BSE Odisha 9th Class Physical Science Solutions Chapter 7 ମହାକର୍ଷଣ

Odisha State Board BSE Odisha 9th Class Physical Science Solutions Chapter 7 ମହାକର୍ଷଣ Textbook Exercise Questions and Answers.

BSE Odisha Class 9 Physical Science Solutions Chapter 7 ମହାକର୍ଷଣ

1. ଦୁଇଟି ବସ୍ତୁ ମଧ୍ୟରେ ଥ‌ିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣରେ କି ପରିବର୍ତ୍ତନ ହୁଏ ?
ଉ –
ମନେକର ଦୁଇଟି ବସ୍ତୁର ବସ୍ତୁତ୍ଵ ଯଥାକ୍ରମେ m1 ଏକକ ଓ m2 ଏକକ ହେଉ ।
ସେମାନଙ୍କ ମଧ୍ୟରେ ଦୂରତା = 2d ଏକକ
ଓ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ = F1
ନିଉଟନ୍‌ଙ୍କ ମହାକର୍ଷଣ ନିୟମ ଅନୁଯାୟୀ, ଦୁଇଟି ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳର
ପରିମାଣ BSE Odisha 9th Class Physical Science Solutions Chapter 7 img-1 (G ମହାକର୍ଷଣଜନିତ ଧ୍ରୁବାଙ୍କ) = BSE Odisha 9th Class Physical Science Solutions Chapter 7 img-2 = \(\frac { 1 }{ 4 }\) BSE Odisha 9th Class Physical Science Solutions Chapter 7 img-3
ବର୍ତ୍ତମାନ ବସ୍ତୁତ୍ଵୟର ମଧ୍ୟବର୍ତ୍ତୀ ଦୂରତାକୁ ଅଧା କରିଦେଲେ ଦୂରତା ହେବ୍ = d ଏକକ
∴ F2 = BSE Odisha 9th Class Physical Science Solutions Chapter 7 img-3 (F2 = ବସ୍ତୁଦ୍ଵୟ ମଧ୍ଯରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ )
∴ F2 = BSE Odisha 9th Class Physical Science Solutions Chapter 7 img-3 = 4 x BSE Odisha 9th Class Physical Science Solutions Chapter 7 img-2 = 4F1
∴ ଦୁଇଟି ବସ୍ତୁ ମଧ୍ୟରେ ଥ‌ିବା ଦୂରତାକୁ ଅଧା କରିଦେଲେ ସେମାନଙ୍କ ମଧ୍ୟରେ କାର୍ଯ୍ୟ କରୁଥିବା ମହାକର୍ଷଣ ବଳର ପରିମାଣ 4 ଗୁଣ ହେବ ।

2. ପୃଥ‌ିବୀ ଓ ପୃଥ‌ିବୀ ପୃଷ୍ଠରେ ଥିବା ଏକ କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳର ପରିମାଣ କେତେ ? (ପୃଥୁବୀର ବସ୍ତୁତ୍ଵ 6 x 1024 କି.ଗ୍ରା. ଓ ବ୍ୟାସାର୍ଦ୍ଧ 6.4 x 106 ମି.)
ଉ –
ଏଠାରେ ଏକ ବସ୍ତୁର ବସ୍ତୁତ୍ଵ (m1) = 1 kg, ପୃଥ‌ିବୀର ବସ୍ତୁତ୍ଵ (M) = 6 x 1024 kg
ପୃଥିବୀର ବ୍ୟାସାର୍ଦ୍ଧ (R) = 6.4 x 106m, ମହାକର୍ଷଣୀୟ ଧ୍ରୁବାଙ୍କ (G) = 6.7 x 10-11 n . BSE Odisha 9th Class Physical Science Solutions Chapter 7 img-4
∴ ମହାକର୍ଷଣୀୟ ବଳର ପରିମାଣ
BSE Odisha 9th Class Physical Science Solutions Chapter 7 img-5
∴ ମହାକର୍ଷଣ ବଳର ପରିମାଣ 9.8 ନିଉଟନ୍ ।

3. ପୃଥ‌ିବୀ ଚନ୍ଦ୍ରକୁ ଯେତିକି ବଳରେ ଆକର୍ଷଣ କରେ, ଚନ୍ଦ୍ର ପୃଥ‌ିବୀକୁ ସେତିକି ବଳରେ ଆକର୍ଷଣ କରେ କି ? କାରଣ ସହ ବୁଝାଅ ।
ଉ –
ମନେକର ଚନ୍ଦ୍ରର ବିସ୍ତୁତ୍ଵ = m1 ଓ ପୃଥ‌ିବୀର ବସ୍ତୁତ୍ଵ = m2 |
ସେମାନଙ୍କ କେନ୍ଦ୍ର ମଧ୍ୟରେ ବ୍ୟବଧାନ = R, ମହାକର୍ଷଣଜନିତ ଧୁବାଙ୍କ = G
ମହାକର୍ଷଣ ବଳର ନିୟମ ଅନୁଯାୟୀ,
F ବଳରେ ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରିବ ଅର୍ଥାତ୍‌ F = BSE Odisha 9th Class Physical Science Solutions Chapter 7 img-6
F ବଳରେ ମଧ୍ୟ ପୃଥବୀ ଚନ୍ଦ୍ରକୁ ଆକର୍ଷଣ କରିବ ଅର୍ଥାତ୍ F = BSE Odisha 9th Class Physical Science Solutions Chapter 7 img-6
ତେଣୁ ଉଭୟ ବଳର ପରିମାଣ ସମାନ । ଅର୍ଥାତ୍ ପୃଥ‌ିବୀ ଚନ୍ଦ୍ରକୁ ଯେତିକି ବଳରେ ଆକର୍ଷଣ କରେ, ଚନ୍ଦ୍ର ପୃଥ‌ିବୀକୁ ସେତିକି ବଳରେ ଆକର୍ଷଣ କରିବ ।

4. ଯଦି ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରେ, ତେବେ ପୃଥ‌ିବୀ ଚନ୍ଦ୍ରଆଡ଼କୁ ଗତି କରେ ନାହିଁ କାହିଁକି ?
ଉ –

  • ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣ କରିବା ସଙ୍ଗେ ସଙ୍ଗେ ପୃଥ‌ିବୀ ମଧ୍ଯ ଚନ୍ଦ୍ରକୁ ଆକର୍ଷଣ କରେ ।
  • ଚନ୍ଦ୍ର ତୁଳନାରେ ପୃଥ‌ିବୀର ବସ୍ତୁତ୍ଵ ବହୁତ ଅଧିକ । ତେଣୁ ପୃଥ‌ିବୀଠାରେ ଖୁବ୍ କମ୍ ପରିମାଣର ତ୍ଵରଣ ଉତ୍ପନ୍ନ ହୁଏ, ଯାହା ଜାଣିହୁଏ ନାହିଁ । ଫଳରେ ପୃଥ‌ିବୀ ଚନ୍ଦ୍ର ଆଡ଼କୁ ଗତିକରେ ନାହିଁ ।

5. ଦୁଇଟି ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳ ନିମ୍ନଲିଖୁତ ପରିସ୍ଥିତିରେ କିପରି ପରିବର୍ତ୍ତିତ ହେବ ?
(i) ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ ।
(ii) ଯଦି ବସ୍ତୁଦ୍ଵୟ ମଧ୍ୟରେ ଥିବା ଦୂରତା ତ୍ରିଗୁଣିତ ହୁଏ ।
(iii) ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ ।
(iv) ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେବ ଓ ସେମାନଙ୍କ ମଧ୍ୟରେ ଥିବା ଦୂରତା ମଧ୍ଯ ଦ୍ଵିଗୁଣିତ ହେବ ।
ଉ –
ମନେକର ପ୍ରଥମ ବସ୍ତୁର ବସ୍ତୁତ୍ଵ = m1 kg ଓ ଦ୍ଵିତୀୟ ବସ୍ତୁର ବସ୍ତୁତ୍ଵ = m2kg
ବସ୍ତୁଦ୍ଵୟ ମଧ୍ୟରେ ବ୍ୟବଧାନ = R ନିଉଟନ୍ ଙ୍କ ମହାକର୍ଷଣ ନିୟମ ଅନୁଯାୟୀ, ବସ୍ତୁଦ୍ଵୟ ମଧ୍ଯରେ ଆକର୍ଷଣ ବଳ F = G \(\frac{m_1 m_2}{R^2}\)
(i) ଯଦି ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ, ଅର୍ଥାତ୍ ବସ୍ତୁତ୍ଵ (m1) = 2m1
BSE Odisha 9th Class Physical Science Solutions Chapter 7 img-7
ଅର୍ଥାତ୍ ଗୋଟିଏ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ମଧ୍ଯ ଦ୍ଵିଗୁଣିତ ହେବ ।

(ii) ଯଦି ବସ୍ତୁଦ୍ଵୟ ମଧ୍ୟରେ ଦୂରତା ତ୍ରିଗୁଣିତ ହୁଏ, ତେବେ ଦୂରତା (R) = 3R
BSE Odisha 9th Class Physical Science Solutions Chapter 7 img-8
ଅର୍ଥାତ୍ ବସ୍ତୁଦ୍ଵୟ ମଧ୍ୟରେ ଦୂରତା ତ୍ରିଗୁଣିତ ହେଲେ, ଆକର୍ଷଣ ବଳର ପରିମାଣ ପୂର୍ବ ବଳର ଏକ – ନଚମାଂଶ ହେବ

(iii) ଯଦି ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହୁଏ, ତେବେ m1 = 2m1 ଓ m2 = 2m2
BSE Odisha 9th Class Physical Science Solutions Chapter 7 img-9
ଅର୍ଥାତ୍ ଉଭୟ ବସ୍ତୁର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ପୂର୍ବ ବଳର 4 ଗୁଣ ହେବ ।

(iv) ଯଦି ଉଭୟ ବସ୍ତର ବସ୍ତତ୍ଵ ଦ୍ଵିଗୁଣିତ ହେବ ଏବଂ ଦୂରତା ମଧ୍ଯ ଦ୍ଵିଗୁଣିତ ହେବ,
ତେବେ m1 = 2m1, m2, = 2m2, ଏବଂ R = 2R
BSE Odisha 9th Class Physical Science Solutions Chapter 7 img-10
ଅର୍ଥାତ୍ ଉଭୟ ବସ୍ତର ବସ୍ତୁତ୍ଵ ଦ୍ଵିଗୁଣିତ ହେଲେ ଓ ବସ୍ତୁଦ୍ଵୟ ମଧ୍ଯରେ ଦୂରତା ଦ୍ଵିଗୁଣିତ ହେଲେ ଆକର୍ଷଣ ବଳର ପରିମାଣ ପୂର୍ବ ବଳ ସହିତ ସମାନ ହେବ ।

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

6. ମହାକର୍ଷଣ ବଳର ନିୟମର ଗୁରୁତ୍ଵ କ’ଣ ?
ଉ –
ମହାକର୍ଷଣ ବଳର ନିୟମର ଗୁରୁତ୍ଵ :

  • ଏହି ବଳ ଯୋଗୁଁ ଆମ୍ଭେମାନେ ପୃଥ‌ିବୀପୃଷ୍ଠରେ ଅବସ୍ଥାନ କରିଛୁ ।
  • ଏହି ବଳ ଯୋଗୁଁ ସୂର୍ଯ୍ୟ ଚାରିପଟେ ଗ୍ରହମାନେ ଓ ପୃଥ‌ିବୀ ଚାରିପଟେ ଚନ୍ଦ୍ର ଅହରହ ଘୂରୁଛି ।
  • ଚନ୍ଦ୍ର ଓ ସୂର୍ଯ୍ୟ ଯୋଗୁଁ ଜୁଆର ସୃଷ୍ଟି ହେଉଛି ।

7. ମୁକ୍ତ ପତନରେ ବସ୍ତୁର ତ୍ଵରଣ କେତେ ?
ଉ –

  • ବାୟୁ ମଧ୍ୟରେ ବସ୍ତୁଟିଏ ଗତିକଲାବେଳେ କିମ୍ବା ଖସିଲାବେଳେ ବାୟୁର ପ୍ରତିରୋଧ ବଳ ନଗଣ୍ୟ ହୁଏ । ତେଣୁ ବସ୍ତୁଟିଏ ତଳକୁ ଖସିଲାବେଳେ ତାହା କେବଳ ପୃଥ‌ିବୀର ମହାକର୍ଷଣ ବଳ ଯୋଗୁ ଖସେ । ବସ୍ତୁର ଏ ପ୍ରକାର ଗତିକୁ ମୁକ୍ତ ପତନ କୁହାଯାଏ ।
  • ମୁକ୍ତ ପତନ ବେଳେ ବସ୍ତୁର ତ୍ଵରଣ ପୃଥ‌ିବୀର ଆକର୍ଷଣ ବା ମାଧ୍ୟାକର୍ଷଣ ଯୋଗୁ ଜାତ ହୋଇଥାଏ । ତେଣୁ ଏହାକୁ ମାଧ୍ୟାକର୍ଷଣ ଜନିତ ତ୍ଵରଣ କୁହାଯାଏ ଓ g ଦ୍ଵାରା ସୂଚିତ କରାଯାଏ । ଅର୍ଥାତ୍ ମୁକ୍ତ ପତନରେ ବସ୍ତୁର ତ୍ୱରଣ (g) ର ମୂଲ୍ୟ = 9-8 m/s2

8. ପୃଥ‌ିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ କ’ଣ କୁହାଯାଏ ?
ଉ –
ପୃଥ‌ିବୀ ଓ ଯେକୌଣସି ବସ୍ତୁ ମଧ୍ୟରେ ଥିବା ମହାକର୍ଷଣ ବଳକୁ ଓଜନ କୁହାଯାଏ ।

9. ରାମ ଦକ୍ଷିଣ ମେରୁଠାରେ 5 ଗ୍ରାମ୍ ଓଜନର ସୁନା କିଣିଲା । ବିଷୁବ ବୃତ୍ତଠାରେ ସେ ସେହି ସୁନା ତା’ସାଙ୍ଗକୁ ଦେଲା । ସାଙ୍ଗଜଣକ ସୁନାର ଓଜନ ସହ ସମ୍ମତ ହେବ କି ? ଯଦି ନୁହେଁ କାହିଁକି ?
ଉ –
ଦକ୍ଷିଣ ମେରୁ ଠାରେ 5 ଗ୍ରାମ୍ ସୁନାର ଓଜନ (W) = mg = 5 ଗ୍ରାମ୍ x 983 . 2 cm/sec2 = 4916 ଡାଇନ୍
ବିଷୁବ ବୃତ୍ତଠାରେ 5 ଗ୍ରାମ୍ ସୁନାର ଓଜନ (W) = mg = 5 ଗ୍ରାମ୍ × 978 cm/s2 = 4890 ଡାଇନ୍
∴ ମେରୁ ଅପେକ୍ଷା ବିଷୁବ ବୃତ୍ତଠାରେ ସୁନାର ଓଜନ କମ୍ ହେବ । ତେଣୁ ବନ୍ଧୁ ଜଣକ ସୁନାର ଓଜନ ସହ ସମ୍ମତ ହେବ ନାହିଁ |

10. କାଗଜ ଗୁଳା ଅପେକ୍ଷା ଖଣ୍ଡିଏ ଫର୍ଦ୍ଦ କାଗଜ ଡ଼େରିରେ ତଳକୁ ପଡ଼େ କାହିଁକି ?
ଉ –

  • କାଗଜଗୁଳାର ପୃଷ୍ଠକ୍ଷେତ୍ରଫଳଠାରୁ ଫହେଁ କାଗଜର ପୃଷ୍ଠ କ୍ଷେତ୍ରଫଳ ଅଧିକ ଅଟେ ।
  • ପୃଷ୍ଠକ୍ଷେତ୍ରଫଳ ଅଧ‌ିକ ହୋଇଥିବାରୁ ଊର୍ଦ୍ଧ୍ଵଚାପ ଫର୍ଦ୍ଦେ କାଗଜରେ ବେଶୀ ହେବ । ତେଣୁ ଫର୍କେ କାଗଜ କାଗଜ ଗୁଳା ଅପେକ୍ଷା ଡେରିରେ ତଳକୁ ପଡ଼ିବ ।

11. 100 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଓଜନ ପୃଥ‌ିବୀ ଚନ୍ଦ୍ର ପୃଷ୍ଠରେ କେତେ ହେବ କଳନା କର ।
ଉ –
ପୃଥ‌ିବୀ ପାଇଁ ମାଧ୍ୟାକର୍ଷଣଜନିତ ତ୍ଵରଣ (g) = 9.8 m/s2, ବସ୍ତୁତ୍ଵ (m) = 100 କି.ଗ୍ରା.
ପୃଥ‌ିବୀ ପୃଷ୍ଠରେ ବସ୍ତୁର ଓଜନ (We) = mg2 = 100 କି.ଗ୍ରା. × 9.8 m/s2 = 980 ନିଉଟନ୍
ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ = \(\frac{\mathrm{W}_{\mathrm{e}}}{6}\) = \(\frac { 980 }{ 6 }\) ନିଉଟନ୍‌ = 163.33 ନିଉଟନ୍

12. ତୁମର ବସ୍ତୁତ୍ଵ କେତେ ? ଚନ୍ଦ୍ରରେ ତୁମ ଓଜନ କେତେ ହେବ ନିର୍ଣ୍ଣୟ କର । (ge = 10m / s2)
ଉ –
ମନେକର ତୁମର ବସ୍ତୁତ୍ଵ (m) = 54.6 kg, ge = 10 m/s2
∴ ତୁମର ପୃଥ‌ିବୀ ପୃଷ୍ଠରେ ଓଜନ = m x ge = 54.6 kg x 10 m/s2 = 546ନିଉଟନ୍
∴ ଚନ୍ଦ୍ର ପୃଷ୍ଠରେ ଓଜନ = \(\frac { w }{ 6 }\) = \(\frac { 546 }{ 6 }\) ନିଉଟନ୍‌ = 91 ନିଉଟନ୍

13. 19.6 ମିଟର ଉଚ୍ଚ ଏକ କୋଠାର ଛାତ ଉପରୁ ଗୋଡ଼ିଟିଏ ପକାଗଲା । ଏହା ଭୂମିରେ ଠିକ୍ ପଡ଼ିଲା ବେଳେ ଏହାର ପରିବେଗ କେତେ ହେବ ?
ଉ –
ଏଠାରେ ପ୍ରାରମ୍ଭିକ ପରିବେଗ (u) = 0, g = 9.8 m/s2, ହରତା (s) = 19.6 m
ଗତିର ତୃତୀୟ ସମୀକରଣ ଅନୁ ସାରେ v2 = u2 + 2 gs
∴ v2 = 02 + 2 x 9.8 m/s2 × 19.6 m = (19.6 m/s)2
⇒ v = 19.6 m/s
∴ ଭୂମିରେ ଠିକ୍ ପଡ଼ିଲାବେଳେ ଗୋଡ଼ିଟିର ପରିବେଗ 19.6 m/s ହେବ ।

14. 40 ମି. | ସେ. ପରିବେଗରେ ଏକ ବଲ୍‌କୁ ଭୂପୃଷ୍ଠରୁ ଉପରକୁ ଫିଙ୍ଗାହେଲା, (g 10 ମି / ସେ2 )

  • ଏହା ସର୍ବୋଚ୍ଚ କେତେ ଉଚ୍ଚତାକୁ ଉଠିବ ?
  • ସର୍ବୋଚ୍ଚ ସ୍ଥାନରେ ବଦ୍ଵାରା ଅତିକ୍ରାନ୍ତ ଦୂରତା ଓ ବଲ୍‌ର ବିସ୍ଥାପନ ତୁଳନା କର ।
  • ବଲ୍ଟି ଭୂମି ଉପରେ ଫେରିଆସି ପଡ଼ିଲା ପରେ ବଲ୍‌ର ବିସ୍ଥାପନ ଓ ବଦ୍ଵାରା ଅତିକ୍ରାନ୍ତ ଦୂରତା କେତେ ହେବ, ତାହା ନିର୍ଣ୍ଣୟ କର ।

ଉ –
ଏଠାରେ ପ୍ରାରମ୍ଭିକ ପରିବେଖ (u) = 40 m/s, g = – 10 m/s2
ସର୍ବୋଚ୍ଚ ଉଚ୍ଚତାକୁ ଉଡ଼ିଲେ ଅନ୍ତିମ ପରିବେଗ (v) = 0
ଗତିର ତୃତୀୟ ସମୀକରଣ ଅନୁ ସାରେ v2 = u2 + 2 gs
BSE Odisha 9th Class Physical Science Solutions Chapter 7 img-11

  • ବଲ୍ଟି ସର୍ବୋଚ୍ଚ 80 m ଉଚ୍ଚତାକୁ ଉଠିବ ।
  • ସର୍ବୋଚ୍ଚ ସ୍ଥାନରେ ବଲ୍‌ର ଅତିକ୍ରାନ୍ତ ଦୂରତା = 80m ଓ ବିସ୍ଥାପନ = 80 m
  • ବଲ୍ଟି ଭୂମିରେ ପଡ଼ିଲେ ବଲ୍‌ର ବିସ୍ଥାପନ = 80m + (-80 m) = 0
    ବଲ୍ଟିର ଅତିକ୍ରାନ୍ତ ଦୂରତା 80 m + 80 m = 160 m

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

15. ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଥ‌ିବା ମହାକର୍ଷଣ ବଳର ପରିମାଣ କଳନା କର । ( ପୃଥ‌ିବୀର ବସ୍ତୁତ୍ଵ = 6 x 1024 କି.ଗ୍ରା., ସୂର୍ଯ୍ୟର ବସ୍ତୁତ୍ଵ = 2 × 1030 କି.ଗ୍ରା., ଉଭୟଙ୍କ ମଧ୍ୟରେ ଥିବା ହାରାହାରି ଦୂରତା = 1.5 × 1011 ମିଟର |)
ଉ –
ପୃଥ‌ିବୀର ବସ୍ତୁତ୍ଵ (m1) = 6 × 1024 kg, ସୂର୍ଯ୍ୟର ବସ୍ତୁତ୍ଵ (m2) = 2 x 1030 କି.ଗ୍ରା.
ଉଭୟଙ୍କ ମଧ୍ୟରେ ଥିବା ହାରାହାରି ଦୂରତା (R) = 1.5 x 1011 ମିଟର,
ମହାକର୍ଷଣୀୟ ଧ୍ରୁବାଙ୍କ (G) = 6.7 × 1011 n.m2/kg2
BSE Odisha 9th Class Physical Science Solutions Chapter 7 img-12

16. 100 ମିଟର ଉଚ୍ଚ ଏକ ଟାୱାର ଉପରୁ ପଥରଟିଏ ତଳକୁ ପକାଗଲା । ଏକା ସମୟରେ ଅନ୍ୟ ଏକ ପଥରକୁ 25 ମି./ସେ. ପରିବେଗରେ ଲମ୍ବଭାବେ ଉପରକୁ ଫିଙ୍ଗାଗଲା । ଦୁଇଟି ପଥର କେତେବେଳେ ଓ କେଉଁଠାରେ ପରସ୍ପରକୁ ଅତିକ୍ରମ କରିବେ ?
ଉ –
ଉପରୁ ଖସୁଥ‌ିବା ପଥର ପାଇଁ ପ୍ରାରମ୍ଭିକ ପରିବେଗ (u) = 0, ତ୍ଵରଣ (a) = g ଓ ସମୟ = t
∴ s1 = ut + \(\frac { 1 }{ 2 }\)at2 = 0 x t + \(\frac { 1 }{ 2 }\) gt2= \(\frac { 1 }{ 2 }\)gt2
ଉପରକୁ ଫିଙ୍ଗାଯାଇଥିବା ପଥର ପାଇଁ ପ୍ରାରମ୍ଭିକ ପରିବେଗ (u) = 25 m/s, ତ୍ଵରଣ (a) = – g ଓ ସମୟ = t
∴ s2 = ut + \(\frac { 1 }{ 2 }\)at2 = 25 t – \(\frac { 1 }{ 2 }\)gt2

କିନ୍ତୁ s1 + s2 = 100
⇒\(\frac { 1 }{ 2 }\) gt2 + 25t – \(\frac { 1 }{ 2 }\)gt2
⇒ 25 t = 100
⇒ t = \(\frac { 100 }{ 25 }\) = 4
∴ 4 ସେକେଣ୍ଡ ପରେ ଉଭୟେ ପରସ୍ପରକୁ ଅତିକ୍ରମ କରିବେ ।
s2 = 25t – \(\frac { 1 }{ 2 }\) gt2 (25 × 4 – \(\frac { 1 }{ 2 }\) x 10 x 16) m = (100 – 80) m = 20 m
∴ ଦୁଇଟି ପଥର 4 ସେକେଣ୍ଡ ପରେ ଓ 20 ମି. ଉଚ୍ଚରେ ପରସ୍ପରକୁ ଅତିକ୍ରମ କରିବେ ।

17. ଲମ୍ବଭାବେ ଉପରକୁ ଫୋପଡ଼ା ବଲ୍ 6 ସେକେଣ୍ଡ ପରେ ତଳକୁ ଫେରିଆସିଲା । ତେବେ –

  • କେତେ ପରିବେଗରେ ଏହାକୁ ଫୋପଡ଼ା ଯାଇଥିଲା ?
  • ଏହା ସର୍ବୋଚ୍ଚ କେତେ ଉଚ୍ଚତାକୁ ଉଠିଥ‌ିବ ?
  • 4 ସେକେଣ୍ଡ ପରେ ଏହା କେତେ ଦୂରତା ଅତିକ୍ରମ କରିଥିଲା ?

ଉ –

(i) ମନେକର u ପରିବେଗରେ ବଲ୍ଟିକୁ ଫୋପଡ଼ା ଯାଇଥିଲା ।
ଏହା ଉପରକୁ ଉଠିଲେ v = 0 ଓ a = – g ତ୍ଵେବ | v = u + at
⇒ 0 = u – gt
⇒ u = gt
ବଲ୍ଟି ଉପରକୁ ଉଠିବାକୁ ଯେତିକି ସମୟ ନେବ, ଖସିବାକୁ ସେତିକି ସମୟ ନେବ ।
ତେଣୁ t = 3 ସେକେଣ୍ଡ ।
∴ u = 10 m/s2 x 3s = 30 m/s
∴ 30 m/s ପରିବେଗରେ ବଲ୍‌ଟିକୁ ଫୋପଡ଼ା ଯାଇଥିଲା ।

(ii) s = ut + \(\frac { 1 }{ 2 }\) gt2 = 30 m/s x 3s + \(\frac { 1 }{ 2 }\) x (- 10 m/s2) × (3s)2
= 90 m – \(\frac { 1 }{ 2 }\) x 10 m/s2 x 9s2 = 90 m – 45 m = 45 m

(iii) ତଳକୁ ଫେରିବା ପାଇଁ u = 0, g = 10 m/s2, t = 1 sec.
∴ s = ut + \(\frac { 1 }{ 2 }\) gt2 = 0 x t + \(\frac { 1 }{ 2 }\) x 10 m/s2 × 1 s2 = 5m
∴ 4 sec ପରେ ବସ୍ତୁଟି ଭୂମିଠାରୁ 45 m – 5m = 40 m ଉଚ୍ଚରେ ଥ‌ିବ ।

18. ତରଳ ପଦାର୍ଥରେ ବୁଡ଼ିଥିବା ବସ୍ତୁ ଉପରେ ପ୍ଲବନ ବଳ କେଉଁ ଦିଗରେ କାର୍ଯ୍ୟ କରିଥାଏ ?
ଉ –
ତରଳ ପଦାର୍ଥରେ ବୁଡ଼ିଥୁବା ବସ୍ତୁ ଉପରେ ପ୍ଲବନ ବଳ ଉର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରିଥାଏ ।

19. ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ତାହା ଆପେ ଆପେ ପୃଷ୍ଠକୁ ଉଠିଆସେ କାହିଁକି ?
ଉ –

  • ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ପାଣି ବୋତଲ ଉପରେ ଏକ ଉବଳ ପ୍ରୟୋଗ କରେ । ତେଣୁ ବୋତଲଟି ଉପରକୁ ଉଠିଯାଏ ।
  • ପାଣି ଭିତରେ ଏକ ଊର୍ଦୁବଳର ପରିମାଣ ପୃଥୁବୀର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ । ତେଣୁ ବୋତଲଟି ଉପରକୁ ଉଠିଆସେ ।

20. 50 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଆୟତନ 20 ଘନ ସେ.ମି. । ଏହାକୁ ଏକ ଜଳପୂର୍ଣ କୁଣ୍ଡରେ ପକାଇଲେ ଏହା ବୁଡ଼ିବ ନା ଭାସିବ ବୁଝାଅ । (ଜଳର ସାନ୍ଦ୍ରତା ଏକ ଗ୍ରାମ୍ | ସେ.ମି)3
ଉ –
ବସ୍ତୁଟିର ବସ୍ତୁତ୍ଵ (m) = 50 ଗ୍ରାମ୍ ଓ ଆୟତନ (v) = 20 ଘନ ସେ.ମି.
∴ ସାନ୍ଦ୍ରତା (d) = \(\frac { m }{ v }\) = \(\frac { 50 }{ 20 }\) ଗ୍ରାମ୍/ଘନ ସେ.ମି. = 2.5 ଗ୍ରାମ୍/ଘନ ସେ.ମି. ।
ଜଳର ସାନ୍ଦ୍ରତା = 1 ଗ୍ରାମ୍/ଘନ ସେ.ମି.
∴ ଜଳର ସାନ୍ଦ୍ରତାଠାରୁ ବସ୍ତୁର ସାନ୍ଦ୍ରତା ଅଧିକ ହେତୁ ବସ୍ତୁଟିକୁ ଜଳପୂର୍ଣ୍ଣ କୁଣ୍ଡରେ ପକାଇଲେ ଏହା ପାଣିରେ ରୁଡ଼ିଯିବ |

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

ପ୍ରଶାବଳୀ ଓ ଉତ୍ତର

1. ସାର୍ବଜନୀନ ମହାକର୍ଷଣ ନିୟମ କ’ଣ ଲେଖ । ଏହାର ଗାଣିତିକ ପରିପ୍ରକାଶଟି ଉଲ୍ଲେଖ କର । ସେଥୁରେ ବ୍ୟବହୃତ ସଂକେତମାନଙ୍କୁ ସୂଚିତ କର ।
ଉ –
(i) ବିଶ୍ଵର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁଦ୍ଵୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଓ ସେମାନଙ୍କ ବସ୍ତୁତ୍ଵ କେନ୍ଦ୍ର ମଧ୍ୟରେ ଥ‌ିବା ଦୂରତାର ବର୍ଗ ସହ ପ୍ରତିଲୋମାନୁପାତୀ ଅଟେ । ଏହି ବଳ ବସ୍ତୁତ୍ଵୟର ବସ୍ତୁତ୍ଵ କେନ୍ଦ୍ରକୁ ସଂଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ ।

(ii) ଏହାର ଗାଣିତିକ ପରିପ୍ରକାଶ ହେଲା F = G \(\frac{\mathrm{Mm}}{\mathrm{d}^2}\)
(i) F = ମହାକର୍ଷଣ ବଳ, M = ପୃଥ‌ିବୀର ବସ୍ତୁତ୍ଵ, m = ବସ୍ତୁର ବସ୍ତୁତ୍ଵ ।
d = ପୃଥ‌ିବୀ ଓ ବସ୍ତୁ ମଧ୍ୟରେ ଥିବା ବ୍ୟବଧାନ ଓ G = ମହାକର୍ଷଣୀୟ ଧ୍ରୁବାଙ୍କ

2 ବସ୍ତୁତ୍ଵ ଓ ଓଜନ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
ଉ –
BSE Odisha 9th Class Physical Science Solutions Chapter 7 img-13

3. ଚନ୍ଦ୍ରପୃଷ୍ଠରେ କୌଣସି ବସ୍ତୁର ଓଜନ ପୃଥ‌ିବୀ ପୃରେ ବସ୍ତୁର ଓଜନର ଏକ ଷତାଂଶ କାହିଁକି ?
ଉ –
ଚନ୍ଦ୍ରପୃଷ୍ଠରେ ବସ୍ତୁର ଓଜନ Wm = m x gm
m = ବସ୍ତୁର ବସ୍ତୁତ୍ଵ ଓ gm = ଚନ୍ଦ୍ରପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ
gm = \(\frac { 1 }{ 6 }\) ge ଯେଉଁଠାରେ ge = ପୃଥ‌ିବୀର ମାଧ୍ୟାକର୍ଷଣ ଜନିତ ତ୍ଵରଣ
∴Wm = m x gm = m x \(\frac { 1 }{ 6 }\) ge = \(\frac { 1 }{ 6 }\) x m x ge = \(\frac { 1 }{ 6 }\) x ପୃଥ‌ିବୀପୃଷ୍ଠରେ ବସ୍ତୁର ଓଜନ ।

4.
(i) ମୋଟା ଫିତା ଥିବା ବ୍ୟାଗ୍ ଅପେକ୍ଷା ପତଳା ଫିତାଥିବା ବ୍ୟାଗକୁ କାନ୍ଧରେ ବୋହିବା କଷ୍ଟକର କାହିଁକି ?
(ii) ପ୍ଳବତା କ’ଣ ?
(iii) ଗୋଟିଏ ବସ୍ତୁକୁ ଜଳପୃଷ୍ଠରେ ରଖିଲେ ତାହା ଜଳରେ କେତେବେଳେ ବୁଡ଼ିଯାଏ ଓ କେତେବେଳେ ଭାସେ ?
ଉ –
(i)
(a) ମୋଟା ଫିତା ଥ‌ିବା ବ୍ୟାଗର ଫିତାର ପୃଷ୍ଠକ୍ଷତ୍ରଫଳ ଅଧ‌ିକ ହୋଇଥିବାରୁ ଚାପ କମ୍ ଅନୁଭୂତ ହୁଏ ।
(b) ପତଳା ଫିତା ଥ‌ିବା ବ୍ୟାଗ୍‌ର ଫିତାର ପୃଷ୍ଠକ୍ଷେତ୍ରଫଳ କମ୍ ହୋଇଥିବାରୁ ଚାପ ଅଧିକ ଅନୁଭୂତ ହୁଏ । ତେଣୁ ମୋଟା ଫିତା ଥ‌ିବା ବ୍ୟାଗ୍ ଅପେକ୍ଷା ପତଳା ଫିତା ଥ‌ିବା ବ୍ୟାଗକୁ କାନ୍ଧରେ ବୋହିବା କଷ୍ଟକର ହୋଇଥାଏ ।

(ii) କୌଣସି ଏକ ବସ୍ତୁକୁ ତରଳରେ ବୁଡ଼ାଇଲେ ବସ୍ତୁଟି ହାଲୁକା ଲାଗେ । ଅର୍ଥାତ୍ ତାହା ଓଜନ ହରାଇଲା ଭଳି ଜଣାଯାଏ; କାରଣ ତରଳ ବସ୍ତୁ ଉପରେ ଊର୍ଦ୍ଧ୍ୱସଂଘାତ ପ୍ରୟୋଗ କରେ । ଏହି ପ୍ରକ୍ରିୟାକୁ କ୍ଲବତା କୁହାଯାଏ ।

(iii) ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ହେଲେ ତାହା ଜଳରେ ବୁଡ଼ିଯାଏ ଏବଂ ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେଲେ ତାହା ଜଳରେ ଭାସେ ।

BSE Odisha 9th Class Physical Science Solutions Chapter 7 ମହାକର୍ଷଣ

କାର୍ଯ୍ୟାବଳୀ (Activity) :

ତୁମପାଇଁ କାମ – 7.1 :
ଖଣ୍ଡିଏ ସୂତା ନିଅ । ସୂତାର ଗୋଟିଏ ମୁଣ୍ଡରେ ଗୋଟିଏ ଛୋଟ ଗୋଲକଟିଏ ବାନ୍ଧି ଅନ୍ୟ ମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ବୁଲାଅ । ଗୋଲକର ଗତିକୁ ଲକ୍ଷ୍ୟକର । ଏହାପରେ ଗୋଲକଟି ଘୂରୁଥିବା ସମୟରେ ହାତରୁ ସୂତାଟିକୁ ଛାଡ଼ିଦିଅ । ବର୍ତ୍ତମାନ ଗୋଲକଟିର ଗତିର ଦିଗକୁ ଲକ୍ଷ୍ୟକର । କ’ଣ ଦେଖ‌ିଲ ?
ଉ –
ଖଣ୍ଡିଏ ସୂତାର ଗୋଟିଏ ମୁଣ୍ଡରେ ଏକ ଛୋଟ ଲୌହଗୋଲକ ବାନ୍ଧି ଅନ୍ୟମୁଣ୍ଡଟିକୁ ହାତରେ ଧରି ଗୋଲକଟିକୁ ଘୂରାଇଲେ ତାହା ବୃତ୍ତାକାର ପଥରେ ଘୂରିବ । ଘୂରୁଥିବା ସମୟରେ ସୂତାଟିକୁ ଛାଡ଼ିଦେଲେ ସୂତାଟି ସେହି ସମୟର ଘୂରିବା ଦିଗରେ ଏକ ସରଳରେଖାରେ ଗତିକରି ଛିଟିକିଯାଏ ।
BSE Odisha 9th Class Physical Science Solutions Chapter 7 img-14

ତୁମପାଇଁ କାମ 7.2
ସମାନ ଉଚ୍ଚତାରୁ ଖଣ୍ଡିଏ ପର ଓ ଗୋଟିଏ ଗୋଡ଼ିକୁ ଏକା ସାଙ୍ଗରେ ତଳକୁ ପକାଅ ।

  • କେଉଁଟି ପ୍ରଥମେ ତଳେ ପଡୁଛି, ତାହା ଲକ୍ଷ୍ୟ କର ।
  • ପୁନଶ୍ଚ ଗୋଟିଏ ବାୟୁ ଶୂନ୍ୟ କାଚଘର ଭିତରେ ସେହି ପର ଓ ଗୋଡ଼ିକୁ ସମାନ ଉଚ୍ଚତାରୁ ଆଉ ଥରେ ତଳକୁ ପକାଅ ଓ ଦେଖି ସେମାନେ କିପରି ଭାବରେ ତଳେ ପଡୁଛନ୍ତି ।

ଉ –

  • ପ୍ରଥମେ ଗୋଡ଼ିଟି ତଳେ ପଡ଼ିବ ।
  • ଏକ ବାୟୁଶୂନ୍ୟ କାଚଘର ଭିତରେ ସେହି ପର ଓ ଗୋଡ଼ିକୁ ସମାନ ଉଚ୍ଚତାରୁ ଆଉ ଥରେ ତଳକୁ ପକାଇଲେ ଉଭୟେ ସମାନ ସମୟରେ ତଳେ ପଡ଼ିବେ ।

ସିଦ୍ଧାନ୍ତ : ପ୍ରଥମ ପରିସ୍ଥିତିରେ ମୁକ୍ତ ପତନବେଳେ ବାୟୁର ଘର୍ଷଣଜନିତ ପ୍ରତିରୋଧ ବଳ କାର୍ଯ୍ୟ କରେ, ତେଣୁ ହାଲୁକା ପରର ଗତି ବାଧାପ୍ରାପ୍ତ ହୁଏ । ତେଣୁ ପକ୍ଷୀର ପର ବିଳମ୍ବରେ ପଡ଼େ । ଦ୍ଵିତୀୟ ପରିସ୍ଥିତିରେ ବାୟୁ ନଥିବାରୁ
ବାୟୁସହ ଘର୍ଷଣଜନିତ ପ୍ରତିରୋଧ ବଳ ନଥାଏ । ତେଣୁ ଉଭୟ ସମାନ ସମୟରେ ତଳେ ପଡୁଛି ।

ତୁମପାଇଁ କାମ 7.3 :
ଗୋଟିଏ ଖାଲି ପ୍ଲାଷ୍ଟିକ୍ ବୋତଲର ଠିପି ବନ୍ଦକରି ଏକ ପାଣିଭର୍ତ୍ତି ବାଲ୍ଟିରେ ରଖ । ବୋତଲଟି ପାଣିରେ ଭାସିବ । ବୋତଲଟିକୁ ପାଣି ଭିତରକୁ ଠେଲିବାକୁ ଚେଷ୍ଟାକର । ତୁମେ ଏକ ଊର୍ଷ୍ଟବଳ ଅନୁଭବ କରିବ ଯାହା ବୋତଲଟିକୁ ପାଣିରେ ଠେଲି ତଳକୁ ପୂରାଇବା କାର୍ଯ୍ୟରେ ବାଧା ଦିଏ । ବୋତଲଟିକୁ ଜଳପୃଷ୍ଠରୁ ଯେତେ ଅଧିକ ଭିତରକୁ ଠେଲିବ, ବୋତଲ ଉପରେ ଜଳ ସେତେ ଅଧିକ ଊତ୍ସବଳ ପ୍ରୟୋଗ କରିବ । ବୋତଲଟିକୁ ପାଣିରେ ସମ୍ପୂର୍ଣ୍ଣ ବୁଡ଼ାଇ ଛାଡ଼ିଦେଲେ, ଏହା ଆପେ ଆପେ ଉପରକୁ ଉଠିଆସିବ ।
ଏଠାରେ କେତୋଟି ପ୍ରଶ୍ନ ମନକୁ ଆସେ, ଯେପରିକି

  • ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବୋତଲ ଉପରେ କାର୍ଯ୍ୟକରେ କି ?
  • ଯଦି କରେ, ତେବେ ବୋତଲଟିକୁ ଜଳ ଭିତରେ ତଳକୁ ବୁଡ଼ାଇ ଛାଡ଼ିଦେଲେ ତାହା ସେହି ସ୍ଥାନରେ ରହିବା ପରିବର୍ତ୍ତେ ଉପରକୁ ଉଠିଆସେ କାହିଁକି ?
  • ବୋତଲଟିକୁ କିପରି ପାଣିରେ ବୁଡ଼ାଯାଇ ପାରିବ ?

ଉ –

  • ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବୋତଲ ଉପରେ କାର୍ଯ୍ୟ କରେ ।
  • ଜଳ ବୋତଲ ଉପରେ ଏକ ଊର୍ଷ୍ଟବଳ ପ୍ରୟୋଗ କରେ ଯାହାଫଳରେ ବୋତଲଟି ଉପରକୁ ଠେଲିହୁଏ । ଯେତେବେଳେ ଜଳ ଭିତରେ ଏହି ଊର୍ଦ୍ଧବଳର ପରିମାଣ ପୃଥିବାର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ, ସେତେବେଳେ ବୋତଲଟି ଉପରକୁ ଉଠିଆସେ ।
  • ବୋତଲଟିକୁ ବୁଡ଼ାଇବାପାଇଁ ବୋତଲର ଓଜନ ବୋତଲ ଉପରେ କ୍ରିୟାଶୀଳ ଊର୍ଦ୍ଧବଳର ପରିମାଣଠାରୁ ଅଧିକ ହେବା ଆବଶ୍ୟକ । ବୋତଲ ଉପରେ ଏକ ଅତିରିକ୍ତ ନିମ୍ନମୁଖୀ ବାହ୍ୟବଳ ପ୍ରୟୋଗ କଲେ ବୋତଲଟିକୁ ଜଳ ମଧ୍ୟରେ ବୁଡ଼ାଇ ରଖୁବା ସମ୍ଭବ ହେବ ।

ଜଳରେ ବସ୍ତୁଟିଏ ବୁଡ଼େ ବା ଭାସେ କାହିଁକି ?
ପରୀକ୍ଷା : ଗୋଟିଏ ବିକର୍‌ରେ ପାଣି ରଖୁ ତାହାର ପୃଷ୍ଠରେ ଏକ ଲୁହାକଣ୍ଟା ରଖାଯାଉ । କଣ୍ଟାଟି ପାଣିରେ ବୁଡ଼ିଯିବ । ଏଠାରେ କଣ୍ଟା ଉପରେ ଦୁଇଟି ବଳ କାର୍ଯ୍ୟ କରେ । ପ୍ରଥମଟି ପୃଥ‌ିବୀର ମାଧ୍ୟାକର୍ଷଣ ବଳ ବା କଣ୍ଟାର ଓଜନ ଓ ଦ୍ୱିତୀୟଟି ପ୍ଲବନ ବଳ । ଏହି ଦୁଇଟି ବିପରୀତମୁଖୀ ବଳ ମଧ୍ୟରୁ ପ୍ରଥମଟିର ଅର୍ଥାତ୍ ମାଧ୍ୟାକର୍ଷଣ ବଳ ବା ଓଜନର ପରିମାଣ ପ୍ଲାବନ ବଳଠାରୁ ଅଧିକ ହେବାରୁ କଣ୍ଟାଟି ପାଣିରେ ବୁଡ଼ିଗଲା ।

ତୁମପାଇଁ କାମ 7.4 :

  • ଗୋଟିଏ ଜଳପୂର୍ଣ ବିକର୍‌ରେ ସମାନ ବସ୍ତୁତ୍ଵ ବିଶିଷ୍ଟ ଏକ ଲୁହାକଣ୍ଟା ଓ ଗୋଟିଏ କର୍କକୁ ରଖ ।
  • ଲୁହାକଣ୍ଟାଟି ବୁଡ଼ିଯିବ ମାତ୍ର କର୍କଟି ପାଣିରେ ଭାସିବ । ଏହା ବସ୍ତୁଦ୍ଵୟର ସାନ୍ଦ୍ରତାର ପାର୍ଥକ୍ୟ ଯୋଗୁ ଘଟିଥାଏ ।
  • ଲୁହାକଣ୍ଟାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ବେଶୀ ହେତୁ ଲୁହାକଣ୍ଟାଟି ବୁଡ଼ିଗଲା । ମାତ୍ର କର୍କର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ହେତୁ କର୍କଟି ପାଣିରେ ଭାସିଲା ।

BSE Odisha 9th Class Physical Science Solutions Chapter 7 img-15
ସିଦ୍ଧାନ୍ତ : ଯେଉଁ ବସ୍ତୁର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ କମ୍ ତାହା ଜଳରେ ଭାସେ ଓ ଯାହାର ସାନ୍ଦ୍ରତା ଜଳର ସାନ୍ଦ୍ରତାଠାରୁ ଅଧିକ ତାହା ଜଳରେ ବୁଡ଼ିଯାଏ ।

ତୁମପାଇଁ କାମ 7.5

  • ଗୋଟିଏ କମ୍ପାନୀ ନିକିତିରେ ନିଦା ଓଜନିଆ ବସ୍ତୁଟିଏ ଝୁଲାଇ କୌଣସି ତରଳରେ ବସ୍ତୁଟିକୁ ଆଂଶିକଭାବେ ବୁଡ଼ାଇବା ମାତ୍ରେ ନିକିତିର ସୂଚକ ଉପରକୁ ଠେଲି ହୋଇଯିବ ।
  • ବସ୍ତୁ ଉପରେ ଊର୍ଦ୍ଧ୍ୱମୁଖୀ ପ୍ଳବନ ବଳର ପ୍ରଭାବ ହେତୁ ତା’ର ଓଜନ ହ୍ରାସ ପାଏ ଏବଂ ସୂଚକ ଉପରକୁ 860 1
  • ବସ୍ତୁଟିକୁ ଆଉ ଅଧିକ ବୁଡ଼ାଇଲେ, ପ୍ଲବନ ବଳ ଆନୁପାତିକ ଭାବେ ବଢ଼ିବ ଏବଂ ସୂଚକଟି ଆହୁରି ଉପରକୁ ଉଠିବ । କାରଣ ବସ୍ତୁର ଓଜନ ଆହୁରି ହ୍ରାସ ପାଇବ ।
  • ବସ୍ତୁଟି ସଂପୂର୍ଣ୍ଣ ବୁଡ଼ିଗଲେ ପ୍ଲବନ ବଳ ସର୍ବାଧ୍ଵକ ହୁଏ ଓ ବସ୍ତୁଟି ଅତ୍ୟଧିକ ହାଲୁକା ଜଣାପଡ଼େ ଓ ସୂଚକ ସବୁଠାରୁ ଉଚ୍ଚସ୍ଥାନରେ ରହେ ।
  • ବସ୍ତୁ ଉପରେ ତରଳ ପ୍ରୟୋଗ କରୁଥିବା ପ୍ଳବନ ବଳ ତରଳ ମଧ୍ୟରେ ବସ୍ତୁର ବୁଡ଼ିରହିଥ‌ିବା ‘ଅଂଶର ଆୟତନ ଉପରେ ନିର୍ଭରଶୀଳ । ବୁଡ଼ିବା ଅଂଶର ଆୟତନ ବଢ଼ିଲେ ପ୍ଲବନ ବଳ ବଢ଼େ ।
  • ପ୍ରତ୍ୟେକ ବସ୍ତୁର ନିଜସ୍ଵ ପ୍ରକୃତ ଓଜନ ଅଛି । ଗୋଟିଏ ବସ୍ତୁ ଏକ ତରଳ ମଧ୍ୟରେ ବୁଡ଼ିଲେ ତାହାର ଓଜନ କିଛି କମିଗଲା ପରି ଜଣାପଡ଼େ । ଏହି ଓଜନ ହ୍ରାସକୁ ଆଭାସୀ (apparent) ହ୍ରାସ କୁହାଯାଏ ।
  • ଗୋଟିଏ ବସ୍ତୁକୁ ତରଳରେ ବୁଡ଼ାଇଲେ ତାହା ବୁଡ଼ିଥିବା ଅଂଶର ଆୟତନ ସହ ସମାନ ଆୟତନର ତରଳ ଅପସାରିତ କରିଥାଏ ।
  • ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ଏବଂ ବୁଡ଼ିଥିବା ବେଳେ ତାହାର ଓଜନର ଆଭାସୀ ହ୍ରାସ (apparent loss) ମଧ୍ୟରେ ଥିବା ସଂପର୍କ ବିଷୟରେ ଆକିମିଡ଼ିସ୍‌ ଅନୁଧ୍ୟାନ କରି ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ତାଙ୍କ ନାମାନୁ ସାରେ ଆର୍କିମିଡ଼ିସ୍‌ଙ୍କ ସୂତ୍ର ନାମରେ ପରିଚିତ ।

ଆର୍କିମିଡ଼ିସ୍‌ଙ୍କ ସୂତ୍ରର ପ୍ରୟୋଗ :

  • ବସ୍ତୁର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।
  • ଅଧିକାଂଶ ଭାସମାନ ଅନୁପ୍ରଯୁକ୍ତି (appliance) ର ନିର୍ମାଣରେ ଏହି ସୂତ୍ର ବ୍ୟବହାର କରାଯାଏ । ଜାହାଜ, ବୁଡ଼ାଜାହାଜ, ଡଙ୍ଗାର ନିର୍ମାଣ କୌଶଳ ଏହି ସୂତ୍ର ଉପରେ ପର୍ଯ୍ୟବସିତ ହୋଇଥାଏ ।
  • ଲାକ୍ଟୋମିଟର ଓ ହାଇଡ୍ରୋମିଟରର କାର୍ଯ୍ୟ ଏହି ତଥ୍ୟ ଉପରେ ପର୍ଯ୍ୟବସିତ ।

BSE Odisha 9th Class Physical Science Notes Chapter 5 ଗତି

Odisha State Board BSE Odisha 9th Class Physical Science Notes Chapter 5 ଗତି will enable students to study smartly.

BSE Odisha Class 9 Physical Science Notes Chapter 5 ଗତି

→ ଉପକ୍ରମ (Introduction):
(i) ବସ୍ତୁର ଅବସ୍ଥାନରେ ପରିବର୍ତ୍ତନ ଘଟିଲେ ବସ୍ତୁ ଗତି କରୁଛି ବୋଲି କୁହାଯାଏ ।
(ii) ଗୋଟିଏ ସ୍ଥିର ବସ୍ତୁକୁ ଭିଭିକରି ଅନ୍ୟ ଗୋଟିଏ ବସ୍ତୁର ଅବସ୍ଥିତି ନିର୍ଣ୍ଣୟ କରାଯାଏ ।

→ ବିଶ୍ରାମ ଏବଂ ଗତି (Rest and Motion):
(i) ଘର, ବାଡ଼ି, ଗଛଲତା, ପାହାଡ଼ ପର୍ବତ, ନଦୀ, ନାଳ ଓ ସମୁଦ୍ର ଆଦିକୁ ସ୍ଥିର ବସ୍ତୁ କୁହାଯାଏ; କାରଣ ଏକ ନିର୍ଦ୍ଦିଷ୍ଟ ବିନ୍ଦୁଠାରୁ ସେମାନଙ୍କର ଅବସ୍ଥାନର ପରିବର୍ତ୍ତନ ହୋଇ ନଥାଏ ।
(ii) ରାସ୍ତାଘାଟରେ ଯା’ଆସ କରୁଥିବା ଯାନବାହନ, ମନୁ ଷ୍ୟ, ନଈ, ନାଳ, ଝରଣା ଇତ୍ୟାଦିରେ ବହିଯାଉଥ‌ିବା ପାଣି; ପାଣିରେ ପହଁରୁଥ‌ିବା ମାଛ ଓ ହଂସ, ଅକାଶରେ ଉଡୁଥ‌ିବା ପକ୍ଷୀ ଆଦିକୁ ଗତିଶୀଳ କୁହାଯାଏ ।
(iii) କେତେକ କ୍ଷେତ୍ରରେ ଗତିକୁ ପରୋକ୍ଷ ଭାବରେ ଜାଣିହୁଏ ।

ଉଦାହରଣ :
(a) ବାଲିକଣା ଉଡ଼ିଲେ ତାହାର ଗତିରୁ ବାୟୁର ଗତି ଜଣାପଡ଼େ ।
(b) ବାଲିକଣା ଉଡ଼ିଲେ ତାହାର ଗତିରୁ ବାୟୁର ଗତି ଜଣାପଡ଼େ ।
(c) ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଏବଂ ଋତୁ ପରିବର୍ତ୍ତନ ପୃଥ‌ିବୀର ଗତି ଯୋଗୁଁ ହୋଇଥାଏ । କିନ୍ତୁ ପୃଥ‌ିବୀର ଗତିକୁ ଦେଖୁହୁଏ ନାହିଁ ।
(iv) ଅନ୍ୟ କ୍ଷେତ୍ରରେ ଗୋଟିଏ ବସ୍ତୁ ଜଣକୁ ଗତିଶୀଳ ଜଣାଯାଉଥିଲେ ମଧ୍ୟ ଆଉ ଜଣକୁ ତାହା ସ୍ଥିର ବୋଲି ସବୁ ପୃଥ‌ିବୀର ଗତିକୁ ଦେଖୁହୁଏ ନାହିଁ ଗତି କରୁଥିବାର ଦେଖେ କିନ୍ତୁ ବସ୍‌ରେ ଯାଉଥିବା ତା’ର ସହଯାତ୍ରୀମାନଙ୍କୁ ସ୍ଥିର ଥିବାର ଦେଖେ ।
(v) ବସ୍ତୁର ଅବସ୍ଥାନର ପରିବର୍ତ୍ତନ ହେଲେ, ତାହାକୁ ଗତିଶୀଳ ବୋଲି କୁହାଯାଏ ।
(i) ବସ୍ତୁର ବିଭିନ୍ନ ପ୍ରକାର ଗତି ଥାଏ; ଯଥା-ସରଳରୈଖ୍ୟକ ଗତି, ଘୂର୍ଣ୍ଣନ ଗତି, ଦୋଳନ ଗତି, କମ୍ପନ ଗତି ଇତ୍ୟାଦି ।
(ii) ସଳଖ ପଥରେ ଗତି କରୁଥିବା ବସ୍ତୁଗୁଡ଼ିକୁ ସରଳରେଖକ ଗତି କୁହାଯାଏ ।

BSE Odisha 9th Class Physical Science Notes Chapter 5 ଗତି

ବସ୍ତୁର ଅବସ୍ଥାନ : ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥିର ବିନ୍ଦୁଠାରୁ ବସ୍ତୁର ଅବସ୍ଥାନକୁ ଏହାର ଦୂରତା କୁହାଯାଏ । ଏହି ବିନ୍ଦୁକୁ ମୂଳ ବିନ୍ଦୁ କୁହାଯାଏ । ମୂଳ ବିନ୍ଦୁକୁ ନେଇ ବସ୍ତୁର ଅବସ୍ଥାନ ଜାଣିହୁଏ ।

→ ଗତି (Motion):
ସମୟ ଅନୁ ସାରେ ବସ୍ତୁର ଅବସ୍ଥାନର ପରିବର୍ତ୍ତନକୁ ବସ୍ତୁର ଗତି କୁହାଯାଏ । ବସ୍ତୁର ଅବସ୍ଥାନ ହେଉଛି ଏକ ନିର୍ଦ୍ଦିଷ୍ଟ ବିନ୍ଦୁଠାରୁ ଏହାର ଦୂରତା । ଏହି ବିନ୍ଦୁକୁ ନିର୍ଦ୍ଦେଶକ ବିନ୍ଦୁ (Reference point) ବା ମୂଳବିନ୍ଦୁ (origin) କୁହାଯାଏ । ଏହି ମୂଳବିନ୍ଦୁକୁ ଭିଭିକରି ଅନ୍ୟ ବସ୍ତୁର ଅବସ୍ଥିତି ନିର୍ଣ୍ଣୟ କରାଯାଏ ।

→ ଏକ ସରଳରେଖାରେ ଗତି (ସରଳରେଖକ ଗତି) (Motion along a straight line):
ବସ୍ତୁ ସରଳରେଖାରେ ଗତି କଲେ, ବସ୍ତୁର ସେହି ଗତିକୁ ସରଳରେଖ୍ୟକ ଗତି କୁହାଯାଏ ।
ଉଦାହରଣ :
ଚଟାଣରେ ବଲ୍‌ର ଗତି; ବସ୍, ଟ୍ରକ୍, ସ୍କୁଟର, ମଟର ସାଇକେଲ୍‌ର ଗତି; ଗଛରୁ ପଡୁଥିବା ଳର ଗତି ଆଦି ସରଳରେଖ୍ୟକ ଗତିର ଅନ୍ତର୍ଗତ ।

→ ଦୂରତା (Distance):
ଗୋଟିଏ ବସ୍ତୁ ପ୍ରାରମ୍ଭିକ ବିନ୍ଦୁରୁ ବାହାରି କୌଣସି ଏକ ପଥରେ ଗତିକରି ଅନ୍ତିମ ବିନ୍ଦୁରେ ପହଞ୍ଚିଲେ ବସ୍ତୁଟି ଅତିକ୍ରମ କରିଥିବା ପଥର ପ୍ରକୃତ ଦୈର୍ଘ୍ୟ (Length) କୁ ଦୂରତା
(i) ଦୂରତା ଏକ ଅଦିଶ ରାଶି (scalar quantity) କାରଣ ଏହାର ଦିଗ ନଥାଏ ।
(ii) ଏହି ଭୌତିକ ‘ରାଶିର ପରିମାଣକୁ କେବଳ ସଂଖ୍ୟାଦ୍ଵାରା ପ୍ରକାଶ କରାଯାଏ ।
ଏକକ : S.I. ପଦ୍ଧତିରେ ଦୂରତାର ଏକକ କି.ମି. ବା ମି. । CGS ପଦ୍ଧତିରେ ଦୂରତାର ଏକକ ସେ.ମି. ।
ଉଦାହରଣ :
BSE Odisha 9th Class Physical Science Notes Chapter 5 ଗତି - 1

ମନେକର ଗୋଟିଏ ବସ୍ତୁ ଏକ ସରଳରେଖାରେ ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ( ଠାରୁ ତାହାର ଗତି ଆରମ୍ଭ କଲା । ଭିନ୍ନ ଭିନ୍ନ ସମୟରେ A, B ଓ C ବସ୍ତୁର ବିଭିନ୍ନ ଅବସ୍ଥାନର ତିନୋଟି ବିନ୍ଦୁ । ବସ୍ତୁଟି C ଓ B ବିନ୍ଦୁ ଦେଇ A ଆଡ଼କୁ ଯାଇଛି । ସେଠାରୁ ପୁନଶ୍ଚ ସେ B ବିନ୍ଦୁ ଦେଇ C ବିନ୍ଦୁକୁ ଫେରିଆସିଛି ।
ବସ୍ତୁଟି ଅତିକ୍ରାନ୍ତ କରିଥିବା ମୋଟ ଦୂରତା = OA+ AC = 70 କି.ମି. + 50 କି.ମି. = 120 କି.ମି.।

BSE Odisha 9th Class Physical Science Notes Chapter 5 ଗତି

→ ବିସ୍ଥାପନ (Displacement):
(i) ଗୋଟିଏ ବସ୍ତୁ ଏକ ପ୍ରାରମ୍ଭିକ ବିନ୍ଦୁରୁ ତା’ର ଗତି ଆରମ୍ଭ କରି ଏକ ଅନ୍ତିମ ବିନ୍ଦୁରେ ପହଞ୍ଚିଲା ପରେ ସେହି ବିନ୍ଦୁଦ୍ଵୟ ମଧ୍ୟରେ ଥ‌ିବା ସର୍ବନିମ୍ନ ଦୂରତାକୁ ବସ୍ତୁର ବିସ୍ଥାପନ କୁହାଯାଏ । ଅର୍ଥାତ୍ ପ୍ରାରମ୍ଭିକ ବିନ୍ଦୁରୁ ଅନ୍ତିମ ବିନ୍ଦୁପର୍ଯ୍ୟନ୍ତ ବସ୍ତୁର ଅତିକ୍ରମ ଦୂରତାକୁ ବିସ୍ଥାପନ କୁହାଯାଏ ।
(ii) ବିସ୍ଥାପନ ଏକ ସଦିଶ ରାଶି (Vector quantity) କାରଣ ଏହାର ଉଭୟ ପରିମାଣ ଓ ଦିଗ ରହିଥାଏ ।
(iii) ବିସ୍ଥାପନର ଦିଗ ସର୍ବଦା ପ୍ରାରମ୍ଭିକ ବିନ୍ଦୁରୁ ଅନ୍ତିମ ବିନ୍ଦୁ ଆଡ଼କୁ ହୋଇଥାଏ ।

ଉଦାହରଣ :
(i) ଉପରିସ୍ଥ ଚିତ୍ରରେ ବସ୍ତୁଟି ଠ ଠାରୁ A ପର୍ଯ୍ୟନ୍ତ ଏକ ସରଳରେଖାରେ 70 କି.ମି. ଦୂରତା ଯାଇଛି । = 70 କି.ମି. ଏଠାରେ ବିସ୍ଥପନର ପରିମାଣ = ଦୂରତା = 70 କି.ମି
(ii) ବସ୍ତୁଟି ଠ ଠାରୁ A ପର୍ଯ୍ୟନ୍ତ ଯାଇ ପୁନଶ୍ଚ Bକୁ ଫେରି ଆସିଲେ ଅତିକ୍ରାନ୍ତ ଦୂରତା OA + AB = 70 କି.ମି.+ 20 କି.ମି. = 90 କି.ମି. ମାତ୍ର B ସ୍ଥାନରେ ମୂଳବିନ୍ଦୁ ( ଠାରୁ ବସ୍ତୁର ବିସ୍ଥାପନ 50 କି.ମି. । ତେଣୁ ବିସ୍ଥାପନର ପରିମାଣ (50 କି.ମି.) ଅତିକ୍ରାନ୍ତ ଦୂରତାର ପରିମାଣ (90 କି.ମି.) ସହ ସମାନ ନୁହେଁ ।
(iii) ଯଦି ବସ୍ତୁଟି ମୂଳବିନ୍ଦୁ ୦ ଠାରୁ ବାହାରି A ପର୍ଯ୍ୟନ୍ତ ଯାଇ ପୁଣି ଠ କୁ ଫେରି ଆସିଲେ, ଅତିକ୍ରାନ୍ତ ଦୂରତା = 70 କି.ମି. + 70 କି.ମି. = 140 କି.ମି. ।
କିନ୍ତୁ ବସ୍ତୁର ପ୍ରାରମ୍ଭିକ ବିନ୍ଦୁ ଓ ଅନ୍ତିମ ବିନ୍ଦୁ ସମାନ ହୋଇଯିବାରୁ ବସ୍ତୁର ବିସ୍ଥାପନ ଶୂନ ହେବ ।

  • ଗୋଟିଏ ବିନ୍ଦୁରେ ବସ୍ତୁର ବିସ୍ଥାପନ ଶୂନ ହୋଇପାରେ, ମାତ୍ର ଅତିକ୍ରାନ୍ତ ଦୂରତା ଶୂନ ହେବ ନାହିଁ ।
  • ଦୂରତାର ଏକକ ବିସ୍ଥାପନର ଏକକ ସହ ସମାନ ।
  • ମୋଟରଯାନ ଗତି କରୁଥିବାବେଳେ ଅତିକ୍ରମ କରୁଥିବା ଦୂରତା ମାପିବା ପାଇଁ ସେଥୁରେ ଓଡ଼ୋମିଟର (Odometer) ଲାଗିଥାଏ ।

→ ୟୁନିଫର୍ମ ଗତି ଏବଂ ଅଣ ୟୁନିଫର୍ମ ଗତି। (Uniform Motion & Non-Uniform Motion) :
ସମଗତି :
(i) ଗୋଟିଏ ବସ୍ତୁ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କଲେ, ତାହାର ଗତିକୁ ସମଗତି କୁହାଯାଏ ।
(ii) ସମଗତି କ୍ଷେତ୍ରରେ ସମୟର ଅନ୍ତରାଳ କମ୍ ହେବା ଉଚିତ । ସମଗତି କ୍ଵଚିତ୍ ଦେଖାଯାଏ ।

BSE Odisha 9th Class Physical Science Notes Chapter 5 ଗତି

ଉଦାହରଣ:
ମନେକର ଗୋଟିଏ ବସ୍ତୁ ଏକ ସରଳ ପଥରେ ପ୍ରଥମ ଘଣ୍ଟାରେ 5 କି.ମି., ଦ୍ଵିତୀୟ ଘଣ୍ଟାରେ 5 କି.ମି., ତୃତୀୟ ଘଣ୍ଟାରେ 5 କି.ମି. ଏବଂ ଚତୁର୍ଥ ଘଣ୍ଟାରେ ମଧ୍ଯ 5 କି.ମି. ଦୂରତା ଅତିକ୍ରମ କରୁଛି; ଅର୍ଥାତ୍ ପ୍ରତି ଏକ ଘଣ୍ଟା ସମୟ ଅନ୍ତରାଳ (interval)ରେ ଏହା 5 କି.ମି. ଯାଉଅଛି । ଏଠାରେ ବସ୍ତର ଗତି ସମଗତି ଅଟେ ।
ଅସମ ଗତି :
(i) ଗୋଟିଏ ବସ୍ତୁ ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କଲେ ତାହାର ଗତିକୁ ଅସମ’ ଗତି କୁହାଯାଏ ।
(ii) ପ୍ରକୃତିରେ ଅଧୁକାଂଶ ଗତି ଅସମ ଅଟେ ।

ଉଦାହରଣ:
(ii)ଜନଗହଳି ରାସ୍ତାରେ ଯାନର ଗତି ଓ ଉଠାଣି ବା ଗଡ଼ାଣି ସ୍ଥାନରେ ଯାନର ଗତି ଅସ ଅଟେ ।
(i) ମନେକର ଗୋଟିଏ ବସ୍ତୁ ପ୍ରଥମ ଘଣ୍ଟାରେ 5′ କି.ମି., ଦ୍ଵିତୀୟ ଘଣ୍ଟାରେ 3 କି.ମି. ଓ ତୃତୀୟ ଘଣ୍ଟାରେ 7 କି.ମି ଦୂରତା ଅତିକ୍ରମ କରୁଛି । ଏଠାରେ ପ୍ରତି ଏକ ଘଣ୍ଟା ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରୁଛି । ଏଠାରେ ବସ୍ତୁର ଗତି ଅସମ ଅଟେ ।

→ ଗତି (Speed):
(i) ଏକକ ସମୟ ବ୍ୟବଧାନରେ ଏକ ବସ୍ତୁ ଅତିକ୍ରାନ୍ତ କରିଥିବା ଦୂରତାକୁ ସେହି ବସ୍ତୁର ବେଗ କୁହାଯାଏ ।
(ii) ଏକ ବସ୍ତୁ t ସମୟରେ s ଦୂରତା ଅତିକ୍ରମ କଲେ, ତାହାର ବେଗ BSE Odisha 9th Class Physical Science Notes Chapter 5 ଗତି - 2
BSE Odisha 9th Class Physical Science Notes Chapter 5 ଗତି - 3
ବେଗର ପରିମାଣ ଥାଏ କିନ୍ତୁ ଦିଗ ନଥାଏ, ତେଣୁ ଏହା ଏକ ଅଦିଶ ରାଶି ।

BSE Odisha 9th Class Physical Science Notes Chapter 5 ଗତି

→ ୟୁନିଫର୍ମ ସ୍ପିଡ୍ ଏବଂ ଅଣ ୟୁନିଫର୍ମ ସ୍ପିଡ୍। (Uniform Speed and Non-Uniform Speed):
(i) ଗତିଶୀଳ ବସ୍ତୁ ସମାନ ସମୟ ଅନ୍ତରାଳରେ ସମାନ ଦୂରତା ଅତିକ୍ରମ କରୁଥିଲେ, ତାହା ସମବେଗରେ ଗତି କରୁଛି ବୋଲି କୁହାଯାଏ ।
(ii) ଗତିଶୀଳ ବସ୍ତୁ ସମାନ ସମୟ ଅନ୍ତରାଳରେ ଅସମାନ ଦୂରତା ଅତିକ୍ରମ କରୁଥିଲେ, ତାହାର ବେଗକୁ ଅସମ ବେଗ କୁହାଯାଏ । ଅସମ ବେଗରେ ଯାଉଥିବା ଗତିଶୀଳ ବସ୍ତୁର ହାରାହାରି ବେଗ ଅନେକ କ୍ଷେତ୍ରରେ ନିର୍ଣ୍ଣୟ କରାଯାଏ ।
BSE Odisha 9th Class Physical Science Notes Chapter 5 ଗତି - 4
BSE Odisha 9th Class Physical Science Notes Chapter 5 ଗତି - 20 ଯେଉଁଠି u = ବସ୍ତୁର ହାରାହାରି ବେଗ
s = ବସ୍ତୁ ଅତିକ୍ରମ କରିଥିବା ମୋଟ ଦୂରତା, t = ବସ୍ତୁ ନେଇଥ‌ିବା ମୋଟ ସମୟ

→ ପରିବେଗ (Velocity):
(i) ଏକ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ ବସ୍ତୁର ବେଗକୁ ପରିବେଗ (velocity) କୁହାଯାଏ ।
(ii) ବସ୍ତୁର ଏହି ପରିବେଗ ସମପରିବେଗ କିମ୍ବା ପରିବର୍ତୀ (variable) ପରିବେଗ ହୋଇପାରେ । ବସ୍ତୁର ବେଗ କିମ୍ବା ତାହାର ଗତିର ଦିଗ କିମ୍ବା ଉଭୟର ପରିବର୍ତ୍ତନ ହେଲେ ପରିବେଗର ପରିବର୍ତ୍ତନ ହୁଏ ।
(iii) ବସ୍ତୁର ପରିବେଗ ସମୟ ଅନୁସାରେ ସମାନ ହାରରେ ପରିବର୍ତ୍ତିତ ହେଲେ :
BSE Odisha 9th Class Physical Science Notes Chapter 5 ଗତି - 5
BSE Odisha 9th Class Physical Science Notes Chapter 5 ଗତି - 6
ଯେଉଁଠାରେ vav = ବସ୍ତୁର ହାରାହାରି ପରିବେଗ
u = ବସ୍ତୁର ପ୍ରାରମ୍ଭିକ ପରିବେଗ
v = ବସ୍ତୁର ଅନ୍ତିମ ପରିବେଗ

→ ତ୍ୱରଣ (Acceleration):
(i) ପରି ବେଗର ପରିବର୍ତ୍ତନ ହାରକୁ ତ୍ଵରଣ (Acceleration) ତ୍ଵରଣ କୁହାଯାଏ ।
କିମ୍ବା, ଏକକ ସମୟ ଅବଧ୍ଧରେ ବସ୍ତୁର ପରିବେଗର ପରିବର୍ତ୍ତନକୁ ବସ୍ତୁର ତ୍ଵରଣ କୁହାଯାଏ
(ii) ଯଦି ଗୋଟିଏ ବସ୍ତୁର ପରିବେଗ t ସମୟ ମଧ୍ୟରେ uରୁ vକୁ ପରିବର୍ତ୍ତିତ ହୁଏ, ତେବେ ତ୍ଵରଣ BSE Odisha 9th Class Physical Science Notes Chapter 5 ଗତି - 21
(iii) ତ୍ଵରଣ ଗୋଟିଏ ସଦିଶ ରାଶି । ଏହାର ଉଭୟ ପରିମାଣ ଓ ଦିଗ ଥାଏ ।
(iv) ଗତିଶୀଳ ବସ୍ତୁର ତ୍ଵରଣ ଥିଲେ, ବସ୍ତୁର ଗତିକୁ ତ୍ୱରାନ୍ବିତ (accelerated) ଗତି କୁହାଯାଏ ।
(v) ପରିବେଗ ଦିଗରେ ତ୍ଵରଣ ହେଲେ ତାହାକୁ ଯୁକ୍ତାତ୍ମକ (Positive) ତ୍ଵରଣ ଏବଂ ପରିବେଗର ବିପରୀତ ଦିଗରେ ତ୍ଵରଣ ହେଲେ ତାହାକୁ ବିଯୁକ୍ତାତ୍ମକ ତ୍ଵରଣ ବା ମନ୍ଦନ (Retardation) କୁହାଯାଏ ।
(vi) ଏକ ସରଳରେଖାରେ ଗତି କରୁଥିବା ବସ୍ତୁର ପରିବେଗ ସମାନ ସମୟ ଅନ୍ତରାଳରେ ସମାନ ପରିମାଣରେ ବୃଦ୍ଧି କିମ୍ବା ହ୍ରାସ ପାଉଥିଲେ ବସ୍ତୁଟି ସମତ୍ଵରଣରେ ଗତି କରୁଛି ବୋଲି କୁହାଯାଏ ।
(vii) ବସ୍ତୁର ପରିବେଗ ଅସମ ହାରରେ ପରିବର୍ତ୍ତିତ ହେଲେ ତାହାର ତ୍ଵରଣ ଅସୀମ ଅଟେ ।
ଉଦାହରଣ:
ଜନଗହଳିପୂର୍ଣ୍ଣ ରାସ୍ତାରେ ଗତିଶୀଳ କାର୍‌ର ଗତି ଅସମ-ତ୍ଵରଣ ଅଟେ ।

BSE Odisha 9th Class Physical Science Notes Chapter 5 ଗତି

→ ଗତିର ଲୈଖକ ବା ଗ୍ରାଫିକାଲ୍ ପରିପ୍ରକାଶ (Graphical Representation of Motion):
(i) ଆଲେଖ (Graph) ଦ୍ୱାରା ବିଭିନ୍ନ ପ୍ରକାର ଗତିର ତଥ୍ୟକୁ ସହଜରେ ଓ ସୁବିଧାରେ ଜାଣିହୁଏ ।
(ii) ରେଖା ଗ୍ରାଫ୍‌ରୁ ଗୋଟିଏ ବସ୍ତୁର ଗତି ସମ୍ପର୍କରେ ଅନେକ ତଥ୍ୟ ସହଜରେ ଜାଣିହୁଏ ।
(iii) ରେଖା ଗ୍ରାଫ୍‌ରେ ଗତିର ସାଧାରଣ ସମୟକୁ X-ଅକ୍ଷରେଖାରେ ଓ ବସ୍ତୁର ବେଗ ବା ପରିବେଗ ବା ଦୂରତା ବା ବିସ୍ଥାପନ ଇତ୍ୟାଦିକୁ Y-ଅକ୍ଷରେଖାରେ ନିଆଯାଏ । ଅନେକ କ୍ଷେତ୍ରରେ ଭୌତିକ ରାଶିଗୁଡ଼ିକୁ ଅଲଗା ଅକ୍ଷରେ ମଧ୍ୟ ନିଆଯାଏ ।
(iv) ଗ୍ରାଫ୍ ପାଇଁ ଯେଉଁ ଦୁଇଟି ରାଶିକୁ ନିଆଯାଏ ତାହା ମଧ୍ୟରୁ ସ୍ଵାଧୀନ ଚଳ (Independent variable)କୁ x-ଅକ୍ଷରେଖାରେ ଓ ନିର୍ଭରଶୀଳ ଚଳ (Dependent variable) କୁ Y-ଅକ୍ଷରେଖାରେ ନିଆଯାଇଥାଏ ।

→ ସମୟ-ଦୂରତା ଗ୍ରା ଫ୍ (Distance-Time Graph):
ବସ୍ତୁଟି ସମ-ବେଗରେ ବା ଅସମ ବେଗରେ ଗତି କରୁଥିଲେ ବା ସ୍ଥିର ହୋଇ ରହିଥିଲେ ତାହାର ସମୟ- ଦୂରତା ଗ୍ରାଫ୍ ଅଙ୍କନ କରାଯାଇ ପାରିବ ।

(a) ସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍:
(i) ମନେକର ଗୋଟିଏ ବସ୍ତୁ ସରଳରେଖାରେ ସମ ବେଗରେ ଗତି କରୁଛି । ଏହି ଗତିରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା ସମାନ ସମୟ ଅନ୍ତରାଳରେ ସମାନ ପରିମାଣରେ ବୃଦ୍ଧିପାଏ ।
(ii) ସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ ତୀର୍ଯ୍ୟକ ସରଳରେଖା ହୁଏ ଓ ଏଥିରୁ ଜଣାଯାଏ ଦୂରତା ସମହାରରେ ବୃଦ୍ଧି ପାଉଛି ।
(iii) ସମୟ-ଦୂରତା ଗ୍ରାଫ୍‌ରେ ଦୁଇଟି ବିନ୍ଦୁ A ଓ B ନିଆଯାଉ । À ସ୍ଥାନରେ ସମୟର ପାଠ୍ୟଙ୍କ t1 ଏବଂ B ସ୍ଥାନରେ ସମୟର ପାଠ୍ୟାଙ୍କ ହେଉ । A ବିନ୍ଦୁ ର ପାଠ୍ୟଙ୍କ s1 ଏବଂ ଦୂର ତାର B ବି ନ୍ଦୁ ର s2 ହେଉ ।
BSE Odisha 9th Class Physical Science Notes Chapter 5 ଗତି - 9
(iv) A ବିନ୍ଦୁରୁ X-ଅକ୍ଷରେଖା କରି ଅନ୍ୟ ଏକ ରେଖା ସହ ସମାନ୍ତର କରି ଏକ ରେଖା ଏବଂ B ବିନ୍ଦୁରୁ Y-ଅକ୍ଷରେଖା ସହ ସମାନ୍ତର ଟାଣ । ରେଖାଦ୍ଵୟ ପରସ୍ପରକୁ ୯ ବିନ୍ଦୁରେ ଛେଦ କରନ୍ତୁ ।
(v) ∆ ABC ରେ AC = ସମୟ ବ୍ୟବଧାନ = t2 – t1 ଓ BC = ଦୂରତାର ବ୍ୟବଧାନ = s2 – S1
 BSE Odisha 9th Class Physical Science Notes Chapter 5 ଗତି - 22
(b) ଅସମ ବେଗରେ ଗତିଶୀଳ ବସ୍ତୁର ସମୟ-ଦୂରତା ଗ୍ରାଫ୍ :
(i) ଗୋଟିଏ ଗତିଶୀଳ କାରର ପ୍ରତି ଦୁଇ ସେକେଣ୍ଡ ଅନ୍ତରାଳରେ ଅତିକ୍ରାନ୍ତ ଦୂରତାକୁ ଦର୍ଶାଯାଇଛି
BSE Odisha 9th Class Physical Science Notes Chapter 5 ଗତି - 10
(ii) ଅସମ ବେଗରେ ଗତି ଶୀଳ ବସ୍ତୁଦ୍ୱାରା ଅତିକ୍ରାନ୍ତ ଦୂରତା ସମାନ ସମୟ ଅନ୍ତରା କରେ ଅପମାନ ପରିମାଣରେ ବୃଦ୍ଧି ପାଏ ।
(iii) ଏ ପ୍ରକାର ଗତି ପାଇଁ ସମୟ-ଦୂରତା ଗ୍ରାଫ୍ ଏକ ବକ୍ରରେଖା ହୋଇଥାଏ । ଏହି ଗ୍ରାଫରୁ ସୂଚନା ମିଳେ ଯେ ଦୂରତା ଅସମ ହାରରେ ବୃଦ୍ଧି ପାଉଛି ।

(c) ସ୍ଥିର ବସ୍ତୁର ସମୟ-ଦୂରତା ଗ୍ରାଫ୍ :
ଯଦି ବସ୍ତୁ ର ଅବସ୍ଥାନ ସମୟ ଅନୁ ସାରେ ନ ବଦଳେ, ତେବେ ଗ୍ରାଫ୍‌ର ଅନୁ ରେଖ ଏକ ଭୂସମାନ୍ତର ସରଳରେଖା ହେବ ।
BSE Odisha 9th Class Physical Science Notes Chapter 5 ଗତି - 11

→ ସମୟ-ପରିବେଗ ଗ୍ରାଫ୍ (Velocity-Time Graph) : (କାରର ସମୟ-ଦୂରତା ଗ୍ରାଫ୍)
ସମୟ- ପରିବେଗ ଗ୍ରାଫ୍‌ରେ ସମୟକୁ X-ଅକ୍ଷରେଖାରେ ଏବଂ ପରିବେଗକୁ Y-ଅକ୍ଷରେଖାରେ ନିଆଯାଏ।
(a) ସମ ପରିବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ଟ :
(i) ଯଦି ବସ୍ତୁଟି ସମ ପରିବେଗରେ ଗତି କରୁଥାଏ ତେବେ ସମୟ-ପରିବେଗ ଗ୍ରାଫ୍ ସମୟ ଅକ୍ଷରେଖା ସମାନ୍ତର ଏକ ସରଳରେଖା ସହି ତ ହୁଏ । ଏହି। ରଉଚ୍ଚତା ସମୟ ଅକ୍ଷରେଖା ସହ ପରିବର୍ତ୍ତନ ହେବ ନାହିଁ ।
(ii) ସମୟ-ପରିବେଗ ଗ୍ରାଫ୍ AB ଦ୍ଵାରା ସୂଚିତ ହୋଇଛି । ଚିତ୍ରରେ ପ୍ରଦର୍ଶିତ ସ୍ଥିର ପରିବେଗ 40km/h ରେ ଗତି ପାଉଛି ।
(iii) A ଓ B ବିନ୍ଦୁରୁ ଦୁଇଟି ଲମ୍ବ AC ଓ BD ଅଙ୍କନ କଲେ ତାହା X-ଅକ୍ଷରେଖାକୁ ଯଥାକ୍ରମେ C ଓ D ବିନ୍ଦୁରେ ଛେଦ କରିବ ।
BSE Odisha 9th Class Physical Science Notes Chapter 5 ଗତି - 12
(iv) A ବିନ୍ଦୁ ଓ B ବିନ୍ଦୁଠାରେ ସମୟର ପାଠ୍ୟଙ୍କ ଯଥାକ୍ରମେ
t, ଓ t2 ହେର୍ତ୍ତ । AC = BD = 40 km/h 10° AB = CD = t2 – t1
(v) କାର୍‌ଟି (t1 – t2) ସମୟ ମଧ୍ୟରେ ଅତିକ୍ରାନ୍ତ କରିଥିବା ଦୂରତା / ପରିବେଗକୁ s ଦ୍ଵାରା ପ୍ରକାଶ କଲେ,
ବିସ୍ଥାପନ (s) = ABDCର କ୍ଷେତ୍ରଫଳ = AC × CD
BSE Odisha 9th Class Physical Science Notes Chapter 5 ଗତି - 23
(vi) ଯଦି ବସ୍ତୁଟି ସମ ପରିବେଗରେ ଗତି କରୁଥାଏ, ତେବେ ପରିବେଗ ଓ ସମୟର ଗୁଣଫଳ ବିସ୍ଥାପନକୁ ସୂଚାଏ ।

BSE Odisha 9th Class Physical Science Notes Chapter 5 ଗତି

(b) ସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ :
(i) ମନେକର ଗୋଟିଏ କାର୍ ସଳଖ ପଥରେ ସମ ତ୍ଵରାନ୍ଵିତ ବେଗରେ ଗତିକରୁଛି । ନିମ୍ନ ସାରଣୀରେ ପ୍ରତି 5 ସେକେଣ୍ଡରେ ତାହାର ଗତିକୁ m/s ଏକକରେ ଦର୍ଶାଯାଇଛି ।
BSE Odisha 9th Class Physical Science Notes Chapter 5 ଗତି - 8
(ii) ଏଠାରେ ଗତ ଶୀଳ ବସ୍ତୁର ପର ବେଗ ସମାନ ସମୟ ଅନ୍ତରାଳରେ ପରିବର୍ତ୍ତିତ ହେଉଛି । ଦତ୍ତ ସାରଣୀଦ୍ଵାରା ସୂଚିତ ସମ ତ୍ଵରାନ୍ଵିତ ଗତି ସମୟ-ପରିବେଗ ଗ୍ରାଫ୍ ଗୋଟିଏ ତୀର୍ଯ୍ୟକ୍ ସରଳରେଖା ହେବ ।
(iii) ସମୟ-ପରିବେଗ ଗ୍ରାଫ୍ ଓ ସମୟ ଅକ୍ଷ ମଧ୍ୟରେ ଦୁଇଟି ସମୟ ମୁହୂର୍ତ୍ତ ମଧ୍ୟରେ ଆବଦ୍ଧ କ୍ଷେତ୍ରଫଳ, କାର୍‌ଟି ଅତିକ୍ରାନ୍ତ କରୁଥିବା ମୋଟ ଦୂରତାକୁ ସୂଚାଏ । ଦୂରତା (s) = ABCDE କ୍ଷେତ୍ର ର କ୍ଷେତ୍ରଫଳ = ଆୟତକ୍ଷେତ୍ରର = ABCD ag
କ୍ଷେତ୍ରଫଳ + A ADE ର କ୍ଷେତ୍ରଫଳ
= AB × BC + \(\frac {1}{2}\) (AD × ED)

(c) ଅସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ :
(i) ଅସମ ତ୍ଵରାନ୍ଵିତ ବେଗରେ ଗତିଶୀଳ ବସ୍ତୁର ସମୟ-ପରିବେଗ ଗ୍ରାଫ୍ ପରିବେଗ ଗ୍ରାଫ୍ ଯେକୌଣସି ଆକୃତିର ହୋଇପାରେ ।
(ii) ସମୟ-ପରିବେଗ ଗ୍ରାଫ୍ (a)ରେ ବସ୍ତୁର ପରିବେଗ ସମୟ ଅନୁ ସାରେ ହ୍ରାସ ପାଇଛି ।
(iii) ଗ୍ରାଫ୍ (b)ରେ ବସ୍ତୁ ଅସମ ପରିବର୍ତ୍ତୀ ପରିବେଗରେ ଗତି କରୁଛି ।

→ ଲୈଖୁକ ପଦ୍ଧତିରେ ଗତି ସମୀକରଣଗୁଡ଼ିକର ବ୍ୟୁତ୍ପତ୍ତି (Derivation of Equations of Motion by Graphical Methods):
(i) ମନେକର ଗୋଟିଏ ବସ୍ତୁ ଏକ ସରଳରେଖାରେ ସମ ତ୍ଵରଣରେ ଗତି କରୁଛି । ବସ୍ତୁଟି ଗୋଟିଏ ବିନ୍ଦୁରୁ ବାହାରି । ସମୟ ପରେ ଆଉ ଗୋଟିଏ ସ୍ଥାନରେ ପହଞ୍ଚୁଛି । t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ପରିବେଗ = u
t ସମୟରେ ବସ୍ତୁର ଅନ୍ତିମ ପରିବେଗ = v
ଗତି କରୁଥିବା ସମୟ ଅବଧୂ = t
ବସ୍ତୁର ତ୍ଵରଣ = a
t ସମୟ ପରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା = s
(ii) X-ଅକ୍ଷରେଖାରେ ସମୟକୁ ଏବଂ Y-ଅକ୍ଷରେଖାରେ ଗତି କରୁଥ‌ିବାରୁ ସମୟ-ପରି ବେଗ ଗ୍ରା, AB ସରଳରେଖାଦ୍ଵାରା ଦର୍ଶାଯାଇଛି ।
(iii) B ବିନ୍ଦୁରୁ X-ଅକ୍ଷରେଖା ପ୍ରତି BC ଲମ୍ବ ଅଙ୍କନ କରାଯାଉ ଯାହା À ବିନ୍ଦୁରୁ X-ଅକ୍ଷରେଖା ପ୍ରତି ଅଙ୍କିତ AD ସମାନ୍ତର ରେଖା BCକୁ D ବିନ୍ଦୁରେ ଛେଦ କରିବ ।

(iv) ଏହି ରାଶିମାନଙ୍କ ମଧ୍ୟରେ ଥିବା ସମ୍ପର୍କକୁ ତିନୋଟି ସମୀକରଣ ମାଧ୍ୟମରେ ପ୍ରକାଶ କରିହେବ । ଏମାନଙ୍କୁ ଗତି ସମୀକରଣ (Equation of Motion) କୁହାଯାଏ । ଏହି ସମୀକରଣଗୁଡ଼ିକ ହେଲା –

BSE Odisha 9th Class Physical Science Notes Chapter 5 ଗତି

→ ପ୍ରଥମ ଗତି ସମୀକରଣ
ସମୟ-ପରିବେଗ ସମ୍ପର୍କିତ ସମୀକରଣ (Equation for Velocity-Time Relation):
A ବିନ୍ଦୁ t = 0 ସମୟରେ ବସ୍ତୁର ପ୍ରାରମ୍ଭିକ ଅବସ୍ଥାନ ଏବଂ ଏହାର ନିର୍ଦ୍ଦେଶାଙ୍କଦ୍ଵୟ (0, u) । B ବିନ୍ଦୁ t = t ସମୟରେ ବସ୍ତୁର ଅନ୍ତିମ ଅବସ୍ଥାନ ଏବଂ ଏହାର ନିର୍ଦ୍ଦେଶାଙ୍କ ଦ୍ଵୟ (t, v) ।
OA = DC = u, BC = v, AD = t, BD = BC – DC = v – u

∴ v = u + at ଏହା ପ୍ରଥମ ଗତି ସମୀକରଣ ଅଟେ ।

ଦ୍ଵିତୀୟ ଗତି ସମୀକରଣ :
→ ସମୟ-ଅବସ୍ଥାନ ସମ୍ପର୍କ ସମୀକରଣ (Equation for Position-Time Relation):
(i) ଗୋଟିଏ ବସ୍ତୁର ବିସ୍ଥାପନ ଓ ସମୟ ମଧ୍ୟରେ ଥିବା ସମ୍ପର୍କର ସମୀକରଣକୁ ଦ୍ୱିତୀୟ ଗତି ସମୀକରଣ କୁହାଯାଏ ।
(ii) ଦତ୍ତ ଚିତ୍ରରେ ଲେଖ AB ଏକ ସମ ତ୍ଵରାନ୍ଵିତ ବସ୍ତୁର ସରଳରେଖ୍ୟକ ଗତି ପାଇଁ ଅଙ୍କିତ ହୋଇଛି ।
(iii) ମନେକର ବସ୍ତୁଟି ମୂଳବିନ୍ଦୁରୁ ଯାତ୍ରା ଆରମ୍ଭ କରି ଏକ ସରଳରେଖାରେ ତ୍ଵରଣ ଥରେ ଗତିକରି । ସମୟ ମଧ୍ୟରେ s ଦୂରତା ଅତିକ୍ରମ କରିଛି ।
(iv) ଲେଖ AB ଓ X-ଅକ୍ଷରେଖା ମଧ୍ଯରେ t ସମୟ OABCର କ୍ଷେତ୍ର ଳ t ସମୟ ମଧ୍ୟରେ ବସ୍ତୁଦ୍ଵାରା ଅତିକ୍ରାନ୍ତ ଦୂରତା s ର ପରିମାଣ ସହ ସମାନ ।
s = OABC କ୍ଷେତ୍ରର କ୍ଷେତ୍ରଫଳ
= OADC ଆୟକ୍ଷେତ୍ରର କ୍ଷେତ୍ରଫଳ + ∆ ABDର କ୍ଷେତ୍ରଫଳ
= (OA × OC) + \(\frac {1}{2}\) (AD × BD) = u x t + \(\frac {1}{2}\) t × at (∵ BD = v – u = at) = ut + \(\frac {1}{2}\) at2
s = ut + \(\frac {1}{2}\) at2 ଏହା ଦ୍ଵିତୀୟ ଗତି ସମୀକରଣ ଅଟେ।

BSE Odisha 9th Class Physical Science Notes Chapter 5 ଗତି

ତୃତୀୟ ଗତି ସମୀକରଣ :
ପରିବେଗ-ଅବସ୍ଥାନ ସମ୍ପର୍କିତ ସମୀକରଣ (Equation for Position-Velocity Relation):
ବସ୍ତୁର ସମୟ-ପରିବେଗ ଗ୍ରାଫ୍‌ରେ ବସ୍ତୁଟି t ସମୟ ମଧ୍ୟରେ ଅତିକ୍ରାନ୍ତ କରୁଥିବା ଦୂରତା sକୁ ଅନ୍ୟ ଏକ ସମୀକର ଦ୍ଵାରା ପ୍ରକାଶ କରାଯାଇପାରିବ

→ ସମବୃତ୍ତୀୟ ଗତି (Uniform Circular Motion):
(i) ବୃତ୍ତକାର ପଥରେ ଗୋଟିଏ ବସ୍ତୁ ସମବେଗରେ ଗତି କରିବାକୁ ସମବୃତ୍ତୀୟ ଗତି କୁହାଯାଏ ।
(ii) କୌଣସି ବସ୍ତୁର ପରିବେଗରେ ପରିବର୍ତ୍ତନ ହେଲେ ବସ୍ତୁଟି ତ୍ଵରାନ୍ଵିତ ଗତି କରୁଛି ବୋଲି କୁହାଯାଏ । ପରିବେଗରେ ପରିବର୍ତ୍ତନ ପରିବେଗର ପରିମାଣ କିମ୍ବା ଦିଗ କିମ୍ବା ଉଭୟର ପରିବର୍ତ୍ତନ ଯୋଗୁଁ ହୋଇଥାଏ ।
(iii) ବୃତ୍ତାକାର ପଥରେ ଗତି କରିବା ଏକ ତ୍ଵରାନ୍ଵିତ ଗତି ଅଟେ ।
(iv) ମନେକର ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧ = r
∴ ବୃତ୍ତର ପରିଧ୍ଵ = 2πr
ଯଦି ଜଣେ ଧାବକ ଗୋଟିଏ ଥର ବୃତ୍ତାକାର ପଥରେ ଗତି କରିବାକୁ t ସେକେଣ୍ଡ ସମୟ ନିଏ, ଧାବକର ବେଗ BSE Odisha 9th Class Physical Science Notes Chapter 5 ଗତି - 19

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

Odisha State Board BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ will enable students to study smartly.

BSE Odisha Class 9 Physical Science Notes Chapter 3 ପରମାଣୁ ଓ ଅଣୁ

→ ଉପକ୍ରମ (Introduction):
(i) ପ୍ରାଚୀନ ଭାରତର ଦାର୍ଶନିକ ମହର୍ଷି କଣାଦ (400 BC)ଙ୍କ ପରିକଳ୍ପନା ଅନୁଯାୟୀ, ପଦାର୍ଥକୁ ବିଭାଜନ କରି ଚାଲିଲେ କ୍ଷୁଦ୍ରରୁ କ୍ଷୁଦ୍ର କଣିକା ମିଳିବ । କିନ୍ତୁ ଶେଷରେ ଏପରି ଏକ ଅବସ୍ଥା ଆସିବ ଯେତେବେଳେ କ୍ଷୁଦ୍ର କଣିକାକୁ ଆଉ ବିଭାଜନ କରି ହେବ ନାହିଁ । ଏହି କ୍ଷୁଦ୍ରତମ କଣିକାକୁ ସେ ପରମାଣୁ ନାମ କରିଥିଲେ।
(ii) ଭାରତୀୟ ଦାର୍ଶନିକ ପାକୁଧା କାତ୍ୟାୟନଙ୍କ ମତରେ କଣିକାଗୁଡ଼ିକ ସାଧାରଣତଃ ସମ୍ମିଳିତ ଭାବରେ ରହିଥା’ନ୍ତି ଏବଂ ଅନେକ ପ୍ରକାର ପଦାର୍ଥ ଗଠନ କରିଥା’ନ୍ତି ।
(iii) ଗ୍ରୀକ୍ ଦାର୍ଶନିକ ଲିଉସିପ୍ଟସ୍ ଏବଂ ଡିମୋକ୍ରିଟସ୍କଙ୍କ ମତରେ, ପଦାର୍ଥଗୁଡ଼ିକ କ୍ଷୁଦ୍ର ଏବଂ ଅବିଭାଜ୍ୟ କଣିକାଗୁଡ଼ିକୁ ନେଇ ଗଠିତ ହୋଇଥାଏ । ଡିମୋକ୍ରିଟିସ୍ ଏହି କ୍ଷୁଦ୍ର କଣିକାର ନାମ ଆଟମ୍ ଦେଇଥିଲେ । ଗ୍ରୀକ୍ ଭାଷାରେ ଆଟମ୍‌ର ଅର୍ଥ ‘ଅବିଭାଜ୍ୟ’ ।

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

→ ରାସାୟନିକ ସଂଯୋଗର ନିୟମ (Laws of Chemical Combination) :
(i) ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବୈଜ୍ଞାନିକ ଏ. ଏଲ୍. ଲାଭଇସିଅର (1774) ବସ୍ତୁତ୍ଵ ସଂରକ୍ଷଣ ନିୟମ ପ୍ରତିପାଦନ କରି ରସାୟନ ବିଜ୍ଞାନର ଭିଭି ସ୍ଥାପନ କରିଥିଲେ ।
(ii) ବୈଜ୍ଞାନିକ ଜେ. ଏଲ୍. ପ୍ରାଉଷ୍ଟ (1797) ରାସାୟନିକ ସଂଯୋଗର ସ୍ଥିରାନୁପାତ ନିୟମ ପ୍ରତିପାଦନ କରିଥିଲେ ।

→ ମାସର ସଂରକ୍ଷଣ ନିୟମ | (Law of Conservation of Mass):
ଏକ ରାସାୟନିକ ପ୍ରତିକ୍ରିୟା ସମୟରେ ବସ୍ତତ୍ଵର ସୃଷ୍ଟି ହୁଏ ନାହିଁ କିମ୍ବା ବିନାଶ ହୁଏ ନାହିଁ, କେବଳ ସଂରକ୍ଷିତ ଥାଏ । ଏହାକୁ ବସ୍ତୁତ୍ଵ ସଂରକ୍ଷଣ ନିୟମ କୁହାଯାଏ । ଅର୍ଥାତ୍, ଯେତେବେଳେ ଏକ ରାସାୟନିକ ପରିବର୍ତ୍ତନ ବା 2g ହାଇଡ୍ରୋଜେନ 71g କ୍ଲୋରିନ ସହ ପ୍ରତିକ୍ରିୟା କରି 73g ହାଇଡ୍ରୋଜେନ କ୍ଲୋରାଇଡ଼ ଉତ୍ପନ୍ନ ହୁଏ । ସହ ସମାନ ଥାଏ ।
ଉଦାହରଣ :
2g ହାଇଡ୍ରୋଜେନ 71g କ୍ଲୋରିନ ସହ ପ୍ରତିକ୍ରିୟା କରି 73g ହାଇଡ୍ରୋଜେନ କ୍ଲୋରାଇଡ଼ ଉତ୍ପନ୍ନ ହୁଏ ।
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 1

→ ସ୍ଥିରାନୁପାତ ନିୟମ (Law of Constant Proportions):
ଏକ ରାସାୟନିକ ଯୌଗିକରେ ମୌଳିକଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ଅନୁପାତରେ ରହିଥାଏ । ଅର୍ଥାତ୍ କୌଣସି ଏକ ଯୌଗିକ ପଦାର୍ଥ ଯେପରି ପ୍ରସ୍ତୁତ ହେଉ ନା କାହିଁକି କିମ୍ବା ଯେକୌଣସି ଉତ୍ସରୁ ମିଳିଥାଉ, ସେଥୁରେ ସମାନ ମୌଳିକଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ଵ ଅନୁପାତରେ ସଂଯୁକ୍ତ ହେବାଦ୍ଵାରା ତାହା ସୃଷ୍ଟି ହୋଇଥାଏ ।

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

ଉଦାହରଣ :
(i) କୂଅ, ପୋଖରୀ, ନଦୀ, ସମୁଦ୍ର ଆଦି ଜଳକୁ ସଂଗ୍ରହ କଲେ ମଧ୍ୟ ଜଳରେ ସର୍ବଦା ହାଇଡ୍ରୋଜେନ୍ ଓ ଅକ୍‌ ସି ଜେନ୍ 1 : 8 ବସ୍ତୁତ୍ଵ ଅନୁ ପାତରେ ସଂଯୁକ୍ତ ହୋଇଥାଏ । 9 ଗ୍ରାମ୍ ଜଳକୁ ବିଘଟନ (decompose) କଲେ ସର୍ବଦା 1 ଗ୍ରାମ୍ ହାଇଡ୍ରୋଜେନ୍ ଏବଂ 8 ଗ୍ରାମ୍ ଅକ୍‌ସିଜେନ୍ ମିଳେ ।
(ii) imf କାର୍ବନ ଓ ଅକ୍‌ସିଜେନ୍‌ର ବସ୍ତୁତ୍ଵର ଅନୁପାତ ସର୍ବଦା 3 : 8 ହେବ ।

→ ଡାଲ୍‌ନ୍‌ଙ୍କ ପରମାଣୁ ତତ୍ତ୍ବ (Dalton’s Atomic Theory):
ବୈଜ୍ଞାନିକ ଜନ୍ ଡାଲ୍‌ଟନ୍‌ 1808 ମସିହାରେ ପଦାର୍ଥର ଗଠନ ସମ୍ବନ୍ଧରେ ଏକ ନୂତନ ତତ୍ତ୍ଵ ଉପସ୍ଥାପନ କରିଥିଲେ । ଏହାକୁ ଡାଲ୍‌ନ୍‌ଙ୍କ ପରମାଣୁ ତତ୍ଵ କୁହାଯାଏ । ଏହି ପରମାଣୁ ତତ୍ତ୍ଵର ସ୍ଵୀକାରଗୁଡ଼ିକ ହେଲ୍।‌”
(i) ପଦାର୍ଥ ଅନେକଗୁଡ଼ିଏ ଅତି କ୍ଷୁଦ୍ର କଣିକାଦ୍ଵାରା ଗଠିତ । ସେହି କଣିକାକୁ ପରମାଣୁ କୁହାଯାଏ ।
(ii) ପରମାଣୁଗୁଡ଼ିକ ଅବିଭାଜ୍ୟ କଣିକା । ରାସାୟନିକ ପ୍ରତିକ୍ରିୟାରେ ଏହାକୁ ସୃଷ୍ଟି କରାଯାଇ ପାରିବ ନାହିଁ କିମ୍ବା ବିନାଶ କରାଯାଇ ପାରିବ ନାହିଁ ।
(iii) କୌଣସି ଏକ ମୌଳିକର ପରମାଣୁଗୁଡ଼ିକର ବସ୍ତୁତ୍ଵ ଓ ରାସାୟନିକ ଧର୍ମ ସମାନ ।
(iv) ବିଭିନ୍ନ ମୌଳିକର ପରମାଣୁଗୁଡ଼ିକର ବସ୍ତୁତ୍ଵ ଓ ରାସାୟନିକ ଧର୍ମ ଭିନ୍ନ ହୋଇଥାଏ ।
(v) ବିଭିନ୍ନ ମୌଳିକର ପରମାଣୁଗୁଡ଼ିକ ଛୋଟ ପୂଣ୍ଣ (small whole numbers) ପୂର୍ଣ୍ଣ ସଂଖ୍ୟା ଅନୁ ପାତରେ ସଂଯୁକ୍ତ ହୋଇ ଯୌଗିକ ସୃଷ୍ଟି କରନ୍ତି ।

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

ବିଜ୍ଞାନର ଅଗ୍ରଗତି ଯୋଗୁଁ ଡାଲ୍‌ନ୍‌ଙ୍କ ପରମାଣୁ ତତ୍ତ୍ଵ ସଂଶୋଧୃତ ହୋଇଛି । ପରମାଣୁକୁ ବିଭାଜନ କରି ହେଲାଣି । ପରମାଣୁ ମଧ୍ୟରେ ଏହାଠାରୁ କ୍ଷୁଦ୍ରତର ଏକାଧ୍ଵକ ଅବପରମାଣୁ (subatomic) କଣିକାମାନ ରହିଛି ।

→ ପରମାଣୁ (Atom):
(i) ପ୍ରତ୍ୟେକ ପଦାର୍ଥ ବହୁସଂଖ୍ୟକ ଛୋଟ ଛୋଟ ପରମାଣୁ ଦ୍ଵାରା ଗଠିତ ହୋଇଥାଏ ।
(ii) ପରମାଣୁକୁ ଖାଲି ଆଖୁରେ ଦେଖୁ ନ ପାରିଲେ ମଧ୍ୟ, ଆଧୁନିକ ବୈଷୟିକ ଜ୍ଞାନଦ୍ଵାରା ଏହାର ସ୍ଥିତି ପ୍ରମାଣିତ ହୋଇପାରିଛି ।

ବିଭିନ୍ନ ମୌଳିକର ପରମାଣୁମାନଙ୍କର ପ୍ରତୀକ :
ମୌଳିକର ସଂପୂର୍ଣ୍ଣ ନାମ ପରିବର୍ତ୍ତେ ବ୍ୟବହୃତ ହେଉଥ‌ିବା ସଂକ୍ଷିପ୍ତ ନାମକୁ ପ୍ରତୀକ (symbol) କୁହାଯାଏ ।
(i) ମୌଳିକର ପ୍ରତୀକକୁ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ବ୍ୟବହାର କରିବାରେ ଡାଲ୍ଟ ଟନ୍ ହେଉଛନ୍ତି ପ୍ରଥମ ବୈଜ୍ଞାନିକ ।
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 2
(iii) ବୈଜ୍ଞାନିକ ବର୍ଜିଲିୟସ୍କଙ୍କ ମତରେ ମୌଳିକ ନାମର ଗୋଟିଏ କିମ୍ବା ଦୁଇଟି ଅକ୍ଷରକୁ ନେଇ ସେହି ମୌଳିକର ପ୍ରତୀକ ଲେଖାଯାଇପାରେ ।
(iv) ବର୍ତ୍ତମାନ ଆନ୍ତର୍ଜାତିକ ବିଶୁଦ୍ଧ ଓ ପ୍ରୟୋଗାତ୍ମକ ରସାୟନ ସଂଘ (International Union of Pure and Applied Chemistry) ବା ଆଇୟୁପିଏସି (IUPAC) ମୌଳିକଗୁଡ଼ିକର ନାମ ଅନୁମୋଦନ କରନ୍ତି ।
(v) ଅଧିକାଂଶ ପ୍ରତୀକ ମୌଳିକର ଇଂରାଜୀ ନାମର ପ୍ରଥମ ଅକ୍ଷର କିମ୍ବା ପ୍ରଥମ ଦୁଇଟି ଅକ୍ଷର ନେଇ ଗଠିତ । ପ୍ରତୀକର ପ୍ରଥମ ଅକ୍ଷରଟି ସବୁବେଳେ ଇଂରାଜୀର ବଡ଼ ଅକ୍ଷର (capital letter) ଦ୍ଵିତୀୟଟି ଛୋଟ ଅକ୍ଷର (small letter) ଲେଖାଯାଏ ।

କେତେକ ମୌଳିକର ପ୍ରତୀକ, ଲାଟିନ୍ ନାମ, ଗ୍ରୀକ୍ ନାମ, ଇଂରାଜୀ ନାମ
ଲି ଖ୍ତ ଭାଷାର ନାମ
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 3
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 5

ପାରମାଣବିକ ବସ୍ତୁତ୍ୱ (Atomic Mass) :
(i) ପରମାଣୁର ବସ୍ତୁତ୍ଵ ଏତେ କମ୍ ଯେ, ଗୋଟିଏ ପରମାଣୁର ବସ୍ତୁତ୍ଵକୁ ସିଧାସଳଖ ମପାଯାଇ ପାରିବ ନାହିଁ । ତେଣୁ ବୈଜ୍ଞାନିକମାନେ ରାସାୟନିକ ସଂଯୋଗର ନିୟମ ଏବଂ ସୃଷ୍ଟି ହେଉଥ‌ିବା ଯୌଗିକକୁ ଉପଯୋଗ କରି ମୌଳିକର ତୁଳନାତ୍ମକ ବା ଆପେକ୍ଷିକ (relative) ବସ୍ତୁତ୍ଵ ନିର୍ଣ୍ଣୟ କରିଥିଲେ । ଏଥ‌ିପାଇଁ କୌଣସି ଏକ ପରମାଣୁର ବସ୍ତୁତ୍ଵକୁ ମାନକ ଏକକ (standard unit) ରୂପେ ନେଇ ଅନ୍ୟ ମୌଳିକର ପରମାଣୁର ବସ୍ତୁତ୍ଵ ନିର୍ଣ୍ଣୟ କରିବା ପାଇଁ ବୈଜ୍ଞାନିକମାନେ ନିଷ୍ପତ୍ତି ନେଇଥିଲେ ।
(ii) ପ୍ରଥମେ ବୈଜ୍ଞାନିକମାନେ ପ୍ରାକୃତିକ ଭାବରେ ମିଳୁଥିବା ଅକ୍‌ସିଜେନ୍‌ର ଗୋଟିଏ ପରମାଣୁର \(\frac {1}{16}\) ଭାଗ ବସ୍ତୁତ୍ଵକୁ ମାନକ ଏକକ ରୂପେ ନେଇଥିଲେ । କାରଣ –
(a) ଅନେକ ମୌଳିକ ସହିତ ଅକ୍‌ସିଜେନ୍ ରାସାୟନିକ ପ୍ରତିକ୍ରିୟା କରେ ଏବଂ ଯୌଗିକ ସୃଷ୍ଟି କରିପାରେ ।
(b) ଅଧିକାଂଶ ମୌଳିକର ପାରମାଣବିକ କୌଣସି ମୌଳିକର ପାରମାଣବିକ ବସ୍ତୁତ୍ୱ ବସ୍ତୁ ତ୍ଵ ଏହି ମାନ କ ଏ କ କ ନେ ବି। ଦ୍ଵାର। ପୂର୍ଣ୍ଣ ସଂଖ୍ୟା ହୋଇଥାଏ ।
(iii) 1961 ମସିହାରୁ ୯ ବା କାର୍ବନ−12 (ବା C-12) ସମାବୟବ (isotope) ର \(\frac {1}{12}\) ଭାଗ ବା ଅଂଶକୁ ମାନକ ଏକକ ରୂପେ ବିଶ୍ବବ୍ୟାପୀ ବ୍ୟବହାର କରାଗଲା
(iv) C ର ପାରମାଣବିକ ବସ୍ତୁତ୍ଵ 12 ଅଟେ । ଏହି ଏକକକୁ ପାରମାଣବିକ ବସ୍ତୁତ୍ଵ ଏକକ (atomic mass unit) ବା ସଂକ୍ଷେପରେ amu କୁହାଯାଏ । ଏବେ ଏହି ଏକକକୁ ‘u’ (undefined mass) ଲେଖା ଯାଉଛି ।
(v) ଏକ C-12 ପରମାଣୁର \(\frac {1}{12}\) ଭାଗ ବସ୍ତୁତ୍ଵ ତୁଳନାରେ ଗୋଟିଏ ମୌଳିକର ପରମାଣୁର ବସ୍ତୁତ୍ଵ ହେଉଛି ସେହି ମୌଳିକର ପାରମାଣବିକ ବସ୍ତୁତ୍ଵ ।
(vi) ମୌଳିକର ପାରମାଣବିକ ବସ୍ତତ୍ଵ ଏକ ଆନୁ ପାତିକ ବା ତୁଳନାତ୍ମକ ମୂଲ୍ୟ ।
(vii) ପାରମାଣବିକ ବସ୍ତୁତ୍ଵକୁ ଗ୍ରାମ୍‌ରେ ପ୍ରକାଶ କଲେ ତାହାକୁ ଗ୍ରାମ୍ ପାରମାଣବିକ ବସ୍ତୁତ୍ଵ କୁହାଯାଏ । କେତେକ ମୌଳିକର ପ୍ରତୀକ ଓ ଏହାର ପାରମାଣବିକ ବସ୍ତତ୍ଵ ହୋଇଥାଏ ।
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 7
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 8
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 9
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 10

→ ଅଣୁ (Molecule) :
(i) ଅଣୁ ହେଉଛି ଏକ ମୌଳିକ କିମ୍ବା ଯୌଗିକର କ୍ଷୁଦ୍ରତମ କଣିକା ଯାହା ସ୍ଵାଧୀନ ଭାବରେ ରହିବାକୁ ଯୌଗିକର ସମସ୍ତ ଧର୍ମ ପ୍ରଦର୍ଶନ କରିଥାଏ ।
(ii) ସମର୍ଥ ଏବଂ ସେହି ମୌଳିକ କିମ୍ବା ଏକ ମୌଳିକର ଅଣୁ ଏକ ବା ଏକାଧିକ ସମଜାତୀୟ ପରମାଣୁକୁ ନେଇ ଗଠିତ ହୋଇଥାଏ ।
(iii) ଯୌଗିକର ଅଣୁ ସର୍ବଦା ଏକାଧିକ ଅସମଜାତୀୟ ପରମାଣୁକୁ ନେଇ ଗଠିତ ହୋଇଥାଏ ।
(iv) ଅଣୁ ମଧ୍ୟରେ ଥିବା ଏକାଧିକ ପରମାଣୁ ପରଷ୍ଟର ମଧ୍ୟରେ ରାସାୟନିକ ବନ୍ଧଦ୍ଵାରା ବାନ୍ଧି ହୋଇଥା’ନ୍ତି ।

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

→ ଉପାଦାନଗୁଡ଼ିକର ଅଣୁଗୁଡ଼ିକ (Molecules of Elements)
(i) ଏକ ମୌଳି କ ର ଅଣୁ ସମଜାତୀୟ ରମାଣୁକୁ ନେଇ ଗଠିତ ହୋଇଥାଏ ।
(ii) କେତେକ ମୌଳିକର ଅଣୁ ଗୋଟିଏ ପ ର ମ ଣୁ କୁ ନେ ଇ ହୋଇଥ୍ ବା ବେଳେ ଆଉ କେତେ କ ଦୁଇଟି କିମ୍ବା ତିନୋଟି କିମ୍ବା ଅନେକ ପରମାଣୁକୁ ନେଇ ଗଠିତ ହୋଇଥାଏ ।
(iii) ଅଣୁରେ ଥିବା ପରମାଣୁର ସଂଖ୍ୟାକୁ ତାହାର ପରମାଣୁକତା (atomicity) କୁହାଯାଏ ।
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 11
ଉଦାହରଣ :
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 12

→ ଯୌଗିକର ଅଣୁ (Molecules of Compounds) :
(i) ବିଭିନ୍ନ ମୌଳିକର ପରମାଣୁଗୁଡ଼ିକ ଏକ ନିର୍ଦ୍ଦିଷ୍ଟ ଅନୁ ପାତରେ ଏକତ୍ର ମିଳିତ ହୋଇ ଯୌଗିକର ଅଣୁ ଗଠନ କରିଥା’ନ୍ତି ।
(ii) ଯୌଗିକର ଅଣୁ ଭିନ୍ନ ଜାତୀୟ ପରମାଣୁକୁ ନେଇ ଗଠିତ ହୋଇଥାଏ ।
ଉଦାହରଣ :
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 13

→ ଆୟନ (Ion) :
ଗୋଟିଏ ପରମାଣୁ ଇଲେକ୍‌ଟ୍ରମ୍ ଲାଭ କଲେ ବା ତ୍ୟାଗ କଲେ ଯେଉଁ ଚାର୍ଜିତ କଣିକା ସୃଷ୍ଟିହୁଏ, ଏହି ଚାର୍ଜଯୁକ୍ତ କଣିକାକୁ ଆୟନ କୁହାଯାଏ ।
(i) ଆୟନ ଯୁକ୍ତ ଚାର୍ଜ ବିଶିଷ୍ଟ ବା ବିଯୁକ୍ତ ଚାର୍ଜ ବିଶିଷ୍ଟ ହୋଇଥାଏ । NaCl → Na+ + Cl ଯୁକ୍ତାତ୍ମକ ଚାର୍ଜିତ ଆୟନକୁ କ୍ୟାଟାୟନ (cation) ଏବଂ ବିଯୁକ୍ତାତ୍ମକ ଚାର୍ଜିତ ଆୟନକୁ ଆନାୟନ (anion) କୁହାଯାଏ ।
ଉଦାହରଣ : ସୋଡ଼ିୟମ୍‌ କ୍ଲୋରାଇଡ୍ ଯୌଗିକରେ ଥ‌ିବା ଚାର୍ଜଯୁକ୍ତ କଣିକାଗୁଡ଼ିକ ହେଉଛି ଯୁକ୍ତାତ୍ମକ ସୋଡ଼ିୟମ୍‌ ଆୟନ (Na+) ଓ ବିଯୁକ୍ତାତ୍ମକ କ୍ଲୋରାଇଡ୍ ଆୟନ (Cl) ।
(ii) ଏକାଧିକ ପରମାଣୁ ଏକତ୍ର ହୋଇ ଚାର୍ଜ ବହନ କରୁଥିଲେ ସେଗୁଡ଼ିକୁ ପଲିଆଟମିକ୍ ଆୟନ (Polyatomic ion) କୁହାଯାଏ ।
(iii) ଜଳୀୟ ଦ୍ରବଣରେ ଆୟନ ସୃଷ୍ଟି ହେଲେ ଦ୍ରବଣଟି ବିଦ୍ୟୁତ୍ ସୁପରିବାହୀ ହୋଇଥାଏ । ଖାଇବା ଲୁଣରୁ ପ୍ରସ୍ତୁତ ଜଳୀୟ ଦ୍ରବଣରେ ଯୁକ୍ତାତ୍ମକ Na+ ଆୟନ ଓ ବିଯୁକ୍ତାତ୍ମକ C ଆୟନ ରହିଥାଏ । ତେଣୁ ଖାଇବା ଲୁଣର ଜଳୀୟ ଦ୍ରବଣ ବିଦ୍ୟୁତ୍ ସୁପରିବାହୀ ଅଟେ ।
(iv) ଚିନିର ଜଳୀୟ ଦ୍ରବଣରେ ଚିନି ଅଣୁର ବିୟୋଜନ (Dissociation) ହୁଏ ନାହିଁ ଏବଂ ଆୟନ ସୃଷ୍ଟି ହୁଏ ନାହିଁ । ତେଣୁ ଚିନିର ଜଳୀୟ ଦ୍ରବଣ ବିଦ୍ୟୁତ୍ ସୁପରିବାହୀ ନୁହେଁ ।
କେତୋଟି ଆନର ନାମ ଓ ପ୍ରତାକ/ସଙ୍କେତ:
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 14

→ ଯୋଗ୍ୟତା (Valency) :
ମୌଳିକର ସଂଯୋଜନ କ୍ଷମତାକୁ ଏହାର ଯୋଗ୍ୟତା (valency) କୁହାଯାଏ । ହାଇଡ୍ରୋଜେନ୍ ର ଯୋଗ୍ୟତାକୁ ଏକ ଧରି ଅଧିକାଂଶ ମୌଳିକର ଯୋଗ୍ୟତା ନିର୍ଣ୍ଣୟ କରାଯାଏ ।
ଉଦାହରଣ :
(a) ହାଇଡ୍ରୋକ୍ଲୋରିକ୍ ଏସିଡ୍ (HCl) ର ଗୋଟିଏ ଅଣୁରେ ଗୋଟିଏ କ୍ଲୋରିନ୍ ପରମାଣୁ ଗୋଟିଏ ହାଇଡ୍ରୋଜେନ୍ ପରମାଣୁ ସହ ସଂଯୁକ୍ତ ହୋଇଛି । ତେଣୁ କ୍ଲୋରିନ୍‌ର ଯୋଗ୍ୟତା ଏକ ଅଟେ ।
(b) ଜଳ (H2O) ଅଣୁରେ ଗୋଟିଏ ଅକ୍‌ସିଜେନ୍ ପରମାଣୁ ଦୁଇଟି ହାଇଡ୍ରୋଜେନ୍ ପରମାଣୁ ସହ ସଂଯୁକ୍ତ ହୋଇଛି । ତେଣୁ ଅକ୍‌ସିଜେନ୍‌ର ଯୋଗ୍ୟତା ଦୁଇ ଅଟେ ।
(c) ଏମୋନିଆ (NH3) ଅଣୁରେ ନାଇଟ୍ରୋଜେନ୍ ର ଗୋଟିଏ ପରମାଣୁ ହାଇଡ୍ରୋଜେନ୍‌ର ତିନୋଟି ପରମାଣୁ ସହ ସଂଯୁକ୍ତ ହୋଇଛି । ତେଣୁ ନାଇଟ୍ରୋଜେନ୍‌ର ଯୋଗ୍ୟତା ତିନି ଅଟେ ।
(d) ମିଥେନ୍ (CH4) ଅଣୁରେ କାର୍ବନର ଗୋଟିଏ ପରମାଣୁ ହାଇଡ୍ରୋଜେନ୍‌ର ଚାରୋଟି ପରମାଣୁ ସହ ସଂଯୁକ୍ତ ହୋଇଛି । ତେଣୁ କାର୍ବନର ଯୋଗ୍ୟତା ଚାରି ଅଟେ । ସମସ୍ତ ଯୌଗିକର ଉପାଦାନ ହାଇଡ୍ରୋଜେନ୍ ନୁହେଁ । ତେଣୁ ଅନ୍ୟ ମୌଳିକର ଯୋଗୁଁ ତାକୁ ଭିଭିକରି କେତେକ ମୌଳିକର ଯୋଗ୍ୟତା ନିର୍ଣ୍ଣୟ କରାଯାଇଛି ।

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

ଉଦାହରଣ :
(a) ସୋଡିୟମ୍‌ କ୍ଲୋରାଇଡ୍ (NaCl) ର ଗୋଟିଏ ଅଣୁରେ ଗୋଟିଏ ସୋଡ଼ିୟମ୍ ପରମାଣୁ ଗୋଟିଏ କ୍ଲୋରିନ୍ ପରମାଣୁ ସହ ସଂଯୁକ୍ତ ହୋଇଛି । ତେଣୁ ସୋଡ଼ିୟମ୍‌ର ଯୋଗ୍ୟତା ଏକ ଅଟେ ।
(b) ମ୍ୟାଗ୍ନେସିୟମ୍ କ୍ଲୋରାଇଡ୍ (MgCl2)ର ଗୋଟିଏ ଅଣୁରେ ଗୋଟିଏ ମ୍ୟାଗ୍ନେସିୟମ୍ ପରମାଣୁ ଦୁଇଟି କ୍ଲୋରିନ୍ ପରମାଣୁ ସହ ସଂଯୁକ୍ତ ହେଇଛି । ତେଣୁ ମ୍ୟାଗ୍ନେସିୟମ୍‌ର ଯୋଗ୍ୟତା ଦୁଇ ଅଟେ ।
(c) ଏଲୁମିନିୟମ୍ କ୍ଲୋରାଇଡ୍ (AlCl3)ର ଗୋଟିଏ ଅଣୁରେ ଗୋଟିଏ ଏଲୁମିନିୟମ୍ ପରମାଣୁ ତିନୋଟି କ୍ଲୋରିନ୍ ପରମାଣୁ ସହ ସଂଯୁକ୍ତ ହୋଇଛି । ତେଣୁ ଏଲୁମିନିୟମ୍‌ର ଯୋଗ୍ୟତା ତିନି ଅଟେ ।
(d) କାର୍ବନ ଟେଟ୍ରାକ୍ଲୋରାଇଡ୍ (CCl4)ର ଗୋଟିଏ ଅଣୁରେ ଗୋଟିଏ କାର୍ବନ ପରମାଣୁ ଚାରୋଟି କ୍ଲୋରିନ୍ ପରମାଣୁ ସହ ସଂଯୁକ୍ତ ହୋଇଛି । ତେଣୁ କାର୍ବନର ଯୋଗ୍ଯତା ଚାରି ଅଟେ ।
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 15
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 16 BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 17 BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 18

→ ଚଳ ଯୋଗ୍ୟତା (Variable Valency):
କେତେକ କ୍ଷେତ୍ରରେ ମୌଳିକର ଏକାଧ୍ଵକ ଯୋଗ୍ୟତା ଦେଖାଯାଏ । କୌଣସି ମୌଳିକର ଏକାଧିକ ଯୋଗ୍ୟତାକୁ ଚଳ ଯୋଗ୍ୟତା (Variable valency) କହନ୍ତି ।
ଉଦାହରଣ :
(i) ଫେରସ୍ ଅକ୍‌ସାଇଡ୍ (FeO) ରେ ଆଇରନ୍‌ର ଯୋଗ୍ୟତା 2 ଓ ଫେରିକ୍ ଅକ୍‌ସାଇଡ୍ (Fe,O)ରେ ଆଇରନ୍‌ର ଯୋଗ୍ୟତା 3 ଅଟେ ।
(ii) NÃO, NO, N,O, N,O, ଓ N,O, ଯୌଗିକଗୁଡ଼ିକରେ ନାଇଟ୍ରୋଜେନ୍‌ର ଯୋଗ୍ୟତା ଯଥାକ୍ରମେ 1, 2, 3, 4 ଓ 5 ଅଟେ ।

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

→  ରାସାୟନିକ ସୂତ୍ର। (Chemical Formula):
(i) ମୌଳିକ ବା ଯୌଗିକ ଅଣୁକୁ ସଂକ୍ଷେପରେ ଲେଖିବାକୁ ସଙ୍କେତ (Formula) କୁହାଯାଏ ।
(ii) ବିଭିନ୍ନ ଯୌଗିକର ରାସାୟନିକ ସଙ୍କେତ ଲେଖୁବାପାଇଁ ମୌଳିକର ପ୍ରତୀକ ଏବଂ ସଂଯୋଜନ କ୍ଷମତା (combining capacity) ସମ୍ବନ୍ଧରେ ଜାଣିବା ଆବଶ୍ୟକ ।

→ ରାସାୟନିକ ସଙ୍କେତ ଲେଖୁବାର ପ୍ରଣାଳୀ (Methods of writing Chemical Formula) :
ରାସାୟନିକ ସଙ୍କେତ ଲେଖିଲା ବେଳେ –
(i) ଆୟନର ଯୋଗ୍ୟତା କିମ୍ବା ଚାର୍ଜ ସମତୁଲ କରାଯାଏ ।
(ii) ଧାତୁ ଓ ଅଧାତୁରୁ ଗଠିତ ଯୌଗିକ ପାଇଁ ଧାତୁର ନାମ କିମ୍ବା ପ୍ରତୀକ ପ୍ରଥମେ ଲେଖାଯାଏ । ଉଦାହରଣ : ମ୍ୟାଗ୍ନେସିୟମ୍ ଅକ୍‌ସାଇଡ୍ – MgO, ପୋଟାସିୟମ୍ ବ୍ରୋମାଇଡ୍ – KBr
(iii) ପଲିଆଟମିକ୍ ଆୟନରୁ ସୃଷ୍ଟ ଯୌଗିକରେ ଆୟନକୁ ବନ୍ଧନୀ ମଧ୍ୟରେ ରଖ୍ ଅନୁ ପାତ ସୂଚାଉଥ‌ିବା ସଂଖ୍ୟାଟି ଲେଖାଯାଏ । ଯଦି ଏହି ସଂଖ୍ୟା ଏକ ହୋଇଥାଏ, ବନ୍ଧନୀର ଆବଶ୍ୟକତା ନଥାଏ । ଉଦାହରଣ – କ୍ୟାଲ୍‌ସିୟମ୍‌ ହାଇଡ୍ରକ୍‌ସାଇଡ୍ – Ca(OH)2 ସୋଡ଼ିୟମ୍‌ ହାଇଡ୍ରକ୍‌ସାଇଡ୍ – NaOH

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

→ ଯୌଗିକର ସଂକେତ (Formulae of Compounds) :
(i) ଦୁଇଟି ପୃଥକ୍ ମୌଳିକରୁ ଗଠିତ ହୋଇଥିବା ଯୌଗିକକୁ ଦ୍ଵିଅଙ୍ଗୀ ଯୌଗିକ (Binary compound) କୁହାଯାଏ ।
(ii) ଆୟନର ଯୋଜ୍ୟତା ଆୟନ ଉପରେ ଦିଆଯାଇଥ‌ିବା ଚାର୍ଜରୁ ସୂଚନା ମିଳେ ।
(ii) କୌଣସି ଯୌଗିକ ଅଣୁର ଆଣବିକ ସଂକେତ ଲେଖିବାକୁ ହେଲେ ପ୍ରଥମେ ଏଥ‌ିରେ ଥିବା ମୌଳିଚ୍ଛୁଗୁଡ଼ିକର ପ୍ରତୀକକୁ ପାଖାପାଖୁ ଲେଖାଯାଏ । ମୌଳିକଗୁଡ଼ିକର ଯୋଗ୍ଯତା ସଂଖ୍ୟା ଦୁଇଟିର ସ୍ଥାନ ଅଦଳବଦଳ (Cross over) କରି ସଙ୍କେତ ଲେଖାଯାଏ ।

ଉଦାହରଣ :
କେତୋଟି ଆୟନର ନାମ ଓ ପ୍ରତୀକ/ସଙ୍କେତ
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 19

ମିଥେନ୍ ର ସଂକେତ :
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 20

BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ

(iii) ,କ୍ୟାନ୍‌ସିୟମ୍ କ୍ଲୋରାର ସଂକେତ :
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 21

(vi) ମ୍ୟାଟେ ସିୟମ୍ ଅକ୍ସାଇଡ଼୍‌ର ସଂକତ
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 22

(v) କ୍ୟାଲ୍‌ ସିୟମ୍‌ ହାଇଟ୍ରକ୍‌କର ସଂକେତ :
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 23

(vi) ସୋନିୟମ୍‌ ସଲ୍‌ଫେଟ୍‌ର ସଂକେଟ :
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 26

(vii) ଏମୋନିୟମ୍ କାବେର୍ବ ନେଟ୍ ର ସଂକେତ
BSE Odisha 9th Class Physical Science Notes Chapter 3 ପରମାଣୁ ଓ ଅଣୁ - 27

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Odisha State Board BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ Textbook Exercise Questions and Answers.

BSE Odisha Class 9 Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ନିମ୍ନଲିଖିତ ଉକ୍ତି ମଧ୍ୟରୁ ଠିକ୍ ଉକ୍ତିଗୁଡ଼ିକ ବାଛି ଲେଖ ।
(କ) ଉତ୍କଳ ଜନନୀଙ୍କ ହସ ସୁନ୍ଦର, ଭାଷା ସୁନ୍ଦର ବୋଲି କୁହାଯାଇଛି ।
(ଖ) ନୀଳ ବନଭୂମି ଉତ୍କଳ ଜନନୀଙ୍କ ଦେହରେ ଶୋଭାପାଉଛି ।
(ଗ) ସୁନ୍ଦର ପକ୍ଷୀମାନଙ୍କ କଳରବରେ ମୁଖରିତ ହୁଏ ପରିବେଶ ।
(ଘ) ଓଡ଼ିଶା ମାଆ ସୁନ୍ଦର ସୋରିଷ କ୍ଷେତରେ ସୁଶୋଭିତା ।
(ଙ) ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନର ଆଲୋକରେ ଆଲୋକିତ ।
(ଚ) ପଶୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ଉତ୍କଳ ଜନନୀଙ୍କ ପାଦ ।
(ଛ) ପବିତ୍ର ତୀର୍ଥସ୍ଥାନମାନଙ୍କରେ ପରିପୂର୍ଣ୍ଣ ହୋଇଛି ଉତ୍କଳ ପ୍ରଦେଶ ।
Answer:
(କ) ଠିକ୍, (ଗ) ଠିକ୍, (ଙ) ଠିକ୍, (ଛ) ଠିକ୍

Question ୨।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କୃତବର, ଉଟଜ, ତାଳତମାଳ, ମୁଖରିତ, ତୀର୍ଥଚୟ)
(କ) କଳକଳ______________ ଚାରୁ ବିହଙ୍ଗେ ।
(ଖ) _______________ ସୁଶୋଭିତ ତୀରା ।
(ଗ) ଯୋଗୀଋଷିଗଣ _____________ ପବିତ୍ରା ।
(ଘ) ପୁଣ୍ୟ ________________ ପୂର୍ଣ୍ଣ ପ୍ରଦେଶ ।
(ଙ) ବିଶ୍ବଭୂମଣ୍ଡଳ ____________ ସ୍ନେହା ।
Answer:
(କ) ମୁଖରିତ, (ଖ) ତାଳତମାଳ, (ଗ) ଊଟଜ, (ଘ) ତୀର୍ଥଚୟ, (ଡ) କୃତବର ।

Question ୩ ।
ନିମ୍ନଲିଖ୍ ଶବ୍ଦମାନଙ୍କୁ ବ୍ୟବହାର କରି ଗୋଟିଏ ଗୋଟିଏ ସାର୍ଥକ ବାକ୍ୟ ଗଠନ କର ।
ପୟୋଧ, ଜନନୀ, ନୀଳ, ଯୋଗୀ, ପୁଣ୍ୟ, ଶୋଣିତ, ମନ୍ଦିର
Answer:
ପୟୋଧ – ପୟୋଧ ଗର୍ଭରେ ବିପୁଳ ସମ୍ପଦ ମହଜୁଦ ହୋଇରହିଛି ।
ଜନନୀ – ଜନନୀ ଓ ଜନ୍ମଭୂମି ନିକଟରେ ଆମେ ଚିରକାଳ ପାଇଁ ଋଣୀ ହୋଇ ରହିବା ।
ନୀଳ – ସମୁଦ୍ରର ନୀଳ ଜଳରାଶି ଦର୍ଶକ ପ୍ରାଣରେ ପୁଲକ ସଞ୍ଚାର କରେ ।
ଯୋଗୀ – ଯୋଗୀମାନେ ବନ ପ୍ରଦେଶରେ ତପସ୍ୟାରତ ଥାଆନ୍ତି ।
ପୁଣ୍ୟ – କୋଟି ଜନ୍ମର ପୁଣ୍ୟ ଯୋଗୁଁ ଆମେ ଭାରତବର୍ଷରେ ଜନ୍ମଗ୍ରହଣ କରିଛୁ ।
ଶୋଣିତ – ଉତ୍କଳର ବୀରପୁରୁଷମାନେ ଶତ୍ରୁବକ୍ଷର ଶୋଣିତ୍ରରେ ଉତ୍କଳମାଟିକୁ ରଞ୍ଜିତ କରିଥିଲେ ।
ମନ୍ଦିର – ଦେବଦେବୀଙ୍କ ପୂଜନ ପାଇଁ ଲୋକମାନେ ମନ୍ଦିରକୁ ଯାଆନ୍ତି ।

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ବିପରୀତାର୍ଥବୋଧକ ଶବ୍ଦ ଲେଖ ।
ପବିତ୍ର, ସୁଶୋଭିତ, ସୁନ୍ଦର, ସ୍ନେହ, ସୁନନ୍ଦନ, ପୁଣ୍ୟ
Answer:
ଶବ୍ଦ – ବିପରୀତ ଶବ୍ଦ
ପବିତ୍ର – ଅପବିତ୍ର
ସୁଶୋଭିତ – କୁଶୋଭିତ
ସୁନ୍ଦର – କୁସିତ
ସ୍ନେହ – କ୍ରେ।ଧ
ସୁନନ୍ଦନ – କୁନନ୍ଦନ
ପୁଣ୍ୟ – ପାପ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୫।
ଏପଟ ସେପଟ ହୋଇ ଲେଖା ଯାଇଥିବା ଅକ୍ଷରଗୁଡ଼ିକୁ ସଜାଇ ଅର୍ଥପୂର୍ଣ୍ଣ ଶବ୍ଦ ଗଠନ କର ।
ଭିଶୋସୁତ, ମାତାଳତଳ, ମଣ୍ଡଭୂଶ୍ୱଳବି, ଅଭିକୀର୍ଯ୍ୟାନି, ରଶୂରବ
Answer:
ଅସଜଡ଼। – ଅର୍ଥପୂର୍ଣ୍ଣ ଶବ୍ଦ
ଭିଶୋସୁତ – ସୁଶୋଭିତ
ମାତାଳତଳ – ତାଳତମାଳ
ମଣ୍ଡଭୂଶ୍ୱଳବି – ବିଶ୍ୱଭୂମଣ୍ଡଳ
ଅଭିକୀର୍ଯ୍ୟାନି – କୀଭିଅନିର୍ଯ୍ୟା
ରଶୂରବ – ଶୂରବର

Question ୬ ।
ନିମ୍ନଲିଖତ ପ୍ରତ୍ୟେକ ଶବ୍ଦର ଚାରିଗୋଟି ଅର୍ଥ ସୂଚିତ ହୋଇଛି । ତହିଁରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର, ହସିହସିକା, ଠୋଠୋ ହସ, ମୁରୁକି ହସ
(ଖ) ତଟିନୀ – ସମୁଦ୍ର, ବିଲ, ନଦୀ, ତୋଟା
(ଗ) ଭୂଧର – ପୃଥ‌ିବୀ, ପର୍ବତ, ଭୂମିକମ୍ପ, ଭୂଗୋଳ
(ଘ) ଊଟଜ – ଓଟ, ପତ୍ରକୁଡ଼ିଆ, ବଗିଚା, ମୁନିଋଷି
(ଙ)-ଅରି – ଅରମା, ଅରଣା, ଶତ୍ରୁ, ରୋଷ
(ଚ) ବିହଙ୍ଗ – ଉଡ଼ାଜାହାଜ, ଆକାଶ, ପକ୍ଷୀ, ବିଲୁଆ
Answer:
(କ) ଚାରୁ ହାସମୟୀ – ଯାହାର ହସ ସୁନ୍ଦର
(ଖ) ତଟିନୀ – ନଦୀ
(ଗ) ଭୂଧର – ପର୍ବତ
(ଘ) ଊଟଜ – ପତ୍ରକୁଡ଼ିଆ
(ଙ) ଅରି – ଶତ୍ରୁ
(ଚ) ବିହଙ୍ଗ – ପକ୍ଷୀ

Question ୭ ।
ନିମ୍ନଲିଖତ ଶବ୍ଦଗୁଡ଼ିକର ବ୍ୟାସବାକ୍ୟ ସହ ସମାସର ନାମ ଲେଖ ।
ଶୂରବର, ପୟୋଧ, ଅନିଦ୍ୟା, ଭୂଧର, ଶୋଣିତ- ଚର୍ଚ୍ଚିତ
Answer:
ଶୂରବର – ଶୂରମାନଙ୍କ ମଧ୍ୟରେ ବିର – କର୍ମଧାରୟ ସମାସ
ପୟୋଧ – ପୟଃକୁ ଧାରଣ କରିଛି ଯେ – ଉପପଦ୍ ତତ୍‌ପୁରୁଷ ।
ଅନିନ୍ଦ୍ୟ – ଯାହାକୁ ନିନ୍ଦା କରାଯାଇପାରିବ ନାହିଁ (ସ୍ତ୍ରୀଲିଙ୍ଗ)- ନିଷେଧାର୍ଥକ ବହୁବ୍ରହୀ ।
ଭୂଧର – ଭୂକୁ ଧାରଣ କରିଛି ଯେ – ଉପପଦ ତତ୍‌ପୁରୁଷ ।
ଶୋଣିତ-ଚର୍ଚ୍ଚିତ – ଶୋଣିତଦ୍ୱାରା ଚର୍ଚ୍ଚିତ- ତୃତୀୟା ତତ୍‌ପୁରୁଷ ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୮ ।
ନିମ୍ନଲିଖତ ପ୍ରତ୍ୟେକ ଶବ୍ଦଗୁଚ୍ଛରୁ ଅଲଗା ଶବ୍ଦଟିକୁ ବାଛ ।
(କ) ଜନନୀ, ମାଆ, ଭଗିନୀ, ବୋଉ, ମାତା
(ଖ) ଘନ, ବନ, ଅରଣ୍ୟ, ବଣ, ଜଙ୍ଗଲ
(ଗ) ଯୋଗୀ, ଋଷି, ତପସ୍ୱୀ, ଦୟାଳୁ, ମୁନି
(ଘ) ପବନ, ବାୟୁ, ମରୁତ, ଶୀକର, ଅନିଳ
(ଙ) ଭୂଧର, ପାହାଡ଼, ବାରିସ୍, ପର୍ବତ, ଅଚଳ
Answer:
(କ) ଭଗିନୀ, (ଖ) ଘନ, (ଗ) ଦୟାଳୁ, (ଘ) ଶୀକର, (ଙ) ବାରିଧ୍

Question ୯ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ପୂତ – ପୁତ, ଶାଳି – ଶାଳୀ, ଧନ୍ୟ – ଧନ, ସଜ -ସାଜ, ଚାରି – ଚରୁ ।
Answer:
ପୂତ – ପବିତ୍ର
ପୁତ – ପୁତ୍ର ।
ଶାଳି – ଏକପ୍ରକାର ଧାନ
ଶାଳୀ – ପତ୍ନୀଙ୍କ ସାନଭଉଣୀ ।
ଧନ୍ୟ – ପ୍ରଶଂସନୀୟ
ଧନ – ସଦର
ସଜ – ଯନ୍ତ୍ରପାତି, ଉପକରଣ
ସାଜ – ବେଶପୋଷାକ
ଚାରି – ସୁଦର
ଚରୁ – ଯଜ୍ଞରୁ ଉତ୍ପନ୍ନ ପାୟସାନ୍ତ ।

Question ୧୦ ।
ନିମ୍ନଲିଖିତ ପ୍ରତ୍ୟେକ ଶବ୍ଦର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ପୟୋଧ, ଶୁଭ୍ର, ଋଷି, ବିହଙ୍ଗ, ତରଙ୍ଗ
Answer:
ଶବ୍ଦ – ପ୍ରତିଶବ୍ଦ
ପୟୋଧ୍ – ସାଗର, ସିନ୍ଧୁ
ଶୁଭ୍ର – ଶ୍ଵେତ, ସ୍ବଚ୍ଛ
ଋଷି – ମୁନି, ତପସ୍ବୀ
ବିହଙ୍ଗ – ପକ୍ଷୀ, ବିହଗ
ତରଙ୍ଗ – ଊର୍ମି, ଲହରୀ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର :
Question ୧୧ ।
ଚିର ହାସମୟୀ ଚିର ଭାଷମୟୀ କାହାକୁ କୁହାଯାଇଛି ?
Answer:
ଉତ୍କଳ ଜନନୀଙ୍କୁ ଚିର ହାସମୟୀ ଚିର ଭାଷମୟୀ କୁହାଯାଇଛି ।

Question ୧୨ ।
ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଇଛି ?
Answer:
ଉତ୍କଳ ଜନନୀଙ୍କୁ ଚିର ହାସମୟୀ ଚିର ଭାଷମୟୀ କୁହାଯାଇଛି ।

Question ୧୩ ।
ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍‌ଫୁଲ୍ଲିତ ହେଉଛନ୍ତି ?
Answer:
ଉତ୍କଳ ଜନନୀ ନଦନଦୀତଟର ଶୀତଳ ପବନରେ ଉତ୍‌ଫୁଲ୍ଲିତ ହେଉଛନ୍ତି ।

Question ୧୪ ।
ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ କେଉଁଥ‌ିରେ ସୁଶୋଭିତ ?
Answer:
ଉତ୍କଳ ଜନନୀଙ୍କ ସମୁଦ୍ର ତଟଦେଶ ତାଳତମାଳ ବୃକ୍ଷମାନଙ୍କଦ୍ୱାରା ସୁଶୋଭିତ ।

Question ୧୫ ।
ନୀଳ ପର୍ବତଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ?
Answer:
ନୀଳ ପର୍ବତଗୁଡ଼ିକ ତରଙ୍ଗ ଆକୃତିରେ ଉତ୍କଳ ଜନନୀଙ୍କ ଦେହକୁ ସଜାଇଛନ୍ତି ।

Question ୧୬ ।
ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥ‌ିରେ ଶୋଭିତ ?
Answer:
ଉତ୍କଳ ଜନନୀଙ୍କ ଅଙ୍ଗ ଘଞ୍ଚ ଅରଣ୍ୟଦ୍ଵାରା ଶୋଭିତ ।

Question ୧୭ ।
ଉତ୍କଳ ଜନନୀଙ୍କ ଚକ୍ଷୁ କେଉଁ ଆଲୋକରେ ଉଜ୍ଜ୍ଵଳ ?
Answer:
ଉତ୍କଳ ଜନନୀଙ୍କ ଚକ୍ଷୁ ଜ୍ଞାନବିଜ୍ଞାନ ଆଲୋକରେ ଉଜ୍ଜ୍ଵଳ ।

Question ୧୮।
କେଉଁମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।
Answer:
ଯୋଗୀଋଷିମାନଙ୍କ ପତ୍ର କୁଡ଼ିଆରେ ଉତ୍କଳ ଜନନୀ ପବିତ୍ର ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୧୯ ।
ଉତ୍କଳ ମାତାଙ୍କ ଶରୀର କାହାର ରକ୍ତରେ ଚର୍ଚ୍ଚିତ ହୋଇଛି ?
Answer:
ଉତ୍କଳ ମାତାଙ୍କ ଶରୀର ଶତ୍ରୁମାନଙ୍କ ରକ୍ତରେ ଚର୍ଚ୍ଚିତ ହୋଇଛି ।

Question ୨୦ ।
ଉତ୍କଳ ପ୍ରଦେଶ କେଉଁଥ‌ିରେ ପୂର୍ଣ୍ଣ ହୋଇଛି ?
Answer:
ଉତ୍କଳ ପ୍ରଦେଶ ପବିତ୍ର ତୀର୍ଥଭୂମିଦ୍ଵାରା ପୂର୍ଣ ହୋଇଛି ।

Question ୨୧ ।
ଉତ୍କଳ ଜନନୀ କେଉଁମାନଙ୍କ ପାଇଁ ବନ୍ଦନୀୟା ?
Answer:
ଉତ୍କଳଜନନୀ ଏହାର ମହାନ୍ କବି ଓ ସୁପୁତ୍ରମାନଙ୍କ ପାଇଁ ବନ୍ଦନୀୟା ।

Question ୨୨ ।
ଉତ୍କଳର କ୍ଷେତ କେଉଁଥ‌ିରେ ସୁଶୋଭିତ ?
Answer:
ଉତ୍କଳର କ୍ଷେତ ଶାଳି ଧାନରେ ସୁଶୋଭିତ ।

Question ୨୩ ।
ଉତ୍କଳ ଭୂମିରେ କେଉଁମାନଙ୍କ ଗୃହ ଶୋଭାପାଉଛି ।
Answer:
ଉତ୍କଳ ଭୂମିରେ ବହୁ ବୀର ଓ ଯୋଦ୍ଧାଙ୍କ ଗୃହ ଶୋଭାପାଉଛି ।

Question ୨୪ ।
କେଉଁମାନେ ସାରା ବିଶ୍ବରେ ସ୍ନେହଭାଜନ ହୋଇଛନ୍ତି ?
Answer:
ଉତ୍କଳର ଗୁଣୀ, ଜ୍ଞାନୀ ଓ ବିଦ୍ୱାନ୍‌ମାନେ ସାରା ବିଶ୍ବରେ ସ୍ନେହଭାଜନ ହୋଇଛନ୍ତି ।

Question ୨୫ ।
କାହାର ଅନିନ୍ଦ୍ୟ କୀର୍ତ୍ତି ଭୁବନ ବିଦିତ ?
Answer:
ଉତ୍କଳ ଜନନୀଙ୍କର ଅନିଦ୍ୟା କୀର୍ତ୍ତି ଭୁବନ ବିଦିତ ।

Question ୨୬ ।
କେଉଁମାନଙ୍କ କଳରବରେ ଉତ୍କଳ ଭୂମିର ପରିବେଶ ମୁଖରିତ ହେଉଛି ?
Answer:
ପକ୍ଷୀମାନଙ୍କ କଳରବରେ ଉତ୍କଳଭୂମିର ପରିବେଶ ମୁଖରିତ ହେଉଛି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୨୭ ।
ଉତ୍କଳ ଜନନୀଙ୍କ ବେଶ କେଉଁଥିରେ ଶୋଭା ପାଉଛି ?
Answer:
ଉତ୍କଳ ଜନନୀଙ୍କ ବେଶ ସୁନ୍ଦର କଳାକୃତିରେ ଶୋଭା ପାଉଛି ।

ସପ୍ରସଙ୍ଗ ସରଳାର୍ଥ ଲେଖ :
Question ୨୮ ।
ପୂତ-ପୟୋଧ-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର-ତଟିନୀ-କୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ ।
Answer:
ପୂତ-ପୟୋଧ…………………………………………ଜନନୀ ଜନନୀ ।
ଉଲ୍ଲେଖ୍ତ ପଦ୍ୟାଶଟି ପଠିତ ‘ସାହିତ୍ୟ ଧାରା’ ପୁସ୍ତକ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀନିସୃତ ‘ବନ୍ଦେ ଉତ୍କଳ ଜନନୀ’’ କବିତାରୁ ସଂଗୃହୀତ । ସଂଗୃହୀତ ପଂକ୍ତିଚୟରେ କବି ଉତ୍କଳ ଜନନୀଙ୍କ କଳେବରର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ସମ୍ପର୍କରେ ସମ୍ୟକ୍ ଚିତ୍ର ପ୍ରଦାନ କରିଛନ୍ତି ।

ଉତ୍କଳ ପ୍ରଦେଶ ବାସ୍ତବରେ ଆମ୍ଭମାନଙ୍କର ଗର୍ଭଧାରୀ ଜନନୀ । କାରଣ ଉକ୍ତ କ୍ଷେତ୍ରର ପାବନ ଭୂମିରେ ଆମର ଜନ୍ମ । ଜନନୀ ବକ୍ଷର ମାଟି, ପାଣି, ପବନ ଆମର ଜୀବନ ରକ୍ଷକ । ଉତ୍କଳ ଜନନୀଙ୍କ ପଦଯୁଗଳକୁ ପବିତ୍ର ମହୋଦଧୂର ଜଳ ନିତ୍ୟ ଧୌତ କରିବାରେ ନିୟୋଜିତ । ଜଳଧୂ ତୀରଦେଶରେ ଅଗଣିତ ତାଳ ତମାଳ ଆଦି ବୃକ୍ଷରାଜି ଶୋଭା ପାଉଛି । ଜନନୀ ବକ୍ଷଦେଶରେ ସ୍ଥାନିତ ନଦନଦୀମାନଙ୍କ ତଟଦେଶରୁ ପ୍ରବାହିତ ଶୀତଳ ସମୀରଣ ହୃଦୟରେ ପୁଲକ ସଞ୍ଚାର କରେ । ଉତ୍କଳ ଜନନୀଙ୍କ ଅଗଣିତ ସନ୍ତାନ ଆଜି ଚିରକାଳ ଧନ୍ୟ ହୋଇ ତାଙ୍କର ଚରଣଯୁଗଳ ଉପାସନା କରୁଛନ୍ତି । କବିଙ୍କ ଏପରି ବର୍ଣ୍ଣନା ଶ୍ରୁତିମଧୁର ଓ ବାସ୍ତବ ସତ୍ୟ ।

Question ୨୯ ।
ଉତ୍କଳ ଶୂରବର-ଦର୍ପିତ ଗେହା,
ଅରିକୁଳ-ଶୋଣିତ-ଚଇତ-ଦେହା,
ବିଶ୍ୱଭୂମଣ୍ଡଳ-କୄତବିର-ସେହା
ଜନନୀ, ଜନନୀ, ଜନନୀ ।
Answer:
ଉତ୍କଳ ଶୂରବର………………….. ଜନନୀ ।
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକ ‘ସାହିତ୍ୟ ଧାରା’ ଅନ୍ତର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀନିସୃତ ‘ବନ୍ଦେ ଉତ୍କଳ ଜନନୀ’’ ଗୀତିକାର ଅଂଶବିଶେଷ ଅଟେ । ଉପରୋକ୍ତ ପଦାବଳୀରେ କବି ଅତୀତ ଉତ୍କଳର ବୀରପୁରୁଷମାନଙ୍କର ଗୌରବଗାଥା ସମ୍ପର୍କରେ ନିଖୁଣ ଚିତ୍ର ପ୍ରଦାନ କରିଛନ୍ତି । ଉତ୍କଳ ଜନନୀଙ୍କର ଅଙ୍କ ବିଭୂଷିତ କରିଥିବା ବୀରପୁରୁଷମାନେ ନିଜ ନିଜ ବୀରତ୍ବର ଗରିମା ପ୍ରଦର୍ଶନ କରି ଚିର ସ୍ମରଣୀୟ ହୋଇ ରହିଛନ୍ତି ।

ମଗଧରାଜ ଅଶୋକ ଅତୀତରେ ଏହି ଉତ୍କଳ ବା ତତ୍କାଳୀନ କଳିଙ୍ଗକୁ ବିଜୟ କରିବା ନିମିତ୍ତ ଆକ୍ରମଣ କରିଥିଲେ । ଅଶୋକ କଳିଙ୍ଗ ବିଜୟ କଲେ ସୁଦ୍ଧା କଳିଙ୍ଗର ବୀର ପୁରୁଷମାନଙ୍କର ଅସାଧାରଣ ବୀରତ୍ଵ ସମ୍ମୁଖରେ ତାଙ୍କର ମସ୍ତକ ଅବନତ ହୋଇଥିଲା । ସେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇ ରାଜ୍ୟଜୟ ବାସନା ପରିହାର କରି ବୌଦ୍ଧଧର୍ମରେ ଦୀକ୍ଷିତ ହୋଇଥିଲେ । ଅତୀତର ଏହି ଚର୍ଚ୍ଚିତ ଗାଥା ଓଡ଼ିଶା ଇତିହାସରେ ଚିରକାଳ ସ୍ମରଣୀୟ ହୋଇରହିଛି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୩୦ ।
କବିକୁଳମୌଳି-ସୁନନ୍ଦନ-ବନ୍ଦ୍ୟ,
ଭୁବନ-ବିଘୋଷିତ କୀର୍ତ୍ତି-ଅନିନ୍ଦ୍ୟ,
ଧନ୍ୟ, ପୁଣ୍ୟ, ଚିରଶରଣ୍ୟ
ଜନନୀ, ଜନନୀ, ଜନନୀ ।
Answer:
କବିକୁଳମୌଳି ……………………………………………. ଜନନୀ ।
ଶଂସିତ ପଦ୍ୟାଶଟି ‘ବନ୍ଦେ ଉତ୍କଳ ଜନନୀ’ ଶୀର୍ଷକ କବିତାରୁ ଉଦ୍ଧୃତ । ଆଲୋଚ୍ୟ ପ୍ରସଙ୍ଗରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଉତ୍କଳ ଜନନୀ କିପରି ଶ୍ରେଷ୍ଠ କବିମାନଙ୍କ ଦ୍ବାରା ବନ୍ଦନୀୟା ହୋଇଛନ୍ତି, ସେହି ବିଷୟକୁ ଆବେଗପୂର୍ଣ୍ଣ ଭାବରେ ବର୍ଣ୍ଣନା କରିଛନ୍ତି ।

ମହାନ୍ କବି ଓ ସୁପୁତ୍ରମାନଙ୍କଦ୍ୱାରା ଉତ୍କଳଜନନୀ ବନ୍ଦନୀୟା । ତାଙ୍କର ପ୍ରଶଂସନୀୟ କୀର୍ତ୍ତି ସାରା ବିଶ୍ବରେ ପ୍ରଚାରିତ । ସେଥ‌ିପାଇଁ ସେ ଧନ୍ୟା, ପୁଣ୍ୟବତୀ ଓ ସର୍ବଦା ଶରଣାଦାତ୍ରୀ ଭାବେ ଚିର ନମସ୍ୟା ।
ପ୍ରସଙ୍ଗଟିରୁ କବିଙ୍କର ମାତୃଭୂମି ପ୍ରଶଂସାତ୍ମକ ଦୃଷ୍ଟିଭଙ୍ଗୀର ଆଭାସ ମିଳେ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର :

Question ୩୧ ।
‘ବନ୍ଦେ ଉତ୍କଳ ଜନନୀ’ କବିତାରୁ କବିଙ୍କ ଦେଶଭକ୍ତିର ପରିଚୟ ଦିଅ ।
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟ ଜଗତର ଏକ କାଳଜୟୀ ସ୍ୱନାମଧନ୍ୟ କବି ଭାବରେ ଓଡ଼ିଶା ଭୂଖଣ୍ଡରେ ସର୍ବଜନବିଦିତ । ବାଲ୍ୟାବସ୍ଥାରୁ ସେ ଓଡ଼ିଆ ସାହିତ୍ୟ, ସଂସ୍କୃତି, ସଙ୍ଗୀତ ଓ କଳା ପ୍ରତି ଆକୃଷ୍ଟ ଥିଲେ । କାନ୍ତକବି ଏକାଧାରରେ ଥିଲେ ଏକ ପ୍ରବୀଣ କବି ଓ ବିଖ୍ୟାତ କଥାକାର । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରେରଣା ଓ ନିର୍ଦ୍ଦେଶରେ ଲକ୍ଷ୍ମୀକାନ୍ତ ସ୍ଵାଧୀନତା ସଂଗ୍ରାମରେ ଯୋଗଦାନ କରି ଦେଶକୁ ଇଂରେଜ ଶାସନ କବଳରୁ ମୁକ୍ତ କରିବା ନିମିତ୍ତ ପ୍ରଗାଢ଼ ପ୍ରଚେଷ୍ଟା ଜାରି ରଖୁଥିଲେ ।

ସ୍ଵାଧୀନତା ଆନ୍ଦୋଳନକୁ ପ୍ରଭାବିତ କରିବା ନିମିତ୍ତ ଅନେକ କ୍ଷୁଦ୍ର କବିତା ରଚନା କରି ଜନମାନସରେ ଦେଶପ୍ରେମ ଭାବ ଉଦ୍ରେକ କରାଇବାରେ ପୂର୍ଣ୍ଣ ସହାୟକ ହୋଇଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସ୍ୱରଚିତ କବିତା ‘ବନ୍ଦେ ଉତ୍କଳ ଜନନୀ’ ମାଧ୍ୟମରେ ଉତ୍କଳ ମାତାର ଯଶୋଗାନ କରି ବନ୍ଦନା କରିଛନ୍ତି । ଗର୍ଭଧାରୀ ଜନନୀ ସଦୃଶ ଓଡ଼ିଶାକୁ ଅନ୍ତରର ଗଭୀର ପ୍ରଦେଶରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଦେଶ ଓ ଜାତିର ଉନ୍ନତି କାମନା ଓ ଗୌରବ ବର୍ଣ୍ଣନା କରି ଦେଶପ୍ରେମୀ ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ଦେଶର ଅଗଣିତ ଜନତା ମଧ୍ୟରେ କବିଙ୍କର ସ୍ଵତନ୍ତ୍ର ଦେଶଭକ୍ତି ତାଙ୍କ ରଚିତ କବିତାରୁ ସ୍ପଷ୍ଟ ଅନୁମେୟ ହୁଏ । ଉତ୍କଳ ବା ଓଡ଼ିଶାର ପ୍ରତି କୋଣ ଅନୁକୋଣରେ ସ୍ଥାନିତ ସମସ୍ତ ପ୍ରାକୃତିକ ଦୃଶ୍ୟକୁ ଅତ୍ୟନ୍ତ ଶ୍ରଦ୍ଧାଯୁକ୍ତ ଅନ୍ତରରେ ଗ୍ରହଣ କରି ନିଜକୁ ଓଡ଼ିଶା ମାଟିର ସନ୍ତାନ ବୋଲି ଗର୍ବ କରିଛନ୍ତି । ଏଥିରୁ କବିଙ୍କର ଦେଶଭକ୍ତି ଭାବ ସ୍ପଷ୍ଟ ପରିଲକ୍ଷିତ ହୁଏ ।

Question ୩୨ ।
ଉତ୍କଳ ଜନନୀ କାହିଁକି ବନ୍ଦନୀୟା ? ପଠିତ କବିତା ଅବଲମ୍ବନରେ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟାକାଶରେ ଏକ ଜାଜ୍ୱଲ୍ୟମାନ ତଥା ପ୍ରଜ୍ଜ୍ୱଳିତ ଚନ୍ଦ୍ରମା ସଦୃଶ କାନ୍ତକବି ଲକ୍ଷ୍ମୀକାନ୍ତ ଓଡ଼ିଶା ଇତିହାସରେ ଚିରସ୍ମରଣୀୟ । ତାଙ୍କର ଅସାଧାରଣ ଦେଶପ୍ରେମ ଭାବ ଯୋଗୁଁ ସେ ଓଡ଼ିଶାକୁ ଗର୍ଭଧାରୀ ଜନନୀରୂପେ ଅବତାରଣା କରି ଭକ୍ତି ଭାବରେ ଉପାସନା କରିଛନ୍ତି । ପ୍ରତ୍ୟେକ ଜନନୀ ସନ୍ତାନ ନିକଟରେ ଆମରଣ ବନ୍ଦନୀୟା । ଜନନୀଙ୍କ ବନ୍ଦନା ତଥା ଉପାସନା ସନ୍ତାନମାନଙ୍କର ଭବିଷ୍ୟତ ଉନ୍ନତିରେ ସମ୍ପୂର୍ଣ୍ଣ ସହାୟକ ହୋଇଥାଏ ।

ଉତ୍କଳ ଜନନୀ ଅଙ୍କରେ ଜନ୍ମଲାଭ କରିଥିବା ଅଗଣିତ ବୀର ସନ୍ତାନ ଉତ୍କଳକୁ ଶତ୍ରୁ କବଳରୁ ଉଦ୍ଧାର କରିବା ନିମିତ୍ତ ଜୀବନ ଦାନ କରିଛନ୍ତି । ପୁନଶ୍ଚ ବିଶ୍ଵର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ଶ୍ରୀକ୍ଷେତ୍ରଧାମରେ ଅବସ୍ଥାନ କରିଥିବା ଯୋଗୁଁ ଦେଶ ବିଦେଶର କୋଣ ଅନୁକୋଣରୁ ତୀର୍ଥଯାତ୍ରୀମାନେ ପୁରୀଧାମକୁ ପ୍ରଭୁଦର୍ଶନ ନିମିତ୍ତ ଆଗମନ କରିବା ଯୋଗୁଁ ଉତ୍କଳ ସମଗ୍ର ବିଶ୍ୱବିଦିତ ତଥା ବନ୍ଦନୀୟା । ଉତ୍କଳରେ ଜନ୍ମିତ ବୀର ସନ୍ତାନମାନଙ୍କର ଅସାଧାରଣ ଅପୂର୍ବ ବୀରତ୍ଵ ଭାବ ଯୋଗୁ ଉତ୍କଳ ଆଜି ଧନ୍ୟା । ସପ୍ତାଶ୍ଚର୍ଯ୍ୟ କଳା କାରୁକାର୍ଯ୍ୟର ନିଦର୍ଶନ ସ୍ୱରୂପ ଉତ୍କଳର ଅର୍କକ୍ଷେତ୍ର କୋଣାର୍କ ଚିର ବନ୍ଦନୀୟ ।

ଉତ୍କଳ ଜନନୀଙ୍କ ଅର୍ଦ୍ଧାଧିକ କଳେବର ନିଘଞ୍ଚ ବନାନୀରେ ବିମଣ୍ଡିତା ହୋଇ ଅପୂର୍ବ ଶ୍ରୀ ଧାରଣ କରି ବିଦେଶୀ ଜନମାନସରେ ଉଲ୍ଲାସ ଭାବ ସୃଷ୍ଟି କରୁଥ‌ିବାରୁ ଉତ୍କଳ ଆଜି ଧନ୍ୟା ଓ ବନ୍ଦନୀୟା । ଓଡ଼ିଶା ମାତାର ଅଗଣିତ ସୁସନ୍ତାନ ଆଧ୍ୟାତ୍ମକ ଭାବନା ଓ ପ୍ରେରଣାର ଉତ୍ସରେ ସ୍ୱୟଂ ଉତ୍ସର୍ଗୀକୃତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୌଗଦାନ କରି ଦେଶ, ଜାତିକୁ ଇଂରେଜ ଶାସନ ଚେତନାରେ ଉଦ୍‌ବୁଦ୍ଧ ହୋଇ ଜନସମାଜକୁ ଉତ୍ତମ ମାର୍ଗ ପ୍ରଦର୍ଶନ କରୁଛନ୍ତି । ଈଶ୍ୱରବିଶ୍ଵାସୀ ମନୋଭାବ ଓଡ଼ିଶାର ପ୍ରତ୍ୟେକ ଜନମାନସରେ ପରିଲକ୍ଷିତ ହୁଏ । ଭାଗବତ ଆରାଧନା ପ୍ରତ୍ୟେକ ଓଡ଼ିଆଙ୍କ ଅନ୍ତରରେ ସ୍ଥାନ ପାଇଥାଏ । ସର୍ବାଦୌ ମନ୍ତବ୍ୟ ପ୍ରକାଶ କଲେ ଠିକ୍ ହେବ ଯେ ଉତ୍କଳ ଜନନୀ ବାସ୍ତବିକ ବନ୍ଦନୀୟା ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

Question ୩୩ ।
ଏକ ସାର୍ଥକ ଦେଶାତ୍ମବୋଧକ କବିତା ଭାବେ ‘ବନ୍ଦେ ଉତ୍କଳ ଜନନୀ’କୁ ବିଚାର କର ।
Answer:
ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିର ଅନନ୍ୟ ପ୍ରତିଭା ସମ୍ପଦ ଚିରକାଳଜୟୀ ସ୍ରଷ୍ଟା ଭାବରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୁନାମ ଓ ପ୍ରତିଷ୍ଠା ଅର୍ଜନ କରିଛନ୍ତି । କାନ୍ତକବି ଏକାଧାରରେ ଓଡ଼ିଆ ସାହିତ୍ୟର ପ୍ରଶସ୍ତ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଜନୈକ ପ୍ରବୀଣ ଦକ୍ଷତାଶୀଳ କବି ଓ କଥାକାର । ଦେଶାତ୍ମବୋଧ, ଆଧ୍ୟାତ୍ମିକତା ଚେତନାଶୀଳ ଭାବଗର୍ଭକ ଅନେକ କବିତା ସୃଷ୍ଟି କରି ସେ ଓଡ଼ିଶା ମାଟିରେ ଚିରକାଳ ଅମର ହୋଇ ରହିଛନ୍ତି ।

ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଦିଗ୍‌ଦର୍ଶନ ଓ ପ୍ରେରଣାର ଉତ୍ସରେ ସ୍ବୟଂ ଉତ୍ସର୍ଗୀକୃତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୌଗଦାନ କରି ଦେଶ, ‘ଜାତିକୁ ଇଂରେଜ ଶାସନ ଅଧୀନରୁ ଉଦ୍ଧାର ନିମିତ୍ତ ପ୍ରଗାଢ଼ ଉଦ୍ୟମ କରିଛନ୍ତି । ତାଙ୍କ ଲେଖନୀପ୍ରସୂତ ‘ବନ୍ଦେ ଉତ୍କଳ ଜନନୀ’ ଦେଶପ୍ରେମ ଭାବର ଜ୍ଵଳନ୍ତ ଅନ୍ତରରେ ବନ୍ଦନା ବା ଉପାସନା କରିଛନ୍ତି । ନିଜର ଆତ୍ମା ପ୍ରତି ତାଙ୍କର ଯେଉଁ ଅନାବିଳ ଶ୍ରଦ୍ଧା ସ୍ନେହ ଭାବ, ସେହିପରି ଦେଶ ଓ ଜାତିର ସୁରକ୍ଷା ପ୍ରତି ତାଦୃଶ ସମଭାବ ଜ୍ଞାପନ କରିଛନ୍ତି । ତାଙ୍କର ଅନ୍ତର୍ନିହିତ ଶକ୍ତି ଦେଶମାଟି ପ୍ରତି କର୍ତ୍ତବ୍ୟରତ ଥିବା କଥା କବିତାରୁ ସ୍ପଷ୍ଟ ଅନୁମେୟ ହୋଇଥାଏ ।

ଓଡ଼ିଶାର ଅତୀତ ଗୌରବ, ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଅଜ୍ଞଦେଶ, ତଟିନୀସମୂହର ଉର୍ବର ସମତଳ ଅଞ୍ଚଳ, ମନ୍ଦିରମାନଙ୍କରେ ସୁଶୋଭିତ ଚାରୁକଳା, ବୀରପୁରୁଷମାନଙ୍କର ବୀରତ୍ଵ କାହାଣୀ କାନ୍ତକବି ତାଙ୍କ ରଚିତ କବିତାରେ ସନ୍ନିବେଶିତ କରି ଉତ୍କଳ ଜନନୀଙ୍କ ବନ୍ଦନା ଗ୍ରାନ କରିଛନ୍ତି । ତେଣୁ ‘ବନ୍ଦେ ଉତ୍କଳ ଜନନୀ’’ ଦେଶାତ୍ମବୋଧ ଭବରେ ରୂପାୟିତ ହୋଇଛି । ତେଣୁ ଏ କବିତାଟି ଏକ ସାର୍ଥକ ଦେଶାତ୍ମବୋଧକ କବିତା ହୋଇପାରିଛି ।

Question ୩୪ ।
‘ବନ୍ଦେ ଉତ୍କଳ ଜନନୀ’ କବିତାରୁ ଉତ୍କଳ ଜନନୀଙ୍କ ମହନୀୟତା ପ୍ରତିପାଦନ କର ।
Answer:
ଓଡ଼ିଆ ଭାଷା ସାହିତ୍ୟାକାଶରେ ଅନବଦ୍ୟ ଗୀତିକା ତଥା କବିତା ସୃଷ୍ଟି କରିବାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଜନୈକ ଭାଷା ସାହିତ୍ୟ ମହାରଥୀ । ତାଙ୍କ ଲେଖନୀସମ୍ଭୂତ ପ୍ରତ୍ୟେକ କବିତା ଦେଶାତ୍ମବୋଧ ଭାବ ଓ ଚେତନା ଶକ୍ତିରେ ପରିପୂର୍ଣ୍ଣ । ଉତ୍କଳର ଜଣେ ସୁଯୋଗ୍ୟ ସନ୍ତାନ ହିସାବରେ ସ୍ବରଚିତ କବିତାବଳୀରେ ଉତ୍କଳ ଜନନୀଙ୍କ ଅପୂର୍ବ ମହାନତା ସମ୍ବନ୍ଧରେ ଚିତ୍ତାକର୍ଷକ ବର୍ଣ୍ଣନା ସନ୍ନିବେଶିତ କରିଛନ୍ତି । କବି ଆମ ଜନ୍ମଭୂମି ଓଡ଼ିଶାକୁ ଅମୃତମୟୀ ଜନନୀ ରୂପେ ଉପାସନା କରି ତା’ର ଲାସ୍ୟମୟୀ, ହାସ୍ୟମୟୀ, ଭାଷମୟୀ ରୂପଲାବଣ୍ୟକୁ କବିତାରେ ଉପସ୍ଥାପନ କରିଛନ୍ତି ।

ଅପରୂପ, ଅବର୍ଣନୀୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ ଉତ୍କଳ ଜନନୀଙ୍କ ସ୍ଵରୂପକୁ ସେ ନିଖୁଣ ଭାବରେ ଚିତ୍ରଣ କରିଛନ୍ତି । ଜନନୀଙ୍କ ଅଙ୍କଦେଶ ଘଞ୍ଚ ଅରଣ୍ୟାନିରେ ପରିପୂର୍ଣ୍ଣ ସୌନ୍ଦର୍ଯ୍ୟର ଶୀର୍ଷଭାଗ ସ୍ପର୍ଶ କରିଅଛି । ନୀଳ ଗିରିରାଜିର ମନୋଲୋଭା ଦୃଶ୍ୟ ଜନମାନସରେ ଉଲ୍ଲାସ ଭାବ ଉଦ୍ରେକ କରୁଅଛି । ବିହଙ୍ଗରାଜିର କେକାରବ ବନରାଜିର ଶୋଭାକୁ ବହୁଗୁଣିତ କରିଛି । ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସୁଶୋଭିତ ଧାନ୍ୟକ୍ଷେତ୍ର ଶସ୍ୟ ଉତ୍ପାଦନରେ ଶ୍ରେଷ୍ଠ ସ୍ଥାନ ଲାଭ କରି ଗୌରବ ଅର୍ଜନ କରିଅଛି । ବାସ୍ତବ କ୍ଷେତ୍ରରେ ଉତ୍କଳ ଜନନୀର ମହନୀୟତା ବର୍ଣ୍ଣିତ କବିତାରେ ପ୍ରତି ପାଦ ଓ ପଦରେ ପରିସ୍ଫୁଟିତ ହୋଇଛି ।

ତୁମପାଇଁ କାମ

୩୫ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅନ୍ୟାନ୍ୟ କୃତି ସଂଗ୍ରହ କରି ପଢ଼ ।
୩୬ । ଉତ୍କଳ ଜନନୀ କେଉଁ କେଉଁ କାରଣ ପାଇଁ ବନ୍ଦନୀୟା, ସେଇ କାରଣଗୁଡ଼ିକ ଟିପାଖାଥାରେ ଟିପି ରଖ ।
୩୭ । ‘ବନ୍ଦେ ଉତ୍କଳ ଜନନୀ’ କବିତାଟି ମୁଖସ୍ଥ କରି ମନେରଖ ।

ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। କବି ଲକ୍ଷ୍ମୀକାନ୍ତ କେବେ ଜନ୍ମଗ୍ରହଣ କରିଥିଲେ ?
Answer:
କବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୮୮୮ ମସିହା ଡିସେମ୍ବର ମାସ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ ।

୨ । କବିଙ୍କର ପିତାମାତାଙ୍କ ନାମ କ’ଣ ଥିଲା ?
Answer:
କବିଙ୍କର ପିତାଙ୍କ ନାମ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଓ ମାତାଙ୍କ ନାମ ରାଧାରାଣୀ ଦେବୀ ଥିଲା ।

୩ । କବି କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:
କବି ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।

୪। କବି ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
Answer:
କବି ବାଲ୍ୟାବସ୍ଥାରୁ କଳା ଓ ସଙ୍ଗୀତ ପ୍ରତି ବିଶେଷ ଆକୃଷ୍ଟ ଥିଲେ ।

୫। କବି କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ?
Answer:
କବି ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ ବିଷୟରେ ଅନେକ ଉଚ୍ଚାଙ୍ଗ କବିତା ରଚନା କରିଛନ୍ତି ।

୬। କବିଙ୍କ ଲେଖନୀ ନିସୃତ କେଉଁ ୨ଟି କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
Answer:
କବିଙ୍କ ରଚିତ ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ାଶଙ୍ଖାରି’ ଗଳ୍ପ ଆଜି ମଧ୍ୟ ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ।

୭ । କବି ୧୯୩୭ ମସିହାରେ କେଉଁ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
Answer:
କବି ୧୯୩୭ ମସିହାରେ ‘ଡଗର’ ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୮। କବିଙ୍କ ରଚିତ ‘‘ବନ୍ଦେ ଉତ୍କଳ ଜନନୀ’’କୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା
Answer:
କବିଙ୍କ ରଚିତ‘ବନ୍ଦେ ଉତ୍କଳ ଜନନୀ’’ ୨୦୨୦ ମସିହା ଜୁନ୍ ୭ ତାରିଖରେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର

୯। ‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
Answer:
ଉତ୍କଳ କହିଲେ ଆମ ଓଡ଼ିଶା ପ୍ରଦେଶକୁ ବୁଝାଇଥାଏ ।

୧୦ । କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳ ବା ଓଡ଼ିଶା ମାତାଙ୍କର ପଦବନ୍ଦନା କରିଛନ୍ତି ।

୧୧ । କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
Answer:
କବି ଉତ୍କଳ ଜନନୀଙ୍କୁ ଚାରୁ ହାସମୟୀ ଓ ଚାରୁ ଭାଷମୟୀ ବୋଲି ସମ୍ବୋଧନ କରି ସ୍ଵଅଭିମତ ପ୍ରକାଶ କରିଛନ୍ତି ।

୧୨ । ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁଅଛି ?
Answer:
ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ ମହୋଦଧୂର ପୂତ ବାରିରାଶି ଧୌତ କରୁଅଛି ।

୧୩। ମହୋଦଧୂ ତଟଦେଶ କିପରି ଶୋଭା ପାଉଅଛି ?
Answer:
ମହୋଦଧୂ ତଟଦେଶ ତାଳତାମାଳ ବୃକ୍ଷସମୂହରେ ଶୋଭା ପାଉଅଛି ।

୧୪ । ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?
Answer:
ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ ମନ୍ଦ ମନ୍ଦ ଶୀତଳ ସମୀର ପ୍ରବାହିତ ହେଉଛି ।

୧୫ । ଉତ୍କଳ ଜନନୀର କଳେବରରେ ଆଉ କ’ଣ
Answer:
ଉତ୍କଳ ଜନନୀର କଳେବରରେ ମିଘଞ୍ଚ ବନରାଜି ଏବଂ ଉତ୍ତୁଙ୍ଗ ପର୍ବତମାଳା ଶୋଭା ପାଉଅଛି ।

୧୬ । କେଉଁମାନଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ?
Answer:
ବିବିଧ ଚାରୁ କେଉଁମାନଙ୍କ କଳରବରେ ଉତ୍କଳର ଗଗନ ପବନ ମୁଖରିତ ହେଉଛି ।

୧୭ । ଉତ୍କଳମାତାର ସମତଳ ଅଞ୍ଚଳ କାହାଦ୍ଵାରା ସୁଶୋଭିତା ହୋଇଛି ?
Answer:ଉତ୍କଳମାତାର ସମତଳ ଅଞ୍ଚଳ ସୌଦର୍ଯ୍ୟଶାଳିନୀ ସୁମନୋହାରିଣୀ ଶସ୍ୟଷେତ୍ର ସମୂହଦ।ରା ସୁଶୋଭିତ ହୋଇଛି ।

୧୮ । କେଉଁମାନେ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?
Answer:
ମୁନି, ଯୋଗୀ, ଋଷିଗଣ ପବିତ୍ର କୁଟୀର ମଧ୍ୟରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୧୯ । ଉତ୍କଳ ଜନନୀ କୋଳରେ କେଉଁ କେଉଁ ତୀର୍ଥକ୍ଷେତ୍ର ବିରାଜିତ ହୋଇ ଆଧ୍ୟାତ୍ମିକ ଭାବ କରୁଛନ୍ତି ?
Answer:
ଉତ୍କଳ ଜନନୀଙ୍କ କୋଳରେ ଶ୍ରୀକ୍ଷେତ୍ର, ଅର୍କକ୍ଷେତ୍ର ଆଦି ତୀର୍ଥକ୍ଷେତ୍ର ବିରାଜିତ ହୋଇ ଜନମାନସରେ ଆଧ୍ୟାତ୍ମିକ ଭାବ ସୃଷ୍ଟି କରୁଛନ୍ତି ।

୨୦ । ଉତ୍କଳ ଜନନୀ ଗୌରବମଣ୍ଡିତା କାହିଁକି ?
Answer:
ଉତ୍କଳ ଜନନୀଙ୍କ ଅଗଣିତ ଶୂରବର ସନ୍ତାନମାନଙ୍କର ଗୌରବ ଗାଥା ଓ କବି ତଥା ସନ୍ତାନମାନଙ୍କର ଗୌରବ ଗାଥା ଓ କବି ତଥା ଜନନୀ ଚିରକାଳ ଗୌରବମଣ୍ଡିତା ।

B ଗୋଟିଏ ଶବ୍ଦରେ ଉତ୍ତର ଲେଖ ।
୧। ‘ପୂତ’ ଶବ୍ଦଟିର ଅର୍ଥ ଲେଖ ।
Answer:
ପବିତ୍ର

୨। ‘ପୟୋଧ’ ଶବ୍ଦର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ସମୁଦ୍ର, ସାଗର

୩। ‘ତଟିନୀ’ର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ନଦୀ, ସରିତ

୪। ‘ଶୂରବର’ ଶବ୍ଦର ଅର୍ଥ ଲେଖ ।
Answer:
ବୀରଶ୍ରେଷ

୫। ‘ଚାରୁକଳା’ କହିଲେ କହାକୁ ବୁଝାଏ ?
Answer:
ନୃତ୍ୟ-ସଙ୍ଗୀତ-ବିତ୍ର।ଙ୍କନ ବିଦ୍ୟ।

୬। ପୁଣ୍ୟର ବିପରୀତ ଅର୍ଥବୋଧକ ଶବ୍ଦ ଲେଖ ।
Answer:
ପାପ

୭। ‘ଊଟଜ’ ଶବ୍ଦଟିର ଅର୍ଥ ଲେଖ ।
Answer:
ପତ୍ରକୁଡ଼ିଆ | ମୁନିଋଷିମାନଙ୍କ ବାସସ୍ଥାନ

୮। ‘ଚାରୁ’ ଶବ୍ଦର ଅର୍ଥ ଲେଖ ।
Answer:
ସୁନ୍ଦର

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୯। ‘ସମୀର’ର ଦୁଇଟି ପ୍ରତିଶବ୍ଦ ଲେଖ ।
Answer:
ପବନ, ବାୟୁ

୧୦ । ‘ଶୁଭ୍ର’ର ବିପରୀତ ଶବ୍ଦ ଲେଖ ।
Answer:
କୃଷ୍ଣ

C ଶୂନ୍ୟସ୍ଥାନ ପୂରଣ କର ।

୧। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର __________________ ମସିହାରେ ଜନ୍ମଗ୍ରହଣ କରିଥିଲେ ।
Answer:
୧୮୮୮

୨ । କବି ଲକ୍ଷ୍ମୀକାନ୍ତ କଟକର ________________________ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥେଲେ ।
Answer:
ରେଭେନ୍ସା

୩ । ଲକ୍ଷ୍ନୀକାନ୍ତଙ୍କର କୁଳଗୁରୁଙ୍କ ନାମ ___________________ ।
Answer:
ବାବାଜୀ ରାମଦାସ

୪ । ________________ ଙ୍କ ପ୍ରେରଣାରେ ଲକ୍ଷ୍ମୀକାନ୍ତ ସ୍ଵାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।
Answer:
ମହାତ୍ମା ଗାନ୍ଧୀ

୫। ଲକ୍ଷ୍ମୀକାନ୍ତଙ୍କ ରଚିତ ______________ ଗଳ୍ପ ପୁସ୍ତକ ଆଜି ବି ଲୋକପ୍ରିୟ ।
Answer:
ବୁଢ଼ାଶଙ୍ଖାରି

୬। ଲକ୍ଷ୍ମୀକାନ୍ତଙ୍କ __________________ ସଙ୍ଗୀତ ଲୋକମାନଙ୍କ ମନରେ ବିଦ୍ରୋହର ବହ୍ନି ପ୍ରଜ୍ବଳିତ କରିଥିଲା ।
Answer:
ଦେଶାତ୍ମବୋଧକ

୭। ତାଳତମାଳ _________________ ତୀରା ।
Answer:
ସୁଶୋଭିତ

୮। ______________ ବନଭୂମି ରାଜିତ ଅଙ୍ଗେ ।
Answer:
ଘନଘନ

୯ । ଶୁଭ୍ର-ତଟିନୀ-କୂଳ _________________ ସମୀରା ।
Answer:
ଶୀକର

୧୦। ________________ ସୁଶୋଭିତ କ୍ଷେତ୍ରା ।
Answer:
ସୁନ୍ଦରଶାଳି

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୧୧। ଯୋଗୀଋଷିଗଣ _________________ ପବିତ୍ର। ।
Answer:
ଊଟଜ

୧୨। _______________ମଣ୍ଡିତ-ଦେଶ ।
Answer:
ସୁନ୍ଦର ମନ୍ଦିର

୧୩ । ଉତ୍କଳ ଶୂରବର-ଦର୍ପିତ _______________।
Answer:
ଗେହା

୧୪। ________________ ସୁନନ୍ଦନ-ବନ୍ଧ୍ୟା ।
Answer:
କବିକୁଳମୌଳି

୧୫ । ଭୁବନ ________________ କୀର୍ତ୍ତି- ଅନିଦ୍ୟା ।
Answer:
ବିଘୋଷିତ

D ଠିକ୍ ଉକ୍ତି ପାଇଁ ଠିକ୍ କିମ୍ବା ଭୁଲ୍ ଉକ୍ତି ପାଇଁ ଭୁଲ୍ ଲେଖ ।

୧। ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ଆଖ୍ୟା ପ୍ରଦାନ କରାଯାଇଛି ।
Answer:
ଠିକ୍

୨ । ଲକ୍ଷ୍ମୀକାନ୍ତ ବାଲେଶ୍ୱର ଜିଲ୍ଲାରେ ଜନ୍ମଲାଭ କରିଥିଲେ ।
Answer:
ଭୁଲ୍

୩। ବାବାଜୀ ଶ୍ୟାମସୁନ୍ଦର ଲକ୍ଷ୍ମୀକାନ୍ତଙ୍କୁ ସଙ୍ଗୀତ ଶିକ୍ଷା ପ୍ରଦାନ କରିଥିଲେ ।
Answer:
ଭୁଲ୍

୪ । ୧୯୫୩ ମସିହାରେ କବିବର ରାଧାନାଥ ରାୟ ମୃତ୍ୟୁବରଣ କରିଥିଲେ ।
Answer:
ଭୁଲ୍

୫ । ‘ବୁଢ଼ାଶଙ୍ଖାରି’ ଗଳ୍ପ ଲକ୍ଷ୍ମୀକାନ୍ତଙ୍କ ଲେଖନୀ ନିସୃତ !
Answer:
ଠିକ୍

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

୬ | ଜୁନ୍ ୧୦ ତାରିଖ ୨୦୧୯ ମସିହାରେ ‘ବନ୍ଦେ ଉତ୍କଳ ଜନନୀ’’କୁ ରାଜ୍ୟ ସଙ୍ଗୀତର ମାନ୍ୟତା ମିଳିଥିଲା ।
Answer:
ଭୁଲ୍

୭ । ଉତ୍କଳ ଜନନୀ ହେଉଛନ୍ତି ଚାରୁ ଭାଷମୟୀ ।
Answer:
ଠିକ୍

୮। କବିସୂର୍ଯ୍ୟ ବଳଦେବଙ୍କ ବିରଚିତ ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ଅତି ଜନପ୍ରିୟ ।
Answer:
ଭୁଲ୍

୯ । ସୁନ୍ଦରଶାଳି କହିଲେ ଶାଳବନକୁ ବୁଝାଏ ।
Answer:
ଭୁଲ୍

୧୦ । ଶ୍ରୀକ୍ଷେତ୍ର ଉତ୍କଳର୍ ପବିତ୍ର ତୀର୍ଥଭୂମି ଅଟେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ମଧୁସୂଦନ ଦାସ
(C) ଗୋପବନ୍ଧୁ ଦାସ
(D) ନନ୍ଦକିଶୋର ବଳ
Answer:
(A) ଲକ୍ଷ୍ମୀକାନ୍ତ ମହାପାତ୍ର

2. କବି ‘ଲକ୍ଷ୍ମୀକାନ୍ତ ମହାପାତ୍ର’ କେଉଁ କବି ନାମରେ ଓଡ଼ିଶାରେ ପ୍ରସିଦ୍ଧ ?
(A) କବିବର
(B) କାନ୍ତକବି
(C) ପ୍ରକୃତି କବି
(D) ପଲ୍ଲୀକବି
Answer:
(B) କାନ୍ତକବି

3. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଜନ୍ମ ଗ୍ରହଣ କରିଥିଲେ ?
(A) ୧୮୮୫
(B) ୧୯୦୦
(C) ୧୮୮୮
(D) ୧୯୦୬
Answer:
(C) ୧୮୮୮

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

4. କବି ଲକ୍ଷ୍ମୀକାନ୍ତ କଟକର କେଉଁ କଲେଜରେ ଉଚ୍ଚଶିକ୍ଷା ଲାଭ କରିଥିଲେ ?
(A) ଖ୍ରୀଷ୍ଟ
(B) ଜେକେବିକେ
(C) କଟକ
(D) ରେଭେନ୍ସା
Answer:
(D) ରେଭେନ୍ସା

5. କାହା ପ୍ରେରଣାରେ ଲକ୍ଷ୍ମୀକାନ୍ତ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ?
(A) ଗୋପବନ୍ଧୁ ଦାସ
(B) ମହାତ୍ମା ଗାନ୍ଧୀ
(C) ବୀର ସୁରେନ୍ଦ୍ର ସାଏ
(D) ମଧୁସୂଦନ ଦାସ
Answer:
(B) ମହାତ୍ମା ଗାନ୍ଧୀ

6. ‘ବନ୍ଦେ ଉତ୍କଳ ଜନନୀ’’କୁ କେବେ ଓଡ଼ିଶା ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରିଛନ୍ତି ?
(A) ୨୦୨୦ ମସିହା ଜୁନ୍ ୭ ତାରିଖ
(B) ୨୦୧୯ ମସିହା ଅଗଷ୍ଟ ୧୫ ତାରିଖ
(C) ୨୦୦୦ ମସିହା ଜୁନ୍ ୭ ତାରିଖ
(D) ୨୦୨୧ ମସିହା ଜାନୁୟାରୀ ୨୬ ତାରିଖ
Answer:
(A) ୨୦୨୦ ମସିହା ଜୁନ୍ ୭ ତାରିଖ

7. ନିମ୍ନୋକ୍ତ ମଧ୍ୟରୁ କେଉଁଟି ‘ଚାରୁ ହାସମୟୀ’ର ଅର୍ଥକୁ ବୁଝାଉଛି ?
(A) ଯାହାର ହସ ସୁନ୍ଦର
(B) ହସିହସି କା
(C) ଠୋଠୋ ହସ
(D) ମୁରୁକି ହସ
Answer:
(A) ଯାହାର ହସ ସୁନ୍ଦର

8. ଅଲଗା ଶବ୍ଦଟିକୁ ବାଛି ଲେଖ ।
(A) ଜନନୀ
(B) ଭଗିନୀ
(C) ମାଆ
(D) ବୋଉ
Answer:
(B) ଭଗିନୀ

9. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପିତାଙ୍କ ନାମ କ’ଣ ଥିଲା ?
(A) ଚୌଧୁରୀ ବିଷ୍ଣୁ ପ୍ରସାଦ ସାମନ୍ତରାୟ ମହାପାତ୍ର
(B) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ
(C) ଚୌଧୁରୀ ରୁଦ୍ର ପ୍ରସାଦ ସାମନ୍ତରାୟ ମହାପାତ୍ର
(D) ଚୌଧୁରୀ ରମାକାନ୍ତ ସାମନ୍ତରାୟ ମହାପାତ୍ର
Answer:
(B) ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

10. କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମାତାଙ୍କ ନାମ କ’ଣ ଥିଲା ?
(A) ରାଧାରାଣି ଦେବୀ
(B) ଜେମାମଣି ଦେବୀ
(C) ତିଳୋତ୍ତମ ଦେବୀ
(D) ସତ୍ୟଭାମା ଦେବୀ
Answer:
(A) ରାଧାରାଣି ଦେବୀ

11. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
(A) ପୁରୀ ଜିଲ୍ଲାର ସୁଆଣ୍ଡୋରେ
(B) କଟକ ଜିଲ୍ଲାର ସତ୍ୟଭାମାପୁରରେ
(C) ଭଦ୍ରକ ଜିଲ୍ଲାର ବାସୁଦେବପୁରରେ
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ
Answer:
(D) ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ

12. ଲକ୍ଷ୍ମୀକାନ୍ତ ମହାପାତ୍ର ବାଲ୍ୟାବସ୍ଥାରୁ କେଉଁ ବିଷୟ ପ୍ରତି ବିଶେଷ ଆକୃଷ୍ଟ ଥିଲେ ?
(A) ସଙ୍ଗୀତ ଓ ନାଟକ
(B) କଳା ଓ ସଙ୍ଗୀତ
(C) ସାହିତ୍ୟ ଓ ସଙ୍ଗୀତ
(D) ବିଜ୍ଞାନ ଓ ଗଣିତ
Answer:
(B) କଳା ଓ ସଙ୍ଗୀତ

13. ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ବିଷୟରେ ଅନେକ ଉଚ୍ଚାଙ୍ଗ
(A) ଭକ୍ତି ଓ ବାତ୍ସଲ୍ୟ ରସାତ୍ମକ
(B) ସାମାଜିକ ଓ କାଳ୍ପନିକ
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ
(D) ଚେତନାଧର୍ମୀ ଓ ବିପ୍ଳବାତ୍ମକ
Answer:
(C) ଆଧ୍ୟାତ୍ମିକ ଓ ଦେଶାତ୍ମବୋଧକ

14. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଲେଖନୀ ନିସୃତ ନିମ୍ନୋକ୍ତ କେଉଁ କୃତି ପାଠକଙ୍କୁ ଆନନ୍ଦ ଯୋଗାଇ ଆସୁଛି ?
(A) କଣାମାମୁ
(B) ବୁଢ଼ା ଶଙ୍ଖାରି
(C) ଅସହଯୋଗୀର ଆତ୍ମକଥା
(D) ଜୀବନସଙ୍ଗୀତ
Answer:
(B) ବୁଢ଼ା ଶଙ୍ଖାରି

15. କବି ଲକ୍ଷ୍ମୀକାନ୍ତ ମହାପାତ୍ର କେଉଁ ମସିହାରେ ଡଗର ପତ୍ରିକାର ପ୍ରତିଷ୍ଠା ଓ ସମ୍ପାଦନା କରିଥିଲେ ?
(A) ୧୯୨୭
(B) ୧୯୩୭
(C) ୧୯୪୭
(D) ୧୯୫୭
Answer:
(B) ୧୯୩୭

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

16. ‘ଉତ୍କଳ’’ କହିଲେ କେଉଁ ପ୍ରଦେଶକୁ ବୁଝାଏ ?
(A) ଓଡ଼ିଶା
(B) ବିହାର
(C) ପଶ୍ଚିମବଙ୍ଗ
(D) ଆନ୍ଧ୍ରପ୍ରଦେଶ
Answer:
(A) ଓଡ଼ିଶା

17. କାନ୍ତକବି କାହାର ପଦବନ୍ଦନା କରିଛନ୍ତି ?
(A) ଉତ୍କଳ ମାତାଙ୍କ
(B) ଭାରତ ମାତାଙ୍କ
(C) ନିଜ ମାତାଙ୍କ
(D) ଜଗଜ୍ଜନନୀଙ୍କ
Answer:
(A) ଉତ୍କଳ ମାତାଙ୍କ

18. କବି ଉତ୍କଳ ଜନନୀଙ୍କୁ କିପରି ସମ୍ବୋଧନ କରିଛନ୍ତି ?
(A) ଚାରୁ ହାସ୍ୟମୟୀ ଓ ଚାରୁ ଲାସ୍ୟମୟୀ
(B) ପୂତ-ପୟୋଧ-ବିଧୌତ ଶରୀରା
(C) ଚାରୁ ଲାସ୍ୟମୟୀ ଓ ଚାରୁ ଭାଷମୟୀ
(D) ଚାରୁ ହାସମୟୀ ଓ ଚାରୁ ଭାଷମୟୀ
Answer:
(D) ଚାରୁ ହାସମୟୀ ଓ ଚାରୁ ଭାଷମୟୀ

19. ଉତ୍କଳ ଜନନୀଙ୍କ ସର୍ବାଙ୍ଗ କଳେବରକୁ କିଏ ଧୌତ କରୁଅଛି ?
(A) ନଦନଦୀର ପୂଠ ବାରିରାଶି
(B) ପାର୍ବତ୍ୟ ଝରଣାର ନିର୍ମଳ ଜଳରାଶି
(C) ମହୋଦଧୂର ପୂତ ବାରିରାଶି
(D) ଶ୍ରାବଣୀ ବର୍ଷାର ପୂତ ବାରିରାଶି
Answer:
(C) ମହୋଦଧୂର ପୂତ ବାରିରାଶି

20. ମହୋଦଧୂ ତଟଦେଶ କେଉଁ ବୃକ୍ଷରେ ଶୋଭା ପାଉଅଛି ?
(A) ପନ୍ନଙ୍ଗ ନାରିକେଳ
(B) ତାଳତମାଳ
(C) ଶାଳ ପିଆଶାଳ
(D) ତାଳ ନାରିକେଳ
Answer:
(B) ତାଳତମାଳ

21. ଉତ୍କଳ ଜନନୀଙ୍କ ବକ୍ଷଦେଶରେ ସ୍ଥାନିତ ତଟିନୀ କୂଳରୁ କ’ଣ ପ୍ରବାହିତ ହେଉଛି ?
(A) ମନ୍ଦ ମନ୍ଦ ଶୀତଳ ସମୀର
(B) ମନ୍ଦ ମନ୍ଦ ଶୀତୋଷ୍ଣ ସମୀର
(C) ବେଗଗାମୀ ଶୀତଳ ସମୀର
(D) ମନ୍ଦ ମନ୍ଦ ଉଷ ଅନିଳ
Answer:
(A) ମନ୍ଦ ମନ୍ଦ ଶୀତଳ ସମୀର

22. ଉତ୍କଳ ମାତାର କେଉଁ ଅଞ୍ଚଳ ସୁମନୋହାରିଣୀ
(A) ପାହାଡିଆ ଅଞ୍ଚଳ
(B) ମରୁ ଅଞ୍ଚଳ
(C) ସମତଳ ଅଞ୍ଚଳ
(D) ଉପରୋକ୍ତ ସମସ୍ତ
Answer:
(C) ସମତଳ ଅଞ୍ଚଳ

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

23. ମୁନି, ଯୋଗୀ, ଋଷିଗଣ କେଉଁଠାରେ ଅବସ୍ଥାନ କରି ଅହରହ ତପସ୍ୟାରତ ଅଛନ୍ତି ?
(A) ଜଙ୍ଗଲରେ
(B) ପବିତ୍ର କୁଟୀରରେ
(C) ଆଶ୍ରମରେ
(D) ଉପରୋକ୍ତ ସମସ୍ତ
Answer:
(B) ପବିତ୍ର କୁଟୀରରେ

24. ଉତ୍କଳର ଆକାଶ କାହାର କଳରବରେ ମୁଖରିତ ?
(A) କାକ ଓ କୋକିଳ
(B) ଶୂନ ଓ ଛଞ୍ଚାଣ
(C) ସୁନ୍ଦର ବିହଙ୍ଗ କୁଳ
(D) ଶାଗୁଣା ଓ ଚିଲ
Answer:
(C) ସୁନ୍ଦର ବିହଙ୍ଗ କୁଳ

କବିଙ୍କ ସମ୍ବନ୍ଧରେ :
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ସାହିତ୍ୟରେ ଜଣେ ଯଶସ୍ବୀ କବି ଭାବରେ ପରିଚିତ । ସେ ଏକାଧାରରେ ଥିଲେ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ସଂପାଦକ ଏବଂ ବ୍ୟଙ୍ଗକାର । ସେ ଜୀବନ ଯୁଦ୍ଧରେ ବହୁ କଷ୍ଟ ସ୍ଵୀକାର କରିଥିଲେ ମଧ୍ୟ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କରି ବିଦଗ୍ଧ ପାଠକଙ୍କ ହୃଦୟରେ ସ୍ଵତନ୍ତ୍ର ଆବେଦନ ସୃଷ୍ଟି କରିଛନ୍ତି ।

କବି ଲକ୍ଷ୍ମୀକାନ୍ତ ୧୮୮୮ ମସିହା, ଡିସେମ୍ବର ମାସ ୯ ତାରିଖରେ ମାଣବସା ଗୁରୁବାର ଦିନ ଭଦ୍ରକ ଜିଲ୍ଲା ତାଳପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ମାଣବସା ଗୁରୁବାରରେ ଜନ୍ମଗ୍ରହଣ କରିଥିବାରୁ ତାଙ୍କର ନାମ ଦିଆଯାଇଥିଲା ଲକ୍ଷ୍ମୀକାନ୍ତ ।ତାଙ୍କ ପିତାଙ୍କ ନାମ ଥିଲା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଏବଂ ମାତାଙ୍କ ନାମ ରାଧାମଣି ଦେବୀ । ଛାତ୍ର ସମୟରୁ ପାଠପଢ଼ା ସହିତ ସେ ଜଣେ ଦକ୍ଷ ଖେଳାଳି, ଅଭିନେତା ହେବା ସହ କବିତା ଲେଖା ଆଦିରେ ମନୋନିବେଶ କରିଥିଲେ । ବାଲେଶ୍ଵର ସ୍କୁଲରୁ ଏଣ୍ଟ୍ରାନ୍ସ ପାସ୍ କଲାପରେ କଟକରେ ଆଇ.ଏ. ଓ କଲିକତାରେ ବି.ଏ. ଅଧ୍ୟୟନ କରିଥିଲେ ।

କବିତା ଲେଖାରେ ତାଙ୍କର କୃତିତ୍ଵ ପାଇଁ ୧୯୩୪ ମସିହାରେ ଭଦ୍ରକ ହାଇସ୍କୁଲରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ, ତାଙ୍କୁ କାନ୍ତକବି ରୂପେ ପରିଚିତ କରାଯାଇଥିଲା । ଭାଗ୍ୟର ବିଡ଼ମ୍ବନା ହେତୁ ଶାରୀରିକ ଅସୁସ୍ଥତା ପାଇଁ ଶିକ୍ଷାକ୍ଷେତ୍ରରେ ସେ ଅଧିକ ଆଗେଇ ପାରିନଥିଲେ । ଗୁରୁ ବାବାଜୀ ରାମଦାସଙ୍କ ପ୍ରରୋଚନାରେ ସେ ସଙ୍ଗୀତ ସୃଷ୍ଟିରେ ମନୋନିବେଶ କରିଥିଲେ । କାନ୍ତକବିଙ୍କର କାବ୍ୟଚେତନାର ଆଦର୍ଶ ଥିଲେ ଓଡ଼ିଶାର ଜନନେତା ପଣ୍ଡିତ ଗୋପବନ୍ଧୁ ଦାସ । ସେ ନିଜେ ସ୍ଵୀକାର କରିଛନ୍ତି- ‘ମୋର କବିତା ଲେଖାର ଆଦ୍ୟଗୁରୁ ଭାବରେ ସେ ମୋର ପୂଜ୍ୟ । ତାଙ୍କରି କବିତା ମୋର ପ୍ରାଣରେ କବିତାର ଉନ୍ମେଷ ସୃଷ୍ଟି କରିଛି । ତାଙ୍କରି ପ୍ରେରଣା ମୋ ପ୍ରାଣରେ କବିତାର ଭୂର୍ଭି ଆଣିଦେଇଛି ।

ଏକଥା ସ୍ଵୀକାର କଲାବେଳେ ଛାତି ମୋର ଫୁଲି ଫୁଲି ଉଠୁଛି, ଗର୍ବରେ ଶିର ନତ ହୋଇଯାଉଛି ତାଙ୍କରି ପବିତ୍ର ଚରଣରେ । (କାନ୍ତ ସାହିତ୍ୟ ମାଳା-୧ମ ଖଣ୍ଡ ପୃ୫୪୦) କାନ୍ତକବିଙ୍କ ପରିବାର ଥିଲା ସଂଗ୍ରାମୀ ପରିବାର । ତାଙ୍କର ପିତା ଭାଗବତ ପ୍ରସାଦ, ଭଉଣୀ କୋକିଳା ଦେବୀ, ଜାହ୍ନବୀ ଦେବୀ, ସାନଭାଇ କମଳାକାନ୍ତ, ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ସେହି ଚିନ୍ତାଧାରାକୁ ନେଇ କାନ୍ତକବି ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ‘ଅସହଯୋଗୀର ଆତ୍ମକଥା’ ପର୍ଯ୍ୟାୟ କ୍ରମେ ପ୍ରକାଶ କରୁଥିଲେ ।

ତାଙ୍କ ମନରେ ରହିଥିଲା ଅସହଯୋଗ ଓ ଜାତୀୟ ଚେତନାର ଭାବ । ତାହାର ପ୍ରକାଶିତ ରୂପ ହେଉଛି କେତେକ ’ଜାତୀୟ ସଂଗୀତ’ । ପରବର୍ତ୍ତୀ ସମୟରେ ବୈଷ୍ଣବ ଭାବାପନ୍ନ ହେଲା ପରେ ତାଙ୍କ କବିତାରେ ଭକ୍ତସୁଲଭ ଭାବାବେଗ, ପ୍ରେମ, କରୁଣା, ତିତିକ୍ଷାରେ ରସସିକ୍ତ ଭାବକୁ ସେ ଦେଖାଇଛନ୍ତି । ସେହିସବୁ ଆଧ୍ୟାତ୍ମ କବିତାଗୁଡ଼ିକ କବିଙ୍କର ‘ଜୀବନ ସଙ୍ଗୀତ’ କବିତା ସଂକଳନରେ ପ୍ରକାଶିତ । ଏଥରେ ବିଭୁପ୍ରୀତି ଯେଭଳି ରହିଛି, ବୈଷ୍ଣବ -ସୁଲଭ ଭାବାବେଗ ମଧ୍ୟ ସେହିପରି ରହିଛି । କବି ଆନନ୍ଦମୟ ଅନୁଭୂତିରେ ଆତ୍ମହରା ହୋଇ ଗାଇଛନ୍ତି –
‘‘ଦେ ମୋତେ ବାଇଆ କରି ଆରେ ମୋର ବାଇଆ ରଜା
ନାଚିବି ମୁଁ ଲଙ୍ଗଳା ହୋଇ ତାଳି ମାରି ଦେଖୁ ମଜା ।’’

ଜୀବନର ପରିଣତ ବୟସରୁ କବି ଲକ୍ଷ୍ମୀକାନ୍ତ କେତେଗୁଡ଼ିଏ ଲାଳିକା (Parody) ରଚନା କରିଛନ୍ତି । ସେହି ଲାଳିକାଗୁଡ଼ିକ ‘‘ଚଟକ ଚନ୍ଦ୍ରହାସ ଚମ୍ପୂ’’ ସଂକଳନରେ ସଂକଳିତ । ଏହାର ଶୁଦ୍ଧ ଓ ବିମଳ ଆନନ୍ଦ ପ୍ରଦାନ ଭଳି ଭାବ ରହିଛି । ହାସ୍ୟରସର ଅନ୍ତରାଳରେ ବ୍ୟଙ୍ଗ ଓ ବିଦୁପର ବାଣ ମଧ୍ୟ ସେ ନିକ୍ଷେପ କରିଛନ୍ତି ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

କାନ୍ତକବି ଗୋଟିଏ ମାତ୍ର ଉପନ୍ୟାସ ରଚନା କରି ଉପନ୍ୟାସ ସ୍ରଷ୍ଟା ଭାବରେ ନିଜର ବୈଶିଷ୍ଟ୍ୟ ପ୍ରତିପାଦିତ କରିଛନ୍ତି । ତାଙ୍କଦ୍ୱାରା ରଚିତ ଉପନ୍ୟାସ ହେଉଛି ‘କଣାମାମୁ’ । ସେହି ଉପନ୍ୟାସଟି ଇଂରେଜ ସରକାର ବିରୁଦ୍ଧରେ ସଂଗ୍ରାମ କରିବାର ପ୍ରେକ୍ଷାପଟ ଉପରେ ରଚନା କରାଯାଇଛି । ‘ଦେହି ପଦ ପଲ୍ଲବ ମୁଦାରମ୍’ ତାଙ୍କର ଗଳ୍ପ ସଂକଳନ ।

‘ବୁଢ଼ା ଶଙ୍ଖାରି’ ଗଳ୍ପରେ ସ୍ରଷ୍ଟା ଅପତ୍ୟସ୍ନେହର ଆବେଗକୁ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ୧୯୩୭ ମସିହାରେ ସେ ‘ଡଗର’ ପତ୍ରିକା ପ୍ରକାଶ କରିଥିଲେ । ଯେହେତୁ ସେ ଥିଲେ ଅଭିନେତା ଏବଂ ରଙ୍ଗମଞ୍ଚ ସହିତ ତାଙ୍କର ସମ୍ପର୍କ ରହିଥିଲା ସେହି ଦୃଷ୍ଟିରୁ ସେତେବେଳେ ନାଟକ ରଚନା କରି, ତାହାକୁ ମଞ୍ଚସ୍ଥ କରାଇଥିଲେ । ସେହିପରି ସେ ସମୟର ସମାଜକୁ ଆଗରେ ରଖ୍ କେତେଗୁଡ଼ିଏ ପ୍ରବନ୍ଧ ରଚନା କରିଥିଲେ । ପ୍ରାୟ ପ୍ରତ୍ୟେକ ସୃଷ୍ଟିରେ କବିଙ୍କର ଜୀବନଦର୍ଶନ ହୋଇଥିଲା ପ୍ରତିଫଳିତ ।

କବିତାର ପୃଷ୍ଠଭୂମି :
ଐତିହ୍ୟ, ଐଶ୍ବର୍ଯ୍ୟ ସାର୍ଥକଭାବରେ ପ୍ରତିପାଦିତ । ସୁପ୍ତ ଜାତିକୁ କର୍ମମୁଖର ଓ ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଏହି କବିତାଟି ସୃଷ୍ଟି କରାଯାଇଥିଲା । କବିଙ୍କର ‘ଜାତୀୟ ସଂଗୀତ’ କବିତା ଗୁଚ୍ଛର ଏହା ଥିଲା ପ୍ରଥମ ସଙ୍ଗୀତ । ଓଡ଼ିଶା ସରକାରଙ୍କଦ୍ଵାରା ୨୦୨୦ ମସିହାରେ ଏହି ସଙ୍ଗୀତଟି ରାଜ୍ୟ ସଙ୍ଗୀତର ମାନ୍ୟତା ଲାଭ କରିଛି ।

ଆମେ ସମସ୍ତେ ଓଡ଼ିଶାବାସୀ ବା ଉତ୍କଳବାସୀ,ଉତ୍କଳ ମାତାର ସନ୍ତାନ । ଏହାର ମାଟି, ପାଣି, ପବନରେ ଆମେ ବଦ୍ଧିତ ଓ ପରିପୁଷ୍ଟ । ମାତ୍ର ଆମେ ଆମ ଜନ୍ମମାଟିର ବୈଶିଷ୍ଟ୍ୟକୁ ଅନେକ ସମୟରେ ବିସ୍ତ୍ରୁତ ହୋଇଯାଉ । ଏହି ଜନ୍ମଭୂମି ଯେ ବୀରପ୍ରସବିନୀ, କୀର୍ତ୍ତିଶାଳନୀ ଓ ଅପାସୋରା ସୌନ୍ଦର୍ଯ୍ୟରେ ବିମଣ୍ଡତା, ତାହାକୁ ନେଇ ନିଜର ପରିଚୟ ସୃଷ୍ଟି କରୁନା । କାନ୍ତକବି ଲକ୍ଷ୍ମୀକାନ୍ତ ଉତ୍କଳସନ୍ତାନଙ୍କ ମନରେ ମାତୃଭୂମି ପ୍ରତି ଯଥାର୍ଥ ମର୍ଯ୍ୟାଦା ସୃଷ୍ଟି ପାଇଁ, ‘ଉତ୍କଳ ସନ୍ତାନ’ ସଙ୍ଗୀତର ଏକ ମନୋଜ୍ଞ ଚିତ୍ର ଉପସ୍ଥାପିତ କରିଛନ୍ତି । ଉତ୍କଳବାସୀଙ୍କ ମନରେ ଜନ୍ମଭୂମିକୁ ନେଇ ଜାତୀୟ ଚେତନା ସୃଷ୍ଟି କରିବାପାଇଁ କବି ପ୍ରୟାସ କରିଛନ୍ତି ।

କବିତାର ସାରମର୍ମ :
କବିତାର ଘୋଷା ପଦରେ, କବି ଉତ୍କଳ ଜନନୀର ବନ୍ଦନା ଗାନ କରିଛନ୍ତି । ନିଜ ମାତୃଭୂମିକୁ ନମସ୍ୟା ଦେବୀ ଭାବରେ ଅଭ୍ୟର୍ଥନା ଜ୍ଞାପନ କରିଛନ୍ତି । ବିଭିନ୍ନ ବିଶେଷଣରେ ବିଶେଷିତା କରିଛନ୍ତି । କବି ଯୋଗ୍ୟ ସନ୍ତାନଭାବରେ କହିଛନ୍ତି, ହେ ଉତ୍କଳ ଜନନୀ ! ମୁଁ ତୁମର ବନ୍ଦନା କରୁଅଛି । ତୁମର ହସ ଅତ୍ୟନ୍ତ ସୁନ୍ଦର ଓ ମନୋମୁଗ୍ଧକର । ତେଣୁ ତୁମେ ଚାରୁହାସମୟୀ । ସେହିପରି ତୁମର ଭାଷା ମଧ୍ୟ ବହୁତ ମଧୁର, ଯାହାକୁ ଶ୍ରବଣ କଲେ ହୃଦୟରେ ଅପୂର୍ବ ପୁଲକ ସୃଷ୍ଟି ହୁଏ । ସୁତରାଂ ତୁମେ ହେଉଛ ଚାରୁଭାଷମୟୀ । ଏଠାରେ କବି ପ୍ରିୟ ଜନ୍ମଭୂମିର ମନୋମୁଗ୍‌ଧକର ହସ ଓ ହୃଦୟସ୍ପର୍ଶୀ ଭାଷାର ସୂଚନା ଦେଇଛନ୍ତି ।

କବିତାର ପ୍ରଥମ ପଦରେ କବି ଜନ୍ମଭୂମିକୁ ସମ୍ବୋଧନ ଜଣାଇ କହିଛନ୍ତି, ହେ ଉତ୍କଳ ଜନନୀ ତୁମର ଶରୀର ଅତ୍ୟନ୍ତ ପବିତ୍ର, ଯାହାକୁ କେବେବି ଅପବିତ୍ରତାର କାଳିମା ସ୍ପର୍ଶ କରିପାରିବ ନାହିଁ । କାରଣ ତୁମର ଶରୀରକୁ ସଦାସର୍ବଦା ପବିତ୍ର ମହାସାଗର ବିଧୌତ କରୁଅଛି । ତୁମର ଶରୀର ସାଗର ବେଷ୍ଟିତ । ସେହି ସାଗର ତୀରବର୍ତ୍ତୀ ଅଞ୍ଚଳ ତାଳ ଓ ତମାଳ ବୃକ୍ଷରାଜିର ସୁଶୋଭିତ । ତୁମ ଦେହକୁ ପବିତ୍ରୀକୃତ କରି ପ୍ରବାହିତ ହେଉଛି ଅନେକ ନଦୀ । ସେହି ନଦୀମାନଙ୍କର ସ୍ରୋତ ନିର୍ମଳ । ଯାହାକୁ ଶୁଭ୍ର ସ୍ରୋତସ୍ଵିନୀ ଭାବରେ ବିଚାର କରାଯାଇପାରେ । ସେହି ନଦୀଜଳକୁ ସ୍ପର୍ଶ କରି ପ୍ରବାହିତ ହେଉଥ‌ିବା ମୃଦୁ ସମୀରଣ ଜଳକଣା ସଂଯୁକ୍ତ ହୋଇ ଶୀତଳ ହୋଇଥାଏ । ସେହି ସୁଶୀତଳ ବାୟୁର ସ୍ପର୍ଶ ପ୍ରାଣକୁ ଶୀତଳ କରିଦେଇଥାଏ ।

ହେ ଉତ୍କଳ ଜନନୀ ! ତୁମ ଅଙ୍ଗେ ଅଙ୍ଗେ ସୁଶୋଭିତ ଘନ ବନାନୀ । ସେହି ନିଘଞ୍ଚ ବନରାଜିର ଅପୂର୍ବ ଶ୍ରୀରେ ତୁମେ ସୁଶୋଭିତା । ନୀଳ ପର୍ବତମାଳା ସମତଳଭୂମି ଉପରେ ଏପରି ଦଣ୍ଡାୟମାନ ହୋଇ ରହିଥା’ନ୍ତି, ଯାହାକୁ ଦେଖୁଲେ ସେଗୁଡ଼ିକ ସମୁଦ୍ରର ନୀଳଜଳରାଶି ଉପରେ ଉତ୍‌ତ ନୀଳତରଙ୍ଗ ଭଳି ପ୍ରତୀୟମାନ ହୁଅନ୍ତି । ସମଗ୍ର ଭୂଭାଗ, ଅର୍ଥାତ୍ ନଭ, ଜଳ, ସ୍ଥଳ ବିଭିନ୍ନ ପକ୍ଷୀମାନଙ୍କର କାକଳୀରେ ପରିପୂର୍ଣ୍ଣ । ଅର୍ଥାତ୍ ସୁନ୍ଦର ସୁନ୍ଦର ପକ୍ଷୀମାନଙ୍କର କଳରବରେ ଚତୁର୍ଦ୍ଦିଗ ମୁଖରିତ ।

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ

ହେ ଉତ୍କଳ ଜନନୀ ! ତୁମର ଦିଗନ୍ତବିସ୍ତାରି କ୍ଷେତଗୁଡ଼ିକ ଶାଳିଧାନରେ ସୁଶୋଭିତ । ଜ୍ଞାନ ଓ ବିଜ୍ଞାନ ହେଉଛି ତୁମର ନେତ୍ରଦ୍ୱୟ । ଜ୍ଞାନ ଓ ବିଜ୍ଞାନଦ୍ୱାରା ସମୁଜ୍ଜ୍ବଳ ନେତ୍ର ବିଶିଷ୍ଟ ଅନେକ କୃତୀ ସନ୍ତାନର ତୁମେ ଜନ୍ମଦାତ୍ରୀ । ଅର୍ଥାତ ଉତ୍କଳର ସନ୍ତାନମାନେ ଜ୍ଞାନ ଓ ବିଜ୍ଞାନ ବଳରେ ଯଶସ୍ବୀ ହୋଇପାରିଛନ୍ତି । ପୁନଶ୍ଚ ଯୋଗୀ ଋଷି ଏଠାରେ କୁଟୀର କରି ସେମାନଙ୍କ ମନ୍ତ୍ରପୂତ ଧ୍ଵନିରେ ଭୂଭାଗକୁ ପବିତ୍ର କରିଛନ୍ତି ।
ହେ ଉତ୍କଳ ଜନନୀ, ତୁମେ ହେଉଛ ମନ୍ଦିରମାଳିନୀ । ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିରରାଜିରେ ତୁମେ ବିମଣ୍ଡିତା । ସୂକ୍ଷ୍ମକଳା ସମୂହଦ୍ବାରା ତୁମର ବେଶ ସୁଶୋଭିତ । ସେହିପରି ତୁମର ସମଗ୍ର ପ୍ରଦେଶ ପୁଣ୍ୟ ତୀର୍ଥସମୂହରେ ପରିପୂର୍ଣ୍ଣ । ଏଠାରେ କବି କାରୁକାର୍ଯ୍ୟପରିପୂର୍ଣ୍ଣ ମନ୍ଦିର ଓ ପୁଣ୍ୟ ତୀର୍ଥକ୍ଷେତ୍ରଦ୍ୱାରା ଉତ୍କଳ ଜନନୀ ମହନୀୟା ହୋଇଛି ବୋଲି ସମ୍ବୋଧନ କରିଛନ୍ତି ।

ବୀରପ୍ରସବିନୀ ଉତ୍କଳମାତାର ମହିମା ଗାନ କରି କବି କହିଛନ୍ତି – ହେ ଉତ୍କଳ ଜନନୀ! ତୁମେ ହେଉଛ ଉତ୍କଳର ଶ୍ରେଷ୍ଠ ବୀରମାନଙ୍କର ନିବାସସ୍ଥଳୀ । ଅର୍ଥାତ୍ ବହୁ ବୀରଶ୍ରେଷ୍ଠଙ୍କର ଏହା ହେଉଛି ଗୃହ । ଉତ୍କଳରେ ଜନ୍ମ ନେଇ ସେହି ସନ୍ତାନମାନେ ବୀରଭାବରେ ନିଜର ଅସମାନ୍ୟ ବୀରତ୍ଵ ପ୍ରଦର୍ଶନ କରିଛନ୍ତି । ସେମାନେ ଶତ୍ରୁକୁ ପଦାନତ କରିଛନ୍ତି । ଫଳସ୍ବରୂପ ଶତ୍ରୁକୁଳର ରକ୍ତରେ ତୁମ ଦେହ ହେଇଛି ରଞ୍ଜିତ । ଏହି ବୀରତ୍ବ ପାଇଁ ତୁମର ରହିଛି ସ୍ବତନ୍ତ୍ର ମର୍ଯ୍ୟାଦା । ବିଶ୍ୱ-ଭୂମଣ୍ଡଳ ପ୍ରତି ତୁମର ମଧ୍ଯ ରହିଛି ଅଗାଧ ସ୍ନେହ, ସମସ୍ତଙ୍କୁ ଆପଣେଇ ନେବାର ଭାବ ।

ଉତ୍କଳରେ ଅନେକ ଯଶସ୍ବୀ କବି ଜନ୍ମ ନେଇଛନ୍ତି । ସେମାନଙ୍କ କଳାକୃତିରେ ସେମାନେ ଉତ୍କଳର ବାଣୀଭଣ୍ଡାରକୁ କରିଛନ୍ତି ରୁଦ୍ଧିମନ୍ତ । ତେଣୁ କବି କହିଛନ୍ତି, ହେ ଉତ୍କଳ ଜନନୀ ! କବିଶ୍ରେଷ୍ଠ ତଥା ସୁଯୋଗ୍ୟ ପୁତ୍ରମାନଙ୍କଦ୍ୱାରା ତୁମେ ହୋଇଛ ବନ୍ଦନୀୟା । ସେହି ଯଶସ୍ୱୀ କବିମାନଙ୍କ ପାଇଁ ବା ସେମାନଙ୍କର ଅନିନ୍ଦ୍ୟ କୀର୍ତ୍ତି ପାଇଁ ତୁମେ ସାରା ପୃଥିବୀରେ ଖ୍ୟାତି ଅର୍ଜନ କରିଛ । ତୁମେ, ଧନ୍ୟା । ତୁମେ ପୁଣ୍ୟବତୀ । ତୁମର ସେହି ପବିତ୍ର, ଐତିହ୍ୟ ପରିପୂର୍ଣ୍ଣ ଭୂମିରେ ଆମେ ସବୁଦିନ ପାଇଁ ଆଶ୍ରୟ ନେଇଛୁ । ଅର୍ଥାତ୍ ଉତ୍କଳ ଜନନୀ ସର୍ବଦା ଶରଣଦାତ୍ରୀଭାବରେ ଚିର ନମସ୍ୟା ।

ବିଷୟଗତ ଶବ୍ଦ ଓ ଅର୍ଥ :

BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 1
BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 2
BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 3
BSE Odisha 9th Class Odia Solutions Chapter 20 ବନ୍ଦେ ଉତ୍କଳ ଜନନୀ 4

CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

Odisha State Board BSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି Important Questions and Answers.

BSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

Subjective Type Questions With Answers

CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 1

1. ସ୍ଥିତିକ ଶକ୍ତି କ’ଣ ? ସ୍ଥିତିଜ ଶକ୍ତି ନିମନ୍ତେ ଗାଣିତିକ ସୂତ୍ର ନିଗମନ କର ।
ଉ-
ସ୍ଥିତିଜ ଶକ୍ତି – କୌଣସି ବସ୍ତୁ ତାହାର ଅବସ୍ଥାନ ଅଥବା ବିନ୍ୟାସ ଯୋଗୁଁ ହାସଲ କରିଥିବା ଶକ୍ତିକୁ ବସ୍ତୁର ସ୍ଥିତିଜ ଶକ୍ତି କୁହାଯାଏ ।

ସ୍ଥିତିଜ ଶକ୍ତି ନିମନ୍ତେ ଗାଣିତିକ ସୂତ୍ର :
(i) ମନେ କ ର F ପରିମାଣ ପରିମାଣ ଚକ ପ୍ରୟେ । ଗକରାଯାଇ m ବସ୍ତୁ ତ୍ଵ ବି ଶି ଷ୍ଟ ଗୋଟିଏ ବସ୍ତୁ କୁ ଭୂପୃଷ୍ଠ ଉପରେ h ଉଚ୍ଚତା ପର୍ଯ୍ୟନ୍ତ ଉଠାଗଲା । h ଉଚ୍ଚତ ପର୍ଯ୍ୟନ୍ତ ଡଠାଚ୍ଚବାପକଁ ଆବଶକବଳର ପରିମାଣ F = mg ।
CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 2
(ii) ଏଠାରେ ବସ୍ତୁଟି ଉପରେ ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ସଂପାଦିତ କାର୍ଯ୍ୟ,
W = ବସ୍ତୁ ଉପରେ କାର୍ଯ୍ୟକାରୀ ବାହ୍ୟବଳ
(F) x ବସ୍ତୁର ବିସ୍ଥାପନ (h) = mg x h = mgh
(iii) ଏହି କାର୍ଯ୍ୟ ବସ୍ତୁଟି କୁ ଉ ପ ର କୁ ଡଠାଚ୍ଚଳ। ବେଳେ ସଂପାଦିତ ହେ। ଚ୍ଚଥିବାରୁ ବସ୍ତୁର ସ୍ଥିତିଜ ଶକ୍ତି ରୂପେ ଗଚ୍ଛିତ ହୋଇ ରହେ । h ଉଚ୍ଚତାରେ ବସ୍ତୁର ମାଧ୍ୟାକର୍ଷଣୀୟ E, = mgh
(iv) ଭୂପୃଷ୍ଠ ଉପରେ ବସ୍ତୁର ଅବସ୍ଥାନ ଜନିତ ସ୍ଥିତିଜ ଶକ୍ତି ତାହାର ବସ୍ତୁତ୍ଵ (m), ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) ଏବଂ ଭୂପୃଷ୍ଠରୁ ବସ୍ତୁର ଉଚ୍ଚତ (h) ଉପରେ ନିର୍ଭର କରେ ।.

CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

2. କାର୍ଯ୍ୟର ସଂଜ୍ଞା ଦିଅ । ଯୁକ୍ତାତ୍ମକ କାର୍ଯ୍ୟ ଓ ବିଯୁକ୍ତାତ୍ମକ କାର୍ଯ୍ୟ କ’ଣ ? କାର୍ଯ୍ୟର ଏକକଗୁଡ଼ିକୁ ଲେଖୁ ସେମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କର ।
ଉ-
ବାହ୍ୟବଳ ପ୍ରଭାବରେ ବସ୍ତୁ ବିସ୍ଥାପିତ ହେଲେ କାର୍ଯ୍ୟ ସମ୍ପାଦିତ ହୁଏ ।
(ii) F ବଳ ପ୍ରୟୋଗ ଫଳରେ ବସ୍ତୁଟି ବଳ ପ୍ରୟୋଗ ଦିଗରେ S ବିସ୍ଥାପିତ ହେଲେ ଯଦି ସମ୍ପାଦିତ କାର୍ଯ୍ୟ W ହୁଏ, ତେବେ କାର୍ଯ୍ୟ = ବଳ × ବିସ୍ଥାପନ । ଅର୍ଥାତ୍ W = Fs ଏ କ୍ଷେତ୍ରରେ କାର୍ଯ୍ୟ ଯୁକ୍ତାତ୍ମକ ହୁଏ, ଯଥା-କାଠ ଖଣ୍ଡେ ଠେଲିବା ।
(iii) ପାହାଡ଼ ଚଢ଼ିଲାବେଳେ, ଭାରୀ ପଦାର୍ଥ ଡଠାଚ୍ଚଳ। ବେଳେ ମାଧ୍ୟ। କର୍ଷଣ ବଳର ବିପରୀତ ଦିଗରେ ବସ୍ତୁଟି ବିସ୍ଥାପିତ ହୁଏ । ଏ କ୍ଷେତ୍ରରେ କାର୍ଯ୍ୟ ବିଯୁକ୍ତାତ୍ମକ ହୁଏ, ଅର୍ଥାତ୍ W = -Fs
(iv) କାର୍ଯ୍ୟର ଏକକ ଅର୍ଗ ଓ ଜୁଲ୍ । 1 ଡାଇନ୍ ବଳ ଦିଗରେ 1 ସେ.ମି. ବିସ୍ଥାପିତ କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରିମାଣକୁ 1 ଅର୍ଗ କୁହାଯାଏ । ସେହିପରି । ନିଉଟନ୍ ବଳ ଦିଗରେ 1 ମିଟର ବିସ୍ଥାପିତ କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରି ମାଣକୁ । କୁଲ୍ କୁହାଯାଏ ।
(v) 1 ଜୁଲ୍ = 1 ନିଉଟନ୍ x 1 ମିଟର = 105
ଡାଇନ୍ × 102 ମି = 107 ଅର୍ଗ
ସେହିପରି 1 ଅର୍ଗ = 10-7 ଜୁଲ୍ ।

3. ଶକ୍ତି ସଂରକ୍ଷଣ ନିୟମ ଲେଖ । ଏକ ମୁକ୍ତ ପତନ ବସ୍ତୁର ଦୃଷ୍ଟାନ୍ତ ରେ ପ୍ରତିପାଦନ କର । ଏହି ନିୟମର ସତ୍ୟତ
ଉ-
ଶକ୍ତି ସଂରକ୍ଷଣ ନିୟମ :
ଶକ୍ତି ସୃଷ୍ଟି ନାହିଁ କେବଳ ଗୋଟିଏ ରୂପରୁ କିମ୍ବା ବିନାଶ ନାହିଁ । ଏହା ଅନ୍ୟ ଏକ ରୂପକୁ ପରିବର୍ତ୍ତିତ ହୋଇଥାଏ । ବିଶ୍ଵର ମୋଟ ଶକ୍ତିର ପରିମାଣ ସର୍ବଦା ସ୍ଥିର ଅଟେ । ଏହା ହିଁ ଶକ୍ତି ସଂରକ୍ଷଣର ନିୟମ ଅଟେ ।

ନିୟମର ସତ୍ୟତା ପ୍ରତିପାଦନ :
(i) ମନେକର m ବସ୍ତୁତ୍ଵ ଥିବା ଗୋଟିଏ ବସ୍ତୁ ଭୂମି ଉପରେ h ଉଚ୍ଚତାରେ ଅଛି । ଏହି ଉଚ୍ଚତାରେ ବସ୍ତୁଟି କୁ ଛାଡ଼ି ଦେଲେ ତାହା କେବଳ ମାଧ୍ୟାକର୍ଷଣ ବଳଦ୍ଵାରା ତ୍ଵରାନ୍ଵିତ ହୋଇ ସମ କୁହାଯାଏ । ପ୍ରାରମ୍ଭରେ ବସ୍ତୁଟି à ଉଚ୍ଚତାରେ ଥ‌ିବାରୁ ଏଥ‌ିରେ ନିହିତ ସ୍ଥିତିଜ ଶକ୍ତିର ପରିମାଣ = mgh ସ୍ଥିର ଅବସ୍ଥାରେ ବସ୍ତୁର ପରିବେଗ ଶୂନ ହୋଇଥିବାରୁ ଗତିଜ ଶକ୍ତିର ପରିମାଣ ଶୂନ ହୁଏ । ତେଣୁ ମୋଟ ଶକ୍ତିର ପରିମାଣ = mgh
(ii) ଯେତେବେଳେ ବସ୍ତୁଟି ଉପରୁ ତଳକୁ ପଡ଼ିବା ଆରମ୍ଭ କରେ ସେତେବେଳ ତାହାର ପରିବେଗ ବୃଦ୍ଧି ପାଏ ଓ ବସ୍ତୁର ସ୍ଥିତିଜ ଶକ୍ତି ଶକ୍ତି ବଢ଼ିଚାଲେ । ଯଦି ବସ୍ତୁଟିର ପରିବେଗ କୌଣସି ଏକ ସମୟରେ ହିଁ ହୋଇଥାଏ, ତେବେ ସେହି ସମୟରେ ତାହାର ଗତିଜ ଶକ୍ତି \(\frac {1}{2}\)mv2 ହୋଇଥାଏ ।
(iii) ଯେତେବେଳେ ବସ୍ତୁଟି ଠିକ୍ ଭୂମି ଉପରେ ପଡ଼ିବାକୁ ଯାଏ ସେତେବେଳେ ଉଚ୍ଚତା h = 0 ହୁଏ ଏବଂ ପରିବେଗ ସର୍ବାଧ‌ିକ ହୁଏ । ତେଣୁ ଏଠାରେ ଗତିଜ ଶକ୍ତି ସର୍ବାଧ୍ଵକ ହୁଏ ଏବଂ ସ୍ଥିତିଜ ଶକ୍ତି ଶୂନ ହୋଇଥାଏ ।
(iv) ବସ୍ତୁଟି ତଳକୁ ଖସୁଥ‌ିବା ସମୟରେ ପ୍ରତ୍ୟେକ ସ୍ଥାନରେ ବସ୍ତୁର ଗତିଜ ଶକ୍ତି ଓ ସ୍ଥିତିଜ ଶକ୍ତିର ଯୋଗଫଳ ଅର୍ଥାତ୍ ବସ୍ତୁର ମୋଟ ଶକ୍ତିର ପରିମାଣ ସ୍ଥିର ରହିଥାଏ ।

CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 6

1. କାର୍ଯ୍ୟର ସଂଜ୍ଞା ଲେଖ । କାର୍ଯ୍ୟ କରିବାପାଇଁ କେଉଁ କେଉଁ କାରକମାନ ଆଚ୍ଶ୍ୟକ ତୁଚ୍ଚଟି ଉଦାହରଣ ଦେଇ ବୁଝାଅ ।
ଉ-
(i) ବାହ୍ୟବଳ ପ୍ରଭାବରେ ବସ୍ତୁ ବିସ୍ଥାପିତ ହେଲେ କାର୍ଯ୍ୟ ସଂପାଦିତ ହୁଏ ।
(ii) କାର୍ଯ୍ୟକରିବା ପାଇଁ ଦୁଇଟି କାରକ ମୁଖ୍ୟତଃ ଆବଶ୍ୟକ; ଯଥା – ବଳର ପ୍ରୟୋଗ ଓ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବସ୍ତୁ ର ବିସ୍ଥାପନ ।
(iii) ମନେକର ଏକ ଫୁଟ୍ବଲ୍ କୁ ଗୋଇଠା ମାରି ବାରୁ ତାହା 10 ମିଟର ଘୁଞ୍ଚାଗଲା । ଏହାଦ୍ଵାରା କିଛି କାର୍ଯ୍ୟ ସଂପାଦିତ ହେଲା, ଗୋଇଠା ମାରିବା ଦ୍ଵାରା ଫୁଟ୍‌ବଲ୍‌ରେ ଏକ ଠେଲାବଳ ପ୍ରୟୋଗ କରାଗଲା ଓ ଏହାର ବିସ୍ଥାପନ 1 0 ମିଟର ହେଲା ।
(iv): 5 kg ଓଜନର ଏକ ପଥରକୁ 2 ମିଟର ଉପରକୁ ଉଠାଇଲେ ଏଠାରେ କିଛି କାର୍ଯ୍ୟ ସଂପାଦିତ ହେଲା । ଏଠାରେ ପଥରର ଓଜନ ବଳ ଏକ କାରକ ଓ ଯେତିକି ଉଚ୍ଚତାକୁ ପଥରଟିକୁ ଉଠାଗଲା ସେହି ବିସ୍ଥାପନ ମଧ୍ୟ ଅନ ଏକ କାରକ ।

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

2. ଜୁଲ୍ ଓ ଅର୍ଗର ସଂଜ୍ଞା ଲେଖ । ସେମାନଙ୍କ ମଧ୍ୟରେ ସଂପର୍କ ନିଗମନ କର ।
ଉ-
(i) କୁଲ୍ –
1 ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ 1 ମିଟର ବିସ୍ଥାପିତ କଲେ ବଳଦ୍ଵାରା ସଂପାଦି ତ କାର୍ଯ୍ୟର ପରିମାଣକୁ 1 ଜୁଲ୍ କୁହାଯାଏ । 1 କୁଲ୍ = 1 ନିଉଟନ୍ x 1 ମିଟର
(ii) ଅର୍ଗ – । ଡଚ୍ଚନ ଚଳ ଏକବସ୍ତୁ ଉପରେ ବିସ୍ଥାପିତ କଲେ, ବଳଦ୍ଵାରା ସଂପାଦିତ କାର୍ଯ୍ୟର ପରିମାଣକୁ l ଅର୍ଗ କୁହାଯାଏ । 1 ଅର୍ଗ = । ଡାଇନ୍ × । ସେ.ମି.
(iii) 1 0ଜୁଲ୍ = 1 ନିଉଟନ୍ x 1 ମିଟର = 105 ଡାଇନ୍ x 102 ସେ.ମି. (∴ 1 ନିଉଟନ୍ = 10 ଡାଇନ୍ ) = 10 ଅର୍ଗ

3. ଶକ୍ତିର ସଂଜ୍ଞା ଦିଅ । ସ୍ଥିତିଜ ଶକ୍ତି ଓ ଗତିଜ ଶକ୍ତି କ’ଣ ? ଗୋଟିଏ ଉଦାହରଣ ଦିଅ ଯେଉଁଠି ସ୍ଥିତିକ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହେଉଥବ ?
ଉ-
(i) କାର୍ଯ୍ୟ କରିବାର ସାମର୍ଥ୍ୟକୁ ଶକ୍ତି କୁହାଯାଏ ।
(ii) ଗୋଟିଏ ବସ୍ତୁ ତାହାର ଅବସ୍ଥାନ ଅଥବା ଶକ୍ତି ଆହରଣ କରେ ତାହାକୁ ବସ୍ତୁର ଗତିଜ ବସ୍ତୁର ସ୍ଥିତିଜ ଶକ୍ତି କୁହାଯାଏ ।
(iii) ଗୋଟିଏ ବସ୍ତୁ ତାହାର ଗତି ଯୋଗୁ ଯେଉଁ ଶକ୍ତ ଆତ୍ରରଣ କରେ ତାହ।କୁ ଚପ୍ତୁର ଗତିଚ୍ଚି ଶକ୍ତି ଆହରଣ କରେ ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ ।
(iv) ଗଛରୁ ପଢ଼ୁଥ‌ିବା ଏକ ଆମ୍ବରେ ସ୍ଥିତିଜ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହୁଏ ।

4. ମୁକ୍ତଭାବେ ଖସୁଥ‌ିବା ଏକ ବସ୍ତୁର ସ୍ଥିତିକ ଶକ୍ତି କ୍ରମାଗତଭାବେ ହ୍ରାସ ପାଉଛି । ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁଛି କି ? ତୁମ ଉତ୍ତରର ଯଥାର୍ଥତା ବୁଝାଅ ।
ଉ-
(i) ମୁକ୍ତଭାବେ ଖସୁଥିବା ଏକ ବସ୍ତୁର ସ୍ଥିତିତ କି କ୍ରମାଗତ ଭାବେ ହ୍ରାସ ପାଏ । କାରଣ ପକାଗଲା । ଏହା ଭୂମିକୁ ସ୍ପର୍ଶକଲେ ଏହାର ଗତିଜ ମାତ୍ର ବସ୍ତୁତ୍ଵ ଓ ତ୍ଵରଣ ସମାନ ଥାଏ ।
(ii) ମୋଟ ଯାନ୍ତ୍ରିକ ଶକ୍ତିର ପରିମାଣ ସମାନ ହେତୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରେ ନାହିଁ । ସ୍ଥିତିଜ ଶକ୍ତିର ପରିମାଣ କମି କମି ଗଲେ ଗତିଜ ଶକ୍ତିର ପରିମାଣ ସେହି ହାରରେ ବଢ଼ି ବଢ଼ିଯିବ ।
(iii) ଏଠାରେ ସ୍ଥିତିକ’ ଶକ୍ତି ଗତିଜ ଶକ୍ତିରେ ରୂପାନ୍ତରିତ ହେବ । ମୋଟ ଶକ୍ତି ସମାନ ରହିବ । ଏଣୁ ଏହା ଶକ୍ତି ସଂରକ୍ଷଣ ନିୟମକୁ ଖଣ୍ଡନ କରୁନାହିଁ ।

5. କ୍ଷମତା କହିଲେ କ’ଣ ବୁଝ ? ଏହାର ଏକକ ଲେଖ ।
କ୍ଷମତା :
(i) ଏକ କାରକଦ୍ଵାରା କାର୍ଯ୍ୟ କେତେ ଶୀଘ୍ର ବା କେତେ ଧୀରେ ସମ୍ପାଦିତ ହୋଇଥାଏ, ତାହା ସେହି କାରକର ଷମତାରୁ ଜଣ। ପଡ଼େ
(ii) ଯଦି କୌଣସି କାରକ ଏକ କାର୍ଯ୍ୟ (W)କୁ t ସମୟ ମଧ୍ୟରେ ସମ୍ପାଦିତ କରି ପାରେ, ତେବେ ତାହାର ପାୱାର,
CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 3
ଏକକ : ପାୱାରର ଏକକ ହେଉଛି ୱାଟ୍ । ଯଦି ଗୋଟିଏ କାରକ ଏକ ସେକେଣ୍ଡରେ ଏକ ଜୁଲ୍ କାର୍ଯ୍ୟ ସମ୍ପାଦନ କରିପାରେ, ତେବେ ତାହାର ପାୱା ର ଏକ ୱାଟ୍ ବୋଲି କୁହାଯାଏ ।
1 ୱାଟ୍ = 1 ଜୁଲ୍/ସେ.
1 କିଲୋୱାଟ୍ = 1000 ୱାଟ୍ = 1000 ଜୁଲ୍/ସେ.

6. ଗୋଟିଏ ବସ୍ତୁର ବସ୍ତୁତ୍ଵ m, ପରିବେଗ 5ମି./ସେ. ଏବଂ ଗତିକ ଶକ୍ତି 25 ଜୁଲ୍ । ଯଦି ବସ୍ତୁର ପରିବେଗକୁ ଦ୍ଵିଗୁଣିତ କରାଯାଏ, ତେବେ ତାହାର ଗତିକ ଶକ୍ତି କେତେ ହେବ ?
ଉ-
ଗୋଟିଏ ବସ୍ତୁର ବସ୍ତୁତ୍ଵ = m, ପରିବେଗ (v) = 5 ମି./ସେ.,
ଗତିଜ ଶକ୍ତି (E) = 25 ଜୁଲ୍
⇒ \(\frac {1}{2}\) mv2 = 25 ଜୁଲ୍
⇒ \(\frac {1}{2}\) m (5 ମି./ସେ.)2= 25 @m
⇒ m. 25 ମି2./ସେ2 = 50 ଜୁଲ୍
CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 8
v ଦଵିଗୁଣିତ ହେଲେ
v = 2 x 5 ମି./ସେ. = 10 ମି./ସେ.
∴ ଗତିଜ ଶକ୍ତି = \(\frac {1}{2}\) mv2 = \(\frac {1}{2}\) x 2 କି.ଗ୍ରା. × (10 ମି../ସେ.)2 = 100 ଜୁଲ୍
∴ ଗତିଜ ଶକ୍ତି = \(\frac {100}{25}\) = 4 ଗୁଣ ହେବ ।

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

7. ସ୍ଥିତିକ ଶକ୍ତି ଓ ଗତିଜ ଶକ୍ତି ମଧ୍ୟରେ ପ୍ରଭେଦ ଦର୍ଶାଅ
(i) କୌଣସି ବସ୍ତୁ ତା’ର ଅବସ୍ଥାନ ଅଥବା ବିନ୍ୟାସ ଯୋଗୁ ଲାଭ କରିଥ‌ିବା ଶକ୍ତିକୁ ସ୍ଥିତିଜ ଶକ୍ତି କୁହାଯାଏ ।
(ii) ସ୍ଥିତିଜ ଶକ୍ତି ବସ୍ତୁଟି ଭୂମିଠାରୁ କେତେ ଉଚ୍ଚତାରେ ଅଛି, ମାଧ୍ୟାକର୍ଷଣ ଜନିତ ତ୍ଵରଣ ଏବଂ ବସ୍ତୁର ବସ୍ତୁତ୍ଵ ଉପରେ ନିର୍ଭର କରେ ।
(iii) ସ୍ଥିତିକ ଶକ୍ତି E = mgh ଯେଉଁଠାରେ m = ବସ୍ତୁର ବସ୍ତୁତ୍ଵ, g = ମାଧ୍ୟାକର୍ଷଣ ଜନିତ ତ୍ଵରଣ ଓ h = ଭୂମିଠାରୁ ବସ୍ତୁଟି କେତେ ଉଚ୍ଚତାରେ ଅଛି ।

ଗତିକ ଶକ୍ତି:
(i) ଗୋଟିଏ ବସ୍ତୁ ତାହାର ଗତି ଯୋଗୁ ଯେଉଁ ଶକ୍ତି ଆହରଣ କରେ ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ ।
(ii) ଗତିଜ ଶକ୍ତି ଗତିଶୀଳ ବସ୍ତୁର ବସ୍ତୁତ୍ଵ ଓ ତାର ପରିବେଗ ଉପରେ ନିର୍ଭର କରେ ।
(iii) ଗତିଜ ଶକ୍ତି Ek = \(\frac {1}{2}\) mv2, ଯେଉଁଠାରେ m = ଗତିଶୀଳ ବସ୍ତୁର ବସ୍ତୁତ୍ଵ ଓ v = ତା’ର ପରିବେଗ ।

CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 7

1. 20 ନି ଉଟନ୍ ବଳ ଗୋଟିଏ ବସ୍ତୁ ଉପରେ ପ୍ରୟୋଗ ହେଲେ ବସ୍ତୁଟି ବଳ ଦିଗରେ 400. ସେ.ମି. ଘୁଞ୍ଚିଯାଏ । ଏ କ୍ଷେତ୍ରରେ କାର୍ଯ୍ୟର ପରିମାଣ କେତେ ?
ଉ-
ଏଠାରେ ପ୍ରୟୋଗ ବଳ (F) = 20 N,
ବିସ୍ଥାପନ (s) = 400 ସେ.ମି. = 4 ମିଟର
∴ W = F.s = 20 N × 4 m = 80 ଜୁଲ୍
∴ କାର୍ଯ୍ୟର ପରିମାଣ 80 ଜୁଲ୍ ।

2. ପାୱାରର ସଂଜ୍ଞା ଦିଅ । ଏହାର ଏକକ କ’ଣ ?
ଊ-
(i) କାର୍ଯ୍ୟ କରିବାର ହାରକୁ ପାୱାର କୁହାଯାଏ ।
(ii) t ସମୟରେ W କାର୍ଯ୍ୟ ସମ୍ପାଦିତ ହେଲେ
CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 9
(iii) ପାୱାରର ଏକକ ୱାଟ୍ । 1 ୱାଟ୍ = 1 ଜୁଲ୍/ସେ.

3. ଶକ୍ତିର ବ୍ୟବସାୟିକ ଏକକ କ’ଣ ? ଏହାକୁ ଜୁଲ୍‌ରେ ପ୍ରକାଶ କର ।
ଉ-
(i) ଶକ୍ତିର ବ୍ୟବବସାୟିକ ଏକକ ହେଉଛି ‘‘କିଲୋୱାଟ୍−ଘଣ୍ଟା’’ ।
(ii) kWh = 1 kW × 1 h = 1000 W x 3600 s = 1000 J/s x 3600 s = 36,00,000 J
1 କିଲୋୱାଟ୍ ଘଣ୍ଟା (kWh) = 3.6 x 106 ଜୁଲ୍ ।

4. 1 kWh = ହେଲେ ଜୁଲ୍ ?
ଉ-
1 kWh = 1 kW × 1 hour = 1000 W × 3600 s = 1000 J/s x 3600 s = 3600,000 1000 /s × 3600 s = ଜୁଲ୍

5. ଜଣେ ବ୍ୟକ୍ତି ଏକ ଦଉଡ଼ିକୁ ଧରି 20 ସେକେଣ୍ଡରେ 8 ମି. ଉଚ୍ଚତା ପର୍ଯ୍ୟନ୍ତ ଚଢ଼ିଗଲେ । ଯଦି ତାଙ୍କର ଓଜନ 300 ନି ଉଟନ ହୁଏ ତେବେ ଉପରେ ପହଞ୍ଚିଲେ ତାଙ୍କର ସ୍ଥିତିକ ଶକ୍ତି କେତେ ହେବ ଓ ପାୱାର କେତେ ହେବ ନିର୍ଣ୍ଣୟ କର ।
ଉ –
ସମୟ t = 20 ସେକେଣ୍ଡ, ଉଚ୍ଚତା h = s = 8 ମି. ବ୍ୟକ୍ତିଙ୍କ ଓଜନ mg = 300 ନିଉଟନ୍‌ ସ୍ଥିତିଜ ଶକ୍ତି = mgh
= 300 ନିଉଟନ୍ × 8 ମି. = 2400 m
CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 4

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

6. ଗୋଟିଏ ବିଦ୍ୟୁତ୍ ବଲ୍‌ବ 10 ସେକେଣ୍ଡ ସମୟ ମଧ୍ୟରେ 1000 ଜୁଲ୍ ଶକ୍ତି ବ୍ୟବହାର କରେ । ତେବେ ତାହାର ପାୱାର କେତେ ?
ଉ-
ସମୟ t = 10 ସେକେଣ୍ଡ, ଶକ୍ତି W = 1000 ଜୁଲ୍
CBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି - 5

7. ଗୋଟିଏ ଇଲେକ୍‌ଟ୍ରିକ୍‌ ହିଟର୍‌ର ପାୱାର 1000 ୱାଟ୍ । ଏହା 10 ଘଣ୍ଟାର କେତେ ଶକ୍ତି ବ୍ୟବହାର କରିବ ?
ଉ-
ହିଟର୍‌ର ପାୱାର P = 1000 ୱାଟ୍,
ଜଳିବା ସମୟ t = 10 ସେକେଣ୍ଡ
∴ ବ୍ୟବହୃତ ଶକ୍ତିର ପରିମାଣ
= ପାୱାର x ସମୟ
= 1000 ୱାଟ୍ × 10 ସେକେଣ୍ଡ = 10000 ୱାଟ୍ ସେକେଣ୍ଡ = 1 କିଲୋୱାଟ୍ ଘଣ୍ଟା = 1 ୟୁନିଟ୍

8. ବିଯୁକ୍ତାତ୍ମକ କାର୍ଯ୍ୟ କ’ଣ, ଉଦାହରଣଦ୍ଵାରା ବୁଝାଇ ଲେଖ ।
ଉ-
(i) ପ୍ରଯୁକ୍ତ ହୋଇଥାଏ । ମାଂସପେଶୀୟ ବଳ ଖାଦ୍ୟର ହେଲେ କାର୍ଯ୍ୟ ବିଯୁକ୍ତାତ୍ମକ ହୁଏ ।
(ii) ପାହାଡ଼ ଉପରକୁ ଚଢ଼ିବାବେଳେ ଆମ ଉପରେ ମାଧ୍ୟାକର୍ଷଣ ବଳ ପ୍ରଯୁକ୍ତ ହୋଇଥାଏ । ଏହି ବିସ୍ଥାପନ ବଳର ବି ପରୀତ ଦିଗରେ ହୋଇଥାଏ । ତେ ଣୁ ଏ କ୍ଷେତ୍ର ରେ ଆମଦ୍ୱାରା ଯେଉଁ କାର୍ଯ୍ୟ ବିଯୁକ୍ତାତ୍ମକ କାର୍ଯ୍ୟ ଅଟେ ।

9.ତମେସ। ଚ୍ଚକେଇଚକ। ଲବାବେଳେ ଶକ୍ତିଚ୍ଚେଉଁ ରୂପରୁ କେଉଁ ରୂପକୁ ରୂପାନ୍ତରିତ ହୋଇଥାଏ ?
ଉ-
ସାଇକେଲ ଚଳାଇବାବେଳେ ଉଭୟ ହାତ ଓ ଗୋଡ଼ର ମାଂସପେଶୀୟ ବଳ ସାଇକେଲ ଉପରେ ପ୍ରଯୁକ୍ତ ହୋଇଥାଏ । ମାଂସପେଶୀୟ ବଳ ଖାଦ୍ୟର ରାସାୟନିକ ଶକ୍ତିରୁ ମିଳିଥାଏ । ମାଂସପେଶୀୟ ଶକ୍ତି ଯାନ୍ତ୍ରିକ ଶକ୍ତିରେ ପରିଣତ ହୋଇ ସାଇକେଲ୍ କୁ ଗତିଶୀଳ କରାଏ ।
ଖାଦ୍ୟ → ରାସାୟନିକ ଶକ୍ତି → ମାଂସପେଶୀୟ ଶକ୍ତି→ ଯାନ୍ତ୍ରିକ ଶକ୍ତି

10. କାର୍ଯ୍ୟ କେତେବେଳେ ଯୁକ୍ତାତ୍ମକ ହୋଇଥାଏ ?
ଉ-
ଯୁକ୍ତାତ୍ମକ କାର୍ଯ୍ୟ :
(i) ପ୍ରଯୁକ୍ତ ବଳ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ ଯୁକ୍ତାତ୍ମକ ହୁଏ ।
(ii) ପାହାଡ଼ରୁ ଓହ୍ଲାଇବାବେଳେ ମାଧ୍ୟାକର୍ଷଣ ବଳ କାର୍ଯ୍ୟକରି ଓହ୍ଲାଇବାକୁ ସହଜ କର । ଏଠାରେ ବିସ୍ଥାପନ ମାଧ୍ୟାକର୍ଷଣ ବଳ ଦିଗରେ ତଳକୁ ହୋଇଥାଏ । ମାଧ୍ୟାକର୍ଷଣ ବଳଦ୍ଵାରା ଯେଉଁ କାର୍ଯ୍ୟ ସମ୍ପାଦିତ ହୁଏ, ତାହା ଯୁକ୍ତାତ୍ମକ ହୁଏ ।

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

11. କାର୍ଯ୍ୟ କେତେବେଳେ ବିଯୁକ୍ତାତ୍ମକ ହୋଇଥାଏ ?
ଉ-
ବିଯୁକ୍ତାତ୍ମକ କାର୍ଯ୍ୟ :
(i) ପ୍ରଯୁକ୍ତ ବଳର ବିପରୀତ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ ବିଯୁକ୍ତାତ୍ମକ ହୁଏ ।
(ii) ପାହାଡ଼ ଉପରକୁ ଚଢ଼ିବାବେଳେ, କୂଅରୁ ପାଣି କାଢ଼ି ବ।ବେଳେ, ଲିଫ୍ଟରେ ଉପର କୁ ଗଲାବେଳେ, ମାଧ୍ୟାକର୍ଷଣ ବଳର ବିପରୀତ ଦିଗରେ ବସ୍ତୁର ବିସ୍ଥାପନ ହୁଏ । ମାଧ୍ୟାକର୍ଷଣ ବଳର ବି ରୁ ଦ୍ଧରେ ହେଉଥ୍ ବା କାର୍ଯ୍ୟ ବିଯୁକ୍ତାତ୍ମକ ଅଟେ ।
କାର୍ଯ୍ୟ = ବଳ × ବିସ୍ଥାପନ
⇒W = F x (- s)
⇒W = – Fs

Objective Type Questions With Answers

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଶକ୍ତି ସଂରକ୍ଷଣର ନିୟମ ଲେଖ ।
ଉ-
ଶକ୍ତିର ସୃଷ୍ଟି ନାହଁ କି ବିନାଶ ନାହିଁ । ଶକ୍ତି କେବଳ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତ ରି ତ ହୋଇଥାଏ । ବିଶ୍ଵ ରେ ମୋଟ ଶକ୍ତିର ପରିମାଣ ସମାନ ରହେ ।

2. ‘ପାୱାର’ର ସଂଜ୍ଞା ଲେଖ ।
ଉ-
କାର୍ଯ୍ୟ କରିବାର ହାରକୁ ପାୱାର କୁହାଯାଏ ।

3. ବସ୍ତୁର ମୁକ୍ତ ପତନ କାହାକୁ କହନ୍ତି ?
ଉ-
ଗୋଟିଏ ବସ୍ତୁ ଯେତେବେଳେ ଅନ୍ୟ କୌଣସି ବକତ୍ଵ । ରା ପ୍ରଭାବିନତ୍ରେ । କ ମାଧ୍ୟାକର୍ଷଣ ବଳର ପ୍ରଭାବରେ ଖସିପଡ଼େ, ତାହାକୁ ବସ୍ତୁର ମୁକ୍ତ ପତନ କୁହାଯାଏ ।

4. ସ୍ଥିତିଜ ଶକ୍ତି କାହାକୁ କୁହାଯାଏ ।
ଉ-
କୌଣସି ବସ୍ତୁ ତାହାର ଅବସ୍ଥାନ ଅଥବା ବିନ୍ୟାସ ଯୋଗୁଁ ହାସଲ କରିଥିବା ଶକ୍ତିକୁ ବସ୍ତୁର ସ୍ଥିତିଜ ଶକ୍ତି କୁହାଯାଏ । .

5. ଗତିଜ ଶକ୍ତି କାହାକୁ କୁହାଯାଏ ?
ଉ-
ଗୋଟିଏ ବସ୍ତୁ ତାହାର ଗତି ଯୋଗୁଁ ଯେଉଁ ଶକ୍ତି ଆହରଣ କରିଥାଏ । ତାହାକୁ ବସ୍ତୁର ଗତିଜ ଶକ୍ତି କୁହାଯାଏ ।

6. ଏକ ଅର୍ଗ କହିଲେ କ’ଣ ବୁଝ ?
ଉ-
ଏକ ଡାଇନ୍‌ ଚଳ ଏକଚଷ୍ଣୁ ଉପରେ କାର୍ଯ୍ୟକରି କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରିମାଣକୁ ‘ଏକ ଅର୍ଗ’ କୁହାଯାଏ ।

7. ଏକ ଜୁଲ୍ କହିଲେ କ’ଣ ବୁଝ ?
ଉ-
ଏକ ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ ଏକ ମିଟର ବିସ୍ଥାପିତ କଲେ ବଳଦ୍ଵାରା ସମ୍ପାଦିତ କାର୍ଯ୍ୟର ପରିମାଣକୁ ଏକ ସ୍କୁଲ୍ କୁହାଯାଏ ।

8. ଏକ ବସ୍ତର ମାଧ୍ୟାକର୍ଷଣଜନିତ ସ୍ଥିତିଜ ଶକ୍ତି କାହା ଉପରେ ନିର୍ଭର କରେ ?
ଉ-
ଏକ ବସ୍ତର ମାଧ୍ୟ। କର୍ଷଣ ଚ୍ଚନିତ ଷ୍ଟିତିକ ଶକ୍ତି ଏହ।ର ବସ୍ତତ୍ବ, ମାଧ୍ୟାକର୍ଷଣଜନିତ ତ୍ଵରଣ ଓ ଭୂପୃଷ୍ଠରୁ ଉଚ୍ଚତା ଉପରେ ନିର୍ଭର କରେ ।

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

9. ଏକ ୱାଟ୍ କହିଲେ କ’ଣ ବୁଝ ?
ଉ-
ଯଦି ଗୋଟିଏ କାରକ ଏକ ସେକେଣ୍ଡରେ ଏକ ଜୁଲ୍ କାର୍ଯ୍ୟ ସମ୍ପାଦନ କରିପାରେ, ତେବେ ତାହାର ପାୱାର ଏକ ୱାଟ୍ ବୋଲି କୁହାଯାଏ ।

10. 10 ମି. ଉଚ୍ଚରୁ ଏକ ପଥରକୁ ତଳକୁ ନିକ୍ଷେପ କରାଗଲା । ଏହାର ସ୍ଥିତିଚ୍ଚ ଶକ୍ତି ହସପାଟ୍ଟ ଚଓ କ’ଣ ଘଟିବ ?
ଉ-
10 ମି. ଉଚ୍ଚରୁ ଏକ ପଥରକୁ ତଳକୁ ନିକ୍ଷେପ କରାଗଲା । ଏହାର ସ୍ଥିତିଚ୍ଚ ଶକ୍ତି ହସପାଟ୍ଟ ଚଓ ଗତିକ ଶକ୍ତି ବୃଦ୍ଧି ପାଇବ ।

11. ଶକ୍ତି ସଂରକ୍ଷଣ ନିୟମରୁ କ’ଣ ଜଣାପଡେ ?
ଉ-
ଶକ୍ତି ସଂରକ୍ଷଣ ନିୟମରୁ ଜଣାପଡେ ଯେ ଶଙ୍କ୍ରିର ରୂପାନ୍ତରଣ ପୂର୍ବରୁ ଓ ପରେ ମୋଟ ଶକ୍ତି ସର୍ବଦା ସ୍ଥିର ରହେ ।

12. ଗୋଟିଏ ବସ୍ତୁ ଏକ ଖସଡାରେ ତଳକୁ ଖସୁଥିବାବେଳେ ଏହାର କ’ଣ ଥାଏ ?
ଉ-
ଗୋଟିଏ ବସ୍ତ୍ର ଏକ ଖୁସଡାରେ ଚକକୁ ଖସୁଥ‌ିବାବେଳେ ଏହାର ଉଭୟ ଗତିଜ ଓ ସ୍ଥିତିକ ଶକ୍ତି ଥାଏ ।

13. କିଛି ଗତିକ ଶକ୍ତିସହ ଏକ କଣିକା ଊର୍ଦ୍ଧ୍ୱଗାମୀ ହେଲା । ସର୍ବାଧ‌ିକ ଉଚ୍ଚତାରେ ଏହାର ଗତିଜ ଶକ୍ତି କ’ଣ ହେବ ?
ଉ-
କିଛି ଗତିଜ ଶକ୍ତି ସହ ଏକ କଣିକା ଊର୍ଦ୍ଧ୍ୱଗାମୀ ହେଲେ ସର୍ବାଧ‌ିକ ଉଚ୍ଚତାରେ ଏହାର ଗତିଜ ଶକ୍ତି ଲୋପପାଇବ ।

14. ଏକ କିଲୋୱାଟ୍ ଘଣ୍ଟା କ’ଣ ?
ଉ-
ଏକ କିଲେ । ଓଟର ଉପକରଣ ଏକ ଘଣ୍ଟ କାର୍ଯ୍ୟକଲେ ଯେତେ ପରିମାଣରେ ଶକ୍ତି ବ୍ୟୟ ହୁଏ, ତାହାକୁ ଏକ କିଲୋୱାଟ୍ ଘଣ୍ଟା କୁହାଯାଏ ।

15. କାର୍ଯ୍ୟର ପରିମାଣ ଶୂନ ହୁଏ କିପରି ?
ଉ-
ବସ୍ଥ ଉପରେ ବହ।ବକର ପ୍ରଭ। ବର ଯଦି କୌଣସି ବି ସ୍ଥାପନ ହୋଇ ନ ଥାଏ, ତେବେ କାର୍ଯ୍ୟର ‘. ପରିମାଣ ଶୂନ ହୋଇଥାଏ ।

B ଗୋଟିଏ ପଦରେ ଉତ୍ତର ଦିଅ ।

1. ପାୱାରର ଏକକ କ’ଣ ?
2. ଗୋଟିଏ ବସ୍ତୁର ପରିବେଗ ଦୁଇଗୁଣ ହେଲେ ଏହାର ଗତିଜ ଶକ୍ତିର କି’ ପରିବର୍ତ୍ତନ ହେବ ?
3. କୌଣସି ବସ୍ତୁ ତାହାର ଅବସ୍ଥାନ ଯୋଗୁଁ ହାସଲ କରିଥିବା ଶକ୍ତିକୁ କେଉଁ ଶକ୍ତି କୁହାଯାଏ ?
4. ଯାନ୍ତ୍ରିକ ଶକ୍ତି କହିଲେ କ’ଣ ବୁଝ ?
5. 1 କି.ମି. ଘଣ୍ଟା = କେତେ ମି. | ସେକେଣ୍ଡ ?
6. କାହାକୁ ସକଳ ଶକ୍ତିର ଉତ୍ସ ବୋଲି କୁହାଯାଏ ?
7. ପ୍ରଯୁକ୍ତ ବଳ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ କ’ଣ ହୁଏ ?
8. 1 ଜୁଲ୍ = କେତେ ଅର୍ଗ ?
9. 100 ଅର୍ଗ = କେତେ କୁଲ୍ ?
10. 25 ନିଉଟନ୍ ବଳ ଏକ ବସ୍ତୁକୁ ବଳ ଦିଗରେ 4 ମିଟର ବିସ୍ଥାପିତ କଲେ ସଂପାଦିତ କାର୍ଯ୍ୟର ପରିମାଣ କେତେ ?
11. 50 ନିଉଟନ୍ ବଳ ଏକ ବସ୍ତୁକୁ ବଳ ଦିଗରେ 20 ସେ.ମି. ବିସ୍ଥାପିତ କଲେ ସଂପାଦିତ କାର୍ଯ୍ୟର ପରିମାଣ କେତେ ?
12. କାର୍ଯ୍ୟ କରିବାର ସାମର୍ଥ୍ୟକୁ କ’ଣ କହନ୍ତି ?
13. ଶକ୍ତିର ଏକକ କ’ଣ ?
14. ଏକ କାନ୍ଥଘଣ୍ଟାର ଦୋଳାୟମାନ ଦୋଳକ କେଉଁ ଶକ୍ତି ଧାରଣ କରିଥାଏ ?
15. ଏକ ନଦୀବନ୍ଧ ଧାରଣ କରିଥିବା ଜଳରେ କେଉଁ ଶକ୍ତି ନିହିତ ଥାଏ ?
16. ବିଯୁକ୍ତାତ୍ମକ କାର୍ଯ୍ୟକ୍ଷେତ୍ରରେ ବଳ ଓ ବିସ୍ଥାପନ ମଧ୍ୟରେ କୋଣ କେତେ ହେବ ?
17. ଏକ ହାଲୁକା ଓ ଓଜନିଆ ବସ୍ତର ସଂବେଗ ସମାନ ହେଲେ, କାହାର ଗତିଜ ଶକ୍ତି ଅଧ‌ିକ ହୋଇଥାଏ ?
18. 1 kg ବସ୍ତକୁ ଭୂଲମ୍ବ ଦିଗରେ l m ଉଠାଇଲେ କେତେ କାର୍ଯ୍ୟ ହେବ ?
19. 3 kg ବସ୍ତତ୍ଵର ଏକ ବସ୍ତକୁ 1m ଉଚ୍ଚରୁ ତଳକୁ ଭୂମିଠାରୁ ବସ୍ତୁର ଉଚ୍ଚତା କମି କମି ଯାଏ । ଶକ୍ତି କେତେ ହେବ ?
20. କେତେ ଉଚ୍ଚରେ 1 kg ବସ୍ତୁତ୍ଵ ବିଶିଷ୍ଟ ବସ୍ତର ସ୍ଥିତିଜ ଶକ୍ତି । ଜୁଲ୍ ହେବ ?
21. ଗୋଟିଏ ସରଳ ଦୋଳକ ମାଧ ଅବସ୍ଥାନ ରେ ଥ‌ିବାବେଳେ କି ପ୍ରକାର ଶକ୍ତି ଧାରଣ କରେ ?
22. ଏକ ନିର୍ଦ୍ଦିଷ୍ଟ ଉଚ୍ଚତାରେ ଏକ ବସ୍ତର ସ୍ଥିତିଜ ଶକ୍ତି 200 J । ଯେତେବେଳେ ଏହା ଠିକ୍ ଭୂପୃଷ୍ଠକୁ ସ୍ପର୍ଶକରେ ଏହାର ଗତିଜ ଶକ୍ତି କେତେ ହେବ ?
23. କାର୍ଯ୍ୟର ପରିବର୍ତ୍ତନ ହାର କ’ଣ ?
24. ପବନର ବିପରୀତ ଦିଗରେ ଜଣେ ଧାବକ ଦୌଡ଼ୁଥ‌ିବାବେଳେ ପବନଦ୍ୱାରା ସଂପାଦିତ କାର୍ଯ୍ୟ ତାଙ୍କ ଉପରେ କେତେ ହେବ ?
25. ଯେତେବେଳେ ଗୋଟିଏ ବସ୍ତର ପୃଥ‌ିବୀ ଆଡକୁ ମୁକ୍ତ ପତନ ହୁଏ, ଏହାର ମୋଟ ଶକ୍ତି କ’ଣ ହୁଏ ?

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

Answer:
1. ୱ। ବ୍
2. 4 ଗୁଣ ହେବ
3. ସ୍ଥିତିଜ ଶକ୍ତି
4. ଉଭୟ ସ୍ଥିତିଜ ଏବଂ ଗତିଜ ଶକ୍ତି
5. 5/18/ ମି./ସେ.,
6. ସୂର୍ଯ
7. ସୁଙ୍ଗ୍ରାମ୍ କ
8. 107
9. 10-5
10. 100 ଜୁଲ୍
11. 10 ଜୁଲ୍
12. ଶକ୍ତି
13. ଜୁଲ
14. ଯାନ୍ତ୍ରିକ ଶକ୍ତି
15. ସ୍ଥିତିଜ ଶକ୍ତି
16. 180°
17. ହାଲୁକା ବସ୍ତ
18. 9.8 J
19. 29.4 J
20. 0.102 m
21. ଗତିକ ଶକ୍ତି
22. 200 J
23. ପାୱାର
24. ବିଯୁକ୍ତାତ୍ମକ
25. ଅପରିବର୍ତିତ ରହେ

C ଶୂନ୍ୟସ୍ଥାନ ପୂରଣ କର ।

1. ପାହାଡ଼ରୁ ଓହ୍ଲାଇଲାବେଳେ ବସ୍ତୁ ଉପରେ କାର୍ଯ୍ୟ ………………… ହୁଏ ।
2. କାର୍ଯ୍ୟ = ପ୍ରୟୋଗ ବଳ x ………….
3. କାର୍ଯ୍ୟ ଏକ ………………….. ରାଶି ।
4. 1 ଅର୍ଗ = 1 ଡାଇନ୍ X …………….
5. 1 ଅର୍ଗ = ………………… କୁଲ୍ ।
6. 10 ନିଉଟନ୍ ବଳ ଏକ ବସ୍ତୁକୁ ବଳଦିଗରେ 5 ମିଟର ବି ସ୍ଥାପିତ କରାଇଲେ ସଂପାଦିତ କାର୍ଯ୍ୟର ପରିମାଣ ………………… ।
7. ବଳର ଦିଗକୁ ଯୁକ୍ତାତ୍ମକ ଧରିଲେ ବିସ୍ଥାପନର ଦିଗକୁ ………………… ଧରାଯାଏ ।
8. ଶକ୍ତିର ଏକକ ……………………ର ଏକକ ସହ ସମାନ ।
୨. ସ୍ଥିର ବସ୍ତୁର ଗତିଜ ଶକ୍ତି …………………।
10. ଭୂପୃଷ୍ଠରେ ଥ‌ିବା ଏକ ବସ୍ତୁରୁ ସ୍ଥିତିଜ ଶକ୍ତି …………………।
11. SI ଏକକରେ ପାୱାରର ଏକକ ……………….।
12. ବାହ୍ୟବଳ ପ୍ରଭାବରେ ବସ୍ତୁ ………………… ହେଲେ କାର୍ଯ୍ୟ ହୁଏ ।
13. କାର୍ଯ୍ୟ ସମ୍ପାଦନ ପାଇଁ ପ୍ରୟୋଗ ବଳଦ୍ଵାରା ବସ୍ତ ………………….. ଦିଗରେ ବିସ୍ଥାପିତ ହୁଏ ।
14. ପ୍ରଯୁକ୍ତ ବଳ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ ……………….. ହୁଏ ।
15. ଗଛରୁ ଫଳ ଖସିଲେ କାର୍ଯ୍ୟ ………………….. ହୁଏ ।
16. କୂଅରୁ ପାଣି କାଢ଼ିଲାବେଳେ କାର୍ଯ୍ୟ …………………. ହୁଏ ।
17. ଶକ୍ତିର ବୃହତ୍ତର ଏକକକୁ ………………….. କୁହାଯାଏ ।
18. ଗତିର ବିପରୀତ ଦିଗରେ ବଳ ପ୍ରୟୋଗ କଲେ, ବସ୍ତ …………………..ଦଳ ବିରୁଦ୍ଧରେ କାର୍ଯ୍ୟ କରେ ।
19. ରବର ବ୍ୟାଣ୍ଡକୁ ଟାଣି ଲମ୍ବା କଲେ ତାହା ………………….. ଶକ୍ତି ଆହରଣ କରେ ।
20. ସ୍ଥିତି ଜ ଶକ୍ତି, ବସ୍ତର ………………….. ଉପରେ ନିର୍ଭର କରେ ।
21. m ବସ୍ତୁତ୍ଵର ବସ୍ତକୁ ଭୂମିଠାରେ । h ଉଚ୍ଚତାକୁ ପଠାଗଲେ ………………… ପରିମାଣ କାର୍ଯ୍ୟ ହେବ ।
22. ଗୋଟିଏ ବସ୍ତ୍ର କେବଳ ମାଧ୍ୟାକର୍ଷଣ ବଳର ପ୍ରଭାବରେ ଖସିଲେ ତ । କୁ ବସ୍ତୁର ………………… କୁହାଯାଏ ।
23. ବସ୍ତୁଟି ଭୂମି ଉପରେ ପଡ଼ିବାକୁ ଗଲାବେଳେ ତାହାର ସ୍ଥିତିଚ୍ଚ ଶକ୍ତି ……………….. ହୁଏ ।
24. 1 କିଲୋୱାଟ୍ ଘଣ୍ଟା = …………………. ଜୁଲ୍ ।
25. ଗୋଟିଏ ବିଦ୍ୟୁତ୍ ବଲ୍‌ବ 5 ସେକେଣ୍ଡରେ 500 ଜୁଲ୍ ଶକ୍ତି ବ୍ୟବହାର କଲେ ତାହାର ପାଓ୍ବାର …………………. ହେବ ।
26. ଘରେ ଏବଂ କଳକାରଖାନାରେ ବ୍ୟବହୃତ ବିଦ୍ୟୁତ୍ ଶକ୍ତିର ପରିମାଣକୁ ……………….. ଏକକରେ ପ୍ରକାଶ. କୁହାଯାଏ ।
27. 5 କିଲୋୱାଟ୍ ଘଣ୍ଟା = ………………. ୟୁନିଟ୍ ।
28. ଗୋଟିଏ 100 ୱାଟ୍‌ର ବଲ୍‌ବ ଦିନକୁ 8 ଘଣ୍ଟା ଜଳିଲେ …………………. ପରିମାଣର ଶକ୍ତି ଖର୍ଚ୍ଚ ହେବ ।

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

Answer:
1. ଯୁକ୍ତାତ୍ମକ
2. ବିସ୍ଥାପନ
3. ଅଦିଶ
4. ସେ.ମି.
5. 10-7
6. 50 ଜୁଲ୍
7. ବିଯୁକ୍ତାତ୍ମକ
8. କାର୍ଯ୍ୟ
9. 0
10. 0
11. ୱାଟ୍
12. ବିସ୍ଥାପିତ
13. ଚ୍ ଳ
14. ଯୁକ୍ତାତ୍ମକ
15. ଯୁକ୍ତାତ୍ମକ
16. ବିଯୁକ୍ତାତ୍ମକ
17. କିଲୋକୁଲ
18. ପ୍ରତିରୋଧୀ
19. ସ୍ଥିତିକ
20. ଅବସ୍ଥାନ
21. mgh
22, ମୁକ୍ତ ପଡନ
23. ଶୂନ
24. 3.6 x 106
25. 2500 ୱାଟ୍
26. କିଲୋଓ୍ବାଟ୍ ଘଣ୍ଟା
27. 5
28. 800 ୱାଟ୍ ଘଣ୍ଟା

D ଠିକ୍ ଉକ୍ତି ପାଇଁ (✓) ଓ ଭୁଲ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. କାର୍ଯ୍ୟର ଏକକ ଅର୍ଗ ଓ ଜୁଲ୍ ।
2. 1 ଜୁଲ = 105 ଅର୍ଗ ।
3. 1 ଜୁଲ = 1 ନିଉଟନ x 1 ମିଟର
4. କାର୍ଯ୍ୟ କରିବା ପାଇଁ ଶକ୍ତି ଆବଶ୍ୟକ ।
5. ପୃଥ‌ିବୀ ସୂର୍ଯ୍ୟ ଚାରିପଟେ ଘୂରିବାବେଳେ ସମ୍ପାଦିତ କାର୍ଯ୍ୟ ଶୂନ ।
6. ତୁଚ୍ଚଟି ବସ୍ତୁର ଉପରକୁ ନେଲେ ପାର ହେବ ।
7. କୌଣସି ବସ୍ତୁକୁ ଉପରକୁ ଉପରକୁ ନେଲେ ତାର ସ୍ଥିତିଜ ଶକ୍ତି ବୃଦ୍ଧିପାଏ ।
8. ମୁକ୍ତ ପତନ ବସ୍ତୁର ଗତିଜ ଶକ୍ତି କମି କମି ଯାଏ ଓ ସ୍ଥିତିକ ଶକ୍ତି ବଢି ବଢି ଯାଏ ।
9. ସାଟ୍ଟକେଲ ଚଳ। କବି। ବେଳେ ସ୍ଥିତିଚ୍ଚ ଶକ୍ତି ଗତିକ ଶକ୍ତିକୁ ରୂପାନ୍ତରିତ ହୋଇଥାଏ ।
10. ଭୂପୃଷ୍ଠରେ ଥ‌ିବା ଏକ ବସ୍ତୁର ମଧ୍ଯ ସ୍ଥିତିଜ ଶକ୍ତି ଅଛି ।
11. ଗଛରେ ପାଚିଥୁବା ଫଳରେ ଉଭୟ ସ୍ଥିତିକ ଶକ୍ତି ଓ ଗତିଜ ଶକ୍ତି ରହିଥାଏ ।
12. ବିଦ୍ୟୁତ୍ ଶକ୍ତିକୁ ଗଚ୍ଛିତ କରାଯାଇପାରିବ ।
13. ବସ୍ତୁର ଗତିଜ ଶକ୍ତି ବସ୍ତୁର ବେଗ ଉପରେ ନିର୍ଭଗ କରେ ।
14. କାର୍ଯ୍ୟ କରିବାର ସାମର୍ଥ୍ୟକୁ କ୍ଷମତା କହନ୍ତି ।
15. କ୍ଷମତାର ଏକକ ୱାଟ୍ ।
16. 1 କିଲୋୱାଟ ଘଣ୍ଟା = 1000 ଜୁଲ୍ ।
17. ବିଦ୍ୟୁତ୍ ବଲ୍ସବ ଜଳିଲେ ବିଦ୍ୟୁତ୍ ଶକ୍ତି, ଆଲୋକ ଶକ୍ତିରେ ରୂପାନ୍ତରିତ ହୁଏ ।
18. 1 ୱାଟ୍ = 1 ଜୁଲ୍/ ସେକେଣ୍ଡ ।
19. 1 ଅର୍ଗ = 10-7 ଜୁଲ୍ ।
20. ଶକ୍ତିର ଏକକ କ୍ଷମତାର ଏକକ ସହ ସମାନ ।
21. 1 ଜୁଲ୍ = 10-7 ଅର୍ଗ ।
22. 100 ଅର୍ଗ = 10-5 ଜୁଲ୍ ।
23. ଅର୍ଗ = 1 ଡାଇନ୍ × l ସେ.ମି. ।
24. 1 ଜୁଲ୍ = 1 ନିଉଟନ୍‌ x 1 ମିଟର ।
25. ସଂଘାତ ଏକ ସଦିଶ ରାଶି ।
26. କାର୍ଯ୍ୟ କରିବାର ସାମର୍ଥ୍ୟକୁ ଶକ୍ତି କହନ୍ତି ।
27. ଶକ୍ତିର ଏକକ ଅର୍ଗ ।

Answer:
1. (✓)
2. (✗)
3. (✓)
4. (✓)
5. (✓)
6. (✗)
7. (✓)
8. (✗)
9. (✓)
10. (✗)
11. (✗)
12. (✗)
13. (✓)
14. (✗)
15. (✓)
16. (✗)
17. (✓)
18. (✓)
19. (✗)
20. (✗)
21. (✓)
22. (✓)
23. (✓)
24. (✓)
25. (✓)
26. (✓)
27. (✗)

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

E ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

1. ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାର୍ଯ୍ୟ ଗତିଚ୍ଚନିତ ଶଙ୍କ
ସ୍ଥିତିକ ଶଙ୍କ୍ର କାର୍ଯ୍ୟ। /ସମୟ
ଗତି ଚ୍ଚ ଶଙ୍କି ବକ x ବିସ୍ଥାପନ
ଷମତା ଯୁନିଟ୍
ଶଙ୍କ୍ରିର ବବ ସ। ୟକ ଏକକ ୱାଚ୍
ଅବସ୍ଥାନ ଓ ବିନ୍ୟାସ
ଚ୍ଚନିତ ବସ୍ଥାନ ଶକ୍ତି

Answer:

 ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାର୍ଯ୍ୟବକ x ବିସ୍ଥାପନ କାର୍ଯ୍ୟବକ x ବିସ୍ଥାପନ
ସ୍ଥିତିକ ଶଙ୍କ୍ର ଅବସ୍ଥାନ ଓ ବିନ୍ୟାସ ଚ୍ଚନିତ ବସ୍ଥାନ ଶକ୍ତି
ଗତି ଚ୍ଚ ଶଙ୍କି ଗତିଚ୍ଚନିତ ଶଙ୍କ
ଷମତା  କାର୍ଯ୍ୟ।/ ସମୟ
ଶଙ୍କ୍ରିର ବବ ସ। ୟକ ଏକକ ଯୁନିଟ୍

 

2.  ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଗତିଜ ଶକ୍ତି \(\frac {1}{2}\) mv2
ସ୍ଥିତିଜ ଶକ୍ତି 3.6 × 106
ଷମତା F.s
କାର୍ଯ୍ୟ W/t
1 ୟୁନିଟ୍ mgh

Answer:

 ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଗତିଜ ଶକ୍ତି \(\frac {1}{2}\) mv2
ସ୍ଥିତିଜ ଶକ୍ତି mgh
ଷମତା W/t
କାର୍ଯ୍ୟ F.s
1 ୟୁନିଟ୍ 3.6 × 106

 

3. ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପୃଥ‌ବୀ ଚାରିପଟେ ଚନ୍ଦ୍ରର ଘଣ୍ଠନ ଯୁକ୍ତାତ୍ମକ କାର୍ଯ୍ୟ
ପାହଡ଼ ଚଢ଼ିବା ସ୍ଥିତିଜ ଶକ୍ତି 0
ମୁଣ୍ଡରୁ ବୋଝ ଓହ୍ଲାଇବା ଗତିଜ ଶକ୍ତି ଓ ସ୍ଥିତିଜ ଶକ୍ତି 0
ଚଟାଣରେ ବଲା ଗଡିବା ବିସୁକ୍ତ।ମ୍କ କାର୍ଯ୍ୟ
ପୃଥ‌ିବୀ ଉପରେ ସ୍ଥିର ଥ‌ିବା ଏକ ବସ୍ତୁ କ୍ଷମତା କମ୍
କାର୍ଯ୍ୟର ପରିମାଣ 0

Answer:

 ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ପୃଥ‌ବୀ ଚାରିପଟେ ଚନ୍ଦ୍ରର ଘଣ୍ଠନ କାର୍ଯ୍ୟର ପରିମାଣ 0
ପାହଡ଼ ଚଢ଼ିବା ବିସୁକ୍ତ।ମ୍କ କାର୍ଯ୍ୟ
ମୁଣ୍ଡରୁ ବୋଝ ଓହ୍ଲାଇବା ଯୁକ୍ତାତ୍ମକ କାର୍ଯ୍ୟ
ଚଟାଣରେ ବଲା ଗଡିବା ସ୍ଥିତିଜ ଶକ୍ତି 0
ପୃଥ‌ବୀ ଉପରେ ସ୍ଥିର ଥ‌ିବା ଏକ ବସ୍ତୁ ଗତିଜ ଶକ୍ତି ଓ ସ୍ଥିତିଜ ଶକ୍ତି 0

 

F. ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ଵିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ଟ୍ : ଜୁଲ୍ / ସେକେଣ୍ଡ :: ଜୁଲ୍ : …………………….
2. ସ୍ଥିତିଜ ଶକ୍ତି : mgh :: ଗତିଜ ଶକ୍ତି : ……………..
3. କାର୍ଯ୍ୟ : ଅଦିଶ ରାଶି :: ଶକ୍ତି : ……………..
4. W = Fs :: P = : ……………..
5. ପାହାଡ଼ ତଳକୁ ଖସିବା : + W :: ପାହାଡ଼ ଉପରକୁ ଚଢ଼ିବା : …………………
6. ଗତିଜ ଶକ୍ତି : ବସ୍ତୁର ଗତି :: ସ୍ଥିତିଜ ଶକ୍ତି : …………………
7. ନିଉଟନ୍ x 1 ମିଟର ; 1 ଜୁଲ୍ :: 1 ଡାଇନ୍ × ସେ.ମି: …………………
8. କାର୍ଯ୍ୟ : ଅଦିଶ ରାଶି :: ବଳ : ……………………
୨. ଜୁଲ୍ : କାର୍ଯ୍ୟ :: ୱାଟ୍ : …………………
10. ବଳ : ନିଉଟନ୍ :: ଶକ୍ତି : ……………………

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

Answer:
1. ନିଉଟନ୍ x ମିଟର
2. \(\frac {1}{2}\) mv2
3. ଅଦିଶ ରାଶି
4. W/t
5. -W
6. ଅବସ୍ଥାନ (ବିନ୍ୟାସ)
7. 1 ଅର୍ଗ
8. ସଦିଶ ରାଶି
9. ପାୱାର
10. ଜୁଲ୍

G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ବାହ୍ୟ ବଳର ପ୍ରଭାବରେ ଯଦି କୌଣସି ବିସ୍ଥାପନ” ହୋଇ ନ ଥାଏ, ତେବେ ସମ୍ପାଦିତ କାର୍ଯ୍ୟର ପରିମାଣ କେତେ ?
(A) 9.8J
(C) 980J
(B) 98J
(D) 0
Answer:
(D) 0

2. କେଉଁଟି ପାୱାର ଏକକ ଅଟେ ?
(A) ଜୁଲ୍
(C) 16
(B) ଅର୍ଗ
(D) ନିଉଟନ୍
Answer:
(C) 16

3. ଗୋଟିଏ ବସ୍ତୁର ପରିବେଗ ଦୁଇଗୁଣ ହେଲେ ଏହାର ଗତିକ ଶକ୍ତି କେତେ ଗୁଣ ବଢ଼ିବ ?
(A) 2
(C) 4
(B) 1/2
(D) 1/4
Answer:
(C) 4

4. କୌଣସି ବସ୍ତୁ ତାହାର ଅବସ୍ଥାନ ଯୋଗୁଁ ହାସଲ କରିଥିବା ଶକ୍ତିକୁ କେଉଁ ଶକ୍ତି କୁହାଯାଏ ?
(A) ଗତିଜ ଶକ୍ତି
(B) ସ୍ଥିତିଜ ଶକ୍ତି
(C) ସୌର ଶକ୍ତି
(D) ପବନ ଶକ୍ତି
Answer:
(B) ସ୍ଥିତିଜ ଶକ୍ତି

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

5. 1 କି.ମି. / ଘଣ୍ଟା କେତେ ମି. / ସେକେଣ୍ଡ ?
(A) 18/5
(B) 1
(C) 5/18
(D) 0
Answer:
(C) 5/18

6. ନିମ୍ନୋକ୍ତ ମଧ୍ୟରୁ କାହାକୁ ସକଳ ଶକ୍ତିର ଉତ୍ସ ବୋଲି କୁହାଯାଏ ?
(A) ସୂର୍ଯ୍ୟ
(C) ଗ୍ରହ
(B) ଚନ୍ଦ୍ର
(D) ପୃଥ‌ିବୀ
Answer:
(A) ସୂର୍ଯ୍ୟ

7. ପ୍ରଯୁକ୍ତ ବଳ ଦିଗରେ ବିସ୍ଥାପନ ହେଲେ କାର୍ଯ୍ୟ କ’ଣ 24 ?
(A) ଯୁକ୍ତାତ୍ମକ
(B) ବିଯୁକ୍ତାତ୍ମକ
(C) 0
(D) କୌଣସିଟି ନୁହେଁ
Answer:
(A) ଯୁକ୍ତାତ୍ମକ

8. ଏକ ନିଉଟନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟ କରି ସ୍ତୁକୁ ବଳ ଦିଗରେ 1 ମିଟର ବିସ୍ଥାପିତ କଲେ ବଳଦ୍ଵାରା ସଂପାଦିତ କାର୍ଯ୍ୟକୁ କ’ଣ କୁହାଯାଏ ?
(A) ଅର୍ଗ
(B) । କୁଲ୍
(C) । ନଟ୍
(D) । ପାଶକାଲ୍
Answer:
(B) । କୁଲ୍

9. ଏକ ଡାଇନ୍ ବଳ ଏକ ବସ୍ତୁ ଉପରେ କାର୍ଯ୍ୟକରି ବସ୍ତୁକୁ ବଳ ଦିଗରେ 1 ସେ.ମି. ବିସ୍ଥାପିତ କଲେ ସଂପାଦିତ କାର୍ଯ୍ୟକୁ କ’ଣ କୁହାଯାଏ ?
(A) ଅର୍ଗ
(B) 1 ଜୁଲ୍
(C) 1 ନଟ୍
(D) 1 ପାର୍ଶ୍ଵକାଲ୍
Answer:
(A) ଅର୍ଗ

10. 1 ଜୁଲ୍ କେତେ ଅର୍ଗ ?
(A) 106
(B) 107
(C) 105
(D) 104
Answer:
(B) 107

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

11. 100 ଅର୍ଗ କେତେ ଜୁଲ୍ ?
(A) 10-6
(B) 10-5
(C) 10-7
(D) 10-8
Answer:
(B) 10-5

12. 25 ନିଉଟନ୍ ବଳ ଏକ ବସ୍ତୁକୁ ବଳ ଦିଗରେ 4 ମିଟର ବିସ୍ଥାପିତ କଲେ ସଂପାଦିତ କାର୍ଯ୍ୟର ପରିମାଣ କେତେ ?
(A) 100 ଜୁଲ୍
(B) 10 ଜୁଲ୍
(C) 1 କୁଲ୍
(D) 1000 ଜୁଲ୍
Answer:
(A) 100 ଜୁଲ୍

13. 50 ନିଉଟନ୍ ବଳ ଏକ ବସ୍ତୁକୁ ବଳ ଦିଗରେ 20 ସେ.ମି. ବିସ୍ଥାପିତ କଲେ ସଂପାଦିତ କାର୍ଯ୍ୟର ପରିମାଣ କେତେ ?
(A) 10 ଜୁଲ୍
(B) 1000 ଜୁଲ୍
(C) 1000 ଜୁଲ୍
(D) 20 ଜୁଲ୍
Answer:
(A) 10 ଜୁଲ୍

14. 7 ନିଉଟନ୍ ପରିମାଣର ବଳ ଗୋଟିଏ ବସ୍ତୁ ଉପରେ ପର୍ଯ୍ୟନ୍ତ ବିସ୍ଥାପିତ କଲା । କାର୍ଯ୍ୟର ପରି ମାଣ କେତେ ?
(A) 56 ଅର୍ଗ
(B) 5.6 26
(C) 56 ଜୁଲ୍
(D) 5.6 ଜୁଲ୍
Answer:
(C) 56 ଜୁଲ୍

15. ଶକ୍ତିର ବ୍ୟବସାୟିକ ଏକକ କ’ଣ ?
(A) ଅର୍ଗ
(C) kWh
(B) ଜୁଲ୍
(D) ଅଶ୍ଵ କ୍ଷମତା
Answer:
(C) kWh

16. ନିମ୍ନଲିଖିତ ମଧ୍ୟରୁ କାହାର ଏକକ ଶକ୍ତିର ଏକକ ସହ ସମାନ ?
(A) କାର୍ଯ୍ୟ
(C) ବଳ
(B) କ୍ଷମତା
(D) ଚାପ
Answer:
(A) କାର୍ଯ୍ୟ

17. 10 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 10 m/s ନିହିତ ହେବ ?
(A) 1000
(B) 500 ଜୁଲ୍
(C) 100
(D) 5000
Answer:
(B) 500 ଜୁଲ୍

cBSE Odisha 9th Class Physical Science Important Questions Chapter 8 କାର୍ଯ୍ୟ ଓ ଶକ୍ତି

18. କାର୍ଯ୍ୟ କରିବାର ହାରକୁ କ’ଣ କହନ୍ତି ?
(A) ଶକ୍ତି
(B) କ୍ଷମତା
(C) ବଳ
(D) ଚାପ
Answer:
(B) କ୍ଷମତା

17. 10 କି.ଗ୍ରା. ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ 10 m/s ପରିବେଗରେ ଗତିକଲେ ତାହାଠାରେ କେତେ ଶକ୍ତି ନିହିତ ହେବ ?
(A) 1000 କୁଲ୍
(B) 500 କୁଲ୍
(C) 100 ଜୁଲ୍
(D) 5000 କୁଲ୍
Answer:
(B) 500 କୁଲ୍

18. କାର୍ଯ୍ୟ କରିବାର ହାରକୁ କ’ଣ କହନ୍ତି ?
(A) ଶକ୍ତି
(B) କ୍ଷମତା
(C) ବଳ
(D) ଚାପ
Answer:
(B) କ୍ଷମତା

19. 1 ୱାଟ୍ ଘଣ୍ଟା କେତେ ଜୁଲ୍ ?
(A) 36 J
(B) 3600 J
(C) 3600000 J
(D) 3.6 x 104 J
Answer:
(B) 3600 J

20. 1 kWh କେତେ ଜୁଲ୍
(A) 3600 J
(B) 3600000 J
(C) 3.6 x 106 J.
(D) 36 J
Answer:
(C) 3.6 x 106 J.

21. 1 kWh କେତେ ୟୁନିଟ୍ ?
(A) 1
(B) 10
(C) 3600
(D) 3.6 x 106
Answer:
(A) 1

CBSE Odisha 9th Class Physical Science Important Questions Chapter 9 ଧ୍ଵନି

Odisha State Board BSE Odisha 9th Class Physical Science Important Questions Chapter 9 ଧ୍ଵନି Important Questions and Answers.

BSE Odisha 9th Class Physical Science Important Questions Chapter 9 ଧ୍ଵନି

Subjective Type Questions With Answers

CBSE Odisha 9th Class Physical Science Important Questions Chapter 9 ଧ୍ଵନି - 3

1. ଅଲଟ୍ରାସାଉଣ୍ଡ କ’ଣ ? ଏହାର ପ୍ରୟୋଗଗୁଡ଼ିକ ଲେଖ ।
ଉ-
ଅଲଟ୍ରାସାଉଣ୍ଡ-
ଧ୍ୱନି ତରଙ୍ଗର ଆବୃତ୍ତି 20 kHz ରୁ ଅଧିକ ହେଲେ ତାହାକୁ ଅଲଟ୍ରାସାଉଣ୍ଡ କୁହାଯାଏ । ଏହା ଏକ ଉଚ୍ଚ ଆବୃତ୍ତି ବିଶିଷ୍ଟ ତରଙ୍ଗ ।

ଅଲଟ୍ରାସାଉଣ୍ଡର ପ୍ରୟୋଗ :
(i) ଭିତରକୁ ହାତ ପଶିପାରୁ ନଥିବା ସ୍ପାଇରାଲ କୁଣ୍ଡଳୀ ପରି କେତେକ ଇଲେକ୍‌ଟ୍ରୋନିକ୍ ସାମଗ୍ରୀକୁ ସହଜରେ ସଫା କରିହୁଏ ନାହିଁ । ସାମଗ୍ରୀକୁ ସହଜରେ ସଫା କରିହୁଏ ନାହିଁ । ସେ ସବୁ ସାମଗ୍ରୀକୁ ଅଲ ଟ୍ରାସାଉଣ୍ଡ ସାହାଯ୍ୟରେ ସଫା କରାଯାଏ । ସେହି ଯନ୍ତ୍ରକୁ ସଫା କରାଯାଉଥିବା ଦ୍ରବଣ ମଧ୍ଯରେ ରଖୁ କରାଯାଏ । ଅଲଟ୍ରାସାଉଣ୍ଡର ଉଚ୍ଚ ଆବୃତ୍ତି ହେତୁ ଗ୍ରୀଜ୍, ଧୂଳିକଣା କିମ୍ବା ମଇଳା ଇତ୍ୟାଦି ମିଶିଯାଏ । ଫଳରେ ଯନ୍ତ୍ରପାତି ସାମଗ୍ରୀଗୁଡ଼ିକ ଭଲଭାବରେ ସଫା ହୋଇଯାଏ ।

(ii) ଅଲଟ୍ରାସାଉଣ୍ଡ ପ୍ରୟୋଗ କରି ବଡ଼ ବଡ଼ ଧାତବ ବ୍ଲକ୍ ମଧ୍ଯରେ ଫାଟ ଚିହ୍ନଟ କରାଯାଏ । ବାହାରକୁ ଦେଖାଯାଉନଥୁବା ଏହି ଫାଟ ଠିକ୍ ଭାବରେ ଚିହ୍ନଟ ନ ହେଲେ ଏହି ଧାତବ ବ୍ଲକ୍‌ଗୁଡ଼ିକଦ୍ଵାରା ନିର୍ମିତ ବଡ଼ କୋଠାବାଡ଼ି, ପୋଲ ଓ କଳକାରଖାନା ଆଦି ବିପଦଗ୍ରସ୍ତ ହେବ । ଧାତବ ବ୍ଲକ୍ ଠିକ୍ ଭାବେ ନିର୍ମିତ ହୋଇଛି କି ନା ଜାଣିବା ପାଇଁ ପ୍ରଥମେ ଅଲ ଟ୍ରାସାଉଣ୍ଡ କୁ ଧାତବ ଖଣ୍ଡ ମଧ୍ଯରେ ପ୍ରବେଶ କରାଯାଏ ଏବଂ ଡିଟେକ୍ଟରଦ୍ଵାରା ତ୍ରୁଟିଟି ଜଣାପଡ଼େ । ସାମାନ୍ୟ ଫାଟ ବା ତ୍ରୁଟି ଥିଲେ ଅଲଟ୍ରାସାଉଣ୍ଡ ତରଙ୍ଗ ସେହି ସ୍ଥାନରୁ ପ୍ରତିଫଳିତ ହୋଇ ଫେରିଆସେ ଯାହା ସେହି ଫାଟର ସୂଚନା ଦିଏ ।

(iii) ହୃତ୍‌ପିଣ୍ଡର ବିଭିନ୍ନ ଅଂଶରୁ ଅଲଟ୍ରାସୋନିକ୍ ତ ର ଙ୍ଗ ର ପ୍ରତି ଫଳ ନ କରାଇ ସେହି ଅଂଶମାନଙ୍କର ପ୍ରତିବିମ୍ବ ତିଆରି କରାଯାଏ । ଏହି ଫଟୋ ଦେଖୁ ଡାକ୍ତରମାନେ ଚିକିତ୍ସା କରନ୍ତି । ଏହି ପ୍ରକାର ପଦ୍ଧତିକୁ ଚିକତ୍ସା ବିଜ୍ଞାନରେ ‘ଇକୋକାର୍ଡିଓଗ୍ରାଫି’ କୁହାଯାଏ ।
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 1

(iv) ଅଲଟ୍ରାସାଉଣ୍ଡ ସ୍କାନର ଯନ୍ତ୍ର ସାହାଯ୍ୟରେ ମନୁ ଷ୍ୟ ଶରୀରର ଆଭ୍ୟନ୍ତର ଅଙ୍ଗପ୍ରତ୍ୟଙ୍ଗକୁ ଯାଞ୍ଚ କରି (scanning) ଫଟୋ ଉତ୍ତୋଳନ କ ରା ଯାଇ ଥାଏ । ରୋଗୀର ଲି ଭର୍ ଗଲ ବ୍ଲାଡ଼ର, ଇଉଟେରସ୍ ଏବଂ କିଡ୍‌ ନି ଇତ୍ୟାଦିର ତ୍ରି-ବିମ୍ବୀୟ ଛବି କମ୍ପ୍ୟୁଟରର ମନିଟର୍‌ରେ ଦେଖୁହୁଏ । ଏହି ଛବି ଦେଖୁ ଡାକ୍ତରମାନେ ରୋଗ ନିର୍ଣ୍ଣୟ କରି ଚିକିତ୍ସା କରନ୍ତି । ଏହି ଚି କି ପଦ୍ଧତି କୁ ଚି କି ସ୍ୱା ଅଲଟ୍ରାସୋନୋଗ୍ରାଫି କୁହାଯାଏ ।

(v) ଅଲଟ୍ରାସାଉଣ୍ଡ ତରଙ୍ଗ ସାହାଯ୍ୟରେ କିଡ୍‌ନିରେ ସୃଷ୍ଟି ହୋଇଥିବା ଛୋଟ ଛୋଟ ପଥରକୁ ଛୋଟ ଛୋଟ ଦାନାରେ ଭାଙ୍ଗି ଦିଆଯାଏ । ଯାହା ପରେ ମୂତ୍ରରେ ମିଶି ପଦାକୁ ବାହାରି ଆସେ ।

2. ମାନବ କର୍ପୂର ଗଠନ ଓ କାର୍ଯ୍ୟପ୍ରଣାଳୀ ଲେଖ ।
ଉ-
(i) ବାହ୍ୟ କର୍ଣ୍ଣକୁ ପିନ! କୁହାଯାଏ । ଏହା ଚତୁଃପାର୍ଶ୍ଵର ଧ୍ଵନିକୁ ଗ୍ରହଣ କରେ ଯାହା ଶ୍ରୁତିନାଳୀ ବାଟଦେଇ ଭିତରକୁ ଯାଏ ।
(ii) କର୍ଷ ଭିତରେ ଥିବା କ୍ଷୁଦ୍ର ଓ ପତଳା ଝିଲ୍ଲୀକୁ କର୍ଣ୍ଣପଟହ ବା ଟିମ୍ପାନିକ୍ ଝିଲ୍ଲୀ କୁହାଯାଏ ।
(iii) ବାୟୁ ମାଧ୍ୟମର ସମ୍ପୀଡ଼ନ କର୍ଣ୍ଣପଟହରେ ପହଞ୍ଚିଲେ, କର୍ଣ୍ଣପଟହର ବାହାର ପଟେ ଚାପ ବୃଦ୍ଧି ହୁଏ ଏବଂ ତାହାକୁ କର୍ଣ୍ଣପଟହକୁ ଭିତରକୁ ଠେଲେ।
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 2
(iv) ସେହିଭଳି ବିଚଳନ କର୍ଣ୍ଣପଟହ ନିକଟରେ ପହଞ୍ଚିଲେ, କର୍ଣ୍ଣପଟହ ଉପରେ ଚାପ ହ୍ରାସ ପାଏ, ତେଣୁ କର୍ଣ୍ଣପଟହ ବିପରୀତ ଦିଗରେ ବାହାରକୁ ଚାଲିଆସେ । ଏହାଦ୍ଵାରା କର୍ଣ୍ଣପଟହ ବାରମ୍ବାର ଆଗପଛ ହୋଇ କମ୍ପିତ ହୁଏ ।
(v) ଏହି କମ୍ପନ କଣ୍ଠରେ ଥ‌ିବା ତିନୋଟି ହାଡ଼; ଯଥା- ହାମର, ଆନ୍ ଭିଲ୍ ଓ ଷ୍ଟିରପ୍ ଦ୍ଵାରା ବହୁଗୁଣିତ ହୋଇଥାଏ ।
(vi) ମଧ୍ଯକର୍ଣ୍ଣ ଏହି ଚାପର ପରିବର୍ତ୍ତନକୁ ଅନ୍ତଃକର୍ଣ୍ଣକୁ ପଠାଏ । ସେଠାରେ କର୍ଣ୍ଣ କସ୍ତୁକ ଚାପର ଯଥା – ହାମର, ଆନ୍ ଭିଲ୍ ଓ ଷ୍ଟିରପ୍ ଦ୍ଵାରା ପରିଣତ କରେ ।
(vii) ଏହି ସିଗ୍‌ନାଲ୍‌ ସ ଶ୍ରୁତି ସ୍ନାୟୁ ବାଟଦେଇ ମସ୍ତି ଷ୍କକୁ ଯାଏ ଏବଂ ମସ୍ତିଷ୍କ ଏହାକୁ ବ୍ୟାଖ୍ୟାକରି ଧ୍ଵନିଭାବରେ ବୁଝିପାରେ ।

3. ଧ୍ୱନି ତରଙ୍ଗର ଆବୃଷ୍ଟି, ଆୟାମ, ତରଙ୍ଗର ଦୈର୍ଘ୍ୟ ଓ ପରିବେଗ କହିଲେ କ’ଣ ବୁଝ ? ଧ୍ୱନି ତରଙ୍ଗର ପରିବେଗ, ଆବୃତ୍ତି ଓ ତରଙ୍ଗର ଦୈର୍ଘ୍ୟ ମଧ୍ୟରେ ସମ୍ପର୍କଟି କେଖ।
ଉ-
(i) ମାଧ୍ୟମର ଏକ ସ୍ଥାନରେ ସାନ୍ଦ୍ରତା ସର୍ବୋଚ୍ଚ ମୂଲ୍ୟରୁ ସର୍ବନିମ୍ନ ମୂଲ୍ୟକୁ ପରିବର୍ତ୍ତିତ ହୋଇ ପୁନଶ୍ଚ ସର୍ବୋଚ୍ଚ ମୂଲ୍ୟ ପର୍ଯ୍ୟନ୍ତ ଫେରି ଆସିବାରୁ ଏକ ସମ୍ପୂର୍ଣ୍ଣ ଦୋଳନ କହରି ଏକକ ସମୟରେ ମାଧ୍ୟମରେ ଏ ପ୍ରକାର ଦୋକନର ସଂଖ୍ୟାକୁ ଧୁନି ତରଙ୍ଗର ଆବଡି କହନ୍ତି ।
(ii) ଗୋଟିଏ ମାଧ୍ୟମରେ ଥ‌ିବା କଣିକା। ର ମାଧ୍ୟାବ ସ୍ଥାର ଉଭୟପଟେ ଦୋଳନର ତ କଣିକାର ସର୍ବୋଚ୍ଚ ବିସ୍ଥାପନକୁ ତରଙ୍ଗର ଆୟାମ କୁହାଯାଏ ।
(iii) ଦୁଇଟି କ୍ରମିକ ସଂପୀଡ଼ନ ବା ଦୁଇଟି କ୍ରମିକ ବିରଳନର ମଧ୍ୟବିନ୍ଦୁ ମଧ୍ୟରେ ଥିବା ଦୂରତାକୁ ତରଙ୍ଗ ଦୈର୍ଘ୍ୟ କହନ୍ତି ।
(iv) ଏକକ ସମୟରେ ଧ୍ଵନି ତରଙ୍ଗ ଅତିକ୍ର ମ କରୁ ଥ‌ିବ। ଦୂର ତାକୁ ତରଙ୍ଗର ବେଗ କୁହାଯାଏ ।
(v) ତରଙ୍ଗ ବେଗ v, ଆବୃତ୍ତି f ଓ ତରଙ୍ଗ ଦୈର୍ଘ୍ୟ ହେଲେ ଏମାନଙ୍କ ମଧ୍ୟରେ ସମ୍ପର୍କଟି ହେଲା v = f λ, ଅର୍ଥାତ୍ ତରଙ୍ଗ ବେଗ = ତରଙ୍ଗ ଆବୃତ୍ତି × ତରଙ୍ଗ ଦୈର୍ଘ୍ୟ ।

CBSE Odisha 9th Class Physical Science Important Questions Chapter 9 ଧ୍ଵନି - 4

1. ଧ୍ଵନି ସଂଚାରଣର ମୌଳିକ ତଥ୍ୟ ବୁଝାଅ ।
ଉ-
(i) ମାଧ୍ୟମର ସଂପୀଡ଼ନ ଅଞ୍ଚଳରେ କଣିକାମାନେ ପରସ୍ପର ଆଡ଼କୁ ଗତିକରି ନିକଟବର୍ତ୍ତୀ ହେବା ଫଳରେ ସେହି ଅଞ୍ଚଳରେ ସାନ୍ଦ୍ରତା ଓ ଚାପ ବୃଦ୍ଧିପାଏ ।
(ii) ବି ର ଳ ନ ଅଞ୍ଚଳରେ କ ଣିକମାନେ ପରସ୍ପରଠାରୁ ଦୂରେଇଯିବା ଫଳରେ ସେହି ଅଞ୍ଚଳର ସାନ୍ଦ୍ରତା ଓ ଚାପ କମିଯାଏ ।

(iii) ଗୋଟିଏ ମାଧ୍ୟମରେ ଧ୍ଵନି ଗତି କଲାବେଳେ ସେହି ମାଧ୍ୟମର ପ୍ରତ୍ୟେକ ବିନ୍ଦୁରେ ସାନ୍ଦ୍ରତା ଓ ଚାପ ପରି ବର୍ତିତ ହୋଇଥାଏ । ଏହା ହେଉଛି ଧ୍ଵନି ସଞ୍ଚାରଣର ମୌଳିକ ତଥ୍ୟ ।

2. ତରଙ୍ଗ ଦୈର୍ଘ୍ୟ, ଆବର୍ତ୍ତକାଳ ଓ ବେଗ କ’ଣ ? ଏମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କର ।
ଉ-
(i) ଦୁଇଟି କ୍ରମିକ ସଂପୀଡ଼ନ ଓ ଦୁଇଟି କ୍ରମିକ ଚିରଜନର ମଧ୍ୟବିନ୍ଦୁ ମଧ୍ୟରେ ଥିବା ତୂତ ତାକୁ ତରଙ୍ଗ ଦୈର୍ଘ୍ୟ କୁହାଯାଏ । ଏହାର ସଙ୍କେତ ‘λ’ ।
(ii) ମାଧ୍ୟମରେ ତରଙ୍ଗ ଗତି କରୁଥିବା ସମୟରେ ମାଧ୍ୟମର ଏକକ କଣିକା ଗୋଟିଏ ଥର ପୂଣ୍ଡି ଦୋଳନ ପାଇଁ ଯେତିକି ସମୟ ନିଏ ତାକୁ ତରଙ୍ଗର ଆବର୍ତକାଳ କୁହାଯାଏ ଏହାକୁ ‘T’ ସଙ୍କେତରେ ଚିହ୍ନିତ କରାଯାଏ ।
(iii) ଏକକ ସମୟରେ ଧ୍ଵନି ତରଙ୍ଗ ଅତିକ୍ରାନ୍ତ ଦୂରତାକୁ ତାହାର ବେଗ କୁହାଯାଏ । ଏହାକୁ ‘v’ ରୂପେ ଚିହ୍ନାଯାଏ ।
(iv) ତରଙ୍ଗ ଦୈର୍ଘ୍ୟ, ଆବର୍ତ୍ତକାଳ ଓ ବେଗ ମଧ୍ଯରେ ସଂପର୍କ ହେଲା v = \(\frac {λ}{T}\) ।

3. ଧ୍ଵନି ସଞ୍ଚାରଣ ମାଧ୍ୟମର କେଉଁ କେଉଁ ଗୁଣ ଥିବା ଆବଶ୍ୟକ ?
ଉ-
(i) ଧ୍ଵନି ସଂଚାରଣ ପାଇଁ ମାଧ୍ୟମର କଣିକାଗୁଡ଼ିକ ବିସ୍ଥାପନ ପରେ ପୁଣି ପରବର୍ତ୍ତୀ ମାଧ୍ୟ ଅବସ୍ଥାନକୁ ଫେରିଆସି ପାରୁଥୁବ, ଅର୍ଥାତ୍ ଏହାର ସ୍ଥିତିସ୍ଥାପକ ଗୁଣ ଥିବା ଆବଶ୍ୟକ ।
(ii) ମାଧ୍ୟମର କଣିକାଗୁଡ଼ିକରେ ଜଡ଼ତା ଥିବା ଆବଶ୍ୟକ, ଯାହାଫଳରେ କଣିକାଗୁଡ଼ିକରେ ଶକ୍ତି ସଂରକ୍ଷଣ ହୋଇପାରିବ ।
(iii) ମାଧ୍ୟମର କଣିକାଗୁଡ଼ିକର ଘର୍ଷଣ ଜନିତ ପ୍ରତିରୋଧ ବଳ ନଗଣ୍ୟ ହେବା ଆବଶ୍ୟକ ।

4. ଧ୍ୱନି ତରଙ୍ଗକୁ ଯାନ୍ତ୍ରିକ ତରଙ୍ଗ କୁ ହାଯାଏ କାହିଁକି ?
ଉ-
(i) ବାୟୁ ମାଧ୍ୟମରେ କୌଣସି ବିଚଳନଦ୍ୱାରା କମ୍ପନ ସୃଷ୍ଟି ହେଲେ ଧ୍ଵନି ସୃଷ୍ଟି ହୁଏ ।
(ii) ବିଚଳନ ସ୍ଥାନରେ ବାୟୁର କଣିକା ସ୍ଥିରାବସ୍ଥାରୁ ବିସ୍ଥାପିତ ହୋଇ ନିକଟରେ ଥିବା କଣିକାକୁ ଏକ୍କା ଦେଇ ପୂର୍ବ ଅବସ୍ଥାନ ଦେଚ୍ଚପଛିକ ଫେରିଆସେ ।
(iii) ଦ୍ଵିତୀୟ କଣିକା ତୃତୀୟ କଣିକାକୁ ଧିକ୍କାଦେଇ ପୂର୍ବସ୍ଥାନକୁ ଫେରିଆସେ ।
(iv) ଏହିପରି ଭାବରେ ମାଧ୍ୟମରେ ସୃଷ୍ଟି ହେଉଥ‌ିବା ବିଚଳନ ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ଆଗକୁ ଆଗକୁ ଗତି କରେ, ଫଳରେ ଧ୍ଵନି ତରଙ୍ଗ ରୂପରେ ସଂଚରଣ ହୁଏ । ତେଣୁ ଧ୍ଵନି ତରଙ୍ଗକୁ ଯାନ୍ତ୍ରିକ ତରଙ୍ଗ କୁହାଯାଏ ।

5. ଧ୍ଵନିର ଟୋନ୍, ନୋଟ୍ ଓ କର୍କଶ ଶବ୍ଦ କ’ଣ ?
ଭ-
(i) ଟୋନ୍-ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ ଟୋନ୍ କୁହାଯାଏ ।
(ii) ନୋଟ୍-ବିଭିନ୍ନ ଆବୃତ୍ତିର ମିଶ୍ରଣରେ ସୃଷ୍ଟି ହୋଇଥୁବା ଧ୍ଵନିକୁ ନୋଟ୍ କୁହାଯାଏ ।
(iii) କର୍କଶ ଶବ୍ଦ-ବିଭିନ୍ନ ଆବୃତ୍ତି ବିଶିଷ୍ଟ ଧ୍ୱନିର ମିଶ୍ରଣ ଶ୍ରୁତିକଟୁ ହେଲେ ଏହାକୁ କର୍କଶ ଶବ୍ଦ କୁହାଯାଏ ।

6. ପ୍ରତିଧ୍ଵନି କ’ଣ ? ଏହା କିପରି ସୃଷ୍ଟି ହୁଏ ?
ଉ-
(i) ପାହାଡ଼ ବା ଉଚ୍ଚ ଅଟ୍ଟାଳିକା ବା ଅନ୍ୟ କୌଣସି ପ୍ରତିଫଳକ ନିକଟରେ ଉପଯୁକ୍ତ ସ୍ଥାନରେ ଠିଆ ହୋଇ ଜୋର୍‌ରେ ଚିତ୍କାର କଲେ ସେହି ଧ୍ଵନିକୁ ପୁଣି କିଛି ସମୟ ପରେ ଶୁଣି ପାରିବା । ତାହାକୁ ପ୍ରତିଧ୍ଵନି କୁହାଯାଏ ।
(ii) ଧ୍ଵନି ଶୁଣିବାର ଇନ୍ଦ୍ରୟାନୁଭୂତି ଆମ ମସ୍ତିଷ୍କରେ 01 ସେକେଣ୍ଡ ପର୍ଯ୍ୟନ୍ତ ରହେ । ସେହି ସମୟ ମଧ୍ୟରେ ଯଦି ପ୍ରତିଫଳିତ ଧ୍ଵନି ଆମ କାନରେ ପହଞ୍ଚେ, ତେବେ ମୂଳ ଧ୍ଵନିରୁ ପ୍ରତିଧ୍ଵନି ଅଲଗା କରି ଜାଣିହେବ ନାହିଁ ।
(iii) ସେଥ‌ିପାଇଁ ମୂଳ ଧ୍ଵନିର ଅତି କମ୍‌ରେ 0.1 ସେକେଣ୍ଡ ପରେ ଯଦି ପ୍ରତିଧ୍ଵନି ଆମ କାନ ପାଖରେ ପହଞ୍ଚିବ, ତେବେ ମୂଳ ଧ୍ଵନି ଓ ତା’ର ପ୍ରତିଧ୍ଵନି କୁ ପୃଥକ୍ ପୃଥକ୍ ଭାବେ ସ୍ପଷ୍ଟ ଶୁଣିପାରିବା ।

7. ବାହୁଡ଼ିମାନେ ଅନ୍ଧାରରେ ବିଭିନ୍ନ ବସ୍ତୁକୁ କିପରି ଠାବ କରିପାରନ୍ତି ?
ଉ-
(i) ବ। ଦୁ ଡ଼ି ମା ନେ 20000 Hz ରୁ ଅଧିକ ଆବୃତ୍ତ ର ଧ୍ଵନି ତରଙ୍ଗ (ଅଲ୍‌ଟ୍ରାସୋନିକ୍ ତରଙ୍ଗ) ସୃଷ୍ଟି କରିପାରନ୍ତି ଓ ଏହି ଧ୍ଵନିକୁ ମଧ୍ଯ ଶୁଣିପାରନ୍ତି
(ii) ଅନ୍ଧାରରେ ବାଦୁଡ଼ି ଏହି ପ୍ରକାର ଧ୍ଵନିତରଙ୍ଗ ସୃଷ୍ଟିକରେ, ଯାହା ବସ୍ତୁରେ ପ୍ରତିଫଳିତ ହୋଇ ଫେରିଆସେ । ଏହି ପ୍ରତିଫଳିତ ଧ୍ଵନି ତରଙ୍ଗକୁ ଶୁଣିପାରେ
(iii) ଏହି ପ୍ରତିଧ୍ଵନିରୁ ବାଦୁଡ଼ି ବସ୍ତୁର ଅବସ୍ଥିତି ଓ ଦୂରତା ଅନୁ ମାନ କରିପାରେ ।

8. ପ୍ରତି ନାଦ କ’ଣ ଓ ଏହା କିପରି କମ୍ କରାଯାଇପାରେ ?
ଊ-
(i) କୌଣସି ବଡ଼ ହଲ୍‌ରେ ଧ୍ଵନି ସୃଷ୍ଟିହେଲେ ଏହା ବାରମ୍ବାର ପ୍ରତିଫଳିତ ହୋଇ କ୍ଷୀଣ ନ ହେଲା ହଲ୍‌ରେ ଶୁଭେ । ହଲ୍‌ର କାନ୍ଥରୁ ପ୍ରତିଫଳନର ପୁନରାବୃ ଭି ଯୋଗୁଁ ଯେଉଁ ପୁନଃପୁନଃ ପ୍ରତିଧ୍ଵନି ସୃଷ୍ଟି ହୁଏ, ତାହାକୁ ପ୍ରତି ନାଦ କୁହାଯାଏ ।
(ii) ଏହା ହ୍ରାସ କରିବାପାଇଁ ହଲ୍‌ର କାନ୍ଥ ଓ ଛାତରେ ଧ୍ଵନି ଶୋଷଣକାରୀ ପଦାର୍ଥ ଯଥା ସଙ୍କୁଚିତ ଫାଇବର, ବନ୍ଧୁର ପ୍ଲାଷ୍ଟର କିମ୍ବା କନାର ବସ୍ତୁଦ୍ୱାରା ଆଚ୍ଛାଦିତ କରାଯାଇଥାଏ ।
(iii) ଏହି ହଲ୍‌ର ଚୌକି, ବେଞ୍ଚଗୁଡ଼ିକ ମଧ୍ୟ ଧ୍ଵନି ଶୋଷଣ କାରୀ ବସ୍ତୁ ଦ୍ଵାର। ଆଚ୍ଛାଦିତ ହୋଇଥାଏ ।

9. ବର୍ଷା ସମୟରେ ଘଡ଼ଘଡ଼ିର ଶବ୍ଦ ଅପେକ୍ଷା ବିଜୁଳି ଆଗ ଦେଖାଯାଏ କାହିଁକି ?
ଉ-
(i) ବର୍ଷା ସମୟରେ ବିଜୁଳି ଓ ଘଡ଼ଘଡ଼ି ଏକ ସମୟରେ ସୃଷ୍ଟି ହୁଏ । କିନ୍ତୁ ବିଜୁଳି ଆଲୋକ 3 ×108 m/s ବେଗରେ ଗତି କରେ। କିନ୍ତୁ ଘଡ଼ ଘଡ଼ି ଶବ୍ଦ 331 m/s ବେଗରେ ଗତି କରେ ।
(ii) ଧ୍ଵନିର ବେଗ ଆଲୋକର ବେଗଠାରୁ ଯଥେଷ୍ଟ କମ୍ । ତେଣୁ ଆମେ ପ୍ରଥମେ ବିଜୁଳିର ଆଲୋକ ଦେଖିପାରୁ ।
(iii) କିନ୍ତୁ ଘଡ଼ଘଡ଼ି ଧ୍ଵନିର ବେଗ କମ୍ ହେତୁ ତାହା ଆମେ ବିଳମ୍ବରେ ଶୁଣିଥାଉ ।

CBSE Odisha 9th Class Physical Science Important Questions Chapter 9 ଧ୍ଵନି - 5

1. ଏକ ଧ୍ଵନି ତରଙ୍ଗର ଆବର୍ଷକାଳ 001 ସେକେଣ୍ଡ ହେଲେ ଏହାର ଆବୃତ୍ତି କେତେ ?
ଉ-

ଏଠାରେ T = 0.01 s
∴ ଆବୃତ୍ତି (f) = \(\frac {1}{2}\)= \(\frac {1}{0.01s}\) = 100 ।

2. ଏକ ବେତାର ତରଙ୍ଗର ତରଙ୍ଗ ଦୈର୍ଘ୍ୟ 1000 ମିଟର ହେଲେ ଏହାର ଆବୃତ୍ତି ନିର୍ଣ୍ଣୟ କର ।
ଉ-
ଏଠାରେ ବେତାର ତରଙ୍ଗର ବେଗ (v) = 3 x 108 m/s
ବେତାର ଭରଙ୍ଗ ଦୈଘ (λ) = 1000 m = 103 m
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 6

3. ଭୂମିକମ୍ପ ହେବା ପୂର୍ବରୁ କେତେକ ପଶୁ ବିଚଳିତ ହୋଇପଡ଼ନ୍ତି । ବିଜ୍ଞାନ ସମ୍ମତ କାରଣ ଦର୍ଶାଅ ।
ଉ-
(i) ଭୂମିକମ୍ପ ଆରମ୍ଭବେଳେ କମ୍ ଆବୃତ୍ତିର ଟ୍ଟନ୍ ଫ୍ର। ସୋନିକ୍ ତରଙ୍ଗ ସଞ୍ଚ। ରିତ ହୁଏ ।
(ii) ଏହାକୁ କେତେକ ପଶୁ ଜାଣିପାରି ଇତଃସ୍ତତଃ ହୋଇ ଏଣେତେଣେ ଦୌଡ଼ନ୍ତି ।

4. ସୋନାର୍ କ’ଣ ? ଏହାର ମୌଳିକ ତତ୍ତ୍ବ ଲେଖ ।
ଊ-
(i) ସୋନାର ଏକ ଯନ୍ତ୍ର ଯାହା ସାହାଯ୍ୟରେ ଜଳ ମଧ୍ୟରେ ଥିବା ବସ୍ତୁର ଉପସ୍ଥିତି, ଦୂରତା, ଦିଗ ଓ ବେଗ ଜାଣିହୁଏ ।
(ii) ଏହାର କାର୍ଯ୍ୟକାରିତା ଧ୍ୱନି ପ୍ରତିଫଳନର ମୌଳିକ ନିୟମ ଉପରେ ପର୍ଯ୍ୟବସିତ ।

5. ସାଧାରଣ ମଣିଷର ଧ୍ଵନି ପରିସର 20H1 ରୁ 20 kHı ଏହି ଦୁଇ ଆବୃତ୍ତିର ଧ୍ୱନି ତରଙ୍ଗର ତରଙ୍ଗ ଦୈର୍ଘ୍ୟ ନିର୍ଣ୍ଣୟ କର । (ବେଗ v = 344 m/s)
ଊ-
ଏଠାରେ f1= 20 Hz, f2 = 20 kHz ଓ v = 344 m/s
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 7
= 0.0172 m

6. ଏକ ଧ୍ଵନି ତରଙ୍ଗର ଆବୃଷ୍ଟି ଏହା 100 Hz ହେଲେ ମିନିଟ୍‌ରେ କେତେ ଥର ଏହା । ମିନିଟ୍‌ରେ କେତେ ଥର କମ୍ପିତ ହେବ ?
ଉ-
ଆବୃତ୍ତି f = 100 Hz ଅର୍ଥାତ୍ । ସେକେଣ୍ଡରେ 100 ଥର କମ୍ପିତ ହେବ ।
1 ମିନିଟ୍‌ରେ 100 x 60 = 6000 ଥର କମ୍ପିତ ହେବ ।

7. ଜାହାଜରେ ଥିବା ଏକ ସୋନାରରୁ ଅଲ୍‌ଟ୍ରାସାଉଣ୍ଡ ତରଙ୍ଗ ସମୁଦ୍ରର ନିମ୍ନ ଦେଶକୁ ପଠାଇ ପୁଣି ପ୍ରତିଫଳିତ ତରଙ୍ଗକୁ ଗ୍ରହଣ କରିବା ମଧ୍ୟରେ ସମୟ ବ୍ୟବଧାନ 2.1 ସେକେଣ୍ଡ । ସମୁଦ୍ରର ଗଭୀରତା 1400) ମି. ହେଲେ ଧ୍ଵନିର ବେଗ କେତେ ?
ଉ-
ସମୁଦ୍ରର ଗଭୀରତା d = 1400 m,
ସମୟ । = 2.1 ସେକେଣ୍ଡ
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 8

CBSE Odisha 9th Class Physical Science Important Questions Chapter 9 ଧ୍ଵନି

8. ଧ୍ଵନିର ପ୍ରତିଫଳନ ନିୟମ ଲେଖ ।
ଉ-

  • ଧ୍ଵନି ପ୍ରତିଫଳନ ନିୟମଗୁଡ଼ିକ ହେଲା ଧ୍ଵନିର ପ୍ରତିଫଳନ ସମୟରେ ଆପତନ କୋଣ ପ୍ରତି ଫ ଳ ନ କୋଣ ସହିତ ସମାନ ହୋଇଥାଏ ।
  • ଆପତିତ ଧ୍ଵନି, ପ୍ରତି ଳିତ ଧ୍ଵନି ଏବଂ ଆପତନ ପୃଷ୍ଠରେ ଆପତନ ବିନ୍ଦୁରେ ଅଙ୍କିତ ଅଭିଲମ୍ବ ଏକସମତ କରେ ଅବସ୍ଥାନ କରନ୍ତି

9. ଇନ୍‌ଫ୍ରାସୋନିକ ଧ୍ଵନି କହିଲେ କ’ଣ ବୁଝ ?
ଉ-
ଇନ୍‌ଫ୍ରାସୋନିକ୍ ଧ୍ବନି :
(i) ଧ୍ଵନି ତରଙ୍ଗର ଆବୃଭି 20Hzରୁ କମ୍ ହେଲେ ତାହାକୁ ଇନ୍‌ଫ୍ରାସୋନିକ୍ ଧ୍ଵନି କୁହାଯାଏ ।
(ii) ହାତୀ, ଗଣ୍ଡା ଓ ତିମି ଆଦି ପ୍ରାଣୀମାନେ ଇନଫ୍ରାସୋନିକ୍ ଆବୃତ୍ତିର ଧ୍ଵନି ତରଙ୍ଗ ସୃଷ୍ଟି କରନ୍ତି
(iii) ଭୂମିକମ୍ପ ଆରମ୍ଭବେଳେ କମ୍ ଆବୃ ଭି ର ଇନ୍‌ଫ୍ରାସୋନିକ୍ ଧ୍ଵନି ସଞ୍ଚାରିତ ହୁଏ ।

10. ଅଲଟ୍ରାସୋନିକ୍ ଧ୍ଵନି କାହାକୁ କୁହାଯାଏ ?
ଉ-
ଅଲଟ୍ରାସୋନିକ୍ ଧ୍ଵନି :
(i) ଧ୍ଵନି ତରଙ୍ଗର ଆବୃତ୍ତି 20 kHzରୁ ଅଧିକ ହେଲେ ତାହାକୁ ଅଲଟ୍ରାସୋନିକ୍ ବା ପାରସ୍ଵନିକ୍ ଧ୍ଵନି କୁହାଯାଏ । ଏହାକୁ ମଧ୍ୟ ଅଲଟ୍ରାସାଉଣ୍ଟ୍ କୁହାଯାଏ ।
(ii) ଡଲ୍‌ ଫିନ୍, ପରପଏମ୍, ବାଦୁଡ଼ି କେତେକ ପକ୍ଷୀ ଓ କୀଟପତଙ୍ଗ ଅଲଟ୍ରାସାଉଣ୍ଟ୍ ଧ୍ୱନି ସୃଷ୍ଟି କରିପାରନ୍ତି ।
(iii) ମୂଷାମାନେ ମଧ୍ୟ ଅଲଟ୍ରାସାଉଣ୍ଡ୍ ଧ୍ଵନି ଉତ୍ପନ୍ନ କରି ପରସ୍ପର ସହିତ ଖେଳନ୍ତି ।

11. ଅନ୍ନ ପ୍ରସ୍ଥ ତରଙ୍ଗ ଓ ଅନୁଦୈର୍ଘ୍ୟ ତରଙ୍ଗ ମଧ୍ୟରେ ପ୍ରଭେଦ ଦର୍ଶାଅ ।
ଉ-

ଅନ୍ନ ପ୍ରସ୍ଥ ତରଙ୍ଗ ଅନୁଦୈର୍ଘ୍ୟ ତରଙ୍ଗ
(i) ତରଙ୍ଗ ଗତି କଲାବେଳେ ମାଧ୍ୟମର କଣିକାମାନେ ତରଙ୍ଗ ଗତିର ଦିଗ ସହ ଅଭିଲମ୍ବ ଭାବରେ ଦୋଳନ କଲେ ତାହାକୁ ଅନ୍ନ ପ୍ରସ୍ଥ ତରଙ୍ଗ କହନ୍ତି । (i) ତରଙ୍ଗ ଗତି କଲାବେଳେ ମାଧ୍ୟମର କଣିକାମାନେ ତରଙ୍ଗର ଗତି ଦିଗ ସହ ସମାନ୍ତର ଭାବେ ଦୋଳନ କଲେ ସେହି ତରଙ୍ଗକୁ ଅନୁଦୈର୍ଘ୍ୟ ତରଙ୍ଗ କହନ୍ତି
(ii) ସମସ୍ତ ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ଅନୁପ୍ରସ୍ଥ ତରଙ୍ଗ; ଯଥା – ଆଲୋକ ତରଙ୍ଗ, ତାପ ତରଙ୍ଗ । (ii) ଧ୍ଵନି ତରଙ୍ଗ ଅନୁଦୈର୍ଘ୍ୟ ତରଙ୍ଗ ଅଟେ ।

 

Objective Type Questions With Answers

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଅନୁପ୍ରସ୍ଥ ତରଙ୍ଗ କାହାକୁ କହନ୍ତି ?
ଉ-
ଯେଉଁ ପର ଙ୍ଗରେ ମାଧ୍ୟମର କଣିକ। ଗୁଡ଼ିକର ତରଙ୍ଗର ଗତି ଦିଗ ପ୍ରତି ଅଭିଲମ୍ବ ଭାବେ କମ୍ପିତ ହୁଅନ୍ତି, ତାହାକୁ ଅନୁପ୍ରସ୍ଥ ତରଙ୍ଗ କୁହାଯାଏ ।

2. ଟୋନ୍ କ’ଣ ?
ଉ-
ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ ଟୋନ୍ କୁହାଯାଏ ।

3. ନୋଟ୍‌ କ’ଣ ?
ଉ-
ବିଭିନ୍ନ ଆବୃତ୍ତିର ମିଶ୍ରିତ ଧ୍ଵନିକୁ ନୋଟ୍ କୁହାଯାଏ ।

CBSE Odisha 9th Class Physical Science Important Questions Chapter 9 ଧ୍ଵନି

4. ତରଙ୍ଗର ଆବର୍ଷକାଳ କହିଲେ କ’ଣ ବୁଝ ?
ଉ-
ମାଧ୍ୟମରେ ତରଙ୍ଗ ଗତି କରୁଥିବା ସମୟରେ ମାଧ୍ୟମର ଏକ କଣିକା ଗୋଟିଏ ଥର ପୂର୍ଣ୍ଣଦୋଳନ କରିବାକୁ ଯେତିକି ସମୟ ନିଏ, ତାହାକୁ ତରଙ୍ଗର ଆବର୍ଷକାଳ କୁହାଯାଏ ।

5. SONAR ର ପୂରାନାମ କ’ଣ ?
ଭ-
Sound Navigation and Ranging.

6. ଇନ୍‌ଫ୍ରାସୋନିକ୍ ତରଙ୍ଗ କାହାକୁ କୁହାଯାଏ ?
ଉ-
20Hz ରୁ କମ୍ ବୃ ଭି ବିଶିଷ୍ଟ ଧ୍ୱ ନି କୁ ଇନ୍‌ଫ୍ରାସୋନିକ୍ ତରି କୁହାଯାଏ ।

7. ଅଲଟ୍ରାସୋନିକ୍ ତରଙ୍ଗ କାହାକୁ କୁହାଯାଏ ?
ଊ-
20Hz ରୁ ଅଧିକ ଆବୃଇଁ ବିଶିଷ୍ଟ ଧ୍ଵନି କୁ ଅଲଟ୍ରାସୋନିକ୍ ତରଙ୍ଗ କୁହାଯାଏ ।

8. ସକ୍ ତରଙ୍ଗ କ’ଣ ?
ଉ-
ଜେଟ୍ ବିମାନ ସୁପରସୋନିକ୍ ପରିବେଗରେ ଗତି କଲାବେଳେ ତା’ଦ୍ଵାରା ସୃଷ୍ଟି ହେଉଥ‌ିବା ଶକ୍ତିଶାଳୀ ତରଙ୍ଗକୁ ସକ୍ ତରଙ୍ଗ କୁହାଯାଏ ।

9. ଶ୍ରାବ୍ୟ ପରିସର କ’ଣ ?
ଊ-
20H1 ରୁ 20KHz ଆବୃତ୍ତିର ସୀମା ମଧ୍ୟରେ ଥିବା ଧ୍ଵନି ତରଙ୍ଗକୁ ମନୁ ଷ୍ୟ ଶୁଣି ପାରୁଥ‌ିବାରୁ ସେହି ସୀମାକୁ ଶ୍ରାବ୍ୟ ପରିସର କୁହାଯାଏ ।

CBSE Odisha 9th Class Physical Science Important Questions Chapter 9 ଧ୍ଵନି

B ଗୋଟିଏ ପଦରେ ଉତ୍ତର ଦିଅ ।

1. ଧ୍ୱନି ତରଙ୍ଗର ଆବର୍ତ୍ତକାଳ T ଓ ଆବୃତ୍ତି f ହେଲେ T = କେତେ ?
2. ମନୁ ଷ୍ୟର ବାହ୍ୟକର୍ଣ୍ଣକୁ କ’ଣ କହନ୍ତି ?
3. ସମୁଦ୍ରର ଗଭୀରତା କେଉଁ ଯନ୍ତ୍ରଦ୍ଵାରା ମାପିହୁଏ ?
4. କୁକୁର ପ୍ରାୟ କେତେ ଆବୃତ୍ତି ପର୍ଯ୍ୟନ୍ତ ଧ୍ୱନି ତରଙ୍ଗକୁ ଶୁଣିପାରେ ?
5. କିଏ ଅଲଟ୍ରାସୋନିକ୍ ତରଙ୍ଗ ଶୁଣିପାରେ ?
6. କେଉଁ ତରଙ୍ଗଗତି କରିବାପାଇଁ ମାଧ୍ୟମ ଆବଶ୍ୟକ ?
7. ଧ୍ୱନି କେଉଁ ମାଧ୍ୟମରେ ଅଧିକ ବେଗରେ ଗତିକରେ ?
8. ଆବର୍ତ୍ତକାଳର ଏକକ କ’ଣ ?
୨. ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ କ’ଣ କୁହାଯାଏ ?
10. ଧ୍ଵନି କେଉଁ ମାଧ୍ୟମରେ ଆଦୌ ଗତି କରିପାରିବ ନାହିଁ ?
11. ସ୍କାନିଂରେ କେଉଁ ତରଙ୍ଗ ବ୍ୟବହାର କରାଯାଏ ?
12. ତରଙ୍ଗ ସଞ୍ଚରଣ କ’ଣ ସ୍ଥାନାନ୍ତର କରେ ?
13. ଅନୁ ଦୈର୍ଘ୍ୟ ତରଙ୍ଗରେ ସଞ୍ଚରଣ ଦିଗରେ କିଣିକାଗୁଡିକ କିପରି କମ୍ପିତ ହୁଅନ୍ତି ?
14. କିଡ଼ନି ପଥର ରୋଗର ଉପଶମ ପାଇଁ କ’ଣ ଆବଶ୍ୟକ ?
15. ବୈଦ୍ୟୁତିକ ସିଗ୍‌ନାଲକୁ କେଉଁ ଯନ୍ତ୍ର ବହୁଗୁଣିତ କରି ପାରିବ ?
16. କେଉଁ ଜୀବମାନେ ଅଲଟ୍ରାସାଉଣ୍ଡ ଧ୍ଵନି ଉତ୍ପନ୍ନ କରି ପରସ୍ପର ସହ ଖେଳନ୍ତି ?
17. ଅଲଟ୍ରାସାଉଣ୍ଡ ତରଙ୍ଗ ସୃଷ୍ଟି କରିପାରୁ ନଥିବା ଏକ ଜୀବର ନାମ ଲେଖ ।
18. କେଉଁ ଜୀବ ଇନଫ୍ରାସୋନିକ ତର ଙ୍ଗ ସୃଷ୍ଟି କରିପାରେ ?
19. ବକ୍ତୃତା କକ୍ଷର ଛାତ କିପରି ହେବା ଭଲ ?
20. ଏକ ପଦାର୍ଥର ନାମ ଲେଖ ଯାହା ଧ୍ଵନିଶୋଷୀ ନୁହେଁ ।
21. ଭୂମିକମ୍ପ ଆରମ୍ଭବେଳେ କିପରି ଧ୍ଵନି ସଞ୍ଚାରିତ ହା ଏ ?
22. 5 ବର୍ଷରୁ କମ୍ ବୟସର ଶିଶୁମାନେ କେଉଁ ଆବୃତ୍ତିର ଧ୍ଵନି ଶୁଣିପାରନ୍ତି ?

Answer:
1. f-1
2. ପିନା
3. ସେ।ନାଟ୍
4. 25kHz
5. ବାଦୁଡ଼ି
6. ଶବ୍ଦ ତରଙ୍ଗ
7. କଠିନ
8. ସେକେଣ୍ଡ
9. ଟୋନ୍
10. ଶୂନ୍ୟ ମାଧ୍ୟମ
11. ଅଲଟ୍ରାସୋନିକ୍
12. କଠିନ
13. ଆଲୋକ ତରଙ୍ଗ
14. ଅଲଟ୍ରାସାଉଣ୍ଡ ତରଙ୍ଗ
15. ଆର୍ଥି ଫାୟାର
16. ମୂଷା
17. ତିମି
18. 2161
19. ଅବତଳ ପୃଷ୍ଠ
20. ଚିକ୍‌କଣ ପ୍ଲାଷ୍ଟର,
21. କମ୍ ଆବୃତ୍ତିର ଇନଫ୍ରାସୋନିକ ଧ୍ଵନି
22. 25 kHz ପର୍ଯ୍ୟନ୍ତ ।

CBSE Odisha 9th Class Physical Science Important Questions Chapter 9 ଧ୍ଵନି

C ଶୂନ୍ୟସ୍ଥାନ ପୂରଣ କର ।

1. ବସ୍ତୁର ………………….. ଫଳରେ ଧ୍ଵନି ସୃଷ୍ଟି ହୁଏ ।
2. ……………. ତରଙ୍ଗ ଏକ ଅନୁ ଦୈର୍ଘ୍ୟ ତରଙ୍ଗ ।
3. ଧ୍ଵନି ତରଙ୍ଗର ଗତି ………………. ମାଧ୍ୟମରେ କମ୍ ।
4. ଧ୍ଵନି ତରଙ୍ଗର ଗ୍ରାଫ୍‌ ଉପର ଅକ୍ଷାଂଶକୁ ……………….. କୁହାଯାଏ ।
5. ଧ୍ଵନି ତରଙ୍ଗ ଗ୍ରାଫ୍‌ ନିମ୍ନ ଅକ୍ଷାଂଶକୁ ………………….. କୁହାଯାଏ ।
6. SI ପଦ୍ଧତିରେ ତରଙ୍ଗ ଦୈର୍ଘ୍ୟର ଏକକ ……………………।
7. ଆବୃତ୍ତିର ଏକକ …………………।
8. ଆଲେ। କ – ବି ଦ୍ୟୁତ୍ ପ୍ରଭାବର ଆବିଷ୍କାର କ …………………. ।
୨. ଆମର ମସ୍ତିଷ୍କ ଧ୍ୱନି ତରଙ୍ଗର ଆବୃଭିକୁ ଯେଉଁ ପ୍ରକାର ବ୍ୟାଖ୍ୟା କରେ ତାହାକୁ …………………… କୁହାଯାଏ ।
10. ଧ୍ଵନିର ଆବୃତ୍ତି ……………….. ହେଲେ ପିଚ୍ ଅଧ୍ଵକ ହୁଏ ।
11. ଧ୍ଵନିର ପ୍ରବଣତା ବା କୋମଳତା ଧ୍ୱନି ତରଙ୍ଗର ………………… ଉପରେ ନିର୍ଭର କରେ ।
12. ଧ୍ଵନି ଶୁଣିବାର ଇନ୍ଦ୍ରିୟାନୁଭୂତି ଆମ ମସ୍ତିଷ୍କରେ ………………… ସେକେଣ୍ଡ ପର୍ଯ୍ୟନ୍ତ ରହେ ।

Answer:
1. କମ୍ପନ
2. ଧ୍ବନି
3. ଗ୍ୟାସୀୟ
4. ଶିଖର
5. ଗହ୍ଵର
6. ମିଟର
7. ହର୍ସ
8. ରୁଡ଼ ହଷ୍ଟ
୨. ପିଚ୍
10. ଅଧ୍ବକ
11. ଆୟାମ
12. 01 ସେକେଣ୍ଡ

CBSE Odisha 9th Class Physical Science Important Questions Chapter 9 ଧ୍ଵନି

D. ଠିକ୍ ଉକ୍ତି ପାଇଁ ( ✓) ଓ ଭୁଲ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. ଧ୍ୱନିତରଙ୍ଗ ଅନୁଦୈର୍ଘ୍ୟ ତରଙ୍ଗ ।
2. ଧ୍ଵନିତରଙ୍ଗ ଶୂନ୍ୟ ମାଧ୍ୟମରେ ଗତି କରିପାରେ ।
3. କମ୍ପନରୁ ଧ୍ୱନି ସୃଷ୍ଟି ହୁଏ ।
4. ସମସ୍ତ ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ଅନୁପ୍ରସ୍ଥ ତରଙ୍ଗ ।
5. ମାଧ୍ୟମର ବିରଳନ ଅଞ୍ଚଳରେ କଣିକାମାନେ ପରସ୍ପର ଆଡକୁ ଗତି କରି ନିକଟବର୍ତ୍ତୀ ହୁଅନ୍ତି ।
6. ଧ୍ଵନି ତରଙ୍ଗ ଏକ ଯାନ୍ତ୍ରିକ ତରଙ୍ଗ ।
7. ଅନୁଦୈର୍ଘ୍ୟ ତରଙ୍ଗରେ ଶିଖର ଓ ଗହ୍ଵର ନଥାଏ ।
8. ଧ୍ଵନିର ପ୍ରବାଳତା ବା କୋମଳତା ଧ୍ଵନି ତରଙ୍ଗର ଆବୃତ୍ତି ଉପରେ ନିର୍ଭର କରେ ।
9. ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ ଟୋନ୍ କୁହାଯାଏ ।
10. ବିଭିନ୍ନ ଆବୃତ୍ତିର ମିଶ୍ରଣରେ ସୃଷ୍ଟ ଧ୍ଵନିକୁ ନୋଟ କୁହାଯାଏ ।
11. ସମାନ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଧ୍ଵନିର ବେଗ ଅଧ‌ିକ ହେଲେ ଧ୍ଵନିତରଙ୍ଗର ଆବୃତ୍ତି କମେ ।
12. ଧ୍ୱନିତରଙ୍ଗର ବେଗ କଠିନ ମାଧ୍ୟମ ତୁଳନାରେ ଗ୍ୟାସୀୟ ମାଧ୍ୟମରେ ଅଧୂକ ।
13. ଡଲଫିନ୍ ଅଲଟ୍ରାସୋନିକ୍ ଧ୍ଵନିକୁ ଶୁଣିପାରନ୍ତି ।
14. କିଡ୍ନି ଷ୍ଟୋନ୍ ଅଲଟ୍ରାସାଉଣ୍ଡ ତରଙ୍ଗଦ୍ଵାରା ବାରି ହୁଏ ।
15. ସମୁଦ୍ରର ଗଭୀରତା ରାଡାର ଯନ୍ତ୍ରଦ୍ୱାରା ମାପି ହୁଏ ।
16. ବାହ୍ୟ କର୍ଣ୍ଣରେ ତିନିଖଣ୍ଡ ହାଡ଼ ଥାଏ ।
17. ବାହ୍ୟକର୍ଣ୍ଣକୁ ପିନା କହନ୍ତି ।
18. ଇକୋ କାର୍ଡିଓଗ୍ରାଫ୍‌ରା ହୃତ୍‌ପିଣ୍ଡର ବିଭିନ୍ନ ଅଂଶର ପ୍ରତିବିମ୍ବ ତିଆରି କରାଯାଏ ।
19. କଠିନ ମାଧ୍ୟମରେ ଧ୍ଵନିର ବେଗ ସର୍ବାଧ‌ିକ ।
20. ବୈ ଦ୍ୟୁତି କ ସିଗ୍‌ନାଲକୁ ଆମ୍ନି ଫାୟାର ଯନ୍ତ୍ର
21. ଚିକ୍‌କଣ ପ୍ଲାଷ୍ଟର ଧ୍ଵନିଶୋଷୀ ପଦାର୍ଥ ନୁହେଁ ।
22. ଭୂ ମି କ ମ୍ପ ଆରମ୍ଭବେଳେ କମ୍ ଆବୃ ଭି ର ଇନଫ୍ରାସୋନିକ ଧ୍ଵନି ସଞ୍ଚାରିତ ହୁଏ ।
23. SI ପଦ୍ଧତିରେ ଆୟାମର ଏକକ ମିଟର ।
24. ଗୋଟିଏ ଆବୃତ୍ତି ବିଶିଷ୍ଟ ଧ୍ଵନିକୁ ଟୋନ୍ କହନ୍ତି ।
25. ବିଭିନ୍ନ ଆବୃତ୍ତିର ମିଶ୍ରଣରେ ସୃଷ୍ଟ ଧ୍ଵନିକୁ ନୋଟ୍ କହନ୍ତି ।
26. ଏକକ ସମୟରେ ଧ୍ଵନି ତରଙ୍ଗ ଅତିକ୍ରମ କରୁଥିବା ଦୂରତାକୁ ବେଗ କହନ୍ତି ।
27. ଅନ୍ତଃକର୍ଣ୍ଣରେ ଥିବା ହାଡ଼ର ନାମ ‘କର୍ଣ୍ଣକକ’ ।
28. ମଧ୍ଯକର୍ଣ୍ଣରେ କର୍ଣ୍ଣକକ ହାଡ଼ଟି ନ ଥାଏ ।

Answer:
1. (✓)
2. (✗)
3. (✓)
4. (✓)
5. (✗)
6. (✓)
7. (✓)
8. (✗)
9. (✓)
10.(✓)
11. (✗)
12. (✓)
13. (✗)
14. (✗)
15. (✗)
16. (✓)
17. (✓)
18. (✓)
19. (✓)
20. (✓)
21. (✓)
22. (✓)
23. (✓)
24. (✓)
25. (✓)
26. (✓)
27. (✓)
28. (✓)
20. (✓)

CBSE Odisha 9th Class Physical Science Important Questions Chapter 9 ଧ୍ଵନି

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 9
Answer:
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 11

CBSE Odisha 9th Class Physical Science Important Questions Chapter 9 ଧ୍ଵନି - 10
Answer:
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 12

F. ପ୍ରଥମଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

1. ବାଘର ଗର୍ଜନ : ନିମ୍ନ ପିଚ୍ ବିଶିଷ୍ଟ :: ପକ୍ଷୀର କାକଳୀ: …………………….।
2. ଆଲୋକ ତରଙ୍ଗ : ବିଦ୍ୟୁତ୍ ଚୁମ୍ବକୀୟ ତରଙ୍ଗ ଶବ୍ଦ ତରଙ୍ଗ :: ……………………।
3. ଉପର ଅକ୍ଷାଂଶ : ଶିଖର :: ନିମ୍ନ ଅକ୍ଷାଂଶ : ……………………..।
4. λ : ମିଟର :: f :……………..।
5. ଧ୍ଵନିପ୍ରବଣତା : ଆୟାମ :: ପିଚ୍ :…………………….।
6. 20 Hzରୁ କମ୍ : ଇନ୍‌ଫ୍ରାସୋନିକ୍ :: 20000 Hzରୁ ଅଧ୍ବକ :…………………।
7. ବାହୁଡ଼ି : ଅଲ୍‌ଟ୍ରାସୋନିକ୍ :: ହାତୀ : …………………..।

Answer:
1. ଡଚ୍ଚ ପିଚ୍ ବିଶିଷ୍ଠ
2. ଯାନ୍ତ୍ରିକ ତରଙ୍ଗ
3. ଗତ୍ଵର
4. ହଷ୍ଟ
5. ଆବୃତ୍ତି
6. ଅଲଟ୍ରାସୋନିକ୍
7. ଇନ୍‌ଫ୍ରାସୋନିକ୍

CBSE Odisha 9th Class Physical Science Important Questions Chapter 9 ଧ୍ଵନି

G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. କେଉଁ ମାଧ୍ୟମରେ ଧ୍ଵନି ଅଧୁକ ବେଗରେ ଗତି କରେ ?
(A) ଶୂନ୍ଯ
(C) ଜଳ
(B) ବାୟୁ
(D) ଧାତବ
Answer:
(D) ଧାତବ

2. ଧ୍ଵନି କେଉଁ ମାଧ୍ୟମରେ ଆଦୌ ଗତି କରିପାରିବ ନାହିଁ ?
(A) ବାୟୁ
(C) ଧାତବ
(B) ଶୂନ୍ଯ
(D) &
Answer:
(B) ଶୂନ୍ଯ

3. କେଉଁଟି ଅନୁପ୍ରସ୍ଥ ତରଙ୍ଗ ନୁହେଁ ?
(A) ଧ୍ବନି ତରଙ୍ଗ
(B) ତାପ ତରଙ୍ଗ
(C) ବିଦ୍ୟୁତ୍ ତରଙ୍ଗ
(D) ଆଲୋକ ତରଙ୍ଗ
Answer:
(A) ଧ୍ବନି ତରଙ୍ଗ

4. କୌଣସି ବସ୍ତୁର ବେଗ ଧ୍ଵନିର ବେଗଠାରୁ କ’ଣ ହେଲେ ତାହାକୁ ସୁପରସୋନିକ୍ ବେଗ କୁହାଯାଏ ?
(A) ଅଧ୍ୟକ
(B) କମ୍
(C) ସମାନ
(D) କୌଣସିଟି ନୁହେଁ
Answer:
(A) ଅଧ୍ୟକ

CBSE Odisha 9th Class Physical Science Important Questions Chapter 9 ଧ୍ଵନି

5. କିଏ ଆଲୋକ-ବିଦ୍ୟୁତ୍ ପ୍ରଭାବର ଆବିଷ୍କାରକ ?
(A) ଜୁଲ୍
(B) ନିଉଟନ୍
(C) ହର୍ସ
(D) ଗାଲିଲି ଓ
Answer:
(C) ହର୍ସ

6. S.I. ପଦ୍ଧତିରେ ତିରଙ୍ଗ ବେଗର ଏକକ କ’ଣ ଅଟେ ?
(A) m
(C) Å
(B) ms-1
(D) S
Answer:
(B) ms-1

7. ଆଲୋକ ତରଙ୍ଗ କେଉଁ ଶ୍ରେଣୀୟ ତରଙ୍ଗ ଅଟେ ?
(A) ଅନୁଦୈର୍ଘ୍ୟ
(B) ଅନୁପ୍ରସ୍ଥ
(C) ଉଭୟ ଅନୁଦୈର୍ଘ୍ୟ ଓ ଅନୁପ୍ରସ୍ଥ
(D) କୌଣସିଟି ନୁହେଁ
Answer:
(B) ଅନୁପ୍ରସ୍ଥ

8. ଦୁଇଟି କ୍ରମିକ ଶିଖର ବା ଗହ୍ଵର ମଧ୍ୟରେ ଦୂରତାକୁ କ’ଣ କୁହାଯାଏ ?
(A) ତରଙ୍ଗର ବେଗ
(B) ତରଙ୍ଗ ଦୈର୍ଘ୍ୟ
(C) ଆୟାମ
(D) ଆବୃତ୍ତି
Answer:
(B) ତରଙ୍ଗ ଦୈର୍ଘ୍ୟ

9. ମାଧ୍ୟମରେ କଣିକାଗୁଡ଼ିକ ପର ସ୍ଵ ର ଠା । ରୁ ଦୂରେଇଗଲେ, ସେହି ଅଞ୍ଚଳରେ କ’ଣ ସୃଷ୍ଟି ହୁଏ ?
(A) ବିରଳନ
(B) ସମ୍ପୀଡ଼ନ
(C) ବିଚଳନ
(D) କୌଣସିଟି ନୁହେଁ
Answer:
(A) ବିରଳନ

10. ମାଧ୍ୟମରେ କଣିକାଗୁଡ଼ିକ ପରସ୍ପର ନିକଟବର୍ତ୍ତୀ ହେଲେ, ମାଧ୍ୟମରେ କ’ଣ ସୃଷ୍ଟି ହୁଏ ?
(A) ବିରଳନ
(C) ସମ୍ପୀଡ଼ନ
(B) ବିଚଳନ
(D) ଗତି
Answer:
(C) ସମ୍ପୀଡ଼ନ

CBSE Odisha 9th Class Physical Science Important Questions Chapter 9 ଧ୍ଵନି

11. ଧ୍ଵନି ଗତି କରୁଥ‌ିବା ବେଳେ ଦୁଇଟି କ୍ରମିକ ସଂପୀଡ଼ନ ମଧ୍ୟବର୍ତ୍ତୀ ଦୂରତାକୁ କ’ଣ କହନ୍ତି ?
(A) ଆବୃତ୍ତି
(B) ଆୟାମ
(C) ତରଙ୍ଗ ଦୈର୍ଘ୍ୟ
(D) ତରଙ୍ଗ ବେଗ
Answer:
(C) ତରଙ୍ଗ ଦୈର୍ଘ୍ୟ

12. ଧ୍ଵନି ଗତି କରୁଥିବାବେଳେ ଦୁଇଟି କ୍ରମିକ ବିରଳନ ମଧ୍ୟବର୍ତ୍ତୀ ଦୂରତାକୁ କ’ଣ କହନ୍ତି ?
(A) ଆବୃତ୍ତି
(B) ଆୟାମ
(C) ତରଙ୍ଗ ଦୈର୍ଘ୍ୟ
(D) ତରଙ୍ଗ ବେଗ
Answer:
(C) ତରଙ୍ଗ ଦୈର୍ଘ୍ୟ

13. ଦୁଇଟି କ୍ରମିକ ସଂପୀଡ଼ନ ମାଧ୍ୟମର ଏକ ନିର୍ଦ୍ଦିଷ୍ଟ ବିନ୍ଦୁ ଅତିକ୍ରମ କରିବା ପାଇଁ ଯେଉଁ ସମୟ ଲାଗେ ତାକୁ କ’ଣ କହନ୍ତି ?
(A) ଆବୃତ୍ତି
(B) ଆୟାମ
(C) ଆବର୍ତ୍ତକାଳ
(D) ତରଙ୍ଗ ଦୈର୍ଘ୍ୟ
Answer:
(C) ଆବର୍ତ୍ତକାଳ

14. ଦୁଇଟି କ୍ରମିକ ବିରଳନ ମାଧ୍ୟମର ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଅତିକ୍ରମ କରିବା ପାଇଁ ଯେଉଁ ସମୟ ଲାଗେ ତାକୁ କ’ଣ କହନ୍ତି ?
(A) ଆବୃତ୍ତି
(C) ଆୟାମ
(B) ଆବର୍ତ୍ତକାଳ
(D) ନୋଟ୍
Answer:
(B) ଆବର୍ତ୍ତକାଳ

15. ଆବର୍ତ୍ତକାଳର ଏକକ କ’’ଣ ?
(A) ସେକେଣ୍ଡ
(B) ମିଟର
(C) ମିଟର
(D) ସେକେଣ୍ଡ
Answer:
(A) ସେକେଣ୍ଡ

CBSE Odisha 9th Class Physical Science Important Questions Chapter 9 ଧ୍ଵନି

16. ଆବୃତ୍ତିର SI ଏକକ କ’ଣ ?
(A) ମିଟର
(B) ହର୍ଷ
(C) ସେକେଣ୍ଡ
(D) ଡେସିବେଲ୍
Answer:
(B) ହର୍ଷ

17. ଧ୍ଵନି ଗତି କରୁଥ‌ିବା ମାଧ୍ୟମରେ ଗୋଟିଏ କଣିକା ଏକକ ସମୟରେ ଯେତେଥର ଦୋଳିତ ହୁଏ, ତାହାକୁ କ’ଣ କୁହାଯାଏ ?
(A) ଆବୃତ୍ତି
(B) ଆୟାମ
(C) ଟୋନ୍
(D) ନୋଟ୍
Answer:
(A) ଆବୃତ୍ତି

18. ଗୋଟିଏ ମାଧ୍ୟମରେ ଥ‌ିବା କଣିକାର ମାଧ୍ୟାବସ୍ଥାର ଉଭୟ ପାଟେ ଦେ ଜନର ତ କଣିକାର ସର୍ବେ। ଚ୍ଚ ବିସ୍ଥାପନକୁ ତରଙ୍ଗର କ’ଣ କହନ୍ତି ?
(A) ଆବୃତ୍ତି
(B) ଆୟାମ
(C) ତରଙ୍ଗ ଦୈର୍ଘ୍ୟ
(D) ତରଙ୍ଗ ବେଗ
Answer:
(B) ଆୟାମ

19. ତରଙ୍ଗ ବେଗ v, ଆବୃତ୍ତି ଓ ତରଙ୍ଗ ଦୈର୍ଘ୍ୟ X ହେଲେ ଏମାନଙ୍କ ମଧ୍ୟରେ ସଂପର୍କ କ’ଣ ?
CBSE Odisha 9th Class Physical Science Important Questions Chapter 9 ଧ୍ଵନି - 13
Answer:
(A) f = \(\frac {v}{λ}\)

20. ଆମ ମସ୍ତିଷ୍କ ଧ୍ୱନି ତରଙ୍ଗର ଆବୃତ୍ତିକୁ ଯେଉଁ ପ୍ରକାର ବ୍ୟାଖ୍ୟା କରେ ତାକୁ କ’ଣ କୁହନ୍ତି ?
(A) ଆୟାମ
(B) ଟୋନ୍
(C) ନୋଟ୍
(D) ପିଚ୍
Answer:
(D) ପିଚ୍

CBSE Odisha 9th Class Physical Science Important Questions Chapter 9 ଧ୍ଵନି

21. ଧ୍ଵନିର ଆବୃତି ଅଧ୍ବକ ହେଲେ ପିତ୍ରର କ’ଣ ପରିବର୍ତ୍ତନ ହୁଏ ?
(A) କମ୍
(B) ସମାନ
(C) ଅଧା
(D) ଅଧ୍ଵ
Answer:
(D) ଅଧ୍ଵ

22. SI ପଦ୍ଧତିରେ ଆୟାମ୍‌ର ଏକକ କ’ଣ ?
(A) ସେକେଣ୍ଡ
(B) ସେକେଣ୍ଡ ।
(C) ମିଟର
(D) ମିଟର
Answer:
(C) ମିଟର

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Odisha State Board BSE Odisha 9th Class Odia Solutions Chapter 19 ଦୂର ପାହାଡ଼ Textbook Exercise Questions and Answers.

BSE Odisha Class 9 Odia Solutions Chapter 19 ଦୂର ପାହାଡ଼

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ବିମଳବାବୁ ବୀଣାଙ୍କୁ ‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ’ କହିବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ସାରସ୍ବତ ପ୍ରସିଦ୍ଧିର ପରିଚୟ ପ୍ରତିପାଦନ କରେ ।
‘ଢିଙ୍କି’ ଏକ ଧାନକୁଟା ଯନ୍ତ୍ର । ଯେଉଁ ସ୍ଥାନକୁ ଗଲେ ମଧ୍ୟ ସେ କେବଳ ଧାନ ହିଁ କୁଟିବ । ତା’ବ୍ୟତୀତ ଅନ୍ୟ କୌଣସି କର୍ମ କରିବାପାଇଁ ସେ ସମର୍ଥ ନୁହେଁ । ତେଣୁ ଗଳ୍ପର ମୁଖ୍ୟ ଚରିତ୍ର ବିମଳବାବୁ ଏହି ଭକ୍ତିଟିକୁ ନିଜର ପତ୍ନୀ ବୀଣାଦେବୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି । କାରଣ ସେ ତାଙ୍କ ବାପଘରେ ଯେପରି ନଳା ଧୋଇ ଘରର କାମ କରି ହାତ ବିଣ୍ଡି କରିଥିଲେ, ସେହି ଅଭ୍ୟାସ ତାଙ୍କର ରହିଛି । ସ୍ଵାମୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ ଘରେ ଚାକର ଚାକରାଣୀ ଥିଲେ ମଧ୍ୟ ସେ ସେମାନଙ୍କୁ କାମ କରିବାକୁ ନ ଦେଇ ହାତରେ ପହଁରା ଧରି ଘରକାମରେ ବ୍ୟସ୍ତ ଥିଲେ । ପତ୍ନୀଙ୍କର ସେହି କାର୍ଯ୍ୟକୁ ଦେଖ୍ ବିମଳବାବୁ କହିଥିଲେ – ‘‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ ।’’

Question ୨ ।
ହରେନ୍ଦ୍ରବାବୁ କିଏ ଓ ସେ କ’ଣ କରନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ବତ କୃତି ।
ହରେନ୍ଦ୍ରବାବୁ ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁଙ୍କର ସହପାଠୀ ତଥା ଘନିଷ୍ଠ ବନ୍ଧୁ । ବୟସ ପଇଁଚାଳିଶ ମଧ୍ଯରେ । ସୁନ୍ଦର ଚେହେରା, ରୁଚିସମ୍ପନ୍ନ ପୋଷାକ ପରିଚ୍ଛଦ । ପାଇପ୍ ଟାଣିବା ତାଙ୍କର ଏକ ବଦଭ୍ୟାସ । ସେ ମାସେ ହେଲା Additional District Magistrate ହୋଇ କଟକ ଆସିଛନ୍ତି । ସେ କ୍ଲବ୍ ଯାଆନ୍ତି, ଚେସ୍ ଖେଳନ୍ତି ଏବଂ ସବୁବେଳେ ବୁଲିବାପାଇଁ ଭଲ ପାଆନ୍ତି । ତେଣୁ ତାଙ୍କ ପତ୍ନୀ ତାଙ୍କୁ ବୁଲା ରୋଗ ଧରିଛି ବୋଲି କହିଛନ୍ତି । ଆତ୍ମସମ୍ମାନ ରକ୍ଷା କରିବାକୁ ଯାଇ ପୁରୁଷ କିପରି ପତ୍ନୀର ସମସ୍ତ ଦୌରାତ୍ମ୍ୟ ସହ୍ୟକରି ନୀରବରେ ଜୀବନ ପଥରେ ଗତି କରେ, ତାହା ଏହି ଚରିତ୍ର ମାଧ୍ୟମରେ ନାଟ୍ୟକାର ପ୍ରତିପାଦନ କରିଛନ୍ତି ।

Question ୩।
ସୁମିତ୍ରାଦେବୀ ‘ଆକଣ୍ଠ ସୁଖପାନ କରୁଛନ୍ତି’ ବୋଲି ହରେନ୍ଦ୍ରବାବୁ କାହିଁକି କହିଲେ ?
Answer:
ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ‘ଦୂର ପାହାଡ଼’ ଏକାଙ୍କିକାଟି ଲେଖକଙ୍କ ଅମ୍ଳାନ ସାରସ୍ବତ ପ୍ରତିଭାର ପରିଚୟ ବହନ କରେ ।
ସୁମିତ୍ରାଦେବୀ ହରେନ୍ଦ୍ରବାବୁଙ୍କ ସହଧର୍ମିଣୀ । ସେ ଅନର୍ସ ସହ ବି. ଏ. ପାଶ୍ କରିଛନ୍ତି । ନିଜେ ବିଭିନ୍ନ ସଭା ସମିତିରେ ଯୋଗଦେବାକୁ ଯାଆନ୍ତି । କିନ୍ତୁ ତାଙ୍କ ସ୍ୱାମୀକୁ କ୍ଲବ୍‌କୁ ଯିବାକୁ ଦିଅନ୍ତିନି । ଯଦିବା ସ୍ଵାମୀ ଯିବାପାଇଁ ବାହାରନ୍ତି, ତେବେ ସେ ତାଙ୍କ ଜୋତା ମୋଜା ଖୋଲି ଲୁଚାଇ ଦିଅନ୍ତି । ଦେହରୁ ପୋଷାକ କାଢ଼ି ବାକ୍‌ସ ଭିତରେ ଲୋଚାକୋଚା କରିଦିଅନ୍ତି ।

ଆବଶ୍ୟକ ହେଲେ ହାତ ଲଗାଇବାକୁ ପଶ୍ଚାତ୍‌ପଦ ହୁଅନ୍ତିନି । ସ୍ଵାମୀ A. D. M, ହେଲେ ମଧ୍ୟ ତାଙ୍କ ଗାଡ଼ିକୁ ନିଜ ଅଧୀନରେ ରଖନ୍ତି । ଗାଡ଼ି କେବଳ ସ୍ବାମୀଙ୍କୁ ଅଫିସ୍‌ରେ ଛାଡ଼େ ଓ ନେଇଆସେ । ସ୍ଵାମୀଙ୍କ ଉପରେ କର୍ତ୍ତୃତ୍ଵ ଜାହିର କରିବାରେ ସେ ଆନନ୍ଦ ପାଆନ୍ତି । ଭଗବାନ୍ ତାଙ୍କୁ ସନ୍ତାନ ଦେଇ ନାହାନ୍ତି । ତେଣୁ ହରେନ୍ଦ୍ରବାବୁ ‘ପିଲାଛୁଆ ଜଞ୍ଜାଳରୁ ମୁକ୍ତ ହୋଇ ସୁମିତ୍ରାଦେବୀ ସ୍ବଚ୍ଛଳ ଓ ଅତୁଟ ସ୍ବାସ୍ଥ୍ୟ ମଧ୍ୟରେ ଆକଣ୍ଠ ସୁଖପାନ କରୁଛନ୍ତି’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Question ୪।
‘କାରଣ ନ ଥାଇ କାର୍ଯ୍ୟର ଉପ୍‌ରି? – ଏହା ହରେନ୍ଦ୍ରବାବୁ ବିମଳବାବୁଙ୍କୁ କହିବାର ଉଦ୍ଦେଶ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି । କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହୁଏ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ଅଳଂକାର ଶାସ୍ତ୍ରର ନିୟମାନୁଯାୟୀ କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହୁଏ ନାହିଁ ବୋଲି ସମସ୍ତେ କୁହନ୍ତି । କିନ୍ତୁ ଅଳଂକାର ଶାସ୍ତ୍ରର ନିୟମାନୁଯାୟୀ କୌଣସି କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଂକାର ହୁଏ । ଅର୍ଥାତ୍ କାରଣ ନଥାଇ ମଧ୍ୟ କାର୍ଯ୍ୟର ଉତ୍ପ ହୋଇପାରେ ।

ପତ୍ନୀ ବୀଣାଦେବୀଙ୍କ ବିରୋଧରେ ବିମଳବାବୁଙ୍କର ବିଷୋଦ୍‌ର ଦେଖ୍ ହରେନ୍ଦ୍ରବାବୁ ତାଙ୍କୁ ତାଙ୍କ ପତ୍ନୀ ପ୍ରତି ଥ‌ିବା ଧାରଣା ବଦଳିନାହିଁ ବୋଲି ପ୍ରକାଶ କରିଥିଲେ । ବିବାହର ଗୋଟିଏ ମାସ ନ ଯାଉଣୁ ଯେଉଁ ସମାଲୋଚନା ସେ ଆରମ୍ଭ କରିଥିଲେ, କୋଡ଼ିଏ ବର୍ଷ ମଧ୍ୟରେ ତା’ର ବହୁବାର ପୁନରାବୃତ୍ତି ହୋଇଥବ ବୋଲି ସେ କହିଥିଲେ । ତାହା ଶୁଣି ବିମଳବାବୁ କାରଣ ନଥାଇ କେହି କାହାର ସମାଲୋଚନା କରେ ନାହିଁ ବୋଲି କହିବାରୁ ହରେନ୍ଦ୍ରବାବୁ ବିଭାବନା ଅଳଂକାରର ଉଦାହରଣ ଦେଇ ବିନା କାରଣରେ କାର୍ଯ୍ୟ ସୃଷ୍ଟି ହୁଏ ବୋଲି ମତବ୍ୟକ୍ତ କରିଥିଲେ । ଅର୍ଥାତ୍ ବିମଳବାବୁ ବିନା କାରଣରେ ପତ୍ନୀ ବୀଣାଦେବୀଙ୍କର ସମାଲୋଚନା କରୁଛନ୍ତି ବୋଲି ସେ କହିଥିଲେ ।

Question ୫।
ବିମଳବାବୁ ବୀଣାଦେବୀଙ୍କଠାରୁ କ’ଣ ଆଶା କରନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ସାର୍ଥକ ସୃଷ୍ଟି ।
ବିମଳବାବୁ ତାଙ୍କ ପତ୍ନୀ ବୀଣାଦେବୀଙ୍କଠାରୁ ଆଶାନୁରୂପ ସେବାଯତ୍ନ ଆଶା କରନ୍ତି । ସେ ଅଫିସ୍‌ରୁ ହାଲିଆ ହୋଇ ଫେରିଲେ ତାଙ୍କ ପତ୍ନୀ ଦଉଡ଼ି ଆସି ତାଙ୍କ ପାଖରେ ବସନ୍ତେ, ତାଙ୍କୁ ପଙ୍ଖା କରି ଦିଅନ୍ତେ, ତାଙ୍କ ଗୋଡ଼ରୁ ଜୋତାମୋଜା କାଢ଼ି ତାଙ୍କ ସଙ୍ଗେ ସବୁବେଳେ ରହନ୍ତେ । ସମାଜରେ ପ୍ରତ୍ୟେକ ପୁରୁଷଙ୍କ ମନର ଏହିକଥାକୁ ବିମଳବାବୁଙ୍କ ଚରିତ୍ର ମାଧ୍ୟମରେ ଲେଖକ ପ୍ରକାଶ କରିଛନ୍ତି ।

Question ୬।
ରାଜୀବ ବିମଳବାବୁଙ୍କୁ କେଉଁଥୁଲାଗି ପ୍ରବର୍ତ୍ତାଇ ଥଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସୃଷ୍ଟି ।
ରାଜୀବ ଥିଲେ ବିମଳବାବୁଙ୍କ ଜ୍ୟେଷ୍ଠା କନ୍ୟା ରୀନାର ବନ୍ଧୁ । ରୀନା ଓ ରାଜୀବ ଉଭୟ ଉଭୟଙ୍କୁ ବିବାହ କରିବାପାଇଁ ନିଷ୍ପଭି ନେଇଥିଲେ । ତେଣୁ ରାଜୀବ ବିମଳବାବୁଙ୍କ ସଙ୍ଗେ ଆଳାପ ଆଲୋଚନା କରି ତାଙ୍କର ନିକଟତର ହେବାକୁ ଚେଷ୍ଟା କରିଥିଲେ । ସେଥ‌ିପାଇଁ ସେ ନିଜକୁ ଜଣେ ଜୀବନବୀମା ଏଜେଣ୍ଟ ବୋଲି ପରିଚୟ ଦେଇ ବିମଳବାବୁଙ୍କୁ ଜୀବନବୀମା କରିବାପାଇଁ କହିଥିଲେ । ବିମଳବାବୁ ରାଜି ନହେବାରୁ ସେ ଚାଣକ୍ୟଙ୍କର ‘ଅଜରାମରବତ୍ ପ୍ରାଜ୍ଞ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍’ ଏବଂ ‘Sceptre and crown tumble down’ ପ୍ରଭୃତି ଉକ୍ତିର ଉଦାହରଣ ଦେଇ ତାଙ୍କୁ ବୀମା କରିବାକୁ ପ୍ରବର୍ତ୍ତାଇ ଥିଲେ । କିନ୍ତୁ ସେ କାର୍ଯ୍ୟରେ ସେ ସଫଳ ହୋଇନଥିଲେ ମଧ୍ୟ ଆଶା ହରାଇ ନଥିଲେ ।

Question ୭ ।
ବିମଳବାବୁ ରାଜୀବଙ୍କୁ କି ଉପଦେଶ ଦେଇଛନ୍ତି ଓ କାହିଁକି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅନବଦ୍ୟ ସୃଷ୍ଟି ।
ବିମଳ ବାବୁ ରାଜୀବଙ୍କୁ ବିବାହ ନ କରିବାକୁ ପରାମର୍ଶ ଦେଇଥିଲେ । କାରଣ, ଜୀବନବୀମା କରିବାକୁ ଆସିଥିବା ରାଜୀବବାବୁ ତାଙ୍କ ଆଗରେ ଏକ ଭିନ୍ନ ଥିଓରି ଉପସ୍ଥାପନ କରିଥିଲେ । ତାଙ୍କ ମତରେ ଆଜିକାଲି ଅସ୍‌କାଂଶ ପାଠୋଇ ଝିଅମାନେ ସ୍ଵାମୀଭକ୍ତି, ସ୍ଵାମୀସେବା କରୁନାହାନ୍ତି । ତେଣୁ ଘର ମଧ୍ୟରେ ସର୍ବଦା ସ୍ଵାମୀ-ସ୍ତ୍ରୀ ଭିତରେ କଳହ ଲାଗି ରହୁଛି । ତା’ଛଡ଼ା ସେମାନେ ହିନ୍ଦୀ ଫିଲିମ୍ ଦେଖ୍ ଅତିମାତ୍ରାରେ ଭାବପ୍ରବଣ ହୋଇ ଆତ୍ମହତ୍ୟା କରିବାକୁ ମଧ୍ୟ ପଶ୍ଚାତ୍‌ପଦ ହେଉନାହାନ୍ତି । ରାଜୀବଙ୍କର ଏହି ଦର୍ଶନଭରା ବାଣୀ ଶୁଣି ବିମଳବାବୁ ତାଙ୍କୁ ବିବାହ ନକରିବାକୁ ଉପଦେଶ ଦେବା ସହିତ ବିବାହ କଲେ ବହୁ ବିପଦରେ ପଡ଼ିବେ ବୋଲି ସତର୍କ କରାଇଦେଇଛନ୍ତି ।

Question ୮ ।
‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଏକଥା ପଦୀ କାହିଁକି କହିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ସାରସ୍ବତ ପ୍ରତିଭାର ଅପୂର୍ବ ସ୍ବାକ୍ଷର ବହନ କରେ ।
‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଉକ୍ତିଟିର ତାତ୍ପର୍ଯ୍ୟ ହେଲା କରିବାପାଇଁ ଅନେକ କାର୍ଯ୍ୟ ପଡ଼ିରହିଥ‌ିବା ବେଳେ କରିବା ଲୋକ ମାତ୍ର ଜଣେ । ପଦୀ ହେଉଛି ବିମଳବାବୁଙ୍କ ଘରର ଚାକରାଣୀ । ତା’ମତରେ ସେ ହିଁ ବାବୁଙ୍କ ଘରର ପ୍ରତିଟି କାର୍ଯ୍ୟ କରୁଛି । ତା’କାର୍ଯ୍ୟରେ ତାକୁ ଆଉ କେହି ସାହାଯ୍ୟ କରୁନାହାନ୍ତି । ତା’ର କାମ କରିବାର ବୟସ ଗଡ଼ିଗଲାଣି । ଘରର ଏତେଗୁଡ଼ିଏ କାମକୁ ସେ ଏକୁଟିଆ ଆଉ କରିପାରିବ ନାହିଁ । ତେଣୁ ସେ ଘରର ଚାକର ଗୁରିଆକୁ ଏହି ଉକ୍ତିଟି କହିଥିଲା ।

Question ୯ ।
ବିମଳବାବୁଙ୍କ ଗୋଡ଼ କାହିଁକ କଟ୍ରକଟ୍ କରୁଥିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକଟି ପ୍ରାଣବନ୍ଧୁ କରଙ୍କ ଅମ୍ଳାନ ସାରସ୍ଵତ ସୃଷ୍ଟି ।
ହୋଇଥିଲେ । ସୁମିତ୍ରଦେବୀ ବନ୍ଧୁଙ୍କ ଗୋଡ଼ରୁ ଜୋତାମୋଜା କାଢ଼ିଦେବା, ପଙ୍ଖା କରିବା ତଥା ଜାମାପଟା କାଢ଼ିନେବା କଥା ଶୁଣି ନିଜ ପତ୍ନୀ ବୀଣାଦେବୀଙ୍କଠାରୁ ସେହି ସେବା ପାଇବା ନିମନ୍ତେ ଉପାୟ ଚିନ୍ତା କରିଥିଲେ । ସେ ଭାବିଲେ ଷ୍ଟାପ୍‌ବାଲା ଜୋତା ପିନ୍ଧିବାରୁ ଗୋଡ଼ରୁ ଖୁସ୍‌ନା ଖସିଯାଉଛି । ତେଣୁ ସେ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ନୂଆ ଜୋତାମୋଜା କିଣି ପିନ୍ଧିଛନ୍ତି ଏବଂ ଫିତାଟାକୁ କଷ୍ଟକରି ବାନ୍ଧି ଦେଇଛନ୍ତି । ତାଙ୍କ ଉଦ୍ଦେଶ୍ୟ ଥିଲା ଗୋଡ଼କୁ କାଟିଲେ ତାଙ୍କ ପତ୍ନୀ ବୀଣାଦେବୀ ଆସି ପାଦରୁ ଖୋଲିଦେବେ । ସେଥ୍ପାଇଁ ତାଙ୍କ ଗୋଡ଼ ଯେତିକି କଟ୍‌କଟ୍ କରୁଥିଲା, ତାଙ୍କ ମନ ମଧ୍ୟ ସେତିକି କଟ୍‌କଟ୍ କରୁଥିଲା ।

Question ୧୦ ।
ବିମଳବାବୁ ଝିଅ ମୀନା ଆଗରେ କି ଅଭିଯୋଗ କରିଛନ୍ତି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ଏକ ଅନବଦ୍ୟ ସୃଷ୍ଟି ।
ବିମଳବାବୁ ତାଙ୍କ ସାନଝିଅ ମୀନା ଆଗରେ ତାଙ୍କ କଥା କେହି ବୁଝୁନାହାନ୍ତି ବୋଲି କହିଛନ୍ତି । ଦୁଇଝିଅ ତାଙ୍କ କଥା ବୁଝିଲେ ମଧ୍ୟ ଯିଏ ବୁଝିବା କଥା ସେ ବୁଝୁନାହିଁ । ସେ ନିଜେ ସୁନ୍ଦରୀ ବୋଲି ମନେ ମନେ ଗର୍ବ କରୁଛି । ବିମଳବାବୁଙ୍କ କଳା ଚେହେରା ତଥା ମୁଣ୍ଡ ପଛରେ ଏକ ଭାଲୁ ଚନ୍ଦା ଥିବାରୁ ତାଙ୍କ ତାଙ୍କୁ ଘୃଣା କରନ୍ତି । ସେଥିପାଇଁ ତାଙ୍କ କଥା କିଛି ବୁଝୁନାହାନ୍ତି ବୋଲି ସେ ତାଙ୍କ ଝିଅ ଆଗରେ ଅଭିଯୋଗ କରିଛନ୍ତି । ଏହା ଥିଲା ପତ୍ନୀଙ୍କଠାରୁ ସେବାଯତ୍ନ ପାଉନଥିବା ଏକ ପତିହୃଦୟର ଦୁଃଖଦ ଅଭିଯୋଗ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Question ୧୧ ।
ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି ବିମଳବାବୁ କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି।
ବିମଳବାବୁ ନିଜର କଳା ଚେହେରା ତଥା ମୁଣ୍ଡ ପଛରେ ଭାଲୁଖୁଆ ଚନ୍ଦା ଥ‌ିବାରୁ ତାଙ୍କ ସୁନ୍ଦରୀ ପତ୍ନୀ ତାଙ୍କୁ ଘୃଣା କରୁଛନ୍ତି ବୋଲି ଝିଅ ମୀନା ଆଗରେ ଅଭିଯୋଗ କରିଛନ୍ତି ଏବଂ ପତ୍ନୀ ସୁନ୍ଦରୀ ବୋଲି ମନେ ମନେ ଗର୍ବ କରନ୍ତି – ଏହି କଥାର ସତ୍ୟତା ସେ ଝିଅଠାରୁ ଜାଣିବାକୁ ଚାହିଁଛନ୍ତି । କିନ୍ତୁ ଝିଅ ମୀନା ବୋଉ ସୁନ୍ଦରୀ ବୋଲି ତାଙ୍କ ମନରେ ଗର୍ବ ହୁଏ ନାହିଁ କି ବୋଲି ଓଲଟା ପ୍ରଶ୍ନ କରିବାରୁ ବିମଳବାବୁ କହିଛନ୍ତି ଯେ ବୋଉଙ୍କ ମିଜାଜ ଅନୁଯାୟୀ ଦୁଇଝିଅଙ୍କର ମିଜାଜ ମଧ୍ୟ ଗଢ଼ିଉଠିଲାଣି । ତେଣୁ ଝିଅମାନେ ତାଙ୍କୁ ସମର୍ଥନ ନକରି ତାଙ୍କ ମାଆକୁ ସମର୍ଥନ କରୁଛନ୍ତି ।

Question ୧୨ ।
ଝିଅମାନଙ୍କ ପଢ଼ା ବନ୍ଦ କରିଦେବେ ବୋଲି ବିମଳବାବୁ ହଠାତ୍ କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଲେଖନୀ ନିଃସୃତ ଏକ ଅମ୍ଳାନ ସାରସ୍ଵତ ସୃଷ୍ଟି ।
ବିମଳବାବୁ ନିଜ ପତ୍ନୀଙ୍କଠାରୁ ସେବା ପାଇବା ଆଶାରେ ନୂଆ ଜୋତାମୋଜା କିଣି ପାଦରେ ତାକୁ ଜୋର୍‌ରେ ଭିଡ଼ିକରି ପିନ୍ଧିଛନ୍ତି । ପାଦଟା କଟ୍‌କଟ୍ କରିବାରୁ ଝିଅ ମୀନା ତାକୁ ଖୋଲିବାକୁ ଆଗେଇ ଆସିଛି । ତାକୁ ବାରଣ କରିଛନ୍ତି ବିମଳବାବୁ । ଝିଅ ମୀନା କହିବା ଅନୁଯାୟୀ ପତ୍ନୀ ବୀଣାଦେବୀ ଖୋଲିଦେବେ କି ବୋଲି ପଚାରିବାରୁ ବିମଳବାବୁ ତାଙ୍କୁ ‘କେଉଁଦିନ ଖୋଲିଥିଲ ନା ଆଜି ଖୋଲିବ’ ବୋଲି କହିଛନ୍ତି । ବୀଣାଦେବୀ ବିରକ୍ତ ହୋଇ ‘ନିଜ କାମ ନିଜେ କର’ ବୋଲି କହି ଚାଲିଯାଇଛନ୍ତି ।

ନିଜ ଉଦ୍ଦେଶ୍ୟ ପୂରଣ ନ ହେବାରୁ ବିରକ୍ତି ଅନୁଭବ କରୁଥିବାବେଳେ ମୀନା ଜଳଖୁଆ ଧରି ଆସିଛି ତଥା ରୀନା ଡାକ୍ତରୀ ବ୍ୟାଗ୍ ଧରି ନାଇଟ୍ ଡ୍ୟୁଟି ପାଇଁ ଡାକ୍ତରଖାନାକୁ ଯିବାକୁ ବାହାରିଛି । ତେଣୁ ସେ ଝିଅମାନଙ୍କ ପାଠପଢ଼ା ବନ୍ଦ କରିଦେବେ ବୋଲି କହିଛନ୍ତି । କାରଣ ଡାକ୍ତରୀ ପଢ଼ି ରୀନା ଅଧ୍ଵ ସ୍ଵାଧୀନ ହୋଇଯାଉଛି । ତାଙ୍କ ମତରେ ଯେଉଁ ପଢ଼ାରେ ପତିସେବା ନିମନ୍ତେ ଶିକ୍ଷା ଦିଆଯାଉନାହିଁ ସେ ପାଠ ପଢ଼ି କୌଣସି ଲାଭ ନାହିଁ ।

Question ୧୩ ।
ଉଚ୍ଚ ଶିକ୍ଷିତା ହେଲେ ମଧ୍ୟ ମଣିଷ ନିଜ ପ୍ରକୃତି ସହଜରେ ଛାଡ଼ିପାରେ ନାହିଁ – ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ଅମ୍ଳାନ ସୃଷ୍ଟି ।
ହରେନ୍ଦ୍ରବାବୁଙ୍କ ପତ୍ନୀ ସୁମିତ୍ରାଦେବୀ ଥିଲେ ଉଚ୍ଚଶିକ୍ଷିତା । ବନ୍ଧୁ ହରେନ୍ଦ୍ରଙ୍କଠାରୁ ବନ୍ଧୁପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ପତିସେବା କଥା ଶୁଣି ବିମଳବାବୁ ନିଜ ପତ୍ନୀ ବୀଣାଦେବୀଙ୍କଠାରୁ ସେହିପରି ସେବା ପାଇବାପାଇଁ ଚାହିଁଥିଲେ । କିନ୍ତୁ ହରେନ୍ଦ୍ରବାବୁ ଯେତେବେଳେ ସୁମିତ୍ରାଦେବୀଙ୍କ ପତିସେବାର ଅର୍ଥ ବ୍ୟାଖ୍ୟା କଲେ, ସେତେବେଳେ ବିମଳବାବୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ହରେନ୍ଦ୍ରବାବୁଙ୍କ କହିବା ଅନୁଯାୟୀ ଜୋତାମୌଜା ଓ ଜାମାପଟା କାଢ଼ି ଲୋଚାକୋଚା କରିଦେବାର ଅର୍ଥ ତାକୁ କ୍ଲବକୁ ଯିବାକୁ ବାରଣ କରିବା, ମୋଡ଼ାମୋଡ଼ି କରିଦେବାର ଅର୍ଥ ହାତ ଓ କାନ ମୋଡ଼ିଦେବା ଏପରିକି ରାଗିଗଲାବେଳେ ସୁମିତ୍ରାଦେବୀ ଭୁଲିଯାଆନ୍ତି ଯେ ସେ ତାଙ୍କର ସ୍ଵାମୀ ବୋଲି । ଜଣେ ଉଚ୍ଚଶିକ୍ଷିତା ପତ୍ନୀଙ୍କଠାରୁ ଏପରି ବ୍ୟବହାର କଥା ଶୁଣି ବିମଳବାବୁ ଯେତେବେଳେ ବିଶ୍ବାସ କରିପାରୁନଥିଲେ ସେତେବେଳେ ହରେନ୍ଦ୍ରବାବୁ କହିଥିଲେ ଯେ ମଣିଷ ଯେତେ ଶିକ୍ଷା ପାଇଲେ ମଧ୍ୟ ସେ କେବେ ତା’ର ପ୍ରକୃତି ଛାଡ଼ିପାରେ ନାହିଁ । ତେଣୁ ସୁମିତ୍ରା ଉଚ୍ଚଶିକ୍ଷିତା ହୋଇଥିଲେ ତା’ର ପ୍ରକୃତି କେବେହେଲେ ଯିବ ନାହିଁ।

Question ୧୪।
ବିମଳବାବୁ ନିଜକୁ ବୋକା ବୋଲି କାହିଁକି କହିଲେ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ପ୍ରାଣବନ୍ଧୁ କରଙ୍କ ଏକ ସାର୍ଥକ ସୃଷ୍ଟି ।
ବିମଳବାବୁ ତାଙ୍କ ବନ୍ଧୁ ହରେନ୍ଦ୍ରବାବୁଙ୍କଠାରୁ ତାଙ୍କ ପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ସ୍ଵାମୀସେବା କଥା ଶୁଣି ନିଜ ପତ୍ନୀଙ୍କଠାରୁ ସେହିପରି ସେବାଯତ୍ନ ପାଇବା ଆଶାରେ ନୂଆ ଜୋତା ମୋଜା କିଣି ତାକୁ ପାଦରେ ଜୋର୍‌ରେ ଭିଡ଼ି ଘରକୁ ଆସିଥିଲେ । ଗୋଡ଼ରେ ଯନ୍ତ୍ରଣା ହେଉଥିଲେ ମଧ୍ୟ କାହାକୁ ଖୋଲିବାକୁ ଦେଇନଥିଲେ । କାରଣ ତାଙ୍କ ଇଚ୍ଛା ଥିଲା ତାଙ୍କ ପତ୍ନୀ ହିଁ ଖୋଲିବେ । ତାଙ୍କର ଏପ୍ରକାର ମର୍କଟାମି ଦେଖ୍ ହରେନ୍ଦ୍ରବାବୁ ଯେତେବେଳେ ତାଙ୍କ ପତ୍ନୀଙ୍କ ପତିସେବାର ପ୍ରକୃତ ରହସ୍ୟ ଉନ୍ମୋଚନ କଲେ, ସେତେବେଳେ ବିମଳବାବୁ ପ୍ରଥମେ ବନ୍ଧୁଙ୍କ ଉକ୍ତିକୁ ବୁଝିପାରି ନଥ‌ିବାରୁ ନିଜକୁ ବୋକା ବୋଲି କହିଥିଲେ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

Question ୧୫ ।
‘ଦୂର ପାହାଡ଼ ସୁନ୍ଦର’ ବୋଲି ମୀନା କାହିଁକି କହିଲା ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଅନବଦ୍ୟ ସୃଷ୍ଟି, ଯେଉଁଥରେ ସମାଜ ପ୍ରତି ଇଙ୍ଗିତଧର୍ମୀ ଶିକ୍ଷା ନିହିତ ଅଛି ।
ଦୂରରୁ ପାହାଡ଼ ଯେପରି ସୁନ୍ଦର ଦେଖାଯାଏ, ପ୍ରକୃତରେ ସେହି ସୁନ୍ଦରତା ତା’ପାଖରେ ନଥାଏ । ସେହିପରି ସୁମିତ୍ରାଦେବୀ ବିମଳବାବୁଙ୍କ ପାଖରେ ଥିଲେ ଦୂର ପାହାଡ଼ ସଦୃଶ । ବନ୍ଧୁ ହରେନ୍ଦ୍ରବାବୁଙ୍କଠାରୁ ତାଙ୍କ ଉଚ୍ଚଶିକ୍ଷିତା ପତ୍ନୀ ସୁମିତ୍ରାଦେବୀଙ୍କ ପତିଭକ୍ତି ତଥା ସ୍ଵାମୀସେବା ବିଷୟରେ ଶୁଣି ବିମଳବାବୁ ତାଙ୍କୁ ଜଣେ ପତିଗତପ୍ରାଣା ଉତ୍ତମା ଗୃହିଣୀ ବୋଲି ମନେ କରିଥିଲେ । କିନ୍ତୁ ବନ୍ଧୁଙ୍କଠାରୁ ତାଙ୍କ ପତିସେବାର ପ୍ରକୃତି ରହସ୍ୟ ଶୁଣିବା ପରେ ଏବଂ ସୁମିତ୍ରାଦେବୀ ତାଙ୍କ ଘରକୁ ଆସି ଯେପରି ଭାବେ ବନ୍ଧୁ ହରେନ୍ଦ୍ରବାବୁଙ୍କୁ ନେଇଗଲେ, ତାହା ଦେଖୁ ସେ ତାକୁ ବିଶ୍ଵାସ କରିପାରୁ ନଥିଲେ । ତେଣୁ ତାଙ୍କ ସାନଝିଅ ମୀନା କହିଥିଲା– ‘‘ସେମିତି ମନେହେବ ବାପା ! ଦୂର ପାହାଡ଼ ସୁନ୍ଦର ପରା ।’’

Question ୧୬ ।
ଏକାଙ୍କିକାର ନାମ ‘ଦୂର ପାହାଡ଼’ ରଖୁବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦୂର ପାହାଡ଼’ ଏକାଙ୍କିକାଟି ନାଟ୍ୟକାର ପ୍ରାଣବନ୍ଧୁ କରଙ୍କର ଏକ ଅମ୍ଳାନ ତଥା କାଳଜୟୀ ସୃଷ୍ଟି ।
ଦୂରରୁ ପାହାଡ଼ ବହୁତ ସୁନ୍ଦର ଦେଖାଯାଏ । କିନ୍ତୁ ବାସ୍ତବରେ ସେହି ସୌନ୍ଦର୍ଯ୍ୟ ପାହାଡ଼ ପାଖରେ ନଥାଏ । କାରଣ ତାହା ଶିଳାମୟ । ଏଠାରେ ଲେଖକ ହରେନ୍ଦ୍ରବାବୁଙ୍କ ଉଚ୍ଚଶିକ୍ଷିତା ପତ୍ନୀ ସୁମିତ୍ରାଦେବୀଙ୍କୁ ଦୂର ପାହାଡ଼ ରୂପେ ଉପସ୍ଥାପନ କରିଛନ୍ତି । ତାଙ୍କର ପତିସେବା ବିଷୟରେ ଶୁଣି ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁ ପ୍ରଭାବିତ ହୋଇ ସେହିପରି ସେବା ନିଜ ପତ୍ନୀଙ୍କଠାରୁ ପାଇବା ଆଶାରେ ଘରେ ଅଶାନ୍ତର ଝଡ଼ ସୃଷ୍ଟି କରିଛନ୍ତି । କିନ୍ତୁ ପରେ ସେ ବନ୍ଧୁଙ୍କଠାରୁ ବନ୍ଧୁପତ୍ନୀଙ୍କ ପତିସେବାର ପ୍ରକୃତ ରହସ୍ୟ ଶୁଣି ଏବଂ ପ୍ରତ୍ୟକ୍ଷରେ ଉଚ୍ଚଶିକ୍ଷିତା ବନ୍ଧୁପତ୍ନୀ ଯେପରି ଭାବେ ତାଙ୍କ ଘରୁ ତାଙ୍କ ବନ୍ଧୁ ହରେନ୍ଦ୍ରବାବୁଙ୍କୁ ନେଇଯାଇଛନ୍ତି, ତାହା ସେ ବିଶ୍ଵାସ କରିପାରି ନାହାନ୍ତି । ଏହିପରି ଏକ କଥାବସ୍ତୁକୁ କେନ୍ଦ୍ରକରି ଏକାଙ୍କିକାଟି ରଚିତ ହୋଇଥିବାରୁ ଏକାଙ୍କିକାର ‘ଦୂର ପାହାଡ଼’ ନାମକରଣର ଯଥାର୍ଥତା ପ୍ରତିପାଦିତ ହୋଇଛି ।

ତୁମପାଇଁ କାମ

୧୭ । ପ୍ରାଣବନ୍ଧୁ କରଙ୍କ ଅନ୍ୟାନ୍ୟ ଏକାଙ୍କିକା ସଂଗ୍ରହ କରି ତୁମେ ପଢ଼ ଓ ଅନ୍ୟମାନଙ୍କୁ ଶୁଣାଅ ।
୧୮। ‘ଦୂରପାହାଡ଼’ ବ୍ୟତୀତ ଏହି ଏକାଙ୍କିକାର ଅନ୍ୟ କ’ଣ ନାମକରଣ କରାଯାଇପାରେ, ସେ ସମ୍ପର୍କରେ ତୁମ ସାଙ୍ଗମାନଙ୍କ ସହିତ ଆଲୋଚନା କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ବିମଳବାବୁ ବୀଣାଙ୍କୁ ‘ଢିଙ୍କି ସ୍ବର୍ଗକୁ ଗଲେ ବି ଧାନ କୁଟେ’ ବୋଲି କହିଥିଲେ କାହିଁକି ?
Answer:
ସ୍ଵାମୀ ଆସିଷ୍ଟାଣ୍ଟ ସେକ୍ରେଟାରୀ ଓ ଘରେ ଚାକର ଚାକରାଣୀ ଥିଲେ ମଧ୍ୟ ବୀଣଶଦେବୀ ହାତରେ ପହଁରା ଧରି ଘରକାମରେ ବ୍ୟସ୍ତ ଥ‌ିବା ଦେଖି ବିମଳବାବୁ ଏକଥା କହିଥିଲେ ।

2. ହରେନ୍ଦ୍ରବାବୁ କ’ଣ କରିବାକୁ ଭଲ ପାଆନ୍ତି ?
Answer:
ମାସେ ହେଲା Additional District Magistrate ହୋଇ କଟକ ଆସିଥିବା ହରେନ୍ଦ୍ରବାବୁ କ୍ଲବ୍ ଯାଆନ୍ତି, ଚେସ୍ ଖେଳନ୍ତି ଏବଂ ସବୁବେଳେ ବୁଲିବାପାଇଁ ଭଲ ପାଆନ୍ତି ।

3. ହରେନ୍ଦ୍ରବାବୁ କିଏ ?
Answer:
ହରେ ନ୍ଦ୍ର ବାବୁ ଏକାଙ୍କିକାର ମୁଖ୍ୟ ଚରିତ୍ର ବିମଳବାବୁଙ୍କର ସହପାଠୀ ତଥା ଘନିଷ୍ଠ ବନ୍ଧୁ ।

4. ବିମଳବାବୁ ବୀଣାଦେବୀଙ୍କଠାରୁ କ’ଣ ଆଶା କରନ୍ତି ?
Answer:
ବିମଳବାବୁ ତାଙ୍କ ପତ୍ନୀ ଆଶାନୁରୂପ ସେବାଯତ୍ନ ଆଶା କରନ୍ତି ।

5. ରାଜୀବ ବିମଳବାବୁଙ୍କୁ କେଉଁଥୁଲାଗି ପ୍ରବର୍ତ୍ତାଇ ଥିଲେ ?
Answer:
ରାଜୀବ ବିମଳବାବୁଙ୍କୁ ବୀମା କରିବାକୁ ପ୍ରବର୍ତ୍ତାଇ ଥିଲେ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

6. ବିମଳବାବୁ ରାଜୀବଙ୍କୁ କି ଉପଦେଶ ଦେଇଛନ୍ତି ଓ କାହିଁକି ?
Answer:
ବିମଳବାବୁ ରାଜୀବଙ୍କୁ  ବିବାହ ନକରିବାକୁ ଉପଦେଶ ଦେବା ସହିତ ବିବାହ କଲେ ବହୁ ବିପଦରେ ପଡ଼ିବେ ବୋଲି ସତର୍କ କରାଇ ଦେଇଛନ୍ତି ।

7. ‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ – ଏକଥା ପଦୀ କାହିଁକି କହିଲା ?
Answer:
ଘରର ଏତେଗୁଡ଼ିଏ କାମକୁ ପଦୀ ଏକୁଟିଆ ଆଉ କରିପାରିବ ନାହିଁ ବୋଲି ଘରର ଚାକର ଗୁରିଆକୁ ‘ଢିଙ୍କି ପଡ଼ିଛି ଆଠଗଣ୍ଡା, ଶୁଖେଇଦବାକୁ ଜଣେ ଭେଣ୍ଡା’ ବୋଲି କହିଥିଲା ।

8. ବିମଳବାବୁ ଝିଅ ମୀନା ଆଗରେ କି ଅଭିଯୋଗ କରିଛନ୍ତି ?
Answer:
ବିମଳବାବୁ ତାଙ୍କ ସାନଝିଅ ମୀନା ଆଗରେ ଅଭିଯୋଗ କରି କହିଛନ୍ତି ଯେ ଦୁଇଝିଅ ତାଙ୍କ କଥା ବୁଝିଲେ ମଧ୍ୟ ଯିଏ ବୁଝିବା କଥା ସେ ବୁଝୁନାହିଁ ।

9. ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି ବିମଳବାବୁ କାହିଁକି କହିଲେ ?
Answer:
ବିମଳବାବୁ ଦୁଇ ଝିଅଙ୍କ ଆଗରେ ତାଙ୍କ ପତ୍ନୀଙ୍କ ବିରୋଧରେ ଆପରି କଲେ ମଧ୍ୟ ସେମାନେ ତା’ ଉପରେ ଗୁରୁତ୍ଵ ଦେଉନଥ‌ିବାରୁ ଝିଅମାନେ ବୋଉକୁ ସମର୍ଥନ କରୁଛନ୍ତି ବୋଲି କହିଛନ୍ତି ।

10. ଝିଅମାନଙ୍କ ପଢ଼ା ବନ୍ଦ କରିଦେବେ ବୋଲି ବିମଳବାବୁ ହଠାତ୍ କାହିଁକି କହିଲେ ?
Answer:
ନିମନ୍ତେ ଶିକ୍ଷା ଦିଆଯାଉନାହିଁ ସେ ପାଠ ପଢ଼ି କୌଣସି ଲାଭ ନାହିଁ, ତେଣୁ ସେମାନଙ୍କ ପଢ଼ା ବନ୍ଦ କରିଦେବାକୁ ସେ କହିଛନ୍ତି ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. ବିମଳବାବୁ ତାଙ୍କ ପତ୍ନୀଙ୍କଠାରୁ ଅତି ବେଶି କ’ଣ ଆଶା କରୁଥିଲେ ?
Answer:
ସେବାଯତ୍ନ

2. ସ୍ତ୍ରୀଙ୍କୁ ଦୋଷ ନ ଦେଲେ ତୋ’ ପେଟର ଭାତ ହଜମ ହେଉନି – ଏକଥା କିଏ କାହାକୁ କହିଥିଲେ ?
Answer:
ହରେନ୍ଦ୍ରବାବୁ ବିମଳବାବୁଙ୍କୁ

3. ବିମଳବାବୁ କେଉଁମାନଙ୍କୁ ଦି ଆଖୁରେ ଦେଖିପାରନ୍ତିନି ବୋଲି କହିଥିଲେ ? କହିଥିଲେ ?
Answer:
ଜୀବନବୀମାବାଲାଙ୍କୁ

4. ଜୀବନବୀମାବାଲାଙ୍କୁ ବିମଳବାବୁ କ’ଣ ବୋଲି କହିଥିଲେ ?
Answer:
ଗୋଟାଏ ଗୋଟାଏ ଜୀବନ ବୋମା

5. ଆଜିକାଲି ଅଧିକାଂଶ ପାଠୋଇ ଝିଅମାନେ କ’ଣ କରୁନାହାନ୍ତି ?
Answer:
ସ୍ଵାମୀସେବା

6. ରୀନାର ରାତିରେ କି ଡ୍ୟୁଟି ଥିଲା ?
Answer:
ୱାର୍ଡ଼-ଡ୍ୟୁଟି

7. ଗୁରିଆ ବିମଳବାବୁଙ୍କ ଘରେ କାମ ନକରି ଚାଲିଯିବାକୁ କହିଲା କହିଥିଲା ?
Answer:
କାମକରି ନ ପାରିବାରୁ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

8. ଗୁରିଆ କାହା ପାଇଁ ପଇସା ସଞ୍ଚୁଛି ବୋଲି କହିଥିଲା ?
Answer:
ପଦୀ ପାଇଁ

9. ଗୁରିଆଠାରୁ ପଦୀ କେତେବର୍ଷ ବଡ଼ ବୋଲି କହିଲା ?
Answer:
୮/୧୦ ବର୍ଷ

10. ରସିକ ଯାଉଛି ବନ୍ଧରେ, ବଣମଲ୍ଲୀ ଫୁଲ ପାଚିଲା ଗାମୁଛା ପଶି ହଉନେଇଁ ____________ ।
Answer:
କନ୍ଦିରେ

11. ଯେଉଁ ଘରେ ପୁଅଝିଅମାନଙ୍କୁ ସ୍ୱାମୀସେବାର ମହତ୍ତ୍ବ ଶିକ୍ଷା ଦିଆଯାଉନି, ସେ ଘର ଘର ନୁହେଁ ନର୍କ ବୋଲି କିଏ କହିଛନ୍ତି ?
Answer:
ବିମଳବାବୁ

12. ପୁଅମାନଙ୍କୁ ସ୍ତ୍ରୀସେବା ଶିକ୍ଷା ଦିଆଗଲେ ସେମାନେ କ’ଣ ହୋଇଯିବେ ବୋଲି ବିମଳବାବୁ କହିଛନ୍ତି ?
Answer:
କୈଣ

13. ସୁମିତ୍ରା ଦେବୀ ବିମଳବାବୁଙ୍କ ଘରକୁ କାହିଁକି ଆସିଥିଲେ ?
Answer:
ସ୍ଵାମୀଙ୍କୁ ଖୋଜିବାକୁ

14. ପ୍ରାଣବନ୍ଧୁ କରଙ୍କ ପ୍ରଥମ ଏକାଙ୍କିକାର ନାମ କ’ଣ ?
Answer:
ପାଗଳ ଜନତାର ବାହାରେ

15. ଢିଙ୍କି ସ୍ବର୍ଗକୁ ଗଲେ ବି କ’ଣ କରେ ?
Answer:
ଧାନ କୁଟେ

C ଶୂନ୍ୟସ୍ଥାନ ପୂରଣ କର ।
1. କଟକକୁ ____________________ ନୂଆକରି ଏ. ଡି. ଏମ୍. ହୋଇ ଆସିଛନ୍ତି ।
Answer:
ହରେନ୍ଦ୍ରବାବୁ

2. ପିଲାଛୁଆ ଜଞ୍ଜାଳରୁ ଭଗବାନ୍ ପ୍ରଥମରୁ __________________ ଙ୍କୁ ମୁକ୍ତ କରିଦେଇଛନ୍ତି ।
Answer:
ସୁମିତ୍ରାଦେବୀ

3. କାରଣ ନଥାଇ _____________________ର ଉତ୍ପତ୍ତି ହୋଇପାରେନା ।
Answer:
କାର୍ଯ୍ୟ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

4. କାରଣ ନଥାଇ କାର୍ଯ୍ୟର ଉତ୍ପତ୍ତି ହେଲେ _______________ ଅଳଙ୍କାର ହୁଏ ।
Answer:
ବିଭାବନା

5. ସେମିତି ମନେହେବ ବାପା ! ଦୂର ପାହାଡ଼ ପରା ସୁନ୍ଦର !– ଏକଥା ____________________ କହିଥିଲେ ।
Answer:
ମୀନା

6. କାଣୀ ହେଲେ ବି _____________________।
Answer:
କଟକିଆଣୀ

7. ଘୁଷୁରି ପ୍ରକୃତି ____________________ଲୋଟେ ।
Answer:
ପଙ୍କେ

8. _________________ ପ୍ରକୃତି ମଲେ ତୁଟେ ।
Answer:
ମଣିଷ

9. ______________________ ମାନେ ଲୋକମାନଙ୍କ ମନ କଥା ଦେଲେ ?
Answer:
ମନୋବିଜ୍ଞାନୀ

10. ରାଜୀବବାବୁ ନିଜକୁ ______________ ବୋଲି ପରିଚୟ ଦେଇଛନ୍ତି ।
Answer:
ଜୀବନବୀମା ଏଜେଣ୍ଟ

11. _________________ ଙ୍କର ବୈଠକଖାନାର ଦୃଶ୍ୟ ଏକାଙ୍କିକାରେ ବର୍ଣ୍ଣିତ ।
Answer:
ବିମଳବାବୁ

12. ବିମଳ ବାବୁଙ୍କ ବୟସ ଅନ୍ଦାଜ ________________ ହେବ ।
Answer:
୪୫

13. ରାଜୀବ ବିମଳବାବୁଙ୍କୁ ______________ ଲାଗି ପ୍ରବର୍ତ୍ତାଉ ଥିଲେ ।
Answer:
ସ୍ତ୍ରୀଙ୍କ ନାମରେ ବୀମା କରିବାକୁ

14. ରାଜୀବ ____________________ କମ୍ପାନୀର ଓଡ଼ିଶା ଶାଖାର ଜେନେରାଲ ମ୍ୟାନେଜର ଥିଲେ ।
Answer:
ନର୍ଥ ବ୍ରିଟିଶ୍

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

15. ରାଜୀବବାବୁ ପଦୀକୁ ପକେଟ୍‌ରୁ ____________________ ଟଙ୍କ। ବାହାର କରି ଦେଲେ ।
Answer:
ଗୋଟେ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ପ୍ରାଣବନ୍ଧୁ କରଙ୍କ ପ୍ରଥମ ଏକାଙ୍କିକାର ନାମ କ’ଣ ?
(A) ପେଟୁ
(B) ଦୂର ପାହାଡ଼
(C) ସ୍ନାୟୁସଂହାର
(D) ପାଗଳ ଜନତାର ବାହାରେ
Answer:
(D) ପାଗଳ ଜନତାର ବାହାରେ

2. ରୀନାବୋଉ କ’ଣ ହାତରେ ଧରି ପ୍ରବେଶ କଲେ ?
(A) ଗରା
(B) ପାନଡ଼ାଲା
(C) ପହଁରା
(D) ଝାଡ଼ୁ
Answer:
(C) ପହଁରା

3. ସୁମିତ୍ରା ଦେବୀଙ୍କୁ ଭଗବାନ୍ କେଉଁ ଜଞ୍ଜାଳରୁ ମୁକ୍ତ କରିଛନ୍ତି ବୋଲି ହରେନ୍ଦ୍ର କହିଛନ୍ତି ?
(A) ଘର ବୁଝିବା
(B) ଚାକିରି କରିବା
(C) ପିଲାଛୁଆ ଜଞ୍ଜାଳ
(D) ନେତ୍ରୀ ହେବା
Answer:
(C) ପିଲାଛୁଆ ଜଞ୍ଜାଳ

4. ହରେନ୍ଦ୍ର ସ୍ତ୍ରୀ କେଉଁଠି ବଢ଼ି ଆସିଥିଲେ ?
(A) କଟକରେ
(B) କଲିକତାରେ
(C) ମୁମ୍ବାଇରେ
(D) ପୁରୀରେ
Answer:
(B) କଲିକତାରେ

5. ବୀଣାଦେବୀଙ୍କ ବୟସ କେତେ ?
(A) ୨୫
(B) ୩୫
(C) ୩୬
(D) ୩୭
Answer:
(C) ୩୬

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

6. ‘ଆପଣଙ୍କ ମିଜାଜ ଥଣ୍ଡା ଥିଲାବେଳେ ଆସିବ’ – ଏହା କିଏ କହିଛି ?
(A) ହରେନ୍ଦ୍ର
(B) ବିମଳ
(C) ରାଜୀବ
(D) ଗୋପାଳ
Answer:
(C) ରାଜୀବ

7. ପଦୀ ଗୁରିଆଠାରୁ କେତେ ବର୍ଷ ବଡ଼ ଥିଲା ?
(A) ସାତ କି ଆଠ
(B) ଆଠ କି ବାରବର୍ଷ
(C) ଆଠ କି ଦଶବର୍ଷ
(D) ଆଠ କି ନଅବର୍ଷ
Answer:
(C) ଆଠ କି ଦଶବର୍ଷ

8. ‘ମୁଁ ଘରେ ଜଳ ସ୍ପର୍ଶ କରିବିନି’ – ଏହା କିଏ କହିଛି ?
(A) ରାଜୀବ
(B) ଗୁରିଆ
(C) ହରେନ୍ଦ୍ର
(D) ବିମଳ
Answer:
(D) ବିମଳ

9. ବିମଳ କାହାଆଗରେ ରୀନାବୋଉକୁ ଭୀଷଣ ଅପମାନ ଦେଲେ ?
(A) ପଦୀ
(B) ହରେନ୍ଦ୍ର
(C) ସୁମିତ୍ରା ଦେବୀ
(D) ଦୁଇ ଝିଅ
Answer:
(B) ହରେନ୍ଦ୍ର

10. ‘ଦୂର ପାହାଡ଼ ସୁନ୍ଦର ପରା’ – ଏହା କିଏ କହିଲା ?
(A) ବୀଣା
(B) ମୀନା
(C) ରୀନା
(D) ପଦୀ
Answer:
(C) ରୀନା

11. କେଉଁମାନେ ଲୋକମାନଙ୍କ ମନ କଥା ଜାଣିପାରନ୍ତି ?
(A) ଜ୍ଯୋତିଷ
(C) ବୈଜ୍ଞାନିକ
(B) ମହାପୁରୁଷ
(D) ମନୋବିଜ୍ଞାନୀ
Answer:
(D) ମନୋବିଜ୍ଞାନୀ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

12. ରାଜୀବବାବୁ ନିଜକୁ କ’ଣ ବୋଲି ପରିଚୟ ଦେଇଛନ୍ତି ?
(A) ସାଇକୋଲୋଜିଷ୍ଟ
(B) ମେଡ଼ିସିନ୍ ଏଜେଣ୍ଟ
(C) ଜୀବନବୀମା ଏଜେଣ୍ଟ
(D) ଆକ୍ରାଗାର୍ଡ଼ ଏଜେଣ୍ଟ
Answer:
(C) ଜୀବନବୀମା ଏଜେଣ୍ଟ

13. ଅଜରାମରବତ୍ ପ୍ରାଜ୍ଞୀ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍ – ଏହା କିଏ କହିଛନ୍ତି ?
(A) କାଳିଦାସ
(B) ବାଣଭଟ୍ଟ
(C) ଚାଣକ୍ୟ
(D) ଶଙ୍କରାଚାର୍ଯ୍ୟ
Answer:
(C) ଚାଣକ୍ୟ

14. କେଉଁମାନେ ହିନ୍ଦୀ ଫିଲିମ୍ ଦେଖୁ ଅତି ମାତ୍ରାରେ ଭାବପ୍ରବଣ ହୋଇପଡୁଛନ୍ତି ?
(A) ପାଠୋଇ ଝିଅ
(B) ପାଠୁଆ ପୁଅ
(C) ଛୋଟ ଛୁଆ
(D) ବୁଢ଼ାବୁଢ଼ୀ
Answer:
(A) ପାଠୋଇ ଝିଅ

15. କଂସା ଲୋଟା, ଯାହା ହାବୁଡୁଛି ______________ ଉଠା ।
(A) ଅଣ୍ଟାକୁ
(B) ଅଣ୍ଟିକି
(C) କାଖକୁ
(D) ମୁଣ୍ଡକୁ
Answer:
(B) ଅଣ୍ଟିକି

16. ବିମଳବାବୁଙ୍କ ପାଦ କ’ଣ ହେଉଥିଲା ?
(A) ବିନ୍ଧୁଥୁଲା
(B) ଦରଜ ହୋଇଥିଲା
(C) କଟ୍ କରୁଥିଲା
(D) କଟି ଯାଇଥିଲା
Answer:
(C) କଟ୍ କରୁଥିଲା

17. ବିମଳବାବୁଙ୍କ ପାଦ କାହିଁକି କଟ୍‌କଟ୍ ହେଉଥିଲା ?
(A) ଜୋତା ପିନ୍ଧିଥ‌ିବାରୁ
(B) ଜୋତାକୁ ଚାପି ଚାପି ଭିଡ଼ିଥିବାରୁ
(C) ଜୋତା ପିନ୍ଧି ନ ଥିବାରୁ
(D) ଜୋତା ଫିତାକୁ ଚାପି ଚାପି ଭିଡ଼ିଥ‌ିବାରୁ
Answer:
(D) ଜୋତା ଫିତାକୁ ଚାପି ଚାପି ଭିଡ଼ିଥ‌ିବାରୁ

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

18. କିଏ ତାଙ୍କ ପାଦରୁ ଜୋତା ମୋଜା ଖୋଲି ଦେଉ ବୋଲି ବିମଳବାବୁ ଚାହୁଁଥିଲେ ?
(A) ମୀନା
(B) ରୀନା
(C) ବୀଣାଦେବୀ
(D) ପଦୀ
Answer:
(C) ବୀଣାଦେବୀ

19. ମୁଁ ତମ ସାଥ୍‌ରେ ଆଉ ଚଳିପାରିବିନି ବିମଳବାବୁ କାହାକୁ କହିଥିଲେ ?
(A) ମୀନାକୁ
(B) ରୀନାକୁ
(C) ହରେନ୍ଦ୍ରବାବୁଙ୍କୁ
(D) ତାଙ୍କ ପତ୍ନୀକୁ
Answer:
(D) ତାଙ୍କ ପତ୍ନୀକୁ

20. ବିମଳବାବୁଙ୍କ ସାନଝିଅ କ’ଣ ଶିଖୁଛି ?
(A) ଗୀତ
(B) ନାଚ
(C) ବାଦ୍ୟ
(D) ସିଲେଇ
Answer:
(B) ନାଚ

ଲେଖକ ପରିଚୟ :
ପ୍ରାଣବନ୍ଧୁ କର (୧୯୧୪-୧୯୯୮) ଜଣେ ଗାଳ୍ପିକ, ନାଟ୍ୟକାର ଏବଂ ଏକାଙ୍କିକା ଲେଖକ ଭାବରେ ଓଡ଼ିଆ ସାହିତ୍ୟରେ ସୁପରିଚିତ । ତାଙ୍କର ପ୍ରଥମ ଏକାଙ୍କିକା ‘ପାଗଳ ଜନତାର ବାହାରେ’ ୧୯୩୮ ମସିହାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ‘ନବଭାରତ’ ପତ୍ରିକାରେ ଆତ୍ମପ୍ରକାଶ କରିଥିଲା । ‘ଶିଳ୍ପୀର ମୃତ୍ୟୁ’ ଓ ‘ପ୍ରବୀର ଦାସ’, ‘ଶ୍ଵେତପଦ୍ମା’ ପ୍ରଭୃତି ଏକାଙ୍କିକା ତାଙ୍କ ସାରସ୍ଵତ ପ୍ରସିଦ୍ଧିର ପରିଚାୟକ । ସେ ଯେପରି ତାଙ୍କର ଗଛମାନଙ୍କରେ ମୂଲ୍ୟବୋଧ ଓ ମାନବିକ ସମ୍ବେଦନଶୀଳତା ଉପରେ ଗୁରୁତ୍ବାରୋପ କରିଛନ୍ତି, ଅନୁରୂପ ଭାବରେ ଏକାଙ୍କିକା କ୍ଷେତ୍ରରେ ମଣିଷ ଜୀବନର ବହୁବିଧ ରହସ୍ୟକୁ ଉନ୍ମୋଚନ କରି ଜୀବନ ପ୍ରତି ରହିଥିବା ତାଙ୍କ ବ୍ୟାପକ ଦୃଷ୍ଟିକୋଣର ପରିଚୟ ପ୍ରଦାନ କରିପାରିଛନ୍ତି । ‘ସ୍ନାୟୁ ସଂହାର’ ନାଟକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ନାଟ୍ୟକାର ଭାବେ ପୁରସ୍କୃତ ହୋଇଛନ୍ତି ।
ଏହି ଏକାଙ୍କିକାରେ ସେ ଚଳନ୍ତି ସମାଜର ଅନୁକରଣପ୍ରିୟତା ଓ ଦେଖାଣିଆ ଭାବକୁ ଚିତ୍ରଣ କରିବା ସଙ୍ଗେ ସଙ୍ଗେ ସମାଜ ପ୍ରତି ରହିଥିବା ତାଙ୍କର ଦୃଢ଼ ପ୍ରତିବଦ୍ଧତାକୁ ପ୍ରମାଣ କରିଛନ୍ତି । ଲଳିତ ବ୍ୟଙ୍ଗ ଓ ସାମାଜିକ ସଂସ୍କାର ‘ଦୂରପାହାଡ଼’ ଏକାଙ୍କିକାର ବୈଶିଷ୍ଟ୍ୟ |

ନାଟକର ପୃଷ୍ଠଭୂମି :
ଏକାଙ୍କିକାର ମୁଖ୍ୟ ଚରିତ୍ର ହେଉଛନ୍ତି ବିମଳବାବୁ । ବୟସ ଆନୁମାନିକ ପଇଁଚାଳିଶ, ଦେହର ରଙ୍ଗ କଳା, ମୁଣ୍ଡ ବାମପଟରୁ ଅଧେ ଚନ୍ଦା । କୋଡ଼ିଏ ବର୍ଷକାଳ କିରାଣୀଗିରିରେ ଅତିବାହିତ କରିବା ପରେ ମାସକେଇଟା ହେଲା ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ପଦେନ୍ନତି ପାଇଛନ୍ତି । ପଦୋନ୍ନତି ପାଇବା ପରେ ଘରର କାମ ନିମନ୍ତେ ଚାକର ଚାକରାଣୀ ଖଞ୍ଜିଦେଇଛନ୍ତି । ଚାକରର ନାମ ଗୁରିଆ, ଚାକରାଣୀ ହେଲା ପଦୀ । ପଦୀ ଗୁରିଆଠାରୁ ଦଶବର୍ଷ ବଡ଼ ହେଲେ ମଧ୍ୟ ଗୁରିଆ ପଦୀକୁ ମନ ମଧ୍ୟରେ ଆପଣାର କରିବାକୁ ଚାହେଁ । କିନ୍ତୁ ନିଜ ବୟସ ସମ୍ପର୍କରେ ସଚେତନ ପଦୀ ଗୁରିଆର ପ୍ରସ୍ତାବକୁ ଏଡ଼ାଇ ଦିଏ ।

ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ କଳିଝଗଡ଼ା ଲାଗି ରହିଥାଏ । ବିମଳବାବୁଙ୍କ ସହଧର୍ମିଣୀ ହେଲେ ବୀଣାଦେବୀ, ଯିଏକି ଗୃହକର୍ମରେ ସୁନିପୁଣା । ଯାହାଙ୍କର ପ୍ରତିଟି ମୁହୂର୍ଭ ଗୃହର ପରିଷ୍କାର ପରିଚ୍ଛନ୍ନତା ପାଇଁ ଅତିବାହିତ ହୁଏ । ନଳା ଧୋଇବାଠାରୁ ଆରମ୍ଭକରି ଘରର ଯାବତୀୟ କର୍ମ ସେ ନିଜେ କରନ୍ତି । ତାଙ୍କର ଏପ୍ରକାର କର୍ମକୁ ବିମଳବାବୁ ଗ୍ରହଣ କରିପାରନ୍ତି ନାହିଁ ।

କାରଣ ସେ ଜଣେ ଆସିଷ୍ଟାଣ୍ଟ ସେକ୍ରେଟାରୀ । ଘରେ ଚାକର ଚାକରାଣୀ ଥାଉ ଥାଉ ସେମାନଙ୍କୁ ପେନ୍‌ସନ୍ ଦେଇ ଘରେ ବସାଇ ତାଙ୍କ ପତ୍ନୀ ଘରର ସବୁକାମ କରିବାଟା ତାଙ୍କ ମାନସମ୍ମାନକୁ ଭୂଲୁଣ୍ଠିତ କରୁଛି ବୋଲି ସେ ବିବେଚନା କରନ୍ତି । ବିମଳବାବୁ ଦୁଇଟି କନ୍ୟାସନ୍ତାନର ଜନକ । ବଡ଼ଝିଅର ନାମ ରୀନା, ଯିଏକି ଶେଷବର୍ଷର ଡାକ୍ତର ଛାତ୍ରୀ । ଉଚ୍ଚଶିକ୍ଷିତା ହୋଇ ମଧ୍ୟ ବିବାହ ନିମନ୍ତେ ପସନ୍ଦ କରିଛି ରାଜୀବ ନାମଧେୟ ଜଣେ ଯୁବକଙ୍କୁ । ବାପାଙ୍କ ସହିତ ଆଳାପ ପରିଚୟ ହେବା ସହିତ ବାପାଙ୍କୁ ପ୍ରଭାବିତ କରିବାପାଇଁ ସେ ସେହି ଯୁବକଙ୍କୁ ବାପାଙ୍କ ପାଖକୁ ପଠାଇଛି । ରାଜୀବ ଜଣେ ଜୀବନବୀମା ଏଜେଣ୍ଟ ବୋଲି ନିଜର ପରିଚୟ ଦେଇ ବିମଳବାବୁଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟାକରି ନିରାଶ ହୋଇଛି ।

ବିମଳବାବୁଙ୍କ ସାନଝିଅର ନାମ ମୀନା । ସେ ଆଇ. ଏ. ପଢୁଛି । ନାଚ ମଧ୍ଯ ଶିଖୁଛି । ସେ ଖୁବ୍ ଭଲ ନାଚେ । ବଡ଼ ବଡ଼ ଫଙ୍କସନ୍‌ରେ ନାଚି ଖୁବ୍ ନାଁ କରିଛି । ବିମଳବାବୁ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ଯେତେ ପରିଚିତ ନୁହଁନ୍ତି ମୀନାର ବାପା ହିସାବରେ ସେ ଅଧ୍ଯକ ପରିଚିତ । ସେପରି ଝିଅ ପାଇଁ ସେ ବେଶ୍ ଗର୍ବ ଅନୁଭବ କରନ୍ତି । ଈଶ୍ଵରଙ୍କ ଆଶୀର୍ବାଦରୁ ବିମଳବାବୁଙ୍କ ସଂସାର ଏକ ସୁଖର ସଂସାର ହୋଇଥିଲେ ମଧ୍ୟ ତାଙ୍କ ମନ ଥାଏ ସବୁବେଳେ ଅଶାନ୍ତ ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

କାରଣ ସେ ଚାହାନ୍ତି ତାଙ୍କ ପତ୍ନୀ ଘରର ସମସ୍ତ କାର୍ଯ୍ୟ ଚାକର ଚାକରାଣୀଙ୍କ ଉପରେ ନ୍ୟସ୍ତ କରି କେବଳ ତାଙ୍କର ସେବାଯତ୍ନ କରନ୍ତୁ । ଅଫିସରୁ ହାଲିଆ ହୋଇ ଫେରିବାବେଳେ ତାଙ୍କ ପତ୍ନୀ ଦଉଡି଼ଆସି ପଙ୍ଖା କରି ଦିଅନ୍ତେ, ତାଙ୍କ ପାଖରେ ବସନ୍ତେ । ଗୋଡ଼ରୁ ଜୋତା ଓ ଦେହରୁ ଜାମାପଟା ଖୋଲିଦେଇ ଭଲମନ୍ଦ ପଚାରି ବୁଝନ୍ତେ । କିନ୍ତୁ ସେସବୁ ନପାଇ ତାଙ୍କ ମୁଣ୍ଡ ବିଗିଡ଼ିଯାଏ । ପତ୍ନୀଙ୍କୁ ଅପମାନିତ ହେବାପରି କଥା କହିବାକୁ ମଧ୍ଯ ପଛାନ୍ତି ନାହିଁ ସେ ।

କିନ୍ତୁ ସୁଗୃହିଣୀ ବୀଣାଦେବୀଙ୍କ ଚିନ୍ତାଧାରା ଥିଲା ସମ୍ପୂର୍ଣ୍ଣ ଭିନ୍ନ । ଏ ବୟସରେ ଦୁଇଟି ଯୁବତୀ ଝିଅଙ୍କ ଉପସ୍ଥିତିରେ ଆବଶ୍ୟକତାଠାରୁ ଅଧିକ ସ୍ବାମୀସେବାକୁ ସେ ପସନ୍ଦ କରନ୍ତି ନାହିଁ । ଦୁଇ ଝିଅ ମଧ ପିତାଙ୍କ ସେବା ତଥା ଯନ୍ତ୍ରରେ କୌଣସି ତ୍ରୁଟି କରନ୍ତି ନାହିଁ । ତେଣୁ ବୀଣାଦେବୀ ସ୍ଵାମୀଙ୍କର ଆକ୍ଷେପ କିମ୍ବା ଗାଳିକୁ ଶୁଣି ନ ଶୁଣିବା ପରି ନିଜ କାମରେ ଚାଲିଯାଆନ୍ତି । ଏକାଙ୍କିକାର ଅନ୍ୟ ଏକ ଚରିତ୍ର ହରେନ୍ଦ୍ରବାବୁ । ବୟସ ଚଉରାଳିଶ ପଇଁଚାଳିଶ ମଧ୍ଯରେ । ସୁନ୍ଦର ଚେହେରା, ରୁଚିସମ୍ପନ୍ନ ପୋଷାକ ପରିଚ୍ଛଦ । ସେ ବିମଳବାବୁଙ୍କ ସହପାଠୀ ତଥା ଘନିଷ୍ଠ ବନ୍ଧୁ । ମାସେ ହେଲା ଏ. ଡ଼ି. ଏମ୍. (Additional District Magistrate) ହୋଇ କଟକ ଆସିଛନ୍ତି । ତାଙ୍କ ପତ୍ନୀଙ୍କ ନାମ ସୁମିତ୍ରାଦେବୀ । ସେ ଅନର୍ସ ସହ ବି. ଏ. ପାଶ୍ କରିଛନ୍ତି । ପିଲାଛୁଆ ଜଞ୍ଜାଳରୁ ମୁକ୍ତ । ସ୍ଵଚ୍ଛଳ ଓ ଅତୁଟ ସ୍ୱାସ୍ଥ୍ୟ ମଧ୍ୟରେ ଆକଣ୍ଠ ସୁଖପାନ କରନ୍ତି।

ସାକ୍ଷାତ୍‌ରେ ଉଭୟ ବନ୍ଧୁଙ୍କ ମଧ୍ୟରେ ହୋଇଛି ଉଭୟଙ୍କ ସଂସାରକୁ ନେଇ ଆଳାପ ଆଲୋଚନା । ବିମଳବାବୁ ବନ୍ଧୁପତ୍ନୀ ସୁମିତ୍ରାଦେବୀଙ୍କର ପ୍ରଶଂସା କରିବା ସହ ନିଜ ପତ୍ନୀଙ୍କର ନିନ୍ଦା କରିଛନ୍ତି, ଯିଏକି ତାଙ୍କର ସେବା ନକରି ଦିନରାତି ନଳା ସଫା କରିବା, ଗାଈଗୋରୁଙ୍କୁ କୁଣ୍ଡାତୋରାଣି ଦେବା ପରି କର୍ମରେ ଲାଗିରହିଥା’ନ୍ତି । ନିହାତି ଅଯୋଗ୍ୟ ସେ । ତାଙ୍କ କପାଳ ମନ୍ଦ ବୋଲି ଏପରି ପତ୍ନୀ ପାଇଛନ୍ତି । ବିମଳବାବୁଙ୍କ କଥା ଶୁଣି ହରେନ୍ଦ୍ରବାବୁ ବୀଣାଦେବୀଙ୍କ ପ୍ରଶଂସା ଅନେକଙ୍କ ମୁଖରୁ ଶୁଣିବା କଥା ପ୍ରକାଶ କରିଛନ୍ତି ଏବଂ ବୀଣାଦେବୀଙ୍କ କର୍ମକୁ ସେ ମଧ୍ୟ ପ୍ରଶଂସା କରି ତାହା ସୁନିପୁଣା ପତ୍ନୀଙ୍କ କାର୍ଯ୍ୟ ବୋଲି କହିଛନ୍ତି । ବିବାହ ପରଠାରୁ ଦୀର୍ଘ କୋଡ଼ିଏ ବର୍ଷକାଳ ପତ୍ନୀଙ୍କ ବିରୋଧରେ ବିଭିନ୍ନ କଥା କହିବା ସହ ସମାଲୋଚନା କରିବାକୁ ହରେନ୍ଦ୍ରବାବୁ ପସନ୍ଦ କରିନାହାନ୍ତି ।

ବିଶେଷକରି ପତ୍ନୀଙ୍କଠାରୁ ଆଶାନୁରୂପ ସେବାଯତ୍ନ ଲାଭ କରିନପାରି ଅତିଷ୍ଠ ତଥା ଅସହିଷ୍ଣୁ ହୋଇପଡ଼ିଥିବା ବିମଳବାବୁ ନିଶ୍ଚିତରୂପେ ବନ୍ଧୁପତ୍ନୀ ଉଚ୍ଚଶିକ୍ଷିତା ସୁମିତ୍ରଦେବୀ ହରେନ୍ଦ୍ରବାବୁଙ୍କର ବହୁ ସେବାଯତ୍ନ କରୁଥିବେ ବୋଲି ଆଶାପ୍ରକାଶ କରିଛନ୍ତି । ବିମଳବାବୁଙ୍କ କଥା ଶୁଣି ହରେନ୍ଦ୍ରବାବୁ ସେଥ‌ିରେ ସମ୍ମତି ଜଣାଇ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ଗୋଡ଼ରୁ ଜୋତା ମୋଜା କାଢ଼ିଦିଅନ୍ତି । ଅଫିସରୁ ଝାଳ ନାଳ ହୋଇ ଫେରିବାବେଳେ ସେ ଯେଉଁ ହାୱା କରନ୍ତି ସେଥ‌ିରେ ତାଙ୍କ ଦେହ ଶୀତେଇ ଉଠେ । ଦେହରୁ ଜାମାପଟା ଖୋଲି ଦିଅନ୍ତି, ଦେହ-ହାତ ମୋଡ଼ାମୋଡ଼ି କରିଦିଅନ୍ତି । ଏହିପରି ଅନେକ ସେବା ସେ ତାଙ୍କ ପତ୍ନୀଙ୍କଠାରୁ ପାଇଛନ୍ତି । ସେପରି ପତ୍ନୀଙ୍କୁ ପାଇ ତାଙ୍କ ଭାଗ୍ୟ ଖାଲି ଜଳୁଛି ।

ଏହାପରେ ସେ ତାଙ୍କର ଏକ ଜରୁରୀ କାମ ଅଛି ବୋଲି କହି ବନ୍ଧୁଙ୍କଠାରୁ ସିଗାରେଟ୍ ନେଇ ଚାଲିଯାଇଛନ୍ତି । ହରେନ୍ଦ୍ରବାବୁଙ୍କର ଏହି ବ୍ୟଙ୍ଗୋକ୍ତିକୁ ବିମଳବାବୁ ବୁଝିପାରି ନାହାନ୍ତି ବରଂ ବନ୍ଧୁପତ୍ନୀ ସୁମିତ୍ରାଦେବୀ ବନ୍ଧୁଙ୍କ ପାଦରୁ ଜୋତାମୋଜା ଖୋଲିବା କଥାଟା ତାଙ୍କୁ ବହୁ ପ୍ରଭାବିତ କରିଛି । ତେଣୁ ସେ ଷ୍ଟ୍ରାପ୍‌ବାଲା ଜୋତା ନ ପିନ୍ଧି ସେହିପରି ଜୋତା ପିନ୍ଧିବା ପାଇଁ ସଙ୍ଗେ ସଙ୍ଗେ ଦୋକାନକୁ ଯାଇ ନୂଆ ଜୋତା ହଳେ ଆଣି ପାଦକୁ କଷ୍ କରି ବାନ୍ଧି ଘରକୁ ଆସିଛନ୍ତି । ପାଦ୍ କଟ୍‌କଟ୍ ହୋଇଛି । କିନ୍ତୁ ସେ ନିଜେ ଖୋଲି ନାହାନ୍ତି କିମ୍ବା ଝିଅ ମୀନାକୁ ମଧ୍ୟ ଖୋଲିବାକୁ ଦେଇନାହାନ୍ତି ।

ତାଙ୍କର ଉଦ୍ଦେଶ୍ୟ ତାଙ୍କ ପତ୍ନୀ ହିଁ ଜୋତା ଖୋଲିବେ । ଜୋତା ଖୋଲିବା ନେଇ ପତ୍ନୀ ବୀଣାଦେବୀ ଓ ଝିଅ ମୀନା ସହିତ ବିମଳବାବୁଙ୍କର ବିବିଧ ଯୁକ୍ତି ଓ କଥା କଟାକଟି ଚାଲିଥିବା ବେଳେ ଘରକୁ ଆସିଛନ୍ତି ବନ୍ଧୁପତ୍ନୀ ସୁମିତ୍ରାଦେବୀ । ସେ ତାଙ୍କ ସ୍ଵାମୀ ହରେନ୍ଦ୍ରବାବୁଙ୍କୁ ଖୋଜୁଛନ୍ତି ବୋଲି କହିଛନ୍ତି । ଗାଡ଼ିଟା ତାଙ୍କୁ ନେଇ ଅଫିସରେ ଛାଡ଼ିଆସେ ପୁଣି ଯାଇ ନେଇଆସେ । ବାକି ସମୟତକ ଗାଡ଼ିଟା ତାଙ୍କ ଅଧିକାରରେ ରହେ । କାରଣ ବହୁ ସଭାସମିତିରେ ତାଙ୍କୁ ଯୋଗଦେବାକୁ ପଡ଼େ । ତେଣୁ ସେ ଗାଡ଼ି ଧରି ତାଙ୍କ ପତିଦେବଙ୍କୁ ଖୋଜିବାପାଇଁ ବାହାରିଛନ୍ତି । ଏହା କହି ସେ ଚାଲିଯାଇଛନ୍ତି କିନ୍ତୁ ଛାଡ଼ିଯାଇଛନ୍ତି ତାଙ୍କ ଭ୍ୟାନିଟି ବ୍ୟାଟିକୁ । ପତିଗତାପ୍ରାଣା ସୁମିତ୍ରାଦେବୀଙ୍କ ପତିଭକ୍ତିରେ ବିମୁଗ୍‌ଧ ବିମଳବାବୁ ନିଜକୁ ହରେନ୍ଦ୍ରବାବୁଙ୍କ ସହ ତୁଳନା କରି ହତାଶ ହୋଇପଡ଼ିଛନ୍ତି । ଘରଛାଡ଼ି ଚାଲିଯିବାକୁ ବାହାରିଛନ୍ତି ।

ଏହି ସମୟରେ ଆସିଛନ୍ତି ହରେନ୍ଦ୍ରବାବୁ । ସେ ମୀନାଠାରୁ ସବୁ ଶୁଣି ବିମଳବାବୁଙ୍କ ପାଦରେ ନୂଆ ଜୋତା ଓ ମୋଜା ଦେଖୁ ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ପୂର୍ବରୁ ବିମଳବାବୁଙ୍କୁ କହିଥିବା କଥାର ମର୍ମାର୍ଥ ବୁଝାଇଛନ୍ତି । ଗୋଡ଼ରୁ ଜୋତା ମୋଜା କାଢ଼ିଦେବାର ଅର୍ଥ ହେଲା ସେ କ୍ଲଟ୍‌କୁ ବାହାରିବାବେଳେ ତାଙ୍କ ସ୍ତ୍ରୀ ଜୋତା-ମୋଜା କାଢ଼ି ଲୁଚାଇ ଦିଅନ୍ତି । ଖାଲିପାଦରେ କ୍ଲବକୁ ବାହାରିଲେ ତାଙ୍କୁ ମାଡ଼ିବସି କୋଟ୍, କାମିଜ୍ ଓ ଗେଞ୍ଜି ଉତାରି ନେଇ ବାକ୍‌ସ ଭିତରେ ଲୋଚାକୋଚା କରି ରଖୁଦିଅନ୍ତି । ଆବଶ୍ୟକ ହେଲେ କାନ ମୋଡ଼ିଦେବା, ହାତମୋଡ଼ିଦେବା ପରି କର୍ମ କରିବାକୁ ମଧ୍ୟ ସେ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ ।

ରାଗିଗଲା ବେଳେ ସେ ଭୁଲିଯାଆନ୍ତି ଯେ ହରେନ୍ଦ୍ରବାବୁ ତାଙ୍କ ସ୍ବାମୀ ବୋଲି । ଏହା ସତ୍ୟ ହେଲେ ମଧ୍ୟ ହରେନ୍ଦ୍ରବାବୁ କାହା ଆଗରେ ଏକଥା ପ୍ରକାଶ କରନ୍ତି ନାହିଁ । ଏହି ସମୟରେ ଛାଡ଼ିଯାଇଥିବା ଭ୍ୟାନିଟି ବ୍ୟାଟା ନେବାକୁ ସେଠାରେ ଝଡ଼ ପରି ଉପସ୍ଥିତ ହୋଇଛନ୍ତି ସୁମିତ୍ରା ଦେବୀ । ହରେନ୍ଦ୍ରବାବୁଙ୍କୁ ଦେଖ୍ ଯଥାଶୀଘ୍ର ଘରକୁ ଯିବାପାଇଁ ଉଠିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଜିଟିଏ ଚେସ୍ ଖେଳିବା ନିମନ୍ତେ ହରେନ୍ଦ୍ରବାବୁଙ୍କ ଅନୁରୋଧକୁ ମଧ୍ଯ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ତାଙ୍କୁ ବୁଲାରୋଗ ଧରିଛି । ତେଣୁ ତାଙ୍କ ଅନୁପସ୍ଥିତିରେ ସେ ଚାଲି ଆସିଛନ୍ତି ।

BSE Odisha 9th Class Odia Solutions Chapter 19 ଦୂର ପାହାଡ଼

ମିଟିଙ୍ଗୁରୁ ଫେରି ତାଙ୍କୁ ଘରେ ନ ଦେଖ୍ ସେ ଖୋଜିବାକୁ ଆସିଛନ୍ତି । ସୁମିତ୍ରା ଦେବୀଙ୍କର ଏହି କଡ଼ା ନିର୍ଦ୍ଦେଶରେ ବାଧ୍ୟ ଶିଶୁଟି ପରି ଅସହାୟ ଚାହାଣିରେ ଥରେ ବିମଳବାବୁଙ୍କ ଆଡ଼େ ଚାହିଁ ହରେନ୍ଦ୍ରବାବୁ ପତ୍ନୀଙ୍କ ସହିତ ଚାଲିଯାଇଛନ୍ତି । ଏହି ବାସ୍ତବ ସତ୍ୟକୁ ବିମଳବାବୁଙ୍କ ହୃଦୟ ବିଶ୍ଵାସ କରିପାରି ନାହିଁ । ତେଣୁ ମୀନା ତା’ର ବାପାଙ୍କୁ କହିଛି ‘ ବାପା ! ଦୂର ପାହାଡ଼ ସୁନ୍ଦର ପରା !’’

ବିମଳବାବୁ ନିଜର ଭୁଲ ବୁଝିପାରି ପତ୍ନୀ ବୀଣାଦେବୀଙ୍କୁ ମନ ଜିଣିବାପାଇଁ ଦୀର୍ଘ ଦଶ/ବାର ବର୍ଷ ପରେ ଓଡ଼ିଆ ସିନେମା ଦେଖ୍ ଯିବାପାଇଁ ଲୁଗାପଟା ପିନ୍ଧି ଆସିବାକୁ ଅନୁରୋଧ କରି କଟ୍‌କଟ୍ କରୁଥିବା ପାଦରୁ ଜୋତା ଖୋଲିବାକୁ ଆରମ୍ଭ କରିଛନ୍ତି ।

ବିଷୟଗତ ଶବ୍ଦ ଓ ଅର୍ଥ :

ଗଳା ଫଟେଇ ଡାକିବା – ବଡ଼ପାଟିରେ ଡାକିବା ।
ଏ. ଡି. ଏମ୍. – Additional District Magistrate |
ନାଷ୍ଟି (Nasty) – ଖରାପ, ଦୁଃଖଦାୟକ ।
ପ୍ରୌଢ଼ – ବୃଦ୍ଧ ।
ସାଇକୋଲୋଜିଷ୍ଟ(Psychologist) – ମନୋବିଜ୍ଞାନୀ ।
ଇସିଓର (Insure) – ବୀମା କରିବା ।
ବୋନସ୍ (Bonus) – ବୀମା ପତ୍ରଧାରୀର ପ୍ରାପ୍ୟ ଲାଭ ।
ଅଜରାମରବତ୍ ପ୍ରାଜ୍ଞ ବିଦ୍ୟାମର୍ଥଞ୍ଚ ଚିନ୍ତୟେତ୍ – (ଅଜର + ଅମରବତ୍ ବିଦ୍ୟାମ୍ + ଅର୍ଥମ୍ + ଚ) ବିଜ୍ଞବ୍ୟକ୍ତିମାନେ ନିଜକୁ ଅଜର ଓ ଅମର ବୋଲି ମନେକରି ବିଦ୍ୟା ଓ ଧନ ଚିନ୍ତା କରିବା ଉଚିତ ।
Sceptre and crown tumble down – ଯେତେବଡ଼ ସ୍ଥାପତ୍ୟ ବା ହେବ ।
ପ୍ରିମିୟମ୍ (Premium) – ବୀମାର କିସ୍ତି ।
ମିଛେଇ – ମିଛ କହିବା ଅଭ୍ୟାସ ଯେଉଁ ସ୍ତ୍ରୀଲୋକର ।
ପାଇଟି – କାମ ।
ଗାଞ୍ଜଆ – ପଇସା ରଖୁବା ଥଳି ବା ମୁଣି ।
ଗୋଇ – କରିଥିବା କାମ /ଦୁର୍ବଳତା ।
ଅବ୍ଭି – ବର୍ତ୍ତମାନ ।
ଡିସ୍ପୋଜାଲ (Disposal) — ଅଧିକାର ।
ମର୍କଟାମି – ମାଙ୍କଡ଼ ପ୍ରବୃତ୍ତି ।
ଆବସେନ୍ସ (Absence) – ଅନୁପସ୍ଥିତି ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Odisha State Board BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ Textbook Exercise Questions and Answers.

BSE Odisha Class 9 Odia Solutions Chapter 16 ପତାକା ଉତ୍ତୋଳନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ରାୟବାହାଦୁର ଘରର ଝରକା କବାଟ ବନ୍ଦ କରିଦେଲେ କାହିଁକି ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଓଡ଼ିଆ କଥାସାହିତ୍ୟର ଅପ୍ରତିଦ୍ବନ୍ଦୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କର ଏକ ସ୍ମରଣୀୟ ସୃଷ୍ଟି । ବ୍ରିଟିଶ୍ ସରକାରଙ୍କ ଏକାନ୍ତ ଅନୁଗତ କେତେକ କର୍ମଚାରୀ କିପରି ଭାରତର ସ୍ଵାଧୀନତା ପ୍ରାପ୍ତିକୁ ବିରୋଧ କରୁଥିଲେ ତା’ର ଏକ ନଗ୍ନରୂପ ଗାଳ୍ପିକ ଏଠାରେ ଉପସ୍ଥାପନ କରିଛନ୍ତି । ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ତାଙ୍କର ଥିଲା ଅତିଶୟ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ଯାହାର ଦାନା ଖାଇ ସେ ମଣିଷ, ତାଙ୍କର ନିମକ୍‌ରାମି କରିବା ଅସମ୍ଭବ– ଏହା ଥିଲା ତାଙ୍କର ବିଚାରଧାରା । ସେହି ବ୍ରିଟିଶ୍ ସିଂହାସନ ପାଇଁ ସେ ନିଜ ଜ୍ୟେଷ୍ଠପୁତ୍ର ଅରୁଣକୁ ନିଜ ହାତରେ ଗୁଳି କରିଥିଲେ ।

ଭାରତବର୍ଷର ପବିତ୍ର ସ୍ଵାଧୀନତା ଦାବିକୁ ସେ ବିରୋଧ କରୁଥିଲେ । ତେଣୁ ସଦ୍ୟସ୍ଵାଧୀନ ଭାରତବର୍ଷ ଯେତେବେଳେ ସ୍ଵାଧୀନତା ପ୍ରାପ୍ତିର ମଙ୍ଗଳମୟ ମୁହୂର୍ତ୍ତକୁ ଶଙ୍ଖ, ଘଣ୍ଟା, ହୁଳହୁଳି ତଥା ତୋପର ମିଳିତଧ୍ଵନି ମଧ୍ୟରେ ‘ଜୟ ସ୍ବାଧୀନ ଭାରତ କୀ ଜୟ’ କହି ଉତ୍ସବ ପାଳନ କରୁଥିଲା, ସେତେବେଳେ ସେହି ଶବ୍ଦ ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତ ରାୟବାହାଦୁରଙ୍କ ପକ୍ଷେ ଅସହ୍ୟ ହୋଇ ଉଠିଥିଲା । ତେଣୁ ସେ ସେହି ଶବ୍ଦ ନ ଶୁଣିବାପାଇଁ ଘରର ଝରକା କବାଟ ବନ୍ଦ କରିଦେଇଥିଲେ ।

Question ୨।
ପଟୁଆରରେ ନେତୃତ୍ୱ କିଏ ନେଇଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅମ୍ଳାନ ସୃଷ୍ଟି । ଭାରତର ସ୍ବାଧୀନତାକୁ ବିରୋଧ କରି ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରୁଥିବା ଜଣେ ପୁଲିସ କର୍ମଚାରୀଙ୍କର ପୁତ୍ର ତଥା ନାତି ମଧ୍ଯ କିପରି ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ହୋଇଛନ୍ତି ତାହା ଏଠାର ଗାଳ୍ପିକ ଉପସ୍ଥାପନ କରିଛନ୍ତି ।

ପଟୁଆରର ନେତୃତ୍ୱ ନେଇଥିଲେ ରାୟବାହାଦୁରଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ର ଅରୁଣର ପୁତ୍ର ବିଜୟ । ରାୟବାହାଦୁର ସୋମନାଥ ମହାପାତ୍ର ବ୍ରିଟିଶ୍ ସିଂହାସନ ପ୍ରତି ଏକାନ୍ତ ଅନୁଗତ ଥିଲେ ମଧ୍ୟ ତାଙ୍କ ଜ୍ୟେଷ୍ଠପୁତ୍ର ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ ଥାନା ଘେରାଉ କରିବାକୁ ଆସିଥିବା ଜନତାର ନେତୃତ୍ୱ ନେଇ ପିତାଙ୍କ ଗୁଳିରେ ଜୀବନ ଦେଇଥିଲା । ସେହି ପରଲୋକଗତ ସ୍ଵାଧୀନତା ଆନ୍ଦୋଳନର କର୍ଣ୍ଣଧାର ହୋଇଛନ୍ତି ତାହା ଏଠାର ଗାଳ୍ପିକ ଉପସ୍ଥାପନ କରିଛନ୍ତି । ହାତରେ ବିରାଟ ଜାତୀୟ ପତାକା ଧରି ‘ଜୟ ସ୍ବାଧୀନ ଭାରତ କୀ ଜୟ’ କହି ପଟୁଆରର ଆଗରେ ଚାଲୁଥିଲା ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୩ ।
ସୋମନାଥ ଡ୍ରୟାରଚେଷ୍ଟର ଚାବି କାହାକୁ ଦେଇ ନଥୁଲେ କାହିଁକି ?
Answer:
ଅପ୍ରତିଦ୍ବହୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ‘ପତାକା ଉତ୍ତୋଳନ’ ଏକ ସାର୍ଥକ ସୃଷ୍ଟି । ଗଳ୍ପର ପୁରୋଧା ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଇଂରେଜମାନଙ୍କ ପ୍ରତି ଏକାନ୍ତ ଅନୁଗତ ଜଣେ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ ସେ ଗୃହସ୍ତରେ ନିଜ ପୁତ୍ର ସ୍ଵାଧୀନତା ସଂଗ୍ରାମୀ ଅରୁଣକୁ ଗୁଳି କରିଥିଲେ । ବିନିମୟରେ ସେ ବ୍ରିଟିଶ୍ ଶାସକଙ୍କଠାରୁ ଲାଭ କରିଥିଲେ ପଦୋନ୍ନତି, ଦରବାରରେ ସନନ୍ଦ, ମେଡ଼ାଲ ଓ ବହୁ ପ୍ରଶଂସାପତ୍ର । ସେସବୁକୁ ସେ ନିଜସ୍ବ ଡ୍ରୟାରଚେଷ୍ଟରେ ରଖୁଥିଲେ । କର୍ତ୍ତବ୍ୟର ନିର୍ମମ କଷାଘାତରେ ସେ ପୁତ୍ର ହତ୍ୟା କରିଥିଲେ ମଧ୍ୟ ତାଙ୍କ ପିତୃହୃଦୟର ଅନୁକୋଣରେ ବାତ୍ସଲ୍ୟ ମମତା ଗୁମୁରି ଗୁମୁରି କାନ୍ଦୁଥିଲା । ତେଣୁ ପୁତ୍ର ଅରୁଣର ଗୋଟିଏ ଫଟୋ ସେ ଅତିଯତ୍ନରେ ଭେଲ୍‌ଭେଟ୍‌ ବାକ୍‌ସରେ ଡ୍ରୟାରଚେଷ୍ଟ ଭିତରେ ଲୁଚାଇ ରଖୁଥିଲେ । ତେଣୁ ସେ ତା’ର ଚାବି କାହାକୁ ଦେଉ ନଥିଲେ ।

Question ୪।
୧୯୨୩ ସାଲରେ ସୋମନାଥଙ୍କୁ କାହିଁକି ସନନ୍ଦ ଦିଆଯାଇଥିଲା ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ମହାନ୍ ସୃଷ୍ଟି । ଗଳ୍ପର ପ୍ରମୁଖ ଚରିତ୍ର ହେଉଛନ୍ତି ରାୟବାହାଦୁର ସୋମନାଥ ମହାପାତ୍ର । ସେ ଥିଲେ ଇଂରେଜ ସରକାରଙ୍କର ଏକାନ୍ତ ଅନୁଗତ । ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ଇଂରେଜ ସରକାରଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ନିଜ ପୁତ୍ରକୁ ସେ ତାଜ୍ୟପୁତ୍ର କରିଥିଲେ । ଥାନା ଘେରାଉ କରିବାକୁ ଆସିଥିବା ବିରାଟ ଜନତାର ନେତୃତ୍ୱ ନେଇଥ‌ିବା ନିଜର ସେହି ପୁତ୍ର ଅରୁଣକୁ ନିଜ ଗୁଳିରେ ସେ ହତ୍ୟା କରିଥିଲେ । ଏହା ଥିଲା ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଇଂରେଜ ସିଂହାସନ ପ୍ରତି ଅତିଶୟ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ତେଣୁ ବ୍ରିଟିଶ ସରକାର ୧୯୨୩ ସାଲରେ ଦରବାର ଉପଲକ୍ଷ୍ୟରେ ତାଙ୍କୁ ସନନ୍ଦ ପ୍ରଦାନ କରିଥିଲେ ।

Question ୫।
‘’ସ୍ବାଧୀନତା ମନୁଷ୍ୟର ଜନ୍ମଗତ ଦାବି’’ – ଏକଥା କିଏ, କାହାକୁ ଓ କାହିଁକି କହିଥିଲେ ?
Answer:
ସ୍ବାଧୀନତା ମନୁଷ୍ୟର ଜନ୍ମଗତ ଦାବି – ଏହି ଶାଶ୍ୱତ ସତ୍ୟକୁ ଅପ୍ରତିଦ୍ଵନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତି ସ୍ବୀୟ ‘ପତାକା ଉତ୍ତୋଳନ’ ଗଳ୍ପ ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଗଳ୍ପରେ ଏହି ଉକ୍ତିଟି ପୁତ୍ର ଅରୁଣ ପିତା ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଉଦ୍ଦେଶ୍ୟରେ କହିଛନ୍ତି । ଜଣେ ସ୍ୱାଧନୀତା ସଂଗ୍ରାମୀ ବିଦେଶୀ ଶାସକଙ୍କ ଗୋଲାମଗିରି କରୁଥିବା ଦେଶଦ୍ରୋହୀକୁ ଏକଥା କହିଛନ୍ତି । ଅରୁଣ ଥିଲେ ଜଣେ ଦେଶଭକ୍ତ । ଭାରତର ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ ବ୍ରିଟିଶ୍ ସରକାରଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଅରୁଣଙ୍କ ଏହି କାର୍ଯ୍ୟକୁ ତାଙ୍କ ପିତା ସୋମନାଥ ମହାପାତ୍ର ବ୍ରିଟିଶ ସରକାରଙ୍କ ବିରୋଧରେ ଦ୍ରୋହାଚାର ତଥା ଅନ୍ୟାୟ ବୋଲି କହିଥିଲେ । ପ୍ରତ୍ୟୁତ୍ତରରେ ଅରୁଣ କହିଥିଲେ, ‘ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି । ତାହା ହେଉଛି ଭାରତର ପବିତ୍ରତମ ଦାବି ।’

Question ୬।
ଅରୁଣ ଘର ଛାଡ଼ିଲେ କାହିଁକି ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଏକ ସାର୍ଥକ ସୃଷ୍ଟି । ବ୍ରିଟିଶ୍ ସରକାରଙ୍କ ଏକାନ୍ତ ଅନୁଗତ ରାୟବାହାଦୁର ସୋମନାଥ ମହାପାତ୍ରଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅରୁଣ । ପିତା ସୋମନାଥ ବିଦେଶୀ ଶାସକଙ୍କ ଗୋଲାମଗିରି କରୁଥିବାବେଳେ ପୁତ୍ର ଅରୁଣ ଥିଲେ ଦେଶଭକ୍ତ । ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗଦେଇ ସେ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ଏହି କାର୍ଯ୍ୟକୁ ତାଙ୍କ ପିତା ବ୍ରିଟିଶ୍ ସରକାରଙ୍କ ବିରୋଧରେ ଏହା ଦ୍ରୋହାଚାର ତଥା ଅନ୍ୟାୟ ବୋଲି କହି ସେଥୁରୁ ନିବୃତ୍ତ ହେବାକୁ ଆଦେଶ ଦେଇଥିଲେ । ଅନ୍ୟାୟ ଅଦେଶକୁ ଅରୁଣ ପାଳନ ନ କରିବାରୁ ରାୟବାହାଦୁର ତାଙ୍କୁ ତ୍ୟଜ୍ୟପୁତ୍ର କରିଥିଲେ । ତେଣୁ ଅରୁଣ ଘର ଛାଡ଼ି ଦେଇଥିଲେ ।

Question ୭ ।
ପୁଲିସ ସାହେବ ରାୟବାହାଦୁରଙ୍କୁ କ’ଣ ହୁକୁମ ଦେଇଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଛଟି ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅନନ୍ୟ ପ୍ରତିଭାର ବଳିଷ୍ଠ ସ୍ବାକ୍ଷର ବହନ କରେ । ଗଳ୍ପର ପ୍ରମୁଖ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ଜଣେ ଅସ୍ଥାୟୀ ସବ୍‌ଇନ୍‌ସ୍ପେକ୍ଟର । ସେଦିନ ପୁଲିସ ସାହେବ ତାଙ୍କୁ ଆଦେଶ ଦେଇ କହିଲେ – “ ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତୁମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ସହରର ଥାନା, କଚେରୀ ଆକ୍ରମଣ କରିବାପାଇଁ । ସେମାନଙ୍କୁ ସାଫ୍ କରିବାର ଦାୟିତ୍ଵ ତୁମର ।’’ରାୟବାହାଦୁର ନାଟକୀୟ ଭଙ୍ଗୀରେ କୁଣ୍ଡିଶ୍ ଜଣାଇ ସାହେବଙ୍କ ଆଦେଶକୁ ସ୍ୱୀକାର କରିଥିଲେ ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୮ ।
କର୍ତ୍ତବ୍ୟର ନିଷ୍ଠା ନିମନ୍ତେ ବ୍ରିଟିଶ୍ ସରକାର କ’ଣ ପ୍ରଦାନ କରିଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅମ୍ଳାନ ସୃଷ୍ଟି । ଗଳ୍ପର ମୁଖ୍ୟ ଚରିତ୍ର ରାୟବାହାଦୁର ସୋମନାଥ ମହାପାତ୍ର ଥିଲେ ବ୍ରିଟିଶ ସରକାରଙ୍କର ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ୍ ସିଂହାସନ ପ୍ରତି ତାଙ୍କର ଅତିଶୟ କର୍ତ୍ତବ୍ୟନିଷ୍ଠା ଓ ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ ସେ ନିଜ ପୁତ୍ରକୁ ନିଜ ପିସ୍ତଲରୁ ଗୁଳି କରିଥିଲେ । ଏହି କର୍ତ୍ତବ୍ୟନିଷ୍ଠା ନିମନ୍ତେ ତାଙ୍କର ପଦୋନ୍ନତି ହୋଇଛି, ଘରକୁ ଅର୍ଥ, ପ୍ରତିପରି ଓ ମର୍ଯ୍ୟାଦା ଆସିଛି ।

ଦରବାରରେ ତାଙ୍କୁ ବ୍ରିଟିଶ୍ ସରକାର ୧୯୨୩ ସାଲରେ ସନନ୍ଦ ପ୍ରଦାନ କରିଛନ୍ତି । ପୁରସ୍କାରସ୍ୱରୂପ ସେ ଲାଭ କରିଛନ୍ତି ସେହିପରି ଅନେକ ସନନ୍ଦପତ୍ର ଓ ମେଡ଼ାଲ, ଯାହା ତାଙ୍କ ଜୀବନର ବିଜୟୋଜ୍ଜ୍ବଳ ସ୍ମାରକରାଜି । ସେ ମଧ୍ୟ ସୋମନାଥ ମହାପାତ୍ରରୁ ହୋଇଛନ୍ତି ରାୟବାହାଦୁର ସୋମନାଥ ମହାପାତ୍ର, ଆଇ. ପି. (ରିଟାୟାର୍ଡ), ସି. ବି. ଇ., ଓ. ବି. ଇ., କେ. ସି. ଆଇ. ଇ. ।

Question ୯ ।
ଇନ୍ସପେକ୍ଟର ହେବା ଦିନର ଘଟଣା! ବର୍ଣ୍ଣନ କର ।
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ସୁରେନ୍ଦ୍ର ମହାନ୍ତିଙ୍କର ଏକ ମହନୀୟ ସୃଷ୍ଟି ।
ଗଳ୍ପର କେନ୍ଦ୍ର ଚରିତ୍ର ସୋମନାଥ ମହାପାତ୍ର ଥିଲେ ଜଣେ ଅସ୍ଥାୟୀ ପୁଲିସ ଇନ୍‌ସ୍ପେକ୍ଟର । ସେଦିନ ସହରର ଥାନା, କର। ଆକ୍ରମଣ କରିବାକୁ ଆସୁଥିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ୱ ତାଙ୍କୁ ଦେଇଥିଲେ ପୁଲିସ ସାହେବ । ଥାନା ସମ୍ମୁଖରେ ବିରାଟ ନିରସ୍ତ୍ର ଜନତା । ଆଗରେ ସଶସ୍ତ୍ର ପୁଲିସ ବାହିନୀ । ଜନତାକୁ ଘଉଡ଼ାଇବାକୁ ଅସମର୍ଥ ହୋଇ ସୋମନାଥ ଲାଠିଚାର୍ଜର ହୁକୁମ ଦେଇଛନ୍ତି । ଏହି ସମୟରେ ତାଙ୍କ ପୁତ୍ର ଅରୁଣ ‘ବନ୍ଦେ ମାତରମ୍’ ଧ୍ଵନି ଦେଇ ଜନ୍‌ ଭିତରୁ ସମ୍ମୁଖକୁ ଆସି ‘‘ଲାଠିଚାର୍ଡ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ ?? ବୋଲି ଚିତ୍କାର କରିଉଠିଛି ।

ଶତସିଂହର ଗର୍ଜନ କରି ଜନତା ମାଡ଼ିଆସିଛି । କେତେଜଣ ଫ୍ଲାର୍‌ଷ୍ଟାଫ୍ ଭାଙ୍ଗି ୟୁନିୟନ୍ ଜାକ୍‌କୁ ଚିରି ଦେଇଛନ୍ତି, ଯାହା ସୋମନାଥଙ୍କ ପକ୍ଷେ ଅସହ୍ୟ ହୋଇଉଠିଛି । ତାଙ୍କ ପିସ୍ତଲ ଉପରକୁ ଉଠିଛି । ସମ୍ମୁଖରେ ପୁତ୍ର ତଥା ବିରାଟ ଜନତାର ନେତୃତ୍ଵ ନେଉଥ‌ିବା ଅରୁଣ l ସୋମନାଥଙ୍କ ହାତର ପିସ୍ତଲ ଫୁଟିଛି । ଟଳିପଡ଼ିଛି ଅରୁଣର ରକ୍ତାକ୍ତ ଶବ । ବ୍ରିଟିଶ୍ ସିଂହାସନ ପ୍ରତି ଅତୁଳନୀୟ ଅନୁରକ୍ତି ପ୍ରଦର୍ଶନ କରି ସେ ହୋଇଛନ୍ତି ଇନ୍‌ସ୍ପେକ୍ଟର ।

Question ୧୦ ।
ହେମମାଳା କେଉଁ ପରିସ୍ଥିତିରେ ଶଙ୍ଖଧ୍ବନି କଲେ ?
Answer:
ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତିଙ୍କଦ୍ଵାରା ପ୍ରଣୀତ ‘ପତାକା ଉତ୍ତୋଳନ’ ଶୀର୍ଷକ ଗଳ୍ପ ଏକ ସାର୍ଥକ ଗଳ୍ପ । ୧୯୪୭ ମସିହା ଅଗଷ୍ଟ ୧୪ ତାରିଖ ରାତି ୧୨ଟା । ଭାରତବର୍ଷର ଚିର ଆକାଙ୍‌କ୍ଷିତ ମଙ୍ଗଳମୟ ମୁହୂର୍ତ୍ତ । ସ୍ଵାଧୀନତା ଶଙ୍ଖ, ଘଣ୍ଟା, ହୁଳହୁଳି ତଥା ତୋପର ଧ୍ଵନି ମଧ୍ୟରେ ରାତିର ଶାନ୍ତ ନୀରବ ମୁହୂର୍ତ୍ତକୁ ‘ଜୟ ସ୍ବାଧୀନ ଭାରତ କୀ ଜୟ’ ଧ୍ଵନିରେ ମୁଖରିତ ତଥା ଚଳଚଞ୍ଚଳ କରି ଦେଇଥିଲା । ସେତେବେଳେ ହେମମାଳା ଦୋତାଲା ବାରଣ୍ଡାରେ ଗୋଟିଏ ତ୍ରିରଙ୍ଗା ପତାକା ଉଡ଼ାଇ ତା’ର ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଥିଲେ ।

Question ୧୧ ।
ସେ ଦର୍ପର ସହିତ କ’ଣ କହିଥିଲେ ?
Answer:
‘ପତାକା ଉତ୍ତୋଳନ’ ଗଛଟି ଗାଳ୍ପିକ ସୁରେନ୍ଦ୍ର ମହାନ୍ତିଙ୍କ ଏକ ଅମ୍ଳାନ ସୃଷ୍ଟି । ସ୍ଵାଧୀନତା ପ୍ରାପ୍ତିର ଶୁଭ ମୁହୂର୍ତ୍ତରେ ହେମମାଳା ଦୋତାଲା ବାରଣ୍ଡାରେ ତ୍ରିରଙ୍ଗା ଉଡ଼ାଇ ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଛନ୍ତି । ସେ ଶଙ୍ଖଧ୍ୱନି ଶୁଣି ରାୟବାହାଦୁର ପାଗଳ ପରି ଧାଇଁ ଆସି ତାଙ୍କ ହାତରୁ ଶଙ୍ଖ ଛଡ଼େଇ ନେଇଛନ୍ତି । ତ୍ରିରଙ୍ଗା ପତାକାକୁ କାଢ଼ି ଫିଙ୍ଗିଦେଇ କହିଛନ୍ତି – ‘ଯେଉଁ ୟୁନିୟନ୍ ଜାକ୍ ପାଇଁ ଅରୁକୁ ଖୁନ୍ କରିଛି, େ ପତାକାର ପତନ ଅସମ୍ଭବ ।’’ ଏହା ଶୁଣି ହେମମାଳା ଦର୍ପର ସହିତ କହିଛନ୍ତି– ‘‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ ।’’ ଏହା ଥିଲା ସ୍ଵାଧୀନତା ସଂଗ୍ରାମରେ ପୁତ୍ର ହରାଇଥିବା ଏକ ମାତାର ଅତ୍ମସନ୍ତୋଷଭରା ଦୃପ୍ତବାଣୀ ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୧୨ ।
ସୋମନାଥ କାହିଁକି ରାତି ଅନିଦ୍ରା ରହିଥୁଲେ ?
Answer:
‘ପତାକା ଉତ୍ତୋଳନ’ ଶୀର୍ଷକ ଗଳ୍ପରେ ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅମ୍ଳାନ ପ୍ରତିଭାର ସ୍ବାକ୍ଷର ନିହିତ । ସ୍ଵାଧୀନତା ପ୍ରାପ୍ତିର ଶୁଭ ସମୟକୁ ସ୍ବାଗତ କରିବାପାଇଁ ହେମମାଳା ବାରଣ୍ଡାରେ ତ୍ରିରଙ୍ଗା ଉଡ଼ାଇ, ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରିଛନ୍ତି । ଶଙ୍ଖଧ୍ୱନି ଶୁଣି ରାୟବାହାଦୁର ପାଗଳ ପ୍ରାୟ ଧାଇଁ ଆସି ହେମମାଳାଙ୍କ ହାତରୁ ଶଙ୍ଖ ଛଡ଼ାଇ ନେଇଛନ୍ତି । ଯେଉଁ ୟୁନିୟନ୍ ଜାକ୍ ପାଇଁ ସେ ପୁତ୍ର ଅରୁଣକୁ ହତ୍ୟା କରିଛନ୍ତି, ସେ ପତାକାର ପତନ ଅସମ୍ଭବ କହି ତ୍ରିରଙ୍ଗାକୁ କାଢ଼ି ଫିଙ୍ଗି ଦେଇଛନ୍ତି । ଘର ଭିତରୁ ଅନେକ ଦିନର ସାଇତା ସିଲ୍‌କର ୟୁନିୟନ୍ ଜାକ୍‌କୁ ଆଣି ତ୍ରିରଙ୍ଗା ସ୍ଥାନରେ ଉଡ଼ାଇଛନ୍ତି ଏବଂ ସାରାରାତି ଚେଇଁ ବସିଛନ୍ତି ସେହି ପତାକା ପାଖରେ ସତର୍କ ପ୍ରହରୀଟି ପରି ।

Question ୧୩ ।
ବିଜୟ ଜେଜେଙ୍କ ଉପରେ ଉତ୍‌କ୍ଷିପ୍ତ ହେବାର କାରଣ କ’ଣ ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ସୁରେନ୍ଦ୍ର ମହାନ୍ତିଙ୍କର ଏକ ସାର୍ଥକ ସୃଷ୍ଟି ।
ସ୍ଵାଧୀନତା ପ୍ରାପ୍ତି ଉତ୍ସବକୁ ପାଳନ କରୁଥିବା ବିରାଟ ପଟୁଆରର ନେତୃତ୍ୱ ନେଇଥିଲା ରାୟବାହାଦୁରଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ରର ପୁତ୍ର ବିଜୟ । ସାରା ରାତି ଉତ୍ସବରେ ମାତି ଘରକୁ ଫେରି ଦେଖିଛି ତା’ର ଜେଜେ ବୋତାଲା ବାରଣ୍ଡାରେ ୟୁନିୟନ୍ ଜାକ୍ ଉଡ଼ାଇ ସତର୍କ ପ୍ରହରୀ ପରି ଜଗି ବସିଛନ୍ତି । ସ୍ତସ୍ଥିତ ବିଜୟ ମୁହୂର୍ତ୍ତକର ଜଡ଼ତା କଟିଯିବା ପରେ ସ୍ବାଧୀନତାର ପବିତ୍ର ଦିବସରେ ଉଡ଼ୁଥ‌ିବା ୟୁନିୟନ୍ ଜାକ୍ ସମ୍ପର୍କରେ ଜେଜେଙ୍କୁ ପ୍ରଶ୍ନ କରିଛି ।

କିନ୍ତୁ ରାୟବାହାଦୁର ‘ଦୁନିଆ ନିମକ୍‌ରାମ ହେଲେ ମଧ୍ୟ ସେ ହୋଇପାରିବେ ନାହିଁ ’ ବୋଲି ଉତ୍ତର ଦେଇଛନ୍ତି । ‘ସ୍ଵାଧୀନ ଭାରତବର୍ଷରେ ଇଂରେଜ ପତାକା ୟୁନିୟନ୍ ଜାକ୍ ଉଡ଼ିପାରିବ ନାହିଁ ବୋଲି କହି ବିଜୟ ପତାକାକୁ ଝାମ୍ପି ଉଠାଇ ନେଇଛି । ରାୟବାହାଦୁର ଅସ୍ବାଭାବିକ ଭାବେ ହିଂସ୍ର ହୋଇଉଠି ବିଜୟଠାରୁ ୟୁନିୟନ ଜାକ୍‌କୁ ଛଡ଼ାଇବାକୁ ଚେଷ୍ଟା କରିବାରୁ ବିଜୟ ଉତ୍‌କ୍ଷିପ୍ତ ହୋଇ ଜେଜେଙ୍କୁ ଠେଲିଦେଇଛି ।

Question ୧୪ ।
‘‘ବ୍ରିଟିଶ୍ ଗୋଲମ ପାଇଁ ସ୍ଥାନ ଏଠି ନାହିଁ? ‘ – କେଉଁ ପରିସ୍ଥିତିରେ ବିଜୟ ଏକଥା କହିଥିଲା ?
Answer:
‘ପତାକା ଉତ୍ତୋଳନ’ ଗଳ୍ପଟି ବିଶିଷ୍ଟ କଥାକାର ସୁରେନ୍ଦ୍ର ମହାନ୍ତିଙ୍କର ଏକ ଅନବଦ୍ୟ ସୃଷ୍ଟି ।
ରାତିସାରା ସ୍ଵାଧୀନତା ଉତ୍ସବରେ ମାତି ବିଜୟ ଘରକୁ ଫେରି ଦେଖୁଛି ତା’ର ଜେଜେ ଘର ଭିତରେ ୟୁନିୟନ୍ ଜାକ୍ ଉତ୍ତୋଳନ କରି ସତର୍କ, ପ୍ରହରୀ ପରି ଜଗି ବସିଛନ୍ତି । ବିସ୍ମିତ ବିଜୟ ‘ପବିତ୍ର ସ୍ଵାଧୀନତା ଦିବସରେ ଘର ମଧ୍ଯରେ ଇଂରେଜ ଜାତୀୟ ପତାକା କାହିଁକି’ ବୋଲି ଜେଜେଙ୍କୁ ପ୍ରଶ୍ନ କରିଛି । କିନ୍ତୁ ‘ଦୁନିଆଁ ନିମକ୍‌ରାମ ହେଲେ ମଧ୍ୟ ସେ ହୋଇପାରିବେ ନାହିଁ । ସେ ଘର ତାଙ୍କର, ସେ ବଞ୍ଚିଥିବା ଯାଏଁ ୟୁନିୟନ୍ ଜାକ୍ ନିଶ୍ଚୟ ଉଡ଼ିବ’ ବୋଲି ରାୟବାହାଦୁର ଉତ୍ତର ଦେଇଛନ୍ତି । ତେଣୁ ନାତି ବିଜୟ ଉତ୍‌କ୍ଷିପ୍ତ ହୋଇ ୟୁନିୟନ୍ ଜାକ୍‌କୁ ଝାମ୍ପି ଉଠାଇ ନେଇ କହିଛି – ‘ ଏ ଦେଶ ଆମର । ବ୍ରିଟିଶ୍ ଗୋଲମ ପାଇଁ ସ୍ଥାନ ଏଠି ନାହିଁ ।’

Question ୧୫ ।
‘‘ମୁଁ ଏଥର ଶାନ୍ତିରେ ମରିପାରିବି –” ଏକଥା କିଏ କାହିଁକି କହିଥିଲେ ?
Answer:
ଅପ୍ରତିଦ୍ବନ୍ଦୀ କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଅମ୍ଳାନ ପ୍ରତିଭାର ବଳିଷ୍ଠ ସ୍ବାକ୍ଷର ବହନ କରେ ‘ପତାକା ଉତ୍ତୋଳନ’ ଗଳ୍ପ । ‘ମୁଁ ଏଥର ଶାର୍ତ୍ତିରେ ମରିପାରିବି’ – ଏକଥା ରାୟବାହାଦୁର ସୋମନାଥ ମହାପାତ୍ର ତାଙ୍କ ନାତି ବିଜୟକୁ କହିଛନ୍ତି । ସୋମନାଥ ମହାପାତ୍ର ଥିଲେ ଇଂରେଜ ସରକାରଙ୍କର ଏକାନ୍ତ ଅନୁଗତ ପୁଲିସ କର୍ମଚାରୀ । ବ୍ରିଟିଶ ସିଂହାସନ ପ୍ରତି ‘ ଅନୁରକ୍ତି ପ୍ରଦର୍ଶନ କରିବାକୁ ଯାଇ କର୍ତ୍ତବ୍ୟର ନିର୍ମମ ତାଡ଼ନାରେ ସେ ପୁତ୍ରହତ୍ୟା ମଧ୍ୟ କରିଥିଲେ । ସ୍ଵାଧୀନତା ପ୍ରାପ୍ତିର ଶୁଭମୁହୂର୍ତ୍ତରେ ପତ୍ନୀ ହେମମାଳା ବାରଣ୍ଡାରେ ତ୍ରିରଙ୍ଗା ଉତ୍ତୋଳନ କରି ପ୍ରଦୀପ ଜାଳି ଶଙ୍ଖଧ୍ବନି କରୁଥିବା ଦେଖୁ ସେ ପାଗଳ ପ୍ରାୟ ହୋଇ ତ୍ରିରଙ୍ଗାକୁ ଫିଙ୍ଗି ଦେଇ ୟୁନିୟନ୍ ଜାକ୍ ଉଡ଼ାଇଥିଲେ ଏବଂ ତାକୁ ସାରାରାତି ସତର୍କ ପ୍ରହରୀ ପରି ଜଗି ବସିଥିଲେ ।

ନାତି ବିଜୟ ସାରାରାତି ଉତ୍ସବରେ ମାତି ସକାଳୁ ୟୁନିୟନ୍ ଜାକ୍ ତଳେ ଜେଜେଙ୍କୁ ଦେଖ୍ ସ୍ବାଧୀନ ଭାରତରେ ୟୁନିୟନ୍ ଜାକ୍ ଉଡ଼ିପାରିବ ନାହିଁ ବୋଲି ପ୍ରତିବାଦ କରିଥିଲା । କିନ୍ତୁ ସେ ଘର ତାଙ୍କର, ସେ ବଞ୍ଚୁଥିବା ଯାଏ ୟୁନିୟନ୍ ଜାକ୍ ନିଶ୍ଚିତ ଉଡ଼ିବ ବୋଲି ସୋମନାଥ ପ୍ରତ୍ୟୁତ୍ତର ଦେଇଥିଲେ । ବିଜୟ ଉତ୍‌କ୍ଷିପ୍ତ ହୋଇ ପତାକା ଝାମ୍ପିନେବାରୁ ରାୟବାହାଦୁର ଅସ୍ଵାଭାବିକ ଭାବେ ହିଂସ୍ର ହୋଇଉଠି ବିଜୟଠାରୁ ୟୁନିୟନ୍ ଜାକ୍‌କୁ ଛଡ଼େଇବାକୁ ଚେଷ୍ଟା କରିଥିଲେ । ଫଳରେ ବିଜୟ ତାଙ୍କୁ ଠେଲି ଦେବାରୁ ସେ ଶିଡ଼ିରେ ଗଡ଼ଗଡ଼ି ଯାଇ ତଳ ମହଲା ଚଟାଣରେ ପଡ଼ିଥିଲେ । ମୁଣ୍ଡ ଓ କାନ ଫାଟିଯାଇ ରକ୍ତଧାର ଛୁଟିଥିଲା । ସେ ଜାଣିପାରିଲେ ତାଙ୍କ ମୃତ୍ୟୁ ଆସନ୍ନ । ବଞ୍ଚିଥ‌ିବା ପର୍ଯ୍ୟନ୍ତ ସେ ୟୁନିୟନ୍ ଉଡ଼ାଇଛନ୍ତି । ନିମହାରାମ ହୋଇନାହାନ୍ତି । ତେଣୁ ବିଜୁକୁ ସେ କହିଥିଲେ – ‘ମୁଁ ଏଥର ଶାନ୍ତିରେ ମରିପାରିବି ।’

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

Question ୧୬ ।
ଗପଟିର ନାମ ‘ପତାତା ଉତ୍ତୋଳନ’ ରଖାଯାଇଛି କାହିଁକି ?
Answer:
ପ୍ରସିଦ୍ଧ କଥାକାର ସୁରେନ୍ଦ୍ର ମହାନ୍ତି ପତାକା ଉତ୍ତୋଳନକୁ କେନ୍ଦ୍ରକରି ‘ପତାକା ଉତ୍ତୋଳନ’ ଗଳ୍ପର ଭାବଧାରା
ପୁଲିସ ସାହେବଙ୍କ ନିର୍ଦ୍ଦେଶରେ ସେଦିନର ଅସ୍ଥାୟୀ ସବ୍‌ଇନ୍ସପେକ୍ଟର ସୋମନାଥ ମହାପାତ୍ର ଥାନା ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ୱ ନେଇଛନ୍ତି । ଜନତା ଯେତେବେଳେ ଉତ୍‌କ୍ଷିପ୍ତ ହୋଇ ଥାନାର ଫ୍ଲାଗ୍ୟାଷ୍ଟାକୁ ଭାଙ୍ଗି ଉଡୁଥ‌ିବା ୟୁନିୟନ୍ ଜାକ୍‌କୁ ଚିରିଦେଇଛନ୍ତି ସେତେବେଳେ ସେମନାଥଙ୍କ ହାତର ପିସ୍ତଲ ପୁତ୍ରହତ୍ୟା କରିବାକୁ ପଶ୍ଚାତ୍‌ପଦ ହୋଇନାହିଁ । ସ୍ଵାଧୀନତା ପ୍ରାପ୍ତିର ଶୁଭ ସମୟକୁ ସ୍ବାଗତ ଜଣାଇ ହେମମାଳା ଯେତେବେଳେ ତ୍ରିରଙ୍ଗା ଉଡ଼ାଇ ଶଙ୍ଖଧ୍ବନି କରିଛନ୍ତି, ସେତେବେଳେ ରାୟବାହାଦୁର ତ୍ରିରଙ୍ଗାକୁ ଫିଙ୍ଗିଦେଇ ୟୁନିୟନ୍ ଜାକ୍ ଉଡ଼ାଇଛନ୍ତି ।

ନାତି ବିଜୟ ୟୁନିୟନ୍ ଜାକ୍ ଉଡ଼ିବାକୁ ପ୍ରତିବାଦ କରି ଝାମ୍ପିନେବାରୁ ରାୟବାହାଦୁର ନାତିଠାରୁ ପତାକାକୁ ଛଡ଼େଇବା ପାଇଁ ଚେଷ୍ଟାକରିଛନ୍ତି । ସେହି ପତାକା ଯୋଗୁଁ ସେ ନାତିଠାରୁ ଆଘାତ ପାଇ ସବୁଦିନ ପାଇଁ ଆଖୁ ବୁଜିଛନ୍ତି । ପତାକା ଉତ୍ତୋଳନକୁ ଭିଭିକରି ଗଳ୍ପର ମୁଖ୍ୟସ୍ରୋତ ପ୍ରବାହିତ ହୋଇଥିବାରୁ

ତୁମପାଇଁ କାମ

୧୭ । ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ୟାନ୍ୟ ସୃଷ୍ଟି ସଂଗ୍ରହ କରି ପଢ଼ ।
୧୮ । ଏହାକୁ ସାହିତ୍ୟ ଶିକ୍ଷକଙ୍କ ସହାୟତାରେ ଶ୍ରେଣୀରେ ଅଭିନୟ କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ସୋମନାଥଙ୍କୁ କାହିଁ କି ସନନ୍ଦ ପ୍ରଦାନ କରାଯାଇଥିଲା ?
Answer:
ସୋମନାଥଙ୍କୁ ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତି ପାଇଁ ସନନ୍ଦ ପ୍ରଦାନ କରାଯାଇଥିଲା ।

2. ଅରୁଣ ଘର ଛାଡ଼ିଲେ କାହିଁକି ?
Answer:
ଅରୁଣ ତ୍ୟଜ୍ୟପୁତ୍ର ହୋଇଥିବାରୁ ଘର ଛାଡ଼ିଲେ ।

3. ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏ ନାହିଁ ?
Answer:
ଝରକା କବାଟ ବନ୍ଦ କରି କୋଳାହଳକୁ ରୁଦ୍ଧ କରିହୁଏ ନାହିଁ ।

4, ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ?’– ଏକଥା କିଏ କହିଥିଲେ ?
Answer:
ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ’– ଏକଥା ବିଜୟ କହିଥିଲେ ।

5. ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ କାହାର ଛାଇ ନିଦ ଭାଙ୍ଗିଗଲା ?
Answer:
ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ ରାୟବାହାଦୁରଙ୍କର ଛାଇ ନିଦ ଭାଙ୍ଗିଗଲା ।

6. ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
Answer:
ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ ସ୍ବାଧୀନ ଭାରତର ତ୍ରିରଙ୍ଗା ଧରିଥିଲା ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

7. କାହା କଣ୍ଠର ହିଁ ହିଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
Answer:
ଝିଙ୍କାରିର କଣ୍ଠର ଓଁ ଓଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ।

8. ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ବ ପୋଲିସ୍ ସାହେବ କାହାକୁ ଦେଇଥିଲେ ?
Answer:
ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ବ ପୋଲିସ ସାହେବ ରାୟବାହାଦୁରଙ୍କୁ ଦେଇଥିଲେ ।

9. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
Answer:
ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ ରାୟବାହାଦୁର ଉପାଧ୍ ପାଇଥିଲେ ।

10. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କାହାର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?
Answer:
ରାତ୍ରିର ଶାନ୍ତ ନୀରବ ମୁହୂର୍ଣ ସ୍ଵାଧୀନ ଭାରତର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. କେଉଁ ଶବ୍ଦ ବନ୍ଧୁକର ଗୁଳି ପରି ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ ଅସ୍ଥିକୁ ଚୂର୍ଣ କରିଦେଉଥ୍‌ଲା ?
Answer:
ଜୟଧ୍ବନିର ଶବ୍ଦ

2. ଜୟଧ୍ଵନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
Answer:
ସ୍ଵାଧୀନ ଭାରତର ତ୍ରିରଙ୍ଗା

3. ପଟୁଆରର ଅଗ୍ରଣୀ କିଏ ଥିଲେ ?
Answer:
ନାତି ବିଜୟ

4. ରାୟବାହାଦୁର ତକିଆ ତଳୁ କ’ଣ ବାହାର କଲେ ?
Answer:
ଚାବିଲେଛା

5. ରାୟବାହାଦୁର ଡ୍ରୟାର ଭିତରୁ କ’ଣ ବାହାର କଲେ ?
Answer:
ଅରୁଣର ଫଟୋଗ୍ରାଫ୍

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

6. କାହା କଣ୍ଠର ଝି ଝି ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
Answer:
ଝିଙ୍କାରିର

7. ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ’ଣ ?
Answer:
ଅପର୍ଣ୍ଣା

8. ସହରର ଥାନା କଚେରି ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ଵ ପୋଲିସ୍ ସାହେବ କାହାକୁ ଦେଇଥିଲେ ?
Answer:
ରାୟବାହାଦୁରଙ୍କୁ

୨. ବନ୍ଧୁକର କେଉଁ ସ୍ଥାନରେ ଖରା ପଡ଼ି ଚକ୍ ଚକ୍ କରୁଥାଏ ?
Answer:
ବାୟୋନେଟ୍‌ରେ

10. ଜନତା କ’ଣ କହି କୁହାଟୁଥାଏ ?
Answer:
ବନ୍ଦେ ମାତରମ୍

11. ‘ପତାକା ଉତ୍ତୋଳନ’ ଗଳ୍ପର ରଚୟିତା କିଏ ?
Answer:
ସୁରେନ୍ଦ୍ର ମହାନ୍ତି

12. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
Answer:
ରାୟବାହାଦୁର

13. ରାତି କେତେଟା ପାଖାପାଖୁ ରାୟବାହାଦୂରଙ୍କ ଛାଇନିଦ ଭାଙ୍ଗିଗଲା ?
Answer:
ବାରଟା

14. ରାତ୍ରିର ଶାନ୍ତ ନୀରବ ମୁହୂର୍ଣ କାହାର ଜୟଧ୍ୱନିରେ କ୍ଷୁବ୍ଧ ଓ ଚଞ୍ଚଳ ହୋଇଉଠିଲା ?
Answer:
ସ୍ଵାଧୀନ ଭାରତର ଜୟଧ୍ବନିରେ

15. ସୋମନାଥଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା ?
Answer:
ବ୍ରିଟିଶ୍ ସିଂହାସନ ପ୍ରତି ଅନୁରକ୍ତି ପାଇଁ

C ଶୂନ୍ୟସ୍ଥାନ ପୂରଣ କର ।
1. ଶ୍ରୀରାମଚନ୍ଦ୍ର ____________________ ରେ ଦେବୀ ଆରାଧନା କରିଥିଲେ ।
Answer:
କମଳନୟନର ନୀଳୋପ୍ଳରେ

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

2. ଜନତାର କୁହାଟରେ ସତେ ଯେପରି ___________________ ଗର୍ଜନ କରିଉଠିଲା ।
Answer:
ଶତସିଂହ

3. ସୋମନାଥଙ୍କ ହାତର ପିସ୍ତଲ ଫୁଟିବା ପରେ ________________ ର ରକ୍ତାକ୍ତ ଶବ ତଳେ ଖସିପଡ଼ିଲା ।
Answer:
ଅରୁଣ

4. ଘର ଭିତରେ ______________ କିଛି
ଚମକି ଉଠିଲେ ।
Answer:
ଶଙ୍ଖଧ୍ବନି

5. ___________________ ଶଙ୍ଖଧ୍ବନି କରୁଥିଲେ ।
Answer:
ହେମମାଳା

6. ‘ମୋ ଅରୁ ଫେରିଆସିଛି ମୋ କୋଳକୁ’– ଏ କଥା ________________ କହିଥିଲେ ।
Answer:
ହେମମାଳା

7. ବ୍ରିଟିଶ୍ ଶାସକଙ୍କ ଜାତୀୟ ପତାକାର ନାମ ____________________ ।
Answer:
ୟୁନିୟନ୍ ଜାକ୍

8. ଭାରତର ଜାତୀୟ ପତାକାର ନାମ _________________ ।
Answer:
ତ୍ରିରଙ୍ଗା ପତାକା

୨. ‘ଯେଉଁ ୟୁନିୟନ୍ ଜାକ୍ ପାଇଁ ଅରୁକୁ ଖୁନ୍ କରିଛି ସେ ପତାକାର ପତନ ଅସମ୍ଭବ’’– ଏ କଥା _________________ କହିଥିଲେ ।
Answer:
ରାୟବାହାଦୁର

10. ରାୟବାହାଦୁର ତ୍ରିରଙ୍ଗା ପତାକା ସ୍ଥାନରେ __________________ ପତାକା ଉଡ଼ାଇଥିଲେ ।
Answer:
ୟୁନିୟନ୍ ଜାକ୍

11. _____________________ ସତର୍କପ୍ରହରୀ ପରି ୟୁନିୟନ୍ ଜାକ୍ ପାଖରେ ରାତିସୀରା ଚେଇଁ ବସିଥିଲେ ।
Answer:
ରାୟବାହାଦୁର

12. ରାତି ସାରା ______________ ଉତ୍ସବରେ ମାତି ଘରକୁ ଫେରିଥିଲେ ବିଜୟ ।
Answer:
ସ୍ଵାଧୀନତା

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

13. ବିଜୟ ___________________ ଙ୍କୁ ଠେଲି ଦେଇଥିଲେ ।
Answer:
ତାଙ୍କ ଜେଜେ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ଶବ୍ଦ ବନ୍ଧୁକର ଗୁଳି ପରି ରାୟବାହାଦୁରଙ୍କର ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥିକୁ ଚୂର୍ଣ କରିଦେଉଥ୍ଲା ?
(A) ବନ୍ଧୁକ ଫୁଟିବା ଶବ୍ଦ
(B) ଜୟଧ୍ବନିର ଶବ୍ଦ
(C) ଗଣ୍ଡଗୋଳର ଶବ୍ଦ
(D) କୋଳାହଳର ଶବ୍ଦ
Answer:
(B) ଜୟଧ୍ବନିର ଶବ୍ଦ

2. ଜୟଧ୍ବନି କରି ଚାଲିଥିବା ବିରାଟ ପଟୁଆର ହାତରେ କ’ଣ ଧରିଥିଲା ?
(A) ସ୍ଵାଧୀନ ଭାରତର ତ୍ରିରଙ୍ଗା
(B) ଲାଠି
(C) ବୋମା
(D) ବିଦ୍ରୋହର ଧ୍ଵଜା
Answer:
(A) ସ୍ଵାଧୀନ ଭାରତର ତ୍ରିରଙ୍ଗା

3. ପଟୁଆରର ଅଗ୍ରଣୀ କିଏ ଥିଲେ ?
(A) ପୁତ୍ର ବିଜୟ
(B) ନାତି ବିଜୟ
(C) ପୁତ୍ର ଅରୁଣ
(D) ପତ୍ନୀ ହେମମାଳା
Answer:
(B) ନାତି ବିଜୟ

4. ରାୟବାହାଦୁର ତକିଆ ତଳୁ କ’ଣ ବାହାର କଲେ ?
(A) ଟଙ୍କା
(B) ବନ୍ଧୁକ
(C) ଛୁରିକା
(D) ଚାବିଲେନ୍ଥା
Answer:
(D) ଚାବିଲେନ୍ଥା

5. ରାୟବାହାଦୁର ଡ୍ରୟାର ଭିତରୁ କ’ଣ ବାହାର କଲେ ?
(A) ବନ୍ଧୁକ
(B) ଅରୁଣର ଫଟୋଗ୍ରାଫ୍
(C) କିଛି ଟଙ୍କା
(D) ଚିଠି
Answer:
(B) ଅରୁଣର ଫଟୋଗ୍ରାଫ୍

6. କାହା କଣ୍ଠର ଓଁ ଓଁ ସ୍ୱରରେ ରାତ୍ରିର ନୀରବ ମୁହୂର୍ତ୍ତଗୁଡ଼ିକ ଅନୁରଣିତ ହୋଇଉଠେ ?
(A) ପେଚାର
(B) ଅଶରୀରୀର
(C) ଝିଙ୍କାରିର
(D) ବେଙ୍ଗର
Answer:
(C) ଝିଙ୍କାରିର

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

7. ରାୟବାହାଦୁରଙ୍କ ପୁତ୍ରବଧୂଙ୍କ ନାମ କ’ଣ ?
(A) ହେମମାଳା
(B) ଅପର୍ଣ୍ଣା
(C) ବିମଳା
(D) କମଳା
Answer:
(B) ଅପର୍ଣ୍ଣା

8. ସହରର ଥାନା କଚେରୀ ଆକ୍ରମଣ କରିବାକୁ ଆସୁଥ‌ିବା ବିରାଟ ଜନତାକୁ ସାଫ୍ କରିବାର ଦାୟିତ୍ଵ ପୋଲିସ ସାହେବ କାହାକୁ ଦେଇଥିଲେ ?
(A) ଅରୁଣକୁ
(B) ବିଜୟକୁ
(C) ପୋଲିସ୍‌ମାନଙ୍କୁ
(D) ରାୟବାହାଦୁରଙ୍କୁ
Answer:
(D) ରାୟବାହାଦୁରଙ୍କୁ

୨. ବନ୍ଧୁକର କେଉଁ ସ୍ଥାନରେ ଖରା ପଡ଼ି ଚକ୍ ଚକ୍ କରୁଥାଏ ?
(A) ଟ୍ରିଗାରରେ
(B) ମୂଳରେ
(C) ଉପରେ
(D) ବାୟୋନେଟ୍‌ରେ
Answer:
(D) ବାୟୋନେଟ୍‌ରେ

10. ଜନତା କ’ଣ କହି କୁହାଟୁଥାଏ ?
(A) ସ୍ବାଧୀନ ଭାରତ କୀ ଜୟ
(B) ବନ୍ଦେ ମାତରମ୍
(C) ସ୍ଵାଧୀନତା ଆମର ଦାବି
(D) ଭାରତ ଛାଡ଼
Answer:
(B) ବନ୍ଦେ ମାତରମ୍

11. ‘ପତାକା ଉତ୍ତୋଳନ’ ଗଳ୍ପର ରଚୟିତା କିଏ ?
(A) ଲକ୍ଷ୍ମୀକାନ୍ତ ମହାପାତ୍ର
(B) ସୁରେନ୍ଦ୍ର ମହାନ୍ତି
(C) ପ୍ରତିଭା ରାୟ
(D) ଗୋଦାବରୀଶ ମହାପାତ୍ର
Answer:
(B) ସୁରେନ୍ଦ୍ର ମହାନ୍ତି

12. ସୋମନାଥ ମହାପାତ୍ର ଇଂରେଜ ସରକାରଙ୍କ ପାଖରୁ କି ଉପାଧ୍ ପାଇଥିଲେ ?
(A) ପଦ୍ମଶ୍ରୀ
(C) ରାୟବାହାଦୂର
(B) ପରମବୀର
(D) ବୀରବାହାଦୂର
Answer:
(C) ରାୟବାହାଦୂର

13. ରାତି କେତେଟା ପାଖାପାଖୁ ରାୟବାହାଦୂରଙ୍କ ଛାଇନିଦ ଭାଙ୍ଗିଗଲା ?
(A) ବାରଟା
(C) ଏଗାରଟା
(B) ଗୋଟାଏ
(D) ଦଶଟା
Answer:
(A) ବାରଟା

14. ରାତ୍ରିର ଶାନ୍ତ ନୀରବ ମୁହୂର୍ତ୍ତ କାହିଁକି କ୍ଷୁବ୍ଧ ଓ ଚଞ୍ଚଳ ହୋଇ ଉଠିଲା ?
(A) ସ୍ଵାଧୀନ ଭାରତର ଜୟଧ୍ଵନିରେ
(B) ତୋପଧ୍ବନିରେ
(C) ବନ୍ଧୁକ ଶବ୍ଦରେ
(D) କୋଳାହଳରେ
Answer:
(A) ସ୍ଵାଧୀନ ଭାରତର ଜୟଧ୍ଵନିର

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

15. ସୋମନାଥଙ୍କୁ କାହିଁକି ସନନ୍ଦ ପ୍ରଦାନ କରାଯାଇଥିଲା ?
(A) ନିଜର ପାଣ୍ଡିତ୍ୟଯୋଗୁଁ
(B) ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ
(C) ବୀରତ୍ବ ପାଇଁ
(D) ଅତୁଳନୀୟ ବୃଦ୍ଧି ପାଇଁ
Answer:
(B) ବ୍ରିଟିଶ ସିଂହାସନ ପ୍ରତି ଅନୁରକ୍ତି ପାଇଁ

16. ସୋମନାଥ ମହାପାତ୍ର ପ୍ରଥମେ ପୁଲିସ୍ ବିଭାଗରେ କେଉଁ ପଦବୀରେ ଅବସ୍ଥାପିତ ଥିଲେ ?
(A) ସବ୍‌ଇନିସ୍ପେକ୍ଟର
(B) କନେଷ୍ଟବଲ୍‌
(C) ହାବିଲ୍ଦାର
(D) ସିପାହୀ
Answer:
(A) ସବ୍‌ଇନିସ୍ପେକ୍ଟର

17. ଅରୁଣ ଘର ଛାଡ଼ିଲେ କାହିଁକି ?
(A) ତ୍ୟଜ୍ୟପୁତ୍ର ହୋଇଥିବାରୁ
(B) ବିଦେଶରେ ପଢ଼ିବାକୁ
(C) ବନ୍ଧୁଙ୍କୁ ଭେଟିବା ପାଇଁ
(D) ଚାକିରି ପାଇଁ
Answer:
(A) ତ୍ୟଜ୍ୟପୁତ୍ର ହୋଇଥିବାରୁ

18. ରାତ୍ରିର ଶାନ୍ତ ନୀରବ ମୁହୂଉଁ କେଉଁ ଧ୍ଵନି ଭିତରେ କ୍ଷୁବ୍‌ଧ ଓ ଚଞ୍ଚଳ ହୋଇଉଠିଥିଲା ?
(A) ଜୟ ସ୍ଵାଧୀନ ଭାରତ କୀ ଜୟ
(B) ଭାରତ ମାତା କୀ ଜୟ
(C) ବ୍ରିଟିଶ୍ ଶାସକ କୀ ଜୟ
(D) ସତ୍ୟ କୀ ଜୟ
Answer:
(A) ଜୟ ସ୍ଵାଧୀନ ଭାରତ କୀ ଜୟ

19. କିଏ ବିଛଣା ଛାଡ଼ି ଉଠିଲେ ?
(A) ହେମମାଳା
(B) ବିଜୟ
(C) ଅରୁଣ
(D) ରାୟବାହାଦୁର
Answer:
(D) ରାୟବାହାଦୁର

20. ଝରକା କବାଟ ବନ୍ଦ କରି କାହାକୁ ରୁଦ୍ଧ କରିହୁଏ ନାହିଁ ?
(A) ଗଣ୍ଡଗୋଳକୁ
(B) କୋଳାହଳକୁ
(C) କଳହକୁ
(D) ମରାମରିକୁ
Answer:
(B) କୋଳାହଳକୁ

21. ‘ଏ ଦେଶ ଆମର । ବ୍ରିଟିଶ୍ ଗୋଲାମ ପାଇଁ ସ୍ଥାନ ଏଠି ନାହିଁ’– ଏକଥା କିଏ କହିଥିଲେ ?
(A) ଅରୁଣ
(B) ବିଜୟ
(C) ହେମମାଳା
(D) ଅପର୍ଣ୍ଣା
Answer:
(B) ବିଜୟ

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

22. ‘ମୁଁ ଏଥର ଶାନ୍ତିରେ ମରିପାରିବି’– ଏକଥା କିଏ କହିଥିଲେ ?
(A) ବିଜୟ
(B) ଅରୁଣ
(C) ହେମମାଳ
(D) ରାୟବାହାଦୁର
Answer:
(D) ରାୟବାହାଦୁର

23. ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ମିଳିତ ଧ୍ଵନିରେ କାହାର ଛାଇ ନିଦ ଭାଙ୍ଗିଗଲା ?
(A) ବିଜୟର
(C) ଅରୁଣର
(B) ହେମମାଳାଙ୍କର
(D) ରାୟବାହାଦୁରଙ୍କର
Answer:
(D) ରାୟବାହାଦୁରଙ୍କର

24. ରାୟବାହାଦୁର ଆଖ୍ ମଳିମଳି କେଉଁଠାରେ ଉଠି ବସିଲେ ?
(A) ଚେୟାରରେ
(C) ବିଛଣାରେ
(B) ବାରଣ୍ଡାରେ
(D) ବାଲ୍‌କୋନିରେ
Answer:
(C) ବିଛଣାରେ

25. କେଉଁଟି ଥୁଲା ରାୟବାହାଦୁରଙ୍କର ଏକାନ୍ତ ନିଜସ୍ବ ?
(A) ବନ୍ଧୁକଟି
(B) ସନନ୍ଦଟି
(C) ଚାବିଟି
(D) ଡ୍ରୟାର ଚେଷ୍ଟଟି
Answer:
(D) ଡ୍ରୟାର ଚେଷ୍ଟଟି

26. ଅରୁଣର ଫଟୋଟି କେଉଁଥ‌ିରେ ଅତି ଯତ୍ନରେ ଥିଲା ?
(A) ଗୋଟିଏ ଭେଲ୍‌ଭେଟ୍ ବାକ୍‌ସରେ
(B) ଗୋଟିଏ କାଠବାକ୍‌ସରେ
(C) ଟିଣବାକ୍ସରେ
(D) ଆଲମାରୀରେ
Answer:
(A) ଗୋଟିଏ ଭେଲ୍‌ଭେଟ୍ ବାକ୍‌ସରେ

27. ଫଟୋରେ ଅରୁଣ କେଉଁ ପୋଷାକ ପରିଧାନ କରିଥିଲା ?
(A) ସୈନିକର
(B) ସତ୍ୟାଗ୍ରହୀର
(C) ଜମିଦାରଙ୍କର
(D) ଯୁବକର
Answer:
(B) ସତ୍ୟାଗ୍ରହୀର

ଲେଖକ ପରିଚୟ :
ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ କଥା ସାହିତ୍ୟର ଅପ୍ରତିଦ୍ଵନ୍ଦୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି (୧୯୨୦–୧୯୯୧) ମାନବ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରି ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ଲେଖନୀ ଚାଳନା କରିଥିଲେ । ତାଙ୍କ ଗଳ୍ପର ପରିସର ବୌଦ୍ଧଯୁଗର ଘଟଣାଠାରୁ ଆରମ୍ଭ କରି ଆଧୁନିକ ମାନବ ଜୀବନ ପର୍ଯ୍ୟନ୍ତ ବ୍ୟାପ୍ତ । ‘କୃଷ୍ଣଚୂଡ଼ା’, ‘ରୁଟି ଓ ଚନ୍ଦ୍ର’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ମହାନଗରୀର ରାତ୍ରି’, ‘ମରାଳର ମୃତ୍ୟୁ’ ଏବଂ ‘ଓ କାଲକାଟା’ ପ୍ରଭୃତି ତାଙ୍କର ପୁସ୍ତକଗୁଡ଼ିକ ଗୋଟିଏ ଗୋଟିଏ ସାର୍ଥକ ଗଳ୍ପ ସଂକଳନ । ଗଳ୍ପ ବ୍ୟତୀତ ସେ ଅନେକ ଉପନ୍ୟାସର ସ୍ରଷ୍ଟା । ‘ବଧୂ ଓ ପ୍ରିୟା’, ‘ଅନ୍ଧ ଦିଗନ୍ତ’, ‘ନୀଳଶୈଳ’, ‘ନୀଳାଦ୍ରି ବିଜୟ’ ପ୍ରଭୃତି ଉପନ୍ୟାସ ତାଙ୍କୁ ବିଶେଷ ଜନପ୍ରିୟତା ଆଣି ଦେଇଥିଲା । ‘ନୀଳ ଶୈଳ’, ଉପନ୍ୟାସ ପାଇଁ ସେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୀବନ ଚରିତ ଉପରେ ଆଧାରିତ ‘ଶତାବ୍ଦୀର ସୂର୍ଯ୍ୟ’ ଓ ‘କୁଳବୃଦ୍ଧ’ ତାଙ୍କର ଦୁଇଟି ଉଲ୍ଲେଖଯୋଗ୍ୟ ଚରିତୋପନ୍ୟାସ । ଶେଷଟି ପାଇଁ ସେ ମର୍ଯ୍ୟାଦାଜନକ ‘ସାରଳା ପୁରସ୍କାର’ ଲାଭ କରିଥିଲେ । ଏସବୁ ବ୍ୟତୀତ ସେ ବହୁ ପ୍ରବନ୍ଧ, ଆଲୋଚନା, ନାଟକ ଆଦି ଲେଖ ଓଡ଼ିଆ ଗଦ୍ୟ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ‘ପଥ ଓ ପୃଥ‌ିବୀ’ ତାଙ୍କର ବହୁଚର୍ଚ୍ଚିତ ଆତ୍ମଚରିତ । ସେ ଥିଲେ ଜଣେ ସାମ୍ବାଦିକ । ମୂଲ୍ୟବୋଧଭିଭିକ ରାଜନୀତି କ୍ଷେତ୍ରରେ ତାଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା । ସ୍ଵାଧୀନତା ମଣିଷର ଜନ୍ମଗତ ଅଧିକାର – ଏହି ବାର୍ତ୍ତାଟି ଶଂସିତ ଗଛର ଉପଜୀବ୍ୟ ଉପାଦାନ ।

ଗଚ୍ଛର ମର୍ମବାଣୀ :
ରାୟବାହାଦୁର ସୋମନାଥ ମହାପାତ୍ର ପ୍ରଥମେ ପୁଲିସ ବିଭାଗରେ ଥିଲେ ଜଣେ ଅସ୍ଥାୟୀ ସବ୍‌ଇନ୍‌ସ୍ପେକ୍ଟର । ବ୍ରିଟିଶ୍ ସିଂହାସନ ପାଇଁ ତାଙ୍କ ହୃଦୟରେ ଥିଲା ଅପରିସୀମ ନିଷ୍ଠା ଓ ଅତୁଳନୀୟ ଅନୁରକ୍ତି । ବ୍ରିଟିଶ୍ ସରକାରଙ୍କ ଗୋଲାମି ତାଙ୍କ ଶିରା ପ୍ରଶିରାରେ ପ୍ରବାହିତ ହେଉଥିଲା । ଯାହାର ଦାନା ସେ ଖାଉଛନ୍ତି, ତାଙ୍କର ନିମକହାରାମ କରିବା ସମ୍ପୂର୍ଣ୍ଣ ଅସମ୍ଭବ ବୋଲି ସେ ବିବେଚନା କରୁଥିଲେ । ସତେଯେପରି ବ୍ରିଟିଶ ଶାସକଙ୍କ ପାଇଁ ତାଙ୍କ ଜୀବନ ଥିଲା ସମ୍ପୂର୍ଣ ଉତ୍ସର୍ଗୀକୃତ । ତାଙ୍କ ଜ୍ୟେଷ୍ଠପୁତ୍ର ଥିଲେ ଅରୁଣ । ସେ ଥିଲେ ଭାରତର ସ୍ଵାଧୀନତା ଆନ୍ଦୋଳନର ଜଣେ ମୁଖ୍ୟ ପୁରୋଧା । ସ୍ଵାଧୀନତା ମନୁଷ୍ୟର ଜନ୍ମଗତ ଦାବି – ଭାରତର ପବିତ୍ରତମ ଦାବି – ଏହା ଥିଲା ଜ୍ୟେଷ୍ଠପୁତ୍ର ଅରୁଣ ଜୀବନର ମୂଳମନ୍ତ୍ର । ସ୍ଵାଧୀନତା ପାଇଁ ସ୍ବୀୟ ଜୀବନକୁ ଉତ୍ସର୍ଗ କରିବା ନିମନ୍ତେ ସେ ଥିଲା ସଦା ତତ୍ପର ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

ଜାଗ୍ରତ ପ୍ରହରୀ ଏବଂ ଅନ୍ୟ ଜଣେ ବ୍ରିଟିଶ୍ ଶାସକଙ୍କୁ ବିତାଡ଼ିତ କରି ମାତୃଭୂମିକୁ ସ୍ୱାଧୀନ କରିବାପାଇଁ ଚାଲିଥିବା ଆନ୍ଦୋଳନର ମୁଖ୍ୟ ପୁରୋଧା । ତେଣୁ ପିତା ପୁତ୍ରଙ୍କ ମଧ୍ୟରେ ଅନେକବାର ଯୁକ୍ତିତର୍କ ହୋଇଛି । ପିତାଙ୍କ ଚାବୁକ୍ ଆଘାତରେ ପୁତ୍ର ହୋଇଛି ଜର୍ଜରିତ । ଶେଷରେ ବ୍ରିଟିଶ୍ ଗୋଲାମିରେ ଅନ୍ଧ ପିତାଙ୍କଦ୍ଵାରା ସ୍ଵାଧୀନତା ସଂଗ୍ରାମୀ ପୁତ୍ର ହୋଇଛି ‘ତାଜ୍ୟପୁତ୍ର’ । ଚଉରୀ ଚଉରାର ବିପ୍ଳବ ପରେ ଭାରତୀୟ ଜାତୀୟ ଆନ୍ଦୋଳନ ମନ୍ଥର ହୋଇଯାଇଥିଲା । କିନ୍ତୁ ଜାତୀୟ ଆନ୍ଦୋଳନରେ ସନ୍ତ୍ରାସବାଦର ଯୋଗଦାନ ପରେ ଆନ୍ଦୋଳନର ଜଡ଼ନାଟିକାରେ ଜାଗି ଉଠିଛି ଏକ ନୂତନ ସ୍ପନ୍ଦନ । ସମଗ୍ର ଭାରତବର୍ଷରେ ଜନ ଆନ୍ଦୋଳନ ଭୟଙ୍କର ରୂପ ଧାରଣ କରିଛି ।

ସେଦିନ ପୁଲିସ ସାହେବ ମହାପାତ୍ରଙ୍କୁ ଆଦେଶ ଦେଲେ, ‘ଦେଖ ମହାପାତ୍ର, ତୁମେ ଭାରି ପାରିବାର ଲୋକ । ଅନେକ ବଡ଼ ବଡ଼ କଥା ତୁମେ ଚଳେଇ ନେଇଛ । ଆଜି ଏକ ବିରାଟ ଜନତା ଆସୁଛି ସହରର ଥାନା, କଚେରୀ ଆକ୍ରମଣ କରିବାପାଇଁ, ସେମାନଙ୍କୁ ସାଫ୍ କରିବା ଦାୟିତ୍ଵ ତୁମର। ’ ନାଟକୀୟ ଭଙ୍ଗୀରେ କୁଣ୍ଡିଶ୍ ଜଣାଇଥିଲେ ରାୟବାହାଦୁର ସୋମନାଥ ମହାପାତ୍ର । ପୁଲିସ ଥାନା ଆଗରେ ବିରାଟ ନିରସ୍ତ୍ର ଜନତା । ସମ୍ମୁଖରେ ସଶସ୍ତ୍ର ପୁଲିସ ବାହିନୀ । ବନ୍ଧୁକର ବାୟୋନଟ୍‌ରେ ଖରା ପଡ଼ି ଚକ୍ ଚକ୍ କରୁଥାଏ । ପୁଲିସ ବାହିନୀର ମୁଖ୍ୟ ଭାବେ ରାୟବାହାଦୁର ଚିତ୍କାର କରି ଲୋକମାନଙ୍କୁ ହଟିଯିବାକୁ କହିବା ସହିତ ଲଠିଚାର୍ଜର ଆଦେଶ ଦେଲେ ।

ଜନତା କୁହାଟୁଥାଏ – ‘ବନ୍ଦେ ମାତରମ୍’। ଅପର ପକ୍ଷରେ ଭିଡ଼ ଭିତରୁ ତାଙ୍କ ଜ୍ୟେଷ୍ଠପୁତ୍ର ଅରୁଣ ବାହାରିଆସି ଲାଠିମାଡ଼ ଅନ୍ୟାୟ, କିନ୍ତୁ ଆତ୍ମରକ୍ଷା ଅନ୍ୟାୟ ନୁହେଁ କହି ଚିତ୍କାର କରି କହିଲା – ବନ୍ଦେ ମାତରମ୍ । ଅରୁଣର ଆହ୍ଵାନରେ ଝଞ୍ଜାକ୍ରାନ୍ତ ସମୁଦ୍ର ପରି ଜନତା ଭୟଙ୍କର ହୋଇଉଠିଲା । ସୋମନାଥଙ୍କ ହାତର ପିସ୍ତଲ ଉପରକୁ ଉଠିଲା । ହେଲା ପିତା- ପୁତ୍ରର ଶେଷ ସାକ୍ଷାତ । ତଳେ ଖସିପଡ଼ିଲା ଅରୁଣର ରକ୍ତାକ୍ତ ଶବ । ତା’ପରଦିନ ସୋମନାଥ ମହାପାତ୍ର ହୋଇଛନ୍ତି ଇନ୍ସପେକ୍ଟର । ତା’ପରଠାରୁ ସୋମନାଥ ମହାପାତ୍ରଙ୍କ ଘରକୁ ଅର୍ଥ ଆସିଛି, ପ୍ରତିପରି ଆସିଛି, ମର୍ଯ୍ୟାଦା ଆସିଛି ।

ଅନେକ ସନନ୍ଦ, ପୁରସ୍କାର ଓ ମେଡ଼ାଲର ସେ ହୋଇଛନ୍ତି ଅଧିକାରୀ । ୧୯୨୩ ସାଲରେ ବ୍ରିଟିଶ୍ ସମ୍ରାଟଙ୍କଦ୍ୱାରା ଦରବାର ଉପଲକ୍ଷ୍ୟରେ ପ୍ରାପ୍ତ ହୋଇଥିବା ସନନ୍ଦରେ ଲେଖାଥିଲା – ‘ବ୍ରିଟିଶ୍ ସିଂହାସନ ପ୍ରତି ଆପଣଙ୍କର ନିଷ୍ଠା ଏବଂ ଅନୁରକ୍ତି ମହାମହିମ ବ୍ରିଟିଶ୍ ସମ୍ରାଟଙ୍କୁ ମୁଗ୍‌ଧ କରିଛି I ବ୍ରିଟିଶ୍ ସିଂହାସନ ପ୍ରତି ଏ ଅତୁଳନୀୟ ଅନୁରକ୍ତି ପାଇଁ ଆପଣ ନିଜର …”

ବ୍ରିଟିଶ୍ ସିଂହାସନ ପ୍ରତି ଅତିରିକ୍ତ ଆନୁଗତ୍ୟ ପ୍ରଦର୍ଶନ କରି ସୋମନାଥ ମହାପାତ୍ର ହୋଇଛନ୍ତି ରାୟବାହାଦୁର ଶ୍ରୀ ସୋମନାଥ ମହାପାତ୍ର, ଆଇ. ପି. (ରିଟାୟାର୍ଡ଼) ସି. ବି. ଇ, ଓ. ବି.ଇ., କେ. ସି. ଆଇ. ଇ. ।
ସମୟର ଅବିରାମ ଗତି ଭିତରେ ଭାରତର ଭାଗ୍ୟାକାଶରୁ ଦୂରେଇ ଯାଇଛି ପରାଧୀନତାର ଅମା ଅନ୍ଧକାର । ଉଦୟ ହୋଇଛନ୍ତି ସ୍ଵାଧୀନତାର ନବସୂର୍ଯ୍ୟ । ଉପସ୍ଥିତ ହୋଇଛି ୧୯୪୭ ମସିହା ଅଗଷ୍ଟ ୧୪-୧୫ ତାରିଖର ମିଳନ କାଳ (ରାତି ବାରଟା) । ରାୟବାହାଦୁରଙ୍କ ଆସ୍‌ରେ ଛାଇନିଦ ଲାଗିଆସିଛି । ସ୍ଵାଧୀନତାକୁ ସ୍ଵାଗତ ଜଣେଇ ଭାସିଆସିଛି ଶଙ୍ଖ, ଘଣ୍ଟା, ହୁଳହୁଳି ଓ ତୋପର ସମ୍ମିଳିତ ଧ୍ଵନି । ରାତିର ଶାନ୍ତ ନୀରବ ମୁହୂର୍ଭ ‘ଜୟ ସ୍ବାଧୀନ ଭାରତ କୀ ଜୟ’ ଧ୍ଵନିରେ କ୍ଷୁବ୍‌ଧ ଓ ଚଞ୍ଚଳ ହୋଇଉଠିଛି ।

କିନ୍ତୁ ସେ ଶବ୍ଦରେ ଅତିଷ୍ଠ ରାୟବାହାଦୁର ବିଛଣାରୁ ଉଠି ଘରର ସମସ୍ତ ଝରକା କବାଟ ବନ୍ଦ କରିଦେଇଛନ୍ତି । ତଥାପି କୋଳାହଳ ଶବ୍ଦରୁ ରକ୍ଷାପାଇ ନପାରି ଦୁଇକାନରେ ଦୁଇ ଆଙ୍ଗୁଠି ଚାପି ଧରିଛନ୍ତି । ତଥାପି ସେ ସେଥୁରୁ ନିସ୍ତାର ପାଇପାରି ନାହାନ୍ତି । ବନ୍ଧୁକର ଗୁଳି ପରି ଜୟଧ୍ୱନିରେ ସେ ଶବ୍ଦଗୁଡ଼ିକ ସତେ ଯେପରି ବୃଦ୍ଧ ରାୟବାହାଦୁରଙ୍କ ପ୍ରତ୍ୟେକ ଜୀର୍ଣ୍ଣ ଅସ୍ଥିଖଣ୍ଡକୁ ଚୂର୍ଣ୍ଣ କରିଦେଉଛି । କ୍ଷିପ୍ରବେଗରେ ରାୟବାହାଦୁର ଘରର ସମସ୍ତ ଝରକାକୁ ଖୋଲି ଦେଇ ଝରକାବାଟେ ତଳ ରାସ୍ତାକୁ ଚାହିଁଲେ । ଦେଖ‌ିଲେ ରାସ୍ତାରେ ଏକ ବିରାଟ ପଟୁଆର ସ୍ବାଧୀନ ଭାରତର ତ୍ରିରଙ୍ଗା ପତାକା ଧରି ଜୟଧ୍ଵନି କରି ଚାଲିଛି । ସେହି ପଟୁଆରର ଅଗ୍ରଣୀଭାବେ ହାତରେ ସ୍ବାଧୀନ ଭାରତର ଏକ ପ୍ରକାଣ୍ଡ ତ୍ରିରଙ୍ଗା ପତାକା ଧରି ଜୟଧ୍ବନି କରି ଚାଲିଛି ତାଙ୍କ ପରଲୋକଗତ ଜ୍ୟେଷ୍ଠପୁତ୍ରର ପୁତ୍ର ବିଜୟ ।

ବିଜୟକୁ ଦେଖ୍ ରାୟବାହାଦୁରଙ୍କ ଆଗରେ ଭାସି ଉଠିଛି ପରଲୋକଗତ ପୁତ୍ର ଅରୁଣର ଛବି । ଅତୀତର ଘଟଣାବଳୀ ସେ ରୋମନ୍ଥନ କରିଚାଲିଛନ୍ତି । ଜୀବନର ଗତ ପଚିଶବର୍ଷ ମଧ୍ୟରେ ସେ ନିଜକୁ ନିଜେ କ୍ଷମା ଦେଇ ଆସିଛନ୍ତି । ଏ ପୁତ୍ରହତ୍ୟା- କର୍ତ୍ତବ୍ୟର ସାଧନା ନିର୍ମମ ହୋଇପାରେ; ମାତ୍ର ଅନ୍ୟାୟ ନୁହେଁ । ହଠାତ୍ ନିଜ ଘର ମଧ୍ୟରେ ଶଙ୍ଖଧ୍ଵନି ଶୁଣି ସେ ଚମକି ଉଠିଛନ୍ତି । ବୋତାଲା ବାରଣ୍ଡାରେ ତ୍ରିରଙ୍ଗା ପତାକା ଉଡ଼ାଇ, ପାଦତଳେ ପ୍ରଦୀପ ଜାଳି ଶଙ୍ଖଧ୍ବନି କରୁଥିବା ତାଙ୍କ ପତ୍ନୀ ହେମମାଳାଙ୍କ ହାତରୁ ସେ ପାଗଳ ପରି ଯାଇ ଶଙ୍ଖଟି ଛଡ଼େଇ ଆଣିଛନ୍ତି।

ଦର୍ପିତାର କଣ୍ଠରେ ହେମମାଳା କହିଛନ୍ତି – ‘ଯୋଉ ପତାକା ପାଇଁ ଅରୁ ପ୍ରାଣବଳି ଦେଇଛି, ସେ ପତାକା ଯୁଗେ ଯୁଗେ ରହିବ ଉନ୍ନତ ହୋଇ।’’ ଅତ୍ୟଧିକ ଆବେଗ ଓ ଉତ୍ତେଜନାରେ ହେମମାଳା ତଳେପଡ଼ି ମୂର୍ତ୍ତିତା ହୋଇଗଲେ । ରାୟବାହାଦୁର ଅନେକଦିନରୁ ସାଇତା ହୋଇଥ‌ିବା ସିଲ୍‌କର ଗୋଟିଏ ୟୁନିୟନ୍ ଜାକ୍ ପତାକା କାଢି ତ୍ରିରଙ୍ଗା ସ୍ଥାନରେ ଉଡ଼ାଇଛନ୍ତି । ସତର୍କ ପ୍ରହରୀ ଧରି ସାରାରାତି ଚେଇଁ ବସିଛନ୍ତି ସେହି ୟୁନିୟନ୍ ଜାକ୍ ପତାକା ପାଖରେ ।

ବିଜୟ ସାରାରାତି ଉତ୍ସବରେ ମାତିସାରି ଘରକୁ ଫେରି ଦେଖୁଛି ଜେଜେଙ୍କର ଅଦ୍ଭୁତ କାଣ୍ଡ । କିଛି ସମୟର ଜଡ଼ତା କଟିଯିବା ପରେ ବିଜୟ ଜେଜେଙ୍କୁ ଉଡୁଥ‌ିବା ୟୁନିୟନ୍ ଜାକ୍ ସମ୍ପର୍କରେ ପଚାରିଛି । ଉତ୍ତରରେ ରାୟବାହାଦୁର କହିଛନ୍ତି – “ ଦୁନିଆ ନିମକହାରାମ୍ ହୋଇପାରେ ବିଜୁ, କିନ୍ତୁ ମୁଁ ନୁହେଁ ।’’ ବିଜୟ ପ୍ରତିବାଦ କରିବା ସହିତ ଝାମ୍ପି ଉଠାଇ ନେଇଛି ୟୁନିୟନ ଜାକ୍‌କୁ । କିନ୍ତୁ ଏ ଘର ମୋର, ମୁଁ ବଞ୍ଚିବା ଯାଏ ଏ ଘରେ ୟୁନିୟନ୍ ଜାକ୍ ଉଡ଼ିବ ବୋଲି କହି ଅତି ଅସ୍ଵାଭାବିକ ଭାବରେ ହିଂସ୍ର ଓ ଉତ୍‌କ୍ଷିପ୍ତ ହୋଇଉଠି ରାୟବାହାଦୁର ବିଜୟ ହାତରୁ ପତାକାଟିକୁ ଛଡ଼ାଇନେବାକୁ ଚେଷ୍ଟାକଲେ । ବିଜୟ ଜେଜେଙ୍କୁ ଠେଲି ଦେଇଛି । ସେ ଶିଡ଼ିରେ ଗଡ଼ି ଗଡ଼ି ଯାଇ ତଳ ମହଲାର ଚଟାଣରେ ପଡ଼ିଛନ୍ତି ।

ମୁଣ୍ଡ ଓ କାନ ଫାଟି ରକ୍ତର ସୁଅ ଛୁଟିଛି । କ୍ଷୀଣ କଣ୍ଠରେ ବିଜୁକୁ ଆଶୀର୍ବାଦ କରି କହିଛନ୍ତି, ‘ଯେଉଁ ପତାକା ପାଇଁ ବୁଢ଼ାଜେଜେକୁ ଆଘାତ କରିଛୁ, ସେହି ପତାକାର ଜୟ ହେଉ ।’’ ଦୁଇଜଣ ଚାକର ରାୟବାହାଦୁରଙ୍କୁ ଉପରକୁ ଟେକି ନେଲାବେଳେ ପ୍ରାଣହୀନ ପାଷାଣ ପରି ବିଜୟ ଚାହିଁ ରହିଥିଲା ପ୍ରଭାତର ଆକାଶ ଆଡ଼େ । ଭାଦ୍ର ଆକାଶର ମେଘହୀନ ସୁନୀଳ ପଟ୍ଟଭୂମିରେ ସ୍ଵାଧୀନ ଭାରତର ତ୍ରିରଙ୍ଗା ଉଡୁଥିଲା ଫର ଫର ହୋଇ ।

BSE Odisha 9th Class Odia Solutions Chapter 16 ପତାକା ଉତ୍ତୋଳନ

ବିଷୟଗତ ଶବ୍ଦ ଓ ଅର୍ଥ :
ନିଷୃତି – ନିସ୍ତାର / ରକ୍ଷା ।
ଅସ୍ଥି- ହାଡ଼ ।
ଚୂର୍ଣଓ – ଚୂନା ।
କ୍ଷିପ୍ତ ପରି – ପାଗଳ ପରି ।
ଅଗଣୀ – ଆଗୁଆ ।
ପରଳୋକ – ମୃତ୍ୟୁଲୋକ ।
ସନଦ ପତ୍ର- ବ୍ରିଟିଶ୍ ସରକାରଙ୍କଦ୍ବାରା ପ୍ରଦତ୍ତ ପ୍ରଶଂସାମୂଳକ ପତ୍ର ।
ମୁହୂର୍ତ୍ତକ ପାଇ‍‍ଁ- ଅଳ୍ପ ସମୟ ପାଇଁ ।
ୟୁନିଅନ୍ ଜାକ୍ – ଇଂଲଣ୍ଡର ଜାତୀୟ ପତାକା ।
ଅବିଚଳିତ – ବିଚଳିତ ନ ହୋଇ ।
କୁହାଟିବା – ବଡ଼ପାଟିରେ କହିବା ।
ବାୟୋନେଟ୍ – ବନ୍ଧୁକର ଅଗ୍ରଭାଗରେ ଲାଗିଥିବା ଛୁରି ।
ସାଫ୍ କରିବାର ଦାୟିତ୍ୱ – ଘଉଡ଼ାଇ ଦେବାର ଦାୟିତ୍ଵ ।
ମୁମୂର୍ଷୁ – ମୃତ୍ୟୁକୁ ପ୍ରାପ୍ତ ହେବାକୁ ଯାଉଥିବା ବ୍ୟକ୍ତି ।
ସୂର୍ଯ୍ୟଦ୍ଦୀପ୍ତ – ସୂର୍ଯ୍ୟଙ୍କ କରିଣରେ ଉଜ୍ଜ୍ଵଳିତ
ଶେତା ହୋଇ ଆସୁଥ‌ିବା – ଧଳା ପଡ଼ି ଆସୁଥିବା ।
ସାଇତା – ଯତ୍ନ ସହକାରେ ରଖା ଯାଇଥିବା ।
ଅତୁଳନୀୟ – ଯାହାର ତୁଳନା ନାହିଁ ।
ନିମକ୍ହାରାମ – ଦାନା ଦେଉଥ‌ିବା ବା ସାହାଯ୍ୟ କରୁଥ୍ବା ବ୍ୟକ୍ତିର ବିରୋଧାଚରଣ କରିବା କିମ୍ବା କ୍ଷତି କରିବା ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

Odisha State Board BSE Odisha 9th Class Physical Science Important Questions Chapter 7 ମହାକର୍ଷଣ Important Questions and Answers.

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

Subjective Type Questions With Answers

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 12

1. ସାର୍ବଜନୀନ ମହାକର୍ଷଣ ନିୟମ ଲେଖ । ଦୁଇଟି ବସ୍ତୁର ବସ୍ତୁତ୍ଵ ମଧ୍ଯରେ ମହାକର୍ଷଣ ବଳର ପରିମାଣ ବସ୍ତୁର ବସ୍ତୁତ୍ଵ ମଧ୍ଯରେ ମହାକର୍ଷଣ ବଳର ପରିମାଣ ମହାକର୍ଷଣୀୟ ସ୍ଥିରାଙ୍କର ଏକକ ଲେଖ ।
ଉ-
ସାର୍ବଜନୀନ ମହାକର୍ଷଣ ନିୟମ : ବିଶ୍ୱର ପ୍ରତ୍ୟେକ ବସ୍ତୁ ଅନ୍ୟ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ । ଏହି ଆକର୍ଷଣ ବଳର ପରିମାଣ ବସ୍ତୁଦୟର ବସ୍ତୁତ୍ଵର କେନ୍ଦ୍ର ମଧ୍ୟରେ ଥ‌ିବ। ଦୂର ତାର ବର୍ଗ ସ ହ ପ୍ରତିଲୋମାନୁପାତୀ ଅଟେ । ଏହି ବଳ ବସ୍ତୁଦ୍ଵୟର ବସ୍ତୁତ୍ଵ କେନ୍ଦ୍ର କୁ ସଂଯୋଗ କରୁଥିବା ସରଳରେଖା ଦିଗରେ କାର୍ଯ୍ୟକାରୀ ହୁଏ ।
ଗାଣିତିକ ପୂତ୍ର ନିଗମାନ: ମନେକର ତୁଚ୍ଚଟି ବସ୍ତୁ A ଓ B ର ବସ୍ତୁତ୍ଵ ଯଥାକ୍ରମେ M ଓ m ଅଟେ । ଉଭୟ ପରସ୍ପରଠାରୁ d ଦୂରତାରେ ଅବସ୍ଥାନ କରୁ ଛନ୍ତି ଓ ଗାଣିତିକ ସୂତ୍ର ନିଗମନ : ମନେକର ଦୁଇଟି ବସ୍ତୁ ପରିମାଣ F।
ମହକର୍ଷଣ ନିୟମ ଅନୁଯାୟୀ
F∝ M × m ଏବଂ F ∝ \(\frac{1}{\mathrm{~d}^2}\)
∴ \(F \propto \frac{M \times m}{d^2}\)
କି ମ୍ବା, F = \(\mathrm{F}=\mathrm{G} \cdot \quad \frac{\mathrm{M} \times \mathrm{m}}{\mathrm{d}^2}\)
ଏଠାରେ ଓ ଏକ ସମାନୁ ପାତ୍ରୀ ପରାଙ୍କ ଯାହାକୁ ସାର୍ବଜନୀନ ମହାକର୍ଷଣୀୟ ସ୍ଥିରାଙ୍କ କୁହାଯାଏ । ଏକକ – SI ପଦ୍ଧତିରେ ଏହାର ଏକକ ନିଉଟନ୍ – ମି/କି.ଗ୍ରା2.।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

2. କିମିଡ଼ିସ୍‌ଙ୍କ ସୂତ୍ର ଲେଖ ଓ ବୁଝାଅ । ଏହି ସୂତ୍ରର ତିନୋଟି ପ୍ରୟୋଗ ଲେଖ ।
ଉ-
ଆର୍କିମିଡ଼ିସ୍‌ଙ୍କ ସୂତ୍ର : କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ଏହି ଆଭାସୀ ହ୍ରାସ ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ସହ ସମାନ ହୋଇଥାଏ ।
ବ୍ୟାଖ୍ୟା :
(i) ବସ୍ତୁ ଉପରେ ତରଳ ପ୍ରୟୋଗ କରୁଥିବା ପ୍ଳବନ ବଳ ତରଳ ମଧ୍ୟରେ ବସ୍ତୁର ବୁଡ଼ିରହିଥ‌ିବା ଅଂଶର ଆତନ ଭପରେ ନିର୍ଡର ଶକ ବୁଡ଼ିବା ଅଂଶର ଆୟତନ ବଢ଼ିଲେ ପ୍ଳବନ ବଳ ବଢ଼େ ।
(ii) ପ୍ରତ୍ୟେକ ବସ୍ତୁର ନିଜସ୍ଵ ପ୍ରକୃତ ଓଜନ ଅଛି । ଗୋଟିଏ ବସ୍ତୁ ଏକ ତରଳ ମଧ୍ୟରେ ବୁଡ଼ିଲେ ତାହାର ଓ ଜନ କିଛି କମିଗଲା। ପରି ଜଣାପଡ଼େ । ଏହି ଓଜନ ହ୍ରାସକୁ ଆଭାସୀ ହ୍ରାସ କୁହାଯାଏ ।
(iii) ଗୋଟିଏ ବସ୍ତୁକୁ ତରଳରେ ବୁଡ଼ାଇଲେ ତାହା ବୁଡ଼ିଥ‌ିବା ଅଂଶର ଆୟତନ ସହ ସମାନ ଆୟତନର ତରଳ ଅପସାରିତ କରିଥାଏ ।
(iv) ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ଏବଂ ବୁଡ଼ିଥିବା ବେଳେ ତାହାର ଓଜନର ଆଭାସୀ ହ୍ରାସ ମଧ୍ୟରେ ଥ‌ିବା ସଂପର୍କ ବିଷୟରେ ଆର୍କିମିଡ଼ିସ୍‌ ଅନୁ ଧ୍ୟାନ କରି ଯେଉଁ ସିଦ୍ଧାନ୍ତରେ ଉପନୀତ ହୋଇଥିଲେ ତାହା ତାଙ୍କ ନାମାନୁ ସାରେ ଆକିମିଡ଼ିସ୍‌ଙ୍କ ସୂତ୍ର ନାମରେ ପରିଚିତ ।

ଆର୍କିମିଡ଼ିସ୍‌ଙ୍କ ସୂତ୍ରର ପ୍ରୟୋଗ :
(i) ବସ୍ତୁ ର ଆପେକ୍ଷିକ ସାନ୍ଦ୍ରତା। ନି ର୍ୟ ୟ କରାଯାଏ ।
(ii) ଅଧ୍ଯକାଂଶ ଭାସମାନ ଅନୁ ପ୍ରଯୁକ୍ତି ର ନିର୍ମାଣରେ ଏହି ସୂତ୍ର ବ୍ୟବହାର କରାଯାଏ । ଜାହାଜ ବୁଡ଼ାଜାହାଜ, ଡଙ୍ଗାର ନିର୍ମାଣ କୌଶଳ ଏହି ସୂତ୍ର ଉପରେ ପର୍ଯ୍ୟବସିତ ହୋଇଥାଏ ।
(iii) ଲାକ୍ଟୋମିଟର ଓ ହାଇଡ୍ରୋମିଟରର କାର୍ଯ୍ୟ ଏହି ତଥ୍ୟ ଉପରେ ପର୍ଯ୍ୟବସିତ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

3. ମୁକ୍ତ ପତନ କ’ଣ ? ଏହାର ଆଧାରରେ ଓ ର ମାନ ନିରୂପଣ କର ।
ଉ-
ମୁକ୍ତ ପତନ : କୌଣସି ବସ୍ତୁ ବାୟୁ ମଧ୍ୟଦେଇ ଗତି କଲାବେଳେ ବାୟୁର ପ୍ରତିରୋଧ ନଗଣ୍ୟ ହୁଏ । ତେଣୁ ବସ୍ତୁଟି ଉପରୁ ତଳକୁ ପୃଥ‌ିବୀ ଆଡ଼କୁ ଖସିଲାବେଳେ ତାହା କେବଳ ମାଧ୍ୟାକର୍ଷଣ ବଳର ପ୍ରଭାବ ଯୋଗୁଁ ଖସେ । ବସ୍ତୁର ଏପ୍ରକାର ଗତିକୁ ମୁକ୍ତ ପତନ କୁହାଯାଏ ।

gର ମାନ ନିରୂପଣ : ମନେକର m ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁ ମାଧ୍ୟାକର୍ଷଣ ବଳ F ପ୍ରଭାବରେ ତଳକୁ ଖସିଲା । ତେବେ ସେଥ‌ିରେ ଉତ୍ପନ୍ନ ତ୍ଵରଣ a = g ହେଉ । ତେବେ ନିଉଟନ୍‌ଙ୍କର ଦ୍ଵିତୀୟ ଗତି ନିୟମ ଅନୁଯାୟୀ ପୃଥ‌ିବୀଦ୍ଵାରା ବସ୍ତୁ ଉପରେ ପ୍ରୟୋଗ ହେଉଥ‌ିବା ବଳ
F = mg …………… (i)
ପୃଥ‌ିବୀର କେନ୍ଦ୍ରରୁ ବସ୍ତୁଟି ଖସୁଥିବା ସ୍ଥାନ ମଧ୍ୟରେ ଦୂରତ୍ୱ ଯଦି d ହୁଏ ତେବେ ସେମାନଙ୍କ ମଧ୍ୟରେ ମହାକର୍ଷଣ ବଳର ପରିମାଣ ହେବ F = \(F=G \begin{gathered}M \times m \\d^2\end{gathered}\) ……….(ii)
ଏଠାରେ M = ହେଉଛି ପୃଥ‌ିବୀର ବସ୍ତୁତ୍ଵ ସମୀକରଣ (i) ଓ (ii) କୁ ଏକତ୍ର କରି ଆମେ ପାଇବା

ପୃଥ‌ିବୀ ପୃଷ୍ଠରେ ଥ‌ିବା ବସ୍ତୁ ନିମନ୍ତେ
d = R = ପୃଥ‌ିବୀର ବ୍ୟାସାର୍ଦ୍ଧ ।
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 2

4. ପ୍ଲବତା ଓ କ୍ଲବନ ବଳ କ’ଣ ? ଗୋଟିଏ ବସ୍ତୁ କେତେବେଳେ ଜଳରେ ଭାସେ ଓ କେତେବେଳେ ବୁଡ଼ିଯାଏ ?
ଉ-
ପୁକତା: । କୌଣସି ବସ୍ତୁକୁ ତରଳ ପଦାର୍ଥ ମଧ୍ୟରେ ବୁଡ଼ାଇଲେ ସେହି ବସ୍ତୁ ଉପରେ ତରଳ ପଦାର୍ଥ ଏକ ଊର୍ଦ୍ଧ୍ୱମୁଖୀ ବଳ ପ୍ରୟୋଗ କରିଥାଏ । ତରଳର ଏହି ଗୁଣକୁ ପ୍ଳବତା କୁହାଯାଏ ।
ପ୍ଲବନ ବଳ : ତରଳ ପଦାର୍ଥଦ୍ଵାର। ପ୍ରୟୋଗ ହେଉଥ‌ିବା ଏହି ବଳକୁ ପ୍ଳବନ ବଳ କୁହାଯାଏ ।

ବସ୍ତୁଟି ଜଳରେ ଭାସେ ବା ବୁଡ଼ିଯାଏ କାହିଁକି ?
(i) ବସ୍ତୁ ଉପରେ କ୍ରିୟାଶୀଳ ପ୍ଳବନ ବଳର ପତିରିମାଣ ବୃତ଼ିଥ୍‌ ଚାବସ୍ତୁତ୍ଵ। ରାଆପସ।ରିତ ତରଳର ଓଜନ ସହିତ ସମାନ ।
(ii) ବସ୍ତୁର ଓଜନ ପ୍ଳବନ ବଳଠାରୁ ଅଧିକ ହେଲେ ବସ୍ତୁଟି ବୁଡ଼ି ଯାଇଥାଏ ଏବଂ ବସ୍ତୁର ଓଜନ ପ୍ଳବନ ବଳଠାରୁ କମ୍ ହେଲେ ତାହା ଭାସି ଥାଏ ।
(iii) ଲୁହାକଣ୍ଟା କମ୍ ଜଳ ଅପସାରଣ କରେ ଯାହାର ଓଳନ ବୁହାକଣ୍ଟାର ଓଜନଠାରୁ କମ୍ । ଏଠାରେ ପ୍ରବନ ବଳ କୁହାକଣ୍ଟାର ଓଜନଠାରୁ କମ୍ ହେଇଥିବାରୁ ଲୁହାକଣ୍ଟାଟି କଯାଏ ।
(iv) ଜାହାଜର ଓଜନ ଯେତେ, ଏହାର ଗଢ଼ଣ ଏପରି ସେ ତାହା ଯେତିକି ଜଳ ଅପସାର କରେ ତାହାର ଓଜନ କାହାଜର ଓଜନଠାରୁ ଅଧିକ ହୋଇଥାଏ । ତେଣୁ ଜାହାଜ ଉପରେ ଅଧିକ ହୋଇଥାଏ । ତେଣୁ ଜାହାଜ ଜଳରେ ଭାସେ ।
(v) ବସ୍ତୁର ସାନ୍ଦ୍ରତା ତରଳର ସାନ୍ଦ୍ରତାଠାରୁ କମ୍ ହେଲେ ତାହା ତରଳରେ ଭାସେ ଏବଂ ବସ୍ତୁର ସାନ୍ଦ୍ରତା ଅଧିକ ହେଲେ ଏହା ତରଳରେ ବୁଡ଼ିଯାଏ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

5. ଦର୍ଶାଅ ଯେ ଚନ୍ଦ୍ରପୃଷ୍ଠରେ ଗୋଟିଏ ବସ୍ତୁର ଓଜନ, ପୃଥ‌ିବୀ ପୃଷ୍ଠରେ ସେହି ବସ୍ତୁର ଓଜନର ଏକ ଷତାଂଶ ହେବ ।
ଉ-
(i) ଚନ୍ଦ୍ରପୃଷ୍ଠରେ ଚନ୍ଦ୍ର ଯେଉଁ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରି ଗୋଟିଏ ବସ୍ତୁକୁ ନିଜ ଆଡ଼କୁ ଆକର୍ଷଣ କରେ ତାହାକୁ ଚନ୍ଦ୍ରପୃଷ୍ଠରେ ଉକ୍ତ ବସ୍ତୁର ବସ୍ତୁତ୍ଵ କମ୍ ହୋଇଥିବାରୁ ଏହା ବସ୍ତୁ ଉପରେ କମ୍ ମାଧ୍ୟାକର୍ଷଣ ବଳ ପ୍ରୟୋଗ କରେ ।
(ii) ମନେକର m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର
ଚନ୍ଦ୍ରର ବସ୍ତୁତ୍ଵ = Mm ଓ ଚନ୍ଦ୍ରର ବ୍ୟାସାର୍ଦ୍ଧ = Rm ହୁଏ, ମହାକର୍ଷଣ ବଳର ନିୟମାନୁ ଯାୟୀ,
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 3
(iii) m ବସ୍ତୁତ୍ଵ ବିଶିଷ୍ଟ ଗୋଟିଏ ବସ୍ତୁର ଓଜନ ପୃଥ‌ିବୀପୃଷ୍ଠରେ = We ପୃଥ‌ିବୀର ବସ୍ତୁତ୍ଵ We ଓ ପୃଥ‌ିବୀର ବ୍ୟାସାର୍ଦ୍ଧ = Re ହୁଏ,
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 4
(iv) M = 7.36 x 1022 କି.ଗ୍ରା.,
Rm = 1.74 x 106 ମି. ହେଳେ
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 5
∴ ଚନ୍ଦ୍ରପୃଷ୍ଠରେ ଗୋଟିଏ ବସ୍ତୁର ଓଜନ, ପୃଥ‌ିବୀ ପୃଷ୍ଠରେ ସେହି ବସ୍ତୁର ଓଜନର ଏକ ଷକ୍ଷାଂଶ ଅଟେ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 6

1. ଚାପ ଓ ବଳ ମଧ୍ଯରେ ପାର୍ଥକ୍ୟ ଉଲ୍ଲେଖ କର ।
ଉ-
ଚାପ
(i) ଏକ ପୃଷ୍ଠର ପ୍ରତି ଏକକ କ୍ଷେତ୍ରଫଳ ଉପରେ ଲମ୍ବ ଭାବେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ (Pressure) କୁହାଯାଏ ।
(ii) ପୃଷ୍ଠତଳ ଉପରେ ସଂଘାତ ବା ବଳ F ଓ କ୍ଷେତ୍ରଫଳ A ହେଲେ ଚାପ P = \(P=\frac{F}{A}\)
(iii) ଚାପର ଏକକ ହେଉଛି ନିଉଟନ୍/ମି. ବା ପାଶ୍‌(Pa) ।
(iv) ଚାପ ପାଇବା ପାଇଁ ବଳଟି ପୃଷ୍ଠପ୍ରତି ଲମ୍ବଭାବେ କାର୍ଯ୍ୟକାରୀ ହେବା ଆବଶ୍ୟକ ।

ବଳ
(i) ଜଡ଼ତାର ପରିବର୍ତ୍ତନ ପାଇଁ ଯେଉଁ ବାହ୍ୟ କାରକ ସାହାଯ୍ୟ କରେ ତାକୁ ବଳ (Force) କୁହାଯାଏ ।
(ii) ବସ୍ତୁର ବସ୍ତୁତ୍ଵ m ଓ ତ୍ଵରଣ a ହେଲେ ବଳର ପରିମାଣ F = ma ।
(iii) ବଳର ଏକକ ନିଉଟନ୍ ବା ଡାଇନ୍ ।
(iv) ବଳ ବସ୍ତୁର ପୃଷ୍ଠପ୍ରତି ଯେକୌଣସି କୋଣ କରି କାର୍ଯପକାରୀ ହେ।ଚ୍ଚପାରେ।

2. କେ।ଠାଘରର ମୂଳତୁଆକୁ ପ୍ରଶସ୍ତ କର।ପାଇଥାଏ କାହିଁକି ?
ଉ-
(i) କୌଣସି ବସ୍ତୁ ପୃଷ୍ଠ ପ୍ରତି ଲମ୍ବ ଭାବରେ କାର୍ଯ୍ୟ କରୁଥିବା ବଳକୁ ସଂଘାତ କୁହାଯାଏ ।
(ii) ଏକ ପୃଷ୍ଠର ଏକକ କ୍ଷେତ୍ରଫଳ ଉପରେ ଲମ୍ବ ଭାବରେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ କୁହାଯାଏ ।
(iii) ତେଣୁ ପୃଷ୍ଠର କ୍ଷେତ୍ରଫଳ ବୃଦ୍ଧିକଲେ ଚାପଗ ପରି ମାଣ କମି ଥାଏ । ଭୂପୃଷ୍ଠ ଉପରେ କୋଠାଘରର କାନ୍ଥ ଯେଉଁ ଚାପ ପକାଇଥାଏ ତାହା ହ୍ରାସ କରିବା ପାଇଁ ମୂଳଦୁଆକୁ ପ୍ରଶସ୍ତ କରାଯାଇଥାଏ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

3. ମନେକର ଗୋଟିଏ ଗ୍ରହର ବସ୍ତୁତ୍ଵ ପୃଥ‌ିବୀ ବସ୍ତୁତ୍ଵର \(\frac {1}{2}\) ଓ ଗ୍ରହର ବ୍ୟାସାର୍ଦ ପୃଥ୍ବୀ ବସ।ର୍ଦ୍ଧର \(\frac {1}{2}\)।ତେବେ ଗ୍ରହ ପୃଷ୍ଠରେ ମାଧ୍ୟାକର୍ଷଣ ଜନିତ ତ୍ଵରଣ କେତେ ହେବ ?
ଉ-
ପୃଥ‌ିବୀ ପାଇଁ ge = \(\frac{\mathrm{GM}}{\mathrm{R}^2}\)
ଅନ୍ୟ ଗ୍ରହ ପାଇଁ m = \(\frac {M}{2}\) ଓ r = \(\frac {R}{2}\)
∴ gp = \(\frac {M}{2}\)
∴ gp = \(\frac{\mathrm{G} \times \frac{\mathrm{M}}{2}}{\left(\frac{\mathrm{R}}{2}\right)^2}=\frac{\mathrm{GM}}{2} \times \frac{4}{\mathrm{R}^2}=\frac{2 \mathrm{GM}}{\mathrm{R}^2}=2 \times \mathrm{g}_{\mathrm{e}}\)
∴ gp = 2 x 9.8 m/s2 = 19.6 m/s2(∵ge = 9.8 m/s2)

4. ଗୋଟିଏ ନଡ଼ିଆଗଛରୁ ଏକ ନଡ଼ିଆ ପଡ଼ିବାକୁ 2 ସେକେଣ୍ଡ ସମୟ ଲାଗିଲା ନଡ଼ିଆ ଗଛର ଉଚ୍ଚତା କେତେ ଏବଂ ଭୂମିରେ ପଡ଼ିଲାବେଳେ ତା’ର ପରି ବେଗ କେତେ ? (g = 10 m/s2)
ଉ-
ଏଠାରେ t = 2 sec, u = 0, g = 10 m/s2
∴ s = ut + \(\frac {1}{2}\) at2
= 0 x 2 + \(\frac {1}{2}\) x 10 m/s2 x (2s)2
= 0 + 5 m/s2 x 4 s2 = 20 m
v2 = u2 + 2gs = 0 + 2gs
= 2 x 10 m/s2 x 20m = 400 m2/s2
V = \(\sqrt{400 \mathrm{~m}^2 / \mathrm{s}^2}\) = 20 m/s
ନଡ଼ିଆ ଗଛର ଉଚ୍ଚତା 20 ମି. ଓ ନଡ଼ିଆର ପରିବେଗ 20 m/s ।

5. ଗୋଟିଏ ବସ୍ତୁକୁ ଭୂଲମ୍ବ ଦିଗରେ ଉପର କୁ ଫିଙ୍ଗିବାଦ୍ଵାରା ଏହା 40 ମିଟର ଉପରକୁ ଉଠିଲା । ତେବେ ବସ୍ତୁଟିକୁ କେଉଁ ପରିବେଗରେ ଫିଙ୍ଗା ଯାଇଥୁଲା ଓ ଏହା ସର୍ବୋଚ୍ଚ ଉଚ୍ଚତାକୁ ଉଠିବାପାଇଁ କେତେ ସମୟ ଲାଗିଲା ?
ଉ-
-ଏଠାରେ s 40 m, v = 0, g = 9.8 m/s22
v2 = u2 + 2gs ⇒ u2 = v2 – 2gs
= 02 – 2 x (- 9.8 m/s2) x 40 m
= 19.6 x 40 m2/s2= 196 x 4 m2/s2
⇒ u= \(\sqrt{196 x 4}\) m/s
= 14 x 2 m/s = 28 m/s
v = u + gt
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 11
= 2.86 ସେକେଣ୍ଡ ପ୍ରାୟ ।
∴ ବସ୍ତୁ ଟି କୁ 28 m/s ପରିବେଗରେ ଫିଙ୍ଗାଯାଇଥୁଲା ଓ ଏହା ସର୍ବୋଚ୍ଚ ଉଚ୍ଚତାକୁ ଉଠିବା ପାଇଁ ପ୍ରାୟ 2.86 ସେକେଣ୍ଡ ସମୟ ଲାଗିଲା ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

6. ସଂଘାତ ଓ ଚାପ କ’ଣ ? ଏମାନଙ୍କ ଏକକ ଲେଖ । ସଂଘାତ ଓ ଚାପ ମଧ୍ଯରେ ଥିବା ସଂପର୍କ ନିଗମନ କର ।
ଉ-
(i) ବସ୍ତୁର ପୃଷ୍ଠସହ ସଂସ୍ପର୍ଶରେ ଆସି ପୃଷ୍ଠ ପ୍ରତି ଲମ୍ବ ଭାବରେ କାର୍ଯ୍ୟ କରୁଥ‌ିବା ବଳକୁ ସଂଘାତ କହନ୍ତି।
ଏକକ : ସଂଘାତର ଏକକ ନିଉଟନ୍ ବା ଡାଇନ୍ ।
(ii) ଏକ ପୃଷ୍ଠର ପ୍ରତି ଏକକ କ୍ଷେତ୍ରଫଳ ଉପରେ ଲମ୍ବଭାବରେ କାର୍ଯ୍ୟ କରୁଥିବା ମୋଟ ବଳ ବା ସଂଘାତକୁ ଚାପ କୁହାଯାଏ ।
ଏକକ : ଚାପର ଏକକ ନିଉଟନ୍ / ମି2 ବା ପାଶ୍ଲ୍ କଲେ (Pa) ।
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 7
ପୃଷ୍ଠତଳ ଉପରେ ଚାପ = P,
ପୃଷ୍ଠତଳ ଉପରେ ସଂଘାତ = F,
ପୃଷ୍ଠତଳର କ୍ଷେତ୍ରଫଳ = A ହେଲେ, p = \(\frac {F}{A}\)

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

7. ବସ୍ତୁର ସାନ୍ଦ୍ରତା ଓ ଆପେକ୍ଷିକ ସାନ୍ଦ୍ରତା କ’ଣ
ଉ-
ସାନ୍ଦ୍ରତା – ଏକ ବସ୍ତୁର ପ୍ରତି ଏକକ ଆୟତନରେ ଥ‌ିବା ବସ୍ତୁତ୍ଵକୁ ବସ୍ତୁର ସାନ୍ଦ୍ରତା କୁହାଯାଏ ।
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 8
ବସ୍ତୁର ବସ୍ତୁତ୍ଵ m ଓ ଆୟତନ । ହେଲେ ସାନ୍ଦ୍ରତା (d) = \(\frac {m}{v}\)
ଏକକ – S.I. ଏକକରେ ସାନ୍ଦ୍ରତାର ଏକକ କି.ଗ୍ରା. ମି3
ଆପେକ୍ଷିକ ସାନ୍ଦ୍ରତା – ଗୋଟିଏ ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତକୁ ସେହି ବସ୍ତୁର ସାନ୍ଦ୍ରତା କୁହାଯାଏ ।
କୌଣସି ବସ୍ତୁର ଆପେକ୍ଷିକ ସାନ୍ଦ୍ରତା
BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 9
ଏକକ : ଆପେକ୍ଷିକ ସାନ୍ଦ୍ରତାର ଏକକ ନାହିଁ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 10

1. ଧାରୁଆ ଛୁରୀରେ ଫଳ କାଟିବା ସହଜ କାହିଁକି ? ବିଜ୍ଞାନସମ୍ମତ କାରଣ ଦର୍ଶାଅ ।
ଊ-
(i) ଧାରୁଆ ଛୁରୀ ଓ ଫଳ ଯେଉଁ ସ୍ଥାନରେ ସ୍ପର୍ଶ କରନ୍ତି, ସେଠାର ସ୍ପର୍ଶ କ୍ଷେତ୍ରଫଳ ଅତି ନଗଣ୍ୟ ମୋଟ ପ୍ରଯୁକ୍ତ ବଳ ବା ସଂଘାତ ଏହି ସ୍ଵଳ୍ପ କ୍ଷେତ୍ରଫଳ ଉପରେ ବାଣ୍ଟି ହୋଇଯାଏ ।
(ii) ତେଣୁ ପ୍ରତି ଏକକ କ୍ଷେତ୍ରଫଳ ଉପରେ ବଳର ପ୍ରଭାବ ବେଶି ହୁଏ ଏବଂ ଛୁରୀଟିରେ ବେଶି ବଳ ଦେବାକୁ ଆବଶ୍ୟକ ହୁଏ ନାହିଁ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

2. ଆର୍କିମିଡ଼ିସ୍‌ଙ୍କ ସୂତ୍ର ଲେଖ । ଏହା କେଉଁଥରେ ପ୍ରୟୋଗ କରାଯାଏ, ସେଥିମଧ୍ୟରୁ ଗୋଟିଏ ଲେଖ ।
ଉ-
(i) ଆର୍କ ମିଡ଼ିସ୍‌ଙ୍କ ସୂତ୍ର : କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସଂପୂର୍ଣ୍ଣ ବା ଆଂଶିକ ଭାବରେ ବୁଡ଼ାଇଲେ ବସ୍ତୁର ଓଜନ ହ୍ରାସ ପାଏ । ବସ୍ତୁର ଓଜନର ଏହି ଆଭାସୀ ଦ୍ର।ସ ବସ୍ତତ୍ୱ।ରା ଅପସାରିତ ତରକର ଓଚ୍ଚନ ସହ ସମାନ ।
(ii) ଆର୍କିମିଡ଼ିସ୍‌ଙ୍କ ସୂତ୍ର ପ୍ରୟୋଗ କରି ବସ୍ତୁର ଆପେକ୍ଷିକ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।

3. ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲ କୁ ବୁଡ଼ାଇ ଛାଡ଼ି ଦେଲେ ତାହା ଆପେ ଆପେ ପୃଷ୍ଠକୁ ଉଠିଆସେ କାହିଁକି ?
ଉ-
(i) ପାଣିରେ ଏକ ପ୍ଲାଷ୍ଟିକ୍ ବୋତଲକୁ ବୁଡ଼ାଇ ଛାଡ଼ିଦେଲେ ପାଣି ବୋତଲ ଉପରେ ଏକ ଉତ୍ସବଳ ପ୍ରୟୋଗ କରେ । ତେଣୁ ବୋତଲଟି ଉପରକୁ ଉଠିଯାଏ ।
(ii) ପାଣି ଭିତରେ ଏକ ଉର୍ଦୁବଳର ପରିମାଣ ପୃଥ‌ିବୀର ମାଧ୍ୟାକର୍ଷଣ ବଳର ପରିମାଣ ଅର୍ଥାତ୍ ବୋତଲଟିର ଓଜନଠାରୁ ଅଧିକ ହୁଏ । ତେଣୁ ବୋତଲଟି ‘ଉପରକୁ ଉଠିଆସେ ।

4. 50 ଗ୍ରାମ୍ ବସ୍ତୁତ୍ଵ ବିଶିଷ୍ଟ ଏକ ବସ୍ତୁର ଆୟତନ 20 ଘନ ସେ.ମି. । ଏହାକୁ ଏକ ଜଳପୂର୍ଣ୍ଣ କୁଣ୍ଡରେ ପକାଇଲେ ଏହା ବୁଡ଼ିବ ନା ଭାସିବ ବୁଝାଅ ।
ଉ-
ବସ୍ତୁଟିର ବସ୍ତୁତ୍ଵ (m) = 50 ଗ୍ରାମ୍ ଓ ଆୟତନ (v) = 20 ଘନ ସେ.ମି.
∴ ସାନ୍ଦ୍ରତା (d) = \(\frac{m}{v}=\frac{50}{20}\) ଗ୍ର । ମ୍ /ଘନ ସେ.ମି.।
= 2.5 ଗ୍ର । ମ୍ /ଘନ ସେ.ମି.।
ଜଳର ସାନ୍ଦ୍ରତା = 1 ଗ୍ରାମ୍/ଘନ ସେ.ମି.
∴ ଜଳର ସାନ୍ଦ୍ରତା ଠାରୁ ବସ୍ତୁର ସାନ୍ଦ୍ରତା ଅଧ୍ୟକ ହେତ ବସ୍ତୁଟିକୁ ଜଳପ କୁଣ୍ଡରେ ପକାଇଲେ ଏହା ପାଣିରେ ବୁଡ଼ିଯବି ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

5. କାଗଜ ଗୁଳ ଅପେକ୍ଷା ଖଣ୍ଡିଏ ଫର୍ଦ କାଗଜ ଡେରିରେ ତଳକୁ ପଡ଼େ କାହିଁକି ?
ଉ –
(i) କାଗଜଗୁଳାର ପୃଷ୍ଠକ୍ଷେତ୍ରଫଳ ଠାରୁ ଫର୍ଦ୍ଦେ କାଗଜର ପୃଷ୍ଠକ୍ଷେତ୍ରଫଳ ଅଧିକ ଅଟେ ।
(ii) ପୃଷ୍ଠକ୍ଷେତ୍ରଫଳ ଅଧିକ ହୋଇଥିବାରୁ ଫର୍ଦ୍ଦେ କାଗଜରେ ଉର୍ଦୁଚାପ ବେଶୀ ହେବ । ତେଣୁ ଫର୍ଭେ କାଗଜ ଡେରିରେ ତଳକୁ ପଡ଼ିବ ।

6. ଏକ ବାୟୁଶୂନ୍ୟ କାଚ ଘରେ ଗୋଟିଏ ପର ଓ ଗୋଟିଏ ଗୋଡ଼ି ସମାନ ଉଚ୍ଚତାରୁ ପକାଇଲେ କେଉଁଟି ପ୍ରଥମେ ତଳେ ପଡ଼ିବ ଓ କାହିଁକି ?
ଉ-
(i) ମୁକ୍ତ ପତନ ବସ୍ତୁର ଗତି ସମତ୍ଵରାନ୍ଵିତ ଗତି ଅଟେ । ଯେକୌଣସି ବସ୍ତୁ ମୁକ୍ତ ଭାବରେ ପଡ଼ିଲେ ଏହାର ତ୍ଵରଣ ମାଧ୍ୟାକର୍ଷଣ ଜନିତ ତ୍ଵରଣ g = 9.8 m/s2 ସହ ସମାନ ହୁଏ ।
(ii) ଏହାର ଗତି ବସ୍ତୁର ବସ୍ତୁତ୍ଵ ଉପରେ ନିର୍ଭର କରେ ନାହିଁ । ବାୟୁଶୂନ୍ୟ କାଚ ଘର ମଧ୍ୟରେ ବାୟୁର ଘର୍ଷଣଜନିତ ପ୍ରତିରୋଧ ନ ଥାଏ । ଏହା ମଧ୍ଯରେ ବସ୍ତୁର ଗତି ମୁକ୍ତ ପତନ ଅଟେ । ତେଣୁ ଏହା ମଧ୍ଯରେ ଉଭୟ ପର ଓ ଗୋଡ଼ି ସମାନ ଉଚ୍ଚତାରୁ ଏକ ସମୟରେ ତଳେ ପଡ଼ିବ ।

7. g ଓ G ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
ଉ-
g-
(i) ମାଧ୍ୟାକର୍ଷଣ ଜନିତ ତ୍ଵରଣ (g) ର ମୂଲ୍ୟ 9.8 m/s2
(ii) ଏହାର ମୂଲ୍ୟ ସ୍ଥାନ ଅନୁ ସାରେ ବଦଳିଥାଏ ।

G-
(i) ମହାକର୍ଷଣ ସ୍ଥିରାଙ୍କ (G)ର ମୂଲ୍ୟ
6.67 x 10-11 Nm2/kg2
(ii) ଏହାର ମୂଲ୍ୟ ସବୁ ସ୍ଥାନରେ ସମାନ ।

A ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ପୃଥ‌ିବୀ ପୃଷ୍ଠରେ ଏକ ବସ୍ତୁର ଓଜନ 60 ନିଉଟନ୍ ହେଲେ ଚନ୍ଦ୍ରପୃଷ୍ଠରେ ଉକ୍ତ ବସ୍ତର ଓଜନ କେତେ ?
ଉ-
Wm = \(\frac {1}{6}\) We = \(\frac {1}{6 }\) = \(\frac {1}{6 }\) × 60 n = 10 n

2. ନିଉଟନ୍ ଙ୍କ ମହାକର୍ଷଣ ନିୟମ ଲେଖ ।
ଉ-
ବିଶ୍ଵର କୌଣସି ଦୁଇଟି ବସ୍ତୁ ମଧ୍ୟରେ ମହାକର୍ଷଣ ବଳର ପରିମାଣ ବସ୍ତୁଦ୍ଵୟର ଗୁଣଫଳ ସହ

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

3. ମାଧ୍ୟାକର୍ଷଣ ଜନିତ ତ୍ଵରଣ କାହାକୁ କୁହାଯାଏ ?
ଉ-
ପୃଥ‌ିବୀର ମାଧ୍ୟାକର୍ଷଣ ଟଣା ଯୋଗୁଁ ମୁକ୍ତ ପତନଶୀଳ ବସ୍ତୁଠାରେ ଯେଉଁ ସମ ତ୍ଵରଣ ଉନନ୍ନ ହୁଏ, ତାକୁ ମାଧ୍ୟାକର୍ଷଣ ଜନିତ ତ୍ଵରଣ କୁହାଯାଏ ।

4. ପ୍ଳବତା କାହାକୁ କୁହାଯାଏ ?
ଉ-
ତରଳ ପଦାର୍ଥରେ ନିମଜ୍ଜିତ ଏକ ବସ୍ତୁ ଉପରେ କ୍ରିୟାଶୀଳ ଊର୍ଦ୍ଧ୍ବ ବଳକୁ ଉର୍ଦ୍ଧ୍ୱସଂଘାତ ବା ପ୍ଳବନ ବଳ କୁହାଯାଏ ଏବଂ ଏହି ପ୍ରକ୍ରିୟାକୁ ପ୍ରବତା କୁହାଯାଏ ।

5. ସଂଘାତ କ’ଣ ?
ଉ-
ବସ୍ତୁର ପୃଷ୍ଠ ଉପରେ ଲମ୍ବ ଭାବରେ ପ୍ରଯୁକ୍ତ ବଳକୁ ସଂଘାତ କୁହାଯାଏ ।

6. ଆର୍କିମିଡ଼ିସ୍‌ଙ୍କ ନିୟମ କ’ଣ ?
ଉ-
କୌଣସି ଏକ ତରଳରେ କୌଣସି ଏକ ବସ୍ତୁକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବରେ ବୁଡ଼ାଇଲେ ବସ୍ତୁଟିର ଓଜନ ହ୍ରାସ ପାଏ । ବସ୍ତୁର ଓଜନର ଏହି ଆଭାସୀ ହ୍ରାସ ବସ୍ତୁଦ୍ଵାରା ଅପସାରିତ ତରଳର ଓଜନ ସହ ସମାନ ହୋଇଥାଏ ।

7. କେନ୍ଦ୍ରାଭିସାରୀ ବଳ କ’ଣ ?
ଉ-
ଯେଉଁ ବଳ ତ୍ଵରଣ ଉନନ୍ନ କରିବା ସହିତ ବସ୍ତୁରବୃତ୍ତାକାର ପଥରେ ଗତିଶୀଳ ଅବସ୍ଥାରେ ରଖେ ଏବଂ କେନ୍ଦ୍ର ଆଡ଼କୁ ଗତିଶୀଳ ହୁଏ, ତା’କୁ କେନ୍ଦ୍ରାଭିସାରୀ ବଳ କୁହାଯାଏ ।

8. Gକୁ କାହିଁକି ସାର୍ବଜନୀନ ମହାକର୍ଷଣ ସ୍ଥିରାଙ୍କ କୁହାଯାଏ ?
ଉ-
ବିଶ୍ଵରେ ଯେକୌଣସି ଏକ ଯୋଡ଼ା ବସ୍ତୁ ପାଇଁ ‘G’ ର ମୂଲ୍ୟ ସମାନ । ପୁନଶ୍ଚ ‘G’ର ମାନମଧ୍ୟବର୍ତ୍ତୀ ମାଧ୍ୟମର ପ୍ରକୃତି ଉପରେ ନିର୍ଭର କରେନାହିଁ । ତେଣୁ ‘G’କୁ ସାର୍ବଜନୀନ ମହାକର୍ଷଣ ସ୍ଥିରାଙ୍କ କୁହାଯାଏ ।

9. କେନ୍ଦ୍ରାଭିସାରୀ ବଳ ଶୂନ ହେଲେ ବସ୍ତୁର ଗତିରେ କ’ଣ ପରିବର୍ତ୍ତନ ହୁଏ ?
ଉ-
କେନ୍ଦ୍ରାଭିସାରୀ ବଳ ଶୂନ ହେଲେ ବସ୍ତୁ ବୃତ୍ତାକାର ପଥରେ ନ ଘୂରି ସେହି ପଥରୁ ବିଚ୍ୟୁତ ହୋଇ ବୃତ୍ତ ପ୍ରତି ସ୍ପର୍ଶକ ଦିଗରେ ଏକ ସରଳରେଖାରେ ବୃତ୍ତଠାରୁ ବିଚ୍ଛିନ୍ନ ହୋଇ ଚାଲିଯାଏ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

10. ମହାକର୍ଷଣ ବଳ କ’ଣ ?
ଊ-
ଯେକୌଣସି ଦୁଇଟି ଜଡ଼ୀୟ ବସ୍ତୁ ମଧ୍ୟରେ ଥିବା ଆକର୍ଷଣ ବଳକୁ ମହାକର୍ଷଣ ବଳ କୁହାଯାଏ ।

11. ଗୋଟିଏ ପିଲା ପଥରରେ ସୂତା ବାନ୍ଧି ଆନୁଭୂମିକ ବୃତ୍ତାକାର ପଥରେ ଘୂରାଉଛି । ଯଦି ସୂତାଟି ଛିଣ୍ଡିଯାଏ, ପଥରଟିର କ’ଣ ଘଟିବ ?
ଉ-
ଗୋଟିଏ ପିଲା ପଥରରେ ସୂତା ବାନ୍ଧି ଆନୁଭୂମିକ ଛି ଣ୍ଡି ବୁଢାକାର ପଥରେ ପୂଜାଉଛି । ଯଦି ସୂତାଟି ଯାଏ, ପଥର ଟି ବୃତ୍ତାକାର ପଥ ପ୍ର ତି ସ୍ପର୍ଶକଭାବେ ସରଳରେଖାରେ ଗତିକରିବ ।

12. ଚନ୍ଦ୍ର ପୃଥ‌ିବୀକୁ ଆକର୍ଷଣକଲେ ମଧ୍ୟ କାହିଁକି ପୃଥ‌ିବୀ ଚନ୍ଦ୍ର ଚାରିପଟେ ଘୂରି ନଥାଏ ?
ଉ-
ଚନ୍ଦ୍ରର ବସ୍ତତ୍ଵ ପୃଥ‌ିବୀର ବସ୍ତତ୍ଵ ତୁଳନାରେ ନଗଣ୍ୟ ହେ । ଇଥ୍ ବା ରୁ ପୃଥ‌ିବୀ ଚନ୍ଦ୍ର ଚାରି ପଟେ ବାରୁ ଘୂରି ପାରେନା ।

13. ସାର୍ବଜନୀନ ମହାକର୍ଷଣ ନିୟମ କ’ଣ ?
ଉ-
ମହାକର୍ଷଣ ବଳର ପରିମାଣ ବସ୍ତଦ୍ଵୟର ବସ୍ତୁତ୍ଵର ଗୁଣଫଳ ସହ ସମାନୁପାତୀ ଏବଂ ସେମାନଙ୍କ ବସ୍ତତ୍ଵ କେନ୍ଦ୍ର ମଧ୍ୟରେ ଥ‌ିବ। ଦୂରତାର ବର୍ଗ ସ ହ ପ୍ରତିଲୋମାନୁପାତୀ ଅଟେ ।

14. ମୁକ୍ତ ପତନ କ’ଣ ?
ଉ-
ବସ୍ତ କେବଳ ମହାକର୍ଷଣ ବଳର ପ୍ରଭାବରେ

15. ଓଜନ କ’ଣ ?
ଉ-
ଏକ ବସ୍ତ ଉପରେ କ୍ରିୟାଶୀଳ ହୋଇଥୁବା ପୃଥ‌ିବୀର

16. ଆଭାସୀ ହ୍ରାସ କ’ଣ ?
ଉ-
ଗୋଟିଏ ବସ୍ତୁକୁ ତରଳରେ ବୁଡାଇଲେ ତାହାର ଓଜନ କିଛି ହ୍ରାସ ହେଲାପରି ଜଣାପଡ଼ିବାରୁ ଆଭାସୀ ହ୍ରାସ କୁହାଯାଏ ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

B ଗୋଟିଏ ପଦରେ ଉତ୍ତର ଦିଅ ।

1. ପୃଥ‌ିବୀର କେନ୍ଦ୍ରରେ ଏକ ବସ୍ତୁର ଓଜନ କେତେ ?
2. ଏକ ବସ୍ତୁର ଚନ୍ଦ୍ରପୃଷ୍ଠରେ ଓଜନ 20 N ହେଲେ ଏହାର ଓଜନ ପୃଥ‌ିବୀ ପୃଷ୍ଠରେ କେତେ ?
3. କେଉଁ ସୂତ୍ରଦ୍ୱାରା ଲାକ୍ଟୋମିଟର କାର୍ଯ୍ୟ କରେ ?
4. ଜଳର ସାନ୍ଦ୍ରତା କେତେ ?
5. କୌଣସି ବସ୍ତୁର ଓଜନ ପୃଥ‌ିବୀ ପୃଷ୍ଠରେ 12N ହେଲେ ଚନ୍ଦ୍ର ପୃଷ୍ଠରେ ଏହାର ଓଜନ କେତେ ହେବ ?
6. କୌଣସି ବସ୍ତୁର ଓଜନ କାହା ସହ ସମାନ ?
7. ଏକ ଖଣିର ନିମ୍ନଭାଗରେ, ପାହାଡ଼ର ଚୂଡ଼ାରେ, ପୃଥ‌ିବୀ ପୃଷ୍ଠରେ ଓ ଏକ ଗଛ ଉପରେ କେଉଁଠାରେ g ର ମାନ ସର୍ବାଧ‌ିକ ହେବ ?
8. ମୁକ୍ତ ପତନ କ୍ଷେତ୍ରରେ ବସ୍ତୁର ତ୍ଵରଣ କେତେ ?
9. ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
10. ପୃଥ‌ିବୀର ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
11. ଭୂପୃଷଷ୍ଠଠାରୁ ତଳକୁ ତଳକୁ ଗଲେ g ର ମାନରେ କ’ଣ ପରିବର୍ତ୍ତନ ଘଟିବ ?
12. ପୃଥ‌ିବୀପୃଷ୍ଠର କେଉଁଠାରେ ପୃଥ‌ିବୀର ବ୍ୟାସାର୍ବ ସର୍ବାଧ୍ଵ ?
13. ପୃଥ‌ିବୀପୃଷ୍ଠର କେଉଁଠାରେ ପୃଥ‌ିବୀର ବ୍ୟାସାର୍ଦ୍ଧ ସର୍ବନିମ୍ନ ?
14. ଭୂପୃଷ୍ଠଠାରୁ ଉଚ୍ଚକୁ ଗଲେ g ର ମାନରେ କ’ଣ ପରିବର୍ତ୍ତନ ଘଟେ ?
15. ମେରୁଠାରୁ ବିଷୁବ ବୃତ୍ତ ଆଡ଼କୁ ଗଲେ ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
16. ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ଗଲେ ପୃଥ‌ିବୀର ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
17. 1 kg ବସ୍ତୁତ୍ଵର ବସ୍ତ କେତେ ପରିମାଣର ବଳଦ୍ଵାରା ପୃଥ‌ିବୀ ଆଡକୁ ଆକର୍ଷିତ ହୁଏ ?
18. ଦୁଇଟି ବସ୍ତୁ ମଧ୍ୟରେ ଦୂରତା 6 ଗୁଣ ବୃଦ୍ଧି ହେଲେ, F କେତେ ହେବ ?
19. ଭୂସ୍ଥିର କୃତ୍ରିମ ଉପଗ୍ରହର ଆବର୍ତ୍ତନ ସମୟକାଳ କେତେ ?
20. ଏକ ଉପଗ୍ରହ ଭୂପୃଷ୍ଠର ଅତି ନିକଟରେ ଘୂରୁଥୁଲେ ଏହାର ବେଗ କେତେ ହେବ ?
21. ଦୁଇଟି ଗ୍ରହର ବସ୍ତୁତ୍ଵର ଅନୁପାତ 1 : 2 । ସେମାନଙ୍କ ବ୍ୟାସାର୍ଦ୍ଧର ଅନୁପାତ 1 : 2 । ସେମାନଙ୍କ ହେବ ?
22. ପୃଥ‌ିବୀର ବ୍ୟାସାର୍ଦ୍ଧ ପରିମିତ ଉଚ୍ଚତା ସହ ସମାନ ଉଚ୍ଚତାକୁ ଏକ ବସ୍ତକୁ ଉପରକୁ ଉଠାଇଲେ ପରିବର୍ତ୍ତିତ ସ୍ଥିତିଜ ଶକ୍ତି କେତେ ହେବ ?
23. ଯଦି ପୃଥ‌ିବୀ ଓ ସୂର୍ଯ୍ୟ ମଧ୍ୟରେ ଥିବା ଦୂରତାକୁ 2 ଗୁଣ କରାଯାଏ, ତେବେ ବର୍ଷର ଅବଧୂ କେତେଦିନ ହେବ ?
24. ଦୁଇଟି ବସ୍ତ୍ର ମଧ୍ୟରେ ଦୂରତା 2 ଗୁଣ ହେଲେ, ସେମାନଙ୍କ ମଧ୍ୟରେ ଆକର୍ଷଣ ବଳ F କେତେ ହେବ ?
25. ମାଧ୍ୟାକର୍ଷଣଜନିତ ତ୍ଵରଣ କେଉଁଠାରେ ଶୂନ ହୁଏ ?
26. ମାଧ୍ୟାକର୍ଷଣ ବିରୁଦ୍ଧରେ ଗତିଶୀଳ ବସ୍ତ୍ର ସର୍ବାଧ‌ିକ ଉଚ୍ଚତାରେ ପହଞ୍ଚିବା ପରେ ଏହାର ଅନ୍ତିମ ପରିବେଗ କେତେ ହେବ ?
27. ଓଜନର ପରିମାଣର ଏକକ କ’ଣ ?

Answer:
1. 0
2. 120 N
3. ଆକିମିଡ଼ିସ୍‌ଙ୍କ ସୂତ୍ର
4. 1000 kg/m3
5. 2N
6. ବସ୍ତୁତ୍ଵ ଓ ମାଧ୍ୟାକର୍ଷଣ ଜନିତ ତ୍ଵରଣର ଗୁଣଫଳ
7. ଖଣିର ନିମ୍ନ ଭାଗରେ
8. 9.8 m/s2
୨. ଦୁର୍ବଳ
10. ମାଧ୍ୟାକର୍ଷଣ
11. ବୃଦ୍ଧି ପାଇବ
12. ବିଷୁବରେଖା
13. ମେରୁ
14. ହ୍ରାସ ପାଏ
15. ହ୍ରାସ ପାଏ
16. ବୃଦ୍ଧି ପାଏ
17. 9.8 N
18. 1/36 ଗୁଣ
19. 24 ଘଣ୍ଟା
20. \(\sqrt{\mathrm{Rg}}\)
21. 1 : 2
22. \(\frac {π}{2}\)
23. 1032 ଦିନ
24. 1/4 F
25. ପୃଥିବାର କେନ୍ଦ୍ର
26. 0
27. ନିଉଟନ୍

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

C ଶୂନ୍ୟସ୍ଥାନ ପୂରଣ କର ।

1. ମହାକର୍ଷଣ ବଳ ବୈଜ୍ଞାନିକ ……………… ଆଚିଷ୍ଠାର କରିଥିଲେ ।
2. କୌଣସି ବସ୍ତୁ ବୃତ୍ତାକାର ପଥରେ ଘୂରିବାପାଇଁ ………………… ବଳ ଆବଶ୍ୟକ କରେ ।
3. ଏକ ସରଳରେଖା ଯାହା ବୃତ୍ତକୁ କେବଳ ଗୋଟିଏ ମାତ୍ର ବିନ୍ଦୁରେ ଛେଦକରେ ତାକୁ ବଡର …………………. କହନ୍ତି ।
4. ଯେକୌଣସି ଦୁଇଟି ଜଡ଼ୀୟ ବସ୍ତୁତ୍ଵ ମଧ୍ଯରେ ଥିବା ଆକର୍ଷଣ ବଳକୁ ………………….. ବଳ କୁହାଯାଏ ।
5. ଦୁଇଟି ବସ୍ତୁ ଯାହାର ବସ୍ତୁତ୍ଵ ଯଥାକ୍ରମେ m, ଓ m, ଏବଂ ସେମାନଙ୍କ ମଧ୍ୟରେ ଦୂରତା d ହେଲେ ମହାକର୍ଷଣ ବଳର ପରିମାଣ F ହୁଏ, ତେବେ ଦୁଇଟି ବସ୍ତୁ ଯାହାର ବସ୍ତୁତ୍ଵ 2m1 ଓ 3m2ଏବଂ ସେମାନଙ୍କ ମଧ୍ୟରେ ଦୂରତା d ହେଲେ ମହାକର୍ଷଣ ବଳର ପରିମାଣ ………….. ହେବ ।
6. ର ମୂଲ୍ୟ ପୃଥ‌ିବୀପୃଷ୍ଠରେ ……………………. ଠାରେ ସବୁଠାରୁ କମ୍ ।
7. gର ମୂଲ୍ୟ ପୃଥ୍ବୀପୃଷ୍ଠରେ ……………… ଠାରେ ସର୍ବାଧ୍ଵକ ।
8. ସଂଘାତର S.I. ଏକକ ……………… ।
୨. ପ୍ଳବ ନ ବଳ ଗଣିତଜ୍ଞ ……………….. ଆଚିଷ୍ଠାର କରିଥିଲେ ।
10. ସାନ୍ଦ୍ରତାର S.I. ଏକକ …………………।
11. ପାରଦର ଆପେକ୍ଷିକ ସାନ୍ଦ୍ରତା ………………..।
12. ମେରୁଠାରୁ ବିଷୁବବୃତ୍ତ ଆଡ଼କୁ ଗଲେ ପୃଥୁବୀର ମାଧ୍ୟ।କଷଣ ବଳ ……………….. ହୁଏ ।
13. ଚାପର ଏକକ ……………….. ର ଏକକ ସହ ସମାନ ।
14, ସଂଘାତର ଏକକ ହେଉଛି ……………… ।
15. ତରଳରେ ବସ୍ତୁଟିଏ ବୁଡ଼ାଇଲେ, ତାହା ……………….. ହରାଏ ।
16. ମହାକର୍ଷଣ ବଳ ଯୋଗୁଁ ପୃଥ‌ିବୀ ଆଡକୁ ଖସୁଥୁବା ବସ୍ତୁର ଗତିକୁ ………………… କୁହାଯାଏ ।
17. ମୁକ୍ତ ପତନଶୀଳ ବସ୍ତୁର ତ୍ଵରଣ ପୃଥ‌ିବୀର …………………. ଯୋଗୁଁ ଜାତ ହୋଇଥାଏ ।
18. ମାଧ୍ୟାକର୍ଷଣଜନିତ ତ୍ଵରଣର ଦିଗ ସର୍ବଦା …………………… ଆଡକୁ ହୋଇଥାଏ ।
19. ତ୍ଵରଣର ଦିଗ ବସ୍ତର ………………… ଦିଗରେ ହେଲେ, g ର ମୂଲ୍ୟ ଯୁକ୍ତାତ୍ଵିକ ହୁଏ ।
20. ପୃଥ‌ିବୀପୃଷ୍ଠରେ ଗୋଟିଏ ବସ୍ତକୁ ଭୂଲମ୍ବ ଦିଗରେ ନିକ୍ଷେପ କଲେ, ତାହାର ଅନ୍ତିମ ପରିବେଗ ………………. ହେବ ।
21. ଏକ ବୁଡ଼ିଥୁବା ବସ୍ତୁ ଉପରେ ଜଳ ପ୍ରୟୋଗ କରୁଥିବ ଉର୍ଦ୍ଧମୁଖୀ ବକକୁ ………………… କୁହାଯାଏ ।
22. ତରଳ ମଧ୍ୟରେ ବସ୍ତର ଆଭାସୀ ହ୍ରାସ ଓଜନ ………………….. ର ଓଜନ ସହ ସମାନ ।

Answer:
1. ନିଉଟନ୍
2. କେନ୍ଦ୍ରାଭି ସାରୀ
3. ସର୍ଶକ
4. ମହ।କର୍ଷଣ
5. 6F
୨. ଆର୍କିମିଡ଼ିସ୍‌
7. ମେରୁ
8. ନିଉଟନ୍
10. କି.ଗ୍ରା. ମିଟର
11. 13.6
12. ହ୍ରାସ
13. ବଳ/କ୍ଷେତ୍ର ଫଳ
14. ନିଉଟନ୍
15. ଓଜନ
16. ମୁକ୍ତ ପତନ
17. ମାଧ୍ୟାକର୍ଷଣ
18. ପୃଥ‌ିବୀ
19. ଗତି
20. 0
21. ପୂବନ
22. ବସ୍ତଦ୍ୱାରା ଅପସାରିତ ତରଳ

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

D. ଠିକ୍ ଉକ୍ତ ପାଇଁ (✓) ଓ ଭୁଲ ଉକ୍ତି ପାଇଁ (✗) ଚିହ୍ନ ଦିଅ ।

1. ଏକ ବସ୍ତୁର ଓଜନ ସବୁ ସ୍ଥାନରେ ସମାନ ।
2. ଏକ ବସ୍ତୁର ବସ୍ତୁର ସବୁ ସ୍ଥାନରେ ସମାନ ।
3. ପୃଥ‌ିବୀରେ ଏକ ବସ୍ତୁର ଓଜନ N ନିଉଟନ ହେଲେ
4. ସଂଘାତ ଏକ ବଳ ।
5. ସଂଘାତ ଓ ଚାପର ଏକକ ସମାନ ।
6. ଚାପର SI ଏକକ ପାସ୍‌କାଲ୍ ।
7. ଚାପ ହେଉଛି କ୍ଷେତ୍ରଫଳ ଓ ସଂଘାତର ଅନୁପାତ ।
8. କୋଠାଘର ତିଆରି ବେଳେ ଏହାର ମୂଳଦୁଆକୁ ପ୍ରଶସ୍ତ କରିବା ଉଚିତ !
9. ପ୍ଳବନ ବଳ ତରଳ ପଦାର୍ଥର ସାନ୍ଦ୍ରତା ଉପରେ ନିର୍ଭର କରେ ।
10. କେବଳ ତରଳ ପଦାର୍ଥର କ୍ଲବତା ଅଛି ।
11. ଆପେକ୍ଷିକ ସାନ୍ଦ୍ରତାର ଏକକ ଅଛି ।
12. G ର ମାନ ବିଭିନ୍ନ ମହାକାଶୀୟ ବସ୍ତୁ ପାଇଁ ଭିନ୍ନ ଭିନ୍ନ ।
13. ମହାକର୍ଷଣ ବଳ ଏକ ସବଳ ବଳ ।
14. ଚ୍ଚଳର ସନ୍ଦ୍ରତା 1000 kg × m-3
15. G ରମାନ 6.673 × 10-21n ।
16. ପୃଥ୍ବୀର ବସ୍ତୁଦ୍ଵ ପ୍ରାୟ 6 × 10-24 kg ।
17. 1 ପାର୍ଶ୍ଵକାଲ୍ = 1 ନିଉଟନ୍ /ମିଟର ।
18. ଆପେକ୍ଷିକ ସାନ୍ଦ୍ରତାର ଏକକ ଗ୍ରାମ୍/ସେ.ମି ।
19. ମହାକର୍ଷଣ ବଳର ଆବିଷ୍କାରକ ନିଉଟନ୍ । 20. କୌଣସି ବସ୍ତୁ ବୃତ୍ତାକାର ପଥରେ ଘୂରିବାପାଇଁ କେନ୍ଦ୍ରାଭିସାରୀ ବଳ ଆବଶ୍ୟକ କରେ ।
21. ପୃଥ‌ିବୀ ପୃଷ୍ଠରେ କର୍କଟକ୍ରାନ୍ତିଠାରେ g ର ମାନ ସର୍ବନିମ୍ନ ?
22. ପୃଥ‌ିବୀ ପୃଷ୍ଠରେ ବିଷୁବରେଖାଠାରେ’ g ର ମାନ ସର୍ବାଧ୍ଵ ।
23. ସଂଘାତର SI ଏକକ ନିଉଟନ୍ ।
24. ପ୍ଲବନ ବଳର ଆବିଷ୍କାରକ ଆଇନ୍ ଷ୍ଟାଇନ୍ ।
25. ପାରଦର ଆପେକ୍ଷିକ ସାନ୍ଦ୍ରତା 13.6 |

Answer:
1. (✗)
2. (✓)
3. (✓)
4. (✓)
5. (✗)
6. (✗)
7. (✗)
8. (✓)
9. (✓)
10. (✗)
11. (✗)
12. (✗)
13. (✗)
14. (✓)
15. (✗)
16. (✓)
17. (✓)
18. (✗)
19. (✗)
20. (✓)
21. (✗)
22. (✗)
23. (✓)
24. (✗)
25. (✓)

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

E. ‘କ’ ସ୍ତମ୍ଭର ଶବ୍ଦକୁ ‘ଖ’ ସ୍ତମ୍ଭର ଶବ୍ଦ ସହ ମିଳନ କରି ଲେଖ ।

1. ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମାଧ୍ୟାକର୍ଷଣ ବଳ (F) ବସ୍ତୁତ୍ଵ/ବସ୍ତୁର ଆୟତନ
ବସ୍ତୁର ଓଜନ (W) ନିଉଟନ୍
ବସ୍ତୁର ସାନ୍ଦ୍ରତା ବସ୍ତୁର ସାନ୍ଦ୍ରତା/ବସ୍ତୁର ସାନ୍ଦ୍ରତା
ଆପେକ୍ଷିକ ସାନ୍ଦ୍ରତା BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 14
ଓକନର ଏକକ mg

Answer:

 ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ମାଧ୍ୟାକର୍ଷଣ ବଳ (F) BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 15
ବସ୍ତୁର ଓଜନ (W) mg
ବସ୍ତୁର ସାନ୍ଦ୍ରତା ବସ୍ତୁତ୍ଵ/ବସ୍ତୁର ଆୟତନ
ଆପେକ୍ଷିକ ସାନ୍ଦ୍ରତା ବସ୍ତୁର ସାନ୍ଦ୍ରତା/ବସ୍ତୁର ସାନ୍ଦ୍ରତା
ଓକନର ଏକକ ନିଉଟନ୍

 

2. ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଏକ ବସ୍ତୁ ଓ ପୃଥ‌ିବୀ ମଧ୍ଯରେ ଆକର୍ଷଣ ସାନ୍ଦ୍ରତା
ବିଶ୍ଵରେ ଦୁଇଟି ବସ୍ତୁ ମଧ୍ୟରେ ଆକର୍ଷଣ ଆପେକ୍ଷିକ ସାନ୍ଦ୍ରତା
ଜଳରେ ବୁଡିଥୁବା ବସ୍ତୁ ଉପରେ ଊର୍ଦ୍ଧ୍ୱମୁଖୀ ବଳ ମାଧ୍ୟାକର୍ଷଣ ବଳ
ବସ୍ତୁର ଏକ କଆୟତନର ବସ୍ତୃଦ୍ୱ ଯର୍ଶକ
ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତ ମାଧ୍ୟାକର୍ଷଣ ବଳ
ପ୍ଳବନ ବକ

Answer:

 ‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଏକ ବସ୍ତୁ ଓ ପୃଥ‌ିବୀ ମଧ୍ଯରେ ଆକର୍ଷଣ ମାଧ୍ୟାକର୍ଷଣ ବଳ
ବିଶ୍ଵରେ ଦୁଇଟି ବସ୍ତୁ ମଧ୍ୟରେ ଆକର୍ଷଣ ମାଧ୍ୟାକର୍ଷଣ ବଳ
ଜଳରେ ବୁଡିଥୁବା ବସ୍ତୁ ଉପରେ ଊର୍ଦ୍ଧ୍ୱମୁଖୀ ବଳ ପ୍ମବନ ବକ
ବସ୍ତୁର ଏକ କଆୟତନର ବସ୍ତୃଦ୍ୱ ସାନ୍ଦ୍ରତା
ବସ୍ତୁର ସାନ୍ଦ୍ରତା ଓ ଜଳର ସାନ୍ଦ୍ରତାର ଅନୁ ପାତ ଆପେକ୍ଷିକ ସାନ୍ଦ୍ରତା


F. ପ୍ରଥମ ଯୋଡ଼ିର ସମ୍ପର୍କକୁ ଲକ୍ଷ୍ୟ କରି ଦ୍ୱିତୀୟ ଯୋଡ଼ିର ଶୂନ୍ୟସ୍ଥାନ ପୂରଣ କର ।

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ - 13
2. v : u + gt :: v2 : …………….।
3. ବସ୍ତୁତ୍ଵ : ଅଦିଶ ରାଶି :: ଓଜନ : ………………….।
4. ପୃଥ୍ବୀପୃଷ୍ଠରେ ଓଜନ 60 ନି ଭଟନ୍ :: ଚନ୍ଦ୍ରପୃଷ୍ଠରେ ଓଜନ :…………………।
5. ସଂଘାତ : ନିଉଟନ୍‌ :: ଚାପ : ………………..।
6. ସାଧାରଣ ନିକିତି : ବସ୍ତୁତ୍ଵ :: କମାନୀ ନିକିତି :………………..।
7. ମହାକର୍ଷଣ ବଳ : ନିଉଟନ୍ :: ପ୍ଳବନ ବଳ: …………………।
8. ସାନ୍ଦ୍ରତା : ଗ୍ରାମ୍ /ଘନ ସେ.ମି. :: ଆପେକ୍ଷିକ: ………………..।
9. ସୁନା : 19.3 :: ଜଳ : ………………..।
10. ଗଛରୁ ଆମ୍ବ ପଡ଼ିବା : g = 9.8 m/s2 :: : ଭୂଲମ୍ବ ଦିଗରେ ଉପରକୁ ଟେକା ପକାଇବା : g= ……………..।

Answer:
1. 9.8 m/s2
2. u2 + 2gs
3. ସଦଶ ରାଶି
4. 10 ନିଭଟନ୍‌
5. ପାର୍‌ଲ ବା ନିଉଟନ୍ ମି .
6. ଓଜନ
7. ଆକିମିଡ଼ିସ୍‌
8. ଏକକ ବିହୀନ
9. 1
10. – 9.8 m/s2

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

G ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ପୃଥ‌ିବୀର କେନ୍ଦ୍ରରେ ଏକ ବସ୍ତୁର ଓଜନ କେତେ ?
(A) 9.8 N
(B) 0
(C) ସର୍ବାଧ‌ିକ
(D) 19.6 N
Answer:
(B) 0

2. ଏକ ବସ୍ତୁର ଚନ୍ଦ୍ରପୃଷ୍ଠରେ ଓଜନ 20N ହେଲେ ଏହାର ଓଜନ ପୃଥ‌ିବୀ ପୃଷ୍ଠରେ କେତେ ?
(A) 20 N
(B) 10
(C) 60 N
(D) 120 N
Answer:
(D) 120 N

3. ଲାକ୍ଟୋମିଟର କେଉଁ ସୂତ୍ରଦ୍ଵାରା କାର୍ଯ୍ୟ କରେ ?
(A) ଆର୍କିମିଡ଼ିସ୍‌ଙ୍କ ସୂତ୍ର
(B) ନିଉଟନ୍‌ଙ୍କ ସାର୍ବଜନୀନ ନିୟମ
(C) ଜୁଲ୍‌ଙ୍କ ନିୟମ
(D) କୌଣସିଟି ନୁହେଁ
Answer:
(A) ଆର୍କିମିଡ଼ିସ୍‌ଙ୍କ ସୂତ୍ର

4. କେଉଁଟି ଜଳର ସାନ୍ଦ୍ରତା ଅଟେ ?
(A) 1g/m3
(B) 100 kg/m3
(C) 10 kg/m
(D) 1000 kg/m3
Answer:
(D) 1000 kg/m3

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

5. କୌଣସି ବସ୍ତୁର ଓଜନ ପୃଥ‌ିବୀ ପୃଷ୍ଠରେ 12N ହେଲେ ଚନ୍ଦ୍ରପୃଷ୍ଠରେ ଏହାର ଓଜନ କେତେ ହେବ ?
(A) 2N
(B) 72N
(C) 6N
(D) 12N
Answer:
(A) 2N

6. ‘g’ ର ମୂଲ୍ୟ ପୃଥ‌ିବୀ ପୃଷ୍ଠରେ କେଉଁଠାରେ ସର୍ବନିମ୍ନ ?
(A) ବିଷୁବରେଖା
(B) ମେରୁ
(C) ସବୁଠାରେ
(D) କେଉଁଟି ନୁହେଁ
Answer:
(A) ବିଷୁବରେଖା

7. ମୁକ୍ତ ପତନ କ୍ଷେତ୍ରରେ ବସ୍ତୁର ତ୍ଵରଣ କେତେ ?
(A) 0
(B) 9.8 m/s2
(C) 9.8 m/s2
(D) – 9.8 m/s2
Answer:
(C) 9.8 m/s2

8. ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
(A) ସବଳ
(B) ଦୁର୍ବଳ
(C) ଠେଲା
(D) ଟଣା
Answer:
(B) ଦୁର୍ବଳ

9. ପୃଥ‌ିବୀର ମହାକର୍ଷଣ ବଳକୁ କେଉଁ ବଳ କୁହାଯାଏ ?
(A) କେନ୍ଦ୍ରାଭିସାରି
(B) କେନ୍ଦ୍ରାପସାରି
(C) ମାଂସପେଶୀୟ
(D) ମାଧ୍ୟାକର୍ଷଣ
Answer:
(D) ମାଧ୍ୟାକର୍ଷଣ

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

10. ପୃଥ‌ିବୀପୃଷ୍ଠର କେଉଁଠାରେ g ର ମାନ ସର୍ବାଧିକ ?
(A) କର୍କଟକ୍ରାନ୍ତି
(B) ମକର କ୍ରାନ୍ତି
(C) ମେରୁ
(D) ବିଷୁବ ବୃତ୍ତ
Answer:
(C) ମେରୁ

11. ପୃଥ‌ିବୀପୃଷ୍ଠର କେଉଁଠାରେ ପୃଥ‌ିବୀର ବ୍ୟାସାର୍ଷ ସର୍ବାଧ‌ିକ ?
(A) ବିଷୁବରେଖା
(B) ମେରୁ
(C) କର୍କଟକ୍ରାନ୍ତି
(D) ମକରକ୍ରାନ୍ତି
Answer:
(A) ବିଷୁବରେଖା

12. ପୃଥ‌ିବୀପୃଷ୍ଠର କେଉଁଠାରେ ପୃଥ‌ିବୀର ବ୍ୟାସାର୍ଦ୍ଧ ସର୍ବନିମ୍ନ ?
(A) ବିଷୁବରେଖା
(B) ମେରୁ
(C) କର୍କଟକ୍ରାନ୍ତି
(D) ମକରକ୍ରାନ୍ତି
Answer:
(B) ମେରୁ

13. ପୃଥ‌ିବୀପୃଷ୍ଠର କେଉଁଠାରେ g ର ମାନ ସର୍ବନିମ୍ନ ?
(A) ଉତ୍ତର ମେରୁ
(B) ଦକ୍ଷିଣ ମେରୁ
(C) ବିଷୁବରେଖା
(D) କ୍ରାନ୍ତି ବୃତ୍ତ
Answer:
(C) ବିଷୁବରେଖା

14. ମେରୁଠାରୁ ବିଷୁବ ବୃତ୍ତ ଆଡ଼କୁ ଗଲେ ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
(A) ବୃଦ୍ଧି ପାଏ
(B) ହ୍ରାସ ପାଏ
(C) ସମାନ ରହେ
(D) ଦ୍ଵିଗୁଣିତ ହୁଏ
Answer:
(B) ହ୍ରାସ ପାଏ

15. ବିଷୁବ ବୃତ୍ତଠାରୁ ମେରୁ ଆଡ଼କୁ ଗଲେ ପୃଥ‌ିବୀର ମାଧ୍ୟାକର୍ଷଣ ବଳରେ କ’ଣ ପରିବର୍ତ୍ତନ ଘଟେ ?
(A) ବୃଦ୍ଧି ପାଏ
(B) ହ୍ରାସ ହୁଏ
(C) ସମାନ ରହେ
(D) ଅଂଶ ହୁଏ
Answer:
(A) ବୃଦ୍ଧି ପାଏ

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

16. ଭୂପୃଷ୍ଠଠାରୁ ଉଚ୍ଚକୁ ଗଲେ g ର ମାନରେ କ’ଣ ପରିବର୍ତ୍ତନ ଘଟେ ?
(A) ବୃଦ୍ଧି ପାଏ
(B) ଦ୍ଵିଗୁଣିତ ହୁଏ
(C) ଶୂନ ହୁଏ
(D) ହ୍ରାସ ପାଏ
Answer:
(D) ହ୍ରାସ ପାଏ

17. ଭୂପୃଷ୍ଠଠାରୁ ତଳକୁ ତଳକୁ ଗଲେ g .ର ମାନରେ କ’ଣ ପରିବର୍ତ୍ତନ ଘଟିବ ?
(A) ବୃଦ୍ଧି ପାଇବ
(B) ଅର୍ଦ୍ଧେକ ହେବ
(C) ଶୂନ ହେବ
(D) ହ୍ରାସ ପାଇବ
Answer:
(A) ବୃଦ୍ଧି ପାଇବ

18. 1 ନିଉଟନ୍ x ମିଟର କେତେ ?
(A) ପାଶ୍
(B) ଡାଇନ୍
(C) ଅର୍ଗ
(D) ଜୁଲ୍
Answer:
(A) ପାଶ୍

19. ସଂଘାତର SI ଏକକ କ’ଣ ?
(A) ନିଉଟନ୍
(C) ଡାଇନ୍
(B) ପାର୍ଶ୍ଵଲ୍
(D) ଜୁଲ୍
Answer:
(A) ନିଉଟନ୍

BSE Odisha 9th Class Physical Science Important Questions Chapter 7 ମହାକର୍ଷଣ

20. ବସ୍ତୁର ପୃଷ୍ଠ ସହ ସଂସ୍ପର୍ଶରେ ଆସି ପୃଷ୍ଠପ୍ରତି ଲମ୍ବ ଭାବରେ କାର୍ଯ୍ୟ କରୁଥିବା ମୋଟ ବଳକୁ କ’ଣ କହନ୍ ?
(A) ଘର୍ଷଣ
(B) ସଂଘାତ
(C) ଚାପ
(D) କାର୍ଯ୍ୟ
Answer:
(B) ସଂଘାତ

21. ସଂଘାତ ଓ ପୃଷ୍ଠ କ୍ଷେତ୍ରଫଳର ଅନୁପାତଟି କ’ଣ ?
(A) Q
(B) ଚାପ
(C) କାର୍ଯ୍ୟ
(D) ଶକ୍ତି
Answer:
(B) ଚାପ

22. ପୃଥ‌ିବୀପୃଷ୍ଠର ଏକ ବସ୍ତୁର ବସ୍ତୁତ୍ଵ 50 kg ହେଲେ ତା’ର ଓଜନ କେତେ ?
(A) 98N
(B) 49 N
(C) 50 N
(D) 25 N
Answer:
(B) 49 N

23. ଗୋଟିଏ ବସ୍ତୁକୁ ପୃଥ‌ିବୀପୃଷ୍ଠ ଉପରୁ କିଛି ଉଚ୍ଚତାରୁ ପଡ଼ିଲା । ବସ୍ତୁଟି କେତେ ବେଗରେ ଭୂମିରେ ପଡ଼ିଲା ? (g = 10m/s2)
(A) 9.8 m/s
(B) 5 m/s
(C) 10 m/s
(D) 20 m/s
Answer:
(C) 10 m/s

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Odisha State Board BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା Textbook Exercise Questions and Answers.

BSE Odisha Class 9 Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

ପ୍ରଦତ୍ତ ଉତ୍ତରରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question ୧।
ମାଟିର ମହାକବି କିଏ ?
(କ) ବତ୍ସା ଦାସ
(ଖ) ସାରଳା ଦାସ
(ଗ) ଦନେଇ ଦାସ
(ଘ) ଜଗନ୍ନାଥ ଦାସ
Answer:
(ଖ) ସାରଳା ଦାସ

Question ୨।
କବି ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ କିଏ ଦେଇଥିଲେ ?
(କ) ଶ୍ରୀଚୈତନ୍ୟ
(ଖ) ରାଜା ପ୍ରତାପରୁଦ୍ରଦେବ
(ଗ) ଶ୍ରୀଜଗନ୍ନାଥ
(ଘ) ରାଜା କପିଳେନ୍ଦ୍ରଦେବ
Answer:
(କ) ଶ୍ରୀଚୈତନ୍ୟ

Question ୩।
‘ଲକ୍ଷ୍ମୀ ପୁରାଣ’ କେଉଁ କବିଙ୍କର କୃତି ?
(କ) ସାରଳା ଦାସ
(ଖ) ଜଗନ୍ନାଥ ଦାସ
(ଗ) ବଳରାମ ଦାସ
(ଘ) ଅଚ୍ୟୁତାନନ୍ଦ ଦାସ
Answer:
(ଗ) ବଳରାମ ଦାସ

Question ୪।
ଦୀନକୃଷ୍ଣ ଦାସଙ୍କର କେଉଁ କାବ୍ୟଟି ‘କ’ ଆଦ୍ୟ ନିୟମରେ ରଚିତ ?
(କ) ନାମରତ୍ନ ଗୀତା
(ଖ) ପ୍ରସ୍ତାବ ସିନ୍ଧୁ
(ଗ) ରସବିନୋଦ
(ଘ) ରସକଲ୍ଲୋଳ
Answer:
(ଘ) ରସକଲ୍ଲୋଳ

Question ୫।
‘ଲାବଣ୍ୟବତୀ’ କେଉଁ ଧରଣର କାବ୍ୟ ?
(କ) ପୌରାଣିକ
(ଗ) ଐତିହାସିକ
(ଖ) କାଳ୍ପନିକ
(ଘ) ଭକ୍ତିମୂଳକ
Answer:
(ଖ) କାଳ୍ପନିକ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
Question ୬।
ଚଣ୍ଡୀ ପୁରାଣର ଲେଖକ କିଏ ?
Answer:
ସାରଳା ଦାସ ହେଉଛନ୍ତି ଚଣ୍ଡୀ ପୁରାଣର ଲେଖକ ।

Question ୭।
ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଗ୍ରନ୍ଥର ଅନୁବାଦ ?
Answer:
ଜଗନ୍ନାଥ ଦାସଙ୍କ ‘ଭାଗବତ’ ବ୍ୟାସଦେବଙ୍କ ରଚିତ ‘ସଂସ୍କୃତ ଭାଗବତ’ର ଅନୁବାଦ ।

Question ୮।
ମାଳିକାକାର ଭାବରେ କେଉଁ କବି ପ୍ରସିଦ୍ଧ ?
Answer:
କବି ଅଚ୍ୟୁତାନନ୍ଦ ଦାସ ମାଳିକାକାର ଭାବରେ ପ୍ରସିଦ୍ଧ ।

Question ୯।
ଭାଗବତ ଟୁଙ୍ଗୀ କେଉଁ ଗ୍ରନ୍ଥକୁ ନେଇ ପ୍ରତିଷ୍ଠିତ ? ଏହାର ତାତ୍ପର୍ଯ୍ୟ କ’ଣ ?
Answer:
ଜଗନ୍ନାଥ ଦାସଙ୍କ ରଚିତ ପ୍ରସିଦ୍ଧ ଗ୍ରନ୍ଥ ‘ଭାଗବତ’କୁ ନେଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠିତ । କାରଣ ‘ଭାଗବତ’ ଗ୍ରନ୍ଥର ତାତ୍ପର୍ଯ୍ୟ ଏତେ ବଢ଼ିଗଲା ଓଡ଼ିଶାର ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ଭାଗବତ ପୋଥୁକୁ ଗାଦିରେ ରଖୁ ସ୍ବୟଂ ବାସୁଦେବ ରୂପେ ପୂଜା କରାଗଲା ।

Question ୧୦ ।
କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର କବି କିଏ ?
Answer:
କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର କବି ।

Question ୧୧ ।
ଦୀନକୃଷ୍ଣଙ୍କର କେଉଁ କାବ୍ୟଟି ଶ୍ରେଷ୍ଠ ଓ କାହିଁକି ?
Answer:
ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ କାବ୍ୟଟି ଶ୍ରେଷ୍ଠ । କାରଣ ‘କ’ ଆଦ୍ୟ ନିୟମରେ ରଚିତ ଏହି କାବ୍ୟର ପଦଲାଳିତ୍ୟ ଅନନ୍ୟ ଓ ଏହାର ପ୍ରତ୍ୟେକ ଛାନ୍ଦ ଶ୍ରବଣସୁଖଦାୟୀ ଭାବ ସୃଷ୍ଟି କରିବାରେ ସମର୍ଥ ।

Question ୧୨ ।
କବି ଅଭିମନ୍ୟୁ ସାମନ୍ତସିଂହାର କେଉଁ ଧର୍ମ ପ୍ରତି ଅନୁରକ୍ତ ଥିଲେ ?
Answer:
କବି ଅଭିମନ୍ୟୁ ସାମନ୍ତସିଂହାର ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରତି ଅନୁରକ୍ତ ଥିଲେ ।

Question ୧୩।
ଶ୍ରୀଚୈତନ୍ୟ ଓଡ଼ିଶାକୁ କେବେ ଆସିଥିଲେ ? ତାଙ୍କର ଧର୍ମମତ କିପରି ଓଡ଼ିଆ କବିମାନଙ୍କୁ ପ୍ରଭାବିତ କଲା ?
Answer:
ଶ୍ରୀଚୈତନ୍ୟ ଓଡ଼ିଶାକୁ ୧୫୧୦ ଖ୍ରୀଷ୍ଟାବ୍ଦରେ ଆସିଥିଲେ । ତାଙ୍କଦ୍ୱାରା ପ୍ରଚାରିତ ପ୍ରେମଧର୍ମରେ ପ୍ରଭାବିତ ହୋଇ ଓଡ଼ିଆ କବିମାନେ ରାମଚରିତ, କୃଷ୍ଣଚରିତ ଓ ଜଗନ୍ନାଥ ଭାବନାକୁ ଉପଜୀବ୍ୟ କରିବା ସହିତ କାଳ୍ପନିକ କଥାବସ୍ତୁକୁ ନେଇ କାବ୍ୟ ରଚନା କଲେ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୧୪ ।
ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ଲେଖ ।
Answer:
ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ହେଲା– ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’, ‘କଳାକଉତୁକ’, ‘ରସିକ ହାରାବଳୀ’, ‘ତ୍ରୈଲୋକ୍ୟମୋହିନୀ’

Question ୧୫ ।
‘ବୈଦେହୀଶ ବିଳାସ’ କାବ୍ୟର କବି କିଏ ? ଏଥରେ କେଉଁ ବିଷୟ ବର୍ଣ୍ଣିତ ?
Answer:
‘ବୈଦେହୀଶ ବିଳାସ’ କାବ୍ୟର କବି ହେଉଛନ୍ତି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ । ଏଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ଶ୍ରୀରାମଚନ୍ଦ୍ରଙ୍କର ଚିନ୍ମୟ ଚରିତ ବର୍ଣନା କରାଯାଇଛି ।

Question ୧୬ ।
ପ୍ରାଚୀନ ଓଡ଼ିଆ ଗୀତିକବି ଭାବରେ ପାଞ୍ଚଜଣଙ୍କର ନାମ ଲେଖ ।
Answer:
ପାଞ୍ଚଜଣ ପ୍ରାଚୀନ ଓଡ଼ିଆ ଗୀତିକବିଙ୍କ ନାମ ହେଲା– ବସ୍ତ୍ର ଦାସ, ମାର୍କଣ୍ଡ ଦାସ, ଦ୍ବାରିକା ଦାସ, ଭକ୍ତଚରଣ ଦାସ, ହାଡ଼ି ଦାସ ।

Question ୧୭ ।
ରୀତିଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କର ନାମ ଲେଖ ।
Answer:
ରୀତିଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କ ନାମ ହେଲା– ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା ।

Question ୧୮ ।
ପଞ୍ଚସଖାମାନେ କେଉଁ ଦେବତାଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ ? ସେମାନଙ୍କୁ ପଞ୍ଚସଖା କହିବାର ତାତ୍ପର୍ଯ୍ୟ କ’ଣ ?
Answer:
ପଞ୍ଚସଖାମାନେ ଶ୍ରୀଜଗନ୍ନାଥଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ । ସେମାନେ ନିଜ ନିଜକୁ ଶୂଦ୍ର ବୋଲି ଘୋଷଣା କରିବା ସହିତ ଜାତିକୁ ନ ମାନି ମଣିଷକୁ ମାନିଲେ । ଯୋଗ ଓ ଶୂନ୍ୟବାଦକୁ ଗୁରୁତ୍ୱ ଦେବା ସହ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ସେମାନଙ୍କ ସାରସ୍ବତ କୃତିରାଜି ମାନବ ମୈତ୍ରୀର ଜୟଗାନ କଲା । ସେମାନଙ୍କ ମଧ୍ୟରେ ଏହି ସମତା ହେତୁ ସେମାନଙ୍କୁ ପଞ୍ଚସଖା ବୋଲି କୁହାଯାଇଛି ।

Question ୧୯ ।
ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ଲେଖ । ତାଙ୍କ ଲିଖତ ଗ୍ରନ୍ଥର ନାମ କ’ଣ ?
Answer:
ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ହେଲା ବୃନ୍ଦାବତୀ ଦାସୀ । ତାଙ୍କ ଲିଖ୍ ଗ୍ରନ୍ଥର ନାମ ହେଲା ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ ।

Question ୨୦ ।
ଭୀମଭୋଇଙ୍କ ମୁଖ୍ୟ କୃତିର ନାମ କ’ଣ ?
Answer:
ଭୀମଭୋଇଙ୍କ ମୁଖ୍ୟ କୃତିର ନାମ ହେଲା ‘ସ୍ତୁତି ଚିନ୍ତାମଣି’ ।

Question ୨୧ ।
‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’– ଏଇ ପ୍ରସିଦ୍ଧ ଉକ୍ତିଟି କେଉଁ କବିଙ୍କର ?
Answer:
‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’– ଏହି ପ୍ରସିଦ୍ଧ ଉକ୍ତିଟି ସନ୍ଥକବି ଭୀମଭୋଇଙ୍କର ।

Question ୨୨ ।
କବି ବ୍ରଜନାଥ ବଡ଼ଜେନାଙ୍କର କଥାଗ୍ରନ୍ଥର ନାମ କ’ଣ ?
Answer:
କବି ବ୍ରଜନାଥ ବଡ଼ଜେନାଙ୍କ ରଚିତ କଥାଗ୍ରନ୍ଥର ନାମ ‘ଚତୁର ବିନୋଦ’ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୨୩ ।
‘ମନବୋଧ ଚଉତିଶା’ କେଉଁ କବିଙ୍କର ରଚନା ?
Answer:
‘ମନବୋଧ ଚଉତିଶା’ କବି ଭକ୍ତଚରଣ ଦାସଙ୍କ ରଚନା ।

Question ୨୪ ।
ସାରଳା ଦାସଙ୍କ ସମୟରେ ଉତ୍କଳରେ ଗଜପତି କିଏ ଥିଲେ ?
Answer:
ସାରଳା ଦାସଙ୍କ ସମୟରେ ଉତ୍କଳର ଗଜପତି ଥିଲେ କପିଳେନ୍ଦ୍ରଦେବ ।

Question ୨୫ ।
ବିଦଗ୍‌ଧ କବି କାହାକୁ କୁହାଯାଏ ? ତାଙ୍କ ପ୍ରଣୀତ ଚାରୋଟି ଗ୍ରନ୍ଥର ନାମ ଲେଖ ।
Answer:
ଅଭିମନ୍ୟୁ ସାମନ୍ତସିଂହାରଙ୍କୁ ବିଦଗ୍‌ଧ କବି ବୋଲି କୁହାଯାଏ । ତାଙ୍କଦ୍ୱାରା ପ୍ରଣୀତ ଚାରିଗୋଟି ପ୍ରସିଦ୍ଧ ଗ୍ରନ୍ଥର ନାମ ହେଲା ‘ବିଦଗ୍‌ଧ ଚିନ୍ତାମଣି’, ‘ରସବତୀ’, ‘ପ୍ରେମ ଚିନ୍ତାମଣି’, ‘ଭାବବତୀ’ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୬ ।
ପଠିତ ପ୍ରବନ୍ଧକୁ ଭିତ୍ତି କରି ପଞ୍ଚସଖା ସାହିତ୍ୟର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କର ।
Answer:
ସାରଳା ଦାସଙ୍କ ପରେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ମାଟିରେ ପାଞ୍ଚଜଣ ସନ୍ଥକବିଙ୍କର ଆବିର୍ଭାବ ହୋଇଥିଲା । ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଏହି ପାଞ୍ଚଜଣ ଭକ୍ତକବି ପଞ୍ଚସଖା ନାମରେ ପରିଚିତ । ଶ୍ରୀଜଗନ୍ନାଥ ତଥା ଜଗନ୍ନାଥ କ୍ଷେତ୍ରର ପ୍ରାଧାନ୍ୟକୁ ଭିତ୍ତି କରି ଏମାନଙ୍କର କୃତି ଓ କୀର୍ତ୍ତି ପ୍ରସିଦ୍ଧି ଲାଭ କରିଥିଲା । ଗଜପତି ପ୍ରଦାପରୁଦ୍ରଦେବଙ୍କ ସମସାମୟିକ ଏହି ପଞ୍ଚସଖାଗଣ ଯୋଗ ଓ ଶୂନ୍ୟବାଦ ଉପରେ ଗୁରୁତ୍ଵ ଦେଇ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ, ଜାତି ନ ମାନି ମଣିଷକୁ ମାନିଲେ । ନିଜକୁ ଶୁଦ୍ର ବୋଲି ଘୋଷଣା କରି ଓଡ଼ିଆ ଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ।

ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ମାନବମୈତ୍ରୀର ଉଦ୍‌ବୋଧନ ଦେଇଗଲେ । ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି ଥିଲେ ବଳରାମ ଦାସ । ସେ ବାଲ୍ମୀକିଙ୍କ ‘ସଂସ୍କୃତ ରାମାୟଣ ର କଥାବସ୍ତୁ ଅବଲମ୍ବନରେ ରଚନା କଲେ ‘ଜଗମୋହନ ରାମାୟଣ’। ଦାଣ୍ଡୀ ବୃତ୍ତରେ ରଚିତ ହୋଇଥିବାରୁ ତାକୁ ‘ଦାଣ୍ଡୀ ରାମାୟଣ’ ମଧ୍ୟ କୁହାଯାଏ । ତାଙ୍କର ଅନ୍ୟ ଏକ ପୁରାଣଗ୍ରନ୍ଥ ‘ଲକ୍ଷ୍ମୀ ପୁରାଣ’। ଏହା ତାଙ୍କର ମୌଳିକ ସୃଷ୍ଟି । ମାର୍ଗଶିର ମାସ ଗୁରୁବାର ଦିନ ଏହି ଗ୍ରନ୍ଥକୁ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀପୂଜା କଲାବେଳେ ଭକ୍ତିର ସହିତ ପାଠ କରନ୍ତି । ଏହି ପୁରାଣଟି ଜାତିଭେଦ ବିଲୋପ ତଥା ନାରୀ ଓ ପୁରୁଷଙ୍କ ମଧ୍ୟରେ ପବିତ୍ର ସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଥିଲା ଅଭିପ୍ରେତ । ଏହା ବ୍ୟତୀତ ତାଙ୍କର ଅନ୍ୟ ଗ୍ରନ୍ଥଗୁଡ଼ିକ ହେଲା– ‘ଭାବସମୁଦ୍ର’, ‘ବଟ ଅବକାଶ’, ‘ଗୁପ୍ତଗୀତା’, ‘ବ୍ରହ୍ମାଣ୍ଡ ଭୂଗୋଳ’ ଏବଂ ବହୁ ଜଣାଣ ଭଜନ ଓ ମାଳିକା।

ପଞ୍ଚସଖା ଗୋଷ୍ଠୀର ଅନ୍ୟତମ ସିଦ୍ଧକବି ଥିଲେ ଅତିବଡ଼ୀ ଜଗନ୍ନାଥ ଦାସ । ବ୍ୟାସକୃତ ‘ସଂସ୍କୃତ ଭାଗବତ କୁ ସେ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଅନୁବାଦ କରି ‘ଭାଗବତ’ ଗ୍ରନ୍ଥ ରଚନା କରିଥିଲେ । ଫଳରେ ସେହି ଗ୍ରନ୍ଥର ଲୋକପ୍ରିୟତା ବଢ଼ିଗଲା । ଓଡ଼ିଶାର ଗ୍ରାମେ ଗ୍ରାମେ ଭଗବତ ଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା ହୋଇ ସେଠାରେ ଗାଦିରେ ତାଙ୍କ ଭାଗବତ ପୋଥୁକୁ ରଖୁ ସ୍ଵୟଂ ବାସୁଦେବ ଭାବରେ ପୂଜା କରାଗଲା’। ପ୍ରତିଦିନ ସନ୍ଧ୍ୟାରେ ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶୁଣିବା ସହିତ ସେହି ଭାଗବତ ଗାଦିକୁ ସାକ୍ଷୀ ରଖ୍ ନାନା ଗଣ୍ଡଗୋଳର ସମାଧାନ କରୁଥିଲେ।

ଫଳରେ ଶ୍ରୀଜଗନ୍ନାଥଙ୍କ ସେହି ବିନୀତ ଭକ୍ତ ଅତିବଢ଼ୀ ଜଗନ୍ନାଥ ଦାସଙ୍କ ‘ଭଗବତ’ ଓଡ଼ିଆ ଜାତିର ଜୀବନ ବେଦ ହୋଇଗଲା । ଏହା ବ୍ୟତୀତ ତାଙ୍କ ରଚିତ ଅନ୍ୟଗ୍ରନ୍ଥଗୁଡ଼ିକ ହେଲା– ‘ଅର୍ଥ କୋଇଲି’, ‘ତୁଳାଭିଣା’ ଏବଂ ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା।

ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧ କବି ଥିଲେ ଯଶୋବନ୍ତ ଦାସ । ତାଙ୍କ ପ୍ରଣୀତ ବିଭିନ୍ନ ରଚନା ମଧ୍ୟରେ ‘ଗୋବିନ୍ଦ ଚନ୍ଦ୍ର’ ପ୍ରଧାନ ଗ୍ରନ୍ଥ । ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବି ପ୍ରତିଭାର ଅଧିକାରୀ ଥିଲେ ଅଚ୍ୟୁତାନନ୍ଦ ଦାସ । ‘ହରିବଂଶ’ତାଙ୍କର ପ୍ରସିଦ୍ଧ ପୁରାଣଗ୍ରନ୍ଥ । ସେ ଜଣେ ମାଳିକାକାର ରୂପେ ସୁପରିଚିତ । ତାଙ୍କ ରଚନାଗୁଡ଼ିକ ମଧ୍ୟରେ ‘ଶୂନ୍ୟ ସଂହିତା’, ‘ଅଣାକାର ସଂହିତା’, ‘ଅକଳିତ ସଂହିତା’, ‘ଶୂନ୍ୟରାସ’, ‘ମହାଶୂନ୍ୟରାସ’, ‘ବୃନ୍ଦାରାସ’, ‘ଠୁଳ ଶୂନ୍ୟରାସ’ ଆଦି ପ୍ରଧାନ।

ପଞ୍ଚସଖାଗଣ ସେମାନଙ୍କର ବିବିଧ କାବ୍ୟ କବିତା, ପୁରାଣ ସଂହିତା ମାଧ୍ୟମରେ ଓଡ଼ିଆ ଜାତିର ହୃଦୟକୁ ସ୍ପର୍ଶ କରିବା ସହିତ ହୋଇଗଲେ ସେମାନଙ୍କର ଶ୍ରଦ୍ଧାର ପାତ୍ର । ଶ୍ରୀଜଗନ୍ନାଥଙ୍କୁ ଇଷ୍ଟଦେବ ଭାବେ ଗ୍ରହଣ କରି ସେମାନେ ଧର୍ମଗତ ସଂକୀର୍ଣ୍ଣତାକୁ ଅତିକ୍ରମ କରିଗଲେ । ସାମାଜିକ ବିପ୍ଳବୀ ସାଜି ଉଚ୍ଚଜାତି ତଥା ନିମ୍ନଜାତି ମଧ୍ୟରେ ଏକତ୍ଵ ସ୍ଥାପନ କରିବା ସହିତ ସେମାନେ ଓଡ଼ିଆ ଜାତିର ନମସ୍ୟ ହୋଇଗଲେ।

Question ୨୭ ।
ଜଗନ୍ନାଥ ଦାସଙ୍କ ଭାଗବତର ଲୋକପ୍ରିୟତାର କାରଣ ଲେଖ ।
Answer:
ପଞ୍ଚସଖାଙ୍କ ମଧ୍ୟରେ ଜଗନ୍ନାଥ ଦାସ ଥିଲେ ଅନ୍ୟତମ ପ୍ରସିଦ୍ଧି ସିଦ୍ଧ କବି । ସେ ଥିଲେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିନୀତ ଭକ୍ତ । ସଂସ୍କୃତ ସାହିତ୍ୟରେ ମଧ୍ୟ ତାଙ୍କର ଆଗାଧ ପାଣ୍ଡିତ୍ୟ ଥିଲା । ପ୍ରତାପରୁଦ୍ରଦେବଙ୍କ ସମୟରେ (୧୫୧୦ ଖ୍ରୀଷ୍ଟାବ୍ଦରେ) ଶ୍ରୀଚୈତନ୍ୟ ଓଡ଼ିଶାକୁ ଆସି ପୁରୀରେ ଅବସ୍ଥାନ କରିଥିଲେ । ସେ ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ ପ୍ରଦାନ କରିଥିଲେ । ତାଙ୍କର ପ୍ରସିଦ୍ଧ ଗ୍ରନ୍ଥ ହେଉଛି ‘ଭାଗବତ’। ବ୍ୟାସକୃତ ସଂସ୍କୃତ ଭାଗବତକୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ସେ ଅନୁବାଦ କରିଥିଲେ ।

କିନ୍ତୁ ଏହି ଭାଗବତ ମୂଳ ଭାଗବତର ଆକ୍ଷରିକ ଅନୁବାଦ ନୁହେଁ । । ଅନେକ ସ୍ଥଳରେ ସେ ନିଜର ମୌଳିକତା ପ୍ରଦର୍ଶନ କରିଛନ୍ତି । ଏହି ଭାଗବତର ଲୋକପ୍ରିୟତା ଏତେ ବଢ଼ିଗଲା ଯେ ଲୋକମାନେ ଗ୍ରାମେ ଗ୍ରାମେ ଭାଗବତଗ୍ରନ୍ଥ ନାମରେ ଭାଗବତ ଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା କଲେ । ସେହି ଟୁଙ୍ଗୀରେ ଥ‌ିବା ଗାଦିରେ ଭାଗବତ ପୋଥ୍ୟାକୁ ରଖ୍ ସ୍ଵୟଂ ବାସୁଦେବ ରୂପେ ପୂଜା କଲେ । ପ୍ରତିଦିନ ସନ୍ଧ୍ୟାରେ ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶୁଣିବା ସହିତ ସେହି ଭାଗବତ ଗାଦିକୁ ସାକ୍ଷୀ ରଖ୍ ଗ୍ରାମର ବିବିଧ ଗଣ୍ଡଗୋଳର ସମାଧାନ କଲେ । ଭାଗବତ ଗ୍ରନ୍ଥ ହୋଇଗଲା ଓଡ଼ିଆ ଜାତିର ଜୀବନ ବେଦ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୨୮ ।
କବି ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକୃତିର ପରିଚୟ ଦିଅ ।
Answer:
କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ଥିଲେ ରୀତିଯୁଗର ଶ୍ରେଷ୍ଠ କବି । ସେ ଥିଲେ ନୀଳକଣ୍ଠ ଭଞ୍ଜଙ୍କର ପୁତ୍ର ତଥା ଧନଞ୍ଜୟ ଭଞ୍ଜଙ୍କର ନାତି । ନାନା ଅଳଙ୍କାର ଗ୍ରନ୍ଥ, କୋଷଗ୍ରନ୍ଥ ତଥା ପୁରାଣ ଓ ଧର୍ମଶାସ୍ତ୍ରରେ ଅଗାଧ ପାଣ୍ଡିତ୍ୟ ଲାଭକରି ସେ ଶବ୍ଦ
ପ୍ରେରଣା । ତାଙ୍କ ଅମର ଲେଖନୀ ନିଃସୃତ ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡସୁନ୍ଦରୀ’, ‘ବୈଦେହୀଶ ବିଳାସ’, ‘ରସିକ ହାରାବଳୀ’, ‘କଳା କଉତୁକ’, ‘ପ୍ରେମସୁଧାନିଧ୍’, ‘ସୁଭଦ୍ରା ପରିଣୟ’, ‘ଅବନା ରସତରଙ୍ଗ’, ‘ତ୍ରୈଲୋକ୍ୟମୋହିନୀ’ ପ୍ରଭୃତି ମଞ୍ଜୁଳ ସୃଷ୍ଟି ସମ୍ପଦ ତାଙ୍କୁ ଧରାବକ୍ଷରେ କରିଛି କାଳଜୟୀ । ‘ବ’ ଆଦ୍ୟ ନିୟମରେ ରଚିତ ‘ବୈଦେହୀଶ ବିଳାସ’, ‘ସ’ ଆଦ୍ୟ ନିୟମରେ ରଚିତ ‘ସୁଭଦ୍ରା ପରିଣୟ’, ‘ତ’ ଆଦ୍ୟ ନିୟମରେ ରଚିତ ‘ତ୍ରୈଲୋକ୍ୟମୋହିନୀ’, ‘କ’ ଆଦ୍ୟ ଓ ପ୍ରାନ୍ତ ନିୟମରେ ରଚିତ, ‘କଳା କଉତୁକ’ ପ୍ରଭୃତି ଗ୍ରନ୍ଥ ତାଙ୍କ ଅସାଧାରଣ ପାଣ୍ଡିତ୍ୟର ପରିଚୟ ପ୍ରଦାନ କରେ ।

ଅବନା ନିୟମରେ ରଚିତ ‘ଅବନା ସମୁଦ୍ରକୁ ଅତିକ୍ରମ କରାଯାଇଥିଲେ । ଘୁମୁସର ରାଜବଂଶର ସାରସ୍ବତ ପରମ୍ପରା ତାଙ୍କୁ କାବ୍ୟରଚନା କରିବାକୁ ଦେଇଥିଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ଥିଲା ଗଭୀର ଭକ୍ତି । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ଶ୍ରୀରାମଚନ୍ଦ୍ର ଥିଲେ ତାଙ୍କର ଇଷ୍ଟଦେବ । ତାରକ ମନ୍ତ୍ର ପ୍ରସାଦରୁ ସେ ଲାଭ କରିଥିଲେ କବିତ୍ଵ । ଦାମ୍ପତ୍ୟପ୍ରେମ, ସୌନ୍ଦର୍ଯ୍ୟବୋଧ, ପ୍ରକୃତିପ୍ରୀତି, ସ୍ଵଦେଶ ଚିନ୍ତା, ଉତ୍କଳୀୟ ସଂସ୍କୃତି, ଭକ୍ତିଭାବନା, ଜଗନ୍ନାଥ ଚେତନା ତଥା ଅଳଙ୍କାରପ୍ରବଣତା ତାଙ୍କର କବି ପ୍ରତିଭାର ଥିଲା ଚରମ ନିଦର୍ଶନ । ଯୁଗରୁଚି ଅନୁଯାୟୀ ସେ କାବ୍ୟ ରଚନା କରିବା ସହ ସଂସ୍କୃତ ପ୍ରତିସ୍ପର୍ଶୀ ପଣ୍ଡିତମାନଙ୍କୁ ଆହ୍ଵାନ ଜଣାଇ କବିସମ୍ରାଟ୍ ଗୌରବରେ ହୋଇଥିଲେ ବିଭୂଷିତ । ସେ ଯଥାର୍ଥରେ ଥିଲେ ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର କବିଗୁରୁ ।

Question ୨୯ ।
ଓଡ଼ିଆ ସନ୍ଥ କବିଙ୍କର ପରିଚୟ ଦିଅ ।
Answer:
ସାରଳା ଦାସଙ୍କ ପରେ ଓଡ଼ିଶାରେ ଷୋଡ଼ଶ ଶତାବ୍ଦୀରେ ପାଞ୍ଚଜଣ ସନ୍ଥକବିଙ୍କର ଆବିର୍ଭାବ ହୋଇଥିଲା । ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଏହି ପଞ୍ଚସଖା ଶ୍ରୀଜଗନ୍ନାଥ ତଥା ଜଗନ୍ନାଥ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ରଚନା କରିଥିଲେ ସେମାନଙ୍କ ସାରସ୍ବତ କୃତି । ଏମାନେ ଯୋଗ ଓ ଶୂନ୍ୟବାଦ ଉପରେ ଗୁରୁତ୍ଵ ଦେବା ସହ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଜାତିକୁ ନମାନି ମଣିଷକୁ ମାନିଲେ । ନିଜକୁ ଶୂଦ୍ର ବୋଲି ଘୋଷଣା କରି ଓଡ଼ିଆ ଜାତିକୁ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ର କରି ମାନବ ମୈତ୍ରୀର ଉଦ୍‌ବୋଧନ ଦେଇଗଲେ ।

ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି ବଳରାମ ଦାସ ମହର୍ଷି ବାଲ୍ମୀକିଙ୍କ ‘ସଂସ୍କୃତ ରାମାୟଣ ର କଥାବସ୍ତୁ ଅବଲମ୍ବନରେ ରଚନା କଲେ ‘ଜଗମୋହନ ରାମାୟଣ’। ଦାଣ୍ଡୀବୃତ୍ତରେ ରଚିତ ହୋଇଥିବାରୁ ଏହାକୁ ‘ଦାଣ୍ଡୀ ରାମାୟଣ’ ମଧ୍ୟ କୁହାଯାଏ । ‘ଲକ୍ଷ୍ମୀ ପୁରାଣ’ ତାଙ୍କର ଏକ ମୌଳିକ ସୃଷ୍ଟି । ମାର୍ଗଶିର ମାସ ଗୁରୁବାର ଦିନ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀପୂଜା କଲାବେଳେ ଭକ୍ତିର ସହିତ ଏହାକୁ ପାଠ କରନ୍ତି । ତାଙ୍କର ଏହି ଗ୍ରନ୍ଥଟି ଜାତିଭେଦ ବିଲୋପ ତଥା ନାରୀ ଓ ପୁରୁଷଙ୍କ ପବିତ୍ର ସମ୍ପର୍କ ପାଇଁ ଅଭିପ୍ରେତ । ଏହା ବ୍ୟତୀତ ସେ ରଚନା’କରିଥିଲେ ‘ଭାବସମୁଦ୍ର’, ‘ବଟ ଅବକାଶ’, ‘ଗୁପ୍ତଗୀତା’, ‘ବ୍ରହ୍ମାଣ୍ଡ ଭୂଗୋଳ’ ଏବଂ ବହୁ ଭଜନ, ଜଣାଣ, କୋଇଲି ଓ ମାଳିକା ।

ପଞ୍ଚସଖା ଗୋଷ୍ଠୀର ଅନ୍ୟତମ ପ୍ରସିଦ୍ଧ ସନ୍ଥକବି ଥିଲେ ଜଗନ୍ନାଥ ଦାସ । ସେ ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ । ସଂସ୍କୃତ ସାହିତ୍ୟରେ ଥିଲା ତାଙ୍କର ଅଗାଧ ପାଣ୍ଡିତ୍ୟ । ଶ୍ରୀଚୈତନ୍ୟ ତାଙ୍କୁ ଅତିବଡ଼ୀ ଉପାଧିରେ ଭୂଷିତ କରିଥିଲେ । ସେ ବ୍ୟାସକୃତ ‘ସଂସ୍କୃତ ଭାଗବତକୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ଛନ୍ଦରେ ରଚନା କରିଥିଲେ । ସେହି ଗ୍ରନ୍ଥଟି ପ୍ରତିଟି ଓଡ଼ିଆର ହୃଦୟରେ ଦେବତାର ଆସନ ଗ୍ରହଣ କରିଥିଲା । ଓଡ଼ିଶାର ପ୍ରତି ଗ୍ରାମରେ ଭଗବତ ଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା କରାଯାଇ ସେହି ପୋଥୁକୁ ଗାଦିରେ ରଖ୍ ସ୍ଵୟଂ ବାସୁଦେବ ଭାବରେ ପୂଜା କରାଗଲା । ପ୍ରତିଦିନ ସନ୍ଧ୍ୟାରେ ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶ୍ରବଣ କରିବା ସହିତ ଭାଗବତ ଗାଦିକୁ ସାକ୍ଷୀରଖ୍ ନାନା ଗଣ୍ଡଗୋଳକୁ ସମାଧାନ କଲେ । ‘ଭାଗବତ’ ହୋଇଗଲା ଓଡ଼ିଆ ଜାତିର ଜୀବନ ବେଦ । ଏହା ବ୍ୟତୀତ ସେ ରଚନା କରିଥିଲେ ‘ଅର୍ଥ କୋଇଲି’, ‘ତୁଳାଭିଣା’ ଏବଂ ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା ।

ପଞ୍ଚସଖା ମଧ୍ୟରେ ଅନ୍ୟତମ ସିଦ୍ଧ ସନ୍ଥକବି ଥିଲେ ଯଶୋବନ୍ତ ଦାସ । ତାଙ୍କ ପ୍ରଣୀତ ଗ୍ରନ୍ଥର ନାମ ହେଲା ‘ଗୋବିନ୍ଦଚନ୍ଦ୍ର’। ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବିପ୍ରତିଭାର ଅଧିକାରୀ ଥିଲେ ସନ୍ଥକବି ଅଚ୍ୟୁତାନନ୍ଦ ଦାସ । ଜଣେ ମାଳିକାକାର ଭାବେ ସୁପରିଚିତ ସେହି ସନ୍ଥକବିଙ୍କର ପ୍ରସିଦ୍ଧ ପୁରାଣଗ୍ରନ୍ଥ ହେଲା ‘ହରିବଂଶ’ । ଏତଦ୍‌ବ୍ୟତୀତ ‘ଶୂନ୍ୟ ସଂହିତା’, ‘ଅଣାକାର ସଂହିତା’, ‘ଅକଳିତ ସଂହିତା’, ‘ଶୂନ୍ୟରାସ’, ‘ମହାଶୂନ୍ୟରାସ’, ‘ବୃନ୍ଦାରାସ’, ‘ଠୁଳ ଶୂନ୍ୟରାସ’ ଆଦି ତାଙ୍କର କାଳଜୟୀ କୃତି । ଶିଶୁ ଅନନ୍ତ ଦାସ ମଧ୍ୟ ‘ହେତୁଦୟ ଭାଗବତ’, ‘ଚୁମ୍ବକ ଆଗତ ଭବିଷ୍ୟମାଳିକା’ ଏବଂ ବହୁ ଭଜନ ଓ ଜଣାଣ ରଚନା କରିଥିଲେ ।

ଦ୍ବାଦଶ ଶତାବ୍ଦୀରେ ସନ୍ଥକବି ଜୟଦେବ ସଂସ୍କୃତ ଭାଷାରେ ରଚନା କରିଥିଲେ ‘ଗୀତଗୋବିନ୍ଦ’କାବ୍ୟ । ସରଳ ସାବଲୀଳ ଭାଷା ତଥା ଲଳିତ ଛନ୍ଦରେ ରଚିତ ଏହି କାବ୍ୟର ବିଷୟବସ୍ତୁ ଥିଲା ରାଧାକୃଷ୍ଣଙ୍କ ଦିବ୍ୟଲୀଳା । ସନ୍ତସାହିତ୍ୟ ଧାରାର ଶେଷ ଦୀପଶିଖା ଥିଲେ ସନ୍ଥକବି ଭୀମଭୋଇ । ସେ ଥିଲେ ଆଦିବାସୀ କନ୍ଧ । ମହିମାସ୍ଵାମୀଙ୍କ ଆଶୀର୍ବାଦ ବଳରେ ସେ ଦିବ୍ୟଦୃଷ୍ଟି ତଥା କବିତ୍ଵ ଲାଭ କରିଥିଲେ । ସେ ହେଲେ ମହିମା ଧର୍ମର ଆଦିକବି । ‘ସ୍ତୁତି ଚନ୍ତାମଣି’, ‘ନିର୍ବେଦ ସାଧନ’, ‘ଶ୍ରୁତିନିଷେଧ ଗୀତା’, ‘ବ୍ରହ୍ମଚାଳକ’ଏବଂ ବହୁ ଚଉତିଶା ତଥା ଭଜନ ପ୍ରଭୃତି ତାଙ୍କ ଅନନ୍ୟ କବି ପ୍ରତିଭାର ନିଦର୍ଶନ । ସନ୍ଥକବି ହାଡ଼ି ଦାସଙ୍କ ‘ଲକ୍ଷ୍ମୀଧର ବିଳାସ’, ‘ଶଙ୍ଖନାଭି’, ‘ଭାବନାବର ଏବଂ ବହୁ ଭଜନ, ଜଣାଣ ଓ ଚଉତିଶା ପାଠକମାନଙ୍କ ଶ୍ରଦ୍ଧା ଲାଭ କରିଅଛି । ସନ୍ଥକବି ଅରକ୍ଷିତ ଦାସଙ୍କ ‘ମହୀମଣ୍ଡଳ ଗୀତା’ ଓଡ଼ିଆ ସାହିତ୍ୟର ଏକ ଅମୂଲ୍ୟ ଗ୍ରନ୍ଥ । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ମାନବ ସମାଜ ଗଠନ କରିବାପାଇଁ ପ୍ରେରଣା ଦେବା ସଙ୍ଗେ ସଙ୍ଗେ କ୍ଷମତା ମଦମତ୍ତ ମଣିଷମାନଙ୍କ ପାଇଁ ମଧ୍ୟ ଶୁଣାଇ ଯାଇଛନ୍ତି ଚେତାବନୀ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

Question ୩୦ ।
ସାରଳା ଦାସଙ୍କୁ ଆଦିକବି କହିବାର ଯଥାର୍ଥତା ପ୍ରତିପାଦନ କର ।
Answer:
ଦଶମ|ଏକାଦଶ ଶତାବ୍ଦୀବେଳକୁ ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶର କୁକ୍ଷୀ ଭିତରୁ ଓଡ଼ିଆ ଭାଷାର ଆଦି ଉନ୍ମେଷ ହୋଇଥିଲା । କୌଣସି ଭାଷାର ଲିପି ତଥା ଲିଖ୍ ସାହିତ୍ୟର ଉଦ୍ଭବ ପୂର୍ବରୁ ଲୋକମୁଖର ଭାଷାରେ ଲୋକସାହିତ୍ୟ ସୃଷ୍ଟି ହେବା ବାସ୍ତବ ସତ୍ୟ । ମାତ୍ର ତା’ର ସ୍ରଷ୍ଟା କେହି ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି, ଲୋକ ସମାଜ । ତା’ର ଲିଖ୍ ରୂପ ନଥିବାରୁ ତାକୁ ପ୍ରଥମ ସୃଷ୍ଟିଭାବେ ଗ୍ରହଣ କରିବା ବିଚାରସାପେକ୍ଷ ।

ପଞ୍ଚଦଶ ଶତାବ୍ଦୀ ବେଳକୁ ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵ କାଳରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବା ସହିତ ଓଡ଼ିଆ ଭାଷା ମଧ୍ୟ ମାର୍ଜିତ ହୋଇଯାଇଥିଲା । ଏହି ସମୟରେ ଆଧୁନିକ ଜଗତ୍‌ସିଂହପୁର ଜିଲ୍ଲାର ଝଙ୍କଡ଼ ଗ୍ରାମରେ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ସିଦ୍ଧେଶ୍ଵର ପରିଡ଼ା । ମା’ ସାରଳାଙ୍କ କରୁଣା ଲାଭକରି ସାରଳା ଦାସ ନାମରେ ଅଭିହିତ ହୋଇ ଖାଣ୍ଟି ଓଡ଼ିଆ ଭାଷାରେ ରଚନା କଲେ ‘ମହାଭାରତ’ ଗ୍ରନ୍ଥ । ଏହି ‘ମହାଭାରତ’ ଗ୍ରନ୍ଥ ବ୍ୟାସଦେବଙ୍କ କୃତ ସଂସ୍କୃତ ‘ମହାଭାରତ’ର ଅନୁବାଦ ନୁହେଁ; ଥୁଲା ଅନୁସୃଷ୍ଟି ।

ଯେତେବେଳେ ବଙ୍ଗଳା, ହିନ୍ଦୀ, ଅସମୀୟା ଭାଷାରେ ଏପରି କାବ୍ୟ ରଚନାର ପରିକଳ୍ପନା ମଧ୍ୟ କରାଯାଇ ନଥୁଲା, ସେତେବେଳେ ସେ ଓଡ଼ିଶାର ଭୂଗୋଳ, ଧର୍ମପୀଠ, ମନ୍ଦିର, ପାହାଡ଼, ପର୍ବତ, ନଦନଦୀ, ଅରଣ୍ୟ, ଜନପଦ, ବିଭିନ୍ନ ଜାତି, ନାନା କିମ୍ବଦନ୍ତୀ, ଲୋକ ବିଶ୍ଵାସ ତଥା ଲୋକକଥାକୁ ରୂପ ଦେଇ ରଚନା କଲେ ‘ମହାଭାରତ’ କାବ୍ୟ । ଯାହାଫଳରେ ‘ମହାଭାରତ’ ହୋଇଗଲା ଏ ଜାତିର ଆତ୍ମପରିଚିତିର ଅମୂଲ୍ୟ ଗ୍ରନ୍ଥ ଏବଂ ସେ ହେଲେ ଉଡ୍ର ଜାତୀୟତାବୋଧର ପ୍ରଥମ ରୂପକାର ମାଟିର ମହାକବି ସାରଳାଦାସ । ତାଙ୍କ ସାରସ୍ବତ ଲେଖନୀ ନିଃସୃତ ‘ଚଣ୍ଡୀପୁରାଣ’, ‘ବିଚିତ୍ର ରାମାୟଣ’ ଆଦି ଗ୍ରନ୍ଥ ମଧ୍ଯ ଓଡ଼ିଆ ସାହିତ୍ୟର ଭିଭିକୁ ସୁଦୃଢ଼ କରିବା ସହିତ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ଦିଗନ୍ତର ଉନ୍ମୋଚନ କରିଥିଲା ।

Question ୩୧ ।
ପ୍ରାଚୀନ ଓଡ଼ିଆ କବିତାର ବିଭିନ୍ନ ରୂପ ସମ୍ପର୍କରେ ଆଲୋଚନା କର ।
Answer:
ମାଟିର ମହାକବି ତଥା ଆଦିକବି ସାରଳା ଦାସ ଥିଲେ ଉଡ୍ର ଜାତୀୟତାବୋଧର ପ୍ରଥମ ରୂପକାର । ପଞ୍ଚଦଶ ଶତାବ୍ଦୀରେ ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵ କାଳରେ ସେ ଖାଣ୍ଟି ଓଡ଼ିଆ ଭାଷାରେ ରଚନା କଲେ ‘ମହାଭାରତ’, ‘ଚଣ୍ଡୀ ପୁରାଣ’ ଓ ‘ବିଲଙ୍କା ରାମାୟଣ’ ପରି ବୃହତ୍ ଗ୍ରନ୍ଥ । ‘ମହାଭାରତ’ଥିଲା ତାଙ୍କର ବିଶିଷ୍ଟ କୃତି । ବ୍ୟାସକୃତ ‘ସଂସ୍କୃତ ମହାଭାରତ’ର ଏହା ଅନୁବାଦ ନ ଥିଲା; ଥିଲା ଅନୁସୃଷ୍ଟି।

ବଙ୍ଗଳା, ହିନ୍ଦୀ, ଅସମୀୟା ପ୍ରଭୃତି ଭାଷାରେ ଯେତେବେଳେ ଏପରି ଗ୍ରନ୍ଥର ପରିକଳ୍ପନା ମଧ୍ୟ କରାଯାଇ ନଥୁଲା, ସେତେବେଳେ ସେ ଓଡ଼ିଶାର ଭୂଗୋଳ, ଧର୍ମପୀଠ, ମନ୍ଦିର, ପାହାଡ଼, ପର୍ବତ, ନଦନଦୀ, ଅରଣ୍ୟ, ଜନପଦ, ବିଭିନ୍ନ ଜାତି, ନାନା କିମ୍ବଦନ୍ତୀ, ଲୋକବିଶ୍ଵାସ ତଥା ଲୋକକଥାକୁ ଆଧାର କରି ସ୍ବୀୟ ସାରସ୍ବତ ଲେଖନୀ ମୁନରେ ଯେଉଁ ରୂପ ଅଙ୍କନ କରିଗଲେ, ତାହା ହୋଇଗଲା ଓଡ଼ିଆ ଜାତିର ଆଦ୍ୟରୂପ । ସେହି ‘ମହାଭାରତ’ ଗ୍ରନ୍ଥ ହେଲା ଓଡ଼ିଆ ଜାତିର ଆତ୍ମପରିଚିତିର ଅମୂଲ୍ୟ ଗ୍ରନ୍ଥ । ‘ଚଣ୍ଡୀ ପୁରାଣ’ ଓ ‘ବିଚିତ୍ର ରାମାୟଣ’ ପ୍ରଭୃତି କାବ୍ୟ ରଚନା କରି ସେ ଓଡ଼ିଆ ସାହିତ୍ୟ ବାଙ୍ମୟକୁ ବିସ୍ତୃତ କରିଗଲେ।

ତାଙ୍କ ପରେ ଷୋଡ଼ଶ ଶତାବ୍ଦୀରେ ଓଡ଼ିଶା ମାଟିରେ ପାଞ୍ଚଜଣ ସନ୍ଥକବିଙ୍କର ଆବିର୍ଭାବ ହେଲା । ପଞ୍ଚସଖା ନାମରେ ପରିଚିତ ସେହି ପାଞ୍ଚଜଣ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଗଜପତି ପ୍ରତାପରୁଦ୍ରଦେବଙ୍କ ସମୟରେ ସେହି ପାଞ୍ଚଜଣ ଭକ୍ତକବି ପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗନ୍ନାଥ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ରଚନା କଲେ ସେମାନଙ୍କ ସାରସ୍ବତ କୃତିରାଜି । ସେମାନେ ଯୋଗ ଓ ଶୂନ୍ୟବାଦ ଉପରେ ଗୁରୁତ୍ଵ ଦେଇ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଜାତିକୁ ନମାନି ମଣିଷକୁ ମାନିଲେ । ସାରଳା ଦାସଙ୍କ ପରି ନିଜକୁ ଶୂଦ୍ର ବୋଲି ଘୋଷଣା କରି ଓଡ଼ିଆ ଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ । ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ମାନବମୈତ୍ରୀର ଉଦ୍‌ବୋଧନ ଦେଇଗଲେ।

ଏ ଯୁଗର ବୟୋଜ୍ୟେଷ୍ଠ କବି ବଳରାମ ଦାସ ମହର୍ଷି ବାଲ୍ମୀକିଙ୍କ ‘ସଂସ୍କୃତ ରାମାୟଣ’ ଅବଲମ୍ବନରେ ରଚନା କଲେ ‘ଜଗମୋହନ ରାମାୟଣ’ । ଦାଣ୍ଡୀ ବୃତ୍ତରେ ରଚିତ ହୋଇଥିବାରୁ ତାହା ‘ଦାଣ୍ଡୀ ରାମାୟଣ’ ଭାବେ ଖ୍ୟାତି ଲାଭ କରିବା ସହ ସାରଳା ଦାସଙ୍କ ‘ମହାଭାରତ’ ପରି ଓଡ଼ିଆ ଜାତିର ଏକାନ୍ତ ଆପଣାର ହୋଇଗଲା । ତାଙ୍କ ମୌଳିକ ସୃଷ୍ଟି ‘ଲକ୍ଷ୍ମୀ ପୁରାଣ’ ସଂସାରକୁ ଦେଲା ନୂତନ ଦିଗ୍‌ଦର୍ଶନ । ଏହା ଜାତିଭେଦର ବିଲୋପ ପାଇଁ ଆହ୍ଵାନ ଦେବା ସହିତ ନାରୀର ସ୍ଵାତନ୍ତ୍ର୍ୟ ପ୍ରକଟିତ କରି ନାରୀ ଓ ପୁରୁଷ ମଧ୍ଯରେ ପବିତ୍ର ସମ୍ପର୍କ ସ୍ଥାପନ ନିମନ୍ତେ ପ୍ରେରଣା ଦେଇଗଲା।

ତେଣୁ ମାର୍ଗଶିର ମାସ ଗୁରୁବାର ଦିନ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀପୂଜା କଲାବେଳେ ଭକ୍ତି ଓ ନିଷ୍ଠାର ସହ ସେହି ଗ୍ରନ୍ଥକୁ ପାଠ କରନ୍ତି । ଏହା ବ୍ୟତୀତ ମାନବ ହୃଦୟରେ ଆଧ୍ୟାତ୍ମିକ ଭାବନା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ରଚନା କରିଥିଲେ ‘ବଟ ଅବକାଶ’, ‘ଗୁପ୍ତଗୀତା’, ‘ବ୍ରହ୍ମାଣ୍ଡ ଭୂଗୋଳ’, ବହୁ ଭଜନ, ଜଣାଣ ଓ ଚଉତିଶା ପ୍ରଭୃତି ଗ୍ରନ୍ଥ ।

ସେହି ଯୁଗର ଅନ୍ୟତମ ସିଦ୍ଧ କବି ଥିଲେ ଅତିବଡ଼ୀ ଜଗନ୍ନାଥ ଦାସ । ମହର୍ଷି ବ୍ୟାସଦେବଙ୍କ କୃତ ‘ସଂସ୍କୃତ ଭାଗବତକୁ ସେ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ରଚନା କରିଥିଲେ । ଏହି ‘ଭାଗବତ’ ଗ୍ରନ୍ଥ ବିପୁଳ ଲୋକପ୍ରିୟତା ଲାଭ କରି ହୋଇଗଲା ଓଡ଼ିଆ ଜାତିର ଜୀବନ ବେଦ । ଗ୍ରାମେ ଗ୍ରାମେ ଭାଗବତଟୁଙ୍ଗୀ ବା ଭାଗବତ ଘର ପ୍ରତିଷ୍ଠା କରି ଲୋକମାନେ ସେହି ଭାଗବତ ପୋଥୁକୁ ଗାଦିରେ ରଖ୍ ସ୍ଵୟଂ ବାସୁଦେବ ଭାବରେ ପୂଜା କଲେ । ପ୍ରତିଦିନ ସେଠାରେ ଉପସ୍ଥିତ ହୋଇ ‘ଭାଗବତ’ ଶୁଣିବା ସହିତ ସେହି ପୋଥୁକୁ ସାକ୍ଷୀରଖୁ ସେମାନେ ବିବିଧ ଗଣ୍ଡଗୋଳର ସମାଧାନ କଲେ । ଏହା ବ୍ୟତୀତ ‘ଅର୍ଥ କୋଇଲି’, ‘ତୁଳାଭିଣା’, ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା ତାଙ୍କ ଅନନ୍ୟ କବି ପ୍ରତିଭାର ସ୍ବାକ୍ଷର ବହନ କରେ ।

ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦ ଚନ୍ଦ୍ର’, ବଳିଷ୍ଠ କବି ପ୍ରତିଭାର ଅଧିକାରୀ ତଥା ମାଳିକାକାର ଅଚ୍ୟୁତାନନ୍ଦ ଦାସଙ୍କ ‘ହରିବଂଶ’ ଓ ବିଭିନ୍ନ ସଂହିତା ତଥା ରାସ, ଶିଶୁ ଅନନ୍ତ ଦାସଙ୍କ ‘ହେତୃଦୟ ଭାଗବତ’ ଓ ‘ଚୁମ୍ବକ ଆଗତ ଭବିଷ୍ଯମାଳିକା’ ପ୍ରଭୃତି ପୁରାଣ, ଗୀତା, ସଂହିତା ପ୍ରତିଟି ଓଡ଼ିଆ ହୃଦୟକୁ ଆନ୍ଦୋଳିତ କଲା । ପଞ୍ଚସଖାଗଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଇଷ୍ଟଦେବ ଭାବରେ ଗ୍ରହଣ କଲେ । ସାମାଜିକ ବିପ୍ଳବୀ ସାଜି ଉଚ୍ଚଜାତି ଓ ନିମ୍ନଜାତି ଭିତରେ ଏକତ୍ଵ ସ୍ଥାପନ କରି ଧର୍ମଗତ ସଂକୀର୍ଣ୍ଣତାକୁ ସେମାନେ ଅତିକ୍ରମ କରି ଓଡ଼ିଆ ଜାତିର ଶ୍ରଦ୍ଧା ଓ ଭକ୍ତିର ପାତ୍ର ହୋଇଗଲେ ।

ଓଡ଼ିଆ ପ୍ରାଚୀନ କବିତାର ଅନ୍ୟ ଏକ ରୂପ ଥିଲା କୋଇଲି ସାହିତ୍ୟ ଓ ଚଉତିଶା । ବସ୍ତ୍ରାଦାସଙ୍କ ପ୍ରଣୀତ ‘କଳସା ଅନୁପ୍ରାଣିତ ହୋଇ ବଳରାମ ଦାସ ରଚନା କରିଥିଲେ ‘କାନ୍ତ କୋଇଲି’ । ଜଗନ୍ନାଥ ଦାସ ତାଙ୍କ ‘ଅର୍ଥ କୋଇଲି’ କବିତାରେ ଦ୍ବାଦଶ ଶତାବ୍ଦୀରେ ଭକ୍ତକବି ଜୟଦେବ ସଂସ୍କୃତ ଭାଷାରେ ରଚନା କରିଥିଲେ ‘ଗୀତଗୋବିନ୍ଦ’କାବ୍ୟ । ଅତୀବ ସରଳ ସାବଲୀଳ ଭାଷାରେ ତଥା ଲଳିତ ଛନ୍ଦରେ ରଚିତ ହୋଇଥିବା ଏହି କାବ୍ୟର ବିଷୟବସ୍ତୁ ଥିଲା ରାଧାକୃଷ୍ଣଙ୍କ ଦିବ୍ୟଲୀଳା ।

ପଞ୍ଚସଖାଙ୍କ ସମୟରୁ ଓଡ଼ିଶା ରାଜନୀତିରେ ଦେଖାଦେଲା ଅବକ୍ଷୟ । ବିଶାଳ ଓଡ଼ିଶା ତା’ର ଗୌରବ ହରାଇ ଛୋଟ ଛୋଟ ରାଜ୍ୟରେ ପରିଣତ ହୋଇଗଲା । ରାଜାମାନେ ନିଜକୁ ସର୍ବେସର୍ବା ମନେକରି ଗୋଟିଏ ଲେଖାଏଁ ଦରବାର ପ୍ରତିଷ୍ଠା କରି ରାଜସଭାର ସପ୍ତାଙ୍ଗ ମଧ୍ୟରେ କବିମାନଙ୍କୁ ସ୍ଥାନଦେଲେ । କବିମାନେ ରାଜାମାନଙ୍କୁ ସ୍ତବସ୍ତୁତି କରିବା ସହ ରାଜାଙ୍କ ବିଳାସ ପାଇଁ କାବ୍ୟ ରଚନା କଲେ । ସେମାନଙ୍କ ମଧ୍ୟରେ ଶରଣ ଦାସ, ନାରଣ ଦାସ, ବାଲିଙ୍ଗା ଦାସ, ଦିବାକର ଦାସ, ଚୈତନ୍ୟ ଦାସ, ହାଡ଼ି ଦାସ ଓ ଅରକ୍ଷିତ ଦାସ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । କିନ୍ତୁ ସାରଳା ଦାସ ତଥା ପଞ୍ଚସଖାଗଣ ଯେଉଁ କାବ୍ୟଧାରା ସୃଷ୍ଟି କରିଥିଲେ ତାହା ଏମାନଙ୍କଦ୍ୱାରା ସୃଷ୍ଟ କାବ୍ୟଧାରାରେ ଆଉ ପରିଲକ୍ଷିତ ହେଲା ନାହିଁ ।

ବିଶ୍ଵନାଥ କବିରାଜଙ୍କ ‘ସାହିତ୍ୟ ଦର୍ପଣ’ ନାମକ ବିଶିଷ୍ଟ ସାହିତ୍ୟ ତତ୍ତ୍ଵଗ୍ରନ୍ଥ, ରାମଚରିତ, କୃଷ୍ଣଚରିତ ତଥା ଜଗନ୍ନାଥ ଭାବନାଙ୍କୁ ନେଇ ରଚିତ କାବ୍ୟରାଜି, ଚଉପଦୀ, ଚଉତିଶା, ଭଜନ, ଜଣାଣ, ପୁରାଣ, ମାଳିକା ତଥା କୋଇଲି ସାହିତ୍ୟକୁ ନେଇ ପ୍ରାଚୀନ ଓଡ଼ିଆ ସାହିତ୍ୟ ଯେ ଥିଲା ସୁସମୃଦ୍ଧ, ଏହା ନିଃସନ୍ଦେହ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

ତୁମପାଇଁ କାମ

୩୨ । ତୁମେ ପଢ଼ିଥିବା ମଧ୍ୟଯୁଗୀୟ କାବ୍ୟ ଓ କବିମାନଙ୍କ ଏକ ତାଲିକା ପ୍ରସ୍ତୁତ କର ।
୩୩ । ଉଦ୍ଧୃତି ଖାତାରେ ତୁମକୁ ଭଲ ଲାଗୁଥିବା ଉଦ୍ଧୃତିଗୁଡ଼ିକୁ (ଗଦ୍ୟ ଓ ପଦ୍ୟ) ସଂଗ୍ରହ କରି ଲେଖୁ ରଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ‘ଚଣ୍ଡୀ ପୁରାଣ’ର ଲେଖକ କିଏ ?
Answer:
ସାରଳା ଦାସ ହେଉଛନ୍ତି ‘ଚଣ୍ଡୀ ପୁରାଣ’ର ଲେଖକ ।

2. ଜଗନ୍ନାଥ ଦାସଙ୍କ ଭାଗବତ କେଉଁ ଗ୍ରନ୍ଥ ର ଅନୁବାଦ ?
Answer:
ଜଗନ୍ନାଥ ଦାସଙ୍କ ‘ଭାଗବତ’ ବ୍ୟାସଦେବଙ୍କ ରଚିତ ‘ସଂସ୍କୃତ ଭାଗବତ’ର ଅନୁବାଦ ।

3. ମାଳିକାକାର ଭାବରେ କେଉଁ କବି ପ୍ରସିଦ୍ଧ ?
Answer:
ଅଚ୍ୟୁତାନନ୍ଦ ଦାସ ମାଳିକାକାର ଭାବରେ ପ୍ରସିଦ୍ଧ ।

4. ଭାଗବତ ଟୁଙ୍ଗୀ କେଉଁ ଗ୍ରନ୍ଥକୁ ନେଇ ପ୍ରତିଷ୍ଠିତ ?
Answer:
ଜଗନ୍ନାଥ ଦାସଙ୍କ ରଚିତ ପ୍ରସିଦ୍ଧ ଗ୍ରନ୍ଥ ‘ଭାଗବତ’କୁ ନେଇ ଭାଗବତ ଟୁଙ୍ଗୀ ପ୍ରତିଷ୍ଠିତ ।

5. ଭାଗବତ ପୋଷ୍ଟ୍କୁ ସ୍ଵୟଂ ବାସୁଦେବ ରୂପେ ପୂଜା କରାଗଲା କାହିଁକି ?
Answer:
‘ଭାଗବତ’ ଗ୍ରନ୍ଥର ତାତ୍ପର୍ଯ୍ୟ ଏତେ ବଢ଼ିଗଲା ଓଡ଼ିଶାର ଗ୍ରାମେ ଗ୍ରାମେ ଭାଗବତ ଟୁଙ୍ଗୀ ପ୍ରତିଷ୍ଠା ହୋଇ ଭାଗବତ ପୋଥ୍‌କୁ ଗାଦିରେ ରଖ୍ ସ୍ୱୟଂ ବାସୁଦେବ ରୂପେ ପୂଜା କରାଗଲା ।

6. ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର କବି କିଏ ?
Answer:
କବିସୂର୍ଯ୍ୟ ବଳଦେବ ରଥ ହେଉଛନ୍ତି ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ର କବି ।

7. ଦୀନକୃଷ୍ଣଙ୍କର କେଉଁ କାବ୍ୟଟି ଶ୍ରେଷ୍ଠ ?
Answer:
ଦୀନକୃଷ୍ଣଙ୍କ ‘ରସକଲ୍ଲୋଳ’ କାବ୍ୟଟି ଶ୍ରେଷ୍ଠ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

8. ‘ରସକଲ୍ଲୋଳ’କୁ ଶ୍ରେଷ୍ଠ କାବ୍ୟରୂପେ ବିବେଚନା କରାଯାଏ କାହିଁକି ?
Answer:
କାରଣ ‘କ’ ଆଦ୍ୟ ନିୟମରେ ରଚିତ ‘ରସକଲ୍ଲୋଳ’ର ପଦଲାଳିତ୍ୟ ଅନନ୍ୟ ଓ ଏହାର ପ୍ରତ୍ୟେକ ଛାନ୍ଦ ଶ୍ରବଣସୁଖଦାୟୀ ଭାବ ସୃଷ୍ଟି କରିବାରେ ସମର୍ଥ ।

9. କବି ଅଭିମନ୍ୟୁ ସାମନ୍ତସିଂହାର କେଉଁ ଧର୍ମ ପ୍ରତି ଅନୁରକ୍ତ ଥିଲେ ?
Answer:
କବି ଅଭିମନ୍ୟୁ ସାମନ୍ତସିଂହାର ଗୌଡ଼ୀୟ ବୈଷ୍ଣବ ଧର୍ମ ପ୍ରତି ଅନୁରକ୍ତ ଥିଲେ ।

10. ଶ୍ରୀଚୈତନ୍ୟ ଓଡ଼ିଶାକୁ କେବେ ଆସିଥିଲେ ?
Answer:
ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାକୁ ଆସିଥିଲେ ।

11. ଶ୍ରୀଚୈତନ୍ୟଙ୍କ ଧର୍ମମତ କିପରି ଓଡ଼ିଆ କବିମାନଙ୍କୁ ପ୍ରଭାବିତ କଲା ?
Answer:
ଶ୍ରୀଚୈତନ୍ୟଙ୍କଦ୍ବାରା ପ୍ରଚାରିତ ପ୍ରେମଧର୍ମରେ ପ୍ରଭାବିତ ହୋଇ ଓଡ଼ିଆ କବିମାନେ ରାମଚରିତ, କୃଷ୍ଣଚରିତ ଓ ଜଗନ୍ନାଥ ଭାବନାକୁ ଉପଜୀବ୍ୟ କରିବା ସହିତ କାଳ୍ପନିକ କଥାବସ୍ତୁକୁ ନେଇ କାବ୍ୟ ରଚନା କଲେ ।

12. ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ଲେଖ ।
Answer:
ଉପେନ୍ଦ୍ର ଭଞ୍ଜଙ୍କର ପାଞ୍ଚୋଟି କାଳ୍ପନିକ କାବ୍ୟର ନାମ ହେଲା— ‘ଲାବଣ୍ୟବତୀ’, ‘କୋଟି ବ୍ରହ୍ମାଣ୍ଡସୁନ୍ଦରୀ’, ‘କଳା କଉତୁକ’, ‘ରସିକ ହାରାବଳୀ’, ‘ତ୍ରୈଲୋକ୍ୟମୋହିନୀ’ ।

13. ‘ବୈଦେହୀଶ ବିଳାସ’ କାବ୍ୟର କବି କିଏ ?
Answer:
‘ବୈଦେହୀଶ ବିଳାସ’ କାବ୍ୟର କବି ହେଉଛନ୍ତି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ।

14. ‘ବୈଦେହୀଶ ବିଳାସ’ କାବ୍ୟରେ କେଉଁ ବିଷୟ ବର୍ଣ୍ଣିତ ?
Answer:
ଏଥ‌ିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ୍ ଶ୍ରୀରାମଚନ୍ଦ୍ରଙ୍କର ଚିନ୍ମୟ ଚରିତ ବର୍ଣ୍ଣନା କରାଯାଇଛି ।

15. ପାଞ୍ଚଜଣ ପ୍ରାଚୀନ ଓଡ଼ିଆ ଗୀତିକବିଙ୍କ ନାମ ଲେଖ ।
Answer:
ପାଞ୍ଚଜଣ ପ୍ରାଚୀନ ଓଡ଼ିଆ ଗୀତିକବିଙ୍କ ନାମ ହେଲା – ବତ୍ସା ଦାସ, ମାର୍କଣ୍ଡ ଦାସ, ଦ୍ବାରିକା ଦାସ, ଭକ୍ତଚରଣ ଦାସ, ହାଡ଼ି ଦାସ ।

16. ରୀତି ଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କର ନାମ ଲେଖ ।
Answer:
ରୀତି ଯୁଗର ବିଶିଷ୍ଟ କବିମାନଙ୍କ ମଧ୍ୟରୁ ଚାରିଜଣଙ୍କର ନାମ ହେଲା– ଧନଞ୍ଜୟ ଭଞ୍ଜ, ଉପେନ୍ଦ୍ର ଭଞ୍ଜ, ଦୀନକୃଷ୍ଣ ଦାସ, ବ୍ରଜନାଥ ବଡ଼ଜେନା ।

17. ପଞ୍ଚସଖାମାନେ କେଉଁ ଦେବତାଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ ?
Answer:
ପଞ୍ଚସଖାମାନେ ଶ୍ରୀଜଗନ୍ନାଥଙ୍କୁ ମୁଖ୍ୟ ଭାବରେ ଗ୍ରହଣ କରିଥିଲେ ।

18. ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ଲେଖ । ତାଙ୍କ ଲିଖ୍ ଗ୍ରନ୍ଥର ନାମ କ’ଣ ?
Answer:
ପ୍ରାଚୀନଯୁଗର ଜଣେ ନାରୀକବିଙ୍କ ନାମ ହେଲା ବୃନ୍ଦାବତୀ ଦାସୀ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

19. ନାରୀକବି ବୃନ୍ଦାବତୀ ଦାସଙ୍କ ଲିଖ୍ ଗ୍ରନ୍ଥର ନାମ କ’ଣ ?
Answer:
ତାଙ୍କ ଲିଖ୍ ଗ୍ରନ୍ଥର ନାମ ହେଲା ‘ପୂର୍ଣ୍ଣତମ ଚନ୍ଦ୍ରୋଦୟ’ ।

20. ଭୀମଭୋଇଙ୍କ ମୁଖ୍ୟ କୃତିର ନାମ କ’ଣ ?
Answer:
ଭୀମଭୋଇଙ୍କ ମୁଖ୍ୟ କୃତିର ନାମ ହେଲା ‘ସ୍ତୁତି ଚିନ୍ତାମଣି’ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. ‘ଲାବଣ୍ୟବତୀ’ କେଉଁ ଧରଣର କାବ୍ୟ ?
Answer:
କାଳ୍ପନିକ

2. ‘ରସକଲ୍ଲୋଳ’ର ପ୍ରଣେତା କିଏ ?
Answer:
ଦୀନକୃଷ୍ଣ ଦାସ

3. କେଉଁ ଶତାବ୍ଦୀରେ ଓଡ଼ିଶାରେ ପାଞ୍ଚଜଣ ସନ୍ଥଙ୍କର ଆବିର୍ଭାବ ହୋଇଥିଲା ?
Answer:
ଷୋଡ଼ଶ

4. ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାରେ ଆବିର୍ଭୂତ ପାଞ୍ଚଜଣ ଭକ୍ତକବି କେଉଁ ନାମରେ ପରିଚିତ ଥିଲେ ?
Answer:
ପଞ୍ଚସଖା

5. ଷୋଡ଼ଶ ଶତାବ୍ଦୀରେ ଉତ୍କଳର ଗଜପତି କିଏ ଥିଲେ ?
Answer:
ପ୍ରତାପରୁଦ୍ରଦେବ

6. ଶ୍ରୀଚୈତନ୍ୟ କେତେ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସିଥିଲେ ?
Answer:
୧୫୧୦

7. ପଞ୍ଚସଖା କାହାକୁ ମାନିଲେ ନାହିଁ, ମଣିଷକୁ ମାନିଲେ ?
Answer:
ଜାତିକୁ

8. ପଞ୍ଚସଖା ନିଜକୁ କ’ଣ ବୋଲି ଘୋଷଣା କଲେ ?
Answer:
ଶୂଦ୍ର

9. କାହାକୁ କେନ୍ଦ୍ର କରି ପଞ୍ଚସଖା ଏ ଜାତିକୁ ମାନବ- ମୈତ୍ରୀର ଉଦ୍‌ବୋଧନ ଦେଲେ ?
Answer:
ଶ୍ରୀଜଗନ୍ନ।ଥଙ୍କୁ

10. ଓଡ଼ିଶାରେ ଶ୍ରୀଚୈତନ୍ୟ କେଉଁ ଧର୍ମ ପ୍ରଚାର କରିଥିଲେ ?
Answer:
ପ୍ରେମଭକ୍ତି

11. ଓଡ଼ିଆ ଭାଷାର ଆଦି ଉନ୍ମେଷ କେଉଁ ଶତାବ୍ଦୀ ବେଳକୁ ଘଟିଥିଲା ?
Answer:
ଦଶମ

12. ଓଡ଼ିଆ ଭାଷାରେ ରଚନା କରାଯାଇଥିବା ସର୍ବପ୍ରଥମ କାବ୍ୟର ନାମ କ’ଣ ?
Answer:
ରାମବିଭା

13. ‘ସାହିତ୍ୟ ଦର୍ପଣ’ କିଏ ରଚନା କରିଥିଲେ ?
Answer:
ବିଶ୍ଵନାଥ କବିରାଜ

14. ‘ରାଘବ ବିଳାସ’ ନାମକ ପ୍ରସିଦ୍ଧ ରାମକାବ୍ୟ କିଏ ରଚନା କରିଥିଲେ ?
Answer:
ଯଦୁମଣି ମହାପାତ୍ର

15. ‘ମହୀମଣ୍ଡଳ ଗୀତା’ କିଏ ରଚନା କରିଥିଲେ ?
Answer:
ଅରକ୍ଷିତ ଦାସ

16. ମାଟିର ମହାକବି ଆଖ୍ୟା କାହାକୁ ଦିଆଯାଇଛି ?
Answer:
ସାରଳା ଦାସ

17. କବି ଜଗନ୍ନାଥ ଦାସ କେଉଁ ଉପାଧିରେ ଭୂଷିତ ହୋଇଥିଲେ ?
Answer:
ଅତିବଡ଼ୀ

18. କବି ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ୀ’ ଉପାଧ୍ କିଏ ଦେଇଥିଲେ ?
Answer:
ଶ୍ରୀଚୈତନ୍ୟ

19. ‘ଲକ୍ଷ୍ମୀପୁରାଣ’ କେଉଁ କବିଙ୍କର କୃତି ?
Answer:
ବଳରାମ ଦାସ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

20. ‘ଲାବଣ୍ୟବତୀ’ କାବ୍ୟର ରଚୟିତା କିଏ ?
Answer:
ଉପେନ୍ଦ୍ର ଭଞ୍ଜ

C ଶୂନ୍ୟସ୍ଥାନ ପୂରଣ କର ।
1. ___________ ମସିହାରେ ଇଂରେଜମାନେ ଓଡ଼ିଶାକୁ ଅସ୍ଵୀକାର କଲେ ।
Answer:
୧୮୦୩

2. ‘ଗୀତଗୋବିନ୍ଦ’ କାବ୍ୟର ରଚୟିତା ___________________ ଥିଲେ ।
Answer:
ଜୟଦେବ

3. ଜୟଦେବ ‘ଗୀତଗୋବି’ କାବ୍ୟକୁ ________________ ଭାଷାରେ ରଚନା କରିଥିଲେ ।
Answer:
ସଂସ୍କୃତ

4. ‘ଗୀତଗୋବିନ୍ଦ’ କାବ୍ୟର ବିଷୟବସ୍ତୁ __________________ ଆଧାରିତ ।
Answer:
ରାଧାକୃଷ୍ଣଙ୍କ ଲୀଳ

5. ବିଶ୍ଵନାଥ କବିରାଜ ରଚନା କରିଥିବା ଗ୍ରନ୍ଥଟିର ନାମ ____________________।
Answer:
ସାହିତ୍ୟ ଦର୍ପଣ

6. ___________________ ଙ୍କ ରାଜତ୍ଵ କାଳରେ ଓଡ଼ିଶାରେ ଏକ କାବ୍ୟକ ବାତାବରଣ ସୃଷ୍ଟି ହୋଇଥିଲା ।
Answer:
ଦିବ୍ୟସିଂହଦେବ

7. ଉପେନ୍ଦ୍ର ଭଞ୍ଜ ______________________ ଙ୍କୁ ନିଜର ଇଷ୍ଟଦେବତା ରୂପେ ଗ୍ରହଣ କରିଥିଲେ ।
Answer:
ଶ୍ରୀରାମଚନ୍ଦ୍ର

8. ଉପେନ୍ଦ୍ର ଭଞ୍ଜ ଅବନା ନିୟମରେ ରଚନା କରିଥିବା ଗ୍ରନ୍ଥର ନାମ _______________।
Answer:
ଅବନା ରସତରଙ୍କ

୨. ‘ଚତୁର ବିନୋଦ’ କଥାଗ୍ରନ୍ଥର ରଚୟିତା _________________ ।
Answer:
ବ୍ରଜନାଥ ବଡ଼ଜେନା

10. ‘ରୁଦ୍ର ସୁଧାନିଧ୍’ _____________ ଙ୍କର ସୃଷ୍ଟି ।
Answer:
ନାରାୟଣାନନ୍ଦ ଅବଧୂତସ୍ଵାମୀ

11. ଶ୍ରୀଚୈତନ୍ୟଙ୍କ ପ୍ରେମଧର୍ମ ତାଙ୍କର ତିରୋଧାନ ପର୍ଯ୍ୟନ୍ତ ___________________ ରେ ପ୍ରଭାବ ପକାଇ ପାରିଲା ନାହିଁ ।
Answer:
ଓଡ଼ିଶା

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

12. ବଳରାମ ଦାସଙ୍କ ‘ଜଗମୋହନ ରାମାୟଣ’କୁ _________________ ରାମାୟଣ କୁହାଯାଏ ।
Answer:
ଦାଣ୍ତୀ

13. ବଳରାମ ଦାସଙ୍କ ମୌଳିକ ସୃଷ୍ଟିର ନାମ _________________।
Answer:
ଲକ୍ଷ୍ମୀ ପୁରାଣ

14. ‘ସଂସ୍କୃତ ରାମାୟଣ’ର ରଚୟିତା _________________।
Answer:
ବାଲ୍ମୀକି

15. ବଳରାମ ଦାସଙ୍କ __________________ ଗ୍ରନ୍ଥରେ ନାରୀର ସ୍ବାତନ୍ତ୍ର୍ୟ ପ୍ରକଟିତ ହୋଇଛି ।
Answer:
ଲକ୍ଷ୍ମୀ ପୁରାଣ

16. ପଞ୍ଚସଖାଙ୍କ ମଧ୍ୟରୁ ________________ ସଂସ୍କୃତ ସାହିତ୍ୟରେ ପଣ୍ଡିତ ଥିଲେ ।
Answer:
ଜଗନ୍ନାଥ ଦାସ

17. ପଞ୍ଚସଖାଙ୍କ ମଧ୍ୟରୁ ________________ ଜଗନ୍ନ।ଥଙ୍କର ବିନୀତ ଭକ୍ତ ଥିଲେ ।
Answer:
ଜଗନ୍ନାଥ ଦାସ

18. ଜଗନ୍ନାଥ ଦାସଙ୍କ _________________ ଗ୍ରନ୍ଥ ଓଡ଼ିଆ ଜାତିର ଜୀବନ ବେଦ ହୋଇଗଲା ।
Answer:
ଭାଗବତ

19. ଅଚ୍ୟୁତାନନ୍ଦଙ୍କୁ __________________ ଦୀକ୍ଷା ପ୍ରଦାନ କରିଥିଲେ ।
Answer:
ସନାତନ ଗୋସାଇଁ

20. __________________ ଓଡ଼ିଆ ଭାଷାରେ ପ୍ରଥମେ ଶକ୍ତି ପରୀକ୍ଷା କରିଥିଲେ ।
Answer:
ସାରଳା ଦାସ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ‘ଲାବଣ୍ୟବତୀ’ ଏକ ପୌରାଣିକ କାବ୍ୟ ।
Answer:
ଭୁଲ୍

2. ‘ରସକଲ୍ଲୋଳ’ର ପ୍ରଣେତା ଦୀନକୃଷ୍ଣ ଦାସ ।
Answer:
ଠିକ୍

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

3. ପଞ୍ଚଦଶ ଶତାବ୍ଦୀରେ ଓଡ଼ିଶାରେ ପାଞ୍ଚଜଣ ସନ୍ଥଙ୍କର ଆବିର୍ଭାବ ହୋଇଥିଲା ।
Answer:
ଭୁଲ୍

4. ଶ୍ରୀଚୈତନ୍ୟ ୧୫୩୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସିଥିଲେ ।
Answer:
ଭୁଲ୍

5. ଓଡ଼ିଆ ଭାଷାର ଆଦି ଉନ୍ମେଷ ଅଷ୍ଟମ ଶତାବ୍ଦୀ ବେଳକୁ ଘଟିଥିଲା ।
Answer:
ଭୁଲ୍

6. ‘ଲକ୍ଷ୍ମୀପୁରାଣ’ କବି ବଳରାମ ଦାସଙ୍କର କୃତି ।
Answer:
ଠିକ୍

7. ‘ଗୋବିନ୍ଦ ଚନ୍ଦ୍ର’ର ରଚୟିତା ଯଶୋବନ୍ତ ।
Answer:
ଠିକ୍

8. ୧୫୫୫ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ରଦେବଙ୍କ ଦେହାନ୍ତ ହୋଇଥିଲା ।
Answer:
ଭୁଲ୍

9. ୧୫୪୪ ମସିହାରେ ଶ୍ରୀଚୈତନଙ୍କର ତିରୋଧାନ
Answer:
ଭୁଲ୍

10. ବଳରାମ ଦାସ ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି ଥିଲେ ।
Answer:
ଠିକ୍

11. ମହାଭାରତ ପୁରାଣଟି ଜାତିଭେଦ ବିଲୋପ ପାଇଁ ଏକ ଆହ୍ବାନ ଥୁଲା ।
Answer:
ଭୁଲ୍

12. ଓଡ଼ିଆ ଭାଷାରେ ପ୍ରଥମ ଚମ୍ପୂ କାବ୍ୟର ନାମ ‘କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ’ ।
Answer:
ଠିକ୍

13. ମହିମା ଧର୍ମର ଆଦିକବି ଭୀମଭୋଇ ଥିଲେ ।
Answer:
ଠିକ୍

14. ୧୮୦୫ ମସିହାରେ ଇଂରେଜମାନେ ଓଡ଼ିଶାକୁ ଅସ୍ଵୀକାର କଲେ ।
Answer:
ଭୁଲ୍

15. ‘ଚତୁର ବିନୋଦ’ କଥାଗ୍ରନ୍ଥର ରଚୟିତା ବ୍ରଜନାଥ
Answer:
ଠିକ୍

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

16. ପଞ୍ଚସଖାଙ୍କ ମଧ୍ୟରୁ ଜଗନ୍ନାଥ ଦାସ ସଂସ୍କୃତ ସାହିତ୍ୟରେ ପଣ୍ଡିତ ଥିଲେ ।
Answer:
ଠିକ୍

17. ପଞ୍ଚସଖାଙ୍କ ମଧ୍ୟରୁ ଜଗନ୍ନାଥ ଦାସ ଜଗନ୍ନାଥଙ୍କର ବିନୀତ ଭକ୍ତ ଥିଲେ ।
Answer:
ଠିକ୍

18. ଅଚ୍ୟୁତାନନ୍ଦଙ୍କୁ ଗୋସାଇଁ ମହାରାଜା ଦୀକ୍ଷା ପ୍ରଦାନ କରିଥିଲେ ।
Answer:
ଭୁଲ୍

19. ପ୍ରଖ୍ୟାତ କବି ଦୀନକୃଷ୍ଣ ଦାସଙ୍କର ପୂର୍ବ ନାମ ଥିଲା ସିଦ୍ଧେଶ୍ଵର ପରିଡ଼ା ।
Answer:
ଭୁଲ୍

20. ମୁକୁନ୍ଦଦେବ ୧୫୬୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ଲାବଣ୍ୟବତୀ’ କେଉଁ ଧରଣର କାବ୍ୟ ?
(A) ପୌରାଣିକ
(B) ଐତିହାସିକ
(C) ଭକ୍ତିମୂଳକ
(D) କାଳ୍ପନିକ
Answer:
(D) କାଳ୍ପନିକ

2. ‘ରସକଲ୍ଲୋଳ’ର ପ୍ରଣେତା କିଏ ?
(A) ବଳରାମ ଦାସ
(B) ଦୀନକୃଷ୍ଣ ଦାସ
(C) ଦନେଇ ଦାସ
(D) ଜଗନ୍ନାଥ ଦାସ
Answer:
(B) ଦୀନକୃଷ୍ଣ ଦାସ

3. କେତେ ଶତାବ୍ଦୀରେ ପାଞ୍ଚଜଣ ସନ୍ଥଙ୍କର ଆବିର୍ଭାବ ହୋଇଥିଲା ?
(A) ଚତୁର୍ଦ୍ଦଶ
(B) ପଞ୍ଚଦଶ
(C) ଷୋଡ଼ଶ
(D) ସପ୍ତଦଶ
Answer:
(C) ଷୋଡ଼ଶ

4. ପାଞ୍ଚଜଣ ଭକ୍ତକବି କେଉଁ ନାମରେ ପରିଚିତ ଥିଲେ ?
(A) ପଞ୍ଚବନ୍ଧୁ
(B) ପଞ୍ଚସଖା
(C) ପଞ୍ଚମିତ୍ର
(D) ପଞ୍ଚତନ୍ତ୍ର
Answer:
(B) ପଞ୍ଚସଖା

5. ଷୋଡ଼ଶ ଶତାବ୍ଦୀରେ ଉତ୍କଳର ଗଜପତି କିଏ ଥିଲେ ?
(A) ପୁରୁଷୋତ୍ତମଦେବ
(B) ପ୍ରତାପରୁଦ୍ରଦେବ
(C) କପିଳେନ୍ଦ୍ରଦେବ
(D) ମୁକୁନ୍ଦଦେବ
Answer:
(B) ପ୍ରତାପରୁଦ୍ରଦେବ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

6. ଶ୍ରୀଚୈତନ୍ୟ କେତେ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆସିଥିଲେ ?
(A) ୧୫୦୫
(B) ୧୫୦୪
(C) ୧୫୧୦
(D) ୧୫୧୫
Answer:
(C) ୧୫୧୦

7. ପଞ୍ଚସଖା କାହାକୁ ମାନିଲେ ନାହିଁ, ମଣିଷକୁ ମାନିଲେ ?
(A) ଗୁରୁଙ୍କୁ
(B) ବ୍ରାହ୍ମଣଙ୍କୁ
(C) ଜାତିକୁ
(D) ଧର୍ମକୁ
Answer:
(C) ଜାତିକୁ

8. ପଞ୍ଚସଖା ନିଜକୁ କ’ଣ ବୋଲି ଘୋଷଣା କଲେ ?
(A) ଭକ୍ତ
(B) ସଖା
(C) ଶୂଦ୍ର
(D) ବୈଷ୍ଣବ
Answer:
(C) ଶୂଦ୍ର

9. ପଞ୍ଚସଖା କାହାକୁ କେନ୍ଦ୍ର କରି ମାନବ-ମୈତ୍ରୀର ହେଲେ ଉଦ୍‌ବୋଧକ ?
(A) ଭକ୍ତିକୁ
(B) ଧର୍ମକୁ
(C) ଶ୍ରୀଜଗନ୍ନାଥଙ୍କୁ
(D) ଶ୍ରୀଲୋକନାଥଙ୍କୁ
Answer:
(C) ଶ୍ରୀଜଗନ୍ନାଥଙ୍କୁ

10. ଓଡ଼ିଶାରେ ଶ୍ରୀଚୈତନ୍ୟ କେଉଁ ଭକ୍ତ ପ୍ରଚାର କରିଥିଲେ ?
(A) ପ୍ରେମଭକ୍ତି
(B)
(C) କୃଷ୍ଣଭକ୍ତି
(D) ରାମଭକ୍ତି
Answer:
(A) ପ୍ରେମଭକ୍ତି

11. ‘ଗୋବିନ୍ଦ ଚନ୍ଦ୍ର’ର ରଚୟିତା କିଏ ?
(A) ଅଚ୍ୟୁତାନନ୍ଦ
(B) ବଳରାମ
(C) ଜଗନ୍ନାଥ
(D) ଯଶୋବନ୍ତ
Answer:
(D) ଯଶୋବନ୍ତ

12. ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବିପ୍ରତିଭାର ଅଧିକାରୀ କିଏ ଥିଲେ ?
(A) ବଳରାମ
(B) ଜଗନ୍ନାଥ
(C) ଅଚ୍ୟୁତାନନ୍ଦ
(D) ଯଶୋବନ୍ତ
Answer:
(C) ଅଚ୍ୟୁତାନନ୍ଦ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

13. ଅଚ୍ୟୁତାନନ୍ଦଙ୍କ ପ୍ରାଣୀତ ପ୍ରସିଦ୍ଧ ପୁରାଣ ଗ୍ରନ୍ଥର ନାମ କ’ଣ ?
(A) ଲକ୍ଷ୍ମୀପୁରାଣ
(B) ଗରୁଡ଼ ପୁରାଣ
(C) ହରିବଂଶ
(D) ବୃନ୍ଦାରାସ
Answer:
(C) ହରିବଂଶ

14. ଅଚ୍ୟୁତାନନ୍ଦ କେଉଁ ଭାବରେ ଓଡ଼ିଶାରେ ସୁପରିଚିତ ?
(A) କବି ଭାବରେ
(B) ଭକ୍ତ ଭାବରେ
(C) ପଞ୍ଚସଖା ଭାବରେ
(D) ମାଳିକାକାର ଭାବରେ
Answer:
(D) ମାଳିକାକାର ଭାବରେ

15. ‘ହେତୁଦୟ ଭାଗବତ’ର ରଚୟିତା କିଏ ?
(A) ଶିଶୁ ଅନନ୍ତ ଦାସ’
(B) ଯଶୋବନ୍ତ ଦାସ
(C) ବଳରାମ ଦାସ
(D) ଜଗନ୍ନାଥ ଦାସ
Answer:
(A) ଶିଶୁ ଅନନ୍ତ ଦାସ’

16. ପଞ୍ଚସଖା କାହାକୁ ଇଷ୍ଟଦେବ ଭାବରେ ଗ୍ରହଣ କରିଥିଲେ ?
(A) ଶ୍ରୀଜଗନ୍ନାଥଙ୍କୁ
(B) ଶ୍ରୀବଳଭଦ୍ରଙ୍କୁ
(C) ଶ୍ରୀଲୋକନାଥଙ୍କୁ
(D) ମାତା ସୁଭଦ୍ରାଙ୍କୁ
Answer:
(A) ଶ୍ରୀଜଗନ୍ନାଥଙ୍କୁ

17. ବତ୍ସା ଦାସଙ୍କ ରଚିତ ଚଉତିଶାର ନାମ କ’ଣ ?
(A) ତୁଳସୀ ଚଉତିଶା
(B) କଳସା ଚଉତିଶା
(C) ମନବୋଧ ଚଉତିଶା
(D) ଭାବ ଚଉତିଶା
Answer:
(B) କଳସା ଚଉତିଶା

18. ‘କେଶବ କୋଇଲି’ର ରଚୟିତା କିଏ ?
(A) ବତ୍ସା ଦାସ
(B) ମାର୍କଣ୍ଡ ଦାସ
(C) ଜଗନ୍ନାଥ ଦାସ
(D) ବଳରାମ ଦାସ
Answer:
(B) ମାର୍କଣ୍ଡ ଦାସ

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

19. କେତେ ଖ୍ରୀଷ୍ଟାବ୍ଦରେ ପ୍ରତାପରୁଦ୍ରଦେବଙ୍କ ଦେହାନ୍ତ
(A) ୧୫୩୦
(C) ୧୫୫୦
(B) ୧୫୪୦
(D) ୧୫୬୦
Answer:
(B) ୧୫୪୦

20. ପ୍ରତାପରୁ ଦ୍ର ଦେବଙ୍କ ଦୁଇପୁଅଙ୍କୁ ହତ୍ୟାକରି କିଏ ଓଡ଼ିଶାର ରାଜା ହୋଇଥିଲେ ?
(A) ମୁକୁନ୍ଦଦେବ
(B) ଦିବ୍ୟସିଂହଦେବ
(C) ଗୋବିନ୍ଦ ବିଦ୍ୟାଧର
(D) ରାମଚନ୍ଦ୍ରଦେବ
Answer:
(C) ଗୋବିନ୍ଦ ବିଦ୍ୟାଧର

21. କେତେ ମସିହାରେ ଶ୍ରୀଚୈତନଙ୍କର ତିରୋଧାନ ହୋଇଥିଲା ?
(A) ୧୫୩୦
(B) ୧୫୧୦
(C) ୧୫୧୫
(D) ୧୫୩୩
Answer:
(D) ୧୫୩୩

22. ପଞ୍ଚସଖା ଗୋଷ୍ଠୀର ବୟୋଜ୍ୟେଷ୍ଠ କବି କିଏ ଥିଲେ ?
(A) ଜଗନ୍ନାଥ ଦାସ
(B) ଅଚ୍ୟୁତାନନ୍ଦ ଦାସ
(C) ବଳରାମ ଦାସ
(D) ଯଶୋବନ୍ତ ଦାସ
Answer:
(C) ବଳରାମ ଦାସ

23. ‘ଜଗମୋହନ ରାମାୟଣ’ର ରଚୟିତା କିଏ ?
(A) ବଳରାମ ଦାସ
(B) ଜଗନ୍ନାଥ ଦାସ
(C) ଉପେନ୍ଦ୍ର ଭଞ୍ଜ
(D) ସାରଳା ଦାସ
Answer:
(A) ବଳରାମ ଦାସ

ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ପ୍ରାଥମିକ ପରିଚୟ ନିମନ୍ତେ ‘ଓଡ଼ିଆ ସାହିତ୍ୟ କଥା’ (ଆଦ୍ୟ ଭାଗ) ନାମକ ଏହି ସ୍ବତନ୍ତ୍ର ରଚନା ଓଡ଼ିଆ ସିଲାବସ୍ କମିଟିଦ୍ୱାରା ପ୍ରସ୍ତୁତ କରାଯାଇ ପୁସ୍ତକରେ ଦିଆଯାଇଛି । (ଏହି ରଚନାରୁ କେତୋଟି ସାଧାରଣ ପ୍ରଶ୍ନ ଛାତ୍ରଛାତ୍ରୀମାନଙ୍କୁ ପଚରାଯିବ । କିନ୍ତୁ କୌଣସି ସରଳାର୍ଥ ଲେଖୁବାପାଇଁ ଦିଆଯିବ ନାହିଁ । )

ପ୍ରବନ୍ଧିର ମର୍ମବାଣୀ :
ଭାରତବର୍ଷର ବିଭିନ୍ନ ଭାଷା ଓ ସାହିତ୍ୟ ମଧ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ଅନ୍ୟତମ ପ୍ରାଚୀନ ଭାଷା ଓ ସାହିତ୍ୟ ଭାବେ ପରିଗଣିତ । ଦଶମ|ଏକାଦଶ ଶତାବ୍ଦୀ ବେଳକୁ ସଂସ୍କୃତ, ପାଲି, ପ୍ରାକୃତ ଓ ଅପଭ୍ରଂଶ ଭାଷାର କୁକ୍ଷୀ ଭିତରୁ ଏହାର ଆଦି ଉନ୍ମେଷ ହୋଇଥିଲା । କୌଣସି ଭାଷାର ଲିପି ଓ ଲିଖ୍ ସାହିତ୍ୟର ଉଦ୍ଭବ ପୂର୍ବରୁ ଲୋକମୁଖର ଭାଷାରେ ପ୍ରଥମେ ଲୋକସାହିତ୍ୟ ସୃଷ୍ଟି ହୋଇଥାଇପାରେ । ମାତ୍ର ତାହାର ଲିଖ୍ ରୂପ ନ ଥିବାରୁ ତାହାକୁ ଓଡ଼ିଆ ସାହିତ୍ୟର ପ୍ରଥମ ସୃଷ୍ଟି ଭାବରେ ଗ୍ରହଣ କରିବା ବିଚାର ସାପେକ୍ଷ । କାରଣ ଲୋକ ସାହିତ୍ୟର ସ୍ରଷ୍ଟା ନିର୍ଦ୍ଦିଷ୍ଟ ବ୍ୟକ୍ତି ନୁହଁନ୍ତି, ଲୋକସମାଜ ।

→ ଆଦିକବି ସାରଳା ଦାସ (ପଞ୍ଚଦଶ ଶତାବ୍ଦୀ) :
ଉଡ୍ର ଜାତୀୟତାବୋଧର ପ୍ରଥମ ପ୍ରତିଭୂ ତଥା ଆଦି ରୂପକାର ହେଲେ ଏ ମାଟିର ମହାକବି ସାରଳା ଦାସ । ଗଜପତି କପିଳେନ୍ଦ୍ରଦେବଙ୍କ ରାଜତ୍ଵକାଳରେ ପ୍ରଥମେ ସେ ଖାଣ୍ଟି ଓଡ଼ିଆ ଭାଷାରେ ରଚନା କଲେ ‘ମହାଭାରତ’, ‘ଚଣ୍ଡୀପୁରାଣ’ ଓ ‘ବିଲଙ୍କା ରାମାୟଣ’ ଗ୍ରନ୍ଥ । କବିଙ୍କ ‘ମହାଭାରତ’ ଗ୍ରନ୍ଥ ବ୍ୟାସକୃତ ସଂସ୍କୃତ ‘ମହାଭାରତ’ର ଅନୁବାଦ ନୁହେଁ; ଅନୁସୃଷ୍ଟି । ଓଡ଼ିଶାର ଧର୍ମପୀଠ, ମନ୍ଦିର, ପାହାଡ଼, ନଦନଦୀ, ବନପର୍ବତ, ଲୋକକଥା ପ୍ରଭୃତିକୁ ବକ୍ଷରେ ଧାରଣ କରି ସାରଳା ଦାସଙ୍କ ‘ମହାଭାରତ’ ହୋଇଛି ଓଡ଼ିଆ ଜାତିର ଆତ୍ମପରିଚିତିର ଏକ ଅମୂଲ୍ୟ ଗ୍ରନ୍ଥ ।

→  ପଞ୍ଚସଖା ଯୁଗ (ଷୋଡ଼ଶ ଶତାବ୍ଦୀ) :
ଗଜପତି ପ୍ରତାପରୁଦ୍ରପ୍ଲେବଙ୍କ ରାଜତ୍ଵକାଳରେ ଓଡ଼ିଶାରେ ଯେଉଁ ପାଞ୍ଚଜଣ ସନ୍ଥକବିଙ୍କ ଆବିର୍ଭାବ ଘଟିଥିଲା ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଯଶୋବନ୍ତ ଦାସ, ଅଚ୍ୟୁତାନନ୍ଦ ଦାସ ଓ ଶିଶୁ ଅନନ୍ତ ଦାସ । ଏହି ପାଞ୍ଚଜଣ ଭକ୍ତ କବି ପଞ୍ଚସଖା ନାମରେ ପରିଚିତ । ଶ୍ରୀଜଗନ୍ନାଥ ତଥା ଜଗନ୍ନାଥ କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ସେମାନେ ରଚନା କରିଥିଲେ ସେମାନଙ୍କ ସାରସ୍ଵତ କୃତିରାଜି । ସେମାନେ ଶୁନ୍ୟବାଦକୁ ଗୁରୁତ୍ୱ ଦେଇ ପିଣ୍ଡକୁ ବ୍ରହ୍ମାଣ୍ଡ କଳ୍ପନା କଲେ । ଜାତିକୁ ନ ମାନି ମଣିଷକୁ ମାନିଲେ, ଓଡ଼ିଆ ଜାତିକୁ ଏକ ମାନବବାଦୀ ଭାବନାରେ ଉଦ୍‌ବୁଦ୍ଧ କଲେ । ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଏ ଜାତିକୁ ଦେଲେ ମାନବମୈତ୍ରୀର ଉଦ୍‌ବୋଧନ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

→ ଶ୍ରୀଚୈତନ୍ୟ :
ଶ୍ରୀଚୈତନ୍ୟ ୧୫୧୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶାକୁ ଆସି ପୁରୀରେ ଅବସ୍ଥାନ କଲେ । ପଞ୍ଚସଖାଏ ନିଜର ଆତ୍ମା ପରି ବୋଲି ଘୋଷଣା କଲେ । ବଳରାମ ଦାସଙ୍କୁ ମାନ୍ୟତା ଦେଲେ । ଜଗନ୍ନାଥ ଦାସଙ୍କୁ ‘ଅତିବଡ଼ି’ ଉପାଧ୍ ପ୍ରଦାନ କଲେ । ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସଙ୍କୁ ଶ୍ରଦ୍ଧା ନିବେଦନ କଲେ । ସେ ଓଡ଼ିଶାରେ ତାଙ୍କର ପ୍ରେମଧର୍ମ ପ୍ରଚାର କରିଥିଲେ । ମାତ୍ର ତାଙ୍କର ତିରୋଧାନ (୧୫୩୩ ଖ୍ରୀଷ୍ଟାବ୍ଦ) ପର୍ଯ୍ୟନ୍ତ ସେହି ଧର୍ମ ଓଡ଼ିଶାରେ ପ୍ରଭାବ ବିସ୍ତାର କରିପାରିଲା ନାହିଁ ।

→ ବଳରାମ ଦାସ :
ବଳରାମ ଦାସ ଥିଲେ ପଞ୍ଚସଖା ଯୁଗର ବୟୋଜ୍ୟେଷ୍ଠ କବି । ମହର୍ଷି ବାଲ୍ମୀକିଙ୍କ ସଂସ୍କୃତ ‘ରାମାୟଣ ର କଥାବସ୍ତୁ ଅବଲମ୍ବନରେ ସେ ରଚନା କରିଥିଲେ ‘ଜଗମୋହନ ରାମାୟଣ’। ଦାଣ୍ଡୀବୃତ୍ତରେ ରଚିତ ହୋଇଥିବାରୁ ଏହାର ଅନ୍ୟନାମ ‘ଦାଣ୍ଡୀ ରାମାୟଣ’ । ତାଙ୍କର ଅନ୍ୟ ଏକ ମୌଳିକ ସୃଷ୍ଟି ହେଲା ‘ଲକ୍ଷ୍ମୀ ପୁରାଣ’। ମାର୍ଗଶିର ମାସ ଗୁରୁବାର ଦିନ ଏହି ଗ୍ରନ୍ଥକୁ ଓଡ଼ିଆ ଘରର ନାରୀମାନେ ଲକ୍ଷ୍ମୀ ପୂଜା କରି ଭକ୍ତି ସହକାରେ ପଢ଼ନ୍ତି । ଏହି ଗ୍ରନ୍ଥରେ ନାରୀର ସ୍ବାତନ୍ତ୍ର୍ୟ ପ୍ରକଟିତ । ଏହା ନାରୀ ଓ ପୁରୁଷଙ୍କ ପବିତ୍ର ସମ୍ପର୍କ ପାଇଁ ଅଭିପ୍ରେତ ଏବଂ ସମାଜରୁ ଜାତିଭେଦ ବିଲୋପ ପାଇଁ ଏକ ଆହ୍ୱାନ ।

ଏତଦ୍‌ବ୍ୟତୀତ କବିଙ୍କର ଅନ୍ୟଗ୍ରନ୍ଥଗୁଡ଼ିକ ହେଲା –
‘ଭାବସମୁଦ୍ର’, ‘ବଟ ଅବକାଶ’, ‘ଗୁପ୍ତ ଗୀତା’, ‘କାନ୍ତକୋଇଲି’, ‘ବ୍ରହ୍ମାଣ୍ଡ ଭୂଗୋଳ’, ବହୁ ଭଜନ, ଜଣାଣ, କୋଇଲି ଓ ମାଳିକା ।

→  ଅତିବଡ଼ି ଜଗନ୍ନାଥ ଦାସ :
ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ପ୍ରସିଦ୍ଧ କବି ଜଗନ୍ନାଥ ଦାସ ଥିଲେ ଜଣେ ସଂସ୍କୃତଜ୍ଞ ତଥା ଜଗନ୍ନାଥଙ୍କର ବିନୀତ ଭକ୍ତ । ସେ ବ୍ୟାସଦେବଙ୍କ ସଂସ୍କୃତ ‘ଭାଗବତ’ କୁ ସରଳ ଓଡ଼ିଆ ଭାଷାରେ ନବାକ୍ଷରୀ ବୃତ୍ତରେ ଅନୁବାଦ କରି ରଚନା କଲେ ‘ଭାଗବତ’ ଗ୍ରନ୍ଥ । ଏହି ଗ୍ରନ୍ଥ ଲୋକପ୍ରିୟତାରେ ପ୍ରତିଟି ଉତ୍କଳୀୟ ହୃଦୟରେ ଦେବତାର ଆସନ ଗ୍ରହଣ କଲା । ପ୍ରତି ଗ୍ରାମରେ ଭାଗବତ ଟୁଙ୍ଗୀ ବା ଭାଗବତ ଘର ନିର୍ମାଣ କରାଯାଇ ଗାଦିରେ ଭାଗବତ ପୋଷ୍ଟ୍କୁ ରଖ୍ ସ୍ବୟଂ ବାସୁଦେବ ଭାବରେ ପୂଜାର୍ଚ୍ଚନା କରାଗଲା । ପ୍ରତିଦିନ ସନ୍ଧ୍ୟାରେ ଗ୍ରାମର ଲୋକମାନେ ସେଠାରେ ଉପସ୍ଥିତ ହୋଇ ଭାଗବତ ଶୁଣିବା ସହିତ ସେହି ଭାଗବତ ଗାଦିକୁ ସାକ୍ଷୀ ରଖ୍ ବିବିଧ ଗଣ୍ଡଗୋଳର ସମାଧାନ କଲେ । ସେହି ଭାଗବତ ଓଡ଼ିଆ ଜାତିର ଜୀବନ ବେଦ ପାଲଟିଗଲା ।

ଏତଦ୍‌ବ୍ୟତୀତ ଜଗନ୍ନାଥ ଦାସଙ୍କ ଅନ୍ୟ ଗ୍ରନ୍ଥଗୁଡ଼ିକ ହେଲା-
‘ଅର୍ଥ କୋଇଲି’, ‘ତୁଳାଭିଣା’, ବହୁ ଭଜନ, ଜଣାଣ, ମାଳିକା, ଚଉପଦୀ ଓ ଚଉତିଶା ।
( ‘ଅର୍ଥ କୋଇଲି’ ମାର୍କଣ୍ଡ ଦାସଙ୍କ ରଚିତ ‘କେଶବ କୋଇଲି’ ର ଟୀକା)

→  ଅଚ୍ୟୁତାନନ୍ଦ ଦାସ :
ପଞ୍ଚସଖାଙ୍କ ମଧ୍ୟରେ ବଳିଷ୍ଠ କବି ପ୍ରତିଭାର ଅଧିକାରୀ ଥିଲେ ଅଚ୍ୟୁତାନନ୍ଦ ଦାସ । ଶ୍ରୀଚୈତନ୍ୟଙ୍କ ଉପଦେଶ କ୍ରମେ ସନାତନ ଗୋସାଇଁ ଅଚ୍ୟୁତାନନ୍ଦଙ୍କୁ ଦୀକ୍ଷା ପ୍ରଦାନ କରିଥିଲେ । ସେ ଜଣେ ମାଳିକାକାର ଭାବେ ଓଡ଼ିଶାରେ ସୁପରିଚିତ । ‘ହରିବଂଶ’ ତାଙ୍କର ପ୍ରସିଦ୍ଧ ପୁରାଣ ଗ୍ରନ୍ଥ ।

ତାଙ୍କର ଅନ୍ୟ କୃତିଗୁଡ଼ିକ ହେଲା –
‘ଶୂନ୍ୟ ସଂହିତା’, ‘ଅଣାକାର ସଂହିତା’, ‘ଅକଳିତ ସଂହିତା’, ‘ଶୂନ୍ୟରାସ’, ‘ମହାଶୂନ୍ୟରାସ’, ‘ବୃନ୍ଦାରାସ’, ‘ଠୁଳ ଶୂନ୍ୟରାସ’।

→ ଯଶୋବନ୍ତ ଦାସ :
ଯଶୋବନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସିଦ୍ଧକବି ଭାବେ ସୁପରିଚିତ । ତାଙ୍କ ରଚିତ ପ୍ରସିଦ୍ଧ ଗ୍ରନ୍ଥର ନାମ ‘ଗୋବିଦ ଚଦ୍ର’।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

→ ଶିଶୁ ଅନନ୍ତ ଦାସ :
ଶିଶୁ ଅନନ୍ତ ଦାସ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସନ୍ଥକବି ଥିଲେ । ତାଙ୍କ ରଚିତ କୃତିଗୁଡ଼ିକ ମଧ୍ୟରେ ‘ହେତୁଦୟ ଭାଗବତ’, ‘ଚୁମ୍ବକ ଆଗତ ଭବିଷ୍ୟ ମାଳିକା’, ବହୁ ଭଜନ ଓ ଜଣାଣ ରହିଛି ।

ପଞ୍ଚସଖାଙ୍କ ସମୟରୁ ଓଡ଼ିଶା ରାଜନୀତିରେ ଦେଖାଦେଇଥିଲା ଅବକ୍ଷୟ । ପ୍ରତାପରୁଦ୍ରଦେବଙ୍କ ସମୟରେ ଦକ୍ଷିଣରେ ବିଜୟନଗର ରାଜା କୃଷ୍ଣଦେବ ରାୟ ଓଡ଼ିଆ ଆକ୍ରମଣ କରି ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳ ଅଧିକାର କଲେ । ଉତ୍ତରରେ ମୁସଲମାନ ଶାସକଗଣ ଆକ୍ରମଣ କଲେ । ପ୍ରତାପରୁଦ୍ରଦେବଙ୍କ ପରେ ଗୋବିନ୍ଦ ବିଦ୍ୟାଧର ତାଙ୍କ ଦୁଇପୁତ୍ରଙ୍କୁ ହତ୍ୟାକରି ଓଡ଼ିଶାର ରାଜା ହେଲେ । ମୁକୁନ୍ଦଦେବ ୧୫୬୦ ଖ୍ରୀ.ଅ.ରେ ଭୋଇ ବଂଶର ରାଜାଙ୍କୁ ଗାଦିଚ୍ୟୁତ କରି ଓଡ଼ିଶାର ଗଜପତି ହେଲେ । ସେ ବଙ୍ଗଳାର ସେନାପତି କଳାପାହାଡ଼ଙ୍କଦ୍ଵାରା ୧୫୬୮ ଖ୍ରୀ.ଅ.ରେ ମୃତ୍ୟୁବରଣ କରିବାରୁ ଓଡ଼ିଶା ପରାଧୀନ ହେଲା ।

ଓଡ଼ିଶାକୁ ପ୍ରଥମେ ଆଫଗାନ୍ ମୁସଲମାନ୍, ତା’ପରେ ମୋଗଲ, ତତ୍‌ପରେ ମରହଟ୍ଟା ଓ ଶେଷରେ ଇଂରେଜମାନେ ଅସ୍ଵୀକାର କଲେ । ଷୋଡ଼ଶ ଶତାବ୍ଦୀର ଦ୍ୱିତୀୟାର୍କରୁ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ବିଶାଳ ଓଡ଼ିଶାର ଗୌରବ ହରାଇଲା । ଛୋଟ ଛୋଟ ରାଜ୍ୟର ରାଜାମାନେ ନିଜକୁ ସର୍ବେସର୍ବା ମନେକରି ଗୋଟିଏ ଲେଖାଏଁ ଦରବାର ପ୍ରତିଷ୍ଠା କରି ରାଜସଭାର ସପ୍ତାଙ୍ଗ ମଧ୍ୟରେ କବିମାନଙ୍କୁ ସ୍ଥାନ ଦେଲେ । କବିମାନେ ମଧ୍ୟ ରାଜାମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ତଥା କାବ୍ୟମାନ ରଚନା କଲେ । ଏହି ସମୟରେ ଯେଉଁମାନେ କାବ୍ୟ ରଚନା ସେମାନଙ୍କ ବିଳାସ ପାଇଁ ସ୍ତୁତି ସ୍ତବ କରିବା ସହ କଲେ, ସେମାନଙ୍କ ମଧ୍ୟରେ ଶରଣ ଦାସ, ନାରଣ ଦାସ, ବାଲିଙ୍ଗା ଦାସ, ଦିବାକର ଦାସ, ଚୈତନ୍ୟ ଦାସ, ହାଡ଼ି ଦାସ, ଅରକ୍ଷିତ ଦାସ ପ୍ରମୁଖଙ୍କ ନାମ ଉଲ୍ଲେଖଯୋଗ୍ୟ । ଏହି କାବ୍ୟଧାରାରେ ସାରଳା ଦାସ ତଥା ପଞ୍ଚସଖାଙ୍କଦ୍ୱାରା ସୃଷ୍ଟ କାବ୍ୟଧାରା ସ୍ଥାନ ପାଇ ନଥିଲା ।

→ କବି ଜୟଦେବ :
ଭାଷା ତଥା ଲଳିତ ଛନ୍ଦରେ ରଚିତ ହୋଇଥିଲା । ରାଧାକୃଷ୍ଣଙ୍କ ଦିବ୍ୟଲୀଳା ଥିଲା ଏହି କାବ୍ୟର ବିଷୟବସ୍ତୁ ।

→ ଷୋଡ଼ଶ ଶତାବ୍ଦୀର ତୃତୀୟ ଦଶନ୍ଧିରେ କାବ୍ୟ ରଚନା କରିଥିବା କବି ଓ ସେମାନଙ୍କ କାବ୍ୟ :

  • ଅର୍ଜୁନ ଦାସ – ପ୍ରଥମେ ‘ରାମବିଭା’ କାବ୍ୟ (୧୫୦୯) । କଳ୍ସଲତା – କଳ୍ସଲତା କାବ୍ୟ (ପୌରାଣିକ ଓ କାଳ୍ପନିକ କାବ୍ୟର ନୂତନ ପରମ୍ପରା ସୃଷ୍ଟି)
  • ଦନେଇ ଦାସ – ଗୋପୀଭାଷା ।
  • ବାଳକ ଶ୍ରୀହରି ଦାସ – ମୟୂର ଚନ୍ଦ୍ରିକା ।
  • ନରସିଂହ ହେଣ – ପରିମଳା ।
  • ଦିବାକର ଦାସ – ଶ୍ରୀଜଗନ୍ନାଥ ଚରିତାମୃତ ।
  • ଦେବଦୁର୍ଲଭ ଦାସ – ରହସ୍ୟ ମଞ୍ଜରୀ ।
  • ଶିଶୁ ଶଙ୍କର ଦାସ – ଭାଷାଭିଳାଷ ।
  • ପ୍ରତାପ ରାୟ – ଶଶିସେଣା ।
  • ଦ୍ବାରିକା ଦାସ – ପରଚେ ଗୀତା, ଶିବ ପୁରାଣ, ସଂସାର ବୋଧ ଚଉତିଶା, ଛଅ ପୋଇ, ନଅ ପୋଇ, ତେର ପୋଇ ।
  • ଦେବାନଦ ଦାସ- ବୈଚନ୍ଦ୍ର ଗୀତା ।
  • କାର୍ତ୍ତିକ ଦାସ – ଋକ୍ମିଣୀ ବିଭା ।
  • ବିଷ୍ଣୁ ଦାସ – ପ୍ରେମଲୋଚନା ।
  • ରଘୁନାଥ ହରିଚଦନ – ଲୀଳାବତୀ ।
  • ସୁରୁଷୋତ୍ତମ ଦାସ – କାଞ୍ଚିକାବେରୀ ।

ଏହି ଯୁଗକୁ ପ୍ରାକ୍ ରୀତିଯୁଗ କୁହାଯାଏ । ଏହି ଯୁଗରେ କବିମାନେ ସେମାନଙ୍କ କାବ୍ୟରେ କଳ୍ପନା, ଲୋକକଥା, ନୃତତ୍ତ୍ଵ, ଦେଶ ଭାଷା ଉପରେ ଗୁରୁତ୍ଵ ଦେଇଥିଲେ । ସପ୍ତଦଶ ଶତାବ୍ଦୀର ମଧ୍ୟଭାଗ ପରେ ସମୃଦ୍ଧ ରୀତିକାବ୍ୟ ରଚନା କରାଯିବାର ପରମ୍ପରା ସୃଷ୍ଟି ହେଲା । ମୋଗଲ ଦରବାରକୁ ଆଦର୍ଶ କରି ରାଜାମାନେ ଦରବାର ପ୍ରଥା ପ୍ରଚଳନ କଲେ । ଜଗନ୍ନାଥଙ୍କ ଉପରେ ଭାରତବର୍ଷର ଜନସାଧାରଣଙ୍କର ଥିବା କରିବା ସହ ଓଡ଼ିଶାର ଅନ୍ୟ ମନ୍ଦିରସବୁ ଲୁଣ୍ଠନ କଲେ ।

ଏହି ସମୟରେ ଶ୍ରୀଚୈତନ୍ୟଙ୍କ ସମୟରୁ ଯେଉଁ ପ୍ରେମଧର୍ମର ଉନ୍ମେଷ ହୋଇଥୁଲା, ତାହା ଜନମାନସରେ ଗଭୀର ପ୍ରଭାବ ବିସ୍ତାର କଲା । ତେଣୁ ଜଗନ୍ନାଥ ଧର୍ମ ଓ ଭକ୍ତିଭାବନା ସହିତ କୃଷ୍ଣ ଧର୍ମ, କୃଷ୍ଣଭକ୍ତି, ରାମଭକ୍ତି ଓଡ଼ିଶାର ଜନଗଣଙ୍କୁ ପ୍ରଭାବିତ କରିଥିଲା । କବିମାନେ ରାମଚରିତ, କୃଷ୍ଣ ଚରିତ ଓ ଜଗନ୍ନାଥ ଭାବନାକୁ କାବ୍ୟରେ ଉପଜୀବ୍ୟ କରିବା ସହିତ କାଳ୍ପନିକ କଥାବସ୍ତୁକୁ ନେଇ କାବ୍ୟ ରଚନା କଲେ ।

→ ପଣ୍ଡିତ ବିଶ୍ଵନାଥ କବିରାଜ :
ପଣ୍ଡିତ ବିଶ୍ବନାଥ କବିରାଜଙ୍କ ରଚିତ ‘ସାହିତ୍ୟ ଦର୍ପଣ’ ଏକ ବିଶିଷ୍ଟ କାବ୍ୟତତ୍ତ୍ୱ ଗ୍ରନ୍ଥ । କାବ୍ୟଯୁଗର କବିମାନଙ୍କ ପାଇଁ ଏହା ଥିଲା ବିଶିଷ୍ଟ ପ୍ରେରଣାଦାୟକ ।

BSE Odisha 9th Class Odia Solutions Chapter 14 ଓଡ଼ିଆ ସାହିତ୍ୟ କଥା

ରୀତିଯୁଗୀୟ କବି ଓ କାବ୍ୟ :

  • ଧନଞ୍ଜୟ ଭଞ୍ଜ (ଘୁମୁସରର ରାଜା ) (ରୀତିଯୁଗର ଆୟମାରମ୍ଭ) – ଇଚ୍ଛାବତୀ, ଅନଙ୍ଗରେଖା, ରଘୁନାଥ ବିଳାସ, ମଦନମଞ୍ଜରୀ, ତ୍ରିପୁର-ମୋହିନୀ ।
  • ଭକ୍ତକବି ଦୀନକୃଷ୍ତ ଦାସ – ନାମରତ୍ନ ଗୀତା, ରସବିନୋଦ, ଜଗମୋହନ ଛାନ୍ଦ, ପ୍ରସ୍ତାବ ସିନ୍ଧୁ । ତାଙ୍କ ରଚିତ ‘ରସକଲ୍ଲୋଳ’ ଏକ ପ୍ରସିଦ୍ଧ କାବ୍ୟ । ‘କ’ ଆଦ୍ୟ ନିୟମରେ ରଚିତ ଏହି କାବ୍ୟଟିର ପ୍ରତ୍ୟେକ ଛାନ୍ଦ ଶ୍ରବଣ ସୁଖଦାୟୀ ଭାବ ସୃଷ୍ଟି କରିବାରେ ସମର୍ଥ ।
  • ଲୋକନାଥ ବିଦ୍ୟ।ଧର – ସର୍ବାଙ୍ଗ ସୁନ୍ଦରୀ, ବୃନ୍ଦାବନ ବିହାର, ନୀଳାଦ୍ରି ମହୋତ୍ସବ ।
  • ହଳଧର ପଟନାୟକ – ଅଧ୍ୟାତ୍ମ ରାମାୟଣ ।
  • ଭୂପତି ପଣ୍ଡିତ – ପ୍ରେମ ପଞ୍ଚାମୃତ ।
  • ବୃଦାବତୀ ଦାସୀ – ପୂର୍ଣ୍ଣତମ ଚନ୍ଦ୍ରୋଦୟ ।
  • ଉପେନ୍ଦ୍ର ଭଞ୍ଜ (ରୀତିଯୁଗର ଶ୍ରେଷ୍ଠ କବି) – ଲାବଣ୍ୟବତୀ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ବୈଦେହୀଶ ବିଳାସ, ରସିକ ହାରାବଳୀ, କଳାକଉତୁକ, ପ୍ରେମସୁଧାନିଧ୍, ସୁଭଦ୍ରା ପରିଣୟ, ଅବନା ରସତରଙ୍ଗ, ତ୍ରୈଲୋକ୍ୟମୋହିନୀ, ଚିତ୍ରକାବ୍ୟ ବନ୍ଧୋଦୟ ।
  • ବ୍ରଜନାଥ ବଡ଼ଜୋ – ଅମ୍ବିକା ବିଳାସ, ସମରତରଙ୍ଗ, ଗୁଣ୍ଡିଚାବିଜେ, ବିଚକ୍ଷଣା, ଶ୍ୟାମରାସୋତ୍ସବ । ଚତୁର ବିନୋଦ (ଏକ କଥା ଗ୍ରନ୍ଥ) ନାରାୟଣାନଦ ଅବଧୂତ ସ୍ୱ।ମୀ- ରୁଦ୍ର ସୁଧାନିଧ୍ ।
  • ଅଭିମନୁ୍ ସାମନ୍ତସିଂହାର – ବିଦଗ୍‌ଧ ଚିନ୍ତାମଣି (ରାଧାକୃଷ୍ଣଙ୍କ ପ୍ରେମଲୀଳା ବର୍ଣ୍ଣିତ), ରସବତୀ, ଭାବବତୀ, ପ୍ରେମ ଚିନ୍ତାମଣି, ସୁଲକ୍ଷଣା ଏବଂ ଅନେକ ଚଉତିଶା ଓ ଜଣାଣ ।
  • କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମା – ଯୁଗଳ ରସାମୃତ ଲହରୀ, ଯୁଗଳ ରସାମୃତ ଭଉଁରୀ, ନିଷ୍ଠା ନୀଳମଣି ।
  • ଭକ୍ତଚରଣ ଦାସ – ମଥୁରା ମଙ୍ଗଳ, ମନବୋଧ ଚଉତିଶା ।
  • ଯଦୁମଣି ମହାପାତ୍ର- ରାଘବ ବିଳାସ (ପ୍ରସିଦ୍ଧ ରାମକାବ୍ୟ) ।
  • କବିସୂର୍ଯ୍ୟ ବଳଦେବ ରଥ – କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ (ଓଡ଼ିଆ ଭାଷାର ପ୍ରଥମ ଚମ୍ପୂକାବ୍ୟ), ଚନ୍ଦ୍ରକଳା ଓ ବହୁ ଭଜନ ।
  • ସାଲବେଗ – ବହୁ ଭଜନ ଓ ଜଣାଣ ।
  • ବନମାଳୀ ଦାସ – ଗୀତିକବିତା, ଭଜନ ଓ ଜଣାଣ ।
  • ଗୋପାଳକୃଷ ପଟନାୟକ – ଗୀତିକବିତା ।
  • ଭୀମ ଭୋଇ – ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନ, ଶ୍ରୁତିନିଷେଧ ଗୀତା, ବ୍ରହ୍ମଚାଳକ ।
  • ହାଡ଼ି ଦାସ – ଲକ୍ଷ୍ମୀଧର ବିଳାସ, ଶଙ୍ଖନାଭି, ଭାବନାବର, ବହୁ ଭଜନ, ଜଣାଣ ଓ ଚଉତିଶା ।

ସାରଳା ଦାସଙ୍କଠାରୁ ଭୀମ ଭୋଇଙ୍କ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚଶହ ବର୍ଷ ଧରି ବିବିଧ ରୂପବିଭବ ଓ ଭାବବିଭବକୁ ନେଇ ଯେଉଁ ଓଡ଼ିଆ ସାହିତ୍ୟ ସୃଷ୍ଟି ହୋଇଥିଲା ତାହା ହିଁ ଓଡ଼ିଆ ଭାଷାର ଅମୂଲ୍ୟ ସମ୍ପଦ ତଥା ଓଡ଼ିଆ ଜାତିର ଆତ୍ମପରିଚୟର ବାର୍ତ୍ତା ବହନ କରିଛି— ଏହା ନିଃସନ୍ଦେହ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Odisha State Board BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ Textbook Exercise Questions and Answers.

BSE Odisha Class 9 Odia Solutions Chapter 13 ଶକ୍ତି ଓ ଜ୍ଞାନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ଯେପରି ‘ଜ୍ଞାନ’ ଶବ୍ଦରେ ‘ଇନ୍’ ପ୍ରତ୍ୟୟ ଯୋଗ ହୋଇ ‘ଜ୍ଞାନୀ’ ଶବ୍ଦ ଗଠିତ ହୋଇଥାଏ, ସେହିପରି ‘ଇନ୍’ ପ୍ରତ୍ୟୟ ବ୍ୟବହାର କରି ଆଉ ଚାରୋଟି ଶବ୍ଦ ଗଢ଼ ।
Answer:
ଧନ + ଇନ୍ = ଧନୀ
ଗୁଣ + ଇନ୍ = ଗୁଣୀ
ଦୋଷ + ଇନ୍ = ଦୋଷୀ
ରୋଗ + ଇନ୍ = ରୋଗୀ

Question ୨।
ଯେପରି ନ ଉଚିତ = ଅନୁଚିତ
ସେହିପରି ଆଉ ଚାରୋଟିର ଉଦାହରଣ ଦିଅ ।
Answer:
ନ + ଉଚ୍ଚ = ଅନୁଚ୍ଚ
ନ ଉନ୍ନତ = ଅନୁନ୍ନତ
ନ + ଉପସ୍ଥିତ = ଅନୁପସ୍ଥିତ
ନ ଆଗତ = ଅନାଗତ
ନ ଉର୍ବର = ଅନୁର୍ବର

Question ୩ ।
ଦୁଇଟି କରି ପ୍ରତିଶବ୍ଦ ଲେଖ ।
ଆକାଶ, ଶଶୀ, ମଣ୍ଡୁକ, ରାଜା, ଅହି
Answer:
ଆକାଶ – ଗଗନ, ଅମ୍ବର
ଶଶୀ – ଶଶାଙ୍କ, ଇନ୍ଦୁ
ମଣ୍ଡୁକ – ଭେକ, ଦର୍ଦୁର
ରାଜା – ଭୂପତି, ନୃପତି
ଅହି – ଫଣୀ, ବିଷଧର

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୪।
ସନ୍ଧିବିଚ୍ଛେଦ କର ।
ନ୍ୟାୟୋଚିତ, ପ୍ରତ୍ୟେକ, ଧନୁର୍ବିଦ୍ୟା, ବ୍ରହ୍ମର୍ଷି
Answer:
ନ୍ୟାୟୋଚିତ = ନ୍ୟାୟ + ଉଚିତ
ପ୍ରତ୍ୟେକ = ପ୍ରତି + ଏକ
ଧନୁର୍ବିଦ୍ୟା = ଧନୁଃ + ବିଦ୍ୟା
ବ୍ରହ୍ମର୍ଷି = ବ୍ରହ୍ମ + ଋଷି

Question ୫।
ନିମ୍ନଲିଖୂତ ବିଶେଷ୍ୟ ଶବ୍ଦଗୁଡ଼ିକର ବିଶେଷଣ ରୂପ ଲେଖ ।
କାଳ, ଦୁର୍ବଳତା, ଅପମାନ, ଦୁଃଖ, ଶିକ୍ଷା
Answer:

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ 1
BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ 2

Question ୬।
ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦମାନ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଗାଈ ପ୍ରତି ଏପରି ଅତ୍ୟାଚାର ଓ ତା’ର _____________________ (ଆକୁଳ, ବିକଳ,କରୁଣ )
(ଖ) ମଣିଷ ପାଖରୁ ବେଙ୍ଗ ସାଧାରଣ ନ୍ୟାୟ ___________________ ମଧ୍ୟ ପାଇନି । (ଆଚାର, ନୀତି, ବିଚାର)
(ଗ) ଆବହମାନ କାଳରୁ ମଣିଷ _____________________ କୁ ସମ୍ମାନ ଦେଇ ଆସିଛି ।(ଶକ୍ତି, ଜ୍ଞାନ, ବୁଦ୍ଧି)
(ଘ) ଗାନ୍ଧିଜୀ ମଧ୍ୟ ଏପରି _________________ ଶିକ୍ଷା ଦେଇ ଯାଇଛନ୍ତି । (ଆଦର୍ଶ, ଉଚିତ, ମୂଲ୍ୟବାନ୍)
Answer:
(କ) ବିକଳ, (ଖ) ବିଚାର, (ଗ) ଶକ୍ତି, (ଘ) ଆଦର୍ଶ ।

୭। ପ୍ରଦତ୍ତ ଉତ୍ତରଗୁଡ଼ିକରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ମେଘ ବରଷିଲାବେଳେ ଜନପ୍ରାଣୀ କେଉଁଠି ଆଶ୍ରା ଖୋଜି ବସନ୍ତି ?
(i) କ୍ଷେତରେ
(ii) ପଡ଼ିଆରେ
(iii) ଛତ୍ରତଳେ
(iv) ରାସ୍ତା ଉପରେ
Answer:
(iii) ଛତ୍ରତଳେ

(ଖ) ଆବହମାନ କାଳରୁ ମଣିଷ କାହାକୁ ସମ୍ମାନ ଦେଇ ଆସିଛି ?
(i) ଜ୍ଞାନକୁ
(ii) ଧନକୁ
(iii) ବୁଦ୍ଧିକୁ
(iv) ଶକ୍ତିକୁ
Answer:
(iv) ଶକ୍ତିକୁ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

(ଗ) କ’ଣ ଆମର ଧେୟ ହେବା ଉଚିତ ?
(i) ଶକ୍ତିର ଆହରଣ ଓ ସଞ୍ଚୟ
(ii) ଜ୍ଞାନର ଆହରଣ
(iii) ପାଶବିକ ଶକ୍ତି
(iv) ଐଶୀ ଶକ୍ତିର ପୂଜା ଉପାସନା
Answer:
(i) ଶକ୍ତିର ଆହରଣ ଓ ସଞ୍ଚୟ

(ଘ) ବଶିଷ୍ଠ କେଉଁ ପ୍ରକାର ଋଷି ଥିଲେ ?
(i) ଦେବର୍ଷି
(ii) ବ୍ରହ୍ମର୍ଷି
(iii) ରାଜର୍ଷି
(iv) ମହର୍ଷି
Answer:
(ii) ବ୍ରହ୍ମର୍ଷି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ଚାହାଳୀ ପିଲାମାନେ ବେଙ୍ଗ ପାଇଁ କିପରି କାଳ ହୋଇଥା’ନ୍ତି ?
Answer:
ଚାହାଳୀ ପିଲାମାନେ ‘ଦୁଇ’ ଯିବା ବାହାନାରେ ବେଳ ଓ ଅବେଳରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କ ଉପରକୁ ଟେକା ପକାଇ ସେମାନଙ୍କ କାଳ ହୋଇଥା’ନ୍ତି ।

Question ୯।
ଭଲକରି ପାଦ ପକାଇ ଜାଣୁନଥୁବା ଛୁଆଟିଏ କିପରି ବେଙ୍ଗକୁ କଷ୍ଟ ଦେଇଥାଏ ?
Answer:
ଭଲକରି ପାଦ ପକାଇ ଜାଣୁନଥୁବା ଛୁଆଟିଏ ମଧ୍ୟ ଘରେ ବେଙ୍ଗଟିଏ ଦେଖ‌ିଲେ କାଠି ଖଣ୍ଡିଏ ଧରି ତାକୁ କେଞ୍ଚିବାକୁ ଚେଷ୍ଟାକରି କଷ୍ଟ ଦେଇଥାଏ ।

Question ୧୦ ।
ବର୍ଷା ସମୟରେ ବେଙ୍ଗଟି କାହିଁକି ବଡ଼ ପାଟି କରିଥାଏ ?
Answer:
ବର୍ଷା ସମୟରେ ବେଙ୍ଗଟି ତା’ପିଲାମାନଙ୍କର ଆଶ୍ରୟ ସମ୍ବନ୍ଧରେ ଜାଣିବାପାଇଁ, କିମ୍ବା ପାଖ ଗ୍ରାମର ବର୍ଷା ସଂପର୍କରେ କିମ୍ବା ଅଝଟ ହୋଇ ଡେଇଁ ବୁଲୁଥିବା ଛୁଆମାନଙ୍କୁ ଝରିପୋକ ଖୁଆଇଦେଇ ଶୁଆଇଦେବା ଉଦ୍ଦେଶ୍ୟରେ ବଡ଼ ପାଟି କରିଥାଏ ।

Question ୧୧।
ସୃଷ୍ଟିର ଶ୍ରେଷ୍ଠଜୀବ ମଣିଷ ଚିରଦିନ କ’ଣ କରିଆସିଛି ?
Answer:
ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟ । ଦୟା, ଅହିଂସା ଓ ପରୋପକାରର ଦ୍ବାହି ଦେଉଥିଲେ ମଧ୍ୟ ନିଜର ଆତ୍ମଗରିମା ଓ ଆତ୍ମଷ୍କାଘା ନେଇ ଦୁର୍ବଳତାକୁ ହେୟଜ୍ଞାନ କରିଛି ଏବଂ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରିଆସିଛି ।

Question ୧୨ ।
ମଣିଷ କେତେବେଳେ ଶକ୍ତିକୁ ଭୟ କରିଛି ?
Answer:
ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ସେତେବେଳେ ଶକ୍ତିକୁ ଭୟ କରିଛି ।

Question ୧୩।
ମଣିଷ କେତେବେଳେ ଶକ୍ତିକୁ ଦୈବୀ ଶକ୍ତିରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ?
Answer:
ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରିଛି, ମଣିଷ ଶକ୍ତିକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୧୪ ।
ବଶିଷ୍ଠ କାହିଁକି ବିଶ୍ଵାମିତ୍ରଙ୍କ ସୈନ୍ୟବଳକୁ ବିନାଶ କଲେ ?
Answer:
ବିଶ୍ୱାମିତ୍ରଙ୍କ ସୈନ୍ୟବଳ ବଶିଷ୍ଠଙ୍କ ଗାଈ କାମଧେନୁକୁ ବଳପୂର୍ବକ ନେଇଯିବାପାଇଁ ଉଦ୍ୟମ କରିବାରୁ ପ୍ରଥମେ ବଶିଷ୍ଠ ସେମାନଙ୍କ ଅନ୍ୟାୟର ପ୍ରତିବାଦ କଲେ । କିନ୍ତୁ ସୈନ୍ୟମାନଙ୍କ ଗାଈ ଉପରେ ଅତ୍ୟାଚାର ଓ ଗାଈର ଆକୁଳ କ୍ରନ୍ଦନ ସହି ନପାରି ଅଭିମନ୍ତ୍ରିତ କୁଶଖଣ୍ଡ ନିକ୍ଷେପକରି ବିଶ୍ଵାମିତ୍ରଙ୍କ ସୈନ୍ୟବଳର ବିନାଶ କରିଥିଲେ ।

Question ୧୫ ।
କ’ଣ ପାଇଁ ବିଶ୍ଵାମିତ୍ର ଘୋର ତପସ୍ୟା କରିଥିଲେ ?
Answer:
ମହାପ୍ରତାପୀ ରାଜା ବିଶ୍ଵାମିତ୍ର ବଶିଷ୍ଠଙ୍କ ମନ୍ତ୍ରଶକ୍ତି ନିକଟରେ ହାରି ଲଜ୍ଜା ଓ-ଅପମାନରେ ସେଠାରୁ ପଳାୟନ କରି ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଘୋର ତପସ୍ୟା ଆରମ୍ଭ କରିଥିଲେ ।

Question ୧୬ ।
ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ସ୍ଵଭାବ କିପରି ହୋଇଥିଲା ?
Answer:
ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ହୃଦୟରୁ କ୍ରୋଧଭାବ ଦୂରୀଭୂତ ହୋଇଯାଇଥିଲା । ବଶିଷ୍ଠଙ୍କୁ ପରାଜିତ କରିବାର ମନୋଭାବ ଅନ୍ତର୍ହିତ ହୋଇଯାଇଥିଲା । ତେଣୁ ସେ ସହାସ୍ୟ ବଦନରେ ବଶିଷ୍ଠଙ୍କୁ ସାକ୍ଷାତ କରିଥିଲେ ।

Question ୧୭ ।
ଭାରତୀୟ ପରମ୍ପରାର ଆଦର୍ଶ କ’ଣ ?
Answer:
ଶକ୍ତି ଓ ଜ୍ଞାନର ସୁସମନ୍ଵୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ !

Question ୧୮ ।
ବିଶ୍ଵାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କ’ଣ କରିଥିଲେ ?
Answer:
ବିଶ୍ୱାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ରାଜ୍ୟଭାର ଅନ୍ୟ ହାତରେ ସମର୍ପିଦେଇ ବ୍ରହ୍ମଜ୍ଞାନ ଲାଭ ଆଶାରେ ଅଭୂତପୂର୍ବ ତପସ୍ୟା ଆରମ୍ଭ କରିଥିଲେ ।

Question ୧୯ ।
ଗାନ୍ଧିଜୀଙ୍କ ଅହିଂସା ନୀତି କ’ଣ ଥିଲା ?
Answer:
ଗାନ୍ଧିଜୀଙ୍କ ଅହିଂସା ନୀତି ଥିଲା ସବଳର ଅହିଂସା । କାରଣ ଆଘାତ ପ୍ରାପ୍ତିପରେ ଦୁର୍ବଳ ବ୍ୟକ୍ତିର ନୀରବ ରହିବା ବ୍ୟତୀତ ଅନ୍ୟଗତି ନଥାଏ । କିନ୍ତୁ ପ୍ରତି ଆଘାତ ଦେବାର ଶକ୍ତି ଥ‌ିବା ବ୍ୟକ୍ତିର ନୀରବତା ହିଁ ଅହିଂସା ନୀତିକୁ ପ୍ରମାଣିତ କରିଥାଏ ।

Question ୨୦ ।
ଗାନ୍ଧିଜୀ କାହିଁକି ଆଲିଭାଇଙ୍କ ଉଦାହରଣ ଦେଇଥିଲେ ?
Answer:
ଦୁର୍ବଳର ଅହିଂସା, ଅହିଂସା ନୁହେଁ । ସବଳର ଅହିଂସା ହିଁ ପ୍ରକୃତ ଅହିଂସା – ଏହିକଥାକୁ ପ୍ରମାଣିତ କରିବାପାଇଁ ଗାନ୍ଧିଜୀ ଆଲିଭାଇଙ୍କ ଉଦାହରଣ ଦେଇଥିଲେ ।

Question ୨୧ ।
ଭାରତ କ’ଣ ପାଇଁ ଉପହାସର ପାତ୍ର ହୋଇଛି ବୋଲି ଲେଖକ କହିଛନ୍ତି ?
Answer:
ଭାରତବର୍ଷ ଜ୍ଞାନର ଗରିମାରେ ଗରୀୟାନ୍ ହୋଇଥିଲେ ମଧ୍ୟ ଶକ୍ତିର ଅଭାବ ହେତୁ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଅଛି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୨ ।
ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନେଇପାରେ, ଶକ୍ତି ବିନା ଜ୍ଞାନ ସେପରି ପରିହାସର ସାମଗ୍ରୀ ହୋଇପାରେ ।
Answer:
ଜ୍ଞାନ ବିନା ……………………………. ସାମଗ୍ରୀ ହୋଇପାରେ
ଉକ୍ତ ଗଦ୍ୟାଶଟି ପଠିତ ‘ଶକ୍ତି ଓ ଜ୍ଞାନ ପ୍ରାବନ୍ଧରୁ ଆସିଅଛି । ଏଠାରେ ପ୍ରବନ୍ଧକ ଭୁବନେଶ୍ବର ବେହେରା ଜ୍ଞାନ ବିନା ଶକ୍ତି କିପରି ପାଶବିକ ରୂପ ଧାରଣ କରେ ଓ ଶକ୍ତି ବିନା ଜ୍ଞାନ କିପରି ଉପହସିତ ହୁଏ, ତାହା ଉପସ୍ଥାପନ କରିଛନ୍ତି ।

ମହର୍ଷି ବିଶ୍ୱାମିତ୍ରଙ୍କ ଚରିତ୍ର ଉପସ୍ଥାପନ କରିଛନ୍ତି । ମହାପ୍ରତାପୀ ରାଜା ବିଶ୍ଵାମିତ୍ର ସୈନ୍ୟବଳ ସହ ବଶିଷ୍ଠଙ୍କ ଆତିଥ୍ୟ ଗ୍ରହଣ କରିବା ଅବସରରେ ସେମାନଙ୍କ ନିମନ୍ତେ ସୁଖାଦ୍ୟର ଆୟୋଜନ ତାଙ୍କ ଗାଈ କାମଧେନୁଦ୍ବାରା ସମ୍ଭବ ବୋଲି ଜାଣି ଗାଈ ପ୍ରତି ଲୋଭାସକ୍ତ ହୋଇଥିଲେ । ବଳପୂର୍ବକ କାମଧେନୁକୁ ନେବାପାଇଁ ଚେଷ୍ଟିତ ହେବାରୁ ବଶିଷ୍ଠଙ୍କଦ୍ବାରା ମନ୍ବିତ କୁଶଦ୍ୱାରା ସେ ନିରସ୍ତ୍ର ହେବା ସହ ସୈନ୍ୟବଳ ବିନାଶ ହେଲେ । ତେଣୁ ଲଜିତ ଓ ଅପମାନିତ ବିଶ୍ଵାମିତ୍ର ଘୋର ତପସ୍ୟା କରି ଦେବଶର ଓ ବ୍ରହ୍ମଶରର ଅଧିକାରୀ ହୋଇ ପୁନର୍ବାର ବଶିଷ୍ଠଙ୍କୁ ଆକ୍ରମଣ କଲେ । କିନ୍ତୁ ସେ ସକଳ ଅସ୍ତ୍ର ବ୍ରହ୍ମର୍ଷି ବଶିଷ୍ଠଙ୍କ ବ୍ରହ୍ମଦଣ୍ଡରେ ଲୀନ ହୋଇଗଲା । ତା’ପରେ ସେ ବୁଝିପାରିଲେ, ବ୍ରହ୍ମଜ୍ଞାନର ତେଜ ସମ୍ମୁଖରେ ପାଶବିକ ଶକ୍ତି କିଛି ନୁହେଁ । ତେଣୁ ଅଭୂତପୂର୍ବ ତପସ୍ୟା କରି ବ୍ରହ୍ମଜ୍ଞାନର ଅଧିକାରୀ ହେଲେ ।

ରାକ୍ଷସମାନଙ୍କ କବଳରୁ ନିଜ ଆଶ୍ରମକୁ ରକ୍ଷା କରିବାକୁ ରାମ-ଲକ୍ଷ୍ମଣଙ୍କୁ ଅରଣ୍ୟକୁ ଆଣିଥିଲେ । ସୁତରାଂ ଜ୍ଞାନ ବିନା ଶକ୍ତି ପାଶବିକ ଶକ୍ତିର ରୂପାନ୍ତର । ସେହିପରି ଶକ୍ତି ବିନା ଜ୍ଞାନ ଉପହାସର ସାମଗ୍ରୀ । କାରଣ ଶକ୍ତିଶାଳୀ ବ୍ୟକ୍ତି ହିଁ ଅହିଂସା ଆଚରଣ କରିପାରିବ । ଚଟକଣା ମାରିଥିବା ବ୍ୟକ୍ତିକୁ ଦୁଇଟି ଚଟକଣା ଦେବାପାଇଁ ସାମର୍ଥ୍ୟ ନଥିବା ବ୍ୟକ୍ତି ଯଦି ଗାଲ ଦେଖାଇଦିଏ, ତେବେ ସେ ନିଶ୍ଚିତ ଉପହସିତ ହେବ । ଭାରତବର୍ଷ ଜ୍ଞାନର ଗରିମାରେ ଗରୀୟାନ୍ ହେଲେ ମଧ୍ୟ ଦୁର୍ବଳ ହେତୁ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଅଛି । ଜ୍ଞାନ ଓ ଶକ୍ତିର ସମନ୍ଵୟରେ ହିଁ ସାଧୁତ ହୁଏ ମାନବ ସମାଜର ମଙ୍ଗଳ, ତାହା ହିଁ ଭାରତୀୟ ପରମ୍ପରାର ଆଦର୍ଶ ।

Question ୨୩ ।
ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ତାକୁ ସମ୍ମାନ ଦେଇଛି ପ୍ରାଣର ଭୟରେ, ଜୀବନର ଆକୁଳତାରେ ।
Answer:
ଶକ୍ତି ଯେତେବେଳେ ………………………… ଆକୁଳତାରେ ।
ଉକ୍ତ ଗଦ୍ୟାଶଟି ପଠିତ ‘ ଶକ୍ତି ଓ ଜ୍ଞାନ ବିଷୟରୁ ସମାନୀତ । ଏଠାରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କଲାବେଳେ ମଣିଷ କିପରି ତାକୁ ପ୍ରାଣଭୟରେ ସମ୍ମାନ ଦିଏ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆବହମାନ କାଳରୁ ମଣିଷ ଶକ୍ତିକୁ ସମ୍ମାନ ଦେଇଆସିଛି । ଏହି ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରିଛି, ମଣିଷ ସେତେବେଳେ ଶକ୍ତିକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଅଗ୍ନି ଯେତେବେଳେ ତା’ଘରଦ୍ଵାର ପୋଡ଼ି ଛାରଖାର କରିଛି, ସେତେବେଳେ ସେ ଅଗ୍ନିକୁ ଦେବତା ବୋଲି କହି ତାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସୃଷ୍ଟି କରିଛି ହୋମଯଜ୍ଞ ।

ପବନ ଯେତେବେଳେ ଅଣଚାଶ ମୂର୍ତ୍ତି ଧରି ମଣିଷର କ୍ଷୁଦ୍ର ସୃଷ୍ଟିକୁ କ୍ଷଣକରେ ଧୂଳିସାତ୍ କରିଛି, କରାଳ ବନ୍ୟାରେ ଯେତେବେଳେ ଗାଁ ଗଣ୍ଡା ନିଶ୍ଚିହ୍ନ ହୋଇଯାଇଛି, ସେତେବେଳେ ସେ ପବନ ଓ ବରୁଣଙ୍କୁ ଦେବତାର ଆସନରେ ବସାଇ ସେମାନଙ୍କର ସ୍ତୋତ୍ରଗାନ କରିଛି । ହିମାଳୟ ସନ୍ତାନ ମହାବଳ ବାଘକୁ ହିମାଳୟ ନନ୍ଦିନୀ ମା’ ପାର୍ବତୀଙ୍କ ଭାଇ ହେତୁ ମାମୁର ଆସନ ଦେଇଛି । କେବଳ ମଣିଷ ନୁହଁନ୍ତି, ଦେବତାମାନେ ମଧ୍ୟ ଲଙ୍କପତି ରାବଣର ପାଶବିକ ଶକ୍ତିରେ ଭୟଭୀତ ହୋଇ ତା’ର ଲୁଗା ପଖାଳିବା ସହ ଆଲଟ ଚାମର ମଧ୍ୟ ଢାଳିଥିଲେ । ତେଣୁ ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ଧାରଣ କରେ ଏ ମଣିଷ ତାକୁ ଜୀବନ ଆକୁଳରେ ପ୍ରାଣଭୟରେ ହିଁ ସମ୍ମାନ ଦେଇଛି ।

Question ୨୪ ।
ବଳହୀନଦ୍ଵାରା ଏ ଆତ୍ମା ପ୍ରାପ୍ୟ ନୁହେଁ ।
Answer:
ବଳହୀନଦ୍ୱାରା ……………………………. ପ୍ରାପ୍ୟ ନୁହେଁ ।
ପ୍ରାବନ୍ଧିକ ବଳହୀନ ବ୍ୟକ୍ତି କିପରି ଆତ୍ମମର୍ଯ୍ୟାଦା ରକ୍ଷା କରିପାରେ ନାହିଁ, ତାହା ଉପସ୍ଥାପନ କରିଛନ୍ତି ।
ଦୁର୍ବଳକୁ ସାହାଯ୍ୟ ବା ରକ୍ଷା କରିବା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର । ଦୁର୍ବଳର ରକ୍ଷା ପାଇଁ ପୂର୍ବପୁରୁଷମାନଙ୍କର ଆୟୋତ୍ସର୍ଗର କାହାଣୀ ବର୍ଣ୍ଣନାରେ ପୁରାଣ ଓ ଇତିହାସର ପୃଷ୍ଠା ହୋଇଛି ଶତମୁଖ । ପୂର୍ବପୁରୁଷମାନେ ଦୁର୍ବଳକୁ ସାହାଯ୍ୟ ବା ରକ୍ଷାକରିବା ପାଇଁ ସଦୁପଦେଶ ପ୍ରଦାନ କରିବା ସହିତ ଦୁର୍ବଳତାକୁ ପ୍ରଶ୍ରୟ ଦେବା ନିନ୍ଦନୀୟ ବୋଲି ମଧ୍ୟ ଘୋଷଣା କରିଯାଇଛନ୍ତି । କାରଣ ଦୁର୍ବଳତା ମାନବକୁ ପ୍ରତିଟି କ୍ଷେତ୍ରରେ ଦୁର୍ବଳମନା କରିଦିଏ ।

ଫଳରେ ସେ ଆତ୍ମସଚେତନ ହୋଇପାରେନା କିମ୍ବା ଆତ୍ମପ୍ରେରଣା ଲାଭ କରିପାରେନା । ଆୟୋପଲବ୍‌ କରି ନପାରି ଅନ୍ତର୍ନିହିତ ଆତ୍ମଶକ୍ତିର ପରିଚୟ ମଧ୍ଯ ପାଇପାରେ ନାହିଁ । ଦୁର୍ବଳ ଚିତ୍ତ-ବୃତ୍ତି ନେଇ ପ୍ରତିଟି କ୍ଷେତ୍ରରେ ସେ ଅନ୍ୟର ସାହାଯ୍ୟ ଲୋଡ଼େ । ଆତ୍ମ ଜାଗୃତି ନେଇ ସଂସାର ବକ୍ଷରେ ଛିଡ଼ା ହୋଇ ମାନବବାଦର ପ୍ରତିଷ୍ଠା କରିବାର ସାମର୍ଥ୍ୟ ସେ ହରାଇବସେ । ତା’ ଅମୂଲ୍ୟ ଆତ୍ମାର ଅକଳନ ଶକ୍ତିକୁ ସେ ଲାଭ କରିପାରେନା । ଶକ୍ତି ବିନା ସଂସାରରେ ସେ ହୁଏ ଉପହସିତ, ଲଜ୍ଜିତ ଓ ଅପମାନିତ । କାପୁରୁଷର କଳଙ୍କିତ ଜୀବନ ତା’ପାଇଁ ଦୁଃସହ ହୋଇଉଠେ । ତେଣୁ ଶକ୍ତିର ଆହରଣ ଓ ସଞ୍ଚୟ କରିବା ଆମ୍ଭ ସମସ୍ତଙ୍କର ଧେୟ ହେବା ଉଚିତ । ଶକ୍ତି ସହିତ ଜ୍ଞାନାର୍ଜନ ମଧ୍ୟ କରିବା ଉଚିତ । କାରଣ ଜ୍ଞାନହୀନ ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କରି ସଂସାରରେ ସୃଷ୍ଟି କରେ ଘୋର ଅନର୍ଥ । ସୁତରାଂ ଶକ୍ତି ଓ ଜ୍ଞାନ ମାନବତ୍ବର ବିକାଶ ତଥା ପ୍ରଭାବ ପ୍ରତିଷ୍ଠାର ମୁଖ୍ୟ ଉପାଦାନ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୨୫ ।
କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ସମାଜର ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ସତତ ଚେଷ୍ଟା କରି ଆସିଛନ୍ତି ।
Answer:
କେଉଁ ଅଜଣା …………………………………… ଚେଷ୍ଟା କରି ଆସିଛନ୍ତି ।
ଉକ୍ତି ଗଦ୍ୟାଶଟି ପଠିତ ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ଭୁବନେଶ୍ବର ବେହେରା ପାଶବିକ ଶକ୍ତିର ଅଧିକାରୀ ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ କିପରି ନାରୀ ନିର୍ଯାତନା କରିଆସିଛନ୍ତି, ତାହା ଉପସ୍ଥାପନ କରିଛନ୍ତି । ମନୁଷ୍ୟ ଏ ସୃଷ୍ଟିର ଶ୍ରେଷ୍ଠଜୀବ ସେ ନିଜକୁ ଜୀବଜଗତର ସମ୍ରାଟ୍ ବୋଲି ଡିଣ୍ଡିମ ପିଟୁଛି । ଦୟା, ଅହିଂସା ଓ ପରୋପକାରର ଦ୍ବାହି ଦେଉଥିଲେ ମଧ୍ୟ ଆତ୍ମଗରିମା ଓ ଆତ୍ମଷ୍କାଘା ନେଇ ସେ ଦୁର୍ବଳ ଉପରେ ଅତ୍ୟଚାର କରିଚାଲିଛି ।

ଶକ୍ତି ଯେତେବେଳେ ରକ୍ଷାକବଚ ହୋଇ ଦ୍ରୌପଦୀଙ୍କ ପାଖକୁ ଯିବାକୁ ସାହସ କରିପାରି ନାହିଁ, ସେତେବେଳେ ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ଚେଷ୍ଟା କରିଆସିଛନ୍ତି । ପାଶବିକ ଶକ୍ତିର ଅଧିକାରୀ ଦୁଃଶାସନ ଅବଳା ଦ୍ରୌପଦୀଙ୍କ କେଶଧରି ଘୋଷାରି ନେଇଛି ସଭାସ୍ଥଳରେ ସମସ୍ତଙ୍କ ସମ୍ମୁଖରେ ଲାଞ୍ଛନା ଓ ଅପମାନ ଦେବା ନିମନ୍ତେ । ପରବର୍ତ୍ତୀ କାଳରେ ପାଣ୍ଡବମାନଙ୍କଦ୍ଵାରା ଦ୍ରୌପଦୀଙ୍କ କେଶ ବନ୍ଧନ ହୋଇଛି ସତ୍ୟ; କିନ୍ତୁ ଏ ସମାଜରେ ଅନେକ ଅବଳାଙ୍କ କେଶ ରହିଛି ଚିରମୁକୁଳା । ଆଜି ମଧ୍ୟ ବାଂଲାଦେଶର ଲକ୍ଷ ଲକ୍ଷ ନିରୀହା ଅବଳା ପାଶବିକ ଶକ୍ତିଦ୍ୱାରା ଲାଞ୍ଛା, ଅପମାନିତା, ନିର୍ଯାତିତା ହୋଇ ଦୁଃଖ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି । ସେମାନଙ୍କ ମୁକୁଳା ବେଣୀକୁ ବନ୍ଧନ କରିବା ନିମନ୍ତେ କେହି ଆଗେଇ ଆସୁନାହାନ୍ତି । ଦୁର୍ବଳା ଅବଳା ଯୁଗଯୁଗ ଧରି ପୁରୁଷର ପାଶବିକ ଶକ୍ତି ନିକଟରେ ଲାଞ୍ଛତା ଓ ଅପମାନିତା ହୋଇଆସିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୬ ।
ଶକ୍ତି ସହିତ ଜ୍ଞାନର ସମନ୍ୱୟ ହେବା ଉଚିତ ବୋଲି କାହିଁକି ପ୍ରାବନ୍ଧିକ କହିଛନ୍ତି ?
କିମ୍ବା, କାର୍ଯ୍ୟ ସାଧନ ପାଇଁ ଶକ୍ତି ଓ ଜ୍ଞାନ ଉଭୟର ପ୍ରୟୋଜନ – ପଠିତ ପ୍ରବନ୍ଧ ଛାୟାରେ ପ୍ରତିପାଦନ କର ।
କିମ୍ବା, ଶକ୍ତି ଓ ଜ୍ଞାନ ଉଭୟର ସଂଜ୍ଞା ନିରୂପଣ ସହ କର୍ମକ୍ଷେତ୍ରରେ ଏହାର ପ୍ରୟୋଜନୀୟତା ଦର୍ଶାଅ ।
Answer:
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଜଗତରେ ଜଣେ ଲବ୍‌ଧପ୍ରତିଷ୍ଠ କଥାଶିଳ୍ପୀ ଭାବେ ସୁପରିଚିତ ଶ୍ରୀଯୁକ୍ତ ଭୁବନେଶ୍ୱର ବେହେରା ଏକାଧାରରେ ଥିଲେ ଜଣେ ସୁଦକ୍ଷ ପ୍ରଶାସକ, ପ୍ରବୀଣ ଶିକ୍ଷାବିତ୍ ତଥା ଲଳିତ ନିବନ୍ଧକାର । ସାଂପ୍ରତିକ ମାନବର ବ୍ୟଥା, ବେଦନା, ଶିକ୍ଷା, ମନସ୍ତତ୍ତ୍ଵକୁ ନେଇ ତାଙ୍କ ସୃଷ୍ଟି ସମ୍ପଦ ଅତ୍ୟନ୍ତ ମଞ୍ଜୁଳ । ସ୍ଵଚ୍ଛ, ସରଳ, ସୁନ୍ଦର ଭାଷା ତଥା ବଳିଷ୍ଠ ବ୍ୟଙ୍ଗ ବିଦ୍ରୁପ ଓ ସାମାଜିକ ଅଙ୍ଗୀକାରବଦ୍ଧତା ତାଙ୍କ ସୃଷ୍ଟିର ବୈଶିଷ୍ଟ୍ୟ । ଜଣେ ଚିନ୍ତାଶୀଳ, ସଂସ୍କାରବାଦୀ ପ୍ରାବନ୍ଧିକ ରୂପେ ଖ୍ୟାତିଲାଭ କରିଥିବା ସେହି ଅମର ସ୍ରଷ୍ଟାଙ୍କ ଲେଖନୀ ନିଃସୃତ ‘ଶୁଣ ପରୀକ୍ଷ’, ‘ଚାଲି ନ ଜାଣି’, ‘ସହାବସ୍ଥାନ’, ‘ଫରଫର ଭଡ଼େ କାନି’, ‘କଥା ଓ ଲଥା’ ପ୍ରଭୃତି ସୃଷ୍ଟିସମ୍ଭାର ସ୍ବୀୟ ମନୋଜ୍ଞ ଦୃଷ୍ଟାନ୍ତର ରସସିକ୍ତ ତାତ୍ତ୍ଵିକ ଉପସ୍ଥାପନା ମାଧ୍ୟମରେ ପ୍ରତିଟି ପାଠକ ହୃଦୟକୁ ଆକର୍ଷଣ କରିବାରେ ସତତ ସମର୍ଥ ।

ଶକ୍ତି ଓ ଜ୍ଞାନ ପରସ୍ପର ପରିପୂରକ । ଉଭୟର ସମନ୍ବୟରେ ମାନବ ସଂସାରରେ ମହାମାନବ ଭାବେ ହୁଏ ପରିପୂଜିତ । କିନ୍ତୁ ଶକ୍ତି ଯଦି ଜ୍ଞାନରହିତ ହୁଏ, ତେବେ ଶକ୍ତି ପାଶବିକ ଶକ୍ତିରେ ରୂପାନ୍ତରିତ ହୋଇ ସମାଜରେ ସୃଷ୍ଟି କରେ ଅନର୍ଥ । ଅପର ପକ୍ଷରେ ଜ୍ଞାନ ଯଦି ଶକ୍ତିରହିତ ହୁଏ, ତେବେ ମାନବ ଜ୍ଞାନର ଗରିମାରେ ଗରୀୟାନ୍ ହେଲେ ମଧ୍ୟ ସମାଜରେ ହୁଏ ଉପହାସର ପାତ୍ର ।
ଦୁର୍ବଳକୁ ରକ୍ଷା କରିବା ତଥା ସାହାଯ୍ୟ କରିବା ପ୍ରତ୍ୟେକ ମାନବର ପରମ କର୍ତ୍ତବ୍ୟ ବୋଲି ପୂର୍ବପୁରୁଷମାନେ ଉପଦେଶ ଦେବା ସହିତ ଦୁର୍ବଳତାକୁ ପ୍ରଶ୍ରୟ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସ୍ପଷ୍ଟଭାବେ ଘୋଷଣା କରି କହିଛନ୍ତି, ‘ବଳହୀନଦ୍ୱାରା ଏ ଆତ୍ମା ପ୍ରାପ୍ୟ ନୁହେଁ ।’’

ସୁତରାଂ ଶକ୍ତିର ଆହରଣ ଓ ସଞ୍ଚୟ ସମସ୍ତଙ୍କର ଧେୟ ହେବା ଉଚିତ । ସେହିପରି ଶକ୍ତି ସହିତ ଜ୍ଞାନର ଅଧିକାରୀ ହେବା ମଧ୍ୟ ବାଞ୍ଛନୀୟ । ଅନ୍ୟଥା ଜ୍ଞାନହୀନ ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କରିବ । ଏହି ବାସ୍ତବ ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ପୁରାଣ ପୃଷ୍ଠାର ମହାନ୍ ଆଦର୍ଶର ପ୍ରତୀକ ମହର୍ଷି ବିଶ୍ଵାମିତ୍ରଙ୍କ ସାଧନାର କାହାଣୀକୁ ଉପସ୍ଥାପନ କରିଛନ୍ତି ।

ସୈନ୍ୟବଳ ସହ ଦିଗ୍‌ବିଜୟରେ ଯାଇଥିବା ପ୍ରବଳପ୍ରତାପୀ ରାଜା ବିଶ୍ଵାମିତ୍ର କ୍ଳାନ୍ତ ଶ୍ରାନ୍ତ ହୋଇ ଉପସ୍ଥିତ ହୋଇଥିଲେ ବ୍ରହ୍ମର୍ଷି ବଶିଷ୍ଠଙ୍କ ଆଶ୍ରମରେ । ଏତେ ସଂଖ୍ୟକ ସୈନ୍ୟଙ୍କ ନିମନ୍ତେ ସୁଖାଦ୍ୟର ଆୟୋଜନ ଦେଖ୍ ଏବଂ କାମଧେନୁଙ୍କ ଯୋଗୁଁ ତାହା ସମ୍ଭବ ବୋଲି ଜାଣିବା ପରେ ବଳପୂର୍ବକ କାମଧେନୁକୁ ନେଇଯିବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ । ଗାଈ ଉପରେ ସୈନ୍ୟମାନଙ୍କର ଅତ୍ୟାଚାର ଥିଲା ସେମାନଙ୍କ ପାଶବିକ ଶକ୍ତିର ପ୍ରତିଫଳନ, ଯାହା ବ୍ରହ୍ମର୍ଷି ବଶିଷ୍ଠଙ୍କ ମନ୍ତ୍ରଶକ୍ତି ନିକଟରେ ଧ୍ୱଂସ ହୋଇଯାଇଥିଲା । ନିରସ୍ତ ରାଜା ବିଶ୍ଵାମିତ୍ର ସୈନ୍ୟଧ୍ବଂସ ଦେଖ୍ ଲଜ୍ଜା ଓ ଅପମାନରେ ସେଠାରୁ ପଳାୟନ କରି ଘୋର ତପସ୍ୟାରେ ନିମଗ୍ନ ହେଲେ । ବରପ୍ରାପ୍ତି ପରେ ସେ ଲାଭ କରିଥିବା ଦେବଶର ଓ ବ୍ରହ୍ମଶର ମଧ୍ୟ ବ୍ରହ୍ମର୍ଷିଙ୍କ ବ୍ରହ୍ମଦଣ୍ଡରେ ଲୀନ ହୋଇଗଲା ।

ସେତେବେଳେ ରାଜା ଉପଲବ୍‌ କଲେ ଯେ ବ୍ରହ୍ମତେଜ ନିକଟରେ ପାଶବିକ ଶକ୍ତି ମୂଲ୍ୟହୀନ । ତେଣୁ ସେ ବ୍ରହ୍ମଜ୍ଞାନ ଲାଭ ଆଶାରେ ଅଭୂତପୂର୍ବ ତପସ୍ୟା ଆରମ୍ଭ କଲେ । ତ୍ରିଶଙ୍କୁଙ୍କ ପାଇଁ ନୂତନ ସ୍ବର୍ଗ ନିର୍ମାଣ କରି ମଧ୍ୟ କ୍ରୋଧ ଓ ଅହଂକାର ଦମନ କରିନପାରି ବ୍ରହ୍ମର୍ଷି ବଶିଷ୍ଠଙ୍କ ନିକଟରେ ପୁନର୍ବାର ଅପମାନିତ ହେଲେ । ପରିଶେଷରେ ତାଙ୍କର ବ୍ରହ୍ମଜ୍ଞାନର ଉଦ୍ରେକ ହେଲା । କ୍ରୋଧ ଅହଂକାର ରହିତ ହୋଇ ସେ ବଶିଷ୍ଠଙ୍କଠାରୁ ସମ୍ମାନ ଲାଭକଲେ । ଅତୀବ ଶକ୍ତିଶାଳୀ ତଥା ମହାତେଜସ୍ୱୀ ହୋଇ ମଧ୍ୟ ସେ ଆଉ ଅସ୍ତ୍ରଧାରଣ କରିନାହାନ୍ତି । ସୁବାହୁ, ମାରିଚ, ତାଡ଼କା ପ୍ରଭୃତି ରାକ୍ଷସମାନଙ୍କ ଦୌରାତ୍ମ୍ୟରୁ ଆଶ୍ରମକୁ ରକ୍ଷା କରିବାପାଇଁ ସେ ଦଶରଥନନ୍ଦନ ରାମ-ଲକ୍ଷ୍ମଣଙ୍କୁ ଆଣି ସେମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଇଥିଲେ । ବ୍ରହ୍ମର୍ଷି ବିଶ୍ୱାମିତ୍ର ଥିଲେ ଶକ୍ତି ଓ ଜ୍ଞାନର ସୁସମନ୍ବୟର ଏକ ଅପୂର୍ବ ପ୍ରତିଫଳନ ।

ଗାନ୍ଧିଜୀଙ୍କ ଅହିଂସା ମଧ୍ୟ ଥିଲା ସବଳର ଅହିଂସା । କାରଣ, ଦୁର୍ବଳ କଦାପି ଅହିଂସା ଆଚରଣ କରିପାରିବ ନାହିଁ । ଗୋଟିଏ ଗାଲରେ ଚଟକଣାଟିଏ ଖାଇଥିବା ବ୍ୟକ୍ତିର ଦୁଇଟି ଚଟକଣା ମାରିବାର ସାମର୍ଥ୍ୟ ଥିଲେ ମଧ୍ୟ ଯଦି ସେ ଅନ୍ୟ ଗାଲଟି ଦେଖାଇଦିଏ, ତେବେ ତାହା ହେବ ଅହିଂସା । କିନ୍ତୁ ଚଟକଣା ମାରିବାର ସାମର୍ଥ୍ୟ ନଥ‌ିବା ଦୁର୍ବଳ ମଣିଷଟି ଯଦି ଗୋଟିଏ ଗାଲରେ ଚଟକଣା ଖାଇବା ପରେ ଅନ୍ୟ ଗାଲଟି ଦେଖାଇଦିଏ, ତେବେ ତାହା ଅହିଂସା ଭାବେ ବିବେଚିତ ହେବ ନାହିଁ; ବରଂ ସେ ଉପହସିତ ହେବ । କାରଣ ଅନ୍ୟ ଗାଲ ଦେଖାଇବା ବ୍ୟତୀତ ତା’ର ଆଉ ଅନ୍ୟ ଗତି ନାହିଁ ।

ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନିଏ, ଶକ୍ତି ବିନା ଜ୍ଞାନ ମଧ୍ୟ ପରିହାସର ସାମଗ୍ରୀରେ ପରିଣତ ହୁଏ । ଜ୍ଞାନର ଗରିମାରେ ଗରୀୟାନ୍ ହୋଇ ମଧ୍ୟ ଭାରତବର୍ଷ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଅନେକ ସମୟରେ ହୋଇଛି ଉପହାସର ପାତ୍ର । ଶକ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ । ଜ୍ଞାନର ପୀଠସ୍ଥଳୀ ଭାରତବର୍ଷ ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ହିଁ ମାନବ ସମାଜର ସମ୍ପଦ ସାଧୂତ ହୋଇଅଛି । ତେଣୁ ଜନତାର କଲ୍ୟାଣ ତଥା ସମାଜର ମଙ୍ଗଳ ନିମନ୍ତେ ଶକ୍ତି ସହିତ ଜ୍ଞାନର ସୁସମନ୍ୱୟ ହେବା ଉଚିତ ବୋଲି ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୨୭ ।
ଶକ୍ତି ସମ୍ପର୍କରେ ଲେଖକ ପ୍ରଦାନ କରିଥିବା ବିଭିନ୍ନ ଉଦାହରଣଗୁଡ଼ିକରୁ ତା’ର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କର ।
କିମ୍ବା, ଶକ୍ତିର ସ୍ଵରୂପ ବର୍ଣନା କରି ଏହା ସପକ୍ଷରେ ଲେଖକଙ୍କ ପ୍ରଦତ୍ତ ବିଭିନ୍ନ ଉଦାହରଣର ସମୀକ୍ଷା କର । କିମ୍ବା, ଶକ୍ତି ହିଁ ସୃଷ୍ଟିର ଶ୍ରେଷ୍ଠ ରକ୍ଷାକାରୀ ଶକ୍ତି – ପଠିତ ପ୍ରବନ୍ଧ ଅନୁସରଣରେ ଏ ପ୍ରସଙ୍ଗରେ ଏକ ବିବରଣୀ ପ୍ରଦାନ କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଜଗତରେ ଭୁବନେଶ୍ବର ବେହେରା ଜଣେ ସୁଗାଳ୍ପିକ ତଥା ଲଳିତ ନିବନ୍ଧକାର ଭାବେ ସୁପରିଚିତ । ସେହି ସୁଦକ୍ଷ ପ୍ରଶାସକ ତଥା ପ୍ରବୀଣ ଶିକ୍ଷାବିତ୍‌ଙ୍କ ଲେଖନୀ ନିଃସୃତ ‘କଥା ଓ କଥା’, ‘ଫରଫର ଉଡ଼େ ପଣତ କାନି’, ‘ସହାବସ୍ଥାନ’, ‘ଶୁଣ ପରୀକ୍ଷ’ ପ୍ରଭୃତି ସୃଷ୍ଟିସମ୍ପଦ ସାମ୍ପ୍ରତିକ ମଣିଷ ମନରେ ବ୍ୟଥା ବେଦନା, ଶିକ୍ଷା, ମନସ୍ତତ୍ତ୍ଵକୁ ନେଇ ହୋଇଛି ଅତୀବ ମଞ୍ଜୁଳ । ବଳିଷ୍ଠ ବ୍ୟଙ୍ଗ ବିଦ୍ରୂପ ତଥା ସାମାଜିକ ଅଙ୍ଗୀକାରବଦ୍ଧତା, ସ୍ୱଚ୍ଛ ସରଳ ଭାଷା, ସରସ ଓ ଭାବ ଉଦ୍ରେକକାରୀ ଶୈଳୀ ତାଙ୍କୁ ପ୍ରଦାନ କରିଛି ଜଣେ ଶ୍ରେଷ୍ଠ ପ୍ରାବନ୍ଧିକର ମାନ୍ୟତା ! ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରେ ପ୍ରାବନ୍ଧିକ ବିଭିନ୍ନ ଉଦାହରଣ ମାଧ୍ୟମରେ ଶକ୍ତିର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଏ ସୃଷ୍ଟିର ଶ୍ରେଷ୍ଠଜୀବ ମାନବ ନିଜକୁ ଜୀବଜଗତର ସମ୍ରାଟ୍ ଭାବେ ଡିଣ୍ଡିମ ପିଟି ଚାଲିଛି । ଦୟା, କ୍ଷମା, ଅହିଂସା ତଥା ପରୋପକାରର ଦ୍ବାହି ଦେଇ ଆତ୍ମଗରିମା ଓ ଆତ୍ମଷ୍କାଘା ନେଇ ଦୁର୍ବଳକୁ ହେୟଜ୍ଞାନ କରିବା ସହ ତା’ଉପରେ ଅତ୍ୟାଚାର କରିଚାଲିଛି । ତା’ଅତ୍ୟାଚାରରୁ ସୃଷ୍ଟିର ନିରୀହ ଜୀବ ବେଙ୍ଗ ମଧ୍ୟ ବାଦ୍ ଯାଇନାହିଁ । ଘରକୋଣରେ ବେଙ୍ଗଟିଏ ଦେଖିବା ମାତ୍ରେ ଚାଲି ଜାଣିନଥ‌ିବା ଛୋଟପିଲାଟି ମଧ୍ଯ ତାକୁ ବାଡ଼ିଧରି କେଞ୍ଚ୍ ଯନ୍ତ୍ରଣା ଦେଉଛି । ଚାହାଳୀ ଓ ସ୍କୁଲପିଲାମାନେ ପୋଖରୀ କୂଳକୁ ଯାଇ ଟେକା ପକାଇ ସେମାନଙ୍କ କାଳ ହେଉଛନ୍ତି । ଲାବୋରେଟରୀରେ କଲେଜ ଛାତ୍ରମାନେ ତାକୁ କାଟିବା ସହିତ ହୋଟେଲରେ ତା’ର ଗୋଡ଼କୁ ରୋଷ୍ଟ କରାଯାଉଛି । ବର୍ଷାକାଳରେ ସାରୁଗଛମୂଳେ ବସିଥିବାବେଳେ ମଣିଷ ତାକୁ ରାଜା ବୋଲି କହି ବିଦ୍ରୁପ କରିବା ସହିତ ଅହି କବଳରେ ଥିବାବେଳେ ତା’ପ୍ରତି ନ୍ୟାୟ ବିଚାର ନକରି ବର୍ଣ୍ଣନା କରିଛି ‘ଉତ୍ସୁଙ୍କି ଶିଶୁକଙ୍କି ଦେଲା ଗିଳିଣ ।’’

କାହିଁ କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ଏ ମାନବ ନାରୀକୁ ନିର୍ଯାତନା ଦେଇ ଆସିଛି । ପାଣ୍ଡବ ଶକ୍ତି ଯେତେବେଳେ ରକ୍ଷାକବଚ ହୋଇ ଦ୍ରୌପଦୀକୁ ରକ୍ଷା କରିବାକୁ ସାହସ କରିପାରି ନାହିଁ, ସେତେବେଳେ ପାଶବିକ ଶକ୍ତିର ଅଧିକାରୀ ସମାଜର ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ଚେଷ୍ଟା କରି ଆସିଛନ୍ତି । ତା’ର କେଶ ଧରି ଘୋଷାରି ନେଇ ସଭାସ୍ଥଳରେ ଦେଇଛନ୍ତି ଲାଞ୍ଛନା ଓ ଅପମାନ । କେଉଁଠି ଦ୍ରୌପଦୀମାନଙ୍କ କେଶ ବନ୍ଧନ ହୋଇଛି; କିନ୍ତୁ ବାଂଲାଦେଶର ଲକ୍ଷ ଲକ୍ଷ ଅବଳାଙ୍କ ପରି ଅନେକଙ୍କ କେଶ ରହିଛି ଚିରମୁକୁଳା ।

ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ସେତେବେଳେ ଦେବତାମାନେ ରାବଣର ଲୁଗା ପଖାଳିବା ତଥା ଆଲଟ ଚାମର ଢାଳିବା ରୀତିରେ ଏ ମଣିଷ ତାକୁ ଜୀବନ ଆକୁଳରେ ପ୍ରାଣଭୟରେ ଦେଇଛି ସମ୍ମାନ । ହିମାଳୟ ନନ୍ଦିନୀ ମା’ ପାର୍ବତୀଙ୍କ ଭାଇ ହେତୁ ହିମାଳୟ ସନ୍ତାନ ମହାବଳ ବାଘ ମାମୁର ଆସନ ଲାଭ କରିଛି । ଏହି ଶକ୍ତି ଯେତେବେଳେ ତା’ର ଉପକାର କରିବା ସହିତ ସୃଷ୍ଟିକରିଛି ଧ୍ୱଂସର ତାଣ୍ଡବଲୀଳା, ସେତେବେଳେ ସେ ତାକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଅଗ୍ନି ଯେତେବେଳେ ତା’ର ଘରଦ୍ଵାର ପୋଡ଼ି ଛାରଖାର କରିଛି, ସେ ଭୟରେ ଅଗ୍ନିକୁ ଦେବତା ବୋଲି କହି ତାକୁ ସନ୍ତୁଷ୍ଟ କରିବାପାଇଁ ସୃଷ୍ଟି କରିଛି ହୋମଯଜ୍ଞ ।

ପବନ ଯେତେବେଳେ ଅଣଚାଶ ମୂର୍ତ୍ତି ଧରି ତା’ସୃଷ୍ଟିକୁ ଧୂଳିସାତ୍ କରିଛି, କରାଳ ବନ୍ୟାରେ ତା’ର ଗାଁଗଣ୍ଡା ଯେତେବେଳେ ନିଶ୍ଚିହ୍ନ ହୋଇଛି, ସେତେବେଳେ ସେ ପବନ ଓ ବରୁଣଙ୍କୁ ଦେବତାର ଆଖ୍ୟା ଦେଇ ସେମାନଙ୍କ ସ୍ତୋତ୍ରଗାନ କରିଛି । ସେହି ଶକ୍ତି ଯେତେବେଳେ ମଙ୍ଗଳମୟ ଓ ରକ୍ଷାକାରୀ ରୂପେ ଆବିର୍ଭୂତ ହୋଇଛି, ସେତେବେଳେ ସେ କୃତଜ୍ଞତାଜନିତ ଭକ୍ତର ବିହ୍ବଳତାରେ ସେହି ଐଶୀଶକ୍ତିକୁ ପୂଜାକରିବା  ସହିତ ପ୍ରାଣର ଆବେଗରେ ମନର ଆନନ୍ଦରେ ସ୍ତୁତି କରି ଗାଇଛି-

‘ତ୍ୱମେବ ମାତା ଚ ପିତା ତ୍ୱମେବ
ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ
ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ୱମେବ
ତ୍ୱମେବ ସର୍ବ ମମ ଦେବଦେବାଃ ।

ଜ୍ଞାନବିହୀନ ଶକ୍ତି ପାଶବିକ ଶକ୍ତିର ରୂପ ନିଏ । ସେହି ପାଶବିକ ଶକ୍ତିର ପ୍ରତୀକ ଥିଲେ ପ୍ରବଳପ୍ରତାପୀ ରାଜା ବିଶ୍ଵାମିତ୍ର । ତାଙ୍କର ସକଳ ସୈନ୍ୟଶକ୍ତି, ତପସ୍ୟାଲବ୍‌ଧ ବରଦାନ, ଦେବଶର ତଥା ବ୍ରହ୍ମଶର ବ୍ରହ୍ମର୍ଷି ବିଶ୍ଵାମିତ୍ରଙ୍କ ବ୍ରହ୍ମଦଣ୍ଡରେ ପଡ଼ି ଲୀନ ହୋଇଯାଇଛି । ସେ ଉପଲବ୍‌ଧ କରିଛନ୍ତି ବ୍ରହ୍ମଶକ୍ତି ନିକଟରେ ପାଶବିକ ଶକ୍ତି ମୂଲ୍ୟହୀନ । କିନ୍ତୁ ଅଭୂତପୂର୍ବ ତପସ୍ୟା ବଳରେ ଯେତେବେଳେ ତାଙ୍କ ହୃଦୟରେ ବ୍ରହ୍ମଜ୍ଞାନର ଉଦୟ ହୋଇଛି ସେତେବେଳେ ସେ କ୍ରୋଧ ଓ ଅହଂକାର ରହିତ ହୋଇ ବ୍ରହ୍ମର୍ଷି ବିଶ୍ୱାମିତ୍ର ଭାବେ ହୋଇଛନ୍ତି ସମ୍ମାନିତ । ଅତି ଶକ୍ତିଶାଳୀ ହୋଇ ମଧ୍ଯ ଅସ୍ତ୍ରଧାରଣ ନକରି ଦାନବୀୟ ଉପଦ୍ରବକୁ ଦମନ କରିବାପାଇଁ ରାମ ଲକ୍ଷ୍ମଣଙ୍କୁ ଆଣି ସେମାନଙ୍କୁ ଦେଇଛନ୍ତି ଧନୁର୍ବିଦ୍ୟା ଶିକ୍ଷା ।

ଅପରପକ୍ଷରେ ଶକ୍ତିଶାଳୀ ହିଁ କ୍ଷମାଦାନ ତଥା ଅହିଂସା ଆଚରଣ ପାଇଁ ସମର୍ଥ । ଅହିଂସା ଆଚରଣରେ ଦୁର୍ବଳ ବ୍ୟକ୍ତି ହୁଏ ଉପହାସର ପାତ୍ର । ଜ୍ଞାନରହିତ ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କରି ସଂସାରରେ ଅନର୍ଥ ସୃଷ୍ଟି କଲାବେଳେ ଶକ୍ତିରହିତ ଜ୍ଞାନ ଅହିଂସାଚରଣ କରିବାକୁ ଯାଇ ହୁଏ ଉପହସିତ । ସୁତରାଂ ଶକ୍ତି ସହିତ ଜ୍ଞାନର ସୁସମନ୍ବୟରେ ହିଁ ମାନବ ସମାଜର ପ୍ରଭୃତ ମଙ୍ଗଳ ସାଧୂ ହେବ, ଏହା ନିଃସନ୍ଦେହ । ଏହା ହିଁ ଭାରତୀୟ ପରମ୍ପରାର ମହାନ୍ ଆଦର୍ଶ । ଏହି ମହତାଦର୍ଶକୁ ଉଜ୍ଜୀବିତ କରିବାପାଇଁ ବିବିଧ ଉଦାହରଣ ମାଧ୍ୟମରେ ପ୍ରାବନ୍ଧିକ ଯେଉଁ ଯୁକ୍ତିନିଷ୍ଠ ସମୟୋପଯୋଗୀ ପ୍ରାସଙ୍ଗିକ ଦିଗ୍‌ଦର୍ଶନ ପ୍ରଦାନ କରିଛନ୍ତି ତାହା ବାସ୍ତବିକ ସର୍ବଜନଗ୍ରାହୀ ତଥା ହୃଦୟସ୍ପର୍ଶୀ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୨୮ ।
ବିଶ୍ଵାମିତ୍ର ଓ ବଶିଷ୍ଠଙ୍କ ଉପାଖ୍ୟାନରୁ ଆମକୁ କ’ଣ ଶିକ୍ଷା ମିଳିଥାଏ ?
କିମ୍ବା, ବଶିଷ୍ଠ ଓ ବିଶ୍ଵାମିତ୍ର – ହିଂସା ଓ ଅହିଂସାର ଦୁଇଟି ପ୍ରତୀକ ଚରିତ୍ର – ଆଲୋଚନା କର ।
କିମ୍ବା, ଅହିଂସା ସର୍ବଦା ହିଂସା ଉପରେ ରାଜତ୍ଵ କରିଥାଏ– ଏ ଉକ୍ତିର ଯଥାର୍ଥତା ପଠିତ ପ୍ରବନ୍ଧର ପ୍ରତାପୀ ରାଜା ବିଶ୍ଵାମିତ୍ର ଓ ବ୍ରହ୍ମର୍ଷି ବଶିଷ୍ଠଙ୍କ ଚରିତ୍ର ମାଧ୍ୟମରେ ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଶ୍ରୀଯୁକ୍ତ ଭୁବନେଶ୍ବର ବେହେରା ଜଣେ ସୁଗାଳ୍ପିକ ତଥା ଲଳିତ ନିବନ୍ଧକାର ଭାବେ ଏକ ସ୍ଵତନ୍ତ୍ର ଆସନର ଅଧିକାରୀ । ତାଙ୍କ ଲେଖନୀ ନିଃସୃତ ‘କଥା ଓ ଲଥା’, ‘ଶୁଣ ପରୀକ୍ଷ’, ‘ସହାବସ୍ଥାନ’ ପ୍ରଭୃତି ସାରସ୍ବତ ସୃଷ୍ଟିସମ୍ପଦ ଯେତିକି ଯୁକ୍ତିନିଷ୍ଠ ତଥା ତାତ୍ତ୍ଵିକ, ସାମାଜିକ ସମସ୍ୟା ତଥା ଜୀବନଦର୍ଶନ ବିଶ୍ଳେଷଣରେ ମଧ୍ୟ ସେତିକି ସାର୍ବଜନୀନ । ପଠିତ ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରେ ପ୍ରାବନ୍ଧିକ ଜ୍ଞାନବିହୀନ ଶକ୍ତି କିପରି ପାଶବିକ ଶକ୍ତିରେ ରୂପାନ୍ତରିତ ହୁଏ, ତାହା ବିଶ୍ଵାମିତ୍ରଙ୍କ ଚରିତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି ।

ଶକ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ମହାନ୍ ଆଦର୍ଶ । ତେଣୁ ଆମ ପୂର୍ବପୁରୁଷମାନେ ଦୁର୍ବଳତାକୁ ନିନ୍ଦା କରିବା ସହିତ ଦୁର୍ବଳକୁ ରକ୍ଷା କରିବା ତଥା ସାହାଯ୍ୟ କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି ଘୋଷଣା କରିଛନ୍ତି ଏବଂ ଶକ୍ତିର ଆହରଣ ଓ ସଞ୍ଚୟ କରିବାପାଇଁ ଆହ୍ୱାନ ଦେଇଯାଇଛନ୍ତି । କିନ୍ତୁ ଜ୍ଞାନରହିତ ହୋଇ ଶକ୍ତି ଯେପରି ପାଶବିକ ରୂପ ଧାରଣ ନକରେ, ସେଥ୍ପାଇଁ ସଚେତନ କରାଇବା ନିମନ୍ତେ ମହାନ୍ ଆଦର୍ଶରେ ଉଦ୍ଭାସିତ ଅମର ପୁରୁଷମାନଙ୍କ ଅସାଧାରଣ ଜୀବନୀକୁ ଉପସ୍ଥାପନ କରିଛନ୍ତି ।

ପୁରାଣ ପୃଷ୍ଠାର ପ୍ରବଳ ପ୍ରତାପୀ ରାଜା ବିଶ୍ଵାମିତ୍ର ଥଲେ ପାଶବିକ ଶକ୍ତିର ଅଧିକାରୀ । ବ୍ରହ୍ମର୍ଷି ବଶିଷ୍ଠ ଥିଲେ ଜ୍ଞାନ ଓ ଶକ୍ତିର ସୁସମନ୍ଵୟର ମୂର୍ତ୍ତିମନ୍ତ ପ୍ରତୀକ । ଏକଦା ଦିଗ୍‌ବିଜୟରେ ଯାଇଥବା ରାଜା ବିଶ୍ଵାମିତ୍ର କ୍ଳାନ୍ତ, ଶ୍ରାନ୍ତ, କ୍ଷୁଧା ଓ ତୃଷାରେ ଆତୁର ହୋଇ ସୈନ୍ୟବଳ ସହ ବ୍ରହ୍ମର୍ଷି ବଶିଷ୍ଠଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ବ୍ରହ୍ମର୍ଷି ରାଜା ତଥା ସୈନ୍ୟବଳଙ୍କ ନିମନ୍ତେ ସୁଖାଦ୍ୟର ଆୟୋଜନ କରିବା ଦେଖ୍ ଚକିତ ବିଶ୍ଵାମିତ୍ର ତାହା କାମଧେନୁ ଯୋଗୁ ସମ୍ଭବ ବୋଲି ଜାଣି ଲୋଭାସକ୍ତ ହେଲେ । ସେପରି ଧେନୁ ରାଜାଙ୍କର ଧନ ହେବା ଉଚିତ ବୋଲି ବିବେଚନା କରି ବଳପୂର୍ବକ କାମଧେନୁକୁ ନେଇଯିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ । ଦୁଃଖ ବଶିଷ୍ଠ ଅନ୍ୟାୟର ପ୍ରତିବାଦ କରି ମଧ୍ୟ ନିରାଶ ହେଲେ ।

କାମଧେନୁକୁ ଚଲାଇ ନେବାରେ ବିଫଳ ସୈନ୍ୟଗଣ ତାକୁ ମାଡ଼ ମାରି ତା’ର ଚାରିଗୋଡ଼ ବାନ୍ଧି ରଥରେ ନେବାକୁ ଉଦ୍ୟମ କଲେ । ଗାଈ ପ୍ରତି ଅତ୍ୟାଚାର ତଥା ତା’ର ବିକଳ କ୍ରନ୍ଦନ ସହି ନପାରି ବ୍ରହ୍ମର୍ଷି ପ୍ରେରଣ କଲେ ଏକ ମନ୍ତ୍ରପୂତ କୁଶଖଣ୍ଡ । ତଦ୍ବାରା ସୈନ୍ୟବଳ ବିନାଶ ହେବା ସହ ରାଜା ମଧ୍ୟ ନିରସ୍ତ ହେଲେ । ଲଜ୍ଜା ଓ ଅପମାନରେ ଜର୍ଜରିତ ମହାପ୍ରତାପୀ ରାଜା ବିଶ୍ଵାମିତ୍ର ସେଠାରୁ ଯାଇ ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଆରମ୍ଭ କଲେ ଘୋର ତପସ୍ୟା । ଯଥା ସମୟରେ ବରଲାଭ କରି ଦେବଶର ତଥା ବ୍ରହ୍ମଶରର ଅଧିକାରୀ ହୋଇ ପୁନର୍ବାର ବଶିଷ୍ଠଙ୍କ ନିକଟକୁ ଆସିଲେ । କିନ୍ତୁ ବ୍ରହ୍ମର୍ଷିଙ୍କ ବ୍ରହ୍ମଦଣ୍ଡରେ ପଡ଼ି ବିଶ୍ଵାମିତ୍ରଙ୍କ ସକଳ ଦେବଶର ତଥା ବ୍ରହ୍ମଶର ଲୀନ ହୋଇଗଲା । ସେତେବେଳେ ବିଶ୍ଵାମିତ୍ର ଉପଲବ୍‌ଧ କଲେ ଯେ ବ୍ରହ୍ମତେଜ ନିକଟରେ ପାଶବିକ ଶକ୍ତି ମୂଲ୍ୟହୀନ ।

ତତ୍‌ପରେ ସେ ବ୍ରହ୍ମଜ୍ଞାନ ଲାଭ ଆଶାରେ ଆରମ୍ଭ କଲେ ଅଭୂତପୂର୍ବ ତପସ୍ୟା । ତାଙ୍କ ତପସ୍ୟାରେ ଭୟଭୀତ ହୋଇ ଇନ୍ଦ୍ର ମେନକାଙ୍କୁ ପଠାଇଲେ । ଶକୁନ୍ତଳାଙ୍କର ଜନ୍ମ ହେଲା । ଚଣ୍ଡାଳ ତ୍ରିଶଙ୍କୁଙ୍କ ପାଇଁ ବିଶ୍ଵାମିତ୍ର ଏକ ନୂତନ ସ୍ବର୍ଗ ସୃଷ୍ଟି କଲେ । ଏତେ ତପଃ ଶକ୍ତିର ଅଧିକାରୀ ହୋଇ ମଧ୍ଯ କ୍ରୋଧ ଓ ଅହଂକାର ଯୋଗୁ ପୁନର୍ବାର ବଶିଷ୍ଠଙ୍କ ନିକଟକୁ ଯାଇ ସେ ଅପମାନିତ ହେଲେ । ପରିଶେଷରେ ତାଙ୍କର ବ୍ରହ୍ମଜ୍ଞାନର ଉଦୟ ହେଲା । ସେ ସହାସ୍ୟ ବଦନରେ ବଶିଷ୍ଠଙ୍କୁ ସାକ୍ଷାତ କଲେ । ବଶିଷ୍ଠ ମଧ୍ୟ ସମ୍ମାନର ସହ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କୁ ନିଜ ଆଶ୍ରମକୁ ପାଛୋଟି ନେଇଥିଲେ । ଦିବ୍ୟଜ୍ଞାନ ହିଁ ତାଙ୍କ ହୃଦୟରୁ ସକଳ ପାଶବିକ ଚିନ୍ତାଧାରାକୁ ଦୂରୀଭୂତ କରି ତାଙ୍କୁ ମାନବରୁ ଏକ ମହାମାନବରେ ରୂପାନ୍ତରିତ କରିଦେଇଥିଲା ।

ମହାତେଜସ୍ବୀ ବ୍ରହ୍ମର୍ଷି ବିଶ୍ୱାମିତ୍ର ଅତି ଶକ୍ତିମାନ୍ ହୋଇ ମଧ୍ୟ ପରବର୍ତ୍ତୀ କାଳରେ ଆଉ ଅସ୍ତ୍ରଧାରଣ କରିନାହାନ୍ତି । ସୁବାହୁ, ମାରିଚ, ତାଡ଼କା ପ୍ରଭୃତି ଦାନବମାନଙ୍କ ଦୌରାତ୍ମ୍ୟରୁ ଆଶ୍ରମକୁ ରକ୍ଷାକରିବା ନିମନ୍ତେ ଦଶରଥନନ୍ଦନ ରାମ-ଲକ୍ଷ୍ମଣଙ୍କୁ ନିଜ ସଙ୍ଗରେ ଆଶ୍ରମକୁ ଆଣି ସେମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଇଛନ୍ତି । ଜ୍ଞାନବିହୀନ ଶକ୍ତି ଯେପରି ପାଶବିକ ରୂପ ଧାରଣ କରି ସଂସାରରେ ଅନର୍ଥ ସୃଷ୍ଟି କରିଥାଏ, ସେହିପରି ଶକ୍ତି ସହିତ ଜ୍ଞାନର ସୁସମନ୍ଵୟରେ ସଂସାରର ପ୍ରଭୂତ ମଙ୍ଗଳ ସାଧୂ ହୋଇଥାଏ । ତେଣୁ ଶକ୍ତି ସହିତ ଜ୍ଞାନାର୍ଜନ ମଧ୍ଯ ଆମ୍ଭମାନଙ୍କର ଧେୟ ହେବା ଉଚିତ ।

Question ୨୯ ।
ଶକ୍ତି ଓ ଜ୍ଞାନ କ୍ଷେତ୍ରରେ ସମ୍ପ୍ରତି ବିଶ୍ଵରେ ଭାରତର ସ୍ଥାନ ନିରୂପଣ କର ।
କିମ୍ବା, ସମ୍ପ୍ରତି ବିଶ୍ଵରେ ଶକ୍ତି ଓ ଜ୍ଞାନ କ୍ଷେତ୍ରରେ ଭାରତ କେଉଁ ସ୍ଥାନ ଅଧିକାର କରିଛି ପଠିତ ପ୍ରବନ୍ଧ ଭିଭିରେ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ଗାଳ୍ପିକ, ସାହିତ୍ୟିକ ତଥା ନିବନ୍ଧକାର ଭାବେ ଅଧ୍ୟାପକ ଭୁବନେଶ୍ୱର ବେହେରା ବହୁମୁଖୀ ପ୍ରତିଭାର ଅଧିକାରୀ । ତାଙ୍କ ଲେଖନୀପ୍ରସୂତ ‘ଶୁଣ ପରୀକ୍ଷ’, ‘ଚାଲି ନ ଜାଣି’, ‘ଗାଁର ଡାକ’, ‘ସହାବସ୍ଥାନ’ ଆଦି ପୁସ୍ତକରାଜି ଓଡ଼ିଆ ଜନସମାଜରେ ବିଶେଷ ଆଦୃତ । ତାଙ୍କ ପ୍ରଣୀତ ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରେ ଲେଖକ ଶକ୍ତି ଓ ଜ୍ଞାନ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଦୁର୍ବଳ ଉପରେ ସବଳର ଅତ୍ୟାଚାର କେବଳ ପଶୁ ଜଗତର ନିୟମ ନୁହେଁ, ମଣିଷ ମଧ୍ୟ ଏହି ନିୟମାନୁବର୍ତୀ । ମାନବିକ ଗୁଣାବଳୀର ଅଧିକାରୀ ହୋଇଥିଲେ ମଧ୍ୟ ମରିଷ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରିଆସିଛି । ପ୍ରାବନ୍ଧିକ ବେଙ୍ଗର ଉଦାହରଣ ଦେଇ କହିଛନ୍ତି ଯେ ବେଙ୍ଗ ଉପରେ ଚାହାଳିରେ ପଢୁଥିବା ପିଲାଙ୍କଠାରୁ ବଡ଼ ମଣିଷଙ୍କ ଯାଏ ସମସ୍ତେ ଅତ୍ୟାଚାର କରନ୍ତି; ଯଦିଓ ବେଙ୍ଗ କାହାର ଅନିଷ୍ଠ ଘଟାଇ ନଥାଏ । ଚାଳି ଶିଖୁଥିବା ଛୋଟ ପିଲା ମଧ୍ଯ କାଠି ଖଣ୍ଡିକରେ ବେଙ୍ଗକୁ କେଞ୍ଚୁଦିଏ ।

ସ୍କୁଲ ପିଲାଏ ପୋଖରୀ କୂଳରେ ଟେକାମାରି ବେଙ୍ଗକୁ ଯମପୁର ପଠାନ୍ତି । କଲେଜରେ ପାଠ ଜାଣିବା ପାଇଁ ବଡ଼ ପିଲା ବେଙ୍ଗ କାଟନ୍ତି । ହୋଟେଲ୍‌ମାନଙ୍କରେ ମଧ୍ୟ ବେଙ୍ଗଗୋଡ଼ରେ ରୋଷ୍ଟ ତିଆରି ହୁଏ । ଏସବୁ କ୍ଷେତ୍ରରେ ବେଙ୍ଗର ଜୀବନ ବିନାଶ କରାଯାଏ । ମାତ୍ର ବୁଦ୍ଧିଆ, ମାନବବାଦୀ, ଉଦାର, ସତ୍ୟ, ଶାନ୍ତି, ଦୟା କ୍ଷମାର ଉପାସକ କବି ବୋଲାଉଥିବା ମଣିଷ ମଧ୍ୟ ବେଙ୍ଗକୁ ଉପହାସ କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ଅତ୍ୟାଚାର ଘଟାଇଛି । ସେହିଭଳି ବିଶ୍ୱାମିତ୍ରଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରାବନ୍ଧିକ ଶକ୍ତିର ମହତ୍ତ୍ଵ ଦେଖାଇଛନ୍ତି । ତେବେ ଜ୍ଞାନ ବିନା ଶକ୍ତି ମୂଲ୍ୟଶୂନ୍ୟ ହୋଇଥବାର ପ୍ରମାଣିତ ହୋଇଛି । ବିଶ୍ଵାମିତ୍ର ଯେତେ ପାଶବିକ ଶକ୍ତି ଦେଖାଇଥିଲେ ମଧ୍ୟ ଶେଷରେ ଜ୍ଞାନ ଲାଭ ପରେ ସେ ଶକ୍ତିର ମୂଲ୍ୟ ସାବ୍ୟସ୍ତ ହୋଇଛି ।

କେବଳ ଜ୍ଞାନ କିମ୍ବା କେବଳ ଶକ୍ତିଦ୍ଵାରା ମଣିଷ ଜୀବନରେ ସାର୍ଥକତା ଆସେ ନାହିଁ କିମ୍ବା ସମାଜରେ ମଙ୍ଗଳ ଘଟେ ନାହିଁ । ପ୍ରାବନ୍ଧିକ ଗାନ୍ଧିଜୀଙ୍କ ଅହିଂସା ନୀତିର ଆଲୋଚନା କରିଛନ୍ତି । ସେଥ‌ିରେ ସେ ଶକ୍ତି ଓ ଜ୍ଞାନ ରହିଛି । କୌଣସି ଗୋଟିକୁ ନେଇ ପୂର୍ଣତା ଲାଭ କରିହୁଏ ନାହିଁ । ଯାହାର ଶକ୍ତି ଥ‌ିବ ଅଥଚ ଧୈର୍ଯ୍ୟ ଓ ସହିଷ୍ଣୁତାର ପଥରେ ଗତି କରି ଶକ୍ତି ସଂରକ୍ଷଣରେ ଆଦର୍ଶ ସ୍ଥାପନ କରିଥବ, ସେ ହିଁ ଯଥାର୍ଥରେ ମହୀୟାନ୍ । ତେଣୁ ପ୍ରାବନ୍ଧିକ କହିଛନ୍ତି—
‘‘ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନେଇପାରେ, ଶକ୍ତି ବିନା ଜ୍ଞାନ ସେପରି ପରିହାସର ସାମଗ୍ରୀ ହୋଇପାରେ । ସେଥ‌ିପାଇଁ ଜ୍ଞାନର ଗାରିମାରେ ଗରୀୟାନ ହେଲେ ହେଇଁ ଦୁର୍ବଳ ଭାରତ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ଦୂରର କଥା, ଅନେକ ସମୟରେ ଉପହାସର ପାତ୍ର ହୋଇଛି ।

ଶାନ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ । ତେଣୁ ଜ୍ଞାନର ପୀଠସ୍ଥଳୀ ଭାରତ ଆଜି ପରମାଣୁ ଶକ୍ତିର ଅଧିକାରୀ ହୋବ ଫଳରେ ଭାରତର ଅର୍ଥନୈତିକ କ୍ଷେତ୍ରରେ ତା’ର ପ୍ରଭାବ ଯାହା ହେଉନା କାହିଁକି ମାନବ ସମାଜର ଯେ ମଙ୍ଗଳ ହୋଇଛି, ଏଥ‌ିରେ ସନ୍ଦେହ ନାହିଁ । ବାସ୍ତବରେ ପ୍ରାବନ୍ଧିକଙ୍କର ଏହି ବିଶ୍ଳେଷଣ ସାମ୍ପ୍ରତିକ କାଳରେ ଭାରତ ବର୍ଷକୁ ମାର୍ଗ ପ୍ରଦର୍ଶନରେ ଏକାନ୍ତ ସହାୟକ ହୋଇଛି । ଶକ୍ତି ଓ ଜ୍ଞାନ କ୍ଷେତ୍ରରେ ସମ୍ପ୍ରତି ବିଶ୍ୱରେ ଭାରତର ସ୍ଥାନ ଯେ ମହାନ୍ତି ଏହା ସର୍ବସ୍ୱୀକୃତ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ତୁମପାଇଁ କାମ

୩୦ । ତୁମ ଜୀବନରେ ଶକ୍ତି ଓ ଜ୍ଞାନର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କର ।
୩୧ । ଲେଖକଙ୍କ ଜୀବନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଲେଖ ଓ ତାଙ୍କର ଅନ୍ୟାନ୍ୟ ପୁସ୍ତକ ସଂଗ୍ରହ କରି ପଢ଼ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ମଣିଷ କେତେବେଳେ ଶକ୍ତିକୁ ଦୈବୀ ଶକ୍ତିରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ?
Answer:
ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରିଛି, ସେତେବେଳେ ମଣିଷ ଶକ୍ତିକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ।

2. କ’ଣ ପାଇଁ ବିଶ୍ଵାମିତ୍ର ଘୋର ତପସ୍ୟା କରିଥିଲେ ?
Answer:
ମହାପ୍ରତାପୀ ରାଜା ବିଶ୍ଵାମିତ୍ର ବଶିଷ୍ଠଙ୍କ ମନ୍ତ୍ରଶକ୍ତି ନିକଟରେ ହାରି ଲଜ୍ଜା ଓ ଅପମାନରେ ସେଠାରୁ ପଳାୟନ କରି ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଘୋର ତପସ୍ୟା ଆରମ୍ଭ କରିଥିଲେ ।

3. ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ସ୍ଵଭାବ କିପରି ହୋଇଥୁଲା ?
Answer:
ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ହୃଦୟରୁ କ୍ରୋଧଭାବ ଦୂରୀଭୂତ ହୋଇଯାଇଥିଲା ଓ ବଶିଷ୍ଠଙ୍କୁ ପରାଜିତ କରିବାର ମନୋଭାବ ଅନ୍ତର୍ହିତ ହୋଇଯାଇଥିଲା ।

4. ଭାରତୀୟ ପରମ୍ପରାର ଆଦର୍ଶ କ’ଣ ?
Answer:
ଶକ୍ତି ଓ ଜ୍ଞାନର ସୁସମନ୍ୱୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ ।

5. ବିଶ୍ଵାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କ’ଣ କରିଥିଲେ ?
Answer:
ବିଶ୍ଵାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ରାଜ୍ୟଭାର ଅନ୍ୟ ହାତରେ ସମର୍ପିଦେଇ ବ୍ରହ୍ମଜ୍ଞାନ ଲାଭ ଆଶାରେ ଅଭୂତପୂର୍ବ ତପସ୍ୟା ଆରମ୍ଭ କରିଥିଲେ ।

6. ଗାନ୍ଧିଜୀଙ୍କ ଅହିଂସା ନୀତି କ’ଣ ଥିଲା ?
Answer:
ଗାନ୍ଧିଜୀଙ୍କ ଅହିଂସା ନୀତି ଥିଲା ସବଳର ଅହିଂସା ।

7. ଦୁର୍ବଳର ଅହିଂସା କାହିଁକି ଅହିଂସା ପଦବାଚ୍ୟ ନୁହେଁ ?
Answer:
ଦୁର୍ବଳ ବ୍ୟକ୍ତି ଆଘାତପ୍ରାପ୍ତି ହେଲେ ମଧ୍ୟ ସହ୍ୟ କରିବା ବ୍ୟତୀତ ତା’ର ଅନ୍ୟଗତି ନଥ‌ିବାରୁ ଦୁର୍ବଳର ଅହିଂସା ଅହିଂସା ପଦବାଚ୍ୟ ନୁହେଁ ।

8. ଭାରତ କ’ଣ ପାଇଁ ଉପହାସର ପାତ୍ର ହୋଇଛି ବୋଲି ଲେଖକ କହିଛନ୍ତି ?
Answer:
ଭାରତବର୍ଷ ଜ୍ଞାନର ଗରିମାରେ ଗରୀୟାନ୍ ହୋଇଥିଲେ ମଧ୍ୟ ଶକ୍ତିର ଅଭାବ ହେତୁ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଅଛି ।

9.ଚାହାଳୀ ପିଲାମାନେ ବେଙ୍ଗ ପାଇଁ କିପରି କାଳ ହୋଇଥା’ନ୍ତି ?
Answer:
ଚାହାଳୀ ପିଲାମାନେ ‘ଦୁଇ’ ଯିବା ବାହାନାରେ ବେଳ ଓ ଅବେଳରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କ ଉପର କୁ ଟେକା ପକାଇ ସେମାନଙ୍କ କାଳ ହୋଇଥା’ନ୍ତି ।

10. ମଣିଷ କେତେବେଳେ ଶକ୍ତିକୁ ଭୟ କରିଛି ?
Answer:
ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ସେତେବେଳେ ଶକ୍ତିକୁ ଭୟ କରିଛି ।
ନିମ୍ନ ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ ବା ବାକ୍ୟରେ ଲେଖ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

11. ମେନକାର ଅର୍ଥ କ’ଣ ?
Answer:
ଅପ୍‌ସରା ବିଶେଷ ।

12. ତ୍ରିଶଙ୍କୁ କହିଲେ କ’ଣ ବୁଝ ?
Answer:
ସୂର୍ଯ୍ୟବଂଶୀୟ ରାଜା ।

13. କାମଧେନୁ କହିଲେ କ’ଣ ବୁଝ ?
Answer:
ସମୁଦ୍ର ମନ୍ଥନରୁ ଜାତ ଗାଈକୁ କାମଧେନୁ କୁହାଯାଏ ?

14. ଲେବୋରେଟରୀର ଅର୍ଥ କ’ଣ ?
Answer:
ପରୀକ୍ଷାଗାର ।

15. ପ୍ରଶ୍ରୟ କହିଲେ କ’ଣ ବୁଝ ?
Answer:
ଅନ୍ୟକୁ ସମର୍ଥନ କରିବାକୁ ପ୍ରଶ୍ରୟ କୁହାଯାଏ ।

16. ହିମାଳୟନନ୍ଦିନୀ କାହାକୁ ବୁଝାଏ ?
Answer:
ହିମାଳୟଙ୍କ ଝିଅକୁ ହିମାଳୟ ନନ୍ଦିନୀ କୁହାଯାଏ ।

17. ଛତ୍ରତଳେର ଅର୍ଥ କ’ଣ ?
Answer:
ଛତାତଳେ ।

18. ହୁଡ଼ା ର ଅର୍ଥ କ’ଣ ?
Answer:
ପୋଖରୀ ବା ବିଲ ଚାରିପାଖରେ ଦିଆଯାଇଥିବା ମାଟିର ବନ୍ଧକୁ ହୁଡ଼ା କୁହାଯାଏ ।

19. ଛତୁରୀ କହିଲେ କ’ଣ ବୁଝ ?
Answer:
ବାଉଁଶ ପାତିଆ ଓ ତାଳପତ୍ରରେ ନିର୍ମିତ ଏକ ପ୍ରକାର ଛତା, ଯାହା ଖରା ଓ ବର୍ଷାରେ ବ୍ୟବହୃତ ହୋଇଥାଏ,ତାହାକୁ ଛତୁରୀ କୁହାଯାଏ ।

20. ଶ୍ରାନ୍ତର ଅର୍ଥ କ’ଣ ?
Answer:
ଶ୍ରମଯୁକ୍ତ/ପରିଶ୍ରମ ଯୋଗୁଁ ହାଲିଆ ହୋଇ ପଡ଼ିବା ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. କ’ଣ ଆମର ଧେୟ ହେବା ଉଚିତ ?
Answer:
ଶକ୍ତିର ଆହରଣ ଓ ସଞ୍ଚୟ

2. ବଶିଷ୍ଠ କେଉଁ ପ୍ରକାର ଋଷି ଥିଲେ ?
Answer:
ଓ ବ୍ରହ୍ମର୍ଷି

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

3. ମଣିଷ ଚିରଦିନ ଦୁର୍ବଳ ଉପରେ କ’ଣ କରି ଆସିଛି ?
Answer:
ଅତ୍ୟାଚାର

4. କିଏ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ଘୋଷାରି ନେଇଛି ?
Answer:
ଦୁଃଶାସନ

5. କେଉଁ ଦେଶର ଲକ୍ଷ ଲକ୍ଷ ନିରୀହା ଅବଳାଙ୍କ କେଶ ଚିର ମୁକୁଳା ରହିଯାଇଛି ?
Answer:
ବାଂଲାଦେଶ

6. ମାନବର ମାମୁର ଆଖ୍ୟା ପାଇଛି ?
Answer:
ବାଘ

7. ଅଗ୍ନିକୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ମଣିଷ କ’ଣ ଭିଆଣ କରିଛି ?
Answer:
ହୋମଯଞ

8. ବଳହୀନଦ୍ଵାରା କ’ଣ ପ୍ରାପ୍ୟ ନୁହେଁ ?
Answer:
ଆତ୍ମା

9. କାହାକୁ ରକ୍ଷା କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି ପୂର୍ବ-ପୁରୁଷମାନେ କହିଯାଇଛନ୍ତି ?
Answer:
ଦୁର୍ବଳକୁ

10. ଶ୍ରାନ୍ତ କ୍ଳାନ୍ତ ସୈନ୍ୟବଳଙ୍କୁ ଧରି କ୍ଷୁଧାଇଁ ରାଜା ବିଶ୍ଵାମିତ୍ର କେଉଁ ଋଷିଙ୍କ ଆଶ୍ରମକୁ ଯାଇଥିଲେ ?
Answer:
ବଶିଷ୍ଠ

11. ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧର ପ୍ରାବନ୍ଧିକ କିଏ ?
Answer:
ଭୁବନେଶ୍ୱର ବେହେରା

12. ଚାହାଳୀ ପିଲାମାନେ କାହା ପାଇଁ କାଳ ହୋଇଥା’ନ୍ତି ?
Answer:
ବେଙ୍ଗ

13. ଭଲକରି ପାଦ ପକାଇ ଜାଣୁନଥୁବା ଛୁଆଟିଏ ବେଙ୍ଗକୁ କିପରି କଷ୍ଟ ଦେଇଥାଏ ?
Answer:
କାଠିରେ କେଞ୍ଚ୍

14. ଭାରତ କେଉଁ ଶକ୍ତିର ଅଧିକାରୀ ହେବା ଫଳରେ ତା’ର ସମ୍ମାନ ବୃଦ୍ଧି ପାଇଛି ?
Answer:
ପରମାଣୁ

15. କାହାଦ୍ଵାରା ଏ ଆତ୍ମା ପ୍ରାପ୍ୟ ନୁହେଁ ?
Answer:
ବଳହୀନ

16. କାହା ପ୍ରତି ବିଶ୍ୱାମିତ୍ରଙ୍କର ଅତ୍ୟାଚାର ବ୍ରହ୍ମର୍ଷି ବଶିଷ୍ଠ ସହ୍ୟ କରିପାରି ନଥିଲେ ?
Answer:
କାମଧେନୁ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

17. ବିଶ୍ଵାମିତ୍ର ତପଃ ଶକ୍ତି ବଳରେ କାହାକୁ ସ୍ବର୍ଗକୁ ପ୍ରେରଣ କରିଥିଲେ ?
Answer:
ଚଣ୍ଡାଳ ତ୍ରିଶଙ୍କୁକୁ

18. ଆବହମାନ କାଳରୁ ମଣିଷ କାହାକୁ ସମ୍ମାନ ଦେଇ ଆସିଛି ?
Answer:
ଶକ୍ତିକୁ

19. ଗାନ୍ଧିଜୀ କାହାର ଅହିଂସାକୁ ଅହିଂସା ବୋଲି କହିଥିଲେ ?
Answer:
ସବଳର

20. ମେଘ ବରଷିଲା ବେଳେ ସମସ୍ତେ କାହାର ଆଶ୍ରୟ ଖୋଜନ୍ତି ?
Answer:
ଛତ୍ର ତଳର

C ଶୂନ୍ୟସ୍ଥାନ ପୂରଣ କର ।
1. ସରସୀ ଜଳରେ ନିରୀହ ବେଙ୍ଗ _______________________ କବଳରେ ପଡ଼ିଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ସାପ

2. ସାପ କବଳରେ ପଡ଼ିଥିବା ବେଙ୍ଗ ପ୍ରତି __________________ ର ଦୟା ବା ସହାନୁଭୂତି ନାହିଁ ।
Answer:
ମଣିଷ

3. ନିର୍ମମ ଯନ୍ତ୍ରଣା ଦେଇ ମଣ୍ଡୁକକୁ ତିଳତିଳ କରି ମାରୁଥୁବା ସାପଟି କେବଳ __________________ ବୋଲି ପଦୁଟିଏ ଗାଳିରେ ଖସିଯାଉଛି ।
Answer:
କ୍ରୂର

4. ସାପ କବଳରେ ଥ‌ିବା ବେଙ୍ଗଟି ଉହୁଙ୍କି _________________ କୁ ଗିଳିଦେଲା ବୋଲି ବର୍ଣ୍ଣନା କରାଯାଇଛି ।
Answer:
ଶିଶୁ କଙ୍କି

5. ଶିଶୁ କଙ୍କିକୁ ଗିଳିଦେଲାବେଳେ ବେଙ୍ଗର ଅଧା ଅଂଶ ___________________ ର ପାଟି ଭିତରେ ଥିଲା ।
Answer:
ସାପ

6. ନୀଳାକାଶର ଛତ୍ର ତଳେ ______________________ ନିଜକୁ ସୃଷ୍ଟିରେ ଶ୍ରେଷ୍ଠ ଜୀବ ବୋଲି ଡିଣ୍ଡିମ ପିଟୁଛି ।
Answer:
ମଣିଷ

7. ମଣିଷ ନିଜର ଆତ୍ମଗରିମା ଓ ଆତ୍ମଣ୍ଟାଘା ନେଇ __________________ କୁ ହେୟଜ୍ଞାନ କରିଛି ।
Answer:
ଦୁର୍ବଳତା

8. ସମାଜର ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ____________________ ବିବସନା କରିବାକୁ ଚେଷ୍ଟା କରିଛନ୍ତି ।
Answer:
ଦ୍ରୌପଦୀ

୨. ଦ୍ରୌପଦୀଙ୍କ ରକ୍ଷାକବଚ ଥିଲେ ______________________ ।
Answer:
ପାଣ୍ଡବ ଶକ୍ତି

10. ପାଣ୍ଡବ ଶକ୍ତି ରକ୍ଷାକବଚ ହୋଇ ମଧ୍ୟ ______________________ ଙ୍କ ପାଖକୁ ଯିବାକୁ ଭରସି ପାରିନଥିଲା ।
Answer:
ଦ୍ରୌପଦୀ

11.____________________ ମାନେ ଦୁଇ ଯିବା ବାହାନାରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କୁ ଟେକା ପକାଇ ମାରନ୍ତି ।
Answer:
ଚାହାଳୀ ଓ ସ୍କୁଲ ପିଲା

12. ବଡ଼ ବଡ଼ ହୋଟେଲରେ ଆଜି _______________ ର ଗୋଡ଼କୁ ରୋଷ୍ଟ କରାଯାଉଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ବେଙ୍ଗ

13. କେତେକ ଦେଶରେ ________________ ବେଙ୍ଗ ଗିଳିବାକୁ ପ୍ରତିଯୋଗିତା ଆରମ୍ଭ ହେଲାଣି ।
Answer:
ଜୀଅନ୍ତା

14. ଘରେ ବେଙ୍ଗଟିଏ ଦେଖିଲେ ଛୋଟ ଛୁଆଟିଏ_______________ ଧରି ତାକୁ କେଞ୍ଚିବାକୁ ଚେଷ୍ଟା କରୁଛି ।
Answer:
କାଠି ଖଣ୍ଡେ

15. ମେଘ ବର୍ଷିଲାବେଳେ ସମସ୍ତେ _______________________ ର ଆଶ୍ରା ଖୋଜନ୍ତି ।
Answer:
ଛତ୍ରତଳ

16. ବର୍ଷାବେଳେ ବାଟୋଇ ___________________ ତଳୁ ତା’ର ଛତା ବାହାର କରି ମୁଣ୍ଡ ଉପରେ ଟେକି ଧରେ ।
Answer:
କାଖ

17. ବର୍ଷା ସମୟରେ ହଳ କରୁଥିବା ଚାଷୀଟି କ୍ଷେତହୁଡ଼ାରୁ _______________ ଟାଣି ଆଣି ମୁଣ୍ଡରେ ଭିଡ଼ିନିଏ ।
Answer:
ଛତୁରୀ

18. ପଡ଼ିଆରେ ଗୋରୁ ଚରାଉଥ‌ିବା ଗାଈଜଗାଳିମାନେ ବର୍ଷା ସମୟରେ ___________________ ତଳେ ଆଶ୍ରା ନିଅନ୍ତି ।
Answer:
ଝଙ୍କାଳିଆ ଗଛ

19. ବର୍ଷାବେଳେ ସହର ଦାଣ୍ଡରେ ଘୂରି ବୁଲୁଥିବା ବୁଲା ଷଣ୍ଢଟି _______________ ଉପରକୁ ଉଠିଯାଏ ।
Answer:
ବାରଣ୍ଡା

20. ବେଙ୍ଗ _____________________ ପାଖରୁ ସାଧାରଣ ନ୍ୟାୟ ବିଚାର ମଧ୍ୟ ପାଇନାହିଁ ।
Answer:
ମଣିଷ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଦୁର୍ଯ୍ୟୋଧନ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ଘୋଷାରି ନେଇଛି ।
Answer:
ଭୁଲ୍

2. ଭୁଟାନ୍ ଦେଶର ଲକ୍ଷ ଲକ୍ଷ ନିରୀହା ଅବଳାଙ୍କ କେଶ ଚିର ମୁକୁଳା ରହିଯାଇଛି ।
Answer:
ଭୁଲ୍

3. ହିମାଳୟର ସନ୍ତାନ ବାଘ ମା’ପାର୍ବତୀଙ୍କ ଭାଇ ହେତୁ ମାନବର ମାମୁର ଆଖ୍ୟା ପାଇଛି ।
Answer:
ଠିକ୍

4. ଶ୍ରାନ୍ତ କ୍ଳାନ୍ତ ସୈନ୍ୟବଳଙ୍କୁ ଧରି କ୍ଷୁଧାର୍ତ୍ତ ରାଜା ବିଶ୍ଵାମିତ୍ର ବାଲ୍ମିକୀ ଋଷିଙ୍କ ଆଶ୍ରମକୁ ଯାଇଥିଲେ ।
Answer:
ଭୁଲ୍

5. ଭାରତ ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ତା’ର ସମ୍ମାନ ବୃଦ୍ଧି ପାଇଛି ।
Answer:
ଠିକ୍

6. ବେଙ୍ଗ ଉପରେ ମଣିଷ ଚିରଦିନ ଅତ୍ୟାଚାର କରିଆସିଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ଠିକ୍

7. ସରସୀ ଜଳରେ ନିରୀହ ବେଙ୍ଗ ମାଛ କବଳରେ ପଡ଼ିଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ଠିକ୍

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

8. ବେଙ୍ଗ ମଣିଷ ପାଖରୁ ସାଧାରଣ ନ୍ୟାୟ ବିଚାର ମଧ୍ୟ ପାଇନାହିଁ ।
Answer:
ଠିକ୍

9. ବିଶ୍ଵାମିତ୍ର ଅତ୍ୟନ୍ତ ଦୁଃଖ୍ତ ହୋଇ ଧେନୁ ଅପହରଣର ପ୍ରତିବାଦ କଲେ ।
Answer:
ଭୁଲ୍

10. ଦେବତାମାନେ ରାବଣର ଆଲଟଚାମର ଢାଳୁଥିଲେ ।
Answer:
ଠିକ୍

11. ହିମାଳୟନନ୍ଦିନୀ ମା ପାର୍ବତୀ ଜଗଜ୍ଜନନୀ ମା’ ରୂପେ ପୂଜା ପାଆନ୍ତି ।
Answer:
ଠିକ୍

12. ମହାବଳବାଘ ହିମାଳୟର ସନ୍ତାନ ।
Answer:
ଠିକ୍

13. ଅଗ୍ନି ଯେତେବେଳେ ଘରଦ୍ଵାର ପୋଡ଼ି ଛାରଖାର କରିଦେଇଛି, ସେତେବେଳେ ମନୁଷ୍ୟ ତାକୁ ମଣିଷର ଆଖ୍ୟା ଦେଇଥାଏ ।
Answer:
ଭୁଲ୍

14. ବେଙ୍ଗଟି ସାରୁ ଗଛମୂଳେ ବସି ଆପଣକୁ ରାଜା ବୋଲାଉଛି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧର ରଚୟିତା କିଏ ?
(A) ଭୁବନେଶ୍ଵର ମିଶ୍ର
(B) ଭୁବନେଶ୍ଵର ବେହେରା
(C) ଗୋପାଳଚନ୍ଦ୍ର ପ୍ରହରାଜ
(D) ସଦାଶିବ ମିଶ୍ର
Answer:
(B) ଭୁବନେଶ୍ଵର ବେହେରା

2. ଆତ୍ମଜୀବନୀର ନାମ କ’ଣ ?
(A) ସହାବସ୍ଥାନ
(B) ଫରଫର ଉଡ଼େ
(C) ଗାଁର ଡାକ
(D) ଶୁଣ ପରୀକ୍ଷ
Answer:
(C) ଗାଁର ଡାକ

3. ବରଷା ହେଲେ ଗାଈ ଜଗାଳିମାନେ କେଉଁଠି ଆଶ୍ରୟ ନିଅନ୍ତି ?
(A) ଛତୁରୀ ତଳେ
(B) ଛତ୍ର ତଳେ
(C) ଝଙ୍କାଳିଆ ଗଛ ତଳେ
(D) ଘରେ
Answer:
(C) ଝଙ୍କାଳିଆ ଗଛ ତଳେ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

4. ସହର ଦାଣ୍ଡରେ ଘୂରି ବୁଲୁଥିବା ବୁଲା ଷଣ୍ଢ କେଉଁଠିକୁ ଉଠିଯାଏ ?
(A) ଘରକୁ
(B) ବାରଣ୍ଡା ଉପରକୁ
(C) ଗଛତଳକୁ
(D) ଛାଇତଳକୁ
Answer:
(B) ବାରଣ୍ଡା ଉପରକୁ

5. ‘କେଶୁର’ କହିଲେ କ’ଣ ବୁଝ ?
(A) ଘାସଗଛ
(B) ମୁଥା
(C) କେଉଟ ମୁଥା
(D) କେଶର ଗଛ
Answer:
(C) କେଉଟ ମୁଥା

6. ମଣିଷ କାହାକୁ ହେୟଜ୍ଞାନ ମନେକରିଛି ?
(A) ସବଳକୁ
(B) ଦୁର୍ବଳକୁ
(C) ନିର୍ବଳକୁ
(D) ଶକ୍ତିଶାଳୀକୁ
Answer:
(B) ଦୁର୍ବଳକୁ

7. ଦେବତାମାନେ କାହାର ଆଲଟ ଚାମର ଢାଳୁଥିଲେ ?
(A) କୁମ୍ଭକର୍ଣ୍ଣର
(B) ରାବଣର
(C) ହରଣ୍ୟକଶିପୁର
(D) ହରଣାକ୍ଷ୍ଯର
Answer:
(B) ରାବଣର

8. ମଣିଷ ଐଶୀଶକ୍ତିକୁ କିପରି ପୂଜା କରିଛି ?
(A) ଆନନ୍ଦରେ
(B) କୃତଜ୍ଞତାରେ
(C) ଭାବରେ
(D) ଭକ୍ତିରେ
Answer:
(B) କୃତଜ୍ଞତାରେ

9. ରାଜା ବିଶ୍ଵାମିତ୍ର କାହାକୁ ନେବାକୁ ଆଦେଶ ଦେଲେ ?
(A) ଧନସମ୍ପତ୍ତି
(B) ବହିପତ୍ର
(C) କାମଧେନୁ
(D) ଋଷିପତ୍ନୀ
Answer:
(C) କାମଧେନୁ

10. କାହା ବଳରେ ବିଶ୍ଵାମିତ୍ରଙ୍କ ସୈନ୍ୟବଳ ସମୂଳ ବିନାଶ ହେଲା ?
(A) ମନ୍ତ୍ର ବଳରେ
(B) ତନ୍ତ୍ର ବଳରେ
(C) ମନ୍ତ୍ରକୁଶ ବଳରେ
(D) ସାଧନା ବଳରେ
Answer:
(C) ମନ୍ତ୍ରକୁଶ ବଳରେ

11. ଗାନ୍ଧିଜୀ ମଧ୍ଯ ଏପରି ______________ ଶିକ୍ଷା ଦେଇ ଯାଇଛନ୍ତି ।
(A) ଆଦର୍ଶ
(B) ଉଚିତ
(C) ମୂଲ୍ୟବାନ୍
(D) ଅମୂଲ୍ୟ
Answer:
(A) ଆଦର୍ଶ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

12. ମେଘ ବରଷିଲା ବେଳେ ଜନପ୍ରାଣୀ କେଉଁଠି ଆଶ୍ରା ଖୋଜି ବସନ୍ତି ?
(A) କ୍ଷେତରେ
(B) ପଡ଼ିଆରେ
(C) ଛତ୍ରତଳେ
(D) ରାସ୍ତା ଉପରେ
Answer:
(C) ଛତ୍ରତଳେ

13. କ’ଣ ଆମର ଧେୟ ହେବା ଉଚିତ ?
(A) ଶକ୍ତିର ଆହରଣ ଓ ସଞ୍ଚୟ
(B) ଜ୍ଞାନର ଆହରଣ
(C) ପାଶବିକ ଶକ୍ତି
(D) ଐଶୀଶକ୍ତିର ପୂଜା ଉପାସନା
Answer:
(A) ଶକ୍ତିର ଆହରଣ ଓ ସଞ୍ଚୟ

14. ବଶିଷ୍ଠ କେଉଁ ପ୍ରକାର ଋଷି ଥିଲେ ?
(A) ଦେବର୍ଷି
(B) ବ୍ରହ୍ମର୍ଷି
(C) ରାଜର୍ଷି
(D) ମହର୍ଷି
Answer:
(B) ବ୍ରହ୍ମର୍ଷି

15. କଲେଜ ଛାତ୍ରମାନେ ଲାବୋରେଟରୀରେ କାହାକୁ ଖଣ୍ଡ ଖଣ୍ଡ କରି କାଟନ୍ତି ?
(A) ସାପକୁ
(B) ବେଙ୍ଗକୁ
(C) ଝିଟିପିଟିକୁ
(D) ମୂଷାକୁ
Answer:
(B) ବେଙ୍ଗକୁ

16. ବଡ଼ ବଡ଼ ହୋଟେଲରେ ବେଙ୍ଗର ଗୋଡ଼କୁ କ’ଣ କରାଯାଉଛି ?
(A) ରୋଷ୍ଟ
(B) ଖେଚେଡ଼ି
(C) ଝୋଳ
(D) ଭଜା
Answer:
(A) ରୋଷ୍ଟ

17. ବର୍ଷା ସମୟରେ ବେଙ୍ଗଟିଏ କେଉଁ ଗଛ ତଳେ ଆଶ୍ରୟ ନିଏ ?
(A) କଦମ୍ବ
(B) ଟଗର
(C) ସାରୁ
(D) ଆଳୁ
Answer:
(C) ସାରୁ

18. ‘ଆ ଜହ୍ନମାମୁ ସରଗ ଶଶୀ, ମୋ _________________ ହୋତରେ ପଡ଼ ତୁ ଖସି’ ।
(A) ପପୁ
(B) କୁନା
(C) କାହ୍ନୁ
(D) ସୁନା
Answer:
(C) କାହ୍ନୁ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

19. ବେଙ୍ଗଟି ସାରୁଗଛମୂଳେ ବସି ଆପଣାକୁ ______________ ବୋଲାଉଛି ।
(A) ମନ୍ତ୍ରୀ
(B) ରାଜା
(C) ସମ୍ରାଟ୍
(D) ରାଜ୍ୟପାଳ
Answer:
(A) ମନ୍ତ୍ରୀ

20. ମଣିଷ ଚିରଦିନ ଦୁର୍ବଳ ଉପରେ _______________ କରି ଆସିଛି ।
(A) ଶାସନ
(B) ଅତ୍ଯାଚାର
(C) ବ୍ୟଭିଚାର
(D) ଅନାଚାର
Answer:
(B) ଅତ୍ଯାଚାର

ପ୍ରାବନ୍ଧିକଙ୍କ ପରିଚୟ :
BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ 3
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଭୁବନେଶ୍ଵର ବେହେରା ଜଣେ ସୁଗାଳ୍ପିକ ତଥା ଲଳିତ ନିବନ୍ଧକାର ଭାବେ ସୁପରିଚିତ । ତୀବ୍ର ସାମାଜିକ ବ୍ୟଙ୍ଗ ବିଦ୍ରୁପ ମାଧ୍ୟମରେ ସେ ସାମ୍ପ୍ରତିକ ମଣିଷର ଚାଲିଚଳଣ, ଆଚାର ବିଚାର ତଥା ଜୀବନ ଦର୍ଶନର ସ୍ୱରୂପକୁ ପ୍ରତ୍ୟେକ ସୃଷ୍ଟି ମଧ୍ୟରେ ପ୍ରକଟିତ କରିଛନ୍ତି । ପୁରାଣ, ଶାସ୍ତ୍ର, ଇତିହାସ ତଥା ଲୋକ ଜୀବନର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଆଧୁନିକ ଜୀବନକୁ ତର୍ଜମା କରିବା ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ ।

କଥା ଭାଷାରେ ଅତି ସାଧାରଣ ଘଟଣାବଳୀକୁ ନେଇ ଅତି ରସସିକ୍ତ ଭାବରେ ପ୍ରକାଶ କରି ପାଠକ ହୃଦୟକୁ ଆଲୋଡ଼ିତ କରିବା ତାଙ୍କ ଲେଖନୀର ବିଶେଷତ୍ଵ । ରାଉରକେଲା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ, ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ତଥା କେନ୍ଦ୍ର ପବ୍ଲିକ୍ ସର୍ଭିସ୍ କମିଶନ୍‌ର ସଦସ୍ୟରୂପେ କାର୍ଯ୍ୟ କରି ଜଣେ ସୁଦକ୍ଷ ପ୍ରଶାସକ, ଚିନ୍ତାଶୀଳ ସଂସ୍କାରବାଦୀ ଶିକ୍ଷାବିତ୍ ଭାବେ ସୁନାମ ଅର୍ଜନ କରିଥିବା ସେହି ସାରସ୍ଵତ ତପସ୍ବୀଙ୍କୁ ପାଇ ଉତ୍କଳ ଜନନୀ ଧନ୍ୟ ହୋଇଛି ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ଶକ୍ତି ଓ ଜ୍ଞାନ ପ୍ରବନ୍ଧରେ ପ୍ରାବନ୍ଧିକ ଶକ୍ତି ଓ ଜ୍ଞାନର ମୌଳିକ ତତ୍ତ୍ବ ସମ୍ପର୍କରେ ଆଲୋଚନା କରିବା ସହିତ ଉଭୟର ସମନ୍ଵୟଦ୍ବାରା ରାଷ୍ଟ୍ରର କିପରି ବିକାଶ ହୋଇପାରିବ, ସେ ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ପ୍ରବନ୍ଧର ସାରମର୍ମ :
ସ୍ରଷ୍ଟାଙ୍କର ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ନିଜକୁ ଶ୍ରେଷ୍ଠଜୀବ ବୋଲି ଡିଣ୍ଡିମ ପିଟୁଛି । ଆକାଶର ନୀଳଛତ୍ର ତଳେ ନିଜକୁ ଜୀବଜଗତର ସମ୍ରାଟ ବୋଲାଉଥ‌ିବା ମନୁଷ୍ୟ ଦୟା, ଅହିଂସା, ପରୋପକାର ପରି ଦିବ୍ୟଗୁଣଗୁଡ଼ିକର ଅଧିକାରୀ ହୋଇଥିଲେ ମଧ୍ୟ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରିଆସିଛି । ସ୍ବୀୟ ଆତ୍ମଗରିମା ଓ ଆତ୍ମଣ୍ଡାଘା ନେଇ ଦୁର୍ବଳତାକୁ ହେୟଜ୍ଞାନ କରିଛି । ଏପରିକି ନିରପରାଧ ବିଚରା ବେଙ୍ଗ ଉପରେ ମଧ୍ଯ ଅତ୍ୟାଚାର କରିବା ସହ କରିଛି ବିଦ୍ରୁପ । ସାଧାରଣ ନ୍ୟାୟ ବିଚାର ମଧ୍ୟ ସେ ମଣିଷଠାରୁ ପାଇପାରିନି ।

ପୋଖରୀରେ ଥ‌ିବା ବେଙ୍ଗ ଉପରକୁ ଟେକା ପକାଇ ଚାହାଳୀ ଓ ସ୍କୁଲ ପିଲାମାନେ ସେମାନଙ୍କ କାଳ ହେଉଛନ୍ତି । ଲେବୋରେଟରୀରେ କଲେଜ ପିଲାମାନେ ସେମାନଙ୍କୁ କାଟି ଖଣ୍ଡ ଖଣ୍ଡ କରୁଛନ୍ତି । ହୋଟେଲରେ ତା’ର ଗୋଡ଼କୁ ରୋଷ୍ଟ କରାଯାଉଛି । କେତେକ ଦେଶରେ ଜୀଅନ୍ତା ବେଙ୍ଗ ଗିଳିବାକୁ ପ୍ରତିଯୋଗିତା ଆରମ୍ଭ ହେଲାଣି । ଚାଲି ଜାଣିନଥ‌ିବା ଛୋଟ ପିଲାଟିଏ ମଧ୍ଯ ତାକୁ ଘରକୋଣରେ ଦେଖ୍ କାଠି ଖଣ୍ଡେ ଧରି କେଞ୍ଚିବାକୁ ଚେଷ୍ଟା କରୁଛି ।

ମେଘ ବର୍ଷିବା ସମୟରେ ସମସ୍ତେ ଛତ୍ର ତଳର ଆଶ୍ରୟ ଖୋଜନ୍ତି । ବାଟୋଇ ଛତା ତଳେ, ହଳ କରୁଥିବା ଛାଷୀ ଛତୁରୀ ତଳେ, ଗାଈ ଜଗୁଥିବା ପିଲାମାନେ ଗଛ ତଳେ, ବୁଲାଷଣ୍ଢମାନେ ମଧ୍ୟ କୌଣସି ବାରଣ୍ଡା ଉପରେ ଆଶ୍ରୟ ନିଅନ୍ତି । କିନ୍ତୁ ବେଙ୍ଗଟିଏ ସାରୁଗଛ ତଳେ ଆଶ୍ରୟ ନେଇ ଯଦି ତା’ ପୁଅଝିଅଙ୍କ ଖବର ନେବା ଉଦ୍ଦେଶ୍ୟରେ କିମ୍ବା ପାଖ ଗାଁ ସମୁଖୀଙ୍କ ଉଦ୍ଦେଶ୍ୟରେ କେତୋଟି କୁହାଟ ଛାଡ଼ିଦେଲା, କିମ୍ବା ବର୍ଷାର ଟପର ଟପର ଶବ୍ଦରେ ଶୋଇପାରୁ ନଥ‌ିବା ତା’ର ଅଝଟ ଛୁଆମାନଙ୍କୁ ଶୁଆଇ ଦେବା ଉଦ୍ଦେଶ୍ୟରେ ବେଙ୍ଗୁଲୀ ତା’ର ରାତିର ଲମ୍ବାଗୀତ ମେଲିଦେଲା, ତେବେ ତାକୁ ‘ସାରୁଗଛ ମୂଳେ ବସି ବେଙ୍ଗ ଆପେ ଆପଣାକୁ ରାଜା ବୋଲାଉଛି’ ବୋଲି କହି ମଣିଷ ବିଦ୍ରୂପ କରୁଛି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ସରସୀ ଜଳରେ ସର୍ପ କବଳରେ ପଡ଼ିଥିବା ବେଙ୍ଗ ପ୍ରତି ମଣିଷର ଦୟା, ସହାନୁଭୂତି କିମ୍ବା ଆହା ପଦୁଟିଏ ମଧ୍ୟ ନାହିଁ । ତାକୁ ନିର୍ମମ ଯନ୍ତ୍ରଣା ଦେଇ ତିଳ ତିଳ କରି ମାରୁଥୁବା ସର୍ପ କେବଳ ‘କୁର ଅହି’ ବୋଲି ପଦୁଟିଏ ଗାଳି ଶୁଣୁଛି । ସେପରି ଅବସ୍ଥାରେ ତା’ ମୁହଁ ପାଖରେ ଖତେଇ ହେବା ପରି ଉଡ଼ିଯାଉଥିବା କଙ୍କିଟିକୁ ‘ଶିଶୁ କଙ୍କି’ ବୋଲି କୁହାଯିବା ସହ ବେଙ୍ଗଟି “‘ଉତ୍ସୁଙ୍କି ଶିଶୁ କଙ୍କି ଦେଲା ଗିଳିଣ’ ବୋଲି ବର୍ଣ୍ଣନା କରାଯାଉଛି । କିନ୍ତୁ ସାପ ପାଟି ଭିତରେ ଅଧାରୁ ବେଶି ଅଂଶ ଥିବାବେଳେ ସେ ଉହୁଙ୍କିବ କିପରି ବୋଲି ଏ ମଣିଷ କେବେ ବିଚାର ମଧ୍ୟ କରିନାହିଁ ।

କାହିଁ କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ସମାଜର ଦୁଃଶାସନ ଓ ଦୁର୍ଯ୍ୟୋଧନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ଚେଷ୍ଟା କରିଆସିଛନ୍ତି । ପାଣ୍ଡବ ଶକ୍ତି ରକ୍ଷାକବଚ ହେବାପାଇଁ ଯେତେବେଳେ ସାହସ କରିପାରିନାହିଁ, ସେତେବେଳେ ଦୁଃଶାସନ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ନେଇ ସଭାସ୍ଥଳରେ ସର୍ବସମ୍ମୁଖରେ ଦେଇଛି ଲାଞ୍ଛନା ଓ ଅପମାନ । କେଉଁଠାରେ
ରହିଛି ଚିର ମୁକୁଳା ।

ଶକ୍ତି ଯେତେବେଳେ ପାଶବିକ ରୂପ ଧାରଣ କରିଛି, ସେତେବେଳେ ମଣିଷ ତାକୁ ପ୍ରାଣଭୟରେ ଜୀବନ ଆକୁଳରେ ଦେଇଛି ସମ୍ମାନ । ହିମାଳୟର ସନ୍ତାନ ତଥା ଜଗଜ୍ଜନନୀ ମା’ ପାର୍ବତୀଙ୍କ ଭାଇ ହେତୁ ମହାବଳ ବାଘ ପାଇଛି ମାମୁର ସମ୍ମାନ । ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଳୀଳା ସୃଷ୍ଟି କରିଛି, ସେତେବେଳେ ମଣିଷ ତାକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଅଗ୍ନି ଯେତେବେଳେ ତା’ର ଘରଦ୍ଵାର ପୋଡ଼ି ଛାରଖାର କରିଛି, ସେତେବେଳେ ତାକୁ ଦେବତାର ଆଖ୍ୟା ଦେଇ ସନ୍ତୁଷ୍ଟ କରିବାପାଇଁ ସୃଷ୍ଟି କରିଛି ହୋମଯଜ୍ଞ ।

ପବନ ଯେତେବେଳେ ଅଣଚାଶ ମୂର୍ତ୍ତି ଧରି ତା’ର କ୍ଷୁଦ୍ରସୃଷ୍ଟିକୁ ଧୂଳିସାତ୍‌ କରିଦେଇଛି, କରାଳ ବନ୍ୟାରେ ଯେତେବେଳେ ଗାଁ ଗଣ୍ଡା ନିଶ୍ଚିହ୍ନ ହୋଇଯାଇଛି, ସେତେବେଳେ ପବନ ଓ ବରୁଣଙ୍କୁ ଦେବତାର ଆସନ ଦେଇ ସ୍ତୋତ୍ର ଗାନ କରିଛି । ଏହି ଶକ୍ତି ଯେତେବେଳେ ମଙ୍ଗଳମୟ ଓ ରକ୍ଷାକାରୀ ଶକ୍ତି ରୂପରେ ଦେଖାଦେଇଛି, ସେତେବେଳେ ମଣିଷ ସେହି ଐଶୀଶକ୍ତିକୁ ପ୍ରାଣର ଆବେଗରେ ପିତା, ମାତା, ଗୁରୁ, ବନ୍ଧୁ ଓ ସଖାର ଆସନ ଦେଇ ଆଦର ପୂର୍ବକ ଭକ୍ତର ବିହ୍ବଳତାରେ ପୂଜା କରିଛି ।

ଦୁର୍ବଳକୁ ସାହାଯ୍ୟ କରିବା ବା ରକ୍ଷା କରିବା ପ୍ରତ୍ୟେକଙ୍କର ପରମ କର୍ତ୍ତବ୍ୟ । କିନ୍ତୁ ଦୁର୍ବଳତାକୁ ପ୍ରଶ୍ରୟ ଦେବା ନିନ୍ଦନୀୟ । କାରଣ ବଳହୀନଦ୍ୱାରା ଆତ୍ମା ପ୍ରାପ୍ୟ ନୁହେଁ । ତେଣୁ ଶକ୍ତିର ଆହରଣ ଓ ସଞ୍ଚୟ ଆମର ଧେୟ ହେବା ଉଚିତ । କିନ୍ତୁ ଶକ୍ତି ପାଶବିକ ଶକ୍ତିର ରୂପ ନ ନେବାପାଇଁ ଜ୍ଞାନର ଆବଶ୍ୟକତାକୁ ସୂଚାଇଦେବା ନିମନ୍ତେ ଆମ ପୂର୍ବପୁରୁଷଗଣ ଯେଉଁ ମହତ୍ ଆଦର୍ଶର ଇଙ୍ଗିତ ଦେଇଛନ୍ତି, ତାହା ପୃଥ‌ିବୀର ଅନ୍ୟତ୍ର ବିରଳ । ସେହି ମହାନ୍ ଆଦର୍ଶର ଜଣେ ସୁନ୍ଦର ପ୍ରତୀକ ଥିଲେ ମହର୍ଷି ବିଶ୍ଵାମିତ୍ର ।

ମହାପ୍ରତାପୀ ରାଜା ବିଶ୍ଵାମିତ୍ର ଥିଲେ ପାଶବିକ ଉପସ୍ଥିତ ହୋଇଥିଲେ ବ୍ରହ୍ମର୍ଷି ବଶିଷ୍ଠଙ୍କ ଆଶ୍ରମରେ । ବ୍ରହ୍ମର୍ଷି ବଶିଷ୍ଠ ସମସ୍ତଙ୍କ ପାଇଁ କରିଥିଲେ ସୁଖାଦ୍ୟର ଆୟୋଜନ । ବିସ୍ମୟାଭିଭୂତ ରାଜା ବିଶ୍ଵାମିତ୍ର ତାହା ତାଙ୍କ ଧେନୁ କାମଧେନୁଦ୍ବାରା ସମ୍ଭବ ହୋଇଛି ବୋଲି ଜାଣିପାରି ହେଲେ ଲୋଭାସକ୍ତ । ବଳପୂର୍ବକ କାମଧେନୁକୁ ନେଇଯିବା ନିମନ୍ତେ ସୈନ୍ୟଙ୍କୁ ଆଦେଶ ଦେଲେ । ଦୁଃଖୁତ ବଶିଷ୍ଠଙ୍କ ପ୍ରତିବାଦ ବୃଥା ହେଲା। କାମଧେନୁକୁ ଚଲାଇ ନେଇ ନ ପାରିବାରୁ ତାକୁ ମାଡ଼ ମାରି ଚାରିଗୋଡ଼ ବାନ୍ଧି ନେବାକୁ ଉଦ୍ୟମ କଲେ । କାମଧେନୁ ପ୍ରତି ଏପରି ଅତ୍ୟାଚାର ସହି ନପାରି ବ୍ରହ୍ମର୍ଷି ବଶିଷ୍ଠ ମନ୍ତ୍ରିତ କୁଶ ଛାଡ଼ିଦେବା ଫଳରେ ସୈନ୍ୟବଳ ବିନାଶ ହେବା ସହ ରାଜା ନିରସ୍ତ ହେଲେ ।

ପରାଜିତ ମହାପ୍ରତାପୀ ରାଜା ବିଶ୍ଵାମିତ୍ର ଲଜ୍ଜା ଓ ଅପମାନରେ ସେଠାକୁ ପଳାୟନ କଲେ । କିନ୍ତୁ ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଆରମ୍ଭ କଲେ ଘୋର ତପସ୍ୟା । ଯଥା ସମୟରେ ବର, ଦେବଶର ତଥା ବ୍ରହ୍ମଶରର ଅଧିକାରୀ ହୋଇ କାମଧେନୁକୁ ଛଡ଼ାଇ ନେବା ନିମନ୍ତେ ପୁନର୍ବାର ବଶିଷ୍ଠଙ୍କ ପାଖକୁ ଆସିଲେ । କିନ୍ତୁ ତାଙ୍କ ବ୍ରହ୍ମଶର ବଶିଷ୍ଠଙ୍କ ବ୍ରହ୍ମଦଣ୍ଡରେ ପଡ଼ି ଲୀନ ହୋଇଗଲା । ତାଙ୍କର ସକଳ ଚେଷ୍ଟା ବୃଥା ହେଲା । ପରିଶେଷରେ ବ୍ରହ୍ମତେଜ ସମ୍ମୁଖରେ ପାଶବିକ ଶକ୍ତି କିଛି ନୁହେଁ ବୋଲି ବିଶ୍ୱାମିତ୍ର ଉପଲବ୍‌ କଲେ ।

ତେଣୁ ରାଜ୍ୟଭାର ଅନ୍ୟ ହାତରେ ସମର୍ପଣ କରି ବ୍ରହ୍ମଜ୍ଞାନ ଲାଭ ନିମନ୍ତେ ଆରମ୍ଭ କଲେ ଅଭୂତପୂର୍ବ ତପସ୍ୟା । ଇନ୍ଦ୍ରପଦ ଚାଲିଯିବା ଭୟରେ ଇନ୍ଦ୍ର ତାଙ୍କ ତପସ୍ୟା ଭଙ୍ଗ ନିମନ୍ତେ ମେନକାଙ୍କୁ ପଠାଇଲେ, ହେଲା ଶକୁନ୍ତଳାଙ୍କ ଜନ୍ମ । ସ୍ବୀୟ ତପଃ ଶକ୍ତି ବଳରେ ବିଶ୍ଵାମିତ୍ର ଚଣ୍ଡାଳ ତ୍ରିଶଙ୍କୁଙ୍କୁ ସ୍ୱର୍ଗକୁ ପ୍ରେରଣ କଲେ । ଦେବରାଜ ଇନ୍ଦ୍ର ନିଷେଧାଦେଶ ଦେବାରୁ ତ୍ରିଶଙ୍କୁ ‘ନ ଯଯୌ ନ ତଭୌ’ ଅବସ୍ଥାରେ ରହିଲେ । ଫଳରେ ବିଶ୍ଵାମିତ୍ର ସୃଷ୍ଟି କଲେ ଦ୍ଵିତୀୟ ସ୍ଵର୍ଗ । ଏତେ ତପସ୍ୟା ପରେ ମଧ୍ଯ କ୍ରୋଧ ଦମନ କରିପାରି ନ ଥ‌ିବାରୁ ପୁନର୍ବାର ବଶିଷ୍ଠଙ୍କ ନିକଟକୁ ଯାଇ ଅପମାନିତ ହୋଇଥିଲେ । ପରିଶେଷରେ ତାଙ୍କଠାରେ ବ୍ରହ୍ମଜ୍ଞାନର ଉଦ୍ରେକ ହେଲା । ସେ ସହାସ୍ୟ ବଦନରେ ବଶିଷ୍ଠଙ୍କୁ ଦେଖା କରିବାରୁ ବ୍ରହ୍ମର୍ଷି ବଶିଷ୍ଠ ତାଙ୍କୁ ସସମ୍ମାନ ନିଜ ଆଶ୍ରମକୁ ପାଛୋଟି ନେଇଥିଲେ ।

ମହାତେଜସ୍ବୀ ବ୍ରହ୍ମର୍ଷି ବିଶ୍ୱାମିତ୍ର ସ୍ଵୟଂ ଅତି ଶକ୍ତିମାନ୍ ହୋଇ ମଧ୍ୟ ପରବର୍ତ୍ତୀ କାଳରେ ଆଉ ଅସ୍ତ୍ର ଧାରଣ କରିନାହାନ୍ତି । ତାଡ଼କା, ମାରିଚ, ସୁବାହୁ ପ୍ରଭୃତି ରାକ୍ଷସଙ୍କ ପ୍ରାଦୁର୍ଭାବରୁ ଆଶ୍ରମକୁ ରକ୍ଷା କରିବା ନିମନ୍ତେ ଦଶରଥ ନନ୍ଦନ ରାମ-ଲକ୍ଷ୍ମଣଙ୍କୁ ସଙ୍ଗରେ ଆଣି ଧନୁର୍ବିଦ୍ୟା ଶିକ୍ଷା ଦେଇଛନ୍ତି । ଗାନ୍ଧିଜୀ ମଧ୍ୟ ଦେଇଯାଇଛନ୍ତି ଏହିପରି ମହାନ୍ ଶିକ୍ଷା । ତାଙ୍କ ଅହିଂସା ଦୁର୍ବଳତାରେ ଅହିଂସା ନଥିଲା, ଥିଲା ସବଳର ଅହିଂସା । ଥରେ ଗୋଟିଏ ସଭାରେ ଛାତ୍ରମାନଙ୍କର ଶୀର୍ଷ ଦୁର୍ବଳ ଶରୀର ଲକ୍ଷ୍ୟକରି ସୁସ୍ଥସବଳ ଶରୀର ଗଠନ କରିବାକୁ ସେ ଉପଦେଶ ଦେଇଥିଲେ ।

ପାଖରେ ବସିଥିବା ବିଶାଳକାୟ ମହମ୍ମଦ ଆଲିଙ୍କୁ ଦେଖାଇ ସେ କହିଥିଲେ ଯେ, ଯଦି କେହି ଆଲିଙ୍କ ଗାଲରେ ଚଟକଣାଟିଏ ମାରନ୍ତି ଏବଂ ସେ ଯଦି ଅନ୍ୟ ଗାଲଟି ଦେଖାଇ ଦିଅନ୍ତି ତା’ହେଲେ ତାକୁ ଅହିଂସା କୁହାଯିବ । କାରଣ ଗୋଟିଏ ଚଟକଣା ସ୍ଥାନରେ ଦୁଇଗୋଟି ଚଟକଣା ଦେବାପାଇଁ ତାଙ୍କର ଶକ୍ତି ଅଛି । କିନ୍ତୁ ତାଙ୍କୁ ଯଦି କେହି ଚଟକଣାଟି ମାରେ ଓ ସେ ଯଦି ଅନ୍ୟ ଗାଲ ଦେଖାଇ ଦିଅନ୍ତି, ତେବେ ତାହା ଅହିଂସା ହେବ ନାହିଁ । କାରଣ ଚଟକଣା ମାରିବା ଶକ୍ତି ତାଙ୍କର ନାହିଁ । ତେଣୁ ଅନ୍ୟ ଗାଲ ଦେଖାଇବା ବ୍ୟତୀତ ତାଙ୍କର ଅନ୍ୟଗତି ନାହିଁ ।

ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ଧାରଣ କରେ , ଶକ୍ତି ବିନା ଜ୍ଞାନ ସେହିପରି ଉପହାସର ସାମଗ୍ରୀ ହୋଇଥାଏ । ସେଥ‌ିପାଇଁ ଜ୍ଞାନର ଗରିମାରେ ଗରୀୟାନ୍ ହେଲେ ମଧ୍ୟ ଦୁର୍ବଳ ଭାରତବର୍ଷ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଛି । ଶକ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ । ତେଣୁ ଜ୍ଞାନର ପୀଠସ୍ଥଳୀ ଭାରତବର୍ଷ ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ଅର୍ଥନୈତିକ କ୍ଷେତ୍ରରେ ତା’ର ପ୍ରଭାବ ଯାହା ହେଉନା କାହିଁକି, ମାନବ ସମାଜର ମଙ୍ଗଳ ସାଧୁ ହୋଇଅଛି, ତାହା ନିଃସନ୍ଦେହ ।

ବିଷୟଗତ ଶବ୍ଦ ଓ ଅର୍ଥ :
ମେନକା – ଅପ୍‌ସରା ବିଶେଷ । ମହର୍ଷି ବିଶ୍ୱାମିତ୍ରଙ୍କ ତପଭଙ୍ଗ ଉଦ୍ଦେଶ୍ୟରେ ଇନ୍ଦ୍ର ତାଙ୍କୁ ପ୍ରେରଣ କରିଥିଲେ । ଏହାଙ୍କ ଗର୍ଭରୁ ବିଶ୍ଵାମିତ୍ରଙ୍କ ଔରସରେ ଶକୁନ୍ତଳା ଜନ୍ମଲାଭ କରିଥିଲେ ।

ତି୍ରଶଙ୍କୁ – ସୂର୍ଯ୍ୟବଂଶୀୟ ରାଜା । ସଶରୀରେ ସ୍ବର୍ଗଲାଭ ନିମିତ୍ତ କୁଳଗୁରୁ ବଶିଷ୍ଠଙ୍କୁ ଉପାୟ ସୃଷ୍ଟି ପାଇଁ ଅନୁରୋଧ କରିଥିଲେ । ବଶିଷ୍ଠ ତାଙ୍କ ପ୍ରସ୍ତାବରେ ରାଜି ନ ହେବାରୁ ତାଙ୍କ ପୁତ୍ରମାନଙ୍କୁ ଏ କ୍ଷେତ୍ରରେ ସାହାଯ୍ୟ ପାଇଁ କହିଥିଲେ । ସେମାନେ ରାଜି ନ ହେବାରୁ କ୍ରୋଧରେ ଗୁରୁକୁଳ ତ୍ୟାଗ କରିଯିବାକୁ ଧମକ ଦେବାରୁ ବଶିଷ୍ଠଙ୍କ ପୁତ୍ରମାନଙ୍କ ଶାର୍ଯ୍ୟରେ ସେ ଚଣ୍ଡାଳରେ ପରିଣତ ହୋଇଥିଲେ । ତାଙ୍କ ଚଣ୍ଡାଳ ରୂପ ଦେଖୁ ପାଇଁ କହିଥିଲେ । ସେମାନେ ରାଜି ନ ହେବାରୁ କ୍ରୋଧରେ ଗୁରୁକୁଳ ତ୍ୟାଗ କରିଯିବାକୁ ଧମକ ଦେବାରୁ ସ୍ବର୍ଗକୁ ପଠାଇବାକୁ ଯଜ୍ଞ ଆରମ୍ଭ କଲେ । କୌଣସି ଦେବତାଙ୍କର ଯଜ୍ଞକୁ ଆଗମନ ନହେବାରୁ ବିଶ୍ୱାମିତ୍ର କ୍ରୁଦ୍ଧ ହୋଇ ନିଜ ତପସ୍ୟା ବଳରେ ତ୍ରିଶଙ୍କୁଙ୍କୁ ସ୍ବର୍ଗକୁ ପ୍ରେରଣ କରିବା ପ୍ରୟାସ କଲେ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ରାଜା ଧୀରେ ଧୀରେ ସ୍ଵର୍ଗ ଦିଗକୁ ଗମନ କରିବାକୁ ଲାଗିଲେ । ଦେବରାଜ ଇନ୍ଦ୍ର ତାଙ୍କୁ ସ୍ବର୍ଗରେ ସ୍ଥାନ ଦେବାକୁ କୁଣ୍ଠିତ ହୋଇ ନିଷେଧାଜ୍ଞା ପ୍ରଚାର କଲେ । ବିଶ୍ଵାମିତ୍ର ଏଥରେ କ୍ରୁଦ୍ଧ ହୋଇ ଦ୍ବିତୀୟ ସ୍ଵର୍ଗ ଓ ମର୍ତ୍ତ୍ୟ ସୃଷ୍ଟିକଲେ । ଦକ୍ଷିଣ ଦିଗରେ ସପ୍ତର୍ଷିମଣ୍ଡଳ ଓ ନକ୍ଷତ୍ରଗଣ ସୃଷ୍ଟି ହେଲେ । ଦେବତାମାନେ ଭୟରେ ବିଶ୍ୱାମିତ୍ରଙ୍କ ଶରଣାପନ୍ନ ହେବାରୁ ସେ କହିଲେ ତ୍ରିଶଙ୍କୁ ଆଉ ଅଧଃପତିତ ହେବ ନାହିଁ । ଦେବତାମାନେ ଏଥିରେ ସ୍ବୀକୃତ ହେଲେ ଓ ସେହିଦିନଠାରୁ ତ୍ରିଶଙ୍କୁ ଅଧୋବଦନ ହୋଇ ବିଶ୍ଵାମିତ୍ର ସୃଷ୍ଟ ଧ୍ରୁବ ଓ ଅମର ନକ୍ଷତ୍ର ପରିବେଷ୍ଟିତ ପୂର୍ବକ ଅନ୍ତରୀକ୍ଷରେ ବିରାଜମାନ ହେଲେ, ସେଥ‌ିପାଇଁ ତ୍ରିଶଙ୍କୁ ଅଧା ସ୍ବର୍ଗରେ ଝୁଲୁଛନ୍ତି ବୋଲି କୁହାଯାଏ ।

କାମଧେନୁ – ସମୁଦ୍ର ମନ୍ଥନରୁ ଜାତ ଗାଈ । ପୌରାଣିକ ବିଶ୍ଵାସ ଅନୁଯାୟୀ ସେ ସମସ୍ତ ପ୍ରକାର ପ୍ରାର୍ଥନା ପୂରଣ କରିପାରନ୍ତି । ଏହି ଗାଈ ବଶିଷ୍ଠଙ୍କ ନିକଟରେ ଥିଲେ । ସେ ନିଜ ଅଦ୍ଭୁତ କ୍ଷମତା ବଳରେ ଅସଂଖ୍ୟ ସୈନ୍ୟ ସୃଷ୍ଟିକରି କାର୍ଲବୀର୍ଯ୍ୟର ଆକ୍ରମଣକୁ ବ୍ୟର୍ଥ କରିଥିଲେ । ପୁନଶ୍ଚ ବିଶ୍ଵାମିତ୍ର ଓ ବଶିଷ୍ଠଙ୍କ ବିବାଦରେ ସେ ବହୁ ଯୋଦ୍ଧା ଜାତ କରିଥିବା ବିଷୟ ପୁରାଣରେ ବର୍ଣ୍ଣିତ ହୋଇଛି ।

  • ଲେବୋରେଟରୀ – ପରୀକ୍ଷ।ଗାର
  • ସରସୀ – ପୁଷ୍କରିଣୀ ।
  • କ୍ରୂର ଅହି – ନିଷ୍ଠୁର ସାପ ।
  • ହେୟଞନ – ବେଖାତିରି ।
  • ବିହୂପ – ଥଟ୍ଟା ।
  • ମଣ୍ଡକ – ବେଙ୍ଗ ।
  • ତାଣ୍ଡବ ଲୀଳା – ଧ୍ବଂସ ଲୀଳା ।
  • ପ୍ରଶ୍ରୟ – ସମର୍ଥନ କରିବା ।
  • ଭିଆଣ – ସର୍ଜନ ।
  • ଦୁର୍ବଳ – ବଳହୀନ
  • ପ୍ରତୀକ – ଚିହ୍ନ, ସଙ୍କେତ ।
  • ଗରିମା – ମହିମା ।
  • ନ୍ୟାୟୋଚିତ – ନ୍ୟାୟଯୋଗ୍ୟ ।
  • ସଦେହ – ଦ୍ବିଧା ।
  • ଉହୁଙ୍କିବା – ଉଙ୍କି ମାରିବା ।
  • ହିମାଳୟନଦିନୀ – ହିମାଳୟ ଝିଅ ।
  • ବରୁଣ – ଜଳର ଦେବତା ।
  • ଛତ୍ରତଳେ – ଛତାତଳେ ।
  • ବିଶ୍ୱ।ମିତ୍ର – ଋଷିବିଶେଷ ।
  • ପୀଠସ୍ଥଳୀ – କେଦ୍ରସ୍ଥଳୀ
  • ପରିହାସ – ଥଟ୍ଟା ।
  • ଛତ୍ର – ଛତା / ଆଚ୍ଛାଦନ ।
  • କେଶୁର – କେଉଟ ମୁଥା ।
  • ହୁଡ଼। – ପୋଖରୀ ବା ବିଲ ଚାରିପାଖରେ
  • ଛତୁରୀ – ବାଉଁଶ ପାତିଆ ଓ ତାଳପତ୍ରରେ ନିର୍ମିତ ଏକ ପ୍ରକାର ଛତା, ଯାହା ଖରା ଓ ବର୍ଷାରେ ବ୍ୟବହୃତ ହୋଇଥାଏ ।
  • ଦଣ୍ଡ – ବାଡ଼ି/ ଯଷ୍ଟି ।
  • ଅହି – ସାପ ।
  • ଦ୍ୱ।ହି – ରାଣ
  • ଆତ୍ମଗରିମା – ଆତ୍ମପ୍ରଶଂସା ।
  • ଭରସି – ସାହସ ।
  • ମୂହ୍ୟମାନ – ମୋହଗ୍ରସ୍ତ|ଅତିଶୟ କାତର ।
  • ପାଶବିକ – ନିଷ୍ଠୁର/ପଶୁତୁଲ୍ୟ ।
  • ଆବହମାନ – ପୂର୍ବରୁ ଗଡ଼ି ଆସୁଥ‌ିବା/ କ୍ରମାଗତ ।
  • ଭିଆଣ – ବିଧାନ/ସର୍ଜନା/ସଂଘଟନ ।
  • ପଟାକ୍ତର – ତୁଳନା/ଉପମା ।
  • େଧ୍ୟୟ – ସ୍ମରଣୀୟ/ଆଲୋଚନୀୟ ।
  • ଅଭୂତପୂର୍ବ – ଯାହା ପୂର୍ବେ ଘଟିନାହିଁ ।
  • ଗରୀୟାନ – ଶ୍ରେଷ୍ଠ/ଗୁରୁତର ।
  • ଶ୍ର।ନ୍ତ – ଶ୍ରମଯୁକ୍ତ/ପରିଶ୍ରମ ଯୋଗୁଁ ହାଲିଆ ହୋଇ ପଡ଼ିବା ।