୟତା ସାରଣୀରେ ଦିଆଯାଇଛି ।
BSE Odisha 9th Class Physical Science Solutions Chapter 2 img-1
(a) 313K ତାପମାତ୍ରାରେ 50 ଗ୍ରାମ୍ ଜଳରେ ପୋଟାସିୟମ୍ ନାଇଟ୍ରେଟ୍‌ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ କେତେ ବସ୍ତୁତ୍ଵର ପୋଟାସିୟମ୍ ନାଇଟ୍ରେଟ୍ ଆବଶ୍ୟକ ହେବ ?

(b) 353K ତାପମାତ୍ରାରେ ବନ୍ଦନା ପୋଟାସିୟମ୍ କ୍ଲୋରୋଇଡ୍‌ର ଏକ ଦ୍ରବଣ ଜଳରେ ତିଆରି କଲା ଏବଂ ସାଧାରଣ ତାପମାତ୍ରାରେ ଥଣ୍ଡା କରିବାକୁ ଛାଡ଼ିଦେଲା । ଦ୍ରବଣଟି ଥଣ୍ଡା ହେଲାପରେ ସେ କ’ଣ ପର୍ଯ୍ୟବେକ୍ଷଣ କଲା ବୁଝାଅ ।

(c) 293Kରେ ପ୍ରତ୍ୟେକ ଲବଣର ଦ୍ରବଣୀୟତାର କଳନା କର । ଏହି ତାପମାତ୍ରାରେ କେଉଁ ଲବଣର ଦ୍ରବଣୀୟତା ସର୍ବାଧ‌ିକ ?

(d) ଏକ ଲବଣର ଦ୍ରବଣୀୟତା ଉପରେ ତାପମାତ୍ରା ପରିବର୍ତ୍ତନର କ’ଣ ପ୍ରଭାବ ପଡ଼ିଥାଏ ?

ଉ –

(a) 313 K ତାପମାତ୍ରାରେ ଏକ ପୃକ୍ତ ଦ୍ରବଣ ତିଆରି ପାଇଁ
100g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍ ନାଇଟ୍ରେଟର ପରିମାଣ 62g
∴ 50g ଜଳ ଆବଶ୍ୟକ କରୁଥିବା ପୋଟାସିୟମ୍‌ର ନାଇଟ୍ରେଟର ପରିମାଣ BSE Odisha 9th Class Physical Science Solutions Chapter 2 img-2

(b) ବନ୍ଦନା ଲକ୍ଷ୍ୟ କଲାଯେ, ଦ୍ରବଣ ଥଣ୍ଡା ହେବାକୁ ଆରମ୍ଭ କଲାମାତ୍ରେ ପୋଟାସିୟମ କ୍ଲୋରାଇଡ଼ ନିମ୍ନରେ ସଂଗୃହୀତ ହେବାକୁ ଆରମ୍ଭ କଲା । କାରଣ ନିମ୍ନ ତାପମାତ୍ରାରେ ପଦାର୍ଥର ଦ୍ରବଣୀୟତା କମ୍ ହୋଇଥାଏ ।

(c) 20°C = 20 + 273K = 293K
293 K ତାପମାତ୍ରାରେ (100 ଗ୍ରାମ୍ ଜଳରେ)
ପୋଟାସିୟମ୍ ନାଇଟ୍ରେଟର ଦ୍ରବଣ1ପତା – 32 ଗ୍ରାମ୍
ପୋଡ଼ିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 36 ଗ୍ରାମ୍
ପୋଟାସିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 35 ଗ୍ରାମ୍
ଏମୋନିୟମ୍ କ୍ଲୋରାଇଡ୍‌ର ଦ୍ରବଣୀୟତା – 37 ଗ୍ରାମ୍

(d) ତାପମାତ୍ରା ବୃଦ୍ଧି ପାଇଲେ ଲବଣର ଦ୍ରବଣୀୟତା ବୃଦ୍ଧିପାଏ ।

4. ନିମ୍ନଲିଖୂତଗୁଡ଼ିକୁ ଉଦାହରଣ ଦେଇ ବୁଝାଅ ।
(a) ପୃକ୍ତ ଦ୍ରବଣ, (b) ବିଶୁଦ୍ଧ ପଦାର୍ଥ, (c) କଲଏଡ୍, (d) ସସ୍ପେନ୍‌ସନ୍ ।

ଉ –

(a) ପୃକ୍ତ ଦ୍ରବଣ – ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ କୁହାଯାଏ ।

ଉଦାହରଣ – ଜଳରେ କପର ସଲ୍‌ଫେଟ୍ ଚୂର୍ଣ ମିଶାଇ ଦ୍ରବଣକୁ ଅବିରତ ଭାବରେ ଗୋଳାଯାଉ । ଚୂର୍ଣ୍ଣଗୁଡ଼ିକ ଦ୍ରବୀଭୂତ ହୋଇଯିବ । ପୁଣି ଚୂର୍ଣ୍ଣ ମିଶାଇ ଗୋଳାଯାଉ । ଏହିପରି କ୍ରମାଗତ ଚୂର୍ଣ୍ଣ ମିଶାଇ ଗୋଳାଇଲେ, ଏପରି ଅବସ୍ଥା ଆସିବ ଯେତେବେଳେ ଆଉ ଚୂର୍ଣ୍ଣ ଦ୍ରବୀଭୂତ ନ ହୋଇ ତଳେ ବସିରହିବ । ତା’ପରେ ଦ୍ରବଣକୁ ଛାଣିଦେଲେ ଯେଉଁ ଦ୍ରବଣ ମିଳିବ, ତାହା ହେଉଛି କପର ସଲ୍‌ଫେଟ୍ରର ପୃକ୍ତ ଦ୍ରବଣ ।

(b) ବିଶୁଦ୍ଧ ପଦାର୍ଥ :
(i) ଯେଉଁ ପଦାର୍ଥ କେବଳ ଏକ ପ୍ରକାରର ଅଣୁକୁ ନେଇ ଗଠିତ ହୋଇଥାଏ ଏବଂ ପଦାର୍ଥର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ରହିଥାଏ, ତାହାକୁ ବିଶୁଦ୍ଧ ପଦାର୍ଥ କୁହାଯାଏ ।

(ii) ଚିନି ଏକ ବିଶୁଦ୍ଧ ପଦାର୍ଥ କାରଣ ଏହାର ପ୍ରତ୍ୟେକ ଅଣୁଗୁଡ଼ିକର ରାସାୟନିକ ଗୁଣ ସମାନ ଓ ଏହାର ସଂଯୋଜନ ସମସ୍ତ ଅଂଶରେ ସମାନ ରହିଥାଏ ।
ଉଦାହରଣ – ଚିନି, ଲୁଣ, ଜଳ, ଲୁହା, ତମ୍ବା, ସୁନା, ରୁପା ଇତ୍ୟାଦି ।

(c) କଲଏଡ୍ – କଲଏଡ ଦ୍ରବଣ ଓ ସସ୍ପେନ୍‌ସନ୍ ର ଏକ ମାଧ୍ୟ ଅବସ୍ଥା । କଲଏଡ୍ ଏକ ଅସମଜାତୀୟ ମିଶ୍ରଣ, ଯାହାର କଣିକାଗୁଡ଼ିକର ଆକାର (1nm ରୁ 100nm ମଧ୍ୟରେ) ଖାଲି ଆଖୁରେ ଦେଖୁବା ପାଇଁ ଖୁବ୍‌ ଛୋଟ ହୋଇଥାଏ କିନ୍ତୁ ଆଲୋକକୁ ବିସରିତ କରିବା ପାଇଁ ଆବଶ୍ୟକୀୟ ଆକାରଠାରୁ ଅଧିକ ହୋଇଥାଏ ।
ଉଦାହରଣ – ସାବୁନ ମିଶ୍ରିତ ଜଳ, ଅଠା, କ୍ଷୀର, ଏଲୟ ଆଦି କଲଏଡ଼ର ଉଦାହରଣ ଅଟନ୍ତି ।

(d) ସସ୍ପେନସନ୍ – ଦ୍ରାବକରେ ଯେଉଁ ଦ୍ରବ ଦ୍ରବୀଭୂତ ହୁଏ ନାହିଁ ଓ ଯାହାର କଣିକାଗୁଡ଼ିକ ଖାଲି ଆଖୁକୁ ଦେଖାଯାଏ ଏବଂ ଭାସମାନ ଅବସ୍ଥାରେ ଧୀରେ ଧୀରେ ନିମ୍ନରେ ବସିଯାଏ । ତାହାକୁ ସସ୍ପେନ୍ ସନ୍ କୁହାଯାଏ । ସସ୍ପେନସନ୍ ହେଉଛି ତରଳରେ କଠିନର ଏକ ଅସମଜାତୀୟ ମିଶ୍ରଣ । ଏଥ‌ିରେ କଣିକାଗୁଡ଼ିକ ଦ୍ରବୀଭୂତ ହୋଇନଥାଏ ।

ଉଦାହରଣ – ବନ୍ୟାଜଳ, ଚକ୍‌ଗୁଣ୍ଡ ମିଶାପାଣି ଆଦି ସସ୍ପେନସନ୍‌ ଉଦାହରଣ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

5. ନିମ୍ନଲିଖୂତ ପ୍ରତ୍ୟେକକୁ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର । ସୋଡ଼ାପାଣି, କାଠ, ବାୟୁ, ମାଟି, ଭିନେଗାର, ଛଣା ଚାହା ।
ଉ –
ସମଜାତୀୟ ମିଶ୍ରଣ – ସୋଡ଼ାପାଣି, ବାୟୁ, ଭିନେଗାର, ଛଣା ଚାହା
ଅସମଜାତୀୟ ମିଶ୍ରଣ – ମାଟି, କାଠ

6. ତୁମକୁ ଦିଆଯାଇଥବା ଏକ ରଙ୍ଗହୀନ ତରଳ, ବିଶୁଦ୍ଧ ପାଣି ବୋଲି କିପରି ଜାଣିବ ?
ଉ –

  • ପାତନ ଯନ୍ତ୍ରରେ ଉକ୍ତ ରଙ୍ଗହୀନ ତରଳ ପଦାର୍ଥକୁ ନେଇ ତା ମଧ୍ୟରେ ଏକ ଥର୍ମୋମିଟରକୁ ବୁଡ଼ାଇ ରଖ୍ ଉକ୍ତ ପଦାର୍ଥକୁ ଉତ୍ତପ୍ତ କରାଯାଉ ।
  • ଥର୍ମୋମିଟରର ତାପମାତ୍ରା 100°C କିମ୍ବା 373K ତାପମାତ୍ରାରେ ପହଞ୍ଚିଲା ପରେ ଯଦି ସମସ୍ତ ତରଳ ପଦାର୍ଥ ଫୁଟିବାକୁ ଲାଗେ ଓ ବାଷ୍ପୀଭୂତ ହୋଇଯାଏ, ତେବେ ଏହା ବିଶୁଦ୍ଧ ଜଳ ବୋଲି ଜଣାପଡ଼ିବ ।
  • ଯେତେ ତାପ ପ୍ରୟୋଗ କଲେ ମଧ୍ୟ ଥର୍ମୋମିଟର ତାପମାତ୍ରା 100°C ରୁ ଅଧ‌ିକ ହେବ ନାହିଁ, ତେବେ ଏହା ବିଶୁଦ୍ଧ ଜଳ ନୁହେଁ ବୋଲି ଜଣାପଡ଼ିବ ।

7. ନିମ୍ନଲିଖତ କେଉଁ ଦ୍ରବ୍ୟଗୁଡ଼ିକ ବିଶୁଦ୍ଧ ପଦାର୍ଥ ?
(a) ବରଫ (b) କ୍ଷୀର (c) ଲୁହା (d) ଲବଣାର୍ମି (e) କାସିୟମ୍ ଅକ୍‌ସାଇଡ୍ (f) ପାରଦ (g) ଇଟା (h) କାଠ (i) ବାୟୁ ।
ଉ –
ବିଶୁଦ୍ଧ ପଦାର୍ଥ – ବରଫ, ଲୁହା, ଲବଣାମ୍ଳ, କ୍ୟାଲ୍‌ସିୟମ୍ ଅକ୍‌ସାଇଡ୍,

8. ନିମ୍ନଲିଖୁତ ମିଶ୍ରଣମାନଙ୍କ ମଧ୍ୟରୁ ଦ୍ରବଣଗୁଡ଼ିକୁ ଚିହ୍ନାଅ ।
(a) ମାଟି (b) ସମୁଦ୍ରଜଳ (c) ବାୟୁ (d) କୋଇଲା (e) ସୋଡ଼ା ପାଣି
ଉ –
ଦ୍ରବଣ – ସମୁଦ୍ରଜଳ ଓ ସୋଡ଼ାପାଣି ।

9. ନିମ୍ନଲିଖତ କେଉଁ ଉଦାହରଣରେ ଟିଣ୍ଡାଲ ସିଦ୍ଧାନ୍ତ ଦେଖୁହେବ ।
(a) ଲୁଣ ଦ୍ରବଣ (b) କ୍ଷୀର (c) କପର ସଲ୍‌ଟ୍ ଦ୍ରବଣ (d) ଷ୍ଟାର୍ଚ୍ଚ
ଉ –
କ୍ଷୀର ଓ ଷ୍ଟାର୍କ ଦ୍ରବଣରେ ଟାଇଣ୍ଡାଲ ପ୍ରଭାବ ଦେଖୁହେବ ।

10. ନିମ୍ନଲିଖତ ଦ୍ରବ୍ୟଗୁଡ଼ିକୁ ମୌଳିକ, ଯୌଗିକ ଓ ମିଶ୍ରଣ ଭାବେ ଶ୍ରେଣୀବିଭାଗ କର ।
(a) ସୋଡ଼ିୟମ୍‌ (b) ମାଟି (c) ଚିନି ଦ୍ରବଣ (d) ରୁପା (e) କାଲସିୟମ୍ କାର୍ବୋନେଟ୍ (f) ଟିଣ (g) ସିଲିକନ୍ (h) କୋଇଲା (i) ବାୟୁ (j) ସାବୁନ (k) ମିଥେନ (l) କାର୍ବନ୍ ଡାଇଅକ୍‌ସାଇଡ୍ (m) ରକ୍ତ ।
ଉ –
ମୌଳିକ – ସୋଡ଼ିୟମ୍‌ (Na), ରୁପା (Ag), ଟିଣ (Sn), ସିଲିକନ୍ (Si)
ଯୌଗିକ – କ୍ୟାଲ୍‌ସିୟମ୍ କାର୍ବୋନେଟ୍ (CaCO3), ମିଥେନ୍ (CH4), କାର୍ବନ ଡାଇଅକ୍‌ସାଇଡ୍
ମିଶ୍ରଣ – ମାଟି, ଚିନି ଦ୍ରବଣ, ବାୟୁ, ସାବୁନ, ରକ୍ତ, କୋଇଲା

11. ନିମ୍ନଲିଖ ମଧ୍ୟରୁ କେଉଁଗୁଡ଼ିକ ରାସାୟନିକ ପରିବର୍ତ୍ତନ ?
ଉ –

  • ଏକ ଗଛର ବୃଦ୍ଧି
  • ଲୁହାରେ କଳଙ୍କି ଲାଗିବା
  • ଲୁହା ଗୁଣ୍ଡ ଓ ବାଲି ମିଶିବା
  • ଖାଦ୍ୟ ଚାନ୍ଦିବା
  • ଖାଦ୍ୟ ହଜମ ହେବା
  • ଜଳ ବରଫ ହେବା
  • ମହମବତୀ ଜଳିବା ।
    ରାସାୟନିକ ପରିବର୍ତ୍ତନ – ଗଛର ବୃଦ୍ଧି, ଲୁହାରେ କଳଙ୍କି ଲାଗିବା, ଖାଦ୍ୟ ରାନ୍ଧିବା, ଖାଦ୍ୟ ହଜମ ହେବା ମହମବତୀ ଜଳିବା ।

ପ୍ରଶ୍ନବଳୀ ଓ ଉତ୍ତର:

1. ପଦାର୍ଥ (Substance) କହିଲେ କ’ଣ ବୁଝ ?
ଉ-
ବସ୍ତ୍ର ହେଉଛି ଏକପ୍ରକାର ପଦାର୍ଥ ଯାହାକୁ ଭୌତିକ ଉପାୟରେ ଅନ୍ୟପ୍ରକାର ପଦାର୍ଥକୁ ପୃଥକ କରାଯାଇପାରିବ ।

ଉଦାହରଣ : ଖାଇବା ଲୁଣ (NaCl) ଏକ ବସ୍ତ ଯାହାର ରାସାୟନିକ ଉପାଦାନ, ଯଥା – ସୋଡିୟମ୍ (Na) ଓ କ୍ଲୋରିନ୍ (C) କୁ ଭୌତିକ ପ୍ରକ୍ରିୟାଦ୍ଵାରା ପୃଥକ୍ କରିହେବ ନାହିଁ ।

2. ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥ‌ିବା ପାର୍ଥକ୍ୟଗୁଡ଼ିକ ଲେଖ ।
ଉ-
BSE Odisha 9th Class Physical Science Solutions Chapter 2 img-3

3. ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ କ’ଣ ହେବ ?
ଉ-
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗୋଟିଏ ପୃକ୍ତ ଦ୍ରବଣ ନେଇ ତାହାକୁ ଧୀରେ ଧୀରେ ଥଣ୍ଡା କଲେ ତାହାର ଗାଢ଼ତା ବୃଦ୍ଧି ପାଇବ, ଅର୍ଥାତ୍ ଆମେ ଏକ ଗାଢ଼ ଦ୍ରବଣ ପାଇବା; କାରଣ ଏଥିରେ ଦ୍ରବର ପରିମାଣ ଅଧିକ ରହିଛି ।
BSE Odisha 9th Class Physical Science Solutions Chapter 2 img-4

4. ଉଦାହରଣ ସହ ସମଜାତୀୟ ଓ ଅସମଜାତୀୟ ମିଶ୍ରଣ ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଅ ।
ଉ-
BSE Odisha 9th Class Physical Science Solutions Chapter 2 img-5

5. ସୋଲ, ଦ୍ରବଣ ଓ ଭାସମାନ କଣିକା ପରସ୍ପରଠାରୁ କିପରି ପୃଥକ୍, ବୁଝାଇ ଦିଅ ।
ଉ-
BSE Odisha 9th Class Physical Science Solutions Chapter 2 img-6

6. 293 K ତାପମାତ୍ରାରେ 100 ଗ୍ରାମ୍ ଜଳରେ 36 ଗ୍ରାମ୍‌ର ସୋଡ଼ିୟମ୍ କ୍ଲୋରାଇଡ୍ ମିଶାଇ ଏକ ପୃକ୍ତ ଦ୍ରବଣ ପ୍ରସ୍ତୁତ କରାଗଲା । ଏହାର ଗାଢ଼ତା ଉପରୋକ୍ତ ତାପମାତ୍ରାରେ ନିର୍ଣ୍ଣୟ କର ।
ଉ-
ଦ୍ରବ(ସୋଡ଼ିୟମ କ୍ଲୋରାଇଡ୍)ର ବସ୍ତୁତ୍ଵ = 36 ଗ୍ରାମ୍, ଦ୍ରାବକ(ଜଳ)ର ବସ୍ତତ୍ଵ = 100 ଗ୍ରାମ୍
ଦ୍ରବଣର ବସ୍ତୁତ୍ଵ = ଦ୍ରବର ବସ୍ତତ୍ଵ + ଦ୍ରାବକର ବସ୍ତତ୍ଵ = 100 + 36 = 136 ଗ୍ରାମ୍ ।
∴ ଦ୍ରବଣର ବସ୍ତୁତ୍ୱ ଶତକଡା ବା ଗାଢ଼ତା  BSE Odisha 9th Class Physical Science Solutions Chapter 2 img-7
× 100 = \(\frac { 36g }{ 136g }\) x 100 = 26.47%

7. ବାୟୁରେ ଥ‌ିବା ବିଭିନ୍ନ ଗ୍ୟାସ୍‌ଗୁଡ଼ିକୁ ସେମାନଙ୍କର ସ୍ଫୁଟନାଙ୍କର ବଦ୍ଧିତକ୍ରମରେ ସଜାଅ ।
ଉ-
BSE Odisha 9th Class Physical Science Solutions Chapter 2 img-8

8. ବାୟୁ ଥଣ୍ଡା ହେଲାବେଳେ କେଉଁ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ?
ଉ-
ଆଂଶିକ ପାତନ ସ୍ତମ୍ଭରେ ବାୟୁ ଥଣ୍ଡା ହେଲାବେଳେ ଅକ୍ସିଜେନ୍ ଗ୍ୟାସ୍ ପ୍ରଥମେ ତରଳରେ ପରିଣତ ହୁଏ ।

9. ତୁମେ କିପରି ପରସ୍ପର ସହିତ ମିଶି ଯାଉଥବା କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ପୃଥକ୍ କରିପାରିବ ?
(ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25°C ରୁ ଅଧ‌ିକ)
ଉ-

  • କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀ ବ୍ୟବହାର କରି ପୃଥକ୍ କରାଯାଇ ପାରିବ । କାରଣ ଉଭୟ ତରଳ ବିଘଟିତ ନହୋଇ ଫୁଟିଥା’ନ୍ତି ଏବଂ ସେମାନଙ୍କର ସ୍ଫୁଟନାଙ୍କ ମଧ୍ୟରେ ଯଥେଷ୍ଟ ପାର୍ଥକ୍ୟ ଥାଏ ।
  • କିରୋସିନିର ସ୍ଫୁଟନାଙ୍କ ପରିସର 170°C ରୁ 250°C ଏବଂ ପେଟ୍ରୋଲର ସ୍ଫୁଟନାଙ୍କ ପରିସର 30°C ରୁ 170°C |
  • ଆଂଶିକ ପାତନ ଯନ୍ତ୍ରରେ କିରୋସିନି ଓ ପେଟ୍ରୋଲର ମିଶ୍ରଣକୁ ଉତ୍ତପ୍ତ କରାଗଲେ, ଏହା ବାଷ୍ପରେ ପରିଣତ ହୋଇଥାଏ । ଏକ ନିର୍ଦ୍ଦିଷ୍ଟ ସ୍ଫୁଟନାଙ୍କ ବିଶିଷ୍ଟ ଉତ୍ତପ୍ତ ବାଷ୍ପ ପାତନ ଯନ୍ତ୍ରରେ ଘନୀଭୂତ ହୋଇ ତରଳରେ ପରିଣତ ହୋଇଥାଏ ।
  • ପ୍ରଥମେ କିରୋସିନି 170°Cରୁ 250°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ଆଂଶିକ ପାତନ ଯନ୍ତ୍ରର ଏକ କୋଠରିରେ ଜମା ହୋଇଥାଏ ।
  • ତା’ପରେ ପେଟ୍ରୋଲ 70°C ରୁ 170°C ସ୍ଫୁଟନାଙ୍କ ପରିସରରେ ଘନୀଭୂତ ହୋଇ ତରଳ ଅବସ୍ଥା ପ୍ରାପ୍ତ ହୋଇଥାଏ ଏବଂ ପାତନ ଯନ୍ତ୍ରର ଅନ୍ୟ ଏକ କୋଠରିରେ ଜମା ହୁଏ ।

10. ନିମ୍ନ ପ୍ରଦତ୍ତ ପ୍ରଶ୍ନରେ ପୃଥକ୍ କରିବା କୌଶଳମାନଙ୍କର ନାମ ଲେଖ । ପୃଥକ୍ କରିବା କୌଶଳର ନାମ
ଉ-

  • ଦହିରୁ ଲହୁଣୀ → କେନ୍ଦ୍ରାପସାରଣ
  • ସମୁଦ୍ରଜଳରୁ ଲୁଣ → ବାଷ୍ପୀଭବନ ଓ ସ୍ଫଟିକୀକରଣ
  • ଲୁଣରୁ କର୍ପୂର → ଊର୍ଷପାତନ

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

11. ସ୍ଫଟିକୀକରଣର କୌଶଳଦ୍ଵାରା କେଉଁ ପ୍ରକାର ମିଶ୍ରଣମାନଙ୍କୁ ପୃଥକ୍ କରାଯାଇଥାଏ ?
ଉ-

  • ସମୁଦ୍ର ଜଳ ଏକ ସମଜାତୀୟ ମିଶ୍ରଣ । ଏହି ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।
  • ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ । ଅଶୁଦ୍ଧ ନମୁନାରୁ ବିଶୁଦ୍ଧ କପର ସଲ୍‌ଫେଟ୍ (ଫିଟିକିରି) ପାଇବାପାଇଁ ମଧ୍ୟ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ ।

12. ନିମ୍ନଲିଖତ ପରିବର୍ତ୍ତନଗୁଡ଼ିକୁ ରାସାୟନିକ ବା ଭୌତିକ ଆକାରରେ ଶ୍ରେଣୀବିଭାଗ କର ।

  • ଗଛ କାଟିବା ।
  • ଆଲମାରୀରେ କଳଙ୍କି ଲାଗିବା (rusting) ।
  • ଜଳ ମଧ୍ୟରେ ବିଦ୍ୟୁତ୍ ସ୍ରୋତ ପ୍ରବାହିତ କରାଇବାଦ୍ଵାରା ଜଳ ହାଇଡ୍ରୋଜେନ୍ ଓ ଅକ୍‌ସିଜେନ୍ ଗ୍ୟାସ୍‌ରେ ପରିଣତ ହେବା ।
  • ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା ।
  • କାଗଜ ଓ କାଠକୁ ଜାଳିବା ।
  • ତାୱାରେ ଲହୁଣୀକୁ ତରଳାଇବା |
  • ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
  • କଞ୍ଚାଫଳରୁ ଏକ ଫଳସାଲାଡ଼ ତିଆରି କରିବା

ଉ-
ଭୌତିକ ପରିବର୍ତ୍ତନ

  • ଗଛ କାଟିବା ।
  • ତାୱାରେ ଲହୁଣୀକୁ ତରଳାଇବା |
  • ଜଳର ସ୍ଫୁଟନ ଓ ବାଷ୍ପର ସୃଷ୍ଟି ।
  • ଜଳରେ ସାଧାରଣ ଲୁଣ ଦ୍ରବୀଭୂତ ହେବା |

ରାସାୟନିକ ପରିବର୍ତ୍ତନ

  • ଆଲମାରୀରେ କଳଙ୍କି ଲାଗିବା (rusting) ।
  • ଜଳ ମଧ୍ୟରେ ବିଦ୍ୟୁତ୍ ପ୍ରବାହିତ କରାଇବା ଦ୍ଵାରା
  • ଜଳ ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ଗ୍ୟାସ୍‌ରେ
  • ପରିଣତ ହେବା

କଞ୍ଚାଫଳରୁ ଏକ ଫଳ ସାଲାଡ୍ ତିଆରି କରିବା । କାଗଜ ଓ କାଠକୁ ଜାଳିବା

13. ତୁମ ଚାରିପଟେ ଥିବା ପଦାର୍ଥମାନଙ୍କୁ ବିଶୁଦ୍ଧ ପଦାର୍ଥ କିମ୍ବା ମିଶ୍ରଣ ଭାବରେ ଅଲଗା ଅଲଗା କର
ଉ-
BSE Odisha 9th Class Physical Science Solutions Chapter 2 img-9

କାର୍ଯ୍ୟାବଳୀ (Activity)

ତୁମପାଇଁ କାମ 2.1 :

ଗୋଟିଏ ଶ୍ରେଣୀର ପିଲାମାନଙ୍କୁ A, B, C, D ନାମକ ଚାରୋଟି ଗ୍ରୁପ୍‌ରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଏକ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ । B ଗ୍ରୁପ୍‌ର ପିଲାମାନଙ୍କୁ ଏକ ବିକରରେ 50 ମି.ଲି. ଜଳ ଓ ଦୁଇ ଚାମଚ କପର ସଲ୍‌ଫେଟ୍ ଗୁଣ୍ଡ ଦିଆଯାଉ ।
ଗ୍ରୁପ୍ C ଓ D ର ପିଲାମାନଙ୍କୁ ଭିନ୍ନ ପରିମାଣର କପର ସଲ୍‌ଫେଟ୍ ଏବଂ ପୋଟାସିୟମ୍ ପରମାଙ୍ଗାନେଟ୍ କିମ୍ବା ସାଧାରଣ ଲୁଣ (ସୋଡ଼ିୟମ୍‌ କ୍ଲୋରାଇଡ୍) ଦିଆଯାଉ । ସେମାନେ ନେଇଥିବା ଉପାଦାନଗୁଡ଼ିକୁ ମିଶାଇ ଅଲଗା ଅଲଗା ମିଶ୍ରଣ ପ୍ରସ୍ତୁତ କରନ୍ତୁ ।

ପର୍ଯ୍ୟବେକ୍ଷଣ :
ସବୁ ଗ୍ରୁପ୍‌ର ପିଲାମାନେ ମିଶ୍ରଣର ରଙ୍ଗ ଓ ରୂପବିନ୍ୟାସ ସଂପର୍କରେ ତଥ୍ୟ ସଂଗ୍ରହ କର ।
ଉ –

  • ଗ୍ରୁପ୍ A ଓ Bର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ (composition) ସବୁ ଅଂଶରେ ସମାନ । ଏହି ପ୍ରକାର ମିଶ୍ରଣକୁ ସମଜାତୀୟ (Homogeneous) ମିଶ୍ରଣ ବା ଦ୍ରବଣ କୁହାଯାଏ । ଚିନିପାଣି, ଲୁଣପାଣି ଆଦି ସମଜାତୀୟ ମିଶ୍ରଣର ଉଦାହରଣ ଅଟେ ।
  • କିନ୍ତୁ Bର ପିଲାମାନେ ପ୍ରସ୍ତୁତ କରିଥିବା କପର ସଲଫେଟ୍ ମିଶ୍ରଣର ରଙ୍ଗ ଗ୍ରୁପ୍ A ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣଠାରୁ ଅଧିକ ଗାଢ଼ ଅଟେ ।
    ସିଦ୍ଧାନ୍ତ : ଏଥରୁ ଜଣାଯାଏ ଯେ, ଏକ ସମଜାତୀୟ ମିଶ୍ରଣର ସଂଯୋଜନ ପରିବର୍ତ୍ତନଶୀଳ ହୋଇପାରେ ।
  • ଗ୍ରୁପ୍ C ଓ D ର ପିଲାମାନେ ପ୍ରସ୍ତୁତ କରିଥିବା ମିଶ୍ରଣର ସଂଯୋଜନ ସବୁ ଅଂଶରେ ସମାନ ନୁହେଁ । ଏପ୍ରକାରର ମିଶ୍ରଣକୁ ଅସମଜାତୀୟ (Heterogeneous) ମିଶ୍ରଣ କୁହାଯାଏ ।
    ଉଦାହରଣ : ସୋଡ଼ିୟମ୍ କ୍ଲୋରାଇଡ୍ ଓ ଲୁହାଗୁଣ୍ଡର ମିଶ୍ରଣ, ଲୁଣ ଓ ଗନ୍ଧକର ମିଶ୍ରଣ, ତେଲ ଓ ଜଳର ମିଶ୍ର ମିଶ୍ରଣ ଇତ୍ୟାଦି ଅସମଜାତୀୟ ମିଶ୍ରଣର ଉଦାହରଣ ଅଟେ
    ସିଦ୍ଧାନ୍ତ : ଏକ ଅସମଜାତୀୟ ମିଶ୍ରଣର ଅଲଗା ଅଲଗା ଅଂଶ ରହିଥାଏ ।

ତୁମପାଇଁ କାମ 2.2 :
ପୁଣି ଥରେ ଶ୍ରେଣୀର ପିଲାମାନଙ୍କୁ ଚାରୋଟି ଗ୍ରୁପ୍ A, B, C ଓ D ନାମରେ ବିଭକ୍ତ କରାଯାଉ । A ଗ୍ରୁପ୍‌ର ପିଲାମାନଙ୍କୁ ଅଳ୍ପ ପରିମାଣର କପର ସଲ୍‌ଫେଟ୍ ସ୍ଫଟିକ, ଗ୍ରୁପ୍ Bର ପିଲାମାନଙ୍କୁ ପୂରା ଚାମଚ କପର ସଲ୍‌ଫେଟ୍, ଗ୍ରୁପ୍ C ର ପିଲାମାନଙ୍କୁ ଚକ୍‌ଗୁଣ୍ଡ ବା ଅଟାଗୁଣ୍ଡ ଏବଂ ଗ୍ରୁପ୍ Dର ପିଲାମାନଙ୍କୁ ଅଳ୍ପ କେତେ ଟୋପା କ୍ଷୀର ବା କାଳି ଦିଆଯାଉ । ପ୍ରତ୍ୟେକ ଗ୍ରୁପ୍ ପାତ୍ରରେ ଜଳ ନେଇ ସେମାନଙ୍କୁ ଦିଆଯାଇଥିବା ପଦାର୍ଥଗୁଡ଼ିକୁ ସେଥୁରେ ମିଶାଇ କାଚ ରଡ୍ ସାହାଯ୍ୟରେ ଗୋଳାନ୍ତୁ ।

ପର୍ଯ୍ୟବେକ୍ଷଣ : ମିଶ୍ରଣର କଣିକାଗୁଡ଼ିକ ଆଖୁକୁ ଦେଖାଯାଉଛି କି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉ ନାହିଁ; କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣର କଣିକା ଆଖୁକୁ ଦେଖାଯାଉଛି ।

ଗୋଟିଏ ଟର୍ଚ୍ଚରୁ ନିର୍ଗତ ଆଲୋକ ରଶ୍ମିକୁ ବିକରରେ ଥିବା ମିଶ୍ରଣ ଉପରେ ଗୋଟିଏ ପଟରୁ ପକାଇ ଅନ୍ୟ ପଟରୁ ଲକ୍ଷ୍ୟ କର । ଆଲୋକ ରଶ୍ମିର ଗତିପଥ ଦେଖାଯାଉଛି କି ?

ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ନାହିଁ । ଗ୍ରୁପ୍ C ଓ D ପ୍ରସ୍ତୁତ କରିଥିବା ମିଶ୍ରଣରେ ଆଲୋକ ରଶ୍ମିର ଗତିପଥ ଦେଖାଯିବ ।

ମିଶ୍ରଣକୁ କିଛି ସମୟ ପାଇଁ ସ୍ଥିର ରଖାଯାଉ । ମିଶ୍ରଣଟି ସ୍ଥିର ରହିଛି ନା ତା’ର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ଆବଶ୍ୟକ କରୁଛି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣଗୁଡ଼ିକ ସ୍ଥିର ରହିବ । କିନ୍ତୁ ଗ୍ରୁପ୍ ୯ ପ୍ରସ୍ତୁତ କରିଥିବା ମିଶ୍ରଣର କଣିକାଗୁଡ଼ିକୁ ବିକରର ନିମ୍ନରେ ବସିଯିବା ପାଇଁ କିଛି ସମୟ ନେବେ ।

ମିଶ୍ରଣକୁ ଫିଲ୍ଟର କାଗଜ ବ୍ୟବହାର କରି ଛାଣ । ଫିଲ୍ଟର କାଗଜରେ କିଛି ଅବଶେଷ ରହିଛି କି ?

ଗ୍ରୁପ୍ A, B ଓ D ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍ଟର କାଗଜରେ ଛାଣିଲେ କିଛି ଅବଶେଷ ରହିବ ନାହିଁ । କିନ୍ତୁ ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣକୁ ଫିଲ୍‌ଟର କାଗଜରେ ଛାଣିଲେ ଅବଶେଷ ରହିଯିବ ।
ସିଦ୍ଧାନ୍ତ : : ଗ୍ରୁପ୍ A ଓ B ପ୍ରସ୍ତୁତ କରିଥିବା ମିଶ୍ରଣ ଦ୍ରବଣ, ଗ୍ରୁପ୍ C ପ୍ରସ୍ତୁତ କରିଥିବା ମିଶ୍ରଣ ସସ୍ପେନ୍ ସନ ଏବଂ ଗ୍ରୁପ୍ D ପ୍ରସ୍ତୁତ କରିଥିବା ମିଶ୍ରଣ କଲଏଡ୍ ଅଟେ ।

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.3 :

ଦୁଇଟି ବିକରରେ ପାଖାପାଖୁ 50 ମି.ଲି. ଲେଖାଏଁ ଜଳ ନିଆଯାଉ । ଗୋଟିଏ ବିକରରେ ଲୁଣ ଓ ଅନ୍ୟ ବିକରରେ ଚିନି ମିଶାଇ ଲଗାତର ଭାବେ ଗରମ କରାଯାଉ । ଯେତେବେଳେ ଆଉ ଅଧ୍ବକ ଦ୍ରବ ମିଶିପାରିବ ନାହିଁ, ସେତେବେଳେ ବିକରକୁ ଗରମ କରି ସେଥ‌ିରେ ଥ‌ିବା ଦ୍ରବଣର ତାପମାତ୍ରା ପ୍ରାୟ 5°C ବୃଦ୍ଧି କରାଯାଉ । ପୁନଶ୍ଚ ସେଥୁରେ ଦ୍ରବ ମିଶାଇବା ଆରମ୍ଭ କରାଯାଉ ।

ପର୍ଯ୍ୟବେକ୍ଷଣ :
ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ କ’ଣ ସମାନ ?

ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଜଳରେ ଦ୍ରବୀଭୂତ ହୋଇପାରୁଥିବା ଲୁଣ ଓ ଚିନିର ପରିମାଣ ଅସମାନ ।
ସିଦ୍ଧାନ୍ତ : ଏକ ନିର୍ଦ୍ଦିଷ୍ଟ ତାପମାତ୍ରାର ଏକ ପ୍ରଦତ୍ତ ଦ୍ରାବକରେ ଭିନ୍ନ ଭିନ୍ନ ବସ୍ତର ଦ୍ରବଣୀୟତା ଭିନ୍ନ ଭିନ୍ନ ହୋଇଥାଏ ।

ପୃକ୍ତ ଦ୍ରବଣ :

  • ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଯେତେବେଳେ ଦ୍ରବଣରେ ଆଉ ଅଧିକ ଦ୍ରବ ଦ୍ରବୀଭୂତ ହୋଇପାରିବ ନାହିଁ, ତାହାକୁ ପୃକ୍ତ ଦ୍ରବଣ (Saturated solution) କୁହାଯାଏ ।
  • ଗୋଟିଏ ପୃକ୍ତ ଦ୍ରବଣରେ ଏହି ତାପମାତ୍ରାରେ ଯେଉଁ ପରି ମାଣର ଦ୍ରବ ରହିଥାଏ, ତାହାକୁ ଦ୍ରବଣୀୟତା (Solubility) କୁହାଯାଏ ।

ଅପରିପୃକ୍ତ ଦ୍ରବଣ :

  • ଯଦି ଗୋଟିଏ ଦ୍ରବଣରେ ଦ୍ରବର୍ ପରିମାଣ ଏହାର ପୃକ୍ତ ସ୍ତରଠାରୁ କମ୍ ଥାଏ ତେବେ ତାହାକୁ ଅପରିପୃକ୍ତ 996 (Unsaturated solution)
  • ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣ (ବସ୍ତୁତ୍ଵ କିମ୍ବା ଆୟତନ)ର ଦ୍ରବଣ ବା ଦ୍ରାବକରେ ଦ୍ରବୀଭୂତ ହୋଇଥିବା ଦ୍ରବର ପରିମାଣଦ୍ଵାରା ଦ୍ରବଣର ଗାଢ଼ତା ପ୍ରକାଶ କରାଯାଏ ।

ତୁମପାଇଁ କାମ 2.4 :
ଗୋଟିଏ ବିକରର ଅଧା ପର୍ଯ୍ୟନ୍ତ ପାଣିନେଇ ଏକ ୱାଚ୍ ଗ୍ଲାସ୍ ଉପରେ ରଖାଯାଉ । କିଛି ବୁନ୍ଦା କାଳି ଏହି ୱାଚ୍ ଗ୍ଲାସ୍ ଉପରେ ରଖ୍ ବିକରଟିକୁ ଗରମ କରାଯାଉ । ୱାସ୍‌ରୁ ବାଷ୍ପୀଭବନ ହେବାକୁ ଆରମ୍ଭ କରିବ । ଗରମ କରିବା ଚାଲୁରଖୁଲେ ବାଷ୍ପୀଭବନ ଘଟିବ ଏବଂ ଗରମ କରିବା ବନ୍ଦ କରିଦେଲେ ୱାଚ୍ ଗ୍ଲାସ୍‌ରେ ଅଧିକ କିଛି ପରିବର୍ତ୍ତନ ହେବ ନାହିଁ ।

ପର୍ଯ୍ୟବେକ୍ଷଣ :

ୱାଚ୍ ଗ୍ଲାସ୍‌ରୁ କିଏ ବାଷ୍ପୀଭୂତ ହୋଇଛି ବୋଲି ଭାବୁଛ ?
ଉ –
ୱାଚ୍ ଗ୍ଲାସ୍‌ରୁ ଜଳ ବାଷ୍ପୀଭୂତ ହୋଇଛି ।

ୱାଚ୍ ଗ୍ଲାସ୍‌ରେ କିଛି ଅବଶେଷ ରହିଛି କି ?
ଉ –
ୱାଚ୍ ଗ୍ଲାସ୍‌ରେ ରଞ୍ଜକର ଅବଶେଷ ରହିଛି ।

ତୁମର ମତ କ’ଣ ? କାଳି ଗୋଟିଏ ଏକକ ବସ୍ତୁ (ଶୁଦ୍ଧ) ନା ଏକ ମିଶ୍ରଣ ?
ଉ –
କାଳି ଜଳରେ ରଞ୍ଜକର ଏକ ମିଶ୍ରଣ ।

ସିଦ୍ଧାନ୍ତ : ଏଥୁରୁ ଜଣାଗଲା ଯେ, କାଳି ହେଉଛି ତରଳରେ ରଙ୍ଗର ଏକ ମିଶ୍ରଣ । ବାଷ୍ପୀଭବନ ପ୍ରଣାଳୀରେ ଉଦ୍‌ବାୟୀ ଉପାଦାନ (ତରଳ ଦ୍ରାବକ)କୁ ଅଣ ଉଦ୍‌ବାୟୀ ଉପାଦାନ (ଦ୍ରବ) ଠାରୁ ପୃଥକ୍ କରିହେବ ।

BSE Odisha 9th Class Physical Science Solutions Chapter 2 img-10

(b) କ୍ଷୀରରୁ ସରର ପୃଥକୀକରଣ :

ତୁମପାଇଁ କାମ 2.5 :
ସଂପୂର୍ଣ୍ଣ ସରଥବା କ୍ଷୀର ଏକ ପରୀକ୍ଷା ନଳୀରେ ନିଆଯାଉ । ଦୁଇ ମିନିଟ୍ ପାଇଁ ଏକ ସେଣ୍ଟ୍ରିଫ୍ୟୁଜିଂ ଯନ୍ତ୍ର (Centrifusing machine) ବା ମନ୍ଥନ ଦଣ୍ଡ ସାହାଯ୍ୟରେ ଏହାକୁ ଘୂର୍ଣ୍ଣନ କରାଯାଉ ।

ପର୍ଯ୍ୟବେକ୍ଷଣ :

କ୍ଷୀରକୁ ମନ୍ଥନ କରିସାରିବା ପରେ ତୁମେ କ’ଣ ଲକ୍ଷ୍ୟ କଲ ?
ଉ –
କ୍ଷୀରକୁ ମନ୍ଥନ କରିସାରିବା ପରେ କ୍ଷୀରରୁ ସର ପୃଥକ୍ ହୋଇଯାଏ ।

କ୍ଷୀରରୁ ସର କିପରି ଅଲଗା କରାଯାଇ ପାରିବ, ବୁଝାଇ ଦିଅ ।
ଉ-
କେନ୍ଦ୍ରାପସାରଣ ପଦ୍ଧତିରେ ମିଶ୍ରଣର କଣିକାମାନେ ଦ୍ରୁତ ବେଗରେ ଘୂରିଲାବେଳେ ଅଧିକ ସାନ୍ଦ୍ରତା ବିଶିଷ୍ଟ କଣିକାଗୁଡ଼ିକ ତଳେ ବସିଯାଏ ଏବଂ ହାଲୁକା କଣିକାଗୁଡ଼ିକ ଉପରେ ରହିଯାଏ । ତେଣୁ ସେମାନଙ୍କର ପୃଥକୀକରଣ ହୋଇଥାଏ ।

କେନ୍ଦ୍ରାପସାରଣ ପଦ୍ଧତିର ପ୍ରୟୋଗ

  • ରୋଗନିର୍ଣ୍ଣୟ ବିଜ୍ଞାନାଗାରରେ ରକ୍ତ ଓ ମୂତ୍ର ପରୀକ୍ଷା ପାଇଁ ବ୍ୟବହୃତ ହୁଏ ।
  • ଦୁଗ୍‌ଧ ଜାତୀୟ ପଦାର୍ଥର ଉତ୍ପାଦନ କେନ୍ଦ୍ର ଓ ଘରେ ସରରୁ ଲହୁଣୀ ପ୍ରସ୍ତୁତ ପାଇଁ ବ୍ୟବହୃତ ହୁଏ ।
  • ଲୁଗାସ। ମେସିନ୍‌ରେ ଓଦା ଲୁଗାରୁ ଜଳ ଅପସାରଣ କରିବାପାଇଁ ବ୍ୟବହୃତ ହୁଏ ।
  • ଦୁଇଟି ମିଶୁନଥୁବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ :

ତୁମପାଇଁ କାମ 2.6 :
କିରୋସିନି ତେଲ ଓ ଜଳର ମିଶ୍ରଣକୁ ଏକ ପୃଥକକାରୀ ଫନେଲ୍‌ରେ ଢଳାଯାଉ । ଏହାକୁ କିଛି ସମୟ ପାଇଁ ହଲଚଲ ନ କରି ରଖୁଲେ କିରୋସିନି ଓ ଜଳର ପୃଥକ୍ ପୃଥକ୍ ସ୍ତର ସୃଷ୍ଟିହେବ । ପୃଥକ୍‌କାରୀ ଫନେଲ୍‌ର ଷ୍ଟପ୍‌କକ୍ (stopcock) ଖୋଲି ଦିଆଯାଉ ଓ ତଳସ୍ତରରେ ଥ‌ିବା ଜଳକୁ ଯତ୍ନ ସହକାରେ ତଳମୁହଁ ବାଟେ କାଢ଼ିନିଆଯାଉ । ପୃଥକ୍‌କାରୀ ଫନେଲ୍‌ର ଉପର ସ୍ତରରେ ଥିବା ତେଲ ଯେତେବେଳେ ଷ୍ଟପ୍‌କକ୍ ନିକଟକୁ ଖସିଆସିବ ସେତେବେଳେ ଷ୍ଟପ୍‌କକ୍‌କୁ ମୋଡ଼ି ପୁନର୍ବାର ବନ୍ଦ କରିଦିଆଯାଉ ।
BSE Odisha 9th Class Physical Science Solutions Chapter 2 img-11

ପର୍ଯ୍ୟବେକ୍ଷଣ : ଏଥୁରୁ ଜଣାଗଲା ଯେ, କିରୋସିନି ତେଲର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହୋଇଥିବାରୁ ତାହା ଜଳର ଉପର ସ୍ତରରେ ରହିଲା । ଫଳରେ ପୃଥକକାରୀ ଫନେଦ୍ଵାରା ଜଳ ସହଜରେ ଅଲଗା ହୋଇପାରିଲା ।

ସିଦ୍ଧାନ୍ତ : ଦୁଇଟି ମିଶି ପାରୁନଥ‌ିବା ତରଳକୁ ସେମାନଙ୍କର ସାନ୍ଦ୍ରତା ପାର୍ଥକ୍ୟ ଯୋଗୁଁ ଦୁଇଟି ସ୍ତରରେ ପୃଥକ୍ କରିହୁଏ ।

ପୃଥକକାରୀ ଫନେଲ୍ ପଦ୍ଧତିର ପ୍ରୟୋଗ :

  • ଏହା ତେଲ ଓ ଜଳର ମିଶ୍ରଣକୁ ଅଲଗା କରେ ।
  • ଲୁହାକୁ ତାହାର ଧାତୁପିଣ୍ଡରୁ ଅଲଗା କଲାବେଳେ ହାଲୁକା ଧାତୁମଳ (slag)କୁ ଉପରସ୍ତରରୁ ଅଲଗା କରି ଦିଆଯାଏ ଏବଂ ତରଳ ଲୁହା ଫର୍ସେସ୍ ତଳେ ରହିଯାଏ ।

(d) ଲୁଣ ଓ ଏମୋନିୟମ୍ କ୍ଲୋରାଇଡ୍ ମିଶ୍ରଣର ପୃଥକୀକରଣ :

  • ଏମୋନିୟମ୍ କ୍ଲୋରାଇଡ୍ ଊର୍ଦ୍ଧ୍ବପାତୀ (Sublimate) ଉଦ୍‌ୟୀ ପଦାର୍ଥ ଏବଂ ଲୁଣ ଅଣଊର୍ଷପାତୀ (non-sublimate) ପଦାର୍ଥ ଅଟେ ।
  • ଏ ପ୍ରକାର ମିଶ୍ରଣର ପୃଥକୀକରଣ ପାଇଁ ଊର୍ଦ୍ଧ୍ୱ ପାତନ ପ୍ରଣାଳୀ ଅବଲମ୍ବନ କରାଯାଏ ।
  • କେତେକ କଠିନ ଊର୍ଦ୍ଧ୍ୱ ପାତୀର ଊର୍ଦ୍ଧ୍ଵ ପାତୀର ଉଦାହରଣ ହେଲା – ଏମୋନିୟମ୍ କ୍ଲୋରାଇଡ୍, କର୍ପୂର, ନାଫ୍‌ଲିନ୍ ଏବଂ ଆନ୍ତଃସିନ୍ ।

(e) କଳା କାଳିର ରଞ୍ଜକ ଏକ ରଙ୍ଗ ବିଶିଷ୍ଟ କି ?

ତୁମପାଇଁ କାମ 2.7 :
ଫିଲ୍ ଟର କାଗଜର ଏକ ସରୁ ପଟ୍ଟ (Strip)ର ତଳଧାରରୁ ପ୍ରାୟ 3 ସେ.ମି. ଉପରେ ପେନ୍‌ସିଲ୍ ବ୍ୟବହାର କରି ଏକ ଗାର ଟଣାଯାଉ । ଗୋଟିଏ କାଳିକଲମରୁ ଏକ ଛୋଟ ବୁନ୍ଦା କାଳି ଏହି ଗାରର ମଧ୍ୟଭାଗରେ ପକାଇ ଏହାକୁ ଶୁଖୁବାକୁ ଦିଆଯାଉ । ଜଳଥିବା ଏକ ବିକର୍ ଭିତରେ ଫିଲ୍‌ଟର୍ ପେପରକୁ ପୂରାଯାଉ; ଯେପରି କାଳିବୁନ୍ଦାଟି ଜଳସ୍ତରର ଠିକ୍ ଉପରକୁ ରହିବ । ଏହାକୁ ହଲଚଲ ନ କରି ରଖାଯାଉ ।
BSE Odisha 9th Class Physical Science Solutions Chapter 2 img-12
BSE Odisha 9th Class Physical Science Solutions Chapter 2 img-13

ପର୍ଯ୍ୟବେକ୍ଷଣ :
କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କାଗଜ ଉପରେ ତୁମେ କ’ଣ ଲକ୍ଷ୍ୟ କରୁଛ ?
ଉ –
ଜଳ ଉପର କୁ ଉଠି ଲାବେଳେ ଫିଲ୍‌ ଟର କାଗଜ ଉପରେ ବିଭିନ୍ନ ରଙ୍ଗ ଦେଖାଯିବ ।

ତୁମେ କ’ଣ ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ପାଉଛି କି ?
ଉ –
ହଁ, ଫିଲ୍ଟର କାଗଜ ପଲ୍ଲୀରେ ବିଭିନ୍ନ ପ୍ରକାର ରଙ୍ଗ ମିଳିବ ।

ତୁମ ମତରେ ଫିଲ୍ଟର କାଗଜ ପଲ୍ଲୀରେ ରଙ୍ଗୀନ ଦାଗ ଉପରକୁ ଉଠିବାର କାରଣ କ’ଣ ହୋଇପାରେ

ସିଦ୍ଧାନ୍ତ :
କାଳି ବିଭିନ୍ନ ରଙ୍ଗରେ ତିଆରି ହୋଇଥିବାରୁ ଫିଲ୍ଟର କାଗଜ ପଟ୍ଟରେ ରଙ୍ଗୀନ ଦାଗ ଉପରକୁ ଉଠେ । ଏଥିରୁ ଜଣାଗଲା ଯେ, କାଳିରେ ଜଳ ଦ୍ରାବକ ଓ ରଞ୍ଜକ ହେଉଛି ଦ୍ରବ । ଜଳ ଫିଲ୍‌ଟର୍‌ କାଗଜରେ ଉପରକୁ ଉଠିଲାବେଳେ ସେହି ଜଳ ନିଜ ସାଙ୍ଗରେ ରଞ୍ଜକର କଣିକାଗୁଡ଼ିକୁ ନେଇ ଉପରକୁ ଉଠେ । ଗୋଟିଏ ରଞ୍ଜକ ସାଧାରଣତଃ ଦୁଇ ବା ତତୋଧ୍ଵକ ରଙ୍ଗର ମିଶ୍ରଣ ଅଟେ । ରଙ୍ଗର ଯେଉଁ ଉପାଦାନ ଜଳରେ ବେଶୀ ଦ୍ରବଣୀୟ ତାହା ଶୀଘ୍ର ଉପରକୁ ଉଠିଥାଏ ଏବଂ ଏହି ପ୍ରଣାଳୀରେ ରଞ୍ଜକର ରଙ୍ଗଗୁଡ଼ିକ ପୃଥକ୍ କରାଯାଏ ।

କ୍ରୋମାଟୋଗ୍ରାଫି (Chromatography) :
ଯେଉଁ ପ୍ରଣାଳୀକୁ ବ୍ୟବହାର କରି ଗୋଟିଏ ଦ୍ରାବକରେ ଦ୍ରବୀଭୂତ ହୋଇଥବା ଏକାଧ୍ୟକ ଦ୍ରବମାନଙ୍କୁ ପୃଥକ କରାଯାଏ ତାହାକୁ କ୍ରୋମୋଟାଗ୍ରାଫି କୁହାଯାଏ ।

କ୍ରୋମାଟୋଗ୍ରାଫିର ପ୍ରୟୋଗ :

  • ଏହା ରଞ୍ଜକରେ ଥ‌ିବା ରଙ୍ଗମାନଙ୍କୁ ଅଲଗା କରେ ।
  • ଏହା ପ୍ରାକୃତିକ ରଙ୍ଗରୁ ବର୍ଣ୍ଣକଣା (pigments) ମାନଙ୍କୁ ଅଲଗା କରେ ।
  • ଏହା ନିଶାଦ୍ରବ୍ୟରୁ ରକ୍ତକୁ ଅଲଗା କରେ ।

ଦୁଇଟି ମଣିଷ।ଇଥିବା ତରଳ ପଦାର୍ଥର ମିଶ୍ରଣର ପୃଥକୀକରଣ

BSE Odisha 9th Class Physical Science Solutions Chapter 2 ଆମ ଚାରିପାଖରେ ଥ‌ିବା ପଦାର୍ଥ ବିଶୁଦ୍ଧ କି

ତୁମପାଇଁ କାମ 2.8 :
ଏକ ପାତନ ଫ୍ଲାସ୍କରେ ଏସିଟୋନ୍ ଓ ଜଳର ମିଶ୍ରଣକୁ ନିଆଯାଉ । ଏଥରେ ଏକ ଥର୍ମୋମିଟର ସଂଯୋଗ କରାଯାଉ । ଥର୍ମୋମିଟର ଉପରେ ଲକ୍ଷ୍ୟ ରଖ୍ ଏହି ମିଶ୍ରଣକୁ ଧୀରେ ଧୀରେ ଗରମ କଲେ ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନସର୍‌କୁ ଚାଲିଯିବ ଓ ସେଥୁରେ ଘନୀଭୂତ ହେବ । ଏହାକୁ କଣ୍ଟେନ୍‌ସର୍‌ର ବହିଃଗମନ ପଥଦେଇ ସଂଗ୍ରହ କରିହେବ । ପାତନ ଫ୍ଲାସ୍କ ମଧ୍ୟରେ ଜଳ ରହିଯିବ ।

ପର୍ଯ୍ୟବେକ୍ଷଣ :
ମିଶ୍ରଣ ଗରମ ହେବାକୁ ଆରମ୍ଭ ହେଲାବେଳେ, ତୁମେ କ’ଣ ଦେଖିଲ ?
ଉ –
ଏସିଟୋନ୍ ବାଷ୍ପୀଭୂତ ହୋଇ କଣ୍ଟେନ୍ ସର ଆଡ଼କୁ ଗତି କଲା ।

କେଉଁ ତାପମାତ୍ରାରେ ଥର୍ମୋମିଟରର ପଠନାଙ୍କ (reading) କିଛି ସମୟ ପାଇଁ ସ୍ଥିର ରହିଲା ?
ଉ –
78.3°C

ଏସିଟୋନ୍ ର ସ୍ଫୁଟନାଙ୍କ କେତେ ?
ଉ –
78.3°C

କାହିଁକି ଦୁଇଟି ଉପାଦାନ ଅଲଗା ହେଲା ?
ଉ-
କାରଣ ଉପାଦାନ ଦୁଇଟିର ସ୍ଫୁଟନାଙ୍କ ଭିନ୍ନ ।

ସିଦ୍ଧାନ୍ତ : ଏହି ପ୍ରଣାଳୀକୁ ପାତନ କୁହାଯାଏ । ଦୁଇଟି ମିଶି ଯାଇଥବା ତରଳମାନଙ୍କର ସ୍ଫୁଟନାଙ୍କ ତାପମାତ୍ରାରେ ଯଥେଷ୍ଟ ପାର୍ଥ କ୍ୟ ଥାଏ ଓ ଉତ୍ତପ୍ତ ହୋଇ ଫୁଟିଲାବେଳେ ଅପଘଟିତ ହୁଅନ୍ତି ନାହିଁ, ସେହି ତରଳ ମିଶ୍ରଣର ଉପାଦାନଗୁଡ଼ିକୁ ପୃଥକ୍ କରିବା ପାଇଁ ଏହି ପ୍ରଣାଳୀ ବ୍ୟବହୃତ ହୁଏ ।
BSE Odisha 9th Class Physical Science Solutions Chapter 2 img-14
BSE Odisha 9th Class Physical Science Solutions Chapter 2 img-15

ଆଂଶିକ ପାତନ ପ୍ରଣାଳୀ :

  • ଯେଉଁ ଉପାଦାନଗୁଡ଼ିକର ସ୍ଫୁଟନାଙ୍କ ମଧ୍ୟରେ ପାର୍ଥକ୍ୟ 25Kରୁ କମ୍ ଅଟେ, ସେହି ପ୍ରକାରର ଦୁଇ ବା ଅଧିକ (ମିଶିଯାଇଥିବା) ତରଳମାନଙ୍କ ମିଶ୍ରଣକୁ ଆଂଶିକ ପାତନ ପ୍ରଣାଳୀରେ ପୃଥକ୍ କରାଯାଏ ।
  • ଉଦାହରଣ ସ୍ଵରୂପ, ବାୟୁରୁ ବିଭିନ୍ନ ପ୍ରକାର ଗ୍ୟାସୀୟ ଉପାଦାନକୁ ଅଲଗା କରାଯାଏ । ପେଟ୍ରୋଲିୟମ୍ ଜାତ ଦ୍ରବ୍ୟରେ ଥିବା ଛୋଟ ଛୋଟ ଅଂଶବିଶେଷକୁ ଆଂଶିକ ପାତନ ପ୍ରଣାଳୀରେ ଅଲଗା କରାଯାଏ ।

ବାୟୁରୁ ବିଭିନ୍ନ ଗ୍ୟାସ୍‌ଗୁଡ଼ିକର ପୃଥକୀକରଣ :
BSE Odisha 9th Class Physical Science Solutions Chapter 2 img-16

  • ବାୟୁ ହେ ଉଛି ଏକ ସମଜାତୀୟ ମିଶ୍ରଣ ।
  • ଆଂଶିକ ପାତନ ପ୍ରଣାଳୀରେ ବାୟୁ ମଧ୍ୟରେ ଥ‌ିବା ଉପାଦାନଗୁଡ଼ିକୁ ଅଲଗା କରାଯାଏ ।
  • ବାୟୁରୁ ଏକ ନିର୍ଦ୍ଦିଷ୍ଟ ଗ୍ୟାସ୍‌ ପାଇବାକୁ ହେଲେ ବାୟୁରେ ରହିଥ‌ିବା ଅନ୍ୟ ସମସ୍ତ ଗ୍ୟାସ୍‌କୁ ଅଲଗା କରିବାକୁ ହେବ ।
  • ବାୟୁର ଚାପ ବୃଦ୍ଧିକରି ତାହାକୁ ସଙ୍କୁଚିତ କରିବା ପରେ ତାହାର ତାପମାତ୍ରାକୁ ହ୍ରାସ କଲେ ତରଳ ବାୟୁ ମିଳିବ ।
  • ଆଂଶିକ ପାତନ ସ୍ତମ୍ଭରେ ତରଳ ବାୟୁକୁ ଧୀରେ ଧୀରେ ଗରମ କଲେ ବାୟୁରେ ଥ‌ିବା ଗ୍ୟାସ୍‌ମାନେ ସେମାନଙ୍କ ସ୍ଫୁଟନାଙ୍କ ଅନୁ ସାରେ ଭିନ୍ନ ଭିନ୍ନ ଉଚ୍ଚତାରେ ଅଲଗା ହୋଇଯିବେ ।

BSE Odisha 9th Class Physical Science Solutions Chapter 2 img-17 BSE Odisha 9th Class Physical Science Solutions Chapter 2 img-18

ତୁମପାଇଁ କାମ 2.9 :
ଏକ ଚିନାପାତ୍ରରେ ପ୍ରାୟ 5g ଅଶୁଦ୍ଧ କପର ସଲ୍‌ଫେଟ୍‌ର ନମୁନା ନିଆଯାଉ । ଏହାକୁ ସର୍ବନିମ୍ନ ପରିମାଣର ପାଣିରେ ଦ୍ରବୀଭୂତ କରି ଏଥୁରୁ ଅପଦ୍ରବ ପଦାର୍ଥକୁ ଛାଣି ବାହାରକରି ଦିଆଯାଉ । ପୃକ୍ତ ଦ୍ରବଣ ପାଇବାପାଇଁ
ଦିଆଯାଉ ଓ ଦିନକ ପାଇଁ ହଲଚଲ୍ ନକରି ଘର ତାପମାତ୍ରା (room temperature)ରେ ଧୀରେ ଧୀରେ ଥଣ୍ଡା ହେବାକୁ ଛାଡ଼ି ଦିଆଯାଉ । ଚିନା ପାତ୍ରରେ କପର ସଲ୍‌ଫେଟ୍‌ର ସ୍ଫଟିକ ମିଳିବ । ଏହି ପ୍ରଣାଳୀକୁ ସ୍ଫଟିକୀକରଣ (crystallisation) କୁହାଯାଏ ।

ପର୍ଯ୍ୟବେକ୍ଷଣ :
ଚିନାପାତ୍ରରେ ତୁମେ କ’ଣ ନିରୀକ୍ଷଣ କଲ ?
ଉ-
ଚିନାପାତ୍ରରେ କିଛି ନୀଳବର୍ଷର ସ୍ଫଟିକ ଦେଖୁଲୁ ।

ସ୍ଫଟିକଗୁଡ଼ିକ କ’ଣ ଏକାଭଳି ଦେଖାଯାଉଛି ?
ଉ-
ହଁ, ସ୍ଫଟିକଗୁଡ଼ିକ ଏକାଭଳି ଦେଖାଯାଉଛି ।

ଚିନାପାତ୍ରରେ ଥିବା ତରଳ ମଧ୍ୟରୁ ତୁମେ କିପରି ସ୍ଫଟିକଗୁଡ଼ିକୁ ପୃଥକ କରିପାରିବ ?
ଉ –
ଚିନାପାତ୍ରରେ ଥିବା ତରଳକୁ ଏକ ଚାଲୁଣୀରେ ଜାଣିଲେ ସ୍ଫଟିକଖୁଡିକ ଚାଲୁଣୀରେ ରହିଯିବ ଓ ତରଳ ଛାଣି ହୋଇଯିବ ।

ସିଦ୍ଧାନ୍ତ : ସମୁଦ୍ର ଜଳରୁ ମିଳୁଥିବା ଲୁଣରେ ଅନେକ ଅପଦ୍ରବ ରହିଥାଏ । ଏହି ଅପଦ୍ରବମାନଙ୍କୁ ଅପସାରଣ କରିବା ପାଇଁ ସ୍ଫଟିକୀକରଣ ପ୍ରଣାଳୀ ବ୍ୟବହାର କରାଯାଏ । ଏହି ପ୍ରକ୍ରିୟାରେ ଦ୍ରବଣରୁ ଶୁଷ୍କ କଠିନକୁ ସ୍ଫଟିକ ରୂପେ ପୃଥକ କରାଯାଏ

ସ୍ଫଟିକୀକରଣ : ଯେଉଁ ପ୍ରକ୍ରିୟାରେ ଦ୍ରବଣରୁ ଶୁଦ୍ଧ କଠିନକୁ ପୃଥକ କରାଯାଏ, ତାହାକୁ ସ୍ଫଟିକୀକରଣ କୁହାଯାଏ ।

  • ସ୍ଫଟିକୀକରଣ ପଦ୍ଧତିରେ ଦ୍ରବଣରୁ ଶୁଦ୍ଧ କଠିନକୁ ସ୍ଫଟିକ ଆକାରରେ ଅଲଗା କରାଯାଇଥାଏ ।
  • ସ୍ଫଟିକୀକରଣ କୌଶଳ ଅଧିକ ଭଲ କାରଣ –
  • ଶୁଷ୍କ ହେବା ପର୍ଯ୍ୟନ୍ତ ଗରମ କଲେ କେତେକ କଠିନ ବିଘଟିତ ହୋଇଯାଆନ୍ତି ଅଥବା ଆଉ କେତେକ କଠିନ ତିନିପରି ସମ୍ପୁର୍ଣ୍ଣଭାବରେ ପୋଡ଼ିଯାଇ କଳା ହୋଇଯାଆନ୍ତି
  • ପରିସ୍ରବଣ ପରେ ବି କେତେକ ଅପଦ୍ରବ ଦ୍ରବଣରେ ଦ୍ରବୀଭୂତ ହୋଇ ରହିଯାଇପାରେ । ବାଷ୍ପୀଭବନ ସମୟରେ ସେଗୁଡ଼ିକ କଠିନକୁ ଦୂଷିତ କରିଥାଏ।

ସ୍ଫଟିକୀକରଣ ପ୍ରୟୋଗ :
(a) ସମୁଦ୍ର ଜଳରୁ ବିଶୁଦ୍ଧ ଲୁଣ ମିଳିଥାଏ । (b) ଅଶୁଦ୍ଧ ନମୁନାରୁ ଫିଟିକିରିର ସ୍ଫଟିକ ମିଳିଥାଏ ।
(iv) ସହରମାନଙ୍କରେ ଜଳଯୋଗାଣ ସଂସ୍ଥା ପିଇବାପାଣି ଯୋଗାଇଥା’ନ୍ତି । ଜଳଯୋଗାଣ ସଂସ୍ଥାରୁ ଘରକୁ ପାନୀୟ ଜଳ ଯୋଗାଇବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଏ ।
BSE Odisha 9th Class Physical Science Solutions Chapter 2 img-19

ତୁମପାଇଁ କାମ 2.10 :

ଶ୍ରେଣୀର ପିଲାମାନଙ୍କୁ ଦୁଇଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ 5gର ଲୁହାଗୁଣ୍ଡ ଓ 3gର ସଲଫର୍ ଗୁଣ୍ଡ ଗୋଟିଏ ଲେଖାଏଁ ଚିନି ପାତ୍ରରେ ଦିଆଯାଉ ।
ଦଳ – I : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡକୁ ମିଶାଇ ପେଷଣ କରନ୍ତୁ ।
ଦଳ – II : ଲୁହାଗୁଣ୍ଡ ଓ ସଲଫର୍ ଗୁଣ୍ଡର ମିଶ୍ରଣକୁ ଲାଲ୍ ହେବା ପର୍ଯ୍ୟନ୍ତ ଭଲକରି ଗରମ କରନ୍ତୁ ଓ ନିଆଁରୁ କାଢ଼ି ମିଶ୍ରଣକୁ ଥଣ୍ଡା ହେବାକୁ ଦିଅନ୍ତୁ ।
ଦଳ – I ଓ ଦଳ – II : ଚୁମ୍ବକ ସାହାଯ୍ୟରେ ପଦାର୍ଥର ଚୁମ୍ବକତ୍ଵ ଅଛି କି ନାହିଁ ପରୀକ୍ଷା କରନ୍ତୁ ।

ବିଭିନ୍ନ ଦଳ ପାଇଥିବା ପଦାର୍ଥର ରଙ୍ଗ ଓ ମସୃଣତା ତୁଳନା କରାଯାଉ । ପାଇଥିବା ପଦାର୍ଥର ଏକ ଅଂଶରେ କାର୍ବନ ଡାଇସଲଫାଇଡ଼୍ ମିଶାଯାଉ । ଏହାକୁ ଭଲଭାବେ ଗୋଳାଇ ଛଣାଯାଉ । ପଦାର୍ଥର ଅନ୍ୟ ଅଂଶରେ ଲଘୁ ଗନ୍ଧକାମ୍ଳ କିମ୍ବା ଲଘୁ ଲବଣାମ୍ଳ ମିଶାଯାଉ । ଲୁହା ଓ ସଲଫର୍ ମୌଳିକକୁ ଅଲଗା ଅଲଗା ନେଇ ଉପରେ ବର୍ଣ୍ଣିତ କାର୍ଯ୍ୟର ସମସ୍ତ ସୋପାନଗୁଡିକ ଆଉଥରେ କାର୍ଯ୍ୟକାରୀ କରାଯାଉ ।

ପର୍ଯ୍ୟବେକ୍ଷଣ :
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର କି ?
ଉ-
ଦୁଇଦଳ ପାଇଥ‌ିବା ପଦାର୍ଥ ଦେଖିବାକୁ ଏକା ପ୍ରକାର ନୁହେଁ |
ଦଳ – I ର ପଦାର୍ଥରେ ଧୂସର ରଙ୍ଗର ଲୁହାକଣିକା ଓ ହଳଦିଆ ରଙ୍ଗର ସଲଫର୍ କଣିକା ଦେଖାଯାଏ ।
ଦଳ – II ର ପଦାର୍ଥରେ କଳାରଙ୍ଗର ଆଇରନ୍ ସଲଫାଇଡ୍ (FeS2) ଯୌଗିକ ଦେଖାଯାଏ ।

କେଉଁ ଦଳ ପାଇଥିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ?
ଉ-
ଦଳ – I ପାଇଥ‌ିବା ପଦାର୍ଥଟି ଚୁମ୍ବକତ୍ଵ ଧର୍ମ ପ୍ରଦର୍ଶନ କରୁଛି ।

ପାଇଥବା ପଦାର୍ଥର ଉପାଦାନମାନଙ୍କୁ ଆମେ ପୃଥକ୍ କରିପାରିବା କି ?
ଉ-
ଦଳ – I ପାଇଥିବା ପଦାର୍ଥର ଉପାଦାନମାନଙ୍କୁ ଚୁମ୍ବକ ସାହାଯ୍ୟରେ ପୃଥକ୍ କରିପାରିବା; କିନ୍ତୁ ଦଳ – II ପାଇଥ‌ିବା ପଦାର୍ଥର ଉପାଦାନଗୁଡିକୁ ପୃଥକ୍ କରିପାରିବା ନାହିଁ ।

ଲଘୁ ଗନ୍ଧକାମ୍ଳ ବା ଲଘୁ ଲବଣାମ୍ଳ ମିଶାଇଲା ପରେ ଉଭୟ ଦଳ ଏକ ଗ୍ୟାସ୍ ପାଇଥିଲେ କି ? ଉଭୟ ପୃଥକ୍ ଥିଲା । କ୍ଷେତ୍ରରେ ମିଳିଥିବା ଗ୍ୟାସ୍‌ର ବାସ୍ନା ସମାନ ନା ପୃଥକ୍ ଥିଲ |
ଉ-
ହଁ । ଉଭୟ ଦଳ ଏକ ଗ୍ୟାସ୍‌ ପାଇଥିଲେ । କିନ୍ତୁ ଉଭୟ କ୍ଷେତ୍ରରେ ବାସ୍ନା ସମାନ ନ ଥ‌ିବାରୁ ଦଳ ପାଇଥିବା ଗ୍ୟାସ୍ ଗନ୍ଧହୀନ ଥିଲା । କିନ୍ତୁ ଦଳ – II ପାଇଥ‌ିବା ଗ୍ୟାସ୍ ପଚାଅଣ୍ଡା ଗନ୍ଧଯୁକ୍ତ ଥିଲା ।

ସିଦ୍ଧାନ୍ତ :
(i) ଦ ଳ – I ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ଅଟେ ଏବଂ ଏହା ରଙ୍ଗହୀନ, ଗନ୍ଧହୀନ ଓ ଦାହ୍ୟ । ଦ ଳ – II ପାଇଥିବା ଗ୍ୟାସ୍ ହାଇଡ୍ରୋଜେନ୍ ସଲଫାଇଡ୍ ଅଟେ ଏବଂ ଏହା ରଙ୍ଗହୀନ ଓ ପଚାଅଣ୍ଡା ଗନ୍ଧଯୁକ୍ତ ଗ୍ୟାସ୍ ।

(ii) ଦଳ – I ପାଇଥିବା ପଦାର୍ଥ ଦୁଇଟି ମୌଳିକ ଯଥା : ଲୁହା ଓ ସଲଫର୍‌ର ମିଶ୍ରଣ ଥିଲା । ଏହି ମିଶ୍ରଣର ଧର୍ମ ଏହାର ଉପାଦାନଗୁଡିକର ଧର୍ମ ସହିତ ସମାନ । ତେଣୁ ଏହା ଏକ ଭୌତିକ ପରିବର୍ତ୍ତନ ଥିଲା । ଦଳ – II ପାଇଥିବା ପଦାର୍ଥ ଆଇରନ୍ ସଲଫାଇଡୁ ଏକ ଯୌଗିକ ଥିଲା । ଏହାର ଧର୍ମ ଏହାର ଉପାଦାନ ଲୁହା ଓ ସଲଫର୍‌ର ଧର୍ମଠାରୁ ସଂପୂର୍ଣ୍ଣ ଭିନ୍ନ । ତେଣୁ ଏହା ଏକ ରାସାୟନିକ ପରିବର୍ତ୍ତନ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Odisha State Board BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Important Questions and Answers.

BSE Odisha Class 9 History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଏସିଆ ମହାଦେଶର କେଉଁସବୁ ଦେଶ କେବେ ଓ କାହା ନେତୃତ୍ଵରେ ସ୍ଵାଧୀନତା ଲାଭ କରିଥିଲେ ?
Answer:
ମୁକ୍ତି ଆନ୍ଦୋଳନ ଚଳାଇ ଏସିଆର ନିମ୍ନୋକ୍ତ ଦେଶଗୁଡ଼ିକ ସ୍ଵାଧୀନତା ଲାଭ କରିଥିଲା ।

  • ୧୯୧୯ ମସିହାରେ ଅମାନୁଲ୍ଲା ଆଫଗାନିସ୍ତାନର ରାଜା ହେଲା ପରେ ଏହାକୁ ସ୍ବାଧୀନ ଘୋଷଣା କଲେ । ୧୯୨୧ରେ ରେ ଜା ଇଂରେଜମାନଙ୍କଠାରୁ କ୍ଷମତା ଅତ୍କାର କରି ଇରାନ୍‌କୁ ସ୍ଵାଧୀନ୍ କରିଥିଲେ ।
  • ୧୯୪୬ ମସିହାରେ ମୁକ୍ତି ଆନ୍ଦୋଳନ ମାଧ୍ୟମରେ ଫରାସୀମାନଙ୍କୁ ବିତାଡ଼ିତ କରି ସିରିଆ ଓ ଲେବାନନ୍ ସ୍ଵାଧୀନ ହୋଇଥିଲା । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ମହାତ୍ମାଗାନ୍ଧୀଙ୍କ ନେତୃତ୍ଵରେ ପରିଚାଳିତ ଅହିଂସା ଆନ୍ଦୋଳନ ବଳରେ ଭାରତ ସ୍ଵାଧୀନ ହୋଇଥିଲା ।
  • ୧୯୪୮ ମସିହା ଜାନୁୟାରୀ ୪ ତାରିଖରେ ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ବ୍ରହ୍ମଦେଶ, ୧୯୪୯ ମସିହା ନଭେମ୍ବର ୨ ତାରିଖରେ ସୁକର୍ଣ୍ଣୋଙ୍କ ନେତୃତ୍ବରେ ଇଣ୍ଡୋନେସିଆ ସ୍ଵାଧୀନ ହୋଇଥିଲା ।
  • ୧୯୫୪ ମସିହାରେ ଲାଓସ୍, ହୋଚିମିନ୍‌ଙ୍କ ନେତୃତ୍ବରେ ଭିଏତ୍‌ନାମ, ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ଏବଂ ନାରୋଦମ୍ ସିହାନୋଙ୍କ ନେତୃତ୍ଵରେ କାମ୍ବୋଡ଼ିଆ ସ୍ଵାଧୀନ ହୋଇଥିଲେ ।
  • ୧୯୪୮ ମସିହା ଫେବୃୟାରୀ ୪ ତାରିଖରେ ଶ୍ରୀଲଙ୍କା, ୧୯୫୭ ମସିହା ଅଗଷ୍ଟ ୩୧ ତାରିଖରେ ମାଳୟ ଏବଂ ୧୯୫୯ ମସିହାରେ ସିଙ୍ଗାପୁର ସ୍ଵାଧୀନ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨। ଆଫ୍ରିକାର କେଉଁ ଦେଶଗୁଡ଼ିକ ମୁକ୍ତି ଆନ୍ଦୋଳନ ମାଧ୍ୟମରେ ସ୍ଵାଧୀନତା ଲାଭ କରି ଥ୍ ଲ । ସଂକ୍ଷେପରେ ଲେଖ ।
Answer:
ମୁକ୍ତି ଆନ୍ଦୋଳନ ମାଧ୍ୟମରେ ନିମ୍ନୋକ୍ତ ଆଫ୍ରିକୀୟ ଦେଶଗୁଡ଼ିକ ସ୍ଵାଧୀନତା ଲାଭ କରିଥିଲା ।

  • ୧୯୫୪ ମସିହାରେ ଗାମାଲ ଅବଦୁଲ୍ ନାସେର୍ ଙ୍କ ନେତୃତ୍ବରେ ମିଶର ସ୍ଵାଧୀନ ହୋଇଥିଲା ଏବଂ ୧୯୫୬ ମସିହାରେ ମରକ୍କୋ ଓ ଟ୍ୟୁନିସିଆ ଫରାସୀମାନଙ୍କ କବଳରୁ ମୁକ୍ତ ହୋଇ ସ୍ଵାଧୀନ ହୋଇଥିଲେ ।
  • ୧୯୬୨ ମସିହା ଜୁଲାଇ ୩ ତାରିଖରେ ଆଲଜେରିଆ ଏବଂ ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ଆଫ୍ରିକୀୟ କୃଷ୍ଣକାୟ ଦେଶ ଘାନା ସ୍ବାଧୀନ ହୋଇଥିଲା ।
  • ୧୯୫୮ ମସିହା ଅକ୍ଟୋବର ୨ ତାରିଖରେ ବ୍ରିଟିଶ୍ ଶାସନାଧୀନ ଗିନିରେ ସାଧାରଣତନ୍ତ୍ର ସରକାର ପ୍ରତିଷ୍ଠା ହୋଇଥିଲା ।
  • ଏତଦ୍‌ବ୍ୟତୀତ ୧୯୬୦ ମସିହାରେ ୧୭ଟି ଆଫ୍ରିକୀୟ ରାଷ୍ଟ୍ର ଯଥା ମୌରିଟାନିଆ, ମାଲି, ନାଇଜର, ଚାଦ୍, ସେନେଗାଲ, ନାଇଜେରିଆ, କାମେରୁନ୍ ଆଦି ସ୍ଵାଧୀନ ହୋଇଥିଲେ ।
  • ୧୯୬୧ ରୁ ୧୯୬୬ ମସିହା ମଧ୍ଯରେ ଗାୟିଆ, ଉଗାଣ୍ଡା, କେନିଆ, ମାଲା, ରୁୱାଣ୍ଡା ପ୍ରଭୃତି ଆଫ୍ରିକୀୟ ଦେଶଗୁଡ଼ିକ ସ୍ବାଧୀନ ହୋଇଥିଲା । ୧୯୮୦ ମସିହାରେ ଜିମ୍ବାୱେ ଏବଂ ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକା ନିଜକୁ ସ୍ଵାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ ।

୩ । ବ୍ରିଟିଶ ଉପନିବେଶବାଦ ବିରୋଧରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ହୋଇଥିବା ଆନ୍ଦୋଳନର ଏକ ସଂକ୍ଷିପ୍ତ ସୂଚନା ପ୍ରଦାନ କର ।
Answer:

  1. ଭାରତର ସ୍ଵାଧୀନତା ସଂଗ୍ରାମ ବ୍ରିଟିଶ୍ ଉପନିବେଶବାଦ ବିରୋଧରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ।
  2. ତାଙ୍କ ପ୍ରଦର୍ଶିତ ଅହିଂସା ଆନ୍ଦୋଳନ ବଳରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଭାରତ ସ୍ଵାଧୀନତା ଲାଭ କରିଥିଲା ।
  3. ବ୍ରିଟିଶ୍ ସାମ୍ରାଜ୍ୟବାଦର କୂଟନୈତିକ ଚକ୍ରାନ୍ତ ଫଳରେ ଏହା ଅଖଣ୍ଡ ଭାରତ ହୋଇ ରହିନଥୁଲା ।
  4. ଏହା ଦୁଇଭାଗରେ ବିଭକ୍ତ ହୋଇ ଭାରତ ଓ ପାକିସ୍ତାନ ନାମକ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା ।
  5. ସ୍ଵାଧୀନତା ପରେ ଭାରତରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪। ଆଞ୍ଜେରିଆ କେବେ ଓ କିପରି ସ୍ୱାଧୀନତା ଲାଭ କରିଥିଲା ?
କିମ୍ବା, କେବେ ଆକ୍ସେରିଆର ଜାତୀୟ ମୁକ୍ତି ସାମ୍ମୁଖ୍ୟ ଫରାସୀ ଶାସନ ବିରୁଦ୍ଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କଲା ? ଆଲଜେରିଆର ସ୍ଵାଧୀନତା ଆନ୍ଦୋଳନ ପ୍ରତି କାହା ସରକାର ସମବେଦନା ପ୍ରକାଶ କଲା ? କେବେ ଏହା ସ୍ଵାଧୀନତା ଲାଭ କଲା ?
Answer:

  • ୧୯୫୪ ମସିହାରେ ଆଲଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ଗଠିତ ହେବାପରେ ଫରାସୀ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଆରମ୍ଭ ହୋଇଥିଲା ।
  • ଫରାସୀ ସାମ୍ୟବାଦୀ ଦଳ ଓ ଅନ୍ୟାନ୍ୟ ଉଦାରଚେତା ନେତାମାନେ ଆଲଜେରିଆର ସ୍ଵାଧୀନତା ଆନ୍ଦୋଳନକୁ ସମର୍ଥନ କରିଥିଲେ ।
  • ଫ୍ରାନ୍ସର ଜେନେରାଲ୍ ଡିଗଲ ସରକାର ମଧ୍ୟ ଆଲ୍ଜରିଆର ସ୍ଵାଧୀନତା ପ୍ରତି ସମବେଦନା ପ୍ରକାଶ କରିଥିଲେ ।
  • ଫଳସ୍ଵରୁପ ୧୯୬୨ ମସିହା ଜୁଲାଇ ମାସରେ ଫରାସୀ ଶାସନରୁ ନିଜକୁ ମୁକ୍ତ କରି ଆଲଜେରିଆ ଏକ ସ୍ବାଧୀନ ରାଷ୍ଟ୍ରରେ ପରିଣତ ହୋଇଥିଲା ।

୫। ଭିଏତ୍‌ନାମ୍ ମୁକ୍ତି ଆନ୍ଦୋଳନ କାହିଁକି ହୋଇଥିଲା ଓ ଏହାର ନେତୃତ୍ବ କିଏ ନେଇଥିଲେ ? କେଉଁ ଦୁଇଟି ଦେଶ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ଓ କେଉଁ ସମ୍ମିଳନୀରେ ଭିଏତ୍‌ନାମ୍‌ରେ ବିଭାଜନ ହୋଇଥିଲା ?
Answer:

  • ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଭିଏତ୍‌ନାମକୁ ଫରାସୀ ଶାସନରୁ ମୁକ୍ତ କରିବାପାଇଁ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ।
  • ହୋ-ଚି-ମିନ୍ ଏହାର ନେତୃତ୍ୱ ନେଇଥିଲେ ।
  • ସାମ୍ୟବାଦୀ ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇ ହୋ-ଚି-ମିନ୍ ‘ଭିଏତ୍‌ମିନ୍’ ନାମକ ଗଣବାହିନୀ ଗଠନ କରି ଫରାସୀ ସୈନ୍ୟବାହିନୀକୁ ପରାଜିତ କରିଥିଲେ ।
  • ସୋଭିଏତ୍ ରୁଷ୍ ଓ ଚୀନ୍ ଭିଏତ୍‌ ନାମ୍ ମୁକ୍ତି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ।
  • ୧୯୫୪ ମସିହାରେ ଜେନେଭା ସମ୍ମିଳନୀରେ ଭିଏତ୍‌ନାମକୁ ଭାଗ କରାଯାଇ ଉତ୍ତର ଭିଏତ୍‌ନାମ୍ ଓ ଦକ୍ଷିଣ ଭିଏତ୍‌ନାମ୍ ନାମକ ଦୁଇଟି ସ୍ଵାଧୀନ ରାଷ୍ଟ୍ର ଗଠନ କରାଯାଇଥିଲା ।

୬ । କେଉଁ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ଓ କେଉଁମାନେ ଏହାର ନେତୃତ୍ବ ନେଇଥିଲେ ? ଏହାର ଫଳାଫଳ କ’ଣ ହୋଇଥିଲା ଏବଂ ଏହାର ପ୍ରଥମ ରାଷ୍ଟ୍ରପତି କିଏ ହୋଇଥିଲେ ?
Answer:

  1. ଆଫ୍ରି କୀୟ ଜାତୀୟ କଂଗ୍ରେସ’ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ।
  2. ମହାତ୍ମା ଗାନ୍ଧିଙ୍କର ନୀତି ଓ ଆଦର୍ଶରେ ଏହି ଆନ୍ଦୋଳନ ପରିଚାଳିତ ହୋଇଥିଲା ।
  3. ପର୍ଯ୍ୟାୟକ୍ରମେ ଡେସମଣ୍ଡ ଲୁଥୁଲି, ୱାଲଟର୍‌ ସି ସୁଲି ଓ ନେଲସନ୍ ମାଣ୍ଡେଲ। ଏହି ଆନ୍ଦୋଳନରେ ନେତୃତ୍ୱ ନେଇଥିଲେ ।
  4. ପୃଥ‌ିବୀର ବହୁ ଦେଶ ଦକ୍ଷିଣ ଆଫ୍ରିକା ସରକାରଙ୍କର ବର୍ଣବିଦେଷ ନୀତିକୁ ସମାଲୋଚନା କରିଥିଲାବେଳେ ସଂଯୁକ୍ତ ରାଷ୍ଟ୍ରସଂଘ ଏହା ବିରୋଧ କରି ଅର୍ଥନୈତିକ ବାସନ୍ଦ ଲାଗୁ କରିଥିଲା ।
  5. ବହୁବର୍ଷ ଧରି ଆନ୍ତର୍ଜାତିକ ସମାଲୋଚନା ଓ ଚାପ ଫଳରେ ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକାରେ ସ୍ଵେଚ୍ଛାଚାରୀ ଶ୍ୱେତାଙ୍ଗ ଶାସନ ବଦଳରେ ଗଣତନୁ ଶାସନ ପ୍ରତିଷ୍ଠିତ ହୋଇଥିଲା । ନେଲସନ୍ ମାଣ୍ଡେଲ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୭ । ଇଜିପ୍ଟରେ ଗଣ ଆନ୍ଦୋଳନ ସଙ୍ଗଠିତ ହୋଇ କେଉଁ ଶାସନର ପତନ ଘଟିଥିଲା ? କିଏ କେବେ ଏହାର ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ? ଇଜିପ୍ଟ ଦେଶରେ ନୂତନ ସରକାର କିଏ କେବେ ଗଢ଼ିଥିଲେ ?
କିମ୍ବା, ଇଜିପ୍ଟ କେବେ ଓ କିପରି ନିଜକୁ ସ୍ଵାଧୀନ ରାଷ୍ଟ୍ରରୂପେ ଘୋଷଣା କରିଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ ଇଜିପ୍ଟରେ ଗଣ ଆନ୍ଦୋଳନ ସଙ୍ଗଠିତ ହୋଇ ବ୍ରିଟିଶ୍ ସମର୍ଥ ରାଜତନ୍ତ୍ର ଶାସନର ପତନ ଘଟିଥିଲା ।
  • ୧୯୫୨ ମସିହାରେ ସେଠାକାର ରାଜା ଫାଗୁକ୍ ଙ୍କୁ ଗାଦିଚୁତ କରି ଜେନେରାଲ ନାଗୁଇଚ୍ ଶାସନ କ୍ଷମତା ନିଜ ହାତକୁ ନେଇଥିଲେ ।
  • ୧୯୫୪ ମସିହାରେ କର୍ଣ୍ଣେଲ ଗାମାଲ୍ ଅବଦୁଲ୍ ନାସେର୍ ବିପ୍ଳବୀ ପରିଷଦର ଅଧ୍ୟକ୍ଷ ହୋଇ ଇଜିପ୍‌ଟରେ ନୂତନ ସରକାର ଗଢ଼ିଥିଲେ ।
  • ଏହିଭଳି ଭାବରେ ଇଜିପ୍ଟ ୧୯୫୪ ମସିହାରେ ନିଜକୁ ଏକ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ।

୮। ତୁର୍କୀ କିପରି ସ୍ୱାଧୀନତା ଲାଭ କରି ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହେଲା ?
Answer:

  • ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀରେ ମିତ୍ର ଶକ୍ତି ମାନଙ୍କର ଆଧ୍ୟତ୍ୟ ପ୍ରତିଷ୍ଠିତ ହୋଇଥିଲା ।
  • ତୁର୍କୀର ଜନସାଧାରଣ ମୁସ୍ତାଫା କେମାଲ୍ ଙ୍କ ନେତୃତ୍ଵରେ ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
  • ରୁଷ୍ ସରକାରଙ୍କର ସହଯୋଗରେ ମୁସ୍ତାଫା କେ ମାଲ୍ ମିତ୍ର ଶକ୍ତି ମାନଙ୍କର ସାମରିକ ବାହିନୀଗୁଡ଼ିକୁ ତୁର୍କୀରୁ ତଡ଼ିଦେଇଥିଲେ ।
  • ଏହାପରେ ତୁର୍କୀ ସ୍ଵାଧୀନତା ଲାଭ କରି ଏକ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ ହୋଇଥିଲା ।

୯। ଇଉରୋପୀୟମାନେ ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉପନିବେଶମାନ କାହିଁକି ସ୍ଥାପନ କରିଥିଲେ ? ଏହାର ଫଳାଫଳ କ’ଣ ହୋଇଥିଲା ?
Answer:

  1. ଭୌଗୋଳିକ ଆବିଷ୍କାର ଯୋଗୁଁ ପୃଥ‌ିବୀର ବିଭିନ୍ନ ଅଞ୍ଚଳକୁ ଯାତାୟାତ ଓ ଯୋଗାଯୋଗର ସୁବିଧା ହେବାଦାରା ଇଉରୋପୀୟ ବଣିକମାନେ ଏସିଆ ଓ ଆଫ୍ରିକା ମହାଦେଶର ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ସମ୍ପର୍କରେ ଜାଣିପାରିଥିଲେ ।
  2. ଫଳରେ ବାଣିଜ୍ୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଇଉପରୋପର ବିଭିନ୍ନ ରାଷ୍ଟ୍ର; ଯଥା— ଇଂଲଣ୍ଡ, ଫ୍ରାନ୍ସ, ପର୍ତ୍ତୁଗାଲ୍, ଡେନ୍‌ମାର୍କ ପ୍ରଭୃତି ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉପନିବେଶମାନ ସ୍ଥାପନ କରିଥିଲେ ।
  3. କିନ୍ତୁ ସେମାନେ ଉପନିବେଶଗୁଡ଼ିକର ଉନ୍ନତି ପ୍ରତି ଦୃଷ୍ଟି ନ ଦେଇ ନିଜ ସ୍ଵାର୍ଥ ହାସଲ ପାଇଁ ଅଧିକ ଆଗ୍ରହୀ ଥିଲେ । ଉପନିବେଶର ଅଧ୍ଵବାସୀମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିଲେ । ତେଣୁ ଉପନିବେଶଗୁଡ଼ିକରେ ତୀଚ୍ର ଜନଅସନ୍ତୋଷ ଦେଖାଦେଲା ।
  4. ସ୍ଵାଧୀନତା ଲାଭ ଆଶାରେ ସେମାନେ ମିତ୍ରଶକ୍ତି ସପକ୍ଷରେ ପ୍ରଥମ ବିଶ୍ଵଯୁଦ୍ଧରେ ଯୋଗ ଦେଇଥିଲେ ହେଁ ଯୁଦ୍ଧ ଶେଷରେ ନିରାଶ ହେଲେ । ତେଣୁ ଉପନିବେଶଗୁଡ଼ିକରେ ଜନ ଆନ୍ଦୋଳନ ଆରମ୍ଭ ହେଲା ।
  5. ଏହି ଜନ ଆନ୍ଦୋଳନର ଫଳସ୍ଵରୂପ ଅନେକ ଏସୀୟ ଓ ଆଫ୍ରିକୀୟ ଉପନିବେଶ ପ୍ରଥମ ବିଶ୍ବଯୁଦ୍ଧ ପରେ ସ୍ଵାଧୀନତା ଲାଭ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରଥମ ବିଶ୍ଵଯୁଦ୍ଧ ପରେ କାହା ନେତୃତ୍ଵରେ ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ ଚାଲିଥିଲା ? ତାଙ୍କ ଦଳର ନାମ କ’ଣ ଥିଲା ?
Answer:

  • ପ୍ରଥମ ବିଶ୍ଵଯୁଦ୍ଧ ପରେ ସନ୍‌ତ୍ ସେନ୍‌ ଙ୍କ ନେତୃତ୍ଵରେ ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ ଚାଲିଥିଲା ।
  • ତାଙ୍କ ଦଳର ନାମ କୋମିଙ୍ଗୁଟାଙ୍ଗ୍ ଥିଲା ।

୨ । କାହା ନେତୃତ୍ବରେ ତୁର୍କୀର ଜନସାଧାରଣ ମିତ୍ରଶକ୍ତିର ଆଧ୍ୟତ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ ? ଏଥ‌ିରେ କେଉଁ ଦେଶର ସରକାରଙ୍କର ସହଯୋଗ ଥିଲା ?
Answer:

  • ମୁସ୍ତାଫା କେ ମାଲ୍ଙ୍କ ନେତୃତ୍ବରେ ତୁର୍କୀର ଜନସାଧାରଣ ମିତ୍ରଶକ୍ତିର ଆଧ୍ୟତ୍ୟ ବିରୋଧରେ ଆନ୍ଦୋଳନ ଆରମ୍ଭ କଲେ ।
  • ଏଥିରେ ରୁଷ୍ ସରକାରଙ୍କର ସହଯୋଗ ଥିଲା ।

୩ । ଲାଓସ୍‌ରେ ଫରାସୀ ଶାସନ ବିରୋଧରେ କେଉଁମାନେ ଆନ୍ଦୋଳନ ଚଳାଇଥିଲେ ? ଲାଓସ୍ କେବେ ସ୍ଵାଧୀନ ହୋଇଥିଲା ?
Answer:

  1. ଲାଓସ୍‌ରେ ଫରାସୀ ଶାସନ ବିରୋଧରେ ପାଥେଟ୍ ଲାଓ ନାମକ ଏକ ଗଣବାହି ନୀ ଆନ୍ଦୋଳନ ଚଳାଇଥିଲା ।
  2. ଲାଓସ୍ ୧୯୫୪ ମସିହାରେ ସ୍ଵାଧୀନ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪ । କାହା ନେତୃତ୍ଵରେ ବ୍ରହ୍ମଦେଶରେ ବ୍ରିଟିଶ୍ ସାମ୍ର।ଜ୍ୟବାଦ ବିରୋଧରେ ଆଦୋଳନ ଆରମ୍ଭ ହୋଇଥିଲା। ଓ କେବେ ବ୍ରହ୍ମଦେଶ ସ୍ଵାଧୀନ ହୋଇଥିଲା ?
Answer:

  • ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ପରିଚାଳିତ ଫାସିବାଦୀ ବିରୋଧୀ ସ୍ଵାଧୀନ ଜନ ସାମ୍ମୁଖ୍ୟ ମାଧ୍ୟମରେ ବ୍ରିଟିଶ୍ ସାମ୍ର।ଜ୍ୟବାଦ ବିରୋଧରେ ଆଦୋଳନ ଆରମ୍ଭ ହୋଇଥିଲା ।
  • ୧୯୪୮ ମସିହା ଜାନୁୟାରୀ ୪ ତାରିଖରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ।

୫ । ଇଣ୍ଡୋନେସିଆରେ କାହା ନେତୃତ୍ବରେ ଓଲନ୍ଦାଜ୍ ଶାସନ ବିରୁଦ୍ଧରେ ଆନ୍ଦୋଳନ ଚାଲିଥିଲା ଓ କେବେ ଏହା ପରାଧୀନତାରୁ ମୁକ୍ତ ହେଲା ?
Answer:

  • ଇଣ୍ଡୋନେସିଆରେ ଜାତୀୟତାବାଦୀ ନେତା ସୁକର୍ଣ୍ଣୋଙ୍କ ନେତୃତ୍ଵରେ ଓଲନ୍ଦାଜ୍ ଶାସନ ବିରୁଦ୍ଧରେ ଆନ୍ଦୋଳନ ଚାଲିଥିଲା ।
  • ଏହା ୧୯୪୯ ମସିହା ନଭେମ୍ବର ୨ ତାରିଖରେ ପରାଧୀନତାରୁ ମୁକ୍ତ ହୋଇ ସ୍ବାଧୀନ ହେଲା ।

୬ । କେଉଁ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ଓ କେଉଁମାନେ ଏହାର ନେତୃତ୍ବ ନେଇଥିଲେ ?
Answer:

  1. ଆଫ୍ରି କୀୟ ଜାତୀୟ କଂଗ୍ରେସ’ ସଙ୍ଗଠନ ମାଧ୍ୟମରେ ଦକ୍ଷିଣ ଆଫ୍ରିକାରେ ଆନ୍ଦୋଳନ ଚାଲିଥିଲା ।
  2. ଡେସମଣ୍ଡ ଲୁଥୁଲି, ୱାଲ୍‌ଟର୍ ସିସୁଲି ଏବଂ ନେଲସନ୍ ମଣ୍ଡେଲା। ଏହାର ନେତୃତ୍ବ ନେଇଥିଲେ।

୭ । କିଏ ଆକ୍ସେରିଆର ସ୍ଵାଧୀନତା ପ୍ରତି ସମବେଦନା ପ୍ରକାଶ କରିଥିଲେ ? କେବେ ଆଲଜେରିଆ ସ୍ଵାଧୀନ ହୋଇଥିଲା ?
Answer:

  • ଜେନେରାଲ ଡିଗଲ୍‌ଙ୍କ ସରକାର ଆଲଜେରିଆର ସ୍ଵାଧୀନତା ପ୍ରତି ସମବେଦନା ପ୍ରକାଶ କରିଥିଲେ ।
  • ୧୯୬୨ ମସିହା ଜୁଲାଇ ୩ ତାରିଖରେ ଆଲଜେରିଆ ସ୍ଵାଧୀନ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୮। ଦକ୍ଷିଣ ରୋଡ଼େସିଆର ମୁକ୍ତି ଆନ୍ଦୋଳନକୁ କିଏ ସମର୍ଥନ ଜଣାଇଥିଲା ? ଏହା କେବେ ସ୍ଵାଧୀନ ହୋଇ କେଉଁ ନାମରେ ପରିଚିତ ହୋଇଥିଲା ?
Answer:

  • ଦକ୍ଷିଣ ରୋଡ଼େସିଆର ମୁକ୍ତି ଆନ୍ଦୋଳନକୁ ସଂଯୁକ୍ତ ରାଷ୍ତସଂଘର ସାଧାରଣ ପରିଷଦ ସମର୍ଥନ ଜଣାଇଥିଲା ।
  • ୧୯୮୦ ମସିହା ଏପ୍ରିଲ ମାସରେ ଏହା ସ୍ବାଧୀନ ହୋଇ ଜିମ୍ବାୱେ ନାମରେ ପରିଚିତ ହୋଇଥିଲା ।

୯ । ଦକ୍ଷିଣ-ପଶ୍ଚିମ ଆଫ୍ରିକା କେଉଁ ଦେଶର ଉପନିବେଶ ଥୁଲା ? ପ୍ରଥମ ବିଶ୍ଵଯୁଦ୍ଧ ପରେ ଏହାକୁ କେଉଁ ଦେଶର ତତ୍ତ୍ଵାବଧାନରେ ରଖାଗଲା ?
Answer:

  1. ଦକ୍ଷିଣ-ପଶ୍ଚିମ ଆଫ୍ରିକା ଜର୍ମାନୀର ଉପନିବେଶ ଥିଲା ।
  2. ପ୍ରଥମ ବିଶ୍ଵଯୁଦ୍ଧ ପରେ ଏହାକୁ ଜର୍ମାନୀଠାରୁ ଛଡ଼ାଇ ଆଣି ଦକ୍ଷିଣ ଆଫ୍ରିକା ତତ୍ତ୍ଵାବଧାନରେ ରଖାଗଲା ।

୧୦ । ଦକ୍ଷିଣ ଆଫ୍ରିକାର ମୁକ୍ତି ଆନ୍ଦୋଳନକୁ ନେଲସନ୍ ମାଣ୍ଡେଲାଙ୍କ ଅବଦାନ କ’ଣ ଥିଲା ?
Answer:

  • ନେଲ ସନ୍ ମାଣ୍ଡେଲ। ଦକ୍ଷିଣ-ଆଫ୍ରି କାର ବର୍ଣ୍ଣବିଦ୍ବେଷ ନୀତି ବିରୁଦ୍ଧରେ ସଂଗ୍ରାମ ଅବ୍ୟାହତ ରଖୁଥିଲେ ।
  • ତାଙ୍କ ନେତୃତ୍ୱରେ ପରିଚାଳିତ ଆନ୍ଦୋଳନ ଯୋଗୁଁ ଦକ୍ଷିଣ ଆଫ୍ରିକାରେ ଶ୍ୱେତାଙ୍ଗ ଶାସନର ଅବସାନ ଘଟି ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହେଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୧ । ଦ୍ବିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ କାହା କବଳରୁ ମୁକ୍ତିଲାଭ କରିଥିଲା ? ଏହା କେଉଁ ନାମରେ ଦୁଇ ଭାଗରେ ବିଭକ୍ତ ହୋଇଥିଲା ?
Answer:

  • ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କୋରିଆ ଜାପାନ କବଳରୁ ମୁକ୍ତିଲାଭ କରିଥିଲା ।
  • ଏହା ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଭାଗ ହୋଇଥିଲା ।

୧୨ । ଚୀନ୍‌ରେ ଗୃହଯୁଦ୍ଧ କାହିଁକି ଆରମ୍ଭ ହେଲା ?
Answer:

  • ଜାପାନର ମାଞ୍ଚୁରିଆ ଆକ୍ରମଣଠାରୁ ଦ୍ଵିତୀୟ ବିଶ୍ୱ ଯୁଦ୍ଧ ଶେଷ ହେଲା ପର୍ଯ୍ୟନ୍ତ ଚୀନ୍ରର ସେନାବାହିନୀ କ୍ରମାଗତ ଭାବରେ ଜାପାନଠାରୁ ପରାଜୟ ବରଣ କରିଥିଲା ।
  • ଯୁଦ୍ଧରେ ପରାଜିତ ହେବା ଯୋଗୁଁ ଓ ଦେଶର ଦୁର୍ବଳ ଆର୍ଥିକ ସ୍ଥିତିକୁ ସୁଧାରିବାପାଇଁ ଅକ୍ଷମ ହେବାରୁ ମାଓ – ସେ –ତୁଙ୍ଗଙ୍କ ନେତୃତ୍ୱାଧୀନ ସାମ୍ୟବାଦୀ ଦଳ ଓ ଚିଆଙ୍ଗ୍ କାଇଶେକ୍‌ଙ୍କ କୋମିଙ୍ଗଟାଲ୍ ଦଳ ମଧ୍ୟରେ ଗୃହଯୁଦ୍ଧ ଆରମ୍ଭ ହୋଇଥିଲା ।

୧୩ । ଇଉରୋପୀୟ ବଣିକମାନେ ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶ ସ୍ଥାପନ କରିଥିଲେ କାହିଁକି ?
Answer:

  1. ଭୌଗୋଳିକ ଆବିଷ୍କାରଦ୍ଵାରା ଯାତାୟାତ ଓ ଯୋଗାଯୋଗର ସୁବିଧା ହେବାଦ୍ଵାରା ଏସିଆ ଓ ଆଫ୍ରିକା ମହାଦେଶର ପ୍ରାକୃତିକ ସମ୍ପଦର ପ୍ର।ଚୁର୍ଯ୍ୟ ସମର୍କରେ ଇଉରୋପୀୟ ବଣିକମାନେ ଜାଣିପାରିଥିଲେ ।
  2. ଫଳରେ ବାଣିଜ୍ୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉଦ୍ଦେଶ୍ୟରେ ଇଉରୋପର ବିଭିନ୍ନ ରାଷ୍ଟ୍ର ଏସିଆ ଓ ଆଫ୍ରିକା ମହାଦେଶର ବିଭିନ୍ନ ଦେଶରେ ଉପନିବେଶ ମାନ ସ୍ଥାପନ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୪ । ଆଫଗାନିସ୍ତାନରେ କେଉଁ ଶାସନ ଚାଲିଥିଲା ? କିଏ ଏହାକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲେ ?
Answer:

  • ଆଫଗାନିସ୍ତାନରେ ଇଂରେଜ ଶାସନ ଚାଲିଥିଲା ।
  • ୧୯୧୯ ମସିହାରେ ଏହାର ରାଜାଙ୍କୁ ହତ୍ୟା କରାଯିବାରୁ ତାଙ୍କ ପୁତ୍ର ଅମାନୁଲ୍ଲା ସିଂହାସନ ଆରୋହଣ କରିଥିଲେ ଏବଂ ସେ ଆଫଗାନିସ୍ତାନକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲେ ।

୧୫ । କିଏ କେବେ ଚୀନ୍ ଦେଶରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ? ସେ କେଉଁ ଦଳର ନେତୃତ୍ବ ନେଇଥିଲେ ?
Answer:

  • ମାଓ-ସେ-ତୁଙ୍ଗ୍ ୧୯୪୯ ମସିହା ଅକ୍ଟୋବର ୧ ତାରିଖରେ ଚୀନ୍ ଦେଶରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ।
  • ସେ ସାମ୍ୟବାଦୀ ଦଳର ନେତୃତ୍ୱ ନେଇଥିଲେ ।

୧୬ । କିଏ କେବେ ଇଜିପ୍ଟ ଦେଶରେ ନୂଆ ସରକାର ଗଠନ କରିଥିଲେ ? ମରକ୍କୋ ଓ ଟ୍ୟୁନିସିଆ କେବେ ସ୍ଵାଧୀନ ହୋଇଥିଲେ ?
Answer:

  1. ୧୯୫୪ ମସିହାରେ କଣ୍ଢେଲ୍ ଗାମାଲ୍ ଅବଦୁଲ୍ ନାସେର୍ ବିପ୍ଳବୀ ପରିଷଦର ଅଧ୍ୟକ୍ଷ ହୋଇ ଇଜିପ୍ଟ ଦେଶରେ ନୂଆ ସରକାର ଗଠନ କରିଥିଲେ ।
  2. ୧୯୫୬ ମସିହାରେ ମରକ୍‌ ଓ ଟ୍ୟୁନିସିଆ ସ୍ଵାଧୀନ ହୋଇଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୭ । ନାମିବିଆର ପୂର୍ବତନ ନାମ କ’ଣ ଥିଲା ? ଏହି ଦେଶ କେବେ ସ୍ଵାଧୀନ ହୋଇଥିଲା ?
Answer:

  • ନାମିବିଆର ପୂର୍ବତନ ନାମ ଦକ୍ଷିଣ-ପଶ୍ଚିମ ଆଫ୍ରିକା ଥିଲା ।
  • ୧୯୯୦ ମସିହା ମାର୍ଚ୍ଚ ୨୧ ତାରିଖରେ ଏହି ଦେଶ ସ୍ଵାଧୀନ ହୋଇଥିଲା ।

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଦକ୍ଷିଣ ରୋଡ଼େସିଆ ସ୍ଵାଧୀନ ହେଲାପରେ କେଉଁ ନାମରେ ପରିଚିତ ହେଲା ?
Answer:
ଦକ୍ଷିଣ ରୋଡ଼େସିଆ ସ୍ଵାଧୀନ ହେଲାପରେ ଜିମ୍ବାୱେ ନାମରେ ପରିଚିତ ହେଲା ।

୨। ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ କାହା ନେତୃତ୍ବରେ ଆନ୍ଦୋଳନ ଚଳାଇ ମୁକ୍ତ ହେଲା ?
Answer:
ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ ଡ. କ୍ୱାମେ ଏନ୍‌କୁମାଙ୍କ ନେତୃତ୍ୱରେ ଆନ୍ଦୋଳନ ଚଳାଇ ମୁକ୍ତ ହେଲା ।

୩ । ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ ମୁକ୍ତ ହୋଇ କେଉଁ ନାମରେ ପରିଚିତ ହେଲା ?
Answer:
ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ ମୁକ୍ତ ହୋଇ ଘାନା ନାମରେ ପରିଚିତ ହେଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪ । କେଉଁ ବର୍ଷକୁ ଆଫ୍ରିକା ବର୍ଷ କୁହାଯାଏ ?
Answer:
୧୯୬୦ ମସିହାକୁ ଆଫ୍ରିକା ବର୍ଷ କୁହାଯାଏ ।

୫ । ୧୯୬୦ ମସିହାକୁ ‘ଆଫ୍ରିକା ବର୍ଷ କାହିଁକି କୁହାଯାଏ ?
Answer:
୧୯୬୦ ମସିହାରେ ୧୭ ଟି ଆଫ୍ରିକୀୟ ରାଷ୍ଟ୍ର ସ୍ବାଧୀନ ହୋଇଥିବାରୁ ଏହି ବର୍ଷକୁ ‘ଆଫ୍ରିକା ବର୍ଷ’ କୁହାଯାଏ ।

୬ । କେବେ ଶ୍ରୀଲଙ୍କା ସ୍ଵାଧୀନତା ଲାଭ କରିଥିଲା ?
Answer:
୧୯୪୮ ମସିହା ଫେବୃଆରୀ ୪ ତାରିଖରେ ଶ୍ରୀଲଙ୍କା ସ୍ଵାଧୀନତା ଲାଭ କରିଥିଲା ।

୭ । ଦ୍ଵିତୀୟ ବିଶ୍ୱଯୁଦ୍ଧ ବେଳକୁ ଚୀରେ କେଉଁ ଦଳ କ୍ଷମତାସୀନ ଥିଲା ?
Answer:
ଦ୍ବିତୀୟ ବିଶ୍ୱଯୁଦ୍ଧ ବେଳକୁ ଚୀନ୍‌ରେ ଚିଆଙ୍ଗ-କାଇ- ଶେକ୍‌ଙ୍କ ନେତୃତ୍ବାଧୀନ କୋମିଙ୍ଗୁଟାଙ୍ଗ୍ ଦଳ କ୍ଷମତାସୀନ ଥିଲା ।

୮ । କିଏ ଚୀନ୍‌ରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ?
Answer:
ମାଓ-ସେ-ତୁଙ୍ଗ୍ ଚୀନ୍‌ରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୯ । ଚିଆଙ୍ଗ କାଇଶେକ୍ ପରାଜିତ ହୋଇ କେଉଁଠାକୁ ପଳାୟନ କରିଥିଲେ ?
Answer:
ଚିଆଙ୍ଗ କାଇଶେକ୍ ପରାଜିତ ହୋଇ ଫର୍ମୋଜା ଦ୍ବୀପକୁ ପଳାୟନ କରିଥିଲେ ।

୧୦ । ଚିଆଙ୍ଗ କାଇଶେକ୍ ଫର୍ମୋଜା ଦ୍ଵୀପରେ ପ୍ରତିଷ୍ଠା କରିଥିବା ସ୍ଵାଧୀନ ରାଷ୍ଟ୍ରର ନାମ କ’ଣ ଥିଲା ?
Answer:
ଚିଆଙ୍ଗ କାଇଶେକ୍ ଫର୍ମୋଜା ଦ୍ଵୀପରେ ପ୍ରତିଷ୍ଠା କରିଥିବା ସ୍ଵାଧୀନ ରାଷ୍ଟ୍ରର ନାମ ଥିଲା ତାଇୱାନ୍ ।

୧୧ । କେବେ ବ୍ରହ୍ମଦେଶ ସ୍ଵାଧୀନ ହେଲା ?
Answer:
୧୯୪୮ ଜାନୁୟାରୀ ୪ ତାରିଖରେ ବ୍ରହ୍ମଦେଶ ସ୍ଵାଧୀନ ହୋଇଥିଲା ।

୧୨ । କାହା ନେତୃତ୍ଵରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ?
Answer:
ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ।

୧୩ । ହୋ-ଚି-ମିନ୍ କେଉଁ ଗଣବାହିନୀ ଗଠନ କରି ଫରାସୀ ସୈନ୍ୟମାନଙ୍କୁ ପରାଜିତ କରିଥିଲେ ?
Answer:
ହୋ-ଚି-ମିନ୍ ‘ଭିଏତ୍ ମିନ୍’ ନାମକ ଗଣବାହିନୀ ଗଠନ କରି ଫରାସୀ ସୈନ୍ୟମାନଙ୍କୁ ପରାଜିତ କରିଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୪ । ୧୯୬୧ ରୁ ୧୯୬୬ ମଧ୍ୟରେ କେଉଁ କେଉଁ ଆଫ୍ରିକୀୟ ରାଷ୍ଟ୍ର ସ୍ଵାଧୀନ ହୋଇଥିଲେ ?
Answer:
୧୯୬୧ ରୁ ୧୯୬୬ ମଧ୍ଯରେ ଗାୟିଆ, ସିଏରାଲିଓନ୍, ରୁୱାଣ୍ଡା, ଉଗାଣ୍ଡା, କେନିଆ, ତାଞ୍ଜାନିଆ, ମାଲାୱି, ଜାମ୍ବିଆ, ବୋନା, ଲେସୋଥୋ ପ୍ରଭୃ ତି ଆଫ୍ରିକୀୟ ରାଷ୍ଟ୍ର ସ୍ବାଧୀନ ହୋଇଥିଲେ ।

୧୫ । କାହା ନେତୃତ୍ୱରେ କେବେ ଇରାନ୍ ସ୍ଵାଧୀନ ହୋଇଥିଲା ?
Answer:
ରେଜା ଖାଁଙ୍କ ନେତୃତ୍ବରେ ୧୯୨୧ ମସିହାରେ ଇରାନ୍ ସ୍ଵାଧୀନ ହୋଇଥିଲା ।

୧୬ । ଉପନିବେଶଗୁଡ଼ିକ ପ୍ରଥମ ବିଶ୍ବଯୁଦ୍ଧରେ ମିତ୍ରଶକ୍ତି ପକ୍ଷରେ କାହିଁକି ଯୋଗ ଦେଇଥିଲେ ?
Answer:
ଉପନିବେଶଗୁଡ଼ିକ ପ୍ରଥମ ବିଶ୍ଵଯୁଦ୍ଧରେ ସ୍ୱାଧୀନତା ଲାଭ ଆଶାରେ ମିତ୍ରଶକ୍ତି ପକ୍ଷରେ ଯୋଗ ଦେଇଥିଲେ ।

୧୭ । ଅମାନୁଲ୍ଲା କେବେ ଓ କିପରି ଆଫଗାନିସ୍ତାନର ସିଂହାସନ ଆରୋହଣ କରିଥିଲେ ?
Answer:
୧୯୧୯ ମସିହାରେ ଆଫଗାନିସ୍ତାନର ରାଜାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ପୁତ୍ର ଅମାନୁଲ୍ଲା ସିଂହାସନ ଆରୋହଣ କରିଥିଲେ ।

୧୮ । ସିରିଆରେ କେଉଁ ଶାସନ ବିରୋଧରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
ସିରିଆରେ ଫରାସୀ କେଉଁ ଶାସନ ବିରୋଧରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲେ ।

୧୯ । କେଉଁ ଶାସନ କବଳରୁ ସିଙ୍ଗାପୁର କେବେ ମୁକ୍ତ ହୋଇଥିଲା ?
Answer:
୧୯୫୯ ମସିହାରେ ବ୍ରିଟିଶ୍ ଶାସନ କବଳରୁ ସିଙ୍ଗାପୁର ମୁକ୍ତ ହୋଇଥିଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨୦ । କାହା ସମର୍ଥନରେ ଉତ୍ତର କୋରିଆରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ?
Answer:
ସୋଭିଏତ୍ ରୁଷ୍ ସମର୍ଥନରେ ଉତ୍ତର କୋରିଆରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ।

୨୧ । କେବେ ଏବଂ କେଉଁ ସମ୍ମିଳନୀରେ ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆକୁ ଦୁଇଟି ସ୍ଵାଧୀନ ରାଷ୍ଟ୍ରରୂପେ
Answer:
୧୯୫୪ ମସିହାରେ ଅନୁଷ୍ଠିତ ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ବାଧୀନ ରାଷ୍ଟ୍ରରୂପେ ପରିଗଣିତ କରାଗଲା ।

୨୨ । ଭିଏତ୍‌ନାମ୍‌ର ମୁକ୍ତି ଆନ୍ଦୋଳନକୁ କେଉଁ ଦୁଇଟି ଦେଶ ସମର୍ଥନ କରିଥିଲା ?
Answer:
ସୋଭିଏତ୍ ରୁଷ୍ ଓ ଚୀନ୍ ଭିଏତନାମ୍‌ର ମୁକ୍ତି ଆନ୍ଦୋଳନକୁ ସମର୍ଥନ କରିଥିଲା ।

୨୩ । କାହା ନେତୃତ୍ଵରେ କାମ୍ବୋଡ଼ିଆ ନିଜକୁ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ?
Answer:
ନାରୋଦମ୍ ସିହାନୋକ୍‌ଙ୍କ ନେତୃତ୍ଵରେ କାମ୍ବୋଡ଼ିଆ ନିଜକୁ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ।

୨୪ । କିଏ କେବେ ଇଜିପ୍ଟ ଦେଶରେ ନୂତନ ସରକାର ଗଢ଼ିଥିଲେ ?
Answer:
୧୯୫୪ ମସିହାରେ କର୍ମେଲ୍ ଗାମାଲ୍ ଅବଦୁଲ୍ ନାସେର୍ ବିପ୍ଳବୀ ପରିଷଦର ଅଧ୍ୟକ୍ଷ ହୋଇ ଇଜିପ୍ଟ ଦେଶରେ ନୂତନ ସରକାର ଗଢ଼ିଥିଲେ ।

୨୫ । ମରକ୍କୋ ଓ ଟ୍ୟୁନିସିଆ କେଉଁ ସରକାରଙ୍କ ବିରୋଧରେ ସଂଗ୍ରାମ ଚଳାଇ କେବେ ସ୍ଵାଧୀନ ହୋଇଥିଲେ ?
Answer:
ଫରାସୀ ସରକାରଙ୍କ ବିରୋଧରେ ସଂଗ୍ରାମ ଚଳାଇ ମରକ୍କୋ ଓ ଟ୍ୟୁନିସିଆ ୧୯୫୬ ମସିହାରେ ସ୍ଵାଧୀନ ହୋଇଥିଲେ ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨୬ । ଆଲଜେରିଆରେ କେବେ ଜାତୀୟ ମୁକ୍ତି ସାମ୍ମୁଖ୍ୟ ଗଠିତ ହେଲା ଏବଂ ଏହା କେଉଁ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କରିଥିଲା ?
Answer:
୧୯୫୪ ମସିହାରେ ଆଲ୍‌ରିଆରେ ଜାତୀୟ ମୁକ୍ତି ସାମ୍ମୁଖ୍ୟ ଗଠିତ ହେଲା ଏବଂ ଏହା ଫରାସୀ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କରିଥିଲା।

୨୭ । ଆଞ୍ଜେରିଆ କେବେ ସ୍ଵାଧୀନ ହୋଇଥିଲା ?
Answer:
୧୯୬୨ ମସିହା ଜୁଲାଇ ମାସରେ ଆଲଜେରି ଆ ସ୍ବାଧୀନ ହୋଇଥିଲା ।

୨୮ । କେବେ ଓ କିପରି ଭାବରେ ଗିନିରେ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ?
Answer:
୧୯୫୮ ମସିହାରେ ଫରାସୀ ଶାସନାଧୀନ ଗିନିରେ ଜନମତ ଗ୍ରହଣ କରାଯାଇ ୧୯୫୮ ମସିହା ଅକ୍ଟୋବର ୨ ତାରିଖ ଦିନ ସେଠାରେ ଏକ ସାଧାରଣତନ୍ତ୍ର ପ୍ରତିଷ୍ଠା ହୋଇଥିଲା ।

୨୯ । କୃଷ୍ଣକାୟମାନେ କେଉଁ ସଙ୍ଗଠନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିଲେ ?
Answer:
କୃଷ୍ଣକାୟମାନେ ଆଫ୍ରିକୀୟ ଜାତୀୟ କଂଗ୍ରେସ ନାମକ ଏକ ସଙ୍ଗଠନ ମାଧ୍ୟମରେ ଆନ୍ଦୋଳନ ଚଳାଇଥିଲେ ।

୩୦ । ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି କିଏ ଥିଲେ ?
Answer:
ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଥିଲେ ନେଲସନ୍ ମାଣ୍ଡେଲା ।

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

B. ଗୋଟିଏ ପଦରେ ଉତ୍ତର ଲେଖ ।

୧ । କେବେ ସିଙ୍ଗାପୁର ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ହୋଇ ପୂର୍ଣ୍ଣ ସ୍ଵାଧୀନତା ପାଇଲା ?
Answer:
୧୯୫୯

୨ । ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ‘ଗୋଲ୍ଡକୋଷ୍ଟ’ କାହା ନେତୃତ୍ୱରେ ଆନ୍ଦୋଳନ ଚଳାଇ ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ମୁକ୍ତ ହୋଇ ଘାନା ନାମରେ ପରିଚିତ ହେଲା ?
Answer:
ଡ. କ୍ୱାରୀ ଏନ୍‌କୁମା

୩ । କେଉଁ ମସିହାରେ ଆଲଜେରିଆ ସ୍ବାଧୀନତା ଲାଭ କରିଥିଲା ?
Answer:
୧୯୬୨

୪ । ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି କିଏ ଥିଲେ ?
Answer:
ନେଲସନ୍ ମଣ୍ଡେଲା

୫ । କୋରିଆ ଯୁଦ୍ଧ କେବେ ହୋଇଥିଲା ?
Answer:
୧୯୫୦ ମସିହା ଜୁନ୍ ୨୫ ତାରିଖ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୬ । ଦ୍ଵିତୀୟ ବିଶ୍ୱଯୁଦ୍ଧ ଶେଷ ବେଳକୁ କାହା ନେତୃତ୍ୱାଧୀନ କୋମିଙ୍ଗଟାଙ୍ଗ୍ ଦଳ ଚୀନ୍‌ରେ କ୍ଷମତାସୀନ ଥିଲା ?
Answer:
ଚିଆଙ୍ଗ କାଇଶେକ୍

୭ । ଚୀନ୍ ରେ କି ଏ ଲୋକ ସାଧାରଣତନ୍ତ୍ର ପ୍ରତିଷ୍ଠା କରିଥିଲେ ?
Answer:
ମାଓ-ସେ-ତୁଙ୍ଗ୍

୮। ଆରବ ଦେଶଗୁଡ଼ିକରେ ମୁକ୍ତି ଆନ୍ଦୋଳନ କେଉଁ ସଂସ୍ଥା ମାଧ୍ୟମରେ ଆଶାନୁରୂପ ସଫଳତା ଲାଭ କରିଥିଲା ?
Answer:
ଆର ବଲିଗ୍

୯ । କେଉଁ ସଙ୍ଗଠନ ଦକ୍ଷିଣ ଆଫ୍ରିକାରେ ସ୍ଵାଧୀନତାର ନେତୃତ୍ୱ ନେଇଥିଲେ ?
Answer:
ଆଫ୍ରିକୀୟ ଜାତୀୟ କଂଗ୍ରେସ

୧୦ । ୧୯୫୪ ମସିହାରେ କିଏ ଇଜିପ୍ଟ ଦେଶରେ ନୂତନ ସରକାର ଗଢ଼ିଥିଲେ ?
Answer:
ଗାମାଲ୍ ଅବଦୁଲ୍ ନାସେର୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୧ । ସିଙ୍ଗାପୁର କେଉଁ ଦେଶର ଏକ ଉପନିବେଶ ଥିଲା ?
Answer:
ବ୍ରିଟେନ୍

୧୨ । ପାଥେଟ୍ ଲାଓ ନାମକ ଗଣବାହିନୀ କେଉଁ ଦେଶର ସ୍ଵାଧୀନତା ପାଇଁ ଆନ୍ଦୋଳନ କରିଥିଲା ?
Answer:
ଲାଓସ୍‌

୧୩ । କେଉଁ ଦେଶଟି ସ୍ଵାଧୀନତା ପରେ ଘାନା ନାମରେ ପରିଚିତ ହେଲା ?
Answer:
ଗୋଲ୍ଡକୋଷ୍ଟ

୧୪ । କର୍ମେଲ୍ ଗାମାଲ ଅବଦୁଲ ନାସେର୍ କେଉଁ ଦେଶରେ ନୂତନ ସରକାର ଗଢ଼ିଥିଲେ ?
Answer:
ଇଜିପ୍ଟ,

୧୫ । ବର୍ଣ୍ଣ ବିଦ୍ବେଷ ନୀତି ବିରୋଧରେ ହୋଇଥ୍ ଆନ୍ଦୋଳନରେ କିଏ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ?
Answer:
ନେଲ୍ ସନ୍ ମଣ୍ଡେଲା

୧୬ । ‘ଆଫ୍ରିକା ବର୍ଷ’ ରେ ଆଫ୍ରିକାର କେତୋଟି ଦେଶ ଏକାକାଳୀନ ସ୍ବାଧୀନ ହୋଇଥିଲା ?
Answer:
୧୭ଟି

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୭ । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ଦ୍ଵୀପପୁଞ୍ଜକୁ ଜାପାନ କବଳରୁ ମୁକ୍ତ କରି ତାହାକୁ ସ୍ଵାଧୀନତା ପ୍ରଦାନ କରିଥିଲା ?
Answer:

୧୭ । ଯୁକ୍ତରାଷ୍ଟ୍ର ଆମେରିକା କେଉଁ ଦ୍ଵୀପପୁଞ୍ଜକୁ ଜାପାନ କବଳରୁ ମୁକ୍ତ କରି ତାହାକୁ ସ୍ଵାଧୀନତା ପ୍ରଦାନ କରିଥିଲା ?
Answer:
ଫିଲିପାଇନ୍ସ ଦ୍ବୀପପୁଞ୍ଜ

୧୮ । ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ ?
Answer:
ସନ୍ ୟାତ୍ ସେନ୍

୧୯ । କେଉଁ ଦ୍ଵୀପରେ ସ୍ଵାଧୀନ ତାଇୱାନ୍ ରାଷ୍ଟ୍ର ଗଠନ କରାଯାଇଥିଲା ?
Answer:
ଫର୍ମୋଜା ଦ୍ୱୀପ

୨୦ । କୋରିଆରେ କେଉଁ ଦେଶ ଶାସନ କରୁଥିଲା ?
Answer:
ଜାପାନ

୨୧ । କେଉଁ ଦେଶର ସମର୍ଥନରେ ଉତ୍ତର କୋରିଆରେ ସାମ୍ୟବାଦୀ ସରକାର ପ୍ରତିଷ୍ଠିତ ହୋଇଥିଲା ?
Answer:
ସୋଭିଏତ୍ ରୁଷ୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୨୨ । ଉତ୍ତର କୋରିଆ କେବେ ଦକ୍ଷିଣ କୋରିଆ ଉପରେ ଆକ୍ରମଣ କରିଥିଲା ?
Answer:
୧୯୫୦ ଜୁନ୍ ୨୫ ତାରିଖ

୨୩ । କେତେ ଡିଗ୍ରୀ ସମାନ୍ତର ରେଖାକୁ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆର ସୀମାରେଖା ରୂପେ ନିର୍ୟ ୟ କରାଯାଇଥିଲା ?
Answer:
୩୮ ଡିଗ୍ରୀ ସମାନ୍ତର ରେଖା

୨୪ । ଭିଏତ୍‌ନାମ୍‌ରେ ଦ୍ୱିତୀୟ ବିଶ୍ଵଯୁଦ୍ଧ ପରେ କେଉଁ ଶାସନ ବିରୋଧରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
ଫରାସୀ ଶାସନ

୨୫ । ଭିଏତ୍‌ ନାମ୍ ମୁକ୍ତା ଆନ୍ଦୋଳନର ନେତୃତ୍ବ କିଏ ନେଇଥିଲେ ?
Answer:
ହୋ-ଚି-ମିନ୍

C. ଶୂନ୍ୟସ୍ଥାନ ପୂରଣ କର ।

୧। ଶ୍ରୀଲଙ୍କା _________ ମସିହାରେ ସ୍ଵାଧୀନତା ଲାଭ
Answer:
୧୯୪୮

୨ । _________ ମସିହାକୁ ଆଫ୍ରିକା ବର୍ଷ କୁହାଯାଏ ।
Answer:
୧୯୬୦

୩ । __________ ବୀନ୍ରେ ଲୋକ ସାଧାରଣତନୁ ସରକାର ଗଠନ କରିଥିଲେ ।
Answer:
ମାଓ-ସେ-ତୁଙ୍ଗ୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୪ । __________ ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ଵାଧୀନ ରାଷ୍ଟ୍ରରେ ପରି ଣତ କରାଗଲା ।
Answer:
ଜେନେଭ

୫। ଦକ୍ଷିଣ ରୋଡ଼େସିଆ ସ୍ବାଧୀନ ହେଲାପରେ __________ ନାମରେ ପରିଚିତ ହେଲା ।
Answer:
ଜିମ୍ବାୱେ

୬ | ___________ ମସିହାରେ ସିଙ୍ଗାପୁର ବ୍ରିଟିଶ୍ ଶାସନରୁ ମୁକ୍ତ ହେଲା ।
Answer:
୧୯୫୯

୭ । କାମ୍ବୋଡ଼ିଆ _________ ଙ୍କ ନେତୃତ୍ବରେ ନିଜକୁ ସ୍ଵାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲା ।
Answer:
ନାରୋଦମ୍ ସିହାନୋକ

୮ । ଇଣ୍ଡୋନେସିଆ _________ ଙ୍କ ନେତୃତ୍ଵରେ ପରାଧୀନତାରୁ ମୁକ୍ତ ହେଲା ।
Answer:
ସୁକ ହେଁ

୯ । ________ ମସିହାରେ ସ୍ଵାଧୀନ ରାଷ୍ଟ୍ର ଲାଓସ୍ ଗଠିତ ହୋଇଥିଲା ।
Answer:
୧୯୫୪

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୦ । ଭିଏତ୍‌ମିନ୍ ଦଳ ___________ ଗଠନ କରିଥିଲେ ।
Answer:
ହୋ-ଚି-ମିନ୍

D. ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (✗) ଲେଖ ।

୧। ଇଣ୍ଡୋନେସିଆର ସ୍ବାଧୀନ ଦଳ ଡଚ୍ ଶାସନ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ।
୨। ଜାତୀୟତାବାଦୀ ନେତା ସୁକର୍ଣ୍ଣୋ ଇଣ୍ଡୋନେସିଆକୁ ସ୍ବାଧୀନ କରାଇଥିଲେ ।
୩ । ଦ୍ବିତୀୟ ବିଶ୍ଵଯୁଦ୍ଧ ପରେ ଫିଲିପାଇନ୍ସକୁ ଯୁକ୍ତରାଷ୍ଟ୍ର ଆମେରିକା ଜର୍ମାନୀ କବଳରୁ ମୁକ୍ତ କରିଥିଲା ।
୪। ୧୯୫୯ ମସିହାରେ ସିଙ୍ଗାପୁର ବ୍ରିଟିଶ୍ ଶାସନ କବଳରୁ ମୁକ୍ତ ହୋଇ ସ୍ବାଧୀନ ହୋଇଥିଲା ।
୫। ପ୍ରଥମ ବିଶ୍ଵଯୁଦ୍ଧ ପରେ କୋରିଆ ଦୁଇ ଭାଗରେ ବିଭକ୍ତ ହୋଇଥିଲା ।
୬। ହୋ-ଚି-ମିନ୍‌ଙ୍କ ନେତୃତ୍ବରେ ଭିଏତନାମ୍ ସ୍ବାଧୀନ ହୋଇଥିଲା ।
୭। ଇଥ୍‌ଓପିଆରେ ଇଟାଲୀ ଆକ୍ରମଣକୁ ଦୃଢ଼ ଭାବରେ ପ୍ରତିରୋଧ କରାଯାଇଥିଲା ।
୮। ୧୯୬୬ ମସିହାକୁ ‘ଆଫ୍ରିକା ବର୍ଷ’ କୁହାଯାଏ ।
୯। ଦକ୍ଷିଣ ରୋଡ଼େସିଆର ପୂର୍ବନାମ ଥିଲା ଜିମ୍ବାୱେ ।
୧୦ । କର୍ଣ୍ଣେଲ ଅବଦୁଲ ନାସେର ଆଲଜେରିଆରେ ନୂତନ ସରକାର ଗଠନ କରିଥିଲେ ।

Answer:
୧। (✗)
୨ । (✓)
୩ । (✗)
୪ । (✓)
୫ । (✗)
୬ । (✓)
୭ । (✓)
୮ । (✗)
୯ । (✗)
୧୦ । (✗)

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଶ୍ରୀଲଙ୍କା ୧୯୪୭ ମସିହାରେ ସ୍ଵାଧୀନତା ଲାଭ କରିଥିଲା ।
Answer:
୧୯୪୮

୨। ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଥିଲେ ଅବଦଲ୍ ନାସେର ।
Answer:
ନେଲସନ୍ ମାଣ୍ଡେଲା

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୩ । ଆଫ୍ରିକା ବର୍ଷରେ ଆଫ୍ରିକାର ୨୭ଟି ଦେଶ ଏକକାଳୀନ ସ୍ଵାଧୀନ ହୋଇଥିଲା ।
Answer:
୧୭ଟି

୪ । ଦକ୍ଷିଣ ରୋଡ଼େସିଆ ସ୍ଵାଧୀନ ହେବାପରେ ନାମ୍ବିଆ ନାମରେ ପରିଚିତ ହେଲା ।
Answer:
ଜିମ୍ବାୱେ

୫ । ଚୀନ୍‌ରେ ଚିଆଙ୍ଗ-କାଇ-ସେକ୍ ଜାତୀୟତାବାଦୀ ଦଳର ନେତୃତ୍ବ ନେଇଥିଲେ ।
Answer:
ସନ୍‌ତ୍ ସେନ୍

୬ । ହୋଚି-ମିନ୍ ଆଫ୍ରିକା ମୁକ୍ତି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ।
Answer:
ଭିଏତ୍‌ନାମ

୭ । ସ୍ଵାଧୀନ ତାଇୱାନ ରାଷ୍ଟ୍ର ମାଳୟ ଦ୍ବୀପରେ ଗଠନ କରାଯାଇଥିଲା ।
Answer:
ଫର୍ମୋଜା ଦ୍ୱୀପ

୮। ଇଣ୍ଡୋନେସିଆ ହୋ-ଚି-ମିନୁଙ୍କ ନେତୃତ୍ଵରେ ସ୍ଵାଧୀନ ହୋଇଥିଲା ।
Answer:
ସୁକର୍ଣ୍ଣୋ

୯ । ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ମାଳୟ ସ୍ବାଧୀନ ହୋଇଥିଲା ।
Answer:
ବ୍ରହ୍ମଦେଶ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

୧୦ । ୧୯୬୨ ମସିହା ଜୁଲାଇ ମାସରେ ଆଲବାନିଆ ସ୍ଵାଧୀନ ହୋଇଥିଲା ।
Answer:
ଆଞ୍ଜେରିଆ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ନିମ୍ନୋକ୍ତ କେଉଁମାନଙ୍କ ଶାସନରୁ ଇଣ୍ଡୋନେସିଆ ସ୍ବାଧୀନ ହୋଇଥିଲା ?
(A) ପର୍ତ୍ତୁଗୀଜ୍
(B) ଓଲନ୍ଦାଜ୍
(C) ଇଂରେଜ
(D) ଫରାସୀ.
Answer:
(B) ଓଲନ୍ଦାଜ୍

Question 2.
‘ଭିଏତ୍‌ମିନ୍’ ଦଳ କିଏ ଗଠନ କରିଥିଲେ ?
(A) ମାଓ-ସେ-ତୁଙ୍ଗ
(B) ସୁମା-ଚୀନ
(C) ହୋ-ଚି-ମିନ୍
(D) ଚିଆଙ୍ଗ-କାଇଶେକ୍
Answer:
(C) ହୋ-ଚି-ମିନ୍

Question 3.
‘ଆଫ୍ରିକା ବର୍ଷ’ରେ ଆଫ୍ରିକାର କେତୋଟି ଦେଶ ଏକାକାଳୀନ ସ୍ଵାଧୀନ ହୋଇଥିଲା ?
(A)୧୨ ଟି
(B)୧୫ ଟି
(C) ୧୭ ଟି
(D) ୨୭ ଟି
Answer:
(C) ୧୭ ଟି

Question 4.
କେବେ ସ୍ବାଧୀନ ଲାଓସ୍ ରାଷ୍ଟ୍ର ଗଠିତ ହୋଇଥିଲା ?
(A) ୧୯୪୫
(B) ୧୯୫୪
(C) ୧୯୫୬
(D) ୧୯୬୧
Answer:
(B) ୧୯୫୪

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 5.
କେଉଁ ମସିହାକୁ ଆଫ୍ରିକା ବର୍ଷ କୁହାଯାଏ ?
(A) ୧୯୫୯
(B) ୧୯୬୦
(C) ୧୯୬୪
(D) ୧୯୭୦
Answer:
(B) ୧୯୬୦

Question 6.
ଚୀନ୍‌ରେ କେବେ ସାମ୍ୟବାଦୀ ଦଳ ଶାସନ କ୍ଷମତା ଦଖଲ କଲା ?
(A) ୧୯୪୯
(B) ୧୯୫୨
(C) ୧୯୫୦
(D) ୧୯୬୦
Answer:
(A) ୧୯୪୯

Question 7.
କେବେ ସିଙ୍ଗାପୁର ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ହୋଇ ପୂର୍ଣ୍ଣ ସ୍ଵାଧୀନତା ପାଇଲା ?
(A) ୧୯୩୩
(B) ୧୯୫୪
(C) ୧୯୫୫
(D) ୧୯୫୯
Answer:
(D) ୧୯୫୯

Question 8.
ବ୍ରିଟିଶ୍ ଶାସନାଧୀନ ଆଫ୍ରିକୀୟ କୃଷ୍ଣକାୟ ଦେଶ ଗୋଲ୍ଡକୋଷ୍ଟ କାହା ନେତୃତ୍ୱରେ ଆନ୍ଦୋଳନ ଚଳାଇ ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ମୁକ୍ତ ହେଲା ଓ ଘାନା ନାମରେ ପରିଚିତ ହେଲା ?
(A) ଏମା
(B) ପି.ଡୁମା
(C) ଏନ୍.ମାଣ୍ଡେଲ
(D) ଏସ୍‌ମା
Answer:
(A) ଏମା

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 9.
ସ୍ଵାଧୀନତା ପରେ ଦକ୍ଷିଣ ରୋଡ଼େସିଆର ନାମ କ’ଣ ହେଲା ?
(A) ନାମ୍ବିଆ
(B) ଜିମ୍ବାୱେ
(C) ଲୋସୋଥୋ
(D) ଘାନା
Answer:
(B) ଜିମ୍ବାୱେ

Question 10.
ନିମ୍ନଲିଖ କେଉଁ ମସିହାରେ ଆଲଜେରିଆ ସ୍ଵାଧୀନତା ଲାଭ କରିଥିଲା ?
(A) ୧୯୬୨
(B) ୧୯୭୨
(C) ୧୯୬୪
(D) ୧୯୪୬
Answer:
(A) ୧୯୬୨

Question 11.
ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି କିଏ ଥିଲେ ?
(A) ୱାଲଟର୍ ସିସୁଲି
(B) ଏନ୍‌କୁମା
(C) ନେଲସନ୍ ମାଣ୍ଡେଲା
(D) ଡେସମଣ୍ଡ ଲୁଥୁଲି
Answer:
(C) ନେଲସନ୍ ମାଣ୍ଡେଲା

Question 12.
କେବେ ରେଜା ଖାଁ ଇଂରେଜମାନଙ୍କଠାରୁ କ୍ଷମତା ଅଧିକାର କରି ଇରାକୁ ସ୍ବାଧୀନ କରିଥିଲେ ?
(B) ୧୯୧୯
(A) ୧୯୧୭
(C) ୧୯୨୧
(D) ୧୯୨୩
Answer:
(C) ୧୯୨୧

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 13.
ଇରାନ୍‌ରେ କେଉଁ ଶାସନ ବିରୋଧରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(A) ଇଂରେଜ
(B) ପର୍ତ୍ତୁଗୀଜ୍
(C) ଜାପାନୀ
(D) ଡବ୍
Answer:
(A) ଇଂରେଜ

Question 14.
୧୯୧୯ ମସିହାରେ କିଏ ଆଫଗନିସ୍ତାନକୁ ଏକ ସ୍ବାଧୀନ ରାଷ୍ଟ୍ରଭାବେ ଘୋଷଣା କରିଥିଲେ ?
(A) ରେଜା ଖାଁ
(B) ମୁସ୍ତାଫା କେମାଲ
(C) ଅମାନୁଲ୍ଲା
(D) ମାଓ ସେ ତୁଙ୍ଗ
Answer:
(C) ଅମାନୁଲ୍ଲା

Question 15.
କେଉଁ ଶାସନ ବିରୋଧରେ ସିରିଆରେ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(A) ଫରାସୀ
(B) ଡେନ୍
(C) ଇଂରେଜ
(D) ଇଟାଲୀ.
Answer:
(A) ଫରାସୀ

Question 16.
କାହା ସହଯୋଗରେ ମୁସ୍ତାଫା କେମାଲ୍ ପାଶା ମିତ୍ରଶକ୍ତିମାନଙ୍କର ସାମରିକ ବାହିନୀଗୁଡ଼ିକୁ ତୁର୍କୀରୁ ତଡ଼ିଦେଇଥିଲେ ?
(A) ରୁଷ୍
(B) ପୋଲାଣ୍ଡ
(C) ପ୍ରୁସିଆ
(D) ଜର୍ମାନୀ
Answer:
(A) ରୁଷ୍

Question 17.
କେଉଁ ଶାସନ ବିରୁଦ୍ଧରେ ଇଣ୍ଡୋନେସିଆର ଜାତୀୟ ଦଳ ଆନ୍ଦୋଳନ ଆରମ୍ଭ କରିଥିଲା ?
(A) ଡେନ୍
(B) ଜାପାନୀ
(C) ଡବ୍
(D) ପର୍ତ୍ତୁଗୀଜ୍
Answer:
(C) ଡବ୍

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 18.
କିଏ ବ୍ରହ୍ମଦେଶରେ ଫାସିବାଦୀ ବିରୋଧୀ ସ୍ଵାଧୀନ ଜନ ସାମ୍ମୁଖ୍ୟ ମାଧ୍ୟମରେ ବ୍ରିଟିଶ୍ ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ ?
(A) ଚିଆଙ୍ଗ୍ କାଇଶେକ
(B) ମାଓ ସେ ତୁଙ୍ଗ୍
(C) ଅଙ୍ଗୁନ୍
(D) ସୁକର୍ଣ୍ଣୋ
Answer:
(C) ଅଙ୍ଗୁନ୍

Question 19.
କେଉଁ ଦେଶ ୪ ଫେବୃୟାରୀ ୧୯୪୮ ମସିହାରେ ବ୍ରିଟିଶ୍ ସାମ୍ରାଜ୍ୟବାଦ କବଳରୁ ମୁକ୍ତ ହୋଇ ସ୍ଵାଧୀନତା ଲାଭ କରିଥିଲା ?
(A) ଶ୍ରୀଲଙ୍କା
(B) ଆଫଗାନିସ୍ଥାନ
(C) ବ୍ରହ୍ମଦେଶ
(D) ମାଳୟ
Answer:
(A) ଶ୍ରୀଲଙ୍କା

Question 20.
୧୯୫୭ ମସିହା ଅଗଷ୍ଟ ୩୧ ତାରିଖରେ ମାଳୟ କେଉଁ ଶାସନରୁ ନିଜକୁ ମୁକ୍ତ କରିଥିଲା ?
(A) ଫରାସୀ
(B) ଜାପାନୀ
(C) ବ୍ରିଟିଶ୍
(D) ଡେନ୍
Answer:
(C) ବ୍ରିଟିଶ୍

Question 21.
ସିଙ୍ଗାପୁର କାହାର ଉପନିବେଶ ଥିଲା ?
(A) ଜାପାନ
(B) ଇଟାଲୀ
(C) ତୁର୍କୀ
(D) ବ୍ରିଟେନ୍
Answer:
(D) ବ୍ରିଟେନ୍

Question 22.
ଦ୍ଵିତୀୟ ବିଶ୍ୱଯୁଦ୍ଧ ପରେ କାହା କବଳରୁ କୋରିଆ ମୁକ୍ତିଲାଭ କରି ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଭାଗ ହୋଇଥିଲା ?
(A) ଜାପାନ
(B) ପୋଲାଣ୍ଡ
(C) ପ୍ରୁସିଆ
(D) ଇଟାଲୀ
Answer:
(A) ଜାପାନ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 23.
୧୯୫୪ ମସିହାରେ ଅନୁଷ୍ଠିତ କେଉଁ ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆକୁ ଦୁଇଟି ସ୍ୱାଧୀନ ରାଷ୍ଟ୍ର ରୂପେ ସ୍ବୀକୃତି ମିଳିଥିଲା ?
(A) ଜେନେଭା
(B) ସ୍ବିଡ଼େନ
(C) ପ୍ୟାରିସ୍
(D) ଗୋଷ୍ଠୀ ନିରପେକ୍ଷ
Answer:
(A) ଜେନେଭା

Question 24.
କେଉଁ ଶାସନ ବିରୋଧରେ ଭିଏତ୍‌ ନାମ୍‌ରେ ମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଥିଲା ?
(A) ପର୍ତ୍ତୁଗୀଜ୍
(B) ଡେନ୍
(C) ଡବ୍
(D) ଫରାସୀ
Answer:
(D) ଫରାସୀ

Question 25.
ପାଥେଟ୍ ଲାଓ ନାମକ ଗଣବାହିନୀ କେଉଁ ଦେଶର ସ୍ଵାଧୀନତା ପାଇଁ ଆନ୍ଦୋଳନ କରିଥିଲା ?
(A) ଲାଓସ୍
(B) ନାଇଜେରିଆ
(C) ଇଣ୍ଡୋନେସିଆ
(D) ଶ୍ରୀଲଙ୍କା
Answer:
(A) ଲାଓସ୍

Question 26.
ନାରୋଦମ୍ ସିହାନୋକ୍‌ଙ୍କ ନେତୃତ୍ଵରେ କାମ୍ବୋଡ଼ିଆ କେଉଁ ଶାସନରୁ ମୁକ୍ତି ପାଇ ସ୍ବାଧୀନ ରାଷ୍ଟ୍ରର ମାନ୍ୟତା ପାଇଥିଲା ?
(A) ଫରାସୀ
(B) ବ୍ରିଟିଶ୍
(C) ଡେନ୍
(D) ପର୍ତ୍ତୁଗୀଜ୍
Answer:
(A) ଫରାସୀ

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 27.
କେବେ ସିରିଆ ଓ ଲେବାନନ୍ ଫରାସୀମାନଙ୍କୁ ବିତାଡ଼ିତ କରି ସ୍ବାଧୀନ ହୋଇଥିଲେ ?
(A) ୧୯୪୨
(B) ୯୧୪୪
(C) ୧୯୪୬
(D) ୧୯୪୭
Answer:
(C) ୧୯୪୬

Question 28.
ଇଜିପ୍ଟର ଗଣଆନ୍ଦୋଳନ ସଂଘଟିତ ହୋଇ କାହା ସମର୍ଥିତ ରାଜତନ୍ତ୍ରର ପତନ ଘଟିଥିଲା ?
(A) ବ୍ରିଟିଶ୍
(B) ଫରାସୀ
(C) ପର୍ତ୍ତୁଗୀଜ୍
(D) ଡବ୍
Answer:
(A) ବ୍ରିଟିଶ୍

Question 29.
କେବେ ଜେନେରାଲ୍ ନାଗୁଇବ୍ ରାଜା ଫାରୁକ୍‌ ଙ୍କୁ ଗାଦିଚ୍ୟୁତ କରି ଇଜିପ୍ଟର ଶାସନ କ୍ଷମତା ହାତକୁ ନେଇଥିଲେ ?
(A) ୧୯୪୯
(B) ୧୯୫୦
(C) ୧୯୫୨
(D) ୧୯୫୭
Answer:
(C) ୧୯୫୨

Question 30.
ଫରାସୀ ସରକାର ବିରୋଧରେ ସଂଗ୍ରାମ ଚଳାଇ ମରକ୍କୋ ଓ ଟ୍ୟୁନିସିଆ କେବେ ସ୍ବାଧୀନ ହୋଇଥିଲେ ?
(A) ୧୯୫୨
(B) ୧୯୫୩
(C) ୧୯୫୬
(D) ୧୯୫୭
Answer:
(C) ୧୯୫୬

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 31.
କର୍ଣ୍ଣେଲ ଗାମାଲ ଅବ୍‌ଦୁଲ ନାସେର କେଉଁ ଦେଶରେ ନୂତନ ସରକାର ଗଢ଼ିଥିଲେ ?
(A) ଇଥ୍‌ଓପିଆ
(B) ଇଜିପ୍ଟ
(C) ନାଇଜେରିଆ
(D) ଟାଞ୍ଜାନିଆ
Answer:
(B) ଇଜିପ୍ଟ

Question 32.
୧୯୫୪ ମସିହାରେ ଅଞ୍ଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ଗଠିତ ହୋଇ କେଉଁ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ ଘୋଷଣା କରିଥିଲା ?
(A) ଫରାସୀ
(B) ବ୍ରିଟିଶ୍
(C) ପର୍ତ୍ତୁଗୀଜ୍
(D) ଡେନ୍
Answer:
(A) ଫରାସୀ

Question 33.
୧୯୫୭ ମସିହା ମାର୍ଚ୍ଚ ମାସ ୬ ତାରିଖରେ କେଉଁ ଦେଶ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ଘାନା ନାମରେ ପରିଚିତ ହୋଇଥିଲା ?
(A) ଅପରଭୋଲ୍‌ଟା
(B) ଆଇଭରିକୋଷ୍ଟ
(C) ଗୋଲ୍ଡକୋଷ୍ଟ
(D) ଟାଞ୍ଜାନିଆ
Answer:
(C) ଗୋଲ୍ଡକୋଷ୍ଟ

Question 34.
ଫରାସୀ ଶାସନାଧୀନ ଗିନି କେବେ ଏକ ସାଧାରଣତନ୍ତ୍ରରେ ପରିଣତ ହୋଇଥିଲା ?
(A) ୧୯୫୬ ମସିହା ମାର୍ଚ୍ଚ ୧୬
(B) ୧୯୫୭ ମସିହା ଜୁନ୍ ୧୮
(C) ୧୯୫୮ମସିହା ଅକ୍ଟୋବର ୨
(D) ୧୯୫୯ ମସିହା ନଭେମ୍ବର ୧୪
Answer:
(C) ୧୯୫୮ମସିହା ଅକ୍ଟୋବର ୨

Question 35.
ଦୁଇ ପର୍ତ୍ତୁଗୀଜ୍ ଉପନିବେଶ ମୋଜାମ୍ବିକ୍ ଓ ଆଙ୍ଗୋଲା କେବେ ସ୍ବାଧୀନତା ଲାଭ କରିଥିଲା ?
(A) ୧୯୭୦
(B) ୧୯୭୧
(C) ୧୯୭୪
(D) ୧୯୭୫
Answer:
(D) ୧୯୭୫

Question 36.
କେଉଁ ଭାରତୀୟଙ୍କ ନୀତି ଓ ଆଦର୍ଶରେ ଆଫ୍ରିକୀୟ ଆନ୍ଦୋଳନ ପରିଚାଳିତ ହୋଇଥିଲା ?
(A) ମହାତ୍ମା ଗାନ୍ଧି
(B) ଜବାହରଲାଲ ନେହେରୁ
(C) ସର୍ଦ୍ଦାର ପଟେଲ
(D) ନେତାଜୀ ସୁଭାଷଚନ୍ଦ୍ର ବୋଷ
Answer:
(A) ମହାତ୍ମା ଗାନ୍ଧି

BSE Odisha 9th Class History Important Questions Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Question 37.
କେବେ ନେଲ୍ସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ?
(A) ୧୯୯୨ ଜୁନ୍ ୧୧
(B) ୧୯୯୨ ମେ ୧୮
(C) ୧୯୯୩ ଅଗଷ୍ଟ ୧୮
(D) ୧୯୯୪ ମେ ୧୦
Answer:
(D) ୧୯୯୪ ମେ ୧୦

Question 38.
ଡେସ୍‌ମଣ୍ଡ ଲୁଥୁଲି କେଉଁ ଦେଶର ମୁକ୍ତି ସଂଗ୍ରାମୀ ଥିଲେ ?
(A) ଦକ୍ଷିଣ-ପଶ୍ଚିମ ଆଫ୍ରିକା
(B) ଦକ୍ଷିଣ ଆଫ୍ରିକା
(C) କଙ୍ଗୋ ସାଧାରଣତନ୍ତ୍ର
(D) ଟ୍ୟୁନିସିଆ
Answer:
(B) ଦକ୍ଷିଣ ଆଫ୍ରିକା

BSE Odisha 9th Class Physical Science Solutions Chapter 3 ପରମାଣୁ ଓ ଅଣୁ

Odisha State Board BSE Odisha 9th Class Physical Science Solutions Chapter 3 ପରମାଣୁ ଓ ଅଣୁ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 3 ପରମାଣୁ ଓ ଅଣୁ

1. ରାସାୟନିକ ସଂଯୋଗର ଦୁଇଟି ନିୟମ ଲେଖ ଏବଂ ରୁଟାଅ |
ଉ-
ରାସାୟନିକ ସଂଯୋଗର ଦୁଇଟି ନିୟମ ହେଲା- ବସ୍ତୁତ୍ଵ ସଂରକ୍ଷଣ ନିୟମ ଓ ସ୍ଥିରାନୁପାତ ନିୟମ ।

ବସ୍ତୁତ୍ଵ ସଂରକ୍ଷଣ ନିୟମ :

  • ରାସାୟନିକ ପ୍ରତିକ୍ରିୟାରେ ବସ୍ତୁତ୍ଵର ସୃଷ୍ଟି ନାହିଁ କିମ୍ବା ବିନାଶ ନାହିଁ ।
  • ଯେତେବେଳେ ଏକ ରାସାୟନିକ ପରିବର୍ତ୍ତନ ବା ରାସାୟନିକ ପ୍ରତିକ୍ରିୟା ଘଟେ, ସେତେବେଳେ ବସ୍ତୁତ୍ଵର ପରିବର୍ତ୍ତନ ଘଟିନଥାଏ । ଅର୍ଥାତ୍ ପରିବର୍ତ୍ତନର ପୂର୍ବ-ବସ୍ତୁତ୍ଵ ଓ ପର-ବସ୍ତୁତ୍ଵ ସମାନ ରହିଥାଏ ।

ଉଦାହରଣ – 2 ଗ୍ରାମ୍ ଉଦ୍‌ଜାନ 71 ଗ୍ରାମ୍ କ୍ଲୋରିନ୍ ସହ ରାସାୟନିକ ପ୍ରତିକ୍ରିୟା କଲେ 73 ଗ୍ରାମ୍ ହାଇଡ୍ରୋଜେନ୍ କ୍ଲୋରାଇଡ୍ ଉତ୍ପନ୍ନ ହୁଏ ।
BSE Odisha 9th Class Physical Science Solutions Chapter 3 img-1
ଉପରୋକ୍ତ ସମୀକରଣରୁ ସ୍ପଷ୍ଟ ହୁଏ ଯେ ପ୍ରତିକାରକଗୁଡ଼ିକର ମୋଟ ବସ୍ତୁତ୍ୱ ଉତ୍ପାଦଗୁଡ଼ିକର ମୋଟ ବସ୍ତୁତ୍ଵ ସହ ସମାନ |

ସ୍ଥିରାନୁପାତ ନିୟମ :

  • ରାସାୟନିକ ଯୌଗିକରେ ମୌଳିକଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ଅନୁପାତରେ ରହିଥାଏ ।
  • କୌଣସି ଏକ ଯୌଗିକ ପଦାର୍ଥ ଯେପରି ପ୍ରସ୍ତୁତ ହେଉ ନା କାହିଁକି କିମ୍ବା ଯେକୌଣସି ଉତ୍ସରୁ ମିଳିଥାଉ, ସେଥୁରେ ସମାନ ମୌଳିକଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ଅନୁପାତରେ ସଂଯୁକ୍ତ ହେବାଦ୍ଵାରା ତାହା ସୃଷ୍ଟି ହୋଇଥାଏ ।

ଉଦାହରଣ :

  • ଜଳକୁ ଯେକୌଣସି ଉତ୍ସରୁ ସଂଗ୍ରହ କଲେ ମଧ୍ୟ ଜଳରେ ସର୍ବଦା ହାଇଡ୍ରୋଜେନ୍ ଓ ଅକ୍‌ସିଜେନ୍‌ 1: 8 ବସ୍ତୁତ୍ୱ ଅନୁ ପାତରେ ସଂଯୁକ୍ତ ହୋଇଥାଏ । ୨ ଗ୍ରାମ୍ ଜଳକୁ ବିଘଟନ କଲେ ସର୍ବଦା । ଗ୍ରାମ୍ ହାଇଡ୍ରୋଜେନ୍ ଏବଂ ୫ ଗ୍ରାମ୍ ଅକ୍‌ସିଜେନ୍ ମିଳିଥାଏ ।
  • କାର୍ବନ ଡାଇଅକ୍‌ସାଇଡ଼କୁ ଯେକୌଣସି ପ୍ରଣାଳୀରେ ପ୍ରସ୍ତୁତ କରାଯାଉ କିମ୍ବା ଯେକୌଣସି ଉତ୍ସରୁ ସଂଗ୍ରହ କରାଯାଉ, ସେଥ୍ରେ କାର୍ବନ ଓ ଅକ୍‌ସିଜେନ୍‌ର ବସ୍ତୁତ୍ଵର ଅନୁପାତ ସର୍ବଦା 3 : 8 ହେବ ।

2. ଡାଲ୍‌ନ୍‌ଙ୍କ ପରମାଣୁ ତତ୍ତ୍ଵର ସ୍ଵୀକାରଗୁଡ଼ିକ ଲେଖ ।
ଉ –
ଡାଲ୍‌ନ୍‌ଙ୍କ ପରମାଣୁ ତତ୍ତ୍ବ : ବୈଜ୍ଞାନିକ ଜନ୍ ଡାଲ୍‌ଟନ୍ 1808 ମସିହାରେ ପଦାର୍ଥର ଗଠନ ସଂପର୍କରେ ଏକ ନୂତନ ତତ୍ତ୍ଵ ଉପସ୍ଥାପନ କରିଥିଲେ । ଏହାକୁ ଡାଲ୍‌ଟନ୍ ଙ୍କ ପରମାଣୁ ତତ୍ତ୍ୱ କୁହାଯାଏ । ଏହି ତତ୍ତ୍ଵର ସ୍ଵୀକାରଗୁଡ଼ିକ
ହେଲା –

  • ପଦାର୍ଥ ଅନେକଗୁଡ଼ିଏ ଅତି କ୍ଷୁଦ୍ର କଣିକାଦ୍ଵାରା ଗଠିତ । ସେହି କଣିକାକୁ ପରମାଣୁ କୁହାଯାଏ ।
  • ପରମାଣୁଗୁଡ଼ିକ ଅବିଭାଜ୍ୟ କଣିକା, ରାସାୟନିକ ପ୍ରତିକ୍ରିୟାରେ ଏହାକୁ ସୃଷ୍ଟି କରାଯାଇପାରିବ ନାହିଁ କିମ୍ବା ବିନାଶ କରାଯାଇପାରିବ ନାହିଁ ।
  • କୌଣସି ଏକ ମୌଳିକର ପରିମାଣୁଗୁଡ଼ିକର ବସ୍ତୁତ୍ଵ ଓ ରାସାୟନିକ ଧର୍ମ ସମାନ ।
  • ବିଭିନ୍ନ ମୌଳିକର ପରମାଣୁଗୁଡ଼ିକର ବସ୍ତୁତ୍ଵ ଓ ରାସାୟନିକ ଧର୍ମ ଭିନ୍ନ ହୋଇଥାଏ ।
  • ଛୋଟ ପୂର୍ଣ୍ଣସଂଖ୍ୟା ଅନୁପାତରେ ବିଭିନ୍ନ ମୌଳିକର ପରମାଣୁଗୁଡ଼ିକ ସଂଯୁକ୍ତ ହୋଇ ଯୌଗିକ ସୃଷ୍ଟି ହୋଇଥାଏ ।

3. ଗୋଟିଏ ଉଦାହରଣ ସହ ପାରମାଣବିକ ବସ୍ତୁତ୍ଵ କ’ଣ ବୁଝାଅ ।
ଉ –
ପାରମାଣବିକ ବସ୍ତୁତ୍ୱ ଏକକରେ ମୌଳିକର ପରମାଣୁର ହାରାହାରି ବସ୍ତୁତ୍ଵ ହେଉଛି ପାରମାଣବିକ ବସ୍ତୁତ୍ଵ |
ଉଦାହରଣ : ପ୍ରକୃତିରେ ଉପଲବ୍ଧ ଅକ୍ସିଜେନ୍‌ର ଆଇସୋଟୋପ୍‌ଗୁଡିକ ହେଲା- 160, 170 ଓ 180 1 ସେଗୁଡିକର ପାରମାଣବିକ ବସ୍ତୁତ୍ଵ ଯଥାକ୍ରମେ 15.995 u, 16.999 u ଓ 17.999 u । ଏହି ଆଇସୋଟୋପ୍‌ଗୁଡିକର ଆପେକ୍ଷିକ ପରିମାଣ ଯଥାକ୍ରମେ 99.763%, 0.037% ଓ 0.200% |
∴ ଅମ୍ଳଜାନର ପାରମାଣବିକ ବସ୍ତୁତ୍ଵ = BSE Odisha 9th Class Physical Science Solutions Chapter 3 img-2
= 15.999u = 16u |

BSE Odisha 9th Class Physical Science Solutions Chapter 3 ପରମାଣୁ ଓ ଅଣୁ

4. ଆଣବିକ ବସ୍ତୁତ୍ଵ କ’ଣ ? ଏକ ଯୌଗିକର ଆଣବିକ ବସ୍ତୁତ୍ୱ କିପରି ନିର୍ଣ୍ଣୟ କରାଯାଇପାରିବ, ଉଦାହରଣ ଦେଇ ଲେଖ ।
ଉ –
ଆଣବିକ ବସ୍ତୁତ୍ଵ : ଆଣବିକ ବସ୍ତୁତ୍ଵ ହେଉଛି, ଗୋଟିଏ ଅଣୁରେ ଥ‌ିବା ସମସ୍ତ ପରମାଣୁର ପାରମାଣବିକ ବସ୍ତୁତ୍ଵର ଯୋଗଫଳ । ଆଣବିକ ବସ୍ତୁତ୍ଵ ଏକ ଆନୁପାତିକ ସଂଖ୍ୟା ଏବଂ ଏହାର ଏକକ u ।

ଉଦାହରଣ :
କାର୍ବନ ଡାଇଅକ୍‌ସାଇଡ୍‌ର ଆଣବିକ ବସ୍ତୁତ୍ଵ ନିର୍ଣ୍ଣୟ :
କାର୍ବନ ଡାଇଅକ୍‌ସାଇଡ୍‌ର ସଂକେତ = CO2
କାର୍ବନର ପାରମାଣବିକ ବସ୍ତୁତ୍ଵ = 12u,
ଅକ୍‌ସିଜେନ୍‌ର ପାରମାଣବିକ ବସ୍ତୁତ୍ଵ କାର୍ବନ ଡାଇଅକ୍‌ସାଇଡ଼ର ଆଣବିକ ବସ୍ତୁତ୍ଵ = 16u
∴ କାର୍ବନ ଡାଇଅକ୍‌ସାଇଡ୍‌ର ଆଣବିକ ବସ୍ତୁତ୍ଵ
= 1 x କାର୍ବନର ପାରମାଣବିକ ବସ୍ତୁତ୍ଵ + 2 x ଅକ୍‌ସିଜେନ୍‌ର ପାରମାଣବିକ ବସ୍ତୁତ୍ଵ
= 1 × 12u + 2 × 16u = 12u + 32 u = 44u

5. ପଲିଆଟମିକ୍ ଆୟନ କ’ଣ ? ଚାରୋଟି ପଲିଆଟମିକ୍ ଆୟନର ଉଦାହରଣ ଦିଅ ।
ଉ –
ପଲିଆଟମିକ୍ ଆୟନ : ଗୋଟିଏ ଚାର୍ଜଯୁକ୍ତ ପରମାଣୁରେ ଆୟନ ଗଠିତ ହୋଇପାରେ କିମ୍ବା ଏକାଧ୍ଵ ପରମାଣୁ ଏକତ୍ର ହୋଇ ଯୁକ୍ତ ବା ବିଯୁକ୍ତ ଚାର୍ଜ ବହନ କରିପାରେ । ଏକାଧ‌ିକ ପରମାଣୁ ଏକତ୍ର ହୋଇ ଚାର୍ଜ ବହନ କରିଥିଲେ ସେଗୁଡ଼ିକୁ ପଲିଆଟମିକ୍ ଆୟନ କୁହାଯାଏ ।
ଉଦାହରଣ –
BSE Odisha 9th Class Physical Science Solutions Chapter 3 img-3

6. ନିମ୍ନଲିଖୁତ ମୌଳିକଗୁଡ଼ିକର ପ୍ରତୀକ ଲେଖ ।
(i) ବେରିୟମ୍
(ii) ବେରିଲିୟମ୍
(iii) କ୍ୟାଡ୍‌ମିୟମ୍
(iv) କ୍ରୋମିୟମ୍
(v) ଗୋଲ୍ଡ
ଉ –
BSE Odisha 9th Class Physical Science Solutions Chapter 3 img-4

7. ନିମ୍ନଲିଖୁତ ପ୍ରତୀକଗୁଡ଼ିକରୁ ମୌଳିକର ନାମ ଲେଖ ।
(i) Al
(ii) He
(iii) Co
(iv) Mn
(v) Hg
(vi) B
(vii) P
(viii) S
(ix) C
(x) F

ଉ –

BSE Odisha 9th Class Physical Science Solutions Chapter 3 img-5

8. ରାସାୟନିକ ସଂକେତ ଲେଖୁବାର ପ୍ରଣାଳୀ ବୁଝାଅ ।
ଉ –
ରାସାୟନିକ ସଂକେତ ଲେଖୁବାର ପ୍ରଣାଳୀ : ରାସାୟନିକ ସଂକେତ ଲେଖୁବେଳେ ନିମ୍ନଲିଖ୍ତ ନିୟମମାନ ଅବଲମ୍ବନ କରାଯାଏ ।

  • କୌଣସି ଯୌଗିକର ଅଣୁର ଆଣବିକ ବା ରାସାୟନିକ ସଂକେତ ଲେଖିବାକୁ ହେଲେ ପ୍ରଥମେ ଏଥ‌ିରେ ଥ‌ିବା ମୌଳିକଗୁଡ଼ିକର ପ୍ରତୀକକୁ ପାଖାପାଖୁ ଲେଖାଯାଏ ।
  • ଧାତୁ ଏବଂ ଅଧାତୁରୁ ଗଠିତ ଯୌଗିକ ପାଇଁ ଧାତୁର ନାମ କିମ୍ବା ପ୍ରତୀକ ପ୍ରଥମେ ଲେଖାଯାଏ ।
    ଉଦାହରଣ – ମ୍ୟାଗ୍ନେସିୟମ୍ ଅକ୍‌ସାଇଡ୍ (MgO), ପୋଟାସିୟମ୍ ବ୍ରୋମାଇଡ୍ (KBr) ।
  • ମୌଳିକଗୁଡ଼ିକର ଯୋଗ୍ୟତା ପ୍ରତୀକର ଠିକ୍ ତଳେ ଲେଖାଯାଏ ।
  • ତା’ପରେ ଯୋଗ୍ୟତା ସଂଖ୍ୟା ଦୁଇଟିର ସ୍ଥାନ ଅଦଳବଦଳ କରି ସଙ୍କେତ ଲେଖାଯାଏ ।
  • ଆୟନର ଯୋଗ୍ଯତା କିମ୍ବା ଚାର୍ଜ ସମତୁଲ ହେବ ।
  • ପଲିଆଟମିକ୍ ଆୟନରୁ ସୃଷ୍ଟ ଯୌଗିକରେ ଆୟନକୁ ବନ୍ଧନୀ ମଧ୍ଯରେ ରଖ୍ ଅନୁ ପାତ ସୂଚାଉଥ‌ିବା ସଂଖ୍ୟାଟି ଲେଖାଯାଏ । ଏହି ସଂଖ୍ୟା ଯଦି ଏକ ହୋଇଥାଏ, ବନ୍ଧନୀର ଆବଶ୍ୟକତା ନାହିଁ ।
    ଉଦାହରଣ – HNO3

ଉଦାହରଣ
BSE Odisha 9th Class Physical Science Solutions Chapter 3 img-6

BSE Odisha 9th Class Physical Science Solutions Chapter 3 ପରମାଣୁ ଓ ଅଣୁ

9. ନିମ୍ନଲିଖୁ ଯୌଗିକମାନଙ୍କର ସଙ୍କେତ ଲେଖ ।
(i) ସୋଡ଼ିୟମ୍ କ୍ରୋମାଇଡ୍
(ii) ଜିଙ୍କ୍ ସଲଫେଟ୍
(iii) ଏମୋନିୟମ୍ କ୍ଲୋରାଇଡ୍
(iv) ବେରିୟମ୍ କାର୍ବୋନେଟ୍
(v) ଏଲୁମିନିୟମ୍ ଫସ୍‌ଫେଟ୍
ଉ –
BSE Odisha 9th Class Physical Science Solutions Chapter 3 img-7

10. ପାଞ୍ଚୋଟି ଅଧାତୁର ନାମ ଲେଖୁ ସେଗୁଡ଼ିକର ପରମାଣୁକତା ଲେଖ ।
ଉ –
BSE Odisha 9th Class Physical Science Solutions Chapter 3 img-8

11. ଏଭୋଗାଡ୍ରୋ ସ୍ଥିରାଙ୍କ କ’ଣ ବୁଝାଅ ।

ଏଭୋଗାଡ୍ରୋ ସ୍ଥିରାଙ୍କ :
(i) ଏକ ମୋଲ୍ କହିଲେ 6.02 x 1023 ସଂଖ୍ୟାକୁ ବୁଝାଏ । ଏହି ବିରାଟ ସଂଖ୍ୟାକୁ ଏଭୋଗାଡ୍ରୋ ସ୍ଥିରାଙ୍କ ବା ଏଭୋଗାଡ୍ରୋ ସଂଖ୍ୟା କୁହାଯାଏ । ଏହାକୁ N0 ପ୍ରତୀକଦ୍ଵାରା ଚିହ୍ନିତ କରାଯାଏ ।
1 N0 = 6.02 x 1023 ସଂଖ୍ୟାକ କଣିକା |
(ii) ଏହା ଅଣୁ, ପରମାଣୁ, ଆୟନ ବା କଣିକା ସଂଖ୍ୟା ଗଣନାର ଗୋଟିଏ ଏକକ ।

ଉଦାହରଣ –
1 ମୋଲ୍ ହାଇଡ୍ରୋଜେନ୍ ପରମାଣୁ = 6:02 x 1023 ସଂଖ୍ୟକ ହାଇଡ୍ରୋଜେନ୍ ପରମାଣୁ
1 ମୋଲ୍ କ୍ଲୋରିନ୍ ଅଣୁ = 6:02 x 1023 ସଂଖ୍ୟକ କ୍ଲୋରିନ୍ ଅଣୁ ।
1 ମୋଲ୍ ଆୟନ = 6-02 x 1023 ସଂଖ୍ୟକ ଆୟନ ।
1 ମୋଲ୍ ଇଲେକ୍‌ଟ୍ରନ୍ = 6.02 × 1023 ସଂଖ୍ୟକ ଇଲେକ୍ଟ୍ରନ୍‌ |

12. ଗ୍ରାମ୍ -ଆଣବିକ ବସ୍ତୁତ୍ଵ କ’ଣ ଗୋଟିଏ ଉଦାହରଣ ସହ ବୁଝାଅ ।
ଉ-
ଗ୍ରାମ୍-ଆଣବିକ ବସ୍ତୁତ୍ଵ : ଏକ ମୋଲ୍ ପଦାର୍ଥର ବସ୍ତୁତ୍ଵକୁ ‘ମୋଲାର ବସ୍ତୁତ୍ଵ’ କୁହାଯାଏ । ପରମାଣୁର
ମୋଲାର ବସ୍ତୁତ୍ଵକୁ ଗ୍ରାମ୍-ପାରମାଣବିକ ବସ୍ତୁତ୍ଵ ଏବଂ ଅଣୁର ମୋଲାର ବସ୍ତୁତ୍ଵକୁ ଗ୍ରାମ-ଆଣବିକ ବସ୍ତୁତ୍ଵ କୁହାଯାଏ ।

ଉଦାହରଣ –

  • ହାଇଡ୍ରୋଜେନ୍‌ର ଆଣବିକ ବସ୍ତୁତ୍ଵ = 2u
  • ଏକ ମୋଲ୍ ହାଇଡ୍ରୋଜେନ୍ ଅଣୁ (H2)ର ବସ୍ତୁତ୍ଵ = 2 ଗ୍ରାମ୍
  • ହାଇଡ୍ରୋଜେନ୍‌ର ଗ୍ରାମ୍-ଆଣବିକ ବସ୍ତୁତ୍ଵ = 2 ଗ୍ରାମ୍
  • ସେହିପରି ଜଳର ଆଣବିକ ବସ୍ତୁତ୍ଵ = 18 u
  • ଜଳର ଗ୍ରାମ୍ ଆଣବିକ ବସ୍ତୁତ୍ଵ = 18 ଗ୍ରାମ୍
  • 18 ଗ୍ରାମ୍ ଜଳରେ 1 ମୋଲ୍ ଜଳ ଅଣୁ ଅର୍ଥାତ୍ 6.02 x 1023 ସଂଖ୍ୟକ ଜଳ ଅଣୁ ରହିଛି ।

କାର୍ଯ୍ୟାବଳୀ (Activity)

ତୁମପାଇଁ କାମ 3.1 :
ପରୀକ୍ଷା : ଗୋଟିଏ କୋନିକାଲ ଫ୍ଲାସ୍କରେ 10 ml ସୋଡ଼ିୟମ ସଲ୍‌ଫେଟ୍‌ର5% ଦ୍ରବଣ ଓ ଏକ ଜ୍ଵଳନ ‘ନଳୀରେ 10ml ବେରିୟମ କ୍ଲୋରାଇଡ଼ର 5% ଦ୍ରବଣ ନିଆଯାଉ । କୋନିକାଲ୍ ଫ୍ଲସ୍କ ଭିତରେ ଯତ୍ନର ସହିତ ଜ୍ଵଳନ ନଳୀଟି ଝୁଲାଯାଉ, ଯେପରି ଦ୍ରବଣଗୁଡ଼ିକ ମିଶି ନ ଯାଆନ୍ତି । ଫ୍ଲସ୍କ ମୁହଁରେ ଏକ କର୍କ ଠିପି ଲଗାଯାଉ । ବର୍ତ୍ତମାନ କୋନିକାଲ୍ ଫ୍ଲସ୍କର ଓଜନ ନିଆଯାଉ । ଫ୍ଲାସ୍କଟିକୁ ଟିକେ ଅଣେଇ ଦିଆଯାଉ, ଯେପରି ଦୁଇଟିଯାକ ଦ୍ରବଣ ମିଶିଯିବ । ଫ୍ଲସ୍କର ତଳପଟକୁ ଆସ୍ତେ ଆସ୍ତେ ହଲାଇଲେ ବ୍ରଦଣଦ୍ୱୟ ଭଳଭାବରେ ମିଶିଯିବ |

ପର୍ଯ୍ୟବେକ୍ଷଣ : ଫ୍ଲସ୍କରେ ରାସାୟନିକ ପ୍ରତିକ୍ରିୟା ଘଟି ଧଳାରଙ୍ଗର ସଲ୍‌ଫେଟ୍ ଅବକ୍ଷେପ (Precipitate) ସୃଷ୍ଟି ହେବ । ବର୍ତ୍ତମାନ ପୁଣିଥରେ ଫ୍ଲାସ୍କକୁ ଓଜନ କରାଯାଉ । ଓଜନରୁ ଜଣାଯିବ ଯେ ଓଜନଦ୍ଵୟ ମଧ୍ଯରେ କିଛି ପାର୍ଥକ୍ୟ ନାହିଁ |

ସିଦ୍ଧାନ୍ତ : ଏଥୁରୁ ଜଣାଗଲା ଯେ ରାସାୟନିକ ପ୍ରତିକ୍ରିୟାଦ୍ଵାରା ବସ୍ତୁତ୍ଵର କିଛି ପରିବର୍ତ୍ତନ ହୁଏ ନାହିଁ ।
BSE Odisha 9th Class Physical Science Solutions Chapter 3 img-9

ତୁମପାଇଁ କାମ 3.2 :
ତଳେ କେତେକ ମୌଳିକ ପରମାଣୁର ମଡ଼େଲ ଚିତ୍ର ଦିଆଯାଇଛି ।
BSE Odisha 9th Class Physical Science Solutions Chapter 3 img-10
ଏହି ଚିତ୍ରଗୁଡ଼ିକ ବ୍ୟବହାର କରି ଭିନ୍ନ ଭିନ୍ନ ଅଣୁର ମଡ଼େଲ ଚିତ୍ର ଅଙ୍କନ କର ।
BSE Odisha 9th Class Physical Science Solutions Chapter 3 img-11
ଏହି ପଦ୍ଧତି ଅବଲମ୍ବନ କରି ତଳେ ଦିଆଯାଇଥ‌ିବା ଅଣୁଗୁଡ଼ିକର ମଡ଼େଲ ଚିତ୍ର ଅଙ୍କନ କର ।
CO2, NO2, N2, SO2, SO3, NH3, O2, CH4, CS2, H2O
ଉ –
BSE Odisha 9th Class Physical Science Solutions Chapter 3 img-12

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

Odisha State Board BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି Important Questions and Answers.

BSE Odisha Class 9 Political Science Important Questions Chapter 7 ଜାତୀୟ ସଂହତି

Subjective Type Questions With Answers
ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଜାତୀୟ ସଂହତି କାହାକୁ କୁହାଯାଏ ? ଏହା କିପରି ସୁଦୃଢ଼ ହୁଏ ଓ ଏହାର ମୂଳମନ୍ତ୍ର କ’ଣ ?
Answer:

  • ସଂକୀର୍ଣ୍ଣ ଅର୍ଥରେ, ଜାତୀୟ ସଂହତି କହିଲେ ‘‘କ୍ଷୁଦ୍ର ଆଞ୍ଚଳିକ ମନୋଭାବକୁ ପରିତ୍ୟାଗ କରି ଜାତୀୟ ମହାସ୍ରୋତରେ ସାମିଲ ହେବାର ପ୍ରକ୍ରିୟା’’କୁ ବୁଝାଏ ।
  • ବ୍ୟାପକ ଅର୍ଥରେ, ‘ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶରେ ବାସ କରୁଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଗୋଷ୍ଠୀ ସେହି ନିର୍ଦ୍ଦିଷ୍ଟ ରାଷ୍ଟ୍ର ନାମରେ ନିଜର ପରିଚୟ ସାବ୍ୟସ୍ତ କରନ୍ତି, ତାହାକୁ ‘ଜାତୀୟ ସଂହତି’ କୁହାଯାଏ ।’’
  • ଜାତୀୟ ସଂହତି ଏକ ଭାବଗତ ଓ ମନସ୍ତାତ୍ତ୍ଵିକ ଧାରଣା । ଏହାଦ୍ଵାରା ଆମ ଦେଶରେ ଅନୈକ୍ୟ ମଧ୍ୟରେ ଐକ୍ୟର ଓ ବିଭିନ୍ନତା ମଧ୍ୟରେ ଏକତାର ପ୍ରତିଷ୍ଠା ହୋଇପାରିଛି ।
  • ଗୋଟିଏ ଦେଶର ସମସ୍ତ ଅଧ୍ବବାସୀ ଜାତି, ଧର୍ମ, ଭାଷା ଓ ଆଞ୍ଚଳିକତାର ସଂକୀର୍ଣ୍ଣତାକୁ ଅତି କ୍ରମ କରି ଦେଶାତ୍ମବୋଧରେ ଭାବବିହ୍ଵଳିତ ହେଲେ ଓ ଗୋଟିଏ ମାତୃଭୂମିର ସନ୍ତାନ ଭାବରେ ନିଜ ଦେଶର ନାଗରିକତାର ପରିଚୟ ପ୍ରଦାନ କଲେ ସେମାନଙ୍କ ମଧ୍ୟରେ ଚଳଣି ଓ ସଂସ୍କୃତି ମଧ୍ୟ ଭିନ୍ନ ।
  • ଜାତୀୟ ସଂହତି ର ମୂଳ ମନ୍ତ୍ର ହେଉଛି ଦେଶାତ୍ମବୋଧର ପ୍ରେରଣା, ମାତୃଭୂମି ପ୍ରତିଏକାନ୍ତ ସ୍ନେହ, ପ୍ରେମ ଓ ମାତୃଭୂମିର ନିରାପତ୍ତା ଓ ସଂକଳ୍ପର ପରାକାଷ୍ଠା । ପ୍ରତ୍ୟେକ ଦେଶବାସୀ ଆପଣାର ଜାତି, ଧର୍ମ, ଭାଷା ଓ ସଂସ୍କୃତିର ବିଭିନ୍ନତାକୁ ଭୁଲି ନିଜକୁ ଜାତୀୟ ମହାସ୍ରୋତରେ ସାମିଲ କରିବା ଦରକାର ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୨। ଭାରତ ପରିପ୍ରେକ୍ଷୀରେ ଜାତୀୟ ସଂହତିର କେଉଁସବୁ ଗୁରୁତ୍ଵ ରହିଛି ?
Answer:

  • ଭାରତ ଏକ ବିଶାଳ ଓ ପ୍ରାଚୀନ ଦେଶ । ଏହାର ଗୌରବମୟ ସଂସ୍କୃତି ରହିଛି । ବର୍ତ୍ତମାନ ଏହି ଭୂଖଣ୍ଡରେ ୧୨୧ କୋଟି ଲୋକ ବାସ କରୁଛନ୍ତି । ବିଶାଳ ଭୂଭାଗରେ ବାସ କରୁଥିବା ଲୋକମାନଙ୍କ ମଧ୍ୟରେ ଜାତି, ଧର୍ମ, ବର୍ଣ୍ଣ, ଭାଷା ଓ ସଂସ୍କୃତିର ବିଭିନ୍ନତା
  • ଭାରତରେ ସମ୍ବିଧାନ ସ୍ଵୀକୃତ ୨୨ ଗୋଟି ଭାଷାଭାଷୀ ଲୋକ ବାସ କରନ୍ତି । ଏହା ବ୍ୟତୀତ ଶତାଧ୍ଵ ‘କଣ୍ଠ-ଭାଷା’ ରହିଛି । ଭାରତରେ ଲକ୍ଷାଧ୍ଵ ଅନୁସୂଚିତ ଜାତି ଓ ଜନଜାତି ବାସ କରୁଛନ୍ତି ଓ ସେମାନଙ୍କର ଚଳଣି ଓ ସଂସ୍କୃତି ମଧ୍ୟ ଭିନ୍ନ ।
  • ଭାରତରେ ପ୍ରାକୃତିକ ଓ ଆଞ୍ଚଳିକ ଭିନ୍ନତା ରହିଛି । ଆମ ଦେଶର ପଶ୍ଚିମରେ ମରୁଭୂମି, ପୂର୍ବରେ ଘଞ୍ଚ ଅରଣ୍ୟ, ଉତ୍ତରରେ ହିମାଳୟ ପର୍ବତମାଳା ଏବଂ ଦକ୍ଷିଣରେ ଭାରତ ମହାସାଗର, ପଶ୍ଚିମରେ ଆରବ ସାଗର ଓ ପୂର୍ବ ସୀମାରେ ବଙ୍ଗୋପସାଗର ରହିଛି ।
  • ଜନ୍ ଷ୍ଟୁଚି ଙ୍କ ମତରେ ‘‘ଭାରତରେ କେବେହେଲେ ଏକତା ନଥୁଲା, ଏବେ ମଧ୍ୟ ନାହିଁ ।’’ ଭାରତବର୍ଷରେ ସାମାଜିକ ବା ଧାର୍ମିକବା ରାଜନୈତିକ ଏକତା କଦାପି ନଥୁ ଘଟଣାକୁ ସେ ଉପସ୍ଥାପନ କରିଛନ୍ତି । ଐତିହାସିକ ଭିନ୍‌ସେଣ୍ଟ ସ୍ମିଥଙ୍କ ମତରେ, ଭାରତ ‘ଅନୈକ୍ୟ ମଧ୍ୟରେ ଐକ୍ୟ’ ପାଇଁ ପ୍ରସିଦ୍ଧ । ଏଠାରେ ‘ବିଭିନ୍ନତା ମଧ୍ୟରେ ଏକତା’ ରହିଛି ।
  • ଭାରତୀୟ ବିଦ୍ବାନ୍ ସ୍ଵାମୀ ବିବେକାନନ୍ଦ ଓ ଏକତା ରହିଛି । ସନାତନ ଧର୍ମ ଭାରତର ଆତ୍ମା ସଦୃଶ । ବୈଦିକ ସଂସ୍କୃତି ଓ ସନାତନ ସୂତ୍ରରେ ବାନ୍ଧି ରଖୁଛି ।
  • ବିଭିନ୍ନତାରେ ପରିପୂର୍ଣ୍ଣ ଭାରତବର୍ଷ ନିମନ୍ତେ ଜାତୀୟ ସଂହତି ରକ୍ଷା ଏକାନ୍ତ ଅପରିହାର୍ଯ୍ୟ । କାରଣ ଜାତୀୟ ସଂହତି ଏକ ଶୃଙ୍ଖଳିତ ଜନଶକ୍ତି ଗଠନରେ ସହାୟକ ହୋଇଥାଏ, ଯାହାକି ଜାତୀୟ ଏକତାକୁ ଦୃଢ଼ଭିଭି ପ୍ରଦାନ କରିଥାଏ ।

୩। ‘ଜାତୀୟ ସଂହତି ପରିଷଦ’ ଭାରତର ଜାତୀୟ ସଂହତିର କେଉଁସବୁ ଉପାଦାନ ଉପରେ ବିଶେଷ ଗୁରୁତ୍ବ ଆରୋପ କରିଛି ?
Answer:

  • ଭାରତରେ ୧୯୬୧ ମସିହାରେ ‘ଜାତୀୟ ସଂହତି ପରିଷଦ’ ଗଠନ କରାଗଲା । ଏହି ପରିଷଦ ଭାରତର ପ୍ରଧାନମନ୍ତ୍ରୀ, ସ୍ଵରାଷ୍ଟ୍ର ମନ୍ତ୍ରୀ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ୭ ଜଣ ସଭ୍ୟ ଓ ବିଶିଷ୍ଟ ଶିକ୍ଷାବିତ୍‌ମାନଙ୍କୁ ନେଇ ଗଠିତ ।
  • ଏହି ପରିଷଦ ଜାତୀୟ ସଂହତିର ନିମ୍ନୋକ୍ତ ଉପାଦାନ ଉପରେ ବିଶେଷ ଗୁରୁତ୍ୱ ଆରୋପ କରିଛନ୍ତି । ଯଥା –
    (କ) ଏକ-ନାଗରିକତା ।
    (ଖ) ବିଭିନ୍ନତା ମଧ୍ୟରେ ଏକତା ।
    (ଗ) ଦେଶାତ୍ମବୋଧ ଭାବ ବା ଦେଶ ପ୍ରତି ପ୍ରଗାଢ଼ ଅନୁରକ୍ତି ।
    (ଘ) ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭ୍ରାତୃଭାବ ବା ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା ।
    (ଙ) ଧର୍ମନିରପେକ୍ଷତା ଓ ଧର୍ମଗତ ସ୍ଵାଧୀନତା ଅଧିକାର ।
    (ଚ) ସମାନତା ।
    (ଜ) ଭୌଗୋଳିକ ଅଖଣ୍ଡତା ।
    (ଝ) ଜାତୀୟ ସଂହତିର ସୃଷ୍ଟି ତଥା ଭାବଗତ ସଂହତି ଏବଂ ଭାଷା ଓ ପରମ୍ପରାର ସ୍ୱତନ୍ତ୍ର ପରିଚୟ ।
    (ଛ) ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ନ୍ୟାୟ ପ୍ରଦାନ ।
    ଞ) ନୈତିକ ସଂହତି ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୪ । ଭାରତରେ ଧର୍ମନିରପେକ୍ଷତା ଓ ସର୍ବ ଧର୍ମ ସମଭାବ ରହିଛି ବୋଲି ଆମେ କିପରି ଜାଣିବା ?
Answer:

  • ଭାରତର ସମ୍ବିଧାନରେ ଭାରତରେ ଜାତୀୟ ସଂହତି ପ୍ରତିଷ୍ଠା ଦିଗରେ କେତେକ ପଦକ୍ଷେପ ନି ଆଯାଇଛି । ସେଗୁଡ଼ିକ ମଧ୍ୟରୁ ଅନ୍ୟତମ । ଏହି ନୀତିକୁ ସମ୍ମାନ ପୂର୍ବକ ଆମ ସମ୍ବିଧାନର ପ୍ରାକ୍ କଥନରେ ଭାରତକୁ ଏକ କରାଯାଇଛି ।
  • ଆମ ଦେଶରେ ପ୍ରଚଳିତ ଧର୍ମନିରପେକ୍ଷତା କହିଲେ (କ) ସବୁଧର୍ମ ପ୍ରତି ସହନଶୀଳତା ପ୍ରଦର୍ଶନ, ଏବଂ (ଖ) ପରସ୍ପର ଧର୍ମ ପ୍ରତି ସହୃଦୟତା ଓ ସମ୍ମାନ ପ୍ରଦର୍ଶନକୁ ବୁଝାଇଥାଏ ।
  • ଭାରତରେ ପ୍ରଚଳିତ ଧର୍ମନିରପେକ୍ଷତା ସମ୍ପର୍କରେ କେତୋଟି ଅସ୍ତିସୂଚକ ବ୍ୟବସ୍ଥା ରହିଛି । ସେଗୁଡ଼ିକ ହେଉଛି –
    (କ) ଆମ ରାଷ୍ଟ୍ର କୌଣସି ନିର୍ଦ୍ଦିଷ୍ଟ ଧର୍ମ
    (ଖ) ଆମର ‘କୌଣସି ରାଷ୍ଟ୍ରଧର୍ମ’ ନାହିଁ ।
    (ଗ) ଧର୍ମ ଏକ ବ୍ୟକ୍ତିଗତ ବ୍ୟାପାର ।
    (ଘ)ପ୍ରତ୍ୟେକ ବ୍ୟକ୍ତିର ଧର୍ମଗତ ଓ ଉପାସନାଗତ ସ୍ଵାଧୀନତା ରହିଛି ।
    (ଙ) ସବୁ ଧର୍ମ ସମାନ ।
    (iv) ଭାରତର ସ୍ଵାଧୀନତା ଆନ୍ଦୋଳନ ମଧ୍ୟ ଏକ ଧର୍ମନିରପେକ୍ଷ ଆନ୍ଦୋଳନ ଥିଲା କାରଣ ଏହି ଆନ୍ଦୋଳନରେ ସବୁ ଧର୍ମର ଲୋକେ ଭାଗ ନେଇଥିଲେ ଓ ଦେଶ ପାଇଁ ପ୍ରାଣବଳି ଦେଇଥିଲେ ।
    (v) ଭାରତ ସମ୍ବିଧାନର ଧାରା ୧୪, ୧୫, ୧୬, ୨୫ରୁ ୨୮ ଏବଂ ୨୯ରୁ ୩୦ରେ ପ୍ରଦତ୍ତ ରାଷ୍ଟ୍ରରୂପେ ପରିଚିତ କରାଇଛି । ସ୍ଵାଧୀନତା ପରେ ଆମେ ସମସ୍ତେ ଧର୍ମଗତ ସଦ୍‌ଭାବ ପ୍ରତିଷ୍ଠା କରିବା ସହିତ ଦେଶରେ ଶାନ୍ତି, ମୈତ୍ରୀ ଓ ଜାତୀୟ ସଂହତି ପ୍ରତିଷ୍ଠା ହୋଇପାରିଛି ।

୫। ଜାତୀୟ ସଂହତି ସୁଦୃଢ଼ ହେବା ପଛରେ ଅର୍ଥନୈତିକ ବିକାଶର କେଉଁ ଭୂମିକା ରହିଛି ?
Answer:

  • ଗୋଟିଏ ରାଷ୍ଟ୍ରର ଜାତୀୟ ସଂହତି ସୁଦୃଢ଼ ଅବସ୍ଥା ସ୍ଵଚ୍ଛଳ ରହିବା ଆବଶ୍ୟକ । ଭାରତ ପରି ଏକ ବିଶାଳ ଦେଶରେ ସମସ୍ତ ନାଗରିକଙ୍କର ଆର୍ଥିକ ବିକାଶ ଏକ ଦୁରୂହ ବ୍ୟାପାର ।
  • ଇଂରେଜ ଶାସନ ସମୟରେ ଭାଙ୍ଗି ପଡ଼ିଥ‌ିବା ଆର୍ଥିକ ମେରୁଦଣ୍ଡ, ସ୍ଵାଧୀନତା ଲାଭ ପରେ ପରିମାଣରେ ସୁଦୃଢ଼ ହୋଇପାରିଛି ।
  • କୃଷି ଓ ଶିଳ୍ପ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟିଛି । ଆମ ଦେଶର ବିଭିନ୍ନ ପ୍ରାନ୍ତରେ ବୃହତ୍ ଲୋକଙ୍କୁ କାର୍ଯ୍ୟ କରିବାର ସୁଯୋଗ ମିଳିବା ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରାଯାଇ ଲକ୍ଷାଧ୍ଵ ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ହୋଇପାରିଛି ।
  • ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆମ ଦେଶରେ ବିରାଟ ପରିବର୍ତ୍ତନ ଘଟିଛି । ବିଜ୍ଞାନ ଓ । ପ୍ରଯୁକ୍ତିବିଦ୍ୟାରେ ଭାରତ ସମଗ୍ର ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ସମାଜର ପଛୁଆବର୍ଗ ଓ ମହିଳାମାନେ ନିଯୁକ୍ତି କ୍ଷେତ୍ରରେ ପାଇଛନ୍ତି । ଫଳସ୍ବରୂପ ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କର ମୁଣ୍ଡପିଛା ଆୟ ବୃଦ୍ଧି ହୋଇଛି ।
  • ସରକାରଙ୍କଦ୍ବାରା ଜନମଙ୍ଗଳକାରୀ ନୀତିର ପ୍ରଣୟନ ଓ ପ୍ରୟୋଗ ଯୋଗୁଁ ସମାଜରେ ଆର୍ଥିକ ବିକାଶ ଖୁବ୍ ଉଚ୍ଚକୁ ଉଠିପାରିଛି ଯାହାକି ଆମ ଦେଶରେ ଜାତୀୟ ସଂହତିର ଶୁଭଙ୍କର ହୋଇପାରିଛି ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଆମ ଭାରତବର୍ଷକୁ ଏକ ବିଭିନ୍ନତାର ଦେଶ ବୋଲି କୁହାଯାଇଛି କାହିଁକି ?
Answer:

  • ଭାରତରେ ଆଞ୍ଚଳିକ ବିଭିନ୍ନତା ବ୍ୟତୀତ ଧର୍ମ ଓ ଭାଷାଗତ ବିଭିନ୍ନତା ରହିଛି ।
  • ଏଠାରେ ଅନେକ ଜାତିର ଓ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ସେଥ୍ୟପାଇଁ ଭାରତକୁ ଏକ ବିଭିନ୍ନତାର ଦେଶ ବୋଲି

୨। ଜାତୀୟ ସଂହତି କ’ଣ ?
Answer:

  • ଜାତୀୟ ସଂହତି ଏକ ଭାବଗତ ଓ ମନସ୍ତାତ୍ତ୍ଵିକ ଧାରଣା ।
  • ଏକାତ୍ମବୋଧର ଏହା ଏକ ଉଦ୍‌ବେଳନ ; ଅନୈକ୍ୟ ମଧ୍ଯରେ ଐକ୍ୟର ଓ ବିଭିନ୍ନତା ମଧ୍ୟରେ ଏକତାର ପ୍ରତିଷ୍ଠା ଏହାର ଉଦ୍ଦେଶ୍ୟ ଅଟେ ।

୩। ଜାତୀୟ ସଂହତି ସୁଦୃଢ଼ ହୁଏ କିପରି ?
Answer:
ଜାତି, ଧର୍ମ, ଭାଷା ଓ ଆଞ୍ଚଳିକତାର ସଂକୀର୍ଣ୍ଣତାକୁ ଅତିକ୍ରମ ଦେଶାତ୍ମବୋଧରେ ଭାବବିହ୍ଵଳିତ ହୋଇଯାଆନ୍ତି, ସେତେବେଳେ ସେମାନଙ୍କ ମଧ୍ୟରେ ଭ୍ରାତୃଭାବ ପ୍ରତିଷ୍ଠିତ ହୁଏ ଓ ଜାତୀୟ ସଂହତି ସୁଦୃଢ଼ ହୁଏ ।

୪। ସମ୍ବିଧାନ ପ୍ରଣେତାମାନେ ସ୍ବାଧୀନ ଭାରତରେ ଜାତୀୟ ଜାତୀୟ ସଂହତି ପ୍ରତିଷ୍ଠା ନିମନ୍ତେ ସମ୍ବିଧାନରେ ତିନିଗୋଟି ଖୁବ୍ ଗୁରୁତ୍ଵପୂର୍ଣ୍ଣ ?
Answer:
ସମ୍ବିଧାନ ପ୍ରଣେତାମାନେ ସ୍ବାଧୀନ ଭାରତରେ ଜାତୀୟ ସଂହତି ପ୍ରତିଷ୍ଠା ନିମନ୍ତେ ସମ୍ବିଧାନରେ ରଖୁଥ‌ି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ହେଉଛି – (କ) ଧର୍ମନିରପେକ୍ଷତା ଓ ସର୍ବଧର୍ମ-ସମଭାବ, (ଖ) ସାମାଜିକ ନ୍ୟାୟ, (ଗ) ଅର୍ଥନୈତିକ ବିକାଶ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୫। ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଆମ ସମ୍ବିଧାନରେ କେଉଁ ବ୍ୟବସ୍ଥା ରହିଛି ?
Answer:

  • ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଆମ ସମ୍ବିଧାନରେ ସମାନତାର ଅଧିକାର ଏବଂ ସ୍ଵାଧୀନତାର ଅଧିକାର ଓ ଭ୍ରାତୃଭାବକୁ ବର୍ଣ୍ଣନା କରାଯାଇଛି ।
  • ଆମ ସମାଜର ଦୁର୍ବଳ ଶ୍ରେଣୀର ବ୍ୟକ୍ତି, ଯଥା – ଅନୁସୂଚିତ ଜାତି ଓ ଜନଜାତି, ଶିଶୁ ଓ ମହିଳାମାନଙ୍କ ବିକାଶ ପାଇଁ ସମ୍ବିଧାନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଶିଶୁ ଶ୍ରମିକ ପ୍ରଥା ନିର୍ଯାତନା ବା ତାଡ଼ନାରୁ ସୁରକ୍ଷା ମିଳିଛି ।

୬। କେଉଁମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ର ବ୍ୟବସ୍ଥା କରାଯାଉଛି ଓ ଏହାଦ୍ଵାରା କି ଫଳ ମିଳୁଛି ?
Answer:

  • ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ବ୍ୟକ୍ତିମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ର ବ୍ୟବସ୍ଥା କରାଯାଇଛି ।
  • ଏହାଦ୍ୱାରା ଶ୍ରମିକଙ୍କ ପାଇଁ ଉଚିତ ପାରିଶ୍ରମିକ ବ୍ୟବସ୍ଥା, ଅନଗ୍ରସର ବର୍ଗର ଲୋକମାନଙ୍କର ସାମାଜିକ ନ୍ୟାୟ ପ୍ରତିଷ୍ଠା କରିବା ସହିତ ଜାତୀୟ ସଂହତିର ସୁରକ୍ଷା ହୋଇପାରିଛି ।

୭ । ସ୍ଵାଧୀନତା ପରେ ଆମ ଦେଶର ଆର୍ଥିକ ଅବସ୍ଥା କିପରି ସ୍ବଚ୍ଛଳ ହୋଇଛି ?
Answer:

  • ସ୍ଵାଧୀନତା ପରବଭା କାଳରେ ପଆବାଷ୍ଠିକ ଯୋଜନା ମାଧ୍ୟମରେ ଆମ ଦେଶର ଆର୍ଥିକ ଅବସ୍ଥା ସୁଧୁରିଛି ।
  • କୃଷି ଓ ଶିଳ୍ପକ୍ଷେତ୍ରରେ ବିଶେଷ ଅଗ୍ରଗତି ଘଟିଛି । ବଡ଼ ବଡ଼ କଳକାରଖାନାରେ ଲକ୍ଷାଧ୍ଵ ଶ୍ରମିକ ନିୟୋଜିତ ହେବା ଯୋଗୁଁ ସେମାନଙ୍କର ଆର୍ଥିକ ଅବସ୍ଥା ସ୍ଵଚ୍ଛ ଳ ହୋଇପାରିଛି ।

୮। ଭାରତର ଜାତୀୟ ସଂହତି ପଥରେ ବହିଃଶତ୍ରୁ ଆକ୍ରମଣ ବା ଆକ୍ରମଣର ଆଶଙ୍କା କିପରି ବିପଦ ସୃଷ୍ଟି କରିଛି ?
Answer:

  • ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ବିପଦ ମୁଖ୍ୟତଃ ଚୀନ୍ ଓ ପାକସ୍ତାନର ଭାରତ ସହିତ ଥ‌ିବା ତିକ୍ତ ସମ୍ପର୍କ ଯୋଗୁଁ ସୃଷ୍ଟି ହୋଇଛି ।
  • ସୀମାରେଖା ନିର୍ଦ୍ଧାରଣ କାରଣରୁ ଭାରତ ସହିତ ଏହି ଦୁଇଟି ପଡ଼ୋଶୀ ରାଷ୍ଟ୍ରର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସମ୍ଭବ ହୋଇପାରୁ ନାହିଁ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୯ । ଆଞ୍ଚଳିକ ବୈଷମ୍ୟ କିପରି ଭାରତର ଜାତୀୟ ସଂହତି ପଥରେ ପ୍ରତିବନ୍ଧକ ସୃଷ୍ଟି କରୁଛି ?
Answer:

  • ଆଞ୍ଚଳିକ ସ୍ବାର୍ଥ ପ୍ରତି ଅଧ୍ବକ ପ୍ରାଧାନ୍ୟ ପ୍ରଦାନ ଓ ଆଞ୍ଚଳିକ ବୈଷମ୍ୟ ଜନସାଧାରଣଙ୍କ ମନକୁ ଅଶାନ୍ତ କରି ଆଞ୍ଚଳିକବାଦକୁ ପ୍ରଶ୍ରୟ ଦିଏ, ଯାହା ଫଳରେ ବିଚ୍ଛିନ୍ନତାବାଦ ଜନ୍ମନିଏ ।
  • ଲୋକମାନେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି ଲୋକମାନେ ସ୍ବତନ୍ତ୍ର ରାଜ୍ୟ ଗଠନ ପାଇଁ ଦାବି କରି ଆନ୍ଦୋଳନ କରିବା ଫଳରେ ଜାତୀୟ ସଂହତି ବିପନ୍ନ ହୁଏ ।

୧୦। ଜାତିଗତ ଭେଦଭାବ କିପରି ଭାରତର ଜାତୀୟ ସଂହତି ପଥରେ ପ୍ରତିବନ୍ଧକ ସୃଷ୍ଟି କରିଛି ?
Answer:

  • ଉଚ୍ଚ-ନୀଚ ଜାତିଭେଦ ଭାରତର ସାମାଜିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି ।
  • ଫଳରେ ଭାରତୀୟ ସମାଜରେ ଅସ୍ଥିରତା ବୃଦ୍ଧି ପାଉଛି ଏବଂ ଜାତୀୟ ସଂହତି ବାଧାପ୍ରାପ୍ତ ହେଉଛି ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୨। ଜାତୀୟ ଏକତା କିପରି ପ୍ରତିଷ୍ଠିତ ହୋଇପାରିବ ?
Answer:
ଗୋଟିଏ ଦେଶର ସମସ୍ତ ନାଗରିକ ବିଭିନ୍ନତା ଓ ଭେଦଭାବକୁ ଭୁଲିଯାଇ ନିଜକୁ ଗୋଟିଏ ଦେଶରନାଗରିକ ବୋଲି ବିଚାର କଲେ ଓ ଦେଶପ୍ରାଣତାରେ ଉଦ୍‌ ବୁଦ୍ଧହେଲେ, ଜାତୀୟ ଏକତା ପ୍ରତି ଷ୍ଠିତ ହୋଇପାରିବ ।

୧। ଆମ ଦେଶର ସବୁ ଅଞ୍ଚଳର ବାସ କରୁଥିବା ଲୋକମାନଙ୍କର ଆର୍ଥିକ ଅବସ୍ଥା ସମାନ ନୁହେଁ କାହିଁକି ?
Answer:
ଆମ ଦେଶର କେତେକ ଅଞ୍ଚଳରେ ପ୍ରାକୃତିକ ସମ୍ପଦ, ଜଳ ଓ ଜଙ୍ଗଲ ସମ୍ପଦ ଭରପୂର ହୋଇଥିବାବେଳେ, ଅନ୍ୟାନ୍ୟ ଅଞ୍ଚଳରେ କମ୍ ପରିମାଣରେ ଉପଲବ୍ଧ ହେଉଥ‌ିବାରୁ ସବୁ ଅଞ୍ଚଳର ଅଧିବାସୀଙ୍କ ଆର୍ଥିକ ଅବସ୍ଥା ସମାନ ନୁହେଁ ।

୩। ଜାତୀୟ ସଂହତିର ଉତ୍ସ କ’ଣ ?
Answer:
ଜାତୀୟତାବୋଧ ବା ରାଷ୍ଟ୍ରୀୟତାବୋଧ ହେଉଛି ଜାତୀୟ ସଂହତିର ଉତ୍ସ ।

୪। କିଏ ଜାତୀୟ ସଂହତିର ପଥକୁ ଉନ୍ମୁକ୍ତ କରେ ?
Answer:
ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଉତ୍ସୁକତା ଜାତୀୟ ସଂହତିର ପଥକୁ ଉନ୍ମକ୍ତ କରେ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୫। ସଂକୀର୍ୟ ଅର୍ଥରେ ଜାତୀୟ ସଂହତିର ସଂଜ୍ଞା କ’ଣ ?
Answer:
ସଂକୀର୍ଣ୍ଣ ଅର୍ଥରେ ଜାତୀୟ ସଂହତି କହିଲେ ‘କ୍ଷୁଦ୍ର ଆଞ୍ଚଳିକ ମନୋଭାବକୁ ପରିତ୍ୟାଗ କରି ଜାତୀୟ ମହାସ୍ରୋତରେ ସାମିଲ ହେବାର ପ୍ରକ୍ରିୟା’କୁ ବୁଝାଏ ।

୬ । ବ୍ୟାପକ ଅର୍ଥରେ ଜାତୀୟ ସଂହତିର ସଂଜ୍ଞା ଲେଖ ।
Answer:
ବ୍ୟାପକ ଅର୍ଥରେ ‘ଯେଉଁ ପ୍ରକ୍ରିୟା ମାଧ୍ୟମରେ ଗୋଟିଏ ଦେଶରେ ବାସ କରୁଥିବା ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ଗୋଷ୍ଠୀ ସେହି ନିର୍ଦ୍ଦିଷ୍ଟ ରାଷ୍ଟ୍ର ନାମରେ ନିଜର ପରିଚୟ ସାବ୍ୟସ୍ତ କରନ୍ତି, ତାହାକୁ ‘ଜାତୀୟ ସଂହତି’ କୁହାଯାଏ ।’’

୭ । କାହା ସମୃଦ୍ଧିରେ ଜାତୀୟ ସଂହତିର ଅଭିବୃଦ୍ଧି ଘଟେ ?
Answer:
ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଅଞ୍ଚଳର ସମୃଦ୍ଧିରେ ଜାତୀୟ ସଂହତିର ଅଭିବୃଦ୍ଧି ଘଟେ ।

୮ ।ଭାରତର ଏକତା ସମ୍ପର୍କରେ ସ୍ଵାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ମତ କ’ଣ ?
Answer:
ସ୍ଵାମୀ ବିବେକାନନ୍ଦ ଓ ଶ୍ରୀଅରବିନ୍ଦଙ୍କ ପରି ମହାପୁରୁଷମାନଙ୍କ ମତରେ, ସନାତନ ଧର୍ମ ଭାରତର ଆତ୍ମା ସଦୃଶ ଏବଂ ବୈଦିକ ସଂସ୍କୃତି ଓ ସନାତନ ଧର୍ମ ରଖୁଛି ।

୯। ସମ୍ବିଧାନ ପ୍ରଣେତାମାନେ କାହିଁକି ଆଗଭର ହେଲେ ?
Answer:
ଭାରତର ବିଭାଜନ ସମୟର ସାମ୍ପ୍ର ଦ। ୟି କ ହିଂସାଭାବଜନିତ ଆଚରଣକୁ ଆଗରେ ରଖି ଭବିଷ୍ୟତରେ ବିଭେଦକାରୀ ଶକ୍ତିକୁ ନିୟନ୍ତ୍ର ତ କରିବାପାଇଁ ଏକ ‘ଜାତୀୟ କର୍ମସୂଚୀ’ ନିର୍ଦ୍ଧାରଣ ଆଗଭର ହୋଇଥିଲେ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୧୦। ସମ୍ବିଧାନର ଧାରା କେତେରୁ କେତେ ମଧ୍ୟରେ ପ୍ରଦଇ ବନ୍ୟାବସ୍ଥାତିକ ଭାବତକ ଧର୍ମନିରପେଷ୍ ରାଷ୍ଟ୍ରରୂପେ ପରିଚିତ କରିବାପାଇଁ ଉଦ୍ଦିଷ୍ଟ ?
Answer:
ଭାରତୀୟ ସମ୍ବିଧାନର ଧାରା ୧୪, ୧୫, ୧୬, ୨୫ରୁ ୨୮ ଏବଂ ୨୯ ଓ ୩୦ରେ ପ୍ରଦତ୍ତ ପ୍ରଦଇ ବନ୍ୟାବସ୍ଥାତିକ ଭାବତକ ଧର୍ମନିରପେଷ୍ ପରିଚିତ କରିବାପାଇଁ ଉଦ୍ଦିଷ୍ଟ ।

୧୧ । କେଉଁଥ‌ିପାଇଁ ଜାତୀୟ ସଂହତି ବାଧାପ୍ରାପ୍ତ ହୁଏ ?
Answer:
ସାମାଜିକ ଅନ୍ୟାୟ, ବୈଷମ୍ୟ ଓ ଭେଦଭାବ ଯୋଗୁଁ ଜାତୀୟ ସଂହତି ବାଧାପ୍ରାପ୍ତ ହୁଏ।

୧୨ । ଏକ ସ୍ଥିର ସରକାର କିଭଳି ପଦକ୍ଷେପ ନେଇଥାଏ ?
Answer:
ଏକ ସ୍ଥିର ସରକାର ପ୍ରଗତିସୂଚକ ଓ ସଂସ୍କାରମୂଳକ ପଦକ୍ଷେପ ନେଇଥାଏ।

୧୩ । କେଉଁ ଘଟଣାକୁ ଗୁରୁତ୍ବ ଦେଇ ସରକାର ନୀତି ନିର୍ଦ୍ଧାରଣ କରିବା ଉଚିତ ?
Answer:
ଲୋକମାନଙ୍କର ଅସୁବିଧା ଓ ଅଭାବକୁ ଗୁରୁତ୍ଵ ଦେଇ ସରକାର ନୀତି ନିର୍ଦ୍ଧାରଣ କରିବା ଉଚିତ।

୧୪। ଆର୍ଥିକ ସ୍ଵଚ୍ଛତା ଓ ସୁସ୍ଥତା ଦେଶର କିପରି ବିକାଶ କରାଏ ?
Answer:
ଆର୍ଥିକ ସ୍ଵଚ୍ଛତା ଓ ସୁସ୍ଥତା ଦେଶକୁ ଅଧ‌ିକ ସବଳ, ଉନ୍ନତ ଓ ବିକଶିତ କରେ ଏବଂ ଅର୍ଥନୈତିକ ତଥା ସାମାଜିକ ବୈଷମ୍ୟ ଦୂର କରେ, ତେଣୁ ଦାରିଦ୍ର୍ୟ ଲୋପପାଏ ଓ ଜାତୀୟ ସଂହତି ସଂରକ୍ଷିତ ରହେ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୧୫ । ଗଣତାନ୍ତ୍ରିକ ମୂଲ୍ୟବୋଧ କିପରି ଜାତୀୟ ସଂହତିକୁ ବିକଶିତ କରୁଛି ?
Answer:
ଗଣତାନ୍ତ୍ରିକ ମୂଲ୍ୟବୋଧ ସମାନତୀ ସାମାକିକ ନ୍ୟାୟ ଓ ସ୍ବାଧୀନ ମନୋଭାବର ପ୍ରସାର ଘଟେ ଏବଂ ଜାତୀୟ ଐକ୍ୟ ବା ସଂହତି ଅଧୂକ ଉନ୍ନତ ଓ ବିକଶିତ ହୁଏ ।

୧୬ । କିପରି ‘ଜାତିଭିତ୍ତିକ ଭୋଟ୍ ବ୍ୟାଙ୍କ’ ବ୍ୟବସ୍ଥାର ଦୁର୍ଗୁଣ ହ୍ରାସ ପାଇବ ?
Answer:
ନିର୍ବାଚନ ବ୍ୟବସ୍ଥା ଅବାଧ, ମୁକ୍ତ ଓ ନିରପେକ୍ଷ ହେଲେ

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। କେଉଁମାନଙ୍କ ପାଇଁ ‘ମାଗଣା ଆଇନ ସହାୟତା’ ବ୍ୟବସ୍ଥା ରହିଛି ?
୨ । ଆମ ଦେଶରେ କେତୋଟି ସମ୍ବିଧାନ ସ୍ଵୀକୃତ ଭାଷାଭାଷୀ ଲୋକେ ବାସ କରନ୍ତି ?
୩। କେଉଁ ଦେଶ ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ଲଗାତର ବିପଦ ସୃଷ୍ଟି କରି ଆସୁଅଛି ?
୪। ଆମର ମୁଖ୍ୟ ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ଆମ ଦେଶର କାହା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ?
୫। ‘‘ଜାତୀୟ ସଂହତି କାଦୁଅ ଓ ଇଟା ନିର୍ମିତ ଏକ ଗୃହ ନୁହେଁ । ଏହା ଏପରି ଏକ ଭାବନା ଯାହା ଲୋକମାନଙ୍କର ହଦୟରେ ଗଭାରତମ ଗହର ମଧରେ ସ୍ରରେ ଶ କରିବା ଦରକାର । ଏହି ଭାବନାର ଅନୁ ପ୍ରବେଶ ଲୋକମାନଙ୍କୁ ଜାଗ୍ରତ କରିପାରିବ ।’’ – ଏହି ଉକ୍ତିଟି କିଏ କହିଥିଲେ ?
୬। ‘‘ଭାରତରେ କେବେହେଲେ ଏକତା ନଥୁଲା, ଏବେ ମଧ୍ୟ ନାହିଁ ।’’ – ଏହି ଉକ୍ତିଟି କିଏ କହିଥିଲେ ?
୭। ‘ଭାରତ ‘ଅନୈକ୍ୟ ମଧ୍ଯର ଐକ୍ୟ’ ପାଇଁ ପ୍ରସିଦ୍ଧ । – ଏଠାରେ ରହିଛି ‘ବିଭିନ୍ନତା ମଧ୍ଯରେ ଏକତା’ ।’’ – ଏହି ଉକ୍ତିଟି କିଏ କହିଥିଲେ ?
୮ । ଜାତୀୟ ସଂହତି ପରିଷଦରେ ବିରୋଧୀ ଦଳର କେତେଜଣ ସଭ୍ୟ ରହିବେ ?

Answer:
୧ । ଅର୍ଥନୈତିକ ଦୁର୍ବଳ ଶ୍ରେଣୀ
୨। ୨୨
୩। ପାକିସ୍ତାନ
୪। ନିରାପତ୍ତା ଓ ଅଖଣ୍ଡତା
୫। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍
୬। ଜନ୍ ଷ୍ଟୁଚି
୭। ଭିନ୍‌ସେଣ୍ଟ ସ୍ମିଥ୍
୮। ୭ ଜଣ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

C ଶୂନ୍ୟସ୍ଥାନ ପୂରଣ କର ।

୧ । ଭାରତ ରେ ପ୍ର।ୟ ___________ କୋଟି ଲୋକ ବାସ କରୁ ଛନ୍ତି ।
Answer:
୧୨୧

୨। ଭାରତ ସମ୍ବିଧାନରେ __________ ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
Answer:
୨୨

୩। ______________ ମସିହାରେ ଭାରତରେ ଗୋଟିଏ ‘ଜାତୀୟ ସଂହତି ପରିଷଦ’ ଗଠନ କରାଗଲା ।
Answer:
୧୯୬୧

୪। ପ୍ରତିବର୍ଷ __________ ଦିନଟିକୁ ଭାରତର ଜାତୀୟ ସଂହତି ଦିବସରୂପେ ପାଳନ କରାଯାଏ ।
Answer:
ଅକ୍ଟୋବର ମାସ ୩୧ ତାରିଖ

୫। ସ୍ଵାଧୀନତା ପରେ ___________ ମାଧ୍ୟମରେ ଆମ ଦେଶର ଆର୍ଥିକ ପରିସ୍ଥିତି ସୁଧୁରିଛି ।
Answer:
ପଞ୍ଚବାର୍ଷିକ ଯୋଜନା

୬। ସୁସ୍ଥ ରାଜନୈତିକ ପରମ୍ପରା ଅନୁସୃତ ହେଲେ ସୁଦୃଢ଼ ____________ ସୃଷ୍ଟି ହୁଏ ।
Answer:
ଜନମତ

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

୭। ____________ ରେ ଅନୁପ୍ରାଣିତ ହେଲେ ବ୍ୟକ୍ତି ଦେଶର ଏକତା ଓ ଅଖଣ୍ଡତା ରକ୍ଷା କରିବାର ସମର୍ଥ ହୁଏ ।
Answer:
ଦେଶପ୍ରେମ

୮। ଜାତୀୟ ସଂହତି __________ ପ୍ରକାରର ।
Answer:

D. ଠିକ୍ ଉକ୍ତି ପାଇଁ (✓ ) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ଆଞ୍ଚଳିକ ବୈଷମ୍ୟ ଦୂର କରିବା ଓ ଦେଶରେ ସଦ୍‌ଭାବ ପ୍ରତିଷ୍ଠା କରିବା ଥିଲା ଜାତୀୟ ସଂହତି ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ।
୨। ଆମ ଦେଶରେ ସମ୍ବିଧାନ ସ୍ବୀକୃତ ଭାଷା ସଂଖ୍ୟା ୨୧ ।
୩। ଜାତୀୟ ସଂହତି ପରିଷଦ ୧୯୬୨ ମସିହାରେ ଗଠିତ ହୋଇଥିଲା ।
୪। ଜାତୀୟ ସଂହତି ମୁଖ୍ୟତଃ ୫ ପ୍ରକାର ।
୫। ବ୍ରାହ୍ମଣ୍ୟ ଧର୍ମକୁ ଭାରତର ଆତ୍ମା କୁହାଯାଏ ।
୬। ପ୍ରତିବର୍ଷ ମାର୍ଚ୍ଚ ୩୧ ତାରିଖକୁ ‘ଜାତୀୟ ସଂହତି ଦିବସ’ ରୂପେ ପାଳନ କରାଯାଇଥାଏ ।
୭। ମାଗଣା ଆଇନ ସେବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।
୮। ଚୀନ୍ ଓ ପାକିସ୍ତାନ ଭାରତର ନିରାପତ୍ତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ।
୯। ଆଞ୍ଚଳିକ ବୈଷମ୍ୟ ବିଚ୍ଛିନ୍ନତାବାଦକୁ ଜନ୍ମ ଦେଇଥାଏ ।
୧୦। ‘‘ଜାତୀୟ ସଂହତି ଆମ ଜାତିର ଲକ୍ଷ୍ୟ’’ ଏକଥା ମହାତ୍ମା ଗାନ୍ଧି କହିଥିଲେ ।

Answers
୧। (√)
୨। (×)
୩ । (×)
୪ । (×)
୫। (×)
୬ | (×)
୭। (√)
୮। (√)
୯। (√)
୧୦। (×)

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି Q.1
BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି Q.2

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧।‘ଜାତୀୟ ସଂହତି ଦିବସ’ ପ୍ରତିବର୍ଷ ଡିସେମ୍ବର ୩୧ ତାରିଖରେ ପାଳନ କରାଯାଏ ।
୨। ୧୯୨୧ ମସିହାରେ ଜାତୀୟ ସଂହତି ପରିଷଦ ଗଠିତ ହୋଇଥିଲା ।
୩। ଜାତୀୟ ସଂହତି ଏକ ବହୁମୁଖୀ ଅର୍ଥନୈତିକ ପ୍ରକ୍ରିୟା ।
୪। ‘ଭାରତ ଅନୈକ୍ୟ ମଧ୍ଯରେ ଐକ ପାଇଁ ପ୍ରସିଦ୍ଧ’ ଏକଥା ଜନ ଷ୍ଟୁଚି କହିଥିଲେ ।
୫। ଜାତୀୟ ସଂହତିକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।
୬। ଜାତୀୟ ସଂହତି ପଥରେ ଥ‌ିବା ପ୍ରତିବନ୍ଧକ ମଧ୍ୟରେ ମୁଖ୍ୟ ହେଉଛି ଆର୍ଥକ ମାନ୍ଦାବସ୍ଥା
୭। ସମ୍ବିଧାନର ପ୍ରାକ୍ କଥନରେ ଭାରତକୁ ଏକ ଧର୍ମବିରୋଧୀ ରାଷ୍ଟ୍ର ବୋଲି ସୂଚିତ କରାଯାଇଛି ।
୮। ଜାତୀୟ ସଂହତି ପରିଷଦରେ ବିରୋଧୀ ଦଳର ୧୦ଜଣ ସଭ୍ୟ ରହିବାର ବ୍ୟବସ୍ଥା ଅଛି ।
୯। ଆମ ସମ୍ବିଧାନରେ ୨୧ଟି ଭାଷାକୁ ସ୍ବୀକୃତି ପ୍ରଦାନ କରାଯାଇଛି ।
୧୦। ମାଗଣା ଆଇନ ସେବା ଅର୍ଥନୈତିକ ସବଳ ଶ୍ରେଣୀର ଲୋକମାନଙ୍କୁ ଯୋଗାଇ ଦିଆଯାଇଥାଏ ।
୧୧ । ଭାରତ ପ୍ରତି ଆମର ପଡ଼ୋଶୀ ଦେଶ ଶ୍ରୀଲଙ୍କା ବିପଦ ସୃଷ୍ଟି କରୁଛି ।
୧୨ । ଭାରତରେ ୧୦୦ କୋଟି ଲୋକ ବାସ କରନ୍ତି ।

Answers
୧। ଅକ୍ଟୋବର ୩୧
୨। ୧୯୬୧
୩। ସାମାଜିକ
୪। ଭିସେଣ୍ଟ ସ୍ମିଥ୍
୫। ଛଅ
୬। ସାମ୍ପ୍ରଦାୟିକତା
୭। ଧର୍ମନିରପେକ୍ଷ ରାଷ୍ଟ୍ର
୮। ୭ ଜଣ
୯। ୨୨
୧୦। ଦୁର୍ବଳ
୧୧। ପାକିସ୍ତାନ
୧୨। ୧୨୧ କୋଟି

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ‘‘ଭାରତରେ କେବେହେଲେ ଏକତା ନଥୁଲା, ଏବେ ମଧ୍ୟ ନାହିଁ ।’’
(A) ଲର୍ଡ଼ ମ୍ୟାକ୍‌ଲେ
(B) ମାଜିନି
(C) ଜନ୍ ଷ୍ଟ୍ରାଚି
(D) ଭିନ୍‌ସେଣ୍ଟ ସ୍ମିଥ୍
Answer:
(C) ଜନ୍ ଷ୍ଟ୍ରାଚି

2. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ‘ଭାରତ ‘ଅନୈକ୍ୟ ମଧ୍ଯର ଐକ୍ୟ’ ପାଇଁ ପ୍ରସିଦ୍ଧ । ଏଠାରେ ରହିଛି ‘ବିଭିନ୍ନତା ମଧ୍ଯରେ ଏକତା’ ।’’
(A) ସର୍ଦ୍ଦାର ବଲ୍ଲଭଭାଇ ପଟେଲ
(B) ମହାତ୍ମା ଗାନ୍ଧି
(C) ରାଜା ରାମମୋହନ ରାୟ
(D) ଭିନ୍‌ସେଣ୍ଟ ସ୍ମିଥ୍
Answer:
(D) ଭିନ୍‌ସେଣ୍ଟ ସ୍ମିଥ୍

3. ନିମ୍ନୋକ୍ତ ଉକ୍ତିଟି କିଏ କହିଥିଲେ ? ‘ଜାତୀୟ ସଂହତି ହେଉଛି ଆମର ଜାତୀୟ ଲକ୍ଷ୍ୟ ।’’
(A) ମହାତ୍ମା ଗାନ୍ଧି
(B) ଜବାହରଲାଲ ନେହେରୁ
(C) ରବୀନ୍ଦ୍ରନାଥ ଠାକୁର
(D) ବଙ୍କିମଚନ୍ଦ୍ର
Answer:
(B) ଜବାହରଲାଲ ନେହେରୁ

4. ଆମ ଦେଶରେ ସମ୍ବିଧାନ ସ୍ଵୀକୃତ ନିମ୍ନୋକ୍ତ କେତୋଟି ଭାଷାଭାଷୀ ଲୋକ ବାସ କରୁଛନ୍ତି ?
(A) ୨୦ଟି
(B) ୨୧ଟି
(C) ୨୨ଟି
(D) ୨୩ଟି
Answer:
(C) ୨୨ଟି

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

5. କରିବାପାଇଁ ନିମ୍ନୋକ୍ତ କେଉଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିଲା ?
(A) ୧୯୫୮
(B) ୧୯୬୦
(C) ୧୯୬୧
(D) ୧୯୬୨
Answer:
(C) ୧୯୬୧

7. ଭବିଷ୍ୟତରେ ବିଭେଦକାରୀ ଶକ୍ତିକୁ ନିୟନ୍ତ୍ରଣ କରିବାପାଇଁ ନିମ୍ନୋକ୍ତ କେଉଁ କାର୍ଯ୍ୟକ୍ରମ ନିର୍ଦ୍ଧାରଣ କରାଯାଇଥିଲା ?
(A) ଜାତୀୟ ସଂହତି ପରିଷଦ ଗଠନ
(B) ପଞ୍ଚବାର୍ଷିକ ଯୋଜନା
(C) ଜାତୀୟ ପରିଚୟ
(D) ଜାତୀୟ କର୍ମସୂଚୀ
Answer:
(D) ଜାତୀୟ କର୍ମସୂଚୀ

6. ଜାତୀୟ ସଂହତି ପରିଷଦରେ ବିରୋଧୀ ଦଳର କେତେଜଣ ସଭ୍ୟ ରହିବେ ?
(A) ୫ ଜଣ
(B) ୬ ଜଣ
(C) ୭ ଜଣ
(D) ୮ ଜଣ
Answer:
(C) ୭ ଜଣ

8. ନିମ୍ନୋକ୍ତ କେଉଁଟି ଭାରତୀୟ ଜାତୀୟ ସଂହତିର ଏକ ଉପାଦାନ ନୁହେଁ ?
(A) ଏକ-ନାଗରିକତା
(B) ଭୌଗୋଳିକ ଅଖଣ୍ଡତା
(C) ବିଭିନ୍ନତା ମଧ୍ୟରେ ଏକତା
(D) ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା
Answer:
(D) ସମସ୍ତଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିବା

9.‘ଜାତୀୟ ସଂହତି ପରିଷଦ’ରେ ନିମ୍ନୋକ୍ତ କିଏ ଜଣେ ସଭ୍ୟ ନୁହଁନ୍ତି ?
(A) ଭାରତର ପ୍ରଧାନମନ୍ତ୍ରୀ
(B) ସ୍ଵରାଷ୍ଟ୍ର ମନ୍ତ୍ରୀ
(C) ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ
(D) ସବୁ ରାଜ୍ୟର ରାଜ୍ୟପାଳ
Answer:
(D) ସବୁ ରାଜ୍ୟର ରାଜ୍ୟପାଳ

BSE Odisha 9th Class Political Science Important Questions Chapter 7 ଜାତୀୟ ସଂହତି

10. ପ୍ରତିବର୍ଷ କେଉଁ ଦିନଟିକୁ ଭାରତରେ ଜାତୀୟ ସଂହତି ଦିବସ ରୂପେ ପାଳନ କରାଯାଉଅଛି ?
(A) ଅଗଷ୍ଟ ମାସ ୧୮ ତାରିଖ
(B) ସେପ୍ଟେମ୍ବର ମାସ ୧୨ ତାରିଖ
(C) ଅକ୍ଟୋବର ମାସ ୩୧ ତାରିଖ
(D) ନଭେମ୍ବର ମାସ ୨୪ ତାରିଖ
Answer:
(C) ଅକ୍ଟୋବର ମାସ ୩୧ ତାରିଖ

11. କେଉଁ ଦେଶ ସହ ଭାରତର ସୀମା ବିବାଦ ରହିଛି ?
(A) ନେପାଳ
(B) ଶ୍ରୀଲଙ୍କା
(C) ଚୀନ୍ ଓ ନେପାଳ
(D) ଚୀନ୍ ଓ ପାକିସ୍ତାନ
Answer:
(D) ଚୀନ୍ ଓ ପାକିସ୍ତାନ

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Odisha State Board BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ Important Questions and Answers.

BSE Odisha Class 9 History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଆନ୍ତର୍ଜାତିକ ନ୍ୟାୟାଳୟର ଆଇନଗତ ଅଧିକାରକୁ କେତେ ଭାଗରେ ବିଭକ୍ତ କରାଯାଇଥିଲା ଓ କ’ଣ କ’ଣ ? ବୁଝାଇ ଲେଖ ।
Answer:

  • ଆନ୍ତର୍ଜାତିକ ନ୍ୟାୟାଳୟର ଆଇନଗତ ଅଧିକାରକୁ ୨ ଭାଗରେ ବିଭକ୍ତ କରାଯାଇଥିଲା । ସେଗୁଡ଼ିକ ହେଲା- ସ୍ୱେଚ୍ଛାକୃତ ଓ ବାଧ୍ୟତାମୂଳକ ।
  • ଯେତେବେଳେ ଦୁଇ ବା ତତୋଽଧ୍ଵକ ରାଷ୍ଟ୍ର ସେମାନଙ୍କ ମଧ୍ୟରେ ଥ‌ିବା ବିବାଦକୁ ସମାଧାନ କରିବୀପାଇ‍ଁ ନ୍ୟାୟାଳୟର ଉପସସ୍ଥ କରୁଥିଲେ ତାହା ନ୍ୟାୟାଳୟର ସ୍ୱେଚ୍ଛାକୃତ ଅଧ୍ କାର ପରିସର ଅନ୍ତର୍ଭୁକ୍ତ ହେଉଥିଲା ।
  • ଜାତି ସଂଘର ସଭ୍ୟ ହେବା ସମୟରେ କେତେକ ରାଷ୍ଟ୍ର ସେମାନଙ୍କର ବିବାଦର ନିଷ୍ପତ୍ତି ପାଇ‍ଁ ଆନ୍ତର୍ଜାତିକ ନ୍ୟାୟାଳୟର ଉପସସ୍ଥ କରିବେ ବୋଲି ଅଙ୍ଗୀକାରବଦ୍ଧ ହୋଇଥିଲେ ।
  • ଏପ୍ରକାର ବିବାଦର ସମାଧାନ କରିବା ନ୍ୟାୟାଳୟର ବାଧ୍ୟତାଧୂଳକ ଅଧ୍ କାର ପରିସର ଅନ୍ତର୍ଭୁକ୍ତ ଥିଲା ।

୨ । ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର କେତୋଟି ଅଙ୍ଗ ଥିଲା ଓ କ’ଣ କ’ଣ ? ବୁଝାଇ ଲେଖ ।
Answer:

  • ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ୩ଟି ଅଙ୍ଗ ଥିଲା । ସେଗୁଡ଼ିକ ହେଲା – ସାଧାରଣ ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟ ।
  • ସାଧାରଣ ସମ୍ମିଳନୀରେ ପ୍ରତ୍ୟେକ ସଦସ୍ୟ – ରାଷ୍ଟ୍ରର ଚାରି ଜଣ ପ୍ରତି ନିଜ୍ ଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ସରକାରଙ୍କଦ୍ୱାରା, ଜଣେ ଶିଳ୍ପପତିଙ୍କଦ୍ବାରା ଓ ଆନ୍ତର୍ଜାତିକ ଶ୍ରମ ହେଉଥିଲେ ।
  • ସାଧାରଣ ସମ୍ମିଳନୀର କୌଣସି ବୈଧାନିକ କ୍ଷମତା ନ ଥିଲା । ଏହା କେବଳ ଶ୍ରମିକମାନଙ୍କ ଅବସ୍ଥାର କେତେକ ତ୍ରୁଟି ଓ ସେଗୁଡ଼ିକୁ ସୁଧାରିବାପାଇଁ ଦୃଷ୍ଟି ଆକର୍ଷଣ କରିବା ଉନ୍ନତି କରିବା ଉଦ୍ଦେଶ୍ୟରେ ଆବଶ୍ୟକ ଚିଠା ପ୍ରସ୍ତୁତ କରୁଥିଲା ।
  • ଶାସନ ନିୟନ୍ତ୍ରକ ଦଳରେ ୩୨ ଜଣ ସଦସ୍ୟ ଥିଲେ । ସେଥିରୁ ୧୬ ଜଣ ସଦସ୍ୟ ରାଷ୍ଟ୍ରର ଶ୍ରମିକମାନଙ୍କଦ୍ୱ।ରା ମନୋନୀତ ଓ ଆଠଜଣ ଶ୍ରମିକମାନଙ୍କର ପ୍ରତିନିଧ୍ କରୁଥିଲେ । ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟର ନିର୍ଦ୍ଦେଶକଙ୍କ ନିର୍ବାଚନ ଏହାର ମୁଖ୍ୟ କାର୍ଯ୍ୟ ଥିଲା ।
  • ଶ୍ରମିକମାନଙ୍କର ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ପ୍ରସାରଣ ପାଇଁ ଉଦ୍ୟମ କରିବା ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟର ମୁଖ୍ୟ କାର୍ଯ୍ୟ ଥିଲା । ଏହି କାର୍ଯ୍ୟାଳୟ ନିଜର ସମ୍ବାଦପତ୍ର ଓ ପତ୍ରିକା ପ୍ରକାଶ କରୁଥିଲେ ।

୩ । ଜାତିସଂଘର ବିଫଳତାର କାରଣଗୁଡ଼ିକ ଉଲେ୍ଳ କର ।
କିମ୍ବା, କେଉଁଥ୍‌ପାଇଁ ଜାତିସଂଘ ତା’ର କାର୍ଯ୍ୟରେ ବିଫଳ ହୋଇଥିଲା ?
Answer:
ଜାତିସଂଘର ବିଫଳତା ପାଇଁ ନିମ୍ନଲିଖିତ କାରଣଗୁଡ଼ିକ ଦାୟୀ ଥିଲା ।

  • ପ୍ୟାରିସ୍ ଶାନ୍ତି ଚୁକ୍ତି ସହିତ ସଂଯୋଗ – ଜାତିସଂଘରଣ୍ମକୁ ପ୍ୟ।ରିସ୍ଠ।ରେ ସ୍ୱାକ୍ଷରିତ ହୋଇଥ୍‌ ଶାନ୍ତ ଚୁକ୍ତି ସହିତ ସଂଲଗ୍ନ କରି ଦିଆଯାଇଥିଲା । ଚୁକ୍ତି ର ସର୍ଭଗୁଡ଼ିକ ବିଜିତ ରାଷ୍ଟ୍ରମାନଙ୍କ ପ୍ରତି ଅତ୍ୟନ୍ତ କଠୋର ଥିଲା । ଜାତିସଂଘର ଆରମ୍ଭରେ ବିଜିତ ରାଷ୍ଟ୍ରମାନଙ୍କୁ ସଭ୍ୟପଦ ଦିଆନଯିବାରୁ ସେମାନେ ଜାତିସଂଘର କେଳେ ମନେକରିବା ସହିତ ଜାତିସଂଘକୁ ଘୃଣା କଲେ ଓ ସମର୍ଥନ ଦେବାପାଇଁ କୁଣ୍ଠାବୋଧ କଲେ ।
  • ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି – ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍ ପ୍ୟ।ରିସ୍ ଜାତିସଂଘର ସଭ୍ୟ ହୋଇପାରିଲା ନାହିଁ ଏବଂ କେତେକ ଦେଶକୁ ଜାତିସଂଘ ସଭପ୍ୟଦରୁ ଇସ୍ତଫା ଦେବାପାଇଁ ଉତ୍ସାହିତ କଲା ।
  • ରାଷ୍ଟ୍ରମାନଙ୍କର ସ୍ଵାର୍ଥପର ମନୋଭାବ – ଜାତିସଂଘର ସଦସ୍ୟ ରାଷ୍ଟ୍ରମାନ ଜାତିସଂଘ ବା ସାରା ବିଶ୍ଵର ସ୍ଵାର୍ଥ ଅପେକ୍ଷା ନିଜର ସ୍ୱାର୍ଥକୁ ଅଧିକ ଗୁରୁତ୍ଵ ଦେବାରୁ ପୃଥ‌ିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ସମ୍ଭବ ହେଲା ନାହିଁ ।
  • ସାର୍ବଜନୀନତାର ଅଭାବ – କୌଣସି ସମୟରେ ସମସ୍ତ ବୃହତ୍ ରାଷ୍ଟ୍ର ଜାତିସଂଘର ସଦସ୍ୟ ହୋଇ ନଥିଲେ । ସାର୍ବଜନୀନତାର ଅଭାବ ଫଳରେ ଜାତି ସଂଘ ଦୁର୍ବଳ ହୋଇପଡ଼ିଲା ଏବଂ ଏହାର ନିଷ୍ପତ୍ତିଗୁଡ଼ିକ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।
  • ସାମ୍ବିଧାନିକ ତ୍ରୁଟି – ସାମ୍ବିଧାନିକ ତ୍ରୁଟି ଯୋଗୁଁ ଜାତିସଂଘ ପୃଥ‌ିବୀରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଅସଫଳ ହୋଇଥିଲା । ଜାତିସଂଘ ଯୁଦ୍ଧକୁ ଅସିଦ୍ଧ ଘୋଷଣା କରି ନ ଥ‌ିବା ହେତୁ ଅନେକ ସଦସ୍ୟ ବିବାଦୀୟ କଲେ ।
  • ଆର୍ଥିକ ମାନ୍ଦାବସ୍ଥା – ୧୯୩୦ ମସିହାର ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ରାଷ୍ଟ୍ରଗୁଡ଼ିକ ତୋଷଣ ଓ ଅଣହସ୍ତକ୍ଷେପ ନୀତି ଅବଲମ୍ବନ କରି ଅହେତୁକ ଆକ୍ରମଣ ପ୍ରତି ନୀରବ ସମ୍ମତି ଜଣାଇଥିଲେ ।
    ମୋଟାମୋଟି ଦେଖିବାକୁ ଗଲେ ଯୁଦ୍ଧର ଆଶଙ୍କାକୁ ହ୍ରାସ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବା ଦିଗରେ ଜାତିସଂଘ ସଫଳ ହୋଇପାରି ନ ଥିଲା ।

୪। ଜାତିସଂଘର ସଚିବାଳୟର କାର୍ଯ୍ୟାବଳୀ ସଂକ୍ଷେପରେ ଲେଖ ।
Answer:

  • ଜାତି ସଂଘ ପରିଚାଳନା ପାଇଁ ଏକ ସଚିବାଳୟର ବ୍ୟବସ୍ଥା କରାଯାଇଥିଲା । ଏହାର ମୁଖ୍ୟଙ୍କୁ ସେକ୍ରେଟେରୀ ଜେନେରାଲ୍ ବା ମହାସଚିବ କୁହାଯାଉଥିଲା ।
  • ମହାସଚିବଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବାପାଇଁ ବିଭିନ୍ନ ଦେଶରୁ ପ୍ରାୟ ୭୫୦ ଜଣ ବ୍ୟକ୍ତି ସଚିବାଳୟରେ କାର୍ଯ୍ୟ କରିବାପାଇଁ ନିଯୁକ୍ତି ପାଇଥିଲେ ।
  • ସଚିବାଳୟରେ ୧୧ଟି ବିଭାଗ କାର୍ଯ୍ୟ କରୁଥିଲା ଓ ପ୍ରତ୍ୟେକ ବିଭାଗ ଜଣେ ସେକ୍ରେଟାରୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରୁଥିଲା ।
  • ସଭା ଓ ପରିଷଦରେ ବିଚାର ଆଲୋଚନା ପାଇଁ ବିଭିନ୍ନ ବିଷୟଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକ ସମ୍ପର୍କରେ ଆବଶ୍ୟକ ସୂଚନା ଯୋଗାଇବା, ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା, ସଭାରେ ହୋଇଥିବା ଆଲୋଚନାର ବିବରଣୀ ଓ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହୋଇଥିବା ରାଜିନାମା ବା ସନ୍ଧିଗୁଡ଼ିକ ପ୍ରକାଶ କରିବା ପ୍ରଭୃତି ସଚିବାଳୟର ପ୍ରଧାନ କାର୍ଯ୍ୟ ଥିଲା ।
  • ସେକ୍ରେଟାରୀ ଜେନେରାଲ୍ ଜାତିସଂଘର ସମସ୍ତ ଶାସନୀୟ ଅଙ୍ଗଗୁଡ଼ିକର କାର୍ଯ୍ୟର ସମନ୍ଵୟକାରୀ ଥିଲେ ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୫। ଜାତିସଂଘର ବିଭିନ୍ନ ଅଙ୍ଗଗୁଡ଼ିକ ବିଷୟରେ ସୂଚନା ଦିଅ ।
Answer:

  • ଜାତିସଂଘର କାର୍ଯ୍ୟ ପରିଚାଳନା ପଇ‍ଁ  ତିନୋଟି ମୁଖ୍ୟ ଅଙ୍ଗ ଥିଲା; ଯଥା – ସଭା, ପରିଷଦ ଓ ସଚିବାଳୟ । ଏହା ବ୍ୟତୀତ ସ୍ଥାୟୀ ଆନ୍ତର୍ଜାତିକ ବିଚାରାଳୟ’ ଓ ଆନ୍ତର୍ଜାତିକ ଶ୍ରମିକ ସଙ୍ଗଠନ ଜାତିସଂଘର
    ଦୁଇଟି ସ୍ଵୟଂଶାସିତ ଅଙ୍ଗ ଥିଲା ।
  • ସଭା – ଜାତିସଂଘର କାର୍ଯ୍ୟ ପରିଚାଳନା କରିବାପାଇଁ ସମସ୍ତ ସଭ୍ୟରାଷ୍ରମାନଙ୍କୁ ନେଇ ଏକ ‘ସଭା’ ଗଠିତ ହୋଇଥିଲା । ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଭାର ସଭ୍ୟ ଥିଲେ । ସମସ୍ତ ସଭ୍ୟଙ୍କ ସମ୍ମତି ବିନା ସଭାରେ କୌଣସି ପ୍ରସ୍ତାବ ଗୃହୀତ ହୋଇପାରୁ ନଥିଲା ।
  • ପରିଷଦ – ଏହା ପାଞ୍ଚଜଣ ସ୍ଥାୟୀ ସଭ୍ୟ ଓ ଚାରିଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ଗଠିତ ହୋଇଥିଲା । ରାଷ୍ଟ୍ରମାନଙ୍କ ମଧ୍ୟରେ ଥିବା ବିବାଦଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ କରିବା ପରିଷଦର ମୁଖ୍ୟ କାର୍ଯ୍ୟ ଥିଲା । ଅହେତୁକ ଆକ୍ରମଣକାରୀ ରାଷ୍ଟ୍ର ଉପରେ ଏହା ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା ।
  • ସଚିବାଳୟ – ଜାତିସଂଘର ସଚିବାଳୟ ବା ମୁଖ୍ୟ କାର୍ଯ୍ୟ।ଳୟ ସୁଇଜରଲାଣ୍ତର ଜେନେଭା ସହରରେ ଅବସ୍ଥିତ ଥିଲା । ଏହାର ସର୍ବୋଚ୍ଚ କର୍ମର୍ଲଙ୍କୁ ସେକେ୍ରଟେରା ଜେନେରାଲ୍  କୁହାଯାଉଥିଲା । ସଭା ଓ ପରିଷଦର ବିଚାର ଆଲୋଚନା ପାଇଁ ତାଲିକା ପ୍ରସ୍ତୁତ କରିବା, ଗୃଦୀ ଟୃହୀତ ପ୍ରସ୍ତ।ବଗୁଡ଼ିକୁ କାର୍ଯ୍ୟ।କାରା କରିବା ଆଦି ସଚିବାଳୟର ପ୍ରଧାନ କାର୍ଯ୍ୟ ଥିଲା ।
  • ଆନ୍ତର୍ଜାତିକ ନ୍ୟାୟାଳୟ – ନେଦରଲାଣ୍ଡର ହେର୍‌ଠାରେ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖ ଦିନ ସ୍ଥାୟୀ ଆନ୍ତର୍ଜାତି କ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଥିଲା । ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକୁ ବ୍ୟାଖ୍ୟା କରିବା, ବିଭିନ୍ୱ ରାଷ୍ରଗୁଡ଼‍ଁକୁ ବ୍ୟ।ଖ୍ୟ। କରିବା, ଦେବା ଏହାର ମୁଖ୍ୟ କାର୍ଯ୍ୟ ଥିଲା ।
  • ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ – ଆନ୍ତର୍ଜାତିକ ଶ୍ରମ ସଙ୍ଗଠନ ମୁଖ୍ୟ କାର୍ଯ୍ୟାଳୟ ଜେନେଭାଠାରେ ସ୍ଥାପିତ ହୋଇଥିଲା । ଏହି ସଙ୍ଗଠନ ସାରା ବିଶ୍ୱରେ ଶ୍ରମିକମାନଙ୍କ ସ୍ଵାର୍ଥରକ୍ଷା କରି ସେମାନଙ୍କ ଅବସ୍ଥାର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ଥିଲା ? ଏହାର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ କ’ଣ କୁହାଯାଉଥିଲା ?
Answer:
(i) ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ସୁଇଜର ଲାଣ୍ଡର ଜେନେଭା ସହର ରେ ଅବସ୍ଥିତ ଥିଲା ।
(ii) ଏହାର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ଜେନେରାଲ୍ ବା ମହାସଚିବ କୁହାଯାଉଥିଲା ।

୨ । ମାଣ୍ଡେଟ୍ ବ୍ୟବସ୍ଥା କ’ଣ ? ଏହା କେବେ ଗ୍ରହଣ କରାଯାଇଥିଲା ?
Answer:
(i) ମାଣ୍ଡେଟ୍ ବ୍ୟବସ୍ଥା ଅର୍ଥ ହେଉଛି ଅଧୂଶାସନ ପଦ୍ଧତି ।
(ii) ଏହି ବ୍ୟବସ୍ଥାରେ ଜାତିସଂଘ ଏହାର ଏକ ସଦସ୍ୟ ରାଷ୍ଟ୍ର କୁ କେତେକ ଅଞ୍ଚଳର ଅର୍ଣ୍ଣାସକ ଭାବେ କର୍ତ୍ତୃତ୍ୱ ପ୍ରଦାନ କରୁଥିଲା । ପ୍ରଥମ ବିଶ୍ଵଯୁଦ୍ଧ ପରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼।ଇ ଅଣାଯାଇଥ୍ ବା ଉପନିବେଶଗୁଡ଼ିକର ସମସ୍ୟା ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ଏହି ପଦ୍ଧତି ଗ୍ରହଣ କରାଯାଇଥିଲା ।

୩। ସେକ୍ରେଟାରୀ ଜେନେରାଲ୍ କାହ।କୁ କୁହାଯାଉଥିଲା ? ସେ କିଭଳି ଭାବରେ ନିଯୁକ୍ତି ହେଉଥିଲେ ?
Answer:
(i) ସଚିବାଳୟର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ସେକ୍ରେଟାରୀ ଜେନେରାଲ୍ କୁହାଯାଉଥିଲା ।
(ii) ପରିଷଦର ସୁପାରି ସରେ ସଭାର ସଂଖ୍ୟ।ଗରିଷ ସେକ୍ରେଟାରୀ ଜେନେରାଲ୍ ନିର୍ବ।ଚିତ ହେଉଥିଲେ ।

୪। ଜାତିସଂଘର ପ୍ରଥମ ସେକ୍ରେଟାରୀ ଜେନେରାଲ୍ କିଏଥିଲେ ? ଜାତିସଂଘର କାର୍ଯ୍ୟ ଉପରେ ସେ କ’ଣ ମତ ଦେଇଥ୍ଲେ ?
(i) ଇଂଲାଣ୍ଡର ସାର୍ ଏରିକ୍ ଡ୍ୟାମଣ୍ଡ ଜାତିସଂଘର ପ୍ରଥମ ସେକ୍ରେଟାରୀ ଜେନେରାଲ୍ ଭାବେ ନିଯୁକ୍ତି ପାଇଥିଲେ ।
(ii) ତାଙ୍କ ମତରେ ଜାତିସଂଘ ସଚିବାଳୟ କେବଳ ବିଭିନ୍ନ ଜାତୀୟତାର ବ୍ୟକ୍ତିଙ୍କ ସମଷ୍ଟି ନ ହୋଇ ଏକ ଆନ୍ତର୍ଜାତିକ ଅନୁଷ୍ଠାନ ପରି କାର୍ଯ୍ୟ କାର୍ଯ୍ୟ କରିବା ଉଚିତ ।

୫। ସଚିବାଳୟର କାର୍ଯ୍ୟ କ’ଣ ଥିଲା ?
Answer:
ସଭା ଓ ପରିଷଦରେ ବିଚାର ଆଲୋଚନା ପାଇଁ ବିଭିନ୍ନ ବିଷୟଗୁଡ଼ିକର ତାଲିକା ପ୍ରସ୍ତୁତ କରିବା ଏବଂ ସେଗୁଡ଼ିକ ସମ୍ପର୍କରେ ଆବଶ୍ୟକ ସୂଚନା ଯୋଗାଇବା, ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା, ସଭାରେ ହୋଇଥିବା ଆଲୋଚନାର ବିବରଣୀ, ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହୋଇଥିବା ରାଜିନାମା ବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ହୋଇଥିବା ରାଜିନାମା ବା ପ୍ରଧାନ କାର୍ଯ୍ୟ ଥିଲା ।

୬। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ କେଉ‍ଁଠ।ରେ ଅବସ୍ଥିତ ଥିଲା ? ଏହା କେବେଠାରୁ କାର୍ଯ୍ୟ ଆରମ୍ଭ କରିଥିଲା ?
Answer:
(i) ନେଦରଲାଣ୍ଡର ହେଠାରେ ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ଅବସ୍ଥିତ ଥିଲା ।
(ii)୧୯୨୨ ମସିହା ଫେବୃୟାରୀ ୧୫ ତାରିଖରୁ ଏହା କାର୍ଯ୍ୟ ଆରମ୍ଭ କରିଥିଲା ।

୭। ଆନ୍ତର୍ଜାତିକ ନ୍ୟାୟାଳୟର ଆରମ୍ଭ ସମୟରେ କେତେ ଜଣ ବିଚାରପତି ଓ ଉପବିଚାରପତି ଥିଲେ ? ଏହି ନ୍ୟାୟାଳୟର ଉପବିଚାରପତି ପଦ କେବେ ଉଚ୍ଛେଦ କରାଯାଇଥିଲା ?
Answer:
(i) ଆନ୍ତର୍ଜାତିକ ନ୍ୟାୟାଳୟର ଆରମ୍ଭ ସମୟରେ ଏଥ‌ିରେ ୧୧ ଜଣ ବିଚାରପତି ଓ ୪ ଜଣ ଉପବିଚାରପତି ଥିଲେ ।
(ii) ୧୯୩୬ ମସିହାରେ ଏହି ନ୍ୟାୟାଳୟର ଉପବିଚାରପତି ପଦ କେବେ ଉଚ୍ଛେଦ କରାଯାଇଥିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୮। ଆନ୍ତର୍ଜାତିକ ନ୍ୟ।ୟାଳୟରେ ବିଚାରପତି କିଭକି ଭାବରେ ନିର୍ବାଚିତ ହେଉଥିଲେ ?
Answer:
(i) ସଭା ଓ ପରିଷଦରେ ପୃଥକ୍ ଭାବେ ଭୋଟଦାନ ପଦ୍ଧତି ଦ୍ୱାରା ଆନ୍ତର୍ଜାତିକ ନ୍ୟ।ୟାଳୟରେ ବିଚାରପତି ନାର୍ବ।ଚିତ ହେଉଥିଲେ ।
(ii) ନିର୍ବାଚିତ ହେବାପାଇଁ ଉଭୟ ଗୃହରେ ନିରଙ୍କୁଶ ସଂଖ୍ୟାଗରିଷ୍ଠ ମତ ହାସଲ କରିବା ଆବଶ୍ୟକ ଥିଲା ।

୯। ସଚିବାଳୟରେ କେତୋଟି ବିଭାଗ କାର୍ଯ୍ୟ କରୁଥିଲାଏବଂ ପ୍ରତ୍ୟେକ ବିଭାଗ କାହା ତତ୍ତ୍ବାବଧାନରେ କାର୍ଯ୍ୟ କରୁଥିଲା ?
Answer:
(i) ସଚିବାଳୟରେ ୧୧ଟି ବିଭାଗ କାର୍ଯ୍ୟ କରୁଥିଲା ।
(ii) ପ୍ରତ୍ୟେକ ବିଭାଗ ଜଣେ ଜଣେ ସେକେ୍ରଟାରୀଙ୍କ ତତ୍ତ୍ବାବଧାନରେ କାର୍ଯ୍ୟ କରୁଥିଲା ।

୧୦ । ଆନ୍ତର୍ଜାତିକ ନ୍ୟାୟାଳୟ କି କି କାର୍ଯ୍ୟ କରୁଥିଲା ?
Answer:
(i) ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ଓ ଉଦ୍ଦେଶ୍ୟକୁ ବ୍ୟାଖ୍ୟା କରିବା, ବିଭିନ୍ନ ରାଷ୍ଟ୍ର ମଧ୍ୟରେ ପାରସ୍ପରିକ କଳହ ସମୟରେ ଆଇନଗତ ପରାମର୍ଶ ଦେବା ଜାତିସଂଘର କାର୍ଯ୍ୟ ଥିଲା ।
(ii) ଏତଦ୍‌ବ୍ୟତୀତ, ଜାତିସଂଘର କୋଭେନାଣ୍ଟକୁ ସ୍ପଷ୍ଟ ଓ ବୋଧଗମ୍ୟ କରିବା ଏବଂ ସଭା ବାପରିଷଦଦ୍ଵାରା ପ୍ରେରିତ କୌଣସି ବିବାଦ ସମ୍ବନ୍ଧୀୟ ବିଷୟ ଉପରେ ଉପଦେଶାତ୍ମକ ମତ ଦେବା ଆନ୍ତର୍ଜାତିକ ନ୍ୟାୟାଳୟର କାର୍ଯ୍ୟ ଥିଲା ।

୧୧ । ଜାତିସଂଘର ଯେକୌଣସି ଦୁଇଟି କୃତିତ୍ବପୂର୍ଣ କାର୍ଯ୍ୟ ଲେଖ ।
Answer:
(i) ୧୯୨୧ ମସିହାରେ ଆଲାଣ୍ଡ ଦ୍ଵୀପର ଅଧିକାରକୁ ନେଇ ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଲାଗିଥ‌ିବା କଳହର ସମାଧାନ ଜାତିସଂଘ ମାଧ୍ୟମରେ କରାଯାଇ ଆଲାଣ୍ଡ ଦ୍ବୀପକୁ ଫିନ୍‌ଲାଣ୍ଡକୁ ହସ୍ତାନ୍ତର କରାଯାଇଥିଲା ଏବଂ ସେଠାରେ ଥ‌ିବା ସ୍ବିଡ଼େନ୍‌ର ଅଧ୍ୟାବାସୀଙ୍କୁ ସ୍ଵୟଂ ଶାସନର ଅଧିକାର ଦିଆଯାଇଥିଲା ।
(ii) ଜରି ଆରେ ଉଉର ସାଇଲେସିଆର ସୀମାକୁ ନେଇ ପୋଲାଣ୍ଡ ଓ କର୍ମ।ନା ମଧ୍ୟରେ କଳହର କରାଯାଇଥିଲା ।

୧୨ । ଉପନିବେଶଗୁଡ଼ିକରେ ଶୋଷଣ କିପରି ବନ୍ଦ ହୋଇଥିଲା ?
Answer:
(i) ମାଣ୍ଡେଟ୍ ବ୍ୟବସ୍ଥା ଫଳରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଉପନିବେଶମାନଙ୍କର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥ।ର ବ।ଷିକ ବିବରଣା ଜାତିସଂଘକୁ ଦେଉଥିଲେ ।
(ii) ଫଳରେ ଉପନିବେଶଗୁଡ଼ିକରେ ଶୋଷଣ ବନ୍ଦ ହୋଇଥିଲା ।

୧୩ । କାହାର ୧୪ ଦଫା ସର୍ଭେ ଅନୁସାରେ ଜାତିସଂଘ ଜନ୍ମ ନେଲା ? ଜାତିସଂଘର କୋଭେନାଣ୍ଟ କେବେ ଗୃହୀତ ହେଲା ?
Answer:
(i) ଯୁକ୍ତରାଷ୍ର ଆମେରିକାର ରାଷପତି ଉଉ୍ରେ। ଉଇଲ୍ସନ୍‌ଙ୍କ ୧୪ ଦଫା ସର୍ତ୍ତାନୁଯାୟୀ ଜାତିସଂଘ ଜନ୍ମ ନେଲା ।
(ii) ଜାତିସଂଘର କୋଭେନାଣ୍ଟ ୧୯୧୯ ମସିହା ଏପ୍ରିଲ୍ ୨୮ ତାରିଖରେ ଗୃହୀତ ହେଲା ।

୧୪। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ କେଉଁଠି ପ୍ରତିଷ୍ଠା କରାଯାଇଥିଲା ? ଏହି ନ୍ୟାୟାଳୟର ସ୍ଵୀକୃତ ଭାଷା କ’ଣ ଥିଲା ?
Answer:
(i)ନେ ଦ ର ଲାଣ୍ଡର ହେଠାରେ ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ପ୍ରତିଷ୍ଠା କରାଯାଇଥିଲା ।
(ii) ଫରାସୀ ଓ ଇଂରାଜୀ ଥିଲା ଏହି ନ୍ୟାୟାଳୟର ସ୍ଵୀକୃତ ଭାଷା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Objective Type Questions With Answers
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ । ଜାତିସଂଘ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ହେଲା ?
Answer:
ଜାତିସଂଘ ଆନୁଷ୍ଠାନିକ ଭାବେ ୧୯୨୦ ମସିହା ଜାନୁୟାରୀ ୧୦ ତାରିଖରେ ପ୍ରତିଷ୍ଠିତ ହେଲା ।

୨ । ଆନ୍ତର୍ଜାତିକ ନ୍ୟାୟାଳୟ କେଉ‍ଁଠ।ରେ ପ୍ରତିଷା କରାଯାଇଥିଲା ?
Answer:
ଆନ୍ତର୍ଜାତିକ ନ୍ୟାୟାଳୟ କେଉ‍ଁଠ।ରେ ‘ହେଗ୍’ ସହରରେ ପ୍ରତିଷା କରାଯାଇଥିଲା

୩ । କାହାର ୧୪ ଦଫା ସର୍ଭ ଅନୁସାରେ ଜାତିସଂଘ ସୃଷ୍ଟି ହୋଇଥିଲା ?
Answer:
ଯୁକ୍ତ ରାଷ୍ଟ୍ର ଆମେରି କାର ରାଷ୍ଟ୍ରପତି ଉଡ୍ରେ । ଉଇଲ୍‌ସନ୍‌ଙ୍କ ୧୪ ଦଫା ସର୍ଭେ ଅନୁସାରେ ଜାତିସଂଘ ସୃଷ୍ଟି ହୋଇଥିଲା।

୪। କେବେ ଓ କି ପରି ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ବିବାଦର ସମାଧାନ ହୋଇଥିଲା ?
Answer:
୧୯୨୨ ମସିହାରେ ଜାତିସଂଘ ଏକ କମିଶନ ନିଯୁକ୍ତ କରି ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥ‌ିବା ସୀମା ସମ୍ପର୍କିତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିଥିଲା ।

୫। କେବେ ଓ କିପରି ସ୍ଵିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଥ‌ିବା କଳହର ସମାଧାନ ହୋଇଥିଲା ?
Answer:
୧୯୨୧ ମସିହାରେ ଆଲାଣ୍ଡ ଦ୍ୱୀପର ଅଧିକାରକୁ ନେଇ ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଲାଗିଥ୍ବା କଳହର ସମାଧାନ ଜାତିସଂଘ ମାଧ୍ୟମରେ କରାଯାଇ ଆଲାଣ୍ଡ ଦ୍ବୀପ ଫିନ୍‌ଲାଣ୍ଡକୁ ହସ୍ତାନ୍ତର କରାଯାଇଥିଲା
ଏବଂ ସେଠାରେ ଥ‌ିବା ସ୍ବିଡ଼େନ୍ ଅଧ‌ିବାସୀଙ୍କୁ ସ୍ୱୟଂ ଶାସନର ଅଧିକାର ଦିଆଯାଇଥିଲା ।

୬। ପୋଲାଣ୍ଡ ଓ ଜର୍ମାନୀ ମଧ୍ଯରେ କାହିଁକି କଳହ ହୋଇଥିଲା ଏବଂ ଏହାର କିପରି ସମାଧାନ ହୋଇଥିଲା ?
Answer:
ସାଇଲେସିଆର ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ ଥ‌ିବା କଳହର ସମାଧାନ ଜାତିସଂଘ ମାଧ୍ୟମରେ ଗଣଭୋଟ ଜରିଆରେ କରାଯାଇଥିଲା ।

୭ । ଜାତିସଂଘର କେଉଁ ଉଦ୍ଦେଶ୍ୟ ସଫଳ ହୋଇ ନଥିଲା ?
Answer:
ପୃଥ‌ିବୀରେ ଯୁଦ୍ଧର ଆଶଙ୍କାକୁ ଦୂରୀଭୂତ କରି ସ୍ଥାୟୀ ଶାନ୍ତି ପ୍ରତିଷ୍ଠା କରିବାରେ ଜାତିସଂଘର ଉଦ୍ଦେଶ୍ୟ ସଫଳ ହୋଇ ନ ଥିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୮। ଦ୍ବିତୀୟ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇଥିଲା ?
Answer:
ଦ୍ଵିତୀୟ ବିଶ୍ଵଯୁଦ୍ଧ ୧୯୩୯ ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ।

୯ । ଜର୍ମାନୀ କେବେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ କାହିଁକି ଓ କେବେ ଏହାର ସଦସ୍ୟ ପଦ ତ୍ୟାଗ କରିଥିଲା ?
Answer:
ଜର୍ମାନୀ ୧୯୨୬ ମସିହାରେ ଜାତିସଂଘର ସଦସ୍ୟ ହୋଇଥିଲା ଏବଂ ହିଟଲରଙ୍କ ଉତ୍‌ଥାନ ପରେ ୧୯୩୩ ମସିହାରେ ଏହାର ସଦସ୍ୟ ପଦ ତ୍ୟାଗ କରିଥିଲା ।

୧୦ । ଜାପାନ କେବେ ଜାତିସଂଘ ସହିତ ସମ୍ପର୍କ ଛିନ୍ନ କରିଥିଲା ?
Answer:
୧୯୩୩ ମସିହାରେ ଜାପାନ ମାଞ୍ଚୁରିଆ ଆକ୍ରମଣ କରିବା ପରେ ଜାତିସଂଘ ସହିତ ସମ୍ପର୍କ ଛିନ୍ନ କରିଥିଲା ।

୧୧ । ରୁଷିଆ ଜାତିସଂଘର କେବେ ସଦସ୍ୟ ହୋଇଥିଲା ଏବଂ କେବେ ଓ କାହିଁକି ଜାତିସଂଘର ସଦସ୍ୟ ପଦରୁ ଏହାକୁ ବହିଷ୍କାର କରାଗଲା ?
Answer:
ରୁଷିଆ ୧୯୩୪ ମସିହାରେ ଜାତିସଂଘର ସଦସ୍ୟ ହୋଇଥୁଲା, ମାତ୍ର ୧୯୩୯ ମସିହାରେ ଫିନ୍‌ଲାଣ୍ଡ ଆକ୍ରମଣ କରିବାରୁ ଏହାକୁ ଜାତିସଂଘର ସଦସ୍ୟ ପଦରୁ ବହିଷ୍କାର କରାଗଲା ।

୧୨ । କାହିଁକି ଜାତିସଂଘ ଦୁର୍ବଳ ହୋଇଥିଲା ଏବଂ ଏହାର ନିଷ୍ପତ୍ତିଗୁଡ଼ିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇ ପାରିନଥିଲା ?
Answer:
ସାର୍ବଜନୀନତାର ଅଭାବ ଫଳରେ ଜାତିସଂଘ ଦୁର୍ବଳ ହୋଇପଡ଼ିଥିଲା ଏବଂ ଏହାର ନିଷ୍ପତ୍ତିଗୁଡ଼ିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

୧୩। ଇଟାଲୀ କେବେ ଜାତିସଂଘର ସଦସ୍ୟ ପଦ ଛାଡ଼ିଥିଲା ?
Answer:
ଇଟାଲୀ ୧୯୩୭ ମସିହାରେ ଜାତିସଂଘର ସଦସ୍ୟ ପଦ ଛାଡ଼ିଥିଲା ।

୧୪। ‘ମାଣ୍ଡେଟ୍’ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:
ମାଣ୍ଡେଟ୍ ବ୍ୟବସ୍ଥା କହିଲେ ଅର୍ଣ୍ଣାସନ ପଦ୍ଧତିକୁ ବୁଝାଏ ।

୧୫। ‘ମାଣ୍ଡେଟ୍’ ପଦ୍ଧତି ଗ୍ରହଣ କରାଯାଇଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ପରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼ାଇ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ମାଣ୍ଡେଟ୍‌ ପଦ୍ଧତି ଗ୍ରହଣ ସମ୍ପର୍କରେ ନିଷ୍ପତ୍ତି ନେବାପାଇଁ ମାଣ୍ଡେଟ୍‌ ପଦ୍ଧତି ଗ୍ରହଣ କରାଯାଇଥିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୧୬ । କୋଭେନାଣ୍ଟ କହିଲେ କାହାକୁ ବୁଝାଏ ?
Answer:
ରାଷ୍ରଗୁଡ଼‍ଁକ ମଧ୍ୟରେ ଜାତିସଂଘ ଗଠନ ସମକତ ରାଜିନାମାକୁ କୋଭେନାଣ୍ଟ କୁହାଯାଏ ।

୧୭ । କାହାର ସଭାପତିତ୍ବରେ ପ୍ରତିନିଧ୍ଵଙ୍କଦ୍ୱାରା କୋଭେନାଣ୍ଟର ଚିଠା ପ୍ରସ୍ତୁତ ହୋଇଥିଲା ଏବଂ କାହାଦ୍ଵାରା ଏହାକୁ ବୈଧାନିକ ରୂପ ଦିଆଯାଇଥିଲା ?
Answer:
ଆମେରିକାର ରାଷ୍ଟ୍ରପତି ଉଡ୍ରୋ ଉଇଲ୍ ସନ୍‌ ଙ୍କ ସଭାପତି ତ୍ଵରେ ୧୯ ଜଣ ପ୍ରତିନିଧିଙ୍କଦ୍ଵାରା । କୋଭେନାଣ୍ଟର ଚିଠା ପ୍ରସ୍ତୁତ ହୋଇଥିଲା ଏବଂ ଇଂଲାଣ୍ଡର ପ୍ରତିନିଧ୍ଵଙ୍କଦ୍ଵାରା ଏହାକୁ ବୈଧାନିକ ରୂପ ଦିଆଯାଇଥିଲା ।

୧୮। କୋଭେନାଣ୍ଟରେ କେତେଗୋଟି ଧାରା ଥିଲା ଏବଂ କେବେ କେଉଁ ସନ୍ଧିରେ ସେଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଥିଲା ?
Answer:
କୋଭେନାଣ୍ଟରେ ୨୬ଟି ଧାରା ଥିଲା ଏବଂ ସେଗୁଡ଼ିକୁ ୧୯୧୯ ଜୁନ୍ ୨୮ରେ ପ୍ୟାରିସ୍ଠାରେ ସ୍ୱାକ୍ଷରିତ ଭର୍ସାଇ ସନ୍ଧିରେ ଅନ୍ତର୍ଭୁକ୍ତ କରାଯାଇଥିଲା ।

୧୯ । ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସାଧାରଣ ସଭାକୁ କେତେଜଣ ପ୍ରତିନିଧ୍ ପଠାଇ ପାରୁଥିଲେ ?
Answer:
ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ର ସାଧାରଣ ସଭାକୁ ତିନିଜଣ ପ୍ରତିନିସ୍‌ ପଠାଇ ପାରୁଥିଲେ ।

୨୦ । ଜାତିସଂଘର ସାଧାରଣ ସଭାରେ ବିଭିନ୍ନ ବିଷୟ ତଦାରଖ କରିବାପାଇଁ କେତୋଟ ସ୍ଥାୟୀ କମିଟି ଓ କେତେଗୋଟି ଅତିରିକ୍ତ କମିଟି ଥିଲା ?
Answer:
ଜାତିସଂଘର ସାଧାରଣ ସଭାରେ ବିଭିନ୍ନ ବିଷୟ ତଦାରଖ କରିବାପାଇଁ ୬ ଗୋଟି ସ୍ଥାୟୀ କମିଟି ଓ ୨ ଗୋଟି ଅତିରିକ୍ତ କମିଟି ଥିଲା ।

୨୧ । ସାଧାରଣ ସଭାର ବୈଠକ ବର୍ଷକୁ କେତେ ଥର ବସୁଥିଲା ?
Answer:
ସାଧାରଣ ସଭାର ବୈଠକ ବର୍ଷକୁ ଥର ବସୁଥିଲା

୨୨ । କୌଣସି ନୂତନ ରାଷ୍ଟ୍ରକୁ ଜାତିସଂଘର ସଭ୍ୟପଦ ଦେବାପାଇଁ ସଭାର କେତେ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ?
Answer:
କୌଣସି ନୂତନ ରାଷ୍ଟ୍ରକୁ ଜାତିସଂଘର ସଭ୍ୟପଦ ଦେବାପାଇଁ ଅତି କମ୍‌ରେ ସଭାର ଦୁଇ-ତୃତୀୟାଂଶ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ।

୨୩ । ଜାତିସଂଘର ମୂଳ ସଦସ୍ୟ କେତୋଟି ରାଷ୍ଟ୍ର ଥିଲେ ଓ ୧୯୩୫ରେ ଏହାର ସଦସ୍ୟ ସଂଖ୍ୟା କେତେରେ ପହଞ୍ଚିଲା ?
Answer:
ଜାତିସଂଘର ମୂଳ ସଦସ୍ୟ ରାଷ୍ଟ୍ର ଥିଲେ ୧୯୩୫ରେ ଏହାର ସଦସ୍ୟ ସଂଖ୍ୟା ୬୦ରେ ପହଞ୍ଚିଲା ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୨୪ । କେଉଁମାନଙ୍କୁ ନେଇ ପରିଷଦ ଗଠନ କରାଯାଇଥିଲା ?
Answer:
ପାଞ୍ଚଜଣ ସ୍ଥାୟୀ ସଭ୍ୟ ଓ ୪ ଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ପରିଷଦ ଗଠନ କରାଯାଇଥିଲା ।

୨୫। ପରିଷଦରେ କେଉଁମାନଙ୍କୁ ସ୍ଥାୟୀ ସଭ୍ୟ କରାଯାଇଥିଲା ଏବଂ କେତେଜଣଙ୍କୁ ଅସ୍ଥାୟୀ ସଭ୍ୟ ଭାବରେ ନିଯୁକ୍ତି ଦିଆଯାଇଥିଲା ?
Answer:
ଗ୍ରେଟ୍ ବ୍ରିଟେନ୍, ଫ୍ରାନ୍‌ସ୍, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲୀ ଓ ଜାପାନକୁ ପରିଷଦରେ ସ୍ଥାୟୀ ସଭ୍ୟ କରାଯାଇଥିଲା ଏବଂ ୪ ଜଣଙ୍କୁ ଅସ୍ଥାୟୀ ସଭ୍ୟଙ୍କୁ ସଭାଦ୍ୱ।ର। ନିଯୁକ୍ତି ଦିଆଯାଇଥିଲା ।

୨୬ । ‘ସଭା’ର ଶେଷ ବୈଠକ କେବେ ବସିଥିଲା ଏବଂ ଏଥ‌ିରେ କେତୋଟ ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ?
Answer:
୧୯୪୬ ମସିହା ଏପ୍ରିଲ୍ ମାସରେ ସଭାର ଶେଷ ବୈଠକ ବସିଥିଲା ଏବଂ ଏଥ‌ିରେ ୩୪ଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ଜାତିସଂଘ କୋଭେନାଣ୍ଟକୁ କେବେ ଭର୍ସାଇ ସନ୍ଧିର ଅନ୍ତର୍ଭୁକ୍ତ କରାଯାଇଥିଲା ?
Answer:
୧୯୧୯ ଜୁନ୍ ୨୮

୨। ନୂତନ ରାଷ୍ଟ୍ରକୁ ସଭ୍ୟପଦ ଦେବାପାଇଁ ଜାତିସଂଘର ‘ସଭା’ର ଅତି କମ୍‌ରେ କେତେ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ?
Answer:
ଦୁଇ-ତୃତୀୟାଂଶ,

୩। ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ଶାସନ ନିୟନ୍ତ୍ରକ ଦଳରେ କେତେ ଜଣ ସଦସ୍ୟ ରହିଥିଲେ ?
Answer:
୩୨ ଜଣ

୪। କାହା ଜରିଆରେ ଆଲାଣ୍ଡ ଦ୍ବୀପର ଅଧିକାରକୁ ନେଇ ସ୍ଵିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଲାଗିଥିବା କଳହର ସମାଧାନ କରାଯାଇଥିଲା ?
Answer:
ପାରସ୍ପରିକ ଆଲୋଚନା ଜରିଆରେ

୫। କାହା ଜରିଆରେ ‘ସାର୍’ କୋଇଲା ଖଣି ଅଞ୍ଚଳକୁ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ?
Answer:
ଗଣଭୋଟ ଜରିଆରେ

୬। କେଉଁ ଆନ୍ତର୍ଜାତିକ ସମସ୍ୟାଟିକୁ ଜାତିସଂଘ ସମାଧାନ କରିପାରି ନ ଥିଲା ?
Answer:
ସ୍ପେନୀୟ ଗୃହଯୁଦ୍ଧ

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୭। ଜର୍ମାନୀ କେବେ ଜାତିସଂଘର ସଦସ୍ୟ ପଦ ତ୍ୟାଗ କଲା ?
Answer:
୧୯୩୩ ମସିହା

୮ । ଇଟାଲୀ କେଉଁ ମସିହାରେ ଜାତିସଂଘର ସଦସ୍ୟ ପଦ ଛାଡ଼ିଥିଲା ?
Answer:
୧୯୩୭ ମସିହା

୯। କଲମ୍ବିଆକୁ ହସ୍ତାନ୍ତର କରିଥିବା କେଉଁ ସହରକୁ ପେରୁ ୧୯୩୩ରେ ପୁନଃ ଅସ୍ଵୀକାର କରିଥିଲା ?
Answer:
ଲେଟିସିଆ

୧୦ । ଇଟାଲୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ କେଉଁ ଅଞ୍ଚଳକୁ ଇଟାଲୀ ଧ୍ବଂସ କରିଥିଲା ?
Answer:
କୋର ପ୍ୟ ଦ୍ବୀପ

୧୧ । ପ୍ୟାରିସ୍ ସନ୍ଧି ଅନୁଯାୟୀ ୧୯୩୫ ମସିହାରେ ‘ସାର୍’ କୋଇଲା ଅଞ୍ଚଳକୁ କେଉଁ ଦେଶ ସହିତ ମିଶାଇ ଦିଆଯାଇଥିଲା ?
Answer:
ଜର୍ମାନୀ

୧୨ । ଲିଥୁଆନିଆ ଦଖଲରେ ଥ‌ିବା ଭିନା ସହର ଉପରେ କେଉଁ ଦେଶ ନିୟନ୍ତ୍ରଣ କରିନେଇଥିଲା ?
Answer:
ପୋଲାଣ୍ଡ

୧୩। ଜାତି ସଂଘ କେବେ ସଂଯୁକ୍ତ ରାଷ୍ଟ୍ରସଂଘ ସହିତ ମିଶିଗଲା ?
Answer:
୧୯୪୬ ଏପ୍ରିଲ ୧୮

୧୪ । ପ୍ରଥମ ବିଶ୍ଵଯୁଦ୍ଧ ପରେ ୧୯୧୯ ମସିହା ଜାନୁଆରୀ ୧୮ ତାରିଖରେ କେଉଁଠାରେ ଏକ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା ?
Answer:
ପ୍ୟାରିସ୍

୧୫ । ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ପାଇଁ ଆମେରିକାର କେଉଁ ରାଷ୍ଟ୍ରପତି ଉଦ୍ୟମ କରିଥିଲେ ?
Answer:
ଉଡ୍ରୋ ଉଇଲସନ୍‌

୧୬ । କିଏ ଜାତିସଂଘର ପ୍ରଥମ ସେକ୍ରେଟାରୀଭାବେ ନିଯୁକ୍ତି ପାଇଥିଲେ ?
Answer:
ଏରିକ୍ ଡ୍ରମଣ୍ଡ

୧୭ । ଆନ୍ତର୍ଜାତିକ ନ୍ୟାୟାଳୟ କେବେ ଉଦ୍‌ଘାଟିତ ହୋଇ ବିଧବଦ୍ଧଭାବେ କାର୍ଯ୍ୟ ଆରମ୍ଭ କରିଥିଲା ?
Answer:
୧୯୨୨ ଫେବୃୟାରୀ

୧୮ । ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ପାଇଁ କାର୍ଯ୍ୟ କରିପାରୁଥିଲେ ?
Answer:
୯ ବର୍ଷ

୧୯ । ଜାତିସଂଘର ସଚିବାଳୟରେ ବିଭିନ୍ନ ଦେଶରୁ ପ୍ରାୟ କେତେ ଜଣ କାର୍ଯ୍ୟ କରିବାପାଇଁ ନିଯୁକ୍ତି ପାଇଥିଲେ ?
Answer:
୭୫୦ ଜଣ

୨୦ ।୧୯୨୧ ମସିହାର କେଉଁ ମାସରେ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାର ପତି ମାନେ ନିର୍ବାଚିତ ହୋଇଥିଲେ ?
Answer:
ସେପ୍ଟେମ୍ବର

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୨୧ । ଆନ୍ତର୍ଜାତିକ ନ୍ୟାୟାଳୟର ସ୍ଵୀକୃତ ଭାଷା କ’ଣ ଥିଲା ?
Answer:
ଫରାସୀ ଓ ଇଂରାଜୀ

୨୨ । ଜାତିସଂଘର ସମସ୍ତ ସଭ୍ୟ ସ୍ଵୟଂକ୍ରିୟଭାବେ କେଉଁ ସଙ୍ଗଠନର ସଭ୍ୟ ହେଉଥିଲେ ?
Answer:
ଆନ୍ତର୍ଜାତିକ ଶ୍ରମ ସଂଗଠନ

୨୩। ସାରା ବିଶ୍ୱରେ ଶ୍ରମିକ ମାନଙ୍କ ସ୍ୱାର୍ଥରକ୍ଷା କରି ସେମାନଙ୍କର ଅବସ୍ଥାରେ ଉନ୍ନତି ଆଣିବାପାଇଁ କେଉଁ ସଂସ୍ଥା କାର୍ଯ୍ୟ କରୁଥୁଲା ?
Answer:
ଆନ୍ତର୍ଜାତିକ ଶ୍ରମ ସଂଗଠନ

୨୪ ଜେନେ ଭାଠାରେ ଅବସ୍ଥିତ କେଉଁ କାର୍ଯ୍ୟାଳୟ ଶ୍ରମିକମାନଙ୍କ ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ ଓ ପ୍ରସାରଣ କରିଥାଏ ?
Answer:
ଆନ୍ତର୍ଜାତିକ ଶ୍ରମ କାର୍ଯ୍ୟାଳୟ

୨୫ । କାହା ଜରିଆରେ ଉତ୍ତର ସାଇଲେସିଆର ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ କଳହର ସମାଧାନ କରାଯାଇଥିଲା ?
Answer:
ଗଣଭୋଟ

୨୬ । ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥିବା ସୀମା ବିବାଦକୁ କେବେ ଶାନ୍ତିପୂର୍ଣ୍ଣ ଭାବେ ଏକ କମିଶନ ଜରିଆରେ ସମାଧାନ କରାଯାଇଥିଲା ?
Answer:
୧୯୨୨ ମସିହା

୨୭ । ଗ୍ରୀସ୍ ଓ ବୁଲଗେରିଆର ସୀମା ବିବାଦ ପ୍ରସଙ୍ଗରେ ବୁଲଗେରିଆରେ ମୁତୟନ ଥ‌ିବା ଗ୍ରୀସ୍ ସୈନ୍ୟମାନଙ୍କୁ କେବେ ପ୍ରତ୍ୟାହାର କରାଯାଇଥିଲା ?
Answer:
୧୯୨୫ ମସିହା

୨୮ । ଜାପାନ ଚୀନ୍‌ର କେଉଁ ଅଞ୍ଚଳକୁ ଦଖଲ କରିଥିଲା ?
Answer:
ମାଞ୍ଚୁରିଆ

୨୯ । କେବେ ପ୍ୟାରିସ୍ତାରେ ଏକ ଶାନ୍ତି ସମ୍ମିଳନୀ ଆହୂତ ହୋଇଥିଲା ?
Answer:
୧୯୧୯ ମସିହା

୩୦ । ୧୯୩୯ ମସିହାରେ ଫିନଲାଣ୍ଡକୁ ଆକ୍ରମଣ କରିବାରୁ କେଉଁ ଦେଶକୁ ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରିଥିଲା ?
Answer:
ରୁଷିଆ

C ଶୂନ୍ୟସ୍ଥାନ ପୂରଣ କର ।

୧। ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ମୁଖ୍ୟ କାର୍ଯ୍ୟାଳୟ ____________________ ଠାରେ ସ୍ଥାପିତ ହୋଇଥିଲା ।
Answer:
ଜେନେଭା

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୨ । ଜାତିସଂଘ ସଚିବାଳୟର ସର୍ବୋଚ୍ଚ କର୍ମକର୍ତ୍ତାଙ୍କୁ ____________________ କୁହାଯାଉଥିଲା ।
Answer:
ସେକ୍ରେଟାରୀ ଜେନେରାଲ୍ ବା ମହାସଚିବ

୩ । ସ୍ଥ।ୟୀ ଆନ୍ତର୍ଜ।ତିକ ନ୍ୟ।ୟାଳୟ ___________________ ଠାରେ ଅବସ୍ଥିତ ଥିଲା ।
Answer:
ହେଗ୍

୪। _____________________ କୁ ଜାତିସଂଘର ସମ୍ବିଧାନ ବୋଲି ବିଚାର କରାଯାଉଥିଲା ।
Answer:
କୋଭେନାଣ୍ଟ

୫। ଜାତିସଂଘର କାର୍ଯ୍ୟକାରିତା ଓ ପରିଚାଳନା ପାଇଁ ___________________ ଗୋଟି ମୁଖ୍ୟ ଅଙ୍ଗ ଥିଲା ।
Answer:

୬ । ଏକ ନୂତନ ରାଷ୍ଟ୍ରକୁ ଜାତିସଂଘର ସଭ୍ୟପଦ ଦେବାପାଇଁ ଅତି କମ୍‌ରେ ସଭାର ___________________ସଭ୍ୟଙ୍କ ସମର୍ଥନ ଆବଶ୍ୟକ ହେଉଥିଲା ।
Answer:
ଦୁଇ-ତୃତୀୟାଂଶ

୭ । ଜାତିସଂଘ ପରିଷଦରେ _____________________ ଜଣ ସ୍ଥାୟୀ ସଭ୍ୟ ଥିଲେ ।
Answer:

୮। ___________________ ର ଅଧିକାରକୁ ନେଇ ସ୍ବିଡ଼େନ୍ ଏବଂ ଫିନ୍‌ଲାଣ୍ଡ ମଧ୍ଯରେ ଲାଗିଥିବା କଳହର ସମାଧାନ ଜାତିସଂଘଦ୍ବାରା କରାଯାଇଥିଲା ।
Answer:
ଆଲାଣ୍ଡ ଦ୍ବୀପ

୯। ___________________ ଜରିଆରେ ଉତ୍ତର ସାଇଲେସିଆର ସୀମାକୁ ନେଇ ଜାତିସଂଘରେ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ କଳହର ସମାଧାନ କରାଯାଇଥିଲା ।
Answer:
ଗଣଭୋଟ

୧୦। __________________ ସନ୍ଧି ଅନୁଯାୟୀ ୧୯୩୫ ମସିହାରେ ‘ସାର୍ ” ଅଞ୍ଚଳକୁ ଜର୍ମାନୀ ସହିତ ମିଶାଇ ଦିଆଯାଇଥିଲା ।
Answer:
ପ୍ୟାରିସ୍

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୧୧। __________________ ବ୍ୟବସ୍ଥା ଫଳରେ ପ୍ରତ୍ୟେକ ରାଷ୍ଟ୍ର ନିଜର ଉପନିବେଶମାନଙ୍କର ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାର ବାର୍ଷିକ ବିବରଣୀ ଜାତିସଂଘକୁ ଦେଇଥିଲେ ।
Answer:
ମାଣ୍ଡେଟ

D ଠିକ୍ ଉକ୍ତି ପାଇଁ (√) ଓ ଭୁଲ ଉକ୍ତି ପାଇଁ (×) ଲେଖ ।

୧। ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ବିବାଦଗୁଡ଼ିକୁ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିବା ଥିଲା ପରିଷଦର କାର୍ଯ୍ୟ ।
୨। ଜାତିସଂଘର ମୁଖ୍ୟ କାର୍ଯ୍ୟାଳୟ ସୁଇଜରଲାଣ୍ଡର ହେଗ୍ ସହରରେ ଅବସ୍ଥିତ ଥଲା ।
୩। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ ନେଦରଲାଣ୍ଡର ଜେନେଭା ସହରରେ ଅବସ୍ଥିତ ଥିଲା ।
୪। ରୁଷିଆ ୧୯୩୪ ମସିହାରେ ଜାତିସଂଘ ପରିଷଦର ସ୍ଥାୟୀ ସଭ୍ୟ ହୋଇଥିଲା ।
୫। ଜାତିସଂଘର ସଚିବାଳୟ ଜେନେଭାଠାରେ ଅବସ୍ଥିତ ଥିଲା ।
୬। ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିଙ୍କ କାର୍ଯ୍ୟକାଳ ୧୦ ବର୍ଷ ଥିଲା |
୭ । ଆନ୍ତର୍ଜାତିକ ଶ୍ରମ ସଂଗଠନର ଶାସନ ନିୟନ୍ତ୍ରକ ଦଳରେ ୩୦ ଜଣ ସଦସ୍ୟ ଥିଲେ ।
୮। ଇଟାଲୀୟ ପ୍ରତିନିଧିଙ୍କୁ ହତ୍ୟା ଘଟଣାରେ ଇଟାଲୀ କୋଫ୍ୟୁ ଦ୍ବୀପକୁ ଧ୍ୱଂସ କରିଥିଲା ।
୯। ୧୯୩୦ ମସିହାରେ ବିଶ୍ବରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା ।
୧୦। ଜାପାନ ୧୯୩୨ ମସିହାରେ ମାଞ୍ଚୁରିଆ ଆକ୍ରମଣ କରିଥିଲେ ।

Answers
୨। (√)
୨। (×)
୩। (×)
୪। (√)
୫। (√)
୬। (×)
୭ । (×)
୮। (√)
୯। (√)
୧୦ । (x)

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 1

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 2

F ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।
୧। ଜାତିସଂଘର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ୧୯୨୨ ମସିହାରେ ହୋଇଥିଲା ।
Answer:
୧୯୨୦

୨। ଆନ୍ତର୍ଜାତିକ ନ୍ୟାୟାଳୟ ନେଦରଲାଣ୍ଡର ନିଉୟର୍କ ସହରରେ ପ୍ରତିଷ୍ଠା କରାଯାଇଥିଲା ।
Answer:
ହେଗ୍

୩। ଅଧ୍ୟାସନ ପଦ୍ଧତିକୁ ଗ୍ୟାଣ୍ଡମ କୁହାଯାଏ ।
Answer:
ମାଣ୍ଡେଟ୍

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

୪। ସାଧାରଣ ସଭାର ବୈଠକୁ ବର୍ଷକୁ ଅନ୍ତତଃ ଦୁଇଥର ବସୁଥିଲା ।
Answer:
ଥରେ

୫। ଜାତିସଂଘର ସଚିବାଳୟରେ ୧୦ଟି ବିଭାଗ କାର୍ଯ୍ୟ କରୁଥିଲା ।
Answer:
୧୧ଟି

୬। ଉଡ୍ରୋ ଉଇଲସନ୍ ରୁଷିଆ ଦେଶର ରାଷ୍ଟ୍ରପତି ଥିଲେ ।
Answer:
ଆମେରିକା

୭ । ଇଂଲଣ୍ଡର ସାର୍‌ ଏରିକ୍ ଡ୍ୟାମଣ୍ଡ ଜାତିସଂଘର ଦ୍ଵିତୀୟ ସେକ୍ରେଟାରୀ ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ ।
Answer:
ପ୍ରଥମ

୮। ଜାତି ସଂଘର ମୁଖ୍ୟ କାର୍ଯ୍ୟାଳୟ ଆମେରି କାର ଜେନେଭା ସହରରେ ଅବସ୍ଥିତ ଥିଲା ।
Answer:
ସୁଇଜରଲାଣ୍ଡ

୯। ୧୯୨୦ ମସିହାରେ ପୃଥ‌ିବୀରେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିଲା ।
Answer:
୧୯୩୦

୧୦ । ଇଟାଲୀ ଜାତିସଂଘର ସଭ୍ୟପଦ ୧୯୩୬ ମସିହାରେ ଛାଡ଼ିଥିଲା ।
Answer:
୧୯୩୭

G ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. ପ୍ରଥମ ସେକ୍ରେଟାରୀଭାବେ କିଏ ଜାତିସଂଘର ନିଯୁକ୍ତି ପାଇଥିଲେ ?
(A) ଆଭେନଲ୍
(B) ଏରିକ୍ ଡୁମଣ୍ଡ
(C) ଲେଷ୍ଟର
(D) ଉଇଲସନ୍
Answer:
(B) ଏରିକ୍ ଡୁମଣ୍ଡ

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

2. ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତିମାନେ କେତେ ବର୍ଷ ପାଇଁ କାର୍ଯ୍ୟ କରିପାରୁଥିଲେ ?
(A) ୭
(B) ୮
(C) ୯
(D) ୧୦
Answer:
(C) ୯

3. ଜାତିସଂଘର ସଚିବାଳୟରେ ବିଭିନ୍ନ ଦେଶରୁ ପ୍ରାୟ କେତେ ଜଣ କାର୍ଯ୍ୟ କରିବାପାଇଁ ନିଯୁକ୍ତି ପାଇଥିଲେ ?
(A) ୬୫୦
(B) ୭୫୦
(C) ୮୫୦
(D) ୯୫୦
Answer:
(B) ୭୫୦

4. ୧୯୨୧ ମସିହାର କେଉଁ ମାସରେ ଆନ୍ତର୍ଜାତିକ ବିଚାର ପତି ମାନେ ନିର୍ବାଚିତ ନିର୍ବାଚିତ ହୋଇଥିଲେ ?
(A) ମାର୍ଚ୍ଚ
(B) ଏପ୍ରିଲ
(C) ସେପ୍ଟେମ୍ବର
(D) ଅକ୍ଟୋବର
Answer:
(C) ସେପ୍ଟେମ୍ବର

5. ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥ‌ିବା ସୀମା ବିବାଦକୁ କେବେ ଶାନ୍ତିପୂର୍ଣ୍ଣ ଭାବେ ଏକ କମିଶନ ଜରିଆରେ ସମାଧାନ କରାଯାଇଥିଲା ?
(A) ୧୯୨୦
(B) ୧୯୨୧
(C) ୧୯୨୨
(D) ୧୯୨୩
Answer:
(C) ୧୯୨୨

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

6. ଗ୍ରୀସ୍ ଓ ବୁଲଗେରିଆର ସୀମା ବିବାଦ ପ୍ରସଙ୍ଗରେ ବୁଲଗେରିଆରେ ମୃତୟନ ଥିବା ଗ୍ରୀସ୍ ସୈନ୍ୟମାନଙ୍କୁ କେବେ ପ୍ରତ୍ୟାହାର କରାଯାଇଥିଲା ?
(A) ୧୯୨୪
(B) ୧୯୨୫
(C) ୧୯୨୬
(D) ୧୯୨୭
Answer:
(B) ୧୯୨୫

7.ଜାପାନ ଚୀନ୍‌ର କେଉଁ ଅଞ୍ଚଳକୁ ଦଖଲ କରିଥିଲା ?
(A) ବେଜିଂ
(B) ମାଞ୍ଚୁରିଆ
(C) ଆବିସିନିଆ
(D) ଫରିଦ୍
Answer:
(B) ମାଞ୍ଚୁରିଆ

8. ୧୯୩୯ ମସିହାରେ ଫିନଲାଣ୍ଡକୁ ଆକ୍ରମଣ କରିବାରୁ କେଉଁ ଦେଶକୁ ଜାତିସଂଘ ସଦସ୍ୟ ପଦରୁ ବହିଷ୍କାର କରିଥିଲା ?
(A) ଇଟାଲୀ
(B) ଆମେରିକା
(C) ରୁଷିଆ
(D) ଜାପାନ
Answer:
(C) ରୁଷିଆ

୨. କେଉଁ ମସିହାର ଆର୍ଥିକ ମାନ୍ଦାବସ୍ଥା ବିଶ୍ବ ଅର୍ଥନୀତିକୁ ଭଙ୍ଗ କରି ଦେଇଥିଲା ?
(A) ୧୯୨୯
(B) ୧୯୩୦
(C) ୧୯୩୧
(D) ୧୯୩୨
Answer:
(B) ୧୯୩୦

10. ନିମ୍ନୋକ୍ତ କେଉଁ ଦେଶରେ ସାମରିକବାଦ ଦେଖାଯାଇ ନଥୁଲା ?
(A) ରୁଷ୍
(B) ଜର୍ମାନୀ
(C) ଜାପାନ
(D) ବୁଲଗେରିଆ
Answer:
(C) ଜାପାନ

11. ଜର୍ମାନୀରେ କେଉଁ ବାଦର ଉତ୍‌ଥାନ ହୋଇଥିଲା ?
(A) ଫାସୀବାଦ
(B) ନାଜୀବାଦ
(C) ସାମରିକବାଦ
(D) ମାନବବାଦ
Answer:
(B) ନାଜୀବାଦ

12. କେବେ ପ୍ୟାରିସ୍ତାରେ ଏକ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ?
(A) ୧୯୧୮
(B) ୧୯୧୯
(C) ୧୯୨୦
(D) ୧୯୨୧
Answer:
(B) ୧୯୧୯

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

13. ଜାତିସଂଘର ପରିଷଦରେ କେତେ ଜଣ ଅସ୍ଥାୟୀ ସଭ୍ୟ ଥିଲେ ?
(A) ୨ ଜଣ
(B) ୪ ଜଣ
(C) ୩ ଜଣ
(D) ୫ ଜଣ
Answer:
(B) ୪ ଜଣ

14. କେତୋଟି ରାଷ୍ଟ୍ର ଜାତିସଂଘର ମୂଳ ସଦସ୍ୟ ଥିଲେ ?
(A) ୪୦
(B) ୪୧
(C) ୪୨
(D) ୪୩
Answer:
(D) ୪୩

15. ରୁଷିଆ କେବେ ଜାତିସଂଘରେ ଯୋଗ ଦେଇଥିଲା ?
(A) ୧୯୨୬
(B) ୧୯୩୦
(C) ୧୯୩୪
(D) ୧୯୩୯
Answer:
(C) ୧୯୩୪

16. କିଏ ପ୍ୟାରିସ୍ ସମ୍ମିଳନୀରେ ଜାତିସଂଘ ଗଠନ ପାଇଁ ପ୍ରସ୍ତାବ ଦେଇଥିଲେ ?
(A) ଆଭେନଲ୍
(B) ଲେଷ୍ଟର
(C) ଉଡ୍ରୋ ଉଇଲ୍‌ସନ୍
(D) ଏରିକ୍ ଡୁମଣ୍ଡ
Answer:
(C) ଉଡ୍ରୋ ଉଇଲ୍‌ସନ୍

17. ନୂତନ ରାଷ୍ଟ୍ରକୁ ସଭ୍ୟପଦ ଦେବାପାଇଁ ଜାତିସଂଘର ‘ସଭା’ର ଅତିକମ୍‌ରେ କେତେ ସଭ୍ୟଙ୍କ ସମର୍ଥନ ଆବଶ୍ୟକ ଥିଲା ?
(A) ଏକ ତୃତୀୟାଂଶ
(B) ଏକ ଚତୁର୍ଥାଂଶ
(C) ଦୁଇ ତୃତୀୟାଂଶ
(D) ତିନି ଚତୁର୍ଥାଂଶ
Answer:
(C) ଦୁଇ ତୃତୀୟାଂଶ

18. ଆନ୍ତର୍ଜାତିକ ଶ୍ରମ ସଙ୍ଗଠନର ଶାସନ ନିୟନ୍ତ୍ରକ ଦଳରେ କେତେ ଜଣ ସଦସ୍ୟ ରହିଥିଲେ ?
(A) ଚାରିଜଣ
(B) ଆଠଜଣ
(C) ଷୋହଳ ଜଣ
(D) ବତ୍ରିଶ ଜଣ
Answer:
(D) ବତ୍ରିଶ ଜଣ

19. ଜର୍ମାନୀ କେବେ ଜାତିସଂଘର ସଦସ୍ୟ ପଦତ୍ୟାଗ କଲା ?
(A) ୧୯୨୬ ମସିହା
(B) ୧୯୩୩ ମସିହା
(C) ୧୯୩୪ ମସିହା
(D) ୧୯୩୭ ମସିହା
Answer:
(B) ୧୯୩୩ ମସିହା

20. ଇଟାଲୀ କେଉଁ ମସିହାରେ ଜାତିସଂଘର ସଦସ୍ୟପଦ ଛାଡ଼ିଥିଲା ?
(A) ୧୯୨୬
(B) ୧୯୩୩
(C) ୧୯୩୪
(D) ୧୯୩୭
Answer:
(D) ୧୯୩୭

BSE Odisha 9th Class History Important Questions Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

21. କଲମ୍ବିଆକୁ ହସ୍ତାନ୍ତର କରିଥିବା କେଉଁ ସହରକୁ ପେରୁ ୧୯୩୩ରେ ପୁନଃ ଅଧିକାର କରିଥିଲା ?
(A) ଡାଗ୍
(B) ଆଲାଣ୍ଡ
(C) ହେଗ୍
(D) ଲେଟିସିଆ
Answer:
(D) ଲେଟିସିଆ

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

Odisha State Board BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ will enable students to study smartly.

BSE Odisha Class 9 Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଉପକ୍ରମଣିକା (Introduction) :
ସେଟ୍ ତତ୍ତ୍ଵର ସ୍ରଷ୍ଟା ହେଉଛନ୍ତି ଜର୍ମାନ ଗଣିତଜ୍ଞ ଜର୍ଜ କ୍ୟାଣ୍ଟର (Georg Cantor) (1845-1918) ।
ସେଟ୍ ତତ୍ତ୍ଵ (Set Theory) ଗଣିତକୁ ସହଜ ଓ ସୁନ୍ଦର କରିବାରେ, ଜଟିଳ ଗାଣିତିକ ତତ୍ତ୍ଵକୁ ସରଳ ଓ ସାବଲୀଳ ଭାବରେ ବିଶ୍ଳେଷଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରିଛି ।

ପୂର୍ବପାଠର ପର୍ଯ୍ୟାଲୋଚନା (Introduction) :
(i) ସେଟ୍ ଓ ଏହାର ଉପାଦାନ (Set and its elements) :
ସେଟ୍ ଓ ସେଟ୍‌ର ଉପାଦାନ ସଂଜ୍ଞା ବିହୀନ ପଦ ଅଟେ । ଏହାକୁ ପ୍ରକାଶ କରିବାପାଇଁ ଦୁଇଟି ପ୍ରଣାଳୀ ବ୍ୟବହାର କରାଯାଏ ; ଯଥା –
(a) ତାଲିକା ପ୍ରଣାଳୀ (Tabular or Roster Method) :
ତାଲିକା ପ୍ରଣାଳୀରେ ଉପାଦାନଗୁଡ଼ିକୁ କୁଟୀଳ ବନ୍ଧନୀ ମଧ୍ଯରେ ଲେଖାଯାଏ । ଯେପରି –
S = {a, b, c, d}, N = {1, 2, 3, 4, 5, …..} ଏଠାରେ c ଏକ ସେଟ୍ ଓ ‘a’ ଏହାର ଉପାଦାନ ।
(b) ସୂତ୍ର (ସେଟ୍ ଗଠନକାରୀ) ପ୍ରଣାଳୀ (Set builder method) :
ସେଟ୍ ଗଠନକାରୀ ପ୍ରଣାଳୀରେ ସେଟ୍‌ର ଉପାଦାନମାନଙ୍କ ସାଧାରଣ ଧର୍ମକୁ ଭିଭିକରି ଲେଖାଯାଏ । ଯେପରି 
S = {x | x ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଚାରୋଟି ବର୍ଷ}
N = {x | x, ଏକ ଗଣନ ସଂଖ୍ୟା }

(ii) ସସୀମ ସେଟ୍ ଓ ଅସୀମ ସେଟ୍ (Finite and Infinite sets) :
ସସୀମ ସେଟ୍ – ଯଦି କୌଣସି ସେଟ୍‌ର ଉପାଦାନଗୁଡ଼ିକୁ ଗୋଟି ଗୋଟି କରି ଗଣିଲେ ଗଣନ ପ୍ରକ୍ରିୟାର ପରିସମାପ୍ତି  ଘଟେ, ତେବେ ଉକ୍ତ ସେଟ୍‌ଟି ଏକ ସସୀମ ସେଟ୍ ଅଟେ ।
ସମୀପ ସେଟ୍ A ର ଉପାଦାନ ସଂଖ୍ୟାକୁ (A) ଦ୍ଵାରା ବା n(A) ଦ୍ଵାରା ସୁଚାଯାଇଥାଏ ।
ଅସୀମ ସେଟ୍– ଯଦି କୌଣସି ସେଟ୍‌ର ଉପାଦାନଗୁଡ଼ିକୁ ଗୋଟି ଗୋଟି କରି ଗଣିଲେ ଗଣନ ପ୍ରକ୍ରିୟାର ପରିସମାପ୍ତି ନଘଟେ ଉକ୍ତ ସେଟ୍‌ଟି ଏକ ଅସୀମ ସେଟ୍ ଅଟେ ।

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

(iii) ଶୂନ୍ୟସେଟ୍ (Empty or Null set) – ଯଦି କୌଣସି ସେଟ୍ ଉପାଦାନବିହୀନ ତେବେ ସେହି ସେଟ୍‌କୁ ଶୂନ୍ୟ ସେଟ୍ କୁହାଯାଏ । ଏହାର ଉପାଦାନ ସଂଖ୍ୟା 0 
ଶୂନ୍ୟସେଟ୍‌କୁ Ô ବା { } ଦ୍ଵାରା ସୂଚିତ କରାଯାଏ ।

(iv) ଉପସେଟ୍ (Subset) – A ଓ B ସେଟ୍‌ଦ୍ଵୟ ମଧ୍ଯରେ ଯଦି A ସେଟ୍‌ର ପ୍ରତ୍ୟେକ ଉପାଦାନ B ସେଟ୍‌ର ଉପାଦାନ ହୋଇଥାଏ, ତେବେ Aକୁ B ସେଟ୍‌ ଉପସେଟ୍ କୁହାଯାଏ ।
ଏହାକୁ A ⊂ B ବା B ⊃ A ଭାବେ ପ୍ରକାଶ କରାଯାଏ ।
A ⊂ B ର ଅର୍ଥ ହେଉଛି : x ∈ A ⇒ x ∈ B
ମନେରଖ :
⇒ Φ ⊂ A (ଶୂନ୍ୟସେଟ୍ ଯେକୌଣସି ସେଟ୍‌ର ଉପସେଟ୍) 
⇒ A ⊂ A (ଯେକୌଣସି ସେଟ୍ ତା’ ନିଜର ଉପସେଟ୍)

(v) ଦୁଇଟି ସେଟ୍‌ର ସମାନତା (Equality of two sets) :
A ଓ B ସେଟ୍ ଦ୍ଵୟରେ A c B ଓ B c A ହେଲେ A ଓ B ସେଟ୍‌ଦ୍ଵୟ ସମାନ; ଅର୍ଥାତ୍ A = B
ସେଟ୍‌ର ଉପାଦାନଗୁଡ଼ିକ ମଧ୍ୟରେ ଥିବା କ୍ରମର ପରିବର୍ତ୍ତନ କଲେ ମଧ୍ୟ ସେଟ୍‌ଟି ଅପରିବର୍ତ୍ତିତ ହେବ ।

ବ୍ୟାପକ ସେଟ୍ (Universal Set) :
ଆମର ଆଲୋଚନାର ପରିସର ମଧ୍ୟରେ ପ୍ରତ୍ୟେକ ସେଟ୍, ଯଦି ଏକ ନିର୍ଦ୍ଦିଷ୍ଟ ସେଟ୍ Eର ଉପସେଟ୍ କିମ୍ବା ଯେକୌଣସି ବସ୍ତୁ ଏକ ନିର୍ଦ୍ଦିଷ୍ଟ ସେଟ୍ Eର ଉପାଦାନ ହୁଏ, ତେବେ ସେହି ସେଟ୍‌କୁ ବ୍ୟାପକ ସେଟ୍ କୁହାଯାଏ । ସାଧାରଣତଃ ବ୍ୟାପକ ସେଟ୍ E କୁ ଆୟତଚିତ୍ରଦ୍ୱାରା ଓ ଏହାର ଉପସେମାନଙ୍କୁ ଆବଦ୍ଧ କ୍ଷେତ୍ରଦ୍ଵାରା ବା ବୃତ୍ତାକାର କ୍ଷେତ୍ରଦ୍ଵାରା ସୂଚାଯାଇଥାଏ ।
ଉଦାହରଣ :
ଯଦି N = ଗଣନ ସଂଖ୍ୟାର ସେଟ୍‌, N* ବା W = ସଂପ୍ରସାରିତ ସ୍ବଭାବିକ ସଂଖ୍ୟା ସେଟ୍, Z = ପୂର୍ବ ସଂଖ୍ୟା ସେଟ୍ S = { \(\frac{1}{n}\)| n ∈ N} ହୁଏ ପରିମେୟ ସଂଖ୍ୟା ସେଟ୍ (Q)କୁ ବ୍ୟାପକ ସେଟ୍ E ରୂପେ ନିଆଯାଏ ।
ଏଠାରେ N, W, Z ଓ S ପ୍ରତ୍ୟେକ Qର ଗୋଟିଏ ଗୋଟିଏ ଉପସେଟ୍ ଅଟନ୍ତି ।
∴ N ⊂ E, W ⊂ E, Z ⊂ E S ⊂ E
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ସେଟ୍‌ ପ୍ରକ୍ରିୟା (Set Operations):
ସେଟ୍‌ମାନଙ୍କ ମଧ୍ୟରେ ସଂଯୋଗ (Union), ଛେଦ (Intersection) ଓ ଅନ୍ତର (Difference) ଘଟିଥାଏ । ଏମାନେ ପ୍ରତ୍ୟେକ ଗୋଟିଏ ଗୋଟିଏ ଦୈତ ପ୍ରକ୍ରିୟା (Binary operation) ।
⇒ ସେଟ୍‌ମାନଙ୍କ ମଧ୍ୟରେ ସଂଯୋଗ, ଛେଦ ଓ ଅନ୍ତର ପ୍ରକ୍ରିୟାକୁ ନେଇ ଯେଉଁ ବୀଜଗଣିତର ସୃଷ୍ଟି ତାହାକୁ ବୁଲିଆନ୍ ବୀଜଗଣିତ (Boolean Algebra) କୁହାଯାଏ ।
⇒ ବୁଲିଆନ୍ ବୀଜଗଣିତ, ଇଂରେଜ ଗଣିତଜ୍ଞ ଓ ତର୍କଶାସ୍ତ୍ରବିତ୍ George Booleଙ୍କ ନାମରେ ନାମିତ ।

(a) ସଂଯୋଗ (Union) :
A ଓ B ସେଟ୍‌ୟରେ ଥ‌ିବା ସମସ୍ତ ଉପାଦାନଗୁଡ଼ିକୁ ନେଇ ଗଠିତ ସେଟ୍‌କୁ A ଓ B ର ସଂଯୋଗ କୁହାଯାଏ ଏବଂ ଏହା A ∪ B ଦ୍ଵାରା ସୂଚିତ ହୁଏ ।
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 1 ଅର୍ଥାତ୍ A ∪ B = {x | x ∈ A ବା x = B}
ଏଠାରେ x ∈ A ବା x = B ର ଅର୍ଥ ହେଉଛି x ଉପାଦାନଟି A ସେଟ୍‌ରେ କିମ୍ବା Bସେଟ୍‌ର କିମ୍ବା ଉଭୟ ସେଟ୍‌ରେ ରହିପାରେ ।
ସଂଯୋଗ ସମ୍ବନ୍ଧୀୟ କେତେକ ତଥ୍ୟ :

  • A ⊂ B ହେଲେ A ∪ B = B  ଏବଂ B ⊂ A ହେଲେ A ∪ B = A ହେବ ।
  • କୌଣସି ସେଟ୍ ‘A’ ସହିତ A ର ସଂଯୋଗ ‘A’ ଅଟେ । ଅର୍ଥାତ୍ A ∪ A = A
  • ଶୂନ୍ୟ ସେଟ୍‌ରେ କୌଣସି ଉପାଦାନ ନଥ‌ିବାରୁ ଯେକୌଣସି ସେଟ୍ A ସହିତ ଏହାର ସଂଯୋଗ A ଅଟେ । ଅର୍ଥାତ୍ A ∪ Φ = A 
  • A ⊂ A ∪ B ଏବଂ B ⊂ A ∪ B

ସଂଯୋଗର ନିୟମ :
(i) A ∪ B = B ∪ A (ସଂଯୋଗ ପ୍ରକ୍ରିୟା କ୍ରମ ବିନିମୟୀ ଅଟେ ।)
(ii) (A ∪ B) ∪ C = A ∪ (B ∪ C) (ସଂଯୋଗ ପ୍ରକ୍ରିୟା ସହଯୋଗୀ ଅଟେ ।)

(b) ଛେଦ (Intersection):
A ଓ B ସେଟ୍ ଦ୍ଵୟରେ ଥ‌ିବା ଉପାଦାନମାନଙ୍କ ମଧ୍ୟରୁ ଯେଉଁ ଉପାଦାନଗୁଡ଼ିକ ଉଭୟ A ଓ Bର ଉପାଦାନ ହୋଇଥ‌ିବେ ସେହିମାନଙ୍କୁ ନେଇ ଗଠିତ ସେଟ୍‌କୁ À ଓ Bର ଛେଦ କୁହାଯାଏ ଏବଂ ଏହା A n B ଦ୍ୱାରା ସୂଚିତ ହୁଏ ।
ଅର୍ଥାତ୍ A ∩ B = {x | x ∈ À ଓ x € B}
ଏଠାରେ x ∈ A ଓ x ← Bର ଅର୍ଥ ହେଉଛି x, A ଓ Bର ସାଧାରଣ ଉପାଦାନ । ଅର୍ଥାତ୍ x, A ଓ B ଉଭୟ ସେଟ୍‌ ଉପାଦାନ ।
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 2
ଯଦି A ଓ B ସେଦ୍ଵୟ ମଧ୍ଯରେ କୌଣସି ସାଧାରଣ ଉପାଦାନ (Common Elements) ନଥାଏ, ତେବେ A ଓ B ସେଟ୍‌ଦ୍ଵୟକୁ ଅଣଛେଦୀ ସେଟ୍ (Disjoint set) କୁହାଯାଏ । ଅର୍ଥାତ୍ A ∩ B = Φ
ଛେଦ ସମ୍ବନ୍ଧୀୟ କେତେକ ତଥ୍ୟ :

  • A ⊂ B ହେଲେ A ∩ B = B  ଏବଂ B ⊂ A ହେଲେ A ∩ B = A ହେବ ।
  • ଯେକୌଣସି ସେଟ୍ A ଓ ସେହି ସେଟ୍‌ ଛେଦ A ଅଟେ । A ∩ A = A
  • ଶୂନ୍ୟ ସେଟ୍ ର୍ଡ଼ ରେ କୌଣସି ଉପାଦାନ ନଥ‌ିବାରୁ ଯେକୌଣସି ସେଟ୍ A ସହିତ ଏହାର ଛେଦ à ହେବ । A ∩ = Φ
  • A ⊂ A ∩ B ଏବଂ B ⊂ A ∩ B

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ଛେଦର ନିୟମ :
⇒ A ∩ B = B ∩ A (ଛେଦପ୍ରକ୍ରିୟା କ୍ରମବିନିମୟୀ)
⇒ (A ∩ B) ∩ C = A ∩ (B ∩ C) (ଛେଦ ପ୍ରକ୍ରିୟା ସହଯୋଗୀ)
ବଣ୍ଟନ ନିୟମ (Distributive law) :
⇒ A, B, ତିନିଗୋଟି ସେଟ୍ ହେଲେ,, A ∪ (B ∪ C) = (A ∪ B) ∩ (A ∪ C)ଅର୍ଥାତ୍ ସଂଯୋଗ ଛେଦ ପ୍ରକ୍ରିୟାକୁ ବଣ୍ଟନ କରେ ।
⇒ A ∩ (B ∪ C) = (A ∩ B) ∪ (A ∩ C) ଅର୍ଥାତ୍ ଛେଦ ସଂଯୋଗ ପ୍ରକ୍ରିୟାକୁ ବଣ୍ଟନ କରେ ।

(c) ଅନ୍ତର (Difference):
ଯଦି A ଓ B ଦୁଇଟି ସେଟ୍, ତେବେ À ସେଟ୍‌ର ଯେଉଁ ଉପାଦାନଗୁଡ଼ିକ Bରେ ନାହାନ୍ତି, ସେମାନଙ୍କୁ ନେଇ ଗଠିତ ସେଟ୍‌କୁ A ଅନ୍ତର B (A difference B) କୁହାଯାଏ ଅନ୍ତର Bକୁ A – B ଦ୍ୱାରା ସୂଚିତ କରାଯାଏ । 
ଅର୍ଥାତ୍ A – B = {x | x ∈ A ଓ x ∉ B}
B ସେଟ୍‌ରେ ଯେଉଁ ଉପାଦାନଗୁଡ଼ିକ A ସେଟ୍‌ରେ ନାହାଁନ୍ତି, ସେମାନଙ୍କୁ ନେଇ B ଅନ୍ତର A ସେଟ୍‌ଟି ଗଠିତ ।
ଅର୍ଥାତ୍ B – A = {x | x ∈ B ଓ x ∉ A}
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 3 BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 4
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 5BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 6
ଅନ୍ତର ସମ୍ବନ୍ଧୀୟ କେତେକ ତଥ୍ୟ :
(i) ଯେକୌଣସି ସେଟ୍ À ପାଇଁ A – A = Φ
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 7(ii) A – B ⊂ A ଓ B – A ⊂ B
(iii) (A – B) ∩ (B – A) = Φ
(iv) (A – B) ∩ (A ∩ B) = Φ
(v) (B – A)  ∩ (A ∩ B) = Φ
(vi) A – B, B – A, A ∩ B ସେନ୍ଦ୍ରିୟ ପରସ୍ପର ଅଣଛେଦୀ ଅଟନ୍ତି ।
(vii) A – B = A – (A ∩ B), B – A = B – ( A ∩ B), ଅନ୍ତର ପ୍ରକ୍ରିୟାଟି କ୍ରମବିନିମୟୀ ଓ ସହଯୋଗୀ ନୁହେଁ
ଅର୍ଥାତ୍ :
⇒ ସେଟ୍ ଅନ୍ତର ପ୍ରକ୍ରିୟାଟି କ୍ରମବିନିମୟୀ କିମ୍ବା ସହଯୋଗୀ ନୁହେଁ । A – B ≠ B – A
⇒ (A – B) – C ≠ A – (B – C) 

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 8

ସମଞ୍ଜସ ଅନ୍ତର (Symmetric Difference) :
ଯଦି A ଓ B ଯେକୌଣସି ଦୁଇଟି ସେଟ୍, ତେବେ A – B ଓ B – A ସେଟ୍‌ୟର ଉପାଦାନମାନଙ୍କୁ ନେଇ ଗଠିତ ସେଟ୍‌କୁ A ଓ Bର ସମଞ୍ଜସ ଅନ୍ତର ସେଟ୍ କୁହାଯାଏ ଓ ଏହାକୁ A Δ B ସଂକେତ ଦ୍ୱାରା ସୂଚିତ କରାଯାଏ ।
ଅର୍ଥାତ୍ A Δ B = (A – B) ∪ (B – A) 
A Δ B = (A ∪ B) – (A ∩ B)
ସମଞ୍ଜସ୍ୟ-ଅନ୍ତର ସମ୍ବନ୍ଧୀୟ କେତେଗୋଟି ତଥ୍ୟ :
(i) A Δ B = B Δ A (ସମଞ୍ଜସ୍ୟ-ଅନ୍ତର ପ୍ରକ୍ରିୟା କ୍ରମବିନିମୟୀ)
(ii) (A Δ B) Δ C ≠ A Δ (B Δ C) (ସମଞ୍ଜସ ଅନ୍ତର ପ୍ରକ୍ରିୟା ସହଯୋଗୀ ନୁହେଁ)

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 9

ଏକ ସେଟ୍‌ର ପରିପୂରକ ସେଟ୍ (Complement of a Set) :
ଯଦି E ବ୍ୟାପକ ସେଟ୍ ଓ À ଏହାର ଏକ ଉପସେଟ୍ ହୁଏ ତେବେ E ସେଟ୍‌ର ଯେଉଁ ଉପାଦାନଗୁଡ଼ିକ À ସେଟ୍‌ରେ ନାହାଁନ୍ତି ସେହିମାନଙ୍କୁ ନେଇ ଗଠିତ ସେଟ୍‌କୁ Á ସେଟ୍‌ର ପରିପୂରକ ସେଟ୍ କୁହାଯାଏ ଓ ଏହାର ସଂକେତ A’ ଅଟେ ।
ଅର୍ଥାତ୍ | A’ = E – A = {x | x ∈ E ଓ x ∈ A}
ପରିପୂରକ ସେଟ୍ ସମ୍ବନ୍ଧୀୟ କେତେକ ତଥ୍ୟ :
(i) A ∩ A’= Φ (ii) A ∪ A’ = E (iii) (A’)’ = A (iv) Φ’ = E (v) E’ = Φ

ଡିମର୍ଗାନ୍ ନିୟମ (De Morgan’s Laws):
ମନେକର E ବ୍ୟାପକ ସେଟ୍ ଓ A, B ସେଟ୍‌ୟ ଏହାର ଉପସେଟ୍ । 
(A∪B)=A’∩ B ́ ́…. (i)
(A ∩ B) = A’ ∪ B’ … (ii)
ଏହି ନିୟମଦ୍ୱୟ ଡିମର୍ମାନଙ୍କ ନିୟମ ନାମରେ ଅଭିହିତ ।
(i) ରୁ ଜଣାଯାଏ ସଂଯୋଗର ପରିପୂରକ ସେଟ୍, ପରିପୂରକ ସେୟର ଛେଦ । 
(ii) ରୁ ଜଣାଯାଏ ଛେଦର ପରିପୂରକ ସେଟ୍ ପରିପୂରକ ସେଟ୍‌ମାନଙ୍କ ସଂଯୋଗ ।
ମନେରଖ :
ପରିପୂରଣ ପ୍ରକ୍ରିୟା (Complimentation) ହେତୁ ସଂଯୋଗ, ଛେଦରେ ଓ ଛେଦ ସଂଯୋଗରେ ପରିବର୍ତ୍ତିତ ହୁଏ ।
BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 10 BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 11 BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ 12
ବି.ଦ୍ର. :(A ∪ B)’ = A’ ∩ B’,
A ଓ B ପରିବର୍ତ୍ତେ A ଓ B’ ଲେଖୁଲେ
(A’ ∪ B’)’ = (A’)’ ∩ (B’)’ = A ∩ B
∴ (A’)’ = A ଓ (B’)’ = B
⇒ ((A’ ∪ B’)’)’ = (A ∩ B)’ ⇒ A’ ∪ B’ = (A ∩ B)’
(A ∩ B)’ = A’ ∪ B’
ଏଠାରେ ଲକ୍ଷ୍ୟକର ଯେ, ଡି. ମର୍ଗାନ୍‌ଙ୍କ ପ୍ରଥମ ନିୟମରୁ ଦ୍ବିତୀୟ ନିୟମଟି ପ୍ରମାଣିତ ହେଲା । (ପ୍ରମାଣିତ)

BSE Odisha 9th Class Maths Notes Algebra Chapter 1 ସେଟ୍ ପ୍ରକ୍ରିୟା ଏବଂ ସେଟ୍‌ର ପ୍ରୟୋଗ

ଦୁଇଟି ସେଟ୍‌ର କାର୍ଟେଜୀୟ ଗୁଣଫଳ (Cartesian product of two Sets) :
(i) ସମତଳ ସ୍ଥାନାଙ୍କ ଜ୍ୟାମିତିରେ ଗୋଟିଏ ବିନ୍ଦୁକୁ ଏହାର ସ୍ଥାନାଙ୍କ (x, y) ଦ୍ଵାରା ସୂଚାଇ ଦିଆଯାଏ । (x, y) ହେଉଛି ବାସ୍ତବ ସଂଖ୍ୟାର ଏକ କ୍ରମିକ ଯୋଡ଼ି (Ordered pair) ।

  • ଯଦି x ଓ Y ଦୁଇଟି ବାସ୍ତବ ସଂଖ୍ୟା ତେବେ (x, y) କ୍ରମିତ ଯୋଡ଼ି ସ୍ଥାନାଙ୍କ ସମତଳରେ ଏକ ବିନ୍ଦୁ, ମାତ୍ର {x, y} ଗୋଟିଏ ସେଟ୍ ଯାହାର ଦୁଇଗୋଟି ଉପାଦାନ ଅଛି ।
  • ଯଦି x ≠ Y ହୁଏ, ତେବେ ସ୍ଥାନଙ୍କ ଜ୍ୟାମିତିରେ (x, y) ଓ (y, x) ଦୁଇଟି ପୃଥକ୍ ବିନ୍ଦୁକୁ ସୂଚାଇ ଥାଆନ୍ତି । କିନ୍ତୁ {x, y} ଓ {y, x} ସେଟ୍ ଦୁଇଟି ସମାନ ।

(ii) ଦୁଇଟି କ୍ରମିତ ଯୋଡ଼ି (x1, y1) ଓ (x2, y2) ସମାନ ହେବେ ଯଦି x1 = x2 ଓ y1 = y2 ହେବ ।
(iii) (x, y) କ୍ରମିତ ଯୋଡ଼ିରେ x ଓ yକୁ ଯଥାକ୍ରମେ କ୍ରମିତ ଯୋଡ଼ି (x, y)ର ପ୍ରଥମ ଉପାଂଶ ଓ ଦ୍ବିତୀୟ ଉପାଂଶ କୁହାଯାଏ । A ଓ B ଦୁଇଟି ଅଣଶୂନ୍ୟ ସେଟ୍, ତେବେ Aର ଉପାଦାନମାନଙ୍କୁ ପ୍ରଥମ ଉପାଂଶ ଓ Bର ଉପାଦାନମାନଙ୍କୁ ଦ୍ୱିତୀୟ ଉପାଂଶ ରୂପେ ନେଲେ ଯେତେଗୁଡ଼ିଏ କ୍ରମିତ ଯୋଡ଼ି ସୃଷ୍ଟିହେବ, ସେହି ସମସ୍ତ କ୍ରମିତ ଯୋଡ଼ିମାନଙ୍କୁ ଉପାଦାନ ରୂପେ ନେଇ ଗଠିତ ସେଟ୍‌କୁ A ଓ B ସେଟ୍‌ୟର କାର୍ଟେଜୀୟ ଗୁଣଫଳ କୁହାଯାଏ ।
A ଓ B ସେଟ୍‌ୟର କାର୍ଟେଜୀୟ ଗୁଣଫଳ A × B ସଂକେତଦ୍ୱାରା ସୂଚୀତ ହୁଏ ।
ସୁତରାଂ A × B = {(a, b) | a ∈ A ଓ b ∈ B)
ସେହିପରି B ଓ A ସେଟ୍‌ୟର କାର୍ଟେଜୀୟ ଗୁଣଫଳ B × A = {(b, a) | b ∉ B ଓ a ∈ A}
ଯଦି | A | = m ଓ | B | = n ହୁଏ, | A × B | = | B × A | = mn
ବି.ଦ୍ର. : A × A କୁ A2 ରୂପେ ଲେଖାଯାଏ ।

ଦୁଇଟି ସେଟ୍ A ଓ Bର ସଂଯୋଗ ସେଟ୍‌ର ଉପାଦାନ ସଂଖ୍ୟା ଓ ଏହାର ପ୍ରୟୋଗ : 
ଯଦି A ଓ B ଦୁଇଟି ସସୀମ ସେଟ୍, ତେବେ
(i) (a) A ଓ B ସେଟ୍‌ୟ ପରସ୍ପର ଛେଦୀ ହେଲେ, |A ∪ B| = |A| + |B| – |A ∩ B|
(b) A ଓ B ସେଟ୍‌ୟ ପରସ୍ପର ଅଣଛେଦୀ ହେଲେ, |A B| = |A| + |B|
(ii) |A Δ B| = |A| + |B| – 2|A ∩ B|
(iii) ଯଦି A ∩ B = Φ ଦୁଏ ତେବେ  |A ∪ B| = |A| + |B|

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

Odisha State Board BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ Important Questions and Answers.

BSE Odisha Class 9 History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କ’ଣ ? ଏହାର ଲକ୍ଷ୍ୟ କ’ଣ ? ଏହି ଆନ୍ଦୋଳନରେ ଭାରତର ଭୂମିକା ଉଲ୍ଲେଖ କର ।
Answer:

  • ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସ୍ବାଧୀନତା ଲାଭ କରିଥିବା ଏସିଆ ଓ ଆଫ୍ରିକା ମହାଦେଶର ଅଧିକାଂଶ ରାଷ୍ଟ୍ର କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିଜର ଜାତୀୟ ପୁନର୍ଗଠନ ଓ ଅର୍ଥନୈତିକ ଉନ୍ନତି ନିମନ୍ତେ ପରସ୍ପର ମଧ୍ୟରେ ସହଯୋଗ ସ୍ଥାପନ କରିବାରୁ ସେମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସହଯୋଗ ସ୍ଥାପିତ ହେଲା । ଏହାକୁ ‘ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ’ କୁହାଯାଏ ।
  • ସ୍ଵାଧୀନତାର ସୁରକ୍ଷା, ସାମ୍ରାଜ୍ୟବାଦ ଓ ଉପନିବେଶବାଦର ବିଲୋପ ଶାନ୍ତପୂଶ ସହାବସ୍ଥାନ ଓ ବିଶ୍ୱଶାନ୍ତି ପ୍ରତିଷ୍ଠା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ ଅଟେ ।
  • ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରପ୍ତତକାରା ବାଦୁଙ୍ଗ ସମ୍ମଳନୀର ଆତ୍ମା ଥିଲେ । ସେଠାରେ ତାଙ୍କର ପଞ୍ଚଶୀଳ ବା ସମସ୍ତ ଜାତିର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତି ଉପସ୍ଥାପିତ ହୋଇ ଗୃହୀତ ହୋଇଥିଲା ।
  • ତାଙ୍କ ନେତୃତ୍ଵରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ସୁଦୃଢ଼ ହୋଇଥିଲା । ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ ସପ୍ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୨। ଗୋଷ୍ଠୀ ନିରପେକ୍ଷତା କହିଲେ କ’ଣ ବୁଝ ? ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥିରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ? ଏହି ସମ୍ମିଳନୀରେ ପ୍ରତିନିଧୁମାନେ କେଉଁ ବିଷୟ ଉପରେ ଗୁରୁତ୍ଵ ଦେଇଥିଲେ ?
Answer:

  • ସାମ୍ୟବାଦୀ ବା ପୁଞ୍ଜିବାଦୀ ଗୋଷ୍ଠୀ ମଧ୍ୟରୁ କୌଣସି ଗୋଷ୍ଠୀରେ ଯୋଗ ନଦେଇ ନିରପେକ୍ଷ ଭାବରେ କାର୍ଯ୍ୟ କରିବାକୁ ଗୋଷ୍ଠୀ ନିରପେକ୍ଷତା କୁହାଯାଏ ।
  • ୧୯୬୧ ମସିହା ସେପ୍ଟେମ୍ବର ମାସରେ ଯୁଗୋସ୍ଲୋଭିଆ ରାଜଧାନୀ ବେଲ୍‌ଟ୍ରୋଡ୍‌ଠାରେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
  • ଏଥିରେ ପୃଥ‌ିବୀର ୨୫ଟି ରାଷ୍ଟ୍ର ଯୋଗ ଦେଇଥିଲେ ।
  • ଏହି ସମ୍ମିଳନୀରେ ପ୍ରତିନିଧିମାନେ ବିଶ୍ୱଶାନ୍ତି ୨ ଓ ନିରପେକ୍ଷ ନୀତି ପାଳନ ଉପରେ ଗୁରୁତ୍ଵ ଦେଇଥିଲେ । ସେମାନେ ସମଗ୍ର ବିଶ୍ଵରେ ଅଣୁଅସ୍ତ୍ର ପ୍ରସ୍ତୁତି ଓ ପ୍ରୟୋଗକୁ ବିରୋଧ କରିଥିଲେ ଓ ନିରସ୍ତ୍ରୀକରଣ ସପକ୍ଷରେ ମତପ୍ରକାଶ କରିବା ସହିତ ପରମାଣୁ ଅସ୍ତ୍ର ପରୀକ୍ଷଣକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରିବାକୁ ସୁପାରିସ କରିଥିଲେ ।
  • ସେମାନେ ଉପନିବେଶବାଦ ଓ ସାମ୍ରାଜ୍ୟବାଦ “ବିରୋଧରେ ଏକ ସାଧାରଣ ନିନ୍ଦା ପ୍ରସ୍ତାବ ଗ୍ରହଣ କରିବା ସଙ୍ଗେ ସଙ୍ଗେ ସଂଯୁକ୍ତ ରାଷ୍ଟ୍ରସଂଘ ସନନ୍ଦରେ ସେମାନଙ୍କ ଆସ୍ଥା ପ୍ରକଟ କରିଥିଲେ ।

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କଲମ୍ବୋଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେଉଁ ଅଧିକାର ଉପରେ ଗୁରୁତ୍ଵ ଆରୋପ କରାଯାଇଥିଲା ? ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପଥବୀର କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
Answer:

  • କଲମ୍ବୋଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିକାଶୋନୁଖା ରାଷୁମାନଙ୍କର ନ୍ୟାୟୋଚିତ ଆର୍ଥନୀତିକ ଅଧୂକାର ପାଇବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା ।
  • ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପଥବୀର ୯୯ଟି ରାଷ୍ଟ୍ର ଯୋଗ ଦେଇଥିଲେ ।

୨। ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଓ କେବେ ଅନୁଷ୍ଠିତ ହୋଇଥିଲା ? ଏଥିରେ କେତୋଟି ରାଷ୍ଟ୍ରର ପ୍ରତିନିଧୂ ଯୋଗ ଦେଇଥିଲେ ?
Answer:

  • ୧୯୮୬ ମସିହା ସେପ୍ଟେମ୍ବର ମାସରେ ଜିମ୍ବାୱେର ରାଜଧାନୀ ହାରାରେଠାରେ ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ।
  • ଏଥ‌ିରେ ୧୦୧ଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗ ଦେଇଥିଲେ ।

୩। କେଉଁଠାରେ ଓ କେବେ ଅନୁଷ୍ଠିତ ହୋଇଥିଲା ? ଏହି ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
Answer:

  • ୧୯୭୦ ମସିହା ସେପ୍ଟେମ୍ବର ମାସରେ ଜିମ୍ବାଆର ରାଜଧାନା ଳୁସାକାଠାରେ ତୃତାୟ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
  • ଏଥ‌ିରେ ୫୪ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେବେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥଲା ?
Answer:
୧୯୬୧ ମସିହା ସେପ୍ଟେମ୍ବର ମାସରେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

୨। ବାନ୍ଦୁଙ୍ଗ୍ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
Answer:
ବାନ୍ଦୁଙ୍ଗ୍ ସମ୍ମିଳନୀରେ ୨୩ଟି ଏସୀୟ ଓ ୬ଟି ଆଫ୍ରିକୀୟ ରାଷ୍ଟ୍ର ଯୋଗଦାନ କରିଥିଲେ ।

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୩। ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିନଳୀ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
୧୯୭୩ ମସିହା ସେପ୍ଟେମ୍ବର ମାସରେ ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଆଫ୍ରିକା ମହାଦେଶ ସ୍ଥ ଆଲ୍ ଜେରି ଆର ରାଜଧାନୀ ଆଲଜିୟର୍ସଠାରେ ଅନୁଷ୍ଠିତ ହୋଇଥିଲା ।

୪। ଷଷ୍ଠ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତେଗୋଟି ରାଷ୍ଟ୍ରର ପ୍ରତିନିଧ୍ ଅଂଶଗ୍ରହଣ କରିଥିଲେ ?
Answer:
ଷଷ୍ଠ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୯୪ଟି ରାଷ୍ଟ୍ରର ପ୍ରତିନିଧ୍ ଅଂଶଗ୍ରହଣ କରିଥିଲେ ।

୫। ରାଷ୍ଟ୍ରମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରୁ ନିବୃତ୍ତ ରହିବାପାଇଁ କେଉଁ ସମ୍ମିଳନୀରେ ନିବେଦନ କରାଯାଇଥିଲା ?
Answer:
ନୂଆଦିଲ୍ଳୀ ସମ୍ମିଳନୀରେ ରାଷ୍ଟ୍ରମାନଙ୍କୁ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତାରୁ ନିବୃତ୍ତ ରହିବାପାଇଁ ନିବେଦନ କରାଯାଇଥିଲା

୬ । କେଉଁ ଚୁକ୍ତିଗୁଡ଼ିକର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ?
Answer:
ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ, କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ଓ ୱାରସ୍ ଚୁକ୍ତି ଆଦିର ବିଫଳତା ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର କାର୍ଯ୍ୟଦକ୍ଷତାର ପ୍ରମାଣ ଦିଏ ।

୭ । ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପଞ୍ଚଦଶ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଇଜିପ୍ଟର ଶାର୍ମ ଏଲ୍‌ ଶେଖାଠାରେ ଅନୁଷ୍ଠିତ ହୋଇଥିଲା ।

୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
Answer:
ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଯୁଗୋସ୍ଲୋଭିଆର ରାଜଧାନୀ ବେଲଗେଡ଼ଠାରେ ଅନୁଷ୍ଠିତ ହୋଇଥିଲା ।

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ଦୁଇ ମହାଶକ୍ତି ମଧ୍ୟରେ ଅସ୍ତ୍ରଶସ୍ତ୍ର ବୃଦ୍ଧି ପାଇଁ ଲାଗି ରହିଥ‌ିବା ପ୍ରତିଯୋଗିତା ବିପକ୍ଷରେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ପ୍ରତିବାଦ କରାଯାଇଥିଲା ?
Answer:
କାଇରୋ

୨। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଉପନିବେଶବାଦକୁ ନିନ୍ଦା କରାଯାଇଥିଲା ?
Answer:
ଲୁସାକା

୩। ସଂଯୁକ୍ତ ରାଷ୍ଟ୍ରସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟମାନଙ୍କର ଥିବା ‘ଭିଟୋ’ କ୍ଷମତାର ଉଚ୍ଛେଦ ନିମନ୍ତେ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର କେଉଁ ସମ୍ମିଳନୀରେ ଦାବି ଉପସ୍ଥାପନ କରାଯାଇଥିଲା ?
Answer:
କଲମ୍ବୋ

୪। ଭାରତ ମହାସାଗରକୁ ଶାନ୍ତିର ଅଞ୍ଚଳରୂପେ ରଖୁବା ନିମନ୍ତେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୁରୁତ୍ଵ ଆରୋପ କରାଯାଇଥିଲା ?
Answer:
ହାଭାନ

୫। ଆଣବିକ ଯୁଦ୍ଧରୁ ନିବୃତ୍ତ ରହିବାକୁ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ରାଷ୍ଟ୍ରମାନଙ୍କର ନିବେଦନ କରାଯାଇଥିଲା ?
Answer:
ନୂଆଦିଲ୍ଲୀ

୬। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବୃହତ୍ ଶକ୍ତିମାନଙ୍କୁ ସେମାନଙ୍କର ସାମରିକ ଘାଟିଗୁଡ଼ିକୁ ନଷ୍ଟ କରିଦେବାକୁ ଆହ୍ବାନ ଦିଆଯାଇଥୁଲ ?
Answer:
ହାଭାନା

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୭। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଫଗାନିସ୍ତାନରୁ ରୁଷିଆର ସୈନ୍ୟ ଅପସାରଣ ପାଇଁ ଆହ୍ବାନ ଦିଆଯାଇଥିଲା ?
Answer:
ହାରାରେ ସମ୍ମିଳନୀ ୧୯୮୬

୮। କେଉଁ ବିଷୟଟି ୧୯୮୯ ମସିହାରେ ବେଲଗ୍ରେଡ୍ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚିତ ହୋଇଥିଲା ?
Answer:
ବିଶ୍ୱ ଅର୍ଥନୀତି ବ୍ୟବସ୍ଥା

୯। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶ୍ଵ ଉତ୍ତେଜନା ଦୂର କରିବାକୁ ସାମରିକ ମେଣ୍ଟଗୁଡ଼ିକ ନଷ୍ଟ କରିଦେବାପାଇଁ ମତ ପ୍ରକାଶ ପାଇଥିଲା ?
Answer:
ଲୁସାକା ସମ୍ମିଳନୀ – ୧୯୭୦

୧୦। କେଉଁ ବିଷୟରେ ୧୯୮୬ ମସିହାର ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଆଲୋଚନା ହୋଇଥିଲା ?
Answer:
ବର୍ଣ୍ଣ ବୈ ଷମ୍ୟ ନୀତି ର ବି ଲୋପ

୧୧। ବିଶ୍ବବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଂସ୍କାର ଉପରେ କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଗୁରୁତ୍ଵ ଦିଆଯାଇଥିଲା ?
Answer:
କାର୍ଟାଜେନା,

୧୨। କେଉଁ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଗୋଟିଏ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ?
Answer:
ଡର୍‌ବାନ୍‌

୧୩। ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀର ସର୍ବଶେଷ ସମ୍ମିଳନୀ କେଉଁଠାରେ ୨୦୦୯ ମସିହାରେ ଅନୁ ଷ୍ଠି ତ ହୋଇଥିଲା ?
Answer:
ଶାର୍ମ ଏଲ୍ ଶେଖ୍

୧୪। କେଉଁମାନଙ୍କୁ ନେଇ ତୃତୀୟ ବିଶ୍ଵର ସୃଷ୍ଟି ହୋଇଥିଲା ?
Answer:
ନୂତନ ଭାବରେ ସ୍ବାଧୀନ ହୋଇଥିବା ରାଷ୍ଟ୍ର,

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୧୫। ୨୦୦୯ ମସିହାରେ ଅନୁଷ୍ଠିତ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର ଶାର୍ମ ଏଲ୍ ଶେଖ୍ ସମ୍ମିଳନୀରେ କେତୋଟି ଦେଶ ଯୋଗ ଦେଇଥିଲେ ?
Answer:
୧୧୮

୧୬। କଲମ୍ବିଆର ରାଜଧାନୀ କାର୍ଟାଜେନାଠାରେ କେତେ ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ?
Answer:
ଏକାଦଶତମ

୧୭। ହାରାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
Answer:
୧୦୧ଟି

୧୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କ ସମ୍ମିଳନୀରେ ଏକମାତ୍ର ଇଉରୋପୀୟ ରାଷ୍ଟ୍ରଭାବେ କେଉଁ ଦେଶଟି ଯୋଗ ଦେଇଥିଲା ?
Answer:
ଯୁଗୋସ୍ଲୋଭିଆ

୧୯। କେତେ ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଆମ ଦେଶର ନୂଆଦିଲ୍ଲୀଠାରେ କେବେ ଅନୁଷ୍ଠିତ ହୋଇଥିଲା ?
Answer:
ସପ୍ତମ

C. ଶୂନ୍ୟସ୍ଥାନ ପୂରଣ କର ।

୧। ଯୁକ୍ତରାଷ୍ଟ୍ର ଆମେରିକା _______________ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ।
Answer:
ଡରବାନ୍

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୨। ଦକ୍ଷିଣ ଆଫ୍ରିକାରେ ବଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ _____________ ସମ୍ମିଳନୀରେ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ହାରାରେ

୩। କ୍ୟବାର ରାଜଧାନୀ _____________ ଅଟେ ।
Answer:
ହାଭାନା

୪। ବାନ୍ଦୁଙ୍ଗ୍ ସମ୍ମିଳନୀର ଆତ୍ମା ______________ ଥିଲେ ।
Answer:
ପଣ୍ଡିତ ନେହ ରୁ

୫। ଲୁସାକା ସମ୍ମିଳନୀରେ ______________ ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।
Answer:
୫୪

୬। ବାନ୍ଦଙ୍କ ସହରଟି ______________ ଦେଶରେ ଅବସ୍ଥିତ ।
Answer:
ଇଣ୍ଡୋନେସିଆ

୭। ଭାରତ ଓ ଚୀନ୍ ମଧ୍ଯରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ _____________ ନୀତି ସମ୍ପାଦିତ ହୋଇଥିଲା ।
Answer:
ପଞ୍ଚଶୀଳ

୮| ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରଥମ ସମ୍ମିଳନୀ _______________ ଠାରେ ଅନୁଷ୍ଠିତ ହୋଇଥିଲା ।
Answer:
ବେଲଗ୍ରେଡ଼

୯। ‘ସୁକର୍ଣ୍ଣୋ’ _____________ ଦେଶର ରାଷ୍ଟ୍ରପତି ଥିଲେ ।
Answer:
ଇଣ୍ଡୋନେସିଆ

୧୦। ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ _______________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୮୬

୧୧। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ ବିଲୋପ ପାଇଁ _______________ ସମ୍ମିଳନୀରେ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ହାରାରେ

୧୨। _______________ ଆଲଜେରିଆର ରାଜଧାନୀ ଅଟେ ।
Answer:
ଆଲ୍‌ୟସ

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୧୩। ________________ ସମ୍ମିଳନୀର ଆତ୍ମା ପଣ୍ଡିତ ଜବାହାରଲାଲ ନେହେରୁ ଥିଲେ ।
Answer:
ବାନ୍ଦୁଙ୍ଗ୍

୧୪। _______________ ସମ୍ମିଳନୀରେ ୫୪ଟି ରାଷ୍ଟ୍ର ଯୋଗଦାନ କରିଥିଲେ ।
Answer:
ଲୁସାକା

୧୫। ______________ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ବିଶବ୍ୟାଙ୍କ ଓ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ସଂସ୍କାର ଉପରେ ଗୁରୁତ୍ଵ ଦିଆଯାଇଥଲା ।
Answer:
କାର୍ଟାଜେନା

୧୬ । ଶାର୍ମ ଏଲ୍ ଶେଖ୍ ସମ୍ମିଳନୀ _____________ ଖ୍ରାଷ୍ଠାଦ୍ଧରେ ଅନୁଷ୍ଠିତ ହୋଇଥିଲା ।
Answer:
୨୦୦୯

୧୭ । ମାଲୟେସିଆର ରାଜଧାନୀ କୁଆଲାଲାମ୍ପୁର ସମ୍ମିଳନୀ _____________ ମସିହାରେ ଅନୁଷ୍ଠିତ ହୋଇଥିଲା ।
Answer:
୨୦୦୩

୧୮। ୨୦୦୯ ଜୁଲାଇ ମାସରେ _______________ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା
Answer:
ପଞ୍ଚଦଶ

୧୯। ଦକ୍ଷିଣ ଆଫ୍ରିକାର _____________ ହାରାରେ ସମ୍ମିଳନୀରେ ଆଲୋଚନା କରାଯାଇ ପ୍ରପ୍ତାବ ବୃହାତ୍ ହୋଇଥିଲା ।
Answer:
ବର୍ଣ୍ଣବୈଷମ୍ୟ

୨୦। ଡରବାନ୍ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା _______________ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।
Answer:
ପର୍ଯ୍ୟବେକ୍ଷକ

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (x) ଲେଖ ।

୧। ଗୋଷ୍ଠୀ ନିରପେକ୍ଷ ନୀତି ପୃଥ‌ିବୀରେ ପ୍ରଥମେ ଜବାହାରଲାଲ ନେହେରୁ ଆରମ୍ଭ କରିଥିଲେ ।
Answer:

୨। ଭାରତ ଓ ଚୀନ୍ ମଧ୍ଯରେ ପଞ୍ଚଶୀଳ ନୀତି ୧୯୫୪ରେ ସ୍ବାକ୍ଷରିତ ହୋଇଥିଲା ।
Answer:

୩। ସାମ୍ୟବାଦୀ ବା ପୁଞ୍ଜବାଦୀ ଗୋଷ୍ଠୀ ମଧ୍ୟରୁ କୌଣସ ଗୋଷ୍ଠୀରେ ଯୋଗ ନ ଦେବାକୁ ଗୋଷ୍ଠୀ ସପକ୍ଷତା କୁହାଯାଉଥିଲା ।
Answer:
x

୪। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଭାରତର ରାଷ୍ଟ୍ରପତି ଜବାହାରଲାଲ ନେହେରୁ ନେତୃତ୍ଵ ଦେଇଥିଲେ ।
Answer:
x

୫। ମାର୍ଶାଲ ଟିଟୋ ଯୁଗୋସ୍ଲୋଭିଆର ପ୍ରଧାନମନ୍ତ୍ରୀ ଥିଲେ ।
Answer:
x

୬। ଇଜିପ୍ଟର ରାଷ୍ଟ୍ରପତି ଅବଦୁଲ ନାସେର ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ପରିପୁଷ୍ଟ କରିଥିଲେ ।
Answer:

୭। ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କୁ ନେଇ ଚତୁର୍ଥ ବିଶ୍ୱ ସୃଷ୍ଟି ହୋଇଥିଲା ।
Answer:
x

୮। ୧୯୬୨ ମସିହାରେ ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
x

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୯। କାଇରୋ ଇଜିପ୍ଟର ରାଜଧାନୀ ଥିଲା ।
Answer:

୧୦। ନୂଆଦିଲ୍ଲୀଠାରେ ଅଷ୍ଟମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
Answer:
x

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।1
କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।2

କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।3

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ପଞ୍ଚଶୀଳ ନୀତିର ପ୍ରବକ୍ତା ଥିଲେ ନେଲସନ ମାଣ୍ଡେଲା ।
Answer:
ଜବାହାରଲାଲ ନେହେରୁ

୨। ବାନ୍ଦୁଙ୍ଗ ସହର ଶ୍ରୀଲଙ୍କାରେ ଅବସ୍ଥିତ ।
Answer:
ଇଣ୍ଡୋନେସିଆ

୩। ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ରମାନଙ୍କର କାଇରୋ ସମ୍ମିଳନୀ ୧୯୬୩ ମସିହାରେ ଆହୂତ ହୋଇଥିଲା ।
Answer:
୧୯୬୪

୪। ହାଭାନ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ପର୍ଯ୍ୟବେକ୍ଷକ ରାଷ୍ଟ୍ରଭାବେ ଯୋଗ ଦେଇଥିଲା ।
Answer:
ଡରବାନ୍

୫। ଜାମ୍ବିଆର ରାଜଧାନୀ ଥିଲା କଲମ୍ବୋ
Answer:
ଲୁସାକା

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

୬। ୧୯୮୦ ମସିହାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଲୁସାକାଠାରେ ଅନୁଷ୍ଠିତ ହୋଇଥିଲା ।
Answer:
୧୯୭୦

୭। ୧୯୭୯ ମସିହାରେ ଶ୍ରୀଲଙ୍କା ଠାରେ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ବସିଥିଲା ।
Answer:
ହାଭାନା

୮। ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ ଏସିଆ ମହାଦେଶରେ ଅନୁଷ୍ଠିତ ହୋଇଥିଲା ।
Answer:
ଇଉରୋପ

୯। କାଇରୋ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ ୫୦ଟି ଦେଶର ପ୍ରତିନିଧ୍ଵ ଯୋଗ ଦେଇଥିଲା ।
Answer:
୪୭ଟି

୧୦। ମାର୍ଶାଲ ଟିଟୋ ଯୁଗୋସ୍ଲୋଭିଆର ପ୍ରଧାନମନ୍ତ୍ରୀ ଥିଲେ ।
Answer:
ରାଷ୍ଟ୍ରପତି

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ପ୍ରପ୍ତମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେବେ ଅନୁଷ୍ଠିତ ହୋଇଥିଲା ହୋଇଥିଲା ?
(A) ୧୯୬୧
(B) ୧୯୮୩
(C) ୧୯୭୦
(D) ୧୯୯୦
Answer:
(B) ୧୯୮୩

2. ପ୍ରଥମ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(A) ନୂଆଦିଲ୍ଲୀ
(B) ବେଲ୍‌ଗ୍ରେଡ୍
(C) କାଇରୋ
(D) କଲମ୍ବୋ
Answer:
(B) ବେଲ୍‌ଗ୍ରେଡ୍

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

3. ଚତୁର୍ଥ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀ କେଉଁଠାରେ ଅନୁଷ୍ଠିତ ହୋଇଥିଲା ?
(A) ହାଭାନା
(B) ଆଲ୍‌ୟର୍ସ
(C) କଲମ୍ବୋ
(D) ଲୁସାକା
Answer:
(B) ଆଲ୍‌ୟର୍ସ

4. ଶାମ ଏଲ୍ ଶେଖ୍ ସମ୍ମିଳନୀ କେତେ ଖ୍ରୀଷ୍ଟାବ୍ଦରେ ଅନୁଷ୍ଠିତ ହୋଇଥିଲା ?
(A) ୨୦୦୬
(B) ୨୦୦୯
(C) ୨୦୦୩
(D) ୨୦୧୦
Answer:
(B) ୨୦୦୯

5. ଯୁକ୍ତରାଷ୍ଟ୍ର ଆମେରିକା କେଉଁ ସମ୍ମିଳନୀରେ ପର୍ଯ୍ୟବେକ୍ଷକ ରାଷ୍ଟ୍ର ଭାବରେ ଯୋଗ ଦେଇଥିଲା ?
(A) ଡରବାନ୍
(C) ବେଲ୍‌ଟ୍ରେଡ଼
(B) ଜାକର୍ତ୍ତା
(D) କାର୍ଟାଜେନା
Answer:
(A) ଡରବାନ୍

6. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତିର ସମ୍ପୂର୍ଣ୍ଣ ବିଲୋପ ପାଇଁ କେଉଁ ସମ୍ମିଳନୀରେ ପ୍ରସ୍ତାବ ଗୃହୀତ ହୋଇଥିଲା ?
(A) ଡରବାନ୍
(B) ଜାକର୍ତ୍ତା
(C) ହାରାରେ
(D) କାର୍ଟାଜେନା
Answer:
(C) ହାରାରେ

7. ନିମ୍ନୋକ୍ତ କେଉଁଟି କ୍ୟୁବାର ରାଜଧାନୀ ଅଟେ ?
(A) ହାଭାନା
(B) କାଇରୋ
(C) କଲମ୍ବୋ
(D) ନୂଆଦିଲ୍ଲୀ
Answer:
(A) ହାଭାନା

8. ଲୁସାକା ସମ୍ମିଳନୀରେ କେତୋଟି ରାଷ୍ଟ୍ର ଯୋଗଦାନ କରିଥିଲେ ?
(A) ୫୫
(B) ୫୪
(C) ୫୮
(D) ୫୭
Answer:
(B) ୫୪

9. କେଉଁ ଯୁଦ୍ଧ ପରେ ଏସିଆ ଓ ଆଫ୍ରିକା ମହାଦେଶର ବହୁ ରାଷ୍ଟ୍ର ଉପନିବେଶବାଦ ତଥା ସାମ୍ରାଜ୍ୟବାଦ ବିରୋଧରେ ଆନ୍ଦୋଳନ କରି ସ୍ଵାଧୀନତା ହାସଲ କରିଥିଲେ ?
(A) ପ୍ରଥମ ବିଶ୍ଵଯୁଦ୍ଧ
(B) ବଲକାନ୍ ଯୁଦ୍ଧ
(C) ଦ୍ଵିତୀୟ ବିଶ୍ଵଯୁଦ୍ଧ
(D) ଚୀନ୍-ଭିଏତ୍‌ନାମ ଯୁଦ୍ଧ
Answer:
(C) ଦ୍ଵିତୀୟ ବିଶ୍ଵଯୁଦ୍ଧ

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

10. ୧୯୫୫ ମସିହା ଏପ୍ରିଲ ମାସରେ କେଉଁଠାରେ ଅନୁଷ୍ଠିତ ଆଫ୍ରୋ-ଏସୀୟ ରାଷ୍ଟ୍ରମାନଙ୍କର ଏକ ସମ୍ମିଳନୀରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ରୂପରେଖ ପ୍ରସ୍ତୁତ କରାଯାଇଥିଲା ?
(A) ହାଭାନା
(B) ବାନ୍ଦୁଙ୍ଗ୍
(C) କାଇରୋ
(D) ଲସାକା
Answer:
(B) ବାନ୍ଦୁଙ୍ଗ୍

11. କେବେ ଭାରତ ଓ ଚୀନ୍ ମଧ୍ଯରେ ପଞ୍ଚଶୀଳ ନୀତି ସମ୍ପାଦିତ ହୋଇଥିଲେ ?
(A) ୧୯୪୮
(B) ୧୯୫୨
(C) ୧୯୫୪
(D) ୧୯୫୫
Answer:
(C) ୧୯୫୪

12. ମାର୍ଶାଲ ଟିଟୋ କେଉଁ ଦେଶର ରାଷ୍ଟ୍ରପତି ଥିଲେ ଏବଂ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନରେ ଯୋଗଦାନ କରିଥିଲେ ?
(A) ଭାରତ
(B) ଇଣ୍ଡୋନେସିଆ
(C) ଯୁଗୋସ୍ଲୋଭିଆ
(D) କ୍ୟୁବା
Answer:
(C) ଯୁଗୋସ୍ଲୋଭିଆ

13. ଇଜିପ୍ଟର କେଉଁ ରାଷ୍ଟ୍ରପତି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ସାମିଲ ହୋଇଥିଲେ ?
(A) ପଣ୍ଡିତ ନେହେରୁ
(B) ରେବା ଖାଁ
(C) ମାର୍ଶାଲ ଟିଟୋ
(D) ଅବ୍‌ଦୁଲ୍.ନାସେର୍
Answer:
(D) ଅବ୍‌ଦୁଲ୍.ନାସେର୍

14. ବେଲ୍‌ ଗ୍ରେଡ଼ ସମ୍ମିଳନୀରେ କେତୋଟି ଏସୀୟ ଓ ଆଫ୍ରିକୀୟ ରାଷ୍ଟ୍ର ଯୋଗ ଦେଇଥିଲେ ?
(A) ୧୫
(B) ୧୮
(C) ୨୨
(D) ୨୫
Answer:
(D) ୨୫

15. ବେଲ୍ ଗ୍ରେଡ଼ଠାରେ ଅନୁଷ୍ଠିତ ଗୋଷ୍ଠୀନି ର ପେକ୍ଷ ରାଷ୍ଟ୍ରମାନଙ୍କର ପ୍ରଥମ ସମ୍ମିଳନୀରେ କେଉଁ ଏକମାତ୍ର ଇଉରୋପୀୟ ରାଷ୍ଟ୍ର ଯୋଗ ଦେଇଥିଲା ?
(A) ଯୁଗୋସ୍ଲୋଭିଆ
(B) ସ୍ବିଡ଼େନ
(C) ଆଲ୍ଜରିଆ
(D) କ୍ୟୁବା
Answer:
(A) ଯୁଗୋସ୍ଲୋଭିଆ

16. କେଉଁ ସମ୍ମିଳନୀ ଗୋଷ୍ଠୀନିରପେକ୍ଷ ଆନ୍ଦୋଳନ ପ୍ରତି ବିଶ୍ବବାସୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ?
(A) ଆଲ୍ପିଜିୟର୍ସ
(B) ବେଲ୍‌ଟ୍ରେଡ଼
(C) ନୂଆଦିଲ୍ଲୀ
(D) ହାରାରେ
Answer:
(B) ବେଲ୍‌ଟ୍ରେଡ଼

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

17. କାଇରୋ ସମ୍ମିଳନୀରେ କେତୋଟି ଦେଶର ପ୍ରତିନିଧ୍ ଯୋଗ ଦେଇଥିଲେ ?
(A) ୩୮ଟି
(B) ୪୦ଟି
(C) ୪୪ଟି
(D) ୪୭ଟି
Answer:
(D) ୪୭ଟି

18. ୧୯୬୪ ମସିହାରେ ଅନୁଷ୍ଠିତ କେଉଁ ସମ୍ମିଲନୀରେ ସାମ୍ରାଜ୍ୟବାଦ ଓ ଉପନିବେଶବାଦ ବିରୋଧରେ ଦୃଢ଼ ସ୍ଵର ଉତ୍ତୋଳନ କରାଯାଇଥିଲା ?
(A) ହାଭାନା
(B) ବେଲ୍‌ଟ୍ରେଡ଼
(C) ଆଲଜିୟର୍ସ
(D) କାଇରୋ
Answer:
(D) କାଇରୋ

19, ଗୋଷ୍ଠୀ ନିରପେକ୍ଷ ଅନ୍ଦୋଳନର ପରବର୍ତ୍ତୀ ସମ୍ମିଳନୀ ୧୯୭୩ ମସିହା ସେପ୍ଟେମ୍ବର ମାସରେ କେଉଁଠରେ ଅନୁଷ୍ଠିତ ହୋଇଥିଲା ?
(A) ହାରାରେ
(B) କାର୍ଟାଜେନା
(C) ଜାକର୍ତ୍ତା
(D) ଆଲଜିୟର୍ସ
Answer:
(D) ଆଲଜିୟର୍ସ

20. ଅଜିୟର୍ସ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଯୋଗଦାନ କରି ବିଭିନ୍ନ ଆନ୍ତର୍ଜାତିକ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ଅର୍ଥନୈତିକ ଶୋଷଣକୁ ବିରୋଧ କରିଥିଲେ ?
(A) ୭୦ଟି
(B) ୭୧ଟି
(C) ୭୬ଟି
(D) ୭୭ଟି
Answer:
(C) ୭୬ଟି

21. ୧୯୭୬ ମସିହା ଅଗଷ୍ଟ ମାସରେ ୮୬ଟି ଦେଶର ପ୍ରତିନିଧିଙ୍କୁ ନେଇ କେଉଁଠାରେ ପଞ୍ଚମ ଗୋଷ୍ଠୀ ନିରପେକ୍ଷ ସମ୍ମିଲନୀ ବସିଥିଲା ?
(A) କଲମ୍ବୋ
(B) ଆଲ୍‌ୟର୍ସ
(C) ନୂଆଦିଲ୍ଲୀ
(D) ଜାକର୍ତ୍ତା
Answer:
(A) କଲମ୍ବୋ

22. କ୍ୟୁବାର ରାଜଧାନୀ ହାଭାନାଠାରେ ୧୯୭୯ ମସିହା ସେପ୍ଟେମ୍ବର ମାସରେ ଆହୂତ ଗୋଷ୍ଠୀ ନିରପେକ୍ଷ ସମ୍ମିଳନୀରେ କେତୋଟି ରାଷ୍ଟ୍ରର ପ୍ରତିନିଧ୍ ଅଶଗ୍ରହଶ କରିଥିଲେ ?
(A) ୮୦ଟି
(B) ୮୧ଟି
(C) ୯୧ଟି
(D) ୯୪ଟି
Answer:
(D) ୯୪ଟି

BSE Odisha 9th Class History Important Questions Chapter 10 ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ

23. କେଉଁ ସମ୍ମିଳନୀରେ ଭାରତ ମହାସାଗରକୁ ଶାନ୍ତି ଅଞ୍ଚଳରୂପେ ରଖୁବା ଉପରେ ଗୁରୁତ୍ବ ଆରୋପ କରାଯାଇଥିଲା ?
(A) ଲୁସାକା
(B) କାର୍ଟାଜେନା
(C) ଜାକର୍ତ୍ତା
(D) ହାଭାନା
Answer:
(D) ହାଭାନା

24. ୧୯୮୩ ମସିହା ମାର୍ଚ୍ଚ ମାସରେ ନୂଆଦିଲ୍ଲୀଠାରେ କେତୋଟି ଗୋଷ୍ଠୀ ନିରପେକ୍ଷ ରାଷ୍ଟ୍ର ଏକ ଶିଖର ବୈଠକରେ ମିଳିତ ହୋଇଥିଲେ ?
(A) ୮୯ଟି
(B) ୯୨ଟି
(C) ୯୪ଟି
(D) ୯୯ଟି
Answer:
(D) ୯୯ଟି

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Odisha State Board BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) Textbook Exercise Questions and Answers.

BSE Odisha Class 9 Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 1.
ନିମ୍ନସ୍ଥ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ହିଷ୍ଟୋଗ୍ରାମ୍ ଅଙ୍କନ କର ।

ଲବ୍‌ଧାଙ୍କ 5-10 10-15 15-20 20-25 25-30
ବାରମ୍ବାରତା 16 25 36 22 18

ଅଙ୍କନ ପ୍ରଣାଳୀ :
x-ଅକ୍ଷରେ 1 ସେ.ମି. = 5 ଏକକ ସ୍କେଲ ସାହାଯ୍ୟରେ ସଂଭାଗ ଏବଂ y-ଅକ୍ଷରେ 1 ସେ.ମି. = 5 ଏକକ ସ୍କେଲ ସାହାଯ୍ୟରେ ବାରମ୍ବାରତା ନିଆଯାଇ 10 ଲବ୍‌ଧାଙ୍କ ପାଖରେ 16 ଏକକ, 15 ଲବ୍‌ଧାଙ୍କ ପାଖରେ 25 ଏକକ ଆଦି ଲମ୍ବମାନ ଅଙ୍କନ କରାଯାଇ ହିଷ୍ଟୋଗ୍ରାମ୍ ଅଙ୍କନ କରାଯାଉ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 2.
ନିମ୍ନସ୍ଥ ସାରଣୀ ଅନ୍ତର୍ଭୁକ୍ତ ତଥ୍ୟାବଳୀର ହିଷ୍ଟୋଗ୍ରାମ୍ ଅଙ୍କନ କର ।

ଲବ୍‌ଧାଙ୍କ 5-9 10-14 15-19 20-24 25-29
ବାରମ୍ବାରତା 8 12 20 16 10

ସମାଧାନ:
ଦତ୍ତ ଅନ୍ତର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ପୌନଃପୁନ୍ୟ ସାରଣୀକୁ ପ୍ରଥମେ ବହିର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ସାରଣୀରେ ତଥ୍ୟ ଉପସ୍ଥାପନ କରିବାକୁ ହେବ । ତତ୍‌ପରେ ନିମ୍ନ ଅଙ୍କନ ପ୍ରଣାଳୀ ଅନୁଯାୟୀ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ଲବ୍‌ଧାଙ୍କ 4.5-9.5 9.5-14.5 14.5-19.5 19.5-24.5 24.5-29.5
ବାରମ୍ବାରତା 8 12 20 16 10

ଅଙ୍କନ ପ୍ରଣାଳୀ :
(i) ଏଠାରେ ପ୍ରଥମ ଆୟତଚିତ୍ର 4.5 ରୁ 9.5 ଓ ଦ୍ୱିତୀୟ ଆୟତଚିତ୍ର 9.5 ରୁ 14.5 ଓ ଶେଷ ଆୟତଚିତ୍ର 24.5 ରୁ 29.5 ପର୍ଯ୍ୟନ୍ତ ନିଆଯାଉ ।
(ii) x- ଅକ୍ଷରେ l ସେ.ମି. = 5 ଏକକ ସାହାଯ୍ୟରେ ଲବ୍‌ଧାଙ୍କ ଏବଂy- ଅକ୍ଷରେ l ସେ.ମି. = 5 ଏକକ ସ୍କେଲ ସାହାଯ୍ୟରେ ବାରମ୍ବାରତା ନିଆଯାଇ ହିଷ୍ଟୋଗ୍ରାମ୍ ଅଙ୍କନ କରାଯାଉ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 1

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 3.
ନିମ୍ନସ୍ଥ ସାରଣୀରେ ଦତ୍ତ ତଥ୍ୟାବଳୀ ପାଇଁ ଏକ ପୌନଃପୁନଃ ନିର୍ଦ୍ଦେଶକ ରେଖାଚିତ୍ର ସହ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ସଂଭାଗ 0-10 10-20 20-30 30-40 40-50
ବାରମ୍ବାରତା 5 10 8 5 2

ସମାଧାନ:

ସଂଭାଗ 0-10 10-20 20-30 30-40 40-50
ସଂଭାଗ ମଧ୍ୟବିନ୍ଦୁ 5 15 25 35 45
ବାରମ୍ବାରତା 5 10 8 5 2

ପୌନଃପୁନଃ ନିର୍ଦେଶକ ରେଖାଚିତ୍ର ଅଙ୍କନ ପ୍ରଣାଳୀ :
(i) x-ଅକ୍ଷରେ 0-10, 10-20, 20-30, 30-40, 40-50 ସଂଭାଗମାନ ନିଅ ଓ ସେମାନଙ୍କର ମଧ୍ୟବିନ୍ଦୁମାନ ଯଥାକ୍ରମେ 5, 15, 25, 45 ଚିହ୍ନଟ କର  
(ii) y-ଅକ୍ଷରେ l ସେ.ମି. = 1 ଏକକ ନେଇ 0 ରୁ 10 ପର୍ଯ୍ୟନ୍ତ ବାରମ୍ବାରତା (f) ନିଅ ।
(iii) ସାରଣୀ ପ୍ରଦତ୍ତ ତଥ୍ୟ ଅନୁସାରେ ସହଯୋଗୀ ବିନ୍ଦୁମାନଙ୍କୁ ଚିହ୍ନଟ କରି ସେଗୁଡ଼ିକୁ କ୍ରମାନ୍ୱୟରେ ଯୋଗକର ।
(iv) ପୂର୍ବବର୍ତ୍ତୀ ସଂଭାଗଦ୍ଵୟର ମଧ୍ୟବିନ୍ଦୁର ବାରମ୍ବାରତା 0 ମନେକରି ଗ୍ରାଫ୍‌ର ଦୁଇପ୍ରାନ୍ତ ସହ ଯୋଗକର ।
ହିଷ୍ଟୋଗ୍ରାମ୍ ଅଙ୍କନ :
(i) ସ୍ଥାନାଙ୍କ ସମତଳରେ x-ଅକ୍ଷରେ 0-10, 10-20, 20-30, 30-40, 40-50 ସଂଭାଗମାନ ନିଅ ।
(ii) y-ଅକ୍ଷରେ 1 ସେ.ମି. = 1 ଏକକ ଅଙ୍କନ କରାଯାଉ ।
(iii) ତତ୍ପରେ ଆୟତଚିତ୍ରମାନ ଅଙ୍କନ କରି ହିଷ୍ଟୋଗ୍ରାମ୍ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 2

Question 4.
ନିମ୍ନ ତଥ୍ୟାବଳୀର ଉପସ୍ଥାପନା ପାଇଁ ଏକ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ସଂଭାଗ 10-19 20-29 30-39 40-49 50-59
ଛାତ୍ରସଂଖ୍ୟ। 15 20 35 10 4

ସମାଧାନ:
ଦତ୍ତ ଅନ୍ତର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ପୌନଃପୁନ୍ୟ ସାରଣୀକୁ ପ୍ରଥମେ ବହିର୍ଭୁକ୍ତ ସଂଭାଗୀକରଣ ବିଶିଷ୍ଟ ସାରଣୀରେ ତଥ୍ୟ ଉପସ୍ଥାପନ କରିବାକୁ ହେବ । ତତ୍ପରେ ନିମ୍ନ ଅଙ୍କନ ପ୍ରଣାଳୀ ଅନୁଯାୟୀ ହିଷ୍ଟୋଗ୍ରାମ୍ ଅଙ୍କନ କର ।

ସଂଭାଗ 9.5-19.5 19.5-29.5 29.5-39.5 39.5-49.5 49.5-59.5
ଛାତ୍ରସଂଖ୍ୟ। 15 20 35 10 4

ଅଙ୍କନ ପ୍ରଣାଳୀ :
(i) x-ଅକ୍ଷରେ ପ୍ରଥମ ଘରକୁ ବାଦେଇ 9.5, 19.5, 29.5, 39.5, 49.5, 59.5 କ୍ରମରେ ଏକକ ରୂପେ ନିଅ । 
(ii) y-ଅକ୍ଷରେ 0 ଠାରୁ 35 ପର୍ଯ୍ୟନ୍ତ 1 ସେ.ମି. = 5 ଏକକ ରୂପେ ନିଆଯାଇ ଆୟତଚିତ୍ରମାନ ଅଙ୍କନ କରାଯାଉ
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 3

Question 5.
ଗୋଟିଏ ବିଦ୍ୟାଳୟର ପାଞ୍ଚଟି ଶ୍ରେଣୀର ଛାତ୍ରସଂଖ୍ୟା ଦିଆଯାଇଛି । ଏହି ତଥ୍ୟକୁ ଏକ ବୃତ୍ତ ଲେଖରେ ପ୍ରକାଶ କର ।

ଶ୍ରେଣୀ VI VII VIII IX X
ଛାତ୍ରସଂଖ୍ୟ। 48 60 54 72 36

ସମାଧାନ:
ବୃତ୍ତଲେଖ ଅଙ୍କନ କରିବା ପାଇଁ ଆବଶ୍ୟକୀୟ ସୋପାନ :
(i) ଲବ୍‌ଧାଙ୍କଗୁଡ଼ିକର ମୋଟ ବାରମ୍ବାରତାକୁ 360° ଧରି ନେଇ ପ୍ରତ୍ୟେକ ବାରମ୍ବାରତାର ଡିଗ୍ରୀ ପରିମାଣ ନିର୍ଣ୍ଣୟ କରାଯାଏ ।
(ii) 3 ସେ.ମି. କିମ୍ବା 4 ସେ.ମି. ବ୍ୟାସାର୍ଥବିଶିଷ୍ଟ ବୃତ୍ତ ଅଙ୍କନ କରି ନିଶ୍ଚିତ ଡିଗ୍ରୀ ପରିମାଣବିଶିଷ୍ଟ କେନ୍ଦ୍ରୀୟ କୋଣମାନ ଅଙ୍କନ କରାଯାଏ । ଏହାଦ୍ଵାରା ପ୍ରତ୍ୟେକ ଲବ୍‌ଧାଙ୍କ ଲାଗି ବୃତ୍ତରେ ଗୋଟିଏ ବୃତ୍ତକଳା ମିଳେ।
(iii) କେଉଁ ବୃତ୍ତକଳା କେଉଁ ଲବ୍‌ଧାଙ୍କକୁ ସୂଚାଉଛି ତାହା ସଙ୍କେତଦ୍ୱାରା ଦର୍ଶାଇ ଦିଆଯାଏ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 4
ବୃତ୍ତଲେଖ ଅଙ୍କନ :
3 ସେ.ମି. ବା 4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ବ୍ୟାସାର୍ଦ୍ଧ ଅଙ୍କନ କର ଓ ସେହି ବ୍ୟାସାର୍ଦ୍ଧଠାରୁ ଆରମ୍ଭ କରି ନିଶ୍ଚିତ କେନ୍ଦ୍ରୀୟ କୋଣ ବିଶିଷ୍ଟ ବୃତ୍ତକଳାମାନ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 5

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

Question 6.
କୌଣସି ଏକ କାରଖାନାରେ ବିଭିନ୍ନ ବର୍ଷମାନଙ୍କରେ ଉତ୍ପାଦିତ ବସ୍ତୁସଂଖ୍ୟା ନିମ୍ନ ସାରଣୀରେ ଦିଆଯାଇଛି । ଏହି ତଥ୍ୟକୁ ବୃତ୍ତଲେଖରେ ପ୍ରକାଶ କର ।

ବର୍ଷ 1984 1985 1986 1987 1988
ଉତ୍ପାଦିତ ବସ୍ତୁର ସଂଖ୍ୟା (ହଜାରରେ) 30 36 48 60 66

ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 6
ବୃତ୍ତଲେଖ ଅଙ୍କନ :
3 ବା 4 ସେ.ମି. ବ୍ୟାସାର୍ଥବିଶିଷ୍ଟ ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ଏକ ବ୍ୟାସାର୍ଦ୍ଧ ଅଙ୍କନ କର ଓ ସେହି ବ୍ୟାସାର୍କଠାରୁ ଆରମ୍ଭ କରି ନିର୍ମିତ କେନ୍ଦ୍ରୀୟ କୋଣ ବିଶିଷ୍ଟ ବୃତ୍ତକଳାମାନ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 7

Question 7.
ଜଣେ ବ୍ୟକ୍ତିଙ୍କର ଗୋଟିଏ ବର୍ଷର ଖର୍ଚ୍ଚ ଅଟକଳ ନିମ୍ନ ସାରଣୀରେ ଦିଆଯାଇଅଛି । ଏହି ତଥ୍ୟକୁ ଏକ ବୃତ୍ତଲେଖରେ ପ୍ରକାଶ କର ।

ଖର୍ଚ୍ଚ ବାବଦ ଖାଦ୍ୟ ପୋଷାକ ସୃ।ସ୍ଥ୍ୟ ଶିକ୍ଷ। କୄଷି ଘର ମରାମତି ଅନ୍ୟ।ନ୍ୟ
ଅଟକଳ (ଶହ ଟଙ୍କାରେ) 30 10 6 12 25 12 13

ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 8
ବୃତ୍ତଲେଖ ଅଙ୍କନ :
ଏଠାରେ 3 ସେ.ମି. ବ୍ୟାସାର୍ଥବିଶିଷ୍ଟ ବୃତ୍ତ ଅଙ୍କନ କରାଯାଇ ପ୍ରୋଟାକ୍ଟର ସାହାଯ୍ୟରେ କୋଣଗୁଡ଼ିକ ଅଙ୍କନ କରାଯାଇଛି ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 9

Question 8.
(a) ନିମ୍ନସ୍ଥ ଲବ୍‌ଧାଙ୍କମାନଙ୍କୁ ଭାଗ ବିଭକ୍ତ ହୋଇନଥିବା ଏକ ପୌନଃପୁନ୍ୟ ସାରଣୀରେ ପ୍ରକାଶ କର । ଶିଶୁମେଳାର ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇଥିବା ଶିଶୁମାନଙ୍କର ବୟସ ନିମ୍ନରେ ଦିଆଯାଇଅଛି ।

8 7 10 5 7 8 10 6 9 9 6 8
7 6 8 8 6 6 7 5 10 8 9 8
5 7 7 6 5 9 7 11 14 8 9 12
6 13 7 8 11 10 10 9 8 5 12 15
9 12 14 8 9 10 11 11 14 8 15 7

ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 10

(b) ଉକ୍ତ ସାରଣୀକୁ ଏକ ବାରମ୍ବାରତା ନିର୍ଦ୍ଦେଶକ ରେଖାଚିତ୍ରରେ ପ୍ରକାଶ କର ।
ସମାଧାନ:
ଲବ୍‌ଧାଙ୍କ ଓ ବାରମ୍ବାରତାକୁ ଯଥାକ୍ରମେ x ଏବଂ y ଅକ୍ଷ ଉପରେ ଉପଯୁକ୍ତ ସ୍କେଲରେ ନିଆଯାଏ । ଲବ୍‌ଧାଙ୍କ (x) ଓ  ବାରମ୍ବାରତା (y) କୁ ନେଇ ବିନ୍ଦୁ ସଂସ୍ଥାପନ କରି ରେଖାଚିତ୍ର ଅଙ୍କନ କରାଯାଇପାରେ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 11

BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d)

(c) ଉକ୍ତ ସାରଣୀକୁ ଏକ ହିଷ୍ଟାଗ୍ରାମରେ ପ୍ରକାଶ କର ।
ସମାଧାନ:
ଗ୍ରାଫ୍ କାଗଜରେ ସଂସ୍ଥାପିତ ବିନ୍ଦୁମାନଙ୍କ ସହାୟତାରେ Histogram ଅଙ୍କନ କରାଯାଇପାରିବ ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 12

(d) ଉକ୍ତ ସାରଣୀକୁ ଏକ ବୃତ୍ତ ଲେଖରେ ପ୍ରକାଶ କର ।
ସମାଧାନ:
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 13
3 ବା 4 ସେ.ମି. ବ୍ୟାସାର୍ଦ୍ଧ ନେଇ ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ଏକ ବୃତ୍ତ ଅଙ୍କନ କରି ତହିଁରେ କୌଣସି ଏକ ବ୍ୟାସାର୍ଦ୍ଧ ଅଙ୍କନ କର ଓ ସେହି ବ୍ୟାସାର୍ଦ୍ଧଠାରୁ ଆରମ୍ଭ କରି ନିଶ୍ଚିତ କେନ୍ଦ୍ରୀୟ କୋଣବିଶିଷ୍ଟ ବୃତ୍ତକଳାମାନ ଅଙ୍କନ କର ।
BSE Odisha 9th Class Maths Solutions Algebra Chapter 7 ପରିସଂଖ୍ୟାନ Ex 7(d) 14

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

Odisha State Board BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା Important Questions and Answers.

BSE Odisha Class 9 History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁସବୁ କାରଣରୁ ଭାରତୀୟ ସଂସ୍କୃତି ବ୍ୟାପକ ହୋଇପାରିଛି ?
Answer:
ନିମ୍ନଲିଖ କାରଣରୁ ଭାରତୀୟ ସଂସ୍କୃତି ବ୍ୟାପକ ହୋଇପାରିଛି ।

  • ଭାରତୀୟ ସଂସ୍କୃତି ବିଭିନ୍ନ ଜାତି, ଧର୍ମ, ବର୍ଣ୍ଣ ଓ ଭାଷାକୁ ନେଇ ବିକଶିତ । ଏହି ସଂସ୍କୃତିରେ ବିଭିନ୍ନ ପ୍ରକାର ପ୍ରଥା ଓ ପରମ୍ପରାର ସମ୍ମିଶ୍ରଣ ଘଟିଛି ।
  • ପ୍ରାଚୀନ ଯୁଗରୁ ଆଧୁନିକ ଯୁଗ ପର୍ଯ୍ୟନ୍ତ ବିଭିନ୍ନ ଦେଶ ସହିତ ଭାରତର ବାଣିଜ୍ୟିକ ସମ୍ପର୍କ ପରସ୍ପର ର ସଂସ୍କୃ ତି ଉପରେ ପ୍ରଭାବ ପକାଇଛି । ଏହାଦ୍ଵାରା ଭାରତର ସଂସ୍କୃତି ବ୍ୟାପକ ହୋଇପାରିଛି ।
  • ଅନେକ ମୁନିଋଷି, ସାଧୁସନ୍ଥ, ଧର୍ମପ୍ରବର୍ତ୍ତକ ଓ ପ୍ରଚାରକ ତଥା ଦାର୍ଶନିକ ଓ ସାହିତ୍ୟିକ ବାଣୀ ଭାରତୀୟ ସଂସ୍କୃତିରେ ପ୍ରତିଫଳିତ ହୋଇ ଏଥରେ ବ୍ୟାପକତା ଆଣିଛି ।
  • ଭାରତୀୟମାନଙ୍କ ଉଦାର ମନୋଭାବ ଯୋଗୁଁ ବହିଦେଶର ଅଧିବାସାଙ୍କ ଆଗମନରେ ଭାରତର ମୂଳ ସଂସ୍କୃ ତି ସେମାନଙ୍କ ସଂସ୍କୃତି ଦ୍ୱାରା କେତେକାଶରେ ପ୍ରଭାବିତ ହୋଇଛି ।
  • ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ମୌର୍ଯ୍ୟଯୁଗ, କୁଶାଣୟଗ, ଗୁପ୍ତଯୁଗ, ତୁର୍କୀ ଶାସନ, ମୋଗଲ ଶାସନ ଓ ଇଂରେଜ ଶାସନ ସମୟର ଉତ୍କୃଷ୍ଟ ଚିତ୍ରକଳା, ଶିଳ୍ପକଳା ସଂସ୍କୃତିକୁ ବ୍ୟାପକ କରିଛି ।

୨। ଭାରତାୟ ସଂସ୍କୃତିରେ ବିଭିନ୍ନତା ମଧ୍ଯରେ ଏକତା ହୋଇପାରିଛି । କିପରି ପ୍ରତିଷ୍ଠିତ ହୋଇପାରିଛି ?
Answer:
ଭାରତ ଏକ ବିଶାଳ ଓ ମହାନ୍ ସଂସ୍କୃତିର ଦେଶ ହୋଇଥ‌ିବାରୁ ଏଠାରେ ବିଭିନ୍ନତା ମଧ୍ଯରେ ଏକତା ଦେଖାଯାଏ ।

  • ଭୂଖଣ୍ଡର ହିମାଳୟ ପର୍ବତକୁ ଦେବସ୍ଥାନ ଏବଂ ଗଙ୍ଗା, ଯମୁନା, ନର୍ମଦା, ଗୋଦାବରୀ, କୃଷ୍ଣା ଓ କାବେରୀ ଆଦି ନଦୀକୁ ଦେବୀ ଭାବରେ ବର୍ଣ୍ଣନା କରି ଭାରତୀୟମାନଙ୍କ ମନରେ ଐକ୍ୟଭାବ ଜାଗ୍ରତ କରିଛନ୍ତି ।
  • ପ୍ରାଚୀନ ଓ ମଧ୍ୟଯୁଗରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ, ଅଶୋକ, ସମୁଦ୍ରଗୁପ୍ତ, ବିକ୍ରମାଦିତ୍ୟ, ହର୍ଷବର୍ଦ୍ଧନ, ଆକବର ପ୍ରଭୃତି ମହାପରାକ୍ରମଶାଳା ସମାଟମାନେ ଭାରତରେ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରି ଭାରତୀୟମାନଙ୍କ ଏକ ଶାସନାଧୀନ କରି ସେମାନଙ୍କ ମନରେ ଏକତା ଭାବ ସୃଷ୍ଟି କରିବାରେ ସହାୟକ ହୋଇଥିଲେ ।
  • ଭାରତର ବିଭିନ୍ନ ଭାଷାଭାଷୀଙ୍କ ମଧ୍ୟରେ ହିନ୍ଦୀ ଓ ଇଂରାଜୀ ଭାଷା ମାଧ୍ୟମରେ ଏକତା ରକ୍ଷା କରିବା ସମ୍ଭବ ହୋଇଛି ।
  • ଭାରତର ଧର୍ମ, ଦର୍ଶନ, ସାହିତ୍ୟ, ବିଜ୍ଞାନ, କଳା-ସ୍ଥାପତ୍ୟ, ନୃତ୍ୟ-ସଙ୍ଗୀତ ଆଦି ଭାରତୀୟମାନଙ୍କ ହୃଦୟରେ ଐକ୍ୟ ଭାବ ସୃଷ୍ଟି କରିପାରିଛି । କେବଳ ସେତିକି ନୁହେଁ, ଦେଶର ଜନସାଧାରଣ ନିଜକୁ ଭାରତୀୟ ବୂପେ ପରିଚିତି କରାଇ ଗର୍ବ ଅନୁଭବ କରିଥା’ନ୍ତି ।
  • ଡପରୋକ୍ତ ସମସ୍ତ କାରଶ ଯୋଗୁ ଭାରତାୟ ସଂସ୍କୃତିରେ ବିଭିନ୍ନତା ମଧ୍ଯରେ ଏକତା ସମ୍ଭବ ହୋଇପାରିଛି ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତର ଭୌଗୋଳିକ ବିଭିନ୍ନତା ଉଲ୍ଲେଖ କର ।
Answer:

  • ଭାରତର ବିଭିନ୍ନ ଅଥଳର ଭୌଗୋଳିକ ଅବସ୍ଥିତି, ପ୍ରାକୃତିକ ଗଠନ ଓ ଜଳବାୟୁ ଏକପ୍ରକାର ନୁହେଁ । ଏହାର କେଉଁଠି ଉଚ୍ଚ ପାର୍ବତ୍ୟ ଭୂମି ତ କେଉଁଠି ଶୁଷ୍କ ମରୁଭୂମି ଏବଂ ମାଳଭୂମି ଦେଖିବାକୁ ମିଳେ ।
  • ସେହିପରି ଗୋଟିଏ ଅଞ୍ଚଳର ଜଳବାୟୁ ଉଷ୍ଣ ହୋଇଥ‌ିବା ସ୍ଥଳେ ଅନ୍ୟ ଗୋଟିଏ ଅଞ୍ଚଳର ଜଳବାୟୁ ଶୀତଳ କମ୍ବା ନାତଶୀତୋଷ୍ଣ, ବୃଷ୍ଟିପାତ ମଧ୍ୟ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ । ଏହି କାରଣରୁ ବିଭିନ୍ନ ସ୍ଥାନରେ ଜନବସତିରେ ତାରତମ୍ୟ ଦେଖାଯାଏ । ବିଭିନ୍ନ ଅଞ୍ଚଳରେ ମଧ୍ୟ ଭିନ୍ନ ଭିନ୍ନ ଉଦ୍ଭିଦ ଓ ପ୍ରଶୁପକ୍ଷୀ ଦେଖାଯା’ନ୍ତି ।

୨। ଆଲେକ୍‌ ଜାଣ୍ଡର କିଏ ? ସେ କେବେ ଭାରତ ଆକ୍ରମଣ କରିଥିଲେ ? ଏହା ଫଳରେ କ’ଣ ହୋଇଥିଲା ?
Answer:

  • ଆଲୋକ୍‌ଜାଣ୍ଡର ଗ୍ରୀସ୍ ଦେଶର ସମ୍ରାଟ୍ ଓ ଜଣେ ପ୍ରଖ୍ୟାତ ବୀର ଥିଲେ ।
  • ସେ ଖ୍ରୀ.ପୂ. ୩୨୭ରେ ଭାରତ ଆକ୍ରମଣ କରିଥିଲେ । ଏହାଫଳରେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ସ୍ଥାପିତ ହୋଇ ଉଭୟ ଦେଶର ସଂସ୍କୃତି ପ୍ରଭାବିତ ହୋଇଥିଲା ।

୩। ଭାରତକୁ କାହିଁକି ବହୁଧର୍ମର ଦେଶ କୁହାଯାଏ ?
Answer:

  • ଭାରତରେ ହିନ୍ଦୁ, ବୌଦ୍ଧ, ଜୋରାଷ୍ଟର, ଖ୍ରୀଷ୍ଟିୟାନ୍, ମୁସଲ୍‌ମାନ, ଶିଖ୍ ଓ ଇହୁଦୀ ଆଦି ବହୁ ଧମାବଲମ୍ବାମାନେ ବସବାସ କରନ୍ତି।
  • ତେଣୁ ଭାରତକୁ ବହୁଧର୍ମର ଦେଶ ବୋଲି କହାଯାଏ ।

୪। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ କେତେଗୋଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥିଲା ଓ କ’ଣ କ’ଣ ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତ ଷୋହଳଟି ମହାଜନପଦ ବା ରାଜ୍ୟରେ ବିଭକ୍ତ ହୋଇଥଲା ।
  • ସେଗୁଡ଼ିକ ହେଲା ଅଙ୍ଗ, ମଗଧ, କାଶୀ, କୋଶଳ, ଭିଜି, ମଲ୍ଲ, ଚେଦୀ, ଭତ୍ସ, କୁରୁ, ପାଞ୍ଚାଳ, ମତ୍ସ୍ୟ, ସୁର ସେନ, ଅସ୍ମକ, ଅବନ୍ତୀ, ଗାନ୍ଧାର ଓ କାମ୍ବୋଜ ।

୫। କେବେ ଏବଂ କେଉଁ ବଡ଼ଲାଟ୍ ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ କରିଥିଲେ ?
Answer:
୧୮୩୫ ଖ୍ରୀ.ଅ.ରେ ଗଭଣ୍ଣର ଜେନେରାଲ୍ ତଥା ବଡ଼ଲାଟ ଲର୍ଡ ଉଇଲିୟମ୍ ବେଣ୍ଟିକ୍ ଭାରତରେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ କରିଥିଲେ ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୬। ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି ? ସେଗୁଡ଼ିକର ନାମ ଲେଖ ।
Answer:

  • ଭାରତରେ ମୁଖ୍ୟତଃ ଛଅଟି ଧର୍ମ ସମ୍ପ୍ରଦାୟର ଲୋକ ବାସ କରନ୍ତି ।
  • ସେଗୁଡ଼ିକ ହେଲେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିୟାନ୍, ଶିଖ୍, ବୌଦ୍ଧ ଓ ଜୈନ ।

୭। ବୌଦ୍ଧଧର୍ମ ଓ ଜୈନଧର୍ମ କେତେ ଭାଗରେ ବିଭକ୍ତ । ଓ କ’ଣ କ’ଣ ?
Answer:

  • ବୌଦ୍ଧଧର୍ମ ଦୁଇଭାଗରେ ବିଭକ୍ତ; ଯଥା ମହାଯାନ ଓ ହୀନଯାନ ।
  • ଜୈନଧର୍ମ ଦୁଇ ଭାଗରେ ବିଭକ୍ତ; ଯଥା ଶ୍ଵେତାମ୍ବର ଓ ଦିଗମ୍ବର ।

୮। ଜୁଦାଇଜ୍‌ କେଉଁ ଧର୍ମକୁ କୁହାଯାଏ ? ଏହି ଧର୍ମାବଲମ୍ବୀମାନେ କେଉଁ ନାମରେ ପରିଚିତ ?
Answer:

  • ଇହୁଦୀ ଧର୍ମକୁ ଜୁଦାଇଜମ୍ କୁହାଯାଏ ।
  • ଏହି ଧର୍ମାବଲମ୍ବୀମାନେ ଜୀଉ ନାମରେ ପରିଚିତ ।

୯। ଖ୍ରୀଷ୍ଟିୟାନମାନେ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଖ୍ରୀଷ୍ଟିୟାନମାନେ ଦୁଇ ଭାଗରେ ବିଭକ୍ତ; ଯଥା – କାଥୋଲିକ୍ ଓ ପ୍ରୋଟେଷ୍ଟାଣ୍ଟ ।

୧୦। ଚତୁର୍ଧାମ କ’ଣ ?
Answer:
ଭାରତର ଉତ୍ତର ଦିଗରେ ଉତ୍ତରାଖଣ୍ଡର ବଦ୍ରିନାଥ, ପୂର୍ବରେ ଓଡ଼ିଶାର ପୁରୀ, ଦକ୍ଷିଣରେ ତାମିଲନାଡୁର ରାମେଶ୍ଵରମ୍ ଓ ପଶ୍ଚିମରେ ଗୁଜରାଟର ଦ୍ଵାରକା ତୀର୍ଥସ୍ଥାନ ହିନ୍ଦୁଧର୍ମର ଚତୁର୍ଧାମ ଭାବେ ବିବେଚିତ ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୧୧। ଭାରତୀୟମାନଙ୍କଦ୍ଵାରା ପାଳନ କରାଯାଇଥ‌ିବା କେତେକ ପର୍ବର ନାମ ଲେଖ ।
Answer:
ଭାରତୀୟମାନଙ୍କଦ୍ଵାରା ପାଳନ କରାଯାଇଥ‌ିବା କେତେକ ପର୍ବର ନାମ ହେଲା ହୋଲି, ଦଶହରା, ଦୀପାବଳୀ, ଇଦ୍ର, ମହରମ୍, ଖ୍ରୀଷ୍ଟମାସ୍, ନୂଆବର୍ଷ, ବୁଦ୍ଧ ଜୟନ୍ତୀ, ମହାବୀର ଜୟନ୍ତୀ,ଗରନାନକ ଜୟନ୍ତୀ ଇତ୍ୟାଦି ।

୧୨। ବ୍ରିଟିଶ୍ ଶାସନ ସମୟରେ ଭାରତରେ ଶିକ୍ଷାଦାନର ମାଧ୍ୟମ ରୂପେ କେଉଁ ଭାଷାର ପ୍ରଚଳନ ହୋଇଥିଲା। ? ଏହି ଭାଷାର ବ୍ୟବହାର କେଉଁଠାରେ ହେଉଥିଲା ?
Answer:

  • ବ୍ରିଟିଶ୍ ଶାସନ ସମୟରେ ଭାରତରେ ଶିକ୍ଷାଦାନର ମାଧ୍ୟମ ରୂପେ ପ୍ରଚଳନ ହୋଇଥିଲା ।
  • ସରକାରୀ କାର୍ଯ୍ୟରେ ଓ କୋର୍ଟ କଚେରିରେ ଭାଷାର ବ୍ୟବହାର ହୋଇଥିଲା ।

A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କେଉଁ ଧର୍ମାବଲମ୍ବୀଙ୍କ ମଧ୍ୟରେ କୌଣସି ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ।
Answer:
ଜୋରାଷ୍ଟ୍ରରୀୟ ଓ ବାହାଇମାନଙ୍କ ମଧ୍ୟରେ କୌଣସି ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ।

୨। ଭାରତର ସର୍ବପୁରାତନ ଭାଷାର ନାମ କ’ଣ ?
Answer:
ଭାରତର ସର୍ବପୁରାତନ ଭାଷାର ନାମ ହେଉଛି ପ୍ରାକୃତ ।

୩। ମୁସଲମାନମାନଙ୍କ ଆଗମନ ଫଳରେ ଭାରତରେ କେଉଁ ଭାଷାର ପ୍ରଚଳନ ହୋଇଥିଲା ?
Answer:
ମୁସଲମାନମାନଙ୍କ ଆଗମନ ଫଳରେ ଭାରତରେ ଉଦ୍ଭୁ ଓ ପାରସୀ ଭାଷାର ପ୍ରଚଳନ ହୋଇଥିଲା ।

୪। କେଉଁ ଭାଷା ସମସ୍ତ ଭାରତବାସୀଙ୍କୁ ଏକ ଶାସନାଧୀନରେ ରଖ୍ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଇଂରାଜୀ ଭାଷା ସମସ୍ତ ଭାରତବାସୀଙ୍କୁ ଏକ ଶାସନାଧୀନରେ ରଖିବାପାଇଁ ଉଦ୍ଦିଷ୍ଟ ଥିଲା ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୫। ସ୍ବାଧୀନ ଭାରତରେ କେଉଁ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଗଲା ।
Answer:
ସ୍ଵାଧୀନ ଭାରତରେ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷାର ମାନ୍ୟତା ଦିଆଗଲା ।

୬ | ଇଣ୍ଡୋ-ଗ୍ରୀକ୍ କଳା ଏବଂ ଇଣ୍ଡୋ-ଇସ୍‌ଲାମିକ୍ କଳାଶୈଳୀର ସୃଷ୍ଟି କିପରି ହୋଇଛି ?
Answer:
ଭାରତ ଓ ଗ୍ରୀକ୍ ଶୈଳୀର ମିଶ୍ରଣରେ ଇଣ୍ଡୋ-ଗ୍ରୀକ୍ କଳାଶୈଳୀ ଏବଂ ହିନ୍ଦୁ ଓ ମୁସଲମାନମାନଙ୍କ ଶୈଳୀର ମିଶ୍ରଣରେ ଇଣ୍ଡୋ-ଇସ୍‌ଲାମିକ୍ କଳାଶୈଳୀର ସୃଷ୍ଟି ହୋଇଛି ।

୭ । ପ୍ରାଚୀନ କାଳର ମୁନିଋଷିମାନେ ଗଙ୍ଗା, ଯମୁନା ଆଦି ନଦୀମାନଙ୍କୁ କ’ଣ ଭାବରେ ବର୍ଣ୍ଣନା, କରିଛନ୍ତି ।
Answer:
ପ୍ରାଚୀନ କାଳର ମୁନିଋଷିମାନେ ଗଙ୍ଗା, ଯମୁନା ଆଦି ନଦୀମାନଙ୍କୁ ଦେବୀ ଭାବରେ ବର୍ଣ୍ଣନା କରିଛନ୍ତି ।

୮। ଭାରତର ଉତ୍ତରରେ କ’ଣ ଅବସ୍ଥିତ ?
Answer:
ଭାରତର ଉତ୍ତରରେ ହିମାଳୟ ପର୍ବତମାଳା ଅବସ୍ଥିତ।

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୯। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ କେତୋଟି ରାଜତନ୍ତ୍ର ରାଜ୍ୟ ଏବଂ ଦୁଇଟି ସାଧାରଣତନ୍ତ୍ର ରାଜ୍ୟ ରାଜ୍ୟ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତରେ ଚଉଦଟି ରାଜତନ୍ତ୍ର ରାଜ୍ୟ ଏବଂ ଦୁଇଟି ସାଧାରଣତନ୍ତ୍ର ରାଜ୍ୟ ଥଲା ।

୧୦। ପ୍ରାଚୀନ ଯୁଗରେ ରାଜାମାନେ କେଉଁ କେଉଁ ଉପାଧ୍ଧରେ ନିଜକୁ ଭୂଷିତ କରିଥିଲେ ?
Answer:
ପ୍ରାଚୀନ ଯୁଗରେ ରାଜାମାନେ ନିଜକୁ ମହାରାଜା ରାଜାଧୁରାଜ, ମହାରାଜାଧରାଜ, ଚକ୍ରବର୍ତୀ ଓ ସମ୍ରାଟ ଆଦି ଉପାଧ୍ଧରେ ନିଜକୁ ଭୂଷିତ କରୁଥିଲେ ।

୧୧। ଭାରତରେ ଡାକସେବା କେବେ ପ୍ରଚଳନ କରାଯାଇଥିଲା ?
Answer:
ଭାରତରେ ୧୮୫୪ ମସିହାରେ ଡାକସେବା ପ୍ରଚଳନ କରାଯାଇଥିଲା

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ବୈଦିକ ଯୁଗରେ କେଉଁ ଧର୍ମର ପ୍ରାଧାନ୍ୟ ରହିଥିଲା ?
Answer:
ବ୍ରାହ୍ମଣ୍ୟ ଧର୍ମ

୨। ଭାରତୀୟ ସଂସ୍କୃତିର ସ୍ବାତନ୍ତ୍ର୍ୟ କ’ଣ ?
Answer:
ବିଭିନ୍ନତାରେ ଏକତା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୩। ବୌଦ୍ଧଧର୍ମ ପ୍ରଚାର ପାଇଁ ସମ୍ରାଟ ଅଶୋକ ତାଙ୍କ ପୁତ୍ର ଓ କନ୍ୟାଙ୍କୁ କେଉଁ ସ୍ଥାନକୁ ପଠାଇଥିଲେ ?
Answer:
ସିଂହଳ

୪। ପ୍ରାଚୀନ କାଳର ମୁନିଋଷିମାନେ ହିମାଳୟ ପର୍ବତକୁ କ’ଣ ଭାବେ ବର୍ଣନା କରିଛନ୍ତି ?
Answer:
ଦେବସ୍ଥାନ

୫। ଭାରତରେ କେଉଁ ବଡ଼ଲାଟଙ୍କଦ୍ଵାରା ଏକ ସମାନ ଶିକ୍ଷା ପ୍ରଣାଳୀ ଓ ସ୍ଥାନୀୟ ଭାଷାରେ ପ୍ରାଥମିକ ଶିକ୍ଷାଦାନର ପ୍ରବର୍ତ୍ତନ ହୋଇଥୁଲା ?
Answer:
ଲର୍ଡ଼ ଡେଲ ହାଉସୀ

୬ । ଦ୍ରାବିଡ଼ ଜାତିର ଲୋକଙ୍କୁ ଅନ୍ୟଥା କ’ଣ କୁହାଯାଏ ?
Answer:
ମେଡ଼େଟେରେ ନି ଆନ୍

୭ । ‘ବୈଜ୍ଞାନିକ ପଦ୍ଧତିରେ ବିଭିନ୍ନ ମାନବଗୋଷ୍ଠୀର ତୁଳନାତ୍ମକ ଅଧ୍ୟୟନ ପାଇଁ ଭାରତ ସଂଗ୍ରହାଳୟ’’– ଏ ଉକ୍ତିଟି କାହାର ?
Answer:
ଐତିହାସିକ ଭିନ୍‌ସେଣ୍ଟ ସ୍ମିଥ୍

୮। ମଧ୍ୟଯୁଗର ଶେଷଭାଗରେ କେଉଁ ଧର୍ମମତ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କଲା ?
Answer:
ସତ୍ୟପୀର

୯। ‘ଆର୍ଯ୍ୟ ସମାଜ’ର ପ୍ରତିଷ୍ଠାତା କିଏ ?
Answer:
ଦୟାନନ୍ଦ ସରସ୍ଵତୀ

୧୦। ଥ୍ ଓସୋଫି କାଲ୍ ସୋସାଇଟି’ କିଏ ପ୍ରତିଷ୍ଠା କରିଥିଲେ ?
Answer:
ଆନି ବେ ଶାନ୍ତ

୧୧। ‘ଅହମ୍ମଦିଆ’ ଆନ୍ଦୋଳନ କିଏ ଆରମ୍ଭ କରିଥିଲେ ?
Answer:
ମିର୍ଜା ଘୁଲାମ୍ ଅହମ୍ମଦ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୧୨। ‘ଆଲିଗଡ଼ ଆନ୍ଦୋଳନ’ ସହ ଜଡ଼ିତ ଜଣେ ନେତାଙ୍କ ନାମ ଲେଖ ?
Answer:
ସୟଦ୍ ଅହମ୍ମଦ ଖାନ୍

୧୩। ଭାରତରେ ପ୍ରାୟ କେତୋଟି ମାତୃଭାଷା ଥ‌ିବାର ଜଣାଯାଏ ?
Answer:
୧୬୫୨

୧୪ । ଭାରତରେ ପ୍ରାୟ କେତୋଟି କଥ୍ୟ ଭାଷା ରହିଛି ?
Answer:
୫୪୪

୧୫ । କେଉଁ ବଂଶର ରାଜତ୍ଵ ସମୟରେ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଲା ?
Answer:
ଗୁପ୍ତବଂଶ

୧୬ । କେଉଁ ଅନୁଷ୍ଠାନଟି ରାଜା ରାମମୋହନ ରାୟଙ୍କଦ୍ୱାରା ହୋଇଥୁଲା ?
Answer:
ବ୍ରାହ୍ମ ସମାଜ

୧୭। ରାମକୃଷ୍ଣ ମିଶନ କେବେ ପ୍ରତିଷ୍ଠା ହୋଇଥିଲା ?
Answer:
୧୮୯୭ ମସିହା

୧୮। ଆମ ସମ୍ବିଧାନରେ କେତୋଟି ଭାଷାକୁ ସ୍ବୀକୃତି ପ୍ରଦାନ କରାଯାଇଛି ?
Answer:
୨୨ଟି

୧୯। ଭାରତର ସର୍ବପୁରାତନ ଭାଷା କ’ଣ ?
Answer:
ପ୍ରାକୃତ

୨୦। ମୁସଲମାନମାନଙ୍କର ଭାରତକୁ ଆଗମନ ଫଳରେ କେଉଁ ଭାଷାର ପ୍ରଚଳନ ହୋଇଥିଲା ?
Answer:
ଉର୍ଦୁ ଓ ପାରସୀ

୨୧। ଦିନ୍-ଇ-ଲ୍ଲାହୀ ଧର୍ମ କେବେ ପ୍ରଚାରିତ ହୋଇଥିଲା ?
Answer:
୧୫୮୧ ମସିହା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୨୨। କଥକଲି ନୃତ୍ୟଶୈଳୀ କେଉଁ ପ୍ରଦେଶରୁ ଉଦ୍ଭବ ହୋଇଛି ?
Answer:
କେରଳ

୨୩। ଗୁପ୍ତଯୁଗରେ କେଉଁ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥିଲା ?
Answer:
ସଂସ୍କୃତ

୨୪। ଭାରତନାଟ୍ୟମ୍ କେଉଁ ରାଜ୍ୟରୁ ଉଦ୍ଭବ ହୋଇଥିଲା ?
Answer:
ତାମିଲନାଡୁ

୨୫। ଆନ୍ଧ୍ର ପ୍ରଦେଶରୁ କେଉଁ ନୃତ୍ୟଶୈଳୀର ଉଦ୍ଭବ ହୋଇଥୁଲା ?
Answer:
କୁଚିପୁଡ଼ି

C. ଶୂନ୍ୟସ୍ଥାନ ପୂରଣ କର ।

୧। ତାମିଲନାଡୁରେ ______________ ନୃତ୍ୟଶୈଳୀ ପ୍ରଚଳିତ ।
Answer:
ଭାରତନାଟ୍ୟମ୍

୨। ସମ୍ବିଧାନରେ _______________ ଟି ଭାଷାକୁ ସ୍ବୀକୃତି ଦିଆଯାଇଛି ।
Answer:
୨୨

୩। ହିନ୍ଦୁ ଓ ମୁସଲମାନ ଧର୍ମର ସମନ୍ଵୟରେ ପ୍ରତିଷ୍ଠିତ ______________ ଧର୍ମମତ ଉଭୟ ସମ୍ପ୍ର ଦାୟଙ୍କ ମଧ୍ୟରେ ଏକତା ଭାବ ଜାଗ୍ରତ କରିଥିଲା ।
Answer:
ସତ୍ୟପୀର

୪। ରାଜା ରାମମୋହନ ରାୟ _____________ ପ୍ରତିଷ୍ଠା କରିଥିଲେ ।
Answer:
ବ୍ରାହ୍ମ ସମାଜ

୫। ଗଭର୍ଣ୍ଣର ଜେନେରାଲ୍ ______________ ଙ୍କଦ୍ୱାରା ଭାରତରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ ହୋଇଥିଲା ।
Answer:
ଲର୍ଡ ଉଇଲିୟମ୍ ବେଣ୍ଟିକ୍

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୬। ଭାରତରେ ଚାରିଦିଗରେ ସ୍ଥାପିତ ହିଦୁତୀର୍ଥ ସ୍ଥାନଗୁଡ଼କୁ ____________ କୁହାଯାଏ ।
Answer:
ଚତୁ ର୍ଧାମ

୭। ଦ୍ଵାରକା ଭାରତର _____________ ରାଜ୍ୟରେ ଅବସ୍ଥିତ ।
Answer:
ଗୁଜରାଟ

୮ । ଭାରତର ସର୍ବପୁରାତନ ଭାଷା ହେଉଛି ______________ ।
Answer:
ପ୍ରାକୃତ

୯। ରାମକୃଷ୍ଣ ମିଶନ ______________ ମସିହାରେ ପ୍ରତିଷ୍ଣା କରାଯାଇଥିଲା ।
Answer:
୧୮୯୭

୧୦। ଆନ୍ଧ୍ରପ୍ରଦେଶରୁ ______________ ନୃତ୍ୟଶୈଳୀର ଉଦ୍ଭବ ହୋଇଥୁଲା
Answer:
କୁଚିପୁଡ଼ି ।

D. ଠିକ୍ ଉକ୍ତି ପାଇଁ (✓) ଓ ଭୁଲ୍ ଉକ୍ତି ପାଇଁ (X) ଚିହ୍ନ ଦିଅ ।

୧। ରାଜା ରାମମୋହନ ରାୟ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ ।
Answer:
x

୨ । ଦୟାନନ୍ଦ ସରସ୍ୱତୀ ଥଓସୋଫିକାଲ ସୋସାଇଟି ପ୍ରତିଷ୍ଠା କରିଥିଲେ ।
Answer:
x

୩। ସୟଦ୍ ଅହମ୍ମଦ ଖାଁ ଅହମ୍ମଦିଆ ଆନ୍ଦୋଳନ ଆରମ୍ଭ କରିଥିଲେ ।
Answer:
x

୪। ଭାରତରେ ପ୍ରାୟ ୫୪୪ଟି ମାତୃଭାଷା ରହିଛି ।
Answer:
x

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୫। ଆମ ଦେଶର ସର୍ବପୁରାତନ ଭାଷା ସଂସ୍କୃତ ।
Answer:
x

୬ । କୁଚିପୁଡ଼ି ନୃତ୍ୟ ତାମିଲନାଡୁରୁ ସୃଷ୍ଟି ହୋଇଛି ।
Answer:
x

୭ । ଭାରତନାଟ୍ୟମ୍‌ର ଉଦ୍ଭବ ଆନ୍ଧ୍ରପ୍ରଦେଶରେ ହୋଇଥିଲା ।
Answer:
x

୮ । ଗୁପ୍ତଯୁଗରୁ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥିଲା ।
Answer:

୯ । ଭାରତରେ ଇଂରେଜୀ ଶିକ୍ଷା ଉଇଲିୟମ ବେକ୍ନିକ୍ ପ୍ରବର୍ତ୍ତନ କରିଥିଲେ ।
Answer:

୧୦। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତରେ ୧୫ଟି ମହାଜନପଦ ଥିଲା ।
Answer:
x

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । 1

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ।

୧। ଲର୍ଡ ଉଇଲିୟମ୍ ବେଣ୍ଟିକ୍ ଭାରତରେ ମୌଳିକ ଶିକ୍ଷା ପ୍ରଚଳନ କରିଥିଲେ ।
Answer:
ପାଶ୍ଚାତ୍ୟ ଶିକ୍ଷା

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୨। ସଂସ୍କୃତ ଭାଷା ଭାରତର ସର୍ବପୁରାତନ ଭାଷା ଭାବେ ‘ପରିଗଣିତ ହୋଇଥାଏ ।
Answer:
ପ୍ରାକୃତ,

୩। ବଦ୍ରିନାଥ ଭାରତର ଦକ୍ଷିଣ ଦିଗରେ ଅବସ୍ଥିତ ।
Answer:
ଉତ୍ତର,

୪। ରାଜା ରାମମୋହନ ରାୟ ପ୍ରାର୍ଥନା ସମାଜ ପ୍ରତିଷ୍ଠା କରିଥିଲେ ।
Answer:
ବ୍ରାହ୍ମ ସମାଜ,

୫। ଆମ ଦେଶରେ ୧୬୨୫ଟି ମାତୃ ଭାଷା ଥ‌ିବାର ଜଣାଯାଏ ।
Answer:
୧୬୫୨,

୬। ଋକବେଦରୁ ଭାରତୀୟ ଶାସ୍ତ୍ରୀୟ ସଂଗୀତର ଉତ୍ପତ୍ତି ହୋଇଛି ।
Answer:
ସାମବେଦ

୭। ପ୍ରାଚୀନ କାଳରେ ମୁନିଋଷିମାନେ ଗନ୍ଧମାର୍ଦ୍ଦନ ପର୍ବତକୁ ‘ଦେବସ୍ଥାନ’ ଭାବେ ବିବେଚନା କରୁଥିଲେ ।
Answer:
ହିମାଳୟ

୮। ସିନ୍ଧୁ ସଭ୍ୟତାର ସ୍ରଷ୍ଟା ଥିଲେ ଲୋହିତ ଭାରତୀୟମାନେ ।
Answer:
ଦ୍ରାବିଡ଼ମାନେ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

୯। ଏକାଦଶ ଶତାବ୍ଦୀରୁ ଭାରତରେ ବିଧ୍ବଦ୍ଧଭାବେ ବୌଦ୍ଧଧର୍ମ ପ୍ରଚାର ଆରମ୍ଭ ହୋଇଥିଲା ।
Answer:
ଇସ୍‌ଲାମ୍ ଧର୍ମ,

୧୦। ନିମ୍ନ ଜାତିର ଶିଙ୍ଖାମାନଙ୍କୁ ସର୍ଦାର କୁହାଯାଏ ।
Answer:
ମଜହବି,

୧୧। ମୌର୍ଯ୍ୟ ଯୁଗରୁ ସଂସ୍କୃତ ଭାଷାର ଗୁରୁତ୍ଵ ବୃଦ୍ଧି ପାଇଥୁଲ ।
Answer:
ଗୁପ୍ତ,

୧୨। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତରେ ୧୫ଟି ମହାଜନପଦ ଥିଲା ।
Answer:
୧୬ଟି,

୧୩। କଥାକଲି ନୃତ୍ୟଶୈଳୀ ଆନ୍ଧ୍ରପ୍ରଦେଶରୁ ଉଦ୍ଭବ ହୋଇଥିଲା ।
Answer:
କେରଳ,

୧୪। ଦ୍ଵାରକା ଭାରତର ଉତ୍ତରପ୍ରଦେଶ ରାଜ୍ୟରେ ଅବସ୍ଥିତ ।
Answer:
ଗୁଜରାଟ,

୧୫। ଭାରତରେ ଚାରି ଦିଗରେ ସ୍ଥାପିତ ହିନ୍ଦୁତୀର୍ଥ ସ୍ଥାନଗୁଡ଼ିକୁ ପବିତ୍ରଧାମ କୁହାଯାଇଥାଏ ।
Answer:
ଚତୁର୍ଧାମ

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ନୃତତ୍ତ୍ଵବିଦ୍ ଡକ୍ଟର ବିରଜା ଶଙ୍କର ଗୁହାଙ୍କ ମତରେ ଭାରତରେ କେତେ ପ୍ରକାର ଜାତିର ଲୋକ ଅଛନ୍ତି ?
(A) ୨
(B) ୩
(C) ୪
(D) ୬
Answer:
(D) ୬

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

2. କେବେ ବମ୍ବେଠାରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ରେଳପଥ ଉନ୍ମୋଚିତ ହୋଇଥିଲା ?
(A) ୧୮୫୩
(B) ୧୮୬୪
(C) ୧୮୬୨
(D) ୧୮୭୦
Answer:
(A) ୧୮୫୩

3. ମୁସଲମାନମାନେ କେତୋଟି ଗୋଷ୍ଠୀରେ ବିଭକ୍ତ ?
(A) ୧
(C) ୩
(B) ୨
(D) ୪
Answer:
(B) ୨

4. ନିମ୍ନ ଜାତିର ଶିଙ୍ଖାମାନଙ୍କୁ କ’ଣ କୁହାଯାଏ ?
(A) ମଜହବି
(B) ସୁନି
(C) ସର୍ଦାର
(D) ସିହା
Answer:
(A) ମଜହବି

5. ଭାରତରେ କେତୋଟି କଥ୍ୟ ଭାଷା ରହିଛି ?
(A) ୫୪୩
(C) ୫୪୫
(B) ୫୪୧
(D) ୫୪୪
Answer:
(D) ୫୪୪

6. ଭାରତରେ କେବେ ପାଶ୍ଚାତ୍ୟ ଶିକ୍ଷାର ପ୍ରଚଳନ ହୋଇଥିଲା ?
(A) ୧୮୮୩
(B) ୧୮୩୫
(C) ୧୮୫୩
(D) ୧୮୬୪
Answer:
(B) ୧୮୩୫

7. ପ୍ରାର୍ଥନା ସମାଜ କିଏ ଗଢ଼ିଥିଲେ ?
(A) ଗୋବିନ୍ଦ ରାନାଡ଼େ
(B) ଦୟାନନ୍ଦ ସରସ୍ବତୀ
(C) ବିବେକାନନ୍ଦ
(D) ଆନିବେସାନ୍ତ
Answer:
(A) ଗୋବିନ୍ଦ ରାନାଡ଼େ

8. ବଦ୍ରିନାଥ ଭାରତର କେଉଁ ଦିଗରେ ଅବସ୍ଥିତ ?
(A) ଉତ୍ତର
(B) ଦକ୍ଷିଣ
(C) ପୂର୍ବ
(D) ପଶ୍ଚିମ
Answer:
(A) ଉତ୍ତର

9. ରାମକୃ ଷ୍ଣ ମିଶନ କେଉଁ ମସିହାରେ ପ୍ରତିଷ୍ଠା କରାଯାଇଥିଲା ?
(A) ୧୮୯୨
(B) ୧୮୯୭
(C) ୧୮୯୫
(D) ୧୮୯୯
Answer:
(B) ୧୮୯୭

10. କଥାକଲି ନୃତ୍ୟଶୈଳୀ କେଉଁ ପ୍ରଦେଶରୁ ଉଦ୍ଭବ ହୋଇଛି ?
(A) କେରଳ
(B) ତାମିଲନାଡୁ
(C) ଆନ୍ଧ୍ରପ୍ରଦେଶ
(D) ମଣିପୁର
Answer:
(A) କେରଳ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

11. କେଉଁ ଧର୍ମ ଭାରତର ସର୍ବପୁରାତନ ଧର୍ମ ଭାବେ ପରିଚିତ ?
(A) ବୌଦ୍ଧଧର୍ମ
(B) ହିନ୍ଦୁଧର୍ମ
(C) ଜୈନଧର୍ମ
(D) ଇସଲାମ୍ ଧର୍ମ
Answer:
(B) ହିନ୍ଦୁଧର୍ମ

12. ବୈଦିକ ଯୁଗରେ କେଉଁ ଧର୍ମର ପ୍ରାଧାନ୍ୟ ରହିଥିଲା ?
(A) ଭକ୍ତିଧର୍ମ
(B) ଜୈନଧର୍ମ
(C) ବ୍ରାହ୍ମଣ୍ୟ ଧର୍ମ
(D) ଶିଙ୍ଖଧର୍ମ
Answer:
(C) ବ୍ରାହ୍ମଣ୍ୟ ଧର୍ମ

13. କିମ୍ବଦନ୍ତୀ ଅନୁଯାୟୀ ସମସ୍ତ ଭାରତୀୟ ନିଜକୁ କାହାର ସନ୍ତତିରୂପେ ବିବେଚନା କରିଥା’ନ୍ତି ?
(A) ଭରତ
(B) ଦୁଷ୍ମନ୍ତ
(C) ଯୁଧିଷ୍ଠିର
(D) ନକୁଳ
Answer:
(A) ଭରତ

14. କେଉଁମାନେ ସିନ୍ଧୁ ସଭ୍ୟତାର ସ୍ରଷ୍ଟା ଥିଲେ ?
(A) ଆର୍ଯ୍ୟ
(B) ଦ୍ରାବିଡ଼
(C) ନରଡ଼ିକ୍
(D) ମଙ୍ଗୋଲଏଡ଼୍
Answer:
(B) ଦ୍ରାବିଡ଼

15. ଭାରତୀୟ ସଂସ୍କୃତି ପ୍ରାୟ କେତେ ବର୍ଷଠାରୁ ଅଧ୍ଵକ ପୁରାତନ ?
(A) ଦୁଇ ହଜାର
(B) ତିନି ହଜାର
(C) ପାଞ୍ଚ ହଜାର
(D) ଛଅ ହଜାର
Answer:
(C) ପାଞ୍ଚ ହଜାର

16. ବୌଦ୍ଧଧର୍ମର ପ୍ରତିଷ୍ଠାତାଭାବେ କିଏ ପରିଚିତ ?
(A) ଶଙ୍କରାଚାର୍ଯ୍ୟ
(B) ମହାବୀର ଜୀନ
(C) ଗୌତମ ବୁଦ୍ଧ
(D) ଚୈତନ୍ୟ
Answer:
(C) ଗୌତମ ବୁଦ୍ଧ

17. କିଏ ଜୈନଧର୍ମର ଶେଷ ପ୍ରଚାରକ ଥିଲେ ?
(A) ଋଷଭନାଥ
(B) ଗୌତମ ବୁଦ୍ଧ
(C) ପାର୍ଶ୍ଵନାଥ
(D) ମହାବୀର ବର୍ଷମାନ
Answer:
(D) ମହାବୀର ବର୍ଷମାନ

18. କେଉଁ ଧର୍ମ ସଂପ୍ରଦାୟର ଲୋକେ ହୀନଯାନ ଓ ମହାଯାନ ନାମରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ?
(A) ବୌଦ୍ଧଧର୍ମ
(B) ଜୈନଧର୍ମ
(C) ଖ୍ରୀଷ୍ଟଧର୍ମ
(D) ଶାକ୍ତଧର୍ମ
Answer:
(A) ବୌଦ୍ଧଧର୍ମ

BSE Odisha 9th Class History Important Questions Chapter 12 ଭାରତୀୟ ସଂସ୍କୃତି : ବିଭିନ୍ନତାରେ ଏକତା

19. କେଉଁ ଧର୍ମ ସଂପ୍ରଦାୟର ଲୋକେ ଶ୍ୱେତାମ୍ବର ଓ ଦିଗମ୍ବର ନାମରେ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଥିଲେ ?
(A) ଶୈବଧର୍ମ
(B) ଜୈନଧର୍ମ
(C) ଶିଖ୍ ଧର୍ମ
(D) ବୌଦ୍ଧଧର୍ମ
Answer:
(B) ଜୈନଧର୍ମ

20. କେଉଁ ମାନଙ୍କ ମଧ୍ୟରେ ଗୋଷ୍ଠୀଗତ ବିଭାଜନ ଦେଖାଯାଏ ନାହିଁ ?
(A) ଇହୁଦୀ
(B) ଜୋରାଷ୍ଟରୀୟ
(C) ହିନ୍ଦୁ
(D) ଖ୍ରୀଷ୍ଟିଆନ୍
Answer:
(B) ଜୋରାଷ୍ଟରୀୟ

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Odisha State Board BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Important Questions and Answers.

BSE Odisha Class 9 History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Subjective Type Questions With Answers
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) କେବେ, କାହା ନେତୃତ୍ଵରେ ଓ କ’ଣ ପାଇଁ ଗଠିତ ହୋଇଥିଲା ?
Answer:

  • ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜ ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁଷର ପ୍ରତିପତ୍ତିକୁ ପ୍ରତିହତ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଠନ କରିଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା ସହିତ କାନାଡ଼ା, ବେଲଜିୟମ୍ , ହଲାଣ୍ଡ, ଲକ୍ସେମ୍ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍ସ ଓ ପର୍ତ୍ତୁଗାଲ୍ ଯୋଗ ଦେଇଥିଲେ ।
  • ଏହି ଚୁକ୍ତିରେ ଚୁକ୍ତିଭୁକ୍ତ ଗୋଟିଏ ଦେଶ ଉପରେ ଆକ୍ରମଣ ହେଲେ ସମସ୍ତ ସଭ୍ୟ ଦେଶ ଉପରେ ଆକ୍ରମଣ ହେଲା ବୋଲି ଧରିନେବାପାଇଁ ଏଥରେ ଉଲ୍ଲେଖ ଥିଲା ।
  • ଫେବୃୟାରୀ ୧୯୫୨ରେ ଗ୍ରୀସ୍ ଓ ତୁର୍କୀ ଏବଂ ମେ ୧୯୫୫ରେ ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ର ବା ପଶ୍ଚିମ ଜର୍ମାନୀ ଏହି ସାମରିକ ଚୁକ୍ତିରେ ଯୋଗ ଦେଇଥିଲେ ।
  • ଏହା ଫଳରେ ୧୯୪୯ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଟ୍‌ଲାଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରିଲେ ନାହିଁ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୨। ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ନେତୃତ୍ୱରେ କେବେ ଓ କେଉଁ ସାମରିକ ଚୁକ୍ତିଗୁଡ଼ିକ ସଂଗଠିତ ହୋଇଥିଲା ?
Answer:

  • ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ରୁଷ୍ଠ ପ୍ରତିପରିକୁ ପ୍ରତିରୋଧ କରିବାକୁ ଯାଇ ୧୧ଟି ଦେଶର ସହଯୋଗରେ ‘ଉତ୍ତର ଆଟ୍‌ଲାଣ୍ଟିକ୍ ରୁକ୍ତି ସଂଗଠନ’ ଗଢ଼ିଥିଲା । ୧୯୫୨ ମସିହାରେ ଗ୍ରୀସ୍ ଓ ତୁର୍କୀ ଏବଂ ୧୯୫୫ ମସିହାରେ ଜର୍ମାନୀ ଏହି ଚୁକ୍ତିରେ ଯୋଗ ଦେଇଥିଲେ ।
  • ୧୯୫୪ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ‘ଆନ୍‌ସ୍ ରାଜିନାମା’ (ANZUS PACT) ସ୍ବାକ୍ଷରିତ ହୋଇଥିଲା ।
  • ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ‘ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ’ ଗଠିତ ହୋଇଥିଲା । ସେହିଭଳି ୧୯୫୫ ମସିହାରେ ‘ବାଗଦାଦ୍ ଚୁକ୍ତି’ ସ୍ବାକ୍ଷରିତ ହୋଇଥିଲା ଯାହା ପରେ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ ନାମରେ ନାମିତ ହେଲା ଓ ଯୁକ୍ତରାଷ୍ଟ୍ର ଆମେରିକା ଏଥୁରେ ଯୋଗଦେଲା ।
  • ଏହିସବୁ ମେଣ୍ଟ ଗଠନ ବିରୋଧରେ ସାମ୍ୟବାଦୀ ରାଷ୍ଟ୍ରମାନେ ରୁଷ୍ ନେତୃତ୍ବରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୧୯୫୫ ମସିହାରେ ରାଜଧାନୀ ୱାରସ୍ଠାରେ ୧୯୫୫ ମସିହାରେ ‘ୱାରସ୍ ଚୁକ୍ତି’ ନାମକ ଏକ ସାମରିକ ଚୁକ୍ତିରେ ଆବଦ୍ଧ ହୋଇଥିଲେ ।

୩ । ୱାରସ୍ ଚୁକ୍ତି ସଙ୍ଗଠନ ଉପରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ ।
Answer:

  1. ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ସୋଭିଏତ୍ ରୁଷ୍ ନେତୃତ୍ୱରେ ତା’ର ଅନୁ ଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନେ ୧୯୫୫ ମସିହା ମେ ୧ ତାରିଖରେ ୱାରସ୍ ଚୁକ୍ତି ସ୍ୱାକ୍ଷର କଲେ ।
  2. ପୋଲାଣ୍ଡର ରାଜଧାନୀ ୱାର୍‌ସଠାରେ ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁ ମାନିଆ, ବୁଲ୍ ଗେରି ଆ, ଆଲ୍ ବାନି ଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଗଠିତ ଏହି ସାମରିକ ମେଣ୍ଟ ଶୀତଳ ଯୁଦ୍ଧକୁ ତୀବ୍ରତର କରିବାରେ ସହାୟକ ହୋଇଥିଲା ।
  3. ଚୁକ୍ତି ସ୍ୱାକ୍ଷରକାରୀ ରାଷ୍ଟ୍ରମାନେ ପୁଞ୍ଜିବାଦୀ ରାଷ୍ଟ୍ରଙ୍କର ଆକ୍ରମଣକୁ ମିଳିତଭାବେ ପ୍ରତିରୋଧ କରିବେ ବୋଲି ଘୋଷଣା କରିଥିଲେ ।
  4. ରସ୍ ଚୁକ୍ତି ସଙ୍ଗଠନ, ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଭଳି ଶୀତଳ ଯୁଦ୍ଧ ସମୟରେ ପ୍ରମୁଖ ସାମରିକ ମେଣ୍ଟ ଭାବେ କାର୍ଯ୍ୟ କଲା ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୪। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO) ଉପରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କର ।
Answer:

  • ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ଵରେ ‘ଦକ୍ଷିଣ-ପୂର୍ବ ଏସିଆ ‘ଚୁକ୍ତି ସଙ୍ଗଠନ’ (SEATO) ଗଠିତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ପାକିସ୍ତାନ ଓ ଫିଲିପାଇନ୍ସ ଏହାର ସଭ୍ୟ ହୋଇଥିଲେ । ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଢାଞ୍ଚାରେ ଏହାର ନୀତିମାନ ନିର୍ଦ୍ଧାରିତ ହୋଇଥିଲା ।
  • ଦକ୍ଷିଣ-ପୂର୍ବ ଏସିଆରେ ଯେକୌଣସି ଭାବରେ ପ୍ରତିରୋଧ କରି ସେହି ଅଞ୍ଚଳରେ ନିରାପତ୍ତା ରକ୍ଷା କରିବେ ବୋଲି ସ୍ଥିର ହେଲା ।
  • କିନ୍ତୁ ଭିଏତ୍‌ନାମ୍ ଯୁଦ୍ଧ ସମୟରେ ଏହି ଚୁକ୍ତିର କାର୍ଯ୍ୟକାରିତା ପରୀକ୍ଷିତ ହୋଇଥିଲା । ଦୀର୍ଘକାଳ ଯୁଦ୍ଧ ପରେ ସୋଭିଏତ୍ ସମର୍ଥ ଉତ୍ତର ଭିଏତ୍‌ନାମ୍, ୧୯୭୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥା ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
  • ଫଳସ୍ୱରୂପ, ଯୁକ୍ତରାଷ୍ଟ୍ର ଆମେରିକା ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥିଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ।

୫। ବାଗ୍‌ବାଦ୍ ଚୁକ୍ତି ଉପରେ ଏକ ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
Answer:

  • ୧୯୫୫ ମସିହାରେ ଇରାକ୍ଟର ରାଜଧାନୀ ବାଦଠାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ଏକ ସାମରିକ ଚୁକ୍ତି ସ୍ବାକ୍ଷରିତ ହୋଇଥିଲା ।
  • ଏହା ‘ବାଗ୍‌ଦାଦ୍ ଚୁକ୍ତି’ ନାମରେ ପରିଚିତ ।
  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ଏହି ମେଣ୍ଟରୁ ଓହରିଗଲା ଏବଂ ଏହାପରେ ଏହି ଚୁକ୍ତିର ନାମ ‘କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ’ ରଖାଗଲା ।
  • ଏଥୁରେ ଯୁକ୍ତରାଷ୍ଟ୍ର ଆମେରିକା ନୂତନ ସଭ୍ୟରୂପେ ଯୋଗ ଦେଇଥିଲା ।

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ କେବେ ଓ କାହିଁକି ଗଠିତ ହୋଇଥିଲା ? କେଉଁମାନେ ଏହାର ସଭ୍ୟ ରାଷ୍ଟ୍ର ଥିଲେ ?
Answer:

  1. ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖରେ ଦକ୍ଷିଣ ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବାପାଇଁ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ଗଠିତ ହୋଇଥିଲା ।
  2. ଏଥ‌ିରେ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ, ଥାଇଲାଣ୍ଡ, ଫିଲିପାଇନ୍ସ ଓ ପାକିସ୍ତାନ ସଭ୍ୟ ରାଷ୍ଟ୍ର ଥିଲେ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୨। ୱାରସ୍ ବୁକ୍ତି କେବେ, କେଉଁଠାରେ କେଉଁ ଉଦ୍ଦେଶ୍ୟରେ ସ୍ବାକ୍ଷରିତ ହୋଇଥିଲା ? କେଉଁ କେଉଁ ଦେଶ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ?
Answer:

  • ୧୯୫୫ ମସିହାରେ ପୋଲାଣ୍ଡର ରାଜଧାନୀ ୱାରସ୍ଠାରେ ୱାରସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ ମେଣ୍ଟ ଗଠନ ବିରୋଧରେ ଏହି ମେଣ୍ଟ ଗଠନ କରାଯାଇଥିଲା ।
  • ସୋଭିଏତ୍ ରୁଷ୍, ପୋଲାଣ୍ଡ, ହଙ୍ଗେରୀ, ରୁ ମାନି ଆ, ବୁଲ୍ ଗେରିଆ, ଆଲ୍ ବାନିଆ, ଚେକୋସ୍ଲୋଭାକିଆ ଓ ଜର୍ମାନ୍ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବା ପୂର୍ବ ଜର୍ମାନୀ ମଧ୍ୟରେ ଏହି ଚୁକ୍ତି ହୋଇଥିଲା ।

୩ । ଆନ୍ ସ୍ ରାଜିନାମା କେବେ ସ୍ୱାକ୍ଷରିତ ହୋଇଥିଲା ? ଏହା କେଉଁଥିପାଇଁ ଉଦ୍ଦିଷ୍ଟ ଥିଲା ?
Answer:

  • ୧୯୫୧ ମସିହାରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତ ରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍ଜସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥା ପରିଚାଳନା ନିମନ୍ତେ ଏହି ଚକ୍ତି ଉଦ୍ଦିଷ୍ଟ ଥିଲା ।

୪ । କିଏ କାହିଁକି ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଢ଼ିଥିଲା ?
Answer:

  1. ଯୁକ୍ତରାଷ୍ଟ୍ର ଆମେରିକା ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଢ଼ିଥିଲା ।
  2. ପଶ୍ଚିମ ଓ ମଧ୍ୟ ଇଉରୋପରେ ନିଜର ପ୍ରାଧାନ୍ୟ ବିସ୍ତାର ଓ ସୋଭିଏତ୍ ରୁଷ୍ ପ୍ରତିପତ୍ତିକୁ ପରାହତ କରିବା ଏହାର ଉଦ୍ଦେଶ୍ୟ ଥିଲା ।

୫ । କେବେ ଓ କାହିଁକି ‘ବାଗଦାଦ୍ ଚୁକ୍ତି’ର ନାମ ପରିବର୍ତ୍ତନ ହୋଇ କେନ୍ଦ୍ରୀୟ ଚୁକ୍ତି ସଙ୍ଗଠ ନ ରଖାଗଲା ?
Answer:

  • ୧୯୫୮ ମସିହାରେ ରାଜତନ୍ତ୍ରର ପତନ ଫଳରେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ।
  • ଏହାପରେ ଏହି ଚୁକ୍ତିର ନାମ ପରିବର୍ତ୍ତିତ ହୋଇ ‘କେନ୍ଦ୍ରୀୟ ଚୁକ୍ତି ସଙ୍ଗଠନ’ ରଖାଗଲା ।

୬ । କେବେ ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଠିତ ହୋଇଥିଲା ? ଏଥୁରେ କେଉଁ କେଉଁ ଦେଶ ଯୋଗ ଦେଇଥିଲେ ?
Answer:

  • ୧୯୪୯ ମସିହା ଏପ୍ରିଲ୍ ୪ ତାରିଖରେ ‘ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ’ ଗଠିତ ହୋଇଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ବେଲ୍ ଜିୟମ୍, ହଲାଣ୍ଡ, ଲକ୍ସେମ୍ବର୍ଗ, ଡେନ୍‌ମାର୍କ, ନରୱେ, ଆଇସ୍‌ଲାଣ୍ଡ, ବ୍ରିଟେନ୍, ଫ୍ରାନ୍‌ ସ, ଇଟାଲୀ ଓ ପର୍ଶୁ ଗାଲ୍ ଯୋଗ ଦେଇଥିଲେ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Objective Type Questions With Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ଶୀତଳ ଯୁଦ୍ଧ ଯୋଗୁଁ ଦୁଇ ମହାଶକ୍ତିଙ୍କ ନେତୃତ୍ୱରେ ପୃଥ‌ିବୀ କେତେ ଭାଗରେ ବିଭକ୍ତ ହୋଇଥିଲା ଓ କ’ଣ କ’ଣ?
Answer:
ଶୀତଳ ଯୁଦ୍ଧ ଯୋଗୁଁ ଦୁଇ ମହାଶକ୍ତିଙ୍କ ନେତୃତ୍ୱରେ ପୃଥ‌ିବୀ ଦୁଇଭାଗରେ ବିଭକ୍ତ ହୋଇଥିଲା; ଯଥା – ସାମ୍ୟବାଦୀ ଗୋଷ୍ଠୀ ଓ ପୁଞ୍ଜିବାଦୀ ଗୋଷ୍ଠୀ ।

୨। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ କେବେ ଗଢ଼ାଯାଇଥିଲା ?
Answer:
ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଏପ୍ରିଲ ୪, ୧୯୪୯ ମସିହାରେ ଗଢ଼ାଯାଇଥିଲା ।

୩ । ଗ୍ରୀସ୍ ଓ ତୁର୍କୀ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନରେ କେବେ ଯୋଗ ଦେଇଥିଲେ ?
Answer:
ଗ୍ରୀସ୍ ଓ ତୁର୍କୀ ୧୯୫୨ ମସିହାରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନରେ ଯୋଗ ଦେଇଥିଲେ ।

୪। ବ୍ରସେଲସ୍ ଚୁକ୍ତି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୪୮ ମସିହାରେ ବ୍ରସେଲସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।

୫। ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ବା SEATO କେବେ ଗଠିତ ହୋଇଥିଲା ?
Answer:
୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ ଦକ୍ଷିଣ- ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ବା SEATO ଗଠିତ ହୋଇଥିଲା ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୬। କେଉଁ ଘଟଣାରୁ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ?
Answer:
ଦୀର୍ଘଦିନ ଯୁଦ୍ଧ ହେବା ପରେ ୧୯୭୫ ମସିହାରେ ସୋଭିଏତ୍ ସମର୍ଥ ଉତ୍ତର ଭିଏତ୍‌ନାମଠାରୁ ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥାତ ଦକ୍ଷିଣ ଭିଏତ୍‌ନାମ୍ ହାରିଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଡ ହୋଇଥ୍ଲା ଏବଂ ଦକ୍ଷିଣ-ପୂର୍ବ ଏସିଆ ବୁ୍କ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ।

୭ । କେବେ ଓ କାହିଁକି ବାଦ୍ ଚୁକ୍ତିରୁ ଇରାକ୍ ଓହରି ଯାଇଥିଲା ?
Answer:
୧୯୫୮ ମସିହାରେ ରାଜତନ୍ତ୍ରର ପତନ ଯୋଗୁଁ ଇରାକ୍ ବାଦ୍ ଚୁକ୍ତିରୁ ଓହରି ଯାଇଥିଲା ।

୮ । ୱାରସ୍ ଚୁକ୍ତି କେବେ ଓ କାହା ମଧ୍ୟରେ ହୋଇଥିଲା ?
Answer:
ୱାରସ୍ ଚୁକ୍ତି ୧୯୫୫ ମସିହା ମେ ୧ ତାରିଖରେ ସୋଭିଏତ୍ ରୁଷ୍ ଓ ତା’ର ଅନୁଗାମୀ ଇଉରୋପୀୟ ସାମ୍ୟବାଦୀ ରାଷ୍ଟ୍ରମାନଙ୍କ ମଧ୍ୟରେ ହୋଇଥିଲା ।

୯ । ୱାରସ୍ କେଉଁ ଦେଶର ରାଜଧାନୀ ଥିଲା ?
Answer:
ୱାରସ୍ ପୋଲାଣ୍ଡର ରାଜଧାନୀ ଥିଲା ।

୧୦ । କେବେ ସୋଭିଏତ୍ ସଂଘର ବିଲୟ ଘଟିଥିଲା
Answer:
୧୯୯୧ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ।

୧୧ । ୧୯୮୫ ମସିହାରେ ସୋଭିଏତ୍ ପଲିଟିବ୍ୟୁରୋ ସାଧାରଣ ସମ୍ପାଦକ କିଏ ହୋଇଥିଲେ ?
Answer:
୧୯୮୫ ମସିହାରେ ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋ ସାଧାରଣ ସମ୍ପାଦକ ହୋଇଥିଲେ ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

୧। ଦକ୍ଷିଣ ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା କେଉଁ ସାମରିକ ମେଣ୍ଟ ଗଠନ କରିଥିଲା ?
Answer:
SEATO

୨। କେଉଁ ଯୁଦ୍ଧ ସମୟରେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ (SEATO)ର କାର୍ଯ୍ୟକାରିତା ପରୀକ୍ଷିତ ହୋଇଥିଲା ?
Answer:
ଭିଏତ୍‌ନାମ ଯୁଦ୍ଧ

୩ । କେଉଁ ଘଟଣା ପରେ ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଙ୍ଗଠନର ପରିସମାପ୍ତି ଘଟିଥିଲା ?
Answer:
ଭିଏତ୍‌ନାମ୍ ଯୁଦ୍ଧରେ ଆମେରିକାର ମର୍ଯ୍ୟାଦା କ୍ଷୁଣ୍ଣ

୪। ‘ବାଗ୍‌ଦାଦ୍ ଚୁକ୍ତି’ର ପରିବର୍ତ୍ତିତ ନାମ କ’ଣ ?
Answer:
କେନ୍ଦ୍ରୀୟ ଚୁକ୍ତି ସଂଗଠନ ବା CENTO

୫। ‘ୱାର୍‌ସ ଚୁକ୍ତି’ କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୫୫ ମେ ୧

୬। ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ ଉତ୍ତେଜନା ହ୍ରାସ ଓ ଶୀତଳ ଯୁଦ୍ଧର ଏକ ନୂତନ ରୂପର ନାମ କ’ଣ ?
Answer:
ଦେତା

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୭। କେଉଁ ସମୟ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ମଧ୍ୟରେ କ୍ରମାଗତ ଉତ୍ତେଜନା ଏକ ଆଣବିକ ଯୁଦ୍ଧରେ ରୂପାନ୍ତରିତ ହୋଇ ସମଗ୍ର ପୃଥ‌ିବୀକୁ ଧ୍ୱଂସାଭିମୁଖୀ କରିଦେବ ବୋଲି ସେମାନଙ୍କର ଧାରଣା ହେଲା ?
Answer:
୧୯୬୯ ରୁ ୧୯୭୮

୮ । ସୋଭିଏତ୍ ରୁଷର କେଉଁ ନେତାଙ୍କ ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ?
Answer:
ମିଖାଇଲ୍ ଗୋର୍ବାଚୋଭ୍

୯୮ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୪୯ ଏପ୍ରିଲ ୪

୧୦ । ବ୍ରସେଲସ୍ ଚୁକ୍ତି କେବେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୪୮ ମସିହା

୧୧ । ସୋଭିଏତ୍ ସାମ୍ୟବାଦୀ ଦଳର ସମସ୍ତ ନୀତି କାହାଦ୍ଵାରା ନିର୍ଦ୍ଧାରିତ ହେଉଥିଲା ?
Answer:
ସୋଭିଏତ୍ ପଲିଟିବ୍ୟୁରୋ

୧୨ । ‘ସାନ୍ ସାସାଲଭେଡ଼ର’ କାହାର ରାଜଧାନୀ ଥିଲା ?
Answer:
ଏଲ୍‌ ସାଲ୍ ଭେଡ଼ର

୧୩ । ପୃଥ‌ିବୀରେ ସାମରିକ ଗୋଷ୍ଠୀ ଗଠନ କରିବାରେ କେଉଁ ଦେଶ ଆଗୁଆ ଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୪ । ଜର୍ଜ ବୁଶ୍ ଓ ବୋରିସ୍ ୟେଲସିନ୍ କେବେ ଶୀତଳ ଯୁଦ୍ଧର ଅବସାନ ଘୋଷଣା କରିଥିଲେ ?
Answer:
୧୯୯୨ ମସିହା

୧୫ । ସୋଭିଏତ୍ ସଂଘର ବିଲୟ କେବେ ଘଟିଥିଲା ?
Answer:
୧୯୯୧ ଡିସେମ୍ବର

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୧୬ । ୧୯୫୮ ମସିହାରେ କେଉଁ ଦେଶରେ ରାଜତନ୍ତ୍ରର ପତନ ଘଟିଥିଲା ?
Answer:
ଇରାକ୍

୧୭ । ରୁଷ୍ କେଉଁ ରାଷ୍ଟ୍ରପତିଙ୍କ ସମୟରେ ଆମେରିକା ଓ ରୁଷ୍ ମଧ୍ୟରେ ସମ୍ପର୍କରେ ଉନ୍ନତି ହେଲା ?
Answer:
ଗୋର୍ବାଚେଭ୍

୧୮ । ଶୀତଳ ଯୁଦ୍ଧର ଅବସାନ ପାଇଁ ଆମେରିକାର କେଉଁ ରାଷ୍ଟ୍ରପତି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଜର୍ଜ ବୁଶ୍

୧୯ । ଶୀତଳ ଯୁଦ୍ଧ ସମୟରେ କେଉଁ ରାଷ୍ଟ୍ର ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ଵ ନେଇଥୁଲା ?
Answer:
ସୋଭିଏତ୍ ରୁଷ୍

୨୦ । ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ କେଉଁ ମସିହାରେ ଗଠିତ ହୋଇଥିଲା ?
Answer:
୧୯୫୪ ମସିହା

C. ଶୂନ୍ୟସ୍ଥାନ ପୂରଣ କର ।

୧ । __________ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ।
Answer:
୧୯୯୧

୨ । ଇରାନ୍ ବିଦ୍ରୋହ _________ ମସିହାରେ ହୋଇଥିଲା ।
Answer:
୧୯୭୯

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୩ । ________ ମସିହାରେ ବାଦ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
Answer:
୧୯୫୫

୪ । __________ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
Answer:
ବ୍ରସେଲସ୍

୫ । ୧୯୫୨ ମସିହାରେ _________ ର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ତାରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
Answer:
ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀ

୬। ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ୧୯୫୪ ମସିହାରେ ___________ ଠ।ରେ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।
Answer:
ଲଣ୍ଡନ

୭ । __________ ମସିହାରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ଗଢ଼ି ଉଠିଥିଲା ।
Answer:
୧୯୪୯

୮ । ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) ର ଅବସାନ __________ ମସିହାରେ ହୋଇଥିଲା ।
Answer:
୧୯୭୫

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୯ । ୧୯୫୮ ମସିହାରେ _________ ଦେଶ କେନ୍ଦ୍ରୀୟ ଚୁକ୍ତି ସଂଗଠନରେ ଯୋଗ ଦେଇଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୦ । ଆନଜସ୍ ରାଜି ନାମା’ ___________ ମସିହାରେ ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୫୧

୧୧ । ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) __________ ଦେଶର ନେତୃତ୍ୱରେ ଗଠିତ ହୋଇଥିଲା ।
Answer:
ଯୁକ୍ତରାଷ୍ଟ୍ର ଆମେରିକା

୧୨ । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ _________ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
ଆନଜସ୍

୧୩ । ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ଚୀନ୍‌ର ସାମ୍ୟବାଦୀ ପ୍ରଭାବକୁ ହ୍ରାସ କରିବା ପାଇଁ _________ ଗଠିତ ହୋଇଥିଲା ।
Answer:
ଦକ୍ଷିଣ ପୂର୍ବ ଏସିଆ ସଙ୍ଗଠନ ବା SEATO

D. ଠିକ୍ ଉକ୍ତି ପାଇଁ (✓) ବା ଭୁଲ ଉକ୍ତି ପାଇଁ (✗) ଲେଖ ।

୧। ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO)ରେ ଦଶଗୋଟି ରାଷ୍ଟ୍ର ଭାଗ ନେଇଥିଲେ ।
୨। ଜର୍ମାନୀ ୧୯୫୪ ମସିହାରେ NATO ରେ ଯୋଗ ଦେଇଥିଲା ।
୩ । ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତିପ୍ରତିଷ୍ଠା ପାଇଁ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
୪। ବ୍ରସେଲସ୍ ଚୁକ୍ତି ୧୯୪୭ରେ ସ୍ବାକ୍ଷରିତ ହୋଇଥିଲା ।
୫। ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ଚୀନ୍‌ର ସାମ୍ୟବାଦୀ ପ୍ରଭାବକୁ ହ୍ରାସ କରିବାପାଇଁ SEATO ଗଠିତ ହୋଇଥିଲା ।
୬ । SEATO ର ନେତୃତ୍ୱ ସୋଭିଏତ୍ ରୁଷ ନେଇଥିଲା ।
୭। ୧୯୫୫ ମସିହା ସେପ୍ଟେମ୍ବର ୮ ତାରିଖରେ SEATO ଗଠିତ ହୋଇଥିଲା ।
୮। ଯୁକ୍ତରାଷ୍ଟ୍ର ଆମେରିକା ୧୯୭୪ରେ ଦକ୍ଷିଣ ଭିଏତ୍‌ନାମ୍ ଉପରେ ବିଜୟ ହାସଲ କରିଥିଲା ।
୯ । ‘ବାଦ୍ ଚୁକ୍ତି’ ୧୯୫୪ ମସିହାରେ ସ୍ଵାକ୍ଷରିତ ହୋଇଥିଲା ।
୧୦ । ପାକିସ୍ତାନ ‘ବାଦ୍ ଚୁକ୍ତି’ରେ ସଦସ୍ୟ ନଥିଲା ।

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Answer:
୧। (✗)
୨। (✗)
୩ । (✓)
୪ । (✗)
୫ । (✓)
୬ । (✗)
୭ । (✗)
୮ । (✗)
୯ । (✗)
୧୦ । (✗)

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । chapter 9
‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ । chapter 9.1

F. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭ୍ରମ ସଂଶୋଧନ କର ।

୧। ଦକ୍ଷିଣ ପୂର୍ବ ଏସିଆ ଚୁକ୍ତି ସଂଗଠନରେ ୭ଗୋଟି ରାଷ୍ଟ୍ର ସଭ୍ୟ ଥିଲେ ।
Answer:
୮ ଗୋଟି

୨। ୧୯୫୫ ମସିହା ମେ’ ମାସ ୧ ତାରିଖରେ ଆନଜସ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
Answer:
ୱାରସ୍ ଚୁକ୍ତି

୩ । ପାକିସ୍ତାନ ୱାରସ ଚୁକ୍ତିରେ ସାମିଲ ହୋଇଥିଲା ।
Answer:
ବାଗଦାଦ୍

୪ । ୧୯୭୮ ମସିହା ଦେତାର ଅବସାନ ଘଟିଥିଲା ।
Answer:
୧୯୭୯

୫। ସୋଭିଏତ ସଂଘର ବିଲୟ ୧୯୯୦ ମସିହାରେ ଘଟିଥିଲା ।
Answer:
୧୯୯୧

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

୬ । ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ୧୯୫୦ ଏପ୍ରିଲ୍ ୪ ତାରିଖରେ ଗଠିତ ହୋଇଥିଲା ।
Answer:
୧୯୪୯

୭। ୧୯୫୮ ମସିହାରେ ଇରାନ୍ ବାଦ୍ ଚୁକ୍ତିରୁ ଓହରି ଯାଇଥିଲା ।
Answer:
ଇରାକ୍

୮। ଆନଜସ୍ ରାଜିନାମାରେ ୪ଗୋଟି ଦେଶ ସ୍ବାକ୍ଷର କରିଥିଲେ ।
Answer:
୩ ଗୋଟି

୯ । ବୋରିସ୍ ୟେଲସିନ୍‌ଙ୍କ ସଂସ୍କାରମୂଳକ ନୀତି ଶୀତଳ ଯୁଦ୍ଧର ଅବସାନ ନିମନ୍ତେ ମାର୍ଗ ପ୍ରସ୍ତୁତ କରିଥିଲା ।
Answer:
ମିଖାଇଲ୍ ଗୋର୍ବାଚୋ

୧୦ । କେନ୍ଦ୍ର ରୁଷ୍ ମଣ୍ଡଳର ରାଷ୍ଟ୍ରପତି ଥିଲେ ମିଖାଇଲ ଗୋର୍ବାଚେଲୁ ।
Answer:
ବୋରିସ୍ ୟେଲସିନ୍ ।

G. ଚାରୋଟି ସମ୍ଭାବ୍ୟ ବିକଳ୍ପ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

Question 1.
ଶୀତଳ ଯୁଦ୍ଧ ସମୟରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ସାମ୍ୟବାଦୀ ଗୋଷ୍ଠୀର ନେତୃତ୍ୱ ନେଇଥିଲା ?
(A) ଆମେରିକା
(B) ଚୀନ୍
(C) ସୋଭିଏତ୍ ରୁଷ୍
(D) ଜାପାନ
Answer:
(C) ସୋଭିଏତ୍ ରୁଷ୍

Question 2.
ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଙ୍ଗଠନ ନିମ୍ନୋକ୍ତ କେଉଁ ମସିହାରେ ଗଠିତ ହୋଇଥିଲା ?
(A) ୧୯୫୧
(C) ୧୯୫୩
(B) ୧୯୫୨
(D) ୧୯୫୪
Answer:
(D) ୧୯୫୪

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 3.
କେବେ ଇରାକ୍ ବାଗଦାଦ୍ ଚୁକ୍ତିରୁ ଓହରିଗଲା ?
(A) ୧୯୫୬
(B) ୧୯୫୭
(C) ୧୯୫୮
(D)୧୯୫୯
Answer:
(C) ୧୯୫୮

Question 4.
କେଉଁ ସାମ୍ୟବାଦୀ ରାଷ୍ଟ୍ର ‘ୱାରସ୍ ଚୁକ୍ତି’ର ସଦସ୍ୟ ନ ଥିଲା ?
(A) ପୋଲାଣ୍ଡ
(B) ହଙ୍ଗେରୀ
(C) ବୁଲଗେରିଆ
(D) ଚୀନ୍
Answer:
(D) ଚୀନ୍

Question 5.
ନିମ୍ନୋକ୍ତ କେଉଁ ମସିହାରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ?
(A) ୧୯୯୦
(B) ୧୯୯୧
(C) ୧୯୯୨
(D) ୧୯୯୫
Answer:
(B) ୧୯୯୧

Question 6.
କେବେ ନୂତନ ଶୀତଳ ଯୁଦ୍ଧର ସୂତ୍ରପାତ ହୋଇଥିଲା?
(A) ୧୯୭୭
(B) ୧୯୭୮
(C) ୧୯୭୯
(D) ୧୯୮୦
Answer:
(C) ୧୯୭୯

Question 7.
ନିମ୍ନୋକ୍ତ କେଉଁ ‘ମସିହାରେ ଆନ୍‌ସ୍ ରାଜିନାମା ସ୍ଵାକ୍ଷରିତ ହୋଇଥିଲା ?
(A) ୧୯୪୮
(B) ୧୯୪୯
(C) ୧୯୫୦
(D) ୧୯୫୧
Answer:
(B) ୧୯୪୯

Question 8.
କେବେ ବାଗ୍‌ଦାଦ୍ ଚୁକ୍ତି କେନ୍ଦ୍ରୀୟ ଚୁକ୍ତି ସଂଗଠନ ନାମରେ ନାମିତ ହେଲା ?
(A) ୧୯୪୯ ମସିହା
(B) ୧୯୫୨ ମସିହା
(C) ୧୯୫୫ ମସିହା
(D) ୧୯୫୮ ମସିହା
Answer:
(D) ୧୯୫୮ ମସିହା

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 9.
କେବେ ଦେର୍ତାର ଅବସାନ ଘଟିଲା ?
(A) ୧୯୭୮ ମସିହା
(B) ୧୯୭୯ ମସିହା
(C) ୧୯୮୫ ମସିହା
(D) ୧୯୯୦ ମସିହା
Answer:
(D) ୧୯୯୦ ମସିହା

Question 10.
କେବେ ଇରାକ୍ ‘ବାଗଦାଦ୍ ଚୁକ୍ତି’ ରୁ ଓହରିଗଲା ?
(A) ୧୯୬୦
(B) ୧୯୫୮
(C) ୧୯୫୬
(D) ୧୯୬୧
Answer:
(B) ୧୯୫୮

Question 11.
କେଉଁ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପୀୟ ସଂଘ ପ୍ରତିଷ୍ଠିତ ହେଲା ?
(A) ବ୍ରସେଲସ୍
(B) ମ୍ୟୁନିକ୍
(C) ଆଟଲାଣ୍ଟା
(D) ତାସ୍କେଣ୍ଟ୍
Answer:
(A) ବ୍ରସେଲସ୍

Question 12.
କେବେ ଶୀତଳ ଯୁଦ୍ଧର ପରିସମାପ୍ତି ଘଟିଲାବୋଲି ଘୋଷଣା କରାଗଲା ?
(A) ୧୯୯୧
(B) ୧୯୯୨
(C) ୧୯୯୩
(D) ୧୯୯୪
Answer:
(B) ୧୯୯୨

Question 13.
କେଉଁ ମସିହା ପରେ ସାମ୍ୟବାଦୀମାନେ ପଶ୍ଚିମ ଇଉରୋପ ଓ ଆଟଲାଣ୍ଟିକ୍ ଅଞ୍ଚଳରେ କ୍ଷମତା ବିସ୍ତାର କରିପାରି ନଥିଲେ ?
(A) ୧୯୪୨
(B) ୧୯୪୬
(C) ୧୯୪୯
(D) ୧୯୫୨
Answer:
(C) ୧୯୪୯

Question 14.
୧୯୫୨ ମସିହା ମେ ମାସ ୨୭ ତାରିଖରେ ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ କେଉଁଠାରେ ଏକ ଚୁକ୍ତି ସାକ୍ଷରିତ ହୋଇଥିଲା ?
(A) ପ୍ୟାରିସ୍
(B) ପୋଲାଣ୍ଡ
(C) ହଲାଣ୍ଡ
(D) ନରୱେ
Answer:
(A) ପ୍ୟାରିସ୍

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 15.
୧୯୫୪ ମସିହା ୨୮ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ କେଉଁଠାରେ ପଶ୍ଚିମ ଇଉରୋପୀୟ ରାଷ୍ଟ୍ରଙ୍କ ମଧ୍ୟରେ ବୁଝାମଣା ନିମନ୍ତେ ଏକ ସମ୍ମିଳନୀର ଆୟୋଜନ କରାଯାଇଥିଲା ?
(A) ସ୍ପେନ
(B) ଜାପାନ
(C) ଲଣ୍ଡନ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(C) ଲଣ୍ଡନ

Question 16.
ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀ ଗଠନକୁ କେଉଁ ଦେଶ ସମର୍ଥନ କରିନଥିଲେ ?
(A) ଇଂଲାଣ୍ଡ
(B) ପଶ୍ଚିମ ଜର୍ମାନୀ
(C) ଫ୍ରାନ୍ସ
(D) ନେଦରଲାଣ୍ଡ
Answer:
(C) ଫ୍ରାନ୍ସ

Question 17.
କେବେ ପଶ୍ଚିମ ଇଉରୋପୀୟ ସଂଘ ଜନ୍ମ ନେଇଥିଲା ?
(A) ୧୯୪୨
(B) ୧୯୪୫
(C) ୧୯୪୮
(D) ୧୯୪୯
Answer:
(C) ୧୯୪୮

Question 18.
ଦକ୍ଷିଣ -ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବକୁ ହ୍ରାସ କରିବା ନିମନ୍ତେ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖ ଦିନ କାହା ନେତୃତ୍ବରେ ଦକ୍ଷିଣ- ପୂର୍ବ ଏସିଆ ଚୁକ୍ତି ସଂଗଠନ ଗଠିତ ହୋଇଥିଲା ?
(A) ସୋଭିଏତ୍ ରୁଷ୍
(B) ସ୍ପେନ
(C) ଇଟାଲୀ
(D) ଯୁକ୍ତରାଷ୍ଟ୍ର ଆମେରିକା
Answer:
(D) ଯୁକ୍ତରାଷ୍ଟ୍ର ଆମେରିକା

Question 19.
ପାକିସ୍ତାନ କେଉଁ ସଂଗଠନର ସଦସ୍ୟ ଥିଲା ?
(A) ସିଆଟୋ
(B) ୱାର୍‌ସ ଚୁକ୍ତି
(C) ନାଟୋ
(D) ବାଗ୍‌ଦାଦ୍ ଚୁକ୍ତି
Answer:
(A) ସିଆଟୋ

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 20.
କେବେ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ଘଟିଥିଲା ?
(A) ୧୯୭୦
(B) ୧୯୭୨
(C) ୧୯୭୫
(D) ୧୯୭୬
Answer:
(C) ୧୯୭୫

Question 21.
୧୯୫୫ ମସିହାରେ ଇରାକ୍ ର ରାଜଧାନୀ ବାଗ୍‌ଦାରେ କେଉଁ ଚୁକ୍ତି ସାକ୍ଷରିତ ହୋଇଥିଲା ?
(A) ୱାର୍‌ସ ଚୁକ୍ତି
(B) ବାଦ୍ ଚୁକ୍ତି
(C) ଲଣ୍ଡନ ଚୁକ୍ତି
(D) ନାଟୋ
Answer:
(B) ବାଦ୍ ଚୁକ୍ତି

Question 22.
କେଉଁ ଦେଶ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(A) ଆଇସ୍‌ଲାଣ୍ଡ
(B) ନରୱେ
(C) ପର୍ତ୍ତୁଗାଲ
(D) ନେଦରଲାଣ୍ଡ
Answer:
(D) ନେଦରଲାଣ୍ଡ

Question 23.
କେଉଁ ଦେଶ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ସଭ୍ୟ ନୁହେଁ ?
(A) ସୋଭିଏତ୍ ରୁଷ୍
(B) ଫ୍ରାନ୍ସ
(C) ବ୍ରିଟେନ୍
(D) ଅଷ୍ଟ୍ରେଲିଆ
Answer:
(A) ସୋଭିଏତ୍ ରୁଷ୍

Question 24.
ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନରେ କେତେଜଣ ସଭ୍ୟ ଥିଲେ ?
(A) ୬ ଜଣ
(B) ୮ ଜଣ
(C) ୧୦ ଜଣ
(D) ୧୨ ଜଣ
Answer:
(B) ୮ ଜଣ

BSE Odisha 9th Class History Important Questions Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Question 25.
ୱାର୍‌ସ ଚୁକ୍ତିରେ କେତୋଟି ରାଷ୍ଟ୍ର ଯୋଗ ଦେଇଥିଲେ ?
(A) ୮ଟି
(B) ୧୫ଟି
(C) ୧୬ଟି
(D) ୧୮ଟି
Answer:
(A) ୮ଟି