CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା

Odisha State Board CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା Textbook Exercise Questions and Answers.

CHSE Odisha Class 11 Odia Chapter 2 ଝେଲମ ନଦୀର ସନ୍ଧ୍ୟା Question Answer

ପାଠ୍ୟପୁସୃଜମ ପ୍ତଖାବଲାଭ ଇଉର :

Question 1.
୧ ନମ୍ବର ବିଶିଷ୍ଟ ପ୍ରଶ୍ନ, ୪ ଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

(କ) କେଉଁ ନଦୀ କୂଳରେ ଶ୍ରୀନଗରବାସୀ ଲାଳିତ ? (ଝେଲମ୍, ଗଙ୍ଗା, ହୋୟାଂହୋ, ବ୍ରହ୍ମପୁତ୍ର)
Solution:
ଝେଲମ୍ ।

(ଖ) ଝେଲମ୍ ନଦୀ କୂଳରେ କେଉଁ ନଗରବାସୀ ଲାଳିତ ? (ଇଟାଲୀ, ରୋମ୍, ଶ୍ରୀନଗର, କାଶ୍ମୀର)
Solution:
ଶ୍ରୀନଗର ।

(ଗ) ଝେଲମ୍ ନଦୀର ଆକାର କେଉଁ ନଦୀ ପରି ଅପ୍ରଶସ୍ତ ? (ମହାନଦୀ, ବ୍ରାହ୍ମଣୀ, ବୁଢ଼ାବଳଙ୍ଗ, କୁଶଭଦ୍ରା)
Solution:
ବୁଢ଼ାବଳଙ୍ଗ |

(ଘ) ଝେଲମ୍ ନଦୀର ଜଳର ରଙ୍ଗ କିପରି ? (ଲାଲ୍, ଧଳା, ଈଷତ୍‌ନୀଳ, ଗାଢ଼ନୀଳ)
Solution:
ଗାଢ଼ନୀଳ ।

CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା

(ଙ) ଶ୍ରୀନଗର କାହାର ହୃଦୟ ? (ଗଙ୍ଗା, ଜାମ୍ମୁ, କାଶ୍ମୀର, ଝେଲମ୍ )
Solution:
କାଶ୍ମୀର ।

(ଚ) ଲେଖକ କ’ଣ ଭଡ଼ା ନେଲେ ? (ଚାନ୍ଦୁଆ, ଶିକାରା, ମଖମଲି ଗଦି, ଚୌକି)
Solution:
ଶିକାରା ।

(ଛ) ହାଁଜି (ନାଉରୀ) କେଉଁ ସମ୍ପ୍ରଦାୟର ଲୋକ ଥିଲା ? (ହିନ୍ଦୁ, ମୁସଲମାନ, ପଞ୍ଜାବୀ, ଖ୍ରୀଷ୍ଟିଆନ୍)
Solution:
ମୁସଲମାନ ।

(ଜ) ନଦୀର ଦୁଇପଟେ ନଗରକୁ ଯୋଗସୂତ୍ର ରଖୁବା ପାଇଁ କେତୋଟି ସେତୁ ଗଢ଼ାଯାଉଛି ? (ଦୁଇଟି, ଚାରୋଟି, ଛଅଟି, ସାତୋଟି)
Solution:
ସାତୋଟି ।

(ଝ) କେଉଁ ଖ୍ରୀଷ୍ଟାବ୍ଦରେ ସବୁଠାରୁ ପ୍ରାଚୀନ ସେତୁ ଆଲିକ୍‌ଲ ନିର୍ମିତ ହୋଇଥିଲା ? (୧୫୦୫, ୧୧୬୫, ୧୪୦୭, ୧୪୧୭)
Solution:
୧୪୧୭୮

(ଞ) ସେତୁଗୁଡ଼ିକ କେଉଁଥିରେ ତିଆରି ? (ପଥର, କାଠ, ଲୁହା, କଂକ୍ରିଟ)
Solution:
କାଠ ।

(ଟ) ଝେଲମ୍ ନଦୀରେ ଯାତ୍ରୀ ତରୀ ଏବଂ ଆଉ କେଉଁ ତରୀମାନେ ଯାତାୟାତ କରୁଅଛନ୍ତି ? (ବେପାରୀ, ମୋଟରବୋଟ୍, ବାଣିଜ୍ୟତରୀ, ନୌଚାଳକ)
Solution:
ବାଣିଜ୍ୟତରୀ ।

(୦) ଲୋକେ କେଉଁଥ୍ରେ ଆସି ଜିନିଷପତ୍ର ଖର୍ଦ୍ଦି କରିନିଅନ୍ତି ? (ବୋଟ୍, ନୌକା, ପୋଲ, ଶିକାରା )
Solution:
ଶିକାରା ।

(ଡ) ଝେଲମ୍ ନଦୀରେ ସନ୍ଧ୍ୟା କାହାପରି ସୁନ୍ଦରୀ ? (ରାଜକନ୍ୟା, ପରୀ, ଦେବୀ, କାଶ୍ମୀରୀ କିଶୋରୀ)
Solution:
କାଶ୍ମୀରୀ କିଶୋରୀ ।

(ଢ) ଲେଖକ କାହାକୁ ତାଙ୍କ ଦେଶର ଗୋଟିଏ ଗଳ୍ପ କହିବାକୁ କହିଲେ ? (ରାଜାପୁଅ, ମନ୍ତ୍ରୀପୁଅ, ବାଁଜି, ରାଣୀ)
Solution:
ହାଁଜି ।

(ଣ) ରାଜାପୁଅ ଓ ମନ୍ତ୍ରୀପୁଅ ଦୁହେଁ କ’ଣ ଥିଲେ ? (ଭାଇ, ଶତ୍ରୁ, ମିତ୍ର, ସଙ୍ଗୀତ)
Solution:
ସଙ୍ଗାତ ।

(ତ) କିଏ ପିଠା ବିକାଳି ଘରେ ରହିଲା ? (ମନ୍ତ୍ରୀପୁଅ, ରାଜାପୁଅ, କଟୁଆଳପୁଅ, ସେନାପତିପୁଅ)
Solution:
ମନ୍ତ୍ରୀପୁଅ ।

(ଥ) ମନ୍ତ୍ରୀପୁଅ କେଉଁ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ? (ରାଜାବେଶ, ମନ୍ତ୍ରୀବେଶ, ପୁରୁଷବେଶ, ସ୍ତ୍ରୀବେଶ )
Solution:
ସ୍ତ୍ରୀବେଶ ।

(ଦ) କିଏ ନିଜକୁ ହୀନକପାଳିଆ କହି ଧିକ୍‌କାର କଲା ? (ରାଜାପୁଅ, ମନ୍ତ୍ରୀପୁଅ, କଟୁଆଳପୁଅ, ସେନାପତିପୁଅ)
Solution:
ରାଜାପୁଅ ।

(ଧ) କଟୁଆଳ କ’ଣ ପରିକ୍ରମା କରୁଥିଲା ? (ଉଆସ, ନଗର, ବଗିଚା, ସହର)
Solution:
ନଗର ।

(ନ) କିଏ ଜେମାଙ୍କ କଣ୍ଠସ୍ୱର ଶୁଣିଲା ? (ରାଜାପୁଅ, ମନ୍ତ୍ରୀପୁଅ, କଟୁଆଳ, ଜଗୁଆଳୀ)
Solution:
କଟୁଆଳ ।

(ପ) ମନ୍ତ୍ରୀପୁଅ କାହାକୁ ବିଭା ହେଲା ? (ରାଜାଝିଅ, ରାଜାଙ୍କ ଭଉଣୀ, ସେନାପତିଙ୍କ କନ୍ୟା, କଟୁଆଳ ଝିଅ)
Solution:
ରାଜାଙ୍କ ଭଉଣୀ ।

(ଫ) ଶିକାରା କେଉଁ ଘାଟରେ ଲାଗିଲା ? (ଗଙ୍ଗା, ଗଣପତି, ଝେଲମ୍, ଶ୍ରୀନଗର)
Solution:
ଗଣପତି ।

Question 2.
ଗୋଟିଏ ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୧ ନମ୍ବର ।

(କ) ଝେଲମ୍ ମାଆର କୋଳରେ କେଉଁମାନେ ଲାଳିତ ?
Solution:
ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ ।

(ଖ) କେଉଁ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ ?
Solution:
ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ ଲାଳିତ ।

(ଗ) କାଶ୍ମୀରବାସୀ କାହାର ପ୍ରଶଂସାରେ ମୁଖର ?
Solution:
କାଶ୍ମୀରବାସୀ ଝେଲମ୍ ନଦୀର ପ୍ରଶଂସାରେ ମୁଖର ।

(ଘ) ଝେଲମ୍ ନଦୀର ଆକାର କିପରି ?
Solution:
ଅପ୍ରଶସ୍ତ ବୁଢ଼ାବଳଙ୍ଗ ପରି ଝେଲମ୍ ନଦୀର ଆକାର ।

(ଙ) କାଶ୍ମୀର ରଙ୍ଗମଞ୍ଚରେ ପ୍ରଧାନ ନର୍ତ୍ତକୀ ଭୂମିକାରେ କିଏ ଅଭିନୟ କରିଛି ?
Solution:
କାଶ୍ମୀର ରଙ୍ଗମଞ୍ଚରେ ପ୍ରଧାନ ନର୍ତ୍ତକୀ ଭୂମିକାରେ ଝେଲମ୍ ନଦୀ ଅଭିନୟ କରିଛି ।

(ଚ) ଶ୍ରୀନଗରକୁ କାଶ୍ମୀରର କ’ଣ ବୋଲି କୁହାଯାଏ ?
Solution:
ଶ୍ରୀନଗରକୁ କାଶ୍ମୀରର ହୃଦୟ ବୋଲି କୁହାଯାଏ ।

(ଛ) ଝେଲମ୍ କାହାର ପ୍ରଧାନତମ ରକ୍ତବାହୀ ଧମନୀ ?
Solution:
ଝେଲମ୍ ଶ୍ରୀନଗରରୂପୀ ହୃଦୟର ପ୍ରଧାନତମ ରକ୍ତବାହୀ ଧମନୀ ।

(ଜି) ଝେଲମ୍ ନଦୀର ଦୁଇପଟ ନଗରର ଦୁଇ ଅଂଶକୁ ଯୋଗସୂତ୍ର ରଖୁବା ଲାଗି କେତୋଟି ସେତୁ ଗଢ଼ାଯାଇଛି ?
Solution:
ଝେଲମ୍ ନଦୀର ଦୁଇପଟ ନଗରର ଦୁଇ ଅଂଶକୁ ଯୋଗସୂତ୍ର ରଖୁବା ଲାଗି ସାତୋଟି ସେତୁ ଗଢ଼ାଯାଇଛି ।

(ଝ) ସବୁଠାରୁ ପ୍ରାଚୀନ ସେତୁର ନାମ କ’ଣ ଓ ଏହା କେଉଁ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ?
Solution:
ସବୁଠାରୁ ପ୍ରାଚୀନ ସେତୁର ନାମ ଆଲିଗ୍‌ଦଲ ଓ ଏହା ୧୪୧୭ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ।

(ଞ) ଶ୍ରୀନଗରସ୍ଥ ଝେଲମ୍ ନଦୀରେ ଜଳଯାତ୍ରା କଲେ କେତୋଟି ସେତୁ ପାରି ହେବାକୁ ପଡ଼େ ?
Solution:
ଶ୍ରୀନଗରସ୍ଥ ଝେଲମ୍ ନଦୀରେ ଜଳଯାତ୍ରା କଲେ ସାତୋଟି ସେତୁ ପାରି ହେବାକୁ ପଡ଼େ ।

(ଟ) ନୌକାରେ କେଉଁମାନେ ବାସ କରୁଛନ୍ତି ?
Solution:
ନୌକାରେ ଗୋଟିଏ ଗୋଟିଏ ପରିବାର ବାସ କରୁଛନ୍ତି ।

CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା

(୦) କିଏ ହାଉସ୍ ବୋଟ୍ ଓଳାଉଛି ଏବଂ ଉତ୍ତର ଦିଗରେ ଅନାଇ କ’ଣ, ଭାବୁଛି ?
Solution:
ଘରଣୀ ହାଉସ୍ ବୋଟ୍ ଓଳାଉଛି ଏବଂ ଉତ୍ତର ଦିଗରେ ଅନାଇ, ‘ବେଳ ବୁଡ଼ିଲା, ‘ସେ’ କାହିଁକି ଆସିଲେ ନାହିଁ ?’ ବୋଲି ଭାବୁଛି ।

(ଡ‍) ପ୍ରୌଢ଼ଟିଏ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼େଇବାର ଉଦ୍ଦେଶ୍ୟ କ’ଣ ?
Solution:
ପ୍ରୌଢ଼ଟି ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼େଇବାର ଉଦ୍ଦେଶ୍ୟ ହେଉଛି, ଏଥିରେ ଶ୍ରମ ଊଣା ହୁଏ ଏବଂ ହାତରେ ଥଣ୍ଡାପାଣି ଲାଗେ ନାହିଁ ।

(ଢ) ଘାଟ ନୌକାରୁ କିଏ ଜିନିଷପତ୍ର ଉଠାଇ ନେଉଛି ?
Solution:
ଘାଟ ନୌକାରୁ ଖଲାସୀ ଜିନିଷପତ୍ର ଉଠାଇ ନେଉଛି ।

(ଣ) କୂଳରେ ବସି ବୁଢ଼ା ପଠାଣ କ’ଣ ଖାଉଛି ?
Solution:
କୂଳରେ ବସି ବୁଢ଼ା ପଠାଣ ଧୂଆଁ ଖାଉଛି ।

(ତ) ଛାଲ୍‌କାଟ୍ ଯୁବକ ଜଣକ କିଏ ବୋଲି ଲେଖକ ଭାବିଛନ୍ତି ?
Solution:
ଛାଲ୍‌କାଟ୍ ଯୁବକ ଜଣକ କଲେଜ ପିଲା ହେବ ବୋଲି ଲେଖକ ଭାବିଛନ୍ତି ।

(ଥ) ଲେଖକ ହାଁଜିକୁ କ’ଣ କହିଲେ ?
Solution:
ଲେଖକ ହାଁଜିକୁ ତାଙ୍କ ଦେଶର ଗୋଟିଏ ଗଛ କହିବାକୁ କହିଲେ ।

(ଦ) ରାଜାପୁଅ କାହା ସାଙ୍ଗରେ ସଙ୍ଗାତ ବସିଥିଲା ?
Solution:
ରାଜାପୁଅ କାହା ସାଙ୍ଗରେ ସଙ୍ଗାତ ବସିଥିଲା |

(ଧ) କି ସ୍ଵପ୍ନ ଦେଖୁଛି ବୋଲି ମନ୍ତ୍ରୀପୁଅକୁ ରାଜାପୁଅ କହିଲା ?
Solution:
ଚନ୍ଦ୍ରଉଦିଆ ପରି ମୁହଁ ଥ‌ିବା ରାଜଜେମା, ଫୁଲ ବଗିଚାରେ ପ୍ରଜାପତି ପଛରେ ଗୋଡ଼ାଉଥିଲା ଓ ମୋତେ ଦେଖୁ ଆଡ଼ ଆଖୁରେ ନଚାହିଁ ଚାଲିଗଲାର ସ୍ବପ୍ନ ଦେଖୁଛି ବୋଲି ମନ୍ତ୍ରୀପୁଅକୁ ରାଜାପୁଅ କହିଲା ।

(ନ) କିଏ ଭଲ ପିଠା କରି ରାଜଜେମାଙ୍କ ପାଖକୁ କାହା ହାତରେ ପଠାଇଲା ?
Solution:
ମନ୍ତ୍ରୀପୁଅ ସ୍ତ୍ରୀବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ହାତରେ ପଠାଇଲା |

(ପ) କିଏ ସ୍ତ୍ରୀ ବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ଓ କ’ଣ କହିଲା ?
Solution:
ମନ୍ତ୍ରୀପୁଅ ସ୍ତ୍ରୀବେଶରେ ଜେମାଙ୍କ ଉଆସରେ ପହଞ୍ଚିଲା ଓ କହିଲା, ଅମକ ଦେଶର ରାଜକୁମାର ତୁମ ଲାଗି ଝୁରି ମରୁଛି ଏବଂ ତୁମର ପଦିଏ କଅଁଳ କଥାରେ ସେ ଜୀବଦାନ ପାଇଯାଆନ୍ତା ।

(ଫ) ମନ୍ତ୍ରୀପୁଅଠାରୁ ରାଜାପୁଅ କଥା ଶୁଣି ଜେମା କ’ଣ କହିଲା ?
Solution:
ମନ୍ତ୍ରୀପୁଅଠାରୁ ରାଜାପୁଅ କଥା ଶୁଣି, ଜେମା କ୍ରୋଧରେ, ରାଜାପୁଅ ପାଖରୁ ଫେରି ଆସିବା ପରେ କହିଛି ।

(ଭ ) କଟୁଆଳ ନଗର ପରିକ୍ରମାବେଳେ ତା’ କାନରେ କେଉଁ ଶବ୍ଦ ବାଜିଲା ?
Solution:
କଟୁଆଳ ନଗର ପରିକ୍ରମାବେଳେ ତା’କାନରେ କିଏ କଥାବାର୍ତ୍ତା ହେଉଛି ବୋଲି ଶବ୍ଦ ବାଜିଲା ଏବଂ ତାହା ଜେମାଙ୍କ କଣ୍ଠସ୍ଟର ବୋଲି ସେ ଜାଣିପାରିଲା ।

(ମ) ରାଜା କଏଦୀ ଘରେ କାହାକୁ ଦେଖିଲେ ?
Solution:
ରାଜା କଏଦୀ ଘରେ ଜେମାଙ୍କୁ ନଦେଖ୍ ଆଉ ଜଣେ କିଏ ଓଢ଼ଣା ଦେଇ ବସିଥିବା ଦେଖୁଥିଲେ ।

Question 3.
ଦୁଇଟି ବାକ୍ୟରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୨ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଏବଂ ଉତ୍ତର ପାଇଁ ୧ ନମ୍ବର ରହିବ ।

(କ) ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ କିପରି ଲାଳିତ ହୋଇଛନ୍ତି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣ କାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ଝେଲମ୍ ମାଆର କୋଳରେ ଶ୍ରୀନଗରବାସୀ, ଏହାର କଳକଳ ଧ୍ଵନିରେ, ସବା ପୂର୍ଣ୍ଣକଳା, ସୁଳାବ୍ୟାରେ ଲାଳିତ ହୋଇଛନ୍ତି ।

(ଖ) ଲେଖକ ଶିକାରାର ବର୍ଣ୍ଣନା କିପରି କରିଛନ୍ତି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ଲେଖକ ଭଡ଼ାରେ ନେଇଥ‌ିବା ଶିକାରାଟିରେ ଦୁଇଟି ଚୌକି ସଂଲଗ୍ନ, ମଖମଲୀ ଗଦିଯୁକ୍ତ ଯେଉଁଥରେ ଚାରିଜଣ ବସିପାରିବେ ଏବଂ ମୁଣ୍ଡ ଉପରେ ଚିତ୍ର ବିଚିତ୍ର ଚାନ୍ଦୁଆ ସାଙ୍ଗକୁ ଚାରିପାଖ ଖମ୍ବରେ ନାଲି, ନେଳି, ହଳଦିଆ କାଗଜ ଗୁଡ଼ାହୋଇଛି ଏବଂ ସେଥୁ ଅଧେ ଅଧେ ପବନରେ ଉଡ଼ୁଛି ।

(ଗ) ହାଁଜି (ନାଉରୀ)ର ଚେହେରା କିପରି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ହାଜି ଥିଲା ମୁସଲମାନ ଏବଂ ଦୀର୍ଘ ପାଞ୍ଚହାତ ମର୍ଦ୍ଦ, ପିନ୍ଧା ବଡ଼ ଅପରିଚ୍ଛନ୍ନ ।

(ଘ) ନଦୀର ଦୁଇପଟେ ଯୋଗସୂତ୍ର ରଖୁବାପାଇଁ କ’ଣ ରହିଅଛି ?
Solution:
ନଦୀର ଦୁଇପଟେ ଯୋଗସୂତ୍ର ରଖୁବା ପାଇଁ କାଠରେ ନିର୍ମିତ ସାତୋଟି ସେତୁ ରହିଅଛି ।

(ଙ) ଝେଲମ୍ ନଦୀ ତୁଠରେ କିପରି ଲୋକମାନେ ଲୁଗା କଚାକଚି କରନ୍ତି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ଝେଲମ୍ ନଦୀର ତୁଠରେ ଲୋକମାନେ, ପଥର ଉପରେ ଲୁଗାଥୋଇ ପିଟଣାରେ ବାଡ଼େଇ ଲୁଗା କଚାକଚି ଲୁଗା କଚାକଚି କରନ୍ତି |

(ଚ) ଛାଣ୍ଟକାଟ ଯୁବକ ସମ୍ପର୍କରେ ଲେଖକ କ’ଣ କହିଛନ୍ତି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାସ ଏହା ଉଲ୍ଲେଖ କରିଛନ୍ତି । ତରବରରେ ବେପରୁଆଭାବେ ଚାଲିବାର ଦେଖୁ ସିନେମା ଦେଖାଯାଉଛି ବୋଲି ଭାବିଛନ୍ତି ।

(ଛ) ମନ୍ତ୍ରୀପୁଅ ରାଜାପୁଅ କିଭଳି ସଙ୍ଗାତ ଥିଲେ ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାସ ଏହା ଉଲ୍ଲେଖ କରିଛନ୍ତି । ମନ୍ତ୍ରୀପୁଅ ରାଜାପୁଅ ଦୁହେଁ ପରସ୍ପର ଭିତରେ ପାଣି ଗଳୁନଥିବା ଭାବର ସଙ୍ଗୀତ ଥିଲେ ଏବଂ ଜଣେ ଅନ୍ୟ ଜଣଙ୍କୁ ନ ଦେଖ‌ିଲେ ବାଉଳା ହେଉଥିଲେ, ସେମାନେ ଥିଲେ, ଏକ ମନ, ଏକ ପ୍ରାଣ ।

CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା

(ଜ) ରାଜାପୁଅର ମନଦୁଃଖ ଦେଖ୍ ମନ୍ତ୍ରୀପୁଅ କ’ଣ କହିଛି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣ କାହାଣୀ ଲେଖକ କୁଞ୍ଜବିହାରୀ ରାଜାପୁଅର ମନୁଦୁଃଖ ଦେଖୁ ମନ୍ତ୍ରୀପୁଅ କହିଛି, ‘ତୁମକୁ ଅବା କେଉଁ କଥା ଅପୂରୁବ’ ? ହଜିଗଲେ ଖୋଜି ଦେବି, ଭାଙ୍ଗିଗଲେ ଗଢ଼ିଦେବି, ସରଗର ଚାନ୍ଦ କହିଲେ ଦୁଆରେ ଆଣି ହାଜର କରିବି।’

(ଝ) କଟୁଆଳ କାନରେ କେଉଁ ଶବ୍ଦ ବାଜିଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । କଟୁଆଳ ରାତିରେ ନଗର ପରିକ୍ରମା କରୁଥିଲାବେଳେ, ଏତେ ରାତିରେ କିଏ ସେ ଯେମିତି କଥା ହେଉଛି ବୋଲି ଭାବି, ଜେମାଙ୍କ କଣ୍ଠସ୍ୱର ବୋଲି ଜାଣିପାରିଲା ।

(ଞ) ରାଜା କଏଦୀ ଘରେ ପହଞ୍ଚ୍ କ’ଣ ଦେଖ‌ିଲେ ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣ କାହାଣୀ ଲେଖକ କୁଞ୍ଜବିହାରୀ ଦାସ ଏହା ଉଲ୍ଲେଖ କରିଛନ୍ତି । ରାଜା କଟୁଆଳ କଥାକୁ ବିଶ୍ଵାସ କରି କଏଦୀଘରେ ପହଞ୍ଚି, ଜେମାକୁ ଚିହ୍ନିବାକୁ ଯାଇ ମୁଣ୍ଡରୁ ଓଢ଼ଣା ଖୋଲି ଦେଖ‌ିଲେ, ଆଉ କିଏ ଜଣେ, ଜେମା ନୁହଁନ୍ତି ।

(ଟ) ମନ୍ତ୍ରୀପୁଅ ରାଜଜେମା ବେଶ ହୋଇ କିଭଳି ଭାବରେ ପାଲିଙ୍କିରେ ବସିଲା ?
Solution:
ସେତେବେଳେ ମନ୍ତ୍ରୀପୁଅ ରାଜଜେମା ବେଶ ହୋଇ ପାଲିଙ୍କିରେ ବସିପଡ଼ିଲା ।

(୦) ନିଜ ରାଜ୍ୟରେ ପହଞ୍ଚିଲା ପରେ ରାଜାପୁଅ ଓ ମନ୍ତ୍ରୀପୁଅଙ୍କର କ’ଣ ହେଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ନିଜ ରାଜ୍ୟରେ ପହଞ୍ଚିଲା ପରେ ରାଜାପୁଅ ଓ ମନ୍ତ୍ରୀପୁଅଙ୍କର ବଡ଼ ସମାରୋହରେ ବାହାଘର ହେଲା ।

(ଡ) ରାଜାଙ୍କ ଭଉଣୀଙ୍କୁ ପାଲିଙ୍କିରେ ଦେଖ୍ ମନ୍ତ୍ରୀପୁଅ କ’ଣ କଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ରାଜାଙ୍କ ଭଉଣୀଙ୍କୁ ପାଲିଙ୍କିରେ ଦେଖ୍ ମନ୍ତ୍ରୀପୁଅ ତା’ ସଙ୍ଗେ ଆଳାପ ଜମେଇଲା, କଥାରେ ତା’ ହୃଦୟ କିଣିନେଲା, ଦୁହେଁ ଦୁହିଁଙ୍କର ଅତି ଆପଣାର ହୋଇଗଲେ, ସ୍ଥିର କଲେ – ବାହା ହେବେ ।

Question 4.
୩୦ ଶବ୍ଦରେ ଉତ୍ତର ଲେଖ । ପ୍ରଶ୍ନର ମୂଲ୍ୟ ୩ ନମ୍ବର । ଲେଖା ଓ ଲେଖକଙ୍କ ସୂଚନା ଉତ୍ତର ପାଇଁ ୨ ନମ୍ବର ରହିବ ।

(କ) ଝେଲମ୍ ନଦୀର ବର୍ଣ୍ଣନା କର ।
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଲେଖିଛନ୍ତି । ଶ୍ରୀନଗରର ଶ୍ରୀ ଝେଲମ୍ ନଦୀ । ଏହି ନଦୀ ସଦା ପୂର୍ଣ୍ଣଜଳା ଏବଂ ସୁନାବ୍ୟା । ଅପ୍ରଶସ୍ତ ହେଲେବି, ଜଳ ଗାଢ଼ ନୀଳ, ବଙ୍କେଇ ବଙ୍କେଇ ବୁଲିବୁଲି ସମସ୍ତ ଶ୍ରୀନଗର ଅଞ୍ଚଳକୁ ସ୍ପର୍ଶକରି, କାଶ୍ମୀର ରଙ୍ଗମଞ୍ଚର ପ୍ରଧାନ ନର୍ତ୍ତକୀ ଭଳି ଅଭିନୟ କରିଛି ।

(ଖ) ‘ଶିକାରା’ ସହିତ କ’ଣ କ’ଣ ସଂଲଗ୍ନ ହୋଇଛି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ‘ଶିକାରା’ ସହିତ ଦୁଇଟି ଚୌକୀ ସଂଲଗ୍ନ ହୋଇଛି, ଯେଉଁଥରେ ମଖମଲ ଗଦି ପଡ଼ିଛି ଏବଂ ସେଥ‌ିରେ ଅକ୍ଳେଶରେ ଚାରିଜଣ ବସିପାରିବେ । ପୁନଶ୍ଚ ଏହାର ମୁଣ୍ଡ ଉପରେ ବିଚିତ୍ର ଚାନ୍ଦୁଆ ଟଙ୍ଗାହୋଇଛି ଓ ଚାନ୍ଦୁଆର ଚାରି ଖମ୍ବରେ ନାଲି ନେଳି ହଳଦିଆ ରଙ୍ଗର କାଗଜ ଗୁଡ଼ାହୋଇଛି ।

(ଗ) ହାଁଜି (ନାଉରୀ) ଦେଖିବାକୁ କିପରି ଓ ସେ କିପରି ‘ଶିକାରା’ ଚଳାଉଥିଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ହାଁଜି ଦୀର୍ଘ ପାଞ୍ଚହାତିଆ ମର୍ଦ୍ଦ, ପିନ୍ଧା ବଡ଼ ଅପରିଚ୍ଛନ୍ନ । ନଈ ମଝିକୁ ସେ ଶିକାରା ନେଇ ଧୀରେ ଧୀରେ ଆହୁଲା ମାରି ଚଳାଉଥୁଲା ।

(ଘ) ନଗରର ଦୁଇଅଂଶ ଭିତରେ ଯୋଗସୂତ୍ର ରକ୍ଷା ପାଇଁ କେତୋଟି ସେତୁ ଗଢ଼ାଯାଉଛି ଓ ସେଗୁଡ଼ିକର ନାମ କ’ଣ ? ସବୁଠାରୁ ପ୍ରାଚୀନ ସେତୁଟି କେତେ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ନଗରର ଦୁଇ ଅଂଶ ଭିତରେ ଯୋଗସୂତ୍ର ରକ୍ଷାପାଇଁ ସାତୋଟି ସେତୁ ଗଢ଼ାଯାଇଛି ଓ ସେଗୁଡ଼ିକର ନାମ ହେଉଛି ଆଲିଗ୍‌ଦଲ, ଅମୀରକଦଲ, ହବାକଦଲ, ଫତେକଦଲ, ଜୈନକଦଲ, ନକଦଲ, ସଫାକଦଲ । ସବୁଠାରୁ ପ୍ରାଚୀନ ସେତୁଟି ଆଲିଗ୍‌ଦଲ, ୧୪୧୭ ଖ୍ରୀଷ୍ଟାବ୍ଦରେ ନିର୍ମିତ ହୋଇଥିଲା ।

(ଡି) ଝେଲମ୍ ନଦୀର କୂଳରେ କ’ଣ କ’ଣ ଆବୋରି ରହିଛି ?
Solution:
ଝେଲମ୍ ନଦୀର କୂଳକୁ ବଡ଼ ବଡ଼ ବ୍ୟାଙ୍କ, ବିଦ୍ୟାଳୟ, ହୋଟେଲ୍, କଲେଜ, ମନ୍ଦିର, ମସ୍‌ଜିଦ୍‌, ଗୋଦାମ, କାରଖାନା ଆବୋରି ରହିଛି । ଫଳରେ ଅହରହ ଯାତ୍ରୀ ଆଉ ବାଣିଜ୍ୟତରୀ ଏହି ନଦୀରେ ଯାତାୟାତ କରୁଅଛନ୍ତି ।

(ଚ) ଲେଖକ କାଶ୍ମୀରର ବର୍ଣ୍ଣନା କିପରି କରିଛନ୍ତି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ଏହା ଉଲ୍ଲେଖ କରିଛନ୍ତି । ନର୍ତ୍ତକୀ ଭୂମିକାରେ ଅଭିନୟ କରିଛି ବୋଲି କହିଛନ୍ତି । କାଶ୍ମୀରର ହୃଦୟ ହେଉଛି ଶ୍ରୀନଗର ଏବଂ ଝେଲମ୍ ତା’ର ପ୍ରଧାନ ରକ୍ତବାହୀ ଧମନୀ ବୋଲି ବର୍ଣ୍ଣନା କରିଛନ୍ତି ।

(ଛ) ଝେଲମ୍ ନଦୀର ଆର ତୁଠରେ କିଏ କ’ଣ କରୁଛନ୍ତି, ବର୍ଣ୍ଣନା କର ।
Solution:
ଖଲାସୀ ଜିନିଷପତ୍ର ଉଠାଉଛି, ବୁଢ଼ାପଠାଣ ଧୂଆଁ ଖାଉଛି, ଛେଳିଜଗା ଟୋକା ଛେଳି ଅଡ଼ାଇ ନେଉଛି, ଟାଙ୍ଗା ଉପରେ ବିଭିନ୍ନ ଲୋକ ଯାଉଛନ୍ତି ଓ ଏକ ଛାଣ୍ଟକାଟ୍ କଲେଜ ଯୁବକଟିଏ ଯାଉଛି ।

(ଜ) ରାଜାପୁଅ ନିଜର ସ୍ଵପ୍ନଦେଖା କଥା ମନ୍ତ୍ରୀପୁଅ ଆଗରେ କିପରି ବର୍ଣ୍ଣନା କରିଛି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ହାଁଜିର କଥାରେ ଏହା ଉଲ୍ଲେଖ କରିଛନ୍ତି । ରାଜାପୁଅ ମନ୍ତ୍ରୀପୁଅକୁ ନିଜର ସ୍ଵପ୍ନଦେଖା କଥା କହିଛି, ସଙ୍ଗାତ କାଲି ରାତିରେ ଚନ୍ଦ୍ରଉଦିଆ ପରି ରୂପ ଗୋଟିଏ ରାଜଜେମାକୁ ଦେଖୁଛି । ଫୁଲ ସଙ୍ଗେ ସେ, ଖେଳୁଥିଲା ଓ ପ୍ରଜାପତି ଧରୁଥିଲା । ମୋତେ ଦେଖୁଲେ ବି କିଛି କହିଲାନି ପଳାଇଗଲା । ତାକୁ ଆଣି ନଦେଲେ ମୋ ଆଶା ଛାଡ଼ିବାକୁ ହେବ ।

(ଝ) ମନ୍ତ୍ରୀପୁଅ ପିଠାବିକାଳି ଘରେ ରହି କ’ଣ କଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣକାହାଣୀ ଲେଖକ କୁଞ୍ଜବିହାରୀ ଦାଶ ହାଁଜିର କଥାକୁ ନେଇ ଏହା ଉଲ୍ଲେଖ କରିଛନ୍ତି । ମନ୍ତ୍ରୀପୁଅ ପିଠାବିକାଳି ଘରେ ରହି ରାଜଜେମା ପାଇଁ ପିଠା ପଠାଇ ସମ୍ପର୍କ ସ୍ଥାପନ କଲା । ପିଠାବିକାଳି ସାଙ୍ଗରେ ସେ ସ୍ତ୍ରୀ ବେଶରେ ଜେମାଙ୍କ ପାଖରେ ପହଞ୍ଚି ରାଜାପୁଅର ଖବର ଜଣାଇଲା ।

(ଞ) ରାଜଜେମା କାହିଁକି କ୍ରୋଧରେ ଥରିଗଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣ କାହାଣୀ ଲେଖକ କୁଞ୍ଜବିହାରୀ ଦାଶ ହାଁଜିର କଥାକୁ ନେଇ ଏହା ଉଲ୍ଲେଖ କରିଛନ୍ତି । ମନ୍ତ୍ରୀପୁଅ କଥାନୁସାରେ ରାଜଜେମା ରାଜାପୁଅ ପାଖକୁ ଗଲା । ମାତ୍ର ରାଜାପୁଅ ଶୋଇଥିବାର ଦେଖ୍, ସେ ଫେରିଆସିଲା । ରାଜଜେମା ଏତେ ଆଗ୍ରହ ଓ ବିପଦକୁ ବରଣ କରି ଯାଇଥିଲେ ବି ରାଜପୁଅ ପାଖରୁ କୌଣସି ପ୍ରକାର ସମ୍ଭାଷଣ ନପାଇ କ୍ରୋଧରେ ଥରିଗଲା ।

(ଟ) ମନ୍ତ୍ରୀପୁଅ ବୁଦ୍ଧିବଳରେ କିପରି କଏଦୀଖାନାକୁ ଗଲା ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣ କାହାଣୀ ଲେଖକ କୁଞ୍ଜବିହାରୀ ଦାସ ହାଁଜିର କଥାକୁ ନେଇ ଏହା ଉଲ୍ଲେଖ କରିଛନ୍ତି । ମନ୍ତ୍ରୀପୁଅ ଅଣ୍ଟା ନଇଁଥିବା ବୁଢ଼ୀବେଶରେ, ପିଠାଟୋକେଇ କାଖେଇ କଏଦୀଖାନା ଫାଟକରେ ପହଞ୍ଚିଲା । ଜଗୁଆଳିକୁ ବିଶ୍ଵାସ ଜନ୍ମାଇ କହିଲା, ‘କଏଦୀମାନେ ହୀନିମାନରେ ରହିଛନ୍ତି, ପିଠା
ଭିତରକୁ ଛାଡ଼ିଦେଲେ ।

(୦) ରାଜଜେମା ବିଭାଘର ପାଇଁ ରାଜଧାନୀ କିଭଳି ସଜ୍ଜିତ ହୋଇଛି ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣ କାହାଣୀ ଲେଖକ କୁଞ୍ଜବିହାରୀ ଦାଶ ହାଁଜିର କଥାକୁ ନେଇ ଏହା ଉଲ୍ଲେଖ କରିଛନ୍ତି । ରାଜ-ଜେମା ବିଭାଘର ପାଇଁ ରାଜଧାନୀରେ ମଣିମାଣିକ୍ୟ ଖଞ୍ଜା ସୁନାର ତୋରଣ ବନ୍ଧା ହେଲା, ଦ୍ଵାରେ ଦ୍ଵାରେ କଦଳୀଗଛ ପୋତା ସାଙ୍ଗକୁ ପୂର୍ଣ କୁମ୍ଭ ରଖାଗଲା ।

CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା

(ଉ) ରାଜାପୁଅ ମନ୍ତ୍ରୀପୁଅ ନିଜ ରାଜ୍ୟରେ ପହଞ୍ଚିଲା ପରେ ବାପା କ’ଣ କଲେ ?
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଭ୍ରମଣ କାହାଣୀ ଲେଖକ କୁଞ୍ଜବିହାରୀ ଦାଶ ହାଁଜିର କଥାକୁ ନେଇ ଏହା ବହୁତ ଆନନ୍ଦିତ ହେଲେ । ସାଙ୍ଗରେ ସୁନ୍ଦରୀ ବୋହୂ ଆଣିଥିବାରୁ, ସେମାନଙ୍କ ବିବାହ ପାଇଁ ବେଦି ଗଢ଼ାହେଲା, ବାଣନିଶାଣ ଉଲ୍ଲେଖ କରିଛନ୍ତି । ରାଜାପୁଅ ଓ ମନ୍ତ୍ରୀପୁଅ ନିଜ ରାଜ୍ୟରେ ପହଞ୍ଚିଲା |

ଦାଣ ଉଉରମୂଲକ ପ୍ରଶ୍ନୋତ୍ତର :

Question 1.
(କ) ‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଲେଖକଙ୍କର ଚିନ୍ତାଧାରା କିଭଳି ପ୍ରତିଫଳିତ ହୋଇଛି – ଆଲୋଚନା କର।
Solution:
କେବଳ ନିଜର ଭ୍ରମଣଜନିତ ଅନୁଭୂତିକୁ ସିଧାସିଧୁ ବର୍ଣ୍ଣନା କରନ୍ତି ନାହିଁ, ତାହାକୁ ମନୋଜ୍ଞ, ରସାଳ ଓ ସୁଖପାଠ୍ୟ କରିବାପାଇଁ ଅତି କଳାତ୍ମକ ଭାଷାରେ ତୁଳନାତ୍ମକ ଚିତ୍ର ଦେଇ ବର୍ଣ୍ଣନା କରିଥା’ନ୍ତି ।

‘ଝେଲମ୍ ନଦୀରେ ସନ୍ଧ୍ୟା’ର ପ୍ରଥମ ପର୍ଯ୍ୟାୟରେ ଲେଖକ, ଝେଲମ୍ ନଦୀର ମହତ୍ତ୍ବ ଓ ବିଶେଷତାକୁ ବଖାଣି ବସିଛନ୍ତି । ଏଭଳି ବର୍ଣ୍ଣନାଦ୍ଵାରା ପାଠକ ମନରେ ଝେଲମ୍ ନଦୀ ସମ୍ପର୍କରେ ସ୍ବତଃ ଆଗ୍ରହ ସୃଷ୍ଟି କରିବାପାଇଁ ସେ ଚେଷ୍ଟା ଲାଭ କରିଥା’ନ୍ତି । ପୁନଶ୍ଚ ଏହି ନଦୀର କଳକଳ ଧ୍ଵନି ଯେକୌଣସି ଦର୍ଶକ ମନକୁ ସ୍ମୃତି ବିଜଡ଼ିତ କରେ । ଝେଲମ୍ ନଦୀ ପୂର୍ଣ୍ଣଜଳା, ସୁନାବ୍ୟ, ଯାହାପାଇଁ କାଶ୍ମୀରବାସୀ ଝେଲମ୍ ନଦୀକୁ ପ୍ରଶଂସାରେ ମୁଖରିତ କରିଥା’ନ୍ତି । କାତ୍ୟିକ ଭାବଧାରାରେ ଲେଖକ ବର୍ଣ୍ଣନା କରିଛନ୍ତି ଏହା ଓଡ଼ିଶାର ବୁଢ଼ାବଳଙ୍ଗ ପରି ଅପ୍ରଶସ୍ତ ହେଲେବି, ଜଳ ଗାଢ଼ନୀଳ । ସେ ବଙ୍କେଇ ବଙ୍କେଇ ବୁଲି ବୁଲି ସମସ୍ତ ଶ୍ରୀନଗରକୁ ସ୍ପର୍ଶ କରିଛି ।

ଝେଲମ୍କୁ ବାଦଦେଲେ ଶ୍ରୀନଗର ଶ୍ରୀଟିକୁ ବାଦେବାକୁ ପଡ଼ିବ । ଏକ ତୁଳନାତ୍ମକ ଚିତ୍ରଦେଇ ଲେଖକ ଲେଖୁଛନ୍ତି – ‘କାଶ୍ମୀର ରଙ୍ଗମଞ୍ଚର ପ୍ରଧାନ ନର୍ତ୍ତକୀ ଭୂମିକାରେ ସେ ଅଭିନୟ କରିଛି । ଶ୍ରୀନଗର କାଶ୍ମୀରର ହୃଦୟ, ଝେଲମ୍ ତା’ର ପ୍ରଧାନତମ ରକ୍ତବାହୀ ଧମନୀ ।’’ ଲେଖକ ଗୋଟିଏ ଶିକାରା ଭଡ଼ାକରି, ଝେଲମ୍ ନଦୀକୁ ବୁଲି ଯାଇଛନ୍ତି । ସେଥ‌ିରେ ସେ ଶିକାରାର ଦୃଶ୍ୟକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି । ସେହି ବର୍ଣ୍ଣନା ମାଧ୍ୟମରେ ଲେଖକଙ୍କ ଚିନ୍ତାଧାରା ପାଠକଙ୍କ ନିକଟକୁ ସଂକ୍ରମିତ ହୋଇଯାଏ । ନଦୀର ଦୁଇପଟେ ନଗରର ଦୁଇ ଅଂଶ ରହିଛି ଏବଂ ସେହି ଦୁଇ ଅଂଶକୁ ଯୋଗସୂତ୍ର ରକ୍ଷାକରିବା ପାଇଁ ସାତୋଟି ସେହି ଦୃଶ୍ୟକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ।

ଶିକାରାରେ ଯିବାବେଳେ ସମୟ ଅତିକ୍ରାନ୍ତ ହୋଇ ଆସିଛି ସନ୍ଧ୍ୟା । ସନ୍ଧ୍ୟାର ଅପରୂପ ଦୃଶ୍ୟକୁ ଲେଖକ କବିତାଟିଏ ଗୋଲାପି ପାଦଚାଲି, ସତେଯେପରି ଆମ ଆଡ଼କୁ ଆସିଲା, ତା’ର କନକ ହାତରେ କୁହୁକ ସ୍ପର୍ଶରେ ମନ ଚକିତ ଚଞ୍ଚଳ ହେଲା । ତରଳ ସୁବର୍ଣ୍ଣ ସ୍ରୋତରେ ସୁବର୍ଣ୍ଣତରୀ, ସେଥୁରେ ବସିଲା ସନ୍ଧ୍ୟା, କାଶ୍ମୀରୀ କିଶୋରୀ ପରି ସୁନ୍ଦରୀ ।’’ ସାଧାରଣ ଭାବେ ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲକିରଣ, ଝେଲମ୍ ନଦୀର ଜଳରେ ପଡ଼ିଲା । ମାତ୍ର ଲେଖକ ନିଜର ଚିନ୍ତାଧାରାକୁ ଏଥରେ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

(ଖ) ସନ୍ଧ୍ୟା ସମୟରେ ଶ୍ରୀନଗରର ପ୍ରାକୃତିକ ଶୋଭାକୁ ଲେଖକ କିଭଳି ବର୍ଣ୍ଣନା କରିଛନ୍ତି, ଆଲୋଚନା କର ।
Solution:
ଭ୍ରମଣକାହାଣୀ ଲେଖକ ଡଃ. କୁଞ୍ଜବିହାରୀ ଦାଶ ଥିଲେ କବି, ଭାବୁକ, ପ୍ରକୃତିପ୍ରେମୀ ଓ ସୁଷମାଗ୍ରାହକ । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେବି, ମୁଖ୍ୟତଃ ସେ ଥିଲେ କବିପ୍ରାଣ । ପ୍ରକୃତିର ଅପରୂପ ଶୋଭାକୁ ନଦୀରେ ସନ୍ଧ୍ୟା’ରେ ଡଃ. ଦାଶ ଶ୍ରୀନଗରର ସାନ୍ଧ୍ୟକାଳୀନ ପ୍ରାକୃତିକ ଶୋଭାକୁ ମନୋଜ୍ଞ ଭାବରେ ପ୍ରକାଶ କରିଛନ୍ତି । ଲେଖକ ଝେଲମ୍ ନଦୀର ପ୍ରାକୃତିକ ଦୃଶ୍ୟ ଉପଭୋଗ କରିବା ପାଇଁ ଶିକାରାରେ ବସିଛନ୍ତି । ନଈ ମଝିରେ ଶିକାରା ଧୀରେ ଧୀରେ ଆଗେଇ ଚାଲିଥିଲା । ସେହି ସମୟରେ ସେ ଦେଖୁଥିଲେ ଶ୍ରୀନଗରର ବିଭିନ୍ନ ଦୃଶ୍ୟକୁ । କ୍ରମଶଃ ଦିବସ ସମୟ ଅତିକ୍ରାନ୍ତ ହେଲାପରେ ସନ୍ଧ୍ୟା ସମୟ ଆସିଛି । ଆକାଶକୁ ଚାହିଁ ଲେଖକ ଦେଖୁଛନ୍ତି ବିରଳ ମେଘ ।

ମେଘ ଉପରେ ଆକାଶ ଏବଂ ଆକାଶ ଉପରେ ମେଘ । ସବୁକିଛି ମିଶାମିଶି ହୋଇ ରହିଛି | ସୂର୍ଯ୍ୟ କ୍ରମଶଃ ନଦୀଜଳକୁ ନଇଁପଡ଼ିଲା ପରି ନିକଟତର ହେଲେ । ଫଳରେ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ଆଭା ପ୍ରତିଫଳିତ ହୋଇପଡ଼ିଲା, ଝେଲମ୍ ନଦୀର ନୀଳ ଜଳରାଶି ଉପରେ । ସେହି ଦୃଶ୍ୟକୁ ଲେଖକ ମାନବୀୟ ରୂପଦେଇ ଲେଖୁଛନ୍ତି, ‘ସନ୍ଧ୍ୟା ଢେଉ ଉପରେ ଗୋଲାପି ପାଦ ପକାଇ, ସତେ ଅବା ଆମ ଆଡ଼କୁ ଆସିଲା । ପୁଣି ତା’ର ସୁନେଲି ହାତର କୁହୁକ ସ୍ପର୍ଶରେ ଶକରାରେ ଯାଉଥିବା ଲେଖକଙ୍କ ମନକୁ ଚକିତ ଚଞ୍ଚଳ କରିଦେଲା ।

ସୂର୍ଯ୍ୟକିରଣ ପଡ଼ିବାରୁ ମନେହେଲା, ସତେଯେପରି ସୁବର୍ଣ୍ଣସ୍ରୋତରେ ସୁବର୍ଣ୍ଣତରୀ । ସେହି ସୁବର୍ଣ୍ଣ ତରୀରେ ବସିଲା ସନ୍ଧ୍ୟାସୁନ୍ଦରୀ ଠିକ୍ କାଶ୍ମୀରୀ କିଶୋରୀ ପରି ଅପରୂପା ଦେଖାଯାଉଥିଲା । ସନ୍ଧ୍ୟାସୁନ୍ଦରୀ ଇନ୍ଦ୍ରଜାଲ ବଳରେ ତା’ବାହୁକୁ ଲକ୍ଷେଗୁଣ କରି ଲମ୍ବାଇ ଦେଇଥିଲା । ସେ ସ୍ପର୍ଶ କରିଥିଲା ସୁଦୂର ଶୈଳକୁ । ବୃକ୍ଷେ ବୃକ୍ଷେ ଫୁଟାଇ ଦେଇଥିଲା ଅଗ୍ନିର ଫୁଲ | ତୁଷାରେ ତୁଷାରେ ଜାଳି ଦେଇଥୁଲା ଲୋହିତ ହୁତାଶକୁ ।

ମେଘରେ ବାଷ୍ପ ତୃଷାନଳ ପରି ଝଟକି ଉଠିଥିଲା । ପର୍ବତର ଶୃଙ୍ଗ ଉପରେ ମେଘ ନୂତନ ଶୃଙ୍ଗ ସୃଷ୍ଟି କରିଥିଲା ଏବଂ ପକ୍ଷୀର ସୁବର୍ଣ୍ଣକଳସ ଶୋଭାପାଉଥିଲା । ସେହି ଦୃଶ୍ୟକୁ ଦେଖୁ ଲେଖକ କହିଛନ୍ତି – ‘ସମଗ୍ର ବିଶ୍ବ ଯେପରି ସନ୍ଧ୍ୟାର ମହିମାରେ ମହିମାମୟ ହୋଇଉଠିଲା । ଶେଷରେ ହିମାଦ୍ରିର ସହସ୍ରଶୃଙ୍ଗକୁ ସିନ୍ଦୂରିତ କରି, ସୂର୍ଯ୍ୟ ବିନ୍ଦୁଟିଏ ହୋଇ ଅସ୍ତଗଲେ । ସୂର୍ଯ୍ୟ ଅସ୍ତହେବାରୁ ଶ୍ରୀନଗର ଆକାଶ ଅଜସ୍ର ତାରାରେ ବିମଣ୍ଡିତ ହେଲା । ଲେଖକ ସନ୍ଧ୍ୟାର ଆକାଶକୁ ଯେଭଳି ବର୍ଣ୍ଣନା କରିଛନ୍ତି, ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇପାରିଛି ।

(ଗ) ଏକ ସାର୍ଥକ ଭ୍ରମଣକାହାଣୀ ଭାବରେ ‘ଝେଲମ୍ ନଦୀରେ ସନ୍ଧ୍ୟା’ର ବିଚାର କର।
Solution:
ବିଭିନ୍ନ ସ୍ଥାନ ଓ ବିଭିନ୍ନ ଦେଶ ଭ୍ରମଣ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ । ମାତ୍ର ମଣିଷ ଚାହେଁ ବିଭିନ୍ନ ପ୍ରଦେଶ ବା ଦେଶ ସମ୍ବନ୍ଧରେ ଜାଣିବାକୁ । ବିଭିନ୍ନ ଦେଶର ଖବର ସହିତ ପରିଚିତ ହେବାକୁ । ଅନ୍ୟଭାବରେ ପ୍ରକାଶ କଲେ ଗଭୀର, ସେତେବେଳେ ହିଁ ଭ୍ରମଣକାହାଣୀ ବା ସାହିତ୍ୟର ମୂଲ୍ୟକୁ ଜାଣି ହୋଇଥାଏ । ‘ଗଲି ଅଇଲି, ଯାହା ଦେଖୁଲି ତାହା କହିଲି’ ନ୍ୟାୟରେ ଭ୍ରମଣକାହାଣୀ ରଚିତ ହୋଇନଥାଏ। ଏଥରେ ସେହି ସ୍ଥାନର ଜୀବନନିର୍ବାହ ପ୍ରଣାଳୀ ସହିତ ତା’ର ଓ ଜାତୀୟ ଚରିତ୍ରର ପରିଚୟ ନିହିତ ଥାଏ ।

ଏହିସବୁ ଦୃଷ୍ଟିରୁ ଭ୍ରମଣ କାହାଣୀ ଲେଖକ ଡଃ. କୁଞ୍ଜବିହାରୀ ଦାଶଙ୍କ ‘ମୋ ‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଲେଖକ ପ୍ରଥମେ ଝେଲମ୍ ନଦୀକୁ ଖାଲି ଦେଖୁ ନାହାଁନ୍ତି, ବରଂ ତାହାର ବିଶେଷତାକୁ ମୂଲ୍ୟାୟନ କରିଛନ୍ତି । କାରଣ ଝେଲମ୍ ନଦୀ ପୂର୍ଣ୍ଣଜଳା ଓ ସୁନାବ୍ୟା । କାଶ୍ମୀରବାସୀ ଏହି ନଦୀକୁ ନେଇ ପ୍ରଶଂସାମୁଖର । ଏପରିକି ଝେଲମ୍ ନଦୀକୁ ବାଦେଲେ ଶ୍ରୀନଗରର ଶ୍ରୀଟିକୁ ବାଦ୍ ଦେବାକୁ ହେବ ବୋଲି ଲେଖକ କହିଛନ୍ତି । ଅଳ୍ପ କଥାରେ ଅଭିନୟ କରିଛି । ଶ୍ରୀନଗର କାଶ୍ମୀରର ହୃଦୟ, ଝେଲମ୍ ତା’ର ପ୍ରଧାନତମ ରକ୍ତବାହୀ ଧମନୀ ।’’

ସେହି ଝେଲମ୍ ନଦୀରେ ଲେଖକ ଭଡ଼ା ଶିକାରାରେ ଜଳଯାତ୍ରା କରିଛନ୍ତି । ସେଥ‌ିରେ ସେ ଶିକାରର ଦୃଶ୍ୟ ଓ ହାଁଜି (ନାଉରୀ)ର ପ୍ରସଙ୍ଗକୁ ଅବିକଳ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛନ୍ତି । ଶିକାରାଟି ନଈ ମଝିରେ ଧୀରେ ଧୀରେ ଗଲାବେଳେ ସେ ଦେଖୁଛନ୍ତି, ଦୁଇପଟର ଦୃଶ୍ୟକୁ । ସେହି ଦୃଶ୍ୟକୁ ଦେଖ୍, ସେଠାକାର ଭୌଗୋଳିକ ଅବସ୍ଥିତି ସମ୍ପର୍କରେ ପରିଚୟ ଦେଇଛନ୍ତି । ନଦୀର ଦୁଇପଟକୁ ଯୋଗସୂତ୍ର ରକ୍ଷା କରିବାପାଇଁ ସାତୋଟି ସେତୁ ରହିଛି । ସେହି ସେତୁଗୁଡ଼ିକର ନାମକରଣ, କେଉଁ ସେତୁ ସର୍ବପ୍ରାଚୀନ ଏବଂ କେବେ ହୋଇଥୁଲା, କେଉଁ ଶାସଙ୍କ ସମୟରେ କେଉଁ ସେତୁ ହୋଇଥିଲା, ସବୁର ବିବରଣୀ ସେ ଦେଇଛନ୍ତି । ସେହି ଅବସରରେ ସେ ଦେଖୁଛନ୍ତି ନୌକାରେ ବାସ କରୁଥିବା ପରିବାରକୁ । ସେହି ପରିବାର ବାହାରଜଗତ ସହିତ ମିଶିପାରୁ ନାହାଁନ୍ତି ବୋଲି, ସହାନୁଭୂତିପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି । ନାଟକୀୟ ଭାବ ପ୍ରକାଶ କରି ଲେଖୁଛନ୍ତି – ‘ଘରଣୀ ହାଉସ୍‌ବୋଟ୍ ଓଳାଉଛି, ଉତ୍ତର ଦିଗକୁ ଅନାଉଛି, ବେଳ ବୁଡ଼ିଲା, ‘ସେ କାହିଁକି ଆସିଲେ ନାହିଁ ???

ସେହି ଜଳଯାତ୍ରା ସମୟରେ ଶ୍ରୀନଗର ଆକାଶରେ ସନ୍ଧ୍ୟା ଆସିଛି । କାଶ୍ମୀରର ପର୍ବତମାଳ ଓ ଝେଲମ୍ବର ଜଳରାଶି ଅପୂର୍ବ ଶୋଭାରେ ବିମଣ୍ଡିତ ହୋଇଛି । ଅସ୍ତଗାମୀ ସୂର୍ଯ୍ୟଙ୍କର ଲାଲ କିରଣର ଯାଦୁକାରୀ ସ୍ପର୍ଶ, ସେହି ସ୍ଥାନକୁ କିପରି ବିଚିତ୍ର କରିଦେଇଛି ତାହାକୁ କବିସୁଲଭ ଭାବନେଇ ସେ ବର୍ଣ୍ଣନା କରିଛନ୍ତି । ଶେଷରେ ସନ୍ଧ୍ୟା ଆସିଲାପରେ, ତାଙ୍କର ଶିକାରା ଯେତେବେଳେ ଫେରିଛି, ସେତେବେଳେ ସେ ହାଁଜି (ନାଉରୀ)ଠାରୁ, ସେଠାକାର ଲୋକଗଳ୍ପ ଶୁଣିଛନ୍ତି ଓ ତାହାକୁ ସୁନ୍ଦର ଏହିସବୁ ଦୃଷ୍ଟିରୁ ବିଚାରକଲେ, ‘ଝେଲମ୍ ନଦୀରେ ସନ୍ଧ୍ୟା’ ଏକ ସାର୍ଥକ ଭ୍ରମଣକାହାଣୀ ବୋଲି ବୁଝିବାକୁ ହେବ ।

(ଘ) ବୁଦ୍ଧି ହେଉଛି ବଳ, ପଠିତ ରଚନାରୁ ଏହାର ସତ୍ୟତା ବିଚାର କର ।
Solution:
‘ଝେଲମ୍ ନଦୀରେ ସନ୍ଧ୍ୟା’ରେ ଲେଖକ ଡଃ. କୁଞ୍ଜବିହାରୀ ଦାଶ ନିଜର ଭ୍ରମଣ ବୃତ୍ତାନ୍ତ ବର୍ଣ୍ଣନା ଅବକାଶରେ, ସେ ସେଠାକାର ଗୋଟିଏ ଲୋକକାହାଣୀ ଶୁଣିବାର ସୁଯୋଗ ପାଇଛନ୍ତି । ଭାବପୂର୍ଣ୍ଣ ମଣିଷ ଯେତେବେଳେ, ଭାବକୁ ଦେଖେ ସେ ବିଭୋର ହୋଇଯାଏ । ସେହି ଭାବକୁ ସୁନ୍ଦର ଭାବରେ, ଆକର୍ଷଣୀୟ ବର୍ଣ୍ଣନା ଚାତୁରୀରେ ଅନ୍ୟ ନିକଟରେ ପ୍ରକାଶ କରେ । ଡଃ. କୁଞ୍ଜବିହାରୀ ଦାଶ ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଅସଂଖ୍ୟ ଲୋକଗୀତ ଓ କାହାଣୀ ସଂଗ୍ରହ କରି ସମ୍ପାଦନା କରିଛନ୍ତି । ତେଣୁ ଅନ୍ୟ ସ୍ଥାନର ଲୋକକାହାଣୀ ତାଙ୍କ ମନରେ ଯଥେଷ୍ଟ ଆନନ୍ଦ ଦେଇଛି । ଅନେକ ଲୋକ କାହାଣୀର ନିର୍ଯ୍ୟାସ ହେଉଛି ‘ବୁଦ୍ଧି ହେଉଛି ବଳ’ । ଶାରୀରିକ ବଳ ଅପେକ୍ଷା ବୁଦ୍ଧି ବଳରେ ମଣିଷ ଅନେକ ସମସ୍ୟାକୁ ସମାଧାନ କରିପାରେ । ଶାରୀରିକ ବଳ ପ୍ରୟୋଗ ନକରି, ବୁଦ୍ଧି ବଳରେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ ।

ଆଲୋଚ୍ୟ ଭ୍ରମଣ କାହାଣୀରେ ଯେଉଁ ଲୋକ କାହାଣୀକୁ ପ୍ରସଙ୍ଗକ୍ରମେ ଉପସ୍ଥାପନ କରାଯାଇଛି, ସେଥୁରେ ସେହି ବିଷୟ, ଲେଖକ ଝେଲମ୍ ନଦୀରେ ଶିକାରାରେ ବସି ଶ୍ରୀନଗର ଦୃଶ୍ୟ ଉପଭୋଗ କରିଥିଲେ । ସନ୍ଧ୍ୟାପରେ ସେ ପୁଣି ଫେରିଆସିଲେ । ଫେରିବା ବାଟରେ ହାଁଜି (ନାଉରୀ)କୁ ତାଙ୍କ ଦେଶର କାହାଣୀଟିଏ କହିବାକୁ କହିଲେ । ହାଁଜି ତାଙ୍କ ଦେଶର ‘ଦୁଇ ସଙ୍ଗୀତ’ କଥାକୁ ବନେଇ ଚୁନେଇ କହିଲା । ସେଥ‌ିରେ ନିର୍ଯ୍ୟାସ ଥିଲା, ବୁଦ୍ଧି ବଳରେ ସବୁକିଛି ସମସ୍ୟାକୁ ରାଜାପୁଅ ଓ ମନ୍ତ୍ରୀପୁଅ । ଦୁହେଁ ସଙ୍ଗାତ । ସେମାନଙ୍କ ମଧ୍ୟରେ ସମ୍ପର୍କ ଅଭେଦ । ଥରେ ରାଜାପୁଅ ଏକ ରାଜଜେମାକୁ ନପାଇଲେ ସେ ବଞ୍ଚିପାରିବ ନାହିଁ ।

ମନ୍ତ୍ରୀପୁଅ ରାଜାପୁଅର ସ୍ଵପ୍ନ ଅନୁସାରେ, ରାଜଜେମା ସନ୍ଧାନରେ ବାହାରିଗଲେ । ସେମାନେ ଲୁଚିଲୁଚି ଦେଖ‌ିଲେ ରାଜଜେମାକୁ । ରାଜଜେମାକୁ କିପରି ପାଇହେବ ସେଥ‌ିପାଇଁ ମନ୍ତ୍ରୀପୁଅ ବିଭିନ୍ନ ଉପାୟ କଲା । ମନ୍ତ୍ରୀପୁଅ ରାଜାପୁଅକୁ ନିରାପଦ ସ୍ଥାନରେ ରଖ୍ ପିଠାବିକାଳି ଘରେ ରହିଲା । ପିଠାକରି ରାଜଜେମା ପାଖକୁ ପଠାଇଲା । ରାଜଜେମା ସହିତ ଦେଖାକରିବାକୁ ସେ ସ୍ତ୍ରୀ ବେଶରେ ଉଆସରେ ପହଞ୍ଚିଲା । ରାଜଜେମାକୁ ରାଜାପୁଅ କଥା ସେ ରାଜଜେମାକୁ ରାଜାପୁଅ ସହିତ ମିଶାଇଦେଲା । ମାତ୍ର ରାଜାପୁଅ ଓ ରାଜଜେମା କଟୁଆଳ ନଜରରେ ଧରାପଡ଼ି କଏଦୀ ଗୃହରେ ରହିଲେ । ମନ୍ତ୍ରୀପୁଅ ବୁଦ୍ଧିବଳରେ ବୁଢ଼ୀବେଶ ଧାରଣ କରି, କଏଦୀମାନଙ୍କୁ ପିଠା ଦେବାକଥା ଜଗୁଆଳିଙ୍କୁ କହିଲା । ଜଗୁଆଳିଙ୍କ ପାଖରୁ ଯାଇ, ବୁଢ଼ୀବେଶରେ ଭିତରକୁ ଗଲା ଓ ଜେମା ବୁଢ଼ୀ ବେଶରେ ବାହାରକୁ ଗଲେ । ସେମାନଙ୍କୁ କେହି ଚିହ୍ନିଲେ ନାହିଁ ।

ରାଜାଙ୍କ ପାଖରେ କଟୁଆଳ କଥା ମିଛ ହେଲା । ରାଜାପୁଅ ଓ ମନ୍ତ୍ରୀପୁଅଙ୍କୁ ମୁକ୍ତି ମିଳିଲା । ରାଜଜେମାଙ୍କ ବିବାହ ପରେ ମନ୍ତ୍ରୀପୁଅ ପୁଣି, ଅଧାବାଟରେ ରାଜଜେମା ବେଶଧରି ପାଲିଙ୍କିରେ ବସିଲା ଓ ରାଜଜେମାଙ୍କୁ ସେଠାରୁ ମୁକାଳିଦେଲା । ରାଜାର ଭଉଣୀ ସାଙ୍ଗରେ ମନ୍ତ୍ରୀପୁଅ ଆଳାପ କରି, ତା’ର ମନ କିଣିନେଲା । ଅନ୍ଧାର ଦେଖ୍
ହେଲା । ମନ୍ତ୍ରୀପୁଅ ବୁଦ୍ଧିବଳରେ ନିଜ ସଙ୍ଗାତକୁ ରାଜଜେମା ଦେବା ସହିତ ନିଜେ ରାଜାଙ୍କ ଭଉଣୀକୁ ବିବାହ କଲା ।

CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା

(ଙ) ଲେଖକଙ୍କୁ ଅନୁସରଣ କରି ଝେଲମ୍ ନଦୀରେ ସନ୍ଧ୍ୟାର ଦୃଶ୍ଯ ନିଜ ଭାଷାରେ ଲେଖ ।
Solution:
ପ୍ରଫେସର କୁଞ୍ଜବିହାରୀ ଦାଶଙ୍କର ‘ମୋ ସ୍ବପ୍ନର କାଶ୍ମୀର’ ଏକ ଉଲ୍ଲେଖଯୋଗ୍ୟ ଭ୍ରମଣ ପୁସ୍ତକ । ଆଲୋଚ୍ୟ ‘ଝେଲମ୍ ନଦୀରେ ସନ୍ଧ୍ୟା’ ‘ମୋ ସ୍ବପ୍ନର କାଶ୍ମୀର’ ଭ୍ରମଣ ଗ୍ରନ୍ଥର ଅଂଶବିଶେଷ । ଝେଲମ୍ ନଦୀରେ ନୌବିହାର କରିବାପାଇଁ ସେ ଫେରିଛନ୍ତି । ସ୍ରୋତର ପ୍ରତିକୂଳରେ ଶିକାରା ଆସିବାରୁ, ତା’ର ଗତିଧୀର ହୋଇଛି। ଉତ୍ତୀର୍ଣ୍ଣ ସନ୍ଧ୍ୟାର ଅନ୍ଧକାର ଓ କହିବାକୁ କହିଛନ୍ତି । ହାଁଜି ନିଜକୁ ମୁର୍ଖ କହିଲେ ବି, ପିଲାଦିନେ ବାପା ମା’ଙ୍କଠାରୁ ଶୁଣିଥିବା ଗଳ୍ପକୁ ଅତି ଭାବପୂର୍ଣ୍ଣ ଭାବରେ ଦୁଇ ସଙ୍ଗାତ, ରାଜାପୁଅ ଓ ମନ୍ତ୍ରୀପୁଅ । ରାଜାପୁଅ ସ୍ଵପ୍ନରେ ରାଜଜେମାକୁ ଦେଖୁଛି । ସେହି ରାଜଜେମାକୁ ପାଇବା ପାଇଁ ମନ୍ତ୍ରୀପୁଅକୁ କହିଛି ରାଜାପୁଅ । ମନ୍ତ୍ରୀପୁଅ ଓ ରାଜାପୁଅ ଦୁହେଁ ରାଜଜେମା ସନ୍ଧାନରେ ବାହାରି ଯାଇଛନ୍ତି । ନିଜର ବିବାହ ହୋଇଛି । ଗପ ଶେଷ ହେଲା । ଶିକାରା ଲାଗିଲା ଗଣପତି ଘାଟରେ । ସେତିକି ବାଟ କେମିତି କଟିଗଲା ଜାଣି ହେଲାନାହିଁ । ଏଥୁରୁ ସ୍ପଷ୍ଟ ହୁଏ ଯେ ଗଳ୍ପ ହିଁ ମଣିଷର କ୍ଳାନ୍ତିକୁ ଦୂର କରିଥାଏ ।

(ଛ) ‘ଝେଲମ୍ ନଦୀରେ ସନ୍ଧ୍ୟା’ର ନାମକରଣଗତ ସାର୍ଥକତା ପ୍ରତିପାଦନ କର ।
Solution:
ଭ୍ରମଣ କାହାଣୀ ସ୍ରଷ୍ଟା କୁଞ୍ଜବିହାରୀ ଦାଶଙ୍କର ‘ମୋ ସ୍ଵପ୍ନର କାଶ୍ମୀର’ ଏକ ଉଲ୍ଲେଖଯୋଗ୍ୟ ଗ୍ରନ୍ଥ । ଏହାର ଅନ୍ୟତମ ପର୍ଯ୍ୟାୟ ‘ଝେଲମ୍ ନଦୀର ସନ୍ଧ୍ୟା’ । ଲେଖକ ଦାଶ ଝେଲମ୍ ନଦୀରେ ଶିକାରା ଯୋଗୁ ନୌବିହାର କରିବା ଅବସରରେ ସନ୍ଧ୍ୟା ଉପନୀତ ହୋଇଛି । ସନ୍ଧ୍ୟାର ଅପରୂପ ଶୋଭା ଦେଖୁ ସେ ବିମୋହିତ ହୋଇଛନ୍ତି । କବିସୁଲଭ ଭାବନେଇ ସେ ସନ୍ଧ୍ୟାକୁ, ପ୍ରକୃତିର ଏକ ପରିବର୍ତ୍ତନ ବୋଲି ବିଚାର ନକରି ବରଂ ମାନବୀୟ ରୂପ ଦେଇଛନ୍ତି । ସୁତରାଂ ସନ୍ଧ୍ୟା ସମୟରେ ସେ ଦେଖୁଛନ୍ତି, କାଶ୍ମୀର ଆକାଶକୁ । ଆକାଶର ବିରଳ ମେଘକୁ । ମେଘ ପରେ ଆକାଶ ଓ ଆକାଶ ପରେ ମେଘ ମିଶାମିଶି ହୋଇ ରହିଛନ୍ତି । ସେହି ସମୟରେ ସୂର୍ଯ୍ୟ ନଦୀର ଜଳ ନିକଟକୁ ନଇଁ ନଇଁ ଆସିଛନ୍ତି ।

କରିଛନ୍ତି । ସେହି ଦୃଶ୍ୟକୁ ମାନବୀୟ ମୂଲ୍ୟଦେଇ ସେ ଲେଖୁଛନ୍ତି – ‘ତରଳ ସୁବର୍ଣ୍ଣ ସ୍ରୋତରେ ସୁବର୍ଣ୍ଣ ତରୀ, ସେଥୁରେ ବସିଲା ସନ୍ଧ୍ୟା ।’’ ସନ୍ଧ୍ୟାର ସେହି ରୂପକୁ ସେ କାଶ୍ମୀରୀ କିଶୋରୀ ପରି ସୁନ୍ଦରୀ ଭାବରେ ପରିକଳ୍ପନା କରିଛନ୍ତି । ସନ୍ଧ୍ୟାସୁନ୍ଦରୀ ଯାଦୁକର ପରି କଳା କୌଶଳରେ ତା’ର ବାହୁକୁ ପ୍ରସାରିତ କରିଦେଲା ସୁଦୂର ଶୈଳକୁ । ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତମ ଆଭା ବା ସନ୍ଧ୍ୟାସୁନ୍ଦରୀର କୁହୁକ ବୃକ୍ଷେ ବୃକ୍ଷେ ଫୁଟାଇ ନେଲା ଅଗ୍ନିର ଫୁଲ । ତୁଷାରର ଉପରିଭାଗରେ ଲୋହିତ ହୁତାଶ ଜାଳିଦେଲା ପରି ମନେହେଲା ।

ମେଘର ବାଷ୍ପ ତୃଷାନଳ ପରି ଝଟକି ଉଠିଲା । ଶୃଙ୍ଗେ ଶୃଙ୍ଗେ ମେଘ ଶୃଙ୍ଗ ସୃଷ୍ଟିକଲା । ଚିନାର ଆଉ ସଫେଦା ବୃକ୍ଷ ଉପରେ ପକ୍ଷୀର ସୁବର୍ଣ୍ଣ କଳସ ଦେଖାଦେଲା । ସେହି ଦୃଶ୍ୟକୁ ଦେଖ‌ିଲେ ମନେହେଲା, ସତେ ଯେପରି ସମଗ୍ର ବିଶ୍ବ ସନ୍ଧ୍ୟା ମହିମାରେ ହେଲା ମହିମାନ୍ଵିତ । ଯେଉଁ ପଶ୍ଚିମଦିଗ ରକ୍ତିମ ଆଭାରେ ଚଳଚଞ୍ଚଳ ଦେଖାଯାଉଥିଲା, ସୂର୍ଯ୍ୟବୁଡ଼ିଲା ବେଳକୁ ତାହା କ୍ରମଶଃ କମି ଆସିଲା । ହିମାଦ୍ରିର ସହସ୍ର ଶୃଙ୍ଗକୁ ସିନ୍ଦୂରିତ କରି ଶେଷରେ ସୂର୍ଯ୍ୟ ଗୋଟିଏ ଏହି ବର୍ଣ୍ଣନାରୁ, ‘ଝେଲମ୍ ନଦୀରେ ସନ୍ଧ୍ୟା’ର ନାମକରଣ ସାର୍ଥକ ବୋଲି ମନେ ହୋଇଥାଏ ।

(କ) ଲେଖକ ପରିଚିତି :
ପ୍ରଗତିଯୁଗର ଜଣେ ବିଶିଷ୍ଟ କବି ଭାବରେ ଡ଼କ୍ଟର କୁଞ୍ଜବିହାରୀ ଦାଶ ଥିଲେ ପରିଚିତ । ସେ ଥିଲେ ଏକାଧାରରେ କବି, ପ୍ରାବନ୍ଧିକ, ସମାଲୋଚକ, ଆତ୍ମଜୀବନୀକାର, ଭ୍ରମଣ ବୃତ୍ତାନ୍ତ ଲେଖକ, ଶିଶୁ ସାହିତ୍ୟିକ, ଔପନ୍ୟାସିକ ଓ ପ୍ରବୀଣ ଅଧ୍ୟାପକ । ସେ ଓଡ଼ିଆ ସାହିତ୍ୟର ଜଣେ ନିରଳସ ସାଧକ ଥିଲେ । ଲୋକରତ୍ନ କୁଞ୍ଜବିହାରୀ ୧୯୧୪ ମସିହାରେ ପୁରୀ ଜିଲ୍ଲାର ରେଞ୍ଚ ଶାସନରେ ଜନ୍ମଗ୍ରହଣ କରିଥିଲେ । ସେ ରେଭେନ୍ସା କଲେଜରୁ ଏମ୍. ଏ. ପାଶ୍ କରି ଓଡ଼ିଆ ଓ ସଂସ୍କୃତ ଉଚ୍ଚତର ଗବେଷଣା କରି ପି.ଏଚ୍.ଡ଼ି. ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ସେ ବିଶ୍ବଭାରତୀ ବିଶ୍ଵବିଦ୍ୟାଳୟରେ ଶେଷରେ ରେଭେନ୍ସା ମହାବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ ଏବଂ ସେହିଠାରୁ ହିଁ ସେ କାର୍ଯ୍ୟରୁ ଅବସର ନେଇଥିଲେ । ୧୯୯୪ ମସିହାରେ, ୮୦ ବର୍ଷ ବୟସରେ ତାଙ୍କର ମହାପ୍ରୟାଣ ହୋଇଥିଲା ।

ଡକ୍ଟର ଦାଶ ଓଡ଼ିଆ ସାହିତ୍ୟରେ ଜଣେ ନିରଳସ କବି ଭାବରେ ପରିଚିତ । ସେ ପ୍ରାୟ ୧୯୩୨-୩୩ ମସିହାଠାରୁ କବିତା ଲେଖାରେ ମନୋନିବେଶ କରିଥିଲେ ହେଁ ତତ୍‌କାଳୀନ ପ୍ରଗତିବାଦୀ ଭାବଧାରାରୁ ଯଥାସମ୍ଭବ ଦୂରେଇ ରହିଥିଲେ । ସେ ନିଜର ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ନେଇ କବିତା ଲେଖିଥିଲେ । ସେ ନିଜର ସୃଷ୍ଟି ସମ୍ପର୍କରେ କହିଛନ୍ତି – ‘ପ୍ରଗତି ବା ପରମ୍ପରା, କେଉଁଟି ମୋର ଅବହେଳାର ବସ୍ତୁ ହୋଇନାହିଁ । ନୂତନତାକୁ ଭଲପାଏ;

କିନ୍ତୁ ତା’ନିକଟରେ କେବେ ଆତ୍ମସମର୍ପଣ କରିନାହିଁ । ସେହିପରି ପ୍ରାଚୀନ କେବେ ମୋର ଆରାଧ୍ୟ ହୋଇନାହିଁ, ଯଦିବା ନମସ୍ୟ । ତେଣୁ ନଭାବି ନଚିନ୍ତି କେବଳ ନୂତନତାର ମୋହରେ ଯେ କୌଣସି ଅପାଂକ୍ତେୟ ଶବ୍ଦ ବା ଦୁର୍ବୋଧ୍ୟ ଚିତ୍ରକଳ୍ପ ବ୍ୟବହାର କରିବାର ସାହସ କରିନାହିଁ ।’’ (କୁଞ୍ଜବିହାରୀ ସଞ୍ଚୟନ – ୧ ମଭାଗ -ମୁଖବନ୍ଧ) ତାଙ୍କର ସାମଗ୍ରିକ କବିତା ସୃଷ୍ଟିକୁ ଜାତୀୟତାବାଦୀ ଚେତନା, ପଲ୍ଲୀପ୍ରାଣତା, ବେଦନା ଓ ସଂକଳନଗୁଡ଼ିକ ହେଉଛି– ‘ଛିନ୍ନହସ୍ତା’, ‘ପ୍ରଭାତୀ’, ‘ବୀରଶ୍ରୀ’, ‘ନବମାଳିକା’, ‘ମାଟି ଓ ଲାଠି’, ‘କଙ୍କାଳର ଲୁହ’, ‘ସେ ଏକ ଲୋମଶ ନୀଳ ହାତ’, ‘କଳକଲ୍ଲୋଳ’, ‘ଡୁଡୁମା’, ‘ବାଗ୍ରା’, ‘ଅପରାହ୍ନର କେତୋଟି ସ୍ଵର’ ଇତ୍ୟାଦି । ତୁଳସୀ’, ‘କି କଥା ? କଲିକତା’ ଓ ‘ରାମାୟଣ’ । ସେ କେତେକ ଗଳ୍ପ ରଚନା କରିଥିଲେ । ସେହି ଗଳ୍ପଗୁଡ଼ିକ ‘ହସକାନ୍ଦର ଗଳ୍ପ’ ସଂକଳନ ଭାବରେ ସଂକଳିତ ହୋଇଛି ।

ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ଡଃ ଦାସ ବିଭିନ୍ନ ସମୟରେ ଛାତ୍ରମାନଙ୍କୁ ନେଇ, ଭାରତର ଅନେକ ସ୍ଥାନ ପରିଭ୍ରମଣ କରିଥିଲେ । ସେହି ପରିଭ୍ରମଣରୁ ଯେଉଁ ଅଭିଜ୍ଞତା ଲାଭ କରିଥିଲେ ତାହାକୁ ତାଙ୍କର ଅମର ଲେଖନୀ ମାଧ୍ୟମରେ କଳାତ୍ମକ ଭାବରେ ପ୍ରକାଶ କରିଥିଲେ । ପୁନଶ୍ଚ ସେ ଭାରତ ବାହାରେ ମଧ୍ୟ ପରିଭ୍ରମଣ କରିବାର ସୁଯୋଗ ପାଇଥିଲେ । ତାଙ୍କର ଭ୍ରମଣ ଅନୁଭୂତିକୁ ସେ ‘ଲଙ୍କାଯାତ୍ରୀ’, ‘ମୋ ସ୍ଵପ୍ନର କାଶ୍ମୀର’, ‘ପଥ ଓ ପଥକ’, ‘ୟୁରୋପରୁ ଆମେରିକା, ଆଫ୍ରିକା’, ‘ଦୁଇ ଦିଗନ୍ତର ଆକାଶ’ ଓ ‘ପୁନଶ୍ଚ ଆମେରିକା’ ପ୍ରଭୃତି ପୁସ୍ତକରେ ପ୍ରକାଶ କରିଛନ୍ତି । ସେ ନିଜର ବିଦେଶ ଭ୍ରମଣ ଅନୁଭୂତିକୁ ସାଧାରଣ ଭାବେ ପ୍ରକାଶ ନକରି, ସୁଖପାଠ୍ୟ ଓ ରସୋତ୍ତୀର୍ଣ୍ଣ କରି ଗଢି ତୋଳିବାର ପ୍ରୟାସ କରିଛନ୍ତି । ଭ୍ରମଣ କାହାଣୀ ପୁସ୍ତକର ଭାଷା ଅତି ସହଜ ଓ ସରଳ ।

ଉପସ୍ଥାପନ ଖୁବ୍‌ ସ୍ବାଭାବିକ, ଯାହାକି ପ୍ରତ୍ୟେକ ପାଠକ ନିକଟରେ ଆଦୃତ ହୋଇପାରିବ । ସେ ‘ମୋ କାହାଣୀ’ ଆତ୍ମଜୀବନୀ ଗ୍ରନ୍ଥ ଲେଖି ୧୯୭୯ ମସିହାରେ, କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଛନ୍ତି । ସେ ନିଜର ଦୀର୍ଘ ଜୀବନକାଳ ମଧ୍ୟରେ, ଯେଉଁ ଅସୁମାରୀ ଲେଖା ସୃଷ୍ଟି କରି ଯାଇଥିଲେ ସେଗୁଡ଼ିକ ‘କୁଞ୍ଜ ବିହାରୀ ଗ୍ରନ୍ଥାବଳୀ’ ଭାବେ ଗ୍ରସ୍ତୁତ ହୋଇଛି । ଆଲୋଚ୍ୟ ପ୍ରବନ୍ଧଟି ତାଙ୍କର ‘ମୋ ସ୍ଵପ୍ନର କାଶ୍ମୀର’ ଭ୍ରମଣ କାହାଣୀରୁ ଉଦ୍ଧୃତ ।

(ଖ) ପ୍ରବନ୍ଧର ସାରକଥା :
ଆଲୋଚ୍ୟ ପ୍ରବନ୍ଧଟି ଏକ ପ୍ରବନ୍ଧ ନୁହେଁ ବରଂ ଏହା ଏକ ଭ୍ରମଣ ଅନୁଭୂତିମୂଳକ ବର୍ଣ୍ଣନା । ଏହାର ଶୀର୍ଷକ ହେଉଛି ‘ଝେଲମ୍ ନଦୀରେ ସନ୍ଧ୍ୟା’ । ଏଥ‌ିରେ ଗଦ୍ୟ ଲେଖକ ଜଣେ ପ୍ରକୃତିପ୍ରେମୀ ଓ କବିସୁଲଭ ଭାବନେଇ ଝେଲମ୍ ନଦୀକୁ ସନ୍ଧ୍ୟା କରିବାର ସେ ସୁଯୋଗ ପାଇଛନ୍ତି । କାରଣ ସେ ଏକ ଛୋଟ ଡଙ୍ଗାରେ ଝେଲମ୍ ନଦୀରେ ଭାସି ଭାସି ଯାଉଛନ୍ତି ଓ ନାଉରିଆ ପ୍ରାଣବିଦଗ୍ଧ ସାହିତ୍ୟିକ । ସୁତରାଂ ଲୋକକାହାଣୀଟିକୁ ସେ ଅତି ସୁନ୍ଦର ଭାବରେ କାହାଣୀ କହିଲାଭଳି ଲେଖିଛନ୍ତି ।

ରହିଛି କାଶ୍ମୀରର ଶ୍ରୀନଗର । ତେଣୁ ସେ ଝେଲମ୍ ନଦୀକୁ ଶ୍ରୀନଗରର ମା’ଭାବରେ ସମ୍ବୋଧନ କରିଛନ୍ତି । ମା’କୋଳରେ ପିଲାମାନେ ଯେପରି ନିରାପଦ ଓ ସୁସ୍ଥରେ ରହିଥାନ୍ତି, ଠିକ୍ ସେହିପରି, ଝେଲମ୍ ମା’ କୋଳରେ ଶ୍ରୀନଗରବାସୀ, ଲାଳିତ ପାଳିତ । ଏହି ନଦୀର କଳକଳ ଧ୍ଵନି ସେମାନଙ୍କ ଜୀବନକୁ କରେ ସ୍ମୃତିବନ୍ତ ଓ ଜୀବନ୍ତ । ପୁଣି ଏହି ନଦୀ ସଦାସର୍ବଦା ଜଳ ପରିପୂର୍ଣ୍ଣା ଓ ସୁନାବ୍ୟା । ତେଣୁ ସମଗ୍ର କାଶ୍ମୀରବାସୀ ଏହି ନଦୀର ବହୁ ପ୍ରଶଂସା କରିଥାନ୍ତି । ଓଡ଼ିଶାରେ ଅପ୍ରଶସ୍ତ ବୁଢ଼ାବଳଙ୍ଗ ପରି ଝେଲମ୍ ନଦୀର ଆକାର ଅପ୍ରଶସ୍ତ । ମାତ୍ର ଜଳ ପରିଷ୍କାର ଓ ଗାଢ଼ ନୀଳବର୍ଣ୍ଣର । ଏହି ନଦୀ ବଙ୍କେଇ ବଙ୍କେଇ ବୁଲି ବୁଲି ସମଗ୍ର ଶ୍ରୀନଗର ଅଞ୍ଚଳକୁ ସ୍ପର୍ଶ କରିଛି । ମୋଟ ଉପରେ ଏହି ଝେଲମ୍ ନଦୀକୁ ବାଦ୍ ଦେଲେ ଶ୍ରୀନଗରର ‘ଶ୍ରୀ’ ଟିକୁ ବାଦ୍ ଦେବାକୁ ହେବ ।

ଏହାକୁ ଲେଖକ ଆକର୍ଷଣୀୟ କରିବାକୁ ଯାଇ ଲେଖିଛନ୍ତି – ‘କାଶ୍ମୀର ରଙ୍ଗମଞ୍ଚର ପ୍ରଧାନ ନର୍ତ୍ତକୀ ଭୂମିକାରେ ସେ ଅଭିନୟ କରିଛି । ଶ୍ରୀନଗର କାଶ୍ମୀରର ହୃଦୟ, ଝେଲମ୍ ତା’ର ପ୍ରଧାନତମ ରକ୍ତବାହୀ ଧମନୀ ।’’ ସେହି ଶ୍ରୀନଗରର ସମସ୍ତ ଶୋଭାକୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଲେଖକ ଝେଲମ୍ ନଦୀରେ କରିଛନ୍ତି ଜଳଯାତ୍ରା । ସେଠିକାର ବ୍ୟବସ୍ଥା ଅନୁଯାୟୀ ଲେଖକ ଓ ତାଙ୍କର ସାଥୀମାନେ ଗୋଟିଏ ‘ଶିକାରା’ (କାଶ୍ମୀରର ଛୋଟ ନୌକା)

ଭଡ଼ାରେ ନେଇଥିଲେ । ସେହି ଶିକାରାରେ ରହିଥିଲା ଦୁଇଟି ସଂଲଗ୍ନ ଚୌକୀ । ସେହି ଚୌକୀରେ ମଖମଲ ଗଦି ପଡ଼ିଥିଲା, ଯେଉଁଥରେ ସହଜରେ ଚାରିଜଣ ବସି ଯାତ୍ରା କରିପାରିବେ । ସେହି ଚୌକୀ ମୁଣ୍ଡ ଉପରେ ଆବରଣ କରି ରହିଥିଲା, ଚିତ୍ରବିଚିତ୍ର ଚାନ୍ଦୁଆ । ଚାନ୍ଦୁଆ ଯେଉଁ ଖମ୍ବରେ ବନ୍ଧା ଯାଇଥିଲା, ସେହି ଖମ୍ବଗୁଡ଼ିକ ନାଲି, ନେଳି ହଳଦିଆ ରଂଗର କାଗଜ ଗୁଡ଼ା ହୋଇଥିଲା । ସେଥ‌ିରୁ ଅଧେ ଅଧେ ପଦାକୁ ବାହାରି ପତାକା ପରି ଉଡୁଥିଲା । ସେହି ଶିକାରାକୁ ଚଳାଉଥୁଲା ସେଠାକର ନାଉରୀ, ଯାହାକୁ କୁହାଯାଉଥିଲା ହାଁଜି । ସେହି ହାଁଜି ଥିଲା ମୁସଲମାନ । ଚେହେରା ଥିଲା ଲମ୍ବା ଚଉଡ଼ା ପାଞ୍ଚ ହାତିଆ ମର୍ଦ୍ଦ । ମାତ୍ର ପିନ୍ଧା ଥିଲା ବଡ଼ ଅପରିଚ୍ଛନ୍ନ । ସେହି ହାଁଜି ଗଦିକୁ ଝାଡ଼ି ଲେଖକ ଓ ତାଙ୍କର ସାଥୀମାନଙ୍କୁ ବେଶ ଆଦର ସହକାରେ ବସାଇଲା ।

ସେହି ନଦୀରେ ଦେଖାଯାଉଥିଲା ବହୁ ଅଚଳନ୍ତି ହାଉସ ବୋଟ୍ । ସେହି ବୋଟ୍ ମଝିରେ ଚାଲିଥିଲା ଲେଖକଙ୍କର ଶିକାରା । ଶିକାରା ଚାଲିଲାବେଳେ ଗୋଟି ଗୋଟି ହୋଇ ଅନେକ ସୌଧ ଓ ଉଦ୍ୟାନସବୁ ପଛକୁ ରହିଯାଉଥିଲା । ନଦୀର ଦୁଇପଟେ ନଗରର ଦୁଇଅଂଶ ସଜାଡ଼ି ହେଲାପରି ରହିଥିଲା । ଦୁଇପଟର ଯୋଗସୂତ୍ର ରକ୍ଷା କରିବାପାଇଁ ସାତୋଟି ସେତୁ ଗଢ଼ା ଯାଇଥିଲା । ବିଭିନ୍ନ ସମୟରେ ବିଭିନ୍ନ ଶାସକ ଏହି ସେତୁସବୁ ନିର୍ମାଣ କରିଥିଲେ । ଲେଖକ ତାହାର ଏହି ସାତୋଟି ସେତୁକୁ ଅତିକ୍ରମ କରିବାକୁ ହେଉଥିଲା । ବଡ଼ ବଡ଼ ବ୍ୟାଙ୍କ, ବିଦ୍ୟାଳୟ, ହେଟେଲ୍, କଲେଜ, ମନ୍ଦିର, ମସ୍‌ଜିଦ୍, ଗୋଦାମ, କାରଖାନା, ଝେଲମ୍ କୂଳକୁ ଆବୋରି ରହିଥିଲା । ଫଳରେ ସବୁବେଳ ପାଇଁ ଯାତ୍ରୀ ଆଉ ବାଣିଜ୍ୟ ତରୀଗୁଡ଼ିକ ଏହି ନଦୀରେ ଯାତାୟାତ କରୁଥିଲା ।

ସ୍ଥାନେ ସ୍ଥାନେ କୂଳକୁ ଲାଗି ହାଉସ୍‌ଟରେ ଦୋକାନ ବସିଥିଲା । ସେଠାରେ କାର୍ପେଟ, ଶାଲ୍, କାଠ ଆଉ କାଗଜରେ ତିଆରି ବିବିଧ ଜିନିଷ ସଜା ହୋଇ ରହିଥିଲା । ଫଳରେ ଲୋକମାନେ ଶିକାରାରେ ଆସି ଜିନିଷପତ୍ର କିଣି ନେଉଥିଲେ । କେତେକ ସ୍ଥାନରେ ନୌକାରେ ଗୋଟିଏ ଗୋଟିଏ ପରିବାର ବାସ କରୁଥିଲେ । ବାହାର ଜଗତ ସହିତ ମିଶିବାର ସେମାନଙ୍କର କମ୍ ସୁଯୋଗ ରହୁଥିଲା । ଏହାକୁ ବର୍ଣନା କରି ଲେଖକ କହିଛନ୍ତି – ‘ଜଳ ଗୃହରେ ଛୋଟ ଛୋଟ ପିଲା ଖେଳୁଛନ୍ତି – ଭାଇ ସଙ୍ଗେ ଭଉଣୀ । ବଡ଼ ବିଚ୍ଛିନ୍ନ ଏ ଜୀବନ, ଚୌଦିଗରେ ଜଳଯାତ୍ରୀବାହୀ ନୌକା ବା ବୃହତ୍ ସୌଧ । ଘରଣୀ ହାଉସ୍‌ଟ୍ ଓଳାଉଛି । ଉତ୍ତର ଦିଗକୁ ଅନାଉଛି, ବେଳ ବୁଡ଼ିଲା, ‘ସେ’ କାହିଁକି ଆସିଲେ ନାହିଁ ।

ସେହି ନଦୀତୁଠରେ ବୁଢୀଟିଏ ପଥର ଉପରେ ଲୁଗା ଥୋଇ ପିଟଣାରେ ବାଡ଼େଇ ଲୁଗା ସଫା କରୁଥିଲା । କାରଣ ସେଠାରେ ଲୁଗାକଚା ସେହିଭଳି ହେଉଥିଲା । ହାତରେ ଥଣ୍ଡା ପାଣି ନଲାଗିବା ପାଇଁ ଏଭଳି ବ୍ୟବସ୍ଥା । ଲେଖକ ଦେଖିଥିଲେ, ଘାଟ ନୌକାରୁ ଖଲାସୀ ଜିନିଷପତ୍ର ଉଠାଇ ନେଉଥୁଲା, କୂଳରେ ବସି ପଠାଣ ବୁଢା ଧୂଆଁ ଖାଉଥିଲା । ସେହି ବୁଢ଼ାର ଦାଢ଼ି ଛାତିଯାଏ ଲମ୍ବିଥିଲା । ଛେଳି ଜଗୁଆଳ ପିଲା ଛେଳି ଅଡ଼ାଇ ନେଉଥିଲା । ପୋଲ ଉପରେ ଟାଙ୍ଗା ଉପରେ ଟାଙ୍ଗା ଧାଉଁଥିଲା ।

ସେଥ‌ିରେ କେହି ଅଫିସରୁ ଫେରୁଥିଲେ, କିଏ ଯାଉଥିଲା ବଜାର କରି, କିଏ ଯାଉଥିଲା ନମାଜ ପଢ଼ି ତ ଆଉ କିଏ ଯାଉଥିଲା ମନ୍ଦିରକୁ । ଏହି ସମୟରେ ଲେଖକ ଦେଖିଥିଲେ, ଗୋଟିଏ ଛାଣ୍ଟକାଣ୍ଟ ଯୁବକଟିକୁ, ଯାହାର ମୁହଁରେ ରହିଥିଲା ବେପରୁଆ ଭାବ । ଓଠରେ ଥିଲା ସିଗାରେଟ୍ । ଲେଖକ ତାହାକୁ ଦେଖି ଅନୁମାନ କରୁଥିଲେ ସେ ବୋଧେ ସିନେମା ଦେଖି ଯାଉଥିଲା । ସେହି ପରିବେଶକୁ କମନୀୟ କରିଥିଲା ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲି କିରଣ । ଆକାଶରେ ଥିଲା ଅଳ୍ପ ଅଳ୍ପ ମେଘ । ସୂର୍ଯ୍ୟ ନଦୀର ଜଳକୁ ନଇଁ ନଇଁ ଆସୁଥିଲେ । ସେହି ଦୃଶ୍ୟକୁ ଲେଖକ କାବ୍ୟକ ଭାବରେ ଲେଖିଛନ୍ତି ।

CHSE Odisha Class 11 Odia Solutions Chapter 2 ଝେଲମ ନଦୀର ସନ୍ଧ୍ୟା

‘‘ଆକାଶରେ ବିରଳ ମେଘ, ମେଘ ପରେ ଆକାଶ; ଆକାଶ ପରେ ମେଘ, ମିଶାମିଶି, ସୂର୍ଯ୍ୟ ନଦୀର ଜଳକୁ ନଇଁଲେ । ସନ୍ଧ୍ୟା ଢ଼େଉ ଉପରେ ଗୋଲାପି ପାଦ ଚାଳି, ସତେ ଆମ ଆଡ଼କୁ ଆସିଲା । ତା’ର କନକ ହାତର କୁହୁକ ସ୍ପର୍ଶରେ ମନ ଚକିତ ଚଞ୍ଚଳ ହେଲା । ତରଳ ସୁବର୍ଣ୍ଣ ସ୍ରୋତରେ ସୁବର୍ଣ୍ଣତରୀ, ସେଥୁରେ ବସିଲ ସନ୍ଧ୍ୟା, କାଶ୍ମୀରୀ କିଶୋରୀ ପରି ସୁନ୍ଦରୀ । ତାପରେ ଇନ୍ଦ୍ରଜାଲ ବଳରେ ତା ବାହୁକୁ ଲକ୍ଷେ’ ଗୁଣ କରି ଲମ୍ବାଇ ଦେଲା ସୁଦୂର ଶୈଳକୁ, ବୃକ୍ଷେ ବୃକ୍ଷେ ଫୁଟାଇଲା ଅଗ୍ନିର ଫୁଲ, ତୁଷାରେ ତୁଷାରେ ଜାଳିଦେଲା ଲୋହିତ ହୁତାଶ । ମେଘରେ ବାଷ୍ପ ତୃଷାନଳ ପରି ଝଟକି ଉଠିଲା । ଶୃଙ୍ଗେ ଶୃଙ୍ଗେ ମେଘର ନୂତନ ଶୃଙ୍ଗ ଚିନାର ଆଉ ସଫେଦା ବୃକ୍ଷ ଉପରେ ପକ୍ଷୀର ସୁବର୍ଣ୍ଣ କଳସ ।

ସମଗ୍ର ବିଶ୍ଵ ଯେପରିକି ସନ୍ଧ୍ୟାର ମହିମାରେ ମହିମାମୟ ହୋଇଉଠିଲା । ତାପରେ ସେ ଚଞ୍ଚଳିକା ପଶ୍ଚିମ ଦିଗବଳୟକୁ ଉଡ଼ିଗଲା, ହିମାଦ୍ରିର ସହସ୍ର ଶୃଙ୍ଗକୁ ସିନ୍ଦୂରିତ କରି ଶେଷରେ ଗୋଟିଏ ବିନ୍ଦୁ ହୋଇ ନିଭିଗଲା ।’’ ଲେଖକଙ୍କର ଲେଖନୀରେ ପଶ୍ଚିମ ଆକାଶର ଶୋଭା ଯେପରି ଜୀବନ୍ତ ହୋଇଛି । କ୍ରମଶଃ ସନ୍ଧ୍ୟା ନଇଁ ଆସିଲା ଏବଂ ଶ୍ରୀନଗର ଆକାଶରେ ଦେଖାଦେଲେ ଅଜସ୍ର ତାରକା । କ୍ରମଶଃ ଲେଖକଙ୍କ ଶିକାରା ଫେରି ଆସିଲା ।

ଫେରିଲା ବେଳକୁ ଶିକାରାର ଗତି ଥିଲା ଧୀର, ମନ୍ଥର । ସ୍ରୋତର ପ୍ରତିକୂଳ ଦିଗରେ ଶିକାରା ଚାଲୁଥିବାରୁ ଗତି ଏପରି ହୋଇଥିଲା । ସମସ୍ତଙ୍କ ମନ ସେତେବେଳକୁ କ୍ଳାନ୍ତ ହୋଇପଡ଼ିଥିଲା । ଲେଖକ ହାଁଜିକୁ କହିଲେ ଗୋଟିଏ ଗଳ୍ପ କହିବାକୁ । ହାଁଜି ନିଜକୁ ମୂର୍ଖ ଲୋକ କହିଲେ ବି, ସେ ପିଲାଦିନେ ବାପାମା’ଙ୍କଠାରୁ ଶୁଣିଥିବା ଗଳ୍ପଟି କହିଲା । ରାଜାପୁଅ, ମନ୍ତ୍ରୀ ପୁଅ ଦୁହେଁ ସଙ୍ଗାତ । ସବୁବେଳେ ଏକାଠି ଥାଆନ୍ତି । ଜଣେ ଅନ୍ୟଜଣକୁ ନଦେଖିଲେ ବ୍ୟସ୍ତ ହୋଇପଡ଼େ । ଉଭୟଙ୍କର ଥିଲା ଏକ ମନ ଏକ ପ୍ରାଣ । ପଚାରିଲା । କେତେ ବୁଝେଇଲା । ଶେଷରେ ରଜାପୁଅ ସତକଥା କହିଲା । ସେ ସ୍ଵପ୍ନରେ ଦେଖିଥିଲା ଗୋଟିଏ ରାଜଜେମାକୁ । ରାଜଜେମା ବଗିଚାରେ ଫୁଲ ସଙ୍ଗେ ଖେଳୁଥିଲା । ହେଲେ ତା’କୁ କିଛି କଥା କହିଲା ନାହିଁ । ପୁଣି କୁଆଡ଼େ ଉଭେଇଗଲା । ସେହି ରାଜଜେମା ମୋତେ କାହିଁକି କିଛି କହିଲା ନାହିଁ । ତାକୁ ଆଣି ନଦେଲେ ମୋର ବଞ୍ଚିବା ସମ୍ଭବ ନୁହେଁ ।

ମନ୍ତ୍ରୀପୁଅ ପଚାରିଲା, ସ୍ଵପ୍ନକଥା କ’ଣ ତୋର ମନେଅଛି ? କେଉଁ ଦିଗରେ ସେ ବଗିଚା ? ରାଜାପୁଅ କହିଲା, ସବୁ ମୋର ମନେଅଛି । ଦୁହେଁ ପାହାନ୍ତାପହରୁ, କୁଆଁତାରା ଉଠିଲାବେଳୁ, ଘୋଡ଼ାଶାଳାରୁ ଦୁଇଟି ଭଲ ଭଲ ଘୋଡ଼ା ବାଛିଲେ । ତା ପିଠିରେ ବସି କାହିଁ କେତେଦୂର ଗଲେ । ଦିନ ସରିଆସିଲା । ସୂର୍ଯ୍ୟ ଅସ୍ତ ହେବାକୁ ବସିଲେ । ଶେଷରେ ସେମାନେ ପହଞ୍ଚିଲେ ସେହି ରାଜଉଆସ ପାଖରେ । ଜଗୁଆଳି ଆଖିରେ ଧୂଳିଦେଇ, ସେମାନେ ରଜାଘର ଫୁଲ ବଗିଚାରେ ପଶିଗଲେ । ସେମାନେ ଦେଖିଲେ ରାଜଜେମା ବଗିଚାରେ ଖେଳୁଛି । ରାଜଜେମାର ଆଖି ପଡ଼ିଲା ରାଜାପୁଅ ଉପରେ । ସେ ସେଠାରୁ ଦୌଡ଼ି ପଳାଇଗଲା । ରାଜଜେମାର ସତସତିକା ରୂପ ଦେଖି ରାଜାପୁଅ ବିଭୋର ହୋଇଉଠିଲା ଓ ସେଇଠି ତା’ର ଚେତା

ମନ୍ତ୍ରୀପୁଅ ରାଜାପୁଅକୁ ଚେତା କରାଇଲା । ବୋଧ ଦେଇ ତା’କୁ ଗୋଟିଏ ଜାଗାରେ ଲୁଚାଇ ରଖିଲା । ନିଜେ ଯାଇ ଗୋଟିଏ ପିଠାବିକାଳି ଘରେ ରହିଲା । ସେଠାରେ ପିଠାକରି ରାଜଜେମା ପାଖକୁ ପଠାଇଲା। ରାଜଜେମା ନୂଆପ୍ରକାର ପିଠା ଖାଇ, ଏ ପିଠା କିଏ କରିଛି ବୋଲି କହିଲା । ପିଠା ବିକାଳି ସତକଥା କହିଲା । ରାଜଜେମା କହିଲା, ତାକୁ ଶୀଘ୍ର ଆଣି ମୋ ପାଖରେ ହାଜର କର । ମନ୍ତ୍ରୀପୁଅ ସ୍ତ୍ରୀ ବେଶରେ ଜେମାଙ୍କ ପାଖରେ ପହଞ୍ଚିଲା । ରାଜାପୁଅର କଥା କହିଲା । ଥରୁଟିଏ ରାଜାପୁଅ ସହିତ ଦେଖା କରିବାକୁ ଅନୁରୋଧ କଲା । ଜେମାର ହୃଦୟ ବଡ଼ କୋମଳ । ସେ ରାଜାପୁଅ ସହିତ ଦେଖା କରିବ ବୋଲି ରାଜି ହେଲା ।

ଖୁସି ମନରେ ମନ୍ତ୍ରୀପୁଅ ଫେରିଲା । ରାଜାପୁଅକୁ କହିଲା ରାଜଜେମା ଦେଖା କରିବେ । ରାଜାପୁଅ ଖୁସି ହେଲା । ରାଜଜେମା କଥା ଭାବୁ ଭାବୁ ସେ କେତେବେଳେ ଶୋଇପଡ଼ିଛି, ଜାଣିପାରିଲା ନାହିଁ । ସକାଳକୁ ଜଣାପଡ଼ିଲା ଯେ ରାଜଜେମା ଆସି ଫେରିଯାଇଛି । ରାଜାପୁଅ ଭାରି ବିକଳ ହେଲା । ନିଜର ଭୁଲ୍ ବୁଝିପାରିଲା । ମନ୍ତ୍ରୀପୁଅ ପୁଣିଥରେ ରାଜଜେମା ପାଖକୁ ଗଲା । ରାଜଜେମା ଖୁବ୍ ରାଗିଲା । ଅନେକ ଗାଳିଦେଲା । ମନ୍ତ୍ରୀପୁଅ ରାଜା ପୁଅକୁ ଦୋଷ ଦେଲା । ନେହୁରା ହେଲା । ପୁଣି ଥରେ ଯିବାପାଇଁ କହିଲା । ତୁମକୁ ନପାଇଲେ ରାଜାପୁଅ ମରିଯିବ ବୋଲି, ମନ୍ତ୍ରୀପୁଅ କହିଲା । ରାଜାଝିଅ କେତେ ଖୋସାମତରେ ରାଜି ହେଲା ।

ରାଜାପୁଅ ରାତିରେ ଅପେକ୍ଷା କଲା । ଆଖିରେ ପଲକ ପକାଇଲା ନାହିଁ । ଜେମା ପହଞ୍ଚିଲା । ରାଜାପୁଅ ରାଜଜେମା ଆଳାପ, ଆଲୋଚନା, ହସଖୁସି ହେଲେ । କଟୁଆଳ ରାତିରେ ନଗର ପରିକ୍ରମା କରୁଥିଲା । ସେ ଏହା ଦେଖିଲା । ଜଗୁଆଳିକୁ ଖାନାକୁ ଗଲା । କଏଦୀମାନଙ୍କୁ ପିଠା ଦେବା ବାହାନାରେ, ଜଗୁଆଳିଙ୍କୁ ଭୁଲାଇ ରାଜାପୁଅ ଓ ରାଜଜେମା ପାଖରେ ପହଞ୍ଚିଲା । ଜେମା ବୁଢ଼ୀ ବେଶ ଧରି ବାହରକୁ ଚାଲିଗଲା । କେହି ତାକୁ ଚିହ୍ନି ପାରିଲେ ନାହିଁ ।

କଟୁଆଳ ଯାଇ ରାଜାଙ୍କୁ ସବୁ ଜଣାଇଲା । ଜେମା ତାଙ୍କର ଅବାଟକୁ ଯାଇଛି ବୋଲି କହିଲା । ରାଜା କଟୁଆଳ କଥାକୁ ବିଶ୍ଵାସ କଲେ ନାହିଁ । ଦୁହେଁ କଏଦୀ ଘରେ ପହଞ୍ଚିଲେ । କଟୁଆଳ ଜେମାକୁ ଚିହ୍ନେଇଲା । ହେଲେ ଦେଖିଲା ବେଳକୁ, ସେ ଜେମା ନୁହଁନ୍ତି । ରାଜା ରାଗିଗଲେ । କଟୁଆଳକୁ ଖଣ୍ଡାରେ ହାଣି ମାରିଦେଲେ । ରାଜାପୁଅ ଆଉ ମନ୍ତ୍ରୀପୁଅକୁ ଛାଡ଼ିଦେଲେ । ବାହାଘର ସରିଲାପରେ କନ୍ୟାକୁ ନେଇ ବର ଫେରିଲା । ବାଟରେ ତାଙ୍କର ରାତି ହେଲା ।

ରାତିରେ ସେମାନେ ଆଗକୁ ନଯାଇ ଡେରା ପକାଇ ରହିଲେ । ମନ୍ତ୍ରୀପୁଅ ଏକ ଉପାୟ କଲା । ରାଜଜେମା ବେଶ ହୋଇ ପାଲିଙ୍କିରେ ବସି ପଡ଼ିଲା । ଜେମା ଧୀରେ ଧୀରେ ବଣକୁ ଜେମାଙ୍କୁ ଏକୁଟିଆ ଡର ମାଡ଼ିବ ବୋଲି, ରାଜାଙ୍କ ଭଉଣୀ ଆସି ପାଲିଙ୍କିରେ ବସିଲା । ମନ୍ତ୍ରୀପୁଅ ରାଜାଭଉଣୀର ରୂପ ଦେଖି ବିଭୋର ହେଲା । ଆଳାପ ଜମାଇ ତାହାକୁ ନିଜର କଲା । ଅନ୍ଧାର ଦେଖି ଦୁହେଁ ସେଠାରୁ ଖସିଗଲେ । ମନ୍ତ୍ରୀପୁଅ ଓ ରାଜାପୁଅ ଘୋଡ଼ାରେ ବସି ଦୁଇ କନ୍ୟାଙ୍କୁ ନେଇ ବିଜୁଳି ଗତିରେ ସେଠାରୁ ପଳାଇଗଲେ ।

ସେମାନେ ଯାଇ ନିଜ ରାଜ୍ୟରେ ପହଞ୍ଚିଲେ । ବାପା ରାଜଜେମା ସାଙ୍ଗରେ ଏବଂ ମନ୍ତ୍ରୀପୁଅର ରାଜାଙ୍କ ଭଉଣୀ ମା’ ପୁଅ ସଙ୍ଗରେ ବୋହୂଙ୍କୁ ଦେଖି ଖୁସି ହେଲେ । ରାଜା ପୁଅର ସାଙ୍ଗରେ ବଡ଼ ସମାରୋହରେ ବିବାହ ହେଲା । ହାଁଜିର ଗପ ଶେଷ ହେଲା । ସେତେବେଳକୁ ଶିକାରା ଲାଗିଥିଲା ଗଣପତି ଘାଟରେ । ହାଁଜି ବିଦାକୀ ନେଇ ବିଦାୟ ନେଲା । ଲେଖକଙ୍କ ମନରେ ଟିକିଏ ପୁରୁଣା ସ୍ଵପ୍ନ ରଖି ଦେଇଗଲା ।

କଠିନ ଶବ୍ଦ ଓ ଏହାର ଅର୍ଥ :
CHSE Odisha Class 11 Odia Solutions Chapter 2 Img 1

Leave a Comment