Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Go through 7th Class Social Science Book Odia Medium Question Answer and Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ to understand textbook questions more clearly.

7th Class Social Science Chapter 6 Question Answer Odia Medium

Class 7 Social Science Chapter 6 Odia Medium

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ

Question 1.ମୌର୍ଯ୍ୟ ପରବର୍ତ୍ତୀ ଯୁଗକୁ ‘ପୁନର୍ଗଠନର ଯୁଗ’ ବୋଲି କାହିଁକି କୁହାଯାଏ ?
Answer:
(i) ଯାହା ବିଶ୍ଵାସ କରାଯାଏ ଯେ ଖ୍ରୀ.ପୂ. ୧୮୫ ବେଳକୁ ମୌର୍ଯ୍ୟ ସାମ୍ରାଜ୍ୟର ପତନ ଘଟିଥିଲା । ଏହା ଫଳରେ ଅନେକ ଛୋଟ ଛୋଟ ରାଜ୍ୟ ଗଢ଼ି ଉଠିଥିଲା । ସେଥିମଧ୍ୟରେ ଶୁଙ୍ଗ ରାଜବଂଶ, ସାତବାହନ ରାଜବଂଶ, କୁଶାଣ ରାଜବଂଶ, ଇଣ୍ଡୋ-ଗ୍ରୀକ୍ ଓ ଦକ୍ଷିଣ ଭାରତରେ ଚେର, ଚୋଳ ଏବଂ ପାର୍ଶ୍ଵ ରାଜବଂଶ ପ୍ରଧାନ ।

(ii) ରାଜନୈତିକ ବ୍ୟବସ୍ଥାରେ ପରିବର୍ତ୍ତନ : ଯେଉଁ ନୂତନ ରାଜ୍ୟଗୁଡ଼ିକ ଗଠିତ ହେଲା ସେମାନେ ନିଜ ନିଜର ସରକାର ଗଠନ କରିବା ସହିତ ଆଞ୍ଚଳିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଥିଲେ । ନିଜ ନିଜ ଅଞ୍ଚଳକୁ ସୁରକ୍ଷା ଦେବାପାଇଁ ନୂତନ ପନ୍ଥାମାନ ଅନୁସରଣ କରିବାରେ ଲାଗି ପଡ଼ିଥିଲେ ।

(iii) ନୂତନ ଧର୍ମ, କଳା ଓ ସଂସ୍କୃତିର ଉଦ୍ଭବ : ସେହି ସମୟରେ ନୂତନ କରି ବୌଦ୍ଧଧର୍ମ ପ୍ରଚାର ହେବାରେ ଲାଗିଲା । ମଥୁରା ଓ ଗାନ୍ଧାର’ କଳାର ବିଶେଷ ପ୍ରସାର ହେବାର ଦେଖାଯାଇଥିଲା । ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ଅନେକ ଅଞ୍ଚଳ ସମୃଦ୍ଧିଲାଭ କରିଥିଲା । ଆଞ୍ଚଳିକ ସଂସ୍କୃତି ଏବଂ ପରମ୍ପରାଗୁଡ଼ିକ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିଲା ।

(iv) ନୂତନ ବ୍ୟବସାୟ ବାଣିଜ୍ୟ ଓ ମୁଦ୍ରାର ବ୍ୟବହାର : ଏହି ସମୟରେ ନୂତନ ଶାସକମାନେ ନିଜ ପାଇଁ ଭିନ୍ନ ଭିନ୍ନ ମୁଦ୍ରା ପ୍ରଚଳନ କରିଥିଲେ । ବ୍ୟବସାୟ ବାଣିଜ୍ୟ ପାଇଁ ନୂତନ ବାଣିଜ୍ୟ ପଥମାନ ଖୋଲି ଯାଇଥିଲା । ଭାରତ ଓ ଭାରତ ବାହାରେ ଯଥା- ରୋମ ଓ ଚୀନ୍ ଦେଶ ମଧ୍ୟରେ ବାଣିଜ୍ୟ କାରବାର ହେଉଥିଲା ।

(v) ପରସ୍ପର ମଧ୍ୟରେ ପ୍ରତିଯୋଗିତା : ବାହ୍ୟଶତ୍ରୁମାନେ ଆକ୍ରମଣ କରି ନୂତନ ରାଜ୍ୟ ଗଠନ କରିବା ପାଇଁ ନିଜ ନିଜ ମଧ୍ୟରେ ପ୍ରତିଯୋଗିତା କରୁଥିଲେ । ନୂତନ ଆଞ୍ଚଳିକ ରାଜ୍ୟଗୁଡ଼ିକ ନୂଆ ରାଜ୍ୟରେ ରୂପାନ୍ତରିତ ହୋଇ ଶକ୍ତିଶାଳୀ ହୋଇଯାଇଥିଲେ । ଏହିସବୁ କାରଣ ପାଇଁ ମୌର୍ଯ୍ୟ ପରବର୍ତ୍ତୀ ଯୁଗକୁ ପୁନର୍ଗଠନର ଯୁଗ କୁହାଯାଇଥାଏ ।

Question 2.
୧୫୦ ଶବ୍ଦରେ ସଙ୍ଗମ ସାହିତ୍ୟ ଉପରେ ଏକ ଟିପ୍ପଣୀ ଲେଖ ।
Answer:
(i) ସଙ୍ଗମ ସାହିତ୍ୟ ବିଶେଷକରି ଦକ୍ଷିଣ ଭାରତର କବିମାନଙ୍କଦ୍ୱାରା ସୃଷ୍ଟି ହୋଇଥିଲା । ସେମାନଙ୍କର ସାହିତ୍ୟ କୃତିକୁ ‘ସଙ୍ଗମ ସାହିତ୍ୟ’ କୁହାଯାଉଥିଲା । ଏହା ସମଗ୍ର ଯୁଗକୁ ପରିଭାଷିତ କରିଥିଲା ।

(ii) ସଙ୍ଗମ ଶବ୍ଦ ସଂସ୍କୃତ ‘ସଂଘ’ ଶବ୍ଦରୁ ଆନୀତ, ଯାହାର ଅର୍ଥ ସଂଗଠିତ ହେବା ବା ଏକତ୍ର ହେବା । ଏହି ପରିପ୍ରେକ୍ଷୀରେ ଏହାକୁ କବିମାନଙ୍କର ଏକ ସଂଗୋଷ୍ଠୀ’ କୁହାଯାଉଥିଲା ।

(iii) ଦକ୍ଷିଣ ଭାରତର ସର୍ବପୁରାତନ ସଙ୍ଗମ ସାହିତ୍ୟରେ ଅନେକ କବିତାର ସଂଗ୍ରହ ବା କବିତା ସଙ୍କଳନ ରହିଛି ଏବଂ ଇତିହାସକାରମାନେ ବହୁଳ ଭାବରେ ଏହି ସାହିତ୍ୟିକ ଉପାଦାନର ଆଶ୍ରୟ ନିଅନ୍ତି, ଯେଉଁମାନେ ତତ୍କାଳୀନ ସମାଜ ଓ ସଂସ୍କୃତି ଉପରେ ଗବେଷଣା କରିଥାନ୍ତି ।

(iv) ସଙ୍ଗମ କବିତା ମୁଖ୍ୟତଃ ପ୍ରେମ କିମ୍ବା ସାମାଜିକ ମୂଲ୍ୟବୋଧ ଉପରେ ରଚନା କରାଯାଇଥାଏ ।

(v) ଏହି କବିତାଗୁଡ଼ିକରେ ବୀରତ୍ଵ ଏବଂ ଉଦାରତା ଭଳି ବ୍ୟକ୍ତିଗତ ଭାବନାକୁ ଅତି ଦକ୍ଷ ଓ ସୂକ୍ଷ୍ମ ଭାବରେ ପ୍ରକାଶ କରାଯାଇଥାଏ ।

Question 3.
ଏହି ଅଧ୍ୟାୟରେ ବର୍ଣ୍ଣିତ କେଉଁ ରାଜବଂଶ ସେମାନଙ୍କ ନାମ ସହ ନିଜ ମା’ଙ୍କ ନାମ ସଂଯୋଗ କରୁଥିଲେ, ସେମାନେ କାହିଁକି ଏପରି କରୁଥିଲେ ?
Answer:
(i) ଏହି ଅଧ୍ୟାୟରେ ବର୍ଣ୍ଣିତ ସାତବାହନ ରାଜବଂଶର ପରମ୍ପରା ଅନୁସାରେ ରାଜକୁମାରମାନଙ୍କୁ ତାଙ୍କ ମାତାଙ୍କ ନାମ ଯୁକ୍ତ କରି ନାମିତ କରାଯାଉଥିଲା ।

(ii) ଗୌତମୀପୁତ୍ର ସାତକଣ୍ଠି ତାଙ୍କର ମା’ ଗୌତମୀ ବାଳାଶ୍ରୀଙ୍କ ନାମାନୁସାରେ ନାମିତ ହୋଇଥିଲା । ଏହା ସେମାନଙ୍କ ରାଜବଂଶ ପ୍ରତି ଏକ ସମ୍ମାନ ବୋଲି ମନେ କରାଯାଉଥିଲା ।

(iii) ଏହାଦ୍ଵାରା ସେମାନେ ସେମାନଙ୍କ ମାତାକୁ ଗୁରୁତ୍ଵ ପ୍ରଦାନ କରୁଥିଲେ । ଏହାଦ୍ଵାରା ମା’ମାନଙ୍କର ଭୂମିକା ଶାସନ କ୍ଷେତ୍ରରେ ବୃଦ୍ଧି ପାଉଥିଲା ।

(iv) ସାତକର୍ଷିଙ୍କ ମାଆ ଗୌତମୀ ବାଳାଶ୍ରୀ ଜଣେ ଶକ୍ତିଶାଳୀ ରାଣୀ ଥିଲେ, ଯିଏ ବୌଦ୍ଧମାନଙ୍କୁ ଅନେକ ଜମି ଦାନ କରିଥିଲେ ଓ ନାସିକଠାରେ ଏକ ଶିଳାଲେଖ ଖୋଦେଇ କରାଇଥିଲେ ଯାହା ତଦାନ୍ତୀନ ରାଜତନ୍ତ୍ର ଉପରେ ତାଙ୍କର ପ୍ରଭାବକୁ ଦର୍ଶାଇଥାଏ ।

(v) ମାଆଙ୍କ ନାମ ଅନୁସାରେ ସନ୍ତାନମାନଙ୍କ ନାମକରଣ ସେତେବେଳେ ସମାଜରେ ଏକ ଉତ୍ତମ ବାର୍ତ୍ତା ସୃଷ୍ଟି କରୁଥିଲା । ମାଆମାନେ ନିଜକୁ ଗର୍ବିତ ମନେ କରୁଥିଲେ । ସେମାନଙ୍କର ପ୍ରତିପତ୍ତି ବୃଦ୍ଧି ପାଉଥିଲା । ଏହା ବଂଶ ପରମ୍ପରାକ୍ରମେ ଗଢ଼ି ଆସୁଥିଲା । ସନ୍ତାନମାନେ ମାଆମାନଙ୍କ ପ୍ରତି ଆନୁଗତ୍ୟ ପ୍ରକାଶ କରୁଥିଲେ ।

Question 4.
ତୁମକୁ ଆକର୍ଷିତ କରିଥିବା ଯେକୌଣସି ଗୋଟିଏ ରାଜ୍ୟ ଉପରେ ୨୫୦ ଶବ୍ଦରେ ଏକ ଟିପ୍ପଣୀ ଲେଖ । କାହିଁକି ତୁମକୁ ଏହା ପସନ୍ଦ ତାହାର ଯଥାର୍ଥତା ପ୍ରତିପାଦନ କର । ତୁମର ଟିପ୍ପଣୀ ଶ୍ରେଣୀରେ ଉପସ୍ଥାପନ କରିବା ପରେ ତୁମ ଅନ୍ୟ ସହପାଠୀମାନେ କେଉଁ ରାଜ୍ୟକୁ ଅଧିକ ପସନ୍ଦ କରିଛନ୍ତି ଅନୁଧ୍ୟାନ କର ।
Answer:
(i) ଏ ଅଧ୍ୟାୟରେ ଆଲୋଚିତ ହୋଇଥିବା ରାଜବଂଶମାନଙ୍କ ମଧ୍ୟରେ ଚୋଳ ରାଜବଂଶ ଦକ୍ଷିଣ ଭାରତର ସବୁଠାରୁ ଅଧୂକ ଶକ୍ତିଶାଳୀ ଥିଲା । ଏହା ତୃତୀୟ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ଯରେ ଶାସନ କରୁଥିଲେ ।

(ii) ଚୋଳ ରାଜା କରିକାଳ ଚେର ଏବଂ ପାର୍ଶ୍ଵର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧ୍ୟତ୍ୟ ପ୍ରତିଷ୍ଠା କରିଥିଲେ । ଲୋକମାନଙ୍କର ହିତ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ସେଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି କାଲାନାଇ ବା ଗ୍ରାଣ୍ଡ ଆନିକଟ ପରି ଜଳ ବିଭାଜକ ବ୍ୟବସ୍ଥା ।

(iii) ଚୋଳମାନେ ସେମାନଙ୍କର ଦକ୍ଷ ରାଜ୍ୟ ଶାସନ ନୀତି ଅନୁସରଣ କରୁଥିବାବେଳେ ଗ୍ରାମାଞ୍ଚଳମାନଙ୍କରେ ସ୍ଥାନୀୟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ କରିଥିଲେ ।

(iv) ସେମାନେ କଳା, ସାହିତ୍ୟ ଓ ସ୍ଥାପତ୍ୟର ଅଧ୍ବକ ଅଗ୍ରଗତି କରିଥିଲେ । ପ୍ରଥମ ରାଜରାଜ ଚୋଳ ତାଞ୍ଜାଭୁର୍‌ଠାରେ ବୃହଦୀଶ୍ଵର ମନ୍ଦିର ନିର୍ମାଣ କରାଇଥିଲେ ଯାହାକି ଏବେ ଏହା ଏକ ପର୍ଯ୍ୟଟନ କେନ୍ଦ୍ରଭାବରେ ପ୍ରସିଦ୍ଧି ଲାଭ କରିଛି ।

(v) ଦକ୍ଷିଣ ଭାରତରେ ଚୋଳମାନଙ୍କର ଶାସନ ସବୁ କ୍ଷେତ୍ରରେ ଅଗ୍ରଗତିର ଚରମ ସୀମାରେ ପହଞ୍ଚି ପାରିଥିଲା । ଏହିସବୁ କାରଣରୁ ମୋତେ ଚାଳ ରାଜବଂଶ ଭଲ ଲାଗିଥିଲା । ମୋର ଅଧିକାଂଶ ସହପାଠୀଙ୍କୁ ମଧ୍ୟ ଚୋଳମାନଙ୍କ ଶାସନ ଭଲ ଲାଗିଲା ।

Question 5.
ମନେକର ତୁମର ଏକ ସ୍ଵତନ୍ତ୍ର ରାଜ୍ୟ ସୃଷ୍ଟି କରିବାର ସୁଯୋଗ ଅଛି । ତୁମେ ଏଥପାଇଁ କେଉଁ ରାଜକୀୟ ପ୍ରତୀକ ବାଛିବ ଏବଂ କାହିଁକି ? ଶାସକ ଭାବରେ ତୁମେ କେଉଁ ଉପାଧ୍ଧରେ ଭୂଷିତ ହେବାକୁ ଚାହିଁବ ? ତୁମ ରାଜ୍ୟ ବିଷୟରେ ଏକ ସଂକ୍ଷିପ୍ତ ଟିପ୍ପଣୀ ଲେଖ, ଯେଉଁଥରେ ତୁମ ରାଜ୍ୟର ମୂଲ୍ୟବୋଧ, ନୀତି, ନିୟମ (ବିଧ ବ୍ୟବସ୍ଥା) ଏବଂ କିଛି ସ୍ଵତନ୍ତ୍ର ବୈଶିଷ୍ଟ୍ୟର ସୂଚନା ଥବ ।
Answer:
(i) ମୋତେ ଯଦି ଗୋଟିଏ ନୂତନ ରାଜ୍ୟ ସୃଷ୍ଟି କରିବାର ସୁଯୋଗ ମିଳେ ତାହାହେଲେ ମୁଁ ଏହି ସୁଯୋଗକୁ କେତେକ ହାତଛଡ଼ା କରିବି ନାହିଁ । ମୁଁ ଏଥ‌ିପାଇଁ ଏକ ପ୍ରଗତିର ଚକ୍ରଚିହ୍ନକୁ ବାଛିବି । କାରଣ ଚକ୍ର ହେଉଛି ପ୍ରଗତି ଓ ଉନ୍ନତିର ପ୍ରତୀକ । ଜଣେ ଶାସକ ହିସାବରେ ଏହାର ନାମ ରହିବ ‘ପ୍ରଗତିର ଚକ୍ର’ ଏହା ନିଶ୍ଚିତ ଭାବରେ ଲୋକମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିବ ଏବଂ ଶାନ୍ତି ଆଣିନେବ ।

(ii) ନୂତନ ରାଜ୍ୟର ମୂଲ୍ୟବୋଧ –

  • ମାତୃଭୂମିର ସମ୍ମାନ ବଜାୟ ରଖୁବା ସହିତ କର୍ତ୍ତବ୍ୟପରାୟଣ ହେବା ।
  • ସମାଜରେ ଉଚ୍ଚ ନୀଚ ଭେଦଭାବ ରହିବ ନାହିଁ ।
  • ରୋଜଗାର ପାଇଁ ସମସ୍ତ ପ୍ରକାର କଳା ଓ କୌଶଳକୁ ପ୍ରୋତ୍ସାହନ ଦିଆଯିବ ।
  • ସମସ୍ତ ପ୍ରକାର ସାଂସ୍କୃତିକ ପରମ୍ପରା ଓ ବିଶ୍ୱାସକୁ ସମ୍ମାନ ଦିଆଯିବ ।

(iii) ନୀତି ଓ ନିୟମ –

  • ସମାଜରେ କୌଣସି ପ୍ରକାର ଜାତି ଓ ଧର୍ମ ମଧ୍ଯରେ ବିଭେଦ ରହିବ ନାହିଁ ।
  • ମୁକ୍ତ ଓ ଅବାଧ ଶିକ୍ଷା ସବୁ ବର୍ଗର ପିଲାମାନଙ୍କ ପାଇଁ ଉପଲବ୍ଧ କରାଯିବ ।
  • ସମସ୍ତଙ୍କୁ ଦେଖ ଓ ମାତୃଭୂମିର ସେବାପାଇଁ ପ୍ରୋତ୍ସାହିତ କରିବା ସହିତ ସମସ୍ତଙ୍କୁ ସମାନ ସୁଯୋଗ ଦିଆଯିବ ।
  • ଲୋକମାନଙ୍କ ମଧ୍ୟରେ ମନାନ୍ତର ଓ ମତାନ୍ତରଗୁଡ଼ିକ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ।

(iv) ସ୍ଵତନ୍ତ୍ର ବୈଶିଷ୍ଟ୍ୟ –

  • କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖୁ ଆଗକୁ ବଢ଼ିବାକୁ ହେବ ।
  • କଳା, ସ୍ଥାପତ୍ୟ ଓ ସଂସ୍କୃତିରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିଙ୍କୁ ଉଚିତ ସମ୍ମାନ ପ୍ରଦାନ କରାଯିବ ।
  • ସର୍ବୋପରି ସମସ୍ତ ମଧ୍ଯରେ ସ୍ନେହ ଓ ସଦ୍‌ଭାବ ସୃଷ୍ଟି କରିବାର ବାତାବରଣ ସୃଷ୍ଟି କରିବା ଆବଶ୍ୟକ ।

Question 6.
ତୁମେ ପରବର୍ତୀ ମୌର୍ଯ୍ୟ ଯୁଗର ସ୍ଥାପତ୍ୟ କଳାର ବିକାଶ ସମ୍ପର୍କରେ ପଢ଼ିଛ । ଭାରତୀୟ ଉପମହାଦେଶର ଏକ ରୂପରେଖ ପ୍ରସ୍ତୁତ କର ଏବଂ ଏହି ପାଠରେ ପଢ଼ିଥିବା କିଛି ପ୍ରାଚୀନ ସଂରଚନାର ଆନୁମାନିକ ଅବସ୍ଥା ଚିହ୍ନାଅ ।
Answer:
(i) ଆମେ ଏହି ଅଧ୍ୟାୟରେ ପରବର୍ତ୍ତୀ ମୌର୍ଯ୍ୟ ଯୁଗର ସ୍ଥାପତ୍ୟ କଳାର ବିକାଶ ସମ୍ପର୍କ ଅଧ‌ିକ ଜ୍ଞାନ ଆହରଣ କରିଅଛୁ । ସେଥୁମଧ୍ୟରୁ କିଛି ନିମ୍ନରେ ବର୍ଣ୍ଣନା କରୁଛି ଯାହା ଭାରତୀୟ ଉପମହାଦେଶ ପାଇଁ ବେଶ୍ ଖୋରାକ ଯୋଗାଇବ ।

(ii) ମୌର୍ଯ୍ୟ ଯୁଗର ପତନ ପରେ ଶୁଙ୍ଗ ବଂଶର ଅଭ୍ୟୁଦୟ ହୋଇଥିଲା । ସେମାନେ କଳା ସ୍ଥାପତ୍ୟ କ୍ଷେତ୍ରରେ ବହୁତ ଆଗରେ ଥିଲେ । ସେମାନେ ତାଙ୍କର ଚିତ୍ରକଳାକୁ ନେଇ ଜାତୀୟ ସଂଗ୍ରାହଳୟ ସ୍ଥାପନ କରିଥିଲେ । ଯାହାକି ଭବିଷ୍ୟତ ପିଢ଼ିପାଇଁ ଉପାଦେୟ ହୋଇପାରିବ । ସେମାନଙ୍କ ଭାରଦୃତ ସ୍ତୂପର ରେଲିଂରେ ସୁନ୍ଦର ଚିତ୍ର ଧର୍ମଚକ୍ର ଓ ନୃତ୍ୟ ଶିଳ୍ପୀମାନଙ୍କର ଚିତ୍ର ରହିଛି ।

(iii) ତାଙ୍କ ପରେ ସାତବାହନ ବଂଶ ପୁନେ ନିକଟସ୍ଥ ନାନେଘାଟ ଗୁମ୍ଫା ନିର୍ମାଣ କରାଇ ସ୍ଥାପତ୍ୟ କଳାର ପରିଚୟ ପ୍ରଦାନ କରିଥିଲେ । ତାଙ୍କ ସମୟରେ ବ୍ରାହ୍ମୀଲିପିର ପ୍ରଚଳନ କରାଇ ସଂଖ୍ୟାମାନ ଲେଖୁବା ଆରମ୍ଭ କରିଥିଲେ ।

(iv) ଚେଦୀମାନଙ୍କ ଶାସନ କାଳରେ ଭୁବନେଶ୍ଵର ନିକଟସ୍ତ ଉଦୟଗିରି ଗୁମ୍ଫା ସହିତ ହାତୀଗୁମ୍ଫାର ଶିଳାଲେଖ ଆଜିପର୍ଯ୍ୟନ୍ତ ବଞ୍ଚିରହିଛି । ପ୍ରସିଦ୍ଧ ସମ୍ରାଟ ଖାରବେଳ ଜୈନ୍ୟ ସନ୍ନ୍ୟାସୀମାନଙ୍କ ପାଇଁ ଅନେକ ଆଶ୍ରୟସ୍ଥଳ ପାହାଡ଼ମାନଙ୍କରେ ନିର୍ମାଣ କରାଇ ତାଙ୍କ ସ୍ଥାପତ୍ୟକଳାର ପରିଚୟ ‘ଛାଡ଼ିଯାଇଛି ।

(v) ପରବର୍ତୀ ସମୟରେ ଦକ୍ଷିଣ ଭାରତରେ ତୋଳ, ଚେର ଓ ପାଜ୍ୟ ରାଜବଂଶ ଅନେକ କଳା ସ୍ଥାପତ୍ୟ କୀର୍ତ୍ତିମାନ ସ୍ଥାପନ କରିଯାଇଛନ୍ତି । ରାଜା କରିକାଳ ଗ୍ରାଣ୍ଡ ଆନିକଟ ନିର୍ମାଣ କରିଥିଲେ । ଚୋଳ ରାଜାମାନେ ଅନେକ ମୁଦ୍ରା ପ୍ରଚଳନ କରିଯାଇଥିଲେ ।

ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୧୧୭) :

Question 1.
ମୌର୍ଯ୍ୟ ସାମ୍ରାଜ୍ୟ ପରବର୍ତ୍ତୀ ସମୟକୁ କାହିଁକି ‘ପୁନର୍ଗଠନ ଯୁଗ’ କୁହାଯାଏ ?
Answer:

  1. ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତୀୟ ଉପମହାଦେଶରେ ଅନେକ ଛୋଟ ବଡ଼ ନୂତନ ରାଜ୍ୟର ଅଭ୍ୟୁଦୟ ଘଟିଲା ।
  2. ପୂର୍ବରୁ ଥିବା ଅଞ୍ଚଳଗୁଡ଼ିକ ନୂଆ ରାଜ୍ୟରେ ରୂପାନ୍ତରିତ ହୋଇ ନିଜକୁ ଶକ୍ତିଶାଳୀ କରିବାକୁ ପରସ୍ପର ସହ ପ୍ରତିଯୋଗିତା କଲେ ।
  3. ରାଜନୈତିକ, ସାମାଜିକ ଓ ସାଂସ୍କୃତିକ କ୍ଷେତ୍ରରେ ଅନେକ ନୂତନ ପରିବର୍ତ୍ତନ ଓ ପୁନଃ ସଂଗଠନ ହୋଇଥିବାରୁ ଏହି ସମୟକୁ ‘ପୁନର୍ଗଠନ ଯୁଗ’ କୁହାଯାଏ ।

Question 2.
ଉକ୍ତ ସମୟର ସମ୍ରାଟମାନଙ୍କୁ କେଉଁ ମୂଲ୍ୟବୋଧ ନୀତିଗୁଡ଼ିକ ମାର୍ଗଦର୍ଶନ କରିଥିଲେ ?
Answer:
ସେହି ସମୟରେ ସମ୍ରାଟମାନେ ପ୍ରଜାମଙ୍ଗଳ, ଧାର୍ମିକ ସହିଷ୍ଠତା (ସବୁ ଧର୍ମକୁ ସମ୍ମାନ ଦେବା), କଳା ଓ ସ୍ଥାପତ୍ୟର ବିକାଶ ଏବଂ ବାଣିଜ୍ୟର ପ୍ରସାର ଭଳି ମୂଲ୍ୟବୋଧଦ୍ଵାରା ପରିଚାଳିତ ହେଉଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 3.
ବିଦେଶୀ ଆକ୍ରମଣକାରୀମାନେ କିପରି ଭାରତୀୟ ସମାଜରେ ମିଶିଯାଇ ସାମାଜିକ ଓ ସାଂସ୍କୃତିକ ମିଶ୍ରଣରେ ସହାୟକ ହୋଇଥିଲେ ?
Answer:

  1. ବିଦେଶୀ ଆକ୍ରମଣକାରୀମାନେ (ଯଥା- ଇଣ୍ଡୋ-ଗ୍ରୀକ୍, ଶକ, କୁଶାଣ) ଭାରତକୁ ଆସିବା ପରେ ଏଠାକାର ଧର୍ମ (ବୌଦ୍ଧ ଓ ହିନ୍ଦୁ) ଭାଷା ଓ ରୀତିନୀତିକୁ ଆପଣେଇ ନେଇଥିଲେ ।
  2. ସେମାନେ ଭାରତୀୟ ଦେବଦେବୀଙ୍କୁ ପୂଜା କଲେ ଏବଂ ନିଜର କଳା କୌଶଳ ସହ ଭାରତୀୟ କଳାକୁ ମିଶାଇ ଏକ ନୂତନ ସଂସ୍କୃତି ସୃଷ୍ଟି କଲେ ।

ଆସ ଅନୁସନ୍ଧାନ କରିବା :

Question 1.
ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀର ପ୍ରଥମ ବର୍ଷରୁ ଆରମ୍ଭ ହୋଇ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀର ଶେଷ ବର୍ଷରେ ସମାପ୍ତ ହେବା ପର୍ଯ୍ୟନ୍ତ ସମୟକୁ ଚିହ୍ନିତ କରି କାଗଜର ଏକ ଫର୍ଦ୍ଦରେ ସମୟରେଖା ପ୍ରସ୍ତୁତ କର । ଏହି ସମୟରେଖା କେତେ ବର୍ଷ ଅତିକ୍ରମ କରିଥିବା ସୂଚାଏ ? ଯେହେତୁ ଆମେ ଅଧ୍ୟାୟ ମାଧ୍ୟମରେ ଅଗ୍ରଗତି କରୁଛେ ତେଣୁ ସମୟରେଖାରେ ମୁଖ୍ୟ ବ୍ୟକ୍ତି, ରାଜ୍ୟ ଏବଂ ଘଟଣାଗୁଡ଼ିକ ଚିହ୍ନିତ କର ।
Answer:
(i) ଖ୍ରୀଷ୍ଟପୂର୍ବ ଦ୍ଵିତୀୟ ଶତାବ୍ଦୀ = ୨୦୦ ବର୍ଷ (ଖ୍ରୀ.ପୂ.)
(ii) ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ = ୩୦୦ ବର୍ଷ (ଖ୍ରୀଷ୍ଟାବ୍ଦ)
ମୋଟ ସମୟ = ୨୦୦ + ୩୦୦ = ୫୦୦ ବର୍ଷ

(ii) ୨୦୦ ଖ୍ରୀଷ୍ଟପୂର୍ବ (୨ୟ ଶତାବ୍ଦୀର ଆରମ୍ଭ)ରୁ ୩୦୦ ଖ୍ରୀଷ୍ଟାବ୍ଦ (୩ୟ ଶତାବ୍ଦୀର ଶେଷ) ପର୍ଯ୍ୟନ୍ତ ଇତିହାସ । ଏହି ସମୟ ୫୦୦ ବର୍ଷ ଧରି ବ୍ୟାପିଛି, କାରଣ ଏଥିରେ ମୌର୍ଯ୍ୟ ସାମ୍ରାଜ୍ୟର ପତନ, ଶୁଙ୍ଗ ଏବଂ ସାତବାହନ ରାଜବଂଶର ଉତ୍ଥାନ, ସମୃଦ୍ଧ ଇଣ୍ଡୋ-ଗ୍ରୀକ୍ ଏବଂ କୁଶାଣ ପ୍ରଭାବ ଏବଂ ଭାରତୀୟ କଳାବୈଶିଷ୍ଟ୍ୟର ପ୍ରାରମ୍ଭିକ ପର୍ଯ୍ୟାୟ ଅନ୍ତର୍ଭୁକ୍ତ ।

(iii) ସମୟରେଖା :
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-1

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-4

(vi)

ଖ୍ରୀ.ପୂ. ୧୮୫ ମୌର୍ଯ୍ୟ ସମ୍ରାଟଙ୍କୁ ତାଙ୍କ ସେନାଧ୍ୟକ୍ଷ ପୁଷ୍ୟାମିତ୍ର ଶୁଙ୍ଗ ହତ୍ୟା କରିଥିଲେ ।
ଖ୍ରୀ.ପୂ. ୨ୟ ଶତାବ୍ଦୀ ସାତବାହନମାନେ ଶୁଙ୍ଗ ସାମ୍ରାଜ୍ୟର ଦକ୍ଷିଣରେ ଶାସନ ଆରମ୍ଭ କଲେ ।
ଖ୍ରୀ.ପୂ. ୨ୟ କିମ୍ବା ୩ୟ ଶତାବ୍ଦୀ ଦାକ୍ଷିଣାତ୍ୟରେ ଚେର, ଚୋଳ ଏବଂ ପାଶ୍ଚା ରାଜ୍ୟର ଅଭ୍ୟୁଦୟ ଘଟିଥିଲା ।
ଖ୍ରୀ.ପୂ. ୨ୟ-୫ମ ଶତାବ୍ଦୀ ଇଣ୍ଡୋସିଥୁନ ବା ଶକମାନଙ୍କର ଭାରତର ଉତ୍ତର-ପଶ୍ଚିମ ଅଞ୍ଚଳରେ ଶାସନ ଆରମ୍ଭ ହେଲା ।
ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀ କୁଶାଣମାନେ ମୂଳତଃ ମଧ୍ଯ ଏସିଆରୁ ଆସି ଭାରତରେ ପ୍ରବେଶ କଲେ ।

Question 2.
ପୂର୍ବ ଅଧ୍ୟାୟରେ ତୁମେ ମୌର୍ଯ୍ୟ ସାମ୍ରାଜ୍ୟର ମାନଚିତ୍ର ଅଧ୍ୟୟନ କରିଛ । (ପୃ-୧୦୦ ଦେଖ) ପୂର୍ବପୃଷ୍ଠାରେ ମୌର୍ଯ୍ୟ ପରି ଭାରତର ଏକ ମାନଚିତ୍ର ଦିଆଯାଇଛି । କେତୋଟି ରାଜ୍ୟ ମୌର୍ଯ୍ୟ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥୁଲା, ତୁମେ ଗଣିକି କହିପାରିବ କି ?
Answer:
ମୌର୍ଯ୍ୟ ସାମ୍ରାଜ୍ୟର ମାନଚିତ୍ର ତୁଳନାରେ ଏହି ନୂତନ ମାନଚିତ୍ର ଦେଖୁଲେ ଜଣାପଡ଼େ ଯେ, ପୂର୍ବରୁ ମୌର୍ଯ୍ୟ ସାମ୍ରାଜ୍ୟ ଅଧୀନରେ ଥ‌ିବା ପ୍ରାୟ ସମସ୍ତ ଅଞ୍ଚଳ (ଯଥା- ମଗଧ, କଳିଙ୍ଗ, ଗାନ୍ଧାର, ଦାକ୍ଷିଣାତ୍ୟର କିଛି ଅଂଶ) ଏବେ ସ୍ଵାଧୀନ ହୋଇ ଶୁଙ୍ଗ, ସାତବାହନ, ଚେଦୀ, ଚୋଳ, ଚେର, ପାଣ୍ଡ୍ଯ, ଇଣ୍ଡୋ-ଗ୍ରୀକ୍, ଶକ ଓ କୁଶାଣ ଭଳି ଅଲଗା ଅଲଗା ରାଜ୍ୟରେ ପରିଣତ ହୋଇଯାଇଛି ।

Question 3.
ପାର୍ଶ୍ଵ ରେ ଭାର ହୃତ ସ୍ତୁପର ଏକ ପ୍ୟାନେଲ୍ ପ୍ରଦତ୍ତ କରାଯାଇଛି । ଏହାର ଦକ୍ଷିଣ ପାର୍ଶ୍ଵର ଦୁଇଟି ଚିତ୍ରକୁ ଦେଖ । ସେମାନେ କ’ଣ କରୁଛନ୍ତି ? ସେମାନଙ୍କ କାର୍ଯ୍ୟକୁ ନେଇ ତୁମେ କିଛି ଅନୁମାନ କରିପାରୁଛ କି ? ସେମାନଙ୍କ ପୋଷାକକୁ ଲକ୍ଷ୍ୟ କର । ଏହା ଭାରହୃତ ସ୍ତପର ଏକ ପ୍ୟାନେଲ୍ ସେମାନଙ୍କ ପୋଷାକ ସମ୍ପର୍କରେ ଆମକୁ କ’ଣ ସୂଚନା ଦେଉଛି ? ଏହି ପ୍ୟାନେଲରୁ ତୁମେ କ’ଣ ସବୁ ଶିଖୁଲ ତାହାର ଏକ ତାଲିକା ପ୍ରସ୍ତୁତ କର ଏବଂ ଶ୍ରେଣୀରେ ଆଲୋଚନା କର ।
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-2
Answer:
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-3

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-4
(i) ଭା ର ହୃ ତ ସ୍ତ ପ ର ଡାହାଣ ପାର୍ଶ୍ଵରେ ଥ‌ିବା ଦୁଇଟି ଚିତ୍ର ଦୁଇ ଜଣ ବ୍ୟକ୍ତି ଙ୍କ ର, ଯେଉଁମାନେ କାରିଗର କିମ୍ବା ମୂ ର୍ରି କାର ପରି ମନେ ହେଉଛନ୍ତି । ସେମାନେ ପଥର ଖୋଦ ନ କି ମ୍ବା ସଜାଇବା। କାର୍ଯ୍ୟରେ ସେମାନଙ୍କର ବଙ୍କା ସ୍ଥିତି ଏବଂ ହାତ ରେ ପୂ ବ ଉପକରଣଗୁଡ଼ିକ ହସ୍ତ ଶ୍ରମକୁ ସୂଚିତ କରେ ।

(ii) ସେ ମା ନ ଙ୍କ ର ସ ର ଳ ପୋଷାକରୁ ଜଣାପଡ଼େ ଯେ ସେମାନେ ଶ୍ରମିକ ଶ୍ରେଣୀର ବ୍ୟକ୍ତି । ଏହା ପ୍ରାଚୀନ ଭାରତରେ ବିଶେଷକରି ସ୍ତପ ପରି ଧାର୍ମିକ ସ୍କାର କୀ ନି ର୍ମାଣରେ କରି ଗ ର ମା ନ ଙ୍କ ର ଗୁ ରୁ ତ୍ଵ, ପୂ ଣ୍ଣ ଭୂମିକାକୁ ସୂଚିତ କରିଥାଏ ।

(iii) ଏକ ରେ ଲିଂ ର ଆବଦ୍ଧ କେନ୍ଦ୍ରୀୟ ପ୍ରତୀକ, ସମ୍ଭବତଃ ଏକ ପବିତ୍ର ବସ୍ତୁ ବହୁଳ ଭାବରେ ସଜାଯାଇଛି, ଯାହା ବୌଦ୍ଧ ସ୍ଥାପତ୍ୟରେ କଳା ଏବଂ ଭକ୍ତି ଉଭୟର ଗୁରୁତ୍ଵକୁ ଦର୍ଶାଉଛି । ଚାରିପାଖର ନମୁନା ଏବଂ କାରୁକାର୍ଯ୍ୟ ସେହି ସମୟର ଉନ୍ନତ ଦକ୍ଷତା ଏବଂ ସୌନ୍ଦର୍ଯ୍ୟବୋଧକୁ ପ୍ରତିଫଳିତ କରୁଅଛି ।

Question 4.
ଚିତ୍ରକୁ ଭଲ ଭାବରେ ଲକ୍ଷ୍ୟ କର । ଚିତ୍ରରେ ଦଶାଯାଇଥିବା ପୋଷାକ, ଆଭୂଷଣ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀର ଏକ ବିବରଣୀ ପ୍ରସ୍ତୁତ କର ।
Answer:
ଉପରିସ୍ଥ ଚିତ୍ରଗୁଡ଼ିକ ଶୁଙ୍ଗ ରାଜବଂଶ ସମୟର କଳାତ୍ମକ, ସାମାଜିକ ଏବଂ ସାଂସ୍କୃତିକ ସଫଳତାକୁ ପ୍ରତିଫଳିତ କରେ ଏବଂ ଆମକୁ ସେହି ସମୟର ଜୀବନଶୈଳୀର ଏକ ଝଲକ ଦେଖାଇଥାଏ ।

(i) ପୋଷାକ : ପୋଷାକ ମଧ୍ୟରେ ଶାଢ଼ି ଏବଂ ଧୋତି ପରି ପାରମ୍ପରିକ ଭାରତୀୟ ପୋଷାକ କିମ୍ବା ପାଶ୍ଚାତ୍ୟ ଶୈଳୀର ପୋଷାକ ରହିଛି । ମୁଣ୍ଡରେ ପଗଡ଼ି ଭିଡ଼ିଛନ୍ତି । କପଡ଼ାରେ ପ୍ଲେଟ୍‌ଗୁଡ଼ିକ ସମ୍ଭବତଃ ସଜାଯାଇଥିବା ବ୍ୟବହାରକୁ ସୂଚାଇଥାଏ, ଯାହା ପୋଷାକ ପ୍ରତି ଶୈଳୀ ଏବଂ ଧାନର ଭାବନାକୁ ସୂଚିତ କରିଥାଏ ।

(ii) ଅଳଙ୍କାର : ବିଭିନ୍ନ ପ୍ରକାର ଅଳଙ୍କାର ବୁଡ଼ି (ଚିତ୍ର ୮) ଏବଂ ହାର (ଚିତ୍ର ୧୦) ଧାତୁ ଏବଂ ମଣିର ବ୍ୟବହାର ସୂଚାଇ ଦିଏ ଯେ ସେ ସମୟରେ ବ୍ୟକ୍ତିଗତ ସାଜସଜ୍ଜା ଗୁରୁତ୍ଵପୂର୍ଣ୍ଣ ଥିଲା । ମହିଳା ପ୍ରତିମୂର୍ତ୍ତିଗୁଡ଼ିକ (ଚିତ୍ର ୩, ୪, ୬)ରେ ବ୍ୟବହୃତ ବିଭିନ୍ନ ଅଳଙ୍କାରରୁ ଜଣାଯାଏ ଯେ, ବିସ୍ତୃତ ମୁଣ୍ଡଗଛ ଏବଂ କାନଫୁଲ ପରିଧାନ କରାଯାଇଥିଲା ।

(iii) ଅନ୍ୟାନ୍ୟ ବସ୍ତ : ଫୁଲଦାନୀ (ଚିତ୍ର ୫) ପାଣି କିମ୍ବା ପୂଜାର୍ଚ୍ଚନା ପାଇଁ ସାଜସଜ୍ଜା ପାତ୍ରର ବ୍ୟବହାରକୁ ସୂଚିତ କରେ । ପାନିଆ (ଚିତ୍ର ୯) ହାତୀଦାନ୍ତରେ ତିଆରି, ଦୈନନ୍ଦିନ ବସ୍ତୁରେ ସାଜସଜ୍ଜା ଏବଂ କଳାକୃତିର ଗୁରୁତ୍ଵ ଦର୍ଶାଉଛି । (ଚିତ୍ର ୭) ଘରୋଇ ଜୀବନ ଏବଂ ରାଜକୀୟତା ଉପରେ ରଖାଯାଇଥିବା ମୂଲ୍ୟବୋଧକୁ ସୂଚିତ କରୁଛି ।

Question 5.
ତୁମେ କ’ଣ ଭାବୁଛ କେତେକ ଇଣ୍ଡୋ-ଗ୍ରୀକ୍ ମୁଦ୍ରାରେ ବାସୁଦେବ କୃଷ୍ଣ ଓ ଲକ୍ଷ୍ମୀଙ୍କ ଛବି ରହିବାର ଅର୍ଥ କ’ଣ ହୋଇପାରେ ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-7
Answer:

  1. ଏହାର ଅର୍ଥ ହେଉଛି ଇଣ୍ଡୋ-ଗ୍ରୀକ୍ ଶାସକମାନେ ଭାରତୀୟ ଧର୍ମ ଓ ସଂସ୍କୃତିଦ୍ଵାରା ପ୍ରଭାବିତ ହୋଇଥିଲେ ।
  2. ସେମାନେ ଭାରତୀୟ ଦେବଦେବୀଙ୍କୁ ସମ୍ମାନ ଜଣାଉଥିଲେ ଏବଂ ଭାରତୀୟ ପ୍ରଜାମାନଙ୍କୁ ଖୁସି କରିବା ପାଇଁ ସେମାନଙ୍କ ବିଶ୍ୱାସକୁ ମୁଦ୍ରାରେ ସ୍ଥାନ ଦେଇଥିଲେ ।

Question 6.
ପୂର୍ବ ପୃଷ୍ଠାରେ ଥିବା ବିଶାଳ କନିଷ୍କଙ୍କ ପ୍ରତିମୂର୍ତ୍ତିକୁ (୧.୮୫ ମିଟର ଉଚ୍ଚ) ଭଲକରି ଲକ୍ଷ୍ଯକର ଏବଂ ସେ ପିନ୍ଧିଥ‌ିବା ବସ୍ତ୍ର, ଜୋତା ଓ ଧରିଥ‌ିବା ଅସ୍ତ୍ରକୁ ଦେଖ । ଏସବୁ ଏହି ମୂର୍ତ୍ତି ବିଷୟରେ ଆମକୁ କ’ଣ ସୂଚନା ଦେଉଛି ?
Answer:

  1. ରାଜା କନିଷ୍କଙ୍କର ମୁଣ୍ଡବିହୀନ ପ୍ରତିମୂର୍ତ୍ତି (୧.୮୫ ମିଟର) ଏହାର ପୋଷାକ, ଅସ୍ତ୍ରଶସ୍ତ୍ର ଏବଂ ପାଦୁକା ମାଧ୍ୟମରେ ତାଙ୍କର ପରିଚୟ ପ୍ରଦାନ କରିଥାଏ ।
  2. ସେ ପିନ୍ଧିଥିବା ଲମ୍ବା କୋଟ୍ ଏବଂ ଜୋତା ମଧ୍ୟ ଏସିଆର ପୋଷାକ ଶୈଳୀକୁ ଦର୍ଶାଉଛି ।
  3. ସେ ହାତରେ ଖଣ୍ଡା ଧରିଛନ୍ତି ଯାହା ତାଙ୍କର ଯୋଦ୍ଧା ରୂପକୁ ପ୍ରକାଶ କରୁଛି ।

Question 7.
ମୁଦ୍ରାଗୁଡ଼ିକୁ ଭଲକରି ଦେଖ । ସମ୍ରାଟଙ୍କ ପାର୍ଶ୍ଵରେ କାହାର ଚିତ୍ର ଖୋଦିତ ହୋଇଛି ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-8
Answer:
ମୁଦ୍ରାର ଗୋଟିଏ ପାର୍ଶ୍ଵରେ ସମ୍ରାଟ କନିଷ୍ଠ ଏବଂ ଅନ୍ୟ ପାର୍ଶ୍ଵରେ ଭଗବାନ ବୁଦ୍ଧ ଏବଂ ଅନ୍ୟ ଏକ ମୁଦ୍ରାରେ ଶିବ (ନନ୍ଦୀଙ୍କ ସହ)ଙ୍କ ଚିତ୍ର ଖୋଦିତ ହୋଇଛି ।

Question 8.
ଜଣେ ଶକ୍ତିଶାଳୀ ଶାସକ ତାଙ୍କ ମୁଦ୍ରାରେ ବୁଦ୍ଧ ଓ ଶିବଙ୍କୁ କାହିଁକି ଖୋଦିତ କରିବେ ? ଏହା ତାଙ୍କର ମୂଲ୍ୟବୋଧ ଓ ପ୍ରାଥମିକତା ଉପରେ କ’ଣ କହୁଛି ?
Answer:

  1. ଏହା ଦର୍ଶାଏ ଯେ ରାଜା କନିଷ୍ଠ ସର୍ବଧର୍ମକୁ ସମଭାବରେ ବିଶ୍ଵାସ କରୁଥିଲେ ।
  2. ସେ ବୌଦ୍ଧ ଧର୍ମର ପୃଷ୍ଠପୋଷକ ଥିଲେ ମଧ୍ୟ ଶୈବ ଧର୍ମ (ଶିବ ଉପାସନା)କୁ ସମ୍ମାନ ଦେଉଥିଲେ ।

Question 9.
ଏହିପରି ସାଙ୍କେତିକ ମୁଦ୍ରାର ଆଧୁନିକତା ଉଦାହରଣ ତୁମେ ପାଇପାରିବ କି ?
Answer:
(i) ସମ୍ରାଟ କନିଷ୍କ ନିଜ ମୁଦ୍ରାରେ ବୁଦ୍ଧ ଓ ଶିବଙ୍କ ଚିତ୍ର ଖୋଦିତ କରି ନିଜର ଧାର୍ମିକ ସହିଷ୍ଠତା ଦର୍ଶାଉଥିଲେ ଏବଂ ସାତବାହନମାନେ ନୌବାଣିଜ୍ୟର ପ୍ରତୀକ ଭାବେ ଜାହାଜର ଚିତ୍ର ବ୍ୟବହାର କରୁଥିଲେ ।

(ii) ସେହିପରି ଇଣ୍ଡୋ-ଗ୍ରୀମାନଙ୍କ ମୁଦ୍ରାରେ ଥ‌ିବା ଭାରତୀୟ ଓ ଗ୍ରୀକ୍ ଦେବଦେବୀଙ୍କ ଚିତ୍ର ଏକ ସୁନ୍ଦର ସାଂସ୍କୃତିକ ମିଶ୍ରଣର ବାର୍ତ୍ତା ଦେଉଥିଲା ।

(iii) ଆଜିର ଆଧୁନିକ ଯୁଗରେ ମଧ୍ୟ ଆମେ ଏହିପରି ଅନେକ ସାଙ୍କେତିକ ମୁଦ୍ରାର ଉଦାହରଣ ଦେଖିବାକୁ ପାଉ, ଯେପରିକି ଭାରତୀୟ ଟଙ୍କାରେ ଥିବା ଜାତୀୟ ପ୍ରତୀକ ‘ଅଶୋକ ସ୍ତମ୍ଭ’ ଆମର ଅଖଣ୍ଡତା ଓ ଗଣତାନ୍ତ୍ରିକ ପରିଚୟକୁ ବୁଝାଏ ।

(iv) ସେହିପରି ଅନେକ ଭାରତୀୟ ମୁଦ୍ରାରେ ଥିବା ଗହମ ବା ଶସ୍ୟର ଚିତ୍ର ଆମ ଦେଶର କୃଷିଭିଭିକ ଅର୍ଥନୀତି ଏବଂ କୃଷକମାନଙ୍କର ଗୁରୁତ୍ଵକୁ ସୂଚାଉଛି ।

(v) ଏହାଛଡ଼ା ସ୍ଵାଧୀନତା ସଂଗ୍ରାମୀ ଏବଂ ମହାପୁରୁଷମାନଙ୍କ (ଯଥା— ମହାତ୍ମା ଗାନ୍ଧୀ) ଚିତ୍ର ମଧ୍ୟ ବିଭିନ୍ନ ମୁଦ୍ରାରେ ସ୍ଥାନ ପାଇଥାଏ, ଯାହାକି ଆମର ଐତିହାସିକ ବଳିଦାନକୁ ସମ୍ମାନ ଜଣାଇଥାଏ । ତେଣୁ ପ୍ରାଚୀନ କାଳର ରାଜାମାନଙ୍କପରି ଆଧୁନିକ ସରକାର ମଧ୍ୟ ମୁଦ୍ରା ମାଧ୍ୟମରେ ଦେଶର ସାମାଜିକ ମୂଲ୍ୟବୋଧ, ସମୃଦ୍ଧି ଏବଂ ପ୍ରାଥମିକତାକୁ ଅତି ସୁନ୍ଦର ଭାବରେ ପ୍ରତିଫଳିତ କରିଥା’ନ୍ତି ।

Question 10.
ତୁମେ ବର୍ତ୍ତମାନ ମଥୁର। ଓ ଗାନ୍ଧୀର ଚିତ୍ରକଳାର ମୌଳିକ ବୈଶିଷ୍ଟ୍ୟ ସହ ପରିଚିତ ହେଲା । (ଚିତ୍ରକୁ ଅନୁଧ୍ୟାନ କର ଓ ଏହା କେଉଁ ଶିଳ୍ପକଳ। ଶୈଳୀର ଅନ୍ତର୍ଭୁକ୍ତ ଦର୍ଶାଅ ।) ତୁମର ଦର୍ଶନୀୟ ଚିନ୍ତାଧାରାକୁ ଯଥାର୍ଥତା ସହ ପ୍ରତିପାଦନ କର ଏବଂ ସହପାଠୀମାନଙ୍କ ସହ ଆଲୋଚନା କର ।
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-9

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-10
Answer:
ଚିତ୍ରଗୁଡ଼ିକ ମଥୁରା। ଶିଳ୍ପକଳ ଶୈଳୀର ଅନ୍ତର୍ଭୁକ୍ତ । କାରଣ ଏଥ‌ିରେ ନାଲି ରଙ୍ଗର ବାଲି ପଥର ବ୍ୟବହାର ହୋଇଛି ଏବଂ ମୂର୍ତ୍ତିଗୁଡ଼ିକର ଗଢ଼ଣ ସମ୍ପୂର୍ଣ୍ଣ ଭାରତୀୟ ଶୈଳୀର ଅଟେ ।

(i) ଚିତ୍ର ୧ : ବୁଦ୍ଧଙ୍କ ମୃତ୍ୟୁକାଳୀନ ଏକ ଦୃଶ୍ୟ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ (ଧୂସର ଶିଷ୍ଟ ପଥର ଏବଂ ଗ୍ରୀକୋ—ରୋମାନ୍ ଶୈଳୀ ସହିତ ବାସ୍ତବବାଦୀ
ବୈଶିଷ୍ଟ୍ୟ ଦେଖାଯାଇପାରିବ) ।

(ii) ଚିତ୍ର ୨ : ବୋଧସତ୍ତ୍ଵ ମୈତ୍ରେୟ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ । (ଗ୍ରୀକୋ-ରୋମାନ୍ ପ୍ରଭାବ, ବିସ୍ତୃତ ପୋଷାକ ଫୋଲ୍‌ଡ ଏବଂ ମୁଖମଣ୍ଡଳର ବର୍ଣ୍ଣ ଦେଖାଯାଇପାରିବ)

(iii) ଚିତ୍ର ୩ : କୁଶାଣ ଭକ୍ତମାନଙ୍କଦ୍ଵାରା ପୂଜା କରାଯାଉଥିବା ଶିବ ଲିଙ୍ଗ । ଏହା ମଥୁରା ବିଦ୍ୟାଳୟର ଆଟେ (ଲାଲ ପଥର ଏବଂ ଅଦ୍ଭୁତ ଭାରତୀୟ ଶୈଳୀ ଦେଖାଯାଇପାରିବ) ।

(iv) ଚିତ୍ର ୪ : ଦୁଇ ନାଗୁଣୀ ମଧ୍ୟରେ ନାଗ । ଏହା ମଥୁରା ବିଦ୍ୟାଳୟର ଅଟେ (ସାଧାରଣ ବିଷୟବସ୍ତୁ ଏବଂ ବ୍ୟବହୃତ ସାମଗ୍ରୀ ଦେଖାଯାଇପାରିବ) ।

(v) ଚିତ୍ର ୫ : ଯୁଦ୍ଧର ଦେବତା କାର୍ତ୍ତିକେୟ । ଏହା ମଥୁରା ବିଦ୍ୟାଳୟର ଅଟେ (ଏହାର ଏକ ପୂର୍ଣ୍ଣାଙ୍ଗ ଆକୃତି ଅଛି ଏବଂ ଏହା ଭାରତୀୟ ଶୈଳୀରେ ନିର୍ମିତ) ।

(vi) ଚିତ୍ର ୬ : ଦଣ୍ଡାୟମାନ ବୁଦ୍ଧ । ଏହା ଗାନ୍ଧାର ବିଦ୍ୟାଳୟର ଅଟେ (ଗ୍ରୀକୋ-ରୋମାନ୍ କଳାକୃତି ଦେଖାଯାଇପାରିବ ) ।

ଏହା ବିଷୟରେ ଚିନ୍ତା କର :

Question 1.
ରାଜାଙ୍କ ନାମ ଆରମ୍ଭରେ ମାତାଙ୍କ ନାମ ବ୍ୟବହାର କରିବା ପରମ୍ପରା ତୁମ ମତରେ କ’ଣ ଦର୍ଶାଉଛି ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-5
Answer:
ଏହା ଦର୍ଶାଉଛି ଯେ ସାତବାହନ ସମାଜରେ ମାତୃଶକ୍ତି ବା ନାରୀମାନଙ୍କୁ ବହୁତ ସମ୍ମାନ ଦିଆଯାଉଥିଲା । ମା’ଙ୍କ ପରିଚୟ ସନ୍ତାନ ପାଇଁ ଗର୍ବର ବିଷୟ ଥିଲା

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
ପୂର୍ବ ପୃଷ୍ଠାରେ ସଂଖ୍ୟାଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ ଆଧୁନିକ ସଂଖ୍ୟାପରି ଦେଖାଯାଉଛି ? କେଉଁଗୁଡ଼ିକ ଦେଖାଯାଉନାହିଁ ?
Answer:

  1. ଚିତ୍ରରେ ଥ‌ିବା ସଂଖ୍ୟାଗୁଡ଼ିକ ମଧ୍ୟରୁ କିଛି ଆକାର ଆଜିର ୬ ଓ ୭ ଭଳି ସଂଖ୍ୟା ସହ ସାମାନ୍ୟ ମେଳ ଖାଉଛି, କିନ୍ତୁ ଅନେକ ସମ୍ପୂର୍ଣ୍ଣ ଭିନ୍ନ ।
  2. ବ୍ରାହ୍ମୀ ଲିପିରୁ ଆମର ଆଧୁନିକ ସଂଖ୍ୟାଗୁଡ଼ିକର ବିକାଶ ଘଟିଛି ବୋଲି ଏହା ପ୍ରମାଣ କରେ ।

Question 3.
ପିଟାଲଖୋରାରୁ ଆବିଷ୍କୃତ ଏହି ଯକ୍ଷମୂର୍ତ୍ତି ହାତରେ ଏକ ଅଭିଲେଖ ଧାରଣ କରିଛି, ଯେଉଁଥରେ ଲେଖାଯାଇଛି ‘‘କାହ୍ନା ଦାସେନ ହିରାମକରେଶ କାଟ” । ଏହାର ଅର୍ଥ ଏହା ସୁନା ଏହା କ’ଣ ମଜାଦାୟକ ନୁହେଁ ଯେ ଏକ ସ୍ଵର୍ଣ୍ଣକାର ମଧ୍ୟ ପଥରରେ ଦେଖ ଏହା ଆମକୁ ସେ ସମୟର ଜୀବିକା ସମ୍ପର୍କରେ କ’ଣ ସୂଚନା
କରିଗର କାହ୍ନା ଦାସଙ୍କଦ୍ଵାରା ନିର୍ମିତ । ଭାସ୍କର୍ଯ୍ୟ ସୃଷ୍ଟି କରିପାରିଛି ? ଭାବି ଦେଉଛି ?
Answer:

  1. ହଁ, ଏହା ସୂଚାଉଛି ଯେ ସେ ସମୟରେ କାରିଗରମାନେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ।
  2. ଜଣେ କାରିଗର କେବଳ ଗୋଟିଏ କାମରେ ସୀମିତ ନରହି ଅନ୍ୟ କଳାରେ ମଧ୍ୟ ଦକ୍ଷତା ହାସଲ କରୁଥିଲେ । ଏହା ସେ ସମୟର ଲୋକମାନଙ୍କର ଉନ୍ନତ କଳା କୌଶଳର ପରିଚୟ ଦିଏ ।

Question 4.
ଲକ୍ଷ୍ୟକର ଦୁଇହଜାର ବର୍ଷ ପୂର୍ବେ ଖୋଦିତ ହୋଇଥିବା ଏହି ପଥରକଟା ଗୁମ୍ଫାଘରଗୁଡ଼ିକୁ । କେବଳ ଗୋଟିଏ ନିହାଣ ଏବଂ ହାତୁଡ଼ି ସାହାଯ୍ୟରେ କାରିଗରମାନେ କେମିତି ଏତେ ସଠିକ୍ କାରିଗରୀ କାର୍ଯ୍ୟ ସମ୍ପାଦନ କରିଥିଲେ ? ନିଜକୁ ସେହି ଯୁଗର ମୂର୍ତ୍ତିକାର ଭାବେ କଳ୍ପନା କରି ନିଜ ହାତରେ ପଥରକୁ କଳାର ରୂପ ଦେଇଥୁବାର ପରିକଳ୍ପନା କର । ଏଥ‌ିପାଇଁ ତୁମେ କେଉଁ କେଉଁ ଉପକରଣ ବ୍ୟବହାର କରିଥା’ନ୍ତ ?
Answer:
(i) ଏହା ସେ ସମୟର କାରିଗରମାନଙ୍କର ଅକ୍ଳାନ୍ତ ପରିଶ୍ରମ, ଧୈର୍ଯ୍ୟ ଏବଂ ଉଚ୍ଚକୋଟୀର ଦକ୍ଷତା ଯୋଗୁଁ ସମ୍ଭବ ହୋଇପାରିଥିଲା ।

(ii) ସେମାନେ ପଥରର ପ୍ରକୃତିକୁ ବୁଝି ସେଥ‌ିରେ ନିଖୁଣ ଭାବରେ ଖୋଦେଇ କାର୍ଯ୍ୟ କରୁଥିଲେ ।

(iii) ମୁଁ ଲୁହା ନିହାଣ, ହାତୁଡ଼ି, ପଥର ଘଷିବା ପାଇଁ ଖଦଡ଼ା ପଥର ଏବଂ ମାପଚୁପ ପାଇଁ ସୂତା ବା କାଠି ବ୍ୟବହାର କରିଥା’ନ୍ତି ।

Question 5.
ପୂର୍ବ ପୃଷ୍ଠାର ମାନଚିତ୍ରରେ ନାମ ପାର୍ଶ୍ଵରେ ଥିବା କେତେକ ପ୍ରତୀକକୁ ଲକ୍ଷ୍ୟ କର । ଏହି ପ୍ରତୀକଗୁଡ଼ିକ କ’ଣ ପ୍ରତିନିଧୃତ୍ଵ କରନ୍ତି ? ଚିନ୍ତା କର ସେମାନେ କିପରି ନିଜ ରାଜ୍ୟର ପରିଚୟକୁ ଉଜ୍ଜିବୀତ କରୁଛନ୍ତି ?
Answer:

  1. ଚୋଳ ବାଘ (ଶୌର୍ଯ୍ୟ ଓ ଶକ୍ତିର ପ୍ରତୀକ)
  2. ଚେର – ଧନୁତୀର (ଯୁଦ୍ଧ କୌଶଳର ପ୍ରତୀକ)
  3. ପାଠ୍ୟ – ମାଛ (ସମୁଦ୍ର ଓ ନୌବାଣିଜ୍ୟର ପ୍ରତୀକ)

ଏହି ପ୍ରତୀକଗୁଡ଼ିକ ସେହି ରାଜ୍ୟର ପରିଚୟ ଏବଂ ଶକ୍ତିକୁ ଦର୍ଶାଉଥିଲା ।

Question 6.
ରାଜାଙ୍କ ପ୍ରତିକୃତିକୁ ଲକ୍ଷ୍ୟ କର । ତାଙ୍କୁ କେମିତି ପ୍ରଦର୍ଶିତ କରାଯାଇଛି ? ତାଙ୍କର ଭଙ୍ଗା, ପୋଷାକ ଏବଂ ଅଭିବ୍ୟକ୍ତି ତାଙ୍କ କ୍ଷମତା ଓ ସ୍ଥିତି ସମ୍ପର୍କରେ କ’ଣ ସୂଚାଏ ?
Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ-6
Answer:
ରାଜା ହାତୀ ଉପରେ ବସିଛନ୍ତି, ଯାହା ରାଜକୀୟ ଠାଣି ଓ କ୍ଷମତାର ପ୍ରତୀକ । ତାଙ୍କ ହାତରେ ଭଙ୍ଗୀ ନିର୍ଦ୍ଦେଶ ଦେବାଭଳି ଅଛି, ଯାହା ସୂଚାଏ ସେ ଜଣେ ଶକ୍ତିଶାଳୀ ଶାସକ ଥିଲେ ।

Question 7.
ତୁମେ ଆଶ୍ଚର୍ଯ୍ୟ ଅନୁଭବ କରୁଥୁବ ନିଶ୍ଚୟ ଯେ ଐତିହାସିକମାନେ କେମିତି ବହୁ ଶତାବ୍ଦୀ ପୂର୍ବର ଦୁଇଟି ରାଜ୍ୟ ମଧ୍ୟରେ ଥ‌ିବା ବାଣିଜ୍ୟିକ ସମ୍ପର୍କକୁ ଉନ୍ମୋଚନ କଲେ ? ଆସ କିଛି ମୁହୂର୍ତ୍ତ ଚିନ୍ତା କରିବା ଏବଂ ଆଲୋଚନା କରିବା ଯେ ଏହି ସୂଚନା କେମିତି ଲୋକଲୋଚନକୁ ଆସିଲା ?
Answer:
ବହୁ ଶତାବ୍ଦୀ ପୂର୍ବର ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କ ବିଷୟରେ ଜାଣିବା ପାଇଁ ଐତିହାସିକମାନେ ବିଭିନ୍ନ ଉପାଦାନ ଉପରେ ନିର୍ଭର କରନ୍ତି ।
(i) ପ୍ରଥମତଃ, ଖନନରୁ ପ୍ରାପ୍ତ ପ୍ରାଚୀନ ମୁଦ୍ରାଗୁଡ଼ିକ ବାଣିଜ୍ୟର ଏକ ପ୍ରମୁଖ ପ୍ରମାଣ ଦେଇଥାଏ । ଉଦାହରଣ ସ୍ଵରୂପ, ସାତବାହନମାନଙ୍କ ମୁଦ୍ରାରେ ଖୋଦିତ ଜାହାଜ (ବୋଇତ)ର ଚିତ୍ର ସେମାନଙ୍କର ଉନ୍ନତ ନୌବାଣିଜ୍ୟ ଏବଂ ରୋମାନ୍ ସାମ୍ରାଜ୍ୟ ସହ ସମ୍ପର୍କକୁ ସୂଚାଇଥାଏ ।

(ii) ଦ୍ଵିତୀୟତଃ, ପ୍ରାଚୀନ ସାହିତ୍ୟ ଏହି ସମ୍ପର୍କର ଉନ୍ମୋଚନ କରିବାରେ ବହୁତ ସାହାଯ୍ୟ କରେ । ଦକ୍ଷିଣ ଭାରତର ସଙ୍ଗମ ସାହିତ୍ୟ, ବିଶେଷ କରି ‘ଶୀଳପଦୀକାରମ୍’ ମହାକାବ୍ୟରେ ତତ୍କାଳୀନ ବାଣିଜ୍ୟ ଏବଂ ପୁହାର ତଥା ମଦୁରାଇ ଭଳି ସମୃଦ୍ଧ ବାଣିଜ୍ୟିକ ସହରଗୁଡ଼ିକର ବିସ୍ତୃତ ବର୍ଣ୍ଣନା ରହିଛି ।

(iii) ତୃତୀୟତଃ, ପ୍ରାଚୀନ ଶିଳାଲେଖ ବା ଅଭିଲେଖଗୁଡ଼ିକ ଅନେକ ଐତିହାସିକ ତଥ୍ୟ ପ୍ରଦାନ କରିଥାଏ । ଯେପରିକି, ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖରେ ଉଲ୍ଲେଖ ଅଛି ଯେ ସେ ପାଣ୍ଡ୍ ରାଜ୍ୟରୁ ଶହ ଶହ ମୋତି ଆଣିଥିଲେ, ଯାହା ଦୁଇ ରାଜ୍ୟ ମଧ୍ୟରେ ଆଦାନପ୍ରଦାନର ପ୍ରମାଣ ଦିଏ । ପୁନେ ନିକଟସ୍ଥ ନାନେଘାଟ ଗୁମ୍ଫା ଏକ ଗୁରୁତ୍ଵପୂର୍ଣ୍ଣ ବାଣିଜ୍ୟ ପଥରେ ଅବସ୍ଥିତ ଥିଲା ଏବଂ ସେଠାରେ ଟୋଲ ଓ ଟିକସ ସଂଗ୍ରହ କରାଯାଉଥିଲା ବୋଲି ଅଭିଲେଖରୁ ଜଣାପଡ଼େ ।

(iv) ଚତୁର୍ଥତଃ, ବିଦେଶୀ ପରିବ୍ରାଜକ ଏବଂ ରାଜଦୂତମାନଙ୍କର ବିବରଣୀରୁ ମଧ୍ୟ ବାଣିଜ୍ୟିକ ସୂଚନା ମିଳିଥାଏ । ଗ୍ରୀକ୍ ରାଜଦୂତ ମେଗ୍ରାସ୍ଥିନିସ୍ ତାଙ୍କ ପୁସ୍ତକ ‘ଇଣ୍ଡିକା’ରେ ପାଣ୍ଡ୍ ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ଗ୍ରୀକ୍ ଓ ରୋମ ସହ ସେମାନଙ୍କର ସକ୍ରିୟ ବାଣିଜ୍ୟିକ ସମ୍ପର୍କ ବିଷୟରେ ଉଲ୍ଲେଖ କରିଛନ୍ତି ।

(v) ଏହାବ୍ୟତୀତ ଚେରମାନେ ମସଲା, ହାତୀଦାନ୍ତ ଓ ମୁକ୍ତା ପଶ୍ଚିମ ଏସିଆ ଓ ରୋମକୁ ରପ୍ତାନୀ କରୁଥିଲେ ବୋଲି ଐତିହାସିକ ପ୍ରମାଣ ରହିଛି ।

(vi) ଶେଷରେ ବିଭିନ୍ନ ସ୍ଥାନରୁ ମିଳିଥିବା ଆମଦାନୀ ସାମଗ୍ରୀ, ଯେପରିକି ସାତବାହନ ରାଜ୍ୟକୁ ଆସୁଥ‌ିବା ବିଦେଶୀ କାଚ ଓ ସୁବାସିତ ମଲମ, ଏହି ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟିକ ସମ୍ପର୍କକୁ ଦୃଢ଼ ଭାବରେ ପ୍ରମାଣିତ କରେ ।

(vii) ଏହିସବୁ ପ୍ରମୁଖ ଉପାଦାନ – ମୁଦ୍ରା, ସାହିତ୍ୟ, ଶିଳାଲେଖ ଓ ବିଦେଶୀ ବିବରଣୀକୁ ଏକାଠି କରି ଐତିହାସିକମାନେ ପ୍ରାଚୀନ ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ବ୍ୟବସାୟିକ ସମ୍ପର୍କକୁ ଲୋକଲୋଚନକୁ ଆଣିପାରିଛନ୍ତି ।

Question 8.
ପାଣ୍ଡାମାନେ ସେମାନଙ୍କ ମୋତି ସମ୍ପଦ ପାଇଁ ପ୍ରସିଦ୍ଧି ଲାଭ କରିଥିଲେ । ତୁମେ କାହିଁକି ଭାବୁଛ ଯେ ମୋତି ସେ ସମୟରେ ବାଣିଜ୍ୟ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ସାମଗ୍ରୀ ଥିଲା ?
Answer:

  1. ସେ ସମୟରେ ମଧ୍ୟ ମୋତି ଦୁର୍ଲଭ ବସ୍ତ୍ର ଥିଲା ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅଳଙ୍କାର ରୂପେ ବ୍ୟବହାର କରାଯାଉଥିଲା ।
  2. ବିଦେଶରେ, ବିଶେଷକରି ରୋମରେ ଭାରତୀୟ ମୋତିର ପ୍ରବଳ ଚାହିଦା ଥିଲା, ତେଣୁ ଏହା ବହୁ ମୂଲ୍ୟବାନ ବାଣିଜ୍ୟ ସାମଗ୍ରୀ ଥିଲା ।

Question 9.
ତୁମେ ଜାଣିଛ କି ଗାନ୍ଧାର କେଉଁଠି ଅଛି ? ଏହା ମହାଭାରତର ଏକ ଚରିତ୍ରକୁ ତୁମର ସ୍ମରଣ କରାଏ କି ?
Answer:

  1. ଗାନ୍ଧାର ବର୍ତ୍ତମାନ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାନ୍ତ ଅଞ୍ଚଳରେ ଅବସ୍ଥିତ ।
  2. ଏହା ମହାଭାରତର ଚରିତ୍ର ‘ଗାନ୍ଧାରୀ’ (ଧୃତରାଷ୍ଟ୍ରଙ୍କ ପତ୍ନୀ) ଏବଂ ‘ଶକୁନି’ଙ୍କ କଥା ମନେ ପକାଇଦିଏ ।

ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

Question 1.
ମୌର୍ଯ୍ୟ ସାମ୍ରାଜ୍ୟର ପରବର୍ତ୍ତୀ ସମୟକୁ କେଉଁ ଯୁଗ କୁହାଯାଇଥାଏ ?
Answer:
ପୁନର୍ଗଠନ ଯୁଗ

Question 2.
ପୁଷ୍ୟାମିତ୍ର ଶୁଙ୍ଗ କାହାର ସେନାଧ୍ୟକ୍ଷ ଥିଲେ ?
Answer:
ଶେଷ ମୌର୍ଯ୍ୟ ସମ୍ରାଟଙ୍କର

Question 3.
ମଧ୍ୟଭାରତରେ ଶୁଙ୍ଗବଂଶର ପ୍ରତିଷ୍ଠାତା କିଏ ଥିଲେ ?
Answer:
ପୁଷ୍ୟାମିତ୍ର ଶୁଙ୍ଗ

Question 4.
ପୂର୍ବକାଳରେ ଶାସକମାନେ କ’ଣ ପାଇଁ ‘ଅଶ୍ଵମେଧ ଯଜ୍ଞ’ କରୁଥିଲେ ?
Answer:
ନିଜକୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ

Question 5.
‘ଯୋଗସୂତ୍ର’ର ରଚୟିତା କିଏ ଥିଲେ ?
Answer:
ମହର୍ଷି ପତଞ୍ଜଳି

Question 6.
ବର୍ତ୍ତମାନ ଶୁଙ୍ଗକଳାର ନମୁନା କେଉଁ ରାଜ୍ୟରେ ଦେଖ‌ିବାକୁ ମିଳିଥାଏ ?
Answer:
ମଧ୍ୟପ୍ରଦେଶ

Question 7.
ନାନେଘାଟ ଗୁମ୍ଫା ବର୍ତ୍ତମାନର କେଉଁ ସହର ନିକଟରେ ଥିଲା ?
Answer:
ପୁନେ

Question 8.
ସାତବାହନ ବଂଶର ଶାସନ କାଳରେ କୃଷକମାନେ କେଉଁ ନଦୀ ଉପତ୍ୟକାରେ କୃଷି କାର୍ଯ୍ୟ କରୁଥିଲେ ?
Answer:
କ୍ରିଷ୍ଣା- ଗୋଦାବରୀ

Question 9.
ସାତବାହନମାନେ କେଉଁ ଦେବତାଙ୍କର ନିଷ୍ଠାପର ଅନୁଗାମୀ ଥିଲେ ?
Answer:
ବାସୁଦେବ (ଶ୍ରୀକୃଷ୍ଣ)

Question 10.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ?
Answer:
ଖାରବେଳ

Question 11.
ଖାରବେଳ କେଉଁ ଧର୍ମର ଜଣେ ନିଷ୍ଠାପର ଅନୁଗାମୀ ଥିଲେ ?
Answer:
ଜୈନ ଧର୍ମ

Question 12.
ଇତିହାସରେ ସନ୍ନ୍ୟାସୀରାଜା କାହାକୁ କୁହାଯାଉଥିଲା ?
Answer:
ଖାରବେଳ

Question 13.
ଭୁବନେଶ୍ଵର ନିକଟବର୍ତ୍ତୀ ଉଦୟଗିରି ଓ ଖଣ୍ଡିଗିରିରେ ଖୋଦିତ ଗୁମ୍ଫା କେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ?
Answer:
ଜୈନ ସନ୍ନ୍ୟାସୀ

Question 14.
ଦକ୍ଷିଣ ଭାରତର କବିମାନଙ୍କରର ସାମଗ୍ରିକ ସାହିତ୍ୟ କୃତିକୁ କ’ଣ କୁହାଯାଉଥିଲା ?
Answer:
ସଙ୍ଗମ ସାହିତ୍ୟ

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 15.
ତୃତୀୟ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ଯରେ ଦକ୍ଷିଣ ଭାରତରେ ଶାସନ କରୁଥିବା ଶକ୍ତିଶାଳୀ ରାଜବଂଶର ନାମ କ’ଣ ଥିଲା ?
Answer:
ଚୋଳ ରାଜବଂଶ

Question 16.
ରାଜା କରିକାଳ ଲୋକମାନଙ୍କ ହିତପାଇଁ ନିର୍ମାଣ କରିଥିବା ଜଳ ବିଭାଜିକାର ନାମ କ’ଣ ଥିଲା ?
Answer:
କାଲାନାଇ ବା ଗ୍ରାଣ୍ଡ ଆନିକଟ

Question 17.
କେଉଁ ରାଜବଂଶ କେରଳପୁତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା ?
Answer:
ଚେର

Question 18.
ଚେରମାନେ ସେମାନଙ୍କର ବାଣିଜ୍ୟ କାରବାର ପାଇଁ କେଉଁ ଦୁଇଟି ସ୍ଥାନରେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ?
Answer:
ରୋମ ଓ ପଶ୍ଚିମ ଏସିଆ

Question 19.
ପାଣ୍ଡ୍ ରାଜବଂଶର ରାଜଧାନୀ କେଉଁଠାରେ ଅବସ୍ଥିତ ଥିଲା ?
Answer:
ମଦୁରାଇ

Question 20.
‘ଇଣ୍ଡିକା’ ପୁସ୍ତକ କିଏ ରଚନା କରିଥିଲେ ?
Answer:
ମେଗାସ୍ଥିନିସ୍

ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

Question 1.
କେଉଁ ବଂଶର ଜଣେ ବିଧବା ନାରୀ ଅଶ୍ଵମେଧ ଯଜ୍ଞ କରାଇଥିଲେ ?
(କ) ଚୋଳ
(ଖ) ଚେର
(ଗ) ପାଣ୍ଡ୍
(ଘ) ସାତବାହନ
Answer:
(ଘ) ସାତବାହନ

Question 2.
ସାତବାହନମାନେ କେଉଁ ଦେବତାଙ୍କୁ ନିଷ୍ଠାପର ଭାବରେ ଭର୍ତ୍ତି କରୁଥିଲେ ?
(କ) କୈଳାସପତି
(ଖ) ସୂର୍ଯ୍ୟ
(ଗ) ବାସୁଦେବ
(ଘ) ଚନ୍ଦ୍ରଶେଖର
Answer:
(ଗ) ବାସୁଦେବ

Question 3.
କାର୍ଲାଗୁମ୍ଫା ମହାରାଷ୍ଟ୍ରର କେଉଁ ସ୍ଥାନ ନିକଟରେ ସନ୍ନ୍ୟାସୀମାନଙ୍କ ପାଇଁ ନିର୍ମାଣ କରାଯାଇଥିଲା ?
(କ) ଲୋନାଭାଲ
(ଖ) ସୋନାଭାଲ
(ଗ) କୋଟାଭାଲ
(ଘ) ଲାଲସୋନା
Answer:
(କ) ଲୋନାଭାଲ

Question 4.
ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ କେଉଁ ରାଜବଂଶ ଅଧୀନରେ କଳିଙ୍ଗ ଏକ ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇଥିଲା ?
(କ) ଚୋଳ
(ଖ) ପାଣ୍ଡ୍
(ଗ) ସାତବାହନ
(ଘ) ଚେଦୀ
Answer:
(ଘ) ଚେଦୀ

Question 5.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ବୋଲି ତୁମେ ଇତିହାସରୁ ଜାଣିଛ ?
(କ) କରିକାଳ
(ଖ) କୃଷ୍ଣଦେବ ରାୟ
(ଗ) ଖାରବେଳ
(ଘ) ସାତକଣ୍ଠି
Answer:
(ଗ) ଖାରବେଳ

Question 6.
ଓଡ଼ିଶାର କେଉଁ ସ୍ଥାନରେ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ଦେଖିବାକୁ ମିଳିଥାଏ ?
(କ) କଟକ
(ଖ) ଢେଙ୍କାନାଳ
(ଗ) ଭୁବନେଶ୍ୱର
(ଘ) ପୁରୀ
Answer:
(ଗ) ଭୁବନେଶ୍ୱର

Question 7.
ରାମାୟଣର କାହାଣୀ କେଉଁ ଗୁମ୍ଫାର କାନ୍ଥରେ ଖୋଦିତ, ହୋଇଥିଲା ?
(କ) ଯୋଗୀମଠ ଗୁମ୍ଫା
(ଖ) ଲଳିତଗିରି ଗୁମ୍ଫା
(ଗ) ହାତୀଗୁମ୍ଫା
(ଘ), ଚଣ୍ଡିଖୋଲ
Answer:
(ଗ) ହାତୀଗୁମ୍ଫା

Question 8.
ସମ୍ରାଟ ଖାରବେଳଙ୍କ ରାଜତ୍ଵକାଳରେ କେଉଁ ଲିପି ବ୍ୟବହୃତ ହେଉଥିଲା ?
(କ) ପାଲି
(ଖ) ପ୍ରାକୃତ
(ଗ) ସଂସ୍କୃତ
(ଘ) ବ୍ରାହ୍ମୀ
Answer:
(ଘ) ବ୍ରାହ୍ମୀ

Question 9.
ସନ୍ନ୍ୟାସୀ ଏବଂ ଜ୍ଞାନୀମାନଙ୍କୁ ନେଇ କେଉଁ ସମ୍ରାଟ ‘ସାଧୁ-ସନ୍ଥ ପରିଷଦ’ ଗଠନ କରିଥିଲେ ?
(କ) ସାତକଣ୍ଠି
(ଖ) ଅଶୋକ
(ଗ) ଖାରବେଳ
(ଘ) ପୁଷ୍ୟାମିତ୍ର ଶୁଙ୍ଗ
Answer:
(ଗ) ଖାରବେଳ

Question 10.
ଦକ୍ଷିଣଭାରତରେ ସଙ୍ଗମ କବିତାଗୁଡ଼ିକ କେଉଁ ବ୍ୟକ୍ତିଗତ ଭାବନାକୁ ନେଇ ରଚନା କରାଯାଉଥିଲା ?
(କ) ବୀରତ୍ଵ ଓ ଉଦାରତା
(ଗ) ସାହସିକତା ଓ ଧୈର୍ଯ୍ୟ
(ଖ) କାରୁଣ୍ୟ ଓ ଉଦାରତା
(ଘ) କଳ୍ପନିକ ଓ ପାରମ୍ପରିକ
Answer:
(କ) ବୀରତ୍ଵ ଓ ଉଦାରତା

Question 11.
ଚୋଳବଂଶର କେଉଁ ରାଜା ଚେର ଓ ପାଣ୍ଡର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧୂପତ୍ୟ ବିସ୍ତାର କରିଥିଲେ ?
(କ) ହରିତାଳ
(ଖ) କରିକାଳ
(ଗ) କରତାଳ
(ଘ) କଳିକାଳ
Answer:
(ଖ) କରିକାଳ

Question 12.
କାବେରୀ ନଦୀର ତ୍ରିକୋଣଭୂମିକୁ କ’ଣ କୁହାଯାଉଥିଲା ?
(କ) ଦକ୍ଷିଣର ଭାତହାଣ୍ଡି
(ଖ) ଦକ୍ଷିଣର ଧାନମଣ୍ଡି
(ଗ)ଽଦକ୍ଷିଣର ଧାନହାଣ୍ଡି
(ଘ) ଦକ୍ଷିଣର ସୁନାହୁଣ୍ଡି
Answer:
(ଗ)ଽଦକ୍ଷିଣର ଧାନହାଣ୍ଡି

Question 13.
ଭଞ୍ଜି କେଉଁ ରାଜବଂଶର ରାଜଧାନୀ ଥିଲା ?
(କ) ଚୋଳ ରାଜବଂଶ
(ଖ) ପାଠ୍ୟ ରାଜବଂଶ
(ଗ) ସାତବାହନ ରାଜବଂଶ
(ଘ) ଚେର ରାଜବଂଶ
Answer:
(ଘ) ଚେର ରାଜବଂଶ

ବନ୍ଧନୀ ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।

Question 1.
ମଧ୍ୟପ୍ରଦେଶର ______________ ନିକଟରେ ହେଲିଓଡ଼ୋରସ୍ ସ୍ତମ୍ଭ ଅବସ୍ଥିତ । (ବିଦିଶା, ଭେଲୁର, ୱାର୍ଦ୍ଧା, ମଦୁରାଇ)
Answer:
ବିଦିଶା

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
_________ ଙ୍କୁ ଦେବତାମାନଙ୍କ ଦେବତା କୁହାଯାଇଥାଏ । (ମହାଦେବ, ବ୍ରହ୍ମା, ଈଶ୍ଵର, ବାସୁଦେବ)
Answer:
ବାସୁଦେବ

Question 3.
କୁଶାଣମାନେ ମଧ୍ୟ ଏସିଆରୁ ଆସି ସମ୍ଭବତଃ _________ ଶତାବ୍ଦୀ ବେଳକୁ ଭାରତରେ ପ୍ରବେଶ କରିଥିଲେ । (ତୃତୀୟ, ପ୍ରଥମ, ଦ୍ଵିତୀୟ, ଚତୁର୍ଥ)
Answer:
ଦ୍ଵିତୀୟ

Question 4.
__________ ଙ୍କୁ ମହାରାଜା ରାଜାଧ୍ଵରାଜ ଦେବପୁତ୍ର କୁହାଯାଉଥିଲା । (ଖାରବେଳ, କନିଷ୍ଠ, ଆଲେକଜାଣ୍ଡାର, ଅଶୋକ)
Answer:
କନିଷ୍କ

Question 5.
ସିଲ୍କ ପଥର (Silk Rout) ଏକ ଗୁରୁତ୍ଵପୂର୍ଣ୍ଣ ଅଂଶକୁ _________ ମାନେ ନିଜ ଅଧୀନରେ ରଖୁଥିଲେ ।
(ଚୋଳ, ଚେର, କୁଶାଣ, ଇଣ୍ଡୋଆରିଆନ)
Answer:
କୁଶାଣ

Question 6.
ଭାରତୀୟ ଓ ଗ୍ରୀକ୍ କଳାର ମିଶ୍ରଣରେ __________ ଶିଳ୍ପକଳା ସୃଷ୍ଟି ହୋଇଥିଲା ।
(ରୋମାନ, ଗାନ୍ଧାର, କଳିଙ୍ଗ, କୁଶାଣ)
Answer:
ଗାନ୍ଧାର

Question 7.
‘ବିଭିନ୍ନତା ମଧ୍ଯରେ ଏକତା’ ___________ ଦେଶର ସଂସ୍କୃତିର ଏକ ବୈଶିଷ୍ଟ୍ୟ ଅଟେ ।
(ରୋମ, ଇଟାଲୀ, ଭାରତ, ଇଂଲଣ୍ଡ)
Answer:
ଭାରତ

Question 8.
_________ ଙ୍କୁ ଧନର ଦେବତା କୁହାଯାଇଥାଏ। (ବିଷ୍ଣୁ, ଶିବ, ବ୍ରହ୍ମା, କୁବେର)
Answer:
କୁବେର

Question 9.
‘ସଙ୍ଗମ’ଶବ୍ଦଟି _________ ଭାଷା‘‘ସଂଘ’ ଶବ୍ଦରୁ ଆନୀତ । (ସଂସ୍କୃତ, ପ୍ରାକୃତ, ଆରବୀ, ହିନ୍ଦୀ)
Answer:
ସଂସ୍କୃତ

Question 10.
ନିଜକୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ ________ ‘‘ଅଶ୍ଵମେଧ ଯଜ୍ଞ’ କରାଇଥିଲେ । (ଅଶୋକ, ଖାରବେଳ, ପୁଷ୍ୟାମିତ୍ର ଶୁଙ୍ଗ, ଆଲେକ୍‌ଜାଣ୍ଡାର)
Answer:
ପୁଷ୍ୟାମିତ୍ର ଶୁଙ୍ଗ

Question 11.
ମହିର୍ଷି ପତଞ୍ଜଳି ______________ ଶାସ୍ତ୍ର ରଚନା କରିଥିଲେ । (ଅଷ୍ଟାଙ୍ଗ ଶାସ୍ତ୍ର, ପଞ୍ଚତନ୍ତ୍ର, ଯୋଗବିଜ୍ଞାନ, ଯୋଗସୂତ୍ର)
Answer:
ଯୋଗସୂତ୍ର

Question 12.
ଗ୍ରୀକ୍ ରାଜତ୍ଵକାଳରେ ପାନିଆଗୁଡ଼ିକ _____________ ରେ ତିଆରି ହୋଇଥିଲା । (ହରିଣ ଶିଙ୍ଘ, ହାତୀଦାନ୍ତ, କାଠ, ରୂପା)
Answer:
ହାତୀଦାନ୍ତ

Question 13.
ବର୍ତ୍ତମାନର ଆନ୍ଧ୍ରପ୍ରଦେଶରେ ___________ ମାନେ ଏକ ଶକ୍ତିଶାଳୀ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।
(ସାତବାହନ, ଚୋଳ, ଚେର, ପାଣ୍ଡ୍)
Answer:
ସାତବାହନ

Question 14.
ସାତବାହନମାନଙ୍କ ଶାସନକାଳରେ ପ୍ରଚଳିତ ମୁଦ୍ରାରେ _____________ ଚିତ୍ର ଖୋଦିତ ହୋଇଥିଲା । (ବିଷ୍ଣୁଙ୍କର, ଲକ୍ଷ୍ମୀଙ୍କର, ଜାହାଜର, ବାଘର)
Answer:
ଜାହାଜର ଚିତ୍ର

Question 15.
ସାତବାହନ ପରମ୍ପରାରେ ରାଜକୁମାରମାନଙ୍କୁ _____________ ନାମ ସୂକ୍ତକରି ନାମିତ କରାଯାଉଥିଲା ।
(ପିତା, ମାତା, କନ୍ୟା, ପୂତ୍ର)
Answer:
ମାତା

ସ୍ତମ୍ଭ ମିଳନ କର ।

Question 1.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚେଦୀ ମାଛ ଚିତ୍ର
ଚେର ବ୍ରାହ୍ମୀଲିପି
ପାଣ୍ଡ୍ଯ ତାମିଲ
ଚୋଳ ଧନୁ ଓ ତୀର

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଚେଦୀ ବ୍ରାହ୍ମୀ ଲିପି
ଚେର ଧନୁ ଓ ତୀର
ପାଣ୍ଡ୍ଯ ମାଛ ଚିତ୍ର
ଚୋଳ ବାଘର ଚିତ୍ର
ସଙ୍ଗମ ସାହିତ୍ୟ ତାମିଲ

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଶ୍ଵମେଧ ଯଜ୍ଞ ଯୋଗସୂତ୍ର
ମେଗାସ୍ଥିନିସ୍ କରିକାଳ
ସନ୍ନ୍ୟାସୀ ରାଜା ମହର୍ଷି ପତଞ୍ଜଳି
ଚୋଳ ରାଜା ଖାରବେଳ
ଇଣ୍ଡିକା ପୁସ୍ତକ ପୁଷ୍ୟାମିତ୍ର ଶୃଙ୍ଗ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଶ୍ଵମେଧ ଯଜ୍ଞ ପୁଷ୍ୟାମିତ୍ର ଶୁଙ୍ଗ
ଯୋଗସୂତ୍ର ମହର୍ଷି ପତଞ୍ଜଳି
ସନ୍ନ୍ୟାସୀ ରାଜା ଖାରବେଳ
ଚୋଳ ରାଜା କରିକାଳ
ଇଣ୍ଡିକା ପୁସ୍ତକ ମେଗାସ୍ଥିନିସ୍

Question 3.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାର୍ଲାଗୁମ୍ଫା ପୁନେ
ହାତୀଗୁମ୍ଫା ମଧ୍ୟପ୍ରଦେଶ
କାଲାନାଇ ମହାରାଷ୍ଟ୍ର
ହେଲି ଓଡୋରସ୍ ଓଡ଼ିଶା
ନାନେ ଘାଟ ଗୁମ୍ଫା ତାମିଲନାଡୁ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
କାର୍ଲା ଗୁମ୍ଫା ମହାରାଷ୍ଟ୍ର
ହାତୀ ଗୁମ୍ଫା ଓଡ଼ିଶା
କାଲାନାଇ ତାମିଲନାଡୁ
ହେଲି ଓଡୋରସ୍ ମଧ୍ୟପ୍ରଦେଶ
ନାନେଘାଟ ଗୁମ୍ଫା ପୁନେ

Question 4.

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶୁଙ୍ଗ ରାଜବଂଶ ଖାରବେଳ
ସାତବାହନ ରାଜବଂଶ କନିଷ୍ଠ
ଚେଦୀ ରାଜବଂଶ କରିକାଳ
ଚୋଳ ରାଜବଂଶ ଗୌତମୀ ପୁତ୍ର ସାତକଣ୍ଠି
କୁଶାଣ ରାଜବଂଶ ପୁଷ୍ଯମିତ୍ର ଶୁଙ୍ଗ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଶୁଙ୍ଗ ରାଜବଂଶ ‘ପୁଷ୍ୟାମିତ୍ର ଶୁଙ୍ଗ
ସାତବାହନ ରାଜବଂଶ ଗୌଡମୀପୁତ୍ର ସାତକଣ୍ଠି
ଚେଦୀ ରାଜବଂଶ ଖାରବେଳ
ଚୋଳ ରାଜବଂଶ କରିକାଳ
କୁଶୀଣ ରାଜବଂଶ କନିଷ୍କ

ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
‘‘ନିରନ୍ତର ଜୀବନଧାରା ଏବଂ ପୁନର୍ଜୀବନର ଏକ ଗୁରୁତ୍ଵପୂର୍ଣ ଶକ୍ତିଦ୍ଵାରା ଏହି ଭୂମି ଅସଂଖ୍ୟ ରୂପାନ୍ତର ମଧ୍ୟରେ ନିଜକୁ ପୁନଃ ସଙ୍ଗଠିତ କରିଛି ।’’ ଏକଥା କିଏ କେବେ କହିଥିଲେ ?
Answer:

  1. “ ‘ନିରନ୍ତର ଜୀବନଧାରା ଏବଂ ପୁନର୍ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତିଦ୍ଵାରା ଏହି ଭୂମି ଅସଂଖ୍ୟ ରୂପାନ୍ତର ମଧ୍ୟରେ ନିଜକୁ ପୁନଃସଙ୍ଗଠିତ କରିଛି ।’’ ଏକଥା ଜଗଦୀଶ ଚନ୍ଦ୍ର ବୋଷ କହିଥିଲେ ।
  2. ସେ ୧୯୧୭ ମସିହାରେ ପ୍ରକାଶ ପାଇଥିବା ଏକ ପୁସ୍ତକରେ ଏହା ପ୍ରକାଶ କରିଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
କେବେ ଓ କେଉଁ ଘଟଣାଟି ମୌର୍ଯ୍ୟ ଶାସନରେ ଏକ ପୂର୍ଣ୍ଣଚ୍ଛେଦ ପକାଇଥୁଲା ?
Answer:

  1. ମୌର୍ଯ୍ୟ ସାମ୍ରାଜ୍ୟର ଶେଷ ଶାସକଙ୍କୁ ସମ୍ଭବତଃ ଖ୍ରୀ.ପୂ. ୧୮୫ରେ ତାଙ୍କ ସେନାଧ୍ୟକ୍ଷ ପୁଷ୍ୟାମିତ୍ର ଶୁଙ୍ଗ ହତ୍ୟା କରିଥିଲେ ।
  2. ଏହି ଘଟଣାଟି ମୌର୍ଯ୍ୟ ଶାସନରେ ଏକ ପୂର୍ଣ୍ଣଚ୍ଛେଦ ପକାଇଥିଲେ ।

Question 3.
ଭାରତୀୟ ଉପମହାଦେଶ ମଧ୍ୟରେ ଥ‌ିବା ଓ ବାହାରୁ ଆସିଥିବା ରାଜବଂଶଗୁଡ଼ିକର ନାମ ଲେଖ ।
Answer:

  1. ଭାରତୀୟ ଉପମହାଦେଶ ମଧ୍ୟରେ ଥ‌ିବା ରାଜବଂଶଗୁଡ଼ିକ ହେଲା- ଶୁଙ୍ଗ, ଚେଦୀ, ସାତବାହନ, ଚୋଳ, ଚେର ଓ ପାଶ୍ୟ ।
  2. ବାହାରୁ ଆସିଥିବା ରାଜବଂଶଗୁଡ଼ିକ ହେଲା- ଇଣ୍ଡୋ-ଗ୍ରୀକ୍‌, ଶକ ଓ କୁଶାଣ ।

Question 4.
ଶୁଙ୍ଗବଂଶର ଉତ୍ଥାନ କିଏ ଓ କିପରି କରାଇଥିଲେ ?
Answer:

  1. ଶୁଙ୍ଗବଂଶର ପ୍ରତିଷ୍ଠାତା ଥିଲେ ପୁଷ୍ୟାମିତ୍ର ଶୁଙ୍ଗ । ସେ ଉତ୍ତର ଓ ମଧ୍ୟ ଭାରତର କିଛି ଅଂଶରେ ଶାସନ କରିଥିଲେ ।
  2. ସେ ନିଜକୁ ସବୁଠାରୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବାପାଇଁ ‘ଅଶ୍ୱମେଧ ଯଜ୍ଞ’’ର ଆୟୋଜନ କରିଥିଲେ ।

Question 5.
ବର୍ତ୍ତମାନର କେଉଁସବୁ ରାଜ୍ୟମାନଙ୍କରେ ସାତବାହନ ବଂଶ ଶାସନ କରୁଥିଲେ ? ସେମାନଙ୍କର ରାଜଧାନୀ ଭାବେ କେଉଁ ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା ?
Answer:

  1. ବର୍ତ୍ତମାନର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ରାଜ୍ୟମାନଙ୍କରେ ସାତବାହନ ବଂଶର ରାଜାମାନେ ଶାସନ କରିଥିଲେ ।
  2. ସେମାନେ ସେତେବେଳେ ଅମରାବତୀ ଓ ପ୍ରତିଷ୍ଠାନକୁ ନିଜର ରାଜଧାନୀ ଭାବରେ ଅଧ୍ଵ ଗୁରୁତ୍ଵ ପ୍ରଦାନ କରୁଥିଲେ ।

Question 6.
ଚେଦୀ ବଂଶର ପ୍ରମୁଖ ରାଜା କିଏ ଥିଲେ ? ସେହି ସମୟରେ ତାଙ୍କୁ କ’ଣ ବୋଲି ସମ୍ବୋଧନ କରାଯାଉଥିଲା ?
Answer:

  1. ଚେଦୀ ବଂଶର ପ୍ରମୁଖ ରାଜା ଥିଲେ ଖାରବେଳ । ସେ ଜୈନ ଧର୍ମର ଏକ ନିଷ୍ଠାପର ଅନୁଗାମୀ ଥିଲେ ।
  2. ସେହି ସମୟରେ ତାଙ୍କୁ ‘ଭିକ୍ଷୁରାଜା’ ବା ‘ସନ୍ନ୍ୟାସୀରାଜା’ ବୋଲି ସମ୍ବୋଧନ କରାଯାଇଥିଲା ।

Question 7.
କେଉଁ ତିନିଗୋଟି ରାଜବଂଶର ସମଷ୍ଟିକୁ ସଙ୍ଗମ କୁହାଯାଉଥିଲା ? ସେମାନଙ୍କର ଅଭ୍ୟୁଦୟ କେଁବେ ହୋଇଥିଲା ?
Answer:

  1. ସଙ୍ଗମ ତିନିଗୋଟି ରାଜବଂଶର ସମଷ୍ଟିକୁ ବୁଝାଇଥାଏ, ଯଥା- ଚୋଳ, ଚେର ସ ପାର୍ଶ୍ଵ ।
  2. ଖ୍ରୀ.ପୂ. ଦ୍ଵିତୀୟ କିମ୍ବା ତୃତୀୟ ଶତାବ୍ଦୀ ଓ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ମଧ୍ଯରେ ସେମାନଙ୍କର ଅଭ୍ୟୁଦୟ ହୋଇଥିଲା ।

Question 8.
ପାଣ୍ଡୀ ରାଜବଂଶ କେବେ କେଉଁଠାରେ ଶାସନ କରୁଥିଲେ ?
Answer:

  1. ଅନେକ ଶତାବ୍ଦୀ ପୂର୍ବରୁ ପାଶ୍ୟମାନେ ତାମିଲନାଡୁର କିଛି ଅଂଶ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ସେମାନଙ୍କ ରାଜଧାନୀ ମଦୁରାଇରୁ ଶାସନ କରୁଥିଲେ ।
  2. ମେଗାସ୍ଥିନିସ୍ ତାଙ୍କ ପୁସ୍ତକ ଇଣ୍ଡିକାରେ ଏହି ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ବୋଲି ଉଲ୍ଲେଖ କରିଥିଲେ ।

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question 1.
ଚେର ରାଜବଂଶର ତିନିଗୋଟି ମୁଖ୍ୟ କାର୍ଯ୍ୟ ଉଲ୍ଲେଖ କର ଯାହାକି ତାଙ୍କୁ ଇତିହାସରେ ସ୍ଥାନ ଦେଇଥୁଲା ?
Answer:
(i) ଚେର ରାଜବଂଶ ତାମିଲନାଡୁର ପଶ୍ଚିମାଞ୍ଚଳରେ କେରଳପୁତ୍ର ନାମରେ ପ୍ରସିଦ୍ଧି ଲାଭ କରିଥିଲା । ଭଞ୍ଜି ସେମାନଙ୍କର ରାଜଧାନୀ ଥିଲା ବର୍ତ୍ତମାନ ଯାହା କରୁର୍ ନାମରେ ପରିଚିତ ।

(ii) ସେମାନେ ସେହି ଅଞ୍ଚଳର ସାଂସ୍କୃତିକ ଓ ଅର୍ଥନୈତିକ ଉନ୍ନତ ଆଣିବାରେ ବିଶେଷ ସହାୟକ ହୋଇଥିଲେ ।

(iii) ସଙ୍ଗମ କବିମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
ପାଠ୍ୟ ରାଜବଂଶ କେବେ, କେଉଁଠାରେ ଶାସନ କରୁଥିଲେ, ସେମାନଙ୍କର ଶାସନ ଓ ବାଣିଜ୍ୟ ବ୍ୟବସ୍ଥା କିପରି ଥୁଲା ?
Answer:
(i) ଅନେକ ଶତାବ୍ଦୀ ପୂର୍ବରୁ ପାଶ୍ୟମାନେ ତାମିଲନାଡୁର କିଛି ଅଂଶ ଏବଂ ଏହାର ଆଖପାଖ ଅଞ୍ଚଳରେ ଶାସନ କରୁଥିଲେ ଓ ମଦୁରାଇ ସେମାନଙ୍କର ରାଜଧାନୀ ଥିଲା ।

(ii) ମେଗାସ୍ଥିନିସ୍ ତାଙ୍କ ଇଣ୍ଡିକା ପୁସ୍ତକରେ ପାଣ୍ଡ ସାମ୍ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ଭାବରେ ବର୍ଣ୍ଣନା କରିଥିଲେ । ପାଶ୍ୟମାନେ ଏକ ଦୃଢ଼ ଶାସନ ବ୍ୟବସ୍ଥା ଲୋକମାନଙ୍କୁ ପ୍ରଦାନ କରିଥିଲେ ।

(iii) ସେମାନେ ସୁଦୂର ଗ୍ରୀକ୍ ଓ ରୋମ ସାମ୍ରାଜ୍ୟ ସହ ଏକ ସକ୍ରିୟ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ଖାରବେଳ ତାଙ୍କ ଶାସନ ସମୟରେ ପାଣ୍ଡରାଜ୍ୟରୁ ଶହ ଶହ ମୋତି ଆଣିଥିଲେ ବୋଲି ସୂଚନା ମିଳିଥାଏ ।

Question 3.
ମଧ୍ୟପ୍ରଦେଶର ହେଲିଓଡୋରସ ସ୍ତମ୍ଭ ଇଣ୍ଡୋ-ଗ୍ରୀକ୍‌ମାନଙ୍କ କେଉଁସବୁ ସୂଚନା ପ୍ରଦାନ କରିଥାଏ ?
Answer:
(i) ମଧ୍ୟପ୍ରଦେଶର ବିଦିଶା ନିକଟସ୍ଥ ହେଲି ଓଡୋରସ୍ ସ୍ତମ୍ଭ ଇଣ୍ଡୋ-ଗ୍ରୀକ୍‌ମାନଙ୍କର ସାଂସ୍କୃତିକ ଭିତ୍ତିଭୂମିର ସୂଚନା ପ୍ରଦାନ କରିଥାଏ ।

(ii) ଏହି ସ୍ତମ୍ଭଟି ଜଣେ ଇଣ୍ଡୋ-ଗ୍ରୀକ୍ ରାଜଦୂତଙ୍କ ନାମରେ ନାମିତ ହୋଇଥିଲା । ଯିଏ ନିଜର ଅଭିଲେଖରେ ବାସୁଦେବଙ୍କୁ ‘ଦେବତାମାନଙ୍କ ଦେବତା’ କହି ପ୍ରଶଂସା କରିଛନ୍ତି ।

(iii) ଏହି ଅଭିଲେଖ ତିନିଗୋଟି ଚିରନ୍ତନ ନିୟମ ଯଥା- ଆତ୍ମସଂଯମ, ଦାନ ଏବଂ ଚେତନା ସମ୍ପର୍କରେ ପ୍ରକାଶ କରେ ଯାହା ମଣିଷକୁ ସ୍ଵର୍ଗ ଆଡ଼କୁ ନେଇଯିବାକୁ ସମର୍ଥ କରାଏ ।

Question 4.
ଗାନ୍ଧାର ଶିଳ୍ପକଳା କହିଲେ କ’ଣ ବୁଝ ? ଏହା କେଉଁମାନଙ୍କ ଶାସନ କାଳରେ ଓ କିପରି ପ୍ରସିଦ୍ଧି ଲାଭ କରିପାରିଥିଲା ?
Answer:
(i) ଗାନ୍ଧାର ଶିଳ୍ପକଳା ବିଶେଷକରି କୁଶାଣମାନଙ୍କ ଶାସନକାଳରେ ସୃଷ୍ଟି ହୋଇଥିଲା ବୋଲି ଅନୁମାନ କରାଯାଇଥାଏ । ଏହାର ଅଭ୍ୟୁଦୟ ପଶ୍ଚିମ୍ ପଞ୍ଜାବର ହୋଇଥିଲା, ଯାହା ଗ୍ରୀକ୍-ରୋମାନ୍ ଉପାଦାନଗୁଡ଼ିକୁ ଭାରତୀୟ ଶିଳ୍ପ ବୈଶିଷ୍ଟ୍ୟ ସହ ଯୋଡ଼ି ଥିଲା ।

(ii) ଏହି ଶୈଳୀର ଅଧିକାଂଶ ମୂର୍ତ୍ତି ଏବଂ କଳାକୃତି ଧୂସର-କଳା ଚିଷ୍ଟ ପଥରରେ ନିଖୁଣ ଭାବେ ଖୋଦିତ ହୋଇଥିଲା ।

(iii) ବିଶେଷତଃ ମୂର୍ତ୍ତିକାରମାନେ ବାସ୍ତବବାଦୀ ଶରୀର ଗଠନ ଓ ସ୍ଵତନ୍ତ୍ରଭାବେ ଉତ୍ସବ ସମ୍ପର୍କିତ ଲମ୍ବା ପୋଷାକ ସହିତ ନିଖୁଣ ପ୍ରତିମୂର୍ତ୍ତି ପ୍ରସ୍ତୁତ କରିପାରୁଥିଲେ । କନିଷ୍କଙ୍କର ମସ୍ତକ ବିହୀନ ଏକ ବିଶାଳ ମୂର୍ତ୍ତି ଗାନ୍ଧାର ଶିଳ୍ପକଳାର ନିଦର୍ଶନ ଭାବରେ ଦେଖୁବାକୁ ମିଳିଥାଏ ।

Question 5.
ମଥୁରା ଶିଳ୍ପକଳା କାହିଁକି ସ୍ଵତନ୍ତ୍ର ଭାବରେ ଭାରତୀୟ ଶୈଳୀ ପାଇଁ ପ୍ରସିଦ୍ଧି ଲାଭ କରିଥିଲା ?
Answer:
(i) ମଥୁରା ଶିଳ୍ପକଳା ଆଧୁନିକ ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ ଗଢ଼ିଉଠିଥିଲା ଏବଂ ଏହା ନିଜର ସ୍ଵତନ୍ତ୍ର ଭାରତୀୟ ଶୈଳୀ ପାଇଁ ପ୍ରସିଦ୍ଧ ଥିଲା ।

(ii) ଗାନ୍ଧାର ଶୈଳୀ ଭଳି ପ୍ରଥମେ ଏହି ଶୈଳୀରେ ମଧ୍ଯ ନାଲିଆ ବାଲି ପଥର ବ୍ୟବହାର ହେଉଥିଲା ଏବଂ ଗ୍ରୀକ୍-ରୋମାନ ଶୈଳୀର ପ୍ରଭାବ କମ୍ ପ୍ରତିଫଳିତ ହୋଇଥିଲା ।

(iii) ଏହି ଚିତ୍ରକଳା ଭାରତୀୟ ଦେବଦେବୀ ଯଥା- କୁବେର, ଲକ୍ଷ୍ମୀ, ଶିବ, ବୃଦ୍ଧ, ଯକ୍ଷ ଏବଂ ଯକ୍ଷିଣୀ ଚିତ୍ରକଳା ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ଥିଲା ଏବଂ ସୁନ୍ଦର ଭଙ୍ଗୀ ସହ ଅବୟବ ମୂର୍ତ୍ତି ପ୍ରସ୍ତୁତ କରାଯାଇଥିଲା ।

ଦୀର୍ଘ ଉତ୍ତର୍‌ମୂଳକ ପ୍ରଶ୍ନୋତ୍ତର

Question 1.
ଭାରତରେ କଳିଙ୍ଗ ସାମ୍ରାଜ୍ୟ ସ୍ଥାପନ କରିଥିବା ଚେଦୀ ରାଜବଂଶର କୃତିତ୍ଵଗୁଡ଼ିକ ବର୍ଣ୍ଣନା କର ।
Answer:
(i) ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଭାରତରେ ଚେଦୀ ରାଜବଂଶ ଅଧୀନରେ କଳିଙ୍ଗ ଏକ ପ୍ରମୁଖ ଶକ୍ତିଶାଳୀ ରାଜା ଭାବରେ ମୁଣ୍ଡ ଟେକିଥିଲା ।

(ii) ସେହି ବଂଶର ଜଣେ ପ୍ରମୁଖ ରାଜା ଥିଲେ ଖାରବେଳ । ସେ ଥିଲେ । ଅନେକ ସମୟରେ ଲୋକମାନେ ତାଙ୍କୁ ‘ଭିକ୍ଷୁରାଜା’ ବା ଜୈନ ସନ୍ନ୍ୟାସୀମାନଙ୍କ ପାଇଁ ସେ ଭୁବନେଶ୍ଵର ନିକଟବର୍ତ୍ତୀ ଅନେକଗୁଡ଼ିଏ ଗୁମ୍ଫା ନିର୍ମାଣ କରିଥିଲେ । ଜୈନ ଧର୍ମର ଜଣେ ନିଷ୍ଠାପର ଅନୁଗାମୀ ‘ସନ୍ୟାସଙ୍କ ରାଜା’ ବୋଲି କହୁଥିଲେ । ଖଣ୍ଡଗିରି ଓ ଉଦୟଗିରି ପାହାଡରେ

(iii) ସେହି ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଥିଲା ହାତୀଗୁମ୍ଫା । ଏଥିରେ ବ୍ରାହ୍ମୀ ଲିପିରେ ସମ୍ରାଟ ଖାରବେଳଙ୍କ ରାଜତ୍ଵର ବର୍ଷବର୍ଷର ସଫଳତାର ଗୁଣଗାନ କରାଯାଇଛି । ତାଙ୍କ ରାଜତ୍ଵ କାଳରେ ପ୍ରଥମ କରି ପଥର ଖୋଦେଇ କାମ ଆରମ୍ଭ ହୋଇଥିଲା ।

(iv) ସେ ଏକ ଶହ ଅଞ୍ଚଳରେ ସନ୍ନ୍ୟାସୀ ଓ ଜ୍ଞାନୀମାନଙ୍କୁ ନେଇ ଏକ ‘ସାଧୁ-ସନ୍ଥ ପରିଷଦ’ ଗଠନ କରିଥିଲେ, ଯାହାକି ତାଙ୍କର ଧର୍ମଭାବନାର ପରିଚୟ ପ୍ରଦାନ କରିଥାଏ ।

(v) ସେ ଅନେକ ସୁଗୁଣର ଅଧିକାରୀ ଥିଲେ । ସେ ସମସ୍ତ ବିଚାରଧାରାକୁ ସମ୍ମାନ ପ୍ରଦର୍ଶନ କରିବା ସହିତ ପ୍ରତ୍ୟେକ ମନ୍ଦିରର ମରାମତି କାର୍ଯ୍ୟ କରାଇଥିଲେ । ସମସ୍ତ ପ୍ରକାର ଗ୍ରନ୍ଥଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସ୍ଥା କରି ପ୍ରଶଂସାର ପାତ୍ର ହୋଇପାରିଥିଲେ ।

Class 7 Social Science Chapter 6 Question Answer Odia Medium ପୁନର୍ଗଠନର ଯୁଗ

Question 2.
ଚୋଳ ରାଜବଂଶ ପ୍ରସିଦ୍ଧ ପ୍ରଜାନୁରଞ୍ଜକ ରାଜା କିଏ ଥିଲେ ? ସେ କେଉଁସବୁ ଜନହିତକର କାର୍ଯ୍ୟପାଇଁ . . . ଗୌରବ ଅଜ୍ଞାନ କରିଥିଲେ ? –
Answer:
(i) ଚୋଳ ରାଜବଂଶର ପ୍ରସିଦ୍ଧ ପ୍ରଜାନୁରଞ୍ଜକ ରାଜା ଥିଲେ କରିକାଳ । ସେ ଚେର ଓ ପାଣ୍ଡର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧୂପତ୍ୟ ବିସ୍ତାର କରିଥିଲେ ।

(ii) ରାଜା କରିକାଳ ଲୋକମାନଙ୍କର ହିତସାଧନ ପାଇଁ ଅନେକ କାର୍ଯ୍ୟ ହାତକୁ ନେଇଥିଲେ । ସେଥିମଧ୍ୟରୁ କାଲାନାଇ ବା ଗ୍ରାଣ୍ଡ ଆନିକଟ ନାମକ ଏକ ଜଟିଳ ଜଳ ବିଭାଜିକା ବ୍ୟବସ୍ଥା ଥିଲା ଅନ୍ୟତମ ।

(iii) ଏହା କାବେରୀ ତ୍ରିକୋଣଭୂମିର କେନ୍ଦ୍ରୀୟ ଓ ଦକ୍ଷିଣ ଭାଗକୁ ଜଳପ୍ରବାହିତ କରିବାରେ ସାହାଯ୍ୟ କରୁଥିଲା । ଯାହାଫଳରେ ସେହି ଅଞ୍ଚଳ ଶସ୍ୟଶ୍ୟାମଳା ହୋଇ ପାରିଥିଲା । ସେଥିପାଇଁ ଏହି ଅଞ୍ଚଳକୁ ‘ଦକ୍ଷିଣିର ଧାନହାଣ୍ଡି’ର ଆଖ୍ୟା ପ୍ରଦାନ କରାଯାଇଥିଲା ।

(iv) ସମୟାନୁକ୍ରମେ ଏହାକୁ ଅନେକ ଥର ପୁନରୁଦ୍ଧାର କରାଯାଇ କାର୍ଯ୍ୟକ୍ଷମ କରାଯାଇପାରିଛି । ଏହା ଏବେ ମଧ୍ୟ ବ୍ୟବହାର ଉପଯୋଗୀ କରାଯାଉଛି । ଏହା ତାମିଲନାଡୁର ଲକ୍ଷ ଲକ୍ଷ ଲୋକଙ୍କୁ ଜଳସେଚନ ପାଇଁ ଜଳ ଯୋଗାଇ କୃଷିକୁ ସମୃଦ୍ଧ କରି ଆସୁଅଛି ।

(v) ତାମିଲନାଡୁର ଗ୍ରାଣ୍ଡ ଆନିକଟ ସ୍ମାରକୀ ଉଦ୍ୟାନରେ ରାଜା କରିକାଳଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ତାଙ୍କର କୀର୍ତ୍ତିକୁ ଉଦ୍‌ଜୀବିତ କରାଯାଇଥିଲା । ବାସ୍ତବରେ ସେ ଜଣେ ଜନହିତକର ରାଜା ଥିଲେ ।

Question 3.
ସାତବାହନ ଶାସନ କାଳରେ ଧାର୍ମିକ ଚିନ୍ତାଧାରାର ପ୍ରତିଫଳନ କିପରି ଦେଖ‌ିବାକୁ ମିଳିଥାଏ ? ସଂକ୍ଷେପରେ ଲେଖ ।
Answer:
(i) ସାତବାହନ ଏକ ଶକ୍ତିଶାଳୀ ରାଜବଂଶ ଭାବରେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଶାସନ କରୁଥିଲେ । ସେମାନଙ୍କର ପରମ୍ପରାରେ ରାଜକୁମାରମାନଙ୍କୁ ମାତାଙ୍କ ନାମ ଯୁକ୍ତକରି ନାମିତ କରାଯାଇଥିଲା । ଗୌତମୀ ପୁତ୍ର ସାତକର୍ଣ୍ଣି ତାଙ୍କର ମା’ ଗୌତମୀ ବାଳାଶ୍ରୀଙ୍କ ନାମାନୁସାରେ ନାମିତ ହୋଇଥିଲେ ।

(ii) ଗୌତମୀ ବାଳାଶ୍ରୀ ଜଣେ ଶକ୍ତିଶାଳୀ ରାଣୀ ଥିଲେ, ଯିଏ ବୌଦ୍ଧମାନଙ୍କୁ ଅନେକ ଜମି ଦାନ କରିବା ସହିତ ନାସିକ୍ତାରେ ଏକ ଶିଳାଲେଖ ଖୋଦେଇ କରିଥିଲେ ।

(iii) ସାତବାହନ ବଂଶର ଜଣେ ବିଧବା ରାଣୀ ଅଶ୍ଵମେଧ ଯଜ୍ଞ ଭଳି ଅନେକ ବୈଦିକ ଅନୁଷ୍ଠାନ କରାଇଥିଲେ । ରାଣୀମାନଙ୍କଦ୍ଵାରା ପୁରୋହିତ, ଅତିଥୁ, କାରିଗର, ଗବେଷକ ଓ ସାଧୁସନ୍ଥମାନଙ୍କୁ ଜମି, ଗାଈ, ଘୋଡ଼ା, ହାତୀ, ଗୁପାମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଉଥିଲା ।

(iv) ସାତବାହନମାନେ ବାସୁଦେବ ବା ଶ୍ରୀକୃଷ୍ଣଙ୍କୁ ଖୁବ୍ ଭକ୍ତି କରୁଥିଲେ । ତଥାପି ସେମାନେ ଅନ୍ୟ ଧର୍ମର ଭାବନାକୁ ସମ୍ମାନ କରିବା ସହିତ ବୈଦିକ ଶିକ୍ଷାର୍ଥୀ, ଜୈନ ଏବଂ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ନିଷ୍କର ଜମିଦାନ କରି ଅଧୂକ ସାଧନା ଓ ଜ୍ଞାନର ପରମ୍ପରାକୁ ଉଜ୍ଜୀବିତ କରିବାପାଇଁ ପ୍ରୋତ୍ସାହନ ପ୍ରଦାନ କରୁଥିଲେ ।

(v) ସେମାନେ ମହାରାଷ୍ଟ୍ରର ଲୋନାଭାଲ ନିକଟରେ ‘କାର୍ଲାଗୁମ୍ଫା’ ନିର୍ମାଣ କରାଇ ବୌଦ୍ଧ ସନ୍ୟାସୀମାନଙ୍କୁ ଆଶ୍ରୟ ପ୍ରଦାନ କରିଥିଲେ । ଏହି ସବୁ କାର୍ଯ୍ୟରୁ ସେମାନଙ୍କର ଧର୍ମଭାବନାର ପରିଚୟ ସୁସ୍ପଷ୍ଟ ହୋଇପାରିଛି ।