CHSE Odisha Class 12 History Chapter 13 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 13 ମହାତ୍ମା ଗାନ୍ଧି ଏବଂ ସ୍ଵାଧୀନତା ପାଇଁ ଜାତୀୟ ସଂଗ୍ରାମ Objective Questions.

CHSE Odisha 12th Class History Chapter 13 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି | ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା କିଏ ଥିଲେ ? ସେଠାରେ କାହିଁକି ବିଦ୍ରୋହ ହେଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ଥିଲେ ଯେ କି ବ୍ରିଟିଶ୍ ସରକାରଙ୍କର ପ୍ରିୟପାତ୍ର ଥିଲେ । ସେ ଅସହଯୋଗ ଆନ୍ଦୋଳନକୁ ବିରୋଧ କରିଥିଲେ ଏବଂ ଆନ୍ଦୋଳନ ପୂର୍ବରୁ ଭୂରାସ୍ବ ବୃଦ୍ଧି କରିଥିବାରୁ କନିକାରେ ବିଦ୍ରୋହ ଆରମ୍ଭ ହୋଇଥିଲା ।

୨। ତିଳକ ସ୍ଵରାଜ ପାଣ୍ଠି କାହିଁକି ଗଠନ କରାଯାଇଥିଲା ?
Answer:
ଅସହଯୋଗ ଆନ୍ଦୋଳନକୁ ବ୍ୟାପକ କରିବା ଲକ୍ଷ୍ୟରେ ‘ତିଳକ ସ୍ଵରାଜ ପାଣ୍ଠି’ ଗଠିତ ହୋଇଥିଲା । ଭାରତର ପ୍ରତ୍ୟେକ ପ୍ରାନ୍ତର ଲୋକମାନେ ଅକୁଣ୍ଠିତ ଚିତ୍ତରେ ଏହି ପାଣ୍ଠିକୁ ଅର୍ଥଦାନ କରିଥିଲେ । ଏପରିକି ନାରୀମାନେ ନିଜ ନିଜର ଅଳଙ୍କାର ମଧ୍ୟ ଏହି ପାଣ୍ଠିକୁ ଦାନ କରିଥିଲେ । ଖୁବ୍‌ କମ୍ ସମୟ ମଧ୍ୟରେ ଅସହଯୋଗ ଆନ୍ଦୋଳନ
ଭାରତର ଆବାଳବୃଦ୍ଧବନିତାଙ୍କୁ ପ୍ରଭାବିତ କରିଥିଲା ।

୩ । ଚୌରୀଚୌରା ଘଟଣା କେବେ ଓ କେଉଁଠାରେ ସଂଘଟିତ ହୋଇଥିଲା ? ଏହା ଫଳରେ କେଉଁ ଆନ୍ଦୋଳନରେ ପୂର୍ଣଚ୍ଛେଦ ପଡ଼ିଥିଲା ?
Answer:
ଚୌରୀଚୌରା ଘଟଣା ୫ ଫେବୃୟାରୀ ୧୯୨୨ ଖ୍ରୀ.ଅ.ରେ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲାର ଚୌରୀଚୌରା ନାମକ ସ୍ଥାନରେ ସଂଘଟିତ ହୋଇଥିଲା । ଏହା ଫଳରେ ଅସହଯୋଗ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା ।

୪। ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିବା ଚାରିଜଣ ବିଶିଷ୍ଟ ନେତାମାନଙ୍କର ନାମ ଲେଖ ।
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥ‌ିବା ଚାରିଜଣ ବିଶିଷ୍ଟ ନେତାଙ୍କର ନାମ ହେଲା, ଗୋପବନ୍ଧୁ ଚୌଧୁରୀ, ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଏବଂ ନୀଳକଣ୍ଠ ଦାସ ।

୫ । ଗାନ୍ଧିଜୀ କେବେ କାହିଁକି ଓଡ଼ିଶା ଆଗମନ କରିଥିଲେ ଓ ପ୍ରଥମେ ସେ କେଉଁଠି ଭାଷଣ ଦେଇଥିଲେ ।
Answer:
ଅସହଯୋଗ ଆନ୍ଦୋଳନକୁ ଓଡ଼ିଶାରେ ଲୋକାଭିମୁଖୀ କରାଇବା ନିମିତ୍ତ ୧୯୨୧ରେ ମହାତ୍ମା ଗାନ୍ଧି ଓଡ଼ିଶା ଆଗମନ କରିଥିଲେ । ମାର୍ଚ୍ଚ ୨୩ ତାରିଖ ୧୯୨୧ରେ କଟକଠାରେ ପହଞ୍ଚି ସେ କାଠଯୋଡ଼ି ନଦୀବାଲିରେ ଏକ ବିଶାଳ ଜନସମାବେଶକୁ ଉଦ୍‌ବୋଧନ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୬ । ନେହେରୁ ରିପୋର୍ଟରେ କେଉଁ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା ? ତରୁଣ ଗୋଷ୍ଠୀର କେଉଁ ନେତାମାନେ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ?
Answer:
ନେହେରୁ ରିପୋର୍ଟରେ ଡୋମିନିଅନ୍ ପଦ ଉପରେ ଗୁରୁତ୍ଵ ଦିଆଯାଇଥିଲା । ମାତ୍ର ଜବାହାରଲାଲ୍ ନେହେରୁ ଓ ସୁଭାଷଚନ୍ଦ୍ର ବୋଷଙ୍କ ପରି ତରୁଣ ଗୋଷ୍ଠୀ ଏହି ରିପୋର୍ଟକୁ ଉଚିତ ମନେ କରିନଥିଲେ ।

୭ । ୧୯୨୯ ଖ୍ରୀ.ଅ.ରେ କଂଗ୍ରେସର କେଉଁ ଅଧୁବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ କେଉଁ ପ୍ରସ୍ତାବ ଆଗତ କରାଗଲା ? ଏଥରେ ନେହେରୁ ଭାବପ୍ରବଣ ହୋଇ କ’ଣ କହିଥିଲେ ?
Answer:
୧୯୨୯ ଖ୍ରୀ.ଅ. ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଆଗତ କରାଗଲା । ଏଥ‌ିରେ ଭାବପ୍ରବଣ ହୋଇ ନେହେରୁ କହିଲେ, ‘ବ୍ରିଟିଶ୍ ସାମ୍ରାଜ୍ୟର ଆଲିଙ୍ଗନ ହେଉଛି ଏକ ଭୟାବହ ବ୍ୟାପାର । ଏହା ଜୀବନ ସଞ୍ଚାରକ ଶ୍ରଦ୍ଧାର ଆଲିଙ୍ଗନ ନୁହେଁ କି ହୋଇପାରିବ ନାହିଁ ।

୮। ‘ସାଇମନ୍ ଫେରିଯାଅ’ ଧ୍ବନି କେବେ ଓ କାହିଁକି ଭାରତୀୟମାନେ ଦେଇଥଲେ ? ଏହି କମିଶନକୁ କେଉଁମାନେ ତୀବ୍ର ବିରୋଧ କରିଥିଲେ ?
Answer:
୧୯୨୮ ଖ୍ରୀ.ଅ.ରେ ସାଇମନ୍ କମିଶନ୍ ଭାରତରେ ପ୍ରବେଶ କଲାମାତ୍ରେ ଭାରତୀୟମାନେ ‘ସାଇମନ୍ ଫେରିଯାଅ’ ଧ୍ଵନି ଦେଇଥିଲେ । ଏହି କମିଶନରେ ଜଣେ ହେଲେ ଭାରତୀୟ ସଦସ୍ୟ ନଥିଲେ । ଜାତୀୟ କଂଗ୍ରେସ, ମୁସଲିମ୍ ଲିଗ୍ ଏବଂ ଭାରତର ବିଭିନ୍ନ ସଂଗଠନ ଏହି କମିଶନ୍‌କୁ ତୀବ୍ର ବିରୋଧ କରିଥିଲେ ।

୯ । ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ କେବେ କେଉଁଠାରେ କାହା ସଭାପତିତ୍ୱରେ ଗୃହୀତ ହୋଇଥିଲା ? ସେ ସମୟରେ ଭାରତର ବଡ଼ଲାଟ କିଏ ଥିଲେ ?
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ପୂର୍ଣ୍ଣ ସ୍ଵରାଜ ପ୍ରସ୍ତାବ ଗୃହୀତ ହୋଇଥିଲା । ସେ ସମୟରେ ଭାରତର ବଡ଼ଲାଟ ଲର୍ଡ ଇର୍‌ଉଇନ୍ ଥୁଲେ ।

୧୦ । ପ୍ରଥମ ଗୋଲଟେବୁଲ ବୈଠକ କେବେ ଓ କେଉଁଠାରେ ଅନୁଷ୍ଠିତ ହୋଇଥିଲା ? ଏଥୁରେ କେଉଁ ବିଷୟରେ ଆଲୋଚନା କରାଯାଇଥିଲା ?
Answer:
ପ୍ରଥମ ଗୋଲଟେବୁଲର ବୈଠକ ୨ ନଭେମ୍ବର ୧୯୩୦ ଖ୍ରୀ.ଅ.ରେ ଲଣ୍ଡନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତକୁ ଏକ ଅଧୁରାଜ୍ୟର ମାନ୍ୟତା ଦେବା ବିଷୟରେ ଆଲୋଚନା କରାଯାଇଥିଲା, ମାତ୍ର କୌଣସି ବଳିଷ୍ଠ ସିଦ୍ଧାନ୍ତ ନିଆଯାଇପାରିନଥିଲା ।

୧୧ । ଦ୍ଵିତୀୟ ଗୋଲଟେବୁଲ ବୈଠକ କେବେ ଓ କାହା ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ଭାରତର କିଏ ଯୋଗ ଦେଇଥିଲେ ?
Answer:
ଦ୍ଵିତୀୟ ଗୋଲଟେବୁଲ ବୈଠକ ଡିସେମ୍ବର ୧୯୩୧ ଖ୍ରୀ.ଅ.ରେ ପ୍ରଧାନମନ୍ତ୍ରୀ ରାମ୍‌ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ଗାନ୍ଧିଜୀ ଯୋଗ ଦେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୨ । ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ କେବେ ଏବଂ କଂଗ୍ରେସର କେଉଁ ଅଧ‌ିବେଶନରେ ଗୃହୀତ ହୋଇଥିଲା ? ଏହା କେଉଁ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥୁଲା ?
Answer:
ଅଗଷ୍ଟ ୮, ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧୂବେଶନରେ ଭାରତଛାଡ଼ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହା ଅଗଷ୍ଟ ବିପ୍ଳବ ନାମରେ ପ୍ରସିଦ୍ଧ ହୋଇଥିଲା ।

୧୩ । ଦାଣ୍ଡିଯାତ୍ରା କେବେ ଓ କେଉଁ ଆଶ୍ରମରୁ ବାହାରିଥିଲା ? ଏହାର ନେତୃତ୍ବ କିଏ ନେଇଥିଲେ ?
Answer:
ଦାଣ୍ଡିଯାତ୍ରା ୧୯୨୦, ମାର୍ଚ୍ଚ ୧୨ ତାରିଖ ଦିନ ସାବରମତୀ ଆଶ୍ରମରୁ ଆରମ୍ଭ ହୋଇଥିଲା । ଏହାର ନେତୃତ୍ୱ ମହାତ୍ମା ଗାନ୍ଧି ନେଇଥିଲେ ।

୧୪ । ସୀମାନ୍ତ ଗାନ୍ଧି କିଏ ? ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ କ’ଣ ଥିଲା ?
Answer:
ଖାଁ ଅବ୍‌ଦୁଲ୍ ଗଫର ଖାଁଙ୍କୁ ସୀମାନ୍ତ ଗାନ୍ଧି କୁହାଯାଏ । ସେ ଗଠନ କରିଥିବା ଜାତୀୟତାବାଦୀ ଅନୁଷ୍ଠାନର ନାମ ‘ଖୁଦାଇ ଖୁଡ଼ିଗାର’ ଥିଲା ।

୧୫ । ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ କେଉଁ ନାରୀମାନେ ନେତୃତ୍ୱ ନେଇଥିଲେ ? କିଏ ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ?
Answer:
ଓଡ଼ିଶାରେ ଇଞ୍ଚୁଡ଼ି ସତ୍ୟାଗ୍ରହରେ ରମାଦେବୀ ଓ ମାଳତୀଦେବୀ ନେତୃତ୍ୱ ନେଇଥିଲେ । ଆଚାର୍ଯ୍ୟ ହରିହର ପ୍ରଥମେ ଲୁଣ ମାରି ଆଇନ ଭାଙ୍ଗିଥିଲେ ।

୧୬ । ଅସହଯୋଗ ଆନ୍ଦୋଳନର ଫଳାଫଳ ସମ୍ପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନ ପ୍ରତି ଭାରତର ପ୍ରତ୍ୟେକ କୋଣରୁ ଜନସମର୍ଥନ ମିଳିଥିଲା । ଆନ୍ଦୋଳନ ପରଠାରୁ କଂଗ୍ରେସର ଲକ୍ଷ୍ୟ ପରିବର୍ତ୍ତନ ହୋଇଥିଲା । ସଂସ୍କାର ପରିବର୍ତ୍ତେ ସ୍ୱରାଜ ହାସଲ କରିବା ହୋଇଥିଲା କଂଗ୍ରେସର ଲକ୍ଷ୍ୟ । ଜନସାଧାରଣ ଆନ୍ଦୋଳନରେ ବହୁସଂଖ୍ୟାରେ ଯୋଗଦେବାରୁ କଂଗ୍ରେସ ଏକ ସାର୍ବଜନୀନ ଅନୁଷ୍ଠାନରେ ପରିଣତ ହୋଇଥିଲା । ଅବଶ୍ୟ ଆନ୍ଦୋଳନକୁ ସ୍ଥଗିତ ରଖୁବାରୁ ଗାନ୍ଧିଙ୍କୁ ଅନେକେ ସମାଲୋଚନା କରିଥିଲେ ।

୧୭ । କଂଗ୍ରେସର କେଉଁ ଅଧୁବେଶନରେ କିଏ ଭାରତ ଛାଡ଼ ପ୍ରସ୍ତାବ ଆଗତ କରିଥିଲେ ? ଭାରତ ଛାଡ଼ ଆନ୍ଦୋଳନ କେଉଁ ବିପ୍ଳବ ନାମରେ ପରିଚିତ ?
Answer:
କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଗାନ୍ଧି ଭାରତଛାଡ଼ ପ୍ରସ୍ତାବ ଆଗତ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନ ଅଗଷ୍ଟ ବିପ୍ଳବ ନାମରେ ପରିଚିତ ।

୧୮ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ କ’ଣ ଥିଲା ?
Answer:
ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି କାର୍ଯ୍ୟକ୍ରମ ଥିଲା । ପ୍ରଥମତଃ ବ୍ରିଟିଶ ଦ୍ରବ୍ୟ, କୋର୍ଟ, ଚାକିରି ଓ ଶିକ୍ଷାନୁଷ୍ଠାନ ବର୍ଜନ କରାଯାଇଥିଲା । ଦ୍ଵିତୀୟତଃ ଖଦି ବ୍ୟବହାର, ହିନ୍ଦୁ-ମୁସଲମାନ ଏକତା, ଅସ୍ପୃଶ୍ୟତା ଦୂରୀକରଣ, ନିଶା ନିବାରଣ ଓ ଜାତୀୟ ଶିକ୍ଷାର ପ୍ରଚାର ପ୍ରଭୃତି ଗଠନମୂଳକ କାର୍ଯ୍ୟ ଉପରେ ଗୁରୁତ୍ଵ ଦିଆଯାଇଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୯ । ସାଇମନ କମିଶନ କାହିଁକି ଗଠନ କରାଯାଇଥିଲା ଏବଂ ଏହା କି ପ୍ରକାର ବିରୋଧର ସମ୍ମୁଖୀନ ହୋଇଥିଲା ?
Answer:
୧୯୧୯ର ଭାରତ ଶାସନ ଆଇନର କାର୍ଯ୍ୟକାରିତାକୁ ଅନୁଧ୍ୟାନ କରିବାପାଇଁ ୧୯୨୭ ଖ୍ରୀ.ଅ.ରେ ସାଇମନ କମିଶନ ଗଠିତ ହୋଇଥିଲା । କମିଶନରେ ଜଣେ ହେଲେ ଭାରତୀୟ ସଭ୍ୟ ନଥିଲେ । ଏଥିପାଇଁ ମାଡ୍ରାସ କଂଗ୍ରେସ ଅଧୂବେଶନରେ କମିଶନକୁ ବିରୋଧ କରାଯିବାପାଇଁ ନିଷ୍ପତ୍ତି ହୋଇଥିଲା । ୧୯୨୮ ଖ୍ରୀ.ଅ.ରେ ସାଇମନ କମିଶନ ବମ୍ବେଠାରେ ପହଞ୍ଚିଥିଲା । ଏହାକୁ ବିରୋଧ କରାଯାଇ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା ଏବଂ କଳା ପତାକା ପ୍ରଦର୍ଶନ କରାଯାଇଥିଲା ।

୨୦ । ଇଞ୍ଚୁଡ଼ି ସତ୍ୟାଗ୍ରହ ସମ୍ପର୍କରେ ଲେଖ ।
Answer:
ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକର ସ୍ଵରାଜ ଆଶ୍ରମରୁ ବାହାରି ଇଞ୍ଚୁଡ଼ି ଅଭିମୁଖେ ଯାତ୍ରା କରିଥିଲେ । ବାଟରେ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରାଯିବାରୁ ଆଚାର୍ଯ୍ୟ ହରିହର ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇ ଇଞ୍ଚୁଡ଼ିଠାରେ ପହଞ୍ଚିଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୩ ତାରିଖ ଦିନ ଆଚାର୍ଯ୍ୟ ହରିହର ଲବଣଯୁକ୍ତ ମାଟି ମୁଠାଏ ଧରି ଲବଣ ଆଇନ ଭଙ୍ଗ କରିଥିଲେ । ପରେ ପରେ ଆଚାର୍ଯ୍ୟ ହରିହର ଏବଂ ଅନ୍ୟମାନଙ୍କୁ ପୋଲିସ୍ ଗିରଫ କରିଥିଲେ ।

୨୧ । ପ୍ରଥମ ବିଶ୍ଵଯୁଦ୍ଧ କେବେ ଆରମ୍ଭ ହୋଇ କେବେ ଶେଷ ହେଲା ? ଯୁଦ୍ଧରେ ଭାରତ କେଉଁ ଶକ୍ତିକୁ ସାହାଯ୍ୟ କରିଥିଲା ?
Answer:
ପ୍ରଥମ ବିଶ୍ଵଯୁଦ୍ଧ ୧୯୧୪ ଖ୍ରୀ.ଅ.ରେ ଆରମ୍ଭ ହୋଇ ୧୯୧୮ ଖ୍ରୀ.ଅ.ରେ ଶେଷ ହେଲା । ଯୁଦ୍ଧରେ ଭାରତ ମିତ୍ରଶକ୍ତିକୁ ସାହାଯ୍ୟ କରିଥିଲା ।

୨୨ । ଆଇନ ଅମାନ୍ୟ ଆନ୍ଦୋଳନରେ ବାନରସେନାର କାର୍ଯ୍ୟ କ’ଣ ଥିଲା ?
Answer:
ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଅନ୍ୟତମ କାର୍ଯ୍ୟପନ୍ଥା ଥିଲା ନାରୀମାନଙ୍କଦ୍ୱାରା ବିଦେଶୀ ଲୁଗାଦୋକାନ ଆଗରେ ଧାରଣା ଦିଆଯିବ । ସେମାନଙ୍କ ପଛକୁ ୧୬ ବର୍ଷରୁ କମ୍ ପିଲାମାନେ ମଧ୍ୟ ସତ୍ୟାଗ୍ରହୀ ରୂପେ ଯୋଗ ଦେଇଥିଲେ । ସେମାନଙ୍କୁ ବାନରସେନା କୁହାଯାଉଥିଲା । ନାରୀମାନଙ୍କ ଅନୁପସ୍ଥିତିରେ ବାନରସେନା ଲୁଗା ଦୋକାନ ଆଗରେ ଧାରଣା ଦେଉଥିଲା । ବହୁ ସ୍ଥାନରେ ବାନରସେନାଙ୍କୁ ପୋଲିସର ବେତମାଡ଼ ସହିବାକୁ ପଡୁଥିଲା ।

୨୩ । ନିମାପଡ଼ା ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ସରକାରଙ୍କୁ ଖଜଣା ନ ଦେବାପାଇଁ ନିମାପଡ଼ାଠାରେ ଏକ ପ୍ରତିବାଦ ସଭା ହୋଇଥିଲା । ଲୋକମାନେ ପୋଲିସମାନଙ୍କୁ ଚାକିରି ଛାଡ଼ିଦେବାକୁ ପ୍ରବର୍ତ୍ତାଇଥିଲେ ଓ ପୋଲିସର ବାରଣ ସତ୍ତ୍ଵେ ଥାନାରେ ଜାତୀୟ ପତାକା ଉଡ଼ାଇଥିଲେ । ସେମାନେ ମଧ୍ଯ ଥାନାରେ ଅଗ୍ନି ସଂଯୋଗ କରିଥିଲେ । ପୋଲିସ ଗୁଳି ଚଳାଇବାରୁ ଜଣେ ମୃତ୍ୟୁବରଣ କରିଥିଲା ଏବଂ ବହୁ ଲୋକ ଆହତ ହୋଇଥିଲେ ।

୨୪ । ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍ କିଏ ଓ ସେ କ’ଣ କରିଥିଲେ ?
Answer:
ଆଲାନ୍ ଅକ୍ସାଭିଆନ୍ ହ୍ୟୁମ୍‌ ୧୮୮୫ ଖ୍ରୀ.ଅ.ର ଜଣେ ଅବସରପ୍ରାପ୍ତ ଇଂରେଜ ଅଧିକାରୀ ଥିଲେ । ଇଂରେଜ ସରକାରଙ୍କର ଭାରତରେ ବିଶୃଙ୍ଖଳିତ ଶାସନ ଦେଖି ତାଙ୍କର ହୃଦୟ ବାଧୂତ ହୋଇଥିଲା ଏବଂ ସେ ଭାରତର ତତ୍‌କାଳୀନ ବଡ଼ଲାଟ ଲର୍ଡ ଡଫରିଙ୍କୁ ପ୍ରଭାବିତ କରି ଭାରତୀୟ ଜାତୀୟ କଂଗ୍ରେସ ପ୍ରତିଷ୍ଠା କରିଥିଲେ ।

୨୫ । ପବିତ୍ର ମୋହନ ପ୍ରଧାନ କିଏ ସେ କେଉଁଠାରେ ନେତୃତ୍ୱ ନେଇଥିଲେ ?
Answer:
ପବିତ୍ର ମୋହନ ପ୍ରଧାନ ଜଣେ ସ୍ଵାଧୀନ ସଂଗ୍ରାମୀ ଯେ କି ଭାରତଛାଡ଼ ଆନ୍ଦୋଳନ ସମୟରେ ତାଳଚେରର ନେତୃତ୍ଵ ନେଇଥିଲେ ଏବଂ ବ୍ରିଟିଶମାନଙ୍କଦ୍ଵାରା ମୃତ୍ୟୁବରଣ କରିଥିଲେ ।

୨୬ । କଷ୍ଟି ଡାକୁଆ କିଏ ? ସେ କେଉଁଠାରେ ଓ କିପରି ମୃତ୍ୟୁବରଣ କରିଥିଲେ ?
Answer:
ଭାରତଛାଡ଼ ଆନ୍ଦୋଳନ ସମୟରେ ଗଡ଼ଜାତ ଅଞ୍ଚଳରେ ନେତୃତ୍ୱ ନେଇଥିବା ସଂଗ୍ରାମୀମାନଙ୍କ ମଧ୍ୟରୁ କଷ୍ଟି ଡାକୁଆ ଅନ୍ୟତମ । ନୟାଗଡ଼ର ନୂଆଗାଁଠାରେ ପୋଲିସ୍ ଗୁଳିରେ କାଶୀ ମୃତ୍ୟୁବରଣ କରିଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୭ । ୧୯୨୧ ଖ୍ରୀ.ଅ.ରେ କେଉଁ ସନ୍ଧି ତୁର୍କୀ
Answer:
ସପକ୍ଷରେ ଗଲା ? ତାହାର ପ୍ରଭାବ ଭାରତରେ କିପରି ପଡ଼ିଥିଲା ? ଉ– ୧୯୨୧ ଖ୍ରୀ.ଅ.ରେ ସେଲ୍‌ରେ ସନ୍ଧି ତୁର୍କୀ ସପକ୍ଷରେ ଗଲା । ତାହାର ପ୍ରଭାବରେ ଗାନ୍ଧିଜୀ ଗଢ଼ିଥ‌ିବା ହିନ୍ଦୁ-ମୁସଲମାନ ମେଣ୍ଟ ଭାଙ୍ଗି ଯାଇଥିଲା ଓ ସାମ୍ପ୍ରଦାୟିକ ଭେଦଭାବ ମୁଣ୍ଡ ଟେକିଥିଲା ।

୨୮। ଅସହଯୋଗ ଆନ୍ଦୋଳନ ସମୟରେ ଗଢ଼ି ଉଠିଥ‌ିବା ଜାତୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ନାମ କ’ଣ ଥିଲା ?
Answer:
ଅସହଯୋଗ ଆନ୍ଦୋଳନ ସମୟରେ ବଙ୍ଗରେ ଜାତୀୟ ବିଶ୍ଵବିଦ୍ୟାଳୟ, ତିଳକ ମହାରାଷ୍ଟ୍ର ବିଦ୍ୟାଳୟ, ବିହାର ବିଦ୍ୟାପୀଠ, ଗୁଜରାଟ ବିଦ୍ୟାପୀଠ, ବନାରସ୍ ବିଦ୍ୟାଳୟ ଓ ଲାହୋର ଜାତୀୟ ମହାବିଦ୍ୟାଳୟ ପରି କେତେକ ପ୍ରସିଦ୍ଧ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା ।

୨୯। ଦ୍ଵିତୀୟ ଗୋଲଟେବୁଲ ବୈଠକରେ କିଏ ଅଧ୍ୟକ୍ଷତା କରିଥିଲେ ? ଏହି ବୈଠକ କାହିଁକି ସଫଳ ହେଲା ନାହିଁ ?
Answer:
ଦ୍ବିତୀୟ ଗୋଲଟେବୁଲ ବୈଠକରେ ମ୍ୟାକ୍ସେନାଲଡ଼ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଭାରତୀୟମାନଙ୍କ ଦାବିକ୍ ଉପେକ୍ଷା କରାଯାଇଥିଲା ଏବଂ ଇଂରେଜମାନେ ଭେଦନୀତି ପ୍ରୟୋଗ କରିବାଦ୍ୱାରା ଏହି ବୈଠକ ସଫଳ ହେଲା ନାହିଁ ।

୩୦। କାହା ସଭାପତିତ୍ଵରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହେଲା ? କିଏ ଏହି କମିଟିର ଉପସଭାପତି ଥିଲେ ?
Answer:
ଗୋପବନ୍ଧୁ ଦାସଙ୍କ ସଭାପତିତ୍ବରେ ଓଡ଼ିଶାରେ ପ୍ରଥମ ପ୍ରାଦେଶିକ କଂଗ୍ରେସ କିମିଟି ଗଠିତ ହୋଇଥିଲା । ଡକ୍ଟର ଏକରାମ୍ ରସୁଲ ୧୯୨୧ ଖ୍ରୀ.ଅ.ରେ ଏହି କମିଟିର ଉପସଭାପତି ଥିଲେ ।

୩୧। କ୍ରିପ୍‌ସ୍ ମିଶନ୍ କେବେ ଭାରତକୁ ଆଗମନ କରିଥିଲା ? ସେ କି ପ୍ରସ୍ତାବ ଦେଇଥିଲେ ?
Answer:
କ୍ରିପ୍‌ସ୍‌ ମିଶନ ୧୯୪୬ ଖ୍ରୀ.ଅ.ରେ ଭାରତକୁ ଆସିଥିଲା । ଭାରତରେ ଏକ ଶାସନ ବିଧେୟକ ସଭା ଗଠନ କରିବାପାଇଁ ଏହି ମିଶନ ପ୍ରସ୍ତାବ ଦେଇଥିଲା ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ୧୯୨୧ ଖ୍ରୀ.ଅ.ରେ ଭାରତୀୟମାନେ ବ୍ରିଟିଶ ଯୁବରାଜଙ୍କୁ କାହିଁକି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
Answer:
୧୯୨୧ ଖ୍ରୀ.ଅ.ରେ କେରଳର ଉତ୍ତର ଭାଗରେ ଅବସ୍ଥିତ ମାଲବାର ନିକଟରେ ମୋପଲା ବା ମୁସଲମାନ କୃଷକମାନେ ଏକ ଜମିଦାରୀ କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ନେତୃତ୍ୱ ପ୍ରଦାନ କରିଥିଲେ । ଇଂରେଜ ସରକାର ଏହାର ମୁକାବିଲା କରିବା ଉଦ୍ଦେଶ୍ୟରେ ଅଲ୍ଲୀ ଭ୍ରାତୃଦ୍ଵୟଙ୍କୁ ଗିରଫ କରିଥିଲେ । ଭାରତର ଜାତୀୟ କଂଗ୍ରେସର କାର୍ଯ୍ୟକାରୀ କମିଟି ସରକାରଙ୍କର ଏତାଦୃଶ କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ୱେଲସର ଯୁବରାଜଙ୍କର ଭାରତ ପରିଦର୍ଶନକୁ ବର୍ଜନ କରିବାପାଇଁ ନିଷ୍ପଭି ନେଇଥିଲେ । ୧୯୨୧ ଖ୍ରୀ.ଅ. ନଭେମ୍ବର ୧୭ ତାରିଖ ଦିନ ଯୁବରାଜ ଭାରତ ପରିଦର୍ଶନରେ ଆସିଥିଲାବେଳେ ତାଙ୍କୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

୨। ଗାନ୍ଧିଜୀ ଅସହଯୋଗ ଆନ୍ଦୋଳନ କରିବାକୁ କାହିଁକି ନିଷ୍ପତ୍ତି ନେଇଥିଲେ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାଓ୍ବାଲାଡ୍ ଆଇନର ପ୍ରବର୍ତ୍ତନ, ଅମୃତସରସ୍ଥିତ ଜାଲିଆନାଓ୍ବାଲାବାଗ୍‌ରେ ସଂଘଟିତ ବୀଭତ୍ସ ହତ୍ୟାକାଣ୍ଡ ଥିଲା ଅନ୍ୟତମ । କେବଳ ସେତିକି ନୁହେଁ, ପରିଶେଷରେ ଖିଲାଫତ୍ ଆନ୍ଦୋଳନ ଥିଲା ଅନ୍ୟ ଏକ ଦୁର୍ଭାଗ୍ୟଜନକ ଘଟଣା ଯହାକି ବ୍ରିଟିଶ ସରକାରଙ୍କ ଦୟା ଓ ନ୍ୟାୟ ବିଚାର ଉପରେ ଗାନ୍ଧିଜୀଙ୍କ ବିଶ୍ୱାସକୁ ଧୂଳିସାତ୍ କରିଦେଇଥିଲା ଏବଂ ଗାନ୍ଧିଜୀ ସତ୍ୟ, ଅହିଂସା ଏବଂ ଆୟୋତ୍ସର୍ଗ ଆଦି ମହାନ୍ ନୀତି ଉପରେ ଆଧାରିତ ଅସହଯୋଗ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଇରମ୍ ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ବାସୁଦେବପୁରର ଇରମ୍ଠାରେ କର ନଦେବାପାଇଁ ପ୍ରତିଜ୍ଞାବଦ୍ଧ ହୋଇ ୧୯୪୨ ଖ୍ରୀ.ଅ. ସେପ୍ଟେମ୍ବର ୨୮ ତାରିଖ ଦିନ ଲୋକମାନେ ମେଳଣ ପଡ଼ିଆରେ କମଳାପ୍ରସାଦ କରଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରିଥିଲେ । ପଡ଼ିଆରୁ ବାହାରିବାପାଇଁ ଗୋଟିଏ ସରୁ ରାସ୍ତା ରହିଥିଲା । ଏହାକୁ ଅବରୋଧ କରି ସନ୍ଧ୍ୟା ସମୟରେ ଡି.ଏସ୍.ପି. ଗୁଳିଚାଳନା କରିବାପାଇଁ ନିର୍ଦ୍ଦେଶ ଦେଉଥିଲେ । ଫଳରେ ୨୯ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୫୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଆଘାତ ପାଇଥିଲେ । ଏହି ଘଟଣା ଦ୍ଵିତୀୟ ଜାଲିଆନାଓ୍ବାଲାବାଗର ରୂପ ନେଇଥିଲା । ତେଣୁ ଯଥାର୍ଥରେ ଏହାକୁ ‘ରକ୍ତ ତୀର୍ଥ’’ କୁହାଯାଇଥାଏ ।

୪। ଗାନ୍ଧି-ଇରଉଇନ୍ ଚୁକ୍ତି ସମ୍ବନ୍ଧରେ ଆଲୋଚନା କର ।
Answer:
୧୯୩୧ ଖ୍ରୀ.ଅ. ଫେବୃୟାରୀ ୨୭ ତାରିଖ ଦିନ ଗାନ୍ଧିଜୀ ଓ ବଡ଼ଲାଟ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତିନାମା ସମ୍ପାଦିତ ହୋଇଥିଲା । ଏହା ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ନାମରେ ପ୍ରସିଦ୍ଧ । ଏହି ଚୁକ୍ତି ଅନୁସାରେ ଇର୍‌ଉଇନ୍ ଭାରତୀୟମାନଙ୍କର କେତେକ ଦାବି ପୂରଣ କରିବାକୁ ସମ୍ମତ ହୋଇଥିଲେ । (i) ଆଇନ ଅମାନ୍ୟ ଆନ୍ଦୋଳନବେଳେ ଗିରଫ ହୋଇଥିବା ସବୁ ବନ୍ଦୀଙ୍କୁ ମୁକ୍ତି ଦିଆଯିବ, (ii) ସେମାନଙ୍କର ସମସ୍ତ ବାଜ୍ୟାପ୍ତି ସମ୍ପଭି ସେମାନଙ୍କୁ ପ୍ରଦାନ କରାଯିବ, (iii), ଭାରତରେ ସଂଘୀୟ ସରକାର ପ୍ରତିଷ୍ଠା କରାଯିବ, (iv) ଭାରତୀୟମାନଙ୍କୁ ଲୁଣ ତିଆରିପାଇଁ ଅଧିକାର ଦିଆଯିବ । ଗାନ୍ଧୀ-ଇର୍‌ଉଇନ୍ ଚୁକ୍ତି ପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନ ପ୍ରତ୍ୟାହର କରି ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେଇଥିଲେ ।

୫ । ଐତିହାସିକ ଦାଣ୍ଡିଯାତ୍ରା ବିଷୟରେ ଲେଖ୍ ।
Answer:
ଇଂରେଜ ସରକାରଙ୍କ ଲବଣ-ଆଇନ ଭଙ୍ଗ କରିବାପାଇଁ ଗାନ୍ଧିଜୀ ୭୮ ଜଣ ସହକର୍ମୀଙ୍କ ସହିତ ଗାନ୍ଧିଜୀ ସାବରମତୀରୁ ଦାଣ୍ଡି ଉପକୂଳକୁ ଯାତ୍ରା କରିଥିଲେ । ଦୀର୍ଘ ୨୪ ଦିନ ପଦଯାତ୍ରା ପରେ ଏପ୍ରିଲ ୬ ତାରିଖ ଦିନ ଦାଣ୍ଡି ସମୁଦ୍ରକୂଳରେ ସେ ଲବଣ ପ୍ରସ୍ତୁତକରି ଲବଣ-ଆଇନ ଭଙ୍ଗ କରିଥିଲେ । ଏହା ଐତିହାସିକ ଦାଣ୍ଡିଯାତ୍ରା ନାମରେ ପ୍ରସିଦ୍ଧ । ଏହି ଆନ୍ଦୋଳନରେ ସରକାର ଗାନ୍ଧିଜୀଙ୍କ ସହ ବହୁ ତୁଙ୍ଗନେତାଙ୍କୁ ଗିରଫ କରି ଜେଲ ପଠାଇ ଦେଇଥିଲେ । ପରବର୍ତୀ ସମୟରେ ଗାନ୍ଧି ଓ ଇର୍‌ଉଇନ୍‌ଙ୍କ ମଧ୍ୟରେ ଏକ ଚୁକ୍ତି ସମ୍ପାଦିତ ହୋଇ ଆନ୍ଦୋଳନକୁ ପ୍ରତ୍ୟାହୃତ କରାଯାଇଥିଲା ।

୬ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନକୁ ପଣ୍ଡିତ ଗୋପବନ୍ଧୁ ଦାସ କିପରି ଭାବରେ ପରିଚାଳିତ କରିଥିଲେ ?
Answer:
୧୯୨୦ ଖ୍ରୀ.ଅ.ରେ ନାଗପୁର କଂଗ୍ରେସ ଅଧ୍ଵବେଶନରେ ଅସହଯୋଗ ଆନ୍ଦୋଳନ ପୂର୍ଣ୍ଣମାତ୍ରାରେ ଗୃହୀତ ହୋଇଥିଲା । ଓଡ଼ିଶାରୁ ୩୫ଜଣ ପ୍ରତିନିଧ୍ଵ ଏଥିରେ ଯୋଗଦେଇଥିଲେ । ୧୯୨୧ରେ ଗୋପବନ୍ଧୁ ଦାସଙ୍କ ସଭାପତିତ୍ୱରେ ଓଡ଼ିଶାର ପ୍ରଥମ ପ୍ରାଦେଶିକ କଂଗ୍ରେସ କମିଟି ଗଠିତ ହୋଇଥିଲା । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦାୟିତ୍ଵ କଂଗ୍ରେସ କମିଟିକୁ ପ୍ରଦାନ କରାଯାଇଥିଲା । ଗାନ୍ଧିଜୀଙ୍କ ଅନୁମୋଦିତ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିଷୟରେ ଗୋପବନ୍ଧୁ ଦାସ ଓଡ଼ିଶାବାସୀଙ୍କୁ ବୁଝାଇଥିଲେ । ସେ ଭାଗୀରଥ ମହାପାତ୍ରଙ୍କୁ କଟକ ସହରରେ, କୃପାସିନ୍ଧୁ ମିଶ୍ରଙ୍କୁ ପୁରୀ ଜିଲ୍ଲାରେ, ହରେକୃଷ୍ଣ ମହତାବଙ୍କୁ ବାଲେଶ୍ଵର ଜିଲ୍ଲାରେ ଅସହଯୋଗ ଆନ୍ଦୋଳନ ପରିଚାଳନା କରିବାପାଇଁ ନିୟୋଜିତ କରିଥିଲେ ।

୭ । କନିକା ବିଦ୍ରୋହ ସଂପର୍କରେ ଲେଖ ।
Answer:
ଅସହଯୋଗ ଆନ୍ଦୋଳନର ସ୍ରୋତରେ ଭାସିଯାଇ କନିକାର ପ୍ରଜାମାନେ ବିଦ୍ରୋହ କରିଥିଲେ । ବିଦ୍ୟାଳୟ ତ୍ୟାଗକରି ଛାତ୍ରମାନେ ବିଦ୍ରୋହ ପାଇଁ କୃଷକମାନଙ୍କୁ ଉତ୍ସାହିତ କରିଥିଲେ । ୧୯୨୨ ମସିହାରେ ଜଣେ କୋର୍ଟ’ ପିଅନ ଓ ଦୁଇଜଣ ରାଜପିଅନଙ୍କୁ ଉତ୍ୟକ୍ତ ଜନତା ଧସ୍ତାଧସ୍ତି କରିବା ଫଳରେ ପୋଲିସ୍ ପାଞ୍ଚଜଣଙ୍କୁ ଗିରଫ କରି ନେଇଥିଲେ । ସେମାନଙ୍କୁ ଉତ୍ୟକ୍ତ ଜନତା ପୋଲିସ କବଳରୁ ଛଡ଼ାଇନେବାବେଳେ ପୋଲିସ୍ ଅଧୀକ୍ଷକ ଶ୍ରୀକୃଷ୍ଣ ମହାପାତ୍ରଙ୍କ ନିର୍ଦ୍ଦେଶରେ ଜନତାଙ୍କ ଉପରକୁ ଗୁଳିବର୍ଷଣ କରାଯାଇଥିଲା । ଫଳରେ ପାଟପୁରଠାରେ ବାସୁ ସେଠୀ ଏବଂ ବିଶୁନୀ ମଢ଼ୁଆଳ ମୃତ୍ୟୁବରଣ କରିଥିଲେ ଏବଂ ବହୁ ବ୍ୟକ୍ତି ଆହତ ହୋଇଥିଲେ । ଓଡ଼ିଶାର ଅସହଯୋଗ ଆନ୍ଦୋଳନର ଶେଷ ପର୍ଯ୍ୟାୟରେ କନିକା ବିଦ୍ରୋହ ଇଂରେଜ ଅତ୍ୟାଚାରର ଅଶ୍ରୁଳ ସ୍ମୃତି ବହନ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୮ । ଓଡ଼ିଶା ଆଇନ ଅମାନ୍ୟ ଆନ୍ଦୋଳନ ପୃଷ୍ଠଭୂମି ଉପରେ ଆଲୋକପାତ କର ।
Answer:
୧୯୩୦ ଖ୍ରୀ.ଅ.ରେ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ ମହାତ୍ମା ଗାନ୍ଧି । ୧୯୩୦ ଖ୍ରୀ.ଅ. ଫେବୃୟାରୀ ୨୮ ତାରିଖ ଦିନ ଉତ୍କଳ କଂଗ୍ରେସ କମିଟି ଆନୁକୂଲ୍ୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେବାପାଇଁ ଗୋପବନ୍ଧୁ ଚୌଧୁରୀଙ୍କୁ ଦାୟିତ୍ୱ ଅର୍ପଣ ବାହିନୀ’ ଆଦି ବିଭିନ୍ନ ଭାବରେ ବିଭକ୍ତ ହୋଇଥିଲେ । ଏହିପରି ଭାବରେ ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ପୃଷ୍ଠଭୂମି ପ୍ରସ୍ତୁତ ହୋଇଥିଲା ।

୯ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ଶୁଭାରମ୍ଭ କିପରି ଘଟିଥିଲା ? କିମ୍ବା, ରେଭେନ୍ସା କଲେଜରେ ଭାରତଛାଡ଼ ଆନ୍ଦୋଳନ କିପରି ରୂପ ନେଇଥିଲା ?
Answer:
୧୯୪୨ ଖ୍ରୀ.ଅ. ଅଗଷ୍ଟ ୯ ତାରିଖରେ ଓଡ଼ିଶାର କଂଗ୍ରେସର ନେତାମାନଙ୍କୁ ପୋଲିସ୍ ଗିରଫ କରିନେବା ସହିତ ‘ଭାରତଛାଡ଼’ ଆନ୍ଦୋଳନର ଶୁଭାରମ୍ଭ ଘଟିଥିଲା ଓଡ଼ିଶା ମାଟିରେ । କଟକର ରେଭେନ୍ସା କଲେଜ ଫାଟକ ଆଗରେ ଛାତ୍ରମାନେ ଏକ ସଭାର ଆୟୋଜନ କରି ଭାରତଛାଡ଼ ଆନ୍ଦୋଳନ ଏବଂ କଂଗ୍ରେସ ନେତାମାନଙ୍କୁ ସହଯୋଗ ପ୍ରଦାନ ନିମିତ୍ତ ନିଷ୍ପତ୍ତି ନେଇଥିଲେ । ୧୪ ଅଗଷ୍ଟ, ୧୯୪୨ରେ ଛାତ୍ରନେତା ବିଭୁଧେନ୍ଦୁ ମିଶ୍ର, ସୁରଜମଲ୍ଲ ଶାହା, ଅଶୋକ ଦାସ, ବିରେନ୍ ମିତ୍ର ଆଦିଙ୍କ ନେତୃତ୍ୱରେ କଲେଜ ଅଫିସରେ ଅଗ୍ନିସଂଯୋଗ କରି ଆସବାବପତ୍ର ପୋଡ଼ି ଦିଆଗଲା । କଟକର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଯୋଗଦେଇଥିଲେ ଏହି ଆନ୍ଦୋଳନରେ । ସଙ୍ଗେ ସଙ୍ଗେ ପୋଲିସ୍ ବିଭୁଧେନ୍ଦୁ ମିଶ୍ର ଓ ସୁରଜମଲ୍ଲ ଶାହାଙ୍କୁ ଗିରଫକରି ବ୍ରହ୍ମପୁର ଜେଲ୍‌କୁ ପଠାଇ ଦେଇଥିଲେ । ଅଗଷ୍ଟ ୧୬ରେ ଲୋକମାନେ ପୋଲିସ୍ ଅଧିକାର କରିନେଇଥିବା ବରୀର କଂଗ୍ରେସ ଆଶ୍ରମ ଉପରେ ଚଢ଼ଉକରି ସେଠାରେ ଚୌକିଦାର ପୋଷାକ ଆଦି ପୋଡ଼ିଦେଇଥିଲେ ।

୧୦ । ଧାମନଗର ଗୁଳିକାଣ୍ଡ ସମ୍ପର୍କରେ ଲେଖ ।
Answer:
ଧାମନଗରଠାରେ ଭାରତଛାଡ଼ ଆନ୍ଦୋଳନକୁ ଗତିଶୀଳ କରାଇଥୁଲେ ମୁରଲୀଧର ପଣ୍ଡା । ସେ ଚୌକିଦାର ପୋଷାକ ପୋଡ଼ିଥିବାର ଅଭିଯୋଗ ପାଇ ପୋଲିସ୍ ଶ୍ରୀଜଙ୍ଗ ଗ୍ରାମକୁ ଯାତ୍ରା କରିଥିଲେ । ସେତେବେଳକୁ ସେ ଲୁଣିଆ କଟସାହି ଗାଁକୁ ଚାଲିଯାଇଥିଲା । ପୋଲିସ୍ ଲୁଣିଆ କଟସାହିରେ ପହଞ୍ଚିଲାମାତ୍ରେ ଲୋକମାନେ ଶଙ୍ଖ ଓ ଢୋଲ ବଜାଇବାରୁ ପାଖ ଗ୍ରାମଗୁଡ଼ିକରୁ ବହୁସଂଖ୍ୟାରେ ଲୋକମାନେ ଏକତ୍ରିତ ହୋଇଥିଲେ । ଫଳରେ ପୋଲିସ୍ ଗୁଳିଚାଳନା କରିଥିଲେ । ଏଥ‌ିରେ ୧୦/୧୨ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ । ବହୁଲୋକ କ୍ଷତବିକ୍ଷତ ହୋଇଥିଲେ । ଶେଷରେ ମୁରଲୀଧର ପଣ୍ଡାଙ୍କୁ ପୋଲିସ ଗିରଫ କରିଥିଲେ ।

୧୧ । ଭାରତଛାଡ଼ ଆନ୍ଦୋଳନରେ ଲକ୍ଷ୍ମଣ ନାୟକଙ୍କ ଭୂମିକା ଉଲ୍ଲେଖ କର ।
Answer:
ବୈପାରିଗୁଡ଼ା ଥାନା ଅଧୀନରେ ଥ‌ିବା ତେନ୍ତୁଳିଗୁମ୍ମାର ଲକ୍ଷ୍ମଣ ନାୟକ ଭାରତଛାଡ଼ ଆନ୍ଦୋଳନକୁ ତେଜସ୍କ୍ରିୟ କରାଇଥିଲେ କୋରାପୁଟ ଜିଲ୍ଲାରେ । ବିପ୍ଳବପାଇଁ ସେ ଗାଁ ଗାଁ ବୁଲି ଲୋକମାନଙ୍କୁ ମତାଉଥିଲେ । ୨୧ଅଗଷ୍ଟ, ୧୯୪୨ରେ କଂଗ୍ରେସ ପତାକା ଓ ଲାଠିଧରି ବହୁଲୋକଙ୍କ ସହ ସେ ମାଥୁଲି ଥାନା ଘେରାଉ କରିବାପାଇଁ ଅଗ୍ରଗାମୀ ହୋଇଥିଲେ । ମାଥୁଲି ଥାନାରେ ପହଞ୍ଚି ସେ ‘ମହାତ୍ମା ଗାନ୍ଧି କି ଜୟ’ ଧ୍ଵନିରେ ସେହି ଅଞ୍ଚଳକୁ ପ୍ରକମ୍ପିତ କରିଥିଲେ । ପୋଲିସ ଲାଠି ଚାଳନା କରି ତାଙ୍କୁ ଧରାଶାୟୀ କରି ଦେଇଥିଲା । ଜଣେ ଜଙ୍ଗଲରକ୍ଷୀକୁ ପିଟିପିଟି ହତ୍ୟା କରିଥିବାର ଏକ ମିଥ୍ୟା ଅଭିଯୋଗରେ ପୋଲିସ୍ ଲକ୍ଷ୍ମଣ ନାୟକଙ୍କକୁ ଗିରଫ କରି ବ୍ରହ୍ମପୁର ଜେଲକୁ ପ୍ରେରଣ କରିଥିଲେ । ସେଠାରେ ତାଙ୍କୁ ୨୯ ମାର୍ଚ୍ଚ, ୧୯୪୩ରେ ଫାଶୀ ଦିଆଯାଇଥିଲା ।

୧୨ । ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନପାଇଁ କି ପ୍ରକାର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା ?
Answer:
ଓଡ଼ିଶାରେ ଭାରତଛାଡ଼ ଆନ୍ଦୋଳନର ପ୍ରତିକ୍ରିୟା ତୀବ୍ର ଆକାର ଧାରଣ କରିଥିଲା । ଏଥିରେ କେତେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଥିଲା । ସେଗୁଡ଼ିକ ହେଲା –

  • ଖଜଣା ବନ୍ଦ କରିବା
  • ଗୋଦାମ ଲୁଣ୍ଠନ କରିବା
  • ସରକାରୀ କର୍ମଚାରୀଙ୍କୁ ଆନ୍ଦୋଳନରେ ଯୋଗଦେବାପାଇଁ ପ୍ରବର୍ତ୍ତାଇବା
  • ଧର୍ମଘଟ ପାଳନ କରିବା
  • ପୋଲିସ୍‌କୁ ରୋକିବାପାଇଁ ଯୋଗାଯୋଗ ବିଚ୍ଛିନ୍ନ କରିବା
  • ପଞ୍ଚାୟତ ଗଠନ କରିବା
  • ଜଙ୍ଗଲ ଆଇନ ଉଲ୍ଲଙ୍ଘନ କରିବା
  • ସରକାରୀ ଆଇନ ଅମାନ୍ୟ କରିବା ଏବଂ
  • ସରକାରୀ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ଯୋଗାଣ ନିଷିଦ୍ଧ କରିବା ପ୍ରଭୃତି ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୧୩ । ଯାଜପୁର ଜାଗରଣ ବିଷୟରେ ଲେଖ ।
Answer:
କାଇପଦର ଗୁଳିକାଣ୍ଡ ପରେ ଗିରଫ କରାଯାଇଥିବା ସତ୍ୟାଗ୍ରହୀମାନଙ୍କୁ ପୋଲିସ୍ ଯାଜପୁର ନେଇଯାଇଥିଲା । ପୋଲିସ୍ ସେ ଅଞ୍ଚଳରେ ସଭା ସମିତି ଇତ୍ୟାଦିକୁ ନିଷିଦ୍ଧ କରିଥିଲା । ଏହାକୁ ଅବମାନନା କରି ୧୫,୦୦୦ ରୁ ଊର୍ଦ୍ଧ୍ବ ଲୋକ ଥାନା ଏବଂ ଏସ୍.ଡି.ଓ ଅଫିସ ଆଡ଼କୁ ଅଗ୍ରସର ହୋଇଥିଲେ । ପୋଲିସ୍ ବାଧ୍ୟହୋଇ ଗୁଳିଚାଳନା କରିଥିଲା । ଏହି ସମୟରେ ଆକାଶମାର୍ଗରୁ ଟିୟର୍ ଗ୍ୟାସ୍ ପକାଯାଇଥିଲା । ଫଳରେ ଜନତା ଛତ୍ରଭଙ୍ଗ ଦେଇଥିଲେ ଏବଂ ସେଠାରେ ଅବସ୍ଥା ଆୟତ୍ତ କରାଯାଇପାରିଥିଲା ।

୧୪ । ଖିଲାଫତ୍ ଆନ୍ଦୋଳନ କ’ଣ ?
Answer:
ପ୍ରଥମ ବିଶ୍ଵଯୁଦ୍ଧରେ ତୁର୍କୀ ଜର୍ମାନୀକୁ ସାହାଯ୍ୟ କରୁଥିଲା । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ତୁର୍କୀ ମିତ୍ରଶକ୍ତିଙ୍କର ରୋଷର ଶିକାର ହୋଇଥିଲା । ଯୁଦ୍ଧପରେ ମିତ୍ରଶକ୍ତି ତୁର୍କୀର ଅଟୋମାନ ସାମ୍ରାଜ୍ୟକୁ ଖଣ୍ଡ ଖଣ୍ଡ କରି ଖଲିଫା ପଦକୁ ଲୋପ କରିଦେବାକୁ ନିଷ୍ପତ୍ତି ନେଇଥିଲେ । ତୁର୍କୀର ଖଲିଫା ଥିଲେ ମୁସଲମାନ ଜଗତର ଧର୍ମଗୁରୁ । ଇଂରେଜମାନଙ୍କର ଏହି ନିଷ୍ପଭିରେ ଭରତୀୟ ମୁସଲମାନମାନେ ଉତ୍‌କ୍ଷିପ୍ତ ହେଲେ । ଭାରତରେ ମହମ୍ମଦ ଅଲ୍ଲୀ ଓ ସୌକତ ଅଲ୍ଲୀଙ୍କ ନେତୃତ୍ଵରେ ମୁସଲମାନ ଗଣ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାକୁ ଖିଲାଫତ୍ ଆନ୍ଦୋଳନ କୁହାଯାଏ । ମହାତ୍ମା ଗାନ୍ଧି ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ ।

୧୫ । ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର ।
Answer:
୧୯୧୯ ଖ୍ରୀ.ଅ. ଏପ୍ରିଲ ୧୩ ତରିଖ ଦିନ ପଞ୍ଜାବର ଜାଲିଆନାୱାଲାବାଗଠାରେ ବହୁ ହିନ୍ଦୁ ସେମାନଙ୍କର ବୈଶାଖୀ ଉତ୍ସବ ପାଳନ ଅବସରେ ଏକତ୍ରିତ ହୋଇଥିଲେ । ଶାନ୍ତିପୂର୍ଣ୍ଣ ଭାବରେ ସଭାକାର୍ଯ୍ୟ ଚାଲିଥିବାବେଳେ ହଠାତ୍ ଇଂରେଜ ଜେନେରାଲ ଡାୟାର ସୈନ୍ୟବାହିନୀ ସହ ସେଠାରେ ପହଞ୍ଚିଲେ । ସେ ବାଗର ଏକମାତ୍ର ପ୍ରବେଶଦ୍ୱାରକୁ ଅବରୋଧ କରି ନିରୀହ ଜନତାଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଏଥିରେ ୫୦୦ ଲୋକ ନିହତ ଓ ୧୨୦୦ ଲୋକ ଆହତ ହୋଇଥିଲେ । ଏହାକୁ ଇତିହାସରେ ଜାଲିଆନାୱଲାବାଗ ହତ୍ୟାକାଣ୍ଡ କୁହାଯାଏ ।

୧୬ । ଓଡ଼ିଶାରେ ଲବଣ ସତ୍ୟାଗ୍ରହ ବିଷୟରେ ଟିପ୍‌ପଣୀ ଦିଅ ।
Answer:
ଗାନ୍ଧିଜୀଙ୍କଦ୍ଵାରା ଦାଣ୍ଡି ନାମକ ସ୍ଥାନରେ ଯେପରି ଭାବେ ଲବଣ ଆଇନ ଭଙ୍ଗ କରାଗଲା, ସେହିପରି ଭାବରେ ଓଡ଼ିଶାର ବାଲେଶ୍ଵର ଜିଲ୍ଲାର ସମୁଦ୍ର କୂଳରେ ଇଞ୍ଚୁଡ଼ି ନାମକ ସ୍ଥାନରେ ଲବଣ ଆଇନ ଭଙ୍ଗ କରାଯାଇଥିଲା । ଗୋପବନ୍ଧୁ ଚୌଧରୀଙ୍କ ନେତୃତ୍ୱରେ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ି ଯାତ୍ରା କରୁଥିଲାବେଳେ ବାଟରେ ତାଙ୍କୁ ପୋଲିସ୍ ଗିରଫ କରିନେଲେ । ଏହାପରେ ସତ୍ୟାଗ୍ରହୀମାନଙ୍କର ନେତୃତ୍ୱ ନେଇଥିଲେ ଆଚାର୍ଯ୍ୟ ହରିହର । ୧୩ ଏପ୍ରିଲ୍ ସକାଳେ ହଜାର ହଜାର ସତ୍ୟାଗ୍ରହୀଙ୍କ ଗହଣରେ ଆଚାର୍ଯ୍ୟ ହରିହର ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ର ନାଥ ଦାସ ଇଞ୍ଚୁଡ଼ିଠାରେ ଲବଣ ତିଆରି ପାଇଁ କ୍ଷେତ୍ର ପ୍ରସ୍ତୁତ କଲେ । ମାର୍ଥାଠାରେ ମା’ ରମାଦେବୀ ଓ ମାଳତୀଦେବୀ ସ୍ଥାନୀୟ ସ୍ତ୍ରୀ ଲୋକଙ୍କ ସହାୟତାରେ ଲବଣ ପ୍ରସ୍ତୁତ କଲେ ।

୧୭ । ରାୱାଲାତ୍ ଆଇନ କ’ଣ ?
Answer:
ବ୍ରିଟିଶ ଶାସନ ସହିତ ଅସହଯୋଗ ସ୍ଥାପନ କରିବା ଦିଗରେ ଗାନ୍ଧିଜୀଙ୍କୁ ପ୍ରଭାବିତ କରିଥିବା ଘଟଣା ମଧ୍ୟରୁ ରାୱାଲାଡ୍ ଆଇନର ପ୍ରବର୍ତ୍ତନ ଥିଲା। ଅନ୍ୟତମ । ପ୍ରଥମ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡ ବିରୁଦ୍ଧରେ ଭାରତରେ ମାନଙ୍କଦ୍ଵାରା ସଂଘଟିତ ଜାତୀୟତାବାଦୀ କାର୍ଯ୍ୟକ୍ରମର ପ୍ରତିରୋଧ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବା ନିମନ୍ତେ ବ୍ରିଟିଶ ସରକାର ବିଚାରପତି ରାଓ୍ବାଲାଷ୍ଟ୍ରଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ । ଏହି କମିଟିର ସୁପାରିସ ଉପରେ ଭିଭିକରି ଭାରତୀୟ ବିଧାନ ପରିଷଦରେ ୧୯୧୯ରେ ଗୋଟିଏ ଆଇନ ଗୃହୀତ ହୋଇଥିଲା । ଏହା ରାୱାଲାଡ୍ ଆଇନ ନାମରେ ଖ୍ୟାତ । ଏଥ‌ିରେ ବ୍ୟବସ୍ଥା ଥିଲା ଯେକୌଣସି ଭାରତୀୟଙ୍କୁ ବିନା ୱାରେଣ୍ଟରେ ବନ୍ଦୀ କରାଯାଇ ତାଙ୍କୁ କାରାଦଣ୍ଡ ଦିଆଯାଇପାରିବ । ବସ୍ତୁତଃ ଏହା ଜନପ୍ରିୟ ସ୍ଵାଧୀନତା ଆନ୍ଦୋଳନକୁ ଦମନ କରିବାପାଇଁ ଉଦ୍ଦିଷ୍ଟ ଥିଲା ତେଣୁ ଗାନ୍ଧିଜୀ ଏହା ବିରୁଦ୍ଧରେ ସତ୍ୟାଗ୍ରହ ଆନ୍ଦୋଳନ ଚଳାଇବା ନିମନ୍ତେ ଭାରତୀୟଙ୍କୁ ଆହ୍ଵାନ ଦେଇଥିଲେ ।

୧୮ । ଲାହୋର କଂଗ୍ରେସ ଅଧିବେଶନରେ କ’ଣ ହୋଇଥିଲା ?
Answer:
ସାଇମନ୍ କମିଶନର ପ୍ରତ୍ୟାବର୍ତ୍ତନ ପରେ ପରେ ଡିସେମ୍ବର ୧୯୨୯ରେ ଜାତୀୟ କଂଗ୍ରେସର ଲାହୋର ଅଧୂବେଶନରେ ଜବାହାରଲାଲ ନେହେରୁଙ୍କ ସଭାପତିତ୍ୱରେ ‘ପୂର୍ଣ୍ଣ ସ୍ଵରାଜ’ ପ୍ରସ୍ତାବ ଗୃହୀତ ହୋଇଥିଲା । ୩୧ ଡିସେମ୍ବର ୧୯୨୯ରେ ପ୍ରଥମ ଥର ପାଇଁ ତ୍ରିରଙ୍ଗା ପତାକା ଉତ୍ତୋଳନ କରଯାଇଥିଲା । ୨୬ ଜାନୁୟାରୀ ୧୯୩୦ ପ୍ରଥମ ସ୍ଵାଧୀନତା ଦିବସ ରୂପେ ଘୋଷଣା କରାଯାଇଥିଲା । କଂଗ୍ରେସର ଏହି ଅଧୁବେଶନରେ ଆଇନ ଅମାନ୍ୟ ଆନ୍ଦୋଳନରେ ଶୁଭାରମ୍ଭ ଗାନ୍ଧିଜୀଙ୍କ ନେତୃତ୍ଵରେ ହେବ ବୋଲି ସ୍ଥିର ହୋଇଥିଲା । ବ୍ରିଟିଶ ସରକାରଙ୍କ ମନମୁଖୀ ଶାସନ ପ୍ରତିବଦଳରେ ଆରମ୍ଭ ହୋଇଥିଲା ଆଇନ ଅମାନ୍ୟ ଆନ୍ଦୋଳନ ।

୧୯ । ଶ୍ରୀଜଙ୍ଗର ଟିକସ ବିରୋଧୀ ସତ୍ୟାଗ୍ରହ କ’ଣ ?
Answer:
ବାଲେଶ୍ଵରର ୧୦ଗୋଟି ଗ୍ରାମକୁ ନେଇ ଗଠିତ ଶ୍ରୀଜଙ୍ଗ ଅଞ୍ଚଳରେ ଟିକସ ବିରୋଧୀ ସତ୍ୟାଗ୍ରହ ଆରମ୍ଭ ହୋଇଥିଲା । ଗୌରମୋହନ ଦାସ ଏବଂ ବିଦ୍ୟାଧର ରଥଙ୍କ ନେତୃତ୍ଵରେ ଏହା ପରିଚାଳିତ ହୋଇଥିଲା । ଲୋକମାନଙ୍କୁ ଟିକସ ଦେବାପାଇଁ ବାରଣ କରାଗଲା । ସେହି ଅଞ୍ଚଳର ବାରଖଣ୍ଡ ଗ୍ରାମ ଚୌକିଦାରୀ କର ଦେଲେ ନାହିଁ । ଶ୍ରୀଜଙ୍ଗ ଅଧିବାସୀମାନେ କର ପ୍ରଦାନ ନ କରିବାରୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ପୋଲିସ୍ ଆରକ୍ଷୀ ଅଧ୍ୟକ୍ଷ ସେଠାରେ ପହଞ୍ଚି ଲଙ୍କାକାଣ୍ଡ ସୃଷ୍ଟି କରିଥିଲେ । ପୋଲିସ୍ ଜୁଲମ ଏତେ ମାତ୍ରାଧ୍ୟକ ହୋଇଥିଲା ଯେ ଏହା ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨୦ । କ୍ରିପ୍‌ ମିଶନ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଲେଖ ।
Answer:
ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଶ୍ରମିକଦଳର ଜଣେ ବିଖ୍ୟାତ ନେତା ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କୁ ଭାରତୀୟ ନେତାମାନଙ୍କ ସହ ପରାମର୍ଶ କରି ଦେଶର ସରକାର ଗଠନ ସମ୍ପର୍କରେ ମତାମତ ଦେବାପାଇଁ ୧୯୪୨ ଖ୍ରୀ.ଅ. ଅଗଷ୍ଟ ୮ ତାରିଖରେ ଭାରତକୁ ପ୍ରେରଣ କରିଥିଲେ । ତାହା ‘କ୍ରିପ୍‌ ମିଶନ୍’ ନାମରେ ବିଖ୍ୟାତ । ବିଭିନ୍ନ ଦଳର ନେତାମାନଙ୍କ ସହ ଆଲୋଚନା କରି କ୍ରିପ୍‌ସ ଭାରତର ଶାସନ ବ୍ୟବସ୍ଥା ସମ୍ପର୍କରେ ନିମ୍ନଲିଖୂତ ମତାମତ ଉପସ୍ଥାପନ କରିଥିଲେ ।

  • ‘‘ଭାରତକୁ ଏକ ଅଧୁରାଜ୍ୟ ବା ଡୋମିନିୟନର ଆସନ ଦିଆଯିବ ।’’
  • ଯୁଦ୍ଧର ଅବସାନ ପରେ ଭାରତ ପାଇଁ ଗୋଟିଏ ନୂତନ ସମ୍ବିଧାନ ପ୍ରଣୟନ ନିମନ୍ତେ ଭାରତୀୟମାନଙ୍କୁ ନେଇ ଏକ ସଂସ୍ଥା ଗଠନ କରାଯିବ । ବ୍ୟବସ୍ଥା ରଖାଯିବ ।
  • ସମ୍ବିଧାନ ପ୍ରଣୟନକାରୀ ସଂସ୍ଥାରେ ଭାରତୀୟ ଦେଶୀୟ ରାଜ୍ୟର ପ୍ରତିନିଧ୍ ଅଂଶଗ୍ରହଣ କରିବାପାଇଁ ବ୍ୟବସ୍ଥା ରଖାଯିବ ।
  • ନୂତନ ସମ୍ବିଧାନ ପ୍ରଣୟନ ହେବା ପର୍ଯ୍ୟନ୍ତ ବ୍ରିଟିଶ ସରକାର ଭାରତର ନିରାପତ୍ତା ପାଇଁ ଦାୟୀ ରହିବେ । ଉପରିଲିଷ୍କୃତ କ୍ରିପ୍‌ସଙ୍କର ଏହି ପ୍ରସ୍ତାବଗୁଡ଼ିକ ଭାରତୀୟମାନଙ୍କ ମନର ଆଶା ଓ ଆତ୍ମବିଶ୍ଵାସ ସଞ୍ଚାର କରିପାରି ନ ଥିଲା । ତେଣୁ ଭାରତୀୟ ଜାତୀୟ କଂଗ୍ରେସ ସେଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ।

୨୧ । ପାପଡ଼ାହାଣ୍ଡି ଗୁଳିକାଣ୍ଡ ବିଷୟରେ ଆଲୋଚନା କର ।
Answer:
ଅଗଷ୍ଟ ୨୪, ୧୯୪୨ରେ ବହୁ ଲୋକ ଏକତ୍ରିତ ହୋଇ କୋରାପୁଟର ପାପଡ଼ାହାଣ୍ଡିରେ ଥ‌ିବା ପୋଲ ଏବଂ ଥାନା ଧ୍ବଂସ କରିବାକୁ ଯାଇଥିଲେ । ପୋଲିସ ସେମାନଙ୍କୁ ରାସ୍ତାରେ ବାଧା ଦେଇଥିଲା । ସେମାନେ ନ ଶୁଣିବାରୁ ପୋଲିସ୍ ଗୁଳି କରିଥିଲା ଏବଂ ୧୫ଜଣ ଲୋକ ମୃତ୍ୟୁବରଣ କରିଥିଲେ । ବହୁ କଂଗ୍ରେସ କର୍ମୀଙ୍କୁ ଗୁଳିକରି ପୋଲିସ୍ ପାପଡ଼ାହାଣ୍ଡି ନଦୀଗର୍ଭକୁ ନିକ୍ଷେପ କରିଥିଲା ବୋଲି ଅଭିଯୋଗ ହୋଇଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ଅସହଯୋଗ ଆନ୍ଦୋଳନ ସମ୍ପର୍କରେ ବିବରଣୀ ପ୍ରଦାନ କର ।
Answer:
ମହାତ୍ମା ଗାନ୍ଧି ପ୍ରାୟ ୨୦ ବର୍ଷକାଳ ଆଫ୍ରିକାରେ ଅବସ୍ଥାନ କରି ୧୯୧୫ରେ ଭାରତକୁ ଫେରିଥିଲେ । ଏହାପରେ ସେ ଭାରତୀୟମାନଙ୍କ ସ୍ଵାଧୀନତା ଆନ୍ଦୋଳନର ନେତୃତ୍ଵ ଗ୍ରହଣ କରିଥିଲେ । ସେହି ସମୟରେ ପ୍ରଥମ ମହାସମର ଚାଲିଥିଲା । ଗାନ୍ଧିଜୀଙ୍କ ଆହ୍ଵାନକ୍ରମେ ଭାରତୀୟ ନେତା ଓ ଜନସାଧାରଣ ଇଂରେଜ ସରକାରଙ୍କୁ ସାହାଯ୍ୟ ଦେଲେ । ମଣ୍ଟେଗୁ-ଚେମ୍ସଫୋର୍ଡ଼ ଭାରତର ଭୂମିକାର ପ୍ରଶଂସା କଲେ ଏବଂ ଏହାର ପୁରସ୍କାର ସ୍ଵରୂପ ଯୁଦ୍ଧ ପରେ ଏ ଦେଶର ସ୍ୱାୟତ୍ତ ଶାସନର କ୍ରମବିକାଶ ପାଇଁ ପ୍ରତିଶ୍ରୁତି ଦେଲେ । ୧୯୧୮ରେ ଯୁଦ୍ଧ ଶେଷ ହେବାପରେ ଭାରତୀୟମାନେ ସରକାରଙ୍କଠାରୁ ବହୁତ କିଛି ଆଶା କରିଥିଲେ । ମାତ୍ର ଏହାପରେ ଇଂରେଜ ସରକାର ଭାରତୀୟମାନଙ୍କ ସାହାଯ୍ୟ ଓ ସମର୍ଥନ ଭୁଲିଗଲେ ଏବଂ ସେମାନଙ୍କ ପ୍ରତି କଠୋର ବ୍ୟବହାର ପ୍ରଦର୍ଶନ କଲେ । ଗାନ୍ଧିଜୀ ଏହାର ତୀବ୍ର ପ୍ରତିରୋଧ କଲେ । ପରିଶେଷରେ ଇଂରେଜ ସରକାରଙ୍କ ସହିତ ଅସହଯୋଗ ପାଇଁ ପଦକ୍ଷେପ ନେଲେ । ଏହି ଅସହଯୋଗ ଆନ୍ଦୋଳନ ବିଭିନ୍ନ କାରଣପାଇଁ ସଂଗଠିତ ହୋଇଥିଲା ।

ରାଓ୍ବାଲାଙ୍କ୍ ଆଇନ- ଭାରତୀୟମାନଙ୍କର ଆଶା ଓ ଦାବି ପୂରଣ କରାଯାଇ ନଥିବାରୁ ସେମାନେ ଆନ୍ଦୋଳନ କରିପାରନ୍ତି ବୋଲି ସରକାର ଆଶଙ୍କା ପ୍ରକାଶ କଲେ । ତେଣୁ ଭାରତୀୟ ବିଦ୍ରୋହୀମାନଙ୍କୁ କିପରି ଦମନ କରାଯାଇ ପାରିବ, ସେଥ୍‌ପାଇଁ ରାୱାଲାଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହେଲା । ୧୯୧୯ରେ ରାୱାଲାଡ୍ ଏକ କଠୋର ଆଇନ ପ୍ରଣୟନ କଲେ । ଏହାଦ୍ଵାରା ସରକାର ଯେକୌଣସି ବ୍ୟକ୍ତିଙ୍କୁ ସନ୍ଦେହରେ ଗିରଫ କରିପାରିଲେ ଏବଂ ବିନା ବିଚାରରେ ଜେଲ୍‌କୁ ପଠାଇଦେଇ ପାରିଲେ । ସରକାରଙ୍କ ବିଶ୍ଵାଘାତକତା ମହାତ୍ମା ଗାନ୍ଧିଙ୍କୁ ମର୍ମାହତ କରିଥିଲା । ସେ ଏହି ଆଇନର ବିରୋଧ କରି ୧୯୧୯ ଏପ୍ରିଲ ୬ ତାରିଖରେ ଦେଶବ୍ୟାପୀ ହରତାଳ କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କ ସମେତ ହଜାର ହଜାର ବ୍ୟକ୍ତିଙ୍କୁ ଗିରଫ କଲେ ।

ଜାଲିଆନାଓ୍ବାଲାବାଗ ହତ୍ୟାକାଣ୍ଡ– ଏହି ସମୟରେ ପଞ୍ଜାବର ଅମୃତସରରେ ବିଶେଷ ଉତ୍ତେଜନା ଦେଖାଦେବାରୁ ୧୯୧୯ ଏପ୍ରିଲ- ୧୧ ତାରିଖରେ ଡାୟାରଙ୍କ ହାତରେ ଇଂରେଜ ସରକାର ଶାସନ ଭାର ଅର୍ପଣ କଲେ । ପଞ୍ଜାବରେ ସବୁପ୍ରକାର ସଭାସମିତିକୁ ବେଆଇନ ଘୋଷଣା କରାଗଲା । କିନ୍ତୁ ଏପ୍ରିଲ ୧୩ ତାରିଖ ଦିନ ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଜାଲିଆନାଓ୍ବାଲାବାଗ ଉଦ୍ୟାନରେ ହଜାର ହଜାର ନରନାରୀ ସମ୍ମିଳିତ ହୋଇଥିଲେ । ଏହି ସମୟରେ ହଠାତ ଡାୟାର ସେଠାରେ ଉପସ୍ଥିତ ହୋଇ ବାଗର ଏକମାତ୍ର ପ୍ରବେଶଦ୍ଵାରକୁ ବନ୍ଦକରି ନିରୀହ ଜନତାଙ୍କ ଉପରକୁ ଆଖୁବୁଜା ଗୁଳିଚାଳନା ପାଇଁ ଆଦେଶ ଦେଇଥିଲେ । ଏହି ଗୁଳିକାଣ୍ଡରେ ହଜାର ହଜାର ଲୋକ ମୃତାହତ ହୋଇଥିଲେ । ଏହି ଘଟଣାରେ ଗାନ୍ଧିଜୀ ମର୍ମାହତ ହୋଇପଡ଼ିଲେ ।

ଖୁଲାଫତ୍ ଆନ୍ଦୋଳନ– ତୁର୍କୀର ସୁଲତାନ ସମଗ୍ର ପୃଥ‌ିବୀର ମୁଲସମାନମାନଙ୍କର ଧର୍ମଗୁରୁ ବା ଖଲିଫାରୂପେ ସମ୍ମାନିତ ଥିଲେ । ପ୍ରଥମ ବିଶ୍ଵଯୁଦ୍ଧରେ ସେ ଜର୍ମାନୀକୁ ସମର୍ଥନ କରିଥିଲେ । ଯୁଦ୍ଧରେ ଜର୍ମାନୀର ପରାଜୟ ପରେ ଇଂରେଜ ସରକାର ତୁର୍କୀର ସୁଲତାନଙ୍କୁ ଗିରଫ କଲେ । ଏହା ବିଶ୍ଵରେ ମୁସଲମାନ ସଂପ୍ରଦାୟକୁ ଅପମାନିତ କରିଥିଲା । ଭାରତରେ ମୁସଲମାନମାନେ ତୁର୍କୀ ସୁଲତାନଙ୍କ ଗିରଫରେ ହତୋତ୍ସାହ ହୋଇପଡ଼ିଲେ । ଗାନ୍ଧିଜୀଙ୍କ ନେତୃତ୍ଵରେ ଖୁଲାଫତ୍ ସମ୍ମିଳନୀ ଆହ୍ବାନ କରାଗଲା । ୧୯୨୦ରେ ଗାନ୍ଧିଜୀଙ୍କ ପରାମର୍ଶକ୍ରମେ ନିଷ୍ଫଳ ଭାରତ ଖୁଲାଫତ୍ କମିଟି ଭାରତୀୟ ଜାତୀୟ କଂଗ୍ରେସ ସହ ମିଶି ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ ।

ଗାନ୍ଧିଜୀ କଲିକତାର କଂଗ୍ରେସ ଅଧ‌ିବେଶନରେ ଅସହଯୋଗ ପ୍ରସ୍ତାବ ଆଗତ କରିଥିଲେ । ପରବର୍ତ୍ତୀ ସମୟରେ ୧୯୨୦ ଡିସେମ୍ବର ମାସରେ ନାଗପୁରଠାରେ ଚାଲିଥିବା କଂଗ୍ରେସ ଅଧ୍ବବେଶନ ଗାନ୍ଧିଜୀଙ୍କ ପ୍ରସ୍ତାବକୁ ଗ୍ରହଣକରି ଅନୁମୋଦିତ କରିଥିଲା । ଫଳରେ ଅସହଯୋଗ ଆନ୍ଦୋଳନପାଇଁ ଗାନ୍ଧିଜୀ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କଲେ । ଆନ୍ଦୋଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ- ଇଂରେଜ ସରକାରଙ୍କ ଶାସନକଳକୁ ସମ୍ପୂର୍ଣ୍ଣ ସ୍ଥାଣୁ କରିଦେବା ଏହି ଆନ୍ଦୋଳନର ମୁଖ୍ୟ ଲକ୍ଷ୍ୟ ଥିଲା । ଗାନ୍ଧିଜୀଙ୍କ ଆନ୍ଦୋଳନର ଦୁଇଟି ଦିଗ ଥିଲା- ଗଠନମୂଳକ ଓ ବିରୋଧାତ୍ମକ ।

ଗଠନମୂଳକ ଲକ୍ଷ୍ୟ:

  • ସମସ୍ତ ପ୍ରକାର ବିଦେଶୀ ଦ୍ରବ୍ୟର ବର୍ଜନ
  • ସ୍ଵଦେଶୀ ଦ୍ରବ୍ୟର ବହୁଳ ବ୍ୟବହାର
  • ସୂତାକଟା ଓ ଲୁଗାବୁଣା
  • ସାଂପ୍ରଦାୟିକତା ଓ ଅସ୍ପୃଶ୍ୟତାର ନିବାରଣ
  • ଜାତୀୟ ଶିକ୍ଷାର ପ୍ରତିଷ୍ଠା ଓ ପ୍ରସାର ।

ବିରୋଧାତ୍ମକ ଲକ୍ଷ୍ୟ:

  • ବ୍ୟବସ୍ଥାପକ ପରିଷଦ ପାଇଁ ନିର୍ବାଚନ ବର୍ଜନ
  • ଆଇନ ଅଦାଲତଗୁଡ଼ିକ ବର୍ଜନ
  • ସରକାରୀ ସ୍କୁଲ ଓ କଲେଜ ବର୍ଜନ
  • ସରକାରଙ୍କଦ୍ଵାରା ଆୟୋଜିତ ଦରବାର ଓ ଉତ୍ସବ ଆଦିର ବର୍ଜନ ।

ସତ୍ୟ ଓ ଅହିଂସା ମାଧ୍ୟମରେ ଆନ୍ଦୋଳନ ଚଳାଇବାକୁ ଗାନ୍ଧିଜୀ ଦେଶବାସୀଙ୍କୁ ପ୍ରବର୍ତ୍ତାଇଲେ । ତାଙ୍କ ମତରେ, ନିଷ୍ଠାପର ଅହିଂସା ନୀତି ବଳରେ ସ୍ୱରାଜ୍ୟ ହାସଲ ହୋଇପାରିବ । ଆନ୍ଦୋଳନର ଅଗ୍ରଗତି- ୧୯୨୧ ଖ୍ରୀ.ଅ.ର ପ୍ରାରମ୍ଭରେ ଆନ୍ଦୋଳନ ଆରମ୍ଭ ହେଲା । ହଜାର ହଜାର ଜନସାଧାରଣ ଏଥ‌ିରେ ଯୋଗଦାନ କରି ଏହାକୁ ଗଣଆନ୍ଦୋଳନର ରୂପ ଦେଇଥିଲେ । ଶତକଡ଼ା ୮୦ ଭାଗ ଲୋକ ନିର୍ବାଚନ ବର୍ଜନ କଲେ । ଖ୍ୟାତନାମା ଆଇନଜୀମାନେ; ଯଥା- ମୋତିଲାଲ ନେହେରୁ, ଚିତ୍ତରଞ୍ଜନ ଦାସ, ବଲ୍ଲଭଭାଇ ପଟେଲ, ରାଜେନ୍ଦ୍ର ପ୍ରସାଦ କୋର୍ଟକଚେରୀ ବର୍ଜନ କରିଥିଲେ । ବହୁସଂଖ୍ୟକ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ବର୍ଜନ କରି ଜାତୀୟ ଶିକ୍ଷାନୁଷ୍ଠାନରେ ଯୋଗଦେଲେ । ଲୋକମାନେ ବିଦେଶୀଦ୍ରବ୍ୟ ବର୍ଜନ କଲେ । ଦେଶର ସର୍ବତ୍ର ଲୁଗାବୁଣା ଓ ସୂତାକଟା ଆରମ୍ଭ ହେଲା । ସ୍ଵଦେଶୀ ବସ୍ତୁର ଆଦର ବଢ଼ିଲା । ଏହି ଆନ୍ଦୋଳନର ନେତୃତ୍ଵ ନେଇଥିଲେ ମହମ୍ମଦ ସୌକତ ଅଲ୍ଲୀ, ମହମ୍ମଦ ଅଲ୍ଲୀ, ଡଃ ଆନସାରୀ, ମୌଲାନା ଆବୁଲ କାଲାମ ଆଜାଦ, ଚିତ୍ତରଞ୍ଜନ ଦାସ, ଲାଲା ଲଜପତ୍ ରାୟ, ମୋତିଲାଲ ନେହେରୁ ଓ ଜବାହରଲାଲ ନେହେରୁ ଇତ୍ୟାଦି ତୁଙ୍ଗ ନେତାମାନେ ।

ସରକାରଙ୍କ ଦମନ ନୀତି- ଅସହଯୋଗ ଆନ୍ଦୋଳନର ଅଗ୍ରଗତିକୁ ପ୍ରତିରୋଧ କରିବାପାଇଁ ଇଂରେଜ ସରକାର ଦମନନୀତି ପ୍ରୟୋଗ କରିଥିଲେ । ବହୁ ଜାତୀୟତାବାଦୀ ନେତାଙ୍କୁ ଗିରଫ କରାଗଲା । ଭାରତ ଦର୍ଶନରେ ଆସିଥୁବା ୱେଲ୍ସର ଯୁବରାଜଙ୍କୁ ଭାରତୀୟମାନେ ଦେଶବ୍ୟାପୀ ହରତାଳ କରି ସ୍ଵାଗତ କରିଥିଲେ । ଫଳରେ ଇଂରେଜ ସରକାର ଭାରତୀୟମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର, ଗୁଳି ଓ ଲାଠିଚାଳନା ଆରମ୍ଭ କରିଥିଲେ । ଇଂରେଜ ସରକାର ୩୦,୦୦୦ ଲୋକଙ୍କୁ ଗିରଫ କଲେ । ସରକାରଙ୍କ ଦୃଢ଼ ଦମନନୀତି ସତ୍ତ୍ଵେ ଏହି ଆନ୍ଦୋଳନ ଦ୍ରୁତବେଗରେ ପ୍ରସାରଲାଭ କରିଥିଲା ।

ଆନ୍ଦୋଳନ ପ୍ରତ୍ୟାହାର- ଆନ୍ଦୋଳନ ଅଗ୍ରଗତି କରୁଥିବାବେଳେ ହଠାତ୍‌ ୧୯୨୨ ଖ୍ରୀ.ଅ. ଫେବୃୟାରୀ ୫ ତରିଖ ଦିନ ଉତ୍ତରପ୍ରଦେଶର ଚୌରୀଚୌରାଠାରେ ଉଭ୍ୟକ୍ତ ଜନତା ଏକ ପୋଲିସ୍ ଥାନାରେ ଅଗ୍ନିସଂଯୋଗ କରିଥିଲେ । ଏଥ‌ିରେ ୨୨ ଜଣ ପୋଲିସ୍ କର୍ମଚାରୀ ଜୀବନ୍ତ ଦଗ୍‌ଧ ହୋଇଥିଲେ । ଏହି ଘଟଣାରେ ମର୍ମାହତ ହୋଇ ଗାନ୍ଧିଜୀ ହଠାତ୍ ଆନ୍ଦୋଳନକୁ ସ୍ଥଗିତ ରଖୁଲେ । ଅବଶ୍ୟ ଏଥିପାଇଁ କଂଗ୍ରେସର ତୁଙ୍ଗ ନେତାମାନେ ତାଙ୍କୁ ସମାଲୋଚନା କରିଥିଲେ । ଇଂରେଜ ସରକାର ଗାନ୍ଧିଜୀଙ୍କୁ ମାର୍ଚ୍ଚ ୧୪, ୧୯୨୨ରେ ଗିରଫ କରି ଜେଲ୍‌କୁ ପଠାଇ ଦେଇଥିଲେ । ସେ ଦୀର୍ଘ ୬ ବର୍ଷକାଳ ବନ୍ଦୀ ଅବସ୍ଥାରେ ପୁନାର ୟାରୱାଡ଼ା ସେଣ୍ଟ୍ରାଲ ଜେଲ୍‌ରେ ରହିଥିଲେ । ପରେ ଅସୁସ୍ଥତା ହେତୁ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।

ଫଳାଫଳ – ‘ଗାନ୍ଧିଜୀ ଜେଲରୁ ମୁକ୍ତିଲାଭ କରି ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କଲେ । ସେ ଜନସାଧାରଣଙ୍କୁ ଚରଖାଦ୍ଵାରା ସୂତା କାଟିବାକୁ ଉତ୍ସାହିତ କଲେ । ଅସ୍ପୃଶ୍ୟତା ଦୂରୀକରଣ ଓ ନିଶା ନିବାରଣପାଇଁ ସ୍ଵତନ୍ତ୍ର କାର୍ଯ୍ୟକ୍ରମଗୁଡ଼ିକ ହାତକୁ ନେଇଥିଲେ । ଅସହଯୋଗ ଆନ୍ଦୋଳନ ବିଫଳ ହୋଇଥିଲେ ମଧ୍ୟ ଏହାର ଫଳାଫଳ ଗୁରୁତ୍ଵପୂର୍ଣ ଥିଲା । ଏହାଦ୍ଵାରା ଭରତର ସ୍ଵାଧୀନତା ଆନ୍ଦୋଳନ ଗ୍ରାମାଞ୍ଚଳକୁ ପରିବ୍ୟାପ୍ତ ହେଲା । ଭାରତୀୟମାନଙ୍କର ବ୍ରିଟିଶ ବିରୋଧୀ ମନୋଭାବ ତୀବ୍ରତର ହେଲା । ଏହାପରେ କଂଗ୍ରେସ କେବଳ ଭାରତୀୟ ନେତାମାନଙ୍କ ଅନୁଷ୍ଠାନ ନହୋଇ ଭାରତୀୟ ଜନତାଙ୍କ ଅନୁଷ୍ଠାନ ହେଲା । ଗାନ୍ଧିଜୀ ଭାରତର ଶ୍ରେଷ୍ଠ ଜନପ୍ରିୟ ନେତାରୂପେ ସ୍ଵୀକୃତ ହେଲେ । ଏହି ଆନ୍ଦୋଳନ ଭାରତୀୟମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି କରିଥିଲା । ପରବର୍ତୀ ଆନ୍ଦୋଳନ ପାଇଁ ଭାରତୀୟମାନେ ଗାନ୍ଧିଜୀଙ୍କ ନେତୃତ୍ୱକୁ ଅପେକ୍ଷା କରି ରହିଲେ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୨ । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପ୍ରଭାବ କିପରି ଅନୁଭୂତ ହୋଇଥିଲା ଉଲ୍ଲେଖ କର ।
Answer:
ସମଗ୍ର ଭାରତରେ ଗାନ୍ଧିଜୀଙ୍କ ନେତୃତ୍ଵରେ ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ପ୍ରତିଧ୍ଵନି ପ୍ରତିଫଳିତ ହୋଇଥିଲା ଓଡ଼ିଶାରେ । ଓଡ଼ିଶାରେ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ଵରେ ରେଭେନ୍ସା କଲେଜର କେତେକ ଛାତ୍ର ପ୍ରତିରକ୍ଷା ବାହିନୀରେ ଯୋଗଦେଇ ଇଂରେଜମାନଙ୍କୁ ସାହାଯ୍ୟ କରିଥିଲେ ପ୍ରଥମ ବିଶ୍ଵଯୁଦ୍ଧ ସମୟରେ । ମାତ୍ର ଯୁଦ୍ଧ ପରେ ଭାରତୀୟମାନଙ୍କୁ କିଛିଟା ରାଜନୈତିକ ଅଧିକାର ଦେବା ପରିବର୍ତ୍ତେ କଠୋର ରାୱାଲଡ୍ ଆଇନ ପ୍ରବର୍ତ୍ତନ କରିଥିଲେ ଇଂରେଜମାନେ । ଇଂରେଜମାନଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ଗାନ୍ଧିଜୀ ଶେଷରେ ଅସହଯୋଗ ଆନ୍ଦୋଳନ କରିବାପାଇଁ ସ୍ଥିର କରିଥିଲେ ।

୧୯୨୦ ଡିସେମ୍ବର ମାସରେ ଜାତୀୟ କଂଗ୍ରେସର ନାଗପୁର ଅବେଶନରେ ଓଡ଼ିଶାରୁ ୩୫ ଜଣ ପ୍ରତିନିଧ୍ ଗୋପବନ୍ଧୁ ଦାସଙ୍କ ନେତୃତ୍ଵରେ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ହରେକୃଷ୍ଣ ମହତାବ, ମୁକୁନ୍ଦପ୍ରସାଦ ଦସ, ନିରଞ୍ଜନ ପଟ୍ଟନାୟକ, ଭାଗୀରଥ୍ ମହାପାତ୍ର, ଯଦୁମଣି ମଙ୍ଗରାଜ ପ୍ରଭୃତି ନେତାମାନେ ମୁଖ୍ୟ ଥିଲେ । ଏହି ଅଧୂବେଶନରେ ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ବିପୁଳ ଉତ୍ସାହ ଓ ଉନ୍ମାଦନାର ସହ ଗୃହୀତ ହୋଇଥିଲା । ଏହାଛଡ଼ା ଏଥିରେ ଭାଷାସୂତ୍ରରେ ପ୍ରଦେଶ ଗଠନ ନୀତିକୁ ମାନିନିଆଯାଇ ଓଡ଼ିଶା ପ୍ରାଦେଶିକ କଂଗ୍ରେସ କମିଟି ଗଠନକୁ ସ୍ୱୀକୃତି ପ୍ରଦାନ କରାଗଲା । ଓଡ଼ିଶାର ପ୍ରତିନିଧୁମାନେ ନୂତନ ଆଶା ନେଇ ଓଡ଼ିଶାକୁ ଫେରିଆସି ଗାନ୍ଧିଜୀଙ୍କ ନେତୃତ୍ଵରେ ଅସହଯୋଗ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କଲେ । ପଣ୍ଡିତ ଗୋପବନ୍ଧୁ ଦାସ ଉତ୍କଳ କଂଗ୍ରେସ କମିଟି ଗଠନ କରି ତା’ର ସଭାପତି ହେଲେ ଓ ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ପରିଚାଳନା ଦାୟିତ୍ଵ କଂଗ୍ରେସ ଉପରେ ନ୍ୟସ୍ତ କରାଗଲା ।

ଗୋପବନ୍ଧୁ ଦାସଙ୍କ ନେତୃତ୍ୱରେ ଓଡ଼ିଶାର ଅଗଣିତ ଓଡ଼ିଆ ଯୁବକ ସ୍କୁଲ-କଲେଜ ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ । ହରେକୃଷ୍ଣ ମହତାବ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ନୀଳକଣ୍ଠ ଦାସ, ଗୋପବନ୍ଧୁ ଚୌଧୁରୀ ପ୍ରମୁଖ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ । ଗୋପବନ୍ଧୁ ଚୌଧୁରୀ ଡେପୁଟି କଲେକ୍ଟର ଚାକିରିରୁ ଇସ୍ତଫା ଦେଲେ ଓ ପଣ୍ଡିତ ଲିଙ୍ଗରାଜ ମିଶ୍ର ସରକାରୀ ଅଧ୍ୟାପକ ଚାକିରି ଛାଡ଼ି ଆନ୍ଦୋଳନରେ ଯୋଗଦେଲେ । କଂଗ୍ରେସ କର୍ମୀମାନଙ୍କୁ ତାଲିମ ଦେବାପାଇଁ କଟକର ‘ସ୍ଵରାଜ ଆଶ୍ରମ’ ଓ ଜଗତ୍‌ସିଂହପୁରରେ ‘ଅଳକା ଆଶ୍ରମ’ ପ୍ରତିଷ୍ଠା କରାଯାଇଥିଲା । କଟକରେ ଛାତ୍ରମାନେ ‘ସ୍ଵରାଜ ସେବକ ସଂଘ’ ଗଠନ କରିଥିଲେ ।

ଆନ୍ଦୋଳନର ଲକ୍ଷ୍ୟ – ଓଡ଼ିଶାରେ ଅସହଯୋଗ ଆନ୍ଦୋଳନର ଦୁଇଟି ଲକ୍ଷ୍ୟ ଥିଲା । ପ୍ରଥମଟି ହେଲା – ବିଦେଶୀ ଦ୍ରବ୍ୟ, ସରକାରୀ କୋର୍ଟକଚେରି, ସରକାରଙ୍କ ପ୍ରଦତ୍ତ ପଦବୀ ଓ ଉପାଧ୍ ଏବଂ ଇଂରେଜ ସରକାରଙ୍କ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବର୍ଜନ କରିବା । ଦ୍ଵିତୀୟଟି ହେଲା – ଓଡ଼ିଶାରେ ହିନ୍ଦୁ-ମୁସଲମାନମାନଙ୍କ ମଧ୍ୟରେ ଐକ୍ୟଭାବ, ନିଶା ନିବାରଣ, ଜାତୀୟ ଶିକ୍ଷାର ପ୍ରସାର ଏବଂ ଓଡ଼ିଶାରେ ଖଦୀର ପ୍ରସାର ଆଦି ଗଠନମୂଳକ କାର୍ଯ୍ୟ କରିବା । ବିଦେଶୀ ଦ୍ରବ୍ୟ ବର୍ଜନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିଲା । କଂଗ୍ରେସ କର୍ମୀମାନେ ବାଲେଶ୍ଵର ଜିଲ୍ଲାରେ ‘ସ୍ଵରାଜ ମନ୍ଦିର’ ପ୍ରତିଷ୍ଠା କରି ବିଦେଶୀ ବସ୍ତ୍ର ବର୍ଜନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରରୋଚନାରେ ବହୁ ଓଡ଼ିଆ ଶ୍ରମିକ କଲିକତାସ୍ଥିତ ବିଦେଶୀ ଦୋକାନମାନଙ୍କରେ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଥିଲେ । ଫଳରେ କଲିକତାର ବଡ଼ବଜାରରେ ଦୋକାନଗୁଡ଼ିକ ବନ୍ଦ ହୋଇଯାଇଥିଲା ।

୧୯୨୧ ମାର୍ଚ୍ଚ ୨୩ ତାରିଖରେ ଗାନ୍ଧିଜୀ ଓଡ଼ିଶା ଆସି କଟକର କାଠଯୋଡ଼ି ବାଲିପଠାରେ ସଭା କରିଥିଲେ ଏଥ‌ିରେ ଗୋପବନ୍ଧୁ ଦାସ ସଭାପତିତ୍ୱ କରିଥିଲେ । ଆନ୍ଦୋଳନକୁ ସଫଳ କରିବାପାଇଁ ବିବିଧ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ସରକାରୀ ଶିକ୍ଷାନୁଷ୍ଠାନ ବର୍ଜନ କରିବା ଫଳରେ ଓଡ଼ିଶାରେ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଗୋପବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ସତ୍ୟବାଦୀଠାରେ ଜାତୀୟ ବନବିଦ୍ୟାଳୟ କାର୍ଯ୍ୟକାରୀ ହୋଇଥିଲା । କଟକରେ ଏକ ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟମାନଙ୍କରେ ସୂତାକଟା, ଲୁଗାବୁଣା, କାଠକାମ ଓ ହିନ୍ଦୀଶିକ୍ଷା ଇତ୍ୟାଦି ପାଠ୍ୟକ୍ରମ ରହିଥିଲା ।

ଏହି ସମୟରେ ଓଡ଼ିଶାରେ ଜମିଦାରମାନଙ୍କ ଅତ୍ୟାଚାର ବଢ଼ିଚାଲିଲା । ଜମିଦାରମାନଙ୍କ ବିରୋଧରେ ଉତ୍କଳ ପ୍ରାଦେଶିକ କମିଟି ସ୍ଵର ଉତ୍ତୋଳନ କରିଥିଲା । କନିକାର ରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜ ପ୍ରଜାମାନଙ୍କୁ ଅତ୍ୟାଚାର କରି ଭୂରାଜସ୍ୱ ଆଦାୟ କରୁଥିବାରୁ କଂଗ୍ରେସ କର୍ମୀମାନେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିଥିଲେ । ଫଳରେ ଗୋପବନ୍ଧୁ ଦାସ ଓ ଭାଗୀରଥ ମହାପାତ୍ରଙ୍କୁ ଛଅମାସ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା ।

ଆନ୍ଦୋଳନକୁ ଦମନ– ଅସହଯୋଗ ଆନ୍ଦୋଳନକୁ ଦମନ କରିବାପାଇଁ ଇଂରେଜ ସରକାର ଅନ୍ୟାନ୍ୟ ରାଜ୍ୟଭଳି ଓଡ଼ିଶାରେ ମଧ୍ୟ ଦମନମୂଳକ କାର୍ଯ୍ୟ ଆରମ୍ଭ କଲେ । ସଭାସମିତି, ଶୋଭାଯାତ୍ରା ବେଆଇନ ବୋଲି ଘୋଷିତ ହେଲା । ଗୋପବନ୍ଧୁ ଦାସଙ୍କୁ ହାତକଡ଼ି ପକାଇ ଗିରଫକରି ନିଆଗଲା ଏବଂ ହଜାରିବାଗ ଜେଲକୁ ପଠାଇ ଦିଆଗଲା । ଚୌରୀଚୌରା ହିଂସାକାଣ୍ଡ ପରେ ଗାନ୍ଧିଜୀ ମର୍ମାହତ ହୋଇ ଆନ୍ଦୋଳନକୁ ସ୍ଥଗିତ ରଖୁବା ଫଳରେ ଓଡ଼ିଶାରେ ଏହାର ଗତି ଧୂମେଇ ଯାଇଥିଲା ।

ଫଳାଫଳ– ୧୯୨୪ ଜୁନ୍ ୨୪ ତାରିଖରେ ହଜାରିବାଗ ଜେଲ୍‌ରୁ ମୁକ୍ତି ପାଇବା ପରେ ପଣ୍ଡିତ ଗୋପବନ୍ଧୁ ଦାସ କଟକରେ ଅନୁଷ୍ଠିତ ଉତ୍କଳ ପ୍ରାଦେଶିକ କମିଟିରେ ଯୋଗ ଦେଇଥିଲେ । ହରେକୃଷ୍ଣ ମହତାବ ଜେଲରୁ ଫେରିବା ପରେ ୧୯୨୩ ଖ୍ରୀ.ଅ. ସେପ୍ଟେମ୍ବର ୨ ତାରିଖ ଦିନ ବାଲେଶ୍ଵରରୁ ‘ପ୍ରଜାତନ୍ତ୍ର’ ସମ୍ବାଦପତ୍ର ପ୍ରକାଶନ କରିଥିଲେ । ଓଡ଼ିଶାରେ ଏହି ଅସହଯୋଗ ଆନ୍ଦୋଳନ ଖଦୀ ଓ ଚରଖା ଆନ୍ଦୋଳନକୁ ପ୍ରସାର କରିବାରେ ସାହାଯ୍ୟ କରିଥିଲା । ମହାତ୍ମାଗାନ୍ଧୀଙ୍କୁ ଜାତୀୟ ନେତାଭାବରେ ସ୍ଵୀକୃତି ମିଳିଲା । ଓଡ଼ିଶାରେ କନିକା କୃଷକ ଆନ୍ଦୋଳନକୁ ପାଥେୟ ଯୋଗାଇଥିଲା ଏହି ଅସହଯୋଗ ଆନ୍ଦୋଳନ । ଶେଷରେ ଭାରତ ତଥା ଓଡ଼ିଶାବାସୀଙ୍କ ମନରେ ମୁକ୍ତିସଂଗ୍ରାମ ଜାରି ରଖୁବାପାଇଁ ଅପୂର୍ବ ଉନ୍ମାଦନା ସଞ୍ଚାର କରିଥିଲା । ମୋଟ ଉପରେ ଅସହଯୋଗ ଆନ୍ଦୋଳନରେ ଓଡ଼ିଶାର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୩ । ଆଇନ ଅମାନ୍ୟ ଆନ୍ଦୋଳନରେ ଓଡ଼ିଶାର ଭୂମିକା କ’ଣ ଥିଲା ଆଲୋଚନା କର ।
Answer:
୧୯୨୯ ଜାତୀୟ କଂଗ୍ରେସର ଲାହୋର ଅଧିବେଶନରେ ଜବାହରଲାଲ ନେହେରୁଙ୍କ ସଭାପତିତ୍ୱରେ ଗୃହୀତ ହୋଇ ୧୯୩୦ରେ ମହାତ୍ମା ଗାନ୍ଧି ଆରମ୍ଭ କରିଥିଲେ ଆଇନ ଅମାନ୍ୟ ଆନ୍ଦୋଳନ । ସେ ୧୯୩୦ ମାର୍ଚ୍ଚ ୧୨ ତାରିଖ ଦିନ ଐତିହାସିକ ଦାଣ୍ଡିଯାତ୍ରା କରି ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହାର ପ୍ରତିକ୍ରିୟା ଓଡ଼ିଶାରେ ଯଥେଷ୍ଟ ପରିମାଣରେ ଅନୁଭୂତ ହୋଇଥିଲା । ଇଞ୍ଚୁଡ଼ି, କାକଟପୁର ଓ ଗଞ୍ଜାମ ଆଦି ସ୍ଥାନରେ ବ୍ୟାପକ ହୋଇଉଠିଥିଲା ଏହି ଆଇନ ଅମାନ୍ୟ ଆନ୍ଦୋଳନ । ୧୯୩୦ ଫେବୃୟାରୀ ୨୮ରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଆନୁକୂଲ୍ୟରେ ଆହୂତ ହୋଇଥିଲା ସଭା । ଓଡ଼ିଶାର ଆଇନ ଅମାନ୍ୟ ଆନ୍ଦୋଳନର ନେତୃତ୍ଵ ନେଇଥିଲେ ଗୋପବନ୍ଧୁ ଚୌଧୁରୀ । ଲବଣ ସତ୍ୟାଗ୍ରହ ପାଇଁ ବାଲେଶ୍ଵର ଜିଲ୍ଲାର ଇଞ୍ଚୁଡ଼ିକୁ ସର୍ବପ୍ରଥମେ ମନୋନୟନ କରାଯାଇଥିଲା । ହରେକୃଷ୍ଣ ମହତାବ ଓ ସୁରେନ୍ଦ୍ରନାଥ ଦାସଙ୍କ ଉପରେ ନ୍ୟସ୍ତ ଥିଲା ବାଲେଶ୍ଵରର ସତ୍ୟାଗ୍ରହୀମାନଙ୍କୁ ଏକଜୁଟ କରାଇବାର ଦାୟିତ୍ଵ ।

୧୯୩୦ ଖ୍ରୀ.ଅ. ଏପ୍ରିଲ ୬ ତାରିଖ ଦିନ ଗୋପବନ୍ଧୁ ଚୌଧୁରୀ ଓ ଆଚାର୍ଯ୍ୟ ହରିହର ଦାସଙ୍କ ନେତୃତ୍ୱରେ ୨୧ ଜଣ ସତ୍ୟାଗ୍ରହୀ କଟକ ସ୍ଵରାଜ ଆଶ୍ରମରୁ ଇଞ୍ଚୁଡ଼ି ପର୍ଯ୍ୟନ୍ତ ଐତିହାସିକ ଯାତ୍ରା ଆରମ୍ଭ କରିଥିଲେ । ପୋଲିସ ବାଟରୁ ଗୋପବନ୍ଧୁ ଚୌଧୁରୀଙ୍କୁ ଗିରଫ କରିନେଇଥିଲେ । ୧୯୩୦ ଖ୍ରୀ.ଅ. ଏପ୍ରିଲ ୧୪ ତାରିଖ ଦିନ ସତ୍ୟାଗ୍ରହୀମାନେ ଇଞ୍ଚୁଡ଼ିଠାରେ ଲବଣ ଆଇନ ଭଙ୍ଗ କରିଥିଲେ । ଏପ୍ରିଲ ୨୦ ତାରିଖ ଦିନ ରମାଦେବୀ ଓ ମାଳତୀଦେବୀଙ୍କ ନେତୃତ୍ଵରେ ଶହ ଶହ ମହିଳା ଇଞ୍ଚୁଡ଼ିକୁ ଯାତ୍ରା କରିଥିଲେ । ଲବଣ ଆଇନ ଭଙ୍ଗକରି ଆଚାର୍ଯ୍ୟ ହରିହରଙ୍କ ସହ ଶହ ଶହ ଅନ୍ୟାନ୍ୟ ସତ୍ୟାଗ୍ରହୀ ପୋଲିସ୍ ହାତରେ ଗିରଫ ହୋଇଥିଲେ ।

ଇଞ୍ଚୁଡ଼ି ବ୍ୟତୀତ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ; ଯଥା- ଅବିଭକ୍ତ କଟକ ଜିଲ୍ଲାର କୁଜଙ୍ଗ, ପୁରୀ ଜିଲ୍ଲାର କୁହୁଡ଼ି ଓ ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାର ହୁମା ପ୍ରଭୃତି ସ୍ଥାନରେ ଲୁଣମରା ଅଭିଯାନ ଚାଲୁରହିଲା । ହଜାର ହଜାର ଲୋକ ସରକାରୀ ନୀଳକଣ୍ଠ ଦାସ, ଜଗନ୍ନାଥ ରଥ, ନୀଳାମ୍ବର ଦାସ, କରୁଣାକର ପାଣିଗ୍ରାହୀ ଏବଂ ମଥୁରାମୋହନ ବେହେରା ବାଲେଶ୍ଵର ଜିଲ୍ଲାର ମାର୍ଥାଠାରେ ଲବଣ ସତ୍ୟାଗ୍ରହର ନେତୃତ୍ଵ ନେଇଥିଲେ । ଓଡ଼ିଶାରେ ସ୍କୁଲମାନଙ୍କରୁ ବହୁ ଅଳ୍ପବୟସ୍କ ଛାତ୍ର ଏକତ୍ରିତ ହୋଇ ବାନରସେନା ଗଠନକରି ଆନ୍ଦୋଳନାତ୍ମକ କାର୍ଯ୍ୟ ଚାଲୁରଖୁଲେ । ଲୁଗାପୋଡ଼ି, ମଦଦୋକାନ ଆଗରେ ପିକେଟିଂ ଆଦି ସେମାନଙ୍କର ପ୍ରଧାନକାର୍ଯ୍ୟ ଥିଲା । ପୋଲିସ୍ ସେମାନଙ୍କୁ ବେତମାଡ଼ଦ୍ଵାରା ଦମନ କରିବାପାଇଁ ଚେଷ୍ଟାକରି ବିଫଳ ହେଲେ ।

ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗଦେଇ ଓଡ଼ିଶାର ବହୁ ନେତା ସରକାରଙ୍କଦ୍ଵାରା ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରେ ହରେକୃଷ୍ଣ ମହତାବ, ଗୋପବନ୍ଧୁ ଚୌଧୁରୀ, ଲିଙ୍ଗରାଜ ମିଶ୍ର, ନନ୍ଦକିଶୋର ଦାସ, ନୀଳକଣ୍ଠ ଦାସ, ଯଦୁମଣି ମଙ୍ଗରାଜ, କୃପାସିନ୍ଧୁ ହୋତା, ରମାଦେବୀ, ସରଳାଦେବୀ ପ୍ରଭୃତି ପ୍ରମୁଖ ଥିଲେ । ୧୯୩୧ ଖ୍ରୀଷ୍ଟାବ୍ଦରେ ଗାନ୍ଧି-ଇର୍‌ଉଇନ୍ ଚୁକ୍ତି ସ୍ୱାକ୍ଷରିତ ହେବାପରେ ଗାନ୍ଧିଜୀ ଆଇନ ଅମାନ୍ୟ ଆନ୍ଦୋଳନକୁ ପ୍ରତ୍ୟାହାର କରି ନେଇଥିଲେ । ଚୁକ୍ତିର ସର୍ଭେ ଅନୁସାରେ ବଡ଼ଲାଟ ଭାରତୀୟମାନଙ୍କର କେତେକ ନ୍ୟାଯ୍ୟ ଦାବିକୁ ମାନିନେଇଥିଲେ ।

କିନ୍ତୁ ଗାନ୍ଧିଜୀ ଦ୍ଵିତୀୟ ଗୋଲ୍ଟେବୁଲ ବୈଠକରୁ ନିରାଶ ହୋଇ ଫେରିବା ପରେ ପୁନର୍ବାର ଆଇନ ଅମାନ୍ୟ ଆନ୍ଦୋଳନ ଚଳାଇବାପାଇଁ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଫଳରେ ଦେଶର ଚାରିଆଡ଼େ ଏହି ଆନ୍ଦୋଳନ ପୂର୍ବାପେକ୍ଷା ତୀବ୍ରଭାବରେ ଚାଲିଲା । ପୋଲିସ୍ ଓଡ଼ିଶାରେ କଟକ, ପୁରୀ, ବାଲେଶ୍ଵର ଏବଂ ସମ୍ବଲପୁର ପ୍ରଭୃତି ସ୍ଥାନର କଂଗ୍ରେସ କାର୍ଯ୍ୟାଳୟଗୁଡ଼ିକୁ ଦଖଲ କରିନେଲେ ଏବଂ ବହୁ ବ୍ୟକ୍ତିଙ୍କୁ ଗିରଫ କରିଥିଲେ । ନୀଳାମ୍ବର ଦାସ, ବିନୋଦ କାନୁନ୍‌ଗୋ, ସୁରେନ୍ଦ୍ରନାଥ ଦାସ ପ୍ରଭୃତି ନେତାମାନେ ଆନ୍ଦୋଳନକୁ ବେଳକୁ ଓଡ଼ିଶାରେ ଏହି ଆନ୍ଦୋଳନରେ ଭଟ୍ଟା ପଡ଼ିଯାଇଥିଲା ।

ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନର ଫଳାଫଳ ଥିଲା ସୁଦୂରପ୍ରସାରୀ । ଏହି ଆନ୍ଦୋଳନ ଫଳରେ ଓଡ଼ିଶାରେ ଜନଜାଗରଣ ଅଧ୍ବକ ପରିମାଣରେ ବୃଦ୍ଧି ପାଇଥିଲା । ୧୯୩୧ ଖ୍ରୀ.ଅ.ରେ କଟକଠାରେ ରାଧାନାଥ ରଥ, ମଧୁସୂଦନ ପଟ୍ଟନାୟକ, ବାଲୁଙ୍କେଶ୍ୱର ଆଚାର୍ଯ୍ୟ ଓ ଗୋବିନ୍ଦ ଚନ୍ଦ୍ର ମିଶ୍ରଙ୍କ ଉଦ୍ୟମରେ ପ୍ରଥମ ଓଡ଼ିଶା ପ୍ରଜା ସମ୍ମିଳନୀ ଆୟୋଜିତ ହୋଇଥିଲା । ଓଡ଼ିଶାରେ ଏହି ସମୟରେ ‘ସମାଜ’ ଓ ‘ପ୍ରଜାତନ୍ତ୍ର’ ନାମକ ଦୁଇଟି ସାପ୍ତାହିକ ସମ୍ବାଦପତ୍ର ଦୈନିକ ରୂପେ ପ୍ରକାଶଲାଭ କରିଥିଲା । ଓଡ଼ିଶାରେ ଆଇନ ଅମାନ୍ୟ ଆନ୍ଦୋଳନ ନାରୀ ଜାଗରଣ ପାଇଁ ଭିତ୍ତିଭୂମି ପ୍ରତିଷ୍ଠା କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

୪। ଭାରତଛାଡ଼ ଆନ୍ଦୋଳନ କେଉଁ ପରିସ୍ଥିତିରେ ଆରମ୍ଭ ହେଲା ? ଭାରତର ସ୍ଵାଧୀନତାକୁ ଏହା କିପରି ତ୍ବରାନ୍ବିତ କଲା ?
Answer:
୧୯୪୨ରେ ଭାରତର ରାଜନୀତି ଜିନ୍ନାଙ୍କ ପାକିସ୍ତାନ ଦାବି, ଜାପାନୀମାନଙ୍କର ସୀମାନ୍ତ ଆକ୍ରମଣ ଏବଂ ଇଂରେଜମାନଙ୍କ ଦମନନୀତି ଯୋଗୁଁ ଶୋଚନୀୟ ଅବସ୍ଥାରେ ପହଞ୍ଚିଲା । ଦେଶରେ ଅରାଜକତା ଓ ଅଶାନ୍ତି ଦିନକୁ ଦିନ ବୃଦ୍ଧି ପାଇଲା । ମହାତ୍ମା ଗାନ୍ଧି ଉପଲବ୍‌ଧୁ କଲେ ଯେ ଇଂରେଜମାନେ ଭାରତର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଅଧିକ ସମୟ ଖେଳ ଖେଳିଲେ ଦେଶର ସର୍ବନାଶ ଘଟିବ । ତେଣୁ ସେ ହଠାତ୍‌ ଭାରତଛାଡ଼ ଆନ୍ଦୋଳନ ଆରମ୍ଭ କରିବାପାଇଁ ସ୍ଥିର କଲେ । ଏହାଛଡ଼ା ସେ ଆଶାକଲେ ଯେ ସରକାର ଏପରି ସଂକଟକାଳରେ ଆନ୍ଦୋଳନକୁ ଦବାଇବାପାଇଁ କଠୋର ନୀତି ଅବଲମ୍ବନ ନକରି ଆପୋଷ ସମାଧାନ ପାଇଁ ଉଦ୍ୟମ କରିବେ । କେତେକ ତୁଙ୍ଗନେତା ସରକାରଙ୍କଠାରୁ ଠିକ୍ ଓଲଟା ଆଶା କରୁଥିଲେ ମଧ୍ୟ ଗାନ୍ଧିଜୀଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରିପାରିଲେ ନାହିଁ ।

ଆନ୍ଦୋଳନର ପୃଷ୍ଠଭୂମି– ପ୍ରଥମତଃ, ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଇଂଲଣ୍ଡରେ ପ୍ରଧାନମନ୍ତ୍ରୀ ସାର୍ ଷ୍ଟାଫୋର୍ଡ଼ କ୍ରିପ୍‌ସଙ୍କ ନେତୃତ୍ୱରେ ଏକ ଦଳ ଭାରତ ପଠାଇଥିଲେ । ଏହା ‘କ୍ରିପ୍‌ ମିଶନ’ ନାମରେ ବିଖ୍ୟାତ । ବିଭିନ୍ନ ଦଳ ସହିତ ଆଲୋଚନା କରି ଭାରତରେ ଔପନିବେଶିକ ସ୍ୱାୟତ୍ତ ଶାସନ ପ୍ରଚଳନ କରିବାର ପ୍ରସ୍ତାବ ଦେଇଥିଲେ କ୍ରିପ୍‌ସ । ଏଥ‌ିରେ ଭାରତ ବିଭାଜନର ମଞ୍ଜି ସୁପ୍ତଭାବରେ ରହିଥ‌ିବାରୁ ଗାନ୍ଧିଜୀ କ୍ରିପ୍‌ସଙ୍କ ଏହି ପ୍ରସ୍ତାବରେ ଉତ୍‌କ୍ଷିପ୍ତ ହୋଇଥିଲେ । ଫଳରେ କ୍ରିପ୍‌ସଙ୍କ ପ୍ରସ୍ତାବ ଭାରତୀୟମାନଙ୍କଦ୍ଵାରା ଗୃହୀତ ହେଲାନାହିଁ । ଦ୍ଵିତୀୟତଃ, ଜାପାନ ବର୍ମା ଅଧିକାର କରିବା ପରେ ସେଠାରୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ଶରଣାର୍ଥୀମାନେ ଇଂରେଜମାନଙ୍କର ଅତ୍ୟାଚାର ସମ୍ପର୍କରେ ବର୍ଣ୍ଣନା କରିଥିଲେ ଯାହା ବହୁ ନେତାଙ୍କୁ ବିଚଳିତ କରିଥିଲା ।

ତେଣୁ ଇଂରେଜମାନଙ୍କୁ ଭାରତରୁ ତଡ଼ିବାର ଉପଯୁକ୍ତ ସମୟ ଆସିଯାଇଛି ବୋଲି କଂଗ୍ରେସ ଉପଲବ୍‌ଧ୍ଵ କରିଥିଲା । ତୃତୀୟତଃ, ସମ୍ଭାବ୍ୟ ଜାପାନ ଆକ୍ରମଣର ଭୟ ଭାରତୀୟମାନଙ୍କୁ ଲାଗିଥିଲା । ଇଂରେଜମାନଙ୍କୁ ସିଙ୍ଗାପୁର, ମାଳୟ ଏବଂ ବର୍ମାରେ ପରାସ୍ତ କରିବା ପରେ କାଳେ ଭାରତଆଡ଼କୁ ଜାପାନ ମାଡ଼ିଆସିବ, ଏଥ‌ିପାଇଁ ଭାରତୀୟମାନେ ଇଂରେଜମାନଙ୍କୁ ଭାରତରୁ ତଡ଼ିବାପାଇଁ କଂଗ୍ରେସ ନେତାମାନେ ଚାହିଁଥିଲେ । ଏହିସବୁ କାରଣପାଇଁ ଭାରତଛାଡ଼ ଆନ୍ଦୋଳନର ଉତ୍ପତ୍ତି ଘଟିଥିଲା ।

ଭାରତଛାଡ଼ ପ୍ରସ୍ତାବ– ୮ ଅଗଷ୍ଟ ୧୯୪୨ରେ ଭାରତୀୟ ଜାତୀୟ କଂଗ୍ରେସର ବମ୍ବେ ଅଧିବେଶନରେ ମହାତ୍ମା ଜଳିଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଜଳି ଉଠିଲା । ଭାରତଛାଡ଼ ଆନ୍ଦୋଳନକୁ ଦମନ କରିବାପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ । ତେଣୁ କଂଗ୍ରେସ ଅଧିବେଶନରେ ସେହି ପ୍ରସ୍ତାବ ଗୃହୀତ ହେବାର ଅଳ୍ପ କେଇଘଣ୍ଟା ପରେ ଅଗଷ୍ଟ ୯ ତାରିଖ ପ୍ରତ୍ୟୁଷରେ ଗାନ୍ଧିଜୀ, ଜବାହରଲାଲ ନେହେରୁ, ଆଜାଦ୍ କୃପାଳିନୀ ପ୍ରମୁଖ ତୁଙ୍ଗ ନେତାଙ୍କୁ ଗିରଫକରି ନିଆଗଲା । କଂଗ୍ରେସକୁ ବେଆଇନ ଘୋଷଣା କରାଗଲା ଏବଂ ଦେଶସାରା ସବୁ କଂଗ୍ରେସ କର୍ମୀଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ସରକାରଙ୍କ ଏଭଳି ଆଚରଣରେ ଜନସାଧାରଣ କ୍ଷୁବ୍‌ଧ ହୋଇ ଆନ୍ଦୋଳନ କରିବାପାଇଁ ନିଷ୍ପତ୍ତି ନେଲେ । ଫଳରେ ଭାରତଛାଡ଼ ଆନ୍ଦୋଳନକ୍ଷିପ୍ରଗତିରେ ଆଗେଇ ଚାଲିଲା | କାର୍ଯ୍ୟପନ୍ଥା– ଏହି ଆନ୍ଦୋଳନ ସମୟରେ କଂଗ୍ରେସ ନିମ୍ନ କାର୍ଯ୍ୟପନ୍ଥାମାନ ଗ୍ରହଣ କରିଥିଲା ।

  • କୃଷକମାନେ ଜମିକର ଦେବେନାହିଁ ଓ ଅନ୍ୟାନ୍ୟ ଟିକସ ପ୍ରଚଳନ ବନ୍ଦ ରହିବ ।
  • ଇଂରେଜ କର୍ମଚାରୀଙ୍କୁ ଖାଦ୍ୟଦ୍ରବ୍ୟ ବିକ୍ରି କରିବେ ନାହିଁ ।
  • କାଗଜ ନୋଟ୍ ଗ୍ରହଣ କରାଯିବ ନାହିଁ ।
  • ରାସ୍ତା, ଟେଲିଗ୍ରାଫ ଲାଇନ୍ ଓ ରେଳଧାରଣା ବିପର୍ଯ୍ୟସ୍ତ କରିଦିଆଯିବ ।
  • ସ୍କୁଲ, କଲେଜ, କୋର୍ଟ ଆଦି ବର୍ଜନ କରାଯିବ ।
  • ପୋଲିସ୍ ଥାନା, କୋର୍ଟ ଓ ଜେଲ ଭାରତୀୟମାନଙ୍କ ଅକ୍ତିଆରକୁ ନିଆଯିବ ।
  • ପଞ୍ଚାୟତ ସ୍ତରରେ ଶାନ୍ତି ବାହିନୀ ଗଠନ କରାଯିବ ।
  • ଅହିଂସା ମାର୍ଗରେ ଆନ୍ଦୋଳନକୁ ଚାଲୁ ରଖାଯିବ ।

ଉପରୋକ୍ତ କାର୍ଯ୍ୟମାନ ଦେଶର ସର୍ବତ୍ର ପାଳନ କରିବାପାଇଁ କର୍ମୀମାନେ ଉଦ୍ୟମ କଲେ । ସମଗ୍ର ଦେଶରେ ବିଦ୍ରୋହର ବହ୍ନି ଜଳିଉଠିଲା । ସଭା ଓ ଶୋଭାଯାତ୍ରାରେ ଦେଶ ପ୍ରକମ୍ପିତ ହେଲା । ସହରମାନଙ୍କର ଜୀବନଯାତ୍ରା ଅଚଳ ହୋଇପଡ଼ିଲା; ମାତ୍ର ସରକାରଙ୍କ ଦମନଲୀଳା ଆଗରେ ଆନ୍ଦୋଳନ ବେଶୀଦିନ ବଞ୍ଚୁପାରିଲା ନାହିଁ । ସରକାର ଜନତାଙ୍କ ଉପରେ ଆଖୁବୁଜା ଗୁଳିଚାଳନା, ଲାଠିଚାଳନା ଓ ବୋମାବର୍ଷଣ କଲେ । ଅନେକ ଗ୍ରାମ ଜାଳିଦେଲେ ଓ ସ୍ତ୍ରୀଲୋକମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ସରକାରୀ ହିସାବ ଅନୁସାରେ ଏହି ଆନ୍ଦୋଳନରେ ୬୦ ହଜାରରୁ ଅଧ‌ିକ ଲୋକ ଗିରଫ ହୋଇଥିଲେ, ଏକହଜାର ଲୋକ ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ ଏବଂ ଦୁଇହଜାର ଲୋକ ଆହତ ହୋଇଥିଲେ ।

ଗାନ୍ଧିଜୀ ଜେଲରେ ୧୯୪୩ ଖ୍ରୀ.ଅ.ରେ ଏହାର ପ୍ରତିବାଦ କରି ୨୧ ଦିନ ଅନଶନ ପାଳନ କଲେ । ମାତ୍ର ସରକାର ଗାନ୍ଧିଜୀଙ୍କ ପ୍ରତି କୌଣସି ଉଦାରତା ଦେଖାଇ ନଥିଲେ । ସୌଭାଗ୍ୟବଶତଃ ତାଙ୍କର ଅନଶନ ସଫଳ ହୋଇଥିଲା । ଏହି ଆନ୍ଦୋଳନରେ ମୁସ୍‌ଲିମ୍ ଲିଗ୍ ଜିନ୍ନା ଅଂଶଗ୍ରହଣ କରିନଥିଲେ । ଫଳାଫଳ” ଏହି ଆନ୍ଦୋଳନର ଫଳାଫଳ ସୁଦୂରପ୍ରସାରୀ ଥିଲା । ପ୍ରଥମତଃ, ଏହି ଆନ୍ଦୋଳନ ଭାରତୀୟମାନଙ୍କୁ ସାହସୀ କରିଦେଇଥିଲା । ଗାନ୍ଧିଜୀଙ୍କ ବାଣୀ– ‘କର ବା ମର’ (Do or Die) ଲୋକମାନଙ୍କ ମଧ୍ୟରେ ସୃଷ୍ଟି କରିଥିଲା ଅପୂର୍ବ ପ୍ରେରଣା । ତେଣୁ ସେମାନେ ଇଂରେଜ ସରକାରର ଗୁଳି, ଲାଠିମାଡ଼ ଆଦିକୁ ଭୂକ୍ଷେପ କରିନଥିଲେ । ଦ୍ଵିତୀୟତଃ, ଏହି ଆନ୍ଦୋଳନ ଇଂରେଜ ସରକାରଙ୍କ ଆଖ୍ ଖୋଲି ଦେଇଥିଲା । ସେମାନେ ଉପଲବ୍‌ କଲେ ଯେ ଭୟ ମାଧ୍ୟମରେ ଆଉ ଭାରତୀୟମାନଙ୍କୁ ଶାସନ କରିହେବ ନାହିଁ । ତେଣୁ ଭାରତରେ ବିକଳ୍ପ ଶାସନ ବ୍ୟବସ୍ଥା ପ୍ରବର୍ତ୍ତନପାଇଁ ସେମାନେ ଚିନ୍ତା କରିବାକୁ ଲାଗିଲେ । ପରିଶେଷରେ ଏହି ଆନ୍ଦୋଳନ ମହାତ୍ମା ଗାନ୍ଧିଙ୍କର ଭାବମୂର୍ତ୍ତିକୁ ବଳିଷ୍ଠଭାବରେ ପ୍ରତିଷ୍ଠିତ କରିଥିଲା ।

CHSE Odisha Class 12 History Chapter 13 Short & Long Answer Questions in Odia Medium

ଆନ୍ଦୋଳନ । ସ୍ଵାଧୀନତା ପ୍ରାପ୍ତି ପାଇଁ ଏହା ଭାରତୀୟମାନଙ୍କ ମନରେ ନୂତନ ଉନ୍ମାଦନା ସୃଷ୍ଟି କରିଥିଲା । ବ୍ରିଟିଶ ସାମ୍ରାଜ୍ୟର ଗୌରବ-ରବିକୁ ଭାରତବର୍ଷରୁ ଅସ୍ତମିତ କରିବାପାଇଁ ଆବାହନୀ ସଙ୍ଗୀତ ଗାଇଥିଲା ଭାରତଛାଡ଼ ଆନ୍ଦୋଳନ । ୧୯୪୨ ଅଗଷ୍ଟ, ବିପ୍ଳବ ଦବିଗଲା ସତ, ମାତ୍ର ଏହାପରେ ଭାରତଛାଡ଼ ଧ୍ଵନି କଂଗ୍ରେସର ମୂଳମନ୍ତ୍ର ହୋଇ ରହିଗଲା । ଜୟପ୍ରକାଶ ନାରାୟଣଙ୍କ ଭାଷାରେ, ‘ଫରାସୀ ବିପ୍ଳବ ଓ ରୁଷ୍ ବିପ୍ଳବ ସେମାନଙ୍କ ଦେଶର ଇତିହାସରେ ଯେଉଁ ସ୍ଥାନ ଅଧିକାର କରିଅଛି, ୧୯୪୨ର ବିପ୍ଳବକୁ ଆମ ଦେଶ ଇତିହାସରେ ସେହି ସ୍ଥାନ ଦିଆଯାଇପାରେ ।’’

Leave a Comment