CHSE Odisha Class 11 Logic Unit 3 Short & Long Answer Questions in Odia Medium

Odisha State Board CHSE Odisha Class 11 Logic Solutions Unit 3 ଆରୋହାନୁମାନର ପ୍ରକୃତି, ସମସ୍ୟା ଓ ପଦ୍ଧତି ଆରୋହାନୁମାନ ଏବଂ ସମ୍ଭାବନା Short & Long Answer Questions

CHSE Odisha Class 11 Logic Unit 3 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସଂକ୍ଷିପ୍ତ ଟିପ୍‌ପଣୀ ଲେଖ

୧. ଅବରୋହାନୁମାନରୁ ଆରୋହାନୁମାନକୁ ଉପକ୍ରମଣର କାରଣ ଦର୍ଶାଅ ।
Answer:
(i) ଅବରୋହାନୁମାନରେ ସିଦ୍ଧାନ୍ତଟି ଏକ ବା ଦୁଇଟି ଯୁକ୍ତିବାକ୍ୟରୁ ସର୍ବଦା ନିଃସୃତ ହୁଏ; କିନ୍ତୁ ଆରୋହ ଅନୁମାନରେ ଦେଖାଯାଏ ଯେ ସିଦ୍ଧାନ୍ତଟି ସର୍ବଦା ଏକାଧ୍ଵ ଯୁକ୍ତି ବାକ୍ୟରୁ ନିଃସୃତ ହୋଇଥାଏ ।
(ii) ଅବରୋହାନୁମାନରେ ସିଦ୍ଧାନ୍ତଟି ଯୁକ୍ତିବାକ୍ୟ ଅପେକ୍ଷା ଅଧିକ ବ୍ୟାପକ ହୋଇ ନ ପାରେ; ମାତ୍ର ଆରୋହାନୁମାନରେ ସିଦ୍ଧାନ୍ତଟି ସବୁ ସମୟରେ ଯୁକ୍ତିବାକ୍ୟ ଅପେକ୍ଷା ଅଧିକ ବ୍ୟାପକ ହୋଇଥାଏ ।
(iii) ଅବରୋହାନୁମାନରେ କେବଳ ମାତ୍ର ଆକାରଗତ ସତ୍ୟତା ଉପରେ ଲକ୍ଷ୍ୟ ରଖାଯାଇଥାଏ; ମାତ୍ର ଆରୋହାନୁମାନରେ ଆକାରଗତ ଓ ବସ୍ତୁଗତ ଉଭୟପ୍ରକାର ସତ୍ୟ ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ ।
(iv) ଅବରୋହାନୁମାନରେ ଯୁକ୍ତିବାକ୍ୟ ବା ହେତୁବଚନଗୁଡ଼ିକର ବସ୍ତୁଗତ ସତ୍ୟତା ପରୀକ୍ଷା ନ କରି ସେମାନଙ୍କୁ ଗ୍ରହଣ କରାଯାଏ; ମାତ୍ର ଆରୋହାନୁମାନରେ ଯୁକ୍ତିବାକ୍ୟଗୁଡ଼ିକ ବା ହେତୁବଚନଗୁଡ଼ିକୁ ବାସ୍ତବ ଅଭିଜ୍ଞତାରୁ ଗ୍ରହଣ କରାଯାଇଥାଏ ।
(v) ଅବରୋହାନୁମାନରେ ସିଦ୍ଧାନ୍ତଟି ଯୁକ୍ତିବାକ୍ୟରୁ ନିଶ୍ଚିତଭାବରେ ନିଃସୃତ ହୋଇଥାଏ; କିନ୍ତୁ ଆରୋହାନୁମାନରେ ସିଦ୍ଧାନ୍ତଟି ଯୁକ୍ତିବାକ୍ୟଗୁଡ଼ିକରୁ ନିଶ୍ଚିତଭାବରେ ନିଃସୃତ ହେବାକୁ ହେଲେ ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟ- କାରଣ ନିୟମ ଉପରେ ନିର୍ଭର କରିବାକୁ ପଡ଼େ ।

୨. ଅବରୋହାନୁମାନ ଓ ଆରୋହାନୁମାନ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
(i) ଅବରୋହାନୁମାନ କେବଳ ଆକାରଗତ ସତ୍ୟ ଉପରେ ପ୍ରତିଷ୍ଠିତ । ଦତ୍ତ ତର୍କ-ବଚନଗୁଡ଼ିକ ଠିକ୍ କିମ୍ବା ଭୁଲ୍, ସତ କିମ୍ବା ମିଛ ତାହା ଅବରୋହାନୁମାନର ପରିସରଭୁକ୍ତ ନୁହେଁ; ମାତ୍ର ସିଦ୍ଧାନ୍ତଟି ଦତ୍ତ ତର୍କବଚନରୁ ନିଃସୃତ ହେଉଛି କି ନାହିଁ ତାହା ଜାଣିବା ନିହାତି ଦରକାର । ଯଦି ସିଦ୍ଧାନ୍ତଟି ଦତ୍ତ ତର୍କବଚନରୁ ନିଃସୃତ ହେଉଛି, ତେବେ ଯୁକ୍ତିଟି ବୈଧ । ମାତ୍ର ଯଦି ସିଦ୍ଧାନ୍ତଟି ନିଃସୃତ ହେଉ ନାହିଁ, ତେବେ ଯୁକ୍ତିଟି ଅବୈଧ ଅଟେ । ମାତ୍ର ଆରୋହାନୁମାନରେ ତର୍କବଚନଗୁଡ଼ିକ ସତ ହୋଇଥିବା ଦରକାର । ତର୍କବଚନଗୁଡ଼ିକ ସତ ହୋଇଥୁଲେ ଯାଇ ଏଥୁରୁ ସିଦ୍ଧାନ୍ତ ନିଃସୃତ ହୋଇପାରିବ । ତେଣୁ ଆରୋହାନୁମାନ ଉଭୟ ଆକାରଗତ ସତ୍ୟତା ଏବଂ ବସ୍ତୁଗତ ସତ୍ୟତା ଉପରେ ଆଧାରିତ।
(ii) ଆରୋହାନୁମାନରେ ଆମେ କେତେକରୁ ‘ସମସ୍ତ’ ବା ‘ବିଶେଷ’ରୁ ‘ସାର୍ବିକ’ ରେ ଉପନୀତ ହେଉ; ମାତ୍ର ‘ବିଶେଷ’ କିମ୍ବା ‘ସମସ୍ତ’ରେ ଉପନୀତ ହେଉ ।
(iii) ଆରୋହାନୁମାନରେ ‘କେତେକ’ ରୁ ‘ସମସ୍ତ’ ମଧ୍ୟରେ ଗୋଟିଏ ବ୍ୟବଧାନ ପରିଲକ୍ଷିତ ହୁଏ । ଏହାକୁ ଆମେ ଅତିକ୍ରମ କରୁ । ଏତାଦୃଶ ବ୍ୟବଧାନ ଅତିକ୍ରମଣକୁ ଆରୋହ ଲମ୍ଫନ କୁହାଯାଏ; ମାତ୍ର ଅବରୋହାନୁମାନରେ ଏଭଳି କୌଣସି ବ୍ୟବଧାନ ନ ଥାଏ ।
(iv) ଆରୋହାନୁମାନ ପ୍ରକୃତିର ଏକରୂପତା ଏବଂ କାର୍ଯ୍ୟ-କାରଣ ମୌଳିକ ନିୟମ ଉପରେ ପର୍ଯ୍ୟବସିତ । ଅବରୋହାନୁମାନ କିନ୍ତୁ ଏହା ଉପରେ ପର୍ଯ୍ୟବସିତ ନ ହୋଇ ଚିନ୍ତାର ମୂଳସୂତ୍ର; ଯଥା – ତାଦାତ୍ମ୍ୟ ନିୟମ, ବିରୋଧବାଚକ ନିୟମ ଏବଂ ନିର୍ମଧ୍ଯମ ନିୟମ ଉପରେ ନିର୍ଭରଶୀଳ ହୋଇଥାଏ ।

୩. ଆରୋହାନୁମାନର ସମସ୍ୟାମାନ ବୁଝାଇ ଲେଖ ।
Answer:
ଆରୋହାନୁମାନ ଏକ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବଚନର ବସ୍ତୁଗତ ସତ୍ୟତା ପ୍ରତିପାଦନ କରିଥାଏ । ସାମାନ୍ୟ ସଂଶ୍ଳେଷଣାତ୍ମକ ତର୍କବଚନ ପ୍ରତିଷ୍ଠା ଲାଗି ଆରୋହାନୁମାନ ପର୍ଯ୍ୟବେକ୍ଷଣ ଉପରେ ନିର୍ଭର କରେ । ଅନୁଭୂତି ଓ ପର୍ଯ୍ୟବେକ୍ଷଣ ଯେ, ଏହି ଲୋକଟି ମୃତ ବା ସେହି ଲୋକଟି ମୃତ ଅଥବା ଏହି ଲୌହଖଣ୍ଡ ଜଳକଣା ସଂସ୍ପର୍ଶରେ ଆସିଲେ କଳଙ୍କି ଲାଗିଯାଏ-ଇତ୍ୟାଦି ଆଂଶିକ ତର୍କବଚନଗୁଡ଼ିକ ବସ୍ତୁପରକ ସତ୍ୟନିଷ୍ଠ ଅଟନ୍ତି; କିନ୍ତୁ ‘ସମସ୍ତ ମନୁଷ୍ୟ ମରଣଶୀଳ’ ଅଥବା ‘ସବୁ ଲୁହା ଜଳକଣା ସଂସ୍ପର୍ଶରେ ଆସିଲେ କଳଙ୍କି ଲାଗିଯାଏ’ – ଏପରି ବସ୍ତୁପରକ ସାମାନ୍ୟ ସଂଶ୍ଳେଷଣାତ୍ମକ ତର୍କବଚନ ତଥାକଥ୍ତ ପର୍ଯ୍ୟବେକ୍ଷଣ ବା ଅନୁଭୂତିରୁ ପ୍ରତିଷ୍ଠା କରିବା ସମ୍ଭବପର ନୁହେଁ ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

କାରଣ ଆମର ଅନୁଭୂତି ତଥା ପର୍ଯ୍ୟବେକ୍ଷଣ ସୀମିତ ଅଟେ । ତେଣୁ ପ୍ରଶ୍ନଉଠେ ଯେ, ଏପରି ସୀମିତ ପର୍ଯ୍ୟବେକ୍ଷଣ ଉପରେ ନିର୍ଭର କରି ତଥାକଥୁତ ବସ୍ତୁପରକ ସାମାନ୍ୟ ସଂଶ୍ଳେଷଣାତ୍ମକ ତର୍କବଚନ ପ୍ରତିଷ୍ଠା କରାଯାଇପାରିବ କିପରି ? ଏହାହିଁ ହେଉଛି ଆରୋହାନୁମାନର ସମସ୍ୟା ।

୪. ଆରୋହାନୁମାନର ବିଭିନ୍ନ ସୋପାନମାନଙ୍କର ନାମ ଲେଖ ।
Answer:
(i) ପର୍ଯ୍ୟବେକ୍ଷଣ, ସଂଜ୍ଞା, ବିଶ୍ଳେଷଣ ଓ ଅପସାରଣ ।
(ii) ପ୍ରକଳ୍ପ ଗଠନ
(iii) ସାର୍ବିକୀକରଣ
(iv) ପ୍ରମାଣ
(v) ସିଦ୍ଧାନ୍ତ ପ୍ରତିଷ୍ଠା ।

୫. ସବଳ ଉପମା କ’ଣ ତାହା ବୁଝାଅ ।
Answer:
ଯେଉଁ ସିଦ୍ଧାନ୍ତ ସତ୍ୟ ଅଥବା ମିଥ୍ୟା ହେବାର ସମ୍ଭାବନା ପ୍ରାୟ ସମାନ ତାହାକୁ ‘ମଧ୍ୟକ’ ବୋଲି ଗ୍ରହଣ କରି ତହିଁରୁ ଅଧିକ ସମ୍ଭାବନା ଥ‌ିବା କ୍ଷେତ୍ରରେ ସାଦୃଶ୍ୟ ଭିଭିକାନୁମାନକୁ ସବଳ ଉପମା ଆଖ୍ୟା ଦିଆଯାଏ । ଯଥା – ‘ପୃଥ‌ିବୀତୁଲ୍ୟ ମଙ୍ଗଳ ଗ୍ରହ ମଧ୍ଯ ପ୍ରାଣୀ ଅଧୁଷିତ’ ।

୬. ଦୁର୍ବଳ ଉପମା କ’ଣ ତାହା ବୁଝାଇ ଲେଖ ।
Answer:
ଯେଉଁ ସିଦ୍ଧାନ୍ତ ସତ୍ୟ ଅଥବା ମିଥ୍ୟା ହେବାର ସମ୍ଭାବନା ପ୍ରାୟ ସମାନ ତାହାକୁ ‘ମଧ୍ୟକ’ ବୋଲି ଗ୍ରହଣ କରି ତହିଁରୁ ଅଳ୍ପ ସମ୍ଭାବନା ଥୁବା କ୍ଷେତ୍ରରେ ସାଦୃଶ୍ୟ ଭିଭିକାନୁମାନକୁ ଦୁର୍ବଳ ବା ଦୁଷ୍ଟ ଉପମା ଆଖ୍ୟା ଦିଆଯାଏ; ଯଥା – ‘‘ମନୁଷ୍ୟ ତୁଲ୍ୟ ଶୁଆ କଥା କହିପାରେ, ତେଣୁ ମନୁଷ୍ୟ ତୁଲ୍ୟ ତାହାର ବୁଦ୍ଧି ବିବେକ ରହିଛି ।’’

୭. ଉଭୟ ପୃଥ‌ିବୀ ଏବଂ ମଙ୍ଗଳ ଗ୍ରହ ସୂର୍ଯ୍ୟ ପୃଥ‌ିବୀରେ ଜୀବନ୍ତ ପ୍ରାଣୀ ଥିବାର ଲକ୍ଷ୍ୟ ପ୍ରକାରର ଯୁକ୍ତି ଅଟେ ? ଚାରିପଟେ ବୁଲନ୍ତି । ଉଭୟଙ୍କର ଭୂମି, ସମୁଦ୍ର ଏବଂ ବାୟୁମଣ୍ଡଳ ଅଛି । କରାଯାଏ । ତେଣୁ ମଙ୍ଗଳ ଗ୍ରହରେ ଜୀବନ୍ତ ପ୍ରାଣୀ ଅଛନ୍ତି । ଏହା କି ପ୍ରକାରର ଯୁକ୍ତି ଅଟେ ?
Answer:
ଏହି ଉଦାହରଣଟି ଗୋଟିଏ ଉପମାର ଉଦାହରଣ ।

୮. ବୈଜ୍ଞାନିକ ଆରୋହାନୁମାନର ସଂଜ୍ଞା ଦିଅ ।
Answer:
କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରୁ କାର୍ଯ୍ୟ-କାରଣ ଏବଂ ପ୍ରକୃତିର ଏକରୂପତା ନିୟମରେ ଆସ୍ଥା ସ୍ଥାପନକରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବଚନର ବାସ୍ତବ ସତ୍ୟତା ପ୍ରତିପାଦନ କରିବାକୁ ବିଜ୍ଞାନସମ୍ମତ ଆରୋହାନୁମାନ କୁହାଯାଏ; ଯଥା –
ରାମ ମରଣଶୀଳ ।
ସୀତା ମରଣଶୀଳ ।
ଆକବର ମରଣଶୀଳ ।
ଏଲିସ ମରଣଶୀଳ ।
…………….
_______________
∴ ସମସ୍ତ ମଣିଷ ମରଣଶୀଳ ।

୯. ଅବୈଜ୍ଞାନିକ ଆରୋହାନୁମାନ କ’ଣ ?
Answer:
କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରେ ବ୍ୟତିକ୍ରମଶୂନ୍ୟତା ହେତୁ ପ୍ରକୃତିର ଏକରୂପତା ନିୟମରେ ଆସ୍ଥା ସ୍ଥାପନ ଅସମ୍ମତ ଆରୋହାନୁମାନ ବୋଲି କୁହାଯାଏ; ଯଥା –
୧ମ ଦୃଷ୍ଟି ସିଂହ ଧୂସର ।
୨ୟ ଦୃଷ୍ଟ ସିଂହ ଧୂସର ।
୩ୟ ଦୃଷ୍ଟ ସିଂହ ଧୂସର ।
……………………
___________________
ସମସ୍ତ ଦୃଷ୍ଟ ସିଂହ ଧୂସର ।

୧୦. ବୈଜ୍ଞାନିକ ଆରୋହାନୁମାନର ପ୍ରଧାନ ପ୍ରଧାନ ବୈଶିଷ୍ଟ୍ୟଗୁଡ଼ିକ ଲେଖ ।
Answer:
ବୈଜ୍ଞାନିକ ଆରୋହାନୁମାନର ନିମ୍ନଲିଖ୍ ବୈଶିଷ୍ଟ୍ୟମାନ ରହିଛି; ଯଥା –

  • ବିଜ୍ଞାନସମ୍ମତ ଆରୋହାନୁମାନଦ୍ୱାରା ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବଚନ ସଂସ୍ଥାପିତ ହୁଏ ।
  • ବିଜ୍ଞାନସମ୍ମତ ଆରୋହାନୁମାନରେ ସିଦ୍ଧାନ୍ତର ବାସ୍ତବ ସତ୍ୟତା ପ୍ରତିପାଦନ କରାଯାଏ ।
  • ଆରୋହ ଲମ୍ଫନ ବିଜ୍ଞାନସମ୍ମତ ଆରୋହାନୁମାନର ଏକ ଗୁରୁତ୍ଵପୂର୍ଣ୍ଣ ବିଶେଷତ୍ଵ ।
  • ବିଜ୍ଞାନସମ୍ମତ ଆରୋହାନୁମାନର ସିଦ୍ଧାନ୍ତରେ ଉପନୀତ ହେବା ନିମିତ୍ତ ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟ- କାରଣ ନିୟମରେ ଆସ୍ଥା ସ୍ଥାପନ ଅନିବାର୍ଯ୍ୟ ।

୧୧. ଆରୋହ ଲମ୍ଫନ କ’ଣ ?
Answer:
ଆରୋହ ଲମ୍ଫନ ବିଜ୍ଞାନସମ୍ମତ ଆରୋହାନୁମାନର ଏକ ଗୁରୁତ୍ବପୂର୍ଣ୍ଣ ବିଶେଷତ୍ବ । ଯେଉଁଠାରେ ଆରୋହ ଲମ୍ଫନ ନାହିଁ ତାହାକୁ ଯଥାର୍ଥ ଆରୋହାନୁମାନ ବୋଲି ମିଲ୍ ଏବଂ ବେନ୍ ଗ୍ରହଣ କରନ୍ତି ନାହିଁ । ଅନୁମାନର ଉଦ୍ଦେଶ୍ୟ ଜ୍ଞାନ ସମ୍ପ୍ରସାରଣ । ଏହାଦ୍ବାରା ଅଧ‌ିଗତ ଜ୍ଞାନରୁ ଅନଧ୍ଵଗତ ଜ୍ଞାନଲାଭ କରାଯାଏ; ତେଣୁ ଯେଉଁ କ୍ଷେତ୍ରରେ ଗୋଟିଏ ଜାତିର କେତେକ ବସ୍ତୁର ଜ୍ଞାନରୁ ସେହି ଜାତୀୟ ସମସ୍ତ ବସ୍ତୁ ବିଷୟରେ ଜ୍ଞାନଲାଭ କରାଯାଏ ନାହିଁ, ଅର୍ଥାତ୍ ଯେଉଁ କ୍ଷେତ୍ରରେ ଆରୋହ ଲମ୍ଫନ ନାହିଁ ତାହା ଆରୋହାନୁମାନ ପଦବାଚ୍ୟ ନୁହେଁ ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

୧୨. ଯଥାର୍ଥ ଆରୋହାନୁମାନର ପ୍ରକାରଭେଦ କର ।
Answer:
ଯଥାର୍ଥ ଆରୋହାନୁମାନ ତିନି ପ୍ରକାରର; ଯଥା –

  • ବୈଜ୍ଞାନିକ ଆରୋହାନୁମାନ;
  • ଅ-ବୈଜ୍ଞାନିକ ଆରୋହାନୁମାନ ;
  • ସାଦୃଶ୍ୟମୂଳକ ଆରୋହାନୁମାନ ।

୧୩. ନିମ୍ନଲିଖିତ ମନ୍ତବ୍ୟ ଉପରେ ସଂକ୍ଷିପ୍ତ ଟିପ୍‌ପଣୀ ଦିଅ ।
(କ) ଅବରୋହାନୁମାନ ସିଦ୍ଧ କିମ୍ବା ଅସିଦ୍ଧ ହୋଇପାରେ; କିନ୍ତୁ ଆରୋହାନୁମାନ ଯୁକ୍ତିଯୁକ୍ତ କିମ୍ବା ଅଯୌକ୍ତିକ ହୋଇପାରେ ।
(ଖ) ଆରୋହ ସମସ୍ୟା ସମାଧାନ ରହିତ ଅଟେ ।
Answer:
(କ) ଅବରୋହାନୁମାନ ତାତ୍ପର୍ଯ୍ୟ ବିଶ୍ଳେଷଣ ସହିତ ସଂପୃକ୍ତ । ଯଦି ସିଦ୍ଧାନ୍ତଟି ହେତୁ ବାକ୍ୟ ବା ହେତୁବାକ୍ୟମାନଙ୍କରେ ନିହିତ, ତେବେ ଅନୁମାନଟି ସିଦ୍ଧ, ନଚେତ୍ ତାହା ଅସିଦ୍ଧ । ଏଠାରେ ସିଦ୍ଧାନ୍ତକୁ ସଂପୂର୍ଣ୍ଣଭାବେ ସମର୍ଥନ ଯୋଗାଇବା ନିମନ୍ତେ ହେତୁ – ବାକ୍ୟଗୁଡ଼ିକ ସମର୍ଥ । କାରଣ ସିଦ୍ଧ ଆରୋହାନୁମାନର ସିଦ୍ଧାନ୍ତ ହେତୁ-ବାକ୍ୟଠାରୁ କଦାପି ବ୍ୟାପକତର ନୁହେଁ । ଆରୋହାନୁମାନ ସଂଶ୍ଳେଷଣ ସହିତ ସଂପୃକ୍ତ।

ଏଠାରେ ସିଦ୍ଧାନ୍ତ ହେତୁ-ବାକ୍ୟମାନଙ୍କ ତୁଳନାରେ ଅଧିକ ବ୍ୟାପକ । ତେଣୁ ଏହାର ସମସ୍ତ ହେତୁ-ବାକ୍ୟ ସତ୍ୟ ହୋଇଥ‌ିବା ସତ୍ତ୍ବେ ସିଦ୍ଧାନ୍ତ ମିଥ୍ୟା ହେବାର ସମ୍ଭାବନା ରହିଥାଏ । ସୁତରାଂ ଏହା ସଂପୂର୍ଣ୍ଣଭାବରେ ସିଦ୍ଧ ବା ପ୍ରାମାଣିକ ବୋଲି କୁହାଯାଇ ନ ପାରେ; କିନ୍ତୁ ସାମାନ୍ୟକରଣ ପ୍ରକ୍ରିୟାଟି ଯୁକ୍ତିଯୁକ୍ତଭାବେ କରାଯାଇଛି କି ତାହା ଅଯୌକ୍ତିକ ଏହା ପରୀକ୍ଷା କରି ଦେଖିବା ନିମନ୍ତେ ଏଠାରେ ଅବକାଶ ରହିଛି । ଆମ୍ଭେମାନେ ଯଦି ଅନେକଗୁଡ଼ିଏ ସଦର୍ଥକ ଦୃଷ୍ଟାନ୍ତର ପର୍ଯ୍ୟବେକ୍ଷଣ କରିଥାଉ ଅଥଚ ନଞର୍ଥକ ଦୃଷ୍ଟାନ୍ତ ଆଦୌ ମିଳେ ନାହିଁ ଅଥବା ଯଦି ସାମାନ୍ୟକରଣଟି କାର୍ଯ୍ୟକାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ ହୋଇଥାଏ ତେବେ ତାହା ଯୁକ୍ତିଯୁକ୍ତ ବୋଲି ବିବେଚିତ ହୁଏ ।

କିନ୍ତୁ ଅଳ୍ପ କେତୋଟି ସଦର୍ଥକ ଦୃଷ୍ଟାନ୍ତର ପର୍ଯ୍ୟବେକ୍ଷଣ କରି ତଥା ନଞର୍ଥକ ଦୃଷ୍ଟାନ୍ତ ରହିଛି କି ନା ତା’ର ପରୀକ୍ଷା କରିବାକୁ ଯତ୍ନବାନ୍ ନ ହୋଇ ଯଦି ଆମ୍ଭେମାନେ ସାମାନ୍ୟକରଣରେ ପ୍ରବୃତ୍ତ ହେଉ, ତେବେ ସ୍ପଷ୍ଟତଃ ତାହା ଅଯୌକ୍ତିକ ।

(ଖ) ଆରୋହ ସମସ୍ୟା ହେଉଛି କେତେକ ଦୃଷ୍ଟାନ୍ତର ଅଭିଜ୍ଞତାରୁ ସମସ୍ତ ଦୃଷ୍ଟାନ୍ତ ସମ୍ବନ୍ଧରେ ଆମେମାନେ ସିଦ୍ଧାନ୍ତ ଗ୍ରହଣ କରିବାକୁ ସମର୍ଥ ହେଉ କିଭଳି ? ବର୍ତ୍ତମାନ ପରିସ୍ଥିତିର ପରୀକ୍ଷାକରି ଅତୀତ ଓ ଭବିଷ୍ୟତ୍ ପରିସ୍ଥିତି ସମ୍ବନ୍ଧରେ କହିବା ସମ୍ଭବପର ହୁଏ କିଭଳି ? ଦୃଷ୍ଟ ଓ ଜ୍ଞାତ ବିଷୟରୁ ଅଦୃଷ୍ଟ ଓ ଅଜ୍ଞାତ ବିଷୟରେ ଜାଣିବା ସମ୍ଭବପର କି ? ହିଉମ୍‌ଙ୍କ ମତରେ, ଏହି ସମସ୍ୟା ସମାଧାନ ରହିତ । ତାଙ୍କ ମତରେ, ଆମ୍ଭେମାନେ ଦୃଷ୍ଟ ବିଷୟରୁ ଅଦୃଷ୍ଟ ବିଷୟରେ ଜାଣିବା ସମ୍ଭବପର ନୁହେଁ । ଆମ୍ଭମାନଙ୍କ ଅଦୃଷ୍ଟ ବିଷୟକ ସମସ୍ତ ଉକ୍ତି ସମ୍ଭାବନାମୂଳକ ହୋଇପାରେ; କିନ୍ତୁ କଦାପି ନିଶ୍ଚିତିମୂଳକ ହୋଇପାରେ ନାହିଁ । ମିଲ୍ ଏବଂ ବେନ୍ ଏଠାରେ ଭିନ୍ନ ମତପୋଷଣ କରନ୍ତି ।

ସେମାନଙ୍କ ମତରେ, ଯଦି ସଂପୃକ୍ତ ବିଷୟଟି କାର୍ଯ୍ୟକାରଣ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ ହୋଇଥାଏ ଏବଂ ଯଦି ଆମ୍ଭେମାନେ ପ୍ରକୃତିର ଏକରୂପତା ନିୟମରେ ଆସ୍ଥା ସ୍ଥାପନ କରିଥାଉ, ତେବେ ଆରୋହ ସମସ୍ୟାର ସମାଧାନ ସମ୍ଭବପର । ଯେଉଁ କାରଣରୁ ବର୍ତ୍ତମାନ ଗୋଟିଏ ପରିସ୍ଥିତିର ଉଦ୍ଭବ ହୋଇଛି; ସେହି କାରଣରୁ ଅତୀତରେ ମଧ୍ୟ କେବଳ ସେହି ପରିସ୍ଥିତିର ଉଦ୍ଭବ ହୋଇଥ୍ ଏବଂ ଭବିଷ୍ୟତରେ ମଧ୍ୟ ତାହାହିଁ ହେବ । ତେଣୁ ସେମାନଙ୍କ ମତରେ, ଦୃଷ୍ଟ ଓ ଜ୍ଞାତ ବିଷୟରୁ ଅଦୃଷ୍ଟ ଓ ଅଜ୍ଞାତ ବିଷୟରେ ଜାଣିବା ସମ୍ଭବପର ।

୧୪. ଆରୋହାନୁମାନର ଆବଶ୍ୟକତା ବୁଝାଇ ଲେଖ ।
Answer:
ଆରୋହାନୁମାନର ନିମ୍ନଲିଖ୍ ଆବଶ୍ୟକତା ଦେଖାଯାଏ :
(i) ଆରୋହାନୁମାନର ସିଦ୍ଧାନ୍ତ ଗୋଟିଏ ଅସୀମ ବ୍ୟାଚ୍ୟାର୍ଥବିଶିଷ୍ଟ ସାମାନ୍ୟ ପଦ ବିଷୟକ ସାମାନ୍ୟ ତର୍କବଚନ ସୃଷ୍ଟି କରେ ।
(ii) ଆରୋହାନୁମାନର ସିଦ୍ଧାନ୍ତ ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବଚନ ସ୍ଥାପନ କରେ ।
(iii) ଆରୋହାନୁମାନର ଲକ୍ଷ୍ୟ ସିଦ୍ଧାନ୍ତର ବାସ୍ତବ ସତ୍ୟତା ପ୍ରତିପାଦନ କରିବାରେ ସହାୟତା କରିଥାଏ ।

୧୫. ସାଦୃଶ୍ୟ ଭିତ୍ତିକାନୁମାନ କାହାକୁ କହନ୍ତି ?
Answer:
ଦୁଇଟି ବସ୍ତୁ ବା ସମ୍ବନ୍ଧର ସାଦୃଶ୍ୟକୁ ଭିଭିକରି କୌଣସି ଏକ ଅନଧୂତ ବିଷୟରେ ଜ୍ଞାନ ଲାଭ କରିବାକୁ ସାହାଯ୍ୟରେ ଅପରଟିର ରୂପ, ଗୁଣ, କାର୍ଯ୍ୟକାରିତା ସମ୍ବନ୍ଧରେ ସୂଚନା ଦେବାକୁ ଉପମା ମଧ୍ୟ କୁହାଯାଏ । ତେଣୁ ସାଦୃଶ୍ୟ ଭଭିକାନୁମାନକୁ ଉପମାନୁମାନ କୁହାଯାଏ । ପ୍ରଖ୍ୟାତ ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ Analogia ଶବ୍ଦରୁ Analogy ବା ସାଦୃଶ୍ୟ ଭିଭିକାନୁମାନ ନିଷ୍ପନ୍ନ ବୋଲି ମତବ୍ୟକ୍ତ କରିଛନ୍ତି । ତାଙ୍କ ମତରେ, Analogia କହିଲେ ଗଣିତଶାସ୍ତ୍ରର ଆନୁପାତିକ ସାଦୃଶ୍ୟ ଭିଭିକାନୁମାନ ନିଷ୍ପନ୍ନ ବୋଲି ମତବ୍ୟକ୍ତ କରିଛନ୍ତି । ତାଙ୍କ ମତରେ, Analogia କହିଲେ ଗଣିତଶାସ୍ତ୍ରର ଆନୁପାତିକ ସାଦୃଶ୍ୟ ବୋଲି ବୁଝୁଥିଲେ । ଉଦାହରଣସ୍ୱରୂପ ୧ : ୨ :: ୨: ୪

B. ପାର୍ଥକ୍ୟ ଦର୍ଶାଅ

୧. ଅବରୋହ ଓ ଆରୋହ ।
Answer:
(a) ଅବରୋହାନୁମାନରେ ହେତୁବାକ୍ୟ ଦୁଇଟି ବସ୍ତୁତଃ ସତ୍ୟ କି ନୁହଁନ୍ତି ପରୀକ୍ଷା ନ କରି ମଧ୍ୟ ଅନୁମାନ କରାଯାଇପାରେ । ଉଦାହରଣସ୍ୱରୂପ – ସମସ୍ତ ମନୁଷ୍ୟ ମରଣୀଶୀଳ । ମାତ୍ର ଆରୋହାନୁମାନର ହେତୁବାକ୍ୟଗୁଡ଼ିକ ବସ୍ତୁତଃ ସତ୍ୟ କାରଣ ସେଗୁଡ଼ିକ ଅଭିଜ୍ଞତା ସାହାଯ୍ୟରେ ସଂଗୃହୀତ ।
(b) ଅବରୋହାନୁମାନରେ କେବଳ ଆକାରଗତ ସତ୍ୟତା ବା ବୈଧତା ପ୍ରତିପାଦନ କରାଯାଏ । କିନ୍ତୁ ଆରୋହାନୁମାନର ଲକ୍ଷ୍ୟ ଆକାରଗତ ଓ ବାସ୍ତବ ଉଭୟ ସତ୍ୟତା ପ୍ରତିପାଦନ କରିବା ।
(c) ଜେଭନ୍ସ ଅବରୋହକୁ ରଜ୍ଜୁ ପ୍ରକ୍ରିୟା ଏବଂ ଆରୋହକୁ ତାହାର ବିପରୀତ ପ୍ରକ୍ରିୟା ବୋଲି ବର୍ଣ୍ଣନା କରିଛନ୍ତି ।
(d) ବେକନ୍ ଆରୋହକୁ ଅଧିରୋହଣ ପ୍ରକ୍ରିୟା ଏବଂ ଅବରୋହକୁ ଅବତରଣ ପ୍ରକ୍ରିୟାବୋଲି ବର୍ଣ୍ଣନା କରିଅଛନ୍ତି ।

୨. ପ୍ରାଥମିକ ଆରୋହାନୁମାନ ଓ ଗୌଣ ଆରୋହାନୁମାନ ।
Answer:
କେତେକ ଦୃଷ୍ଟାନ୍ତକୁ ପର୍ଯ୍ୟବେକ୍ଷଣ କରି ଗୋଟିଏ ବସ୍ତୁପରକ ସାର୍ବିକ ତର୍କବାକ୍ୟର ପ୍ରତିପାଦନକୁ ମୁଖ୍ୟ ବା ପ୍ରାଥମିକ ଆରୋହାନୁମାନ କୁହାଯାଏ ।
ଉଦାହରଣ – ରାମ ମରଣଶୀଳ ଅଟେ ।
ଯଦୁ ମରଣଶୀଳ ଅଟେ ।
ଆକବର ମରଣଶୀଳ ଅଟେ ।
________________
∴ ସମସ୍ତ ମନୁଷ୍ୟ ମରଣଶୀଳ ।
ଯେତେବେଳେ ପ୍ରତ୍ୟକ୍ଷଭାବେ ପର୍ଯ୍ୟବେଷିତ କୌଣସି ଦୃଷ୍ଟାନ୍ତର ଆଶ୍ରୟ ନ ନେଇ ଗୋଟିଏ ସାମାନ୍ୟ ତର୍କବାକ୍ୟ ପ୍ରତିପାଦନ କରାଯାଏ, ସେତେବେଳେ ଏହାକୁ ଗୌଣ ଆରୋହାନୁମାନ କୁହାଯାଏ । ଉଦାହରଣସ୍ୱରୂପ – ନିଉଟନ୍‌ଙ୍କର ମାଧ୍ୟାକର୍ଷଣ ତତ୍ତ୍ଵକୁ ପ୍ରତିପାଦନ କରିବାପାଇଁ ବଳ ରାଶି ଇତ୍ୟାଦି ପ୍ରତ୍ୟୟ ପ୍ରୟୋଗ କରାଯାଇଥାଏ ।

୩. ଯଥାର୍ଥ ଆରୋହାନୁମାନ ଓ ତଥାକଥ୍ତ ଆରୋହାନୁମାନ ।
Answer:
ଯେଉଁ ଆରୋହାନୁମାନରେ ଆରୋହ ଲମ୍ଫନ ଥାଏ, ତାହା ହେଉଛି ଯଥାର୍ଥ ଆରୋହାନୁମାନ । ଏହା ତିନିଟି ଭାଗରେ ବିଭକ୍ତ କରାଯାଏ; ଯଥା – (a) ବୈଜ୍ଞାନିକ ଆରୋହାନୁମାନ (b) ଅବୈଜ୍ଞାନିକ ଆରୋହାନୁମାନ (c) ସାଦୃଶ୍ଯଭିଭିକ ଅନୁମାନ ।
ଯେଉଁ ଆରୋହାନୁମାନରେ ଆରୋହ ଲମ୍ଫନ ନ ଥାଏ, ତାକୁ ତଥାକଥିତ ଆରୋହାନୁମାନ କୁହାଯାଏ । ଏହାକୁ ତିନିଭାଗରେ ବିଭକ୍ତ କରାଯାଇଥାଏ; ଯଥା – (a) ପୂର୍ଣ୍ଣ ଗଣନାଭିଭିକ ଆରୋହାନୁମାନ (b) ଯୁକ୍ତି ସାଦୃଶ୍ୟମୂଳକ ଆରୋହାନୁମାନ (c) ତଥ୍ୟ ସମ୍ବନ୍ଧନମୂଳକ ନୀତି ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

୪. ବୈଜ୍ଞାନିକ ଆରୋହାନୁମାନ ଓ ଅବୈଜ୍ଞାନିକ ଆରୋହାନୁମାନ ।
Answer:
କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରୁ କାର୍ଯ୍ୟକାରଣ ଏବଂ ପ୍ରକୃତିର ଏକରୂପତା ନିୟମ ଦ୍ଵୟରେ ଆସ୍ଥା ସ୍ଥାପନକରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନ କରିବାକୁ ବିଜ୍ଞାନସମ୍ମତ ଆରୋହାନୁମାନ କୁହାଯାଏ ।
ଉଦାହାରଣ – ଯୋଶେଫ୍ ମରଣଶୀଳ ।
ଯଦୁ ମରଣଶୀଳ ।
ଯୋଶେଫ୍ ମରଣଶୀଳ ।
……………………….
……………………….
_____________________
∴ ସମସ୍ତ ମନୁଷ୍ୟ ମରଣଶୀଳ ।
କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରେ ବ୍ୟତିକ୍ରମଶୂନ୍ୟତା ହେତୁ ପ୍ରକୃତିର ଏକରୂପତା ନିୟମରେ ଆସ୍ଥା ସ୍ଥାପନ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନକୁ ଅବୈଜ୍ଞାନିକ ଆରୋହାନୁମାନ ବା ସରଳ ଗଣନାଭିଭିକ ଆରୋହାନୁମାନ କୁହାଯାଏ ।
୧ୟ କାଉ କଳା ଅଟେ ।
୨ୟ କାଉ କଳା ଅଟେ ।
୩ୟ କାଉ କଳା ଅଟେ ।
ସମସ୍ତ କାଉ କଳା ଅଟେ ।
……………………….
……………………….
_____________________
∴ ସମସ୍ତ କାଉ କଳା ଅଟେ ।
(୧) ବୈଜ୍ଞାନିକ ଆରୋହାନୁମାନରେ ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟକାରଣ ନିୟମ ଥାଏ ମାତ୍ର ଅବୈଜ୍ଞାନିକ ଆରୋହାନୁମାନରେ କାର୍ଯ୍ୟକାରଣ ନିୟମ ନଥାଏ ।
(୨) ବୈଜ୍ଞାନିକ ଆରୋହାନୁମାନର ସିଦ୍ଧାନ୍ତ ଅଧିକ ସମ୍ଭାବନାମୂଳକ ବା ବିଶ୍ୱାସଯୋଗ୍ୟ ଅଟେ । ମାତ୍ର ଅବୈଜ୍ଞାନିକ ଆରୋହାନୁମାନର ସିଦ୍ଧାନ୍ତ ସମ୍ଭାବନାମୂଳକ ଅଟେ ।

୫. ସାଦୃଶ୍ୟଭିତ୍ତିକ ଏବଂ ବିଜ୍ଞାନସମ୍ମତ ଆରୋହାନୁମାନ ।
Answer:
(a) ବିଜ୍ଞାନସମ୍ମତ ଆରୋହାନୁମାନରେ ବିଶେଷରୁ ସାର୍ବିକ ସତ୍ୟ ଅନୁମାନ କରାଯାଉଥିବା ସ୍ଥଳେ ସାଦୃଶ୍ଯଭିଭିକ ଆରୋହାନୁମାନରେ ବିଶେଷ ଲକ୍ଷଣମାନଙ୍କର ସାଦୃଶ୍ୟରୁ ଅନ୍ୟ ଲକ୍ଷଣ ସାଦୃଶ୍ୟର ଅନୁମାନ କରାଯାଏ ।
(b) କାର୍ଯ୍ୟକାରଣ ସମ୍ବନ୍ଧ ବିଜ୍ଞାନସମ୍ମତ ଆରୋହାନୁମାନର ଭିଭି ହୋଇଥିବା ସ୍ଥଳେ, କେବଳ ଲକ୍ଷଣଗତ ସାଦୃଶ୍ୟ ହିଁ ସାଦୃଶ୍ୟଭିତ୍ତିକ ଆରୋହାନୁମାନର ଭିତ୍ତିଭୂମି ।
(c) ସାଦୃଶ୍ୟଭିତ୍ତିକ ଆରୋହାନୁମାନର ସିଦ୍ଧାନ୍ତ ଅନିଶ୍ଚିତ ଏବଂ ସମ୍ଭାବନାମୂଳକ ହୋଇଥିବା ସ୍ଥଳେ ବିଜ୍ଞାନସମ୍ମତ ଆରୋହାନୁମାନର ସିଦ୍ଧାନ୍ତ ନିର୍ଭରଯୋଗ୍ୟ ।

୬. ସାଦୃଶ୍ୟଭିତ୍ତିକ ଏବଂ ଅବୈଜ୍ଞାନିକ ଆରୋହାନୁମାନ ।
Answer:
ଆରୋହ ଲମ୍ଫନ ରହିଅଛି । ମାତ୍ର ସାଦୃଶ୍ୟଭିତ୍ତିକ ଆରୋହାନୁମାନ ଲକ୍ଷଣ ସାଦୃଶ୍ୟ ଉପରେ ନିର୍ଭର କରୁଥିବାବେଳେ ଅବୈଜ୍ଞାନିକ ଆରୋହ ଲମ୍ଫନ ରହିଅଛି । ମାତ୍ର ସାଦୃଶ୍ୟଭିତ୍ତିକ ଆରୋହାନୁମାନ ଲକ୍ଷଣ ସାଦୃଶ୍ୟ ଉପରେ ନିର୍ଭର କରୁଥ‌ିବାବେଳେ ଅବୈଜ୍ଞାନିକ ଆରୋହାନୁମାନ ଅବାଧୂତ ଅଭିଜ୍ଞତା ଉପରେ ନିର୍ଭର କରିଥାଏ । ଉଭୟ ଅନୁମାନର ସିଦ୍ଧାନ୍ତ ଅନିଶ୍ଚିତ, କାରଣ ଏଠାରେ କାରଣିକତା ଉପରେ ନିର୍ଭର କରାଯାଏ ନାହିଁ ।

୭. ସବଳ ଉପମା ଓ ଦୁର୍ବଳ ଉପମା ।
Answer:
ଯେଉଁ ସିଦ୍ଧାନ୍ତ ସତ୍ୟ ଅଥବା ମିଥ୍ୟା ହେବାର ସମ୍ଭାବନା ପ୍ରାୟ ସମାନ, ତାହାକୁ ‘ମଧ୍ୟକ’ ବୋଲି ଗ୍ରହଣ କରି ତହିଁରୁ ଭିଭିକାନୁମାନକୁ ସବଳ ବା ସାଧୁ ଉପମା କୁହାଯାଏ ।
ଯଥା- ପୃଥ‌ିବୀ ତୁଲ୍ୟ ମଙ୍ଗଳ ଗ୍ରହ ମଧ୍ୟ ପ୍ରାଣୀ-ଅଧ୍ୟଷିତ । ଏହା ସବଳ ଉପମାର ଉଦାହରଣ ଅଟେ ।
ଯେଉଁ ସିଦ୍ଧାନ୍ତ ସତ୍ୟ ଅଥବା ମିଥ୍ୟା ହେବାର ସମ୍ଭାବନା ପ୍ରାୟ ସମାନ, ତାହାକୁ ‘ମଧ୍ୟକ’ ବୋଲି ଗ୍ରହଣ କରି ତହିଁରୁ ଅଳ୍ପ ସମ୍ଭାବନା ଥ‌ିବା କ୍ଷେତ୍ରରେ ସାଦୃଶ୍ଯଭିଭିକାନୁମାନକୁ ଦୁର୍ବଳ ବା ଦୁଷ୍ଟ ଉପମା କୁହାଯାଏ; ଯଥା – ମନୁଷ୍ୟ ତୁଲ୍ୟ ଶୁଆ କଥା କହିପାରେ । ତେଣୁ ମନୁଷ୍ୟ ତୁଲ୍ୟ ତାହାର ବୁଦ୍ଧି ବିବେକ ରହିଅଛି ।
ଏହା ଏକ ଦୁର୍ବଳ ଉପମା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧. ଆରୋହାନୁମାନ କାହାକୁ କୁହାଯାଏ ଓ ଏହାର ପ୍ରକୃତି କିଭଳି ?
Answer:
ଯେଉଁ ଅନୁମାନରେ କେତେକ ସମଜାତୀୟ ବସ୍ତୁ ବା ଘଟଣାନିଚୟର ପର୍ଯ୍ୟବେକ୍ଷଣପୂର୍ବକ ଜ୍ଞାନ ଆହରଣ କରିବା ପଦ୍ଧତିର ଦୁଇଟି ମୌଳିକ ନିୟମ; ଯଥା- କାର୍ଯ୍ୟକାରଣ ନିୟମ (Law of causation) ଏବଂ ପ୍ରକୃତିର ଏକରୂପତା ନିୟମ (Law of uniformity of nature) ଉପରେ ନିର୍ଭର କରି ଉକ୍ତ ବିଶେଷ ଶ୍ରେଣୀୟ ବସ୍ତୁ ବା ଘଟଣା ସମ୍ପର୍କରେ ଗୋଟିଏ ସାର୍ବିକ ସଂଶ୍ଳେଷଣାତ୍ମକ (Real) ତର୍କବଚନ ପ୍ରତିଷ୍ଠା କରାଯାଏ ତାହାକୁ ଆରୋହ ଅନୁମାନ କୁହାଯାଏ । ଯେପରି ରାମ, ଶ୍ୟାମ, ମଧୁ ପ୍ରଭୃତି କେତେକ ମଣିଷମାନଙ୍କର ମୃତ୍ୟୁକୁ ପର୍ଯ୍ୟବେକ୍ଷଣ କରି ଆମେ ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’ – ଏହି ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନଟି ସ୍ଥାପନ କରୁ ।

ଉପରିଲିଖ୍ ଅନୁମାନର ସଂଜ୍ଞାଟିକୁ ବିଶ୍ଳେଷଣ କଲେ ନିମ୍ନୋକ୍ତ ଲକ୍ଷଣଗୁଡ଼ିକ ଥିବାର ପରିଲକ୍ଷିତ ହୁଏ ।

(i) ଆରୋହାନୁମାନରେ ଆମେ ‘କେତେକ’ରୁ ‘ସମସ୍ତ’ ବା ‘ବିଶେଷ’ରୁ ‘ସାର୍ବିକ’ରେ ଉପନୀତ ହେଉ । ‘କେତେକ ମଣିଷ ମରଣଶୀଳ’ – ଏହି ବାସ୍ତବାନୁଭୂତିରୁ ‘ସମସ୍ତ ମଣିଷ ମରଣଶୀଳ’ – ଏହି ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନରେ ଉପନୀତ ହେଉ ।

(ii) ଆରୋହାନୁମାନରେ ‘କେତେକ’ ରୁ ‘ସମସ୍ତ’ ବା ‘ବିଶେଷ’ ‘ସାର୍ବିକ’ ମଧ୍ୟରେ ଗୋଟିଏ ବ୍ୟବଧାନ ପରିଲକ୍ଷିତ ଏହି ବ୍ୟବଧାନଟିକୁ ଆମେ ଅତିକ୍ରମ କରୁ । ଏତାଦୃଶ ବ୍ୟବଧାନ ଅତିକ୍ରମଣକୁ ଆରୋହ ଲମ୍ଫନ (Inductive Leap) କୁହାଯାଏ । ତାର୍କିକ ବେନ୍ (Bain) ଆରୋହ ଲମ୍ଫନକୁ ଆରୋହାନୁମାନର ଅତ୍ୟନ୍ତ ପ୍ରୟୋଜନୀୟ ବୈଶିଷ୍ଟ୍ୟଭାବରେ ଗ୍ରହଣ କରିଛନ୍ତି । ଯେଉଁ ଅନୁମାନରେ ଏଭଳି ବ୍ୟବଧାନ ନାହିଁ ତାହାକୁ କୌଣସିପ୍ରକାରେ ଆରୋହ ଅନୁମାନ କୁହାଯାଏ ନାହିଁ ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

(iii) ଆରୋହାନୁମାନ ପ୍ରକୃତିର ଏକରୂପତା ମୌଳିକ ନିୟମ ଉପରେ ନିର୍ଭରଶୀଳ । ପ୍ରକୃତିର ଏକରୂପତା ନିୟମର ଅର୍ଥ ହେଉଛି ଯେ, ପ୍ରକୃତିରେ ସମାନ ଅବସ୍ଥାରେ ଏକ ସମାନ କାରଣ ସର୍ବଦା ସମାନ କାର୍ଯ୍ୟ ସମାହିତ କରିଥାଏ । ଏଠାରେ ଲକ୍ଷ୍ୟ କରିବାର କଥା ଯେ, କାର୍ଯ୍ୟକାରଣ ନିୟମକୁ ବୁଝାଇବାକୁ ଯାଇ ତାର୍କିକମାନେ କହନ୍ତି ଯେ, ଏ ପୃଥ‌ିବୀର ପ୍ରତ୍ୟେକ ବସ୍ତୁ ବା ଘଟଣାର ଏକ କାରଣ ରହିଛି । ନଞର୍ଥକଭାବରେ କହିଲେ, ଏଠାରେ ଏଭଳି କୌଣସି ଘଟଣା ବା ବାସ୍ତୁ ନାହିଁ ଯାହାର କାରଣ ନାହିଁ ।

(iv) ଆରୋହାନୁମାନରେ ବିଶେଷ ଓ ସାମାନ୍ୟ ମଧ୍ୟରେ ଥ‌ିବା ବ୍ୟବଧାନ ଅତିକ୍ରମ କରିବାକୁ ହୁଏ । ବର୍ତ୍ତମାନ ପ୍ରଶ୍ନ ହେଉଛି କିଭଳିଭାବରେ ଏହା ଅତିକ୍ରମ କରିବା ସମ୍ଭବ । ଆମର ବ୍ୟକ୍ତିଗତ ଅଭିଜ୍ଞତା ବା ଇନ୍ଦ୍ରିୟ ଅନୁଭୂତିଲବ୍‌ଧ ଜ୍ଞାନ ସର୍ବଦା ସୀମିତ । ଯେପରି ବ୍ୟକ୍ତିଗତ ଅଭିଜ୍ଞତାଦ୍ୱାରା ଆମେ କେତେକ ମଣିଷର ମୃତ୍ୟୁ ସମ୍ପର୍କରେ ଜ୍ଞାନଲାଭ କରିପାରୁ; କିନ୍ତୁ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ର ସମସ୍ତ ମଣିଷର ମୃତ୍ୟୁ ସମ୍ପର୍କରେ ଜ୍ଞାନଲାଭ କରିବା କୌଣସି ମଣିଷ ପକ୍ଷରେ ସମ୍ଭବ ନୁହେଁ । ଏଣୁ ପ୍ରଶ୍ନ ହେଉଛି ଯେ, ବିଶେଷ ଜ୍ଞାନରୁ ସାର୍ବିକ ଜ୍ଞାନ କିଭଳି ସମ୍ଭବପର ହେଉଛି ? ଏହାର ଉତ୍ତରରେ କୁହାଯାଇପାରେ ଯେ, ପ୍ରକୃତିର ଏକରୂପତା ମୌଳିକ ନିୟମକୁ ଭିଭିକରି ଏବଂ କାର୍ଯ୍ୟକାରଣ ନିୟମ ଉପରେ ଆସ୍ଥା ସ୍ଥାପନପୂର୍ବକ ସାର୍ବିକ ଜ୍ଞାନରେ ଉପନୀତ ହେବା ସମ୍ଭବ ହୁଏ ।

ତେଣୁ ଉଲ୍ଲିଖୂତ ଆଲୋଚନାରୁ ଏହା ସ୍ପଷ୍ଟଭାବରେ ପ୍ରତୀୟମାନ ହୁଏ ଯେ, କେତେକ ସମଜାତୀୟ ବିଶେଷ ବସ୍ତୁ ବା ଘଟଣାର ପର୍ଯ୍ୟବେକ୍ଷଣ ପ୍ରସୂତ ଅଧିଗତ ଜ୍ଞାନରୁ ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟକାରଣ ନିୟମ ଉପରେ ଆସ୍ଥା ସ୍ଥାପନପୂର୍ବକ ଏକ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନର ପ୍ରତିଷ୍ଠା କରିବାକୁ ଆରୋହାନୁମାନ କୁହାଯାଏ ।

୨. ଆରୋହ ଅନୁମାନର ପ୍ରୟୋଜନୀୟତା (Necessity of Induction) କ’ଣ ଲେଖ ।
Answer:
ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ସହ ତର୍କଶାସ୍ତ୍ରର ଆଲୋଚ୍ୟ ବିଷୟ ହେଉଛି ଅନୁମାନ । ଅନୁମାନକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି; ଯଥା – ଅବରୋହ ଅନୁମାନ (Deductive Inference) ଏବଂ ଆରୋହ ଅନୁମାନ (Inductive Inference) । ଏହି ଦ୍ବିବିଧ ଅନୁମାନ ମଧ୍ୟରେ ଆରୋହ ଅନୁମାନର ଗୁରୁତ୍ଵ ସର୍ବାପେକ୍ଷା ଅଧିକ ।
ପ୍ରଥମତଃ, ଅବରୋହ ଅନୁମାନ ଅନ୍ତର୍ଗତ ତ୍ରିପଦୀ ଯୁକ୍ତିରେ ଯେଉଁ ଦୁଇଟି ହେତୁବଚନକୁ ଗ୍ରହଣ କରାଯାଇଥାଏ, ତା’ ମଧ୍ୟରେ ଅନ୍ତତଃ ଗୋଟିଏ ତର୍କବଚନ ସାର୍ବିକବଚନ ହେବା ବାଞ୍ଛନୀୟ । କାରଣ ଦୁଇଟି ତର୍କବଚନ ଯଦି ବିଶେଷ ବା ଆଂଶିକବଚନ ହୁଏ ତା’ହେଲେ ତ୍ରିପଦୀ ଯୁକ୍ତିର ନିୟମାନୁସାରେ ସେଠାରେ କୌଣସି ବୈଧ ସିଦ୍ଧାନ୍ତ ଲାଭ କରିହୁଏ ନାହିଁ ।
ପୁନଶ୍ଚ ଦେଖାଯାଏ ଯେ, ତ୍ରିପଦୀ ଯୁକ୍ତି ବା ନ୍ୟାୟଟି ବୈଧ ହୋଇଥିଲେ ମଧ୍ୟ ଅଧିକାଂଶ ସମୟରେ ଉକ୍ତ ନ୍ୟାୟର ସିଦ୍ଧାନ୍ତ ସତ୍ୟ ବୋଲି ଗ୍ରହଣୀୟ ହୁଏ ନାହିଁ । ଉଦାହରଣସ୍ୱରୂପ –

ସମସ୍ତ ମଣିଷ ଅମର ଅଟନ୍ତି ।
ସମସ୍ତ ରାଜା ମଣିଷ ଅଟନ୍ତି ।
ସମସ୍ତ ରାଜା ଅମର ଅଟନ୍ତି ।

ଉକ୍ତ ନ୍ୟାୟଟି ବୈଧତା ଦୃଷ୍ଟିରୁ ପ୍ରଥମ ସଂସ୍ଥାନର ଏକ ବୈଧ ନ୍ୟାୟ, ଯାହା ‘ବାରବାରା’ ଅଟେ । ମାତ୍ର ଉକ୍ତ ନ୍ୟାୟର ସିଦ୍ଧାନ୍ତଟି ସତ୍ୟ ବୋଲି ଗ୍ରହଣଯୋଗ୍ୟ ନୁହେଁ । ଆମେ ଜାଣୁ ଯେ, ସିଦ୍ଧାନ୍ତର ସତ୍ୟାସତ୍ୟ ହେତୁବଚନର ସତ୍ୟାସତ୍ୟ ଉପରେ ନିର୍ଭରଶୀଳ । ଯଦି ଉକ୍ତ ସିଦ୍ଧାନ୍ତଟି ମିଥ୍ୟା ହେଲା ତା’ହେଲେ ଏଥରୁ ଅନୁମିତ ହୁଏ ଯେ, ଦତ୍ତ ହେତୁବଚନ ଦୁଇଟି କିମ୍ବା ତହିଁରୁ ଗୋଟିଏ ହେତୁବଚନ ବାସ୍ତବରେ ସତ୍ୟ ନୁହେଁ । ଏଠାରେ ‘ସମସ୍ତ ମଣିଷ ଅମର ଅଟନ୍ତି’ – ଏହି ହେତୁବଚନଟିର ବାସ୍ତବ ସତ୍ୟତା ନାହିଁ । ତେଣୁ ଏହି ସାର୍ବିକ ତର୍କବଚନର ମିଥ୍ୟାତ୍ଵ ଉକ୍ତ ସିଦ୍ଧାନ୍ତର ମିଥ୍ୟାତ୍ଵର ହେତୁ ଅଟେ ।

ପ୍ରଶ୍ନ ଉଠେ, ଏଭଳି ତ୍ରିପଦୀ ଯୁକ୍ତି ବା ନ୍ୟାୟର ସାବିକ ହେତୁବଚନର ବାସ୍ତବ ସତ୍ୟତା (Material truth) କିପରି ପ୍ରତିଷ୍ଠା କରାଯାଇପାରିବ ? ଏହି ପ୍ରଶ୍ନର ଉତ୍ତରରେ ତାର୍କିକମାନେ କହନ୍ତି ଯେ, ସାର୍ବିକ ବଚନ ଯଦି ସ୍ୱତଃସିଦ୍ଧ (Axiom) ନିୟମ ହୁଏ ତା’ହେଲେ ତାହାକୁ ପ୍ରତିଷ୍ଠା କରିବାର କୌଣସି ପ୍ରୟୋଜନ ହୁଏ ନାହିଁ । ସ୍ବତଃସିଦ୍ଧ ନିୟମଗୁଡ଼ିକ ସ୍ଵୀକାର୍ଯ୍ୟ ସତ୍ୟ ଅଟନ୍ତି । ଯେପରି ବିରୁଦ୍ଧ ନିୟମ (Law of contradiction), ଯାହା ଘୋଷଣାକରେ ଯେ, ‘କୌଣସି ବସ୍ତୁ ଏକା ସମୟରେ ‘ଧଳା’ ଏବଂ ‘ଅ-ଧଳା’ ହୋଇପାରିବ ନାହିଁ । ଏହା ଗୋଟିଏ ସ୍ଵତଃସିଦ୍ଧ ନିୟମ । ଏହାକୁ ବିନା ପ୍ରମାଣରେ ଗ୍ରହଣ କରାଯାଏ । ତଥାପି ଏ ସମସ୍ତ ସ୍ବତଃସିଦ୍ଧ ନିୟମ ସଂଖ୍ୟାରେ ଖୁବ୍ ଅଳ୍ପ ।

ଏତଦ୍‌ବ୍ୟତୀତ କୌଣସି ସାର୍ବିକବଚନକୁ ଅନ୍ୟ ଏକ ବ୍ୟାପକତର ପ୍ରତିଷ୍ଠିତ ସାର୍ବିକବଚନଠାରୁ ସିଦ୍ଧାନ୍ତରୂପେ ଲାଭ କରାଯାଏ; ସେହି ସାର୍ବିକବଚନକୁ ମଧ୍ୟ ସତ୍ୟ ବୋଲି ଗ୍ରହଣ କରାଯାଏ ଏବଂ ଏମାନଙ୍କର ସଂଖ୍ୟା ମଧ୍ୟ ଖୁବ୍ କମ୍ । ଯେପରି ‘ସମସ୍ତ ମଣିଷ ଏହି ସାର୍ବିକବଚନଟିକୁ ‘ସମସ୍ତ ପ୍ରାଣୀ ମରଣଶୀଳ ଅଟନ୍ତି’ – ଏହି ବ୍ୟାପକତର ପ୍ରତିଷ୍ଠିତ ସାର୍ବିକ ବଚନରୁ ଅବରୋହ ଅନୁମାନ ସାହାଯ୍ୟରେ ଲାଭ କରାଯାଇଛି; କିନ୍ତୁ ଯେଉଁ ସାର୍ବିକବଚନଠାରୁ କୌଣସି ବ୍ୟାପକତର ସାର୍ବିକବଚନ ନାହିଁ, ଅର୍ଥାତ୍ ଯାହାକୁ ଅନ୍ୟ କୌଣସି ସାର୍ବିକବଚନର ସିଦ୍ଧାନ୍ତରୂପେ ଲାଭ କରାଯାଏ ନାହିଁ ସେ ସମସ୍ତ ସାର୍ବିକ ବଚନକୁ କିଭଳିଭାବରେ ପ୍ରତିଷ୍ଠା କରାଯାଇପାରିବ ?

ଏହାର ଉତ୍ତରରେ କୁହାଯାଇପାରେ ଯେ, ବିଜ୍ଞାନସମ୍ମତ ଆରୋହ ଅନୁମାନ ସାହାଯ୍ୟରେ ଏପ୍ରକାର ବଚନକୁ ପ୍ରତିଷ୍ଠା କରିହେବ । ସୁତରାଂ ଦେଖାଯାଉଛି ଯେ ଅବରୋହ ଅନୁମାନ ନିମନ୍ତେ ଆରୋହ ଅନୁମାନର ପ୍ରୟୋଜନୀୟତା ରହିଛି । ଅନ୍ୟପକ୍ଷରେ କହିବାକୁ ଗଲେ ସମଗ୍ର ତର୍କର ମୂଳଭିତ୍ତି ଆରୋହ ଅନୁମାନ ।

ପୁନଶ୍ଚ ତର୍କଶାସ୍ତ୍ରର ଲକ୍ଷ୍ୟ ହେଉଛି ସାର୍ବିକ ବା ସଂପୂର୍ଣ ସତ୍ୟରେ ଉପନୀତ ହେବା । ଏହି ସଂପୂର୍ଣ୍ଣ ସତ୍ୟ ଉଭୟ ଆକାରଗତ ଓ ବସ୍ତୁଗତ ସତ୍ୟତା (Formal truth and Material truth) ଅଟେ । ସାବିକ ତର୍କବଚନର ବସ୍ତୁଗତ ସତ୍ୟତା ସଂଶ୍ଳେଷଣାତ୍ମକ ତର୍କବଚନରେ ନିହିତ ଥାଏ । ଏହି ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନ ଆରୋହ ଅନୁମାନ ସାହାଯ୍ୟରେ ପ୍ରତିଷ୍ଠା କରାଯାଇଥାଏ ।

ଏପରି ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନ କେତେକ ଦୃଷ୍ଟାନ୍ତର ପର୍ଯ୍ୟବେକ୍ଷଣପୂର୍ବକ ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟକାରଣ ନିୟମକୁ ଭିଭିକରି ପ୍ରତିଷ୍ଠିତ ହୋଇଥାଏ ।
କାର୍ଯ୍ୟକାରଣ ନିୟମ କହେ ଯେ, ବିଶ୍ବର ପ୍ରତ୍ୟେକ ଘଟଣାର ଏକ ନିର୍ଦ୍ଦିଷ୍ଟ କାରଣ ରହିଛି ଓ ପ୍ରକୃତିର ଏକରୂପତା ନିୟମ କହେ ଯେ, ସମାନ ଅବସ୍ଥାରେ ଏକ ସମାନ କାରଣ ସର୍ବଦା ସମାନ ବା ଏକା କାର୍ଯ୍ୟ ସାଧନ କରିଥାଏ ।
ବିଜ୍ଞାନର ଉନ୍ନତି ତଥା ଅଗ୍ରଗତି ଆରୋହ ଅନୁମାନ ସାହାଯ୍ୟରେ ସାଧୂତ ହେଉଛି । ବିଜ୍ଞାନର ନୂତନ ଉଦ୍ଭାବନ ଓ ଆବିଷ୍କାର ପ୍ରକୃତି ଉପରେ ମନୁଷ୍ୟର ଶକ୍ତି ଓ ଅଧିରକୁ ପ୍ରତିଷ୍ଠିତ କରୁଛି ।

୩. ଆରୋହ ଅନୁମାନର ସମସ୍ୟା ଏବଂ ତାହାର ସମାଧାନ ଉଲ୍ଲେଖ କର ।
Answer:
ଆରୋହ ଅନୁମାନ ଏକ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବଚନର ବସ୍ତୁଗତ ସତ୍ୟତା ପ୍ରତିପାଦନ କରିଥାଏ । ସାମାନ୍ୟ ସଂଶ୍ଳେଷଣାତ୍ମକ ତର୍କବଚନର ପ୍ରତିଷ୍ଠା ନିମନ୍ତେ ଆରୋହ ଅନୁମାନ ପର୍ଯ୍ୟବେକ୍ଷଣ ଉପରେ ନିର୍ଭର କରିଥାଏ । ଆମ ଅଭିଜ୍ଞତା ଏବଂ ପର୍ଯ୍ୟବେକ୍ଷଣ ସର୍ବଦା ବିଶେଷ ବା ଆଂଶିକ ତର୍କବଚନର ବସ୍ତୁପରକ ସତ୍ୟତା ପ୍ରତିପାଦନ କରିବାରେ ସାହାଯ୍ୟ କରିଥାଏ । ଦୈନନ୍ଦିନ ଅଭିଜ୍ଞତାରୁ ଜଣାଯାଏ ଯେ, ‘ଏହି ଲୋକଟି ମୃତ ବା ସେହି ଲୋକଟି ମୃତ’, ଅଥବା ‘ଏହି ଲୌହଖଣ୍ଡ ଜଳକଣା ସଂସ୍ପର୍ଶରେ ଆସିଲେ କଳଙ୍କି ଲାଗିଥାଏ’ – ଇତ୍ୟାଦି ବିଶେଷ ତର୍କବଚନଗୁଡ଼ିକ ବସ୍ତୁପରକ ସତ୍ୟନିଷ୍ଠ ଅଟନ୍ତି ।

କିନ୍ତୁ ‘ମଣିଷ ମରଣଶୀଳ ଅଟନ୍ତି’ ଅଥବା ‘ସବୁ ଲୁହା ଜଳକଣା ସଂସ୍ପର୍ଶରେ ଆସିଲେ କଳଙ୍କି ଲାଗିଯାଏ’- ଏପରି ବସ୍ତୁପରକ ସାମାନ୍ୟ ତଥା ପର୍ଯ୍ୟବେକ୍ଷଣ ସୀମିତ ଅଟେ । ତେଣୁ ପ୍ରଶ୍ନଉଠେ ଯେ, ଏପରି ସୀମିତ ପର୍ଯ୍ୟବେକ୍ଷଣ ଉପରେ ନିର୍ଭର କରି ତଥାକଥ୍ତ ବସ୍ତୁପରକ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନ କିପରି ପ୍ରତିଷ୍ଠା କରାଯାଇ ପାରିବ ? ଏହା ହେଉଛି ଆରୋହ ଅନୁମାନର ସମସ୍ୟା ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

ଏହି ଆରୋହ ଅନୁମାନର ସମସ୍ୟାକୁ ମିଲ୍ (Mill) ପ୍ରାଞ୍ଜଳଭାବରେ ପ୍ରକାଶ କରିବାକୁ ଯାଇ କହନ୍ତି ଯେ, ‘‘କେତେକ ସ୍ଥଳରେ କାହିଁକି, ମାତ୍ର ଗୋଟିଏ ଦୃଷ୍ଟାନ୍ତ ଥିଲେ ମଧ୍ୟ ତାହା ଆରୋହ ଅନୁମାନ ପ୍ରତିଷ୍ଠାପାଇଁ ଯଥେଷ୍ଟ ବୋଲି ମନେକରାଯାଏ । ଅଥଚ ଅନ୍ୟାନ୍ୟ ସ୍ଥଳରେ କୌଣସି ଗୋଟିଏ ହେଲେ ବ୍ୟତିକ୍ରମ ନ ଥାଇ ବହୁ ସମଲକ୍ଷଣବିଶିଷ୍ଟ ଜ୍ଞାତବ୍ୟ ତଥା ଅସଂଖ୍ୟ ଦୃଷ୍ଟାନ୍ତ ଥିଲେ ମଧ୍ୟ ଏକ ସାମାନ୍ୟ ତର୍କବଚନ ପ୍ରତିଷ୍ଠା କରିବା ସହଜ ହୁଏ ନାହିଁ ?’’

କିନ୍ତୁ ତାର୍କିକମାନେ ଏହି ସମସ୍ୟାର ଏକ ସୁସଂହତ ସମାଧାନ ଦେବା ନିମନ୍ତେ ସକ୍ଷମ ହୋଇପାରିଛନ୍ତି । ସେମାନେ କହନ୍ତି ଯେ, ମଣିଷର ଜ୍ଞାନ କେତେକ ସ୍ବତଃସିଦ୍ଧ ସଂପ୍ରତ୍ୟୟ ଉପରେ ନିର୍ଭରଶୀଳ । ସେଗୁଡ଼ିକ ଆମ ଜ୍ଞାନରାଜ୍ୟରେ ଆକାରଗତ ନିୟମ ପରି କାର୍ଯ୍ୟ କରନ୍ତି । ସେଗୁଡ଼ିକ ହେଉଛି ‘ପ୍ରକୃତିର ଏକରୂପତା ନିୟମ’ ଓ ‘କାର୍ଯ୍ୟକାରଣ ନିୟମ’ । କାର୍ଯ୍ୟକାରଣ ନିୟମ କହେ ଯେ, ଏହି ବିଶ୍ଵରେ ପ୍ରତ୍ୟେକ ପଦାର୍ଥର କିଛି ନା କିଛି କାରଣ ରହିଛି ।

କାରଣ ବିନା କୌଣସି ଘଟଣା ସମ୍ଭବପର ନୁହେଁ ଏବଂ ପ୍ରକୃତିର ଏକରୂପତା ନିୟମ କହେ ଯେ, ପ୍ରକୃତି ନିୟମର ଅନୁଗାମୀ; ଗୋଟିଏ ଅବସ୍ଥାର ଯଦି ପୁନରାବୃତ୍ତି ହୁଏ ତା’ହେଲେ ପ୍ରକୃତି ଏକାଭାବରେ ଆଚରଣ କରିବ । ମିଲ୍ ଏବଂ ବେନ୍‌ଙ୍କ ମତରେ, ଏହି ଦୁଇଟି ସ୍ବତଃସିଦ୍ଧ ନିୟମର ସହାୟତାରେ କେତେକ ବସ୍ତୁର ଅଭିଜ୍ଞତାଲବ୍‌ଧ ଜ୍ଞାନରୁ ସେହିଜାତୀୟ ସକଳ ବସ୍ତୁବିଷୟକ ଜ୍ଞାନ ନିଶ୍ଚିତଭାବରେ ସତ୍ୟ ବୋଲି ଗ୍ରହଣ କରାଯାଇପାରେ ।

ରାମ, ଶ୍ୟାମ, ମଧୁ, ହରି ପ୍ରଭୃତି ମଣିଷମାନଙ୍କୁ ମରିବାର ଦେଖ୍ ସେମାନଙ୍କର ମୃତ୍ୟୁର କାରଣ ବିଷୟରେ ଅନୁସନ୍ଧାନ କରାଯାଇପାରେ । ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣ ମାଧ୍ୟମରେ ଆମେ ନିଶ୍ଚିତ ହେବୁ ଯେ, ‘ଜୀବନଶକ୍ତି’ର ବିଲୋପହିଁ ଏମାନଙ୍କର ମୃତ୍ୟୁର କାରଣ । ପ୍ରକୃତିର ଏକରୂପତା ନିୟମ କହେ ଯେ, ପ୍ରକୃତି ସର୍ବଦା ଏକାଭଳି ବ୍ୟବହାର କରେ । ତେଣୁ ପ୍ରକୃତି ରାମ, ଶ୍ୟାମ, ମଧୁ ତଥା ହରି ଇତ୍ୟାଦି ବ୍ୟକ୍ତିବିଶେଷଙ୍କ ପ୍ରତି ଯେପରି ବ୍ୟବହାର କରିବ, ସେହି ପ୍ରକୃତି ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ୍‌ର ସକଳ ମାନବମାନଙ୍କ ପ୍ରତି ଅନୁରୂପ ବ୍ୟବହାର ମଧ୍ୟ ପ୍ରଦର୍ଶନ କରିବ ।

ଅର୍ଥାତ୍ ଉଲ୍ଲିଖତ ବର୍ଣ୍ଣନାରେ ରାମ, ହରି, ଶ୍ୟାମ, ମଧୁ ପ୍ରଭୃତି ମଣିଷମାନେ ଯେପରି ମରଣଶୀଳ; ଅତୀତ, ବର୍ତ୍ତମାନ ତଥା ଭବିଷ୍ୟତ୍‌ର ସକଳ ମଣିଷ ମଧ୍ୟ ସେହିପରି ମରଣଶୀଳ ହେବେ । ସୁତରାଂ ଉଲ୍ଲେଖ୍ତ ସ୍ବତଃସିଦ୍ଧ ନିୟମ ଦୁଇଟିକୁ ଭିଭିଭୂମିରୂପେ ଗ୍ରହଣ କରି, ପର୍ଯ୍ୟବେକ୍ଷଣ ତଥା ପରୀକ୍ଷଣପୂର୍ବକ ଆରୋହ ଅନୁମାନରେ ଏକ ବସ୍ତୁପରକ ସାର୍ବିକ ତର୍କବଚନ ପ୍ରତିଷ୍ଠା କରିବା ସମ୍ଭବପର ହେବ ।

୪. ଆରୋହ ଅନୁମାନ ପଦ୍ଧତିର ବିଭିନ୍ନ ସୋପାନ ଲେଖ ।
Answer:
ଆରୋହ ଅନୁମାନରେ ଆମେ ବିଶେଷ ଦୃଷ୍ଟାନ୍ତରୁ ଆରମ୍ଭ କରି ସାର୍ବିକ ସତ୍ୟରେ ଉପନୀତ ହେଉ । ଏହି ବିଶେଷ ଦୃଷ୍ଟାନ୍ତରୁ ସାବିକ ସତ୍ୟରେ ଉପନୀତ ହେବା ସମୟରେ କେତୋଟି ସୋପାନ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ସୋପାନଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଛି ।

(୧) ପର୍ଯ୍ୟବେକ୍ଷଣ (Observation) – ଆରୋହ ଅନୁମାନର ପ୍ରଥମ ସୋପାନ ହେଉଛି ପର୍ଯ୍ୟବେକ୍ଷଣ । ବିଶେଷ ଗୋଟିଏ ଉଦ୍ଦେଶ୍ୟ ନେଇ ସୁପରିକଳ୍ପିତ ଉପାୟରେ ପ୍ରତ୍ୟକ୍ଷ କରିବାହିଁ ହେଉଛି ପର୍ଯ୍ୟବେକ୍ଷଣ । ପର୍ଯ୍ୟବେକ୍ଷଣ ସହିତ ଆହୁରି ତିନୋଟି ପ୍ରକ୍ରିୟା ସଂଯୁକ୍ତ ହୋଇଛି; ଯଥା – (କ) ସଂଜ୍ଞା (Definition), (ଖ) ବିଶ୍ଳେଷଣ (Analysis) ଏବଂ (ଗ) ଅପସାରଣ (Elimination) ।
(କ) ସଂଜ୍ଞା (Definition) – ଯେଉଁ ଘଟଣାକୁ ପର୍ଯ୍ୟବେକ୍ଷଣ କରାଯିବ ତାହାର ଗୋଟିଏ ସଠିକ୍ ସଂଜ୍ଞା ଦେବାକୁ ପଡ଼ିବ ଯଦ୍ବାରା ଘଟଣାଟିକୁ ସୁସ୍ପଷ୍ଟଭାବରେ ବୁଝିହେବ ।

(ଖ) ବିଶ୍ଳେଷଣ (Analysis) – ଘଟଣା ଅନେକ ସମୟରେ ଅତ୍ୟନ୍ତ ଜଟିଳ ହୋଇଥାଏ । ଉକ୍ତ ଘଟଣାକୁ ସରଳ କରିବା ନିମନ୍ତେ ବିଭିନ୍ନ ଅଂଶରେ ବିଭକ୍ତ କରି କେଉଁଟି ପ୍ରୟୋଜନୀୟ, କେଉଁଟି ଅପ୍ରୟୋଜନୀୟ ତାହା ନିର୍ଦ୍ଧାରଣ କରିବା ଦରକାର । ଏହାକୁ ବିଶ୍ଳେଷଣ କୁହାଯାଏ ।

(ଗ) ଅପସାରଣ (Elimination) – ଘଟଣା ସହିତ ସଂଯୁକ୍ତ ପ୍ରୟୋଜନୀୟ ବିଷୟଗୁଡ଼ିକୁ ରଖ୍ ଅପ୍ରୟୋଜନୀୟ ଅଂଶଗୁଡ଼ିକୁ ବାଦ୍ ଦେବାର ନାମହିଁ ଅପସାରଣ । ଏଭଳିଭାବରେ ବିଶ୍ଳେଷଣ ଓ ଅପସାରଣ ସାହାଯ୍ୟରେ ଆମେ ପର୍ଯ୍ୟବେକ୍ଷଣକୁ ନିର୍ଭୁଲଭାବରେ ଗଢ଼ିତୋଳୁ ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

(୨) ପ୍ରକଳ୍ପ ଗଠନ (Framing of hypothesis) – ପର୍ଯ୍ୟବେକ୍ଷଣର ପରବର୍ତ୍ତୀ ସୋପାନ ହେଉଛି ପ୍ରକଳ୍ପ ଗଠନ । ଏଠାରେ ଆମେ ଆଲୋଚ୍ୟ ଘଟଣା ସହିତ ସଂଯୁକ୍ତ ପ୍ରୟୋଜନୀୟ ବିଷୟଗୁଡ଼ିକରୁ ଗୋଟିକୁ ଆଲୋଚ୍ୟ ଘଟଣାର କାରଣ ବୋଲି ଧରିନେଉ । ଏଭଳି କାରଣ ନିର୍ଣ୍ଣୟ କରିବାର ପ୍ରକ୍ରିୟାକୁ ପ୍ରକଳ୍ପ ଗଠନ କୁହାଯାଏ । ହୁଇଉଏଲ (Whewell) ପ୍ରକଳ୍ପ ଗଠନକୁ ଆରୋହ ଅନୁମାନ ପ୍ରକ୍ରିୟାର ଗୁରୁତ୍ବପୂର୍ଣ ସୋପାନ ବୋଲି ଅଭିହିତ କରିଛନ୍ତି ।

(୩) ସାବିକୀକରଣ (Generalisation) – ପ୍ରକଳ୍ପ ଗଠନର ପରବର୍ତ୍ତୀ ସୋପାନ ହେଉଛି ବିଶେଷ ଦୃଷ୍ଟାନ୍ତର ଭିଭିରେ ସାର୍ବିକବଚନର ପ୍ରତିଷ୍ଠା । ଅର୍ଥାତ୍ ସାର୍ବିକୀକରଣ ହେଉଛି ସେହି ଅନୁମାନ ପଦ୍ଧତି ଯଦ୍ବାରା କେତୋଟି ବିଶେଷ ବସ୍ତୁ ବା ଘଟଣାକୁ ପର୍ଯ୍ୟବେକ୍ଷଣ କରି ଗୋଟିଏ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନ ପ୍ରତିଷ୍ଠା କରାଯାଏ । ସୁତରାଂ କିଭଳିଭାବରେ ଏହି ସାର୍ବିକୀକରଣ ସମ୍ଭବ ବା କ’ଣ କ’ଣ ସର୍ତ୍ତ ପୂରଣ କଲେ ସାର୍ବିକୀକରଣ ଯଥାର୍ଥ ହେବା ସଙ୍ଗେ ସଙ୍ଗେ ସାଧାରଣ ନିୟମଗୁଡ଼ିକୁ ଆବିଷ୍କାର କରିବା ସହଜ ହେବ, ତାହା ନିର୍ଣ୍ଣୟ କରିବାହିଁ ହେଉଛି ଆରୋହ ଅନୁମାନର ସମସ୍ୟା । ବୈଜ୍ଞାନିକ ଆରୋହ ଅନୁମାନରେ କାର୍ଯ୍ୟକାରଣ ସମ୍ବନ୍ଧ ସ୍ଥାପନ କରିବା ଉପରେ ଏହି ସାର୍ବିକୀକରଣ ନିର୍ଭର କରେ ।

(୪) ପ୍ରମାଣ (Verification) – ମିଲ୍ (Mill) ଙ୍କ ମତରେ, ସାର୍ବିକୀକରଣହିଁ ଆରୋହ ଅନୁମାନର ଶେଷ ସୋପାନ । ମାତ୍ର ଜେଭନ୍ସଙ୍କ ମତରେ, ‘‘ସାର୍ବିକବଚନ ଯେତେପର୍ଯ୍ୟନ୍ତ ପ୍ରମାଣିତ ନ ହୋଇଛି ସେତେପର୍ଯ୍ୟନ୍ତ ଆରୋହ ଅନୁମାନ ପଦ୍ଧତି ସମାପ୍ତ ହୋଇଛି ବୋଲି କୁହାଯାଇ ନ ପାରେ ।’’ ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଯେ, ଆରୋହ ଅନୁମାନର ସିଦ୍ଧାନ୍ତଟିକୁ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରି, ତାହା ନିର୍ଭୁଲ୍ କି ନୁହେଁ ଦେଖୁବା । ଯଦି କୌଣସି କାରଣରୁ ସାର୍ବିକ ବଚନଟିର ସତ୍ୟତା ପ୍ରତିଷ୍ଠିତ ନ ହୁଏ ତା’ହେଲେ ନୂତନ ପ୍ରକଳ୍ପ ଗଠନ କରି ପୁନରାୟ ଅନୁସନ୍ଧାନ କାର୍ଯ୍ୟରେ ଅଗ୍ରସର ହେବାକୁ ପଡ଼ିବ ।

(୫) ସିଦ୍ଧାନ୍ତ ପ୍ରତିଷ୍ଠା (Establishment of conclusion) – ସାର୍ବିକବଚନ ପ୍ରମାଣିତ ହେଲେ ଯଥାର୍ଥ ସିଦ୍ଧାନ୍ତର ମର୍ଯ୍ୟାଦା ଲାଭ କରିଥାଏ । ପର୍ଯ୍ୟବେକ୍ଷଣ ଓ ଅଭିଜ୍ଞତା ସାହାଯ୍ୟରେ ଯେତେବେଳେ ସାର୍ବିକବଚନଟି ପ୍ରମାଣିତ ହୁଏ ସେତେବେଳେ ଏହି ସାର୍ବିକବଚନଟିର ସତ୍ୟତା ପ୍ରମାଣିତ ହୁଏ ଏବଂ ସାର୍ବିକବଚନଟି ଗୋଟିଏ ପ୍ରାକୃତିକ ନିୟମକୁ ଉନ୍ନୀତ ହୁଏ । ଗୋଟିଏ ଉଦାହରଣ ସାହାଯ୍ୟରେ ଆରୋହ ଅନୁମାନ ପଦ୍ଧତିର ସୋପାନଗୁଡ଼ିକୁ ବୁଝାଇ ଦେଇହେବ ।

ଧରାଯାଉ ମେଲେରିଆ ଜ୍ଵର ହେଉଛି ‘କାର୍ଯ୍ୟ’, ଏହାର କାରଣ ନିଶ୍ଚୟ କରି ଏହାର ଭିଭିରେ ଗୋଟିଏ ସାର୍ବିକବଚନ ପ୍ରତିଷ୍ଠା କରିବାକୁ ପଡ଼ିବ । ପ୍ରଥମ ସୋପାନରେ ମେଲେରିଆ ଜ୍ଵରର ଗୋଟିଏ ସଂଜ୍ଞା ନିର୍ଣ୍ଣୟ କରିବାକୁ ପଡ଼ିବ ଯଦ୍ବାର। କାଶଜ୍ଵର, ସର୍ଦ୍ଦିଜ୍ୱର ପ୍ରଭୃତି ଅନ୍ୟାନ୍ୟ ଜ୍ଵରଠାରୁ ଏହାର ପାର୍ଥକ୍ୟ ବୁଝିହେବ । ଦ୍ଵିତୀୟ ସୋପାନରେ ଏହି ରୋଗରେ ଆକ୍ରାନ୍ତ ହୋଇଥ‌ିବା ବିଭିନ୍ନ ରୋଗୀର ଅବସ୍ଥା ଏବଂ କେଉଁ କେଉଁ ବିଷୟଗୁଡ଼ିକ ଏହି ରୋଗ ସହିତ ସଂଯୁକ୍ତ ତାହା ପର୍ଯ୍ୟବେକ୍ଷଣ କରିବାକୁ ପଡ଼ିବ । ପର୍ଯ୍ୟବେକ୍ଷଣକୁ ନିର୍ଭୁଲ୍ କରିବା ନିମନ୍ତେ ବିଷୟଗୁଡ଼ିକୁ ବିଶ୍ଳେଷଣ କରିବାକୁ ହେବ ।

ତା’ପରେ ଅପ୍ରୟୋଜନୀୟ ବିଷୟଗୁଡ଼ିକୁ ଅପସାରଣ କରିବାକୁ ପଡ଼ିବ । ଯେପରି ଦେଖାଗଲା ଯେ ମଶା, ଆବର୍ଜନା, ଧୂଳିମଳି, ଦାରିଦ୍ର୍ୟ ପ୍ରଭୃତି ବିଷୟଗୁଡ଼ିକ ମେଲେରିଆ ଜ୍ଵର ସହିତ ସଂଶ୍ଳିଷ୍ଟ । ବିଭିନ୍ନ ଘଟଣାର ପରିବେଶରେ ମେଲେରିଆ ରୋଗୀକୁ ପର୍ଯ୍ୟବେକ୍ଷଣ କରି ଦେଖାଗଲା ଯେ ମଶା, ଆବର୍ଜନା, ନର୍ଦ୍ଦମା ପ୍ରୟୋଜନୀୟ ବିଷୟ । ବର୍ତ୍ତମାନ ପ୍ରଶ୍ନ ହେଉଛି, ଏହି ତିନୋଟି ମଧ୍ଯରେ କେଉଁଟି ମେଲେରିଆର କାରଣ ? ପ୍ରକଳ୍ପ କହେ ଯେ, ଏନୋଫିଲିସ୍ ନାମକ ମଶାହିଁ ମେଲେରିଆ ଜ୍ଵରର କାରଣ ।

ଏହାର ପରବର୍ତ୍ତୀ ସୋପାନରେ ସାର୍ବିକୀକରଣ ସାହାଯ୍ୟରେ ଗୋଟିଏ ସାର୍ବିକବଚନ ପ୍ରତିଷ୍ଠା କରାହେଲା ଯେ, ‘ସମସ୍ତ କ୍ଷେତ୍ରରେ ଏନୋଫିଲିସ୍ ମଶା ହେଉଛି ମେଲେରିଆର କାରଣ ।’ ତା’ପରେ ‘ପ୍ରମାଣ’ (verification) ସାହାଯ୍ୟରେ ଦେଖାଗଲା ଯେ, ଯେଉଁମାନଙ୍କୁ ଏନୋଫିଲିସ୍ ମଶା କାମୁଡ଼ିଛି ସେମାନଙ୍କୁ ମେଲେରିଆ ରୋଗ ହେଉଛି । ଯେଉଁମାନଙ୍କୁ ନ କାମୁଡ଼ିଛି ସେମାନଙ୍କୁ ମେଲେରିଆ ରୋଗ ହେଉନାହିଁ । ବର୍ତ୍ତମାନ ସାର୍ବିକବଚନଟି ଯଥାର୍ଥ ସିଦ୍ଧାନ୍ତର ମର୍ଯ୍ୟାଦା ଲାଭ କଲା ଏବଂ ବୈଜ୍ଞାନିକ ନିୟମରେ ଉନ୍ନୀତ ହେଲା ।

୫. ବୈଜ୍ଞାନିକ ଆରୋହ ଅନୁମାନ କାହାକୁ କହନ୍ତି ? ଏହାର ବୈଶିଷ୍ଟ୍ୟ ସହ ମୂଲ୍ୟ ଆଲୋଚନା କର ।
Answer:
କେତୋଟି ବିଶେଷ ବସ୍ତୁ ବା ଘଟଣାର ପର୍ଯ୍ୟବେକ୍ଷଣପୂର୍ବକ ପ୍ରକୃତିର ଏକରୂପତା ନିୟମ ଏବଂ କାର୍ଯ୍ୟକାରଣ ନିୟମ ଉପରେ ଆସ୍ଥା ସ୍ଥାପନ କରି ଏକ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନ ପ୍ରତିଷ୍ଠା କରିବାହିଁ ବୈଜ୍ଞାନିକ ଆରୋହ ଅନୁମାନ ଅଟେ । ଯେପରି –
ରାମ ମରଣଶୀଳ ।
ମଧୁ ମରଣଶୀଳ ।
ଯଦୁ ମରଣଶୀଳ ।
………………..
∴ ସମସ୍ତ ମଣିଷ ମରଣଶୀଳ ।
ଉପରୋକ୍ତ ବୈଜ୍ଞାନିକ ଆରୋହ ଅନୁମାନର ସଂଜ୍ଞାଟିକୁ ବିଶ୍ଳେଷଣ କଲେ ନିମ୍ନୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ପରିଲକ୍ଷିତ ହେବ ।

(୧) ବୈଜ୍ଞାନିକ ଆରୋହ ଅନୁମାନ ଗୋଟିଏ ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନ ପ୍ରତିଷ୍ଠା କରେ ।
(କ) ବୈଜ୍ଞାନିକ ଆରୋହ ଅନୁମାନ ଗୋଟିଏ ତର୍କବଚନ ପ୍ରତିଷ୍ଠା କରେ – ତର୍କବଚନ ଏକ ବଚନ ଯେଉଁଥରେ ଉଦ୍ଦେଶ୍ୟ ଏବଂ ବିଧେୟର ସମ୍ପର୍କ ପ୍ରତିଷ୍ଠା କରିବାର ପ୍ରକୃଷ୍ଟ ମାର୍ଗ ହେଉଛି ଆରୋହ ଅନୁମାନ । ଯେପରି, ‘ଚିନି ମିଠା ଅଟେ’ – ଏହି ତର୍କବଚନ ଆମର ଅଭିଜ୍ଞତାରୁ ଅର୍ଥାତ୍ ଆମର ପ୍ରକୃତ ପର୍ଯ୍ୟବେକ୍ଷଣରୁ ସତ୍ୟ ବୋଲି ପ୍ରତିପାଦିତ ହୋଇଛି । ତେଣୁ ବୈଜ୍ଞାନିକ ଆରୋହ ଅନୁମାନ ଏକ ବସ୍ତୁନିଷ୍ଠ ତର୍କବଚନ ପ୍ରତିଷ୍ଠା କରିବାରେ ସହାୟକ ହୋଇଥାଏ ।

(ଖ) ଆରୋହ ଅନୁମାନ ଏକ ସାର୍ବିକ ତର୍କବଚନ ପ୍ରତିଷ୍ଠା କରେ – ସାର୍ବିକ ତର୍କବଚନର ବିଧେୟ ପଦ ଉଦ୍ଦେଶ୍ୟ ପଦର ସମଗ୍ର ବାଚ୍ୟାର୍ଥକୁ ସ୍ଵୀକାର କିମ୍ବା ଅସ୍ବୀକାର କରିଥାଏ । ଯେପରି ‘ସମସ୍ତ ମଣିଷ ମରଣଶୀଳ’ ଏବଂ ‘କୌଣସି ମଣିଷ ଯନ୍ତ୍ର ନୁହେଁ – ଏହି ତର୍କବଚନ ଦୁଇଟିରେ ‘ମରଣଶୀଳତା’ ଗୁଣଟି ସମସ୍ତ ମଣିଷ ସମ୍ପର୍କରେ ସ୍ବୀକାର କରାହୋଇଛି ଏବଂ ‘ଯନ୍ତ୍ରତ୍ବ’ ଗୁଣଟି ସମସ୍ତ ମଣିଷ ସମ୍ପର୍କରେ ଅସ୍ବୀକାର କରାହୋଇଛି । ଏତାଦୃଶ ସାର୍ବିକ ତର୍କବଚନଗୁଡ଼ିକ ଆଂଶିକ ତର୍କବଚନଠାରୁ ଭିନ୍ନ । ଆରୋହ ଅନୁମାନ ମଧ୍ଯରେ ସାର୍ବିକ ତର୍କବଚନର ଉଦ୍ଦେଶ୍ୟ ଓ ବିଧେୟ ମଧ୍ୟରେ ନିହିତ ସମ୍ପର୍କକୁ ସାର୍ବିକୀକରଣ କୁହାଯାଇଥାଏ । ଆରୋହ ଅନୁମାନ ବ୍ୟତୀତ ଏପରି ସାବିକୀକରଣ ସମ୍ଭବ ନୁହେଁ । ତେଣୁ ତାର୍କିକମାନେ କହନ୍ତି ଯେ, ଆରୋହ ଅନୁମାନ ଏକ ସାର୍ବିକ ତର୍କବଚନ ପ୍ରତିଷ୍ଠା କରିଥାଏ ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

(ଗ) ଯେଉଁ ସାର୍ବିକ ତର୍କବଚନଟି ଆରୋହ ଅନୁମାନ ପ୍ରତିଷ୍ଠା କରେ ତାହା ସଂଶ୍ଳେଷଣାତ୍ମକ ତର୍କବଚନ, ମାତ୍ର ବିଶ୍ଳେଷଣାତ୍ମକ ନୁହେଁ – ତାତ୍ପର୍ଯ୍ୟ ଅନୁଯାୟୀ ତର୍କବଚନକୁ ଦୁଇଭାଗରେ ବିଭକ୍ତ କରାଯାଇଛି; ଯଥା- ବିଶ୍ଳେଷଣାତ୍ମକ ଓ ସଂଶ୍ଳେଷଣାତ୍ମକ । ବିଶ୍ଳେଷଣାତ୍ମକ ତର୍କ ବଚନରେ ବିଧେୟ କେବଳମାତ୍ର ଉଦ୍ଦେଶ୍ୟ ପଦର ଲକ୍ଷଣାର୍ଥକୁ ସଂପୂର୍ଣ୍ଣଭାବରେ କିମ୍ବା ଆଂଶିକଭାବରେ ପ୍ରକ୍ଷାପନ କରିଥାଏ । ମାତ୍ର ଏହା ଉଦ୍ଦେଶ୍ୟ ସମ୍ପର୍କରେ କୌଣସି ନୂତନ ତଥ୍ୟ ପରିବେଷଣ କରେ ନାହିଁ ।

ଯେପରି ଆମକୁ ଏପରି ନୂତନ ଜ୍ଞାନ ଦିଏ ଯାହା ଉଦ୍ଦେଶ୍ୟରେ ନିହିତ ଲକ୍ଷଣାର୍ଥକୁ ବିଶ୍ଳେଷଣ କଲେ ମିଳେ ନାହିଁ । ଯେପରି ‘ସମସ୍ତ ମଣିଷ ମରଣଶୀଳ’ । ଏଠାରେ ମଣିଷର ଲକ୍ଷଣାର୍ଥକୁ ବିଶ୍ଳେଷଣ କଲେ ‘ମରଣଶୀଳତା’ ଗୁଣଟି ମିଳେ ନାହିଁ । ଏଣୁ ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’ – ଏହି ତର୍କବଚନଟି ସାର୍କିକ ସଂଶ୍ଳେଷଣାତ୍ମକ ତର୍କବଚନ । ଆରୋହ ଅନୁମାନର ଲକ୍ଷ୍ୟ ହେଉଛି ଏପ୍ରକାର ତର୍କବଚନକୁ ପ୍ରତିଷ୍ଠା କରିବା ।

(୨) ଆରୋହ ଅନୁମାନ ବିଶେଷବସ୍ତୁ ବା ଘଟଣାର ପର୍ଯ୍ୟବେକ୍ଷଣ ବା ପରୀକ୍ଷଣ ଉପରେ ନିର୍ଭରଶୀଳ । ଆରୋହ ଅନୁମାନ ଯେଉଁ ସମସ୍ତ ବିଶେଷବସ୍ତୁ ବା ଘଟଣା ଉପରେ ନିର୍ଭର କରି ସାର୍ବିକ ସଂଶ୍ଳେଷଣାତ୍ମକ ତର୍କବଚନ ପ୍ରତିଷ୍ଠା କରେ ସେ ସମସ୍ତ ବସ୍ତୁ ବା ଘଟଣାକୁ ପର୍ଯ୍ୟବେକ୍ଷଣ ବା ପରୀକ୍ଷଣ ସାହାଯ୍ୟରେ ସଂଗ୍ରହ କରାଯାଏ । ପର୍ଯ୍ୟବେକ୍ଷଣ ଏବଂ ପରୀକ୍ଷଣହିଁ ଆରୋହ ଅନୁମାନରେ ବସ୍ତୁନିଷ୍ଠ ତର୍କବଚନ ପ୍ରତିଷ୍ଠା କରିବାରେ ସହାୟକ ହୋଇଥା’ନ୍ତି । ଯେପରି ରାମ, ହରି, ଯଦୁ, ମଧୁ ପ୍ରଭୃତି କେତେକ ମଣିଷମାନଙ୍କର ମୃତ୍ୟୁକୁ ପର୍ଯ୍ୟବେକ୍ଷଣ କରି ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’ – ଏହି ତର୍କବଚନଟିକୁ ପ୍ରତିଷ୍ଠା କରାଯାଏ ।

ପୁନଶ୍ଚ କେତେକ କ୍ଷେତ୍ରରେ ପରୀକ୍ଷଣ ସାହାଯ୍ୟରେ ବିଶେଷ ଦୃଷ୍ଟାନ୍ତଗୁଡ଼ିକୁ ସଂଗ୍ରହ କରାଯାଇ ସାର୍ବିକ ତର୍କବଚନ ପ୍ରତିଷ୍ଠା କରାଯାଏ । ଯେପରି ସର୍ବତ୍ର ଉଦ୍‌ଜାନ (Hydrogen) ଏବଂ ଅମ୍ଳଜାନ ଗ୍ୟାସ୍ (Oxygen) ର ସମ୍ମିଶ୍ରଣରେ ଜଳ ତିଆରି ହୁଏ । ଏହି ସାର୍ବିକ ତର୍କବଚନଟିକୁ ପରୀକ୍ଷଣଲବ୍‌ଧ କେତୋଟି ଦୃଷ୍ଟାନ୍ତ ସାହାଯ୍ୟରେ ଲାଭ କରାହୋଇଛି । ଏହିହେତୁରୁ ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣକୁ ଆରୋହ ଅନୁମାନର ବସ୍ତୁନିଷ୍ଠ ବା ବସ୍ତୁଗତ ଭିତ୍ତିଭୂମି ବୋଲି କୁହାଯାଏ ।

(୩) ଆରୋହ ଅନୁମାନର ସର୍ବାପେକ୍ଷା ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଆରୋହ ଲମ୍ଫନ ।
ଆରୋହ ଅନୁମାନରେ କେତେକ ଜ୍ଞାତ ବା ଅଧୂତ ବିଶେଷ ସତ୍ୟରୁ ଅଜ୍ଞାତ ବା ଅନଧୂଗତ ସାର୍ବିକ ସତ୍ୟରେ ଉପନୀତ ହେବା ସମ୍ଭବ ହୋଇଥାଏ । ଯେପରି କେତେକ ବିଶେଷ ମଣିଷର ମୃତ୍ୟୁ ସମ୍ପର୍କରେ ପର୍ଯ୍ୟବେକ୍ଷଣଲବ୍‌ଧ ଜ୍ଞାନରୁ ଅନୁମାନ କରାଯାଏ ଯେ, ‘ସମସ୍ତ ମଣିଷ ମରଣଶୀଳ ଅଟନ୍ତି’ । କେତୋଟି ବିଶେଷ ଦୃଷ୍ଟାନ୍ତର ପରୀକ୍ଷଣଲବ୍ଧ ଜ୍ଞାନ ପ୍ରତିପାଦନ କରେ ଯେ ସକଳକ୍ଷେତ୍ରରେ ଉଦ୍‌ଜାନ ଏବଂ ଅମ୍ଳଜାନ ଗ୍ୟାସ୍‌ ସମ୍ମିଳନହିଁ ଜଳ ତିଆରି କରେ ।

ସୁତରାଂ ଜ୍ଞାତ ସତ୍ୟରୁ ଅଜ୍ଞାତ ସତ୍ୟରେ, (Leap in dark) ମଧ୍ୟ କୁହାଯାଏ । ମିଲ୍ (Mill) ଆରୋହ ଅନୁମାନକୁ ‘ଅଧିଗତ ଜ୍ଞାନରୁ ଅନଧୂତ ଜ୍ଞାନରେ ଉପନୀତ ହେବାର ପଦ୍ଧତି ବୋଲି ଦର୍ଶାଇଛନ୍ତି ।’’ ବେନ୍ (Bain) କହନ୍ତି, ‘ଅବଲୋକିତ ଘଟଣାରୁ ଅନବଲୋକିତ ଘଟଣାରେ ଉପନୀତ ହେବାର ନାମ ହେଉଛି ଆରୋହ ଲମ୍ଫନ ।’’ ମିଲ୍ ଏବଂ ବେନ୍‌ଙ୍କ ମତରେ, ଏହି ଆରୋହ ଲମ୍ଫନହିଁ ଆରୋହ ଅନୁମାନର ପ୍ରଧାନ ବୈଶିଷ୍ଟ୍ୟ । ଏହି ଆରୋହ ଲମ୍ଫନହିଁ ବୈଜ୍ଞାନିକ ଆରୋହ ଅନୁମାନକୁ ତଥାକଥ୍ ଆରୋହ ଅନୁମାନଠାରୁ ପୃଥକଭାବରେ ପ୍ରତିଷ୍ଠା କରିଥାଏ ।

(୪) ବୈଜ୍ଞାନିକ ଆରୋହ ଅନୁମାନ ମାନବ ଚିନ୍ତାର ଦୁଇଟି ମୌଳିକ ନିୟମ ଉପରେ ନିର୍ଭରଶୀଳ;
ଯଥା – ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟକାରଣ ନିୟମ । ସଂଶ୍ଳେଷଣାତ୍ମକ ତର୍କବଚନ ପ୍ରତିଷ୍ଠା କରିବା ସମ୍ଭବ ହୁଏ ଏବଂ ଜ୍ଞାତ ସତ୍ୟରୁ ଅଜ୍ଞାତ ସତ୍ୟରେ ଉପନୀତ ହେବା ସମ୍ଭବପର ହୁଏ । ଏହି ଦୁଇଟି ନିୟମକୁ ସାଧାରଣତଃ ସ୍ବୀକାର୍ଯ୍ୟ ସତ୍ୟ ବୋଲି ଗ୍ରହଣ କରାଯାଇଥିବା ହେତୁ ସେ ଦୁଇଟି ନିୟମକୁ ଆରୋହ ଅନୁମାନରେ ବିନା ସର୍ଭରେ ଆକାରଗତ ଭିତ୍ତିଭୂମି ହିସାବରେ ସ୍ବୀକାର କରିନିଆଯାଇଛି ।

ପ୍ରକୃତିର ଏକରୂପତା ନିୟମର ଅର୍ଥ ହେଉଛି ଏକ ଅବସ୍ଥାର ପୁନରାବୃତ୍ତି ହେଲେ ପ୍ରକୃତି ଏକାଭଳି କାର୍ଯ୍ୟ କରେ । ଅର୍ଥାତ୍ ସମାନ କାରଣ ସମାବସ୍ଥାରେ ସମାନ କାର୍ଯ୍ୟ ସମ୍ପନ୍ନ କରିଥାଏ । ପୁଣି କାର୍ଯ୍ୟକାରଣ ନିୟମର ଅର୍ଥ ହେଉଛି ପ୍ରତ୍ୟେକ କାର୍ଯ୍ୟର କିଛି ନା କିଛି କାରଣ ରହିଛି ଏବଂ ସେହି କାରଣ ସବୁସମୟରେ ଏକା କାର୍ଯ୍ୟକୁ ସୃଷ୍ଟି କରେ ।

ମୂଲ୍ୟ – ମିଲ୍ ଓ ବେନ୍, ଏହି ବୈଜ୍ଞାନିକ ଆରୋହାନୁମାନକୁ ଏକ ଉତ୍କୃଷ୍ଟ ଧରଣର ଆରୋହାନୁମାନ ବୋଲି ବିବେଚନା କରିଛନ୍ତି । କାରଣ ଏଥିରେ ଉଭୟ ପ୍ରକୃତିର ଏକରୂପତା ନିୟମ ଓ କାର୍ଯ୍ୟକାରଣ ନିୟମ ସ୍ଥାନ ପାଇଅଛି । ତେଣୁ ଏହାର ସିଦ୍ଧାନ୍ତ ଅଧିକ ସମ୍ଭାବନାମୂଳକ ବା କେତେକ ତର୍କଶାସ୍ତ୍ରବିଦ୍ ଏହାର ସିଦ୍ଧାନ୍ତ ନିଶ୍ଚିତାତ୍ମକ ବୋଲି ମତପୋଷଣ କରିଛନ୍ତି ।

ସ୍କଲାଷ୍ଟିକ୍ ତାର୍କିକମାନଙ୍କର ବିଜ୍ଞାନସମ୍ମତ ଆରୋହାନୁମାନ ବିଷୟରେ ସ୍ପଷ୍ଟ ଧାରଣା ନ ଥିଲା । ସେମାନେ ସମସ୍ତ ପ୍ରକାର ଆରୋହାନୁମାନ ଗଣନାଭିଭିକ ହେବା ଅନିବାର୍ଯ୍ୟ ବୋଲି ବିବେଚନା କରୁଥିଲେ । ତେଣୁ ଗଣନା ଭେଦରେ ଆରୋହାନୁମାନକୁ ସେମାନେ ପୂର୍ଣ୍ଣ ଗଣନାଭିଭିକ ଓ ଅପୂର୍ଣ୍ଣ ଗଣନାଭିଭିକ ରୂପେ ବିଭକ୍ତ କରୁଥିଲେ ଏବଂ ପୂର୍ବ ଗଣନାଭିଭିକ ଓ ଅପୂର୍ଣ୍ଣ ଗଣନାଭିତିକ ରୂପେ ବିଭକ୍ତ କରୁଥିଲେ ଏବଂ ପୂର୍ଣ୍ଣ ଗଣନାଭିଭିକ ଆରୋହାନୁମାନର ସିଦ୍ଧାନ୍ତ ସମ୍ଭାବନାମୂଳକ ବୋଲି ମନେ କରୁଥିଲେ । ସ୍କଲାଷ୍ଟିକ ବିଶ୍ୱାସଯୋଗ୍ୟ । ତେଣୁ କାର୍ପେଥ ରୀଡ୍ ବିଜ୍ଞାନସମ୍ମତ ଆରୋହାନୁମାନକୁ ଅପୂର୍ଣ୍ଣ ଗଣନାଭିଭିକ ସୁସଂହତ ଆରୋହାନୁମାନ ବୋଲି ଅଭିହିତ କରିଅଛନ୍ତି ।

୬. ଅବୈଜ୍ଞାନିକ ଆରୋହାନୁମାନ ବା ସରଳ ଗଣନାଭିଭିକ ଆରୋହାନୁମାନ ବିଷୟରେ ଆଲୋଚନା କର ।
Answer:
ସଂଜ୍ଞା- କେତେକ ବିଶିଷ୍ଟ ଦୃଷ୍ଟାନ୍ତର ଅଭିଜ୍ଞତାରେ ବ୍ୟତିକ୍ରମ ଶୂନ୍ୟତା ହେତୁ ପ୍ରକୃତିର ଏକରୂପତା ନିୟମର ଆସ୍ଥା ସ୍ଥାପନ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ବାସ୍ତବ ସତ୍ୟତା ପ୍ରତିପାଦନକୁ ଅବୈଜ୍ଞାନିକ ଆରୋହାନୁମାନ ବା ସରଳ ଗଣନାଭିଭିକ ଆରୋହାନୁମାନ କୁହାଯାଏ ।
୧ମ କାଉ କଳା ଅଟେ ।
୨ୟ କାଉ କଳା ଅଟେ ।
୩ୟ କାଉ କଳା ଅଟେ ।
……………………
……………………
ଜ୍ଞାତ ସାରରେ ଥ‌ିବା ସମସ୍ତ କାଉ କଳା ଅଟେ ।
_____________
∴ ସମସ୍ତ କାଉ କଳା ଅଟେ ।
ଯୁକ୍ତିର ସାଙ୍କେତିକ ଆକାର-
କ୧, କ୨, କ ୩ ______ ଖ ଅଟନ୍ତି ।
କ୧, କ୨, କ ୩ ______ ହେଉଛି ‘କ’ର ସମସ୍ତ ପର୍ଯ୍ୟବେକ୍ଷିତ ଦୃଷ୍ଟାନ୍ତ ।
∴ ସମସ୍ତ କ ଖ ଅଟନ୍ତି ।
ବୈଶିଷ୍ଟ୍ୟ – (୧) ବିଜ୍ଞାନସମ୍ମତ ଆରୋହାନୁମାନ ପରି ଏହା ମଧ୍ୟ ଏକ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟର ପ୍ରତିପାଦନ କରିଥାଏ – ଏହା ଏଭଳି ଏକ ତର୍କବାକ୍ୟ ପ୍ରତିପାଦନ କରେ ଯାହା ବର୍ତ୍ତମାନ ଏବଂ ଭବିଷ୍ୟତ୍‌ର ସମସ୍ତ ଦୃଷ୍ଟାନ୍ତ ପ୍ରତି ପ୍ରଯୁଜ୍ୟ । ସମସ୍ତ କାଉ କଳା ଦୃଷ୍ଟାନ୍ତମାନଙ୍କୁ ନ ବୁଝାଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ର ସମସ୍ତ କାଉ କଳା ଅସୀମ ବାତ୍ୟାର୍ଥ ଅଟେ ଏବଂ ଯାହା ଅତୀତ, ଅଟେ କହିଲେ କେବଳ ବର୍ତ୍ତମାନ ଅନୁଭୂତ ବୋଲି ବୁଝାଯିବ ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

(୨) ବିଜ୍ଞାନସମ୍ମତ ଆରୋହାନୁମାନ ପରି ଅବୈଜ୍ଞାନିକ ଆରୋହାନୁମାନ ମଧ୍ୟ କେତେକ ଦୃଷ୍ଟାନ୍ତମାନଙ୍କର ପର୍ଯ୍ୟବେକ୍ଷଣ ଓ ପରୀକ୍ଷଣ ଉପରେ ନିର୍ଭର କରିଥାଏ – ଏହି ଦୃଷ୍ଟାନ୍ତମାନଙ୍କର ପର୍ଯ୍ୟବେକ୍ଷଣ କରି ଗୋଟିଏ ସଂଶ୍ଳେଷଣାତ୍ମକ ସାମାନ୍ୟ ତର୍କବାକ୍ୟ ପ୍ରତିପାଦନ କରାଯାଏ ।

(୩) ବିଜ୍ଞାନସମ୍ମତ ଆରୋହାନୁମାନତୁଲ୍ୟ ଏଠାରେ ମଧ୍ୟ ଆରୋହ ଲମ୍ଫନ ରହିଅଛି – ତେଣୁ ଏହା ମଧ୍ୟ ଗୋଟିଏ ଯଥାର୍ଥ ଆରୋହାନୁମାନ ବୋଲି ସ୍ବୀକୃତ ହୁଏ । ଏଠାରେ ସମସ୍ତ କାଉ କଳାକୁ ଲକ୍ଷ୍ୟକରି ଦୃଷ୍ଟ-ଅଦୃଷ୍ଟ ସମସ୍ତ କାଉ କଳା ଅଟେ ବୋଲି ସିଦ୍ଧାନ୍ତ ଗ୍ରହଣ କରାଯାଇଅଛି ।

(୪) ପ୍ରକୃତିର ଏକରୂପତା ନିୟମ ଉପରେ ଆସ୍ଥା ସ୍ଥାପନ କରିବା ଅବୈଜ୍ଞାନିକ ଆରୋହାନୁମାନର ବିଶେଷ ଲକ୍ଷଣ । କେତେକ କାଉ କଳା ରଙ୍ଗବୋଲି ପର୍ଯ୍ୟବେକ୍ଷଣ କରି ‘ସମସ୍ତ କାଉ କଳା ଅଟେ’ ଏହା ପ୍ରତିପାଦନ କରିବାର ଏକମାତ୍ର କାରଣ ହେଲା ପ୍ରକୃତିର ଏକରୂପତା ନିୟମରେ ବିଶ୍ଵାସ ରଖ୍ । ଅର୍ଥାତ୍ ପର୍ଯ୍ୟବେକ୍ଷକ ବିଶ୍ଵାସ କରେ ଯେ, ପ୍ରକୃତି ସର୍ବଦା ଏକରୂପତା ନିୟମର ଅଧୀନ ହୋଇଥିବାରୁ ଦୃଷ୍ଟ ବା ଅନୁଭୂତିର ପରିସର ମଧ୍ୟରେ ଆସୁଥିବା ସମସ୍ତ କାଉଗୁଡ଼ିକ କଳା ରଙ୍ଗର ହୋଇଥିଲେ ସମସ୍ତ କାଉ କଳା ବୋଲି ବିବେଚନା କରିହେବ ।

(୫) କାର୍ଯ୍ୟକାରଣ ନିୟମର ଅଭାବ ରହିଛି – ଏହା କାର୍ଯ୍ୟକାରଣ ସମ୍ବନ୍ଧ ନିୟମ ଉପରେ ନିର୍ଭର କରେ ନାହିଁ । ବୈଜ୍ଞାନିକ ଆରୋହାନୁମାନରେ ରାମ, ହରି, ଯଦୁ ଇତ୍ୟାଦି କାହିଁକି ମରଣଶୀଳ ଏହି ପ୍ରଶ୍ନ ଉଠିଥାଏ । ମାତ୍ର ଅବୈଜ୍ଞାନିକ ଆରୋହାନୁମାନର ଏହି ପ୍ରଶ୍ନ ଉଠେ ନାହିଁ । ଏଣୁ ଅବୈଜ୍ଞାନିକ ଆରୋହାନୁମାନ ବିଜ୍ଞାନସମ୍ମତ ଆରୋହାନୁମାନଠାରୁ ପୃଥକ୍ ଅଟେ ।

(୬) ଅବୈଜ୍ଞାନିକ ଆରୋହାନୁମାନ ଏକ ସରଳ ଗଣନାଭିତ୍ତିକ ଅଟେ – କାରଣ ଏହାର ସିଦ୍ଧାନ୍ତ ଅସୀମ ସମ୍ଭବପର ନୁହେଁ । ଏହି ଦୃଷ୍ଟିରୁ ଏହା ପୂର୍ଣ୍ଣ ଗଣନାଭିଭିକ ଆରୋହାନୁମାନଠାରୁ ଭିନ୍ନ ଅଟେ ।

(୭) ବାଚ୍ୟାର୍ଥବିଶିଷ୍ଟ ସାମାନ୍ୟ ପଦ ବିଷୟକ ସାମାନ୍ୟ ତର୍କବାକ୍ୟ ହୋଇଥିବାରୁ ଗଣନାଦ୍ବାରା ସମସ୍ତ ଦୃଷ୍ଟାନ୍ତକୁ ନିଃଶେଷ କରିବା ରହିଛି।
ମୂଲ୍ୟ – ଅବୈଜ୍ଞାନିକ ଆରୋହାନୁମାନ ବିଶ୍ଳେଷଣ ରହିତ ନିରୀକ୍ଷଣଲବ୍‌ଧ । ଏହା କୌଣସି ଯୌକ୍ତିକ ବା ବୈଜ୍ଞାନିକ ଭିଭି ଉପରେ ପ୍ରତିଷ୍ଠିତ ନୁହେଁ । ତେଣୁ ବେକନ୍‌ଙ୍କ ମତରେ, ଏହା ‘ଲୌକିକ’ ଆରୋହର କୌଣସି ମୂଲ୍ୟ ନାହିଁ । ସେ ଏହାର ଯୁକ୍ତିକୁ ‘ବାଳସୁଲଭ’ ଏବଂ ଏହାର ସିଦ୍ଧାନ୍ତ ‘ଅନିଶ୍ଚିତ ଓ ବିପଜ୍ଜନକ’ ବୋଲି ବର୍ଣ୍ଣନା କରିଛନ୍ତି । ମିଲ୍ ‘ବିଜ୍ଞାନ କ୍ଷେତ୍ରରେ ଏହାର ମୂଲ୍ୟ ଉପେକ୍ଷଣୀୟ’’ ବୋଲି ମତ ଦେଇଥିଲେ ମଧ୍ୟ ଏହାକୁ ଯଥାର୍ଥ ଆରୋହାନୁମାନ ବୋଲି ସ୍ବୀକାର କରିଅଛନ୍ତି ।

ଫାଉଲରଙ୍କ ମତରେ, ଅପୂର୍ଣ୍ଣ ଗଣନାଭିଭିକ ଆରୋହାନୁମାନର ମୂଲ୍ୟ ‘ଆମ୍ଭମାନଙ୍କର ନିରୀକ୍ଷିତ ଅସ୍ତିତ୍ଵସୂଚକ ଦୃଷ୍ଟାନ୍ତର ସଂଖ୍ୟା’’ ତଥା ‘ନାସ୍ତିତ୍ଵସୂଚକ ଦୃଷ୍ଟାନ୍ତ ଥିଲେ ତାହାର ଆମ୍ଭମାନଙ୍କ ଦୃଷ୍ଟିପଥାରୂଢ଼ ହେବାର ସମ୍ଭାବନା’’ ଉପରେ ନିର୍ଭରଶୀଳ ।

ଗ୍ରମୂଲେଙ୍କ ମତରେ, ‘ଗଣନାମୂଳକ ପଦ୍ଧତିର ମୁଖ୍ୟ ଉପାଦେୟତା ତାହାର କାର୍ଯ୍ୟକାରଣ ସମ୍ବନ୍ଧ ସୂଚନା ଦେବାର ଶକ୍ତି ଉପରେ ନିର୍ଭର କରେ । ଦୁଇଟି ଘଟଣାର ବା ବାରମ୍ବାର ସମ୍ପୃକ୍ତ ହେବା ପରିସ୍ଥିତି ଉକ୍ତ ଘଟଣାଦ୍ଵୟ କାର୍ଯ୍ୟକାରଣ ସମ୍ବନ୍ଧାନ୍ବିତ ବୋଲି ପ୍ରକଳ୍ପନ ଗଠନ କରିବା ନିମିତ୍ତ ଯଥୋପଯୁକ୍ତ କାରଣରୂପେ ବିବେଚିତ ହୁଏ । ତେଣୁ ଆରୋହାତ୍ମକ ଗଣନ ବୈଜ୍ଞାନିକ ଦୃଷ୍ଟିକୋଣରୁ ସମ୍ପୂର୍ଣ ମୂଲ୍ୟହୀନ ନୁହେଁ । ଏହା ଅନ୍ତତଃ ଯଥାର୍ଥ ଆରୋହାନୁମାନର ଗୋଟିଏ ଉପାଦାନର ସହାୟକ ପଦ୍ଧତି ।’’ ସାଧାରଣତଃ, ତାର୍କିକମାନେ ଅବୈଜ୍ଞାନିକ ଆରୋହାନୁମାନକୁ ବୈଜ୍ଞାନିକ ଆରୋହାନୁମାନର ପ୍ରଥମ ପାଦକୁ ବୋଲି ଗ୍ରହଣ କରନ୍ତି ।

୭. ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନ ବୁଝାଅ ।
Answer:
ଦୁଇଟି ବସ୍ତୁ ମଧ୍ୟରେ କେତେକ ବିଶେଷ ସାଦୃଶ୍ୟକୁ ଲକ୍ଷ୍ୟ କରି ସେହି ସାଦୃଶ୍ୟଭିତ୍ତିରେ ଯଦି ଅନ୍ୟ କୌଣସି ଭବିତବ୍ୟ ସାଦୃଶ୍ୟର ଅନୁମାନ କରାଯାଏ ତା’ହେଲେ ତାହାକୁ ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନ କୁହାଯାଏ । ମିଲ୍‌ଙ୍କ ମତରେ, ‘ଏକ ବା ଏକାଧ୍ଵକ ବିଷୟରେ ଦୁଇଟି ବସ୍ତୁ ମଧ୍ୟରେ ଯଦି ସାଦୃଶ୍ୟ ବିଦ୍ୟମାନ ଥାଏ ଏବଂ ତାହାରି ଭିଭିରେ ଅନ୍ୟ କୌଣସି ଗୋଟିଏ ତର୍କବଚନ ଯଦି ଉକ୍ତ ଦୁଇଟି ବସ୍ତୁ ମଧ୍ୟରୁ ଗୋଟିଏ ବସ୍ତୁ ସମ୍ପର୍କରେ ସତ୍ୟ ହୁଏ ତେବେ ସେହି ବଚନଟି ଅପର ବସ୍ତୁ ସମ୍ପର୍କରେ ମଧ୍ୟ ସତ୍ୟ ହେବ ।

ଅବରୋହ ଅନୁମାନ ସାର୍ବିକ ସତ୍ୟରୁ ବିଶେଷ ସତ୍ୟର ଅବତାରଣା କରିଥାଏ । ମାତ୍ର ଆରୋହ ଅନୁମାନ ବିଶେଷ ବା ଆଂଶିକ ସତ୍ୟରୁ ସାର୍ବିକ ସତ୍ୟର ପ୍ରତିଷ୍ଠା କରିଥାଏ । ପୁଣି ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନ ଗୋଟିଏ ବିଶେଷ ଦୃଷ୍ଟାନ୍ତରୁ ଅନ୍ୟ ଏକ ବିଶେଷ ଦୃଷ୍ଟାନ୍ତରେ ଉପନୀତ ହୁଏ । ଗୋଟିଏ ସାଙ୍କେତିକ ଏବଂ ଆଉ ଗୋଟିଏ ମୂର୍ଖ ଦୃଷ୍ଟାନ୍ତ ସାହାଯ୍ୟରେ ସାଦୃଶ୍ଯଭିଭିକ ଆରୋହ ଅନୁମାନକୁ ବୁଝାଇ ଦେଇହେବ ।

ସାଙ୍କେତିକ ଦୃଷୃ।ନୁ – ‘A ଓ B’ ଦୁଇଟି ବସ୍ତୁ । ‘C, D ଏବଂ E” ଏହି ତିନୋଟି ଗୁଣ ଉକ୍ତ ବସ୍ତୁଦ୍ଵୟ ମଧ୍ୟରେ ସମଭାବରେ ପରିଦୃଷ୍ଟ ହେଉଛନ୍ତି । ଅର୍ଥାତ୍ ‘C, D ଏବଂ E” – ଏହି ତିନୋଟି ଗୁଣ ‘A’ ବସ୍ତୁରେ ବିଦ୍ୟମାନ । ପୁନଶ୍ଚ ଏଗୁଡ଼ିକ ‘B’ ବସ୍ତୁରେ ମଧ୍ୟ ବିଦ୍ୟମାନ । ‘F” ନାମକ ଆଉ ଗୋଟିଏ ଗୁଣ ‘A’ ବସ୍ତୁରେ ଲକ୍ଷ୍ୟ କରାଗଲା । ସୁତରାଂ ଅନୁମାନ କରାଗଲା ଯେ, ଯେହେତୁ B ସହିତ A, C, D, E ଗୁଣରେ ସମାନ ସେଇ ହେତୁ A ର F ଗୁଣଟି B ରେ ମଧ୍ୟ ବିଦ୍ୟମାନ ହୋଇଥବ ବୋଲି ଅନୁମାନ କରାଯିବା ସ୍ଵାଭାବିକ।

ମୂର୍ଖ ଦୃଷ୍ଟାନ୍ତ – ପୃଥ‌ିବୀ ଓ ମଙ୍ଗଳ ଗ୍ରହ ମଧ୍ଯରେ କେତୋଟି ବିଷୟରେ ସାଦୃଶ୍ୟ ପରିଲକ୍ଷିତ ହୁଏ । ଯେପରି ଉଭୟ ଗ୍ରହ ସୂର୍ଯ୍ୟ ଚତୁର୍ଦ୍ଦିଗରେ ଘୂର୍ଣାୟମାନ, ଉଭୟେ ଗୋଲ୍, ଉଭୟେ ସୂର୍ଯ୍ୟାଲୋକରୁ ଆଲୋକ ଓ ଉତ୍ତାପ ଗ୍ରହଣ କରନ୍ତି । ଏହି ସାଦୃଶ୍ୟକୁ ଭିତ୍ତି କରି ଆମେ ଯେତେବେଳେ ଦେଖୁ ଯେ, ପୃଥ‌ିବୀରେ ଜୀବଜଗତର ସୃଷ୍ଟିପାଇଁ ଯେଉଁ ଅନୁକୂଳ ଜଳବାୟୁ ଅଛି ତାହା ମଙ୍ଗଳ ଗ୍ରହରେ ରହିଥ‌ିବାର ମଧ୍ୟ ଅନୁମାନ କରୁ ।

ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନରେ ତର୍କବଚନ ଓ ସିଦ୍ଧାନ୍ତ ମଧ୍ୟରେ କୌଣସି ଯୌକ୍ତିକ ସମ୍ପର୍କ (Logical Relation) ନଥିଲେ ମଧ୍ୟ ଏହି ଅନୁମାନର ବ୍ୟାବହାରିକ ଗୁରୁତ୍ଵ ରହିଛି । ମନୋବିଜ୍ଞାନର ଏହି ସାଦୃଶ୍ୟଭିତ୍ତିକ ଅନୁମାନର ପ୍ରୟୋଗ ମଧ୍ୟ ଲକ୍ଷ୍ୟ କରାଯାଏ । ଅନ୍ୟର ମନୋଭାବ, ସେମାନଙ୍କର ସୁଖ, ଦୁଃଖ ଇତ୍ୟାଦି ବିଷୟରେ ଯେଉଁ ସମସ୍ତ ସିଦ୍ଧାନ୍ତ ଗ୍ରହଣ କରାଯାଏ ତହିଁରୁ ଅଧିକାଂଶ ଏତାଦୃଶ ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନ ଉପରେ ପର୍ଯ୍ୟବସିତ ।

ପୁଣି ବୈଜ୍ଞାନିକ ଅନୁସନ୍ଧାନ ଅନେକ ସମୟରେ ସାଦୃଶ୍ୟଭିତ୍ତିକ ଅନୁମାନର ପଥ ଅନୁସରଣ କରି ଅଗ୍ରସର ହୁଏ ।
ସାଦୃଶ୍ୟଭିତ୍ତିକ ଅନୁମାନ ଦୁଇ ପ୍ରକାର; ଯଥା – (କ) ଉତ୍ତମ ସାଦୃଶ୍ଯଭିଭିକ ଅନୁମାନ (Good analogy) ଏବଂ (ଖ) ମନ୍ଦ ସାଦୃଶ୍ଯଭିଭିକ ଅନୁମାନ (Bad analogy) ।

ଯେଉଁ ସମସ୍ତ ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନରେ ହେତୁ ଧର୍ମର ପ୍ରାସଙ୍ଗିକତା ଯେତେ ବେଶି ତାହାର ସିଦ୍ଧାନ୍ତରେ ସମ୍ଭାବ୍ୟତା ମଧ୍ୟ ସେତେ ବେଶି । ଏପରି ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନକୁ ଉତ୍ତମ ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନ କୁହାଯାଏ । ପ୍ରକାରାନ୍ତରେ ଯଦି କୌଣସି ଅନୁମାନ ଅପ୍ରାସଙ୍ଗିକ ସାଦୃଶ୍ଯଭିଭିକ ହୁଏ ତା’ହେଲେ ତାହାକୁ ମନ୍ଦ ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନ ବୋଲି କୁହାଯିବ ।

ଉଦାହରଣ (୧) : ପୃଥ‌ିବୀ ଓ ମଙ୍ଗଳ ଗ୍ରହ ମଧ୍ଯରେ କେତୋଟି ବିଷୟରେ ସାଦୃଶ୍ୟ ପରିଲକ୍ଷିତ ହୁଏ, ଯେପରି ଉଭୟ ଗ୍ରହ ସୂର୍ଯ୍ୟ ଚତୁର୍ଦ୍ଦିଗରେ ଘୂର୍ଣାୟମାନ, ଉଭୟେ ଗୋଲ୍, ଉଭୟେ ସୂର୍ଯ୍ୟାଲୋକରୁ ଆଲୋକ ଓ ଉତ୍ତାପ ଗ୍ରହଣ କରନ୍ତି । ଏହି ସାଦୃଶ୍ୟକୁ ଭିଭିକରି ଆମେ ଯେତେବେଳେ ଦେଖୁ ଯେ ପୃଥ‌ିବୀରେ ଜୀବଜଗତର ସୃଷ୍ଟିପାଇଁ ଯେଉଁ ଅନୁକୂଳ ଜଳବାୟୁ ଅଛି ତାହା ମଙ୍ଗଳ ଗ୍ରହରେ ମଧ୍ୟ ରହିବାର ଅନୁମାନ କରୁ । ଏହା ଉତ୍ତମ ସାଦୃଶ୍ଯଭିଭିକ ଅନୁମାନର (Good analogy) ଉଦାହରଣ।

ଉଦାହରଣ (୨) : ଯଦି କୁହାଯାଏ ଯେ,ଏକ ଜାତି (Nation), ଜଣେ ବ୍ୟକ୍ତି ଭଳି ଅଭିବୃଦ୍ଧି, ପରିପକ୍ବତା ଏବଂ ବିଲୟ ଇତ୍ୟାଦିର ସମୟ ଅବସ୍ଥାକୁ ପ୍ରାପ୍ତ ହୋଇଥାଏ, ତେବେ ଏତାଦୃଶ ସାଦୃଶ୍ୟଭିତ୍ତିକ ଆରୋହ ଅନୁମାନ ମିଥ୍ୟା ବା ମନ୍ଦ ଅଟେ । କାରଣ ଜାତି ଏବଂ ବ୍ୟକ୍ତି ମଧ୍ୟରେ ଯେଉଁ ସାଦୃଶ୍ୟ ଅଣାଗଲା ତାହା ସମ୍ଭବତଃ ମିଥ୍ୟା ହୋଇପାରେ କିମ୍ବା ଗୁରୁତ୍ବହୀନ ମଧ୍ୟ ହୋଇପାରେ । କାରଣ ଏକ ଜାତିର କ୍ଷତି ହୁଏତ ଭରଣା କରାଯାଇପାରେ; କିନ୍ତୁ ବୟସ ଗଡ଼ିଯାଇଥିଲେ ଜଣେ ବ୍ୟକ୍ତିର ଆବୟବିକ (physical) କ୍ଷୟକ୍ଷତିର ଭରଣା ଅସମ୍ଭବ ଅଟେ ।

CHSE Odisha Class 11 Logic Unit 3 Short & Long Answer Questions in Odia Medium

୮. ଆରୋହାନୁମାନ ଓ ସମ୍ଭାବନା କହିଲେ କ’ଣ ବୁଝ ? ଆଲୋଚନା କର ।
Answer:
ଆରୋହାନୁମାନ ଓ ସମ୍ଭାବନା ଉଭୟ ପରସ୍ପର ସମ୍ବନ୍ଧାନ୍ବିତ । ଆରୋହାନୁମାନରେ ପ୍ରକଳ୍ପ ବିଷୟରେ ଆଲୋଚନା ସମୟରେ ଦେଖାଯାଏ ଯେ କେତେକ ପ୍ରକଳ୍ପ ସମ୍ଭାବନାମୂଳକ ଅଟନ୍ତି । ସେହିପରି ଆରୋହ ପଦ୍ଧତିମାନଙ୍କୁ ପ୍ରୟୋଗକରି ମଧ୍ୟ କାର୍ଯ୍ୟକାରଣ ସମ୍ବନ୍ଧ ପ୍ରତିପାଦନରେ ନିଶ୍ଚିତତା ନଥାଏ । ତେବେ ଏଠାରେ ପ୍ରଶ୍ନ ଉଠେ ‘ସମ୍ଭାବନା’ ପ୍ରତ୍ୟୟର ବାସ୍ତବ ସ୍ୱରୂପ କ’ଣ ?

ଏହାକୁ ଆଲୋଚନା କଲେ ‘ସମ୍ଭାବନା’ର ବିଭିନ୍ନ ଅର୍ଥ ସ୍ପଷ୍ଟ ହୋଇଥାଏ । ଉଦାହରଣସ୍ୱରୂପ, ଟସ୍ ଜିତିବାପାଇଁ ଗୋଟିଏ ମୁଦ୍ରା ପକାଇଲାବେଳେ ମୁଦ୍ରାରେ ମୁଣ୍ଡଅଙ୍କିତ ଥିବା ପାର୍ଶ୍ୱଟି ଉପରକୁ ପଡ଼ିବାର ସମ୍ଭାବନା ହେଉଛି ୧/୨ । ସମ୍ଭାବନା ଶବ୍ଦଟି ବ୍ୟବହୃତ ହୋଇଥାଏ ।

ତର୍କଶାସ୍ତ୍ରର ମତକୁ ଅନୁଧ୍ୟାନ କଲେ ଜଣାଯାଏ ଯେ ‘ସମ୍ଭାବନା’ ଶବ୍ଦର ଅର୍ଥ ହେଉଛି ଯେତେବେଳେ କୌଣସି ବିଷୟରେ ଆଂଶିକ ଜ୍ଞାନ ଏବଂ ଆଂଶିକ ଅଜ୍ଞତା ଥାଏ । ଅଜ୍ଞତାର କାରଣ ହେଉଛି ଯେ କେଉଁ ପରିସ୍ଥିତି ସୃଷ୍ଟି ହେଲେ ଗୋଟିଏ ଘଟଣା ଘଟିବ ସେହି ପରିସ୍ଥିତି ଓ ଅବସ୍ଥା ସମ୍ବନ୍ଧରେ ପର୍ଯ୍ୟାପ୍ତ ଜ୍ଞାନର ଅଭାବ । ଏହି ପ୍ରକାର ସମ୍ଭାବନାକୁ ପ୍ରାକ୍ ଅଭିଜ୍ଞତା ସମ୍ଭାବନା ବୋଲି କୁହାଯାଏ । କୌଣସି ପରୀକ୍ଷା ନିରୀକ୍ଷା ନ କରି ଏ ପ୍ରକାର ସମ୍ଭାବନାକୁ ଗ୍ରହଣ କରି ନିଆଯାଏ ।

ଅନ୍ୟ ସମ୍ଭାବନାଟି ହେଉଛି ‘ଆପେକ୍ଷିକ ପୁନଃ ମୌଳିକତା ସମ୍ଭାବନା । ଏହା ଅନୁସନ୍ଧାନସାପେକ୍ଷ ଅଟେ । ଅର୍ଥାତ୍ ତଥ୍ୟମାନଙ୍କର ପରିସଂଖ୍ୟାନଦ୍ୱାରା ସମ୍ଭାବନାତ୍ମକ ସ୍ଥିତି ବିଷୟରେ ଯେଉଁ ଜ୍ଞାନ ଉପଲବ୍ଧ ହୁଏ ତାହାକୁ ଆପେକ୍ଷିକ ପୁନଃପୌନିକତା ବୋଲି କୁହାଯାଏ । ତେଣୁ ଏଠାରେ ସମ୍ଭାବନା ବିଶ୍ୱାସ ଉପରେ ପ୍ରତିଷ୍ଠିତ ନ ହୋଇ ଅଭିଜ୍ଞତା ଉପରେ ନିର୍ଭର କରିଥାଏ । ଆରୋହାନୁମାନ ଏହି ପରିସଂଖ୍ୟାନ ଉପରେ ଉପରେ ନିର୍ଭର କରିବାକୁ ପଡ଼ିଥାଏ ।

ପରିସଂଖ୍ୟାନ ଉପରେ ନିର୍ଭର କରିବାଦ୍ୱାରା ଯେଉଁ ସିଦ୍ଧାନ୍ତ ମିଳିଥାଏ ତାହା ସର୍ବଦା ସମ୍ଭାବନା-ମୂଳକ । ସମ୍ଭାବନାରେ ମଧ୍ୟ ତାରତମ୍ୟ ରହିଛି । ଏହା ଶୂନ୍ୟ ସ୍ଥିତିଠାରୁ ଶତକଡ଼ା ଅନେଶତ (୦-୯୯%) ହୋଇପାରେ । ଅନୁଭୂତିର ପରିସର ଯେତେ ଅଧିକ ହେବ, ସମ୍ଭାବନାର ମାତ୍ରା ମଧ୍ୟ ସେତିକି ଅଧ୍ଯକ ହେବ । ଏହି ଦୃଷ୍ଟିରୁ ବିଚାର କଲେ ଆରୋହାନୁମାନ ଓ ସମ୍ଭାବନା ଓତପ୍ରୋତଭାବେ ଜଡ଼ିତ ।

Leave a Comment