CHSE Odisha Class 11 Sociology Unit 2 Long Answer Questions in Odia Medium

Odisha State Board CHSE Odisha Class 11 Sociology Solutions Unit 2 ମୌଳିକ ସମ୍ପ୍ରତ୍ୟୟ Long Answer Questions.

CHSE Odisha 11th Class Sociology Unit 2 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ସମାଜର ସଂଜ୍ଞା ପ୍ରଦାନ କରି ଏହାର ବୈଶିଷ୍ଟ୍ୟ ଆଲୋଚନା କର ।
Answer:
ସମାଜ ହେଉଛି ସମାଜ ବିଜ୍ଞାନର କେନ୍ଦ୍ରବିନ୍ଦୁ । ମନୁଷ୍ୟ ସହିତ ମନୁଷ୍ୟର ପାରସ୍ପରିକ ଆନ୍ତଃ-କ୍ରିୟା ଏବଂ ଆନ୍ତ- ସମ୍ପର୍କ ଯୋଗୁ ସମାଜ ଦୃଷ୍ଟିଗୋଚରକୁ ଆସିଅଛି । ସମାଜ ହେଉଛି ଏକ ସାର୍ବଜନୀନ ସଂସ୍ଥା, ଯାହାକି ଦୁଇଟି ଦୃଷ୍ଟିକୋଣରୁ ବିଚାର୍ଯ୍ୟ ଅଟେ । ପ୍ରଥମତଃ, ପ୍ରକାର୍ଯ୍ୟାତ୍ମକ ଦୃଷ୍ଟିକୋଣରୁ ସମାଜକୁ ପାରସ୍ପରିକ ସମ୍ପର୍କ ଏବଂ ଆନ୍ତଃ-କ୍ରିୟାର ଏକ ଜଟିଳ ସମୂହରୂପେ ବ୍ୟାଖ୍ୟା କରାଯାଇଥିବାବେଳେ ଦ୍ୱିତୀୟରେ ସଂରଚନାତ୍ମକ ଦୃଷ୍ଟିକୋଣରୁ ସମାଜକୁ ଲୋକରୀତି, ଲୋକନିୟମ, ପ୍ରଥା, ଆଇନ, ଅନୁଷ୍ଠାନ, ପ୍ରତିମାନ, ମୂଲ୍ୟବୋଧ ପ୍ରଭୃତି ସମୁଦାୟ ସାମାଜିକ ଉତ୍ତରାଧ୍ୟାକାରର ସମଷ୍ଟିରୂପେ ବ୍ୟାଖ୍ୟା କରାଯାଇଛି ।

ଏହି ସମାଜ ହେଉଛି ବ୍ୟକ୍ତିମାନଙ୍କର ଏକ ସମୂହ ବା ଅନେକ ପରିବାରର ଏକ ସମଷ୍ଟି, ଯେଉଁମାନେ ପରସ୍ପର ମଧ୍ୟରେ ସାମାଜିକ ସମ୍ପର୍କ ସୃଷ୍ଟି କରିଥା’ନ୍ତି ।

“ସି.ଏଚ୍.କୁଲେଙ୍କ ମତରେ, ‘ସମାଜ ହେଉଛି ସେହି ଜଟିଳ ବ୍ୟବସ୍ଥା ବା ପ୍ରକ୍ରିୟା ଯେଉଁଥିରେ କି ବାସକରୁଥିବା ଲୋକମାନେ ପାରସ୍ପରିକ କ୍ରିୟା-ପ୍ରକ୍ରିୟା ମଧ୍ୟରେ କାଳାତିପାତ କରନ୍ତି । ଏହାର ଗୋଟିଏ ଅଂଶ ଅନ୍ୟ ଅଂଶକୁ ପ୍ରଭାବିତ କରେ ।”

“ଏଫ୍. ଏଚ୍. ଗିଡ଼ିଙ୍ଗସ୍‌ ମତରେ, ‘‘ସମାଜ ଏକ ସଙ୍ଘ, ଏକ ସଙ୍ଗଠନ ଏବଂ କେତେକ ଔପଚାରିକ ସମ୍ପର୍କର ସମଷ୍ଟି, ଯେଉଁଥରେ ମସହଯୋଗୀ ମନୁଷ୍ୟମାନେ ଏକତାବଦ୍ଧ ହୋଇଥା’ନ୍ତି ।’’

ଏ. ଡବ୍ଲ୍ୟୁ. ଗ୍ରୀନ୍‌ଙ୍କ ମତରେ, “ସାମାଜିକ ଏକ ବୃହତ୍ତମ ସମୁହ ଯାହାର ସଦସ୍ୟ ଯେ କୌଣସି ବ୍ୟକ୍ତି ହୋଇପାରେ । ଜନସଂଖ୍ୟା, ସଙ୍ଗଠନ, ସମୟ, ସ୍ଥାନ ଏବଂ ଆଗ୍ରହ ଦ୍ଵାରା ଏକ ସମାଜ ଗଠିତ ।’’ ଉପରୋକ୍ତ ସଂଜ୍ଞାମାନଙ୍କରୁ ଏହା ସ୍ପଷ୍ଟରୂପେ ପ୍ରତୀୟମାନ ହୁଏ ଯେ ସମାଜ ହେଉଛି ପାରସ୍ପରିକ ସମ୍ପର୍କ ଏବଂ ଆନ୍ତଃକ୍ରିୟା ଥ‌ିବା ଲୋକମାନଙ୍କଦ୍ୱାରା ଗଠିତ ଏକ ସଙ୍ଗଠନ ଏବଂ ଏହା ସମସ୍ତ ମାନବିକ ଆବଶ୍ୟକତାର ପୂରଣ ପାଇଁ ଏକାନ୍ତ ଆବଶ୍ୟକ ।

ସମାଜର ବୈଶିଷ୍ଟ୍ୟ (Characteristics of society)- ସମାଜର କେତେକ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ସେଗୁଡ଼ିକ ମଧ୍ୟରୁ ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ନିମ୍ନରେ ଆଲୋଚନା କରାଗଲା

(a) ସାମାଜିକ ସମ୍ପର୍କର ଏକ ପଦ୍ଧତି (A system of social relationship)- ପ୍ରବୀଣ ସମାଜବିଜ୍ଞାନୀ ମାକାଇଭର୍ (Maciver)ଙ୍କ ମତରେ, ସମାଜ ସାମାଜିକ ସମ୍ପର୍କର ଏକ ଜାଲ ସଦୃଶ । ସମସ୍ତପ୍ରକାର ସାମାଜିକ ସମ୍ପର୍କର ସମଷ୍ଟି ହିଁ ହେଉଛି ସମାଜ । ରିଉଟର୍‌ (Reuter) ଙ୍କ ଭାଷାରେ, ‘‘ଠିକ୍ ଯେପରି ଜୀବନ ଏକ ବସ୍ତୁ ବା ଦ୍ରବ୍ୟ ନୁହେଁ; ମାତ୍ର ବଞ୍ଚିବାର ଏକ ପ୍ରକ୍ରିୟା, ଠିକ୍ ସେହିଭଳି ସମାଜ ମଧ୍ୟ ଏକ ବସ୍ତୁ ନୁହେଁ; ମାତ୍ର ଏହା ସହଯୋଗର ଏକ ପ୍ରକ୍ରିୟା ଅଟେ ।’’

(b) ସମାନତା (Likeness and similarity)- ମାକାଇଭରଙ୍କ ମତରେ, ‘ସମାଜ ଅର୍ଥ ସମାନତା’’, (Society means likeness) । ଏହାର ତାତ୍ପର୍ଯ୍ୟ ହେଉଛି ଦୃଷ୍ଟିକୋଣ ଏବଂ ଉଦ୍ଦେଶ୍ୟରେ ସମତା । ପରସ୍ପରକୁ ଠିକ୍‌ଭାବେ ବୁଝିବା ନିମିତ୍ତ ସମାନତା ଏକାନ୍ତ ଆବଶ୍ୟକ ଅଟେ । ସାମାଜିକ ସମ୍ପର୍କରେ ଆମେ ଯେଉଁ ସମାନତା ଦେଖୁଥାଉ, ତାହା ସ୍ବାର୍ଡ ଉଦ୍ଦେଶ୍ୟ, ଅଭିବୃଦ୍ଧି, ଆବଶ୍ୟକତା, ପ୍ରବୃତ୍ତି ଏବଂ ପରମ୍ପରା ଉପରେ ପ୍ରତିଷ୍ଠିତ ।

CHSE Odisha Class 11 Sociology Unit 2 Long Answer Questions in Odia Medium

ସେହିପରି ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ, ପ୍ରତିମାନ ଓ ମୂଲ୍ୟବୋଧ ପ୍ରଭୃତିକୁ ଭିଭିକରି ଲୋକମାନେ ପରସ୍ପର ମଧ୍ୟରେ ସାମାଜିକ ସମ୍ପର୍କ ପ୍ରତିଷ୍ଠା କରିଥା’ନ୍ତି । ଯଦି ଲୋକମାନଙ୍କ ମଧ୍ୟରେ ସମାନତା ନ ରୁହେ, ତେବେ ସେ କ୍ଷେତ୍ରରେ ସେମାନେ ପରସ୍ପର ମଧ୍ୟରେ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିପାରିବେ ନାହିଁ । ଫଳରେ ସମାଜ ଗଠନ ଅସମ୍ଭବ ହୋଇପଡ଼ିବ । ଏହି ସମାନତା ହେଉଛି ଏକ ମୁଖ୍ୟ ଆଧାର ଯାହାକୁ ଭିଭିକରି ମାନବ ଗଢ଼ିଉଠିଥାଏ ।

(c) ଆନ୍ତଃ-ନିର୍ଭରଶୀଳତା (Interdependence)- ସମାଜର ସମସ୍ତ ସଦସ୍ୟ ନିଜର ଆବଶ୍ୟକତାକୁ ପୂରଣ କରିବାପାଇଁ ପରସ୍ପର ଉପରେ ନିର୍ଭର କରିଥା’ନ୍ତି । ଏହି ନିର୍ଭରଶୀଳତା ପାରସ୍ପରିକ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥାଏ । ସମାଜର କୌଣସି ସଦସ୍ୟ ଆତ୍ମନିର୍ଭରଶୀଳ ନୁହେଁ । ସମସ୍ତେ ପରସ୍ପର ଉପରେ ନିର୍ଭର କରିଥା’ନ୍ତି । ବିଭିନ୍ନ ମୌଳିକ ଆବଶ୍ୟକତା ପୂରଣ କରିବାପାଇଁ ମନୁଷ୍ୟ ସମାଜରେ ବାସ କରିଥାଏ ଏବଂ ଏହା କେବଳ ପାରସ୍ପରିକ ସହଯୋଗ ଏବଂ ଆନ୍ତଃ -ନିର୍ଭରଶୀଳତା ଯୋଗୁ ହିଁ ସମ୍ଭବ ହୋଇଥାଏ । ଆଧୁନିକ ସମାଜରେ ବିବିଧ ଆବଶ୍ୟକତା ଯୋଗୁଁ ଆନ୍ତଃ ନିର୍ଭରଶୀଳତାର ମୂଲ୍ୟବୋଧ କ୍ରମଶଃ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।

(d) ତାରତମ୍ୟ (Difference) – ସମାନତା ସଙ୍ଗେ ମଧ୍ୟ ସମାଜରେ ତାରତମ୍ୟତା ପ୍ରକାଶ ପାଇଥାଏ । ସାମାଜିକ ସମ୍ପର୍କ ଏହି ତାରତମ୍ୟ ଉପରେ ପ୍ରତିଷ୍ଠିତ । ସମାଜର ସଦସ୍ୟବୃନ୍ଦ ବିଭିନ୍ନ କ୍ଷେତ୍ରରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ମନୁଷ୍ୟମାନେ ଅଧିକାର, କର୍ଭବ୍ୟ, ଚିନ୍ତାଧାରା, ଆଦର୍ଶ, ବୃତ୍ତି ଏବଂ କାର୍ଯ୍ୟକଳାପ ଦୃଷ୍ଟିରୁ ପରସ୍ପରଠାରୁ ଭିନ୍ନ ଅଟନ୍ତି । ଏହି ତାରତମ୍ୟ ପ୍ରାକୃତିକତା ଉପରେ ପର୍ଯ୍ୟବସିତ ଏବଂ ଏହା ସମାଜପାଇଁ ଏକାନ୍ତ ଅପରିହାର୍ଯ୍ୟ ଅଟେ ।

ତାରତମ୍ୟ ବିନା ଏକ ଆଦର୍ଶ ସମାଜ ଗଠନ ସମ୍ଭବପର ନୁହେଁ । ମାକାଇଭରଙ୍କ ମତରେ, ‘ମୌଳିକ ବା ପ୍ରାଥମିକ ସମାନତା ଏବଂ ଗୌଣ ତାରତମ୍ୟ ସମସ୍ତ ସାମାଜିକ ଅନୁଷ୍ଠାନ ପାଇଁ ଏକାନ୍ତ ଅପରିହାର୍ଯ୍ୟ । ସାମାଜିକ ଜୀବନ ହେଉଛି ସମାନତା ଏବଂ ତାରତମ୍ୟ, ସହଯୋଗିତା ଏବଂ ସଂଘର୍ଷର ଏକ ଅନ୍ତଃକ୍ରିୟା ।’’ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ତାରତମ୍ୟତା ସମାଜ ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ ।

(e) ସହଯୋଗିତା ଏବଂ ସଂଘର୍ଷ (Co-operation and conflict)- ସରଳ ସମାଜଠାରୁ ଆରମ୍ଭକରି ଜଟିଳ ସମାଜ ପର୍ଯ୍ୟନ୍ତ ସହଯୋଗିତା ଏବଂ ସଂଘର୍ଷ ଦେଖାଯାଇଥାଏ । ସହଯୋଗିତା ବ୍ୟତିରେକେ ସମାଜ ତିଷ୍ଠି ପାରିବ ନାହିଁ । ସହଯୋଗିତା ବିନା ମନୁଷ୍ୟର ଜୀବନ ନିଃସଙ୍ଗ, ତୁଚ୍ଛ, ନିର୍ବୋଧ ଏବଂ କ୍ଷଣସ୍ଥାୟୀ । ସାଦାରଣତଃ ନିଜର ଲକ୍ଷ୍ୟକୁ ପୂରଣ କରିବା ପାଇଁ ସମାଜରେ ବ୍ୟକ୍ତିମାନେ ପରସ୍ପରକୁ ସହଯୋଗ କରିଥା’ନ୍ତି ।

ଏହି ପରିପ୍ରେକ୍ଷୀରେ ଟି.ପି. ଜିସ୍ବବର୍ଟ (T.P. Gisbert) କହିଛନ୍ତି, ‘ସହଯୋଗିତା ସାମାଜିକ ଜୀବନର ବଳିଷ୍ଠ ମୌଳିକ ପ୍ରକ୍ରିୟା, ଯାହାବ୍ୟତୀତ ସମାଜ ତିଷ୍ଠି ରହିବା ଅସମ୍ଭବ ।’’ ସେହିପରି ସହଯୋଗିତା ସହିତ ସମାଜ ପାଇଁ ମଧ୍ଯ ସଂଘର୍ଷର ଆବଶ୍ୟକତା ରହିଛି । ଏହି ସଂଘର୍ଷ ହେଉଛି ଏକ ସାମାଜିକ ପ୍ରକ୍ରିୟା ଯେଉଁଥ‌ିରେ ବ୍ୟକ୍ତି ବା ସମୂହ ହିଂସାଦ୍ଵାରା ବା ହିଂସାର ଧମକ ଦେଇ ସେମାନଙ୍କର ଲକ୍ଷ୍ୟ ପୂରଣ କରିଥା’ନ୍ତି । ଏକ ଆଦର୍ଶ ସମାଜ ଗଠନ ପାଇଁ ସହଯୋଗିତା ଯେତିକି ଜରୁରୀ, ତାହାର ବିକାଶ ପାଇଁ ସଂଘର୍ଷ ମଧ୍ଯ ସେତିକି ଗୁରୁତ୍ବପୂର୍ଣ ।

କାରଣ ସମାଜ ଉଭୟ ସହଯୋଗିତା ଏବଂ ସଂଘର୍ଷ ଉପରେ ପ୍ରତିଷ୍ଠିତ । ସମାଜର ବୈପ୍ଳବିକ ପରିବର୍ତ୍ତନ କେବଳ ସଂଘର୍ଷଦ୍ବାରା ହିଁ ସମ୍ଭବ । ମାକାଇଭର୍‌ କହିଛନ୍ତି, ‘ସମାଜ ହେଉଛି ସଂଘର୍ଷଦ୍ବାରା ଅତିକ୍ରାନ୍ତ ସହଯୋଗିତା ।’’ (Society is co-operation crossed by conflict).

(f) ବ୍ୟାପକ ସଂସ୍କୃତି (Comprehensive culture)- ପ୍ରତ୍ୟେକ ସମାଜ ଜ୍ଞାନ, ବିଶ୍ଵାସ, ଧାରଣା ଏବଂ ନୈତିକତା ପ୍ରଭୃତିର ଏକ ସମ୍ମିଶ୍ରଣ, ଯାହାର ସମଷ୍ଟିକୁ ସଂସ୍କୃତି କୁହାଯାଏ । ଏହା ସମାଜଦ୍ଵାରା ସଂରକ୍ଷିତ ହୋଇଥାଏ ଏବଂ ଆମର ଭବିଷ୍ୟତ ବଂଶଧରମାନଙ୍କ ନିକଟକୁ ସ୍ଥାନାନ୍ତରିତ ହୋଇଥାଏ । ସମାଜର ସଦସ୍ୟବୃନ୍ଦ ଏକ ସାଧାରଣ ସଂସ୍କୃତିରେ ଭାଗୀଦାର ହୋଇଥା’ନ୍ତି । ଏହି ସଂସ୍କୃତି ଜରିଆରେ ସମାଜର ସଦସ୍ୟମାନେ ସେମାନଙ୍କର ଶାରୀରିକ ଏବଂ ମାନସିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ସମର୍ଥ ହୋଇଥା’ନ୍ତି । ତେଣୁ କୁହାଯାଇପାରେ ଯେ ସମାଜ ହେଉଛି ମାନବ ସଂସ୍କୃତିର ଏକ ବିଳଷ୍ଠ ସଙ୍ଗଠନ ଯାହାଦ୍ୱାରା ସଂସ୍କୃତି ସଂରକ୍ଷିତ, ସ୍ଥାନାନ୍ତରିତ ଏବଂ ବିକାଶଶୀଳ ହୋଇଥାଏ ।

(g) ସମାଜ ଅମୂର୍ଖ ଏବଂ ସ୍ପର୍ଶହୀନ (Society is abstract and intangible)- ସମାଜ ସାମାଜିକ ସମ୍ପର୍କ, ପ୍ରଥା, ଲୋକନିୟମ, ପ୍ରତିମାନ ଏବଂ ମୂଲ୍ୟବୋଧ ପ୍ରଭୃତିକୁ ନେଇ ଗଠିତ । ଏହି ନୀତିନିୟମଗୁଡ଼ିକ ଆମେ ଦେଖିପାରିବା ନାହିଁ କି ସ୍ପର୍ଶ କରିପାରିବା ନାହିଁ । ଏଗୁଡ଼ିକୁ କେବଳ ଆମେ ଅନୁଭବ କରିଥାଉ । କାରଣ ସମାଜ ହେଉଛି ଏକ କାଳ୍ପନିକ ବ୍ୟବସ୍ଥା ଉପରେ ଆଧାରିତ । ଏହା କୌଣସି ମୂର୍ଖ ଆକୃତିକୁ ଅନ୍ତର୍ଭୁକ୍ତ କରି ନ ଥାଏ । ତେଣୁ ସମାଜ ଅମୁର୍ତ୍ତ ଏବଂ ସ୍ପର୍ଶହୀନ ଅଟେ । ଏହି ସମାଜ ହେଉଛି ବହୁ ବ୍ୟକ୍ତିଙ୍କର ପାରସ୍ପରିକ ସମ୍ପର୍କର ଏକ ବ୍ୟବସ୍ଥା, ଯାହା ଏକ ସାମାଜିକ ଶକ୍ତିରୂପରେ ନିଜର ସଦସ୍ୟକୁ ନିୟନ୍ତ୍ରଣ କରିଥାଏ ।

2. ସମୁଦାୟର ଲକ୍ଷଣଗୁଡ଼ିକୁ ଆଲୋଚନା କର ।
Answer:
ଗ୍ରୀକ୍ ଦାର୍ଶନିକ ଆରିଷ୍ଟୋଟଲ୍ (Aristotle) କହିଛନ୍ତି, ମନୁଷ୍ୟ ଏକ ସାମାଜିକ ପ୍ରାଣୀ । ତା’ର ପ୍ରକୃତି ଏବଂ ଆବଶ୍ୟକତା ତାକୁ ସମାଜର ସଦସ୍ୟଭୁକ୍ତ ହୋଇ ରହିବାପାଇଁ ବାଧ୍ୟ କରିଥାଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ବାସକରିବା ବ୍ୟକ୍ତିର ଏକ ପ୍ରାକୃତିକ ପ୍ରବୃତ୍ତି ଅଟେ । ଏହି ପ୍ରବୃତ୍ତି ସାମୁଦାୟିକ ଚେତନାକୁ ସୃଷ୍ଟି କରିଥାଏ । ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ଏକତ୍ର ସହାବସ୍ଥାନ ଏକ ସମୁଦାୟକୁ ଜନ୍ମ ଦେଇଥାଏ । ଏହି ‘ସମୁଦାୟ’ ଶବ୍ଦଟି ଦଳେ ଲୋକମାନଙ୍କର ସମଷ୍ଟିକୁ ବୁଝାଇଥାଏ, ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ୟରେ ଆବଦ୍ଧ ରହି ଦୃଢ଼ ‘ଆମେକ-ଭାବନା’ ସୃଷ୍ଟି କରିଥା’ନ୍ତି । ଏହିପରିଭାବରେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ସାଧାରଣ ଜୀବନଯାପନ କରୁଥିବା ଦଳେ ବ୍ୟକ୍ତି ଏକ ସମୁଦାୟକୁ ଜନ୍ମ ଦେଇଥା’ନ୍ତି ।

ସମୁଦାୟର ଲକ୍ଷଣ- ସମୁଦାୟର ବିଭିନ୍ନ ଲକ୍ଷଣଗୁଡ଼ିକୁ ନିମ୍ନରେ ବର୍ଣ୍ଣନା କରାଗଲା ।

CHSE Odisha Class 11 Sociology Unit 2 Long Answer Questions in Odia Medium

(i) ଦଳେ ବ୍ୟକ୍ତି (A group of people)- ସମୁଦାୟର ଏକ ମୁଖ୍ୟ ଲକ୍ଷଣ ବା ବୈଶିଷ୍ଟ୍ୟ ହେଉଛି ଯେ ଏହା ଦଳେ ବ୍ୟକ୍ତିଙ୍କର ସମଷ୍ଟିରେ ଗଠିତ । ଏହା ବ୍ୟତୀତ ସମୁଦାୟର ଗଠନ ସମ୍ଭବପର ନୁହେଁ । ଯେତେବେଳେ ଦଳେ ବ୍ୟକ୍ତି ସ୍ଥାୟୀଭାବରେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ମଧ୍ଯରେ ବାସ କରିବାର ଦେଖାଯାଏ, ସେତେବେଳେ ସମୁଦାୟ ଗଠିତ ହୁଏ ।

(ii) ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ (Definite locality)- ପ୍ରତ୍ୟେକ ସମୁଦାୟର ନିଜସ୍ବ ସୀମାରେଖା ରହିଛି । ଏହି ନିର୍ଦ୍ଦିଷ୍ଟ ସୀମାରେଖା ବ୍ୟତିରେକେ ସମୁଦାୟର ସ୍ଥିତିକୁ କଳ୍ପନା କରାଯାଇ ନ ପାରେ । କାରଣ ଏକ ନିର୍ଦ୍ଦିଷ୍ଟ ସୀମାରେଖା ବିହୀନ ଜନବସତିକୁ ଏକ ସମୁଦାୟ କୁହାଯାଇପାରିବ ନାହିଁ । ତେଣୁ କୁହାଯାଇପାରେ ଯେ, ଲୋକମାନଙ୍କଦ୍ୱାରା ଗଠିତ ହୋଇଥିବା ସମୁଦାୟ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅବସ୍ଥିତ ଯେହେତୁ ସମୁଦାୟର ଲୋକମାନେ ଏକ ନିର୍ଦ୍ଦିଷ୍ଟ ସୀମାରେଖା ଭିତରେ ସାଧାରଣଭାବେ ଜୀବନଯାପନ କରିଥା’ନ୍ତି । ସେମାନଙ୍କ ମନରେ ଐକ୍ୟଭାବ ସୃଷ୍ଟି ହୋଇଥାଏ ।

(iii) ସାମୁଦାୟିକ ମନୋଭାବ (Community Sentiment)- ସମୁଦାୟର ଆଉ ଗୋଟିଏ ବୈଶିଷ୍ଟ୍ୟ ହେଲା ସାମୁଦାୟିକ ମନୋଭାବ । ଏହି ସାମୁଦାୟିକ ମନୋଭାବ କହିଲେ ଦୃଢ଼ ‘ଆମେକ-ଭାବନା’ (We-feeling) କୁ ବୁଝାଇଥାଏ । ଏହି ସାମୁଦାୟିକ ମନୋଭାବର ବଶବର୍ତ୍ତୀ ହୋଇ ସମୁଦାୟର ସଦସ୍ୟମାନେ ଗୋଟିଏ ପ୍ରକାର ଭାଷା ପ୍ରୟୋଗ କରିଥା’ନ୍ତି, ଆନ୍ତଃନିର୍ଭରଶୀଳତାଦ୍ୱାରା ଏହି ସାମୁଦାୟିକ ଭାବନାର ବିକାଶ ଘଟାଇଥା’ନ୍ତି ।

ତେଣୁ ଆମେକ-ଭାବନା ଏବଂ ଆନ୍ତଃ- ନିର୍ଭରଶୀଳତା ହେଉଛି ସାମୁଦାୟିକ ମନୋଭାବର ମୁଖ୍ୟ ବୈଶିଷ୍ଟ୍ୟ । ସାମୁଦାୟିକ ଚେତନାଦ୍ୱାରା ଅନୁପ୍ରାଣତ ହୋଇ ସଦସ୍ୟମାନେ ନିଜ ସମୁଦାୟର ଲୋକମାନଙ୍କୁ ନିଜର ଆତ୍ମୀୟଭାବେ ପରିଗଣିତ କରି ଅନ୍ୟମାନଙ୍କୁ ବାହ୍ୟ ଲୋକଭାବେ ବିଚାର କରିଥା’ନ୍ତି ।

(iv) ସମାନତା (Likeness)- ଯେହେତୁ ଏକ ସମୁଦାୟର ଲୋକମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାସ କରିଥା’ନ୍ତି, ସେମାନଙ୍କର ଭାଷା, ପରମ୍ପରା ଏବଂ ବ୍ୟବହାର ପଦ୍ଧତିରେ ସମାନତା ପରିଲକ୍ଷିତ ହୋଇଥାଏ । ସେମାନେ ଏକ ସରଳ ଜୀବନଯାପନ କରିଥା’ନ୍ତି । ତେଣୁ କୁହାଯାଇପାରେ ଯେ ସମାନତା ହେଉଛି ସମୁଦାୟର ଏକ ମୁଖ୍ୟ ବୈଶିଷ୍ଟ୍ୟ ।

(v) ସ୍ଥାୟୀତ୍ୱ (Permanence)- ସମୁଦାୟର ଆଉ ଏକ ବୈଶିଷ୍ଟ୍ୟ ହେଉଛି ସ୍ଥାୟିତ୍ଵ । ଏହା ଜନଗହଳି (crowd) କିମ୍ବା ବିପ୍ଳବୀ ଜନମଣ୍ଡଳୀ ଭଳି ଅସ୍ଥାୟୀ ନୁହେଁ, ଯଦି ବହୁତ ଲୋକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବହୁକାଳ ଧରି ବସବାସ କରନ୍ତି, ତାହାହେଲେ ସେମାନେ ସେଠାରେ ଏକ ସମୁଦାୟ ଗଠନ କରିପାରନ୍ତି । ଏହି ସମୁଦାୟ ସାଧାରଣତଃ ଦୀର୍ଘସ୍ଥାୟୀ ଅଟେ । ଏହି ସମୁଦାୟର ସଭ୍ୟପଦ ବାଧ୍ୟତାମୂଳକ ଅଟେ ।

(vi) ପ୍ରାକୃତିକତା (Naturality)- ଏହି ସମୁଦାୟ ସ୍ବତଃସ୍ଫୁର୍ଭ ଅଟେ । ସମୁଦାୟକୁ ଉଦ୍ଦେଶ୍ୟମୂଳକଭାବେ ଗଠନ କରାଯାଇ ନ ଥାଏ । ଏକ ସମୁଦାୟ ପ୍ରାକୃତିକ ଉପାୟରେ ଜନ୍ମଲାଭ କରିଥାଏ । ତେଣୁ ସମୁଦାୟର ଉତ୍ପତ୍ତି କ୍ଷେତ୍ରରେ ପ୍ରକୃତିର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ । ଏହି ସମୁଦାୟ ମନୁଷ୍ୟର ଇଚ୍ଛାଦ୍ୱାରା ସୃଷ୍ଟି ହୋଇ ନ ଥାଏ ।

(vii) ଏକ ନିର୍ଦ୍ଦିଷ୍ଟ ନାମ (A particular name)- ସମୁଦାୟର ଏକ ନିର୍ଦ୍ଦିଷ୍ଟ ନାମ ଥାଏ । ଏହି ନାମକରଣ ହେତୁ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ସହଜରେ ଚିହ୍ନଟ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ପ୍ରଫେସର ଲିଭମ୍‌ଲେ (Lumley) କହିଛନ୍ତି, ‘ଏହା ପରିଚୟକୁ ସୂଚାଇଥାଏ, ବାସ୍ତବତାକୁ ଦର୍ଶାଇଥାଏ, ବ୍ୟକ୍ତି ସ୍ବାତନ୍ତ୍ର୍ୟକୁ ଦର୍ଶାଇଥାଏ ଏବଂ ବ୍ୟକ୍ତିତ୍ବକୁ ବର୍ଣ୍ଣନା କରିଥାଏ ।”

(viii) ସଙ୍ଗଠିତ ସାମାଜିକ ଜୀବନ (Total organised social life)– ସମୁଦାୟର ସଦସ୍ୟମାନେ ଏକ ସଙ୍ଗଠିତ ସାମାଜିକ ଜୀବନଯାପନ କରିଥା’ନ୍ତି । ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବେ ଗୋଟିଏ ଧାର୍ମିକ ଅନୁଷ୍ଠାନ କିମ୍ବା ଗୋଟିଏ ବ୍ୟବସାୟିକ ଅନୁଷ୍ଠାନ ଭିତରେ ରହିପାରିବ ନାହିଁ । କିନ୍ତୁ ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବେ ଗୋଟିଏ ଗୋଷ୍ଠୀ ବା ସମୂହ ଭିତରେ ବସବାସ କରିପାରିବ। ଏଥିପାଇଁ ସମୁଦାୟକୁ ଏକ କ୍ଷୁଦ୍ର ସମାଜ ବୋଲି ଅଭିହିତ କରାଯାଇପାରେ ।

(ix) ଔପଚାରିକ ଏବଂ ଅନୌପଚାରିକ ନିୟମ (Formal and informal rules)- ପ୍ରତ୍ୟେକ ସମୁଦାୟ କେତେକ ସ୍ବତନ୍ତ୍ର ନିୟମଦ୍ୱାରା ପରିଚାଳିତ । ଏହି ନିୟମ ଔପଚାରିକ କିମ୍ବା ଅନୌପଚାରିକ ହୋଇପାରେ । କେତେକ ସମୁଦାୟ ଔପଚାରିକ ନୀତିନିୟମଦ୍ୱାରା ପରିଚାଳିତ ହେଉଥ‌ିବାବେଳେ ଆଉ କେତେକ ଅନୌପଚାରିକ ନୀତିନିୟମଦ୍ୱାରା ପରିଚାଳିତ ହୋଇଥାଏ ।

ଉଦାହରଣସ୍ୱରୂପ- ନଗର, ରାଷ୍ଟ୍ର ଏବଂ ଦେଶ ପ୍ରଭୃତି ଆଧୁନିକ ସମୁଦାୟଗୁଡ଼ିକ ପୋଲିସ୍, ବିଚାରାଳୟ, ଜେଲ୍ ଏବଂ ଆଇନ ପ୍ରଭୃତି ଔପଚାରିକ ମାଧ୍ୟମ (means) ଦ୍ଵାରା ନିୟନ୍ତ୍ରିତ ହୋଇଥା’ନ୍ତି । ଅପରପକ୍ଷରେ ପଡ଼ୋଶୀମଣ୍ଡଳ ଏବଂ ଗ୍ରାମ୍ୟ ଆଦି ପ୍ରାଚୀନ ସମୁଦାୟଗୁଡ଼ିକ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ, ପ୍ରତିମାନ ଏବଂ ମୂଲ୍ୟବୋଧ ପ୍ରଭୃତି ଅନୌପଚାରିକ ମାଧ୍ୟମଦ୍ୱାରା ବ୍ୟବସ୍ଥାପିତ ହୁଏ । ପ୍ରତ୍ୟେକ ସମୁଦାୟ ସମୟାନୁକ୍ରମିକ ଭାବେ ବିକାଶଲାଭ କରିଥାଏ ଏବଂ ପ୍ରଥା, ପରମ୍ପରା, ନୈତିକତା ପ୍ରଭୃତି ବିଭିନ୍ନ ନୀତିନିୟମଦ୍ୱାରା ତା’ର ସଦସ୍ୟମାନଙ୍କର ସମ୍ପର୍କକୁ ନିୟନ୍ତ୍ରିତ କରିଥାଏ ।

3. ସଂଘର ସଂଜ୍ଞା ନିରୂପଣ କରି ଏହାର ଉପାଦାନଗୁଡ଼ିକ ଉଲ୍ଲେଖ କର ।
Answer:
ସମାଜରେ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ମନୁଷ୍ୟ ତା’ର ବିବିଧ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାର ଅଭିଳାଷ ପୋଷଣ କରିଥାଏ । ଯେତେବେଳେ ଦଳେ ବ୍ୟକ୍ତି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ପରିତୃପ୍ତି ନିମିତ୍ତ ସଙ୍ଗଠିତ ହଅନ୍ତି, ସେତେବେଳେ ସେମାନେ ଏକ ସଂଘ ଗଠନ କରିଥା’ନ୍ତି । ଏକ ସଂଘ ବ୍ୟକ୍ତିଗତ ଇଚ୍ଛା ଉପରେ ପ୍ରତିଷ୍ଠିତ । ଏକ ବା ଏକାଧିକ ସ୍ବାର୍ଥ ପୂରଣ ପାଇଁ ଦୁଇ ବା ତତୋଽଧ୍ଵକ ବ୍ୟକ୍ତିମାନଙ୍କଦ୍ୱାରା ଶୃଙ୍ଖଳିତଭାବେ ଗଠିତ ହୋଇଥିବା ସଙ୍ଗଠନକୁ ସଂଘ (association) କୁହାଯାଏ । ଶ୍ରମିକ ସଂଘ, ରାଜନୈତିକ ଦଳ, କ୍ଲବ୍, କଲେଜ, ବିଶ୍ଵବିଦ୍ୟାଳୟ ପ୍ରଭୃତି ସଂଘର ଉଦାହରଣ ।

CHSE Odisha Class 11 Sociology Unit 2 Long Answer Questions in Odia Medium

ସଂଘର ସଂଜ୍ଞା (Definition of Association)- ସଂଘର କେତେକ ସଂଜ୍ଞା ନିମ୍ନରେ ପ୍ରଦତ୍ତ କରାଗଲା ।
(i) ଇ. ଏସ୍. ବୋଗାର୍ଡ଼ସ୍ (E.S. Bogardus)- “କେତେଗୁଡ଼ିଏ ଉଦ୍ଦେଶ୍ୟ ସାଧନ ପାଇଁ ଲୋକମାନଙ୍କର ମିଳିତ କାର୍ଯ୍ୟକ୍ରମକୁ ସଂଘ କୁହାଯାଏ ।’’
(ii) ଗିଲିଜ୍ ଏବଂ ଗିଲିନ୍ (Gillin & Gillin)- “ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ କିମ୍ବା ଉଦ୍ଦେଶ୍ୟଗୁଡ଼ିକ ପାଇଁ ଅନୁମୋଦିତ ବା ମଞ୍ଜୁରିପ୍ରାପ୍ତ ଏବଂ କର୍ମପଦ୍ଧତି ଢଙ୍ଗଦ୍ଵାରା ଏକତ୍ରିତ ହୋଇଥିବା ବ୍ୟକ୍ତିମାନଙ୍କର ଏକ ସମୂହକୁ ସଂଘ କୁହାଯାଏ ।’’
(iii) ପି.ଜସ୍‌ବର୍ଗ (P. Gisbert)- “ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବା କେତେକ ସୀମିତ ଉଦ୍ଦେଶ୍ୟ ପୂରଣ ନିମିତ୍ତ ସଙ୍ଗଠିତ ହୋଇଥିବା ଦଳେ ବ୍ୟକ୍ତିଙ୍କୁ ନେଇ ସଂଘ ଗଠିତ ହୋଇଥାଏ ।’’
(iv) ଓଗ୍‌ବର୍ଣ୍ଣ ଏବଂ ନିମ୍‌ଫ୍ (Ogburn and Nimkoff)- “ସଂଘ ହେଉଛି ସଙ୍ଗଠିତ ସାମାଜିକ କାର୍ଯ୍ୟାବଳୀ ପାଇଁ ଏକ ଉଦ୍ଭାବନ ।’’

ସଂଘର ଉପାଦାନ (Elements of Association)– ଉପରୋକ୍ତ ସଂଜ୍ଞାଗୁଡ଼ିକରୁ ସଂଘର କେତେକ ଉପାଦାନ ବିଷୟରେ ସୂଚନା ମିଳିଥାଏ । ସଂଘର ମୁଖ୍ୟ ଉପାଦାନଗୁଡ଼ିକ ନିମ୍ନମତେ ଆଲୋଚନା କରାଯାଇପାରେ ।

(i) ବ୍ୟକ୍ତିଙ୍କର ସମୂହ (Group of individuals)- ସଂଘ ବ୍ୟକ୍ତିମାନଙ୍କର ଏକ ସମୂହରୂପେ ପରିଚିତ । ବ୍ୟକ୍ତିଙ୍କ ବିନା ସଂଘର ଗଠନ ଅସମ୍ଭବ ଅଟେ । ସୁତରାଂ ସଂଘ ଦଳେ ଲୋକଙ୍କଦ୍ୱାରା ଗଠିତ ହୋଇଥାଏ, ଯେଉଁମାନଙ୍କର କିଛି ସାଧାରଣ ଉଦ୍ଦେଶ୍ୟ ବା ଆଭିମୁଖ୍ୟ ଥାଏ । ତେଣୁ ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଦଳେ ବ୍ୟକ୍ତି ଏକ ସଂଘର ଆବଶ୍ୟକୀୟ ଉପାଦାନ ।

(ii) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ (Definite aim)- ପ୍ରତ୍ୟେକ ସଂଘ କେତେକ ନେଇ ଗଠିତ । ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ବ୍ୟତିରେକେ ସଂଘ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିପାରି ନ ଥାଏ । ତେଣୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ସଂଘ ଘନିଷ୍ଟରୂପେ ସମ୍ପୃକ୍ତ । ଏପରି କୌଣସି ସଂଘ ନାହିଁ ଯାହାକି ବିନା ଉଦ୍ଦେଶ୍ୟରେ ଗଠିତ ହୋଇଥାଏ ।

(iii) ସ୍ଵେଚ୍ଛାକୃତ ସଭ୍ୟପଦ (Voluntary membership)- ସଂଘର ସଭ୍ୟପଦ ବାଧ୍ୟତାମୂଳକ ନୁହେଁ । ଏହା ବ୍ୟକ୍ତିର ନିଜ ଇଚ୍ଛା ଉପରେ ସମ୍ପୂର୍ଣ ନିର୍ଭର କରିଥାଏ । ବ୍ୟକ୍ତି ତା’ର ଇଚ୍ଛା ଅନୁସାରେ କୌଣସି ସଂଘର ସଦସ୍ୟ ହୋଇପାରେ କିମ୍ବା କୌଣସି ସଂଘକୁ ପରିତ୍ୟାଗ କରିପାରେ । ନିଜର ଲକ୍ଷ୍ୟକୁ ପୂରଣ କରିବାପାଇଁ ବ୍ୟକ୍ତି ସ୍ୱେଚ୍ଛାକୃତଭାବେ ଏକ ସଂଘରେ ଯୋଗ ଦେଇଥାଏ । କୌଣସି ସଂଘର ସଦସ୍ୟଭୁକ୍ତ ହେବାପାଇଁ କୌଣସି ବ୍ୟକ୍ତିକୁ ବାଧ୍ୟ କରାଯାଇ ନ ପାରେ ।

(iv) ନୀତିନିୟମ ଏବଂ ବ୍ୟବସ୍ଥାପନା (Rules and regulations)- ପ୍ରତ୍ୟେକ ସଂଘ କେତେକ ନୀତି ଏବଂ ନିୟମଦ୍ୱାରା ପରିଚାଳିତ । ଏହି ନୀତି-ନିୟମ ଜରିଆରେ ସଂଘ ତା’ର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ସଂଘର ସଦସ୍ୟମାନେ ଉକ୍ତ ନୀତି-ନିୟମଗୁଡ଼ିକୁ ବାଧ୍ୟତାମୂଳକଭାବେ ପାଳନ କରିଥା’ନ୍ତି । ଯଦି କୌଣସି ସଦସ୍ୟ ସଂଘର ନୀତି-ନିୟମକୁ ଅବଜ୍ଞା କରେ, ତାକୁ ଶୃଙ୍ଖଳାଗତ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

(v) ଚିରସ୍ଥାୟୀ କିମ୍ବା କ୍ଷଣସ୍ଥାୟୀ (Permanent or temporary)- ସଂଘ ସ୍ଥାୟୀ କିମ୍ବା ଅସ୍ଥାୟୀ ପ୍ରକୃତିର ହୋଇପାରେ । କେତେକ ସଂଘ ସ୍ଥାୟୀ ପ୍ରକୃତିର ହୋଇଥିବାବେଳେ ଆଉ କେତେକ ସଂଘ ସମ୍ପୂର୍ଣ୍ଣ ଅସ୍ଥାୟୀ ପ୍ରକୃତିର ଅଟନ୍ତି । ଉଦାହରଣସ୍ୱରୂପ- ପରିବାର, ବିଦ୍ୟାଳୟ, ମହାବିଦ୍ୟାଳୟ ପ୍ରଭୃତି ସ୍ଥାୟୀ ପ୍ରକୃତିର ହୋଇଥିବାବେଳେ ରାଜନୈତିକ ଦଳ, କ୍ଲବ, ଶ୍ରମିକ ସଂଘ ପ୍ରଭୃତି ଅସ୍ଥାୟୀ ପ୍ରକୃତିକୁ ଭିତ୍ତିକରି ଗଠିତ ହୋଇଥା’ନ୍ତି ।

(vi) ସହଯୋଗୀ ମନୋଭାବ (Co-operative spirit)- ପାରସ୍ପରିକ ସହଯୋଗିତା ସଂଘର ଅନ୍ୟ ଏକ ଉପାଦାନ ଅଟେ । ଏହି ସହଯୋଗିତା ବିନା ସଂଘ ତିଷ୍ଠିପାରିବ ନାହିଁ । ସଂଘର ସଦସ୍ୟମାନେ ପରସ୍ପରକୁ ପ୍ରତ୍ୟକ୍ଷଭାବେ ସହଯୋଗ କରିଥା’ନ୍ତି । ଉଦାହରଣସ୍ୱରୂପ, ଏକ ଶ୍ରମିକ ସଂଘର ସଦସ୍ୟମାନେ ଯଦି ସହଯୋଗୀ ମନୋବୃତ୍ତି ନେଇ ଏକତ୍ର କାର୍ଯ୍ୟ କରିବେ, ତେବେ ସେମାନଙ୍କର ଅଭିଳାଷ ଅଚିରେ ସାଧୂ ହୋଇପାରିବ । ତେଣୁ ସହଯୋଗୀ ମନୋଭାବ ହେଉଛି ଏକ ମୂଳଭିଭି, ଯାହା ଉପରେ ପ୍ରତ୍ୟେକ ସଂଘ ପ୍ରତିଷ୍ଠିତ।

(vii) ଔପଚାରିକ ସମ୍ବନ୍ଧ (Formal relations)- ପ୍ରତ୍ୟେକ ସଂଘର ସଦସ୍ୟମାନଙ୍କ ମଧ୍ୟରେ ଔପଚାରିକ ସମ୍ବନ୍ଧ ଦେଖାଯାଇଥାଏ । ନିଜର ଅଭିଳଷିତ ଲକ୍ଷ୍ୟକୁ ପୂରଣ କରିବା ହେଉଛି ବ୍ୟକ୍ତିର ଅନ୍ତିମ ଲକ୍ଷ୍ୟ । ଯଦିଚ ସେ ସଂଘର ଅନ୍ୟ ସଦସ୍ୟମାନଙ୍କ ସହିତ ସମ୍ପର୍କ ରଖୁଥାଏ; ମାତ୍ର ଏହି ସମ୍ପର୍କ ତା’ର ଲକ୍ଷ୍ୟହାସଲ ପର୍ଯ୍ୟନ୍ତ ବଳବତ୍ତର ରହିଥାଏ ।

4. ଅନୁଷ୍ଠାନର ସଂଜ୍ଞା ନିରୂପଣ କରି ଏହାର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
ପ୍ରତ୍ୟେକ ସଂଘ କେତେକ ସ୍ବୀକୃତିପ୍ରାପ୍ତ ଏବଂ ପ୍ରତିଷ୍ଠିତ ନୀତି-ନିୟମ ଉପରେ ପର୍ଯ୍ୟବସିତ । ଏହି ନୀତି-ନିୟମ ଏବଂ କାର୍ଯ୍ୟପ୍ରଣାଳୀର ସମଷ୍ଟିକୁ ଅନୁଷ୍ଠାନ କୁହାଯାଏ । କୌଣସି ଉଦ୍ଦେଶ୍ୟକୁ ହାସଲ କରିବାପାଇଁ ବ୍ୟକ୍ତିମାନଙ୍କଦ୍ୱାରା ସଂଘ ମାଧ୍ୟମରେ ସଂଘ ତା’ର ଉଦ୍ଦେଶ୍ୟକୁ ସହଜରେ ପୂରଣ କରିବାରେ ସମର୍ଥ ହୋଇଥାଏ । ଏହି ନୀତି-ନିୟମ ଅନୁଷ୍ଠାନ ନାମରେ ପ୍ରତିଷ୍ଠିତ ।

ସଂଜ୍ଞା (Definition)- ସମାଜ ବିଜ୍ଞାନୀମାନେ ଅନୁଷ୍ଠାନର ବିଭିନ୍ନ ପ୍ରକାର ସଂଜ୍ଞା ପ୍ରଦାନ କରିଅଛନ୍ତି ।

(i) କେ. ଡେଭିସ୍ (K. Davis)- ‘‘ପରସ୍ପର ସହ ଜଡ଼ିତ ଥିବା ଲୋକରୀତି, ଲୋକନିୟମ ଏବଂ ଆଇନଗୁଡ଼ିକର ଏକ ଗୁଚ୍ଛକୁ ଅନୁଷ୍ଠାନ କୁହାଯାଏ ।’’
(ii) ଏଚ୍.ଇ. ବର୍ନେସ୍ (H.E. Barnes)- ‘ଅନୁଷ୍ଠାନଗୁଡ଼ିକ ହେଉଛନ୍ତି ସାମାଜିକ ସଂରଚନା ଓ କଳ, ମାଧ୍ୟମରେ ମାନବୀୟ ଆବଶ୍ୟକତାଗୁଡ଼ିକର ପରିପୂରଣ ନିମିତ୍ତ ବହୁବିଧ କାର୍ଯ୍ୟାବଳୀଗୁଡ଼ିକୁ ମାନବ ସମାଜ ସଙ୍ଗଠିତ କରିଥାଏ, ନିର୍ଦ୍ଦେଶ ଦେଇଥାଏ ଏବଂ କାର୍ଯ୍ୟକାରୀ କରିଥାଏ ।
(iii) ଉଡ୍ୱାର୍ଡ଼ ଏବଂ ମ୍ୟାକ୍‌ସୱେଲ (Woodward and Maxwell)- “ଅନୁଷ୍ଠାନ ହେଉଛି ଅନେକ ଲୋକରୀତି ଓ ଲୋକନିୟମର ଏକ ଜାଲ ଯାହାକି କେତେକ ମାନବୀୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ଦିଗରେ କେନ୍ଦ୍ରୀଭୂତ ହୋଇଥାଏ ।’’ ଅନୁଷ୍ଠାନର ଲକ୍ଷଣ (Characteristics of Institution)- ଅନୁଷ୍ଠାନର ଲକ୍ଷଣଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଗଲା ।

(i) ସାଂସ୍କୃତିକ ପ୍ରତୀକ (Cultural symbol)- ପ୍ରତ୍ୟେକ ଅନୁଷ୍ଠାନର ନିଜର ସାଂସ୍କୃତିକ ପ୍ରତୀକ ରହିଥାଏ । ଏହି ସାଂସ୍କୃତିକ ପ୍ରତୀକ ‘ଭୌତିକ’ ବା ‘ଅଭୌତିକ’ ହୋଇପାରେ । ଉଦାହରଣସ୍ୱରୂପ, ହିନ୍ଦୁ ସମାଜରେ ବିବାହ ଅନୁଷ୍ଠାନର ପ୍ରତୀକ ହେଉଛି ‘ମଙ୍ଗନ’ ।

(ii) ନିର୍ଦ୍ଦିଷ୍ଟ ଆବଶ୍ୟକତାଗୁଡ଼ିକର ପୂରଣ (Satisfaction of specific needs)- ପ୍ରତ୍ୟେକ ଅନୁଷ୍ଠାନ କେତେକ ନିର୍ଦ୍ଦିଷ୍ଟ ଆବଶ୍ୟକତାଗୁଡ଼ିକ ପୂରଣ କରିଥାଏ । ବିବାହ ହେଉଛି ଏକ ଅନୁଷ୍ଠାନ ଯାହାକି ସ୍ୱାମୀ ଏବଂ ସ୍ତ୍ରୀର ଯୌନ ଆବଶ୍ୟକତାକୁ ପୂରଣ କରିଥାଏ । ସେହିପରି ସରକାର ହେଉଛି ଏକ ଅନୁଷ୍ଠାନ ଯାହା ମାଧ୍ୟମରେ ସମାଜରେ ଆଇନ ଶୃଙ୍ଖଳା ରକ୍ଷା କରାଯାଇଥାଏ ଏବଂ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥାଏ ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iii) ଅଧୁକ ସ୍ଥାୟିତ୍ଵ (Greater permanency)- ଯେତେବେଳେ କୌଣସି କାର୍ଯ୍ୟପଦ୍ଧତି ବହୁଦିନ ଧରି ଲୋକମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ହୋଇଥାଏ ଏବଂ ସମାଜ ପାଇଁ ଉପଯୋଗୀ ହୋଇଥାଏ, ସେତେବେଳେ ଏହାକୁ ଅନୁଷ୍ଠାନଭାବେ ସ୍ବୀକୃତି ପ୍ରଦାନ କରାଯାଇଥାଏ । ଉଦାହରଣସ୍ୱରୂପ, ହିନ୍ଦୁ ବିବାହର କାର୍ଯ୍ୟପଦ୍ଧତି ବହୁଦିନ ଧରି ହିନ୍ଦୁସମାଜ ପାଇଁ ଉପଯୋଗୀ ହୋଇଥିବାରୁ ତାହା ଏକ ଅନୁଷ୍ଠାନଭାବେ ରୂପ ନେଇଅଛି । ତେଣୁ ଆଜି ପ୍ରତ୍ୟେକ ସମାଜରେ ଏହି ବିବାହ, ଅନୁଷ୍ଠାନରୂପେ ଦେଖ‌ିବାକୁ ମିଳିଥାଏ ।

(iv) ସଙ୍ଗଠିତ ନିୟମାବଳୀ (Organised norms)- ପ୍ରତ୍ୟେକ ଅନୁଷ୍ଠାନ କେତେକ ସଙ୍ଗଠିତ ନିୟମାବଳୀ ଉପରେ ପର୍ଯ୍ୟବସିତ । ସେହି ନିୟମାବଳୀର ପରିସର ମଧ୍ୟରେ ଅନୁଷ୍ଠାନଗୁଡ଼ିକ ସେମାନଙ୍କର କାର୍ଯ୍ୟ ସମ୍ପାଦାନ କରିଥା’ନ୍ତି । ଉଦାହରଣସ୍ୱରୂପ, ଏକ ଶିକ୍ଷାନୁଷ୍ଠାନର ନିୟମାବଳୀ, ଶିକ୍ଷାଦାନ ପଦ୍ଧତି, ପରୀକ୍ଷା ପଦ୍ଧତି ପ୍ରଭୃତିକୁ ନେଇ ଗଠିତ ।

(v) ସାର୍ବଜନୀନତା (Universality)- ଏହି ସାର୍ବଜନୀନତା ହେଉଛି ଅନୁଷ୍ଠାନର ଅନ୍ୟ ଏକ ଲକ୍ଷଣ । ଏଗୁଡ଼ିକ ପ୍ରତ୍ୟେକ ସମାଜରେ ତିଷ୍ଠି ରହିବାର ଦେଖାଯାଇଥାଏ । ଅନୁଷ୍ଠାନଗୁଡ଼ିକ ସାମାଜିକ ବିକାଶର ସମସ୍ତ ସ୍ତରରେ ପରିଦୃଷ୍ଟ ହୋଇଥା’ନ୍ତି ।

(vi) ସୁସ୍ପଷ୍ଟ ପରମ୍ପରା (Well-defined traditions)- ପ୍ରତ୍ୟେକ ଅନୁଷ୍ଠାନ କେତେକ ଲିଖ୍ ଏବଂ ଅଲିଖ୍ ପରମ୍ପରାଦ୍ୱାରା ପରିଚାଳିତ । ଏହାଦ୍ୱାରା ବ୍ୟକ୍ତିର ଦୈନନ୍ଦିନ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରାଯାଇଥାଏ । ଏହି ପରମ୍ପରାକୁ ଅବଜ୍ଞା କରୁଥ‌ିବା ସଦସ୍ୟମାନଙ୍କୁ ଦଣ୍ଡବିଧାନ କରାଯାଇଥାଏ ।

(vii) ଶୃଙ୍ଖଳାରକ୍ଷାକାରୀ ସଂସ୍ଥା (Controlling agencies)- ବ୍ୟକ୍ତିକୁ ଶୃଙ୍ଖଳିତଭାବେ ନିୟନ୍ତ୍ରିତ କରିବାରେ ଅନୁଷ୍ଠାନଗୁଡ଼ିକର ଭୂମିକା ଗୁରୁତ୍ବପୂର୍ଣ୍ଣ ଅଟେ । ଧାର୍ମିକ ଅନୁଷ୍ଠାନଗୁଡ଼ିକ ଧାର୍ମିକଁ ଆଚରଣ ଜରିଆରେ ବ୍ୟକ୍ତିଙ୍କୁ ଶୃଙ୍ଖଳିତ କରିଥା’ନ୍ତି । ଦେଶର ଶାସନ ବ୍ୟବସ୍ଥା ବିଭିନ୍ନ ଆଇନ ପ୍ରଣୟନ କରି ବ୍ୟକ୍ତିର ଦୈନନ୍ଦିନ ବ୍ୟବହାରକୁ ଶୃଙ୍ଖଳିତ କରିଥାଏ ।

5. ସାମାଜିକ ସମୂହର ପ୍ରକାରଭେଦ ଆଲୋଚନା କର ।
କିମ୍ବା, ସାମାଜିକ ସମୂହର ବର୍ଗୀକରଣ ବିଶ୍ଳେଷଣ କର ।
Answer:
ସାମାଜିକ ସମୂହକୁ ବିଭିନ୍ନ ବିଭାଗରେ ବିଭକ୍ତ କରାଯାଇଛି । ନିମ୍ନରେ କେତେକ ସମୂହ ବିଷୟରେ ସୂଚନା ପ୍ରଦାନ କରାଗଲା ।

(i) ପ୍ରାଥମିକ ସମୂହ ଏବଂ ଗୌଣ ସମୂହ (Primary and Secondary groups)- ଆମେରିକାର ପ୍ରବୀଣ ସମାଜବିଜ୍ଞାନୀ ଚାର୍ଲସ୍ ହଟ୍ଟନ କୁଲେ ସାମାଜିକ ସମୂହକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରିଅଛନ୍ତି; ଯଥା– ପ୍ରାଥମିକ ସମୂହ ଏବଂ ଗୌଣ ସମୂହ । ପ୍ରାଥମିକ ସମୂହ ମୁହାଁମୁହିଁ ସମ୍ପର୍କ ଉପରେ ପ୍ରତିଷ୍ଠିତ । ପରିବାର, ପଡ଼ୋଶୀମଣ୍ଡଳ ପ୍ରଭୃତି ଏହି ପ୍ରାଥମିକ ସମୂହର ଉଦାହରଣ । ଏହାର ସଦସ୍ୟମାନେ ପରସ୍ପର ନିକଟତର ହୋଇ ରହିଥା’ନ୍ତି । ଅପରପକ୍ଷରେ ଗୌଣସମୂହ ପରୋକ୍ଷ ସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହାର ସଦସ୍ୟମାନେ ଚାରିଆଡ଼େ ବିକ୍ଷିପ୍ତଭାବରେ ରହିଥା’ନ୍ତି ।

(ii) ଅନ୍ତଃ-ସମୂହ ଏବଂ ବହିଃ-ସମୂହ (In group and Out group)- ଉଇଲିୟମ୍ ଗ୍ରାହାମ୍ ସମ୍ଵନର ପ୍ରାଥମିକ ସମୂହକୁ ଅନ୍ତଃ-ସମୂହ ଏବଂ ବହିଃ ସମୂହରେ ବିଭକ୍ତ କରିଅଛନ୍ତି । ବ୍ୟକ୍ତି ଯେଉଁ ସମୂହର ସଦସ୍ୟଭାବରେ ନିଜକୁ ପରିଚିତ କରିଥାଏ, ତାହା ତା’ର ଅନ୍ତଃ-ସମୂହରୂପେ ପରିଚିତ । ଅନ୍ୟପକ୍ଷରେ ବହିଃ-ସମୂହ ଅନ୍ତଃ-ସମୂହର ସମ୍ପୂର୍ଣ୍ଣ ବିପରୀତ ଅଟେ । ଯେଉଁ ସମୂହରେ ବ୍ୟକ୍ତି ବାସ କରି ନଥାଏ ଏବଂ ଯେଉଁ ସମୂହ ସହିତ ସେ ପରିଚିତ ନ ଥାଏ, ତାହା ତା’ର ବହିଃ-ସମୂହରୂପେ ପରିଚିତ ।

ବ୍ୟକ୍ତି ଯେଉଁ ସମୂହରେ ବାସ କରିଥାଏ, ସେହି ସମୂହକୁ ବ୍ୟକ୍ତିର ଅନ୍ତଃ-ସମୂହ କୁହାଯାଏ । କିନ୍ତୁ ଅନ୍ୟ ସମସ୍ତ ସମୂହ ଉକ୍ତ ବ୍ୟକ୍ତିର ବହିଃ-ସମୂହ ରୂପେ ପରିଚିତ । ଜଣେ ଛାତ୍ର ବାସ କରୁଥିବା ପରିବାର ଏବଂ ଅଧ୍ୟୟନ କରୁଥିବା ସ୍କୁଲ, କଲେଜ ପ୍ରଭୃତି ସେହି ଛାତ୍ରର ଅନ୍ତଃ-ସମୂହ ହୋଇଥିବା ସ୍ଥଳେ ସେହି ଛାତ୍ରର ସାଙ୍ଗ ବାସକରୁଥିବା ଅନ୍ୟ ଏକ ପରିବାର ଏବଂ ଅଧ୍ୟୟନ କରୁଥିବା ଅନ୍ୟ ସ୍କୁଲ, କଲେଜ ପ୍ରଭୃତି ସେହି ଛାତ୍ରର ବହିଃ-ସମୂହରୂପେ ପରିଚିତ ।

(iii) ସ୍ଥାୟୀ ସମୂହ ଏବଂ ଅସ୍ଥାୟୀ ସମୂହ (Permanent and Temporary groups)- ଚାର୍ଲସ୍.ଏ. ଇଲ୍‌ଉଡ୍ (Charles A. Eelwood) ସାମାଜିକ ସମୂହକୁ ସ୍ଥାୟୀ ଏବଂ ଅସ୍ଥାୟୀ ସମୂହରେ ବିଭକ୍ତ କରିଅଛନ୍ତି । ଯଦି ସମୂହର ସଭ୍ୟମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁହନ୍ତି ସେହି ସମୂହ ସ୍ଥାୟୀ ଅଟେ । ଅନ୍ୟ ଅର୍ଥରେ ଯେଉଁ ସମୂହର ଅବସ୍ଥିତି ଦୀର୍ଘସ୍ଥାୟୀ ଅଟେ ଏବଂ ଯାହାର ସଦସ୍ୟମାନେ ଅତୁଟ ସମ୍ପର୍କରେ ଆବଦ୍ଧ, ତାହା ସ୍ଥାୟୀ ସମୂହରୂପେ ପରିଚିତ ।

ପରିବାର ଏବଂ ବଂଶ ସ୍ଥାୟୀ ସମୂହର ଉଦାହରଣ ଅଟେ । ଅସ୍ଥାୟୀ ସମୂହ ସ୍ଥାୟୀ ସମୂହର ଠିକ୍ ବିପରୀତ ଅଟେ । ଏହାର ଅବସ୍ଥିତି ଅସ୍ଥାୟୀ ଏବଂ ଆକାର କ୍ଷୁଦ୍ର ଅଟେ । କାରଣ ଏହି ସମୂହକୁ ଗଠନ କରୁଥିବା ସଦସ୍ୟମାନେ ସ୍ୱଳ୍ପ ସମୟ ପାଇଁ ପରସ୍ପରର ନିକଟବର୍ତ୍ତୀ ହୋଇଥା’ନ୍ତି । ବିଶୃଙ୍ଖଳ ଜନସମୂହ (mob) କିମ୍ବା ଜନଗହଳି (crowd) ଏକ ଅସ୍ଥାୟୀ ସମୂହରୂପେ ପରିଚିତ ।

(iv) ଲମ୍ବମାନ ଏବଂ ଏକରେଖୀୟ ସମୂହ (Vertical and Horizontal groups)– ଏହି ଏକରେଖୀୟ ବା ସମଜାତୀୟ ସମୂହ ମୁଖ୍ୟତଃ ଗୋଟିଏ ଶ୍ରେଣୀୟ ସଦସ୍ୟମାନଙ୍କଦ୍ୱାରା ଗଠିତ । ଅନ୍ୟ ଅର୍ଥରେ ସମାନ ସ୍ତରର ଲୋକମାନଙ୍କଦ୍ୱାରା ଗଠିତ ସମୂହକୁ ସମଜାତୀୟ ସମୂହ କୁହାଯାଏ । ଅପରପକ୍ଷରେ, ଲମ୍ବମାନ ବା ବିଷମ ଜାତୀୟ ସମୂହ ବିଭିନ୍ନ ଶ୍ରେଣୀର ଲୋକମାନଙ୍କୁ ନେଇ ଗଠିତ । ଉକ୍ତ ସମୂହର ଲୋକମାନେ ବିକ୍ଷିପ୍ତଭାବେ ରହିଥା’ନ୍ତି ।

(v) ସ୍ଵେଚ୍ଛାକୃତ ଏବଂ ଅଣସ୍ଵେଚ୍ଛାକୃତ ସମୂହ (Voluntary and Involuntary groups)- ସ୍ବେଚ୍ଛାକୃତ ସମୂହକୁ ବ୍ୟକ୍ତି ନିଜ ଇଚ୍ଛାରେ ଯୋଗଦାନ କରିଥାଏ । ଯେକୌଣସି ସମୟରେ ବ୍ୟକ୍ତି ତା’ର ସଭ୍ୟପଦକୁ ତ୍ୟାଗ କରିପାରେ । କ୍ଲବ୍ ଏବଂ ସାଂସ୍କୃତିକ ଅନୁଷ୍ଠାନ ଏହି ସ୍ବେଚ୍ଛାକୃତ ସମୂହର ଉଦାହରଣ ।

ଅଣସ୍ଵେଚ୍ଛାକୃତ ସାମାଜିକ ସମୂହ ରକ୍ତସମ୍ପର୍କ ଉପରେ ପ୍ରତିଷ୍ଠିତ । ଏହି ସମୂହର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ଏବଂ ଘନିଷ୍ଠ ସମ୍ପର୍କ ପରିଲକ୍ଷିତ ହୋଇଥାଏ । ଏହି ଶ୍ରେଣୀୟ ସଭ୍ୟପଦ ବାଧ୍ୟତାମୂଳକ ଅଟେ । ପରିବାର, ଜ୍ଞାତି, ଜାତି ପ୍ରଭୃତି ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ।

(vi) ସୀମାରେଖୀୟ ସମୂହ ଏବଂ ଅଣସୀମାରେଖୀୟ ସମୂହ (Territorial group and Non-territorial group)- ଏକ ସୀମାରେଖୀୟ ସମୂହର ନିଜସ୍ବ ସୀମାରେଖା ଥାଏ । ଅନ୍ୟ ଅର୍ଥରେ ଯେଉଁ ସମୂହ ଏକ ନିର୍ଦ୍ଦିଷ୍ଟ ସୀମାରେଖାଦ୍ୱାରା ଆବଦ୍ଧ ତାହା ସୀମାରେଖୀୟ ସମୂହରୂପେ ପରିଚିତ । ଗ୍ରାମ୍ୟ, ନଗର, ରାଷ୍ଟ୍ର ଓ ଜାତି ପ୍ରଭୃତି ସୀମାରେଖୀୟ ସମୂହରୂପେ ପରିଚିତ । ଗ୍ରାମ୍ୟ, ନଗର, ରାଷ୍ଟ୍ର ଓ ଜାତି ପ୍ରଭୃତି ସୀମାରେଖୀୟ ସମୂହର ଦୃଷ୍ଟାନ୍ତ ।

ଯେଉଁ ସମୂହର ନିର୍ଦ୍ଦିଷ୍ଟ ସୀମାରେଖା ନ ଥାଏ, ତାହା ଅଣ-ସୀମାରେଖୀୟ ସମୂହଭାବେ ପରିଚିତ । ଏକ ଶ୍ରମିକ ସଂଘ ଏହି ଅଣସୀମାରେଖୀୟ ସମୂହ ରୂପେ ପରିଚିତ ।

CHSE Odisha Class 11 Sociology Unit 2 Long Answer Questions in Odia Medium

(vii) ଔପଚାରିକ ଏବଂ ଅନୌପଚାରିକ ସମୂହ (Formal and Informal groups)- ଇ.ଏସ୍. ବୋଗାର୍ଡ଼ସ୍ ସାମାଜିକ ସମୂହକୁ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା- ଔପଚାରିକ ଏବଂ ଅନୌପଚାରିକ ସମୂହ । ଯେଉଁ ସମୂହ ଔପଚାରିକ ନୀତି-ନିୟମ ଉପରେ ପର୍ଯ୍ୟବସିତ ତାହା ଔପଚାରିକ ସମୂହ ଅଟେ । ଏହି ସମୂହର ସଦସ୍ୟମାନଙ୍କ ମଧ୍ୟରେ ଔପଚାରିକ ସମ୍ପର୍କ ବିଦ୍ୟମାନ ଏବଂ ସଦସ୍ୟମାନଙ୍କ ମଧ୍ୟରେ ଶାରୀରିକ ସାନ୍ନିଧତା ପ୍ରକାଶ ପାଇ ନ ଥାଏ । ଏହି ସମୂହର ସଦସ୍ୟମାନଙ୍କର ବ୍ୟବହାରକୁ ନିୟନ୍ତ୍ରିତ କରିବାପାଇଁ କେତେକ ନୀତି-ନିୟମକୁ ସୃଷ୍ଟି କରାଯାଇଥାଏ । ଅମଲାତାନ୍ତ୍ରିକ ସମୂହ ଏହି ସମୂହର ଉଦାହରଣ ।

ଅନ୍ୟ ପକ୍ଷରେ ଅନୌପଚାରିକ ସମୂହ ଅନୌପଚାରିକ ସମ୍ପର୍କ ଉପରେ ପ୍ରତିଷ୍ଠିତ ଏହି ସମୂହର ସୁପରିଚାଳନା ନିମିତ୍ତ କୌଣସି ଔପଚାରିକ ନୀତି-ନିୟମର ଆବଶ୍ୟକତା ନ ଥାଏ । ବିଭିନ୍ନ ଅନୌପଚାରିକ ମାଧ୍ୟମ; ଯଥା- ପ୍ରଥା, ପରମ୍ପରା;

ଲୋକରୀତି, ଲୋକନିୟମଦ୍ୱାରା ଏହି ସମୂହର ସଦସ୍ୟମାନଙ୍କୁ ନିୟନ୍ତ୍ରିତ କରାଯାଇଥାଏ । ଏହି ସମୂହର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବିଦ୍ୟମାନ ଥାଏ । ପରିବାର ଏହି ଅନୌପଚାରିକ ସମୂହର ଅନ୍ତର୍ଭୁକ୍ତ ଅଟେ ।

(viii) ମୁକ୍ତ ଏବଂ ଆବଦ୍ଧ ସମୂହ (Open and Closed groups)- କେତେକ ସମାଜବିଜ୍ଞାନୀ ସମୂହକୁ ଦୁଇଭାଗରେ ବିଭକ୍ତ କରିଛନ୍ତି; ଯଥା- ମୁକ୍ତ ଏବଂ ଆବଦ୍ଧ ସମୂହ । ମୁକ୍ତ ସମୂହରେ ଯେକୌଣସି ସମୟରେ ସଦସ୍ୟମାନେ ପ୍ରବେଶ କରିପାରନ୍ତି । ଏଥୁନିମିତ୍ତ କୌଣସି କଠୋର ନୀତି-ନିୟମ ନ ଥାଏ । କିନ୍ତୁ ଆବଦ୍ଧ ସମୂହରେ ବ୍ୟକ୍ତି ଅବାଧରେ ପ୍ରବେଶ କରିବାର ସୁଯୋଗ ଲାଭ କରିପାରି ନ ଥାଏ । ଜାତି ଉପରେ ପ୍ରତିଷ୍ଠିତ ସମୂହଗୁଡ଼ିକ ଆବଦ୍ଧ ସମୂହରୂପେ ପରିଚିତ ।

(ix) ବିଭାଜିତ ଗୋଷ୍ଠୀ ଏବଂ ଓଭରଲିପ୍ ଗ୍ରୁପ୍ (Dis-junctive group and Overlapping group)- ଏଫ୍.ଏଚ୍. ଗିଡ଼ିଙ୍ଗସ୍ ସାମାଜିକ ସମୂହର ବର୍ଗୀକରଣ କରିଛନ୍ତି; ଯଥା- ଅସଂଯୋଜକ ଏବଂ ଆଂଶିକ ସମୂହ ।

ଅସଂଯୋଜକ ବା ଅତିକ୍ରମଣୀୟ ସମୂହ ହେଉଛି ସେହି ସମୂହ ଯାହା ଜଣେ ବ୍ୟକ୍ତିକୁ ଏକ ସମୟରେ ଦୁଇ ବା ତତୋଽଧୂକ ସମୂହର ସଦସ୍ୟ ହେବାପାଇଁ ଅନୁମତି ପ୍ରଦାନ କରି ନ ଥାଏ । ଏହି ସମୂହର ଉଦାହରଣ ଅଟେ ।

ଅନ୍ୟପକ୍ଷରେ ଯେଉଁ ସମୂହରେ ସଦସ୍ୟମାନେ ଆଂଶିକଭାବେ ଅଂଶଗ୍ରହଣ କରନ୍ତି, ତାହା ଆଂଶିକ ସମୂହରୂପେ ପରିଚିତ । ଏହି ସମୂହ ହେଉଛି ସେହିପ୍ରକାର ସମୂହ ଯାହାର ସଦସ୍ୟମାନେ ଅନ୍ୟ ଏକ ସମୂହର ସଦସ୍ୟରୂପେ ପରିଚିତ ଥା’ନ୍ତି । କେନ୍ଦ୍ର ସାହିତ୍ୟ ଏକାଡ଼େମୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ, ଲୋକସେବକ ମଣ୍ଡଳ ପ୍ରଭୃତି ଗୋଟିଏ ଗୋଟିଏ ଆଂଶିକ ସମୂହଭାବେ ପରିଚିତ ।

6. ପ୍ରାଥମିକ ସମୂହ କହିଲେ କ’ଣ ବୁଝ ? ପ୍ରାଥମିକ ସମୂହର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
ପ୍ରାଥମିକ ସମୂହ ସମସ୍ତ ସାମାଜିକ ସଙ୍ଗଠନର କେନ୍ଦ୍ରବିନ୍ଦୁରୂପେ ପରିଚିତ । ଏହି ପ୍ରାଥମିକ ସମୂହ ସମ୍ପ୍ରତ୍ୟୟ ଆମେରିକାର ସମାଜବିଜ୍ଞାନି ସି. ଏଚ୍. କୁଲେ (C.H. Cooley) ଙ୍କର ଏକ ଅନବଦ୍ୟ ଦାନରୂପେ ପରିଚିତ । ସେ ତାଙ୍କ ରଚିତ ପୁସ୍ତକ୍ ‘ସାମାଜିକ ସଙ୍ଗଠନ’ (Social Organisation) ରେ ଏହି ସମ୍ପ୍ରତ୍ୟୟଟିକୁ ରଚନା କରିଅଛନ୍ତି । ଏହା ହେଉଛି ଏକ କ୍ଷୁଦ୍ର ସମୂହ ଯେଉଁଥରେ କି ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ପରିଲକ୍ଷିତ ହୋଇଥାଏ । ଏଥିରେ ମୌଖ୍ ଏବଂ ଆତ୍ମୀୟ ସମ୍ପର୍କ ନିହିତ ଥାଏ । ଏହାର ଅବସ୍ଥିତି ଦୀର୍ଘସ୍ଥାୟୀ ଅଟେ ।

କୁଲେ ତାଙ୍କ ନିଜ ଦୃଷ୍ଟିଭଙ୍ଗୀରେ ପ୍ରାଥମିକ ସମୂହର ବ୍ୟାଖ୍ୟା କରି କହିଛନ୍ତି-
‘ପ୍ରାଥମିକ ସମୂହ କହିଲେ ମୁଁ ସେହି ସମୂହକୁ ବୁଝେ, ଯେଉଁଗୁଡ଼ିକ ଘନିଷ୍ଠ, ମୁଖୋନୁ ଖ ସମ୍ପର୍କ ଏବଂ ସହଯୋଗିତାଦ୍ୱାରା ବିଶେଷଭାବେ ଚିହ୍ନିତ ହୁଏ । ଅଧିକାଂଶ କ୍ଷେତ୍ରରେ ସେଗୁଡ଼ିକ ପ୍ରାଥମିକ; କିନ୍ତୁ ବ୍ୟକ୍ତିର ସାମାଜିକ ପ୍ରକୃତି ଏବଂ ଆଦର୍ଶ ଗଠନ କ୍ଷେତ୍ରରେ ସେଗୁଡ଼ିକ ମୂଳଭିଭି ସଦୃଶ ବୋଧହୁଏ । ସରଳ ଭାଷାରେ ବିଶ୍ଳେଷଣ କଲେ ସେହି ସମୂହକୁ ଆମେ ପ୍ରାଥମିକ ହେଲା- ‘ଆମ୍ଭେ’ ।

କୁଲେଙ୍କ ମତରେ, ପ୍ରାଥମିକ ସମୂହଗୁଡ଼ିକ କ୍ଷୁଦ୍ର ଅଟନ୍ତି ଯାହାକି ମୁହାଁମୁହିଁ ସମ୍ପର୍କ, ଘନିଷ୍ଠ ବନ୍ଧନ ଏବଂ ସହଯୋଗିତାଦ୍ୱାରା ବିଶେଷଭାବେ ଚିହ୍ନିତ ହୋଇଥା’ନ୍ତି । ପରିବାର, ଜନଜାତି, ଗୋତ୍ର, ପିଲାମାନଙ୍କର କ୍ରୀଡ଼ାସମୂହ, ଜ୍ଞାତିସମୂହ ପ୍ରଭୃତିକୁ କୁଲେ ପ୍ରାଥମିକ ସମୂହଭାବେ ବର୍ଣ୍ଣନା କରିଅଛନ୍ତି ।

ପ୍ରାଥମିକ ସମୂହର ଲକ୍ଷଣ (Characteristics of primary group)- ପ୍ରାଥମିକ ସମୂହଗୁଡ଼ିକ ସାର୍ବଜନୀନ ସମୂହରୂପେ ପରିଚିତ । ଏଗୁଡ଼ିକ ମାନବିକ ପ୍ରକୃତି ଏବଂ ଆଦର୍ଶର ମୂଳଭିତ୍ତି ସଦୃଶ ଅଟନ୍ତି । ପ୍ରାଥମିକ ସମୂହର ସମ୍ପର୍କ ଭିଭିରେ ‘ଅହଂ’ (Self) ର ବିକାଶଲାଭ ହୋଇଥାଏ । ଏହି ସମୂହଗୁଡ଼ିକ ବ୍ୟକ୍ତିକୁ ସମାଜୀକୃତ କରିଥାଏ । ପ୍ରାଥମିକ ସମୂହର ଲକ୍ଷଣଗୁଡ଼ିକୁ ନିମ୍ନମତେ ଆଲୋଚନା କରାଗଲା-

(i) ଶାରୀରିକ ସାନ୍ନିଧତା (Physical proximity)- ପ୍ରାଥମିକ ସମୂହର ସଦସ୍ୟମାନେ ପରସ୍ପରର ନିକଟତର ହୋଇ ରହିଥା’ନ୍ତି । ଘନିଷ୍ଠ ସମ୍ପର୍କ ଭିତ୍ତିରେ ସେମାନେ ପାରସ୍ପରିକ ସହଯୋଗ ଏବଂ ଚିନ୍ତାଧାରାର ବିକାଶ ଘଟାଇଥା’ନ୍ତି । ଶାରୀରିକ ସାନ୍ନିଧତା କହିଲେ ନିକଟତମ ସମ୍ପର୍କକୁ ବୁଝାଇଥାଏ । ଯଦି ସଦ୍ୟସ୍ୟମାନଙ୍କ ମଧ୍ୟରେ ନିକଟତମ ସମ୍ପର୍କ ଅତୁଟ ନରୁହେ, ତାହାହେଲେ ସେମାନେ ନିଜର ଆଦର୍ଶ ଏବଂ ଚିନ୍ତାଧାରାର ବିନିମୟ କରିପାରିବେ ନାହିଁ । ଏହି ଶାରୀରିକ ସାନ୍ନିଧତା ଯୋଗୁଁ ସେମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ସହଜତର ହୋଇଥାଏ ।

(ii) କ୍ଷୁଦ୍ର ଆକାର (Small in size)- ପ୍ରାଥମିକ ସମୂହର ମୁଖ୍ୟ ଗୁଣ ହେଉଛି ଏହାର ଆକାରରେ କ୍ଷୁଦ୍ରତା । ଏହି ସମୂହ ସ୍ଵଳ୍ପସଂଖ୍ୟକ ସଦସ୍ୟମାନଙ୍କୁ ନେଇ ଗଠିତ । ଏହି କ୍ଷୁଦ୍ର ଆକାରହେତୁ ସଦସ୍ୟମାନଙ୍କ ମଧ୍ୟରେ ବନ୍ଧୁତ୍ୱଭାବ ସୃଷ୍ଟି ହୋଇଥାଏ । ସେମାନେ ବ୍ୟକ୍ତିଗତଭାବେ ପରସ୍ପରକୁ ଜାଣିବାର ସୁଯୋଗ ପାଇଥାଆନ୍ତି ।

(iii) ପ୍ରତ୍ୟକ୍ଷ ସହଯୋଗିତା (Direct cooperation) ପ୍ରାଥମିକ ସମୂହ ସଦସ୍ୟମାନଙ୍କର ପ୍ରତ୍ୟକ୍ଷ ସହଯୋଗିତା ଉପରେ ପ୍ରତିଷ୍ଠିତ । ସଦସ୍ୟମାନେ ସ୍ବାଧୀନଭାବରେ କୌଣସି କାର୍ଯ୍ୟ ସମ୍ପାଦନ ନ କରି ସମାନ ପ୍ରକ୍ରିୟାରେ କାର୍ଯ୍ୟକରିଥା’ନ୍ତି । ସେମାନଙ୍କର ସାଧାରଣ ସ୍ଵାର୍ଥକୁ ହାସଲ କରିବାପାଇଁ ସଦସ୍ୟମାନେ ପରସ୍ପରକୁ ପ୍ରତ୍ୟକ୍ଷ ସମ୍ପର୍କ ଯୋଗାଇଥା’ନ୍ତି । ଫଳରେ ସହଜରେ ସେମାନେ ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରଣ କରିବାର ସୁଯୋଗ ଲାଭ କରିଥା’ନ୍ତି ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iv) ଲକ୍ଷ୍ୟର ଅଭିନ୍ନତା (Identity of ends)- ପ୍ରାଥମିକ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟ ବା ଉଦ୍ଦେଶ୍ୟରେ ସମାନତା ପରିଲକ୍ଷିତ ହୋଇଥାଏ । ସାମୂହିକ ଲକ୍ଷ୍ୟ ହାସଲ କରିବାପାଇଁ ସମସ୍ତ ସଦସ୍ୟ ଏକତ୍ରିତଭାବେ କାର୍ଯ୍ୟ କରିଥା’ନ୍ତି । ପରିବାର ହେଉଛି ଏକ ପ୍ରାଥମିକ ସମୂହ । ଏହି ସମୂହରେ ଜଣେ ବ୍ୟକ୍ତିର ସ୍ବାର୍ଥ ଅନ୍ୟ ବ୍ୟକ୍ତିଙ୍କ ସ୍ବାର୍ଥରୂପେ ପରିଗଣିତ ହୋଇଥାଏ । ସମସ୍ତେ ଏହି ସ୍ବାର୍ଥ ହାସଲପାଇଁ ମିଳିତଭାବରେ କାର୍ଯ୍ୟ କରିଥା’ନ୍ତି । ସମସ୍ତ ସଦସ୍ୟ ପରସ୍ପରର ସୁଖଦୁଃଖରେ ଭାଗୀଦାର ହୋଇଥାଏ ।

(v) ବ୍ୟକ୍ତିଗତ ସମ୍ପର୍କ (Personal relationship)- ପ୍ରାଥମିକ ସମୂହରେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ମିଳିଥାଏ । ପ୍ରାଥମିକ ସମୂହର ସଦସ୍ୟମାନେ ବ୍ୟକ୍ତିଗତଭାବେ ପରସ୍ପରକୁ ଜାଣିଥା’ନ୍ତି । ଏହି ବ୍ୟକ୍ତିଗତ ସମ୍ପର୍କକୁ ହସ୍ତାନ୍ତରିତ କରାଯାଇପାରିବ ନାହିଁ । ଜଣେ ସଦସ୍ୟଙ୍କ ଅନୁପସ୍ଥିତିରେ ସୃଷ୍ଟି ହେଉଥ‌ିବା ଶୂନ୍ୟସ୍ଥାନ ଅନ୍ୟମାନଙ୍କଦ୍ୱାରା ପୂରଣ ହୋଇ ନ ଥାଏ ।

ଉଦାହରଣ ସ୍ୱରୂପ, ପରିବାରରେ ସ୍ତ୍ରୀର ମୃତ୍ୟୁ ପରେ ଜଣେ ବ୍ୟକ୍ତି ପୁନର୍ବାର ବିବାହ କରିପାରେ, ମାତ୍ର ନୂତନ ସ୍ତ୍ରୀ ମୃତା ସ୍ତ୍ରୀର ଶୂନ୍ୟସ୍ଥାନକୁ ପୂରଣ କରିପାରେ ନାହିଁ । ମାକାଇଭରଙ୍କ ମତରେ, ‘ପ୍ରାଥମିକ ସମୂହ ଜୀବନରେ ଅନ୍ୟମାନଙ୍କ ସହିତ ଆମର ସମ୍ପର୍କ ସଦାସର୍ବଦା କେତେକାଂଶରେ ବ୍ୟକ୍ତିଗତ ଅଟେ ।’’

(vi) ସମ୍ପର୍କରେ ସ୍ଥାୟିତ୍ଵ (Durability of relationship)- ପ୍ରାଥମିକ ସମୂହ ଅପେକ୍ଷାକୃତଭାବେ ଏକ ସ୍ଥାୟୀ ସମୂହରୂପେ ପରିଚିତ । ଅତ୍ୟଧ୍ଵ ଘନିଷ୍ଠତା ଏଥପାଇଁ ମୁଖ୍ୟ ଆଧାରରୂପେ କାର୍ଯ୍ୟ କରିଥାଏ । ଉଦାହରଣସ୍ୱରୂପ, ପରିବାର ଏକ ପ୍ରାଥମିକ ସମୂହ ଯାହାର ସଦସ୍ୟମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ନିହିତ ଥାଏ ଏବଂ ତାହାର ଅବସ୍ଥିତି ଦୀର୍ଘସ୍ଥାୟୀ ଅଟେ । ଏହି ସ୍ଥାୟିତ୍ଵ ପ୍ରକୃତି ଯୋଗୁଁ ସମୂହର ସଂହତି ରକ୍ଷା କରାଯାଇପାରିଥାଏ ।

(vii) ସମ୍ପର୍କ ସ୍ଵତଃସ୍ଫୁର୍ଣ ଅଟେ (The relationship is spontaneous)- ପ୍ରାଥମିକ ସମୂହ ସମ୍ପର୍କ ବାଧ୍ୟବାଧକତା ଉପରେ ପ୍ରତିଷ୍ଠିତ ନୁହେଁ । ଏହି ସମ୍ପର୍କ ସ୍ଵତଃସ୍ଫୁର୍ଣ ଅଟେ । ପ୍ରାଥମିକ ସମ୍ବନ୍ଧ ବ୍ୟକ୍ତିର ନିଜ ଇଚ୍ଛାରୁ ନେଇଥାଏ ଏବଂ ବିକାଶ ପଥରେ ଅଗ୍ରସର ହୋଇଥାଏ । ପ୍ରତ୍ୟେକ ସଦସ୍ୟ ଏହାର ଉପଯୋଗିତାକୁ ଉପଲବ୍ଧି କରି ସ୍ଵଇଚ୍ଛାରେ ଏହି ସମ୍ପର୍କରେ ଆବଦ୍ଧ ହୋଇଥା’ନ୍ତି ।

(viii) ସମାନ ପୃଷ୍ଠଭୂମି (Similarity of background)- ପ୍ରାଥମିକ ସମୂହର ଆଉ ଏକ ବିଶେଷତ୍ଵ ଏହି ଯେ ଏହା ସମାନ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ । ଏହି ସମୂହରେ ପ୍ରତ୍ୟେକ ସଦସ୍ୟ ସ୍ଵାଧୀନଭାବେ ନିଜ ନିଜର ମତବ୍ୟକ୍ତ କରିଥାଏ ଏବଂ ଅନ୍ୟର ମତାମତକୁ ଗ୍ରହଣ କରିଥାଏ । ମାକାଇଭର୍‌ କହିଛନ୍ତି, ‘‘ଏକ ସ୍ତର ଉପରେ ପ୍ରତ୍ୟେକ ସମୂହ ପ୍ରତିଷ୍ଠିତ ଏବଂ ଯେଉଁ ବ୍ୟକ୍ତି ଏହାର ଯଥେଷ୍ଟ ଊର୍ଦ୍ଧ୍ବରେ କିମ୍ବା ନିମ୍ନରେ ଥାଏ, ସେ ସମୂହ ଅଂଶଗ୍ରହଣ ପ୍ରକ୍ରିୟାକୁ ବିପର୍ଯ୍ୟସ୍ତ କରେ ।’’

(ix) ଅତ୍ୟଧ୍ଵ ନିୟନ୍ତ୍ରଣ (Maximum control)- ପ୍ରାଥମିକ ;ସମୂହ ଅନୌପଚାରିକ ଭିଭିରେ ତା’ର ସଦସ୍ୟମାନଙ୍କର ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରିଥାଏ । ପ୍ରାଥମିକ ସମୂହରେ କନିଷ୍ଠ ସଦସ୍ୟମାନେ ବରିଷ୍ଠ ସଦସ୍ୟମାନଙ୍କଦ୍ୱାରା ପ୍ରତ୍ୟକ୍ଷଭାବେ ନିୟନ୍ତ୍ରିତ ହୋଇଥା’ନ୍ତି । ଫଳରେ ବ୍ୟକ୍ତି ସହଜରେ ବିପଥଗାମୀ ହେବାର ସୁଯୋଗ ପାଇ ନ ଥାଏ । ଏହି ସମୂହ ତା’ର ସଦସ୍ୟମାନଙ୍କୁ ସମାଜବିରୋଧୀ କାର୍ଯ୍ୟରୁ ନିବୃତ୍ତ କରିଥାଏ ।

7. ପ୍ରାଥମିକ ସମୂହର ଭୂମିକା ଆଲୋଚନା କର ।
କିମ୍ବା, ବ୍ୟକ୍ତିର ସାମାଜିକ ଜୀବନରେ ପ୍ରାଥମିକ ସମୂହ କି ପ୍ରଭାବ ପକାଇଥାଏ, ଆଲୋଚନା କର ।
Answer:
ବ୍ୟକ୍ତିର ସାମାଜିକ ଜୀବନରେ ପ୍ରାଥମିକ ସମୂହ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ପ୍ରାଥମିକ ସମୂହ ବ୍ୟତୀତ ବ୍ୟକ୍ତିର ଜୀବନ ନିରର୍ଥକ ଅଟେ । ପ୍ରାଥମିକ ସମୂହ ବ୍ୟକ୍ତିର ଦୈନନ୍ଦିନ ଜୀବନର ପଥପ୍ରଦର୍ଶକ ସ୍ବରୂପ କାର୍ଯ୍ୟ କରିଥାଏ । ସି.ଏଚ୍. କୁଲେ (C.H. Cooley) ଙ୍କ ମତରେ, ‘‘ବ୍ୟକ୍ତିର ସାମାଜିକ ପ୍ରକୃତି ଏବଂ ଆଦର୍ଶ ଗଠନ କ୍ଷେତ୍ରରେ ପ୍ରାଥମିକ ସମୂହର ଭୂମିକା ମୌଳିକ ଅଟେ ।’’ ଏହି ସମୂହ ବ୍ୟକ୍ତିର ବ୍ୟକ୍ତିତ୍ଵର ଅଭିବୃଦ୍ଧି କ୍ଷେତ୍ରରେ ଯଥେଷ୍ଟ ସାହାଯ୍ୟ ପ୍ରଦାନ କରିଥାଏ । ଏହି ସମୂହର ଭୂମିକାକୁ ନିମ୍ନରେ ବିଶ୍ଳେଷଣ କରାଗଲା ।

(i) ବ୍ୟକ୍ତିତ୍ଵର ବିକାଶ (Development of personality)- କେତେକ ମନୋବିଜ୍ଞାନୀଙ୍କ ମତରେ, ବ୍ୟକ୍ତିର ବ୍ୟକ୍ତିତ୍ଵର ବିକାଶ ପ୍ରାଥମିକ ସମୂହରେ ହିଁ ସମ୍ଭବପର ହୋଇଥାଏ । ଏହି ସମୂହଦ୍ଵାରା ଶିଶୁ ସମାଜୀକୃତ ହୋଇଥାଏ । ଏହା ସଦସ୍ୟମାନଙ୍କୁ ଆବଶ୍ୟକୀୟ ସାଂସ୍କୃତିକ ଗୁଣାବଳୀଗୁଡ଼ିକୁ ଶିକ୍ଷା ଦେଇଥାଏ ଏବଂ ବଂଶାନୁକ୍ରମିକଭାବେ ସେଗୁଡ଼ିକୁ ଉତ୍ତରାଧିକାରୀମାନଙ୍କୁ ହସ୍ତାନ୍ତରିତ କରିଥାଏ । ଏହି ସମୂହଦ୍ଵାରା ସଂସ୍କୃତି, ଶିକ୍ଷାଲାଭ, ବ୍ୟବହାର ସ୍ଥାନାନ୍ତରିତ ହୋଇଥାଏ ।

ବ୍ୟକ୍ତି ଯେତେବେଳେ ଜନ୍ମଲାଭ କରେ ସେତେବେଳେ ସେ ସମ୍ପୂର୍ଣ୍ଣଭାବେ ଏକ ଜୈବିକ ସତ୍ତା ସଦୃଶ । କାଳକ୍ରମେ ତା’ର ବୟସବୃଦ୍ଧି ସଙ୍ଗେ ସେ ଯେତେବେଳେ ପରିବାର ସଦସ୍ୟମାନଙ୍କର ଜୀବନଶୈଳୀ ବିଷୟରେ ଜ୍ଞାନଲାଭ କରେ, ସେତେବେଳେ ସେ ନିଜକୁ ଚିହ୍ନେ ଏବଂ ସେହି ସମୟରୁ ତା’ର ‘ଅହଂ’ (Self) ବିକାଶଲାଭ କରେ । ସେ ଜୈବିକ ପ୍ରାଣୀରୁ ଏକ ସାମାଜିକ ପ୍ରାଣୀରେ ପରିଣତ ହୋଇଥାଏ।

(ii) କାର୍ଯ୍ୟଦକ୍ଷତା ବୃଦ୍ଧି (Increase in efficiency)- ପ୍ରାଥମିକ ସମୂହ ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ପ୍ରାଥମିକ ସମୂହଗୁଡ଼ିକ ଆକରରେ କ୍ଷୁଦ୍ର ହୋଇଥା’ନ୍ତି ଏବଂ ଏହାର ସଦସ୍ୟମାନେ ପରସ୍ପରର ନିକଟତର ହୋଇ ରହିଥା’ନ୍ତି । ସଦସ୍ୟମାନେ ପରସ୍ପରକୁ ସାହାଯ୍ୟ ସହଯୋଗ ଯୋଗାଇଥା’ନ୍ତି । ଯେତେବେଳେ ସମୂହର ଜଣେ ବ୍ୟକ୍ତି କୌଣସି କାର୍ଯ୍ୟ ଆରମ୍ଭ କରେ, ସେତେବେଳେ ଅନ୍ୟ ସଦସ୍ୟମାନଙ୍କର ଅକୁଣ୍ଠିତ ସାହାଯ୍ୟଲାଭ କରିଥାଏ ।

ଫଳରେ ଆନ୍ତରକତା ଏବଂ ଦକ୍ଷତାର ସହିତ ବ୍ୟକ୍ତି ସେହି କାର୍ଯ୍ୟକୁ ସମ୍ପାଦିତ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜର ବ୍ୟକ୍ତିଗତ ସ୍ଵାର୍ଥକୁ ଉପେକ୍ଷା କରି ସମୂହ ସ୍ବାର୍ଥ ପାଇଁ ନିଷ୍ଠାପର ଉଦ୍ୟମ କରିଥା’ନ୍ତି । ଏହା କେବଳ ସଦସ୍ୟମାନଙ୍କ ମଧ୍ୟରେ ଥିବା ବ୍ୟକ୍ତିଗତ ସମ୍ପର୍କ ଯୋଗୁଁ ସମ୍ଭବ ହୋଇଥାଏ । ତେଣୁ କୁହାଯାଇପାରେ ଯେ, ବ୍ୟକ୍ତିର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ପ୍ରାଥମିକ ସମୂହ ହେଉଛି ଏକ ଉତ୍କୃଷ୍ଟ କ୍ଷେତ୍ର ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iii) ମନୋବିଜ୍ଞାନ ଆବଶ୍ୟକତାଗୁଡ଼ିକର ପୂରଣ (Satisfaction of psychological needs)- ପ୍ରାଥମିକ ସମୂହ ବ୍ୟକ୍ତିର ମନୋବୈଜ୍ଞାନିକ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାରେ ସାହାଯ୍ୟ କରିଥାଏ । ସମାଜରେ ବ୍ୟକ୍ତି ସବୁବେଳ ପାଇଁ ସ୍ନେହ, ଶ୍ରଦ୍ଧା, ଦୟା, ସହନଶୀଳତା, ସହାନୁଭୂତି ପ୍ରଭୃତି ମନସ୍ତାତ୍ତ୍ଵିକ ଗୁଣଗୁଡ଼ିକୁ କେବଳ ପ୍ରାଥମିକ ସମୂହରୁ ହିଁ ପାଇବାରେ ସମର୍ଥ ହୋଇଥାଏ । ଏହି ସମୂହ ତା’ର ସଦସ୍ୟମାନଙ୍କର ଚିନ୍ତାଧାରା, ଭାବନା, ଆଦର୍ଶ, ମୂଲ୍ୟବୋଧ ଏବଂ ଧାରଣାକୁ ପରସ୍ପର ମଧ୍ୟରେ ବିନିମୟ କରିବାପାଇଁ ପୂର୍ଣ ସୁଯୋଗ ଦେଇଥାଏ ।

(iv) ସାମାଜିକ ନିରାପତ୍ତା ପ୍ରଦାନ (Provides social security)- ପ୍ରାଥମିକ ସମୂହ ସଦସ୍ୟମାନଙ୍କୁ ସୁରକ୍ଷା ପ୍ରଦାନ କରିଥାଏ । ନବଜାତ ଶିଶୁ, ଗର୍ଭବତୀ ମହିଳା, ବୃଦ୍ଧ ତଥା ବିକଳାଙ୍ଗ ଏବଂ ବ୍ୟାଧୂଗ୍ରସ୍ତ ଲୋକମାନଙ୍କୁ ଏହି ସମୂହ ସମ୍ପୂର୍ଣ୍ଣ ନିରାପତ୍ତା ଯୋଗାଇଥାଏ । ବ୍ୟକ୍ତିର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପ୍ରକାର ନିରାପତ୍ତା ଏହି ପ୍ରାଥମିକ ସମୂହ ବହନ କରିଥାଏ । ଆଉ ମଧ୍ୟ ଏହି ସମୂହ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ ଏବଂ ମୂଲ୍ୟବୋଧ ପ୍ରଭୃତିର ରକ୍ଷାକବଚ ସଦୃଶ କାର୍ଯ୍ୟ କରିଥାଏ । ଏହି ସମୂହ ସାମାଜିକ ତଥା ସାଂସ୍କୃତିକ ଉତ୍ତରାଧ୍ୟାରଗୁଡ଼ିକୁ ସୁରକ୍ଷିତ କରିଥାଏ ।

(v) ସାମାଜିକ ନିୟମ (Social control)- ଏହି ପ୍ରାଥମିକ ସମୂହ ସାମାଜିକ ନିୟନ୍ତ୍ରଣର ଏକ ଅନୌପଚାରିକ ମାଧ୍ୟମରୂପେ କାର୍ଯ୍ୟ କରିଥାଏ । ପ୍ରଥା, ଲୋକରୀତି, ଲୋକନିୟମ, ପ୍ରତିମାନ ପ୍ରଭୃତି ଅନୌପଚାରିକ ମାଧ୍ୟମଦ୍ବାରା ଏହା ସଦସ୍ୟମାନଙ୍କର ଆଚରଣ ଏବଂ ବ୍ୟବହାର ପଦ୍ଧତିକୁ ନିୟନ୍ତ୍ରିତ କରିଥାଏ । ନିଜର ଦକ୍ଷତା ଅନୁଯାୟୀ କାର୍ଯ୍ୟ କରିବାପାଇଁ ପ୍ରାଥମିକ ସମୂହ ତାହାର ସଦସ୍ୟମାନଙ୍କୁ ଶିକ୍ଷା ଦେଇଥାଏ । ଏହି ପ୍ରାଥମିକ ସମୂହ ସମାଜର ପରିଚାଳନା ପାଇଁ ସୁବ୍ୟବସ୍ଥିତ ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ସମାଜର ଏକତା ଏବଂ ସଂହତିକୁ ରକ୍ଷା କରିଥାଏ । ସମାଜବିରୋଧୀ ବ୍ୟକ୍ତିମାନଙ୍କୁ ଉଚିତ ମାର୍ଗରେ ପରିଚାଳିତ କରିବାରେ ଏହି ସମୂହର ଭୂମିକା ଗୁରୁତ୍ଵପୂର୍ଣ୍ଣ ଅଟେ ।

8. ପ୍ରାଥମିକ ସମୂହ ଏବଂ ଗୌଣ ସମୂହ ମଧ୍ଯରେ ପାର୍ଥକ୍ୟ ଦର୍ଶାଅ ।
Answer:
ପ୍ରାଥମିକ ସମୂହ ଏବଂ ଗୌଣ ସମୂହ ବିଭିନ୍ନ କ୍ଷେତ୍ରରେ ପରସ୍ପରଠାରୁ ପୃଥକ୍ ଅଟନ୍ତି । ଶାରୀରିକ ସାନ୍ନିଧତା ଏବଂ ସାମାଜିକ ସମ୍ପର୍କରେ ଗୁଣଗୁଡ଼ିକୁ ପର୍ଯ୍ୟାଲୋଚନା କଲେ ଆମେ ଏହି ଦୁଇଟି ସମୂହ ମଧ୍ଯରେ କେତେକ ପ୍ରଭେଦ ଦେଖ‌ିବାକୁ ପାଇଥାଉ । ନିମ୍ନରେ ପ୍ରାଥମିକ ସମୂହ ଏବଂ ଗୌଣ ସମୂହ ମଧ୍ଯରେ ପ୍ରତୀୟମାନ ହେଉଥ‌ିବା କେତୋଟି ମୁଖ୍ୟ ତାରତମ୍ୟକୁ ଆଲୋଚନା କରାଯାଇପାରେ ।

(i) ଶାରୀରିକ ସାନ୍ନିଧତାରେ ପାର୍ଥକ୍ୟ (Difference in physical proximity)- ପ୍ରାଥମିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଶାରୀରିକ ସାନ୍ନିଧତା ପ୍ରକାଶ ପାଇଥାଏ । ଏହାର ସଦସ୍ୟମାନେ ପରସ୍ପରର ନିକଟତର ହୋଇ ରହିଥା’ନ୍ତି । ଅପରପକ୍ଷରେ ଗୌଣ ସମୂହର ସଦସ୍ୟମାନଙ୍କ ମଧ୍ୟରେ ଶାରୀରିକ ଦୂରତ୍ବ ଦେଖାଯାଇଥାଏ । କାରଣ ଗୌଣ ସମୂହର ସଦସ୍ୟମାନେ ବିକ୍ଷିପ୍ତଭାବରେ ରହିବାର ଦେଖାଯାଇଥାଏ ।

(ii) ଆକାରରେ ପାର୍ଥକ୍ୟ (Difference in size)- ପ୍ରାଥମିକ ସମୂହ ଆକାରରେ କ୍ଷୁଦ୍ର ଅଟେ । ଆକାରରେ କ୍ଷୁଦ୍ର ହୋଇଥିବାରୁ ଏହାର ସଦସ୍ୟମାନଙ୍କ ମଧ୍ୟରେ ଆମେ ବ୍ୟକ୍ତିଗତ ସମ୍ପର୍କ ଦେଖିବାକୁ ପାଇଥାଉ । ମାତ୍ର ଅନ୍ୟପକ୍ଷରେ ଗୌଣ ସମୂହର ଆକାର ବୃହତ୍ ଅଟେ । ଏହି ସମୂହ ଅଧ୍ଵସଂଖ୍ୟକ ଲୋକମାନଙ୍କୁ ନେଇ ଗଠିତ୍ । ଏହି ସମୂହର ଆକାର ବୃହତ୍ ହୋଇଥିବାରୁ ଏହାର ସଦସ୍ୟମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ପ୍ରତିଷ୍ଠିତ ହୋଇପାରି ନ ଥାଏ।

(iii) ସମ୍ପର୍କରେ ପାର୍ଥକ୍ୟ (Difference in relationship)- ସମ୍ପର୍କକୁ ଭିଭିକରି ପ୍ରାଥମିକ ସମୂହକୁ ଗୌଣ ସମୂହଠାରୁ ପୃଥକ୍ କରାଯାଇପାରେ ପ୍ରାଥମିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ, ବ୍ୟକ୍ତିଗତ, ଘନିଷ୍ଠ ଏବଂ ସ୍ଥାୟୀ ସମ୍ପର୍କ ଦେଖାଯାଇଥାଏ । କିନ୍ତୁ ଅପରପକ୍ଷରେ ଗୌଣ ସମୂହର ସଦସ୍ୟମାନଙ୍କ ମଧ୍ୟରେ ପରୋକ୍ଷ, ଅବୈୟକ୍ତିକ, ଘନିଷ୍ଠତାବିହୀନ ଏବଂ କ୍ଷଣସ୍ଥାୟୀ ସମ୍ପର୍କ ରହିଥାଏ । କାରଣ ଏହି ସମୂହର ସଦସ୍ୟମାନେ ପରସ୍ପର ନିକଟତର ହୋଇ ରହି ନ ଥା’ନ୍ତି । ଏମାନେ ବିକ୍ଷିପ୍ତଭାବେ ରହିଥା’ନ୍ତି ।

(iv) ଲକ୍ଷ୍ୟରେ ପାର୍ଥକ୍ୟ (Difference in goals)- ପ୍ରାଥମିକ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟରେ ଅଭିନ୍ନତା ପ୍ରକାଶ ପାଇଥାଏ । ସମୂହର ପ୍ରତ୍ୟେକ ସଦସ୍ୟ ଅନ୍ୟମାନଙ୍କର ସ୍ବାର୍ଥକୁ ନିଜର ସ୍ବାର୍ଥଭାବେ ବିଚାର କରନ୍ତି । କିନ୍ତୁ ଅନ୍ୟ ପକ୍ଷରେ ଗୌଣ ସମୂହର ସଦସ୍ୟମାନଙ୍କର ଲକ୍ଷ୍ୟରେ ଭିନ୍ନତା ପ୍ରକାଶ ପାଇଥାଏ । ସେମାନଙ୍କର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମାନ ନୁହେଁ । ଗୌଣ ସମୂହର ସଦସ୍ୟମାନେ ଆତ୍ମସ୍ଵାର୍ଥଦ୍ଵାରା ପରିଚାଳିତ । ସେମାନେ ନିଜର ସ୍ଵାର୍ଥ ପୂରଣ ନିମିତ୍ତ ବ୍ୟାକୁଳତା ପ୍ରକାଶ କରିଥା’ନ୍ତି । ନିଜର ସ୍ବାର୍ଥ ହାସଲ ହେଲା ପରେ ସେମାନେ ସମୂହର ସ୍ବାର୍ଥ ପ୍ରତି ଆଦୌ ଆଗ୍ରହ ପ୍ରକାଶ କରି ନ ଥା’ନ୍ତି ।

(v) ସହଯୋଗିତାର ପ୍ରକାରଭେଦରେ ପାର୍ଥକ୍ୟ (Difference in type of co-operation)- ପ୍ରାଥମିକ ସମୂହର ସଦସ୍ୟମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ସହଯୋଗିତା ଦେଖାଯାଇଥାଏ । ସମୂହର ସଦସ୍ୟମାନେ ପରସ୍ପରକୁ ପ୍ରତ୍ୟକ୍ଷ ସହଯୋଗିତା ଯୋଗାଇଥା’ନ୍ତି । କିନ୍ତୁ ଗୌଣସମୂହର ସଦସ୍ୟମାନଙ୍କ ମଧ୍ୟରେ ପରୋକ୍ଷ ସହଯୋଗିତା ଦେଖାଯାଇଥାଏ । ଏହାର ସଦସ୍ୟମାନେ ପରୋକ୍ଷଭାବେ ପରସ୍ପରକୁ ସହଯୋଗ କରିଥା’ନ୍ତି ।

(vi) ସଭ୍ୟପଦରେ ପାର୍ଥକ୍ୟ (Difference in membership)- ପ୍ରାଥମିକ ସମୂହର ସଭ୍ୟପଦ ବାଧ୍ୟତାମୂଳକ ଅଟେ । ଏହି ସମୂହରେ ମନୁଷ୍ୟ ଜନ୍ମଗ୍ରହଣ କରେ ଏବଂ ବିକାଶ ପଥରେ ଅଗ୍ରସର ହୋଇ ଏହି ସମୂହ ମଧ୍ଯରେ ସେ ଇହଲୀଳା ସମ୍ବରଣ କରିଥାଏ । ବ୍ୟକ୍ତି ଏହି ସମୂହର ସଦ୍ୟପଦକୁ ତ୍ୟାଗ କରିପାରିବ ନାହିଁ । କିନ୍ତୁ ଗୌଣ ସମୂହର ସଭ୍ୟପଦ ସ୍ବେଚ୍ଛାକୃତ ଅଟେ । ସ୍ଵଇଚ୍ଛାରେ ବ୍ୟକ୍ତି ଏହି ସମୂହରେ ଯୋଗଦାନ କରିଥାଏ ଏବଂ ଯେକୌଣସି ସମୟରେ ବ୍ୟକ୍ତି ଏହାର ସଭ୍ୟପଦକୁ ତ୍ୟାଗ କରିପାରେ ।

(vii) ନିୟନ୍ତ୍ରଣ ପ୍ରକୃତିରେ ପାର୍ଥକ୍ୟ (Difference in nature of control)- ନିୟନ୍ତ୍ରଣର ପ୍ରକୃତିକୁ ଭିଭିକରି ପ୍ରାଥମିକ ସମୂହକୁ ଗୌଣ ସମୂହଠାରୁ ପୃଥକ କରାଯାଇପାରେ । ପ୍ରାଥମିକ ସମୂହ ପ୍ରଥା, ପରମ୍ପରା, ଲୋକରୀତି, ଲୋକନିୟମ, ପ୍ରତିମାନ, ବିଶ୍ଵାସପଦ୍ଧତି ପ୍ରଭୃତି ଅନୌପଚାରିକ ମାଧ୍ୟମ ଜରିଆରେ ତା’ର ସଦସ୍ୟମାନଙ୍କ ବ୍ୟବହାରକୁ ନିୟନ୍ତ୍ରିତ କରିଥାଏ । ଅନ୍ୟପକ୍ଷରେ ଗୌଣ ସମୂହ ଆଇନ, ପୋଲିସ୍, କୋର୍ଟ, ଜେଲ୍ ଏବଂ ସୈନ୍ୟବାହିନୀ ଆଦି ବିଭିନ୍ନ ଔପଚାରିକ ମାଧ୍ୟମଦ୍ୱାରା ସଦସ୍ୟମାନଙ୍କ ବ୍ୟବହାର ଉପରେ ନିୟନ୍ତ୍ରଣ ଜାରି କରିଥାଏ ।

(viii) ପ୍ରସ୍ଥିତିରେ ପାର୍ଥକ୍ୟ (Difference in status)- ପ୍ରାଥମିକ ସମୂହର ବ୍ୟକ୍ତିର ପ୍ରସ୍ଥିତି ତା’ର ଜନ୍ମ ଏବଂ – ଲିଙ୍ଗ ଅନୁସାରେ ସ୍ଥିରୀକୃତ ହୋଇଥାଏ । ଅନ୍ୟପକ୍ଷରେ ଗୌଣ ସମୂହରେ ଜଣେ ବ୍ୟକ୍ତିର ପ୍ରସ୍ଥିତି ତା’ର ଭୂମିକା ଉପରେ ନିର୍ଭର କରିଥାଏ । ଉଦାହରଣସ୍ୱରୂପ, ପରିବାର ଏକ ପ୍ରାଥମିକ ସମୂହ ଯେଉଁଥରେ ପିତାଙ୍କର ସ୍ଥାନ ତାଙ୍କର ଜନ୍ମ ଏବଂ ବୟସ ଉପରେ ପ୍ରତିଷ୍ଠିତ ଅଟେ । କିନ୍ତୁ ଏକ ଶ୍ରମିକ ସଙ୍ଗଠନ ସଭାପତିଙ୍କର ସ୍ଥାନ ତାଙ୍କର ଭୂମିକା ଉପରେ ପ୍ରତିଷ୍ଠିତ ।

CHSE Odisha Class 11 Sociology Unit 2 Long Answer Questions in Odia Medium

(ix) ବ୍ୟକ୍ତିତ୍ୱର ବିକାଶରେ ପାର୍ଥକ୍ୟ | (Difference in the development of personality)- ସମୂହ ବ୍ୟକ୍ତିର ସମୁଦାୟ ବ୍ୟକ୍ତିତ୍ଵର ବିକାଶ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । କିନ୍ତୁ ଗୌଣ ସମୂହ ଏକ ନିର୍ଦ୍ଦିଷ୍ଟ ଦିଗ ସହିତ ସମ୍ପୃକ୍ତ ଏବଂ ଏହା କେବଳ ସେହି ନିର୍ଦ୍ଦିଷ୍ଟ ଦିଗର ବିକାଶ ଘଟାଇଥାଏ । ପ୍ରାଥମିକ ସମୂହ ପ୍ରେମ, ଦୟା, ପାରସ୍ପରିକ ସାହାଯ୍ୟ, ଆଜ୍ଞାନୁବର୍ତ୍ତିତା ଆଦି ଗୁଣଗୁଡ଼ିକର ବିକାଶ ଘଟାଇଥାଏ । ମାତ୍ର ଗୌଣ ସମୂହ ବ୍ୟକ୍ତିଗତ ସ୍ଵାର୍ଥ ଏବଂ ବ୍ୟକ୍ତିବାଦକୁ ବୃଦ୍ଧି କରିଥାଏ ।

9. ସଂସ୍କୃତିର ଗୁଣଗୁଡ଼ିକ ଆଲୋଚନା କର ।
Answer:
ସଂସ୍କୃତି ସମାଜ ବିଜ୍ଞାନର ଏକ ମୌଳିକ ସମ୍ପ୍ରତ୍ୟୟରୂପେ ପରିଚିତ । ମନୁଷ୍ୟ ତା’ର ବ୍ୟକ୍ତିଗତ ତଥା ସାମାଜିକ ଜୀବନରେ ଯାହାସବୁ ଅର୍ଜନ କରିଥାଏ ତାହା ସଂସ୍କୃତିରୂପେ ପରିଚିତ । ଏହା ହେଉଛି ଏକପ୍ରକାର ଶିକ୍ଷଣୀୟ ବ୍ୟବହାର ଯାହାକୁ ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ରହି ବଂଶାନୁକ୍ରମେ ଅର୍ଜନ କରିଥାଏ । ସଂସ୍କୃତି କେବଳ ମାନବ ମଧ୍ୟରେ ସୀମାବଦ୍ଧ ଅଟେ । ଏହି ପରିପ୍ରେକ୍ଷୀରେ ମନୁଷ୍ୟକୁ ଏକ ସଂସ୍କୃତିସମ୍ପନ୍ନ ପ୍ରାଣୀଭାବେ ଅଭିହିତ କରାଯାଇଥାଏ । ଯେଉଁସବୁ ସାମାଜିକ ପ୍ରତିମାନ ଏବଂ ସଂସ୍କୃତି ଗଠିତ ।

ସଂସ୍କୃତିର ଗୁଣ ବା ଲକ୍ଷଣ :

(i) ସଂସ୍କୃତି ଏକ ଶିକ୍ଷଣୀୟ ବ୍ୟବହାର (Culture is a learnt behaviour)- ଇ.ବି. ଟେଲର୍ (E.B. Tylor) ଙ୍କ ମତରେ, ମନୁଷ୍ୟ ସଂସ୍କୃତିକୁ ଶିକ୍ଷାଲାଭ କରିଥାଏ । ସଂସ୍କୃତି ମନୁଷ୍ୟର ଏକ ସହଜାତ ଗୁଣ ନୁହେଁ । ଜନ୍ମ ସମୟରେ ମାନବ ଶିଶୁ ଯେକୌଣସି ଜିନିଷ ବିଷୟରେ ଅଜ୍ଞ ଥାଏ । କାଳକ୍ରମେ ସେ ସମାଜରୁ ଶିକ୍ଷାଲାଭ କରେ ତା’ର ମନରେ ସେଗୁଡ଼ିକ ଲିପିବଦ୍ଧ ହୋଇ ରହେ । ଯଦି ଜଣେ ଓଡ଼ିଆ ପିଲା ବିଦେଶରେ; ଯଥା- ଆମେରିକା ବା ଲଣ୍ଡନରେ ଜନ୍ମ ନିଏ ଏବଂ ସେହି ସମାଜରେ ପ୍ରତିପାଳିତ ହୁଏ, ତେବେ ସେ କ୍ଷେତ୍ରରେ ସେ ସେହି ସମାଜର ସଂସ୍କୃତି ସହିତ ନିଜକୁ ସାମିଲ କରିଥାଏ । ତେଣୁ ଏଠାରେ ସ୍ପଷ୍ଟ କୁହାଯାଇପାରେ ଯେ ସଂସ୍କୃତି ଏକ ଶିକ୍ଷଣୀୟ ବ୍ୟବହାର ଅଟେ ।

(ii) ସଂସ୍କୃତି ସାମାଜିକ ଅଟେ (Culture is societal)- ସଂସ୍କୃତିର ପ୍ରକୃତି ସାମାଜିକ ଅଟେ । ଗୋଟିଏ ସମାଜର ସବୁ ଲୋକମାନେ ସେହି ସମାଜର ସଂସ୍କୃତିକୁ ଶିକ୍ଷାଲାଭ କରିଥା’ନ୍ତି । ସଂସ୍କୃତି କେବଳ ମାନବ ସମାଜରେ ହିଁ ପରିଦୃଷ୍ଟ ହୋଇଥାଏ । ଏହା ସାମାଜିକଭାବେ ଗୋଟିଏ ପୁରୁଷରୁ ଆଉ ଗୋଟିଏ ପୁରୁଷକୁ ଗତି କରିଥାଏ । କେବଳ ସମାଜରେ ବାସ କରିବା ହେତୁ ମନୁଷ୍ୟ ସଂସ୍କୃତିକୁ ଗ୍ରହଣ କରିବାପାଇଁ ସକ୍ଷମ ହୋଇଥାଏ । ସଂସ୍କୃତି କେବଳ ମାନବ ସମାଜରେ ସୃଷ୍ଟି ହୋଇଥାଏ, ବିକାଶଲାଭ କରିଥାଏ ଏବଂ ସମାଜ ମଧ୍ଯରେ ହିଁ ଗତି କରିଥାଏ ।

(iii) ସଂସ୍କୃତି ଆଦର୍ଶବାଦୀ ଅଟେ (Culture is idealistic)- ସଂସ୍କୃତି ଆଦର୍ଶବାଦୀ ଅଟେ । ସଂସ୍କୃତି ଗୋଟିଏ ସମୂହର ବିଭିନ୍ନ ଆଦର୍ଶ ସଂରୂପ ଏବଂ ବ୍ୟବହାର ପ୍ରତିମାନକୁ ଅନ୍ତର୍ଭୁକ୍ତ କରିଥାଏ । ଏହା ହେଉଛି ଏକ ସମୂହର ଆଦର୍ଶ ଏବଂ ପ୍ରତିମାନର ଏକ ସମଷ୍ଟି । ସଂସ୍କୃତି ମନୁଷ୍ୟମାନଙ୍କର ବ୍ୟବହାରକୁ ପରିଚାଳିତ କରିଥାଏ । ତେଣୁ ସମାଜ ତଥା ସମୂହର ସମସ୍ତ ଆଦର୍ଶ ଏବଂ ମୂଲ୍ୟବୋଧ ହିଁ ହେଉଛି ସଂସ୍କୃତି ।

(iv) ସଂସ୍କୃତି ହେଉଛି ସମୁଦାୟ ସାମାଜିକ itage ତିହ୍ୟ | (Culture is the total Social Heritage)- ବିଭିନ୍ନ ପ୍ରକାର ସାମାଜିକ ଉତ୍ତରାଧ୍ୟାକାର; ଯଥା- ଲୋକରୀତି, ଲୋକନିୟମ (Mores), ପ୍ରଥା, ପରମ୍ପରା, ପ୍ରତିମାନ ଏବଂ ମୂଲ୍ୟବୋଧଗୁଡ଼ିକର ସମଷ୍ଟିକୁ ନେଇ ସଂସ୍କୃତି ଗଠିତ । ଏହି ସମସ୍ତ ସାମାଜିକ ଉତ୍ତରାଧ୍ୟାର ସାଂସ୍କୃତିକ ଉତ୍ତରାଧିକାରରୂପେ ମଧ୍ୟ ପରିଚିତ । ସଂସ୍କୃତି ପ୍ରଥା ଏବଂ ପରମ୍ପରାଦ୍ୱାରା ଗୋଟିଏ ପୁରୁଷରୁ ଅନ୍ୟ ଏକ ପୁରୁଷକୁ ଗତି କରିଥାଏ ।

(v) ମାନବୀୟ ଆବଶ୍ୟକତାଗୁଡ଼ିକର ପରିପୂରଣ (Fulfilment of human needs)- ସଂସ୍କୃତି ମନୁଷ୍ୟର ବିଭିନ୍ନ ଆବଶ୍ୟକତାଗୁଡ଼ିକୁ ପୂରଣ କରିଥାଏ । ସଂସ୍କୃତି ମାଧ୍ୟମରେ ବିଭିନ୍ନ ଶାରୀରିକ, ମାନସିକ ଏବଂ ମନୋବୈଜ୍ଞାନିକ ଆବଶ୍ୟକତାଗୁଡ଼ିକ ପୂରଣ କରାଯାଇଥାଏ । ଯଦି ମନୁଷ୍ୟ ସମାଜ ମଧ୍ୟରେ ନ ରୁହେ ଏବଂ ସାଂସ୍କୃତିକ ଗୁଣଗୁଡ଼ିକୁ ଗ୍ରହଣ ନ କରେ, ତେବେ ତା’ର କୌଣସି ଆବଶ୍ୟକତା ପୂରଣ ହୋଇପାରିବ ନାହିଁ । ତେଣୁ କୁହାଯାଇପାରେ ଯେ ସଂସ୍କୃତି ସମସ୍ତ ମାନବୀୟ ଆବଶ୍ୟକତାଗୁଡ଼ିକୁ ପୂରଣ କରିବାର ମାର୍ଗ ଅଟେ ।

(vi) ସଂସ୍କୃତି ଏକ ଚଳନଶୀଳ ବ୍ୟାପାର (Culture is transmissive)- ସଂସ୍କୃତି ଏକ ଗତିଶୀଳ ପ୍ରକ୍ରିୟାଭାବେ କାର୍ଯ୍ୟ କରିଥାଏ । ଏହି ସାଂସ୍କୃତିକ ଉପାଦାନଗୁଡ଼ିକ ପିତାମାତାଙ୍କଠାରୁ ପିଲାମାନଙ୍କ ନିକଟକୁ, ଶିକ୍ଷକମାନଙ୍କଠାରୁ ଛାତ୍ରମାନଙ୍କ ନିକଟକୁ, ବୟସ୍କମାନଙ୍କଠାରୁ କନିଷ୍ଠମାନଙ୍କ ନିକଟକୁ, ପୁରାତନ ପରମ୍ପରାରୁ ନୂତନ ଆଡ଼କୁ ଗତିଶୀଳ ଅଟେ । ଭାଷା, ଚିହ୍ନ, ଚିତ୍ର ଆଦି ମାଧ୍ୟମଦ୍ୱାରା ଗୋଟିଏ ବଂଶରୁ ଅନ୍ୟ ଏକ ବଂଶକୁ ପରିଚାଳିତ ହୋଇଥାଏ । ମୁଖ୍ୟତଃ ଭାଷା ସାହାଯ୍ୟରେ ସଂସ୍କୃତି ପୁରାତନ ବଂଶଧରମାନଙ୍କଠାରୁ ନୂତନ ବଂଶଧରମାନଙ୍କ ନିକଟକୁ ଗତି କରିଥାଏ ।

(vii) ସଂସ୍କୃତି ଅଭିଯୋଜିତ ଅଟେ (Culture is accommodating)- ସମୟର ପରିବର୍ତ୍ତନ ସହିତ ସାଂସ୍କୃତିକ ପରିବର୍ତ୍ତନ ସଙ୍ଗଠିତ ହୋଇଥାଏ । ଏହି ସଂସ୍କୃତି ଅଭିଯୋଜନ ପ୍ରକ୍ରିୟାକୁ ଅନୁସରଣ କରିଥାଏ । ସଂସ୍କୃତିର ଏକ ସ୍ୱତନ୍ତ୍ର ବିଶେଷତ୍ଵ ଏହି ଯେ ଏହା ସମୟ ଏବଂ ପରିସ୍ଥିତି ଅନୁସାରେ ଅନ୍ୟ ସଂସ୍କୃତିର ଗୁଣ ସହିତ ଖାପଖୁଆଇ ଚଳିଥାଏ । ଫଳରେ ବିଭିନ୍ନ ସାଂସ୍କୃତିକ ଗୋଷ୍ଠୀର ଲୋକମାନଙ୍କ ମଧ୍ୟରେ ଭାବର ଆଦାନପ୍ରଦାନ ସହଜତର ହୋଇଥାଏ ।

(viii) ସଂସ୍କୃତି ସାମୂହିକ ଆଚରଣକୁ ବୁ.ାଏ | (Culture refers to collective behaviour)- ବ୍ୟବହାରକୁ ବୁଝାଇ ନ ଥାଏ । ଏହା ସାମୂହିକ ବ୍ୟବହାରକୁ ସୂଚାଇ ଥାଏ । କୌଣସି ବ୍ୟକ୍ତିର ଆଚରଣ କିମ୍ବା କେତେକ ବ୍ୟକ୍ତିଙ୍କର ଆଚରଣକୁ ସଂସ୍କୃତିର ଅନ୍ତର୍ଭୁକ୍ତ କରାଯାଇ ନ ଥାଏ । ଏହା ସବୁ ସମୟପାଇଁ ସାମୂହିକ ବ୍ୟବହାରକୁ ଅନ୍ତର୍ଭୁକ୍ତ କରିଥାଏ । ଉଦାହରଣସ୍ୱରୂପ, ଆଧ୍ୟାତ୍ମିକତା ହେଉଛି ଆମ ଭାରତୀୟ ସଂସ୍କୃତିର ମୂଳପିଣ୍ଡ; ମାତ୍ର ଏହାର ଅର୍ଥ ନୁହେଁ ଯେ କେବଳ କେତେକ ମୁଷ୍ଟିମେୟ ଲୋକଙ୍କ ନିକଟରେ ଧର୍ମବିଶ୍ଵାସ ସୀମିତ ଅଟେ । ଭାରତରେ ଅସଂଖ୍ୟ ଲୋକ ଧର୍ମବିଶ୍ଵାସୀ ଅଟେ ।

10. ‘‘ମଣିଷ ଏକ ସାମାଜିକ ପ୍ରାଣୀ’’- ଆଲୋଚନା କର ।
Answer:
ପ୍ରଖ୍ୟାତ୍ ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲ୍ (Aristotle) ଙ୍କ ଭାଷାରେ, ‘ମନୁଷ୍ୟ ଏକ ସାମାଜିକ ପ୍ରାଣୀ’ । ମନୁଷ୍ୟ ସମାଜରେ ବାସ କରିବାର ଦୁଇଟି କାରଣ ଅଛି । ପ୍ରଥମ କାରଣ ହେଲା ପ୍ରକୃତିଗତ (Natural) ଏବଂ ଦ୍ବିତୀୟଟି ଆବଶ୍ୟକତା (Necessity) ଯଥାର୍ଥରେ କୁହାଯାଇଛି ପ୍ରକୃତିଗତ ଅଭ୍ୟାସ ଏବଂ ଆବଶ୍ୟକତା ପୂରଣ କରିବାପାଇଁ ତାଡ଼ନା ମନୁଷ୍ୟକୁ ସମାଜରେ (Nature impels and necessity compels a man to live in the society)

CHSE Odisha Class 11 Sociology Unit 2 Long Answer Questions in Odia Medium

(a) ପ୍ରକୃତିଗତ କାରଣ (Natural Instinct)- ମନୁଷ୍ୟ ସ୍ୱଭାବତଃ ସମାଜ ମଧ୍ୟରେ ବାସ କରେ । ନିଃସଙ୍ଗ ଜୀବନଯାପନ କରିବା ତା’ପକ୍ଷରେ କଷ୍ଟକର । ଏଣୁ ମନୁଷ୍ୟକୁ ସାମାଜିକ ପ୍ରାଣୀ କୁହାଯାଏ । ମାକାଇଭର (MacIver) ଓ ଡେଭିସ୍ (Davis) ପ୍ରମୁଖ ସମାଜଶାସ୍ତ୍ରବିତ୍‌ମାନେ ମନୁଷ୍ୟର ସାମାଜିକ ପ୍ରକୃତିକୁ ପରୀକ୍ଷା କରିବାପାଇଁ କେତୋଟି ଘଟଣା ଉପସ୍ଥାପିତ କରିଛନ୍ତି । ସେଗୁଡ଼ିକ ହେଲା-

(b) କାସ୍କର ହାଉସ୍‌ର ଘଟଣା (Case of Kasper Houser)- କାସ୍କର ହାଉସ୍‌ର ହେଉଛି ଜଣେ ହତଭାଗ୍ୟ ଜର୍ମାନ୍ ବାଳକ । ସେ ୧୯୧୧ ମସିହାରେ ଜନ୍ମଗ୍ରହଣ କରିଥିଲା; କିନ୍ତୁ ୧୯୨୮ ମସିହାରେ ୧୭ ବର୍ଷ ବୟସରେ ତାକୁ କୌଣସି ଶବ୍ଦ ଉଚ୍ଚାରଣ କରିପାରୁ ନଥିଲା । ସେ ସଜୀବ ଓ ନିର୍ଜୀବ ମଧ୍ଯରେ ପାର୍ଥକ୍ୟ ନିରୂପଣ କରିପାରୁ ନଥିଲା । ତା’ର ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦରୁ ଜଣାଗଲା ଯେ, ତା’ର ମସ୍ତିଷ୍କ ନିମ୍ନଧରଣର ଥିଲା ଏବଂ ଆଦୌ ବିକାଶ ଘଟି ନଥିଲା । ଏଥୁରୁ ପ୍ରମାଣିତ ହେଲା ଯେ, ସମାଜ ବ୍ୟତୀତ ବ୍ୟକ୍ତିର ମାନବିକତା ବିକଶିତ ହୋଇପାରେ ନାହିଁ ।

(c) ଅମୂଲା ଓ କମ୍ଲା ଘଟଣା (Amala & Kamala)- ଅମ୍‌ ଓ କମ୍ ହେଉଛନ୍ତି ଦୁଇଜଣ ଭାରତୀୟ ବାଳିକା । ୧୯୨୦ ମସିହାରେ ଏକ ଗଧ୍ଵ ଗୁମ୍ଫାରୁ ଏହି ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା । ସେତେବେଳେ ଅମୂଲାକୁ ୩ ବର୍ଷ ଓ କମ୍ଲାକୁ ୮ ବର୍ଷ । ଅମୂଲା କିଛିଦିନ ପରେ ମୃତ୍ୟୁବରଣ କଲା ଏବଂ କମ୍‌ଲାକୁ ଲକ୍ଷ୍ୟକଲେ ଦେଖାଗଲା ସେ ସମସ୍ତ ମାନବିକ ଗୁଣକୁ ହରାଇଛି । ସେ ଗଧ୍ଵ ଭଳି ଚାଲୁଥିଲା ଓ ଗର୍ଜନ କରୁଥିଲା ।

ସେ କଥା କହିବା ଶିଖୁନଥିଲା ଓ ଲାଜକୁଳା ଥିଲା । ଉପଯୁକ୍ତ ଶିକ୍ଷା ଏବଂ ତାଲିମ୍ ପରେ କମୂଲା ଧୀରେ ଧୀରେ କଥା କହି ଶିଖୁଲା ଏବଂ ପୋଷାକ ପିନ୍ଧି ଶିଖୁଲା । ତେଣୁ ସମାଜଦ୍ୱାରା ହିଁ ବ୍ୟକ୍ତିର ବିକାଶ ଘଟିଥାଏ । ଉପରୋକ୍ତ ଘଟଣାଗୁଡ଼ିକର ବିଶ୍ଳେଷଣରୁ ସ୍ପଷ୍ଟ ଅନୁମାନ ହୁଏ ଯେ, ମନୁଷ୍ୟ ତା’ର ପ୍ରକୃତି ଦୃଷ୍ଟିରୁ ଏକ ସାମାଜିକ ପ୍ରାଣୀ ଅଟେ ।

(i) ଆବଶ୍ୟକତା (Necessity)- ଆବଶ୍ୟକତା ମନୁଷ୍ୟକୁ ସମାଜରେ ବାସ କରିବାକୁ ବାଧ୍ୟ କରିଥାଏ । ସାମାଜିକ ପରିବେଷ୍ଟନୀ ମନୁଷ୍ୟର ସାମାଜିକ ପ୍ରକୃତିକୁ ବିକାଶ କରେ । ଖାଦ୍ୟ, ବସ୍ତ୍ର, ବାସଗୃହଠାରୁ ଆରମ୍ଭ କରି ମନୁଷ୍ୟର ସମସ୍ତ · ଆବଶ୍ୟକତା ସମାଜରେ ସମାଜଦ୍ବାରା ହିଁ ପୂରଣ ହୋଇଥାଏ ।

(ii) ଶୈଶବର ନିଃସହାୟତା (Helplessness in the childhood)- ଶିଶୁଟି ଯେତେବେଳେ ଜନ୍ମନିଏ, ସେତେବେଳେ ସେ ଅତ୍ୟନ୍ତ ଅସହାୟ ଓ ଦୁର୍ବଳ ଥାଏ । ତା’ର ଲାଳନପାଳନର ସମସ୍ତ ଦାୟିତ୍ଵ ସମାଜ ବହନ କରିଥାଏ । ଶିଶୁଟି ପାଇଁ ତା’ର ପରିବାର ହେଉଛି ପ୍ରଥମ ସମାଜ । ତା’ର ପିତାମାତା ଶିଶୁଟିର ଲାଳନପାଳନ କରିବା ସଙ୍ଗେ ସଙ୍ଗେ ଅନ୍ୟ ‍ଆତ୍ମୀୟମାନଙ୍କର ଆଦର ଯତ୍ନ ଫଳରେ ସେ ଶୈଶବର ଅସହାୟ ଅବସ୍ଥାକୁ ଅତିକ୍ରମ କରିବାକୁ ସକ୍ଷମ ହୋଇଥାଏ ।

(iii) ମନୁଷ୍ୟର ନିରାପତ୍ତା ଓ ସୁରକ୍ଷା (Security & Protection)- ମାନବ ଶିଶୁ ଜନ୍ମ ହେବାମାତ୍ରେ ବଞ୍ଚିବାକୁ ଚାହେଁ । ସମାଜ ମନୁଷ୍ୟର ଜୀବନ ରକ୍ଷାକରେ । ସମାଜ ନ ଥିଲେ ଅରାଜକତା ଓ ଜୋର୍ ଯାର ମୂଲକ ତା’ର ନୀତି ପ୍ରଚଳିତ ସୁରକ୍ଷା ଓ ନିରାପତ୍ତା ବଜାୟ ରଖାଯାଇପାରିଛି ।

(iv) ମାନବ ସାମର୍ଥ୍ୟର ବିକାଶ ଏବଂ ଉପଯୋଗ | (Development and Utilisation of Human Potentialities)– ମାନବ ଶିଶୁ ମଧ୍ୟରେ ଥ‌ିବା ଅନ୍ତର୍ନିହିତ ଶକ୍ତି ସମାଜ ମାଧ୍ୟମରେ ବିକାଶଲାଭ କରିଥାଏ । ସମାଜରେ ଶିଶୁ ଅନ୍ୟମାନଙ୍କ ସମ୍ପର୍କରେ ଆସିବାଦ୍ୱାରା ସେଗୁଡ଼ିକ ବିକଶିତ ହୁଏ । ସମାଜରୂପୀ କୁମ୍ଭାକାର ଶିଶୁର କୋମଳ ମନକୁ ବିଭିନ୍ନ ରୂପ ଦେଇଥାଏ । ସମାଜ ମଧ୍ୟରେ ରହି ଶିଶୁଟି ଅନେକ ଅଭିଜ୍ଞତା ଓ ଜ୍ଞାନ ହାସଲ କରେ ।

ପରିବାରର ପିତାମାତା ଯେଉଁ ଭାଷା କହନ୍ତି ଶିଶୁ ତାହା ଶିକ୍ଷା କରେ । ସେଥ‌ିପାଇଁ ତାହାକୁ ମାତୃଭାଷା କୁହାଯାଇଥାଏ । ଶିଶୁର ଲୁକ୍‌କାୟିତ ଅନ୍ତର୍ନିହିତ ବ୍ୟକ୍ତିତ୍ଵର ବିକାଶ ସମାଜଦ୍ବାରା ହିଁ ସମ୍ଭବ ହୋଇଥାଏ । ଉପରୋକ୍ତ କାରଣଗୁଡ଼ିକ ପାଇଁ ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଅଟେ ।

11. ସମାଜର ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତାଗୁଡ଼ିକ ଆଲୋଚନା କର ।
Answer:
ପ୍ରତ୍ୟେକ ସୁସ୍ଥ ସମାଜ ତିଷ୍ଠି ରହିବାପାଇଁ କେତେକ ପ୍ରକାର୍ଯ୍ୟର ପ୍ରୟୋଜନ ହୋଇଥାଏ । ଏହାକୁ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା କୁହାଯାଏ । ସମାଜରେ ଶୃଙ୍ଖଳା ଓ ସ୍ଥିରତା ବଜାୟ ରଖୁବାପାଇଁ ଯେଉଁସବୁ ସର୍ବନିମ୍ନ ସର୍ଭର ଆବଶ୍ୟକ ହୋଇଥାଏ, ତାହାକୁ ସମାଜବିଜ୍ଞାନୀମାନେ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା ବୋଲି ଆଖ୍ୟା ଦେଇଥା’ନ୍ତି । ଆମେରିକୀୟ ସମାଜବିଜ୍ଞାନୀ ଟାଲକଟ୍ ପାରସନ୍ସ (Talcot Parsons) ଙ୍କ ମତରେ, ଏପରି କେତେକ ପ୍ରକାର୍ଯ୍ୟ ରହିଛି ଯାହାବିନା ସମାଜ ବ୍ୟବସ୍ଥା (Social System) ଆଦୌ ତିଷ୍ଠିପାରିବ ନାହିଁ । ଏହାକୁ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା ନାମରେ ନାମିତ ହୋଇଥାଏ ।

ଶ୍ରୀଯୁକ୍ତ ମ୍ୟାରିଅନ୍ ଜେ. ଲେଭି ଏ ସମ୍ପର୍କରେ ମନ୍ତବ୍ୟ ଦେଇ କହିଛନ୍ତି, ‘ସମାଜର ଯେକୌଣସି ଏକ ଏକକ (Unit) ପାରିପାର୍ଶ୍ବକ ଅବସ୍ଥାରେ ଜନ୍ମନେବା ବେଳକୁ ଯେଉଁ ପ୍ରକାର୍ଯ୍ୟ ନିଶ୍ଚିତ ଭାବରେ ପୂର୍ବରୁ ବିଦ୍ୟମାନ ଥାଏ ତାହାକୁ ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା (A functional prerequisite is conceived as a function that must pre-exist if a given unit in its setting is to come into being) | ପ୍ରକାର୍ଯ୍ୟାତ୍ମକ ପ୍ରାକ୍ ଆବଶ୍ୟକତା ଥିବାର ଉଲ୍ଲେଖ କରିଛନ୍ତି । ଏଗୁଡ଼ିକ ହେଲା-

(୧) ଯୌନ ଆବଶ୍ୟକତାର ପରିପୂରଣ ପାଇଁ ପରିବେଶ ସହ ପର୍ଯ୍ୟାପ୍ତ ପରିମାଣର ଶାରୀରିକ ସମ୍ପର୍କ ସ୍ଥାପନ (Provision for an adequate physiological relationship to the setting for the sexual requirement.)
(୨) ଯୋଗାଯୋଗ ବ୍ୟବସ୍ଥା (Communication system)
(୩) ଭୂମିକାର ପ୍ରଭେଦକୀଣ ଏବଂ ଭୂମିକାର ହସ୍ତାନ୍ତର (Role differentiation and role assignment)
(୪) ସହଭାଗୀ ଧାରଣା ଶକ୍ତି (Shared congnitive orientation)
(୫) ସାଧନ ମନୋନୀତ କରିବା ଦିଗରେ ନିୟନ୍ତ୍ରଣ (Regulation of the choice or means)
(୬) ଭାବପୂର୍ଣ୍ଣ ପ୍ରକାଶକରଣ ଉପରେ କଟକଣା (Regulation of affective expression)
(୭) ପର୍ଯ୍ୟାପ୍ତ ପରିମାଣର ସାମାଜିକୀକରଣ (Adequate socialisation)
(୮) ବିଘଟନ ସୃଷ୍ଟିକାରୀ ବ୍ୟବହାର ଉପରେ ଫଳପ୍ରଦ ନିୟନ୍ତ୍ରଣ (Effective control of disruptive behaviour)
(୯) ସହଭାଗୀ ଲକ୍ଷ୍ୟ ନିରୂପଣ (A shared set of goals)
(୧୦) ପର୍ଯ୍ୟାପ୍ତ ପରିମାଣର ଆନୁଷ୍ଠାନିକକରଣ (Adequate institutionalization)

ଉପରୋକ୍ତ ପ୍ରକାର୍ଯ୍ୟାତ୍ମକ ପୂର୍ବ-ସର୍ଭାବଳୀ ବ୍ୟତୀତ ଆଉ ମଧ୍ୟ ଅନେକ ରହିଛି । ସେଗୁଡ଼ିକର ବର୍ଣ୍ଣନା ନିମ୍ନରେ ପ୍ରଦାନ କରାଗଲା ।
(i) ମୌଳିକ ଆବଶ୍ୟକତାର ପରିପୂରଣ ପାଇଁ ବନ୍ଦୋବସ୍ତ- ମଣିଷ ବଞ୍ଚୁରହିବାପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଆବଶ୍ୟକ ପଡ଼ିଥାଏ । ଏହାଛଡ଼ା ସେ ମଧ୍ଯ ନିରାପତ୍ତା ଆବଶ୍ୟକ କରିଥାଏ । ସଦସ୍ୟମାନଙ୍କୁ ନିରାପତ୍ତା ପ୍ରଦାନ ପାଇଁ ପ୍ରତିଟି ସମାଜରେ ସାମରିକ ବ୍ୟବସ୍ଥା ରହିଛି ।

(ii) ପାରସ୍ପରିକ ନିର୍ଭରଶୀଳତାଙ୍କ ପ୍ରତି ସମାଜରେ ସାମାଜିକ ସମ୍ପର୍କ ବିଦ୍ୟମାନ । ସଦସ୍ୟମାନଙ୍କ ମଧ୍ୟରେ ଆପୋଷ ମିଳାମିଶା, ଚିହ୍ନାପରିଚୟ ଏବଂ ନିର୍ଭରଶୀଳତା ରହିଥାଏ । ସମସ୍ତ ସଦସ୍ୟ ନିର୍ଭରଶୀଳତାର ଜାଲରେ ଛନ୍ଦି ହୋଇଥା’ନ୍ତି ।

CHSE Odisha Class 11 Sociology Unit 2 Long Answer Questions in Odia Medium

(iii) ଶ୍ରମ ବିଭାଜନ- ପ୍ରତ୍ୟେକ ସମାଜରେ ଶ୍ରମବିଭାଜନ ବ୍ୟବସ୍ଥା ରହିଛି । ଶ୍ରମ ପ୍ରକ୍ରିୟାକୁ କେତୋଟି ଭାଗରେ ବିଭକ୍ତ କରାଯାଇ ଭିନ୍ନ ଭିନ୍ନ ବ୍ୟକ୍ତି ବା ବ୍ୟକ୍ତିମାନଙ୍କୁ ଏଥରେ ନିୟୋଜିତ କରାଯାଇଥାଏ । ପୁରାତନ ସରଳ ସମାଜରେ ଏହି ଶ୍ରମବିଭାଜନ ପ୍ରକ୍ରିୟା ଅପେକ୍ଷାକୃତ ସରଳ ଥିଲାବେଳେ ଆଧୁନିକ ଜଟିଳ ସମାଜରେ ଏହା ଅଧିକ ଜଟିଳତର ହୋଇଛି ।

(iv) ପୁନଃ ସ୍ଥାପନ- ସମାଜ ତିଷ୍ଠି ରହିବାପାଇଁ ପୁନଃସ୍ଥାପନ ଅନ୍ୟ ଏକ ସର୍ଭ । ପୁରାତନ ଲୋକଙ୍କର ମୃତ୍ୟୁ ଘଟେ । ନୂତନ ପିଢ଼ି ପୁରାତନମାନଙ୍କର ସ୍ଥାନ ପୂରଣ କରନ୍ତି । ନଚେତ୍ ସମାଜ ସମୂଳେ ଧ୍ଵଂସ ପାଇଯିବ । ଏହି ପୁନଃସ୍ଥାପନ ପ୍ରକ୍ରିୟା ପ୍ରଜନନ ଜରିଆରେ ସମ୍ପୂର୍ଣ ହୋଇଥାଏ । କେତେକ ସ୍ଥଳରେ ପୁନଃସ୍ଥାପନ ପ୍ରକ୍ରିୟାଟି ଅନ୍ୟ ସମାଜରୁ ଲୋକମାନଙ୍କୁ ଅଣାଯିବାଦ୍ୱାରା ଐଚ୍ଛିକ ସ୍ଥାନାନ୍ତରକରଣ, ଅନ୍ୟ ସମାଜ ଉପରେ ବିଜୟ ହାସଲ କିମ୍ବା କ୍ରୀତଦାସ ଅଣାଯିବାଦ୍ବାରା ସମାହିତ ହୋଇଥାଏ ।

(v) ସାମାଜିକୀକରଣ- ନୂତନ ପିଢ଼ିର ସଦସ୍ୟଗଣ ପୁରାତନ ପିଢ଼ିର ସଦସ୍ୟମାନଙ୍କଠାରୁ ସମାଜର ମୂଲ୍ୟବୋଧ, ପ୍ରତିମାନ ଏବଂ ବ୍ୟବହାର ଆଦି ଶିକ୍ଷା କରିବା ଆଶା କରାଯାଏ । ଏଥୁ ନିମନ୍ତେ ସମାଜ ଏକ ସୁବନ୍ଦୋବସ୍ତ କରିଥାଏ । ତାହାକୁ ସାମାଜିକୀକରଣ ରହିଛି ।

(vi) ସାମାଜିକ ନିୟନ୍ତ୍ରଣ- ଯେପର୍ଯ୍ୟନ୍ତ ସମାଜର ସମସ୍ତ ସଦସ୍ୟ ସମାଜ ଅନୁମୋଦିତ ବ୍ୟବହାର ପ୍ରଦର୍ଶନ କରନ୍ତି ସେପର୍ଯ୍ୟନ୍ତ ସମାଜରେ କୌଣସି ବିଶୃଙ୍ଖଳା ସୃଷ୍ଟି ହୋଇନଥାଏ । ଏହା ନିର୍ବିଘ୍ନରେ ଗତି କରିଥାଏ । ମାତ୍ର ସମାଜରେ ଏପରି କେତେକ ଲୋକ ଅଛନ୍ତି ଯେ କି ସମାଜର ଇଚ୍ଛା ଅନୁସାରେ କାର୍ଯ୍ୟ କରନ୍ତି ନାହିଁ । ସେମାନେ ସାମାଜିକ ପ୍ରତିମାନରୁ ବିଚ୍ୟୁତ ହୋଇଥା’ନ୍ତି । ଏପରି ବିପଥଗାମୀ ଲୋକମାନଙ୍କୁ ଠିକ୍ ବାଟକୁ ଆଣିବାପାଇଁ ସମାଜ ସେମାନଙ୍କ ଉପରେ ନିୟନ୍ତ୍ରଣ ଜାରିକରେ । ଏହାକୁ ସାମାଜିକ ନିୟନ୍ତ୍ରଣ କୁହାଯାଏ । ପ୍ରତି ସମାଜରେ ସାମାଜିକ ନିୟନ୍ତ୍ରଣଦ୍ବାରା ଅସାମାଜିକ କାର୍ଯ୍ୟକୁ ବ୍ୟବସ୍ଥା ରହିଛି ।

(vii) ମଣିଷ ଜୀବନର ବିଭିନ୍ନ ପରିସ୍ଥିତି ସହିତ ମୁକାବିଲା କରିବାପାଇଁ ଆବଶ୍ୟକ ଗୁଣନେଇ ଜନ୍ମ ହୋଇନଥାଏ । ଏପ୍ରକାର ଜ୍ଞାନ ସେ ସମାଜରେ ରହି ଆହରଣ କରିଥାଏ । ସମାଜ ସହଯୋଗୀ ଜ୍ଞାନ ଆହରଣ ପାଇଁ ବିହିତ ବ୍ୟବସ୍ଥା କରିଥାଏ ।

(viii) ଯୋଗାଯୋଗ ବ୍ୟବସ୍ଥା- ଯୋଗାଯୋଗ ବ୍ୟବସ୍ଥା ବିନା ସମାଜ ପକ୍ଷରେ ତିଷ୍ଠିବା ଅସମ୍ଭବ ହୋଇଥାଏ । ପଶୁ ସଂକେତ ବ୍ୟବହାର କରୁଥିବାସ୍ଥଳେ ମଣିଷ ଉଭୟ ସଂକେତ ଓ ପ୍ରତୀକ ବ୍ୟବହାର କରି ଆପଣା ମଧ୍ଯରେ ଯୋଗାଯୋଗ ରକ୍ଷା କରିଥାଏ ।

(ix) ଉତ୍ପାଦନ ବ୍ୟବସ୍ଥା- ପ୍ରତି ସମାଜ ପାଇଁ ଉତ୍ପାଦନ ବ୍ୟବସ୍ଥା ଅପରିହାର୍ଯ୍ୟ । ଏହାର ବ୍ୟତିରେକେ ସମାଜ ପକ୍ଷରେ ଚଳିବା ଅସମ୍ଭବ । ଏଥୁନିମନ୍ତେ କୌଶଳ ଏବଂ ସଙ୍ଗଠନ ଆବଶ୍ୟକ ହୋଇଥାଏ । କୀଟପତଙ୍ଗ ତଥା ପଶୁପକ୍ଷୀମାନେ ଉତ୍ପାଦନ କୌଶଳ ପ୍ରଜନନଦ୍ୱାରା ଲାଭ କରିଥା’ନ୍ତି । ମାତ୍ର ମଣିଷ ଏହି କୌଶଳଗୁଡ଼ିକ ଶିକ୍ଷା କରିଥାଏ । ଅବଲୋକନ, ଅଂଶଗ୍ରହଣ ଏବଂ ଉପଦେଶ ମାଧ୍ୟମରେ ମନୁଷ୍ୟ ଉତ୍ପାଦନ କୌଶଳ ସମ୍ପର୍କରେ ଜ୍ଞାନ ଆହରଣ କରିଥାଏ । ଉତ୍ପାଦନର ବ୍ୟକ୍ତିଗତ ଓ ସାମୂହିକ ବିଭାଗ ରହିଥାଏ ।

(x) ବଣ୍ଟନ ବ୍ୟବସ୍ଥା- ଉତ୍ପାଦନ ବ୍ୟବସ୍ଥା ସହିତ ବଣ୍ଟନ ବ୍ୟବସ୍ଥା ସମ୍ପୃକ୍ତ । ସରଳ ସମାଜରେ ଯେ ଉତ୍ପାଦନକାରୀ ସେ ଉପଭୋକ୍ତା । ମାତ୍ର ଜଟିଳ ସମାଜରେ ଏପରି ହୋଇ ନ ଥାଏ । ସମାଜରେ କେତେକ ଲୋକ ଅଛନ୍ତି ଯେଉଁମାନେ କି ଉତ୍ପାଦନ ନୁହଁନ୍ତି, ମାତ୍ର ଉପଭୋଗ କରିଥା’ନ୍ତି । ଉଦାହରଣସ୍ୱରୂପ, ଶିଶୁ, ରୁଗ୍‌ଣ, ବୃଦ୍ଧ ଏବଂ ପଙ୍ଗୁ ବ୍ୟକ୍ତି, ଏମାନଙ୍କ ଉପଭୋଗ ପାଇଁ ମଧ୍ୟ ସମାଜ ସୁବ୍ୟବସ୍ଥିତ କରିଥାଏ । ଉତ୍ପାଦନ ହୋଇଥିବା ଜିନିଷ ଯଦି ସଠିକ୍ ଭାବରେ ବଣ୍ଟନ କରା ନ ଯାଏ ତେବେ ସମାଜରେ ସଂଘର୍ଷର ସୂତ୍ରପାତ ହୋଇଥାଏ ।

Leave a Comment