BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Odisha State Board BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ Textbook Exercise Questions and Answers.

BSE Odisha Class 9 Odia Solutions Chapter 13 ଶକ୍ତି ଓ ଜ୍ଞାନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ଯେପରି ‘ଜ୍ଞାନ’ ଶବ୍ଦରେ ‘ଇନ୍’ ପ୍ରତ୍ୟୟ ଯୋଗ ହୋଇ ‘ଜ୍ଞାନୀ’ ଶବ୍ଦ ଗଠିତ ହୋଇଥାଏ, ସେହିପରି ‘ଇନ୍’ ପ୍ରତ୍ୟୟ ବ୍ୟବହାର କରି ଆଉ ଚାରୋଟି ଶବ୍ଦ ଗଢ଼ ।
Answer:
ଧନ + ଇନ୍ = ଧନୀ
ଗୁଣ + ଇନ୍ = ଗୁଣୀ
ଦୋଷ + ଇନ୍ = ଦୋଷୀ
ରୋଗ + ଇନ୍ = ରୋଗୀ

Question ୨।
ଯେପରି ନ ଉଚିତ = ଅନୁଚିତ
ସେହିପରି ଆଉ ଚାରୋଟିର ଉଦାହରଣ ଦିଅ ।
Answer:
ନ + ଉଚ୍ଚ = ଅନୁଚ୍ଚ
ନ ଉନ୍ନତ = ଅନୁନ୍ନତ
ନ + ଉପସ୍ଥିତ = ଅନୁପସ୍ଥିତ
ନ ଆଗତ = ଅନାଗତ
ନ ଉର୍ବର = ଅନୁର୍ବର

Question ୩ ।
ଦୁଇଟି କରି ପ୍ରତିଶବ୍ଦ ଲେଖ ।
ଆକାଶ, ଶଶୀ, ମଣ୍ଡୁକ, ରାଜା, ଅହି
Answer:
ଆକାଶ – ଗଗନ, ଅମ୍ବର
ଶଶୀ – ଶଶାଙ୍କ, ଇନ୍ଦୁ
ମଣ୍ଡୁକ – ଭେକ, ଦର୍ଦୁର
ରାଜା – ଭୂପତି, ନୃପତି
ଅହି – ଫଣୀ, ବିଷଧର

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୪।
ସନ୍ଧିବିଚ୍ଛେଦ କର ।
ନ୍ୟାୟୋଚିତ, ପ୍ରତ୍ୟେକ, ଧନୁର୍ବିଦ୍ୟା, ବ୍ରହ୍ମର୍ଷି
Answer:
ନ୍ୟାୟୋଚିତ = ନ୍ୟାୟ + ଉଚିତ
ପ୍ରତ୍ୟେକ = ପ୍ରତି + ଏକ
ଧନୁର୍ବିଦ୍ୟା = ଧନୁଃ + ବିଦ୍ୟା
ବ୍ରହ୍ମର୍ଷି = ବ୍ରହ୍ମ + ଋଷି

Question ୫।
ନିମ୍ନଲିଖୂତ ବିଶେଷ୍ୟ ଶବ୍ଦଗୁଡ଼ିକର ବିଶେଷଣ ରୂପ ଲେଖ ।
କାଳ, ଦୁର୍ବଳତା, ଅପମାନ, ଦୁଃଖ, ଶିକ୍ଷା
Answer:

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ 1
BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ 2

Question ୬।
ବନ୍ଧନୀ ମଧ୍ୟରୁ ଠିକ୍ ଶବ୍ଦମାନ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ଗାଈ ପ୍ରତି ଏପରି ଅତ୍ୟାଚାର ଓ ତା’ର _____________________ (ଆକୁଳ, ବିକଳ,କରୁଣ )
(ଖ) ମଣିଷ ପାଖରୁ ବେଙ୍ଗ ସାଧାରଣ ନ୍ୟାୟ ___________________ ମଧ୍ୟ ପାଇନି । (ଆଚାର, ନୀତି, ବିଚାର)
(ଗ) ଆବହମାନ କାଳରୁ ମଣିଷ _____________________ କୁ ସମ୍ମାନ ଦେଇ ଆସିଛି ।(ଶକ୍ତି, ଜ୍ଞାନ, ବୁଦ୍ଧି)
(ଘ) ଗାନ୍ଧିଜୀ ମଧ୍ୟ ଏପରି _________________ ଶିକ୍ଷା ଦେଇ ଯାଇଛନ୍ତି । (ଆଦର୍ଶ, ଉଚିତ, ମୂଲ୍ୟବାନ୍)
Answer:
(କ) ବିକଳ, (ଖ) ବିଚାର, (ଗ) ଶକ୍ତି, (ଘ) ଆଦର୍ଶ ।

୭। ପ୍ରଦତ୍ତ ଉତ୍ତରଗୁଡ଼ିକରୁ ଠିକ୍ ଉତ୍ତରଟି ବାଛି ଲେଖ ।
(କ) ମେଘ ବରଷିଲାବେଳେ ଜନପ୍ରାଣୀ କେଉଁଠି ଆଶ୍ରା ଖୋଜି ବସନ୍ତି ?
(i) କ୍ଷେତରେ
(ii) ପଡ଼ିଆରେ
(iii) ଛତ୍ରତଳେ
(iv) ରାସ୍ତା ଉପରେ
Answer:
(iii) ଛତ୍ରତଳେ

(ଖ) ଆବହମାନ କାଳରୁ ମଣିଷ କାହାକୁ ସମ୍ମାନ ଦେଇ ଆସିଛି ?
(i) ଜ୍ଞାନକୁ
(ii) ଧନକୁ
(iii) ବୁଦ୍ଧିକୁ
(iv) ଶକ୍ତିକୁ
Answer:
(iv) ଶକ୍ତିକୁ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

(ଗ) କ’ଣ ଆମର ଧେୟ ହେବା ଉଚିତ ?
(i) ଶକ୍ତିର ଆହରଣ ଓ ସଞ୍ଚୟ
(ii) ଜ୍ଞାନର ଆହରଣ
(iii) ପାଶବିକ ଶକ୍ତି
(iv) ଐଶୀ ଶକ୍ତିର ପୂଜା ଉପାସନା
Answer:
(i) ଶକ୍ତିର ଆହରଣ ଓ ସଞ୍ଚୟ

(ଘ) ବଶିଷ୍ଠ କେଉଁ ପ୍ରକାର ଋଷି ଥିଲେ ?
(i) ଦେବର୍ଷି
(ii) ବ୍ରହ୍ମର୍ଷି
(iii) ରାଜର୍ଷି
(iv) ମହର୍ଷି
Answer:
(ii) ବ୍ରହ୍ମର୍ଷି

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮।
ଚାହାଳୀ ପିଲାମାନେ ବେଙ୍ଗ ପାଇଁ କିପରି କାଳ ହୋଇଥା’ନ୍ତି ?
Answer:
ଚାହାଳୀ ପିଲାମାନେ ‘ଦୁଇ’ ଯିବା ବାହାନାରେ ବେଳ ଓ ଅବେଳରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କ ଉପରକୁ ଟେକା ପକାଇ ସେମାନଙ୍କ କାଳ ହୋଇଥା’ନ୍ତି ।

Question ୯।
ଭଲକରି ପାଦ ପକାଇ ଜାଣୁନଥୁବା ଛୁଆଟିଏ କିପରି ବେଙ୍ଗକୁ କଷ୍ଟ ଦେଇଥାଏ ?
Answer:
ଭଲକରି ପାଦ ପକାଇ ଜାଣୁନଥୁବା ଛୁଆଟିଏ ମଧ୍ୟ ଘରେ ବେଙ୍ଗଟିଏ ଦେଖ‌ିଲେ କାଠି ଖଣ୍ଡିଏ ଧରି ତାକୁ କେଞ୍ଚିବାକୁ ଚେଷ୍ଟାକରି କଷ୍ଟ ଦେଇଥାଏ ।

Question ୧୦ ।
ବର୍ଷା ସମୟରେ ବେଙ୍ଗଟି କାହିଁକି ବଡ଼ ପାଟି କରିଥାଏ ?
Answer:
ବର୍ଷା ସମୟରେ ବେଙ୍ଗଟି ତା’ପିଲାମାନଙ୍କର ଆଶ୍ରୟ ସମ୍ବନ୍ଧରେ ଜାଣିବାପାଇଁ, କିମ୍ବା ପାଖ ଗ୍ରାମର ବର୍ଷା ସଂପର୍କରେ କିମ୍ବା ଅଝଟ ହୋଇ ଡେଇଁ ବୁଲୁଥିବା ଛୁଆମାନଙ୍କୁ ଝରିପୋକ ଖୁଆଇଦେଇ ଶୁଆଇଦେବା ଉଦ୍ଦେଶ୍ୟରେ ବଡ଼ ପାଟି କରିଥାଏ ।

Question ୧୧।
ସୃଷ୍ଟିର ଶ୍ରେଷ୍ଠଜୀବ ମଣିଷ ଚିରଦିନ କ’ଣ କରିଆସିଛି ?
Answer:
ସୃଷ୍ଟିର ଶ୍ରେଷ୍ଠ ଜୀବ ମନୁଷ୍ୟ । ଦୟା, ଅହିଂସା ଓ ପରୋପକାରର ଦ୍ବାହି ଦେଉଥିଲେ ମଧ୍ୟ ନିଜର ଆତ୍ମଗରିମା ଓ ଆତ୍ମଷ୍କାଘା ନେଇ ଦୁର୍ବଳତାକୁ ହେୟଜ୍ଞାନ କରିଛି ଏବଂ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରିଆସିଛି ।

Question ୧୨ ।
ମଣିଷ କେତେବେଳେ ଶକ୍ତିକୁ ଭୟ କରିଛି ?
Answer:
ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ସେତେବେଳେ ଶକ୍ତିକୁ ଭୟ କରିଛି ।

Question ୧୩।
ମଣିଷ କେତେବେଳେ ଶକ୍ତିକୁ ଦୈବୀ ଶକ୍ତିରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ?
Answer:
ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରିଛି, ମଣିଷ ଶକ୍ତିକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୧୪ ।
ବଶିଷ୍ଠ କାହିଁକି ବିଶ୍ଵାମିତ୍ରଙ୍କ ସୈନ୍ୟବଳକୁ ବିନାଶ କଲେ ?
Answer:
ବିଶ୍ୱାମିତ୍ରଙ୍କ ସୈନ୍ୟବଳ ବଶିଷ୍ଠଙ୍କ ଗାଈ କାମଧେନୁକୁ ବଳପୂର୍ବକ ନେଇଯିବାପାଇଁ ଉଦ୍ୟମ କରିବାରୁ ପ୍ରଥମେ ବଶିଷ୍ଠ ସେମାନଙ୍କ ଅନ୍ୟାୟର ପ୍ରତିବାଦ କଲେ । କିନ୍ତୁ ସୈନ୍ୟମାନଙ୍କ ଗାଈ ଉପରେ ଅତ୍ୟାଚାର ଓ ଗାଈର ଆକୁଳ କ୍ରନ୍ଦନ ସହି ନପାରି ଅଭିମନ୍ତ୍ରିତ କୁଶଖଣ୍ଡ ନିକ୍ଷେପକରି ବିଶ୍ଵାମିତ୍ରଙ୍କ ସୈନ୍ୟବଳର ବିନାଶ କରିଥିଲେ ।

Question ୧୫ ।
କ’ଣ ପାଇଁ ବିଶ୍ଵାମିତ୍ର ଘୋର ତପସ୍ୟା କରିଥିଲେ ?
Answer:
ମହାପ୍ରତାପୀ ରାଜା ବିଶ୍ଵାମିତ୍ର ବଶିଷ୍ଠଙ୍କ ମନ୍ତ୍ରଶକ୍ତି ନିକଟରେ ହାରି ଲଜ୍ଜା ଓ-ଅପମାନରେ ସେଠାରୁ ପଳାୟନ କରି ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଘୋର ତପସ୍ୟା ଆରମ୍ଭ କରିଥିଲେ ।

Question ୧୬ ।
ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ସ୍ଵଭାବ କିପରି ହୋଇଥିଲା ?
Answer:
ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ହୃଦୟରୁ କ୍ରୋଧଭାବ ଦୂରୀଭୂତ ହୋଇଯାଇଥିଲା । ବଶିଷ୍ଠଙ୍କୁ ପରାଜିତ କରିବାର ମନୋଭାବ ଅନ୍ତର୍ହିତ ହୋଇଯାଇଥିଲା । ତେଣୁ ସେ ସହାସ୍ୟ ବଦନରେ ବଶିଷ୍ଠଙ୍କୁ ସାକ୍ଷାତ କରିଥିଲେ ।

Question ୧୭ ।
ଭାରତୀୟ ପରମ୍ପରାର ଆଦର୍ଶ କ’ଣ ?
Answer:
ଶକ୍ତି ଓ ଜ୍ଞାନର ସୁସମନ୍ଵୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ !

Question ୧୮ ।
ବିଶ୍ଵାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କ’ଣ କରିଥିଲେ ?
Answer:
ବିଶ୍ୱାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ରାଜ୍ୟଭାର ଅନ୍ୟ ହାତରେ ସମର୍ପିଦେଇ ବ୍ରହ୍ମଜ୍ଞାନ ଲାଭ ଆଶାରେ ଅଭୂତପୂର୍ବ ତପସ୍ୟା ଆରମ୍ଭ କରିଥିଲେ ।

Question ୧୯ ।
ଗାନ୍ଧିଜୀଙ୍କ ଅହିଂସା ନୀତି କ’ଣ ଥିଲା ?
Answer:
ଗାନ୍ଧିଜୀଙ୍କ ଅହିଂସା ନୀତି ଥିଲା ସବଳର ଅହିଂସା । କାରଣ ଆଘାତ ପ୍ରାପ୍ତିପରେ ଦୁର୍ବଳ ବ୍ୟକ୍ତିର ନୀରବ ରହିବା ବ୍ୟତୀତ ଅନ୍ୟଗତି ନଥାଏ । କିନ୍ତୁ ପ୍ରତି ଆଘାତ ଦେବାର ଶକ୍ତି ଥ‌ିବା ବ୍ୟକ୍ତିର ନୀରବତା ହିଁ ଅହିଂସା ନୀତିକୁ ପ୍ରମାଣିତ କରିଥାଏ ।

Question ୨୦ ।
ଗାନ୍ଧିଜୀ କାହିଁକି ଆଲିଭାଇଙ୍କ ଉଦାହରଣ ଦେଇଥିଲେ ?
Answer:
ଦୁର୍ବଳର ଅହିଂସା, ଅହିଂସା ନୁହେଁ । ସବଳର ଅହିଂସା ହିଁ ପ୍ରକୃତ ଅହିଂସା – ଏହିକଥାକୁ ପ୍ରମାଣିତ କରିବାପାଇଁ ଗାନ୍ଧିଜୀ ଆଲିଭାଇଙ୍କ ଉଦାହରଣ ଦେଇଥିଲେ ।

Question ୨୧ ।
ଭାରତ କ’ଣ ପାଇଁ ଉପହାସର ପାତ୍ର ହୋଇଛି ବୋଲି ଲେଖକ କହିଛନ୍ତି ?
Answer:
ଭାରତବର୍ଷ ଜ୍ଞାନର ଗରିମାରେ ଗରୀୟାନ୍ ହୋଇଥିଲେ ମଧ୍ୟ ଶକ୍ତିର ଅଭାବ ହେତୁ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଅଛି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ସପ୍ରସଙ୍ଗ ସରଳାର୍ଥ ଲେଖ

Question ୨୨ ।
ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନେଇପାରେ, ଶକ୍ତି ବିନା ଜ୍ଞାନ ସେପରି ପରିହାସର ସାମଗ୍ରୀ ହୋଇପାରେ ।
Answer:
ଜ୍ଞାନ ବିନା ……………………………. ସାମଗ୍ରୀ ହୋଇପାରେ
ଉକ୍ତ ଗଦ୍ୟାଶଟି ପଠିତ ‘ଶକ୍ତି ଓ ଜ୍ଞାନ ପ୍ରାବନ୍ଧରୁ ଆସିଅଛି । ଏଠାରେ ପ୍ରବନ୍ଧକ ଭୁବନେଶ୍ବର ବେହେରା ଜ୍ଞାନ ବିନା ଶକ୍ତି କିପରି ପାଶବିକ ରୂପ ଧାରଣ କରେ ଓ ଶକ୍ତି ବିନା ଜ୍ଞାନ କିପରି ଉପହସିତ ହୁଏ, ତାହା ଉପସ୍ଥାପନ କରିଛନ୍ତି ।

ମହର୍ଷି ବିଶ୍ୱାମିତ୍ରଙ୍କ ଚରିତ୍ର ଉପସ୍ଥାପନ କରିଛନ୍ତି । ମହାପ୍ରତାପୀ ରାଜା ବିଶ୍ଵାମିତ୍ର ସୈନ୍ୟବଳ ସହ ବଶିଷ୍ଠଙ୍କ ଆତିଥ୍ୟ ଗ୍ରହଣ କରିବା ଅବସରରେ ସେମାନଙ୍କ ନିମନ୍ତେ ସୁଖାଦ୍ୟର ଆୟୋଜନ ତାଙ୍କ ଗାଈ କାମଧେନୁଦ୍ବାରା ସମ୍ଭବ ବୋଲି ଜାଣି ଗାଈ ପ୍ରତି ଲୋଭାସକ୍ତ ହୋଇଥିଲେ । ବଳପୂର୍ବକ କାମଧେନୁକୁ ନେବାପାଇଁ ଚେଷ୍ଟିତ ହେବାରୁ ବଶିଷ୍ଠଙ୍କଦ୍ବାରା ମନ୍ବିତ କୁଶଦ୍ୱାରା ସେ ନିରସ୍ତ୍ର ହେବା ସହ ସୈନ୍ୟବଳ ବିନାଶ ହେଲେ । ତେଣୁ ଲଜିତ ଓ ଅପମାନିତ ବିଶ୍ଵାମିତ୍ର ଘୋର ତପସ୍ୟା କରି ଦେବଶର ଓ ବ୍ରହ୍ମଶରର ଅଧିକାରୀ ହୋଇ ପୁନର୍ବାର ବଶିଷ୍ଠଙ୍କୁ ଆକ୍ରମଣ କଲେ । କିନ୍ତୁ ସେ ସକଳ ଅସ୍ତ୍ର ବ୍ରହ୍ମର୍ଷି ବଶିଷ୍ଠଙ୍କ ବ୍ରହ୍ମଦଣ୍ଡରେ ଲୀନ ହୋଇଗଲା । ତା’ପରେ ସେ ବୁଝିପାରିଲେ, ବ୍ରହ୍ମଜ୍ଞାନର ତେଜ ସମ୍ମୁଖରେ ପାଶବିକ ଶକ୍ତି କିଛି ନୁହେଁ । ତେଣୁ ଅଭୂତପୂର୍ବ ତପସ୍ୟା କରି ବ୍ରହ୍ମଜ୍ଞାନର ଅଧିକାରୀ ହେଲେ ।

ରାକ୍ଷସମାନଙ୍କ କବଳରୁ ନିଜ ଆଶ୍ରମକୁ ରକ୍ଷା କରିବାକୁ ରାମ-ଲକ୍ଷ୍ମଣଙ୍କୁ ଅରଣ୍ୟକୁ ଆଣିଥିଲେ । ସୁତରାଂ ଜ୍ଞାନ ବିନା ଶକ୍ତି ପାଶବିକ ଶକ୍ତିର ରୂପାନ୍ତର । ସେହିପରି ଶକ୍ତି ବିନା ଜ୍ଞାନ ଉପହାସର ସାମଗ୍ରୀ । କାରଣ ଶକ୍ତିଶାଳୀ ବ୍ୟକ୍ତି ହିଁ ଅହିଂସା ଆଚରଣ କରିପାରିବ । ଚଟକଣା ମାରିଥିବା ବ୍ୟକ୍ତିକୁ ଦୁଇଟି ଚଟକଣା ଦେବାପାଇଁ ସାମର୍ଥ୍ୟ ନଥିବା ବ୍ୟକ୍ତି ଯଦି ଗାଲ ଦେଖାଇଦିଏ, ତେବେ ସେ ନିଶ୍ଚିତ ଉପହସିତ ହେବ । ଭାରତବର୍ଷ ଜ୍ଞାନର ଗରିମାରେ ଗରୀୟାନ୍ ହେଲେ ମଧ୍ୟ ଦୁର୍ବଳ ହେତୁ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଅଛି । ଜ୍ଞାନ ଓ ଶକ୍ତିର ସମନ୍ଵୟରେ ହିଁ ସାଧୁତ ହୁଏ ମାନବ ସମାଜର ମଙ୍ଗଳ, ତାହା ହିଁ ଭାରତୀୟ ପରମ୍ପରାର ଆଦର୍ଶ ।

Question ୨୩ ।
ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ତାକୁ ସମ୍ମାନ ଦେଇଛି ପ୍ରାଣର ଭୟରେ, ଜୀବନର ଆକୁଳତାରେ ।
Answer:
ଶକ୍ତି ଯେତେବେଳେ ………………………… ଆକୁଳତାରେ ।
ଉକ୍ତ ଗଦ୍ୟାଶଟି ପଠିତ ‘ ଶକ୍ତି ଓ ଜ୍ଞାନ ବିଷୟରୁ ସମାନୀତ । ଏଠାରେ ପ୍ରାବନ୍ଧିକ ଭୁବନେଶ୍ୱର ବେହେରା ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କଲାବେଳେ ମଣିଷ କିପରି ତାକୁ ପ୍ରାଣଭୟରେ ସମ୍ମାନ ଦିଏ ସେ ସମ୍ପର୍କରେ ଆଲୋଚନା କରିଛନ୍ତି ।

ଆବହମାନ କାଳରୁ ମଣିଷ ଶକ୍ତିକୁ ସମ୍ମାନ ଦେଇଆସିଛି । ଏହି ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରିଛି, ମଣିଷ ସେତେବେଳେ ଶକ୍ତିକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଅଗ୍ନି ଯେତେବେଳେ ତା’ଘରଦ୍ଵାର ପୋଡ଼ି ଛାରଖାର କରିଛି, ସେତେବେଳେ ସେ ଅଗ୍ନିକୁ ଦେବତା ବୋଲି କହି ତାଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସୃଷ୍ଟି କରିଛି ହୋମଯଜ୍ଞ ।

ପବନ ଯେତେବେଳେ ଅଣଚାଶ ମୂର୍ତ୍ତି ଧରି ମଣିଷର କ୍ଷୁଦ୍ର ସୃଷ୍ଟିକୁ କ୍ଷଣକରେ ଧୂଳିସାତ୍ କରିଛି, କରାଳ ବନ୍ୟାରେ ଯେତେବେଳେ ଗାଁ ଗଣ୍ଡା ନିଶ୍ଚିହ୍ନ ହୋଇଯାଇଛି, ସେତେବେଳେ ସେ ପବନ ଓ ବରୁଣଙ୍କୁ ଦେବତାର ଆସନରେ ବସାଇ ସେମାନଙ୍କର ସ୍ତୋତ୍ରଗାନ କରିଛି । ହିମାଳୟ ସନ୍ତାନ ମହାବଳ ବାଘକୁ ହିମାଳୟ ନନ୍ଦିନୀ ମା’ ପାର୍ବତୀଙ୍କ ଭାଇ ହେତୁ ମାମୁର ଆସନ ଦେଇଛି । କେବଳ ମଣିଷ ନୁହଁନ୍ତି, ଦେବତାମାନେ ମଧ୍ୟ ଲଙ୍କପତି ରାବଣର ପାଶବିକ ଶକ୍ତିରେ ଭୟଭୀତ ହୋଇ ତା’ର ଲୁଗା ପଖାଳିବା ସହ ଆଲଟ ଚାମର ମଧ୍ୟ ଢାଳିଥିଲେ । ତେଣୁ ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ଧାରଣ କରେ ଏ ମଣିଷ ତାକୁ ଜୀବନ ଆକୁଳରେ ପ୍ରାଣଭୟରେ ହିଁ ସମ୍ମାନ ଦେଇଛି ।

Question ୨୪ ।
ବଳହୀନଦ୍ଵାରା ଏ ଆତ୍ମା ପ୍ରାପ୍ୟ ନୁହେଁ ।
Answer:
ବଳହୀନଦ୍ୱାରା ……………………………. ପ୍ରାପ୍ୟ ନୁହେଁ ।
ପ୍ରାବନ୍ଧିକ ବଳହୀନ ବ୍ୟକ୍ତି କିପରି ଆତ୍ମମର୍ଯ୍ୟାଦା ରକ୍ଷା କରିପାରେ ନାହିଁ, ତାହା ଉପସ୍ଥାପନ କରିଛନ୍ତି ।
ଦୁର୍ବଳକୁ ସାହାଯ୍ୟ ବା ରକ୍ଷା କରିବା ଭାରତୀୟ ସଂସ୍କୃତିର ମୂଳମନ୍ତ୍ର । ଦୁର୍ବଳର ରକ୍ଷା ପାଇଁ ପୂର୍ବପୁରୁଷମାନଙ୍କର ଆୟୋତ୍ସର୍ଗର କାହାଣୀ ବର୍ଣ୍ଣନାରେ ପୁରାଣ ଓ ଇତିହାସର ପୃଷ୍ଠା ହୋଇଛି ଶତମୁଖ । ପୂର୍ବପୁରୁଷମାନେ ଦୁର୍ବଳକୁ ସାହାଯ୍ୟ ବା ରକ୍ଷାକରିବା ପାଇଁ ସଦୁପଦେଶ ପ୍ରଦାନ କରିବା ସହିତ ଦୁର୍ବଳତାକୁ ପ୍ରଶ୍ରୟ ଦେବା ନିନ୍ଦନୀୟ ବୋଲି ମଧ୍ୟ ଘୋଷଣା କରିଯାଇଛନ୍ତି । କାରଣ ଦୁର୍ବଳତା ମାନବକୁ ପ୍ରତିଟି କ୍ଷେତ୍ରରେ ଦୁର୍ବଳମନା କରିଦିଏ ।

ଫଳରେ ସେ ଆତ୍ମସଚେତନ ହୋଇପାରେନା କିମ୍ବା ଆତ୍ମପ୍ରେରଣା ଲାଭ କରିପାରେନା । ଆୟୋପଲବ୍‌ କରି ନପାରି ଅନ୍ତର୍ନିହିତ ଆତ୍ମଶକ୍ତିର ପରିଚୟ ମଧ୍ଯ ପାଇପାରେ ନାହିଁ । ଦୁର୍ବଳ ଚିତ୍ତ-ବୃତ୍ତି ନେଇ ପ୍ରତିଟି କ୍ଷେତ୍ରରେ ସେ ଅନ୍ୟର ସାହାଯ୍ୟ ଲୋଡ଼େ । ଆତ୍ମ ଜାଗୃତି ନେଇ ସଂସାର ବକ୍ଷରେ ଛିଡ଼ା ହୋଇ ମାନବବାଦର ପ୍ରତିଷ୍ଠା କରିବାର ସାମର୍ଥ୍ୟ ସେ ହରାଇବସେ । ତା’ ଅମୂଲ୍ୟ ଆତ୍ମାର ଅକଳନ ଶକ୍ତିକୁ ସେ ଲାଭ କରିପାରେନା । ଶକ୍ତି ବିନା ସଂସାରରେ ସେ ହୁଏ ଉପହସିତ, ଲଜ୍ଜିତ ଓ ଅପମାନିତ । କାପୁରୁଷର କଳଙ୍କିତ ଜୀବନ ତା’ପାଇଁ ଦୁଃସହ ହୋଇଉଠେ । ତେଣୁ ଶକ୍ତିର ଆହରଣ ଓ ସଞ୍ଚୟ କରିବା ଆମ୍ଭ ସମସ୍ତଙ୍କର ଧେୟ ହେବା ଉଚିତ । ଶକ୍ତି ସହିତ ଜ୍ଞାନାର୍ଜନ ମଧ୍ୟ କରିବା ଉଚିତ । କାରଣ ଜ୍ଞାନହୀନ ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କରି ସଂସାରରେ ସୃଷ୍ଟି କରେ ଘୋର ଅନର୍ଥ । ସୁତରାଂ ଶକ୍ତି ଓ ଜ୍ଞାନ ମାନବତ୍ବର ବିକାଶ ତଥା ପ୍ରଭାବ ପ୍ରତିଷ୍ଠାର ମୁଖ୍ୟ ଉପାଦାନ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୨୫ ।
କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ସମାଜର ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ସତତ ଚେଷ୍ଟା କରି ଆସିଛନ୍ତି ।
Answer:
କେଉଁ ଅଜଣା …………………………………… ଚେଷ୍ଟା କରି ଆସିଛନ୍ତି ।
ଉକ୍ତି ଗଦ୍ୟାଶଟି ପଠିତ ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରୁ ସଂଗୃହୀତ । ଏଠାରେ ପ୍ରାବନ୍ଧିକ ଭୁବନେଶ୍ବର ବେହେରା ପାଶବିକ ଶକ୍ତିର ଅଧିକାରୀ ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ କିପରି ନାରୀ ନିର୍ଯାତନା କରିଆସିଛନ୍ତି, ତାହା ଉପସ୍ଥାପନ କରିଛନ୍ତି । ମନୁଷ୍ୟ ଏ ସୃଷ୍ଟିର ଶ୍ରେଷ୍ଠଜୀବ ସେ ନିଜକୁ ଜୀବଜଗତର ସମ୍ରାଟ୍ ବୋଲି ଡିଣ୍ଡିମ ପିଟୁଛି । ଦୟା, ଅହିଂସା ଓ ପରୋପକାରର ଦ୍ବାହି ଦେଉଥିଲେ ମଧ୍ୟ ଆତ୍ମଗରିମା ଓ ଆତ୍ମଷ୍କାଘା ନେଇ ସେ ଦୁର୍ବଳ ଉପରେ ଅତ୍ୟଚାର କରିଚାଲିଛି ।

ଶକ୍ତି ଯେତେବେଳେ ରକ୍ଷାକବଚ ହୋଇ ଦ୍ରୌପଦୀଙ୍କ ପାଖକୁ ଯିବାକୁ ସାହସ କରିପାରି ନାହିଁ, ସେତେବେଳେ ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ଚେଷ୍ଟା କରିଆସିଛନ୍ତି । ପାଶବିକ ଶକ୍ତିର ଅଧିକାରୀ ଦୁଃଶାସନ ଅବଳା ଦ୍ରୌପଦୀଙ୍କ କେଶଧରି ଘୋଷାରି ନେଇଛି ସଭାସ୍ଥଳରେ ସମସ୍ତଙ୍କ ସମ୍ମୁଖରେ ଲାଞ୍ଛନା ଓ ଅପମାନ ଦେବା ନିମନ୍ତେ । ପରବର୍ତ୍ତୀ କାଳରେ ପାଣ୍ଡବମାନଙ୍କଦ୍ଵାରା ଦ୍ରୌପଦୀଙ୍କ କେଶ ବନ୍ଧନ ହୋଇଛି ସତ୍ୟ; କିନ୍ତୁ ଏ ସମାଜରେ ଅନେକ ଅବଳାଙ୍କ କେଶ ରହିଛି ଚିରମୁକୁଳା । ଆଜି ମଧ୍ୟ ବାଂଲାଦେଶର ଲକ୍ଷ ଲକ୍ଷ ନିରୀହା ଅବଳା ପାଶବିକ ଶକ୍ତିଦ୍ୱାରା ଲାଞ୍ଛା, ଅପମାନିତା, ନିର୍ଯାତିତା ହୋଇ ଦୁଃଖ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି । ସେମାନଙ୍କ ମୁକୁଳା ବେଣୀକୁ ବନ୍ଧନ କରିବା ନିମନ୍ତେ କେହି ଆଗେଇ ଆସୁନାହାନ୍ତି । ଦୁର୍ବଳା ଅବଳା ଯୁଗଯୁଗ ଧରି ପୁରୁଷର ପାଶବିକ ଶକ୍ତି ନିକଟରେ ଲାଞ୍ଛତା ଓ ଅପମାନିତା ହୋଇଆସିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୬ ।
ଶକ୍ତି ସହିତ ଜ୍ଞାନର ସମନ୍ୱୟ ହେବା ଉଚିତ ବୋଲି କାହିଁକି ପ୍ରାବନ୍ଧିକ କହିଛନ୍ତି ?
କିମ୍ବା, କାର୍ଯ୍ୟ ସାଧନ ପାଇଁ ଶକ୍ତି ଓ ଜ୍ଞାନ ଉଭୟର ପ୍ରୟୋଜନ – ପଠିତ ପ୍ରବନ୍ଧ ଛାୟାରେ ପ୍ରତିପାଦନ କର ।
କିମ୍ବା, ଶକ୍ତି ଓ ଜ୍ଞାନ ଉଭୟର ସଂଜ୍ଞା ନିରୂପଣ ସହ କର୍ମକ୍ଷେତ୍ରରେ ଏହାର ପ୍ରୟୋଜନୀୟତା ଦର୍ଶାଅ ।
Answer:
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଜଗତରେ ଜଣେ ଲବ୍‌ଧପ୍ରତିଷ୍ଠ କଥାଶିଳ୍ପୀ ଭାବେ ସୁପରିଚିତ ଶ୍ରୀଯୁକ୍ତ ଭୁବନେଶ୍ୱର ବେହେରା ଏକାଧାରରେ ଥିଲେ ଜଣେ ସୁଦକ୍ଷ ପ୍ରଶାସକ, ପ୍ରବୀଣ ଶିକ୍ଷାବିତ୍ ତଥା ଲଳିତ ନିବନ୍ଧକାର । ସାଂପ୍ରତିକ ମାନବର ବ୍ୟଥା, ବେଦନା, ଶିକ୍ଷା, ମନସ୍ତତ୍ତ୍ଵକୁ ନେଇ ତାଙ୍କ ସୃଷ୍ଟି ସମ୍ପଦ ଅତ୍ୟନ୍ତ ମଞ୍ଜୁଳ । ସ୍ଵଚ୍ଛ, ସରଳ, ସୁନ୍ଦର ଭାଷା ତଥା ବଳିଷ୍ଠ ବ୍ୟଙ୍ଗ ବିଦ୍ରୁପ ଓ ସାମାଜିକ ଅଙ୍ଗୀକାରବଦ୍ଧତା ତାଙ୍କ ସୃଷ୍ଟିର ବୈଶିଷ୍ଟ୍ୟ । ଜଣେ ଚିନ୍ତାଶୀଳ, ସଂସ୍କାରବାଦୀ ପ୍ରାବନ୍ଧିକ ରୂପେ ଖ୍ୟାତିଲାଭ କରିଥିବା ସେହି ଅମର ସ୍ରଷ୍ଟାଙ୍କ ଲେଖନୀ ନିଃସୃତ ‘ଶୁଣ ପରୀକ୍ଷ’, ‘ଚାଲି ନ ଜାଣି’, ‘ସହାବସ୍ଥାନ’, ‘ଫରଫର ଭଡ଼େ କାନି’, ‘କଥା ଓ ଲଥା’ ପ୍ରଭୃତି ସୃଷ୍ଟିସମ୍ଭାର ସ୍ବୀୟ ମନୋଜ୍ଞ ଦୃଷ୍ଟାନ୍ତର ରସସିକ୍ତ ତାତ୍ତ୍ଵିକ ଉପସ୍ଥାପନା ମାଧ୍ୟମରେ ପ୍ରତିଟି ପାଠକ ହୃଦୟକୁ ଆକର୍ଷଣ କରିବାରେ ସତତ ସମର୍ଥ ।

ଶକ୍ତି ଓ ଜ୍ଞାନ ପରସ୍ପର ପରିପୂରକ । ଉଭୟର ସମନ୍ବୟରେ ମାନବ ସଂସାରରେ ମହାମାନବ ଭାବେ ହୁଏ ପରିପୂଜିତ । କିନ୍ତୁ ଶକ୍ତି ଯଦି ଜ୍ଞାନରହିତ ହୁଏ, ତେବେ ଶକ୍ତି ପାଶବିକ ଶକ୍ତିରେ ରୂପାନ୍ତରିତ ହୋଇ ସମାଜରେ ସୃଷ୍ଟି କରେ ଅନର୍ଥ । ଅପର ପକ୍ଷରେ ଜ୍ଞାନ ଯଦି ଶକ୍ତିରହିତ ହୁଏ, ତେବେ ମାନବ ଜ୍ଞାନର ଗରିମାରେ ଗରୀୟାନ୍ ହେଲେ ମଧ୍ୟ ସମାଜରେ ହୁଏ ଉପହାସର ପାତ୍ର ।
ଦୁର୍ବଳକୁ ରକ୍ଷା କରିବା ତଥା ସାହାଯ୍ୟ କରିବା ପ୍ରତ୍ୟେକ ମାନବର ପରମ କର୍ତ୍ତବ୍ୟ ବୋଲି ପୂର୍ବପୁରୁଷମାନେ ଉପଦେଶ ଦେବା ସହିତ ଦୁର୍ବଳତାକୁ ପ୍ରଶ୍ରୟ ଦେବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସ୍ପଷ୍ଟଭାବେ ଘୋଷଣା କରି କହିଛନ୍ତି, ‘ବଳହୀନଦ୍ୱାରା ଏ ଆତ୍ମା ପ୍ରାପ୍ୟ ନୁହେଁ ।’’

ସୁତରାଂ ଶକ୍ତିର ଆହରଣ ଓ ସଞ୍ଚୟ ସମସ୍ତଙ୍କର ଧେୟ ହେବା ଉଚିତ । ସେହିପରି ଶକ୍ତି ସହିତ ଜ୍ଞାନର ଅଧିକାରୀ ହେବା ମଧ୍ୟ ବାଞ୍ଛନୀୟ । ଅନ୍ୟଥା ଜ୍ଞାନହୀନ ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କରିବ । ଏହି ବାସ୍ତବ ସତ୍ୟକୁ ପ୍ରମାଣିତ କରିବାପାଇଁ ପ୍ରାବନ୍ଧିକ ପୁରାଣ ପୃଷ୍ଠାର ମହାନ୍ ଆଦର୍ଶର ପ୍ରତୀକ ମହର୍ଷି ବିଶ୍ଵାମିତ୍ରଙ୍କ ସାଧନାର କାହାଣୀକୁ ଉପସ୍ଥାପନ କରିଛନ୍ତି ।

ସୈନ୍ୟବଳ ସହ ଦିଗ୍‌ବିଜୟରେ ଯାଇଥିବା ପ୍ରବଳପ୍ରତାପୀ ରାଜା ବିଶ୍ଵାମିତ୍ର କ୍ଳାନ୍ତ ଶ୍ରାନ୍ତ ହୋଇ ଉପସ୍ଥିତ ହୋଇଥିଲେ ବ୍ରହ୍ମର୍ଷି ବଶିଷ୍ଠଙ୍କ ଆଶ୍ରମରେ । ଏତେ ସଂଖ୍ୟକ ସୈନ୍ୟଙ୍କ ନିମନ୍ତେ ସୁଖାଦ୍ୟର ଆୟୋଜନ ଦେଖ୍ ଏବଂ କାମଧେନୁଙ୍କ ଯୋଗୁଁ ତାହା ସମ୍ଭବ ବୋଲି ଜାଣିବା ପରେ ବଳପୂର୍ବକ କାମଧେନୁକୁ ନେଇଯିବାପାଇଁ ସେ ସୈନ୍ୟମାନଙ୍କୁ ଆଦେଶ ଦେଲେ । ଗାଈ ଉପରେ ସୈନ୍ୟମାନଙ୍କର ଅତ୍ୟାଚାର ଥିଲା ସେମାନଙ୍କ ପାଶବିକ ଶକ୍ତିର ପ୍ରତିଫଳନ, ଯାହା ବ୍ରହ୍ମର୍ଷି ବଶିଷ୍ଠଙ୍କ ମନ୍ତ୍ରଶକ୍ତି ନିକଟରେ ଧ୍ୱଂସ ହୋଇଯାଇଥିଲା । ନିରସ୍ତ ରାଜା ବିଶ୍ଵାମିତ୍ର ସୈନ୍ୟଧ୍ବଂସ ଦେଖ୍ ଲଜ୍ଜା ଓ ଅପମାନରେ ସେଠାରୁ ପଳାୟନ କରି ଘୋର ତପସ୍ୟାରେ ନିମଗ୍ନ ହେଲେ । ବରପ୍ରାପ୍ତି ପରେ ସେ ଲାଭ କରିଥିବା ଦେବଶର ଓ ବ୍ରହ୍ମଶର ମଧ୍ୟ ବ୍ରହ୍ମର୍ଷିଙ୍କ ବ୍ରହ୍ମଦଣ୍ଡରେ ଲୀନ ହୋଇଗଲା ।

ସେତେବେଳେ ରାଜା ଉପଲବ୍‌ କଲେ ଯେ ବ୍ରହ୍ମତେଜ ନିକଟରେ ପାଶବିକ ଶକ୍ତି ମୂଲ୍ୟହୀନ । ତେଣୁ ସେ ବ୍ରହ୍ମଜ୍ଞାନ ଲାଭ ଆଶାରେ ଅଭୂତପୂର୍ବ ତପସ୍ୟା ଆରମ୍ଭ କଲେ । ତ୍ରିଶଙ୍କୁଙ୍କ ପାଇଁ ନୂତନ ସ୍ବର୍ଗ ନିର୍ମାଣ କରି ମଧ୍ୟ କ୍ରୋଧ ଓ ଅହଂକାର ଦମନ କରିନପାରି ବ୍ରହ୍ମର୍ଷି ବଶିଷ୍ଠଙ୍କ ନିକଟରେ ପୁନର୍ବାର ଅପମାନିତ ହେଲେ । ପରିଶେଷରେ ତାଙ୍କର ବ୍ରହ୍ମଜ୍ଞାନର ଉଦ୍ରେକ ହେଲା । କ୍ରୋଧ ଅହଂକାର ରହିତ ହୋଇ ସେ ବଶିଷ୍ଠଙ୍କଠାରୁ ସମ୍ମାନ ଲାଭକଲେ । ଅତୀବ ଶକ୍ତିଶାଳୀ ତଥା ମହାତେଜସ୍ୱୀ ହୋଇ ମଧ୍ୟ ସେ ଆଉ ଅସ୍ତ୍ରଧାରଣ କରିନାହାନ୍ତି । ସୁବାହୁ, ମାରିଚ, ତାଡ଼କା ପ୍ରଭୃତି ରାକ୍ଷସମାନଙ୍କ ଦୌରାତ୍ମ୍ୟରୁ ଆଶ୍ରମକୁ ରକ୍ଷା କରିବାପାଇଁ ସେ ଦଶରଥନନ୍ଦନ ରାମ-ଲକ୍ଷ୍ମଣଙ୍କୁ ଆଣି ସେମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଇଥିଲେ । ବ୍ରହ୍ମର୍ଷି ବିଶ୍ୱାମିତ୍ର ଥିଲେ ଶକ୍ତି ଓ ଜ୍ଞାନର ସୁସମନ୍ବୟର ଏକ ଅପୂର୍ବ ପ୍ରତିଫଳନ ।

ଗାନ୍ଧିଜୀଙ୍କ ଅହିଂସା ମଧ୍ୟ ଥିଲା ସବଳର ଅହିଂସା । କାରଣ, ଦୁର୍ବଳ କଦାପି ଅହିଂସା ଆଚରଣ କରିପାରିବ ନାହିଁ । ଗୋଟିଏ ଗାଲରେ ଚଟକଣାଟିଏ ଖାଇଥିବା ବ୍ୟକ୍ତିର ଦୁଇଟି ଚଟକଣା ମାରିବାର ସାମର୍ଥ୍ୟ ଥିଲେ ମଧ୍ୟ ଯଦି ସେ ଅନ୍ୟ ଗାଲଟି ଦେଖାଇଦିଏ, ତେବେ ତାହା ହେବ ଅହିଂସା । କିନ୍ତୁ ଚଟକଣା ମାରିବାର ସାମର୍ଥ୍ୟ ନଥ‌ିବା ଦୁର୍ବଳ ମଣିଷଟି ଯଦି ଗୋଟିଏ ଗାଲରେ ଚଟକଣା ଖାଇବା ପରେ ଅନ୍ୟ ଗାଲଟି ଦେଖାଇଦିଏ, ତେବେ ତାହା ଅହିଂସା ଭାବେ ବିବେଚିତ ହେବ ନାହିଁ; ବରଂ ସେ ଉପହସିତ ହେବ । କାରଣ ଅନ୍ୟ ଗାଲ ଦେଖାଇବା ବ୍ୟତୀତ ତା’ର ଆଉ ଅନ୍ୟ ଗତି ନାହିଁ ।

ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନିଏ, ଶକ୍ତି ବିନା ଜ୍ଞାନ ମଧ୍ୟ ପରିହାସର ସାମଗ୍ରୀରେ ପରିଣତ ହୁଏ । ଜ୍ଞାନର ଗରିମାରେ ଗରୀୟାନ୍ ହୋଇ ମଧ୍ୟ ଭାରତବର୍ଷ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଅନେକ ସମୟରେ ହୋଇଛି ଉପହାସର ପାତ୍ର । ଶକ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ । ଜ୍ଞାନର ପୀଠସ୍ଥଳୀ ଭାରତବର୍ଷ ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ହିଁ ମାନବ ସମାଜର ସମ୍ପଦ ସାଧୂତ ହୋଇଅଛି । ତେଣୁ ଜନତାର କଲ୍ୟାଣ ତଥା ସମାଜର ମଙ୍ଗଳ ନିମନ୍ତେ ଶକ୍ତି ସହିତ ଜ୍ଞାନର ସୁସମନ୍ୱୟ ହେବା ଉଚିତ ବୋଲି ପ୍ରାବନ୍ଧିକ ପରାମର୍ଶ ଦେଇଛନ୍ତି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୨୭ ।
ଶକ୍ତି ସମ୍ପର୍କରେ ଲେଖକ ପ୍ରଦାନ କରିଥିବା ବିଭିନ୍ନ ଉଦାହରଣଗୁଡ଼ିକରୁ ତା’ର ପ୍ରାସଙ୍ଗିକତା ବିଷୟରେ ଆଲୋଚନା କର ।
କିମ୍ବା, ଶକ୍ତିର ସ୍ଵରୂପ ବର୍ଣନା କରି ଏହା ସପକ୍ଷରେ ଲେଖକଙ୍କ ପ୍ରଦତ୍ତ ବିଭିନ୍ନ ଉଦାହରଣର ସମୀକ୍ଷା କର । କିମ୍ବା, ଶକ୍ତି ହିଁ ସୃଷ୍ଟିର ଶ୍ରେଷ୍ଠ ରକ୍ଷାକାରୀ ଶକ୍ତି – ପଠିତ ପ୍ରବନ୍ଧ ଅନୁସରଣରେ ଏ ପ୍ରସଙ୍ଗରେ ଏକ ବିବରଣୀ ପ୍ରଦାନ କର ।
Answer:
ଓଡ଼ିଆ ପ୍ରବନ୍ଧ ସାହିତ୍ୟ ଜଗତରେ ଭୁବନେଶ୍ବର ବେହେରା ଜଣେ ସୁଗାଳ୍ପିକ ତଥା ଲଳିତ ନିବନ୍ଧକାର ଭାବେ ସୁପରିଚିତ । ସେହି ସୁଦକ୍ଷ ପ୍ରଶାସକ ତଥା ପ୍ରବୀଣ ଶିକ୍ଷାବିତ୍‌ଙ୍କ ଲେଖନୀ ନିଃସୃତ ‘କଥା ଓ କଥା’, ‘ଫରଫର ଉଡ଼େ ପଣତ କାନି’, ‘ସହାବସ୍ଥାନ’, ‘ଶୁଣ ପରୀକ୍ଷ’ ପ୍ରଭୃତି ସୃଷ୍ଟିସମ୍ପଦ ସାମ୍ପ୍ରତିକ ମଣିଷ ମନରେ ବ୍ୟଥା ବେଦନା, ଶିକ୍ଷା, ମନସ୍ତତ୍ତ୍ଵକୁ ନେଇ ହୋଇଛି ଅତୀବ ମଞ୍ଜୁଳ । ବଳିଷ୍ଠ ବ୍ୟଙ୍ଗ ବିଦ୍ରୂପ ତଥା ସାମାଜିକ ଅଙ୍ଗୀକାରବଦ୍ଧତା, ସ୍ୱଚ୍ଛ ସରଳ ଭାଷା, ସରସ ଓ ଭାବ ଉଦ୍ରେକକାରୀ ଶୈଳୀ ତାଙ୍କୁ ପ୍ରଦାନ କରିଛି ଜଣେ ଶ୍ରେଷ୍ଠ ପ୍ରାବନ୍ଧିକର ମାନ୍ୟତା ! ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରେ ପ୍ରାବନ୍ଧିକ ବିଭିନ୍ନ ଉଦାହରଣ ମାଧ୍ୟମରେ ଶକ୍ତିର ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଏ ସୃଷ୍ଟିର ଶ୍ରେଷ୍ଠଜୀବ ମାନବ ନିଜକୁ ଜୀବଜଗତର ସମ୍ରାଟ୍ ଭାବେ ଡିଣ୍ଡିମ ପିଟି ଚାଲିଛି । ଦୟା, କ୍ଷମା, ଅହିଂସା ତଥା ପରୋପକାରର ଦ୍ବାହି ଦେଇ ଆତ୍ମଗରିମା ଓ ଆତ୍ମଷ୍କାଘା ନେଇ ଦୁର୍ବଳକୁ ହେୟଜ୍ଞାନ କରିବା ସହ ତା’ଉପରେ ଅତ୍ୟାଚାର କରିଚାଲିଛି । ତା’ଅତ୍ୟାଚାରରୁ ସୃଷ୍ଟିର ନିରୀହ ଜୀବ ବେଙ୍ଗ ମଧ୍ୟ ବାଦ୍ ଯାଇନାହିଁ । ଘରକୋଣରେ ବେଙ୍ଗଟିଏ ଦେଖିବା ମାତ୍ରେ ଚାଲି ଜାଣିନଥ‌ିବା ଛୋଟପିଲାଟି ମଧ୍ଯ ତାକୁ ବାଡ଼ିଧରି କେଞ୍ଚ୍ ଯନ୍ତ୍ରଣା ଦେଉଛି । ଚାହାଳୀ ଓ ସ୍କୁଲପିଲାମାନେ ପୋଖରୀ କୂଳକୁ ଯାଇ ଟେକା ପକାଇ ସେମାନଙ୍କ କାଳ ହେଉଛନ୍ତି । ଲାବୋରେଟରୀରେ କଲେଜ ଛାତ୍ରମାନେ ତାକୁ କାଟିବା ସହିତ ହୋଟେଲରେ ତା’ର ଗୋଡ଼କୁ ରୋଷ୍ଟ କରାଯାଉଛି । ବର୍ଷାକାଳରେ ସାରୁଗଛମୂଳେ ବସିଥିବାବେଳେ ମଣିଷ ତାକୁ ରାଜା ବୋଲି କହି ବିଦ୍ରୁପ କରିବା ସହିତ ଅହି କବଳରେ ଥିବାବେଳେ ତା’ପ୍ରତି ନ୍ୟାୟ ବିଚାର ନକରି ବର୍ଣ୍ଣନା କରିଛି ‘ଉତ୍ସୁଙ୍କି ଶିଶୁକଙ୍କି ଦେଲା ଗିଳିଣ ।’’

କାହିଁ କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ଏ ମାନବ ନାରୀକୁ ନିର୍ଯାତନା ଦେଇ ଆସିଛି । ପାଣ୍ଡବ ଶକ୍ତି ଯେତେବେଳେ ରକ୍ଷାକବଚ ହୋଇ ଦ୍ରୌପଦୀକୁ ରକ୍ଷା କରିବାକୁ ସାହସ କରିପାରି ନାହିଁ, ସେତେବେଳେ ପାଶବିକ ଶକ୍ତିର ଅଧିକାରୀ ସମାଜର ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ଚେଷ୍ଟା କରି ଆସିଛନ୍ତି । ତା’ର କେଶ ଧରି ଘୋଷାରି ନେଇ ସଭାସ୍ଥଳରେ ଦେଇଛନ୍ତି ଲାଞ୍ଛନା ଓ ଅପମାନ । କେଉଁଠି ଦ୍ରୌପଦୀମାନଙ୍କ କେଶ ବନ୍ଧନ ହୋଇଛି; କିନ୍ତୁ ବାଂଲାଦେଶର ଲକ୍ଷ ଲକ୍ଷ ଅବଳାଙ୍କ ପରି ଅନେକଙ୍କ କେଶ ରହିଛି ଚିରମୁକୁଳା ।

ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ସେତେବେଳେ ଦେବତାମାନେ ରାବଣର ଲୁଗା ପଖାଳିବା ତଥା ଆଲଟ ଚାମର ଢାଳିବା ରୀତିରେ ଏ ମଣିଷ ତାକୁ ଜୀବନ ଆକୁଳରେ ପ୍ରାଣଭୟରେ ଦେଇଛି ସମ୍ମାନ । ହିମାଳୟ ନନ୍ଦିନୀ ମା’ ପାର୍ବତୀଙ୍କ ଭାଇ ହେତୁ ହିମାଳୟ ସନ୍ତାନ ମହାବଳ ବାଘ ମାମୁର ଆସନ ଲାଭ କରିଛି । ଏହି ଶକ୍ତି ଯେତେବେଳେ ତା’ର ଉପକାର କରିବା ସହିତ ସୃଷ୍ଟିକରିଛି ଧ୍ୱଂସର ତାଣ୍ଡବଲୀଳା, ସେତେବେଳେ ସେ ତାକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଅଗ୍ନି ଯେତେବେଳେ ତା’ର ଘରଦ୍ଵାର ପୋଡ଼ି ଛାରଖାର କରିଛି, ସେ ଭୟରେ ଅଗ୍ନିକୁ ଦେବତା ବୋଲି କହି ତାକୁ ସନ୍ତୁଷ୍ଟ କରିବାପାଇଁ ସୃଷ୍ଟି କରିଛି ହୋମଯଜ୍ଞ ।

ପବନ ଯେତେବେଳେ ଅଣଚାଶ ମୂର୍ତ୍ତି ଧରି ତା’ସୃଷ୍ଟିକୁ ଧୂଳିସାତ୍ କରିଛି, କରାଳ ବନ୍ୟାରେ ତା’ର ଗାଁଗଣ୍ଡା ଯେତେବେଳେ ନିଶ୍ଚିହ୍ନ ହୋଇଛି, ସେତେବେଳେ ସେ ପବନ ଓ ବରୁଣଙ୍କୁ ଦେବତାର ଆଖ୍ୟା ଦେଇ ସେମାନଙ୍କ ସ୍ତୋତ୍ରଗାନ କରିଛି । ସେହି ଶକ୍ତି ଯେତେବେଳେ ମଙ୍ଗଳମୟ ଓ ରକ୍ଷାକାରୀ ରୂପେ ଆବିର୍ଭୂତ ହୋଇଛି, ସେତେବେଳେ ସେ କୃତଜ୍ଞତାଜନିତ ଭକ୍ତର ବିହ୍ବଳତାରେ ସେହି ଐଶୀଶକ୍ତିକୁ ପୂଜାକରିବା  ସହିତ ପ୍ରାଣର ଆବେଗରେ ମନର ଆନନ୍ଦରେ ସ୍ତୁତି କରି ଗାଇଛି-

‘ତ୍ୱମେବ ମାତା ଚ ପିତା ତ୍ୱମେବ
ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ
ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ୱମେବ
ତ୍ୱମେବ ସର୍ବ ମମ ଦେବଦେବାଃ ।

ଜ୍ଞାନବିହୀନ ଶକ୍ତି ପାଶବିକ ଶକ୍ତିର ରୂପ ନିଏ । ସେହି ପାଶବିକ ଶକ୍ତିର ପ୍ରତୀକ ଥିଲେ ପ୍ରବଳପ୍ରତାପୀ ରାଜା ବିଶ୍ଵାମିତ୍ର । ତାଙ୍କର ସକଳ ସୈନ୍ୟଶକ୍ତି, ତପସ୍ୟାଲବ୍‌ଧ ବରଦାନ, ଦେବଶର ତଥା ବ୍ରହ୍ମଶର ବ୍ରହ୍ମର୍ଷି ବିଶ୍ଵାମିତ୍ରଙ୍କ ବ୍ରହ୍ମଦଣ୍ଡରେ ପଡ଼ି ଲୀନ ହୋଇଯାଇଛି । ସେ ଉପଲବ୍‌ଧ କରିଛନ୍ତି ବ୍ରହ୍ମଶକ୍ତି ନିକଟରେ ପାଶବିକ ଶକ୍ତି ମୂଲ୍ୟହୀନ । କିନ୍ତୁ ଅଭୂତପୂର୍ବ ତପସ୍ୟା ବଳରେ ଯେତେବେଳେ ତାଙ୍କ ହୃଦୟରେ ବ୍ରହ୍ମଜ୍ଞାନର ଉଦୟ ହୋଇଛି ସେତେବେଳେ ସେ କ୍ରୋଧ ଓ ଅହଂକାର ରହିତ ହୋଇ ବ୍ରହ୍ମର୍ଷି ବିଶ୍ୱାମିତ୍ର ଭାବେ ହୋଇଛନ୍ତି ସମ୍ମାନିତ । ଅତି ଶକ୍ତିଶାଳୀ ହୋଇ ମଧ୍ଯ ଅସ୍ତ୍ରଧାରଣ ନକରି ଦାନବୀୟ ଉପଦ୍ରବକୁ ଦମନ କରିବାପାଇଁ ରାମ ଲକ୍ଷ୍ମଣଙ୍କୁ ଆଣି ସେମାନଙ୍କୁ ଦେଇଛନ୍ତି ଧନୁର୍ବିଦ୍ୟା ଶିକ୍ଷା ।

ଅପରପକ୍ଷରେ ଶକ୍ତିଶାଳୀ ହିଁ କ୍ଷମାଦାନ ତଥା ଅହିଂସା ଆଚରଣ ପାଇଁ ସମର୍ଥ । ଅହିଂସା ଆଚରଣରେ ଦୁର୍ବଳ ବ୍ୟକ୍ତି ହୁଏ ଉପହାସର ପାତ୍ର । ଜ୍ଞାନରହିତ ଶକ୍ତି ପାଶବିକ ଶକ୍ତିର ରୂପ ଧାରଣ କରି ସଂସାରରେ ଅନର୍ଥ ସୃଷ୍ଟି କଲାବେଳେ ଶକ୍ତିରହିତ ଜ୍ଞାନ ଅହିଂସାଚରଣ କରିବାକୁ ଯାଇ ହୁଏ ଉପହସିତ । ସୁତରାଂ ଶକ୍ତି ସହିତ ଜ୍ଞାନର ସୁସମନ୍ବୟରେ ହିଁ ମାନବ ସମାଜର ପ୍ରଭୃତ ମଙ୍ଗଳ ସାଧୂ ହେବ, ଏହା ନିଃସନ୍ଦେହ । ଏହା ହିଁ ଭାରତୀୟ ପରମ୍ପରାର ମହାନ୍ ଆଦର୍ଶ । ଏହି ମହତାଦର୍ଶକୁ ଉଜ୍ଜୀବିତ କରିବାପାଇଁ ବିବିଧ ଉଦାହରଣ ମାଧ୍ୟମରେ ପ୍ରାବନ୍ଧିକ ଯେଉଁ ଯୁକ୍ତିନିଷ୍ଠ ସମୟୋପଯୋଗୀ ପ୍ରାସଙ୍ଗିକ ଦିଗ୍‌ଦର୍ଶନ ପ୍ରଦାନ କରିଛନ୍ତି ତାହା ବାସ୍ତବିକ ସର୍ବଜନଗ୍ରାହୀ ତଥା ହୃଦୟସ୍ପର୍ଶୀ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

Question ୨୮ ।
ବିଶ୍ଵାମିତ୍ର ଓ ବଶିଷ୍ଠଙ୍କ ଉପାଖ୍ୟାନରୁ ଆମକୁ କ’ଣ ଶିକ୍ଷା ମିଳିଥାଏ ?
କିମ୍ବା, ବଶିଷ୍ଠ ଓ ବିଶ୍ଵାମିତ୍ର – ହିଂସା ଓ ଅହିଂସାର ଦୁଇଟି ପ୍ରତୀକ ଚରିତ୍ର – ଆଲୋଚନା କର ।
କିମ୍ବା, ଅହିଂସା ସର୍ବଦା ହିଂସା ଉପରେ ରାଜତ୍ଵ କରିଥାଏ– ଏ ଉକ୍ତିର ଯଥାର୍ଥତା ପଠିତ ପ୍ରବନ୍ଧର ପ୍ରତାପୀ ରାଜା ବିଶ୍ଵାମିତ୍ର ଓ ବ୍ରହ୍ମର୍ଷି ବଶିଷ୍ଠଙ୍କ ଚରିତ୍ର ମାଧ୍ୟମରେ ପ୍ରତିପାଦନ କର ।
Answer:
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଶ୍ରୀଯୁକ୍ତ ଭୁବନେଶ୍ବର ବେହେରା ଜଣେ ସୁଗାଳ୍ପିକ ତଥା ଲଳିତ ନିବନ୍ଧକାର ଭାବେ ଏକ ସ୍ଵତନ୍ତ୍ର ଆସନର ଅଧିକାରୀ । ତାଙ୍କ ଲେଖନୀ ନିଃସୃତ ‘କଥା ଓ ଲଥା’, ‘ଶୁଣ ପରୀକ୍ଷ’, ‘ସହାବସ୍ଥାନ’ ପ୍ରଭୃତି ସାରସ୍ବତ ସୃଷ୍ଟିସମ୍ପଦ ଯେତିକି ଯୁକ୍ତିନିଷ୍ଠ ତଥା ତାତ୍ତ୍ଵିକ, ସାମାଜିକ ସମସ୍ୟା ତଥା ଜୀବନଦର୍ଶନ ବିଶ୍ଳେଷଣରେ ମଧ୍ୟ ସେତିକି ସାର୍ବଜନୀନ । ପଠିତ ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରେ ପ୍ରାବନ୍ଧିକ ଜ୍ଞାନବିହୀନ ଶକ୍ତି କିପରି ପାଶବିକ ଶକ୍ତିରେ ରୂପାନ୍ତରିତ ହୁଏ, ତାହା ବିଶ୍ଵାମିତ୍ରଙ୍କ ଚରିତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି ।

ଶକ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ମହାନ୍ ଆଦର୍ଶ । ତେଣୁ ଆମ ପୂର୍ବପୁରୁଷମାନେ ଦୁର୍ବଳତାକୁ ନିନ୍ଦା କରିବା ସହିତ ଦୁର୍ବଳକୁ ରକ୍ଷା କରିବା ତଥା ସାହାଯ୍ୟ କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି ଘୋଷଣା କରିଛନ୍ତି ଏବଂ ଶକ୍ତିର ଆହରଣ ଓ ସଞ୍ଚୟ କରିବାପାଇଁ ଆହ୍ୱାନ ଦେଇଯାଇଛନ୍ତି । କିନ୍ତୁ ଜ୍ଞାନରହିତ ହୋଇ ଶକ୍ତି ଯେପରି ପାଶବିକ ରୂପ ଧାରଣ ନକରେ, ସେଥ୍ପାଇଁ ସଚେତନ କରାଇବା ନିମନ୍ତେ ମହାନ୍ ଆଦର୍ଶରେ ଉଦ୍ଭାସିତ ଅମର ପୁରୁଷମାନଙ୍କ ଅସାଧାରଣ ଜୀବନୀକୁ ଉପସ୍ଥାପନ କରିଛନ୍ତି ।

ପୁରାଣ ପୃଷ୍ଠାର ପ୍ରବଳ ପ୍ରତାପୀ ରାଜା ବିଶ୍ଵାମିତ୍ର ଥଲେ ପାଶବିକ ଶକ୍ତିର ଅଧିକାରୀ । ବ୍ରହ୍ମର୍ଷି ବଶିଷ୍ଠ ଥିଲେ ଜ୍ଞାନ ଓ ଶକ୍ତିର ସୁସମନ୍ଵୟର ମୂର୍ତ୍ତିମନ୍ତ ପ୍ରତୀକ । ଏକଦା ଦିଗ୍‌ବିଜୟରେ ଯାଇଥବା ରାଜା ବିଶ୍ଵାମିତ୍ର କ୍ଳାନ୍ତ, ଶ୍ରାନ୍ତ, କ୍ଷୁଧା ଓ ତୃଷାରେ ଆତୁର ହୋଇ ସୈନ୍ୟବଳ ସହ ବ୍ରହ୍ମର୍ଷି ବଶିଷ୍ଠଙ୍କ ଆଶ୍ରମରେ ଉପସ୍ଥିତ ହେଲେ । ବ୍ରହ୍ମର୍ଷି ରାଜା ତଥା ସୈନ୍ୟବଳଙ୍କ ନିମନ୍ତେ ସୁଖାଦ୍ୟର ଆୟୋଜନ କରିବା ଦେଖ୍ ଚକିତ ବିଶ୍ଵାମିତ୍ର ତାହା କାମଧେନୁ ଯୋଗୁ ସମ୍ଭବ ବୋଲି ଜାଣି ଲୋଭାସକ୍ତ ହେଲେ । ସେପରି ଧେନୁ ରାଜାଙ୍କର ଧନ ହେବା ଉଚିତ ବୋଲି ବିବେଚନା କରି ବଳପୂର୍ବକ କାମଧେନୁକୁ ନେଇଯିବାକୁ ସୈନ୍ୟମାନଙ୍କୁ ଆଦେଶ ଦେଲେ । ଦୁଃଖ ବଶିଷ୍ଠ ଅନ୍ୟାୟର ପ୍ରତିବାଦ କରି ମଧ୍ୟ ନିରାଶ ହେଲେ ।

କାମଧେନୁକୁ ଚଲାଇ ନେବାରେ ବିଫଳ ସୈନ୍ୟଗଣ ତାକୁ ମାଡ଼ ମାରି ତା’ର ଚାରିଗୋଡ଼ ବାନ୍ଧି ରଥରେ ନେବାକୁ ଉଦ୍ୟମ କଲେ । ଗାଈ ପ୍ରତି ଅତ୍ୟାଚାର ତଥା ତା’ର ବିକଳ କ୍ରନ୍ଦନ ସହି ନପାରି ବ୍ରହ୍ମର୍ଷି ପ୍ରେରଣ କଲେ ଏକ ମନ୍ତ୍ରପୂତ କୁଶଖଣ୍ଡ । ତଦ୍ବାରା ସୈନ୍ୟବଳ ବିନାଶ ହେବା ସହ ରାଜା ମଧ୍ୟ ନିରସ୍ତ ହେଲେ । ଲଜ୍ଜା ଓ ଅପମାନରେ ଜର୍ଜରିତ ମହାପ୍ରତାପୀ ରାଜା ବିଶ୍ଵାମିତ୍ର ସେଠାରୁ ଯାଇ ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଆରମ୍ଭ କଲେ ଘୋର ତପସ୍ୟା । ଯଥା ସମୟରେ ବରଲାଭ କରି ଦେବଶର ତଥା ବ୍ରହ୍ମଶରର ଅଧିକାରୀ ହୋଇ ପୁନର୍ବାର ବଶିଷ୍ଠଙ୍କ ନିକଟକୁ ଆସିଲେ । କିନ୍ତୁ ବ୍ରହ୍ମର୍ଷିଙ୍କ ବ୍ରହ୍ମଦଣ୍ଡରେ ପଡ଼ି ବିଶ୍ଵାମିତ୍ରଙ୍କ ସକଳ ଦେବଶର ତଥା ବ୍ରହ୍ମଶର ଲୀନ ହୋଇଗଲା । ସେତେବେଳେ ବିଶ୍ଵାମିତ୍ର ଉପଲବ୍‌ଧ କଲେ ଯେ ବ୍ରହ୍ମତେଜ ନିକଟରେ ପାଶବିକ ଶକ୍ତି ମୂଲ୍ୟହୀନ ।

ତତ୍‌ପରେ ସେ ବ୍ରହ୍ମଜ୍ଞାନ ଲାଭ ଆଶାରେ ଆରମ୍ଭ କଲେ ଅଭୂତପୂର୍ବ ତପସ୍ୟା । ତାଙ୍କ ତପସ୍ୟାରେ ଭୟଭୀତ ହୋଇ ଇନ୍ଦ୍ର ମେନକାଙ୍କୁ ପଠାଇଲେ । ଶକୁନ୍ତଳାଙ୍କର ଜନ୍ମ ହେଲା । ଚଣ୍ଡାଳ ତ୍ରିଶଙ୍କୁଙ୍କ ପାଇଁ ବିଶ୍ଵାମିତ୍ର ଏକ ନୂତନ ସ୍ବର୍ଗ ସୃଷ୍ଟି କଲେ । ଏତେ ତପଃ ଶକ୍ତିର ଅଧିକାରୀ ହୋଇ ମଧ୍ଯ କ୍ରୋଧ ଓ ଅହଂକାର ଯୋଗୁ ପୁନର୍ବାର ବଶିଷ୍ଠଙ୍କ ନିକଟକୁ ଯାଇ ସେ ଅପମାନିତ ହେଲେ । ପରିଶେଷରେ ତାଙ୍କର ବ୍ରହ୍ମଜ୍ଞାନର ଉଦୟ ହେଲା । ସେ ସହାସ୍ୟ ବଦନରେ ବଶିଷ୍ଠଙ୍କୁ ସାକ୍ଷାତ କଲେ । ବଶିଷ୍ଠ ମଧ୍ୟ ସମ୍ମାନର ସହ ବ୍ରହ୍ମର୍ଷି ବିଶ୍ୱାମିତ୍ରଙ୍କୁ ନିଜ ଆଶ୍ରମକୁ ପାଛୋଟି ନେଇଥିଲେ । ଦିବ୍ୟଜ୍ଞାନ ହିଁ ତାଙ୍କ ହୃଦୟରୁ ସକଳ ପାଶବିକ ଚିନ୍ତାଧାରାକୁ ଦୂରୀଭୂତ କରି ତାଙ୍କୁ ମାନବରୁ ଏକ ମହାମାନବରେ ରୂପାନ୍ତରିତ କରିଦେଇଥିଲା ।

ମହାତେଜସ୍ବୀ ବ୍ରହ୍ମର୍ଷି ବିଶ୍ୱାମିତ୍ର ଅତି ଶକ୍ତିମାନ୍ ହୋଇ ମଧ୍ୟ ପରବର୍ତ୍ତୀ କାଳରେ ଆଉ ଅସ୍ତ୍ରଧାରଣ କରିନାହାନ୍ତି । ସୁବାହୁ, ମାରିଚ, ତାଡ଼କା ପ୍ରଭୃତି ଦାନବମାନଙ୍କ ଦୌରାତ୍ମ୍ୟରୁ ଆଶ୍ରମକୁ ରକ୍ଷାକରିବା ନିମନ୍ତେ ଦଶରଥନନ୍ଦନ ରାମ-ଲକ୍ଷ୍ମଣଙ୍କୁ ନିଜ ସଙ୍ଗରେ ଆଶ୍ରମକୁ ଆଣି ସେମାନଙ୍କୁ ଧନୁର୍ବିଦ୍ୟା ଶିକ୍ଷା ଦେଇଛନ୍ତି । ଜ୍ଞାନବିହୀନ ଶକ୍ତି ଯେପରି ପାଶବିକ ରୂପ ଧାରଣ କରି ସଂସାରରେ ଅନର୍ଥ ସୃଷ୍ଟି କରିଥାଏ, ସେହିପରି ଶକ୍ତି ସହିତ ଜ୍ଞାନର ସୁସମନ୍ଵୟରେ ସଂସାରର ପ୍ରଭୂତ ମଙ୍ଗଳ ସାଧୂ ହୋଇଥାଏ । ତେଣୁ ଶକ୍ତି ସହିତ ଜ୍ଞାନାର୍ଜନ ମଧ୍ଯ ଆମ୍ଭମାନଙ୍କର ଧେୟ ହେବା ଉଚିତ ।

Question ୨୯ ।
ଶକ୍ତି ଓ ଜ୍ଞାନ କ୍ଷେତ୍ରରେ ସମ୍ପ୍ରତି ବିଶ୍ଵରେ ଭାରତର ସ୍ଥାନ ନିରୂପଣ କର ।
କିମ୍ବା, ସମ୍ପ୍ରତି ବିଶ୍ଵରେ ଶକ୍ତି ଓ ଜ୍ଞାନ କ୍ଷେତ୍ରରେ ଭାରତ କେଉଁ ସ୍ଥାନ ଅଧିକାର କରିଛି ପଠିତ ପ୍ରବନ୍ଧ ଭିଭିରେ ଆଲୋଚନା କର ।
Answer:
ଓଡ଼ିଆ ସାହିତ୍ୟ ଜଗତର ବିଶିଷ୍ଟ ଗାଳ୍ପିକ, ସାହିତ୍ୟିକ ତଥା ନିବନ୍ଧକାର ଭାବେ ଅଧ୍ୟାପକ ଭୁବନେଶ୍ୱର ବେହେରା ବହୁମୁଖୀ ପ୍ରତିଭାର ଅଧିକାରୀ । ତାଙ୍କ ଲେଖନୀପ୍ରସୂତ ‘ଶୁଣ ପରୀକ୍ଷ’, ‘ଚାଲି ନ ଜାଣି’, ‘ଗାଁର ଡାକ’, ‘ସହାବସ୍ଥାନ’ ଆଦି ପୁସ୍ତକରାଜି ଓଡ଼ିଆ ଜନସମାଜରେ ବିଶେଷ ଆଦୃତ । ତାଙ୍କ ପ୍ରଣୀତ ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧରେ ଲେଖକ ଶକ୍ତି ଓ ଜ୍ଞାନ ସମ୍ପର୍କରେ ଆଲୋକପାତ କରିଛନ୍ତି ।

ଦୁର୍ବଳ ଉପରେ ସବଳର ଅତ୍ୟାଚାର କେବଳ ପଶୁ ଜଗତର ନିୟମ ନୁହେଁ, ମଣିଷ ମଧ୍ୟ ଏହି ନିୟମାନୁବର୍ତୀ । ମାନବିକ ଗୁଣାବଳୀର ଅଧିକାରୀ ହୋଇଥିଲେ ମଧ୍ୟ ମରିଷ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରିଆସିଛି । ପ୍ରାବନ୍ଧିକ ବେଙ୍ଗର ଉଦାହରଣ ଦେଇ କହିଛନ୍ତି ଯେ ବେଙ୍ଗ ଉପରେ ଚାହାଳିରେ ପଢୁଥିବା ପିଲାଙ୍କଠାରୁ ବଡ଼ ମଣିଷଙ୍କ ଯାଏ ସମସ୍ତେ ଅତ୍ୟାଚାର କରନ୍ତି; ଯଦିଓ ବେଙ୍ଗ କାହାର ଅନିଷ୍ଠ ଘଟାଇ ନଥାଏ । ଚାଳି ଶିଖୁଥିବା ଛୋଟ ପିଲା ମଧ୍ଯ କାଠି ଖଣ୍ଡିକରେ ବେଙ୍ଗକୁ କେଞ୍ଚୁଦିଏ ।

ସ୍କୁଲ ପିଲାଏ ପୋଖରୀ କୂଳରେ ଟେକାମାରି ବେଙ୍ଗକୁ ଯମପୁର ପଠାନ୍ତି । କଲେଜରେ ପାଠ ଜାଣିବା ପାଇଁ ବଡ଼ ପିଲା ବେଙ୍ଗ କାଟନ୍ତି । ହୋଟେଲ୍‌ମାନଙ୍କରେ ମଧ୍ୟ ବେଙ୍ଗଗୋଡ଼ରେ ରୋଷ୍ଟ ତିଆରି ହୁଏ । ଏସବୁ କ୍ଷେତ୍ରରେ ବେଙ୍ଗର ଜୀବନ ବିନାଶ କରାଯାଏ । ମାତ୍ର ବୁଦ୍ଧିଆ, ମାନବବାଦୀ, ଉଦାର, ସତ୍ୟ, ଶାନ୍ତି, ଦୟା କ୍ଷମାର ଉପାସକ କବି ବୋଲାଉଥିବା ମଣିଷ ମଧ୍ୟ ବେଙ୍ଗକୁ ଉପହାସ କରି ନିଜର ଶକ୍ତି ପ୍ରଦର୍ଶନ କରିଛି । ଅତ୍ୟାଚାର ଘଟାଇଛି । ସେହିଭଳି ବିଶ୍ୱାମିତ୍ରଙ୍କ ପ୍ରସଙ୍ଗରେ ମଧ୍ୟ ପ୍ରାବନ୍ଧିକ ଶକ୍ତିର ମହତ୍ତ୍ଵ ଦେଖାଇଛନ୍ତି । ତେବେ ଜ୍ଞାନ ବିନା ଶକ୍ତି ମୂଲ୍ୟଶୂନ୍ୟ ହୋଇଥବାର ପ୍ରମାଣିତ ହୋଇଛି । ବିଶ୍ଵାମିତ୍ର ଯେତେ ପାଶବିକ ଶକ୍ତି ଦେଖାଇଥିଲେ ମଧ୍ୟ ଶେଷରେ ଜ୍ଞାନ ଲାଭ ପରେ ସେ ଶକ୍ତିର ମୂଲ୍ୟ ସାବ୍ୟସ୍ତ ହୋଇଛି ।

କେବଳ ଜ୍ଞାନ କିମ୍ବା କେବଳ ଶକ୍ତିଦ୍ଵାରା ମଣିଷ ଜୀବନରେ ସାର୍ଥକତା ଆସେ ନାହିଁ କିମ୍ବା ସମାଜରେ ମଙ୍ଗଳ ଘଟେ ନାହିଁ । ପ୍ରାବନ୍ଧିକ ଗାନ୍ଧିଜୀଙ୍କ ଅହିଂସା ନୀତିର ଆଲୋଚନା କରିଛନ୍ତି । ସେଥ‌ିରେ ସେ ଶକ୍ତି ଓ ଜ୍ଞାନ ରହିଛି । କୌଣସି ଗୋଟିକୁ ନେଇ ପୂର୍ଣତା ଲାଭ କରିହୁଏ ନାହିଁ । ଯାହାର ଶକ୍ତି ଥ‌ିବ ଅଥଚ ଧୈର୍ଯ୍ୟ ଓ ସହିଷ୍ଣୁତାର ପଥରେ ଗତି କରି ଶକ୍ତି ସଂରକ୍ଷଣରେ ଆଦର୍ଶ ସ୍ଥାପନ କରିଥବ, ସେ ହିଁ ଯଥାର୍ଥରେ ମହୀୟାନ୍ । ତେଣୁ ପ୍ରାବନ୍ଧିକ କହିଛନ୍ତି—
‘‘ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ନେଇପାରେ, ଶକ୍ତି ବିନା ଜ୍ଞାନ ସେପରି ପରିହାସର ସାମଗ୍ରୀ ହୋଇପାରେ । ସେଥ‌ିପାଇଁ ଜ୍ଞାନର ଗାରିମାରେ ଗରୀୟାନ ହେଲେ ହେଇଁ ଦୁର୍ବଳ ଭାରତ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ଦୂରର କଥା, ଅନେକ ସମୟରେ ଉପହାସର ପାତ୍ର ହୋଇଛି ।

ଶାନ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ । ତେଣୁ ଜ୍ଞାନର ପୀଠସ୍ଥଳୀ ଭାରତ ଆଜି ପରମାଣୁ ଶକ୍ତିର ଅଧିକାରୀ ହୋବ ଫଳରେ ଭାରତର ଅର୍ଥନୈତିକ କ୍ଷେତ୍ରରେ ତା’ର ପ୍ରଭାବ ଯାହା ହେଉନା କାହିଁକି ମାନବ ସମାଜର ଯେ ମଙ୍ଗଳ ହୋଇଛି, ଏଥ‌ିରେ ସନ୍ଦେହ ନାହିଁ । ବାସ୍ତବରେ ପ୍ରାବନ୍ଧିକଙ୍କର ଏହି ବିଶ୍ଳେଷଣ ସାମ୍ପ୍ରତିକ କାଳରେ ଭାରତ ବର୍ଷକୁ ମାର୍ଗ ପ୍ରଦର୍ଶନରେ ଏକାନ୍ତ ସହାୟକ ହୋଇଛି । ଶକ୍ତି ଓ ଜ୍ଞାନ କ୍ଷେତ୍ରରେ ସମ୍ପ୍ରତି ବିଶ୍ୱରେ ଭାରତର ସ୍ଥାନ ଯେ ମହାନ୍ତି ଏହା ସର୍ବସ୍ୱୀକୃତ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ତୁମପାଇଁ କାମ

୩୦ । ତୁମ ଜୀବନରେ ଶକ୍ତି ଓ ଜ୍ଞାନର ଆବଶ୍ୟକତା ସମ୍ବନ୍ଧରେ ଆଲୋଚନା କର ।
୩୧ । ଲେଖକଙ୍କ ଜୀବନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଲେଖ ଓ ତାଙ୍କର ଅନ୍ୟାନ୍ୟ ପୁସ୍ତକ ସଂଗ୍ରହ କରି ପଢ଼ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ମଣିଷ କେତେବେଳେ ଶକ୍ତିକୁ ଦୈବୀ ଶକ୍ତିରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ?
Answer:
ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଲୀଳା ସୃଷ୍ଟି କରିଛି, ସେତେବେଳେ ମଣିଷ ଶକ୍ତିକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି ।

2. କ’ଣ ପାଇଁ ବିଶ୍ଵାମିତ୍ର ଘୋର ତପସ୍ୟା କରିଥିଲେ ?
Answer:
ମହାପ୍ରତାପୀ ରାଜା ବିଶ୍ଵାମିତ୍ର ବଶିଷ୍ଠଙ୍କ ମନ୍ତ୍ରଶକ୍ତି ନିକଟରେ ହାରି ଲଜ୍ଜା ଓ ଅପମାନରେ ସେଠାରୁ ପଳାୟନ କରି ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଘୋର ତପସ୍ୟା ଆରମ୍ଭ କରିଥିଲେ ।

3. ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ସ୍ଵଭାବ କିପରି ହୋଇଥୁଲା ?
Answer:
ବ୍ରହ୍ମଜ୍ଞାନର ଉଦ୍ରେକ ପରେ ବିଶ୍ଵାମିତ୍ରଙ୍କ ହୃଦୟରୁ କ୍ରୋଧଭାବ ଦୂରୀଭୂତ ହୋଇଯାଇଥିଲା ଓ ବଶିଷ୍ଠଙ୍କୁ ପରାଜିତ କରିବାର ମନୋଭାବ ଅନ୍ତର୍ହିତ ହୋଇଯାଇଥିଲା ।

4. ଭାରତୀୟ ପରମ୍ପରାର ଆଦର୍ଶ କ’ଣ ?
Answer:
ଶକ୍ତି ଓ ଜ୍ଞାନର ସୁସମନ୍ୱୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ ।

5. ବିଶ୍ଵାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ କ’ଣ କରିଥିଲେ ?
Answer:
ବିଶ୍ଵାମିତ୍ର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ରାଜ୍ୟଭାର ଅନ୍ୟ ହାତରେ ସମର୍ପିଦେଇ ବ୍ରହ୍ମଜ୍ଞାନ ଲାଭ ଆଶାରେ ଅଭୂତପୂର୍ବ ତପସ୍ୟା ଆରମ୍ଭ କରିଥିଲେ ।

6. ଗାନ୍ଧିଜୀଙ୍କ ଅହିଂସା ନୀତି କ’ଣ ଥିଲା ?
Answer:
ଗାନ୍ଧିଜୀଙ୍କ ଅହିଂସା ନୀତି ଥିଲା ସବଳର ଅହିଂସା ।

7. ଦୁର୍ବଳର ଅହିଂସା କାହିଁକି ଅହିଂସା ପଦବାଚ୍ୟ ନୁହେଁ ?
Answer:
ଦୁର୍ବଳ ବ୍ୟକ୍ତି ଆଘାତପ୍ରାପ୍ତି ହେଲେ ମଧ୍ୟ ସହ୍ୟ କରିବା ବ୍ୟତୀତ ତା’ର ଅନ୍ୟଗତି ନଥ‌ିବାରୁ ଦୁର୍ବଳର ଅହିଂସା ଅହିଂସା ପଦବାଚ୍ୟ ନୁହେଁ ।

8. ଭାରତ କ’ଣ ପାଇଁ ଉପହାସର ପାତ୍ର ହୋଇଛି ବୋଲି ଲେଖକ କହିଛନ୍ତି ?
Answer:
ଭାରତବର୍ଷ ଜ୍ଞାନର ଗରିମାରେ ଗରୀୟାନ୍ ହୋଇଥିଲେ ମଧ୍ୟ ଶକ୍ତିର ଅଭାବ ହେତୁ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଅଛି ।

9.ଚାହାଳୀ ପିଲାମାନେ ବେଙ୍ଗ ପାଇଁ କିପରି କାଳ ହୋଇଥା’ନ୍ତି ?
Answer:
ଚାହାଳୀ ପିଲାମାନେ ‘ଦୁଇ’ ଯିବା ବାହାନାରେ ବେଳ ଓ ଅବେଳରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କ ଉପର କୁ ଟେକା ପକାଇ ସେମାନଙ୍କ କାଳ ହୋଇଥା’ନ୍ତି ।

10. ମଣିଷ କେତେବେଳେ ଶକ୍ତିକୁ ଭୟ କରିଛି ?
Answer:
ଶକ୍ତି ଯେତେବେଳେ ପାଶବିକ ଶକ୍ତିର ରୂପ ନେଇଛି, ମଣିଷ ସେତେବେଳେ ଶକ୍ତିକୁ ଭୟ କରିଛି ।
ନିମ୍ନ ଶବ୍ଦଗୁଡ଼ିକର ଅର୍ଥ ଗୋଟିଏ ଶବ୍ଦରେ ବା ବାକ୍ୟରେ ଲେଖ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

11. ମେନକାର ଅର୍ଥ କ’ଣ ?
Answer:
ଅପ୍‌ସରା ବିଶେଷ ।

12. ତ୍ରିଶଙ୍କୁ କହିଲେ କ’ଣ ବୁଝ ?
Answer:
ସୂର୍ଯ୍ୟବଂଶୀୟ ରାଜା ।

13. କାମଧେନୁ କହିଲେ କ’ଣ ବୁଝ ?
Answer:
ସମୁଦ୍ର ମନ୍ଥନରୁ ଜାତ ଗାଈକୁ କାମଧେନୁ କୁହାଯାଏ ?

14. ଲେବୋରେଟରୀର ଅର୍ଥ କ’ଣ ?
Answer:
ପରୀକ୍ଷାଗାର ।

15. ପ୍ରଶ୍ରୟ କହିଲେ କ’ଣ ବୁଝ ?
Answer:
ଅନ୍ୟକୁ ସମର୍ଥନ କରିବାକୁ ପ୍ରଶ୍ରୟ କୁହାଯାଏ ।

16. ହିମାଳୟନନ୍ଦିନୀ କାହାକୁ ବୁଝାଏ ?
Answer:
ହିମାଳୟଙ୍କ ଝିଅକୁ ହିମାଳୟ ନନ୍ଦିନୀ କୁହାଯାଏ ।

17. ଛତ୍ରତଳେର ଅର୍ଥ କ’ଣ ?
Answer:
ଛତାତଳେ ।

18. ହୁଡ଼ା ର ଅର୍ଥ କ’ଣ ?
Answer:
ପୋଖରୀ ବା ବିଲ ଚାରିପାଖରେ ଦିଆଯାଇଥିବା ମାଟିର ବନ୍ଧକୁ ହୁଡ଼ା କୁହାଯାଏ ।

19. ଛତୁରୀ କହିଲେ କ’ଣ ବୁଝ ?
Answer:
ବାଉଁଶ ପାତିଆ ଓ ତାଳପତ୍ରରେ ନିର୍ମିତ ଏକ ପ୍ରକାର ଛତା, ଯାହା ଖରା ଓ ବର୍ଷାରେ ବ୍ୟବହୃତ ହୋଇଥାଏ,ତାହାକୁ ଛତୁରୀ କୁହାଯାଏ ।

20. ଶ୍ରାନ୍ତର ଅର୍ଥ କ’ଣ ?
Answer:
ଶ୍ରମଯୁକ୍ତ/ପରିଶ୍ରମ ଯୋଗୁଁ ହାଲିଆ ହୋଇ ପଡ଼ିବା ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. କ’ଣ ଆମର ଧେୟ ହେବା ଉଚିତ ?
Answer:
ଶକ୍ତିର ଆହରଣ ଓ ସଞ୍ଚୟ

2. ବଶିଷ୍ଠ କେଉଁ ପ୍ରକାର ଋଷି ଥିଲେ ?
Answer:
ଓ ବ୍ରହ୍ମର୍ଷି

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

3. ମଣିଷ ଚିରଦିନ ଦୁର୍ବଳ ଉପରେ କ’ଣ କରି ଆସିଛି ?
Answer:
ଅତ୍ୟାଚାର

4. କିଏ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ଘୋଷାରି ନେଇଛି ?
Answer:
ଦୁଃଶାସନ

5. କେଉଁ ଦେଶର ଲକ୍ଷ ଲକ୍ଷ ନିରୀହା ଅବଳାଙ୍କ କେଶ ଚିର ମୁକୁଳା ରହିଯାଇଛି ?
Answer:
ବାଂଲାଦେଶ

6. ମାନବର ମାମୁର ଆଖ୍ୟା ପାଇଛି ?
Answer:
ବାଘ

7. ଅଗ୍ନିକୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ମଣିଷ କ’ଣ ଭିଆଣ କରିଛି ?
Answer:
ହୋମଯଞ

8. ବଳହୀନଦ୍ଵାରା କ’ଣ ପ୍ରାପ୍ୟ ନୁହେଁ ?
Answer:
ଆତ୍ମା

9. କାହାକୁ ରକ୍ଷା କରିବା ପ୍ରତ୍ୟେକଙ୍କର କର୍ତ୍ତବ୍ୟ ବୋଲି ପୂର୍ବ-ପୁରୁଷମାନେ କହିଯାଇଛନ୍ତି ?
Answer:
ଦୁର୍ବଳକୁ

10. ଶ୍ରାନ୍ତ କ୍ଳାନ୍ତ ସୈନ୍ୟବଳଙ୍କୁ ଧରି କ୍ଷୁଧାଇଁ ରାଜା ବିଶ୍ଵାମିତ୍ର କେଉଁ ଋଷିଙ୍କ ଆଶ୍ରମକୁ ଯାଇଥିଲେ ?
Answer:
ବଶିଷ୍ଠ

11. ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧର ପ୍ରାବନ୍ଧିକ କିଏ ?
Answer:
ଭୁବନେଶ୍ୱର ବେହେରା

12. ଚାହାଳୀ ପିଲାମାନେ କାହା ପାଇଁ କାଳ ହୋଇଥା’ନ୍ତି ?
Answer:
ବେଙ୍ଗ

13. ଭଲକରି ପାଦ ପକାଇ ଜାଣୁନଥୁବା ଛୁଆଟିଏ ବେଙ୍ଗକୁ କିପରି କଷ୍ଟ ଦେଇଥାଏ ?
Answer:
କାଠିରେ କେଞ୍ଚ୍

14. ଭାରତ କେଉଁ ଶକ୍ତିର ଅଧିକାରୀ ହେବା ଫଳରେ ତା’ର ସମ୍ମାନ ବୃଦ୍ଧି ପାଇଛି ?
Answer:
ପରମାଣୁ

15. କାହାଦ୍ଵାରା ଏ ଆତ୍ମା ପ୍ରାପ୍ୟ ନୁହେଁ ?
Answer:
ବଳହୀନ

16. କାହା ପ୍ରତି ବିଶ୍ୱାମିତ୍ରଙ୍କର ଅତ୍ୟାଚାର ବ୍ରହ୍ମର୍ଷି ବଶିଷ୍ଠ ସହ୍ୟ କରିପାରି ନଥିଲେ ?
Answer:
କାମଧେନୁ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

17. ବିଶ୍ଵାମିତ୍ର ତପଃ ଶକ୍ତି ବଳରେ କାହାକୁ ସ୍ବର୍ଗକୁ ପ୍ରେରଣ କରିଥିଲେ ?
Answer:
ଚଣ୍ଡାଳ ତ୍ରିଶଙ୍କୁକୁ

18. ଆବହମାନ କାଳରୁ ମଣିଷ କାହାକୁ ସମ୍ମାନ ଦେଇ ଆସିଛି ?
Answer:
ଶକ୍ତିକୁ

19. ଗାନ୍ଧିଜୀ କାହାର ଅହିଂସାକୁ ଅହିଂସା ବୋଲି କହିଥିଲେ ?
Answer:
ସବଳର

20. ମେଘ ବରଷିଲା ବେଳେ ସମସ୍ତେ କାହାର ଆଶ୍ରୟ ଖୋଜନ୍ତି ?
Answer:
ଛତ୍ର ତଳର

C ଶୂନ୍ୟସ୍ଥାନ ପୂରଣ କର ।
1. ସରସୀ ଜଳରେ ନିରୀହ ବେଙ୍ଗ _______________________ କବଳରେ ପଡ଼ିଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ସାପ

2. ସାପ କବଳରେ ପଡ଼ିଥିବା ବେଙ୍ଗ ପ୍ରତି __________________ ର ଦୟା ବା ସହାନୁଭୂତି ନାହିଁ ।
Answer:
ମଣିଷ

3. ନିର୍ମମ ଯନ୍ତ୍ରଣା ଦେଇ ମଣ୍ଡୁକକୁ ତିଳତିଳ କରି ମାରୁଥୁବା ସାପଟି କେବଳ __________________ ବୋଲି ପଦୁଟିଏ ଗାଳିରେ ଖସିଯାଉଛି ।
Answer:
କ୍ରୂର

4. ସାପ କବଳରେ ଥ‌ିବା ବେଙ୍ଗଟି ଉହୁଙ୍କି _________________ କୁ ଗିଳିଦେଲା ବୋଲି ବର୍ଣ୍ଣନା କରାଯାଇଛି ।
Answer:
ଶିଶୁ କଙ୍କି

5. ଶିଶୁ କଙ୍କିକୁ ଗିଳିଦେଲାବେଳେ ବେଙ୍ଗର ଅଧା ଅଂଶ ___________________ ର ପାଟି ଭିତରେ ଥିଲା ।
Answer:
ସାପ

6. ନୀଳାକାଶର ଛତ୍ର ତଳେ ______________________ ନିଜକୁ ସୃଷ୍ଟିରେ ଶ୍ରେଷ୍ଠ ଜୀବ ବୋଲି ଡିଣ୍ଡିମ ପିଟୁଛି ।
Answer:
ମଣିଷ

7. ମଣିଷ ନିଜର ଆତ୍ମଗରିମା ଓ ଆତ୍ମଣ୍ଟାଘା ନେଇ __________________ କୁ ହେୟଜ୍ଞାନ କରିଛି ।
Answer:
ଦୁର୍ବଳତା

8. ସମାଜର ଦୁର୍ଯ୍ୟୋଧନ ଓ ଦୁଃଶାସନମାନେ ____________________ ବିବସନା କରିବାକୁ ଚେଷ୍ଟା କରିଛନ୍ତି ।
Answer:
ଦ୍ରୌପଦୀ

୨. ଦ୍ରୌପଦୀଙ୍କ ରକ୍ଷାକବଚ ଥିଲେ ______________________ ।
Answer:
ପାଣ୍ଡବ ଶକ୍ତି

10. ପାଣ୍ଡବ ଶକ୍ତି ରକ୍ଷାକବଚ ହୋଇ ମଧ୍ୟ ______________________ ଙ୍କ ପାଖକୁ ଯିବାକୁ ଭରସି ପାରିନଥିଲା ।
Answer:
ଦ୍ରୌପଦୀ

11.____________________ ମାନେ ଦୁଇ ଯିବା ବାହାନାରେ ପୋଖରୀ କୂଳକୁ ଯାଇ ବେଙ୍ଗମାନଙ୍କୁ ଟେକା ପକାଇ ମାରନ୍ତି ।
Answer:
ଚାହାଳୀ ଓ ସ୍କୁଲ ପିଲା

12. ବଡ଼ ବଡ଼ ହୋଟେଲରେ ଆଜି _______________ ର ଗୋଡ଼କୁ ରୋଷ୍ଟ କରାଯାଉଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ବେଙ୍ଗ

13. କେତେକ ଦେଶରେ ________________ ବେଙ୍ଗ ଗିଳିବାକୁ ପ୍ରତିଯୋଗିତା ଆରମ୍ଭ ହେଲାଣି ।
Answer:
ଜୀଅନ୍ତା

14. ଘରେ ବେଙ୍ଗଟିଏ ଦେଖିଲେ ଛୋଟ ଛୁଆଟିଏ_______________ ଧରି ତାକୁ କେଞ୍ଚିବାକୁ ଚେଷ୍ଟା କରୁଛି ।
Answer:
କାଠି ଖଣ୍ଡେ

15. ମେଘ ବର୍ଷିଲାବେଳେ ସମସ୍ତେ _______________________ ର ଆଶ୍ରା ଖୋଜନ୍ତି ।
Answer:
ଛତ୍ରତଳ

16. ବର୍ଷାବେଳେ ବାଟୋଇ ___________________ ତଳୁ ତା’ର ଛତା ବାହାର କରି ମୁଣ୍ଡ ଉପରେ ଟେକି ଧରେ ।
Answer:
କାଖ

17. ବର୍ଷା ସମୟରେ ହଳ କରୁଥିବା ଚାଷୀଟି କ୍ଷେତହୁଡ଼ାରୁ _______________ ଟାଣି ଆଣି ମୁଣ୍ଡରେ ଭିଡ଼ିନିଏ ।
Answer:
ଛତୁରୀ

18. ପଡ଼ିଆରେ ଗୋରୁ ଚରାଉଥ‌ିବା ଗାଈଜଗାଳିମାନେ ବର୍ଷା ସମୟରେ ___________________ ତଳେ ଆଶ୍ରା ନିଅନ୍ତି ।
Answer:
ଝଙ୍କାଳିଆ ଗଛ

19. ବର୍ଷାବେଳେ ସହର ଦାଣ୍ଡରେ ଘୂରି ବୁଲୁଥିବା ବୁଲା ଷଣ୍ଢଟି _______________ ଉପରକୁ ଉଠିଯାଏ ।
Answer:
ବାରଣ୍ଡା

20. ବେଙ୍ଗ _____________________ ପାଖରୁ ସାଧାରଣ ନ୍ୟାୟ ବିଚାର ମଧ୍ୟ ପାଇନାହିଁ ।
Answer:
ମଣିଷ

D ଠିକ୍ କିମ୍ବା ଭୁଲ୍ ଲେଖ ।
1. ଦୁର୍ଯ୍ୟୋଧନ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ଘୋଷାରି ନେଇଛି ।
Answer:
ଭୁଲ୍

2. ଭୁଟାନ୍ ଦେଶର ଲକ୍ଷ ଲକ୍ଷ ନିରୀହା ଅବଳାଙ୍କ କେଶ ଚିର ମୁକୁଳା ରହିଯାଇଛି ।
Answer:
ଭୁଲ୍

3. ହିମାଳୟର ସନ୍ତାନ ବାଘ ମା’ପାର୍ବତୀଙ୍କ ଭାଇ ହେତୁ ମାନବର ମାମୁର ଆଖ୍ୟା ପାଇଛି ।
Answer:
ଠିକ୍

4. ଶ୍ରାନ୍ତ କ୍ଳାନ୍ତ ସୈନ୍ୟବଳଙ୍କୁ ଧରି କ୍ଷୁଧାର୍ତ୍ତ ରାଜା ବିଶ୍ଵାମିତ୍ର ବାଲ୍ମିକୀ ଋଷିଙ୍କ ଆଶ୍ରମକୁ ଯାଇଥିଲେ ।
Answer:
ଭୁଲ୍

5. ଭାରତ ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ତା’ର ସମ୍ମାନ ବୃଦ୍ଧି ପାଇଛି ।
Answer:
ଠିକ୍

6. ବେଙ୍ଗ ଉପରେ ମଣିଷ ଚିରଦିନ ଅତ୍ୟାଚାର କରିଆସିଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ଠିକ୍

7. ସରସୀ ଜଳରେ ନିରୀହ ବେଙ୍ଗ ମାଛ କବଳରେ ପଡ଼ିଛି ବୋଲି ପ୍ରାବନ୍ଧିକ କହିଛନ୍ତି ।
Answer:
ଠିକ୍

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

8. ବେଙ୍ଗ ମଣିଷ ପାଖରୁ ସାଧାରଣ ନ୍ୟାୟ ବିଚାର ମଧ୍ୟ ପାଇନାହିଁ ।
Answer:
ଠିକ୍

9. ବିଶ୍ଵାମିତ୍ର ଅତ୍ୟନ୍ତ ଦୁଃଖ୍ତ ହୋଇ ଧେନୁ ଅପହରଣର ପ୍ରତିବାଦ କଲେ ।
Answer:
ଭୁଲ୍

10. ଦେବତାମାନେ ରାବଣର ଆଲଟଚାମର ଢାଳୁଥିଲେ ।
Answer:
ଠିକ୍

11. ହିମାଳୟନନ୍ଦିନୀ ମା ପାର୍ବତୀ ଜଗଜ୍ଜନନୀ ମା’ ରୂପେ ପୂଜା ପାଆନ୍ତି ।
Answer:
ଠିକ୍

12. ମହାବଳବାଘ ହିମାଳୟର ସନ୍ତାନ ।
Answer:
ଠିକ୍

13. ଅଗ୍ନି ଯେତେବେଳେ ଘରଦ୍ଵାର ପୋଡ଼ି ଛାରଖାର କରିଦେଇଛି, ସେତେବେଳେ ମନୁଷ୍ୟ ତାକୁ ମଣିଷର ଆଖ୍ୟା ଦେଇଥାଏ ।
Answer:
ଭୁଲ୍

14. ବେଙ୍ଗଟି ସାରୁ ଗଛମୂଳେ ବସି ଆପଣକୁ ରାଜା ବୋଲାଉଛି ।
Answer:
ଠିକ୍

E ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ‘ଶକ୍ତି ଓ ଜ୍ଞାନ’ ପ୍ରବନ୍ଧର ରଚୟିତା କିଏ ?
(A) ଭୁବନେଶ୍ଵର ମିଶ୍ର
(B) ଭୁବନେଶ୍ଵର ବେହେରା
(C) ଗୋପାଳଚନ୍ଦ୍ର ପ୍ରହରାଜ
(D) ସଦାଶିବ ମିଶ୍ର
Answer:
(B) ଭୁବନେଶ୍ଵର ବେହେରା

2. ଆତ୍ମଜୀବନୀର ନାମ କ’ଣ ?
(A) ସହାବସ୍ଥାନ
(B) ଫରଫର ଉଡ଼େ
(C) ଗାଁର ଡାକ
(D) ଶୁଣ ପରୀକ୍ଷ
Answer:
(C) ଗାଁର ଡାକ

3. ବରଷା ହେଲେ ଗାଈ ଜଗାଳିମାନେ କେଉଁଠି ଆଶ୍ରୟ ନିଅନ୍ତି ?
(A) ଛତୁରୀ ତଳେ
(B) ଛତ୍ର ତଳେ
(C) ଝଙ୍କାଳିଆ ଗଛ ତଳେ
(D) ଘରେ
Answer:
(C) ଝଙ୍କାଳିଆ ଗଛ ତଳେ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

4. ସହର ଦାଣ୍ଡରେ ଘୂରି ବୁଲୁଥିବା ବୁଲା ଷଣ୍ଢ କେଉଁଠିକୁ ଉଠିଯାଏ ?
(A) ଘରକୁ
(B) ବାରଣ୍ଡା ଉପରକୁ
(C) ଗଛତଳକୁ
(D) ଛାଇତଳକୁ
Answer:
(B) ବାରଣ୍ଡା ଉପରକୁ

5. ‘କେଶୁର’ କହିଲେ କ’ଣ ବୁଝ ?
(A) ଘାସଗଛ
(B) ମୁଥା
(C) କେଉଟ ମୁଥା
(D) କେଶର ଗଛ
Answer:
(C) କେଉଟ ମୁଥା

6. ମଣିଷ କାହାକୁ ହେୟଜ୍ଞାନ ମନେକରିଛି ?
(A) ସବଳକୁ
(B) ଦୁର୍ବଳକୁ
(C) ନିର୍ବଳକୁ
(D) ଶକ୍ତିଶାଳୀକୁ
Answer:
(B) ଦୁର୍ବଳକୁ

7. ଦେବତାମାନେ କାହାର ଆଲଟ ଚାମର ଢାଳୁଥିଲେ ?
(A) କୁମ୍ଭକର୍ଣ୍ଣର
(B) ରାବଣର
(C) ହରଣ୍ୟକଶିପୁର
(D) ହରଣାକ୍ଷ୍ଯର
Answer:
(B) ରାବଣର

8. ମଣିଷ ଐଶୀଶକ୍ତିକୁ କିପରି ପୂଜା କରିଛି ?
(A) ଆନନ୍ଦରେ
(B) କୃତଜ୍ଞତାରେ
(C) ଭାବରେ
(D) ଭକ୍ତିରେ
Answer:
(B) କୃତଜ୍ଞତାରେ

9. ରାଜା ବିଶ୍ଵାମିତ୍ର କାହାକୁ ନେବାକୁ ଆଦେଶ ଦେଲେ ?
(A) ଧନସମ୍ପତ୍ତି
(B) ବହିପତ୍ର
(C) କାମଧେନୁ
(D) ଋଷିପତ୍ନୀ
Answer:
(C) କାମଧେନୁ

10. କାହା ବଳରେ ବିଶ୍ଵାମିତ୍ରଙ୍କ ସୈନ୍ୟବଳ ସମୂଳ ବିନାଶ ହେଲା ?
(A) ମନ୍ତ୍ର ବଳରେ
(B) ତନ୍ତ୍ର ବଳରେ
(C) ମନ୍ତ୍ରକୁଶ ବଳରେ
(D) ସାଧନା ବଳରେ
Answer:
(C) ମନ୍ତ୍ରକୁଶ ବଳରେ

11. ଗାନ୍ଧିଜୀ ମଧ୍ଯ ଏପରି ______________ ଶିକ୍ଷା ଦେଇ ଯାଇଛନ୍ତି ।
(A) ଆଦର୍ଶ
(B) ଉଚିତ
(C) ମୂଲ୍ୟବାନ୍
(D) ଅମୂଲ୍ୟ
Answer:
(A) ଆଦର୍ଶ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

12. ମେଘ ବରଷିଲା ବେଳେ ଜନପ୍ରାଣୀ କେଉଁଠି ଆଶ୍ରା ଖୋଜି ବସନ୍ତି ?
(A) କ୍ଷେତରେ
(B) ପଡ଼ିଆରେ
(C) ଛତ୍ରତଳେ
(D) ରାସ୍ତା ଉପରେ
Answer:
(C) ଛତ୍ରତଳେ

13. କ’ଣ ଆମର ଧେୟ ହେବା ଉଚିତ ?
(A) ଶକ୍ତିର ଆହରଣ ଓ ସଞ୍ଚୟ
(B) ଜ୍ଞାନର ଆହରଣ
(C) ପାଶବିକ ଶକ୍ତି
(D) ଐଶୀଶକ୍ତିର ପୂଜା ଉପାସନା
Answer:
(A) ଶକ୍ତିର ଆହରଣ ଓ ସଞ୍ଚୟ

14. ବଶିଷ୍ଠ କେଉଁ ପ୍ରକାର ଋଷି ଥିଲେ ?
(A) ଦେବର୍ଷି
(B) ବ୍ରହ୍ମର୍ଷି
(C) ରାଜର୍ଷି
(D) ମହର୍ଷି
Answer:
(B) ବ୍ରହ୍ମର୍ଷି

15. କଲେଜ ଛାତ୍ରମାନେ ଲାବୋରେଟରୀରେ କାହାକୁ ଖଣ୍ଡ ଖଣ୍ଡ କରି କାଟନ୍ତି ?
(A) ସାପକୁ
(B) ବେଙ୍ଗକୁ
(C) ଝିଟିପିଟିକୁ
(D) ମୂଷାକୁ
Answer:
(B) ବେଙ୍ଗକୁ

16. ବଡ଼ ବଡ଼ ହୋଟେଲରେ ବେଙ୍ଗର ଗୋଡ଼କୁ କ’ଣ କରାଯାଉଛି ?
(A) ରୋଷ୍ଟ
(B) ଖେଚେଡ଼ି
(C) ଝୋଳ
(D) ଭଜା
Answer:
(A) ରୋଷ୍ଟ

17. ବର୍ଷା ସମୟରେ ବେଙ୍ଗଟିଏ କେଉଁ ଗଛ ତଳେ ଆଶ୍ରୟ ନିଏ ?
(A) କଦମ୍ବ
(B) ଟଗର
(C) ସାରୁ
(D) ଆଳୁ
Answer:
(C) ସାରୁ

18. ‘ଆ ଜହ୍ନମାମୁ ସରଗ ଶଶୀ, ମୋ _________________ ହୋତରେ ପଡ଼ ତୁ ଖସି’ ।
(A) ପପୁ
(B) କୁନା
(C) କାହ୍ନୁ
(D) ସୁନା
Answer:
(C) କାହ୍ନୁ

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

19. ବେଙ୍ଗଟି ସାରୁଗଛମୂଳେ ବସି ଆପଣାକୁ ______________ ବୋଲାଉଛି ।
(A) ମନ୍ତ୍ରୀ
(B) ରାଜା
(C) ସମ୍ରାଟ୍
(D) ରାଜ୍ୟପାଳ
Answer:
(A) ମନ୍ତ୍ରୀ

20. ମଣିଷ ଚିରଦିନ ଦୁର୍ବଳ ଉପରେ _______________ କରି ଆସିଛି ।
(A) ଶାସନ
(B) ଅତ୍ଯାଚାର
(C) ବ୍ୟଭିଚାର
(D) ଅନାଚାର
Answer:
(B) ଅତ୍ଯାଚାର

ପ୍ରାବନ୍ଧିକଙ୍କ ପରିଚୟ :
BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ 3
ଆଧୁନିକ ଓଡ଼ିଆ ସାହିତ୍ୟ ଜଗତରେ ଭୁବନେଶ୍ଵର ବେହେରା ଜଣେ ସୁଗାଳ୍ପିକ ତଥା ଲଳିତ ନିବନ୍ଧକାର ଭାବେ ସୁପରିଚିତ । ତୀବ୍ର ସାମାଜିକ ବ୍ୟଙ୍ଗ ବିଦ୍ରୁପ ମାଧ୍ୟମରେ ସେ ସାମ୍ପ୍ରତିକ ମଣିଷର ଚାଲିଚଳଣ, ଆଚାର ବିଚାର ତଥା ଜୀବନ ଦର୍ଶନର ସ୍ୱରୂପକୁ ପ୍ରତ୍ୟେକ ସୃଷ୍ଟି ମଧ୍ୟରେ ପ୍ରକଟିତ କରିଛନ୍ତି । ପୁରାଣ, ଶାସ୍ତ୍ର, ଇତିହାସ ତଥା ଲୋକ ଜୀବନର ବିଭିନ୍ନ ପ୍ରସଙ୍ଗକୁ ଆଧାର କରି ଆଧୁନିକ ଜୀବନକୁ ତର୍ଜମା କରିବା ତାଙ୍କ ପ୍ରବନ୍ଧର ବୈଶିଷ୍ଟ୍ୟ ।

କଥା ଭାଷାରେ ଅତି ସାଧାରଣ ଘଟଣାବଳୀକୁ ନେଇ ଅତି ରସସିକ୍ତ ଭାବରେ ପ୍ରକାଶ କରି ପାଠକ ହୃଦୟକୁ ଆଲୋଡ଼ିତ କରିବା ତାଙ୍କ ଲେଖନୀର ବିଶେଷତ୍ଵ । ରାଉରକେଲା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ, ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ତଥା କେନ୍ଦ୍ର ପବ୍ଲିକ୍ ସର୍ଭିସ୍ କମିଶନ୍‌ର ସଦସ୍ୟରୂପେ କାର୍ଯ୍ୟ କରି ଜଣେ ସୁଦକ୍ଷ ପ୍ରଶାସକ, ଚିନ୍ତାଶୀଳ ସଂସ୍କାରବାଦୀ ଶିକ୍ଷାବିତ୍ ଭାବେ ସୁନାମ ଅର୍ଜନ କରିଥିବା ସେହି ସାରସ୍ଵତ ତପସ୍ବୀଙ୍କୁ ପାଇ ଉତ୍କଳ ଜନନୀ ଧନ୍ୟ ହୋଇଛି ।

ପ୍ରାବନ୍ଧିକଙ୍କ ଆଭିମୁଖ୍ୟ :
‘ଶକ୍ତି ଓ ଜ୍ଞାନ ପ୍ରବନ୍ଧରେ ପ୍ରାବନ୍ଧିକ ଶକ୍ତି ଓ ଜ୍ଞାନର ମୌଳିକ ତତ୍ତ୍ବ ସମ୍ପର୍କରେ ଆଲୋଚନା କରିବା ସହିତ ଉଭୟର ସମନ୍ଵୟଦ୍ବାରା ରାଷ୍ଟ୍ରର କିପରି ବିକାଶ ହୋଇପାରିବ, ସେ ସମ୍ବନ୍ଧରେ ଆଲୋଚନା କରିଛନ୍ତି ।

ପ୍ରବନ୍ଧର ସାରମର୍ମ :
ସ୍ରଷ୍ଟାଙ୍କର ଏହି ସୁନ୍ଦର ସୃଷ୍ଟିରେ ମନୁଷ୍ୟ ନିଜକୁ ଶ୍ରେଷ୍ଠଜୀବ ବୋଲି ଡିଣ୍ଡିମ ପିଟୁଛି । ଆକାଶର ନୀଳଛତ୍ର ତଳେ ନିଜକୁ ଜୀବଜଗତର ସମ୍ରାଟ ବୋଲାଉଥ‌ିବା ମନୁଷ୍ୟ ଦୟା, ଅହିଂସା, ପରୋପକାର ପରି ଦିବ୍ୟଗୁଣଗୁଡ଼ିକର ଅଧିକାରୀ ହୋଇଥିଲେ ମଧ୍ୟ ଚିରଦିନ ଦୁର୍ବଳ ଉପରେ ଅତ୍ୟାଚାର କରିଆସିଛି । ସ୍ବୀୟ ଆତ୍ମଗରିମା ଓ ଆତ୍ମଣ୍ଡାଘା ନେଇ ଦୁର୍ବଳତାକୁ ହେୟଜ୍ଞାନ କରିଛି । ଏପରିକି ନିରପରାଧ ବିଚରା ବେଙ୍ଗ ଉପରେ ମଧ୍ଯ ଅତ୍ୟାଚାର କରିବା ସହ କରିଛି ବିଦ୍ରୁପ । ସାଧାରଣ ନ୍ୟାୟ ବିଚାର ମଧ୍ୟ ସେ ମଣିଷଠାରୁ ପାଇପାରିନି ।

ପୋଖରୀରେ ଥ‌ିବା ବେଙ୍ଗ ଉପରକୁ ଟେକା ପକାଇ ଚାହାଳୀ ଓ ସ୍କୁଲ ପିଲାମାନେ ସେମାନଙ୍କ କାଳ ହେଉଛନ୍ତି । ଲେବୋରେଟରୀରେ କଲେଜ ପିଲାମାନେ ସେମାନଙ୍କୁ କାଟି ଖଣ୍ଡ ଖଣ୍ଡ କରୁଛନ୍ତି । ହୋଟେଲରେ ତା’ର ଗୋଡ଼କୁ ରୋଷ୍ଟ କରାଯାଉଛି । କେତେକ ଦେଶରେ ଜୀଅନ୍ତା ବେଙ୍ଗ ଗିଳିବାକୁ ପ୍ରତିଯୋଗିତା ଆରମ୍ଭ ହେଲାଣି । ଚାଲି ଜାଣିନଥ‌ିବା ଛୋଟ ପିଲାଟିଏ ମଧ୍ଯ ତାକୁ ଘରକୋଣରେ ଦେଖ୍ କାଠି ଖଣ୍ଡେ ଧରି କେଞ୍ଚିବାକୁ ଚେଷ୍ଟା କରୁଛି ।

ମେଘ ବର୍ଷିବା ସମୟରେ ସମସ୍ତେ ଛତ୍ର ତଳର ଆଶ୍ରୟ ଖୋଜନ୍ତି । ବାଟୋଇ ଛତା ତଳେ, ହଳ କରୁଥିବା ଛାଷୀ ଛତୁରୀ ତଳେ, ଗାଈ ଜଗୁଥିବା ପିଲାମାନେ ଗଛ ତଳେ, ବୁଲାଷଣ୍ଢମାନେ ମଧ୍ୟ କୌଣସି ବାରଣ୍ଡା ଉପରେ ଆଶ୍ରୟ ନିଅନ୍ତି । କିନ୍ତୁ ବେଙ୍ଗଟିଏ ସାରୁଗଛ ତଳେ ଆଶ୍ରୟ ନେଇ ଯଦି ତା’ ପୁଅଝିଅଙ୍କ ଖବର ନେବା ଉଦ୍ଦେଶ୍ୟରେ କିମ୍ବା ପାଖ ଗାଁ ସମୁଖୀଙ୍କ ଉଦ୍ଦେଶ୍ୟରେ କେତୋଟି କୁହାଟ ଛାଡ଼ିଦେଲା, କିମ୍ବା ବର୍ଷାର ଟପର ଟପର ଶବ୍ଦରେ ଶୋଇପାରୁ ନଥ‌ିବା ତା’ର ଅଝଟ ଛୁଆମାନଙ୍କୁ ଶୁଆଇ ଦେବା ଉଦ୍ଦେଶ୍ୟରେ ବେଙ୍ଗୁଲୀ ତା’ର ରାତିର ଲମ୍ବାଗୀତ ମେଲିଦେଲା, ତେବେ ତାକୁ ‘ସାରୁଗଛ ମୂଳେ ବସି ବେଙ୍ଗ ଆପେ ଆପଣାକୁ ରାଜା ବୋଲାଉଛି’ ବୋଲି କହି ମଣିଷ ବିଦ୍ରୂପ କରୁଛି ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ସରସୀ ଜଳରେ ସର୍ପ କବଳରେ ପଡ଼ିଥିବା ବେଙ୍ଗ ପ୍ରତି ମଣିଷର ଦୟା, ସହାନୁଭୂତି କିମ୍ବା ଆହା ପଦୁଟିଏ ମଧ୍ୟ ନାହିଁ । ତାକୁ ନିର୍ମମ ଯନ୍ତ୍ରଣା ଦେଇ ତିଳ ତିଳ କରି ମାରୁଥୁବା ସର୍ପ କେବଳ ‘କୁର ଅହି’ ବୋଲି ପଦୁଟିଏ ଗାଳି ଶୁଣୁଛି । ସେପରି ଅବସ୍ଥାରେ ତା’ ମୁହଁ ପାଖରେ ଖତେଇ ହେବା ପରି ଉଡ଼ିଯାଉଥିବା କଙ୍କିଟିକୁ ‘ଶିଶୁ କଙ୍କି’ ବୋଲି କୁହାଯିବା ସହ ବେଙ୍ଗଟି “‘ଉତ୍ସୁଙ୍କି ଶିଶୁ କଙ୍କି ଦେଲା ଗିଳିଣ’ ବୋଲି ବର୍ଣ୍ଣନା କରାଯାଉଛି । କିନ୍ତୁ ସାପ ପାଟି ଭିତରେ ଅଧାରୁ ବେଶି ଅଂଶ ଥିବାବେଳେ ସେ ଉହୁଙ୍କିବ କିପରି ବୋଲି ଏ ମଣିଷ କେବେ ବିଚାର ମଧ୍ୟ କରିନାହିଁ ।

କାହିଁ କେଉଁ ଅଜଣା ଅତୀତରୁ ଆଜି ପର୍ଯ୍ୟନ୍ତ ସମାଜର ଦୁଃଶାସନ ଓ ଦୁର୍ଯ୍ୟୋଧନମାନେ ଦ୍ରୌପଦୀଙ୍କୁ ବିବସନା କରିବାକୁ ଚେଷ୍ଟା କରିଆସିଛନ୍ତି । ପାଣ୍ଡବ ଶକ୍ତି ରକ୍ଷାକବଚ ହେବାପାଇଁ ଯେତେବେଳେ ସାହସ କରିପାରିନାହିଁ, ସେତେବେଳେ ଦୁଃଶାସନ ଅବଳା ଦ୍ରୌପଦୀଙ୍କ କେଶ ଧରି ଘୋଷାରି ନେଇ ସଭାସ୍ଥଳରେ ସର୍ବସମ୍ମୁଖରେ ଦେଇଛି ଲାଞ୍ଛନା ଓ ଅପମାନ । କେଉଁଠାରେ
ରହିଛି ଚିର ମୁକୁଳା ।

ଶକ୍ତି ଯେତେବେଳେ ପାଶବିକ ରୂପ ଧାରଣ କରିଛି, ସେତେବେଳେ ମଣିଷ ତାକୁ ପ୍ରାଣଭୟରେ ଜୀବନ ଆକୁଳରେ ଦେଇଛି ସମ୍ମାନ । ହିମାଳୟର ସନ୍ତାନ ତଥା ଜଗଜ୍ଜନନୀ ମା’ ପାର୍ବତୀଙ୍କ ଭାଇ ହେତୁ ମହାବଳ ବାଘ ପାଇଛି ମାମୁର ସମ୍ମାନ । ଶକ୍ତି ଯେତେବେଳେ ମଣିଷର ଉପକାର କରିବା ସଙ୍ଗେ ସଙ୍ଗେ ଧ୍ୱଂସର ତାଣ୍ଡବଳୀଳା ସୃଷ୍ଟି କରିଛି, ସେତେବେଳେ ମଣିଷ ତାକୁ ଦୈବୀଶକ୍ତି ରୂପେ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛି । ଅଗ୍ନି ଯେତେବେଳେ ତା’ର ଘରଦ୍ଵାର ପୋଡ଼ି ଛାରଖାର କରିଛି, ସେତେବେଳେ ତାକୁ ଦେବତାର ଆଖ୍ୟା ଦେଇ ସନ୍ତୁଷ୍ଟ କରିବାପାଇଁ ସୃଷ୍ଟି କରିଛି ହୋମଯଜ୍ଞ ।

ପବନ ଯେତେବେଳେ ଅଣଚାଶ ମୂର୍ତ୍ତି ଧରି ତା’ର କ୍ଷୁଦ୍ରସୃଷ୍ଟିକୁ ଧୂଳିସାତ୍‌ କରିଦେଇଛି, କରାଳ ବନ୍ୟାରେ ଯେତେବେଳେ ଗାଁ ଗଣ୍ଡା ନିଶ୍ଚିହ୍ନ ହୋଇଯାଇଛି, ସେତେବେଳେ ପବନ ଓ ବରୁଣଙ୍କୁ ଦେବତାର ଆସନ ଦେଇ ସ୍ତୋତ୍ର ଗାନ କରିଛି । ଏହି ଶକ୍ତି ଯେତେବେଳେ ମଙ୍ଗଳମୟ ଓ ରକ୍ଷାକାରୀ ଶକ୍ତି ରୂପରେ ଦେଖାଦେଇଛି, ସେତେବେଳେ ମଣିଷ ସେହି ଐଶୀଶକ୍ତିକୁ ପ୍ରାଣର ଆବେଗରେ ପିତା, ମାତା, ଗୁରୁ, ବନ୍ଧୁ ଓ ସଖାର ଆସନ ଦେଇ ଆଦର ପୂର୍ବକ ଭକ୍ତର ବିହ୍ବଳତାରେ ପୂଜା କରିଛି ।

ଦୁର୍ବଳକୁ ସାହାଯ୍ୟ କରିବା ବା ରକ୍ଷା କରିବା ପ୍ରତ୍ୟେକଙ୍କର ପରମ କର୍ତ୍ତବ୍ୟ । କିନ୍ତୁ ଦୁର୍ବଳତାକୁ ପ୍ରଶ୍ରୟ ଦେବା ନିନ୍ଦନୀୟ । କାରଣ ବଳହୀନଦ୍ୱାରା ଆତ୍ମା ପ୍ରାପ୍ୟ ନୁହେଁ । ତେଣୁ ଶକ୍ତିର ଆହରଣ ଓ ସଞ୍ଚୟ ଆମର ଧେୟ ହେବା ଉଚିତ । କିନ୍ତୁ ଶକ୍ତି ପାଶବିକ ଶକ୍ତିର ରୂପ ନ ନେବାପାଇଁ ଜ୍ଞାନର ଆବଶ୍ୟକତାକୁ ସୂଚାଇଦେବା ନିମନ୍ତେ ଆମ ପୂର୍ବପୁରୁଷଗଣ ଯେଉଁ ମହତ୍ ଆଦର୍ଶର ଇଙ୍ଗିତ ଦେଇଛନ୍ତି, ତାହା ପୃଥ‌ିବୀର ଅନ୍ୟତ୍ର ବିରଳ । ସେହି ମହାନ୍ ଆଦର୍ଶର ଜଣେ ସୁନ୍ଦର ପ୍ରତୀକ ଥିଲେ ମହର୍ଷି ବିଶ୍ଵାମିତ୍ର ।

ମହାପ୍ରତାପୀ ରାଜା ବିଶ୍ଵାମିତ୍ର ଥିଲେ ପାଶବିକ ଉପସ୍ଥିତ ହୋଇଥିଲେ ବ୍ରହ୍ମର୍ଷି ବଶିଷ୍ଠଙ୍କ ଆଶ୍ରମରେ । ବ୍ରହ୍ମର୍ଷି ବଶିଷ୍ଠ ସମସ୍ତଙ୍କ ପାଇଁ କରିଥିଲେ ସୁଖାଦ୍ୟର ଆୟୋଜନ । ବିସ୍ମୟାଭିଭୂତ ରାଜା ବିଶ୍ଵାମିତ୍ର ତାହା ତାଙ୍କ ଧେନୁ କାମଧେନୁଦ୍ବାରା ସମ୍ଭବ ହୋଇଛି ବୋଲି ଜାଣିପାରି ହେଲେ ଲୋଭାସକ୍ତ । ବଳପୂର୍ବକ କାମଧେନୁକୁ ନେଇଯିବା ନିମନ୍ତେ ସୈନ୍ୟଙ୍କୁ ଆଦେଶ ଦେଲେ । ଦୁଃଖୁତ ବଶିଷ୍ଠଙ୍କ ପ୍ରତିବାଦ ବୃଥା ହେଲା। କାମଧେନୁକୁ ଚଲାଇ ନେଇ ନ ପାରିବାରୁ ତାକୁ ମାଡ଼ ମାରି ଚାରିଗୋଡ଼ ବାନ୍ଧି ନେବାକୁ ଉଦ୍ୟମ କଲେ । କାମଧେନୁ ପ୍ରତି ଏପରି ଅତ୍ୟାଚାର ସହି ନପାରି ବ୍ରହ୍ମର୍ଷି ବଶିଷ୍ଠ ମନ୍ତ୍ରିତ କୁଶ ଛାଡ଼ିଦେବା ଫଳରେ ସୈନ୍ୟବଳ ବିନାଶ ହେବା ସହ ରାଜା ନିରସ୍ତ ହେଲେ ।

ପରାଜିତ ମହାପ୍ରତାପୀ ରାଜା ବିଶ୍ଵାମିତ୍ର ଲଜ୍ଜା ଓ ଅପମାନରେ ସେଠାକୁ ପଳାୟନ କଲେ । କିନ୍ତୁ ବଶିଷ୍ଠଙ୍କୁ ହରାଇବା ଉଦ୍ଦେଶ୍ୟରେ ଆରମ୍ଭ କଲେ ଘୋର ତପସ୍ୟା । ଯଥା ସମୟରେ ବର, ଦେବଶର ତଥା ବ୍ରହ୍ମଶରର ଅଧିକାରୀ ହୋଇ କାମଧେନୁକୁ ଛଡ଼ାଇ ନେବା ନିମନ୍ତେ ପୁନର୍ବାର ବଶିଷ୍ଠଙ୍କ ପାଖକୁ ଆସିଲେ । କିନ୍ତୁ ତାଙ୍କ ବ୍ରହ୍ମଶର ବଶିଷ୍ଠଙ୍କ ବ୍ରହ୍ମଦଣ୍ଡରେ ପଡ଼ି ଲୀନ ହୋଇଗଲା । ତାଙ୍କର ସକଳ ଚେଷ୍ଟା ବୃଥା ହେଲା । ପରିଶେଷରେ ବ୍ରହ୍ମତେଜ ସମ୍ମୁଖରେ ପାଶବିକ ଶକ୍ତି କିଛି ନୁହେଁ ବୋଲି ବିଶ୍ୱାମିତ୍ର ଉପଲବ୍‌ କଲେ ।

ତେଣୁ ରାଜ୍ୟଭାର ଅନ୍ୟ ହାତରେ ସମର୍ପଣ କରି ବ୍ରହ୍ମଜ୍ଞାନ ଲାଭ ନିମନ୍ତେ ଆରମ୍ଭ କଲେ ଅଭୂତପୂର୍ବ ତପସ୍ୟା । ଇନ୍ଦ୍ରପଦ ଚାଲିଯିବା ଭୟରେ ଇନ୍ଦ୍ର ତାଙ୍କ ତପସ୍ୟା ଭଙ୍ଗ ନିମନ୍ତେ ମେନକାଙ୍କୁ ପଠାଇଲେ, ହେଲା ଶକୁନ୍ତଳାଙ୍କ ଜନ୍ମ । ସ୍ବୀୟ ତପଃ ଶକ୍ତି ବଳରେ ବିଶ୍ଵାମିତ୍ର ଚଣ୍ଡାଳ ତ୍ରିଶଙ୍କୁଙ୍କୁ ସ୍ୱର୍ଗକୁ ପ୍ରେରଣ କଲେ । ଦେବରାଜ ଇନ୍ଦ୍ର ନିଷେଧାଦେଶ ଦେବାରୁ ତ୍ରିଶଙ୍କୁ ‘ନ ଯଯୌ ନ ତଭୌ’ ଅବସ୍ଥାରେ ରହିଲେ । ଫଳରେ ବିଶ୍ଵାମିତ୍ର ସୃଷ୍ଟି କଲେ ଦ୍ଵିତୀୟ ସ୍ଵର୍ଗ । ଏତେ ତପସ୍ୟା ପରେ ମଧ୍ଯ କ୍ରୋଧ ଦମନ କରିପାରି ନ ଥ‌ିବାରୁ ପୁନର୍ବାର ବଶିଷ୍ଠଙ୍କ ନିକଟକୁ ଯାଇ ଅପମାନିତ ହୋଇଥିଲେ । ପରିଶେଷରେ ତାଙ୍କଠାରେ ବ୍ରହ୍ମଜ୍ଞାନର ଉଦ୍ରେକ ହେଲା । ସେ ସହାସ୍ୟ ବଦନରେ ବଶିଷ୍ଠଙ୍କୁ ଦେଖା କରିବାରୁ ବ୍ରହ୍ମର୍ଷି ବଶିଷ୍ଠ ତାଙ୍କୁ ସସମ୍ମାନ ନିଜ ଆଶ୍ରମକୁ ପାଛୋଟି ନେଇଥିଲେ ।

ମହାତେଜସ୍ବୀ ବ୍ରହ୍ମର୍ଷି ବିଶ୍ୱାମିତ୍ର ସ୍ଵୟଂ ଅତି ଶକ୍ତିମାନ୍ ହୋଇ ମଧ୍ୟ ପରବର୍ତ୍ତୀ କାଳରେ ଆଉ ଅସ୍ତ୍ର ଧାରଣ କରିନାହାନ୍ତି । ତାଡ଼କା, ମାରିଚ, ସୁବାହୁ ପ୍ରଭୃତି ରାକ୍ଷସଙ୍କ ପ୍ରାଦୁର୍ଭାବରୁ ଆଶ୍ରମକୁ ରକ୍ଷା କରିବା ନିମନ୍ତେ ଦଶରଥ ନନ୍ଦନ ରାମ-ଲକ୍ଷ୍ମଣଙ୍କୁ ସଙ୍ଗରେ ଆଣି ଧନୁର୍ବିଦ୍ୟା ଶିକ୍ଷା ଦେଇଛନ୍ତି । ଗାନ୍ଧିଜୀ ମଧ୍ୟ ଦେଇଯାଇଛନ୍ତି ଏହିପରି ମହାନ୍ ଶିକ୍ଷା । ତାଙ୍କ ଅହିଂସା ଦୁର୍ବଳତାରେ ଅହିଂସା ନଥିଲା, ଥିଲା ସବଳର ଅହିଂସା । ଥରେ ଗୋଟିଏ ସଭାରେ ଛାତ୍ରମାନଙ୍କର ଶୀର୍ଷ ଦୁର୍ବଳ ଶରୀର ଲକ୍ଷ୍ୟକରି ସୁସ୍ଥସବଳ ଶରୀର ଗଠନ କରିବାକୁ ସେ ଉପଦେଶ ଦେଇଥିଲେ ।

ପାଖରେ ବସିଥିବା ବିଶାଳକାୟ ମହମ୍ମଦ ଆଲିଙ୍କୁ ଦେଖାଇ ସେ କହିଥିଲେ ଯେ, ଯଦି କେହି ଆଲିଙ୍କ ଗାଲରେ ଚଟକଣାଟିଏ ମାରନ୍ତି ଏବଂ ସେ ଯଦି ଅନ୍ୟ ଗାଲଟି ଦେଖାଇ ଦିଅନ୍ତି ତା’ହେଲେ ତାକୁ ଅହିଂସା କୁହାଯିବ । କାରଣ ଗୋଟିଏ ଚଟକଣା ସ୍ଥାନରେ ଦୁଇଗୋଟି ଚଟକଣା ଦେବାପାଇଁ ତାଙ୍କର ଶକ୍ତି ଅଛି । କିନ୍ତୁ ତାଙ୍କୁ ଯଦି କେହି ଚଟକଣାଟି ମାରେ ଓ ସେ ଯଦି ଅନ୍ୟ ଗାଲ ଦେଖାଇ ଦିଅନ୍ତି, ତେବେ ତାହା ଅହିଂସା ହେବ ନାହିଁ । କାରଣ ଚଟକଣା ମାରିବା ଶକ୍ତି ତାଙ୍କର ନାହିଁ । ତେଣୁ ଅନ୍ୟ ଗାଲ ଦେଖାଇବା ବ୍ୟତୀତ ତାଙ୍କର ଅନ୍ୟଗତି ନାହିଁ ।

ଜ୍ଞାନ ବିନା ଶକ୍ତି ଯେପରି ପାଶବିକ ଶକ୍ତିର ରୂପ ଧାରଣ କରେ , ଶକ୍ତି ବିନା ଜ୍ଞାନ ସେହିପରି ଉପହାସର ସାମଗ୍ରୀ ହୋଇଥାଏ । ସେଥ‌ିପାଇଁ ଜ୍ଞାନର ଗରିମାରେ ଗରୀୟାନ୍ ହେଲେ ମଧ୍ୟ ଦୁର୍ବଳ ଭାରତବର୍ଷ ପୃଥ‌ିବୀରେ ତା’ର ନ୍ୟାୟୋଚିତ ଆସନ ପାଇବା ପରିବର୍ତ୍ତେ ଉପହାସର ପାତ୍ର ହୋଇଛି । ଶକ୍ତି ଓ ଜ୍ଞାନର ସୁସମନ୍ବୟ ହିଁ ଭାରତୀୟ ପରମ୍ପରାର ଆଦର୍ଶ । ତେଣୁ ଜ୍ଞାନର ପୀଠସ୍ଥଳୀ ଭାରତବର୍ଷ ପରମାଣୁ ଶକ୍ତିର ଅଧିକାରୀ ହେବା ଫଳରେ ଅର୍ଥନୈତିକ କ୍ଷେତ୍ରରେ ତା’ର ପ୍ରଭାବ ଯାହା ହେଉନା କାହିଁକି, ମାନବ ସମାଜର ମଙ୍ଗଳ ସାଧୁ ହୋଇଅଛି, ତାହା ନିଃସନ୍ଦେହ ।

ବିଷୟଗତ ଶବ୍ଦ ଓ ଅର୍ଥ :
ମେନକା – ଅପ୍‌ସରା ବିଶେଷ । ମହର୍ଷି ବିଶ୍ୱାମିତ୍ରଙ୍କ ତପଭଙ୍ଗ ଉଦ୍ଦେଶ୍ୟରେ ଇନ୍ଦ୍ର ତାଙ୍କୁ ପ୍ରେରଣ କରିଥିଲେ । ଏହାଙ୍କ ଗର୍ଭରୁ ବିଶ୍ଵାମିତ୍ରଙ୍କ ଔରସରେ ଶକୁନ୍ତଳା ଜନ୍ମଲାଭ କରିଥିଲେ ।

ତି୍ରଶଙ୍କୁ – ସୂର୍ଯ୍ୟବଂଶୀୟ ରାଜା । ସଶରୀରେ ସ୍ବର୍ଗଲାଭ ନିମିତ୍ତ କୁଳଗୁରୁ ବଶିଷ୍ଠଙ୍କୁ ଉପାୟ ସୃଷ୍ଟି ପାଇଁ ଅନୁରୋଧ କରିଥିଲେ । ବଶିଷ୍ଠ ତାଙ୍କ ପ୍ରସ୍ତାବରେ ରାଜି ନ ହେବାରୁ ତାଙ୍କ ପୁତ୍ରମାନଙ୍କୁ ଏ କ୍ଷେତ୍ରରେ ସାହାଯ୍ୟ ପାଇଁ କହିଥିଲେ । ସେମାନେ ରାଜି ନ ହେବାରୁ କ୍ରୋଧରେ ଗୁରୁକୁଳ ତ୍ୟାଗ କରିଯିବାକୁ ଧମକ ଦେବାରୁ ବଶିଷ୍ଠଙ୍କ ପୁତ୍ରମାନଙ୍କ ଶାର୍ଯ୍ୟରେ ସେ ଚଣ୍ଡାଳରେ ପରିଣତ ହୋଇଥିଲେ । ତାଙ୍କ ଚଣ୍ଡାଳ ରୂପ ଦେଖୁ ପାଇଁ କହିଥିଲେ । ସେମାନେ ରାଜି ନ ହେବାରୁ କ୍ରୋଧରେ ଗୁରୁକୁଳ ତ୍ୟାଗ କରିଯିବାକୁ ଧମକ ଦେବାରୁ ସ୍ବର୍ଗକୁ ପଠାଇବାକୁ ଯଜ୍ଞ ଆରମ୍ଭ କଲେ । କୌଣସି ଦେବତାଙ୍କର ଯଜ୍ଞକୁ ଆଗମନ ନହେବାରୁ ବିଶ୍ୱାମିତ୍ର କ୍ରୁଦ୍ଧ ହୋଇ ନିଜ ତପସ୍ୟା ବଳରେ ତ୍ରିଶଙ୍କୁଙ୍କୁ ସ୍ବର୍ଗକୁ ପ୍ରେରଣ କରିବା ପ୍ରୟାସ କଲେ ।

BSE Odisha 9th Class Odia Solutions Chapter 13 ଶକ୍ତି ଓ ଜ୍ଞାନ

ରାଜା ଧୀରେ ଧୀରେ ସ୍ଵର୍ଗ ଦିଗକୁ ଗମନ କରିବାକୁ ଲାଗିଲେ । ଦେବରାଜ ଇନ୍ଦ୍ର ତାଙ୍କୁ ସ୍ବର୍ଗରେ ସ୍ଥାନ ଦେବାକୁ କୁଣ୍ଠିତ ହୋଇ ନିଷେଧାଜ୍ଞା ପ୍ରଚାର କଲେ । ବିଶ୍ଵାମିତ୍ର ଏଥରେ କ୍ରୁଦ୍ଧ ହୋଇ ଦ୍ବିତୀୟ ସ୍ଵର୍ଗ ଓ ମର୍ତ୍ତ୍ୟ ସୃଷ୍ଟିକଲେ । ଦକ୍ଷିଣ ଦିଗରେ ସପ୍ତର୍ଷିମଣ୍ଡଳ ଓ ନକ୍ଷତ୍ରଗଣ ସୃଷ୍ଟି ହେଲେ । ଦେବତାମାନେ ଭୟରେ ବିଶ୍ୱାମିତ୍ରଙ୍କ ଶରଣାପନ୍ନ ହେବାରୁ ସେ କହିଲେ ତ୍ରିଶଙ୍କୁ ଆଉ ଅଧଃପତିତ ହେବ ନାହିଁ । ଦେବତାମାନେ ଏଥିରେ ସ୍ବୀକୃତ ହେଲେ ଓ ସେହିଦିନଠାରୁ ତ୍ରିଶଙ୍କୁ ଅଧୋବଦନ ହୋଇ ବିଶ୍ଵାମିତ୍ର ସୃଷ୍ଟ ଧ୍ରୁବ ଓ ଅମର ନକ୍ଷତ୍ର ପରିବେଷ୍ଟିତ ପୂର୍ବକ ଅନ୍ତରୀକ୍ଷରେ ବିରାଜମାନ ହେଲେ, ସେଥ‌ିପାଇଁ ତ୍ରିଶଙ୍କୁ ଅଧା ସ୍ବର୍ଗରେ ଝୁଲୁଛନ୍ତି ବୋଲି କୁହାଯାଏ ।

କାମଧେନୁ – ସମୁଦ୍ର ମନ୍ଥନରୁ ଜାତ ଗାଈ । ପୌରାଣିକ ବିଶ୍ଵାସ ଅନୁଯାୟୀ ସେ ସମସ୍ତ ପ୍ରକାର ପ୍ରାର୍ଥନା ପୂରଣ କରିପାରନ୍ତି । ଏହି ଗାଈ ବଶିଷ୍ଠଙ୍କ ନିକଟରେ ଥିଲେ । ସେ ନିଜ ଅଦ୍ଭୁତ କ୍ଷମତା ବଳରେ ଅସଂଖ୍ୟ ସୈନ୍ୟ ସୃଷ୍ଟିକରି କାର୍ଲବୀର୍ଯ୍ୟର ଆକ୍ରମଣକୁ ବ୍ୟର୍ଥ କରିଥିଲେ । ପୁନଶ୍ଚ ବିଶ୍ଵାମିତ୍ର ଓ ବଶିଷ୍ଠଙ୍କ ବିବାଦରେ ସେ ବହୁ ଯୋଦ୍ଧା ଜାତ କରିଥିବା ବିଷୟ ପୁରାଣରେ ବର୍ଣ୍ଣିତ ହୋଇଛି ।

  • ଲେବୋରେଟରୀ – ପରୀକ୍ଷ।ଗାର
  • ସରସୀ – ପୁଷ୍କରିଣୀ ।
  • କ୍ରୂର ଅହି – ନିଷ୍ଠୁର ସାପ ।
  • ହେୟଞନ – ବେଖାତିରି ।
  • ବିହୂପ – ଥଟ୍ଟା ।
  • ମଣ୍ଡକ – ବେଙ୍ଗ ।
  • ତାଣ୍ଡବ ଲୀଳା – ଧ୍ବଂସ ଲୀଳା ।
  • ପ୍ରଶ୍ରୟ – ସମର୍ଥନ କରିବା ।
  • ଭିଆଣ – ସର୍ଜନ ।
  • ଦୁର୍ବଳ – ବଳହୀନ
  • ପ୍ରତୀକ – ଚିହ୍ନ, ସଙ୍କେତ ।
  • ଗରିମା – ମହିମା ।
  • ନ୍ୟାୟୋଚିତ – ନ୍ୟାୟଯୋଗ୍ୟ ।
  • ସଦେହ – ଦ୍ବିଧା ।
  • ଉହୁଙ୍କିବା – ଉଙ୍କି ମାରିବା ।
  • ହିମାଳୟନଦିନୀ – ହିମାଳୟ ଝିଅ ।
  • ବରୁଣ – ଜଳର ଦେବତା ।
  • ଛତ୍ରତଳେ – ଛତାତଳେ ।
  • ବିଶ୍ୱ।ମିତ୍ର – ଋଷିବିଶେଷ ।
  • ପୀଠସ୍ଥଳୀ – କେଦ୍ରସ୍ଥଳୀ
  • ପରିହାସ – ଥଟ୍ଟା ।
  • ଛତ୍ର – ଛତା / ଆଚ୍ଛାଦନ ।
  • କେଶୁର – କେଉଟ ମୁଥା ।
  • ହୁଡ଼। – ପୋଖରୀ ବା ବିଲ ଚାରିପାଖରେ
  • ଛତୁରୀ – ବାଉଁଶ ପାତିଆ ଓ ତାଳପତ୍ରରେ ନିର୍ମିତ ଏକ ପ୍ରକାର ଛତା, ଯାହା ଖରା ଓ ବର୍ଷାରେ ବ୍ୟବହୃତ ହୋଇଥାଏ ।
  • ଦଣ୍ଡ – ବାଡ଼ି/ ଯଷ୍ଟି ।
  • ଅହି – ସାପ ।
  • ଦ୍ୱ।ହି – ରାଣ
  • ଆତ୍ମଗରିମା – ଆତ୍ମପ୍ରଶଂସା ।
  • ଭରସି – ସାହସ ।
  • ମୂହ୍ୟମାନ – ମୋହଗ୍ରସ୍ତ|ଅତିଶୟ କାତର ।
  • ପାଶବିକ – ନିଷ୍ଠୁର/ପଶୁତୁଲ୍ୟ ।
  • ଆବହମାନ – ପୂର୍ବରୁ ଗଡ଼ି ଆସୁଥ‌ିବା/ କ୍ରମାଗତ ।
  • ଭିଆଣ – ବିଧାନ/ସର୍ଜନା/ସଂଘଟନ ।
  • ପଟାକ୍ତର – ତୁଳନା/ଉପମା ।
  • େଧ୍ୟୟ – ସ୍ମରଣୀୟ/ଆଲୋଚନୀୟ ।
  • ଅଭୂତପୂର୍ବ – ଯାହା ପୂର୍ବେ ଘଟିନାହିଁ ।
  • ଗରୀୟାନ – ଶ୍ରେଷ୍ଠ/ଗୁରୁତର ।
  • ଶ୍ର।ନ୍ତ – ଶ୍ରମଯୁକ୍ତ/ପରିଶ୍ରମ ଯୋଗୁଁ ହାଲିଆ ହୋଇ ପଡ଼ିବା ।

Leave a Comment