CHSE Odisha Class 12 Psychology Unit 4 Short & Long Answer Questions in Odia Medium

Odisha State Board CHSE Odisha Class 12 Psychology Solutions Unit 4 ମାନସିକ ବିକାର & ମାନସିକ ବିକାର ଚିକିତ୍ସା Short & Long Answer Questions

CHSE Odisha 12th Class Psychology Unit 4 Short & Long Answer Questions in Odia Medium

ଦୁଇନମ୍ୱର ସମ୍ୱଳିତ ପ୍ରଣ୍ନେ।ତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇ ବା ତିନୋଟି ବାକ୍ୟ ମଧ୍ଯରେ ଦିଅ ।

Question ୧।
ଅସ୍ବାଭାବିକ ବ୍ୟବହାର କାହାକୁ କୁହାଯାଏ ?
Answer:
ଯେଉଁ ବ୍ୟବହାର ସ୍ଵାଭାବିକ ବ୍ୟବହାରଠାରୁ ଭିନ୍ନ ତାହାକୁ ଅସ୍ଵାଭାବିକ ବ୍ୟବହାର କୁହାଯାଏ । ସୁତରାଂ ଯେଉଁ ବ୍ୟବହାର ଗୋଟିଏ ସମାଜରେ ଚାଲୁ ରହିଥ‌ିବା ସାଧାରଣ ବ୍ୟବହାରଠାରୁ ଅତିମାତ୍ରାରେ ଅଲଗା ଓ ଏହା ଦେଖାଉଥ‌ିବା ବ୍ୟକ୍ତିର ସାମାଜିକ କ୍ରିୟାଶୀଳ ଏବଂ ସମାଯୋଜନା କ୍ରିୟା ସମସ୍ୟାଜନକ ଅଟେ । ସେହି ବ୍ୟବହାରକୁ ‘ଅସ୍ଵାଭାବିକ’ କୁହାଯାଏ ।

Question ୨।
ମାନସିକ ରୋଗକୁ କେଉଁ ଦୁଇଗୋଟି ମାନଦଣ୍ଡ ଦ୍ୱାରା ନିର୍ଣ୍ଣୟ କରାଯାଇପାରେ ?
Answer:
ଆମେରିକା ମନୋଚିକିତ୍ସା ପରିଷଦ (American Psychiatric Association) ବିଭିନ୍ନ ମାନସିକ ରୋଗୀକୁ ଚିହ୍ନିବା ଏବଂ ବର୍ଗୀକୃତ କରିବା ପାଇଁ ଏକ ନିର୍ଣ୍ଣାୟକମାନକ ସ୍ଥିର କରିଛନ୍ତି । ସେମାନଙ୍କ ମତରେ ମାନସିକ ରୋଗକୁ ନିମ୍ନଲିଖତ ଦୁଇଗୋଟି ମାନକ ଦ୍ଵାରା ନିର୍ଣ୍ଣୟ କରାଯାଇପାରିବ ।

  • ନୈଦାନିକ ଦୃଷ୍ଟିକୋଣରୁ ଗୁରୁତ୍ଵପୂର୍ଣ୍ଣ ଯେଉଁ ବ୍ୟବହାରଗୁଡ଼ିକ ବ୍ୟକ୍ତିର କ୍ଳେଶ ଏବଂ ଅକ୍ଷମତା ସହିତ ସମ୍ବନ୍ଧିତ ହୋଇ ବ୍ୟକ୍ତି ନିକଟରେ ଦୁଃଷ୍କ୍ରିୟା (dysfunction) ସୃଷ୍ଟି କରୁଥ‌ିବେ ।
  • ଯେଉଁ ବ୍ୟବହାର ସାମାଜିକ ତଥା ସାଂସ୍କୃତିକ ଦୃଷ୍ଟିକୋଣରୁ ଅନୁପଯୁକ୍ତ ବୋଲି ବିଚାର କରାଯାଏ ।

Question ୩।
ମାନସିକ ରୋଗର ପ୍ରାଥମିକ କାରଣ କ’ଣ ?
Answer:
ଯେତେବେଳେ ଏକ ମାନସିକ ରୋଗକୁ ଉତ୍ପତ୍ତି କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ, କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
ଉଦାହରଣସ୍ୱରୂପ : ତମ ଗୁଣସୂତ୍ର ଯୋଡ଼ାରେ ଅଧିକ ଗୋଟିଏ ଗୁଣସୂତ୍ରର ସଂଯୁକ୍ତି ଡାଉନ ଲକ୍ଷଣ (Down’s syndrome) ସମୂହ ସୃଷ୍ଟି କରେ ।

Question ୪।
ଅସ୍ବାଭାବୀ ଆଚରଣର ସାଂଖ୍ୟକୀୟ ମାନଦଣ୍ଡ କ’ଣ ?
Answer:
ଏକ ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ଅନ୍ତର୍ଭୁକ୍ତ ହେଉଥିବା ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯାଏ । ଏହି ସୀମା ନିମ୍ନସ୍ଥ ଏବଂ ଉଚ୍ଚସ୍ଥ ପରିମାଣର ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିଚାର କରାଯାଏ ।

ଉଦାହରଣସ୍ୱରୂପ : ଅଧିକାଂଶ ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତା ସାଧାରଣ ବା ହାରାହାରି ପରିମାଣାତ୍ମକ ସୀମା ମଧ୍ୟରେ ରହେ । ସୁତରାଂ ସେହି ବ୍ୟକ୍ତିମାନଙ୍କର ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ସ୍ଵାଭାବିକ ବୋଲି କୁହାଯିବ । ଅନ୍ୟପକ୍ଷରେ ସୀମା ବହିର୍ଭୂତ ନିମ୍ନସ୍ଥ ଓ ଉଚ୍ଚସ୍ଥ ବୁଦ୍ଧିମତ୍ତାଜନିତ ବ୍ୟବହାରକୁ ଅସ୍ଵାଭାବୀ କୁହାଯିବ । ଏହି ସାଂଖ୍ୟକୀୟ ମାନଦଣ୍ଡ ଅନୁଯାୟୀ ଅତି ବୁଦ୍ଧିମାନ ବ୍ୟକ୍ତିମାନଙ୍କ ବ୍ୟବହାରକୁ ଅସ୍ଵାଭାବୀ ଭାବେ ବିବେଚନା କରିବା ଯୁକ୍ତିଯୁକ୍ତ ନୁହେଁ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୫।
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ
Answer:
ଅସ୍ଵାଭାବିକ ବ୍ୟବହାରର ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-

  • ପ୍ରଚଣ୍ଡ ମାନସିକ ଆଘାତ
  • ବିକୃତ ଆତ୍ମ ପରିଚୟ
  • ପରିଚୟ ଓ ଅଚେତନ ଅଭିପ୍ରେରଣ
  • ମାତୃଯତ୍ନ, ଶୈଶବକାଳରେ ଓ ସ୍ନେହରୁ ବଞ୍ଚତ
  • ବିକୃତ ପାରିବାରିକ ଶୈଳୀ

Question ୬।
ଡି.ଏସ୍.ଏମ୍ (DSM) କ’ଣ ?
Answer:
ଡି.ଏସ୍.ଏମ୍. (Diagnostic & Statistical Manual of Mental Disorder) – ଏପରି ଏକ ପ୍ରଣାଳୀ ଯାହା ରୋଗର ନିଦାନ, ଉପଚାର, ପୂର୍ବାନୁମାନ ଏବଂ ତତ୍ତ୍ୱାବଧାନରେ ଚିକିତ୍ସା ମନୋବିଜ୍ଞାନୀଙ୍କୁ ସହାୟତା ପ୍ରଦାନ କରିଥାଏ । ଏହି ପ୍ରଣାଳୀ ଅନୁସାରେ ଚିନ୍ତନର ନମୁନା, ଆବେଗ ଓ ବ୍ୟବହାର ଅନୁସାରେ ମାନସିକ ରୋଗର ବର୍ଗୀକରଣ ହୋଇଥାଏ । ଏହା ଆମେରିକାନ୍ ମନୋଚିକିତ୍ସା ପରିଷଦ ଦ୍ବାରା ବିକଶିତ । ବର୍ତ୍ତମାନ ଏହାର ଚତୁର୍ଥ ସଂସ୍କରଣ ପ୍ରଚଳନ ହେଉଛି । ଏହା ଅନେକ ଅକ୍ଷଯୁକ୍ତ ଏକ ପ୍ରଣାଳୀ (Multi-axial) ଏବଂ କେବଳ ଲକ୍ଷଣ ଉପରେ ପର୍ଯ୍ୟବସିତ ନୁହେଁ । ଏହା ଅନୁସାରେ ଜଣେ ମନୋଚିକିତ୍ସକଙ୍କୁ ରୋଗୀର ଅନେକ କ୍ଷେତ୍ରରେ କାର୍ଯ୍ୟପ୍ରଣାଳୀ ସମ୍ବନ୍ଧରେ ସୂଚନା ଏକାଠି ରହିବାକୁ ପଡ଼ିଥାଏ ।

Question ୭।
ସାଧାରଣ ଉତ୍କଣ୍ଠା ମନୋବିକୃତିର ୩ ଗୋଟି ଦୈହିକ ଲକ୍ଷଣ ଉଲ୍ଲେଖ କର ।
Answer:
ସାଧାରଣ ଉତ୍କଣ୍ଠା ମନୋବିକୃତିର ଦୈହିକ ଲକ୍ଷଣଗୁଡ଼ିକ ହେଲା :

  • କ୍ଳାନ୍ତି ଅନୁଭବ କରିବା ।
  • ଶ୍ଵାସରୁଦ୍ଧ ଅନୁଭବ କରିବା ।
  • ନିଦ ନ ଲାଗିବା ।
  • ଝାଳ ବୋହିବା ଓ ଦେହ ଥରିବା ।

Question ୮।
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗର ସମୁଜୟ ଲକ୍ଷଣଗୁଡ଼ିକ ଲେଖ ।
Answer:
ବିଭିନ୍ନ ପ୍ରକାରର ଉତ୍କଣ୍ଠା ମନରୋଗରେ କେତେଗୁଡ଼ିଏ ଲକ୍ଷଣ ସମୁଳୟ ଅନ୍ତର୍ନିହିତ ଥାଏ । ସେଗୁଡ଼ିକ ହେଲା :-
(୧) ରୋଗୀମାନେ ସାଧାରଣ ଲୋକଙ୍କ ତୁଳନାରେ ବାରମ୍ବାର, ଅତି ତୀବ୍ର ଏବଂ ବହୁଦିନ ପର୍ଯ୍ୟନ୍ତ ଉତ୍କଣ୍ଠା, ଭୟ ଓ ଶଙ୍କା ଅନୁଭବ କରିଥାଆନ୍ତି ।
(୨) ଏପରି ଭାବନାରୁ ରକ୍ଷାପାଇବା ପାଇଁ ସେମାନେ ଧାର୍ମିକ ନୀତିନିୟମ ପାଳନ କରିଥାଆନ୍ତି ଏବଂ ଏପରି ଚିନ୍ତାକୁ ଉତ୍ପନ୍ନ କରାଇଥବା ସ୍ଥିତିଠାରୁ ନିଜକୁ ଦୂରେଇ ରଖୁବାକୁ ପ୍ରୟାସ କରିଥାଆନ୍ତି ।

Question ୯।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somato form Disorder) କହିଲେ କ’ଣ ବୁଝ ?
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥୁରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େ ନାହିଁ । ଏପରି ଲୋକମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜି ଥାଆନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୧୦।
ଦ୍ଵି-ପ୍ରାନ୍ତୀୟ ମନୋବିକୃତି କହିଲେ କ’ଣ ବୁଝ ? (Bipolar disorder)
Answer:
ଦ୍ଵିପ୍ରାନ୍ତୀୟ ମନୋବିକୃତିରେ ଉଭୟ ଅବସାଦ ଓ ଉନ୍ମାଦ (Mania) ସଂପୃକ୍ତ ଥାଆନ୍ତି । ଏମାନଙ୍କର ତୀବ୍ରତା ମୃଦୁ ବା ତୀବ୍ରତର ହୋଇପାରେ । ଉନ୍ମାଦରେ ବ୍ୟକ୍ତି ମଧ୍ୟରେ ଉଲ୍ଲାସ ମନୋଭାବ, ମନୋକାରକ କ୍ରିୟାରେ ବୃଦ୍ଧି ଏବଂ ଭବ୍ୟ (grandiose) ମନୋଭାବ ଲକ୍ଷଣ ଦେଖିବାକୁ ମିଳେ । ଦ୍ଵିପ୍ରାନ୍ତୀୟ ମନୋବିକୃତି ମଧ୍ୟରେ ଦ୍ବିପ୍ରାନ୍ତୀୟ-୧ (Bipolar-I) ମନୋବିକୃତି, ଦ୍ଵିପ୍ରାନ୍ତୀୟ-୨ (Bipolar-II) ମନୋବିକୃତି ଓ ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorder) ଅନ୍ତର୍ଭୁକ୍ତ ।

Question ୧୧।
ମନୋଚିକିତ୍ସା ପଦ୍ଧତି କହିଲେ କ’ଣ ବୁଝ ?
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବା ପାଇଁ ତଥା ସମାଯୋଜିତ କରିବା ପାଇଁ ବା ବ୍ୟବହାରରେ କଠିନତାକୁ ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଉଥିବା ଏକ ବିଧ୍ଵ । ସମସ୍ତ ପ୍ରକାର ଚିକିତ୍ସା ପ୍ରଣାଳୀରେ ସହାୟତା ପ୍ରଦାନକାରୀ ବିଶେଷଜ୍ଞ ଓ ସହାୟତା ନେଉଥିବା ବ୍ୟକ୍ତିଙ୍କର ମଧ୍ୟରେ ଅନ୍ତର୍ବେତ୍ତିକ ସମ୍ବନ୍ଧ ରହିଥାଏ ।

Question ୧୨।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ କ’ଣ ବୁଝ ?
Answer:
ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସ୍ଥ ‘ସ୍କୃ’ ଏବଂ ରୋଗୀଙ୍କର ବିବେକି, ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବାପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବାପାଇଁ କାମନା ଦୃଢ଼ ହୋଇଥାଏ ।

Question ୧୩।
ଚିକିତ୍ସାତ୍ମକ ସୌହାର୍ଯ୍ୟ କହିଲେ ତୁମେ କ’ଣ ବୁଝ ?
Answer:
ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ‘ଅନୁବନ୍ଧ’ କୁହାଯାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ଯୁକ୍ତ ଭାବରେ କଥାବାର୍ତ୍ତା ଜରିଆରେ ହୋଇଥାଏ । ଏଥିପାଇଁ ଉଭୟ ପକ୍ଷ ଅନେକ ଥର ପରସ୍ପରକୁ ସାକ୍ଷାତ କରନ୍ତି ।

Question ୧୪।
ସଜ୍ଞାନାତ୍ମକ ଚିକିତ୍ସା କହିଲେ ତୁମେ କ’ଣ ବୁଝ ?
Answer:
ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ବଦଳାଇବାରେ ସହାୟକ ହୋଇଥାଏ । ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାର ପାଇଁ ସଜ୍ଞାନାତ୍ମକ ଚିକିତ୍ସାର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଓ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ ।

Question ୧୫।
ମନୋଚିକିତ୍ସାତ୍ମକ ସମ୍ବନ୍ଧ କହିଲେ ତୁମେ କ’ଣ ବୁଝ ?
Answer:
ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି, ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନ ଦେଉଥାନ୍ତି ଏବଂ ନୈଦାନିକ ନିୟମକୁ ଅନୁସରଣ କରିଥାଆନ୍ତି ।

Question ୧୬।
ସାଧାରଣ ଉତ୍କଣ୍ଠା ମନୋବିକୃତି କାହାକୁ କୁହାଯାଏ ?
Answer:
ଦୀର୍ଘକାଳବ୍ୟାପୀ, ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ, ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ଏହା ଅବାସ୍ତବିକ ଓ ଅତ୍ୟଧ୍ଵକ ଚିନ୍ତାଯୁକ୍ତ ଏକ ମନୋବିକୃତି ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ତିନି ନମ୍ବର ସମ୍ବଳିତ ପ୍ରଶ୍ନୋତ୍ତର
ନିମ୍ନଲିଖତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଛଅଗୋଟି ବାକ୍ୟ ମଧ୍ଯରେ ଉଲ୍ଲେଖ କର ।

Question ୧।
ମାନସିକ ରୋଗର କାରଣଗୁଡ଼ିକ ସଂକ୍ଷେପରେ ବର୍ଣ୍ଣନା କର ।
Answer: ମାନସିକ ରୋଗର କାରଣଗୁଡ଼ିକୁ ଭିନ୍ନ ଭିନ୍ନ ପ୍ରକାରେ ସମ୍ବନ୍ଧିତ ହୋଇ ରୋଗ ଉତ୍ପନ୍ନ କରିଥାନ୍ତି । ଏହି ଦୃଷ୍ଟିରୁ
ମାନସିକ ବିକାରର କାରଣଗୁଡ଼ିକୁ ଚାରିପ୍ରକାରରେ ବ୍ୟକ୍ତ କରାଯାଇପାରେ :-
ଯଥା :

  • ପ୍ରାଥମିକ କାରଣ (Primary causes)
  • ପୂର୍ବ-ପ୍ରବର୍ତ୍ତକ କାରଣ (Predisposing causes)
  • ଅବକ୍ଷେପିତ ବା ପ୍ରକଟକ କାରଣ (Precipitating causes)
  • ପୁନର୍ବଳନକାରୀ କାରଣ (Reinforcing causes)

(i) ପ୍ରାଥମିକ କାରଣ :
ଯେତେବେଳେ ଏକ ମାନସିକ ରୋଗ ଉତ୍ପନ୍ନ କରିବା ନିମନ୍ତେ ଅନ୍ୟ କାରଣ ଥାଉ ବା ନ ଥାଉ କିନ୍ତୁ ଗୋଟିଏ କାରଣର ଉପସ୍ଥିତି ପର୍ଯ୍ୟାପ୍ତ ତେବେ ଏହି କାରଣଟିକୁ ପ୍ରାଥମିକ କାରଣ କୁହାଯାଏ ।
(ii) ପୂର୍ବ-ପ୍ରବର୍ତ୍ତକ କାରଣ :
ଏହା ଏପରି ଏକ ଆନୁବଂଶିକ କାରଣ ଯାହା ପୂର୍ବରୁ ଥାଏ ଏବଂ ପରବର୍ତ୍ତୀ ସମୟରେ ମାନସିକ ରୋଗ ଉତ୍ପନ୍ନ ହେବାର ସମ୍ଭାବନାକୁ ବଢ଼ାଇ ଦେଇଥାଏ ।
(iii) ଅବକ୍ଷେପିତ ବା ପ୍ରକଟକ କାରଣ :
ଏକ ତତ୍‌କାଳୀୟ ଅବସ୍ଥା ଯଦି ମାନସିକ ବିକାରକୁ ଜାତ କରେ ତେବେ ଏହାକୁ ଅବକ୍ଷେପିତ କାରଣ କୁହାଯାଏ ।
(iv) ପୁନର୍ବଳନକାରୀ କାରଣ :
ଏ ଯେଉଁ କାରଣ ପୂର୍ବରୁ ସୃଷ୍ଟି ହୋଇସାରିଥିବା ଏକ ମାନସିକ ବିକାରକୁ ଅବ୍ୟାହତ ରଖୁବାରେ ସହାୟକ ହୋଇଥାଏ ତାହାକୁ ପୁନର୍ବଳନକାରୀ କାରଣ କୁହାଯାଏ ।

Question ୨।
ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ଉଲ୍ଲେଖ କର ।
Answer:
ଦୀର୍ଘକାଳବ୍ୟାପୀ ଅସ୍ପଷ୍ଟ, ଅହେତୁକ ଏବଂ ଅତୀବ ଭୟ ଯାହାକି ଯେକୌଣସି ଘଟଣା, ବସ୍ତୁ ବା ଅବସ୍ଥାକୁ ନେଇ ସୃଷ୍ଟି ହୋଇପାରେ ତାହାକୁ ସାଧାରଣ ଉତ୍କଣ୍ଠା ମନୋବିକୃତି କୁହାଯାଏ । ସାଧାରଣ ଉତ୍କଣ୍ଠା ମନୋବିକୃତିର ମାନସିକ ଲକ୍ଷଣଗୁଡ଼ିକ ହେଲା :-

  • ଅତିକମ୍‌ରେ ଛଅମାସ ପର୍ଯ୍ୟନ୍ତ ଅତୀବ ଉତ୍କଣ୍ଠା ଓ ଦୁଶ୍ଚିନ୍ତା ଅବ୍ୟାହତ ରହିବା ଯୋଗୁଁ ଜୀବନର ମୁଖ୍ୟ ପରିସରଗୁଡ଼ିକ ପ୍ରଭାବିତ ହେବା ।
  • ଏହି ଦୁଶ୍ଚିନ୍ତା ପ୍ରାୟତଃ ନିଜର ଭବିଷ୍ୟତ, ନିଜର ଆତ୍ମୀୟସ୍ବଜନ କିମ୍ବା ଧନ ସଂପରିକୁ ନେଇ ସୃଷ୍ଟି ହୁଏ ।
  • ବ୍ୟକ୍ତି କିଛି ବିପଜ୍ଜନକ ଘଟଣାର ସର୍ବଦା ପ୍ରତୀକ୍ଷା କରେ । ତେଣୁ ତା’ପାଖରେ ଅତି ସତର୍କତାର ଲକ୍ଷଣ ପରିଲକ୍ଷିତ ହୁଏ ।
  • ଏକାଗ୍ରତାର ଅତିଶୟ ଅଭାବ ପରିଲକ୍ଷିତ ହୋଇଥାଏ ।

Question ୩।
ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ବର୍ଣ୍ଣନା କର ।
Answer:
ଆତଙ୍କ ମନୋବିକୃତି ଏକ ଅପ୍ରତ୍ୟାଶିତ, ଦୁର୍ଦମନୀୟ ଆତଙ୍କ ଏବଂ ଏହା କୌଣସି ପ୍ରତୀୟମାନ କାରଣ ନ ଥାଇ ଏକ ଅତୀବ ଆତଙ୍କିତ ଅବସ୍ଥାରେ ପାଞ୍ଚରୁ ଦଶ ମିନିଟ୍ ମଧ୍ୟରେ ବ୍ୟକ୍ତିଟିକୁ କବଳିତ କରି ପକାଇଥାଏ । ଆତଙ୍କ ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :–

  • ଶ୍ଵାସରୋଧ ବା ଅଣନିଶ୍ବାସୀ ଅନୁଭବ କରିବା ।
  • ମତିଭ୍ରମ, ଅସ୍ଥିରତା ବା ମୂର୍ଚ୍ଛା ହୋଇଯିବା ।
  • ଶରୀର ଅବଶ ଲାଗିବା, ଦେହ ଥରିବା, ଦେହରୁ ଗମ୍ଗଗମ୍ ଝାଳ ବୋହିବା ।
  • ହୃଦସ୍ପନ୍ଦନ ହାର ବୃଦ୍ଧିପାଇବା ।
  • ଛାତିରେ ଯନ୍ତ୍ରଣା ଅନୁଭବ କରିବା ।
  • ଦେହ ଝିମ୍ ଝିମ୍ ହେବା ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ଦୁର୍ନୀତି ମନୋବିକୃତିର ଲକ୍ଷଣଗୁଡ଼ିକ ଆଲୋଚନା କର ।
Answer:
କୌଣସି ବସ୍ତୁ, ପ୍ରାଣୀ ବ୍ୟକ୍ତି କିମ୍ବା ସାମାଜିକ ପରିସ୍ଥିତି ପ୍ରତି ଅହେତୁକ ଓ ନିରନ୍ତର ଭାବେ ଅତିରିକ୍ତ ଭୟ କରିବାକୁ ଦୁର୍ନୀତି ମନୋବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

  • ରୋଗୀ କେଉଁ ନିର୍ଦ୍ଦିଷ୍ଟ ଉଦ୍ଦୀପକକୁ ଭୟ କରେ ତାହା ସେ ଜାଣିଥାଏ ।
  • ଉଦ୍ଦୀପକର ଭୟ ଉଦ୍ରେକ କରିବାର ବାସ୍ତବ ସାମର୍ଥ୍ୟ ତୁଳନାରେ ରୋଗୀର ଭୟ ଅନୁଭୂତି ମାତ୍ରା ଯଥେଷ୍ଟ ଅଧିକ ।
  • ରୋଗୀ ତାହାର ଭୟକୁ ଅଯୌକ୍ତିକ ବୋଲି ସ୍ଵୀକାର କରେ।
  • ରୋଗୀ ତାହାର ଅହେତୁକ ଭୟକୁ ଆୟତ୍ତ କରିବାକୁ ସମର୍ଥ ହୋଇ ନ ଥାଏ ।
  • ଅହେତୁକ ଭୟ ଉଦ୍ରେକକାରୀ ଉଦ୍ଦୀପକ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ, ବ୍ୟକ୍ତି, ପ୍ରାଣୀ ବା ପରିସ୍ଥିତି ହୋଇପାରେ । ଏହା ମଧ୍ୟ କୌଣସି ସାମାଜିକ ପରିସ୍ଥିତି ମଧ୍ୟ ହୋଇପାରେ ।

Question ୫।
ବିଭିନ୍ନ ପ୍ରକାର ମନୋଚିକିତ୍ସା ପଦ୍ଧତିରେ ସାଧାରଣ ଗ୍ରୁପଗୁଡ଼ିକ ଉଲ୍ଲେଖ କର ।
Answer:
ମାନସିକ ଚିକିତ୍ସାରେ ଅନେକ ପ୍ରକାରର ମନୋଚିକିତ୍ସା ପ୍ରଣାଳୀ ଉପଯୋଗ କରାଯାଏ । ପ୍ରାୟ ସମସ୍ତ ଚିକିତ୍ସା ପ୍ରଣାଳୀରେ ନିମ୍ନଲିଖତ ଗୁଣଗୁଡ଼ିକ ଦୃଷ୍ଟିଗୋଚର ହୁଏ ।

  • ଚିକିତ୍ସାର ବିଭିନ୍ନ ସିଦ୍ଧାନ୍ତରେ ନିହିତ ନିୟମଗୁଡ଼ିକର କ୍ରମବଦ୍ଧ ଉପଯୋଗ ।
  • ମନୋଚିକିତ୍ସାରେ ପ୍ରଶିକ୍ଷିତ ବ୍ୟକ୍ତି କେବଳ ଚିକିତ୍ସା କରିପାରିବେ ।
  • ଚିକିତ୍ସା କ୍ଷେତ୍ର ଜଣେ ମନୋଚିକିତ୍ସକ ଓ ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ହୋଇଥାଏ । ଚିକିତ୍ସା ପ୍ରାପ୍ତ କରୁଥିବା ବ୍ୟକ୍ତି ଚିକିତ୍ସା କ୍ଷେତ୍ରରେ କେନ୍ଦ୍ରବିନ୍ଦୁ ହୋଇଥାନ୍ତି ଏବଂ ସେ ସହାୟତା ଆଶା କରନ୍ତି ଏବଂ ପ୍ରାପ୍ତ ହୁଅନ୍ତି |
  • ଚିକିତ୍ସା ପ୍ରାପ୍ତ ହେଉଥିବା ବ୍ୟକ୍ତି ଓ ଚିକିତ୍ସକଙ୍କ ମଧ୍ୟରେ ସଂଚାର ତଥା ପାରସ୍ପରିକ କ୍ରିୟା ଚିକିତ୍ସାତ୍ମକ ସମ୍ବନ୍ଧ ନିର୍ମାଣ କରିଥାଏ ଏବଂ ଦୃଢ଼ କରିଥାଏ । ଏହି ପ୍ରକାର ମାନବୀୟ ସମ୍ବନ୍ଧ ଏକ ଗୋପନୀୟ, ଅନ୍ତବୈତ୍ତିକ ଏବଂ ଗତ୍ୟାତ୍ମକ ସମ୍ବନ୍ଧ ହୋଇଥାଏ ।

Question ୬।
ମନୋଚିକିତ୍ସାର ସ୍ଵରୂପ ବର୍ଣନା କର ।
Answer:
ମାନସିକ ଚିକିତ୍ସାରେ ମନୋବୈଜ୍ଞାନିକ ସାଧନକୁ ଉପଯୋଗ କରି କୌଣସି ମାନସିକ ରୋଗର ଉପଚାର ପାଇଁ କ୍ରମବଦ୍ଧ ପ୍ରୟାସ କରାଯାଇଥାଏ । ଏହା ଜଣେ ପ୍ରଶିକ୍ଷିତ ବ୍ୟକ୍ତିଙ୍କ ଦ୍ଵାରା ଉପଯୋଗ କରାଯାଇଥାଏ ଏବଂ ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥାଏ ସେ କିପରି ରୋଗୀର କୁସମାଯୋଜିତ ବ୍ୟବହାରର ବର୍ତ୍ତମାନ ଲକ୍ଷଣକୁ ଦୂର କରିପାରିବେ ତଥା ପରିମାର୍ଜିତ କରିପାରିବେ । ଏଥୁ ସହିତ ନିଜର ସମସ୍ୟା ପ୍ରତି ରୋଗୀର କିପରି ଅନ୍ତଃ ଦୃଷ୍ଟି ବିକଶିତ ହୋଇପାରିବ ସେଥୁପ୍ରତି ଧ୍ୟାନ ପରିବର୍ତ୍ତନ ହୋଇଥାଏ ।

ଏହା ବେଳେ ବେଳେ ଅବଚେତନ ଅବସ୍ଥାରେ ରୋଗୀର ନିଜପ୍ରତି ସୂଚନା (Auto-suggestion) ଦ୍ଵାରା ସମ୍ଭବ ହୋଇଥାଏ । ଆଜିକାଲି ମନୋଚିକିତ୍ସା କ୍ଷେତ୍ରରେ ସଂଚାରର ସଜ୍ଞାନାତ୍ମକ ଦୃଷ୍ଟିକୋଣକୁ ମହତ୍ତ୍ବ ଦିଆଯାଇଅଛି । ଅର୍ଥାତ୍ ଆଜିକାଲି ଚିକିତ୍ସିତ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ବଦଳରେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ହୋଇଥାଆନ୍ତି । ଏଥିରେ ସେ ବାଚନିକ ଓ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ଵ ଦେଇଥାଆନ୍ତି ।

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତି ସଂପର୍କରେ ବ୍ୟାଖ୍ୟା କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ (Behaviour modification) ରୂପେ ମଧ୍ୟ ଜଣାଯାଇଥାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି.ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟା ପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । 1920 ଦଶକରେ ଆମେରିକାର ମନୋବିଜ୍ଞାନୀ ଜେ.ବି. ଷ୍ଟାଟସନ ପ୍ରସୀମନ ବିଧୂର ପ୍ରୟୋଗ ଅସ୍ଵାଭାବିକ ବ୍ୟବହାର ଆମେ ଶିକ୍ଷା କରିଥାଉ । ଶିକ୍ଷା କରିଥିବା ବ୍ୟବହାର ପରିବର୍ତ୍ତନଶୀଳ ।

ତେଣୁ ସେ ପ୍ରସ୍ତାବ ଦେଲେ ଯେ, ଯେହେତୁ ଅସ୍ଵାଭାବିକ ବ୍ୟବହାର ଶିକ୍ଷଣଜନିତ କାରଣରୁ ହୋଇଥାଏ ସେହି ଶିକ୍ଷଣ ନିୟମ ଅନୁସାରେ ତାକୁ ପରିବର୍ତ୍ତନ କରାଯାଇପାରିବ । ଲିଣ୍ଡସ୍କୋ ଏବଂ ସ୍ପିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ “ ବ୍ୟବହାର ଚିକିତ୍ସା” ଶବ୍ଦର ଆବିଷ୍କାର କରିଥିଲେ । ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥ‌ିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ଶିଖୁବା ବା ନୂଆ ଶିଖୁବା ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୧।
ଅସ୍ଵାଭାବିକ ବ୍ୟବହାର ସମ୍ବନ୍ଧୀୟ ବିଭିନ୍ନ କାରଣଗୁଡ଼ିକ ବର୍ଣନା କର ।
Answer:
ଯେଉଁ ବ୍ୟବହାର ସାଂସ୍କୃତିକ ଭାବେ ଅନୁପଯୁକ୍ତ ଏବଂ ନିଜର ତଥା ସମାଜର ଅନ୍ୟ ବ୍ୟକ୍ତିଙ୍କ ପ୍ରତି ସମସ୍ୟା ସୃଷ୍ଟିକରେ, ତାହାକୁ ହିଁ ଅସ୍ଵାଭାବିକ ବ୍ୟବହାର ବିକାଶରେ ଭିନ୍ନ ଭିନ୍ନ କାରକ ରୂପେ କାର୍ଯ୍ୟ କରିଥାଏ । ଯେଉଁ ମୁଖ୍ୟ କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଆନ୍ତି । ସେହି କାରକମାନଙ୍କୁ ମୁଖ୍ୟତଃ ତିନୋଟି ବର୍ଗରେ ବିଭାଜିତ । ସେଗୁଡ଼ିକ ହେଲା :-

(i) ଜୈବିକ ବା ଶାରୀରିକ କାରଣ (Biological Causes)
(ii) ମନସ୍ତାତ୍ତ୍ଵିକ କାରଣ (Psychological Causes)
(iii) ସାମାଜିକ-ସାଂସ୍କୃତିକ କାରଣ (Socio-cultural Causes)

(i) ଜୈବିକ ବା ଶାରୀରିକ କାରଣ :
ବିଭିନ୍ନ ଜୈବିକ କାରଣମାନେ ମାନସିକ ବିକୃତି ଅନ୍ତର୍ଗତ ଅସ୍ଵାଭାବିକ ବ୍ୟବହାର ବିକାଶ ନିମନ୍ତେ ଦାୟୀ । ସେହି କାରଣମାନଙ୍କ ମଧ୍ୟରେ ଆନୁବଂଶିକ ଦୋଷ, ଗୁଣସୂତ୍ରୀୟ ତ୍ରୁଟି, ଅନ୍ତସ୍ରାବୀ ବ୍ୟବଧାନ, ଶାରୀରିକ ଦୁର୍ବଳତା, ମସ୍ତିଷ୍କର କ୍ରିୟାପ୍ରଣାଳୀରେ ଅବ୍ୟବସ୍ଥା ଏବଂ କୁପୋଷଣ ଇତ୍ୟାଦି ପ୍ରମୁଖ ଅଟନ୍ତି । ଉଦାହରଣ ସ୍ଵରୂପ ଚିତ୍ତଭ୍ରଂଶୀ (Schizophrenia) ବାତୁଳତା, ଭାବ ବିକୃତି ଏବଂ ଅବସାଦ ବିକୃତି ସଦୃଶ ଭୟଙ୍କର ମାନସିକ ରୋଗଗୁଡ଼ିକ ଉତ୍ପନ୍ନ ହେବାରେ ଆନୁବଂଶିକ କାରକର ଯଥେଷ୍ଟ ଅବଦାନ ରହିଛି ବୋଲି ପ୍ରମାଣ ମିଳିଛି ।

ସେହିଭଳି (Doun’s Syndrome) ଡାଉନ ଲକ୍ଷଣ ସମୂହ ନାମକ ଏକ ପ୍ରକାରର ମାନସିକ ଅନଗ୍ରସରତା ୨୧ ତମ ଗୁଣସୂତ୍ର ଯୋଡ଼ାରେ ଅଧ‌ିକ ଗୋଟିଏ ଗୁଣସୂତ୍ର ସଂଯୁକ୍ତି ଯୋଗୁଁ ସୃଷ୍ଟି ହୋଇଥାଏ । ଜଡ଼ ବାମନତ୍ଵ (Cretinism) ପରି ଏକ ଭୟାନକ ମାନସିକ ଅନଗ୍ରସରତା ଥାଇରଏଡ଼ ଗ୍ରନ୍ଥିରୁ ଅଳ୍ପ ପରିମାଣର ଥାଇରକ୍ଲିନ ହରମୋନ ସ୍ରାବ ହେବା କାରଣରୁ ହୋଇଥାଏ । ଶରୀର ଗଠନ ଏବଂ ଶରୀର ରଚନା ମଧ୍ୟ ଅସ୍ଵାଭାବିକ ବ୍ୟବହାର ବିକାଶରେ ମହତ୍ତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି ।

କାରଣ ବିଭିନ୍ନ ପ୍ରକାରର ମାନସିକ ଚାପ ପ୍ରତି ଆମ ପ୍ରତିକ୍ରିୟା କ’ଣ ହେବ ସେମାନେ ସ୍ଥିର କରନ୍ତି | ମସ୍ତିଷ୍କରେ କ୍ଷତ ଏବଂ ସ୍ନାୟୁ ସଂଚରଣ ସମ୍ବନ୍ଧୀୟ ଅକ୍ଷମତା ଅନେକ ଲକ୍ଷଣ ଓ ମାନସିକ ବିକାର ପାଇଁ ଦାୟୀ । ଶାରୀରିକ କୁ ପୋଷଣ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାକୁ ଦୁର୍ବଳ କରି ଅନେକ ପ୍ରକାରର ଅସ୍ଵାଭାବୀ ବ୍ୟବହାର ବିକାଶର ମାର୍ଗକୁ ସହଜ ଓ ସରଳ କରିଥାଏ ।

(ii) ମନୋବୈଜ୍ଞାନିକ କାରଣ :
ମାନସିକ ବିକାର ତଥା ଅସ୍ଵାଭାବିକ ବ୍ୟବହାର ସୃଷ୍ଟିରେ ମନସ୍ତାତ୍ତ୍ଵିକ କାରକମାନଙ୍କୁ ଚିହ୍ନଟ କରିବା ଏବଂ ନିର୍ଦ୍ଦିଷ୍ଟ କରିବା ଅପେକ୍ଷାକୃତ କଷ୍ଟସାଧ୍ୟ ଅଟେ । ଏହି କାରକଗୁଡ଼ିକ ସୁସ୍ପଷ୍ଟ ନୁହଁନ୍ତି ଏବଂ ଅନିଶ୍ଚିତ ଢଙ୍ଗରେ କାର୍ଯ୍ୟ କରିଥାଆନ୍ତି । କେତେ ପ୍ରମୁଖ ମନସ୍ତାତ୍ତ୍ଵିକ କାରଣଗୁଡ଼ିକ ହେଲା :-
(୧) ପ୍ରଚଣ୍ଡ ମାନସିକ ଆଘାତ
(୨) ବିକୃତ ଆତ୍ମପରିଚୟ
(୩) ତ୍ରୁଟିପୂର୍ଣ୍ଣ ଓ ଅଚେତନ ଅଭିପ୍ରେରଣ
(୪) ଶୈଶବ କାଳରେ ମାତୃଯତ୍ନ ଓ ମାତୃସ୍ନେହରୁ ବଞ୍ଚିତ
(୫) ବିକୃତ ପାରିବାରିକ ଶୈଳୀ :– ପ୍ରତ୍ୟାଖ୍ୟାନ, ଅତିରକ୍ଷଣ ଓ କଠୋରତା, ଅବାଧ ସମ୍ମତି, ଅବାସ୍ତବ ପ୍ରତ୍ୟାଶା, ତ୍ରୁଟିପୂର୍ଣ୍ଣ ଶୃଙ୍ଖଳା ଓ ପାଳନ ଶୈଳୀ, ବିଫଳ ଓ ତ୍ରୁଟିଯୁକ୍ତ ଭାବ ବିନିମୟ, ଅବାଞ୍ଛିତ ପାଳନ ଶୈଳୀ ପ୍ରଭୃତି କାରକଗୁଡ଼ିକ ଅସ୍ଵାଭାବିକ ବ୍ୟବହାର ଜନ୍ମାଇବାରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ ହୋଇଥାଏ । ଅତ୍ୟଧିକ ମାନସିକ ଚାପ, ଶିକ୍ଷାକୃତ ଅସହାୟ ବୋଧ, ନକରାତ୍ମକ ସ୍ଵମନୋକ (negative self schema) ଇତ୍ୟାଦି ମଧ୍ୟ ବିଭିନ୍ନ ମାନସିକ ବିକାରର କାରଣ ହୋଇପାରନ୍ତି । ଭ୍ରମାତ୍ମକ ଚିନ୍ତନଶୈଳୀ, ସମଯୋଜନାମୂଳକ କୌଶଳର ଅଭାବ, ନିଜର ଦୋଷତ୍ରୁଟିକୁ ସ୍ଵଚେତନାରେ ଗ୍ରହଣ କରିବା କ୍ଷେତ୍ରରେ ଅକ୍ଷମତା ବ୍ୟକ୍ତିକୁ ମାନସିକ ବିକାରରେ ପୀଡ଼ିତ କରିବାର ଆଶଙ୍କା ଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ସାମାଜିକ-ସାଂସ୍କୃତିକ କାରଣ :
ସାମାଜିକ ଓ ସାଂସ୍କୃତିକ କାରକମାନେ ମଧ୍ୟ ଅସ୍ଵାଭାବିକ ବ୍ୟବହାର ଉତ୍ପନ୍ନ କରାଇବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି । ଯୁଦ୍ଧଜନିତ ବିଭୀଷିକା, ହିଂସାକାଣ୍ଡ, ଅର୍ଥନୈତିକ ଓ ବେକାରୀ ସମସ୍ୟା, ଦୃତ ସାମାଜିକ ସାଂସ୍କୃତିକ ପରିବର୍ତ୍ତନ, ବୈଷୟିକ ଜ୍ଞାନକୌଶଳରେ କ୍ଷିପ୍ର ଅଗ୍ରଗତି, ପୂର୍ବାଗ୍ରହ, ବିଭେଦୀକରଣ ସଦୃଶ କାରକମାନେ ମାନସିକ ବିକାର ସୃଷ୍ଟି କରିବାରେ ଏକ ଜଟିଳ ପ୍ରକ୍ରିୟାରେ କାର୍ଯ୍ୟ କରିଥାନ୍ତି ।

ନୂତନ ସାମାଜିକ ଭୂମିକା ତଥା ପ୍ରତ୍ୟାଶ୍ୟାର ଭୂମିକା ମଧ୍ୟ ମାନସିକ ବିକୃତି ଓ ଅସ୍ଵାଭାବିକ ଭାବେ ଅସ୍ଵାଭାବୀ ବ୍ୟବହାର ସୃଷ୍ଟିରେ ସହାୟକ ହୋଇଥାନ୍ତି । ବ୍ୟକ୍ତିର କୌଣସି ବ୍ୟବହାରକୁ ସ୍ଵାଭାବିକ କିମ୍ବା ନିର୍ଦ୍ଧାରଣ କରିବାବେଳେ ବ୍ୟକ୍ତିବିଶେଷର ସାମାଜିକ, ସାଂସ୍କୃତିକ ପୃଷ୍ଠଭୂମି ଆଧାରରେ ବିଚାର କରାଯିବା ଉଚିତ୍ । ସାମାଜିକ- ସାଂସ୍କୃତିକ ମାନଦଣ୍ଡ, ପ୍ରଥା, ପରଂପରା, ନୀତି, ମୂଲ୍ୟବୋଧ, ବିଶ୍ଵାସଧାରା ଇତ୍ୟାଦି ଏହି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ।

Question ୨।
ମାନସିକ କାରଣ ଜନିତ ଶାରୀରିକ ବିକୃତି (Somatoform Disorder) ଗୁଡ଼ିକ ସଂପର୍କରେ ବର୍ଣନା କର ।
Answer:
ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଦେହର ସମସ୍ୟାକୁ ବୁଝାଏ । ଏଥରେ ପୀଡ଼ିତ ବ୍ୟକ୍ତି ଅନେକ ଦିନ ପର୍ଯ୍ୟନ୍ତ ବହୁତ ଦେହ ଖରାପ ଅଛି ବୋଲି ଅଭିଯୋଗ କରିଥାଆନ୍ତି । କିନ୍ତୁ ମେଡ଼ିକାଲ ପରୀକ୍ଷାରୁ ଏ ପ୍ରକାର ସମସ୍ୟାର ପ୍ରକୃତରେ କିଛି ଦୈହିକ ଆଧାର ଥାଏ ବୋଲି ଜଣା ପଡ଼େନାହିଁ । ଏହି ରୋଗରେ ପୀଡ଼ିତ ବ୍ୟକ୍ତିମାନେ ବାରମ୍ବାର ଚିକିତ୍ସା ସହାୟତା ଖୋଜିଥାନ୍ତି । ଏମାନଙ୍କର ସମସ୍ୟା ମୂଳରେ ମନୋବୈଜ୍ଞାନିକ ଅଭିବ୍ୟକ୍ତି ନିହିତ ଥାଏ । କେତେକ ପ୍ରମୁଖ ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ହେଲା :-
(i) କାୟ-ଆଲମ୍ବିତା ବିକୃତି (Somatisation Disorders)
(ii) ରୂପାନ୍ତରଣ ମନୋବିକୃତି (Conversion Disorders)
(iii) ରୋଗ-ଭ୍ରମ ମନୋବିକୃତି (Hypocodriasis)

(i) କାୟ-ଆଲମ୍ବିତା ବିକୃତି :
ଏହି ମନୋବିକୃତିର ମୁଖ୍ୟ ଅଭିଯୋଗଗୁଡ଼ିକ ହେଲା ମୁଣ୍ଡବ୍ୟଥା, କ୍ଳାନ୍ତି ବା ଅବସନ୍ନତା, ବାନ୍ତଲାଗିବା, ଖରସ୍ପନ୍ଦନ, ପେଟମାରିବା, ଝାଡ଼ା ସଫା ନ ହେବା ଏବଂ ଅସ୍ପଷ୍ଟ ଶରୀର ପୀଡ଼ା ଇତ୍ୟାଦି। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ବାରମ୍ବାର ଡାକ୍ତରଙ୍କ ପାଖକୁ ଯାଆନ୍ତି, ଡାକ୍ତର ବଦଳାନ୍ତି ଏବଂ ଅନାବଶ୍ୟକ ଶଲ୍ୟ ଚିକିତ୍ସା କରାଇଥାଆନ୍ତି । ଏମାନଙ୍କର ବିଶ୍ଵାସ ଥାଏ ଯେ ଏମାନେ ବେମାର ଅଛନ୍ତି ଏବଂ ଏହାର ସମର୍ଥନରେ ଲମ୍ବା ଏବଂ ବିସ୍ତୃତ ଇତିହାସ ସୃଷ୍ଟି କରନ୍ତି ଏବଂ ବହୁତ ପ୍ରକାରର ଔଷଧ ଖାଇଥାନ୍ତି ।

ଏମାନେ ଅନ୍ୟକୁ ନିଜର ଆତ୍ମକୈନ୍ଦ୍ରିକତା, ଅପରିପକ୍ବତା ଓ ଅତିଶୟ ଉତ୍ତେଜନାତ୍ମକତା ଦ୍ଵାରା ପ୍ରଭାବିତ କରିବାକୁ ଚେଷ୍ଟା କରନ୍ତି । ଏମାନଙ୍କର ଅଭିଯୋଗ ନାଟକୀୟ, ଅସ୍ପଷ୍ଟ ଓ ଅତିରଞ୍ଜିତ ଅଟେ । ଏମାନେ ସ୍ଵରୋଗ ଭ୍ରମୀ ବ୍ୟକ୍ତିମାନଙ୍କ ଅପେକ୍ଷା ଭିନ୍ନ ଅଟନ୍ତି । କାୟଆଲମ୍ବିତା ବିବୃତିରେ ରୋଗୀଟି ବିଭିନ୍ନ ରୋଗ- ଲକ୍ଷଣକୁ ମହତ୍ତ୍ବ ଦେବାରେ ବ୍ୟସ୍ତ ରହିଥାଏ ।

(ii) ରୂପାନ୍ତରଣ ମନୋବିକୃତି :
ରୂପାନ୍ତରଣ ମନୋବିକୃତିରେ ପ୍ରଭାବିତ ବ୍ୟକ୍ତି ଐଚ୍ଛିକ କ୍ରିୟାତ୍ମକ ବା ସାମ୍ବେଦିକ କ୍ଷମତାକୁ ପ୍ରଭାବିତ କରୁଥିବା ସ୍ଵଚ୍ଛତାକୁ ପ୍ରଦର୍ଶନ କରାଇଥାନ୍ତି ଯାହାକି ତାଙ୍କ ରୋଗର ସଙ୍କେତ ଦେଇଥାଏ । ଏପରି ଲକ୍ଷଣ ସହିତ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ସମ୍ବନ୍ଧ ଥାଏ କାରଣ ବ୍ୟକ୍ତିଟି ଶରୀର ରଚନାର ବାସ୍ତବିକ ତଥ୍ୟର ବିନା ଆଧାରରେ ଏପ୍ରକାର ଲକ୍ଷଣ ଦେଖାଇଥାଏ । ଏହାର ପରିଣାମସ୍ଵରୂପ ବ୍ୟକ୍ତିଟି ଦୁଃଖପୂର୍ଣ୍ଣ ଜୀବନ ଅନୁଭବ କରିଥାଏ ।

ରୂପାନ୍ତରଣ ମନୋବିକୃତିରେ ପାରାଲିସିସ୍, ବାକ୍‌ଶକ୍ତି ନଷ୍ଟ ହୋଇଯିବା, ଦ୍ଵି–ଦୃଷ୍ଟି, ଚୟନାତ୍ମକ ଶ୍ରବଣ, ମୂକତା ପରି ଲକ୍ଷଣଗୁଡ଼ିକ ପ୍ରଧାନ । ଉକ୍ତ ଲକ୍ଷଣଗୁଡ଼ିକ କାରକ ଓ ଅନ୍ତରାଙ୍ଗୀ ପ୍ରକୃତିର ହୋଇଥାଆନ୍ତି । ଅନ୍ୟମାନଙ୍କର ଧ୍ୟାନ ଆକର୍ଷଣ କରିବା ବା ସ୍ନେହ ଖୋଜିବା ପରି ଗୌଣମୂଳକ ଲାଭ ଯାହା ଅନ୍ୟ କୌଣସି ପ୍ରକାରେ ସେମାନେ ପାଇପାରନ୍ତି ନାହିଁ ଅତି ସ୍ପଷ୍ଟ ରୂପରେ ଏପରି ଲକ୍ଷଣ ସାହାଯ୍ୟରେ ଦେଖାଇଥାଆନ୍ତି । ଏପରି ଲକ୍ଷଣଗୁଡ଼ିକ ମୂଳରେ ମନୋବୈଜ୍ଞାନିକ ଉତ୍ପାଦକଗୁଡ଼ିକର ଭୂମିକା ଗୁରୁତ୍ଵପୂର୍ଣ୍ଣ; କିନ୍ତୁ ଏପ୍ରକାର ମନୋବିକୃତିର ଡାକ୍ତରୀ ଚିକିତ୍ସା କରାଇନେବା ସୁରକ୍ଷିତ ଅଟେ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ରୋଗ-ଭ୍ରମ ମନୋବିକୃତି :
ବିପରୀତ ପ୍ରମାଣ ବା ଚିକିତ୍ସକୀୟ ଆଶ୍ଵାସନା ଦିଆଯିବା ପରେ ମଧ୍ୟ ଯଦି ବ୍ୟକ୍ତିଟି ତଥାପି ବିଶ୍ଵାସ କରେ ଯେ ସେ ଏକ ଗମ୍ଭୀର ବା ବଡ଼ଧରଣର ରୋଗରେ ପୀଡ଼ିତ ତେବେ ସେହି ବ୍ୟକ୍ତି ଜଣକ ରୋଗ-ଭ୍ରମ ମନୋବିକୃତି ଦ୍ଵାରା ପୀଡ଼ିତ ବୋଲି ଚିହ୍ନଟ କରାଯାଏ । ଏଥୁରେ ରୋଗୀଟି ତା’ର ଶରୀରର ବିଭିନ୍ନ ଅଂଗ ରୋଗଗ୍ରସ୍ତ ବୋଲି ଗ୍ରସ୍ତତା ରଖିଥାଏ । ଏପରି ବ୍ୟକ୍ତି ତା’ର ରୋଗର ଲକ୍ଷଣକୁ ଖୋଜିବାରେ ବ୍ୟସ୍ତ ରହିଥାଏ । ଡାକ୍ତର ସେମାନଙ୍କୁ ସୁସୁଥ‌ିବା କହିଲେ ମଧ୍ୟ ସେମାନେ ବିଶ୍ଵାସ କରନ୍ତି ନାହିଁ ।

ଏହି ପ୍ରକାରର ମାନସିକ କାରଣ ଜନିତ ଶାରୀରିକ ବିକୃତିଗୁଡ଼ିକ ଏପରି ବିକୃତି ଯାହା ମନୋବୈଜ୍ଞାନିକ ଉତ୍ପାଦକମାନଙ୍କଦ୍ଵାରା ହୋଇଥାଏ । ସାମ୍ପ୍ରତିକ ମେଡ଼ିକାଲ ବିଜ୍ଞାନର ଜ୍ଞାନ ଆଧାରରେ ସେମାନଙ୍କର ଶାରୀରିକ ରୋଗକୁ ଦୈହିକ ଉତ୍ପାଦକମାନଙ୍କ ଦ୍ଵାରା ହୋଇଥିବା ବୋଲି କହିବା କଠିନ । ସେଥ‌ିପାଇଁ ସେମାନଙ୍କର ଉପଚାର ମନୋବୈଜ୍ଞାନିକ ପଦ୍ଧତି ଉପରେ ଆଧାରିତ ହେବା ବିଧେୟ ।

Question ୩।
ଭାବବିକୃତି କ’ଣ ? ବିଭିନ୍ନ ପ୍ରକାରର ଭାବବିକୃତିର ଲକ୍ଷଣାବଳୀ ଆଲୋଚନା କର ।
Answer:
ଦୀର୍ଘକାଳୀନ ବିଶୃଙ୍ଖଳିତ ଓ ଅସ୍ଵାଭାବିକ ଭାବାବେଗଜନିତ ସମସ୍ୟାକୁ “ଭାବ ବିକୃତି” ବୋଲି କୁହାଯାଏ ।
ଏହି ବିକୃତି ବିଭିନ୍ନ ପ୍ରକାରର । ସେଗୁଡ଼ିକ ହେଲା :-
(କ) ଅବସାଦୀ ମନୋବିକୃତି (Depressive Disorders)
(i) ଅତିବିଷାଦ ମନୋବିକୃତି (Major Depressive Disorders)
(ii) ବିଷଣ୍ଢ ମନସୁତା (Dysthymia)
(ଖ) ଦ୍ବି-ପ୍ରାନ୍ତୀୟ ମନୋବିକୃତି (Bi-polar Disorders)
(i) ଦ୍ବି-ପ୍ରାନ୍ତୀୟ – I ମନୋବିକୃତି
(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି
(iii) ଚକ୍ର ବିକ୍ଷିପ୍ତ ମନୋବିକୃତି (Cyclothymic Disorders)

(କ) ଅବସାଦୀ ମନୋବିକୃତି :
ଅବସାଦୀ ମନୋବିକୃତିର ଲକ୍ଷଣଗୁଡ଼ିକ ଅତି ଉଗ୍ର ଓ ବହୁତ ଦିନ ପର୍ଯ୍ୟନ୍ତ ଦେଖାଯାଇଥାଏ । ଏହି ମନୋବିକୃତିର ଲକ୍ଷଣଗୁଡ଼ିକ ହେଲା :- ଅସନ୍ତୋଷ ଓ ଚିନ୍ତା, କ୍ଷୁଧାରେ ପରିବର୍ତ୍ତନ, ନିଦ୍ରା ଏବଂ ମନୋକାରକ ପ୍ରକ୍ରିୟାରେ ଗୋଳମାଳ, ରୁଚି ଏବଂ ଶକ୍ତିର କ୍ଷୟ, ଅପରାଧ ବୋଧ, ମୃତ୍ୟୁ ଭାବନା ତଥା ଏକାଗ୍ରତାରେ କଠିନତା ।

(i) ଅତିବିଷାଦ ମନୋବିକୃତି :
ଏହା ଏକ ପ୍ରାନ୍ତୀୟ ଅବସ୍ଥାନ ଭାବେ ମଧ୍ୟ ବିବେଚନା କରାଯାଏ । ଅତି କମ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲଗାତାର ଭାବେ ବିଷାଦଗ୍ରସ୍ତ ମନୋଦଶା ଏବଂ କିମ୍ବା ଆପାତତଃ ସମସ୍ତ କ୍ରିୟାକଳାପରେ ଆନନ୍ଦ ଓ ଆଗ୍ରହର ଅଭାବ ସହିତ ନିମ୍ନଲିଖତ ଯେକୌଣସି ଚାରିଗୋଟି ଲକ୍ଷଣ ପରିଦୃଷ୍ଟ ହେଉଥିଲେ ତାହାକୁ ଅତି ବିଷାଦ ବିକୃତି କୁହାଯାଏ । ଏହାର ଲକ୍ଷଣଗୁଡ଼ିକ ହେଲା :-

(୧) ନିଦ୍ରାହୀନତା କିମ୍ବା ଅଧ‌ିକ ନିଦ୍ରା
(୨) ମନୋକାରକୀୟ ପ୍ରକ୍ରିୟାରେ ମନ୍ଦତା କିମ୍ବା ଅଧୂକ ଉତ୍ତେଜନା
(୩) କ୍ଷୁଧା ଅନୁଭବ ହ୍ରାସ, ଶରୀର ଓଜନ ବୃଦ୍ଧି କିମ୍ବା ହ୍ରାସ
(୪) ଶକ୍ତିହୀନତା ଓ ଅଶେଷ କ୍ଳାନ୍ତି
(୫) ନକରାତ୍ମକ ସ୍ଵପ୍ରତ୍ୟୟ, ଆତ୍ମ ଭର୍ସନା, ଆତ୍ମ ନିନ୍ଦା, ନିଜ ପ୍ରତି ଏକ ମୂଲ୍ୟହୀନ ଭାବନା ।
(୬) ଏକାଗ୍ରତାର ଅଭାବ ଓ ଅସ୍ଥିରତା
(୭) ମୃତ୍ୟୁକାମନା କିମ୍ବା ବାରମ୍ବାର ଆତ୍ମହତ୍ୟାର ଭାବନା

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ii) ବିଷଣ୍ଣ ମନସୁତା (Dysthymia) :
ଏହା ଏକ ଦୀର୍ଘକାଳୀନ କିନ୍ତୁ ସ୍ଵଳ୍ପ ମାତ୍ରାର ଅବସାଦୀ ଲକ୍ଷଣଜନିତ ଅବସ୍ଥା । ଏହାର ଲକ୍ଷଣଗୁଡ଼ିକ ହେଉଛି :-
(୧) ଅତିକମ୍‌ରେ ଦୁଇବର୍ଷ ମଧ୍ୟରେ ନିରନ୍ତର ଅବସାଦୀ ମନୋଦଶା
(୨) ଅଧ୍ଵକ କ୍ଷୁଧା ବା କ୍ଷୁଧା ହ୍ରାସ
(୩) ନିଦ୍ରାହୀନତା କିମ୍ବା ଅଧୂକ ନିଦ୍ରା
(୪) ଶକ୍ତିହୀନତା
(୫) ନିର୍ଣ୍ଣୟ ନେବା ଓ ଏକାଗ୍ରତା ରଖୁବାରେ କଠିନତା ଉପଲବ୍ଧ କରିବା
(୬) ନୈରାଶ୍ୟ ଏବଂ ନ୍ୟୁନସ୍ଵ ମୂଲ୍ୟାୟନ
(୭) ନିରାଶାବାଦୀ ମନୋଭାବ

(ଖ) ଦ୍ଵି–ପ୍ରାନ୍ତୀୟ ମନୋବିକୃତି :
ଏହି ମାନସିକ ବିକାରମାନଙ୍କରେ ଉଭୟ ଉନ୍ମାଦ (Mania) ଏବଂ ଅବସାଦ (Depression) ସଂପୃକ୍ତ ଥାନ୍ତି । ଉନ୍ମାଦ ଓ ଅବସାଦ ଏକ ନିରନ୍ତର ମାପକର ଦୁଇଟି ବିପରୀତ ପ୍ରାନ୍ତ ରୂପେ କଳ୍ପନା କରାଯାଇପାରେ ।
(i) ଦ୍ଵି-ପ୍ରାନ୍ତୀୟ – I ମନୋବିକୃତି :
ଏହି ବିକାରରେ ବ୍ୟକ୍ତିର ମନୋସ୍ଥିତି (mood) ଉନ୍ମାଦରୁ ଅତି ଉଦାସ ଏବଂ ଅତି ଉଦାସରୁ ଉନ୍ମାଦ ମଧ୍ୟରେ ସମୟ ବ୍ୟବଧାନରେ ଦୋଦୁଲ୍ୟମାନ ହେଉଥାଏ । ଅତି ଉଦାସ ଲକ୍ଷଣମାନ ଉଦାସ ବା ବିଷାଦ ମନୋସ୍ଥିତିରେ ପରିଲକ୍ଷିତ ହୁଏ । ଉନ୍ମାଦଗ୍ରସ୍ତ ମନୋସ୍ଥିତିରେ ପରିଦୃଷ୍ଟ ହେଉଥିବା ଲକ୍ଷଣଗୁଡ଼ିକ ହେଲା :-
(୧) ବୃତ୍ତି ଓ ସାମାଜିକ କ୍ରିୟାରେ ଅଧ୍ବକ ସକ୍ରିୟତା କିମ୍ବା ଯୌନଲିପ୍‌ସା ଚରିତାର୍ଥ ନିମନ୍ତେ ପ୍ରବଳ କାମନା ।
(୨) ଅଧ‌ିକ ଅନାବଶ୍ୟକ କଥାବାର୍ତ୍ତା ।
(୩) ଦ୍ରୁତ ଧ୍ୟାନ ବିଚଳନ ଓ ନାନାରକମର ଭାବନାର ବଶବର୍ତୀ ହେବା ।
(୪) ନିଦ୍ରାହୀନତା
(୫) ସ୍ତ୍ରୀତ ସ୍ଵମୂଲ୍ୟାୟନ, ବିଶେଷ ପ୍ରତିଭା, କ୍ଷମତା ବା ସାମର୍ଥ୍ୟର ଅଧିକାରୀ ହୋଇଥିବାର ଭ୍ରମ, ଭବ୍ୟଭାବନାର ଶିକାର ହେବା ।
(୬) ଏକାଗ୍ରତାରେ କଠିନତା ।
(୭) ଆନନ୍ଦବାୟକ କ୍ରିୟାକଳାପରେ ଅତିରିକ୍ତ ସଂପୃକ୍ତି ଯୋଗୁଁ ଅବାଞ୍ଚିତ ପରିମାଣର ଶରବ୍ୟ ହେବା ।

(ii) ଦ୍ବି-ପ୍ରାନ୍ତୀୟ – II ମନୋବିକୃତି :
ଏହା ଦ୍ଵିପ୍ରାନ୍ତୀୟ ୧ ବିକୃତିଠାରୁ ଭିନ୍ନ । ଏହି ବିକାରରେ ରୋଗୀ କମ୍ ମାତ୍ରାରେ ଉନ୍ମାଦଜନିତ ଅନୁକ୍ରିୟା ପ୍ରଦର୍ଶନ କରିଥାଏ । ଏହାକୁ ସ୍ଵଳ୍ପ ଉନ୍ମାଦ (hymania) ମଧ୍ୟ କୁହାଯାଏ । ଏହି ବିକୃତିରେ ରୋଗୀ ନିଜର ସ୍ଵଳ୍ପ ବାତୁଳତା ଅବସ୍ଥାକୁ ଅନୁଭବ କରିପାରେ ନାହିଁ; କିନ୍ତୁ ଅନ୍ୟମାନେ ତାହା ଜାଣିପାରନ୍ତି । ଏହି ବିକୃତିରେ ସ୍ଵଳ୍ପ ବାତୁଳତା ଓ ଅତିବିଷାଦର ଲକ୍ଷଣମାନ ସମୟ ବ୍ୟବଧାନର ପର୍ଯ୍ୟାୟକ୍ରମେ ଦୃଷ୍ଟିଗୋଚର ହୋଇଥାନ୍ତି ।

(ii) ଚକ୍ର ବିକ୍ଷିପ୍ତ ମନୋବିକୃତି :
ବିଷଣ୍ଡ ମନସୁତା ଭଳି ଚକ୍ର ବିକ୍ଷସ୍ତୀ ମନୋବିକୃତି ମଧ୍ୟ ଏକ ଦୀର୍ଘକାଳୀନ ଭାବବିକୃତି। ଏଥିରେ ଉଭୟ ସ୍ଵଳ୍ପ ବାତୁଳତା ବା ଉନ୍ମାଦର ଲକ୍ଷଣ ଏବଂ ଅବସାଦାତ୍ମକ ଲକ୍ଷଣ ଅନେକବାର ଦୁଇ ବର୍ଷ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ଦେଖାଯାଏ । ଉଭୟ ପ୍ରକାରର ଲକ୍ଷଣଗୁଡ଼ିକ ଏକ ସମୟରେ ବା ପର୍ଯ୍ୟାୟ କ୍ରମେ ଦେଖାଯାଇପାରେ । କେତେକ ରୋଗୀଙ୍କ କ୍ଷେତ୍ରରେ ସ୍ଵଳ୍ପ ଉନ୍ମାଦ ଓ ଆବେଗାତ୍ମକ ଅବସ୍ଥା ମଧ୍ୟରେ ସ୍ଵାଭାବିକ ଅବସ୍ଥା ଆପାତତଃ ଦୁଇମାସଠାରୁ କମ୍ ସମୟ ପର୍ଯ୍ୟନ୍ତ ପରିଦୃଷ୍ଟ ହୋଇଥାଏ ।

ଅବସାଦ ଅବସ୍ଥାରେ ନିଜକୁ ନ୍ୟୁନ ବିବେଚନା କରିବା, ଲୋକଙ୍କଠାରୁ ଦୂରେଇ ରହିବା, ଏକାଗ୍ରତାର ଅଭାବ, ଫଳପ୍ରଦଭାବେ କଥାବାର୍ତ୍ତା କରିବାରେ ଅକ୍ଷମତା ଇତ୍ୟାଦି ଲକ୍ଷଣ ରୋଗୀଠାରେ ଦେଖାଯାଏ । ସ୍ଵଳ୍ପ ବାତୁଳତା ଅବସ୍ଥାରେ ଉପରେ ପଡ଼ି ଲୋକଙ୍କ ସହିତ ମିଳାମିଶା କରିବା, ନିଦ୍ରା ପରିମାଣରେ ପରିବର୍ତ୍ତନ, ଏକାଗ୍ର ଓ ସୃଜନଶୀଳ ଚିନ୍ତନ ଏବଂ ଫଳପ୍ରଦ ବ୍ୟବହାର ସଦୃଶ ଲକ୍ଷଣ ଦେଖାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୪।
ବାଧ୍ୟକାରୀ-ଆଦେଶନ/ ମନୋଗ୍ରସ୍ତ-ମନୋବାଧ୍ୟତା ମନୋବିକୃତିର (Obsessive – Compulsive Disorders) ଲକ୍ଷଣଗୁଡ଼ିକ ବର୍ଣନା କର ।
Answer:
କୌଣସି ଏକ ଅବାଞ୍ଚିତ, ଅଯୌକ୍ତିକ ଏବଂ ଅଶ୍ଵସ୍ତିକର ଭାବନା ବ୍ୟକ୍ତିର ମନକୁ ଦୀର୍ଘକାଳ ପର୍ଯ୍ୟନ୍ତ କବଳିତ କରିବାକୁ ମନୋଗ୍ରସ୍ତ (obsession) ବିକୃତି କୁହାଯାଏ । ବ୍ୟକ୍ତିର ଅନିଚ୍ଛା ସତ୍ତ୍ଵେ କୌଣସି ଏକ ଅହେତୁକ ଭାବନା ତା’ ମନରେ ବାରମ୍ବାର ସ୍ଵତଃପ୍ରବୃତ୍ତ ଭାବେ ଜାଗ୍ରତ ହୋଇଥାଏ ।

ଏହି ଭାବନା ଅତ୍ୟନ୍ତ ଅଯୌକ୍ତିକ ଜାଣି ମଧ୍ୟ ବ୍ୟକ୍ତି ଚେଷ୍ଟା କରି ମଧ୍ୟ ଏପରି ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ । ଯୌନଗତ ଭାବନା, ଆକ୍ରମଣାତ୍ମକ ଭାବନା କିମ୍ବା ଧର୍ମଭାବନା ଏହାର କେତେକ ଦୃଷ୍ଟାନ୍ତ | ସାଧାରଣତଃ ଆବେଗିକ ଭାବନାରେ ସନ୍ଦେହ, ସଂଶୟ, ଦୂଷିତ ହେବାର ଭୟ କିମ୍ବା ନିଜର କ୍ରୋଧକୁ ଭୟ କରିବା ଆଦି ସଂପୃକ୍ତ ଥାଏ ।

ଅନାବଶ୍ୟକ ଓ ନିରର୍ଥକ ବ୍ୟବହାରକୁ ବାରମ୍ବାର କରିବାର ଅନିୟନ୍ତ୍ରିତ ପ୍ରବୃଦ୍ଧିକୁ ବାଧ୍ୟବାଧକତା । ମନୋବାଧ୍ୟତା (Compulsion) କୁହାଯାଏ । ବାଧ୍ୟତା କ୍ରିୟାମାନଙ୍କ ମଧ୍ୟରେ ଗଣନା କରିବା, ଶୃଙ୍ଖଳା ରଖୁବା, ପରୀକ୍ଷାନିରୀକ୍ଷା କରିବା, ସ୍ପର୍ଶ କରିବା, ସଫା କରିବା ଆଦି ସାଧାରଣ ଭାବେ ଦେଖାଯାଏ । ଉଦାହରଣ ସ୍ଵରୂପ :- ବାରମ୍ବାର ଟଙ୍କାବିଡ଼ାକୁ ଗଣିବା, ରାସ୍ତାକଡ଼ର ବିଦ୍ୟୁତଖୁଣ୍ଟକୁ କ୍ରମାନ୍ବୟରେ ସ୍ପର୍ଶ କରିବା, ବାରମ୍ବାର ହାତ ଧୋଇବା, ତାଲା ବନ୍ଦ କରିବା ପରେ ଏହାକୁ ବାରମ୍ବାର ଯାଞ୍ଚ କରିବା ଇତ୍ୟାଦି ।

ପ୍ରାୟତଃ ମନୋଗ୍ରସ୍ତ ଓ ମନୋବାଧ୍ୟତା ଏକାଠି ସକ୍ରିୟ ହୋଇ ଦେଖାଯାଆନ୍ତି । ମନୋଗ୍ରସ୍ତ ପରି ଚିନ୍ତନ ମନୋବାଧ୍ୟତାକୁ ଉତ୍ପନ୍ନ କରାଇଥାଆନ୍ତି । ତଥାପି ଏହି ରୋଗରେ ପୀଡ଼ିତ ପ୍ରାୟ ଏକଚତୁର୍ଥାଂଶ ବ୍ୟକ୍ତି କେବଳ ମନୋଗ୍ରସ୍ତତା ଦେଖାଇଥାନ୍ତି ଏବଂ ଏହା ସେମାନଙ୍କର କ୍ରିୟାରେ ରୂପାନ୍ତରିତ ହୋଇନଥାଏ । ମନୋବାଧ୍ୟତା ସବୁବେଳେ ମନୋଗ୍ରସ୍ତତା ଉପରେ ପର୍ଯ୍ୟବସିତ ହେବାର କୌଣସି କାରଣ ନ ଥାଏ ।
ମନୋଗ୍ରସ୍ତ – ମନୋବାଧ୍ୟତା ବିକୃତିର ଲକ୍ଷଣାବଳୀ :

(୧) ମନୋବାଧ୍ୟତା ବ୍ୟକ୍ତିର ଚେତନାକୁ ଅବିରତ ଓ ଦୃଢ଼ ଭାବରେ ଅନାଭୂତ ପ୍ରବେଶ କରେ । ଫଳରେ ବ୍ୟକ୍ତିର
(୨) କୌଣସି କାରଣ ଯୋଗୁଁ ଯଦି ଆବେଶିକ ଭାବନା ବା ବାଧ୍ୟ ବ୍ୟବହାରକୁ ପ୍ରତିରୋଧ କରାଯାଏ, ବ୍ୟକ୍ତି ମନରେ ଅତିଶୟ ଅସ୍ଥିରତା, ଉଦ୍‌ବେଗ ଓ କ୍ରୋଧ ଜାତ ହୁଏ ।
(୩) ନିଜର ବାଧ୍ୟବ୍ୟବହାରକୁ ରୋଗୀ ନିରର୍ଥକ ଓ ଅଯୌକ୍ତିକ ବୋଲି ସ୍ଵୀକାର କରେ |
(୪) ବ୍ୟକ୍ତି ନିଜର ମନୋବାଧ୍ୟତା କ୍ରିୟାକୁ ଆପ୍ରାଣ ଉଦ୍ୟମ ସତ୍ତ୍ଵେ ନିୟନ୍ତ୍ରଣ କରିପାରେ ନାହିଁ ।
(୫) ଆବେଗିକ ଭାବନା ଓ ବାଧ୍ୟ ବ୍ୟବହାର ବାହ୍ୟସୂତ୍ରରୁ ଆସୁଛି ବୋଲି ବ୍ୟକ୍ତି ଅନୁଭବ କରେ ।

କେତେକ ସୁସ୍ଥ ସବଳ ମନୋଗ୍ରସ୍ତ-ମନୋବାଧ୍ୟତା ରୋଗୀ ଗ୍ରସ୍ତତା–ବାଧ୍ୟତା ପ୍ରବୃତ୍ତି ରଖ୍ ମଧ୍ୟ ଅତି ସାବଧାନତାର ସହିତ ସକ୍ଷମ ଢଙ୍ଗରେ କାର୍ଯ୍ୟ କରିବାର କ୍ଷମତା ରଖନ୍ତି ଏବଂ ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀକୁ ସଫଳତା ପୂର୍ବକ ସଞ୍ଚାଳନ କରିଥାନ୍ତି । କୌଣସି କାର୍ଯ୍ୟରେ ସେମାନେ ଅତି କୁଶଳୀ ହୋଇଥାଆନ୍ତି, ଯେପରିକି ବ୍ୟାଙ୍କ, କ୍ୟାସିୟିର, ପ୍ରୟୋଗଶାଳା ଟେକ୍ନିସିଆନ ଅଥବା ମେସିନ ଡିଜାଇନର । ସେମାନଙ୍କ ମଧ୍ୟରୁ ଅନେକ ଉଚ୍ଚସ୍ତରର କୃତିତ୍ଵ ଅର୍ଜନ କରିଥାଆନ୍ତି ।

କିନ୍ତୁ କେତେକ ମନୋଗ୍ରସ୍ତ ରୋଗୀ ଯେଉଁମାନେ ଜନସଂପର୍କ ରକ୍ଷା କରିବା ଦାୟିତ୍ଵରେ ଥାଆନ୍ତି ସେମାନେ କାର୍ଯ୍ୟରେ ଅସଫଳ ସାବ୍ୟସ୍ତ ହୋଇଥାଆନ୍ତି । ଯେତେବେଳେ ମନୋଗ୍ରସ୍ତତା ବା ବାଧ୍ୟତା ଦୈନନ୍ଦିନ ଜୀବନର କାର୍ଯ୍ୟକଳାପରେ ହସ୍ତକ୍ଷେପ କରେ ସେତେବେଳେ ତାହା ଏକ ପ୍ରଧାନ ସମସ୍ୟା ହୋଇଯାଏ ଏବଂ ବିଶେଷଜ୍ଞଙ୍କ ସାହାଯ୍ୟ ନେବା ଆବଶ୍ୟକ ହୋଇଥାଏ ।

Question ୫।
ମନୋଚିକିତ୍ସା କହିଲେ କ’ଣ ବୁଝ ? ମନୋଚିକିତ୍ସାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବର୍ଣ୍ଣନା କର ।
Answer:
ମନୋଚିକିତ୍ସା ମାନସିକ ରୋଗୀକୁ ସହାୟତା କରିବାପାଇଁ ତଥା ସମାଯୋଜିତ କରିବା ପାଇଁ ବା ତା’ର ବ୍ୟବହାରରେ କଠିନତା ଦୂର କରିବା ପାଇଁ ମାନସିକ ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ଵାରା ପ୍ରୟୋଗ କରାଯାଇଥିବା ଏକ ବିଧ୍ଵ । ମାନସିକ ବିକୃତିର ଉପଚାର ବିଭିନ୍ନ ପ୍ରକାର ସୈଦ୍ଧାନ୍ତକ ଦୃଷ୍ଟିକୋପ ଦ୍ଵାରା ନିର୍ଦ୍ଦେଶିତ ହୋଇଥାଏ । ରୋଗୀର ଉପଚାର ମନୋବୈଜ୍ଞାନିକ, ମନୋଚିକିତ୍ସକ, ସାମାଜିକ କାର୍ଯ୍ୟକର୍ତ୍ତା ତଥା ଅନ୍ୟ ବିଶେଷଜ୍ଞଙ୍କ ଦ୍ଵାରା ସରକାରୀ ବା ଘରୋଇ ଭାବରେ କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ପ୍ରୟାସ କରାଯାଇଥାଏ । ଆଜିକାଲି ଚିକିତ୍ସକ ରୋଗୀର ସମସ୍ୟା ସମାଧାନ ପାଇଁ କେବଳ ସୂଚନା ଦେବା ପରିବର୍ତ୍ତେ ରୋଗୀ ସହିତ ସହଜ ସଂପର୍କ ରଖୁ ଆଲୋଚନା ମାଧ୍ୟମରେ ରୋଗୀର ନିଜ ସମସ୍ୟାର କାରଣ ଓ ଉପଚାର ସମ୍ବନ୍ଧରେ ଯେପରି ଜ୍ଞାନ ଉଦ୍ରେକ ହେବ ସେଥ‌ିପାଇଁ ଯତ୍ନବାନ ରହିଥାଆନ୍ତି । ଏଥୁରେ ସେ ବାଚନିକ ଅବାଚନିକ ଉଭୟ ପ୍ରକାରର ସଂଚାରକୁ ମହତ୍ତ୍ବ ଦେଇଥାନ୍ତି ।

  • ରୋଗରେ ସୁଧାର ଆଣିବା ପାଇଁ ରୋଗୀର ସଂକଳ୍ପକୁ ପ୍ରୋତ୍ସାହିତ କରିବା ।
  • ସାମ୍ବେଗିକ ଚାପକୁ କମ୍ କରିବା ।
  • ସକାରାତ୍ମକ ବୃଦ୍ଧି ଓ ବିକାଶ ପାଇଁ ଶ୍ରେଣୀର ଆନ୍ତରିକ କ୍ଷମତାକୁ ଉନ୍ମୋଚିତ କରିବା ।
  • ରୋଗୀର କୁଅଭ୍ୟାସକୁ ପରିବର୍ତ୍ତନ କରିବା ।
  • ଚିନ୍ତନ କାର୍ଯ୍ୟ ପ୍ରଣାଳୀକୁ ବଦଳାଇବା ।
  • ରୋଗୀର ଆତ୍ମଚେତନା ବୃଦ୍ଧି କରିବା ।
  • ପାରସ୍ପରିକ ସମ୍ବନ୍ଧ ଏବଂ ସଂଚାର ପ୍ରକ୍ରିୟାରେ ସୁଧାର ଆଣିବା ।
  • ନିର୍ଣ୍ଣୟ ନେବାର ପ୍ରକ୍ରିୟାକୁ ସହଜ କରିବା ।
  • ଜୀବନର ଅଭିରୁଚିଗୁଡ଼ିକ ସମ୍ବନ୍ଧରେ ଜ୍ଞାନ ଆହରଣ କରିବା ।
  • ଅଧ୍ଵକ ସୃଜନାତ୍ମକ ଏବଂ ଆତ୍ମସଜାଗ ସହିତ ବ୍ୟକ୍ତି ତା’ର ସାମାଜିକ ପରିବେଶ ସହିତ ସମ୍ବନ୍ଧ ରଖୁବା ।

Question ୬।
ମନୋଚିକିତ୍ସା ପ୍ରକ୍ରିୟା ବା ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ବର୍ଣ୍ଣନା କର ।
Answer:
ବ୍ଯକ୍ତିର ବିଭିନ୍ନ ସମସ୍ୟା ସମାଧାନ କରିବା ଏବଂ ଅଧିକ ପ୍ରଭାବପୂର୍ଣ୍ଣ ବ୍ୟବହାରକୁ ପୋଷଣ କରିବା ସମସ୍ତ ମନୋଚିକିତ୍ସା ପ୍ରଣାଳୀର ମୁଖ୍ୟ ଲକ୍ଷ୍ୟ । ଏପରି ଲକ୍ଷ୍ୟ ହାସଲ କରିବାର ରାସ୍ତା ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନ ଭିନ୍ନ ହୋଇଥାଏ । ପ୍ରତ୍ୟେକ ମନୋଚିକିତ୍ସା ପ୍ରଣାଳୀରେ ତିନୋଟି ପ୍ରକ୍ରିୟା ବା ପର୍ଯ୍ୟାୟ ରହିଥାଏ । ସେଗୁଡ଼ିକ ହେଲା :-

  • ପ୍ରାରମ୍ଭିକ ପର୍ଯ୍ୟାୟ
  • ମଧ୍ୟବର୍ତ୍ତୀ ପର୍ଯ୍ୟାୟ
  • ସମାପନ ପର୍ଯ୍ୟାୟ

ପ୍ରାରମ୍ଭିକ ପର୍ଯ୍ୟାୟ :-
(କ) ପ୍ରଥମ ସାକ୍ଷାତ : ମନୋଚିକିତ୍ସାର ପ୍ରାରମ୍ଭିକ ପର୍ଯ୍ୟାୟ ପ୍ରଥମ ସାକ୍ଷାତରୁ ହିଁ ଆରମ୍ଭ ହୋଇଥାଏ । ଯେକୌଣସି ମନୋଚିକିତ୍ସା ପ୍ରଣାଳୀର ଏହି ପର୍ଯ୍ୟାୟରେ ନିମ୍ନଲିଖତ ଉଦ୍ଦେଶ୍ୟଗୁଡ଼ିକ ଯେପରି ପୂରଣ ହେବ ତା’ର ପ୍ରୟାସ କରାଯାଇଥାଏ :-
(i) ଚିକିତ୍ସକଙ୍କ ପ୍ରତି ରୋଗୀର ବିଶ୍ଵାସ ଓ ଉପକୃତ ହେବାର ଆଶା ଯେପରି ସୁଦୃଢ଼ ହୋଇପାରେ ।
(ii) ରୋଗୀ ଏବଂ ତା’ର କଠିନତା ସମ୍ବନ୍ଧରେ ସଂପୂର୍ଣ୍ଣ ସୂଚନା ପ୍ରାପ୍ତ କରି ତାକୁ ଏକାଠି କରିବା ।
(iii) ଚିକିତ୍ସାର ଔପଚାରିକତା, ଯେପରିକି ଶୁଳ୍କ, ସମୟ ଓ ଚିକିତ୍ସାର ସ୍ଵରୂପ ଇତ୍ୟାଦି ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ।
(iv) ରୋଗୀର ବ୍ୟବହାରରେ ବାଞ୍ଛତ ପରିବର୍ତ୍ତନ ପାଇଁ ରୋଗୀର ସଂକଳ୍ପ ଯେପରି ବିକଶିତ ହୋଇପାରିବ ।

(ଖ) ଚିକିତ୍ସାତ୍ମକ ସୌହାର୍ଦ୍ଦ : ଚିକିତ୍ସାତ୍ମକ ସୌହାର୍ଘ୍ୟ ଅର୍ଥ ହେଲା ମନୋଚିକିତ୍ସକ ନିଜର ସୁସୁ ‘ସ୍ଵ’ ଏବଂ ରୋଗୀଙ୍କର ବିବେକି, ସୁସ୍ଥ ହେବାପାଇଁ ଇଚ୍ଛୁକ ଏବଂ ଉନ୍ନତି କରିବା ପାଇଁ ସର୍ବଦା ଚେଷ୍ଟା କରୁଥିବା ‘ସ୍ଵ’ ସହିତ ଏକ ମୈତ୍ରୀପୂର୍ଣ ସଂପର୍କ ସ୍ଥାପନା କରିବା । ଏହା ଅତି ମହତ୍ତ୍ଵପୂର୍ଣ୍ଣ ହୋଇଥାଏ । କାରଣ ଏପରି ସଂପର୍କ ସ୍ଥାପନ କରିବାଦ୍ଵାରା ରୋଗୀର ସୁସ୍ଥ ହେବା ପାଇଁ କାମନା ଦୃଢ଼ ହୋଇଥାଏ ।

(ଗ) ଚିକିତ୍ସାତ୍ମକ ଅନୁବନ୍ଧ: ମନୋଚିକିତ୍ସକ ଏବଂ ରୋଗୀ ମଧ୍ୟରେ ପାରସ୍ପରିକ ବୁଝାମଣା ତଥା ସଂପର୍କ ସ୍ଥାପନାକୁ ଚିକିତ୍ସାତ୍ମକ ଅନୁବନ୍ଧ କୁହାଯାଇଥାଏ । ଏହି ବୁଝାମଣା ଓ ସଂପର୍କ ଉଭୟ ପକ୍ଷ ମଧ୍ୟରେ ମୁକ୍ତ ଭାବରେ କଥାବାର୍ତ୍ତା ମାଧ୍ୟମରେ ହୋଇଥାଏ । ଉପର ସ୍ତରରେ ଏହା ମହକିଲଙ୍କୁ କେତେ ଶୁଳ୍କ ନେବାକୁ ପଡ଼ିବ, ଚିକିତ୍ସା ସମୟ ଓ ତାହା କେତେ ଦିନ ଧରି ଚାଲିବ, ଜରୁରୀକାଳୀନ ସାହାଯ୍ୟର ସ୍ଵରୂପ ଇତ୍ୟାଦି ସହିତ ସଂପର୍କିତ ଥାଏ । କିନ୍ତୁ ଭିତର ସ୍ତରରେ ଏହି ବୁଝାମଣା ଦୁଇ ପକ୍ଷ ମିଳିତ ଭାବରେ ତଥା ସଟ ଭାବରେ କାର୍ଯ୍ୟକରି ଚିକିତ୍ସାର ଲକ୍ଷ୍ୟ ପ୍ରାପ୍ତି ନିମନ୍ତେ ଚେଷ୍ଟା କରିବା ପ୍ରତିଶ୍ରୁତି ଉପରେ ପର୍ଯ୍ୟବସିତ ହୋଇଥାଏ ।

(ଘ) ଲକ୍ଷ୍ୟ ନିର୍ଦ୍ଦିଷ୍ଟ କରିବା :
ମନୋଚିକିତ୍ସାରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରିବା ମହତ୍ତ୍ଵପୂର୍ଣ ଅଟେ କାରଣ ମନୋଚିକିତ୍ସାର ପ୍ରଗତି ଓ ଦିଗ, ବ୍ୟକ୍ତି ପ୍ରାପ୍ତ କରିବା ପାଇଁ ଚାହୁଁଥିବା ଲକ୍ଷ୍ୟ ଉପରେ ନିର୍ଭର କରେ । କେତେକ ସମୟରେ ରୋଗୀର ଲକ୍ଷ୍ୟ ତତ୍କାଳିକ ମହତ୍ତ୍ଵ ରଖୁଥାଏ । ଆଉ କେତେକ ସମୟରେ ରୋଗୀ ଅଯୌକ୍ତିକ ଆଶା ଆକାଂକ୍ଷା ରଖୁଥାଆନ୍ତି । କେଉଁ ଲକ୍ଷ୍ୟ ଉତ୍ତମ, ବାସ୍ତବିକ ଓ ସହଜରେ ପ୍ରାପ୍ତ କରାଯାଇପାରିବ ସେ ସମ୍ବନ୍ଧରେ ମନୋଚିକିତ୍ସକ ରୋଗୀକୁ ସୂଚନା ପ୍ରଦାନ କରିଥାଆନ୍ତି । ଉଭୟଙ୍କ ଦ୍ଵାରା ଆଲୋଚନା ମାଧ୍ୟମରେ ଏହା ସ୍ଥିର କରାଯାଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(ଙ) ସୀମା ନିର୍ଦ୍ଧାରଣ କରିବା :
ମନୋଚିକିତ୍ସାତ୍ମକ ବାତାବରଣ ସମସ୍ତ ପ୍ରକାର ଚାପଠାରୁ ମୁକ୍ତ ରହିବା ଉଚିତ୍ । ଚିକିତ୍ସା ସହିତ ସଂପର୍କିତ ବ୍ୟକ୍ତିବିଶେଷ ଓ ଚିକିତ୍ସାତ୍ମକ ବାତାବରଣରେ ଥିବା ଜିନିଷପତ୍ରକୁ ଉଚିତ ସମ୍ମାନ ଦେବା ଉଭୟ ରୋଗୀ ଓ ଚିକିତ୍ସକଙ୍କର ପ୍ରଧାନ କର୍ତ୍ତବ୍ୟ । ରୋଗୀ ଓ ମନୋଚିକିତ୍ସକ ଉଭୟ ସେମାନଙ୍କର ସ୍ନେହଭାବ ଓ ରାଗକୁ ପ୍ରକାଶ କରିବାରେ ସ୍ଵାଧୀନତା ପାଇଥାନ୍ତି; କିନ୍ତୁ ରୋଗୀ ଆକ୍ରମଣ ବା ହିଂସ୍ର ବ୍ୟବହାର ଦେଖାଇବା ପାଇଁ ସ୍ଵାଧୀନ ନୁହେଁ । ଚିକିତ୍ସକଙ୍କର ରୋଗୀକୁ ବା ରୋଗୀଙ୍କର ଚିକିତ୍ସକଙ୍କୁ ଶାରୀରିକ ସ୍ପର୍ଶ କରିବାର ଅନୁମତି ସାଧାରଣତଃ ନଥାଏ ।

ମଧ୍ୟବର୍ତ୍ତୀ ପର୍ଯ୍ୟାୟ :
ଏହି ପର୍ଯ୍ୟାୟରେ ପ୍ରକୃତ ଚିକିତ୍ସା କରାଯାଇଥାଏ । ଯେକୌଣସି ମନୋଚିକିତ୍ସା ପଦ୍ଧତିର ଉପଯୋଗ କରାଯାଇ ଥାଉନା କାହିଁକି ଏହି ପର୍ଯ୍ୟାୟରେ ନିମ୍ନଲିଖତ ତତ୍ତ୍ଵଗୁଡ଼ିକ ମହତ୍ଵପୂର୍ଣ ହୋଇଥାଏ । ସେଗୁଡ଼ିକ ହେଲା :

(a) ଅନୁଭବ କରିବା :
ରୋଗୀଙ୍କଠାରେ ଧନାତ୍ମକ ପରିବର୍ତ୍ତନ ଆଣିବା ପାଇଁ ମନୋଚିକିତ୍ସା ସମୟରେ ବ୍ୟକ୍ତିଗତ ରୂପରେ ନୂତନ, ଅର୍ଥପୂର୍ଣ୍ଣ, ସାମ୍ବେଗିକ ପରିବର୍ତ୍ତନଶୀଳ ତଥା ପରିପୂର୍ଣ୍ଣ ଅନୁଭବ ଆବଶ୍ୟକ ହୋଇଥାଏ । ରୋଗୀକୁ କିଛି ବୁଝାଇବା ଅପେକ୍ଷା ସେ ଯେପରି ଏପରି ପରିବର୍ତ୍ତନକୁ ଅନୁଭବ କରି ପାରିବ ତାହା ଦେଖୁବା ଆବଶ୍ୟକ । ଉଦାହରଣ ସ୍ଵରୂପ :- ଜଣକୁ ପହଁରା ଶିଖୁବାକୁ ହେଲେ ତାକୁ ପାଣିରେ ପଶି ପହଁରା ଶିକ୍ଷା କରିବାକୁ ପଡ଼ିବ ।

(b) ମନୋଚିକିତ୍ସାତ୍ମକ ସମ୍ବନ୍ଧ :
ପ୍ରଭାବଶାଳୀ ମନୋଚିକିତ୍ସାର ଏହା ଏକ ମୌଳିକ ଆବଶ୍ୟକତା । ମନୋଚିକିତ୍ସାତ୍ମକ ସମ୍ବନ୍ଧ ଅନ୍ୟ ମାନବୀୟ ଏବଂ ବ୍ୟବସାୟିକ ସମ୍ବନ୍ଧଠାରୁ ଭିନ୍ନ ଅଟେ । ମନୋବୈଜ୍ଞାନିକ ସମସ୍ୟା ଅନ୍ୟ ସମସ୍ୟାଠାରୁ ଭିନ୍ନ ହୋଇଥାଏ ଏବଂ ଏହାର ସମାଧାନ ପାଇଁ ବିଶେଷ କୌଶଳର ଆବଶ୍ୟକତା ହୋଇଥାଏ । ମନୋଚିକିତ୍ସା ଏକ ମନୋଚିକିତ୍ସକ ଏବଂ ମାନସିକ ରୋଗୀ ମଧ୍ୟରେ ଗୋଟିଏ ବ୍ୟବସାୟିକ ସମ୍ବନ୍ଧ ଅଟେ । ମନୋଚିକିତ୍ସକ ଠିକ୍ ଭାବରେ ନିଜର ପାରିଶ୍ରମିକ ସ୍ଥିର କରିଥାଆନ୍ତି ।

ସାକ୍ଷାତ ତାରିଖ ଏବଂ ସମୟକୁ ଧ୍ୟାନରେ ରଖ୍ ନୈଦାନିକ ନିୟମକୁ ଅନୁସରଣ କରିଥାନ୍ତି । ରୋଗୀକୁ ଆଶ୍ଵସ୍ତ କରାଯାଇଥାଏ ଯେ, ତା’ର ସଂପୂର୍ଣ୍ଣ ଧ୍ୟାନ ରଖାଯିବ, ସମସ୍ତ କଥାବାର୍ତ୍ତା ଏକାନ୍ତରେ ହେବ ଓ ଗୁପ୍ତ ରଖାଯିବ ଏବଂ କୌଣସି ପ୍ରକାର ନିଶ୍ଚିୟ ତାଙ୍କ ଉପରେ ଜବରଦସ୍ତ ଲଦିଦିଆଯିବ ନାହିଁ । ଚିକିତ୍ସକ ନିଜର କୌଣସି ପ୍ରକାର ଆବଶ୍ୟକତା ପାଇଁ ରୋଗୀଠାରୁ ଫାଇଦା ଉଠାଇବେ ନାହିଁ । ଚିକିତ୍ସକଙ୍କର ଲକ୍ଷ୍ୟ ହେଲା ଚିକିତ୍ସକ ଓ ରୋଗୀ ମଧ୍ୟରେ ଏପରି ସମ୍ବନ୍ଧକୁ ସୁଦୃଢ଼ କରାଇ ରୋଗୀର ଉନ୍ନତି ଏବଂ ଆଶୁ ଆରୋଗ୍ୟ ସୁନିଶ୍ଚିତ କରାଇବା ।

(c) ଆଶା ଓ ପ୍ରେରଣା :
କୌଣସି ମାନସିକ ରୋଗୀ ଯେତେବେଳେ ଜଣେ ମନୋଚିକିତ୍ସକଙ୍କ ନିକଟକୁ ଆସନ୍ତି ସେ ଅନେକ ଚିନ୍ତା, ଆଶଙ୍କା ତଥା ଆଶା ନେଇ ଆସିଥାଆନ୍ତି । ରୋଗୀ ଚିକିତ୍ସକଙ୍କୁ ଜଣେ ବିଶେଷଜ୍ଞ ମାନି ଆଶା ରଖନ୍ତି ଯେ ଚିକିତ୍ସକ ତାଙ୍କୁ ମନୁଷ୍ୟ ରୂପରେ ବୁଝିବେ ଓ ବ୍ୟକ୍ତିଗତ ପ୍ରସନ୍ନତା ପାଇବାରେ ସହାୟତା କରିବେ ।

ସମାପନ ପର୍ଯ୍ୟାୟ :
ମନୋଚିକିତ୍ସାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲା ବେଳକୁ ରୋଗୀ ଅଧ୍ବକ ସମାଯୋଜନାତ୍ମକ ହୋଇଯାଇଥାଏ । ଅତୀତ ଅପେକ୍ଷା ବର୍ତ୍ତମାନ ଉପରେ ଧ୍ୟାନ ଦେଇଥାଏ ଏବଂ ତାଙ୍କର ଏକ ଭବିଷ୍ୟାନ୍ମୁଖ ଦୃଷ୍ଟିକୋଣ ବିକଶିତ ହୋଇଯାଇଥାଏ । ମନୋଚିକିତ୍ସାର କୌଣସି ଅନ୍ତ ନାହିଁ ତଥାପି ଯେତେ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତ ହୋଇଯାଏ । ତେବେ ଚିକିତ୍ସାକୁ ସମାପ୍ତ କରିଦେବା ଉଚିତ୍ ।

ଅନ୍ୟ ପକ୍ଷରେ ନିଶ୍ଚିତ ଲକ୍ଷ୍ୟ ପାଖରେ ପହଞ୍ଚିବା ଆଗରୁ ମଧ୍ୟ ଏହା ସମାପ୍ତ କରାଯାଇପାରେ, ଯଦି ରୋଗୀ ବା ଚିକିତ୍ସକଙ୍କ ମଧ୍ୟରୁ ଜଣେ ଏହା ଅନୁଭବ କରିବେ ଯେ ଏକା ସାଙ୍ଗରେ ମିଶି ଉଭୟେ କାର୍ଯ୍ୟ କରିପାରିବେ ନାହିଁ ଏବଂ ସାମ୍ନାର ରାସ୍ତା ସେମାନଙ୍କ ପାଇଁ ବନ୍ଦ ଅଛି । ମନୋଚିକିତ୍ସାର ସଫଳ ସମାପନରେ ପ୍ରାୟତଃ ଅନୁସରଣ ବା follow up ର ଆବଶ୍ୟକ ହୋଇଥାଏ । ମନୋଚିକିତ୍ସା ସମୟରେ ରୋଗୀ ଯାହା ଶିକ୍ଷା କରିଥାନ୍ତି ତାକୁ ବାସ୍ତବିକ ଜୀବନରେ ଉପଯୋଗ କରିବା ଦରକାର ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

Question ୭।
ବ୍ୟବହାର ଚିକିତ୍ସା ପଦ୍ଧତିର କୌଶଳଗୁଡ଼ିକ ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ବ୍ୟବହାର ଚିକିତ୍ସା ପଦ୍ଧତିକୁ ବ୍ୟବହାର ପରିମାର୍ଜନ ରୂପେ ଉପଯୋଗ କରାଯାଏ । ଏହି ଚିକିତ୍ସା ପଦ୍ଧତିଟି ଆ.ପି. ପାଭଲଭଙ୍କର ଶାସ୍ତ୍ରୀୟ ପ୍ରସୀମନ ଓ ବି.ଏଫ. ସ୍ପିନରଙ୍କର କ୍ରିୟାପ୍ରସୂନ ପ୍ରସୀମନ ଶିକ୍ଷଣ ସିଦ୍ଧାନ୍ତ ଉପରେ ପର୍ଯ୍ୟବସିତ । ଲିଣ୍ଡସ୍କ ଓ ସ୍କ୍ରିନର 1950 ଦଶକରେ ଅସ୍ଵାଭାବିକ ବ୍ୟବହାର ଦେଖାଉଥ‌ିବା ବ୍ୟକ୍ତିମାନଙ୍କର ଚିକିତ୍ସାରେ ଶିକ୍ଷଣ ନିୟମକୁ ପ୍ରୟୋଗ କରିବା ସମୟରେ ସର୍ବପ୍ରଥମେ ‘ବ୍ୟବହାର ଚିକିତ୍ସା’ ଶବ୍ଦର ଆବିଷ୍କାର କରିଥିଲେ ।

ଏହି ଚିକିତ୍ସା ପଦ୍ଧତି ଅନୁସାରେ ମାନସିକ ବିକୃତି ଦୋଷପୂର୍ଣ୍ଣ ଶିକ୍ଷଣ ପାଇଁ ବିକଶିତ ହୋଇଥାଏ ଏବଂ ସେଥିପାଇଁ ତାହାର ପରିମାର୍ଜନରେ ପୁଣି ଥରେ ନୂଆ ଶିଖିବା ଆବଶ୍ୟକ ହୋଇଥାଏ । ବ୍ୟବହାର ପରିମାର୍ଜନ ପଦ୍ଧତିରେ ଅନେକ କୌଶଳ ବ୍ୟବହାର କରାଯାଏ । ସେଗୁଡ଼ିକ ମଧ୍ୟରୁ କେତେକ ନିର୍ଦ୍ଦିଷ୍ଟ ତଥା ପ୍ରମୁଖ କୌଶଳଗୁଡ଼ିକ ହେଲା :

(i) କ୍ରମବଦ୍ଧ ବି ସଂବେଦୀକରଣ (Systematic desensitization)
(ii) ଇଂଗ୍ଲୋସିଭ ଚିକିତ୍ସା ଓ ଫ୍ଲଡ଼ିଙ୍ଗ୍ (Implosive therapy and flooding)
(iii) ବିକର୍ଷଣ ଚିକିତ୍ସା (Aversion Therapy)

(i) କ୍ରମବଦ୍ଧ ବି ସଂବେଦୀକରଣ :
ବ୍ୟବହାର ଚିକିତ୍ସା ପଦ୍ଧତିମାନଙ୍କ ମଧ୍ୟରେ ଏହା ସବୁଠାରୁ ଅଧିକ ପ୍ରସିଦ୍ଧ ଏବଂ ଦୁର୍ନୀତି ଓ ଦୁଶ୍ଚିନ୍ତା ପରି ମାନସିକ ବିକୃତିର ଉପଚାର ପାଇଁ ବହୁଳଭାବରେ ବ୍ୟବହୃତ ହୋଇଥାଏ । ମନୋବୈଜ୍ଞାନିକ ଓଲ୍ସଙ୍କ ଦ୍ଵାରା ଏହି ପଦ୍ଧତି ବିକଶିତ ହୋଇଥିଲା । ଏହି ପଦ୍ଧତି ଏପରି ପରିକଳ୍ପନା ଉପରେ ଆଧାରିତ ଯେ କୌଣସି ଏକ ସମୟରେ ଗୋଟିଏ ବ୍ୟକ୍ତି ଉଭୟ ବିଶ୍ରାନ୍ତ ଏବଂ ଉଦ୍‌ବେଗୀ ହୋଇପାରିବ ନାହିଁ ।

ତେଣୁ ରୋଗୀ ଯେତେବେଳେ ପୂର୍ଣ୍ଣ ବିଶ୍ରାନ୍ତ ସ୍ଥିତିରେ ଥାଏ, ସେହି ସମୟରେ ଯଦି ଉଦ୍‌ବେଗ ବା ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ଉପସ୍ଥାପନ କରାଯାଏ ତେବେ ବିଶ୍ରାନ୍ତ, ଉତ୍କଣ୍ଠା ଉପରେ ବିଜୟ ଲାଭ କରିଥାଏ ଏବଂ ରୋଗୀ ଉତ୍କଣ୍ଠା ସୃଷ୍ଟି କରୁଥିବା ଉଦ୍ଦୀପକ ପ୍ରତି ଅସମ୍ବେଦୀକୃତ ହୋଇଥାଏ । ଏହି ଚିକିତ୍ସା ପଦ୍ଧତିରେ ଚାରିଗୋଟି ପର୍ଯ୍ୟାୟ ରହିଥାଏ ।

ସେଗୁଡ଼ିକ ହେଲା :
(କ) ସାକ୍ଷାତକାର
(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ
(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା
(ଘ) ଅସମ୍ବେଦୀକରଣ

(କ) ସାକ୍ଷାତକାର : ଏହି ପର୍ଯ୍ୟାୟରେ ରୋଗୀର ନାମ, ଠିକଣା ଇତ୍ୟାଦି ପରିଚୟ ସମ୍ବନ୍ଧୀୟ ସୂଚନା ପ୍ରାପ୍ତ କରାଯାଇଥାଏ । ରୋଗୀର ସମସ୍ୟାର ପ୍ରମୁଖ କାରଣକୁ ବୁଝିବା ପାଇଁ କେତେକ ମନୋବୈଜ୍ଞାନିକ ପରୀକ୍ଷଣ ପ୍ରୟୋଗ କରାଯାଇଥାଏ । ଏଥି ସହିତ ବ୍ୟକ୍ତିର ବ୍ୟକ୍ତିତ୍ଵକୁ ବୁଝିବା ପାଇଁ ବ୍ୟକ୍ତିତ୍ଵ ପରୀକ୍ଷଣ କରାଯାଇଥାଏ ।

(ଖ) ବିଶ୍ରାନ୍ତ ପାଇଁ ପ୍ରଶିକ୍ଷଣ : ଏହି ପର୍ଯ୍ୟାୟରେ କିପରି ବିଶ୍ରାମ ନିଆଯାଇଥାଏ ସେ ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯାଇଥାଏ । ପ୍ରକୃତ ବିଶ୍ରାନ୍ତ ବିଧ୍ଵ ଶିକ୍ଷା କରିବାକୁ ପ୍ରତ୍ୟେକଟି ପ୍ରାୟ ୩୦ ମିନିଟ କରି ଛଅ । ସାତୋଟି ଅଧୂବେଶନ ଦରକାର ହୋଇଥାଏ ।

(ଗ) ଉଦ୍‌ବେଗର ଶ୍ରେଣୀବଦ୍ଧତା : ଏହି ପର୍ଯ୍ୟାୟରେ ପ୍ରାରମ୍ଭିକ ସାକ୍ଷାତକାରର ଆଧାରରେ ଅତି ସାଧାରଣରୁ ଆରମ୍ଭ କରି ଅତି ଉଚ୍ଚସ୍ତରର ଉଦ୍‌ବେଗ ଉତ୍ପନ୍ନ କରୁଥିବା ଅନେକଗୁଡ଼ିଏ ସ୍ଥିତିର ପଦାନୁକ୍ରମ ତିଆରି କରାଯାଇଥାଏ । ଏହି ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିଗୁଡ଼ିକ ଛବି ଆକାରରେ ବା କଥା ଆକାରରେ ହୋଇଥାଏ । ଏହିପରି ଅତିକମ୍‌ରେ 20 /50 ଟି ସ୍ଥିତିର କଳ୍ପନା କରାଯାଇଥାଏ । ଏହି ଛବିଗୁଡ଼ିକ ଅପେକ୍ଷାକୃତ ସବୁଠାରୁ କମ୍ ଭୟ ସୃଷ୍ଟି କରିବାଠାରୁ ଆରମ୍ଭ କରି ପଦାନୁକ୍ରମରେ ସବୁଠାରୁ ଅଧ‌ିକ ଭୟ ସୃଷ୍ଟି କରିବା ପର୍ଯ୍ୟନ୍ତ ବିସ୍ତୃତ ଥାଏ ।

(ଘ) ଅସମ୍ବେଦୀକରଣ : ଏହି ପର୍ଯ୍ୟାୟର ପ୍ରତ୍ୟେକ ଅଧିବେଶନରେ ରୋଗୀକୁ ବିଶ୍ରାମ ନେବାକୁ କୁହାଯାଇଥାଏ । ରୋଗୀ ସଂପୂର୍ଣ୍ଣ ବିଶ୍ରାନ୍ତରେ ରହିଥ‌ିବା ସମୟରେ ଅତି ସାଧାରଣ ବା ନିମ୍ନତମ ଉଦ୍‌ବେଗ ଉତ୍ପନ୍ନ କରୁଥିବା ସ୍ଥିତିର କଳ୍ପନା କରିବାକୁ କୁହାଯାଇଥାଏ ବା ଆଗରୁ ପ୍ରସ୍ତୁତ କରି ରଖାଯାଇଥିବା ଛବିକୁ ପ୍ରଦର୍ଶିତ କରାଯାଇଥାଏ । କିଛି ସମୟ ପରେ ଚିକିତ୍ସକ ପଦାନୁକ୍ରମରେ ଅପେକ୍ଷାକୃତ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରିଥାଆନ୍ତି ।

ପୁଣି କିଛି ସମୟପରେ ତାହାଠାରୁ ଅଳ୍ପ ଅଧୁକ ଉଦ୍‌ବେଗ ଉତ୍ପନ୍ନ କରୁଥିବା ଛବିକୁ ପ୍ରଦର୍ଶିତ କରନ୍ତି । ଏହିପରି ଭାବରେ ଚିକିତ୍ସକ ରୋଗୀର ଏହି ସ୍ଥିତିଗୁଡ଼ିକୁ ଉଦ୍‌ବେଗ ପ୍ରକାଶ ନ କରି ସହ୍ୟ କରିପାରୁଥିବା ପର୍ଯ୍ୟନ୍ତ ପଦାନୁକ୍ରମରେ ସଜ୍ଜିତ ସ୍ଥିତିର ଛବିଗୁଡ଼ିକୁ ପ୍ରଦର୍ଶିତ କରିଚାଲନ୍ତି । ରୋଗୀ ଉଦ୍‌ବେଗ ପ୍ରକାଶ କରିବା ମାତ୍ରେ, ଉକ୍ତ ଅଧିବେଶନ ଶେଷ ହୁଏ । ପୁଣି ପରବର୍ତୀ ଅଧୂବେଶନରେ ଉପରେ ବର୍ଣ୍ଣିତ ପଦ୍ଧତିକୁ ପୁନର୍ବାର ପ୍ରୟୋଗ କରାଯାଇଥାଏ । ଏହିପରି ଭାବରେ ଉପଚାର କିଛି ଦିନ ଚାଲିବା ପରେ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିଥାଏ ।

(ii) ଇଂଗ୍ଲୋସିଭ ଚିକିତ୍ସା ଫ୍ଲଡ଼ିଙ୍ଗ୍ : ଏହି ପଦ୍ଧତିରେ ଉଦ୍‌ବେଗ ଜାତ କରାଉଥ‌ିବା ପରିସ୍ଥିତିଠାରୁ ଦୂରରେ ରହିବା ବଦଳରେ ଦୃଢ଼ତାର ସହିତ ସେହି ପରିସ୍ଥିତିକୁ କିପରି ସାମ୍ନା କରାଯାଇପାରିବ ସେହି ଆଭିମୁଖ୍ୟ ନେଇ ରୋଗୀର ଚିକିତ୍ସା କରାଯାଇଥାଏ । ଇଂଗ୍ଲୋସିଭ୍ ଚିକିତ୍ସା ପଦ୍ଧତିରେ ଚିକିତ୍ସକ ସବୁଠାରୁ ଅଧିକ ଭୟ ଜାତ କରୁଥିବା ଘଟଣା ବର୍ଣ୍ଣନା କରିଥାଆନ୍ତି ବା ସର୍ବାଧ୍ଵକ ଚିନ୍ତାଜନକ ସ୍ଥିତିର କଳ୍ପନା କରିବାକୁ ରୋଗୀଙ୍କୁ କହିଥାଆନ୍ତି ।

ଫ୍ଲଡିଙ୍ଗ୍ ଚିକିତ୍ସା ପଦ୍ଧତିରେ ରୋଗୀଙ୍କୁ ଚିନ୍ତା ଉତ୍ପନ୍ନ କରୁଥିବା ବାସ୍ତବିକ ସ୍ଥିତିରେ ରଖାଯାଇଥାଏ । କିଛି ସମୟ ବା କିଛିଦିନ ଏପରି ସ୍ଥିତିରେ ରହିବା ପରେ ରୋଗୀଙ୍କର ଉତ୍କଣ୍ଠା କମିଯାଇଥାଏ । ଏହି ପଦ୍ଧତି ଭଲଭାବରେ କାର୍ଯ୍ୟ କରିଥାଏ କିନ୍ତୁ ଏହାର ପ୍ରୟୋଗ ସମୟରେ ସତର୍କତା ଅବଲମ୍ବନ କରିବା ନିତାନ୍ତ ଆବଶ୍ୟକ ହୋଇଥାଏ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

(iii) ବିକର୍ଷଣ ଚିକିତ୍ସା : ଯଦି କୌଣସି ଅନୁକ୍ରିୟା କରିବା ପରେ କଷ୍ଟ ତଥା ଦଣ୍ଡ ମିଳିଥାଏ, ତେବେ ସେହି ଅନୁକ୍ରିୟାର ଶକ୍ତି କମିଯାଇଥାଏ । ମଦ୍ୟପାନ କରୁଥିବା ଓ ମାଦକ ଦ୍ରବ୍ୟ ସେବନ କରୁଥିବା ବ୍ୟକ୍ତିମାନଙ୍କର ସଫଳ ଚିକିତ୍ସା ବିକର୍ଷଣ ପଦ୍ଧତିରେ କରାଯାଉଅଛି ।

ଉଦାହରଣ ସ୍ଵରୂପ :- ମଦ୍ୟପଙ୍କର ମଦ୍ୟପାନୀୟରେ ଅଭ୍ୟାସ ଉତ୍ପନ୍ନ କରୁଥିବା ଏକ ଔଷଧ ତାଙ୍କ ଅଗୋଚରରେ ମିଶାଇ ଦିଆଯାଇଥାଏ । ମଦ୍ୟପ ଏହାକୁ ପାନ କରିବାର କିଛି ସମୟ ପରେ ତାଙ୍କର ମୁଣ୍ଡ ବୁଲାଇଥାଏ ତଥା ବାନ୍ତି ହୋଇଥାଏ । ଏହିପରି କିଛି ଦିନ ଉପଚାର ପରେ ଦେଖାଯାଇଛି ଯେ ମଦ୍ୟ ପାନୀୟକୁ ଦେଖୁବାମାତ୍ରେ ତାଙ୍କୁ ବାନ୍ତି ଲାଗିଥାଏ ଏବଂ ସେ ମଦ୍ୟପାନଠାରୁ ନିଜକୁ ଦୂରେଇ ନିଅନ୍ତି । ଅଧ‌ିକ ଖାଇବା, ଅଧିକ ଧୂମପାନ କରିବା ତଥା ଯୌନ ଦୁରାଚରଣ ପରି ବିକୃତିର ସଫଳ ଉପଚାର ବିକର୍ଷଣ ପଦ୍ଧତି ସାହାଯ୍ୟରେ କରାଯାଏ ।

Question ୮।
ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଆଲୋଚନା କର ।
Answer:
ଅବସାଦ ଓ ଉତ୍କଣ୍ଠା ପରି ରୋଗର ଉପଚାରରେ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତିର ବ୍ୟବହାର କରାଯାଏ । ଆଲବର୍ଟ ଏଲିସ୍ ଏବଂ ଆରୋନ୍ ବେକ୍ ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ମାନସିକ ରୋଗର ଉପଚାରରେ ପ୍ରଥମେ ପ୍ରୟୋଗ କରିଥିଲେ । ସଜ୍ଞାନାତ୍ମକ ଶବ୍ଦର ଅର୍ଥ ଅତି ବ୍ୟାପକ । ଏହା ବ୍ୟକ୍ତିର ଉଚ୍ଚତର ସ୍ତରରେ ହେଉଥିବା ସମସ୍ତ ସୁସ୍ଥ ମାନସିକ ପ୍ରକ୍ରିୟା ଯଥା ଧ୍ୟାନ, ଧାରଣା, ଶିକ୍ଷଣ, ଚିନ୍ତନ, ସ୍ମୃତି ତଥା ଚେତନା ଇତ୍ୟାଦି ସହିତ ସମ୍ବନ୍ଧିତ । ସଜ୍ଞାନାତ୍ମକ ଚିକିତ୍ସା ରୋଗୀର ନକରାତ୍ମକ ବିଚାରଧାରା

ଏବଂ କୁସମାଯୋଜନାତ୍ମକ ବିଶ୍ଵାସକୁ ଚିହ୍ନି ସେଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଜୋର ଦେଇଥାଏ । ସଜ୍ଞାନାତ୍ମକ ଚିକିତ୍ସକମାନଙ୍କ ମତରେ ଅଭିବୃଦ୍ଧି ଓ ଦୀର୍ଘକାଳୀନ ସ୍ମୃତି ପରି ସଜ୍ଞାନାତ୍ମକ ପ୍ରକ୍ରିୟା ଏବଂ ସଂରଚନାଗୁଡ଼ିକ ବ୍ୟକ୍ତିର ବ୍ୟବହାରକୁ ପ୍ରଭାବିତ କରିଥାନ୍ତି ।

ନିଜର ‘ସ୍ୱ’ ପ୍ରତି ତଥା ସଂସାର ପ୍ରତି ନକରାତ୍ମକ ଚିନ୍ତାଧାରା ଦ୍ଵାରା ରୋଗୀ ବର୍ତ୍ତମାନ ନିକଟରେ ପରାଜିତ ହୁଏ ଏବଂ ତା’ର ପରିବେଶ ଯେପରି ଧମକପୂର୍ଣ ସେହିପରି ମନେ କରିଥାଏ ତଥା ଭବିଷ୍ୟତକୁ ଭୟ କରିଥାଏ । ଏହା ଅବସାଦ ଓ ଉତ୍କଣ୍ଠା ପରି ମାନସିକ ରୋଗଗୁଡ଼ିକର ମହତ୍ତ୍ଵପୂର୍ଣ୍ଣ ଅଂଗ ଅଟେ । ଏହି ପ୍ରକ୍ରିୟା ଏବଂ ସଂରଚନାକୁ ବାସ୍ତବିକ ସ୍ତରରେ ବଦଳାଇବା ସକାରାତ୍ମକ ଚିକିତ୍ସାର ପ୍ରମୁଖ ଲକ୍ଷ୍ୟ ।

ବିଷଣ୍ଣ ମନସୁତା (Beck’s Cognitive Therapy) :
ବେକ୍‌ଙ୍କ ଦ୍ଵାରା ବିକଶିତ ହୋଇଥିବା ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ଅବସାଦଗ୍ରସ୍ତ ରୋଗୀଙ୍କ ଉପଚାର ପାଇଁ ବହୁଳ ଭାବରେ ବ୍ୟବହାର କରାଯାଇଛି । ବେକ୍‌ଙ୍କ ମତରେ ରୋଗୀ ତା’ର ନକରାତ୍ମକ ଚିନ୍ତାଧାରା, ପକ୍ଷପାତପୂର୍ବ ତଥା ଅଯୌକ୍ତିକ ବ୍ୟାଖ୍ୟା ପାଇଁ ଅବସାଦଗ୍ରସ୍ତ ହୋଇଥାଏ ।

ରୋଗକୁ ଏଗୁଡ଼ିକ ଚିହ୍ନିବାରେ ସହାୟତା କରିବା ଚିକତ୍ସକଙ୍କର କାର୍ଯ୍ୟ । ଏଥୁସହିତ ନକାରାତ୍ମକ ଚିନ୍ତାଧାରା ବଦଳରେ ସକାରାତ୍ମକ ରୂପରେ ଚିନ୍ତାକରି ନିଜ ସମସ୍ୟାର ସମାଧାନ ପାଇଁ ନୂତନ ରାସ୍ତାକୁ ଖୋଜିବାରେ ରୋଗୀକୁ ସହାୟତା ଦେବା ଚିକିତ୍ସକଙ୍କର କାର୍ଯ୍ୟ ହୋଇଥାଏ । ବେକଙ୍କର ସଜ୍ଞାନାତ୍ମକ ଚିକିତ୍ସା ପଦ୍ଧତି ସାହାଯ୍ୟରେ ପ୍ୟାନିକ (Panic Disorder) ରୋଗୀ ତଥା ବିଭିନ୍ନ ପ୍ରକାରର ଉତ୍କଣ୍ଠା ରୋଗୀଙ୍କର ସଫଳତା ପୂର୍ବକ ଚିକିତ୍ସା କରାଯାଇପାରୁଛି ।

ଏଲିସ୍‌ଙ୍କର ତର୍କଶ୍ରିତ – ଭାବାତ୍ମକ ଚିକିତ୍ସା : (Ellis’s Rational Emotive Therapy) :
ରୋଗୀର ମୌଳିକ କୁସମାଯୋଜନାତ୍ମକ ବିଚାରାଧାରାକୁ ବଦଳାଇବା ପାଇଁ ଏଲିସ୍‌ଙ୍କ ଦ୍ବାରା ବିକଶିତ ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ପଦ୍ଧତିର ଉପଯୋଗ କରାଯାଏ । ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ଜଣେ ସୁସ୍ଥ ବ୍ୟକ୍ତି ତର୍କପୂର୍ଣ୍ଣ ବିଚାର କରିଥାଏ ଏବଂ ବାସ୍ତବିକତା ସହିତ ଖାପଖୁଆଇ ବ୍ୟବହାର ପ୍ରଦର୍ଶନ କରିଥାଏ । କିନ୍ତୁ କେତେକ ବ୍ୟକ୍ତିଙ୍କର ବିଶ୍ଵାସ ଓ ମୂଲ୍ୟବୋଧ ଅବାସ୍ତବ ହୋଇଥାଏ । ତେଣୁ ସେମାନେ ଏପରି ଅବାସ୍ତବ ବିଶ୍ଵାସ ଏବଂ ମୂଲ୍ୟବୋଧ ଆଧାରରେ କାର୍ଯ୍ୟ କରିବାର ପ୍ରୟାସ କରି ଅନେକ ସମୟରେ ସେଥ‌ିରେ ଅକୃତକାର୍ଯ୍ୟ ହୋଇଥାନ୍ତି ଓ ସେଥ‌ିପାଇଁ ନିରାଶ ତଥା କଷ୍ଟ ଅନୁଭବ କରନ୍ତି ।

ଉଦାହରଣ ସ୍ଵରୂପ : ଜଣେ ବ୍ୟକ୍ତି ମନେ କରିପାରନ୍ତି ଯେ ସେ ସବୁବେଳେ ସମସ୍ତଙ୍କ ପାଇଁ ବହୁତ ବଢ଼ିଆ କାମ କରିବେ ଏବଂ ସମସ୍ତଙ୍କର ପ୍ରିୟଭାବନ ହୋଇପାରିବେ । କିନ୍ତୁ ସଂସାରରେ ସବୁ ଲୋକଙ୍କ ପାଇଁ କାର୍ଯ୍ୟକରି ସମସ୍ତଙ୍କୁ ଖୁସି କରାଇପାରିବା ଅଯୌକ୍ତିକ ଏବଂ ଅସମ୍ଭବ ଅଟେ । ତେଣୁ ଏହି ବ୍ୟକ୍ତି ଜଣକ ନିଜ ଲକ୍ଷ୍ୟ ନିକଟରେ ଚେଷ୍ଟା କରି ମଧ୍ୟ ପହଞ୍ଚି ପାରିବାର ସମ୍ଭାବନା ବହୁତ କମ୍‌ଥାଏ । ଲକ୍ଷ୍ୟ ନିକଟରେ ପହଞ୍ଚି ନ ପାରିଲେ ତାଙ୍କ ମନରେ ଉତ୍କଣ୍ଠା ଜାତ ହୁଏ ଏବଂ ବ୍ୟକ୍ତି ନିଜକୁ ମୂଲ୍ୟହୀନ, ପ୍ରଭାବହୀନ ଓ ତୁଚ୍ଛ ମନେ କରନ୍ତି ।

ଆତ୍ମ-ପରାଜୟ ଗ୍ଳାନିରେ ସେ ଜର୍ଜରିତ ହୁଅନ୍ତି । ଏପରି ଆତ୍ମ- ପରାଜୟ ବୋଧ ସହିତ ସାମ୍ବେଦିକ ଅନୁକ୍ରିୟାଗୁଡ଼ିକର ବାସ୍ତବିକତା ସହିତ କୌଣସି ସଂପର୍କ ନ ଥାଏ କିନ୍ତୁ ଏଗୁଡ଼ିକ ବ୍ୟକ୍ତିଙ୍କର ନିଜର ଚିନ୍ତନ କ୍ରିୟା ଦ୍ଵାରା ସୃଷ୍ଟି ହୋଇଥାଏ । ତର୍କାଶ୍ରିତ ଭାବାତ୍ମକ ଚିକିତ୍ସା ବ୍ୟକ୍ତିଙ୍କର ଆତ୍ମ-ମୂଲ୍ୟାଙ୍କନ ଏବଂ ବିଶ୍ଵାସ ପ୍ରଣାଳୀକୁ ‘ଏହା କରିବା ଉଚିତ୍’, ‘ତାହା କରିବା ଉଚିତ’, ପରି କଠୋର ବିଚାରଧାରାକୁ ବଦଳାଇ ସୃଜନାତ୍ମକ, ସ୍ଵଚ୍ଛନ୍ଦ ଏବଂ ସହଜ ତଥା ସାମ୍ବେଗିକ ଦୃଷ୍ଟିକୋଣରୁ ସନ୍ତୋଷପ୍ରଦ ବିଚାରଧାରାକୁ ପୁନର୍ଗଠନ କରିବାରେ ସାହାଯ୍ୟ କରିଥାଏ । ବ୍ୟକ୍ତି ନିଜର ମହତ୍ତ୍ଵକୁ ଠିକ୍ ଭାବରେ ବୁଝିବାର ଭାବନାକୁ ବିକଶିତ କରି ଆଗକୁ ଅଗ୍ରସର ହେବାରେ ତାକୁ ସାହାଯ୍ୟ କରିବା ହିଁ ଏହି ପଦ୍ଧତିର ଲକ୍ଷ୍ୟ ।

Question ୯।
ଜୈବ-ଔଷଧୀୟ ଚିକିତ୍ସା କହିଲେ କ’ଣ ବୁଝ ? ବିଭିନ୍ନ ପ୍ରକାରର ଜୈବ-ଔଷଧୀୟ ଚିକିତ୍ସା ପଦ୍ଧତି ସମ୍ବନ୍ଧରେ ଉଲ୍ଲେଖ କର ।
Answer:
ଚିନ୍ତନ ପ୍ରକ୍ରିୟା, ସମ୍ବେଗୀ କ୍ରିୟାକଳାପ ଏବଂ ଶାରୀରିକ ପ୍ରକ୍ରିୟାରେ ସୁଧାର ପାଇଁ ପରିବର୍ତ୍ତନ ଉତ୍ପନ୍ନ କରିବା ଯେକୌଣସି ମନୋଚିକିତ୍ସାର ଉଦ୍ଦେଶ୍ୟ ହୋଇଥାଏ । କିନ୍ତୁ ଏହି ପରିବର୍ତ୍ତନ କିପରି ଅଣାଯାଇପାରିବ ଏବଂ କେଉଁ ପରିବର୍ତ୍ତନକୁ ପ୍ରାଥମିକତା ଦିଆଯିବ ସେ ସମ୍ବନ୍ଧରେ ବିଭିନ୍ନ ମନୋଚିକିତ୍ସା ପ୍ରଣାଳୀରେ ଭିନ୍ନତା ଦେଖିବାକୁ ମିଳେ । ବିଭିନ୍ନ ପ୍ରକାର ମନୋଚିକିତ୍ସା ପ୍ରଣାଳୀ ମଧ୍ୟରୁ ଜୈବ-ଔଷଧୀୟ ଚିକିତ୍ସା ପ୍ରଣାଳୀ ଅନ୍ୟତମ ।

CHSE Odisha Class 12 Psychology Unit 4 Short & Long Answer Questions in Odia Medium

ମେଡ଼ିକାଲରେ ପ୍ରଶିକ୍ଷଣ ପ୍ରାପ୍ତ କରିଥିବା ଚିକିତ୍ସକ ମାନସିକ ରୋଗକୁ ଶାରୀରିକ ରୋଗ ଭାବରେ ବିଚାର କରିଥାନ୍ତି ଏବଂ ସେହି ଅନୁସାରେ ମାନସିକ ରୋଗର ଉପଚାର ମେଡ଼ିକାଲ ମଡ଼େଲ ଆଧାରରେ କରିଥାଆନ୍ତି । ସେମାନଙ୍କ ମତରେ ମାନସିକ ରୋଗ ଉତ୍ପନ୍ନମୂଳରେ ଜୈବିକ କାରଣ କେତେକାଂଶରେ ନିହିତ ଥାଏ ଏବଂ ସେଥିପାଇଁ ଏମାନଙ୍କର ଉପଚାର ଜୈବିକ ଆଧାରରେ କରାଯାଇଥାଏ । କେତେକ ପ୍ରମୁଖ ଜୈବ-ଔଷଧୀୟ ମନୋଚିକିତ୍ସା ପଦ୍ଧତିଗୁଡ଼ିକ ହେଲା :-

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା (Electro Convulsive Therapy)
(ii) ଔଷଧର ପ୍ରୟୋଗ (Use of Medicine)
(iii) ମନୋଶଲ୍ୟ ଚିକିତ୍ସା (Psychosurgery)

(i) ବିଦ୍ୟୁତ ବିକ୍ଷେପୀ ଚିକିତ୍ସା : ଏହି ଚିକିତ୍ସାକୁ ସାଧାରଣ ଭାବରେ ECT ବୋଲି କୁହାଯାଇଥାଏ । ଯଦିଓ କେତେକ ଦେଶରେ ଏହି ଚିକିତ୍ସାର ପ୍ରୟୋଗକୁ ବନ୍ଦ କରିଦିଆଗଲାଣି, ଭାରତରେ ଏହାର ପ୍ରୟୋଗ ଏବେ ବି ବହୁଳଭାବରେ କରାଯାଉଅଛି । ଦୁଇଟି ଭିନ୍ନ ଭିନ୍ନ ପ୍ରେକ୍ଷଣର ଆଧାରରେ ବିକ୍ଷେପୀ ଚିକିତ୍ସାର ଆରମ୍ଭ ହୋଇଥିଲା: ପ୍ରଥମତଃ ମାନସିକ ଚିକିତ୍ସାଳୟର ଚିକିତ୍ସକମାନେ ଅନେକ ଦିନ ଧରି ଲକ୍ଷ୍ୟ କରୁଥିଲେ ଯେ ସ୍ଵେଚ୍ଛାନୁରୂପ ଝଟ୍‌କା ମିଳିବା ପରେ ରୋଗୀର ଅସାମାନ୍ୟ ଲକ୍ଷଣ ହଠାତ୍ ଦୂର ହୋଇଯାଉଥିଲା

ଏବଂ ଦ୍ଵିତୀୟତଃ ଅପସ୍ମାର ଓ ମନୋବିଦଳତା ପରି ସାଧାରଣ ରୋଗର ଲକ୍ଷଣ ଏହାଦ୍ଵାରା କମ୍ ଦେଖ‌ିବାକୁ ମିଳିଲା । ସେଥ‌ିପାଇଁ କୃତ୍ରିମ ରୂପରେ ମାଂସପେଶୀରେ ଝଟ୍‌କା ଉତ୍ପନ୍ନ କରାଇ ମନୋବିଦଳତା ବା ସେହିଭଳି ଅନ୍ୟ ରୋଗଗୁଡ଼ିକର ଉପଚାର କରାଯାଇପାରିବ ବୋଲି ବିଚାର କରାଗଲା ।

ପ୍ରାରମ୍ଭରେ ଏଥିରେ ରୋଗୀର ଶରୀର ମଧ୍ୟକୁ ଛୁଞ୍ଚିଦ୍ଵାରା (injection) ମେଟ୍ରାଜଲ ଉପଚାର କରାଯାଉଥିଲା । କିନ୍ତୁ ଆଜିକାଲି ଏକ ସରଳ ଏବଂ ବିଶ୍ଵାସନୀୟ ମେସିନ୍ ଉପଲବ୍ଧ ହେଉଅଛି । ଯାହା ସାହାଯ୍ୟରେ ରୋଗୀର ଶରୀର ମଧ୍ୟକୁ ଅଳ୍ପ ମାତ୍ରାରେ ବୈଦ୍ୟୁତିକ ଧାରା ପ୍ରବାହିତ କରାଯାଇଥାଏ । ଏହା ମସ୍ତିଷ୍କ ମଧ୍ୟ ଉ ପ୍ରବାହିତ ହୋଇ ରୋଗୀର ଶରୀରରେ ଝଟ୍‌କା ଉତ୍ପନ୍ନ କରାଇଥାଏ । ବୁଦାପେଷ୍ଟ ମନୋଚିକିତ୍ସକ ଭୋନେତୁନା ପ୍ରଥମଥର ପାଇଁ ଏହି ପଦ୍ଧତିର ବିକାଶ କରିଥିଲେ ।

(ii) ଔଷଧର ପ୍ରୟୋଗ : ମୁଖ୍ୟତଃ ଚାରିପ୍ରକାରର ରୋଗରେ ଔଷଧର ପ୍ରୟୋଗ ବିଶେଷ ଭାବରେ କରାଯାଇଥାଏ ଯଥା : ମନୋବିଦଳତା, ଉନ୍ମାଦ, ଅବସାଦ ଏବଂ ଦୁଶ୍ଚିନ୍ତା । ଏହି ଔଷଧକୁ ସାଇକୋଟ୍ରଫିକ୍ (Psychotropic) ଦ୍ରବ୍ୟ କୁହାଯାଇଥାଏ । କାରଣ ଏହାର ପ୍ରଭାବ ରୋଗୀର ମନୋବୈଜ୍ଞାନିକ ବ୍ୟବହାର ଉପରେ ପଡ଼ିଥାଏ । ଏଗୁଡ଼ିକ ରୋଗୀ ମନ ମଧ୍ୟରେ ଶାନ୍ତି ଉତ୍ପନ୍ନ କରାଇଥାଏ ତଥା ସଂଭ୍ରମ ଏବଂ ବିଭ୍ରମ ପରି ଲକ୍ଷଣର ତୀବ୍ରତାକୁ କମ୍ କରାଇଥାଏ । ଔଷଧର ପ୍ରୟୋଗ ଦ୍ଵାରା ରୋଗୀ କଟିଯାଇଥବା ସାମାଜିକ ବାତାବରଣ ସହିତ ସମାଯୋଜନ କ୍ରିୟା ଆରମ୍ଭ କରିଥାଏ ।

ବହୁତ ଦିନ ପର୍ଯ୍ୟନ୍ତ ଏପରି ଔଷଧଗୁଡ଼ିକର ସେବନ ଅନ୍ୟ ଅବାଞ୍ଛିତ ଦୁଷ୍ପ୍ରଭାବ ଉତ୍ପନ୍ନ କରିଥାଏ ଯେଉଁ ରୋଗୀ ଅତ୍ୟଧୂକ ଆନ୍ଦୋଳିତ, ଉତ୍ତେଜିତ ଏବଂ ଯେଉଁମାନଙ୍କୁ ସମ୍ଭାଳିବା ଅତି କଷ୍ଟ ସେମାନଙ୍କ କ୍ଷେତ୍ରରେ ଉନ୍ମାଦ–ବିରୋଧୀ ଔଷଧ ଦିଆଯାଇଥାଏ । ଯେଉଁ ରୋଗୀ ଅବସାଦଗ୍ରସ୍ତ ଏବଂ ଯେଉଁମାନେ ଆତ୍ମହତ୍ୟାପ୍ରବଣ ସେମାନଙ୍କୁ ଅବସାଦ-ବିରୋଧୀ ଔଷଧ ଦିଆଯାଇଥାଏ । ଦୁଶ୍ଚିନ୍ତାବିରୋଧୀ ଔଷଧକୁ ମଧ୍ୟମ ସ୍ତରର ଶାନ୍ତିଦାୟକ ଔଷଧ କୁହାଯାଇଥାଏ ।

(iii) ମନୋଶଲ୍ୟ ଚିକିତ୍ସା : ଏହି ଚିକିତ୍ସାରେ ମସ୍ତିଷ୍କର ବିଭିନ୍ନ ଭାଗରେ ଶଲ୍ୟ ଚିକିତ୍ସା କରି ମନୋରୋଗୀଙ୍କର ସହାୟତା କରାଯାଇଥାଏ । ଏହି ଚିକିତ୍ସାରେ ଅନେକ ଦୁଷ୍ପ୍ରଭାବ ରହୁଥିବାରୁ ଏହା କେବଳ ଅନ୍ତିମ ଉପାୟ ରୂପେ ଉପଯୋଗ କରାଯାଇଥାଏ ।

Leave a Comment