BSE Odisha 6th Class Science Solutions Chapter 18 ଆବର୍ଜନା

Odisha State Board BSE Odisha 6th Class Science Solutions Chapter 18 ଆବର୍ଜନାTextbook Exercise Questions and Answers.

BSE Odisha Class 6 Science Solutions Chapter 18 ଆବର୍ଜନା

Question 1.
କାରଣ ଲେଖ ।
(କ) ପନିପରିବା ଚୋପାକୁ ଏଣେତେଣେ ନ ପକାଇ ମାଟିରେ ଗାଡ଼ କରି ପୋତିଦେବ ।
(ଖ) ପ୍ଲାଷ୍ଟିକ୍‌କୁ ପୋଡ଼ିବ ନାହିଁ ବା ପଦାରେ ଫୋପାଡ଼ିଦେବ ନାହିଁ ।
ଉ –
(କ)

  • ପନିପରିବା ଚୋପାକୁ ଏଣେତେଣେ ପକାଇଲେ ପରିବେଶ ଦୂଷିତ ହୁଏ ।
  • ପନିପରିବା ଚୋପାକୁ ଏଣେତେଣେ ନ ପକାଇ ମାଟିରେ ଗାଡ଼ କରି ପୋତିଦେଲେ ତାହା କିଛିଦିନ ପରେ ଖତରେ ପରିଣତ ହୋଇଥାଏ ।

(ଖ)

  • ପ୍ଲାଷ୍ଟିକ୍‌କୁ ପୋଡ଼ିଦେଲେ ଏହା ବାୟମଣ୍ଡଳକୁ ପ୍ରଦୂଷିତ କରିଥାଏ ।
  • ବେଳେବେଳେ ଫୋପାଡ଼ି ଦିଆଯାଇଥିବା ପ୍ଲାଷ୍ଟିକ୍ ମୁଣା ଇତ୍ୟାଦିକୁ ଗାଈଗୋରୁମାନେ ଖାଇଦିଅନ୍ତି । ଏହାଦ୍ୱାରା ସେମାନଙ୍କ ପେଟର ସମସ୍ୟା ସୃଷ୍ଟି ହୁଏ । ପ୍ଲାଷ୍ଟିକ୍‌କୁ ପଦାରେ ଫୋପାଡ଼ିଦେଲେ ଏହା ମଧ୍ୟ ମାଟିରେ ମିଶିପାରେ ନାହିଁ । ତେଣୁ ପ୍ଲାଷ୍ଟିକ୍‌କୁ ପୋଡ଼ିବ ନାହିଁ ବା ପଦାରେ ଫୋପାଡ଼ିଦେବ ନାହିଁ ।

BSE Odisha 6th Class Science Solutions Chapter 18 ଆବର୍ଜନା

Question 2.
ପ୍ରଥମ ଶବ୍ଦଦ୍ଵୟର ସମ୍ପର୍କ ଦେଖ୍ ତୃତୀୟ ଶବ୍ଦସହ ସମ୍ପର୍କିତ ଶବ୍ଦଟି ଲେଖ ।
BSE Odisha 6th Class Science Solutions Chapter 18 ଆବର୍ଜନା - 1
ଉ –
(କ) ଅଜୈବିକ
(ଖ) ୧୦ରୁ ୧୫ ବର୍ଷ
(ଗ) ଜରି
(ଘ) ପରିବା ଚୋପା

Question 3.
ଆବର୍ଜନା କ’ଣ ? ତୁମ ଗାଁ/ସହରର ଆବର୍ଜନାକୁ କିପରି ଉପଯୋଗ କରି ପାରିବ ସଂକ୍ଷେପରେ ଲେଖ ।
ଉ –
ଆବର୍ଜନା – ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ, ତାହାକୁ ଆବର୍ଜନା କୁହାଯାଏ ।

  1. ପ୍ରଥମେ ଆବର୍ଜନାଗୁଡ଼ିକୁ ସଂଗ୍ରହ କରି ସେଗୁଡ଼ିକୁ କଠିନ ଓ ନରମ, ଅଜୈବିକ୍ ଓ ଜୈବିକ, ଅବକ୍ଷୟ ହୋଇପାରୁଥିବା ଓ ଅବକ୍ଷୟ ହୋଇପାରୁ ନଥ‌ିବା ଓ ପୁନଃ ଚକ୍ରଣକ୍ଷମ ଓ ପୁନଃଚକ୍ରଣ ଅକ୍ଷମ ଆବର୍ଜନା ଭାବରେ ଅଲଗା ଅଲଗା କରି ରଖୁବାକୁ ହେବ ।
  2. କାଗଜ, କାଚ, ଧାତବ ପଦାର୍ଥ, ପ୍ଲାଷ୍ଟିକ୍‌ନିର୍ମିତ ବସ୍ତୁ ଆଦି ପୁନଃଚକ୍ରଣକ୍ଷମ ଆବର୍ଜନାକୁ ପୁନର୍ବାର କାରଖାନାକୁ ପଠାଇଦେଲେ ତାହା ପୁଣି ବ୍ୟବହାର ଉପଯୋଗ୍ୟ ହୋଇପାରିବ ।
  3. ଘରୁ ବାହାରୁଥ‌ିବା ଜୈବନିସ୍ଵୀକରଣ ଯୋଗ୍ୟ ଆବର୍ଜନାଗୁଡ଼ିକୁ ଏଣେତେଣେ ନ ଫୋପାଡ଼ି ଏକ ଖାତ ଖୋଳି ସେଥ‌ିରେ ପକାଇ ଖତ ପ୍ରସ୍ତୁତକରିବା ଆବଶ୍ୟକ ।
  4. ଖାଲିଟିଣ, କାର୍ଡ଼ବୋର୍ଡ଼, ପେଟି, ପ୍ଲାଷ୍ଟିକ୍ ଡବା, ଭଙ୍ଗାପଟା ହାଣ୍ଡି, ଭଙ୍ଗାକପ୍, ପ୍ଲେଟ୍ ଆଦିକୁ ବ୍ୟବହାର କରାଯାଇ ଫୁଲକୁଣ୍ଡ, ଫୁଲଦାନୀ, ଆବର୍ଜନା କୁଣ୍ଡ (ଡଷ୍ଟବିନ୍) ଆଦି ପ୍ରସ୍ତୁତ କରାଯାଇପାରିବ ।
  5. ପାଇଖାନା, ଗୋଶାଳା ଓ ଗୁହାଳର ଆବର୍ଜନାରୁ ଜୈବବାଷ୍ପ ଓ ସାର ତିଆରି କରାଯାଇପାରିବ ।

BSE Odisha 6th Class Science Solutions Chapter 18 ଆବର୍ଜନା

Question 4.
(କ) ଜୈବିକ ଆବର୍ଜନା
(ଖ) ଆବର୍ଜନାରୁ ପ୍ରସ୍ତୁତ ଉପଯୋଗୀ ବସ୍ତୁ
ଉ –
(କ) ଜୈବିକ ଆବର୍ଜନା – ଯେଉଁ ଆବର୍ଜନାଗୁଡ଼ିକ ମାଟି ଉପରେ ବା ଭିତରେ ବହୁବର୍ଷଧରି ପଡ଼ିରହିଲେ ସେଗୁଡ଼ିକ ଅବକ୍ଷୟ ହୋଇ ମାଟିରେ ମିଶିଯାଆନ୍ତି । ତାହାକୁ ଜୈବିକ ଆବର୍ଜନା କୁହାଯାଏ । ଉଭିଦ, ପ୍ରାଣୀଜାତ ପଦାର୍ଥ ଆଦି ଜୈବିକ ଆବର୍ଜନା ।

(ଖ) ଆବର୍ଜନାରୁ ପ୍ରସ୍ତୁତ ଉପଯୋଗୀ ବସ୍ତୁ-

  • ଆବର୍ଜନାରୁ ବିଭିନ୍ନ ପ୍ରକାର ଉପଯୋଗୀ ବସ୍ତୁ ତିଆରି କରାଯାଇପାରୁଛି ।
  • ଖାଲିଟଣ, କାର୍ଡ଼ବୋର୍ଡ଼, ପେଟି, ପ୍ଲାଷ୍ଟିକ୍ ଡବା, ଭଙ୍ଗାଫଟା ହାଣ୍ଡି, ଭଙ୍ଗାକପ୍, ପ୍ଲେଟ୍ ଆଦିକୁ ବ୍ୟବହାର କରାଯାଇ ଫୁଲକୁଣ୍ଡ, ଫୁଲଦାନୀ, ଆବର୍ଜନା କୁଣ୍ଡ (ଡଷ୍ଟବିନ୍) ଆଦି ପ୍ରସ୍ତୁତ କରାଯାଇପାରୁଛି ।
  • ପ୍ଲାଷ୍ଟିକ୍ ଓ ପଲିଥନ୍ ମୁଣାରୁ ପୁନଶ୍ଚ ପ୍ଲାଷ୍ଟିକ୍ ଓ ପଲିଥୁନ୍ ବସ୍ତୁ ତିଆରି ହୋଇପାରୁଛି ।
  • କେତେକ ଆବର୍ଜନାରୁ ଘର ସଜାଇବା ଜିନିଷ, ପିଲାଙ୍କ ଖେଳନା ଆଦି ତିଆରି ହୋଇପାରୁଛି ।

Question 5.
ଗୋଟିଏ ସାମଞ୍ଜସ୍ୟ ଓ ଗୋଟିଏ ପାର୍ଥକ୍ୟ ଲେଖ ।
ଜୈବିକ ଆବର୍ଜନା ଓ ଅଜୈବିକ ଆବର୍ଜନା
ଉ –
ସାମଞ୍ଜସ୍ୟ – ଉଭୟ ଆବର୍ଜନା ମାନବଦ୍ୱାରା ବା ପ୍ରାକୃତିକ କାରଣରୁ ସୃଷ୍ଟି ହୋଇଥାଏ ।
ପାର୍ଥକ୍ୟ – ଜୈବିକ ଆବର୍ଜନାର ଅବକ୍ଷୟ ଗୁଣ ଥିବାବେଳେ ଅଜୈବିକ ଆବର୍ଜନାର ଅବକ୍ଷୟ ଗୁଣ ନ ଥାଏ ।

ଆବର୍ଜନା Notes :

ଓଳାଇ ଫୋପାଡ଼ି ଦେଉଥ‌ିବା ପଦାର୍ଥଗୁଡ଼ିକୁ ଅଳିଆ ବା ଆକଳ୍ପନା କୁହାଯାଏ । ଏହାକୁ ଅଳିଆ ଗଦାରେ ଫୋପାଡ଼ିଦିଆଯାଏ ।

Question 1.
ଘରୁ, ବିଦ୍ୟାଳୟର ଶ୍ରେଣୀ କକ୍ଷରୁ, ବଗିଚାରୁ, ରାସ୍ତାରୁ ବାହାରୁଥିବା ଅଳିଆକୁ ଲକ୍ଷ୍ୟ କର ଓ ସେଥ‌ିରେ କେଉଁ କେଉଁ ବସ୍ତୁ ରହିଛି ଆଲୋଚନା କରି ଏକ ତାଲିକା କର ।
ଉ –
ଘର – ପରିବା ଚୋପା, ମାଛକାତି, ଛିଣ୍ଡାକାଗଜ, ପ୍ଲାଷ୍ଟିକ୍ ଡବା, ଖୋଳ, ପଲିଥନ୍ ବ୍ୟାଗ୍, କାଠି, ଭଙ୍ଗା କପ୍ ପ୍ଲେଟ୍, ଗ୍ଲାସ୍, କାଚ ବୋତଲ ଇତ୍ୟାଦି ।
ବିଦ୍ୟାଳୟ ଶ୍ରେଣୀ କକ୍ଷ – ଛିଣ୍ଡା କାଗଜ,ଭଙ୍ଗା କଲମ, ପେନ୍‌ସିଲ୍, ଚକ୍‌ଲେଟ୍‌ ଜରି ଇତ୍ୟାଦି ।
ବଗିଚା – ପତ୍ର, ଫୁଲ, ଡାଳ, ଫଳ ଇତ୍ୟାଦି ।
ରାସ୍ତା – ମାଟି, ଗୋଡ଼ି, ଚିପ୍‌ସ, ଧୂଳି ଇତ୍ୟାଦି ।

ଆବର୍ଜନା କାହାକୁ କହନ୍ତି ?

  • ଯେଉଁ ବସ୍ତୁଗୁଡ଼ିକ ସାଧାରଣତଃ ଆମ ବ୍ୟବହାରରେ ଲାଗେ ନାହିଁ ତାହାକୁ ଆବର୍ଜନା କୁହାଯାଏ ।
  • ସାଧାରଣତଃ ଛିଣ୍ଡା କାଗଜ, ପ୍ଲାଷ୍ଟିକ୍, ରବର, ଛିଣ୍ଡାକନା, ଚକ୍‌ଲେଟ୍ ଜରି, ପରିବା ଚୋପା ଇତ୍ୟାଦି ଆବର୍ଜନ ।
  • ଆଜିକାଲି ବିଭିନ୍ନ ପ୍ରଣାଳୀରେ କେତେକ ଆବର୍ଜନାକୁ ଆମର ବ୍ୟବହାର ଉପଯୋଗୀ କରାଯାଉଛି । ଗାଈ, ମଇଁଷିର ମଳକୁ ଖତ ଓ ଜାଳେଣୀ ରୂପେ ଏବଂ କୁକୁଡ଼ା ମଳକୁ ମଧ୍ୟ ଖତରୂପେ ବ୍ୟବହାର କରାଯାଉଛି ।

କେଉଁ ସ୍ଥାନରୁ ଆବର୍ଜନା ମିଳେ :
BSE Odisha 6th Class Science Solutions Chapter 18 ଆବର୍ଜନା - 2

ଆବର୍ଜନାର ଶ୍ରେଣୀବିଭାଗ :

  • ଆବର୍ଜନାର ନିର୍ଦ୍ଦିଷ୍ଟ କେତୋଟି ଗୁଣକୁ ଆଧାର କରି ସେଗୁଡ଼ିକୁ ଶ୍ରେଣୀ ବିଭାଗ କରାଯାଇଥାଏ; ଯଥା – କଠିନ ଓ ନରମ ଆବର୍ଜନା, ଅଜୈବିକ ଓ ଜୈବିକ ଆବର୍ଜନା, ଅବକ୍ଷୟ ହୋଇପାରୁଥିବା ଓ ଅବକ୍ଷୟ ହୋଇପାରୁ ନଥୁବା ଆବର୍ଜନା ଏବଂ ପୁନଃ ଚକ୍ରଣକ୍ଷମ ଓ ପୁନଃ ଚକ୍ରଣଅକ୍ଷମ ଆବର୍ଜନା ।
  • ଆବର୍ଜନାର କାଗଜ, କାଚ, ଧାତବ ପଦାର୍ଥ, ପ୍ଲାଷ୍ଟିକ୍‌ନିର୍ମିତ ବସ୍ତୁଗୁଡ଼ିକୁ ପୁନର୍ବାର କାରଖାନାକୁ ପଠାଇ ଦେଇପାରିଲେ ତାହା ପୁଣି ବ୍ୟବହାର ଉପଯୋଗୀ ହୋଇପାରିବ ।
  • ପ୍ଲାଷ୍ଟିକ୍ ଜିନିଷ, ପଲିଥରୁ ତିଆରି ଜିନିଷଗୁଡ଼ିକ ପୁନଃ ଚକ୍ରଣଯୋଗ୍ୟ ଆବର୍ଜନା ।
  • ହସ୍‌ପିଟାଲର ସଂକ୍ରମିତ ହୋଇଥିବା ଆବର୍ଜନା ପୁନଃଚକ୍ରଣ ଅଯୋଗ୍ୟ ଆବର୍ଜନାର ଅନ୍ତର୍ଗତ ।
  • ପନିପରିବା ଚୋପା, ବଳକା ଖାଦ୍ୟ, ମାଛକାତି, ବିସ୍କୁଟ, ପଚାସଢ଼ା ଫଳ ଆଦି ଜୈବ ନିମ୍ନୀକରଣଯୋଗ୍ୟ ଆବର୍ଜନା ।

ତୁମପାଇଁ କାମ – ୧
ତୁମେ ତୁମ ସାଙ୍ଗସହିତ ବାହାରକୁ ଯାଇ ପୁନଃଚକ୍ରଣ ଯୋଗ୍ୟ ପଦାର୍ଥ ଓ ପୁନଃଚକ୍ରଣ ଅଯୋଗ୍ୟ ପଦାର୍ଥ କିଛି ସଂଗ୍ରହ କର । ପୁନଃଚକ୍ରଣ ଯୋଗ୍ୟ ପଦାର୍ଥକୁ ଗୋଟିଏ କାର୍ଡ଼ବୋର୍ଡ଼ ଖୋଳରେ ଓ ପୁନଃଚକ୍ରଣ ଅଯୋଗ୍ୟ ପଦାର୍ଥକୁ ଅନ୍ୟ ଏକ କାର୍ଡ଼ବୋର୍ଡ଼ ଖୋଳରେ ରଖ । ତାପରେ ସାରଣୀଟି ପୂରଣ କର ।
BSE Odisha 6th Class Science Solutions Chapter 18 ଆବର୍ଜନା - 3

ତୁମପାଇଁ କାମ – ୨
ତୁମେ ସାଙ୍ଗମାନଙ୍କ ସହିତ ଆଲୋଚନା କରି ବିଦ୍ୟାଳୟରେ, ଘରେ ଓ ହାଟରେ ଦେଖୁଥ‌ିବା ଆବର୍ଜନାଗୁଡ଼ିକର ତାଲିକା କର । ସେଥୁମଧ୍ୟରୁ ଜୈବନିଞ୍ଜୀକରଣ ଯୋଗ୍ୟ ଓ ଜୈବନିମ୍ନୀକରଣ ଅଯୋଗ୍ୟ ଆବର୍ଜନାଗୁଡ଼ିକୁ ତଳ ସାରଣୀପରି ଖାତାରେ ସାରଣୀ ପ୍ରସ୍ତୁତ କରି ଲେଖ ।
BSE Odisha 6th Class Science Solutions Chapter 18 ଆବର୍ଜନା - 4
ତୁମେ କେଉଁ କେଉଁ ଆବର୍ଜନାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବ ଆଲୋଚନା କରି ଏକ ତାଲିକା ସାରଣୀରେ କର ।
BSE Odisha 6th Class Science Solutions Chapter 18 ଆବର୍ଜନା - 5

→ ଆବର୍ଜନାର ଅବକ୍ଷୟ :

ତୁମପାଇଁ କାମ – ୩

ତୁମ ଘର ବା ବିଦ୍ୟାଳୟର ନିକଟରେ ପାଚେରୀ | ବାଡ଼କୋଣରେ ଦୁଇଟି ଗାତ କର । ଗାଡ଼ର ଆକାର ୨ ଫୁଟ × ୧ ଫୁଟ × ୧ ଫୁଟ କରି ।
ପ୍ରଥମ ଗାଡ଼ରେ – ପନିପରିବା ଚୋପା, ବଳକାଖାଦ୍ୟ, ମାଛକାତି, ବିସ୍କୁଟ, ପାଉଁରୁଟି, ପଚାସଢ଼ାଫଳ, ଗୋବର, ଅନାବନା ଗଛ, କାଗଜଠୁଙ୍ଗା, ଗୋମୂତ୍ର ଇତ୍ୟାଦି ପକାଅ ।
ଦ୍ୱିତୀୟ ଗାଡ଼ରେ – ଚକ୍‌ଲେଟ୍‌ ଜରି, ଟିଣଡ଼ବା, ପ୍ଲାଷ୍ଟିକ୍‌ବା, ଭଙ୍ଗାଖେଳଣା, ଛୋଟ ଧାତୁଖଣ୍ଡ, ଭଙ୍ଗାକାଚ (ଲଣ୍ଠନ), ବ୍ୟାଟେରି, ଛିଣ୍ଡାତାର, ପୋଡ଼ାବଲ୍‌ବ, ଛିଣ୍ଡା ଜୋତା ଇତ୍ୟାଦି ପକାଅ ।
ଉପରେ ମାଟି ଘୋଡ଼ାଇ ଦିଅ । ୧୫ ଦିନ ସମୟ ଛାଡ଼ିଦିଅ । ମଝିରେ ମଝିରେ ଉପରେ ପାଣି ପକାଅ ।
୧୫ଦିନ ପରେ ଖୋଳି କଣ କରିବର୍ତ୍ତନ ହେଉଛି ଲକ୍ଷ୍ୟ କର । ଏପରି କାହିଁକି ହେଲା ? ଏକ ମାସ ପରେ ଦେଖ‌ିଲେ ଆଉ କିଛି ପରିବର୍ତ୍ତନ ହେବ କି ?

ପରିବର୍ତ୍ତନରେ କ’ଣ ଦେଖ‌ିଲେ ?

  • କେଉଁ ପଦାର୍ଥଗୁଡ଼ିକ ପଚିଯାଉଛି ?
  • କେଉଁ ପଦାର୍ଥରୁ ଗନ୍ଧ ବାହାରୁ ନାହିଁ ?
  • କେଉଁ ପଦାର୍ଥ ଦୁର୍ଗନ୍ଧ ହେଉଛ ?
  • କେଉଁ ପଦାର୍ଥର କୌଣସି ପରିବର୍ତ୍ତନ ହେଉନାହିଁ ?

ନିମ୍ନ ସାରଣୀରେ କେଉଁ ଆବର୍ଜନା କେତେ ଦିନରେ କ୍ଷୟ ହୁଏ ତାହା ଦିଆଯାଇଛି ।
BSE Odisha 6th Class Science Solutions Chapter 18 ଆବର୍ଜନା - 6

→ ପ୍ଲାଷ୍ଟିକ୍‌ :
ପ୍ଲାଷ୍ଟିକ୍‌ରେ ବ୍ୟବହୃତ ଜିନିଷଗୁଡ଼ିକ ବ୍ୟବହାର କଲାବେଳେ ନିମ୍ନଲିଖୂ ସାବଧାନତା ଅବଲମ୍ବନ କରିବାକୁ ହେବ ।

  1. ପ୍ଲାଷ୍ଟିକ୍ ବ୍ୟବହାର କମ କରିବା ଉଚିତ ।
  2. ବେଳେବେଳେ ଫୋପାଡ଼ିଦିଆଯାଇଥିବା ପ୍ଲାଷ୍ଟିକ୍ ମୁଣା ଇତ୍ୟାଦିକୁ ଗାଈଗୋରୁମାନେ ଖାଇଦିଅନ୍ତି । ଏହାଦ୍ୱାରା ସେମାନଙ୍କ ପେଟରେ ସମସ୍ୟା ସୃଷ୍ଟି ହୁଏ । ତେଣୁ ପ୍ଲାଷ୍ଟିକ୍ ମୁଣିରେ କୌଣସି ଖାଦ୍ୟ ବା ପରିବା ଚୋପା ରଖୁ ଫିଙ୍ଗିବ ନାହିଁ ।
  3. ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକରେ ବେଳେବେଳେ ଉତ୍ତାପଯୋଗୁଁ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହି ଖାଦ୍ୟକୁ ଖାଇଲେ ଆମର ପେଟ ଖରାପ ହୁଏ । ତେଣୁ ପ୍ୟାକେଟ୍‌ରେ ବେଶିଦିନ ରହିଥ‌ିବା ଖାଦ୍ୟ ଖାଇବ ନାହିଁ ।
  4. ପ୍ଲାଷ୍ଟିକ୍ ପଦାର୍ଥକୁ ଜାଳିବ ନାହିଁ । ଏହା ଜଳିଲେ ବାୟୁ ପ୍ରଦୂଷିତ ହୁଏ ।
  5. ଦୋକାନରୁ ବିଭିନ୍ନ ଜିନିଷ ଆଣିବାବେଳେ ଦୋକାନୀକୁ ପଲିଥନ୍ ବଦଳରେ କାଗଜଖୋଳରେ ଦେବାପାଇଁ ଅନୁରୋଧ କରିବା ଉଚିତ ।

Question 1.
ବିଭିନ୍ନ ସ୍ଥାନରୁ ଯେଉଁ ଯେଉଁ ଆବର୍ଜନା ବାହାରୁଛି ତାକୁ ସାରଣୀ ଅନୁସାରେ ପୂରଣ କର । (ପ୍ରଶ୍ନସହ ଉତ୍ତର)
ଉ –
BSE Odisha 6th Class Science Solutions Chapter 18 ଆବର୍ଜନା - 7

Question 2.
ନିମ୍ନ ସାରଣୀଟି ପୂର୍ଣ କର ।
ଉ –
ପ୍ରଶ୍ନସହ ଉତ୍ତର :
BSE Odisha 6th Class Science Solutions Chapter 18 ଆବର୍ଜନା - 8

Question 3.
ବିଦ୍ୟାଳୟରେ, ଘରେ, ହାଟରେ ଦେଖୁଥ‌ିବା ଆବର୍ଜନାଗୁଡ଼ିକରୁ ଜୈବନିମ୍ନୀକରଣ ଯୋଗ୍ୟ ଓ ଜୈବୀନିମ୍ନୀକରଣ ଅଯୋଗ୍ୟ ଆବର୍ଜନାଗୁଡ଼ିକୁ ତଳ ସାରଣୀରେ ପ୍ରସ୍ତୁତ କରି ଲେଖ ।
ଉ –
ପ୍ରଶ୍ନସହ ଉତ୍ତର :
BSE Odisha 6th Class Science Solutions Chapter 18 ଆବର୍ଜନା - 9

Question 4.
ତୁମେ କେଉଁ କେଉଁ ଆବର୍ଜନାକୁ ଅନ୍ୟ କାର୍ଯ୍ୟରେ ବ୍ୟବହାର କରି ପାରିବ ଆଲୋଚନା କରି ଏକ ତାଲିକା କର ।
ଉ –
ପ୍ରଶ୍ନସହ ଉତ୍ତର :
BSE Odisha 6th Class Science Solutions Chapter 18 ଆବର୍ଜନା - 10

  • ପ୍ଲାଷ୍ଟିକ୍ ବ୍ୟବହାର କମ କରିବା ଉଚିତ ।
  • ବେଳେବେଳେ ଫୋପାଡ଼ିଦିଆଯାଇଥିବା ପ୍ଲାଷ୍ଟିକ୍ ମୁଣା ଇତ୍ୟାଦିକୁ ଗାଈଗୋରୁମାନେ ଖାଇଦିଅନ୍ତି । ଏହାଦ୍ୱାରା ସେମାନଙ୍କ ପେଟରେ ସମସ୍ୟା ସୃଷ୍ଟି ହୁଏ । ତେଣୁ ପ୍ଲାଷ୍ଟିକ୍ ମୁଣିରେ କୌଣସି ଖାଦ୍ୟ ବା ପରିବା ଚୋପା ରଖୁ ଫିଙ୍ଗିବ ନାହିଁ ।
  • ଖାଦ୍ୟ ପ୍ୟାକେଟ୍‌ଗୁଡ଼ିକରେ ବେଳେ ବେଳେ ଉତ୍ତାପ ଯୋଗୁଁ ବିଷାକ୍ତ ଗ୍ୟାସ୍ ସୃଷ୍ଟି ହୋଇଥାଏ । ସେହି ଖାଦ୍ୟକୁ ଖାଇଲେ ଆମର ପେଟ ଖରାପ ହୁଏ । ତେଣୁ ପ୍ୟାକେଟ୍‌ରେ ବେଶି ଦିନ ରହିଥ‌ିବା ଖାଦ୍ୟ ଖାଇବା ନାହିଁ ।
  • ପ୍ଲାଷ୍ଟିକ୍ ପଦାର୍ଥକୁ ଜାଳିବା ନାହିଁ । ଏହା ଜଳିଲେ ବାୟୁ ପ୍ରଦୂଷିତ ହୁଏ ।
  • ଦୋକାନରୁ ବିଭିନ୍ନ ଜିନିଷ ଆଣିବାବେଳେ ଦୋକାନୀକୁ ପଲିଥନ୍ ବଦଳରେ କାଗଜଖୋଳରେ ଦେବାପାଇଁ ଅନୁରୋଧ କରିବା ଉଚିତ ।

Leave a Comment