CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

Odisha State Board CHSE Odisha Class 12 Foundation of Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା Questions and Answers.

CHSE Odisha 12th Class Education Solutions Chapter Chapter 8 ଶିକ୍ଷଣରେ ଅଭିପ୍ରେରଣା

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ବାହ୍ୟ ଅଭିପ୍ରେରଣା କେଉଁଥୁରୁ ମିଳିଥାଏ ?
(i) ମନ
(ii) ପରିବେଶ
(iii) ପରିବାର
(iv) କେଉଁଟି ନୁହେଁ
Answer:
(ii) ପରିବେଶ

2. ନିମ୍ନୋକ୍ତ କେଉଁଟି ଏକ ଆନ୍ତଃ ଅଭିପ୍ରେରଣା ଅଟେ ?
(i) ଇଚ୍ଛାଶକ୍ତି
(ii) ଦଣ୍ଡ
(iii) ପ୍ରଶଂସା
(iv) ଶିକ୍ଷା ଉପକରଣ
Answer:
(i) ଇଚ୍ଛାଶକ୍ତି

3. ନିମ୍ନୋକ୍ତ କେଉଁଟି ଏକ ବାହ୍ୟ ଅଭିପ୍ରେରଣା ଅଟେ ?
(i) ଦଣ୍ଡ
(ii) ଇଚ୍ଛା
(iii) ଆଶାର ସ୍ତର
(iv) ପ୍ରତିଯୋଗୀ ମନୋଭାବ
Answer:
(i) ଦଣ୍ଡ

4. ଲକ୍ଷ୍ୟ ସାଧନ ପାଇଁ କିଏ ଶିଶୁକୁ କାର୍ଯ୍ୟକ୍ଷମ ବା କ୍ରିୟାଶୀଳ କରାଇଥାଏ ?
(i) ମ।ନସିକ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

5. ଅଭିପ୍ରେରଣା କେଉଁ ଲାଟିନ୍ Latin ଶବ୍ଦରୁ ଆନୀତ ?
(i) Move
(ii) Movere
(iii) Movement
(iv) Muve
Answer:
(ii) Movere

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

6. କେଉଁଟି ଅଭିପ୍ରେରଣାର କାର୍ଯ୍ୟ ନୁହେଁ ?
(i) ଦଣ୍ଡ ଓ ପୁରସ୍କାର
(ii) ଶିକ୍ଷା ଉପକରଣର ବ୍ୟବହାର
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ
(iv) ଶିକ୍ଷକଙ୍କ ଅନୁଭୂଳ ମନୋଭାବ
Answer:
(iii) ଛାତ୍ରଛାତ୍ରୀଙ୍କ ଅନାଗ୍ରହୀ ମନୋଭାବ

7. କେଉଁଟି ଆନ୍ତଃ ଅଭିପ୍ରେରଣାର ଉଦାହରଣ ?
(i) ପୁରସ୍କାର
(ii) ଦଣ୍ଡ
(iii) ଆଗ୍ରହ
(iv) ପ୍ରଶଂସା
Answer:
(iii) ଆଗ୍ରହ

8. ନିମ୍ନଲିଖତ କେଉଁ କାରକଟି ଜଣେ ବ୍ୟକ୍ତିଠାରେ କୌଣସି ଏକ କାର୍ଯ୍ୟ କରିବାପାଇଁ ଆଗ୍ରହ ସୃଷ୍ଟି କରିଥାଏ ?
(i) ମାନସିକ ସ୍ଥିତ
(ii) ଅଭିପ୍ରେରଣା
(iii) ପରିବେଶ
(iv) ଚିନ୍ତା
Answer:
(ii) ଅଭିପ୍ରେରଣା

9. ମୁଭିର୍ (Movere) ଶବ୍ଦର ଅର୍ଥ କ’ଣ ?
(i) ଗତିଣାଳ
(ii) ଉତ୍ତେଜନା
(iii) 1696
(iv) ବୃଦ୍ଧି
Answer:
(i) ଗତିଣାଳ

10. ଯେଉଁ ଆଭ୍ୟନ୍ତରୀଣ ଚାପଦ୍ୱାରା ବ୍ୟକ୍ତି କୌଣସି କାର୍ଯ୍ୟ କରିବାପାଇଁ ବଦ୍ଧପରିକର ହୁଏ ଅଥବା ପ୍ରଣୋଦିତ ହୋଇଥାଏ ତାହାକୁ କ’ଣ କୁହାଯାଏ ?
(i) ଶିକ୍ଷଶ
(ii) ବୃଦ୍ଧି
(iii) ଅଭିପ୍ରେରଣା
(iv) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(iii) ଅଭିପ୍ରେରଣା

B. ଶୂନ୍ୟସ୍ଥାନ ପୂରଣ କର ।

1. ବ୍ୟକ୍ତି ବାହ୍ୟ ପରିବେଶର ପ୍ରଭାବରେ କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ ହେଲେ ତାହାକୁ __________ ଅଭିପ୍ରେରଣା କୁହାଯାଏ ।
Answer:
ବାହ୍ୟ(Extrinsic)

2. ଯେତେବେଳେ ବ୍ୟକ୍ତି ଅନ୍ତର ମଧ୍ୟରୁ ପ୍ରେରଣା ପାଇ କାର୍ଯ୍ୟ କରିଥାଏ, ତାହାକୁ __________ କୁହାଯାଏ ।
Answer:
ଆନ୍ତଃ ଅଭିପ୍ରେରଣା ବା ଅନ୍ତର୍ନିହିତ ଅଭିପ୍ରେରଣା

3. ବାହ୍ୟ ଅଭିପ୍ରେରଣା___________ ଏକ ଉଦାହରଣ ।
Answer:
ପୁରସ୍କାର

4. ଅନ୍ତଃ ଅଭିପ୍ରେରଣା____________ ଏକ ଉଦାହରଣ ।
Answer:
ସାଫଲ୍ୟର ଅନୁଭୂତି

5. ମୁଭର୍ ଶବ୍ଦର ଅର୍ଥ _____________
Answer:
ଗତିଣାଳ

6. ବ୍ୟକ୍ତିର ଆଚରଣ ପ୍ରାରମ୍ଭରେ ଥ‌ିବା ଅଭିପ୍ରାୟ, ଇଚ୍ଛା, ଉଦ୍ଦେଶ୍ୟ, ପ୍ରେରଣା ଓ ଆବଶ୍ୟକତାଗୁଡ଼ିକୁ ସାମଗ୍ରିକ ଭାବରେ _________ କୁ ଦର୍ଶାଇଥାଏ ।
Answer:
ଅଭିପ୍ରେରଣା

7. ଯେଉଁ ଅଭିପ୍ରେରଣା_________ ରୁ ମିଳିଥାଏ, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।
Answer:

8. ମୋଟିଭେସନ (Motivation) ଶବ୍ଦଟି___________ ଶବ୍ଦ Movereରୁ ସୃଷ୍ଟି ହୋଇଛି ।
Answer:
ପରିବେଶ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ ମନ ଅଟେ ।
Answer:
ଅଭିପ୍ରେରଣାର ଗୋଟିଏ ମୁଖ୍ୟ ପ୍ରବିଧ୍ଵ ପ୍ରଶଂସା ଅଟେ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

2. ମୁଭିର (Movere) ଶବ୍ଦର ଅର୍ଥ ପରିବର୍ତ୍ତନଶୀଳ ।
Answer:
ମୁଭିର (Movere) ଶବ୍ଦର ଅର୍ଥ ଗତିଶୀଳ ।

3. ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ଆନ୍ତଃ ଅଭିପ୍ରେରଣା ଅଟେ ।
Answer:
ପୁରସ୍କାର ପ୍ରାପ୍ତି ପାଇଁ ଅଧ୍ୟୟନ କରିବା ଏକ ବାହ୍ୟ ଅଭିପ୍ରେରଣା ଅଟେ ।

4. ମନରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।
Answer:
ପରିବେଶରୁ ବାହ୍ୟ ଅଭିପ୍ରେରଣା ମିଳିଥାଏ ।

5. ଶିକ୍ଷଣ ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।
Answer:
ଅଭିପ୍ରେରଣା ଏକ ଆଭ୍ୟନ୍ତରୀଣ ଅବସ୍ଥା ଯାହାକି ଆଚରଣକୁ ଜାଗ୍ରତ କରିଥାଏ ।

6. ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ବାହ୍ୟ ଅଭିପ୍ରେରଣା ଏବଂ ପୁରସ୍କାର ଅଭିପ୍ରେରଣା ।
Answer:
ଅଭିପ୍ରେରଣା ଦୁଇ ପ୍ରକାର; ଯଥା- ଆନ୍ତଃ ଅଭିପ୍ରେରଣା ଏବଂ ବାହ୍ୟ ଅଭିପ୍ରେରଣା ।

7. ଗାଳି, ନିନ୍ଦା, ଅପମାନ, ପୁରସ୍କାର ଆନ୍ତଃ ଅଭିପ୍ରେରଣାର ଉଦାହରଣ ।
Answer:
ଗାଳି, ନିନ୍ଦା, ଅପମାନ, ପୁରସ୍କାର ବାହ୍ୟ ଅଭିପ୍ରେରଣାର ଉଦାହରଣ ।

8. ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ବାହ୍ୟ ଅଭିପ୍ରେରଣାର ଉଦାହରଣ ।
Answer:
ସ୍ଵାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଆନ୍ତଃ ଅଭିପ୍ରେରଣାର ଉଦାହରଣ ।

9. ସାଧାରଣତଃ ବହିର୍ମୂଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।
Answer:
ସାଧାରଣତଃ ଅନ୍ତର୍ମୁଖୀ ପିଲାମାନେ ନିଜର ଆଗ୍ରହ ଓ ଆନ୍ତରିକତାଦ୍ୱାରା ଅଭିପ୍ରେରିତ ହୋଇ କୌଣସି କାର୍ଯ୍ୟ କରିଥା’ନ୍ତି ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. ଅଭିପ୍ରେରଣା (Motivation) କ’ଣ ?
Answer:
‘ଅଭିପ୍ରେରଣା ଗତିଶୀଳ କାର୍ଯ୍ୟକୁ ବୁଝାଏ’ (Motivation is the activity in progress.) ।

2. ଆନ୍ତଃ ଅଭିପ୍ରେରଣା (Intrinsic motivation) କ’ଣ ?
Answer:
ଯେଉଁ ଅଭି ପ୍ରେରଣା ବ୍ୟକ୍ତିର ପ୍ରବୃତ୍ତି, ଅନ୍ତଃପ୍ରେରଣା ଏବଂ ଆୟୋନ୍ନତି ଇତ୍ୟାଦି ସହିତ ଜଡ଼ିତ ତାହାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ ।

3. ବାହ୍ୟ ଅଭିପ୍ରେରଣା (Extrinsic motivation) କ’ଣ ?
Answer:
ଯେଉଁ ଅଭିପ୍ରେରଣା ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାପାଇଁ ବାହାରୁ ପ୍ରଭାବିତ କରିଥାଏ; ଯଥା- ପୁରସ୍କାର, ଦଣ୍ଡ, ଭୟ ଇତ୍ୟାଦି, ତାହାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

4. ଅଭିପ୍ରେରଣାକୁ ତ୍ୱରାନ୍ବିତ କରୁଥିବା ଯେକୌଣସି ଗୋଟିଏ ସାଧନ/ସହାୟକ ଉପାଦାନ ଉଲ୍ଲେଖ କର ।
Answer:
ସଫଳ ଶିକ୍ଷାଦାନ ପାଇଁ ଏବଂ ଶିକ୍ଷଣ ପାଇଁ ଶିକ୍ଷକ ପୁରସ୍କାର ଏବଂ ଦଣ୍ଡ (Reward and Punishment) ଠିକ୍ ସମୟରେ ବିନିଯୋଗ କରିବା ଉଚିତ ।

5. ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରିତ କରିବାପାଇଁ ଶିକ୍ଷକ କ’ଣ କରିଥା’ନ୍ତି ?
Answer:
ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ଅଭିପ୍ରେରଣା ଦେବାପାଇଁ ଦୃଶ୍ୟ-ଶ୍ରାବ୍ୟ ଉପକରଣ (Audio-visual aids) ବ୍ୟବହାର କରିଥା’ନ୍ତି ।

6. ପରିପକ୍ବତା (Maturation) କ’ଣ ?
Answer:
ବୟସର ବୃଦ୍ଧିରେ ବ୍ୟକ୍ତି ଭିନ୍ନ ଭିନ୍ନ ପାରଦର୍ଶିତା ପ୍ରକାଶ କରିବା ତା’ର ପରିପକ୍ୱତାର ଫଳ ।

7. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣା ଦୁଇପ୍ରକାର; ଯଥା- (i) ଆନ୍ତଃ ଅଭିପ୍ରେରଣା (Intrinsic motivation) ଏବଂ (ii) ବାହ୍ୟ ଅଭିପ୍ରେରଣା (Extrinsic motivation) ।

8. ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆସିଛି । ଉକ୍ତ ଶବ୍ଦଟିର ଅର୍ଥ କ’ଣ ?
Answer:
ଅଭିପ୍ରେରଣା ଶବ୍ଦଟି Latin ଶବ୍ଦ ‘Movere’ ଶବ୍ଦରୁ ଆନୀତ ଯାହାର ଅର୍ଥ ‘to move’ ଗତି ବା କ୍ରିୟାକୁ ବୁଝାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଆନ୍ତଃ ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଯେଉଁ ଆଭ୍ୟନ୍ତରୀଣ ଶକ୍ତି ବ୍ୟକ୍ତିକୁ ସ୍ବତଃପ୍ରବୃତ୍ତଭାବରେ କାର୍ଯ୍ୟ କରିବାପାଇଁ ପ୍ରେରଣା ଦେଇଥାଏ, ତାହା ଆନ୍ତଃ- ଅଭିପ୍ରେରଣା ଅଟେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. ଅନ୍ତଃ ଅଭିପ୍ରେରଣାର ଅର୍ଥ ଲେଖ ।
Answer:
ଅନ୍ତଃ ଅଭିପ୍ରେରଣା ବ୍ୟକ୍ତିର ଅନ୍ତଃକରଣରୁ ଜାଗ୍ରତ ହୁଏ । ବ୍ୟକ୍ତି ନିଜେ କୌଣସି କାର୍ଯ୍ୟ କରିବାପାଇଁ ପ୍ରେରିତ ହୁଏ । ସେଗୁଡ଼ିକ ହେଲା ନିଜର ସ୍ବାଭିମାନ, ସାଫଲ୍ୟର ଅନୁଭୂତି, ଆତ୍ମବିଶ୍ଵାସ ଇତ୍ୟାଦି ।

2. ଅଭିପ୍ରେରଣା କିପରି ସର୍ବଦା ଲକ୍ଷ୍ୟଭିମୁଖୀ ଉଲ୍ଲେଖ କର ।
Answer:
ଅଭିପ୍ରେରଣା ଉଦ୍ଦେଶ୍ୟାଭିମୁଖୀ । ଆବଶ୍ୟକତା ପୂରଣ ପାଇଁ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ । ଏହାର ମୁଖ୍ୟ ଉଦ୍ଦେଶ୍ୟ ଲକ୍ଷ୍ୟ ବା ଉଦ୍ଦେଶ୍ୟ ପୂରଣ ହୋଇଥାଏ । ତେଣୁ ଅଭିପ୍ରେରଣା ସର୍ବଦା ଲକ୍ଷ୍ୟଭିମୁଖୀ ହୋଇଥାଏ ।

3. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକ ଭାବରେ ଥାଏ । ଏହା ଲକ୍ଷ୍ୟ ସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation)- ଏହା ବ୍ୟକ୍ତିକୁ ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)– ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ଶିଶୁକୁ ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ ।

4. ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଯେକୌଣସି ଦୁଇଟି ଅଭିପ୍ରେରଣ କୌଶଳ ଲେଖ ।
Answer:
ଶ୍ରେଣୀ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ବ୍ୟବହାର ଉପଯୋଗୀ ଦୁଇଟି ଅଭିପ୍ରେରଣ କୌଶଳ ହେଉଛି- ପ୍ରଶଂସା ଓ ଶିକ୍ଷାଦାନ ଉପକରଣର ବ୍ୟବହାର ।

5. ଅଭିପ୍ରେରଣା ସୃଷ୍ଟି କରିବାପାଇଁ ଯେକୌଣସି ୨ଟି ଉପାୟ ଲେଖ ।
Answer:
ଶିକ୍ଷଣକୁ ସଫଳ ଓ ଆନନ୍ଦଦାୟକ କରିବାପାଇଁ ନିମ୍ନଲିଖତ ଅଭିପ୍ରେରଣାର ଉପାୟ ବ୍ୟବହାର କରିବା ଉଚିତ ।
(i) ଲକ୍ଷ୍ୟ ବିଷୟରେ ଜ୍ଞାନ – ଶିକ୍ଷାର୍ଥୀ ଗୋଟିଏ କାର୍ଯ୍ୟରେ ଲକ୍ଷ୍ୟ ବିଷୟରେ ଅବଗତ ହେଲେ ସେ ଅଧ‌ିକ ଆଗ୍ରହ ସହକାରେ କାର୍ଯ୍ୟଟିକୁ ସମ୍ପାଦନ କରିଥାଏ । ଉକ୍ତ ଲକ୍ଷ୍ୟ ଶିକ୍ଷାର୍ଥୀର କାର୍ଯ୍ୟ କରିବାର ଦିଗ ବିଷୟରେ ସୂଚନା ଦେଇଥାଏ ।
(ii) ପ୍ରତିଦ୍ବନ୍ଦିତା – ଶ୍ରେଣୀ କୋଠରି ବାହାରେ ହେଉ କିମ୍ବା ଭିତରେ ହେଉ ଅଭିପ୍ରେରଣା ସୃଷ୍ଟି କରିବାପାଇଁ ପ୍ରତିଦ୍ୱନ୍ଦିତା ଯାହାକି ସୁସ୍ଥ ପ୍ରତିଦ୍ବନ୍ଦିତାର ଏକ ଅଭିନବ ଉପାୟ ଅଟେ । କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ ।

6. ଅଭିପ୍ରେରଣା କହିଲେ କ’ଣ ବୁଝ ?
Answer:
ସାଧାରଣ ଦୃଷ୍ଟିରୁ ବିଚାର କଲେ ଅଭିପ୍ରେରଣା ହେଉଛି ଯାହା ସମ୍ବନ୍ଧରେ ଆମେ ଇଚ୍ଛା କରୁ, ପାଇବାକୁ ଚାହୁଁ ତାହାର ପ୍ରାପ୍ତି ନିମନ୍ତେ ସୃଷ୍ଟ ଆଗ୍ରହକୁ ବୁଝାଇଥାଏ । ଏକ କ୍ଳିଷ୍ଟ କାର୍ଯ୍ୟଦ୍ୱାରା ଲକ୍ଷ୍ୟସ୍ଥଳରେ ପହଞ୍ଚିଲେ ସନ୍ତୋଷ ଲାଭ ହୁଏ ସେହି ଲକ୍ଷ୍ୟସ୍ଥଳ ପ୍ରାପ୍ତି ନିମିତ୍ତ ସହାୟକ ଆଗ୍ରହ ହେଉଛି ଅଭିପ୍ରେରଣା ।

7. ସଫଳ ଶ୍ରେଣୀ ଶିକ୍ଷାଦାନ ପାଇଁ ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ଶିକ୍ଷାର୍ଥୀ ଉଭୟ ଇନ୍ଦ୍ରିୟ ଆଖ୍ ଓ କାନ ଉପରେ ପ୍ରଭାବ ପକାଉଥ‌ିବାରୁ ତାହା ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ । ଉଦାହରଣ- ଟେଲିଭିଜନ, କମ୍ପ୍ୟୁଟର, ସିନେମା । ଏହା ଶିକ୍ଷାର୍ଥୀକୁ ମନୋଯୋଗୀ କରିଥାଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପଦ୍ଧତିରେ ଶିକ୍ଷା ପ୍ରଦାନଦ୍ୱାରା ଶ୍ରେଣୀର ଶିକ୍ଷାଦାନ-ଶିକ୍ଷଣ ପ୍ରକ୍ରିୟାଟି ସକ୍ରିୟ, ଜୀବନ୍ତ, ଆନନ୍ଦମୟ ଓ ଉପଯୋଗୀ ହୋଇଥାଏ । ଏଣୁ ଶିକ୍ଷାର୍ଥୀ ନୂଆ ବିଷୟକୁ ସହଜରେ ଓ ଭଲଭାବେ ଶିଙ୍ଖାରିଥାଏ ।

8. ଅଭିପ୍ରାୟ (Motive)ର ୩ଟି କାର୍ଯ୍ୟ ଲେଖ ।
Answer:
ଅଭିପ୍ରାୟର କାର୍ଯ୍ୟଗୁଡ଼ିକ ହେଉଛି –
(i) ଏହା କାର୍ଯ୍ୟ କରିବାକୁ ଶକ୍ତି ଯୋଗାଏ ।
(ii) ଏହା ନିର୍ଦ୍ଦିଷ୍ଟ ପ୍ରତିକ୍ରିୟା ସୃଷ୍ଟି କରିଥାଏ ।
(iii) ଏହା ସଜୀବକୁ କାର୍ଯ୍ୟ କରିବାକୁ ପ୍ରେରିତ କରିଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

9. ଅଭିପ୍ରେରଣା କେତେ ଭାଗରେ ବିଭକ୍ତ ?
Answer:
ଅଭିପ୍ରେରଣା ଦୁଇ ଭାଗରେ ବିଭକ୍ତ; ଯଥା- (i) ଆନ୍ତଃ-ଅଭିପ୍ରେରଣା ଓ (ii) ବାହ୍ୟ – ଅଭିପ୍ରେରଣା । ଯେତେବେଳେ ବ୍ୟକ୍ତି ନିଜକୁ ନିଜେ ମନ ମଧ୍ୟରୁ ଆଗ୍ରହ ପ୍ରକାଶ କରି କାର୍ଯ୍ୟ କରିଥାଏ ତାକୁ ଆନ୍ତଃ ଅଭିପ୍ରେରଣା କୁହାଯାଏ । ସେହିପରି ଯେତେବେଳେ ବ୍ୟକ୍ତି କୌଣସି ବାହ୍ୟ ଶକ୍ତି ଯଥା – ପରିବେଶ ବା ଚାପର ବଶବର୍ତ୍ତୀ ହୋଇ କାର୍ଯ୍ୟ କରେ ତାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ ।

10. ଶିକ୍ଷଣକୁ ପ୍ରଭାବିତ କରୁଥିବା ଯେକୌଣସି 4ଟି ମାନସିକ ଉପାଦାନ ଲେଖ ।
Answer:
ଶିକ୍ଷଣକୁ ନିମ୍ନଲିଖୁ ମାନସିକ ଉପାଦାନଗୁଡ଼ିକ ପ୍ରଭାବିତ କରିଥାଏ ।
(i) ମାନସିକ ସୁ।ସ୍ଥ୍ୟ
(ii) ଆଗ୍ରହ
(iii) ଅଭିପ୍ରେରଣା
(iv) ମାନସିକ ଏକାଗ୍ରତା

11. ଶିକ୍ଷଣରେ ଅଭିପ୍ରେରଣାର ଯେକୌଣସି ତିନୋଟି ଭୂମିକା ଲେଖ ।
Answer:
(i) ଆଭ୍ୟନ୍ତରୀଣ କୌଣସି ଏକ ଚାପର ବଶବର୍ତ୍ତୀ ହୋଇ ଶିକ୍ଷାର୍ଥୀ ଅଧ୍ୟୟନ କରିଥାଏ ।
(ii) ଏହି ଚାପ ବ୍ୟକ୍ତି ବା ଶିକ୍ଷାର୍ଥୀକୁ ଶିକ୍ଷଣ ପାଇଁ ଅଭିପ୍ରେରିତ କରିଥାଏ, ଯାହାଦ୍ୱାରା ଲକ୍ଷ୍ୟ ହାସଲ ସହଜ ହୋଇଥାଏ ।
(iii) ଶିକ୍ଷଣ ଏବଂ ଶିକ୍ଷାଦାନ ପ୍ରକ୍ରିୟାରେ ଶିକ୍ଷକ ନିମ୍ନଲିଖିତ ଉପାୟମାନ ପ୍ରୟୋଗ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିପାରିବେ; ଯଥା – ପୁରସ୍କାର, ଶାସ୍ତ୍ର, ପ୍ରଶଂସା, ନିନ୍ଦା, ପ୍ରତିଦ୍ବନ୍ଦିତା ମନୋଭାବ, ଦୃଶ୍ୟ-ଶ୍ରାବ୍ୟ ଉପକରଣ, ଆଗ୍ରହ ସୃଷ୍ଟି ଇତ୍ୟାଦି ।
(iv) ଉପରୋକ୍ତ ଉପାୟଗୁଡ଼ିକର ପ୍ରୟୋଗ ଯଦି ଶିକ୍ଷାୟତନରେ ହୋଇଥାଏ, ତେବେ ଶିକ୍ଷାର୍ଥୀ ଶିକ୍ଷା ପ୍ରତି ଅଭିପ୍ରେରିତ ହୋଇଥାଏ ।

12. ‘ଅଭିପ୍ରେରଣାର ଗୋଟିଏ ନୈତିକ ଦିଗ ଅଛି’ – ଏହାର ଗୋଟିଏ ଉଦାହରଣ ଦିଅ ।
Answer:
ଅଭିପ୍ରେରଣା ଥିଲେ ବ୍ୟକ୍ତି ଏକ ଲକ୍ଷ୍ୟ ହାସଲ କରିବାପାଇଁ ସକ୍ରିୟ ହୋଇଥାଏ । ଉଦାହରଣସ୍ୱରୂପ ପରୀକ୍ଷାରେ ସମସ୍ତେ ଭଲ ନମ୍ବର ରଖିପାଇଁ ଚେଷ୍ଟା କରିବା ଏକ ନୈତିକ ଦିଗ ।

13. ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ କେଉଁ ପ୍ରକାରର ଅଭିପ୍ରେରଣା ବେଶି ସଫଳତା ଦେଇଥାଏ ?
Answer:
ଶିଶୁର ଆଗ୍ରହ ଓ ଆନ୍ତରିକତା କୌଣସି କାର୍ଯ୍ୟ କରିବାପାଇଁ ଶିଶୁକୁ ଅଭିପ୍ରେରିତ କରିଥାଏ । ତେଣୁ ଆନ୍ତଃ ଅଭିପ୍ରେରଣା ଅନ୍ତର୍ମୁଖୀ ପିଲାମାନଙ୍କ ପାଇଁ ଅଧିକ ଫଳପ୍ରଦ ହୋଇଥାଏ ।

14. ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ଦିଅ ।
Answer:
(i) ଅନ୍ତଃ ଅଭିପ୍ରେରଣାର ଏକ ଉଦାହରଣ ହେଉଛି ‘ଆଗ୍ରହ’ ।
(ii) ଗ୍ରହ ଥିଲେ ମନୋଯୋଗ ଆସିଥାଏ । ମନଯୋଗ ଆସିବାଦ୍ଵାରା ଶିକ୍ଷଣ ସମ୍ଭବପର ହୁଏ ।

15. ବାହ୍ୟ -ଅଭିପ୍ରେରଣା କାହାକୁ କହନ୍ତି ?
Answer:
ଶିକ୍ଷାର୍ଥୀଙ୍କୁ ବାହାରୁ ଯାହା କୌଣସି କାର୍ଯ୍ୟ କରିବାପାଇଁ ଅଭିପ୍ରେରିତ କରେ ତାହା ବାହ୍ୟ ଅଭିପ୍ରେରଣା; ଯଥା- ପୁରସ୍କାର ପାଇବାପାଇଁ କାର୍ଯ୍ୟ କରିବା । ଏହା ବହିର୍ମୁଖୀ ପିଲାମାନଙ୍କ ପାଇଁ ବିଶେଷ ଉପଯୋଗୀ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ଅଭିପ୍ରେରଣାର ପ୍ରକାରଭେଦ ଲେଖ ।
Answer:
ଅଭିପ୍ରେରଣାର ମୂଳରେ ଅଭିପ୍ରାୟ, ଇଚ୍ଛା, କାମନା ଓ ପ୍ରେରଣା ସାମଗ୍ରିକଭାବରେ ଥାଏ । ଏହା ଲକ୍ଷ୍ୟସାଧନରେ ସାହାଯ୍ୟ କରିଥାଏ । ଅଭିପ୍ରେରଣା ଦୁଇଭାଗରେ ବିଭକ୍ତ; ଯଥା –
(i) ଆଭ୍ୟନ୍ତରୀଣ ଅଭିପ୍ରେରଣା (Intrinsic Motivation) – ଏହା ବ୍ୟକ୍ତି ଅନ୍ତରରୁ ପ୍ରେରଣା ଦେଇଥାଏ କାର୍ଯ୍ୟ ସାଧନ କରିବାପାଇଁ ପ୍ରେରିତ କରିଥାଏ । ଶିଶୁର ଆଗ୍ରହ ଏହାର ଅନ୍ତର୍ଗତ ଅଟେ ।
(ii) ବାହ୍ୟ ଅଭିପ୍ରେରଣା (Extrinsic Motivation)- ବାହ୍ୟ ଅଭିପ୍ରେରଣା ଶିଶୁର ପରିବେଶରୁ ଜାତ ହୋଇଥାଏ ; ଯଥା- ପୁରସ୍କାର, ସମ୍ମାନ ଏବଂ ସ୍ବୀକୃତି ଶିଶୁକୁ କାର୍ଯ୍ୟସାଧନ ପାଇଁ ପ୍ରେରଣା ଦେଇଥାଏ।

2. ଅଭିପ୍ରେରଣାର ଦୁଇଟି ଉପାୟ ଲେଖ ।
Answer:
ଶିକ୍ଷକ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରି ଶିକ୍ଷାର୍ଥୀମାନଙ୍କୁ ଅଭିପ୍ରେରିତ କରିଥା’ନ୍ତି । ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହୋଇଛି ।

(i) ପୁରସ୍କାର ଓ ଶାସ୍ତି – ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ – ଏହି ଦୁଇଟି ଉପାୟରେ ଅଭିପ୍ରେରଣା ସୃଷ୍ଟି କରାଯାଇପାରେ । ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିକ୍ଷାପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ । କିନ୍ତୁ ସବୁ ସମୟରେ ପୁରସ୍କାର କାର୍ଯ୍ୟକାରୀ ହୋଇ ନ ଥାଏ । ତେଣୁ ସମୟେ ସମୟେ ଦଣ୍ଡବିଧିକୁ ମଧ୍ୟ ଅଭିପ୍ରେରଣାର ମାଧ୍ୟମରୂପେ ବ୍ୟବହାର କରାଯାଇଥାଏ । ପିଲାକୁ ଦଣ୍ଡିତ କଲେ ସେ କେଉଁ କାରଣରୁ ଦଣ୍ଡ ପାଇଲା ବୁଝିପାରିଲେ ନିଜର ଅବାଞ୍ଛିତ ଆଚରଣକୁ ବଦଳାଇ ଥାଏ । କିନ୍ତୁ କଠୋର ଶାରୀରିକ ଦଣ୍ଡ ଦେବା ବିଧେୟ ନୁହେଁ ।

(ii) ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ‌ିକ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ଯ ଉଦ୍ୟମ କରେ ଏବଂ ଏହାଫଳରେ ଉଭୟଙ୍କ ପାଠ୍ୟ ବିଷୟ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ । ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତ୍‌ମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

3. ଶିକ୍ଷଣରେ ଅଭିପ୍ରେରଣାର ଭୂମିକା ସଂକ୍ଷେପରେ ଲେଖ ।
Answer:
(i) ଅଭିପ୍ରେରଣା ହେଉଛି ଶିକ୍ଷଣର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଏହା ଶିକ୍ଷଣକୁ ସ୍ବତନ୍ତ୍ରଭାବେ ପ୍ରଭାବିତ କରିଥାଏ ।
(ii) ଏହା ଶିକ୍ଷଣ ପାଇଁ ଆବଶ୍ୟକୀୟ କାର୍ଯ୍ୟାବଳୀକୁ ଆରମ୍ଭ ଓ ତ୍ୱରାନ୍ବିତ କରିଥାଏ ।
(iii) ଅଭିପ୍ରେରଣା ଶିକ୍ଷାର୍ଥୀ ମନରେ ଆଗ୍ରହ ସୃଷ୍ଟି କରି ଶିକ୍ଷଣର ଶେଷ ପର୍ଯ୍ୟନ୍ତ ଧରି ରଖୁଥାଏ ।
(iv) ଏହା ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୈନ୍ଦ୍ରିକ ।
(v) ଶିକ୍ଷଣ ପ୍ରକ୍ରିୟାରେ ନିଜର ପ୍ରଗତି ବିଷୟରେ ଜାଣି ଶିକ୍ଷାର୍ଥୀ ଆଗ୍ରହୀ ହୋଇଥାଏ ।
(vi) ଶିକ୍ଷାର୍ଥୀ ପ୍ରଶଂସା, ସମ୍ମାନ, ପୁରସ୍କାର, ଦଣ୍ଡଦ୍ୱାରା ଶିକ୍ଷଣ ପାଇଁ ଅଭିପ୍ରେରିତ ହୋଇଥାଏ ।

4. ଶ୍ରେଣୀଗୃହରେ ବ୍ୟବହାର କରାଯାଉଥ‌ିବା ଯେକୌଣସି ତିନୋଟି ଅଭିପ୍ରେରଣା କୌଶଳ ଉଦାହରଣ ସହ ବୁଝାଅ ।
Answer:
(i) ଶିକ୍ଷକ ଶିକ୍ଷାଦାନ ସମୟରେ ବା ପରେ ନିମ୍ନଲିଖିତ କୌଶଳମାନ ପ୍ରୟୋଗ କଲେ ଶିକ୍ଷାର୍ଥୀମାନେ ଶିକ୍ଷା ପ୍ରତି ଅଭିପ୍ରେରିତ ହେବେ ।
(ii) ଆଗ୍ରହ ସୃଷ୍ଟି – ଆଗ୍ରହଦ୍ଵାରା ଶିକ୍ଷାର୍ଥୀ କୌଣସି କାର୍ଯ୍ୟରେ ମନୋଯୋଗ ଦେଇଥାଏ । ପ୍ରଥମେ ଶିକ୍ଷା ପ୍ରତି ଏବଂ ଶିକ୍ଷାୟତନ ପ୍ରତି ଶିକ୍ଷାର୍ଥୀର ଆଗ୍ରହ ସୃଷ୍ଟି ଏକାନ୍ତ ପ୍ରୟୋଜନ ।
(iii) ସଫଳତା ସମ୍ପର୍କରେ ସଚେତନତା – ଶିକ୍ଷାର୍ଥୀକୁ ତା’ର ସାଫଲ୍ୟ ସମ୍ପର୍କରେ ସଚେତନ କଲେ ସେ ଶିକ୍ଷାଗ୍ରହଣ ପାଇଁ ନିଜେ ଅଭିପ୍ରେରିତ ହୋଇଥାଏ ।
(iv) ଦଣ୍ଡ ଏବଂ ପ୍ରଶଂସାର ଉପଯୁକ୍ତ ବିନିଯୋଗ – ବିଶେଷକରି ଶିଶୁମାନଙ୍କୁ ପ୍ରଶଂସା କଲେ ଶିକ୍ଷା ପ୍ରତି ସେମାନଙ୍କ ଆଗ୍ରହ ଆସିଥାଏ । ଦଣ୍ଡର ପ୍ରୟୋଗ ଶିକ୍ଷାର୍ଥୀଙ୍କୁ ନିରୁତ୍ସାହିତ କରେ । ତେଣୁ ଶିକ୍ଷକ ଉପଯୁକ୍ତ ସମୟରେ ଦଣ୍ଡ ଏବଂ ପ୍ରଶଂସାର ପ୍ରୟୋଗ କରିବା ଉଚିତ ।

5. ଶିକ୍ଷାଦାନକୁ ଫଳପ୍ରଦ କରିବାପାଇଁ ତିନୋଟି ଅଭିପ୍ରେରଣା କୌଶଳ ବର୍ଣ୍ଣନା କର ।
Answer:
ଶିକ୍ଷକ ଶିକ୍ଷାଦାନକୁ ସରଳ, ସୁନ୍ଦର ଏବଂ ବୋଧଗମ୍ୟ କରିବାପାଇଁ ନିମ୍ନଲିଖିତ କୌଶଳ ଅବଲମ୍ବନ କଲେ ଶିକ୍ଷାଦାନ ଆକର୍ଷଣୀୟ ହୋଇପାରିବ ।
(i) ଦୃଶ୍ୟ-ଶ୍ରାବ୍ୟ ଉପକରଣ ବ୍ୟବହାର : ଏହା ଶିକ୍ଷାର୍ଥୀର ମନୋଯୋଗ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଚଳଚ୍ଚିତ୍ର, ଦୂରଦର୍ଶନ ଶିକ୍ଷାଦାନକୁ ସରଳ କରିଦିଏ ।
(ii) ଉପଯୁକ୍ତ ଶିକ୍ଷାଦାନ ପ୍ରଣାଳୀ : ଶିକ୍ଷକ ପ୍ରତ୍ୟେକ ବିଷୟ ପାଇଁ ଉଦ୍ଦିଷ୍ଟ ଶିକ୍ଷାଦାନ ପ୍ରଣାଳୀକୁ ବ୍ୟବହାର କରିବା ଉଚିତ ।
(iii) ଛବି : ମାନଚିତ୍ର, ମଡ଼େଲ୍ ଓ ଛବିଦ୍ୱାରା ଶିକ୍ଷାର୍ଥୀ ଆକର୍ଷିତ ହୋଇଥାଏ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ଅଭିପ୍ରେରଣା କହିଲେ କ’ଣ ବୁଝ ? ଏହାର ବିଭିନ୍ନ କୌଶଳ ଉପରେ ଆଲୋକପାତ କର ।
Answer:
ଶିଶୁକୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନିମିତ୍ତ ଅଭିପ୍ରେରଣାର ଆବଶ୍ୟକତା ରହିଛି । ଏହି ଅଭିପ୍ରେରଣା ଶବ୍ଦଟି ଲାଟିନ୍ (Latin) ଶବ୍ଦ ‘ମୁଭିର୍’ (Movere)ରୁ ଆସିଅଛି, ଯାହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ବ୍ୟକ୍ତିର ପ୍ରତିଦିନ ଓ ପ୍ରତିମୁହୂର୍ଭର କାର୍ଯ୍ୟ ଅଭିପ୍ରେରଣାଦ୍ୱାରା ବାସ୍ତବରେ ପରିଣତ ହୋଇଥାଏ । ମଣିଷର ବ୍ୟବହାର ବା ଆଚରଣର ଗତିଶୀଳତାକୁ ହିଁ

ଅଭିପ୍ରେରଣା ରୂପେ ଅଭିହିତ କରାଯାଏ । ଏହା ଏକ ଶକ୍ତିରୂପେ ବ୍ୟବହାରକୁ ନିର୍ଦ୍ଦେଶ ଦେଇଥାଏ ତଥା ମାର୍ଗ ଦେଖାଇଥାଏ ।
ଉର୍ଥଙ୍କ ମତରେ, ‘ଅଭିପ୍ରେରଣା ଗତିଶୀଳ ବ୍ୟବହାରକୁ ବୁଝାଏ ।’’ମ୍ୟାକ୍ସୋନାଲ୍ଡଙ୍କ ମତରେ, ‘ବ୍ୟକ୍ତି ମଧ୍ୟରେ
ଏକ ଅନ୍ତର୍ନିହିତ ଶକ୍ତିଗତ ପରିବର୍ତ୍ତନ ହିଁ ଅଭିପ୍ରେରଣା ଯାହାକି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଏବଂ ଉଦ୍ଦୀପନା ସହ ସଂପୃକ୍ତ ।’’
ଏହି ଅଭିପ୍ରେରଣା ଦୁଇ ପ୍ରକାରର; ଯଥା- ବାହ୍ୟ ଅଭିପ୍ରେରଣା ଓ ଆଭ୍ୟନ୍ତରୀଣ ଅଭିପ୍ରେରଣା ।

ବାହ୍ୟ ଅଭିପ୍ରେରଣା ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହୋଇଥାଏ; ମାତ୍ର ଆଭ୍ୟନ୍ତରୀଣ ଅଭିପ୍ରେରଣା ନିଜ ମଧ୍ୟରୁ ପ୍ରବୃତ୍ତି, ଚେଷ୍ଟା, ଆଗ୍ରହରୁ ସୃଷ୍ଟିହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ ବ୍ୟକ୍ତିକୁ ସାହାଯ୍ୟ କରିଥାଏ ।

ବିଦ୍ୟାଳୟରେ ଅଭିପ୍ରେରଣାର ବିଭିନ୍ନ କୌଶଳ :
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକ ବିଭିନ୍ନ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିଶୁକୁ ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି । ସେଗୁଡ଼ିକ ହେଲା –

(1) ପୁରସ୍କାର ବା ଦଣ୍ଡ ପ୍ରଦାନ : ବିଭିନ୍ନ ଭଲ କାର୍ଯ୍ୟ ପାଇଁ ଶିକ୍ଷକ ପୁରସ୍କାର ବା ଭୁଲ୍ କାମ ପାଇଁ ଦଣ୍ଡର ବ୍ୟବସ୍ଥା ମାଧ୍ୟମରେ ସେ ଶିଶୁର ବ୍ୟବହାରକୁ ମାର୍ଜିତ କରିଥା’ନ୍ତି ।
(2) ନିର୍ଦ୍ଦିଷ୍ଟ ଲକ୍ଷ୍ୟର ପରିପ୍ରକାଶ : ଶିକ୍ଷାର୍ଥୀର ଆବଶ୍ୟକତା, କ୍ଷମତା ଓ ଆଗ୍ରହକୁ ଲକ୍ଷ୍ୟକରି ଶିକ୍ଷକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ବା ଉଦ୍ଦେଶ୍ୟର ଉପସ୍ଥାପନ କରିଥା’ନ୍ତି, ଯାହାଦ୍ୱାରା ସେ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟକୁ ହାସଲ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।
(3) ଫଳାଫଳ ଓ ପ୍ରଗତି ବିଷୟରେ ଅବଗତ : ଶିକ୍ଷାଦାନର ପ୍ରଗତି ବା ଫଳାଫଳ ବେଳେବେଳେ ଶିକ୍ଷଣକୁ ଠିକ୍ ମାର୍ଗରେ ନେବା ସହିତ ଶିଶୁ ମଧ୍ଯରେ ଆଗ୍ରହ, ପ୍ରତିଯୋଗୀ ମନୋଭାବର ଉଦ୍ରେକ କରିଥାଏ ।
(4) ଶିକ୍ଷାଦାନରେ ଉପକରଣର ବ୍ୟବହାର : ଏକ ସୁନ୍ଦର ଶିକ୍ଷାଦାନ ବ୍ୟବସ୍ଥା ଉପଯୁକ୍ତ ଉପକରଣ ଉପରେ ଗୁରୁତ୍ଵ ଦେଇଥାଏ । ସେଥ‌ିପାଇଁ ଏକ ଜଟିଳ ବିଷୟବସ୍ତୁକୁ ସରଳ ଓ ବୋଧଗମ୍ୟ କରିବା ନିମିତ୍ତ ଶିକ୍ଷକ ବିଭିନ୍ନ ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର କରି ଶିକ୍ଷଣକୁ ମାର୍ଜିତ କରିଥା’ନ୍ତି ।
(5) ନିନ୍ଦା, ପ୍ରଶଂସା ପ୍ରଦାନ : କାର୍ଯ୍ୟର ଫଳ ଉପରେ ନିନ୍ଦା ଓ ପ୍ରଶଂସା ମାଧ୍ୟମରେ ଶିକ୍ଷାର୍ଥୀ ଏକ ସୁଯୋଗ ପାଏ, ଯାହାଦ୍ୱାରା ସେ ନିଜର ଭୁଲ୍ ସୁଧାରିବାର ପ୍ରୟାସ କରିଥାଏ ।
(6) ଶିଶୁକୈନ୍ଦ୍ରିକ ଶିକ୍ଷା : ଶିଶୁକୈନ୍ଦ୍ରିକ ଶିକ୍ଷାରେ ଶିଶୁକୁ ସମ୍ପୂର୍ଣ୍ଣ ଶିକ୍ଷା ବ୍ୟବସ୍ଥାର ମୁଖ୍ୟ ବୋଲି ପରିଗଣିତ କରାଯାଏ । ଶିଶୁର ଆଗ୍ରହ, ରୁଚି, ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଥାଏ ।
(7) ପ୍ରତିଯୋଗିତା ଓ ସହଯୋଗିତା ମନୋଭାବ : ଏକ ସଫଳ ଶିକ୍ଷାବ୍ୟବସ୍ଥା ନିମିତ୍ତ ଉପଯୁକ୍ତ ପ୍ରତିଯୋଗିତା ଓ ସହଯୋଗର ଆବଶ୍ୟକତା ରହିଛି । ଶିକ୍ଷକ ଉପଯୁକ୍ତ ପ୍ରତିଯୋଗୀ ପରିବେଶ ସୃଷ୍ଟି କରିବା ସହିତ ମୁକ୍ତ ଚିନ୍ତାଧାରାର ଉଦ୍ରେକ ପାଇଁ ସହଯୋଗ ମାଧ୍ୟମରେ ବିକାଶଧର୍ମୀ କାର୍ଯ୍ୟକ୍ରମଗୁଡ଼ିକୁ ହାତକୁ ନେବା ଉଚିତ । ଉପରୋକ୍ତ କୌଶଳଗୁଡ଼ିକ ମାଧ୍ୟମରେ ଶିକ୍ଷକ ଶିକ୍ଷାଦାନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିବେ ।

2. ଅଭିପ୍ରେରଣା କ’ଣ ? ଶିକ୍ଷଣରେ ଅଭିପ୍ରେରଣର ଭୂମିକା ବୁଝାଇ ଲେଖ ।
Answer:
ମରଗାନ୍‌ଙ୍କ ମତରେ, ‘କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟପନ୍ଥା ଗ୍ରହଣ କରିବା ବା ନିର୍ଦ୍ଦିଷ୍ଟ ଦିଗରେ କାର୍ଯ୍ୟ କରିବାପାଇଁ ଏହି ଅଭିପ୍ରାୟ ବା ଅଭ୍ୟାସଦ୍ବାରା ଉଦ୍ଦେଶ୍ୟ ନିରୂପିତ ହୋଇଥାଏ ।’’ ଆଭ୍ୟନ୍ତରୀଣ କୌଣସି ଏକ ଚାପ ଫଳରେ ବ୍ୟକ୍ତି କର୍ମରତ ହୋଇଥାଏ । ଏହି ଆଭ୍ୟନ୍ତରୀଣ ଚାପକୁ ଅଭିପ୍ରେରଣା ବୋଲି କୁହାଯାଇଥାଏ । ଅଭିପ୍ରେରଣାର ଉପସ୍ଥିତି ହେତୁ ସୃଷ୍ଟ ପ୍ରବର୍ତ୍ତନା ଶକ୍ତି ବ୍ୟକ୍ତିକୁ କୌଣସି କାର୍ଯ୍ୟ କରିବାକୁ କିମ୍ବା ନିର୍ଦ୍ଦିଷ୍ଟ ଭାବରେ ବ୍ୟବହାର କରିବାକୁ ବାଧ୍ୟ କରିଥାଏ ।

ଶିକ୍ଷାକ୍ଷେତ୍ରରେ ଅଭିପ୍ରେରଣାର ଭୂମିକା – ଶିକ୍ଷଣ କ୍ରିୟାରେ ଅଭିପ୍ରେରଣାର ଆବଶ୍ୟକତା ଅପରିହାର୍ଯ୍ୟ । ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକତା, ଅଭାବବୋଧ, ସାମର୍ଥ୍ୟ, ଆଗ୍ରହ ବା ରୁଚି ତଥା ବ୍ୟକ୍ତିଗତ ବୈଶିଷ୍ଟ୍ୟ ପ୍ରତି ଶିକ୍ଷକଙ୍କୁ ଦୃଷ୍ଟିଦେବାକୁ ପଡ଼ିବ । ଏଥ‌ିପାଇଁ ପାଠ୍ୟଦାନ କ୍ରିୟା ଏପରିଭାବରେ ପରିଚାଳିତ ହେବା ଆବଶ୍ୟକ, ଯାହାଦ୍ୱାରା କି ଶିକ୍ଷାର୍ଥୀମାନଙ୍କର ପାଠ୍ୟବସ୍ତୁର ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବାପାଇଁ ପ୍ରବଳ ଆଗ୍ରହ ତଥା ସକ୍ରିୟତା ପ୍ରକାଶ ପାଇବ ।

ଏଥ‌ିପାଇଁ ଛାତ୍ରଛାତ୍ରୀମାନଙ୍କର ଯେପରି ପ୍ରେରଣା ବା ପ୍ରବଳ ଆଗ୍ରହ ସୃଷ୍ଟିହେବ ସେଥ‌ିପାଇଁ ଶିକ୍ଷକଙ୍କୁ ଶିକ୍ଷାଦାନ ସମୟରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡ଼ିଥାଏ । ସେହିପରି କେତେକ କୌଶଳ ନିମ୍ନରେ ପ୍ରଦତ୍ତ ହୋଇଅଛି ।

(i) ପୁରସ୍କାର ଓ ଶାସ୍ତି- ଅଭିପ୍ରେରଣା ଏପରି ଏକ ମାନସିକ ଶକ୍ତି ଯାହାକୁ ବିଭିନ୍ନ ଉପାୟରେ ଜାଗ୍ରତ କରାଯାଇପାରେ । ସାଧାରଣତଃ ପୁରସ୍କାର ଓ ଦଣ୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ବାଚନିକ, ଭୌତିକ ଓ ବସ୍ତୁଗତ ପୁରସ୍କାରଦ୍ୱାରା ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଯାଇଥାଏ ।

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

(ii) ପ୍ରଶଂସା ଓ ନିନ୍ଦା – ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିଗତ ସାମର୍ଥ୍ୟକୁ ଦୃଷ୍ଟି ସମ୍ମୁଖରେ ରଖ୍ ପ୍ରଶଂସାର ପରିମାର୍ଜନ ନିରୂପଣ ହେବା ଆବଶ୍ୟକ । ତାହାହେଲେ ପ୍ରତ୍ୟେକ ଶ୍ରେଣୀର ଛାତ୍ର ଏହାଦ୍ଵାରା ପ୍ରୋତ୍ସାହିତ ହୋଇପାରିବ । ପ୍ରଶଂସା ବ୍ୟତୀତ ନିନ୍ଦା ମଧ୍ଯ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିପ୍ରେରଣା ସୃଷ୍ଟି କରିବାରେ ସହାୟକ ହୋଇଥାଏ । ନିନ୍ଦା ବା ତିରସ୍କାରକୁ ଭୟକରି ଅଧୂକାଂଶ ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି ।

କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଛାତ୍ରଛାତ୍ରୀ ବିଦ୍ୟାର୍ଜନ ପାଇଁ ମନୋଯୋଗୀ ହୋଇଥା’ନ୍ତି । କିନ୍ତୁ ଶିକ୍ଷାବିତ୍‌ମାନଙ୍କ ମତରେ, ତିରସ୍କାର ଅପେକ୍ଷା ପ୍ରଶଂସା ଶିକ୍ଷାକ୍ଷେତ୍ରରେ ଅଧ୍ବକ ଫଳପ୍ରଦ । ତେଣୁ ନିନ୍ଦା ବା ତିରସ୍କାର ଯଥାସମ୍ଭବ ବର୍ଜନୀୟ । ଉପଯୁକ୍ତ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନିନ୍ଦା ବା ପ୍ରଶଂସାଦ୍ଵାରା ଆବଶ୍ଯକାନୁଯାୟୀ ମନୋଯୋଗୀ କରାଇବା ଆବଶ୍ୟକ ।

ପ୍ରତିଦ୍ବନ୍ଦିତା – କେତେକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ପ୍ରୋତ୍ସାହନର କାରଣ ହୋଇଥାଏ । ଦୁଇଜଣ ଛାତ୍ରଙ୍କ ମଧ୍ୟରେ ଯଦି ଶିକ୍ଷଣକାର୍ଯ୍ୟରେ ପ୍ରତିଦ୍ବନ୍ଦିତା ଚାଲେ ତା’ହେଲେ ଜଣେ ଅନ୍ୟଜଣଙ୍କ ଅପେକ୍ଷା ଅଧ୍ଵ କୃତିତ୍ୱ ଅର୍ଜନ କରିବାପାଇଁ ଯଥାସାଧ୍ୟ ଉଦ୍ୟମ କରେ ଏବଂ ଏହା ଫଳରେ ଉଭୟଙ୍କ ପାଠ୍ୟ ବିଷୟକ ଜ୍ଞାନ ତଥା ଅନ୍ୟାନ୍ୟ କାର୍ଯ୍ୟକୁଶଳତା ବୃଦ୍ଧି ପାଇଥାଏ; ମାତ୍ର ଏପରି ବ୍ୟକ୍ତିଗତ ପ୍ରତିଯୋଗିତା ନାନା କାରଣରୁ ବାଞ୍ଛନୀୟ ନୁହେଁ ।

ଏହା ଈର୍ଷା, ବୈରୀଭାବ ପ୍ରଭୃତି ନାନା ଅବାଞ୍ଛନୀୟ ମନୋବୃତ୍ତିର କାରଣ ହୋଇଥାଏ । ଏହାଦ୍ୱାରା ମାନସିକ ଚାଞ୍ଚଲ୍ୟ ବା ଅସ୍ଥିରତା ବୃଦ୍ଧି ପାଇଥାଏ । ଏଣୁ ମନୋବୈଜ୍ଞାନିକ ତଥା ଶିକ୍ଷାବିତମାନେ ଏପରି ପ୍ରୋତ୍ସାହନ ପଦ୍ଧତିକୁ ସମର୍ଥନ କରନ୍ତି ନାହିଁ ।

ଦୃଶ୍ୟଶ୍ରାବ୍ୟ ଉପକରଣର ବ୍ୟବହାର – ଶିକ୍ଷାଦାନ ସମୟରେ ଦୃଶ୍ୟଶ୍ରାବ୍ୟ ଉପକରଣ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହ ଓ ପ୍ରେରଣା ପ୍ରଦାନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାଦାନ ଚିତ୍ତାକର୍ଷକ ଓ ଫଳପ୍ରଦ ହେବା ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀମାନେ ଶିକ୍ଷଣରେ ସଫଳ ଅଂଶଗ୍ରହଣ କରିଥା’ନ୍ତି ।

ଆଗ୍ରହ- ଶିଶୁମାନଙ୍କର ଆଗ୍ରହ ବହୁମୁଖୀ । ଏଣୁ ଶିକ୍ଷାଦାନ ସମୟରେ ଶିକ୍ଷକ ଶିଶୁମାନଙ୍କର ନାନାବିଧ ଆଗ୍ରହର ଉଦ୍ରେକ ନିମନ୍ତେ ପ୍ରୟାସ କରିବା ଆବଶ୍ୟକ । ନାନାବିଧ ଆନୁଷଙ୍ଗିକ କାର୍ଯ୍ୟ ମାଧ୍ୟମରେ ଶିଶୁମାନଙ୍କର ଆଗ୍ରହକୁ ପରିବ୍ୟାପ୍ତ କଲେ, ସେମାନଙ୍କର ଅଭିପ୍ରେରଣା ବୃଦ୍ଧିପାଇବ ।

ମର୍ଯ୍ୟାଦାବୋଧର ଉଦ୍ରେକ- ଶିକ୍ଷଣ କ୍ଷେତ୍ରରେ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ମର୍ଯ୍ୟାଦାବୋଧକୁ ଜାଗ୍ରତ କରିପାରିଲେ ସେମାନେ ଜ୍ଞାନଲାଭ ପାଇଁ ପ୍ରୋତ୍ସାହିତ ହୋଇପାରିବେ । ପ୍ରତ୍ୟକ୍ଷ ଉପଦେଶ, ଉଦାରତା ଓ ପ୍ରବର୍ତ୍ତନାଦ୍ୱାରା, ଆତ୍ମମର୍ଯ୍ୟାଦାବୋଧର ଉଦ୍ଦୀପନାଦ୍ୱାରା ଛାତ୍ରଛାତ୍ରୀମାନେ ପ୍ରୋତ୍ସାହିତ ହୋଇପାରିବେ ।

ନୂତନତ୍ୱ- ଛାତ୍ରଛାତ୍ରୀମାନେ ସାଧାରଣତଃ ନୂତନ ବସ୍ତୁର ପ୍ରିୟ । ଏଣୁ ଗତାନୁଗତିକ ପାଠ୍ୟକ୍ରମ ବା ଶିକ୍ଷାପଦ୍ଧତି ପ୍ରୋତ୍ସାହନ ଦିଗରେ ବିଶେଷ ସହାୟକ ହୋଇପାରେ ନାହିଁ । ତେଣୁ ଶିକ୍ଷକ ସର୍ବଦା ପ୍ରଚଳିତ ପାଠ୍ୟବସ୍ତୁଗୁଡ଼ିକୁ ନୂତନ ପରିପ୍ରେକ୍ଷୀରେ ଉପସ୍ଥାପିତ କରିବାକୁ ଉଦ୍ୟମଶୀଳ ହେବା ଆବଶ୍ୟକ ହୋଇପଡ଼ିଥାଏ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଅଭିପ୍ରେରଣା (Motivation):
ଅଭିପ୍ରେରଣା ଶବ୍ଦଟି ଆମର ଦୈନନ୍ଦିନ କାର୍ଯ୍ୟ ସହ ସମ୍ପୃକ୍ତ । ଏହା ଲାଟିନ୍‌ ଶବ୍ଦ ‘movere’ ରୁ ଆସିଅଛି । ଏହାର ଅର୍ଥ ହେଉଛି କାର୍ଯ୍ୟ ବା କ୍ରିୟା ସୃଷ୍ଟି କରାଇବା । ଯେଉଁସବୁ ଦୈନନ୍ଦିନ କାର୍ଯ୍ୟ ନିମିତ୍ତ ଉଭୟ ମନସ୍ତାତ୍ତ୍ଵିକ ଓ ଶରୀର ବୃତ୍ତୀୟ ଅବସ୍ଥା ସୃଷ୍ଟି ଫଳରେ ବ୍ୟକ୍ତି ଅଭିପ୍ରେରିତ ହୋଇଥାଏ, ତାହାକୁ ଅଭିପ୍ରେରଣା କୁହାଯାଏ ।

କ୍ରୋ ଏବଂ କ୍ରୋଙ୍କ ମତରେ, ‘ଅଭିପ୍ରେରଣା ଶିକ୍ଷଣ ପ୍ରତି ଆଗ୍ରହ ସୃଷ୍ଟିକାରୀ ଏବଂ ଏହାକୁ ଶିକ୍ଷଣର ମୌଳିକ ଉପାଦାନ
ଭାବରେ ବିଚାର କରାଯାଇ ପାରେ ।’’

ଅଭିପ୍ରେରଣା 2 ପ୍ରକାରର :
(1) ବାହ୍ୟ ଅଭିପ୍ରେରଣା : ବ୍ୟକ୍ତି କୌଣସି ବାହ୍ୟ ପଦାର୍ଥକୁ ଉଦ୍ଦେଶ୍ୟ କରି ଜାଗ୍ରତ ହେବାକୁ ବା କାର୍ଯ୍ୟ ପ୍ରତି ଆଗ୍ରହ ପ୍ରକାଶ କରିବାକୁ ବାହ୍ୟ ଅଭିପ୍ରେରଣା କୁହାଯାଏ; ଯଥା- ଜଣେ ଛାତ୍ରକୁ ଦଣ୍ଡ ମାଧ୍ୟମରେ ଶିକ୍ଷାରେ ଆଗେଇ ନେବାକୁ ପ୍ରୟାସ କରିବା ବାହ୍ୟ ଅଭିପ୍ରେରଣାର ଏକ ଉଦାହରଣ ।

(2) ଆନ୍ତଃ ଅଭିପ୍ରେରଣା : ଏହା ନିଜ ମଧ୍ୟରେ ଆତ୍ମବିକାଶ, ଆୟୋନ୍ନତି ଓ ପ୍ରବୃତ୍ତିଦ୍ୱାରା ପରିପ୍ରକାଶ ହୋଇଥାଏ । ଉଦାହରଣସ୍ୱରୂପ ବେଳେବେଳେ ପିଲା ନିଜର ଇଚ୍ଛାଶକ୍ତିରୁ ଓ ଜ୍ଞାନାର୍ଜନ ନିମିତ୍ତ ପ୍ରୟାସୀ ହୋଇ ଅଧୂକ ପଢ଼ାପଢ଼ି କରିଥାଏ । ଅଭିପ୍ରେରଣାର ବିଭିନ୍ନ ଉପାୟ :

CHSE Odisha Class 12 Education Solutions Chapter 8 ଶିକ୍ଷଣରେ ଅଭିପ୍ରେରଣା

ଶିକ୍ଷକ ଶ୍ରେଣୀଗୃହରେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଅଭିପ୍ରେରଣାର ଉପାୟ ଅବଲମ୍ବନ କରି ଅଭିପ୍ରେରିତ କରିବାକୁ ଚେଷ୍ଟା କରିଥା’ନ୍ତି; ଯଥା-

(i) ଦଣ୍ଡ ବା ପୁରସ୍କାର ପ୍ରଦାନ ।
(ii) ଫଳାଫଳ ବିଷୟରେ ଅବଗତ କରିବା ବା ପ୍ରଗତିପତ୍ର ପ୍ରଦାନ ।
(iii) ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ଗଠନ ।
(iv) ଶିକ୍ଷାଦାନରେ ବିଭିନ୍ନ ପ୍ରଣାଳୀ, ଉପକରଣର ବ୍ୟବହାର ।
(v) ଆଗ୍ରହ ଓ ମନୋବୃତ୍ତିର ବିକାଶ ସାଧନ ।
(vi) ପୂନର୍ବଳନ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(vii) ବିଦ୍ୟାଳୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ।
(viii) ସହଯୋଗ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(ix) ଏକ ସୁସ୍ଥ ଶିକ୍ଷଣ ପରିବେଶ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।
(x) ନିଜର ଆଶାର ସ୍ତର ।
(xi) ନିଜର ଅତୀତ ଓ ବର୍ତ୍ତମାନର ବିକାଶ ମଧ୍ୟରେ ପ୍ରତିଯୋଗିତା ।
(xii) ନିନ୍ଦା ବା ପ୍ରଶଂସା ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ।

ଉପରୋକ୍ତ ଅଭିପ୍ରେରଣାର କୌଶଳକୁ ଉପଯୋଗ କରି ଶିକ୍ଷକ ଶିକ୍ଷଣକୁ ଫଳବତୀ କରିବାକୁ ଚେଷ୍ଟା କରିବା ଉଚିତ । ଯେକୌଣସି କାର୍ଯ୍ୟରେ ସଫଳ ହେବାପାଇଁ ଅଭିପ୍ରେରଣାର ଆବଶ୍ୟକତା ରହିଛି । ବାସ୍ତବ ଜୀବନରେ, ଗୃହରେ ଏହି ଅଭିପ୍ରେରଣା ମାଧ୍ୟମରେ ବ୍ୟକ୍ତି ମଧ୍ୟରେ ଥିବା ସୁପ୍ତ ପ୍ରତିଭା ତଥା ପ୍ରବୃତ୍ତିକୁ ଜାଗ୍ରତ କରାଯାଇ ଶିକ୍ଷାଦାନ, ଶିକ୍ଷଣକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା
ଆବଶ୍ୟକ ।

ଅଭିପ୍ରେରଣାର ବିଭିନ୍ନ ଦିଗଗୁଡ଼ିକ ହେଉଛି –

(i) ପ୍ରୟୋଜନ ବା ଆବଶ୍ୟକତା (Needs)
(ii) ପ୍ରଣୋଦନା (Drives)
(iii) ପ୍ରେରଣା (Incentives)

Leave a Comment