CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Odisha State Board CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ Textbook Exercise Questions and Answers.

+2 2nd Year Odia Optional Chapter 12 ସତ୍ୟମେବ ଜୟତେ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧ ।
‘ସତ୍ୟମେବ ଜୟତେ’ ପ୍ରକାରାନ୍ତରେ କାହାର ପରାଜୟ ବୁଝିବାକୁ ହେବ ?
(କ) ନ୍ୟାୟ
(ଖ) ଧର୍ମ
(ଗ) ସତ୍ୟ
(ଘ) ମିଥ୍ୟା
ଉ –
(ଘ) ମିଥ୍ୟା

Question ୨ ।
ତୁମେ ଅଙ୍କ ଶାସ୍ତ୍ର ସହିତ ଅନ୍ୟ କେଉଁ ଶାସ୍ତ୍ରକୁ ମାନ ବୋଲି ପ୍ରାବନ୍ଧିକ କହିଛନ୍ତି ?
(କ) ବିଜ୍ଞାନ ଶାସ୍ତ୍ର
(ଖ) ଦର୍ଶନ ଶାସ୍ତ୍ର
(ଗ) ଧର୍ମଶାସ୍ତ୍ର
(ଘ) ଭାଷା ଶାସ୍ତ୍ର
ଉ –
(କ) ବିଜ୍ଞାନ ଶାସ୍ତ୍ର

Question ୩ ।
ବିନୋବାଜୀ କେଉଁଭଳି ଭୂଦାନ ଯାତ୍ରା କରିଥିଲେ ?
(କ) ଘୋଡ଼ାଗାଡ଼ିରେ
(ଖ) ଶଗଡ଼ଗାଡ଼ିରେ
(ଗ) ପଦବ୍ରଜରେ
(ଘ) ରେଳଗାଡ଼ିରେ
ଉ –
(ଗ) ପଦବ୍ରଜରେ

Question ୪ ।
ପୃଥ‌ିବୀ ବା ମାଟିର ଗୋଟିଏ କେଉଁ ମନ୍ତ୍ର ଅଛି ?
(କ) ସମ୍ମୋହନୀ
(ଖ) ଆକର୍ଷଣୀ
(ଗ) ପଦବ୍ରଜରେ
(ଘ) ଶୂନ୍ଯ
ଉ –
(ଖ) ଆକର୍ଷଣୀ

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୫ ।
କୌଣସି ବିଷୟରେ କିଏ ଏକମତ ନହେଲେ ତାକୁ ସତ ବା ମିଛ କହିହେବନି ?
(କ) ଷଡ଼ ଇନ୍ଦ୍ରିୟ
(ଖ) ଷଡ଼ଦର୍ଶନ
(ଗ) ଷଡରିପୁ
(ଘ) ଷଡ଼ଭୁଜ
ଉ –
(କ) ଷଡ଼ ଇନ୍ଦ୍ରିୟ

Question ୬ ।
ବାସ୍ତବ ଉଦ୍ଦେଶ୍ୟଟା କେଉଁ ଅର୍ଥରେ ବ୍ୟବହୃତ ହୁଏ ବୋଲି ଲେଖକଙ୍କ ମତ ?
(କ) ସ୍ଥୁଳ ସତ୍ୟ
(ଖ) ସୂକ୍ଷ୍ମ ସତ୍ୟ
(ଗ) ସ୍କୁଳ ମିଥ୍ୟା
(ଘ) ସୂକ୍ଷ୍ମ ମିଥ୍ୟା
ଉ –
(ଘ) ସୂକ୍ଷ୍ମ ମିଥ୍ୟା

Question ୭ ।
ଏବେ ବଣୁଆ ଲୋକ କାହିଁକି ସତ ମାନୁ ନାହାନ୍ତି ?
(କ) ସଂଘବଦ୍ଧ ବଳ ଯୋଗୁ
(ଖ) ପ୍ରଗତି ଓ ସଭ୍ୟତାର ସ୍ପର୍ଶ ଯୋଗୁ
(ଗ) ଅତ୍ୟଧ୍ଵକ ବଳ ଯୋଗୁ
(ଘ) ଅଧୂକ ଟଙ୍କା ଯୋଗୁ
ଉ –
(ଖ) ପ୍ରଗତି ଓ ସଭ୍ୟତାର ସ୍ପର୍ଶ ଯୋଗୁ

Question ୮ ।
ପ୍ରତି କେତେ ଭୋଟରେ ଜଣେ ସଭ୍ୟ ବୋଲି ନିୟମ ହେଲା ?
(କ) ପାଞ୍ଚ
(ଖ) ପନ୍ଦର
(ଗ) ଦଶ
(ଘ) କୋଡ଼ିଏ
ଉ –
(ଖ) ପନ୍ଦର

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୯ ।
ଲୋକସଭାରେ କୁହାଯାଉଥିବା ମିଛକୁ କିଏ ଶାବ୍ଦିକ ଅଯଥାର୍ଥ ବା ଶବ୍ଦର ବେଢ଼ଙ୍ଗ ବୋଲି କହିଛନ୍ତି ?
(କ) ଇନ୍ଦିରା ଗାନ୍ଧୀ
(ଖ) ଜବାହାରଲାଲ ନେହେରୁ
(ଗ) ଚର୍ଚ୍ଚିଲ
(ଘ) ମହାତ୍ମା ଗାନ୍ଧୀ
ଉ –
(ଗ) ଚର୍ଚ୍ଚିଲ

Question ୧୦ ।
କୁଇନାଇନ୍ ଉପରେ କ’ଣ ପୁଟ ଦେଇ ତାକୁ ମିଠା ଓଷୁଅ ବୋଲି ପିଲାଙ୍କୁ ଭଣ୍ଡାଯାଏ ?
(କ) ଚିନି
(ଖ) ଗୁଡ
(ଗ) ନବାତ
(ଘ) ଶାକର
ଉ –
(କ) ଚିନି

Question ୧୧ ।
‘ମାବୃୟାତ ସତ୍ୟମପ୍ରିୟମ୍’ କିଏ ବୋଲି କହିଛନ୍ତି ?
(କ) ଗୁରୁଜନମାନେ
(ଖ) ଦେବତାମାନେ
(ଗ) ପଣ୍ଡିତମାନେ
(ଘ) ମୁନିଋଷିମାନେ
ଉ –
(ଘ) ମୁନିଋଷିମାନେ

Question ୧୨ ।
ସରକାର ପାଖରେ କେଉଁ ପ୍ରକାର ଲୋକ ଅଧିକ ବୋଲି ଲେଖକ ଯୁକ୍ତି କରିଛନ୍ତି ?
(କ) ପାଟି କରିବା
(ଖ) ମାଡ଼ ମାରିବା
(ଗ) ଭୋଟ ଦେବା
(ଘ) ଲେଖାଲେଖ କରିବା
ଉ –
(କ) ପାଟି କରିବା

Question ୧୩ ।
ଶୋରିଷଟାକୁ କ’ଣ ପ୍ରମାଣ କରି ଲୋକଙ୍କର ଶ୍ରଦ୍ଧା ସୃଷ୍ଟି କରାଯାଏ ?
(କ) ଆତ
(ଖ) ଫୁଟ୍ ବଲ୍
(ଗ) ପର୍ବତ
(ଘ) ବନ୍ଧ
ଉ –
(ଗ) ପର୍ବତ

Question ୧୪ ।
ତୁମର କଥାରେ ସହି ମାରିଦେଲେ । ଏଠାରେ ‘ସହି’ ମାନେ କ’ଣ ?
(କ) ଶୁଣିବା
(ଖ) ହଁ
(ଗ) ନାହିଁ
(ଘ) ନ ଶୁଣିବା
ଉ –
(ଖ) ହଁ

Question ୧୫ ।
ପୁଞ୍ଜୀଭୂତ ଅଶାନ୍ତି ଓ ଅସନ୍ତୋଷ କ’ଣ ହେବ ବୋଲି ଲେଖକ ଅଶଙ୍କା କରିଛନ୍ତି ?
(କ) ମାଡ଼ପିଟ
(ଖ) ହଟ୍ଟଗୋଳ
(ଗ) ବିଶ୍ବଯୁଦ୍ଧ
(ଘ) ଗୃହଯୁଦ୍ଧ
ଉ –
(ଗ) ବିଶ୍ବଯୁଦ୍ଧ

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

ଅତିରିକ୍ତ ପ୍ରଶ୍ନ ଓ ଉତ୍ତର

Question ୧ ।
କେଉଁ ଲୋକ କାହାକୁ ହାଣିଦେଲା ?
(କ) ବାଘୁଆ ଲୋକ
(ଖ) କ୍ରୋଧୀ ଲୋକ
(ଗ) ବଣୁଆ ଲୋକ
(ଘ) ଡରୁଆ ଲୋକ
ଉ –
(ଗ) ବଣୁଆ ଲୋକ

Question ୨ ।
ମିଛ ହେଲେ କାହାର ବିପରୀତ ?
(କ) ସତ
(ଖ) ସତିଆ
(ଗ) ସାତସତ
(ଘ) ସତ୍ୟ
ଉ –
(କ) ସତ

Question ୩ ।
‘ସତ୍ୟବୃୟାତ୍’ – ଏଇ କଥା କିଏ କହିଛନ୍ତି ?
(କ) ମୁନିଋଷିମାନେ
(ଖ) ଗୁରୁଜନମାନେ
(ଗ)
(ଘ)
ଉ –
(କ) ମୁନିଋଷିମାନେ

Question ୪ ।
ବର୍ତ୍ତମାନର ଶାସନକୁ ପ୍ରାବନ୍ଧିକ କେଉଁ ଶାସନ କହିଛନ୍ତି ?
(କ) ରାଜା ଶାସନ
(ଖ) ଏକଛତ୍ର ଶାସନ
(ଗ) ଅତୀତ ଶାସନ
(ଘ) ମନମୁଖୀ ଶାସନ
ଉ –
(ଗ) ଅତୀତ ଶାସନ

Question ୫ ।
ପ୍ରକୃତରେ ଦିହର ଜୋର୍ ଠାରୁ ମଧ୍ୟ ବଡ ଜୋର୍ କାହାର ?
(କ) ରାଜା ଶାସନ
(ଖ) ଏକଛତ୍ର ଶାସନ
(ଗ) ଅତୀତ ଶାସନ
(ଘ) ମନମୁଖୀ ଶାସନ
ଉ –
(ଗ) ଅତୀତ ଶାସନ

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

(ଖ) କ୍ଷୁଦ୍ର ଉତ୍ତର ମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ। ଗୋଟିଏ ବାକ୍ୟରେ ଉତ୍ତର ଲେଖାଯିବ।

Question ୧ ।
ଆମର ରାଜନୀତି, ଧର୍ମନୀତି ଓ ଅନ୍ୟ କେଉଁ ନୀତିରେ ‘ସତ୍ୟମେବ ଜୟତେ’ କଥାଟିର ପ୍ରବଳ ବିଜୟ ?
ଉ –
ଆମର ରାଜନୀତି, ଧର୍ମନୀତି ଓ ସମାଜ ନୀତିରେ ‘ସତ୍ୟମେବ ଜୟତେ’ କଥାଟିର ପ୍ରବଳ ବିଜୟ ।

Question ୨ ।
ପୃଥିବୀର ଆକର୍ଷଣୀ ଶକ୍ତି ଯୋଗୁ କ’ଣ ହେଉଛି ?
ଉ –
ପୃଥିବୀର ଆକର୍ଷଣୀ ଶକ୍ତି ଅଛି ଯାହା ବଳରେ ସେ ସବୁ ଜିନିଷକୁ ନିଜ ଆଡ଼କୁ ଟାଣି ନେଉଛି।

Question ୩ ।
ବୁଦ୍ଧିର ମାରପେଞ୍ଚଦ୍ବାରା କ’ଣ ହୁଏ ?
ଉ –
ବୁଦ୍ଧିର ମାରପେଞ୍ଚଦ୍ଵାରା ଯୁକ୍ତି ବଳରେ ମିଛକୁ ସତ ଓ ସତକୁ ମିଛ କରିହୁଏ ।

Question ୪ ।
ଆଗେ ବଣୁଆ ଲୋକ କାହାକୁ ହାଣିଦେଲେ କ’ଣ କରୁଥିଲା ?
ଉ –
ଆଗେ ବଣୁଆ ଲୋକ କାହାକୁ ହାଣିଦେଲେ, ତାହାର ମୁଣ୍ଡଟା ଧରି ଥାନାକୁ ଆସି କହୁଥିଲା ଯେ ଇୟେ ଏମିତି କଲା ତେଣୁ ସେ ତାକୁ ହାଣିଦେଲା।

Question ୫ ।
ବିରୋଧୀ ଦଳ ରାସ୍ତାରେ ପାଟିତୁଣ୍ଡ କରିଲେ ସରକାର କ’ଣ କରନ୍ତି ?
ଉ –
ବିରୋଧୀ ଦଳ ରାସ୍ତାରେ ପାଟିତୁଣ୍ଡ କରିଲେ ସରକାର ପୁଲିସ୍‌ର ଲାଠିମାଡ଼ ଦେଇ ତାଙ୍କୁ ଘଉଡ଼େଇ ଦିଅନ୍ତି ।

Question ୬ ।
ଆଗେ ଗାତ ମଣିଷଗୁଡ଼ାକ କେଉଁ ନୀତି ଧରି ଚାଲୁଥିଲେ ?
ଉ –
ଆଗେ ଗାତ ମଣିଷଗୁଡ଼ାକ ବଳ ଯାହାର ନୀତି ଧରି ଚାଲୁଥିଲେ ।

Question ୭ ।
କେଉଁ ପ୍ରଣାଳୀରେ ଭଲ ମନ୍ଦ ପରୀକ୍ଷା କରି ଲୋକଙ୍କ ଆଗରେ ଥୁଆଯାଇଛି ?
ଉ –
ବୈଜ୍ଞାନିକ ପ୍ରଣାଳୀରେ ଭଲ ମନ୍ଦ ପରୀକ୍ଷା କରି ଲୋକଙ୍କ ଆଗରେ ଥୁଆଯାଇଛି।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୮ ।
ଗୋରୀ ଡ୍ରେସ ଡିମୋନା କାହାର ଦେଶଦେଶାନ୍ତର କଥାରେ ଭୁଲି ନିଜକୁ ସମର୍ପି ଦେଲା ?
ଉ –
ଗୋରୀ ଡ୍ରେସ ଡିମୋନା ଅଥେଲୋଙ୍କର ଦେଶଦେଶାନ୍ତର କଥାରେ ଭୁଲି ନିଜକୁ ସମର୍ପି ଦେଲ ।

Question ୯ ।
କେବଳ ଶରୀର ହିଂସା ହିଂସା ହୁଏନି, କଥା ଓ ଭାବନାର ହିଂସା ମଧ୍ଯ ହିଂସା – ଏହା କିଏ କହିଥିଲେ ?
ଉ –
କେବଳ ଶରୀର ହିଂସା ହିଂସା ହୁଏନି, କଥା ଓ ଭାବନାର ହିଂସା ମଧ୍ୟ ହିଂସା – ଏହା ମହାତ୍ମା ଗାନ୍ଧୀ କହିଥିଲେ।

Question ୧୦ ।
ବୁଦ୍ଧି ଓ ମନର ଜୋର୍ ମଧ୍ୟରୁ କାହାର ଜୋର୍ ଅଧିକ ?
ଉ –
ବୁଦ୍ଧି ଓ ମନର ଜୋର୍ ମଧ୍ୟରୁ ବୁଦ୍ଧିର ତଥା ମନର ଜୋର୍ ଅଧିକ।

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ। ଦୁଇଟି ବାକ୍ୟରେ ଉତ୍ତର ଲେଖ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧ ।
ଗୋବିନ୍ଦ ତ୍ରିପାଠୀ କି ପ୍ରକାର ପ୍ରବନ୍ଧ ଲେଖନ୍ତି ଓ ତାଙ୍କର ଦୁଇଟି ଜନପ୍ରିୟ ପ୍ରବନ୍ଧର ନାମ କ’ଣ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଗୋବିନ୍ଦ ତ୍ରିପାଠୀ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ବା ରମ୍ୟରଚନା ଲେଖନ୍ତି। ତାଙ୍କର ଦୁଇଟି ଜନପ୍ରିୟ ପ୍ରବନ୍ଧର ନାମ- ‘ବଟୁଆ’, ‘କଖାରୁ ଫୁଲ’।

Question ୨ ।
ମାହାତ୍ମା ଗାନ୍ଧୀ ଚାଲି ଚାଲି ଉତ୍କଳ ଯାତ୍ରା କରିଥିବା କଥା ଅସମ୍ଭବ ଓ ଅସତ୍ୟ ବୋଲି ଲେଖକ କାହିଁକି କହିଛନ୍ତି ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଅଙ୍କଶାସ୍ତ୍ର ଓ ବିଜ୍ଞାନଶାସ୍ତ୍ର ପ୍ରମାଣାନୁସାରେ ମାହାତ୍ମା ଗାନ୍ଧୀ ଚାଲି ଚାଲି ଉତ୍କଳ ଯାତ୍ରା କରିଥିବା କଥା ଅସମ୍ଭବ ଓ ଅସତ୍ୟ ବୋଲି ଲେଖକ କହିଛନ୍ତି ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୩ ।
ପୃଥିବୀ ଉପରେ ପଡ଼ିବା ଜିନିଷର ମଧ୍ୟ ଗୋଟିଏ ଆକର୍ଷଣୀ ଶକ୍ତି ଅଛି-ଏହାର ଅର୍ଥ କ’ଣ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ପୃଥିବୀ ତା’ର ଅକର୍ଷଣୀ ଶକ୍ତିଦ୍ଵାରା ସବୁକୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛି। ପୃଥିବୀର ଏଇ ଶକ୍ତି ମଣ୍ଡଳ ପରି ପୃଥିବୀକୁ ଘେରି ରହିଛି । ଠିକ୍ ସେମିତି ତା ଉପରକୁ ପଡ଼ିବା ଜିନିଷର ମଧ୍ୟ ନିଜର ଗୋଟିଏ ଆକର୍ଷଣୀ ଶକ୍ତି ଅଛି ଓ ସେଇ ଶକ୍ତି ତାକୁ ମଣ୍ଡଳ ପରି ଘେରି ରହିଛି। ଓଜନ ଓ ଦୂରତାନୁସାରେ ଏହି ଶକ୍ତି କମ୍ ବେଶି ହୋଇ କାର୍ଯ୍ୟକ୍ଷମ ହୋଇଥାଏ।

Question ୪ ।
ଗୋଡ଼ ମାଟି ଭିତରେ ପଶିଯାଇଥାନ୍ତା କାହିଁକି ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଯାଏ । ଗୋଟିଏ ଶକ୍ତି କ୍ଷେତ୍ର ତିଆରି ହୋଇଯାଏ ଫଳତଃ ପାଦ ଆଗକୁ ଆଗକୁ ଯାଇଥାଏ। ସେଠି ଯେବେ ମାଟିର ଶକ୍ତି ପାଦର ତଥା ଗୋଡ଼ର ଶକ୍ତିଠାରୁ ଅଧିକ ହୋଇଯାଅନ୍ତା ତେବେ ଗୋଡ଼ ମାଟି ଭିତରକୁ ପଶି ଯାଇଥାନ୍ତା ।

Question ୫ ।
କେଉଁଠି ‘ବାସ୍ତବ ଉଦ୍ଦେଶ୍ୟ’ ପ୍ରସଙ୍ଗ ଆସିଥାଏ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ବୁଦ୍ଧିବଳରେ ପାଦ ଓ ମାଟିର ବିନା ସ୍ପର୍ଶରେ ଚାଲିବା କାମ ହେଉଛି ବୋଲି କୁହାଯାଇପାରେ। ମାତ୍ର ଏହା ବୁଦ୍ଧିର ମାରପେଞ୍ଚ ଖାଲି । ବାସ୍ତବ ଉଦ୍ଦେଶ୍ୟରେ, ଗୋଡ଼ ଓ ମାଟି ମଧ୍ୟରେ ପାର୍ଥକ୍ୟ ଏତେ କମ୍ ଯେ ମାଟିରେ ଚାଲୁଥିବା କହିବା ହିଁ ଠିକ୍ ହେବ ତଥା ସତ୍ୟ ହେବ।

Question ୬ ।
ପାଟି କରିବା ଲୋକ ବେଶି କାହା ହାତରେ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ପ୍ରବନ୍ଧଟିରେ ପ୍ରାବନ୍ଧିକ କହିଛନ୍ତି – ପାଟି କରିବା ଲୋକ ବେଶି ଏଠି ସରକାର ହାତରେ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୭ ।
ଧୋବଲି ଠକ କହିଲେ କ’ଣ ବୁଝ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଧୋବଲି ଠକ କହିଲେ ଯେଉଁମାନେ ଉପରକୁ ଭଦ୍ର ଜଣାପଡ଼ୁଥିବେ କିନ୍ତୁ ଭିତରେ ଠକ, ଟାଉଟର, ଧପାବାଜ୍ ହୋଇଥିବେ ସେହିମାନଙ୍କୁ ବୁଝାଏ।

Question ୮ ।
ଚାପଣି ଓ ଦବାଣି ରହିଲେ ଲୋକଙ୍କ ମନ ଓ ହୃଦୟରେ କ’ଣ ହେବ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଚାପଣି ଓ ଦବାଣି ରହିଲେ ଶାରୀରିକ ହେଉ, ମାନସିକ ହେଉ ବା ନୈତିକ ହେଉ ଦବିବା ଲୋକଙ୍କ ମନରେ ଓ ହୃଦୟରେ ଅଶାନ୍ତି ଓ ଅସନ୍ତୋଷ ବରାବର ରହିବ ।

ଅତିରିକ୍ତ ପ୍ରଶ୍ନ ଓ ଉତ୍ତର

Question ୧ ।
ଏଇ ପ୍ରବନ୍ଧଟିର ପ୍ରାବନ୍ଧିକ କିଏ ଓ ଏହା ତାଙ୍କର କେଉଁ ଗ୍ରନ୍ଥରେ ସ୍ଥାନ ପାଇଛି ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଏଇ ପ୍ରବନ୍ଧର ପ୍ରାବନ୍ଧିକ ହେଉଛନ୍ତି ଗୋବିନ୍ଦ ତ୍ରିପାଠୀ ଓ ଏହା ତାଙ୍କର ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପ୍ରକାଶିତ ଗୋବିନ୍ଦ ତ୍ରିପାଠୀ ପ୍ରବନ୍ଧାବଳୀ ଗ୍ରନ୍ଥରେ ସ୍ଥାନ ପାଇଛି ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ। ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକ ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର।)

Question ୧।
ଅଙ୍କଶାସ୍ତ୍ର ଓ ବିଜ୍ଞାନ ଶାସ୍ତ୍ର ବଳରେ କିପରି ପ୍ରାଣାମ କରାଯିବ ଯେ ଚାଲିକରି ଯାଉଥିବା ଲୋକର ପାଦ ତଳେ ଲାଗେ ନାହିଁ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଅଙ୍କଶାସ୍ତ୍ର ଓ ବିଜ୍ଞାନଶାସ୍ତ୍ର ବିଭିନ୍ନ ଯୁକ୍ତି ମାଧ୍ୟମରେ ଅନେକ କଥା ପ୍ରମାଣ କରିପାରେ। ଅଙ୍କଶାସ୍ତ୍ର ଓ ବିଜ୍ଞାନଶାସ୍ତ୍ର ବଳରେ ପ୍ରମାଣ କରାଯାଇପାରିବ ଯେ ଚାଲି ଯାଉଥିବା ଲୋକର ପାଦ ତଳେ ଲାଗେନାହିଁ । ପୃଥିବୀ ବା ମାଟିର ଏକ ଆକର୍ଷଣୀ ଶକ୍ତି ରହିଛି। ମାଟିଠାରୁ ଉଚ୍ଚ ସ୍ଥାନରେ ଠିଆ ହୋଇ କ୍ରମାନ୍ଵୟରେ ଅଳ୍ପ ଅଳ୍ପ ଓହ୍ଲାଇଲେ ଗୋଡ଼ ମାଟିକୁ ସଂପୂର୍ଣ ଓହ୍ଲାଇ ପାରିବନି, ଗୋଡ଼ ଓ ମାଟି ଭିତରେ ୧/୨ କୋଟି ବା ଦୁଇ ଅର୍ବୁଦ ବ୍ୟବଧାନ ହୋଇପାରେ; ମାତ୍ର ଠିକ୍ ଶୂନ୍ୟ ବ୍ୟବଧାନ ହୋଇପାରିବନି ।

Question ୨ ।
ମାଟିର ଶକ୍ତି ଓ ଚାଲିବା ଲୋକ ପାଦର ଶକ୍ତି ମିଳନସ୍ଥଳ ଶୂନ୍ୟ କ୍ଷେତ୍ରରେ କିପରି ଭାସିଯାଏ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ମାଟିର ଶକ୍ତି ବା ପୃଥିବୀର ଶକ୍ତି ନିଜ ଆଡ଼କୁ ସବୁ ଜିନିଷ ଟାଣିପାରେ। ସେଥିଲାଗି ମାଟି ଉପରେ ଗୋଡ଼ ପକାଇବାକୁ ଗଲେ, ଗୋଡ଼ର ଓଜନ କମ୍ ଥିବାରୁ ତାହା ମାଟି ଆଡ଼କୁ ଟାଣି ହୋଇଯାଏ। ଗୋଡ଼ର ଶକ୍ତି ମଣ୍ଡଳ ଓ ମାଟି ବା ପୃଥିବୀର ଶକ୍ତି ମଣ୍ଡଳ କ୍ରମଶଃ ନିକଟେଇ ଆସିଥାନ୍ତି। ଯେଉଁଠାରେ ଏଇ ଦୁଇ ମଣ୍ଡଳ ପାଖେଇ ଆସନ୍ତି ସେଠାରେ ଗୋଟିଏ ଶକ୍ତି କ୍ଷେତ୍ର ତିଆରି ହୋଇଯାଏ। ମାଟିର ଶକ୍ତି ଓ ପାଦର ଶକ୍ତି ମିଳନସ୍ଥଳ ଶୂନ୍ୟ କ୍ଷେତ୍ରରେ ଭାସିଯାଏ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୩ ।
‘ବାସ୍ତବ ଉଦ୍ଦେଶ୍ୟ ଯେତେ ପାପ କରେ ଆଉ କେହି କରେନି’ର ତାତ୍ପର୍ଯ୍ୟ ବୁଝାଇଦିଅ ।
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

‘ ବାସ୍ତବ ଉଦ୍ଦେଶ୍ୟ ଯେତେ ପାପ କରେ ଆଉ କେହି କରେନି’ର ଅର୍ଥ ଯେଉଁଠାରେ ସତ୍ୟଟା ଦେହସୁହା ହୁଏନାହିଁ ସେଠାରେ ‘ବାସ୍ତବ ଉଦ୍ଦେଶ୍ୟ’ ଆସିଯାଏ। ସତ୍ୟ ହୁଏତ ଆଉ କିଛି ସନ୍ଧାନ କରିଥାନ୍ତା କିନ୍ତୁ ଏଇ ବାସ୍ତବ ଉଦ୍ଦେଶ୍ୟ ଦୃଷ୍ଟିରୁ ତାହା ଅଟକିଯାଏ। ବାସ୍ତବ ଉଦ୍ଦେଶ୍ୟକୁ ଭିଭିକରି ଅପାତତଃ ତାହାକୁ ସତ୍ୟ ବୋଲି ବିଚାର କରିବାକୁ ପଡ଼ିଥାଏ। ସୁତରାଂ ବାସ୍ତବ ଉଦ୍ଦେଶ୍ୟଟା ହେବ ସୂକ୍ଷ୍ମ ସତ୍ୟର ବିପରୀତ, ଅର୍ଥାତ୍ ସୂକ୍ଷ୍ମ ମିଥ୍ୟା ।

Question ୪ ।
ବଣୁଆ ଲୋକ କାହିଁକି ଓକିଲ ମୁକ୍ତାର ନିୟୋଜନ କରିବ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ପ୍ରାବନ୍ଧିକ ସୁନ୍ଦର ଭାବେ କହିଛନ୍ତି, ଗୋଟେ କାଗଜରେ ପଢିଥିଲେ, ଜଣେ ବଣୁଆ ଲୋକ ଥରେ କାହାକୁ କୌଣସି ଏକ କାରଣରୁ ହାଣିଦେଲା। ତାର କଟା ମୁଣ୍ଡ ଧରି ଥାନାକୁ ସିଧାସଳଖ ଆସି କହିଲା ଯେ, ଇୟେ ଏୟା କଲା, ତେଣୁ ତାକୁ ହାଣିଦେଲି । ଏବେ ସେଇ ବଣୁଆ ଲୋକ ଆମର ପ୍ରଗତି ଓ ସଭ୍ୟତା ପାଇ ସେ ଯେତେ ଯାହା କଲେ ବି ମାନିବ ନାହିଁ । କେସ୍ କରି ଲଢ଼ିବାପାଇଁ ଇଛା କରିବ। ତେଣୁ ବଣୁଆ ଲୋକ ଓକିଲ ମୁକ୍ତାର ନିୟୋଜନ କରିବ।

Question ୫ ।
ଏତେ ଜଖମ ହୋଇନାହାନ୍ତି ବୋଲି କିଏ କାହିଁକି ସଫେଇ ଦିଏ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଭୋଟରେ ଗୋଟେ ଦଳ ବିଜୟ ହାସଲ କରି ସରକାର ଗଠନ କରିଥାଏ। ଫଳରେ ଅନ୍ୟ ପରାଜିତ ଦଳ ବିରୋଧୀ ଦଳ ଭାବରେ ସରକାରଙ୍କ ଭୁଲକୁ ଜଗେ। ସରକାର ତାଙ୍କ କଥାକୁ ନମାନିଲେ ସେମାନେ ଅଳି, ପାଟିତୁଣ୍ଡ କରି ବିକ୍ଷୋଭ କରିଥାନ୍ତି । ରାସ୍ତା ରୋକି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥାନ୍ତି। ସେମାନଙ୍କୁ ଅଟକେଇବାକୁ ଲାଠି ଚାଳନା ମଧ୍ୟ ହୋଇଥାଏ.ଏଇ ଲାଠି ଚାଳନାରେ ଅନେକ ଜଖମ ହୁଅନ୍ତି। ହେଲେ ସରକାର ଏ ବିଷୟରେ ସଫେଇ ଦେଇ କହନ୍ତି ମିଛକଥା ଏତେ ଜଖମ ହେଇନାହାନ୍ତି ।

Question ୬ ।
ରାଜନୀତିରେ ‘ମୌନେ ସମ୍ମତି ଲକ୍ଷଣ’ ନୀତି କିପରି ଗୃହୀତ ହୁଏ ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଯଦି କିଛି ନୂଆ ଆଇନ ତିଆରି କରନ୍ତି ତେବେ ବିଭିନ୍ନ ଦଳର ବିଜୟୀ ପ୍ରାର୍ଥୀ, ହୁଏତ ତାକୁ ବିରୋଧ କରନ୍ତି ନହେଲେ ତାକୁ ସମ୍ମତି ଦିଅନ୍ତି । ମୌନ ରହିଗଲେ କି ନୀରବତା ଗ୍ରହଣ କଲେ ପ୍ରଜାତନ୍ତ୍ର ଶାସନରେ ନିରେପକ୍ଷ ରହିଲେ ବି ଆଇନ୍ ପାସ ହେଇଯାଏ । ମୌନ ରହିଥିବା ପ୍ରାର୍ଥୀଙ୍କ ମତ ଅଛି ବୋଲି ଧରିନେଇ ବହୁ ମତରେ ବିଲ୍ ପାସ୍ ହେଲା ବୋଲି ପ୍ରଚାର କରାଯାଏ। ତେଣୁ ରାଜନୀତିରେ ‘ମୌନେ ସମ୍ମତି ଲକ୍ଷଣ’ ନୀତି ଗୃହୀତ ହୁଏ।

Question ୭ ।
ମଣିଷର ଗତି ଗୋଲାକାର ବୋଲି କାହିଁକି କୁହାଯାଇଛି ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

କାହିଁ କେଉଁ ଆଦିମ କାଳରୁ ମାନବ ସଭ୍ୟତାରେ ବଳ ଯାହାର ମୁଲକ ତାହାର ବୋଲି ପ୍ରଚଳିତ ହୋଇ ଆସୁଅଛି । ଆଉ ଆଜି ଏହାର ଅନେକ ବର୍ଷ ପରେ ବି ମାନବ ସଭ୍ୟତା ସେଇ ନୀତି ଧରିଛି । ସେ ଶରୀରର ବଳ ହେଉ ବା ବୁଦ୍ଧିର ବଳ, ବଳ ହିଁ ମୁଲକର ଅଧିକାରୀ ହେଉଛି । ତେଣୁ ମାନବ ଖାଲି ତୁଛାଟାରେ କହୁଛି ଯେ ସେ ଆଗେଇଛି । ଏହି କାରଣରୁ ମଣିଷର ଗତି ଗୋଲାକାର ବୋଲି କୁହାଯାଇଛି।

Question ୮ ।
ଲେଖକ ନିଜ ପିଠିରେ ବାଘ ଛାଲଟା ସଜାଡି ନିଏ ବୋଲି କାହିଁକି କହିଛନ୍ତି ?
ଉ –
ପ୍ରବନ୍ଧ – ସତ୍ୟମେବ ଜୟତେ
ପ୍ରାବନ୍ଧିକ – ଗୋବିନ୍ଦ ତ୍ରିପାଠୀ

ଲେଖକ ନିଜ ପିଠିରେ ବାଘ ଛାଲଟା ସଜାଡ଼ି ନିଏ ବୋଲି କହିବାର କାରଣ- ଏସବୁ କେବଳ ରାଜନୈତିକ ପ୍ରଚାର, ନହେଲେ ଅସହଣିକତା, ନହେଲେ ଘୃଣା-ବିଦ୍ବେଷ। ଅତୀତର ପଶୁବଳ ସହ ବର୍ତ୍ତମାନର ଜନମତ ବଳ କେବେ ବି ସମାନ ନୁହେଁ । ସେତେବେଳେ ମାଡ଼ମାରି, ହାଣି, କାଟି ଓ ଦିହ ଯନ୍ତ୍ରଣାର ଭୟ ଦେଖାଇ ବଳୁଆ ଅନ୍ୟମାନଙ୍କର ସବୁ କାଢ଼ି ନେଉଥିଲା। ବର୍ତ୍ତମାନ କିନ୍ତୁ ସେପରି ହେଉନାହିଁ। ବୁଝାସୁଝା କରାଯାଇ ଘଟଣାର ସମାଧାନ କରାଯାଉଛି।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

(ଙ) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧ ।
ସତ୍ୟମେବ ଜୟତେ ଏକ ବ୍ୟଙ୍ଗାତ୍ମକ ରଚନା-ପ୍ରମାଣ କର।
ଉ –
ଓଡ଼ିଆ ପ୍ରବନ୍ଧ ସାହିତ୍ୟର ବିକାଶଧାରାରେ ଯେଉଁ କେତେଜଣ ବିଶିଷ୍ଟ ପ୍ରତିଭା, ସେମାନଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଶୈଳୀ, ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ପାଇଁ ଓଡ଼ିଆ ପାଠକ ପାଖରେ ଖୁବ୍ ସ୍ମରଣୀୟ ସେହିମାନଙ୍କ ମଧ୍ୟରୁ ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ ଅନ୍ୟତମ ଶ୍ରେଷ୍ଠ ବ୍ୟକ୍ତିତ୍ଵ ଓ ଜଣେ ବହୁ ପ୍ରଶଂସିତ ପ୍ରତିଭା । ପରିମାଣାତ୍ମକ ଦୃଷ୍ଟିରୁ ନୁହେଁ ବରଂ ଗୁଣାତ୍ମକ ଦୃଷ୍ଟିରୁ ସେ ଓଡ଼ିଆ ଓ ବ୍ୟଙ୍ଗାତ୍ମକ ରୀତିରେ ବିଷୟବସ୍ତୁ ବର୍ଣ୍ଣନା ତାଙ୍କ ପ୍ରବନ୍ଧର ମୁଖ୍ୟ ବିଶେଷତ୍ଵ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡିକ ମଧ୍ୟରୁ ‘ବଟୁଆ’, ‘ କଖାରୁଫୁଲ’, ‘ଆକାଶ କଇଆଁ’, ‘ଛୋଟ କଥାଟିଏ’, ‘ଅଦା ବେପାର’, ‘କଳା ଧଳା’, ‘ଟୋକାବୁଢ଼ା’, ‘କଂସାରିଘର ପାରା’, ‘ନୈତିକତା ବ୍ୟାପାର’, ‘ଶିବପାର୍ବତୀ’, ଆଦି ଅନ୍ୟତମ ।

ଆଲୋଚ୍ୟ ‘ସତ୍ୟମେବ ଜୟତେ’ତାଙ୍କର ଏକ ସାର୍ଥକ ପ୍ରବନ୍ଧ। ଏହି ପ୍ରବନ୍ଧଟି ତାଙ୍କର ଓଡ଼ିଆ ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ‘ଗୋବିନ୍ଦ ତ୍ରିପାଠୀ ପ୍ରବନ୍ଧାବଳୀ’ରୁ ଗୃହୀତ। ଏଥିରେ ସତ୍ୟମେବ ଜୟତେ ବୋଲି କଥାଟିର ଦ୍ଵାହି ଦେଇ ଆଧୁନିକ ମଣିଷ କପରି ଅସତ୍ୟର ଅନୁସରଣ କରୁଛନ୍ତି, ତାହାର ବ୍ୟଙ୍ଗାତ୍ମକ ବିଚାର ପ୍ରାବନ୍ଧିକ ସୁନ୍ଦର ଭାବରେ କରିଛନ୍ତି। ପ୍ରାବନ୍ଧିକଙ୍କ ବର୍ଣ୍ଣନା, ଉପସ୍ଥାପନା ଓ ବିଷୟାଲୋଚନା ପ୍ରବନ୍ଧଟିକୁ ବେଶ୍ ରୁଚିପୂର୍ଣ୍ଣ କରିଛି ।

ସତ୍ୟମେବ ଜୟତେର ଅର୍ଥ ସତ୍ୟର ହିଁ ଜୟ । ଆମର ରାଜନୀତି, ଧର୍ମନୀତି ଓ ସମାଜନୀତିରେ ଏଇ କଥାର ପ୍ରବଳ ବିଜୟ । ପ୍ରାବନ୍ଧିକ ବୁଝାଇବାକୁ ଚାହିଁଛନ୍ତି ଯେ ଯଦି ଦୁଇ ବ୍ୟକ୍ତି ଭିତରେ ମତାନ୍ତର ହୁଏ ତେବେ ବିଚାର କରିବାପାଇଁ କିଛି ଲୋକଙ୍କୁ ଡକାଯିବ ହେଲେ ସେମାନେ ଯଦି କୌଣସି କାରଣରୁ ଅସତ୍ୟର ସପକ୍ଷରେ ଯୁକ୍ତି ବାଢ଼ନ୍ତି ତେବେ କାହାର ଜୟ ସତ୍ୟର ନା ଅସତ୍ୟର ।

ଯାହା ସତ୍ୟ ତାହା ଇନ୍ଦ୍ରିୟଗ୍ରାହ୍ୟ । ଯାହା ଆଖିରେ ଦେଖୁଛ, କାନରେ ଶୁଣୁଛ, ଅଙ୍ଗେ ନିଭାଉଛ, ପାଟିରେ ଚାଖୁଛ, ନାକରେ ଶୁଙ୍ଗୁଛ ବୁଦ୍ଧିରେ ଜାଣିପାରୁଛ, ତାହା ହିଁ ସତ୍ୟ; ମାତ୍ର ଅନେକ ସମୟରେ ବୁଦ୍ଧି ବଳରେ, ବିଜ୍ଞାନ ବଳରେ, ଅଙ୍କ ଶାସ୍ତ୍ର ଓ ତର୍କଶାସ୍ତ୍ର ସାହାଯ୍ୟରେ ଏସବୁକୁ ଭ୍ରମ, ଭୁଲ ବୋଲି ପ୍ରମାଣ କରା ଯାଇପାରୁଛି। ତେଣୁ ପ୍ରାବନ୍ଧିକ ନାନା ଉଦାହରଣ ଦେଇ ଏହାକୁ ବ୍ୟଙ୍ଗ କରିଛନ୍ତି । ବିନୋବାଜୀ ଓ ମହାତ୍ମାଜୀଙ୍କ ପଦଯାତ୍ରା ବି ବିଜ୍ଞାନ ବଳରେ କିପରି ମାଟି ସ୍ପର୍ଶ ବିନା ସମ୍ଭବ ତାହା ପ୍ରାବନ୍ଧିକ ଆଲୋଚନା କରିଛନ୍ତି। ଅତୀତର ବଣୁଆ ମଣିଷ ଆଧୁନିକ ହେଲା ପରେ ତା’ର ବାହ୍ୟ ପରିବର୍ତ୍ତନ ହୋଇଛି ସତ, ମାତ୍ର ତା’ର ଅନ୍ତର କ୍ଷେତ୍ରରେ କିଛିବି ବଦଳିନି। ବଳ ଥିଲେ ଏଇ ମୁଲକର ଅଧିକାରୀ ହୋଇପାରିବ ଏଇ ମାନସିକତା ଏବେ ବି ମଣିଷକୁ ଗ୍ରାସ କରିଛି । ସେ ଦେହର ବଳ ହେଉ ଅବା ବୁଦ୍ଧିର ବଳ ହେଉ । ବଳଦ୍ଵାରା ଏଇ ସଂସାରକୁ ଆୟତ୍ତ କରିହେବ । ତେଣୁ କଳେବଳେ ସତକୁ ମିଛ କରିପାରେ ଏଇ ମଣିଷ ।

ଉପରକୁ ସତ୍ୟମେବ ଜୟତେ କହି ବି ଭିତରେ ନାନା ଅସତ୍ୟର ପନ୍ଥା ଅବଲମ୍ବନ କରୁଛି ଏଇ ଆଧୁନିକ ମଣିଷ। ଯୋଉ ମଣିଷ ଦିନେ ସରଳ ଆଚରଣରେ କାହାକୁ ହତ୍ୟା କରି ନିଃସଙ୍କୋଚରେ ଥାନାରେ ପହଞ୍ଚି କହୁଥିଲା- ୟାକୁ ମୁଁ ମାରିଛି, ସେ ଏବେ ସେଇ ସରଳତାକୁ ପରିହାର କରି, ସତ୍ୟକୁ ଲୁଚାଇବାର କଳା ଜାଣି ଓକିଲ ଦେଇ ସତ୍ୟଟିକୁ ମିଛରେ ରୂପାନ୍ତରିତ କରିପାରୁଛି ।

ମାଡ଼ମାରି ବି ସଫେଇ ଦଉଛନ୍ତି ଯେ ସେମାନଙ୍କୁ କେବଳ ଘଉଡ଼ାଇ ଦିଆଯାଇଛି । ଧୂର୍ଭ ଓ ଶଠ ପଥରେ ସଭ୍ୟ ମଣିଷର ଏଇ ଯାତ୍ରାକୁ ପ୍ରାବନ୍ଧିକ ବ୍ୟଙ୍ଗ କରିଛନ୍ତି । ସତ୍ୟର ଛଳନା କରି ମିଥ୍ୟାର ପ୍ରୟୋଗ କରିବାପାଇଁ ବୁଦ୍ଧି ଓ ଜ୍ଞାନ ମୁଷ୍ଟିମେୟ ଲୋକଙ୍କ ପାଇଁ କିପରି ସୁରକ୍ଷିତ ରାସ୍ତା ପାଲଟି ଯାଇଛି ତାହା ଆଲୋଚ୍ୟ ପ୍ରବନ୍ଧର ଅନ୍ୟତମ ଦିଗ। ବାସ୍ତବିକ ଏଇ ପ୍ରବନ୍ଧଟି ଏକ ବ୍ୟଙ୍ଗାତ୍ମକ ରଚନା ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୨ ।
ଗାତ ମଣିଷ ବା ବଣୁଆ ମଣିଷଠାରୁ ସଭ୍ୟ ମଣିଷ କୌଣସି ଦିଗରୁ କମ୍ ନୁହେଁ – ଏହା ବୁଝାଇଦିଅ ।
କିମ୍ବା
ଅତୀତର ମଣିଷ ଓ ବର୍ତ୍ତମାନର ମଣିଷ ଭିତରେ କୌଣସି ତଫାତ୍ ନାହିଁ – କେଉଁ ଦୃଷ୍ଟିରୁ ପ୍ରାବନ୍ଧିକ ଏହା ଆଲୋଚନା କରିଛନ୍ତି ବିଚାର କର ।
ଉ –
ଆଧୁନିକ ଓଡିଆ ପ୍ରବନ୍ଧ ଓ ରମ୍ୟରଚନା କ୍ଷେତ୍ରରେ ଗୋଟିଏ ବହୁପରିଚିତ ନାମ ଓ ପ୍ରତିଷ୍ଠିତ ପ୍ରତିଭା ଗୋବିନ୍ଦ ତ୍ରିପାଠୀ। ସୁନ୍ଦର ଉପସ୍ଥାପନା ଶୈଳୀ, ସରଳ ପଦ ସଂଯୋଜନା, ବ୍ୟଙ୍ଗାତ୍ମକ ଦୃଷ୍ଟିଭଙ୍ଗୀ ଓ ହାସ୍ୟରସର ପ୍ରୟୋଗରେ ତାଙ୍କ ପ୍ରବନ୍ଧ ଯେତିକି ହୃଦୟସ୍ପର୍ଶୀ ସେତିକି ଭାବଗର୍ଭକ । ସ୍ଵଚ୍ଛ ସୃଷ୍ଟିର ସ୍ରଷ୍ଟା ହୋଇଥିଲେ ବି ତାଙ୍କ ଲୋକପ୍ରିୟତା ସର୍ବାଧିକ ଥିଲା ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡିକ ମଧ୍ୟରୁ ‘ବଟୁଆ’, ‘ କଖାରୁଫୁଲ’, ‘ଆକାଶ କଇଆଁ’, ‘ଛୋଟ କଥାଟିଏ’, ‘ଅଦା ବେପାର’, ‘କଳା ଧଳା’, ‘ଟୋକାବୁଢ଼ା’, ‘କଂସାରିଘର ପାରା’, ‘ନୈତିକତା ବ୍ୟାପାର’, ‘ଶିବପାର୍ବତୀ’ ଆଦି ଅନ୍ୟତମ।

ଆଲୋଚ୍ୟ ‘ ସତ୍ୟମେବ ଜୟତେ’ ତାଙ୍କର ଏକ ସାର୍ଥକ ସୃଷ୍ଟି । ଏହି ପ୍ରବନ୍ଧଟି ତାଙ୍କର ଓଡ଼ିଆ ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ‘ଗୋବିନ୍ଦ ତ୍ରିପାଠୀ ପ୍ରବନ୍ଧାବଳୀ’ ରୁ ଗୃହୀତ । ଏଥିରେ ପ୍ରାବନ୍ଧିକଙ୍କ ବର୍ଣ୍ଣନା ବେଶ୍ ଉଚ୍ଚକୋଟୀର। ସଭ୍ୟ ଶିକ୍ଷିତ ମଣିଷର ଚରିତ୍ର ପ୍ରସଙ୍ଗରେ ଆଦିମ ଅଳ୍ପ ଶିକ୍ଷିତ ମଣିଷ ସହ ତୁଳନା କରି ପ୍ରାବନ୍ଧିକ ଯେଉଁ କଟାକ୍ଷ କରିଛନ୍ତି ତାହା ବାସ୍ତବିକ ତାତ୍ପର୍ଯ୍ୟପୂର୍ଣ୍ଣ ।

ଆଜିର ଶିକ୍ଷିତ ମଣିଷ ସେଇ ଆଦିମ ମଣିଷର ରୂପାନ୍ତର। ସେଇ ବଣୁଆ ଲୋକ ଆଜି ସଭ୍ୟ ବୋଲାଉଛି । ଏଇ ବିଷୟରେ କହିବାକୁ ଯାଇ ପ୍ରାବନ୍ଧିକ ଉଲ୍ଲେଖ କରିଛନ୍ତି- “କୁ ବଣୁଆ ଲୋକ କାହାକୁ ହାଣିଦେଲା। ତା ମୁଣ୍ଡଟା ଧରି ସିଧାସଳଖ ଥାନାକୁ ଆସି କହିଲା, ଯେ ଇମିତି କଲା, ମୁଁ ତାକୁ ହାଣିଦେଲି। ଏବେ ସେଇ ବଣୁଆ ଲୋକ ଆମର ପ୍ରଗତି ଓ ସଭ୍ୟତା ପାଇ ସେ ଯେତେ ଯାହା କଲେ ବି ମାନିବ ନାହିଁ । ଓକିଲ ମୁକ୍ତାର ଦେବ । ଲଢ଼ିବ, ଗାଲୁ ମାରିବ।”

ତେବେ ଆଗର ସେଇ ଗାତ ମଣିଷ ପ୍ରଗତିର ଛୁଆଁ ବଳରେ ବଦଳି ଯାଇଛି। ସତ୍ୟନିଷ୍ଠତା ପ୍ରତିବଦଳରେ ଛଳନା ସେଇ ସଭ୍ୟ ମଣିଷକୁ ଗ୍ରାସ କରିଛି। ସରଳ ମାନବୀୟ ପ୍ରବୃତ୍ତି ତାର ହିଂସାରେ ରୂପାନ୍ତରିତ ହୋଇଯାଇଛି । ସେମିତିରେ ଦେଖିବାକୁ ଗଲେ ଆଗେ ଗାତ ମଣିଷଗୁଡ଼ାକ ବଳ ଯାହାର ମୁଲକ ତାହାର ନୀତି ଧରି ଚଳୁଥିଲେ।। ଆଉ ଆଜି ମଧ୍ୟ ସଭ୍ୟ ମଣିଷ ସେଇ ନୀତି ଛାଡ଼ି ପାରିନାହିଁ । ହୁଏତ ତଫାତ୍ ଖାଲିଏତିକି ଯେ ସେଇ ମଣିଷମାନେ ଦେହର ବଳ ତଥା ନିଜର ବଳ ଉପରେ ଚଳୁଥିଲେ। ହେଲେ ସଭ୍ୟ ମଣିଷ ପରର ବଳ ଧନର ବଳ ଉପରେ ଚଳୁଛି।

ବିଶେଷ କିଛି ଫରକ ନାହିଁ ସେଦିନର ବଣୁଆ ମଣିଷ ଆଉ ଆଜିର ସଭ୍ୟ ମଣିଷ ମଧ୍ୟରେ । ତେବେ ଫରକ ଖାଲି ଏତିକି ସେବର ଗାତର ମଣିଷ କହୁଥିଲା ମୋର ଜୋର୍ ଅଛି ମୁଁ ଛଡ଼େଇ ନେବି, ହେଲେ ବର୍ତ୍ତମାନର ସଭ୍ୟ ମଣିଷ ଛଳନାରେ ମିଛରେ କହୁଛି ଏଥିରେ ଜୋର୍ ଜବରଦସ୍ତି କିଛି ନାହିଁ ।

ସୁତରାଂ ସଭ୍ୟ ମଣିଷ ଯେ ଅଧିକ କ୍ଷତିକାରକ ଏଥିରେ ସନ୍ଦେହ ନାହିଁ । ସେଲାଗି ଗାତ ମଣିଷ ବା ବଣୁଆ ମଣିଷଠାରୁ ସଭ୍ୟ ମଣିଷ କୌଣସି ଦିଗରୁ କମ ନୁହେଁ ବୋଲି ଅନୁଭୂତ ହୁଏ ।

Question ୩ ।
ରାଜନୀତି କ୍ଷେତ୍ରରେ ସତ୍ୟମେବ ଜୟତେକୁ କିପରି କଟାକ୍ଷ କରାଯାଇଛି, ଆଲୋଚନା କର ।
ଉ –
ଉ –
ଆଧୁନିକ ଓଡ଼ିଆ ପ୍ରବନ୍ଧ ସାହିତ୍ୟ କ୍ଷେତ୍ରରେ ଜଣେ ଅନନ୍ୟ ପ୍ରବନ୍ଧ ପ୍ରତିଭା ଓ ବ୍ୟଙ୍ଗଧର୍ମୀ ସୁନ୍ଦର ଗଦ୍ୟକାର ଭାବରେ ପ୍ରସିଦ୍ଧି ଅର୍ଜନ କରିଥିବା ପ୍ରାବନ୍ଧିକ ହେଉଛନ୍ତି ଗୋବିନ୍ଦ ତ୍ରିପାଠୀ । ଦୈନନ୍ଦିନ ଜୀବନର ଅତି ସାଧାରଣ ପ୍ରସଙ୍ଗକୁ ନେଇ ଏକ ସ୍ବତନ୍ତ୍ର କଳାକାରିଗରୀର ରଙ୍ଗ ନେଇ ଉପସ୍ଥାପିତ କରିବା ତାଙ୍କର ଅନ୍ୟତମ ବୈଶିଷ୍ଟ୍ୟ । ବ୍ୟକ୍ତିନିଷ୍ଠ ପ୍ରବନ୍ଧ ରଚନା କ୍ଷେତ୍ରରେ କରିବାରେ ସେ ଥିଲେ ଖୁବ୍‌ ପ୍ରବୀଣ ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡ଼ିକ ମଧ୍ୟରୁ ‘ବଟୁଆ’, ‘କଖାରୁଫୁଲ’, ‘ଛୋଟ କଥାଟିଏ’, ‘କଳାଧଳା’, ‘ଟୋକାବୁଢ଼ା’, ‘କଂସାରିଘରର ପାରା’, ‘ଶିବପାର୍ବତୀ’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ସତ୍ୟମେବ ଜୟତେ’ ତାଙ୍କର ଏକ ବହୁ ପଠିତ ଓ ପ୍ରଶଂସିତ ପ୍ରବନ୍ଧ । ଏଥରେ ସତ୍ୟକୁ ଆଧୁନିକ ମଣିଷର ଗ୍ରହଣଜନିତ ଓ ପ୍ରକାଶଜନିତ ବିବିଧତା କାରଣରୁ ଯେଉଁ ଅସମାନତା ଦେଖାଯାଉଛି ସେହି ପ୍ରସଙ୍ଗକୁ କଟାକ୍ଷରେ ଉପସ୍ଥାପିତ କରିଛନ୍ତି ।

ରାଜନୀତି କ୍ଷେତ୍ରରେ କିପରି ଏହି ସତ୍ୟର ଛଳନାରେ ପ୍ରୟୋଗ ହେଉଛି ତାହା ପ୍ରାବନ୍ଧିକ ସୁନ୍ଦର ଭାବରେ ଦର୍ଶାଇଛନ୍ତି । ପ୍ରାବନ୍ଧିକ ବର୍ଣ୍ଣନା କରି କହିଛନ୍ତି – ଧର ଗୋଟିଏ ନିର୍ବାଚନ ହେଲା । ମନେକର ‘କ’ ଜିଲ୍ଲାରୁ ଗୋଟେ ଦଳ ଭୋଟ୍ ପାଇଲା ତିରିଶ । ମେମ୍ବର ହେଲେ ଦୁଇ । ସେଇ ଦଳର ବିରୋଧରେ ଥ‌ିବା ଦଳ ଉକ୍ତ ‘କ’ ଜିଲ୍ଲାରୁ ଧରାଯାଉ ପଞ୍ଚାବନ ଭୋଟ ପାଇଲା । ତେବେ ମେମ୍ବର ହେଲେ ତିନି । କାରଣ ପ୍ରତି ପନ୍ଦର ଜଣରେ ଗୋଟିଏ ମେମ୍ବର ବୋଲି ଗ୍ରହଣ କରାଯାଇଛି । ୟାପରେ ପୁଣି ‘ଖ’ ଜିଲ୍ଲାରେ ନିର୍ବାଚନରେ ମନେକର ପ୍ରଥମ ଦଳ ଯିଏ ‘କ’ ଜିଲ୍ଲାରୁ ତିରିଶ ଭୋଟ ପାଇଥିଲା ସେ ଷାଠିଏ ଭୋଟ ପାଇଲା । ତାହାର ମେମ୍ବର ହେଲେ ଚାରିଜଣ । ଅନ୍ୟପକ୍ଷରେ ଦ୍ବିତୀୟ ଦଳ ଯିଏ ‘କ’ ଜିଲ୍ଲାରୁ ପଞ୍ଚାବନ ଭୋଟ ପାଇଥିଲା ସେଇ ଦଳ ଚଉରାଳିଶି ଭୋଟ୍ ପାଇଲା ଏବଂ ତାହାର ମେମ୍ବର ହେଲେ ଦୁଇଜଣ । ତେବେ ଏଇ ଦୁଇ ଜିଲ୍ଲାରେ ପ୍ରଥମ ଦଳ ନବେ ଭୋଟ୍ ପାଇଥିଲେ ବି ତାର ମେମ୍ବର ସଂଖ୍ୟା ଛ’ଜଣ ଓ ଦ୍ବିତୀୟ ବିରୋଧୀ ଦଳ ଅନେଶତ ଭୋଟ ପାଇଥିଲେ ବି ତା’ର ମେମ୍ବର ସଂଖ୍ୟା ପାଞ୍ଚଜଣ ହେଲେ । ତେଣୁ କମ୍ ଭୋଟ ପାଇଥିଲେ ବି ଅଧ୍ଵ ସଭ୍ୟ ପାଇ ପ୍ରଥମ ଦଳ ସରକାର ଗଢ଼ିଲା । ତେଣୁ ପ୍ରଥମ ଦଳ ଘୋଷଣା କଲା ଆମକୁ ଜନତା ଅଧ‌ିକ ସଭ୍ୟଦେଇ ଯୋଗ୍ୟ ବିବେଚିତ କରି ବିଜୟ ପ୍ରଦତ୍ତ କରି ସରକାର ଗଢ଼ିବାକୁ ଇଚ୍ଛା ଜାହିର କରିଛନ୍ତି । ସୁତରାଂ ପ୍ରାବନ୍ଧିକଙ୍କ ପ୍ରଶ୍ନ ଏହା ସତ୍ୟ ନା ଛଳନା ବା ମିଥ୍ୟା ?

ତା’ପରେ ବିରୋଧୀ ଦଳ ସରକାରୀ ଦଳଠାରୁ କାମ ଚାହିଁଲେ । ସରକାରୀ ଦଳ ନିଜ ମନମୁତାବକ କାର୍ଯ୍ୟ କଲେ । ଫଳରେ ଅସନ୍ତୋଷ, ଅସନ୍ତୋଷରୁ ବିରୋଧ, ବିରୋଧରୁ ରାସ୍ତାରୋକ, ପାଟିତୁଣ୍ଡ, ହୋହାଲ୍ଲା । ସରକାର ଦଳ ହାତରେ କ୍ଷମତା । ସେ ଚଳାଇଲା ଲାଠି । ଅନେକ ଜଖମ ହେଲେ, ଆହତ ହେଲେ । ହେଲେ ସରକାରୀ ଦଳ ସଫେଇ ଦେଲେ ଯେ ମାତ୍ର ଜଣେ ଆହତ ହୋଇଛନ୍ତି । ପୁଲିସ୍ ଲାଠିମାଡ଼ କରିନାହିଁ । କେବଳ ଘଉଡ଼ାଇ ଦେବାକୁ ଚେଷ୍ଟା କରିଛି । ଏହି ପ୍ରସଙ୍ଗକୁ ନେଇ ପ୍ରାବନ୍ଧିକ ପ୍ରଶ୍ନ କରିଛନ୍ତି ଏସବୁ ସତ୍ୟ କି ? ସତ୍ୟମେବ ଜୟତେ – ନା ଅସତ୍ୟମେବ ଜୟତେ ?

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୪ ।
ସତ୍ୟମେବ ଜୟତେ – ନା ଅସତ୍ୟମେବ ଜୟତେ ? ଲେଖକଙ୍କର ଏପରି ଦ୍ବନ୍ଦ୍ବର ହେତୁ ଦର୍ଶାଅ।
ଉ –
ଓଡ଼ିଆ ବ୍ୟକ୍ତିନିଷ୍ଠ ପ୍ରବନ୍ଧ ସାହିତ୍ୟରେ ଗୋଟିଏ ଉଜ୍ଜ୍ବଳ ସ୍ବାକ୍ଷର ହେଉଛନ୍ତି ଗୋବିନ୍ଦ ତ୍ରିପାଠୀ । ଓଡ଼ିଆ ପ୍ରବନ୍ଧ ସାହିତ୍ୟକୁ ତାଙ୍କ ଦାନ ଚିରସ୍ମରଣୀୟ । ପରିମାଣାତ୍ମକ ଦୃଷ୍ଟିରୁ ନୁହେଁ, ଗୁଣାତ୍ମକ ଦୃଷ୍ଟିରୁ ତାଙ୍କ ପ୍ରବନ୍ଧଗୁଡ଼ିକ ଓଡ଼ିଆ ପାଠକ ପାଖରେ ସର୍ବାଧ‌ିକ ପ୍ରଶଂସିତ ଓ ଗୃହୀତ । ଓଡ଼ିଆ ସଂସ୍କୃତି, ସମାଜ ଓ ସାଧାରଣ ପରମ୍ପରାର ସୁରକ୍ଷା ନିମନ୍ତେ ତାଙ୍କ ପ୍ରବନ୍ଧଗୁଡ଼ିକ ଅମୋଘ ଅସ୍ତ୍ର ପରି କାର୍ଯ୍ୟ କରିଛି ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡ଼ିକ ମଧ୍ୟରୁ ‘ବଟୁଆ’, ‘କଖାରୁଫୁଲ’, ‘ଛୋଟ କଥାଟିଏ’, ‘କଳାଧଳା’, ‘ଟୋକାବୁଢ଼ା’, ‘କଂସାରିଘରର ପାରା’, ‘ଶିବପାର୍ବତୀ’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ସତ୍ୟମେବ ଜୟତେ’ ତାଙ୍କର ଏକ ବହୁ ପଠିତ ଓ ପ୍ରଶଂସିତ ପ୍ରବନ୍ଧ । ଏଥରେ ସତ୍ୟକୁ ଆଧୁନିକ ମଣିଷର ଗ୍ରହଣଜନିତ ଓ ପ୍ରକାଶଜନିତ ବିବିଧତା କାରଣରୁ ଯେଉଁ ଅସମାନତା ଦେଖାଯାଉଛି ସେହି ପ୍ରସଙ୍ଗକୁ କଟାକ୍ଷରେ ଉପସ୍ଥାପିତ କରିଛନ୍ତି ।

ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ‘ଗୋବିନ୍ଦ ତ୍ରିପାଠୀ ପ୍ରବନ୍ଧାବଳୀ’ରୁ ଗୃହୀତ । ଏହି ପ୍ରବନ୍ଧରେ ପ୍ରାବନ୍ଧିକ ସତ୍ୟ ନାମରେ ଆଧୁନିକ କାଳରେ ହେଉଥ‌ିବା ଛଳନା ତଥା ଅସତ୍ୟର ପ୍ରକାଶକୁ ବ୍ୟଙ୍ଗ କରିଛନ୍ତି । ‘ସତ୍ୟମେବ ଜୟତେ’ ଏହି ପବିତ୍ର ଉଚ୍ଚାରଣ କିପରି ତା’ର୍ ଗୁରୁତ୍ଵ ହରାଇଛି ପ୍ରାବନ୍ଧିକ ତାକୁ ନେଇ ଯେମିତି କ୍ଷୋଭ କରିଛନ୍ତି ସେମିତି ବ୍ୟଙ୍ଗ ଓ ବିଦ୍ରୁପ

ଆଲୋଚନା କରିଥିଲେ ମଧ୍ୟ ରାଜନୀତି କ୍ଷେତ୍ରରେ ଏହି ଆଲୋଚନା ଖୁବ୍‌ ହୃଦୟସ୍ପର୍ଶୀ । ସତ୍ୟର ଜୟ ପରିବର୍ତ୍ତେ ସକଳ କ୍ଷେତ୍ରରେ ଅସତ୍ୟ ଅର୍ଥାତ୍ ମିଥ୍ୟାର ଜୟ ହେଉଛି । ଏହା ପ୍ରାବନ୍ଧିକ ସଉଦାହରଣେ ଉପସ୍ଥାପିତ କରିଛନ୍ତି ।

ମନେକର ‘କ’ ଜିଲ୍ଲାରୁ ଗୋଟେ ଦଳ ଭୋଟ୍ ପାଇଲା ତିରିଶ । ମେମ୍ବର ହେଲେ ଦୁଇ । ସେଇ ଦଳର ବିରୋଧରେ ଥ‌ିବା ଦଳ ଉକ୍ତ ‘କ’ ଜିଲ୍ଲାରୁ ଧରାଯାଉ ପଞ୍ଚାବନ ଭୋଟ ପାଇଲା । ତେବେ ମେମ୍ବର ହେଲେ ତିନି । କାରଣ ପ୍ରତି ପନ୍ଦର ଜଣରେ ଗୋଟିଏ ମେମ୍ବର ବୋଲି ଗ୍ରହଣ କରାଯାଇଛି । ୟାପରେ ପୁଣି ‘ଖ’ ଜିଲ୍ଲାରେ ନିର୍ବାଚନରେ ମନେକର ପ୍ରଥମ ଦଳ ଯିଏ ‘କ’ ଜିଲ୍ଲାରୁ ତିରିଶ ଭୋଟ ପାଇଥିଲା ସେ ଷାଠିଏ ଭୋଟ ପାଇଲା । ତାହାର ମେମ୍ବର ହେଲେ ଚାରିଜଣ । ଅନ୍ୟପକ୍ଷରେ ଦ୍ଵିତୀୟ ଦଳ ଯିଏ ‘କ’ ଜିଲ୍ଲାରୁ ପଞ୍ଚାବନ ଭୋଟ ପାଇଥିଲା ସେଇ ଦଳ ଚଉରାଳିଶି ଭୋଟ୍ ପାଇଲା ଏବଂ ତାହାର ମେମ୍ବର ହେଲେ ଦୁଇଜଣ । ତେବେ ଏଇ ଦୁଇ ଜିଲ୍ଲାରେ ପ୍ରଥମ ଦଳ ନବେ ଭୋଟ୍ ପାଇଥିଲେ ବି ତାର ମେମ୍ବର ସଂଖ୍ୟା ଛ’ଜଣ ଓ ଦ୍ଵିତୀୟ ବିରୋଧୀ ଦଳ ଅନେଶତ ଭୋଟ ପାଇଥିଲେ ବି ତା’ର ମେମ୍ବର ସଂଖ୍ୟା ପାଞ୍ଚଜଣ ହେଲେ । ତେଣୁ କମ୍ ଭୋଟ ପାଇଥିଲେ ବି ଅଧ୍ଵ ସଭ୍ୟ ପାଇ ପ୍ରଥମ ଦଳ ସରକାର ଗଢ଼ିଲା । ତେଣୁ ପ୍ରଥମ ଦଳ ଘୋଷଣା କଲା ଆମକୁ ଜନତା ଅତ୍ମକ ସଭ୍ୟଦେଇ ଯୋଗ୍ୟ ବିବେଚିତ କରି ବିଜୟ ପ୍ରଦତ୍ତ କରି ସରକାର ଗଢ଼ିବାକୁ ଇଚ୍ଛା ଜାହିର କରିଛନ୍ତି । ସୁତରାଂ ପ୍ରାବନ୍ଧିକଙ୍କ ପ୍ରଶ୍ନ ଏହା ସତ୍ୟ ନା ଛଳନା ବା ମିଥ୍ୟା ?

ତାପରେ ବିରୋଧୀ ଦଳ ସରକାରୀ ଦଳଠାରୁ କାମ ଟାହିଁଲେ । ସରକାରୀ ଦଳ ନିଜ ମନମୁତାବକ କାର୍ଯ୍ୟ କଲେ, ଫଳରେ ଅସନ୍ତୋଷ, ଅସନ୍ତୋଷରୁ ବିରୋଧ, ବିରୋଧରୁ ରାସ୍ତାରୋକ, ପାଟିତୁଣ୍ଡ, ହୋହାଲ୍ଲା । ସରକାର ଦଳ ହାତରେ କ୍ଷମତା । ସେ ଚଳାଇଲା ଲାଠି । ଅନେକ ଜଖମ ହେଲେ, ଆହତ ହେଲେ । ହେଲେ ସରକାରୀ ଦଳ ସଫେଇ ଦେଲେ ଯେ ମାତ୍ର ଜଣେ ଆହତ ହୋଇଛନ୍ତି । ପୁଲିସ୍ ଲାଠିମାଡ଼ କରିନାହିଁ । କେବଳ ଘଉଡ଼ାଇ ଦେବାକୁ ଚେଷ୍ଟା କରିଛି । ଏହି ପ୍ରସଙ୍ଗକୁ

ରାଜନୀତି କ୍ଷେତ୍ରରେ ଆଧୁନିକ ମଣିଷର ତଥା ରାଜନେତାଙ୍କ କାର୍ଯ୍ୟକଳାପକୁ ପ୍ରାବନ୍ଧିକ ସୁନ୍ଦର ଭାବରେ ବ୍ୟଙ୍ଗ କରିଛନ୍ତି । ସତ୍ୟ ଉପରେ ଅସତ୍ୟର ବିଜୟ, ସତ୍ୟ ଛଳନାରେ ମିଛର ଶୀକାର ହେବାକୁ ପ୍ରାବନ୍ଧିକ ଖୁବ୍ ସୁନ୍ଦର ଭାବରେ ଦେଖାଇଛନ୍ତି ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

Question ୫ ।
ବୁଦ୍ଧିର ଜୋର୍ ଓ ମନର ଜୋର୍ ବଳବତ୍ତର ରହିଲେ ବିଶ୍ଵଯୁଦ୍ଧ ହେବ ବୋଲି ଲେଖକ କାହିଁକି କହିଛନ୍ତି ?
କିମ୍ବା, ଧୂଇଁ ଓ ଶଠ ପଥରେ ସଭ୍ୟ ମଣିଷ ବେଶି ଦିନ ଗତି କଲେ ବିଶ୍ବଯୁଦ୍ଧ ଅସମ୍ଭବ ନୁହେଁ- ଆଲୋଚନା କର ।
କିମ୍ବା. ସତ୍ୟମେବ ଜୟତେ ବଦଳରେ ଅସତ୍ୟମେବ ଜୟତେର ଅନ୍ତ ଘଟିବା ସର୍ବାଦୌ କାମ୍ୟ – ବିଚାର କର ।
ଉ –
ଓଡ଼ିଆ ପ୍ରବନ୍ଧ ଆକାଶରେ ଜଣେ ଉଜ୍ଜ୍ଵଳ ଜ୍ୟୋତିଷ୍ଠାନ ପ୍ରତିଭା ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ। ବ୍ୟକ୍ତିନିଷ୍ଠ ପ୍ରବନ୍ଧ ବା ରମ୍ୟରଚନା ଲେଖକ ଭାବରେ ସେ ନିଜ ପାଇଁ ଏକ ନୂଆ ନିଆରା ଅଧ୍ୟାୟ ସୃଷ୍ଟି କରିଯାଇଛନ୍ତି। ଦୈନନ୍ଦିନ ଜୀବନର ଅତି ସାଧାରଣ ବିଷୟକୁ ଅସାଧାରଣ ଶୈଳୀରେ ପ୍ରକାଶ କରିବା ତାଙ୍କ ପ୍ରତିଭାର ଅନ୍ୟତମ ଦିଗ। । ପରିମାଣାତ୍ମକ ଦୃଷ୍ଟିରୁ ନୁହେଁ ବରଂ ଗୁଣାତ୍ମକ ଦୃଷ୍ଟିରୁ ସେ ଓଡ଼ିଆ ପ୍ରବନ୍ଧ ଜଗତର ଜଣେ ଅନନ୍ୟ ସ୍ରଷ୍ଟା ।

ତାଙ୍କ ସ୍ମରଣୀୟ ସୃଷ୍ଟିଗୁଡିକ ମଧ୍ୟରୁ ‘ବଟୁଆ’, ‘କଖାରୁଫୁଲ’, ‘ଆକାଶ କଇଆଁ’, ‘ଛୋଟ କଥାଟିଏ’, ‘ଅଦା ବେପାର’, ‘କଳା ଧଳା’, ‘ଟୋକାବୁଢ଼ା’, ‘କଂସାରିଘର ପାରା’, ‘ନୈତିକତା ବ୍ୟାପାର’, ‘ଶିବପାର୍ବତୀ’ ଆଦି ଅନ୍ୟତମ ।

ଆଲୋଚ୍ୟ ‘ସତ୍ୟମେବ ଜୟତେ’ ତାଙ୍କର ଏକ ସାର୍ଥକ ସୃଷ୍ଟି। ଏହି ପ୍ରବନ୍ଧଟି ତାଙ୍କର ଓଡ଼ିଆ ସାହିତ୍ୟ ଏକାଡ଼େମୀ ଦ୍ଵାରା ପ୍ରକାଶିତ ‘ଗୋବିନ୍ଦ ତ୍ରିପାଠୀ ପ୍ରବନ୍ଧାବଳୀ’ରୁ ଗୃହୀତ। ଏଥିରେ ପ୍ରାବନ୍ଧିକଙ୍କ ସତ୍ୟମେବ ଜୟତେର ବିପରୀତାଭିମୁଖୀ ଆଚରଣ ପ୍ରତି ପାଠକର ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଛନ୍ତି ।

ଏଇ ମଣିଷ ଆଦିମ ସ୍ତରରୁ ଆଜିର ସ୍ତର ପର୍ଯ୍ୟନ୍ତ ବିକାଶର ପଥ ଦେଇ ଗତି କରିଆସିଛି । ହେଲେ ତା’ର ସେମିତି କିଛି ପରିବର୍ତ୍ତନ ଲକ୍ଷ୍ୟ କରି ପାରିନାହାନ୍ତି ପ୍ରାବାନ୍ଧିକ । ସେତେବେଳେ ଯେଉଁ ମନସିକତା ଥିଲା ସେଥିରେ ସେମିତି କିଛି ପରିବର୍ତ୍ତନ ହୋଇନାହିଁ ବୋଲି ପ୍ରାବନ୍ଧିକ ବଳ ପ୍ରୟୋଗର ପ୍ରସଙ୍ଗରେ ଏଇ କଥା କହିଛନ୍ତି । ବଣୁଆ ମଣିଷ ବା ଗାତ ମଣିଷଗୁଡ଼ାକ ବଳ ଯାହାର ମୁଲକ ତାହାର ନୀତିକୁ ଗ୍ରହଣ କରି ଆସୁଥିଲେ । ଠିକ୍ ସେମିତି ଆଜିର ସଭ୍ୟ ମଣିଷ ବି ବଳ ଯାହାର ମୁଲକ ତାହାର ନୀତି ଧାରଣ କରିଛି। ସେଇ ବଣୁଆ ମଣିଷ ନିଜ ଦେହର ବଳ ତଥା ନିଜର ବଳ ଉପରେ ବିଶ୍ଵାସ ରଖି ଚଳୁଥିଲେ ହେଲେ କରିଛନ୍ତି – ‘ତୁମେ କଣ ଏବେ ବି ଗାଲୁ ମାରିବ ଯେ ସତରେ ଆଗେଇଚ ? ’

ଆଧୁନିକ ସଭ୍ୟ ମଣିଷ ନିଜ ବୁଦ୍ଧି ବଳରେ ସତକୁ ମିଛ ଓ ମିଛକୁ ସତ ବୋଲି ପ୍ରମାଣ କରିପାରୁଛି । ସେତେବେଳର ମଣିଷ ସତ କହୁଥିଲା ଯେ ତାହାର ଜୋର ଅଛି ସେ ଛଡ଼େଇ ନେବ, ହେଲେ ଆଜିର ସଭ୍ୟ ମଣିଷ ମିଛରେ କହୁଛି ମୋ ନେଇଯିବାରେ ଜୋର ଜବରଦସ୍ତ କିଛି ନାହିଁ । ହଁ ହୁଏତ ସେ ଦେହ ବଳ ପ୍ରୟୋଗ କରି ନେଇଯାଇନି, ହେଲେ ଦେହ ବଳ ଠାରୁ ଅଧିକ ବୁଦ୍ଧିର ବଳ ଓ ମନର ବଳ। ଏଇ ନୀତି ଅନୁସରଣଦ୍ଵାରା ଛଳନାରେ ସଭ୍ୟ ମଣିଷ ଦୁର୍ବଳଠାରୁ ବହୁତ କିଛି ଛଡ଼େଇ ଆଣୁଛି, ହେଲେ ବାହାରକୁ ସେମିତି ଜଣା ପଡୁନାହିଁ। ଏସବୁ ସତ୍ତ୍ଵେ ଆଜିର ମଣିଷ ଭାବୁଛି ଏପରି ଆଚରଣ କରି ସେ ସମଗ୍ର ବିଶ୍ଵରେ ଶାନ୍ତି ପ୍ରତିଷ୍ଠା କରିପାରିବ । ହେଲେ ଏହା ଆକାଶ କୁସୁମ ସମ। କାରଣ ଯେ ପର୍ଯ୍ୟନ୍ତ ଚାପଣି, ଦବାଣି ରହିଥିବ – ସେ ଶାରୀରିକ ହେଉ ଅବା ମାନସିକ ହେଉ ବା ନୈତିକ ହେଉ ଦବିବା ଲୋକଙ୍କ ମନରେ ଓ ହୃଦୟରେ ଅଶାନ୍ତି ଓ ଅସନ୍ତୋଷ ବରାବର ରହିବ। ଆଉ ଏକଥା ବି ସ୍ଵାଭାବିକ ଯେ, ଏଇ ଅଶାନ୍ତି ଓ ଅସନ୍ତୋଷ ହିଁ ଦିନେ ସମଗ୍ର ବିଶ୍ଵରେ ବିଶ୍ବଯୁଦ୍ଧକୁ ରୂପଦେବ। ଏକଥାକୁ ଆଦୌ ଅସ୍ଵୀକାର କରିହେବ ନାହିଁ ।

ସୁତରାଂ ଆଜିର ମଣିଷ ତା’ର ଧୂଇଁପଣିଆ ଓ ଶଠତାକୁ ଛାଡ଼ି ଯଦି ସତ୍ୟତା ପ୍ରତି ନଜର ନ ଦିଏ ତେବେ ଦିନେ ଏଇ ବିଶ୍ଵ ଭୟାବହ ଯୁଦ୍ଧର ସମ୍ମୁଖୀନ ହେବ ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

ପ୍ରାବନ୍ଧିକ ପରିଚିତି :

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପରିମାଣାତ୍ମକ ଦୃଷ୍ଟିରୁ ନୁହେଁ; ବରଂ ଗୁଣାତ୍ମକ ଦୃଷ୍ଟିରୁ ଜଣେ ବହୁଚର୍ଚ୍ଚିତ ପ୍ରତିଭାବନ୍ତ ପ୍ରାବନ୍ଧିକ ହେଉଛନ୍ତି ଗୋବିନ୍ଦ ତ୍ରିପାଠୀ। ବ୍ୟକ୍ତିନିଷ୍ଠ ପ୍ରବନ୍ଧ ବା ରମ୍ୟରଚନା ଲେଖକଭାବେ ସେ ନିଜ ପାଇଁ ଏକ ନିଆରା ଅଧ୍ୟାୟ ସୃଷ୍ଟି ଦିଗ। ତାଙ୍କର ଜନ୍ମ ରାମସିଂହପୁର, ପୁରୀଠାରେ ୧୮୯୯ ମସିହାରେ ହୋଇଥିଲା। ସତ୍ୟବାଦୀ ବନବିଦ୍ୟାଲୟରେ ଏକଦା ଛାତ୍ର ଥିବା ଏହି ଶିଳ୍ପୀ ଇଂରାଜୀରେ ଏମ୍.ଏ. ପାସ୍ କରି ଅଧ୍ୟାପନା କରିବା ପରେ ମାଜିଷ୍ଟ୍ରେଟ୍ ଭାବରେ କର୍ମମୟ ଜୀବନ ନିର୍ବାହ କରଥିଲେ। ବୃତ୍ତିରେ ପ୍ରଶାସକ ପ୍ରବୃତ୍ତିରେ ଜଣେ ଉଚ୍ଚକୋଟୀର ସାହିତ୍ୟିକ ରୂପେ ସେ ନିଜ କୃତିତ୍ଵର ନିଦର୍ଶନ ଛାଡ଼ି ଯାଇଛନ୍ତି । ହାସ୍ୟରସାତ୍ମକ ଓ ବ୍ୟଙ୍ଗାତ୍ମକ ରୀତିରେ ବିଷୟ ବର୍ଣ୍ଣନା ତାଙ୍କ ପ୍ରବନ୍ଧର ବିଶେଷ ଆକର୍ଷଣ। ପାଠକ-ପାଠିକାମାନଙ୍କ ସହିତ ଅନ୍ତରଙ୍ଗତା ପ୍ରତିଷ୍ଠା କରି ନିଜ ବକ୍ତବ୍ୟ ସେମାନଙ୍କୁ ଶୁଣାଇବା ସକାଶେ ସେ ଅନୁକୂଳ ପ୍ରକାଶରୀତିରେ ନିଜ ବକ୍ତବ୍ୟ ବିବୃତ କରିଛନ୍ତି । ଓଡ଼ିଆ ସଂସ୍କୃତି, ସମାଜ ଓ ପରମ୍ପରାର ସୁରକ୍ଷା ପାଇଁ ତାଙ୍କ ଲେଖନୀ ଚଳଚଞ୍ଚଳ । ହାସ୍ୟ ଓ ବ୍ୟଙ୍ଗର ଚଟୁଳ ପ୍ରୟୋଗରେ ତାଙ୍କର ପ୍ରବନ୍ଧାବଳୀ ଯେତିକି ସୁଖପାଠ୍ୟ ସେତିକି ପ୍ରେରଣାପ୍ରଦ।

ରଚନାବଳୀ :

‘ବଟୁଆ’, ‘ଛୋଟ କଥାଟିଏ’, ‘କଖାରୁଫୁଲ’, ‘ଆକାଶକଇଁଆ’, ‘ଅଦାବେପାର’, ‘କଳାଧଳା’, ‘ଟୋକାବୁଢ଼ା’, ‘କଂସାରିଘର ପାରା’ ଆଦି ଶତାଧିକ ରମ୍ୟ ପ୍ରବନ୍ଧର ସେ ଜନପ୍ରିୟ ଲେଖକ। ପ୍ରବନ୍ଧ ବ୍ୟତୀତ ‘ପ୍ରମାଦ’, ‘ପତିତାର ଅତ୍ମକଥା’, ‘ମାୟାବୀ’, ‘ଚତୁର ଗଦାଧର’, ‘ଗୁଇନ୍ଦା ଗଦାଧର’ ନାମକ ପାଞ୍ଚଟି ଉପନ୍ୟାସ; ‘ଜହର’, ‘ଗରିବର ପ୍ରେମ’, ‘ଶିଶୁପାଳ’ ଆଦି ନାଟକର ସୃଷ୍ଟି ତାଙ୍କ ସାହିତ୍ୟିକ ପ୍ରତିଭାର ଏକଏକ ଉଜ୍ଜ୍ଵଳ ପ୍ରତିଭୂ।

ବିଷୟ ପ୍ରବେଶ :

ଏକ ସାର୍ଥକ ପ୍ରବନ୍ଧ । ସତ୍ୟମେବ ଜୟତେର ଅର୍ଥ ହେଉଛି ସତ୍ୟର ଜୟ । ଏଇ କଥାର ଦ୍ବାହି ଦେଇ ଆଜିର ସଭ୍ୟ ମଣିଷ କିଭଳି ଅସତ୍ୟର ଅନୁସରଣ କରୁଛି, ତାହାର ବ୍ୟଙ୍ଗାତ୍ମକ ଚିତ୍ର ପ୍ରବନ୍ଧଟିରେ ପ୍ରଦାନ କରାଯାଇଛି । ରାଜନୀତି, ଧର୍ମନୀତି ଓ ସମାଜନୀତିରେ ପ୍ରଚଳିତ ଏହି ସ୍ଲୋଗାନ ପଛରେ ଥିବା ତଥାକଥିତ ସଭ୍ୟ ମଣିଷର ଅସଭ୍ୟ କାମନା ପ୍ରକଟିତ ହୋଇଛି । ଅତୀତର ଗାତ ମଣିଷ ବା ବଣୁଆ ମଣିଷ ଜୋର ଯାହାର ମୂଲକ ତାହାର ନୀତି ଅନୁସରଣ କରୁଥିଲା; ମାତ୍ର ସଭ୍ୟ ଶିକ୍ଷିତ ମଣିଷ ବୁଦ୍ଧି ଯାହାର ମୂଲକ ତାହାର ନୀତି ଆପଣେଇ ନେଇ ପୂର୍ବଭଳି ହିଂସା ଆଚରଣ କରିଚାଲଛି। ସତ୍ୟର ଛଳନା କରି ମିଥ୍ୟାର ପ୍ରୟୋଗ କରିବାପାଇଁ ବୁଦ୍ଧି ଓ ଜ୍ଞାନ ମୁଷ୍ଟିମେୟ ମଣିଷକୁ ଯୋଗାଇ ଦେଇଛି ସୁରକ୍ଷିତ ରାସ୍ତା। ଏହି ଧୂର୍ଭ ଓ ଶଠ ପଥରେ ସଭ୍ୟ ମଣିଷ ବେଶିଦିନ ଘଟିବା ସର୍ବାଦୌ କାମ୍ୟ ବୋଲି ଲେଖକ ଦର୍ଶାଇଛନ୍ତି ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

ପ୍ରବନ୍ଧର ସାରକଥା :

ବ୍ୟକ୍ତିନିଷ୍ଠ ପ୍ରବନ୍ଧ ବା ରମ୍ୟରଚନାର ଲେଖକ ଭାବରେ ଗୋବିନ୍ଦ ତ୍ରିପାଠୀ ସ୍ଵତନ୍ତ୍ର ଆସନର ଅଧୂକାରୀ । ଦୈନନ୍ଦିନ ଜୀବନରେ ଅତି ସାଧାରଣ ବିଷୟକୁ ଅସାଧାରଣ ଶୈଳୀରେ ପ୍ରକାଶ କରିବା ତାଙ୍କ ପ୍ରତିଭାର ବଳିଷ୍ଠ ନିଦର୍ଶନ । ସତ୍ୟବାଦୀ ବନ ବିଦ୍ୟାଳୟରେ ଏକଦା ଛାତ୍ର ଥିବା ଏହି ଶିଳ୍ପୀ ଇଂରାଜୀରେ ଏମ୍.ଏ. ପାଶ୍ କରି କିଛି କାଳ ଅଧ୍ୟାପନା କରିବା ପରେ ମାଜିଷ୍ଟ୍ରେଟ୍ ଭାବରେ କର୍ମମୟ ଜୀବନ ନିର୍ବାହ କରିଥିଲେ । ‘ବଟୁଆ’, ‘ଛୋଟ କଥାଟିଏ’, ‘କଖାରୁଫୁଲ’, ‘ଆକାଶ କଇଁଆ’, ‘ ଅଦା ବେପାରୀ’, ‘କଳାଧଳା’ ଆଦି ଶତାଧ୍ଵକ ରମ୍ୟ ପ୍ରବନ୍ଧର ସେ ଥିଲେ ଜନପ୍ରିୟ ଲେଖକ । ‘ଓଡ଼ିଆ ସାହିତ୍ୟ ଏକାଡ଼େମୀ’ କର୍ତ୍ତକ ପ୍ରକାଶିତ ‘ଗୋବିନ୍ଦ ତ୍ରିପାଠୀ ପ୍ରବନ୍ଧାବଳୀ’ ପୁସ୍ତକରେ ସ୍ଥାନିତ ‘ସତ୍ୟମେବ ଜୟତେ’ ଏକ ସାର୍ଥକ ରଚନ ।

ସତ୍ୟମେବ ଜୟତେର ଅର୍ଥ ସତ୍ୟର ହିଁ ଜୟ । ଆମର ରାଜନୀତି, ଧର୍ମନୀତି ଓ ସମାଜନୀତିରେ ଏଇ କଥାର ପ୍ରବଳ ବିଜୟ । ପ୍ରାବନ୍ଧିକ ବୁଝାଇବାକୁ ଚାହିଁଛନ୍ତି ଯେ ଯଦି ଦୁଇ ବ୍ୟକ୍ତି ଭିତରେ ମତାନ୍ତର ହୁଏ ତେବେ ବିଚାର କରିବାପାଇଁ କିଛି ହେବ – ସତ୍ୟର ନା ଅସତ୍ୟର।

ଯାହା ସତ୍ୟ ତାହା ଇନ୍ଦ୍ରିୟଗ୍ରାହ୍ୟ । ଯାହା ଆଖିରେ ଦେଖୁଛ, କାନରେ ଶୁଣୁଛ, ଅଙ୍ଗେ ନିଭାଉଛ, ପାଟିରେ ଚାଖୁଛ, ନାକରେ ଶୁଫୁଛ ବୁଦ୍ଧିରେ ଜାଣିପାରୁଛ, ତାହା ହିଁ ସତ୍ୟ; ମାତ୍ର ଅନେକ ସମୟରେ ବୁଦ୍ଧି ବଳରେ, ବିଜ୍ଞାନ ବଳରେ, ଅଙ୍କ ଶାସ୍ତ୍ର ଓ ତର୍କଶାସ୍ତ୍ର ସାହାଯ୍ୟରେ ଏସବୁକୁ ଭ୍ରମ, ଭୁଲ ବୋଲି ପ୍ରମାଣ କରା ଯାଇପାରୁଛି । ତେଣୁ ପ୍ରାବନ୍ଧିକ ନାନା ଉଦାହରଣ ଦେଇ ଏହାକୁ ବ୍ୟଙ୍ଗ କରିଛନ୍ତି । ବିନୋବାଜୀ ଓ ମହାତ୍ମାଜୀଙ୍କ ପଦଯାତ୍ରା ବି ବିଜ୍ଞାନ ବଳରେ କିପରି ମାଟି ସ୍ପର୍ଶ ବିନା ସମ୍ଭବ ତାହା ପ୍ରାବନ୍ଧିକ ଆଲୋଚନା କରିଛନ୍ତି । ଅତୀତର ବଣୁଆ ମଣିଷ ଆଧୁନିକ ହେଲା ପରେ ତା’ର ବାହ୍ୟ ପରିବର୍ତ୍ତନ ହୋଇଛି ସତ, ମାତ୍ର ତା’ର ଅନ୍ତର କ୍ଷେତ୍ରରେ କିଛିବି ବଦଳିନି। ବଳ ଥିଲେ ଏଇ ମୁଲକର ଅଧିକାରୀ ହୋଇପାରିବ ଏଇ ମାନସିକତା ଏବେ ବି ମଣିଷକୁ ଗ୍ରାସ କରିଛି । ସେ ଦେହର ବଳ ହେଉ ଅବା ବୁଦ୍ଧିର ବଳ ହେଉ। ବଳଦ୍ଵାରା ଏଇ ସଂସାରକୁ ଆୟତ୍ତ କରିହେବ । ତେଣୁ କଳେବଳେ ସତକୁ ମିଛ କରିପାରେ ଏଇ ମଣିଷ।

ଉପରକୁ ସତ୍ୟମେବ ଜୟତେ କହି ବି ଭିତରେ ନାନା ଅସତ୍ୟର ପନ୍ଥା ଅବଲମ୍ବନ କରୁଛି ଏଇ ଆଧୁନିକ ମଣିଷ। ଯୋଉ ମଣିଷ ଦିନେ ସରଳ ଆଚରଣରେ କାହାକୁ ହତ୍ୟା କରି ନିଃସଙ୍କୋଚରେ ଥାନାରେ ପହଞ୍ଚି କହୁଥିଲା- ୟାକୁ ମୁଁ ମାରିଛି, ସେ ଏବେ ସେଇ ସରଳତାକୁ ପରିହାର କରି, ସତ୍ୟକୁ ଲୁଚାଇବାର କଳା ଜାଣି ଓକିଲ ଦେଇ ସତ୍ୟଟିକୁ ମିଛରେ ରୂପାନ୍ତରିତ କରିପାରୁଛି ।

ରାଜନୀତି କ୍ଷେତ୍ରରେ ମଧ୍ୟ ଏଇ ସତ୍ୟତା କେବଳ ଏକ ପ୍ରହସନ ହୋଇ ରହିଯାଇଛି। ସରକାର ବିରୋଧୀମାନଙ୍କୁ ମାଡ଼ମାରି ବି ସଫେଇ ଦଉଛନ୍ତି ଯେ ସେମାନଙ୍କୁ କେବଳ ଘଉଡ଼ାଇ ଦିଆଯାଇଛି । ଧୂର୍ତ୍ତ ଓ ଶଠ ପଥରେ ସଭ୍ୟ ମଣିଷର ଏଇ ଯାତ୍ରାକୁ ପ୍ରାବନ୍ଧିକ ବ୍ୟଙ୍ଗ କରିଛନ୍ତି। ସତ୍ୟର ଛଳନା କରି ମିଥ୍ୟାର ପ୍ରୟୋଗ କରିବାପାଇଁ ବୁଦ୍ଧି ଓ ଜ୍ଞାନ ମୁଷ୍ଟିମେୟ ଲୋକଙ୍କ ପାଇଁ କିପରି ସୁରକ୍ଷିତ ରାସ୍ତା ପାଲଟି ଯାଇଛି ତାହା ଆଲୋଚ୍ୟ ପ୍ରବନ୍ଧର ଅନ୍ୟତମ ଦିଗ। ବାସ୍ତବିକ ଏଇ ପ୍ରବନ୍ଧଟି ଏକ ବ୍ୟଙ୍ଗାତ୍ମକ ରଚନା ।

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ

କଠିନ ଶବ୍ଦ ଓ ଅର୍ଥ :

CHSE Odisha Class 12 Optional Odia Solutions Chapter 12 ସତ୍ୟମେବ ଜୟତେ - 1

Leave a Comment