Go through BSE Odisha Class 7 Social Science Notes Odia Medium Chapter 6 ପୁନର୍ଗଠନର ଯୁଗ to understand important topics more clearly.
7th Class Social Science Chapter 6 Notes Odia Medium
BSE Odisha Class 7 Social Science Chapter 6 Notes Odia Medium
‘ନିରନ୍ତର ଜୀବନଧାରା ଏବଂ ପୁନର୍ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଶକ୍ତିଦ୍ଵାରା ଏହି ଭୂମି ଅସଂଖ୍ୟ ରୂପାନ୍ତର ମଧ୍ୟରେ ନିଜକୁ ପୁନଃସଂଗଠିତ କରିଛି ।’’
ଜଗଦୀଶ ଚନ୍ଦ୍ର ବୋଷ (୧୯୧୭)
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ

ଉପକ୍ରମ :
ଖ୍ରୀ.ପୂ. ୧୮୫ରେ ଶେଷ ମୌର୍ଯ୍ୟ ସମ୍ରାଟଙ୍କୁ ତାଙ୍କ ସେନାଧ୍ୟକ୍ଷ ପୁଷ୍ୟାମିତ୍ର ଶୁଙ୍ଗ ହତ୍ୟା କରିଥିଲେ । ଏହି ଘଟଣା ପରେ ମୌର୍ଯ୍ୟ ଶାସନରେ ଏକ ପୂର୍ଣ୍ଣ ଚ୍ଛେଦ ପଡ଼ିଗଲା ।

ଅଶୋକଙ୍କ ଶାସନରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ଏହି ମୌର୍ଯ୍ୟ ସାମ୍ରାଜ୍ୟର ବିଭାଜନ ଘଟିଥିଲା ।

ଭାରତରେ ଉତ୍ତର-ପଶ୍ଚିମାଞ୍ଚଳ ଦୁର୍ବଳ ହୋଇଥିବାରୁ ଉପମହାଦେଶକୁ ବାହ୍ୟଶତ୍ରୁ ଆକ୍ରମଣର ସୁଯୋଗ ସୃଷ୍ଟି ହୋଇଥିଲା । ଏହି ସମୟକୁ ବିଦ୍ଵାନମାନେ ‘ପୁନର୍ଗଠନର ଯୁଗ’ ବୋଲି କହିଲେ ।
ପୂର୍ବରୁ ଥିବା ଅଞ୍ଚଳଗୁଡ଼ିକ ନୂଆ ରାଜ୍ୟରେ ରୂପାନ୍ତରିତ ହୋଇ ଶକ୍ତିଶାଳୀ ହେବାପାଇଁ ପରସ୍ପର ମଧ୍ୟରେ ପ୍ରତିଯୋଗିତାରେ ଲିପ୍ତ ରହିଥିଲେ ।
ସେହି ଯୁଗରେ ଭାରତର ମାନଚିତ୍ର ଓ ଲୋକ ମାନଙ୍କର ଜୀବନରେ ଉଲ୍ଲେଖନୀୟ ପରି ବ ଉଁ ନ ଦେଖାଦେଇଥିଲା ।

ନୂଆ ରାଜ୍ୟଗୁଡ଼ିକ ଅଞ୍ଚଳ ଦଖଲ କରି ବା ପ୍ରତି ଯୋଗିତାରେ ମଗ୍ନ ର ହୁଥିଲେ । ବୈବାହିକ ସମ୍ପର୍କ ସ୍ଥାପନ ଭଳି ଶାନ୍ତିମାର୍ଗ ଏବଂ ଯୁଦ୍ଧରେ ବଳପ୍ରୟୋଗ ଭଳି ହିଂସାତ୍ମକ ମାର୍ଗ, ନୂଆ ଅଞ୍ଚଳ ଦଖଲ | ଅଧିକାର ପାଇଁ ମାଧ୍ୟମ ଥିଲା ।
ରାଜ୍ୟକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ସୀମା ଆରପଟୁ ଶକ୍ତି ଉପରେ ନିୟନ୍ତ୍ରଣ ରଖୁବା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଥିଲା ।
ଏହିସବୁ ରାଜନୈତିକ ଘଟଣା ସହିତ କଳା ସ୍ଥାପତ୍ୟ ଓ ସାହିତ୍ୟର ବିକାଶ ଏବଂ ସାଂସ୍କୃତିକ ଆଦାନପ୍ରଦାନ ବୃଦ୍ଧି ଘଟିଥିଲା ।
ବୈବାହିକ ସମ୍ପର୍କ (Matrimonial Alliance) : ଏହି ସମ୍ପର୍କ ଦୁଇଟି ରାଜପରିବାର ଟିଏ ସମ୍ବନ୍ଧ ମାଧ୍ୟମରେ ହୋଇଥାଏ । ଏହାଦ୍ଵାରା ଗୋଟିଏ ରାଜା ତାଙ୍କ କନ୍ୟାକ ଅନ୍ୟ ଏକ ରାଜ ପରିବାର କୌଣସି ସଭ୍ୟକୁ ବିବାହ ଦେଇ ଏକ ଦୃଢ଼ ସମ୍ପର୍କ ସ୍ଥାପନ କରିଥାନ୍ତି ।
ଶୁଙ୍ଗବଂଶର ଉତ୍ଥାନ : (ଅଭ୍ୟୁଦୟ)
ପୁଷ୍ୟାମିତ୍ର ଶୁଙ୍ଗ, ଶୁଙ୍ଗବଂଶର ପ୍ରତିଷ୍ଠାତା ଥିଲେ । ସେ ଉତ୍ତର ଓ ମଧ୍ୟ ଭାରତର କିଛି ଅଂଶରେ ଶାସନ କରିଥିଲେ ।
ସେ ନିଜକୁ ସବୁଠାରୁ ଶକ୍ତିଶାଳୀ ଶାସକରୂପେ ପ୍ରତିଷ୍ଠା କରିବା ପାଇଁ ‘ଅଶ୍ଵମେଧ ଯଜ୍ଞ’ ନାମକ ବୈଦିକ ଯଜ୍ଞାନୁଷ୍ଠାନ କରିଥିଲେ । ଏହାଦ୍ଵାରା ସେ ନିଜ ରାଜ୍ୟକୁ ସମ୍ଭାବ୍ୟ ଆକ୍ରମଣକାରୀଙ୍କଠାରୁ ସୁରକ୍ଷିତ ରଖୁଥିଲେ ଏବଂ ଗ୍ରୀକ୍ମାନଙ୍କ ବିରୁଦ୍ଧରେ କିଛି ପ୍ରାରମ୍ଭିକ ସାମରିକ ଅଭିଯାନ କରିବାପରେ ସେମାନଙ୍କ ସହ ଗୁରୁତ୍ୱପୂର୍ଣ ସମ୍ପର୍କ ବଜାୟ ରଖିଥ୍ଲେ ।
ଅଶ୍ଵମେଧ ଯଜ୍ଞ ଏବଂ ବୈଦିକ ଅନୁଷ୍ଠାନ, ଅନେକ ରାଜାଙ୍କ ଦ୍ଵାର। କରାଯାଉଥୁଲା ନିଜର ଶକ୍ତି ଓ ପ୍ରତିଷ୍ଠା ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ । ଏହି ଅନୁଷ୍ଠାନସମୟରେ ଏକ ଘୋଡ଼ାକୁ କିଛି ସୈନ୍ୟଙ୍କ ସହ ଛାଡ଼ି ଦିଆଯାଉଥିଲା । ଯେଉଁ ଅଞ୍ଚଳ ଦେଇ ଘୋଡ଼ା ଅପ୍ରତିହତ ଭାବେ ଅତିକ୍ରମ କରୁଥିଲା, ସେହି ରାଜ୍ୟ ଅଶ୍ଵମେଧ ଯଜ୍ଞ ଅନୁଷ୍ଠାନ କରିଥିବା ରାଜ୍ୟର ଆନୁଗତ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବନ୍ଧୁରାଷ୍ଟ୍ର ଭାବରେ ପରିଗଣିତ ହେଉଥିଲା । ଯଦି କୌଣସି ଶାସକ ଘୋଡ଼ାକୁ ଅଟକାଉଥିଲେ ତେବେ ଅଧୂପତ୍ୟ ନିର୍ଣ୍ଣୟ ପାଇଁ ଉଭୟଙ୍କୁ ଯୁଦ୍ଧର ସମ୍ମୁଖୀନ ହେବାକୁ ପଡୁଥିଲା ।

ଶୁ ଙ୍ଗ ର ଜ ବଂଶ ର ଶାସନ ବେଶୀଦିନ ତିଷ୍ଠି ର ହି ପାରି ନଥିଲା । ଏକ ଶତାବ୍ଦୀ ପରେ ଏହା ଲେ। ପ ପାଇ ଯାଇଥିଲା ।

ଏହି ସମୟ ବୈଦିକ ରୀତିନୀତି ଓ ପରମ୍ପରାର ପୁନରୁଦ୍ଧାର ର ସାକ୍ଷୀ ରହିଥିଲା । ଏହା ସହିତ ଅନ୍ୟ ପନ୍ଥ ବା ବିଚାରଧାରାର ଦର୍ଶନଗୁଡ଼ିକ ମଧ୍ୟ ସମାନ୍ତରାଳ ଭାବେ ବଢ଼ିବାକୁ ଲାଗିଥିଲା । ଦର୍ଶନ ଏବଂ ସାହିତ୍ୟ ସୃଷ୍ଟି ପାଇଁ ସଂସ୍କୃତ ଏକ ପସନ୍ଦନୀୟ ତଥା ମୁଖ୍ୟ ଭାଷା ଭାବେ ଅଭ୍ୟୁଦୟ ହୋଇଥିଲା ।
ଏହି ସମୟରେ ଯୋଗସୂତ୍ରଗୁଡ଼ିକ ମହର୍ଷି ପତଞ୍ଜଳିଙ୍କଦ୍ଵାରା ସଙ୍କଳିତ କରାଯାଇଥିଲା ।
ଶୁଙ୍ଗମାନେ ସାହିତ୍ୟ, କଳା ଓ ସ୍ଥାପତ୍ୟକୁ ପୃଷ୍ଠପୋଷକତା କରିଥିଲେ । ବର୍ତ୍ତମାନ ମଧ୍ୟପ୍ରଦେଶସ୍ଥିତ ଭାରହୃତ ସ୍ତପ ଶୁଙ୍ଗକଳାର ଏକ ଉଦାହରଣ ଅଟେ । ଏହା ସମ୍ଭବତଃ ଅଶୋକଙ୍କ ସମୟରେ ନିର୍ମିତ ହୋଇଥିଲା ।
![]()
କିନ୍ତୁ ଶୁଙ୍ଗମାନେ ବୁଦ୍ଧଙ୍କ ବନକାହାଣୀକୁ ଦର୍ଶାଉଥିବା ସୁନ୍ଦର ରେଲିଂ ଏବଂ ରିଲିଫ୍ ଯୋଡ଼ିଥିଲେ । ଏଗୁଡ଼ିକୁ ବୌଦ୍ଧକଳାର ପ୍ରାରମ୍ଭିକ ଉଦାହରଣ ଭାବେ ବିବେଚନା କରାଯାଇଥାଏ ।
ସାତବାହନ ବଂଶ :
ଯାହା ଅନୁମାନ କରାଯାଏ ଯେ ଶୁଙ୍ଗମାନେ ପଡ଼ୋଶୀ ଅଞ୍ଚଳ ବା ରାଜ୍ୟ ସହ ବିଭିନ୍ନ ଯୁଦ୍ଧରେ ଲିପ୍ତ ରହୁଥିଲେ ।
ଏହି ଯୁଦ୍ଧରେ ସାତ ବାହନମାନେ ମଧ୍ୟ ସଂପୃକ୍ତ ଥାଇପାରନ୍ତି, ଯେଉଁମାନେ ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରୁ ଶୁଙ୍ଗ ସାମ୍ରାଜ୍ୟର ଦକ୍ଷିଣରେ ଅଧୂକାଂଶ ଅଞ୍ଚଳରେ ଶାସନ କରୁଥିଲେ । ଏମାନଙ୍କୁ ଆନ୍ଧ୍ର ବୋଲି ମଧ୍ୟ କୁହାଯାଏ ।
ସେମାନେ ଏକ ଶକ୍ତିଶାଳୀ ରାଜବଂଶ ଭାବେ ଏକ ବିରାଟ ସାମ୍ରାଜ୍ୟ ପ୍ରତିଷ୍ଠା କରିଥବଲେ, ଯାହା ମଧ୍ୟରେ ବର୍ତ୍ତମାନର ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ର ଅନ୍ତର୍ଭୁକ୍ତ ଥିଲା ।

ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ରାଜଧାନୀରେ ସେମାନେ ଶାସନ କରି ଥିଲେ । ସେଥୁମଧ୍ୟରୁ ଅମରାବତୀ ଓ ପ୍ରତିଷ୍ଠାନ ଅଧୁକ ପ୍ରସିଦ୍ଧ ଥିଲା । ବାଣିଜ୍ୟ ଓ ବ୍ୟବସାୟ କାରବାର ସାତବାହନ ରାଜ୍ୟରେ ବୃଦ୍ଧି ପାଇଥିବାର ସୂଚନା ମିଳେ ।
ସାତବାହନମାନଙ୍କ ଶାସନ କାଳରେ ପ୍ରଚଳିତ ଥିବା ମୁଦ୍ରାର ସନ୍ଧାନ ଭାରତର ଅନେକ ଅଞ୍ଚଳରୁ ଯଥା- ଗୁଜରାଟ ଓ ଆନ୍ଧ୍ରପ୍ରଦେଶରୁ (ଭାରତର ପଶ୍ଚିମ ଓ ପୂର୍ବ ଉପକୂଳ) ମିଳିଛି ।
ଅନେକ ମୁଦ୍ରାରେ ଖୋଦିତ ଜାହାଜ (ବୋଇତ) ଚିତ୍ର ବାସ୍ତବରେ ସେ ସମୟର ନୌବାଣିଜ୍ୟ ପରମ୍ପରାକୁ ବୁଝାଏ, ଯାହା ଆମ ଅର୍ଥନୈତିକ ଜୀବନର ଏକ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ଥିଲା ।
ମୁଦ୍ରାମାନଙ୍କରେ ଖୋଦିତ ବିଭିନ୍ନ ପ୍ରକାର ଜାହାଜର ଚିତ୍ର ସେ ସମୟରେ ଉନ୍ନତ ଜାହାଜ ନିର୍ମାଣ କଳା ଓ ନୌଚାଳନା କୌଶଳକୁ ଦର୍ଶାଇଥାଏ ।
କ୍ରିଷ୍ଣା -ଗୋଦାବରୀ ନଦୀ ଉପତ୍ୟକାର କୃଷି ଏହି ରାଜ୍ୟକୁ ଅର୍ଥନୈତିକ ସମୃଦ୍ଧି ପ୍ରଦାନ କରିଥିଲା ।
ସାତବାହନମାନଙ୍କ ସକ୍ରିୟ ବାଣିଜ୍ୟ ନେଟ୍ଓ୍ୱାର୍କ ବା ସଂଯୋଗ ରୋମାନ୍ ସାମ୍ରାଜ୍ୟ ପର୍ଯ୍ୟନ୍ତ ବି ସ୍ତାର ଲାଭ କରିଥିଲା । ସେମାନେ ମସଲା, ବସ୍ତ୍ର, ଚନ୍ଦନକାଠ, ସୁନା ଛାଉଣି ଯୁକ୍ତ ମୁକ୍ତା ଓ ହାତୀଦାନ୍ତର ଅଳଙ୍କାର ଭଳି ସୌନ ସାମଗ୍ରୀକୁ ରପ୍ତାନୀ କରୁ ଥୁ ବା ର ଜଣାଯାଏ ।

ଆମଦାନୀ ସାମଗ୍ରୀ ମଧ୍ୟରେ କାଚ ଓ ସୁବାସିତ ମଲମ ଅନ୍ତର୍ଭୁକ୍ତ ଥିଲା ।
ଟୋଲ୍ ଏବଂ ଟିକସ ସଂଗ୍ରହ ବ୍ୟବସ୍ଥା ରାଜ୍ୟକୁ ଅତିରିକ୍ତ ରାଜସ୍ୱ ପ୍ରଦାନ କରୁଥିଲା ।
ଅର୍ଥନୈତିକ ସମୃଦ୍ଧି ଓ ସାପେକ୍ଷିକ ରାଜନୈତିକ ସ୍ଥିରତା ସାହିତ୍ୟ, କଳା ଓ ସଂସ୍କୃତିର ବିକାଶକୁ ସହଜ ଓ ସମୃଦ୍ଧ କରିଥିଲା, ଯେଉଁଥରେ ସାତବାହନମାନଙ୍କ ଉଲ୍ଲେଖନୀୟ ଅବଦାନ ରହିଥିଲା ।
ସାତବାହନ ଶାସନ ସମୟରେ ଜୀବନ :
ସାତବାହାନ ପରମ୍ପରାରେ ରାଜକୁମାରମାନଙ୍କୁ ମାତାଙ୍କ ନାମଯୁକ୍ତ କରି ନାମିତ କରାଯାଉଥିଲା ।
ଗୌତମୀପୁତ୍ର ସାତକର୍ଣ୍ଣି ତାଙ୍କର ମା’ ଗୌତମୀ ବାଳାଶ୍ରୀଙ୍କ ନାମାନୁସାରେ ନାମିତ ହୋଇଥିଲେ । ଗୌତମୀ ବାଳାଶ୍ରୀ ଜଣେ ଶକ୍ତିଶାଳୀ, ରାଣୀ ଥିଲେ ଯିଏ ବୌଦ୍ଧମାନଙ୍କୁ ଅନେକ ଜମି ଦାନ କରିଥିଲେ ଓ ନ । ସି କ ଠାରେ ଏକ ଶି ଳ। ଲେ ଖ ଖୋ ଦେ ଇ କରାଇଥିଲେ ।
ସାତବାହନ ବଂଶର ଜଣେ ବିଧବା ରାଣୀ ଅଶ୍ଵମେଧ ଯଜ୍ଞ ଭଳି ଅନେକ ବୈଦିକ ଅନୁଷ୍ଠାନ କରିପାରିଥିଲେ ।

ଅଭିଲେଖଗୁଡ଼ିକରୁ ବୈଦିକ ଦେବତା ଇନ୍ଦ୍ର, ଚନ୍ଦ୍ର ଓ ସୂର୍ଯ୍ୟଙ୍କ ନାମରେ ସୂଚନା ମିଳିଥାଏ ।
ରାଣୀଙ୍କଦ୍ଵାରା ପୁରୋହିତ, ଅତିଥ୍, କାରିଗର, ଗବେଷକ ଓ ସାଧୁସନ୍ଥକୁ ଜମି, ଗାଈ, ଘୋଡ଼ା, ହାତୀ, ରୂପାମୁଦ୍ରା ଓ ଅନ୍ୟାନ୍ୟ ସାମଗ୍ରୀ ଦାନ କରାଯାଇଥିବା ସୂଚନା ମଧ୍ୟ ଅଭିଲେଖଗୁଡ଼ିକ ମିଳିଥାଏ ।

ଏହି ଅଭିଲେଖଗୁଡ଼ିକ ବ୍ରାହ୍ମୀଲିପିରେ ଲିଖ୍ ତ ହୋଇଥିଲା ଓ ଏଥିରେ କିଛି ସଂଖ୍ୟାର ପ୍ରତୀକ ଅନ୍ତର୍ଭୁକ୍ତ ଯାହା ଆଜିକାଲିର ଆକୃତି ସହ ସମାନ । ଏହା ଭାରତରେ ଆଧୁନିକ ସଂଖ୍ୟା ଉତ୍ପତ୍ତିର ଅନେକ ପ୍ରମାଣ ମଧ୍ୟରୁ ଗୋଟିଏ ।
ସାତ ବ । ହ ନ ମାନେ ବାସୁଦେବଙ୍କ ର ବା ଶ୍ରୀକୃଷ୍ଣଙ୍କର ନିଷ୍ଠାପର ଅନୁଗାମୀ ଥିଲେ ।
ସାତବାହନ ରାଜାମାନେ ବୈଦିକ ଶିକ୍ଷାର୍ଥୀ, ଜୈନ ଏବଂ ବୌଦ୍ଧ ସନ୍ନ୍ୟାସୀମାନଙ୍କୁ ନିଷ୍କର ଜମିଦାନ କରି ଅଧୂକ ସାଧନା ଓ ଜ୍ଞାନର ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିଥିଲେ ।

ତୃତୀୟ ଶତାବ୍ଦୀ ବେଳକୁ ସାତବାହନ ସାମ୍ରାଜ୍ୟ ଛୋଟ ଛୋଟ ସ୍ଵାଧୀନ ରାଜ୍ୟରେ ବିଭକ୍ତ ହୋଇସାରିଥିଲା । ଏହାର କାରଣ ଥିଲା ଦୁର୍ବଳ କେନ୍ଦ୍ରୀୟ ନିୟନ୍ତ୍ରଣ ଓ ଅର୍ଥନୈତିକ ଅବକ୍ଷୟ ।
ଚେଦୀମାନଙ୍କ ଆଗମନ :
ମୌର୍ଯ୍ୟ ସାମ୍ରାଜ୍ୟର ପତନ ପରେ ଚେଦୀ ରାଜବଂଶ ଅଧୀନରେ କଳିଙ୍ଗ ଏକ ପ୍ରମୁଖ ଶକ୍ତିଭାବେ ଉଭା ହୋଇଥିଲା ।
ସେହି ବଂଶର ଜଣେ ପ୍ରମୁଖ ରାଜା ଥିଲେ ଖାରବେଳ । ସେ ଜୈନ ଧର୍ମର ଏକ ନିଷ୍ଠାପର ଅନୁଗାମୀ ଥିଲେ । ଅନେକ ସମୟରେ ତାଙ୍କୁ ‘ଭିକ୍ଷୁରାଜା’ ବା ‘ସନ୍ନ୍ୟାସୀ ରାଜା’ ବୋଲି କୁହାଯାଉଥିଲା ।
ଭୁବନେଶ୍ଵର ନିକଟ ଉଦୟଗିରି ଓ ଖଣ୍ଡଗିରିରେ ଖୋଦିତ ଗୁମ୍ଫା, ଯାହା ସମ୍ଭବତଃ ଜୈବ ସନ୍ନ୍ୟାସୀଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, ଯେଉଁଥିରେ ଖୋଦିତ ମୂର୍ତି ସେ ସମୟର କାରିଗରୀ ଦକ୍ଷତାର ସୂଚନା ଦେଇଥାଏ ।
ଏହି ଗୁମ୍ଫାଗୁଡ଼ିକର ନକ୍ସା ବା ଗଠନଶୈଳୀ ଓ କାରିଗରୀ, ପଥର କଟା ସ୍ଥାପତ୍ୟର ଏକ ଉଲ୍ଲେଖନୀୟ ଉଦାହରଣ ଥିଲା ।
ଗୁମ୍ଫାମାନଙ୍କ ମଧ୍ୟରୁ ଗୋଟିଏ ଗୁମ୍ଫା । ଚେ ଦି ସମ୍ରାଟ ଖାର ବେ ଳ ଙ୍କ ହାତୀଗୁମ୍ଫା ଶିଳାଲେଖକୁ ପ୍ରମୁଖ ଭାବେ ପ୍ରଦର୍ଶନ କରୁଥୁଲା, ଯାହା ବ୍ରାହ୍ମୀ ଲିପିରେ ଲେଖାଯାଇଥିଲା ।

ଯେଉଁ ଥ୍ ରେ ସମ୍ରାଟ ଖାରବେଳଙ୍କ ରାଜତ୍ଵର ବର୍ଷ ବର୍ଷର ସଫଳତାର ଗୁଣଗାନ କରାଯାଇଥିଲା । ସେଥିମଧ୍ୟରେ ସ୍ଥାନ ପାଇଥିଲା ତାଙ୍କର ବିଜୟ ଯାତ୍ରା ଓ ଜନହିତକର କାର୍ଯ୍ୟ ।
ଖାରବେଳ ସଗୌରବେ ଘୋଷଣା କରିଥିଲେ ଯେ, ସେ ଏକଶହ ଅଞ୍ଚଳରେ ସନ୍ନ୍ୟାସୀ ଏବଂ ଜ୍ଞାନୀମାନଙ୍କୁ ନେଇ ଏକ ‘ସାଧୁ-ସନ୍ଥ ପରିଷଦ’ ଗଠନ କରିଥିଲେ ଏବଂ ଅସାଧାରଣ ଗୁଣର ଅଧିକାରୀ ସମସ୍ତ ବିଚାରଧାରାର ସମ୍ମାନ ପ୍ରଦାନାକାରୀ ଏବଂ ପ୍ରତ୍ୟେକ ମନ୍ଦିରର ମରାମତିକାରୀ ଥିଲେ ।
ସେ ଜଣେ ଏପରି ଶାସକ ଥିଲେ ଯିଏକି ସମସ୍ତ ଗ୍ରନ୍ଥର ସୁରକ୍ଷା କରାଇଥିଲେ । ଏହାହିଁ ଥିଲା ଭାରତୀୟ ଚିନ୍ତାଧାରାର ମୌଳିକ ବୈଶିଷ୍ଟ୍ୟ ।
ଦକ୍ଷିଣର ରାଜ୍ୟ ଓ ଜୀବନ :
ଖ୍ରୀ.ପୂ. ଦ୍ଵିତୀୟ କିମ୍ବା ତୃତୀୟ ଶତାବ୍ଦୀ ଓ ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ମଧ୍ୟରେ ଭାରତର ଦାକ୍ଷିଣାତ୍ୟରେ ତିନୋଟି ଶକ୍ତିଶାଳୀ ରାଜ୍ୟର ଅଭ୍ୟୁଦୟ ହେଲା । ଯଥା- ଚେର, ଚୋଳ ଏବଂ ପାର୍ଶ୍ଵ ।
ସେମାନେ ପରସ୍ପର ମଧ୍ୟରେ ପ୍ରତିଯୋଗିତାରେ ମଗ୍ନ ରହି ଦକ୍ଷିଣରେ ନିଜର ଆଧ୍ଵପତ୍ୟ ଜାହିର କରିବା ସହିତ ଉକ୍ତ ଅଞ୍ଚଳର ବାଣିଜ୍ୟ ଏବଂ ସଂସ୍କୃତିର ଅଭିବୃଦ୍ଧିରେ ମଧ୍ଯ ସହାୟକ ହୋଇଥିଲେ ।

ସେହି ସମୟରେ ଅନେକ କବିଙ୍କ ଆବିର୍ଭାବ ହୋଇଥିଲା, ଯେଉଁମାନଙ୍କର ସାମଗ୍ରିକ ସାହିତ୍ୟ କୃତି ‘ସଙ୍ଗମ ସାହିତ୍ୟ’ ଭାବେ ଜଣାଶୁଣା ଥିଲା ଏବଂ ସମଗ୍ର ଯୁଗକୁ ପରିଭାଷିତ କରିଥିଲା ।
ସଙ୍ଗମ ଶବ୍ଦ ସଂସ୍କୃତ ‘ସଂଘ’ ଶବ୍ଦରୁ ଆନୀତ, ଯାହାର ଅର୍ଥ ସଂଗଠିତ ହେବା ବା ଏକତ୍ର ହେବା । ଏହି ପରିପ୍ରେକ୍ଷୀରେ ଏହାକୁ କବିମାନଙ୍କର ଏକ ‘ସଂଗୋଷ୍ଠୀ’ ବୋଲି କୁହାଯାଉଥିଲା ।
ଦକ୍ଷିଣ ଭାରତର ସର୍ବପୁରାତନ ସଙ୍ଗମ ସାହିତ୍ୟରେ ଅନେକ କବିତାର ସଂଗ୍ରହ ବା କବିତା ସଙ୍କଳନ ରହିଛି ଏବଂ ଇତିହାସକାରମାନେ ବହୁଳ ଭାବରେ ଏହି ସାହିତ୍ୟିକ ଉପାଦାନର ଆଶ୍ରୟ ନିଅନ୍ତି ଯେଉଁମାନେ ତତ୍କାଳନୀ ସମାଜ ଓ ସଂସ୍କୃତି ଉପରେ ଗବେଷଣା କରିଥା’ନ୍ତି ।
ସଙ୍ଗମ କବିତା ମୁଖ୍ୟତଃ ପ୍ରେମ କିମ୍ବା ସାମାଜିକ ମୂଲ୍ୟବୋଧ ଯଥା- ବୀରତ୍ଵ ଓ ଉଦାରତା ଭଳି ବ୍ୟକ୍ତିଗତ ଭାବନାକୁ ଅତି ଦକ୍ଷ ଓ ସୂକ୍ଷ୍ମ ଭାବରେ ପ୍ରକାଶ କରିଥାଏ ।
ଚୋଳ ରାଜବଂଶ :
ସଙ୍ଗମ ତିନୋଟି ରାଜବଂଶର ସମଷ୍ଟିକୁ ବୁଝାଏ- ଚୋଳ, ଚେର ଏବଂ ପାର୍ଶ୍ଵ ।
ଚୋଳ ଏକ ଶକ୍ତିଶାଳୀ ରାଜବଂଶ, ଯିଏ ଦକ୍ଷିଣ ଭାରତର ଏକ ଅଂଶରେ ତୃତୀୟ ଶତାବ୍ଦୀରୁ ତ୍ରୟୋଦଶ ଶତାବ୍ଦୀ ମଧ୍ଯରେ ଶାସନ କରୁଥିଲେ ।
ଯାହା ଜଣାଯାଏ ଚୋଳରାଜା କରିକାଳ ଚେର ଏବଂ ପାର୍ଶ୍ଵର ମିଳିତ ଶକ୍ତିକୁ ପରାସ୍ତ କରି ନିଜର ଆଧୂପତ୍ୟ ପ୍ରତିଷ୍ଠା କରିଥିଲେ ।
ରାଜା କରିକାଳ ଲୋକଙ୍କ ହିତ ପାଇଁ ଅନେକ କାର୍ଯ୍ୟ ହାତକୁ ନେ ଇଥ୍ ଲେ । ସେଗୁ ଡ଼ି କ ମଧ୍ୟରେ ଗୋଟିଏ ହେଉଛି ‘କାଲାନାଇ’ ବା ‘ଗ୍ରାଣ୍ଡ ଆନିକଟ’ ପରି ଏକ ଜଟିଳ ଜଳ ବି ଭାଜକ ବ୍ୟବସ୍ଥା, ଯାହା ଭୌଗୋଳିକ ଦୃଷ୍ଟିରୁ ଶ୍ରୀରଙ୍ଗମ୍ ଦ୍ଵୀପର ଠିକ୍ ନିମ୍ନରେ ଅବସ୍ଥିତ ।

ଏହା କାବେରୀରୁ ତ୍ରିକୋଣଭୂମିର କେନ୍ଦ୍ରୀୟ ଓ ଦକ୍ଷିଣ ଭାଗକୁ ଜଳ ପ୍ରବାହିତ କରିବାରେ ସାହାଯ୍ୟ କରୁଥିଲା । ଏହାଦ୍ଵାରା ଅଧ୍ବକ ଜମିକୁ ଚାଷ ଅଧୀନକୁ ଆଣିବାକୁ ସକ୍ଷମ ହେଲା । ଏହି ଅଞ୍ଚଳକୁ ‘ଦକ୍ଷିଣର ଧାନହାଣ୍ଡି’ ନାମରେ ନାମିତ କରାଗଲା ।
ସମୟକ୍ରମେ ଏହାକୁ ଅନେକଥର ପୁନରୁଦ୍ଧାର କରାଯାଇଛି । ଏହା ଏବେ ମଧ୍ୟ ବ୍ୟବହାର ଉପଯୋଗୀ ରହିଛି ଏବଂ ତାମିଲନାଡୁର ଲକ୍ଷ ଲକ୍ଷ ଲୋକଙ୍କୁ ଜଳସେଚନ ପାଇଁ ଜଳ ଯୋଗାଇ କୃଷିକୁ ସମୃଦ୍ଧ କରି ଆସୁଛି ।
ଶୀଳପ୍ପଦୀକାରମ୍ (ପାଦ ପାହୁଡର କାହାଣୀ) :
ଏହା ପୁରାଣ ସାହିତ୍ୟର ପରବର୍ତ୍ତୀ ସୃଷ୍ଟି, ଯାହା କନ୍ନଗୀର କାହାଣୀ କହେ, ଯିଏ ନିଜ ସ୍ଵାମୀ କୋଭାଲନ ସହ ରାଜଧାନୀ ପୁହାର (ବର୍ତ୍ତମାନର କାବେରୀପଟ୍ଟନମ୍ )ରେ ଖୁସିରେ ରହୁଥିଲେ ।

କିନ୍ତୁ କୋଭାଲନ ଏକ ନୃତ୍ୟାଙ୍ଗନାର ପ୍ରେମରେ ପଡ଼ି ନି ଜର ସମସ୍ତ ସମ୍ପତ୍ତି ତା’ ପଛରେ ବ୍ୟୟ କରିଦେଲେ । ପରେ ନିଜର ଭୁଲ ବୁଝିପାରି ସେ କନ୍ନଗୀ ନିକଟକୁ ଫେରି ଆସିଲେ ।
କନ୍ତଗୀ ତାଙ୍କୁ କ୍ଷମା କରି ଦେଇଥିଲେ । ପରେ ସେମାନେ ନିଜ ଜୀବନକୁ ନୂତନ ଭାବରେ ଗଢ଼ିବା ପାଇଁ ପାଣ୍ଡ୍ଯ ରାଜଧାନୀ ମଦୁରାଇକୁ ଯାତ୍ରା । କରିଥିଲେ ।
ନୂଆ ଜୀବନ ଆରମ୍ଭ ପାଇଁ କନ୍ତଗୀ ନିଜ ଗୋଡ଼ର ଏକ ପାହୁଡକୁ ବ୍ରେକି କରିବା ପାଇଁ ସ୍ୱାମୀ କୋଭାଲନଙ୍କୁ ଦେଲେ । କିନ୍ତୁ ଚୋରି କରିବା ମିଥ୍ୟା ଅଭିଯୋଗରେ ସେ ପାଣ୍ଡ୍ଯ ରାଜାଙ୍କଦ୍ୱାରା ବନ୍ଦୀ ହେଲେ । ଏଥିରେ ଭାଙ୍ଗିପଡ଼ି କନ୍ନଗୀ ନିଜର ଅନ୍ୟ ପାହୁଡ ପାଣ୍ଡ୍ ରାଜାଙ୍କୁ ପ୍ରମାଣ ସ୍ଵରୂପ ଦେଖାଇ ସ୍ଵାମୀଙ୍କୁ ନିଘୋଷରେ ମୁକ୍ତ କରାଇଥିଲେ ।
ରାଜା କୋଭାଲନ ନିଜର ଭୁଲ ପାଇଁ ଅନୁତାପ କରି ମାନସିକ ଆଘାତ ଯୋଗୁଁ ମୃତ୍ୟୁବରଣ କଲେ । ଏଥିରେ କ୍ରୋଧୃତ ହୋଇ କନ୍ନଗୀ ମଦୁରାଇକୁ ଅଭିଶାପ ଦେଲେ, ଯାହାଫଳରେ ଅଗ୍ନିଦେବ ସମଗ୍ର ସହରକୁ ଧ୍ବଂସ କରି ଦେଲେ ।
![]()
ଏହାପରେ ସେ ପଶ୍ଚିମରେ ଥିବା ଚେର ରାଜ୍ୟକୁ ପଳାୟନ କଲେ । ଯେଉଁଠାରେ ତାଙ୍କୁ ଦେବୀ ରୂପରେ ପୂଜା କରାଗଲା । ଆଜି ମଧ୍ୟ କନ୍ନଗୀ ତାମିଲନାଡୁ ଓ କେରଳରେ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି ।
ଶାଳପଦୀକାରମ୍ କବିତା ଗ୍ରନ୍ଥ ନ୍ୟାୟ ଏବଂ ଶାସକଙ୍କ ନ୍ୟାୟ ରକ୍ଷା ଧର୍ମ ଉପରେ ପର୍ଯ୍ୟବସିତ । ଏଥସହିତ ଏହି କାବ୍ୟ ଆମକୁ ବାଣିଜ୍ୟ ସହ ଜଡ଼ିତ ତିନୋଟି ସହର, ତିନୋଟି ରାଜା ଏବଂ ବିଭିନ୍ନ ଚିନ୍ତାଧାରା ଆଡକୁ ନେଇଯାଏ ।
ଚେର ରାଜବଂଶ :
କେରଳ ପୁତ୍ର ନାମରେ ପ୍ରସିଦ୍ଧ ଚେର ରାଜବଂଶ ତାମିଲନାଡୁର ପଶ୍ଚିମାଞ୍ଚଳ ଏବଂ କେରଳ ଉପରେ ସେମାନଙ୍କ ରାଜଧାନୀ ଭଞ୍ଜି, ବର୍ତ୍ତମାନର କରୁର୍ ସହରରୁ ଶାସନ କରୁଥିଲେ ।
ସେମାନେ ସେହି ଅଞ୍ଚଳର ସାଂସ୍କୃତିକ ଏବଂ ଅର୍ଥନୈତିକ ଇତିହାସକୁ ସାକାର ରୂପ ଦେବାରେ, ତାମିଲ ସାହିତ୍ୟର ସମୃଦ୍ଧି ପାଇଁ ଉତ୍ସାହ ପ୍ରଦାନ କରିବାରେ ଏବଂ ସଙ୍ଗମ କବିମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଚେରମାନେ ରୋମ ସାମ୍ରାଜ୍ୟ ଓ ପଶ୍ଚିମ ଏସିଆ ଦେଶମାନଙ୍କ ସହ ସୁଦୂରପ୍ରସାରୀ ବାଣିଜ୍ୟିକ ସମ୍ପର୍କ ପାଇଁ ବେଶ୍ ଜଣାଶୁଣା ଥିଲା ।

ଅନେକ ସାମଗ୍ରୀ ସେମାନେ ଭାରତରୁ ବାହାର ଦେଶମାନଙ୍କୁ ରପ୍ତାନୀ କରୁଥିଲେ । ଏଥିରେ ମସଲାଦ୍ରବ୍ୟ, ମୂଲ୍ୟବାନ କାଠ ଗଣ୍ଠି, ହାତୀଦାନ୍ତ ଓ ମୁକ୍ତା ଅନ୍ତର୍ଭୁକ୍ତ ଥିଲା ।
ଚେରମାନେ ସେମାନଙ୍କ ଶାସନ ସମୟରେ ଅନେକ ମୁଦ୍ରା ମଧ୍ୟ ପ୍ରଚଳନ କରିଥିଲେ ।
ପାଠ୍ୟ ରାଜବଂଶ :
ଅନେକ ଶତାବ୍ଦୀ ପୂର୍ବରୁ ପାଶ୍ୟମାନେ ତାମିଲନାଡୁର କିଛି ଅଂଶ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ସେମାନଙ୍କ ରାଜଧାନୀ ମଦୁରାଇରୁ ଶାସନ କରୁଥିଲେ । ପରବର୍ତ୍ତୀ ରାଜାମାନେ ପାଣ୍ଡୀ ରାଜ୍ୟର ବିସ୍ତାର କରିଥିଲେ ।
ମେଗାସ୍ଥିନିସ୍ ତାଙ୍କ ପୁସ୍ତକ ଇଣ୍ଡିକାରେ ଏହି ରାଜ୍ୟକୁ ଏକ ସମୃଦ୍ଧ ରାଜ୍ୟ ବୋଲି ଉଲ୍ଲେଖ କରିଛନ୍ତି, ଯାହାର ଏକ ଦୃଢ଼ ଶାସନ ବ୍ୟବସ୍ଥା ଥିଲା ଏବଂ ସୁଦୂର ଗ୍ରୀକ୍ ଓ ରୋମ୍ ସାମ୍ରାଜ୍ୟ ସହ ଏକ ସକ୍ରିୟ ବାଣିଜ୍ୟିକ ସମ୍ପର୍କ ରହିଥିଲା ।
ପାଶ୍ୟମାନେ ମଧ୍ୟ ଉପମହାଦେଶର ଏକ ଗୁରୁତ୍ଵପୂର୍ଣ୍ଣ ନୌସେନା ଶକ୍ତି ଉପରେ ଅବତୀର୍ଣ୍ଣ ହୋଇଥିଲେ । ପରବର୍ତୀ ପାଣ୍ଡ୍ଯ ଶାସକମାନେ ମଧ୍ୟ ଏହି ଅଞ୍ଚଳରେ କଳା ସ୍ଥାପତ୍ୟ ଓ ସାମଗ୍ରିକ ସମୃଦ୍ଧିରେ ଅନେକ ଅବଦାନ ଦେଇଥିଲେ ।
ପାଶ୍ଚାମାନେ ଅନେକ ଅଭିଲେଖ ଛାଡ଼ି ଯାଇଛନ୍ତି, ଯେଉଁଥିରେ ସେମାନେ ପ୍ରଜାମାନଙ୍କ ମଙ୍ଗଳ ଓ ସମସ୍ତ ବୌଦ୍ଧିକ ଚିନ୍ତାଧାରା ଓ ବିଶ୍ୱାସକୁ ଉତ୍ସାହ ପ୍ରଦାନ କରିଥିଲେ ।
ଇଣ୍ଡୋ-ଗ୍ରୀକ୍ମାନଙ୍କ ଆକ୍ରମଣ :
ଆଲେକ୍ ଜାଣ୍ଡାର ଙ୍କ ସାମୟିକ ସିନ୍ଧୁ ଉପତ୍ୟକା ଅଭିଯାନ ସମୟରେ ରାଜ୍ୟ ଜୟକରି ପଛକୁ ଫେରି ଲ । ବେ ଳେ ସେଠାରେ କିଛି ସାତ୍ରପ ବା ଶାସକଙ୍କୁ ଛାଡ଼ି ଯାଇଥିଲେ । କାଳକ୍ରମେ ସେହି ସାତ୍ରପମାନେ ଆଞ୍ଚଳିକ ଶାସକ ଭାବେ ନିଜର ସ୍ଵାଧୀନ ରାଜ୍ୟ ପ୍ରତିଷ୍ଠା କରିଥିଲେ ଏବଂ ସେମାନେ ଇଣ୍ଡୋ-ଗ୍ରୀକ୍ଭାବେ ପରିଚିତ ହୋଇଥିଲେ ।
ସେମାନେ ମଧ୍ୟ ସ୍ଥାନୀୟ ସମୃଦ୍ଧ ସଂସ୍କୃତିଦ୍ଵାରା ପ୍ରଭାବିତ ହୋଇଥିଲେ । ଏହି ସାଂସ୍କୃତିକ ଭାବ ବିନିମୟ ପ୍ରଶାସନ, କଳା, ଭାଷା ଏବଂ ଦୈନନ୍ଦିନ ଜୀବନରେ ଗ୍ରୀକ୍ ଏବଂ ଭାରତୀୟ ଉପାଦାନଗୁଡ଼ିକର ମିଶ୍ରଣରେ ସୃଷ୍ଟି ହୋଇ ଏକ ସ୍ଵତନ୍ତ୍ର ସଂସ୍କୃତିର ରୂପରେଖ ଜନ୍ମ ନେଇଥିଲା ।

ମଧ୍ୟପ୍ରଦେଶର ବିଦିଶା ନିକଟସ୍ଥ ହେଲିଓଡୋରସ୍ ସ୍ତମ୍ଭ ଏହି ସାଂସ୍କୃତିକ ସଂଯୋଗ ବା ମିଶ୍ରଣର ଏକ ଉଲ୍ଲେଖନୀୟ ଉଦାହରଣ ଅଟେ ।
ଏହାର ନାମ ଜଣେ ଇଣ୍ଡୋ-ଗ୍ରୀକ୍ ରାଜଦୂତଙ୍କ ନାମରେ ନାମିତ ହୋଇଛି, ଯିଏ ନିଜ ଅଭିଲେଖରେ ବାସୁଦେବଙ୍କୁ ‘ଦେବତାମାନଙ୍କର ଦେବତା’ କହି ପ୍ରଶଂସା କରିଛନ୍ତି ।
ଏହି ଅଭିଲେଖ ତିନୋଟି ଚିରନ୍ତନ ନିୟମ ଯଥା- ଆତ୍ମସଂଯମ, ଦାନ ଏବଂ ଚେତନା ସମ୍ପର୍କରେ ପ୍ରକାଶ କରେ ଯାହା ମଣିଷକୁ ସ୍ଵର୍ଗ ଆଡ଼କୁ ନେଇଯାଇଥାଏ ।
ଇଣ୍ଡୋ-ଗ୍ରୀକ୍ ଶାସନ ସମୟରେ ମୁଦ୍ରାଗୁଡ଼ିକ ସୁନା, ରୂପା, ତମ୍ବା ଏବଂ ନିକେଲ ଧାତୁରେ ତିଆରି ହୋଇଥିଲା । ଯାହାର ଏକ ପାର୍ଶ୍ଵରେ ରାଜାଙ୍କ ପ୍ରତିଛବି ଓ ଅପର ପାର୍ଶ୍ଵରେ ଗ୍ରୀକ୍ ଦେବଦେବୀଙ୍କ ପ୍ରତିଛବି ଅଙ୍କିତ ହୋଇଥିଲା । ଇଣ୍ଡୋ-ଗ୍ରୀକ୍ମାନଙ୍କ ଶାସନର ଅନ୍ତ ଇଣ୍ଡୋସିଥୁନ ବା ଶକମାନଙ୍କ ଆକ୍ରମଣରୁ ହୋଇଥିଲା ।
ଇଣ୍ଡୋସିଥୁଆନ୍ ନାମରେ ପରିଚିତ ଶକମାନେ ଭାରତୀୟ ଉପମହାଦେଶ ପଟୁ ଉତ୍ତର-ପଶ୍ଚିମ ଆକ୍ରମଣ କରି ଖ୍ରୀ.ପୂ. ଦ୍ଵିତୀୟ ଶତାବ୍ଦୀରୁ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଶାସନ କଲେ । ଇଣ୍ଡୋ-ଗ୍ରୀକ୍ଙ୍କ ପରେ ଏହି ରାଜ୍ୟର ଅଭ୍ୟୁଦୟ ହେଲା ଏବଂ ସେମାନେ କୁଶାଣଙ୍କ ଆଗମନ ପର୍ଯ୍ୟନ୍ତ ଶାସନ କଲେ । ଏମାନଙ୍କ ସମୟରେ ଶକ ସମ୍ବତ କ୍ୟାଲେଣ୍ଡର ପ୍ରସ୍ତୁତ ହୋଇଥିଲା ।

କୁଶାଣମାନଙ୍କ ଅଭ୍ୟୁଦୟ :
କୁଶାଣମାନେ ମୂଳତଃ ମଧ୍ଯ ଏସିଆରୁ ଆସି ସମ୍ଭବତଃ ଦ୍ଵିତୀୟ ଶତାବ୍ଦୀ ବେଳକୁ ଭାରତରେ ପ୍ରବେଶ କରିଥିଲେ । ଭାରତୀୟ ଉପମହାଦେଶର ଇତିହାସ ଓ ସଂସ୍କୃତି ଉପରେ ଏହା ଗଭୀର ପ୍ରଭାବ ପକାଇଥିଲା ।
କୁଶାଣ ରାଜା କନିଷ୍କ ଯେତେବେଳେ ଯୁଦ୍ଧରୁ ନିବୃତ୍ତ ରହୁଥିଲେ, ସେ ରାଜ୍ୟର କଳା ଓ ସଂସ୍କୃତିର ବିକାଶ ପାଇଁ ଉତ୍ସାହ ପ୍ରଦାନ କରିଥିଲେ ।
କୁଶାଣ ବଂଶର ସବୁଠାରୁ ଶକ୍ତିଶାଳୀ ରାଜା ଥିଲେ କନିଷ୍କ । ତାଙ୍କର ମସ୍ତକ ବି ହୀନ ପ୍ରସିଦ୍ଧ ମୂର୍ତ୍ତିରେ ଖୋଦିତ ‘ବ୍ରାହ୍ମୀଲିପି’ରେ ଲେଖାଯାଇଥିଲା ‘ମହାରାଜା ରାଜାଧ୍ଵରାଜ ଦେବପୁତ୍ର କନିଷ୍କ’ ।

ପ୍ରଥମ ମୁଦ୍ରାରେ କନିଷ୍କ ହାତରେ ଏକ ବର୍ଚ୍ଛା ଧରିଥିବା ଦର୍ଶାଯାଇ ‘ରାଜାମାନଙ୍କର ରାଜା’ ଉପାଧ୍ଵ ଖୋଦିତ ହୋଇଥିଲା ଓ ଅନ୍ୟ ପାର୍ଶ୍ଵରେ ଗ୍ରୀକ୍ ଭାଷାରେ (BOAO) ବୁଦ୍ଧ ଖୋଦିତ ହୋଇଥିଲା ।
ଦ୍ଵିତୀୟ ମୁଦ୍ରାର ଗୋଟିଏ ପାର୍ଶ୍ଵରେ ସମ୍ରାଟଙ୍କ ଛବି ଓ ଅନ୍ୟ ପାର୍ଶ୍ଵରେ ଶିବଙ୍କ ସହ ନନ୍ଦୀ ବୃଷଭ ଖୋଦିତ କରାଯାଇଥିଲା ।
କୁଶାଣମାନେ ସିଲ୍କ ପଥର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶକୁ ନିଜ ଅଧୀନରେ ରଖୁଥିଲେ ଏବଂ ସେମାନଙ୍କ ସମୟରେ ବାଣିଜ୍ୟିକ ଅଭିବୃଦ୍ଧି ଭାରତକୁ ଏସିଆର ଅନ୍ୟ ଅଞ୍ଚଳ ଓ ପଶ୍ଚିମ ଦେଶ ସହ ଯୋଡ଼ିଥିଲା ।
ଇଣ୍ଡୋ–ଗ୍ରୀକ୍ ଶାସକଙ୍କଦ୍ବାରା ପ୍ରତିଷ୍ଠିତ ଧାରାକୁ ଆଗେଇ ନେଇ କୁଶାଣ କଳା ଓ ସ୍ଥାପତ୍ୟ, ଗାନ୍ଧାର ଏବଂ ମଥୁରା ଶିଳ୍ପଶୈଳୀ ଉଦାହରଣରେ ଭାରତ ଏବଂ ଗ୍ରୀକ୍ କଳାର ଏକ ମିଶ୍ରିତ ରୂପ ସୃଷ୍ଟି କଲେ ।
ଗାନ୍ଧାର ଶିଳ୍ପକଳା। ଯାହାର ଅଭ୍ୟୁଦୟ ପଶ୍ଚିମ ପଞ୍ଜାବରେ ହୋଇଥୁଲା, ତାହା ଗ୍ରୀକ୍-ରୋମାନ୍ ଉପାଦାନଗୁଡ଼ିକୁ ଭାରତୀୟ ଶିଳ୍ପ ବୈଶିଷ୍ଟ୍ୟ ସହ ଯୋଡ଼ିଥିଲା ।

ଏହି ଶୈଳୀର ଅଧିକାଂଶ ମୂର୍ତ୍ତି ଏବଂ ପଥରରେ ନିଖୁଣ ଭାବେ ଖୋଦିତ ହୋଇଥିଲା । ସେଗୁଡ଼ିକୁ ବାସ୍ତବବାଦୀ ଶରୀର ଗଠନ ଓ ସ୍ଵତନ୍ତ୍ର ଉତ୍ସବ ପୋଷାକ ପରିଧାନ କରିବାର ଦେଖାଯାଇଥାଏ ।
ମଥୁରା ଶିଳ୍ପକଳା :
ଏହି ଶିଳ୍ପକଳା ଆଧୁନିକ ଉତ୍ତର ପ୍ରଦେଶର ମଥୁରା ଅଞ୍ଚଳରେ ଗଢ଼ି ଉଠିଥିଲା ଏବଂ ଏହା ନିଜର ସ୍ଵତନ୍ତ୍ର ଭାରତୀୟ ଶୈଳୀ ପାଇଁ ପ୍ରସିଦ୍ଧ ଥିଲା ।
ଗାନ୍ଧାର ଶୈଳୀ ଭଳି ପ୍ରଥମେ ଏହି ଶୈଳୀରେ ମଧ୍ୟ (ନାଲିଆ | ଲାଲ) ବାଲିପଥର ବ୍ୟବହାର ହେଉଥିଲା ଏବଂ ଗ୍ରୀକୋ-ରୋମାନ ଶୈଳୀର ପ୍ରଭାବ କମ୍ ପ୍ରତିଫଳିତ ହୋଇଥିଲା ।
ଏହି ଚିତ୍ରକଳା ଭାରତୀୟ ଦେବଦେବୀ ଯଥା- କୁବେର, ଲକ୍ଷ୍ମୀ, ଶିବ, ବୁଦ୍ଧ, ଯକ୍ଷ ଏବଂ ଯକ୍ଷିଣୀ ଚିତ୍ରକଳା ପ୍ରଦର୍ଶନ ପାଇଁ ପ୍ରସିଦ୍ଧ ଥିଲା ଏବଂ ସୁନ୍ଦର ଭଙ୍ଗୀ ସହ ପୂର୍ଣ୍ଣ ଅବୟବ ମୂର୍ତ୍ତି ପ୍ରସ୍ତୁତ ହେଉଥିଲା ।

ରାଜନୈତିକ କ୍ଷମତା ସଂଘର୍ଷ ସତ୍ତ୍ଵେ ଏହି ସମୟରେ ଉଲ୍ଲେଖନୀୟ ସାଂସ୍କୃତିକ ଭାବବିନିମୟ ଓ ମିଶ୍ରଣ ପରିଲକ୍ଷିତ ହୋଇଥୁଲା ।
ପ୍ରଦତ୍ତ ଐତିହ୍ୟ କଳା ସ୍ଥାପତ୍ୟରେ ଶୈଳୀର ଆଦାନପ୍ରଦାନ ସତ୍ତ୍ଵେ ଭାରତୀୟ କଳା ବୈଶିଷ୍ଟ୍ୟର ପ୍ରାଧାନ୍ୟ ରହିଥିଲା, ବିଶେଷତଃ ହିନ୍ଦୁ ଓ ବୌଦ୍ଧ କଳାରେ ।
ଏହା ମଧ୍ୟ ସେହି ସମୟ ଯେଉଁ ସମୟରେ ସଂସ୍କୃତ ଭାଷାର ବହୁଳ ପ୍ରସାର ବା ସମୃଦ୍ଧି ପରିଲକ୍ଷିତ ହୋଇଥିଲା । ରାମାୟଣ ଏବଂ ମହାଭାରତ ଭଳି ସଂସ୍କୃତ ଗ୍ରନ୍ଥର ସୃଷ୍ଟି ଏହାର ଉଦାହରଣ ।

![]()
ଆମେ ଯାହା ଜାଣିଲୁ
- ମୌର୍ଯ୍ୟ ସାମ୍ରାଜ୍ୟର ବିଭାଜନ ପରେ ଭାରତୀୟ ଉପମହାଦେଶରେ ଅନେକ ଛୋଟ ବଡ଼ ରାଜ୍ୟର ଅଭ୍ୟୁଦୟ ହୋଇଥିଲା ।
- ଆଭ୍ୟନ୍ତରୀଣ କଳହ ବା କନ୍ଦଳ ସହିତ ବିଦେଶୀ ଆକ୍ରମଣ ମିଳିତ ଭାବେ ରାଜନୈତିକ କ୍ଷମତା ପୁନର୍ଗଠନ ଯୁଗର ଅୟମାରମ୍ଭ କଲା ।
- ଉକ୍ତ ସମୟରେ ବିଭିନ୍ନ ସଂସ୍କୃତି ମଧ୍ୟରେ ଭାବବିନିମୟ ଦେଖିବାକୁ ମିଳିଥିଲା, ଯାହା ପାରସ୍ପରିକ ପ୍ରଭାବକୁ ଗ୍ରହଣ କରି ଏକ ନୂଆ କଳା, ସ୍ଥାପତ୍ୟ, ମୁଦ୍ରା ଇତ୍ୟାଦିର ଶୈଳୀ ସୃଷ୍ଟି କରିବା ସହ ଶେଷରେ ଭାରତୀୟ ବୈଶିଷ୍ଟ୍ୟ ଓ ସମୃଦ୍ଧ ସଂସ୍କୃତ ଭାଷାର ପ୍ରାଧାନ୍ୟ ପ୍ରତିଷ୍ଠା କଲା ।
- ଏହି ସମୟରେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ବାଣିଜ୍ୟ କାରବାରରେ ଉଲ୍ଲେଖନୀୟ ବିକାଶ ଘଟିଥିଲା ।