Go through BSE Odisha Class 6 Social Science Notes Odia Medium Chapter 12 ତୃଣମୂଳ ଗଣତନ୍ତ୍ର ଭାଗ ୩: ସହରାଞ୍ଚଳରେ ସ୍ଥାନୀୟ ସରକାର to understand important topics more clearly.
6th Class Social Science Chapter 12 Notes Odia Medium
BSE Odisha Class 6 Social Science Chapter 12 Notes Odia Medium
“ ‘ମୁଁ ଚାହେଁ ଯେ…. ତୁରନ୍ତ ଏକ ପୂର୍ଣ୍ଣାଙ୍ଗ ସ୍ଥାନୀୟ ସଂସ୍ଥା ଗଠନ ହେବା ଉଚିତ… ଯାହା ଫଳରେ ଲୋକମାନେ ଜାଣିପାରିବେ ଶାସନ କ’ଣ, ମତାଧିକାର କ’ଣ, କ୍ଷମତା କ’ଣ ଏବଂ ଏକ ଅଞ୍ଚଳରେ, ଯଥା: ନିଜ ଗାଁ ଓ ସହରରେ ଅଧିକାର ଓ ସୁବିଧା ସବୁ କ’ଣ ?’’– ରୁସ୍ତମ କେ ସିଦ୍ଧା, ସଦସ୍ୟ, ସମ୍ବିଧାନ ପ୍ରଣୟନ ସଭା (ସମ୍ବିଧାନ ପ୍ରଣୟନ ସଭା ବିତର୍କ ସମୟରେ, ୧୩ ଅକ୍ଟୋବର ୧୯୪୯)
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଉପକ୍ରମ :
ସ୍ଥାନୀୟ ସ ର କ ର ଭଗି ଦରୀ ମାଧ୍ୟମରେ ନିଷ୍ପତ୍ତି ନେବା ପ୍ରକ୍ରି ୟାରେ ଉତ୍ସାହି ତ କ ରି ବ । ର ଉଦ୍ଦେଶ୍ଯ ରଖୁଥାଏ, ଯାହା ଆମେ ପଞ୍ଚାୟତିରାଜ ବ୍ୟବସ୍ଥାରେ ଜାଣିବାକୁ ପାଇଛୁ ।

ଯେହେତୁ ସହରାଞ୍ଚଳରେ ଗ୍ରାମାଞ୍ଚଳ ତୁଳନାରେ ପରିବେଶ ଜଟିଳ ଏବଂ ବିବିଧ, ତେଣୁ ଏଥୁରୁ ବୁଝାପଡ଼େ ଯେ ସହରାଞ୍ଚଳ ଶାସନ ବ୍ୟବସ୍ଥା ମଧ୍ୟ ସେହିପରି ଜଟିଳ ହୋଇଥିବ ।
ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ :
ସହରାଞ୍ଚଳରେ ଥିବା ସ୍ଥାନୀୟ ସରକାରୀ ଢାଞ୍ଚାକୁ ସହରାଞ୍ଚଳର ସ୍ଥାନୀୟ ସ୍ୱାୟତ୍ତ ଶାସନ କୁହାଯାଏ ।
ଏହାଦ୍ଵାରା ଶାସନର ବିକେନ୍ଦ୍ରୀକରଣ ହୋଇଛି ଅର୍ଥାତ୍ ଶୀର୍ଷରେ କେନ୍ଦ୍ରୀୟ କର୍ତ୍ତୃପକ୍ଷଙ୍କ ଅଧୀନରେ ସମ୍ପୂର୍ଣ ଅଞ୍ଚଳ ଶାସିତ ହେବା ପରିବର୍ତ୍ତେ ଜନସାଧାରଣ ସେମାନଙ୍କ ଅଞ୍ଚଳର ଦୈନନ୍ଦିନ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ସିଧାସଳଖ ମତ ରଖନ୍ତି ଏବଂ ଏହାର ସମାଧାନ ମ୍ୟୁନିସ୍ପାଲିଟି ବା ବିଜ୍ଞାପିତ ଅଞ୍ଚଳ ମାଧ୍ୟମରେ କରିଥା’ନ୍ତି ।
ଏହି ବ୍ୟବସ୍ଥାରେ ନଗର ଓ ସହରଗୁଡ଼ିକୁ ୱାର୍ଡ଼ ନାମକ ଛୋଟ ଛୋଟ ୟୁନିଟ୍ରେ ବିଭକ୍ତ କରାଯାଇଥାଏ ।
ୱାର୍ଡ଼ କମିଟିଗୁଡ଼ିକଦ୍ଵାରା ସ୍ଵାସ୍ଥ୍ୟ ଶିବିର ଆୟୋଜନ, ପ୍ଲାଷ୍ଟିକ ବ୍ୟବହାର ବିରୁଦ୍ଧରେ ଅଭିଯାନ, ଜନ୍ମମୃତ୍ୟୁ ପଞ୍ଜିକରଣ, ଜଳଯୋଗାଣ କ୍ଷେତ୍ରରେ ତୃଟି ଦୂରୀକରଣ, ରାସ୍ତାଘାଟ ମରାମତି ଇତ୍ୟାଦି କାର୍ଯ୍ୟ ସହରାଞ୍ଚଳର କର୍ତ୍ତୃପକ୍ଷଙ୍କ ନଜରକୁ ଅଣାଯାଏ ଏବଂ ତା’ର ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ କରାଯାଏ ।
ସହରାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକ ବିଭିନ୍ନ ସ୍ଥାନୀୟ କାର୍ଯ୍ୟପାଇଁ ଦାୟୀ ରହନ୍ତି ଯଥା— ଭିଭିଭୂମିର ଯନ୍ତ୍ର ନେବା ଶ୍ମଶାନ ସ୍ଥଳର ରକ୍ଷଣାବେକ୍ଷଣ, ଆବର୍ଜନା ସଂଗ୍ରହ ଓ ଏହାର ପରିଚାଳନା ଓ ନିଷ୍କାସନ, ସରକାରୀ ଯୋଜନାଗୁଡ଼ିକର କାର୍ଯ୍ୟକାରିତାର ସଠିକ୍ ଯାଞ୍ଚ, ସ୍ଥାନୀୟ ଟିକସ ଏବଂ ଜରିମାନା ଆଦାୟ ଇତ୍ୟାଦି ।
![]()
ସେହି ଅଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ପାଇଁ ଯୋଜନା କରିବାରେ ମଧ୍ୟ ସେମାନଙ୍କର ଭୂମିକା ରହିଛି ।
ମାଡ୍ରାସ କର୍ପୋରେସନ୍ :

ମା । ସ କ ପେଁ । ରେ ସନ (ବର୍ତ୍ତମାନ ଗ୍ରେଟର ଚେନ୍ନାଇ କର୍ପୋରେ ସନ), ୨୯ ସେପ୍ଟେମ୍ବର ୧୬୮୮ରେ ସ୍ଥାପିତ ହୋଇଥିଲା, ଏବଂ ତାହା ଭାରତର ସର୍ବପୁରାତନ ପୌର ଅନୁଷ୍ଠାନ ଅଟେ ।
ଇଷ୍ଟ୍ ଇଣ୍ଡିଆ କମ୍ପାନୀ ପୂର୍ବ ବର୍ଷ ଏକ ଚାର୍ଟର (ନିୟମ) ଜାରି କରି ସେଣ୍ଟ ଜର୍ଜ, ଫୋର୍ଟ ସହର ଏବଂ ଫୋର୍ଟଠାରୁ ୧୬ କିଲୋମିଟର ମଧ୍ୟରେ ଥିବା ସମସ୍ତ ଅଞ୍ଚଳକୁ ଏକ ନିଗମରେ ପରିଣତ କରିଥିଲା ।
୧୭୯୨ର ଏକ ସଂସଦୀୟ ଆଇନ ମାଡ୍ରାସ କର୍ପୋରେସନକୁ ସହରରେ ପୌର ଟିକସ ଆଦାୟ କରିବାର କ୍ଷମତା ଦେଇଥିଲା, ସେତେବେଳେ ପୌର ପ୍ରଶାସନ ଠିକ୍ ଭାବରେ ଆରମ୍ଭ ହୋଇଥିଲା ।
ଓଡ଼ିଶାରେ ପାଞ୍ଚଟି ମହାନଗର ନିଗମ ରହିଛି ଯଥା – କଟକ, ଭୁବନେଶ୍ଵର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା । ସେହିପରି ୪୮ଟି ପୌର ନିଗମ ବା ପୌର ପରିଷଦ ଓ ୬୨ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି ।
ଚେନ୍ନାଇ ଏବଂ ଇନ୍ଦୋରରେ ସହରାଞ୍ଚଳ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ସର୍ବୋଚ୍ଚ ସ୍ତରରେ ମହାନଗର ନିଗମ (Municipal Corporation) ରହିଅଛି । ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିସହରରେ ମହାନଗର ନିଗମ ଦେଖାଯାଏ ।
୧ ଲକ୍ଷରୁ ୧୦ ଲକ୍ଷ ମଧ୍ୟରେ ଜନସଂଖ୍ୟା ଥିବା ସହରଗୁଡ଼ିକରେ ପୌର ପରିଷଦ ବା ପୌରପାଳିକା (Municiplatity) ଓ କମ୍ ଜନସଂଖ୍ୟା ବିଶିଷ୍ଟ ସହରରେ ଏକ ନଗର ପଞ୍ଚାୟତ ବା ବିଜ୍ଞାପିତ ଅଞ୍ଚଳ ପରିଷତ (NAC) ରହିଥାଏ ।



ବିଷୟ ସାରାଂଶ
- ସହରାଞ୍ଚଳରେ ବିକେନ୍ଦ୍ରୀକୃତ ଶାସନ ବ୍ୟବସ୍ଥା ବିଭିନ୍ନ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ମାଧ୍ୟମରେ କାର୍ଯ୍ୟ କରିଥାଏ, ଯାହା ନାଗରିକଙ୍କ ଜୀବନକୁ ପ୍ରଭାବିତ କରୁଥିବା ବିଭିନ୍ନ କାର୍ଯ୍ୟ ସମ୍ପାଦନ କରିଥାଏ ।
- ଗ୍ରାମାଞ୍ଚଳ ସ୍ଥାନୀୟ ସ୍ୱାୟତ୍ତ ଶାସନ ପରି ସହରାଞ୍ଚଳ ଶାସନ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧୁମାନେ ସ୍ଥାନୀୟ ନାଗରିକଙ୍କ ପ୍ରତିନିଧ୍ୟ କରନ୍ତି ।
- ସ୍ଥାନୀୟ ସ୍ଵାୟତ୍ତ ସଂସ୍ଥାମାନେ ଯେପରି ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରନ୍ତି ତାହା ସୁନିଶ୍ଚିତ କରିବା ମଧ୍ୟ ନାଗରିକମାନଙ୍କର କର୍ତ୍ତବ୍ୟ ।