Students can use Class 5 Math Solution Odia Medium and Class 5 Maths Chapter 10 Question Answer Odia Medium ନଡ଼ିଆ ବଗିଚା to check their answers after solving exercises.
5th Class Maths Chapter 10 Question Answer Odia Medium
Class 5 Maths Chapter 10 Odia Medium
ଅକ୍ଷର କାର୍ଡ
Page No. (୧୩୬)
Question 1.
ଲାଲିର ଜନ୍ମଦିନ ପାଇଁ ପ୍ରେମ ଏବଂ ମନୁ କାନ୍ଥରେ “HAPPY BIRTH DAY” ଅକ୍ଷର ଗୁଡିକୁ ଲଗାଇବାକୁ ଚାହୁଁଛନ୍ତି । ଏହି ଇଂରାଜୀ ଅକ୍ଷର ଗୁଡିକୁ ପ୍ରସ୍ତୁତ କରିବା ସମୟରେ, ସେମାନେ ଦେଖିଲେ ଯେ କିଛି ଅକ୍ଷର ସହଜ ଉପାୟରେ କାଟି ହେବ ।
ସେମାନେ ମନେରଖୁଛନ୍ତି ଯେ, ଚତୁର୍ଥ ଶ୍ରେଣୀରେ ପଢ଼ିଲାବେଳେ ପ୍ରତିଫଳନ ପ୍ରତିସମତା ଏବଂ ପ୍ରତିସମ ଅକ୍ଷ ବିଷୟରେ ଶିଖୁଥିଲେ । ସେମାନେ ଅକ୍ଷର କାର୍ଡ ତିଆରି କରିବା ପାଇଁ ପ୍ରତିସମ ଅକ୍ଷ ବିଷୟରେ ଥିବା ସେମାନଙ୍କର ଜ୍ଞାନକୁ ବ୍ୟବହାର କଲେ । ଇଂରାଜୀ ଅକ୍ଷର A ରେ ଏକ ଭୂଲମ୍ବ ପ୍ରତିସମ ଅକ୍ଷ ଅଛି । ତେଣୁ ଇଂରାଜୀ ଅକ୍ଷର A କାଟିବା ପାଇଁ …………………….

୧. ଖଣ୍ଡିଏ କାଗଜ ପୃଷ୍ଠାକୁ ମଝିରୁ ଭାଙ୍ଗ ।
୨. ମଝି ଭାଗ ସହିତ ଇଂରାଜୀ ଅକ୍ଷର A ର ଅଧା ଅଙ୍କନ କର ।
୩. ବାହାର ଧାରରେ ଅକ୍ଷରକୁ କାଟ !
୪. ସଂପୂର୍ଣ୍ଣ ଇଂରାଜୀ ଅକ୍ଷର A ଦେଖିବା ପାଇଁ କାଗଜପୃଷ୍ଠାକୁ ଖୋଲ । ଇଂରାଜୀ ଅକ୍ଷର ‘H’ ରେ ଦୁଇଟି ପ୍ରତିସମ ଅକ୍ଷ ଅଛି ।
୧. କାଗଜ ପୃଷ୍ଠାକୁ ଏକ ଚତୁର୍ଥାଂଶରେ ଭାଙ୍ଗ (ଥରେ ଭୂଲମ୍ବ ଭାବରେ, ଥରେ ଭୂସମାନ୍ତର ଭାବରେ)
୨. ଏହା ଉପରେ ଇଂରାଜୀ ଅକ୍ଷର H ର ଏକ ଚତୁର୍ଥାଂଶକୁ ଅଙ୍କନ କର ।
୩. ଏହାର ବାହାର ଧାରରେ ଅକ୍ଷରକୁ କାଟ ।
୪. ସଂପୂର୍ଣ୍ଣ ଇଂରାଜୀ ଅକ୍ଷର ‘H’ ଦେଖିବା ପାଇଁ କାଗଜ ଖୋଲ ।
ତଳେ ଦିଆଯାଇଥିବା ଇଂରାଜୀ ଅକ୍ଷର ଗୁଡିକ ମଧ୍ୟରୁ କେଉଁଟି କେବଳ ଅଧା (\(\frac{୧}{୨}\)) ଆଙ୍କି କିମ୍ବା ଏକ ଚତୁର୍ଥାଂଶ ( \(\frac{୧}{୪}\)) ଆଙ୍କି ଅକ୍ଷର କାର୍ଡ ଗୁଡିକ ପ୍ରସ୍ତୁତ କରି ପାରିବ । ତୁମେ ଏହି ଇଂରାଜୀ ଅକ୍ଷର ଗୁଡିକ ଉପରେ ପ୍ରତିସମ ଅକ୍ଷ ଗୁଡିକୁ ଅଙ୍କନ କର ।

କେଉଁ ଇଂରାଜୀ ଅକ୍ଷରର ଗୋଟିଏ ଭୂସମାନ୍ତର ପ୍ରତିସମ ଅକ୍ଷ ଅଛି ? …………………….
କେଉଁ ଇଂରାଜୀ ଅକ୍ଷରର ଗୋଟିଏ ଭୂଲମ୍ବ ପ୍ରତିସମ ଅକ୍ଷ ଅଛି ? ………………….
କେଉଁ ଇଂରାଜୀ ଅକ୍ଷରରେ ଉଭୟ ଭୂଲମ୍ବ ଓ ଭୂସମାନ୍ତର ପ୍ରତିସମ ଅକ୍ଷ ଅଛି ? ……………………..
Solution:

ଆସ କରିବା
Question 1.
ଦୀପ, ଡଙ୍ଗା ଏବଂ ବିଭିନ୍ନ ଚିତ୍ର କାର୍ଡ ତିଆରି କରିବା ପାଇଁ ଏହି ପ୍ରତିସମ ଅକ୍ଷ ଗୁଡିକୁ ବ୍ୟବହାର କର । ଚିତ୍ର ଗୁଡିକ ଖୋଜିବା ପାଇଁ ଏହି ପୃଷ୍ଠାର ସୀମାରେଖାକୁ ଦେଖ ।
Solution:

![]()
ଆସ ଏକ କାଗଜଚକ୍ରୀ ତିଆରି କରିବା
Page No. (୧୩୭ to ୧୩୮)
Question 1.
ଲାଲି ତାଙ୍କ ସାଙ୍ଗ ମାନଙ୍କ ପାଇଁ କାଗଜ ଚକ୍ରୀ ତିଆରି କରେ । ତୁମେ ନିଜର କାଗଜ ଚକ୍ରୀ ତିଆରି କରିବା ପାଇଁ ନିମ୍ନଲିଖତ ସୋପାନ ଗୁଡିକ ଅନୁସରଣ କର ।
Solution:
୧. ଏକ ବର୍ଗାକୃତି କାଗଜ ଫର୍ଦ୍ଦ ନିଅ । 
୨, ଦୁଇଟି ଫିଲ୍ମର ପାଇବା ପାଇଁ କାଳକଫର୍କକୁ କୋଣକୁ କୋଣ ମିଶାଇ ଜାଙ୍ଗ । 
୩. ଆଉ ଦୁଇଟି ତ୍ରିଭୁଜ ପାଇବା ପାଇଁ ଏହାକୁ ଖୋଲି ଅନ୍ୟ କୋଣକୁ କୋଣ ମିଶାଇ ଭାଙ୍ଗ । ![]()
୪. ଏହାକୁ ପୁଣି ଖୋଲ । କାଗଜ ପୃଷ୍ଠାରେ ଏକ ଛକି ‘x’ ଚିହ୍ନ ଦେଖିବ । ![]()
୫. ଛକି ‘x’ ଚିହ୍ନର ଚାରୋଟି ରେଖା ସହିତ କାଟିବା ପାଇଁ କଇଁଚି ବ୍ୟବହାର କର । ମଝି ଭାଙ୍ଗକୁ ପ୍ରାୟ ଅଧାକାଟି ବନ୍ଦ କର । ![]()
୬, ପ୍ରତ୍ୟେକ ତ୍ରିଭୁଜର ଗୋଟିଏ କୋଣ ନିଅ ଏବଂ ଏହାକୁ କାଗଜ ପୃଷ୍ଠାର କେନ୍ଦ୍ର ଆଡ଼କୁ
ଧିରେ ଭାଙ୍ଗ । ଏହାକୁ ସମତଳ ଭାବରେ ଚାପିଦିଅ ନାହିଁ ।
୭. ଅନ୍ୟ ପ୍ରତ୍ୟେକ କୋଣକୁ ମଧ୍ୟଭାଗ ଆଡକୁ ଭାଙ୍ଗ । 
୮. ଭାଙ୍ଗ ହୋଇଥିବା କୋଣ ଓ ଏହା ମଧ୍ୟଭାଗ ଦେଇ କାଗଜରେ ଏକ ପିନ୍ କଣ୍ଟା ଲଗାଅ । 
୯. ଏକ କାଠି କିମ୍ବା ଷ୍ଟ୍ର ଦେଇ ପିନ୍ କଣ୍ଟାଟିକୁ ଲଗାଅ । 
ନିଶ୍ଚିତ ହୁଅ ଯେ ପି ଅତ୍ୟଧିକ ଟାଇଟ୍ ନୁହେଁ ।
ପବନ ବହିବା ସମୟରେ ତୁମ କାଗଜ ଚକ୍ରୀଟି ଘୁରୁଛି କି ନାହିଁ ଦେଖ ।
Question 2.
କାଗଜ ଚକ୍ରରେ ଥିବା ବିନ୍ଦୁଟିକୁ ଲକ୍ଷ୍ୟ କର । କାଗଜ ଚକ୍ରୀଟି \(\frac{୧}{୪}\), \(\frac{୧}{୨}\), \(\frac{୩}{୪}\) ଦେଖାଯାଉଛି କି ? ……………………

Solution:
କାଗଜ ଚକ୍ରୀଟି \(\frac{୧}{୪}\) ଘୂର୍ଣ୍ଣନ, \(\frac{୧}{୨}\) ଘୂର୍ଣ୍ଣନ କିମ୍ବା \(\frac{୩}{୪}\) ଘୂର୍ଶନ ପରେ ସମାନ ଦିଶୁନାହିଁ । ଚକ୍ରୀଟି ଏକ ପୂର୍ବ ଘୂର୍ଣ୍ଣନ ପରେ ସମାନ ଦିଶୁଛି ।
Question 3.
ତଳେ ଦିଆଯାଇଥିବା ଇଂରାଜୀ ଅକ୍ଷର ଗୁଡିକୁ ଦେଖ । ପୂର୍ବ ଘୂର୍ଣ୍ଣନ ବେଳେ କ’ଣ ସେଗୁଡିକ ସମାନ ଦେଖାଯାଏ ? ଇଂରାଜୀ ଅକ୍ଷର ଗୁଡିକର ଘୂର୍ଣ୍ଣନର ଦିଗ ନିର୍ଦ୍ଦେଶ ଜାଣିବା ପାଇଁ ଅକ୍ଷର ଗୁଡିକୁ ବିନ୍ଦୁ ଦ୍ବାରା ଚିହ୍ନିତ କରାଯାଇଛି । ତୁମେ ଇଂରାଜୀ ଅକ୍ଷର ଗୁଡିକୁ କାଟ ଏବଂ ଏହି ଅକ୍ଷର ଗୁଡିକର କେନ୍ଦ୍ରକୁ ଗୋଟିଏ କଣ୍ଟା ଦ୍ଵାରା ସଂଯୁକ୍ତ କର କିମ୍ବା ଖଣ୍ଡିଏ କାଗଜ ଦେଇ ଇଂରାଜୀ ଅକ୍ଷର ଗୁଡିକର ଘୂର୍ଣ୍ଣନ ବେଳେ ପ୍ରତିସମତା ପରୀକ୍ଷା କର । (ପ୍ରଶ୍ନ ସହ ଉତ୍ତର)

Solution:

ଆସ କରିବା
ତଳେ ଦିଆଯାଇଥିବା ଅଙ୍କ ଗୁଡିକର ପ୍ରତିସମତା ଖୋଜ ।

Question 1.
କେଉଁ ଅଙ୍କ ଗୁଡିକର ପ୍ରତିଫଳନ ପ୍ରତିସମତା ଅଛି ?
Solution:
0, 1, 3 ଓ 8
Question 2.
କେଉଁ ଅଙ୍କ ଗୁଡିକର ଘୂର୍ଣ୍ଣନ ପ୍ରତିସମତା ଅଛି ?
Solution:
0, 1 ଓ 8
Question 3.
କେଉଁ ଅଙ୍କ ଗୁଡିକରେ ଉଭୟ ଘୂର୍ଣନ ଓ ପ୍ରତିଫଳନ ପ୍ରତିସମତା ଅଛି ?
Solution:
0, 1 ଓ 8
Question 4.
ଏବେ ଆସ ପ୍ରଦତ୍ତସଂଖ୍ୟା ଗୁଡିକୁ ଦେଖିବା : 11, 1001
ଏହି ସଂଖ୍ୟାମାନଙ୍କର । : (କ) ଘୂର୍ଣ୍ଣନ ପ୍ରତିସମତା ଅଛି କି ?
(ଖ) ପ୍ରତିଫଳନ ପ୍ରତିସମତା ଅଛି କି ?
(ଟ) ଉଭୟ ପ୍ରତିସମତା ଅଛି କି ?
ଏଗୁଡିକରେ (କ) ଘୂର୍ଣ୍ଣନ ପ୍ରତିସମତା (ଖ) ପ୍ରତିଫଳନ ପ୍ରତିସମତା କିମ୍ବା (ଗ) ଉଭୟ ପ୍ରତିସମତା ଅଛି କି ?
Solution:
ସଂଖ୍ୟା ଦ୍ଵୟର (ଗ) ଉଭୟ ଘୂର୍ଣ୍ଣନ ଓ ପ୍ରତିଫଳନ ପ୍ରତିସମତା ଅଛି ।
![]()
Question 5.
ଦୁଇଅଙ୍କ, ତିନିଅଙ୍କ ଏବଂ ଚାରିଅଙ୍କ ସଂଖ୍ୟାର ଉଦାହରଣ ଦିଅ ଯେଉଁମାନଙ୍କର ଘୂର୍ଣ୍ଣନ ପ୍ରତିସମତା, ପ୍ରତିଫଳନ ପ୍ରତିସମତା ଓ ଉଭୟ ପ୍ରତିସମତା ଅଛି ?
Solution:
(i) ଦୁଇଅଙ୍କ ସଂଖ୍ୟା :
- କେବଳ ପ୍ରତିଫଳନ ପ୍ରତିସମତା : 38, 83, 13
- କେବଳ ଘୂର୍ଣ୍ଣନ ପ୍ରତିସମତା : 69, 96, 11
- ଉଭୟ ପ୍ରତିସମତା : 88, 18, 81
(ii) ତିନିଅଙ୍କ ସଂଖ୍ୟା :
- କେବଳ ପ୍ରତିଫଳନ ପ୍ରତିସମତା : 308, 803
- କେବଳ ଘୂର୍ଣ୍ଣନ ପ୍ରତିସମତା : 689, 986
- ଉଭୟ ପ୍ରତିସମତା : 101, 181
(iii) ଚାରିଅଙ୍କ ସଂଖ୍ୟା :
- କେବଳ ପ୍ରତିଫଳନ ପ୍ରତିସମତା : 8003, 3008
- କେବଳ ଘୂର୍ଣ୍ଣନ ପ୍ରତିସମତା : 9006, 6009
- ଉଭୟ ପ୍ରତିସମତା : 1881, 1001, 1111
ନକ୍ସା ତିଆରି କରିବା
Page No. (୧୩୯ to ୧୪୧)
(କ) ଏହି ନକ୍ସାରେ ଘୂର୍ଣନ ପ୍ରତିସମତା ଅଛି କି ? ହଁ/ ନାହିଁ ?

Solution:
ନାହିଁ ।
(ଖ) କିଛି ଆକୃତି ଯୋଗ କରି ଏହି ନକ୍ସାକୁ ପରିବର୍ତ୍ତନ କରିବାକୁ ଚେଷ୍ଟାକର ଯେପରିକି ଅର୍ଦ୍ଧ (\(\frac{୧}{୨}\)) ଘୂର୍ଣ୍ଣନ ପରେ ତାହା ସେହିପରି ଦେଖାଯାଉଛି । ତୁମ ଖାତାରେ ନୂଆ ନକ୍ସାଟି ଅଙ୍କନ କର ।

Solution:

ଆମେ ବାମପାର୍ଶ୍ବରେ ଏକ ନୂଆ ବୃତ୍ତ ଅଙ୍କନ କରିବା ଯାଦ୍ୱାରା ନୂଆ ଚିତ୍ରଟି \(\frac{୧}{୨}\) ଘୂର୍ଣନପରେ ନକ୍ସାଟି ସମାନ ଦିଶିବ ।
(ଗ) ବର୍ତ୍ତମାନ ଅଧିକ ଆକୃତି ଯୋଗ କରି କିମ୍ବା ପରିବର୍ତ୍ତନ କରି ନକ୍ସାକୁ ଏଭଳି ତିଆରି କର । ଯାହା ଏକ ଚତୁର୍ଥାଂଶ (\(\frac{୧}{୪}\)) ଘୂର୍ଣ୍ଣନ ପରେ ମଧ୍ୟ ସେହିପରି ଦେଖାଯିବ । ଏହି ନୂତନ ନକ୍ସାଟି ତୁମ ଖାତାରେ ଆଙ୍କ ।

Solution:

(ଘ) ଏହି ନୂତନ ନକ୍ସାଗୁଡ଼ିକର ପ୍ରତିଫଳନ ପ୍ରତିସମତା ଅଛି କି ?
ଯଦି ଥାଏ, ତେବେ ପ୍ରତିସମ ଅକ୍ଷ ଅଙ୍କନ କର ।
Solution:

ହଁ, ନୂତନ ନକ୍ସାଗୁଡ଼ିକର ପ୍ରତିଫଳନ ପ୍ରତିସମତା ଅଛି ।
ଆସ ଭାବିବା
Question 1.

1. ଏହି ନକ୍ସଟି ଅଦ୍ଧ (\(\frac{୧}{୨}\)) ଘୂର୍ଣ୍ଣନ ପରେ ସେହିଭଳି ଦେଖାଯାଏ କି ?
Solution:

ହଁ, ସେହିଭଳି ଦେଖାଯାଏ ।
2. ଏହି ନକ୍ସାଟି \(\frac{୧}{୪}\) ଘୂର୍ଣ୍ଣନ ପରେ ସେହିଭଳି ଦେଖାଯାଏ କି ?
Solution:
ନାହିଁ, ସେହିଭଳି ଦେଖାଯାଏ ନାହିଁ ।
Question 2.
1. ପ୍ରତି \(\frac{୧}{୪}\) ଘୂର୍ଶନ ପରେ ଡିଜାଇନ୍ ସମାନ ଦେଖାଯାଏ କି ନାହିଁ, ତାହା ପାଇଁ ସଂଲଗ୍ନ ଚିତ୍ରରେ ଦିଆଯାଇଥିବା ବର୍ଗକ୍ଷେତ୍ରକୁ ରଙ୍ଗ କର । ଏକ ପୂର୍ବ ଘୂର୍ଣ୍ଣନରେ ଏହି ଆକୃତିଟି କେତେଥର ଦିଶିବ ?

Solution:
୪ଥର ।

2. ଏହି ନକ୍ସାଗୁଡ଼ିକର ପ୍ରତିଫଳନ ପ୍ରତିସମତା ଅଛି କି ? ଯଦି ଥାଏ, ତେବେ ପ୍ରତିସମ ଅକ୍ଷ ଅଙ୍କନ କର ।
Solution:

ହଁ, ପ୍ରତିଫଳନ ପ୍ରତିସମତା ଅଛି ।
![]()
ଆସ କରିବା
Question 1.
ସମାନ ପାର୍ଶ୍ଵ ଲମ୍ବିଥିବା ବର୍ଗକ୍ଷେତ୍ର ଓ ସମବାହୁ ତ୍ରିଭୁଜ ଖଣ୍ଡକୁ କାଟ । ଏଗୁଡ଼ିକ ବହିର ଶେଷରେ ଦିଆଯାଇଛି । ଏହି ଦୁଇ ଆକୃତିକୁ ବ୍ୟବହାର କରି ଭିନ୍ନ ଭିନ୍ନ ପ୍ରତିସମତା ଥିବା ନକ୍ସାଗୁଡ଼ିକ ତିଆରି କର । (ନିଜେ କର)
Solution:

Question 2.
ଏହି ଆକୃତିରେ ପ୍ରତିଫଳନ ପ୍ରତିସମତା ଅଛି କି ? ଯଦି ହଁ, ଏହାର ପ୍ରତିସମ ଅକ୍ଷ(ଗୁଡ଼ିକ) ଅଙ୍କନ କର ।

Solution:

ହଁ, ପ୍ରତିଫଳନ ପ୍ରତିସମତା ଅଛି ।
Question 3.
ଏହାର ଘୁର୍ଣ୍ଣନ ପ୍ରତିସମତା ଅଛି କି ? ଯଦି ହଁ, ତେବେ କେତେ ଘୂର୍ଣ୍ଣନରେ ହେବ ?
Solution:
ହଁ, \(\frac{୧}{୨}\) ଘୂର୍ଣ୍ଣନରେ ହେବ ।
Question 4.
ଏହାର ଉଭୟ ପ୍ରତିସମତା ଅଛି କି ?
Solution:
ହଁ । ଏହାର ଉଭୟ ପ୍ରତିଫଳନ ଓ ଘୂର୍ଣ୍ଣନ ପ୍ରତିସମତା ଅଛି ।
Question 5.
ବର୍ତ୍ତମାନ, ତୁମର ନକ୍ସା ତିଆରି କର । ତୁମ ନକ୍ସାଗୁଡ଼ିକୁ ୩ଟି ଶ୍ରେଣୀରେ ସଜାଡ଼ି ରଖ ।
୧ । କେବଳ ଘୂର୍ଣ୍ଣନ ପ୍ରତିସମତା ଥିବା
୨ । କେବଳ ପ୍ରତିଫଳନ ପ୍ରତିସମତା ଥିବା ଡିଜାଇନ୍ ଏବଂ
୩ । ଉଭୟ ଘୂର୍ଣ୍ଣନ ଓ ପ୍ରତିଫଳନ ପ୍ରତିସମତା ଥିବା ଡିଜାଇନ୍ ।
Solution:

ଆସ ଦେଖୁ
Question 1.
ନିମ୍ନରେ ଖୋଦିତ କାଠ ବ୍ଲକ ଓ ସେମାନଙ୍କର ଛାପର ଛବି ଦିଆଯାଇଛି । (ପ୍ରଶ୍ନ ସହ ଉତ୍ତର)
ପ୍ରତ୍ୟେକ ବ୍ଲକ୍କୁ ତାହାର ଠିକ୍ ଛାପ ସହିତ ଗାରଟାଣି ମିଳାଅ । ତୁମ ପାଇଁ ଗୋଟିଏ ଉଦାହରଣ ଗାରଟାଣି ଦର୍ଶାଯାଇଛି ।
Solution:

Question 2.
ତଳେ ଥିବା ଖୋଦିତ କାଠ ବ୍ଲକ ଦ୍ବାରା ତିଆରି ହୋଇଥିବା ଆକୃତିକୁ ଦେଖ । ଏହି ଆକୃତିକୁ ଚାରିଥର ବ୍ଲକ ବ୍ୟବହାର କରି ତିଆରି କରାଯାଇଛି ।

Solution:
ନକ୍ସା ‘ଖ’ \(\frac{୧}{୪}\) ଘୁର୍ଣ୍ଣନ ପରେ ସମାନ ଦେଖାଯାଏ ।
ଏହି ନକ୍ସାରେ ଘୁର୍ଣ୍ଣନ ପ୍ରତିସମତା ଅଛି ।
Question 3.
ଏହି ପୃଷ୍ଠାର ଚାରିପାଖ ସୀମାରେ ଦିଆଯାଇଥିବା ଆକୃତି ଗୁଡିକୁ ଲକ୍ଷ୍ୟକର । କେଉଁ ଆକୃତି ଗୁଡିକର ପ୍ରତିଫଳନ ପ୍ରତିସମତା ଅଛି ? ସେଥ୍ରେ ଠିକ୍ (✓) ଚିହ୍ନ ଦିଅ । ଯେଉଁ ଆକୃତି ଗୁଡିକର ଘୂର୍ଣ୍ଣନ ପ୍ରତିସମତା ଅଛି । ସେଥିରେ ତାରା (*) ଚିହ୍ନ ଦିଅ ।
Solution:
ପ୍ରତିଫଳନ ପ୍ରତିସମତା :

ଘୂର୍ଶନ ପ୍ରତିସମତା :

![]()
ପ୍ରକଳ୍ପ କାମ
Page No. (୧୪୧)
Question 1.
ପନିପରିବା ବ୍ଲକ୍ ଗୁଡିକୁ ବ୍ୟବହାର କରି ପ୍ରତିସମ ଆକୃତି ଓ ଡିଜାଇନ୍ ଗୁଡିକ ତିଆରି କର । କିଛି ଉଦାହରଣ ନିମ୍ନରେ ଦିଆଯାଇଛି !

Solution:
ନିଜେ କର ।