CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Odisha State Board CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ Textbook Exercise Questions and Answers.

+2 2nd Year Odia Optional Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ Question Answer

(କ) ବିକଳ୍ପ ସହ ସମ୍ଭାବ୍ୟ ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ ।
(ସମ୍ଭାବ୍ୟ ଚାରୋଟି ମଧ୍ୟରୁ ଠିକ୍ ଉତ୍ତର ବାଛି ଲେଖ ।)

Question ୧।
ମେହେର ଜୟନ୍ତୀ କେଉଁପରି ପ୍ରତିବର୍ଷ ଥରେ ଲେଖାଏଁ ଓଡ଼ିଶାକୁ ଆସେ ?
(କ) ଉଲ୍କଣ୍ଠାପରି
(ଖ) ମିନିଟ୍ କଣ୍ଟାପରି
(ଗ) ଘଣ୍ଟାକଣ୍ଟାପରି
(ଘ) ସେକେଣ୍ଡ କଣ୍ଟାପରି
ଉ –
(ଗ) ଘଣ୍ଟାକଣ୍ଟାପରି ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୨।
ମାଳିକୁ କ’ଣ ଅଡ଼ୁଆ ?
(କ) ବୋଦା
(ଖ) ମେଣ୍ଢା
(ଗ) ଛେଳି
(ଘ) ଗାଈ
ଉ –
(ଗ) ଛେଳି ।

Question ୩ ।
ମେହେରଙ୍କ ଛବିକୁ ରଖୁବା ପାଇଁ କ’ଣଟିଏ ଦରକାର ପଡ଼ିଲା ?
(କ) ଚଉକିଟିଏ
(ଖ) ଟେବୁଲଟିଏ
(ଗ) ଖଟଟିଏ
(ଘ) ଖଟୁଲିଟିଏ

(ଖ) ଟେବୁଲଟିଏ ।

Question ୪ ।
କଙ୍କାଳ ଓ ଖପୁରିମାନଙ୍କ ସ୍ବାଗତ ଦେଖୁ ସାହିତ୍ୟିକ କ’ଣ ହେଲେ ?
(କ) ଭୟରେ ଥରିଲେ
(ଖ) ଖୁବ୍ ଡରିଗଲେ
(ଗ) ଛାନିଆରେ ହୁରୁଡ଼ିଲେ
(ଘ) ମୁହଁ ବୁଲାଇଦେଲେ
ଉ –
(ଗ) ଛାନିଆରେ ହୁରୁଡ଼ିଲେ ।

Question ୫।
କେଉଁ ଅବିଭକ୍ତ ଜିଲ୍ଲା କବିଙ୍କୁ କ୍ରୋଡ଼ରେ ଧରି ଧନ୍ୟ ହୋଇଥିଲା ?
(କ) ସୁନ୍ଦରଗଡ଼
(ଖ) ସମ୍ବଲପୁର
(ଗ) ମୟୂରଭଞ୍ଜ
(ଘ) କୋରାପୁଟ
ଉ –
(ଖ) ସମ୍ବଲପୁର ।

Question ୬।
ପ୍ରସିଦ୍ଧ ଆନାଟୋମି ଅଧ୍ୟାପକ ସ୍ଵର୍ଗୀୟ ସନାତନ ପୁଝାରୀ କେଉଁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ?
(କ) କେନ୍ଦୁଝର
(ଖ) କୋରାପୁଟ
(ଗ) ସମ୍ବଲପୁର
(ଘ) କଳାହାଣ୍ଡି
ଉ –
(ଗ) ସମ୍ବଲପୁର ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୭ |
କବି ଗଙ୍ଗାଧରଙ୍କର ‘ପ୍ରଣୟବଲ୍ଲରୀ’ କାବ୍ୟ ଠିକ୍ କେଉଁପରି ବୋଲି ବର୍ଣ୍ଣନା କରାଯାଇଛି ?
(କ) ଭାଙ୍ଗପରି
(ଖ) ଗଞ୍ଜେଇ ପରି
(ଗ) ଅଫିମ ପରି
(ଘ) ମାଦକଦ୍ରବ୍ୟ ପରି
ଉ –
(ଗ) ଅଫିମପରି ।

Question ୮ |
ଜିଭରେ କ’ଣ ଟିକିଏ ମାରିଦେଲେ ମିଷ୍ଟତା ଦୀର୍ଘକାଳ ଧରି ଅନୁଭୂତ ହୁଏ ବୋଲି ବର୍ଣ୍ଣନା କରାଯାଇଛି ?
(କ) ଗୁଡ଼
(ଖ) ଚିନି
(ଗ) ସାକାରିନ୍
(ଘ) ମହୁ
ଉ –
(ଗ) ସାକାରିନ୍ ।

Question ୯ ।
କବି ଗଙ୍ଗାଧରଙ୍କର କେଉଁ କାବ୍ୟ ପଢ଼ିଲେ ମେଲାଲିଆ ହୋଇଯାଇପାରେ ବୋଲି ବର୍ଣ୍ଣନା କରାଯାଇଛି ?
(କ) ତପସ୍ବିନୀ
(ଖ) ପ୍ରଣୟବଲ୍ଲରୀ
(ଗ) ଇନ୍ଦୁମତୀ
(ଘ) କୀତକବଧ
ଉ –
(କ) ତପସ୍ବିନୀ ।

Question ୧୦ ।
କବି ଗଙ୍ଗାଧରଙ୍କର କେଉଁ ଲେଖା ବ୍ରିଟିଶ୍ ଶାସକମାନଙ୍କୁ କୁଇନାଇନ୍ ପରି ଲାଗିଥିଲା ?
(କ) ଅର୍ଘ୍ୟଥାଳୀ
(ଖ) ଅହଲ୍ୟାପ୍ତବ
(ଗ) ଭାରତୀ – ଭାବନା
(ଘ) ପଦ୍ମିନୀ
ଉ –
(ଗ) ଭାରତୀ-ଭାବନା ।

(ଖ) କ୍ଷୁଦ୍ର ଉତ୍ତରମୂଳକ ୧ ନମ୍ବର ବିଶିଷ୍ଟ ପ୍ରଶ୍ନ । ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

Question ୧ ।
ପ୍ରତିବର୍ଷ ଓଡ଼ିଶାକୁ ମେହେର ଜୟନ୍ତୀ କିପରି ଆସେ ।
ଉ –
ପ୍ରତିବର୍ଷ ଓଡ଼ିଶାକୁ ମେହେର ଜୟନ୍ତୀ ଘଣ୍ଟାକଣ୍ଟା ପରି ଆସେ ।

Question ୨।
ମାଳିକୁ କ’ଣ ଅଡ଼ୁଆ ?
ଉ –
ମାଳିକୁ ଛେଳି ଅଡ଼ୁଆ ।

Question ୩ ।
ଚକଚକିଆ ଟେବୁଲଟିଏ କେଉଁଠାରୁ ଆସିଲା ?
ଉ –
ଚକଚକିଆ ଟେବୁଲଟିଏ ଅପରେସନ୍ କୋଠରିରୁ ଆସିଲା ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୪ ।
ସାହିତ୍ୟିକ ଛାନିଆରେ କାହିଁକି ହୁରୁଡ଼ିଲେ ?
ଉ –
ଘରେ ପଶୁ ନ ପଶୁଣୁ କଙ୍କାଳ ଓ ଖପୁରିମାନଙ୍କ ସ୍ଵାଗତ ଦେଖୁ ସାହିତ୍ୟିକ ଛାନିଆରେ ହୁରୁଡ଼ିଲେ ।

Question ୫।
କିଏ ଆଧୁନିକ ପିଣ୍ଡତତ୍ତ୍ବ ବା ଆନାଟୋମିର ଜନକ ଥିଲେ ?
ଉ –
ହେନେରି ଗ୍ରେ ଆଧୁନିକ ପିଣ୍ଡତତ୍ତ୍ଵ ବା ଆନାଟୋମିର ଜନକ ଥିଲେ ।

Question ୬।
କବି ଗଙ୍ଗାଧର କେଉଁଦିନ ପର୍ଯ୍ୟନ୍ତ ଜୀବନ ସଂଗ୍ରାମରେ ଲିପ୍ତ ଥିଲେ ?
ଉ –
କବି ଗଙ୍ଗାଧର ୪.୪.୧୯୨୪ ପର୍ଯ୍ୟନ୍ତ ଜୀବନ ସଂଗ୍ରାମରେ ଲିପ୍ତ ଥୁଲେ ।

Question ୭ ।
କବି ଗଙ୍ଗାଧରଙ୍କ ସମୟରେ କେଉଁମାନେ ଦେଶର ଶାସକ ଥିଲେ ।
ଉ –
କବି ଗଙ୍ଗାଧରଙ୍କ ସମୟରେ ଗୋରାମାନେ ଦେଶର ଶାସକ ଥିଲେ ।

Question ୮।
ଆମ ଦେଶର ରତ୍ନମାନଙ୍କୁ କିଏ ଖାତିର କରୁନଥିଲେ ?
ଉ –
ଆମ ଦେଶର ରତ୍ନମାନଙ୍କୁ କିଏ ଗୋରାସକମାନେ କରୁନଥିଲେ ।

Question ୯।
ମେହେରଙ୍କ କବିତାରେ ମଧୁରତାକୁ କାହା ସହିତ ତୁଳନା କରାଯାଇଛି ।
ଉ –
ମେହେରଙ୍କ କବିତାରେ ମଧୁରତାକୁ ଉତ୍ତର ଅସମ୍ପୂର୍ଣ୍ଣ ଅଛି ।

Question ୧୦ ।
ବ୍ରିଟିଶ୍ ଶାସକମାନଙ୍କୁ କବି ଗଙ୍ଗାଧରଙ୍କର କେଉଁ ଲେଖା କୁଇନାଇନ୍ ପରି ଲାଗିଥିଲା ।
ଉ –
ବ୍ରିଟିଶ୍ ଶାସକମାନଙ୍କୁ କବି ଗଙ୍ଗାଧରଙ୍କର ‘ଭାରତୀ ଭାବନା’ ଲେଖା କୁଇନାଇନ୍ ପରି ଲାଗିଥିଲା ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

(ଗ) କ୍ଷୁଦ୍ର ଉତ୍ତରମୂଳକ ୨ ନମ୍ବର ବିଶିଷ୍ଟ ପ୍ରଶ୍ନ । ଦୁଇଟି ବାକ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୧ ନମ୍ବର ।)

Question ୧।
ଭାବପ୍ରବଣ ଛାତ୍ରମାନେ ମେହେରଙ୍କ ପରି ହେବାପାଇଁ କାହାକୁ ପ୍ରାର୍ଥନା କରନ୍ତି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ଭାବପ୍ରବଣ ଛାତ୍ରମାନେ ଭବିଷ୍ୟତରେ ମେହେରଙ୍କ ପରି ହେବାପାଇଁ ମନେମନେ ସରସ୍ଵତୀଙ୍କୁ ପ୍ରାର୍ଥନା କରନ୍ତି ।

Question ୨।
କାହାର ହାତକୁ ନମସ୍କାର କରିବା ଭଙ୍ଗୀରେ ରଖ୍ ସୁତା ବାନ୍ଧି ଦିଆଗଲା ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । କଙ୍କାଳ ବା ସ୍କେଲିଟନ୍ ହାତକୁ ନମସ୍କାର କରିବା ଭଙ୍ଗୀରେ ରଖ୍ ସୁତା ବାନ୍ଧି ଦିଆଗଲା ।

Question ୩ ।
ମେହେରଙ୍କ ଛବିଟି କାହାକୁ ଢିରା ଦିଆହୋଇ ଥୁଆଗଲା ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ମେହେରଙ୍କ ଛବିଟି ହାଡ଼ଯୋଡ଼ା ଦଣ୍ଡା ବା ସ୍ପ୍ଲୀଣ୍ଟ ଢିରା ଦିଆହୋଇ ଥୁଆଗଲା ।

Question ୪।
କେଉଁ ଜିଲ୍ଲାରେ ପ୍ରସିଦ୍ଧ ଆନାଟୋମି ଅଧ୍ୟାପକ ସନାତନ ପୁଝାରୀ ଜନ୍ମଗ୍ରହଣ କରିଥିଲେ ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ସମ୍ବଲପୁର ଜିଲ୍ଲାରେ ପ୍ରସିଦ୍ଧ ଆନାଟୋମି ଅଧ୍ୟାପକ ସନାତନ ପୁଝାରୀ ଜନ୍ମଗ୍ରହଣ କରିଥିଲେ ।

Question ୫।
କେଉଁ ନିୟମ ପାଳିବାରୁ କବିଙ୍କର ଶରୀର ବେଶ୍ ପୁଷ୍ଟ ହୋଇ ଆସିଥିଲା ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ପ୍ରାକୃତିକ ନିୟମ ପାଳିବାରୁ କବିଙ୍କର ଶରୀର ବେଶ୍ ପୁଷ୍ଟ ହୋଇ ଆସିଥିଲା ।

Question ୬।
କବି ଗଙ୍ଗାଧରଙ୍କ ପିତା ଓ ମାତାଙ୍କ ନାମ କ’ଣ ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । କବି ଗଙ୍ଗାଧରଙ୍କ ପିତାଙ୍କ ନାମ ଚୈତନ୍ୟ ମେହେର ଓ ମାତାଙ୍କ ନାମ ସେବତୀ ଦେବୀ ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୭ ।
ଶକୁନ୍ତଳା ପାଖରେ ଥ‌ିବା ପ୍ରିୟମ୍ବଦା ଏବଂ ଅନସୂୟା କାହାପରି ଦେଖାଯା’ନ୍ତି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ଶକୁନ୍ତଳା ପାଖରେ ଥ‌ିବା ପ୍ରିୟମ୍ବଦା ଏବଂ ଅନସୂୟା ଗାଇନାକୋଲଜିଷ୍ଟ ପାଖେ ଦିଓଟି ନର୍ସପରି ଦେଖାଯା’ନ୍ତି ।

Question ୮ |
କେଉଁମାନେ ଗାଇନାକୋଲଜିଷ୍ଟ ପାଖରେ ଥ‌ିବା ଦୁଇ ନର୍ସ ଭଳି ଦେଖାଯା’ନ୍ତି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ଶକୁନ୍ତଳା ପାଖରେ ଥ‌ିବା ପ୍ରିୟମ୍ବଦା ଓ ଅନସୂୟା ଗାଇନାକୋଲଜିଷ୍ଟ ପାଖରେ ଥ‌ିବା ଦୁଇ ନର୍ସ ଭଳି ଦେଖାଯା’ନ୍ତି ।

Question ୯ ।
କବିଙ୍କର କେଉଁ ଲେଖାକୁ ବ୍ରୋମାଇଡ୍ ପରି ଅବସାଦକ ବୋଲି କୁହାଯାଇଛି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । କବିଙ୍କର ‘ତପସ୍ବିନୀ’ କାବ୍ୟକୁ ବ୍ରୋମାଇଡ୍ ପରି ଅବସାଦକ ବୋଲି କୁହାଯାଇଛି ।

Question ୧୦ ।
କେଉଁ ଦିନ ଓଡ଼ିଶାବାସୀ ଜାଣିଲେ ଯେ ତାଙ୍କର ନମସ୍ୟ କବି ଗଙ୍ଗାଧର ଆଉ ନାହାଁନ୍ତି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ତା ୪-୪-୧୯୨୪ ଦିନ ଓଡ଼ିଶାବାସୀ ଜାଣିଲେ ଯେ ତାଙ୍କର ନମସ୍ୟ କବି ଗଙ୍ଗାଧର ଆଉ ନାହାଁନ୍ତି ।

(ଘ) ଅଳ୍ପ ଦୀର୍ଘ ଉତ୍ତରମୂଳକ ୩ ନମ୍ବର ବିଶିଷ୍ଟ ପ୍ରଶ୍ନ । ୩୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।
(ଲେଖା ଓ ଲେଖକଙ୍କ ସୂଚନା ପାଇଁ ୧ ନମ୍ବର ଓ ଉତ୍ତର ପାଇଁ ୨ ନମ୍ବର ।)

Question ୧।
ଭାବପ୍ରବଣ ଛାତ୍ରମାନେ ସରସ୍ଵତୀଙ୍କୁ ପ୍ରାର୍ଥନା କରନ୍ତି କାହିଁକି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । କୌଣସି ଜୟନ୍ତୀ ସମାରୋହରେ କବି, ସାହିତ୍ୟିକ ତଥା ସାହିତ୍ୟ ପ୍ରେମୀମାନେ, ଜୟନ୍ତୀପାଳନ କରାଯାଉଥ‌ିବା ବ୍ୟକ୍ତିତ୍ଵ, ସାହିତ୍ୟ ସାଧନା ଓ କର୍ମମୟ ଜୀବନ ସମ୍ପର୍କରେ ଆଲୋଚନା କରିଥା’ନ୍ତି । ସେହିପରି ଅଭିଜ୍ଞ ବକ୍ତାମାନେ ମଧ୍ୟ କୃତୀ ସେହି ସୁଯୋଗ୍ୟ ବ୍ୟକ୍ତିଭଳି ହେବାକୁ ସରସ୍ଵତୀଙ୍କୁ ପ୍ରାର୍ଥନା କରିଥା’ନ୍ତି । ସେମାନଙ୍କର ବିଶ୍ଵାସଥାଏ ସରସ୍ଵତୀଙ୍କର ଦୟାହେଲେ, ସେ ସାରସ୍ଵତ ସାଧକ ଭାବରେ ଯଶସ୍ବୀ ହୋଇ ପାରିବେ ।

Question ୨।
ଖାଳେଇ ଭିତରେ ମାଛ ଆସି ଛାଏଁ ଛାଏଁ ପଶିଯିବା କଥା କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ଖୋଜି ଆଣିବାପାଇଁ ଦାୟିତ୍ବ ଦିଆଯାଇଥିଲା । ସେମାନେ ଡାକ୍ତରଖାନା ଫାଟକ ପାଖରେ ଦେଖ‌ିଲେ ଜଣେ ସାହିତ୍ୟିକ ପେଟକୁ ଚିପିଧରି, ମୁହଁକୁ ନିସାଡ଼ି ରିକ୍‌ସାରେ ଆସୁଥିଲେ । ସେମାନଙ୍କୁ ଆଉ ସାହିତ୍ୟିକଙ୍କୁ ଖୋଜିବାପାଇଁ ସହର ଭିତରକୁ ଯିବାକୁ ହେଲା ନାହିଁ । ସେମାନେ ସେହି ସାହିତ୍ୟିକଙ୍କୁ, ‘ନିମନ୍ତ୍ରଣ କରିବାକୁ ଯାଉଥ’ କହି ନେଇ ଆସିଲେ । ଏହି ପ୍ରସଙ୍ଗରେ ଖାଳେଇ ଭିତରେ ମାଛଆସି ଛାଏଁ ଛାଏଁ ପଶି ଯିବା କଥା କୁହାଯାଇଛି ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୩।
ସାହିତ୍ୟିକଙ୍କର ଜିଭଟା ତାଙ୍କ ଅଲକ୍ଷରେ ନିଜର ଦାନ୍ତମୂଳକୁ ପରୀକ୍ଷା କରି ଦେଖେଲା କାହିଁକି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ ପାଳନ କରିବା ପାଇଁ ଦୁଇଜଣ ଛାତ୍ର ଜଣେ ପେଟମରା ରୋଗୀ ତଥା ସାହିତ୍ୟିକଙ୍କୁ କହିବୋଲି ଧରି ଆଣିଥିଲେ । ତାଙ୍କୁ ନେଇ ଦାନ୍ତ ଓପଡ଼ା ଚଉକି ଉପରେ ବସାଇ ଦେଲେ । ଏ ଚଉକି ସହ ଆଗରୁ ସେ ପରିଚିତ ଥିଲେ । ତେଣୁ ଅଲକ୍ଷ୍ୟରେ ସାହିତ୍ୟିକ ଜଣକ ତାଙ୍କ ଜିଭଟାକୁ ସବୁ ଦାନ୍ତମୂଳ ଠିକ୍ ଅଛି କି ନାହିଁ ପରୀକ୍ଷା କରି ଦେଖୁଲେ । ଦାନ୍ତଓପଡ଼ା ଚଉକି ଉପରେ ବସିଥିବାରୁ ସେ ଏପରି କରିଥିଲେ ।

Question ୪।
ଚଉକି ଉପରେ ବସିବାକୁ ସାହିତ୍ୟିକ କୁନ୍ଥୁକୁନ୍ଥୁ ହେଉଥିଲେ କାହିଁକି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ‘ଫତୁରାନନ୍ଦ’ ଏହା ଉଲ୍ଲେଖ କରିଛନ୍ତି । ମେଡ଼ିକାଲ କଲେଜରେ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସାହିତ୍ୟିକଙ୍କୁ କୌଣସି ପ୍ରକାର କହିବୋଲି ଧରି ଆଣିଥିଲେ । ସେ ପ୍ରଥମେ ଘର ଭିତରକୁ ପଶୁପଶୁ କଙ୍କାଳଙ୍କୁ ଦେଖ୍ ଛାନିଆ ହୋଇଥିଲେ । ପରେ ଯେତେବେଳେ ତାଙ୍କୁ ଦାନ୍ତ ଉପଡ଼ା ପାଇଁ ଉଦ୍ଦିଷ୍ଟ ଚଉକି ଉପରେ ବସିବାକୁ କୁହାଗଲା, ସେତେବେଳେ ସେ ସେଭଳି ଚଉକି ଉପରେ ବସିବାକୁ କୁନ୍ଥୁକୁନ୍ଥୁ ହୋଇଥିଲେ । କାରଣ କାଳେ ତାଙ୍କର ଦାନ୍ତ ଓପାଡ଼ି ଦେବେ, ସେଥ‌ିପାଇଁ ସେ ଆଶଙ୍କା କରିଥିଲେ ।

Question ୫।
କାହାର ମେରୁଦଣ୍ଡର ବକ୍ରତା କାହିଁକି ସାମାନ୍ୟ ବଢ଼ିଯାଇଥିଲା ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ ପାଳନ ଅବସରରେ ଡାକ୍ତରୀ ବକ୍ତା ଜଣକ, ଗଙ୍ଗାଧର ମେହେରଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ କହିବା ଅବସରରେ ଏହା କହିଥିଲେ । ଗଙ୍ଗାଧର ଯେହେତୁ ତନ୍ତୁବାୟ ପରିବାରର ଦାୟାଦ ଥିଲେ, ସେଥ‌ିପାଇଁ ସେ ବୟନ କାର୍ଯ୍ୟରେ ଲିପ୍ତ ରହିବାରୁ ତାଙ୍କର ମେରୁଦଣ୍ଡର ବକ୍ରତା ସାମାନ୍ୟ ବଢ଼ିଯାଇଥିଲା ।

Question ୬ |
କବିଙ୍କର ‘ପ୍ରଣୟବଲ୍ଲରୀ’ କାବ୍ୟକୁ କାହିଁକି ଅଫିମ ସହିତ ତୁଳନା କରାଯାଇଛି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ସାଧନା ସମ୍ପର୍କରେ ଆଲୋଚନା କରିବାକୁ ଯାଇ, ‘ପ୍ରଣୟ ବଲ୍ଲରୀ’ କାବ୍ୟକୁ ଅଫିମ ସହିତ ତୁଳନା କରିଛନ୍ତି । ଅଫିମ ନିଶାକୁ ଯେପରି ଛାଡ଼ି ହୁଏନା ବରଂ ବାରମ୍ବାର ଖାଇବାକୁ ହୁଏ ଠିକ୍ ସେହିପରି ‘ପ୍ରଣୟବଲ୍ଲରୀ’ କାବ୍ୟକୁ ବାରମ୍ବାର ପଢ଼ିବାକୁ ହୁଏ । ପୁନଶ୍ଚ ଏଥିରେ ଦୁଷ୍ମନ୍ତ ଓ ଶକୁନ୍ତଳାଙ୍କ ବର୍ଣ୍ଣନା ଆକର୍ଷଣୀୟ ହୋଇଛି ବୋଲି କହିଛନ୍ତି, ଯାହାକି ଅଫିମ ନିଶାଭଳି ମୋହଗ୍ରସ୍ତ କରାଏ ।

Question ୭ ।
‘ଭାଇନମ୍ ଗାଲିସାଇ’’ କ’ଣ ? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ‘ଭାଇନମ୍ ଗାଲିସାଇ’ ଏକ ଔଷଧୀୟ ଦ୍ରବଣ ଯାହା ସେବନ କଲେ ପ୍ରଥମେ ଉତ୍ତେଜନା ପରେ ଅବସାଦ ଅନୁଭୂତ ହୁଏ । ବକ୍ତା ଜଣକ ଗଙ୍ଗାଧର ମେହେରଙ୍କ ସାରସ୍ଵତ ସାଧନା ଆଲୋଚନା କରିବାକୁ ଯାଇ ‘‘ପ୍ରଣୟବଲ୍ଲରୀ’’ର ଆକର୍ଷଣୀୟତା ଉଲ୍ଲେଖ କରିଛି । ସେ କହିଛନ୍ତି, ଯେଉଁ ସ୍ଥାନଟିରେ ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ଭେଟ ବଣ୍ଡିତ ହୋଇଛି ତାହା ଭାଇନମ୍ ଗାଲିସାଇ ପରି ଆକର୍ଷଣୀୟ । ଶକୁନ୍ତଳାଙ୍କର ପତିଗୃହକୁ ଗମନ ଓ ପତିଙ୍କର ପ୍ରତ୍ୟାଖ୍ୟାନ ପାଠକ ମନରେ ସେହିଭାବ ଆଣେ ବୋଲି ସେ କହିଛନ୍ତି ।

Question ୮ ।
ଆମ ବଣରେ କେଉଁ ସବୁ ଔଷଧୀୟ ବୃକ୍ଷଗୁଡ଼ିକ ଭର୍ତ୍ତି ହୋଇ ରହିଛି ବୋଲି ବର୍ଣ୍ଣନା କରାଯାଇଛି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ଡାକ୍ତରୀ ବକ୍ତାଜଣକ ମେହେର ସାହିତ୍ୟରେ ତ୍ରୁଟି ବିଚ୍ୟୁତି ଦେଖାଇବାକୁ ଯାଇ କହିଛନ୍ତି, ମେହେରଙ୍କ ବର୍ଣ୍ଣନା ଭଲ ହେଲେ ମଧ୍ୟ ସେଥ‌ିରେ ଔଷଧୀୟ ବୃକ୍ଷଗୁଡ଼ିକର ବର୍ଣ୍ଣନା କରାଯାଇ ନାହିଁ। ଆମ ବଣରେ ପାତାଳଗରୁଡ଼, ସିଙ୍କୋନା, କରାଯାଇଛି ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୯ ।
ମେଲାନ କୋଲିଆ କ’ଣ ? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ମେଲାନ କୋଲିଆ ହେଉଛି ଅବସାଦମୂଳକ ଅସୁସ୍ଥତା । ଡାକ୍ତରୀ ବ୍ୟକ୍ତିଜଣକ ଗଙ୍ଗାଧର ମେହେରଙ୍କ ସାରସ୍ଵତ କୃତି ସମ୍ପର୍କରେ ଆଲୋଚନା କରିବାକୁ ଯାଇ, ‘ତପସ୍ବିନୀ’ କାବ୍ୟକୁ ବଡ଼ ମର୍ମନ୍ତୁଦ ଓ ଅବସାଦକ ବୋଲି କହିଛନ୍ତି । ସେହି କାବ୍ୟକୁ ବେଶି ପଢ଼ିଲେ ମେଲାନ୍ କୋଲିଆ ହୋଇଯାଇପାରେ ବୋଲି କହିଛନ୍ତି ।

Question ୧୦ ।
‘ଭାଇନମ୍ ଇପିକାକ୍‌’ କ’ଣ ? ଏହା କେଉଁ ପ୍ରସଙ୍ଗରେ କୁହାଯାଇଛି ?
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ଫତୁରାନନ୍ଦ ଏହା ଉଲ୍ଲେଖ କରିଛନ୍ତି । ଭାଇନମ୍ ଇପିକାକ୍ ହେଉଛି ବିଶେଷ ଗୁଣଯୁକ୍ତ ଏକ ଔଷଧୀୟ ଦ୍ରବଣ । ଏହାକୁ ସେବନକଲେ ନିୟମିତ ବ୍ୟବଧାନରେ ଉତ୍ତେଜନା ଓ ଅବସାଦ ଅନୁଭୂତ ହୁଏ । ଡାକ୍ତରୀ ବକ୍ତା ଗଙ୍ଗାଧର ମେହେରଙ୍କ ‘ଭାରତୀ-ଭାବନାକୁ’ ଭାଇନମ୍ ଇପିକାକ୍ ସହିତ ତୁଳନା କରିଛନ୍ତି । ଭାଇନାମ୍ ଇପିକାକର ଦ୍ବିବିଧ କ୍ରିୟାଥ୍‌ଲା ପରି, ଭାରତୀଭାବନାର ଦ୍ବିବିଧ ଅର୍ଥ ଥ‌ିବାରୁ ବ୍ରିଟିଶ୍ ଶାସକଙ୍କ ଠାରୁ ମେହେର ରକ୍ଷା ପାଇଯାଇଥିଲେ ।

(ଙ‍) ଦୀର୍ଘ ଉତ୍ତରମୂଳକ ୫ ନମ୍ବର ବିଶିଷ୍ଟ ପ୍ରଶ୍ନ । ୧୫୦ଟି ଶବ୍ଦ ମଧ୍ୟରେ ଉତ୍ତର ଲେଖ ।

Question ୧।
‘ମେଡ଼ିକାଲ୍ କଲେଜରେ ମେହେର ଜୟନ୍ତୀ’ ଏକ ରମ୍ୟରଚନା, ଆଲୋଚନା କର ।
ଉ –
ଫତୁରାନନଙ୍କ ସାହିତ୍ୟ ବ୍ୟଙ୍ଗ, ବିଦ୍ରୁପ ଓ ହାସ୍ୟରସରେ ପରିପୂର୍ଣ୍ଣ । ବିଶେଷକରି ତାଙ୍କର ପ୍ରତ୍ୟେକଟି ଗଳ୍ପ ହାସ୍ୟରସ ମାଧ୍ୟମରେ ସେ ନିଜର ମନ୍ତବ୍ୟଟିକୁ ପ୍ରକାରାନ୍ତରେ ପ୍ରକାଶ କରିଥା’ନ୍ତି । ଆଲୋଚ୍ୟ ଗଳ୍ପ ‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ମଧ୍ୟ ଅନୁରୂପ ଗଳ୍ପ । ଗଳ୍ପ ହେଲେ ବି, ଆରମ୍ଭରୁ ଶେଷଯାଏ କଥାକାର ଯେପରି ସରସ ଉକ୍ତିମାନ ପ୍ରକାଶ କରିଛନ୍ତି, ତାହାକୁ ଏକ ରମ୍ୟରଚନା ଭାବରେ ଆକଳନ କରାଯାଇପାରେ । ସେ କୌଣସି କଥାକୁ ସିଧାସିଧ ପ୍ରକାଶ ନ କରି ବରଂ ତୁଳନାତ୍ମକ ଚିତ୍ର ଦେଇ ପ୍ରକାଶ କରିଛନ୍ତି । ଯେଉଁ ତୁଳନାଟି ପାଠକ ପ୍ରାଣରେ ରସସିକ୍ତ ବା ରମଣୀୟ ଭାବ ସୃଷ୍ଟି କରିଥାଏ ।

ପ୍ରତିବର୍ଷ ମେହେର ଜୟନ୍ତୀ ପାଳନ କରାଯାଏ ଏବଂ କବି, ସାହିତ୍ୟିକମାନେ ପୂଜ୍ୟପୂଜାର ମାନସିକତା ନେଇ, ମେହେରଙ୍କ ସାହିତ୍ୟ ସାଧନାକୁ ବିଚାର ଆଲୋଚନା କରିଥା’ନ୍ତି । ଏହାଦ୍ୱାରା ପରବର୍ତ୍ତୀ ପିଢ଼ି ବିଶେଷ ଭାବରେ ପ୍ରଭାବିତ ହୋଇଥା’ନ୍ତି । ଏହାକୁ ବର୍ଣ୍ଣନା କରି କଥାକାର ଲେଖୁଛନ୍ତି – ‘‘ଘଣ୍ଟାକଣ୍ଟା ପରି ପ୍ରତିବର୍ଷ ଥରେ ଲେଖାଏଁ ମେହେର ଜୟନ୍ତୀ ଓଡ଼ିଶାକୁ ଆସେ ।’’ ତରୁଣ ବକ୍ତାମାନେ ଦୁଇ ଚାରିଦିନ ଆଗରୁ କାଦୁଅ ଚିପି କୋଚିଆ ଧରିଲା ପରି, ବିଷୟବସ୍ତୁ ପାଇବା ପାଇଁ ମେହେର ଗ୍ରନ୍ଥାବଳୀ ଘାଣ୍ଟିବସନ୍ତ ଓ ଠିକଣା ସମୟରେ ଖାଳେଇ ଭିତରୁ ଘଘାଳ୍ କରି ମାଛଗୁଡ଼ାକ କାଢ଼ି ପକାଇଲା ପରି ପେଟରୁ ମେହେରଙ୍କ ବିଷୟରେ ଜ୍ଞାନଗୁଡ଼ିକ ଓକାଳି ପକାଇବାକୁ ଉହୁଙ୍କି ରହିଥା’ନ୍ତି ।” “ମୋଟ ଉପରେ ଚୋରାବସନ୍ତ ଆସିଲେ ଦେହ ଉଲୁସିଲା ପରି କବି, ସାହିତ୍ୟିକମାନଙ୍କ ଦେହ ମେହେର ଜୟନ୍ତୀ ଆଗମନରେ ଉଲୁସି ଉଠେ ।” ଏହିପରି ପ୍ରତ୍ୟେକ କଥାକୁ ସେ ରମଣୀୟ ଭାବେ ପ୍ରକାଶ କରିଛନ୍ତି ।

ମେହେର ଜୟନ୍ତୀ ପାଳନ କରିବାକୁ ଡାକ୍ତର, ଡାକ୍ତରୀ ଛାତ୍ରମାନେ ଇଚ୍ଛା କରିଛନ୍ତି । ଯେଉଁ ପରିବେଶରେ ଯାହା କରିହେବ, ସେପରି ନ କରି ଯଦି ଅନ୍ୟ କେହି କାମକରିବାକୁ ଚାହାଁନ୍ତି, ତା’ହେଲେ ତାହା ସଫଳ ହେବ ନାହିଁ ।

ଡାକ୍ତରୀ ଛାତ୍ରମାନେ ମେହେର ଜୟନ୍ତୀ ପାଳନ କରିବାକୁ ଯାଇ ସେଭଳି ପରିବେଶ କରିଛନ୍ତି, ତାହା ନିହାତି ଅପ୍ରାସଙ୍ଗିକ ମନେ ହୋଇଛି । ସଭାଗୃହକୁ ସଜାଇବାପାଇଁ ଫାଟକ ପାଖରେ କଙ୍କାଳକୁ ନମସ୍କାର ଭଙ୍ଗୀରେ ରଖୁବା, ମୁଣ୍ଡର ହାଡ଼ ଥୋଇ ତା’ ତଳକୁ ସ୍ବାଗତମ୍ ଲେଖୁ, ସାହିତ୍ୟିକଙ୍କୁ ନିମନ୍ତ୍ରଣ କରିବାକୁ ଯାଇ ଜଣେ ପେଟରୋଗୀକୁ ଆଣିବା, ସଭାଗୃହକୁ ରକ୍ତକଣିକାର ବଡ଼ ବଡ଼ ରଙ୍ଗୀନ୍ କାନ୍ଥ ଛବିକୁ ଟଙ୍ଗାଇବା, ସଭାପତିଙ୍କ ପାଇଁ ଦାନ୍ତ ଓପଡ଼ା ଚେୟାର ରଖିବା, ଟେବୁଲ ଉପରେ ଫୁଲଦାନୀ ବଦଳରେ ଭୃଣସାଇତା ହୋଇଥିବା କାଚ ବୁୟମ୍ ରଖିବା ଏବଂ ସଭାରେ ଯେଉଁ ଡାକ୍ତରମାନେ ବକ୍ତା ଭାବରେ ମେହେରଙ୍କୁ ଭିନ୍ନ ଭାବରେ ଚିତ୍ରଣ କରିବା, ସବୁଗୁଡ଼ିକ ନିହାତି ହାସ୍ୟରସାତ୍ମକ । ଗାଳ୍ପିକ ଏସବୁ ବର୍ଣ୍ଣନାରେ ମେଡ଼ିକାଲ କଲେଜରେ ସାହିତ୍ୟ ସଭା ନିହାତି ଅବାନ୍ତର ।

ଉକ୍ତ ଗଳ୍ପଟିରେ ନିଜର ହାସ୍ୟରସାତ୍ମକ ଭାବକୁ, ଗାଳ୍ପିକ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୨।
ମେଡ଼ିକାଲ୍ କଲେଜରେ ଡାକ୍ତରୀ ଛାତ୍ରମାନେ କିପରି ମେହେର ଜୟନ୍ତୀ ପାଳନ କଲେ ?
ଉ –
ଗାଳ୍ପିକ ଫତୁରାନନ୍ଦ ଜଣେ ହାସ୍ୟରସାତ୍ମକ କଥାକାର ଭାବରେ ପରିଚିତ । ସେ ତାଙ୍କର ପ୍ରତ୍ୟେକ ଗଳ୍ପରେ ବ୍ୟଙ୍ଗ ଓ ହାସ୍ୟ ମାଧ୍ୟମରେ ସମାଜର ଦୁର୍ବଳ ଦିଗକୁ ଆକ୍ଷେପ କରନ୍ତି । ବାହାରକୁ କେବଳ ହାସ୍ୟରସର ଭାବ ରହିଥିଲେ ବି, ସମାଜର ତ୍ରୁଟି ସୁଧାରିବା ହିଁ ତାଙ୍କ ଗଳ୍ପର ମୂଳଲକ୍ଷ୍ୟ । ଆଲୋଚ୍ୟ ‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ, ଡାକ୍ତରମାନେ ସାହିତ୍ୟ ସଭାକଲେ କିମ୍ବା କୌଣସି ବିଶେଷ ସାରସ୍ଵତ ସାଧକଙ୍କର ଜୟନ୍ତୀ ପାଳନ କଲେ, ସେଥିରେ ସେମାନେ ସଫଳ ହୋଇପାରନ୍ତି ନାହିଁ ବୋଲି ସେ ପ୍ରକାରାନ୍ତରେ ଉଲ୍ଲେଖ କରିଛନ୍ତି ।

‘କାଉ ଧାନ ଖାଇବା ଦେଖୁ ବଗ ଧାନ ଖାଇଲାପରି’ କିମ୍ବା ‘ଓଧ ସାଙ୍ଗରେ ଭୁଆଁ ବିରାଡ଼ି ବାଇ’ ହେଲାପରି ଥରେ ମେଡ଼ିକାଲ କଲେଜର ଡାକ୍ତରୀ ଛାତ୍ରମାନେ ମେହେର ଜୟନ୍ତୀ ପାଳନ କରିବାକୁ ସ୍ଥିରକଲେ । ସେମାନେ ପୂରାଦମ୍ରେ ଲାଗିପଡ଼ିଲେ । ସଭାର ଆୟୋଜନ କରାଗଲା । ସେମାନେ ତାଙ୍କର ଅଧ୍ୟାପନା କୋଠରୀକୁ ସଭାଗୃହ ଭାବରେ ସଜାଇ ଦେଲେ । ହଲର ଫାଟକ ଦୁଇ ପାଖରେ ଯୋଡ଼ାଏ କଙ୍କାଳକୁ ଠିଆ କରାଇ ଦେଲେ । ଉଭୟ କଙ୍କାଳର ହାତକୁ ନମସ୍କାର କରିବା ଭଙ୍ଗୀରେ ରଖ୍ ସୁତା ବାନ୍ଧି ଦିଆଗଲା । ମୁଣ୍ଡ ଉପରକୁ ଦୁଇଟା ଜାନୁହାଡ଼ ଛକି ପକାଇ ତା’ ଆଗକୁ ଗୋଟିଏ ମୁଣ୍ଡହାଡ଼ ରଖେଦେଲେ । ସେହି ମୁଣ୍ଡ ହାଡ଼ ତଳକୁ ସେମାନେ ‘ସ୍ବାଗତମ୍’ ଲେଖ୍ ଦେଇଥିଲେ ।

ଘର ଭିତରକୁ ସଜାଇବାକୁ ଯାଇ, ରକ୍ତ କଣିକାର ବଡ଼ ବଡ଼ ରଙ୍ଗୀନ୍ କାନ୍ଥଛବି ସବୁ ଚାରିପାଖେ ମାରିଦେଲେ । ମେହେରଙ୍କ ଛବିକୁ ସେମାନେ ଅପରେସନ୍ ଟେବୁଲ୍ ଉପରେ ଗଳ୍‌କନା ପକାଇ ଠିଆ କରାଇଦେଲେ । ସଭାପତିଙ୍କ ପାଇଁ ଗୋଟିଏ ଭଲ ଚେୟାର ଦରକାର ପଡ଼ିବାରୁ, ଦାନ୍ତଭଙ୍ଗା ଘରୁ ଦାନ୍ତଭଙ୍ଗା ଚୌକିଟି ଆଣି ଥୋଇଦେଲେ । ସଜାସଜି ପରେ ଦୁଇଜଣ ଛାତ୍ର ସାହିତ୍ୟିକ ଭାବରେ ଜଣେ ପେଟ ରୋଗୀକୁ ନେଇ ଆସିଲେ । ସଭାପତି ଜଣକ ଏଭଳି ବ୍ୟବସ୍ଥା ଦେଖୁ ମନେ ମନେ ଛାନିଆଁ ହୋଇଗଲେ ବି କୁନ୍ଥୁକୁନ୍ଥୁ ହୋଇ, ଚୌକି ଉପରେ ବସିଲେ ।

ଏହାପରେ ଡାକ୍ତରମାନେ ଗୋଟିଏ ପରେ ଗୋଟିଏ ଭାଷଣ ଦେଲେ । ସେମାନେ ମେହେରଙ୍କ ବ୍ୟକ୍ତିଗତ ଜୀବନ ଓ ସାରସ୍ଵତ ଜୀବନକୁ ସେମାନଙ୍କ ଦୃଷ୍ଟିଭଙ୍ଗୀ ଅନୁଯାୟୀ ବିଚାର ଆଲୋଚନା କଲେ । ଯେହେତୁ ସେମାନେ ରୋଗ, ରୋଗୀ ଓ ଔଷଧ ଚିନ୍ତାଧାରାରେ ରହିଥିଲେ, ସେହି ଦୃଷ୍ଟିରୁ ସେମାନେ ଅନୁରୂପ ବିଚାରଧାରା ପରିପ୍ରକାଶ କଲେ ।

ଶେଷରେ ସଭାପତିଙ୍କ ବକ୍ତବ୍ୟ ମଧ୍ଯ ଥିଲା ସଭାର ଅନୁରୂପ । ସେ କହିଥିଲେ, ‘ସାହିତ୍ୟରେ ଯଦି କେଉଁଠାରେ କିଛି କ୍ଷତହୁଏ, ତେବେ ଆପଣମାନେ ନିଶ୍ଚୟ ତାକୁ ଲୋସନ୍ ପାଣିରେ ଧୋଇ ଗଜ୍ ବ୍ୟାଣ୍ଡେଜ୍‌ରେ ବାନ୍ଧିଦେବେ, ଏଥରେ ସନ୍ଦେହ ନାହିଁ ।’’ ତାଙ୍କର ପେଟରୋଗ ପାଇଁ ତାଙ୍କୁ ଷ୍ଟ୍ରେଚର୍‌ରେ ମେଡ଼ିକାଲ ୱାର୍ଡ଼କୁ ନିଆଯାଇଥିଲା ।

ଏହିସବୁ ଦୃଷ୍ଟିରୁ ବିଚାର କରି ଦେଖ‌ିଲେ ଗଳ୍ପଟିକୁ ସ୍ଵତନ୍ତ୍ର ଦୃଷ୍ଟିଭଙ୍ଗୀ ନେଇ ପରିକଳ୍ପନା କରାଯାଇଛି ।

Question ୩ ।
ତୁମ ପଠିତ ଗଳ୍ପଟି ପରିକଳ୍ପନାରେ ଫତୁରାନନ୍ଦଙ୍କ ଦୃଷ୍ଟିଭଙ୍ଗୀର ପରିଚୟ ପ୍ରଦାନ କର ।
ଉ –
‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପରେ ଗାଳ୍ପିକ ରାମଚନ୍ଦ୍ର ମିଶ୍ର ଓରଫ ଫତୁରାନନ୍ଦଙ୍କର ଏକ ଅନବଦ୍ୟ ସୃଷ୍ଟି । କଥାକାର ବୃତ୍ତିରେ ଡାକ୍ତର ଥିଲେ । ସେ ଡାକ୍ତରୀ ପାଠ ପଢ଼ି ଡାକ୍ତରୀ ବୃତ୍ତିକୁ ଆପଣେଇବାକୁ ଚେଷ୍ଟାକଲେ ବି ପ୍ରବୃତ୍ତିରେ ହୋଇଯାଇଥିଲେ ସାହିତ୍ୟ ସାଧକ । ସାହିତ୍ୟ ମାଧ୍ୟମରେ ଜୀବନକୁ ଚିକିତ୍ସା କରିବାଭଳି ଏକ ନୂତନ ଆଦର୍ଶକୁ ସେ ଅଙ୍ଗୀକାର କରିନେଇଥିଲେ । ହସ ଓ ବ୍ୟଙ୍ଗଭଳି ଉପାଦାନକୁ ସାହିତ୍ୟ ରଚନାର ସର୍ବୋତ୍ତମ ବିଭବ ଭାବରେ ସେ ଗ୍ରହଣ କରିଥିଲେ । ଯଦି ଡାକ୍ତର ଓ ଡାକ୍ତରୀଛାତ୍ରମାନେ ମେହେର ଜୟନ୍ତୀ ପାଳନ କରନ୍ତି, ତା’ହେଲେ ସେମାନଙ୍କ ଅଭିଭାଷଣ କେବେବି କବି, ସାହିତ୍ୟିକଙ୍କ ବକ୍ତବ୍ୟ ଭଳି ହେବ ନାହିଁ । ବରଂ ସେମାନଙ୍କ ଅଭ୍ୟାସ ଓ ବୃଦ୍ଧିକୁ ନେଇ ମେହେରଙ୍କ ବ୍ୟକ୍ତିଗତ ଜୀବନ ଓ ସାରସ୍ବତ ଜୀବନକୁ ଅନୁଶୀଳନ କରିବେ ।

କବି ବଳଦେବ ରଥ ‘ଜଗତେ କେବଳ’ କବିତାରେ ଉଲ୍ଲେଖ କରିଥିଲେ, ଯିଏ ଯାହା, ସିଏ ତାହାହିଁ ହୋଇ ରହବା ଉଚିତ୍ । କାରଣ ସବୁ ମଣିଷଙ୍କର ବିଚାରଧାରା ସମାନ ନୁହେଁ କିମ୍ବା ସବୁ ବୃତ୍ତିର ମଣିଷ କେବେବି ସବୁକାମକୁ ଯଥାଯଥ ଭାବରେ ସମାପନ କରିପାରିବେ ନାହିଁ । ସେହି ଦୃଷ୍ଟିରୁ ରୋଗୀ, ରୋଗ ଓ ଔଷଧକୁ ନେଇ ସଦାସର୍ବଦା ଚିନ୍ତା କରୁଥିବା ଡାକ୍ତରମାନେ ଯଦି ଜୟନ୍ତୀ ସଭାରେ ଅଭିଭାଷଣ ଦିଅନ୍ତି, ତା’ହେଲେ ସେମାନେ ନିଶ୍ଚୟ ରୋଗୀ, ରୋଗ ଓ ଔଷଧ କଥାକୁ ପ୍ରକାଶ କରିବେ ।

ଡାକ୍ତର ଓ ଡାକ୍ତରୀଛାତ୍ରମାନେ ମେହେର ଜୟନ୍ତୀପାଳନ କରିବାକୁ ସ୍ଥିରକଲେ । ଅନ୍ୟମାନଙ୍କ ପରି ଏକ ସଭାର ଆୟୋଜନ କଲେ । ଡାକ୍ତରଖାନା ପରିବେଶରେ ଯେଉଁ ସବୁ ଜିନିଷ ମିଳେ, ସେହି ସବୁ ଜିନିଷକୁ ନେଇ ସେମାନେ ସଭାଗୃହକୁ ସଜାଇ ଦେଲେ । ସଭାପାଇଁ ଟେବୁଲ୍ ଭାବରେ ସେମାନେ ଅପରେସନ୍ ଟେବୁଲ୍‌କୁ ବ୍ୟବହାର କଲେ । ଟେବୁଲ୍ ଉପରେ ପକାଇବା ପାଇଁ ଗଜକନା ଆଣିଥିଲେ । ସଭାପତିଙ୍କ ପାଇଁ ଗୋଟିଏ ଭଲ ଚୌକି ଦରକାର ପଡ଼ିବାରୁ ସେମାନେ, ଦାନ୍ତଭଙ୍ଗା ରୁମ୍ଭରୁ ଦାନ୍ତଭଙ୍ଗା ଚୌକି ଆଣିଥିଲେ । ଟେବୁଲ୍ ଉପରେ ଫୁଲଦାନୀ ନ ମିଳିବାରୁ, ଫୁଲଦାନୀ ବଦଳରେ ଭୃଣ ସାଇତା ହୋଇଥିବା କେତେଗୁଡ଼ିଏ କାଚର ବୁୟମ୍ ଆଣି ରଖିଦେଲେ ।

ଏକ ପେଟରୋଗୀକୁ ସଭାପତି ଆସନରେ ବସାଇ ସାରିବା ପରେ, ବକ୍ତାମାନେ ବକ୍ତବ୍ୟ ଦେଇଥିଲେ । ବକ୍ତାମାନେ ମେହେରଙ୍କ ବ୍ୟକ୍ତିଗତ ଜୀବନକୁ, ବର୍ଣ୍ଣନା କରି, ସୁଷମ ଖାଦ୍ୟର ଅଭାବ ଯୋଗୁ, ତାଙ୍କ ଶରୀର ପୁଷ୍ପ ନ ଥିଲା । ଖେଳୁ ଖେଳୁ ତାଙ୍କର ଅସ୍ଥି ଚଡ଼କି ଯାଇଥିଲା, ଯୁବାବସ୍ଥା ବେଳକୁ ସବୁ ଠିକ୍ ହୋଇ ଯାଇଥିଲା । ସେହିପରି ସାରସ୍ଵତ ସାଧନା ଅର୍ଥାତ୍ ପ୍ରଣୟବଲ୍ଲରୀ, ତପସ୍ବିନୀ ଓ ଭାରତୀ ଭାବନାକୁ ଡାକ୍ତରୀ ଔଷଧ ସହିତ ତୁଳନା କରିଛନ୍ତି ।

କେଉଁ ପରିବେଶରେ କିପରି ମାନସିକତା ପରିପ୍ରକାଶ ପାଏ, କଥାକାର ତାହାହିଁ ଦେଖାଇବାକୁ ଚେଷ୍ଟା କରିଛନ୍ତି ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

Question ୪।
ହାସ୍ୟାଦ୍ଦୀପକ ତଥା କୌତୂହଳ ପ୍ରଦ ଏକ କ୍ଷୁଦ୍ରଗଳ୍ପ ଭାବରେ ‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଗଳ୍ପର ସାର୍ଥକତା ଦର୍ଶାଅ ।
ଉ –
ରାମଚନ୍ଦ୍ର ମିଶ୍ର ବା ଫତୁରାନନ୍ଦଙ୍କର ‘ମେଡ଼ିକାଲ୍ କଲେଜରେ ମେହେର ଜୟନ୍ତୀ’ ଏକ ସ୍ୱତନ୍ତ୍ର କ୍ଷୁଦ୍ରଗଳ୍ପ । ଏଥିରେ ହାସ୍ୟ ଓ ବ୍ୟଙ୍ଗ ମାଧ୍ୟମରେ କଥାକାର ସମାଜର ବିଭିନ୍ନ ଦିଗକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ହାସ୍ୟରସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହସ ସୃଷ୍ଟି, ଯାହାକି ଆଲୋଚ୍ୟ ଗଳ୍ପର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେହି ଭାବଧାରା ପରିପ୍ରକାଶିତ ହୋଇଛି । ଫତୁରାନନ୍ଦ ତାଙ୍କର ସମସ୍ତ ସୃଷ୍ଟିରେ ଏହିଭଳି ଶୈଳୀ ଅନୁସରଣ କରିଛନ୍ତି ।

ଜୟନ୍ତୀ ପାଳନ ଉତ୍ସବ ପୂର୍ବରୁ ବକ୍ତାମାନେ ଗ୍ରନ୍ଥାବଳୀ ଓ ଅନ୍ୟାନ୍ୟ ପୁସ୍ତକ ଦେଖ୍, ମାନସିକ ସ୍ତରରେ ଭାଷଣ ପ୍ରସ୍ତୁତ କରିଥା’ନ୍ତି ଏବଂ ସଭାରେ ତାହାକୁ ଉପସ୍ଥାପନ କରିଥା’ନ୍ତି । ତାହାକୁ ବର୍ଣନା କରି କଥାକାର ଲେଖୁଛନ୍ତି – “ତରୁଣ ବକ୍ତାମାନେ ଦୁଇ ଚାରିଦିନ ଆଗରୁ କାଦୁଅ ଚିପି କୋଚିଆ ଧରିଲା ପରି, ବିଷୟବସ୍ତୁ ପାଇବା ପାଇଁ ମେହେର ଗ୍ରନ୍ଥାବଳୀ ଘାଣ୍ଟି ବସନ୍ତି ଓ ଠିକଣା ସମୟରେ ଖାଳେଇ ଭିତରୁ ଘଘାଳ କରି ମାଛଗୁଡ଼ାକ କାଢ଼ି ପକାଇଲା ପରି ପେଟରୁ ମେହେରଙ୍କ ବିଷୟର ଜ୍ଞାନଗୁଡ଼ିକ ଓକାଳି ପକାଇବାକୁ ଉହୁଙ୍କି ରହିଥା’ନ୍ତି । ବୟସ୍କ ବକ୍ତାମାନଙ୍କ ସମ୍ପର୍କରେ ସେ କହିଛନ୍ତି – “ବୁଢ଼ା ଧୋକଡ଼ା ବକ୍ତାମାନେ ମେହେରଙ୍କୁ କିପରି ନୂଆ ଭାବରେ ସଜାଇ ଲୋକଙ୍କୁ ଦେଖାଇବେ, ସେଥିଲାଗି ନିଜ ନିଜ ମୁଣ୍ଡକୁ ଦହିହାଣ୍ଡି ମଜ୍ଜିଲା ପରି ମଛିବାରେ ଲାଗିପଡ଼ନ୍ତି ।” ଜଣେ ସାହିତ୍ୟିକଙ୍କୁ ନିମନ୍ତ୍ରଣ କରିବାକୁ ପଡ଼ିବ, ସେଭଳି ପ୍ରସଙ୍ଗରେ ଲେଖକ ଲେଖୁଛନ୍ତି – “ଯେଉଁ ସାହିତ୍ୟିକଙ୍କର ପେଟମରା ଥୁବ ଓ ଖେଞ୍ଚ୍ ହେଉଥବ, ତାକୁ ନିମନ୍ତ୍ରଣ କରିବା ମାତ୍ରେ ଧାଇଁ ଆସିବ । ବେଶି ଖୋଜିବାକୁ ପଡ଼ିବ ନାହିଁ, କାରଣ ଅଧିକାଂଶ ସାହିତ୍ୟିକଙ୍କର ପେଟକୁ ମାରେ ।”

ସଭାଗୃହକୁ ଡାକ୍ତରୀ ଛାତ୍ରମାନେ ସଜାଇବାକୁ ଯାଇ, କଙ୍କାଳମାନଙ୍କୁ ହାତଯୋଡ଼ିବା, ମଣିଷ ମୁଣ୍ଡହାଡ଼ ଉପରେ ସ୍ବାଗତମ୍ ଲେଖା ଦେଖିଲା ପରେ, କେତେକ ଯାହା କହିଥିଲେ, ତାହା ନିହାତି ହାସ୍ୟାଦ୍ଦୀପକ । “ପାଖରେ ଠିଆ ହୋଇ ଦେଖୁଥ‌ିବା କେତେକ ବାହାର ଲୋକ ଗୁଣୁଗୁଣୁ ହୋଇ କହୁଥା’ନ୍ତି ।” ‘ଅଳପେଇସେ ଯମ ଘରକୁ ସ୍ଵାଗତ କରୁଛନ୍ତି, ଭାବରେ ଆଣିଥିଲେ । ସେହି ଅତିଥ୍‌ଙ୍କୁ ଦାନ୍ତଭଙ୍ଗା ଚୌକିରେ ବସିବାକୁ କହିବାରୁ ତାଙ୍କର ଅବସ୍ଥା ସଂପର୍କରେ କଥାକାର କୋଉ ବୋକଡ଼ ଜାଣୁ ଜାଣୁ ତା’ ଭିତରକୁ ପଶିବ ?” ଘରସଜା ଭଳି ଜଣେ ପେଟମରା ରୋଗୀକୁ ସେ ସଭାପତି ଭାବରେ ଆଣିଥିଲେ । ସେହି ଅତିଥ୍‌ଙ୍କୁ ଦାନ୍ତଭଙ୍ଗା ଚୌକିରେ ବସିବାକୁ କହିବାରୁ ତାଙ୍କର ଅବସ୍ଥା ସଂପର୍କରେ କଥାକାର ଲେଖୁଛନ୍ତି – “ଆଉ ସହର ଭିତରକୁ ଯିବାକୁ ଦରକାର ପଡ଼ିଲା ନାହିଁ । ଦୈବ ଅନୁକୂଳ ହେଲେ ସିନା ଏମିତି ଖାଳେଇ ଭିତରେ ମାଛ ଆସି ଛାଏଁ ଛାଏଁ ପଶିଯାଏ । X X X ଏ ଚଉକି ସହ ଆଗରୁ ଥରେ ସେ ପରିଚିତ ହୋଇଥିଲେ । ଅଲକ୍ଷ୍ୟରେ ତାଙ୍କ ଜିଭଟା ସବୁ ଦାନ୍ତମୂଳ ଠିକ୍ ଅଛି କି ନା ତାହା ପରୀକ୍ଷା କରି ଦେଖୁନେଲେ ।”

ଗଳ୍ପର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନେକ ପ୍ରକାର ତୁଳନାତ୍ମକ ବର୍ଣ୍ଣନା ଦେଇ ଗଳ୍ପଟିକୁ ସରସ କରିବାକୁ ଚେଷ୍ଟା କରିଛନ୍ତି । ଫତୁରାନନ୍ଦ ଅନୁରୂପ ଶୈଳୀରେ ତାଙ୍କର ସମଗ୍ର ଗଳ୍ପ ସୃଷ୍ଟିକୁ ମହିମା ମଣ୍ଡିତ କରିଛନ୍ତି ।

Question ୫।
ତୁମ ପଠିତ ଗଳ୍ପ ଅବଲମ୍ବନରେ ଫତୁରାନନ୍ଦଙ୍କର ସାହିତ୍ୟ ଶୈଳୀ ସମ୍ପର୍କରେ ଆଲୋଚନା କର ।
ଉ –
ରାମଚନ୍ଦ୍ର ମିଶ୍ର ବା ଫତୁରାନନ୍ଦଙ୍କର ‘ମେଡ଼ିକାଲ୍ କଲେଜରେ ମେହେର ଜୟନ୍ତୀ’ ଏକ ସ୍ୱତନ୍ତ୍ର କ୍ଷୁଦ୍ରଗଳ୍ପ । ଏଥିରେ ହାସ୍ୟ ଓ ବ୍ୟଙ୍ଗ ମାଧ୍ୟମରେ କଥାକାର ସମାଜର ବିଭିନ୍ନ ଦିଗକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି । ହାସ୍ୟରସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହସ ସୃଷ୍ଟି, ଯାହାକି ଆଲୋଚ୍ୟ ଗଳ୍ପର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେହି ଭାବଧାରା ପରିପ୍ରକାଶିତ ହୋଇଛି । ଫତୁରାନନ୍ଦ ତାଙ୍କର ସମସ୍ତ ସୃଷ୍ଟିରେ ଏହିଭଳି ଶୈଳୀ ଅନୁସରଣ କରିଛନ୍ତି ।

ଜୟନ୍ତୀ ପାଳନ ଉତ୍ସବ ପୂର୍ବରୁ ବକ୍ତାମାନେ ଗ୍ରନ୍ଥାବଳୀ ଓ ଅନ୍ୟାନ୍ୟ ପୁସ୍ତକ ଦେଖ୍, ମାନସିକ ସ୍ତରରେ ଭାଷଣ ପ୍ରସ୍ତୁତ କରିଥା’ନ୍ତି ଏବଂ ସଭାରେ ତାହାକୁ ଉପସ୍ଥାପନ କରିଥା’ନ୍ତି । ତାହାକୁ ବର୍ଣନା କରି କଥାକାର ଲେଖୁଛନ୍ତି – “ତରୁଣ ବକ୍ତାମାନେ ଦୁଇ ଚାରିଦିନ ଆଗରୁ କାଦୁଅ ଚିପି କୋଚିଆ ଧରିଲା ପରି, ବିଷୟବସ୍ତୁ ପାଇବା ପାଇଁ ମେହେର ଗ୍ରନ୍ଥାବଳୀ ଘାଣ୍ଟି ବସନ୍ତି ଓ ଠିକଣା ସମୟରେ ଖାଳେଇ ଭିତରୁ ଘଘାଳ କରି ମାଛଗୁଡ଼ାକ କାଢ଼ି ପକାଇଲା ପରି ପେଟରୁ ମେହେରଙ୍କ ବିଷୟର ଜ୍ଞାନଗୁଡ଼ିକ ଓକାଳି ପକାଇବାକୁ ଉହୁଙ୍କି ରହିଥା’ନ୍ତି । ବୟସ୍କ ବକ୍ତାମାନଙ୍କ ସମ୍ପର୍କରେ ସେ କହିଛନ୍ତି – “ବୁଢ଼ା ଧୋକଡ଼ା ବକ୍ତାମାନେ ମେହେରଙ୍କୁ କିପରି ନୂଆ ଭାବରେ ସଜାଇ ଲୋକଙ୍କୁ ଦେଖାଇବେ, ସେଥିଲାଗି ନିଜ ନିଜ ମୁଣ୍ଡକୁ ଦହିହାଣ୍ଡି ମଜ୍ଜିଲା ପରି ମଛିବାରେ ଲାଗିପଡ଼ନ୍ତି ।” ଜଣେ ସାହିତ୍ୟିକଙ୍କୁ ନିମନ୍ତ୍ରଣ କରିବାକୁ ପଡ଼ିବ, ସେଭଳି ପ୍ରସଙ୍ଗରେ ଲେଖକ ଲେଖୁଛନ୍ତି – “ଯେଉଁ ସାହିତ୍ୟିକଙ୍କର ପେଟମରା ଥୁବ ଓ ଖେଞ୍ଚ୍ ହେଉଥବ, ତାକୁ ନିମନ୍ତ୍ରଣ କରିବା ମାତ୍ରେ ଧାଇଁ ଆସିବ । ବେଶି ଖୋଜିବାକୁ ପଡ଼ିବ ନାହିଁ, କାରଣ ଅଧିକାଂଶ ସାହିତ୍ୟିକଙ୍କର ପେଟକୁ ମାରେ ।”

ସଭାଗୃହକୁ ଡାକ୍ତରୀ ଛାତ୍ରମାନେ ସଜାଇବାକୁ ଯାଇ, କଙ୍କାଳମାନଙ୍କୁ ହାତଯୋଡ଼ିବା, ମଣିଷ ମୁଣ୍ଡହାଡ଼ ଉପରେ ସ୍ବାଗତମ୍ ଲେଖା ଦେଖିଲା ପରେ, କେତେକ ଯାହା କହିଥିଲେ, ତାହା ନିହାତି ହାସ୍ୟାଦ୍ଦୀପକ । “ପାଖରେ ଠିଆ ହୋଇ ଦେଖୁଥ‌ିବା କେତେକ ବାହାର ଲୋକ ଗୁଣୁଗୁଣୁ ହୋଇ କହୁଥା’ନ୍ତି ।” ‘ଅଳପେଇସେ ଯମ ଘରକୁ ସ୍ଵାଗତ କରୁଛନ୍ତି, ଭାବରେ ଆଣିଥିଲେ । ସେହି ଅତିଥ୍‌ଙ୍କୁ ଦାନ୍ତଭଙ୍ଗା ଚୌକିରେ ବସିବାକୁ କହିବାରୁ ତାଙ୍କର ଅବସ୍ଥା ସଂପର୍କରେ କଥାକାର କୋଉ ବୋକଡ଼ ଜାଣୁ ଜାଣୁ ତା’ ଭିତରକୁ ପଶିବ ?” ଘରସଜା ଭଳି ଜଣେ ପେଟମରା ରୋଗୀକୁ ସେ ସଭାପତି ଭାବରେ ଆଣିଥିଲେ । ସେହି ଅତିଥ୍‌ଙ୍କୁ ଦାନ୍ତଭଙ୍ଗା ଚୌକିରେ ବସିବାକୁ କହିବାରୁ ତାଙ୍କର ଅବସ୍ଥା ସଂପର୍କରେ କଥାକାର ଲେଖୁଛନ୍ତି – “ଆଉ ସହର ଭିତରକୁ ଯିବାକୁ ଦରକାର ପଡ଼ିଲା ନାହିଁ । ଦୈବ ଅନୁକୂଳ ହେଲେ ସିନା ଏମିତି ଖାଳେଇ ଭିତରେ ମାଛ ଆସି ଛାଏଁ ଛାଏଁ ପଶିଯାଏ । X X X ଏ ଚଉକି ସହ ଆଗରୁ ଥରେ ସେ ପରିଚିତ ହୋଇଥିଲେ । ଅଲକ୍ଷ୍ୟରେ ତାଙ୍କ ଜିଭଟା ସବୁ ଦାନ୍ତମୂଳ ଠିକ୍ ଅଛି କି ନା ତାହା ପରୀକ୍ଷା କରି ଦେଖୁନେଲେ ।”

ଗଳ୍ପର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଅନେକ ପ୍ରକାର ତୁଳନାତ୍ମକ ବର୍ଣ୍ଣନା ଦେଇ ଗଳ୍ପଟିକୁ ସରସ କରିବାକୁ ଚେଷ୍ଟା କରିଛନ୍ତି । ଫତୁରାନନ୍ଦ ଅନୁରୂପ ଶୈଳୀରେ ତାଙ୍କର ସମଗ୍ର ଗଳ୍ପ ସୃଷ୍ଟିକୁ ମହିମା ମଣ୍ଡିତ କରିଛନ୍ତି ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

କବି ପରିଚିତି :

ଓଡ଼ିଆ ସାହିତ୍ୟରେ ହାସ୍ୟରସ ସ୍ରଷ୍ଟା ଫତୁରାନନ୍ଦ ଏକ ସ୍ଵତନ୍ତ୍ର ଆସନର ଅଧିକାରୀ । ତାଙ୍କର ସାରସ୍ବତ ସାଧନା ମାଧ୍ୟମରେ ସେ ସମାଜର ବହୁ କୁସଂସ୍କାର ବିରୋଧରେ କୁଠାରଘାତ କରିଛନ୍ତି । ଭାରତର ବିଭିନ୍ନ ଭାଷାଭାଷୀ ହାସ୍ୟରସର ପ୍ରଣେତାଙ୍କ ମଧ୍ୟରେ ତାଙ୍କର ଯଥେଷ୍ଟ ଖ୍ୟାତି ରହିଛି । ଫଳସ୍ଵରୂପ ତାଙ୍କର ଅନେକ ଗଳ୍ପ ବହୁ ଭାରତୀୟ ଭାଷାରେ ଅନ୍ତବାଦ ହୋଇ ସଫଳତା ଲାଭକରିଛି ।

ଫତୁରାନନ୍ଦଙ୍କ ପ୍ରକୃତ ନାମ ଡାକ୍ତର ରାମଚନ୍ଦ୍ର ମିଶ୍ର । ମାତ୍ର ହାସ୍ୟରସର ସ୍ରଷ୍ଟା ହେବାପରେ ସେ ନିଜକୁ ଲେଖା ମାଧ୍ୟମରେ ଫତୁରାନନ୍ଦ ବୋଲି ପରିଚିତ କରାଇଥିଲେ । ସେ କଟକ ସହରର ଝାଞ୍ଜିରୀ ମଙ୍ଗଳା ଅଞ୍ଚଳରେ ପିତା ବିଦ୍ୟାଧର ମିଶ୍ର ଏବଂ ମାତା ସୁଭଦ୍ରା ଦେବୀଙ୍କ ଔରସରୁ ୧୯୧୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ପେଶାରେ ସେ ଚିକିତ୍ସକ ଥିଲେ ବି ନିଶାରେ ଥିଲେ ସାହିତ୍ୟିକ ।

ଫତୁରାନନ୍ଦ ଧନ ପ୍ରାଚୁର୍ଯ୍ୟ ଭିତରେ ବଢ଼ିଥିଲେ । ସେ ଥିଲେ ତାଙ୍କ ପିତାମାତାଙ୍କର ଏକମାତ୍ର ସନ୍ତାନ । ମାତ୍ର ଭାଗ୍ୟର ନିର୍ମମ ଚାବୁକ ପ୍ରହାରରେ ସେ ନିଃସ୍ବ ଓ ଅସହାୟ ହୋଇଯାଇଥିଲେ । ଅସରନ୍ତି ଦୁଃଖ, ଅକଳନ ଯନ୍ତ୍ରଣା ଭିତରେ ପୋଡ଼ିଜଳି ଶୁଦ୍ଧ ସୁବର୍ଣ୍ଣ ଜାଜୁଲ୍ୟମାନ ହେଲାପରି ହସିବା ଓ ହସେଇବା ତାଙ୍କର ଏକ ଅପୂର୍ବ ଏକାନ୍ତ ବ୍ୟକ୍ତିତ୍ୱ ଥିଲା । ନିଜର ଦୁଃଖ ଯେତେ ନିଷ୍ଠୁର, ଯେତେ ଅସହ୍ୟ ହୋଇଥାଉ ପଛକେ ଅନ୍ୟର ଆଖ୍ୟାରେ ଲୁହଟୋପାଏ ଦେଖ‌ିଲେ ସେ ତା’ପ୍ରତି ସହାନୁଭୂତିଶୀଳ ହୋଇ ଉଠୁଥିଲେ । ତା’ପ୍ରତି ଦରଦ ପ୍ରକାଶ କରି ତା’କୁ ସାହାଯ୍ୟ କରିବାକୁ ଆଗେଇ ଆସୁଥିଲେ ।

ଫତୁରାନନ୍ଦ ଚାଟଶାଳୀରୁ ବିଦ୍ୟା ଆରମ୍ଭକରି ପରବର୍ତ୍ତୀ ସମୟରେ କଲେଜିଏଟ୍ ସ୍କୁଲରେ ପାଠ ପଢ଼ିଥିଲେ । କଲେଜିଏଟ୍ ସ୍କୁଲରେ ବିଦ୍ୟାଶିକ୍ଷା ପରେ ସେ ମେଡ଼ିକାଲ ସ୍କୁଲରେ ନାମ ଲେଖାଇଥିଲେ । ଜଣେ ଡାକ୍ତର ହୋଇ ରୋଗୀସେବା କରିବାରେ ଆଶା କରିଥିଲେ ତାଙ୍କର ଜେଜେବାପା । ସେ ଡାକ୍ତରୀ ପାର୍ଶ୍ଵକଲେ ମାତ୍ର ରୋଗୀସେବା କରିପାରିଲେ ନାହିଁ । ବରଂ ଶରୀର ସେବା ଅପେକ୍ଷା ମନସେବା ଅର୍ଥାତ୍ ଅନ୍ୟମୁହଁରେ ହସ ଭରିଦେବାର ଯୋଜନା କରି ହାସ୍ୟରସର ସାହିତ୍ୟ ସୃଷ୍ଟିକଲେ । ଅନ୍ୟର ମନକୁ ଉତ୍‌ଫୁଲ୍ଲିତ କରିବାର ସଂକଳ୍ପ ନେଲେ ଏବଂ ସେଥ‌ିରେ ସିଦ୍ଧି ଅର୍ଜନ କରିଥିଲେ ।

ହାସ୍ୟ ଓ ବ୍ୟଙ୍ଗ ତାଙ୍କ ଲେଖାର ମୂଳଥିଲା । ସେ ସମ୍ପର୍କରେ ନିଜେ ସ୍ଵୀକାର କରି କହିଛନ୍ତି – ‘ଦୁଃଖରୁ ନିଷ୍କୃତ ପାଇଁ ତାକୁ ବ୍ୟଙ୍ଗକରି ନିଜେ ହସିବାକୁ ଚେଷ୍ଟାକଲେ । କ୍ରମେ ଏହି ପ୍ରଚେଷ୍ଟା ବେଶି ହୋଇଗଲେ ତାହା ଉଚ୍ଛୁଳି ପଡ଼ି ସାହିତ୍ୟରୂପରେ ଦେଖାଯାଏ । ଫତୁରାନନ୍ଦ ଯେଉଁ ପୁସ୍ତକ ରଚନା କରିଛନ୍ତି, ସେଗୁଡ଼ିକ ହେଉଛି – ‘ନାକଟା ଚିତ୍ରକର (ଉପନ୍ୟାସ) – ୧୯୫୦, ‘ନିଲଠାକବି’ ‘କବିତା’, ‘ସାହିତ୍ୟ ଚାଷ’ (ଗଳ୍ପ) ୧୯୫୯, ‘ହେରେସା’ (ଗଳ୍ପ), ‘ବିଦୂଷକ’ (ଗଳ୍ପ) ୧୯୬୩, ‘ମଙ୍ଗଳବାରିଆ ସାହିତ୍ୟ ସଂସଦ’ (ଗଳ୍ପ) ୧୯୬୩, ‘ହସକୁରା’ (ଗଳ୍ପ) – ୧୯୭୨, ‘ବୃହତ୍‌ଭାଣ୍ଡ’ (ଗଳ୍ପ) – ୧୯୭୭, ‘ଅମୃତବେହିଆ’ (ଗଳ୍ପ) ୧୯୭୭, ‘ଭୋଟ୍’, (ଗଳ୍ପ) – ୧୯୮୦, ‘ଗମାତ୍’ (ଗଳ୍ପ) – ୧୯୮୨, ନିଦ୍ରା ବେହେଲା (ଗଳ୍ପ) – ୧୯୮୨, ‘ଫମାଲୋଚନା’ (ହାସ୍ୟରଚନା) – ୧୯୮୨, ‘କଲିକତି ଚେଙ୍କ’ (ନାଟକ) – ୧୯୮୨, ‘ଥଟଲିବାଜା’ (ଗଳ୍ପ) – ୧୯୮୨, ‘ନବଜିଆ’ (ଗଛ) ୧୯୮୩, ‘ସାହିତ୍ୟ ବେଉଷଣ’ (ଗଛ) – ୧୯୮୩, ‘ସାହିତ୍ୟ ବଛାବଛି’ (ଗଳ୍ପ) – ୧୯୮୪, ‘ମୋ ଫୁଟାଢଙ୍ଗାର କାହାଣୀ’ (ଆତ୍ମଜୀବନୀ) ଇତ୍ୟାଦି ।

ଓଡ଼ିଆ ଗଳ୍ପ ରଚନାରେ ହାସ୍ୟ ଓ ବ୍ୟଙ୍ଗର ଅପ୍ରତିଦ୍ବନ୍ଦୀ ସମ୍ରାଟ ଫତୁରାନନ୍ଦ । ତାଙ୍କର ପ୍ରତ୍ୟେକ ଗଳ୍ପରେ ଗାଳ୍ପିକ ବକ୍ତବ୍ୟର ସ୍ପଷ୍ଟତା । ଦୃଷ୍ଟି ଓ ଦର୍ଶନର ପରିପକ୍ବତାର ସ୍ପଷ୍ଟ ଆଭାସ ମିଳିଥାଏ । ନିହାତି ବ୍ୟକ୍ତିଗତ ଓ ନିଜସ୍ଵ ଅନୁଭୂତିକୁ ନେଇ ସେ ରଚନା କରୁଥିଲେ ଗଳ୍ପ । ସୁତରାଂ ତାଙ୍କର ଗଳ୍ପଥିଲା ହୃଦୟସ୍ପର୍ଶୀ ଓ ମନନଧର୍ମୀ । ତାଙ୍କର ପ୍ରତ୍ୟେକଟି ଗଳ୍ପ ସଙ୍କଳନରେ ଏହାର ସତ୍ୟତା ପ୍ରମାଣିତ ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

ଗଳ୍ପର ସାରକଥା :

ଫତୁରା ନନ୍ଦ ଓରଫ ରାମତନ୍ଦ୍ର ମିଶ୍ରଙ୍କର ‘ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ’ ଏକ ହାସ୍ୟରସାମ୍ୟକ ଲଘୁରସ ମୂଳକ ସରସ ରଚନା । ଉକ୍ତ ଗଳ୍ପଟିରେ ଗାଳ୍ପିକ ସୂଚନା ଦେଇଛନ୍ତି, ସାହିତ୍ୟସଭା କିମ୍ବା ସାହିତ୍ୟିକଙ୍କ ଜୟନ୍ତୀ କେବଳ ସାହିତ୍ୟ ଅନୁରାଗୀଙ୍କ ଦ୍ଵାରା ସମ୍ଭବ ହୋଇଥାଏ । ଯେକୌଣସି ସ୍ତରର ବ୍ୟକ୍ତିମାନେ ସାହିତ୍ୟିକଙ୍କ ବିଷୟରେ ଆଲୋଚନା କଲେ, ସେଥ‌ିରେ କିଛି ନୂଆତତ୍ତ୍ବ ମିଳିଥାଏ । ଡାକ୍ତରୀ ପଢୁଥ‌ିବା ଛାତ୍ରମାନେ, ସଦାସର୍ବଦା ରୋଗୀସେବା, ଶରୀର ସମ୍ବନ୍ଧୀୟ ଶିକ୍ଷା ଓ ଔଷଧପତ୍ର ନେଇ ନିଜର ମାନସିକ ପ୍ରସ୍ତୁତି କରିଥା’ନ୍ତି । ସେଭଳି ଛାତ୍ରମାନଙ୍କୁ ଯଦି ସାହିତ୍ୟିକଙ୍କ ସୁଯୋଗ ଦିଆଯାଏ । ତା’ହେଲେ ସେମାନେ ପରିବେଶ, ଶରୀର ଓ ଔଷଧକୁ ନେଇ ତୁଳନା କରିଥା’ନ୍ତି । ଗାଳ୍ପିକ ଗଳ୍ପଟିରେ ହାସ୍ୟରସ ମାଧ୍ୟମରେ ଏହାହିଁ ପ୍ରକାଶ କରିଛନ୍ତି ।

ସାହିତ୍ୟ ସଭାର ସାହିତ୍ୟିକମାନେ କିମ୍ଵା ବକ୍ତାମାନେ ଅଭିଭାଷଣ ଦେବାପୂର୍ବରୁ ଅନେକ ପ୍ରକାର ପ୍ରସ୍ତୁତ ହୋଇଥା’ନ୍ତି । ନିର୍ଦ୍ଦିଷ୍ଟ ସମୟରେ ମେହେର ଜୟନ୍ତୀ ପଡ଼େ ଏବଂ କବି, ସାହିତ୍ୟିକ ଓ ସାହିତ୍ୟ ପ୍ରେମୀମାନେ ସେହି ତଥ୍ୟ କଣ୍ଠସ୍ଥ କରନ୍ତି ଓ ତାହାକୁ ସଭାରେ ଉପସ୍ଥାପନ କରନ୍ତି । ମାତ୍ର ବୟସ୍କ ବକ୍ତାମାନେ ମେହେର ସାହିତ୍ୟର ତାତ୍ତ୍ଵିକ ଦିଗକୁ ଉନ୍ମୋଚନ କରନ୍ତି । ଭାବପ୍ରବଣ ଛାତ୍ରମାନେ ସେପରି ହେବାକୁ ଚେଷ୍ଟା କରନ୍ତି । ଗାଳ୍ପିକ ଏହାକୁ ବର୍ଣ୍ଣନାକରି ଲେଖୁଛନ୍ତି – “ଚୋରା ବସନ୍ତ ଆସିଲେ ଦେହ ଉଲୁସିଲା ପରି କବି, ସାହିତ୍ୟିକମାନଙ୍କ ଦେହ ମେହେର ଜୟନ୍ତୀ ଆଗମନରେ ଉଲ୍ଲସି ଉଠେ । ସମସ୍ତେ ଊଣା ଅଧିକେ ଜୟନ୍ତୀକୁ ସାଦର ଅଭ୍ୟର୍ଥନା ଜଣାନ୍ତି ।”

କାଉ ଧାନ ଖାଇବା ପରି ବକ ଧାନ ଖାଇବାକୁ ଚେଷ୍ଟାକରିବା ଭଳି ମେଡ଼ିକାଲ କଲେଜର ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ ମେହେରଜୟନ୍ତୀ ପାଳନ କରିବା ପାଇଁ ସ୍ଥିର କଲେ । ସଭାର ଆୟୋଜନ ହେଲା । ଡାକ୍ତରଖାନାରେ ଉପଲବ୍ଧ ନାନା ସରଞ୍ଜାମରେ ସଭାଗୃହ ସଜେଇ ଦିଆଗଲା । ଅଧ୍ୟାପନା କୋଠରୀ ବା ଲେକ୍‌ଟର ହଲ୍‌ର ଫାଟକକୁ ଦୁଇପାଖରେ ଯୋଡ଼ାଏ କଙ୍କାଳଙ୍କୁ ଠିଆ କରାଇ ଦିଆଗଲା । ଉଭୟଙ୍କ ହାତକୁ ନମସ୍କାର କରିବା ଭଙ୍ଗୀରେ ରଖ୍ ସୂତା ବାନ୍ଧି ଦିଆଗଲା । ମୁଣ୍ଡ ଉପରକୁ ଜାନୁହାଡ଼ ଛକି ପକାଇ ତା’ ଆଗକୁ ଗୋଟିଏ ମୁଣ୍ଡହାଡ଼ ରଖାଯାଇ ତା’ ତଳକୁ ସ୍ଵାଗତମ୍ ଲେଖାଗଲା । ପାଖରେ ଦେଖୁଥ‌ିବା ଲୋକମାନେ ଏପରି ଆୟୋଜନ ପାଇଁ ମନେମନେ ବିରକ୍ତି ପ୍ରକାଶ କରୁଥିଲେ ।

ଘର ସଜାଇବାକୁ ଯାଇ ସେମାନେ, ରକ୍ତକଣିକାର ବଡ଼ ବଡ଼ ରଙ୍ଗୀନ୍ କାନ୍ଥଛବି, ଚାରିପାଖରେ ମାରିଦେଲେ । ମେହେରଙ୍କ ଛବିକୁ ରଖ୍ ପାଇଁ ସେମାନେ ଅପରେସନ୍ ଟେବୁଲ୍‌କୁ ବ୍ୟବହାର କଲେ । ଟେବୁଲ୍ ଉପରେ ଗଜକନା ପକାଇ, ହାଡ଼ଯୋଡ଼ାକ ଢିରାଦେଇ ମେହେରଙ୍କ ଫଟୋକୁ ରଖିବାର ବ୍ୟବସ୍ଥା କଲେ । ସଭାପତିଙ୍କ ପାଇଁ ଗୋଟିଏ ଭଲ ଚେୟାର ଦରକାର ପଡ଼ିବାରୁ ସେମାନେ ଦାନ୍ତଭଙ୍ଗା ଘରୁ, ସେହି ଚଉକିଟି ନେଇ ଆସିଲେ । ଟେବୁଲ୍ ଉପରେ ଫୁଲଦାନୀ ବଦଳରେ, ସେମାନେ ଭୃଣ ସାଇତା କେତେଗୁଡ଼ିଏ କାଚର ବୁୟମ୍ ଆଣି ରଖିଦେଲେ ।

ସଭାଘର ସଜା ସରିଲାବେଳକୁ, ଅତିଥ୍ ଆଣିବାକୁ ଯାଇଥିବା ଦୁଇଜଣ ଛାତ୍ର ପେଟରୋଗୀ, ଯେକି ଯନ୍ତ୍ରଣାପାଇଁ ମୁଖବିକୃତି କରୁଥିଲା । ତାହାକୁ ଧରି ଆଣିଲେ । ପେଟରୋଗୀଟି ଭଲ ଔଷଧ ପାଇବା ଆଶାରେ, ଛାତ୍ରମାନଙ୍କ ସଙ୍ଗରେ ଚାଲି ଆସିଥିଲେ । ମାତ୍ର ଘରେ ପଶୁ ପଶୁ ଏଭଳି ବ୍ୟବସ୍ଥା ଦେଖୁ ସେ ଛାନିଆ ହୋଇଗଲେ । ତଥାପି ଭଦ୍ରତା ଖାତିରରେ ନିଜର ମନୋଭାବକୁ ଲୁଚାଇ ରଖିଲେ । ଦାନ୍ତ ଓପଡ଼ା ଚଉକିରେ ସେ ଥରେ ବସିଥିଲେ, ସେଭଳି ଚଉକିରେ ବସିବାକୁ ଅନିଚ୍ଛା ପ୍ରକାଶ କଲେ ମଧ୍ୟ ପରିସ୍ଥିତିରେ ପଡ଼ି ବାଧ୍ୟହୋଇ ସେଥ୍ରେ ବସିଲେ । ଟେବୁଲ ଉପରେ ଥୁଆ ହୋଇଥ‌ି ବୁୟମ୍ ଦେଖ୍ ତାଙ୍କର ମୁଖବିକୃତି ଟିକିଏ ବଢ଼ିଯାଇଥିଲା । ଅତିଥିଙ୍କ ପେଟମାରୁଛି ଭାବି, ତାହାର ଉପଚାର କରାଗଲା । ମାମୁଲି ରୀତିନୀତିରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।

ପ୍ରଥମେ ଜଣେ ଡାକ୍ତର ଉଠି ବକ୍ତବ୍ୟ ଦେଲେ, ମେହେରଙ୍କୁ ସମସ୍ତେ ଜାଣନ୍ତି ଓ ସବୁସ୍ଥାନରେ ସେ ପରିଚିତ ବୋଲି ପ୍ରମାଣ କରିଥିଲେ । ସେ ତାଙ୍କର ଜନ୍ମସ୍ଥାନର ପରିଚୟ ଦେଇ କହିଛନ୍ତି – ‘ଯେଉଁଠାରେ ରୌଦ୍ରଘାତ ଅଧ୍ୟକ ପରିମାଣରେ ହୋଇଥାଏ, ସେହି ବରପାଲି ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ । ଆହୁରି ମଧ୍ୟ ଗଙ୍ଗାଧର ମେହେର ପିଲାଦିନେ ଖେଳୁ ଖେଳୁ ଗୋଡ଼ ଭାଙ୍ଗି ଯାଇଥିଲା । ସେଭଳି ଗୋଡ଼ ଭାଙ୍ଗିବାର କାରଣ ମଧ୍ୟ ବକ୍ତା ଉପସ୍ଥାପନ କରିଥିଲେ ।

ଅଧିକ ସମୟ ସେ ବୟନ କାର୍ଯ୍ୟ କରୁଥିବାରୁ, ତାଙ୍କ ମେରୁଦଣ୍ଡର ବକ୍ରତା ସାମାନ୍ୟ ବଢ଼ିଯାଇଥିଲା । ଥରେ ତା’ କୁଡ଼ିରେ କାଙ୍କ ଆଙ୍ଗୁଠି ଫୁଟିଯାଇ ବିଷାକ୍ତ ହେବାରୁ, ସେପ୍‌ଟିକ୍ ହୋଇଗଲା । ସେଭଳି ପ୍ରସଙ୍ଗରେ, ଅନ୍ୟଜଣେ ଚୁଙ୍ଗୁଚୁଙ୍ଗିଆ ଛାତ୍ର ଉଠିପଡ଼ି ଔଷଧ ଦେବାର ବ୍ୟବସ୍ଥା କରିବାକୁ କହିଥିଲା । ସେ ଯେଉଁ ଔଷଧ କଥା କହିଲେ, ସେତେବେଳକୁ ସେ ଔଷଧ ଆବିଷ୍କୃତ ହୋଇନଥିଲା । କୌଣସି ଉପାୟରେ ତୁଟୁକା ତୁଟୁକିରେ ସେ ଆରୋଗ୍ୟ ହୋଇଥିଲେ । ଥରେ ତାଙ୍କର ଘର ପୋଡ଼ି ଯାଇଥିଲା ଏବଂ ନିଆଁ ଲିଭାଇବାକୁ ଯାଇ, ତାଙ୍କ ଶରୀରର ବହୁ ଯାଗାରେ ପୋଡ଼ିଯାଇଥିଲା । ସେତେବେଳେ ଟ୍ୟାନିକ ଏସିଡ଼୍ ମଲମ ବା ଜେଳି ବାହାରି ନ ଥ‌ିବାରୁ ରନ୍ଧା ନଡ଼ିଆ ତେଲରେ ମେହେରଙ୍କ – ଘା’ ଶୁଖିଥିଲା । ଏହିଭଳି ଗୁଡ଼ାଏ ଅପ୍ରାସଙ୍ଗିକ କଥା କହିସାରିବା ପରେ ସେ ମେହେରଙ୍କ ମୃତ୍ୟୁବରଣ କରିଥିବା କଥା କହି ବକ୍ତବ୍ୟ ଶେଷକରି ଥିଲେ ।

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ

ତାଙ୍କ ବକ୍ତବ୍ୟ ଶେଷହେବାରୁ ଆଉ ଜଣେ ବକ୍ତାମଧ୍ୟ, ମେହେରଙ୍କ ସାହିତ୍ୟ କୃତି ସେତେବେଳେ ପରିପ୍ରଚାରିତ ହେବା କଥାକୁ କ୍ଲୋରୋଫର୍ମର ବାଷ୍ପ ସହିତ ତୁଳନା କରିଥିଲେ । ସେହିପରି ମେହେରଙ୍କ କବିତାକୁ ସାକାରିନ୍, ପ୍ରଣୟବଲ୍ଲରୀ କାବ୍ୟକୁ ଅଫିମ, ଦୁଷ୍ମନ୍ତ ଶକୁନ୍ତଳାଙ୍କର ଭେଟକୁ ଭାଇନମ୍ ଗାଲିସାଇ, ପ୍ରିୟମ୍ବଦା ଓ ଅନୁସୂୟାଙ୍କୁ ଗାଇନାକୋଲଜିଷ୍ଟ ପାଖରେ ରହିଥ‌ିବା ଦୁଇଟି ନର୍ସଙ୍କ ସହିତ ତୁଳନା କରି କାବ୍ୟକୁ ସୁନ୍ଦର ବୋଲି କହିଛନ୍ତି । କବି ତାଙ୍କର କାବ୍ୟରେ ଅରଣ୍ୟର ବର୍ଣ୍ଣନା ଦେଇଥିଲେ ମଧ୍ୟ ସେଥ‌ିରେ ବିନୌଷଧ ବର୍ଣନା ନ କରିଥିବାରୁ, ମେହେରଙ୍କ ସାହିତ୍ୟ ହୋଇଛି ଦୋଷାବହ ।

ଦ୍ଵିତୀୟ ବକ୍ତାଟି ବସୁନବସୁ ଅନ୍ୟଜଣେ ବକ୍ତା କବିଙ୍କର ତପସ୍ବିନୀ କାବ୍ୟ ବଡ଼ ମର୍ମନ୍ତୁଦ ବୋଲି କହିଥିଲେ । ସେହି କାବ୍ୟ ବ୍ରୋମାଇଡ୍ ପରି ଅବସାଦକ ବୋଲି କହିଥିଲେ । କାରଣ ସେଭଳି କାବ୍ୟ ପଢ଼ିଲେ ମେଲେନ୍‌ଲିଆ ହୋଇଯାଇପାରେ । କବିଙ୍କର ‘ଭାରତୀ ଭାବନା’ ବ୍ରିଟିଶ୍ ଶାସକମାନଙ୍କୁ କୁଇନାଇନ୍ ପରି ଲାଗିଥିଲା । କୁଇନାଇନ୍‌ର ଦ୍ବିବିଧ କ୍ରିୟାଥ୍‌ଲା ଭଳି, କାବ୍ୟଟି ଦ୍ବିବିଧ ଅର୍ଥଯୁକ୍ତ ଥିବାରୁ କବି କୌଣସି ଉପାୟରେ ରକ୍ଷାପାଇ ଯାଇଥିଲେ । କବି କୃଷକ ଓ କୃଷିଦ୍ରବ୍ୟ ସମ୍ପର୍କରେ ଲେଖୁଥିଲେ ମଧ୍ୟ ଔଷଧ ଗଛ ବିଷୟରେ କିଛି କହି ନଥ‌ିବାରୁ, ବକ୍ତା କ୍ଷୋଭ ପ୍ରକାଶ କରିଥିଲେ । ଏଭଳି ବକ୍ତବ୍ୟ ଶୁଣି ସଭାପତି ଆତଙ୍କିତ ହେଉଥିଲେ, କାରଣ କବି ଔଷଧ ମୋଷଦରୁ ରକ୍ଷା ପାଇଯାଆନ୍ତୁ ବୋଲି ସେ ଭଗବାନ୍‌ଙ୍କୁ ମଧ୍ୟ ଡାକୁଥିଲେ ।

ଶେଷରେ ସଭାପତି ଡାକ୍ତର ଓ ଡାକ୍ତରୀ ଛାତ୍ରଙ୍କୁ ସୁହାଇଲା ଭଳି ବକ୍ତବ୍ୟ ଦେଇଥିଲେ । ସାହିତ୍ୟକୁ ସେମାନେ ସ୍ୱତନ୍ତ୍ର ଦୃଷ୍ଟିରୁ ବିଚାର କରିଛନ୍ତି ବୋଲି ପ୍ରେରଣା ଦେଇଥିଲେ । ହାସ୍ୟରସାତ୍ମକ ମନ୍ତବ୍ୟ ପ୍ରକାଶ କରି କଥାକାର “ତାକୁ ଲୋସନ୍ ପାଣିରେ ଧୋଇ ଗଜ ବ୍ୟାଣ୍ଡେଜ୍‌ରେ ବାନ୍ଧିଦେବେ, ଏଥ‌ିରେ ସନ୍ଦେହ ନାହିଁ ।’’

ସଭାପତିଙ୍କର ପେଟମରା ଯୋଗୁ ସାହିତ୍ୟ ଚର୍ଚ୍ଚାରେ ବାଧା ଆସିଥିଲା ଏବଂ ତାଙ୍କୁ ଷ୍ଟ୍ରେଚରରେ ମେଡ଼ିକାଲ ୱାର୍ଡ଼କୁ ବୁହାହୋଇ ଯିବା ପରେ ସଭାଭଙ୍ଗ ହୋଇଥିଲା ।

କଥାକାର ଡାକ୍ତର ଥିବାରୁ ଏବଂ ଡାକ୍ତରଖାନା ପରିସରରେ ଅଧ‌ିକ ସମୟ ଥ‌ିବାରୁ, ଗଳ୍ପଟିକୁ ସେହି ପରିବେଶରେ ସ୍ୱତନ୍ତ୍ର ଦୃଷ୍ଟିଭଙ୍ଗୀ ନେଇ ବିଚାର କରିଛନ୍ତି ।

କଠିନ ଶବ୍ଦାର୍ଥ ଓ ସୂଚନା :

CHSE Odisha Class 12 Optional Odia Solutions Chapter 17 ମେଡ଼ିକାଲ କଲେଜରେ ମେହେର ଜୟନ୍ତୀ - 1

Leave a Comment