Odisha State Board CHSE Odisha Class 12 Foundation of Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ Questions and Answers.
CHSE Odisha 12th Class Education Solutions Chapter 4 ଜିନ୍ ଜାକୁଏସ୍ ଋଷୋ
ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।
1. କେଉଁ ଶିକ୍ଷାବିତ୍ ପ୍ରକୃତିବାଦ ଉପରେ ଗୁରୁତ୍ବ ଦେଇଛନ୍ତି ?
(i) ଗ।ନ୍ଧ
(ii) ଗୋପବନ୍ଧୁ
(iii) ଋଷୋ
(iv) ଶ୍ରୀଅରବିନ୍ଦ
Answer:
(iii) ଋଷୋ
2. ଋଷୋଙ୍କ କେଉଁ ବହି ୧୭୬୨ ମସିହାରେ ପ୍ରକାଶ ପାଇଥିଲା ?
(i) ସାମାଜିକ ଚୁକ୍ତି
(ii) ଏମିଲି
(iii) ଶିକ୍ଷା
(iv) କୌଣସିଟି ନୁହେଁ
Answer:
(ii) ଏମିଲି
3. ଜିନ୍ ଜାକୁଏସ୍ ଋଷୋ କେଉଁ ଶିକ୍ଷାର ପ୍ରବର୍ତ୍ତକ ?
(i) ଶିକ୍ଷକକୈନ୍ଦ୍ରିକ
(ii) ଶିକ୍ଷାର୍ଥୀକୈନ୍ଦ୍ରିକ
(iii) ବିଷୟକୈନ୍ଦ୍ରିକ
(iv) ସମାଜକୈନ୍ଦ୍ରିକ
Answer:
(ii) ଶିକ୍ଷାର୍ଥୀକୈନ୍ଦ୍ରିକ
4. ଶୈଶବକାଳରେ ଶିକ୍ଷାର୍ଥୀର କେଉଁ ବିକାଶ ଉପରେ ଋଷୋ ଗୁରୁତ୍ବ ଆରୋପ କରିଥିଲେ ?
(i) ଶାରାରିକ
(ii) ମାନସିକ
(iii) ସାମାଜିକ
(iv) ନୈତିକ
Answer:
(i) ଶାରାରିକ
5. ଋଷୋ ଜଣେ ଦାର୍ଶନିକ ।
(i) ଇଂରେଜ
(ii) ଫରାସୀ
(iii) ଗ୍ରୀକ୍
(iv) ଭାରତୀୟ
Answer:
(ii) ଫରାସୀ
6. ପ୍ରକୃତି ଅନୁଯାୟୀ ଶିକ୍ଷା ସହ କେଉଁଟି ସମ୍ପର୍କିତ ନୁହେଁ ?
(i) ମନୋବୈଞାନିକ ପ୍ରକୃତି
(ii) ଭୌତିକ ପ୍ରକୃତି
(iii) ଅଣସାମାଜିକ ପ୍ରକୃତି
(iv) ପ୍ରାକୃତିକ ପରିବେଶ
Answer:
(iv) ପ୍ରାକୃତିକ ପରିବେଶ
7. ଋଷୋଙ୍କ ମତରେ ଶୈଶବକାଳର ଅବଧୂ କେତେ ?
(i) ଜନ୍ମରୁ ୫ ବର୍ଷ
(ii) ୫ ବର୍ଷରୁ ୧୨ ବର୍ଷ
(iii) ୧୨ ବର୍ଷରୁ ୧୫ ବର୍ଷ
(iv) ୧୫ ବର୍ଷରୁ ୨୦ ବର୍ଷ
Answer:
(i) ଜନ୍ମରୁ ୫ ବର୍ଷ
8. କେଉଁ ଶିକ୍ଷାବିତ୍ଙ୍କର ଅନୁଶାସନ ‘ପ୍ରାକୃତିକ ପରିଣାମ ତତ୍ତ୍ବ’ ଉପରେ ଆଧାରିତ ଅଟେ ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ
9. କେଉଁ ଶିକ୍ଷାବିତଙ୍କର ନାରୀମାନଙ୍କ ପ୍ରତି ନାକାରାତ୍ମକ ଦୃଷ୍ଟିଭଙ୍ଗୀ ଥିଲା ?
(i) ଗାନ୍ଧିଜା
(ii) ଋଷୋ
(iii) ଗୋପବନ୍ଧୁ
(iv) ଶ୍ରୀଅରବିନ୍ଦ
Answer:
(ii) ଋଷୋ
10. ଶିକ୍ଷାର୍ଥୀର କେଉଁ ଅବସ୍ଥାକୁ ‘ନବଜନ୍ମ ଲାଭ’ ବୋଲି ଋଷୋ ବର୍ଣ୍ଣନା କରିଛନ୍ତି ?
(i) ଣୈଣବକାଳ
(ii) ବାଲ୍ୟକାଳ
(iii) କୈଶୋରାବସ୍ଥା
(iv) ଯୌବନକାଳ
Answer:
(iv) ଯୌବନକାଳ
11. ‘ସଭ୍ୟତାର ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ’ ଏହି ବିଷୟକ ଗ୍ରନ୍ଥଟି କେବେ ପ୍ରକାଶ ପାଇଥିଲା ?
(i) ୧୭୪୭
(ii) ୧୭୫୦
(iii) ୧୭୫୦
(iv) ୧୭୫୫
Answer:
(ii) ୧୭୫୦
12. ଋଷୋ ତାଙ୍କ ଶିକ୍ଷାଦର୍ଶନ କେଉଁ ପୁସ୍ତକରେ ବର୍ଣ୍ଣନା କରିଅଛନ୍ତି ?
(i) ଗାତା
(ii) ଏମିଲି
(iii) ହରିଜନ
(iv) କୌଣସିଟି ନୁହେଁ
Answer:
(ii) ଏମିଲି
13. ଋଷୋଙ୍କ ଶିକ୍ଷାଦର୍ଶନକୁ କ’ଣ କୁହାଯାଏ ?
(i) ଆଦର୍ଣବାଦ
(ii) ପ୍ରକୃତିବାଦ
(iii) ପ୍ରୟୋଗବାଦ
(iv) ସଂକଳନବାଦ
Answer:
(ii) ପ୍ରକୃତିବାଦ
B. ଶୂନ୍ୟସ୍ଥାନ ପୂରଣ କର ।
1. ଋଷୋଙ୍କଦ୍ଵାରା ଲିଖ୍ତ ପୁସ୍ତକର ନାମ __________ ।
Answer:
ଏମିଲି
2. ଋଷୋଙ୍କ ଲିଖୂ ପୁସ୍ତକ ଏମିଲି __________ ମସିହାରେ ରଚିତ ହୋଇଥିଲା ।
Answer:
୧୭୬୨
3. ଋଷୋ ___________ ମସିହାରେ ଜନ୍ମ ହୋଇଥିଲେ ।
Answer:
୧୭୧୨
4. ରଷୋଙ୍କର ଦୁଇଟି ପ୍ରସିଦ୍ଧ ଗ୍ରନ୍ଥ ମଧ୍ୟରୁ ଗୋଟିଏ ‘ସାମାଜିକ ଚୁକ୍ତି’ ଓ ଅନ୍ୟଟି____________ ।
Answer:
ଏମିଲି
5. ଋଷୋଙ୍କର ___________ ମସିହାରେ ପ୍ୟାରିସ୍ଠାରେ ମୃତ୍ୟୁ ହୋଇଥିଲା ।
Answer:
୧୭୭୮
6. ଋଷୋଙ୍କ ମତରେ ଶୈଶବକାଳ ଜନ୍ମରୁ ____________ ବର୍ଷ |
Answer:
ପାଞ୍ଚ (୫)
7. ଋଷୋଙ୍କ ମତରେ ବାଲ୍ୟକାଳ ପାଞ୍ଚରୁ____________ ବର୍ଷ |
Answer:
୧୨
8. ଋଷୋଙ୍କର ନାରୀଶିକ୍ଷା ପ୍ରତି _________ ମନୋଭାବ ଥିଲା ।
Answer:
ନାକାରାମ୍କ
9. __________ ଶିକ୍ଷା ଋଷୋଙ୍କର ଶିକ୍ଷାଜଗତ ପ୍ରତି ଏକ ଅବଦାନ ।
Answer:
ନେତିବାଚକ ବା ନାସ୍ତିବାଚକ
10. ଋଷୋଙ୍କର ଶୃଙ୍ଖଳା ____________ ଥିଲା ।
Answer:
ପ୍ରାକୃତିକ ପରିଣାମ ତତ୍ତ୍ବ
C. ଭୁଲ୍ ଥିଲେ ଠିକ୍ କରି ଲେଖ ।
1. ଜିନ୍ ଜାକୁଏସ୍ ଋଷୋ ଜଣେ ଗ୍ରୀକ୍ ଦାର୍ଶନିକ ।
Answer:
ଜିନ୍ ଜାକୁଏସ୍ ଋଷୋ ଜଣେ ଫରାସୀ ଦାର୍ଶନିକ ।
2. ସବୁଜ ବିପ୍ଲବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Answer:
ଫରାସୀ ବିପ୍ଳବରେ ଋଷୋ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
3. ଋଷୋ ୧୭୧୨ରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ।
Answer:
ଋଷୋ ୧୭୧୨ରେ ଜେନେଭାରେ ଜନ୍ମଗ୍ରହଣ କରିଥିଲେ ।
4. ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଆରିଷ୍ଟୋଟଲ୍ ଲେଖୁଥିଲେ ।
Answer:
ସାମାଜିକ ଚୁକ୍ତି (Social Contact) ପୁସ୍ତକଟି ଋଷୋ ଲେଖୁଥିଲେ ।
5. ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ସାମାଜିକ ଚୁକ୍ତି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।
Answer:
ଋଷୋ ତାଙ୍କର ଶିକ୍ଷା ସମ୍ପର୍କରେ ‘ଏମିଲି’ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।
6. ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୫ଟି ଭାଗରେ ବିଭକ୍ତ କରିଛନ୍ତି
Answer:
ଋଷୋ ଜୀବନକାଳକୁ ପାଠ୍ୟକ୍ରମ ପାଇଁ ୪ଟି ଭାଗରେ ବିଭକ୍ତ କରିଛନ୍ତି ।
7. ଋଷୋଙ୍କର ଶୈଶବକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |
Answer:
ଋଷୋଙ୍କର ବାଲ୍ୟକାଳର ଅବଧୂ ୫ ବର୍ଷରୁ ୧୨ ବର୍ଷ ଅଟେ |
8. ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।
Answer:
ଜନ୍ମରୁ ୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ କାଳକୁ ଋଷୋ ଶୈଶବ କାଳ ରୂପେ ବ୍ୟକ୍ତ କରିଛନ୍ତି ।
D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।
1. ଶିକ୍ଷାକ୍ଷେତ୍ରକୁ ଋଷୋଙ୍କର ଦୁଇଟି ଦାନ ଲେଖ ।
Answer:
ରଷୋଙ୍କର ଶିକ୍ଷାକ୍ଷେତ୍ରକୁ ଦୁଇଟି ମୁଖ୍ୟ ଗୁରୁତ୍ଵପୂର୍ଣ୍ଣ ଦାନ ହେଲା – (1) ନାସ୍ତିବାଚକ ଶିକ୍ଷା, (2) ଶିଶୁକୈନ୍ଦ୍ରିକ ଶିକ୍ଷା ।
2. ଋଷେ କେଉଁ ଦେଶର ଦାର୍ଶନିକ ଥିଲେ ?
Answer:
ଋଷେ ଫ୍ରାନ୍ସ ଦେଶର ଦାର୍ଶନିକ ଥିଲେ ।
3. ଋଷେ କେଉଁ ବିପ୍ଳବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ?
Answer:
ଋଷୋ ଫରାସୀ ବିପ୍ଲବରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
4. ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ କିଏ ?
Answer:
ଶିଶୁକୈନ୍ଦ୍ରିକ ଶିକ୍ଷାର ପ୍ରଥମ ପ୍ରବର୍ତ୍ତକ ଥିଲେ ରଷୋ ।
5. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ?
Answer:
ରଷୋ ୧୭୧୨ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।
6. ଋଷୋ କେତେ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ?
Answer:
ଋଷେ ୧୭୭୮ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ ।
7. ଋଷୋଙ୍କ ମତରେ ସାମାଜିକ ପ୍ରକୃତି କ’ଣ ?
Answer:
ଋଷୋଙ୍କ ମତରେ ସାମାଜିକ ପ୍ରକୃତି କୃତ୍ରିମତା ବିରୋଧୀ ସ୍ବାଭାବିକ ବ୍ୟବସ୍ଥା ।
8. ଋଷୋ ତାଙ୍କ ‘ଏମିଲି’ ପୁସ୍ତକରେ କାହା ଉପରେ ଆଲୋଚନା କରିଛନ୍ତି ।
Answer:
ଋଷୋ ତାଙ୍କର ‘ଏମିଲି’ ପୁସ୍ତକରେ ଏକ କାଳ୍ପନିକ ଶିଶୁର କ୍ରମ ବିକାଶ ଉପରେ ଆଲୋଚନା କରିଛନ୍ତି ।
9. ଶିଶୁର ପ୍ରାକୃତିକ ଗୁଣାବଳୀ କହିଲେ କ’ଣ ବୁଝ ?
Answer:
ଶିଶୁ ମଧ୍ୟରେ ଥିବା ସ୍ଵତନ୍ତ୍ର ଆଗ୍ରହ ଓ ଗୁଣବତ୍ତାକୁ ଶିଶୁର ପ୍ରାକୃତିକ ଗୁଣାବଳୀ କୁହାଯାଏ ।
10. ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ଜ୍ଞାନାତ୍ମକ ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ହେଉଛି ଶିଶୁକୁ କୌଣସି ଶିକ୍ଷା ଦିଆଯିବ ନାହିଁ ।
11. ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ କ’ଣ ?
Answer:
ନୈତିକ ଶିକ୍ଷା ସ୍ତରରେ ନାସ୍ତିବାଚକ ଶିକ୍ଷାର ଅର୍ଥ ଶିଶୁ ନିଜ କର୍ମ ମାଧ୍ୟମରେ ନୈତିକ ଶିକ୍ଷା ଗ୍ରହଣ କରିବା ଉଚିତ ।
12. କେଉଁ ବୟସରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ?
Answer:
ବାଲ୍ୟକାଳରେ ଋଷୋ ପୁସ୍ତକଗତ ଶିକ୍ଷାଦାନ ନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।
1. ଋଷୋଙ୍କଦ୍ଵାରା ପ୍ରଦତ୍ତ ଶିକ୍ଷାର ଦୁଇଟି ଲକ୍ଷ୍ୟ ଲେଖ ।
Answer:
ଆତ୍ମ ପରିପ୍ରକାଶ – ଅନ୍ତର୍ନିହିତ ଗୁଣାବଳୀର ସମ୍ପୂର୍ଣ୍ଣ ପ୍ରକାଶ ପାଇଁ ସ୍ଵାଧୀନତାର ଆବଶ୍ୟକତା ଅଛି ।
ଇନ୍ଦ୍ରିୟାନୁଭୂତିର ବିକାଶ – ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷା ଦୀର୍ଘସ୍ଥାୟୀ ଏବଂ ଆନନ୍ଦଦାୟକ ହୁଏ ।
2. ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ କାହା ଉପରେ ଗୁରୁତ୍ଵ ଦିଆଯାଇଥାଏ ?
Answer:
ଋଷୋଙ୍କ ମତରେ ଶୈଶବକାଳରେ ଶିକ୍ଷାଦାନ ନିମନ୍ତେ ମାନସିକ ବିକାଶ ଉପରେ ଗୁରୁତ୍ଵ ନ ଦେଇ ଶାରୀରିକ ବିକାଶ ଉପରେ ଗୁରୁତ୍ଵ ଦେବା ଉଚିତ । ଶାରୀରିକ ବିକାଶ ପାଇଁ କୃତ୍ରିମ ଶିକ୍ଷା ଦିଆଯିବା ଉଚିତ ନୁହେଁ ।
3. ଋଷୋଙ୍କ ମତରେ ବାଲ୍ୟକାଳର ଶିକ୍ଷା କିପରି ହେବା ଉଚିତ ?
Answer:
ଋଷୋଙ୍କ ମତରେ ବାଲ୍ୟକାଳରେ ନାସ୍ତିବାଚକ ଶିକ୍ଷାର ଆବଶ୍ୟକତା ଅଛି । ଶିକ୍ଷାର୍ଥୀର ଇଚ୍ଛା, ରୁଚି ଏବଂ ପ୍ରବୃତ୍ତି ମାଧ୍ୟମରେ ଶିକ୍ଷାଦାନ କରାଯିବା ଦରକାର ।
4. ଋଷୋଙ୍କଦ୍ବାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ଲେଖ ।
Answer:
ଋଷୋଙ୍କଦ୍ୱାରା ଅନୁମୋଦିତ ଦୁଇଟି ଶିକ୍ଷାଦାନ ପ୍ରଣାଳୀ ହେଲା – ପ୍ରତ୍ୟକ୍ଷ ଅନୁଭୂତି ଓ କାର୍ଯ୍ୟ ମାଧ୍ୟମରେ ଶିକ୍ଷା । ବାସ୍ତବ ପରିସ୍ଥିତି ଓ ଅଭିଜ୍ଞତା ପ୍ରତ୍ୟକ୍ଷ ଅନୁଭୂତିରୁ ମିଳିଥାଏ । କାର୍ଯ୍ୟ ମାଧ୍ୟମରେ ଶିକ୍ଷାଦ୍ବାରା ଶିକ୍ଷାର୍ଥୀର ସୃଜନଶୀଳତା ବୃଦ୍ଧି ପାଇଥାଏ ।
5. ଋଷୋଙ୍କର ଶିକ୍ଷା ବ୍ୟବସ୍ଥାର ଅନୁଶାସନ କିପରି ଥିଲା ?
Answer:
ଋଷୋଙ୍କ ଶିକ୍ଷାଦର୍ଶନ ଅନୁସାରେ ପ୍ରକୃତି ପୁରସ୍କାର ବା ଦଣ୍ଡ ଦେବ, ଶିକ୍ଷକ ନୁହେଁ । ଶିକ୍ଷାର୍ଥୀ ପ୍ରକୃତି କୋଳରେ ଆପେ ଆପେ ଶିକ୍ଷା ଲାଭ କରିବ ଓ ଫଳାଫଳଦ୍ଵାରା ଭଲମନ୍ଦ ବୁଝିବ; ଫଳରେ ଆପେ ଆପେ ସେ ଶୃଙ୍ଖଳିତ ହେବ । ଏହା ଥିଲା ରଷୋଙ୍କ ଶିକ୍ଷା ବ୍ୟବସ୍ଥାର ଅନୁଶାସନ ।
6. ଋଷୋଙ୍କ ଶିକ୍ଷା ବ୍ୟବସ୍ଥାର ଦୁଇଟି ସମାଲୋଚନା ଲେଖ ।
Answer:
ନାରୀଶିକ୍ଷା ପ୍ରତି ଋଷୋଙ୍କର ନାକାରାତ୍ମକ ମନୋଭାବ ଥିଲା । ‘ପ୍ରାକୃତିକ ପରିଣାମ ତତ୍ତ୍ଵ’ ଅନୁଶାସନ ସବୁବେଳେ ଶିକ୍ଷାର୍ଥୀ ପାଇଁ ଉପଯୋଗୀ ନୁହେଁ । ଶିକ୍ଷକଙ୍କ ବିନା ଶିକ୍ଷାର୍ଥୀ ସବୁ କିଛି ଶିକ୍ଷାଲାଭ କରିପାରିବ ଏହା ଠିକ୍ ନୁହେଁ ।
7. ଋଷୋଙ୍କ ମତରେ ଶିକ୍ଷାର ବିଭିନ୍ନ ସ୍ତରଗୁଡ଼ିକ କ’ଣ ?
Answer:
ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-
(1) ଶୈଶବାବସ୍ଥା (Infancy)
(2) ପିଲାଦିନ (Childhood)
(3) କୈଶୋରାବସ୍ଥା (Boyhood)
(4) ଯୌବନାବସ୍ଥା (Adolescence)
8. ଋଷୋଙ୍କ ଦୁଇଟି ଶିକ୍ଷାଦାନ ପଦ୍ଧତି ବିଷୟରେ ଲେଖ ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖତ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
(i) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।
(ii) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।
9. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଋଷୋଙ୍କ ମତରେ ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।
10. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବକାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚ ବର୍ଷରୁ ବାର ବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା, ଯାହାର ସମୟସୀମା ବାର ବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।
11. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା କିପରି ହେବା ଉଚିତ ?
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।
12. ଋଷୋଙ୍କର ଶିକ୍ଷାନୀତିରେ ‘ପ୍ରକୃତି’ର ଅର୍ଥ କ’ଣ ?
Answer:
ଋଷୋଙ୍କ ଶିକ୍ଷାନୀତିରେ ପ୍ରକୃତି କହିଲେ ଭୌତିକ ପ୍ରକୃତିକୁ ବୁଝାଏ; ଯଥା – ଗଛଲତା, ପଶୁପକ୍ଷୀ, ବଣ ପାହାଡ଼, ନଦନଦୀ ଇତ୍ୟାଦି । ତାଙ୍କ ମତରେ ଶିକ୍ଷାର୍ଥୀଙ୍କୁ ଶ୍ରେଣୀଗୃହରେ ଆବଦ୍ଧ ନ କରି ପ୍ରାକୃତିକ ପରିବେଶରେ ଶିକ୍ଷାଗ୍ରହଣ କରିବାକୁ ଉତ୍ସାହିତ କରିବା ଉଚିତ ।
13. ସମାଜଠାରୁ ଦୂରରେ ରଖ୍ ଶିଶୁକୁ ଶିକ୍ଷା ଦେବାରେ ଋଷୋଙ୍କ କେଉଁ ଉଦ୍ଦେଶ୍ୟ ଥିଲା ?
Answer:
ସମାଜଠାରୁ ଦୂରରେ ରଖ୍ ଶିଶୁମାନଙ୍କୁ ଶିକ୍ଷାଦେବା ଉପରେ ଋଷୋ ଗୁରୁତ୍ଵ ଦେଉଥିଲେ । କାରଣ ଶିଶୁ ଭଗବାନଙ୍କର ଦାନ । ସେ ଜନ୍ମ ନେଇଥିବା ସମୟରେ ଅତ୍ୟନ୍ତ ଭଲ ଥାଏ; କିନ୍ତୁ ସମାଜ ସମ୍ପର୍କରେ ଆସି ତା’ର ପରିବର୍ତ୍ତନ ଘଟିଥାଏ । ତେଣୁ ସେ ଖରାପ ହୁଏ । ତାକୁ ସ୍ଵାଧୀନ ଭାବରେ ଶିକ୍ଷା ପାଇଁ ଉତ୍ସାହିତ କରିବା ଉଚିତ ।
B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।
1. ଋଷୋଙ୍କର ଶିକ୍ଷା ଦର୍ଶନ ଉପରେ ଲେଖ ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।
2. ଋଷୋଙ୍କ ଶିକ୍ଷାର ଲକ୍ଷ୍ୟଗୁଡ଼ିକ ଆଲୋଚନା କର ।
Answer:
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନରେ ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ନିଜକୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ ।
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍ଧ୍ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।
3. ଋଷୋଙ୍କର ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।
(2) ଆବିଷ୍କାରମୂଳକ ପଦ୍ଧତି (Heauristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।
(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତା କରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଷ ଭାବରେ ଶିକ୍ଷାଲାଭ କରିଥାଏ ।
(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।
4. ଋଷୋଙ୍କର ଶିକ୍ଷା ପ୍ରତି ଅବଦାନ କ’ଣ ଥିଲା ?
Answer:
ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ବାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।
(1) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(2) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ବ ଦେଇଛନ୍ତି ।
(3) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
(4) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(5) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ଵାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(6) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ସେ ମତବ୍ୟକ୍ତ କହିଛନ୍ତି ।
(7) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(8) ସମଗ୍ର ମାନବ ଜଗତକୁ ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।
5. ନାସ୍ତିବାଚକ ଶିକ୍ଷା କ’ଣ ?
Answer:
ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।
6. ଋଷୋଙ୍କ ଜୀବନୀ ସଂକ୍ଷେପରେ ବର୍ଣ୍ଣନା କର ।
Answer:
ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭାମଣ୍ଡିତ ଜେନେଭାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଥିଲେ ଜଣେ ଗରିବ ଘଣ୍ଟା ପ୍ରସ୍ତୁତକାରୀ । ସେ ପିଲାଦିନରୁ ଗ୍ରାମ୍ୟ ପରିବେଶକୁ ଭଲ ପାଇ ଆସୁଥିଲେ । ସେ ଜନ୍ମ ସମୟରୁ ତାଙ୍କ ଜନନୀଙ୍କୁ ହରାଇଥିଲେ । ଋଷୋ କିଶୋର ଅବସ୍ଥାରେ ବସି ନାମକ ଗ୍ରାମର ଏକ ବିଦ୍ୟାଳୟରେ ପ୍ରବେଶ କଲେ । ସେହିଠାରେ ଗ୍ରାମ୍ୟ ଜୀବନର ସରଳତା ଓ ପ୍ରକୃତିର ନିର୍ମଳ ସୌନ୍ଦର୍ଯ୍ୟ ତାଙ୍କୁ ବଶୀଭୂତ କଲା; ମାତ୍ର ସାମାନ୍ୟ ଏକ ଅପରାଧ ଯୋଗୁଁ ତାଙ୍କୁ ବିଦ୍ୟାଳୟରୁ ବିତାଡ଼ିତ କରାଗଲା ।
ମାତ୍ର ବିନା ଅପରାଧରେ ଏତେ ବଡ଼ ଦଣ୍ଡ ସହ୍ୟ କରିପାରି ନଥିଲେ । ତାଙ୍କ ମନରେ ବଦ୍ଧ ଧାରଣା ସୃଷ୍ଟି ହେଲା ଯେ- ‘ଶାସନ ଓ ଶାସ୍ତିଦ୍ୱାରା ଶିଶୁର କୋମଳ ମନର ସୌନ୍ଦର୍ଯ୍ୟ ଓ ଶୁଭବୁଦ୍ଧି କ୍ରମେ କ୍ରମେ ବିକୃତ ହୋଇଯାଏ ।’’ ୪୦ ବର୍ଷ ବୟସରେ ସେ ସମାଜର ତଥାକଥିତ ଶୃଙ୍ଖଳା ଓ କୃତ୍ରିମତା ବିରୁଦ୍ଧରେ ଲେଖନୀ ଚାଳନା କରିଥିଲେ । ସେ ତାଙ୍କର ବିଖ୍ୟାତ ଗ୍ରନ୍ଥ (୧୭୫୦ ମସିହାରେ) “The Progress of Art and Science” ରେ ଲେଖୁଛନ୍ତି ଯେ, ପ୍ରଗତି ହିଁ ସମସ୍ତ ଅତ୍ୟାଚାର ଓ ଦୁର୍ନୀତିର କାରଣ ।’’
ସେ ୧୭୬୨ ମସିହାରେ ତାଙ୍କର ଦୁଇଗୋଟି ପ୍ରସିଦ୍ଧ ଗ୍ରନ୍ଥ ପ୍ରକାଶ କରିଥିଲେ- (୧) ସାମାଜିକ ଚୁକ୍ତି (୨) ଏମିଲି । ଏହି ଗ୍ରନ୍ଥ ଦୁଇଟି ଯଥାକ୍ରମେ ରାଜନୀତି ଓ ଶିକ୍ଷାନୀତି କ୍ଷେତ୍ରରେ ବିଶିଷ୍ଟ ଅବଦାନ । ୧୭୭୮ ମସିହା ଜୁଲାଇ ୨ ତାରିଖରେ ପ୍ୟାରିସ୍ରେ ସେ ମୃତ୍ୟୁବରଣ କରିଥିଲେ ।
7. ଋଷୋଙ୍କର ‘ନାସ୍ତିବାଚକ ଶିକ୍ଷା’ ଉପରେ ଦେଇଥିବା ମତାମତ ଲେଖ ।
Answer:
ଋଷୋଙ୍କ ମତରେ – ‘ମୁଁ ତାହାକୁ ନାସ୍ତିବାଚକ ଶିକ୍ଷା କହେ, ଯାହା ପ୍ରତ୍ୟକ୍ଷ ଭାବେ କୌଣସି ଶିକ୍ଷା ଦେବା ପୂର୍ବରୁ ଶିକ୍ଷାର୍ଥୀର ଇନ୍ଦ୍ରିୟ ଓ ମନକୁ ସମ୍ପୂର୍ଣ୍ଣ ଓ ସଜାଗ କରିବାକୁ ଚେଷ୍ଟା କରେ । ଏହା ଶିକ୍ଷାବିଧ ନିଷେଧ ମାଧ୍ୟମରେ ଧର୍ମ ବା ନୀତି ଶିକ୍ଷା ଦିଏ ନାହିଁ । ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷାରେ ଶିଶୁକୁ କୌଣସି ବହିଃସ୍ଥ ସତ୍ୟ ବା ସଦ୍ଗୁଣ ଶିକ୍ଷା ଦେବାର ଆବଶ୍ୟକତା ନଥାଏ । ତାହାର ସମସ୍ତ ଶିକ୍ଷା ସମ୍ପନ୍ନ ହେବ ତାହାର ପ୍ରକୃତି, ସହଜାତ ଶକ୍ତି ଓ ସ୍ବାଭାବିକ ଆଗ୍ରହର ବାଧାହୀନ ବିକାଶ ମାଧ୍ୟମରେ । ପ୍ରାକୃତିକ ଶିକ୍ଷା ହେଉଛି ନାସ୍ତିବାଚକ ଶିକ୍ଷା । ତାହାର ଉଦ୍ଦେଶ୍ୟ ୩ ପ୍ରକାର; ଯଥା –
(i) ଶିଶୁର ସ୍ଵାଭାବିକ ସାମର୍ଥ୍ୟଗୁଡିକର ସୁଷମ ବିକାଶ ।
(ii) ସାମାଜିକ ରୀତିନୀତି ଓ ପ୍ରଚଳିତ ମତାମତର ଶୃଙ୍ଖଳମୁକ୍ତ ଚିନ୍ତାଶକ୍ତିର ବିକାଶ ।
(iii) ନିଜ କର୍ମର ପରିଣାମରୁ ସତ୍ୟ ଓ ସ୍ଥାୟୀ ନୈତିକ ଶିକ୍ଷାଲାଭ ।
8. ଋଷୋଙ୍କ ମତରେ ବାଲ୍ୟକାଳରେ କେଉଁ ପ୍ରକାର ଶିକ୍ଷା ଦିଆଯିବା ଦରକାର ?
Answer:
ରଷେ ୫ରୁ ୧୨ ବର୍ଷ ବୟସ ପର୍ଯ୍ୟନ୍ତ ସମୟ ଅବଧିକୁ ବାଲ୍ୟକାଳ ଭାବେ ବିବେଚନା କରିଛନ୍ତି । ଋଷୋଙ୍କ ମତ ଅନୁଯାୟୀ ବାଲ୍ୟକାଳ ହେଉଛି ଶୟନର ସମୟ । ସେହି ସମୟରେ କେହି ତାକୁ ଜୋରଜବରଦସ୍ତ ନିଦରୁ ଉଠାଇବା ଠିକ୍ ନୁହେଁ । ତାଙ୍କ ମତରେ ଏହି ସମୟରେ ଶିଶୁକୁ କୌଣସି ବାହ୍ୟିକ ଶିକ୍ଷା ନ ଦେବା ହିଁ ପ୍ରକୃତ ଶିକ୍ଷା । ସେ ଯାହା ଶିକ୍ଷା କରିବ ତାହା ଯେପରି ତାହାର ନିଜସ୍ବ ରୁଚି, ସାମର୍ଥ୍ୟ ଓ ଆଗ୍ରହଦ୍ଵାରା ପରିଚାଳିତ ହୁଏ ସେଥ୍ୟପ୍ରତି ଦୃଷ୍ଟି ଦେବାକୁ ହୁଏ ।
ଶିଶୁକୁ ବୟସ୍କମାନଙ୍କ ଦୃଷ୍ଟିରୁ ଶିକ୍ଷା ଦେବା ଉଚିତ ନୁହେଁ । ଯଦ୍ବାରା ତାହାର ସ୍ଵାଭାବିକ ବିକାଶ ବାଧାପ୍ରାପ୍ତ ହୋଇଥାଏ । ଋଷୋଙ୍କ ମତରେ, ‘ପ୍ରକୃତି ଚାହେଁ ଯେ ଶିଶୁ ଯେପରି ବୟସ୍କ ବ୍ୟକ୍ତି ହେବାରୁ ଶିଶୁ ହୋଇରହେ ।’ ଋଷୋ ମଧ୍ୟ ଆହୁରି ଦୃଢ଼ ଯୁକ୍ତି ଉପସ୍ଥାପନ କରିଛନ୍ତି ଶିଶୁକୁ କିଛି ଶିକ୍ଷା ଦିଅ ନାହଁ, ସେ ପ୍ରତ୍ୟେକ ବିଷୟ ଆବିଷ୍କାର କରିବା ଶିକ୍ଷା କରୁ । ଯେପର୍ଯ୍ୟନ୍ତ ଶିଶୁ ମାନସିକ ସ୍ତରରେ ପୁସ୍ତକ ଧରିବାକୁ ସକ୍ଷମ ନ ହୋଇଛି, ସେ ପର୍ଯ୍ୟନ୍ତ ତାକୁ ପୁସ୍ତକ ଦେବା ଠିକ୍ ନୁହେଁ ।
9. ଋଷୋଙ୍କ ମତରେ ଶିକ୍ଷା ବିକାଶର କେତୋଟି ସ୍ତର ଅଛି ଓ କ’ଣ କ’ଣ ?
Answer:
‘ଏମିଲି’ ପୁସ୍ତକରେ ଶିକ୍ଷାର ବିଭିନ୍ନ ସ୍ତର ସମ୍ପର୍କରେ ଋଷୋ ଆଲୋଚନା କରିଛନ୍ତି । ପ୍ରଥମ ସ୍ତରଟି ଶୈଶବ କାଳ ଯାହାର ସମୟସୀମା ଜନ୍ମରୁ ପାଞ୍ଚବର୍ଷ ଅଟେ । ଦ୍ବିତୀୟ ସ୍ତରଟି ବାଲ୍ୟକାଳ, ଯାହା ପାଞ୍ଚବର୍ଷରୁ ବାରବର୍ଷ ପର୍ଯ୍ୟନ୍ତ । ତୃତୀୟଟି କୈଶୋର ଅବସ୍ଥା ଯାହାର ସମୟସୀମା ବାରବର୍ଷରୁ ପନ୍ଦର ବର୍ଷ । ଚତୁର୍ଥଟି ଯୌବନାବସ୍ଥା, ଯାହାର ସମୟସୀମା ପନ୍ଦର ବର୍ଷରୁ କୋଡ଼ିଏ ବର୍ଷ ।
10. ଋଷୋଙ୍କ ଅନୁଶାସନ ବିଷୟରେ ଲେଖ ।
Answer:
ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତି ନିୟମ ଅନୁସାରେ ସେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
1. ଋଷୋଙ୍କର ଶିକ୍ଷା ଦର୍ଶନ କ’ଣ ? ଋଷୋଙ୍କ ମତରେ ଶିକ୍ଷାର ଲକ୍ଷ୍ୟଗୁଡ଼ିକ କ’ଣ ଥିଲା ? ବ୍ୟକ୍ତିର ବିକାଶର ବିଭିନ୍ନ ସ୍ତର ଅନୁଯାୟୀ ଋଷୋଙ୍କଦ୍ୱାରା ପ୍ରଦତ୍ତ ପାଠ୍ୟକ୍ରମ ସମ୍ପର୍କରେ ଆଲୋଚନା କର ।
Answer:
ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ସେ ପ୍ରକୃତି କୋଳରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁର ଶିକ୍ଷା, ପ୍ରାକୃତିକ ପରିବେଶ ଏବଂ ଶିଶୁର ପ୍ରକୃତି ମଧ୍ୟରେ ସମନ୍ଵୟ ରକ୍ଷା କରାଯିବା ଦରକାର । ଶିଶୁକୁ ନିଜର ଇଚ୍ଛା ଅନୁସାରେ ଶିକ୍ଷାର୍ଜନ କରିବାପାଇଁ ସୁଯୋଗ ଦେବା ବିଧେୟ, ଯାହାଦ୍ୱାରା ତା’ର ନିଜର ବିକାଶ ସାଧନ ହୋଇପାରିବ । ବିଶେଷକରି ରଷୋ ଶିଶୁର ପ୍ରକୃତି ଉପରେ ଗୁରୁତ୍ବାରୋପ କରିବା ସହ ବ୍ୟକ୍ତି ଏବଂ ବହିର୍ଜଗତର ବସ୍ତୁରାଜି ଉପରେ ଗୁରୁତ୍ବାରୋପ କରିଥିଲେ ।
ମନୋବୈଜ୍ଞାନିକ, ଭୌତିକ ଏବଂ ସାମାଜିକ ପ୍ରକୃତି ଉପରେ ଗୁରୁତ୍ଵ ଦେଲେ ଶିଶୁର ବିକାଶ ଘଟିବ ବୋଲି ସେ କହୁଥିଲେ । ଶିକ୍ଷାର୍ଥୀମାନଙ୍କର ଆବେଗ, ଅନୁଭୂତି ଏବଂ ଆଗ୍ରହ ତଥା ସାମର୍ଥ୍ୟକୁ ନେଇ ଶିକ୍ଷାଦାନ ପାଇଁ ଶିକ୍ଷକମାନେ ଯତ୍ନବାନ୍ ହେଲେ ଶିଶୁର ପୂର୍ଣ୍ଣାଙ୍ଗ ବିକାଶ ଘଟିବ ସେ ମତବ୍ୟକ୍ତ କରିଥିଲେ ।
ଶିକ୍ଷାର ଲକ୍ଷ୍ୟ :
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁ
(7) ଶାରୀରିକ ବିକାଶ ସାଧନ ।
(8) ଆନନ୍ଦ ଉପଲବ୍ଧ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।
ଋଷୋଙ୍କ ମତରେ ନାସ୍ତିବାଚକ ଶିକ୍ଷା ହେଉଛି ପ୍ରକୃତ ଶିକ୍ଷା । ଶିଶୁ ଆପେ ଆପେ ନିଜ ପରିବେଶରୁ ଶିକ୍ଷାଲାଭ କରୁ । ନିଜର ଜ୍ଞାନ, କୌଶଳ ଏବଂ ଅନୁଭୂତି ସମ୍ପର୍କରେ ସେ ପ୍ରତ୍ୟକ୍ଷ ଭାବରେ ପରିଚିତ ହେଉ । ଏହା ତାକୁ ଭଲ ଏବଂ ମନ୍ଦ ପ୍ରତି ସଚେତନ କରିପାରିବ । ଏହା ତାକୁ ନିଜର ସାମର୍ଥ୍ୟ ଏବଂ ଚିନ୍ତାଶକ୍ତି ସମ୍ପର୍କରେ ପରିଚିତ କରାଇ ପାରିବ ଏବଂ ବିକାଶର ମାର୍ଗ ସୂଚିତ କରିପାରିବ ।
‘ଏମିଲି’ ପୁସ୍ତକରେ ସେ ଜୀବନାବସ୍ଥାକୁ ୪ ଭାଗରେ ବିଭକ୍ତ କରିଛନ୍ତି; ଯଥା –
(କ) ଶୈଶବାବସ୍ଥା (ଖ) ବାଲ୍ୟାବସ୍ଥା (ଗ) କୈଶୋରାବସ୍ଥା ଓ (ଘ) ଯୌବନାବସ୍ଥା
(କ) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ଵ ଦେବା ଉଚିତ ।
(ଖ) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ୱ ଅଭିଜ୍ଞତା ଲାଭ କରିଥାଏ ।
(ଗ) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।
(ଘ) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ବିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।
2. ଋଷୋଙ୍କ ମତରେ ଶିକ୍ଷାଦାନ ପ୍ରଣାଳୀ ଏବଂ ନାରୀଶିକ୍ଷା କିପରି ହେବା ଉଚିତ ଆଲୋଚନା କର ।
Answer:
ଶିକ୍ଷାଦାନ ପ୍ରଣାଳୀ (Methods of Teaching) : ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ଵାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।
(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।
(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ବାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ଵାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ଵାରା ଶିକ୍ଷାର୍ଥୀ ସ୍ବାଧୀନ ଏବଂ ସ୍ଵତଃସ୍ପର୍ଭ ଭାବରେ ଶିକ୍ଷାଲାଭ କରିଥାଏ ।
(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit and Observation) : ‘ଏମିଲି’କୁ କିଛି ପଚାରିବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।
ଅନୁଶାସନ (Discipline) : ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ଵ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ଅନୁଭବ ସେ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ଶିକ୍ଷାଲାଭ କରୁ ।
ଶିକ୍ଷକ (Teacher) : ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।
ନାରୀଶିକ୍ଷା (Women Education) : ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫୀ’ ଅଟେ ।
3. ଋଷୋଙ୍କ ମତରେ ଶିକ୍ଷକଙ୍କର ଭୂମିକା ଆଲୋଚନା କରି ଶିକ୍ଷା ଦର୍ଶନ ଏବଂ ନାସ୍ତିବାଚକ ଶିକ୍ଷା ସମ୍ପର୍କରେ ଲେଖ ।
Answer:
ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କୁ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।
ଋଷୋଙ୍କର ଶିକ୍ଷାକ୍ଷେତ୍ରକୁ ଶିଶୁକୈନ୍ଦ୍ରିକ ଶିକ୍ଷା, ନାସ୍ତିବାଚକ ଶିକ୍ଷା, ପ୍ରକୃତିରୁ ପର୍ଯ୍ୟବେକ୍ଷଣ ଏକ ପ୍ରତ୍ୟକ୍ଷ ଅନୁଭୂତି ମାଧ୍ୟମରେ ଶିକ୍ଷାର୍ଜନ କରିବା ଉପରେ ଗୁରୁତ୍ବ ଆରୋପ କରିଛନ୍ତି । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ଵାଧୀନ୍ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥିବୀରେ ଏକ ସ୍ବତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।
- ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
- ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
- ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ବୋଲି ସେ କହିଛନ୍ତି ।
- କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
- ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
- ସହଜାତ ଗୁଣର ବିକାଶ ପାଇଁ ସ୍ଵାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
- ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
- ସମଗ୍ର ମାନବ ଜଗତ ପ୍ରତି ‘ପ୍ରକୃତିକୁ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।
ଶିକ୍ଷା ଦର୍ଶନ – ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚୁରହିବାକୁ ଚାହେଁ ଏବଂ ସ୍ଵାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।
ନାସ୍ତିବାଚକ ଶିକ୍ଷା (Negative Education) – ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ବ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ୱାଭାବିକ ପରିବେଶରେ ଦିଆଯାଉଥିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ । ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖ୍ ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।
BSE Odisha Class 12 Education Notes
ବିଷୟଭିତ୍ତିକ ସୂଚନା
⇒ ଋଷୋଙ୍କ ଜୀବନୀ : ଲବ୍ଧପ୍ରତିଷ୍ଠ ଫରାସୀ ଦାର୍ଶନିକ ଜିନ୍ ଜାକ୍ ଋଷୋ ୧୭୧୨ ମସିହା ଜୁନ୍ ମାସ ୨୮ ତାରିଖରେ ପ୍ରାକୃତିକ ଶୋଭା ବିମଣ୍ଡିତ ଜେନେଭା ସହରରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜୀବନରେ ଅନେକ କିଛି ଯନ୍ତ୍ରଣାସିକ୍ତ ଓ ବିଶୃଙ୍ଖଳିତ ଘଟଣାବଳୀକୁ ନେଇ ଋଷୋ ଜଣେ ପ୍ରକୃତିବାଦୀ ଓ ବିପ୍ଳବୀ ଲେଖକ ଭାବରେ ମଧ୍ୟ ପ୍ରସିଦ୍ଧି ଲାଭ କରିଛନ୍ତି । ତାଙ୍କର ଅମର କୃତି ମଧ୍ୟରୁ ‘ଏମିଲି’ ଏବଂ ‘ସାମାଜିକ ଚୁକ୍ତି’ ଅନ୍ୟତମ ।
ଅନେକଗୁଡ଼ିଏ ଅମର ଲେଖା ମାଧ୍ୟମରେ ଜୀବନର ବ୍ୟଥାବହୁଳ ତଥା ଯନ୍ତ୍ରଣା ଜର୍ଜରିତ ଘଟଣାବଳୀକୁ ଲୋକଲୋଚନକୁ ଆଣି ଶେଷରେ ୧୭୭୮ ମସିହା ଜୁଲାଇ ୨ ତାରିଖରେ ବିଶ୍ବପ୍ରସିଦ୍ଧ ଏହି ପ୍ରକୃତିବାଦୀ ଦାର୍ଶନିକ ପ୍ରାଣତ୍ୟାଗ କରିଥିଲେ ।
⇒ ଋଷୋଙ୍କ ଜୀବନ ଦର୍ଶନ : ଋଷୋଙ୍କ ଜୀବନ ଦର୍ଶନ ହେଉଛି ପ୍ରକୃତିବାଦ, ସାମ୍ୟବାଦ ଓ ସ୍ବାଧୀନତାର ଅପୂର୍ବ ସମାହାର; ଯାହାକି ପ୍ରାକୃତିକ ରାଷ୍ଟ୍ର, ପ୍ରାକୃତିକ ମନୁଷ୍ୟ ଓ ପ୍ରାକୃତିକ ସଭ୍ୟତାକୁ ନେଇ ପରିକଳ୍ପିତ । ତାଙ୍କ ଜୀବନଦର୍ଶନର ସମସ୍ତ ଚିନ୍ତାଧାରାଗୁଡ଼ିକ ତାଙ୍କ ରଚିତ ଅମୂଲ୍ୟ ଗ୍ରନ୍ଥାବଳୀମାନଙ୍କରେ ପ୍ରତିଫଳିତ । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ଋଷୋଙ୍କର ମୁଖ୍ୟ ଆହ୍ବାନ ଥୁଲା, ‘ପ୍ରକୃତିକୁ ଫେରିଯାଅ’’ । ଶିକ୍ଷାକ୍ଷେତ୍ରକୁ ପ୍ରକୃତିବାଦୀ ଚିନ୍ତାଧାରା ଓ ମୂଲ୍ୟବୋଧ ମଧ୍ୟ ଋଷୋଙ୍କ ଜୀବନଦର୍ଶନର ସର୍ବଶ୍ରେଷ୍ଠ ପ୍ରତିଫଳନ ।
⇒ ଋଷୋଙ୍କ ଶିକ୍ଷାଦର୍ଶନ : ଋଷୋଙ୍କ ଶିକ୍ଷାଦର୍ଶନ ତାଙ୍କ ଜୀବନର ପ୍ରତିଫଳନ ମାତ୍ର । ଜଣେ ପ୍ରକୃତିବାଦୀ ଦାର୍ଶନିକ ଭାବରେ ସେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସମର୍ଥକ ଭାବେ ନିଜକୁ ପ୍ରତିପାଦିତ କରିଛନ୍ତି । ତାଙ୍କ ରଚିତ ‘ଏମିଲି’ ପୁସ୍ତକରେ ପ୍ରକୃତିବାଦୀ ଶିକ୍ଷାଦର୍ଶନର ସ୍ପଷ୍ଟ ଛାପା ଦେଖିବାକୁ ମିଳେ । ଋଷୋଙ୍କର ଏହି ପ୍ରକୃତିବାଦୀ ଶିକ୍ଷାଦର୍ଶନର ବିଭିନ୍ନ ଦିଗଗୁଡ଼ିକ ହେଲା-
- ଶିକ୍ଷାର ପ୍ରକୃତିବାଦୀ ଅର୍ଥ
- ପ୍ରକୃତିବାଦର ଅବଧାରଣା
- ପ୍ରକୃତିର ତ୍ରିବିଧ ଅର୍ଥ
- ପ୍ରକୃତି ଦେବୋତ୍ତର ଶକ୍ତି ସହ ସମାନ
- ନାରୀଶିକ୍ଷାରେ ପ୍ରକୃତିବାଦ
⇒ ବ୍ୟକ୍ତିର ବିକାଶ ପାଇଁ ବିଭିନ୍ନ ସ୍ତର :
(୧) ଶୈଶବ କାଳ (ଜନ୍ମରୁ ୫ ବର୍ଷ)
(୨) ବାଲ୍ୟକାଳ (୫ ବର୍ଷରୁ ୧୨ ବର୍ଷ)
(୩) କୈଶୋରାବସ୍ଥା (୧୨ ବର୍ଷରୁ ୧୫ ବର୍ଷ)
(୪) ଯୌବନାବସ୍ଥା (୧୫ ବର୍ଷରୁ ୨୦ ବର୍ଷ)
⇒ ଋଷୋ ଜଣେ ପ୍ରକୃତିବାଦୀ ଥିଲେ । ପ୍ରାକୃତିକ ପରିବେଶରେ ଶିଶୁର ବିକାଶ ସାଧନ ହେବା ଉଚିତ ବୋଲି ସେ କହୁଥିଲେ । ଶିଶୁଟି ପ୍ରକୃତି କୋଳରେ ଜନ୍ମ ନେଇଛି । ସେଠାରେ ସେ ନିର୍ଭୟରେ ବଞ୍ଚି ରହିବାକୁ ଚାହେଁ ଏବଂ ସ୍ବାଧୀନ ଜୀବନଧାରଣ କରିବାକୁ ସେ ବ୍ୟଗ୍ର । ଶିଶୁର ସର୍ବାଙ୍ଗୀନ ବିକାଶ ହିଁ ଶିକ୍ଷାର ଉଦ୍ଦେଶ୍ୟ । ଋଷୋଙ୍କ ମତରେ, ଶିକ୍ଷାର ଅର୍ଥ, ଶିକ୍ଷା ଅଭ୍ୟାସ ଗଠନ ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ । ମନୁଷ୍ୟ ଅଭିଜ୍ଞତାରୁ ଶିକ୍ଷାଲାଭ କରିଥାଏ । ଶିକ୍ଷା ଏକ ଜୀବନବ୍ୟାପୀ ପ୍ରକ୍ରିୟା । ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେ ଶିକ୍ଷାଲାଭ କରିଥାଏ । ପ୍ରକୃତି ଓ ପରିବେଶରୁ ସେ ଶିକ୍ଷାଲାଭ କରେ ।
ଶିକ୍ଷାର ଲକ୍ଷ୍ୟ :
ଋଷୋଙ୍କ ଶିକ୍ଷାର ଲକ୍ଷ୍ୟସମୂହ ନିମ୍ନରେ ପ୍ରଦତ୍ତ ହେଲା-
(1) ଶିଶୁର ଅନ୍ତଃପ୍ରବୃତ୍ତି ଓ ଶକ୍ତି ସାମର୍ଥ୍ୟର ବିକାଶ ।
(2) ଅନ୍ତର୍ନିହିତ ଗୁଣରାଜିର ଉପଯୁକ୍ତ ବିକାଶ ।
(3) ଇନ୍ଦ୍ରିୟାନୁଭୂତିର ବିକାଶ ସାଧନ ।
(4) ଜୀବନର ସମସ୍ୟା ସମାଧାନର ଦକ୍ଷତାର ବିକାଶ ସାଧନ ।
(5) କୃତ୍ରିମତା ଏବଂ ଅବାସ୍ତବତାଠାରୁ ଦୂରେଇ ରଖୁବା ।
(6) ନିଜ ପରିସ୍ଥିତି ଏବଂ ସମ୍ଭାବନାରେ ନିଜକୁ ବଞ୍ଚାଇ ରଖୁବା ।
(7) ଶାରୀରିକ ବିକାଶ ସାଧନ କରିବା ।
(8) ଆନନ୍ଦ ଉପଲବ୍ କରିବା ।
(9) ଆତ୍ମନିର୍ଭରଶୀଳ ହେବା ।
(10) ପରିବେଶ ସହ ଖାପଖୁଆଇ ଚଳିବା ।
(a) ନାସ୍ତିବାଚକ ଶିକ୍ଷା (Negative Education) : ଋଷୋ ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ । ସେ ଏ ସମ୍ପର୍କରେ ସ୍ବରଚିତ ପୁସ୍ତକ ‘ଏମିଲି’ (Emile)ରେ ବ୍ୟାଖ୍ୟା କରିଛନ୍ତି । ଅସ୍ତିବାଚକ ଶିକ୍ଷାର ସେ ଘୋର ବିରୋଧ କରୁଥିଲେ । ନାସ୍ତିବାଚକ ଶିକ୍ଷା ଉପରେ ଗୁରୁତ୍ଵ ଦେଇ ସେ ମତ ପ୍ରକାଶ କରିଛନ୍ତି ଯେ କୃତ୍ରିମ ଏବଂ ଅସ୍ଵାଭାବିକ ପରିବେଶରେ ଦିଆଯାଉଥିବା ଶିକ୍ଷା ମୂଲ୍ୟହୀନ; ମାତ୍ର ପ୍ରାକୃତିକ ପରିବେଶରେ ଯେଉଁ ଶିକ୍ଷା ଦିଆଯାଇଥାଏ ତାହା ବାସ୍ତବ ।
ତେଣୁ ଶିକ୍ଷାର୍ଥୀଙ୍କୁ କୃତ୍ରିମତା, କଠୋରତା ଏବଂ ଅବାସ୍ତବତାଠାରୁ ଦୂରେଇରଖୁବା ଉଚିତ । ସାମାଜିକ ଶୃଙ୍ଖଳାରେ ବାନ୍ଧି ଶିକ୍ଷାଦାନ କରିବାଦ୍ୱାରା ତାହା ଶିକ୍ଷାର୍ଥୀଙ୍କୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦେଇ ନ ଥାଏ । ମୁକ୍ତ ଭାବରେ ଶିକ୍ଷାଦାନ ନିତାନ୍ତ ଜରୁରୀ । ଇନ୍ଦ୍ରିୟାନୁଭୂତିଦ୍ୱାରା ଶିକ୍ଷାର୍ଥୀ ଆପେ ଆପେ ଶିକ୍ଷାଲାଭ କରିଥାଏ ।
(b) ବିଭିନ୍ନ ସ୍ତର ଅନୁସାରେ ପାଠ୍ୟକ୍ରମ : ଏମିଲି (Emile) ରେ ଋଷେ ବିଭିନ୍ନ ସ୍ତର ଅନୁସାରେ କିପରି ଶିକ୍ଷାଦାନ କରାଯାଇଥାଏ, ତାହା ବର୍ଣ୍ଣନା କରିଛନ୍ତି । ସେ ବିକାଶର ସ୍ତରକୁ ନିମ୍ନମତେ ବିଭାଗୀକରଣ କରିଛନ୍ତି-
(1) ଶୈଶବାବସ୍ଥା (Infancy)
(2) ବାଲ୍ୟାବସ୍ଥା (Childhood)
(3) କୈଶୋରାବସ୍ଥା (Boyhood)
(4)ଯୌବନାବସ୍ଥା (Adolescence)
(1) ଶୈଶବାବସ୍ଥା (Infancy) : ଏହାର ସମୟ ଅବଧୂ ଜନ୍ମରୁ ପାଞ୍ଚବର୍ଷ । ଏହି ସମୟରେ ଶିଶୁର ଦ୍ରୁତ ଶାରୀରିକ ବିକାଶ ହୁଏ । ଏହି ସମୟରେ ଶରୀର ସମ୍ବନ୍ଧୀୟ ଶିକ୍ଷାଦାନର ଯଥେଷ୍ଟ ଆବଶ୍ୟକ ଅଛି । ମୁକ୍ତ ଭାବରେ ପରିବେଶରେ ଖେଳାଖେଳି କରିବା ସହ ହସିବା, ଖେଳିବା, ବୁଲିବା, କାନ୍ଦିବା ଉପରେ ଗୁରୁତ୍ବ ଦେବା ଉଚିତ ।
(2) ବାଲ୍ୟାବସ୍ଥା (Childhood) : ଏହାର ଅବଧୂ ୫ ବର୍ଷରୁ ୧୨ ବର୍ଷ । ଏହି ସମୟରେ ନାସ୍ତିବାଚକ ଶିକ୍ଷା ମାଧ୍ୟମରେ ଶିକ୍ଷାଦେବା ଉଚିତ । ପ୍ରାକୃତିକ ଏବଂ ମୁକ୍ତ ପରିବେଶରେ ଶିକ୍ଷାଦାନ କଲେ ଶିକ୍ଷାର୍ଥୀ ନିଜସ୍ଵ ଅଭିଜ୍ଞତା ଲାଭ କରିଥାଏ ।
(3) କୈଶୋରାବସ୍ଥା (Boyhood) : ଏହାର ଅବଧୂ ବାର ବର୍ଷରୁ ପନ୍ଦର ବର୍ଷ । ମାନସିକ ଏବଂ ଶାରୀରିକ ସ୍ତରରେ ଏ ବୟସରେ ସମସ୍ତେ ସକ୍ରିୟ ଥାଆନ୍ତି । ବିଶେଷକରି ଯୌନ ପ୍ରବୃତ୍ତି ଏବଂ ଯୌନ ଲକ୍ଷଣଗୁଡ଼ିକ ଏହି ସମୟରେ ପ୍ରକାଶ ପାଇଥାଏ । କୈଶୋରାବସ୍ଥାରେ ବିଭିନ୍ନ ଅଭିଜ୍ଞତା ସହ ବିଷୟବସ୍ତୁ ଜ୍ଞାନର ଆବଶ୍ୟକତା ଅଛି । ଇତିହାସ, ଭୂଗୋଳ, ବିଜ୍ଞାନ ଅଧ୍ୟୟନ ଉପରେ ଏହି ସମୟରେ ଗୁରୁତ୍ଵ ଦିଆଯିବା ଆବଶ୍ୟକ ।
(4) ଯୌବନାବସ୍ଥା (Adolescence) : ଏହି ସମୟର ଅବଧୂ ୧୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ । ଏହି ବୟସଟି ବ୍ୟକ୍ତିର ଦ୍ଵିତୀୟ ଜନ୍ମ । ଏହି ସମୟରେ ବିଭିନ୍ନ କାର୍ଯ୍ୟ ଅଭିଜ୍ଞତା ମାଧ୍ୟମରେ ସେ ଶିକ୍ଷା ଅର୍ଜନ କରିଥାଏ । ବିଶେଷକରି ହୃଦୟର ବିକାଶ ପାଇଁ ଧର୍ମଶିକ୍ଷା ସହ ଇତିହାସ ଏବଂ ଦର୍ଶନ ଶିକ୍ଷାର ଆବଶ୍ୟକତା ଅଛି । ଯୌନଶିକ୍ଷା ପ୍ରାପ୍ତିଦ୍ୱାରା ଶିକ୍ଷାର୍ଥୀମାନେ ଗାର୍ହସ୍ଥ୍ୟ ଜୀବନଯାପନ କରିବାପାଇଁ ସୁଯୋଗ ପାଇପାରିବେ ।
ଶିକ୍ଷାଦାନ ପ୍ରଣାଳୀ (Methods of Teaching) – ଋଷୋ ଗତାନୁଗତିକ ପୁସ୍ତକଗତ ଶିକ୍ଷାଦାନ ପ୍ରଣାଳୀର ଘୋର ବିରୋଧୀ ଥିଲେ । ସେ ନିମ୍ନଲିଖ୍ ଶିକ୍ଷାଦାନ ପଦ୍ଧତିଗୁଡ଼ିକ ଉପରେ ଗୁରୁତ୍ବ ଆରୋପ କରିଥିଲେ ।
(1) ପ୍ରତ୍ୟକ୍ଷ ଅନୁଭୂତି (Direct Experience) : ଶିକ୍ଷାର୍ଥୀ ବାସ୍ତବ ପରିସ୍ଥିତିର ସମ୍ମୁଖୀନ ହେଲେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାଲାଭ କରିଥାଏ । ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଅର୍ଜିତ ଶିକ୍ଷା ଦୀର୍ଘସ୍ଥାୟୀ ହୋଇଥାଏ ।
(2) ଆବିଷ୍କାରମୂଳକ ପଦ୍ଧତି (Heuristic Method) : ନିଜର ଅନେକ ଅଭିଜ୍ଞତା ଏବଂ ଜ୍ଞାନର ପ୍ରୟୋଗ କରାଯାଇ ନୂତନ ଜ୍ଞାନ ଆହରଣ କରାଯାଇଥାଏ । ଏହା କେବଳ ଅନ୍ଵେଷଣ ବା ଆବିଷ୍କାର ପଦ୍ଧତି ଅବଲମ୍ବନଦ୍ୱାରା ସମ୍ଭବ ।
(3) କାର୍ଯ୍ୟ ମାଧ୍ୟମରେ ଶିକ୍ଷା (Learning by doing) : ଶିକ୍ଷାର୍ଥୀକୁ କିଛି କରିବାକୁ ଦେଲେ ତା’ର 3Hsର ବିକାଶ ହୁଏ । କୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ଚିନ୍ତାକରି, ବୁଝି ତାହା ନିଜର ହସ୍ତପଦର ବ୍ୟବହାରଦ୍ୱାରା କାର୍ଯ୍ୟ ସମ୍ପାଦନ କରିଥାଏ । ତେଣୁ ଭାଷା ବା କଥାଦ୍ୱାରା ଶିକ୍ଷାଦାନ ଅପେକ୍ଷା କାର୍ଯ୍ୟଦ୍ବାରା ଶିକ୍ଷାଦାନ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।
(4) କ୍ରୀଡ଼ା ପଦ୍ଧତି (Playway Method) : ଶିକ୍ଷାର୍ଥୀ ଖେଳିବାକୁ ଭଲପାଏ । କ୍ରୀଡ଼ା ହିଁ ଶିକ୍ଷାଦାନର ଏକ ଉପଯୁକ୍ତ ପଦ୍ଧତି । କ୍ରୀଡ଼ାଦ୍ୱାରା ଶିକ୍ଷାର୍ଥୀ ସ୍ଵାଧୀନ ଏବଂ ସ୍ବତଃସ୍ଫୁର୍ତ୍ତ ଭାବରେ ଶିକ୍ଷାଲାଭ କରିଥାଏ ।
(5) ଭ୍ରମଣ ଓ ପର୍ଯ୍ୟବେକ୍ଷଣ (Visit & Observation) : ଋଷୋ କହିଥିଲେ, ‘ଏମିଲି’କୁ କିଛି ପଢ଼ାଇବା ଦରକାର ନାହିଁ । ସେ ନିଜେ ଅନ୍ଵେଷଣ କରି ଶିକ୍ଷାଲାଭ କରୁ । ଏହାର ଅର୍ଥ ଶିକ୍ଷାର୍ଥୀ ନିଜେ ନିଜର ପରିବେଶ, ନଦୀ, ପାହାଡ଼କୁ ପର୍ଯ୍ୟବେକ୍ଷଣ କରୁ ଏବଂ ଶିକ୍ଷାଲାଭ କରୁ ।
ଅନୁଶାସନ (Discipline) – ଶିକ୍ଷାର୍ଥୀମାନେ ମୁକ୍ତ ପରିବେଶରେ ପ୍ରକୃତି କୋଳରେ ଶିକ୍ଷାଲାଭ କରିବା ଉଚିତ । ପ୍ରକୃତି ଉପଯୁକ୍ତ ଶିକ୍ଷକ । ତେଣୁ ପ୍ରକୃତିର ନୀତିନିୟମ ଅନୁସାରେ ଶିକ୍ଷାଲାଭ କରିବା ଉଚିତ । ଶିକ୍ଷକମାନଙ୍କର କଡ଼ା ଅନୁଶାସନରେ ଶିକ୍ଷାର୍ଥୀମାନେ ରହିବା ଉଚିତ ନୁହେଁ । ସେମାନେ ମୁକ୍ତ ଭାବରେ ଶିକ୍ଷାଲାଭ କରିବା ଉଚିତ । ଅନୁଶାସନ ପ୍ରାକୃତିକ ପରିଣାମ ତତ୍ତ୍ବ ଉପରେ ଆଧାରିତ । ପ୍ରକୃତି ଦଣ୍ଡ ବା ପୁରସ୍କାର ଦେବ, ଶିକ୍ଷକ ନୁହେଁ । ଯନ୍ତ୍ରଣାକୁ ସେ ଅନୁଭବ କରୁ । ମୁଣ୍ଡ କାନ୍ଥରେ ମାଡ଼ ହେଲେ ସେ କଷ୍ଟ ଅନୁଭବ କରୁ ଓ ତଦ୍ବାରା ସେ ଶିକ୍ଷାଲାଭ କରୁ ।
ଶିକ୍ଷକ (Teacher) – ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ବନ୍ଧୁ, ସହାୟକ, ପଥପ୍ରଦର୍ଶକ ଓ ପରାମର୍ଶଦାତା । ଶିକ୍ଷାର୍ଥୀମାନଙ୍କ ସେ ଆଢୁଆଳରେ ରହି ସାହାଯ୍ୟ କରିଥା’ନ୍ତି । ଶିକ୍ଷାଦାନ ଏବଂ ଶିକ୍ଷଣ ପରିସ୍ଥିତିର ଶିକ୍ଷକ କେବଳ ପଥପ୍ରଦର୍ଶକ । ଜଣେ ଉପଯୁକ୍ତ ପର୍ଯ୍ୟବେକ୍ଷକ ଭାବରେ ଶିକ୍ଷକ କାର୍ଯ୍ୟ କରିଥା’ନ୍ତି । ପାଠ୍ୟବିଷୟ ଉପରେ ଅଧିକ ଜ୍ଞାନ ନ ଦେଇ ସ୍ଵାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପ୍ରେରଣା ଯୋଗାଇଥା’ନ୍ତି ।
ନାରୀଶିକ୍ଷା (Women Education) – ନାରୀଶିକ୍ଷା ପ୍ରତି ଋଷୋଙ୍କର ମନୋଭାବ ଆଧୁନିକ ଶିକ୍ଷାବିତ୍ରମାନଙ୍କୁ ପ୍ରଭାବିତ କରିପାରି ନ ଥିଲା । ନାରୀଶିକ୍ଷାର ଲକ୍ଷ୍ୟ ଏକ ଆଦର୍ଶ ଗୃହିଣୀ ସୃଷ୍ଟି କରିବା । ନାରୀ ଏବଂ ପୁରୁଷମାନଙ୍କ ମଧ୍ୟରେ ଶାରୀରିକ ଗଠନ ଏବଂ ବିକାଶରେ ଅନେକ ପାର୍ଥକ୍ୟ ଅଛି । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଏକା ନୁହେଁ । ସେ ନାରୀର କାର୍ଯ୍ୟକୁ ପୁରୁଷର ସେବା, ମନୋରଞ୍ଜନ ଏବଂ ପ୍ରୀତି ସମ୍ପାଦନା ପାଇଁ ଉଦ୍ଦିଷ୍ଟ ବୋଲି ‘ଏମିଲି’ ପୁସ୍ତକରେ ମତ ପ୍ରକାଶ କରିଛନ୍ତି । ଏମିଲିର ଭବିଷ୍ୟତ ପତ୍ନୀର ନାମ ‘ସୋଫା’ ଅଟେ ।
ଶିକ୍ଷାର୍ଜନ ଋଷୋଙ୍କର ଅବଦାନ (Rousseau’s contributions to Education) – ଋଷୋଙ୍କର ଶିକ୍ଷାର୍ଜନ ଇତ୍ୟାଦି ଗୁରୁତ୍ଵପୂର୍ଣ୍ଣ ଅବଦାନ ଅଟେ । ବିଶେଷକରି ଶିକ୍ଷାର୍ଥୀମାନଙ୍କୁ ସ୍ବାଧୀନ ଭାବରେ ଶିକ୍ଷାର୍ଜନ କରିବାପାଇଁ ସେ ଯେଉଁ ପ୍ରେରଣା ଦେଇଛନ୍ତି ତାହା ସ୍ଵାଗତଯୋଗ୍ୟ । ଏସବୁ ଅବଦାନ ଋଷୋଙ୍କୁ ସମଗ୍ର ପୃଥିବୀରେ ଏକ ସ୍ଵତନ୍ତ୍ର ପରିଚିତି ଆଣି ଦେଇଛି । ଶିକ୍ଷାର ବିଭିନ୍ନ କ୍ଷେତ୍ର ପାଇଁ ତାଙ୍କର ନିମ୍ନଲିଖ୍ ଅବଦାନଗୁଡ଼ିକ ଉଲ୍ଲେଖଯୋଗ୍ୟ ।
(୧) ଶିଶୁକୈନ୍ଦ୍ରିକ ଶିକ୍ଷା ଆଧୁନିକ ଶିକ୍ଷା ପ୍ରଣାଳୀକୁ ତାଙ୍କର ଶ୍ରେଷ୍ଠ ଦାନ ।
(୨) ମୁକ୍ତ ପରିବେଶରେ ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ଉପରେ ସେ ଗୁରୁତ୍ଵ ଦେଇଛନ୍ତି ।
(୩) ପ୍ରତ୍ୟକ୍ଷ ଅନୁଭୂତିଦ୍ୱାରା ଶିକ୍ଷାଲାଭ ମଧ୍ୟ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି ।
(୪) କ୍ରୀଡ଼ା ପଦ୍ଧତି, କ୍ରିୟାପ୍ରଧାନ ପଦ୍ଧତି ଏବଂ କାର୍ଯ୍ୟ ମାଧ୍ୟମରେ ଶିକ୍ଷା ଗ୍ରହଣ ଶିକ୍ଷାକ୍ଷେତ୍ର ପାଇଁ ତାଙ୍କର ଅନନ୍ୟ ଅବଦାନ ଅଟେ ।
(୫) ଅନୁଶାସନ ଓ ଦଣ୍ଡର ପ୍ରୟୋଗକୁ ବିରୋଧଦ୍ବାରା ଦଣ୍ଡମୁକ୍ତ ଶିକ୍ଷାଦାନ ସମ୍ଭବପର ବୋଲି ସେ କହିଛନ୍ତି ।
(୬) ସହଜାତ ଗୁଣର ବିକାଶ ପାଇଁ ସ୍ବାଧୀନତା ପ୍ରଦାନ ଶିକ୍ଷାର୍ଥୀକୁ ଆଗକୁ ଯିବାକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି ।
(୭) ଶିକ୍ଷାକ୍ଷେତ୍ରକୁ ନାସ୍ତିବାଚକ ଶିକ୍ଷା ଋଷୋଙ୍କର ଏକ ମହାନ୍ ଅବଦାନ ଅଟେ ।
(୮) ସମଗ୍ର ମାନବ ଜଗତକୁ ‘ପ୍ରାକୃତିକ ପ୍ରତ୍ୟାବର୍ତ୍ତନ’ ସ୍ଲୋଗାନ୍ ଜନସଚେତନତା ପାଇଁ ଏକ ଅସ୍ତ୍ର ସଦୃଶ ଥିଲା ।