CHSE Odisha Class 12 Economics Chapter 15 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Objective Questions.

CHSE Odisha 12th Class Economics Chapter 15 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

1. ଚଳନ୍ତି ଜମାର ଅନ୍ୟ ନାମ ହେଉଛି :
(A) ଚାହିଦା ଜମା
(B) ମିଆଦି ଜମା
(C) ସ୍ଵୟ ଜମା
(D) ପୌନଃପୁନିକ ଜମା
Answer:
(A) ଚାହିଦା ଜମା

2. କେଉଁ ଜମା ସର୍ବାଧ‌ିକ ସୁଧ ପ୍ରଦାନ କରେ ?
(A) ଚଳନ୍ତି ଜମା
(B) ସଞ୍ଚୟ ଜମା
(C) ସ୍ଥାୟୀ ଜମା
(D) ପୌନଃପୁନିକ ଜମା
Answer:
(C) ସ୍ଥାୟୀ ଜମା

3. ମିଆଦି ଜମା କେଉଁ ଜମାର ଅନ୍ୟ ନାମ ?
(A) ଚଳନ୍ତି ଜମା
(B) ସଞ୍ଚୟ ଜମା
(C) ଚାହିଦା ଜମା
(D) ସ୍ଥାୟୀ ଜମା
Answer:
(A) ଚଳନ୍ତି ଜମା

4. କେଉଁ ଜମା ସୁଧ ଅର୍ଜନ କରେ ନାହିଁ ?
(A) ଚାହିଦା ଜମା
(B) ସଞ୍ଚୟ ଜମା
(C) ମିଆଦି ଜମା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଚାହିଦା ଜମା

CHSE Odisha Class 12 Economics Chapter 15 Objective Questions in Odia Medium

5. କେଉଁ ବ୍ୟାଙ୍କ୍ ମୁଦ୍ରା ସୃଜନ କରିପାରେ ?
(A) ରିଜର୍ଭ ବ୍ୟାଙ୍କ୍
(B) ବାଣିଜ୍ୟିକ ବ୍ୟାଙ୍କ୍
(C) ବିନିମୟ ବ୍ୟାଙ୍କ
(D) ସଞ୍ଚୟ ବ୍ୟାଙ୍କ
Answer:
(B) ବାଣିଜ୍ୟିକ ବ୍ୟାଙ୍କ୍

6. ନିମ୍ନଲିଖତ ବ୍ୟାଙ୍କମାନଙ୍କ ମଧ୍ୟରୁ କେଉଁ ବ୍ୟାଙ୍କ ସ୍ଵଳ୍ପକାଳୀନ ଋଣ ପ୍ରଦାନ କରେ ?
(A) ରିଜର୍ଭ ବ୍ୟାଙ୍କ୍
(B) କୃଷି ବ୍ୟାଙ୍କ୍
(C) ବାଣିଜ୍ୟିକ ବ୍ୟାଙ୍କ୍
(D) ସଞ୍ଚୟ ବ୍ୟାଙ୍କ୍
Answer:
(C) ବାଣିଜ୍ୟିକ ବ୍ୟାଙ୍କ୍

7. ନିମ୍ନୋକ୍ତ କେଉଁ ଋଣ ପଦ୍ଧତି ବ୍ୟବସାୟୀଙ୍କଦ୍ୱାରା ସବୁଠାରୁ ଅଧିକ ଆଦୃତ ?
(A) ନଗଦୀ ଋଣ
(B) ପ୍ରତ୍ୟକ୍ଷ ଋଣ
(C) ଅତିରିକ୍ତ ଉଠାଣ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ନଗଦୀ ଋଣ

8. ନିମ୍ନଲିଖ ମଧ୍ୟରୁ କେଉଁଟି ବାଣିଜ୍ୟ ବ୍ୟାଙ୍କର କାର୍ଯ୍ୟ ନୁହେଁ ?
(A) ଋଣ ପ୍ରଦାନ
(B) ଜମା ଗ୍ରହଣ
(C) ଋଣ ସୃଷ୍ଟି
(D) ନୋଟ୍ ପ୍ରଚଳନରେ ଏକାଧିକାର
Answer:
(D) ନୋଟ୍ ପ୍ରଚଳନରେ ଏକାଧିକାର

9. ଋଣ ଦେବାବେଳେ ବାଣିଜ୍ୟିକ ବ୍ୟାଙ୍କ୍ ସୃଷ୍ଟି କରୁଥିବା ଜମାକୁ କ’ଣ କୁହାଯାଏ ?
(A) ପ୍ରାଥମିକ ଜମା
(B) ବ୍ୟୁତ୍ପନ୍ନ ଜମା
(C) ମିଆଦି ଜମା
(D) ଚଳନ୍ତି ଜମା
Answer:
(C) ମିଆଦି ଜମା

10. ଋଣ ପ୍ରଦାନ ଓ ଜମା ଗ୍ରହଣ ପ୍ରକ୍ରିୟାରେ ବାଣିଜ୍ୟିକ ବ୍ୟାଙ୍କ୍ ସୃଷ୍ଟି କରୁଥିବା ମୁଦ୍ରାକୁ କ’ଣ କୁହାଯାଏ ?
(A) ଋଣ ମୁଦ୍ରା
(B) ବ୍ୟାଙ୍କ୍ ମୁଦ୍ରା
(C) ଜମା ମୁଦ୍ରା
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବ୍ୟାଙ୍କ୍ ମୁଦ୍ରା

11. ଯଦି ନଗଦୀ ସଂରକ୍ଷଣ ଅନୁପାତ 10% ତେବେ 1000 ଟଙ୍କାର ମୂଳ ଜମା ସର୍ବାଧ‌ିକ କେତେ ଟଙ୍କା ହେବ ?
(A) 8000 ଟଙ୍କା
(B) 9000 ଟଙ୍କା
(C) 10,000 ଟଙ୍କା
(D) 11,000 ଟଙ୍କା
Answer:
(C) 10,000 ଟଙ୍କା

12. ନଗଦୀ ସଂରକ୍ଷଣ ଅନୁପାତ 20% ହେଲେ ଋଣ ଗୁଣାଙ୍କ କେତେ ହେବ ?
(A) 20
(B) 10
(C) 15
(D) 5
Answer:
(D) 5

CHSE Odisha Class 12 Economics Chapter 15 Objective Questions in Odia Medium

13. ଗ୍ରାହକମାନଙ୍କ ଅବଗତି ନିମନ୍ତେ ପ୍ରତ୍ୟେକ ଆର୍ଥିକ ବର୍ଷର ଶେଷଭାଗରେ ବ୍ୟାଙ୍କ୍ ନିଜ ଆୟ ବ୍ୟୟ ସଂକ୍ରାନ୍ତୀୟ
ବିବରଣୀ ଯେଉଁ ପତ୍ର ମାଧ୍ୟମରେ ପ୍ରକାଶ କରିଥାଏ ତାହାକୁ କ’ଣ କୁହାଯାଏ ?
(A) ଦେୟତା
(B) ପରିସମ୍ପରି
(C) ସନ୍ତୁଳନ ପତ୍ର
(D) ପୁଞ୍ଜି
Answer:
(C) ସନ୍ତୁଳନ ପତ୍ର

14. କେଉଁ ବ୍ୟାଙ୍କ୍‌ ସମଗ୍ର ବ୍ୟାକ୍ ବ୍ୟବସ୍ଥାର ଶୀର୍ଷ ଅନୁଷ୍ଠାନ ?
(A) ବାଣିଜ୍ୟିକ ବ୍ୟାଙ୍କ୍
(B) ବିନିମୟ ବ୍ୟାଙ୍କ୍
(C) କେନ୍ଦ୍ରୀୟ ବ୍ୟାଙ୍କ୍
(D) କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍
Answer:
(C) କେନ୍ଦ୍ରୀୟ ବ୍ୟାଙ୍କ୍

15. ପୃଥ‌ିବୀର ପ୍ରାଚୀନତମ କେନ୍ଦ୍ରୀୟ ବ୍ୟାଙ୍କ୍‌ର ନାମ କ’ଣ ?
(A) ରିକ୍ ବ୍ୟାଙ୍କ୍
(B) ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ
(C) ଭାରତୀୟ ରିଜର୍ଭ ବ୍ୟାଙ୍କ୍
(D) ଫେଡ଼େରାଲ ରିଜର୍ଭ ସିଷ୍ଟମ
Answer:
(A) ରିକ୍ ବ୍ୟାଙ୍କ୍

16. କେଉଁ ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସ୍ଥାପିତ ହେଲା ?
(A) 1950
(B) 1951
(C) 1947
(D) 1935
Answer:
(D) 1935

17. କେଉଁ ଅନୁଷ୍ଠାନ ରାଷ୍ଟ୍ରର ମୁଦ୍ରାନୀତି ପ୍ରଣୟନ କରେ ?
(A) ବାଣିଜ୍ୟିକ ବ୍ୟାଙ୍କ୍
(B) ବିତ୍ତ ମନ୍ତ୍ରଣାଳୟ
(C) କେନ୍ଦ୍ରୀୟ ବ୍ୟାଙ୍କ୍
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) କେନ୍ଦ୍ରୀୟ ବ୍ୟାଙ୍କ୍

18. ଭାରତରେ ଏକଟଙ୍କିଆ ନୋଟ କିଏ ପ୍ରଚଳନ କରେ ?
(A) କେନ୍ଦ୍ରୀୟ ବ୍ୟାଙ୍କ୍
(B) ବାଣିଜ୍ୟିକ ବ୍ୟାଙ୍କ୍
(C) ବିତ୍ତ ମନ୍ତ୍ରଣାଳୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(C) ବିତ୍ତ ମନ୍ତ୍ରଣାଳୟ

19. କେଉଁ ଅନୁଷ୍ଠାନ ଋଣ ନିୟନ୍ତ୍ରଣ କରେ ?
(A) ସମବାୟ ବ୍ୟାଙ୍କ୍
(B) କେନ୍ଦ୍ରୀୟ ବ୍ୟାଙ୍କ୍
(C) ବାଣିଜ୍ୟିକ ବ୍ୟାଙ୍କ୍
(D) ବିନିମୟ ବ୍ୟାଙ୍କ୍
Answer:
(B) କେନ୍ଦ୍ରୀୟ ବ୍ୟାଙ୍କ୍

20. କେଉଁ ବ୍ୟାକୁ ପୁନଃ ଅବମୂଲ୍ୟାୟନ ବ୍ୟାଙ୍କ୍ ମଧ୍ଯ କୁହାଯାଏ ?
(A) ବିନିମୟ ବ୍ୟାଙ୍କ୍
(B) ଔଦ୍ୟୋଗିକ ବ୍ୟାଙ୍କ୍
(C) କେନ୍ଦ୍ରୀୟ ବ୍ୟାଙ୍କ୍
(D) ବାଣିଜ୍ୟିକ ବ୍ୟାଙ୍କ୍
Answer:
(C) କେନ୍ଦ୍ରୀୟ ବ୍ୟାଙ୍କ୍

21. ନିମ୍ନୋକ୍ତ କେଉଁଟି ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିରେ ଏକ ଆୟୁଧ ?
(A) ବ୍ୟାଙ୍କ୍ ହାର
(B) ଖୋଲା ବଜାର କାରବାର
(C) ପରିବର୍ତ୍ତନଶୀଳ ନଗଦୀ ସଂରକ୍ଷଣ ଅନୁପାତ
(D) ପ୍ରଚାର
Answer:
(D) ପ୍ରଚାର

22. କେଉଁ ବ୍ୟାଟ୍ ସରକାରଙ୍କୁ ଋଣ ଦିଏ ?
(A) ବାଣିଜ୍ୟିକ ବ୍ୟାଙ୍କ୍
(B) ଉନ୍ନୟନ ବ୍ୟାଙ୍କ୍
(C) କେନ୍ଦ୍ରୀୟ ବ୍ୟାଙ୍କ୍
(D) କେନ୍ଦ୍ରୀୟ ସମବାୟ ବ୍ୟାଙ୍କ୍
Answer:
(C) କେନ୍ଦ୍ରୀୟ ବ୍ୟାଙ୍କ୍

CHSE Odisha Class 12 Economics Chapter 15 Objective Questions in Odia Medium

23. ନିମ୍ନୋକ୍ତ କେଉଁଟି ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିର ଏକ ଆୟୁଧ ?
(A) ବ୍ୟାଙ୍କ୍ ସୁଧ ହାର
(B) ଖୋଲା ବଜାର କାରବାର
(C) ନଗଦ ସଂରକ୍ଷିତ ଅନୁପାତରେ ପରିବର୍ଭନ
(D) ଉପରୋକ୍ତ ସମସ୍ତ
Answer:
(D) ଉପରୋକ୍ତ ସମସ୍ତ

24. କେଉଁ ବ୍ୟାଙ୍କ୍‌କୁ ଅନ୍ତିମ ଋଣଦାତା ବ୍ୟାଙ୍କ୍ କୁହାଯାଏ
(A) କେନ୍ଦ୍ରୀୟ ବ୍ୟାଙ୍କ୍
(B) ଉନ୍ନୟନ ବ୍ୟାଙ୍କ୍
(C) ବାଣିଜ୍ୟିକ ବ୍ୟାଙ୍କ୍
(D) ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍
Answer:
(A) କେନ୍ଦ୍ରୀୟ ବ୍ୟାଙ୍କ୍

(B) ଶୂନ୍ୟସ୍ଥାନ ପୂରଣ କର ।

1. ଯେଉଁ ଅନୁଷ୍ଠାନରେ ଋଣସମୂହ ଲୋକମାନଙ୍କର ପରସ୍ପର ଋଣ ପରିଶୋଧ ନିମିତ୍ତ ବ୍ୟାପକ ଭାବରେ ଗୃହୀତ ହୁଏ, ସେହି ଅନୁଷ୍ଠାନକୁ ___________ କୁହାଯାଏ ।
Answer:
ବ୍ୟାଙ୍କ୍

2. ବ୍ୟାଙ୍କ୍ ଶବ୍ଦ ଇଟାଲାର ___________ ଶବ୍ଦରୁ ଉଦ୍ଧୃତ ।
Answer:
ବ୍ୟାଙ୍କା

3. ଇଟାଲୀ ଭାଷାରେ ‘ବ୍ୟାଙ୍କୋ’ ଶବ୍ଦର ଅର୍ଥ ହେଲା ___________ ।
Answer:
ବେଞ୍ଚ

4. ଯେଉଁ ଜମାକୁ ଜମାକାରୀ ଯେକୌଣସି କାର୍ଯ୍ୟକାରୀ ଦିନରେ ପୂର୍ବରୁ କୌଣସି ନୋଟିସ୍ ନ ଦେଇ ନିଜର ଆବଶ୍ୟକ ମୁତାବକ ମୁଦ୍ରା ଚେକ୍ ସାହାଯ୍ୟରେ ବ୍ୟାଙ୍କୁରୁ ଉଠାଇ ପାରନ୍ତି, ତାହାକୁ ___________ ଜମା କୁହାଯାଏ ।
Answer:
ଚଳନ୍ତି

5. ଯେଉଁ ଜମାକୁ ଜମାକାରୀ ନିର୍ଦ୍ଧାରିତ ସମୟକାଳ ପୂର୍ବରୁ ବିନା ନୋଟିସ୍‌ରେ ବ୍ୟାଙ୍କୁରୁ ଉଠାଇପାରେ ନାହିଁ, ତାହାକୁ ___________ ଜମା କୁହାଯାଏ ।
Answer:
ମିଆଦି

6. ସ୍ଵଳ୍ପ ସଞ୍ଚୟକାରୀ ଓ ନିମ୍ନ ଆୟକାରୀ ଲୋକମାନଙ୍କ ପାଇଁ ବ୍ୟାଙ୍କ୍ ___________ ଜମା ସୁବିଧା ପ୍ରଦାନ କରିଥାଏ ।
Answer:
ସଞ୍ଚୟ

7. ଯେଉଁ ଜମା ହିସାବରେ ଜମାକାରୀ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା କିଛି ବର୍ଷ ପାଇଁ ଜମାଖାତାରେ ପୈଠ କରିଥା’ନ୍ତି, ତାହାକୁ ___________ ଜମା କୁହାଯାଏ ।
Answer:
ପୌନଃପୁନିକ

8. ଯେଉଁ ଋଣଗୁଡ଼ିକ ଗ୍ରାହକମାନଙ୍କର ପ୍ରତିଶ୍ରୁତି ପତ୍ର ବଦଳରେ ପ୍ରଦାନ କରାଯାଏ, ତାହାକୁ ___________ ଋଣ କୁହାଯାଏ ।
Answer:
ନଗଦୀ

9. ଯେଉଁ ବ୍ୟବସ୍ଥାଦ୍ୱାରା ଜମାକାରୀ ନିଜର ଚାହିଦା ଜମାଖାତାରେ ଥିବା ପରିମାଣଠାରୁ ଅଧିକ ମୁଦ୍ରା ବ୍ୟାଙ୍କରୁ ଉଠାଇବାକୁ ବ୍ୟବସ୍ଥା ସକ୍ଷମ ହୋଇଥାଏ, ତାହାକୁ ___________ କୁହାଯାଏ ।
Answer:
ଓଭରଡ୍ରାଫ୍‌ଟ

10. ବ୍ୟାଙ୍କ୍ ଯେଉଁ ଅର୍ଥ ନଗଦ ଜମା ଆକାରରେ ପ୍ରାପ୍ତ ହୋଇଥା’ନ୍ତି, ତାହାକୁ ___________ କୁହାଯାଏ ।
Answer:
ପ୍ରାଥମିକ ଜମା

11. ଋଣ ଦାନ ସମୟରେ ବ୍ୟାକ୍ ଜଣେ ଋଣଗ୍ରହୀତାଙ୍କୁ ଜମାକାରୀରେ ପରିଣତ କରେ, ବ୍ୟାକ୍ ଏପରି ଯେଉଁ ଜମା ସୃଷ୍ଟି କରେ ତାହାକୁ ___________ କୁହାଯାଏ ।
Answer:
ବ୍ୟୁତ୍ପନ୍ନ

CHSE Odisha Class 12 Economics Chapter 15 Objective Questions in Odia Medium

12. ବ୍ୟାଙ୍କ୍ ସୃଷ୍ଟି କରୁଥିବା ମୁଦ୍ରା ନଗଦ ମୁଦ୍ରା ନୁହେଁ, ଏହା ଦୃଶ୍ୟ ହୋଇନଥାଏ, ଏହା କାଗଜ କଲମରେ ସୃଷ୍ଟ, ଏହାକୁ ___________ ମୁଦ୍ରା କୁହାଯାଏ ।
Answer:
ବ୍ୟାଙ୍କ୍

13. ନଗଦୀ ସଂରକ୍ଷଣ ଅନୁପାତ ଓ ରଣାଙ୍କ ମଧ୍ୟରେ ___________ ସମ୍ପର୍କ ରହିଛି ।
Answer:
ପରୋକ୍ଷ ଆନୁପାତିକ

14. ନଗଦୀ ସଂରକ୍ଷଣ ଅନୁପାତ 10% ହେଲେ ଋଣ ଗୁଣାଙ୍କ ___________ ହେବ ।
Answer:
10

15. ଖୁବ୍ କମ୍ ସମୟ ପାଇଁ ପ୍ରଦାନ କରାଯାଉଥ‌ିବା ଏକ ସ୍ଵତନ୍ତ୍ର ଋଣ ହେଉଛି ଚାହିଁବା ମାତ୍ରେ ଫେରସ୍ତଯୋଗ୍ୟ ମୁଦ୍ରା ବା ଋଣ ଯାହାକୁ ନୋଟିସ୍ ଦେବାର 24 ଘଣ୍ଟାରୁ ___________ ଦିନ ମଧ୍ୟରେ ବ୍ୟାଙ୍କ୍ ଋଣକାରୀଠାରୁ ଏହି ଋଣ ଫେରସ୍ତ ଆଣିପାରେ ।
Answer:
14

16. ମିଆଦୀ ଜମା କ୍ଷେତ୍ରରେ, ମିଆଦ କାଳ ଯେତେ ଦୀର୍ଘତର ହୋଇଥାଏ, ସୁଧ ହାର ସେତିକି ___________ ହୋଇଥାଏ ।
Answer:
ଅଧ୍ୟା

17. ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଗ୍ରାହକମାନଙ୍କର ___________ ହିସାବରେ ସେମାନଙ୍କ ତରଫରୁ ଅନେକ କାର୍ଯ୍ୟ କରିଥାଏ ।
Answer:
ପ୍ରତିନିଧ୍ଵ

18. ସନ୍ତୁଳନ ପତ୍ରରେ ବାଣିଜ୍ୟିକ ବ୍ୟାଙ୍କର ଆର୍ଥିକ ଅବସ୍ଥା ଅର୍ଥାତ୍ ଦେୟତା ଓ ___________ ପ୍ରତିଫଳିତ ହୋଇଥାଏ ।
Answer:
ପରି ସମ୍ପତ୍ତି

19. ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟମାନଙ୍କୁ ଯେଉଁ ପାଉଣା ଆଇନତଃ ଦେବାକୁ ବାଧ୍ୟ, ତାହା ହେଉଛି ବ୍ୟାଙ୍କ୍‌ର ___________ ।
Answer:
ଦେୟତା

20. ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ୟମାନଙ୍କଠାରୁ ଆଇନତଃ ଯେଉଁ ପାଉଣା ପାଇବାକୁ ହକ୍‌ର, ତାହା ହେଉଛି ବ୍ୟାଙ୍କ୍‌ର ___________ ।
Answer:
ପରି ସମ୍ପତ୍ତି

21. ଅଂଶୀଦାରମାନେ ଯେଉଁ ପରିମାଣର ବ୍ୟାଙ୍କର ଅଂଶ କ୍ରୟ କରିବାକୁ ସ୍ବୀକୃତି ଦେଇଥା’ନ୍ତି, ___________ ପୁଞ୍ଜି କୁହାଯାଏ ।
Answer:
ଅଭିଦର

22. ଅଭିଦତ୍ତ ପୁଞ୍ଜିର ଯେଉଁ ଅଂଶ ନଗଦ ମୁଦ୍ରା ଦେଇ ଅଂଶୀଦାରମାନେ କ୍ରୟ କରିଥା’ନ୍ତି, ତାକୁ ___________ ପୁଞ୍ଜି କହନ୍ତି ।
Answer:
ପ୍ରଦତ୍ତ

23. ଲାଭର ଯେଉଁ ଅଂଶ ଅଂଶୀଦାରମାନଙ୍କ ମଧ୍ୟରେ ବଣ୍ଟନ କରା ନ ଯାଇ ଭବିଷ୍ୟତ ନିରାପତ୍ତା ପାଇଁ ସଂରକ୍ଷିତ ହୋଇଥାଏ, ତାହାକୁ ___________ ପାଣ୍ଠି କୁହାଯାଏ ।
Answer:
ସଂରକ୍ଷିତ

24. ଜମା ବ୍ୟାଙ୍କର ସର୍ବବୃହତ୍ ___________ ଅଟେ ।
Answer:
ଦେୟ

25. ପ୍ରତ୍ୟେକ ବ୍ୟାଙ୍କ୍ ଗ୍ରାହକମାନଙ୍କ ଚାହିଦା ମାତ୍ରକେ ସେମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖେ କିଛି ନଗଦ ମୁଦ୍ରା ରଖନ୍ତି, ଏହାକୁ ___________ ମୁଦ୍ରା କୁହାଯାଏ ।
Answer:
ହସ୍ତସ୍ଥ

26. ପରମ୍ପରାଗତ ଭାବେ ହେଉ ବା ଆଇନ ଯୋଗୁଁ ହେଉ, ବାଣିଜ୍ୟିକ ବ୍ୟାଟ୍ସମାନେ କେନ୍ଦ୍ରୀୟ ବ୍ୟାଙ୍କ୍ ମାର୍ସତରେ ମୋଟ ଜମାର କିଛି ଶତାଂଶ ନଗଦ ଆକାରରେ ଗଚ୍ଛିତ ରଖୁଥା’ନ୍ତି, ଯାହାକୁ ___________ କୁହାଯାଏ ।
Answer:
ଗଚ୍ଛିତ ଅନୁପାତ

27. ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ପତ୍ରର ___________ ପାର୍ଶ୍ଵରେ ଦେୟତା ରହିତାଏ ।
Answer:
ବାମ

CHSE Odisha Class 12 Economics Chapter 15 Objective Questions in Odia Medium

28. ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ପତ୍ରର ___________ ପାର୍ଶ୍ବରେ ପରିସମ୍ପଭି ରହିଥାଏ ।
Answer:
ଡାହାଣ

29. ସରକାରଙ୍କର ପ୍ରଧାନ ଆର୍ଥିକ କାରବାରମାନ ସମ୍ପାଦନ କରୁଥିବା, ଏହାର କାର୍ଯ୍ୟ ପରିଚାଳନା ଓ ଅନ୍ୟ ଉପାୟରେ ସରକାରଙ୍କ ଆର୍ଥିକ ନୀତିକୁ ସମର୍ଥନ କରୁଥିବା ଓ ଆର୍ଥିକ ଅନୁଷ୍ଠାନମାନଙ୍କର କାର୍ଯ୍ୟାବଳୀକୁ ପ୍ରଭାବିତ କରୁଥିବା ବ୍ୟାଙ୍କ୍ ହିଁ ___________ ବ୍ୟାକ୍ ।
Answer:
କେନ୍ଦ୍ରୀୟ

30. ___________ ବ୍ୟାଙ୍କର ନୋଟ୍ ପ୍ରଚଳନ କ୍ଷେତ୍ରରେ ଏକାଧିକାର ରହିଛି ।
Answer:
କେନ୍ଦ୍ରୀୟ

31. ପ୍ରତ୍ୟେକ ଦେଶରେ କେବଳ ___________ ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଥାଏ ।
Answer:
ଗୋଟିଏ

32. ___________ ବ୍ୟାଙ୍କ୍ ଅର୍ଥନୈତିକ ବିକାଶର ବାହକ ।
Answer:
କେନ୍ଦ୍ରୀୟ

33. ___________ ବ୍ୟାଙ୍କ୍ ସର୍ବଦା ଲାଭ ଅର୍ଜନ ପାଇଁ କାର୍ଯ୍ୟ କରିଥା’ନ୍ତି ।
Answer:
ବାଣିଜ୍ୟିକ

34. ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଋଣ ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଙ୍ଗ୍‌ମାନଙ୍କ ପ୍ରତି ___________ ଜାରି କରେ ।
Answer:
ନିର୍ଦ୍ଦେଶନାମା

35. କେନ୍ଦ୍ରୀୟ ବ୍ୟାଙ୍କ୍ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଋଣ ନିୟନ୍ତ୍ରଣ ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଉପରେ ___________ ସୃଷ୍ଟି କରେ ।
Answer:
ନୈତିକ ଚାପ

36. ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିକୁ ___________ ଋଣ ନିୟନ୍ତ୍ରଣ ପଦ୍ଧତି ମଧ୍ୟ କୁହାଯାଏ ।
Answer:
ଚୟନାତ୍ମକ

37. କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ଯେଉଁ ହାରରେ ଋଣ ଦେଇଥାଏ, ତାହାକୁ ___________ କୁହାଯାଏ ।
Answer:
ବ୍ୟାଙ୍କ ହାର

38. ଜମାର ଯେଉଁ ଅନୁପାତ ବାଣିଜ୍ୟିକ ବ୍ୟାଙ୍କ୍ ଋଣ ଦେଇପାରେ ନାହିଁ, ତାହାକୁ ___________ ଅନୁପାତ କୁହାଯାଏ ।
Answer:
ନଗଦୀ ସଂରକ୍ଷଣ

39. ଅସ୍ଥାୟୀ ଆର୍ଥିକ ଅସୁବିଧା ଦୂର କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କୁ ସରକାରଙ୍କୁ ସ୍ୱଳ୍ପକାଳୀନ ଋଣ ଓ ଅଗ୍ରିମ ଋଣ ପ୍ରଦାନ ଋଣ କରେ, ଏହି ଋଣକୁ ___________ କୁହାଯାଏ ।
Answer:
କାମଚଳା

40. ସରମାନଙ୍କ ___________ ସ୍ଵରୂପ କାର୍ଯ୍ୟକରି କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କୁ ଦେଶର ମୁଦ୍ରାନୀତି ଓ ଆର୍ଥିକ ନୀତି ଉପରେ ମଧ୍ୟ ପରାମର୍ଶ ଦେଇଥାଏ ।
Answer:
ଉପଦେଷ୍ଟା

41. ଦେୟତା ପରିଶୋଧ କରିବାପାଇଁ ବ୍ୟାଙ୍କ୍-ବ୍ୟାଙ୍କ୍ ମଧ୍ୟରେ ନଗଦ ମୁଦ୍ରା ଚଳପ୍ରଚଳ ନ କରି କେବଳ କେନ୍ଦ୍ରୀୟ ବ୍ୟାଙ୍କ୍ ନିକଟରେ ଥିବା ହିସାବରେ ପରିବର୍ତ୍ତନ କରି ଏହା କରାଯାଏ, ତେଣୁ କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଙ୍କ୍ସସମୂହ ପାଇଁ ଏକ ___________ ବ୍ୟାଙ୍କ୍ ।
Answer:
ଶୋଧନ

42. ___________ ନିୟନ୍ତ୍ରଣ କରି ଦେଶରେ ଦରଦାମ୍ କ୍ଷେତ୍ରରେ ସ୍ଥିରତା ରକ୍ଷା କରିବା କେନ୍ଦ୍ରୀୟ ବ୍ୟାଙ୍କର ହିଁ ମୁଖ୍ୟ ଦାୟିତ୍ୱ ।
Answer:
ଋଣ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ସମବାୟ ବ୍ୟାଙ୍କୁ କୃଷି ପାଇଁ ଦୀର୍ଘକାଳୀନ ଋଣ ଦେଇଥାଏ ।
Answer:
ଭୁଲ୍ ।
ଠିକ୍ – ସମବାୟ ବ୍ୟାଙ୍କ୍ କୃଷି ପାଇଁ ସ୍ବଳ୍ପକାଳୀନ ଋଣ ଦେଇଥାଏ !

2. ଭାରତରେ ଏକକ ବ୍ୟାଙ୍କ ବ୍ୟବସ୍ଥା ପ୍ରଚଳିତ ।
Answer:
ଭୁଲ୍ ।
ଠିକ୍ – ଆମେରିକାରେ ଏକକ ବ୍ୟାଙ୍କ୍ ବ୍ୟବସ୍ଥା ପ୍ରଚଳିତ ।

CHSE Odisha Class 12 Economics Chapter 15 Objective Questions in Odia Medium

3. ସ୍ଥାୟୀ ଜମାର ଅନ୍ୟନାମ ଚାହିଦା ଜମା ।
Answer:
ଭୁଲ୍ ।
ଠିକ୍ – ସ୍ଥାୟୀ ଜମାର ଅନ୍ୟନାମ ମିଆଦି ଜମା ।

4. ନଗଦୀ ସଂରକ୍ଷଣ ଅନୁପାତ ଓ ଋଣ ପରିମାଣ ମଧ୍ଯରେ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।
Answer:
ଭୁଲ୍ ।
ଠିକ୍ – ନଗଦୀ ସଂରକ୍ଷଣ ଅନୁପାତ ଓ ଋଣ ପରିମାଣ ମଧ୍ଯରେ ପରୋକ୍ଷ ସମ୍ପର୍କ ରହିଛି ।

5. କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ସୃଷ୍ଟି କରେ ।
Answer:
ଭୁଲ୍ ।
ଠିକ୍ – ବାଣିଜ୍ୟିକ ବ୍ୟାଙ୍କ୍ ଋଣ ସୃଷ୍ଟି କରେ ।

6. ମିଆଦି ଜମା ନଗଦ ମୁଦ୍ରା ସହିତ ସମାନ ।
Answer:
ଭୁଲ୍ ।
ଠିକ୍ – ଚାହିଦା ଜମା ନଗଦ ମୁଦ୍ରା ସହିତ ସମାନ ।

7. ବ୍ୟାଙ୍କ୍ ଅଫ ଇଂଲଣ୍ଡ ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାକ୍ ।
Answer:
ଭୁଲ୍ ।
ଠିକ୍ – ରିକ୍ ବ୍ୟାଙ୍କ୍ ଅଫ୍ ସ୍ବିଡ଼େନ୍ ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ୍ ।

8. 1947 ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ସ୍ଥାପିତ ହୋଇଥିଲା ।
Answer:
ଭୁଲ୍ ।
ଠିକ୍ – 1935 ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କୁ ସ୍ଥାପିତ ହୋଇଥିଲା ।

9. ଭାରତରେ ଏକ ଟଙ୍କିଆ ନୋଟ୍ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପ୍ରଚଳନ କରେ ।
Answer:
ଭୁଲ୍ ।
ଠିକ୍ – ଭାରତରେ ଏକ ଟଙ୍କିଆ ନୋଟ୍, ଭାରତ ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ ପ୍ରଚଳନ କରେ ।

10. ଭାରତରେ ପାଞ୍ଚଶହ ଟଙ୍କିଆ ନୋଟ୍ ଭାରତୀୟ ରିଜର୍ଭ ବ୍ୟାଦ୍ୱାରା ପ୍ରଚଳିତ ହୁଏ ।
Answer:
ଠିକ୍ ।

11. ବାଣିଜ୍ୟିକ ବ୍ୟାକ୍ ସରକାରଙ୍କ ବ୍ୟାଙ୍କ୍ ।
Answer:
ଭୁଲ୍ ।
ଠିକ୍ – କେନ୍ଦ୍ରୀୟ ବ୍ୟାଙ୍କ୍ ସରକାରଙ୍କ ବ୍ୟାଙ୍କ୍ ।

12. ବାଣିଜ୍ୟିକ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ ।
Answer:
ଭୁଲ୍ ।
ଠିକ୍ – କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ ।

13. ମିଆଦି ଜମାର ଉଠାଣ ଚାହିଁବା ମାତ୍ରେ ସମ୍ଭବ ।
Answer:
ଭୁଲ୍ ।
ଠିକ୍ – ଚାହିଦା ଜମାର ଉଠାଣ ଚାହିଁବା ମାତ୍ରେ ସମ୍ଭବ ।

14. ଭାରତୀୟ ଷ୍ଟେଟ୍ ବ୍ୟାକ୍ ବ୍ୟାକ୍‌ମାନଙ୍କର ବ୍ୟାକ୍ ଅଟେ ।
Answer:
ଭୁଲ୍ ।
ଠିକ୍ – ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବ୍ୟାଟ୍ସମାନଙ୍କର ବ୍ୟାଙ୍କ୍ ଅଟେ ।

CHSE Odisha Class 12 Economics Chapter 15 Objective Questions in Odia Medium

15. ବାଣିଜ୍ୟିକ ବ୍ୟାଙ୍କ୍ ଅନ୍ତିମ ଋଣଦାତା ।
Answer:
ଭୁଲ୍ ।
ଠିକ୍ – କେନ୍ଦ୍ରୀୟ ବ୍ୟାଙ୍କ୍ ଅନ୍ତିମ ଋଣଦାତା ।

16. ବ୍ୟାଙ୍କ୍ ରେଟ ବୃଦ୍ଧି ଘଟିଲେ ଋଣ ପରିମାଣ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ବ୍ୟାଙ୍କ୍ ରେଟ ବୃଦ୍ଧି ଘଟିଲେ ଋଣ ପରିମାଣ ହ୍ରାସ ପାଏ ।

17. ଭାରତୀୟ ଷ୍ଟେଟ୍ ବ୍ୟାଟ୍ ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍।
Answer:
ଭୁଲ୍ ।
ଠିକ୍ – ଭାରତୀୟ ରିଜର୍ଭ ବ୍ୟାଙ୍କୁ ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ।

18. କେନ୍ଦ୍ରୀୟ ବ୍ୟାଙ୍କୁ ଜନସାଧାରଣଙ୍କ ସହ ଋଣ କାରବାର କରିଥାଏ ।
Answer:
ଭୁଲ୍ ।
ଠିକ୍ – କେନ୍ଦ୍ରୀୟ ବ୍ୟାଙ୍କୁ ସରକାରଙ୍କ ସହ ଋଣ କାରବାର କରିଥାଏ ।

19. ବାଣିଜ୍ୟିକ ବ୍ୟାଙ୍କମାନେ ଦୀର୍ଘକାଳୀନ ଋଣ ପ୍ରଦାନ କରନ୍ତି ।
Answer:
ଭୁଲ୍ ।
ଠିକ୍ – ବାଣିଜ୍ୟିକ ବ୍ୟାଙ୍କମାନେ ସ୍ଵଳ୍ପକାଳୀନ ଋଣ ପ୍ରଦାନ କରନ୍ତି ।

20. ଲାଭ ଅର୍ଜନ କେନ୍ଦ୍ରୀୟ ବ୍ୟାଙ୍କର ସର୍ବପ୍ରଧାନ ନୀତି ।
Answer:
ଭୁଲ୍ ।
ଠିକ୍ – ସାଧାରଣ କଲ୍ୟାଣ ସାଧନ କେନ୍ଦ୍ରୀୟ ବ୍ୟାଙ୍କର ସର୍ବପ୍ରଧାନ ନୀତି ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ବାଣିଜ୍ୟ ବ୍ୟାଙ୍କ୍ କାହାକୁ କହନ୍ତି ?
Answer:
ଯେଉଁ ବିତ୍ତୀୟ ଅନୁଷ୍ଠାନ ଜନସାଧାରଣଙ୍କଠାରୁ ଜମା ଗ୍ରହଣ, ଋଣ ପ୍ରଦାନ, ମୁଦ୍ରା ଯୋଗାଣ, ମୁଦ୍ରା ସୃଜନ, ଅନ୍ତର୍ଦେଶୀୟ ଓ ବୈଦେଶିକ ବାଣିଜ୍ୟିକ ସୁବନ୍ଦୋବସ୍ତ ସହିତ ବିନିମୟ ପତ୍ରର ପୂର୍ବପ୍ରାପଣ କରନ୍ତି, ସେହି ଅନୁଷ୍ଠାନକୁ ବାଣିଜ୍ୟିକ ବ୍ୟାଙ୍କ କୁହାଯାଏ ।

2. ବିନିମୟ ବ୍ୟାଟ୍‌ର ମୁଖ୍ୟ କାର୍ଯ୍ୟ କ’ଣ ?
Answer:
ବିନିମୟ ବ୍ୟାଙ୍କ୍ ବୈଦେଶିକ ବାଣିଜ୍ୟ ପାଇଁ ଆବଶ୍ୟକ ହେଉଥ‌ିବା ଅର୍ଥ ଋଣ ଆକାରରେ ପ୍ରଦାନ କରେ ।

3. କେଉଁ ବ୍ୟାଙ୍କ୍ କୃଷି ପାଇଁ ଦୀର୍ଘକାଳୀନ ଋଣ ଦିଏ ?
Answer:
ଭୂବନ୍ଧକ ବ୍ୟାଙ୍କ କୃଷି ପାଇଁ ଦୀର୍ଘକାଳୀନ ଋଣ ଦିଏ ?

4. ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍ ଭାରତରେ କେବେ ସ୍ଥାପିତ ହୋଇଥିଲା ?
Answer:
1975 ମସିହାରେ ଭାରତରେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ୍ ସ୍ଥାପିତ ହୋଇଥିଲା ।

5. ଚଳନ୍ତି ଜମାକୁ କାହିଁକି ଚାହିଦା ଜମା ମଧ୍ୟ କୁହାଯାଏ ?
Answer:
ଚାହିଁବା ମାତ୍ରେ ଚଳନ୍ତି ଜମାର ଉଠାଣ ସମ୍ଭବ ହେଉଥ‌ିବାରୁ ଏହାକୁ ଚାହିଦା ଜମା ମଧ୍ୟ କୁହାଯାଏ ।

6. ସ୍ଥାୟୀ ଜମାର ଅନ୍ୟ ନାମ କ’ଣ ?
Answer:
ସ୍ଥାୟୀ ଜମାର ଅନ୍ୟ ନାମ ହେଲା ମିଆଦି ଜମା ।

CHSE Odisha Class 12 Economics Chapter 15 Objective Questions in Odia Medium

7. ଅତିରିକ୍ତ ଉଠାଣ କାହାକୁ କହନ୍ତି ?
Answer:
ଯେତେବେଳେ ଜଣେ ଜମାକାରୀଙ୍କୁ ତାଙ୍କ ଜମାରାଶିଠାରୁ ଅଧିକ ଉଠାଣ ପାଇଁ ବ୍ୟାଙ୍କ୍ ଯେଉଁ ଅନୁମତି ପ୍ରଦାନ କରିଥାଏ, ତାହାକୁ ଅତିରିକ୍ତ ଉଠାଣ କୁହାଯାଏ ।

8. ବ୍ୟାକ୍ ମୁଦ୍ରା କ’ଣ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ ସୃଷ୍ଟି କରୁଥିବା ଋଣମୁଦ୍ରାକୁ ବ୍ୟାଙ୍କ ମୁଦ୍ରା କୁହାଯାଏ ।

9. ନଗଦୀ ସଂରକ୍ଷଣ ଅନୁପାତ ଓ ଋଣ ଗୁଣାଙ୍କ ମଧ୍ୟରେ କି ସମ୍ପର୍କ ରହିଛି ?
Answer:
ନଗଦୀ ସଂରକ୍ଷଣ ଅନୁପାତ ଓ ଋଣ ଗୁଣାଙ୍କ ମଧ୍ୟରେ ପରୋକ୍ଷ-ଆନୁପାତିକ ସମ୍ପର୍କ ରହିଛି ।

10. ନଗଦୀ ସଂରକ୍ଷଣ ଅନୁପାତ 20% ହେଲେ ଋଣ ଗୁଣାଙ୍କ କେତେ ହେବ ?
Answer:
ନଗଦୀ ସଂରକ୍ଷଣ ଅନୁପାତ 20% ହେଲେ ଋଣ ଗୁଣାଙ୍କ 5 ହେବ ।

11. ଯଦି ନଗଦୀ ସଂରକ୍ଷଣ ଅନୁପାତ 5% ତେବେ ପାଞ୍ଚ ହଜାର ଟଙ୍କାର ଜମା କେତେ ଟଙ୍କାର ସର୍ବାଧ‌ିକ ଋଣ ସୃଷ୍ଟି କରିପାରିବ ?
Answer:
ଯଦି ନଗଦୀ ସଂରକ୍ଷଣ ଅନୁପାତ 5% ତେବେ ପାଞ୍ଚ ହଜାର ଟଙ୍କାର ଜମା 95,000 ଟଙ୍କାର ସର୍ବାଧ‌ିକ ଋଣ ସୃଷ୍ଟି କରି ପାରିବ ।

12. ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କର ନାମ କ’ଣ ?
Answer:
ସ୍ବିଡ଼େନ୍‌ର ରିକ୍ ବ୍ୟାଙ୍କ୍ ବିଶ୍ବର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ୍ !

13. ଭାରତୀୟ ରିଜର୍ଭ ବ୍ୟାଙ୍କ୍ କେବେ ପ୍ରତିଷ୍ଠିତ ହୋଇଥିଲା ?
Answer:
1935 ମସିହାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପ୍ରତିଷ୍ଠିତ ହୋଇଥିଲା ।

14. ଭାରତରେ ଏକଟଙ୍କିଆ ନୋଟ୍ କିଏ ପ୍ରଚଳନ କରିଥାଏ ?
Answer:
ଭାରତ ସରକାରଙ୍କ ବିତ୍ତ ମନ୍ତ୍ରଣାଳୟ, ଭାରତରେ ଏକ ଟଙ୍କିଆ ନୋଟ୍ ପ୍ରଚଳନ କରିଥାଏ ।

15. ଇଂଲଣ୍ଡର କେନ୍ଦ୍ରୀୟ ବ୍ୟାକ୍ଚର ନାମ କ’ଣ ?
Answer:
ଇଂଲଣ୍ଡର କେନ୍ଦ୍ରୀୟ ବ୍ୟାଙ୍କର ନାମ ହେଲା ବ୍ୟାଙ୍କ୍ ଅଫ୍ ଇଂଲଣ୍ଡ ।

16. କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ଅନ୍ତିମ ଋଣଦାତା ବୋଲି କାହିଁକି କୁହାଯାଏ ?
Answer:
କୌଣସି ଆର୍ଥିକ ସଙ୍କଟ ସମୟରେ ଯଦି ବାଣିଜ୍ୟିକ ବ୍ୟାଙ୍କ ଅନ୍ୟ କୌଣସି ସୂତ୍ରରୁ ଅର୍ଥ ଯୋଗାଡ଼ କରିବାପାଇଁ ଅସମର୍ଥ ହୁଏ, ତେବେ ଏହା ପରିଶେଷରେ କେନ୍ଦ୍ରୀୟ ବ୍ୟାଙ୍କର ଦ୍ବାରସ୍ଥ ହୋଇଥାଏ ଏବଂ କେନ୍ଦ୍ରୀୟ ବ୍ୟାଙ୍କ୍ ଆର୍ଥିକ ସହାୟତା ପ୍ରଦାନ କରେ । ତେଣୁ କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ଅନ୍ତିମ ଋଣଦାତା କୁହାଯାଏ ।

17. କେଉଁ ସଂସ୍ଥା ଋଣ ନିୟନ୍ତ୍ରଣ କରିଥାଏ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ଋଣ ନିୟନ୍ତ୍ରଣ କରିଥାଏ ।

18. ବ୍ୟାଙ୍କ୍ ହାର କାହାକୁ କହନ୍ତି ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ବାଣିଜ୍ୟିକ ବ୍ୟାଟ୍ସମାନଙ୍କୁ ଯେଉଁ ହାରରେ ଋଣ ଦେଇଥାଏ, ତାହାକୁ ବ୍ୟାଙ୍କ ହାର କୁହାଯାଏ ।

19. କେଉଁ ବ୍ୟାଙ୍କ୍ ପରିଶୋଧନର ମାଧ୍ୟମ ?
Answer:
କେନ୍ଦ୍ରୀୟ ବ୍ୟାଙ୍କ୍ ପରିଶୋଧନର ମାଧ୍ୟମ ।

20. ରାଷ୍ଟ୍ରରେ ବୈଦେଶିକ ବିନିମୟ ମୁଦ୍ରାର ତତ୍ତ୍ବାବଧାନ କିଏ କରିଥାଏ ?
Answer:
ରାଷ୍ଟ୍ରରେ କେନ୍ଦ୍ରୀୟ ବ୍ୟାଙ୍କ ବୈଦେଶିକ ବିନିମୟ ମୁଦ୍ରାର ତତ୍ତ୍ୱାବଧାନ କରିଥାଏ ।

21. ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିର ଅନ୍ୟ ନାମ କ’ଣ ?
Answer:
ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତିର ଅନ୍ୟ ନାମ ହେଉଛି ଚୟନାତ୍ମକ ଋଣ ନିୟନ୍ତ୍ରଣ ।

22. ଗୁଣାତ୍ମକ ଋଣ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଦୁଇଟି ଆୟୁଧର ନାମ ଲେଖ ।
Answer:
ଗୁଣାତ୍ମକ ଋଣ ନିୟନ୍ତ୍ରଣ ପାଇଁ ଉଦ୍ଦିଷ୍ଟ ଦୁଇଟି ଆୟୁଧର ନାମ ହେଲା – (i) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ, (ii) ନୈତିକ ପ୍ରବର୍ତ୍ତନ ।

23. ଖୋଲାବଜାର କାରବାର କହିଲେ କ’ଣ ବୁଝ ?
Answer:
କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ଖୋଲା ବଜାରରେ ସରକାରୀ ପ୍ରତିଭୂତିର କ୍ରୟ ବିକ୍ରୟ ପ୍ରକ୍ରିୟାକୁ ଖୋଲା ବଜାର କାରବାର କୁହାଯାଏ ।

24. ବ୍ୟାକ୍ ହାର ଓ ଋଣ ପରିମାଣ ମଧ୍ଯରେ କି ସମ୍ପର୍କ ରହିଛି ?
Answer:
ବ୍ୟାଙ୍କ୍ ହାର ଓ ଋଣ ପରିମାଣ ମଧ୍ଯରେ ପରୋକ୍ଷ ସମ୍ପର୍କ ରହିଛି ।

CHSE Odisha Class 12 Economics Chapter 15 Objective Questions in Odia Medium

25. କେଉଁ ଜମା ଚାହିଁବାମାତ୍ରେ ପରିଶୋଧନୀୟ ନୁହେଁ ?
Answer:
ମିଆଦୀ ଜମା ଚାହିଁବାମାତ୍ରେ ପରିଶୋଧନୀୟ ନୁହେଁ ।

26. ବ୍ୟାଟ୍ସମାନଙ୍କର ସର୍ବବୃହତ୍ ଦେୟ କ’ଣ ?
Answer:
‘ଜମା’ ବ୍ୟାଙ୍କମାନଙ୍କର ସର୍ବବୃହତ୍ ଦେୟ ।

27. ପ୍ରଦତ୍ତ ପୁଞ୍ଜି ବା ପରିଶୋଧ ପୁଞ୍ଜି କ’ଣ ?
Answer:
ଅଭିଦତ୍ତ ପୁଞ୍ଜିର ଯେଉଁ ଅଂଶ ନଗଦ ମୁଦ୍ରାଦେଇ ଅଂଶୀଦାରମାନେ କ୍ରୟ କରିଥା’ନ୍ତି, ତାହାକୁ ପ୍ରଦତ୍ତ ପୁଞ୍ଜି ବା ପରିଶୋଧ ପୁଞ୍ଜି
କୁହାଯାଏ ।

28. ଅଭିଦତ୍ତ ପୁଞ୍ଜି କ’ଣ ?
Answer:
ଅଂଶୀଦାରମାନେ ଯେଉଁ ପରିମାଣର ଅଂଶ କ୍ରୟ କରିବାକୁ ସ୍ବୀକୃତି ଦେଇଥା’ନ୍ତି, ତାହାକୁ ଅଭିଦତ୍ତ ପୁଞ୍ଜି କୁହାଯାଏ ।

29. ସଂରକ୍ଷିତ ପାଣ୍ଠି କ’ଣ ?
Answer:
ଲାଭର ଯେଉଁ ଅଂଶ ଅଂଶୀଦାରମାନଙ୍କ ମଧ୍ୟରେ ବଣ୍ଟନ କରା ନ ଯାଇ ଭବିଷ୍ୟତ ନିରାପତ୍ତା ପାଇଁ ସଂରକ୍ଷିତ ହୋଇଥାଏ, ତାହାକୁ ସଂରକ୍ଷିତ ପାଣ୍ଠି କୁହାଯାଏ ।

30. ହସ୍ତସ୍ଥ ମୁଦ୍ରା କ’ଣ ?
Answer:
ପ୍ରତ୍ୟେକ ବ୍ୟାଙ୍କ୍ ଗ୍ରାହକମାନଙ୍କ ଚାହିଦାମାତ୍ରକେ ସେମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ନିଜ ପାଖେ କିଛି ନଗଦ ମୁଦ୍ରା ରଖନ୍ତି, ଏହାକୁ ହସ୍ତସ୍ଥ ମୁଦ୍ରା କୁହାଯାଏ ।

31. ବ୍ୟାଙ୍କ୍‌ ସର୍ବାଧ୍ଵକ ତରଳ ପରିସମ୍ପତ୍ତି କିଏ ?
Answer:
ନଗଦ ମୁଦ୍ରା ବ୍ୟାଙ୍କର ସର୍ବାଧ‌ିକ ତରଳ ପରିସମ୍ପତ୍ତି ।

32. କେଉଁ ଜମା ନିର୍ଦ୍ଦିଷ୍ଟ ସମୟ ଅତିବାହିତ ହେବା ପୂର୍ବରୁ ପ୍ରତ୍ୟାହାର ହୋଇପାରେ ନାହିଁ ?
Answer:
ମିଆଦୀ ଜମା ନିର୍ଦ୍ଦିଷ୍ଟ ସମୟ ଅତିବାହିତ ହେବା ପୂର୍ବରୁ ପ୍ରତ୍ୟାହାର ହୋଇପାରେ ନାହିଁ ।

CHSE Odisha Class 12 Economics Chapter 15 Objective Questions in Odia Medium

33. ସନ୍ତୁଳନ ପତ୍ର କାହାକୁ କୁହାଯାଏ ?
Answer:
ବାଣିଜ୍ୟିକ ବ୍ୟାଙ୍କ୍ସର ପରିସମ୍ପତ୍ତି ଓ ଦେୟତାର ଏକ ବାର୍ଷିକ ବିବରଣୀକୁ ତା’ର ସନ୍ତୁଳନ ପତ୍ର କୁହାଯାଏ ।

34. ଦେୟତା କାହାକୁ କୁହାଯାଏ ?
Answer:
ଅଂଶୀଦାରମାନଙ୍କୁ ଓ ଜମାକାରୀମାନଙ୍କୁ ଯାହା ବ୍ୟାଙ୍କ୍ ଦେବାକୁ ବାଧ୍ୟ ହୋଇଥାଏ ତାହା ହେଉଛି ଦେୟତା ।

35. ପରିସମ୍ପତ୍ତି କ’ଣ ?
Answer:
ବ୍ୟାଙ୍କୁ ବିଭିନ୍ନ ସୂତ୍ରରୁ ମିଳୁଥିବା ପୁଞ୍ଜି ଓ ଅନ୍ୟାନ୍ୟ ସାମଗ୍ରୀକୁ ପରିସମ୍ପତ୍ତି କୁହାଯାଏ ।

36. କେନ୍ଦ୍ରୀୟ ବ୍ୟାଙ୍କର ପୁନଃ ଅବମୂଲ୍ୟାୟନ ହାରର ଅନ୍ୟନାମ କ’ଣ ?
Answer:
କେନ୍ଦ୍ରୀୟ ବ୍ୟାଙ୍କର ପୁନଃ ଅବମୂଲ୍ୟାୟନ ହାରର ଅନ୍ୟ ନାମ ହେଉଛି ବ୍ୟାଙ୍କ୍ ହାର ।

Leave a Comment