Go through BSE Odisha Class 6 Science Notes Odia Medium and Class 6 Science Chapter 12 Notes Odia Medium ଆମ ବିଶ୍ବ to understand important concepts and topics more clearly.
6th Class Science Chapter 12 Notes Odia Medium
BSE Odisha Class 6 Science Chapter 12 Notes Odia Medium
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ :
ଯେଉଁଠାରେ ବାୟୁ କିମ୍ବା ଆଲୋକ ପ୍ରଦୂଷଣ ନ ଥାଏ, ସେଠାରେ ରାତିର ଆକାଶର ହଜାର ହଜାର ସଂଖ୍ୟାରେ ନକ୍ଷତ୍ରମାନ ଝଲସୁଥିବାର ଦେଖାଯାଏ । ଏଗୁଡ଼ିକୁ ନିରୀକ୍ଷଣ କଲେ ଆମ ମନରେ ବିସ୍ମୟ ସୃଷ୍ଟି ହୋଇଥାଏ ।
କାର୍ଯ୍ୟ-୧ : ଆସ ଚିତ୍ର ଆଙ୍କିବା
- ଚିତ୍ରରେ ରାତି ଆକାଶର ଗୋଟିଏ ଅଂଶରେ ଉଜ୍ଜ୍ଵଳ ନକ୍ଷତ୍ର ଦର୍ଶାଯାଇଛି ।
- ଏହାକୁ ଧ୍ୟାନର ସହ ଦେଖ ଏବଂ ନକ୍ଷତ୍ରମାନଙ୍କଦ୍ୱାରା ଗଠିତ ଏକ ଆକୃତିକୁ କଳ୍ପନା କରିବାକୁ ଚେଷ୍ଟାକର ।
- ନକ୍ଷତ୍ରଗୁଡ଼ିକୁ ସଂଯୋଗ କରି ଏକ ସଂରଚନା ଅଙ୍କନ କର । ତୁମ ଦ୍ଵାରା ଅଙ୍କାଯାଇଥିବା ଆକୃତି କେଉଁ ପ୍ରାଣୀ କିମ୍ବା ବସ୍ତ ଦେଖାଯାଉଛି, ପରିକଳ୍ପନା କର ଓ ଲେଖ ।
- ଉପରୋକ୍ତ ସୋପାନଗୁଡ଼ିକର ପୁନରାବୃତ୍ତି କର ଏବଂ କିଛି ଅଧିକ ସଂରଚନା ତିଆରି କର ।
- ବର୍ତ୍ତମାନ ତୁମେ କଳ୍ପନା କରିଥିବା ଆକୃତିକୁ ନେଇ ଏକ ସୁନ୍ଦର କାହାଣୀ ଚିନ୍ତା କର ।

ନକ୍ଷତ୍ର ଓ ନକ୍ଷତ୍ରପୁଞ୍ଜ :
ଆକାଶରେ ଥିବା ନକ୍ଷତ୍ରମାନଙ୍କ ମଧ୍ୟରୁ କେତେକ ଉଜ୍ଜ୍ଵଳ ଏବଂ ଆଉ କେତେକ ନିଷ୍ପ୍ରଭ ଅଟନ୍ତି । ନକ୍ଷତ୍ରମାନଙ୍କ ସମାହାରରେ ଗଠିତ ସଂରଚନା ପରିଚିତ ଜିନିଷର ଆକୃତି ପରି ଦେଖାଯାଇଥା’ଛି ।
ପୂର୍ବକାଳରେ ନକ୍ଷତ୍ର ଏବଂ ସେମାନଙ୍କର ସଂରଚନାକୁ ଚିହ୍ନି ଦିଗ ନିର୍ଣ୍ଣୟ କରିବା ଏକ ଉପଯୋଗୀ କୌଶଳ ଥଲା । ଆଧୁନିକ ଜ୍ଞାନକୌଶଳ କିମ୍ବା ଚୁମ୍ବକୀୟ କମ୍ପାସ୍ ଆଗମନ ପୂର୍ବରୁ ଏହା ସମୁଦ୍ର ବା ସ୍ଥଳଭାଗରେ ଦିଗ ନିରୂପଣ କରିବାରେ ସାହାଯ୍ୟ କରିଥିଲା ।
![]()

ପୂର୍ବେ ସଂରଚନା ଗଠନ କରୁଥିବା ନକ୍ଷତ୍ରମାନଙ୍କ ସମାହାରକୁ ନକ୍ଷତ୍ର ମଣ୍ଡଳ ବା ନକ୍ଷତ୍ର ପୁଞ୍ଜ କୁହାଯାଉଥିଲା । ବର୍ତ୍ତମାନ ଅନେକାଂଶର ଯେଉଁ ଅଞ୍ଚଳରେ ନକ୍ଷତ୍ରମାନଙ୍କର ଏହି ସମାହାର ଅନ୍ତର୍ଭୁକ୍ତ, ତାହାକୁ ନକ୍ଷତ୍ର ମଣ୍ଡଳ ଭାବରେ ବ୍ୟାଖ୍ୟା କରାଯାଉଛି ।
ଆନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସଂଘ (IAU) ଦ୍ଵାର ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏକ ଆନ୍ତର୍ଜାତିକ ସହମତିପ୍ରାପ୍ତ ୮୮ ଟି ନକ୍ଷତ୍ର ସମୂହର ସୀମାକୁ ତାଲିକାଭୁକ୍ତ କରାଯାଇ ନକ୍ଷତ୍ର ମଣ୍ଡଳ ନାମରେ ନାମିତ କରାଯାଇଛି ।
ଉପରୋକ୍ତ ଚିତ୍ରରେ ସହଜ ଚିହ୍ନଟ ପାଇଁ ନକ୍ଷତ୍ରଗୁଡ଼ିକୁ ଏକ କାଳ୍ପନିକ ରେଖାଦ୍ଵାରା ଯୋଡ଼ାଯାଇଛି । ଏଠାରେ ଓରିୟନ ନକ୍ଷତ୍ରକୁ ପ୍ରାୟତଃ ଏକ ଶିକାରୀ ଭାବରେ ପ୍ରଦର୍ଶିତ କରାଯାଇଛି । ମଝିରେ ଥିବା ୩ଟି ନକ୍ଷତ୍ର ଶିକାରୀଙ୍କ ବେଲ୍ଟ ଭଳି ଦେଖାଯାଉଛି ।

ଭାରତୀୟ ଜ୍ୟୋତିର୍ବିଜ୍ଞାନରେ, ‘ନକ୍ଷତ୍ର’ ଶବ୍ଦଟି ଏକ ନିର୍ଦ୍ଦିଷ୍ଟ ତାରା କିମ୍ବା ତାରାମାନଙ୍କର ଏକ ସମୂହକୁ ସୂଚିତ କରିବା ପାଇଁ ବ୍ୟବହୃତ ହୁଏ, ଯେପରିକି ଆର୍ଦ୍ର (ଓରିଅନ୍ ମଣ୍ଡଳର ବେଟେଲଟ୍ୟୁସ୍ ନାମକ ଏକ ତାରା) ଏବଂ କୃତିକା (ବୃକ୍ଷ ନକ୍ଷତ୍ରରେ ପ୍ଲେଇଏକ୍ସ ନାମକ ଏକ ତାରାମାନଙ୍କର ଏକ ସମୂହ) । ବୃଷ ରାଶିର ଏକ ତାରା ଆଲଡ଼େବାରନଙ୍କୁ ରୋହିଣୀ କୁହାଯାଏ ।
![]()
ଏଠାରେ କଳ୍ପନା କରାଯାଏ ଯେ, ଶିକାରୀ ଓରିଅନ ଓ ତାଙ୍କ କୁକୁର (କାନିସ୍ ମେଜର ନକ୍ଷତ୍ର), ପଛରେ ଏକ ଷଣ୍ଢ (ବୃକ୍ଷ ନକ୍ଷତ୍ର) ସହିତ ଯୁଦ୍ଧ କରୁଅଛି ।
କାନିସ୍ ମେଜରରେ ସିରିୟସ୍ ନାମକ ଏକ ନକ୍ଷତ୍ର ଅଛି, ଯାହା ରାତିର ଆକାଶରେ ସବୁଠାରୁ ଉଜ୍ଜ୍ଵଳ ନକ୍ଷତ୍ର ଅଟେ । ଉପରୋକ୍ତ ଚିତ୍ରରେ ଦୁଇଟି ଭିନ୍ନ ଭିନ୍ନ ନକ୍ଷତ୍ର ମଣ୍ଡଳ, ବଡ଼ ଡୀପର ଏବଂ ଛୋଟ ଦ୍ବୀପର ରହିଅଛି ।
ବଡ଼ ଡୀପର ଉର୍ସା ମେଜର ନକ୍ଷତ୍ରରେ ଅବସ୍ଥିତ ଏବଂ ଛୋଟ ଡୀପର ଉର୍ସା ମାଇନର ନକ୍ଷତ୍ରରେ ଅବସ୍ଥିତ । ଭାରତରେ ବଡ଼ ଡୀପର ସପ୍ତର୍ଷି ମଣ୍ଡଳ ଭାବରେ ଜଣାଶୁଣା, ଏବଂ ଛୋଟ ଡୀପର ପୋଲଷ୍ଟାର ବା ଧ୍ରୁବତାରା ଭାବରେ ଜଣାଶୁଣା ଅଟେ ।

ନକ୍ଷତ୍ର ମଣ୍ଡଳରେ ଥିବ ତାରାମାନଙ୍କ ସହିତ ଜଡ଼ିତ ସାଧାରଣ ଆଞ୍ଚଳିକ କାହାଣୀ ବ୍ୟତୀତ, ଭାରତର ଅନେକ ବନବାସୀ ସମ୍ପ୍ରଦାୟ କିମ୍ବା ଜନଜାତିମାନଙ୍କର ନକ୍ଷତ୍ରମାନଙ୍କ ବିଷୟରେ ନିଜସ୍ଵ କାହାଣୀ ଅଛି । ଉଦାହରଣ ସ୍ଵରୂପ, ବଡ଼ ଡୀପରରେ ଥିବା ଚାରୋଟି ତାରା ଯାହା ପ୍ରାୟ ଏକ ଆୟତାକାର ଆକୃତି ଗଠନ କରେ, ତାହାକୁ ମଧ୍ୟ – ଭାରତର ଜନଜାତିମାନେ ‘ଜେଜେମା’ଙ୍କ ଖଟ ଭାବରେ ଦେଖନ୍ତି ଏବଂ ଶେଷ ତିନୋଟି ତାରାକୁ ତିନିଜଣ ଚୋର ଏହାକୁ ଚୋରି କରନ୍ତି ବୋଲି ଭାବନ୍ତି । କୋଣାର୍କ ଉପକୂଳରେ ମତ୍ସ୍ୟଜୀବୀମାନେ ଏହି ମଣ୍ଡଳର ଚାରି ତାରାକୁ ଏକ ଡଙ୍ଗା ଭାବରେ ଓ ଶେଷ ତିନୋଟି ତାରା ଡଙ୍ଗାର ମଙ୍ଗ ଭାବରେ କଳ୍ପନା କରନ୍ତି ।
ଧ୍ରୁବତାରା ଉତ୍ତର ଦିଗରେ ସ୍ଥିର ଭାବରେ ଦେଖାଯାଏ, ଯାହା ଉତ୍ତର ଗୋଲାର୍ଦ୍ଧରେ ଉତ୍ତର ଦିଗକୁ ଚିହ୍ନଟ କରିବାରେ ସାହାଯ୍ୟ କରେ । ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରୁ ଧ୍ରୁବତାରା ଦୃଶ୍ୟମାନ ହୁଏ ନାହିଁ ।
ରାତିର ଆକାଶ ନିରୀକ୍ଷଣ :
ଏକ ସ୍ପଷ୍ଟ ମେଘମୁକ୍ତ ରାତିରେ, ଆକାଶରେ ବହୁ ସଂଖ୍ୟକ ତାରା ବଡ଼ ସହରରେ ରହୁଛେ, ତେବେ ତୁମେ ଅସ୍ପଷ୍ଟ ଆକାଶ ଏବଂ ଦୃଶ୍ୟମାନ ହୋଇପାରେ । ଯଦି ତୁମେ ଏକ ରାତିରେ ଆକାଶରେ କେବଳ କିଛି ତାରା ଦେଖାଯାଉଥିବାର ଦେଖୁ । ଏହା ଆଲୋକ ପ୍ରଦୂଷଣ, ଧୂଆଁ ଏବଂ ଧୂଳି ଯୋଗୁଁ ହୋଇଥାଏ ।
ରାତିରେ ଅତ୍ୟଧିକ କୃତ୍ରିମ ଆଲୋକର ଉପସ୍ଥିତିକୁ ଆଲୋକ ପ୍ରଦୂଷଣ କୁହାଯାଏ । ସମଗ୍ର ବିଶ୍ଵରେ ଆଲୋକ ପ୍ରଦୂଷଣ ଦ୍ରୁତ ଗତିରେ ବୃଦ୍ଧି ପାଉଅଛି ।
ସମଗ୍ର ବିଶ୍ଵରେ କିଛି ଅନ୍ଧାର ଆକାଶକୁ ସଂରକ୍ଷଣ କରି ଉଦ୍ୟାନ ପ୍ରତିଷ୍ଠା କରାଯାଇଛି । ଗବେଷଣା ପାଇଁ ଅନ୍ଧାର ଆକାଶକୁ ସଂରକ୍ଷିତ କରି ରଖୁବା ପାଇଁ ଏହି ଉଦ୍ୟାନରେ ଆଲୋକ ପ୍ରଦୂଷଣକୁ ନିୟନ୍ତ୍ରଣ କରାଯାଉଛି ।
ମୋବାଇଲ୍ ଫୋନ୍ରୁ ନକ୍ଷତ୍ର, ନକ୍ଷତ୍ର ପୁଞ୍ଜ ଏବଂ ଗ୍ରହ ଚିହ୍ନଟ ପାଇଁ ସ୍କାଏ ମ୍ୟାପ୍ ଏକ ଅତି ସହଜ ଆପ୍ । ଷ୍ଟେଲାରିୟମ୍ ହେଉଛି ଏଭଳି ଆଉ ଏକ ଆପ୍ । ଷ୍ଟେଲାରିୟମ୍ର କମ୍ପ୍ୟୁଟର ସଂସ୍କରଣର ମାଗଣା ଡାଉନ୍ଲୋଡ଼୍ କରାଯାଇପାରିବ, ଯେଉଁଥରେ ଅନେକ ବୈଶିଷ୍ଟ୍ୟ ରହିଛି ।
![]()
ରାତିର ଆକାଶ ନିରୀକ୍ଷଣ ପ୍ରସ୍ତୁତି :
- ବୟସ୍କମାନଙ୍କ ସହାୟତାରେ ରାତିରେ ଆକାଶ ଦେଖିବା ପାଇଁ ଏକ ଅନ୍ଧାରୁଆ ଖୋଲା ଅଞ୍ଚଳ ଚିହ୍ନଟ କର, ଯେଉଁଠାରେ ଆଲୋକ, ଉଚ୍ଚ କୋଠା ଏବଂ ଗଛ ଇତ୍ୟାଦି ନଥିବ ।
- ରାତି ଆକାଶରେ ତୁମେ କ’ଣ ଚିହ୍ନଟ କରିବାକୁ ଯୋଜନା କରୁଛି ତାହା ଆଧାରରେ ତାରିଖ ଏବଂ ସମୟ ସ୍ଥିର କର ।
- ବିଶେଷକରି ଧ୍ରୁବତାରା ଦେଖିବା ପାଇଁ ମେଘମୁକ୍ତ ଅମାବାସ୍ୟା ରାତି ସ୍ଥିର କର ।
- ଆକାଶ ମାନଚିତ୍ର ସହିତ ଏକ ମୋବାଇଲ୍ ଆପ୍ ବ୍ୟବହାର କରିବା କିମ୍ବା ତୁମେ ଦେଖିବାକୁ ଯୋଜନା କରୁଥିବା ନକ୍ଷତ୍ରପୁଞ୍ଜର ପ୍ରତିଛବିର ପ୍ରିଣ୍ଟ କରିବା ଉପଯୋଗୀ ହୋଇପାରେ ।
- ତୁମେ ଦିଗ ନିର୍ଣ୍ଣୟ ପାଇଁ ଏକ ଚୁମ୍ବକୀୟ କମ୍ପାସ୍ ଏବଂ ତୁମର ପର୍ଯ୍ୟବେକ୍ଷଣକୁ ଲେଖୁବା କିମ୍ବା ଆଙ୍କିବା ପାଇଁ ଏକ ଖାତା ମଧ୍ୟ ନେଇପାରିବ ।
- ନିର୍ଦ୍ଦିଷ୍ଟ ଦିନ ଏବଂ ସମୟରେ, ଜଣେ ବୟସ୍କଙ୍କ ସହିତ ଚିହ୍ନଟ ହୋଇଥିବା ସ୍ଥାନକୁ ଯାଅ ଯେଉଁଠାରେ ରାତିର ଆକାଶ ଦେଖୁରିବ ।
କାର୍ଯ୍ୟ-୨ : ଆସ ଖୋଜିବାକୁ ଚେଷ୍ଟା କରିବା
ଗ୍ରୀଷ୍ମ ଋତୁରେ ରାତିର ପ୍ରଥମ ଭାବରେ, ପ୍ରାୟ ରାତି ୯ଟାରେ ବଡ଼ ଡୀପରକୁ ଖୋଜ । ଆକାଶର ଉତ୍ତର ଭାଗ ଆଡ଼କୁ ଦିଗ୍ବଳୟ ଉପରକୁ ଦେଖି ଏବଂ ବଡ଼ ଡୀପରକୁ ଚିହ୍ନଟ କର ।
ଗତି କରୁଛି । ଏହି ବଡ଼ ଡୀପରକୁ ଚିହ୍ନିବା ପରେ, ଧ୍ରୁବ ତାରାକୁ ଖୋଜିବାକୁ ଚେଷ୍ଟା କର । ବଡ଼ ଡୀପରର ଶେଷରେ ଥିବା ଦୁଇଟି ତାରାକୁ ଦେଖ ଏବଂ କଳ୍ପନା କର ଯେ ଏଗୁଡ଼ିକ ଦେଇ ଉତ୍ତର ଦିଗକୁ ଏକ ସରଳରେଖା ଦୂରତାର ପ୍ରାୟ ପାଞ୍ଚ ଗୁଣ ଦୂରତାରେ, କାଳ୍ପନିକ ରେଖା ଅନ୍ୟ ଦୁଇଟି ତାରା ମଧ୍ୟରେ ଥିବା ନେଇଯିବ । ଏହି ତାରା ହେଉଛି ଧ୍ରୁବ ତାରା ।
ତୁମେ ରାତିର ଆକାଶରେ ଉଜ୍ଜ୍ଵଳ ନକ୍ଷତ୍ର ଓରିଅନ ଏବଂ ସିରିୟସ୍ ମଧ୍ୟ ପାଇପାରିବ ।
କାର୍ଯ୍ୟ–୩ : ଆସ ଚିହ୍ନଟ କରିବାକୁ ଚେଷ୍ଟା କରିବା
ଭାରତରେ, ଡିସେମ୍ବରରୁ ଏପ୍ରିଲ ମାସ ମଧ୍ୟରେ ସୂର୍ଯ୍ୟାସ୍ତ ପରେ ଓରିଅନକୁ ସବୁଠାରୁ ଭଲ ଭାବରେ ଦେଖୁପାରିବା । ତେଣୁ ସେହି ସମୟ ମଧ୍ୟରେ ଏହାକୁ ଖୋଜ ।
ଗୋଟିଏ ଛୋଟ ସରଳରେଖାରେ ତିନୋଟି ଉଜ୍ଜ୍ଵଳ ତାରା ଓରିଅନ୍ ମଧ୍ୟଭାବରେ ଅବସ୍ଥିତ (ଏହାକୁ ଶିକାରୀର ବେଲ୍ଟ ବୋଲି କଳ୍ପନା କରାଯାଇଛି) । ପ୍ରଥମେ ଏହି ତିନୋଟି ତାରାକୁ ଚିହ୍ନଟ କର, କାରଣ ଏହା ଓରିଅନ୍କୁ ଖୋଜିବାର ସବୁଠାରୁ ସହଜ ଉପାୟ ।
କେଉଁ ନକ୍ଷତ୍ର ଆମର ସବୁଠାରୁ ନିକଟତର ?
ଉ. ସୂର୍ଯ୍ୟ ଆମର ସବୁଠାରୁ ନିକଟତର ନକ୍ଷତ୍ର । ସୂର୍ଯ୍ୟଙ୍କ ପରବର୍ତ୍ତୀ ପୃଥିବୀର ନିକଟତମ ନକ୍ଷତ୍ର ହେଉଛି ପ୍ରୋକ୍ସିମା ସେଣ୍ଟାଉରୀ ।
![]()
ଆମ ସୌରଜଗତ
୧. ସୂର୍ଯ୍ୟ
ସୂର୍ଯ୍ୟ ଏକ ନକ୍ଷତ୍ର । ଏହା ପୃଥିବୀର ନିକଟତମ ନକ୍ଷତ୍ର । ଏହା ଏକ ଅତ୍ୟନ୍ତ ଉତ୍ତପ୍ତ ଗୋଲାକାର ଗ୍ୟାସୀୟ ପିଣ୍ଡ ଏବଂ ପ୍ରଚୁର ପରିମାଣର ଶକ୍ତି ନିର୍ଗତ କରେ, ସେଥିପାଇଁ ଏହା ଉଜ୍ଜ୍ୱଳ ଦେଖାଯାଏ ।
ସୂର୍ଯ୍ୟ ଚାପ ଏବଂ ଆଲୋକ ଉତ୍ପନ୍ନ କରେ । ପୃଥିବୀରେ ଶକ୍ତିର ମୁଖ୍ୟ ଉତ୍ସ ହେଉଛି ସୂର୍ଯ୍ୟ । ଏଥିପାଇଁ ସୂର୍ଯ୍ୟକୁ ସକଳ ଶକ୍ତିର ଆଧାର କୁହାଯାଏ ।

ସୂର୍ଯ୍ୟର ବ୍ୟାସ ପୃଥିବୀର ବ୍ୟାସଠାରୁ ପ୍ରାୟ ୧୦୦ ଗୁଣ ବଡ଼ ଅଟେ । ପୃଥିବୀଠାରୁ ବହୁତ ଦୂରରେ ସୂର୍ଯ୍ୟ ଅବସ୍ଥାନ କରିଥିବାରୁ ଏହା ଛୋଟ ଦେଖାଯାଇଥାଏ ।
ପୃଥିବୀଠାରୁ ସୂର୍ଯ୍ୟର ଦୂରତା ପ୍ରାୟ ୧୫୦ ନିୟୁତ କିଲୋମିଟର ଅଟେ । ସୌରମଣ୍ଡଳ ମଧ୍ୟରେ ଦୂରତା ପ୍ରକାଶ କରିବା ପାଇଁ ଏକ ଉପଯୁକ୍ତ ଏକକ ହେଉଛି ଆଷ୍ଟ୍ରୋନୋମିକାଲ ୟୁନିଟ୍ (a.u.) ଯାହା ପ୍ରାୟତଃ ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଥିବା ଦୂରତା ସହ ସମାନ ଅଟେ ।
ସୂର୍ଯ୍ୟ ପୃଥିବୀ ପାଇଁ ସବୁଠାରୁ ଉଜ୍ଜ୍ଵଳ ବସ୍ତୁ ଏବଂ ଆଲୋକ ଓ ଉତ୍ତାପର ଉତ୍ସ ହୋଇଥୁବାରୁ, ଅଥକାଂଶ ପ୍ରାଚୀନ ସଭ୍ୟତାରେ ଏହାକୁ ଦେବତାର ମାନ୍ୟତା ପ୍ରଦାନ କରାଯାଇଥିଲା । ଭାରତରେ ସୂର୍ଯ୍ୟଙ୍କ ଦେବତାଭାବେ ପୂଜା କରାଯାଏ ।
ସୂର୍ଯ୍ୟଦ୍ଵାରା ପ୍ରଦାନ କରାଯାଇଥିବା ଉତ୍ତାପ ‘ପୃଥିବୀକୁ ଏପରି ଏକ ତାପମାତ୍ରାରେ ରଖେ, ଯାହା ଜୀବର ସ୍ଥିତିକୁ ସମ୍ଭବ କରିଥାଏ । ଉଭିଦମାନଙ୍କ ବୃଦ୍ଧିପାଇଁ ସୂର୍ଯ୍ୟକିରଣ ଅତ୍ୟାବଶ୍ୟକ, ଯାହା ମଣିଷ ସମେତ ପ୍ରାଣୀମାନଙ୍କୁ ଖାଦ୍ୟ ଏବଂ ଅମ୍ଳଜାନ ଯୋଗାଇଥାଏ ।
ସୂର୍ଯ୍ୟ, ଜଳବାୟୁ, ଋତୁଚକ୍ର, ପାଣିପାଗ, ଜଳଚକ୍ର ଓ ବାୟୁପ୍ରବାହ ପାଇଁ ଦାୟୀ ଅଟେ । ଏହି ପ୍ରକ୍ରିୟା ସମୂହ ଯୋଗୁଁ ପୃଥିବୀରେ ଜୀବନ ବଜାୟ ରଖୁବା ସମ୍ଭବପର ହୋଇପାରିଛି ।
ସୂର୍ଯ୍ୟ ପରେ ଆମର ନିକଟତମ ନକ୍ଷତ୍ର ହେଉଛି ପ୍ରୋକ୍ସିମା ସେଲୌରି ଯାହା ପ୍ରାୟ ୨୬୯୦୦୦ ଆଷ୍ଟ୍ରୋନୋମିକାଲ ଏକକ (a.u.) ଦୂରତାରେ ଅବସ୍ଥିତ । ଅର୍ଥାତ୍, ଏହାର ଦୂରତା ସୂର୍ଯ୍ୟଠାରୁ ଆମ ଦୂରତାର ପ୍ରାୟ ୨,୬୯୦୦୦ ଗୁଣ ଅଟେ ।
ସୂର୍ଯ୍ୟଙ୍କ ବ୍ୟତୀତ ଆକାଶରେ ଥିବା ଅନ୍ୟ ବସ୍ତୁଗୁଡ଼ିକ ଆମ ପୃଥିବୀ ଓ ସୂର୍ଯ୍ୟ ସହ ମିଶି ସୌରଜଗତ ଗଠନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ସୂର୍ଯ୍ୟ ଚାରିପାଖରେ ଘୂରିବୁଲନ୍ତି । ସୂର୍ଯ୍ୟ ଚାରିପାଖରେ କୌଣସି ବସ୍ତର ଗତିକୁ ପରିକ୍ରମଣ କୁହାଯାଏ ।
![]()
୨. ଗ୍ରହ

ଗ୍ରହ ହେଉଛି ପ୍ରାୟ ଏକ ବଡ଼ ଗୋଲାକାର ବସ୍ତୁ ଯାହା ସୂର୍ଯ୍ୟ ଚାରିପାଖରେ ଘୂରି ବୁଲୁଥାଏ । ଆମ ପୃଥିବୀ ଏକ ଗ୍ରହ କାରଣ ଏହା ସୂର୍ଯ୍ୟ ଚାରିପାଖରେ ଘୂରିବୁଲୁଛି । ପୃଥିବୀ ସୂର୍ଯ୍ୟ ଚାରିପାଖରେ ଥରେ ଘୂର୍ଣ୍ଣନ ସମାପ୍ତ କରିବାକୁ ପ୍ରାୟ ଗୋଟିଏ ବର୍ଷ ସମୟ ଲାଗିଥାଏ ।
ସୂର୍ଯ୍ୟଙ୍କ ଚାରିପଟେ ଘୂରି ବୁଲୁଥିବା ବେଳେ ପୃଥିବୀ ନିଜର ଅକ୍ଷ ଚାରିପଟେ ମଧ୍ଯ ଘୂରିଥାଏ । ଅକ୍ଷ ଚାରିପାଖରେ ଗୋଟିଏ ଘୂର୍ଶନ ପାଇଁ ପୃଥିବୀକୁ ପ୍ରାୟ ୨୪ ଘଣ୍ଟା ସମୟ ଲାଗିଥାଏ, ଯାହାକୁ ଏକ ଦିନ କୁହାଯାଏ ।
ପୃଥିବୀ ଭଳି ଅନ୍ୟ ଗ୍ରହମାନେ ମଧ୍ୟ ସୂର୍ଯ୍ୟଙ୍କ ଚାରିପଟେ ଘୂରିବୁଲୁଥିବା ବେଳେ ନିଜ ଅକ୍ଷ ଚାରିପଟେ ମଧ୍ୟ ବୁଲୁଛନ୍ତି । ସୂର୍ଯ୍ୟଠାରୁ ବର୍ଦ୍ଧିତ ଦୂରତା କ୍ରମରେ ଆଠଟି ଗ୍ରହ ରହିଅଛି ଯଥା : ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଏବଂ ନେପଚୁନ୍ ।
ସୂର୍ଯ୍ୟର ନିକଟତମ ୪ ଟି ଗ୍ରହ ଯଥା : ବୁଧ, ଶୁକ୍ର, ପୃଥିବୀ ଏବଂ ମଙ୍ଗଳ ଆକାରରେ ଛୋଟ ଅଟନ୍ତି । ଏମାନଙ୍କ ପୃଷ୍ଠ କଠିନ ଓ ପଥରପୂର୍ଣ୍ଣ ଅଟେ ।
ଶୁକ୍ର ଗ୍ରହ ସାଧାରଣତଃ ପାହାନ୍ତିଆ ଏବଂ ସନ୍ଧ୍ୟା ସମୟରେ ଉଜ୍ଜ୍ଵଳ ଭାବରେ ଝଲସୁଥିବାର ଦେଖାଯାଏ, ଏହାକୁ ପାହାନ୍ତି ତାରା ବା ସନ୍ଧ୍ୟା ତାରା ମଧ୍ୟ କୁହାଯାଇଥାଏ । ସେହିପରି ମଙ୍ଗଳ ଗ୍ରହକୁ ଲାଲ ଗ୍ରହ ମଧ୍ୟ କୁହାଯାଏ, କାରଣ ମଙ୍ଗଳ ଗ୍ରହର ମାଟି ଲାଲ ରଙ୍ଗର ହୋଇଥାଏ ।
ପୃଥିବୀ ପୃଷ୍ଠର ଏକ ବଡ଼ ଅଂଶ ଜଳରେ ଆଚ୍ଛାଦିତ ହୋଇଥିବାରୁ ମହାକାଶରୁ ଏହା ନୀଳ ଦେଖାଯାଏ । ଏହି କାରଣରୁ ପୃଥିବୀକୁ ନୀଳ ଗ୍ରହ ମଧ୍ୟ କୁହାଯାଏ ।
ପୃଥିବୀ ତୁଳନାରେ ୪ଟି ବାହ୍ୟଗ୍ରହ ଯଥା – ବୃହସ୍ପତି, ଶି, ୟୁରେନସ୍ ଏବଂ ନେପ୍ଚୁନ୍ ବହୁତ ବଡ଼ ଏବଂ ଅଧିକାଂଶ ଗ୍ୟାସ୍ରେ ପୂର୍ଣ ଅଟନ୍ତି । ଏହି ଗ୍ରହମାନଙ୍କ ଚାରିପାଖରେ ବଡ଼ ବଡ଼ ଓସାରିଆ ବଳୟ ସଦୃଶ ମୁଦ୍ରିକା ରହିଥାଏ, ଯାହା ଧୂଳି କଣିକା ଓ ପଥରରେ ନିର୍ମିତ ଅଟେ ।
![]()
ଗ୍ରହଗୁଡ଼ିକ ସେମାନଙ୍କର ଅଧିକାଂଶ ଶକ୍ତି ସୂର୍ଯ୍ୟଙ୍କଠାରୁ ପାଇଥା’ନ୍ତି । ଏମାନେ ଯେତେ ଦୂରରେ ଥାଆନ୍ତି, ସାଧାରଣତଃ ସେତିକି ଥଣ୍ଡା ହୋଇଥା’ନ୍ତି । ଗ୍ରହମାନଙ୍କରେ ବାୟୁମଣ୍ଡଳର ଉପସ୍ଥିତି ଉତ୍ତାପକୁ ପ୍ରଭାବିତ କରିଥାଏ, ଯାହା ଗ୍ରହର ତାପମାତ୍ରାକୁ ଯଥେଷ୍ଟ ପ୍ରଭାବିତ କରେ ।
ଆକଣ୍ଠରେ ପ୍ଲୁଟୋ ନାମକ ଏକ ବସ୍ତୁ ଅଛି, ଯାହା ନେପ୍ଚୁଠାରୁ ଅଧିକ ଦୂରରେ ଅବସ୍ଥିତ । ଏହା ସୂର୍ଯ୍ୟଙ୍କ ଚାରିପଟେ ଘୂରିବୁଲୁଛି । ଏହା ପୃଥିବୀର ଉପଗ୍ରହ ଚନ୍ଦ୍ରଠାରୁ ଛୋଟ ଅଟେ, IAU ସଂଜ୍ଞା ଅନୁଯାୟୀ ପ୍ଲୁଟୋ ଏକ ବାମନ ଗ୍ରହ ଅଟେ ।
କାର୍ଯ୍ୟ-୪ : ଆସ ଚିହ୍ନଟ କରିବା
- ବର୍ଷର ଅଧୁକାଂଶ ସମୟରେ ଶୁକ୍ର ଗ୍ରହ ପ୍ରଭାତ କିମ୍ବା ସନ୍ଧ୍ୟା ସମୟରେ ଦେଖାଯାଏ ।
- ଯଦି ତୁମେ ପ୍ରଭାତରେ ଶୁକ୍ରଗ୍ରହ ଦେଖୁଛ, ସୂର୍ଯ୍ୟୋଦୟର ପୂର୍ବରୁ ପୂର୍ବ ଦିଗ ନିକଟରେ ଏହାକୁ ଖୋଜ ।
- ଯଦି ତୁମେ ସନ୍ଧ୍ୟାବେଳେ ଏହାକୁ ଦେଖୁଛ, ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗ ନିକଟରେ ଖୋଜ !
- ଆକାଶରେ ଥିବା ଅନେକ ବସ୍ତକୁ ସିଧାସଳଖ ଖାଲି ଆଖିରେ ଦେଖିବାକୁ ମିଳୁଥିବାବେଳେ, ଦୂରବୀକ୍ଷଣ ବା ଟେଲିସ୍କୋପ୍ ନାମକ ଏକ ଯନ୍ତ୍ର ବ୍ୟବହାର କରି ଆମେ ସେମାନଙ୍କୁ ଉଜ୍ଜଳ ଓ ବଡ଼ ଆକାରରେ ଦେଖିପାରିବା ।

ପ୍ରାକୃତିକ ଉପଗ୍ରହ
ଏକ ଟେଲିସ୍କୋପ ଗ୍ରହ ଚାରିପଟେ ଗତି କରୁଥିବା ବସ୍ତକୁ ସାଧାରଣତଃ ଉପଗ୍ରହ କୁହାଯାଏ । ଗ୍ରହମାନଙ୍କଠାରୁ ଆକାରରେ ଏମାନେ ଛୋଟ ଅଟନ୍ତି । ପୃଥିବୀର ଗୋଟିଏ ଚନ୍ଦ୍ର ଥିବାବେଳେ ମଙ୍ଗଳ ଗ୍ରହର ଦୁଇଟି ଚନ୍ଦ୍ର ରହିଛି । ଏହି ଚନ୍ଦ୍ରଗୁଡ଼ିକୁ ଗ୍ରହମାନଙ୍କର ପ୍ରାକୃତିକ ଉପଗ୍ରହ କୁହାଯାଏ ।
ଚନ୍ଦ୍ର

ସାଧାରଣତଃ ଯେ କୌଣସି ବସ୍ତୁ, ଯାହା ବହୁତ ବଡ଼ ବସ୍ତୁ ଚାରିପଟେ ଗତିକରେ, ତାହାକୁ ଉପଗ୍ରହ କୁହାଯାଏ । ପୃଥିବୀର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର, ପୃଥିବୀ ଚାରିପଟେ ଗୋଟିଏ ଥର ପରିକ୍ରମା କରିବାକୁ ପ୍ରାୟ ୨୭ ଦିନ ସମୟ ନେଇଥାଏ ।
ମହାକାଶରେ ଚନ୍ଦ୍ର ଆମର ନିକଟତମ ପଡ଼ୋଶୀ ଅଟେ । ଚନ୍ଦ୍ରରେ ବାୟୁମଣ୍ଡଳ ନାହିଁ । ଏହା ପୃଥିବୀଠାରୁ ପ୍ରାୟ ୩,୮୪,୦୦୦ କି.ମି. ଦୂରରେ ରହିଛି । ଏହାର ବ୍ୟାସ ପୃଥିବୀର ବ୍ୟାସର ପ୍ରାୟ ଏକ ଚତୁର୍ଥାଂଶ ଅଟେ । ଚନ୍ଦ୍ରପୃଷ୍ଠରେ କ୍ରେଟର ନାମକ ଗୋଲାକାର ପାତ୍ର ପରି ଗର୍ଭମାନ ଦେଖାଯାଏ । ମହାକାଶରୁ ଆସିଥିବା ଗ୍ରହାଣୁପୁଞ୍ଜ ବା ପଥରର ପ୍ରଭାବରେ ଚନ୍ଦ୍ରପୃଷ୍ଠରେ ଅଧିକାଂଶ କ୍ରେଟର ସୃଷ୍ଟି ହୋଇଥାଏ । ଚନ୍ଦ୍ରରେ ବାୟୁମଣ୍ଡଳ, ପାଣି କିମ୍ବା ଜୀବନ ମଧ୍ୟ ନାହିଁ ।
ଚନ୍ଦ୍ର ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ୨୦୦୮ ରେ ଭାରତର ପ୍ରଥମ ଅଭିଯାନ ଚନ୍ଦ୍ରଯାନ–୧ ଏବଂ ୨୦୧୯ ରେ ଦ୍ଵିତୀୟ ଅଭିଯାନ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା । ୨୦୨୩ ରେ ତୃତୀୟ ଅଭିଯାନ ଚନ୍ଦ୍ରଯାନ-୩ ପ୍ରେରଣ କରାଯାଇଥିଲା ।
ଚନ୍ଦ୍ରଯାନ-୩ ରେ ପ୍ରେରିତ ହୋଇଥିବା ପ୍ରଜ୍ଞାନ ରୋଭରକୁ ନେଇ ଏହାର ବିକ୍ରମ ଲ୍ୟାଣ୍ଡର ଅଗଷ୍ଟ-୨୩ ତାରିଖ ୨୦୨୩ ରେ ସଫଳତାର ସହିତ ଚନ୍ଦ୍ରରେ ଅବତରଣ କରିଥିଲା । ଏହି ଅଭିଯାନ ସହ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଅବତରଣର ସୌଭାଗ୍ୟ ପାଇଲା ।
ଉପରୋକ୍ତ ସଫଳତା ପାଇଁ ଭାରତ ସରକାର ଅଗଷ୍ଟ-୨୩ କୁ ଭାରତରେ ‘ଜାତୀୟ ମହାକାଶ ଦିବସ?? ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି । ଚତୁର୍ଥ ଅଭିଯାନ ଚନ୍ଦ୍ରଯାନ–୪ ଯୋଜନା କରାଯାଉଛି ଯାହାର ଉଦ୍ଦେଶ୍ୟ ଚନ୍ଦ୍ରପୃଷ୍ଠରୁ ମାଟି ଓ ପଥର ନମୁନା ସଂଗ୍ରହ କରିବା ।
![]()
ଗ୍ରହାଣୁପୁଞ୍ଜ
ସୂର୍ଯ୍ୟ ଓ ଅନ୍ୟ ଗ୍ରହମାନେ ପ୍ରାୟ ଗୋଲକାକୃତି ଅଟନ୍ତି । ସୌରମଣ୍ଡଳରେ ଅନେକ କ୍ଷୁଦ୍ର ବସ୍ତ ଅଛି ଯାହା ପଥର ଏବଂ ଆକୃତିରେ ଅନିୟମିତ ଅଟନ୍ତି । ଏଗୁଡ଼ିକୁ ଗ୍ରହାଣୁ କୁହାଯାଏ ।
ଅନେକ ଗ୍ରହାଣୁ ମଧ୍ୟରୁ ଅଧିକାଂଶ ମଙ୍ଗଳ ଓ ବୃହସ୍ପତିଙ୍କ କକ୍ଷପଥ ମଧ୍ୟରେ ରହି ସୂର୍ଯ୍ୟଙ୍କୁ ପରିକ୍ରମା କରୁଛନ୍ତି । ଏମାନଙ୍କୁ ଏକତ୍ରଭାବେ ଗ୍ରହାଣୁପୁଞ୍ଜ କୁହାଯାଏ । ବେଳେବେଳେ କେତେକ ଗ୍ରହାଣୁ ପୃଥିବୀର ଅତି ନିକଟ ଦେଇ ଗତି କରିଥା’ନ୍ତି ।
ଧୂମକେତୁ
ବେଳେବେଳେ ସୌରମଣ୍ଡଳର ବାହ୍ୟ ଅଞ୍ଚଳରୁ ଉଜ୍ଜ୍ଵଳ ବସ୍ତୁ ଆସି ଆକାଶରେ ଦେଖାଯାଇଥା’ନ୍ତି । ଲମ୍ବା ଲାଞ୍ଜ ଥିବା ଏହି ବସ୍ତୁଗୁଡ଼ିକୁ ଲଞ୍ଜାତାରା ବା ଧୂମକେତୁ କୁହାଯାଏ ।

ଧୂମକେତୁଗୁଡ଼ିକ ଧୂଳିକଣା, ଗ୍ୟାସ୍, ଛୋଟ ଛୋଟ ପଥର ଖଣ୍ଡ ଓ ବରଫକୁ ନେଇ ଗଠିତ ହୋଇଥାଏ । ଏହା ସୂର୍ଯ୍ୟଙ୍କ ନିକଟତର ହେବା ମାତ୍ରେ ସେଥୁରେ ଜମା ହୋଇଥିବା ପଦାର୍ଥ ବାଷ୍ପୀଭୂତ ହେବାକୁ ଲାଗିଥାଏ ।
ଏହି ବାଷ୍ପୀଭୂତ ପଦାର୍ଥ ଧୂମକେତୁର ଲାଞ୍ଜ ତିଆରି କରେ । ସୂର୍ଯ୍ୟଠାରୁ ଦୂରେଇ ଯିବା ସମୟରେ ଧୂମକେତୁ ଗୁଡ଼ିକ ଅସ୍ପଷ୍ଟ ଦେଖାଯାଆନ୍ତି ଏବଂ ତା’ପରେ ସେମାନଙ୍କୁ ଖାଲି ଆଖୁରେ ଦେଖିବା ସମ୍ଭବ ନୁହେଁ ।
ଗୋଟିଏ ପ୍ରସିଦ୍ଧ ଧୂମକେତୁ ହେଉଛି ହାଲିଙ୍କ ଧୂମକେତୁ, ଯାହା ପ୍ରତି ୭୬ ବର୍ଷରେ ଥରେ ଦେଖାଯାଏ । ଶେଷଥର ପାଇଁ ଏହା ୧୯୮୬ ମସିହାରେ ଏହା ଦେଖାଯାଇଥିଲା । ଧୂମକେତୁଗୁଡ଼ିକ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ସୂର୍ଯ୍ୟଙ୍କ ନିକଟତର ହୋଇଥାନ୍ତି ।
ସୂର୍ଯ୍ୟ, ଆଠଟି ଗ୍ରହ, ସେମାନଙ୍କର ଚନ୍ଦ୍ର, ଗ୍ରହାଣୁପୁଞ୍ଜ, ଧୂମକେତୁ ସମେତ ଅନେକ କ୍ଷୁଦ୍ର ବସ୍ତ ମିଳିତଭାବେ ସୌରମଣ୍ଡଳ ଗଠନ କରିଥା’ନ୍ତି । ସୂର୍ଯ୍ୟ ହେଉଛି ଆମ ସୌରମଣ୍ଡଳର ସବୁଠାରୁ ବଡ଼ ଏବଂ ଭାରୀ ବସ୍ତୁ । ଏହା ସୌରମଣ୍ଡଳରେ ସମସ୍ତ ଶକ୍ତି ଉତ୍ପାଦନ କରିଥାଏ ।
![]()
ଆକାଶ ଗଙ୍ଗା

ସହରର ଆଲୋକଠାରୁ ଦୂରରେ ଅନ୍ଧାରୁଆ ସ୍ଥାନରୁ ଅମାବାସ୍ୟା ରାତିର ଆକାଶରେ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଆଲୋକର ଏକ ବିସ୍ତାରିତ ଅସ୍ପଷ୍ଟ ଧାରା ଦେଖିବାକୁ ମିଳିଥାଏ, ଏହି ଛାୟାପଥକୁ ଆକାଶ ଗଙ୍ଗା କୁହାଯାଏ ।
ଗୋଟିଏ ଛାୟାପଥରେ କୋଟି କୋଟି ନକ୍ଷତ୍ର ରହିଥାଏ । ଆମ ସୌରମଣ୍ଡଳ ହେଉଛି ଆକାଶ ଗଙ୍ଗାର ଏକ ଅଂଶ । ବାହ୍ୟ ମହାକାଶରେ ଆକାଶ ଗଙ୍ଗା ବାହାରେ ଅନେକ ଛାୟାପଥ ରହିଅଛି ।
ବ୍ରହ୍ମାଣ୍ଡ / ବିଶ୍ଵ
- ବାହ୍ୟ ମହାକାଶରେ ଆକାଶ ଗଙ୍ଗା ବାହାରେ ଅନେକ ଛାୟାପଥ ରହିଛି ।
- ବୈଜ୍ଞାନିକମାନେ ନକ୍ଷତ୍ର, ଛାୟାପଥ ଏବଂ ବ୍ରହ୍ମାଣ୍ଡକୁ ବୁଝିବାପାଇଁ ଅଧନୟ ଜାରି ରଖୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ପୃଥିବୀ ବାହାରେ ଜୀବସତ୍ତାର କୌଣସି ପ୍ରମାଣ ସଂଗ୍ରହ କରିପାରି ନାହାନ୍ତି । ଏ ସମ୍ବନ୍ଧରେ ଅନୁସନ୍ଧାନ ଏବେବି ଜାରି ରହିଛି ।
ବିଜ୍ଞାନଭିତ୍ତିକ ପ୍ରମୁଖ ଶବ୍ଦ
୧. ସୂର୍ଯ୍ୟ
୨. ଗ୍ରହାଣୁ ପୁଞ୍ଜ
୩. ଗ୍ରହ
୪. ନକ୍ଷତ୍ର ପୁଞ୍ଜ / ତାରକାପୁଞ୍ଜ
୫. ନକ୍ଷତ୍ର
୬. ଧୂମକେତୁ/ଲ ଞ୍ଜାତାରା
୭. ସୌରମଣ୍ଡଳ
୮. ପରିକ୍ରମଣ
୧୦. ଉପଗ୍ରହ
୧୧. ଆକାଶଗଙ୍ଗା
୧୨. ଚନ୍ଦ୍ର
୧୩. ଧ୍ରୁବତାରା
![]()
ବିଷୟବସ୍ତୁର ସାରାଂଶ
- ଆକାଶକୁ ବିଭିନ୍ନ ନକ୍ଷତ୍ରମଣ୍ଡଳରେ ବିଭକ୍ତ କରାଯାଏ, ଯେଉଁଥିରେ ବିଭିନ୍ନ ନକ୍ଷତ୍ର ଗୋଷ୍ଠୀ ଅନ୍ତର୍ଭୁକ୍ତ ଯାହା ବିଭିନ୍ନ ଆକୃତି ଗଠନ କରୁଥିବା ଦେଖାଯାଏ ।
- ଧ୍ରୁବ ତାରା ଉତ୍ତର ଦିଗରେ ସ୍ଥିର ଦେଖାଯାଏ, ଯାହା ଉତ୍ତର ଗୋଲାର୍ଦ୍ଧରେ ଉତ୍ତର ଦିଗ ଚିହ୍ନଟ କରିବାରେ ସାହାଯ୍ୟ କରେ ।
- ସୂର୍ଯ୍ୟ ଏକ ନକ୍ଷତ୍ର ଯାହ ଉତ୍ତାପ ଏବଂ ଆଲୋକ ଉତ୍ପନ୍ନ କରେ ।
- ଏକ ଗ୍ରହ ହେଉଛି ଏକ ବୃହତ୍, ପ୍ରାୟତଃ ଗୋଲକାକୃତି ବସ୍ତୁ ଯାହା ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରେ ।
- ସୂର୍ଯ୍ୟଙ୍କଠାରୁ ଦୂରତା ଅନୁସାରେ ଥିବା ଆଠଟି ଗ୍ରହ ହେଲେ ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ଶନି, ୟୁରେନସ୍ ଓ ନେପଚୁନ୍ ।
- ପୃଥିବୀ ପ୍ରାୟ ଏକ ବର୍ଷରେ ଥରେ ସୂର୍ଯ୍ୟଙ୍କ ଚାରିପଟେ ପରିକ୍ରମା କରିଥାଏ ।
- ଗ୍ରହ ଚାରିପଟେ ଗତି କରୁଥିବା ବସ୍ତକୁ ସାଧାରଣତଃ ଉପଗ୍ରହ କୁହାଯାଏ ।
- ଚନ୍ଦ୍ର ହେଉଛି ପୃଥିବୀର ପ୍ରାକୃତିକ ଉପଗ୍ରହ ।
- ଚନ୍ଦ୍ର ପ୍ରାୟ 27 ଦିନରେ ପୃଥିବୀ ଚାରିପଟେ ପରିକ୍ରମଣ କରିଥାଏ ।
- ସୂର୍ଯ୍ୟ, ଆଠଟି ଗ୍ରହ, ସେମାନଙ୍କର ଚନ୍ଦ୍ର ଏବଂ ତାରା ଓ ଧୂମକେତୁ ସମେତ ଅନେକ କ୍ଷୁଦ୍ର ମହାଜାଗତିକ ବସ୍ତ ମିଳିତ ଭାବେ ସୌରଜଗତ ଗଠନ କରନ୍ତି ।
- ଆମ ସୌରଜଗତ ହେଉଛି ଆକାଶ ଗଙ୍ଗାର ଏକ ଅଂଶ ।