BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

Odisha State Board BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା will enable students to study smartly.

BSE Odisha Class 9 History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ଶୀତଳ ଯୁଦ୍ଧ ଯୋଗୁଁ ପୃଥ‌ିବୀ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେଲା; ଯଥା – ସାମ୍ୟବାଦୀ ଗୋଷ୍ଠୀ ଏବଂ ପୁଞ୍ଜିବାଦୀ ଗୋଷ୍ଠୀ ।
  • ପରେ ଉଭୟ ଗୋଷ୍ଠୀ ପରସ୍ପର ସପକ୍ଷରେ ସାମରିକ ମେଣ୍ଟମାନ ଗଠନ କରିଥିଲେ ।
  • ଶୀତଳ ଯୁଦ୍ଧ ସମୟରେ ମହାକାଶ ଗବେଷଣା, ଆଣବିକ ଅସ୍ତ୍ର ପ୍ରସ୍ତୁତି ପାଇଁ ପ୍ରତିଦ୍ବନ୍ଦିତା, ଚନ୍ଦ୍ରପୃଷ୍ଠରେ ମାନବର ଅବତରଣ,ନୂତନ ପ୍ରଯୁକ୍ତି ବିଦ୍ୟା ଯୁଗର ଅୟମାରମ୍ଭ ଘଟିଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ବିଷୟବସ୍ତୁ ରୂପରେଖ:

  1. ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO)
  2. ଆନ୍‌ସ୍ ରାଜିନାମା (ANZUS PACT)
  3. ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO)
  4. ବାଗଦାଦ୍ ଚୁକ୍ତି
  5. କେନ୍ଦ୍ରୀୟ ଚୁକ୍ତି ସଂଗଠନ (CENTO)
  6. ୱାରସ୍ ଚୁକ୍ତି (WARSAW PACT)
  7. ଦେର୍ତା (DETENTE)
  8. ନୂତନ ଶୀତଳ ଯୁଦ୍ଧ (New Cold War)

→ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) :

  • ପଶ୍ଚିମ ଓ ମଧ୍ୟ ଇଉରୋପରେ ସୋଭିଏତ୍ ରୁଷର ପ୍ରତିପତ୍ତିକୁ ପ୍ରତିହତ କରିବାପାଇଁ ୧୯୪୯ ମସିହା ଏପ୍ରିଲ ୪ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକା ନେତୃତ୍ୱରେ ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ ବା NATO ଗଠିତ ହୋଇଥିଲା ।

→ ଆନ୍‌ସ୍ ରାଜିନାମା (ANZUS PACT) :

  • ୧୯୫୧ ମସିହାରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକା ଭାଗ ନେଇଥିଲେ ।
  • ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ତଥା ମିଳିତ ପ୍ରତିରକ୍ଷା ବ୍ୟବସ୍ଥାର ପରିଚାଳନା ଏହାର ଉଦ୍ଦେଶ୍ୟ ଥିଲା ।

→ ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) :

  1. ଦକ୍ଷିଣ-ପୂର୍ବ ଏସିଆରେ ରୁଷ୍ ଓ ସାମ୍ୟବାଦୀ ଚୀନ୍‌ର ପ୍ରଭାବ ହ୍ରାସ କରିବାପାଇଁ ୧୯୫୪ ମସିହା ସେପ୍ଟେମ୍ବର ୮ ତାରିଖରେ ଆମେରିକା ନେତୃତ୍ୱରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  2. ୧୯୪୮ ମସିହାରେ ବ୍ରସେଲସ୍ ଚୁକ୍ତି ଆଧାରରେ ପଶ୍ଚିମ ଇଉରୋପରେ ଐକ୍ୟ ପ୍ରତିଷ୍ଠା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

→ ବାଦ୍ ଚୁକ୍ତି :

  • ୧୯୫୫ ମସିହାରେ ବାର୍‌ଦ୍ୱାରେ ବ୍ରିଟେନ୍, ତୁର୍କୀ, ଇରାକ୍, ଇରାନ୍ ଓ ପାକିସ୍ତାନ ମଧ୍ୟରେ ଏହି ଚୁକ୍ତି ସ୍ଵାକ୍ଷରିତ ହୋଇଥିଲା ।

→  କେନ୍ଦ୍ରୀୟ ଚୁକ୍ତି ସଂଗଠନ (CENTO) :
ସାମରିକ ଗୋଷ୍ଠୀ ଗଠନ ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Chapter 9

  • ୧୯୫୮ ମସିହାରେ ବାଦ୍ ଚୁକ୍ତିରୁ ଇରାକ୍ ଓହରିଯିବାରୁ ଏହାକୁ କେନ୍ଦ୍ରୀୟ ଚୁକ୍ତି ସଂଗଠନ କୁହାଗଲା ଓ ଏଥିରେ ଆମେରିକା ନୂତନ ସଭ୍ୟଭାବେ ଯୋଗଦେଲା ।

→ ୱାରସ୍ ଚୁକ୍ତି (WARSAW PACT) :

  • ୧୯୫୫ ମସିହା ମେ ୧ ତାରିଖରେ ପୋଲାଣ୍ଡର ରାଜଧାନୀ ୱାରସ୍ତାରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
  • ଏହା ସୋଭିଏତ୍ ରୁଷ୍ ନେତୃତ୍ୱରେ ଗଠିତ ହୋଇଥିଲା । ପୁଞ୍ଜିବାଦୀ ରାଷ୍ଟ୍ରମାନଙ୍କର ଆକ୍ରମଣକୁ ମିଳିତଭାବେ ପ୍ରତିରୋଧ କରିବା ଏହାର ଉଦ୍ଦେଶ୍ୟ ଥିଲା ।

→ ଦୈର୍ତା (DETENTE) :

  • ୧୯୬୯ ମସିହାରୁ ୧୯୭୮ ମସିହା ମଧ୍ୟରେ ସୋଭିଏତ୍ ରୁଷ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଉତ୍ତେଜନା ହ୍ରାସ ପାଇଥିଲା । ଶୀତଳ ଯୁଦ୍ଧର ଏହି ପରିସ୍ଥିତିକୁ ଦୈର୍ତା (Detente) କୁହାଯାଉଥିଲା । ଏହି ସମୟରେ ଦୁଇ ବୃହତ୍ ଶକ୍ତି ମଧ୍ୟରେ ପାରସ୍ପରିକ ସହଯୋଗିତା ଦେଖାଦେଇଥିଲା ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

→ ନୂତନ ଶୀତଳ ଯୁଦ୍ଧ (New Cold War) :

  • ୧୯୭୯ ମସିହାରେ ଇରାନ୍ ବିଦ୍ରୋହ, ଚୀନ୍ – ଭିଏତ୍‌ନାମ୍ ଯୁଦ୍ଧ, ଏଲସାଲଭେଡ଼ରରେ ଯୁକ୍ତରାଷ୍ଟ୍ର ଆମେରିକାର ସଂପୃକ୍ତି ଏବଂ ଆଫଗାନିସ୍ତାନରେ ସୋଭିଏତ୍ ରୁଷର ହସ୍ତକ୍ଷେପ ଫଳରେ ଦୈତାର ଅବସାନ ହେଲା ଓ ଦୁଇ ମହାଶକ୍ତି ମଧ୍ୟରେ ପୁନଃ ଉତ୍ତେଜନା ଓ ଦ୍ବନ୍ଦ୍ବ ପ୍ରକାଶ ପାଇଲା ।
    ସାମରିକ ଗୋଷ୍ଠୀ ଗଠନ ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା Chapter 9.1
  • ପୋଲାଣ୍ଡ, ଚେକୋସ୍ଲୋଭାକିଆ, ଆଲ୍‌ବାନିଆ, ଯୁଗୋସ୍ଲୋଭିଆ, ବୁଲଗେରିଆ, ହଙ୍ଗେରୀ, ପୂର୍ବ ଜର୍ମାନୀ ପ୍ରଭୃତି ଦେଶରେ ସାମ୍ୟବାଦୀ ସରକାର ଗଠିତ ହୋଇଥିଲା ।
  • ଏହା ପୁରାତନ ଶୀତଳ ଯୁଦ୍ଧଠାରୁ ଭୟଙ୍କର ଜଣାଯାଉଥିଲେ ମଧ୍ୟ ଅସ୍ଥାୟୀ ଥିଲା ।
  • ୧୯୮୫ ମସିହାରେ ସୋଭିଏତ୍ ରୁଟ୍‌ରେ ମିଖାଇଲ୍ ଗୋର୍ବାଚେର୍‌ଙ୍କ ସଂସ୍କାରମୂଳକ ନୀତି ପ୍ରଣୟନ ଫଳରେ ଉଭୟ ମହାଶକ୍ତିଙ୍କ ମଧ୍ୟରେ ଶାନ୍ତି ଓ ସହାବସ୍ଥାନ ଭାବ ବୃଦ୍ଧି ପାଇଥିଲା ।
  • ୧୯୯୧ ମସିହା ଡିସେମ୍ବର ମାସରେ ସୋଭିଏତ୍ ସଂଘର ବିଲୟ ଘଟିଥିଲା ।
  • ୧୯୯୨ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ ମଣ୍ଡଳ (Russian Federation)ର ରାଷ୍ଟ୍ରପତି ବୋରିସ୍ ୟେଲ୍‌ସିନ୍ ଶୀତଳ ଯୁଦ୍ଧର ପରିସମାପ୍ତି ଘୋଷଣା କରିଥିଲେ ।

BSE Odisha 9th Class History Notes Chapter 9 ସାମରିକ ଗୋଷ୍ଠୀ ଗଠନ : ସଶସ୍ତ୍ରୀକରଣ ପାଇଁ ପ୍ରତିଦ୍ବନ୍ଦିତା

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ:

୧୯୪୯ ଖ୍ରୀ.ଅ. – (ଏପ୍ରିଲ୍ ୪) ଉତ୍ତର ଆଟ୍‌ଲାଣ୍ଟିକ୍ ଚୁକ୍ତି ସଂଗଠନ (NATO) ଗଠନ ।
୧୯୫୧ ଖ୍ରୀ.ଅ. – ଅଷ୍ଟ୍ରେଲିଆ, ନିଉଜିଲାଣ୍ଡ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆନ୍‌ସ୍ ରାଜିନାମା ସ୍ବାକ୍ଷରିତ ।
୧୯୫୨ ଖ୍ରୀ.ଅ. – ଗ୍ରୀସ୍ ଓ ତୁର୍କୀର ନାଟୋରେ ଯୋଗଦାନ; (ମେ ୨୭) ଇଉରୋପୀୟ ପ୍ରତିରକ୍ଷା ଗୋଷ୍ଠୀର ପ୍ରତିଷ୍ଠା ନିମନ୍ତେ ପ୍ୟାରିସ୍ଠାରେ ଏକ ଚୁକ୍ତି ସ୍ୱାକ୍ଷରିତ ।
୧୯୫୪ଖ୍ରୀ.ଅ. – (ସେପ୍ଟେମ୍ବର ୮) ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନ (SEATO) ଗଠନ ।
୧୯୫୫ ଖ୍ରୀ.ଅ. – ଜର୍ମାନୀ ସଂଯୁକ୍ତ ସାଧାରଣତନ୍ତ୍ରର ନାଟୋରେ ଯୋଗଦାନ; ବାଗ୍‌ଦାଦ୍ ଚୁକ୍ତି ସ୍ୱାକ୍ଷରିତ; (ମେ ୧) ରୁଷ୍ ଏବଂ ତା’ର ଅନୁଗାମୀମାନଙ୍କୁ ନେଇ ୱାରସ୍ ଚୁକ୍ତି ସ୍ବାକ୍ଷରିତ ।
୧୯୫୮ ଖ୍ରୀ.ଅ. – ଇରାକ୍ ବାଗ୍‌ଦାଦ୍ ଚୁକ୍ତିରୁ ଓହରିଯିବା ପରେ ଏହି ଚୁକ୍ତିର ନାମ କେନ୍ଦ୍ରୀୟ ଚୁକ୍ତି ସଂଗଠନ ରଖାଗଲା ଏବଂ ଆମେରିକା ଏହାର ସଭ୍ୟ ହେଲା ।
୧୯୭୫ ଖ୍ରୀ.ଅ. – ଦକ୍ଷିଣ-ପୂର୍ବ ଏସିଆ ଚୁକ୍ତି ସଂଗଠନର ପରିସମାପ୍ତି ।
୧୯୭୯ ଖ୍ରୀ.ଅ. – ନୂତନ ଶୀତଳ ଯୁଦ୍ଧର ସୂତ୍ରପାତି ଓ ଦେର୍ତାର ଅବସାନ ।
୧୯୮୫ ଖ୍ରୀ.ଅ. – ମିଖାଇଲ୍ ଗୋର୍ବାଚେଭ୍ ସୋଭିଏତ୍ ପଲିଟିବ୍ୟୁରୋର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ।
୧୯୯୧ ଖ୍ରୀ.ଅ. – ଡିସେମ୍ବର ସୋଭିଏତ୍ ସଂଘର ବିଲୟ ।
୧୯୯୨ ଖ୍ରୀ.ଅ. – ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜର୍ଜ ବୁଶ୍ ଓ କେନ୍ଦ୍ର ରୁଷ୍ମମଣ୍ଡଳର ରାଷ୍ଟ୍ରପତି ବୋରି ସ୍ ୟେଲସିନ୍‌ଙ୍କଦ୍ଵାରା ଶୀତଳ ଯୁଦ୍ଧର ଅବସାନ ଘୋଷଣା ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

Odisha State Board BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା will enable students to study smartly.

BSE Odisha Class 9 Maths Notes Algebra Chapter 2 ବାସ୍ତବ ସଂଖ୍ୟା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଗଣନ ସଂଖ୍ୟା ବା ସ୍ଵାଭାବିକ ସଂଖ୍ୟା (Natural Number) :
(i) ସମସ୍ତ ଗଣନ ସଂଖ୍ୟା (Counting Numbers) କିମୃ। ସ୍ଵାଭାବିକ ସଂଖ୍ୟା (Natural Numbers) ସେଟ୍ (N) = {1, 2, 3, …….} ।
(ii) ସମସ୍ତ ପୂର୍ଣସଂଖ୍ୟା (Integers) ମାନଙ୍କର ସେଟ୍ (Z) = {….. – 3, − 2, – 1, 0, 1, 2, 3,….} ଅର୍ଥାତ୍ ଗଣନ ସଂଖ୍ୟା, 0 (ଶୂନ) ଏବଂ ସମସ୍ତ ଋଣାତ୍ମକ ପୂର୍ବସଂଖ୍ୟାର ସେଟ୍ । 
(iii) N ସେଟ୍‌ରେ 0 (ଶୂନ) ଉପାଦାନଟିକୁ ନେଇ ବିଚାର କଲେ ସଂପ୍ରସାରିତ ସ୍ବଭାବିକ ସଂଖ୍ୟା ସେଟ୍ (N*) ମିଳିଥାଏ ।
N* = {0, 1, 2, 3,…….}

  • ଶୂନ (0) ଏବଂ ଋଣାତ୍ମକ ପୂର୍ଣ୍ଣସଂଖ୍ୟା (…… – 3, – 2, – 1) ପ୍ରାଚୀନ ଭାରତୀୟଙ୍କ ଅବଦାନ ।
  • ବ୍ରହ୍ମଗୁପ୍ତଙ୍କ ଦ୍ବାରା ରଚିତ ବ୍ରହ୍ମସିଦ୍ଧାନ୍ତ ପୁସ୍ତକରେ ଋଣାତ୍ମକ ସଂଖ୍ୟା ଉଲ୍ଲେଖ କରାଯାଇଛି ।

(iv) ସମସ୍ତ ପରିମେୟ ସଂଖ୍ୟା (Rational Numbers) ମାନଙ୍କ ସେଟ୍ Q = {\(\frac{p}{q}\) : p ଓ ରୁ ପୂର୍ବସଂଖ୍ୟା ଓ q ≠ 0} 
ମନେରଖ : ଯେକୌଣସି ପୂର୍ବସଂଖ୍ୟା ମଧ୍ୟ ଗୋଟିଏ ପରିମେୟ ସଂଖ୍ୟା ।
(v) N, N*, Z ଓ Q ମଧ୍ୟରେ ସମ୍ବନ୍ଧ : N ⊂ N* ⊂ Z ⊂ Q

N ସେଟ୍‌ରେ ଯୋଗ ଓ ଗୁଣନ ପ୍ରକ୍ରିୟାର ବୀଜଗାଣିତିକ ଧର୍ମ :
ଏଠାରେ ବ୍ୟବହୃତ ସଙ୍କେତ m, n ଓ p ପ୍ରତ୍ୟେକ ଗୋଟିଏ ଗୋଟିଏ ଗଣନ ସଂଖ୍ୟା । ଅର୍ଥାତ୍ m, n, p ∈ N
ଯୋଗ ପ୍ରକ୍ରିୟାର ଧର୍ମ :
(i) ସଂବୃତ୍ତି ନିୟମ (Closure property) : m + n ∈ N ଅର୍ଥାତ୍ ଦୁଇଟି ଗଣନ ସଂଖ୍ୟାର ଯୋଗଫଳ ଏକ ଗଣନ ସଂଖ୍ୟା ।
(ii) କ୍ରମ ବିନିମୟୀ ଧର୍ମ (Commutative property) : m + n = n + m
(iii) ସହଯୋଗୀ ଧର୍ମ (Associative property) : m + (n + p) = (m + n) + p

ଗୁଣନ ପ୍ରକ୍ରିୟାର ଧର୍ମ :
(iv) ସଂବୃତ୍ତି ଧର୍ମ : mn ∈ N ଅର୍ଥାତ୍ ଦୁଇଟି ଗଣନ ସଂଖ୍ୟାର ଗୁଣଫଳ ଏକ ଗଣନ ସଂଖ୍ୟା ।
(v) କ୍ରମବିନିମୟୀ ଧର୍ମ ; mn = nm
(vi) ସହଯୋଗୀ ଧର୍ମ : m (np) = (mn) p
(vii) ଅଭେଦ ଧର୍ମ (Identity property) : ଗୁଣନ ପ୍ରକ୍ରିୟାରେ ସଂଖ୍ୟା 1 (ଏକ) ଅଭେଦ ଓ m · 1 = 1 · m = m
{1କୁ ଗୁଣନାତ୍ମକ ଅଭେଦ (Multiplicative Identity) କୁହାଯାଏ ।}
(viii) ବଣ୍ଟନ ଧର୍ମ (Distributive property) : m(n + p) = mn + mp ଅର୍ଥାତ୍‌ ଗୁଣନ ପ୍ରକ୍ରିୟା ଯୋଗ ପ୍ରକ୍ରିୟାକୁ ବଣ୍ଟନ କରିଥାଏ ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ଗଣନ ସଂଖ୍ୟାର କ୍ରମ (Order) :
N ସେଟ୍‌ରେ ଉପାଦାନଗୁଡ଼ିକ କ୍ରମିତ (Ordered) I N ସେଟ୍‌ରେ 1 < 2 < 3 < 4 …….

ଯୋଗର ଅଭେଦ ଧର୍ମ (Additive Identity) :
ଯେକୌଣସି ଉପାଦାନ m – N* ହେଲେ 0 + m = m |
{0 କୁ ଯୋଗାତ୍ମକ ଅଭେଦ (Additive Identity) କୁହାଯାଏ ।}
N* ସେଟ୍‌ର ସିଦ୍ଧ ହେଉଥ‌ିବା ଯୋଗ ଓ ଗୁଣନ ପ୍ରକ୍ରିୟାର ସମସ୍ତ ଧର୍ମ ପୂର୍ବସଂଖ୍ୟା ସେଟ୍ Zରେ ସତ୍ୟ ଅଟନ୍ତି ।

ଯୋଗ ପ୍ରକ୍ରିୟାପାଇଁ ବିଲୋମୀ ଧର୍ମ (Inverse Property) :
ଯେକୌଣସି ସେଟ୍‌ରେ ପୂର୍ଣ୍ଣସଂଖ୍ୟା m ପାଇଁ ଏହାର ବିଲୋମୀ (Inverse) ଟି – m ଓ – m ∈ Z
ଏବଂ m+ (-m) = 0 = (-m) + m ଏଠାରେ m ଓ – m ପରସ୍ପର ବିଲୋପୀ ଅଟନ୍ତି ।
ଶୂନର ଯୋଗାତ୍ମକ ବିଲୋମୀ 0 

ପୂର୍ବସଂଖ୍ୟା ସେଟ୍‌ରେ ବୀଜଗାଣିତିକ ଧର୍ମ :
Z ସେଟ୍‌ଟି ମଧ୍ୟକ୍ରମିକ ଅର୍ଥାତ୍ … < – 4 < – 3 < – 2 < – 1 < 0 < 1 < 2 < 3 < ……. । 
ଦୁଇଗୋଟି ପୂର୍ବ ସଂଖ୍ୟାର ବିୟୋଗଫଳ ଏକ ପୂର୍ବସଂଖ୍ୟା । ତେଣୁ ବିୟୋଗ ପ୍ରକ୍ରିୟାଟି Z ସେଟ୍‌ରେ ସଂବୃତ୍ତି ନିୟମ ପାଳନ କରେ । ମାତ୍ର ବିୟୋଗ ପ୍ରକ୍ରିୟା ସହଯୋଗୀ କିମ୍ବା କ୍ରମବିନିମୟୀ ନିୟମ ପାଳନ କରେ ନାହିଁ ।
ପୂର୍ବସଂଖ୍ୟାମାନଙ୍କ ପାଇଁ ନିମ୍ନଲିଖ ଉକ୍ତିଗୁଡ଼ିକ ସତ୍ୟ –
(i) -(-m) m (ii) (-m) (-n) = mn (iii) 0 × m = m × 0 = 0

କେତେକ ଗୁରୁତ୍ଵପୂର୍ତ୍ତି ଧାରଣା :
(a) ଇଉକ୍ଲିଡାୟ ପଦ୍ଧାତି (Euclidean algorithm):
P > 1 ଏକ ସ୍ବାଭାବିକ ସଂଖ୍ୟା ଓ n ଏକ ପୂର୍ଣ୍ଣସଂଖ୍ୟା ହେଲେ, n = mp + r
ଯେଉଁଠାରେ m r ପୂର୍ଣ୍ଣସଂଖ୍ୟା ଓ 0 < 1 < p n = mp + r ପରିପ୍ରକାଶଟି ଅନନ୍ୟ ।
ଏଠାରେ n = ଭାଜ୍ୟ (devidend), p = ଭାଜକ (divisor), m = ଭାଗଫଳ (quotient) ଓ r = ଭାଗଶେଷ (remainder ବା residue) |
ଅର୍ଥାତ୍ ଭାଜ୍ୟ = ଭାଜକ x ଭାଗଫଳ + ଭାଗଶେଷ
ଯଦି ଭାଗପ୍ରକ୍ରିୟାର r = 0, ତେବେ ଆମେ କହିଥାଉ n ସଂଖ୍ୟାଟି p ଦ୍ୱାରା ବିଭାଜ୍ୟ ।

(b) ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା (Even and Odd Numbers) :

  • ଯେଉଁ ପୂର୍ଣ୍ଣସଂଖ୍ୟା 2 ଦ୍ବାରା ବିଭାଜ୍ୟ ତାହାକୁ ଯୁଗ୍ମ ସଂଖ୍ୟା (Even numbers) କୁହାଯାଏ । ଏହାର ସାଧାରଣ ରୂପ 2m (m ∈ Z) ।
  • ଯେଉଁ ସଂଖ୍ୟାଗୁଡ଼ିକ 2 ଦ୍ୱାରା ବିଭାଜ୍ୟ ନୁହଁନ୍ତି ସେମାନଙ୍କୁ ଅଯୁଗ୍ମ ସଂଖ୍ୟା କୁହାଯାଏ ।
    ଏହାର ସାଧାରଣ ରୂପ 2m + 1 (m ∈ Z) ।
  • ଦୁଇଟି ସଂଖ୍ୟା ପରସ୍ପର ମୌଳିକ (relatively prime) ଯଦି ହୁଏ ସେମାନଙ୍କ ଗ.ସା.ଗୁ. 1 ହେବ । m ଓ
    n ପରସ୍ପର ମୌଳିକ ଯଦି (m, n) = 1 ।

(c) ମୌଳିକ ସଂଖ୍ୟା ଓ ଯୌଗିକ ସଂଖ୍ୟା (Prime and Composite Numbers) :
(i) ଯେଉଁ ସଂଖ୍ୟାଟି 1 ଓ ସେହି ସଂଖ୍ୟାଦ୍ଵାରା ବିଭାଜ୍ୟ ତାହାକୁ ମୌଳିକ ସଂଖ୍ୟା କୁହାଯାଏ ।
(ii) ଯେଉଁ ସଂଖ୍ୟା l ଓ ସେହି ସଂଖ୍ୟା ବ୍ୟତୀତ ଅନ୍ୟ ସଂଖ୍ୟାଦ୍ୱାରା ବିଭାଜ୍ୟ ତାହାକୁ ଯୌଗିକ ସଂଖ୍ୟା କୁହାଯାଏ ।
(iii) ପ୍ରତ୍ୟେକ ଗଣନ ସଂଖ୍ୟାର ସେ ନିଜେ ଓ 1 ଉତ୍ପାଦକଦ୍ବୟ ରହିଲେ ଏହି ଦୁଇଗୋଟି ଉତ୍ପାଦକକୁ ନଗଣ୍ୟ ଉତ୍ପାଦକ (Trivial factors) କୁହାଯାଏ । ମାତ୍ର ଯୌଗିକ ସଂଖ୍ୟାମାନଙ୍କର ନଗଣ୍ୟ ଉତ୍ପାଦକ ବ୍ୟତୀତ ଗଣ୍ୟ ଉତ୍ପାଦକ (Not-trivial factors) ଥାଏ ।

{1 ଓ 11000 ମଧ୍ୟରେ 168ବି, 1000 2000 ମଧ୍ୟରେ 135ବି, 2000ରୁ 3000 ମଧ୍ୟରେ 127ବି, 3000ରୁ 4000 ମଧ୍ଯରେ 120ଟି, 4000ରୁ 5000 ମଧ୍ୟରେ 119ଟି ମୌଳିକ ସଂଖ୍ୟା ଅଛି ।}

(iv) ସ୍ଵାଭାବିକ ସଂଖ୍ୟାର ଉତ୍ପାଦକୀକରଣ ଅନନ୍ୟ (Unique), ଅର୍ଥାତ୍ କୌଣସି ସ୍ଵାଭାବିକ ସଂଖ୍ୟାକୁ ଦୁଇ ପ୍ରକାର ମୌଳିକ ସଂଖ୍ୟାର ଉତ୍ପାଦକର ଗୁଣଫଳରେ ପ୍ରକାଶ କରାଯାଇନପାରେ ।

  • 1 ଭିନ୍ନ ପ୍ରତ୍ୟେକ ସ୍ଵାଭାବିକ ସଂଖ୍ୟା ଅନନ୍ୟ ଭାବରେ ମୌଳିକ ସଂଖ୍ୟାର ଗୁଣଫଳରୂପେ ପ୍ରକାଶ କରାଯାଇପାରେ
  • ଏହି ତଥ୍ୟ Fundamental Theorem of Arithmetic ବା Unique Factorisation Theorem ନାମରେ ଅଭିହିତ ।
  • 1 ଏକ ମୌଳିକ ସଂଖ୍ୟା ନୁହେଁ ।

(v) ଯୌଗିକ ସଂଖ୍ୟାର ମୌଳିକ ରାଶିମାନଙ୍କର ଉତ୍ପାଦକୀକୃତ ରୂପକୁ (Standard) ବା (Canonical) ରୂପ କୁହାଯାଏ । ଏ ପରିମେୟ ସଂଖ୍ୟା

ପରିମେୟ ସଂଖ୍ୟା (Rational Numbers) :
ପରିମେୟ ସଂଖ୍ୟା ସେଟ୍ ଠୁକୁ ବିଚାର କଲେ ଚାରିଟିଯାକ ପ୍ରକ୍ରିୟା (ଯୋଗ, ବିୟୋଗ, ଗୁଣନ ଓ ହରଣ) ସଂବୃତ୍ତି ନିୟମ ପାଳନ କରନ୍ତି । କେବଳ ହରଣ କ୍ଷେତ୍ରରେ ଭାଜକଭାବେ ରହିଥିବା ପରିମେୟ ସଂଖ୍ୟାଟି ଅଣଶୂନ୍ୟ ହେବା ଆବଶ୍ୟକ । ଯୋଗ ଓ ଗୁଣନ ପ୍ରକ୍ରିୟା ଦ୍ଵୟ ପାଇଁ ନିମ୍ନଲିଖ ବୀଜଗାଣିତିକ ନିୟମଗୁଡ଼ିକ ସତ୍ୟ । ଏଠାରେ x, y, z ∈ Q

ଯୋଗ ପ୍ରକ୍ରିୟାର ନିୟମ :
(i) ସଂବୃତ୍ତି ନିୟମ : x + y = Q
(ii) କ୍ରମବିନିମୟୀ ନିୟମ : x + y = y + x
(iii) ସହଯୋଗୀ ନିୟମ : x + (y + z) = (x + y) + z
(iv) ଅଭେଦ ନିୟମ : x + 0 = x (‘0’ କୁ ଯୋଗାତ୍ମକ ଅଭେଦ କୁହାଯାଏ)
(v) ବିଲୋମୀ ନିୟମ : x + (− x) = 0 (x ଓ – x ପରସ୍ପର ଯୋଗାତ୍ମକ ବିଲୋମୀ)

ଗୁଣନା ପ୍ରକ୍ରିୟାର ନିୟମ :
(i)ସଂବୃତ୍ତି ନିୟମ : xy ∈ Q
(ii) କ୍ରମବିନିମୟୀ ନିୟମ : xy = yx
(iii) ସହଯୋଗୀ ନିୟମ : x (yz) = (xy) z
(iv) ଅଭେଦ ନିୟମ : x · 1 = x (1କୁ ଗୁଣନାତ୍ମକ ଅଭେଦ କୁହାଯାଏ ।)
(v) ବିଲୋମୀ ନିୟମ : x(x ≠ 0)ର ବିଲୋମୀ \(\frac{1}{x}\) (କିମ୍ବା x-1) ଓ x . \(\frac{1}{x}\) = 1 (x ଓ \(\frac{1}{x}\) ପ୍ରତ୍ୟେକ ପରସ୍ପରର ଗୁଣନାତ୍ମକ ବିଲୋମୀ ।)

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ଯୋଗ ଓ ଗୁଣନ ପ୍ରକ୍ରିୟାଦ୍ୱୟର ନିୟମ :
(i) ବଣ୍ଟନ ନିୟମ : x(y + z) = xy + xz |
(ii) ଯେଉଁ ସେଟ୍‌ର ଉପାଦାନଗୁଡ଼ିକ ଉପରୋକ୍ତ ଯୋଗାତ୍ମକ, ଗୁଣନାତ୍ମକ ତଥା ବଣ୍ଟନ ନିୟମ ପାଳନ କରୁଥୁବେ, ସେହି ସେଟ୍‌କୁ ଗୋଟିଏ ଫିଲ୍ଡ (Field) କୁହାଯାଏ । ପରିମେୟ ସଂଖ୍ୟା ସେଟ୍ Q ଏକ ଫିଲ୍ଡ 

  • Q ସେଟ୍‌ରେ ଗୁଣନର ବିଲୋମୀ ନିୟମ ସତ୍ୟ; ମାତ୍ର ଏହା Z ସେଟ୍‌ରେ ସତ୍ୟ ହେଉନଥିଲା ।
  • a + a + a + ….. (n ଥର) = na ଓ a × a × a × ….. (n ଥର) = an ⇒ an ସଂକେତକୁ ପ୍ରଥମେ ଫରାସୀ ଗଣିତଜ୍ଞ (Rene Descartes) ବ୍ୟବହାର କରିଥିଲେ ।

ପରିମେୟ ସଂଖ୍ୟା କ୍ଷେତ୍ରରେ ନିମ୍ନଲିଖ୍ ଅସମୀକରଣଗୁଡ଼ିକ ସତ୍ୟ ଅଟନ୍ତି ।

(i) ତ୍ରିମୁଖୀ ନିୟମ : ଦୁଇଗୋଟି ପରିମେୟ ସଂଖ୍ୟା x ଓ y ଦିଆଯାଇଥିଲେ ତୁଳନା କରି କହିହେବ
(a) x > y, (b) x < y କିମ୍ବା (c) x = y ଏହାକୁ ତ୍ରିମୁଖୀ ନିୟମ (Trichotomy law) କୁହାଯାଏ ।
ମନେକର x = \(\frac{p}{q}\) ଓ y = \(\frac{r}{s}\); p, q, r, s ∈ Z ଓ q ≠ 0 ଓ s ≠ 0
x < y ବା \(\frac{p}{q}\) < \(\frac{r}{s}\) ଯଦି ଓ କେବଳ ଯଦି ps < qr ବା ps – qr < 0
x > y ବା \(\frac{p}{q}\) > \(\frac{r}{s}\) ଯଦି ଓ କେବଳ ଯଦି ps > qr ବା ps – qr > 0

(ii) ନିମ୍ନଲିଖ୍ ଅସମୀକରଣଗୁଡ଼ିକ ସତ୍ୟ ଅଟନ୍ତି ଯେଉଁଠାରେ x, y, z ∈ Q।
(a) x < y ଓ y < z ହେଲେ x < z ଏହା ସଂକ୍ରମୀ ନିୟମ (Law of transitivity) ଅଟେ ।
(b) x < y ହେଲେ x + z < y + z
(c) x < y ଓ z > 0 ହେଲେ xz < yz
(d) x < y ଓ z < 0 ହେଲେ xy > yz
(e) 0 < x < y ହେଲେ \(\frac{1}{x}\) > \(\frac{1}{y}\) ଓ y < x < 0 ହେଲେ \(\frac{1}{y}\) > \(\frac{1}{x}\)

ପରିମେୟ ସଂଖ୍ୟାରି ଘନତୃ (Density of Rational Numbers) :
ଯେକୌଣସି ଦୁଇଟି ପରିମେୟ ସଂଖ୍ୟା ମଧ୍ୟବର୍ତ୍ତୀ ଅସଂଖ୍ ପରିମେୟ ସଂଖ୍ୟା ଥାଏ ।
a ଓ b ଦୁଇଟି ପରିମେୟ ସଂଖ୍ୟା ଏବଂ a < b ହେଲେ a < \(\frac{a+b}{2}\) < b

ପରିମେୟ ସଂଖ୍ୟାର ଦଶମିକ ରୂପ :

  1. \(\frac{p}{q}\) (q ≠ 0) ପରିମେୟ ସଂଖ୍ୟାରେ pକୁ ପୃଦ୍ୱାରା ଭାଗକଲେ କେତେକ କ୍ଷେତ୍ରରେ ଭାଗ ପ୍ରକ୍ରିୟାଟିର ପରିସମାପ୍ତି ଘଟେ ଓ ଆଉ କେତେକ କ୍ଷେତ୍ରରେ ଭାଗ ପ୍ରକ୍ରିୟାର ପରିସମାପ୍ତି କେବେହେଲେବି ଘଟେ ନାହିଁ 
  2. ଯେଉଁ ଭଗ୍ନସଂଖ୍ୟାରେ ଭାଗପ୍ରକ୍ରିୟାର ପରିସମାପ୍ତି ଘଟିଥାଏ, ତାହାକୁ ସସୀମ ବା ସରନ୍ତି (terminating) ଦଶମିକ ଭଗ୍ନସଂଖ୍ୟା କୁହାଯାଏ ।
    \(\frac{1}{2}\) = 0.5, \(\frac{1}{4}\) = 0.25, \(\frac{1}{5}\) = 0.2 ଇତ୍ୟାଦି ସସୀମ ଦଶମିକ ଭଗ୍ନସଂଖ୍ୟା ।
  3. ଯେଉଁ ଭଗ୍ନସଂଖ୍ୟାରେ ଭାଗପ୍ରକ୍ରିୟାର ପରିସମାପ୍ତି ଘଟେ ନାହିଁ ତାହାକୁ ଅସୀମ ବା ଅସରନ୍ତି (non-terminating) ଦଶମିକ ଭଗ୍ନସଂଖ୍ୟା କୁହାଯାଏ ।
    \(\frac{1}{3}\) = 0.3333 ….., \(\frac{1}{7}\) = 0.14285714285714 ….., \(\frac{5}{6}\) = 0.83333 …., ଇତ୍ୟାଦି ଅସୀମ ଦଶମିକ ଭଗ୍ନସଂଖ୍ୟା
  4. ଯେଉଁ ଦଶମିକ ଭଗ୍ନସଂଖ୍ୟାରେ ଦଶମିକ ବିନ୍ଦୁ ପରବର୍ତ୍ତୀ ଗୋଟିଏ ଅଙ୍କ ବା ଏକାଧିକ ଅଙ୍କମାନ ବାରମ୍ବାର କ୍ରମାନ୍ୱୟରେ ଆବିର୍ଭାବ ହୁଏ, ତାହାକୁ ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟା (Recurring Decimals) କୁହାଯାଏ ।
    0.3333 ….. = \(0 . \overline{3}\) = 0.14285714285714 = \(0 \cdot \overline{142857}\), 0.8333 ….. = \(0 . \overline{83}\) ଇତ୍ୟାଦି ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟା 

ପ୍ରତ୍ୟେକ ପରିମେୟ ସଂଖ୍ୟା ଦୁଇଟି ରୂପରେ ପ୍ରକାଶିତ ହୋଇପାରେ; ଯଥା :
(a) ସସୀମ ଦଶମିକ (terminating decimals) ରୂପ ଏବଂ
(b) ଅସୀମ ପୌନଃପୁନିକ ଦଶମିକ (non-terminating and recurring decimals) ରୂପ ।

  • ପ୍ରତ୍ୟେକ ସସୀମ ଦଶମିକ ଭଗ୍ନସଂଖ୍ୟା ଏବଂ ପ୍ରତ୍ୟେକ ଅସୀମ ଅଥଚ ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟା ଗୋଟିଏ ଗୋଟିଏ ପରିମେୟ ସଂଖ୍ୟା ଅଟନ୍ତି ।
  • ଯେଉଁ ଦଶମିକ ଭଗ୍ନସଂଖ୍ୟାରୁଡ଼ିକ ଅସୀମ (non-terminating) କିନ୍ତୁ ପୌନଃପୁନିକ ନୁହଁନ୍ତି, ସେଗୁଡ଼ିକ ପରିମେୟ ସଂଖ୍ୟା ନୁହଁନ୍ତି ।

ପରିମେୟ ସଂଖ୍ୟା ସେଟ୍ ଠୁର ଅଭାବତ୍ଵ (Inadequacy of Rationals) ଓ ଅପରିମେୟ ସଂଖ୍ୟା (Irrational numbers) :
(i) ଯେଉଁ ସଂଖ୍ୟାଗୁଡ଼ିକ ପୂର୍ଣବର୍ଗ ନୁହେଁ ସେହି ସଂଖ୍ୟାମାନଙ୍କର ବର୍ଗମୂଳ ଅପରିମେୟ ସଂଖ୍ୟା ଅଟେ । 
(ii) √2, √3, √5, √17, √11 ଆଦି ସଂଖ୍ୟାଗୁଡ଼ିକ ଅପରିମେୟ ସଂଖ୍ୟା ।
[p ମୌଳିକ ହେଲେ √p ଅପରିମେୟ ହେବ]

ଅସୀମ ଓ ଅଣପୌନଃପୁନିକ ଦଶମିକ ରାଶି (Non-terminating and non-recurring Decimals): 
(i) ପ୍ରତ୍ୟେକ ପରିମେୟ ସଂଖ୍ୟାକୁ ଏକ ଅସୀମ ଦଶମିକ ଭଗ୍ନସଂଖ୍ୟାରେ ବା ଅସୀମ ଓ ପୌନଃପୁନିକ ଦଶମିକ ଭଗ୍ନସଂଖ୍ୟାରେ ପ୍ରକାଶ କରିହେବ । କିନ୍ତୁ ପରିମେୟ ସଂଖ୍ୟାଗୁଡ଼ିକର ଦଶମିକ ରୂପ ଅସୀମ ହେବ ଏବଂ ଅଣ ପୌନଃପୁନିକ ହେବ ।
(ii)କେବଳ ବର୍ଗମୂଳ ଜରିଆରେ (ଯଥା: √2, √3, √5 ଇତ୍ୟାଦି) ଯେ ଅପରିମେୟ ସଂଖ୍ୟା ଉତ୍ପନ୍ନ ହୁଏ ତାହା ନୁହେଁ । ସମୀକରଣ x3 = 2, x4 = 2….. ଇତ୍ୟାଦି ସମୀକରଣକୁ ସମାଧାନ କରି \(\sqrt[3]{2}, \sqrt[4]{2}\) ….. ଇତ୍ୟାଦି ଅପରିମେୟ ସଂଖ୍ୟା ପାଇହେବ ।
ମନେରଖ :
ବାସ୍ତବିକ ଯେତେ ପରିମେୟ ସଂଖ୍ୟା ଅଛି ତାଠାରୁ ଯଥେଷ୍ଟ ଅଧିକ ସଂଖ୍ୟାର ଅପରିମେୟ ସଂଖ୍ୟା ଅଛି ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ଅପରିମେୟ ରାଣି  (Irrational number π) :
(i) ପ୍ରତ୍ୟେକ ସସୀମ ଦଶମିକ ସଂଖ୍ୟା ଯିଏ ପୌନଃପୁନ୍ୟ ହୋଇନଥ୍, ତାହା ଏକ ଅପରିମେୟ ସଂଖ୍ୟା । ଉଦାହରଣ -√2, √3, √5 ଇତ୍ୟାଦି ଅପରିମେୟ ସଂଖ୍ୟା ।
(ii)  ଯେକୌଣସି ବୃତ୍ତରେ ପରିଧୂ ଓ ବ୍ୟାସର ଦୈର୍ଘ୍ୟର ଅନୁପାତ ଏକ ଧ୍ରୁବକ ସଂଖ୍ୟା (Constant); ଯାହାକୁ r ଦ୍ଵାରା ସୂଚିତ କରାଯାଇଥାଏ ।
\(\frac{ବୃତ୍ତର ପରିଧୂ}{ବ୍ୟାସର ଦୈର୍ଘ୍ୟ}\) = π
{1761 ମସିହାରେ ଗଣିତଜ୍ଞ Lambert ଯୁକ୍ତିମୂଳକ ପ୍ରମାଣ କରି ଦର୍ଶାଇଥିଲେ ଯେ, “π ଏକ ଅପରିମେୟ ସଂଖ୍ୟା”}
(iii) ଗ୍ରୀକ୍ ଦାର୍ଶନିକ ଆର୍କିମେଡ଼ିସ୍‌ fର ଆସନ୍ନମାନ \(\frac{22}{7}\) ବୋଲି ନିର୍ଣ୍ଣୟ କରିଥିଲେ । ବିଭିନ୍ନ କ୍ଷେତ୍ରରେ ନରେ ଆସନ୍ନମାନ \(\frac{22}{7}\) ବ୍ୟବହୃତ ହୋଇ ଗାଣିତିକ ହିସାବ କରାଯାଏ ।  
(iv) ଅପରିମେୟ ସଂଖ୍ୟା π ଓ e ର ମୂଲ୍ୟ 2 ଓ 3 ମଧ୍ୟରେ ଥାଏ ।
(v) ପରିମେୟ ସଂଖ୍ୟାର ଯୋଗ ଓ ଗୁଣନ ସଂବୃତ୍ତି ନିୟମ ପାଳନ କର ।

ବାସ୍ତବ ସଂଖ୍ୟା (Real Numbers) :
(i) ସମସ୍ତ ଅପରିମେୟ ସଂଖ୍ୟାମାନଙ୍କ ସେଟ୍‌କୁ Q’ ସଂକେତ ଦ୍ୱାରା ଲେଖାଯାଏ ।
(ii) ସମସ୍ତ ପରିମେୟ ସଂଖ୍ୟା ସେଟ୍ ଠୁ ଓ ଅପରିମେୟ ସଂଖ୍ୟା ସେଟ୍ ଠୁ’ ର ସଂଯୋଗରୁ ଯେଉଁ ନୂତନ ସେଟ୍ ମିଳେ ତାହାକୁ ବାସ୍ତବ ସଂଖ୍ୟା (Real Number) ସେଟ୍‌ କୁହାଯାଏ । ଏହି ସେଟ୍‌ର ସଂକେତ R 
Q ∪ Q’ = R, Q ∩ Q’ = Φ, N ⊂ Z ⊂ Q ⊂ R
BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ବାସ୍ତବ ସଂଖ୍ୟାମାନଙ୍କ ବୀଜଗାଣିତିକ ଧର୍ମ (Algebraic Properties in Reals) :
ଯୋଗପ୍ରକ୍ରିୟାର ଧର୍ମ :
x, y, Z E R ହେଲେ
(i) ସଂବୃତ୍ତି ଧର୍ମ x ∈ R ଓ y ∈ R ହେଲେ x + y ∈ R
(ii) କ୍ରମବିନିମୟୀ ଧର୍ମ x ∈ R ଓ y ∈ R ହେଲେ x + y = y + x
(iii) ସହଯୋଗୀ ଧର୍ମ x, y, z ∈ R ହେଲେ x + (y + z) = (x + y) + z
(iv) ଅଭେଦ ଧର୍ମ ; X € R = x + 0 = x; 0 (0, R ସେଟ୍‌ରେ ଯୋଗାତ୍ମକ ଅଭେଦ ଅଟେ ।)
(v) ବିଲୋମୀ ଧର୍ମ : ପ୍ରତ୍ୟେକ ବାସ୍ତବ ସଂଖ୍ୟା xର ଯୋଗାତ୍ମକ୍ ବିଲୋମୀ (-x) ଓ x + (-x) = 0
(x ମଧ୍ଯ (-x)ର ଯୋଗାତ୍ମକ ବିଲୋମୀ)

ଗୁଣନ ପ୍ରକ୍ରିୟାର ଧର୍ମ :
x, y, Z ∈ R ହେଲେ
(i) ସଂବୃତ୍ତି ଧର୍ମ : xy ∈ R
(ii) କ୍ରମବିନିମୟୀ ଧର୍ମ ; xy = yx
(iii) ସହଯୋଗୀ ଧର୍ମ ; x (yz) = (xy) z
(iv) ଅଭେଦ ଧର୍ମ : x × 1 = x (1 (ଏକ) ସଂଖ୍ୟାଟି ଗୁଣନାତ୍ମକ ଅଭେଦ ।)
(v) ବିଲୋମୀ ଧର୍ମ : ପ୍ରତ୍ୟେକ x + 0 ପାଇଁ ଏକ ଅନନ୍ୟ ବାସ୍ତବ ସଂଖ୍ୟା \(\frac{1}{x}\) ବା x-1 ରହିଛି, ଯେପରିକି x . x-1 = 1 \(\frac{1}{x}\) ବା x-1 କୁ xର ଏବଂ xକୁ x-1 ର ଗୁଣନାତ୍ମକ ବିଲୋମୀ ଅଟେ ।

ଯୋଗ ଓ ଗୁଣନ ପ୍ରକ୍ରିୟାଦ୍ୱୟର ଧର୍ମ :
(i) ବଣ୍ଟନ ନିୟମ : x (y + z) = xy + xz (ଗୁଣନ ପ୍ରକ୍ରିୟାଟି ଯୋଗ ପ୍ରକ୍ରିୟା ଉପରେ ବାଛି ହେବ ।)
(ii) ଦୁଇଟି ପରିମେୟ ସଂଖ୍ୟା x ଓ yର ଯୋଗଫଳ ତଥା ଗୁଣନଫଳ ପରିମେୟ (Q ସେଟ୍‌ରେ ସଂବୃତ୍ତି ନିୟମ) x, y ∈ Q ହେଲେ, x + y ∈ Q ଏବଂ xy ∈ Q
(iii) ଦୁଇଟି ବାସ୍ତବ ସଂଖ୍ୟା x ଓ y ମଧ୍ୟରୁ ଗୋଟିଏ ପରିମେୟ ଓ ଅନ୍ୟଟି ଅପରିମେୟ ହେଲେ ଯୋଗଫଳ x + y ଅପରିମେୟ ଓ ପରିମେୟ ସଂଖ୍ୟାଟି ଅଣଶୂନ୍ୟ ହେଲେ ଗୁଣଫଳ ମଧ୍ୟ ଅପରିମେୟ । ମାତ୍ର ଗୁଣଫଳ = 0 ହେବ ଯଦି ପରିମେୟ ସଂଖ୍ୟା 0 ହେବ
(iv) ଯେକୌଣସି ବାସ୍ତବ ସଂଖ୍ୟାକୁ x ସହ (କୁ ଗୁଣନକଲେ ଗୁଣଫଳ ଶୂନ ହେବ । [Zero Law : x × 0 = 0]
(v) x ଓ y ବାସ୍ତବ ସଂଖ୍ୟା ଏବଂ x = Q’ ଓ y ∈ Q’ ହେଲେ x + y କିମ୍ବା xy ପରିମେୟ କିମ୍ବା ଅପରିମେୟ ହୋଇପାରନ୍ତି ।
(vi) Q’ ସେଟ୍‌ରେ ଯୋଗ ଓ ଗୁଣନ ପ୍ରକ୍ରିୟା ସଂବୃତ୍ତି ନିୟମ ପାଳନ କରନ୍ତି ନାହିଁ ।
(vii) an ରେ aକୁ ଆଧାର (base) ଓ nକୁ ଘାତ (index) କୁହାଯାଏ ।

R ସେଟ୍‌ର ଯୋଗ ଓ ଗୁଣନ ସମ୍ବନ୍ଧୀୟ କିଛି ଅଧ୍ବକ ତଥ୍ୟ :
x, y, z ∈ R ହେଲେ
ଅନୁସିଦ୍ଧାନ୍ତ – 1: x + y = x + z ହେଲେ, y = z ଓ y + x = z + x ହେଲେ y = z |
ଏ ଦୁଇଟିକୁ ଯୋଗର ବିଲୋପନ ନିୟମ (Cancellation law of addition) କୁହାଯାଏ ।
ଅନୁସିଦ୍ଧାନ୍ତ – 2:  x + 0 ଏବଂ xy = xz ହେଲେ y = z ଓ yx = zx ହେଲେ y = z I
ଏ ଦୁଇଟିକୁ ଗୁଣନର ବିଲୋପନ ନିୟମ (Cancellation law of multiplication) କୁହାଯାଏ ।
ଅନୁସିଦ୍ଧାନ୍ତ – 3: (i) x × 0 = 0, (ii) (-x) = x, (iii) x ≠ 0 ହେଲେ (x-1)-1 = x
ଅନୁସିଦ୍ଧାନ୍ତ – 4 (i) x (-y) = (-x) y = -(xy) (ii) (-x) (-y) = xy

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା

ସଂଖ୍ୟାରେଖା (Number Line) :
(1) ବୀଜଗାଣିତିକ ରାଶି ଓ ଜ୍ୟାମିତି ସହ ସଂପର୍କକୁ ନେଇ ବିଶ୍ଳେଷଣାତ୍ମକ ଜ୍ୟାମିତି (Analytical Geometry)ର ସୃଷ୍ଟି ହୋଇଛି ।
(2) ଯେକୌଣସି ବାସ୍ତବ ସଂଖ୍ୟାକୁ ଏକ ସରଳରେଖାର ଏକ ବିନ୍ଦୁଦ୍ଵାରା ସୂଚିତ କରାଯାଇପାରିବ । ପ୍ରତ୍ୟେକ ବାସ୍ତବ ସଂଖ୍ୟାକୁ ଗୋଟିଏ ଗୋଟିଏ ବିନ୍ଦୁଦ୍ୱାରା ସୂଚିତ କରି ସେଗୁଡ଼ିକୁ ଯୋଡ଼ିଦେଲେ ଗୋଟିଏ ନିରବଚ୍ଛିନ୍ନ ସରଳରେଖା ସୃଷ୍ଟି ହେବ । ଏହା ବିଖ୍ୟାତ ଗାଣିତିକ ଜେଜେକିଣ୍ଡ (Dedekind) ଓ କାଣ୍ଟର (Cantor)ରଙ୍କ ଅବଦାନ ।
(3) ଯେକୌଣସି ଜ୍ୟାମିତିକ ବିଷୟବସ୍ତୁକୁ ଆମେ ବୀଜଗଣିତ ସାହାଯ୍ୟରେ ସମାଧାନ କରିପାରିବ ।

ସଂଖ୍ୟାରେଖାରେ ବାସ୍ତବ ସଂଖ୍ୟାମାନଙ୍କର ସ୍ଥାପନ (Representation of real numbers on the number line) :
(i) ବାସ୍ତବ ସଂଖ୍ୟାଗୁଡ଼ିକର ଜ୍ୟାମିତିକ ପରିପ୍ରକାଶ କରିବାପାଇଁ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ୦ ନିଆଯାଉ । ଏହି ବିନ୍ଦୁଦେଇ \(\overleftrightarrow{X^{\prime} \mathrm{OX}}\) ସରଳରେଖା ଅଙ୍କନ କରାଯାଉ ।
(ii) O ବିନ୍ଦୁକୁ ମୂଳବିନ୍ଦୁ (Origin) ଓ \(\overleftrightarrow{\mathrm{XX’}}\) ରେଖାକୁ ସଂଖ୍ୟାରେଖା (Number Line) ବା ବାସ୍ତବ ଅକ୍ଷ (Real axis) କୁହାଯାଏ ।
(iii) ଠ ର ଏକ ପାର୍ଶ୍ବ \(\overrightarrow{\mathrm{OX}}\) କୁ ଧନାତ୍ମକ ଦିଗ (Positive side) ଓ ଏହାର ବିପରୀତ ପାର୍ଶ୍ବ \(\left(\overrightarrow{\mathrm{OX}^{\prime}}\right)\) କୁ ଋଣାତ୍ମକ ଦିଗ (Negative side) କୁହାଯାଏ ।

(a) ପୂର୍ବସଂଖ୍ୟାମାନଙ୍କର ସ୍ଥାପନ :

  • କୌଣସି ଏକ ରେଖାଖଣ୍ଡ ନେଇ ତାହାର ଦୈର୍ଘ୍ୟକୁ ଏକ ଏକକ ବୋଳି ନିଆଯାଉ । ଠ ବିନ୍ଦୁର ସୂଚକ ସଂଖ୍ୟା (0) ଶୂନ ହେଉ
  • ତତ୍ତ୍ଵ ଏକକ ସହ ସମାନ କରି ଠ ବିନ୍ଦୁରୁ \(\overrightarrow{\mathrm{OX}}\) ଦିଗରେ OA ଛେଦ କରାଯାଉ । ଅର୍ଥାତ୍ OA ଏକ ଏକକ ପ୍ରାପ୍ତ A ବିନ୍ଦୁର ସୂଚକ ସଂଖ୍ୟା 1 ହେଲା ।
  • ବିପରୀତ ଦିଗ \(\overrightarrow{\mathrm{OX’}}\) ରୁ ଏକ ଏକକ ସହ ସମାନ କରି OA’ ଛେଦକଲେ, A’ ବିନ୍ଦୁର ସୂଚକ ସଂଖ୍ୟା –1 ହେବ । \(\stackrel{\leftrightarrow}{\mathrm{xx}^{\prime}}\) ରେଖା ଉପରେ ଯଥାକ୍ରମେ O, A, A’ B, B’ ଇତ୍ୟାଦି ବିନ୍ଦୁମାନଙ୍କ ସ୍ଥାନାଙ୍କ (Co-ordinate) ଦର୍ଶାଯାଇଛି ।

(b) ପରିମେୟ ସଂଖ୍ୟାର ସ୍ଥାପନ :

  • ମନେକର b > 1 ଏକ ଧନାତ୍ମକ ପୂର୍ଣ୍ଣସଂଖ୍ୟା । ତେଣୁ \(\frac{1}{b}\) ଏକ ପ୍ରକୃତ ଭଗ୍ନାଂଶ (Proper fraction) ହୋଇଥିବାରୁ, ଏହି ସଂଖ୍ୟାଟି ଠ ଓ A ବିନ୍ଦୁଦ୍ଵୟ ମଧ୍ୟରେ କୌଣସି ଏକ ବିନ୍ଦୁର ସ୍ଥାନାଙ୍କ ହେବ ।
  • OA (ଅର୍ଥାତ୍ ଏକ ଏକକ) ରେଖାଖଣ୍ଡକୁ b ସମାନ ଭାଗରେ ବିଭକ୍ତ କଲେ, ପ୍ରତି ସମାନ ଭାଗର ଦୈର୍ଘ୍ୟ \(\frac{1}{b}\) ହେବ । ଛେଦବିନ୍ଦୁଗୁଡ଼ିକ ଯଥାକ୍ରମେ Q1, Q2, Q3 …. ହେଲେ, ଏହି ଛେଦବିନ୍ଦୁମାନଙ୍କର ସ୍ଥାନାଙ୍କ ଯଥାକ୍ରମେ \(\frac{1}{b}, \frac{2}{b}, \frac{3}{b}\) …. ହେବ । ସେହିପରି ଋଣାତ୍ମକ ପରିମେୟ ରାଶି \(-\frac{1}{\mathrm{~b}},-\frac{2}{\mathrm{~b}},-\frac{3}{\mathrm{~b}}\) ….. ରଣଦିଗ \(\overrightarrow{\mathrm{OX’}}\) ଉପରେ ଅବସ୍ଥିତ ହେବ ।

BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା 1

(c) ଅପରିମେୟ ସଂଖ୍ୟାମାନଙ୍କର ସ୍ଥାପନ :
BSE Odisha 9th Class Maths Notes Algebra Chapter 2 ବାସ୍ତବ ସଂଖ୍ୟା 2

ବାସ୍ତବ ସଂଖ୍ୟାମାନଙ୍କର କ୍ରମ (Order in R) :
(i) a ଓ b ଦୁଇଟି ବାସ୍ତବ ସଂଖ୍ୟା ହେଲେ, ହୁଏତ a > b ବା a < b, a = b ହୋଇପାରେ । ଏହାକୁ ତ୍ରିମୁଖୀ ନିୟମ (Law of Trichotomy) କୁହାଯାଏ ।
(ii) a, b, c ତିନୋଟି ବାସ୍ତବ ସଂଖ୍ୟା ମଧ୍ୟରେ, a < b ଏବଂ b < c ହେଲେ a < c ହେବ । ଏହାକୁ ସଂକ୍ରମୀ ନିୟମ (Law of Transitivity) କୁହାଯାଏ ।
(iii) a < b ଏବଂ c > 0 ହେଲେ, ac < bc ହେବ ।
(iv) ଯଦି a < b ହୁଏ, ତେବେ ସମସ୍ତ ବାସ୍ତବ ସଂଖ୍ୟା c ପାଇଁ a + c < b + c ହେବ ।
(iv) a > 0 ଓ b > 0 ହେଲେ, ab > 0 1
(v) a ଏକ ବାସ୍ତବ ଧନାତ୍ମକ ସଂଖ୍ୟା ଅର୍ଥାତ୍ a > 0 ହୁଏ, ତେବେ ସଂଖ୍ୟାରେଖାରେ 0 (ଶୂନ)ର ଡାହାଣକୁ ରହେ । ଯଦି a ଏକ ଋଣାତ୍ମକ ବାସ୍ତବ ସଂଖ୍ୟା ଅର୍ଥାତ୍ a < 0 ହୁଏ ତେବେ a, 0 (ଶୂନ)ର ବାମ ପାର୍ଶ୍ଵରେ ରହେ ।

{ଶୂନ ଏକମାତ୍ର ବାସ୍ତବ ସଂଖ୍ୟା ଯାହା ଧନାତ୍ମକ ନୁହେଁ ବା ଋଣାତ୍ମକ ନୁହେଁ ।}

ବାସ୍ତବ ସଂଖ୍ୟା ‘x’ର ପରମମାନ :

  • ଏକ ଧନାତ୍ମକ ହେଉ ବା ଋଣାତ୍ମକ ହେଉ, ଯେକୌଣସି ବାସ୍ତବ ସଂଖ୍ୟା xର ସାଂଖ୍ୟକ ମାନକୁ |x| ଭାବରେ ପ୍ରକାଶ କରାଯାଏ । ଏହି ।x ସର୍ବଦା ଏକ ଧନାତ୍ମକ ବାସ୍ତବ ରାଶି ଓ ଏହାକୁ xର ପରମମାନ (Absolute value) କୁହାଯାଏ ।
    x ଧନାତ୍ମକ, ଶୂନ ବା ଋଣାତ୍ମକ ବାସ୍ତବ ସଂଖ୍ୟାହେଲେ,
    |x| ={ x, ଯେତେବେଳେ x > 0, -x, ଯେତେବେଳେ x < 0}
  •  x ଯେକୌଣସି ଏକ ବାସ୍ତବ ସଂଖ୍ୟା ହେଲେ,
    (a) |x| = |-x| ≥ 0 (b) |x| ≥ x (c) |x| ≥ -x (d) |x| ≤ a ହେଲେ, -a ≤ x ≤ a ହେବ

ସଂଖ୍ୟାରେଖାରେ ଦୁଇ ବିନ୍ଦୁ ମଧ୍ୟରେ ଦୂରତା :
ସଂଖ୍ୟାରେଖାସ୍ଥିତ P ଓ Q ବିଦୁଦ୍ଵୟର ସାଂଖ୍ୟକ ମାନ ବା ସ୍ଥାନଙ୍କ ଯଥାକ୍ରମେ a ଓ b ହେଲେ
PQ = |a – b| ଅର୍ଥାତ୍ P ଓ Q ମଧ୍ୟରେ ଦୂରତା = |a – b|

ଘାତାଙ୍କ ରାଣି (Exponential Numbers):
(i) a ଏକ ବାସ୍ତବ ସଂଖ୍ୟା ଓ n ଏକ ଗଣନ ସଂଖ୍ୟା ହେଲେ, aର ଅର୍ଥ a × a × a × a × a × ….. n (ଥର) ଅଟେ
(ii) an ଏକ ବାସ୍ତବ ସଂଖ୍ୟା ଓ ଏହାର କାରଣ ହେଲା ବାସ୍ତବ ସଂଖ୍ୟା ସେଟ୍‌ରେ ଗୁଣନ ପ୍ରକ୍ରିୟାଟି ସଂବୃତ୍ତି ନିୟମ ପାଳନ କରେ ।
(iii) a ରୂପକୁ ଘାତାଙ୍କ ରୂପ (exponential from) କୁହାଯାଏ । ଯେଉଁଠାରେ a ଆଧାର (base) ଓ n ଘାତାଙ୍କ ।
(iv) n = 0 ହେଲେ a0 = 1 ଓ ଏଠାରେ a ≠ 0, ଏହା ଏକ ସଂଜ୍ଞା ।
(v) a ≠ 0 ହେଲେ a-1 = \(\frac{1}{a}\) ଏବଂ a-m = \(\frac{1}{a^m}\) (a ≠ 0, m ∈ N)
(vi) a ଅଣଶୂନ୍ୟ ବାସ୍ତବ ସଂଖ୍ୟା ଓ ଘାତାଙ୍କ n ଏକ ପୂର୍ଣସଂଖ୍ୟା (n ∈ Z) ହେଲେ ଅର୍ଥାତ୍ a, b ∈ R ଓ a ≠ 0, b ≠ 0; m, n ∈ Z
⇒ (a) am × an = am + n (b) am ÷ an = am-n
⇒ (c) (ab)m = am × bm (d) (am)n = amn
(vii) √a ଓ \(\sqrt[3]{a}\) କୁ ଯଥାକ୍ରମେ \(a^{\frac{1}{2}}\) ଏବଂ \(a^{\frac{1}{2}}\) ରୂପେ ଲେଖାଯାଇ ପାରିବ । ବ୍ୟାପକଭାବେ q ଏକ ଗଣନ ସଂଖ୍ୟା ହେଲେ \(a^{\frac{1}{q}}\) ଏକ ଧନାତ୍ମକ ବାସ୍ତବ ସଂଖ୍ୟା ଓ ଏହାକୁ q ତମ ମୂଳ (qth root) କୁହାଯାଏ ।
(viii) \(a^{\frac{1}{q}}\) ରାଶିକୁ p ଥର ଗୁଣନ କଲେ ପାଇବା \(a^{\frac{1}{9}} \times a^{\frac{1}{q}} \times a^{\frac{1}{q}} \times\) ….. (P ଥର) \(a^{\frac{p}{q}}=\left(a^p\right)^{\frac{1}{q}}=\sqrt[q]{a^p}=(\sqrt[q]{a})^p\)

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

Odisha State Board BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 4 ପରମାଣୁ ଗଠନ

1. ଟମ୍‌ସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ ପରମାଣୁ କିପରି ବିଦ୍ୟୁତ୍ ନିରପେକ୍ଷ ବୁଝାଅ ।
ଉ –
ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁସାରେ,

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରିଥିବା ଗୋଲକ ଏବଂ ସେଥ‌ିରେ ଇଲେକ୍‌ଟ୍ରଗୁଡ଼ିକ ଚାରିଆଡ଼େ ସଂଯୁକ୍ତ ହୋଇ ରହିଥାଏ ।
  • ପରମାଣୁରେ ଯୁକ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ରହିଥାଏ । ତେଣୁ ପରମାଣୁଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

2. ତିନୋଟି ଅବପରମାଣୁ କଣିକାର ନାମ ଲେଖ ।
ଉ –
ତିନୋଟି ଅବପରମାଣୁ କଣିକାର ନାମ ହେଉଛି –

  • ଇଲେକ୍‌ଟ୍ରନ୍ (ବିଯୁକ୍ତଚାର୍ଜ କଣିକା)
  • ପ୍ରୋଟନ୍ ( ଯୁକ୍ତଚାର୍ଜ କଣିକା)
  • ନିଉଟ୍ରନ୍ (ଚାର୍ଜବିହୀନ କଣିକା)

3. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 2 ଏବଂ ବସ୍ତୁତ୍ୱ ସଂଖ୍ୟା 4 । ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ କେତୋଟି ନିଉଟ୍ରନ୍ ଅଛି ?
ଉ –
ପରମାଣୁ କ୍ରମାଙ୍କ = 2, ବସ୍ତୁତ୍ୱ ସଂଖ୍ୟା = 4
ପରମାଣୁର ନିଉକ୍ଲିୟସ୍‌ରେ ଥ‌ିବା ନିଉଟ୍ରନ୍ ସଂଖ୍ୟା = ବସ୍ତୁତ୍ୱ ସଂଖ୍ୟା – ପରମାଣୁ କ୍ରମାଙ୍କ = 4 – 2 = 2
∴ ଏହି ପରମାଣୁର ନ୍ୟୁକ୍ଲିୟସ୍‌ରେ 2ଟି ନିଉଟ୍ରନ ଅଛି ।

4. ନାଇଟ୍ରୋଜେନ୍ ପରମାଣୁରେ ଇଲେକ୍‌ଟ୍ରଗୁଡ଼ିକ କିପରି ସଜାଇ ହୋଇ ରହିଛି ବୁଝାଅ ।
ଉ –
ନାଇଟ୍ରୋଜେନ ପରମାଣୁର ନ୍ୟୁକ୍ଲିୟସ୍ ଚାରିପଟେ ଦୁଇଟି ସେଲ
ଯଥା- K ଓ L ରହିଛି |
ନାଇଟ୍ରୋଜେନ୍‌ର ପରମାଣୁ କ୍ରମାଙ୍କ = 7
ଏହି ପରମାଣୁର 7ଟି ଇଲେକ୍‌ଟ୍ରନ୍ ମଧ୍ୟରୁ K-ସେଲ୍‌ରେ 2ଟି
ଏବଂ L-ସେଲ୍‌ରେ 5ଟି ଇଲେକ୍‌ଟ୍ରନ୍ ସଜାଇ ହୋଇ ରହିଛନ୍ତି ।

5. Cl ଆୟନର ଇଲେକ୍‌ଟ୍ରନ୍‌ ସଜ୍ଜା ଲେଖ ।
ଉ –
Cl ଆୟନର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି – 2, 8, 8
ଅର୍ଥାତ୍ K ସେଲ୍ ପାଇଁ 2ଟି, L ସେଲ୍ ପାଇଁ ୫ଟି ଓ M ସେଲ୍ ପାଇଁ ୫ଟି ଇଲେକ୍‌ଟ୍ରନ୍ ଥାଏ ।
BSE Odisha 9th Class Physical Science Solutions Chapter 4 img-1

6. ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ୍ଵକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
ଅଷ୍ଟେଟ ନିୟମ ଅନୁସାରେ ପରମାଣୁର ବାହ୍ୟତମ ସେଲ୍‌ରେ ସର୍ବାଧ‌ିକ ୫ଟି ଇଲେକ୍‌ଟ୍ରନ୍ ରହିପାରିବ ।

7. M ସେଲ୍‌ରେ ସର୍ବାଧ‌ିକ କେତୋଟି ଇଲେକ୍‌ଟ୍ରନ୍ ରହିପାରିବ ?
ଉ –
2n2 ନିୟମ ଅନୁ ସାରେ M ସେଲ୍‌ରେ ସର୍ବାଧ‌ିକ 2 x (3)2 = 18ଟି ଇଲେକ୍‌ଟ୍ରନ୍ ରହିପାରିବ ।

8. ସିଲିକନ୍‌ର ଯୋଗ୍ୟତା, ତା’ର ଇଲେକ୍‌ଟ୍ରନ୍ ସଜ୍ଜାରୁ କିପରି ନିରୂପଣ କରାଯାଇପାରିବ ?
ଉ –
(a) ସିଲିକନ୍‌ ପରମାଣୁ କ୍ରମାଙ୍କ = 14
ଏହି ପରମାଣୁର ଇଲେକ୍‌ଟ୍ରନ୍ ସଜ୍ଜା ହେଉଛି K(2), L(8) ଓ M(4) । ଅର୍ଥାତ୍ ଏହାର ବାହ୍ୟତମ ସେଲ୍‌ରେ 4ଟି ଇଲେକ୍‌ଟ୍ରନ୍ ରହିଛି ।
(b) ସିଲିକନ୍ ପରମାଣୁ ତାର ବାହ୍ୟତମ କକ୍ଷରେ ଥ‌ିବା ଚାରୋଟି ସଂଯୋଜକ ଇଲେକ୍‌ଟ୍ରକୁ ଭିନ୍ନ ପରମାଣୁ ସହ ମିଳିତ ଭାବେ ଇଲେକ୍‌ଟ୍ରନ୍‌ ସହଭାଗ କରି ସଂଯୁକ୍ତ ହୋଇଥାଏ ଏବଂ ନିକଟତମ ନିଷ୍କ୍ରିୟ ମୌଳିକ ପରମାଣୁର ସଂରଚନା ରୂପ ପ୍ରାପ୍ତ ହୋଇଥାଏ । ତେଣୁ ସିଲିକନ୍‌ର ଯୋଗ୍ୟତା 4 ଅଟେ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

9. ଗୋଟିଏ ପରମାଣୁର ପରମାଣୁ କ୍ରମାଙ୍କ 8 । ଏଥ‌ିରେ କେତୋଟି ଇଲେକ୍‌ଟ୍ରନ ଅଛି ?
ଉ –
ଗୋଟିଏ ପରମାଣୁର ନ୍ୟୁକ୍ଲିୟସ୍‌ରେ ଥ‌ିବା ପ୍ରୋଟନସଂଖ୍ୟାକୁ ଏହା ପରମାଣୁ କ୍ରମାଙ୍କ କୁହାଯାଏ । ପରମାଣୁ ବିଦ୍ୟୁତ୍ ନିରପେକ୍ଷ ହେତୁ ପ୍ରୋଟନ ସଂଖ୍ୟା = ଇଲେକ୍‌ଟ୍ରନ ସଂଖ୍ୟା = 8

10. ହାଇଡ୍ରୋଜେନ୍‌ର ତିନୋଟି ଆଇସୋଟୋପ୍ଲର ନାମ ଲେଖ ।
ଉ –
ହାଇଡ୍ରୋଜେନ୍ ର ତିନୋଟି ଆଇସୋଟୋପ୍ଲର ନାମ

  • ହାଇଡ୍ରୋଜେନ୍ ବା ପ୍ରୋଟିୟମ୍ BSE Odisha 9th Class Physical Science Solutions Chapter 4 img-2
  • ଡିଉଟେରିୟମ୍ BSE Odisha 9th Class Physical Science Solutions Chapter 4 img-3
  • ଟ୍ରାଇଟିୟମ୍ BSE Odisha 9th Class Physical Science Solutions Chapter 4 img-4

11. ଗୋଟିଏ ମୌଳିକର ପ୍ରତୀକ X । ଏହାର ପରମାଣୁ କ୍ରମାଙ୍କ 15 ଏବଂ ବସ୍ତୁତ୍ଵ ସଂଖ୍ୟା 31 । ଏ ସମସ୍ତଙ୍କୁ ସଂକ୍ଷେପରେ କିପରି ସାଙ୍କେତିକ ଉପାୟରେ ଲେଖାଯାଇପାରିବ ?
ଉ –
ମୌଳିକର ପ୍ରତୀକ = X, ପରମାଣୁ କ୍ରମାଙ୍କ = 15 ଓ ସମସ୍ତଙ୍କୁ ସଂଖ୍ୟା = 31
ଏହି ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ – BSE Odisha 9th Class Physical Science Solutions Chapter 4 img-5

12. ଆଇସୋଟୋପ୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋଟୋପ୍ – ପରମାଣୁ କ୍ରମାଙ୍କ ସମାନ ଥାଇ ବସ୍ତୁତ୍ଵ ସଂଖ୍ୟା ଭିନ୍ନ ହୋଇଥିବା ପରମାଣୁଗୁଡ଼ିକୁ ଆଇସୋଟୋପ୍ କୁହାଯାଏ ।

ଉଦାହରଣ :

  • ନାଇଟ୍ରୋଜେନ୍‌ର ଦୁଇଟି ଆଇସୋଟୋପ୍ ଅଛନ୍ତ ଯଥା BSE Odisha 9th Class Physical Science Solutions Chapter 4 img-6 | ପ୍ରତ୍ୟେକ ନାଇଟ୍ରୋଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 7 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 14 ଏବଂ 15 |
  • ଅକ୍ସିଜେନ୍‌ର ତିନୋଟି ଆଇସୋଟୋପ୍ ଅଛିନ୍ତ ଯଥା BSE Odisha 9th Class Physical Science Solutions Chapter 4 img-7 | ପ୍ରତ୍ୟେକ ଅକ୍ସିଜେନ୍ ପରମାଣୁର ପରମାଣୁ କ୍ରମାଙ୍କ 8 କିନ୍ତୁ ବସ୍ତୁତ୍ୱ ସଂଖ୍ୟା ଯଥାକ୍ରମେ 16, 17 ଏବଂ 18 |

13. ଆଇସୋବାର୍ କ’ଣ ଉଦାହରଣ ସହ ଲେଖ ।
ଉ –
ଆଇସୋବାର୍ : ବସ୍ତୁତ୍ୱ ସଂଖ୍ୟା ସମାନଥାଇ ଭିନ୍ନ ପରମାଣୁ କ୍ରମାଙ୍କ ଥିବା ପରମାଣୁଗୁଡ଼ିକୁ ଆଇସୋଟାର୍ କୁହାଯାଏ ।

ଉଦାହରଣ :
ପୋଟାସିୟମ୍ର ପରମାଣୁ କ୍ରମାଙ୍କ 19 ଏବଂ କ୍ୟାଲ୍‌ସିୟମ୍‌ର ପରମାଣୁ କ୍ରମାଙ୍କ 20 । ଏହି ଦୁଇ ମୌଳିକର ବସ୍ତୁତ୍ୱ ସଂଖ୍ୟା 40 । ଏହି ଦୁଇ ମୌଳିକର ସଂକ୍ଷିପ୍ତ ସାଙ୍କେତିକ ରୂପ ହେଉଛି BSE Odisha 9th Class Physical Science Solutions Chapter 4 img-8 ଦୁଇଟି ଆଇସୋବାର୍ ଅଟନ୍ତି ।

14. ଉଦାହରଣ ସହ ଆଇସୋଟୋପ୍ ଓ ଆଇସୋବାର୍ ମଧ୍ୟରେ ପ୍ରଭେଦ ଲେଖ ।
BSE Odisha 9th Class Physical Science Solutions Chapter 4 img-9

15. ଟମସନ୍‌ଙ୍କ ପରମାଣୁ ମଡ଼େଲ ସମ୍ବନ୍ଧରେ ଆଲୋଚନା କର ।
ଉ –

  • ଟମସନ୍‌ଙ୍କ ପରମାଣୁ ମଡ଼େଲ୍ : ଟମସନ୍‌ଙ୍କ ପରମାଣୁ ମଡ଼େଲ ଅନୁଯାୟୀ ପରମାଣୁଟି ଯୁକ୍ତାତ୍ମକ ଚାର୍ଜ ରହିଥିବା ଏକ ଗୋଲକ । ଇଲେକ୍‌ଟ୍ରଗୁଡ଼ିକ ଏହା ଭିତରେ ବାଣ୍ଟିହୋଇ ରହିଥା’ନ୍ତି ।
  • ପରମାଣୁର ଯୁକ୍ତାତ୍ମକ ଚାର୍ଜ ବିସ୍ତାରିତ ହୋଇଥିବାବେଳେ ଇଲେକ୍‌ ଟ୍ରନଗୁଡ଼ିକ ବିଛୁରିତ ହୋଇ ରହିଥାନ୍ତି ।

BSE Odisha 9th Class Physical Science Solutions Chapter 4 img-10
ଟମ୍‌ସନ୍‌ଙ୍କ ପ୍ରସ୍ତାବ ଅନୁସାରେ :

  • ପରମାଣୁ ଏକ ଯୁକ୍ତାତ୍ମକ ଚାର୍ଜ ଧାରଣ କରି ଥ୍ ଗୋଲକ ଏବଂ. ଏଥ୍ ରେ ଇଲେକ୍ ଟ୍ରନ୍ ଗୁଡ଼ିକ ସବୁ ଆଡ଼େ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିଥା’ନ୍ତି ।
  • ପର ମାଣ୍ଡୁ ରେ ୟୁ କ୍ତାତ୍ମକ ଚାର୍ଜ ଓ ବିଯୁକ୍ତାତ୍ମକ ଚାର୍ଜ ସମାନ ପରିମାଣରେ ଥାଏ । ତେଣୁ ପରମାଣୁ ଟି ବିଦ୍ୟୁତ୍ ନିରପେକ୍ଷ ଅଟେ ।

16. ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷାଟି ବୁଝାଅ |
ଉ-
ରଦରଫୋର୍ଡ଼ଙ୍କ ସୁନାପାତିଆ ପରୀକ୍ଷା :
ପରମାଣୁ ମଧ୍ୟରେ ଇଲେକ୍‌ଟ୍ରନ୍ ଗୁଡ଼ିକ କିପରି ସଜେଇ ହୋଇ ରହିଛନ୍ତି, ସେ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ରଦରଫୋର୍ଡ଼ ଏକ ପରୀକ୍ଷାର ପରିକଳ୍ପନା କରିଥିଲେ ।
BSE Odisha 9th Class Physical Science Solutions Chapter 4 img-11

  • ଏହି ପରୀକ୍ଷାରେ ଖଣ୍ଡିଏ ଅତି ପତଳା ସୁନାପାତିଆ ଉପରେ ତୀବ୍ର ବେଗରେ ଗତି କରୁଥିବା ଆଲ୍‌ଫା (α) କଣିକାକୁ ନିକ୍ଷେପ କରାଗଲା ।
  • ଆଲ୍‌ଫା କଣିକା ହେଉଛି ହିଲିୟମ୍ ଆୟନ (He++) ଯାହା ଦ୍ବିଯୁକ୍ତାତ୍ମକ ଚାର୍ଜ’ ବହନ କରେ । ଏହାର ବସ୍ତୁତ୍ଵ 4u ହୋଇଥ‌ିବାରୁ ତୀବ୍ର ବେଗରେ ଗତି କରୁଥ‌ିବା α-କଣିକାରେ ଯଥେଷ୍ଟ ପରିମାଣର ଶକ୍ତି ରହିଥାଏ ।

ପର୍ଯ୍ୟବେକ୍ଷଣ :

  • ଅଧିକାଂଶ α-କଣିକା ସୁନାପାତିଆ ମଧ୍ୟଦେଇ ସିଧାସଳଖ ଭାବରେ ଗତି କଲା ।
  • କିଛି α-କଣିକାର ଗତିପଥ ବଙ୍କେଇ ହୋଇଗଲା ।
  • ଅଳ୍ପ କିଛି ।-କଣିକା ସୁନାପାତିଆକୁ ଭେଦ ନ କରି ଯେଉଁ ଦିଗରେ ଯାଇଥିଲା ଠିକ୍ ତା’ର ବିପରୀତ ଦିଗରେ ପଛକୁ ଫେରିଆସିଲା ।

ସିଦ୍ଧାନ୍ତ :

  • ସୁନାପାତିଆର ପରମାଣୁ ଭିତରେ ଅଧିକାଂଶ ସ୍ଥାନ ଫମ୍ପା । କାରଣ ଅଧିକାଂଶ ନଂ-କଣିକା ସୁନାପାତିଆ
  • ଖୁବ୍ କମ୍ ସଂଖ୍ୟକ କଣିକା, ଗତିପଥରେ ବଙ୍କେଇ ଯାଉଛି, ଯେଉଁଥୁରୁ ସୂଚନା ମିଳୁଛି ଯେ ପରମାଣୁର ଯୁକ୍ତାତ୍ମକ ଚାର୍ଜ ଖୁବ୍ କମ୍ ସ୍ଥାନ ଦଖଲ କରିଛି।
  • ଅତି ଅଳ୍ପ କେତେକ α-କଣିକା ସିଧା ଆଗକୁ ନ ଯାଇପାରି 180 କୋଣରେ ବିକ୍ଷେପିତ ହୋଇ ପଛକୁ ଫେରିଆସୁଛି । ଏଥୁରୁ ସୂଚନା ମିଳୁଛି ଯେ ସୁନା ପରମାଣୁର ସମସ୍ତ ଯୁକ୍ତାତ୍ମକ ଚାର୍ଜ ଓ ବସ୍ତୁତ୍ୱ କେନ୍ଦ୍ରୀଭୂତ ହୋଇ ପରମାଣୁ ମଧ୍ୟରେ ଖୁବ୍‌ କମ୍ ସ୍ଥାନ ଅଧିକାର କରିଛି ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

17. ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ ବିଷୟରେ ବୁଝାଅ ।

ରଦରଫୋର୍ଡ଼ଙ୍କ ପରମାଣୁ ମଡ଼େଲ : ରଦରଫୋର୍ଡ଼ ତାଙ୍କ ସୁନାପାତିଆ ପରୀକ୍ଷାକୁ ଭିଭିକରି ଏକ ପରମାଣୁ ମଡ଼େଲର ପ୍ରସ୍ତାବ ଦେଇଥିଲେ । ଏହି ମଡ଼େଲ ଅନୁ ସାରେ –

  • ପରମାଣୁରେ ଏକ ଯୁକ୍ତାତ୍ମକ ଚାର୍ଜିତ କେନ୍ଦ୍ର ରହିଛି ଯାହାକୁ ନ୍ୟୁକ୍ଲିୟସ୍ କୁହାଯାଏ । ପରମାଣୁର ପ୍ରାୟ
  • ଇଲେକ୍‌ଟ୍ରନ୍‌ଗୁଡ଼ିକ ନ୍ୟୁକ୍ଲିୟସ୍ ଚାରିପଟେ ଥିବା ଫାଙ୍କା ସ୍ଥାନରେ ନିର୍ଦ୍ଦିଷ୍ଟ କକ୍ଷ ପଥରେ ଘୂରୁଛନ୍ତି ।
  • ପରମାଣୁର ଆକାର ତୁଳନାରେ ନ୍ୟୁକ୍ଲିୟସ୍‌ର ଆକାର ଖୁବ୍ ଛୋଟ ।

18. ବୋ’ରଙ୍କ ପରମାଣୁ ମଡ଼େଲ ରଦରଫୋର୍ଡ଼ଙ୍କ ମଡ଼େଲଠାରୁ କିପରି ଭିନ୍ନ ବୁଝାଅ ।
BSE Odisha 9th Class Physical Science Solutions Chapter 4 img-12

19. ଆଇସୋଟୋପ୍‌ର ଚାରୋଟି ବ୍ୟବହାର ଲେଖ ।
ଉ –
ଆଇସୋଟୋପ୍‌ର ବ୍ୟବହାର :

  • ୟୁରେନିୟମ୍‌ର ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍‌ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ର ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (thyriod gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ ।
  • କେତେକ କୃତ୍ରିମ ଆଇସୋଟାପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

20. ଗୋଟିଏ ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା ଲେଖ ।
ଉ –
ନିଷ୍କ୍ରିୟ ମୌଳିକର ଇଲେକ୍‌ଟ୍ରନ୍ ସଜ୍ଜା :
BSE Odisha 9th Class Physical Science Solutions Chapter 4 img-13

କାର୍ଯ୍ୟାବଳୀ (Activity) : 

ତୁମପାଇଁ କାମ 4.1 :

  • ଶୁଖୁଲା ମୁଣ୍ଡବାଳକୁ ଏକ ପାନିଆରେ କୁଣ୍ଡାଇ ସେହି ପାନିଆଟିକୁ ଛୋଟ ଛୋଟ ଟୁକୁରା କାଗଜ ଖଣ୍ଡ ନିକଟରେ ଦେଖାଇଲେ, କାଗଜ ଟୁକୁରାକୁ ପାନିଆ ଆକର୍ଷଣ କରିବ ।
  • ଗୋଟିଏ କାଚଦଣ୍ଡ (glass rod)କୁ ଏକ ସିଲ୍‌ କନାରେ ଘଷି ତାହାକୁ ଫୁଙ୍କା ହୋଇଥିବା ବେଲୁନ୍ ନିକଟକୁ ନେଲେ ବେଲୁନ୍‌ କାଚଦଣ୍ଡ ଆଡ଼କୁ ଆକର୍ଷିତ ହେବ ।

ସିଦ୍ଧାନ୍ତ : ଦୁଇଟି ପଦାର୍ଥକୁ ପରସ୍ପର ସହିତ ଘର୍ଷଣ କଲେ ବିଦ୍ୟୁତ୍ ଚାର୍ଜ ଉତ୍ପନ୍ନ ହୁଏ ଓ ସେଗୁଡ଼ିକ ଆକର୍ଷଣ କରିବାର ପ୍ରକୃତି ଲାଭ କରନ୍ତି ।
BSE Odisha 9th Class Physical Science Solutions Chapter 4 img-14

  • 1897 ମସିହାରେ ବୈଜ୍ଞାନିକ ଜେ.ଜେ. ଟମସନ୍ ପ୍ରସ୍ତାବ ଦେଲେ ଯେ ବିଯୁକ୍ତ ଚାର୍ଜକଣିକା ପ୍ରତ୍ୟେକ ପରମାଣୁର ଏକ ମୌଳିକ କଣିକା । ଏହି କଣିକାକୁ ଇଲେକ୍‌ଟ୍ରମ୍ (electron) କୁହାଗଲା ।
  • 1886 ମସିହାରେ ବୈଜ୍ଞାନିକ ଇ. ଗୋଲ୍‌ଷ୍ଟାଇନ୍ ଏକ ପରୀକ୍ଷାଦ୍ଵାରା ପରମାଣୁରେ ଯୁକ୍ତଚାର୍ଜ ରହିଥ‌ିବା ଆବିଷ୍କାର କରିଥିଲେ । ଏହି ଯୁକ୍ତଚାର୍ଜ କଣିକାର ନାମ ପ୍ରୋଟନ୍ (Proton) ଦିଆଗଲା ।
  • ପ୍ରୋଟନ୍‌ର ଚାର୍ଜ ଇଲେକ୍‌ଟ୍ରନ୍‌ର ଚାର୍ଜ ସହିତ ସମାନ କିନ୍ତୁ ବିପର1ରଧମା |
  • ପ୍ରୋଟନ୍‌ର ବସ୍ତୁତ୍ଵ ତୁଳନାରେ ଇଲେକ୍‌ଟ୍ରନ୍‌ର ବସ୍ତୁତ୍ଵ ନଗଣ୍ୟ ବୋଲି ଧରାଯାଏ ।

BSE Odisha 9th Class Physical Science Solutions Chapter 4 ପରମାଣୁ ଗଠନ

ତୁମପାଇଁ କାମ 4.2 :
ପ୍ରକୃତିରେ ପୋଟାସିୟମର ତିନୋଟି ଆଇସୋଟୋପ୍ ମିଳିଥାଏ । ସେଗୁଡ଼ିକ ହେଲା »K, K ଏବଂ K । ପୋଟାସିୟମର ପାରମାଣବିକ ବସ୍ତୁତ୍ଵ = 39.098u । ପ୍ରକୃତିରେ ପୋଟାସିୟମର କେଉଁ ଆଇସୋଟୋପ୍‌ର ଶତକଡ଼ା ଅନୁପାତ ସବୁଠାରୁ ଅଧିକ ?
ଉ-
BSE Odisha 9th Class Physical Science Solutions Chapter 4 img-15
ତେଣୁ xର % ମାନ ସବୁଠାରୁ ଅଧ‌ିକ । ଅର୍ଥାତ୍ ପ୍ରକୃତିରେ K ଆଇସୋଟୋପ୍‌ ଶତକଡ଼ା ଅନୁପାତ ସବୁଠାରୁ ଅଧିକ ।

ତୁମପାଇଁ କାମ 4.3 :
ଏହି ଅଧ୍ୟାୟରେ ଆଲୋଚିତ ହୋଇନଥୁବା ପାଞ୍ଚୋଟି ମୌଳିକର ଆଇସୋଟୋପ୍‌ଗୁଡ଼ିକର ଏକ ତାଲିକା କର ।
BSE Odisha 9th Class Physical Science Solutions Chapter 4 img-16
ଉ-
ଆଇସୋଟୋପ୍‌ର ବ୍ୟବହାର (Application of Isotopes) :

  • ୟୁରେନିୟମ୍ ଆଇସୋଟୋପ୍ ନ୍ୟୁକ୍ଲିୟ ରିଆକ୍ଟରରେ ଜାଳେଣି ରୂପେ ବ୍ୟବହାର କରାଯାଏ ।
  • କୋବାଲ୍ଟର ଏକ ଆଇସୋଟୋପ୍ କ୍ୟାନ୍ସର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ ।
  • ଆୟୋଡ଼ିନ୍‌ ଏକ ଆଇସୋଟୋପ୍ ଥାଇରଏଡ୍ ଗ୍ରନ୍ଥି (Thyroid gland) ରୋଗର ଚିକିତ୍ସାରେ ବ୍ୟବହୃତ ହୁଏ |
  • କେତେକ କୃତ୍ରିମ ଆଇସୋଟୋପ୍‌କୁ କୃଷି ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର କରାଯାଏ ।

ତୁମପାଇଁ କାମ 4.4 :
ଆଉ କେତୋଟି ଆଇସୋବାର୍‌ର ଏକ ତାଲିକା କର ।
ଉ-
BSE Odisha 9th Class Physical Science Solutions Chapter 4 img-17

BSE Odisha 9th Class Physical Science Solutions Chapter 5 ଗତି

Odisha State Board BSE Odisha 9th Class Physical Science Solutions Chapter 5 ଗତି Textbook Exercise Questions and Answers.

BSE Odisha Class 9 Physical Science Solutions Chapter 5 ଗତି

1. 100 m ପରିଧ ବିଶିଷ୍ଟ ଗୋଟିଏ ବୃତ୍ତାକାର ପଥରେ ଜଣେ ଖେଳାଳୀ 20 ସେକେଣ୍ଡ ସମୟରେ ଥରେ ଘୂରିପାରେ । ତାହାହେଲେ ସେ ଏକ ମିନିଟ୍ 10 ସେକେଣ୍ଡରେ କେତେ ଦୂରତା ଅତିକ୍ରମ କରିବ ଓ ତାହାର ବିସ୍ଥାପନ କେତେ ହେବ ?
ଉ-
ଏଠାରେ ଅତିକ୍ରାନ୍ତ ଦୂରତା (s) = 100 m, ସମୟ (t) = 20 s
∴ ବେଗ (v) = BSE Odisha 9th Class Physical Science Solutions Chapter 5 img-1
ଯଦି ସମୟ (t) = 1 ମିନିଟ୍ 10 ସେକେଣ୍ଡ = 70 ସେକେଣ୍ଡ ହୁଏ,
ତେବେ ଅତିକ୍ରାନ୍ତ ଦୂରତା (s) = vt = 5 m/s × 70s = 350 m ହେବ ।
∴ ଖେଳାଳୀ ଜଣକ ମୋଟ 350 m ଦୂରତା ଅତିକ୍ରମ କରିବ ।
ଏଥିରେ ସେ ସଂପୂର୍ଣ୍ଣ 3 ଥର ବୃତ୍ତାକାର ପରିଧ୍ଵକୁ ଏବଂ ଥରେ ଅର୍ଥପରିଧ୍ଵ ପଥ ଅତିକ୍ରମ କରିବ ।
ତେଣୁ ତାହାର ବିସ୍ଥାପନ = ବୃତ୍ତର ପରିଧ୍ଵ
∴ ବୃତ୍ତର ପରିଧ୍ଵ = πd = 100 m (∵ d = ବୃତ୍ତର ବ୍ୟାସ)
BSE Odisha 9th Class Physical Science Solutions Chapter 5 img-2
ଖେଳାଳୀର ବିସ୍ଥାପନ 31.818m ମିଟର ହେବ ।

2. ସୁମନ୍ତ ବିଦ୍ୟାଳୟକୁ ଗଲାବେଳେ 20 km/h ବେଗରେ ଗାଡ଼ିରେ ଯାଏ । ବିଦ୍ୟାଳୟରୁ ଫେରିଲାବେଳେ ତାହାର ଗାଡ଼ିର ବେଗ 30 km/h ହେଲେ, ତାହାର ହାରାହାରି ବେଗ କେତେ ହେବ ?
ଉ-
ମନେକର ସୁମନ୍ତ ଘରଠାରୁ ବିଦ୍ୟାଳୟର ଦୂରତ୍ୱ = x km
x kmକୁ 20 km/h ବେଗରେ ବିଦ୍ୟାଳୟ ଯିବାକୁ ସମୟ ଲାଗିବ = BSE Odisha 9th Class Physical Science Solutions Chapter 5 img-3
BSE Odisha 9th Class Physical Science Solutions Chapter 5 img-4
∴ ସୁମନ୍ତର ହାରାହାରି ବେଗ 24 km/h ।

BSE Odisha 9th Class Physical Science Solutions Chapter 5 ଗତି

3. ଏକ ମୋଟର ବୋଟ୍ ସ୍ଥିରାବସ୍ଥାରୁ ଗୋଟିଏ ହ୍ରଦରେ ଏକ ସରଳରେଖାରେ ଗତିକଲା । 8 ସେକେଣ୍ଡ ସମୟରେ ତାହାର ତ୍ଵରଣ 3 m/s2 ହେଲା । ଏହି ସମୟ ମଧ୍ୟରେ ବୋଟ୍‌ କେତେ ଦୂରତା ଅତିକ୍ରମ କରିଥିଲା ?
ଉ-
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) = 8 s ଓ ତ୍ଵରଣ (a) = 3m/s2
∴ ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-5
∴ ବୋଟ୍‌ଟି 96 ମି. ଦୂରତା ଅତିକ୍ରମ କରିଥିଲା ।

4. ରାମବାବୁ ସକାଳୁ ଘରୁ ବାହାରି ପୂର୍ବ ଦିଗକୁ 2 km ଗଲେ ଏବଂ ସେଠାରୁ ସେଇବାଟ ଦେଇ ଘରକୁ ଫେରି ଆସିଲେ । ଏହି ଦୂରତା ଅତିକ୍ରମ କରିବାକୁ ସେ ମୋଟ 40 ମିନିଟ୍ ସମୟ ନେଇଥୁଲେ, ତାଙ୍କର ହାରାହାରି ବେଗ ଓ ପରିବେଗ କଳନା କର ।
ଉ –
BSE Odisha 9th Class Physical Science Solutions Chapter 5 img-6
ରାମବାବୁଙ୍କର ହାରାହାରି ବେଗ 6 km/h ଓ ବିସ୍ଥାପନ 0 |

5. ଚିତ୍ରରେ ତିନୋଟି ଗାଡ଼ି A, B ଓ Cର ସମୟ-ଦୂରତା ଗ୍ରାଫ୍ ପ୍ରଦର୍ଶିତ ହୋଇଛି । ଏହି ଗ୍ରାଫ୍‌କୁ ଅନୁଧ୍ୟାନ କରି ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
(a) ଏମାନଙ୍କ ମଧ୍ୟରୁ କେଉଁ ଗାଡ଼ିଟିର ଗତି ସର୍ବାଧ୍ବକ ?
(b) ରାସ୍ତାର କୌଣସି ଗୋଟିଏ ସ୍ଥାନରେ ସେମାନେ ଏକାଠି ହେବେ କି ?
(c) B ଗାଡ଼ିଟି A ଗାଡ଼ିକୁ ଅତିକ୍ରମ କରିବା ପରେ c ଗାଡ଼ିଟି କେତେ ଦୂର ଯାଇଥ‌ିବ ?
(d) C ଗାଡ଼ିକୁ ଅତିକ୍ରମ କରିବା ପରେ B ଗାଡ଼ିଟି କେତେ ଦୂର ଯାଇଥିବ ?

BSE Odisha 9th Class Physical Science Solutions Chapter 5 img-7
ଉ –

(a) ଗତି ଶୀଳ ବସ୍ତୁର ବେଗର ପରି ମାଣ ଦୂରତ। -ସମୟ ଗ୍ରାଫ୍‌ ଆନତି (Slope)ରୁ ଜଣାପଡ଼ିଥାଏ । Bର ଲେଖାଟି X-ଅକ୍ଷ ବା ସମୟ ଅକ୍ଷ ସହ ଉତ୍ପନ୍ନ କରୁଥ‌ିବ। କୋଣର ପରିମାଣ ଅଧିକ ହୋଇଥିବାରୁ ତ’ର ସ୍ଲୋପ୍ ଅଧିକ ହୋଇଥାଏ । ସୁତରାଂ Bର ବେଗ ସର୍ବାଧ‌ିକ ଅଟେ ।

(b) ରାସ୍ତାର କୌଣସି ସ୍ଥାନରେ ସେମାନେ ଏକାଠି ହେବେ ନାହିଁ ।

(c) B ଗାଡ଼ିଟି A ଗାଡ଼ିକୁ D ଠାରେ ଅତିକ୍ରମ କରୁଛି । D ବିନ୍ଦୁର ସ୍ଥାନାଙ୍କ Y -ଅକ୍ଷରେ 10 km । ସେହି ସମୟରେ ୯ ଗାଡି E ଠାରେ ପହଞ୍ଚିବ ଏବଂ E ବିନ୍ଦୁର ସ୍ଥାନାଙ୍କ Y-ଅକ୍ଷରେ 9km । ତେଣୁ B, Aକୁ ଅତିକ୍ରମ କଲାବେଳେ ୯ ଗାଡି B ଓ A ଠାରୁ (10 km – 9 km) = 1 km ପଛରେ ଥ‌ିବ ।

(d) B ଗାଡି C ଗାଡିକୁ F ଠାରେ ଅତିକ୍ରମ କରୁଛି ଏବଂ F ର ସ୍ଥାନାଙ୍କ Y-ଅକ୍ଷରେ 7.5 km 1 B, Cକୁ ମୂଳବିନ୍ଦୁଠାରୁ 7.5 km ଦୂରରେ ଏବଂ A କୁ ମୂଳବିନ୍ଦୁଠାରୁ 10 km ଦୂରରେ ଅତିକ୍ରମ କରିବ । ତେଣୁ B ଗାଡି ୯ ଗାଡିକୁ ଅତିକ୍ରମ କରିବା ସୟରେ (10 km – 7.5 km) = 2.5 km ଦୂରତା ଅତିକ୍ରମ କରିବ ।

BSE Odisha 9th Class Physical Science Solutions Chapter 5 img-8

6. ଗୋଟିଏ ବସ୍ତୁ ଭୂମିଠାରୁ 20 m ଉପରୁ ସ୍ଥିରାବସ୍ଥାରୁ ମୁକ୍ତ ଭାବରେ ପଡ଼ିଲା । ଭୂପୃଷ୍ଠରେ ପଡ଼ିବାକୁ ଏହାକୁ କେତେ ସମୟ ଲାଗିବ ? ଠିକ୍ ଭୂମିକୁ ଛୁଇଁବା ବେଳେ ଏହାର ପରିବେଗ କେତେ ହେବ ?(g = 10 m/s2)
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) ), ଭୂମିଠାରୁ ବସ୍ତୁର ଉଚ୍ଚତା (s) = 20m
ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) = 10 m/s2
v2 = u2 + 2gs = 2gs (∵ u = 0)
BSE Odisha 9th Class Physical Science Solutions Chapter 5 img-9
v = u + gt ⇒ t = BSE Odisha 9th Class Physical Science Solutions Chapter 5 img-10
∴ ଭୂପୃଷ୍ଠରେ ପଡ଼ିବାକୁ 2 ସେକେଣ୍ଡ ସମୟ ଲାଗିବ ଓ ଠିକ୍ ଭୂମିରେ ଛୁଇଁବା ବେଳେ ଏହାର ପରିବେଗ 20m/s ହେବ ।

BSE Odisha 9th Class Physical Science Solutions Chapter 5 ଗତି

7. ଗ୍ରାଫ୍ ପ୍ରଦର୍ଶିତ ହୋଇଛି । ଏହାକୁ ପର୍ଯ୍ୟବେକ୍ଷଣ କର ଏବଂ ନିମ୍ନୋକ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖ ।
BSE Odisha 9th Class Physical Science Solutions Chapter 5 img-11
(a) ପ୍ରଥମ ଚାରି ସେକେଣ୍ଡରେ କାର୍‌ଟି କେତେ ଦୂରତା ଅତିକ୍ରମ କରିବ ? ଏହି ସମୟରେ କାର୍‌ଟି ଅତିକ୍ରମ କରିଥୁବା ଦୂରତା ପ୍ରଦର୍ଶନ କରୁଥିବା ଗ୍ରାଫ୍‌ର ଅଂଶକୁ ରଙ୍ଗ ଦିଅ ।
(b) ଗ୍ରାଫ୍‌ରେ କେଉଁ ଅଂଶଟିର କାର୍‌ଟି ସମ ଗତିରେ ଗତି କରୁଛି ?
ଉ –
(a) V = 6 m/s, t = 4s
s = vt = 6m/s x 4s = 24m
ଗ୍ରାଫ୍‌ତ ରେଖାଙ୍କିତ ଅଂଶ ହେଉଛି କାର୍ ଟି ଅତିକ୍ରମ କରୁଥିବା ଦୂରତା ।
(b) ଗ୍ରାଫ୍‌ରେ 6 ସେକେଣ୍ଡରୁ 9.6 ସେକେଣ୍ଡ ମଧ୍ୟରେ
BSE Odisha 9th Class Physical Science Solutions Chapter 5 img-12

8. ଗୋଟିଏ ବସ୍ତୁକୁ ଭୂଲମ୍ବ ଦିଗରେ ଭୂମିଠାରୁ ଉପରକୁ ନିକ୍ଷେପ କରାଗଲା । ଏହା 4 ସେକେଣ୍ଡ ପରେ ପ୍ରାରମ୍ଭିକ ସ୍ଥାନକୁ (ଯେଉଁ ସ୍ଥାନରୁ ଯାଇଥିଲା ସେହି ସ୍ଥାନକୁ) ଫେରି ଆସିଲା । ତାହାହେଲେ ଏହାର ପ୍ରାରମ୍ଭିକ ବେଗ କେତେ ଥିଲା ? ଏହା କେତେ ଉପରକୁ ଉଠିଥିଲା ? (g = 10 m/s2)
ଉ –
ପ୍ରାରମ୍ଭିକ ବେଗ = u; ଅନ୍ତିମ ବେଗ v = 0; ମୋଟ ସମୟ ଲାଗିଛି t = 4 sec
କେବଳ ଉପରକୁ ଉଠିବାକୁ ସମୟ ଲାଗିଛି  BSE Odisha 9th Class Physical Science Solutions Chapter 5 img-13
(ଉପରକୁ ଉଠିବାକୁ ଯେତିକି ସମୟ ଲାଗିବ ତଳକୁ ଖସିବାକୁ ସେତିକି ସମୟ ଲାଗିବ ।)
ଉପରକୁ ଉଠିବାପାଇଁ v = 0, t = 2 sec. g = – 10 m/s2
v = u + gt ⇒ 0 = u + gt ⇒ u = – gt = – (- 10m/s2) x 2s = 20 m/s
v2 = u2 + 2 gs ⇒ 0 = u2 + 2 gs
BSE Odisha 9th Class Physical Science Solutions Chapter 5 img-14
∴ ବସ୍ତୁଟି 20m ଉପରକୁ ଉଠିଥିଲା ଓ ତାହାର ପ୍ରାରମ୍ଭିକ ବେଗ 20 m/s ଥିଲା ।

9. ଗୋଟିଏ କୃତ୍ରିମ ଉପଗ୍ରହ 42250 km ବ୍ୟାସାର୍ଷ ବିଶିଷ୍ଟ ଏକ ବୃତ୍ତାକାର କକ୍ଷରେ ପୃଥ‌ିବୀ ପରିକ୍ରମଣ କରୁଅଛି । ଯଦି ଏହା ପୃଥ‌ିବୀ ଚାରିପାଖରେ 24 ଘଣ୍ଟାରେ ଥରେ ଘୂରିଆସେ, ତାହାହେଲେ ଏହାର ବେଗ
ଉ –
ଏଠାରେ ବ୍ୟାସାର୍ଷ (r) = 42250 km, ସମୟ (t) = 24 h
⇒ ଅତିକ୍ରାନ୍ତ ଦୂରତା (s) = ପରିଧ୍ 2лr = 2 x 3.141 x 42250 km = 265414.5 km
BSE Odisha 9th Class Physical Science Solutions Chapter 5 img-15

10. ସ୍ଥିରାବସ୍ଥାରୁ ଗୋଟିଏ କାର୍ ଗତି ଆରମ୍ଭ କରି ଏକ ସିଧା ରାସ୍ତାରେ 4 m/s2 ସମ ତ୍ଵରଣରେ ଗତି କଲା । 10 ସେକେଣ୍ଡ ପରେ ଏହାର ପରିବେଗ କେତେ ହେବ ? ଏହି ସମୟ ମଧ୍ୟରେ କାର୍‌ଟି କେତେ ଦୂର ଯାଇଥ‌ିବ ?
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, ତ୍ଵରଣ (a) = 4 m/s2 ଓ ସମୟ (t) = 10s
ଅନ୍ତିମ ପରିବେଖ = v ହେଲେ v = u + at = 0 + 4 m/s2 x 10s = 40 m/s
ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-16
∴ 10 ସେକେଣ୍ଡ ପରେ କାର୍‌ର ପରିବେଗ ହେବ 40 m/s । ଏହି ସମୟ ମଧ୍ୟରେ କାର୍‌ଟି 200 m ଦୂର ଯାଇଥ‌ିବ ।

BSE Odisha 9th Class Physical Science Solutions Chapter 5 ଗତି

ପ୍ରଶାବଳୀ ଓ ଉତ୍ତର

1. ଗୋଟିଏ ବସ୍ତୁ କିଛି ପଥ ଦେଇ ଗତି କରିଛି । ତାହାର ବିସ୍ଥାପନ ଶୂନ ହୋଇ ପାରିବ କି ? ଯଦି ତୁମର ଉତ୍ତର ହଁ ହୁଏ, ତାହାହେଲେ ଏକ ଉଦାହରଣ ଦ୍ଵାରା ଏହାକୁ ବୁଝାଅ ।
ଉ –
(i) ବସ୍ତୁର ବିସ୍ଥାପନ ଶୂନ ହୋଇପାରିବ ।

(ii) ଉଦାହରଣ : 1 – ଗୋଟିଏ ବସ୍ତୁ ପ୍ରାରମ୍ଭିକ ବିନ୍ଦୁ ‘A’ ରୁ ବାହାରି କୌଣସି ଏକ ପଥ ଅତ୍ରିକମ କରି ପୁନଶ୍ଚ ସେହି ପ୍ରାରମ୍ଭିକ ବିନ୍ଦୁ ‘A’ କୁ ଫେରିଆସିଲେ ବସ୍ତୁର ବିସ୍ଥାପନ ଶୂନ ହେବ । କାରଣ ପ୍ରାରମ୍ଭିକ – ବିନ୍ଦୁ ଓ ଅନ୍ତିମ ବିନ୍ଦୁ ମଧ୍ୟରେ ସର୍ବନିମ୍ନ ଦୂରତା ସମାନ ଅଟେ ।

ଉଦାହରଣ : 2 – ମନେକର, ଗୋଟିଏ ବସ୍ତୁ ‘୦’ ବିନ୍ଦୁରୁ ବାହାରି A ପର୍ଯ୍ୟନ୍ତ ଏକ ସରଳରେଖାରେ ଯାଇ ପୁନଶ୍ଚ ‘୦’ ବିନ୍ଦୁକୁ ଫେରିଆସିଲା । ଏ କ୍ଷେତ୍ରରେ ବସ୍ତୁର ପ୍ରାରମ୍ଭିକ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ସମାନ ହୋଇଯିବାରୁ ବସ୍ତୁର ବିସ୍ଥାପନ ଶୂନ ହେବ ।
∴ \(\vec{OA}\) = – \(\vec{OA}\) କିମ୍ବା \(\vec{OA}\) + \(\vec{OA}\) = 0 (\(\vec{OA}\) ଯୁକ୍ତାତ୍ମକ ହେଲେ \(\vec{OA}\) ବିଯୁକ୍ତାତ୍ମକ ହୋଇଥାଏ । )

ଉଦାହରଣ : 3 – ଗୋଟିଏ ଟେକାକୁ ଭୁଲମ୍ବ ଭାବରେ ଉପରକୁ ନିକ୍ଷେପ କଲେ ତାହା କିଛି ବାଟ ଉପରକୁ ଯାଇ କିଛି ସମୟ ପରେ ପ୍ରାରମ୍ଭିକ ଅବସ୍ଥାନକୁ ଫେରିଆସେ । ଏଠାରେ ଟେକାର ବିସ୍ଥାପନ ଶୂନ ମାତ୍ର ଅତିକ୍ରାନ୍ତ ଦୂରତା ଶୂନ ହୋଇନଥାଏ ।

2. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଠିକ୍ ଓ କେଉଁଟି ଭୁଲ ପ୍ରକାଶ କର ।
(a) ବିସ୍ଥାପନ କେବେହେଲେ ଶୂନ ହେବନାହିଁ ।
(b) ବିସ୍ଥାପନର ପରିମାଣ ଅତିକ୍ରାନ୍ତ ଦୂରତାର ପରିମାଣଠରୁ କେବେହେଲେ ଅଧିକ ହେବ ନାହିଁ ।
ଉ –
(a) ଭୁଲ
(b) ଠିକ୍ ।

3. ବେଗ ଓ ପରିବେଗ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 9th Class Physical Science Solutions Chapter 5 img-17

4. କେଉଁ ପରିସ୍ଥିତିରେ ହାରାହାରି ପରିବେଗର ପରିମାଣ ହାରାହାରି ବେଗ ସହ ସମାନ ?
ଉ –
ବସ୍ତୁଟି ଏକ ସରଳରେଖାରେ ଏବଂ ସମ ପରିବେଗରେ ଗତି କରୁଥିଲେ ଏହାର ହାରାହାରି ପରିବେଗର ପରିମାଣ ହାରାହାରି ବେଗ ସହ ସମାନ ହେବ ।

5. ଗୋଟିଏ ଯାନର ‘‘ଓଡ଼ୋମିଟର’’ ଯନ୍ତ୍ର କ’ଣ ମାପେ ?
ଉ –
ଗୋଟିଏ ଯାନର ଓଡ଼ୋମିଟର ଯନ୍ତ୍ର ବସ୍ତୁର ଅତିକ୍ରାନ୍ତ ଦୂରତା ମାପେ ।

6. ଯେତେବେଳେ ଗୋଟିଏ ବସ୍ତୁ ସମଗତିରେ ଗତି କରୁଥାଏ, ତାହାର ଗତିପଥ କିପରି ହୋଇଥାଏ ?
ଉ –
ଯେତେବେଳେ ଗୋଟିଏ ବସ୍ତୁ ସମଗତିରେ ଗତି କରୁଥାଏ, ସେତେବେଳେ ତାହାର ଗତିପଥ ସରଳରେଖକ ହୋଇଥାଏ ।

7. ଗୋଟିଏ ବସ୍ତୁ

  • କେତେବେଳେ ସମ ତ୍ଵରଣରେ ଯାଉଛି ବୋଲି ତୁମେ କହିବ ଏବଂ
  • କେତେବେଳେ ଅସମ ତ୍ଵରଣରେ ଯାଉଛି ବୋଲି ତୁମେ କହିବ ।

ଉ –

  • ଯଦି ବସ୍ତୁ ଏକ ସରଳରେଖାରେ ଗତି କରୁଥିବା ସମୟରେ ତାହାର ପରିବେଗ ସମାନ ସମୟ ବ୍ୟବଧାନରେ ସମାନ ପରିମାଣରେ ବୃଦ୍ଧି ଘଟିଥାଏ, ତେବେ ତାହା ସମ ତ୍ଵରଣରେ ଯାଉଛି ବୋଲି କୁହାଯାଏ ।
  • ସେହିପରି ଯଦି ସଳଖ ରାସ୍ତାରେ ଗୋଟିଏ ଗତିଶୀଳ ବସ୍ତର ବେଗ ଅସମାନଭାବରେ ସମାନ ସମୟ ବ୍ୟବଧାନରେ ବୃଦ୍ଧିପାଏ, ତେବେ ତାହା ଅସମ ତ୍ଵରଣରେ ଯାଉଛି ବୋଲି କୁହାଯିବ ।

BSE Odisha 9th Class Physical Science Solutions Chapter 5 ଗତି

8. ସରଳରେଖାରେ ଗୋଟିଏ ବସ୍ ତାହାର ପରିବେଗ 80 km/hରୁ 60 km/h କୁ 5 ସେକେଣ୍ଡରେ କମାଇଲା । ତାହାହେଲେ ସେ ବସ୍‌ର ଗତିରେ ତ୍ଵରଣ କେତେ ?
ଉ –
BSE Odisha 9th Class Physical Science Solutions Chapter 5 img-18

9. ଗୋଟିଏ ଟ୍ରେନ୍ ରେଳଷ୍ଟେସନରୁ ଛାଡ଼ି ସମ ତ୍ଵରଣରେ ଗତିକରି 10 ମିନିଟ୍‌ରେ 40 km/h ପରିବେଗ ଲାଭକଲେ, ଟ୍ରେନ୍‌ର ତ୍ଵରଣ କେତେ ?
ଉ –
ଟ୍ରେନ୍ ର ପ୍ରାରମ୍ଭିକ ପରିବେଗ (u) = 0
ଅନ୍ତିମ ପରିବେଗ (v) = 40 କି.ମି./ ଘଣ୍ଟା BSE Odisha 9th Class Physical Science Solutions Chapter 5 img-19 ମି. / ସେକେଣ୍ଡ = \(\frac { 100 }{ 9 }\) ମି. / ସେକେଣ୍ଡ
ସମୟ (t) = 10 ମିନିଟ୍ = 10 × 60 606 = 600 ସେକେଣ୍ଡ
ତ୍ଵରଣ (a) = \(\frac { v-u }{ t }\) = \(\frac { v }{ t }\) = \(\frac { 100 }{ 9 x 600 }\) ମିଟର / ସେକେଣ୍ଡ
=BSE Odisha 9th Class Physical Science Solutions Chapter 5 img-20 ମିଟର / ସେକେଣ୍ଡ2 = 0.018 ମିଟର / ସେକେଣ୍ଡ2
∴ ଟ୍ରେନ୍‌ର ତ୍ଵରଣ 0.018 ମିଟର / ସେକେଣ୍ଡ2

10. ସମ ଓ ଅସମ ବେଗରେ ଗତି କରୁଥିବା ଗୋଟିଏ ବସ୍ତୁର ସମୟ–ଦୂରତା ଗ୍ରାଫ୍‌ର ଲକ୍ଷଣଗୁଡ଼ିକ ଲେଖ ।
ଉ –

  • ସମ ବେଗରେ ଗତି କରୁଥିବା ବସ୍ତୁର ସମୟ-ଦୂରତା ଗ୍ରାଫ୍‌ ଏକ ତୀର୍ଯ୍ୟକ୍ ସରଳରେଖା ହୁଏ ।
  • ବସ୍ତୁଟି ଅସମ ବେଗରେ ଗତି କରୁଥିଲେ ଗ୍ରାଫ୍‌ଟି ଏକ ବକ୍ରରେଖା ହୁଏ ।

BSE Odisha 9th Class Physical Science Solutions Chapter 5 img-21

11. ଗୋଟିଏ ବସ୍ତୁର ସମୟ-ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ, ତାହାର ଗତି କ’ଣ ହୋଇପାରେ ବୋଲି ତୁମେ ଭାବୁଛ ?
ଉ –
ବସ୍ତୁର ସମୟ-ଦୂରତା ଗ୍ରାଫ୍ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ ବସ୍ତୁଟି ସ୍ଥିର ଖୁବ। ଜଣାଯାଏ ।
BSE Odisha 9th Class Physical Science Solutions Chapter 5 img-22

12. ଗୋଟିଏ ବସ୍ତୁର ସମୟ-ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ଏହା ସମୟ ଅକ୍ଷ ସହ ସମାନ୍ତ ର । ବସ୍ତୁର ଗତି ବିଷୟରେ ତୁମେ କ’ଣ କହିପାରିବ ?
ଉ –
ଗୋଟିଏ ସମୟ-ବେଗ ଗ୍ରାଫ୍ ଏକ ସରଳରେଖା ଏବଂ ସମୟ ଅକ୍ଷ ସହ ସମାନ୍ତର ହୋଇଥିଲେ ବସ୍ତୁଟି ସମବେଗରେ ଗତି କରିବ ।
BSE Odisha 9th Class Physical Science Solutions Chapter 5 img-23

13. ଗୋଟିଏ ବସ୍ ସ୍ଥିରାବସ୍ଥାରୁ ଗତି ଆରମ୍ଭ କରି 2 ମିନିଟ୍‌ରେ 0-1 m/s2 ତ୍ଵରଣ ଲାଭ କଲା । ତାହାହେଲେ–

  • ଏହି ସମୟ ମଧ୍ୟରେ ବସ୍‌ କେତେ ଦୂରତା ଅତିକ୍ରମ କରିଥିଲା ?
  • ଗାଡ଼ିଟି କେତେ ବେଗରେ ଯାଉଥିଲା ?

ଉ –
ପ୍ରାରମ୍ଭିକ ବେଗ (u) = 0, ତ୍ଵରଣ (a) = 0.1 ମି/ସେକେଣ୍ଡ2, ସମୟ (t) = 2 ମିନିଟ୍ = 120 ସେକେଣ୍ଡ
ଅତିକ୍ରାନ୍ତ ଦୂରତା BSE Odisha 9th Class Physical Science Solutions Chapter 5 img-24
ବେଗ (v) = u + at = at = 0.1 ମିଟର/ ସେକେଣ୍ଡ2 × 120 ସେକେଣ୍ଡ = 12 ମିଟର/ସେକେଣ୍ଡ ।

  • ଏହି ସମୟ ମଧ୍ୟରେ ବସ୍‌ 720 ମିଟର ଦୂରତା ଅତିକ୍ରମ କରିଥିଲା ।
  • ଗାଡ଼ିଟି 120 ମିଟର | ସେକେଣ୍ଡ ବେଗରେ ଯାଉଥିଲା ।

BSE Odisha 9th Class Physical Science Solutions Chapter 5 ଗତି

14. ଗୋଟିଏ ଟ୍ରେନ୍ 90 km/h ବେଗରେ ଗତି କରୁଥିଲା । ହଠାତ୍ ଟ୍ରେନ୍‌ର ବ୍ରେକ୍ ଦେଇ ଟ୍ରେନ୍‌ଟିର ତ୍ଵରଣ 0.5 m/s2 କରାଗଲା । ଟ୍ରେନ୍‌ଟି ସ୍ଥିର ହେବା ପୂର୍ବରୁ କେତେ ଦୂର ଯାଇପାରିବ ?
ଉ –
ଟ୍ରେନ୍‌ର ପ୍ରାରମ୍ଭିକ ବେଗ (u) = 90 କି.ମି./ ଘଣ୍ଟା \(\frac { 90000 }{ 3600 }\) ମିଟର / ସେକେଣ୍ଡ = 25 ମି / ସେକେଣ୍ଡ
ତ୍ଵରଣ (a) = – 0.5 ମିଟର/ ସେକେଣ୍ଡ2, ଅନ୍ତିମ ବେଗ (v) = 0
v2 = u2 ⇒ 0 = u2 + 2as
BSE Odisha 9th Class Physical Science Solutions Chapter 5 img-25
∴ ଟ୍ରେନ୍ ଟି ସ୍ଥିର ହେବା ପୂର୍ବରୁ 625 ମିଟର ଦୂରଯାଇପାରିବ ।

15. ଗୋଟିଏ କାର୍ ସ୍ଥିରାବସ୍ଥାରୁ ସମ ତ୍ଵରଣରେ ଗତି କଲା । ଏହାର ତ୍ଵରଣ 4 m/s2 ହେଲେ, 3 ସେକେଣ୍ଡ ପରେ କାର୍‌ର ପରିବେଗ କେତେ ହେବ ?
ଉ –
ସ୍ଥିରାବସ୍ଥାରୁ ଗତି ଆରମ୍ଭ କରିଛି, ଅର୍ଥାତ୍ ପ୍ରାରମ୍ଭିକ ବେଗ (u) = 0, ତ୍ଵରଣ (a) = 4 ମିଟର/ ସେକେଣ୍ଡ2, (t) = 3 ସେକେଣ୍ଡ
ଶେଷ ପରିବେଗ (v) = u + at = at = 4 x 3 ମିଟର / ସେକେଣ୍ଡ = 12 ମିଟର/ସେକେଣ୍ଡ ।

16. ଗୋଟିଏ ଗମ୍ବୁଜ ଉପରୁ ହାତରେ ଧରିଥିବା ପଥରଟିକୁ ଛାଡ଼ିଦେଲା ପରେ 4 ସେକେଣ୍ଡ ପରେ ତାହା ଭୂଇଁରେ ପଡ଼ିଲା । ଗମ୍ବୁଜର ଉଚ୍ଚତା କେତେ ? (g = 10 m/s2)
ଉ –
ଗମ୍ବୁଜ ଉପରୁ ପଥରଟିକୁ ଛଡ଼ାଗଲା । ତେଣୁ ପ୍ରାରମ୍ଭିକ ପରିବେଗ (u) = 0, ସମୟ (t) = 4 ସେକେଣ୍ଡ
ଗମ୍ବୁଜର ଉଚ୍ଚତା (s) = ut + \(\frac { 1 }{ 2 }\)gt2 (a = g 10 ମିଟର / ସେକେଣ୍ଡ2)
= \(\frac { 1 }{ 2 }\)gt2 = \(\frac { 1 }{ 2 }\) x 10 x 4 x 4 = 80 ମିଟର ।
∴ ଗମ୍ବୁଜର ଉଚ୍ଚତା ୫୦ ମିଟର ।

17. ସଳଖ ରାଜପଥରେ ସମ ତ୍ଵରଣରେ ଗତି କରୁଥିବା ଗୋଟିଏ ଗାଡ଼ିର ବେଗ 5 ସେକେଣ୍ଡରେ 10 ମି./ସେ. ରୁ 26 ମି. | ସେ. ବେଗକୁ ତ୍ୱରାନ୍ବିତ ହେଲେ, ସେହି ସମୟ ମଧ୍ୟରେ ଗାଡ଼ିଟି କେତେ ବାଟ ଗତି କରିଥବ ?
ଉ –
ପ୍ରାରମ୍ଭିକ ପରିବେଗ (u) = 10 ମିଟର/ସେକେଣ୍ଡ, ଅନ୍ତିମ ପରିବେଗ (v) = 26 ମିଟର/ସେକେଣ୍ଡ, ସମୟ (t) = 5 ସେକେଣ୍ଡ
∴ ବରଣ (a) = \(\frac { v-u }{ t }\) = \(\frac { 26-10 }{ 5 }\) = \(\frac { 16 }{ 5 }\) ମିଟର / ସେକେଣ୍ଡ2
ଅତିକ୍ରାନ୍ତ ଦୂରତା (s) = ut + \(\frac { 1 }{ 2 }\) at2 = 10 x 5 + \(\frac { 1 }{ 2 }\) x \(\frac { 16 }{ 5 }\) x 5 x 5 = 50 + 40 = 90 ମିଟର |
∴ ଗାଡ଼ିଟି ୨୦ ମିଟର ଗତି କରିଥବ ।

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ 5.1 :
ତୁମ ଶ୍ରେଣୀ କୋଠରିର କାନ୍ଥଗୁଡ଼ିକ ସ୍ଥିର କି ଗତିଶୀଳ ?
ଉ –
ପୃଥ‌ିବୀ ଗତିଶୀଳ ହେତୁ କୋଠରିର କାନ୍ଥ ଗୁଡ଼ିକ ଗତିଶୀଳ । ବିଶ୍ଵରେ ପରମ ସ୍ଥିର କେହି ନାହାନ୍ତି । କାନ୍ଥଟି ଆପେକ୍ଷିକ ସ୍ଥିରତାରେ ଅଛି ।

BSE Odisha 9th Class Physical Science Solutions Chapter 5 ଗତି

ତୁମପାଇଁ କାମ 5.2
ଗୋଟିଏ ମିଟର ସ୍କେଲ୍ ଓ ଏକ ଲମ୍ବା ରସି ସଂଗ୍ରହ କର । ତୁମ ବିଦ୍ୟାଳୟର ଆୟତାକାର ଫୁଟ୍‌ବଲ୍‌ ପଡ଼ିଆ ବା ଭଲିବଲ୍ କୋର୍ଟର ଗୋଟିଏ କୋଣରେ ତୁମେ ତୁମ ସାଙ୍ଗ ସହିତ ଠିଆ ହୁଅ । ତୁମ ସାଙ୍ଗକୁ ପଡ଼ିଆ ବା କୋର୍ଟର ଦୈର୍ଘ୍ୟ ଓ ପ୍ରସ୍ଥ ଦେଇ ତୁମର ବିପରୀତ କୋଣକୁ ଯିବାକୁ କୁହ । ଏହି ଦୈର୍ଘ୍ୟ ଓ ପ୍ରସ୍ଥକୁ ମାପିରଖ । ତୁମ ସାଙ୍ଗ ଅତିକ୍ରାନ୍ତ କରୁଥିବା ଦୂରତା ଓ ବିସ୍ଥାପନର ପରିମାଣ କେତେ ? ଉଭୟ ପରିମାଣ ମଧ୍ଯରେ କିଛି ପ୍ରଭେଦ ଦେଖୁଛି କି ? (ମନେକର ଦୈର୍ଘ୍ୟ = x ମିଟର ଓ ପ୍ରସ୍ଥ = y ମିଟର ।)
ଉ –
ABCD ଆୟତାକାର ପଡ଼ିଆର ଦୈର୍ଘ୍ୟ = AB = x ମି.
ଓ ପ୍ରସ୍ଥ = BC = y ମି.
ତୁମେ ଓ ତୁମ ସାଙ୍ଗ ଠିଆ ହୋଇଥିବା ସ୍ଥାନ ବା ପ୍ରାରମ୍ଭିକ ବିନ୍ଦୁ = A
ତୁମ ସାଙ୍ଗ ପହଞ୍ଚିବା ସ୍ଥାନ ବା ଅନ୍ତିମ ବିନ୍ଦୁ = C
ତୁମ ସାଙ୍ଗର ଅତିକ୍ରାନ୍ତ ଦୂରତା = AB + BC = (x + y)
ମିଟର ବିସ୍ଥାପନ = AC = \(\sqrt{x^2+y^2}\) ମିଟର ।
BSE Odisha 9th Class Physical Science Solutions Chapter 5 img-26

ତୁମପାଇଁ କାମ 5.3 :
ଗୋଟିଏ ମଟରଗାଡ଼ି ଭୁବନେଶ୍ଵରରୁ ବାହାରି ନୂଆଦିଲ୍ଲୀ ଗଲା । ତାହାର ପ୍ରାରମ୍ଭିକ ଓ ଅନ୍ତିମ ପାଠ୍ୟଙ୍କ (readings) ମଧ୍ୟରେ ପ୍ରଭେଦ 1850 କି.ମି. ଅଟେ । ଭୁବନେଶ୍ୱରରୁ ନୂଆଦିଲ୍ଲୀର ଦୂରତା କେତେ ? ଭୁବନେଶ୍ଵର ଓ ନୂଆଦିଲ୍ଲୀ ମଧ୍ଯରେ ମଟରଗାଡ଼ିର ବିସ୍ଥାପନ କେତେ ?
ଉ –
ଭୁବନେଶ୍ୱରରୁ ନୂଆଦିଲ୍ଲୀର ଦୂରତା 1850 କି.ମି. ଅଟେ । ଭୁବନେଶ୍ଵର ଓ ନୂଆଦିଲ୍ଲୀ ମଧ୍ୟରେ ମଟରଗାଡ଼ିର ବିସ୍ଥାପନ 1850 କି.ମି. ଅଟେ ।

ତୁମପାଇଁ କାମ 5.4 :
ଦୁଇଟି ବସ୍ତୁ A ଓ Bର ଗତିକୁ ସାରଣୀରେ ଦର୍ଶାଯାଇଛି । ପାର୍ଶ୍ୱସ୍ଥ ସାରଣୀକୁ ନିରୀକ୍ଷଣ କରି ସେମାନଙ୍କର ଗତି ସମଗତି ବା ଅସମଗତି ଭାବି କୁହ ।
ଭ –
ସାରଣୀରୁ ଜଣାଯାଇଛି, ବସ୍ତୁ Aର ଗତି ସମଗତି ଓ ବସ୍ତୁ Bର ଗତି ଅସମଗତି । କାରଣ ବସ୍ତୁ A ସମାନ ସମୟ ଅନ୍ତରାଳରେ ସମାନ ପଥ ଅତିକ୍ରମ କରୁଛି କିନ୍ତୁ ବସ୍ତୁ B ସମାନ ସମୟ ଅନ୍ତରାଳରେ ଅସମାନ ପଥ ଅତିକ୍ରମ କରୁଛି ।
BSE Odisha 9th Class Physical Science Solutions Chapter 5 img-27

ତୁମପାଇଁ କାମ 5.5 :
ତୁମକୁ ଘରୁ ଚାଲି ଚାଲି ବିଦ୍ୟାଳୟକୁ ଯିବାକୁ ଯେତିକି ସମୟ ଲାଗେ ତାହାକୁ ଖାତାରେ ଟିପିରଖ । ଯଦି ରୁମର ତ୍ବାରାହାରି ଦେଖ \(\frac { 4km }{ h }\) ହୁଏ, ତାହାହେଲେ ତୁମ ଘରଠାରୁ ବିଦ୍ୟାଳୟର ଦୂରତା କେତେ ?
ଭ –
ମୋତେ ଘରୁ ଚାଲି ଚାଲି ବିଦ୍ୟାଳୟରେ ପହଞ୍ଚିବା ପାଇଁ 15 ମିନିଟ୍ ସମୟ ଲାଗେ ।
ଅର୍ଥାତ୍ ସମୟ (t) = 15 ମିନିଟ୍ = \(\frac { 1 }{ 4 }\) h, ହାରାହାରି ବେଗ (v) = 4 \(\frac { km }{ h }\)
∴ ଘରଠାରୁ ବିଦ୍ୟାଳୟର ଦୂରତା (s) = vt = 4\(\frac { km }{ h }\) x \(\frac { 1 }{ 4 }\) h = 1km

ତୁମପାଇଁ କାମ 5.6 :
ବର୍ଷାବେଳେ ତୁମେ ବିଜୁଳି ଦେଖୁବାର କିଛି ସମୟ ପରେ ଘଡ଼ଘଡ଼ିର ଧ୍ୱନି ଶୁଣ । ଏପରି କାହିଁକି ହୁଏ ? ଆଲୋକ ଓ ଧ୍ଵନିର ବେଗଦ୍ଵାରା ଏହାକୁ ବୁଝାଅ ।
ଭ –
ବିଜୁଳି ଓ ଘଡ଼ଘଡ଼ି ଏକା ସମୟରେ ସୃଷ୍ଟି ହୁଏ । ଧ୍ଵନିର ବେଗ 330 m/s ବେଳେ ଆଲୋକର ବେଗ 3 × 108 m/s ଅଟେ । ତେଣୁ ବିଜୁଳିକୁ ଆମେ ପ୍ରଥମେ ଦେଖୁ ଓ ପରେ ଘଡ଼ଘଡ଼ି ଶବ୍ଦ ଶୁଣିବାକୁ ମିଳେ ।

ତୁମପାଇଁ କାମ 5.7 :
ତୁମେ ଦୈନନ୍ଦିନ ଜୀବନରେ ବିଭିନ୍ନ ପ୍ରକାର ଗତିର ସମ୍ପର୍କରେ ଆସୁଛ । ଦିଆଯାଇଥିବା ତଥ୍ୟକୁ ଭିଭିକରି ପ୍ରତ୍ୟେକ ପ୍ରକାର ଗତିର ଗୋଟିଏ ଲେଖାଏଁ ଉଦାହରଣ ଦିଅ । ଯେଉଁଠି :
(a) ତ୍ଵରଣ, ଗତିର ବିପରୀତ ଦିଗରେ ଥାଏ ।
(b) ତ୍ଵରଣ, ଗତି ଦିଗର ବିରୁଦ୍ଧାଚରଣ କରେ ।
(c) ଗତିର ସମ ତ୍ଵରଣ ଥାଏ ।
(d) ଗତିର ଅସମ ତ୍ଵରଣ ଥାଏ ।
ଉ –
(a) ଉପରକୁ ସିଧାଭାବରେ ଫିଙ୍ଗିଥିବା ଏକ ବଲ୍‌ର ଗତି ।
(b) ସ୍ରୋତର ପ୍ରତିକୂଳରେ ଗତି କରୁଥିବା ଏକ ଡଙ୍ଗାର ଗତି ।
(c) ଗଛରୁ ପଡ଼ୁଥିବା ଏକ ଫଳର ଗତି ।
(d) ଜନଗହଳି ରାସ୍ତାରେ ଗତି କରୁଥିବା କାର୍‌ର ଗତି ।

ତୁମପାଇଁ କାମ 5.8 :
ସମବେଗରେ ଗତି କରୁଥିବା ଗୋଟିଏ ଟ୍ରେନ୍ ର ତିନୋଟି ଷ୍ଟେସନ; ଯଥା- A, B ଓ Cରେ ପହଞ୍ଚିବାର ଏବଂ ଛାଡ଼ିବାର ସମୟ ଏବଂ A ଷ୍ଟେସନଠାରୁ B ଓ Cର ଦୂରତାକୁ ସାରଣୀରେ ଦିଆଯାଇଛି । ଏହି ତଥ୍ୟକୁ ନେଇ ଏକ ସମୟ –ଦୂରତା ଗ୍ରାଫ୍ ଅଙ୍କନ କର ।
BSE Odisha 9th Class Physical Science Solutions Chapter 5 img-28
ଉ –
BSE Odisha 9th Class Physical Science Solutions Chapter 5 img-29

ତୁମପାଇଁ କାମ 5.9 :
ସୂର୍ଯ୍ୟ ଓ ତାହାର ଭଉଣୀ ବନଲତା ତାଙ୍କ ଘରଠାରୁ 3.6 km ଦୂରରେ ଥ‌ିବା ବିଦ୍ୟାଳୟକୁ ସାଇକେଲରେ . ଯାଆନ୍ତି । ସେମାନେ ଘରୁ ଏକା ସମୟରେ ବାହାରି ସମାନ ବାଟ ଦେଇ ବିଦ୍ୟାଳୟକୁ ଯାଉଥିଲେ ମଧ୍ୟ ଅଲଗା ଅଲଗା ସମୟରେ ବିଦ୍ୟାଳୟରେ ପହଞ୍ଚି’ନ୍ତି । ସାରଣ1ରେ ସେମାନଙ୍କର ବିଭନ୍ନ ସମୟରେ ଅତିକ୍ରାନ୍ତ ଦୂରତାକୁ ଦିଆଯାଇଛି । ଏହାକୁ ଦୁଇଟି ଅଲଗା ଅଲଗା ସମୟ-ଦୂରତା ଗ୍ରାଫ୍ ଅଙ୍କନ କର ଓ ବ୍ୟାଖ୍ୟା କର ।
BSE Odisha 9th Class Physical Science Solutions Chapter 5 img-30
ଏହି ଗ୍ରାଫ୍‌ ଜଣାଯାଏ ଯେ ସମାନ ଦୂରତା ଅତିକ୍ରମ ପାଇଁ ସୂର୍ଯ୍ୟ ଅପେକ୍ଷା ବନଲତା ଅଧ‌ିକ ସମୟ ନେଇଛି ।
ଉ –
BSE Odisha 9th Class Physical Science Solutions Chapter 5 img-31

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

Odisha State Board BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ will enable students to study smartly.

BSE Odisha Class 9 History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 

1. ଜାତିସଂଘ ଗଠନର ପ୍ରସ୍ତାବ :

  • ୧୯୧୯ ମସିହା ଜାନୁୟାରୀ ୧୮ ତାରିଖରେ ପ୍ୟାରିସ୍ଠାରେ ଏକ ଶାନ୍ତ ସମ୍ମିଳନୀ ଆହୂତ ହୋଇଥିଲା ।
  • ଯୁକ୍ତରାଷ୍ଟ୍ର ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଉଡ୍ରୋ ଉଇଲ୍‌ସନ୍‌ ଆନ୍ତର୍ଜାତିକ କ୍ଷେତ୍ରରେ ସ୍ଥାୟୀ ଶାନ୍ତି ଓ ସହଯୋଗ ପ୍ରତିଷ୍ଠା ପାଇଁ ଏହି ସମ୍ମିଳନୀରେ ତାଙ୍କର ଚଉଦ ସୂତ୍ରୀ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ ।

2. ଜାତିସଂଘର କୋଭେନାଣ୍ଟ ବା ରାଜିନାମା :

  • ଜାତିସଂଘର କେଭେନାଣ୍ଟ କହିଲେ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଜାତିସଂଘ ଗଠନ ସମ୍ପର୍କିତ ରାଜିନାମାକୁ ବୁଝାଏ ।
  • ୧୯୨୦ ମସିହା ଜାନୁୟାରୀ ୧୦ ତାରିଖରୁ କେଭେନାଣ୍ଟ ବଳବତ୍ତର ହେଲା ଏବଂ ଅନୁଷ୍ଠାନିକ ଭାବେ ଜାତିସଂଘ ପ୍ରତିଷ୍ଠିତ ହେଲା ।

3. ଜାତିସଂଘର ଉଦ୍ଦେଶ୍ୟ :

  • ଆନ୍ତର୍ଜାତିକ ସହଯୋଗ, ଶାନ୍ତ ଓ ସୁରକ୍ଷାକୁ ଉତ୍ସାହିତ କରିବା ।
  • ଯୁଦ୍ଧର ଆଶ୍ରୟ ନ ନେବାକୁ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ମୁକ୍ତ, ନିରପେକ୍ଷ ଓ ସମ୍ମାନଜନକ ସମ୍ପର୍କକୁ ନୈତିକ କର୍ଭବ୍ୟ ଭାବେ ଗ୍ରହଣ କରିବା ।
  • ଆନ୍ତର୍ଜାତିକ ଆଇନକୁ ରାଷ୍ଟ୍ରଗୁଡ଼ିକ ପରସ୍ପର ମଧ୍ୟରେ ଆଚରଣର ପ୍ରକୃତ ବିଧ୍ ଭାବରେ ପ୍ରତିଷ୍ଠିତ କରିବା ।
  • ନିରପେକ୍ଷତା ବଜାୟ ରଖିବା ଏବଂ ଅନୁମୋଦିତ ଚୁକ୍ତିଗୁଡ଼ିକ ପ୍ରତି ସଚେତନ ସମ୍ମାନ ଜଣାଇବା ।
  1. ଜାତିସଂଘ ଗଠନର ପ୍ରସ୍ତାବ
  2. ଜାତିସଂଘର କୋଭେନାଣ୍ଟ ବା ରାଜିନାମା
  3. ଜାତିସଂଘର ଉଦ୍ଦେଶ୍ୟ
  4. ଜାତିସଂଘର ସଙ୍ଗଠନ
  5. ଜାତିସଂଘର କ।ର୍ଯ୍ୟ।ବଳା
  6. ଜାତିସଂଘର ବିଫଳତାର କାରଣ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

  • ପ୍ୟାରିସ୍ ସମ୍ମିଳନୀରେ ସ୍ବାକ୍ଷରିତ ଭର୍ସାଇ ସନ୍ଧିରେ ୨୬ ଧାରା ବିଶିଷ୍ଟ ଜାତିସଂଘ କେଭେନାଣ୍ଟ ଆନ୍ତର୍ଭୁକ୍ତ ଥିଲା ।

4. ଜାତିସଂଘର ସଙ୍ଗଠନ:
ଜାତିସଂଘର ତିନିଗୋଟି ମୁଖ୍ୟ ଅଙ୍ଗ ଓ ଦୁଇଟି ସ୍ଵୟଂଶାସିତ ଅଙ୍ଗ ଥିଲା ।
BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 5

→ ସଭା :

  • ଜାତିସଂଘର ସମସ୍ତ ସଦସ୍ୟ ରାଷ୍ଟ୍ର ଏହି ସଭାର ସଭ୍ୟ ଥିଲେ ।
  • ସଭାର ଜଣେ ସଭାପତି ଓ ୮ ଜଣ ଉପସଭାପତି ଥିଲେ । ଏହି ସଭାର ୬ ଗୋଟି ସ୍ଥାୟୀ କମିଟି ଓ ୨ଗୋଟି ଅସ୍ଥାୟୀ କମିଟି ଗଠିତ ହୋଇଥିଲା ।
  • ସମସ୍ତ ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ସାଧାରଣ କମିଟିର ବୈଠକ ବର୍ଷକୁ ଅନ୍ତତଃ ଥରେ ବସୁଥିଲା ।
  • ଏହା ଆନ୍ତର୍ଜାତିକ ନ୍ୟାୟାଳୟର ବିଚାରପତି ଓ ଜାତିସଂଘ ପରିଷଦର ଅସ୍ଥାୟୀ ସଭ୍ୟଙ୍କୁ ନିର୍ବାଚିତ କରୁଥିଲା ।

→ ପରିଷଦ :
ଚାରି ଜଣ ସ୍ଥାୟୀ ସଭ୍ୟ ଓ ଚାରିଜଣ ଅସ୍ଥାୟୀ ସଭ୍ୟଙ୍କୁ ନେଇ ପରିଷଦ ଗଠିତ ହୋଇଥିଲା । ଏହା ଜାତିସଂଘର କାର୍ଯ୍ୟକାରିଣୀ ଅଙ୍ଗ ଥିଲା ।
ସ୍ଥାୟୀ ସଭ୍ୟମାନେ ହେଲେ ଗ୍ରେଟ୍‌ବ୍ରିଟେନ୍, ଫ୍ରାନ୍ସ, ଇଟାଲୀ ଓ ଜାପାନ ।
୧୯୨୬ରେ ସ୍ଥାୟୀ ସଭ୍ୟ ହୋଇଥ‌ିବା ଜର୍ମାନୀ ପରେ ଜାତିସଂଘରୁ ଓହରି ଯାଇଥିଲା ।
୧୯୩୪ରେ ରୁଷିଆ ବହିଷ୍କୃତ ହୋଇଥିଲା । ୧୯୩୬ ସୁଦ୍ଧା ଅସ୍ଥାୟୀ ସଭ୍ୟ ସଂଖ୍ୟା ୧୧ ଥିଲା ।
ଜାତିସଂଘର ମୁଖ୍ୟ କାର୍ଯ୍ୟ ଥିଲା ‘ରାଷ୍ଟ୍ରମାନଙ୍କ ମଧ୍ୟରେ ଥ‌ିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ।

→ ସଚିବାଳୟ :
BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 1
(ଜାତିସଂଘ ସଚିବାଳୟ)

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 2

ମାଣ୍ଡେଟ୍‌ – ଏହି ବ୍ୟବସ୍ଥା ହେଉଛି ଏକ ଅଧ୍ୟାସନ ପଦ୍ଧତି । ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଓ ଜର୍ମାନୀଠାରୁ ଛଡ଼ାଇ ଅଣାଯାଇଥିବା ଉପନିବେଶଗୁଡ଼ିକ ପାଇଁ ଏହି ‘ମାଣ୍ଡେଟ୍’ ବ୍ୟବସ୍ଥା ପଦ୍ଧତି ଗ୍ରହଣ କରାଯାଇଥିଲା ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 3

ସ୍ଥାୟୀ ଆନ୍ତର୍ଜାତିକ ନ୍ୟାୟାଳୟ :

  • ନେଦରଲାଣ୍ଡର ହେଗ୍ରେ ପ୍ରତିଷ୍ଠିତ ଆନ୍ତର୍ଜାତିକ ନ୍ୟାୟାଳୟ ୧୯୨୨ ମସିହା ଫେବୃୟାରୀ ୧୫ ତାରିଖରେ କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରତ୍ୟେକ ବିଚାରପତିଙ୍କର କାର୍ଯ୍ୟକାଳ ଥିଲା ୯ ବର୍ଷ ।
  • ଆନ୍ତର୍ଜାତିକ ଚୁକ୍ତିଗୁଡ଼ିକର ସର୍ଭ ବ୍ୟାଖ୍ୟା କରିବା, ଦେଶମାନଙ୍କ ମଧ୍ୟରେ ଥିବା କଳହକୁ ସମାଧାନ କରିବାପାଇଁ ଆଇନଗତ ପରାମର୍ଶ ଆନ୍ତର୍ଜାତିକ ନ୍ୟାୟାଳୟର ମୁଖ୍ୟ କାର୍ଯ୍ୟ ଥିଲା ।
  • ସଭା ଓ ପରିଷଦଦ୍ଵାରା ପଠାଯାଉଥ‌ିବା ବିବାଦ ସମ୍ବନ୍ଧରେ ଏହା ମତାମତ ପ୍ରଦାନ କରିଥାଏ ।
  • ଆନ୍ତର୍ଜାତିକ ନ୍ୟାୟାଳୟର ଦୁଇଗୋଟି ଆଇନଗତ ଅଧିକାର ରହିଛି; ଯଥା – ବାଧ୍ୟତାମୂଳକ ଓ ସ୍ୱେଚ୍ଛାକୃତ ।

ଆନ୍ତର୍ଜାତିକ ଶ୍ରମ ସଂଗଠନ :

  • ଆନ୍ତର୍ଜାତିକ ଶ୍ରମ ସଂଗଠନ ଏକ ସ୍ଵୟଂଶାସିତ ସଂସ୍ଥା । ଏହାର କାର୍ଯ୍ୟକାଳ ଜେନେଭାଠାରେ ଅବସ୍ଥିତ ।
  • ଶ୍ରମିକମାନଙ୍କ ଉନ୍ନତି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ଏହି ସଙ୍ଗଠନ ଶ୍ରମିକମାନଙ୍କ ଅବସ୍ଥାର ନିୟନ୍ତ୍ରଣ ପାଇଁ ଆନ୍ତର୍ଜାତିକ ନିୟମ ପ୍ରସ୍ତୁତ କରିଥାଏ ।
  • ଜର୍ମାନୀ, ଅଷ୍ଟ୍ରିଆ, ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ଏହାର ସଦସ୍ୟ ଥିଲେ ।
  • ପୁରୁଷ, ମହିଳା ଓ ଶିଶୁମାନଙ୍କ ପାଇଁ ତାଙ୍କ ନିଜ ଦେଶରେ ଓ ଅନ୍ୟ ଦେଶରେ ଅନୁକୂଳ ଓ ମାନବୋଚିତ ଅବସ୍ଥା ସୁରକ୍ଷିତ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ 4

5. ଜାତିସଂଘର କ।ର୍ଯ୍ୟ।ବଳା :

  • ଜାତିସଂଘ ୧୯୨୧ ମସିହାରେ ଆଲାଣ୍ଡ ଦ୍ୱୀପ ଅଧିକାରକୁ ନେଇ ସ୍ଵିଡେନ ଓ ଫିନ୍‌ଲାଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିଥିଲା ।
  • ଗଣଭୋଟ ଜରିଆରେ ଉତ୍ତର ସାଇଲେସିଆ ସୀମାକୁ ନେଇ ପୋଲାଣ୍ଡ ଓ ଜର୍ମାନୀ ମଧ୍ୟରେ ସୃଷ୍ଟ ବିବାଦର ସମାଧାନ କରିଥିଲା ।
  • ୧୯୩୩ ମସିହାରେ ଲେଟିସିଆ ସହରକୁ ପେରୁର ପୁନଃ ଅଧିକାରକୁ ନେଇ କଲମ୍ବିଆ ଓ ପେରୁ ମଧ୍ୟରେ ସଂଘଟିତ ଯୁଦ୍ଧର ସମାଧାନ କରିଥିଲା ।
  • ମାଣ୍ଡେଟ୍ ବ୍ୟବସ୍ଥାଦ୍ଵାରା ଉପନିବେଶଗୁଡ଼ିକର ଶୋଷଣ ବନ୍ଦ କରିଥିଲା ।
  • କେତେକ କାର୍ଯ୍ୟରେ ଜାତିସଂଘ ଅକୃତକାର୍ଯ୍ୟ ହୋଇଥିଲା; ଯଥା – ଲିଥୁନିଆ ଦଖଲରେ ଥ‌ିବା ଭିଲନା ସହର ଉପରେ ପୋଲାଣ୍ଡର ନିୟନ୍ତ୍ରଣ ।
  • ଇଟାଲୀଦ୍ଵାରା କୋରଫ୍ୟୁ ଦ୍ବୀପ ଧ୍ବଂସ ଓ ଗ୍ରୀସ୍ଠାରୁ କ୍ଷତିପୂରଣ ଆଦାୟ, ଇଟାଲୀର ଆବିସିନିଆ ଅଧିକାର, ଜାପାନର ମଞ୍ଜୁରିଆ ଅଧ୍ୟାର ଇତ୍ୟାଦି ବିବାଦର ସମାଧାନରେ ଜାତିସଂଘ ବିଫଳ ହୋଇଥିଲା ।

6. ଜାତିସଂଘ ବିଫଳତାର କାରଣ :

  • ପ୍ୟାରିସ୍ ଶାନ୍ତିଚୁକ୍ତି ସହିତ ସଂଯୋଗ
  • ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି
  • ରାଷୃମାନଙ୍କର ସ୍ୱ।ର୍ଥପର ମନୋଭାବ
  • ସାର୍ବଜନୀନତାର ଅଭାବ ଓ ଆର୍ଥିକ ମାନ୍ଦାବସ୍ଥା

→ ୧୯୪୬ ଏପ୍ରିଲ ୧୮ ତାରିଖରେ ଜାତିସଂଘ, ସଂଯୁକ୍ତ ରାଷ୍ଟ୍ର ସଂଘ (UNO) ସହିତ ମିଶିଯାଇଥିଲେ ।

BSE Odisha 9th Class History Notes Chapter 4 ଶାନ୍ତି ପାଇଁ ପ୍ରାରମ୍ଭିକ ଉଦ୍ୟମ : ଜାତିସଂଘ

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୯୧୯ ଖ୍ରୀ.ଅ. – (ଜାନୁୟାରୀ ୧୮ ତାରିଖ) ପ୍ୟାରିସ୍ ଶାନ୍ତ ସମ୍ମିଳନୀ ଆହୂତ, (ଏପ୍ରିଲ୍ ୨୮ ତାରିଖ) ପ୍ୟାରିସ୍ ସମ୍ମିଳନୀର ଏକ ଅଧିବେଶନରେ କେଭେନାଣ୍ଟ ଚିଠା ଗୃହୀତ, (ଜୁନ୍ ୨୮ ତାରିଖ) ପ୍ୟାରିସ୍ଠାରେ ସ୍ଵାକ୍ଷରିତ ଭର୍ସାଇ ସନ୍ଧିରେ କୋଭେନାଣ୍ଟ ଚିଠା ଅନ୍ତର୍ଭୁକ୍ତ ।
୧୯୨୦ ଖ୍ରୀ.ଅ. – ଜାନୁୟାରୀ ୧୦ ତାରିଖଠାରୁ ଜାତିସଂଘ କୋଭେନାଣ୍ଟ ବଳବତ୍ତର ହେବା ସହ ଜାତିସଂଘ ଅନୁଷ୍ଠାନିକ ଭାବେ ପ୍ରତିଷ୍ଠିତ ।
୧୯୨୧ ଖ୍ରୀ.ଅ. – ଜାତିସଂଘଦ୍ବାରା ସ୍ବିଡ଼େନ୍ ଓ ଫିନ୍‌ଲାଣ୍ଡ ମଧ୍ୟରେ ଥିବା କଳହର ସମାଧାନ ।
୧୯୨୨ ଖ୍ରୀ.ଅ. – (ଫେବୃଆରୀ ୧୫) ଆନ୍ତର୍ଜାତିକ ନ୍ୟାୟାଳୟ ଉଦ୍‌ଘାଟିତ, ଜାତିସଂଘ ମାଧ୍ୟମରେ ପୋଲାଣ୍ଡ ଓ ଚେକୋସ୍ଲୋଭାକିଆ ମଧ୍ୟରେ ଥ‌ିବା ବିବାଦର ସମାଧାନ ।
୧୯୨୬ ଖ୍ରୀ.ଅ. – ଜାତିସଂଘରେ ସ୍ଥାୟୀ ସଭ୍ୟଭାବେ ଜର୍ମାନୀ ସ୍ଵୀକୃତ ।
୧୯୩୪ ଖ୍ରୀ.ଅ. – ରୁଷିଆର ଜାତିସଂଘରେ ଯୋଗଦାନ ।
୧୯୩୫ ଖ୍ରୀ.ଅ. – ଜାତିସଂଘର ସଦସ୍ୟ ସଂଖ୍ୟା ୬୦କୁ ବୃଦ୍ଧି ।
୧୯୩୬ ଖ୍ରୀ.ଅ. – ଆନ୍ତର୍ଜାତିକ ନ୍ୟାୟାଳୟରେ ଉପବିଚାରପତି ପଦ ଉଚ୍ଛେଦ, ଇଟାଲୀର ଜାତିସଂଘ ସଦସ୍ୟ ପଦ ତ୍ୟାଗ ।
୧୯୩୯ ଖ୍ରୀ.ଅ. – ଜାତିସଂଘରୁ ରୁଷିଆ ବହିଷ୍କୃତ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ।
୧୯୪୬ ଖ୍ରୀ.ଅ. – ୩୪ଟି ରାଷ୍ଟ୍ରର ପ୍ରତିନିଧ୍ ‘ସଭା’ର ଶେଷ ବୈଠକରେ ଯୋଗଦାନ ।

BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

Odisha State Board BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ will enable students to study smartly.

BSE Odisha Class 9 Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ଏକ ଅଜ୍ଞାତ ରାଶିବିଶିଷ୍ଟ ଏକଘାତୀ ସମୀକରଣ (Linear equation in one variable) :
(1) ଯଦି a ଓ b ପ୍ରତ୍ୟେକ ଧ୍ରୁବକ ବାସ୍ତବ ସଂଖ୍ୟା (a ≠ 0) ଓ x ଏକ ଅଜ୍ଞାତ ରାଶି ହୁଏ, ତେବେ ax + b = ଠକୁ xରେ ଗୋଟିଏ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣ କୁହାଯାଏ ।
{ax + b ଏକ ପଲିନୋମିଆଲ୍ p(x) ଯେଉଁଠାରେ a, b ∈ R, a ≠ 0 ଉକ୍ତ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ପଇନୋମିଆଲ୍ ସଂପୃକ୍ତ ସମୀକରଣ p(x) = 0 କୁ ଏକ ଅଜ୍ଞାତରାଶି ବିଶିଷ୍ଟ ଏକଘାତୀ ସମୀକରଣ କୁହାଯାଏ ।}
(2) xର ଯେଉଁମାନ ପାଇଁ ସମୀକରଣଟି ସିଦ୍ଧ ହୁଏ ତାହାକୁ ସମୀକରଣଟିର ବୀଜ ବା ମୂଳ (root) ବା ସମାଧାନ (Solution) କୁହାଯାଏ ।
ax + b = 0 (a ≠ 0) ସମୀକରଣର ମୂଳ = –\(\frac{-b}{a}\)
(3) ଗୋଟିଏ ଏକ ଅଜ୍ଞାତ ରାଶି ବିଶିଷ୍ଟ ଏକଘାତୀ ସମୀକରଣର କେବଳ ଗୋଟିଏ ମାତ୍ର ମୂଳ ଥାଏ ।
(4) ଯେଉଁ ସମୀକରଣର ମୂଳ ନିର୍ଣ୍ଣୟ କରିହୁଏ ତାହାକୁ ସଙ୍ଗତ (Consistent) ସମୀକରଣ କୁହାଯାଏ ଏବଂ ସମାଧାନ କରିହେଉନଥିବା ସମୀକରଣକୁ ଅସଙ୍ଗତ (in-consistent) ସମୀକରଣ କୁହାଯାଏ ।
(5) ଯେଉଁ ଦୁଇଟି ସମୀକରଣର ମୂଳ ସମାନ ସେହି ସମୀକରଣ ଦୁଇଟିକୁ ପରସ୍ପର ଅନୁରୂପ (Equivalent) ସମୀକରଣ କୁହାଯାଏ; ଉଦାହରଣସ୍ୱରୂପ, x + 2 = 0 ଓ 2x + 6 = 2 ସମୀକରଣଦ୍ଵୟ ଅନୁରୂପ, କାରଣ x = – 2 ହେଲେ ଉଭୟ ସମୀକରଣ ସିଦ୍ଧ ହୁଅନ୍ତି ।
(6) xର ଯେକୌଣସି ମାନ ପାଇଁ ଯଦି ସମୀକରଣଟି ସିଦ୍ଧ ହୁଏ, ତେବେ ଏହାକୁ ସମୀକରଣ ନ କହି ଅଭେଦ (Identity) କୁହାଯାଏ ।
ଉଦାହରଣସ୍ୱରୂପ, 2(x – 1) + 1 = 3 (4 – 2x) ଏକ ସମୀକରଣ ନୁହେଁ, ଏକ ଅଭେଦ ।
{ସମାଧାନ ପରେ ସମୀକରଣଟିର ନିର୍ମିତ ମୂଳ ଠିକ୍ କି ନୁହେଁ ଜାଣିବାପାଇଁ ଉକ୍ତ ମୂଳ ଅର୍ଥାତ୍ ଅଜ୍ଞାତ ରାଶିର ଲବ୍‌ଧଦ୍ଵାରା ସମୀକରଣଟି ସିଦ୍ଧ ହେଉ ଅଛି କି ନାହିଁ ପରୀକ୍ଷା କଲେ ତୁମେ ପାଇଥିବା ଉତ୍ତରଟି ଠିକ୍ କି ଭୁଲ୍ ଜାଣିପାରିବ ।}

ଏକ ଅଜ୍ଞାତ ରାଶିବିଶିଷ୍ଟ ଦ୍ୱିଘାତ ସମୀକରଣ (Quadratic equation in one variable) :

  • ଯଦି a, b, c ଗୋଟିଏ ଗୋଟିଏ ବାସ୍ତବ ସଂଖ୍ୟା ଓ x ଏକ ଅଜ୍ଞାତ ରାଶି, ତେବେ p(x) = ax2 + bx + c (a ≠ 0) ଏକ ଦ୍ଵିଘାତ ପଲିନୋମିଆଲ୍ ଅଟେ ।
  • p(x) ସହ ସଂପୃକ୍ତ ସମୀକରଣଟି ହେଉଛି p(x) = 0

{ଏକ ଅଜ୍ଞାତ ରାଶିବିଶିଷ୍ଟ ଦ୍ୱିଘାତ ସମୀକରଣର ବ୍ୟାପକ ରୂପ ହେଉଛି-
ax2 + bx + c = 0, a, b, c ∈ R ଓ a ≠ 0}
ଏହି ସମୀକରଣରେ a ଓ b କୁ ଯଥାକ୍ରମେ x2 ଓ xର ସହଗ ଓ cକୁ ସମୀକରଣର ଧ୍ରୁବକ ପଦ କୁହାଯାଏ ।
ସଂଜ୍ଞା : ଏକ ଅଜ୍ଞାତ ରାଶିବିଶିଷ୍ଟ କୌଣସି ସମୀକରଣର ପଦମାନଙ୍କରେ ଥିବା ଅଜ୍ଞାତ ରାଶିର ସର୍ବୋଚ୍ଚ ଘାତ 2 ହେଲେ ସମୀକରଣଟିକୁ ଦ୍ୱିଘାତ ସମୀକରଣ (Quadratic equation) କୁହାଯାଏ ।

BSE Odisha 9th Class Maths Notes Algebra Chapter 4 ବୀଜଗାଣିତିକ ସମୀକରଣ

ଦ୍ବିଘାତ ସମୀକରଣର ସମାଧାନ :
(i) ଦ୍ୱିଘାତ ସମୀକରଣର ସମାଧାନର ଅର୍ଥ ଅଜ୍ଞାତ ରାଶିର ମାନ ନିର୍ଣ୍ଣୟ କରିବା । ଅଜ୍ଞାତ ରାଶିର ଯେଉଁ ମୂଲ୍ୟଗୁଡ଼ିକ ପାଇଁ ସମୀକରଣଟି ସିଦ୍ଧ ହେବ ସେହି ମାନଗୁଡ଼ିକୁ ସମୀକରଣର ମୂଳ ବା ବୀଜ (root) କୁହାଯାଏ ।
(ii) ଦ୍ଵିଘାତ ସମୀକରଣର କେବଳ ଦୁଇଟି ବୀଜ ଥାଏ ।
(iii) ପ୍ରତ୍ୟେକ ବୀଜ ଦ୍ୱାରା ଦ୍ୱିଘାତ ସମୀକରଣଟି ସିଦ୍ଧ ହୁଏ ।
(iv) ସମୀକରଣଟିର ସମସ୍ତ ପଦକୁ ବାମପାର୍ଶ୍ଵକୁ ଆଣି ବାମପାର୍ଶ୍ୱସ୍ଥ ପରିପ୍ରକାଶ ବା ଉତ୍ପାଦକୀକରଣ କରାଯାଏ; ଫଳରେ ଦୁଇଟି ଏକଘାତୀ ସମୀକରଣର ଗୁଣଫଳ ଶୂନ ସଙ୍ଗେ ସମାନ ହୋଇଥାଏ ।
(v) ଯଦି x ଓ y ବାସ୍ତବ ସଂଖ୍ୟା ଏବଂ xy = 0 ହୁଏ, ତେବେ x = 0 ବା y = 0 ହୁଏ ।

ଦ୍ବିଘାତ ସମୀକରଣ ସାହାଯ୍ୟରେ ପାଟୀଗଣିତ ପ୍ରଶ୍ନର ସମାଧାନ :

  • ବୀଜଗଣିତର ପ୍ରୟୋଗରେ ପାଟୀଗାଣିତିକ ପ୍ରଶ୍ନଗୁଡ଼ିକର ସମାଧାନ ସହଜ ହୋଇଥାଏ । ଦ୍ଵିଘାତ ସମୀକରଣର ବୀଜ ହିଁ ପାଟୀଗାଣିତିକ ପ୍ରଶ୍ନର ସମାଧାନ ଅଟେ ।
  • ସମୟ ସମୟରେ ଦ୍ଵିଘାତ ସମୀକରଣର ଦୁଇଟି ବୀଜ ମଧ୍ୟରୁ ଯେଉଁ ବୀଜଟି ପ୍ରଶ୍ନଟିର ସର୍ଭାଳବୀକୁ ପୂର୍ଣ୍ଣ କରିଥାଏ ତାହାକୁ ଗ୍ରହଣ କରାଯାଏ ଓ ଅନ୍ୟ ବୀଜଟି ଅଗ୍ରହଣୀୟ ଅଟେ ।

ଏ ଘାତାଙ୍କୀୟ ସମୀକରଣର ସମାଧାନ (Solution of Exponential Equations) :
(i) = ଅଜ୍ଞାତ ରାଶି ଏବଂ ଘାତାଙ୍କ ଦ୍ବାରା ପ୍ରକାଶିତ ହେଉଥ‌ିବା ସମୀକରଣକୁ ଘାତାଙ୍ଗୀୟ ସମୀକରଣ (Exponential Equation) କୁହାଯାଏ ।
ଘାତତତ୍ତ୍ଵର ଯେଉଁ ତଥ୍ୟକୁ ପ୍ରୟୋଗକରି ଆମେ କେତେକ ଘାତାଙ୍କୀୟ ସମୀକରଣର ସମାଧାନ କରିବା ତାହା ହେଉଛି – 
{a> 0, a ≠ 1; x, y ∈ R ହେଲେ, ax = ay ⇒ x =y}
(ii) ଘାତାଙ୍କୀୟ ସମୀକରଣର ସମାଧାନ କରିବା ପାଇଁ ଉଭୟ ପାର୍ଶ୍ଵର ଆଧାରକୁ ସମାନ କରିବାପାଇଁ ପଡ଼େ । ଏହା ସମୀକରଣର ପ୍ରଧାନ ସୋପାନ

BSE Odisha 9th Class Maths Notes Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ

Odisha State Board BSE Odisha 9th Class Maths Notes Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ will enable students to study smartly.

BSE Odisha Class 9 Maths Notes Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

ମନୋମିଆଲ୍‌ :
ଯଦି a ଏକ ଧ୍ରୁବକ ବାସ୍ତବ ସଂଖ୍ୟା (a ≠ 0), x ଏକ ଅଜ୍ଞାତ ରାଶି ଏବଂ n ଅଣଋଣାତ୍ମକ ପୂର୍ଣ୍ଣସଂଖ୍ୟା ହୁଏ, ତେବେ axn ବୀଜଗାଣିତିକ ପରିପ୍ରକାଶକୁ x ରେ nଘାତ ବିଶିଷ୍ଟ ମନୋମିଆଲ୍ କୁହାଯାଏ । ଏଠାରେ à କୁ ମନୋମିଆଲ୍‌ର ସହଗ (Coefficient) କୁହାଯାଏ ।
2x2, 2√5, x, -5x4 ଇତ୍ୟାଦି ମନୋମିଆଲ୍‌ର ଗୋଟିଏ ଗୋଟିଏ ଉଦାହରଣ ।

ମନୋମିଆଲ୍‌ର ଘାତ (Degree of the Monomial) :
କୌଣସି ଏକ ଅଜ୍ଞାତ ରାଶିବିଶିଷ୍ଟ ମନୋମିଆଲ୍‌ର ଅଜ୍ଞାତ ରାଶିର ଘାତାଙ୍କକୁ ମନୋମିଆଲ୍‌ର ଘାତ କୁହାଯାଏ ।
ଉଦାହରଣସ୍ୱରୂପ, x, 5x2, -6x3, 32x4, 2√2x5 ଯଥାକ୍ରମେ ଏକଘାତୀ, ଦ୍ୱିଘାତୀ, ତ୍ରିଘାତୀ, ଚତୁର୍ଘାତୀ, ପଞ୍ଚଘାତୀ ମନୋମିଆଲ୍‌ ଅଟନ୍ତି
1, \(\frac{2}{3}\), -2, 4√3 ଇତ୍ୟାଦି ଶୂନଘାତୀ ମନୋମିଆଲ୍‌ ଅନ୍ତର୍ଗତ ।

ସଦୃଶ ମନୋମିଆଲ୍ (Like Monomials) :
ଯଦି ଏକ ଅଜ୍ଞାତ ରାଶି ‘x’ ଦ୍ଵାରା ଗଠିତ ଦୁଇଟି ଦୁଇ ବା ତତୋଽଧକ ମନୋମିଆଲ୍ ସମାନ ଘାତ ବିଶିଷ୍ଟ ହୁଅନ୍ତି ତେବେ ସେମାନେ ସଦୃଶ ।
2x, √3x2 ଓ –\(\frac{5}{2}\) x ସଦୃଶ ମନୋମିଆଲ୍, କାରଣ ଏମାନେ ସମାନ ଘାତ ବିଶିଷ୍ଟ ।

ଶୂନ ମନୋମିଆଲ୍ (Zero Monomials):
ସଂଖ୍ୟା 0 କୁ axn ରୂପେ ପ୍ରକାଶ କରିହେବ ନାହିଁ; କାରଣ 0 = 0 × x = 0 × x2 = 0 × x3 = …..
{0 ଏକ ବିଶେଷ ଧରଣର ମନୋମିଆଲ୍ ଯାହାକୁ ଶୂନ ମନୋମିଆଲ୍ କୁହାଯାଏ ।}

BSE Odisha 9th Class Maths Notes Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ

ପଲିନୋମିଆଲ୍ (Polynomial) :
କୌଣସି ଏକପଦୀ କିମ୍ବା ବହୁପଦୀ ପରିପ୍ରକାଶର ପ୍ରତ୍ୟେକ ପଦ ଯଦି ଗୋଟିଏ ଗୋଟିଏ ମନୋମିଆଲ୍ ହୋଇଥାଏ, ତେବେ ଉକ୍ତ ପରିପ୍ରକାଶକୁ ପଲିନୋମିଆଲ୍ କୁହାଯାଏ ।
3 + 2x – 5x2, 1 + x3, 2x8 ଇତ୍ୟାଦି ପଲିନୋମିଆଲ୍ ଅଟନ୍ତି । ମନୋମିଆଲ୍ ମଧ୍ଯ ପଲିନୋମିଆଲ୍ ଅଟେ । 
ସଂଜ୍ଞା : ଯଦି xରେ ଏକ ପଲିନୋମିଆଲ୍ p(x) ଦ୍ୱାରା ସୂଚିତ ହୁଏ ତେବେ p(x)ର ବ୍ୟାପକ ପରିପ୍ରକାଶ ହେଉଛି; 
P(x) = a0 + a1x + a2x2 + ….. + an-1 Xn-1 + anxn a0, a1, a2, …. ,an-1, an ଗୋଟିଏ ଗୋଟିଏ ବାସ୍ତବ ସଂଖ୍ୟା (an ≠ 0), n ଏକ ଅଣରଣାତ୍ମକ ପୂର୍ଣ୍ଣ ସଂଖ୍ୟା ଓ x ଏକ ଅଜ୍ଞାତ ରାଶି ହୁଏ, ତେବେ p(x)କୁ ବାସ୍ତବ ସଂଖ୍ୟା କ୍ଷେତ୍ରରେ xର n ଘାତ ବିଶିଷ୍ଟ ପଲିନୋମିଆଲ୍ କୁହାଯାଏ ।

ପଲିନୋମିଆଲ୍‌ର ନାମକରଣ :
(i) ଗୋଟିଏ ପଲିନୋମିଆଲର ପଦ ସଂଖ୍ୟା ଅନୁସାରେ ତା’ର ନାମକରଣ କରାଯାଏ । p(x)ର ପଦ ସଂଖ୍ୟା l ହେଲେ ତାହାକୁ ଏକପଦୀ ପର୍ଲିନୋମିଆଲ୍ (Monomial), ପଦ ସଂଖ୍ୟା ଦୁଇ ହେଲେ ଦ୍ଵିଘାତୀ ପଲିନୋମିଆଲ୍ । (Binomial) ଏବଂ ପଦ ସଂଖ୍ୟା ତିନି ହେଲେ ତ୍ରିପଦୀ ପଲିନୋମିଆଲ୍ (Trinomial) କୁହାଯାଏ
(ii) 4x, x2, -5, 4 – 6x + 7x3 ଯଥାକ୍ରମେ ମନୋମିଆଲ୍, ବାଇନୋମିଆଲ୍ ଓ ଟ୍ରାଇନୋମିଆଲ୍‌ର ଗୋଟିଏ ଗୋଟିଏ ଉଦାହରଣ ।
(iii) ପଲିନୋମିଆଲ୍‌କୁ ଲେଖିଲାବେଳେ ଅଜ୍ଞାତରାଶିରେ ଥ‌ିବା ସାନରୁ ବଡ଼ କିମ୍ବା ବଡ଼ରୁ ସାନ ଘାତାଙ୍କ କ୍ରମରେ ଲେଖାଯାଏ । ଏହି କ୍ରମଲିଖନକୁ ପଲିନୋମିଆଲ୍‌ର Standard form କୁହାଯାଏ ।
(iv) xରେ ବିଭିନ୍ନ ପଲିନୋମିଆଲ୍‌ମାନଙ୍କୁ ସାଧାରଣତଃ p(x), q(x), r(x), t(x) ଇତ୍ୟାଦି ସଙ୍କେତଦ୍ୱାରା ଲେଖାଯାଏ

ପଲିନୋମିଆଲ୍‌ର ଘାତ (Degree of Polynomial):
ପଲିନୋମିଆଲ୍‌ରେ ଥବା ଚଳ ରାଶି (x)ର ସର୍ବୋଚ୍ଚ ଘାତାଙ୍କକୁ ପଲିନୋମିଆଲ୍‌ର ଘାତ କୁହାଯାଏ ।
ଉଦାହରଣ :
(i) 3x – 2ର ସର୍ବୋଚ୍ଚ ଘାତ 1 ।
(ii) x2 + 3x + 4ର ସର୍ବୋଚ୍ଚ ଘାତ 2 । ତେଣୁ ଏହାକୁ ଦ୍ୱିଘାତୀ (Quadratic) ପଲିନୋମିଆଲ୍ କୁହାଯାଏ । 
(iii) 4x3 – x2 + 5ର ସର୍ବୋଚ୍ଚ ଘାତ 3 ହେତୁ ଏହାକୁ ତ୍ରିଘାତୀ (Cubic) ପଲିନୋମିଆଲ୍ କୁହାଯାଏ ।
(iv) 4 – 5x+ 3x2 – 4x4 ର ସର୍ବୋଚ୍ଚ ଘାତ 4 ହେତୁ ଏହାକୁ ଚତୁଃଘାତୀ (Biquadratic ବା Quartic) ପଲିନୋମିଆଲ୍ କୁହାଯାଏ ।

ଏକାତ୍ମକ ଅଜ୍ଞାତ ରାଶିବିଶିଷ୍ଟ ପଲିନୋମିଆଲ୍ (Polynomial in more than one variable) :
ଗୋଟିଏ ମନୋମିଆଲ୍‌ରେ ଥିବା ପ୍ରତ୍ୟେକ ଅଜ୍ଞାତ ରାଶିରେ ଥ‌ିବା ଘାତାଙ୍କଗୁଡ଼ିକର ସମଷ୍ଟିକୁ ଉକ୍ତ ମନୋମିଆଲ୍‌ର ଘାତ କୁହାଯାଏ ।
ଉଦାହରଣ :
(i) 5x2y3z ପଲିନୋମିଆଲ୍‌ର ଘାତ 2 + 3 + 1 = 6 
(ii) x + xy + xy2 ପଲିନୋମିଆଲ୍‌ର ଘାତ 1 + 2 = 3

  • x ଓ y ଅଜ୍ଞାତ ରାଶିବିଶିଷ୍ଟ ପଲିନୋମିଆଲ୍‌କୁ ସାଧାରଣତଃ p(x, y), r(x, y), t(x, y) ଇତ୍ୟାଦି ସଙ୍କେତ ଦ୍ୱାରା ପ୍ରକାଶ କରାଯାଇଥାଏ ।
  • x3 +  y3 + z3 – 3xyz ପଲିନୋମିଆଲ୍‌କୁ p(x, y, z) ସଙ୍କେତଦ୍ୱାରା ମଧ୍ୟ ପ୍ରକାଶ କରାଯାଇଥାଏ ।

ପଲିନୋମିଆଲ୍ କ୍ଷେତ୍ରରେ ଯୋଗ ଓ ବିୟୋଗ :
ପଲିନୋମିଆଲ୍‌ର ପଦଗୁଡ଼ିକୁ ଅଜ୍ଞାତ ରାଶି xର ବଡ଼ରୁ ସାନ ଅଥବା ସାନରୁ ବଡ଼ ଘାତାଙ୍କ କ୍ରମରେ ସଜାଇ Standard formରେ ଲେଖାଯାଏ । ଯୋଗ ଓ ବିୟୋଗ କଲାବେଳେ ସ୍ତମ୍ଭ ପ୍ରଣାଳୀ ବା ଧାଡ଼ି ପ୍ରଣାଳୀ ପ୍ରୟୋଗ କରାଯାଏ ।

ଯୋଗ ସମ୍ବନ୍ଧୀୟ କେତେକ ଜ୍ଞାତବ୍ୟ ବିଷୟ :
(1) ପଲିନୋମିଆଲ୍‌ର କ୍ଷେତ୍ରରେ ଯୋଗ ପ୍ରକ୍ରିୟାର କ୍ରମବିନିମୟୀ ନିୟମ :
⇒ ଯଦି p(x) ଓ q(x) ପ୍ରତ୍ୟେକ xରେ ଏକ ପଲିନୋମିଆଲ୍ ହୁଏ, ତେବେ p(x) + g(x) = q(x) + p(x) । 
(2) ପଲିନୋମିଆଲ୍ କ୍ଷେତ୍ରରେ ଯୋଗ ପ୍ରକ୍ରିୟାର ସହଯୋଗୀ ନିୟମ :
⇒ {p(x) + q(x)} + r(x) = p(x) + {q(x) + r(x)}
(3) p(x) + 0 = 0 + p(x) = p(x)
⇒ ଅର୍ଥାତ୍ 0 (ଜିରୋ) ପଲିନୋମିଆଲ୍ ହେଉଛି ପ୍ରତ୍ୟେକ ପଲିନୋମିଆଲ୍‌ର ଯୋଗାତ୍ମକ ଅଭେଦ । 
(4) p(x) +{-p(x)} ={-p(x)} + p(x) = 0
⇒ ଅର୍ଥାତ୍ p(x) ଓ –p(x) ପରସ୍ପରର ଯୋଗାତ୍ମକ ବିଲୋମୀ ।

ଦୁଇଟି ପଲିନୋମିଆଲ୍‌ର ଗୁଣନ :
xରେ ଦୁଇଟି ପଲିନୋମିଆଲ୍‌ର ଗୁଣଫଳ ନିର୍ଣ୍ଣୟ କରିବା ପୂର୍ବରୁ ପ୍ରତ୍ୟେକ ପଲିନୋମିଆଲ୍‌କୁ xର ବଡ଼ରୁ ସାନ ବା ସାନରୁ ବଡ଼ ଘାତାଙ୍କ କ୍ରମରେ ସଜାଇ ଲେଖାଯାଏ । ବଣ୍ଟନ ନିୟମ (Distributive Law) ପ୍ରୟୋଗ କରାଯାଇ ଗୁଣଫଳ ନିର୍ଣ୍ଣୟ କରାଯାଏ । ଗୁଣନ ପରେ ସଦୃଶ ପଦଗୁଡ଼ିକୁ ଏକତ୍ର କରି ପ୍ରାପ୍ତ ପଲିନୋମିଆଲ୍‌କୁ xର ଘାତାଙ୍କ କ୍ରମରେ ସଜାଇ ଲେଖାଯାଏ ।

  • ଯଦି p(x) ଓ q(x) ଦୁଇଟି ପଲିନୋମିଆଲ୍ ହୁଏ, {p(x) × q(x)}ର ଘାତ = p(x)ର ଘାତ + q(x)ର ଘାତ । 
  • p(x) × q(x) = 1(x) ହେଲେ, r(x)କୁ ଉଭୟ p(x) ଓ q(x)ର ଗୁଣିତକ କୁହାଯାଏ । 
  • p(x) ଓ q(x) ପ୍ରତ୍ୟେକ r(x)ର ଗୋଟିଏ ଗୋଟିଏ ଗୁଣନୀୟକ ।

ଗୁଣନ ସମ୍ବନ୍ଧୀୟ କେତେକ ଜ୍ଞାତବ୍ୟ ବିଷୟ :
(i) ପଲିନୋମିଆଲ୍ କ୍ଷେତ୍ରରେ ଗୁଣନ ପ୍ରକ୍ରିୟାଟି କ୍ରମବିନିମୟୀ । ଅର୍ଥାତ୍‌ p(x) ଓ q(x) ପ୍ରତ୍ୟେକ xରେ ଗୋଟିଏ ଗୋଟିଏ ପଲିନୋମିଆଲ୍ ହେଲେ, p(x) × q(x) = q(x) × p(x) 
(ii) ଲିନୋମିଆଲ୍ କ୍ଷେତ୍ରରେ ଗୁଣନ ପ୍ରକ୍ରିୟାଟି ସହଯୋଗୀ । ଅର୍ଥାତ୍ ଯଦି p(x), q(x) ଓ r(x) ପ୍ରତ୍ୟେକ xରେ ଗୋଟିଏ ଗୋଟିଏ ପଲିନୋମିଆଲ୍, ତେବେ {p(x) × q(x)} × r(x) = p(x) × {q(x) × r(x)} 
(iii) ବଣ୍ଟନ ନିୟମ : {p(x) + q(x)} × r(x) = p(x) × r(x) + q(x) × r(x)
(iv) p(x) × 0 = 0 × p(x) = 0
(v) p(x) × 1 = 1 × p(x) = p(x) ଅର୍ଥାତ୍‌ [ପଲିନୋମିଆଲ୍ କ୍ଷେତ୍ରରେ 1 ହେଉଛି ଗୁଣନାତ୍ମକ ଅଭେଦ ।]

BSE Odisha 9th Class Maths Notes Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ

ଗୋଟିଏ ପଲିନୋମିଆଲ୍‌ଲ୍ହାରା ଅନ୍ୟ ଏକ ପଲିନୋମିଆଲ୍‌ର ଭାଗକ୍ରିୟା :
ମନେକର p(x) ଓ q(x) ≠ 0 ଦୁଇଟି ପଲିନୋମିଆଲ୍ ଏବଂ ୟୁ(x)ର ଘାତ, p(x)ର ଘାତଠାରୁ ଛୋଟ କିମ୍ବା p(x)ର ଘାତ ସହିତ ସମାନ ।
ତେବେ p(x) = q(x) × k(x) + r(x)
ଏଠାରେ r(x) = 0 କିମ୍ବା r(x)ର ଘାତ, q(x)ର ଘାତଠାରୁ ଛୋଟ ।
ଯଦି 1(x) = 0 ହୁଏ, ତେବେ p(x), q(x) ଦ୍ଵାରା ବିଭାଜ୍ୟ ବୋଲି କୁହାଯାଏ ।

{ସଂଖ୍ୟାମାନଙ୍କର ଭାଗକ୍ରିୟାରୁ ଆମେ ଜାଣିଛେ ଯେ, ଏକ ଧନାତ୍ମକ ପୂର୍ବସଂଖ୍ୟା ‘n’କୁ ଅନ୍ୟ ଏକ ପୂର୍ଣ୍ଣସଂଖ୍ୟା m(m < n ଏବଂ m ≠ 0) ଦ୍ବାରା ଭାଗକଲେ, ଯଦି ଭାଗଫଳ ଓ ଭାଗଶେଷ ଯଥାକ୍ରମେ k ଓ 1 ହୁଏ । ତେବେ n = mk + r ଅର୍ଥାତ୍ ଭାଜ୍ୟ = ଭାଜକ x ଭାଗଫଳ + ଭାଗଶେଷ ଏଠାରେ r = 0 କିମ୍ବା r < m ଏହାକୁ ଇଉକ୍ଲିଡ଼ୀୟ ପଦ୍ଧତି (Euclidean Algorithm) କୁହାଯାଏ ।}

ଦୁଇ ବା ଅଧିକ ଅଜ୍ଞାତ ରାଶିବିଶିଷ୍ଟ ପଲିନୋମିଆଲ୍ ଗୁଡ଼ିକର ଯୋଗ, ବିୟୋଗ, ଗୁଣନ ଓ ଭାଗକ୍ରିୟା :

  • ମନେକର x ଓ y ଦୁଇଟି ଅଜ୍ଞାତ ରାଶି ବିଶିଷ୍ଟ କେତେକ ପଲିନୋମିଆଲ୍‌ର ଯୋଗଫଳ ନିର୍ଣ୍ଣୟ କରିବାକୁ ଦିଆଯାଇଛି । ଯୋଗଫଳ ନିର୍ଣ୍ଣୟ କରିବାପାଇଁ ସଦୃଶ ପଦଗୁଡ଼ିକୁ ଏକତ୍ର କରି ଯୋଗଫଳସ୍ଥିର କରାଯାଏ । ଲବ୍‌ଧ ଯୋଗଫଳକୁ x ବା y ର ବଡ଼ରୁ ସାନ ଅଥବା ସାନରୁ ବଡ଼ ଘାତାଙ୍କ କ୍ରମରେ ଲେଖାଯାଏ ।
  • ସେହିପରି ଦୁଇଟି ପଲିନୋମିଆଲ ବିୟୋଗ କଲାବେଳେ ମଧ୍ୟ ଉପରୋକ୍ତ ପଦ୍ଧତି ଅନୁରଣ କରାଯାଏ ।
  • ଭାଗକ୍ରିୟା ସମୟରେ ଭାଜ୍ୟ ତଥା ଭାଜିକ ଉଭୟର ପଦଗୁଡ଼ିକୁ x ବା y କୌଣସି ଗୋଟିକର ଘାତାଙ୍କର ଅଧଃକ୍ରମ ବା ଉର୍ଦ୍ଧ୍ବକ୍ରମରେ ସଜାଇ ଲେଖାଯାଏ । ପୂର୍ବଭାଗକ୍ରିୟା ଭଳି ଭାଜ୍ୟର ପ୍ରଥମ ପଦକୁ ଭାଜକର ପ୍ରଥମ ପଦଦ୍ୱାରା ଭାଗକରି ଭାଗଫଳର ପ୍ରଥମ ପଦ ସ୍ଥିର କରାଯାଏ । ଭାଗକ୍ରିୟାର ପରବର୍ତ୍ତୀ ପ୍ରତ୍ୟେକ ପର୍ଯ୍ୟାୟରେ ଏହି ପ୍ରଣାଳୀ ଅନୁସରଣ କରାଯାଇ ଭାଗଫଳ ଓ ଭାଗଶେଷ ନିର୍ଣ୍ଣୟ କରାଯାଏ ।

ପଲିନୋମିଆଲ୍‌ର ଜିରୋ (Zeroes of a Polynomial):
ଯଦି p(x) ଏକ ଅଣଶୂନ୍ୟଘାତୀ ପଲିନୋମିଆଲ୍, ‘x’ ଏକ ବାସ୍ତବ ସଂଖ୍ୟା ଓ ‘x’ ର ମାନ c ପାଇଁ p(x) = 0 ହୁଏ, ତେବେ cକୁ ପଲିନୋମିଆଲ୍ p(x)ର ଏକ ଜିରୋ (zero) କୁହାଯାଏ । ଅର୍ଥାତ୍ p(x)ର ଜିରୋ ଏକ ସଂଖ୍ୟା ‘c’ । ଯେଉଁଠାରେ p(c) = 0 ହେବ ।
ପଲିନୋମିଆଲ୍‌ର ଜିରୋ ନିରୂପଣ :
(i) ପଲିନୋମିଆଲ୍‌ର ଜିରୋ ନିର୍ଣ୍ଣୟ କରିବାପାଇଁ ପଲିନୋମିଆଲ୍‌ଟିକୁ ଶୂନ ସଙ୍ଗେ ସମାନ କରି ଏକ ପଲିନୋମିଆଲ୍ ସମୀକରଣ ଗଠନ କରାଯାଏ ।
(ii) ଏହି ସମୀକରଣ ସମାଧାନ କଲେ ଅଜ୍ଞାତ ରାଶିର ଯେଉଁ ବାସ୍ତବ ମାନଗୁଡ଼ିକ ମିଳିବ ତାହାହିଁ ପଲିନୋମିଆଲ୍‌ର ଜିରୋ ଅଟେ ।
ଉଦାହରଣସ୍ୱରୂପ : 2x + 1 ପଲିନୋମିଆଲ୍‌ର ଜିରୋ ହେଉଛି –\(\frac{1}{2}\) କାରଣ 2x + 1 = 0 ହେଲେ x = –\(\frac{1}{2}\)

{ଗୋଟିଏn ଘାତୀ ପଲିନୋମିଆଲ୍‌ର ସର୍ବାଧ‌ିକ। ସଂଖ୍ୟକ ବାସ୍ତବ ଜିରୋ ରହିପାରେ ।}

  • ଅଣଶୂନ ଶୂନଘାତୀ ମନୋମିଆଲ୍ (ଧ୍ରୁବକ)ର କୌଣସି ‘ଜିରୋ’ ନଥାଏ ।
  • ଜିରୋ ମନୋମିଆଲ୍‌ର ବା ପଲିନୋମିଆଲ୍‌ର ‘ଜିରୋ’ ଯେକୌଣସି ବାସ୍ତବ ସଂଖ୍ୟା ହୋଇଥାଏ ।
  • ଏକ ପଲିନୋମିଆଲ୍‌ର ଏକାଧ୍ଵ ଜିରୋ ଥାଇପାରେ ।

ଭାଗଶେଷ ଉପପାଦ୍ୟ (Remainder Theorem) :
p(x) ଏକ ପଲିନୋମିଆଲ୍, ଯାହାର ଘାତ ≥ 1 ତେବେ, p(x)କୁ (x – a) ଦ୍ଵାରା ଭାଗକଲେ, ଭାଗଶେଷ p(a) ହେବ ।
(i) ଏହି ଉପପାଦ୍ୟର ଫଳସ୍ବରୂପ ଆମେ ଲେଖୁପାରିବା
p(x) = (x – a) · q(x) + p(a) ….. (i)
(ii) ଭାଗଶେଷ ଉପପାଦ୍ୟ କଥନରେ p(x) କୁ (x – a) ଦ୍ଵାରା ଭାଗ ନକରି (2x – a) ଦ୍ଵାରା ଭାଗକଲେ ଭାଗଶେଷ P(\(\frac{a}{2}\)) ହେବ ।
ମନେରଖ:
{ଏକ ପଲିନୋମିଆଲ୍ p(x)କୁ (kx – a) ଦ୍ୱାରା ଭାଗକଲେ, ଭାଗଶେଷ P(\(\frac{a}{k}\)) ହେବ ।}

ଉତ୍ପାଦକ ଉପପାଦ୍ୟ (Factor Theorem) :
p(x) ଏକ ପଲିନୋମିଆଲ୍ ଯାହାର ଘାତ ≥1 ଏବଂ a ଏକ ବାସ୍ତବ ସଂଖ୍ୟା ହେଲେ-
(i) ଯଦି p(a) = 0 ହୁଏ, ତେବେ (x – a), p(x) ର ଏକ ଉତ୍ପାଦକ ହେବ ।
(ii) ବିପରୀତ କ୍ରମେ ଯଦି (x – a), p(x)ର ଏକ ଉତ୍ପାଦକ ହୁଏ, ତେବେ p(a) = 0 ହେବ ।

ପଲିନୋମିଆଲ୍‌ର ଉତ୍ପାଦକୀକରଣ (Factorisation of Polynomials) :
କୌଣସି ଯୌଗିକ ସଂଖ୍ୟାକୁ କେତେକ ମୌଳିକ ସଂଖ୍ୟାର ଗୁଣନୀୟକ ରୂପେ ପ୍ରକାଶ କରାଯାଏ । ସେହିପରି ବୀଜଗାଣିତିକ ପଲିନୋମିଆଲ୍‌କୁ କେତେକ ବୀଜଗାଣିତିକ ମୌଳିକ ରାଶିର ଗୁଣନୀୟକ ରୂପେ ମଧ୍ୟ ପ୍ରକାଶ କରାଯାଇଥାଏ । ଏହି ପ୍ରକାର ପ୍ରକାଶନ ପ୍ରଣାଳୀକୁ ଉତ୍ପାଦକୀକରଣ (Factorisation) କୁହାଯାଏ ଏବଂ ଉତ୍ପନ୍ନ ମୌଳିକ ରାଶିଗୁଡ଼ିକୁ ଦତ୍ତ ପଲିନୋମିଆଲ୍‌ର ଗୁଣନୀୟକ ବା ଉତ୍ପାଦକ (Factors) କୁହାଯାଇଥାଏ ।

BSE Odisha 9th Class Maths Notes Algebra Chapter 3 ବୀଜଗାଣିତିକ ପରିପ୍ରକାଶ ଓ ଅଭେଦ

ପଲିନୋମିଆଲ୍‌ମାନଙ୍କର ଗ.ସା.ଗୁ. (H.C.F. of Polynomials) :
ଦୁଇ ବା ତତୋଽଧ୍ଵକ ପଲିନୋମିଆଲ୍‌ଗୁଡ଼ିକର ଉତ୍ପାଦକ ନିର୍ଣ୍ଣୟ କରିବାପରେ ସେଗୁଡ଼ିକର ଗ.ସା.ଗୁ. (H.C.F.) ଏବଂ ଲ.ସା.ଗୁ. (L.C.M.) ସ୍ଥିର କରାଯାଏ ।
ପଲିନୋମିଆଲ୍‌ର ଉତ୍ପାଦକୀକରଣ ନିମିତ୍ତ ନିମ୍ନ ଅଭେଦ (ସୂତ୍ରବାଳୀ)ଗୁଡ଼ିକର ଆବଶ୍ୟକତା ରହିଛି –
(i) x2 + (a + b) x + ab = (x + a) (x + b)
(ii) x2 + 2xy + y2 = (x + y)2
(iii) x2 – 2xy + y2 = (x – y)2
(iv) x2 + y2 + z2 + 2xy + 2yz + 2zx = (x + y + z)2
(v) x2 – y2 = (x + y) (x – y)
(vi) x3 + 3x2y + 3xy2 + y3 = (x + y)3
(vii) x3 – 3x2y + 3xy2 – y3 = (x – y)3
(viii) x3 + y3 = (x + y) (x2 – xy + y2)
(ix) x3 – y3 = (x – y) (x2 + xy + y2)
(x) x4 + x2y2 + y4 = (x2 + xy + y2) (x2 – xy + y2)
(xi) x4 – y4 = (x2 + y2) (x + y) (x – y)
(xii) x6 + y6 = (x2 + y2) (x4 – xy + y4)
(xiii) x6 – y6 = (x + y) (x – y) (x2 + xy + y2) (x2 – xy + y2)
(xiv) a3 + b3 + c3 – 3abc = (a + b + c) (a2 + b2 + c2 – ab – bc – ca)
କିମ୍ବା, a3 + b3 + c3 – 3abc = \(\frac{1}{2}\) (a + b + c) {(a – b)2 + (b – c)2 + (c – a)2}]
ପଲିନୋମିଆଲଗୁଡ଼ିକର ଉତ୍ପାଦକ ବିଶ୍ଳେଷଣରୁ ସର୍ବାଧ୍ଵକ ଘାତାଙ୍କ ବିଶିଷ୍ଟ ସାଧାରଣ ଉତ୍ପାଦକଗୁଡ଼ିକର ଗୁଣଫଳ ଦତ୍ତ ପଲିନୋମିଆଲ୍‌ଗୁଡ଼ିକର ଗ.ସା.ଗୁ. ଅଟେ ।

ପଲିନୋମିଆଲ୍‌ମାନଙ୍କର ଲ.ସା.ଗୁ. (Lowest Common Multiple or L.C.M. of Polynomials) : 
ପଲିନୋମିଆଲ୍‌ଗୁଡ଼ିକର ସାଧାରଣ ଗୁଣିତକମାନଙ୍କ ମଧ୍ୟରେ ସର୍ବନିମ୍ନ ଘାତବିଶିଷ୍ଟ ଗୁଣିତକକୁ ସଂପୃକ୍ତ ପଲିନୋମିଆଲ୍‌ଗୁଡ଼ିକର ଲ.ସା.ଗୁ. କୁହାଯାଏ ।

ବୀଜଗାଣିତିକ ପରିମେୟ ପରିପ୍ରକାଶ (Algebraic Rational Expression) :
(i) ଯଦି m ଓ n ପୂର୍ଣ୍ଣସଂଖ୍ୟା ଏବଂ n ≠ 0 ହୁଏ, ତେବେ -କୁ ଏକ ପରିମେୟ ସଂଖ୍ୟା (Rational Number) କୁହାଯାଏ ।  mକୁ ଲବ (Numerator) nକୁ ହର (Denominator) କହନ୍ତି
(ii) ଯଦି p(x) ଓ q(x) ଦ୍ଵୟ xରେ ଗୋଟିଏ ଗୋଟିଏ ପଲିନୋମିଆଲ୍ ହୁଅନ୍ତି ଏବଂ g(x) ≠ 0 ହୁଏ, ତେବେ \(\frac{p(x)}{q(x)}\) କୁ ଏକ ବୀଜଗାଣିତିକ ପରିମେୟ ପରିପ୍ରକାଶ କୁହାଯାଏ । ଏଠାରେ p(x) ଲବ ଓ q(x) ହର ।

ବୀଜଗାଣିତିକ ପରିମେୟ ପରିକ୍ରକାଶର ଲଘିଷ୍ଠ ରୂପ :

  • ଗୋଟିଏ ବୀଜଗାଣିତିକ ପରିପ୍ରକାଶର ଲବ ଓ ହର ମଧ୍ୟରେ ଯଦି 1 ଭିନ୍ନ କୌଣସି ସାଧାରଣ ଉତ୍ପାଦକ ନଥାଏ ତେବେ ତାହାକୁ ଲଘିଷ୍ଠ ଆକୃତି ବିଶିଷ୍ଟ ପରିମେୟ ପରିପ୍ରକାଶ କୁହାଏ ।
  • ତେଣୁ ଗୋଟିଏ ବୀଜଗାଣିତିକ ପରିପ୍ରକାଶକୁ ଲଘିଷ୍ଠ ଆକାରରେ ପରିଣତ କରିବାକୁ ହେଲେ ତା’ର ଲବ ଓ ହରକୁ ଉତ୍ପାଦକରେ ବିଶ୍ଳେଷଣ କରି ଉଭୟଙ୍କୁ ସେମାନଙ୍କ ଗ.ସା.ଗୁ.ଦ୍ବାରା ଭାଗ କରାଯାଏ ।

କ୍ରମିକ ବୀଜଗାଣିତିକ ପରିମେୟ ପରିପ୍ରକାଶ :
\(\frac{a}{b+\frac{c}{d+\frac{e}{f}}}\) ଆକାର ବିଶିଷ୍ଟ ପରିପ୍ରକାଶକୁ କ୍ରମିକ ବୀଜଗାଣିତିକ ପରିମେୟ ପରିପ୍ରକାଶ (Continued rational expression) ବା (Continued fraction) କୁହାଯାଏ । ଏହାକୁ ସରଳ କରିବା ପାଇଁ ଏହାର ସର୍ବନିମ୍ନ ଅଂଶରୁ ସରଳ କରିବା ଆରମ୍ଭ କରି କ୍ରମଶଃ ଉପର ଆଡ଼କୁ ଯିବା ଆବଶ୍ୟକ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

Odisha State Board BSE Odisha Class 9 History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ will enable students to study smartly.

BSE Odisha Class 9 History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ 
→ ଉପକ୍ରମ:

  • ଶତାବ୍ଦୀରେ ଆରମ୍ଭ କରିଥିଲେ ।
  • ପୃଥ‌ିବୀର ବିଭିନ୍ନ ଅଞ୍ଚଳରେ ଆବାସ ସ୍ଥାପନ କରି ମାତୃଦେଶର ଲାଭ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।
  • ବାଣିଜ୍ୟ ବ୍ୟବସାୟର ଉନ୍ନତି, ଆର୍ଥିକ ସମୃଦ୍ଧି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ଉପନିବେଶବାଦର ମୁଖ୍ୟ ଲକ୍ଷ୍ୟ ଥିଲା ।
  • କେନ୍ଦ୍ରମାନେ ଖୋଲି ଏକଚାଟିଆ ବାଣିଜ୍ୟ କାରବାର ପାଇଁ ଉଦ୍ୟମ କରିଥିଲେ ଓ ସେମାନଙ୍କ ମଧ୍ୟରେ ଅଷ୍ଟାବ୍ଦଶ ଶତାବ୍ଦୀର ଶେଷଭାଗ ପର୍ଯ୍ୟନ୍ତ କଳହ ଲାଗି ରହିଲା ।
  • ଊନବିଂଶ ଶତାବ୍ଦୀର ଶେଷବେଳକୁ ବିଭିନ୍ନ ଦେଶର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅବସ୍ଥା ଉପନିବେଶବାଦର ବିକାଶ ପାଇଁ ସହାୟକ ହୋଇଥିଲା ।
  • ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନେ ନିଜର ସ୍ବାର୍ଥକୁ ସୁହାଉଥ‌ିବା ଅଞ୍ଚଳକୁ ଜୟ କରି ସେଠାରେ ଔପନିବେଶିକ ସାମ୍ରାଜ୍ୟବାଦ ପ୍ରତିଷ୍ଠା କଲେ, ଯାହାକି ୧୯୧୪ ମସିହାର ପ୍ରଥମ ବିଶ୍ବଯୁଦ୍ଧର ଏକ ପ୍ରମୁଖ କାରଣ ଥିଲା ।

ବିଷୟବସ୍ତୁର ରୂପରେଖ :

  • ଏସିଆ ଓ ଏସିଆରେ ଉପନିବେଶବାଦର କାରତ
  • ଏସିଆରେ ଉପନିବେଶ ସ୍ଥାପନ
  • ଆଫ୍ରିକାରେ ଉପନିବେଶ ସ୍ଥାପନ
  • ଉପନିବେଶବାଦର ପରିଣାମ

→ ଉପନିବେଶବାଦ :
କୌଣସି ଅଞ୍ଚଳରେ ପ୍ରବାସୀମାନଙ୍କ ବସତି ସ୍ଥାପନକୁ ଏକ ସ୍ବତ୍ୱାଧିକାରୀ ରାଜ୍ୟ ମନେକରି ମାତୃଦେଶର ଲାଭ ପାଇଁ କାର୍ଯ୍ୟ କରିବାକୁ ଉପନିବେଶବାଦ କୁହାଯାଏ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଏସିଆ ଓ ଆଫ୍ରିକାରେ ଉପନିବେଶବାଦର କାରଣ :
(Causes of Colonialism in Asia & Africa) :
ଭୌଗୋଳିକ ଆବିଷ୍କାର :

  • ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଅନେକ ଭୌଗୋଳିକ ଆବିଷ୍କାର ହୋଇଥିଲା ।
  • ଏସିଆ ଓ ଆଫ୍ରିକା ମହାଦେଶକୁ ଜଳପଥ ଓ ସ୍ଥଳପଥ ଆବିଷ୍କାର ହେବା ଫଳରେ ଯାତାୟାତ ଓ ଯୋଗାଯୋଗର ଅଧ‌ିକ ସୁବିଧା ହୋଇଥିଲା ।
  • ନୂତନ ଭାବେ ଆବିଷ୍କୃତ ଅଞ୍ଚଳରେ ବ୍ୟବସାୟିକ ଓ ରାଜନୈତିକ ଲାଭ ପାଇଁ ଅନୁକୂଳ ପରିସ୍ଥିତି ରହିଥିଲା ।

→ ଲାଭଜନକ ବ୍ୟବସାୟର ସୁବିଧା :

  • ଏସିଆ ମହାଦେଶରୁ ମସଲା, ଚାହା, କାର୍ପାସ ବସ୍ତ୍ର, ରେଶମ, ସୁନା, ମୁକ୍ତା, ପ୍ରାକୃତିକ ଔଷଧ, ଚୀନାମାଟିର ପାତ୍ର, ଇବୋନି କାଠ ଏବଂ ଆଫ୍ରିକା ମହାଦେଶରୁ ସୁନା, ହୀରା, ତମ୍ବା, ମୂଲ୍ୟବାନ୍ କାଠ, ହାତୀଦାନ୍ତ, ରବର, ୟୁରାନିୟମ ପ୍ରଭୃତି ଦ୍ରବ୍ୟ ସଂଗ୍ରହ କରି ଇଉରୋପୀୟମାନେ ସେମାନଙ୍କ ଦେଶରେ ବିକ୍ରି କରି ପ୍ରଚୁର ଲାଭ କଲେ ।
  • ସେମାନଙ୍କ ଦେଶରେ ବିକ୍ରି କରି ପ୍ରଚୁର ଲାଭ କଲେ । ଆଫ୍ରିକାରେ ଦାସ ବ୍ୟବସାୟ ସବୁଠାରୁ ବେଶୀ ଲାଭଦାୟକ ଥିଲା ।

→ କ୍ରୀତଦାସ :
ନିଜ ଜନ୍ମଭୂମି ଛାଡ଼ି ଓ ନିଜର ବ୍ୟକ୍ତିଗତ ସ୍ଵାଧୀନତାକୁ କିଛି ଅର୍ଥ ବିନିମୟରେ ଆଜୀବନ ବିକ୍ରୟ କରି ବିଦେଶକୁ ଗୋଲାମି କରିବାକୁ ଯାଇଥିବା ବ୍ୟକ୍ତିକୁ କ୍ରୀତଦାସ କୁହାଯାଏ ।

  • ଭୌଗୋଳିକ ଆବିଷ୍କାର ।
  • ଲାଭଜନକ ବ୍ୟବସାୟର ସୁବିଧା ।
  • ଶିଳ୍ପ ବିପ୍ଲବ ।
  • ପରିବହନ ଓ ଯୋଗାଯୋଗର ଉନ୍ନତି ।
  • ଦୁର୍ବଳ ଶାସନ ।
  • ଧର୍ମ ଓ ସଂସ୍କୃତିର ପ୍ରଭାବ ।
  • ଅନ୍ୟାନ୍ୟ ଅନୁକୁଳ ପରିସ୍ଥିତି ।

→ ଶିଳ୍ପ ବିପ୍ଳବ :
ଅଷ୍ଟାଦଶ ଶତାବ୍ଦୀରେ ଇଂଲଣ୍ଡରେ ବୟନ ଶିଳ୍ପରୁ ଶିଳ୍ପ ବିପ୍ଳବ ଆରମ୍ଭ ହୋଇଥିଲା ।
ଶିଳ୍ପ ବିପ୍ଳବ ଯୋଗୁଁ ଅନେକ ଦ୍ରବ୍ୟ ଉତ୍ପାଦିତ ହେବାକୁ ଲାଗିଲା, ସେଗୁଡ଼ିକୁ ବିକ୍ରି କରିବାପାଇଁ ଏସିଆ ଓ ଆଫ୍ରିକା ମହାଦେଶରେ ବଜାର ସୃଷ୍ଟି କରିବା ସହଜ ହୋଇଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

→ ପରିବହନ ଓ ଯୋଗାଯୋଗର ଉନ୍ନତି :
ବାଷ୍ପୀୟ ଇଞ୍ଜିନ୍ ଉଦ୍ଭାବନ ହେବା ଫଳରେ ଜଳପଥ ଓ ସ୍ଥଳପଥରେ ମାଲ ପରିବହନ ସୁବିଧା ହେଲା । କଞ୍ଚାମାଲ ଯୋଗାଣ ଓ ଉତ୍ପାଦିତ ଦ୍ରବ୍ୟର ରପ୍ତାନି ଓ ଆମଦାନି ସହଜ ହେଲା ।

→ ଦୁର୍ବଳ ଶାସନ :
ଊନବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକା ମହାଦେଶରେ ଉନ୍ନତ ଯୁଦ୍ଧାସ୍ତ୍ରର ଅଭାବ, ଲୋକମାନଙ୍କର ସ୍ଥାନୀୟ ଶାସକଙ୍କ ପ୍ରତି ଆନୁଗତ୍ୟର ଅଭାବ ଏବଂ ସର୍ବୋପରି ଦୁର୍ବଳ ସେନାବାହିନୀ ଫଳରେ ଇଉରୋପୀୟମାନେ ଏଠାରେ ଶାସନ କରିବା ଆରମ୍ଭ କରିଥିଲେ ।

ଧର୍ମ ଓ ସଂସ୍କୃତିର ପ୍ରଚାର :

  • ପଛୁଆ ଶ୍ରେଣୀର ଲୋକେ ପାଶ୍ଚାତ୍ୟ ସଂସ୍କୃତି ଓ ଧର୍ମର ସମ୍ପର୍କରେ ଆସିଲେ ସେମାନଙ୍କର ଜୀବନର ଉନ୍ନତି ଆସିବ ବୋଲି ଇଉରୋପୀୟମାନେ ପ୍ରଚାର କଲେ ।
  • ତେଣୁ ଏହା ଉପନିବେଶ ସ୍ଥାପନକୁ ତ୍ୱରାନ୍ବିତ କଲା ।

→ ଅନ୍ୟାନ୍ୟ ଅନୁକୂଳ ପରିସ୍ଥିତି :
ଏସିଆ ଓ ଆଫ୍ରିକାର ସାମରିକ ବା ବାଣିଜ୍ୟିକ ଗୁରୁତ୍ଵ ଓ ଅବସ୍ଥିତି, ଇଉରୋପରେ ଉତ୍ପାଦିତ ଯନ୍ତ୍ର ପ୍ରସ୍ତୁତ ସାମଗ୍ରୀ ପ୍ରତି ଆଗ୍ରହ, ସ୍ଵଳ୍ପ ପାରିଶ୍ରମିକରେ ଯଥେଷ୍ଟ ମାନବ ସମ୍ବଳର ଉପଲବ୍‌ ଆଦି କାର୍ଯ୍ୟ ଉପନିବେଶ ସ୍ଥାପନ ପାଇଁ ଇଉରୋପୀୟମାନଙ୍କୁ ଆକର୍ଷିତ କରିଥିଲା ।

ଏସିଆରେ ଉପନିବେଶ ସ୍ଥାପନ :

  • ପର୍ତ୍ତୁଗାଲର ବିଶିଷ୍ଟ ନାବିକ ଭାସ୍କୋଡ଼ାଗାମା ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
  • ଭାରତକୁ ଜଳପଥ ଆବିଷ୍କୃତ ହେବାପରେ ପର୍ତ୍ତୁଗୀଜ୍, ଓଲନ୍ଦାଜ୍, ଦିନାମାର, ଇଂରେଜ ଓ ଫରାସୀ ପ୍ରଭୃତି ଇଉରୋପୀୟ ଅଧିବାସୀଗଣ ବାଣିଜ୍ୟ ଉଦ୍ଦେଶ୍ୟରେ ଭାରତରେ ଉପନିବେଶ ସ୍ଥାପନ କରିଥିଲେ ।
  • ୧୮୫୭ର ମହାନ୍ ବିଦ୍ରୋହ ପରେ ଭାରତ ଇଂରେଜ ସରକାରଙ୍କ ପ୍ରତ୍ୟକ୍ଷ ଶାସନାଧୀନ ହେଲା ।
  • ବଙ୍ଗର ଗଭର୍ଣ୍ଣର ରବର୍ଟ କ୍ଲାଇବ୍ଲଙ୍କ ପଲାସୀ ଯୁଦ୍ଧ ୧୭୫୭ ଠାରୁ ଭାରତର ସ୍ବାଧୀନତା ପର୍ଯ୍ୟନ୍ତ ଦୀର୍ଘ ୧୯୦ ବର୍ଷ ଧରି ଭାରତ ଇଂରେଜ ଶାସନାଧୀନ ଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 1

ଚୀନ୍‌ରେ ଇଂଲାଣ୍ଡର ପ୍ରଭାବ ବିସ୍ତାର :

  • ଇଂରେଜମାନେ ଚୀନ୍‌ରୁ ଚା’ ଓ ରେଶମ କ୍ରୟ କରି ଇଉରୋପରେ ବିକ୍ରୟ କରୁଥିଲେ ଏବଂ ଭାରତରେ ଅଫିମ ଚାଷ କରି ଚୀନ୍ ସହିତ ବେଆଇନ ଅଫିମ ବ୍ୟବସାୟ କରୁଥିଲେ ।
  • ଚୀନ୍ ଏକ ଅଫିମ ବୋଝେଇ ଜାହାଜକୁ ଜବତ କରି ଅଫିମକୁ ନଷ୍ଟ କରିଦେବାରୁ ୧୮୩୯ ଖ୍ରୀ.ଅ.ରେ ଚୀନ୍ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ଯୁଦ୍ଧକୁ ଅଫିମ ଯୁଦ୍ଧ କୁହାଯାଏ । ଏଥିରେ ଚୀନ୍ ପରାସ୍ତ ହୋଇ ଇଂଲାଣ୍ଡକୁ ତା’ ଅଞ୍ଚଳରେ ପାଞ୍ଚଟି ବନ୍ଦର ଖୋଲିବାକୁ ଅନୁମତି ଦେଲା ଏବଂ ହଙ୍ଗକଙ୍ଗ୍ ଦ୍ବୀପ ଇଂଲାଣ୍ଡକୁ ହସ୍ତାନ୍ତର କଲା ।

ପଲାସୀ ଯୁଦ୍ଧ:

୧୭୫୭ ମସିହା ଜୁନ୍ ମାସ ୨୩ ତାରିଖରେ ପଶି୍ମବଙ୍ଗର ଭାଗାରଥୀ ନଦୀକୂଳରେ ଅବସ୍ଥିତ ପଲାସୀ ନାମକ ସ୍ଥାନରେ ଲର୍ଡ କ୍ଲାଇଡ୍ ଓ ସିରାଜଉଦୌଲାଙ୍କ ମଧ୍ୟରେ ପଲାସୀ ଯୁଦ୍ଧ ସଂଘଟିତହୋଇଥିଲା । ଏହି ଯୁଦ୍ଧରେ ଇଂରେଜମାନେ ବିଜୟ ଲାଭ କରିଥିଲେ ଓ ଭାରତରେ ଇଂରେଜ ଶାସନର ମୂଳଦୁଆ ପଡ଼ିଥିଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଚୀନ୍‌ର ବିଭାଜନ:

  • କୋରିଆ ଉପରେ ଜାପାନ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରିବା ଫଳରେ ଜାପାନ ଓ ଚୀନ୍ ମଧ୍ଯରେ ଯୁଦ୍ଧ ହୋଇଥିଲା । ଏଥିରେ ଚୀନ୍ ପରାସ୍ତ ହେବା ସଙ୍ଗେ ସଙ୍ଗେ କୋରିଆ ସ୍ବାଧୀନ ହୋଇଥିଲା ଏବଂ ଚୀନ୍ ଜାପାନକୁ ଫର୍ମୋଜା ଓ ଅନ୍ୟାନ୍ୟ ଦ୍ବୀପ ଦେବା ସହିତ ଶହେ ପଚାଶ ଲକ୍ଷ ଡଲାର କ୍ଷତିପୂରଣ ଭାବେ ଦେଇଥିଲା ।
  • ଚୀନ୍‌କୁ କ୍ଷତିପୂରଣ ଦେବାପାଇଁ ଅର୍ଥ ସହାୟତା ଦେଇ ଜର୍ମାନୀ, ରୁଷିଆ, ଫ୍ରାନ୍ସ ଓ ଇଂଲାଣ୍ଡ ଚୀନକୁ ଭାଗ ଭାଗ କରି ନିଜ ନିଜର କର୍ତ୍ତୃତ୍ଵ ପରିସରଭୁକ୍ତ କଲେ । ଚୀନର ଏହି ବିଭାଜନକୁ ‘ଚୀନା ତରଭୁଜର କର୍ତ୍ତନ’ କୁହାଯାଏ ।

ଚୀନା ତରଭୁଜର କର୍ତ୍ତନ : (କେଉଁ ଦେଶ କ’ଣ ପାଇଥିଲେ ?)
ରୁଷିଆ – ଚୀନ୍‌ର ମାଞ୍ଚୁରିଆରେ ରେଳପଥ ନିର୍ମାଣ ଓ ଲିଆଓତୁଙ୍ଗ ଉପଦ୍ୱୀପ ।
ଜର୍ମାନୀ – କିଆଚାଓ ଉପସାଗର ଏବଂ ସାଣ୍ଡୁଙ୍ଗ ଓ ହୋୟାଙ୍ଗ ହୋ ଉପତ୍ୟକା ।
ଫ୍ରାନ୍ସ – କାଙ୍ଗଚାଓ ଉପସାଗର ଓ ଚୀନ୍‌ର ୩ଟି ଦାକ୍ଷିଣାତ୍ୟ ପ୍ରଦେଶ ।
ଇଂଲଣ୍ଡ – ୟାଙ୍ଗ୍‌ ଉପତ୍ୟକା ଓ ଵିହିଡ଼ି ।

ହଲାଣ୍ଡର ନିୟନ୍ତ୍ରଣ ବିସ୍ତାର :

  • ଶ୍ରୀଲଙ୍କା ପ୍ରଥମେ ପର୍ତ୍ତୁଗାଲ୍ ଓ ପରବର୍ତ୍ତୀ କାଳରେ ହଲାଣ୍ଡ ଏବଂ ଇଂଲାଣ୍ଡଦ୍ବାରା ଅଧିକୃତ ହେଲା ।
  • ୧୮୭୫ ମସିହା ପରେ ହଲାଣ୍ଡ ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର କଲେ ।

ଇଣ୍ଡୋ-ଚୀନ୍‌ରେ ଫ୍ରାନ୍ସର ସଫଳତ। :

  • ଦକ୍ଷିଣ-ପୂର୍ବ ଏସିଆର ଲାଓସ୍, କାମ୍ବୋଡ଼ିଆ ଓ ଭିଏତ୍‌ନାମ ଅଞ୍ଚଳ ଇଣ୍ଡୋ-ଚୀନ୍ ଭାବରେ ପରିଚିତ ।
  • ଫ୍ରାନ୍ସ ଇଣ୍ଡୋ-ଚୀନ୍‌ରେ ବ୍ୟବସାୟ ପ୍ରସାର ଉଦ୍ୟମରେ ସଫଳ ହୋଇ ଇଣ୍ଡୋ-ଚୀନ୍‌ର ସର୍ବେସର୍ବା ହେଲା ।

→ ଇଂଲାଣ୍ଡର ବର୍ମା ଅସ୍କୋର :
ଫ୍ରାନ୍ସର ବର୍ମାରେ ସାମ୍ରାଜ୍ୟ ବିସ୍ତାର ଆଶଙ୍କା କରି ଇଂଲାଣ୍ଡ ବର୍ମା ବିରୋଧରେ ଯୁଦ୍ଧଘୋଷଣା କରିଥିଲା ଏବଂ ୧୮୮୬ ମସିହାରେ ଇଂଲାଣ୍ଡ ବର୍ଷାକୁ ପରାସ୍ତ କରି ଭାରତ ସହ ମିଶାଇ ବିରାଟ ଇଂରେଜ ସାମ୍ରାଜ୍ୟରେ ପରିଣତ କରିଥିଲା ।

→ ଯୁକ୍ତରାଷ୍ଟ୍ର ଆମେରିକା ଅଧୀନରେ ଫିଲିପାଇନ୍ସ :
ଯୁକ୍ତରାଷ୍ଟ୍ର ଆମେରିକା କ୍ୟୁବା ଓ ଫିଲିପାଇନ୍ସକୁ ସ୍ପେନୀୟ ଶାସନ କବଳରୁ ମୁକ୍ତ କରି ନିଜର ଉପନିବେଶ କରିଥିଲା ।

ଇଂଲାଣ୍ଡର ତିବ୍ବତ ଓ ଇରାନ୍‌ ଅଧିକାର :

  • ୧୯୦୭ ମସିହାର ଏକ ରାଜିନାମା ଅନୁଯାୟୀ ଦକ୍ଷିଣ ଇରାନ୍ ଇଂଲାଣ୍ଡର ଓ ଉତ୍ତର ଇରାନ୍ ରୁଷିଆର କର୍ତ୍ତୃତ୍ବାଧୀନ ହେଲା ।
  • ୧୯୧୧ ମସିହାରେ ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ପରେ ତିବ୍ବତ ଇଂରେଜମାନଙ୍କ ଅଧୀନକୁ ଚାଲିଗଲା ।
  • ୧୯୧୭ ମସିହାର ରୁଷ ବିପ୍ଳବ ପରେ ରୁଷ୍ ଇରାନ୍ ଉପରୁ ସମସ୍ତ ଅଧିକାର ପ୍ରତ୍ୟାହାର କରିନେବାରୁ ଇରାନ୍‌ ଇଂଲାଣ୍ଡଦ୍ୱାରା ଅଧିକୃତ ହେଲା ।

→ ତୁର୍କୀର କ୍ଷୟ :
ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ଓ ତୁର୍କୀର ପରାଜୟ ହେତୁ ତୁର୍କୀ ସାମ୍ରାଜ୍ୟାଧୀନ ସିରିଆ, ପାଲେଷ୍ଟାଇନ, ମେସୋପଟାମିଆ ଓ ଆରବ ସମେତ ସୁବିସ୍ତୃତ ଅଞ୍ଚଳ ଇଂଲାଣ୍ଡ ଓ ଫ୍ରାନ୍ସର ନିୟନ୍ତ୍ରଣାଧୀନ ହୋଇ ରହିଲା ।

ଜାପାନର ସଫଳତା :

  • କୋରିଆକୁ ନେଇ ୧୮୯୪ ମସିହାରେ ଜାପାନ ଓ ଚୀନ୍ ମଧ୍ଯରେ ହୋଇଥିବା ଯୁଦ୍ଧ ପରେ ଚୀନ୍‌ରେ ଜାପାନର ପ୍ରଭାବ ବୃଦ୍ଧି ପାଇଲା ।
  • ୧୯୦୨ ମସିହାରେ ଇଂଲାଣ୍ଡ ସହିତ ଚୁକ୍ତି ସ୍ୱାକ୍ଷର କରି ଜାପାନ ଏକ ବୃହତ୍ ରାଷ୍ଟ୍ରର ସମକକ୍ଷ ହୋଇପାରିଲା ।
  • ୧୯୦୪-୦୫ ମସିହା ଯୁଦ୍ଧରେ ଜାପାନ ରୁଷିଆକୁ ପରାସ୍ତ କରି ସାଖାଲିନ୍‌ର ଦକ୍ଷିଣ ଭାଗ ଓ ପୋର୍ଟଆର୍ଥର ସହ ଲିଆଓତୁଙ୍ଗ ଉପଦ୍ୱୀପର ଦକ୍ଷିଣ ଭାଗ ପାଇଲା ।
  • ୧୯୧୦ ମସିହାରେ କୋରିଆ, ଜାପାନର ଏକ ଉପନିବେଶ ରୂପେ ପରିଗଣିତ ହେଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଆଫ୍ରିକାରେ ଉପନିବେଶ ସ୍ଥାପନ :
ବେଲ୍‌ଜିଆନ୍ କର ସୃଷ୍ଟି :

  • ବେଲ୍‌ଜିୟମ୍‌ର ରାଜାଙ୍କ ସହାୟତାରେ ୧୮୭୮ ମସିହାରେ ଆନ୍ତର୍ଜାତିକ କଙ୍ଗୋ ସଙ୍ଗଠନ ଗଠନ କରାଯାଇଥିଲା ।
  • ୧୮୮୫ ମସିହାରେ କଙ୍ଗୋ ସ୍ଵାଧୀନ ରାଷ୍ଟ୍ର ଗଠିତ ହେଲା ।
  • ୧୯୦୮ ମସିହାରେ ରାଜା ଲିଓପୋଲ୍ଡ କଙ୍ଗୋ ରାଷ୍ଟ୍ରକୁ ବେଲଜିୟମ୍ ସରକାରଙ୍କୁ ହସ୍ତାନ୍ତର କରିଥିଲେ ଓ ଏହା ବେଲ୍‌ଜିଆନ୍ କଙ୍ଗୋ ନାମରେ ପରିଚିତ ହେଲା ।

ନାଇଜେରିଆରେ ଇଂଲାଣ୍ଡର ଆଧ୍ୟାତ୍ୟ :

  • ନାଇଜେରିଆର ଗୋଟିଏ ଭାଗ ଅଧିକାର କରିଥିବା ଇଂଲାଣ୍ଡ ସେଠାରୁ ଫ୍ରାନ୍ସର କମ୍ପାନୀକୁ ପ୍ରତିଦ୍ବନ୍ଦିତାରୁ ହଟାଇ କ୍ରମେ ନାଇଜେରିଆର ଶାସକ ହେଲା ।
  • କିଛି ବର୍ଷ ପରେ ନାଇଜେରିଆକୁ ଇଂଲାଣ୍ଡର ସୁରକ୍ଷାପ୍ରାପ୍ତ ରାଷ୍ଟ୍ର ଭାବେ ଘୋଷଣା କରାଗଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସର ସାମ୍ରାଜ୍ୟ ବିସ୍ତାର :

  • କଙ୍ଗୋ ନଦୀର ଉତ୍ତରାଞ୍ଚଳ ଫ୍ରାନ୍ସ ଅଧିକୃତ ହେବାପରେ ଏହା ‘ଫରାସୀ କଙ୍ଗୋ’ ଭାବରେ ପରିଚିତ ହେଲା ।
  • ପରେ ପଶ୍ଚିମ ଆଫ୍ରିକାରେ ଫ୍ରାନ୍ସ ସାମ୍ରାଜ୍ୟ ବିସ୍ତାର କରିଥିଲା ।

ଜର୍ମାନୀର କ୍ଷତି :

  • ପ୍ରଥମ ବିଶ୍ୱଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଏହାର ଉପନିବେଶଗୁଡ଼ିକୁ ବିଜେତା ରାଷ୍ଟ୍ରମାନେ ବାଣ୍ଟିନେଲେ ।
  • ଲାଇବେରିଆ ବ୍ୟତୀତ ସମଗ୍ର ପଶ୍ଚିମ ଆଫ୍ରିକା ଇଉରୋପୀୟମାନଙ୍କ ମଧ୍ୟରେ ଭାଗ ଭାଗ ହୋଇଥିଲା ।

ପ୍ରବାସୀ ଡମାନଙ୍କଦ୍ୱାରା ନୂତନ ରାଜ୍ୟ ସ୍ଥାପନ :

  • ‘ବୋଏର୍’ ନାମରେ ପରିଚିତ ପ୍ରବାସୀ ଡମାନେ ଦକ୍ଷିଣ ଆଫ୍ରିକାରେ ‘ଅରେଞ୍ଜ’ ଓ ‘ଟ୍ରାନ୍ସଭାଲ’ ନାମରେ ଦୁଇଟି ରାଜ୍ୟ ସ୍ଥାପନ କରିଥିଲେ ।
  • ୧୯୫୦ ମସିହା ସୁଦ୍ଧା ସେମାନେ ଏହାକୁ ଶାସନ କରୁଥିଲେ ।

ଦକ୍ଷିଣ ଆଫ୍ରିକାର ଶ୍ୱେତାଙ୍ଗ ଶାସନ :

  • ୧୮୭୦ ମସିହାରେ ସେସିଲ୍ ରୋଡ଼ସ୍ ନାମକ ଜଣେ ଇଂରେଜ ଅର୍ଥାନ୍ଵେଷୀ ବ୍ୟକ୍ତିଙ୍କ ନାମାନୁସାରେ ଏକ ଆଫ୍ରିକୀୟ ଉପନିବେଶର ନାମ ରୋଡ଼େସିଆ ହୋଇଥିଲା ।
  • କିଛି କାଳ ପରେ ଦକ୍ଷିଣ ଆଫ୍ରିକା ୟୁନିଅନ୍ ଗଠିତ ହୋଇ ଶ୍ୱେତାଙ୍ଗମାନଙ୍କଦ୍ୱାରା ଶାସିତ ହେଲା । ପରବର୍ତ୍ତୀ କାଳରେ ଦକ୍ଷିଣ ଆଫ୍ରିକା ଏକ ସାଧାରଣତନ୍ତ୍ର ରାଷ୍ଟ୍ରଭାବେ ଘୋଷିତ ହେଲା ।

ପୂର୍ବ ଆଫ୍ରିକାର ନିୟନ୍ତ୍ରଣ :

  • ଫ୍ରାନ୍ସ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ରାଜିନାମାନୁଯାୟୀ ଫ୍ରାନ୍ସ ମାଡ଼ାଗାସ୍କର ଲାଭ କଲା ଏବଂ ପୂର୍ବ ଆଫ୍ରିକାକୁ ଜର୍ମାନୀ ଓ ଇଂଲାଣ୍ଡ ମଧ୍ଯରେ ଭାଗ ଭାଗ କରାଗଲା ।
  • ୧୮୯୬ ମସିହାରେ ଉଗାଣ୍ଡାକୁ ଇଂରେଜଙ୍କ ସୁରକ୍ଷାପ୍ରାପ୍ତ ରାଷ୍ଟ୍ରଭାବେ ଘୋଷଣା କରାଗଲା ।
  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଜର୍ମାନୀ ଅଧ୍ଵକୃତ ପୂର୍ବ ଆଫ୍ରିକା ଇଂଲଣ୍ଡକୁ ପ୍ରତ୍ୟର୍ପଣ ପରେ ଟାଙ୍ଗାନାଇକା ଏବଂ ଇଂରେଜ ଅଧୂକୃତ ପୂର୍ବ ଆଫ୍ରିକାକୁ କେନିଆ ନାମରେ ନାମିତ କରାଗଲା ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଇଟାଲୀର ଔପନିବେଶିକ ଉଦ୍ୟମ :

  • ଇଟାଲୀ ଆଫ୍ରିକାର ସୋମାଲିଲାଣ୍ଡ ଓ ଏରିଟ୍ରିଆକୁ ଅଧିକାର କରିଥିଲା ଓ ଆବିସିନିଆକୁ ତା’ର ସୁରକ୍ଷାପ୍ରାପ୍ତ ଅଞ୍ଚଳ ବୋଲି ଦାବି କରି ଆକ୍ରମଣ କଲା ।
  • ୧୮୯୬ ମସିହାରେ ଇଟାଲୀୟ ସୈନ୍ୟବାହିନୀ ଆବିସିନିଆଦ୍ଵାରା ପରାସ୍ତ ହୋଇଥିଲା ।

ଫ୍ରାନ୍ସର ଟ୍ୟୁନିସିଆ ଦଖଲ :

  • ୧୮୭୮ ମସିହାର ରାଜିନାମା ଅନୁସାରେ ଇଂଲାଣ୍ଡ ସାଇପ୍ରସ୍ ଦ୍ୱୀପକୁ ଅଧିକାର କଲା ।
  • ପ୍ରତିବଦଳରେ ଫ୍ରାନ୍ସ ଟ୍ୟୁନିସିଆରେ ପ୍ରଭାବ ବିସ୍ତାର ପାଇଁ ସୁଯୋଗ ପାଇଲା ।

ମରକ୍କୋର ସ୍ଥିତି ନିର୍ଦ୍ଧାରଣ :
୧୯୦୪ ମସିହାରେ ବ୍ରିଟେନ୍‌ ଓଁ ଫ୍ରାନ୍ସ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ ଫ୍ରାନ୍ସକୁ ମରକ୍କୋ ଓ ଇଂଲାଣ୍ଡକୁ ଇଜିପ୍ଟ ଦିଆଗଲା ।

  • ପବୋଏ – ର୍ରବାସୀ ଡଚ୍ ଅଧିବାସୀମାନଙ୍କୁ ବୋଏର କୁହାଯାଏ ।
  • କେନିଆ – ଇଂରେଜ ଅଧୂକୃତ ପୂର୍ବ ଆଫ୍ରିକା କେନିଆ ନାମରେ ନାମିତ ହୋଇଥିଲା ।
  • ଟାଙ୍ଗନାଇକା – ଜର୍ମାନୀ ଅଧିକୃତ ପୂର୍ବ ଆଫ୍ରିକାକୁ ‘ଟାଙ୍ଗନାଇକା’ କୁହାଯାଏ ।
  • ଲିବିଆ – ତୁର୍କୀ ସାମ୍ରାଜ୍ୟର ଅଧ୍ଵତ ତ୍ରିପୋଲି ଓ ସିଲେନାଇକା ଇଟାଲାଦ୍ୱ।ର। ଅଧ୍ କୄତ ହେବା ପରେ ଏହାକୁ ଲିବିଆ ନାମ ଦିଆଯାଇଥିଲା ।

ମରକ୍କୋର ସ୍ଥିତି ନିର୍ଦ୍ଧାରଣ :

  • ୧୯୦୪ ମସିହାରେ ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟରେ ସ୍ବାକ୍ଷରିତ ଚୁକ୍ତି ଅନୁସାରେ ଫ୍ରାନ୍ସକୁ ମରକ୍କୋ ଓ ଇଂଲାଣ୍ଡକୁ ଇଜିପ୍ଟ ଦିଆଗଲା ।
  • ଜର୍ମାନୀ ଏହି ଚୁକ୍ତି ଯୋଗୁଁ କ୍ରୋଧାନ୍ବିତ ହୋଇଥିଲା ।
  • ଶେଷରେ ଫ୍ରାନ୍ସ ‘ଫରାସୀ କଙ୍ଗୋ’ର ୨୫୦୦୦୦ କି.ମି. ଅଞ୍ଚଳ ଜର୍ମାନୀକୁ ସମର୍ପଣ କରିଥିଲା ।

→ ବିଖଣ୍ଡିତ ତୁର୍କୀ :
ତୁର୍କୀ ସାମ୍ରାଜ୍ୟର ଅଧ୍ଵତ ତ୍ରିପୋଲି ଓ ସିରେନାଇକା ଇଟାଲୀଦ୍ଵାରା ଅଧ୍ୟାତ ହେବାପରେ ଏହି ଅଞ୍ଚଳ ଲିବିଆ ନାମରେ ପରିଚିତ ହେଲା ।

ବିଭାଜିତ ସୁଦାନ :

  • ଊନବିଂଶ ଶତାବ୍ଦୀରେ ଜଣେ ସୁଦାନୀୟ ନେତା ସୁଦାନ ଉପରୁ ଇଂଲଣ୍ଡ ଓ ଇଜିପ୍ଟର ଅଧିକାର ଉଚ୍ଛେଦ କରିଥିଲେ ।
  • ୧୮୯୮ ମସିହାରେ ଇଜିପ୍ଟ ଓ ଇଂଲାଣ୍ଡ ମଧ୍ୟରେ ହୋଇଥିବା ଯୁଦ୍ଧରେ ଇଂଲାଣ୍ଡ ସୁଦାନକୁ ପୁନଃ ଅଧିକାର କଲା ।

ସୁଏଜ କେନାଲ :
ଇଜିପ୍ଟର ଗଭଣ୍ଡିର ଇସ୍‌ମାଇଲ ପାଶା ୧୮୬୯ ମସିହାରେ ସୁଏଜ କେନାଲ ଖନନ ପାଇଁ ଫ୍ରାନ୍ସର ଏକ କମ୍ପାନୀକୁ ଦାୟିତ୍ଵ ଦେଇଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

ଉପନିବେଶବାଦର ପରିଣାମ :
କୁପରିଣାମ :

  • ଉପନିବେଶର ଅର୍ଥନୀତି ଦୁର୍ବଳ ହେଲା ।
  • ସ୍ଥାନୀୟ ଶିଳ୍ପଗୁଡ଼ିକ ଧ୍ଵଂସପ୍ରାପ୍ତ ହେଲା ।
  • ଶିଳ୍ପ ସ୍ଥାପନକୁ ନିରୁତ୍ସାହିତ କରାଗଲା ।
  • କୃଷି ପ୍ରଣାଳୀରେ ପରିବର୍ତ୍ତନ ହେଲା ।
  • ଅତ୍ୟଧିକ କର ଓ ଖଜଣାଦ୍ୱାରା ଶୋଷଣ ଚାଲୁରହିବା ଯୋଗୁଁ ଦାରିଦ୍ର୍ୟ ବୃଦ୍ଧି ପାଇଲା ।
  • ବର୍ଣ୍ଣଗତ ବିଦ୍ବେଷ ଓ ଅହଙ୍କାର ସୃଷ୍ଟି ହେଲା ।

ସୁପରିଣାମ :

  • ଉପନିବେଶମାନଙ୍କରେ ପାଶ୍ଚାତ୍ୟ ଶିକ୍ଷା ପ୍ରଚଳନ, ଡାକତାର, ରେଳପଥ ପ୍ରଚଳନ ହେଲା ।
  • ଅନ୍ୟ ଦେଶ ସହ ବାଣିଜ୍ୟିକ ସମ୍ପର୍କ ପରବର୍ତୀ ସମୟରେ ଅର୍ଥନୀତିର ପ୍ରଗତିରେ ସାହାଯ୍ୟ କରିଥିଲା ।
  • ନୂତନ ସଭ୍ୟତା ଓ ସଂସ୍କୃତିଦ୍ୱାରା ପ୍ରଭାବିତ ହେବା ଫଳରେ ଉପନିବେଶବାସୀ ନିଜ ଦେଶରେ ସାମାଜିକ ଓ ସାଂସ୍କୃତିକ ଉନ୍ନତି ଆଣିପାରିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 2

→ ବର୍ଣ୍ଣବୈଷମ୍ୟ ନୀତି – ଦକ୍ଷିଣ ଆଫ୍ରିକାର ମହାନ୍ ନେତା ନେଲସନ୍ ମାଣ୍ଡେଲା ବର୍ଣବୈଷମ୍ୟ ନୀତି ବିରୋଧରେ ସଂଗ୍ରାମ କରି ଦୀର୍ଘ ୨୭ ବର୍ଷ କାଳ ବନ୍ଦୀ ହୋଇଥିଲେ ଓ ମୁକ୍ତ ହୋଇ ୧୯୯୪ ମସିହାରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 3

→ ଉଗ୍ର ବର୍ଣ୍ଣବୈଷମ୍ୟ ନୀତି ବିରୋଧରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ମହାତ୍ମା ଗାନ୍ଧି ଆନ୍ଦୋଳନ ଆରମ୍ଭ କରିଥିଲେ । ସେ ୧୮୯୩ ମସିହାରେ ଦକ୍ଷିଣ ଆଫ୍ରିକା ଯାତ୍ରା କରିଥିଲେ ।

BSE Odisha 9th Class History Notes Chapter 1 ଏସିଆ ଓ ଆଫ୍ରିକା ମହାଦେଶରେ ଉପନିବେଶବାଦ 4
ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ :

୧୪୯୭ ଖ୍ରୀ.ଅ. – ପର୍ତ୍ତୁଗାଲର ରାଜଧାନୀ ଲିସବନ୍‌ଠାରୁ ଭାସ୍କୋଡ଼ାଗାମାଙ୍କର ଜଳଯାତ୍ରା ଆରମ୍ଭ ।
୧୪୯୮ ଖ୍ରୀ.ଅ. – ଭାସ୍କୋଡ଼ାଗାମାଙ୍କଦ୍ୱାରା ଭାରତକୁ ଜଳପଥ ଆବିଷ୍କାର ।
୧୭୫୭ ଖ୍ରୀ.ଅ. – ବଙ୍ଗଳାର ନବାବ ସିରାଜଉଦ୍ଦେଲା ଏବଂ ବ୍ରିଟିଶ୍ ଇଷ୍ଟଇଣ୍ଡିଆ କମ୍ପାନୀର ଲର୍ଡ କ୍ଲାଇନ୍‌ଙ୍କ ମଧ୍ୟରେ ପଲାସୀ ଯୁଦ୍ଧ ସଂଘଟିତ, ଭାରତରେ ଇଂରେଜ ଶାସନର ଭିତ୍ତି ସ୍ଥାପନ ।
୧୮୩୯ ଖ୍ରୀ.ଅ. – ଇଂଲାଣ୍ଡ ଓ ଚୀନ୍ ମଧ୍ୟରେ ଅଫିମ ଯୁଦ୍ଧ ସଂଘଟିତ ।
୧୮୫୭ ଖ୍ରୀ.ଅ. – ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ ବିରୋଧରେ ଭାରତୀୟମାନଙ୍କ ପ୍ରଥମ ବିଦ୍ରୋହ ।
୧୮୬୯ ଖ୍ରୀ.ଅ. – ସୁଏଜ୍ କେନାଲ ଖନନ ସମ୍ପୂର୍ଣ୍ଣ ।
୧୮୭୫ ଖ୍ରୀ.ଅ. – ହଲାଣ୍ଡର ମୋଲୁକା ଦ୍ଵୀପପୁଞ୍ଜ ଉପରେ ନିୟନ୍ତ୍ରଣ ବିସ୍ତାର ।
୧୮୭୮ ଖ୍ରୀ.ଅ. – ଆନ୍ତର୍ଜାତିକ କଙ୍ଗୋ ସଂଘ ଗଠନ ଏବଂ ଇଂଲାଣ୍ଡର ସାଇପ୍ରସ୍ ଦ୍ୱୀପ ଅଧିକାର ।
୧୮୮୦ ଖ୍ରୀ.ଅ. – ବର୍ମାରେ ରେଳପଥ ନିର୍ମାଣ ପାଇଁ ବର୍ମାଦ୍ଵାରା ଫ୍ରାନ୍ସକୁ ଅନୁମତି ପ୍ରଦାନ ଏବଂ ଜର୍ମାନୀର ଟେଗୋଲାଣ୍ଡ ଅଧୂକାର ।
୧୮୮୨ ଖ୍ରୀ.ଅ. – ଇଂଲାଣ୍ଡର ଇଜିପ୍ଟ ଦଖଲ ।
୧୮୮୫ ଖ୍ରୀ.ଅ. – କଙ୍ଗୋ ସ୍ଵାଧୀନ ରାଷ୍ଟ୍ରରେ ପରିଣତ ।
୧୮୮୬ ଖ୍ରୀ.ଅ. – ଇଂଲାଣ୍ଡଦ୍ୱାରା ବର୍ମା ପରାସ୍ତ ଭାରତ ସହ ଏହାର ମିଶ୍ରଣ ।
୧୮୯୦ ଖ୍ରୀ.ଅ. – ରାଜିନାମାନୁଯାୟୀ ଇଂଲାଣ୍ଡର ଉଗାଣ୍ଡା ପ୍ରାପ୍ତି।
୧୮୯୪ ଖ୍ରୀ.ଅ. – କୋରିଆକୁ ନେଇ ଜାପାନ ଓ ଚୀନ୍ ମଧ୍ଯରେ ଯୁଦ୍ଧ ସଂଘଟିତ ।
୧୮୯୬ ଖ୍ରୀ.ଅ. – ଆବିସିନିଆଦ୍ଵାରା ପରାଜିତ ।
୧୮୯୮ ଖ୍ରୀ.ଅ. – ଇଜିପ୍ଟ ଓ ଇଂଲାଣ୍ଡ ମଧ୍ୟରେ ଯୁଦ୍ଧ ଏବଂ ଇଂଲାଣ୍ଡଦ୍ବାରା ସୁଦାନ ପୁନଃ ଅଧିକୃତ ।
୧୯୦୪-୦୫ ଖ୍ରୀ.ଅ. – ଇଂଲାଣ୍ଡ ସହିତ ଚୁକ୍ତି ସ୍ବାକ୍ଷର କରି ଜାପାନ ଇଉରୋପୀୟ ବୃହତ୍ ରାଷ୍ଟ୍ରର ସମକକ୍ଷ ।
୧୯୦୨ ଖ୍ରୀ.ଅ. – ଫ୍ରାନ୍ସର ମରସ୍କୋ ଅଧିକାର ।
୧୯୦୪ ଖ୍ରୀ.ଅ. – ଜାପାନଦ୍ୱାରା ରୁଷିଆ ପରାଜିତ ।
୧୯୦୭ ଖ୍ରୀ.ଅ. – ଦକ୍ଷିଣ ଇରାନ୍ ଇଂଲଣ୍ଡର ଓ ଉତ୍ତର ଇରାନ୍ ରୁଷିଆର କର୍ତ୍ତୃତ୍ବାଧୀନ।
୧୯୦୮ ଖ୍ରୀ.ଅ. – କଙ୍ଗୋର ରାଜା ଲିଓପୋଲ୍ସଙ୍କଦ୍ଵାରା କଙ୍ଗୋକୁ ବେଲଜିୟମ୍ ସରକାରଙ୍କୁ ହସ୍ତାନ୍ତର ।
୧୯୧୦ ଖ୍ରୀ.ଅ. – କୋରିଆ ଜାପାନର ଏକ ଉପନିବେଶରେ ପରିଣତ ।
୧୯୧୧ ଖ୍ରୀ.ଅ. – ଚୀନ୍‌ରେ ରାଜତନ୍ତ୍ରର ଉଚ୍ଛେଦ ।
୧୯୧୨ ଖ୍ରୀ.ଅ. – ମରକ୍‌ ଫ୍ରାନ୍ସର ସୁରକ୍ଷାପ୍ରାପ୍ତ ଦେଶ ଭାବେ ପ୍ରତିଷ୍ଠିତ ।
୧୯୧୪ ଖ୍ରୀ.ଅ. – ପ୍ରଥମ ବିଶ୍ଵଯୁଦ୍ଧ ଆରମ୍ଭ ।
୧୯୧୭ ଖ୍ରୀ.ଅ. – ରୁଷ୍ ବିପ୍ଳବ ସଂଘଟିତ ।
୧୯୨୨ ଖ୍ରୀ.ଅ. – ଇଜିପ୍ଟ ଏକ ସାର୍ବଭୌମ ସ୍ଵାଧୀନ ରାଷ୍ଟ୍ର ଭାବେ ଘୋଷିତ ।
୧୯୯୪ ଖ୍ରୀ.ଅ. – ମହାନ୍ ନେତା ନେଲସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ଭାବେ ନିର୍ବାଚିତ ।

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

Odisha State Board BSE Odisha Class 9 History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ will enable students to study smartly.

BSE Odisha Class 9 History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବାର ପ୍ରାୟ କୋଡ଼ିଏ ବର୍ଷ ପରେ ବିଭିନ୍ନ କାରଣ ଯୋଗୁଁ ୧୯୩୯ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସଂଘଟିତ ହୋଇଥିଲା ।
  • ପ୍ରଥମ ବିଶ୍ଵଯୁଦ୍ଧ ପରେ ଭବିଷ୍ୟତ ପୃଥ‌ିବୀକୁ ଶାନ୍ତିପ୍ରଦ ଓ ମନୁଷ୍ୟଜାତିକୁ ନିରାପଦ କରିବା ଆଶାରେ ଜାତିସଂଘ ଗଠନ କରାଯାଇଥିଲା ।
  • ଜାତିସଂଘ ଆନୁକୂଲ୍ୟରେ ଶାନ୍ତିପ୍ରତିଷ୍ଠା ଓ ନିରସ୍ତ୍ରୀକରଣ ପାଇଁ ବହୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ସେସବୁ ପ୍ରଚେଷ୍ଟା ବିଫଳ ହୋଇଥିଲା । ଏଥପାଇଁ ଅନେକଗୁଡ଼ିଏ କାରଣ ଦାୟୀ ଥିଲା ।

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

→ ବିଷୟବସ୍ତୁର ରୂପରେଖ:

  • ଦ୍ବିତୀୟ ବିଶ୍ୱଯୁଦ୍ଧର କାରଣ
  • ଫାସୀବାଦୀ ଶକ୍ତିମାନଙ୍କର ପରାଜୟ
  • ପରମାଣୁ ବିସ୍ଫୋରଣ
  • ଦ୍ବିତୀୟ ବିଶ୍ଵଯୁଦ୍ଧର କ୍ଷୟକ୍ଷତି
  • ରାଜନୈତିକ ଓ ଅର୍ଥନୈତିକ ପରିଣତି

→ ଦ୍ବିତୀୟ ବିଶ୍ୱଯୁଦ୍ଧର କାରଣ

1. ପ୍ୟାରିସ ଶାନ୍ତ ସମ୍ମିଳନୀର ତ୍ରୁଟି:

  • ପ୍ୟାରିସ୍ ଶାନ୍ତ ସମ୍ମିଳନୀରେ ବିଜୟୀ ରାଷ୍ଟ୍ରମାନେ ପରାଜିତ ରାଷ୍ଟ୍ରଙ୍କ ପ୍ରତି ଆକ୍ରୋଶମୂଳକ ତଥା ପ୍ରତିଶୋଧ – ପରାୟଣ ହୋଇ ଶାନ୍ତିଚୁକ୍ତିର ସର୍ଭାବଳୀ ପ୍ରସ୍ତୁତ କରିଥିଲେ ।
  • ଜାପାନ ଓ ଇଟାଲୀ ଏହି ରାଷ୍ଟ୍ରଦ୍ଵୟ ନିରାଶ ହୋଇଥ‌ିବାରୁ ପରବର୍ତ୍ତୀ କାଳରେ ସେମାନେ ଜର୍ମାନୀ ସହ ମିତ୍ରତା ସ୍ଥାପନ କଲେ ଓ ଇଂଲାଣ୍ଡ ଓ ଫ୍ରାନ୍ସର ଶତ୍ରରୂପେ କାର୍ଯ୍ୟ କଲେ ।

2. ଭର୍ସାଇ ସନ୍ଧିର କଠୋରତା:

  • ଜର୍ମାନୀ ସହିତ ସ୍ବାକ୍ଷରିତ ହୋଇଥିବା ଭର୍ସାଇ ସନ୍ଧି ଏକ କଠୋର ତଥା ଅପମାନଜନକ ଓ ନିର୍ଦ୍ଦେଶିତ ସନ୍ଧି ଥିଲା ।
  • ଏହି ସନ୍ଧି ଜର୍ମାନ୍‌ମାନଙ୍କୁ ପ୍ରତିହିଂସାପରାୟଣ କରାଇ ଦ୍ଵିତୀୟ ବିଶ୍ବଯୁଦ୍ଧର ମୁଖ୍ୟ କାରଣ ହେଲା ।

3. ଜାତିସଂଘର ବିଫଳତା:

  • ପ୍ରଥମ ବିଶ୍ୱଯୁଦ୍ଧ ପରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଗଠିତ ଜାତିସଂଘ ଲକ୍ଷ୍ୟ ପୂରଣରେ ସଫଳ ହୋଇପାରି ନଥିଲା ।
  • ଏଥିରେ ଯୁକ୍ତରାଷ୍ଟ୍ର ଆମେରିକାର ଅନୁପସ୍ଥିତି, ଆକ୍ରମଣକାରୀ ବୃହତ୍ ରାଷ୍ଟ୍ର ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳତା, ସ୍ୱାର୍ଥପର ରାଷ୍ଟ୍ରମାନଙ୍କ ସଭ୍ୟପଦ ତ୍ୟାଗ ଆଦି କାରଣରୁ ଏହା ଦ୍ୱିତୀୟ ବିଶ୍ବଯୁଦ୍ଧକୁ ରୋକିପାରି ନଥିଲା ।

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

4. ଫାସୀବାଦୀ ଶକ୍ତିମାନଙ୍କର ଉତ୍ଥାନ:

  • ଜର୍ମାନୀରେ ହିଟ୍‌ଲରରଙ୍କଦ୍ଵାରା ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠା ପରେ ସେ ଇଚ୍ଛାକୃତଭାବେ ଭର୍ସାଇ ସନ୍ଧିକୁ ଉଲ୍ଲଙ୍ଘନ କରି ଜର୍ମାନୀର ସାମରିକ ଶକ୍ତିକୁ ବୃଦ୍ଧି କରିଥିଲେ ଓ ଅନେକ ଅଞ୍ଚଳ ଜୟ କରିବାକୁ ଲାଗିଲେ ।
  • ଇଟାଲୀର ଫାସୀବାଦୀ ତଥା ଏକଛତ୍ରବାଦୀ ଶାସକ ମୁସୋଲିନୀଙ୍କଦ୍ଵାରା ୧୯୩୬ରେ ଆବିସିନିଆ ଜୟ ଓ ୧୯୩୧ରେ ଜାପାନଦ୍ୱାରା, ଚୀନ୍‌ର ମାଞ୍ଚୁରିଆ ଅଧିକାର ଆଦି ଘଟଣା ଦ୍ବିତୀୟ ବିଶ୍ବଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତ କଲା ।

5. ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କର ନିଷ୍କ୍ରିୟତା:

  • ଫାସୀବାଦୀ ଶକ୍ତିମାନଙ୍କର ଆକ୍ରମଣାତ୍ମକ ସାମ୍ରାଜ୍ୟବାଦୀ ନୀତିକୁ ବ୍ରିଟେନ୍, ଫ୍ରାନ୍ସ ପ୍ରଭୃତି ରାଷ୍ଟ୍ରଗଣ ସକ୍ରିୟ ପ୍ରତିରୋଧ କରିନଥିଲେ ।
  • ୧୯୩୮ରେ ମ୍ୟୁନିକ୍ ଚୁକ୍ତିରେ ବ୍ରିଟେନ୍‌ ଓ ଫ୍ରାନ୍ସର ସନ୍ତୁଷ୍ଟକରଣ ନୀତି ଜର୍ମାନୀ ଭଳି ଏକଚ୍ଛତ୍ରବାଦୀ ରାଷ୍ଟ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇଥିଲା ।

6. ବିଭିନ୍ନ ଆଦର୍ଶବାଦ ମଧ୍ୟରେ ସଂଘର୍ଷ:

  • ମୁନିକଚୁକ୍ତି ବେଳେ ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ଥିଲେ ଚାମ୍ବରଲେନ୍ ।
  • ଯୁକ୍ତରାଷ୍ଟ୍ର ଆମେରିକା, ଇଂଲାଣ୍ଡ ଓ ଫ୍ରାନ୍ସର ଗଣତାନ୍ତ୍ରିକ ଆଦର୍ଶ ଏବଂ ଇଟାଲୀ, ଜର୍ମାନୀ, ଜାପାନର – ଏକଚ୍ଛତ୍ରବାଦୀ ଆଦର୍ଶ ମଧରେ ସଂଘର୍ଷ ବିଶ୍ୱଯୁଦ୍ଧର କାରଣ ହୋଇଥିଲା ।
  • ୧୯୩୬ରେ ଜେନେରାଲ୍ ଫ୍ରାଙ୍କାଙ୍କ ନେତୃତ୍ୱରେ ସ୍ପେନ୍‌ରେ ଏକଚ୍ଛତ୍ରବାଦୀ ଶାସନ ପ୍ରତିଷ୍ଠାରେ ଫାସୀବାଦୀ ଶକ୍ତିମାନଙ୍କ ସକ୍ରିୟ ସହଯୋଗ ଥିଲା ।

7. ସାମରିକ ମେଣ୍ଟ ଗଠନ:

  • ୧୯୩୬ରେ ଇଟାଲୀ ଓ ଜର୍ମାନୀକୁ ନେଇ ଗଠିତ ଅକ୍ଷଶକ୍ତିରେ ଜାପାନର ଯୋଗଦାନ ଯୋଗୁଁ ତାହା ରୋମ୍ – ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ରୂପେ ପରିଚିତ ହେଲେ ।
  • ଏହାର ବିରୋଧରେ ଇଂଲାଣ୍ଡ, ଫ୍ରାନ୍ସ ଓ ଯୁକ୍ତରାଷ୍ଟ୍ର ଆମେରିକାର ମିଳିତ ସାମରିକ ଚୁକ୍ତି ଗଠିତ ହୋଇଥିଲା; ଯାହାଫଳରେ ଦ୍ବିତୀୟ ବିଶ୍ଵଯୁଦ୍ଧ ପାଇଁ ପଥ ସୁଗମ ହୋଇଥିଲା ।
  • ୧୯୪୫ ମସିହା ମେ ମାସ ୭ ତାରିଖ ଦିନ ଜର୍ମାନୀ ବିନ। ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ କଲା ।

→ ଫାସୀବାଦୀ ଶକ୍ତିମାନଙ୍କର ପରାଜୟ:

  • ୧୯୩୯ ମସିହା ସେପ୍ଟେମ୍ବର ୧ ତାରିଖରେ ଜର୍ମାନୀର ପୋଲାଣ୍ଡ ଆକ୍ରମଣ ବିରୋଧରେ ସେହି ବର୍ଷ ସେପ୍ଟେମ୍ବର ୩ ତାରିଖରେ ବ୍ରିଟେନର ଯଦ୍ଧଘୋଷଣା ଫଳରେ ଦ୍ଵିତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହେଲା ।
  • ୧୯୪୧ ମସିହା ଜୁନ୍ ୨୨ ତାରିଖରେ ସୋଭିଏତ୍ ରୁଷ୍ ଓ ସେହି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା ମିତ୍ରଶକ୍ତି ପକ୍ଷରେ ଯୋଗଦାନ କରିବାରୁ ଯୁଦ୍ଧର ଗତି ମିତ୍ରଶକ୍ତିର ଅନୁକୂଳ ହେଲା ।

→ ପରମାଣୁ ବିସ୍ଫୋରଣ:
୧୯୪୫ ମସିହା ଅଗଷ୍ଟ ୬ ଓ ୯ ତାରିଖରେ ଯଥାକ୍ରମେ ଜାପାନର ହିରୋସୀମା ଓ ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ବର୍ଷଣ ଫଳରେ ଜାପାନ ଆତ୍ମସମର୍ପଣ କଲା ଓ ଦ୍ବିତୀୟ ବିଶ୍ୱଯୁଦ୍ଧର ପରିସମାପ୍ତି ହେଲା ।

 

ଦ୍ବିତୀୟ ବିଶ୍ୱଯୁଦ୍ଧର କ୍ଷୟକ୍ଷତି

BSE Odisha 9th Class History Notes Chapter 6 ଦ୍ଵିତୀୟ ବିଶ୍ଵଯୁଦ୍ଧ : କାରଣ ଓ ଫଳାଫଳ

→ ଦ୍ବିତୀୟ ବିଶ୍ୱଯୁଦ୍ଧର କ୍ଷୟକ୍ଷତି:

  • ଯୁଦ୍ଧ ଯୋଗୁଁ ହଜାର ହଜାର ବର୍ଗ କି.ମି. ଉର୍ବର ଚାଷଜମି ନଷ୍ଟ ହେଲା । .
  • ଅସଂଖ୍ୟ ସାମରିକ ଓ ବେସାମରିକ ଲୋକ ନିହତ ହେଲେ ।
  • ଶହ ଶହ ସହର, ଗୀର୍ଜା, ବିଶ୍ଵବିଦ୍ୟାଳୟ ଓ କଳକାରଖାନା ଧ୍ଵଂସସ୍ତୂପରେ ପରିଣତ ହେଲା ।
  • ପରମାଣୁ ବୋମା ନିକ୍ଷେପ ଫଳରେ ହିରୋସୀମା ଓ ନାଗାସାକି ସହରଦ୍ଵୟ ଧ୍ବଂସସ୍ତୂପ ପାଲଟିଗଲା ।
  • ଅସଂଖ୍ୟ ଇହୁଦୀ ଓ ଯୁଦ୍ଧବନ୍ଦୀଙ୍କୁ ହିଟଲର୍‌ଙ୍କ ନିର୍ଦ୍ଦେଶରେ ହତ୍ୟା କରାଗଲା ।

→ ରାଜନୈତିକ ଓ ଅର୍ଥନୈତିକ ପରିଣତି:

  • ସାମ୍ରାଜ୍ୟବାଦୀ ରାଷ୍ଟ୍ରମାନଙ୍କ ପ୍ରଭାବ ହ୍ରାସ ହେବା ସହ ଏସିଆ ଓ ଆଫ୍ରିକାର ବହୁ ଉପନିବେଶ ସ୍ଵାଧୀନତା ଲାଭ କଲା ।
  • ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ବୃହତ୍ ଶକ୍ତି ରୂପେ ଆତ୍ମପ୍ରକାଶ କରିଥିଲେ ।
  • ପୋଲାଣ୍ଡ, ହଙ୍ଗେରୀ, ରୁମାନିଆ, ବୁଲ୍‌ଗେରିଆ, ଚେକୋସ୍ଲୋଭାକିଆରେ ସାମ୍ୟବାଦୀ ସରକାର ଗଠିତ ହେଲା ।
  • ଜର୍ମାନୀ ପଶ୍ଚିମ ଜର୍ମାନୀ ଓ ପୂର୍ବ ଜର୍ମାନୀ ନାମରେ ଦୁଇଭାଗରେ ବିଭକ୍ତ ହେଲା ।

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ
୧୯୩୧ ଖ୍ରୀ.ଅ. – ଜାପାନଦ୍ୱାରା ଚୀନ୍‌ର ମାଞ୍ଚୁରିଆ ଅଧିକାର ।
୧୯୩୩ ଖ୍ରୀ.ଅ. – ଜର୍ମାନୀ ଜାତିସଂଘରୁ ଓହରି ଆସିଲା ।
୧୯୩୬ ଖ୍ରୀ.ଅ. – ସ୍ପେନ୍ ଦେଶରେ ଗୃହଯୁଦ୍ଧ ଆରମ୍ଭ; ଇଟାଲୀର ଆବିସିନିଆ ଅଧିକାର; ଇଟାଲୀ ଓ ଜର୍ମାନୀ ମଧ୍ୟରେ ଚୁକ୍ତି ସମ୍ପାଦନ ଏବଂ ସେମାନେ ଅକ୍ଷଶକ୍ତି ନାମରେ ପରିଚିତ; ହିଟ୍‌ଲର୍‌ଙ୍କଦ୍ୱାରା ରାଇନ୍ ଅଞ୍ଚଳ ଅଧିକୃତ ।
୧୯୩୭ ଖ୍ରୀ.ଅ. – ଅକ୍ଷଶକ୍ତିରେ ଜାପାନ ଯୋଗଦେବା ଫଳରେ ରୋମ୍-ବର୍ଲିନ୍-ଟୋକିଓ ଅକ୍ଷଶକ୍ତି ଗଠିତ ।
୧୯୩୮ଖ୍ରୀ.ଅ – ଜର୍ମାନୀର ଅଷ୍ଟ୍ରିଆ ଅଧିକାର; ବ୍ରିଟେନ୍, ଫ୍ରାନ୍ସ ଓ ଜର୍ମାନୀ ମଧ୍ୟରେ ମ୍ୟୁନିକ୍ ଚୁକ୍ତି ସ୍ୱାକ୍ଷରିତ ।
୧୯୩୯ ଖ୍ରୀ.ଅ. – ଦ୍ଵିତୀୟ ବିଶ୍ୱଯୁଦ୍ଧ ଆରମ୍ଭ; (ସେପ୍ଟେମ୍ବର ୧) ଜର୍ମାନୀର ପୋଲାଣ୍ଡ ଆକ୍ରମଣ; (ସେପ୍ଟେମ୍ବର ୩) ବ୍ରିଟେନ୍‌ର ଜର୍ମାନୀ ବିରୋଧରେ ଯୁଦ୍ଧ ଘୋଷଣା; (ଅଗଷ୍ଟ ୨୩) ସୋଭିଏତ୍ ରୁଷ୍ ଏବଂ ଜର୍ମାନୀ ମଧ୍ୟରେ ଅନାକ୍ରମଣ ଚୁକ୍ତି ସ୍ୱାକ୍ଷରିତ ।
୧୯୪୦ ଖ୍ରୀ.ଅ. – ଜର୍ମାନୀଦ୍ଵାରା ପୋଲାଣ୍ଡ, ନରୱେ, ଡେନ୍‌ମାର୍କ, ହଲାଣ୍ଡ, ବେଲଜିଅମ୍ ଅଧିକୃତ ।
୧୯୪୧ ଖ୍ରୀ.ଅ. – (ଜୁନ୍ ୨୨) ହିଟ୍‌ଲର୍‌ଙ୍କଦ୍ଵାରା ସୋଭିଏତ୍ ରୁଷ୍ ଆକ୍ରମଣ ଓ ରୁଷର ମିତ୍ରଶକ୍ତି ସପକ୍ଷରେ ଯୁଦ୍ଧରେ ଯୋଗଦାନ ।
୧୯୪୨ ଖ୍ରୀ.ଅ. – ବ୍ରିଟେନ୍, ଫ୍ରାନ୍‌ସ୍, ଯୁକ୍ତରାଷ୍ଟ୍ର ଆମେରିକା ଓ ସୋଭିଏତ୍ ରୁଷ୍ ପ୍ରଭୃତି ୨୬ଟି ଦେଶର ପ୍ରତିନିଧ୍ ଫାସୀବାଦ ବିରୋଧରେ ମିଳିତ ସଂଗ୍ରାମ ଘୋଷଣା କରିବା ପରେ ଯୁଦ୍ଧର ଗତି ମିତ୍ରଶକ୍ତି ସପକ୍ଷରେ ଯାଇଥଲା ।
୧୯୪୩ ଖ୍ରୀ.ଅ. – ଯୁକ୍ତରାଷ୍ଟ୍ର ଆମେରିକା ଓ ବ୍ରିଟେନ୍‌ର ମିଳିତ ସୈନ୍ୟବାହିନୀର ସିସିଲି ଅଧିକାର ଓ ଇଟାଲୀର ଆତ୍ମସମର୍ପଣ ।
୧୯୪୫ ଖ୍ରୀ.ଅ. – (ଅପ୍ରେଲ ୩୦) ରୁଷ୍ ସୈନ୍ୟଙ୍କଦ୍ୱାରା ବର୍ଲିନ୍ ଅଧିକାର; (ମେ ୭) ଜର୍ମାନୀର ବିନା ସର୍ଭରେ ମିତ୍ରଶକ୍ତି ନିକଟରେ ଆତ୍ମସମର୍ପଣ; (ଅଗଷ୍ଟ ୬) ଜାପାନର ହିରୋସୀମା ଓ (ଅଗଷ୍ଟ ୯) ନାଗାସାକି ଉପରେ ଯୁକ୍ତରାଷ୍ଟ୍ର ଆମେରିକାର ପରମାଣୁ ବୋମା ନିକ୍ଷେପ; (ଅଗଷ୍ଟ ୧୪) ଜାପାନର ଆତ୍ମସମର୍ପଣ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି ।

BSE Odisha 9th Class History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

Odisha State Board BSE Odisha 9th Class History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ will enable students to study smartly.

BSE Odisha Class 9 History Notes Chapter 7 ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ :

  • ଭୌଗୋଳିକ ଆବିଷ୍କାର ଫଳରେ ପଞ୍ଚଦଶ ଓ ଷୋଡ଼ଶ ଶତାବ୍ଦୀରେ ଇଉରୋପୀୟ ରାଷ୍ଟ୍ରମାନେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶରେ ଉପନିବେଶ ସ୍ଥାପନ କରିଥିଲେ ।
  • ଉଦ୍ଦେଶ୍ୟ – ବାଣିଜ୍ୟ ତଥା ଆର୍ଥିକ ଉନ୍ନତି, ସାମ୍ରାଜ୍ୟ ବିସ୍ତାର ଓ ଧର୍ମପ୍ରଚାର ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।

ବିଷୟବସ୍ତୁ ରୂପରେଖ

  1. ଏସିଆରେ ମୁକ୍ତି ଆନ୍ଦୋଳନ
  2. ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ
  3. ଭିଏତ୍‌ନାମ୍ ଓ ଲା ଓସ୍‌ରେ ମୁକ୍ତି ଆଦୋଳନ
  4. ଆଫ୍ରିକାରେ ମୁକ୍ତି ଆନ୍ଦୋଳନ
  5. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦ ବିରୋଧୀ ଆଦୋଳନ

→ ଏସିଆରେ ମୁକ୍ତି ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7

  • ଇରାନ୍ ୧୯୨୧ ମସିହାରେ ରେଜା ଖାଁ ଙ୍କ ନେତୃତ୍ୱରେ ଇଂରେଜମାନଙ୍କୁ ତଡ଼ି ସ୍ଵାଧୀନ ହୋଇଥିଲା ।
  • ଭାରତ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ବରେ ଇଂରେଜମାନଙ୍କୁ ତଡ଼ି ସ୍ଵାଧୀନ ହେଲା ।
  • ୧୯୪୮ ମସିହା ଜାନୁୟାରୀ ୪ ତାରିଖରେ ଅଙ୍ଗସାନ୍‌ଙ୍କ ନେତୃତ୍ୱରେ ବ୍ରହ୍ମଦେଶ ସ୍ଵାଧୀନ ହେଲା ।
  • ୧୯୪୯ ନଭେମ୍ବର ୨ ତାରିଖ ଦିନ ଇଣ୍ଡୋନେସିଆ ଡଚ୍ ଶାସନରୁ ମୁକ୍ତ ହେଲା ।
  • ମାଳୟ ୧୯୫୭ ଅଗଷ୍ଟ ୩୧ ତାରିଖ ଦିନ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇଥିଲା ।
  • ମୁସ୍ତାଫା କେମାଲଙ୍କ ନେତୃତ୍ୱରେ ତୁର୍କୀ ସ୍ଵାଧୀନ ହୋଇଥିଲା ।

→ ଚୀନ୍‌ରେ ଜାତୀୟତାବାଦୀ ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.1

  • ସନୟାତ୍ ସେନ୍‌ଙ୍କ କୋମିଙ୍ଗଟାଙ୍ଗ୍ ଦଳ ଚୀନ୍‌ରେ ଜାତୀୟ ସରକାର ଗଠନ କଲା ଓ ତାଙ୍କ ମୃତ୍ୟୁ ପରେ ଚିଆଙ୍ଗ୍ କାଇଶେକ୍ ଜାତୀୟ ସରକାରର ନେତୃତ୍ବ ନେଇଥିଲେ ।
  • ଫର୍ମୋଜା ଦ୍ଵୀପରେ ଆମେରିକାର ସହାୟତାରେ ଚିଆଙ୍ଗ କାଇଶେକ୍ ସ୍ବାଧୀନ ତାଇୱାନ୍ ରାଷ୍ଟ୍ର ଗଠନ କରିଥିଲେ ।
  • ଚୀନ୍‌ର ଗୃହଯୁଦ୍ଧରେ ବିଜୟୀ ହୋଇ ମାଓ ସେତୁଙ୍ଗ ୧୯୪୯ ମସିହା ଅକ୍ଟୋବର ୧ତାରିଖରେ ଚୀନ୍‌ରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ କଲେ ।

→ ଭିଏତନାମ୍ ଓ ଲାଓସ୍‌ରେ ମୁକ୍ତି ଆନ୍ଦୋଳନ :

ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.2

  1. ସାମ୍ୟବାଦୀ ଆଦର୍ଶର ଅନୁଗାମୀ ହୋ-ଚି-ମିନ୍ (Ho Chi Minh) ‘ଭିଏତ୍‌ମିନ୍’ ନାମକ ଏକ ଗଣବାହିନୀ ମାଧ୍ୟମରେ ଭିଏତ୍‌ନାମ୍‌ର ଫରାସୀ ଶାସନ ବିରୋଧରେ ଆନ୍ଦୋଳନ କରି ଜୟଯୁକ୍ତ ହେଲେ ।
  2. ୧୯୫୪ ମସିହାରେ ପାଥେଟ୍ ଲାଓ ଫରାସୀମାନଙ୍କୁ ତଡ଼ି ଲାଓସ୍‌କୁ ସ୍ବାଧୀନ କରିଥିଲେ ।
  3. ନାରୋଦମ୍ ସିହାନୋକଙ୍କ ନେତୃତ୍ୱରେ କାମ୍ବୋଡ଼ିଆ ସ୍ଵାଧୀନ ହୋଇଥିଲା ।

→ ଆଫ୍ରିକାରେ ମୁକ୍ତି ଆନ୍ଦୋଳନ :

  • ୧୯୫୨ ମସିହାରେ ରାଜା ଫାରୁକ୍‌ଙ୍କୁ ଗାଦିଚ୍ୟୁତ କରି ଜେନେରାଲ ନାଗୁଇବ୍ ଇଜିପ୍ଟର ଶାସନ କ୍ଷମତା ହାତକୁ ନେଇଥିଲେ ।
  • ୧୯୫୪ରେ କର୍ଟେଲ୍ ଗାମାଲ୍ ଅବଦୁଲ୍ ନାସେର୍ ଇଜିପ୍ଟରେ ନୂତନ ସରକାର ଗଠନ କଲେ ।
  • ୧୯୬୨ ମସିହା ଜୁଲାଇ ମାସରେ ଆଲଜେରିଆ ଫରାସୀ ଶାସନରୁ ମୁକ୍ତ ହେଲା ।
  • ୧୯୫୭ ମସିହା ମାର୍ଚ୍ଚ ୬ ତାରିଖରେ ବ୍ରିଟିଶ୍ ଶାସନରୁ ଘାନା ସ୍ଵାଧୀନ ରାଷ୍ଟ୍ରରେ ପରିଣତ ହେଲା ।
  • ୧୯୮୦ରେ ଦକ୍ଷିଣ ରୋଡ଼େସିଆ ସ୍ବାଧୀନ ହୋଇ ‘ଜିମ୍ବାୱେ’’ ନାମରେ ପରିଚିତ ହେଲା ।
  • ୧୯୬୦ ମସିହାରେ ଆଫ୍ରିକାର ୧୭ଟି ଦେଶ ସ୍ଵାଧୀନତା ଲାଭ କରିଥିବାରୁ ଏହି ବର୍ଷକୁ ‘ଆଫ୍ରିକା ବର୍ଷ’ କୁହାଯାଏ ।

→ ଦକ୍ଷିଣ ଆଫ୍ରିକାରେ ବର୍ଣବୈଷମ୍ୟବାଦ ବିରୋଧୀ ଆନ୍ଦୋଳନ :
ବିଂଶ ଶତାବ୍ଦୀରେ ଏସିଆ ଓ ଆଫ୍ରିକାରେ ଜାତୀୟତାବାଦୀ ଆନ୍ଦୋଳନ ଏବଂ ସ୍ଵାଧୀନ ରାଷ୍ଟ୍ରସମୂହର ଅଭ୍ୟୁଦୟ Chapter 7.3

  1. ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟବାଦ ନୀତିଦ୍ଵାରା କୃଷ୍ଣକାୟମାନେ ଶୋଷିତ ଓ ନିର୍ଯାତିତ ହେଉଥିଲେ ।
  2. ଆଫ୍ରିକୀୟ ଜାତୀୟ କଂଗ୍ରେସ ମାଧ୍ୟମରେ ମହାତ୍ମା ଗାନ୍ଧିଙ୍କର ନୀତି ଓ ଆଦର୍ଶରେ ନେଲସନ୍ ମାଣ୍ଡେଲା ବର୍ଣବୈଷମ୍ୟବାଦ ବିରୋଧରେ ତୀବ୍ର ଆନ୍ଦୋଳନ କରିଥିଲେ ।
  3. ଆନ୍ତର୍ଜାତିକ ଚାପ ଓ ସମାଲୋଚନା ଫଳରେ କୃଷ୍ଣକାୟ ନେତା ନେଲ୍‌ସନ୍ ମାଣ୍ଡେଲା କାରାମୁକ୍ତ ହୋଇ ୧୯୯୪ ମସିହା ମେ ୧୦ ତାରିଖରେ ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ହୋଇଥିଲେ ।

ଖ୍ରୀଷ୍ଟାବ୍ଦସମୂହ ଓ ପ୍ରମୁଖ ଘଟଣାବଳୀ:

୧୯୧୯ ଖ୍ରୀ.ଅ. – ଆଫଗାନିସ୍ତାନର ସ୍ଵାଧୀନତା ଲାଭ ।
୧୯୨୧ ଖ୍ରୀ.ଅ. – ଇରାନ୍‌ର ସ୍ବାଧୀନତା ଲାଭ ।
୧୯୪୭ ଖ୍ରୀ.ଅ. – (ଅଗଷ୍ଟ ୧୫) ଭାରତର ସ୍ବାଧୀନତା ଲାଭ ।
୧୯୪୮ ଖ୍ରୀ.ଅ. – (ଜାନୁୟାରୀ ୪) ବ୍ରହ୍ମଦେଶର ସ୍ବାଧୀନତା ଲାଭ; (ଫେବୃୟାରୀ ୪) ଶ୍ରୀଲଙ୍କାର ସ୍ଵାଧୀନତା ଲାଭ ।
୧୯୪୯ ଖ୍ରୀ.ଅ. – (ଅକ୍ଟୋବର ୧) ଚୀନ୍ ଦେଶରେ ଲୋକ ସାଧାରଣତନ୍ତ୍ର ସରକାର ଗଠନ; (ନଭେମ୍ବର ୨) ଇଣ୍ଡୋନେସିଆର ସ୍ଵାଧୀନତା ଲାଭ ।
୧୯୫୦ ଖ୍ରୀ.ଅ. – କୋରିଆ ଯୁଦ୍ଧ ସଂଘଟିତ ।
୧୯୫୪ ଖ୍ରୀ.ଅ. – ଜେନେଭା ସମ୍ମିଳନୀରେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ନାମରେ ଦୁଇଟି ରାଷ୍ଟ୍ର ଏବଂ ଉତ୍ତର ଭିଏତ୍‌ନାମ ଓ ଦକ୍ଷିଣ ଭିଏତ୍‌ନାମ ନାମରେ ଦୁଇଟି ରାଷ୍ଟ୍ର ଗଠିତ; ସ୍ଵାଧୀନ ଲାଓସ୍ ରାଜ୍ୟ ଗଠିତ; ଆଲଜେରିଆରେ ‘ଜାତୀୟ ମୁକ୍ତି ସାମ୍ମୁଖ୍ୟ’ ଗଠିତ ।
୧୯୫୬ ଖ୍ରୀ.ଅ. – ମରକ୍କୋ ଓ ଟ୍ୟୁନିସିଆର ସ୍ଵାଧୀନତା ଲାଭ ।
୧୯୫୭ ଖ୍ରୀ.ଅ. – (ମାର୍ଚ୍ଚ ୬) ଗୋଲ୍ଡକୋଷ୍ଟ ବ୍ରିଟିଶ୍ ଶାସନରୁ ମୁକ୍ତ ହୋଇ ଘାନା ନାମରେ ପରିଚିତ; (ଅଗଷ୍ଟ ୩୧) ମାଳୟର ସ୍ଵାଧୀନତା ଲାଭ ।
୧୯୫୮ ଖ୍ରୀ.ଅ. – ଗିନି ସାଧାରଣତନ୍ତ୍ର ରାଷ୍ଟ୍ରରୂପେ ଗଠିତ ।
୧୯୫୯ ଖ୍ରୀ.ଅ. – ସିଙ୍ଗାପୁରର ସ୍ଵାଧୀନତା ଲାଭ ।
୧୯୬୦ ଖ୍ରୀ.ଅ. – ଆଫ୍ରିକାର ୧୭ଟି ଦେଶର ସ୍ଵାଧୀନତା ଲାଭ ।
୧୯୬୧-୧୯୬୬ ଖ୍ରୀ.ଅ. – ଗାମ୍ବିଆ, ରୁୱାଣ୍ଡା, ଉଗାଣ୍ଡା, ଜାମ୍ବିଆ ଆଦି ରାଷ୍ଟ୍ରଗୁଡ଼ିକର ସ୍ବାଧୀନତା ଲାଭ ।
୧୯୬୨ ଖ୍ରୀ.ଅ. – (ଜୁଲାଇ ମାସ) ଆଲଜେରିଆର ସ୍ଵାଧୀନତା ଲାଭ ।
୧୯୭୫ ଖ୍ରୀ.ଅ. – ମୋଜାମ୍ବିକ୍ ଓ ଆଙ୍ଗୋଲା ନାମରେ ଦୁଇଟି ପର୍ତ୍ତୁଗୀଜ୍ ଉପନିବେଶର ସ୍ବାଧୀନତା ଲାଭ ।
୧୯୮୦ ଖ୍ରୀ.ଅ. – ଦକ୍ଷିଣ ରୋଡ଼େସିଆର ସ୍ଵାଧୀନତା ଲାଭ ଓ ଜିମ୍ବାୱେ ନାମରେ ପରିଚିତ ।
୧୯୯୦ ଖ୍ରୀ.ଅ. – (ମାର୍ଚ୍ଚ ୨୧) ନାମିବିଆର ସ୍ଵାଧୀନତା ଲାଭ ।
୧୯୯୪ ଖ୍ରୀ.ଅ. – (ମେ ମାସ ୧୦) ନେଲସନ୍ ମାଣ୍ଡେଲା ଦକ୍ଷିଣ ଆଫ୍ରିକାର ପ୍ରଥମ କୃଷ୍ଣକାୟ ରାଷ୍ଟ୍ରପତି ରୂପେ ଅଧିଷ୍ଠିତ ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

Odisha State Board BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା will enable students to study smartly.

BSE Odisha Class 9 History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ

→ ଉପକ୍ରମ:

  • କୌଣସି ଦେଶର କଳା, ସ୍ଥାପତ୍ୟ, ଶିଳ୍ପ, ସାହିତ୍ୟ ଓ ବୈଷୟିକ ବିଦ୍ୟା ବିଷୟଗୁଡ଼ିକରେ ପ୍ରାଚୀନ କାଳରୁ ଅର୍ଜିତ ପାରଦର୍ଶିତା ସେ ଦେଶର ଐତିହ୍ୟର ପରିଚୟ ପ୍ରଦାନ କରିଥାଏ ।
  • ସମୟକ୍ରମେ ଏହି ବିଷୟଗୁଡ଼ିକରେ ଉନ୍ନତି ଓ ଅଭିବୃଦ୍ଧି ହୋଇ ସଭ୍ୟତା ବା ସଂସ୍କୃତିର ମାନ ଉଚ୍ଚକୋଟିର ହୋଇଥାଏ ।
  • ଅତୀତର ସାଂସ୍କୃତିକ ଉପାଦାନଗୁଡ଼ିକର ମାନ ଓ ଗୁରୁତ୍ଵ ଦେଶର ଐତିହ୍ୟର ସୂଚନା ପ୍ରଦାନ କରିଥାଏ ।

ବିଷୟବସ୍ତୁର ରୂପରେଖ:

  • କଳା
  • ସ୍ଥାପତ୍ୟ
  • ଶିଳ୍ପ କୌଶଳ
  • ସାହିତ୍ୟ
  • ବିଜ୍ଞାନ ଓ ବୈଷୟିକ ବିଦ୍ୟା

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ କଳା:
ମୂର୍ତ୍ତିକଳା:

  • ସିନ୍ଧୁ ସଭ୍ୟତାର ପ୍ରସ୍ତର ପ୍ରତିମା, ମୋହର, ନିର୍ମିତ ନର୍ତ୍ତକୀ ମୂର୍ତ୍ତି ଭାରତର ମୂର୍ତ୍ତିକଳାର ଆରମ୍ଭର ସୂଚନା ପ୍ରଦାନ କରିଥାଏ ।
  • ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତର ଜାତୀୟ ପ୍ରତୀକ ଭାବେ ଅଶୋକଙ୍କ ସାରନାଥ ସ୍ତମ୍ଭର ଅଗ୍ରଭାଗକୁ ଗ୍ରହଣ କରାଯାଇଛି ।
  • ସାରନାଥର ସ୍ତମ୍ଭ ଓ ଓଡ଼ିଶାର ଧଉଳିପାହାଡ଼ସ୍ଥ ପ୍ରସ୍ତର ଖୋଦିତ ହସ୍ତୀ ଆଦି ଅଶୋକଙ୍କ ସ୍ୱାୟର କଳାକୃତି ।
  • କୁଶାଣ ରାଜତ୍ଵ ସମୟରେ ବିଶେଷ କରି କନିଷ୍କଙ୍କ ସମୟରେ ଗାନ୍ଧାର କଳାର ବିକାଶ ହୋଇଥିଲା ।

ମୂର୍ତ୍ତିକଳା
ମୂର୍ତ୍ତିକଳା 1

  • ଦ୍ରାବିଡ଼ ଶୈଳୀରେ ଧନୁସ୍ପୋଟିଠାରେ ଅବସ୍ଥିତ ରାମେଶ୍ଵର ମନ୍ଦିର ଏବଂ ମଦୁରା ଶିବ ମନ୍ଦିର ଓ ମୀନାକ୍ଷୀ ମନ୍ଦିର ନିର୍ମାଣ କରାଯାଇଥିଲା ।
  • ଉତ୍ତର ଭାରତର ‘‘ନାଗର ଶୈଳୀ’ରେ ଭୁବନେଶ୍ୱର, ପୁରୀ ଓ କୋଣାର୍କର ମନ୍ଦିରମାନ ନିର୍ମାଣ କରାଯାଇଥିଲା, ଯାହାକି ଉତ୍କର୍ଷ ମୂର୍ତ୍ତିକଳାର ନିଦର୍ଶନ ଅଟେ ।
  • ଅଜନ୍ତାର ନବମ ଗୁମ୍ଫାରେ ରାଣୀଙ୍କ ସହିତ ବସିଥିବା ନଟରାଜ ପ୍ରତିମୂର୍ତ୍ତି ଗୁପ୍ତଯୁଗ ମୂର୍ତ୍ତିକଳାର ଶ୍ରେଷ୍ଠ ନିଦର୍ଶନ ।
  • ରାଜପୁତ ଯୁଗରେ ଉତ୍ତର ଭାରତରେ ନାଗର ଶୈଳୀରେ ନିର୍ମିତ ମନ୍ଦିରମାନଙ୍କ ମଧ୍ୟରେ ଖଜୁରାହୋ (ମଧ୍ୟପ୍ରଦେଶ ), କାଳି ମାତା ମନ୍ଦିର (ରାଜସ୍ଥାନ), ଏକ-ଲିଙ୍ଗ ମନ୍ଦିର (ଉଦୟପୁର) ଅନ୍ୟତମ ।

→ ଚିତ୍ରକଳା:

  • ଖ୍ରୀଷ୍ଟପୂର୍ବ ୫୫୦୦ରେ ଅଙ୍କିତ ସର୍ବପୁରାତନ ଚିତ୍ରକଳାର ନିଦର୍ଶନ ଆମ ଦେଶରେ ଦେଖାଯାଏ ।
  • ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଗୁଡ଼ହାଣ୍ଡି ଓ ଯୋଗୀମଠଠାରେ ଆବିଷ୍କୃତ ପ୍ରାଗ୍-ଐତିହାସିକ ଗୁମ୍ଫାଚିତ୍ରରୁ ଭାରତୀୟ ଚିତ୍ରକଳାର ପ୍ରାଚୀନତା ଜଣାପଡ଼ିଥାଏ ।
  • ହୁମାୟୁନଙ୍କଦ୍ୱାରା ନିଯୁକ୍ତ ସୟଦ ଅଲ୍ଲୀ ତାବରେଜୀ ଓ ଖୁଜା ଅବଦୁସ୍ ସମଦ ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ମୋଗଲ ସମ୍ରାଟ ବାବର, ହୁମାୟୁନ୍, ଆକବର, ଜାହାଙ୍ଗୀର ଭାରତୀୟ ଚିତ୍ରକଳାର ବିକାଶ ଘଟାଇଥିଲେ ।
  • ରାଜପୁତ ଶୈଳୀର ଉପଶାଖା ଭାବେ କାଙ୍ଗ୍ରା ବା ପାହାଡ଼ୀ ଶୈଳୀ ଚିତ୍ରକଳା ହିମାଳୟ ରାଜ୍ୟମାନଙ୍କରେ ବିକଶିତ ହୋଇଥିଲା ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ସଙ୍ଗୀତ କଳା:

  • ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ନର୍ତ୍ତକୀ ମୂର୍ତ୍ତିରୁ ଓ ନୃତ୍ୟରତା ମହିଳାଙ୍କ ବ୍ରୋଞ୍ଜ ମୂର୍ତ୍ତିରୁ ଭାରତୀୟ ନୃତ୍ୟକଳାର ଆବିର୍ଭାବ ହୋଇଥିବାର ସୂଚନା ମିଳିଥାଏ ।
  • ମୌର୍ଯ୍ୟ ଶାସନକାଳରେ ୬୪ କଳା ମଧ୍ୟରୁ ନୃତ୍ୟ ଓ ସଂଗୀତକୁ ଗୁରୁତ୍ଵ ପ୍ରଦାନ କରାଯାଇଥିଲା ।
  • କାଳିଦାସଙ୍କ ରଚିତ ନାଟକଗୁଡ଼ିକ ଗୁପ୍ତଯୁଗର ସଂଗୀତ କଳାର ଉତ୍କର୍ଷତା ପ୍ରମାଣ କରିଥାଏ ।
  • ସୁଲତାନୀ ଶାସନକାଳରେ ଅମୀର ଖୁସ୍‌ରୋଙ୍କଦ୍ଵାରା ପ୍ରବର୍ତ୍ତିତ କୱାଲି ଓ ଖେୟାଲ ଭାରତୀୟ ସଂଗୀତ କଳାର ବିକାଶ ଘଟାଇଥିଲା ।
  • ଆଧୁନିକ ଯୁଗର ଦୁଇ ପ୍ରମୁଖ ଶାସ୍ତ୍ରୀୟ ସଂଗୀତ ଥିଲା ଉତ୍ତର ଭାରତର ହିନ୍ଦୁସ୍ଥାନୀ ସଂଗୀତ ଓ ଦକ୍ଷିଣ ଭାରତର କଣ୍ଠାଟିକ୍ ସଂଗୀତ ।
  • ଭାରତରେ ମୃଦଙ୍ଗ, ତବଲା, ବଂଶୀ, ସନ୍ତୁର, ସାରଙ୍ଗୀ, ସୀତାର, ବୀଣା ଇତ୍ୟାଦି ବାଦ୍ୟଯନ୍ତ୍ରର ବ୍ୟବହାର କରାଯାଏ ।
  • ଭାରତରେ ବିଭିନ୍ନ ସ୍ଥାନରେ ଆଞ୍ଚଳିକ ଲୋକନୃତ୍ୟମାନ ଦେଖିବାକୁ ମିଳିଥାଏ ।
  • ଭରତ ମୁନିଙ୍କ “‘ ଭ ର ତ ନାଟ୍ୟଶାସ୍ତ୍ର’’ରୁ ଭାରତୀୟ ନାଟ୍ୟକଳାର ଉତ୍ପତ୍ତି ହୋଇଥିଲା ।
  • ଭାରତନାଟ୍ୟମ୍ – ତାମିଲନାଡୁ
    କଥାକଲି – କେରଳ
    ମୋହିନିୟାତ୍ତମ – କେରଳ
    କଥକ – ଉତ୍ତରପ୍ରଦେଶ
    କୁଚିପୁଡ଼ି – ଆନ୍ଧ୍ରପ୍ରଦେଶ
    ମଣିପୁରୀ – ମଣିପୁର
    ଓଡ଼ିଶୀ – ଓଡ଼ିଶା
  • ସାମରିକ ନୃତ୍ୟ
    ସତ୍ରିଆ – ଆସାମ
    ସତେବ୍‌ଜୀ – ପଞ୍ଜାବ
    ପାଇକ – ଓଡ଼ଶା
    କଲ୍ଲାରି ପାୟଟୁ – କେରଳ

ସଙ୍ଗୀତ କଳା

→ ସ୍ଥାପତ୍ୟ:

  • ସିନ୍ଧୁ ସଭ୍ୟତାଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଭାରତୀୟ ସ୍ଥାପତ୍ୟକଳାର କ୍ରମବିକାଶ ଘଟିଥିଲା ।
  • ରାଜପୁତ ଯୁଗରେ ଆଞ୍ଚଳିକ ଶାସକମାନ ଦ୍ବାରା ଅନେକ ମନ୍ଦିର ନିର୍ମିତ ହୋଇଥିଲା । ସେ ସମୟରେ ପ୍ରସିଦ୍ଧ ମନ୍ଦିରମାନଙ୍କ ମଧ୍ୟରେ ସୋମନାଥ ମନ୍ଦିର (ଗୁଜରାଟ), ଜଗନ୍ନାଥ ମନ୍ଦିର (ଓଡ଼ିଶା), ଖଜୁରାହୋ (ମଧ୍ୟପ୍ରଦେଶ), ଏକଲିଙ୍ଗ ମନ୍ଦିର (ରାଜସ୍ଥାନ) ଇତ୍ୟାଦି ପ୍ରସିଦ୍ଧ ଥିଲା ।

ସ୍ଥାପତ୍ୟ
ସ୍ଥାପତ୍ୟ 1

  • ମୋଗଲ ଶାସନ କାଳରେ କୁତବ୍‌ମିନାର (ଦିଲ୍ଲୀ) ଓ ଇଲତୁସ୍‌ଙ୍କ ମକବରା ଦିଲ୍ଲୀରେ ନିର୍ମାଣ କରାଯାଇଥିଲା ।
  • ଆମ ଦେଶରେ ଥ‌ିବା ଶିଖ୍ ଧର୍ମୀୟ ମନ୍ଦିର ମଧ୍ୟ ସ୍ଥାପନ କରାଯାଇଥିଲା; ଯଥା— ଅମୃତସରର ସ୍ବର୍ଣ୍ଣମନ୍ଦିର, ଦିଲ୍ଲୀର ଶିଖ୍ଗଞ୍ଜ ଓ ବଙ୍ଗଳାସାହିବ ଗୁରୁଦ୍ୱାର, ବିହାରର ପାଟନାସାହିବ ଗୁରୁଦ୍ୱାର, ମହାରାଷ୍ଟ୍ରର ନାନ୍ଦେନ୍ଦ୍ ଗୁରୁଦ୍ୱାର ଇତ୍ୟାଦି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଶିଳ୍ପ କୌଶଳ:

  • ହସ୍ତଶିଳ୍ପ : ସିନ୍ଧୁ ସଭ୍ୟତା ସମୟରେ ମାଟି, ପଥର ଓ ବ୍ରୋଞ୍ଜ ତଥା ତମ୍ବା ନିର୍ମିତ ବିଭିନ୍ନ ସାମଗ୍ରୀ, ବୈଦିକ ଯୁଗର ଧାତୁ ନିର୍ମିତ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଏବଂ କାଠ ଓ ଚମଡ଼ା ନିର୍ମିତ ସାମଗ୍ରୀ ଭାରତୀୟ କାରିଗରୀ ବିଦ୍ୟାର ନୈପୁଣ୍ୟ ଦେଖିବାକୁ ମିଳେ ।
  • କର୍ଣ୍ଣାଟକ – ଚନ୍ଦନ କାଠ, ମହାରାଷ୍ଟ୍ର – ତମ୍ବାପାତ୍ର, ଓଡ଼ିଶାର – ପଥରକାମ, ରାଜସ୍ଥାନର ଉତ୍ତରପ୍ରଦେଶର – ମାର୍ବଲ କାମ, ପଶ୍ଚିମବଙ୍ଗର – ଝୋଟଜାତ ଦ୍ରବ୍ୟ ଅନ୍ୟତମ ।
    ସିନ୍ଧୁ ସଭ୍ୟତା ଓ ବୈଦିକ ସଭ୍ୟତାରୁ କର୍ପାସ ଓ ପଶମ ବସ୍ତ୍ର ବୟନର ବିକାଶ ଆରମ୍ଭ ହୋଇଥିଲା ।

ଶିଳ୍ପ କୌଶଳ

→ ସାହିତ୍ୟ:

  • ଧର୍ମ ସାହିତ୍ୟ : ହିନ୍ଦୁ ସାହିତ୍ୟ ମଧ୍ଯରେ ଖ୍ରୀଷ୍ଟପୂର୍ବ ୨୦୦୦ରେ ପ୍ରଥମ ସାହିତ୍ୟ ‘ବେଦ’ ଏବଂ ପରବର୍ତ୍ତୀ କାଳରେ ସଂହିତା’, ‘ବ୍ରାହ୍ମଣ’, ‘ଆରଣ୍ୟକ’, ‘ଉପନିଷଦ’, ‘ରାମାୟଣ’, ‘ମହାଭାରତ’, ପୁରାଣ ଓ ‘ଗୀତା’ ରଚନା କରାଯାଇଥିଲା ।
  • ଜୈନ୍ୟ ସାହିତ୍ୟରେ ‘ଅଙ୍ଗ’, ‘ଉପାଙ୍ଗ’, ‘ମୂଳ’ ଓ ‘ସୂତ୍ର’ ଏବଂ ଭଦ୍ରବାହୁଙ୍କ ରଚିତ ‘କଳ୍ପସୂତ୍ର’ ଅନ୍ୟତମ ।
  • ବୌଦ୍ଧ ସାହିତ୍ୟରେ ‘ତ୍ରିପିଟକ’, ଅଶ୍ଵଘୋଷଙ୍କ ‘ବୁଦ୍ଧ ଚରିତ’, ନାଗାର୍ଜୁନଙ୍କ ‘ପ୍ରଜ୍ଞା ପାରମିତା ସୂତ୍ରଶାସ୍ତ୍ର’, ବସୁମିତ୍ରଙ୍କ ‘ମହାବିଭାଷା’ ଅନ୍ୟତମ ଅଟେ ।
  • ଅଭିଞାନ ଶାକୁନ୍ତଳମ୍ , ମାଳବିକାଗ୍ନିମିତ୍ରମ୍, ବିକ୍ରମୋବିର୍ବଶୀୟମ, ରଘୁବଂଶମ୍, ଋତୁସଂହାର ଓ ମେଘଦୂତମ୍ – କାଳିଦାସଙ୍କର ଅମର କୃତି ।
  • ଆବୁଲ ଫାଜଲ – ଆଇନ ଆକବରୀ ଓ ଆକବରନାମା ।
  • ନିରପେକ୍ଷ ସାହିତ୍ୟ – ପ୍ରାଚୀନ ଯୁଗର ସୃଷ୍ଟି ହୋଇଥିବା ସାହିତ୍ୟ କୃତି ।

ସାହିତ୍ୟ

→ ବିଜ୍ଞାନ ଓ ବୈଷୟିକ ବିଦ୍ୟା:
ଗଣିତ :

  • ସିନ୍ଧୁ ସଭ୍ୟତାର ଲୋକମାନେ ଗଣିତର ବ୍ୟବହାର ଜାଣିଥିଲେ ବୋଲି ଅନୁମାନ କରାଯାଏ । ବୈଦିକ ଯୁଗରେ ସୁଲ୍ସସୂତ୍ରରୁ ତ୍ରିଭୁଜ, ବର୍ଗକ୍ଷେତ୍ର, ଆୟତକ୍ଷେତ୍ର ଆଦି ଜ୍ୟାମିତିକ ଜ୍ଞାନର ପ୍ରଚଳନ ହୋଇଥିଲା । ଗୁପ୍ତଯୁଗରେ ଆର୍ଯ୍ୟଭଟ୍ଟ ବିଭିନ୍ନ ଜ୍ୟାମିତିକ କ୍ଷେତ୍ରର କ୍ଷେତ୍ରଫଳ ଓ ଘନବସ୍ତୁର ଘନଫଳ, ବୃତ୍ତ ମଧ୍ଯରେ ଚତୁର୍ଭୁଜ ଅଙ୍କନ କରିବାର ପଦ୍ଧତି ନିର୍ଦ୍ଧାରଣ କରିଥିଲେ ।
  • ଆର୍ଯ୍ୟଭଟ୍ଟ ‘ଶୂନ’ର ବ୍ୟବହାର ଓ ବ୍ରହ୍ମଗୁପ୍ତ ‘ଶୂନ’ର କାର୍ଯ୍ୟକାରିତା ବିଷୟରେ ଅବଗତ କରାଇଥିଲେ ।
  • ଦଶମିକ ସଂଖ୍ୟା ଲିଖନ ଓ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଥମ ନଅଟି ସଂଖ୍ୟାର ମୂଲ୍ୟରେ ପାର୍ଥକ୍ୟ ହେଉଛି ଗଣିତ ବିଦ୍ୟାକୁ ଭାରତର ଦୁଇଟି ଅମୂଲ୍ୟ ଅବଦାନ ।

ଜ୍ୟୋତିର୍ବିଜ୍ଞାନ:

  • ଜ୍ୟୋତିଷଶାସ୍ତ୍ରବିତ୍ ଲଗ୍ଧଙ୍କ ‘ଜ୍ୟୋତିଷ ବେଦାଙ୍ଗ’’ରେ ଭାରତର ପ୍ରଥମ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧରେ ତଥ୍ୟ ଉପସ୍ଥାପନା କରାଯାଇଥିଲା । ସେଥ‌ିରେ ୨୭ଟି ନକ୍ଷତ୍ର, ନୂତନ ଚନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ରର ସ୍ଥାନ ଓ ପ୍ରତି ପାଞ୍ଚବର୍ଷରେ ଥରେ ପଡୁଥ‌ିବା ଅୟନର ସ୍ଥାନ ନିରୂପଣ କରାଯାଇଥିଲା ।
  • ‘ସୂର୍ଯ୍ୟ ସିଦ୍ଧାନ୍ତ’ ରେ ଆର୍ଯ୍ୟଭଟ୍ଟ ପୃଥ‌ିବୀ ଗୋଲ ବୋଲି ପ୍ରମାଣ କରିଥିଲେ । ଏହା ନିଜ ଅକ୍ଷ ଚାରିପାଖରେ ଘୂରିବା କଥା କହିଥିଲେ ।
  • ‘ବୃହତ୍ ସଂହିତା’ରେ ବରାହମିହିର ସୂର୍ଯ୍ୟୋପରାଗ ଓ ଚନ୍ଦ୍ରଗ୍ରହଣ ଉପରେ ସୂଚନା ପ୍ରଦାନ କରିଥିଲେ ।
  • ସିଦ୍ଧାନ୍ତ ଦର୍ପଣରେ ପଠାଣି ସାମନ୍ତ ଅନେକ ମୂଲ୍ୟବାନ୍ ତଥ୍ୟ ପ୍ରଦାନ କରିଯାଇଛନ୍ତି ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ଚିକିତ୍ସା ବିଜ୍ଞାନ:

  • ଅଥର୍ବ ବେଦରେ ଭାରତର ଚିକିତ୍ସା ବିଜ୍ଞାନ ବିଷୟରେ ଅନେକ ତଥ୍ୟ ମିଳିଥାଏ । ‘ବୌଦ୍ଧ ଜାତକ’ ଅନୁଯାୟୀ ବୁଦ୍ଧଙ୍କ ସମୟରେ ‘ଆତ୍ରେୟ’’ ତାଙ୍କ ଶିଷ୍ୟ ‘ଭେଲା’’ ଓ ‘ଅଗ୍ନିଭେଷ’ ବିଶିଷ୍ଟ ଚିକିତ୍ସକ ଥିଲେ । ‘ଚରକ ସଂହିତା’ ଚରକ ରଚନା କରିଥିଲେ । ସେଥ‌ିରେ କାମଳ ରୋଗର ନିଦାନ ସମ୍ପର୍କରେ ସୂଚନା ମିଳେ । ଶୁଶ୍ରୁତଙ୍କ ‘ସୁଶ୍ରୁତ ସଂହିତା’ରେ ‘ଶଲ୍ୟ ଚିକିତ୍ସା’ ବିଷୟରେ ବର୍ଣ୍ଣନା କରାଯାଇଛି ।
  • ଗୁପ୍ତଯୁଗରେ ଭଗବତଙ୍କ ‘ଅଷ୍ଟାଙ୍ଗ ସଂଗ୍ରହ’, ପାଳକମ୍ୟଙ୍କ ‘ହସ୍ତୟୁର୍ବେଦ’ ଓ ପତଞ୍ଜଳିଙ୍କ ‘ଯୋଗସୂତ୍ର’ ଇତ୍ୟାଦି ଗୋଟିଏ ଲେଖାଏଁ ଉପାଦେୟ ଗ୍ରନ୍ଥ ରଚନା କରାଯାଇଥିଲା ।

ପଦାର୍ଥ ବିଜ୍ଞାନ:
ଋଷି କଣାଦ ଓ ଗୁପ୍ତଯୁଗୀୟ ବୈଜ୍ଞାନିକମାନେ ‘ପରମାଣୁ ତତ୍ତ୍ବ’’ ପ୍ରତିପାଦନ କରିଥିଲେ । ରସାୟନ ବିଜ୍ଞାନ କ୍ଷେତ୍ରରେ ବରାହମିହିର ପାରଦ ଓ ଲୁହାର ବ୍ୟବହାର ବିଷୟରେ ବର୍ଣ୍ଣନା କରିଥିଲେ । ନାଗାର୍ଜୁନ ବିଶୋଧନ ଓ ଜୀବାଣୁମୁକ୍ତ କରିବା ପଦ୍ଧତି ଆବିଷ୍କାର କରିଥିଲେ ।

BSE Odisha 9th Class History Notes Chapter 14 ଭାରତର କଳା, ସ୍ଥାପତ୍ୟ, ଶିଳ୍ପକୌଶଳ, ସାହିତ୍ୟ, ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା

→ ବିଜ୍ଞାନ:

  • ସିନ୍ଧୁ ସଭ୍ୟତାର କାରିଗରମାନଙ୍କର ତମ୍ବା, ବ୍ରୋଞ୍ଜ, ସୁନା ଓ ରୁପା ଧାତୁର ଭିନ୍ନ ଭିନ୍ନ ସାମଗ୍ରୀ ନିର୍ମାଣରୁ ସେମାନଙ୍କ ଧାତୁ ସମ୍ବନ୍ଧୀୟ ଜ୍ଞାନ ଥିବାର ସୂଚନା ମିଳିଥାଏ ।
  • ବୈଦିକ ଯୁଗରେ ପ୍ରଥମେ ଲୌହ ଧାତୁର ବ୍ୟବହାର କରାଯାଇଥିଲା । ୪୧୫ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ମେହେରୌଲି ଲୌହ ସ୍ତମ୍ଭ ଆମର ଧାତବ ଜ୍ଞାନର ପରିଚୟ ପ୍ରଦାନ କରେ ।