Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା

Students can use Class 4 Math Solution Odia Medium and Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା to check their answers after solving exercises.

4th Class Maths Chapter 5 Question Answer Odia Medium

Class 4 Maths Chapter 5 Odia Medium

ଅଂଶ ଓ ସମୁଦାୟ

Page No. (୬୨ to ୬୪)

ଲିଲି ଓ ତା’ର ସାନ ଭଉଣୀ ଝିଲି ଗୋଟିଏ ଚିତ୍ର ଅଙ୍କନ କରିବା ପାଇଁ ସ୍ଥିର କରିଛନ୍ତି । କିନ୍ତୁ ତାଙ୍କ ପାଖରେ ବଳକା ଗୋଟିଏ ଫର୍ଦ୍ଦ ଡ୍ରଇଂ କାଗଜ ଅଛି । ଲିଲି କାଗଜଟିକୁ ଦୁଇ ସମାନ ଭାଗ କରି ବାଣ୍ଟିବାକୁ ଚାହୁଁଛି । କିନ୍ତୁ ଝିଲି କାଗଜଟିର ଏକ ବଡ଼ ଅଂଶ ପାଇବାକୁ ଜିଦ୍ କରୁଛି । ଲିଲି କିଛି ସମୟ ଚିନ୍ତା କରି ସମାଧାନ ପାଇଁ ଗୋଟିଏ ପ୍ରସ୍ତାବ ଦେଲା ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 1

ଆସ ଆଲୋଚନା କରିବା

Question 1.
ତୁମେ କାଗଜଟିର କେଉଁ ଅଂଶକୁ ବାଛିବ – ଅଧା ଅଂଶ କିମ୍ବା ଦୁଇ ଚଉଠ ଅଂଶ ? କାହିଁକି ?
Solution:
ମୁଁ ଯେକୌଣସି ଗୋଟିଏ ବାଛିବି କାରଣ ଉଭୟ ସମାନ । କାରଣ ଦୁଇଟି ଚଉଠ (\(\frac{୧}{୪}\) + \(\frac{୧}{୪}\)) ମିଶିଲେ ଗୋଟିଏ ଅଧା (\(\frac{୧}{୨}\)) ଅଂଶ ହୁଏ ।

Question 2.
ତୁମେ ଭାବୁଛ କି, ଲିଲି ସମାନ ଭାବରେ କାଗଜଟିକୁ ବାଣ୍ଟିଛି ? କାହିଁକି ? କାଗଜ ଖଣ୍ଡେ ନେଇ ଚେଷ୍ଟା କର ।
Solution:
ହଁ, ଲିଲି କାଗଜଟିକୁ ସମାନ ଭାବରେ ବାଣ୍ଟିଛି । କାରଣ କାଗଜର ଅଧା ଅଂଶ ଯେତିକି, ଦୁଇଟି ଚଉଠ ଅଂଶ ମିଶିଲେ ମଧ୍ୟ ସେତିକି ହୁଏ ।

Question 3.
ତୁମେ କିପରି ଜାଣିଲ ଯେ କାଗଜଟି ସମାନ ଭାବେ ଭାଗ ହୋଇଛି ?
Solution:
ଗୋଟିଏ କାଗଜକୁ ମଝିରୁ ଥରେ ଭାଙ୍ଗିଲେ ଅଧା ହୁଏ ଏବଂ ଅଧାକୁ ପୁଣିଥରେ ଭାଙ୍ଗିଲେ ଚଉଠ ହୁଏ । ତେଣୁ ଦୁଇଟି ଚଉଠ ମିଶିଲେ ପୁଣି ଅଧା ହୁଏ ।

Question 4.
ଝିଲି କାଗଜର ଦୁଇଟି ଚଉଠ ଅଂଶ କାହିଁକି ବାଛିଲା ?
Solution:
ଝିଲି ଭାବିଲା ଯେ ଗୋଟିଏ ଅଧା ଅଂଶ ଅପେକ୍ଷା ଦୁଇଟି ଚଉଠ ଅଂଶ ଆକାରେର ବଡ଼ ହେବ ।

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା

ଆସ ସମାଧାନ କରିବା

Question 1.
ଝିଲି କେତେକ ଚିତ୍ରକୁ ଦୁଇ ଅଂଶରେ ଭାଗ କରିଛି । ଠିକ୍ ଅଧା ହୋଇଥିବା ଚିତ୍ରଗୁଡ଼ିକୁ ରଙ୍ଗ ଦିଅ । ତୁମେ ଉତ୍ତର କିପରି ପାଇଲ ?
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 2
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 3

Question 2.
ଏକ ରେଖା ଅଙ୍କନ କରି ଆକୃତି ଗୁଡ଼ିକୁ ଅଧା କର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 4
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 5

Question 3.
ତଳେ ଦିଆଯାଇଥ‌ିବା ଆକୃତିଗୁଡ଼ିକୁ ୪ ସମାନ ଅଂଶ/ଚଉଠରେ ଭାଗ କର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 6
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 7

ଚିନ୍ତାକର : ଯଦି ଏକ ବସ୍ତୁକୁ ୫ (ପାଞ୍ଚ) ସମାନ ଅଂଶରେ ଭାଗ କରିବା, ତେବେ ପ୍ରତ୍ୟେକ ଅଂଶକୁ ଭଗ୍ନ ସଂଖ୍ୟାରେ ଆମେ କିପରି ଲେଖୁବା ?
Solution:
\(\frac{୧}{୫}\) (ଏକ ପଞ୍ଚମାଂଶ)

ଅଧା ଓ ଚଉଠ କରିବାର ବିଭିନ୍ନ ପ୍ରଣାଳୀ

ଆସ ଚେଷ୍ଟା କରିବା

Page No. (୬୪ to ୬୫)

Question 1.
ଏକ ଆୟତାକୃତି କାଗଜକୁ କେତୋଟି ଭିନ୍ନ ଭିନ୍ନ ଉପାୟରେ ଦୁଇ ସମାନ ଅଂଶରେ ଭାଙ୍ଗି ପାରିବା ବା କାଟି ପାରିବା ? ଏକ ଆୟତାକୃତି କାଗଜ ନେଇ ଚେଷ୍ଟା କର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 8
Solution:
୩ଟି ମୁଖ୍ୟ ଉପାୟରେ – ଦୈର୍ଘ୍ୟ (ଲମ୍ବ) ଅନୁସାରେ, ପ୍ରସ୍ଥ (ଓସାର) ଅନୁସାରେ ଏବଂ କର୍ଣ୍ଣ (କୋଣରୁ କୋଣ) ଅନୁସାରେ ।

ଶିକ୍ଷକଙ୍କ ପାଇଁ ସୂଚନା : ଛାତ୍ରଛାତ୍ରୀମାନଙ୍କୁ ସଂକେତ ବ୍ୟବହାର କରି ଭଗ୍ନସଂଖ୍ୟା ଲେଖିବାକୁ ଉତ୍ସାହିତ କରନ୍ତୁ । \(\frac{୧}{୨}\) ଓ \(\frac{୧}{୪}\) ଭଳି ଉଦାହରଣରୁ ଆରମ୍ଭ କରନ୍ତୁ । କାଗଜ ଭାଙ୍ଗିବା ଓ ଚିତ୍ର ଅଙ୍କନ ମାଧ୍ୟମରେ ଅନ୍ୟ ଭଗ୍ନ ସଂଖ୍ୟାଗୁଡ଼ିକ ଦେଖାଇବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଯଥେଷ୍ଟ ସୁଯୋଗ ଦିଅନ୍ତୁ ।

Question 2.
ବର୍ତ୍ତମାନ ଏକ ଆୟତାକୃତି କାଗଜକୁ ଚାରି ସମାନ ଅଂଶ (\(\frac{୧}{୪}\) ବା ଚଉଠ)ରେ ଭାଙ୍ଗିବା/କାଟିବାର ପାଞ୍ଚଟି ଭିନ୍ନ ଉପାୟ ଅଙ୍କନ କରି ଦେଖାଅ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 9
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 10

Question 3.
ନିମ୍ନଲିଖ ଅଂଶଗୁଡ଼ିକୁ ସେମାନଙ୍କ ଅନୁରୂପ ପୂର୍ଣ ଚିତ୍ର ସହିତ ମିଳାଅ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 11
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 12

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା

ଡିଙ୍ଗ୍ ଡଙ୍ଗ୍ ବେଲ୍ !!

Page No. (୬୬ to ୭୦)

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 13
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 14
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 15
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 16
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 17

ଆସ ଆଲୋଚନା କରିବା

Question 1.
ପ୍ରତ୍ୟେକ ଅତିଥ୍ ଆସିବା ସହିତ ଝୁମୁରୀ ତା ଅଂଶ ବିଷୟରେ କ’ଣ ଲକ୍ଷ୍ୟ କରୁଛି ?
Solution:
ଝୁମୁରି ଏବେ ପୋଡ଼ପିଠାର \(\frac{୨}{୫}\) ଅଂଶ (ଦୁଇ ପଞ୍ଚମାଂଶ) ପାଇଛି (ନିଜର\(\frac{୧}{୫}\) + ଦିଶାର \(\frac{୧}{୫}\))।

Question 2.
ଯଦି ଉଭୟ ଦିଶା ଓ ବିନାୟକ, ସେମାନଙ୍କ ଭାଗ ପୋଡ଼ପିଠା ଝୁମୁରୀଙ୍କୁ ଦିଅନ୍ତି, ତେବେ ଝୁମୁରୀର ପୋଡ଼ପିଠା କେତେ ହେବ ?
Solution:
ଝୁମୁରୀର ପୋଡ଼ପିଠା \(\frac{୩}{୫}\) ଅଂଶ (ତିନି ପଞ୍ଚମାଂଶ) ହେବ ।

Question 3.
ପୋଡ଼ପିଠାଟିକୁ ୯ ଜଣଙ୍କ ମଧ୍ୟରେ କିମ୍ବା ୧୧ ଜଣଙ୍କ ମଧ୍ୟରେ ବଣ୍ଟାଗଲେ, କେଉଁ ପରିସ୍ଥିତିରେ ଝୁମୁରୀ ଅଧ‌ିକ ପୋଡ଼ପିଠା ପାଇବ ?
Solution:
୯ ଜଣଙ୍କ ମଧ୍ୟରେ ବଣ୍ଟାଗଲେ ଝୁମୁରୀ ଅଧିକ ପୋଡ଼ପିଠା ପାଇବ ।

Question 4.
କେତୋଟି \(\frac{୧}{୬}\) ଅଂଶ ପୋଡ଼ପିଠାକୁ ନେଇ ଏକ ପୂର୍ବ ଯୋଡ଼ପିଠା ପାଇବା ?
Solution:
୬ଟି

ଆସ ସମାଧାନ କରିବା

Question 1.
ଯଦି ପୋଡ଼ପିଠାଟି ୬ ଜଣଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟାଯାଏ, ତେବେ ପ୍ରତ୍ୟେକ କେତେ ଅଂଶ ପୋଡ଼ପିଠା ପାଇବେ ? ୮ ଜଣଙ୍କ ମଧ୍ୟରେ ବାଣ୍ଟିଲେ ପ୍ରତ୍ୟେକ କେତେ ଅଂଶ ପୋଡ଼ପିଠା ପାଇବେ । କେଉଁ ପରିସ୍ଥିତିରେ ପୋଡ଼ପିଠାର ବଡ଼ ଅଂଶ ମିଳିବ ? ଏହାକୁ ତଳେ ଚିତ୍ରକରି ବୁଝାଅ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 18
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 19

Question 2.
ପୋଡ଼ପିଠାକୁ ତଳେ ଦିଆଯାଇଥିବା ଲୋକମାନଙ୍କ ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ହେବ । ଭଗ୍ନ ସଂଖ୍ୟାକୁ ଦର୍ଶାଇବା ପାଇଁ ଝୁମୁରୀ ପାଇଥ‌ିବା ପୋଡ଼ପିଠାର ଅଂଶକୁ ରଙ୍ଗ ଦିଅ । ଗୋଟିଏ ଭଗ୍ନସଂଖ୍ୟାର ମୂଲ୍ୟ ସାନ ହେବାର ବିଭିନ୍ନ ପରିସ୍ଥିତିକୁ ଆଲୋଚନା କର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 20
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 21

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା

ଆସ ଆଲୋଚନା କରିବା

ତୁମ ପାଠ୍ୟ ପୁସ୍ତକ ଶେଷରେ ଦିଆଯାଇଥ‌ିବା ଭଗ୍ନାଂଶ କିଟ୍ ବ୍ୟବହାର କର ଏବଂ ନିମ୍ନଲିଖ ପ୍ରଶ୍ନର ଉତ୍ତର ଦିଅ ।

Question 1.
ସଂପୂର୍ଣ୍ଣ ପୋଡ଼ପିଠା ଓ ତାର ବିଭିନ୍ନ ଖଣ୍ଡ ବିଷୟରେ ତୁମେ ଯାହା ଲକ୍ଷ୍ୟ କଲ ବର୍ଣ୍ଣନା କର ।
Solution:
ପୋଡ଼ପିଠାକୁ ଯେତେ ଅଧିକ ଲୋକଙ୍କ ମଧ୍ୟରେ ବଣ୍ଟାଗଲା, ପ୍ରତ୍ୟେକଙ୍କ ଭାଗ ସେତେ ଛୋଟ ହୋଇଗଲା ।

Question 2.
ଭଗ୍ନାଂଶ କିଟ୍‌ର ଯେ କୌଣସି ଦୁଇଟି ଭିନ୍ନ ଭିନ୍ନ ଖଣ୍ଡ ନିଅ ଏବଂ ସେଗୁଡ଼ିକୁ ତୁଳନା କର । କେଉଁଟି ଛୋଟ ଏବଂ କାହିଁକି ଆଲୋଚନା କର ।
Solution:
ଉଦାହରଣ ସ୍ୱରୂପ : \(\frac{୧}{୩}\) ଏବଂ \(\frac{୧}{୫}\) ମଧ୍ୟରୁ \(\frac{୧}{୫}\) ଛୋଟ । କାରଣ ଗୋଟିଏ ବସ୍ତୁକୁ ୫ ଭାଗ କଲେ ଯେଉଁ ଖଣ୍ଡ ମିଳିବ ତାହା ୩ ଭାଗ କରି ମିଳୁଥ‌ିବା ଖଣ୍ଡ ଠାରୁ ଛୋଟ ହେବ ।

Question 3.
ଝୁମୁରୀ ଲକ୍ଷ୍ୟ କଲା ଯେ, ଯେତେବେଳେ ଏକ ସଂପୂର୍ଣ୍ଣ ପୋଡ଼ପିଠାକୁ ଅଧ‌ିକ ସଂଖ୍ୟକ ଅଂଶରେ ସମାନ ଭାବରେ ଭାଗ କରାଯାଏ; ପ୍ରତ୍ୟେକ ଅଂଶ ଛୋଟ ହୋଇଯାଏ । ତୁମେ ଝୁମୁରୀ ସହ ସହମତ କି ?
Solution:
ହଁ, ମୁଁ ଝୁମୁରୀ ସହ ସହମତ ।

Question 4.
ଝୁମୁରୀ କହିଲା, ଯେତେବେଳେ ମୁଁ ପୋଡ଼ପିଠାର ୧/୫ ଅଂଶ ବିଶିଷ୍ଟ ପାଞ୍ଚଖଣ୍ଡକୁ ଏକାଠି କରେ, ଏହା ଏକ ସଂପୂର୍ଣ୍ଣ ପୋଡ଼ପିଠାରେ ପରିଣତ ହୁଏ । ତୁମର ଭଗ୍ନାଂଶ କିଟ୍ ନେଇ ନିଜେ କରିବାକୁ ଚେଷ୍ଟାକର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 22
Solution:
୫ଟି \(\frac{୧}{୫}\) ଖଣ୍ଡ ଯୋଡ଼ିଲେ ୧ ପୂର୍ଣ୍ଣ ହେବ । Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 23

Question 5.
ଝୁମୁରୀ କହିଲା, ଏହି ଅଂଶଟି ସଂପୂର୍ଣ୍ଣ ପୋଡ଼ପିଠାର ଏକ ତୃତୀୟାଂଶ । ସେ ଏପରି କାହିଁକି କହୁଛି ?
Solution:
କାରଣ ଚିତ୍ରରେ ପୋଡ଼ପିଠାଟି ୩ଟି ସମାନ ଭାଗରେ ବଣ୍ଟା ଯାଇଛି, ତେଣୁ ପ୍ରତି ଭାଗ \(\frac{୧}{୩}\) ବା ଏକ ତୃତୀୟାଂଶ ଅଟେ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 24
ଶିକ୍ଷକଙ୍କ ପାଇଁ ସୂଚନା : ଛାତ୍ରଛାତ୍ରୀମାନଙ୍କୁ ବୁଝାଇବା ପାଇଁ ଏକ ବୃତ୍ତାକୃତି କାଗଜ ବ୍ୟବହାର କରି ପୋଡ଼ପିଠାର କାହାଣୀ ବର୍ଣ୍ଣନା କରନ୍ତୁ । ଏକଥା ମଧ୍ୟ ବୁଝାନ୍ତୁ ଯେ ଭାଗ ସଂଖ୍ୟା ଅଧିକ ହେଲେ, ପ୍ରତ୍ୟେକ ଅଂଶର ପରିମାଣ କମିଯାଏ ।

ଆସ, ଶୂନ୍ୟସ୍ଥାନଗୁଡ଼ିକ ପୂରଣ କରିବା । ଉଭୟ ଭଗ୍ନସଂଖ୍ୟା ଗୋଟିଏ ସମାନ ପୂର୍ବର ଅଂଶ । ଆବଶ୍ୟକ ସ୍ଥଳେ ଭଗ୍ନାଂଶ କିଟ୍ ବ୍ୟବହାର କର | ତୁମେ ଯାହା ବୁଝିଲ, ବୁଝାଅ ।
୧. ଅପେକ୍ଷା ______________ ବୃହତ୍ତର ______________ (\(\frac{୧}{୫}\), \(\frac{୧}{୪}\))
୨. ______________ > ______________ (\(\frac{୧}{୯}\), \(\frac{୧}{୬}\))
୩. \(\frac{୧}{୬}\) ______________ \(\frac{୧}{୮}\) (>, <, =)।
୪. ______________ ଅପେକ୍ଷା ______________ ବୃହତ୍ତର (\(\frac{୧}{୭}\), \(\frac{୧}{୪}\))।
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 25

ମୋର ଫୁଲ ବଗିଚା

Page No. (୭୦ to ୭୧)

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 26
ରୋଜିଙ୍କ ପାଖରେ ୫ ପ୍ରକାର ଫୁଲଗଛର ଚାରା ଅଛି – ଗୋଲାପ, ମଲ୍ଲି, ସେବତୀ, ଗେଣ୍ଡୁ ଓ ଯୁଇ । ଚିତ୍ରରେ ଦର୍ଶାଯାଇଥ‌ିବା ପରି ସେ ତାଙ୍କ ବଗିଚାରେ ସମାନ ଭାବରେ ଗଛଗୁଡ଼ିକୁ ଲଗାଇବା ପାଇଁ ସ୍ଥିର କଲେ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 27
ମୋ ପାଖରେ ଖୁବ୍ କମ୍ ସେବତୀ ଚାରା ଅଛି । ତେଣୁ ଗୋଲାପ ଗଛ ୨ ଭାଗରେ ଲଗାଇବି ।
ତାଙ୍କର ପରିବର୍ତ୍ତିତ ଯୋଜନା ଏଠାରେ ଦର୍ଶା ହୋଇଛି ।

ବଗିଚାକୁ ଦେଖ୍ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
Question 1.
ମଲ୍ଲି ଗଛ ବଗିଚାର \(\frac{୧}{୫}\) ଅଂଶ ବା ଏକ ପଞ୍ଚମାଂଶରେ ଲାଗିଛି ।
ଯୁଇ ଗଛ ବଗିଚାର ______________ ଅଂଶରେ ଲାଗିଛି ।
ଗେଣ୍ଡୁ ଗଛ ବଗିଚାର ______________ ଅଂଶରେ ଲାଗିଛି ।
ଗୋଲାପ ଗଛ ବଗିଚାର \(\frac{୧}{୫}\) ଅଂଶ ଓ \(\frac{୧}{୫}\) ଅଂଶ, ମୋଟ୍ \(\frac{୨}{୫}\) ଅଂଶ (ଦୁଇ ପଞ୍ଚମାଂଶ) ରେ ଲାଗିଛି ।
Solution:
ମଲ୍ଲି ଗଛ ବଗିଚାର \(\frac{୧}{୫}\) ଅଂଶ ବା ଏକ ପଞ୍ଚମାଂଶରେ ଲାଗିଛି ।
ଯୁଇ ଗଛ ବଗିଚାର \(\frac{୧}{୫}\) ଅଂଶରେ ଲାଗିଛି ।
ଗେଣ୍ଡୁ ଗଛ ବଗିଚାର \(\frac{୧}{୫}\) ଅଂଶରେ ଲାଗିଛି ।
ଗୋଲାପ ଗଛ ବଗିଚାର \(\frac{୧}{୫}\) ଅଂଶ ଓ \(\frac{୧}{୫}\) ଅଂଶ, ମୋଟ୍ \(\frac{୨}{୫}\) ଅଂଶ (ଦୁଇ ପଞ୍ଚମାଂଶ) ରେ ଲାଗିଛି ।

ବଗିଚାକୁ ଦେଖୁ ପ୍ରଶ୍ନ ଗୁଡ଼ିକର ଉତ୍ତର ଦିଅ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 28
Question 2.
ମଲ୍ଲି ଗଛ ସମୁଦାୟ ବଗିଚାର ______________ ଅଂଶରେ ଲାଗିଛି ।
ଗେଣ୍ଡୁ ଗଛ ସମୁଦାୟ ବଗିଚାର ______________ ଅଂଶରେ ଲାଗିଛି ।
ଗୋଲାପ ଗଛ ବଗିଚାର \(\frac{୧}{୫}\) + \(\frac{୧}{୫} + [latex]\frac{୧}{୫}\) ଅଂଶ ଅର୍ଥାତ୍ \(\frac{୧}{୫}\) ଅଂଶ (ତିନି ପଞ୍ଚମାଂଶ) ରେ ଅଛି ।
Solution:
ମଲ୍ଲି ଗଛ ସମୁଦାୟ ବଗିଚାର \(\frac{୧}{୫}\) ଅଂଶରେ ଲାଗିଛି । ଗେଣ୍ଡୁ ଗଛ ସମୁଦାୟ ବଗିଚାର \(\frac{୧}{୫}\) ଅଂଶରେ ଲାଗିଛି ।
ଗୋଲାପ ଗଛ ବଗିଚାର \(\frac{୧}{୫}\) + \(\frac{୧}{୫} + [latex]\frac{୧}{୫}\) ଅଂଶ ଅର୍ଥାତ୍ \(\frac{୧}{୩}\) ଅଂଶ (ତିନି ପଞ୍ଚମାଂଶ) ରେ ଅଛି ।

ବଗିଚାକୁ ଦେଖ୍ ଉତ୍ତର ଦିଅ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 29
Question 3.
ଗେଣ୍ଡୁ ଗଛ ବଗିଚାର ______________ ଅଂଶରେ ଅଛି ।
ଗୋଲାପ ଗଛ \(\frac{୧}{୫}\) + \(\frac{୧}{୫}\) + \(\frac{୧}{୫}\) + \(\frac{୧}{୫}\) ଅଂଶ ଅର୍ଥାତ୍ \(\frac{୪}{୫}\) ଅଂଶ (ଚାରି ପଞ୍ଚମାଂଶ) ରେ ଅଛି।
Solution:
ଗେଣ୍ଡୁ ଗଛ ବଗିଚାର \(\frac{୧}{୫}\) ଅଂଶରେ ଅଛି ।
ଗୋଲାପ ଗଛ \(\frac{୧}{୫}\) + \(\frac{୧}{୫}\) + \(\frac{୧}{୫}\) + \(\frac{୧}{୫}\) ଅଂଶ ଅର୍ଥାତ୍ \(\frac{୪}{୫}\) ଅଂଶ (ଚାରି ପଞ୍ଚମାଂଶ) ରେ ଅଛି।
ବଗିଚାର \(\frac{୫}{୫}\) ଅଂଶ ଅର୍ଥାତ୍ ସମ୍ପୂର୍ଣ୍ଣ ବଗିଚାରେ ଗୋଲାପ ଗଛ ଅଛି ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 30

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା

ଆସ ସମାଧାନ କରିବା

Question 1.
ସାତ ପ୍ରକାର ଫୁଲ ଗଛ ଚାରା ନେଇ ଗୋଟିଏ ଫୁଲ ବଗିଚା ତିଆରି କର – (ମଲି, ଗେଣ୍ଡୁ, ଯୁଇ, ଗୋଲାପ, ସେବତୀ, ମନ୍ଦାର ଓ ସଦାବିହାରୀ)
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 31
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 32
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 33

ସପୁର ଦୋସା କାରିବର

Page No. (୭୧ to ୭୪)

କରନ୍ ଭିନ୍ନ ଭିନ୍ନ ଭାବରେ ଦୋସା ତିଆରି କରେ । ସେ ଗ୍ରାହକଙ୍କର ପସନ୍ଦ ଅନୁଯାୟୀ ଗୋଟିଏ ଦୋସା ଉପରେ ବିଭିନ୍ନ ପ୍ରକାର ମସଲା ଦେଇ ତିଆରି କରେ । ଗ୍ରାହକମାନେ ନିମ୍ନଲିଖ୍ ମସଲା ମଧ୍ୟରୁ ନିଜ ପସନ୍ଦ ବାଛନ୍ତି ।
୧. ଆଳୁ ମସଲା ୨. ପିଆଜ ମସଲା ୩. ଚିଲି ପନିର ମସଲା ୪. ମସଲା ଟମାଟୋ କରନକୁ ଏହି ସ୍ବତନ୍ତ୍ର ପ୍ରକାର ଦୋସା ତିଆରି କରିବାରେ ସହାୟତା କର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 34

ନିଜେ ସମାଧାନ କର

Question 1.
ନିମ୍ନଲିଖତ ଦୋସା ଗୁଡ଼ିକରେ ବ୍ୟବହୃତ ପ୍ରତ୍ୟେକ ମସଲା ପାଇଁ ଭଗ୍ନ ସଂଖ୍ୟା ଲେଖ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 35
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 36

Question 2.
ଏବେ ତୁମେ ଚାହିଦା ଅନୁଯାୟୀ ଭିନ୍ନ ଭିନ୍ନ ଦୋସା ତିଆରି କରିପାରିବ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 37
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 38

ଆସ ଖୋଜିବା

Question 1.
ମୀନା ପାଖରେ ୮ଟି ଦୀପ ଅଛି । ତା ଦୀପ ସଂଖ୍ୟାର \(\frac{୧}{୪}\) ଅଂଶକୁ ଲାଲ୍ ରଙ୍ଗ କିପରି କରିବ ? \(\frac{୧}{୪}\) ଅଂଶ ଦୀପ ପାଇବା ପାଇଁ ଆସ ଦୀପ ଗୁଡ଼ିକୁ ୪ ସମାନ ଭାଗ କରିବା | ତୁମେ ଦେଖିପାରୁଛ କି, କିପରି ଦୀପ ଗୁଡ଼ିକ ୪ ସମାନ ଭାଗ ରେ ଭାଗ କରାଯାଇଛି ? ଏବେ ଦୁଇଟି ଦୀପକୁ ଲାଲ୍ ରଙ୍ଗ କଲେ ଏହା \(\frac{୧}{୪}\) ଅଂଶ ହେବ କି ?
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 39
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 40
୮ଟି ଦୀପ ମଧ୍ୟରୁ ଯେକୌଣସି ୨ଟି ଦୀପକୁ ଲାଲ୍ ରଙ୍ଗ କରିବି । ହଁ, ହେବ । କାରଣ ୮ଟି ଦୀପର ୪ ଭାଗରୁ ଏକ ଭାଗ \(\frac{୧}{୪}\) ହେଉଛି ୨ଟି ଦୀପ ।

ଆସ ସମାଧାନ କରିବା

ନିମ୍ନଲିଖତ ପରିସ୍ଥିତି ଗୁଡ଼ିକ ପାଇଁ ଭଗ୍ନସଂଖ୍ୟା ଖୋଜିବାକୁ ଚେଷ୍ଟା କର । ଚିତ୍ରରେ ଉପଯୁକ୍ତ ଅଂଶକୁ ଗୋଲ ବୁଲାଅ ।

Question 1.
୧୨ଟି ବିସ୍କୁଟ ଅଛି । ତଳେ ଦିଆଯାଇଥିବା ପିଲାଙ୍କ ସଂଖ୍ୟା ଅନୁଯାୟୀ ପ୍ରତ୍ୟେକ କେଉଁ ଭଗ୍ନସଂଖ୍ୟାର ବିସ୍କୁଟ ପାଇବେ ?
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 41
(କ) ୩ ଜଣ ପିଲା, ___________________
(ଖ) ୬ ଜଣ ପିଲା, ___________________
(ଗ) ୨ ଜଣ ପିଲା, ___________________
(ଘ) ୪ ଜଣ ପିଲା, ___________________
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 42

Question 2.
ସିମ୍ରନ ତା ବିଦ୍ୟାଳୟର ସାଙ୍ଗମାନଙ୍କୁ ନିଜ ଜନ୍ମଦିନ ଉତ୍ସବ ପାଇଁ ଡାକିଛି । ସେମାନଙ୍କ ମଧ୍ୟରୁ \(\frac{୧}{୩}\) ଭାଗ ସାଙ୍ଗଙ୍କୁ ସିମୁନ ଗୋଟିଏ ଲେଖାଏଁ ହେୟାର ବ୍ୟାଣ୍ଡ ଓ ଅନ୍ୟମାନକୁ ଟୋପି ଉପହାର ଦେଇଛି । \(\frac{୧}{୩}\) ଭାଗ ସାଙ୍ଗକୁ ହେୟାର ବ୍ୟାଣ୍ଡ ପିନ୍ଧାଅ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 43
Solution:
(ଚିତ୍ରରେ ଥିବା ସାଙ୍ଗସଂଖ୍ୟା ଗଣି ଭଗ୍ନାଂଶ ଲେଖ) ଉଦାହରଣ : ଯଦି ୯ଜଣ ସାଙ୍ଗ ଏବଂ ୩ ଜଣଙ୍କ ପାଖରେ ହେୟାର ବ୍ୟାଣ୍ଡ
ଅଛି, ତେବେ \(\frac{୩}{୯}\) ବା \(\frac{୧}{୯}\) ଭାଗା

Question 3.
ଦିଆଯାଇଥ‌ିବା କୁଣ୍ଡ ସଂଖ୍ୟାର \(\frac{୧}{୫}\) ଅଂଶରେ ଫୁଲର ଚିତ୍ର ଅଙ୍କନ କର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 44
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 45
ମୋଟ କୁଣ୍ଡ ସଂଖ୍ୟାକୁ ୫ ଦ୍ଵାରା ହରଣ କରି ଯେତିକି ମିଳିବ, ସେତିକି କୁଣ୍ଡରେ ଫୁଲ ଅଙ୍କନ କର । ଅର୍ଥାତ୍ ମୋଟ କୁଣ୍ଡ ସଂଖ୍ୟା
= ୧୫ ତେଣୁ ୧୫ ÷ ୫ = ୩ଟି

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା

ଆସ ଆମ ପରିବେଶରେ ଭଗ୍ନସଂଖ୍ୟା ଖୋଜିବା

Page No. (୭୪ to ୭୯)

କୁମୁଦିନୀ ଆଗ୍ରହର ସହିତ ଜାଣିବାକୁ ଚାହୁଁଛି କି, ଦୈନନ୍ଦିନ ଜୀବନରେ ଆମେ କେଉଁଠି ଭଗ୍ନସଂଖ୍ୟାର ବ୍ୟବହାର କରୁଛେ । ସେ ଜାଣିଥିବା କିଛି ଉଦାହରଣ ତଳେ ଦିଆଯାଇଛି । ଅଧ୍ବକ ଉଦାହରଣ ପାଇବାରେ ତା’କୁ ସାହାଯ୍ୟ କର ଏବଂ ସେଗୁଡ଼ିକର ଚିତ୍ର ତୁମ ଖାତାରେ ଅଙ୍କନ କରିବାକୁ ଚେଷ୍ଟା କର । Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 46

Question 1.
ଗତକାଲି ମା’ ୧୬ଟି ଆରିସା ପିଠା ୪ ସମାନ ଭାଗରେ ଭାଗ କରିବାକୁ କହିଲେ । କାଗଜ ଖୋଳରେ ୧୬ଟି ଆରିସା ପିଠା ଅଛି । ୧୬ଟି ଆରିସା ପିଠାର ଚିତ୍ର ଅଙ୍କନ କର ଏବଂ ଏହାର ଏକ ଚତୁର୍ଥାଂଶ (\(\frac{୧}{୪}\))କୁ ଦର୍ଶାଅ । ପ୍ରତ୍ୟେକ ଭାଗରେ କେତୋଟି ଆରିସା ପିଠା ରହିବ ?
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 47
ପ୍ରତେକ ଭାଗରେ ୪ଟି ଆରିସା ପିଠା ରହିବ (୧୬ ÷ ୪ = ୪)

Question 2.
ରୋହନ ତା’ ଖାତା ସଜେଇବା ପାଇଁ ଏକ ରିବନ ଫିତା ନେଇଛି । ମୋହନ ରିବନ ଫିତାର ଲମ୍ଵ ରୋହନ ରିବନ ଫିତା ଲମ୍ବର ଏକ ଚତୁର୍ଥାଂଶ । ତେବେ ରୋହନ ରିବନ ଫିତାର ଲମ୍ବକୁ ଚିତ୍ରରେ ଦର୍ଶାଅ |
ମୋହନର ରିବନ ଫିତା = Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 48
Solution:
ରୋହନର ରିବିନ ଫିତା ମୋହନର ରିବନ ଠାରୁ ୪ଗୁଣ ଲମ୍ବା ହେବ । Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 49

ନିଜେ ଚେଷ୍ଟା କର

ତୁମର ପରିବେଶକୁ ଅନୁଧ୍ୟାନ କର ଏବଂ ଭଗ୍ନସଂଖ୍ୟା ବ୍ୟବହାର ହେଉଥ‌ିବା ପରିସ୍ଥିତି ଗୁଡ଼ିକୁ ବିଚାର କର ! ଯେକୌଣସି ଦୁଇଟି ଉଦାହରଣ ନିମ୍ନରେ ଦିଆଯାଇଥ‌ିବା ସ୍ଥାନରେ ଲେଖ ।

Question 1.
________________________________________________________________________
________________________________________________________________________
________________________________________________________________________
Solution:
ଗୋଟିଏ ରୁଟିକୁ ଦୁଇ ଭାଇ ସମାନ ଭାବେ ବାଣ୍ଟି ଖାଇଲେ (\(\frac{୧}{୨}\)) ହେବ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 50

Question 2.
________________________________________________________________________
________________________________________________________________________
________________________________________________________________________
Solution:
୪ଜଣ ସାଙ୍ଗ ମିଶି ଗୋଟିଏ ତରଭୁଜକୁ ସମାନ ଭାବେ ବାଣ୍ଟିଲେ \(\frac{୧}{୪}\) ହେବ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 51

ଆସ ସମାଧାନ କରିବା

୧. ଖଣ୍ଡିଏ ଆୟତାକୃତି କାଗଜ ନିଅ | ଏହାକୁ ତିନୋଟି ସମାନ ଭାଗରେ ଭାଙ୍ଗ, ତାପରେ ପୁଣି ଖୋଲ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 52
୨. ଚିତ୍ରରେ ପ୍ରଦର୍ଶିତ ହୋଇଥ‌ିବା ପରି ତିନୋଟି ସମାନ ଅଂଶ ମଧ୍ୟରୁ ଗୋଟିଏ ଅଂଶକୁ ରଙ୍ଗ କର ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 53
୩. ଏବେ କାଗଜଟିକୁ ପୂର୍ବପରି ତିନି ସମାନ ଅଂଶରେ ଭାଙ୍ଗି ଦିଅ ଏବଂ ତା’ ପରେ ଏହାକୁ ମଝିରୁ ଆଉ ଥରେ ଭାଙ୍ଗ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 54
୪. ଏବେ ରଙ୍ଗ ହୋଇଥ‌ିବା ଅଂଶକୁ ଲକ୍ଷ୍ୟ କର । ବର୍ତ୍ତମାନ ଚିତ୍ରିତ ଅଂଶଟି କେଉଁ ଭଗ୍ନସଂଖ୍ୟାକୁ ସୂଚାଉଛି ? ଏହାର ଅର୍ଥ କ’ଣ ?
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 55
Solution:
ଏହା \(\frac{୨}{୬}\) (ଦୁଇ ଶତାଂଶ)କୁ ସୂଚାଉଛି । ଏହାର ଅର୍ଥ \(\frac{୧}{୩}\) = \(\frac{୨}{୬}\)
୫. ପୁଣି କାଗଜଟିକୁ ଭାଙ୍ଗ ଏବଂ ରଙ୍ଗିନ ଅଂଶ କିପରି ବଦଳିଯାଉଛି ଲକ୍ଷ୍ୟ କର।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 56

୬. ପ୍ରତ୍ୟେକ ଭାଙ୍ଗ ପରେ ତୁମେ ଯେଉଁ ଭଗ୍ନ ସଂଖ୍ୟା ଦେଖୁଛ ଲେଖ ?
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 57
\(\frac{୧}{୩}\) = \(\frac{୨}{୬}\) = ____________ = ____________ = ____________
Solution:
\(\frac{୧}{୩}\) = \(\frac{୨}{୬}\) = \(\frac{୩}{୯}\) = \(\frac{୪}{୧୨}\) = \(\frac{୫}{୧୫}\)

ଆସ ଚେଷ୍ଟା କରିବା

Question 1.
ଅନ୍ୟ ଏକ କାଗଜଫର୍ଦ୍ଦ ନିଅ ଏବଂ ପୂର୍ବ ପରି ଦୁଇ ସମାନ ଅଂଶରୁ ଆରମ୍ଭ କର । ପ୍ରତିଥର ପ୍ରତ୍ୟେକ ଅଂଶ ଭାଙ୍ଗି ଅଧା କର । ତୁମର ଫଳାଫଳକୁ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
\(\frac{୧}{୨}\) = \(\frac{୧}{୪}\) = ____________ = ____________ = ____________
Solution:
\(\frac{୧}{୨}\) = \(\frac{୧}{୪}\) = \(\frac{୪}{୮}\) = \(\frac{୮}{୧୬}\) = \(\frac{୧୬}{୩୨}\)

ଆସ ଆଲୋଚନା କରିବା

ଚିତ୍ରରେ ଥ‌ିବା ଭଗ୍ନାଂଶ ପଟିକୁ ଲକ୍ଷ୍ୟ କର ଓ ନିମ୍ନଲିଖତ ପ୍ରଶ୍ନଗୁଡ଼ିକୁ ଆଲୋଚନା କର । ଉତ୍ତର ଖୋଜିବା ପାଇଁ ତୁମେ ମଧ୍ଯ ତୁମ ଭଗ୍ନାଂଶ କିଟ୍ ବ୍ୟବହାର କରି ପାରିବ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 58
୧. କେତେଗୋଟି \(\frac{୧}{୪}\) ମିଶି \(\frac{୧}{୨}\) ସହ ସମାନ ହେଉଛି ?
____________________________________________________________________________________
Solution:
୨ଟି ।

୨. \(\frac{୨}{୩}\), \(\frac{୧}{୨}\) ଅପେକ୍ଷା କ୍ଷୁଦ୍ରତର ବା ବୃହତ୍ତର ?
____________________________________________________________________________
Solution:
ବୃହତ୍ତର

୩. \(\frac{୧}{୧୦}\) ର ୧୦ଟି ଖଣ୍ଡରେ ଏକ ପୂର୍ବ ସମୁଦାୟ ହୁଏ, ଏହି ଉକ୍ତିଟି ସତ୍ୟ କି ?
_____________________________________________________________________________
Solution:
ହଁ, ସତ୍ୟ ।

୪. \(\frac{୧}{୬}\) ର ୩ଟି ଖଣ୍ଡ, \(\frac{୧}{୮}\) ର ୨ଟି ଖଣ୍ଡ ସହିତ ସମାନ, ଏହା ସତ୍ୟ କି ?
_____________________________________________________________________________
Solution:
ନାଁ, \(\frac{୧}{୬}\) ର ୩ଟି ଖଣ୍ଡ = \(\frac{୩}{୬}\) = \(\frac{୧}{୨}\) ଏବଂ \(\frac{୧}{୮}\) ର ୨ଟି ଖଣ୍ଡ
= \(\frac{୨}{୮}\) = \(\frac{୧}{୪}\) ଏଠାରେ \(\frac{୧}{୨}\) > \(\frac{୧}{୪}\) ।

୫. \(\frac{୧}{୮}\) ର କେତୋଟି ଖଣ୍ଡ ମିଶିଲେ ମିଳିବ ?
_____________________________________________________________________________
Solution:
୨ଖଣ୍ଡ \(\frac{୧}{୮}\) ମିଶିଲେ \(\frac{୧}{୪}\) ମିଳିବ ।

Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା

ଆସ ସମାଧାନ କରିବା

Question 1.
ବବଲୁ ବର୍ଗକ୍ଷେତ୍ର ଆକୃତିର ଏକ କାଗଜ ପଟିରେ ଖେଳୁଛି । ସେ କାଗଜ ପଟିକୁ ଏଭଳି ଢଙ୍ଗରେ କାଟିବାକୁ ଚାହେଁ ଯେପରି ପ୍ରତ୍ୟେକ ଖଣ୍ଡ ସମାନ ଆକାରର ହେବ ।
ସମାନ ଭାବରେ କଟାଯାଇଥିବା ବର୍ଗକ୍ଷେତ୍ର ଗୁଡ଼ିକୁ ଗୋଲ ବୁଲାଅ | ଯେଉଁଠାରେ ସମ୍ଭବ ଚିତ୍ରିତ ଅଂଶଗୁଡ଼ିକୁ ଭଗ୍ନ ସଂଖ୍ୟାରେ ଲେଖି ।
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 59

Question 2.
ଚିତ୍ରିତ ଅଂଶକୁ ପିଲାମାନେ ଭଗ୍ନ ସଂଖ୍ୟାରେ ଲେଖୁଛନ୍ତି, ତୁମେ ଏହାକୁ ଯାଞ୍ଚ କର । ଯେଉଁ ପିଲାଟି ଠିକ୍ ଭାବେ ଲେଖୁଛି, ତା ଉପରେ ଗୋଲ ବୁଲାଅ ଏବଂ ଭୁଲ ଉପରେ ଛକି ଚିହ୍ନ (✗) ଦିଅ । ଅଂଶଗୁଡ଼ିକ ସମାନ କରିବାପାଇଁ ତୁମେ ଅତିରିକ୍ତ ରେଖା ଅଙ୍କନ କରିପାରିବ ।
ତୁମ ଚିନ୍ତାଧାରା ବିଷୟରେ ଆଲୋଚନା କରି ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 60
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 61
ପ୍ରଥମ ଚିତ୍ରରେ ଆମେ ଅତିରିକ୍ତ ରେଖା ଅଙ୍କନ କରିବା ଦ୍ଵାରା ବର୍ଗଚିତ୍ରଟି ସମାନ ଚାରୋଟି ଅଂଶରେ ବିଭକ୍ତ ହେବ ।
ଏହାର ପ୍ରତ୍ୟେକ ଅଂଶ = \(\frac{୧}{୪}\)। ତେଣୁ କିଶୋର କହେ : \(\frac{୧}{୪}\)(ଏହା ଠିକ୍)
୨ୟ ଓ ୩ୟ ଚିତ୍ର ସମସ୍ତ ଭୁଲ୍ ଅଟେ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 62

Question 3.
ତଳେ ଦିଆଯାଇଥ‌ିବା ଚିତ୍ରରେ ରଙ୍ଗିନ ଅଂଶ ସୂଚାଉଥ‌ିବା ଭଗ୍ନସଂଖ୍ୟାକୁ ତଳ କୋଠରିରେ ଲେଖ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 63
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 64

Question 4.
ତଳେ ଦିଆଯାଇଥ‌ିବା ପ୍ରତ୍ୟେକ ଚିତ୍ରରେ ନୀଳ ଅଂଶ ସମ୍ପୂର୍ଣ୍ଣ ଆକୃତିର କେତେ ଅଂଶ ଦର୍ଶାଉଛି, ତାହାକୁ ଭଗ୍ନସଂ ଖ୍ୟାରେ ଚିହ୍ନଟ କରି ଲେଖ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 65
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 66

Question 5.
ତଳେ ଥ‌ିବା ଚିତ୍ର ଗୁଡ଼ିକୁ ସୂଚନା ଆଧାରରେ ବିଭକ୍ତ କର ଏବଂ ଉପଯୁକ୍ତ ଅଂଶକୁ ରଙ୍ଗ ଦିଅ ।
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 67
Solution:
Class 4 Maths Chapter 5 Question Answer Odia Medium ବାଣ୍ଟିବା ଓ ମାପିବା 68