CHSE Odisha Class 12 Psychology Unit 3 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 3 ସମୂହ ପ୍ରକ୍ରିୟା ଓ ନେତୃତ୍ଵ & ପରାମର୍ଶ ପ୍ରକ୍ରିୟା Short & Long Answer Questions

CHSE Odisha 12th Class Psychology Unit 3 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ସମୂହ କାହାକୁ କାହନ୍ତି ?
Answer:
ଯେତେବେଳେ ଦୁଇ ବା ତଦୁର୍ଦ୍ଧ୍ବ ବ୍ୟକ୍ତି ଏକତ୍ରିତ ହୋଇ ସମାନ ଆଦର୍ଶ ଓ ଲକ୍ଷ୍ୟର ଅନୁସରଣରେ ମଧ୍ୟରେ ଭାବର ଆଦାନ ପ୍ରଦାନ କରନ୍ତି । ସମୂହର ସୁପରିଚାଳନା ଓ ଉନ୍ନତି କଳ୍ପେ ନିଜର ପଦ ମର୍ଯ୍ୟାଦାକୁ ଆଧାର କରି ନିଜର ଭୂମିକା ନିର୍ବାହ କରନ୍ତି ଏବଂ ଏକକ ନିୟମର ବଶବର୍ତୀ ହୋଇ ନିଜର ବ୍ୟବହାରକୁ ନିୟନ୍ତ୍ରିତ କରିଥାନ୍ତି ସେତେବେଳେ ସେହି ଏକକ ସମାବେଶକୁ ‘ସମୂହ’ କୁହାଯାଏ ।

Question ୨।
ସମୂହ ଗଠନର ମୌଳିକ ଉପାଦାନଗୁଡ଼ିକୁ ଦର୍ଶାଅ ।
Answer:
ସମାଜବିଜ୍ଞାନୀମାନଙ୍କ ଦ୍ଵାରା କରାଯାଉଥିବା ବିଭିନ୍ନ ଅନୁସନ୍ଧାନ ଓ ପରୀକ୍ଷଣର ଫଳାଫଳ ସମୂହ ଗଠନର କେତେକ ମୌଳିକ ଉପାଦାନଗୁଡ଼ିକ ଉପରେ ଆଲୋକପାତ କରିଅଛି । ସେଗୁଡ଼ିକ ହେଲା :-

  • ନିକଟତା (Proximity)
  • ସାଦୃଶ୍ୟ (Similarity)
  • ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ (Common goal)
  • ସଂହତି (Cohesiveness)

Question ୩।
ସମୂହର ୩ ଗୋଟି ଗୁଣାବଳୀ ଉଲ୍ଲେଖ କର ।
Answer:
ସମୂହର ଗୁଣାବଳୀ:-

  • ସମୂହରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠ ସଂପର୍କରେ ରହିବା ଆବଶ୍ୟକ ।
  • ସମୂହର ସମସ୍ତ ସଦସ୍ୟଙ୍କର ସମାନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ରହିବା ଆବଶ୍ୟକ ।
  • ପ୍ରତ୍ୟେକ ସଦସ୍ୟମାନଙ୍କର ପରସ୍ପର ପ୍ରତି ଉତ୍ତମ ସଂପର୍କ ରହିବା ନିତାନ୍ତ ଜରୁରୀ ଅଟେ । ଏହାଦ୍ଵାରା ସମୂହ ଦୀର୍ଘକାଳ ପର୍ଯ୍ୟନ୍ତ ତିଷ୍ଠି ରହିପାରିଥାଏ ।

Question ୪।
ଆନୁଷ୍ଠାନିକ ସମୂହ କ’ଣ ?
Answer:
ଯେଉଁ ସମୂହର କାର୍ଯ୍ୟାବଳୀ , ନୀତି ନିୟମ ଓ ଲକ୍ଷ୍ୟ ପୂର୍ବ ନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ ହୋଇଥାଏ, ତାହାକୁ ଆନୁଷ୍ଠାନିକ ସମୂହ କୁହାଯାଏ । ଏହି ପ୍ରକାର ସମୂହରେ ପ୍ରତ୍ୟେକ ସଭ୍ୟଙ୍କର ଏକ ସ୍ଵତନ୍ତ୍ର ପଦ ଓ ତଦ୍ଵଜନିତ ଭୂମିକା ସ୍ଥିରୀକୃତ ହୋଇଥାଏ ଓ ଏହି ଭୂମିକା ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଉକ୍ତ ସଭ୍ୟମାନେ ସଂପାଦନ କରିଥାନ୍ତି ।
ଉଦାହରଣ ସ୍ଵରୂପ:- ଶ୍ରମିକ ସମୂହ, ମଜଦୁର ସଂଘ, ସାଂସ୍କୃତିକ ଅନୁଷ୍ଠାନ ଇତ୍ୟାଦି ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୫।
ନେତୃତ୍ବ କହିଲେ କ’ଣ ବୁଝ ?
Answer:
ନେତୃତ୍ଵ ହେଉଛି ଏକ ପ୍ରକାରର ସାମର୍ଥ୍ୟ ଯାହାକି ଲୋକମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ, ଉତ୍ସାହ ଓ କାର୍ଯ୍ୟ କରିବାର ପ୍ରବୃତ୍ତି ସୃଷ୍ଟି କରି ସେମାନଙ୍କୁ ଆଗେଇ ନେବାରେ ପ୍ରେରଣା ଯୋଗାଇଥାଏ । ଏହା ଏକ ସାମାଜିକ ପ୍ରକ୍ରିୟା । ଯେତେବେଳେ ସମୂହରେ ଥିବା ବ୍ୟକ୍ତିମାନେ ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ସେମାନଙ୍କର କାର୍ଯ୍ୟ ଆରମ୍ଭ କରନ୍ତି, ସେତେବେଳେ ନେତୃତ୍ଵର ଆବଶ୍ୟକତା ଅନୁଭବ କରାଯାଇଥାଏ । ସମୂହର କାର୍ଯ୍ୟକଳାପରେ ନେତୃତ୍ଵ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । ନେତୃତ୍ବର ଆଦର୍ଶ ଚିନ୍ତାଧାରା ଗୁଣାବଳୀ, କାର୍ଯ୍ୟ ଦକ୍ଷତା ଓ ସକରାତ୍ମକ ପ୍ରଭାବ ସମୂହକୁ ଉନ୍ନତ, ଦୀର୍ଘସ୍ଥାୟୀ ଓ ଗତିଶୀଳ କରାଇବାରେ ସାହାଯ୍ୟ କରିଥାଏ ।

Question ୬।
ନେତାଙ୍କର ଗୁଣାବଳୀଗୁଡି଼କ ଉଲ୍ଲେଖ କର ।
Answer:
ସାଧାରଣତଃ ଜଣେ ନେତାଙ୍କ ନିକଟରେ ନିମ୍ନଲିଖତ ଗୁଣାବଳୀଗୁଡ଼ିକ ଦେଖିବାକୁ ମିଳିଥାଏ । ଯଥା:-

  • ଅସାଧାରଣ ବ୍ୟକ୍ତିତ୍ଵ
  • ଅର୍ନ୍ତବୈୟକ୍ତିକ ଦକ୍ଷତା
  • ସମସ୍ୟା ସମାଧାନର ଶକ୍ତି
  • ଆତ୍ମବିଶ୍ଵାସ
  • ଧୈର୍ଯ୍ୟ
  • ସଂପ୍ରତ୍ୟୟ ଦକ୍ଷତା
  • ସଂଜ୍ଞାର କୌଶଳ
  • ବୈଷୟିକ ଦକ୍ଷତା
  • ଉଚ୍ଚକାଂକ୍ଷା ଓ ସାମର୍ଥ୍ୟ
  • ସନ୍ତୋଟତା ଓ ସାଧୁତା

Question ୭।
ପରାମର୍ଶ କହିଲେ କ’ଣ ବୁଝ ?
Answer:
ପରାମର୍ଶ ହେଉଛି ମନୋବିଜ୍ଞାନର ବିଭିନ୍ନ ଶାଖା ମଧ୍ୟରୁ ଏକ ପ୍ରୟୋଗାତ୍ମକ ଶାଖା ଅଟେ । ଏହା ବ୍ୟକ୍ତିର ସାମାଜିକ, ବ୍ୟକ୍ତିଗତ, ସାଂବେଗିକ ସମସ୍ୟା ସମାଧାନରେ ସହାୟକ ହୋଇଥାଏ । ପରାମର୍ଶ ଅର୍ଥ ହେଉଛି କୌଣସି ବ୍ୟକ୍ତିର ଇଚ୍ଛାମୁତାବକ ତା’ର ଦୈନନ୍ଦିନ ଜୀବନରେ ଦେଖାଯାଉଥିବା ସମସ୍ୟା ସମାଧାନ ପାଇଁ ହସ୍ତପେକ୍ଷ କରି ସହାୟତା ପ୍ରଦାନ କରିବା । ପରାମର୍ଶ ହେଉଛି ପରାମର୍ଶ ଦାତା ଓ ପରାମର୍ଶ ଗ୍ରହୀତାଙ୍କ ମଧ୍ୟରେ ହେଉଥିବା ଅନ୍ତଃକ୍ରିୟାତ୍ମକ ପ୍ରକ୍ରିୟା । ଯେଉଁ ବ୍ୟକ୍ତି ପରାମର୍ଶ ପ୍ରଦାନ କରିଥାନ୍ତି ତାଙ୍କୁ ପରାମର୍ଶ ଦାତା ଓ ଯେଉଁ ବ୍ୟକ୍ତି ପରାମର୍ଶ ଗ୍ରହଣ କରନ୍ତି ତାଙ୍କୁ ମହକିଲ କୁହାଯାଏ ।

Question ୮।
ପରାମର୍ଶ ଦ୍ବାରା ମିଳୁଥୁବା ପ୍ରମୁଖ ଲାଭଗୁଡ଼ିକ ଲେଖ ।
Answer: ପରାମର୍ଶର ସଫଳତା ଉଭୟେ ପରାମର୍ଶଦାତା ଓ ମହକିଲ ଉପରେ ଆଧାରିତ । ପରାମର୍ଶକୁ ପ୍ରଭାବଶାଳୀ କରିବା ପାଇଁ ଉଭୟେ ଉପଲବ୍ଧ କରିବା ଉଚିତ୍ ଯେ ସେମାନଙ୍କର ଲକ୍ଷ୍ୟ ସମାନ ଅଟେ । ଉପଯୁକ୍ତ ପରାମର୍ଶ ଦ୍ବାରା ମହକିଲ ପାଇଥିବା ଲାଭଗୁଡ଼ିକ ହେଲା:-

  • ସମସ୍ୟାକୁ ନିଜର ବୋଲି ଧାରଣା ସୃଷ୍ଟି ହେବା ।
  • ସମସ୍ୟାଟିକୁ ସଠିକ୍ ରୂପେ ବୁଝିବାରେ ସକ୍ଷମ ହେବା ।
  • ନୂତନ ବ୍ୟବହାର ଓ କ୍ରିୟାକଳାପର ଅର୍ଜନ କରିବା ।
  • ପ୍ରଭାବଶାଳୀ ସମ୍ବନ୍ଧରେ ବିକାଶ ଘଟିବା ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୯।
ପ୍ରଭାବୀ ପରାମର୍ଶଦାତାଙ୍କର ବ୍ୟକ୍ତିଗତ ଗୁଣାବଳୀଗୁଡି଼କ ଉଲ୍ଲେଖ କର ।
Answer:
କୋର୍‌ମିୟର୍ ଓ ଜୋର୍‌ମିୟରଙ୍କ ମତାନୁସାରେ ଜଣେ ପ୍ରଭାବୀ ପରାମର୍ଶଦାତାଙ୍କର ନିମ୍ନଲିଖୁତ ବ୍ୟକ୍ତିଗତ ଗୁଣାବଳୀ ରହିଥ‌ିବା ଉଚିତ୍ । ସେଗୁଡ଼ିକ ହେଲେ :-

  • ବୌଦ୍ଧିକ ସାମର୍ଥ୍ୟ
  • ଶକ୍ତି
  • ନମନୀୟତା
  • ସମର୍ଥନ
  • ସଦିଚ୍ଛା
  • ଆତ୍ମ ସଚେତନତା

Question ୧୦।
ପ୍ରଭାବୀ ପରାମର୍ଶଦାତାଙ୍କର ତିନିଗୋଟି ଗୁଣ ଉଲ୍ଲେଖ କର ।
Answer:
ପ୍ରଭାବୀ ପରାମର୍ଶଦାତାଙ୍କର ତିନିଗୋଟି ଗୁଣ ହେଲା:-

  • ଜଣେ ପରାମର୍ଶଦାତାଙ୍କର ନିଜ ବ୍ୟକ୍ତିତ୍ଵ ସମ୍ବନ୍ଧରେ ସଚେତନତା ଓ ବୋଧତା ରହିବା ଉଚିତ୍ ।
  • ଜଣେ ପରାମର୍ଶଦାତାଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିବା ଉଚିତ୍ ।
  • ଜଣେ ପରାମର୍ଶଦାତାଙ୍କର ମୁକ୍ତ ମାନସିକତା ରହିବା ଉଚିତ୍ ।

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ସମୂହର ମୁଖ୍ୟ ଲକ୍ଷଣମାନ ଉଲ୍ଲେଖ କର ?
Answer:
ଯେତେବେଳେ ଦୁଇ କିମ୍ବା ତତୋଽଧିକ ବ୍ୟକ୍ତି ଏକତ୍ରିତ ହୋଇ ପରସ୍ପର ସହିତ କ୍ରିୟା ଅନୁକ୍ରିୟା ମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ -ଲକ୍ଷ୍ୟ ସାଧନା ପାଇଁ କାର୍ଯ୍ୟ କରିଥାନ୍ତି ସେତେବେଳେ ସମୂହର ସୃଷ୍ଟି ହୋଇଥାଏ । ପ୍ରତ୍ୟେକ ସମୂହର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଗୁଣାବଳୀ ବା ଲକ୍ଷଣ ରହିଛି । ସେଗୁଡ଼ିକ ହେଲା:-

  • ସମୂହରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଘନିଷ୍ଠ ଓ ନିବିଡ଼ ସଂପର୍କ ରହିବା ଆବଶ୍ୟକ ।
  • ପାରସ୍ପରିକ କ୍ରିୟା ଅନୁକ୍ରିୟା ସମୂହର ମୁଖ୍ୟ ଲକ୍ଷଣ । ଅର୍ଥାତ୍ ସମୂହର ସମସ୍ତ ସଦସ୍ୟ ପରସ୍ପର ପ୍ରତି : ନିର୍ଭରଶୀଳ ରହି ଭାବର ଆଦାନ ପ୍ରଦାନ କରୁଥିବା ଦରକାର ।
  • ବ୍ୟକ୍ତି ଓ ସମୂହର ସଂପର୍କ ଅପେକ୍ଷାକୃତ ଦୀର୍ଘସ୍ଥାୟୀ ଓ ନିରବଚ୍ଛିନ୍ନ ରହିବା ସମୂହର ଏକ ବଳିଷ୍ଠ ଲକ୍ଷଣ ।
  • ସମୂହ ଗଠନରେ ସଦସ୍ୟମାନଙ୍କ ସମାନ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
  • ସମୂହରେ ପ୍ରତ୍ୟେକ ସଦସ୍ୟମାନଙ୍କର ଏକ ନିର୍ଦ୍ଦିଷ୍ଟ ଭୂମିକା, କାର୍ଯ୍ୟଖସଡ଼ା ଓ ସ୍ଥିତି ରହିବା ଉଚିତ୍ ।
  • ସମୂହର ଅନ୍ତର୍ଭୁକ୍ତ ସମସ୍ତ ସଭ୍ୟ ସମୂହର ପ୍ରତିମାନ, ନିୟମ, ମୂଲ୍ୟବୋଧ ଓ ବିଶ୍ଵାସକୁ ମାନି ଚଳିବା
  • ସମୂହରେ ପ୍ରତ୍ୟେକ ସଦସ୍ୟ ନିଜକୁ ସମୂହର ଏକ ଅଂଶ ଭାବି କାର୍ଯ୍ୟ କରିବା ଦରକାର । ଏହାଦ୍ଵାରା ସମୂହରେ ଏକତା ଦେଖାଦେଇଥାଏ ।
  • ଅଙ୍ଗୀକାରବଦ୍ଧତା ସମୂହର ଏକ ପ୍ରମୁଖ ଲକ୍ଷଣ ଅଟେ । ଏହା ଫଳରେ ପ୍ରତ୍ୟେକ ସଦସ୍ୟ ସେମାନଙ୍କର କାର୍ଯ୍ୟ ବିଷୟରେ ସଚେତନ ହେବା ସହିତ କାର୍ଯ୍ୟ ପ୍ରତି ନିଷ୍ଠା ପ୍ରତିପାଦନ କରିଥାନ୍ତି ।

Question ୨।
ଅଧିକାରବାଦୀ ବା ଏକଛତ୍ରବାଦୀ ନେତୃତ୍ଵ କହିଲେ କ’ଣ ବୁଝ ?
Answer:
ଏକଛତ୍ରବାଦୀ ନେତୃତ୍ଵରେ ସମୂହର ପରିଚାଳନା ପାଇଁ ସମୂହ ମୁଖ୍ୟଙ୍କୁ ହାତରେ ଅଖଣ୍ଡ କ୍ଷମତା ଥାଏ । ସେ ସମୂହର ଏକକ କ୍ଷମତା ଭୋଗ କରନ୍ତି | ସମୂହର କାର୍ଯ୍ୟଖସଡ଼ା ଓ ନୀତିନିୟମକୁ ଅଧୁକାରବାଦୀ ନେତୃତ୍ଵର ନେତାମାନେ ନିଜ ଇଚ୍ଛାରେ ପ୍ରସ୍ତୁତ କରନ୍ତି । ଅନୁଗାମୀଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରି ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସେ ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା କିମ୍ବା ବୈକ୍ସିକ୍ ଲକ୍ଷ୍ୟ ବା ଉଦ୍ଦେଶ୍ୟ କିଛି ନଥାଏ । ଅଧିକାରବାଦୀ ନେତା ସମୂହ କାର୍ଯ୍ୟକୁ ତାଙ୍କ ଅନୁଗାମୀଙ୍କ ଉପରେ ନ୍ୟସ୍ତ କରି ଏହି କାର୍ଯ୍ୟଧାରାରୁ ନିଜକୁ ଦୂରେଇ ରଖ୍ କେବଳ ତଦାରଖ କରିବାର ଦାୟିତ୍ଵ ନେଇଥାନ୍ତି । ଏଭଳି ନେତୃତ୍ଵରେ ନେତାମାନେ ପ୍ରଭୁତ୍ଵ ଜାହିର କରି ସଦସ୍ୟମାନଙ୍କ କାର୍ଯ୍ୟ ଓ ଭାବନାକୁ ନିଜ ନିୟନ୍ତ୍ରଣରେ ରଖନ୍ତି ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୩।
ପ୍ରାଥମିକ ସମୃହ ଓ ଗୌଣ ସମୂହ ମଧ୍ୟରେ ପ୍ରଭେଦ ଦର୍ଶାଅ ।
Answer:
ପ୍ରାଥମିକ ସମୂହ

  • ଜନ୍ମ ନେବା ପରେ ଶିଶୁଟି ପୂର୍ବରୁ ଗଠିତ ହୋଇ ରହିଥିବା ଯେଉଁ ସମୂହର ଅନ୍ତର୍ଭୁକ୍ତ ହୁଏ ତାହାକୁ ପ୍ରାଥମିକ ସମୂହ କୁହାଯାଏ ।
  • ପ୍ରାଥମିକ ସମୂହର ସଦସ୍ୟଗତ ପରସ୍ପର ସହିତ ଘନିଷ୍ଠ, ନିବିଡ଼ ଓ ସିଧାସଳଖ ମୁହାଁମୁହିଁ ସଂପର୍କ ରଖିଥାନ୍ତି ।
  • ଏହା ଆକାରରେ କ୍ଷୁଦ୍ର ଅଟେ । ବ୍ୟକ୍ତିର ସାମାଜିକିରଣ, ବିକାଶ ଓ କାର୍ଯ୍ୟପ୍ରଣାଳୀ ଉପରେ ଏହାର ପ୍ରଭାବ
  • ଉଦାହରଣ ସ୍ଵରୂପ :- ପରିବାର, ପାଖପଡ଼ୋଶୀ, ଖେଳସାଥୀ, ଜ୍ଞାତିକୁଟୁମ୍ବ ଇତ୍ୟାଦି ଏହି ସମୂହର ଅନ୍ତର୍ଭୁକ୍ତ ।

ଗୌଣ ସମୂହ:-

  • ଯେଉଁ ସମୂହରେ ସଦସ୍ୟମାନଙ୍କ ମଧ୍ୟରେ ଥ‌ିବା ସଂପର୍କରେ ନିବିଡ଼ତା କିମ୍ବା ଘନିଷ୍ଠତା ନଥାଏ ତାହାକୁ ଗୌଣ ସମୂହ କୁହାଯାଏ ।
  • ଗୌଣ ସମୂହର ସଦସ୍ୟମାନେ ସେମାନଙ୍କର ସ୍ଵାର୍ଥସାଧନ ନିମନ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିଥାନ୍ତି ।
  • ଏହାର ଆକାର ପ୍ରାଥମିକ ସମୂହ ଅପେକ୍ଷା ବୃହତ୍ତର ତଥାପି ଏହାର ସଦସ୍ୟମାନଙ୍କ ମଧ୍ୟରେ ଆବେଗିକ ସଂପର୍କ ଅତୀବ ନିମ୍ନମାନର ହୋଇଥାଏ ।
  • ଉଦାହରଣ ସ୍ଵରୂପ:- ବିଭିନ୍ନ କ୍ଲବ, ଛାତ୍ର ସଙ୍ଗଠନ, ସଂଘ, ବିଭିନ୍ନ ରାଜନୈତିକ ଦଳ ଇତ୍ୟାଦି ଗୌଣ ସମୂହର ଶ୍ରେଣୀଭୁକ୍ତ ।

Question ୪।
ନେତୃତ୍ବର ପ୍ରକୃତି ବର୍ଣନା କର ।
Answer:
ଯେତେବେଳେ କୌଣସି ସମୂହରେ ନେତୃତ୍ଵର ଆବଶ୍ୟକତା ପଡ଼େ ତାହା ସମସ୍ତ ସଦସ୍ୟଙ୍କ ଦ୍ଵାରା ସମାହିତ ନହୋଇ କିଛି ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ ହୁଏ । ବିଭିନ୍ନ ପ୍ରକାର ଗବେଷଣାର ତତ୍ତ୍ଵକୁ ଆଧାର କରି ସମାଜବିଜ୍ଞାନୀମାନେ ନେତୃତ୍ଵର ପ୍ରକୃତିରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କଲେ । ଏକ ପରିବେଶ ମଧ୍ୟରେ ଅନ୍ୟମାନଙ୍କର ସମର୍ଥନ ଲାଭ କରିବା ଓ ଅନ୍ୟମାନଙ୍କୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖୁବାକୁ ନେତୃତ୍ଵ ବୋଲି ସେମାନେ ବିବେଚନା କଲେ । ସେମାନଙ୍କ ମତରେ ନେତୃତ୍ଵର କେତେଗୁଡ଼ିଏ ପ୍ରକୃତି ବା ଲକ୍ଷଣ ଜଣେ ବ୍ୟକ୍ତିଙ୍କୁ ନେତା ବା ଦିଗ୍‌ଦର୍ଶକ ଭାବେ ପ୍ରତିପାଦିତ କରାଏ । ସେଗୁଡ଼ିକ ହେଲା :-

  • ନେତୃତ୍ଵ ବ୍ୟକ୍ତିର ବ୍ୟକ୍ତିଗତ ଗୁଣକୁ ଦର୍ଶାଇଥାଏ ।
  • ନେତୃତ୍ଵ ସମୂହରେ ଥିବା ସଦସ୍ୟମାନଙ୍କର ସହମତି ଉପରେ ଆଧାରିତ ।
  • ସମୂହ ଲକ୍ଷ୍ୟକୁ ହୃଦୟଙ୍ଗ କରି ଅନୁପ୍ରାଣୀତ କରିବାର ଦକ୍ଷତା ।
  • ସମସ୍ତ ପରିସ୍ଥିତିରେ ଦାୟିତ୍ଵ ସଂପାଦନା କରିବା ପାଇଁ ପ୍ରସ୍ତୁତ ରହିବା ।
  • ସମୂହର ଉଦ୍ଦେଶ୍ୟ ସାଧନ ପାଇଁ କାର୍ଯ୍ୟ କରିବାର ମନୋବୃତ୍ତି ସମସ୍ତ ସଦସ୍ୟଙ୍କ ମନରେ ସୃଷ୍ଟି କରିବା ।
  • କ୍ଷମତାର ଉପଯୁକ୍ତ ବ୍ୟବହାର କରିବାର ଦକ୍ଷତା ରହିବା ।

Question ୫।
ପରାମର୍ଶର ଲକ୍ଷ୍ୟଗୁଡ଼ିକ ବର୍ଣ୍ଣନା କର ।
Answer:
ପରାମର୍ଶର ଲକ୍ଷ୍ୟଗୁଡ଼ିକ ହେଲା:-

  • ପରାମର୍ଶ ହେଉଛି ଏକ ବୃତ୍ତି ।
  • ଏହା ବ୍ୟକ୍ତିର ବ୍ୟକ୍ତିଗତ, ସାମାଜିକ, ବୃତ୍ତିଗତ ଓ ଶିକ୍ଷାଗତ ବିଷୟକୁ ବୁଝାଇଥାଏ ।
  • ପରାମର୍ଶ କେବଳ ସାଧାରଣତଃ ସୁସ୍ଥ ମାନସିକ ପ୍ରକ୍ରିୟା ଦ୍ଵାରା ପରିଚାଳିତ ବ୍ୟକ୍ତିମାନଙ୍କ ଉପରେ ଉପଯୋଗ କରାଯାଇପାରିବ ।
  • ପରାମର୍ଶ କେବଳ ଏକ ଆବଦ୍ଧ ଗୃହ ମଧ୍ୟରେ ଦିଆଯାଇପାରିବ ।
  • ପରାମର୍ଶ ଏକ ପ୍ରକ୍ରିୟା ଯାହାଦ୍ଵାରା ମହକିଲ କିପରି ସମସ୍ୟଗୁଡ଼ିକର ସମାଧାନ କରିପାରିବ ଓ ନୂତନ ଓ ବ୍ୟବହାର ପରିପ୍ରକାଶ କରିପାରିବ ।
  • ପରାମର୍ଶ ବିଭିନ୍ନ ପ୍ରକାର ସ୍ତରରେ ଥିବା ବିଶେଷତ୍ଵକୁ ପରିବେଷ୍ଟିତ କରି ରଖୁଥାଏ ।

Question ୬।
ପରାମର୍ଶର ପ୍ରମୁଖ ତତ୍ତ୍ଵଗୁଡ଼ିକ ଉଲ୍ଲେଖ କର ।
Answer:
ପରାମର୍ଶ ହେଉଛି ଇଚ୍ଛାକରି ପରାମର୍ଶ ଗ୍ରହଣ କରୁଥିବା କୌଣସି ବ୍ୟକ୍ତିର ଦୈନନ୍ଦିନ ଜୀବନରେ ହସ୍ତକ୍ଷେପ କରି ସହାୟତା ଦେବା । ପରାମର୍ଶର ପ୍ରମୁଖ ତତ୍ତ୍ଵଗୁଡ଼ିକ ହେଲା:-

  • ଏହା ଏପରି ଏକ ସ୍ଵେଚ୍ଛାକୃତ ପ୍ରକ୍ରିୟା ଯେଉଁଥିରେ ପରାମର୍ଶଦାତା ତାଙ୍କର ମହକିଲର ଅନୁଭବ ଚିନ୍ତନ ଓ
  • ପରାମର୍ଶ ମହକିଲର ପ୍ରତ୍ୟକ୍ଷୀକରଣ ଓ ଅନୁଭବକୁ ସ୍ୱୀକୃତି ଦେଉଥାଏ ।
  • ପରାମର୍ଶ ପରିସ୍ଥିତିରେ ଲୋକମାନଙ୍କର ବିଶ୍ଵାସନୀୟତା ଓ ଗୋପନୀୟତା ରକ୍ଷା କରାଯାଇଥାଏ ।
  • କୌଣସି ପରାମର୍ଶଦାତା ଓ ମହକିଲଙ୍କ ଠାରୁ ତଥ୍ୟ ଆଦାୟ କରିବା ପାଇଁ ଦଣ୍ଡାତ୍ମକ ବିଧୂର ସହାୟତା ନେଇ ନ ଥାନ୍ତି ।
  • କୌଣସି ପରାମର୍ଶ ଦାତା ମହକିଲର ନିର୍ଦ୍ଦିଷ୍ଟ ସମସ୍ୟାଗୁଡ଼ିକ ଉପରେ ତାଙ୍କର ଧ୍ୟାନ- କେନ୍ଦ୍ରିତ କରିଥାଆନ୍ତି ।
  • ପରାମର୍ଶ ଦାତା ଓ ମହକିଲ ପରାମର୍ଶ ସମୟରେ ବାଚନିକ ଓ ଅବାଚନିକ ସନ୍ଦେହ ଆଦାନ ପ୍ରଦାନ କରିଥାଆନ୍ତି । ସେଥ‌ିପାଇଁ ପରାମର୍ଶ ସମୟରେ ହେଉଥ‌ିବା ସନ୍ଦେଶର ସ୍ଵରୂପ ସମ୍ବନ୍ଧରେ ସମ୍ବେଦନଶୀଳତା ରଖୁବା ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ବିଭିନ୍ନ ପ୍ରକାରର ସମୂହଗୁଡ଼ିକ ବ୍ୟାଖ୍ୟା କର ।
Answer:
ମନୁଷ୍ୟ ଏକ ସାମାଜିକ ପ୍ରାଣୀ ଭାବରେ ନାନାପ୍ରକାର ସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହିଥାଏ । ଏଥିପାଇଁ ତାକୁ ବହୁ ସମୂହ ସହ ସହବନ୍ଧିତ ହେବା ଆବଶ୍ୟକ ପଡ଼େ । କେତେକ ସମୂହ ସହିତ ତା’ର ସଂପର୍କ କ୍ଷଣସ୍ଥାୟୀ ହେଲେ ମଧ୍ୟ ଅନ୍ୟ କେତେକ ସମୂହ ସହିତ ସେ ଜୀବନର ଦୀର୍ଘ ସମୟ ଅତିବାହିତ କରିଥାଏ । ବିଭିନ୍ନ ପ୍ରକାରର ସମୂହ ସେମାନଙ୍କର କାର୍ଯ୍ୟଧାରା ଅନୁସାରେ ବ୍ୟକ୍ତିମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାନ୍ତି । ବ୍ୟକ୍ତି ଯେଉଁ ସମୂହ ମଧ୍ୟରେ ନିଜର ଚିନ୍ତାଧାରା ଓ ଲକ୍ଷ୍ୟସାଧନର ମାର୍ଗ ପାଇଥାଏ ସେ ଉକ୍ତ ସମୂହର ସଦସ୍ୟତା ଗ୍ରହଣ କରିଥାଏ । ପ୍ରତ୍ୟେକ ପ୍ରକାର ସମୂହଗୁଡ଼ିକୁ ସେମାନଙ୍କର କାର୍ଯ୍ୟଧାରା ଓ ଗଠନ ପ୍ରଣାଳୀର ଆଧାରରେ ବର୍ଗୀକରଣ କରାଯାଇଥାଏ । ସମୂହ ସାଧାରଣତଃ ନିମ୍ନ ପ୍ରକାରର :-
(i) ପ୍ରାଥମିକ ଓ ଗୌଣ ସମୂହ (Primary and Secondary Group)
(ii) ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସମୂହ (Formal and Informal Group)
(iii) ଅନ୍ତଃ ସମୂହ ଓ ବହିଃ ସମୂହ (In groups Out group)

(i) ପ୍ରାଥମିକ ଓ ଗୌଣ ସମୂହ :-
ଯେଉଁ ସମୂହ ସହିତ ଆମେମାନେ ଜନ୍ମ ସମୟରୁ ଜଡ଼ିତ ତାହାକୁ ‘ପ୍ରାଥମିକ ସମୂହ’ କୁହାଯାଏ । ଏହି ସମୂହର ସମସ୍ତ ସଦସ୍ୟ ପରସ୍ପର ପ୍ରତି ନିବିଡ଼ ସ୍ନେହ, ଶ୍ରଦ୍ଧାରେ ଆବଦ୍ଧ । ପରସ୍ପର ପ୍ରତି ସିଧାସଳଖ ସଂପର୍କ, ଭାବର ଆଦାନ ପ୍ରଦାନ, କାର୍ଯ୍ୟ କ୍ଷେତ୍ରରେ ସହଭାଗିତା, ଗଭୀର ଆବେଗିକ ସମ୍ବନ୍ଧ ଏବଂ ନିବିଡ଼ ଭୌତିକ ସାମୀଯ୍ୟ ହେଉଛି ପ୍ରାଥମିକ ସମୂହର ମୁଖ୍ୟ ଲକ୍ଷଣ ।

ଏହା ଆକାରରେ କ୍ଷୁଦ୍ର ଅଟେ । ଫଳରେ ଏହାର ସଦସ୍ୟମାନଙ୍କ ମଧ୍ୟରେ ଆତ୍ମୀୟତା ପ୍ରତିଷ୍ଠା ହୋଇଥାଏ ଏବଂ ସେମାନଙ୍କ ମଧ୍ୟରେ ଏକ ଦୀର୍ଘ ଓ ପ୍ରତ୍ୟକ୍ଷ ସଂପର୍କ ସ୍ଥାପିତ ହୋଇରହେ । ଶିଶୁଟିର ସାମାଜିକ ବିକାଶ, ମୂଲ୍ୟବୋଧ ଓ ଆଦର୍ଶ ମୁଖ୍ୟତଃ ପ୍ରାଥମିକ ସମୂହ ଉପରେ ନିର୍ଭର କରେ । ପରିବାର, ପାଖପଡ଼ୋଶୀ, ଜ୍ଞାତିକୁଟୁମ୍ବ, ଖେଳସାଥୀ ଇତ୍ୟାଦି ଉକ୍ତ ସମୂହର ଅନ୍ତର୍ଭୁକ୍ତ ।

ଯେଉଁ ସମୂହରେ ସଦସ୍ୟମାନଙ୍କ ମଧ୍ୟରେ ଥିବା ସଂପର୍କରେ ନିବିଡ଼ତା କିମ୍ବା ଘନିଷ୍ଠତା ନଥାଏ ଗୌଣ ସମୂହ କୁହାଯାଏ । ଗୌଣ ସମୂହରେ ବ୍ୟକ୍ତିଟି ନିଜ ଇଚ୍ଛାନୁସାରେ ଯୋଗଦାନ କରି ତା’ର ସଭ୍ୟ ହୁଏ । ଏମାନେ ଏକ ପ୍ରକାର ସ୍ଵାର୍ଥପର ହୋଇ ନିଜର ଉଦ୍ଦେଶ୍ୟ ସାଧନ ନିମନ୍ତେ ଏକତ୍ରିତ ହୋଇଥାନ୍ତି ଏବଂ ନିର୍ଦ୍ଦିଷ୍ଟ ଓ ସଂକୀର୍ଣ୍ଣ ଲକ୍ଷ୍ୟ ପୂରଣ ନିମନ୍ତେ କାର୍ଯ୍ୟ କରନ୍ତି ।

ଅନେକ ସମୟରେ ଏହାର ସଭ୍ୟମାନେ ପରସ୍ପର ଠାରୁ ବାହ୍ୟିକ ଓ ମାନସିକ ସ୍ତରରେ ଦୂରରେ ରହିଥାନ୍ତି । ଯଦିବା ଏହାର ଆକାର ପ୍ରାଥମିକ ସମୂହ ଅପେକ୍ଷା ବୃହତ୍ତର ତଥାପି ଏହାର ସଭ୍ୟମାନଙ୍କ ମଧ୍ୟରେ ଆବେଗିକ ସଂପର୍କ ଅତୀବ ନିମ୍ନମାନର ହୋଇଥାଏ । ବିଭିନ୍ନ କ୍ଲବ, ରାଜନୈତିକ ଦଳ, ସଂଘ ଓ ଛାତ୍ର ସଙ୍ଗଠନ ଇତ୍ୟାଦି ଗୌଣ ସମୂହର ଅନ୍ତର୍ଭୁକ୍ତ ।

(ii) ଆନୁଷ୍ଠାନିକ ଓ ଅଣଆନୁଷ୍ଠାନିକ ସମୂହ :-
ଯେଉଁ ସମୂହରେ କାର୍ଯ୍ୟାବଳୀ, ନୀତି, ନିୟମ ଓ ଲକ୍ଷ୍ୟ ପୂର୍ବନିର୍ଦ୍ଧାରିତ ଓ ନିର୍ଦ୍ଦିଷ୍ଟ ହୋଇଥାଏ ତାକୁ ଆନୁଷ୍ଠାନିକ ସମୂହ କୁହାଯାଏ । ଏହି ପ୍ରକାର ସମୂହର ନିଜସ୍ଵ ନୀତି, ଆଦର୍ଶ, ମାନକ ଓ ମାର୍ଗ ଦର୍ଶକ ସିଦ୍ଧାନ୍ତ ଥାଏ ଏବଂ ଏହା ସଦସ୍ୟମାନଙ୍କର ଆଚରଣ ଓ କାର୍ଯ୍ୟକୁ କଠୋର ଭାବରେ ନିୟନ୍ତ୍ରଣ କରିଥାଏ ।

ଏହି ପ୍ରକାର ସମୂହରେ ପ୍ରତ୍ୟେକ ସଭ୍ୟଙ୍କର ଏକ ସ୍ଵତନ୍ତ୍ର ପଦ ଓ ତଦ୍ଵନିତ ଭୂମିକା ସୁରକୃତ ହୋଇଥାଏ ଏବଂ ଏହି ଭୂମିକା ଅନ୍ତର୍ଗତ ସମସ୍ତ କାର୍ଯ୍ୟ ଉକ୍ତ ସଭ୍ୟମାନେ ସଂପାଦନ କରିଥାଆନ୍ତି । ଏହି ସମୂହର ସିଦ୍ଧାନ୍ତ ନିରୂପଣରେ ଏକ କ୍ରମ ସଙ୍ଗଠିତ ପ୍ରଭୁତ୍ଵ କାର୍ଯ୍ୟକରେ । ଶ୍ରମିକସଂଘ, ମଜଦୁର ସଂଘ, ସାମାଜିକ ସେବା ଦଳ, ସାଂସ୍କୃତିକ ଅନୁଷ୍ଠାନ, କାର୍ଯ୍ୟାଳୟଗୁଡ଼ିକ ସମୂହର ଅନ୍ତର୍ଭୁକ୍ତ ।

ଅଣଆନୁଷ୍ଠାନିକ ସମୂହରେ ସଭ୍ୟମାନଙ୍କର ସଂପର୍କ ଓ ଭୂମିକାକୁ କୌଣସି କଠୋର ନୀତିନିୟମ ଦ୍ବାରା ନିୟନ୍ତ୍ରଣ କରାଯାଇ ନ ଥାଏ । ସାମାଜିକ ଭାବବିନିମୟ ଦ୍ବାରା ଉକ୍ତ ସମୂହର ସୃଷ୍ଟି ହୋଇଥାଏ । ଏହି ସମୂହରେ କୌଣସି ସ୍ଥିରୀକୃତ ମାନଦଣ୍ଡ, ମାନକ ବା ନିୟମ ନ ଥାଏ ।

ଏହାର ସଦସ୍ୟମାନେ ସେମାନଙ୍କର କାର୍ଯ୍ୟ ଓ ମତାମତ ସ୍ଵାଧୀନ ଭାବରେ ଉପସ୍ଥାପିତ କରିଥାନ୍ତି । ବ୍ୟକ୍ତିମାନଙ୍କ ମଧ୍ୟରେ ପରସ୍ପର ପ୍ରତି ଆଗ୍ରହ, କଥାବାର୍ତ୍ତା ଓ ଏକତ୍ରିତ ହେବାର ଉଦ୍ଦେଶ୍ୟକୁ ନେଇ ଏହା ଗଠିତ । ସିନେମାହଲରେ ଏକାଠି ବସିଥିବା, ଚା’ ଦୋକାନରେ ଏକାଠି ମିଶୁଥ‌ିବା, ବ୍ୟାୟାମ କରିବା ପାଇଁ ସକାଳେ ଏକତ୍ରିତ ହେଉଥିବା ବ୍ୟକ୍ତିମାନଙ୍କର ସମୂହକୁ ଅଣଆନୁଷ୍ଠାନିକ ସମୂହ କୁହାଯାଏ ।

(iii) ଅନ୍ତଃ ସମୂହ ଓ ବହିଃ ସମୂହ :-
ଦେଖୁଥାଏ । ପ୍ରଥମଟି ହେଉଛି ‘ମୁଁ’ ଓ ‘ ଆମେ’ ଏବଂ ଦ୍ଵିତୀୟଟି ହେଉଛି ‘ସେ’ ଓ ‘ସେମାନେ’ । ଯେଉଁ ସମୂହ ସହିତ ବ୍ୟକ୍ତି ସଂଶ୍ଳିଷ୍ଟ ଓ ନିଜକୁ ସେ ଯେଉଁ ସମୂହରେ ସଦସ୍ୟ ଭାବରେ ବିଚାର କରି କାର୍ଯ୍ୟ କରିଥାଏ। ସେହି ସମୂହକୁ ଅନ୍ତଃସମୂହ କୁହାଯାଏ । ଉକ୍ତ ସମୂହରେ ଏକତା, ପରସ୍ପର ପ୍ରତି ସ୍ନେହ, ସହଭାଗିତାର ମନୋବୃତ୍ତି ଓ ସାମୂହିକ ବିଚାରଧାରା ଦେଖ‌ିବାକୁ ମିଳିଥାଏ ।

ଅନ୍ତଃସମୂହର ସଦସ୍ୟମାନେ ପରସ୍ପର ପ୍ରତି ଅନୁରକ୍ତ ଓ ବିଶ୍ବସ୍ତ ରହି ପରସ୍ତର ଶୁଭ ଓ ମଙ୍ଗଳ ଇଚ୍ଛା କରନ୍ତି ଓ ପରସ୍ପରର କାର୍ଯ୍ୟକୁ ପ୍ରଶଂସା କରନ୍ତି । ପରିବାର, କୌଣସି ଦଳର ସଦସ୍ୟତା, ବିଦ୍ୟାଳୟ କିମ୍ବା ମହାବିଦ୍ୟାଳୟର ସାଙ୍ଗସାଥୀ, ସମବୟସ୍କ ଓ ସମାନ ବୃତ୍ତିର ବ୍ୟକ୍ତିମାନେ ଉକ୍ତ ସମୂହର ଅନ୍ତର୍ଭୁକ୍ତ ।

ଗୋଟିଏ ସମୂହରେ ଥିବା ବ୍ୟକ୍ତି ଅନ୍ୟ ସମୂହଗୁଡ଼ିକୁ ବହିଃ-ସମୂହ ଭାବରେ ଅଭିହିତ କରିଥାଏ । ନିଜ ସମୂହକୁ ଛାଡ଼ି ଅନ୍ୟ ସମସ୍ତ ସମୂହର କର୍ଯ୍ୟଧାରା ଓ ନୀତିନିୟମକୁ ସେ ପ୍ରଶଂସା କରି ନଥାଏ । ବହିଃ ସମୂହ ପ୍ରତି ବ୍ୟକ୍ତିର ଆନ୍ତରିକତା କିମ୍ବା ସହଯୋଗିତା ଭାବ ନ ଥାଏ । ଉଦାହରଣ ସ୍ଵରୂପ – ପୁରୀରେ ବାସ କରୁଥିବା ବ୍ୟକ୍ତିଟିଏ ପାଇଁ ପୁରୀ ଅନ୍ତଃସମୂହ ହୋଇଥିବା ବେଳେ କଟକ, ବାଲେଶ୍ଵର କିମ୍ବା ଅନ୍ୟ ଯେକୌଣସି ପ୍ରବେଶ ବହିଃ ସମୂହ ହୋଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

Question ୨।
ସମୂହ ଗଠନର ମୁଖ୍ୟ ଉପାଦାନଗୁଡ଼ିକ ବର୍ଣ୍ଣନା କର। .
Answer:
କେତେକ ବ୍ୟକ୍ତିଙ୍କ ସମାବେଶ ଓ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ପାରସ୍ପରିକ କ୍ରିୟା ସମୂହ ଗଠନର ମୂଳପିଣ୍ଡ । କିନ୍ତୁ ସମାଜବିଜ୍ଞାନୀମାନଙ୍କ ଦ୍ଵାରା କରାଯାଉଥୁବା ବିଭିନ୍ନ ଅନୁସନ୍ଧାନ ଓ ପରୀକ୍ଷଣର ଫଳାଫଳ ସମୂହ ଗଠନର କେତେକ ମୌଳିକ ଉପାଦାନମାନଙ୍କ ଉପରେ ଆଲୋକପାତ କରିଅଛି ।

ସମୂହ ଗଠନର ମୁଖ୍ୟ ଉପାଦାନଗୁଡ଼ିକ ହେଲା:-
(i) ନିକଟତା (Proximity)
(ii) ସାଦୃଶ୍ୟ (Similarity)
(iii) ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ (Commom Goal)
(iv) ସଂହତି (Cohesiveness)

(i) ନିକଟତା (Proximity):-
ମଧ୍ୟରେ ସଂପର୍କ ସ୍ଥାପିତ ହୁଏ । କ୍ରମେ ଏହି ସଂପର୍କ ନିବିଡ଼ ହୋଇ ସମୂହ ଗଠିତ ହୁଏ । ସୁତରାଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଥବା ସାନ୍ନିଧ୍ୟ ବା ନିକଟତା ସମୂହ ଗଠନର ଏକ ମୁଖ୍ୟ ଉପାଦାନ । ଗୋଟିଏ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ସେମାନଙ୍କର ବିଭାଗ ଅନୁସାରେ ଜଣେ ଅନ୍ୟ ଜଣଙ୍କର କାର୍ଯ୍ୟ କରିଥାଏ । ବହୁ ସମୟ ଧରି ଜଣେ ଅନ୍ୟଜଣଙ୍କର ନିକଟବର୍ତୀ ରହିବା ଫଳରେ ସମୂହ ଗଠିତ ହୋଇଥାଏ । ଉଦାହରଣ ସ୍ଵରୂପ:- ଗୋଟିଏ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥୁବା ଛାତ୍ରଛାତ୍ରୀ ଗୋଟିଏ ସ୍ଥାନରେ ରହୁଥ‌ିବା ବ୍ୟକ୍ତିମାନେ ଓ ଗୋଟିଏ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କର ପୃଥକ ସମୂହ ଗଠନ କରିଥାନ୍ତି ।

(ii) ସାଦୃଶ୍ୟ (Similarity):-
ମାନସିକ ସ୍ତରରେ ଏକ ପ୍ରକାର ହୋଇଥିବାରୁ ସେମାନଙ୍କ ଇଚ୍ଛା, ଅନିଚ୍ଛା, ପ୍ରେମ, ସ୍ନେହ, ଘୃଣା ଓ କାର୍ଯ୍ୟ ଶୈଳୀ ଏପିରିକି ସେମାନଙ୍କ ମତ ଓ ଅମତରେ ଅନେକ ସାମଞ୍ଜସ୍ୟ ପରିଲକ୍ଷିତ ହୋଇଥାଏ । ଏଥିପାଇଁ ସେମାନେ ପରସ୍ପରର ଅତି ନିକଟବର୍ତ୍ତୀ ହୁଅନ୍ତି ଓ ଏକତ୍ର ଦୀର୍ଘଦିନ ପର୍ଯ୍ୟନ୍ତ ରହିପାରନ୍ତି । ଉଦାହରଣସ୍ୱରୂପ – ଶିକ୍ଷକ ସଂଘ, କର୍ମଚାରୀ ସଂଘ, ଅଟୋରିକ୍ସା ସଂଘ ଇତ୍ୟାଦି ।

(iii) ସମାନ ଲକ୍ଷ୍ୟ ଓ ଉଦ୍ଦେଶ୍ୟ:-
ଯେତେବେଳେ କିଛି ବ୍ୟକ୍ତିମାନଙ୍କର ଳକ୍ଷ୍ୟ ଓ ଉଦ୍ଦେଶ୍ୟ ଏକ ଅଭିନ୍ନ ହୋଇଥାଏ, ସେତେବେଳେ ସେହି ବ୍ୟକ୍ତିଗଣ ସମୂହ ଗଠନ କରିପାରିଥାନ୍ତି । ଥରେ ସମୂହ ଗଠନ ହୋଇଗଲା ପରେ ସେମାନେ ସମାନ ଉଦ୍ଦେଶ୍ୟ ଓ ଚିନ୍ତାଧାରା ସହ କାର୍ଯ୍ୟ କରିଥାନ୍ତି । ବ୍ୟବସାୟରେ ଲାଭ ଆଶା କରୁଥିବା ବ୍ୟବସାୟୀ ଗୋଷ୍ଠୀ, ଧର୍ମର ପ୍ରଚାର ପ୍ରସାର କରୁଥୁବା ଧାର୍ମିକ ଗୋଷ୍ଠୀ, କୌଣସି ଆଦର୍ଶ ଆଧାର କରି ନିର୍ବାଚନ ଳଢ଼ୁଥିବା ରାଜନୈତିକ ଗୋଷ୍ଠୀ ଓ ନିର୍ଦ୍ଦିଷ୍ଟ କୌଣସି ଯାନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କର ଗୋଷ୍ଠୀ ଏହାର ଉଦାହରଣ ।

(iv) ସଂହତି:-
ସମୂହ- ଗଠନ ପାଇଁ ସଂହତି ଏକ ମୁଖ୍ୟ ଉପାଦାନ । ଏହି ସଂହତି ଦ୍ଵାରା ସମୂହର ସଦସ୍ୟମାନେ ଏକତା ସୂତ୍ରରେ ବାନ୍ଧି ହୋଇ ଏହାର ମଙ୍ଗଳ ଓ ବିକାଶ ନିମିତ୍ତ କାର୍ଯ୍ୟ କରନ୍ତି । ଏହା ସମୂହରେ ସଭ୍ୟଙ୍କ ମଧ୍ୟରେ ଆନେକ ଭାବନା ସୃଷ୍ଟି କରିଥାଏ । ପ୍ରତ୍ୟେକ ବ୍ୟକ୍ତି ନିଜକୁ ସମୂହର ଏକ ଅଂଶ ଭାବେ ବିବେଚନା କରି କାର୍ଯ୍ୟ କରିଥାନ୍ତି । ଏହାଦ୍ଵାରା ସମୂହ ଦୃଢ଼, ଦୀର୍ଘସ୍ଥାୟୀ ଓ ଶକ୍ତିଶାଳୀ ହୁଏ । ଫେଷ୍ଟିନଜର୍‌ଙ୍କ ମତରେ ସମୂହର ସଦସ୍ୟମାନେ ଯେତେବେଳେ ପରସ୍ପରକୁ ଭଲପାଆନ୍ତି, ସମୂହରେ ହାସଲ କରିଥିବା ସ୍ଥିତିକୁ ବଜାୟ ରଖନ୍ତି କିମ୍ବା ନିଜ କାର୍ଯ୍ୟ ଓ ଆଚରଣ ଦ୍ଵାରା ସେ ସ୍ଥିତିକୁ ଉପରକୁ ନେବାପାଇଁ ଉଦ୍ୟମ କରନ୍ତି ଏବଂ ସେହି ସମୂହରୁ ଅଲଗା ହୋଇ ରହିବାର ଚିନ୍ତାକୁ ମନରେ ଧାରଣା କରନ୍ତି ନାହିଁ, ସେତେବେଳେ ତାକୁ ‘ସମୂହ ସଂହତି’ କୁହାଯାଏ ।

Question ୩।
ବିଭିନ୍ନ ପ୍ରକାରର ନେତୃତ୍ଵ ବିଷୟରେ ଉଲ୍ଲେଖ କର ।
Answer:
ସମୂହ କାର୍ଯ୍ୟର ସୁପରିଚାଳନା ପାଇଁ ନେତୃତ୍ଵର ଆବଶ୍ୟକତା ଅବଶ୍ୟମ୍ଭାବୀ ହୋଇଥିବା ବେଳେ ସମୂହର ପ୍ରକାର, କାର୍ଯ୍ୟର ପ୍ରକୃତି ଓ ସର୍ବୋପରି ଦଳମୁଖ୍ୟଙ୍କ ବ୍ୟକ୍ତିତ୍ଵ ଆଧାରରେ ନେତୃତ୍ଵର ସଂଜ୍ଞା ଓ ପ୍ରକାର ଭିନ୍ନ ହୋଇଥାଏ । ନେତୃତ୍ବ ଶୈଳୀ ସାଧାରଣତଃ ନେତାଙ୍କର ସମଭାବାପନ୍ନ ବ୍ୟବହାରିକ ଧାରାକୁ ବୁଝାଉଥାଏ । କେତେକ ମନୋବୈଜ୍ଞାନିକଙ୍କ ମତରେ ଦଳମୁଖ୍ୟଙ୍କ କାର୍ଯ୍ୟ ନିର୍ବାହ କରିବାରେ ଶୈଳୀ ନେତୃତ୍ବର ବର୍ଗୀକରଣ କରିଥାଏ । ପ୍ରତ୍ୟେକ ନେତାଙ୍କର କାର୍ଯ୍ୟ କରିବାର ପ୍ରଣାଳୀ ଭିନ୍ନ ଭିନ୍ନ ଅଟେ । ଏହା ମୁଖ୍ୟତଃ ନେତାଙ୍କର ବ୍ୟକ୍ତିତ୍ଵ ଏବଂ ଅନୁଭୂତି ଉପରେ ନିର୍ଭର କରିଥାଏ । ନେତୃତ୍ଵର ପ୍ରକାର ଭେଦ ସମୂହର ପରିବେଶ ଓ ଯେଉଁ ପରିସ୍ଥିତିରେ ନେତା କାର୍ଯ୍ୟ କରିଥାନ୍ତି ତାହା ଉପରେ ନିର୍ଭର କରିଥାଏ । ଆମେ ମୁଖ୍ୟତଃ ନିମ୍ନଲିଖତ ପ୍ରକାରର ନେତୃତ୍ଵ ବିଭିନ୍ନ ସମୂହରେ ଦେଖ‌ିବାକୁ ଯାଇଥାଉ ।

(i) ଅଧିକାରୀବାଦୀ ନେତୃତ୍ଵ (Authoritarian Leadership)
(ii) ଗଣତନ୍ତ୍ରବାଦୀ ନେତୃତ୍ଵ (Democratic Leadersip)
(iii) ଉଦାସୀନ ନେତୃତ୍ୱ (Laissez-faire Leadership)
(iv) ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ଵ (Charismatic Leadership)
(v) ରୂପାନ୍ତରଣ ନେତୃତ୍ଵ (Transformational Leadership)

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(i) ଅଧୁକାରୀବାଦୀ ନେତୃତ୍ୱ:-
ଯେଉଁ ନେତୃତ୍ଵରେ ଦଳମୁଖ୍ୟ ଦଳ ପାଇଁ ସମସ୍ତ ସିଦ୍ଧାନ୍ତ ନିଜେ ଗ୍ରହଣ କରିଥାନ୍ତି ତାହାକୁ ଅଧିକାରବାଦୀ ନେତୃତ୍ଵ କୁହାଯାଏ । ଉକ୍ତ ନେତୃତ୍ଵରେ ନେତୃମଣ୍ଡଳୀଙ୍କ ହାତରେ ସମୂହର ପରିଚାଳନା ପାଇଁ ଅଖଣ୍ଡ କ୍ଷମତା ଥାଏ । ସମୂହର କାର୍ଯ୍ୟ ଖସଡ଼ା ଓ ନୀତିନିୟମକୁ ଏହି ପ୍ରକାର ଗୋଷ୍ଠୀର ନେତାମାନେ ନିଜ ଇଚ୍ଛାରେ ପ୍ରସ୍ତୁତି କରନ୍ତି । ସେ ସମୂହରେ ଥିବା ସମସ୍ତ ସଦସ୍ୟଙ୍କ ଠାରୁ ସଂପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଆଶା କରିଥାନ୍ତି । ସମୂହର ସମସ୍ତ କାର୍ଯ୍ୟ ନିଜ ଇଚ୍ଛା ଅନୁସାରେ ପ୍ରସ୍ତୁତ କରିଥାନ୍ତି ।

ଉକ୍ତ କାର୍ଯ୍ୟକୁ ପାଳନ କରିବା ପାଇଁ କଠୋର ଆଦେଶ ଦେଇଥାନ୍ତି । ଏହି ପ୍ରକାର ନେତୃତ୍ୱାଧୀନ ଥିବା ସଭ୍ୟମାନଙ୍କର ବାକ୍ ସ୍ଵାଧୀନତା କିମ୍ବା ବୈଭିକ ଲକ୍ଷ୍ୟ ବା ଉଦ୍ଦେଶ୍ୟ ବୋଲି କିଛି ନଥାଏ । ସଭ୍ୟମାନଙ୍କର ବିନା ପରାମର୍ଶ ଓ ବିନା ଇଚ୍ଛାରେ ଦଳମୁଖ୍ୟ ତାଙ୍କୁ ଯେକୌଣସି କାର୍ଯ୍ୟରେ ନିୟୋଜିତ କରିଥାନ୍ତି । ଏହି ପ୍ରକାର ନେତୃତ୍ବାଧୀନ ସଭ୍ୟମାନେ ନେତାଙ୍କୁ ହୃଦୟର ସହ ଭଲ ପାଉ ନଥାନ୍ତି । ନେତୃତ୍ବ ଓ ସଦସ୍ୟଙ୍କ ମଧ୍ୟରେ ଥିବା ସଂପର୍କ କ୍ରମଶଃ ଦୁର୍ବଳ ହୋଇଉଠେ ଓ ନେତାଙ୍କୁ ହୃଦୟର ସହ ଭଲ ପାଉ ନଥାନ୍ତି । ନେତୃତ୍ବ ଓ ସଦସ୍ୟଙ୍କ ମଧ୍ୟରେ ଥିବା ସଂପର୍କ କ୍ରମଶଃ ଦୁର୍ବଳ ହୋଇଉଠେ ଓ ସମୂହ ନିମ୍ନଗାମୀ ହେବାକୁ ଲାଗେ ।

(ii) ଗଣତନ୍ତ୍ରବାଦୀ ନେତୃତ୍ୱ:-
ଯେଉଁ ନେତୃତ୍ଵରେ ଦଳମୁଖ୍ୟ ଦଳର ସମସ୍ତ ସଦସ୍ୟମାନଙ୍କୁ ସମୂହର କାର୍ଯ୍ୟଧାରାରେ ଯୋଗ ଦେଇ ନିଜର ସ୍ଵାଧୀନ ମତ ବ୍ୟକ୍ତ କରିବାର ସୁଯୋଗ ଦେଉଥାନ୍ତି ତାହକୁ ଗଣତନ୍ତ୍ରବାଦୀ ନେତୃତ୍ଵ କୁହାଯାଏ । ଉକ୍ତ ନେତୃତ୍ଵରେ ନେତା ସମୂହରେ ଥ‌ିବା ସଦସ୍ୟମାନଙ୍କର ଚିନ୍ତାଧାରା, ସେମାନଙ୍କର ଦକ୍ଷତା ଓ ବିଶ୍ଵାସନୀୟତାକୁ ସମ୍ମାନ ଜଣାଇ କାର୍ଯ୍ୟ କରିଥାନ୍ତି । ସମୂହର ଲକ୍ଷ୍ୟ ପୂରଣ କରିବା ପାଇଁ ସେ ଅନ୍ୟ ସଦସ୍ୟମାନଙ୍କର ପରାମର୍ଶ ଓ ସହଯୋଗ ଆବଶ୍ୟକ କରନ୍ତି ।

ଉକ୍ତ ନେତୃତ୍ଵରେ ସମୂହରେ ସମସ୍ତ ଶକ୍ତି ଓ ଅଧିକାର ନେତାଙ୍କ ନିକଟରେ ନ ରହି ସଦସ୍ୟମାନଙ୍କର ପରାମର୍ଶ ଓ ସହଯୋଗ ଆବଶ୍ୟକ କରନ୍ତି । ଉକ୍ତ ନେତୃତ୍ଵରେ ସମୂହରେ ସମସ୍ତ ଶକ୍ତି ଓ ଅଧିକାର ନେତାଙ୍କ ନିକଟରେ ନ ରହି ସମସ୍ତ ସଦସ୍ୟଙ୍କ ପାଖରେ ସମଭାବରେ ରହିଥାଏ । ଫଳରେ ଏହା ସଦସ୍ୟମାନଙ୍କ ମଧ୍ୟରେ ପରସ୍ପର ପ୍ରତି ସଂପର୍କ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । କୌଣସି ବାଧା କିମ୍ବା ଚାପର ବଶବର୍ତୀ ନ ହୋଇ, ସହଜ ଓ ସ୍ଵତନ୍ତ୍ର ଭାବରେ କାର୍ଯ୍ୟ କରିପାରୁଥିବାରୁ ଓ ନିଜ ମତାଧ୍ଵକାରକୁ ପ୍ରାଞ୍ଜଳ ଭାବରେ ବିନା ଭୟରେ ସାବ୍ୟସ୍ତ କାରିପାରୁଥ‌ିବାରୁ ସେମାନେ ପରସ୍ପରପ୍ରତି ନିକଟତର ଲୋଭପାରନ୍ତି ।

ଏହି ସାମାଜିକ ସୁସଂପର୍କ ସେମାନଙ୍କ ସମୂହ ପ୍ରତି ଥିବା ନିଷ୍ଠା ଓ ଆନ୍ତରିକତାକୁ ବହୁଗୁଣିତ କରାଏ । ଏହା ସଭ୍ୟାମାନଙ୍କର ଅନ୍ତ ଓ ମାନସିକ ବେଦନାର ଅବସାନ ଘଟାଇ ଏକ ସୁସ୍ଥ ଓ ସମୃଦ୍ଧ ସମାଜ ଗଠନର ସହାୟକ ହୋଇଥାଏ ।

(ii) ଉଦାସୀନ ନେତୃତ୍ୱ-
ଯେଉଁ ନେତୃତ୍ଵରେ ନେତା ସମୂହର ସଦସ୍ୟମାନଙ୍କୁ ମାତ୍ରାତ୍ଵିକ ସ୍ଵାଧୀନତା ପ୍ରଦାନ କରିଥାନ୍ତି ଓ ସେମାନଙ୍କୁ ସମୂହର ସମସ୍ତ ନୀତିନିୟମ ନିଜେ ନିଜର ଇଚ୍ଛା ଅନୁଯାୟୀ ପ୍ରଣୟନ କରିବାର ସମସ୍ତ ସୁଯୋଗ ଦେଇଥାନ୍ତି ତାହାକୁ ଉଦାସୀନ ନେତୃତ୍ଵ କୁହାଯାଏ । ଲୋକମାନେ ଯାହା ଇଚ୍ଛା ବା ଚିନ୍ତା କରୁଛନ୍ତି ତାହା ହିଁ କରନ୍ତୁ । ଏହି ଉକ୍ତିରେ ଉଦାସୀନ ନେତୃତ୍ଵ କୁହାଯାଏ । ଲୋକମାନେ ଯାହା ଇଚ୍ଛା ବା ଚିନ୍ତା କରୁଛନ୍ତି ତାହା ହିଁ କରନ୍ତୁ । ଏହି ଉକ୍ତିରେ ଉଦାସୀନ ନେତୃତ୍ଵ ବିଶ୍ଵାସ କରନ୍ତି ଏବଂ ସମୂହର କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ । ଯେତେବେଳେ କୌଣସି ନେତାଙ୍କର ସାହାଯ୍ୟ କରିଥାନ୍ତି ।

ଦରକାର କରନ୍ତି ସେତେବେଳେ ସେ ତାକୁ ସାହାଯ୍ୟ କରିଥାନ୍ତି । ଅନ୍ୟ ସମୟରେ ନୀରବଦ୍ରଷ୍ଟା ଭାବରେ ସମୂହର କାର୍ଯ୍ୟକୁ ନିରୀକ୍ଷଣ କରିଥାନ୍ତି । ଉକ୍ତ ସମୂହରେ ସଦସ୍ୟମାନେ ସେମାନଙ୍କର ଦକ୍ଷତା ପ୍ରତିପାଦନ କରିବାର ସଂପୂର୍ଣ୍ଣ ସୁଯୋଗ ପାଇଥାନ୍ତି । ଯଦି ସମୂହରେ ଥ‌ିବା ସଦସ୍ୟମାନଙ୍କର କାର୍ଯ୍ୟ କରିବାର ଉପଯୁକ୍ତ ସାମର୍ଥ୍ୟ ଥାଏ ଓ ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବାରେ ଆଗ୍ରହୀ ଥାନ୍ତି ତେବେ ଉକ୍ତ ନେତୃତ୍ଵରେ ସମୂହର ଅଗ୍ରଗତି ଠିକ୍ ଭାବରେ ହୋଇଥାଏ ।

(iv) ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ୱ :-
ଯେଉଁ ନେତୃତ୍ଵରେ ଲୋକମାନେ ନେତାଙ୍କର ବ୍ୟକ୍ତିଗତ ଅଲୌକିକ ଗୁଣ ଓ ଅସାଧାରଣ ପ୍ରତିଭାଦ୍ଵାରା ଆକର୍ଷିତ ହୋଇଥାନ୍ତି ଓ ତାଙ୍କର ଆବେଗକୁ ଈଶ୍ବରଙ୍କର ବାଣୀ ଭାବରେ ଗ୍ରହଣ କରିଥାନ୍ତି ତାହାକୁ ଦିବ୍ୟ ପ୍ରତିଭାସଂପନ୍ନ ନେତୃତ୍ଵ କୁହାଯାଇଥାଏ ।

ଉକ୍ତ ନେତୃତ୍ଵରେ ନେତାଙ୍କର ସଦସ୍ୟମାନେ ନେତାଙ୍କୁ ହୃଦୟର ସହିତ ଶ୍ରଦ୍ଧା, ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରିଥାନ୍ତି । ଏହି ନେତାଙ୍କର କାର୍ଯ୍ୟଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର । ସେମାନଙ୍କର ସମୂହ ତ୍ୟାଗ, ଲୋକମାନଙ୍କ ପ୍ରତି ସ୍ନେହ, ଉତ୍ତମ ଆଚରଣ ଓ ଅସୀମ ଦୂରଦୃଷ୍ଟି, ଲୋକମାନଙ୍କର ଉନ୍ନତି ପାଇଁ ଗଭୀର ନିଷ୍ଠା ଓ ଦୃଢ଼ ମନୋବଳ ଇତ୍ୟାଦି ଉତ୍ତମଗୁଣ ପରିଲକ୍ଷିତ ହୋଇଥାଏ । ଏମାନେ ସମୂହକୁ ଏକ ନୂତନ ଦିଗ୍‌ଦର୍ଶନ ଦେବାରେ ସକ୍ଷମ ହୋଇଥାନ୍ତି । ସେମାନଙ୍କର ଧୈର୍ଯ୍ୟ, ଦକ୍ଷତା ଓ କାର୍ଯ୍ୟ କରିବାର ଶୈଳୀ ସମୂହକୁ ଲକ୍ଷ୍ୟ ପୂରଣ ଦିଗରେ ଅଗ୍ରସର କରାଇଥାଏ ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(v) ରୂପାନ୍ତରଣ ନେତୃତ୍ବ :-
ଯେଉଁ ନେତୃତ୍ଵରେ ନେତା ସମୂହର ସଦସ୍ୟମାନଙ୍କୁ ସେମାନଙ୍କର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସଠିକ୍ ପରାମର୍ଶ ପ୍ରଦାନ କରି ଉଚିତ୍ ମାର୍ଗରେ ଗତି କରିବା ପାଇଁ ପ୍ରେରଣା ଯୋଗାଇଥାନ୍ତି ସେମାନଙ୍କୁ ରୂପାନ୍ତରଣ ନେତୃତ୍ଵ କୁହାଯାଏ । ଏହି ନେତୃତ୍ଵରେ ନେତାଙ୍କର ଅସାଧାରଣ ପ୍ରତିଭା ଦେଖ‌ିବାକୁ ମିଳିଥାଏ । ଅନ୍ୟମାନଙ୍କୁ ଆକୃଷ୍ଟ କରିବାର ଦକ୍ଷତା ଅସାଧାରଣ ବ୍ୟକ୍ତିତ୍ଵ, ଆଦର୍ଶଗତ ଆଚରଣ ଇତ୍ୟାଦି ବିଶେଷଗୁଣ ଉକ୍ତ ନେତାଙ୍କ ନିକଟରେ ପରିଲକ୍ଷିତ ହୁଏ । ଫଳରେ ସେମାନେ ସହଜରେ ଅନ୍ୟମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରି ସମୂହକୁ ସଠିକ୍ ମାର୍ଗରେ ଅଗ୍ରସର କରାଇଥାନ୍ତି ।

Question ୪।
ନେତା କାହାକୁ କହନ୍ତି ? ନେତାଙ୍କର ବିଭିନ୍ନ କାର୍ଯ୍ୟଗୁଡ଼ିକ ବର୍ଣନା କର । କିମ୍ବା ଦଳପତିଙ୍କ ପ୍ରକାର୍ଯ୍ୟଗୁଡ଼ିକ ଉଲ୍ଲେଖ କର ।
Answer:
ସମୂହର ମୁଖ୍ୟଙ୍କୁ ନେତା କୁହାଯାଏ । ସମୂହରେ ଥିବା ସମସ୍ତ ସଦସ୍ୟ ନେତାଙ୍କର ଉପଦେଶ ଓ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରିଥାନ୍ତି । ସମୂହର ଲକ୍ଷ୍ୟ ସାଧନ, ସାଦସ୍ୟମାନଙ୍କ ମଧ୍ୟରେ ଉତ୍ତମ ଭାବର ଆଦାନ ପ୍ରଦାନ, ସମୂହର କାର୍ଯ୍ୟଧାରା ଉପରେ ବିଶ୍ଵାସ ଓ ସହଭାଗିତା, ଆତ୍ମବିଶ୍ଵାସ, ସମୂହର ବିକାଶରେ ନିଜକୁ ଅନୁପ୍ରାଣିତ ଓ ଅନ୍ୟମାନଙ୍କୁ ପ୍ରଭାବିତ କରୁଥିବା ବ୍ୟକ୍ତିଙ୍କୁ ନେତା ବା ଦଳପତି ଭାବରେ ଗ୍ରହଣ କରାଯାଇଥାଏ ।

ଦଳପତି ସମୂହର ମୁଖ୍ୟ ଓ ମର୍ଯ୍ୟାଦାଜନକ ଶୀର୍ଷସ୍ଥାନରୁ ଥିବାରୁ ସମୂହ ଗଠନ, ତା’ର ପାରିପାର୍ଶ୍ଵକ ଅବସ୍ଥା, ଲକ୍ଷ୍ୟ ଆଦର୍ଶ, ମୂଲ୍ୟବୋଧ ଓ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରନ୍ତି ଓ ଏଥ‌ିପାଇଁ ସେ ସଂପୂର୍ଣ୍ଣ ରୂପେ ଦାୟୀ ମଧ୍ଯ ରୁହନ୍ତି । ନେତୃତ୍ଵର କାର୍ଯ୍ୟାବଳୀ ମୁଖ୍ୟତଃ ସମୂହର ପ୍ରକୃତି, ପ୍ରକାର ଭେଦ ଓ ବିଭିନ୍ନ ପ୍ରକାରର ନେତୃତ୍ଵ ଉପରେ ଆଧାରିତ । ନେତୃତ୍ବର କାର୍ଯ୍ୟାବଳୀରେ ଭିନ୍ନତା ପରିଲକ୍ଷିତ ହେଲେ ମଧ୍ୟ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ କାର୍ଯ୍ୟ ପ୍ରତ୍ୟେକ ପ୍ରକାରର ନେତୃତ୍ଵ ସଂପାଦନ ପାଞ୍ଚଗୋଟି କାର୍ଯ୍ୟ କରିଥାନ୍ତି । ସେଗୁଡିକ ହେଲା- ଯୋଜନା, ସଂସ୍ଥାପନ, ଆଦେଶ, ସମନ୍ଵୟ ଓ ନିୟନ୍ତ୍ରଣ । ବିଭିନ୍ନ ଗବେଷଣାରୁ ଜଣାଯାଇଛି ଯେ ସମୂହର କାର୍ଯ୍ୟ ପରିଚାଳନା କରିବା ପ୍ରତ୍ୟେକ ନେତୃତ୍ବର ମୁଖ୍ୟ କାର୍ଯ୍ୟ । ତେଣୁ ଯେକୌଣସି ସମୂହର ମୁଖ୍ୟ ବା ଦଳପତି ମୁଖ୍ୟତଃ ନିମ୍ନଲିଖତ କାର୍ଯ୍ୟଗୁଡ଼ିକ ସଂପାଦନ କରିଥାନ୍ତି ।
ସେଗୁଡ଼ିକ ହେଲା:-

(i) ଯୋଜନା ପ୍ରସ୍ତୁତ କରିବା (Planning)
(ii) ସଂସ୍ଥାପନ କରିବା (Organising)
(iii) ଆଦେଶ ଦେବା (Commanding)
(iv)ସମନ୍ଵୟ ରକ୍ଷା କରିବା (Co-Ordinating)
(v) ନିୟନ୍ତ୍ରଣ ରକ୍ଷା କରିବା (Controlling)
(vi) ସମସ୍ୟାର ନିରାକାରଣ କରିବା (Problem solving)
(vii) ମାର୍ଗ ପ୍ରଦର୍ଶନ କରିବା (Providing guidance)

(i) ଯୋଜନା ପ୍ରସ୍ତୁତ କରିବା :-
ସମୂହର ଲକ୍ଷ୍ୟ ପୂରଣ ନିମନ୍ତେ ଦଳପତି ଯୋଜନା ପ୍ରସ୍ତୁତ କରିଥାନ୍ତି । ସମୂହର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସ୍ଥିର କରିବା ପରେ ତାକୁ ନିର୍ଦ୍ଦିଷ୍ଟ ସମୟସୀମା ଓ ବ୍ୟୟବରାଦ ମଧ୍ଯରେ ପୂରଣ କରିବା ପାଇଁ ଦଳପତି ବିଭିନ୍ନ ଖସଡ଼ା ପ୍ରସ୍ତୁତ କରିଥାନ୍ତି । ଯୋଜନା ପ୍ରସ୍ତୁତ ସମୟରେ ଦଳପତି ସାଧାରଣ ଭାବରେ ସମୂହର ବର୍ତ୍ତମାନ ସ୍ଥିତି, ସଦସ୍ୟମାନଙ୍କର ନିଷ୍ଠା, ଦକ୍ଷତା, ଭବିଷ୍ୟତର କାର୍ଯ୍ୟପନ୍ଥା ଓ ରୂପରେଖ ପ୍ରଭୃତି ବିଷୟ ପ୍ରତି ଧ୍ୟାନ ଦେଇଥାନ୍ତି । ଉକ୍ତ ଯୋଜନା ଅନୁସାରେ ସମୂହର ସମସ୍ତ କାର୍ଯ୍ୟପନ୍ଥା ସ୍ଥିର କରାଯାଇ ସମୂହକୁ ଲକ୍ଷ୍ୟ ସାଧନା ନିମନ୍ତେ ଅଗ୍ରସର କରାଯାଇଥାଏ ।

(ii) ସଂସ୍ଥାପନା କରିବା :-
ଦଳପତି ସମୂହର ସମସ୍ତ କାର୍ଯ୍ୟର ମୁଖ୍ୟ ସଂଯୋଜନା ତାଙ୍କରି ନିର୍ଦ୍ଦେଶ ଓ ନେତୃତ୍ଵରେ ସମୂହର ସମସ୍ତ କାର୍ଯ୍ୟ ପରିଚାଳନା କରାଯାଇଥାଏ । ସେ ସମୂହର ଲକ୍ଷ୍ୟ ସାଧନ ପାଇଁ ସମୂହ ବିଚାରକୁ ନେଇ ସେମାନଙ୍କ ଉପରେ ଦାୟିତ୍ଵ ନ୍ୟସ୍ତ କରିଥାନ୍ତି ଓ ସ୍ଵୟଂ ସଦସ୍ୟମାନଙ୍କର କ୍ଷମତା, ନିଷ୍ଠା ଓ ଦକ୍ଷତାକୁ କରିଥାନ୍ତି । ସମୂହର ସଂସ୍ଥାପନ କାର୍ଯ୍ୟ ଏପରି ଭାବରେ କରାଯାଇଥାଏ ଯେ ପ୍ରତ୍ୟେକ ସଦସ୍ୟ ଆଗ୍ରହ ସହକାରେ ଲକ୍ଷ୍ୟ ସାଧନା ପାଇଁ ଅଗ୍ରସର ହୋଇଥାନ୍ତି । କୌଣସି ବ୍ୟକ୍ତି ନିଜକୁ ଏକୁଟିଆ ଏବଂ ଉପେକ୍ଷିତ ମନେ କରି ନଥାନ୍ତି ।

(iii) ଆଦେଶ ଦେବା :-
ସମୂହର ପ୍ରତ୍ୟେକ କାର୍ଯ୍ୟ ନେତାଙ୍କର ଆଦେଶ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ । ଏହାର ସଦସ୍ୟମାନେ ଉକ୍ତ ଆଦେଶ ଶୃଙ୍ଖଳା, ମଧ୍ୟରେ ଗତି କରିଥାନ୍ତି । ସମୂହର ଲକ୍ଷ୍ୟ ପୂରଣ କେଉଁ ମାର୍ଗରେ ଗତି କରିବାକୁ ହେବ, ଅସୁବିଧାଗୁଡ଼ିକୁ କିପରି ଭାବରେ ସାମ୍ନା କରିବାକୁ ପଡ଼ିବ, ସମସ୍ୟାଗୁଡ଼ିକର ସମାଧାନ କିପରି କରାଯିବ ଏବଂ ବିଷୟ ନେତାଙ୍କର ଆଦେଶ ପରସ୍ପର ମଧ୍ୟରେ ସହଭାଗିତା ନଷ୍ଟ ହୋଇ ନଥାଏ ।

(iv) ସମନ୍ଵୟ ରକ୍ଷା କରିବା :-
ନେତାଙ୍କୁ ସମୂହର ଜଣେ ଆଦର୍ଶ ସମନ୍ଵୟକାରୀ ଭାବରେ ଗଣନା କରାଯାଇଥାଏ । ତାଙ୍କର ମୁଖ୍ୟ କାର୍ଯ୍ୟ ହେଉଛି ସମୂହର ପ୍ରତ୍ୟେକ ସଦସ୍ୟମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରିବା । ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ ସଭ୍ୟଙ୍କର ଉପରିସ୍ଥ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷାକରି କାର୍ଯ୍ୟପନ୍ଥା ଗ୍ରହଣ କରିବା ହେଉଛି ସମୂହ ମୁଖ୍ୟ ବା ଦଳପତିଙ୍କର ପ୍ରଧାନ କର୍ତ୍ତବ୍ୟ । ସମୂହରେ ସମନ୍ଵୟ ନ ରହିଲେ ଅରାଜକତା ବ୍ୟାପିଥାଏ ଓ ସମୂହ କ୍ରମଶଃ ଦୁର୍ବଳ ହୋଇପଡ଼େ ।

(v) ନିୟନ୍ତ୍ରଣ ରକ୍ଷା କରିବା:-
ସମୂହର ପ୍ରତ୍ୟେକ କାର୍ଯ୍ୟ ଠିକ୍ ଭାବରେ ହେଉଛି କି ନାହିଁ ଏହା ନିରୀକ୍ଷଣ କରିବା ସମୂହର ମୁଖ୍ୟଙ୍କ ପ୍ରଧାନ କାର୍ଯ୍ୟ । ସମୂହର ସଦସ୍ୟମାନେ ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ମୁତାବକ କାର୍ଯ୍ୟ କରୁଛନ୍ତି କି ନାହିଁ ଏହା ମଧ୍ୟ ସେ ତଦାରଖ କରିଥାନ୍ତି । ସମସ୍ତ କାର୍ଯ୍ୟ ଓ ସଦସ୍ୟମାନଙ୍କର ବ୍ୟବହାର ଓ ଆଚରଣ ଇତ୍ୟାଦିକୁ ନିଜ ନିୟନ୍ତ୍ରଣରେ ରଖୁ ଯେକୌଣସି ନେତା ସମୂହକୁ ପରିଚାଳନା କରିଥାନ୍ତି ।

(vi) ସମସ୍ୟାର ନିରାକରଣ କରିବା:-
ଆରମ୍ଭ କରି ସାମୂହିକ ସମସ୍ୟା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସମସ୍ୟା ସମୂହରେ ଦେଖାଦେଇଥାଏ । ଏସବୁର ସଠିକ୍ ସମାଧାନ କରିବା ପାଇଁ ପ୍ରତ୍ୟେକ ଦଳମୁଖ୍ୟ ନିଜର ବୁଦ୍ଧି ଓ ଅଭିଜ୍ଞତାକୁ ଆଧାର କରି ଧୈର୍ଯ୍ୟର ସହ ସମସ୍ତ ସଭ୍ୟଙ୍କୁ ଏକତ୍ରିତ କରି ଏହାର ନିରାକରଣ ଦିଗରେ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଥାନ୍ତି । ନେତାଙ୍କର ପ୍ରଧାନ କାର୍ଯ୍ୟ ହେଉଛି ସମସ୍ୟା ସମୟରେ ଉଚିତ୍ ନେତୃତ୍ଵ ନେବା ଓ ଏହାର ସମାଧାନ ପାଇଁ ସଠିକ୍ ପରାମର୍ଶ ସହକାରେ କାର୍ଯ୍ୟ ପରିଚାଳନା କରିବା ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(vii) ମାର୍ଗ ପ୍ରଦର୍ଶନ କରିବା :-
ସମୂହର ମୁଖ୍ୟ ଏହାର ସଦସ୍ୟମାନଙ୍କୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିଥାନ୍ତି । ସମୂହକୁ ସଠିକ୍ ମାର୍ଗରେ ଗତି କରାଇବାରେ ନେତାଙ୍କର ଅଭିଜ୍ଞତା, ବୁଦ୍ଧି ଓ ଶିକ୍ଷା ସାହାଯ୍ୟ ଯୋଗାଇଥାଏ । ସଦସ୍ୟମାନେ ଉତ୍ତମ ମାର୍ଗରେ ଗତି କରିବା ଦ୍ଵାରା ସେମାନଙ୍କର ଆତ୍ମବିଶ୍ଵାସ ବୃଦ୍ଧି ହୋଇଥାଏ ଓ ସମୂହ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥାଏ । ଏଥିପାଇଁ ନେତାଙ୍କୁ ସମୂହର ପଥ – ପ୍ରଦର୍ଶକ ଭାବରେ ଗ୍ରହଣ କରାଯାଉଥାଏ ।

Question ୫।
ପ୍ରଭାବୀ ପରାମର୍ଶଦାତାଙ୍କର ଗୁଣାବଳୀଗୁଡ଼ିକ ବର୍ଣନା କର ।
Answer:
ପରାମର୍ଶ ପ୍ରକ୍ରିୟା ଉଭୟ ପରାମର୍ଶଦାତା ଓ ମହକିଲଙ୍କର ପ୍ରଚେଷ୍ଠା ଉପରେ ନିର୍ଭର କରେ । ଉଭୟଙ୍କର ଘନିଷ୍ଠତା, ବିଶ୍ଵାସ ଓ କାର୍ଯ୍ୟଧାରା ଏହାର ସଫଳତାକୁ ଶୀର୍ଷସ୍ତରରେ ପହଞ୍ଚାଇଥାଏ । ପରାମର୍ଶଦାତାଙ୍କର ଦକ୍ଷତା ତଥା ବିଭିନ୍ନ ଗୁଣାବଳୀ ପରାମର୍ଶ ପ୍ରକ୍ରିୟାର ସଫଳ ଅଗ୍ରଗତିରେ ବିଶେଷଭାବରେ ସହାୟକ ହୋଉଥାଏ । କୋର୍‌ମିୟର ଓ କୋର୍‌ମିୟରଙ୍କ ମତାନୁସାରେ, “ ଜଣେ ସଫଳ ପରାମର୍ଶଦାତା ହେଉଛନ୍ତି ସିଏ ଯିଏ କି ନିଜର ବ୍ୟକ୍ତିଗତ ଓ ବୈଜ୍ଞାନିକ ଦକ୍ଷତାର ସଫଳ ସମ୍ମିଶ୍ରଣ କରିପାରୁଥ‌ିବେ ଏବଂ ଯିଏ ନିଜର ଅନ୍ତର୍ବେୟକ୍ତିକ ଓ ବୈଷୟିକ ଦକ୍ଷତା ମଧ୍ୟରେ ସମନ୍ଵୟ
ହାସଲ କରିଥ‌ିବେ ।” ଜଣେ ପ୍ରଭାବୀ ପରାମର୍ଶଦାତା ହେବାକୁ ହେଲେ ତାଙ୍କ ବ୍ୟକ୍ତିତ୍ଵରେ ନିମ୍ନଲିଖତ ଗୁଣଗୁଡ଼ିକର ବିକାଶ ଆବଶ୍ୟକ ହୋଇଥାଏ । ସେଗୁଡ଼ିକ ହେଲା :-

(୧) ଆତ୍ମ ସଚେତନତା (Self Awareness):-
ପରାମର୍ଶଦାତା ନିଜର ଆବଶ୍ୟକତା, ଭାବନା, ସାମର୍ଥ୍ୟ ଏବଂ କାର୍ଯ୍ୟ ପରିସର ସଂପର୍କରେ ଭଲଭାବରେ ବୁଝିବା ଉଚିତ୍ । ଏହାଦ୍ଵାରା ସେ ନିଜକୁ ଠିକ୍ ଭାବରେ ବୁଝିପାରିବେ ଓ ତାଙ୍କର କାର୍ଯ୍ୟଧାରାର ବୈଧତା ବିଷୟରେ ଜାଣିପାରିବେ । ଏହା ଫଳରେ ସେ ନିଜର ସାମର୍ଥ୍ୟ ପ୍ରତି ସଚେତନା ହୋଇଥାନ୍ତି ଓ ନିଜର ତଥା ପରାମର୍ଶ ଗ୍ରହୀତାଙ୍କର ସମସ୍ୟାଗୁଡ଼ିକୁ ଭଲଭାବରେ ଜାଣିପାରିଥାନ୍ତି ।

(୨) ମାନସିକ ସ୍ଵାସ୍ଥ୍ୟ (Mental Health):-
ପରମର୍ଶଦାତାଙ୍କର ମାନସିକ ସ୍ଵାସ୍ଥ୍ୟ ଭଲ ରହିବା ଉଚିତ୍ । ଏହାଦ୍ଵାରା ତାଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି ପାଇଥାଏ । ସେ ସକ୍ରିୟଭାବରେ କାର୍ଯ୍ୟ କରିପାରନ୍ତି। ଉତ୍ତମ ମାନସିକ ସ୍ଵାସ୍ଥ୍ୟ ପରାମର୍ଶରେ ସଫଳତା ଆଣିବା ସଙ୍ଗେ ସଙ୍ଗେ ମହକିଲଙ୍କୁ ସକାରାତ୍ମକ ଭାବରେ ପ୍ରଭାବିତ କରିଥାଏ। ଯଦି ପରାମର୍ଶ ଦାତାଙ୍କର ନିଜର ମାନସିକ ସ୍ଵାସ୍ଥ୍ୟ ଠିକ୍ ନଥାଏ, ସେମାନେ
ପରାମର୍ଶ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ ।

(୩) ସମ୍ବେଦନଶୀଳତା (Sensitivity) :-
ଯେଉଁ ପରାମର୍ଶଦାତାଙ୍କର ସମ୍ବେଦନଶୀଳତା ଅଧୂକ ସେମାନେ ସମସ୍ୟାକୁ ସାମ୍ନା କରିବାରେ ଅଧୁକ ସକ୍ଷମ ହୋଉଥାଆନ୍ତି । ସମ୍ବେଦନଶୀଳତା ଅର୍ଥ ପରାମର୍ଶଦାତା ତାଙ୍କ ମହକିଲର କାର୍ଯ୍ୟ, ପରିସ୍ଥିତି ଓ ପରିବେଶକୁ ସାମ୍ନା କରିବାର ଶୈଳୀ, ସାମର୍ଥ୍ୟ ଏବଂ ସୀମା ବିଷୟରେ ସଠିକ୍ ଭାବରେ ଅବଗତ ହେବ । ଏହା ଫଳରେ ସେ ନିଜ ମହକିଲଙ୍କର ଆଚରରକୁ ଠିକ୍ ଭାବରେ ବୁଝିପାରନ୍ତି ଓ ତଦନୁସାରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କ ପାଇଁ ବିଭିନ୍ନ ପ୍ରକାରର କୌଶଳ ପ୍ରୟୋଗ କରି ସେଥୁରେ ସଫଳ ହୋଉଥାନ୍ତି ।

(୪) ସମାନୁଭୂତି ଓ ବୋଧତା (Empathy and Understanding) :-
ଜଣେ ପ୍ରଭାବୀ ପରାମର୍ଶଦାତାଙ୍କର ମହକିଲଙ୍କର ସମସ୍ୟା ପ୍ରତି ସମାନୁଭୂତି ରହିବା ଆବଶ୍ୟକ । ସମାନୁଭୂତି ଅର୍ଥ ହେଲା ମହକିଲଙ୍କର ସମସ୍ୟାକୁ ସେ ଯେପରି ଦେଖୁଥାଆନ୍ତି ପରାମର୍ଶଦାତା ସେହି ସମସ୍ୟାକୁ ସେହି ରୂପରେ ଗ୍ରହଣ କରିବା । ଏହି ପ୍ରକ୍ରିୟାରେ ଉଭୟ ପ୍ରତ୍ୟକ୍ଷଣ ଓ ସଂପ୍ରେକ୍ଷଣ ସମ୍ମିଳିତ ହୋଇଥାଆନ୍ତି ।

ପରାମର୍ଶଦାତା ମହକିଲଙ୍କର ସମସ୍ୟାଗୁଡ଼ିକ ଧ୍ୟାନର ସହିତ ଶୁଣିବାକୁ ପ୍ରତ୍ୟକ୍ଷଣ କୁହାଯାଏ । ପରାମର୍ଶଦାତା କିଛି ଅନୁଭୂତି ବର୍ଣ୍ଣନା କରି ମହକିଲଙ୍କ ମନରେ ଧାରଣା ସୃଷ୍ଟି କରିଥାଆନ୍ତି ଯେ, ସେ ତାଙ୍କର ସମସ୍ୟାଗୁଡିକ ସଠିକ୍ ଭାବରେ ବୁଝୁଛନ୍ତି । ଏହି ପ୍ରକ୍ରିୟାକୁ ସଂପ୍ରେକ୍ଷଣ କୁହାଯାଏ । ସମାନୁଭୂତି ଓ ବୋଧତାଦ୍ଵାରା ପରାମର୍ଶଦାତା ନିଜ ମହକିଲଙ୍କ ସହିତ ଘନିଷ୍ଠତା ସୃଷ୍ଟି କରିଥାନ୍ତି ।

(୫) ସମ୍ମାନବୋଧତା (Respectfulness) :-
ପରାମର୍ଶଦାତାଙ୍କର ନିଜ ମହକିଲ ପ୍ରତି ସମ୍ମାନବୋଧ ରହିବା ଉଚିତ୍ । ସେ ମହକିଲଙ୍କୁ ଉଚିତ୍ ବ୍ୟବହାର ଦେଖାଇବା ସହିତ ତାଙ୍କୁ ପ୍ରତ୍ୟେକ କଥାରେ ସହଯୋଗ କରିବା ଉଚିତ୍ । ମହକିଲଙ୍କ ପ୍ରତି ନିଜର ଆଚରଣରେ ସାଧୁତା ଓ ସମ୍ମାନବୋଧ ପରିପ୍ରକାଶ ହେବା ଦରକାର ।

CHSE Odisha Class 12 Psychology Unit 3 Short & Long Answer Questions in Odia Medium

(୬) ବସ୍ତୁନିଷ୍ଠତା (Objectivity):-
ପରାମର୍ଶଦାତା ମହକିଲଙ୍କ ସହିତ ନିଜର ଆଚରଣରେ ବସ୍ତୁନିଷ୍ଠତା ବଜାୟ ରଖୁବା ଉଚିତ୍ । ପରାମର୍ଶ ପ୍ରକ୍ରିୟାରେ ସେ ମହକିଲଙ୍କର ସମସ୍ୟାର ସମାଧାନ କରୁଥିବା ସମୟରେ କୌଣସି ପ୍ରତି ନିଜର ଆସକ୍ତି ପ୍ରତି ନିଜର ସତର୍କତା ଅବଲମ୍ବନ କରିବା ଉଚିତ୍ । ଏହାଛଡ଼ା ପରାମର୍ଶଦାତାଙ୍କର ଆଉ ଗୋଟିଏ ବିଶେଷ ଗୁଣ ହେଲା ଉପଯୁକ୍ତତା । ଜଣେ ପରାମର୍ଶଦାତା କର୍ତ୍ତବ୍ୟନିଷ୍ଠ ହେବା ଉଚିତ୍ ଓ କୌଣସି ପରିସ୍ଥିତିରେ ତାଙ୍କ ମହକିଲ ଯେପରି ଭୁଲ ରାସ୍ତାରେ ନ ଯାଏ ଓ ହଇରାଣ ନ ହୁଏ ସେଥୁପ୍ରତି ସେ ସର୍ବଦା ସତର୍କତା ଅବଲମ୍ବନ କରିବା ଉଚିତ୍ ।

(୭) ଧ୍ୟାନ କେନ୍ଦ୍ରିକତା (Attensity):-
ପରାମର୍ଶଦାତାଙ୍କର ଧ୍ୟାନ ମହକିଲଙ୍କ ପ୍ରତି କୈନ୍ଦ୍ରିକ ହେବା ଆବଶ୍ୟକ । ମହକିଲଙ୍କର ସମସ୍ତ ସମସ୍ୟାକୁ ଧ୍ୟାନ ଦେଇ ଶୁଣିବା ଏବଂ ତାଙ୍କୁ ପୂରା କହିବାକୁ ସୁଯୋଗ ଦେବା ଉଚିତ୍ । ଏହାଦ୍ଵାରା ମହକିଲ ନିଜର ମନକଥା ପରିପ୍ରକାଶ କରିବା ପାଇଁ ଉତ୍ସାହିତ ହେଇଥାନ୍ତି । ମହକିଲଙ୍କ କଥା ଶୁଣିବା ସମୟରେ ମଝିରେ ମଝିରେ ଆଚ୍ଛା – ଆଚ୍ଛା, ହଁ – ହଁ ଇତ୍ୟାଦି ପରି ବାଚନିକ ସଂକେତ, ନିଜେ ତାଙ୍କ ସମସ୍ୟାଟିକୁ ହୃଦୟଙ୍ଗମ କରିବାର ସଂକେତ ତାଙ୍କୁ ଜଣାଇବା ଇତ୍ୟାଦି ପରାମର୍ଶ ପକ୍ରିୟାକୁ ଆଗେଇ ନେବାରେ ସହାୟକ ହୋଇଥାଏ ।

(୮) ନୈତିକ ଆଚରଣ (Moral conduct):-
ତଥ୍ୟକୁ ଗୋପନ ରଖିବା ହେଉଛି ପରାମର୍ଶ ଦାତାଙ୍କର ନୈତିକ ଦାୟିତ୍ଵ । ମହକିଲଙ୍କର ବିନା ପରାମର୍ଶରେ ସେ କୌଣସି ତଥ୍ୟକୁ ପ୍ରଘଟ କରିବା ଆଇନ୍ ଅନୁସାରେ ଠିକ୍ ହୋଇ ନ ଥାଏ । ଏହା ମହକିଲଙ୍କର ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ତେଣୁ ଉଭୟଙ୍କର ସଂପର୍କ ନୀତିଗତ ଓ ସନ୍ଦେହମୁକ୍ତ ରହିବା ଉଚିତ୍ । ଉକ୍ତ ଗୁଣାବଳୀଗୁଡ଼ିକ ଜଣେ ପରାମର୍ଶ ଦାତାଙ୍କୁ ସଠିକ୍ ଓ ଉତ୍ତମ ପରାମର୍ଶ ଯୋଗାଇବାରେ ସହାୟକ ହୋଉଥାଏ ।

Leave a Comment