Odisha State Board CHSE Odisha Class 11 Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା Questions and Answers.
CHSE Odisha 11th Class Political Science Solutions Chapter 1 ରାଜନୀତି ତତ୍ତ୍ଵର ଆଲୋଚନା
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
୧ । ରାଜନୀତି ବିଜ୍ଞାନ ଏକ __________ ବିଜ୍ଞାନ ।
(କ) ମୌଳିକ
(ଖ) ପ୍ର।ରମୃିକ
(ଗ) ସାମାଜିକ
(ଘ) ଭୌତିକ
Answer:
(ଗ) ସାମାଜିକ
୨ । ଗ୍ରୀକ୍ ଶବ୍ଦ ___________ ରୁ ରାଜନୀତି ବିଜ୍ଞାନ ଶବ୍ଦଟି ଆନୀତ ହୋଇଛି, ଯାହାର ଅର୍ଥ __________ ।
(କ) ‘ପଲିସ୍’, ନଗର-ରାଜ୍ୟ
(ଖ) ‘ଲ୍ୟାଗ’; ସ୍ଥିର
(ଗ) ‘ସିଭିଟାସ୍’, ନଗର
(ଘ) ‘ଓଫାଏଡସ୍’,
Answer:
(କ) ‘ପଲିସ୍,ନଗର-ରାଜ୍ୟ
୩ । ରାଜନୀତି ବିଜ୍ଞାନର ଜନକ ଗ୍ରୀକ୍ ଦାର୍ଶନିକ ___________ କହିଥିଲେ, “ ମନୁଷ୍ୟ ଏକ ସାମାଜିକ ପ୍ରାଣୀ ।’’
(କ) ପ୍ଲାଟୋ
(ଖ) ଗାର୍ଲର
(ଗ) ଆରିଷ୍ଟୋଟଲ୍
(ଘ) ପଲ୍ ଜ୍ୟାନେଟ
Answer:
(ଗ) ଆରିଷ୍ଟୋଟଲ୍
୪ । ରାଜନୀତି ବିଜ୍ଞାନର କେନ୍ଦ୍ର ବିଷୟବସ୍ତୁ __________ ଓ ____________ ଅଟେ |
(କ) ରାଷ୍ଟ୍ର ଓ କ୍ଷମତା
(ଖ) ରାଷ୍ଟ୍ର ଓ ସରକାର
(ଗ) ରାଜନୈତିକ ବ୍ୟବହାର ଓ ଅନୁଷ୍ଠାନ
(ଘ) ସମାଜ ଓ ରାଷ୍ଟ୍ର
Answer:
(ଖ) ରାଷ୍ଟ୍ର ଓ ସରକାର
୫ । ଆରିଷ୍ଟୋଟଲ୍ଙ୍କ ଲିଖୂତ ପୁସ୍ତକର ନାମ ___________ ।
(କ) ‘ପଲିଟିକ୍ସ’
(ଖ) ରିପବ୍ଲିକ୍ସ
(ଗ) କମ୍ୟୁନିଷ୍ଟ ମ୍ୟାନିଫେଷ୍ଟା
(ଘ) ଦାସ୍ କ୍ୟାପିଟାଲ୍
Answer:
(କ) ‘ପଲିଟିକ୍ସ’
୬ । “ ଦି ରିପବ୍ଲିକ୍ସ’’ ପୁସ୍ତକଟି ____________ ଲେଖୁଥିଲେ ।
(କ) ଆରିଷ୍ଟୋଟଲ୍
(ଖ) କାପ୍ଲାନ୍
(ଗ) ପ୍ଲାଟୋ
(ଘ) ମାକିଆଭେଲି
Answer:
(ଗ) ପ୍ଲୁଟୋ
୭ । ରାଜନୀତି ବିଜ୍ଞାନ କ୍ଷମତାର ରୂପ ପ୍ରଦାନ ଓ ଅଂଶଗ୍ରହଣରେ ଅଧ୍ୟୟନ କରେ ବୋଲି ___________ ସଂଜ୍ଞା ପ୍ରଦାନ କରିଛନ୍ତି ।
(କ) ହାରୋଲଡ୍ ଲାସ୍ଲ
(ଖ) କାପ୍ ଲାନ୍
(ଗ) ଇଷ୍ମନ୍
(ଘ) ଆଲମଣ୍ଡ ଓ ପାୱେଲ୍
Answer:
(କ) ହାରୋଲଡ୍ ଲାସ୍ଲ
୮ । “ ରାଜନୀତି ବିଜ୍ଞାନ ରାଷ୍ଟ୍ରରେ ଆରମ୍ଭ ଓ ରାଷ୍ଟ୍ରରେ ଶେଷ’’ ଉକ୍ତିଟି __________ ଙ୍କର ଅଟେ ।
(କ) ଗାର୍ଣୃର
(ଖ) ପଲ୍ ଜ୍ୟାନେଟ୍
(ଗ) ଲିକକ୍
(ଘ) ଲିପ୍ସେଟ୍
Answer:
(କ) ଗାର୍ଣୃର
୯ । ପ୍ରୟୋଗାତ୍ମକ ରାଜନୀତିକୁ _________ କୁହାଯାଏ ।
(କ) ବିଞାନ
(ଖ) କଳା
(ଗ) ଇତିହାସ
(ଘ) କଳ୍ପନାପ୍ରସୂତ
Answer:
(ଖ) କଳା
୧୦ । ରାଷ୍ଟ୍ରର କ୍ଷମତା ଓ ବ୍ୟକ୍ତି ସ୍ଵାଧୀନତା ମଧ୍ୟରେ ସମନ୍ଵୟ ରକ୍ଷା କରିବା ___________ ର ଉଦ୍ଦେଶ୍ୟ ।
(କ) ସମାଜ ବିଜ୍ଞାନ
(ଖ) ରାଜନୈତିକ ସମାଜ ବିଜ୍ଞାନ
(ଗ) ରାଜନୀତି ବିଜ୍ଞାନ
(ଘ) ରାଜନୈତିକ ଅର୍ଥନୀତି
Answer:
(ଗ) ରାଜନୀତି ବିଜ୍ଞାନ
୧୧ । ରାଜନୀତି ବିଜ୍ଞାନ ଏକ ________ କିନ୍ତୁ ରାଜନୀତି ଏକ ______ ।
(କ) ବିଜ୍ଞାନ; କଳା
(ଖ) କଳା; ବିଜ୍ଞାନ
(ଗ) ବିଜ୍ଞାନ; କୌଶଳ
(ଘ) କଳା; ଅଧ୍ୟୟନ
Answer:
(କ) ବିଜ୍ଞାନ; କଳା
୧୨ । ଦାର୍ଶନିକ ପଦ୍ଧତି __________ ସିଦ୍ଧାନ୍ତ ପ୍ରସ୍ତୁତ କରୁଥିବାବେଳେ ପ୍ରୟୋଗସିଦ୍ଧ ମାର୍ଗ _________ ସିଦ୍ଧାନ୍ତ ପ୍ରସ୍ତୁତ କରେ ।
(କ) କଳ୍ପନାପ୍ରସୂତ; ବୈଜ୍ଞାନିକ
(ଖ) ବୈଜ୍ଞାନିକ; କଳ୍ପନାପ୍ରସୂତ
(ଗ) ବୈଜ୍ଞାନିକ; ପ୍ରମାଣଯୋଗ୍ୟ
(ଘ) ଆଦର୍ଶ; ବାସ୍ତବ
Answer:
(କ) କଳ୍ପନାପ୍ରସୂତ; ବୈଜ୍ଞାନିକ
୧୩ । ରାଜନୀତି ବିଜ୍ଞାନ __________ ସଂପର୍କରେ ମୂଲ୍ୟବାନ୍ ଶିକ୍ଷା ପ୍ରଦାନ କରିଥାଏ ।
(କ) ନାଗରିକତା
(ଖ) ସାମାଜିକ ସଂପର୍କ
(ଗ) ସ୍ଵତନ୍ତ୍ରତା
(ଘ) କ୍ଷମତା
Answer:
(କ) ନାଗରିକତା
୧୪ । ରାଜନୀତି ସମାଜରେ __________ ର ବ୍ୟବହାରକୁ ସୂଚିତ କରେ ।
(କ) ପ୍ରଭାବ
(ଖ) କ୍ଷମତା
(ଗ) ନିୟନ୍ତ୍ରଣ
(ଘ) ତତ୍ତୂବଧାରଶ
Answer:
(ଖ) କ୍ଷମତା
୧୫ । ଆଧୁନିକ ସମୟରେ ‘ରାଷ୍ଟ୍ର’ ପରିବର୍ତ୍ତେ ___________ ର ଉପଯୋଗ ରାଜନୀତି ବିଜ୍ଞାନର ବ୍ୟାପକତାକୁ ନିର୍ଦ୍ଦେଶିତ କରିଥାଏ ।
(କ) କ୍ଷମତା
(ଖ) ଶିଷ୍ଟ ସମାଜ
(ଗ) ରାଜନୈତିକ ବ୍ୟବସ୍ଥା
(ଘ) ରାଜନୈତିକ ବ୍ୟବହାର
Answer:
(ଗ) ରାଜନୈତିକ ବ୍ୟବସ୍ଥା
B. ନିମ୍ନୋକ୍ତ ପଦକୁ ବୁଝାଇ ଲେଖ ।
୧ । ରାଜନୀତି ବିଜ୍ଞାନ କ’ଣ ?
Answer:
ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଯାହା ରାଷ୍ଟ୍ର ଓ ସରକାର ସମ୍ବନ୍ଧରେ ଏବଂ କ୍ଷମତାର ସଙ୍ଗଠନ ଓ ବଣ୍ଟନ ସମ୍ପର୍କରେ ଆଲୋଚନା କରେ । ବର୍ତ୍ତମାନ ଆନୁଷ୍ଠାନିକ ଓ ଆଇନଗତ ଦୃଷ୍ଟିକୋଣର ପରିବର୍ତ୍ତନ ହୋଇ ରାଜନୈତିକ ବ୍ୟବସ୍ଥା, ବ୍ୟବହାର, ଚଳଣି ଓ ପ୍ରକ୍ରିୟା ଉପରେ ବର୍ତ୍ତମାନ ଅଧ୍ଵକ ଗୁରୁତ୍ଵ ଦିଆଯାଉଛି ।
୨ । ରାଜନୈତିକ ଗତିଶୀଳତା (Political Dynamics) କ’ଣ ?
Answer:
ସରକାରର କାର୍ଯ୍ୟପଦ୍ଧତି ଓ ରାଜନୀତିର ଗତି କ୍ଷେତ୍ରରେ ପଡ଼ୁଥିବା ବିଭିନ୍ନ ପ୍ରଭାବ ଓ ଏହାକୁ ନିର୍ଦ୍ଦେଶିତ ଓ ନିୟନ୍ତ୍ରିତ କରୁଥିବା ବିଭିନ୍ନ ଅନୁଷ୍ଠାନ ସମ୍ବନ୍ଧରେ ଅଧ୍ୟୟନକୁ ରାଜନୈତିକ ଗତିଶୀଳତା କୁହାଯାଏ । ଏହି କ୍ଷେତ୍ରରେ ଜନମତ, ଚାପଗୋଷ୍ଠୀ, ରାଜନୈତିକ ଦଳ ଇତ୍ୟାଦିକୁ ଅଧ୍ୟୟନ କରାଯାଇଥାଏ ।
୩ । ରାଜନୀତିର ଅର୍ଥ କ’ଣ ?
Answer:
ରାଷ୍ଟ୍ର ଓ ସରକାରର ବାସ୍ତବ ପରିଚାଳନା ଓ ତତ୍ସଂକ୍ରାନ୍ତୀୟ ସଂଗଠିତ କାର୍ଯ୍ୟକଳାପକୁ ରାଜନୀତି କୁହାଯାଏ । ରାଜନୀତି ହେଉଛି କ୍ଷମତା ପାଇଁ ସଂଘର୍ଷ । ମାର୍କ୍ସବାଦୀଙ୍କ ମତରେ ରାଜନୀତି ଶ୍ରେଣୀ ସଂପର୍କ ଉପରେ ଆଧାରିତ ।
୪ । ରାଜନୈତିକ ବ୍ୟବସ୍ଥା (Political System) କ’ଣ ?
Answer:
ରାଜନୈତିକ ବ୍ୟବସ୍ଥା ରାଷ୍ଟ୍ରଠାରୁ ଏକ ବ୍ୟାପକ ଶବ୍ଦ । ଏହା ସମାଜରେ ବିଧ୍ଵବଦ୍ଧ କ୍ଷମତା ପ୍ରୟୋଗ ସହ ସଂପୃକ୍ତ ଅଟେ । ରବର୍ଟ ଡଲ୍ଙ୍କ ମତରେ, “ରାଜନୈତିକ ବ୍ୟବସ୍ଥା ମଣିଷମାନଙ୍କର ନିରବଚ୍ଛିନ୍ନ ସଂପର୍କ ସହ ଜଡ଼ିତ ଏନଂ ଅନେକାଂଶରେ କ୍ଷମତା, ଶାସନ ବା ପ୍ରଭୁତ୍ଵଦ୍ଵାରା ହାସଲ ହୋଇଥାଏ ।
(C) ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
୧ । ରାଜନୀତି ବିଜ୍ଞାନ “ରାଷ୍ଟ୍ରରେ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ, ରାଜନୈତିକ ସଙ୍ଗଠନ ଏବଂ ରାଜନୈତିକ ତତ୍ତ୍ଵମାନଙ୍କର ଏକ ଅଧ୍ୟୟନ”- ଏହି ଉକ୍ତିଟି କାହାର ?
Answer:
ପ୍ରଫେସର ଆର୍.ଜି.ଗେଟେଲ୍ ।
୨ । “ରାଜନୀତି ବିଜ୍ଞାନ ଗୋଟିଏ ସମାଜ ପାଇଁ ମୂଲ୍ୟମାନଙ୍କର ପ୍ରାଧୁକାରିକ ବଣ୍ଟନ ସହିତ ସଂପୃକ୍ତ’- ଏହି ମତଟି କାହାର ?
Answer:
ଡେଭିଡ୍ ଇଷ୍ଟନ୍ ।
୩ । ପ୍ରାଚୀନ ରୋମ୍ର ଅଧୂବାସୀମାନେ ‘ପଲିସ୍’ ପରିବର୍ତ୍ତେ କେଉଁ ଶବ୍ଦର ବ୍ୟବହାର କରୁଥିଲେ ?
Answer:
ସିଭିଟାସ୍ (Civitas)
୪ । କିଏ ରାଜନୀତିକୁ ତତ୍ତ୍ଵମୂଳକ ରାଜନୀତି ଓ ବ୍ୟାବହାରିକ ରାଜନୀତି ନାମକ ଦୁଇ ଭାଗରେ ବିଭକ୍ତ କରିଥିଲେ ?
Answer:
ସାର୍ ଫ୍ରେଡ୍ରିକ୍ ପୁଲକ୍ ।
(D) ଭ୍ରମ ସଂଶୋଧନ କର ।
୧ । ପ୍ଲୁଟୋଙ୍କୁ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।
Answer:
ଆରିଷ୍ଟୋଟଲ୍ଙ୍କୁ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।
୨ । ‘ପଲଟିକ୍ସ’ (Politics) ପୁସ୍ତକଟି ସକ୍ରେଟିସ୍ ରଚନା କରିଥିଲେ ।
Answer:
‘ପଲଟିକ୍ସ’ ପୁସ୍ତକଟି ଆରିଷ୍ଟୋଟଲ୍ ରଚନା କରିଥିଲେ ।
୩ । ଗାର୍ଶ୍ଵରଙ୍କୁ ଆଧୁନିକ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।
Answer:
ଇଟାଲୀ ଦାର୍ଶନିକ ନିକୋଲୋ ମାକିଆଭେଲିଙ୍କୁ ଆଧୁନିକ ରାଜନୀତି ବିଜ୍ଞାନର ଜନକ କୁହାଯାଏ ।
୪ । ଆଧୁନିକ ରାଜନୀତି ବିଜ୍ଞାନ ତତ୍ତ୍ଵମୂଳକ, ଆନୁଷ୍ଠାନିକ ଓ ମୂଲ୍ୟବୋଧଭିଭିକ ଅଟେ ।
Answer:
ଆଧୁନିକ ରାଜନୀତି ବିଜ୍ଞାନ ବିଜ୍ଞାନସମ୍ମତ, ବାସ୍ତବବାଦୀ ଓ ବ୍ୟାବହାରିକ ଅଟେ ।
(କିମ୍ବା) ପାରମ୍ପରିକ ରାଜନୀତି ବିଜ୍ଞାନ ତତ୍ତ୍ଵମୂଳକ, ଆନୁଷ୍ଠାନିକ ଓ ମୂଲ୍ୟବୋଧଭିଭିକ ଅଟେ ।
୫ । ରାଜନୀତି ବିଜ୍ଞାନ ଏକ ଭୌତିକ ବିଜ୍ଞାନ ।
Answer:
ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ।
୬ । ରାଜନୀତି ଏକ ବିଜ୍ଞାନ ।
Answer:
ରାଜନୀତି ଏକ କଳା ।
୭ । ସିଲିଙ୍କ ମତରେ “ସମାଜ ‘ବିଜ୍ଞାନ ସମସ୍ତ ସାମାଜିକ ବିଜ୍ଞାନର ଜନନୀ ଅଟେ ।”
Answer:
ଅଗଷ୍ଟ କମ୍ଙ୍କ ମତରେ “ସମାଜ ବିଜ୍ଞାନ ସମସ୍ତ ସାମାଜିକ ବିଜ୍ଞାନର ଜନନୀ ଅଟେ ।”
(E) ଶୂନ୍ୟସ୍ଥାନ ପୂରଶ କରା
୧ । ରାଜନୀତି ବିଜ୍ଞାନ ଏକ __________ ବିଜ୍ଞାନ ଅଟେ ।
Answer:
ସାମାଜିକ
୨ । ରାଜନୀତି ଏକ ___________ ଅଟେ ।
Answer:
କଳା ।
୩ । ରାଜନୀତି ବିଜ୍ଞାନ __________ ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସଂପର୍କରେ ଅଧ୍ୟୟନ କରେ
Answer:
ରାଷ୍ଟ୍ର
୪ । ଆରିଷ୍ଟୋଟଲ୍ ରାଜନୀତି ବିଜ୍ଞାନକୁ _____________ ବିଜ୍ଞାନ ବୋଲି ଆଖ୍ୟା ଦେଇଛନ୍ତି ।
Answer:
ସର୍ବଶ୍ରେଷ୍ଠ (Supreme)
୫ । ମାନବ ଏକ _________ ପ୍ରାଣୀ ।
Answer:
ସାମାଜିକ ଓ ରାଜନୈତିକ
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
(A) ଦୁଇଟି/ ତିନୋଟି ବାକ୍ୟରେ ଉତ୍ତର ଦିଅ ।
୧ । ରାଜନୀତି ବିଜ୍ଞାନ ଅଧ୍ୟୟନର ତାତ୍ପର୍ଯ୍ୟ ଲେଖ ।
Answer:
ରାଜନୀତି ବିଜ୍ଞାନର ଅଧ୍ୟୟନ ରାଷ୍ଟ୍ର ଓ ସରକାରର ଗଠନ, ପ୍ରକୃତି ଓ କାର୍ଯ୍ୟାବଳୀ ସମ୍ବନ୍ଧରେ ଧାରଣା ପ୍ରଦାନ କରେ, ସୁନାଗରିକ ସୃଷ୍ଟି କରେ, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଆନ୍ତର୍ଜାତିକ ଚିନ୍ତାଧାରା ଇତ୍ୟାଦିର ବିକାଶରେ ସାହାଯ୍ୟ କରେ ଏବଂ ଏହାର ଚରମ ଲକ୍ଷ୍ୟ ବ୍ୟକ୍ତିର ବ୍ୟକ୍ତିତ୍ଵ ବିକାଶ କରିବା ଅଟେ ।
୨ । କିଏ ମନ୍ତବ୍ୟ ପ୍ରଦାନ କରିଛନ୍ତି : ‘‘ରାଜନୀତି ବିଜ୍ଞାନ ଶୀର୍ଷକ ଥାଇ ପରୀକ୍ଷା ପ୍ରଶ୍ନବଳୀକୁ ମୁଁ ଯେତେବେଳେ ଅବଲୋକନ କରେ, ମୁଁ ଦୁଃଖୁତ ହୁଏ ପ୍ରଶ୍ନଗୁଡ଼ିକ ପାଇଁ ନୁହେଁ, ବରଂ ଶୀର୍ଷକ ପାଇଁ ?’’
Answer:
ମେଟ୍ଲ୍ୟାଣ୍ଡ ।
୩ । ମାନବକୁ ଏକ ସାମାଜିକ ଓ ରାଜନୈତିକ ପ୍ରାଣୀ ବୋଲି କିଏ କହିଥିଲେ ?
Answer:
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ ।
୪ । ‘ରାଜନୀତିକ ବିଜ୍ଞାନ ହେଉଛି ସମାଜ ବିଜ୍ଞାନର ସେହି ଅଂଶ ଯାହାକି ରାଷ୍ଟ୍ରର ଭିଭି ଓ ସରକାରଙ୍କ ନୀତି ବିଷୟରେ ଅନୁଧ୍ୟାନ କରେ ।’’ ଏହି ଉକ୍ତିଟି କାହାର ?
Answer:
ପଲ୍ ଜ୍ୟାନେଟ୍ ।
୫ । ରାଜନୀତି ବିଜ୍ଞାନର ପ୍ରକୃତି କ’ଣ ?
Answer:
ପ୍ରକୃତି ଦୃଷ୍ଟିରୁ ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ହୋଇଥିଲେ ମଧ୍ୟ ସଠିକ୍ ଅର୍ଥରେ କହିଲେ ପ୍ରୟୋଗାତ୍ମକ ରାଜନୀତି ଏକ କଳା ଓ ତାତ୍ତ୍ଵିକ ରାଜନୀତି ଏକ ବିଜ୍ଞାନ ଅଟେ ।
(B) ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।
୧ । ରାଜନୀତି ବିଜ୍ଞାନର ଅର୍ଥ କ’ଣ ?
Answer:
ଆରିଷ୍ଟୋଟଲଙ୍କ ମତରେ, ରାଜନୀତି ବିଜ୍ଞାନ ହେଉଛି ନଗର-ରାଜ୍ୟ ସମ୍ବନ୍ଧୀୟ ବିଜ୍ଞାନ । ଏହା ଗ୍ରୀକ୍ ଶବ୍ଦ ‘ପଲିସ୍’ରୁ ଉଦ୍ଧୃତ । ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଯାହା ରାଷ୍ଟ୍ର ଓ ସରକାର ସମ୍ବନ୍ଧରେ ଅଧ୍ୟୟନ କରେ । ଆଧୁନିକ ବ୍ୟବହାରବାଦୀମାନଙ୍କ ମତରେ, କ୍ଷମତାର ସଙ୍ଗଠନ ଓ ବଣ୍ଟନ ସମ୍ପର୍କରେ ଏହା ଆଲୋଚନା କରେ । ବ୍ୟାପକ ଅର୍ଥରେ ଏହା ‘ମଣିଷ’ ସମ୍ପର୍କରେ ଏକ ବିଜ୍ଞାନସମ୍ମତ ଅଧ୍ୟୟନ ଅଟେ।
୨ । ରାଜନୀତି ବିଜ୍ଞାନର ଗୁରୁତ୍ଵ କ’ଣ ?
Answer:
ରାଜନୀତି ବିଜ୍ଞାନ ଅଧ୍ୟୟନଦ୍ଵାରା ରାଜନୈତିକ ବ୍ୟବସ୍ଥା, ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା, କ୍ଷମତାର ସ୍ଵରୂପ ଓ ବଣ୍ଟନ, ରାଜନୈତିକ ଗତିଶୀଳତା, ବ୍ୟକ୍ତି ଓ ରାଷ୍ଟ୍ର ମଧ୍ୟରେ ସମ୍ପର୍କ, ସାଧାରଣ ପ୍ରଶାସନ ଇତ୍ୟାଦି ବିଷୟରେ ଜ୍ଞାନ ଆହରଣ କରାଯାଏ । ରାଷ୍ଟ୍ର ଓ ସରକାର ବ୍ୟକ୍ତିର ବ୍ୟକ୍ତିତ୍ଵ ସହ ସଂଯୋଜିତ ହୋଇଥିବାରୁ ରାଜନୀତି ବିଜ୍ଞାନର ସ୍ଵତନ୍ତ୍ର ବିଶେଷତ୍ଵ ରହିଛି । ଏହା ସୁନାଗରିକତା, ସ୍ଵାର୍ଥତ୍ୟାଗ, ସହଯୋଗ ଓ ସହନଶୀଳତା ଶିକ୍ଷା ଦିଏ । ସର୍ବୋପରି ରାଜନୀତି ବିଜ୍ଞାନ ଗଣତାନ୍ତ୍ରିକ ମୂଲ୍ୟବୋଧ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଉପଯୁକ୍ତ କୂଟନୀତିଜ୍ଞ, ପ୍ରଶାସକ, ରାଷ୍ଟ୍ରନୀତିଜ୍ଞ ସୃଷ୍ଟି କରେ ।
୩ । “ ରାଷ୍ଟ୍ର ରାଜନୀତି ବିଜ୍ଞାନର କେନ୍ଦ୍ରୀୟ ବିଷୟବସ୍ତୁ ।”
Answer:
ରାଜନୀତି ବିଜ୍ଞାନର ଆରମ୍ଭ ନଗର-ରାଜ୍ୟମାନଙ୍କରେ ହିଁ ଘଟିଥିଲା । ପ୍ରାରମ୍ଭରୁ ରାଜନୀତି ବିଜ୍ଞାନ ରାଷ୍ଟ୍ରର ମୌଳିକ ଅବସ୍ଥା ଓ ଉନ୍ନତି ବିଷୟରେ ଆଲୋଚନା ସମ୍ପର୍କରେ ତର୍ଜମା କରିବା ଏହାର ଅନ୍ୟତମ ମୁଖ୍ୟ କରେ । ରାଷ୍ଟ୍ରର ଉତ୍ପତ୍ତି, ଉନ୍ନତି ତଥା ବିକାଶ ପ୍ରକ୍ରିୟା ଓ କାର୍ଯ୍ୟାବଳୀ ଲକ୍ଷ୍ୟ ଅଟେ । ଏଣୁ ଗାର୍ଶ୍ଵରଙ୍କ ମତରେ, ରାଜନୀତି ବିଜ୍ଞାନର ଆରମ୍ଭ ଓ ଶେଷ ରାଷ୍ଟ୍ରରେ ନିହିତ ହୋଇଛି । ଏହି କାରଣରୁ ରାଷ୍ଟ୍ରକୁ ରାଜନୀତି ବିଜ୍ଞାନର କେନ୍ଦ୍ରୀୟ ବିଷୟବସ୍ତୁରୂପେ ସ୍ଵୀକୃତି ଦିଆଯାଇଛି ।
୪ । ରାଜନୀତି ବିଜ୍ଞାନର ପରିସର କ’ଣ ?
Answer:
କେତେକ ରାଜନୀତି ବିଜ୍ଞାନୀଙ୍କ ମତରେ, ରାଜନୀତି ବିଜ୍ଞାନର ପରିସର ରାଷ୍ଟ୍ର ମଧ୍ୟରେ ସୀମିତ । ପାରମ୍ପରିକ ରାଜନୀତି ବିଜ୍ଞାନ କେବଳ ଐତିହାସିକ ଓ ଆନୁଷ୍ଠାନିକ ବିଷୟ ଅଧ୍ୟୟନ କଲାବେଳେ ଏହାର ପରିସର ରାଷ୍ଟ୍ର ଓ ସରକାର ମଧ୍ୟରେ ସୀମିତ ଥିଲା । ମାତ୍ର ଆଧୁନିକବାଦୀମାନେ ରାଜନୈତିକ ଉପାଦାନ ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ପୁନଶ୍ଚ ଆନ୍ତଃବିଷୟକ ଅଧ୍ୟୟନ ଯୋଗୁଁ ରାଜନୀତି ବିଜ୍ଞାନର ପରିସର ଯଥେଷ୍ଟ ବୃଦ୍ଧି ପାଇଛି । ରାଜନୀତି ବିଜ୍ଞାନର ପରିସର ମଧ୍ୟରେ ରାଷ୍ଟ୍ର ଓ ସରକାର, ରାଜନୈତକ ଗତି ପ୍ରବର୍ତ୍ତକ, ରାଜନୈତିକ ଦର୍ଶନ, ରାଜନୀତି ତତ୍ତ୍ବ, ରାଜନୈତିକ ଅନୁଷ୍ଠାନ, ସାଧାରଣ ଆଇନ, ସାଧାରଣ ପ୍ରଶାସନ, ଆନ୍ତର୍ଜାତିକ ଅନୁଷ୍ଠାନ, ଆନ୍ତର୍ଜାତିକ ସମ୍ପର୍କ, ତୁଳନାତ୍ମକ ସରକାର ଓ ରାଜନୀତି, ବ୍ୟକ୍ତି ବନାମ ରାଷ୍ଟ୍ର ଆଦି ଅନ୍ତର୍ଭୁକ୍ତ ।
୫ । ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଅଟେ କି ?
Answer:
ହଁ, ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଅଟେ, କାରଣ ଏହା ସମାଜ, ରାଷ୍ଟ୍ର ଓ ବିଶ୍ଵର ରାଜନୈତିକ ବ୍ୟବସ୍ଥାରୂପକ ପରୀକ୍ଷାଗାରରେ ବ୍ୟକ୍ତିର ରାଜନୈତିକ ବ୍ୟବହାର ସମ୍ବନ୍ଧରେ ପରୀକ୍ଷା ନିରୀକ୍ଷା କରି ବିଭିନ୍ନ ପ୍ରମାଣଯୋଗ୍ୟ ସତ୍ୟ ଉପସ୍ଥାପନ କରିଥାଏ । ବ୍ୟକ୍ତିର ବ୍ୟବହାର ଗତିଶୀଳ ହେଲେ ମଧ୍ୟ ବୈଜ୍ଞାନିକ ପଦ୍ଧତିରେ ଏହାର ଅଧ୍ୟୟନ କରାଯାଇ ଯଥାସମ୍ଭବ ନିର୍ଭୁଲ ତଥ୍ୟ ବା ସତ୍ୟ ଉପସ୍ଥାପନ କରାଯାଇଥାଏ । ଏକ ନିର୍ଦ୍ଦିଷ୍ଟ ବିଷୟରେ ସଂଗୃହୀତ ତଥ୍ୟମାନଙ୍କ ମଧ୍ୟରେ କ୍ରିୟା ଓ ପ୍ରତିକ୍ରିୟାର ସମ୍ପର୍କ ସ୍ଥାପନ କରି ଏକ ବିଜ୍ଞାନସମ୍ମତ ଅନୁମାନ ସୃଷ୍ଟି କରାଯାଏ ଓ ଏହାର ସତ୍ୟତା ପ୍ରତିପାଦନୀୟ ବା ପରୀକ୍ଷାଯୋଗ୍ୟ ଅଟେ । ଭୌତିକ ବିଜ୍ଞାନ ପରି ଏଠାରେ ଜ୍ଞାନ ସୁଶୃଙ୍ଖଳିତ ହୋଇ ସାର୍ବଜନୀନତା ହାସଲ କରିପାରୁଥିବାରୁ ରାଜନୀତି ବିଜ୍ଞାନକୁ ‘ବିଜ୍ଞାନ’ ସଂଜ୍ଞା ଦେବାରେ କୌଣସି ବାଧା ନାହିଁ ।
୬ । ରାଜନୀତିକ ବିଜ୍ଞାନ ଏକ କଳା – ମତାମତ ପ୍ରଦାନ କର ।
Answer:
ବୈଜ୍ଞାନିକ ପଦ୍ଧତିରେ ଉପଲବ୍ଧ ସତ୍ୟକୁ ବାସ୍ତବ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପ୍ରୟୋଗ କରାଗଲେ ତାହାକୁ ‘କଳା’ କୁହାଯାଏ । ରାଜନୀତି ବିଜ୍ଞାନର ସିଦ୍ଧାନ୍ତଗୁଡ଼ିକ ବୈଜ୍ଞାନିକ ପଦ୍ଧତିରେ ସୃଷ୍ଟି ହୋଇ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରାଗଲେ ପ୍ରୟୋଗାତ୍ମକ ପ୍ରକ୍ରିୟାକୁ ‘କଳା’ କୁହାଯିବା ଯୁକ୍ତିଯୁକ୍ତ ଅଟେ । ରାଜନୈତିକ ସିଦ୍ଧାନ୍ତଗୁଡ଼ିକ ବ୍ୟକ୍ତି ଓ ରାଷ୍ଟ୍ରର ସ୍ଵାର୍ଥ ଦୃଷ୍ଟିରୁ ରାଜନୈତିକ ବ୍ୟବସ୍ଥା ମଧ୍ୟରେ କାର୍ଯ୍ୟକାରୀ ହୋଇଥାଏ । ପ୍ରୟୋଗାତ୍ମକ ରାଜନୀତି ବିଜ୍ଞାନ ବା ରାଜନୀତିକୁ ‘କଳା’ କୁହାଯାଇଥାଏ । ରାଜନୀତିକ ପ୍ରକୃତିକୁ ନିର୍ଦ୍ଦିଷ୍ଟଭାବେ ପ୍ରକାଶ କଲେ ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଏବଂ ରାଜନୀତି ଏକ କଳାର ରୂପ ପାଇଥାଏ ।
୭ । ରାଜନୀତିକ ବିଜ୍ଞାନ ଏକ ସାମାଜିକ ବିଜ୍ଞାନ – ଆଲୋଚନା କର ।
Answer:
ସାମାଜିକ ବିଜ୍ଞାନରେ ମଣିଷର ସାମାଜିକ ବ୍ୟବହାରକୁ ବିଜ୍ଞାନ ସମ୍ମତ ପଦ୍ଧତିରେ ଅଧ୍ୟୟନ କରାଯାଏ । ରାଜନୀତି ବିଜ୍ଞାନ ସାମାଜିକ ବିଜ୍ଞାନର ଏକ ଅଂଶ ଯାହା ମଣିଷର ରାଜନୈତିକ ବ୍ୟବହାର, ରାଷ୍ଟ୍ରର ମୂଳଭିଭି ସରକାରର ମୂଳନୀତି ଓ କାର୍ଯ୍ୟାବଳୀ ସଂପର୍କରେ ବିଜ୍ଞାନସମ୍ମତ ପଦ୍ଧତିରେ ଅଧ୍ୟୟନ କରି ପ୍ରମାଣଯୋଗ୍ୟ ସିଦ୍ଧାନ୍ତ ଉପସ୍ଥାପନ କରେ । ଏହାର ସିଦ୍ଧାନ୍ତ ଭୌତିକ ବିଜ୍ଞାନର ସିଦ୍ଧାନ୍ତ ପରି ବଳିଷ୍ଠ ନୁହେଁ କାରଣ ଏହା ପରିବର୍ତ୍ତନଶୀଳ ବ୍ୟକ୍ତି-ବ୍ୟବହାର ଉପରେ ଆଧାରିତ ହୋଇଥାଏ । ବ୍ୟକ୍ତିର ମୌଳିକ ସାମାଜିକ ଓ ରାଜନୈତିକ ଚରିତ୍ରକୁ ଏହା ଅଧ୍ୟୟନ କରୁଥିବାରୁ ରାଜନୀତି ବିଜ୍ଞାନ ସାମାଜିକ ବିଜ୍ଞାନର ଏକ ଗୁରୁତ୍ଵପୂର୍ଣ୍ଣ ଭିଭି ଅଟେ ।
୮ । ରାଜନୀତି ବିଜ୍ଞାନ ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ ରୂପେ କାର୍ଯ୍ୟ କରେ – ପରୀକ୍ଷା କର ।
Answer:
ମନୁଷ୍ୟର ଆଚାର ବ୍ୟବହାର, ଚାଲିଚଳଣ, କାର୍ଯ୍ୟକଳାପ ଆଦି ପରିବର୍ତ୍ତିତ ହେଉଥିବାରୁ ସାମାଜିକ ଦୃଷ୍ଟିକୋଣ ଓ ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ହେବା ସ୍ଵାଭାବିକ । ରାଜନୀତି ବିଜ୍ଞାନ ସାମାଜିକ ବିବର୍ତ୍ତନକୁ ଲକ୍ଷ୍ୟ ରଖ୍ ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣେ । ପ୍ରଚଳିକ ଆଇନ କାନୁନ୍ର ମଧ୍ୟ ପରିବର୍ତ୍ତନ କରାଯାଇ ନୂତନ ଆଇନ, ନୂତନ ନିୟମ ଓ ସୁଯୋଗ ସୃଷ୍ଟି କରାଯାଏ । ଏହାଦ୍ଵାରା ନୂତନ ସାମାଜିକ ମୂଲ୍ୟବୋଧର ଉଦ୍ଭବ ହୁଏ ଓ ନୂତନ ପରମ୍ପରା ସୃଷ୍ଟି ହୁଏ ।
(C) ପାର୍ଥକ୍ୟ ଦର୍ଶାଅ ।
୧ । ରାଜନୀତି (Politics) ଓ ରାଜନୀତି ବିଜ୍ଞାନ (Political Science) ।
Answer:
ରାଜନୀତି ଓ ରାଜନୀତି ବିଜ୍ଞାନ ମଧ୍ୟରେ ଥିବା ପାର୍ଥକ୍ୟକୁ ସାର୍ ଫ୍ରେଡ଼ରିକ୍ ପୋଲକ୍ ନିମ୍ନମତେ ପ୍ରକାଶ କରିଛନ୍ତି ।
ପ୍ରୟୋଗାତ୍ମକ ରାଜନୀତି ବା ରାଜନୀତି (Applied Politics) | ରାଜନୀତି ବିଜ୍ଞାନ ବା ତାନ୍ତ୍ରିକ ରାଜନୀତି (Theoreticl Politics) |
(i) ଏହା ବାସ୍ତବରେ ସରକାର ଗଠନ ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଆଲୋଚନା କରେ । | (i) ଏହାଦ୍ଵାରା ରାଷ୍ଟ୍ରର ଉତ୍ପତ୍ତି, କ୍ରମବିକାଶ ଓ ରାଷ୍ଟ୍ରର ମୌଳିକ ଉପାଦାନ ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା ହୁଏ । |
(ii) ଏଥିରେ ବାସ୍ତବ କ୍ଷେତ୍ରରେ ସରକାର ନିଜର କାର୍ଯ୍ୟ ସମ୍ପାଦନ କରିଥା’ନ୍ତି | | (ii) ଏଥ୍ ରେ ଶାସନତନ୍ତ୍ର ବୈଜ୍ଞାନିକ ଉପାୟରେ ଆଲୋଚନା କରାଯାଏ । |
(iii) ଏହା ପ୍ରକୃତ ଆଇନର ସୃଷ୍ଟି, କାର୍ଯ୍ୟକାରିତା ଓ ବିଚାରାଳୟର କାର୍ଯ୍ୟଧାରାକୁ ସୂଚିତ କରିଥାଏ । | (iii) ଏହା ଆଇନ ପ୍ରଣୟନର ମୌଳିକ ପ୍ରକ୍ରିୟା ତଥା ଦୃଷ୍ଟିକୋଣ ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରେ । |
(iv) ଏଥୁରେ ଯୁଦ୍ଧ, ଶାନ୍ତି, କୂଟନୀତି, ଆନ୍ତର୍ଜାତିକ ଆଇନକୁ ସୃଷ୍ଟି ଓ କାର୍ଯ୍ୟକାରୀ କରାଯାଏ । | (iv) ଏହା ରାଷ୍ଟ୍ର ସହ ବ୍ୟକ୍ତିର ସମ୍ପର୍କ, ଆନ୍ତର୍ଜାତିକ ସହଯୋଗ ଇତ୍ୟାଦି ନିୟମର ବିଶ୍ଳେଷଣାତ୍ମକ ଅଧ୍ୟୟନ କରେ । |
(v) ଏହା କ୍ଷମତା ଗ୍ରହଣ ଓ ବ୍ୟବହାର ଉପରେ ଗୁରୁତ୍ଵ କରେ । | (v) ଏଥୁରେ ରାଷ୍ଟ୍ର ମଧ୍ୟରେ ବାସ କରୁଥିବା ମନୁଷ୍ୟର ରାଜନୈତିକ ଓ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଏ । |
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
୧ । ରାଜନୀତି ବିଜ୍ଞାନର ସଂଜ୍ଞା, ବିକାଶ ଓ ପରିସର ଆଲୋଚନା କର ।
Answer:
ରାଜନୀତି ବିଜ୍ଞାନ ଏକ ସର୍ବଶ୍ରେଷ୍ଠ ଓ ସର୍ବୋଚ୍ଚ ବିଜ୍ଞାନରୂପେ ପରିଚିତ । ଏହାର ଶୃଙ୍ଖଳାବଦ୍ଧ ଅଧ୍ୟୟନ ଯେତିକି ପ୍ରାଚୀନ ସେତିକି ମଧ୍ଯ ଅର୍ବାଚୀନ । ପାଶ୍ଚାତ୍ୟ ଦେଶମାନଙ୍କରେ ଖ୍ରୀଷ୍ଟଙ୍କ ଜନ୍ମର ବହୁ ପୂର୍ବରୁ ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟୋଟଲ୍ ପ୍ରଭୃତି ପଣ୍ଡିତମାନଙ୍କ ଆଲୋଚନା ଓ ଲିଖତ କୃତିରେ ରାଜନୀତିର ଦାର୍ଶନିକ ଓ ତାତ୍ତ୍ଵିକ ଅନୁଷ୍ଠାନର ପ୍ରତିଫଳନ ଦେଖିବାକୁ ମିଳେ । ଭାରତ ପରି ପ୍ରାଚୀନ ସଭ୍ୟତାରେ ମହାଭାରତ, କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଇତ୍ୟାଦି ଅନକେ ଗ୍ରନ୍ଥରେ ରାଷ୍ଟ୍ର, ରାଜା ଓ ରାଜଧର୍ମ, ଶାସନର ବିଭିନ୍ନ ତତ୍ତ୍ଵ ଆଦି ସମ୍ପର୍କରେ ତାତ୍ତ୍ଵିକ ଆଲୋଚନା କରାଯାଇଛି ।
ମଧ୍ୟଯୁଗୀୟ ପଣ୍ଡିତମାନେ ମଧ୍ୟ ତତ୍କାଳୀନ ରାଷ୍ଟ୍ର ଓ ସମାଜର ବିଭିନ୍ନ ଦିଗ ଉପରେ ବିଶ୍ଳେଷଣାତ୍ମକ ବିବରଣୀ ପ୍ରଦାନ କରିଯାଇଅଛନ୍ତି | ଆଧୁନିକ ଯୁଗରେ ଜାତିଭିତ୍ତିକ ସାର୍ବଭୌମ ରାଷ୍ଟ୍ର ଅଭ୍ୟୁଦୟ ଘଟିଲା ଓ ଏହାର ବିଭିନ୍ନ ଲକ୍ଷଣ ଓ ଦିଗର ତାତ୍ତ୍ଵିକ ଆଲୋଚନା ସମ୍ବଳିତ ବିଭିନ୍ନ ତଥ୍ୟ ମାକିଆଭେଲି, ଡବସ୍, ଲକ୍, ରୁଷୋ, ବେନ୍ଥାମ୍, ମିଲ, କାଣ୍ଟ, ହେଗେଲ୍ ଓ ମାର୍କସ୍ଙ୍କ ପରି ପାଶ୍ଚାତ୍ୟ ଦାର୍ଶନିକଙ୍କ ଲିଖତ କୃତିରେ ପ୍ରକାଶ ପାଇଲା ।
ବିଂଶ ଶତାବ୍ଦୀରେ ରାଜନୀତି ଶାସ୍ତ୍ରର ଅଧ୍ୟୟନ ପରିମାଣ ଓ ଗୁଣାତ୍ମକ ମାନ ଦୃଷ୍ଟିରୁ ଉନ୍ନତ ହୋଇଛି । ରାଷ୍ଟ୍ରନୀତିର ଏହି ବ୍ୟାପ୍ତି ଓ ସାର୍ବଜନୀନତା ଆଧୁନିକ ମନୁଷ୍ୟ ମନରେ ଏହା ପ୍ରତି ଅଶେଷ ଶ୍ରଦ୍ଧା ଓ କୌତୂହଳ ସୃଷ୍ଟି କରିବା ସ୍ଵାଭାବିକ ।
ସାମାଜିକ ମାନବର ରାଜନୈତିକ ସଚେତନଶୀଳତା ବୃଦ୍ଧି ହେବା ଫଳରେ ରାଜନୀତି, ରାଷ୍ଟ୍ର ଓ ରାଜନୀତି ବିଜ୍ଞାନର ସୃଷ୍ଟି ହେଲା । ଆରିଷ୍ଟୋଟଲ୍ଙ୍କ ମତରେ, “ମାନବ ଏକ ସାମାଜିକ ଓ ରାଜନୈତିକ ଜୀବ ଅଟେ ।” ଏଣୁ ରାଜନୈତିକ ବ୍ୟବହାରର ଅନୁକୂଳ ପରିସ୍ଥିତି ବ୍ୟତୀତ ମାନବର ବ୍ୟକ୍ତିତ୍ଵ ବିକାଶ ସମ୍ଭବ ନୁହେଁ । ମାର୍ଶାଲ୍ ବର୍ମନ୍ଙ୍କ ମତରେ, “ ତୁମେ ରାଜନୀତି ସମ୍ପର୍କରେ ଆଗ୍ରହ ପ୍ରକାଶ ନ କଲେ ମଧ୍ୟ ରାଜନୀତି ତୁମର ବ୍ୟକ୍ତିତ୍ଵ ବିକାଶର ଅନ୍ତିମ ଲକ୍ଷ୍ୟକୁ ଗ୍ରହଣ କରିଛି ।”
‘ରାଜନୀତି’ ଶବ୍ଦର ଉତ୍ପତ୍ତି ଓ ବିକାଶ :
ରାଜନୀତି ବିଜ୍ଞାନର କ୍ରମ ଅଭ୍ୟୁଦୟ ସମ୍ବନ୍ଧରେ ବିଶ୍ଳେଷଣ କଲେ ଏହା ଜଣାଯାଏ ଯେ ସର୍ବପ୍ରଥମେ ଗ୍ରୀସ୍ ଦେଶର ଦାର୍ଶନିକମାନେ ଏହି ‘ରାଜନୀତି’ (Politics) ଶବ୍ଦଟିକୁ ଆଧୁନିକ ଅର୍ଥରେ ବ୍ୟବହାର କରିଥିଲେ । ପ୍ରାଚୀନ ଗ୍ରୀସ୍ ଦେଶରେ ଅନେକ ‘ନଗର-ରାଜ୍ୟ’ (City States) ଥୁଲା ଓ ଏହି ନଗର-ରାଜ୍ୟଗୁଡ଼ିକ ଗ୍ରୀକ୍ ଭାଷାରେ ‘ପଲିସ୍’ (Polis) ବୋଲି କୁହାଯାଉଥିଲା । ରାଜନୀତି ଏହି ନଗର-ରାଷ୍ଟ୍ରର ବିଭିନ୍ନ ଦିଗ ଉପରେ ବୈଜ୍ଞାନିକ ବିଶ୍ଳେଷଣ କରିଥାଏ ।
ଏଣୁ ‘ରାଜନୀତି’ ଶବ୍ଦଟି ଗ୍ରୀକ୍ ଶବ୍ଦ ‘ପଲିସ୍’ ବା ନଗର-ରାଜ୍ୟରୁ ଉଦ୍ଧୃତ ହୋଇଛି । ଚତୁର୍ଥ ଶତାବ୍ଦୀରେ ଗ୍ରୀସ୍ ଦେଶର ଶତାଧ୍ଵକ ନଗର-ରାଜ୍ୟକୁ ଅଧ୍ୟୟନ କରି ତାଙ୍କର ବିଶ୍ଳେଷଣର ଫଳାଫଳକୁ ଆରିଷ୍ଟୋଟଲ୍ ‘The Politics’ ପୁସ୍ତକରେ ଲିପିବଦ୍ଧ କରିଛନ୍ତି । ମଧ୍ୟଯୁଗରେ ଏହି ନଗର-ରାଷ୍ଟ୍ରର ବିଲୟ ଘଟି ‘ଦେଶ-ରାଷ୍ଟ୍ରର’ ଅଭ୍ୟୁଦୟ ଘଟିବା ସଙ୍ଗେ ସଙ୍ଗେ ଖ୍ରୀଷ୍ଟଧର୍ମର ପ୍ରସାର ସାରା ଇଉରୋପରେ ବିସ୍ତାରଲାଭ କରିଥିଲା, ତେଣୁ ସେ ସମୟରେ ରାଜନୈତିକ ଦର୍ଶନ ମୁଖ୍ୟତଃ ସମ୍ରାଟଙ୍କର କ୍ଷମତା, ସାମ୍ରାଜ୍ୟରେ ପ୍ରଜାମାନଙ୍କର କର୍ତ୍ତବ୍ୟ ଓ ଉଭୟଙ୍କର ଧର୍ମଗତ କର୍ତ୍ତବ୍ୟର ବିଶ୍ଳେଷଣ ଆଦି ବିଷୟରେ ସୀମିତ ଥିଲା ।
ଆଧୁନିକ ଯୁଗରେ ଜାତିଭିଭିକ ରାଷ୍ଟ୍ର (Nation-State) ଧୀରେ ଧୀରେ ରାଜନୈତିକ ବିଶ୍ଳେଷଣ ଓ ପର୍ଯ୍ୟାଲୋଚନାର ମୁଖ୍ୟ ବିଷୟବସ୍ତୁ ହୋଇଛି । ଏହି ପ୍ରକାର ରାଷ୍ଟ୍ରର ସଙ୍ଗଠନ; ସରକାରର ବିବିଧ ରୂପ କର୍ମପରିସର ବୃଦ୍ଧି ପାଇ ନାନା ଶାଖା ଉପଶାଖା ସୃଷ୍ଟି ହୋଇଛି । ଫଳରେ ଆଜିର ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଓ ସରକାର ମଧ୍ୟରେ ସୀମାବଦ୍ଧ ନରହି ଇତ୍ୟାଦି ଦିଗରେ ଦୃଷ୍ଟିନିକ୍ଷେପ କରିଛି । ଆଜି ଏହା ଆଧୁନିକ ମାନବର ବୌଦ୍ଧିକ ବିକାଶ ଓ ରାଜନୈତିକ ସଚେତନଶୀଳତା ପାଇଁ ଅପରିହାର୍ଯ୍ୟ ହୋଇଯାଇଛି ଏବଂ ମଣିଷକୁ ମଣିଷ ପରି ବଞ୍ଚାଇ ରଖୁବାପାଇଁ ଏକମାତ୍ର ପାଥେୟରେ ପରିଣତ କରିଛନ୍ତି ।
ରାଜନୀତି ବିଜ୍ଞାନର ସଂଜ୍ଞା :
ରାଜନୀତି ବିଜ୍ଞାନ ଏକ ବହୁପ୍ରସାରୀ ବିଷୟ ଅଟେ । ଏହା ମୁଖ୍ୟତଃ ‘ରାଷ୍ଟ୍ର ଓ ସରକାର’ ସହ ସମ୍ପୃକ୍ତ ଅଟେ । ପୁନଶ୍ଚ ତାତ୍ତ୍ଵିକ ଓ ବ୍ୟାବହାରିକ ରାଜନୀତିକୁ ରାଜନୀତି ବିଜ୍ଞାନର ଅଂଶରୂପେ ପରିଗଣିତ କରାଯାଏ । ରାଜନୀତି ବିଜ୍ଞାନ ଜାତୀୟ ଓ ଆନ୍ତର୍ଜାତୀୟ ରାଜନୈତିକ ଅନୁଷ୍ଠାନର ଗଠନ, କାର୍ଯ୍ୟକ୍ରମ ଓ ପ୍ରକାରଭେଦର ତାରତମ୍ୟ ସମ୍ବନ୍ଧରେ ମଧ୍ୟ ବିସ୍ତୃତ ଆଲୋଚନା କରିଥାଏ । ବିଭିନ୍ନ ରାଜନୀତି ବିଜ୍ଞାନୀ ରାଜନୀତି ବିଜ୍ଞାନର ନିମ୍ନଲିଖତ ସଂଜ୍ଞା ନିର୍ଦ୍ଧାରଣ କରିଛନ୍ତି ।
(୧) ପଲ୍ ଜ୍ୟାନେଟ୍ (Paul Janet) – ଫ୍ରାନ୍ସର ରାଜନୀତି ବିଜ୍ଞାନୀ ପଲ୍ ଜ୍ୟାନେଟ୍ଙ୍କ ମତରେ, “ ରାଜନୀତି ବିଜ୍ଞାନ ସାମାଜିକ ବିଜ୍ଞାନର ସେହି ଅଂଶ ଯାହା ରାଷ୍ଟ୍ରର ମୂଳଭିଭି ଓ ସରକାରଙ୍କ ନୀତି ସହ ସଂପୃକ୍ତ ଅଟେ ।”
(୨) ବୁଣ୍ଟଳ୍କୀ (Bluntschili) – ସୁଇଜରଲ୍ୟାଣ୍ଡର ଦାର୍ଶନିକ ବୁଷ୍ଟସ୍ଵୀଙ୍କ ମତରେ, “ ରାଷ୍ଟ୍ର ସମ୍ବନ୍ଧରେ ସମ୍ପୃକ୍ତ ରାଷ୍ଟ୍ରର ମୌଳିକ ଅବସ୍ଥା, ତା’ର ମୂଳକ ପ୍ରକୃତି, ବିଭିନ୍ନ ପରିପ୍ରକାଶର ରୂପ ଓ ଏହାର ପ୍ରଗତି ବିଷୟରେ ଦିଗ ନିର୍ଣ୍ଣୟ କରିବା ଓ ସ୍ପଷ୍ଟ ଧାରଣା ପ୍ରଦାନ କରିବାରେ ସହାୟକ ହେଉଥିବା ବିଷୟକୁ ରାଜନୀତି ବିଜ୍ଞାନ କୁହାଯାଏ ।”
(୩) ଗେଟେଲ୍ (Gettell) – “ଏହା ରାଷ୍ଟ୍ରର ଅତୀତ ସମ୍ପର୍କରେ ଏକ ଐତିହାସିକ ଅନୁସନ୍ଧାନ, ବର୍ତ୍ତମାନ ସମ୍ପର୍କରେ ଏକ ବିଶ୍ଳେଷଣାତ୍ମକ ଅଧ୍ୟୟନ ଏବଂ ରାଷ୍ଟ୍ରର ଭବିଷ୍ୟତ ସମ୍ପର୍କରେ ଏକ ନୀତି ସମର୍ଥିତ ରାଜନୈତିକ ସିଦ୍ଧାନ୍ତର
(୪) ଗିଖ୍ରୀଷ୍ଟ (Gilchrist) – “ରାଜନୀତି ବିଜ୍ଞାନ ରାଷ୍ଟ୍ର ଓ ସରକାର ସମ୍ବନ୍ଧୀୟ ସାଂପ୍ରତିକ ସମସ୍ୟାର ବିଚାର କରେ ଓ ସେମାନଙ୍କର ପ୍ରକୃତି, ଅବସ୍ଥା, ଆବିର୍ଭାବ, ଅଗ୍ରଗତି ଓ ସଙ୍ଗଠନ ବିଷୟରେ ସୂଚନା ପ୍ରଦାନ କରେ ।”
(୫) କ୍ୟାଟ୍ଲିନ୍ (Catlin) – “ରାଜନୀତିକ ଜୀବନ ପ୍ରବାହ ତଥା ସରକାରର ବିଭିନ୍ନ ଅଂଶର କାର୍ଯ୍ୟାବଳୀକୁ ପର୍ଯ୍ୟାଲୋଚନା କରୁଥିବା ବିଷୟକୁ ରାଜନୀତି ବିଜ୍ଞାନ କୁହାଯାଏ ।”
(୬) ସିଗ୍ଉଇକ୍ (Sigwick) – “ରାଜନୀତି ବିଜ୍ଞାନ ପ୍ରଧାନତଃ କେବଳ ମନସ୍ତାତ୍ତ୍ଵିକ ତଥ୍ୟ ଉପରେ ପର୍ଯ୍ୟବସିତ । ଏହା ସଭ୍ୟ ମାନବର ପରସ୍ପର ସହିତ ସମ୍ପର୍କ ଓ ସମାଜରେ ଶାସନ ଓ ଶାସିତ ମଧ୍ୟରେ ପ୍ରତିଷ୍ଠିତ ଆଦର୍ଶ ସମ୍ପର୍କ ବିଷୟରେ ଆଲୋଚନା କରେ ।”
(୭) ବ୍ରିଡ୍ଲେ (Bridle) – “ରାଜନୀତି ବିଜ୍ଞାନ ହେଉଛି ସର୍ବୋପରି ଏକ ବର୍ଣ୍ଣନାକାରୀ ଆଲୋଚନା, ଯେଉଁଥିରେ କି ଜାତୀୟ ରାଜନୈତିକ ଅନୁଷ୍ଠାନ, ସେମାନଙ୍କର ଅତୀତ, ଆଦର୍ଶଗତ ନୀତି, କାର୍ଯ୍ୟକାରିତା, ସେମାନଙ୍କୁ ପ୍ରଭାବିତ ଓ ନିୟନ୍ତ୍ରିତ କରୁଥିବା କାରଣସବୁ ଓ ଫଳାଫଳ ସହିତ ଜାତୀୟ ଜୀବନ ଉପରେ ତା’ର କି ପ୍ରଭାବ ରହିଛି ଓ ପଡ଼ୋଶୀ ରାଷ୍ଟ୍ର ସହିତ ସମ୍ପର୍କ ବିଷୟରେ ଆଲୋଚନା କରାଯାଇଥାଏ ।”
(୮) ଗାଣ୍ଡିର (Garner) – “ରାଷ୍ଟ୍ରର ଆରମ୍ଭ ଓ ଶେଷ ରାଷ୍ଟ୍ରରେ ହୋଇଥାଏ ।”
(୯) ଲାସ୍କି (Laski) – ‘ଏହା ରାଷ୍ଟ୍ର ଓ ସରକାର ବିଷୟରେ ଆଲୋଚନା କରେ ।”
(୧୦) ଡଃ ଲିକକ୍ (Dr. Leacock) – ଏହା ସରକାର ସମ୍ବନ୍ଧରେ ଏକ ଅଧ୍ୟୟନ ଅଟେ ।”
ଉପରୋକ୍ତ ସଂଜ୍ଞାଗୁଡ଼ିକୁ ବିଶ୍ଳେଷଣ କଲେ ଏହା ସୁସ୍ପଷ୍ଟ ହୁଏ ଯେ ରାଜନୀତି ବିଜ୍ଞାନ ରାଷ୍ଟ୍ର ସହିତ ସଂପୃକ୍ତ । କିନ୍ତୁ ଆଧୁନିକ ରାଜନୀତି ବିଜ୍ଞାନୀ ଆଲମଣ୍ଡଙ୍କ ମତରେ, “ ରାଜନୀତି ବିଜ୍ଞାନ କ୍ଷମତାର ସଙ୍ଗଠନ, ବଣ୍ଟନ ଏବଂ ପ୍ରୟୋଗ ସଂକ୍ରାନ୍ତୀୟ ଅଧ୍ୟୟନ ସହ ସମ୍ପୃକ୍ତ ।” ରାଜନୀତିକ ସଂଘ ଓ ଗୋଷ୍ଠୀର ଅଧ୍ୟୟନ କରି ନୂତନ ନୀତିର ବୟାନ କରିବା ଏହାର ସାଂପ୍ରତିକ ଆଭିମୁଖ୍ୟ । ଡେଭିଡ୍ ଇଷ୍ଟନ୍, ଗାବ୍ରିଏଲ ଆଲମଣ୍ଡ, ଜେ.ପି. ପାୱେଲ, ଲୁସିଆନ ପାଏ ଏବଂ ରବର୍ଟ ଡାଲ୍ ପ୍ରଭୃତି ପାଶ୍ଚାତ୍ୟ ରାଜନୀତି ବିଜ୍ଞାନୀମାନଙ୍କର ସାଂପ୍ରତିକ ଅଧ୍ୟୟନ କ୍ଷେତ୍ରରେ ଗୁରୁତ୍ଵପୂର୍ଣ ସମ୍ବନ୍ଧୀୟ ଅଧ୍ୟୟନ ମୁଖ୍ୟତଃ ଆଧୁନିକ ରାଜନୀତି ବିଜ୍ଞାନର ପରିସରଭୁକ୍ତ କ୍ଷମତା ଏବଂ ରାଜନୈତିକ ମାନବ (Political man) ସଂଘବଦ୍ଧ ଜୀବନରେ ବାସ୍ତବ ଭୂମିକା ଗ୍ରହଣ କରିଥାଏ ।
ଅଣପାଶ୍ଚାତ୍ୟ ଅଞ୍ଚଳ (Non Western areas) ଅର୍ଥାତ୍ ବିକାଶୋନ୍ମୁଖୀ ଅଞ୍ଚଳର ରାଜନୀତି (Politics of development areas) ଉପରେ ଅଧୁନା ଅଧୁକ ଗୁରୁତ୍ଵ ଦିଆଯାଉଛି ଇଂଲଣ୍ଡର ପ୍ରଖ୍ୟାତ ରାଜନୀତି ବିଜ୍ଞାନୀ ମାଇକେଲ ଓସ୍କଙ୍କ ଭାଷାରେ, “ରାଜନୈତିକ କାର୍ଯ୍ୟକ୍ଷେତ୍ରରେ ମନୁଷ୍ୟ ଏକ ଅସୀମ ସମୁଦ୍ର ଲଙ୍ଘନ କରେ ଯେଉଁଥରେ ଆଶ୍ରୟ ପାଇଁ ପୋତାଶ୍ରୟ ନାହିଁ କିମ୍ବା ଅଟକିବା ପାଇଁ ଭୂତଳ ନାହିଁ; ପୁଣି ସେଠାରେ ଆରମ୍ଭସ୍ଥଳ ନାହିଁ କି ଲକ୍ଷ୍ୟସ୍ଥଳ ନାହିଁ । ସେହି ପରିପ୍ରେକ୍ଷୀରେ କ୍ରମଭାସମାନ ଅବସ୍ଥାରେ ରହେ । ସମୁଦ୍ର ହେଉଛି ଉଭୟ ଶତ୍ରୁ ଓ ବନ୍ଧୁ ।”
ସାଂପ୍ରତିକ ରାଜନୀତି ବିଜ୍ଞାନ ହେଉଛି ଉଦାରବାଦୀ ଓ ମାର୍କସ୍ଦୀ, ଉଭୟ ପାଶ୍ଚାତ୍ୟ ଓ ଅଣପାଶ୍ଚାତ୍ୟ, ମୂଲ୍ୟବୋଧଜନିତ ଓ ମୂଲ୍ୟବୋଧରହିତ ଏବଂ ଉଭୟ ଆଦର୍ଶବାଦୀ ଓ ବୈଜ୍ଞାନିକ । ଆଧୁନିକ ରାଜନୀତି ବିଜ୍ଞାନ ପୁଣି ସାମାଜିକ ପରିବର୍ତ୍ତନ ଓ ସାମାଜିକ ବାସ୍ତବତାକୁ ନେଇ ପରିଚାଳିତ । ବୁଦ୍ଧିଜୀବୀମାନଙ୍କ ଭୂମିକା ରାଜନୀତି ବିଜ୍ଞାନର ପରିସରଭୁକ୍ତ ହୋଇଛି । ରାଜନୀତିର ସାଂପ୍ରତିକ ଲକ୍ଷ୍ୟ ହେଉଛି କ୍ଷମତା ଉପାଦାନର ବୈଜ୍ଞାନିକ ଅଧ୍ୟୟନ (Scientific enquiry into the phenomenon of power) ।
ସେଥିପାଇଁ ରାଜନୈତିକ ସମାଜ ବିଜ୍ଞାନ ଏବଂ ତୁଳନାତ୍ମକ ରାଜନୀତିକର ଜନ୍ମ । ରାଜନୀତି ବୋଇଲେ ଅଧୁନା ତିନିଗୋଟି ଜିନିଷକୁ ବୁଝାଏ; ଯଥା ରାଜନ ତିକ କାର୍ଯ୍ୟକଳାପ (Political Activity), ରାଜନ ତିକ ପ୍ରକ୍ରିୟା (Political Process) ରାଜନ ତିକ ଶକ୍ତି । (Political Power) ।
ମନୁଷ୍ୟ ଏକ ସାମାଜିକ ଓ ରାଜନୈତିକ ପ୍ରାଣୀ ବୋଲି ବହୁଦିନରୁ ଆରିଷ୍ଟୋଟଲ୍ କହିଥିଲେ । ସମାଜରେ ମନୁଷ୍ୟର ଜନ୍ମ । ସାମାଜିକ ପରିବେଷ୍ଟନୀ, ରାଜନୈତିକ ମନୁଷ୍ୟର ଚିନ୍ତାଧାରା, ଆଭିମୁଖ୍ୟ ଏବଂ ଚେତନାକୁ ପ୍ରଭାବିତ ଓ ତ୍ଵରାନ୍ଵିତ କରିଥାଏ । ସାମାଜିକ ସଂସ୍ଥା (Social system) ମଧ୍ୟରେ ରାଜନୈତିକ ସଂସ୍ଥା (Political system) ଏବଂ ଆଇନ ସଂସ୍ଥା (Legal system) ଅନ୍ତର୍ଭୁକ୍ତ । ସେ ଦୃଷ୍ଟିରୁ ବିଚାର କରିବାକୁ ହେଲେ ସାମାଜିକ ସଂସ୍ଥାକୁ ରାଜନୈତିକ ସଂସ୍ଥାର ଜନ୍ମ ।
ଆଲମଣ୍ଡଙ୍କ ଭାଷାରେ, “ ରାଜନୈତିକ ବ୍ୟବସ୍ଥା ଏକ ଅନ୍ତଃକ୍ରିୟାକଳାପ ବ୍ୟବସ୍ଥାକୁ ସୂଚିତ କରେ ଯେଉଁଥରେ ପ୍ରତ୍ୟେକ ସ୍ଵାଧୀନ ସମାଜ ଅନ୍ତଃକ୍ରିୟା ଓ ଗ୍ରହଣ କାର୍ଯ୍ୟ ସମ୍ପାଦନ କରିଥାଏ ।” (Political system is a system of interaction found in all independent society which performs the functions of interaction and adoption.”)
ତୁଳନାତ୍ମକ ରାଜନୀତିରେ ରାଷ୍ଟ୍ର ଉପରେ ଅଧିକ ଗୁରୁତ୍ଵ ଦିଆନଯାଇ ରାଜନୀତି ଓ ରାଜନୈତିକ ବ୍ୟବସ୍ଥା ଉପରେ ଅଧୁକ ଗୁରୁତ୍ଵ ଦିଆଯାଇଥାଏ । ବିଜ୍ଞାନର ଦ୍ରୁତ ଅଗ୍ରଗତି ମନୁଷ୍ୟର ଚିନ୍ତାଧାରାକୁ ବହୁ ପରିମାଣରେ ପ୍ରଭାବିତ କରୁଥିବାରୁ ତୁଳନାତ୍ମକ ରାଜନୀତିରେ ଏହାକୁ ବିଚାରକୁ ନେଇ ରାଜନୈତିକ ସିଦ୍ଧାନ୍ତ ବା ତଥ୍ୟ ବିଶ୍ଳେଷଣ କରାଯାଏ । ଦ୍ଵିତୀୟତଃ, ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ ଅଣପାଶ୍ଚାତ୍ୟ ଓ ଅନଗ୍ରସର ରାଷ୍ଟ୍ରମାନଙ୍କ ପ୍ରତି ରାଜନୀତି ବିଜ୍ଞାନୀମାନେ ବିଶେଷ ଆଗ୍ରହ ପ୍ରକାଶ କରୁଅଛନ୍ତି । ପୁଣି ଆନ୍ତଃବିଷୟକ ଅଧ୍ୟୟନ ଏବଂ ଗବେଷଣା (Interdisciplinary Study and Research) ରାଜନୀତି ବିଜ୍ଞାନର ଅନ୍ୟ ଏକ ସାଂପ୍ରତିକ ଓ ଅଭିନବ ଅବଦାନ ।
କ୍ଷମତା ଓ କର୍ତ୍ତୃତ୍ଵ ବିଷୟରେ ମଧ୍ୟ ରାଜନୀତି ବିଜ୍ଞାନୀମାନେ ଅଧିକ ସଚେତନ । ତେଣୁ ରାଜନୀତି ବିଜ୍ଞାନକୁ କ୍ଷମତା ବ୍ୟବହାର ସମ୍ବନ୍ଧରେ ଅଧ୍ୟୟନ (Science for study of exercise of power) ବୋଲି କୁହାଯାଏ । ପୁଣି ରାଜନୈତିକ ସଂସ୍ଥାରେ ନିଷ୍ପଭି ଗ୍ରହଣ ବିଷୟକ ଅଧ୍ୟୟନ ଗୁରୁତ୍ଵପୂର୍ଣ୍ଣ । ତାହା ମଧ୍ୟ ରାଜନୀତି ବିଜ୍ଞାନର ପରିସରଭୁକ୍ତ । ସେଥୁପାଇଁ ରାଜନୀତି ବିଜ୍ଞାନକୁ ନିଷ୍ପତ୍ତି ଗ୍ରହଣର ବିଜ୍ଞାନ (Science of decision-making) ବୋଲି କୁହାଯାଇଥାଏ । ଫଳରେ ନୂତନ ତଥ୍ୟ ତଥା ତତ୍ତ୍ଵ ସ୍ଥାପନ କରିବା ଏହାର ଅନ୍ୟତମ ଆଭିମୁଖ୍ୟ ।
ସମୟ ଥିଲା, ଯେତେବେଳେ ରାଜନୀତି ବିଜ୍ଞାନ କେବଳ ରାଷ୍ଟ୍ର ଏବଂ ସରକାର ସମ୍ବନ୍ଧୀୟ ବିଜ୍ଞାନ ରୂପେ ସୀମିତ ଥିଲା । ରାଷ୍ଟ୍ରର ମୂଳଭିଭି ଏବଂ ସରକାରର ନୀତି ସମ୍ବନ୍ଧୀୟ ବିଷୟବସ୍ତୁକୁ ନେଇ ଏହାର ସଂଜ୍ଞା ନିର୍ଦ୍ଧାରଣ କରାଯାଉଥିଲା । ରାଜନୀତି ବିଜ୍ଞାନ ମୁଖ୍ୟତଃ ସମାଜ ବିଜ୍ଞାନର ଏକ ବିଶିଷ୍ଟ ଅଙ୍ଗ; କାରଣ ସମାଜର ମୁଖ୍ୟ ଘଟଣାବଳୀ ସହିତ ରାଜନୀତି ବିଜ୍ଞାନ ଓତପ୍ରୋତଭାବେ ଜଡ଼ିତ । ଏହିପରିଭାବରେ ରାଜନୀତି ବିଜ୍ଞାନ ରାଷ୍ଟ୍ରର ଉତ୍ପତ୍ତି, ଗଠନ, ସ୍ଥିତି ତଥା ସରକାର ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥାଏ ।
ରାଜନୀତି ବିଜ୍ଞାନକୁ ବିଶ୍ଳେଷଣ କରିବାକୁ ଯାଇ ଗେଟେଲ୍ କହିଅଛନ୍ତି ଯେ “ ଏହା (ରାଜନୀତି ବିଜ୍ଞାନ) ରାଷ୍ଟ୍ରର ଅତୀତ ଇତିହାସ ଅନୁସନ୍ଧାନରେ ସମସାମୟିକ ପରିସ୍ଥିତିର ବିଶ୍ଳେଷଣ କରେ ଏବଂ ଭବିଷ୍ୟତ ପାଇଁ ନୀତିଗତ ଆଲୋଚନାର କ୍ଷେତ୍ର ପ୍ରସ୍ତୁତ କରେ ଅର୍ଥାତ୍ ଏହା ଏକ ଅନୁସନ୍ଧାନ ବା ସମୀକ୍ଷଣ ଶାସ୍ତ୍ର; ଯେଉଁଥରେ କି ଅତୀତର ଶାସନ ପଦ୍ଧତି ଆମେ ଜାଣିବାକୁ ପାଉ । ଏହା ମଧ୍ୟ ପ୍ରଚଳିତ ସରକାର ପଦ୍ଧତିର ଏକ ଜ୍ଵଳନ୍ତ ନିର୍ଯ୍ୟାସ, ଉନ୍ନତ ସମ୍ମିଶ୍ରଣ ।” ଗେଟେଲ୍ଙ୍କ ମତ ଅନୁଯାୟୀ, ରାଜନୀତି ବିଜ୍ଞାନ ମାନବ ପ୍ରକୃତିଦ୍ଵାରା ପରିଚାଳିତ ଏବଂ ମାନବ ପ୍ରକୃତି ହିଁ ରାଜନୀତି ବିଜ୍ଞାନର ପରିସରଭୁକ୍ତ ।
ରାଜନୀତି ବିଜ୍ଞାନର ପରିସର :
(୧) ରାଜନୀତି ଦର୍ଶନ – ବିଭିନ୍ନ ଚିନ୍ତାଶୀଳ ବ୍ୟକ୍ତି ନିଜର ସମସାମୟିକ ସମାଜର ସାମାଜିକ ଓ ରାଜନୀତିକ ବ୍ୟବସ୍ଥା ସମ୍ପର୍କରେ ଯେଉଁ ନିଜସ୍ବ ଚିନ୍ତାଧାରା ପ୍ରକାଶ କରନ୍ତି ତାହାକୁ ରାଜନୀତି ଦର୍ଶନ କୁହାଯାଏ । ଏହା ଦାର୍ଶନିକମାନଙ୍କର ମୌଳିକ ଚିନ୍ତାଧାରାକୁ ପ୍ରତିଫଳିତ କରିଥାଏ । ଏହା ଉଭୟ ତାତ୍ତ୍ଵିକ ଓ ମୂଲ୍ୟବୋଧଭିଭିକ ଅଟେ । ଏହା ବିଭିନ୍ନ ରାଜନୈତିକ ମତବାଦ ଉପସ୍ଥାପନ କରିଥାଏ ।
(୨) ରାଜନୀତି ତତ୍ତ୍ଵ – ବିଭିନ୍ନ ରାଜନୈତିକ ଦାର୍ଶନିକମାନେ ନିଜସ୍ଵ ଦୃଷ୍ଟିକୋଣରୁ ବିଭିନ୍ନ ରାଜନୈତିକ ବ୍ୟବସ୍ଥା, ବ୍ୟବହାର ଇତ୍ୟାଦିକୁ ବିଶ୍ଳେଷଣ କରିଥା’ନ୍ତି । ଏକ ନିର୍ଦ୍ଦିଷ୍ଟ ବିଷୟରେ ବିଭିନ୍ନ ଦାର୍ଶନିକଙ୍କ ମତକୁ ବିଚାରକୁ ନିଆଯାଇ ଏକ ତତ୍ତ୍ଵ ବା ସିଦ୍ଧାନ୍ତ ତିଆରି କରାଯାଏ । ଏହା ରାଜନୀତି ବିଜ୍ଞାନର ଏକ ମୂଳଭିତ୍ତି । ରାଜନୈତିକ ଦର୍ଶନ ରାଜନୀତି ତତ୍ତ୍ଵ ଗଠନର ପ୍ରଥମ ପାହାଚ । ଏହା ବିଭିନ୍ନ ରାଜନୈତିକ ବିଷୟ ଯଥା ସମ୍ପର୍କରେ ବୈଜ୍ଞାନିକ ସତ୍ୟ ଉପସ୍ଥାପନ କରେ ।
(୩) ରାଜନୈତିକ ଅନୁଷ୍ଠାନ – ରାଷ୍ଟ୍ର ଓ ସରକାର ରାଜନୀତି ବିଜ୍ଞାନର କେନ୍ଦ୍ର ବିଷୟ ଅଟେ । ରାଷ୍ଟ୍ରର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା ଓ ସରକାରର ପ୍ରକୃତି ଓ କାର୍ଯ୍ୟକାରିତାକୁ ଅନୁଧ୍ୟାନ ରାଜନୀତି ବିଜ୍ଞାନର ମୂଳ ଲକ୍ଷ୍ୟ ଅଟେ । ଏହା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସ୍ୱାୟତ୍ତଶାସନ ସଂସ୍ଥାକୁ ଅଧ୍ୟୟନ କରିଥାଏ । ବିଂଶ ଶତାବ୍ଦୀରେ ଆନ୍ତର୍ଜାତିକବାଦର ବିକାଶ ସହିତ ଜାତିସଂଘ, ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ଇତ୍ୟାଦି ଆନ୍ତର୍ଜାତିକ ଅନୁଷ୍ଠାନର ପ୍ରତିଷ୍ଠା ଓ ଗୁରୁତ୍ଵ ।
(୪) ସାମ୍ବିଧାନିକ ଆଇନ – ଗୋଟିଏ ରାଷ୍ଟ୍ରର ମେରୁଦଣ୍ଡ ରୂପେ ସମ୍ବିଧାନ ସ୍ଵୀକୃତି ପାଇଛି । ସମ୍ବିଧାନ ଦେଶର ମୌଳିକ ଆଇନର ସମ୍ମିଳିତ ପରିପ୍ରକାଶ ଅଟେ । ଏହା ରାଷ୍ଟ୍ର ଓ ବ୍ୟକ୍ତିର ସମ୍ପର୍କ, ସରକାରର କ୍ଷମତା ପରିସର ଇତ୍ୟାଦି ସମ୍ପର୍କରେ ଆଇନଗତ ସୂଚନା ଦେଇଥାଏ ।
(୫) ଆନ୍ତର୍ଜାତିକ ଆଇନ ଓ ସମ୍ପର୍କ – ଦେଶ ଓ ଦେଶ ମଧ୍ୟରେ ସମ୍ପର୍କ ନିରୂପଣ ଓ ନିର୍ଦ୍ଧାରଣ ପାଇଁ ଆନ୍ତର୍ଜାତିକ ଆଇନର ଆବଶ୍ୟକତା ରହିଛି । ଏହା ମୁଖ୍ୟତଃ ଆନ୍ତର୍ଜାତିକ ପ୍ରଥା, ପରମ୍ପରା ଓ ଚୁକ୍ତିରୁ ଜନ୍ମ ନେଇଥାଏ । ଅଧୁନା ଆନ୍ତର୍ଜାତିକ ଆଇନ ପ୍ରତି ମାନ୍ୟତା ବୃଦ୍ଧି ପାଇଛି । ଆନ୍ତର୍ଜାତିକ ସମ୍ପର୍କର ଦୃଢ଼ ଭିଭିଭୂମି ଉପରେ ବିଶ୍ଵଶାନ୍ତି, ନିରାପତ୍ତା, ପ୍ରଗତିର ଲକ୍ଷ୍ୟ ହାସଲ କରାଯାଇପାରେ । ଆନ୍ତର୍ଜାତିକ ନିର୍ଭରଶୀଳତା ବୃଦ୍ଧି ପାଉଥିବାରୁ ଏହାର ଗୁରୁତ୍ଵ ବୃଦ୍ଧି ପାଇଛି ।
(୬) ରାଜନୈତିକ ଗତିଶୀଳତା – ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରକ୍ରିୟାକୁ ରାଜନୈତିକ ଗତିଶୀଳତା କୁହାଯାଏ । ଏହା ମାଧ୍ୟମରେ ରାଜନୈତିକ ଦଳ, ଚାପଗୋଷ୍ଠୀ, ଜନମତ ଇତ୍ୟାଦିର ପ୍ରକୃତି ଓ ଭୂମିକାକୁ ଅଧ୍ୟୟନ କରାଯାଏ ।
(୭) ସାଧାରଣ ପ୍ରଶାସନ – ସରକାରଙ୍କ ଶାସନକାର୍ଯ୍ୟ ପରିଚାଳନା ଏକ କଳା ଅଟେ । ଏହାକୁ ସାଧାରଣ ପ୍ରଶାସନ କୁହାଯାଏ । ଲୁଥର ଗୁଲିକ୍ଙ୍କ ମତରେ ଯୋଜନା, ସଙ୍ଗଠନ, କମର୍ଚାରୀ ନିଯୁକ୍ତି, ନିର୍ଦ୍ଦେଶ, ସମନ୍ଵୟ, ଆୟବ୍ୟୟର ଅଟକଳ ଇତ୍ୟାଦି ବିଷୟ ସାଧାରଣ ପ୍ରଶାସନର ପରିସରଭୁକ୍ତ ଅଟେ । ଏହା ଲୁଥର ଗୁଲିକ୍ଙ୍କ ‘POSDCORB” ତତ୍ତ୍ଵ ମାଧ୍ୟମରେ ପ୍ରକାଶିତ ହୋଇଥାଏ ।
(୮) ତୁଳନାତ୍ମକ ସରକାର – ଆରିଷ୍ଟୋଟଲ୍ ତାଙ୍କ ସମୟର ବିଭିନ୍ନ ସମ୍ବିଧାନର ତୁଳନାତ୍ମକ ଅଧ୍ୟୟନ କରି ସରକାରର ଶ୍ରେଣୀବିଭାଗ ସମ୍ବନ୍ଧୀୟ ତତ୍ତ୍ଵ ନିର୍ଦ୍ଧାରଣ କରିଥିଲେ । ଏହା ଫଳରେ ଏକ ଆଦର୍ଶ ଓ କାର୍ଯ୍ୟକ୍ଷମ ଶାସନ ବ୍ୟବସ୍ଥାର ରୂପରେଖ ନିର୍ଣ୍ଣୟ କରାଯାଇପାରେ ।
(୯) ତୁଳନାତ୍ମକ ରାଜନୀତି – ଏହା ଏକବିଂଶ ଶତାବ୍ଦୀର ବିଷୟ ଅଟେ । ବିଭିନ୍ନ ରାଜନୈତିକ ବ୍ୟବସ୍ଥାର ବାସ୍ତବ କାର୍ଯ୍ୟକାରିତା ସମ୍ପର୍କରେ ଏକ ତୁଳନାତ୍ମକ ଅଧ୍ୟୟନ କରାଯାଇ ଏହାକୁ ଅଧିକ ବାସ୍ତବ ଓ ଉନ୍ନତ କରାଯାଏ ।. ରାଜନୈତିକ କ୍ଷମତା, ରାଜନୈତିକ କ୍ରିୟାକଳାପ ଓ ନିଷ୍ପଭି ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ତୁଳନାତ୍ମକ ରାଜନୀତିର ଆଲୋଚନା କରାଯାଏ ।
ଉପରୋକ୍ତ ଆଲୋଚନାରୁ ଏହା ସ୍ପଷ୍ଟ ହୁଏ ଯେ ରାଷ୍ଟ୍ର ଓ ସରକାର ସମ୍ବନ୍ଧୀୟ ବିଷୟ ରାଜନୀତିରେ ବିଜ୍ଞାନର ପରିସରଭୁକ୍ତ ଅଟେ । କିନ୍ତୁ ବ୍ୟାପକ ଦୃଷ୍ଟିକୋଣରୁ ବିଚାର କଲେ ‘ମଣିଷ’ ହିଁ ରାଜନୀତି ବିଜ୍ଞାନର ଅଧ୍ୟୟନର ବିଷୟ ଅଟେ ।
୨ । ‘ରାଜନୀତି ବିଜ୍ଞାନ ଏକ ବିଜ୍ଞାନ, କିନ୍ତୁ ରାଜନୀତି ଏକ କଳା ଅଟେ’ ଏହି ଉକ୍ତି ଭିତ୍ତିରେ ରାଜନୀତି ବିଜ୍ଞାନର ପ୍ରକୃତି ନିର୍ଦ୍ଧାରଣ କର ।
Answer:
ରାଜନୀତି ବିଜ୍ଞାନକୁ ଅନେକ ଲୋକ କଳା ବୋଲି ଅଭିହିତ କରୁଥିବାବେଳେ ଅନ୍ୟ କେତେକ ଚିନ୍ତାଶୀଳ ଲୋକ ଏହାକୁ ବିଜ୍ଞାନ ଆଖ୍ୟା ଦେଇଥାଆନ୍ତି । ଏ ସମ୍ବନ୍ଧରେ ମତଦ୍ଵୈଧ ଘଟେ । ବାସ୍ତବତଃ, ରାଜନୀତି ବିଜ୍ଞାନ ଏକ ସାମାଜିକ ବିଜ୍ଞାନ ଯାହା ରାଷ୍ଟ୍ର ଏବଂ ସରକାର ସମ୍ବନ୍ଧରେ ସବିଶେଷ ଜ୍ଞାନ ପ୍ରଦାନ କରିଥାଏ । ଏହା ଏକ ପରିପକ୍ବ ବିଜ୍ଞାନ ନୁହେଁ କିମ୍ବା ରାଜନୈତିକ ଗତିବିଧିର ଭବିଷ୍ୟତ ରୂପରେଖ ନିଶ୍ଚିତଭାବରେ ପ୍ରଦାନ କରିପାରିନଥାଏ ।
ପ୍ରଖ୍ୟାତ ଐତିହାସିକ ମେଟ୍ଲାଣ୍ଡ ଥରେ ଲେଖୁଥିଲେ, “ମୁଁ ଯେତେବେଳେ ‘ରାଜନୀତି ବିଜ୍ଞାନ’ ଶବ୍ଦ ସମ୍ବଳିତ ଶିରୋନାମା ଥିବା ପ୍ରଶ୍ନଗୁଡ଼ିକ ଦେଖେ ସେତେବେଳେ ମୁଁ ପ୍ରଶ୍ନ ପାଇଁ ନୁହେଁ, ପ୍ରଶ୍ନର ଶିରୋନାମା ପାଇଁ ଅନୁତାପ କରିଥାଏ ।” ଅର୍ଥାତ୍ ତାଙ୍କ ମତରେ, ରାଜନୀତି ବିଜ୍ଞାନ କୌଣସି ବୈଜ୍ଞାନିକ ଗୁଣରେ ଭୂଷିତ ନହୋଇ ବିଜ୍ଞାନର ନାମ ଧାରଣ କରିବା ଅବାଞ୍ଛନୀୟ ।
ରାଜନୀତି ବିଜ୍ଞାନକୁ ‘ବିଜ୍ଞାନ’ର ସଂଜ୍ଞା ନ ଦେବାର କାରଣ :
ଅଗଷ୍ଟ କମ୍, ବକ୍ଲେ, ମେଟ୍ଲ୍ୟାଣ୍ଡ, ବର୍କ ଆଦି ଲେଖକ ରାଜନୀତି ବିଜ୍ଞାନକୁ ‘ବିଜ୍ଞାନ’ ସଂଜ୍ଞା ଦେବାକୁ ସହମତି ପ୍ରକାଶ କରନ୍ତି ନାହିଁ । ସେମାନଙ୍କ ମତରେ, ରାଜନୀତିର ମୌଳିକ ତତ୍ତ୍ବ ଓ ସିଦ୍ଧାନ୍ତ ସମ୍ପର୍କରେ ମତ ବିଭେଦତା, ଅଧ୍ୟୟନ ଶୈଳୀରେ ବିବିଧତା, ବିଶୃଙ୍ଖଳିତ ଜ୍ଞାନ, ପରୀକ୍ଷା ନିରୀକ୍ଷା ପଦ୍ଧତିର ସୀମିତ ପ୍ରୟୋଗ, ସାର୍ବଜନୀନ ସିଦ୍ଧାନ୍ତର ଅଭାବ, ନିରପେକ୍ଷ ଗବେଷଣାରୁ ଲବ୍ଧ ଜ୍ଞାନର ଅଭାବ, କ୍ରିୟା ଓ ଫଳାଫଳ ମଧ୍ୟରେ ସମ୍ପର୍କ ସ୍ଥାପନରେ ଅସୁବିଧା, ଭବିଷ୍ୟତର ପରିକଳ୍ପନାଜନିତ ଅସୁବିଧା, ମଣିଷ ଭଳି ଏକ ଗତିଶୀଳ ଓ ସର୍ବଦା ପରିବର୍ତ୍ତନପନ୍ଥୀ ଉପାଦାନ ଉପରେ ସମ୍ପୂର୍ଣ ନିର୍ଭରଶୀଳତା ଆଦି କାରଣ ଯୋଗୁଁ ‘ବିଜ୍ଞାନ’ର ମୌଳିକ ଚରିତ୍ର ଓ ଲକ୍ଷ୍ୟ ବ୍ୟାହତ ହୋଇଥାଏ ଓ ସେହି କାରଣରୁ ରାଜନୀତି ବିଜ୍ଞାନ ‘ ବିଜ୍ଞାନ’ ସଂଜ୍ଞା ପାଇଁ ଯୋଗ୍ୟ ନୁହେଁ ।
ରାଜନୀତି ବିଜ୍ଞାନକୁ ବିଜ୍ଞାନ କହିବାର କାରଣ :
କେତେକ ବିଷୟବସ୍ତୁ ଓ ସତ୍ୟକୁ ଶୃଙ୍ଖଳିତଭାବରେ ସୁସଜ୍ଜିତ କରି ଉକ୍ତ ବିଷୟରୁ ନିଃସୃତ ସାଧାରଣ ସତ୍ୟ ଓ ତଥ୍ୟକୁ ବିଜ୍ଞାନ କୁହାଯାଏ । ଅର୍ଥାତ୍ ସୁସଜ୍ଜିତ ଓ ସୁବ୍ୟବସ୍ଥିତ ଜ୍ଞାନକୁ ବିଜ୍ଞାନ କୁହାଯାଏ । ପରିବେଷଣଯୋଗ୍ୟ ଓ ପ୍ରତିପାଦିତ ହୋଇପାରୁଥିବା ଓ ଉପଯୁକ୍ତ ପଦ୍ଧତି ଅନୁଯାୟୀ ପର୍ଯ୍ୟାଲୋଚିତ ଓ ପରୀକ୍ଷିତ ହୋଇପାରୁଥିବା ସଂକ୍ଷିପ୍ତ, ସୁସଂହତ ସମସ୍ତ ଜ୍ଞାନକୁ ବିଜ୍ଞାନ କୁହାଯାଏ । ବିଜ୍ଞାନର ଚାରିତ୍ରିକ ବିଶେଷତ୍ଵମାନଙ୍କୁ ନିମ୍ନମତେ ପ୍ରକାଶ କରାଯାଇପାରେ । ପ୍ରଥମତଃ, ବିଜ୍ଞାନ ନିର୍ଭୁଲ୍ ଓ ନିଶ୍ଚିତ ତଥ୍ୟ ପ୍ରକାଶ କରିଥାଏ ।
ଦ୍ଵିତୀୟରେ, ଏହା ଜ୍ଞାନକୁ ସୁଶୃଙ୍ଖଳିତ ଓ ସୁସଜ୍ଜିତ କରିଥାଏ । ତୃତୀୟତଃ, ଏହା ପରୀକ୍ଷିତ ତଥ୍ୟ ଉପରେ ପର୍ଯ୍ୟବସିତ । ଚତୁର୍ଥତଃ, ଏହି ତଥ୍ୟ ଉପଯୁକ୍ତ ପ୍ରଣାଳୀରେ ପ୍ରତିପାଦିତ ହୋଇଥାଏ । ପଞ୍ଚମତଃ, ଏହାର ସତ୍ୟ ଓ ତଥ୍ୟର ପ୍ରୟୋଗ କ୍ଷେତ୍ରରେ ସାର୍ବଜନୀନତା ପରିଦୃଷ୍ଟ ହୁଏ ।
ରାଜନୀତି ବିଜ୍ଞାନକୁ ନିମ୍ନଲିଖିତ ଦୃଷ୍ଟିକୋଣରୁ ‘ବିଜ୍ଞାନ’ର ପର୍ଯ୍ୟାୟଭୁକ୍ତ କରାଯାଇପାରେ । ପ୍ରଥମତଃ, ଏହା ସମାଜ, ରାଷ୍ଟ୍ର ଓ ବିଶ୍ଵର ରାଜନୈତିକ ବ୍ୟବସ୍ଥାରୂପକ ପରୀକ୍ଷାଗାରରେ ବ୍ୟକ୍ତିର ବିଭିନ୍ନ ରାଜନୈତିକ ବ୍ୟବହାର ସମ୍ବନ୍ଧରେ ପରୀକ୍ଷା-ନିରୀକ୍ଷା କରି ବିଭିନ୍ନ ସତ୍ୟ ଉପସ୍ଥାପନ କରିଥାଏ । ଭାରତରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଥମେ ରାଜସ୍ଥାନ ଓ ପରେ ଆନ୍ଧ୍ରପ୍ରଦେଶରେ ସଫଳଭାବେ ପରୀକ୍ଷିତ ହୋଇସାରିବା ପରେ ଏହା ଭାରତର ବିଭିନ୍ନ ରାଜ୍ୟରେ କାର୍ଯ୍ୟକାରୀ ହେଲା । ଏଣୁ ବ୍ୟକ୍ତିର ରାଜନୈତିକ ବ୍ୟବହାର ପରୀକ୍ଷାଯୋଗ୍ୟ ଅଟେ ।
ଦ୍ଵିତୀୟତଃ, ବ୍ୟକ୍ତିର ବ୍ୟବହାର ଗତିଶୀଳ ପ୍ରକୃତିସମ୍ପନ୍ନ ହୋଇଥିଲେ ମଧ୍ୟ ବୈଜ୍ଞାନିକ ପଦ୍ଧତିର ଅବଲମ୍ବନରେ ଏହାକୁ ଅଧ୍ୟୟନ କରାଯାଇ ଯଥାସମ୍ଭବ ନିର୍ଭୁଲ୍ ତଥ୍ୟ ବା ସତ୍ୟ ଉପସ୍ଥାପନ କରଯାଇଥାଏ । ତୃତୀୟତଃ ପଦାର୍ଥ ବିଜ୍ଞାନ, ରସାୟନଶାସ୍ତ୍ର ପରି ଭୌତିକ ବିଜ୍ଞାନମାନଙ୍କ ପରି ଏଠାରେ ଜ୍ଞାନକୁ ସୁଶୃଙ୍ଖଳିତ ଓ ସୁବିନ୍ୟସ୍ତ କରାଯାଇ ପ୍ରକାଶ କରାଯାଇଥାଏ । ଚତୁର୍ଥତଃ, ତଥ୍ୟମାନଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠା କରି ସଂଗତି (Consistency) ସ୍ଥାପନ ମାଧ୍ୟମରେ ଏକ ବିଜ୍ଞାନସମ୍ମତ ଅନୁମାନ (Hypothesis) ସୃଷ୍ଟି କରାଯାଇଥାଏ ।
ପଞ୍ଚମତଃ, ରାଜନୀତି ବିଜ୍ଞାନର ସତ୍ୟ ବା ସିଦ୍ଧାନ୍ତ ସୃଷ୍ଟି କରିବାପାଇଁ ପରୀକ୍ଷାର ସୁଯୋଗ ରହିଛି । ଷଷ୍ଠତଃ, ରାଜନୀତି ବିଜ୍ଞାନର ତତ୍ତ୍ଵ ପ୍ରତିପାଦିତ (Verifiable) ହୋଇପାରେ । ସପ୍ତମତଃ, ରାଜନୀତି ବିଜ୍ଞାନର ତଥ୍ୟ ସର୍ବତ୍ର ପ୍ରଯୁଜ୍ୟ ଅଟେ । ଅଷ୍ଟମତଃ, ବର୍ତ୍ତମାନ ଗାଣିତିକ ସୂତ୍ର ପ୍ରୟୋଗ କରି ରାଜନୀତି ବିଜ୍ଞାନର ତଥ୍ୟକୁ ପ୍ରକାଶ କରାଯାଇପାରୁଛି ।
‘ରାଜନୀତି ବିଜ୍ଞାନ ଏକ ବିଜ୍ଞାନ’ ସପକ୍ଷରେ ରାଜନୀତି ବିଜ୍ଞାନୀମାନଙ୍କ ମତ :
(କ) ଗେଟେଲ୍ – ତାଙ୍କ ମତରେ, ଯେଉଁ ବିଦ୍ୟାରେ ପର୍ଯ୍ୟବେକ୍ଷଣ (Observation), ଅଭିଜ୍ଞତା (Experience), ଆଲୋଚନା (Study) ଦ୍ଵାରା ନିରୀକ୍ଷିତ ହୋଇ ପରସ୍ପର ସମ୍ପୃକ୍ତ ଓ ସଙ୍ଗତିସିଦ୍ଧ ତଥ୍ୟ ଆହରଣ କରାଯାଏ ତାକୁ ଯଦି ବିଜ୍ଞାନ କହନ୍ତି ତେବେ ରାଜନୀତି ବିଜ୍ଞାନ ନିଶ୍ଚୟ ଏକ ବିଜ୍ଞାନ ଅଟେ ।
(ଖ) ଲର୍ଡ଼ ବ୍ରାଇସୀ – ତାଙ୍କ ମତରେ, ମେଟେରୋଲୋଜି ବା ପାଗ ନିର୍ଣ୍ଣୟ ବିଜ୍ଞାନ ଯାହାର ସିଦ୍ଧାନ୍ତ ସର୍ବଦା ଯୁକ୍ତିଯୁକ୍ତ ନୁହେଁ ଏବଂ ପରିବର୍ତ୍ତନଶୀଳ, ତାହା ଯଦି ବିଜ୍ଞାନ ହୁଏ ତେବେ ଏକ ଗତିଶୀଳ ବ୍ୟକ୍ତିତ୍ଵକୁ ଅଧ୍ୟୟନ କରୁଥିବା ରାଜନୀତି ବିଜ୍ଞାନକୁ ବିଜ୍ଞାନ କୁହାଯିବା ଉଚିତ । ଲର୍ଡ଼ ବ୍ରାଇସୀଙ୍କ ମତରେ, ଯଦିଓ ମନୁଷ୍ୟର କାର୍ଯ୍ୟକଳାପ, ମନୋବୃତ୍ତି ସମସ୍ୟା ଜଟିଳ, ଅବୋଧ ତଥାପି ପୂର୍ବକାଳ ପରି ମନୁଷ୍ୟର ଗତିବିଧିରେ ସଙ୍ଗତି ଓ ସାମଞ୍ଜସ୍ୟ ରହିଛି । ସେଥୁରୁ ଆମେ ଘଟଣାବଳୀକୁ ଓ ଅଭିଜ୍ଞତାସବୁ ଭାଗ ଭାଗ ଓ ସୁସଜ୍ଜିତ କରି ସାଧାରଣ ନିୟମ ନିର୍ଦ୍ଧାରଣ କରିପାରିବା ।
(ଗ) ଆମେରିକାର ଭାନ୍ ଡାଇକ୍ (Van Dyke) – ତାଙ୍କର “Political Science – A Philosophical Analysis”, (1960) ପୁସ୍ତକରେ ମତ ଦେଇଛନ୍ତି ଯେ ବିଜ୍ଞାନର ବିଷୟ ଓ ତତ୍ତ୍ଵ ପ୍ରମାଣ ସିଦ୍ଧ ବା ପ୍ରତିପାଦନସିଦ୍ଧ (Verifiable) ସଙ୍ଗତିମୂଳକ ସାଧାରଣ ନିୟମ ନିର୍ଦ୍ଧାରକ ଅଟେ । ପ୍ରମାଣସିଦ୍ଧ ବା ପ୍ରତିପାଦନସିଦ୍ଧ ନ ହେଲେ କୌଣସି ବିଦ୍ୟା ବିଜ୍ଞାନ ପଦବାଚ୍ୟ ହୋଇପାରିବ ନାହିଁ । ତାଙ୍କ ମତରେ, “ଯେଉଁ ବିଦ୍ୟା କାରଣ ପ୍ରଦର୍ଶନ କରୁଥାଏ, ଭବିଷ୍ୟତର ଇଙ୍ଗିତ ଦେଇଥାଏ ଓ ଛୋଟ ବଡ଼ ଘଟଣା ବା ବିଷୟସମୂହର ପିରାମିଡ୍ ଉପରେ ପର୍ଯ୍ୟବସିତ ସାଧାରଣ ଚିନ୍ତାଧାରା, ଆଇନ ଓ ତତ୍ତ୍ବ ନିର୍ଦ୍ଧାରଣ କରୁଥାଏ, ତାକୁ ବିଜ୍ଞାନ କୁହାଯାଏ ।
(ଘ) କଲିଙ୍ଗଉଡୁ – ବିଜ୍ଞାନର ବହୁ ଅଜଣା ତଥ୍ୟକୁ ପ୍ରମାଣ କରାଯାଇ ଏକ ସାଧାରଣ ନୀତି ବା ତତ୍ତ୍ବ ନିର୍ଦ୍ଧାରଣ କରାଯାଇଥାଏ । ରାଜନୀତି ବିଜ୍ଞାନରେ ବ୍ୟକ୍ତିର ଗୋଷ୍ଠୀଗତ ବ୍ୟବହାରକୁ ବିଚାରକୁ ନିଆଯାଇ ପ୍ରମାଣସିଦ୍ଧ ନିୟମ ସାହାଯ୍ୟରେ ବିଭିନ୍ନ ରାଜନୈତିକ ତତ୍ତ୍ଵ ସୃଷ୍ଟି କରାଯାଉଥିବାରୁ ଏହାକୁ ନିଃସନ୍ଦେହରେ ଏକ ବିଜ୍ଞାନ କୁହାଯାଇପାରେ ।
ରାଜନୀତି ଏକ କଳା :
ରାଜନୀତି ଏକ କଳା ଅଟେ । ଶିଳ୍ପକଳାରେ ନିପୁଣ ବ୍ୟକ୍ତି ଉତ୍କୃଷ୍ଟ ଶିଳ୍ପ ପ୍ରସ୍ତୁତ କରିପାରେ । ସେହିପରି ରାଜନୀତିରେ ନିରନ୍ତର ବ୍ୟାପୃତ ଥିବା ବ୍ୟକ୍ତିଙ୍କ ନିପୁଣତା ଉପରେ ତାଙ୍କର କାର୍ଯ୍ୟର ସଫଳତା ନିର୍ଭର କରେ । ରାଜନୈତିକ କ୍ଷେତ୍ରରେ କୁଶଳତାହିଁ ରାଜନୈତିକ କଳା ଏବଂ ଏହି କୁଶଳତା ବିନା ରାଜନୈତିକ ସମସ୍ୟାର ସମାଧାନ ହୋଇପାରେ ନାହିଁ । ଯେହେତୁ ବ୍ୟକ୍ତି ଓ ସମାଜର ସମ୍ପର୍କ ନିୟନ୍ତ୍ରଣ କରିବାପାଇଁ କେତେକ ଧରାବନ୍ଧା ନିୟମ ଓ ପରମ୍ପରା ରହିଛି, ସେହିପରି ଉକ୍ତ ନିୟନ୍ତ୍ରଣ କିପରି ସଫଳତା ସହ କାର୍ଯ୍ୟକାରୀ ହେବ ସେଥିପାଇଁ ରାଜନୈତିକ କଳା ବା ପ୍ରୟୋଗାତ୍ମକ ବୁଦ୍ଧିର ଆବଶ୍ୟକତା ରହିଛି ।
ବୈଜ୍ଞାନିକ ତଥ୍ୟକୁ ବାସ୍ତବ କ୍ଷେତ୍ରରେ ମାନବ ସମାଜର ଉପକାର ପାଇଁ ବିନିଯୋଗ କରାଗଲେ ତାହାକୁ କଳା ବା ପ୍ରୟୋଗାତ୍ମକ ବିଜ୍ଞାନ (Applied Science) କୁହାଯାଏ । ସାମାଜିକ ବିଜ୍ଞାନୀମାନଙ୍କ ମତରେ, ରାଜନୀତି ବିଜ୍ଞାନକୁ ପ୍ରୟୋଗାତ୍ମକ ବିଜ୍ଞାନ କୁହାଯିବା ଯୁକ୍ତିଯୁକ୍ତ ଅଟେ । ଏଠାରେ ଉଭୟ ତତ୍ତ୍ଵ ଏବଂ ପ୍ରୟୋଗ କୌଶଳର ସନ୍ନିବେଶନ ଘଟିଥିବାରୁ ଏହାକୁ ପ୍ରୟୋଗାତ୍ମକ ବିଜ୍ଞାନ କୁହାଯାଏ । ଫ୍ରେଡ଼େରିକ୍ ପୁଲକ୍ଙ୍କ ମତରେ, ରାଜନୀତି ବିଜ୍ଞାନର ଦୁଇଟି ଦିଗ ରହିଛି; ଯଥା ତାତ୍ତ୍ଵିକ ଏବଂ ପ୍ରୟୋଗାତ୍ମକ ଦିଗ ।
ଏହାର ତାତ୍ତ୍ଵିକ ବିଭାଗରେ ବିଭିନ୍ନ ରାଜନୈତିକ ସିଦ୍ଧାନ୍ତଗୁଡ଼ିକୁ ପ୍ରକାଶ କରାଯାଉଥିବାବେଳେ ପ୍ରୟୋଗାତ୍ମକ ବିଭାଗରେ ରାଷ୍ଟ୍ର ଓ ସରକାରର ଗଠନ ପ୍ରଣାଳୀ ଓ କାର୍ଯ୍ୟକଳାପ, ସାମ୍ବିଧାନିକ ଆଇନ, ବ୍ୟବସ୍ଥାପକ ସଭାର କାର୍ଯ୍ୟାବଳୀ, ପ୍ରତିରକ୍ଷା ବାହିନୀ, ବିଚାରାଳୟର ସଙ୍ଗଠନ ପ୍ରଣାଳୀ ଓ କ୍ଷମତା ପରିସର, କୂଟନୀତି, ଆନ୍ତର୍ଜାତିକ ଅନୁଷ୍ଠାନ ଓ ଚୁକ୍ତି, ଯୁଦ୍ଧ ଓ ଶାନ୍ତି ଇତ୍ୟାଦି ବିଷୟମାନଙ୍କର ଆଲୋଚନା କୁହାଯାଏ ।
ଉପରୋକ୍ତ ଆଲୋଚନାରୁ ଏହା ସୁସ୍ପଷ୍ଟ ହୁଏ ଯେ ରାଜନୀତିର ପ୍ରୟୋଗାତ୍ମକ ବିଭାଗକୁ କଳା ବୋଲି କୁହାଗଲେ ତା’ର ମୁଖ୍ୟ ତଥା ଆନୁଷଙ୍ଗିକ ସମସ୍ୟାର ତାତ୍ତ୍ଵିକ ବୈଜ୍ଞାନିକ ବିଶ୍ଳେଷଣଦ୍ଵାରା ଯେଉଁ ଜ୍ଞାନ ଲାଭ ହୁଏ ତାହାକୁ ବିଜ୍ଞାନ ବୋଲି କୁହାଯିବା ଉଚିତ । ଏଣୁ ରାଜନୈତିକ କଳା ଓ ରାଜନୀତି ତତ୍ତ୍ଵର ବୈଜ୍ଞାନିକ ବିଶ୍ଳେଷଣର ଅପୂର୍ବ ସମନ୍ଵୟ ରାଜନୀତି ବିଜ୍ଞାନରେ ସଙ୍ଗଠିତ ହୋଇଛି । ଏଣୁ ସଂକ୍ଷେପରେ କହିଲେ ରାଜନୀତି ବିଜ୍ଞାନ ଏକ ବିଜ୍ଞାନ ଅଟେ; କିନ୍ତୁ ରାଜନୀତି ଏକ କଳା ।
୩ । ରାଜନୀତି ବିଜ୍ଞାନ ଅଧ୍ୟୟନର ଉପାଦେୟତା ବା ତାତ୍ପର୍ଯ୍ୟ ବର୍ଣ୍ଣନା କର ।
Answer:
ରାଜନୀତି ବିଜ୍ଞାନ ଏକ ବହୁମୁଖୀ ବିଜ୍ଞାନ ଅଟେ । ମନୁଷ୍ୟର ସର୍ବବିଧ କାର୍ଯ୍ୟକଳାପ ଏହି ରାଜନୀତି ବିଜ୍ଞାନଦ୍ୱାରା ନିଶ୍ଚିତ ଓ ନିୟନ୍ତ୍ରିତ ହେବାକୁ ବାଧ୍ୟ । ବ୍ୟକ୍ତିର ବର୍ତ୍ତମାନ ଓ ଭବିଷ୍ୟତ୍କୁ ନିଶ୍ଚିତ ଓ ଦୃଢ଼ କରିବାପାଇଁ ରାଜନୀତି ବିଜ୍ଞାନର ଅଧ୍ୟୟନ ପ୍ରତି ଅଧିକ ଶ୍ରଦ୍ଧା ଓ ସ୍ପୃହା ଜାଗ୍ରତ ହେଉଛି । ପ୍ରତ୍ୟେକ ବ୍ୟକ୍ତି ଅନୁଭବ କରୁଥିବା ତାତ୍ପର୍ଯ୍ୟ ଓ ଉପାଦେୟତାଗୁଡ଼ିକ ନିମ୍ନରେ ପ୍ରଦାନ କରାଗଲା ।
(a) ରାଜନୈତିକ ଚେତନାର ଅଭିବୃଦ୍ଧି ଘଟାଏ – ସାମାଜିକ ଜୀବନରେ ଶାନ୍ତିଶୃଙ୍ଖଳା ନ ରହିଲେ ପରିବେଶ ବିଷମୟ ହୁଏ । ଏହି ପରିବେଶରୁ ମୁକ୍ତିପାଇଁ ରାଜନୀତି ବିଜ୍ଞାନର ଆଶ୍ରୟ ନେବାକୁ ପଡ଼େ । ରାଷ୍ଟ୍ରର ବିଭିନ୍ନ କାର୍ଯ୍ୟ, ସମସ୍ୟା ଓ ସେଗୁଡ଼ିକର ସମାଧାନ ଦିଗରେ ରାଜନୀତି ବିଜ୍ଞାନ ମନୁଷ୍ୟକୁ ସଚେତନ କରିବା ସଂଗେ ସଂଗେ କର୍ମତତ୍ପର କରାଏ । ରାଷ୍ଟ୍ରର ବିଭିନ୍ନ ସମସ୍ୟା ଓ ଅଙ୍ଗ ସମ୍ପର୍କରେ ରାଜନୀତି ବିଜ୍ଞାନ ଲୋକମାନଙ୍କୁ ସମ୍ୟକ୍ ଧାରଣା ଦିଏ । ସରକାରର ବିଭିନ୍ନ ଅନୁଷ୍ଠାନ, ବିଭିନ୍ନ ଆଇନ ଓ ବିଭିନ୍ନ ନୀତି ବିଷୟରେ ମନୁଷ୍ୟ ରାଜନୀତି ବିଜ୍ଞାନରୁ ଜ୍ଞାନ ଅର୍ଜନ କରେ ।
(b) ଉତ୍ତମ ନାଗରିକ ସୃଷ୍ଟି – ରାଷ୍ଟ୍ରର ପ୍ରଗତିପାଇଁ ଉତ୍ତମ ନାଗରିକର ଯଥେଷ୍ଟ ଆବଶ୍ୟକତା ରହିଥାଏ । ନାଗରିକତାର ବିକାଶ କ୍ଷେତ୍ରରେ ଯେଉଁ ପ୍ରତିବନ୍ଧକମାନ ସୃଷ୍ଟି ହେବ, ସେଗୁଡ଼ିକୁ ଦୂର କରିବା ରାଷ୍ଟ୍ରର କର୍ତ୍ତବ୍ୟ । ବ୍ୟକ୍ତି ଯଦି ନିଜର କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କରେ ସଚେତନ ନରହେ, ତେବେ ତା’ର ସ୍ଵାଧୀନତା ବାଧାପ୍ରାପ୍ତ ହେବ । ଏଣୁ ରାଜନୀତି ବିଜ୍ଞାନ ପ୍ରାଥମିକ ସ୍ତରରୁ ପ୍ରତ୍ୟେକ ବ୍ୟକ୍ତିର ନାଗରିକତା ଯେପରି ବିକଶିତ ଓ ଉନ୍ନତତର ହେବ ସେ ଦିଗରେ ଚେଷ୍ଟା ଅବ୍ୟାହତ ରଖୁଛି । ନାଗରିକମାନଙ୍କ ମଧ୍ୟରେ ଦେଶପ୍ରୀତି ସହଯୋଗ ଓ ସୁସମ୍ପର୍କ ବୃଦ୍ଧିପାଇଁ ରାଜନୀତି ବିଜ୍ଞାନ ମୁଖ୍ୟ ଭୂମିକା ଗ୍ରହଣ କରେ ।
(c) ନେତୃତ୍ଵ ସୃଷ୍ଟି କରେ – ରାଷ୍ଟ୍ରର ପରିଚାଳନା, ଶାସନଗତ ଶୃଙ୍ଖଳା ଓ ପ୍ରଶାସନିକ ଦକ୍ଷତା ପାଇଁ ପ୍ରଗତିଶୀଳ ତଥା ନୂତନ ଦୃଷ୍ଟିଭଙ୍ଗୀର ଆବଶ୍ୟକତା ରହିଛି । ପରିବର୍ତ୍ତନଶୀଳ ସାମାଜିକ ଓ ଆର୍ଥନୀତିକ ପରିବେଶ ସହିତ ଖାପଖୁଆଇ ଚଳିବାପାଇଁ ରାଜନୀତି ବିଜ୍ଞାନ ନାଗରିକ ଏବଂ ଶାସକମାନଙ୍କୁ ଶିକ୍ଷା ଦିଏ । ରାଜନୀତି ବିଜ୍ଞାନ ନୂତନ ନେତୃତ୍ଵ ଓ ନୂତନ ଦିଗ୍ଦର୍ଶନ ସୃଷ୍ଟି କରିବାରେ ଯଥେଷ୍ଟ ସହାୟକ ହୁଏ ।
(d) ସହଯୋଗ, ସହାବସ୍ଥାନ, ସହନଶୀଳତା ଓ ସଂହତି ସ୍ଥାପନ କରେ ମନୁଷ୍ୟର ସାମାଜିକ ଜୀବନ ସହାବସ୍ଥାନ, ଶାନ୍ତି, ମୈତ୍ରୀ, ସହଯୋଗ ବୃଦ୍ଧି କରେ । ଏଥପାଇଁ ପାରସ୍ପରିକ ବୁଝାମଣା ବହୁ ପରିମାଣରେ ଦାୟୀ । ତ୍ୟାଗ ଓ ସହନଶୀଳତା ବୃଦ୍ଧି ନ ପାଇଲେ ବୁଝାମଣା ଓ ସଦ୍ଭାବ ପ୍ରତିଷ୍ଠା ଅସମ୍ଭବ । ଏଣୁ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବୁଝାମଣା ଓ ସହନଶୀଳତା ସୃଷ୍ଟି କରିବା ଦିଗରେ ରାଜନୀତି ବିଜ୍ଞାନ ସହାୟକ ହୁଏ ।
(e) ରାଜନୀତିକୁ ଗତିଶୀଳ କରାଏ – ପ୍ରତ୍ୟେକ ରାଷ୍ଟ୍ରର କିଛିନା କିଛି ରାଜନୀତିକ ପ୍ରକ୍ରିୟା ଥାଏ । ଏହି ପ୍ରକ୍ରିୟା ବିଭିନ୍ନ ରାଜନୀତିକ କାର୍ଯ୍ୟକଳାପଦ୍ଵାରା ଗତିଶୀଳ ହୁଏ । ଗତିଶୀଳତା ନଥିଲେ ରାଷ୍ଟ୍ର ଓ ମନୁଷ୍ୟର ଜୀବନଧାରା ସ୍ଥାଣୁ ହୋଇଥାଆନ୍ତା । ରାଜନୀତିକ ଦଳ, ଚାପଗୋଷ୍ଠୀ, ଗଣମାଧ୍ୟମ, ସଭାସମିତି, ଜନମତ ପ୍ରଭୃତି ରାଷ୍ଟ୍ରର ରାଜନୀତିକ ପ୍ରକ୍ରିୟାକୁ ସକ୍ରିୟ କରିଥାଏ । ଏହି ସକ୍ରିୟତା ମନୁଷ୍ୟର ପାରିବାରିକ, ସାମାଜିକ ତଥା ଜାତୀୟ ଜୀବନକୁ ମଧ୍ଯ ଗତିଶୀଳ କରେ ।
(f) ସାମାଜିକ ପରିବର୍ତ୍ତନର ଆୟୁଧ – ମନୁଷ୍ୟର ଚାଲିଚଳନ, କାର୍ଯ୍ୟକଳାପ, ପରିବର୍ତ୍ତିତ ହେଉଥିବାରୁ ସାମାଜିକ ଦୃଷ୍ଟିକୋଣ ତଥା ଦୃଷ୍ଟିଭଙ୍ଗୀରେ ମଧ୍ୟ ପରିବର୍ତ୍ତନ ହେବା ସ୍ଵାଭାବିକ । ରାଜନୀତି ବିଜ୍ଞାନ ସାମାଜିକ ବିବର୍ତ୍ତନକୁ ଲକ୍ଷ୍ୟ ରଖ୍ ସାମାଜିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆଣେ । ପ୍ରଚଳିତ ଆଇନକାନୁନର ମଧ୍ୟ ପରିବର୍ତ୍ତନ କରାଯାଇ ନୂତନ ଆଇନ, ନୂତନ ନିୟମ, ନୂତନ ସୁଯୋଗ ସୃଷ୍ଟି କରାଯାଏ । ଏହାଦ୍ଵାରା ନୂତନ ସାମାଜିକ ମୂଲ୍ୟବୋଧର ଉଦ୍ଭବ ହୁଏ ।
(g) ଗଣତାନ୍ତ୍ରିକ ମୂଲ୍ୟବୋଧ ସୃଷ୍ଟି କରେ – ନାଗରିକ ଶାସନରେ ସକ୍ରିୟ ଅଂଶଗ୍ରହଣ ନ କରିପାରିବା ଅର୍ଥ ଶାସନ ଉତ୍ତମ ଶାସନ ନୁହେଁ । ନିଜକୁ ନିଜେ ଶାସନ କରିବା ବା ଶାସନ କାର୍ଯ୍ୟରେ ଅଂଶଗ୍ରହଣ କରିବା ମନୁଷ୍ୟର ଏକ ସହଜାତ ପ୍ରକୃତି । ଏହା ନହେଲେ ମନୁଷ୍ୟ’ ବିପ୍ଳବ କରେ । ସମାଜରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ବିଚାରଧାରା ସୃଷ୍ଟିକରିବା ଓ ଗଣତାନ୍ତ୍ରିକ ଉପାଦାନଗୁଡ଼ିକର ସୁରକ୍ଷା ଓ ବିକାଶ କରିବା ଦିଗରେ ରାଜନୀତି ବିଜ୍ଞାନର ଭୂମିକା ଅନସ୍ବୀକାର୍ଯ୍ୟ । ସମାଜକୁ, ରାଷ୍ଟ୍ରକୁ ଓ ଶାସନ ବ୍ୟବସ୍ଥାକୁ ଗତିଶୀଳ କରିବାରେ ଗଣତାନ୍ତ୍ରିକ ଚିନ୍ତାଧାରା ମୁଖ୍ୟତଃ ଦାୟୀ ।
(h) ଜାତୀୟ ଓ ଆନ୍ତର୍ଜାତୀୟ ସମସ୍ୟା ସହିତ ସଂପୃକ୍ତ କରାଏ – ନିଜ ଦେଶରେ ସୃଷ୍ଟି ହେଉଥିବା ରାଜନୀତିକ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଆନ୍ତର୍ଜାତୀୟ ରାଜନୀତିକ ଘଟଣାବଳୀର ଦାୟିତ୍ଵ ପ୍ରତ୍ୟେକ ନାଗରିକ ବର୍ତ୍ତମାନ ଅନୁଭବ କରୁଛି । ଦେଶରେ ସମ୍ବିଧାନ ପରିସର ମଧ୍ୟରେ ଆନ୍ତର୍ଜାତୀୟ ସମସ୍ୟାର ବିଭିନ୍ନ ଦିଗ ଅନୁଶୀଳନ କରି ସେଗୁଡ଼ିକର ସମାଧାନ ସୂତ୍ର ନିର୍ମିତ ହେଉଛି । ପ୍ରତ୍ୟେକ ବ୍ୟକ୍ତି ନିକଟରେ ସମଗ୍ର ମାନବ ଜାତିର ଭବିଷ୍ୟତ୍ ମୁଖ୍ୟ ପ୍ରଶ୍ନ ହୋ ପ୍ରଶ୍ନର ସମାଧାନ ପାଇଁ ରାଜନୀତି ବିଜ୍ଞାନହିଁ ଦିଗ୍ଦର୍ଶନ ଦେଉଛି ।
(i) ବିସ୍ତାରିତ ଦୃଷ୍ଟିଭଙ୍ଗୀ ସୃଷ୍ଟିରେ ସାହାଯ୍ୟ – ରାଜନୀତି ବିଜ୍ଞାନ ମାନବର ଦୃଷ୍ଟିଭଙ୍ଗୀକୁ ବିସ୍ତାରିତ କରେ । ଜାତୀୟତା, ଦେଶପ୍ରେମ ଓ ଆନ୍ତର୍ଜାତିକ ମନୋଭାବର ବିକାଶ କରି ମନୁଷ୍ୟର ସଂକୀର୍ଣ୍ଣ ମନୋଭାବକୁ ନଷ୍ଟକରେ । ତାକୁ ସହଯୋଗ, ସମନ୍ଵୟ, ସହିଷ୍ଣୁତା, ଦେଶ ଓ ମାନବ ସମାଜ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟ କରିବାକୁ ପ୍ରେରଣା ଦିଏ । ରାଜନୀତି ବିଜ୍ଞାନର ପଠନଦ୍ଵାରା ମନୁଷ୍ୟର ଆଞ୍ଚଳିକ ମନୋଭାବ ଓ ଉଗ୍ର ଜାତୀୟତାବାଦ ପ୍ରଭୃତି ନଷ୍ଟକାରୀ ଶକ୍ତି ବିଲୁପ୍ତ ହୋଇଥାଏ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଓ ପୃଥିବୀରେ ଥିବା ଦେଶ ଦେଶ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ଦିଗରେ ଅଗ୍ରଗତି ଆଣିବାର ପ୍ରକ୍ରିୟାପାଇଁ ଏହା ପଥ ପରିଷ୍କାର କରିଥାଏ ।
(j) ରାଜନୀତିକ ପ୍ରକ୍ରିୟାକୁ ରୂପ ଦିଏ – ରାଷ୍ଟ୍ର ମଧ୍ୟରେ ବ୍ୟକ୍ତିର ରାଜନୀତିକ ଜୀବନ ଓ ବ୍ୟବହାରରେ ଘଟୁଥିବା ପରିବର୍ତ୍ତନ ରାଜନୀତିକ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ପ୍ରଭାବିତ କରୁଛି । ଏହାଦ୍ଵାରା ରାଷ୍ଟ୍ର ଶାସନ ପଦ୍ଧତି ମଧ୍ୟ ପରିବର୍ତ୍ତିତ ହେଉଛି । ରାଷ୍ଟ୍ର ଶାସନରେ ବ୍ୟକ୍ତିର ସ୍ଥାନ ଓ ଭୂମିକା ଏବେ ଆଉ ଗୌଣ ହୋଇ ରହିନାହିଁ । ଜନମତକୁ ଉପେକ୍ଷା କରି ଶାସନ କରିବା କୌଣସି ଶାସକ ପକ୍ଷେ ଏବେ ସମ୍ଭବ ନୁହେଁ । ପ୍ରାଚୀନ କ୍ଷମତା ସଂଗଠନ ପ୍ରଣାଳୀ ଅଦରକାରୀ ହୋଇ ପଡ଼ିଥିବାରୁ ବିଭିନ୍ନ କ୍ଷେତ୍ରରେ ଆନୁଷ୍ଠାନିକ ପରିବର୍ତ୍ତନ କରାଗଲାଣି । ବର୍ତ୍ତମାନର କମ୍ୟୁନିଷ୍ଟ ରାଷ୍ଟ୍ରମାନଙ୍କରେ ଘଟୁଥିବା ସଂସ୍କାର ଏହାର ଉଦାହରଣ ।
(k) ଶାନ୍ତି ପ୍ରତିଷ୍ଠା – ବିଜ୍ଞାନ ମନୁଷ୍ୟର ସାମଗ୍ରିକ ଜୀବନକୁ ବହୁ ପରିମାଣରେ ପ୍ରଭାବିତ କରୁଛି । ଏଣୁ ଚାରିଆଡ଼େ ମନୁଷ୍ୟ ଯେପରି ବସତି ସ୍ଥାପନ କରିପାରିବ ସେଥିପାଇଁ ଉଦ୍ୟମ ହେଲାଣି । ଏଥୁସହିତ ବୈଜ୍ଞାନିକମାନେ ଏପରି ମାରାତ୍ମକ ମାରଣାସ୍ତ୍ର ପ୍ରସ୍ତୁତ କଲେଣି ଯେ ମୁହୂର୍ଭକ ମଧ୍ୟରେ ପୃଥିବୀ ଧ୍ୱଂସ ହୋଇଯିବ । ଏଣୁ ସମଗ୍ର ବିଶ୍ବରେ ରାଷ୍ଟ୍ରନାୟକମାନେ ଯୁଦ୍ଧକୁ ପରିହାର କରି ଏକ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ଦିଗରେ ଅନବରତ ଉଦ୍ୟମ କରୁଛନ୍ତି । ରାଜନୀତି ବିଜ୍ଞାନ ତା’ର ବିଭିନ୍ନ ଆଦର୍ଶ ମାଧ୍ୟମରେ ଯୁଦ୍ଧ ପରିବର୍ତ୍ତେ ଶାନ୍ତି ସ୍ଥାପନ କରିବାପାଇଁ ମାନବ ସମାଜକୁ ଆହ୍ଵାନ ଜଣାଉଛି ।
ରାଜନୀତି ବିଜ୍ଞାନ ଏକ ବର୍ତ୍ତମାନ ସାମାଜିକ ବିଜ୍ଞାନରୂପେ ସୁପ୍ରତିଷ୍ଠିତ । ସମୟ ଓ ପରିସ୍ଥିତିର ପରିବର୍ତ୍ତନ ସହିତ ତାଳଦେଇ ଏହା ତା’ର ପରିସରକୁ ବୃଦ୍ଧି କରିଅଛି । ବିଭିନ୍ନ ଦିଗରୁ ଏହା ତା’ର ସୀମାକୁ ଅତିକ୍ରମ କରିବାରେ ଲାଗିଛି । ଏହା ବର୍ତ୍ତମାନ ମନୋବିଜ୍ଞାନ, ସମାଜବିଜ୍ଞାନ ଓ ନୃତତ୍ତ୍ଵ ପ୍ରଭୃତି ଅନ୍ୟ ସାମାଜିକ ବିଜ୍ଞାନର କାର୍ଯ୍ୟ ପରିସୀମାକୁ ସ୍ପର୍ଶ କଲାଣି ଜର୍ଜ ବର୍ଣ୍ଣାଡ୍ ଶ’ଙ୍କ ମତରେ, କେବଳ ରାଜନୀତି ବିଜ୍ଞାନର ଜ୍ଞାନହିଁ ମାନବ ସମାଜକୁ ଧ୍ଵଂସମୁଖରୁ ରକ୍ଷା କରିପାରିବ ।