CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

Odisha State Board CHSE Odisha Class 12 Foundation of Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ Questions and Answers.

CHSE Odisha 12th Class Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତି ପ୍ରଶ୍ନତଳେ ପ୍ରଦତ୍ତ ଚାରିଗୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଅଟନ୍ତି ?
(i) ଇ.ଏଲ୍. ଥର୍ଣଡ଼ାଇକ୍
(ii) ଇଆନ୍ ପାଭଲଭ୍
(iii) ଆଲବର୍ଟ ବାନ୍ଦୁରା
(iv) କୁର୍ଟ କୋଫ୍ କ
Answer:
(iii) ଆଲବର୍ଟ ବାନ୍ଦୁରା

2. ଆଲ୍‌ବର୍ଟ ବାନ୍ଦୁରା ନିମ୍ନୋକ୍ତ କେଉଁ ପ୍ରାଣୀ ଉପରେ ପରୀକ୍ଷଣ କରିଥିଲେ ?
(i) ସିମାଞ୍ଜି
(ii) ବୋବୋ କଣ୍ଢେଇ
(iii) ବିରାଡ଼ି
(iv) ମୂଷା
Answer:
(ii) ବୋବୋ କଣ୍ଢେଇ

3. ଆଲ୍‌ବର୍ଟ ବାନ୍ଦୁରା କେବେ ଏହି ପରୀକ୍ଷଣ କରିଥିଲେ ?
(i) ୧୯୮୧
(ii) ୧୯୮୦
(iii) ୧୯୬୧
(iv) ୧୯୬୩
Answer:
(iii) ୧୯୬୧

4. ମନୋବିଜ୍ଞାନୀ ବାନ୍ଦୁରା କେଉଁ ଦେଶର ଅଧିବାସୀ ?
(i) ଫ୍ର।ନ୍ସ
(ii) ଜର୍ମାନୀ
(iii) କାନାଡ଼ା
(iv) ଇଂଲଣ୍ଡ
Answer:
(iii) କାନାଡ଼ା

5. ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ, ତାହାକୁ କେଉଁ ପୁନର୍ବଳନ କୁହାଯାଏ ?
(i) ବାହ୍ୟ
(ii) ଆଭ୍ୟନ୍ତରୀଣ
(iii) କାଳ୍ପନିକ
(iv) ଆବେଗାତ୍ମକ
Answer:
(i) ବାହ୍ୟ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

6. , ଆଲ୍‌ବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ ସମୟରେ କେତୋଟି ସୋପାନ ଅନୁସରଣ କରିଥିଲେ ?
(i) ଦୁକଗୋଟି
(ii) ଚାରିଗୋଟି
(iii) ଛଅଗୋଟି
(iv) ଆଠଗୋଟି
Answer:
(ii) ଚାରିଗୋଟି

7. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ କ’ଣ କୁହାଯାଏ ?
(i) ନମୁନା
(ii) ଅନୁସରଣକାରୀ
(iii) ଶିକ୍ଷାନୁଗାମୀ
(iv) ଶିକ୍ଷାଦାତା
Answer:
(i) ନମୁନା

B. ଶୂନ୍ୟସ୍ଥାନ ପୂରଣ କର ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ____________ ପରିଚିତ ।
Answer:
ଆଲ୍‌ବର୍ଟ ବାନ୍ଦୁରା

2. ଆଲବର୍ଟ ବାନ୍ଦୁରା ତାଙ୍କର ପର୍ଯ୍ୟବେକ୍ଷଣାତ୍ମକ ପରୀକ୍ଷଣ ____________ ଉପରେ କରିଥିଲେ ।
Answer:
ବୋବୋ କଣ୍ଢେଇ

3. ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ_ପରୀକ୍ଷଣ____________ ମସିହାରେ କରିଥିଲେ ।
Answer:
୧୯୬୧

4. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ____________ କୁହାଯାଏ ।
Answer:
ଆଦର୍ଶ/ନମୁନା

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରୁଥିବାବେଳେ ବାନ୍ଦୁରା_______________ ଟି ସୋପାନ ଅନୁସରଣ କରିଥିଲେ ।
Answer:
ଚାରି

6. ପର୍ଯ୍ୟବେକ୍ଷଣ ଶିକ୍ଷଣର ଅନ୍ୟନାମ______________ ଶିକ୍ଷଣ ।
Answer:
ସାମାଜିକ

7. ଚାଲି ଶିଖ୍ ଶିଶୁର _____________ ଶିକ୍ଷଣର ଉଦାହରଣ ।
Answer:
ପର୍ଯ୍ୟବେକ୍ଷଣାତ୍ମକ

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

C. ରେଖାଙ୍କିତ ପଦକୁ ପରିବର୍ତ୍ତନ କରି ଭୁଲ୍ ଥିଲେ ଠିକ୍ କରି ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଇ.ଏଲ୍.ଥର୍ଣ୍ଣଡ୍ରାଇକୁ ଅଟନ୍ତି ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଆଲବର୍ଟ ବାନ୍ଦୁରା ଅଟନ୍ତି ।

2. ମନୋବିଜ୍ଞାନୀ ବାନ୍ଦୁରା ଆମେରିକାର ନାଗରିକ ଅଟନ୍ତି ।
Answer:
ମନୋବିଜ୍ଞାନୀ ବାନ୍ଦୁରା କାନାଡ଼ାର ନାଗରିକ ଅଟନ୍ତି ।

3. ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୭୦ ମସିହାରେ କରିଥିଲେ ।
Answer:
ବାନ୍ଦୁରା ବୋବୋ କଣ୍ଢେଇ ଉପରେ ପରୀକ୍ଷଣ ୧୯୬୧ ମସିହାରେ କରିଥିଲେ ।

4. ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ଅନୁକରଣ କୁହାଯାଏ ।
Answer:
ଜଣେ ପିଲା ତା’ର ପିତାମାତା ଓ ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କଲେ ତାହାକୁ ବାହ୍ୟ ପୁନର୍ବଳନ କୁହାଯାଏ ।

5. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୫ଟି ସୋପାନ ଅନୁସରଣ କରିଥିଲେ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଉପରେ ପରୀକ୍ଷଣ କରିବା ସମୟରେ ବାନ୍ଦୁରା ୪ଟି ସୋପାନ ଅନୁସରଣ କରିଥିଲେ ।

6. ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ଶିକ୍ଷାର୍ଥୀ କୁହାଯାଏ ।
Answer:
ପର୍ଯ୍ୟବେକ୍ଷିତ ହେଉଥ‌ିବା ଲୋକମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ ।

7. ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ମଧ୍ଯ ଅନ୍ତର୍ଦ ଶିକ୍ଷଣ ନାମରେ ପରିଚିତ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ମଧ୍ୟ ସାମାଜିକ ଶିକ୍ଷଣ ନାମରେ ପରିଚିତ ।

D. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଗୋଟିଏ ବାକ୍ୟରେ / ପଦରେ ଲେଖ ।

1. କିଏ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ?
Answer:
ଆଲବର୍ଟ ବାନ୍ଦୁରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ପ୍ରବର୍ତ୍ତକ ଭାବେ ପରିଚିତ ।

2. ଆଲବର୍ଟ ବାନ୍ଦୁରା କେଉଁ ଦେଶର ଅଧ୍ବବାସୀ ଅଟନ୍ତି ?
Answer:
ଆଲବର୍ଟ ବାନ୍ଦୁରା କାନାଡ଼ା ଦେଶର ଅଧିବାସୀ ଅଟନ୍ତି ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

3. ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ କ’ଣ କୁହାଯାଏ ?
Answer:
ଯେଉଁମାନେ ପର୍ଯ୍ୟବେକ୍ଷିତ ହୁଅନ୍ତି, ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ କ’ଣ ଭାବେ ବିବେଚିତ ହୁଏ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ଭାବେ ବିବେଚିତ ହୋଇଥାଏ ।

5. ପିଲାମାନେ ସାଧାରଣତଃ କାହାକୁ ଅନୁକରଣ କରନ୍ତି ?
Answer:
ପିଲାମାନେ ସାଧାରଣତଃ ସମଲିଙ୍ଗୀ ବ୍ୟକ୍ତିବିଶେଷଙ୍କୁ ଅନୁକରଣ କରନ୍ତି ।

Answer:
6. କାଳ୍ପନିକ ପୁନର୍ବଳନ କହିଲେ କ’ଣ ବୁଝ ?
ପିଲାମାନେ ସାଧାରଣତଃ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ କୁହାଯାଏ ।

7. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଗୋଟିଏ ନିୟମ ଉଲ୍ଲେଖ କର ।
Answer:
ଏକ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦୁଇଟି ବା ତିନୋଟି ବାକ୍ୟରେ ଲେଖ ।

1. କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କହିଲେ କ’ଣ ବୁଝ ?
Answer:
ସାଧାରଣତଃ ପିଲାମାନେ ଅନ୍ୟମାନଙ୍କ କ୍ଷେତ୍ରରେ ଘଟୁଥିବା ବ୍ୟାବହାରିକ ପରିବର୍ତ୍ତନକୁ ଅନୁକରଣ କରିଥା’ନ୍ତି, ଯାହାକୁ କାଳ୍ପନିକ ପୁନର୍ବଳନ ବା ଦୃଢ଼ୀକରଣ କୁହାଯାଏ । ଉଦାହରଣସ୍ୱରୂପ ସାନଭଉଣୀଟି ତା’ର ବଡ଼ ଭଉଣୀ ପୁରସ୍କୃତ ହେବାର ଦେଖ‌ିଲେ ସେ ତାକୁ ଅନୁକରଣ କରି ନିଜ ବ୍ୟବହାରରେ ଠିକ୍ ତା’ପରି ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରେ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ଯେକୌଣସି ୨ଟି ନିୟମ ଲେଖ ।
Answer:
(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ବ୍ୟବହାରକୁ ଅନୁକରଣ କରିଥାଏ ।
(ii) ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନ କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥାଏ ଏବଂ ସେମାନଙ୍କର ଅନୁକରଣ କରିଥାଏ ।

3. ପିଲାମାନେ ସମାଜରେ କାହାଦ୍ଵାରା ଅଭିପ୍ରେରିତ ହୋଇ ପରିବର୍ତ୍ତିତ ବ୍ୟବହାର ପ୍ରଦର୍ଶନ କରିଥା’ନ୍ତି ?
Answer:
ସଧାରଣତଃ ସମାଜର ପିଲାମାନେ ଯେଉଁମାନଙ୍କଦ୍ୱାରା ଅଭିପ୍ରେରିତ ହୁଅନ୍ତି ସେମାନଙ୍କୁ ଆଦର୍ଶ ବା ନମୁନା କୁହାଯାଏ । ଏମାନେ ହେଉଛନ୍ତି – ପରିବାରରେ ପିତାମାତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ସେମାନଙ୍କ ଖେଳସାଥୀ ଏବଂ ବିଦ୍ୟାଳୟରେ ଶିକ୍ଷକ । ସେମାନଙ୍କ ବ୍ୟବହାର ପିଲାମାନଙ୍କୁ ବିଶେଷ ପ୍ରଭାବିତ କରିଥାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କିପରି ସଙ୍ଗଠିତ ହୁଏ ଉଲ୍ଲେଖ କର ।
Answer:
ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣ ଉପଯୁକ୍ତ ପାଠ୍ୟକ୍ରମ ମାଧ୍ୟମରେ ସଙ୍ଗଠିତ ହୁଏ । ଶିକ୍ଷାର୍ଥୀମାନେ ନମୁନାମାନଙ୍କର ବ୍ୟବହାରକୁ ପର୍ଯ୍ୟବେକ୍ଷଣ ପାଇଁ ଉପଯୁକ୍ତ ସୁଯୋଗ ପାଇବା ଉଚିତ । ଶିକ୍ଷକମାନେ ନିଶ୍ଚିତ ଭାବରେ ସହଯୋଗିତାଭିଭିକ ଶିକ୍ଷଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଆବଶ୍ୟକ । ଏହାଦ୍ଵାରା ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ସଙ୍ଗଠିତ ହୋଇଥାଏ ।

5. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ?
Answer:
ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

B. ନିମ୍ନଲିଖତ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି ବା ଛଅଟି ବାକ୍ୟରେ ଲେଖ ।

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ?
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ଏପରି ଏକ ପ୍ରକ୍ରିୟା ଯାହାଦ୍ୱାରା ପର୍ଯ୍ୟବେକ୍ଷକ ଅନ୍ୟମାନଙ୍କର ବ୍ୟବହାରକୁ ନିରୀକ୍ଷଣ କରେ, ଧାରଣ କରେ ଏବଂ ସେହି ବ୍ୟବହାରକୁ ପରବର୍ତ୍ତୀ ସମୟରେ ପ୍ରଦର୍ଶନ ମଧ୍ୟ କରିଥାଏ । ଏହି ପ୍ରକ୍ରିୟାକୁ ସାମାଜିକ ଶିକ୍ଷଣ ତତ୍ତ୍ୱ କୁହାଯାଇଥାଏ । ଏହି ତତ୍ତ୍ବ ଅନୁସାରେ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର, ଏକ ବା ଏକାଧିକ ନମୁନାର ବ୍ୟବହାରଦ୍ୱାରା ପରିବର୍ତ୍ତିତ ହୁଏ । ଉଦାହରଣସ୍ୱରୂପ, ଯଦି ଜଣେ ଶିଶୁ ତା’ର ପିତାମାତାଙ୍କୁ ପରସ୍ପର ପ୍ରତି ଯତ୍ନଶୀଳ ଥୁବାର ପର୍ଯ୍ୟବେକ୍ଷଣ କରେ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁଟି ପରିବାର ସଦସ୍ୟଙ୍କ ପ୍ରତି ଯତ୍ନଶୀଳ ହୋଇଥାଏ ।

2. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ୫ଟି ଉଦାହରଣ ଦିଅ ।
Answer:
(i) ଗୋଟିଏ ଶିଶୁ ମୁହଁର ଭାବଭଙ୍ଗୀରୁ ତା’ର ମନୋଭାବ ବୁଝିବାରେ ସକ୍ଷମ ହେବା ।
(ii) ଅନ୍ୟମାନେ ଚୋରି କରିବାର ଦେଖ୍ ଜଣେ ଶିଶୁ ଚୋରି କରିବା ଶିଖୁବା ।
(iii) ଅନ୍ୟଜଣଙ୍କୁ ବିନାନୁମତିରେ ଶ୍ରେଣୀଗୃହକୁ ଚକୋଲେଟ୍ ଆଣିଥିବାରୁ ଦଣ୍ଡିତ ହେବାର ଦେଖ୍ ନିଜେ ସେଥୁରୁ ନିବୃତ୍ତ ରହିବା ।
(iv) ଜଣେ ନୂଆ କର୍ମଚାରୀ ବିଳମ୍ବରେ କାର୍ଯ୍ୟ ଆରମ୍ଭ କରିବାକୁ ନାପସନ୍ଦ କରିବା ।
(v) ଶିଶୁଟିଏ କ୍ରମେ ଚାଲିବା ଶିଖୁବା ।

3. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ବିଭିନ୍ନ ସୋପାନଗୁଡ଼ିକ ଲେଖ ।
Answer:
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ମୁଖ୍ୟତଃ ଚାରୋଟି ସୋପାନ ଅଛି; ଯଥା-
(i) ମନୋଯୋଗ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କ ଉପରେ ମନୋଯୋଗ ଦେଇଥାଏ ଅର୍ଥାତ୍ ସେମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରକୁ ନିଖୁଣ ଭାବରେ ନିରୀକ୍ଷଣ କରିଥାଏ ।
(ii) ଧାରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପର୍ଯ୍ୟବେକ୍ଷିତ ବିଷୟବସ୍ତୁକୁ ଅଧ୍ୟରୁ ଅଧ୍ୱ ସମୟ ମସ୍ତିଷ୍କରେ ଧାରଣ କରି ରଖୁଥାଏ ।
(iii) ପୁନଃ ଉତ୍ପାଦନ – ଏହି ସୋପାନରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କଦ୍ୱାରା ପ୍ରଦର୍ଶିତ ବ୍ୟବହାରର ପୁନଃ ଉଦ୍ଧାର କରିବାକୁ ଚେଷ୍ଟା କରେ ।
(iv) ଅଭିପ୍ରେରଣ – ଏହି ସୋପାନରେ ପର୍ଯ୍ୟବେକ୍ଷକ ପୁନର୍ବଳନଜନିତ ବ୍ୟବହାର ପ୍ରଦର୍ଶନ କରିବାପାଇଁ ଅଭିପ୍ରେରିତ ହୋଇଥାଏ ।

4. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପୁନର୍ବଳନ କହିଲେ କ’ଣ ବୁଝ ?
Answer:
ଯେତେବେଳେ ଜଣେ ପିଲା କୌଣସି ଆଦର୍ଶ ବା ନମୁନାମାନଙ୍କ ବ୍ୟବହାରକୁ ପର୍ଯ୍ୟବେକ୍ଷଣ କରେ, ସେ ତାହାକୁ ଅନୁକରଣ କରେ ଓ ପରବର୍ତ୍ତୀ ସମୟରେ ପ୍ରଦର୍ଶିତ କରେ । ଯଦି ଏହି ପ୍ରଦର୍ଶିତ ବ୍ୟବହାର ସେହି ନମୁନାମାନଙ୍କଦ୍ୱାରା ପ୍ରଶଂସିତ ହୁଏ, ସେ ତାହାକୁ ଅନୁକରଣ କରେ ଓ ଉକ୍ତ ବ୍ୟବହାର ପ୍ରଦର୍ଶନ ପାଇଁ ଉତ୍ସାହିତ ହୁଏ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଉକ୍ତ ପୁନର୍ବଳନଗୁଡ଼ିକ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ହୋଇଥାଏ ।

ଯଦି ଜଣେ ପିଲା ତା’ର ପିତାମାତା ବା ସାଥୀଦଳଙ୍କ ସମ୍ମତି ହାସଲ ପାଇଁ ଆଗ୍ରହ ପ୍ରକାଶ କରେ, ସେତେବେଳେ ଏହାକୁ ବାହ୍ୟ ପୁନର୍ବଳନ କୁହାଯାଏ ଏବଂ ସମ୍ମତି ଲାଭ କରିବାରେ ଆନନ୍ଦ ଅନୁଭବ ହେଉଛି ଆଭ୍ୟନ୍ତରୀଣ ପୁନର୍ବଳନ ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କ’ଣ ? ଏହି ଶିକ୍ଷଣର ବିଭିନ୍ନ ନିୟମଗୁଡ଼ିକ ବିଷୟରେ ଆଲୋଚନା କର ।
Answer:
ଶିକ୍ଷଣର ଅନେକଗୁଡ଼ିଏ ତତ୍ତ୍ବ ରହିଛି, ଯଥା- ଅନୁବନ୍ଧିତ ଅନୁକ୍ରିୟା, ପରିଚାଳନାଗତ ଅନୁକ୍ରିୟା, ଅନ୍ତଦୃଷ୍ଟି ଶିକ୍ଷଣ ଇତ୍ୟାଦି । ଏହି ତତ୍ତ୍ଵଗୁଡ଼ିକ ପ୍ରତ୍ୟକ୍ଷ ଅଭିଜ୍ଞତା, ପୁନର୍ବଳନ ଏବଂ ଦଣ୍ଡ ବା ଶାସ୍ତି କିପରି ଶିକ୍ଷଣକୁ ତ୍ବରାନ୍ବିତ କରିଥାଏ, ତାହା ଉପରେ ଗୁରୁତ୍ଵ ଦେଇଥା’ନ୍ତି । ଏତଦ୍‌ବ୍ୟତୀତ ପରୋକ୍ଷ ଭାବରେ ମଧ୍ୟ ଅନେକ ଶିକ୍ଷଣ ସଙ୍ଗଠିତ ହୁଏ । ଉଦାହରଣସ୍ୱରୂପ, ଜଣେ ଶିଶୁ ଯଦି ତା’ର ପିତାମାନଙ୍କୁ ପର୍ଯ୍ୟବେକ୍ଷଣ କରି ଜାଣେ ଯେ, ସେମାନେ ପରସ୍ପର ପ୍ରତି ଯତ୍ନଶୀଳ, ତେବେ ପରବର୍ତ୍ତୀ ସମୟରେ ସେହି ଶିଶୁ ସେଗୁଡ଼ିକୁ ଅନୁକରଣ କରିଥାଏ ଓ ଅନ୍ୟମାନଙ୍କ ପ୍ରତି ଯତ୍ନଶୀଳ ହୁଏ ।

ଏହିପରି ଅଧିକାଂଶ ଶିକ୍ଷଣ ଅନ୍ୟମାନଙ୍କୁ ପର୍ଯ୍ୟବେକ୍ଷଣ ଏବଂ ଅନୁକରଣ ପ୍ରକ୍ରିୟା ମାଧ୍ୟମରେ ସଙ୍ଗଠିତ ହୋଇଥାଏ । ମନୋବିଜ୍ଞାନର ଏପ୍ରକାର ଶିକ୍ଷଣକୁ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କୁହାଯାଏ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

‘ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ’ର ଧାରଣା ସର୍ବପ୍ରଥମେ କାନାଡ଼ାର ବିଶିଷ୍ଟ ମନୋବିଜ୍ଞାନୀ ଆଲ୍‌ବର୍ଟ ବାନ୍ଦୁରା ପ୍ରଦାନ କରିଥିଲେ । ବାନ୍ଦୁରାଙ୍କ ମତରେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣକୁ ସାମାଜିକ ଶିକ୍ଷଣ ତତ୍ତ୍ବ ମଧ୍ୟ କୁହାଯାଏ । ଏହି ତତ୍ତ୍ବ ଅନୁଯାୟୀ ଜଣେ ପର୍ଯ୍ୟବେକ୍ଷକଙ୍କର ବ୍ୟବହାର ଗୋଟିଏ ଆଦର୍ଶ ବା ନମୁନାର ବ୍ୟବହାରଦ୍ଵାରା ପରିବର୍ତ୍ତିତ ହୁଏ । ପର୍ଯ୍ୟବେକ୍ଷକଙ୍କର ବ୍ୟବହାରର ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ଫଳାଫଳ କାଳ୍ପନିକ ପୁନର୍ବଳନଦ୍ଵାରା ପ୍ରଭାବିତ ହୋଇଥାଏ । ପର୍ଯ୍ୟବେକ୍ଷଣାମୂକ ଶିକ୍ଷଣକୁ ବେଳେବେଳେ ବାହ୍ୟ ଆକୃତି, ନମୁନା ଏବଂ କାଳ୍ପନିକ ପୁନର୍ବଳନ ରୂପେ ବିବେଚନା କରାଯାଇଥାଏ ।

ପିଲାମାନେ ସାଧାରଣତଃ ସେମାନଙ୍କ ଚାରିପଟେ ଥିବା ବ୍ୟକ୍ତିବିଶେଷଙ୍କୁ ପର୍ଯ୍ୟବେକ୍ଷଣ କରନ୍ତି, ଯେଉଁମାନଙ୍କୁ ନମୁନା ବା ଆଦର୍ଶ କୁହାଯାଏ । ପ୍ରତ୍ୟେକ ସମାଜର ପିଲାମାନେ ଅନେକ ନମୁନାମାନଙ୍କଦ୍ୱାରା ପରିବେଷ୍ଟିତ ହୋଇଥା’ନ୍ତି; ଯେପରିକି ପରିବାର ମଧ୍ୟରେ ନିଜର ମାତାପିତା, ଟି.ଭି.ରେ ପ୍ରଦର୍ଶିତ ବିଭିନ୍ନ ଚରିତ୍ର ଅଭିନେତା ଓ ଅଭିନେତ୍ରୀ, ଖେଳସାଥୀ ଏବଂ ବିଦ୍ୟାଳୟର ଶିକ୍ଷକ । ଏହି ସମସ୍ତ ନମୁନାମାନେ ପର୍ଯ୍ୟବେକ୍ଷଣ ପାଇଁ ବ୍ୟବହାରର ଉଦାହରଣ ପ୍ରଦାନ କରନ୍ତି ଏବଂ ଏହି ବ୍ୟବହାରକୁ ପିଲାମାନେ ଅନୁକରଣ କରନ୍ତି ।

ପିଲାମାନେ ପ୍ରାୟତଃ ନିଜ ଲିଙ୍ଗର ଲୋକମାନଙ୍କୁ ପର୍ଯ୍ୟବେକ୍ଷଣ ମାଧ୍ଯମରେ ଅନୁକରଣ କରନ୍ତି । ଯେତେବେଳେ ପିଲାମାନଙ୍କର ଅନୁକରଣୀୟ ବ୍ୟବହାର ଯୁକ୍ତାତ୍ମକ ହୁଏ ସେତେବେଳେ ସେମାନେ ପ୍ରଶଂସା ପାଆନ୍ତି । ଫଳସ୍ବରୂପ ସେହି ବ୍ୟବହାରକୁ ପିଲାମାନେ ଚାଲୁ ରଖିବାକୁ ପସନ୍ଦ କରନ୍ତି । ଉଦାହରଣସ୍ୱରୂପ ଯଦି ଛୋଟ ଝିଅଟିଏ ନିଜର ଖେଳଣା ସହ ଖେଳୁଥ‌ିବା ସମୟରେ ନିଜର ପ୍ରଦର୍ଶିତ ବ୍ୟବହାର ପାଇଁ ପିତାମାତାଙ୍କଦ୍ବାରା ପ୍ରଶଂସିତ ହୁଏ, ସେ ସେହି ବ୍ୟବହାରଗୁଡ଼ିକୁ ପୁନର୍ବାର ପ୍ରଦର୍ଶନ କରେ । ଏଠାରେ ତା’ର ବ୍ୟବହାରର ପୁନର୍ବଳନ ହୁଏ । ଏହି ପୁନର୍ବଳନ ବାହ୍ୟ ବା ଆଭ୍ୟନ୍ତରୀଣ ଏବଂ ଯୁକ୍ତାତ୍ମକ ବା ବିଯୁକ୍ତାତ୍ମକ ହୋଇଥାଏ ।

ଉପରୋକ୍ତ ପର୍ଯ୍ୟବେକ୍ଷଣାତ୍ମକ ପରିବର୍ତ୍ତନ ବିଷୟରେ ଆଲବର୍ଟ ବାନ୍ଦୁରା ୧୯୬୧ ମସିହା ଓ ପୁନଶ୍ଚ ୧୯୬୩ ମସିହାରେ ଷ୍ଟାନ୍‌ଫୋର୍ଡ଼ ବିଶ୍ବବିଦ୍ୟାଳୟରେ ପରୀକ୍ଷଣ କରିଥିଲେ । ସେ ଏହାକୁ ପ୍ରତିପାଦିତ କରିବାପାଇଁ ବୋବୋ କଣ୍ଢେଇ (Bobo doll) ମାଧ୍ୟମରେ ପରୀକ୍ଷଣ ସମ୍ପାଦିତ କରିଥିଲେ । ଉକ୍ତ ପରୀକ୍ଷଣ ସମୟରେ ସେ ଚାରୋଟି ସୋପାନ ଅନୁସରଣ କରିଥିଲେ । ସେଗୁଡ଼ିକ ହେଲା-

  • ମନୋଯୋଗ
  • ଧାରଶ
  • ପୁନରୁତ୍ପାଦନ
  • ଅଭିପ୍ରେରଣା

ଉପରୋକ୍ତ ଆଲୋଚନାରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ ହେଉଛି ସେହି ଶିକ୍ଷଣ ପ୍ରକ୍ରିୟା ଯେଉଁଥରେ ଜଣେ ଅନ୍ୟମାନଙ୍କ ବ୍ୟବହାରର ପର୍ଯ୍ୟବେକ୍ଷଣଦ୍ଵାରା ନିଜ ବ୍ୟବହାରରେ ପରିବର୍ତ୍ତନ ଆଣିଥାଏ । ଅପରପକ୍ଷରେ ଏହା ମଧ୍ୟ ଏକ ସାମାଜିକ ଶିକ୍ଷଣ ପ୍ରକ୍ରିୟା ।

ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣର ନିୟମାବଳୀ :
ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ କେତେକ ନିୟମ ଉପରେ ପର୍ଯ୍ୟବସିତ; ଯଥା-

(i) ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାରକୁ ଅନୁକରଣ କରେ ।
(ii) ଏଠାରେ ପର୍ଯ୍ୟବେକ୍ଷକ ନମୁନାମାନଙ୍କର ବ୍ୟବହାର ପ୍ରଦର୍ଶନର କୌଶଳ ଉପରେ ପ୍ରତିକ୍ରିୟା ପ୍ରକାଶ କରେ ଏବଂ ନମୁନାମାନଙ୍କ ଭାବଭଙ୍ଗୀକୁ ଅନୁକରଣ କରେ ।
(iii) ଗୋଟିଏ ପର୍ଯ୍ୟବେକ୍ଷଣରେ ଗୋଟିଏ ବ୍ୟବହାରକୁ ଅଧିଗ୍ରହଣ କରିବା ଏବଂ ପ୍ରଦର୍ଶନ କରିବା ମଧ୍ୟରେ ଥ‌ିବା ପାର୍ଥକ୍ୟ ପରିଲକ୍ଷିତ ହୋଇଥାଏ ।
(iv) ପର୍ଯ୍ୟବେକ୍ଷଣ ମାଧ୍ୟମରେ ଶିକ୍ଷଣ ଚାରୋଟି ସୋପାନ ଦେଇ ଗତି କରିଥାଏ; ଯଥା- ମନୋଯୋଗ, ଧାରଣ, ପୁନଃ ଉତ୍ପାଦନ ଏବଂ ଅଭିପ୍ରେରଣା ।
(v) ଲୋକମାନଙ୍କ ମଧ୍ୟରେ ଅନ୍ତଃକରଣ ପ୍ରକ୍ରିୟାରେ ସେମାନଙ୍କ ବ୍ୟବହାରରେ ଏବଂ ପରିବେଶରେ ମନୁଷ୍ୟର ଉନ୍ନତି ପ୍ରତିଫଳିତ ହୁଏ ।

2. ଜ୍ଞାନ ଗଠନ ଶିକ୍ଷଣ କହିଲେ କ’ଣ ବୁଝ ? ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟଗୁଡ଼ିକୁ ବର୍ଣନା କର ।
Answer:
ଜ୍ଞାନ ଗଠନ ଶିକ୍ଷଣ : ଶିକ୍ଷଣ ଅର୍ଥ ତଥ୍ୟର ନିର୍ବାଚନ ଓ ନିଜ ତଥ୍ୟ ଆଧାରରେ ବିଶ୍ଳେଷଣ ଅଟେ । ଏଥୁ ନିମନ୍ତେ ଶିକ୍ଷକ ଶିକ୍ଷଣ ପଦ୍ଧତିରେ ଅଂଶଗ୍ରହଣ କରି ଜ୍ଞାନ ଗଠନରେ ସାହାଯ୍ୟ କରିଥା’ନ୍ତି । ଏହା ଶିକ୍ଷାଦାନ ଏବଂ ଶିକ୍ଷା ଗ୍ରହଣ ସହିତ ପାଠ୍ୟକ୍ରମର ଜ୍ଞାନ ଅଭିବୃଦ୍ଧିକୁ ଗୁରୁତ୍ଵ ଦେଇଥାଏ । ଜ୍ଞାନ ଗଠନ ଶିକ୍ଷଣ ଏକ ନୂତନ ବିଷୟବସ୍ତୁ ଭାବେ ଏକବିଂଶ ଶତାବ୍ଦୀରେ ବ୍ୟବହୃତ ହେଉଥ‌ିବାବେଳେ, ଏହାର ବହୁଳ ବ୍ୟବହାର ବିକଶିତ ଦେଶମାନଙ୍କର ଶିକ୍ଷା ଅନୁଷ୍ଠାନମାନଙ୍କରେ ଦେଖାଯାଏ । ଯଦିଓ ଶିକ୍ଷଣର ପ୍ରତି ପଦକ୍ଷେପରେ ଜ୍ଞାନ ଆହରଣ ଏକ ପ୍ରମୁଖ ବିଷୟ, ଜ୍ଞାନ ଗଠନ ଏକ ଧାରାବାହିକ ପ୍ରକ୍ରିୟା ଅଟେ ।

ଗଠନବାଦ ଏବଂ ଶିକ୍ଷାର୍ଥୀ ମୂଲ୍ୟାୟନ ସଂପର୍କରେ ଏମ୍ ଅଗ୍ରୱାଲ (M. Agrawal) ମତଦେଇ କହିଛନ୍ତି ଯେ, ”The constructivist paradigm perceives learners as interpreting what they learn individually and their learning outcomes being different from one another, instructors must learn to implement of learning outcomes and individual and personal constructions.

୧୯୯୨ ମସିହାରେ ମେୟର ପ୍ରଥମେ ଏକ ଜ୍ଞାନ ଗଠନ ଶିକ୍ଷଣ ସଂପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ତାଙ୍କ ମତରେ ପ୍ରତ୍ୟେକ ମଣିଷ ବିଭିନ୍ନ ସମୟରେ ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କରି ଜ୍ଞାନଲାଭ କରେ, ମାତ୍ର ଏହି ଜ୍ଞାନ ମଧ୍ୟରୁ ସମସ୍ତ ଜ୍ଞାନ ତାହାର ସକ୍ରିୟ ମନୋଯୋଗ ମଧ୍ୟରେ ରହେ ନାହିଁ; କିନ୍ତୁ କେତେକ ଜ୍ଞାନ ତାହାର ସକ୍ରିୟ ମନୋଯୋଗରେ ରହେ । ପୁନଶ୍ଚ ଏହା କିଛି ଦିନପରେ ପୁଣି ସ୍ମ ତିପଟ୍ଟରୁ ଲିଭିଯାଏ; ମାତ୍ର ଏପରି କେତେକ ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଅଛି ଯାହା ବ୍ୟକ୍ତିର ସକ୍ରିୟ ମନୋଯୋଗରେ ଆଜୀବନ ରହେ ।

ସେହି ଅଭିଜ୍ଞତା, ଜ୍ଞାନ ଓ ତଥ୍ୟ ଯଦି ବ୍ୟକ୍ତିର ହୃଦୟକୁ ଛୁଇଁଥାଏ ତେବେ ତାହା ଦୀର୍ଘସ୍ଥାୟୀ ହୁଏ । ଏହି ଦୀର୍ଘସ୍ଥାୟିତ୍ଵ ବ୍ୟକ୍ତିର ଅନୁଭବର ସ୍ତର ଉପରେ ନିର୍ଭର କରେ ଏହାହିଁ ହେଉଛି ଜ୍ଞାନ ଗଠନ ଶିକ୍ଷଣ ।

ଜ୍ଞାନ ଗଠନ ଶିକ୍ଷଣର ବୈଶିଷ୍ଟ୍ୟ :

(i) ପଞ୍ଚେନ୍ଦ୍ରିୟ ମାଧ୍ୟମରେ ଜ୍ଞାନଲାଭ : ଜ୍ଞାନ ସବୁବେଳେ, ସବୁ ସ୍ଥାନରୁ ଏବଂ ସବୁ ଉତ୍ସରୁ ମିଳିଥାଏ; ମାତ୍ର ଜ୍ଞାନ ଆହରଣ କରିବାର ମୁଖ୍ୟ ଉତ୍ସ ହେଉଛି ପଞ୍ଚେନ୍ଦ୍ରିୟ । ପଞ୍ଚେନ୍ଦ୍ରିୟରୁ ଲବ୍ଧଜ୍ଞାନ ଦୀର୍ଘସ୍ଥାୟୀ ହୁଏ କିମ୍ବା ହୁଏ ନାହିଁ, ଏହା ବ୍ୟକ୍ତିଗତ ଅଭିଜ୍ଞତା ଉପରେ ନିର୍ଭର କରେ ।

CHSE Odisha Class 12 Education Solutions Chapter 7 ପର୍ଯ୍ୟବେକ୍ଷଣାତ୍ମକ ଶିକ୍ଷଣ

(ii) ଜ୍ଞାନର ଦୀର୍ଘ ସ୍ଥାୟିତ୍ଵ ଉପରେ ଗୁରୁତ୍ଵ : ଲବ୍ଧଜ୍ଞାନ ଓ ଅଭିଜ୍ଞତା ଦୀର୍ଘସ୍ଥାୟୀ ହୋଇପାରିଲେ ଏହା ବ୍ୟକ୍ତିର ବୌଦ୍ଧିକ ବିକାଶରେ ସହାୟକ ହୁଏ ଏବଂ ବୌଦ୍ଧିକ ବିକାଶ ଜ୍ଞାନ ଆହରଣ ପାଇଁ ଅଧ‌ିକ ଆଗ୍ରହ ସୃଷ୍ଟିକରେ ଓ ବ୍ୟକ୍ତି ବିକଶିତ ହୁଏ ।

(iii) ସ୍ପଷ୍ଟତା ଓ ବାସ୍ତବତା ଉପରେ ଗୁରୁତ୍ବ ଆରୋପ : ଜ୍ଞାନ ଗଠନ ଶିକ୍ଷଣରେ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ହେବା ଉପରେ ଗୁରୁତ୍ବ ଆରୋପ କରାଯାଇଥାଏ । ଯେଉଁ ଶିକ୍ଷଣ ସ୍ପଷ୍ଟ ତଥା ବାସ୍ତବ ଭାବରେ ଶିକ୍ଷାଗ୍ରହଣ କରାଯାଇଥାଏ, ତାହା ଦୀର୍ଘସ୍ଥାୟୀ ହୁଏ ଏବଂ ବ୍ୟକ୍ତି ପାଇଁ ପରବର୍ତୀ ଶିକ୍ଷଣର ଭିତ୍ତିସ୍ଥାପନ କରି ତାକୁ ଏକ ଉନ୍ନତ ଜ୍ଞାନଦୀପ୍ତ ମାନବରେ ପରିଣତ କରିବାର ପଥ ପରିଷ୍କାର କରେ ।

(iv) ଦକ୍ଷତା ଓ ଅଭିଜ୍ଞତା ଶିକ୍ଷଣର ଭିଭି ଅଟେ : ଜ୍ଞାନ ଗଠନ ଶିକ୍ଷଣରେ ଦକ୍ଷତା ଓ ଅଭିଜ୍ଞତା ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି । ଦକ୍ଷତା ବିନା ଶିକ୍ଷଣ ଆଗ୍ରହ ବିନା ଭୋଜନ ସହ ସମାନ । ଅଭିଜ୍ଞତା ଶିକ୍ଷଣର ଭିତ୍ତି ହୋଇଥିବାରୁ ଏହାର ବିନା ଶିକ୍ଷଣ ଓ ଶିକ୍ଷାଦାନ ନିରର୍ଥକ ।

(v) ସ୍ୱୟଂକ୍ରିୟତା : ଶିକ୍ଷଣ ଏକ ସ୍ବୟଂକ୍ରିୟା ପ୍ରକ୍ରିୟା ଅଟେ । ଜ୍ଞାନ ଗଠନ ଶିକ୍ଷଣ ସ୍ବୟଂକ୍ରିୟତା ଉପରେ ଗୁରୁତ୍ବ ଆରୋପ କରେ । ଶିକ୍ଷା ଗ୍ରହଣ ପ୍ରକ୍ରିୟା ଆପେ ଆପେ ସାମାଜିକ ବିଧ୍ୱଂବ୍ୟବସ୍ଥା ମାଧ୍ଯମରେ ବ୍ୟକ୍ତି ପାଖରେ ପହଞ୍ଚେ ଓ ବ୍ୟକ୍ତି ସେହି ଜ୍ଞାନ ଓ ଅଭିଜ୍ଞତାକୁ ଆଧାର କରି ପରବର୍ତ୍ତୀ ଜ୍ଞାନ ଆହରଣ ପାଇଁ ନିଜକୁ ପ୍ରସ୍ତୁତ କରେ ।

BSE Odisha Class 12 Education Notes

ବିଷୟଭିତ୍ତିକ ସୂଚନା

ଶିକ୍ଷଣ ଏକ ପ୍ରକ୍ରିୟା ଯାହାଦ୍ଵାରା ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ କରାଯାଇଥାଏ । ଜ୍ଞାନ ଏବଂ ଅଭିଜ୍ଞତା ଅର୍ଜନ ପାଇଁ ଆମର ପଞ୍ଚ ଇନ୍ଦ୍ରିୟକୁ ଜ୍ଞାନର ଦ୍ଵାର ବୋଲି କୁହାଯାଏ । ଏହି ପଞ୍ଚ ଇନ୍ଦ୍ରିୟ ଯଥା – ଆଖୁ, ନାକ, କାନ, ଚକ୍ଷୁ, ଜିହ୍ବା ଆଦିଦ୍ୱାରା ଦୃଷ୍ଟି, ଆଘ୍ରାଣ, ଶ୍ରବଣ, ସ୍ପର୍ଶ ଏବଂ ସ୍ବାଦ ଇତ୍ୟାଦି ଅନେକ ତଥ୍ୟ ସଂଗ୍ରହ କରାଯାଇଥାଏ । ମାତ୍ର ଏହାକୁ ପର୍ଯ୍ୟବେକ୍ଷଣଦ୍ୱାରା ଅଧିକ ଦୃଢ଼ କରାଯାଏ ।

ପର୍ଯ୍ୟବେକ୍ଷଣ (Observation):
ପର୍ଯ୍ୟବେକ୍ଷଣଦ୍ଵାରା କୌଣସି ଏକ ନିର୍ଦ୍ଦିଷ୍ଟ ଆଚରଣକୁ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରାଯାଇଥାଏ । ଏହା ପ୍ରତ୍ୟକ୍ଷ ଭାବରେ
ହେଉ ବା ପରୋକ୍ଷ ଭାବରେ ହେଉ ।

ପର୍ଯ୍ୟବେକ୍ଷଣର ପ୍ରକାରଭେଦ (Types of Observation):
ପର୍ଯ୍ୟବେକ୍ଷଣକୁ ସାଧାରଣତଃ ଦୁଇଭାଗରେ ବିଭକ୍ତ କରାଯାଇଛି –
(୧) ଅନ୍ତଃନିରୀକ୍ଷଣ ବା ଆତ୍ମପର୍ଯ୍ୟବେକ୍ଷଣ (Introspection)
(୨) ବାହ୍ୟ ପର୍ଯ୍ୟବେକ୍ଷଣ ବା ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation)

(୧) ଅନ୍ତଃନିରୀକ୍ଷଣ (Introspection):
ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ମାନସିକ ଅବସ୍ଥାକୁ ନିଜେ ଅନୁଧ୍ୟାନ କରିଥାଏ । ନିଜର ଭାବନା, ଚିନ୍ତା, କଳ୍ପନା ଶକ୍ତିକୁ ସେ ବୁଝିଥାଏ । ନିଜର ଦୁଃଖ ଏବଂ ସୁଖକୁ ସେ ଅନୁଭବ କରେ । ତେଣୁ ତା’ର ମାନସିକ କାର୍ଯ୍ୟାବଳୀକୁ ସେ ନିଜେ ଅନୁଧ୍ୟାନ କରିଥାଏ । ଏହାଦ୍ଵାରା ତା’ର ନିଜ ବିଷୟରେ ଜ୍ଞାନଲାଭ ହୁଏ ।

(୨) ବସ୍ତୁନିଷ୍ଠ ପର୍ଯ୍ୟବେକ୍ଷଣ (Objective observation):
ପ୍ରତ୍ୟେକଙ୍କର ଦୁଇଟି ମାନସିକ କ୍ରିୟା ସମ୍ପନ୍ନ ହୁଏ । ଗୋଟିଏ ଅନ୍ତର୍ନିହିତ ମାନସିକ ଭାବ ଏବଂ ଅନ୍ୟଟି ଅନ୍ତର୍ନିହିତ ମାନସିକ ଭାବର ପରିପ୍ରକାଶ । ପ୍ରଥମ ଅବସ୍ଥାକୁ ଆନ୍ତପର୍ଯ୍ୟବେକ୍ଷଣଦ୍ବାରା ଜାଣିହୁଏ । ମାତ୍ର ଦ୍ୱିତୀୟ ଅବସ୍ଥାକୁ ବିଭିନ୍ନ ପରିସ୍ଥିତିରେ ନିଜର ଭାବନାର ପ୍ରୟୋଗରୁ ଜାଣିହୁଏ । କୌଣସି ଘଟଣା ବା ଆଚରଣକୁ ପ୍ରାକୃତିକ ପରିବେଶରେ ଆମେ କିପରି ପ୍ରୟୋଗ କରୁଛେ ତାକୁ ଅନୁଧ୍ୟାନ କରାଯାଏ ।

କାନ୍ଦୁଥ‌ିବା ଓ ଖେଳୁଥିବା ସମୟରେ ଶିଶୁଟିର ଭାବଭଙ୍ଗୀ ଇତ୍ୟାଦିକୁ ଅନୁଧ୍ୟାନ ବା ପର୍ଯ୍ୟବେକ୍ଷଣ କଲେ ଜଣାଯିବ ଯେ ବିଭିନ୍ନ ପରିସ୍ଥିତରେ ସେ କିପରି ପ୍ରତିକ୍ରିୟା ପ୍ରକାଶ କରୁଛି । ପୁନଶ୍ଚ ପର୍ଯ୍ୟବେକ୍ଷଣକୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପର୍ଯ୍ୟବେକ୍ଷଣ ଭାବେ ଦୁଇଭାଗ କରାଯାଇଛି; ଯଥା-

(i) ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ (Direct observation)
(ii) ପରୋକ୍ଷ ପର୍ଯ୍ୟବେକ୍ଷଣ (Indirect observation)

ପ୍ରତ୍ୟକ୍ଷ ପର୍ଯ୍ୟବେକ୍ଷଣ – ଶିଶୁ ନିଜର ମାନସିକ ଆଚରଣକୁ ନିଜେ ପ୍ରକାଶ କରି ତଥ୍ୟ ସଂଗ୍ରହ କରିଥାଏ । ଅନେକ ସମୟରେ ନିଜେ କୌଣସି କାର୍ଯ୍ୟ ସମ୍ପାଦନ କରିବା ସମୟରେ ନିଜର ଜ୍ଞାନ ଓ ଅଭିଜ୍ଞତାକୁ ସେ କିପରି ପ୍ରୟୋଗ କରିଥାଏ, ତାକୁ ଅନୁଧ୍ୟାନ କରେ ।

ପରୋକ୍ଷ ପର୍ଯ୍ୟବେକ୍ଷଣ – ଶିକ୍ଷାର୍ଥୀମାନେ ବିଭିନ୍ନ ସମୟରେ ଓ ବିଭିନ୍ନ ପରିସ୍ଥିତିରେ ଅନ୍ୟମାନେ କିପରି ବ୍ୟବହାର କରନ୍ତି ତାକୁ ଅନୁଧ୍ୟାନ କରିଥା’ନ୍ତି । ଯାହାକୁ ପରୋକ୍ଷ ପର୍ଯ୍ୟବେକ୍ଷଣ କୁହାଯାଏ । ଶିକ୍ଷାର୍ଥୀ ଖେଳପଡ଼ିଆ, ବିଦ୍ୟାଳୟ ପରିସର, ନିଜର ବାସଗୃହ, ସହପାଠୀଙ୍କ ସହ ସମ୍ପର୍କ ଏବଂ ସେମାନଙ୍କର ଆଚରଣଗୁଡ଼ିକୁ ଅନୁଧ୍ୟାନ କରିଥାଏ ।

ପର୍ଯ୍ୟବେକ୍ଷଣ ଏକ ସରଳ, ସହଜ ଉପାୟ ଯାହାଦ୍ୱାରା କୌଣସି ବ୍ୟବହାରକୁ ବିଭିନ୍ନ ପରିସ୍ଥିତିରେ ପ୍ରୟୋଗ କରି ଶିକ୍ଷାର୍ଜନ କରାଯାଇଥାଏ । ଏହାଦ୍ୱାରା ଶିକ୍ଷାର୍ଥୀ ନିଜେ ନିଜକୁ ପର୍ଯ୍ୟବେକ୍ଷଣ କରିଥାଏ । ଏହା ମାଧ୍ୟମରେ ଶିକ୍ଷକ ଶିକ୍ଷାର୍ଥୀମାନଙ୍କୁ ପର୍ଯ୍ୟବେକ୍ଷଣ କରି ସେମାନଙ୍କ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହ କରିଥା’ନ୍ତି ।

Leave a Comment