Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା

Go through BSE Odisha Class 7 Social Science Notes Odia Medium Chapter 12 ବଜାରକୁ ବୁଝିବା to understand important topics more clearly.

7th Class Social Science Chapter 12 Notes Odia Medium

BSE Odisha Class 7 Social Science Chapter 12 Notes Odia Medium

‘ଲୋକମାନେ ଆବଶ୍ୟକ କରୁଥିବା ଦ୍ରବ୍ୟ ଓ ସେବା ନିଜେ ସୃଷ୍ଟି ନ କରିପାରିବା କାରଣରୁ ବଜାରର ବିକାଶ ହୁଏ ଓ ବଜାର ସମୃଦ୍ଧି ଆଣିଥାଏ ।’’
– ଆଦାମ ସ୍ମିଥ୍, ଅଷ୍ଟାଦଶ ଶତାବ୍ଦୀର ଅର୍ଥନୀତିଜ୍ଞ

ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ବଜାର କ’ଣ ? :
ଯେଉଁ ସ୍ଥାନରେ ଲୋକମାନେ ସାମଗ୍ରୀ କିଣାବିକା କରିଥା’ନ୍ତି ତାକୁ ବଜାର କୁହାଯାଏ । ଏହାକୁ ହିନ୍ଦୀ ଓ ଓଡ଼ିଆରେ ହାଟ କୁହାଯାଉଥିଲାବେଳେ କନ୍ନଡ଼ ଭାଷାରେ ‘ମରୁକାଙ୍ଗେ’ କୁହାଯାଏ ।

ବର୍ଷବର୍ଷ ଧରି ଲୋକମାନେ ବିଭିନ୍ନ ସାମଗ୍ରୀ ଓ ସେବା ମାଧ୍ୟମରେ ସେମାନଙ୍କ ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ବଜାର ଉପରେ ନିର୍ଭର କରି ଆସୁଛନ୍ତି । ବଜାରଗୁଡ଼ିକ ଲୋକ, ପରମ୍ପରା ତଥା ଚିନ୍ତାଧାରା ଆଦିକୁ ଯୋଡ଼ିଥାଏ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-1

‘ହାମ୍ପି’ କର୍ଣ୍ଣାଟକ ରାଜ୍ୟର ଏକ ଗୌରବମୟ ବଜାର ଥିଲା । ଏହା କର୍ଣ୍ଣାଟକର ବିଜୟନଗର ସାମ୍ରାଜ୍ୟ ଅନ୍ତର୍ଗତ ଏକ ସମୃଦ୍ଧ ବାଣିଜ୍ୟସ୍ଥଳୀ ଥିଲା । ଏହି ବଜାରଟି ବିରୁପାକ୍ଷ ମନ୍ଦିର ବିପରୀତ ପାର୍ଶ୍ଵରେ ଅବସ୍ଥିତ ଥିଲା । ଏହି ବଜାରଟିର ପ୍ରାଚୁର୍ଯ୍ୟ ଓ ସମୃଦ୍ଧି ବିଷୟରେ ଅନେକ ବୈଦେଶିକ ବିବରଣୀରେ ବର୍ଣ୍ଣନା କରାଯାଇଛି ।

ପ୍ରସିଦ୍ଧ ପର୍ତ୍ତୁଗୀଜ ପରିବ୍ରାଜକ ‘ଡୋମିଙ୍ଗୋସ୍ ପେସ୍’ ‘ହାମ୍ପି’କୁ ବିଶ୍ଵର ସର୍ବୋତ୍ତମ ‘ଯୋଗଣ ଭିଭିକ ସହର’ ବୋଲି କହିଥିଲେ । କାରଣ ଏଠାରେ ବିଭିନ୍ନ ପ୍ରକାର ଉତ୍ପାଦ ଯଥା- ଶସ୍ୟ, ବିହନ, କ୍ଷୀର, ତେଲ, ରେଶମ, ଗାଈ, ଠେକୁଆ, ଘୋଡ଼ା ଓ ଏପରିକି ଗୁଣ୍ଡୁରୀ ଚଢ଼େଇ ଓ ହରଡ ଚଢ଼େଇ ଭଳି ପକ୍ଷୀ ଆଦିର କିଣାବିକା ହେଉଥିଲା ।

ଆଉ ଜଣେ ପର୍ତ୍ତୁଗୀଜ ପରିବ୍ରାଜକ ‘ଫର୍ଣ୍ଣାଓ ନୁନୀଜ’ ତାଙ୍କ ବିବରଣୀରେ ଆହୁରି ଅନେକ ତଥ୍ୟ ପ୍ରଦାନ କରିଛନ୍ତି । ତାଙ୍କ ମତରେ ‘ଏହି ବଜାରର ବିଭିନ୍ନ ଗଳିରେ କରତ ତିଆରି କାଠକାମ, ସୁନା ଅଳଙ୍କାର, ମୂଲ୍ୟବାନ ପଥର ଯଥା- ମାଣିକ୍ୟ, ହୀରା ଓ ମୁକ୍ତା ସମେତ ଅନ୍ୟାନ୍ୟ ମୂଲ୍ୟବାନ ପଥରର ବିଭିନ୍ନ ସାମଗ୍ରୀ କାରିଗରମାନେ ପ୍ରସ୍ତୁତ କରି ବିକ୍ରି କରୁଥିଲେ । ଏଠାରେ କପା ପ୍ରସ୍ତୁତ କପଡ଼ା ଓ ଲୁଗା ଏବଂ ପ୍ରଚୁର ପରିମାଣରେ ଘାସ ଓ ନଡ଼ା ମଧ୍ୟ ବିକ୍ରି ପାଇଁ ଉପଲବ୍ଧ ଥିଲା ।

ଏଠାକାର ନିରସ ଭୂମିରେ ପ୍ରାୟ ସମସ୍ତ ସାମଗ୍ରୀର ଭରପୁର ଭଣ୍ଡାର ବିଷୟରେ ବର୍ଣ୍ଣନା କଲାବେଳେ ଏହା ବିଶ୍ଵାସ କରିହୁଏ ନାହିଁ ।

କୌଣସି ସାମଗ୍ରୀର କିଣାବିକା ପାଇଁ କ୍ରେତା ଓ ବିକ୍ରେତା ପଡ଼ିଥାଏ । ସୁତରାଂ, ଦେଣନେଣ ପାଇଁ ସାମଗ୍ରୀର ମୂଲ୍ୟ ଉଭୟଙ୍କୁ ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ସହମତ ହେବାକୁ ଏକ ଗୁରୁତ୍ଵପୂର୍ଣ୍ଣ ବୈଶିଷ୍ଟ୍ୟ ଅଟେ ।

ବହୁ ସମୟରେ କ୍ରେତା ଓ ବିକ୍ରେତାମାନେ ଏକ ଗ୍ରହଣୀୟ ମୂଲ୍ୟରେ ପହଞ୍ଚିବା ପାଇଁ ପରସ୍ପର ମଧ୍ୟରେ ମୂଲଚାଲ କରିଥାନ୍ତି ।

ଆବଶ୍ୟକତା (Needs) : ଅର୍ଥନୀତିରେ ଆବଶ୍ୟକତା ହେଉଛି ଏପରି ଏକ ଦ୍ରବ୍ୟ ଯାହା ଜଣେ ବ୍ୟକ୍ତିକୁ ବଞ୍ଚିବା ପାଇଁ ଆବଶ୍ୟକ ହୁଏ । ଯଥା- ଖାଦ୍ୟ, ଜଳ, ବସ୍ତ୍ର ଏବଂ ବାସଗୃହ ।

ଚାହିଦା (Wants) : ଅର୍ଥନୀତିରେ ଚାହିଦା ଏପରି ଏକ ଦ୍ରବ୍ୟ ଯାହା ଜଣେ ବ୍ୟକ୍ତି ପାଇବାକୁ ଇଚ୍ଛାକରେ କିନ୍ତୁ ତାହା ତା’ର ବଞ୍ଚିବା ପାଇଁ ଅତ୍ୟାବଶ୍ୟକ ନଥାଏ ।

ବାଣିଜ୍ୟ (Trade) : ବ୍ୟକ୍ତି କିମ୍ବା ଦେଶ ମଧ୍ୟରେ ଦ୍ରବ୍ୟ ଏବଂ ସେବାର କ୍ରୟ ଏବଂ ବିକ୍ରୟ କିମ୍ବା ବିନିମୟକୁ ବାଣିଜ୍ୟ କୁହାଯାଏ ।

ମୂଲ୍ୟ (Price) : ମୂଲ୍ୟ ହେଉଛି ସେହି ପରିମାଣ, ଯେଉଁଥରେ ଜଣେ କ୍ରେତା କିଣିବାକୁ ରାଜି ହୁଏ ଏବଂ ଜଣେ ବିକ୍ରେତ! ନିର୍ଦ୍ଦିଷ୍ଟ ସାମଗ୍ରୀ କିମ୍ବା ସେବା ବିକ୍ରୟ କରିବାକୁ ଇଚ୍ଛା ପ୍ରକାଶ କରେ ।

ମୂଲ୍ୟ ଓ ବଜାର :
କ୍ରେତାକୁ ମୂଲ୍ୟ ଅଧିକ ଲାଗିଲେ, ସେମାନେ ନିଜକୁ ସୁହାଇବା ଦରରେ କିଣିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି ।

ବିକ୍ରେତା କିନ୍ତୁ କ୍ରେତାଙ୍କ ମନସ୍ଥ ଦର୍‌ରେ ବିକିବାକୁ ରାଜି ନହୋଇ ପାରନ୍ତି, କାରଣ ଏହାଦ୍ଵାରା ସେ କ୍ଷତିଗ୍ରସ୍ତ ହେବେ । ଉଭୟ କ୍ରେତା ଓ ବିକ୍ରେତା ଏକ ସହମତ ଦରରେ ପହଞ୍ଚିବା ପର୍ଯ୍ୟନ୍ତ ମୂଲଚାଲ ଚାଲିଥାଏ ।

ଦର ସ୍ଥିରୀକୃତ ହେବାପରେ ହିଁ କାରବାର ସମାପ୍ତ ହୋଇଥାଏ । ସହମତ ଭିଭିରେ ଦର ନଛିଡ଼ିଲେ କାରବାର ହୋଇପାରେ ନାହିଁ ।

ଆମ ଚତୁଃପାର୍ଶ୍ୱସ୍ଥ ବଜାର :
ବଜାର ପ୍ରାୟ ସବୁଠାରେ ଓ ବିଭିନ୍ନ ରୂପରେ ଉପଲବ୍ଧ ହୋଇଥାଏ ।

ଭୌତିକ ଓ ଅନ୍‌ଲାଇନ୍ ବଜାର :
ଭୌତିକ ବଜାରରେ କ୍ରେତା ଓ ବିକ୍ରେତା ପରସ୍ପରକୁ ଭେଟିଥା’ନ୍ତି ଏବଂ ମୁଦ୍ରା ବଦଳରେ ଦ୍ରବ୍ୟ ଓ ସେବା କ୍ରୟ କରିଥା’ନ୍ତି । ଏହା ବଜାରର ସବୁଠାରୁ ସାଧାରଣ ରୂପ । ଏଥୁରେ ସାପ୍ତାହିକ ବଜାର ବା ହାଟ ମଧ୍ୟ ଅନ୍ତର୍ଭୁକ୍ତ ।

ଦୋକାନ ଘର ଥ‌ିବା ସ୍ଥାନୀୟ ବଜାର ତଥା ରାସ୍ତାକଡ଼ ଖାଦ୍ୟ ଓ ଘର ସାଜସଜ୍ଜା ସାମଗ୍ରୀ ବିକୁଥ‌ିବା ଲୋକଙ୍କ ଦ୍ଵାରା ସୃଷ୍ଟ କୋଳାହଳ ପୂର୍ଣ୍ଣ ସ୍ଥାନ ମଧ୍ଯ ଭୌତିକ ବଜାର ଅନ୍ତର୍ଭୁକ୍ତ ।

Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା

ସହର ଓ ନଗରୀମାନଙ୍କରେ ବିସ୍ତୀର୍ଣ୍ଣ ଅଞ୍ଚଳରେ ଗଢ଼ି ଉଠିଥ‌ିବା ବହୁତଳ ବିଶିଷ୍ଟ କୋଠା ବା ମଲଗୁଡ଼ିକରେ ଅନେକଗୁଡ଼ିଏ ଷ୍ଟୋର ରହିଥାଏ ।

ଆଜିକାଲି କ୍ରେତା ବିକ୍ରେତାମାନେ କିଣାବିକା ନିମନ୍ତେ ପ ର ସ୍ପର କୁ ଭେଟିବାର ଆବଶ୍ୟକତା ନାହିଁ । ଏଥ‌ି ପାଇଁ ସେମାନେ ମୋବାଇଲ୍ ଫୋନ୍ ବା କମ୍ପ୍ୟୁଟରରେ ସପିଂ ଆପ୍ ବ୍ୟ ବ ହ। ର କ ରି ଥାନ୍ତି । ଏହ। ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ପ୍ରକାର ସାମଗ୍ରୀ ଓ ସେବା ଯୋଗାଇ ଦିଆଯାଇଥାଏ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-2

ଦ୍ରବ୍ୟଗୁଡ଼ିକ ବ୍ୟତୀତ ଘରୁ ବାହାରକୁ ନଯାଇ ଅନ୍‌ଲାଇନ୍ ପାଠପଢ଼ା ଭଳି ସେବା ମଧ୍ୟ ମିଳିପାରୁଛି । ଏସବୁ ସେବା ପାଇଁ ଦେୟ ମଧ୍ଯ ଅନ୍‌ଲାଇନ୍‌ରେ ପୈଠ କରାଯାଇପାରୁଛି ।

ଉତ୍ପାଦନ ପାଇଁ ସାଧନ (Inputs of Production) : ସାମଗ୍ରୀ କିମ୍ବା ସମ୍ବଳ ଯାହା ଦ୍ରବ୍ୟ ଏବଂ ସେବା ଉତ୍ପାଦନରେ ବ୍ୟବହୃତ ହୁଏ ।

ନିର୍ମାତା (Manufacturer) : ବିକ୍ରୟ ପାଇଁ ସାମଗ୍ରୀ ପ୍ରସ୍ତୁତ କରୁଥିବା ବ୍ୟକ୍ତି କିମ୍ବା କମ୍ପାନୀ

ରପ୍ତାନୀ (Export) : କୌଣସି ଦେଶର ଉତ୍ପାଦିତ ଦ୍ରବ୍ୟ ଓ ସେବା ଅନ୍ୟ ଦେଶର କ୍ରେତାଙ୍କୁ ବିକ୍ରି କରିବାକୁ ରପ୍ତାନୀ କୁହାଯାଏ ।

ଆମଦାନୀ (Input) : ଅନ୍ୟ ଦେଶରୁ ଦ୍ରବ୍ୟ ବା ସେବା କିଣି ନିଜ ଦେଶକୁ ଆଣିବାକୁ ଆମଦାନୀ କୁହାଯାଏ ।

ଘରୋଇ ଓ ଆନ୍ତର୍ଜାତିକ ବଜାର :
ଯେଉଁ ବଜାରରେ ଦେଶର ଭୌଗୋଳିକ ପରିସୀମା ଭିତରେ କିଣା ବିକା ହୋଇଥାଏ, ତାକୁ ଘରୋଇ ବଜାର କୁହାଯାଏ । ଉଦାହରଣ ସ୍ଵରୂପ, ଏହି ପାଠ୍ୟପୁସ୍ତକ ସଂକଳନରେ ବ୍ୟବହୃତ କାଗଜ ଦେଶର ବଡ଼ ବଡ଼ କାଗଜ ଶିଳ୍ପରେ ପ୍ରସ୍ତୁତ ହୋଇଛି । ଏଥ‌ିପାଇଁ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କାଗଜ କିଣାବିକା ଦେଶ ଭିତରେ ହିଁ ହୋଇଛି ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-3
ଆନ୍ତର୍ଜାତିକ ବଜାର ଗୁଡ଼ିକ କୌଣସି ଦେଶର ସୀମା ବାହାରେ ଥାଏ । ଗୋଟିଏ ଦେଶର ବିକ୍ରେତାମାନେ ସେମାନଙ୍କର ଉତ୍ପାଦ ଅନ୍ୟ ଏକ ଦେଶକୁ ରପ୍ତାନୀ କରନ୍ତି ବା କୌଣସି ଦେଶର କ୍ରେତାମାନେ ଅନ୍ୟ ଏକ ଦେଶର ଉତ୍ପାଦକୁ ଆମଦାନୀ କରିଥାନ୍ତି । ଏହିପରି ଭାବେ ଦେଶରେ ସୀମା ପାର ବାଣିଜ୍ୟ ସଂଘଟିତ ହୋଇଥାଏ । ୨୦୨୪ ମସିହାରେ ତାଳତେଲ, ସୂର୍ଯ୍ୟମୁଖୀ ତେଲ ଓ ସୋୟାବିନ୍ ତେଲ ଆମଦାନୀରେ ଭାରତ ପୃଥ‌ିବୀରେ ଅଗ୍ରଣୀ ଥିଲା । ତାଳତେଲ ମୁଖ୍ୟତଃ ମାଲୟେସିଆ, ଇଣ୍ଡୋନେସିଆ ଓ ଥାଇଲାଣ୍ଡରୁ ଆମଦାନୀ କରାଯାଏ ।

ପାଇକାରୀ ଓ ଖୁଚୁରା ବଜାର :
ବଜାରରେ ସୁପରିଚାଳନାରେ ଅନେକ ଅଂଶଗ୍ରହଣକାରୀଙ୍କ ଭୂମିକା ରହିଛି ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-4

ଭୌତିକ ବଜାର କ୍ଷେତ୍ରରେ ପାଇକାରୀ ବ୍ୟବସାୟୀମାନେ ଉତ୍ପାଦ ନ କ।ରୀ ବା ନି ର୍ମାଣକାରୀଙ୍କ ଠାରୁ ବହୁ ପରିମାଣରେ ଦ୍ରବ୍ୟ କିଣିଥା’ନ୍ତି ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-5
ଶସ୍ୟ, ପନିପରିବା ଓ ଫଳ ଆଦି ପାଇକାରୀ ବ୍ୟବ ସାୟୀମାନେ ସିଧାସଳଖ କୃଷିଫାର୍ମ ଗୁଡ଼ିକରୁ କିଣିଥାନ୍ତି । ସେଗୁଡ଼ିକୁ ସେମାନେ ବୃହତ୍ ପଣ୍ୟାଗାରରେ ସାଇତି ରଖୁଥାନ୍ତି, ଯାହାକୁ ଗୋଦମ ଘର କୁହାଯାଏ ।

ଶୀଘ୍ର ପଚିସଢ଼ି ଯାଉଥ‌ିବା ଦ୍ରବ୍ୟ କ୍ଷେତ୍ର ରେ ଶୀତଳ ଭଣ୍ଡାର ବ୍ୟବହାର କରାଯାଇଥାଏ । ପରେ ସେଗୁଡ଼ିକୁ ବଜାରକୁ ଛଡ଼ାଯାଏ, ଯାହାକୁ ମଣ୍ଡି କୁହାଯାଏ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-6
ଶୀତଳ ଭଣ୍ଡାର (Cold Storage) : ବିଶେଷ ଗୋଦାମ କିମ୍ବା ଶୀଘ୍ର ପଚିସଢ଼ି ନଷ୍ଟ ହୋଇଯାଉଥିବା ଦ୍ରବ୍ୟକୁ ଏକ ନିର୍ଦ୍ଦିଷ୍ଟ ନିମ୍ନ ତାପମାତ୍ରାରେ ସଂରକ୍ଷିତ କରି ରଖୁଥିବା ଗୃହ ।

ବିତରକ (Distributors) : ଉତ୍ପାଦନକାରୀ ଏବଂ ପାଇକାରୀ ବ୍ୟବସାୟୀଙ୍କଠାରୁ ଦ୍ରବ୍ୟ ଆଣି ବ୍ୟକ୍ତିବିଶେଷ କିମ୍ବା ବ୍ୟବସାୟୀଙ୍କୁ ଯୋଗାଉଥିବା ସଂସ୍ଥା ।

ସଂଗ୍ରାହକ ବା ଏକଜୁଟ୍‌କାରୀ (Aggregator) : ୱେବ୍‌ସାଇଟ୍ କିମ୍ବା ମୋବାଇଲ ଆପ୍ଲିକେସନ୍ ଯାହାକି ଏକାଧ୍ଵକ ବିକ୍ରେତାଙ୍କଠାରୁ ଅଫରଗୁଡ଼ିକ ସଂଗଠିତ ଏବଂ ମିଶ୍ରଣ କରି ସେଗୁଡ଼ିକୁ ଗୋଟିଏ ସ୍ଥାନରେ ଗ୍ରାହକଙ୍କୁ ବିକ୍ରୟ କରୁଥିବା ସଂସ୍ଥା ।

ପାଇକାରୀ ବ୍ୟବସାୟୀମାନେ ଛକ ତଥା ଗଳି କନ୍ଦିରେ ଥିବା ଛୋଟ ଛୋଟ ଦୋକାନୀମାନଙ୍କୁ ସାମଗ୍ରୀ ଯୋଗାଇଥା’ନ୍ତି । ଏହି ସବୁ ଦୋକାନୀମାନ ଙ୍କୁ ଖୁଚୁରା ଦୋକାନୀ କୁହାଯାଏ । ଶେଷରେ ଖୁଚୁରା ବେପାର – ମାନେ ଉପଭୋକ୍ତାମାନଙ୍କୁ ଅଳ୍ପ ଅଳ୍ପ ପରି ମାଣରେ ଦ୍ରବ୍ୟ ବିକିଥା’ନ୍ତି ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-7

ଏହା ପୁନଃବିକ୍ରିପାଇଁ ନୁହେଁ ବରଂ ଉପଭୋଗ ପାଇଁ ବ୍ୟବ ହୃ ତ ହୋଇଥାଏ । ବିଭିନ୍ନ ସେବା ଯଥା- ସେଲୁନ, ସିନେମା ହଲ୍ ଓ ରେଷ୍ଟୁରାଣ୍ଟ ଆଦି ଖୁଚୁ ର ବ୍ୟବସାୟ ଅନ୍ତର୍ଗତ । ଖୁଚୁରା ଦୋକାନୀମାନେ ଗୃହସ୍ଥମାନଙ୍କୁ ବିଭିନ୍ନ ଦ୍ରବ୍ୟ ଓ ସେବା ଉପଲବ୍ଧ କରାଇବାରେ ସାହାଯ୍ୟ କରିଥା’ନ୍ତି ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-8

କେତେକ କ୍ଷେତ୍ରରେ, ପାଇକାରୀ ବ୍ୟବସାୟୀମାନେ ଦୂରତା ତଥା ଭୂ-ଉଚ୍ଚବାଚ ଦୃଷ୍ଟିରୁ ସମସ୍ତ ଖୁଚୁରା ବ୍ୟବସାୟୀଙ୍କ ନିକଟରେ ସାମଗ୍ରୀ ଯୋଗାଇ ପାରିନଥା’ନ୍ତି । ବିତରଣକାରୀମାନେ ଏହି ବ୍ୟବଧାନକୁ ଦୂର କରିବାରେ ସାହାଯ୍ୟ କରିଥା’ନ୍ତି ।

ଅନ୍‌ଲାଇନ୍ ବଜାର କ୍ଷେତ୍ରରେ ବିତରଣ ପ୍ରଣାଳୀ ଭିନ୍ନ ଥାଏ । ଏଠାରେ ଉତ୍ପାଦନକାରୀମାନଙ୍କ ବିପୁଳ ପରିମାଣରେ ଦ୍ରବ୍ୟ ଅନ୍‌ଲାଇନ୍ ଆପ୍ ଜରିଆରେ ବିକ୍ରିପାଇଁ ବ୍ୟବସାୟୀଙ୍କ ଗୋଦାମକୁ ପଠାଇଥାନ୍ତି । ଗ୍ରାହକମାନେ ଅନ୍‌ଲାଇନ୍ ବିକଳ୍ପ ମାଧ୍ୟମରେ ଏସବୁ ଦ୍ରବ୍ୟ କିଣିଥାନ୍ତି । ଏପ୍ରକାର ବ୍ୟବସାୟକୁ ଏକଜୁଟକାରୀ କୁହାଯାଇଥାଏ । ଏକଜୁଟକାରୀମାନେ ବିଭିନ୍ନ ଦ୍ରବ୍ୟଗୁଡ଼ିକୁ ବନ୍ଦ ବା ପ୍ୟାକ୍ କରି ଅନ୍‌ଲାଇନ୍ ଗ୍ରାହକଙ୍କୁ ଯୋଗାଇ ଦେଇଥା’ନ୍ତି ।

ଗୁଜୁରାଟର ସୁରତର ଭୌତିକ କପଡ଼ା ବଜାର ଏସିଆ ମହାଦେଶର ସର୍ବବୃହତ୍ କପଡ଼ା ବଜାର । ସୁରତର ହଜାର ହଜାର କାରଖାନରୁ ପ୍ରସ୍ତୁତ ତୁଳାସୂତା ଓ ସିନ୍ଥେଟିକ୍ କପଡ଼ା ବଜାରକୁ ଆସିଥାଏ ।

କାର୍ପାସ ବୟନ କ୍ଷେତ୍ରରେ ବ୍ୟବହୃତ କପା ମହାରାଷ୍ଟ୍ରର କପା ବଜାର ତଥା ଗୁଜରାଟର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରାଯାଇଥାଏ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-9
କପାକୁ ବିଭିନ୍ନ ପର୍ଯ୍ୟାୟ ପ୍ରକ୍ରିୟାକରଣ ଯଥା- ଶକ୍ତିଚାଳିତ ତନ୍ତରେ ସୂତା କଟାଯାଏ, ପରେ ରଙ୍ଗ ଦିଆଯାଏ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ କପଡ଼ା ବା ପୋଷାକରେ ପରିଣତ କରାଯାଏ ।

ଉତ୍ପାଦଟି ବଜାର ମାଧ୍ୟମରେ ଗୋଟିଏ ପର୍ଯ୍ୟାୟରୁ ଅନ୍ୟ ପର୍ଯ୍ୟାୟକୁ ଗତି କରେ । ବୁଣା କପଡ଼ା, ରଙ୍ଗୀନ କପଡ଼ା ତଥା ଶାଢ଼ି ଓ ପ୍ରସ୍ତୁତ ପୋଷାକ ଭଳି ଶେଷ ଉତ୍ପାଦନ ପାଇଁ ପର୍ଯ୍ୟାୟକ୍ରମେ ଅଲଗା ଅଲଗା ହୋଇଥାଏ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-10

କପଡ଼ାରୁ ପ୍ରସ୍ତୁତ ଶେଷ ଉତ୍ପାଦଗୁଡ଼ିକ ପ୍ରକ୍ରିୟାକରଣ ଶିଳ୍ପ ମାଧ୍ୟମରେ ପାଇକାରୀ ବଜାରରେ ବିକ୍ରି କରାଯାଇଥାଏ ।

ସେମାନେ ଦେଶ ତଥା ଆନ୍ତର୍ଜାତୀୟ ସ୍ତରରେ ଛୋଟ ଦୋକାନୀ ଓ ବଡ଼ ଖୁଚୁରା ଦୋକାନୀମାନଙ୍କୁ ଉତ୍ପାଦ ବଣ୍ଟନର ଦାୟିତ୍ଵ ଦେଇଥା’ନ୍ତି ।

ସୁରତର ଶିଳ୍ପ ସଂସ୍ଥାଗୁଡ଼ିକ ଯଥେଷ୍ଟ ଉତ୍ପାଦନ ବଜାୟ ରଖୁବାରେ ସାହାଯ୍ୟ କରେ ଓ ଉପଭୋକ୍ତାମାନଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ କରିଥାଏ ।

ବୟନ ଶିଳ୍ପ ବ୍ୟତୀତ, ସୁରତ ବିଶ୍ୱର ସର୍ବବୃହତ୍ ହୀରା ଶିଳ୍ପର କେନ୍ଦ୍ର ଅଟେ । ଏଠାରେ ପ୍ରାୟ ୧୫ ଲକ୍ଷ କାରିଗର ବିଶାଳ ସ୍ତରରେ ହୀରା କାଟିବା ଓ ଚିକ୍କଣ କରିବା କାର୍ଯ୍ୟକଳାପର ନିଯୁକ୍ତ ଅଛନ୍ତି । ଷୋଡ଼ଶ ଶତାବ୍ଦୀରୁ ଏଠାରେ ବାଣିଜ୍ୟ ବିକାଶ ଚାଲିଆସୁଛି । ଦେଶର ପଶ୍ଚିମ ତଟରେ ଅବସ୍ଥିତ ଏହି ସହର ଯୋଗୁଁ ବନ୍ଦର ଓ ସୁବ୍ୟବସ୍ଥିତ ସଡ଼କ ବ୍ୟବସ୍ଥା ଗଢ଼ି ଉଠିଥିଲା । ଏହି ପରିବହନ ଭିତ୍ତିଭୂମି ଆଜି ବି ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଛି । ବିଶେଷଜ୍ଞ କାରିଗର ଓ କୁଶଳୀ ବ୍ୟକ୍ତିବିଶେଷଙ୍କ ସମ୍ପ୍ରଦାୟ ଏଠାରେ ଶତାବ୍ଦୀ ଶତାବ୍ଦୀ ଧରି ବସବାସ କରୁଛନ୍ତି । ସେମାନଙ୍କର ଦକ୍ଷତା ପିଢ଼ି ପରେ ପିଢ଼ି ଏହାକୁ ସମୃଦ୍ଧ ସହର କରି ଗଢ଼ି ତୋଳିଛି

ଜନଜୀବନରେ ବଜାରର ଭୂମିକା:
ବଜାର ଜନସାଧାରଣଙ୍କ ଆର୍ଥିକ ଜୀବନରେ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହା ଉତ୍ପାଦନକାରୀ ଓ ଉପଭୋକ୍ତାଙ୍କ ମଧ୍ୟରେ କାରବାରକୁ ସହଜ କରିଥାଏ । ବଜାରଗୁଡ଼ିକ ବ୍ୟକ୍ତି, ପରିବାର ଓ ବ୍ୟବସାୟ ସଂସ୍ଥାଗୁଡ଼ିକୁ ନିଜସ୍ଵ ଉତ୍ପାଦନ ନଥ‌ିବା ବିଭିନ୍ନ ସାମଗ୍ରୀ ଓ ସେବା ଉପଲବ୍ଧ କରିବାରେ ସାହାଯ୍ୟ କରିଥାଏ ।

କାନଭାସରେ ଅଙ୍କାଯାଇଥିବା ଏକ ତୈଳ ଚିତ୍ର କ୍ରୟକରିବା ପାଇଁ ବଜାରରେ ଗ୍ରାହକ ମିଳିବା କଷ୍ଟକର ହୋଇଥାଏ । ମାତ୍ର ପିଜୁଳି ବିକାଳି ପାଇଁ ଅନେକ ଗ୍ରାହକ ଥିବାବେଳେ ଚିତ୍ରକଳା କିଣିବାକୁ ଆଖପାଖରେ ଖୁବ୍ କମ୍ ଗ୍ରାହକ ମିଳିଥାନ୍ତି । ଏହା ହେଉଛି ବଜାରର ଅବସ୍ଥା ।

ବଜାର ସମାଜ ପାଇଁ କିପରି ଲାଭଦାୟକ :
କିଣାବିକା ମୁଦ୍ରା କାରବାର ଭିତ୍ତିକ ଏକ ଆର୍ଥିକ କାର୍ଯ୍ୟକଳାପ । ବଜାର କାରବାର ପ୍ରାୟତଃ ଉତ୍ପାଦ କିମ୍ବା ସେବା ବିଷୟରେ ବୁଝୁଥୁବା ବ୍ୟକ୍ତି ବା ଉଭୟ ପକ୍ଷ ମଧ୍ୟରେ ମୂଲଚାଲ ଆଦି ପାରସ୍ପରିକ କ୍ରିୟାଠାରୁ ଆଗକୁ ବଢ଼ିଥାଏ ।

ଅଧିକାଂଶ ସମୟରେ କ୍ରେତା ଓ ବିକ୍ରେତା ମଧ୍ୟରେ ସମ୍ପର୍କ ଏତେ ପରିମାଣରେ ବଢ଼ିଥାଏ ଯେ ଏହା ପିଢି ପିଢି ଜାରି ରହିଥାଏ ।

ଏପରି ଦେଖାଯାଏ ଯେ ଦର୍ଜୀ, ଗହଣା ଦେକାନୀ ଓ ଡାକ୍ତରଙ୍କ ସହ ଦଶନ୍ଧି ଦଶନ୍ଧି ଧରି ଦୀର୍ଘସ୍ଥାୟୀ ବିଶ୍ୱସ୍ତ ସମ୍ପର୍କ ଗଢ଼ି ଉଠିଥାଏ । ଆଉ କେତେକ ସ୍ଥାନରେ ଲୋକମାନେ ତେଜରାତି ଦୋକାନରେ ବାକି ଖାତାରେ ସଉଦା ଆଣିଥା’ନ୍ତି ଓ ମାସ ଶେଷରେ ଦେୟ ପ୍ରଦାନ କରିଥା’ନ୍ତି ।

ଆର୍ଥନୀତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବାରେ ବଜାର ପ୍ରାଥମିକ ଭୂମିକା ନେଇଥିଲେ ମଧ୍ୟ ଅନେକ ଲୋକଙ୍କ କ୍ଷେତ୍ରରେ ଏହାର ଅଣ-ଆର୍ଥିକ ଗୁରୁତ୍ଵ ମଧ୍ୟ ରହିଛି ।

Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା

ମଣିପୁରର ମଇତେଇ ଭାଷାରେ ଇମା କୈଥଲ (Ima Keithal) ‘ମା’ ମାନଙ୍କ ବଜାର’ ଭାବେ ଇମ୍ଫାଲର ଏକ ସ୍ଵତନ୍ତ୍ର ବଜାର । ପ୍ରାୟ ୩୦୦ ମହିଳା ବ୍ୟବସାୟୀ ଏହି ବଜାରକୁ ପରିଚାଳ ନ । କରନ୍ତି ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-11
ସେମାନେ ପନିପରିବା, ପାରମ୍ପରିକ ମଣିପୁରୀ ପୋଷାକ ସମେତ ହସ୍ତତନ୍ତ ଓ ହସ୍ତଶିଳ୍ପ, ସ୍ଥାନୀୟ ଉତ୍ପାଦିତ ସାମଗ୍ରୀ ଏବଂ ସହର ତଥା ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଆବଶ୍ୟକ ଦୈନନ୍ଦିନ ଜିନିଷପତ୍ର ବିକ୍ରୟ କରନ୍ତି ।

ଏହି ବଜାର ଅନେକ ଲୋକଙ୍କୁ ନିଯୁକ୍ତି ଦେବା ସହିତ ଅଧ୍ଵଂକାଂଶ ପରିବାର ପାଇଁ ଆୟର ଏକ ଉତ୍ସ ହୋଇଥାଏ । ଏଠାରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଏକାଠି ହୁଅନ୍ତି ଓ ଭାବର ଆଦାନ ପ୍ରଦାନ ହୁଏ ।

ଆଜି ମଧ୍ୟ କିଣାବିକାର ଊର୍ଦ୍ଧ୍ବରେ ଅନେକ ପରମ୍ପରା ରହିଛି । ଦକ୍ଷିଣ ଭାରତରେ ହଳଦୀ ଓ କୁଙ୍କୁମ ବେପାରୀମାନେ କ୍ରେତାମାନଙ୍କ ମଙ୍ଗଳ ମନାସି ତଥା ଶୁଭକାମନା ପାଇଁ ହଳଦୀ ଓ କୁଙ୍କୁମ ପୁଡ଼ିଆ ମାଗଣାରେ ଦେଇଥା’ତି ।

ଚାହିଁବା (Demand) : ଏକ ନିର୍ଦ୍ଦିଷ୍ଟ ସମୟରେ ଏକ ଉତ୍ପାଦ କିମ୍ବା ଏକ ନିର୍ଦ୍ଦିଷ୍ଟ ମୂଲ୍ୟରେ ଏବଂ ନିର୍ଦ୍ଦିଷ୍ଟ ସମୟରେ କିଣିବାକୁ ଇଚ୍ଛୁକ ବା
ସେବାର ପରିମାଣ ଯାହାକୁ ଗ୍ରାହକମାନେ ସକ୍ଷମ ଅଟନ୍ତି ।

ଯୋଗାଣ (Supply) : ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ମୂଲ୍ୟରେ ବିକ୍ରେତାମାନେ ଏକ ଉତ୍ପାଦ କିମ୍ବା ସେବାର ପରିମାଣକୁ ବିକ୍ରୟ କରିବାକୁ ଇଚ୍ଛୁକ ବା ସକ୍ଷମ ଅଟନ୍ତି ।

ବଜାର ବ୍ୟାପାରରେ ସରକାରଙ୍କ ଭୂମିକା :
କ୍ରେତାଙ୍କ ଚାହିଦା ଓ କ୍ରେତା ତାଙ୍କ ଯୋଗାଣ ଜନିତ ପାରସ୍ପରିକ କ୍ରିୟାଦ୍ଵାରା ବଜାର କାର୍ଯ୍ୟ କରିଥାଏ ।

ତେବେ, କେତେକ ପରିସ୍ଥିତିରେ କିଣାବିକା କାର୍ଯ୍ୟ ସୂଚାରୁ ଭାବେ ସମ୍ପନ୍ନ ହୋଇପାରିନଥାଏ । ଏପରି ଅସ୍ଵାଭାବିକ ପରିସ୍ଥିତିରେ ସରକାର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି ।

ସରକାର ଉପଭୋକ୍ତା ଓ ଉତ୍ପାଦନକାରୀଙ୍କ ପାରସ୍ପରିକ ସମ୍ପର୍କ ଉପରେ ନଜର ରଖୁଥା’ନ୍ତି ଓ ନ୍ୟାୟପୂର୍ଣ୍ଣ ମୂଲ୍ୟ ନିର୍ଦ୍ଧାରଣ କରିଥା’ନ୍ତି ।

କ୍ରେତା ଓ ବିକ୍ରେତାଙ୍କ ସୁରକ୍ଷା ନିମନ୍ତେ ମୂଲ୍ୟ ନିୟନ୍ତ୍ରଣ :
ସରକାର କେତେକ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ କରିଥାନ୍ତି । ଯଥା- ବିକ୍ରେତା କୌଣସି ସାମଗ୍ରୀ ସର୍ବାଧ‌ିକ ମୂଲ୍ୟ କେତେ ନେଇପାରିବେ, ତାହା ସରକାର ସ୍ଥିର କରିଥା’ନ୍ତି ।

ଜୀବନ ରକ୍ଷାକାରୀ ଔଷଧ ଭଳି ଅନେକ ଅତ୍ୟାବଶ୍ୟକ ଦ୍ରବ୍ୟ ସେବାର ମୂଲ୍ୟର ସର୍ବାଧ‌ିକ ସୀମା ଧାର୍ଯ୍ୟ କରିଥା’ନ୍ତି ।

କେତେକ ପ୍ରକାର ଶସ୍ୟ ଯଥା— ଧାନ, ଗହମ ଓ ମକା ଭଳି ଅତ୍ୟାବଶ୍ୟକୀୟ କୃଷି ଉତ୍ପାଦଗୁଡ଼ିକର ସର୍ବନିମ୍ନ ବଜାର ମୂଲ୍ୟ ସରକାରଙ୍କଦ୍ଵାରା ସ୍ଥିର କରାଯାଇଥାଏ । ଚାଷୀମାନେ ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତି, ଏହାଦ୍ଵାରା ନିଶ୍ଚିତ ହୋଇଥାଏ ।

ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ କର୍ମଚାରୀମାନଙ୍କ ନିମନ୍ତେ ସରକାର ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କରିଥା’ନ୍ତି । ଏହାଦ୍ଵାରା ସମସ୍ତଙ୍କୁ ଉଚିତ ପ୍ରାପ୍ୟ ମିଳିଥାଏ ।

ସରକାର ମୂଲ୍ୟ ନିର୍ଦ୍ଧାରଣ କରିବା ସମୟରେ ଖୁବ୍ ସତର୍କତାର ସହିତ କାର୍ଯ୍ୟ କରିବା ଆବଶ୍ୟକ । ଏପରି ମୂଲ୍ୟ ସ୍ଥିର ହେବା ଦରକାର ଯାହା ଫଳରେ ଉଭୟ ଉତ୍ପାଦନକାରୀ ଓ ଉପଭୋକ୍ତାମାନେ ଲାଭବାନ ହୋଇପାରିବେ ।

ଗୁଣବତ୍ତା ଓ ସୁରକ୍ଷା ମାନଦଣ୍ଡ ସୁନିଶ୍ଚିତ କରିବା :
ଖାଉଟି କଲ୍ୟାଣ ତଥା ଖାଉଟିକୁ ବିଭିନ୍ନ ପ୍ରକାର ଶୋଷଣରୁ ରକ୍ଷା କରିବାରେ ସରକାରଙ୍କ ଭୂମିକା ରହିଥାଏ । ଦ୍ରବ୍ୟ ଓ ସେବାପ୍ରଦାନ କ୍ଷେତ୍ରରେ ଗୁଣବତ୍ତା ଓ ସୁରକ୍ଷା ମାନଦଣ୍ଡ ପାଳନ କରିବାପାଇଁ ସରକାର ସୁନିଶ୍ଚିତ କରିଥା’ନ୍ତି ।

ଔଷଧ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ବିଭିନ୍ନ ରୋଗ ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥା’ନ୍ତି । ସରକାର ଔଷଧର ଅନୁମୋଦନ ପାଇଁ ପ୍ରକ୍ରିୟା ସ୍ଥିର କରନ୍ତି ଓ ଉତ୍ପାଦିତ ଔଷଧରର ଗୁଣବତ୍ତା ମାନଦଣ୍ଡ ପାଳନ କରିବାପାଇଁ ନମୁନା ପରୀକ୍ଷା କରିଥା’ନ୍ତି ।

ସରକାରୀ ନିୟମଗୁଡ଼ିକ ଔଷଧର ଗୁଣବତ୍ତା ଓ ସୁରକ୍ଷାକୁ ସୁନିଶ୍ଚିତ କରିଥାଏ । ଫଳତଃ ଗ୍ରାହକଙ୍କ ସ୍ୱାସ୍ଥ୍ୟ ପ୍ରତି କୌଣସି ବିପଦ ନଥାଏ ।

ବଜାରର ବାହ୍ୟ ପ୍ରଭାବକୁ ହ୍ରାସ କରିବା :
କିଣାବିକା ବ୍ୟତୀତ ବଜାରଗୁଡ଼ିକର ଅନ୍ୟାନ୍ୟ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ବଜାରରେ ଆବଶ୍ୟକ କରୁଥିବା କେତେକ ସାମଗ୍ରୀର ଉତ୍ପାଦନ କଳକାରଖାନାମାନଙ୍କରେ ହୋଇଥାଏ । ଏହା ଯୋଗୁଁ ପରିବେଶ ପ୍ରଦୂଷିତ ହୋଇଥାଏ ।

ସରକାର ବଜାରର ଏପରି ପ୍ରଭାବକୁ ବୁଝିବା ଓ ନିୟନ୍ତ୍ରଣ କରିବାରେ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରନ୍ତି ।

ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ଭଳି କିଛି ସାମଗ୍ରୀର ଉତ୍ପାଦନ ପରିବେଶକୁ ପ୍ରଦୂଷିତ କରେ ଓ ଗ୍ରାହକମାନଙ୍କ ପାଇଁ ସ୍ଵାସ୍ଥ୍ୟ ସଙ୍କଟ ସୃଷ୍ଟି କରେ ।

ଏପରି ପରିସ୍ଥିତିରେ ସରକାର ଏହି ନକାରାତ୍ମକ ପ୍ରଭାବକୁ ହ୍ରାସ କରିବାପାଇଁ କଠୋର ନିୟମାବଳୀ ଜାରି କରି ହସ୍ତକ୍ଷେପ କରିଥା’ନ୍ତି ।

ସରକାର ମୁଦିତ ବା ପ୍ୟାକେଟ୍ ହୋଇଥିବା ଉତ୍ପାଦଗୁଡ଼ିକର ଓଜନ ଓ ପରିମାଣ ଯାଞ୍ଚ କରିବା ପାଇଁ ବିଭିନ୍ନ ବ୍ୟବସ୍ଥାର ପ୍ରଚଳନ କରିଛନ୍ତି ।

ବଜାର ନ୍ୟାୟସଙ୍ଗତ କାର୍ଯ୍ୟ କରିବା ତଥା ଖାଉଟିମାନଙ୍କୁ ଶୋଷଣ ମୁକ୍ତ କରିବା ପାଇଁ ନିୟମ ପ୍ରଣୟନ କରିଥାନ୍ତି । ତେବେ ଅଧୁକ ନିୟମକାନୁନ ବଜାରର ସଠିକ୍ କାର୍ଯ୍ୟ କରିବାରେ ବାଧା ସୃଷ୍ଟି କରିଥାଏ ।

କୌଟିଲ୍ୟଙ୍କ ଅର୍ଥଶାସ୍ତ୍ରରେ ମୂତ ବ୍ୟବସାୟୀମାନଙ୍କ ପାଇଁ ବିଧି ନିର୍ଦ୍ଦେଶ ରହିଛି । ମାପ ଘଡ଼ିରେ ଘିଅ ଲାଗି ରହୁଥିବାରୁ, କେତାମାନଙ୍କର କ୍ଷତିକରଣ ପାଇଁ କ୍ରୟ ପରିମାଣରେ ୧/୫୦ ଅଂଶ ଅଧିକ ଘିଅ ମାନଶୁଭ (Manasraya) ଭାବେ ବ୍ୟବସାୟୀମାନେ ଦେବାର ବ୍ୟବସ୍ଥା ଥିଲା ।

ସାର୍ବଜନୀନ ସାମଗ୍ରୀ (Public Goods) : ସେବା କିମ୍ବା ସାମଗ୍ରୀ ଯାହା ସମାଜର ସମସ୍ତ ସବସ୍ୟଙ୍କ ପାଇଁ ସୁଲଭ କିମ୍ବା ଉପଲବ୍ଧ । ଏହା ସେମାନଙ୍କର ବର୍ତ୍ତମାନ ବ୍ୟବହାର, ଭବିଷ୍ୟତ ବ୍ୟବହାର ପାଇଁ ଉପଲବ୍ଧତାକୁ ହ୍ରାସ କରେ ନାହିଁ ।

ସାର୍ବଜନୀନ ସାମଗ୍ରୀ ବା ଦ୍ରବ୍ୟ ଯୋଗାଇବା :
ଉତ୍ପାଦନକାରୀମାନେ ଲାଭ ପାଇବା ଆଶାରେ ବିଭିନ୍ନ ଦ୍ରବ୍ୟ ତିଆରି କରିବା ସହିତ ଯୋଗାଣ ମଧ୍ୟ କରିଥା’ନ୍ତି ।

ତେବେ କେତେକ ଦ୍ରବ୍ୟ ଓ ସେବା କ୍ଷେତ୍ରରେ ଉତ୍ପାଦନକାରୀମାନେ ଲାଭ ପାଇବା ଆଶା ରଖୁ ନଥା’ନ୍ତି ।

ସେଗୁଡ଼ିକ ହେଲା ସାର୍ବଜନୀନ ପାର୍କ, ରାସ୍ତା ତଥା ପୋଲିସ ବା ଗାର୍ଡ଼ ନିଯୁକ୍ତ କରିବା ଇତ୍ୟାଦି । ସରକାର ଲୋକମାନଙ୍କର ସେବାପାଇଁ ଅନେକ ଜନହିତକର କାର୍ଯ୍ୟ କରିଥା’ନ୍ତି ।

ଗ୍ରାହକମାନେ ଦ୍ରବ୍ୟ ଓ ସେବାର ଗୁଣବତ୍ତା କିପରି ମୂଲ୍ୟାଙ୍କନ କରିପାରିବେ ?
ବଜାରଗୁଡ଼ିକ ବିଭିନ୍ନ ଦ୍ରବ୍ୟ ଓ ସେବାର ଉପଲବ୍ଧ ସୁଯୋଗ ଗ୍ରାହକମାନଙ୍କୁ ଦେଇଥାଏ ।

ଗ୍ରାକକମାନେ ବଜାରରୁ ଦ୍ରବ୍ୟ କ୍ରୟ କରିବା ସମୟରେ ଅନେକ ବିଷୟରେ ଧ୍ୟାନ ଦେବାକୁ ପଡ଼ିବ । ଯଥା- ଦ୍ରବ୍ୟ ଉପରେ ଲେଖାଯାଇଥିବା ବ୍ୟାଚ୍ ନମ୍ବର, ସର୍ବାଧୁକ ଖାଉଟି ମୂଲ୍ୟ, ଉପାଦାନ ତାଲିକା, ମୋଟ ପରିମାଣ, ଉତ୍ପାଦନ ତାରିଖ, ନିର୍ମାତାଙ୍କ ନାମ ଓ ଠିକଣା ଓ ସର୍ବଶେଷରେ FASSI ଭଳି କୌଣସି ଗୁଣବତ୍ତା ଚିହ୍ନ ଏବଂ ଲାଇସେନ୍ସ ନମ୍ବର ଅଛି କି ନାହିଁ । ଏ ସମସ୍ତ ବିଷୟଗୁଡ଼ିକୁ ଦେଖୁ ଦ୍ରବ୍ୟ କ୍ରୟକଲେ ଆମେ ଠକାମିର ଶିକାର ହେବାନାହିଁ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-12

FASSI (Food Safety and Standrds Authority of India) ଅର୍ଥ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାତ୍ତ୍ଵିକରଣ ।

ଖାଦ୍ୟ ପ୍ୟାକେଟ୍‌ରେ ଏହି FASSI ଚିହ୍ନ ଥିଲେ ଏହା ସରକାରଙ୍କଦ୍ଵାରା ପରୀକ୍ଷିତ ହୋଇଛି ଓ ଏହା ଖାଇବା ନିରାପଦ ବୋଲି ଜଣାପଡ଼େ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-13
ସରକାରୀ ସଂସ୍ଥାଗୁଡ଼କ ଏପରି ପ୍ରମାଣ ପତ୍ର ପ୍ରଦାନ କରିଥା’ନ୍ତି । ଏହା କ୍ରେତାମାନଙ୍କୁ ଉତ୍ପାଦର ଗୁଣବତ୍ତା ଓ ମୂଲ୍ୟାୟନ କରିବାରେ ସାହାଯ୍ୟ କରିଥାଏ ।

ଆମ ପ୍ରତ୍ୟେକ ପଟି ଚିହ୍ନ (Label) ବା ଲୋଗର ଅର୍ଥ କ’ଣ ଜାଣିବା :
ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧ୍ୟାକରଣ (FSSAI) ଭଳି ଭାରତୀୟ ମାନଟ ବିଭାଗ (BIS – Bureau of Indian Standards) ଦ୍ଵାରା ଜାରି ହୋଇଥିବା ଭାରତୀୟମାନଙ୍କ ପ୍ରତିଷ୍ଠାନ (ISI – Indian Standard Insti- tute) ଚିହ୍ନ ରହିଛି । ଏହା ସାଧାରଣତଃ ବୈଦ୍ୟୁତିକ ଉପକରଣ, ନିର୍ମାଣ ସାମଗ୍ରୀ, ମୋଟରଗାଡ଼ି ଟାୟାର ଓ କାଗଜ ଆଦିରେ ରହିଥାଏ । ଏହା ଗୁଣବତ୍ତା ସୁନିଶ୍ଚିତ କରେ ଓ ଉତ୍ପାଦ ବ୍ୟବହାର ପାଇଁ ସୁରକ୍ଷିତ ବୋଲି ଦର୍ଶାଏ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-14
ସେହିପରି (AGMARK (AG – Agriculture) ବା କୃଷିକୁ ସୂଚାଇଥାଏ । ବିଭିନ୍ନ ପନିପରିବା, ଫଳ, ଶସ୍ୟ ଡାଲି, ମସଲା ଓ ମହୁ ଇତ୍ୟାଦି କୃଷି ଉତ୍ପାଦ ପାଇଁ ପ୍ରମାଣପତ୍ର ଚିହ୍ନ ।

Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା

ଟିଭି, ଲାପ୍‌ଟପ୍, ବାତାନୁକୂଳ ଯନ୍ତ୍ର (Air conditioner) ଆଦି ଇଲେକ୍ଟ୍ରୋନିକ୍ସ ସାମଗ୍ରୀର ମୂଲ୍ୟାୟନ BEE STAR ଦ୍ଵାରା କରାଯାଇଥାଏ । BEE (Bu- reau of Energy Efficiency) ର ଅର୍ଥ ଶକ୍ତି ଦକ୍ଷତା ବିଭାଗ । ଏହାଦ୍ଵାରା ଉତ୍ପାଦଗୁଡ଼ିକର ମୂଲ୍ୟାଙ୍କନ ଦ୍ଵାରା (Star) ଚିହ୍ନଦ୍ଵାରା ମୁଦ୍ରିତ ହୋଇଥାଏ । କୌଣସି ବିଦ୍ୟୁତ୍ ଚାଳିତ ଉପକରଣରେ ଅଧୂକ ତାରା ଚିହ୍ନ ଥିଲେ ଏକ କମ୍ ଶକ୍ତି ଓ ବିଦ୍ୟୁତ୍ ବ୍ୟବହାର ଉପଭୋକ୍ତାମାନଙ୍କ ବିଦ୍ୟୁତ୍ ବିଲ୍ କମ୍ ଆସିବ ଓ ଏହା ମଧ୍ୟ ପରିବେଶ ପାଇଁ ଅନୁକୂଳ ହେବ ।
Class 7 Social Science Chapter 12 Notes Odia Medium ବଜାରକୁ ବୁଝିବା-15

ଆମେ ଯାହା ଜାଣିଲୁ

  1. ବଜାରଗୁଡ଼ିକ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ପାରସ୍ପରିକ ସହମତି ମୂଲ୍ୟରେ ଦର ନିୟନ୍ତ୍ରଣର ସୁବିଧା ଦେଇଥାଏ । ଏହି ମୂଲ୍ୟ କ୍ରେତାଙ୍କ ଚାହିଦା ଓ ବିକ୍ରେତାଙ୍କ ଯୋଗାଣଦ୍ଵାରା ସ୍ଥିର ହୋଇଥାଏ ।
  2. ବଜାରଗୁଡ଼ିକରେ ନିର୍ମାତା, ପାଇକାରୀ ବ୍ୟବସାୟୀ, ବିତରକ ଓ ଖୁଚୁରା ବ୍ୟବସାୟୀଙ୍କ ପରି ଅଂଶଗ୍ରହଣକାରୀଙ୍କ ଏକ ଶୃଙ୍ଖଳ ରହିଥାଏ । ଏହା ଶେଷରେ ରହିଥ‌ିବା ଗ୍ରାହକକୁ ଦ୍ରବ୍ୟ ବା ସାମଗ୍ରୀ ଯୋଗାଣରେ ସହାୟକ ହୋଇଥାଏ ।
  3. ବଜାରଗୁଡ଼ିକ ମଧ୍ୟ ପାରସ୍ପରିକ କ୍ରିୟା ପାଇଁ ଏକ ସ୍ଥାନ । କାରଣ- ସେମାନେ ଲୋକଙ୍କୁ ଏକାଠି କରନ୍ତି ଏବଂ ଚିନ୍ତାଧାରା ଓ ପରମ୍ପରା ଆଦିର ବିନିମୟକୁ ସୁଗମ କରିଥା’ନ୍ତି ।
  4. ବଜାରରେ ଉତ୍ପାଦ ଓ ସେବାପାଇଁ ଗୁଣାତ୍ମକ ମାନଦଣ୍ଡ ତଥା ନ୍ୟାୟପୂର୍ଣ୍ଣ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଏକ ନିୟାମକ ଭୂମିକା ଗ୍ରହଣ କରିଥାନ୍ତି । ତଥାପି ଗ୍ରାହକମାନେ ଉତ୍ପାଦ ଉପରେ ସରକାରୀ ସଂସ୍ଥାଗୁଡ଼ିକ ପ୍ରଦତ୍ତ ପ୍ରମାଣ ପତ୍ର ଚିହ୍ନ ଓ ଅନଲାଇନ୍ ସମୀକ୍ଷା ମାଧ୍ୟମରେ ଉତ୍ପାଦ ଓ ସେବାର ମୂଲ୍ୟାୟନ କରିପାରିବେ ।