Go through 7th Class Social Science Book Odia Medium Question Answer and Class 7 Social Science Chapter 9 Question Answer Odia Medium ଶାସକଙ୍କ ଠାରୁ ଶାସିତଙ୍କ ପର୍ଯ୍ୟନ୍ତ : ସରକାରର ପ୍ରକାର ଭେଦ to understand textbook questions more clearly.
7th Class Social Science Chapter 9 Question Answer Odia Medium
Class 7 Social Science Chapter 9 Odia Medium
ପାଠ୍ୟପୁସ୍ତକସ୍ଥ ପ୍ରଶ୍ନ ଓ ଅଭ୍ୟାସ କାର୍ଯ୍ୟ
Question 1.
ଏହି ଅଧ୍ୟାୟରେ ତୁମେ ଶିଖୁବା ବିଭିନ୍ନ ପ୍ରକାରର ସରକାରଙ୍କ ନାମ ଉଲ୍ଲେଖ କର ।
Answer:
(i) ଆମେ ଏହି ଅଧ୍ୟାୟରୁ ଜାଣିଛୁ ଯେ ଗଣତନ୍ତ୍ର ଆଜିର ବିଶ୍ଵରେ ସବୁଠାରୁ ଲୋକପ୍ରିୟ ସରକାର ଅଟେ । ଯେଉଁଥରେ ଲୋକମାନଙ୍କର ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରାଯିବା ସହିତ ସେମାନଙ୍କର ବାକ୍ ସ୍ଵାଧୀନତା ଥାଏ ।
(ii) ଗଣତନ୍ତ୍ର ସରକାର ଦୁଇ ପ୍ରକାରର । ଯଥା- ପ୍ରତ୍ୟକ୍ଷ ଗଣତନ୍ତ୍ର ଓ ପ୍ରତିନିଧୂମୂଳକ ଗଣତନ୍ତ୍ର । ପ୍ରତିନିଧୂମୂଳକ ଗଣତନ୍ତ୍ର ମଧ୍ଯ ସଂସଦୀୟ ଗଣତନ୍ତ୍ର କିମ୍ବା ରାଷ୍ଟ୍ରପତୀୟ ଗଣତନ୍ତ୍ର ହୋଇପାରେ ।
(iii) ଏବେ ପୃଥ୍ବୀ ପ୍ରଚଳିତ ରାଜତନ୍ତ୍ର ସରକାର ଦୁଇ ପ୍ରକାରର, ଯଥା- ସମ୍ପୂର୍ଣ୍ଣ ରାଜତନ୍ତ୍ର ଓ ସାମ୍ବିଧାନିକ ରାଜତନ୍ତ୍ର । ସମ୍ପୂର୍ଣ୍ଣ ରାଜତନ୍ତ୍ର ସାଉଦି ଆରବରେ ଥିବାବେଳେ ସାମ୍ବିଧାନିକ ରାଜତନ୍ତ୍ର ଇଂଲଣ୍ଡରେ ପ୍ରଚଳିତ ଅଛି ।
(iv) ଆଉ ଏକ ସରକାର ଅଛି ତାହାହେଲା ଧର୍ମତନ୍ତ୍ର । ଏଥୁରେ ଦେଶର ଧର୍ମ ଏବଂ ଧାର୍ମିକ ନେତାଙ୍କ ନିୟମ ଦ୍ଵାରା ପରିଚାଳିତ ହୋଇଥାଏ । ଉଦାହରଣ– ଇରାନ୍ ।
(v) ସେହିପରି ଆଉ ଏକ ଶାସନ ହେଲା ଏକଛତ୍ରବାଦ । ଏପରି ସରକାରରେ ଜଣେ ବ୍ୟକ୍ତି କିମ୍ବା ଏକ କ୍ଷୁଦ୍ର ଗୋଷ୍ଠୀ ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ହୋଇଥାନ୍ତି । ୧୯୩୩ ମସିହାରେ ହିଟଲର ଜର୍ମାନୀର ।ଚନ୍ସେଲର ହେବା ପରେ ସେଠାରେ ଏକଛତ୍ରବାଦୀ ଶାସନ ଚଳାଇଥିଲେ ।
Question 2.
ଭାରତରେ କେଉଁ ପ୍ରକାରର ସରକାର ଅଛି ? ଏବଂ ଏହାକୁ ସେହି ପ୍ରକାରର ସରକାର କାହିଁକି କୁହାଯାଏ ?
Answer:
(i) ଭାରତରେ ପ୍ରତିନିଧୂମୂଳକ ଗଣତନ୍ତ୍ର ଶାସନ ପ୍ରଚଳିତ, ଯେଉଁଥରେ ଲୋକମାନେ ସାର୍ବଜନୀନ ସାବାଳକ ମତାଧ୍ଵକାର ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରିଥାନ୍ତି ।
(ii) ଏହି ପ୍ରତିନିଧୁମୂଳକ ଗଣତନ୍ତ୍ର ପୁନର୍ବାର ଦୁଇଭାଗରେ ବିଭକ୍ତ କରାଯାଇଥାଏ, ଯଥା- ସଂସଦୀୟ ଗଣତନ୍ତ୍ର ଓ ରାଷ୍ଟ୍ରପତୀୟ ଗଣତନ୍ତ୍ର । ଆମ ଦେଶରେ ସଂସଦୀୟ ଗଣତନ୍ତ୍ର ଶାସନ ପ୍ରଚଳିତ’ ଅଛି ।
(iii) ଭାରତୀୟ ଶାସନ ବ୍ୟବସ୍ଥାକୁ ସଂସଦୀୟ ଗଣତନ୍ତ୍ର କୁହାଯିବାର କାରଣ ଦେଶର ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକା ବା ସଂସଦ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।
(iv) ଏହି ସଂସଦୀୟ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ନାଗରିକମାନେ ନିର୍ବାଚନ ମାଧ୍ୟମରେ ସେମାନଙ୍କ ପ୍ରତିନିଧିଙ୍କୁ ନିର୍ବାଚିତ କରିଥାନ୍ତି । ସେହି ସାଂସଦମାନଙ୍କ ମଧ୍ୟରୁ ଜଣେ ପ୍ରଧାନମନ୍ତ୍ରୀ ଅନ୍ୟ କେତେଜଣ
(v) ମନ୍ତ୍ରୀ ରୂପେ କାର୍ଯ୍ୟପାଳିକା ହିସାବରେ ଶପଥ ଗ୍ରହଣ କରି କାର୍ଯ୍ୟ କରିଥାନ୍ତି । ଏହି ଶାସନ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀପରିଷଦ ତାଙ୍କର ସମସ୍ତ କାର୍ଯ୍ୟପାଇଁ ସଂସଦ ନିକଟରେ ଉତ୍ତରଦାୟୀ ରହିଥା’ନ୍ତି ।
Question 3.
ତୁମେ ଜାଣିଲ ଯେ ସମସ୍ତ ପ୍ରକାରର ଗଣତନ୍ତ୍ରରେ ଏକ ସ୍ଵାଧୀନ ନ୍ୟାୟପାଳିକା ରହିଛି । ନ୍ୟାୟପାଳିକା ସ୍ଵାଧୀନ ହେବା କାହିଁକି ଗୁରୁତ୍ଵପୂର୍ଣ୍ଣ ବୋଲି ତୁମେ ଭାବୁଛ ତାହାର ତିନୋଟି କାରଣ ଦର୍ଶାଅ ।
Answer:
(i) ଗଣତନ୍ତ୍ର ଶାସନରେ ତିନୋଟି ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହେଲା- ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକା ।
(ii) ବ୍ୟବସ୍ଥାପିକାର କାମ ହେଲା ଆଇନ ପ୍ରଣୟନ କରିବା । କାର୍ଯ୍ୟପାଳିକାର କାମ ହେଲା ଆଇନକୁ କାର୍ଯ୍ୟକାରୀ କରିବା କିନ୍ତୁ ନ୍ୟାୟପାଳିକାର କାର୍ଯ୍ୟ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ଏହା ଆଇନକୁ ତର୍ଜମା କରିଥାଏ । ଆଇନଗୁଡ଼ିକ ଠିକ ଭାବରେ କାର୍ଯ୍ୟ କରୁଅଛି କି ନାହିଁ ତାହା ଅନୁଧ୍ୟାନ କରିଥାଏ ।
(iii) ସ୍ଵାଧୀନ ନ୍ୟାୟପାଳିକାର ଉପସ୍ଥିତି ନିଶ୍ଚିତ କରେ ଯେ ପ୍ରତ୍ୟେକ ନାଗରିକମାନଙ୍କର ମୌଳିକ ଅଧିକାର ସୁରକ୍ଷିତ ରହିବ ।
(iv) ନ୍ୟାୟପାପଳିକା ସ୍ଵାଧୀନ ନହେଲେ ସରକାରଙ୍କ ମନୋମୁଖୀ କାର୍ଯ୍ୟ ଉପରେ ନିୟନ୍ତ୍ରଣ କରାଯାଇ ପାରିବ ନାହିଁ । ନାଗରିକମାନେ ସ୍ଵାଧୀନ ଭାବରେ ମତବ୍ୟକ୍ତ କରିପାରିବେ ।
(v) ନାଗରିକ ଏବଂ ସରକାରଙ୍କ ସମସ୍ତ ଅଂଶଗୁଡ଼ିକଦ୍ୱାରା ରାଷ୍ଟ୍ରର ଆଇନଗୁଡ଼ିକ ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ତାହା ନ୍ୟାୟପାଳିକା ଦେଖୁଥାଏ । ନ୍ୟାୟପାଳିକା ସ୍ଵାଧୀନ ନହେଲେ ଗଣତନ୍ତ୍ର ଭୁଷୁଡ଼ି ପଡ଼ିବାର ସମ୍ଭାବନା ଥାଏ ।
Question 4.
ତୁମେ କ’ଣ ଭାବ ଯେ ଗଣତନ୍ତ୍ର ସରକାର ଅନ୍ୟ ପ୍ରକାରର ସରକାର ଅପେକ୍ଷା ଭଲ କାହିଁକି ?
Answer:
(i) ଆମେ ଦେଖୁଛୁ ଯେ ଗଣତନ୍ତ୍ର ଆଜିର ବିଶ୍ଵରେ ସବୁଠାରୁ ଲୋକପ୍ରିୟ ସରକାର । ଏହା ମଧ୍ୟ ଅନେକ ପ୍ରକାରର ଅଟେ । ସେଥୁମଧ୍ଯରୁ ପ୍ରତିନିଧୂମୂଳକ ଗଣତନ୍ତ୍ର ବା ସଂସଦୀୟ ଗଣତନ୍ତ୍ର ସବୁଠାରୁ ଅଧିକ ଲୋକପ୍ରିୟ ଅଟେ, ଯାହାକି ଆମ ଦେଶ ଭାରତରେ ପ୍ରଚଳିତ ହେଉଅଛି ।
(ii) ଏକ ଗଣତାନ୍ତ୍ରିକ ସରକାରରେ ଲୋକମାନେ ସାର୍ବଜନୀନ ସାବାଳକ ମତାଧିକାର ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କର ପ୍ରତିନିଧୁମାନଙ୍କୁ ନିର୍ବାଚିତ କରିଥାନ୍ତି ।
(iii) ଏହି ସଂସଦୀୟ ସରକାରରେ ସରକାର ସର୍ବଦା ସଂସଦ ନିକଟରେ ତଥା ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଥାଆନ୍ତି ।
(iv) ଏଥରେ ନିର୍ବାଚନ ହେଉଛି ଅବିଚ୍ଛେଦ୍ୟ ବ୍ୟବସ୍ଥା, ଯାହା ମାଧ୍ୟମରେ ଲୋକମାନେ ସେମାନଙ୍କ ପସନ୍ଦର ସରାକାର ବାଛିପାରିବେ ।
(v) ଏହି ଶାସନ ବ୍ୟବସ୍ଥାରେ ନିର୍ବାଚନ ନିୟମିତ ଏବଂ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଅନୁଷ୍ଠିତ ହୋଇଥାଏ । ଆମ ଦେଶରେ ପ୍ରତି ପାଞ୍ଚ ବର୍ଷରେ ଥରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ଏହି ଶାସନ ବ୍ୟବସ୍ଥାରେ ନାଗରିକମାନଙ୍କର ମୌଳିକ ଅଧିକାରଗୁଡ଼ିକ ସୁରକ୍ଷିତ ହୋଇଥାଏ ।
Question 5.
ବିଭିନ୍ନ ଦେଶରେ ଅନୁସୃତ କେତେକ ବ୍ୟବସ୍ଥା ପ୍ରଦାନ କରାଗଲା । ତୁମେ ସେହି ଅନୁସୃତ ବ୍ୟବସ୍ଥାକୁ ଉପଯୁକ୍ତ ସରକାରଙ୍କ ପ୍ରକାର ସହିତ ମେଳ କରିପାରିବ କି ?

Answer:
|
ଦେଶରେ ଅନୁସୃତ ବ୍ୟବସ୍ଥା |
ସରକାରର ପ୍ରକାର |
| ୧. ସମସ୍ତ ନାଗରିକଙ୍କୁ ଆଇନ ସମ୍ମୁଖରେ ସମାନ ବ୍ୟବହାର କରାଯାଏ । | ଗଣତନ୍ତ୍ର |
| ୨. ସରକାର ଗ୍ରହଣ କରୁଥିବା ପ୍ରତ୍ୟେକ ନିଷ୍ପଭି ପାଇଁ ଧାର୍ମିକ ନେତାଙ୍କ ମତ ଲୋଡ଼ିଥାନ୍ତି । | ଧର୍ମତନ୍ତ୍ର |
| ୩. ରାଣୀଙ୍କ ମୃତ୍ୟୁପରେ ତାଙ୍କ ପୁଅ ନୂତନ ରାଜା ହେଲେ । | ରାଜତନ୍ତ୍ର |
| ୪. ଶାସକ କୌଣସି ସମ୍ବିଧାନ ପାଳନ କରିବାକୁ ବାଧ୍ୟ ନୁହନ୍ତି । ସେ ତାଙ୍କ ପସନ୍ଦରେ ସମସ୍ତ ନିଷ୍ପତ୍ତି ନିଅନ୍ତି । | ଏକଛତ୍ରବାଦ |
Question 6.
ନିମ୍ନରେ ଦେଶଗୁଡ଼ିକର ଏକ ତାଲିକା ଦିଆଯାଇଛି । ଏହି ଦେଶଗୁଡ଼ିକରେ କେଉଁ ପ୍ରକାରର ସରକାର ଅଛି ତାହା ଉଲ୍ଲେଖ କର । (ପ୍ରଶ୍ନ ସହିତ ଉତ୍ତର)

Answer:
ଦେଶସରକାରର ପ୍ରକାର୧. ଭୂଟାନ୍ସାମ୍ବିଧାନିକ ରାଜତନ୍ତ୍ର୨. ନେପାଳସଂଘୀୟ ଲୋକତାନ୍ତ୍ରିକ ଗଣତନ୍ତ୍ର୩. ବାଂଲାଦେଶସଂସଦୀୟ ଗଣତନ୍ତ୍ର୪. ଦକ୍ଷିଣ ଆଫ୍ରିକାସଂସଦୀୟ ଗଣତନ୍ତ୍ର୫. ବ୍ରାଜିଲ୍ରାଷ୍ଟ୍ରପତୀୟ ଗଣତନ୍ତ୍ର
![]()
Question 7.
ଗଣତନ୍ତ୍ରରେ ମୂଲ୍ୟବୋଧ ଏକ ଆଦର୍ଶ ହାସଲ କରିବାରେ ସମ୍ଭାବ୍ୟ ପ୍ରତିବନ୍ଧକ ଗୁଡ଼ିକ କ’ଣ ? ସେଗୁଡ଼ିକୁ କିପରି ଦୂର କରାଯାଇପାରିବ ?
Answer:
(i) ଗଣତନ୍ତ୍ର ଏକ ମୂଲ୍ୟବୋଧ ଏବଂ ଆଦର୍ଶ ଭିଭିକ ଶାସନ ବ୍ୟବସ୍ଥା । ଏହା ସମସ୍ତ ଲୋକଙ୍କର ମଙ୍ଗଳ ଉପରେ ଧ୍ୟାନ ଦେଇଥାଏ ।
(ii) ଆମ ଦେଶରେ ଏକ ଗଣତାନ୍ତ୍ରିକ ସରକାର ପ୍ରତିଷ୍ଠିତ ହୋଇଅଛି । ଆମେ ଆମ ନିତିଦିନିଆ ଜୀବନରେ ଏହାର ଅନେକ ବୈଶିଷ୍ଟ୍ୟ ଦେଖିବାକୁ ପାଉ । ପୃଥିବୀର ଅଧିକାଂଶ ଦେଶରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରଚଳିତ ହେଉଛି ।
(iii) କିନ୍ତୁ ଏହି ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିଭିନ୍ନ ପ୍ରକାର ସମସ୍ୟା ରହିଛି । ସେଗୁଡ଼ିକ ହେଲା- ଦୁର୍ନୀତି, ସମ୍ପଭିର ଅସମାନତା, ଗଣତାନ୍ତ୍ରିକ ସଂସ୍ଥା ଉପରେ କିଛି ଲୋକଙ୍କ ଦ୍ଵାରା ଅତ୍ୟଧ୍ୱକ ନିୟନ୍ତ୍ରଣ, ନ୍ୟାୟପାଳିକାର ସ୍ଵାଧୀନତା ଅବକ୍ଷୟ ଇତ୍ୟାଦି ।
(iv) ଏହା ବ୍ୟତୀତ ସୂଚନା ମାଧ୍ୟମରେ ହେରଫେର ଭଳି ଅନ୍ୟାନ୍ୟ ଅନେକ ସମସ୍ୟା ଗଣତନ୍ତ୍ରର ଆଦର୍ଶ ହାସଲ କରିବାରେ ବାଧା ସୃଷ୍ଟି କରିଥାଏ ।
(v) ଗଣତନ୍ତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରିବାପାଇଁ ଜନସାଧାରଣଙ୍କୁ ଏଥିପ୍ରତି ସଚେତନ କରିବାକୁ ପଡ଼ିବ । ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନା ଜାଗ୍ରତ କରିବାକୁ ପଡ଼ିବ । ଦେଶକୁ ଭଲ ପାଇବାକୁ ଶିଖାଇବାକୁ ପଡ଼ିବ । ଦେଶର ସମ୍ପରିକୁ ନିଜର ବୋଲି ମନେ ନକରି ସାମୂହିକ କଲ୍ୟାଣ ପାଇଁ ବିନିଯୋଗ କରିବାପାଇଁ ଉତ୍ସାହିତ କରିବାକୁ ପଡ଼ିବ । ତାହାହେଲେ ଏକ ସ୍ଵଚ୍ଛ ଓ ନିର୍ମଳ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇପାରିବ ।
Question 8.
ଗଣତନ୍ତ୍ର, ରଜତନ୍ତ୍ର ଏବଂ ଏକଛତ୍ରବାଦଠାରୁ ଭିନ୍ନ । ବ୍ୟାଖ୍ୟା କର ।
Answer:
(i) ଗଣତନ୍ତ୍ର ଶାସନରେ ଜନସାଧାରଣ କ୍ଷମତାର ଉତ୍ସ ଅଟନ୍ତି, ମାତ୍ର ରାଜତନ୍ତ୍ର ଶାସନରେ ରାର୍ଜା ବା ରାଣୀଙ୍କ ହାତରେ ସମସ୍ତ ଶାସନ କ୍ଷମତା ଥାଏ । ସେହିପରି ଏକଛତ୍ରବାଦ ଶାସନ ବ୍ୟବସ୍ଥାରେ ଏକ କ୍ଷୁଦ୍ର ଗୋଷ୍ଠୀ କ୍ଷମତାଶାଳୀ ହୋଇ ଅନ୍ୟମାନଙ୍କୁ ଶାସନ କରିଥା’ନ୍ତି ।
(ii) ଗଣତନ୍ତ୍ରରେ ନାଗରିକମାନଙ୍କୁ ଆଇନ ଆଗରେ ସମାନ ଭାବରେ ବିବେଚନା କରାଯାଏ । ସେମାନଙ୍କର ମତାମତ ପ୍ରକାଶ କରିବାର ଅଧିକାର ଥାଏ । ମାତ୍ର ରାଜତନ୍ତ୍ର କିମ୍ବା ଏକଛତ୍ରବାଦରେ ନାଗରିକମାନଙ୍କର କୌଣସି ଅଧିକାର ନଥାଏ । ସେମାନଙ୍କ ଦୈନନ୍ଦିନ ଜୀବନ ଉପରେ କଟକଣା ଲାଗୁ ହୋଇଥାଏ ।
(iii) ଗଣତନ୍ତ୍ରରେ ସରକାର ଲୋକମାନଙ୍କ ନିକଟରେ ଉତ୍ତରଦାୟୀ । ଲୋକମାନେ ନିର୍ବାଚନ ମାଧ୍ଯମରେ ସରକାର ପରିବର୍ତ୍ତନ କରିପାରନ୍ତି । ମାତ୍ର ରାଜତନ୍ତ୍ର ଓ ଏକଛତ୍ରବାଦରେ ସରକାର ଲୋକମାନଙ୍କ ନିକଟରେ ଉତ୍ତରଦାୟୀ ନୁହନ୍ତି ଓ ଲୋକାମେନ ସରକାର ପରିବର୍ତ୍ତନ କରିପାରନ୍ତି ନାହିଁ ।
(iv) ଗଣତନ୍ତ୍ରରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ନିଜ ନିଜ ପରିସରରେ କାର୍ଯ୍ୟ କରନ୍ତି, କେହି କାହା କାର୍ଯ୍ୟରେ ହସ୍ତକ୍ଷେପ କରନ୍ତି ନାହିଁ, ମାତ୍ର ଏକଛତ୍ରବାଦ ଓ ରାଜତନ୍ତ୍ର ସମସ୍ତ କ୍ଷମତା ସେମାନଙ୍କ ନିକଟରେ ଥାଏ ।
(v) ଗଣତନ୍ତ୍ର ଏକ ଜନକଲ୍ୟାଣକାରୀ ସମାନତା ଭିଭିକ ଶାସନ ବ୍ୟବସ୍ଥା, ମାତ୍ର ରାଜତନ୍ତ୍ର ଓ ଏକଛତ୍ରବାଦ ମନୋମୁଖୀ ଶାସନ ବ୍ୟବସ୍ଥା ଅଟେ ।
ଆସ ଚିନ୍ତା କରିବା (ପାଠ୍ୟପୁସ୍ତକସ୍ଥ ପ୍ରଶ୍ନୋତ୍ତର, ପୃଷ୍ଠା-୨୦୭) :
Question 1.
ସରକାର କେତେ ପ୍ରକାର ଥାଏ ?
Answer:
ସରକାର ମୁଖ୍ୟତଃ ଗଣତନ୍ତ୍ର, ରାଜତନ୍ତ୍ର, ଏକଛତ୍ରବାଦ, ଧର୍ମତନ୍ତ୍ର ଏବଂ ଗୋଷ୍ଠୀତନ୍ତ୍ର ଇତ୍ୟାଦି ବିଭିନ୍ନ ପ୍ରକାରର ଥାଏ ।
Question 2.
ସରକାର ତାଙ୍କର କ୍ଷମତା କେଉଁଠାରୁ ପାଇଥା’ନ୍ତି ?
Answer:
ଗଣତନ୍ତ୍ରରେ ସରକାର ଲୋକମାନଙ୍କଠାରୁ (ଭୋଟ ମାଧ୍ୟମରେ) କ୍ଷମତା ପାଇଥା’ନ୍ତି । କିନ୍ତୁ ରାଜତନ୍ତ୍ର ବା ଏକଛତ୍ରବାଦ ଶାସନରେ ସେମାନେ ବଂଶାନୁକ୍ରମିକ ଭାବେ କିମ୍ବା ବାହୁବଳ (ସେନାବଳ) ଦ୍ଵାରା କ୍ଷମତା ହାସଲ କରିଥାନ୍ତି ।
Question 3.
ଗୋଟିଏ ଦେଶର ସରକାର ଲୋକମାନଙ୍କ ସହିତ କିପରି ଯୋଗସୂତ୍ର ରକ୍ଷା କରିଥା’ନ୍ତି ?
Answer:
ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଆଇନ ପ୍ରଣୟନ, ନିର୍ବାଚନ ଏବଂ ପ୍ରଶାସନିକ ଅଧିକାରୀମାନଙ୍କ ମାଧ୍ୟମରେ ଲୋକମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରିଥାନ୍ତି ।
Question 4.
ଗଣତନ୍ତ୍ର କାହିଁକି ଗୁରୁତ୍ଵପୂର୍ଣ୍ଣ ଅଟେ ?
Answer:
ଗଣତନ୍ତ୍ରରେ ସମସ୍ତ ନାଗରିକଙ୍କୁ ସମାନ ଅଧିକାର, ସ୍ଵାଧୀନତା ଏବଂ ନିଜ ଶାସକ ବାଛିବାର ସୁଯୋଗ ମିଳୁଥିବାରୁ ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ।
ଆସ ଅନୁସନ୍ଧାନ କରିବା
Question 1.
ଷଷ୍ଠଶ୍ରେଣୀ ପାଠ୍ୟପୁସ୍ତକରେ ଦେଖୁଥିବ। ଏହି ଚିତ୍ରଗୁଡ଼ିକୁ ମନେପକାଇ ପାରୁଛ କି ?

Answer:
ହଁ ।
Question 2.
ସରକାରଙ୍କର ଆହୁରି ଅନେକ ଭୂମିକା ମଧ୍ୟ ରହିଛି । ସେଗୁଡ଼ିକୁ ତାଲିକାଭୁକ୍ତ କରିବାକୁ ଚେଷ୍ଟା କର ।
Answer:
ପାଠ୍ୟ ବିଷୟରେ ଦିଆଯାଇଥିବା କାର୍ଯ୍ୟ ବ୍ୟତୀତ ସରକାରଙ୍କର ଅନ୍ୟ କାର୍ଯ୍ୟଗୁଡ଼ିକ ହେଲା-
- ପ୍ରାକୃତିକ ବିପର୍ଯ୍ୟୟ (ଯେପରି ବାତ୍ୟା, ବନ୍ୟା) ସମୟରେ ଲୋକଙ୍କୁ ସାହାଯ୍ୟ କରିବା ।
- ବିଦ୍ୟୁତ୍ ଓ ପାଣି ଯୋଗାଣ ବ୍ୟବସ୍ଥା କରିବା ।
- ଗରିବ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନା (ରାସନ କାର୍ଡ଼) କରିବା ।
- ରୋଜଗାର ସୃଷ୍ଟି କରିବା ପାଇଁ ଶିଳ୍ପ ଓ କାରଖାନା ବସାଇବା ।
Question 2.
ତିନୋଟି ପଦ୍ଧତି ମଧ୍ୟରୁ କେଉଁ ପଦ୍ଧତିଟି ତୁମକୁ ସବୁଠାରୁ ପ୍ରଭାବଶାଳୀ ମନେହେଉଛି ?
Answer:
ତୃତୀୟ ପଦ୍ଧତିଟି (ପ୍ରତିନିଧ୍ଵ ଚୟନ କରିବା) ସବୁଠାରୁ ପ୍ରଭାବଶାଳୀ ମନେ ହେଉଛି । କାରଣ ଏହା ଏକ ଗଣତାନ୍ତ୍ରକ ପଦ୍ଧତି । ଏଥିରେ ସମସ୍ତ ପିଲାଙ୍କ ମତାମତ ରହିଥାଏ ଏବଂ ନିର୍ବାଚିତ ପ୍ରତିନିଧୁମାନେ ନିଜ ଶ୍ରେଣୀର ସୁବିଧା ଅସୁବିଧା ବିଷୟରେ କମିଟିରେ ଭଲ ଭାବରେ କହିପାରିବେ ।
Question 3.
ପୂର୍ବ ସାରଣୀରେ ଦେଶ କ ଓ ଦେଶ ଖ ଅନ୍ତର୍ଗତ ଖାଲିସ୍ଥାନଗୁଡ଼ିକୁ ଆପଣଙ୍କ ପସନ୍ଦର ଦୁଇଟି ଭିନ୍ନ ଦେଶକୁ ନେଇ ପୂରଣ କର ।
Answer:
ସାରଣୀରେ ପୂରଣ କରାଯାଇଛି । ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ଦେଶ ନେଇ ମଧ୍ୟ ପୂରଣ କରିପାରିବେ ।
Question 4.
ସାରଣୀକୁ ବିଶ୍ଳେଷଣ କର ଏବଂ ସମସ୍ତ ଉଦାହରଣର ସମାନତା ଓ ପାର୍ଥକ୍ୟ ବିଷୟରେ ନିଜ ନିଜ ମଧ୍ୟରେ ଆଲୋଚନା କର ।
Answer:
ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତାରେ ନିଜ ଭିତରେ ଆଲୋଚନା କରିବେ ।
Question 5.
ଉପରୋକ୍ତ ଉଦାହରଣଗୁଡ଼ିକୁ ଅଧ୍ୟୟନ କରିବା ପରେ, ଏକ ଗଣତାନ୍ତ୍ରିକ ସରକାରଙ୍କ ମୂଳ ନୀତିଗୁଡ଼ିକୁ ତାଲିକାଭୁକ୍ତ କର । ନିଜ ହୃଦବୋଧକୁ ଆଧାର କରି ନିମ୍ନରେ ଦିଆଯାଇଥିବା କାର୍ଯ୍ୟକଳାପଗୁଡ଼ିକୁ ସମ୍ପାଦିତ କର ।
ତୁମମାନଙ୍କୁ ତୁମ ବିଦ୍ୟାଳୟ ନିମନ୍ତେ ଏକ ଛାତ୍ରକମିଟି ଗଠନ କରିବାକୁ ପଡ଼ିବ । ଏକ ଯୋଜନା ପ୍ରସ୍ତୁତ କର ଯାହା ଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟକାରୀ ହେବ ଏବଂ ନିଶ୍ଚିତ କର ଯେ –
- ସମିତିର କାର୍ଯ୍ୟଗୁଡ଼ିକ ଭଲଭାବରେ ପରିଭାଷିତ ହୋଇଛି ।
- ସମିତି ସଦସ୍ୟଙ୍କ ନିର୍ବାଚନ ପ୍ରକ୍ରିୟା ଗଣତାନ୍ତ୍ରିକ ।
Answer:
(ନମୁନା ଯୋଜନା) :
(i) କମିଟିର କାର୍ଯ୍ୟ : ବିଦ୍ୟାଳୟକୁ ସଫାସୁତୁରା ରଖୁ, ଶୃଙ୍ଖଳା ରକ୍ଷା କରିବା, ବଗିଚା କାମ ଦେଖୁବା ।
(ii) ନିର୍ବାଚନ ପ୍ରକ୍ରିୟା : ପ୍ରତ୍ୟେକ ଶ୍ରେଣୀରୁ ପିଲାମାନେ ଭୋଟ୍ ଦେଇ ଜଣେ ଲେଖାଏଁ ପ୍ରତିନିଧ୍ଵ ବାଛିବେ ।
(iii) ବହିଷ୍କାର ବ୍ୟବସ୍ଥା : ଯଦି କୌଣସି ପ୍ରତିନିଧ୍ଵ ନିଜ ଦାୟିତ୍ଵ ଠିକ୍ ଭାବରେ ନ ତୁଲାନ୍ତି କିମ୍ବା ପକ୍ଷପାତିତା କରନ୍ତି, ତେବେ ଅନ୍ୟ ସଦସ୍ୟମାନଙ୍କ ମତ ନେଇ ତାକୁ ବଦଳାଯିବ ।
Question 6.
ଶେନ୍ ବାସ କରୁଥିବା ଦେଶ କ’ଣ ଗଣତନ୍ତ୍ର ଦେଶ ପରି ଲାଗୁଛି ?
Answer:
ନା, ଶେନ୍ ବାସ କରୁଥିବା ଦେଶ ଆଦୌ ଗଣତନ୍ତ୍ର ପରି ଲାଗୁନାହିଁ । ଏହା ଏକ ଏକଛତ୍ରବାଦୀ ଶାସନ ପ୍ରଚଳିତ ଥିବା ଦେଶ ।
![]()
Question 7.
ଶେନ୍ଙ୍କ ଦୈନନ୍ଦିନ ଜୀବନ କିପରି ହୋଇଥବ ବୋଲି ତୁମେମାନେ ଭାବୁଛ ?
Answer:
ଶେନ୍ଙ୍କ ଜୀବନ ବହୁତ କଷ୍ଟକର ଏବଂ ଭୟପୂର୍ଣ୍ଣ ହୋଇଥବ । ତାଙ୍କର ନିଜସ୍ଵ କୌଣସି ସ୍ଵାଧୀନତା ନାହିଁ । ସେ କ’ଣ ପିନ୍ଧିବେ, କିପରି କେଶ କାଟିବେ, ତାହା ମଧ୍ୟ ସରକାର ସ୍ଥିର କରୁଛନ୍ତି ।
Question 8.
ତୁମେମାନେ କ’ଣ ଏପରି ଏକ ଦେଶରେ ବାସ କରିବାକୁ ଚାହିଁବ ? କାରଣ ଦର୍ଶାଅ ।
Answer:
ନା, ମୁଁ ଏପରି ଏକ ଦେଶରେ କଦାପି ବାସ କରିବାକୁ ଚାହିଁବି ନାହିଁ ଯେଉଁଠାରେ ଶେନ୍ ବାସ କରୁଛି । ଏହାର ପ୍ରମୁଖ କାରଣଗୁଡ଼ିକ ହେଲା –
(i) ବ୍ୟକ୍ତିଗତ ସ୍ଵାଧୀନତାର ସମ୍ପୂର୍ଣ୍ଣ ଅଭାବ : ଏହି ଦେଶରେ ଲୋକମାନଙ୍କର ନିଜସ୍ଵ ପସନ୍ଦ କରିବାର କୌଣସି ଅଧିକାର ନାହିଁ । ଲୋକମାନେ କିପରି କେଶ କାଟିବେ ଏବଂ କେଉଁ ପୋଷାକ ପିନ୍ଧିବେ ସେ ସମ୍ବନ୍ଧରେ ମଧ୍ୟ ସରକାର ନିୟମ ତିଆରି କରନ୍ତି ଏବଂ ନିଷ୍ପତ୍ତି ନିଅନ୍ତି ।
(ii) କଠୋର ନିୟମ ଓ ବାଧ୍ୟତାମୂଳକ ସାମରିକ ସେବା : ଏଠାରେ ଲୋକଙ୍କ ଦୈନନ୍ଦିନ ଜୀବନଯାପନ ପାଇଁ ଏକ ନିର୍ଦ୍ଦିଷ୍ଟ କଠୋର ନିୟମ ରହିଛି । ନାଗରିକମାନଙ୍କୁ ସରକାର ନିଷ୍ପଭି ନନେବା ପର୍ଯ୍ୟନ୍ତ ବାଧ୍ୟତାମୂଳକ ସାମରିକ ସେବାରେ କାର୍ଯ୍ୟ କରିବାକୁ ପଡ଼ିଥାଏ ଯାହାକି ନିଜ ଇଚ୍ଛାରେ ନିଜର ଭବିଷ୍ୟତ ଗଢ଼ିବାର ସୁଯୋଗ ଛଡ଼ାଇ ନିଏ ।
(iii) ସୂଚନା ଏବଂ ଇଣ୍ଟରନେଟ୍ ଉପରେ କଟକଣା : ଏପରି ଦେଶରେ ନାଗରିକମାନଙ୍କୁ ବିଶ୍ୱସ୍ତରୀୟ ଇଣ୍ଟରନେଟ୍ ବ୍ୟବହାର କରିବା ଉପରେ କଟକଣା ଲଗାଯାଇଥାଏ । ଫଳରେ ସେଠାକାର ଲୋକମାନେ ଦେଶ ବାହାରର ଦୁନିଆ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ରହିଥାନ୍ତି ଏବଂ ନୂତନ ଜ୍ଞାନ ପାଇବାରୁ ବଞ୍ଚିତ ହୁଅନ୍ତି ।
(iv) ନିରନ୍ତର ଭୟ ଏବଂ ଗୁଇନ୍ଦାଗିରି : ସରକାର ନାଗରିକମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଉପରେ ତୀକ୍ଷ୍ଣ ନଜର ରଖୁଥା’ନ୍ତି । ଯଦି କେହି ନିର୍ଦ୍ଦିଷ୍ଟ ନିୟମ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ବିଷୟରେ ରିପୋର୍ଟ କରିବାକୁ ଅନ୍ୟମାନଙ୍କୁ କୁହାଯାଏ । ଏହାଦ୍ଵାରା ଦେଶରେ ଏକ ଭୟଭୀତ ଏବଂ ସନ୍ଦେହପୂର୍ଣ୍ଣ ପରିବେଶ ସୃଷ୍ଟି ହୁଏ ।
ଏହାର ବିପରୀତରେ, ଏକ ଗଣତାନ୍ତ୍ରିକ ଦେଶରେ ଲୋକମାନେ ସେମାନଙ୍କର ଇଚ୍ଛାନୁସାରେ ନିଜର ଦୈନନ୍ଦିନ ଜୀବନଯାପନ କରିପାରିବେ । ସେମାନେ କ’ଣ କହିବେ, କ’ଣ ପିନ୍ଧିବେ ଏବଂ ନିଜକୁ କିପରି ପ୍ରକାଶ କରିବେ ତାହା ସେମାନେ ନିଜେ ଚୟନ କରିପାରିବେ । ତେଣୁ ସ୍ଵାଧୀନତା ଏବଂ ସମାନତା ନଥିବା ଏକଛତ୍ରବାଦୀ ଦେଶରେ ରହିବା ଅପେକ୍ଷା, ଗଣତାନ୍ତ୍ରିକ ନୀତିରେ ପରିଚାଳିତ ଦେଶରେ ରହିବା ଶ୍ରେୟସ୍କର ଅଟେ ।
Question 9.
ଉପରିସ୍ଥ ବ୍ୟଙ୍ଗଚିତ୍ରଟିକୁ ନିରୀକ୍ଷଣ କର । ଏହା ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଆମେରିକାର ଏକ ନିର୍ବାଚିତ ସଂସ୍ଥାକୁ ଦର୍ଶାଉଛି । ବ୍ୟଙ୍ଗଚିତ୍ରରେ ଦେଖାଯାଉଥିବା ଲୋକମାନେ ସମସ୍ତେ ନିର୍ବାଚିତ ସଦସ୍ୟ । ତୁମେମାନେ କ’ଣ ନିରୀକ୍ଷଣ କଲ ? ବ୍ୟଙ୍ଗଚିତ୍ରର ଉପର ବାମ କୋଣରେ ତୁମେମାନେ କ’ଣ ଦେଖୁଛ ? ଏହି ନିର୍ବାଚିତ ସଂସ୍ଥାରେ କିଏ ନିଷ୍ପତ୍ତି ନେଉଛନ୍ତି ବୋଲି ତୁମେ ଭାବୁଛ ?
Answer:
(i) ଏହି ଚିତ୍ରରେ କିଛି ବରାଟକାୟ ଧନୀ ବ୍ୟବସାୟୀମାନେ ପଛରେ ଛିଡ଼ା ହୋଇଛନ୍ତି ଏବଂ ସାମ୍ନାରେ ଛୋଟଛୋଟ ସାଂସଦମାନେ ବସିଛନ୍ତି ।
(ii) ଚିତ୍ର ଦେଖିଲେ ଲାଗୁଛି ଯେ ନିର୍ବାଚିତ ସାଂସଦମାନେ ନୁହେଁ, ବରଂ ପଛରେ ଥିବା ଧନୀ ଗୋଷ୍ଠୀ (ଗୋଷ୍ଠୀତନ୍ତ୍ର)ହିଁ ପ୍ରକୃତ ନିଷ୍ପତ୍ତି ନେଉଛନ୍ତି ଏବଂ ସରକାରଙ୍କୁ ନିୟନ୍ତ୍ରଣ କରୁଛନ୍ତି ।
Question 10.
ଏକ ଗଣତନ୍ତ୍ର କ’ଣ ଏକ ଗୋଷ୍ଠୀତନ୍ତ୍ରରେ ପରିଣତ ହୋଇପାରେ ? ଗଣତନ୍ତ୍ରକୁ ସୁଦୃଢ଼ ରଖୁବା ପାଇଁ ଲୋକମାନେ କ’ଣ କରିପାରିବେ ?
Answer:
(i) ହଁ, ଯଦି କେବଳ କିଛି ମୁଷ୍ଟିମେୟ ଧନୀ ଏବଂ ପ୍ରଭାବଶାଳୀ ଲୋକ ସରକାରଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରନ୍ତି, ତେବେ ଗୋଷ୍ଠୀତନ୍ତ୍ରରେ ପରିଣତ ହୋଇପାରେ ।
(ii) ଲୋକମାନେ ସଚେତନ ହେବା ଉଚିତ, ଠିକ୍ ପ୍ରତିନିଧ୍ ବାଛିବା ଦରକାର ଏବଂ ଦୁର୍ନୀତି ବିରୋଧରେ ସ୍ଵର ଉତ୍ତୋଳନ କରିବା ଆବଶ୍ୟକ ।
Question 11.
ତୁମେମାନେ ସରକାରର ବିଭିନ୍ନ ରୂପର ମୌଳିକ ବୈଶିଷ୍ଟ୍ୟଗୁଡ଼ିକ ଜାଣିଗଲ । ଗୋଟିଏ କ୍ଷୁଦ୍ର ନାଟକ ମାଧ୍ୟମରେ ଏହି ରୂପଗୁଡ଼ିକୁ ତୁମ ଶ୍ରେଣୀଗୃହରେ ଉପସ୍ଥାପିତ କର ।
ଗଣତନ୍ତ୍ର ପ୍ରଣୟନ କର ।
ରାଜତନ୍ତ୍ର ପ୍ରଣୟନ କର ।
ଏକଛତ୍ରବାଦ ପ୍ରଣୟନ କର ।
Answer:
ଶିକ୍ଷକଙ୍କ ସହାୟତାରେ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ କ୍ଷୁଦ୍ରନାଟକ ମାଧ୍ୟମରେ ସରକାରର ବିଭିନ୍ନ ମୌଳିକ ବୈଶିଷ୍ଟ୍ୟଗୁଡ଼ିକୁ ଉପସ୍ଥାପିତ ନିଜେ କରିବେ ।
Question 12.
କେଉଁ ପ୍ରକାରର ସରକାର ବା ସରକାରଙ୍କର କେଉଁ ରୂପକୁ ତୁମେ ସବୁଠାରୁ ଉପଯୁକ୍ତ ବୋଲି ଭାବୁଛ ?
Answer:
ଆମ ମତରେ ‘ଗଣତନ୍ତ୍ର’ ହେଉଛି ସରକାରର ସବୁଠାରୁ ଉପଯୁକ୍ତ ରୂପ ବା ବ୍ୟବସ୍ଥା । ଏହାର କାରଣଗୁଡ଼ିକ ହେଲା-
(i) ଜନସାଧାରଣଙ୍କ ଶାସନ : ଗଣତନ୍ତ୍ରରେ ଶାସନ ଓ କ୍ଷମତାର ପ୍ରକୃତ ଉତ୍ସ ହେଉଛନ୍ତି ଜନସାଧାରଣ । ଜନସାଧାରଣ ବା ଲୋକମାନେ ନିର୍ବାଚନ ମାଧ୍ୟମରେ ନିଜର ପ୍ରତିନିଧୁ ଚୟନ କରିଥାନ୍ତି ।
(ii) ସ୍ଵାଧୀନତା ଓ ସମାନତା : ଏକ ପ୍ରକୃତ ଗଣତନ୍ତ୍ରରେ ଲୋକମାନେ ସେମାନଙ୍କର ଇଚ୍ଛାନୁସାରେ ଦୈନନ୍ଦିନ ଜୀବନଯାପନ କରିପାରିବେ । ସେମାନେ କ’ଣ କହିବେ, ପିନ୍ଧିବେ ବା ବିଶ୍ଵାସ କରିବେ ତାହାର ସମ୍ପୂର୍ଣ ସ୍ଵାଧୀନତା ଥାଏ ।
(iii) ସରକାର ପରିବର୍ତ୍ତନର କ୍ଷମତା : ଯଦି ସରକାର ଲୋକଙ୍କ କଲ୍ୟାଣ ପାଇଁ ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ ନ କରନ୍ତି, ତେବେ ଲୋକମାନେ ନିର୍ବାଚନ ମାଧ୍ୟମରେ ନିଜର ଭୋଟ୍ ଦେଇ ପ୍ରତିନିଧୁମାନଙ୍କୁ ପରିବର୍ତ୍ତନ କରିପାରିବେ ।
(iv) ଅଧିକାରର ସୁରକ୍ଷା : ଗଣତନ୍ତ୍ରରେ ସରକାର ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ କରିବା ପାଇଁ ଉତ୍ତରଦାୟୀ ଅଟନ୍ତି ଏବଂ ଏକ ସ୍ଵାଧୀନ ନ୍ୟାୟପାଳିକା ନାଗରିକଙ୍କ ଅଧିକାରକୁ ସୁରକ୍ଷା ପ୍ରଦାନ କରେ ।
ଏହା ବିଷୟରେ ଚିନ୍ତା କର :
Question 1.
ଯଦି ରାଜା ନିଜକୁ ଦିବ୍ୟଶକ୍ତିର ଅଧ୍ୟାକାରୀ ବୋଲି ଭାବନ୍ତି ତେବେ କ’ଣ ହୋଇପାରେ ? ସେ କିପରି ଲୋକଙ୍କ ଉପରେ ଶାସନ କରିବେ ?
Answer:
- ଯଦି ରାଜା ନିଜକୁ ଦିବ୍ୟଶକ୍ତିର ଅଧିକାରୀ (ଭଗବାନଙ୍କ ଦୂତ) ବୋଲି ଭାବିବେ, ତେବେ ସେ ଅହଙ୍କାରୀ ହୋଇଯିବେ ।
- ସେ ନିଜର ସବୁ କାମକୁ ଠିକ୍ ବୋଲି ଭାବିବେ ଏବଂ ପ୍ରଜାମାନଙ୍କର କୌଣସି ପରାମର୍ଶ ଶୁଣିବେ ନାହିଁ ।
- ସେ ନିଜ ଇଚ୍ଛାନୁସାରେ କଠୋର ଆଇନ ତିଆରି କରିବେ ।
- ଲୋକମାନଙ୍କୁ ଭୟଭୀତ କରାଇ ଜୋରଜବରଦସ୍ତ ଶାସନ କରିବେ ଏବଂ ପ୍ରଜାଙ୍କ ସୁଖଦୁଃଖକୁ ଗୁରୁତ୍ଵ ଦେବେ ନାହିଁ ।
ଗୋଟିଏ ଶବ୍ଦରେ ଉତ୍ତର ଦିଅ ।
Question 1.
ଆବ୍ରାହମ୍ ଲିଙ୍କନ କେଉଁ ଦେଶର ରାଷ୍ଟ୍ରପତି ଥିଲେ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା
![]()
Question 3.
ଧର୍ମତନ୍ତ୍ରରେ ମୁଖ୍ୟ ହିସାବରେ କାହାକୁ ଧରାଯାଇଥାଏ ?
Answer:
ଧାର୍ମିକ ଅନୁଷ୍ଠାନ
Question 3.
କେଉଁ ପ୍ରକାର ଶାସନ ବ୍ୟବସ୍ଥାରେ ନିର୍ବାଚନ ମାଧ୍ୟମରେ ସରକାର ଗଠିତ ହୋଇଥାଏ ?
Answer:
ଗଣତନ୍ତ୍ର
Question 4
ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ଗ୍ରହଣ କରାଯାଉଥିବା ମତଦାନ ବ୍ୟବସ୍ଥା ନାମ କ’ଣ ?
Answer:
ସାର୍ବଜନୀନ ସାବାଳକ ମତଦାନ
Question 5.
ଆମ ଦେଶରେ କେବେଠାରୁ ସମସ୍ତ ପ୍ରାପ୍ତବୟସ୍କଙ୍କୁ ନିର୍ବାଚନରେ ଭୋଟ ଦେବାର ଅଧିକାର ପ୍ରଦାନ କରାଯାଇଥିଲା ?
Answer:
୧୯୫୦ ମସିହା
Question 6.
୧୯୭୧ ମସିହାଠାରୁ କେଉଁ ଦେଶର ମହିଳାମାନେ ଭୋଟ ଦେବାର ଅଧିକାର ହାସଲ କରିଥିଲେ ?
Answer:
ସ୍ଵିଜରଲାଣ୍ଡ
Question 7.
ଯୁକ୍ତରାଷ୍ଟ୍ର ଆମେରିକାରେ କେତେ ବର୍ଷରେ ଥରେ ନିର୍ବାଚନ କରାଯାଇଥାଏ ?
Answer:
ଚାରି ବର୍ଷ
Question 8.
ଯୁକ୍ତରାଜ୍ୟରେ ପ୍ରଭାବଶାଳୀ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା କେବେଠାରୁ ଆରମ୍ଭ ହୋଇଥିଲା ?
Answer:
୧୯୨୮ ମସିହା
Question 9.
କେଉଁ ଦେଶରେ ୧୯୬୫ ମସିହାଠାରୁ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା ?
Answer:
ଯୁକ୍ତରାଷ୍ଟ୍ର ଆମେରିକା
Question 10.
ସଂସଦୀୟ ଗଣତନ୍ତ୍ର ବ୍ୟବସ୍ଥା ସର୍ବ ପ୍ରଥମେ କେଉଁ ଦେଶରୁ ଆରମ୍ଭ ହୋଇଥିଲା ?
Answer:
ଇଂଲଣ୍ଡ
Question 11.
ଯେଉଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଦେଶର ବାସ୍ତବ କ୍ଷମତା ହାସଲକରି ଶାସନ ନିୟନ୍ତ୍ରଣ କରିଥାନ୍ତି, ତାକୁ କେଉଁ ପ୍ରକାର ଗଣତନ୍ତ୍ର କୁହାଯାଇଥାଏ ?
Answer:
ରାଷ୍ଟ୍ରପତୀୟ ଗଣତନ୍ତ୍ର
Question 12.
ଆମେରିକାର ସଂସଦକୁ କ’ଣ କୁହାଯାଇଥାଏ ?
Answer:
କଂଗ୍ରେସ
Question 13.
ଭାରତରେ ଉଚ୍ଚ ସଦନ ଓ ନିମ୍ନ ସଦନ କାହାକୁ କୁହାଯାଇଥାଏ ?
Answer:
ରାଜ୍ୟସଭା, ଲୋକସଭା
Question 14.
ମହାଜନପଦ ମାନଙ୍କରେ କେଉଁମାନେ ଶାସନ କରୁଥିଲେ ?
Answer:
ରାଜା
Question 15.
ଭୀଷ୍ମଙ୍କ ଶରଶଯ୍ୟା ସମ୍ପର୍କରେ ମହାଭାରତର କେଉଁ ପର୍ବରେ ବର୍ଣ୍ଣନା କରାଯାଇଛି ?
Answer:
ଶାନ୍ତିପର୍ବ
Question 16.
ରାଜତନ୍ତ୍ର ସାଧାରଣତଃ କେତେ ପ୍ରକାର ହୋଇଥାଏ ?
Answer:
ଦୁଇପ୍ରକାର – ସମ୍ପୂର୍ଣ୍ଣ ରାଜତନ୍ତ୍ର ଓ ସାମ୍ବିଧାନିକ ରାଜତନ୍ତ୍ର
ଚାରୋଟି ବିକଳ୍ପ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
Question 1.
ଏକ ପ୍ରତିନିଧୂମୂଳକ ଗଣତନ୍ତ୍ରରେ ଆଇନ ପ୍ରଣୟନ କ୍ଷମତା କାହା ଉପରେ ନ୍ୟସ୍ତ କରାଯାଇଥାଏ ?
(କ) ବ୍ୟବସ୍ଥାପିକା
(ଖ) କାର୍ଯ୍ୟପାଳିକା
(ଗ) ନ୍ୟାୟପାଳିକା
(ଘ) ନଗରପାଳିକା
Answer:
(କ) ବ୍ୟବସ୍ଥାପିକା
Question 2.
ଯୁକ୍ତରାଷ୍ଟ୍ର ଆମେରିକାରେ ନିମ୍ନ ସଦନକୁ କ’ଣ କୁହାଯାଇଥାଏ ?
(କ) ରାଜ୍ୟସଭା
(ଖ) ବିଧାନସଭା
(ଗ) ବିଧାନମଣ୍ଡଳ
(ଘ) ପ୍ରତିନିଧ୍ଵସଭା
Answer:
(ଘ) ପ୍ରତିନିଧ୍ଵସଭା
Question 3.
ରାଜ୍ୟସ୍ତରରେ ବ୍ୟବସ୍ଥାପିକାକୁ କ’ଣ କୁହାଯାଇଥାଏ ?
(କ) ବିଧାନ ପରିଷଦ
(ଖ) ବିଧାନସଭା
(ଗ) ସାଧାରଣ ସଭା
(ଘ) ରାଜ୍ୟସଭା
Answer:
(ଖ) ବିଧାନସଭା
Question 4.
ଭାରତରେ ବ୍ୟବସ୍ଥାପିକାକୁ କ’ଣ କୁହାଯାଇଥାଏ ?
(କ) ଲୋକସଭା ୬
(ଖ) ରାଜ୍ୟସଭା
(ଗ) ସଂସଦ
(ଘ) ବିଧାନ ପରିଷଦ
Answer:
(ଗ) ସଂସଦ
![]()
Question 5.
ଲିଚ୍ଛାବୀ ରାଜବଂଶ କେଉଁ ମହାଜନପଦରେ ଶାସନ କରୁଥିଲେ ?
(କ) କ୍ରିଜି
(ଖ) ମଲ୍ଲ
(ଗ) କୋଶାୟୀ
(ଘ) ବଙ୍ଗ
Answer:
(କ) କ୍ରିଜି
Question 6.
ବିଦ୍ଵାନ କଲ୍ହତା କେଉଁ ପୁସ୍ତକରେ କାଶ୍ମୀର ଇତିହାସ ବର୍ଣନା କରିଥିଲେ ?
(କ) ରାଜତରଙ୍ଗିଣୀ
(ଖ) ସୌଦାମିନୀ
(ଗ) ଭୂସ୍ୱର୍ଗ
(ଘ) ଚନ୍ଦ୍ରାବତୀ
Answer:
(କ) ରାଜତରଙ୍ଗିଣୀ
Question 7.
ସାମ୍ବିଧାନିକ ରାଜତନ୍ତ୍ର କେଉଁ ଦେଶରେ ଦେଖିବାକୁ ମିଳିଥାଏ ?
(କ) ଇଟାଲୀ
(ଖ) ଫ୍ରାନ୍ସ
(ଗ) ଜର୍ମାନୀ
(ଘ) ବ୍ରିଟେନ୍
Answer:
(ଘ) ବ୍ରିଟେନ୍
Question 8.
ବର୍ତ୍ତମାନ ଆଫଗାନିସ୍ତାନ ଓ ଭାଟିକାନ୍ ସିଟିରେ କେଉଁ ପ୍ରକାର ଶାସନ ବ୍ୟବସ୍ଥା ପ୍ରଚଳିତ ?
(କ) ଧର୍ମତନ୍ତ
(ଖ) ରାଜତନ୍ତ୍ର
(ଗ) ଏକଛତ୍ରବାଦ
(ଘ) ସାଧାରଣତନ୍ତ୍ର
Answer:
(କ) ଧର୍ମତନ୍ତ
Question 9.
ଆଡ଼ଲଫ୍ ହିଟ୍ଲର୍ କେଉଁ ଦେଶର ଚାନ୍ସେଲର୍ ଥିଲେ ?
(କ) ଇଟାଲୀ
(ଖ) ରୋମ୍
(ଗ) ଜର୍ମାନୀ
(ଘ) ଫ୍ରାନ୍ସ
Answer:
(ଗ) ଜର୍ମାନୀ
Question 10.
ଦ୍ଵିତୀୟ ବିଶ୍ଵଯୁଦ୍ଧ ସୃଷ୍ଟି କରିବାରେ ମୁଖ୍ୟ ବ୍ୟକ୍ତି କିଏ ଥିଲେ ?
(କ) ବେନିତୋ ମୁସୋଲିନ୍
(ଖ) ହିଣ୍ଡେନବର୍ଗ
(ଗ) ଚର୍ଚ୍ଚିଲ
(ଘ) ଆଡ଼ଲଫ୍ ହିଟଲର
Answer:
(ଘ) ଆଡ଼ଲଫ୍ ହିଟଲର
Question 11.
ଇଦି ଅମିନ କେଉଁ ଦେଶର ଜଣେ ସାମରିକ ଏକଛତ୍ରବାଦୀ ଶାସକ ଥିଲେ ?
(କ) ବୋସନିଆ
(ଖ) ଉଗାଣ୍ଡା
(ଗ) ରୋଡ଼େସିଆ
(ଘ) ନାଇଜେରିଆ
Answer:
(ଖ) ଉଗାଣ୍ଡା
Question 12.
ଯେତେବେଳେ ରାଜନେତା ଏବଂ ଧନୀ ବ୍ୟବସାୟୀଙ୍କ ଏକ ଛୋଟ ଗୋଷ୍ଠୀ ଶାସନରେ ଅତ୍ୟଧ୍ଵ ପ୍ରଭାବ ବିସ୍ତାର କରିଥାନ୍ତି, ତାହାକୁ କେଉଁ ପ୍ରକାର ଶାସନ କୁହାଯାଇଥାଏ ?
(କ) ରାଜତନ୍ତ୍ର
(ଖ) ଅଭିଯାନତନ୍ତ୍ର
(ଗ) ଗୋଷ୍ଠୀତନ୍ତ୍ର
(ଘ) ଧର୍ମତନ୍ତ
Answer:
(ଗ) ଗୋଷ୍ଠୀତନ୍ତ୍ର
ବନ୍ଧନୀ ମଧ୍ଯରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
Question 1.
________ ସରକାର ଦେଶର ଧର୍ମ ଏବଂ ଧାର୍ମିକ ନେତାଙ୍କ ନିୟମ ଦ୍ଵାରା ପରିଚାଳିତ ହୁଏ ।
(ରାଜତନ୍ତ୍ର, ଏକଛତ୍ରବାଦ, ଧର୍ମତନ୍ତ୍ର, ସାଧାରଣତନ୍ତ୍ର)
Answer:
ଧର୍ମତନ୍ତ୍ର
Question 2.
୧୯୩୪ ମସିହାରେ ___________ ଦେଶରେ ଏକଛତ୍ରବାଦୀ ସରକାର ପ୍ରତିଷ୍ଠା ହୋଇଥିଲା ।
(ଇଟାଲୀ, ଜର୍ମାନୀ, ଋଷ୍, ଫ୍ରାନ୍ସ)
Answer:
ଜର୍ମାନୀ
Question 3.
ଇଦି ଅମିନ ____________ ଦେଶର ଜଣେ ସାମରିକ ଏକଛତ୍ରବାଦୀ ଶାସକ ଥିଲେ ।
(ରୁମାନିଆ, ଭିଏତନାମ, ନାମିବିଆ, ଉଗାଣ୍ଡା)
Answer:
ଉଗାଣ୍ଡା
Question 4.
‘ଅଲିଗାକି’ ଶବ୍ଦଟି ମୂଳ ____________ ଶବ୍ଦରୁ ଉତ୍ପତ୍ତି ହୋଇଥିଲା । (ଲାଟିନ୍, ଗ୍ରୀକ୍, ଫ୍ରାନ୍ସ, ଚାଇନିଜ୍)
Answer:
ଗ୍ରୀକ୍
Question 5.
___________ ଶାସନ ବ୍ୟବସ୍ଥାରେ ସାର୍ବଜନୀନ ସାବାଳକ ମତାଧିକାର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥାଏ । (ଗୋଷ୍ଠୀତନ୍ତ୍ର, ନିରଙ୍କୁଶ ରାଜତନ୍ତ୍ର, ଏକଛତ୍ରବାଦ, ଗଣତନ୍ତ୍ର)
Answer:
ଗଣତନ୍ତ୍ର
Question 6.
ଭାରତରେ _____________ ଗଣତନ୍ତ୍ର କାର୍ଯ୍ୟକାରୀ ହେଉଅଛି । (ସଂସଦୀୟ, ରାଷ୍ଟ୍ରପତୀୟ, ଧର୍ମତାନ୍ତ୍ରିକ, ରାଜତାନ୍ତ୍ରିକ)
Answer:
ସଂସଦୀୟ
Question 7.
ସରକାର କିପରି କାର୍ଯ୍ୟ କରିବ ତାହା ________________ ପୁସ୍ତକରେ ଲିପିବଦ୍ଧ କରାଯାଇଥାଏ ।
(ଲାଲତଥ୍ୟ ପୁସ୍ତକ, ସମ୍ବିଧାନ, ଧର୍ମପୁସ୍ତକ, ପାଣ୍ଡୁଲିପି)
Answer:
ସମ୍ବିଧାନ
Question 8.
କେତେକ ମୂଲ୍ୟବୋଧ ଏବଂ ଆଦର୍ଶକୁ ଭିତ୍ତି କରି ____________ ଗଠିତ ହୋଇଥାଏ ।
(ସରକାର, ରାଜତନ୍ତ୍ର, ସଂସଦ, ବିଧାନସଭା)
Answer:
ସରକାର
Question 9.
ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ନିର୍ବାଚନରେ ଭୋଟ ଦେବାର ଅଧିକାର ଭାରତୀୟମାନେ __________ ମସିହାରେ ହାସଲ କରିଥିଲେ । (୧୯୪୭, ୧୯୫୦, ୧୯୪୮, ୧୯୪୯)
Answer:
୧୯୫୦
Question 10.
ପ୍ରଭାବଶାଳୀ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥା ଇଂଲଣ୍ଡରେ __________ ମସିହାରେ ଆରମ୍ଭ ହୋଇଥିଲା ।
(୧୯୨୭, ୧୯୩୦, ୧୯୪୭, ୧୯୨୮)
Answer:
୧୯୨୮
Question 11.
୨୦୦୮ ମସିହାରେ _________________ ଦେଶରେ ଗଣତନ୍ତ୍ର ପ୍ରତିଷ୍ଠିତ ହୋଇଥିଲା ।
(କେନିଆ, ନେପାଳ, ଭାରତ, ଶ୍ରୀଲଙ୍କା)
Answer:
ନେପାଳ
Question 12.
ସଂସଦୀୟ ଗଣତନ୍ତ୍ର ସର୍ବପ୍ରଥମେ __________________ଦେଶରୁ କାର୍ଯ୍ୟକାରୀ ହୋଇଥିଲା । (ଇଂଲଣ୍ଡ, ଆମେରିକା, ଗ୍ରୀସ୍, ତୁର୍କୀ)
Answer:
ଇଂଲଣ୍ଡ
ସ୍ତମ୍ଭ ମିଳନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ (ଗଣତନ୍ତ୍ର ପ୍ରତିଷ୍ଠା ବର୍ଷ) |
| ଯୁକ୍ତରାଷ୍ଟ୍ର ଆମେରିକା | ୨୦୦୮ ମସିହା |
| ଭାରତ | ୧୯୪୯ ମସିହା |
| ନେପାଳ | ୧୮୪୮ ମସିହା |
| ଜର୍ମାନୀ | ୧୭୮୭ ମସିହା |
| ସ୍ବିଜରଲାଣ୍ଡ | ୧୯୪୭ ମସିହା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ (ଗଣତନ୍ତ୍ର ପ୍ରତିଷ୍ଠା ବର୍ଷ) |
| ଯୁକ୍ତରାଷ୍ଟ୍ର ଆମେରିକା | ୧୭୮୭ ମସିହା |
| ଭାରତ | ୧୯୪୭ମସିହା |
| ନେପାଳ | ୨୦୦୮ ମସିହା |
| ଜର୍ମାନୀ | ୧୯୪୯ ମସିହା |
| ସ୍ଵିଜରଲାଣ୍ଡ | ୧୮୪୮ ମସିହା |
![]()
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବ୍ୟବସ୍ଥାପିକା | ରାଜ୍ୟସଭା |
| କାର୍ଯ୍ୟପାଳିକା | ଲୋକସଭା |
| ନ୍ୟାୟପାଳିକା | ଆଇନ ପ୍ରଣୟନ କରିବା |
| ନିମ୍ନ ସଦନ | ଆଇନକୁ କାର୍ଯ୍ୟକାରୀ କରିବା |
| ଉଚ୍ଚ ସଦନ | ଆଇନକୁ ତର୍ଜମା କରିବା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ବ୍ୟବସ୍ଥାପିକା | ଆଇନ ପ୍ରଣୟନ କରିବା |
| କାର୍ଯ୍ୟପାଳିକା | ଆଇନକୁ କାର୍ଯ୍ୟକାରୀ କରିବା |
| ନ୍ୟାୟପାଳିକା | ଆଇନକୁ ତର୍ଜମା କରିବା |
| ନିମ୍ନ ସଦନ | ଲୋକସଭା |
| ଉଚ୍ଚ ସଦନ | ରାଜ୍ୟସଭା |
Question 3.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ସମ୍ପୂର୍ଣ୍ଣ ରାଜତନ୍ତ୍ର | ସମସ୍ତଙ୍କ ହାତରେ କ୍ଷମତା ଥାଏ |
| ସମ୍ବିଧାନିକ ରାଜତନ୍ତ୍ର । | ଜଣେ ବ୍ୟକ୍ତି ହାତରେ ସମସ୍ତ କ୍ଷମତା ଥାଏ |
| ଧର୍ମତନ୍ତ୍ର | ରାଜା ନାମକୁ ମାତ୍ର ଶାସନକର୍ତ୍ତା |
| ଏକଛତ୍ରବାଦ | ଧାର୍ମିକ ନେତାଙ୍କଦ୍ୱାରା ପରିଚାଳିତ |
| ଗଣତନ୍ତ୍ର | ରାଜାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥାଏ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ସମ୍ପୂର୍ଣ୍ଣ ରାଜତନ୍ତ୍ର | ରାଜାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥାଏ |
| ସମ୍ବିଧାନିକ ରାଜତନ୍ତ୍ର | ରାଜା ନାମକୁ ମାତ୍ର ଶାସନକର୍ତ୍ତା |
| ଧର୍ମତନ୍ତ୍ର | ଧାର୍ମିକ ନେତାଙ୍କଦ୍ୱାରା ପରିଚାଳିତ |
| ଏକଛତ୍ରବାଦ | ଜଣେ ବ୍ୟକ୍ତି ହାତରେ ସମସ୍ତ କ୍ଷମତା ଥାଏ |
| ଗଣତନ୍ତ୍ର | ସମସ୍ତଙ୍କ ହାତରେ କ୍ଷମତା ଥାଏ |
Question 4.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ୧୯୫୦ ମସିହା | କେନିଆରେ ଗଣତନ୍ତ୍ର ପ୍ରତିଷ୍ଠା ହେବା |
| ୧୯୨୧ ମସିହା | ଭାରତରେ ସାର୍ବଜନୀନ ସାବାଳକ ମତଦାନ କାର୍ଯ୍ୟକାରୀ ହେବା |
| ୧୯୩୩ ମସିହା | ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି |
| ୧୯୪୫ ମସିହା | ହିଟ୍ଲର ଜର୍ମାନୀର ଚାନ୍ସେଲର ହେବା |
| ୧୯୬୪ ମସିହା | ସ୍ଵିଜରଲ୍ୟାଣ୍ଡରେ ମହିଳାମାନେ ଭୋଟ ଦେବା |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| ୧୯୫୦ ମସିହା | ଭାରତରେ ସାର୍ବଜନୀନ ସାବାଳକ ମତଦାନ କାର୍ଯ୍ୟକାରୀ ହେବା |
| ୧୯୨୧ ମସିହା | ସ୍ଵିଜରଲ୍ୟାଣ୍ଡରେ ମହିଳାମାନେ ଭୋଟ ଦେବା |
| ୧୯୩୩ ମସିହା | ହିଟ୍ଲର ଜର୍ମାନୀର ଚାନ୍ସେଲର ହେବା |
| ୧୯୪୫ ମସିହା | ଦ୍ଵିତୀୟ ବିଶ୍ବଯୁଦ୍ଧର ପରିସମାପ୍ତି |
| ୧୯୬୪ ମସିହା | କେନିଆରେ ଗଣତନ୍ତ୍ର ପ୍ରତିଷ୍ଠା ହେବା |
ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ସାଧାରଣ ଭାବରେ ‘ଗଣତନ୍ତ୍ର’ କହିଲେ ତୁମେ କ’ଣ ବୁଝ ?
Answer:
- ଗଣତନ୍ତ୍ର କହିଲେ ଆମେ ସାଧାରଣ ଭାବରେ ଲୋକମାନଙ୍କର ଶାସନ ।
- ଗଣତନ୍ତ୍ରରେ କ୍ଷମତା ଓ କର୍ତ୍ତୃତ୍ଵର ଉତ୍ସ ହେଉଛନ୍ତି ସେ ଦେଶର ଜନସାଧାରଣ ।
Question 2.
ଗଣତନ୍ତ୍ରରେ ସରକାର କାହାକୁ ନେଇ ଗଠିତ ହୋଇଥାଏ ?
Answer:
- ଗଣତନ୍ତ୍ରରେ ସାଧାରଣତଃ ନିର୍ବାଚନ ମାଧ୍ଯମରେ ସରକାର ଗଠିତ ହୋଇଥାଏ ।
- ଏଥିରେ ଲୋକମାନଙ୍କ ଦ୍ଵାରା ନିର୍ବାଚିତ ପ୍ରତିନିଧୁମାନେ ଅଂଶଗ୍ରହଣ କରିଥାନ୍ତି ।
Question 3.
ସରକାର କେଉଁ କାର୍ଯ୍ୟ ପାଇଁ ଗଠିତ ହୋଇଥାଏ ?
Answer:
- କେତେକ ମୂଲ୍ୟବୋଧ ଏବଂ ଆଦର୍ଶକୁ ଭିତ୍ତି କରି ସରକାର ଗଠନ କରାଯାଇଥାଏ ।
- ଏଥୁରେ ସରକାର ସମସ୍ତଙ୍କ ସମାନତା ଓ ସମୃଦ୍ଧି କାମନା କରିଥା’ନ୍ତି ।
Question 4.
ନ୍ୟାୟପାଳିକାର କାମ କ’ଣ ବୋଲି ତୁମେ ଅନୁମାନ କରୁଛ ?
Answer:
- ନ୍ୟାୟପାଳିକା ପ୍ରତ୍ୟେକ ନାଗରିକର ମୌଳିକ ଅଧିକାରକୁ ସୁରକ୍ଷା ପ୍ରଦାନ କରିଥାଏ ।
- ସରକାର ସମ୍ବିଧାନ ଅନୁସାରେ କାର୍ଯ୍ୟ କରୁଛନ୍ତି କି ନାହିଁ, ତାହାକୁ ଅନୁଧ୍ୟାନ କରିଥାଏ ।
Question 5.
ପ୍ରତ୍ୟକ୍ଷ ଗଣତନ୍ତ୍ର କ’ଣ ? ଏହା ବର୍ତ୍ତମାନ କେଉଁଠାରେ କାର୍ଯ୍ୟକାରୀ ହେଉଅଛି ?
Answer:
- ପ୍ରତ୍ୟକ୍ଷ ଗଣତନ୍ତ୍ର ହେଉଛି ଗଣତନ୍ତ୍ରର ଏକ ବ୍ୟବସ୍ଥା ଯେଉଁଠାରେ ଏକ ଦେଶର ସମସ୍ତ ନାଗରିକ ମସ୍ତ ନୀତି, ନିୟମ ଏବଂ କାର୍ଯ୍ୟ ପାଇଁ ସିଧାସଳଖ ଦାୟୀ ରହିଥା’ନ୍ତି ।
- ଏହା ବର୍ତ୍ତମାନ ସ୍ଵିଜରଲାଣ୍ଡରେ କାର୍ଯ୍ୟକାରୀ ହେଉଅଛି ।
Question 6.
ତୁମେ ସଂସଦୀୟ ଗଣତନ୍ତ୍ର ସମ୍ବନ୍ଧରେ କି ପ୍ରକାର ଜ୍ଞାନ ହାସଲ କରିଛ ?
Answer:
- ଯେଉଁ ଦେଶର ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବ୍ୟବସ୍ଥାପିକା ସଭା ବା ସଂସଦର ଭୂମିକା ମୁଖ୍ୟ ବା ଗୁରୁତ୍ଵପୂର୍ଣ୍ଣ ହୋଇଥାଏ ତାହାକୁ ସଂସଦୀୟ ଗଣତନ୍ତ୍ର କୁହାଯାଇଥାଏ ।
- ଏହି ସର୍ବପ୍ରଥମେ ଇଂଲଣ୍ଡରୁ ଆରମ୍ଭ ହୋଇଥିଲା, ତେଣୁ ଇଂଲଣ୍ଡକୁ ସଂସଦୀୟ ଗଣତନ୍ତ୍ରର ଜନନୀ କୁହାଯାଇଥାଏ ।
![]()
Question 7.
ବ୍ୟବସ୍ଥାପିକାର କାମ କ’ଣ ? ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ବ୍ୟବସ୍ଥାପିକାକୁ କ’ଣ କୁହାଯାଇଥାଏ ?
Answer:
- ବ୍ୟବସ୍ଥାପିକା ସଭା ହେଉଛି ସରକାରଙ୍କର ଏକ ଅଙ୍ଗ ଯାହା ଆଇନ ପ୍ରଣୟନ କରିବା ପାଇଁ ଦାୟୀ ହୋଇଥାଏ ।
- ଭାରତରେ ବ୍ୟବସ୍ଥାପିକାକୁ ସଂସଦ କୁହାଯାଉଥିଲାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ନାମ କଂଗ୍ରେସ ଅଟେ ।
Question 8.
ଜର୍ମାନୀର ଆଡ଼ଲଫ୍ ହିଟଲରଙ୍କୁ ଏକଛତ୍ରବାଦୀ ଶାସନ କୁହାଯାଏ କାହିଁକି ?
Answer:
- ୧୯୩୩ ମସିହାରେ ଆଡ଼ଲଫ ହିଟଲର ଜର୍ମାନୀର ଚାନ୍ସସେଲର ହୋଇଥିଲେ ।
- ଚାନ୍ସେଲର ହେବାପରେ ସେ ଏପରି ଆଇନ ପ୍ରଣୟନ କରିଥିଲେ, ଯାହା ତାଙ୍କୁ ପୂର୍ଣ୍ଣ କ୍ଷମତା ଦେଇଥିଲା ଏବଂ ବିରୋଧୀଙ୍କୁ ଦୂର କରିଥିଲା । ସେ ୟୁହୁଦୀ, ରୋମା ଓ ଅନ୍ୟାନ୍ୟ ଗୋଷ୍ଠୀର ଅନେକ ଲୋକଙ୍କରୁ ହତ୍ୟା କରିଥିଲେ । ସେ ଜର୍ମାନୀରେ ଏକଛତ୍ରବାଦୀ ଶାସନ ଚଳାଇଥିଲେ ।
ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ଜଣେ ଶାସକର ତିନିଗୋଟି କର୍ତ୍ତବ୍ୟ ଉଲ୍ଲେଖ କର ।
Answer:
- କୌଟିଲ୍ୟଙ୍କ ଅର୍ଥଶାସ୍ତ୍ର ଅନୁସାରେ ଜଣେ ଶାସକ ପ୍ରଥମ କର୍ତ୍ତବ୍ୟ ହେଉଛି ବାହ୍ୟ ଶତ୍ରୁ ଆକ୍ରମଣରୁ ରାଜ୍ୟଟିକୁ ସୁରକ୍ଷା ପ୍ରଦାନ କରିବା ।
- ଦ୍ଵିତୀୟ କର୍ତ୍ତବ୍ୟଟି ହେଉଛି ରାଜ୍ୟ ମଧ୍ୟରେ ଆଇନ ଶୃଙ୍ଖଳାକୁ ପାଳନ କରିବା ।
- ତୃତୀୟ କର୍ତ୍ତବ୍ୟଟି ହେଲା ପ୍ରଜାମାନଙ୍କର ମଙ୍ଗଳ ବା କଲ୍ୟାଣ କରିବା ।
Question 2.
ଊନବିଂଶ ଶତାବ୍ଦୀରେ ଜଣେ ଆମେରିକୀୟ ରାଷ୍ଟ୍ରପତି ଗଣତନ୍ତ୍ର ବିଷୟରେ କେଉଁ ପ୍ରକାର ବର୍ଣ୍ଣନା ଦେଇଥିଲେ, ଯାହା କି ଆଜି ପର୍ଯ୍ୟନ୍ତ ତାହା ପ୍ରାସଙ୍ଗିକତା ରହିଛି ?
Answer:
- ଊନବିଂଶ ଶତାବ୍ଦୀର ଆମେରିକୀୟ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ ଗଣତନ୍ତ୍ର ବିଷୟରେ ଏକ ମାର୍ମିକ ସଂଜ୍ଞା ପ୍ରଦାନ କରିଥିଲେ ।
- ତାଙ୍କ ମତ ଅନୁସାରେ ‘‘ସରକାର ହେଉଛନ୍ତି ଲୋକମାନଙ୍କର, ଲୋକମାନଙ୍କଦ୍ୱାରା ଓ ଲୋକମାନଙ୍କ ପାଇଁ”’ ଉଦ୍ଦିଷ୍ଟ ।
- ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଉକ୍ତିଟିର ପ୍ରାସଙ୍ଗିକତା ରହିଛି ।
Question 3.
ପ୍ରାଦେଶିକ ସ୍ତରରେ ବ୍ୟବସ୍ଥାପିକା କେଉଁ ପ୍ରକାର ଭୂମିକା ନିର୍ବାହ କରିଥାଏ ?
Answer:
(i) ପ୍ରାଦେଶିକ ସ୍ତରରେ ବ୍ୟବସ୍ଥାପିକା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ, ଉଦାହରଣ ଭାବରେ ଆମେ ଓଡ଼ିଶାକୁ ନେଇପାରିବା ।
(ii) ଓଡ଼ିଶାରେ ବ୍ୟବସ୍ଥାପିକା ସଭା ଭାବରେ ବିଧାନସଭା କାର୍ଯ୍ୟ କରିଥାଏ । ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ପ୍ରଥମେ ବିଧାନସଭା ସଦସ୍ୟରୂପେ ନିର୍ବାଚିତ ହୋଇଥା’ନ୍ତି । ପରବର୍ତୀ ସମୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଭାବେ କାର୍ଯ୍ୟପାଳିକାର ସଦସ୍ୟ ହୋଇ କାର୍ଯ୍ୟ ସମ୍ପାଦନ କରିଥାନ୍ତି ।
(iii) ସେମାନେ ଶାସନଗତ କାର୍ଯ୍ୟ ନିମନ୍ତେ ରାଜ୍ୟ ବ୍ୟବସ୍ଥାପିକା ବା ବିଧାନସଭା ନିକଟରେ ଉତ୍ତରଦାୟୀ ରହିଥା’ନ୍ତି ଓ ବିଧାନ ସଭାର ଆସ୍ଥା ହରାଇଲେ କ୍ଷମତାଚ୍ୟୁତ ହୋଇଥା’ନ୍ତି ।
Question 4.
ଉଚ୍ଚ ସଦନ କାହାକୁ କୁହାଯାଏ ? ରାଜ୍ୟ ସ୍ତରରେ ଏହା କିପରି କାର୍ଯ୍ୟ କରିଥାଏ ?
Answer:
- ଭାରତୀୟ ସଂସଦରେ ଦୁଇଟି ଗୃହ ଥାଏ, ଯଥା- ଲୋକସଭା ବା ନିମ୍ନ ସଦନ ଓ ରାଜ୍ୟସଭା ବା ଉଚ୍ଚ ସଦନ ।
- କେତେକ ରାଜ୍ୟରେ ଦ୍ଵିସଦନୀୟ ବ୍ୟବସ୍ଥାପିକ ଥାଏ, ଯାହାକୁ ବିଧାନ ମଣ୍ଡଳ କୁହାଯାଏ ।
- ଏହାର ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଇଥାଏ । ଆମ ରାଜ୍ୟରେ କେବଳ ବିଧାନସଭା ରହିଛି ।
Question 5.
ଗଣତନ୍ତ୍ର ଏକ ଉତ୍ତମ ଶାସନ ବ୍ୟବସ୍ଥା ହେଲେ ମଧ୍ୟ ଏଥିରେ ଅନେକ ସମସ୍ୟା ରହିଥାଏ । ସେହିସବୁ ସମସ୍ୟାଗୁଡ଼ିକ କ’ଣ ?
Answer:
(i) ଗଣତନ୍ତ୍ରରେ ସରକାର ମୂଲ୍ୟବୋଧ ଏବଂ ଆଦର୍ଶ ଭିଭିକ ଶାସନ ମାଧ୍ୟମରେ ସମସ୍ତ ଲୋକଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥାଏ ।
(ii) ଗଣତନ୍ତ୍ରରେ ଥିବା ସମସ୍ୟା ମଧ୍ଯରେ ଦୁର୍ନୀତି, ସମ୍ପଭିର ଅସମାନତା, ଗଣତାନ୍ତ୍ରିକ ସଂସ୍ଥା ଉପରେ କିଛି ଲୋକଙ୍କ ଦ୍ଵାରା ଅତ୍ୟଧ୍ଵକ ନିୟନ୍ତ୍ରଣ, ନ୍ୟାୟପାଳିକାର ସ୍ଵାଧୀନତା ଅବକ୍ଷୟ ଇତ୍ୟାଦି ମୁଖ୍ୟ ।
(iii) ସୂଚନା ମାଧ୍ୟମରେ ହେରଫେର ଭଳି ଅନ୍ୟ କେତେକ ଗଣତନ୍ତ୍ରର ଆଦର୍ଶ ହାସଲ କରିବାରେ ବାଧା ସୃଷ୍ଟି କରିଥାଏ ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
Question 1.
ଆମ ଜୀବନରେ ସରକାର ନିର୍ବାହ କରୁଥିବା ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ବିଷୟରେ ସୂଚନା ପ୍ରଦାନ କର ।
Answer:
(i) ସରକାର ଆମ ଜୀବନରେ ଅନେକ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାଏ ଯଥା- ସମାଜରେ ଶାନ୍ତି ଶୃଙ୍ଖଳା ବଜାୟ ରଖୁବା ସହିତ ଲୋକମାନଙ୍କ ପାଇଁ ଶାନ୍ତି, ସ୍ଥିରତା ଓ ନିରାପତ୍ତାକୁ ସୁନିଶ୍ଚିତ କରିଥାଏ ।
(ii) ଅନ୍ୟ ଦେଶମାନଙ୍କ ସହିତ ସୁସମ୍ପର୍କ ବଜାୟ ରଖୁବା ସହ ଜାତୀୟ ପ୍ରତିରକ୍ଷା ପ୍ରତି ଯବାନ ହୋଇଥାଏ ।
(iii) ଆବଶ୍ୟକ ସାମଗ୍ରୀ ଯୋଗାଇବା ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଭିତ୍ତିଭୂମି ଭଳି ସେବା ଯୋଗାଇ ଦେଇଥାଏ ।
(iv) ଲୋକ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଏବଂ ଲୋକମାନଙ୍କର ଜୀବନଶୈଳୀକୁ ଉନ୍ନତ କରିବାରେ ସତତ ଚେଷ୍ଟିତ ଥାଏ ।
(v) ସରକାରଙ୍କୁ ଅଧିକ ପାରଦର୍ଶିତା ହାସଲ କରିବାକୁ ହେଲେ ଲୋକମାନଙ୍କର ସହଯୋଗ ଏକାନ୍ତ କାମ୍ୟ । ଜନସହଯୋଗ ଓ ଜନଭାଗୀଦାରୀଦ୍ଵାରା ସରକାର ମଜବୁତ୍ ହୋଇଥାଏ ।
![]()
Question 2.
ପ୍ରତିନିଧୁମୂଳକ ଗଣତନ୍ତ୍ର ଭାରତରେ କିପରି ସୁଚାରୁରୂପେ କାର୍ଯ୍ୟ କରୁଛି, ତାହାର ଏକ ତଥ୍ୟ ପ୍ରଦାନ କର ।
Answer:
(i) ଭାରତରେ ପ୍ରତିନିଧୂମୂଳକ ଗଣତନ୍ତ୍ର ଦୀର୍ଘଦିନ ଧରି କାର୍ଯ୍ୟ କରି ଆସୁଅଛି । ପ୍ରଥମତଃ ଏହି ବ୍ୟବସ୍ଥାରେ ଲୋକମାନେ ସାର୍ବଜନୀନ ସାବାଳକ ମତଦାନ ବ୍ୟବସ୍ଥାରେ ସେମାନଙ୍କର ମନ ପସନ୍ଦର ପ୍ରାର୍ଥୀ ନିର୍ବାଚିତ କରିଥାନ୍ତି ।
(ii) ଏହି ପ୍ରକାର ଶାସନ ବ୍ୟବସ୍ଥାରେ ଲୋକମାନେ ସିଧାସଳଖ ଶାସନ କରନ୍ତି ନାହିଁ କିନ୍ତୁ ସରକାର ସର୍ବଦା ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ଥାଆନ୍ତି ।
(iii) ନିର୍ବାଚନ ହେଉଛି ପ୍ରତିନିଧୁମୂଳକ ଗଣତନ୍ତ୍ରର ଏକ ଅବିଚ୍ଛେଦ୍ୟ ବ୍ୟବସ୍ଥା ଯାହା ମାଧ୍ୟମରେ ଲୋକମାନେ ସେମାନଙ୍କର ପସନ୍ଦରେ ମଧ୍ୟ ପରିବର୍ତ୍ତନ କରିପାରିବେ ।
(iv) ତେଣୁ ଏକ ନିୟମିତ ବ୍ୟବଧାନରେ ନିର୍ବାଚନ କରାଯାଇଥାଏ । ପୁନର୍ବାର ନୂତନ ପ୍ରାର୍ଥୀ ଚୟନ କରାଯାଇଥାଏ ।
(v) ଭାରତରେ ପ୍ରତି ପାଞ୍ଚ ବର୍ଷରେ ଥରେ ସାଧାରଣ ନିର୍ବାଚନ କରାଯାଉଥିଲାବେଳେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ପ୍ରତି ଚାରି ବର୍ଷରେ ଥରେ କରାଯାଇଥାଏ ।
Question 3.
ରାଷ୍ଟ୍ରପତୀୟ ଗଣତନ୍ତ୍ର କାହାକୁ କୁହାଯାଏ ? ଏହା ଯୁକ୍ତରାଷ୍ଟ୍ର ଆମେରିକାରେ କିପରି କାର୍ଯ୍ୟକାରୀ ହେଉଛି ସଂକ୍ଷେପରେ ଲେଖ ।
Answer:
(i) ଯେଉଁ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି ଦେଶର ବାସ୍ତବ ବା ପ୍ରକୃତ କ୍ଷମତା ଉପଲବ୍ଧ କରି ଶାସନ ନିୟନ୍ତ୍ରଣ କରିଥା’ନ୍ତି ତାହାକୁ ରାଷ୍ଟ୍ରପତୀୟ ଗଣତନ୍ତ୍ର କୁହାଯାଏ ।
(ii) ଏହି ବ୍ୟବସ୍ଥାରେ ରାଷ୍ଟ୍ରପତି ନାଗରିକମାନଙ୍କଦ୍ଵାରା ନିର୍ବାଚିତ ହୋଇଥା’ନ୍ତି । ସେ ବ୍ୟବସ୍ଥାପିକା ସଭାର ସଦସ୍ୟ ନଥା’ନ୍ତି, ତେଣୁ ନିଜ ଶାସନଗତ କାର୍ଯ୍ୟ ନିମନ୍ତେ ସେ ବ୍ୟବସ୍ଥାପିକା ସଭା ବା ସଂସଦର ବିଶ୍ୱାସଭାଜନ ହେବା ଆବଶ୍ୟକ ନଥାଏ ।
(iii) ଏହି ଶାସନ ବ୍ୟବସ୍ଥା ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରଚଳିତ ହେଉଛି ।
(iv) ଭାରତରେ ଯଦିଓ ରାଷ୍ଟ୍ରପତି ପଦବୀ ଦେଖିବାକୁ ମିଳେ କିନ୍ତୁ ସେ ଆମେରିକାର ରାଷ୍ଟ୍ରପତିଙ୍କ ପରି ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ନୁହଁନ୍ତି ।
(v) ବରଂ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ ଥିବା ମନ୍ତ୍ରୀପରିଷଦର ପରାମର୍ଶରେ ଭାରତର ରାଷ୍ଟ୍ରପତି ଶାସନ ପରିଚାଳନା କରିଥା’ନ୍ତି । ଅର୍ଥାତ ସେ ଭାରତର ବାସ୍ତବ ଶାସକ ନୁହଁନ୍ତି । କିନ୍ତୁ ଆମେରିକାର ରାଷ୍ଟ୍ରପତି ସେ ଦେଶର ବାସ୍ତବ ଶାସକ ଅଟନ୍ତି ।
Question 4.
ସାମ୍ବିଧାନିକ ରାଜତନ୍ତ୍ର କେଉଁଠି ଓ କିପରି କାର୍ଯ୍ୟକାରୀ ହେଉଛି, ସଂକ୍ଷେପରେ ଲେଖ ।
Answer:
(i) ସାମ୍ବିଧାନିକ ରାଜତନ୍ତ୍ର ଯୁକ୍ତରାଜ୍ୟ ବା ବ୍ରିଟେନ୍ରେ କାର୍ଯ୍ୟକାରୀ ହେଉଛି ।
(ii) ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଜା କିମ୍ବା ରାଣୀ, କିନ୍ତୁ ତାଙ୍କର କେବଳ ନାମକୁମାତ୍ର କ୍ଷମତା ରହିଥାଏ, କିନ୍ତୁ ପ୍ରଧାନମନ୍ତ୍ରୀ କାର୍ଯ୍ୟପାଳିକାର ପ୍ରକୃତ କ୍ଷମତାର ଅଧିକାରୀ ହୋଇଥାନ୍ତି । ବ୍ୟବସ୍ଥାପିକା କ୍ଷମତାଟି ସଂସଦ ଉପରେ ନ୍ୟସ୍ତ ଥାଏ ।
(iii) ଦେଶର ସମସ୍ତ ଆଇନ ନିର୍ବାଚିତ ସଂସଦଦ୍ଵାରା ପ୍ରଣୟନ କରାଯାଏ ଏବଂ କାର୍ଯ୍ୟପାଳିକା କ୍ଷମତା ପ୍ରଧାମନ୍ତ୍ରୀଙ୍କ ନେତୃତ୍ଵରେ ମନ୍ତ୍ରୀପରିଷଦଦ୍ଵାରା ପ୍ରୟୋଗ କରାଯାଇଥାଏ ।
(iv) ତେଣୁ ବ୍ରିଟେନ୍ରେ ଜଣେ ରାଜା ଥିଲା ସତ୍ତ୍ବେ, ପ୍ରକୃତପକ୍ଷେ ଏହା ସଂସଦୀୟ ଗଣତନ୍ତ୍ର ।
(v) ଏହି ପ୍ରକାରର ରାଜତନ୍ତ୍ରକୁ ଏକ ସାମ୍ବିଧାନିକ ରାଜତନ୍ତ୍ର କୁହାଯାଏ, କାରଣ ଏହା ସେ ଦେଶର ସମ୍ବିଧାନ ଦ୍ଵାରା ସ୍ଵୀକୃତ ହୋଇଅଛି ।