Go through 7th Class Science Book Odia Medium Question Answer and Class 7 Science Chapter 12 Question Answer Odia Medium ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟ to understand textbook questions more clearly.
7th Class Science Chapter 12 Question Answer Odia Medium
Class 7 Science Chapter 12 Odia Medium
ଆସ ଆମ ଶିକ୍ଷଣର ଅଭିବୃଦ୍ଧି କରିବା
Question 1.
ଚିତ୍ର ଅନୁସାରେ ପୃଥିବୀର ଘୂର୍ଶନ ଯୋଗୁ ଉତ୍ତର ମେରୁ ଓ ଦକ୍ଷିଣ ମେରୁ କେତେ ସମୟ ପାଇଁ ସୂର୍ଯ୍ୟକିରଣ ପାଏ ?

Answer:
ଉପରୋକ୍ତ ଚିତ୍ର ଅନୁଯାୟୀ, ପୃଥିବୀର ଘୂର୍ଣ୍ଣନ ଯୋଗୁଁ ଉତ୍ତର ମେରୁ ଓ ଦକ୍ଷିଣ ମେରୁ 6 ମାସ ପାଇଁ ସୂର୍ଯ୍ୟକିରଣ ପାଇଥାଏ ଓ 6 ମାସ ପାଇଁ ସୂର୍ଯ୍ୟକିରଣ ପାଇ ନଥାଏ ।
Question 2.
ଶୂନ୍ୟସ୍ଥାନ ପୂରଣ କର ।
(କ) ତାରାଗୁଡ଼ିକ ______ ରେ ଉଦୟ ହୁଅନ୍ତି ଓ ______ ରେ ଅସ୍ତ ହୁଅନ୍ତି ।
(ଖ) ଦିନ ଓ ରାତି ପୃଥିବୀର ______ ଯୋଗୁ ସୃଷ୍ଟି ହୁଏ ।
(ଗ) ଯେତେବେଳେ ସୂର୍ଯ୍ୟକୁ ଚନ୍ଦ୍ର ଆମ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦିତ କରେ ଏହାକୁ _______ କୁହାଯାଏ ।
Answer:
(କ) ପୂର୍ବ ଦିଗ, ପଶ୍ଚିମ ଦିଗ
(ଖ) ଘୂର୍ଣ୍ଣନ
(ଗ) ପୂର୍ଣ୍ଣ
![]()
Question 3.
ସତ୍ୟ ବା ମିଥ୍ୟା ଲେଖ ।
(କ) ଚନ୍ଦ୍ର ଓ ପୃଥିବୀ ମଧ୍ଯରେ ସୂର୍ଯ୍ୟ ରହିଲେ ଚନ୍ଦ୍ରଗ୍ରହଣ ହୁଏ ।
Answer:
ମିଥ୍ୟା (ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ରହିଲେ ଚନ୍ଦ୍ରଗ୍ରହଣ ହୁଏ ।)
(ଖ) ଝାଡ଼ଖଣ୍ଡ ଅପେକ୍ଷା ଗୁଜୁରାଟରେ ସୂର୍ଯ୍ୟୋଦୟ ଶୀଘ୍ର ହୁଏ ।
Answer:
ମିଥ୍ୟା (ଗୁଜୁରାଟ ଭାରତର ପଶ୍ଚିମରେ ଥିବାରୁ ସେଠାରେ ସୂର୍ଯ୍ୟୋଦୟ ବିଳମ୍ବରେ ହୋଇଥାଏ ।)
(ଗ) ଚେନ୍ନାଇରେ, ଗ୍ରୀଷ୍ମକାଳୀନ ଅୟନାନ୍ତରେ ସବୁଠାରୁ ଲମ୍ବା ଦିନ ହୁଏ ।
Answer:
ସତ୍ୟ
(ଘ) ଆମେ ଖାଲି ଆଞ୍ଛରେ ସୂର୍ଯ୍ୟୋପରାଗ ଦେଖୁବା ଉଚିତ ।
Answer:
ମିଥ୍ୟା (ଏହା ଆମର ଚକ୍ଷୁକୁ ଖରାପ କରିଦେଇପାରେ ।)
(ଙ) ପୃଥିବୀର ଘୂର୍ଶନ ଅକ୍ଷର କୌଣିକ ଆନତି ଏବଂ ଗୋଲାକାର ଆକୃତି ଯୋଗୁ ଋତୁ ପରିବର୍ତ୍ତନ ହୁଏ ।
Answer:
ସତ୍ୟ
(ଚ) ସୂର୍ଯ୍ୟ ଚାରିପାଖରେ ପୃଥିବୀର ପରିକ୍ରମଣ ଯୋଗୁ ଦିନରାତି ହୁଏ ।
Answer:
ମିଥ୍ୟା (ପୃଥିବୀର ଘୂର୍ଣ୍ଣନ/ ଆବର୍ତ୍ତନ ଯୋଗୁଁ ଦିନରାତି ହୋଇଥାଏ ।)
![]()
Question 4.
ଜୟଶ୍ରୀ ଗତକାଲି ସନ୍ଧ୍ୟା ପ୍ରାୟ ୮ଟା ସମୟରେ ଓରିୟନ୍ ନକ୍ଷତ୍ରକୁ ମୁଣ୍ଡ ଉପରେ ଦେଖିଲା । ଆଜି କେତେବେଳେ ସେ ଓରିୟନ୍ ନକ୍ଷତ୍ରକୁ ମୁଣ୍ଡଉପରେ ଦେଖୁବ ?
Answer:
ଜୟଶ୍ରୀ ଗତକାଲି ସନ୍ଧ୍ୟା ପ୍ରାୟ ୮ ଟା ସମୟରେ ଓରିୟନ୍ ନକ୍ଷତ୍ରକୁ ମୁଣ୍ଡ ଉପରେ ଦେଖିଲା । ସେ ଆଜି ମଧ୍ୟ ସେହି ସ୍ଥାନରେ ସେହି ସମୟ ଅର୍ଥାତ୍ ସନ୍ଧ୍ୟା ପ୍ରାୟ ୫ ଟା ସମୟରେ ଦେଖିବାକୁ ପାଇବ କାରଣ ନକ୍ଷତ୍ରଗୁଡ଼ିକ ଗୋଟିଏ ଦିନରେ ପ୍ରାୟତଃ ବହୁତ କମ୍ ଦୂରତା ଅତିକ୍ରମ କରିଥାନ୍ତି ଓ ପ୍ରତିଦିନ ୪ ମିନିଟ୍ ପୂର୍ବରୁ ସେହି ଏକାସ୍ଥାନରେ ଦୃଶ୍ୟମାନ ହୁଅନ୍ତି ।
Question 5.
ଜୁନ୍ ୨୧ ତାରିଖ ମଧ୍ୟରାତ୍ରରେ ନନ୍ଦିନୀ କିଛି ତାରାଙ୍କୁ ଉଦୟ ହେବାର ଦେଖୁଲା । ଆସନ୍ତାବର୍ଷ କେତେବେଳେ ସେ ସେହି ତାରକାପୁଞ୍ଜକୁ ପୁଣି ଉଦୟ ହେବାର ଦେଖୁପାରିବ ?
Answer:
ନନ୍ଦିନୀ ଜୁନ୍ ୨୧ ମଧ୍ୟରାତ୍ରରେ କିଛି ତାରାଙ୍କୁ ଉଦୟ ହେବାର ଦେଖିଲା । ଆସନ୍ତା ବର୍ଷ ସେହି ଜୁନ ୨୧ ତାରିଖ ମଧ୍ୟରାତ୍ରରେ ସେ ସେହି ତାରକାପୁଞ୍ଜକୁ ପୁନଃ ଉଦୟ ହେବାର ଦେଖୁପାରିବ କାରଣ ପୃଥିବୀ ସୂର୍ଯ୍ୟଙ୍କୁ ପରିକ୍ରମଣ କରିବାକୁ ୩୬୫ ଦିନ ନେଇଥାଏ ।
Question 6.
ଅଭୟ ଦେଖୁଲା ଯେ ଯେତେବେଳେ ଭାରତରେ ଦିନ ହୋଇଥୁଲା, ତାଙ୍କ ମାମୁ ଆମେରିକାରେ ରାତି ହୋଇଥିବାରୁ ଶୋଇଥିଲେ । ଏହି ପାର୍ଥକ୍ୟର କାରଣ କ’ଣ ?
Answer:
ପୃଥିବୀର ଘୂର୍ଣ୍ଣନ ପଶ୍ଚିମରୁ ପୂର୍ବକୁ ହୋଇଥାଏ । ଭାରତ ଓ ଆମେରିକା ପୃଥିବୀର ବିପରୀତ ପାର୍ଶ୍ଵରେ ଅବସ୍ଥାନ କରି ଅଛନ୍ତି । ଏହି ଦୁଇଦେଶ ମଧ୍ୟରେ ସମୟର ବ୍ୟବଧାନ ପ୍ରାୟ 10 ରୁ 11 ଘଣ୍ଟା ଅଟେ । ତେଣୁ ଯେତେବେଳେ ଭାରତରେ ଦିନ ହୋଇଥାଏ, ସେତେବେଳେ ଆମେରିକାରେ ରାତି ହୋଇଥାଏ ।
Question 7.
ଚାରିଜଣ ବନ୍ଧୁ ସୂର୍ଯ୍ୟୋପରାଗ ଦେଖୁବା ପାଇଁ ନିମ୍ନଲିଖୁତ ଉପାୟ ଅବଲମ୍ବନ କରିଥିଲେ । ଏମାନଙ୍କ ମଧ୍ୟରୁ କିଏ ଅସାବଧାନ ଥିଲା ?
(କ) ରବି ଏକ ସୂର୍ଯ୍ୟୋପରାଗ ଚଷମା ବ୍ୟବହାର କରିଥିଲା ।
(ଖ) ଜ୍ୟୋତି ସୂର୍ଯ୍ୟଙ୍କ ପ୍ରତିଛବିକୁ ପ୍ରଦର୍ଶିତ କରିବା ପାଇଁ ଏକ ଦର୍ପଣ ବ୍ୟବହାର କରିଥିଲା ।
(ଗ) ଆଦିତ୍ୟ ତା’ ଆରେ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖିଲା ।
(ଘ) ଅରୁଣା ଏକ ପ୍ଲାନେଟୋରିୟମ୍ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲା ।
Answer:
ଉପରୋକ୍ତ 4 ଜଣଙ୍କ ମଧ୍ୟରୁ ଆଦିତ୍ୟ ସବୁଠାରୁ ଅସାବଧାନ ଥିଲା । କାରଣ ସୂର୍ଯ୍ୟୋପରାଗ ସମୟରେ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖୁଲେ ସୂର୍ଯ୍ୟଙ୍କଠାରୁ ବିଛୁରିତ ତୀବ୍ର ଆଲୋକ ଆଖୁକୁ କ୍ଷତି ପହଞ୍ଚାଏ, ଏପରିକି ଅନ୍ଧତ୍ଵ ସୃଷ୍ଟି କରିପାରେ ।
![]()
Question 8.
ଚିତ୍ର ଦେଖ୍ ନିମ୍ନସ୍ଥ ବୃତ୍ତଗୁଡ଼ିକ ଯଥାଯଥ ଭାବରେ ପୂରଣ କର । (ପ୍ରଶ୍ନ ସହିତ ଉତ୍ତର)

Answer:

Question 9.
ଚନ୍ଦ୍ର, ସୂର୍ଯ୍ୟଠାରୁ ବହୁତ ସାନ । ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ଏହା ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଅବରୋଧ କରିପାରେ, ଏହା କିପରି ସମ୍ଭବ ?
Answer:
(i) କୌଣସି ବସ୍ତ ଯେତେ ଦୂରରେ ଥାଏ, ତାହାର ଆକାର ସେତେ ଛୋଟ ହୋଇଥାଏ । ଏହି କାରଣରୁ ଦୂରରେ ଠିଆ ହୋଇଥିବା ବ୍ୟକ୍ତି, ପାଖରେ ଠିଆ ହୋଇଥିବା ସମାନ ଉଚ୍ଚତାର ବ୍ୟକ୍ତିଙ୍କଠାରୁ ଛୋଟ ଦେଖାଯାଉଥାଏ ।
(ii) ଚନ୍ଦ୍ର, ପୃଥିବୀର ଅତି ନିକଟରେ ଥାଏ କିନ୍ତୁ ପୃଥିବୀ ପୃଷ୍ଠରୁ ଚନ୍ଦ୍ର ଓ ସୂର୍ଯ୍ୟର ପ୍ରତୀୟମାନ ଆକାର (Apparent size) ସମାନ ହୋଇଥାଏ, ଯାହା ଫଳରେ ପୂର୍ଣ ସୂର୍ଯ୍ୟୋପରାଗ ସମୟରେ ଏହା ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଅବରୋଧ କରିବାକୁ ସମର୍ଥ ହୁଏ ।
Question 10.
ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଟିମ୍ର ମ୍ୟାଗୁଡ଼ିକ ପ୍ରାୟତଃ ଡିସେମ୍ବର ମାସରେ ଅନୁଷ୍ଠିତ ହୁଏ । ଏହି ଗସ୍ତ ପାଇଁ ସେମାନେ ଶୀତକାଳୀନ ନା ଗ୍ରୀଷ୍ମକାଳୀନ ପୋଷାକ ପ୍ୟାକ୍ କରିବେ ।
Answer:
ଅଷ୍ଟ୍ରେଲିଆ ମହାଦେଶ ପୃଥିବୀର ଦକ୍ଷିଣ ଗୋଲର୍ଷରେ ଅବସ୍ଥିତ ଅଟେ । ଏଠାରେ ଡିସେମ୍ବର ମାସରେ ଗ୍ରୀଷ୍ମଋତୁ ଓ ଜୁନ୍ ମାସରେ ଶୀତଋତୁ ଅନୁଭୂତ ହୁଏ । ଭାରତୀୟ କ୍ରିକେଟ୍ ଦଳ ଡିସେମ୍ବର ମାସରେ ଅଷ୍ଟ୍ରେଲିଆକୁ କ୍ରିକେଟ ଖେଳିବା ପାଇଁ ଯାଉଥିବାରୁ ସେମାନେ ସେମାନଙ୍କ ସହିତ ଗ୍ରୀଷ୍ମକାଳୀନ ପୋଷାକ ପ୍ୟାକ୍ କରିବେ ।
Question 11.
ତୁମେ କାହିଁକି ଭାବୁଛ ଯେ ଚନ୍ଦ୍ରଗ୍ରହଣ ପୃଥିବୀର ଏକ ବଡ଼ ଅଞ୍ଚଳରୁ ଦେଖାଯିବ, ମାତ୍ର ସୂର୍ଯ୍ୟୋପରାଗ ପୃଥିବୀର ଏକ ଛୋଟିଆ ଅଂଶରେ ଦୃଶ୍ୟମାନ ହେବ ?
Answer:
(i) ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ର ମଧ୍ୟରେ ପୃଥିବୀ ଏକ ସରଳରେଖାରେ ଅବସ୍ଥାନ କରେ, ସେତେବେଳେ ପୃଥିବୀର ବିଶାଳ ଛାୟା ଚନ୍ଦ୍ରକୁ ଆଚ୍ଛାଦିତ କରେ, ତାହାକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ କୁହାଯାଏ । ଫଳରେ ରାତ୍ରି ହୋଇଥବା ପୃଥିବୀର ଅର୍ଦ୍ଧେକ ଅଂଶର ଲୋକମାନଙ୍କୁ ଚନ୍ଦ୍ରଗ୍ରହଣ ଦୃଶ୍ୟ ହୁଏ ।
(ii) ସୂର୍ଯ୍ୟ ଓ ପୃଥିବୀ ମଧ୍ଯରେ ଚନ୍ଦ୍ର ଏକ ସରଳରେଖାରେ ଅବସ୍ଥାନ କଲେ, ସୂର୍ଯ୍ୟୋପରାଗ ହୁଏ । ଚନ୍ଦ୍ରର ଆକାର ପୃଥିବୀ ତୁଳନାରେ କ୍ଷୁଦ୍ର ହୋଇଥିବାରୁ ଚନ୍ଦ୍ରର ଛାୟା ପୃଥିବୀର କେତେକାଂଶକୁ ଆବୃତ କରେ । ତେଣୁ ପୃଥିବୀର ଦିନ ହୋଇଥିବା କେତେକାଂଶରେ ଏହା ଦୃଶ୍ୟମାନ ହୁଏ । ସୁତରାଂ ଚନ୍ଦ୍ରଗ୍ରହଣ ପୃଥିବୀର ବହୁ ଅଞ୍ଚଳରେ ଦେଖାଯାଉଥିବାବେଳେ ସୂର୍ଯ୍ୟୋପରାଗ ଏକ ଛୋଟିଆ ଅଞ୍ଚଳରେ ଦୃଶ୍ୟମାନ ହେବ ।
![]()
Question 12.
ଯଦି ପୃଥିବୀର ଘୂର୍ଶନ ଅକ୍ଷ ପରିକ୍ରମଣ ଅକ୍ଷ ସହ ଢଳି ରହି ନଥାନ୍ତା, ତେବେ ଋତୁଚକ୍ର ଉପରେ କି ପ୍ରଭାବ ପଡ଼ିଥାନ୍ତା ? ତାହା ବ୍ୟାଖ୍ୟା କର ।
Answer:
- ଯଦି ପୃଥିବୀର ଘୂର୍ଣ୍ଣନ ଅକ୍ଷ, ପରିକ୍ରମଣ ଅକ୍ଷ ସହ ଢଳିରହି ନଥା’ନ୍ତା, ତେବେ ସୂର୍ଯ୍ୟଙ୍କଠାରୁ ଆସୁଥିବା କିରଣ ପୃଥିବୀର ଯେଉଁ ପାର୍ଶ୍ୱ ସୂର୍ଯ୍ୟଙ୍କ ଆଡ଼କୁ ରହିଛି, ସେହି ପାର୍ଶ୍ଵରେ ସମାନ ଭାବରେ ବାଣ୍ଟି ହୋଇପଡ଼ନ୍ତା ।
- ଏହି ପାର୍ଶ୍ଵ ସମାନ ଭାବରେ ଉତ୍ତପ୍ତ ହୁଅନ୍ତା ଓ ତାପମାତ୍ରାରେ ପରିବର୍ତ୍ତନ ନହେବା କାରଣରୁ ଋତୁ ପରିବର୍ତ୍ତନ ହୁଅନ୍ତା ନାହିଁ ଓ ପୂରା ଗୋଟିଏ ବର୍ଷରେ ଗୋଟିଏ ଋତୁ ଅନୁଭବ ହୁଅନ୍ତା ।
ଅନୁସନ୍ଧାନମୂଳକ ପ୍ରକଳ୍ପ
Question 1.
କାର୍ଯ୍ୟ ୧୨.୨ର ପୁନାରବୃତ୍ତି କର । କିନ୍ତୁ ଟର୍ଚ୍ଚ ବଦଳରେ ଏକ ବିଦ୍ୟୁତ୍ ବଲ୍ବ ବ୍ୟବହାର କର । ବୃତ୍ତର ବିଭିନ୍ନ ସ୍ଥାନରେ ଗ୍ଲୋବ୍ ରଖ୍ ପରୀକ୍ଷଣ କର ।
(କ) ବିଭିନ୍ନ ଅବସ୍ଥାରେ ଗ୍ଲୋବର ଉତ୍ତର ଓ ଦକ୍ଷିଣ ଗୋଲାର୍ଦ୍ଧର କେତେ ଅଂଶ ଆଲୋକିତ ହେଉଛି ଲିପିବଦ୍ଧ କର ।
Answer:
ଏଠାରେ ପୃଥିବୀକୁ ଦର୍ଶାଇବା ପାଇଁ ଏକ ଗ୍ଲୋବ୍ ନିଆଯାଇଛି । ନିଜର ଅବସ୍ଥାନ ଚିହ୍ନଟ ପାଇଁ ତା ଉପରେ ଏକ ଷ୍ଟିକର ଲଗାଯାଇଛି । ଉତ୍ତର ମେରୁ ଉପରୁ ଦେଖିଲାବେଳେ ଧୀରେ ଧୀରେ ଗ୍ଲୋବ୍କୁ ତା’ର ଅକ୍ଷ ଚାରିପଟେ ଘଣ୍ଟାକଣ୍ଟାର ବିପରୀତ ଦିଗରେ ବୁଲାଯାଉ ।
(ଖ) ଗ୍ଲୋବ୍କୁ ଘୂରାଅ ଏବଂ ଦିନ ଏବଂ ରାତିର ଦୈର୍ଘ୍ୟ ପୃଥିବୀର ବିଭିନ୍ନ ସ୍ଥାନରେ ଉଲ୍ଲେଖ କର ।
Answer:
ଗୋଟିଏ ଥର ପୂର୍ବ ଘୂର୍ଣ୍ଣନ ପରେ ପୁନଶ୍ଚ ତାହା ମୂଳ ସ୍ଥାନକୁ ଫେରି ଆସିଥାଏ । ଏହି ପରୀକ୍ଷଣ ପାଇଁ ଏକ ଅନ୍ଧକାର କୋଠାରୀରେ ସୂର୍ଯ୍ୟଙ୍କୁ ଦର୍ଶାଇବା ପାଇଁ ଟର୍ଚ୍ଚଲାଇଟ୍ ବଦଳରେ ଗୋଟିଏ ଟେବୁଲ ଲ୍ୟାମ୍ପ ବ୍ୟବହାର
କରାଯାଉ ।
(ଗ) ବୃତ୍ତରେ ଗ୍ଲୋବର ବିଭିନ୍ନ ସ୍ଥିତି ପାଇଁ ପୁନରାବୃତ୍ତି କର ।
Answer:
ଆଲୋକର ତୀବ୍ରତା ଉପରେ ଗ୍ଲୋବର ଉଜ୍ଜ୍ଵଳ ଅଂଶର କ୍ଷେତ୍ରଫଳ ବୃଦ୍ଧିପାଇବ ଓ ଅନ୍ଧାର ସ୍ଥାନର କ୍ଷେତ୍ରଫଳ ହ୍ରାସ ପାଇବ । ଯେଉଁ ପାଖରେ ଆଲୋକ ପଡ଼ିବ ପୃଥିବୀର ସେହି ଅର୍ବଭାଗରେ ଏହା ଦିନ ଓ ବାକି ଅର୍ଦ୍ଧେକ ଅଂଶ ରାତି ହେବ ।
ଉପରୋକ୍ତ ପରୀକ୍ଷଣଟି ଶ୍ରେଣୀଗୃହ କିମ୍ବା ଯେକୌଣସି ଘରେ କରାଯାଇପାରିବ ଓ ‘କ’, ‘ଖ’, ‘ଗ’ ର ତଥ୍ୟାବଳୀକୁ ଲିପିବଦ୍ଧ କରାଯାଇପାରିବ ।
Question 2.
ପୃଥିବୀ ସୂର୍ଯ୍ୟ ଚାରିପାଖରେ ଏକ ଅଣ୍ଡାକାର ପଥରେ ଘୂରେ । ଏକା କେନ୍ଦ୍ର ସହ ଦୁଇଟି ବୃତ୍ତ ଆଙ୍କ, ଗୋଟିକର ବ୍ୟାସାର୍ଦ୍ଧ ୧୪.୭ ସେମି. ଓ ଅନ୍ୟଟି ୧୫.୨ ସେମି. । ଯଦି ଏକ ସେଣ୍ଟିମିଟର ୧୦ ନିୟୁତ କିଲୋମିଟର ଏହି ଦୁଇଟି ବୃତ୍ତ ସୂର୍ଯ୍ୟଠାରୁ ପୃଥିବୀର ନିକଟତମ ଦୂରତମ ଦୂରତା ଦର୍ଶାଯାଇଛି । ଏହି ଦୁଇଟି ଦୂରତା ମଧ୍ୟରେ କେଞ୍ଜ ସୂକ୍ଷ୍ମ ପାର୍ଥକ୍ୟ ରହିଛି, ଉଲ୍ଲେଖ କର ।
Answer:
OA = 14.7 cm (r), OB = 15.2 cm (R)
ଚିତ୍ରରେ ଠ = ସୂର୍ଯ୍ୟଙ୍କ ଅବସ୍ଥାନ
A = ସୂର୍ଯ୍ୟଙ୍କଠାରୁ ପୃଥିବୀର ନିକଟତମ ଅବସ୍ଥାନ ।
B = ସୂର୍ଯ୍ୟଙ୍କଠାରୁ ପୃଥିବୀର ଦୂରତମ ଅବସ୍ଥାନ ।

\(\overline{\mathrm{OA}}=\) = r = 14.7 cm ଓ \(\overline{\mathrm{OB}}=\) = R = 15.2 cm
ଏଠାରେ ଦୂରତା ଦ୍ଵୟର ପାର୍ଥକ୍ୟ = R – r = OB – OA
= 15.2 – 14.7 = 0.5 cm
= 1 cm = 10 ନିୟୁତ କିଲୋମିଟର
⇒ 0.5 cm = 10 × \(\frac{1}{2}\) = 5 ନିୟୁତ କିଲୋମିଟର
ସୁତରାଂ ଏହି ଦୁଇଟି ଦୂରତା ମଧ୍ଯରେ 5 ନିୟୁତ କିଲୋମିଟରର ସୂକ୍ଷ୍ମ ପାର୍ଥକ୍ୟ ରହିଥାଏ ।
![]()
Question 3.
ମନେକରାଯାଉ ପୃଥିବୀର ଘୂର୍ଣ୍ଣନ ଅକ୍ଷର କୋଣ ବଢ଼ିଗଲା, ଏହା ଚରମ ପାଗ ବିଶିଷ୍ଟ ଋତୁ ସୃଷ୍ଟି କରିବ କି ? ୟୁରାନସ୍ର ଅକ୍ଷର କୌଣିକ ଆନତି ପୃଥିବୀର ଆନତିଠାରୁ ଅଧିକ କି, ଅନୁସନ୍ଧାନ କର । ୟୁରାନସ୍ର ଋତୁ ବିଷୟରେ ଖବର କାଗଜ ବା ତୁମେ ସ୍କୁଲ ପତ୍ରିକା ପାଇଁ ଏକ ପ୍ରବନ୍ଧ ଲେଖ ।
Answer:
ପୃଥିବୀର ଘୂର୍ଣ୍ଣନ ଅକ୍ଷର କୋଣ ବଢ଼ିଗଲେ, ଏହା ଚରମ ପାଗ ବିଶିଷ୍ଟ ଋତୁ ସୃଷ୍ଟି କରିବ ।
ୟୁରାନସ୍ : ସୌରଜଗତର ସବୁଜ ଗ୍ରହ
(i) ୟୁରାନସ୍ ହେଉଛି ସୂର୍ଯ୍ୟଠାରୁ ସପ୍ତମ ଗ୍ରହ । ଏହା ପୃଥିବୀ ଅପେକ୍ଷା ପ୍ରାୟ 4 ଗୁଣ ଅଧିକ ଚଉଡ଼ା ଅଟେ । ଏହା ଶନି ପରେ ସୌରଜଗତର ଦ୍ଵିତୀୟ ସବୁଠାରୁ କମ୍ ଘନତା ବିଶିଷ୍ଟ ଗ୍ରହ । ଏହାର ପୃଷ୍ଠ ଗୁରୁତ୍ୱାକର୍ଷଣ ପୃଥିବୀର ଗୁରୁତ୍ୱାକର୍ଷଣର ପ୍ରାୟ 86% ଅଟେ । ଏଠାରେ ଏକ ଦିନ 12 ଘଣ୍ଟା 14 ମିନିଟ୍ ପର୍ଯ୍ୟନ୍ତ ରହିଥାଏ ଓ ଗୋଟିଏ ବର୍ଷ ପାଇଁ ପୃଥିବୀର 84 ବର୍ଷ ଲାଗିଥାଏ ।
(ii) ଏହାର ଅକ୍ଷୀୟ କୋଣ ପ୍ରାୟ 97.77 ଡିଗ୍ରୀ ଅଟେ, ଯାହା ଫଳରେ ଏହା ଓଲଟି ପଡ଼ିଥିବା ନଟୁପରି ଗଡ଼ ଗଡ଼ି ଘୂରେ । ଏହା ଶୁକ୍ରଭଳି ପୂର୍ବରୁ ପଶ୍ଚିମକୁ ଘୂର୍ଣ୍ଣନ କରିଥାଏ । ଆମ ସୌରଜଗତରେ ଶୁକ୍ର ସହିତ ୟୁରାନସ୍ ଏକମାତ୍ର ଗ୍ରହ ଯାହା ଘଣ୍ଟାକଣ୍ଟାର ଦିଗରେ ଘୂରେ ।
(iii) ଏହି ଗ୍ରହ ଅତ୍ୟନ୍ତ ଥଣ୍ଡା ଅର୍ଥାତ୍ ଏହାର ପୃଷ୍ଠଦେଶର ତାପମାତ୍ରା –195 C ବା -357 F ଅଟେ । ଏହାର ବାୟୁମଣ୍ଡଳ ଉଦ୍ଜାନ, ହିଲିୟମ୍, ମିଥେନ୍, ଆମୋନିଆ ଏବଂ ପାଣି ଭଳି ବରଫର ଏକାଧ୍ଯକ ଅନୁପାତରେ ଗଠିତ ହୋଇଥାଏ । ଏହାର ଏକ ଜଟିଳ, ସ୍ତରୀକୃତ ମେଘ ରହିଅଛି । ଏଠାରେ ସୁପରସୋନିକ୍ ପବନ ଅନୁଭୂତ ହୋଇଥାଏ ।
(iv) ୟୁରାସନ୍ 26 ଟି ଚନ୍ଦ୍ର ରହିଅଛି । ଏହାର ଚନ୍ଦ୍ରଗୁଡ଼ିକୁ ‘ସାହିତ୍ୟିକ ଚନ୍ଦ୍ର’ ମଧ୍ୟ କୁହାଯାଉଥାଏ, କାରଣ ଏଗୁଡ଼ିକର ନାମ ଅନେକ ସାହିତ୍ୟିକଙ୍କ ନାମରେ ନାମିତ କରଯାଉଛି । ଏହାର ମଧ୍ୟ 13 ଟି ବଳୟ ରହିଅଛି । ଶନିଗ୍ରହର ବଳୟ ପରି ଏହାର ବଳୟଗୁଡ଼ିକୁ ମଧ୍ୟ ନାମକରଣ କରାଯାଇଛି ।
(v) ଟେଲିସ୍କୋପ୍ ବ୍ୟବହାର କରି ପ୍ରଥମେ ୟୁରାନସ୍ ଗ୍ରହକୁ ଆବିଷ୍କାର କରାଯାଉଥିଲା । 1981 ମସିହାରେ ସାର୍ ୱିଲିୟମ୍ ହର୍ସେଲ ଏହାକୁ ଆବିଷ୍କାର କରିଥିଲେ । ଜ୍ୟୋତିର୍ବିଜ୍ଞାନୀ ଜୋହାନ ଏଲର୍ଟ ବୋଡ଼େ ଏହାର ନାମକରଣ କରିଥିଲେ । ଏହା ଆମ ସୌରମଣ୍ଡଳର ତୃତୀୟ ବୃହତ୍ତମ ଗ୍ରହ ଅଟେ ।
(vi) ଏହି ଗ୍ରହର ଏକ ନୀଳ ସବୁଜ ରଙ୍ଗ ରହିଅଛି । ଏହାର ବାୟୁମଣ୍ଡଳରେ ମିଥେନ୍ ଗ୍ୟାସର ଉପସ୍ଥିତି ଯୋଗୁଁ ଏହା ସମ୍ଭବ ହୋଇଥାଏ । ମିଥେନ୍ ଗ୍ୟାସ୍ ଲାଲ୍ ଏବଂ ହଳଦିଆ ଆଲୋକକୁ ଶୋଷଣ କରେ, ନୀଳ ଏବଂ ସବୁଜ ଆଲୋକକୁ ବାହାରକୁ ଯିବାକୁ ଦେଇଥାଏ । ଏହି କାରଣରୁ ଏହାକୁ ସୌରଜଗତର ସବୁଜ ଗ୍ରହ କୁହାଯାଏ ।
(vii) ଏହି ଗ୍ରହର ବାୟୁମଣ୍ଡଳ ପ୍ରାୟ 83% ଉଦ୍ଜାନ, 15% ହିଲିୟମ୍ ଏବଂ 2% ମିଥେନ୍ ଦ୍ଵାରା ଗଠିତ ହୋଇଥାଏ । ଏହି ଗ୍ରହର ଏକ ଅସାଧାରଣ ଚୁମ୍ବକୀୟ କ୍ଷେତ୍ର ରହିଅଛି, ଯାହା ଏହାର ଅନନ୍ୟତାକୁ ବୃଦ୍ଧି କରିଥାଏ । ଏହାର ବଳୟଗୁଡ଼ିକ ମଳିନ ଓ ପର୍ଯ୍ୟବେକ୍ଷଣ କରିବା କଷ୍ଟକର ଅଟେ ।
(viii)ଏହି ଗ୍ରହ ସୂର୍ଯ୍ୟଠାରୁ ଗ୍ରହଣ କରୁଥିବା ତାପ ଅପେକ୍ଷା ଅଧିକ ତାପ ସୃଷ୍ଟି କରିଥାଏ । ଏହି ଗ୍ରହର କେନ୍ଦ୍ରରେ ସମ୍ଭବ ହୁଏ । ଟାଇଟାନିଆ ହେଉଛି ଏହାର ସବୁଠାରୁ ବଡ଼ ଚନ୍ଦ୍ର 1578 କିଲୋମିଟର ଅଟେ । ଥିବା ତେଜସ୍କ୍ରିୟ ଧାତୁର ବିକିରଣରୁ ଏହା ଯାହାର ବ୍ୟାସ ପ୍ରାୟ ୨80 ମାଇଲ୍ ବା
(ix) ଏହି ଗ୍ରହକୁ ପରିଦର୍ଶନ କରିଥିବା ଏକମାତ୍ର ମହାକାଶ ଯାନ ହେଉଛି ନାସାର ଭୋଏଜର –2, ଯାହା 1986 ମସିହାରେ ଗ୍ରହ ନିକଟ ଦେଇ ଯାତ୍ରା କରିଥିଲା ଓ ଏହି ଗ୍ରହ ସମ୍ବନ୍ଧରେ ଅନେକ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲା ।
(x) ଏହି ଗ୍ରହର ଅକ୍ଷୀୟ ଢଳାଇ ଯୋଗୁଁ, ଏହା ନାଟକୀୟ ଋତୁ ପରିବର୍ତ୍ତନ ଅନୁଭବ କରିଥାଏ । ପ୍ରତ୍ୟେକ ମେରୁ ଏହାର 84 ବର୍ଷର କକ୍ଷପଥର ପ୍ରାୟ ଏକ-ଚତୁର୍ଥାଂଶ ପାଇଁ ସୂର୍ଯ୍ୟ ଆଡ଼କୁ ମୁହଁ କରିଥାଏ । ଏହାର ଜଟିଳ ଜଳବାୟୁ, ଏ ପର୍ଯ୍ୟନ୍ତ ମଧ୍ଯ ଅନୁସନ୍ଧାନାଧୀନ ଅଟେ । ଏହାର ବାୟୁମଣ୍ଡଳରେ ଘଣ୍ଟା ପ୍ରତି ୨୦୦ କି.ମି. ବେଗରେ ପବନ ପ୍ରବାହିତ ହୋଇଥାଏ ।
(xi) ୟୁରାନସ୍, ଏହାର ଅଦ୍ଭୁତ ଅକ୍ଷୀୟ ଢଳାଇ, ସ୍ଵତନ୍ତ୍ର ନୀଳ–ସବୁଜ ବର୍ଣ୍ଣ ଏବଂ ଜଟିଳ ଚନ୍ଦ୍ର ପ୍ରଣାଳୀ ସହିତ ଆମ ସୌରମଣ୍ଡଳରେ ଏକ ମନମୋହକ ରହସ୍ୟ ହୋଇ ରହିଅଛି । ଆମେ ଏହି ବରଫ ବିଶାଳକାୟ ଗ୍ରହର ଅନୁସନ୍ଧାନ ଏବଂ ଅଧ୍ୟୟନ ଜାରି ରଖୁ ଏହାର ଅତୀତର ରହସ୍ୟ, ଅନନ୍ୟ ବୈଶିଷ୍ଟ୍ୟଗୁଡ଼ିକୁ ଉନ୍ମୋଚନ କରିପାରିବା ।
![]()
ଶୂନ୍ୟସ୍ଥାନ ପୂରଣ କର ।
(i) ଭାରତର ପଶ୍ଚିମାଞ୍ଚଳର ________ ଉପତ୍ୟକାରେ ଭିଲ୍ ଓ ପାୱାରା ଜନଜାତି ବାସ କରନ୍ତି ।
Answer:
ତାପି
(ii) ପୃଥିବୀର ଉତ୍ତର ମେରୁ ______ 24 ମାସରେ ଘଣ୍ଟା ଅନ୍ଧାରରେ ରୁହେ ।
Answer:
ଡିସେମ୍ବର
(iii) ପୃଥିବୀର ଉତ୍ତର ମେରୁ _______ ମାସରେ 24 ଘଣ୍ଟା ସୂର୍ଯ୍ୟାଲୋକ ପାଏ।
Answer:
ଜୁନ
(iv) ଆକାଶରେ ସୂର୍ଯ୍ୟର ଗତିଯୋଗୁଁ ______ ର ଆକାର ସାନ ବା ବଡ଼ ହୋଇଥାଏ ।
Answer:
ଛାଇ
(v) ଉତ୍ତର ଗୋଲାର୍ଦ୍ଧରେ ପୃଥିବୀର ଘୂର୍ଣ୍ଣନ ଅକ୍ଷର ଦିଗ _______ ର ଅତି ନିକଟ ଆଡ଼କୁ ନିର୍ଦ୍ଦେଶିତ ହୋଇଥାଏ ।
Answer:
ଧ୍ରୁବ ନକ୍ଷତ୍ର
(vi) ପ୍ରତ୍ୟେକ ସନ୍ଧ୍ୟାରେ _______ ପଶ୍ଚିମ ଦିଗରେ ଅସ୍ତ ହୁଏ ଓ ରାତି ଆକାଶ ଦେଖାଯାଏ ।
Answer:
ସୂର୍ଯ୍ୟ
(vii) ପୃଥିବୀର କକ୍ଷପଥ ଏକ _______ ପଥ ଅଟେ ।
Answer:
ଅଣ୍ଡାକାର
![]()
(viii) ପୃଥିବୀ ସୂର୍ଯ୍ୟର ସବୁଠାରୁ ନିକଟତର ________ ମାସରେ ହୋଇଥାଏ ।
Answer:
ଜାନୁଆରୀ
(ix) ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବାଦି ନ _______ ଅଟେ ।
Answer:
ଜୁନ–21
(x) ଗୋଟିଏ ବସ୍ତୁ ଅନ୍ୟ ବସ୍ତୁ ଚାରିପାଖରେ ପରି କ୍ର ମଣ ସମୟରେ ଯେଉଁ ପଥରେ ବୁଲିଥାଏ, ତାହାକୁ________ କୁହାଯାଏ ।
Answer:
କକ୍ଷପଥ
(xi) ପୃଥିବୀ ନିଜ ଅକ୍ଷ ଚାରିପଟେ _______ ରେ ଘୂର୍ଣ୍ଣନ କରେ ।
Answer:
ମହାଶୂନ୍ୟ
(xii) ଦିଲ୍ଲୀସ୍ଥିତ ନୂତନ ପାର୍ଲାମେଣ୍ଟରେ ଥିବା ଫୋକାଲ ପେଣ୍ଡୁଲମ୍ର ଦୈର୍ଘ୍ୟ _____ ମିଟର ।
Answer:
22
(xiii) ଫଟୋଚିତ୍ରରେ ତାରାଗୁଡ଼ିକର ଗତିକୁ ______ କୁହାଯାଏ ।
Answer:
ତାରକା ପଦାଙ୍କ
(xiv) ପୃଥିବୀ ପ୍ରାୟ ______ ଘଣ୍ଟାରେ ଥରେ ନିଜ ଅକ୍ଷ ଚାରିପଟେ ପୂର୍ଣ୍ଣ ଘୂର୍ଣ୍ଣନ କରେ ।
Answer:
24
(xv) ପୃଥିବୀର_______ ତାହାର ଭୌଗୋଳିକ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ମଧ୍ୟଦେଇ ବ୍ୟାପ୍ତ ହୋଇଅଛି ।
Answer:
ଅକ୍ଷ
![]()
ଉକ୍ତିଟି ଭୁଲ ଥିଲେ (✗) ଓ (✓) ଠିକ୍ ଥିଲେ ଚିହ୍ନ ଦିଅ । (ପ୍ରଶ୍ନ ସହ ଉତ୍ତର)
(i) ପଶ୍ଚିମରୁ ପୂର୍ବକୁ ପୃଥିବୀର ଘୂର୍ଣ୍ଣନ ଦିନ ଓ ରାତି ସୃଷ୍ଟି କରେ ।
Answer:
(✓)
(ii) ପୃଥିବୀର ଘୂର୍ଶନ ଯୋଗୁଁ ସୂର୍ଯ୍ୟ ପୂର୍ବଦିଗରେ ଉଦୟ ହେଲାପରି ଦେଖାଯାଏ ।
Answer:
(✓)
(iii) ହାଇଜିନ୍ସ ପେଣ୍ଡୁଲମ୍ ର ଗୁରୁତ୍ଵପୂର୍ଣ୍ଣ ଧର୍ମ ଆବିଷ୍କାର କରିଥିଲେ ।
Answer:
(✗)
(iv) ପୃଥିବୀରୁ ଚାହିଁଲେ ଧ୍ରୁବ ନକ୍ଷତ୍ର ଆକାଶରେ ପ୍ରାୟ ଗୋଟିଏ ସ୍ଥାନରେ ସ୍ଥିର ଦେଖାଯାଏ ।
Answer:
(✓)
(v) ପୃଥିବୀର ଆବର୍ତ୍ତନ ଅକ୍ଷ ଏହାର କକ୍ଷ ସହ ପ୍ରାୟ 23.5° ଢଳି ରହିଛି ।
Answer:
(✓)
(vi) ସମସ୍ତ ତାରା ଧ୍ରୁବ ନକ୍ଷତ୍ରର ଚତୁଃପାର୍ଶ୍ଵରେ ଘୂରିଲା ପରି ଦେଖାଯାଆନ୍ତି ।
Answer:
(✓)
![]()
(vii) ଚନ୍ଦ୍ର ପଶ୍ଚିମରେ ଉଦୟ ହୋଇ ପୂର୍ବରେ ଅସ୍ତ ହୋଇଯା’ନ୍ତି ।
Answer:
(✗)
(viii) ପୂର୍ବ ଆକାଶରେ ତାରା ଓ ନକ୍ଷତ୍ରପୁଞ୍ଜ ବର୍ଷର ବିଭିନ୍ନ ମାସରେ ଦିଗ ପରିବର୍ତ୍ତନ କରିଥାନ୍ତି ।
Answer:
(✓)
(ix) ଆବର୍ତ୍ତନ ହେଉଛି ଗୋଟିଏ ବସ୍ତୁର ଅନ୍ୟ ଏକ ଚାରିପାଖରେ ଗତି ।
Answer:
(✗)
(x) ପରିକ୍ରମଣ, ଘୂର୍ଣ୍ଣନ ଠାରୁ ଭିନ୍ନ ଅଟେ ।
Answer:
(✓)
(xi) ଆର୍ଯ୍ୟଭଟ୍ଟୟରେ ‘ଗୋଲପାଦ’ର 10 ମ ଶ୍ଳୋକରେ ପୃଥିବୀର ଘୂର୍ଣ୍ଣନ ସମ୍ବନ୍ଧରେ ଉଲ୍ଲେଖ ଅଛି ।
Answer:
(✗)
(xii) ସୂର୍ଯ୍ୟ ପଶ୍ଚିମରେ ଉଦୟ ହୋଇ ପୂର୍ବରେ ଅସ୍ତ ହୋଇଥାଏ ।
Answer:
(✗)
(xiii) ପୃଥିବୀ ନିଜ ଅକ୍ଷ ଚାରିପାଖରେ ଘୂରିଥାଏ ।
Answer:
(✓)
![]()
(xiv) ଆମକୁ ସୂର୍ଯ୍ୟ ସ୍ଥିର ଥିବା ଭଳି ଜଣାପଡ଼େ ।
Answer:
(xv) ତାପି ଉପତ୍ୟକାରେ ଭିଲ ଓ ପାୱାର ନାମକ ଜନଜାତି ବାସ କରନ୍ତି ।
Answer:
(✓)
‘କ’ ସ୍ତମ୍ଭ ଓ ‘ଖ’ ସ୍ତମ୍ଭ ମଧ୍ଯରେ ସମ୍ପର୍କ ସ୍ଥାପନ କର ।
Question 1.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ଚନ୍ଦ୍ର | ପଶ୍ଚିମରୁ ପୂର୍ବକୁ ଘୂରୁଅଛି |
| (b) ପୃଥିବୀ | ତାରକା ପଦାଙ୍କ |
| (c) ତାରାଗୁଡ଼ିକର ଗତି | 23 ଘଣ୍ଟା 56 ମିନିଟ୍ 4.1 ସେକେଣ୍ଡ |
| (d) ପୃଥିବୀର ଘୂର୍ଣ୍ଣନ | ଗୋଲକପାଦ’ର ଶ୍ଳୋକ |
| (e) ପୃଥିବୀର ଆବର୍ଜନ | ପୂର୍ବରେ ଉ ଦ ୟ ଓ ପଶ୍ଚିମରେ ଅସ୍ତ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ଚନ୍ଦ୍ର | ପୂର୍ବ ରେ ଉ ଦ ୟ ଓ ପଶ୍ଚିମରେ ଅସ୍ତ |
| (b) ପୃଥିବୀ | ପଶ୍ଚିମରୁ ପୂର୍ବକୁ ଘୂରୁଅଛି |
| (c) ତାରାଗୁଡ଼ିକର ଗତି | ତାରକା ପଦାଙ୍କ |
| (d) ପୃଥିବୀର ଘୂର୍ଣ୍ଣନ | ଗୋଲକପାଦ’ର ଶ୍ଳୋକ |
| (e) ପୃଥିବୀର ଆବର୍ଜନ | 23 ଘଣ୍ଟା 56 ମିନିଟ୍ 4.1 ସେକେଣ୍ଡ |
![]()
Question 2.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ସୂର୍ଯ୍ୟ | ଉତ୍ତରମେରୁରୁ ଦକ୍ଷିଣମେରୁ |
| (b) ସକାଳେ | ଏକ କାଳ୍ପନିକ ରେଖା |
| (c) ସନ୍ଧ୍ୟାରେ | ସୂର୍ଯ୍ୟ ପଶ୍ଚିମ ଦିଗରେ |
| (d) ପୃଥିବୀର ଅକ୍ଷ | ସୂର୍ଯ୍ୟ ପୂର୍ବଦିଗରେ |
| (e) ପୃଥିବୀର ଘୂର୍ଣ୍ଣନ ଅକ୍ଷ | ପୂର୍ବରେ ଉଦୟ ଓ ପଶ୍ଚିମରେ ଅସ୍ତ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ସୂର୍ଯ୍ୟ | ପୂର୍ବରେ ଉଦୟ ଓ ପଶ୍ଚିମରେ ଅସ୍ତ |
| (b) ସକାଳେ | ସୂର୍ଯ୍ୟ ପୂର୍ବଦିଗରେ |
| (c) ସନ୍ଧ୍ୟାରେ | ସୂର୍ଯ୍ୟ ପଶ୍ଚିମ ଦିଗରେ |
| (d) ପୃଥିବୀର ଅକ୍ଷ | ଉତ୍ତରମେରୁରୁ ଦକ୍ଷିଣମେରୁ |
| (e) ପୃଥିବୀର ଘୂର୍ଣ୍ଣନ ଅକ୍ଷ | ଏକ କାଳ୍ପନିକ ରେଖା |
Question 3.
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ଦୀର୍ଘ ପେଣ୍ଡୁଲମ୍ | ଗାଲିଲି ଓ |
| (b) ଦିନ ଓ ରାତି | ଲିଓନ୍ ଫୋକାଲ୍ |
| (c) ପୃଥିବୀର ଘୂର୍ଣ୍ଣନ | ପଶ୍ଚିମରୁ ପୂର୍ବକୁ ପୃଥିବୀର ଘୂର୍ଣ୍ଣନ |
| (d) ପେଣ୍ଡୁଲମର ଧର୍ମ । | ସୂର୍ଯ୍ୟ ପୂର୍ବଦିଗରେ ଉଦୟ |
| (e) ପେଣ୍ଡୁଲମର ବିଶେଷ ଧର୍ମ | ହାଇଜିନ୍ସ |
Answer:
| ‘କ’ ସ୍ତମ୍ଭ | ‘ଖ’ ସ୍ତମ୍ଭ |
| (a) ଦୀର୍ଘ ପେଣ୍ଡୁଲମ୍ | ଲିଓନ୍ ଫୋକାଲ୍ |
| (b) ଦିନ ଓ ରାତି | ପଶ୍ଚିମରୁ ପୂର୍ବକୁ ପୃଥିବୀର ଘୂର୍ଶନ |
| (c) ପୃଥିବୀର ଘୂର୍ଣ୍ଣନ | ସୂର୍ଯ୍ୟ ପୂର୍ବଦିଗରେ ଉଦୟ |
| (d) ପେଣ୍ଡୁଲମର ଧର୍ମ । | ଗାଲି ଲି ଓ |
| (e) ପେଣ୍ଡୁଲମର ବିଶେଷ ଧର୍ମ | ହାଇଜିନ୍ସ |
![]()
ଗୋଟିଏ ଶବ୍ଦରେ ଉତ୍ତର ପ୍ରଦାନ କର ।
(a) ପୃଥିବୀ ନିଜ ଅକ୍ଷ ଚାରିପଟେ ଗୋଟିଏ ଘୂର୍ଶନ ପାଇଁ କେତେ ସମୟ ଲାଗିଥାଏ ବୋଲି ଆର୍ଯ୍ୟଭଟ୍ଟ ଉଲ୍ଲେଖ କରିଥିଲେ ?
Answer:
23 ଘଣ୍ଟା 56 ମିନିଟ୍ 4.1 ସେକେଣ୍ଡ
(b) ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁ ଗତିକୁ କ’ଣ କୁହାଯାଏ ?
Answer:
ପରିକ୍ରମଣ
(c) ପୃଥିବୀ ସୂର୍ଯ୍ୟ ଚାରିପାଖରେ ପରିକ୍ରମଣ ପାଇଁ ପ୍ରାୟ କେତେ ସମୟ ନେଇଥାଏ ?
Answer:
365 ଦିନ 6 ଘଣ୍ଟା
(d) କେଉଁ କାରଣରୁ ସୂର୍ଯ୍ୟାସ୍ତ ପରେ ରାତି ଆକାଶରେ ଦୃଶ୍ୟମାନ ତାରାଗୁଡ଼ିକ ଧୀରେ ଧୀରେ ପରିବର୍ତ୍ତନ ହୁଅନ୍ତି ?
Answer:
ପୃଥିବୀର ପରିକ୍ରମଣ
(e) କେଉଁ ମାସରେ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟ ଆଡ଼କୁ ଢଳି ରହିଥାଏ ?
Answer:
ଜୁନ୍
(f) ଯେଉଁ କାଳ୍ପନିକ ରେଖା ଚାରିପଟେ ବସ୍ତୁଟିଏ ବୃତ୍ତାକାର ପଥରେ ବୁଲିଥାଏ, ତାହାକୁ କ’ଣ କୁହାଯାଏ ?
Answer:
ଘୂର୍ଣ୍ଣନ କକ୍ଷ
(g) କେଉଁ ମାସରେ ପୃଥିବୀର ଦକ୍ଷିଣ ଗୋଲାର୍ଷ ସୂର୍ଯ୍ୟ ଆଡ଼କୁ ଢଳି ରହିଥାଏ ?
Answer:
ଡିସେମ୍ବର ମାସ
![]()
(h) ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ କେଉଁ ମାସରେ ଶୀତଋତୁ ଅନୁଭବ ହୋଇଥାଏ ?
Answer:
ଜୁନ୍ ମାସ
(i) ଉତ୍ତର ଗୋଲାର୍ଦ୍ଧରେ କେବେ ଛୋଟ ଦିନ ଓ ସବୁଠାରୁ ଦୀର୍ଘ ରାତି ହୋଇଥାଏ ?
Answer:
ଡିସେମ୍ବର -22
(j) କେବେ ଉତ୍ତର ମେରୁରେ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୋଇ ୪ ମାସ ପାଇଁ ଆକାଶରେ ରହିଥାଏ ?
Answer:
ମାର୍ଚ୍ଚ-21
(k) ପୃଥିବୀର ଦକ୍ଷିଣ ଗୋଲାର୍ଦ୍ଧରେ କେଉଁ ମାସରେ ଗ୍ରୀଷ୍ମ ଋତୁ ହୋଇଥାଏ ?
Answer:
ଡିସେମ୍ବର
(l) ମାର୍ଚ୍ଚ-21 ଓ ସେପ୍ଟେମ୍ବର–23 ତାରିଖରେ ଦିବା ସମୟ ଓ ରାତ୍ରି ସମୟର ଅବଧୂ କେତେ ହୋଇଥାଏ ?
Answer:
ଦିବା 12 ଘଣ୍ଟା ଓ ରାତ୍ରି 12 ଘଣ୍ଟା
(m) କେବେ ଉତ୍ତର ମେରୁରେ ସୂର୍ଯ୍ୟ ପଶ୍ଚିମରେ ଅସ୍ତହେବା ଯୋଗୁ 6 ମାସ ପାଇଁ ଅନ୍ଧକାର ହୋଇଯାଏ ?
Answer:
ସେପ୍ଟେମ୍ବର –22
(n) କେଉଁଠାରେ ସର୍ବଦା 12 ଘଣ୍ଟା ପାଇଁ ଦିନ 12 ଘଣ୍ଟା ପାଇଁ ରାତି ହୋଇଥାଏ ?
Answer:
ବିଷୁବରେଖା
(o) କେଉଁଟି ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଅଟେ ?
Answer:
ଚନ୍ଦ୍ର
![]()
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
Question 1.
କାହାକୁ କୁହନ୍ତି ସଂକ୍ଷେପରେ ଲେଖ । (ପ୍ରଶ୍ନ ସହ ଉତ୍ତର)
(a) ଗ୍ରୀଷ୍ମ ଅୟନାନ୍ତ (Summer Solastice) :
Answer:
ଜୁନ୍ 21 ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବା ଦିନ ହୁଏ । ଏହାକୁ ଗ୍ରୀଷ୍ମ ଅୟନାନ୍ତ କୁହାଯାଏ । ଏହାପରେ କ୍ରମେ ଦିନର ଅବଧୂ ଛୋଟ ଏବଂ ରାତି ବଡ଼ ହୋଇଥାଏ ।
(b) ଶୀତ ଅୟନାନ୍ତ (Winter Solastice) :
Answer:
ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଛୋଟ ଦିନ ଓ ସବୁଠାରୁ ଦୀର୍ଘ ରାତି ଡିସେମ୍ବର 22 ତାରିଖ ପାଖାପାଖୁ ହୋଇଥାଏ । ଏହାକୁ ଶୀତ ଅୟନାନ୍ତ କୁହାଯାଏ । ଏହି ସମୟରେ ପୃଥିବୀର ଅକ୍ଷ ସୂର୍ଯ୍ୟଠାରୁ ସବୁଠାରୁ ଦୂରରେ ଢଳି ରହିଥାଏ ।
(c) ବସନ୍ତ କ୍ରାନ୍ତିପାଦ (Spring Equinox) :
Answer:
ଉତ୍ତର ଗୋଲାର୍ଦ୍ଧରେ ମାର୍ଚ୍ଚ 21 ତାରିଖରେ ଦିବା ସମୟ ଓ ରାତ୍ର ସମୟ 12 ଘଣ୍ଟା ଲେଖାଏଁ ହୋଇଥାଏ । ଏହି ସମୟରେ ସୂର୍ଯ୍ୟ ସିଧାସଳଖ ବିଷୁବ ରେଖା ଉପରେ ରହିଥାଏ । ଏହାର ପ୍ରଭାବରେ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ଆରମ୍ଭ ହୋଇଥାଏ ।
(d) ଶରତ କ୍ରାନ୍ତିପାଦ (Antumn Equinox) :
Answer:
ଉତ୍ତର ଗୋଲାର୍ଦ୍ଧରେ ସେପ୍ଟେମ୍ବର 23 ତାରିଖରେ ଦିବା ସମୟ ଓ ରାତ୍ର ସମୟ 12 ଘଣ୍ଟା ଲେଖାଏଁ ହୋଇଥାଏ । ଏହି ଦିନ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରୁ ଦକ୍ଷିଣ ଗୋଲାର୍ଦ୍ଧକୁ ବିଷୁବ ରେଖା ଅତିକ୍ରମ କରିଥାନ୍ତି । ସୂର୍ଯ୍ୟ ଠିକ୍ ପୂର୍ବ
ଦିଗରେ ଉଦୟ ହୋଇ ପଶ୍ଚିମରେ ଅସ୍ତ ହୋଇଥାନ୍ତି । ଦିନ ଓ ରାତି ସମାନ ହୋଇଥାଏ । ଏହି ଦିନକୁ ଶରତ କ୍ରାନ୍ତିପାଦ କୁହାଯାଏ ।
![]()
(e) ସୂର୍ଯ୍ୟୋପରାଗ (Solar Eclipse) :
Answer:
ଏକ ନିର୍ଦ୍ଦିଷ୍ଟ ସମୟରେ ଯେତେବେଳେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଥାଏ, ଏବଂ ସୂର୍ଯ୍ୟର ଆଲୋକକୁ ଆମ ପାଖରେ ପହଞ୍ଚାଇବାକୁ ଦିଏ ନାହିଁ, ଏହାକୁ ସୂର୍ଯ୍ୟୋପର ଗ କୁହାଯାଏ । ଏ କ ସୂର୍ଯ୍ୟୋପରାଗ କେବଳ ବିଶ୍ଵର ଏକ ଛୋଟ ଅଞ୍ଚଳରୁ ଦେଖାଯାଇପାରିବ ।
(f) ପୂର୍ଣ ସୂର୍ଯ୍ୟୋପରାଗ (Total Solar Eclipse) :
Answer:
ଯେତେବେଳେ ଚନ୍ଦ୍ରର ଛାଇ ପୃଥିବୀ ପୃଷ୍ଠର ଛୋଟ କ୍ଷେତ୍ର ଉପରେ ପଡ଼େ, ସେତେବେଳେ ଏହା ସମ୍ପୂର୍ଣ୍ଣ ଅନ୍ଧକାରରେ ଥାଏ ଏବଂ ଏଠାରୁ ସୂର୍ଯ୍ୟର କୌଣସି ଅଂଶ ଦୃଶ୍ୟମାନ ହୁଏ ନାହିଁ ଏହି ଅଞ୍ଚଳର ପର୍ଯ୍ୟବେକ୍ଷକ ମାନେ ପୂର୍ଣ୍ଣ ସୂର୍ଯ୍ୟୋପରାଗ ଦେଖିବାକୁ ପାଇଥାନ୍ତି ।
(g) ଆଂଶିକ ସୂର୍ଯ୍ୟୋପରାଗ (Partial Solar Eclipse) :
Answer:
ଯେଉଁ ଅଞ୍ଚଳରେ ଚନ୍ଦ୍ର ସୂର୍ଯ୍ୟକୁ ଆଂଶିକ ଅବରୋଧ କରେ, ସୂର୍ଯ୍ୟର କେବଳ କିଛି ଅଂଶ ଆଚ୍ଛାଦିତ ହୁଏ, ସେଠାରେ ପର୍ଯ୍ୟବେକ୍ଷକମାନେ ଯେଉଁ ସୂର୍ଯ୍ୟୋପରାଗ ଦେଖିବାକୁ ପାଇଥାନ୍ତି, ତାହାକୁ ଆଂଶିକ ସୂର୍ଯ୍ୟୋପରାଗ କୁହାଯାଏ ।
(h) ହୀରକ ବଳୟ (Diamond Ring) :
Answer:
ପୃଥିବୀର ଆବର୍ତ୍ତନ ଏବଂ ଚନ୍ଦ୍ରର ନିଜ କକ୍ଷପଥରେ ଗତି ଯୋଗୁଁ ଚନ୍ଦ୍ରର ଛାଇ ପୃଥିବୀ ପୃଷ୍ଠରେ ଗତି କରେ, ତେଣୁ ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ କେବଳ କିଛି ମିନିଟ୍ ପାଇଁ ଦୃଶ୍ୟ ମା ନ ହୋ ଇଥାଏ । ସମ୍ପୂ ର୍ଣ୍ଣ ସୂର୍ଯ୍ୟୋପରାଗ ଆରମ୍ଭ ଓ ଶେଷବେଳକୁ ସୂର୍ଯ୍ୟର ଅଳ୍ପ କିଛି ଅଂଶ ଉଜ୍ଜ୍ଵଳ ଆଲୋକ ମୁଦ୍ରିକାପରି ଦୃଶ୍ୟମାନ ହୁଏ, ଏହାକୁ ହୀରକ ବଳୟ କୁହାଯାଏ ।
(i) ଶୁକ୍ରଗ୍ରହର ଚଳନ (Transit of Venus) :
Answer:
ବୁଧ ଓ ଶୁକ୍ର ଗ୍ରହର ପ୍ରତୀୟମାନ ଆକାର ସୂର୍ଯ୍ୟଠାରୁ ବହୁତ ଛୋଟ ହୋଇଥିବାରୁ ସେମାନେ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଅବରୋଧ କରିପାରନ୍ତି ନାହିଁ । ଯେତେବେଳେ ପୃଥିବୀ ଓ ସୂର୍ଯ୍ୟଦେଇ ଶୁକ୍ର ଗତିକରେ, ଏହା ଏକ କ୍ଷୁଦ୍ର କଳବିନ୍ଦୁ ଭଳି ସୂର୍ଯ୍ୟର ଉଜ୍ଜ୍ଵଳ ମୁହଁ ଉପରେ ଗତିକରେ । ଏହା ଶୁକ୍ର ଗ୍ରହର ବା ଚଳନ ଭାବେ ପରିଚିତ ଅଟେ ।
(j) ଚନ୍ଦ୍ରଗ୍ରହଣ (Lunar Eclipse) :
Answer:
ପରିକ୍ରମଣ ସମୟରେ ଯେତେବେଳେ ଚନ୍ଦ୍ରରେ ସୂର୍ଯ୍ୟକିରଣ ପଡ଼ିବା ପାଇଁ ପୃଥିବୀ ବାଧା ସୃଷ୍ଟିକରେ ସେତେବେଳେ ଆମେ ଚନ୍ଦ୍ରର ପୂରା ପୃଷ୍ଠରେ ବା କିଛି ଅଂଶରେ ପୃଥିବୀର ଛାଇ ପଡ଼ିବାର ଦେଖାଯାଉ ।
![]()
(k) ପୂର୍ବ ଚନ୍ଦ୍ର ଗ୍ରହ ଣ (Total Lunar Eclipses) :
Answer:
ଯେତେବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ପୃଥିବୀର ଛାୟାରେ ରୁହେ, ସେତେବେଳେ ଏହାକୁ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ କୁହାଯାଏ । ପୃଥିବୀର ଛାୟାରୁ ସମ୍ପୂର୍ଣ୍ଣ ବାହାରକୁ ଆସିବା ପର୍ଯ୍ୟନ୍ତ ଚନ୍ଦ୍ର ର ଉଜ୍ଜ୍ଵଳ ବର୍ଣ୍ଣ ଈଷତ୍ ଲାଲ ବର୍ଣ୍ଣ ଦେଖାଯାଏ, କାରଣ ସୂର୍ଯ୍ୟକିରଣ ପୃଥିବୀର ବାୟୁ ମଣ୍ଡଳରେ ପହଞ୍ଚିବା ପୂର୍ବରୁ ଛାଣି ହୋଇଯାଏ ।
(l) ଆଂଶିକ ଚନ୍ଦ୍ରଗ୍ରହଣ (Partial Lunar Eclipse):
Answer:
ଯେତେବେଳେ ଚନ୍ଦ୍ର ର କିଛି ଅଂଶ ଛାଇରେ ଥାଏ ଏବଂ ଅବଶିକ୍ଷାଂଶ ଦୃଶ୍ୟମାନ ହେ ଉଥାଏ, ସେହି ଘଣଟାକୁ ଆଂଶିକ ଚନ୍ଦ୍ର ଗ୍ର ହ ଣ କୁହାଯାଏ । ଆମେ ଖାଲି ଆଖ୍ ରେ ସୁ ର କ୍ଷି ତ ଭାବେ ଚନ୍ଦ୍ର ଗ୍ରହଣ ଦେଖୁରିବ ।
(m) ପୃଥିବୀର ଘୂର୍ଣ୍ଣନ (Rotation of the Earth):
Answer:
ପୃଥିବୀ ନି ଜ ଅକ୍ଷ ଚାରି ପାଖରେ ମହାଶୂନ୍ୟରେ ଘୂର୍ଣ୍ଣନ କରେ । ପୃଥିବୀର ଅକ୍ଷ ତାହାର ଭୌଗୋଳିକ ଉତ୍ତର ମେରୁ ଓ ଦକ୍ଷିଣ ମେରୁ ମଧ୍ୟଦେଇ ଯାଇଅଛି । ପୃଥ୍ବୀପ୍ରାୟ 24 ଘଣ୍ଟାରେ ଥରେ ନିଜ ଅକ୍ଷ ଚାରି ପାଖରେ ପୂର୍ଣ୍ଣ ଘୂର୍ଣ୍ଣ ନ କରି ଥାଏ । ପଶ୍ଚିମରୁ ପୂର୍ବକୁ ପୃଥିବୀର ଘୂର୍ଣ୍ଣନ ଦିନ ଓ ରାତି ସୃଷ୍ଟି କରେ ।
(n) ତାରକା ପଦାଙ୍କ (Star Trails) :
Answer:
ମହାକାଶୀୟ ଚିତ୍ର ଉତ୍ତୋଳନକାରୀମାନେ ବହୁ ସମୟ ପର୍ଯ୍ୟନ୍ତ କ୍ୟାମେରାର ମୁହଁ ଖୋଲା ରଖ୍ ଦୀର୍ଘ ସମୟ ଧରି ଫଟୋ ଉଠାଇଥା’ନ୍ତି । ଏହି ଫଟୋଚି ତ୍ର ରେ ତାରାଗୁଡ଼ିକ ସ୍ପଷ୍ଟ ଗତି ବୃତ୍ତର ଚାପ ଭଳି ଲିପିବଦ୍ଧ ହୋଇଯାଏ । ଏହାକୁ ତାରଣ ପଦାଙ୍କ କୁହାଯାଏ ।
(୦) ପୃଥିବୀର ପରିକ୍ରମଣ (Revolution of Earth) :
Answer:
ପୃଥିବୀ ନିଜ ଅକ୍ଷ ଚାରିପାଖରେ ଘୂରିବା ସଙ୍ଗେ ସଙ୍ଗେ ସୂର୍ଯ୍ୟ ଚାରି ପାଖରେ ମଧ୍ୟ ପରିକ୍ରମଣ କରିଥାଏ । ପରିକ୍ରମଣ ହେଉଛି ଗୋଟିଏ ବସ୍ତର ଅନ୍ୟ ଏକ ବସ୍ତ ଚାରିପାଖରେ ଗତି । ପୃଥିବୀ ସୂର୍ଯ୍ୟ ଚାରିପାଖରେ ପରିକ୍ରମଣ ପାଇଁ ପ୍ରାୟ 365 ଦିନ 6 ଘଣ୍ଟା ସମୟ ନେଇଥାଏ ।
Question 2.
କେଉଁ କାରଣରୁ ପୃଥିବୀରେ ଋତୁ ପରିବର୍ତ୍ତନ ହୋଇଥାଏ ?
Answer:
- ପୃଥିବୀର ଘୂର୍ଣ୍ଣନ ଅକ୍ଷ, ଏହାର କକ୍ଷପଥ ସହିତ ସିଧା ନୁହେଁ । ପୃଥିବୀ ନିଜ କକ୍ଷପଥରେ ପ୍ରାୟ 23.5° ଢଳି ରହି ସୂର୍ଯ୍ୟ ଚତୁଃପାର୍ଶ୍ଵରେ ପରିକ୍ରମଣ କରେ ।
- ପୃଥିବୀର ଘୂର୍ଶନ ଅକ୍ଷ ଢଳିରହିବା ଏବଂ ପୃଥିବୀର ବର୍ତ୍ତୁଳାକାର ଆକୃତି ଯୋଗୁଁ ହିଁ ପୃଥିବୀରେ ଋତୁ ପରିବର୍ତ୍ତନ ହୋଇଥାଏ ।
![]()
Question 3.
କେଉଁ କାରଣରୁ ଜୁନ୍ ମାସରେ ଉତ୍ତର ଗୋଲାର୍ଦ୍ଧ ଅପେକ୍ଷାକୃତ ଅଧ୍ବକ ଉତ୍ତପ୍ତ ହୋଇଥାଏ ?
Answer:
- ଜୁନ୍ ମାସରେ ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡ଼କୁ ଢ଼ଳି ଥାଏ । ସେହି ସମୟରେ ଦକ୍ଷିଣ ଗୋଲାର୍ଦ୍ଧ ସୂର୍ଯ୍ୟଙ୍କଠାରୁ ଦୂରେଇ ରୁହେ ।
- ପୃଥିବୀର ବର୍ତ୍ତୁଳାକାର ଆକୃତି ଯୋଗୁଁ ଏହାର ଦକ୍ଷି ଣ ଗୋଲ । ଷ୍ ଅପେକ୍ଷା ଉତ୍ତ ର ଗୋଲାର୍ଦ୍ଧର କମ୍ ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ପରି ମାଣର ସୂର୍ଯ୍ୟ କି ର ଣ ହୋଇପଡ଼େ । ଏଣୁ ଉତ୍ତର ବି ଚ୍ଛୁରି ତ ଗୋଲ। ଷ୍ ଅପେକ୍ଷାକୃତ ଅଧ୍ବକ ଉତ୍ତପ୍ତ ହୋଇଥାଏ ।
Question 4.
ଜୁନ୍ ମାସରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଋତୁ ଅନୁଭୂତ ହୁଏ, କାହିଁକି ?
Answer:
- ଜୁନ୍ ମାସରେ ଉତ୍ତର ଗୋଲାର୍ଦ୍ଧ 12 ଘଣ୍ଟାରୁ ଅଧିକ ସମୟ ସୂର୍ଯ୍ୟାଲୋକ ପାଇଥାଏ ।
- ଏହି କାରଣରୁ ଉତ୍ତର ଗୋଲାର୍ଦ୍ଧରେ ପ୍ରଚଣ୍ଡ ସୂର୍ଯ୍ୟାଲୋକ ଅନୁଭୂତ ହୁଏ । ଯାହା ଦୀର୍ଘ ସମୟ ପର୍ଯ୍ୟନ୍ତ ରହି ଥାଏ । ତେଣୁ ଏହି ସମୟରେ ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମଋତୁ ଅନୁଭୂତ ହୁଏ ।
Question 5.
କେଉଁ କାରଣରୁ ରାଜ୍ୟଗୁଡ଼ିକରେ ଋତୁଗୁଡ଼ିକର ପ୍ରଭାବ ଦକ୍ଷିଣ ଅଧ୍ବକ ଅନୁଭୂତ ହୋଇ ନଥାଏ ?
Answer:
- ବିଷୁବରେଖାରେ ସର୍ବଦା 12 ଘଣ୍ଟା ଦିନ (ଆଲୋକ) ଓ 12 ଘଣ୍ଟା ରାତି (ଅନ୍ଧାର) ହୋଇ ଥାଏ । ବି ଭି ନ୍ନମାସରେ ବିଷୁବରେଖାରେ ପଡୁଥିବା ସୂର୍ଯ୍ୟକିରଣର ତୀବ୍ରତାରେ ଅତି କମ୍ ପାର୍ଥକ୍ୟ ରହିଥାଏ ।
- ଏହି କାରଣରୁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ବିଷୁବରେଖା ନିକଟରେ ଥିବାରୁ ସେଠାରେ ଋତୁଗୁଡ଼ିକର ପ୍ରଭାବ ଅଧିକ ଅନୁଭୂତ ହୁଏ ନାହିଁ ବରଂ ସ୍ଥାନୀୟ ଭୌଗୋଳିକ ବୈଶିଷ୍ଟ୍ୟ ଓ ମହାସାଗରର ପ୍ରଭାବ ଏଠାରେ ବେଶୀ ଅନୁଭୂତ ହୋଇଥାଏ ।
![]()
Question 6.
ପୃଥିବୀ ପୃଷ୍ଠରୁ ଆକାଶରେ ଦୃଶ୍ୟମାନ ଚନ୍ଦ୍ର ଓ ସୂର୍ଯ୍ୟର ପ୍ରତୀୟମାନ ଆକାର କାହିଁକି ସମାନ ଦେଖାଯାଇଥାଏ ?
Answer:
- ସୂର୍ଯ୍ୟଠାରୁ ଚନ୍ଦ୍ର ଆକାରରେ ଅତି କ୍ଷୁଦ୍ର ହେଲେ ମଧ୍ୟ ଏହା ସୂର୍ଯ୍ୟ ଅପେକ୍ଷା ପୃଥିବୀର ବହୁତ ନିକଟରେ ଅବସ୍ଥାନ କରିଥାଏ ।
- ତେଣୁ ପୃଥିବୀ ପୃଷ୍ଠରୁ ଆକାଶରେ ଦୃଶ୍ୟମାନ ଚନ୍ଦ୍ର ଓ ସୂର୍ଯ୍ୟ ର ଆକାର ସମାନ ଦେଖାଯାଏ । ପୃଥିବୀରୁ ଦେଖିଲେ ଚନ୍ଦ୍ର, ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଆଚ୍ଛାଦନ କଲା ଭଳି ଜଣାପଡ଼ିଥାଏ ।
Question 7.
‘‘ହୀରକ ବଳୟ’” କାହାକୁ କୁହାଯାଏ ? ଏହା କେଉଁ ପରିସ୍ଥିତିରେ ଦେଖାଯାଇଥାଏ ?
Answer:
- ସମ୍ପୂର୍ଣ୍ଣ ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟକିରଣ ପୃଥିବୀରେ କିଛି ମିନିଟ୍ ପାଇଁ ପହଞ୍ଚି ନ ପାରି ବାରୁ ଚାରି ଆଡ଼େ ଅନ୍ଧାର ହୋଇଯାଏ । ପୃଥିବୀର ଆବର୍ତ୍ତନ ଏବଂ ଚନ୍ଦ୍ରର ନିଜ କକ୍ଷପଥରେ ଗତିଯୋଗୁଁ ଚନ୍ଦ୍ରର ଛାଇ ପୃଥିବୀ ପୃଷ୍ଠରେ ଗତିକରେ ।
- ଯେତେବେଳେ ଚନ୍ଦ୍ର, ସୂର୍ଯ୍ୟର ସମ୍ମୁଖ ଭାଗରୁ ଦୂରେଇଯିବା ଆରମ୍ଭ କରେ ଆମେ ଆଂଶିକ ସୂର୍ଯ୍ୟୋପରାଗ ଦେଖିବାକୁ ପାଇଥାଉ । ସଂପୂର୍ଣ୍ଣ ସୂର୍ଯ୍ୟୋପ ରାଗ ଆରମ୍ଭ ଓ ଶେଷବେଳକୁ ସୂର୍ଯ୍ୟର ଅଳ୍ପ କିଛି ଅଂଶ ଉଜ୍ଜ୍ଵଳ ଆଲୋକ ମୁଦ୍ରିକା ପରି ଦୃଶ୍ୟମାନ ହୋଇଥାଏ । ଏହାକୁ ହୀର କ ବ ଳ ୟ କୁହାଯାଏ ।
Question 8.
ପରାଗ ସମୟରେ ଖାଲି ଆଖୁରେ ସିଧାସଳଖ ସୂର୍ଯ୍ୟଙ୍କୁ ଦେଖୁବା ମନା – ବିଜ୍ଞାନସମ୍ମତ କାରଣ ଦର୍ଶାଅ ।
Answer:
- ଆମ ଆଖୁକୁ କିଛି କ୍ଷତି ପହଞ୍ଚିବ ନାହିଁ ବୋଲି ଭାବି ସୂର୍ଯ୍ୟୋପରାଗ ସମୟରେ ସୂର୍ଯ୍ୟଙ୍କୁ ଖାଲି ଆଖିରେ ଦେଖ୍ ବ। ଠି କ୍ ନୁହେଁ କାରଣ –
- ପରାଗ ସମୟରେ ସୂର୍ଯ୍ୟଙ୍କଠାରୁ ବିଚ୍ଛୁରିତ ହେଉଥିବା ଆଲୋକର ତୀବ୍ରତା ଏତେ ଅଧିକ ହୋଇଥାଏ ଯେ, ଏହା ଆଖୁକୁ କ୍ଷତି ପହଞ୍ଚାଇଥାଏ । ଏହା ମଧ୍ୟ ଅନ୍ଧତ୍ଵ ସୃଷ୍ଟି କରିପାରେ ।
Question 9.
କେଉଁ କାରଣରୁ ପ୍ଲାନେଟୋରିୟମ୍ରେ ‘ଉପରାଗ ଦର୍ଶନ’ ଏକ ଭଲ ପ୍ରୟାସ ଅଟେ ?
Answer:
- ସୂର୍ଯ୍ୟୋପରାଗକୁ ଚଷମା, ବାଇନାକୁ ଲାର କିମ୍ବା ଦୂରବୀକ୍ଷଣ ଯନ୍ତ୍ର ଦେଇ ଦେଖିବା ନି ଷେଧ ଅଟେ । ସାଧା ର ଣ ତ ପ୍ଲାନେଟୋରିୟମ୍ ଏବଂ ଜ୍ୟୋତିର୍ବିଜ୍ଞାନ କ୍ଲବ ଇତ୍ୟାଦି ସୂର୍ଯ୍ୟୋପରାଗ ସମୟରେ ‘ଉପରାଗ ଦର୍ଶନ’ କାର୍ଯ୍ୟକ୍ରମର ଆୟୋଜନ କରିଥା’ନ୍ତି ।
- ସୂର୍ଯ୍ୟୋପରାଗ ଦର୍ଶନ ପାଇଁ ଏହି ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସବୁଠାରୁ ଭଲ ପ୍ରୟାସ ଅଟେ କାରଣ ଆୟୋଜକମାନେ ଏକ ସ୍ଵତନ୍ତ୍ର ଧରଣର ଚଷମା ପ୍ରଦାନ କରିବା ସହିତ ବୈଜ୍ଞାନିକ ବ୍ୟାଖ୍ୟାନର ମଧ୍ୟ ଆୟୋଜନ କରିଥା’ନ୍ତି ।
![]()
ପାର୍ଥକ୍ୟ ଦର୍ଶାଅ ।
ଦୀର୍ଘ ପ୍ରଶ୍ନୋତ୍ତର
Question 1.
ପୃଥିବୀର ପରିକ୍ରମଣ (Revolution) ଓ ପୃଥିବୀର ଘୂର୍ଣ୍ଣନ (Rotation) :
| ପୃଥିବୀର ଘୂର୍ଣ୍ଣନ | ପୃଥିବୀର ପରିକ୍ରମଣ |
| (i) ପୃଥିବୀ ନିଜ ଅକ୍ଷ ଚ । ର ପ। ଖ ର ମହାଶୂନ୍ୟରେ ଘୂର୍ଣ୍ଣନ କ ରେ, ଏହାକୁ ପୃଥ୍ ବୀର ପୂର୍ଣ୍ଣ ନ କୁହାଯାଏ । | (i) ପୃ ଥ୍ ବୀ ଚାରିପାଖରେ ଘୂରିବା ସଙ୍ଗେ ସଙ୍ଗେ ସୂର୍ଯ୍ୟ ଚାରି ପାଖରେ ମଧ୍ୟ ପର କ ମଣ କରିଥାଏ । |
| (ii) ଘୂର୍ଣ୍ଣନ ହେଉଛି ବସ୍ତର ଏପରି ଏକ ଗତି, ଯେଉଁଥ୍ରେ ଏହାର ସମସ୍ତ ଅଂଶ ଏ କ କ। ଳ୍ପ ନି କ ରେ ଖ ଚାରିପଟେ ବୃତ୍ତାକାର ପଥରେ ଗତିକରେ । ଏହାକୁ ଘୂର୍ଣ୍ଣନ ଅକ୍ଷ କୁହାଯାଏ । | (ii) ପରି କ୍ର ମଣ ଗୋଟିଏ ବସ୍ତର ଅନ୍ୟ ଏ କ ବ ସ୍ତ ଚାରିପାଖରେ ଗତି । ଏହା ଘୂର୍ଣ୍ଣନଠାରୁ ଭିନ୍ନ ଅଟେ । ପରି କ୍ର ମଣ ପ ଥ କୁ କ କ୍ଷ ପ ଥ କୁହାଯାଏ । |
| (iii) ପୃଥିବୀ ପ୍ରାୟ 24 ଘଣ୍ଟାରେ ଥରେ ନିଜ ଅକ୍ଷ ଚାରି ପାଖରେ ଘୂର୍ଶନ କରିଥାଏ । | (iii) ପୃଥ୍ବୀ ଚ। ସୂର୍ଯ୍ୟ ର ନି ଜ ପ । ଖ ର ପରିକ୍ରମଣ ପାଇଁ ପ୍ରାୟ365 ଦିନ ଓ 6 ଘଣ୍ଟା ସମୟ ନେଇଥାଏ । |
| (iv) ପଶ୍ଚିମରୁ ପୂର୍ବ କୁ ପୃଥ୍ ବୀର ଘୂ ର୍ଣ୍ଣ ନ ଯୋଗୁଁ ଦିନ ଓ ରାତି ସୃଷ୍ଟି ହୋଇଥାଏ । | (iv) ପୃଥ୍ବୀ ତାହାର କ କ୍ଷ ପ ଥ ର ପଶ୍ଚିମରୁ ପୂର୍ବକୁ ବା ଘଣ୍ଟା କଣ୍ଟା ଘୂର୍ଣ୍ଣନର ବିପରୀତ ଦିଗରେ ହ । ଇ ଥ । ଏ । ଏ ଥ୍ ପା ଇଁ ଋତୁ ପରିବର୍ତ୍ତନ ସମ୍ଭବ ହୋଇଥାଏ । |
![]()
Question 2.
ଅକ୍ଷ (Axis) ଓ କକ୍ଷ (Orbit) :
Answer:
| ଅକ୍ଷ (Axis) | କକ୍ଷ (Orbit) |
| (i) ପୃଥିବୀ ଯେଉଁ କାଳ୍ପନିକ ରେଖା ଚାରି ପଟେ ବୃତ୍ତାକାର ପଥରେ ଗତିକରେ, ତାହାକୁ ଅକ୍ଷ ବା ଘୂର୍ଣ୍ଣନ ଅକ୍ଷ କୁହାଯାଏ । | (i) ପୃଥିବୀ ସୂର୍ଯ୍ୟଙ୍କ ଚାରି ପଟେ ଯେଉଁ ଅଣ୍ଡାକାର ପଥରେ ପରି କ୍ର ମଣ କରେ ତାହାକୁ କକ୍ଷ ପ ଥ କୁହାଯାଏ । |
| (ii) ପୃଥିବୀ ଗୋଟି ଏ ଦି ନ ରେ ଅର୍ଥାତ୍ 24 ଘଣ୍ଟାରେ ଥରେ ନିଜ ଅକ୍ଷ ଚାରିପଟେ ବୁଲି ଥାଏ । | (ii) ପୃଥିବୀ ଗୋ। ଟି ଏ ବର୍ଷ ରେ ଅର୍ଥାତ୍365 ଦିନରେ ଥରେ ନିଜ ଦ ଚାରିପଟେ କୁଳିଥାଏ । |
Question 3.
ଗ୍ରୀଷ୍ମ ଅୟନାନ୍ତ (Summer solstice) ଓ ଶୀତ ଅୟନାନ୍ତ (Winter solstice) ।
Answer:
| ଗ୍ରୀଷ୍ମ ଅୟନାନ୍ତ | ଶୀତ ଅୟନାନ୍ତତ |
| (i) ଜୁନ୍ 21 ତାରିଖରେ ଉତ୍ତର ଗୋଲାର୍ଦ୍ଧରେ ସବୁଠାରୁ ଲମ୍ବାଦିନ ହୋଇଥାଏ । ଏହାକୁ ଗ୍ରୀଷ୍ମ ଅ ୟ ନ । ନ୍ତ କୁହାଯାଏ । | (i) ଡି ସେମ୍ବର 22 ତାରିଖରେ ଉତ୍ତ ର ଗୋଲାର୍ଦ୍ଧରେ ସବୁଠାରୁ ଦୀର୍ଘ ରାତି ଅନୁଭୂତ ହୁଏ । ଏହାକୁ ଶୀତ ଅୟନାନ୍ତ କୁହାଯାଏ । |
| (ii) ଏହି ସମୟରେ ପୃ ଥ୍ ବୀ ର ଅକ୍ଷ ସୂର୍ଯ୍ୟଠାରୁ ସବୁଠାରୁ ଦୂରରେ ଢଳିଥାଏ । | (ii) ଏହି ସମୟରେ ପୃଥିବୀର ଅକ୍ଷ ସୂର୍ଯ୍ୟଠାରୁ ସବୁଠାରୁ ନିକଟରେ ରହିଥାଏ । |
![]()
Question 4.
ବସନ୍ତ କ୍ରାନ୍ତିପାଦ (Spring equinox) ଓ ଶରତ କ୍ରାନ୍ତିପାଦ (Autumn equinox)
Answer:
| ବସନ୍ତ କ୍ରାନ୍ତିପାଦ | ଶରତ କ୍ରାନ୍ତିପାଦ |
| (i) ଉତ୍ତର ଗୋଲାର୍ଦ୍ଧରେ ମାର୍ଚ୍ଚ 21 ତାରିଖରେ ଦିବା ସମୟ ଓ ରାତ୍ର ସମୟ 12 ଘଣ୍ଟ । ହୋଇଥାଏ । | (i) ଉତ୍ତର ଗୋଲାର୍ଦ୍ଧରେ ସ ପି ମ୍ ର の 23 ତାରିଖରେ ଦିବା ଓ ରାତ୍ର ସମୟ 12 ଘଣ୍ଟା ହୋଇଥାଏ । |
| (ii) ଏହାର ପ୍ରଭାବ ରେ ଉତ୍ତର ଗୋଲାର୍ଦ୍ଧରେ ବସନ୍ତ ଋତୁ ଆରମ୍ଭ ହୋଇଥାଏ । | (ii) ଏହାର ପ୍ରଭାବ ରେ ଉତ୍ତର ଗୋଲାର୍ଦ୍ଧରେ ଶରତ ଋତୁ ଆରମ୍ଭ ହୋଇଥାଏ । |
Question 5.
ସୂର୍ଯ୍ୟୋପରାଗ (Solar eclipse) ଓ ଚନ୍ଦ୍ରଗ୍ରହଣ (Lunar eclipse)
Answer:
| ସୂର୍ଯ୍ୟୋପରାଗ | ଚନ୍ଦ୍ରଗ୍ରହଣ |
| (i) ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳରେଖାରେ ରହିଲେ ଚନ୍ଦ୍ରର ଛାଇପୃଥିବୀ ପଡ଼ି ଥାଏ ଉପରେ ও ସ୍ ଯେ । ପ ର । ଗ ହୋଇଥାଏ । | (i) ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାରେ ର ହି ଲେ ପୃଥୁ ବୀର ଛାଇ ଚନ୍ଦ୍ର ଉପରେ ପଡ଼ି ଥାଏ ଓ ଚନ୍ଦ୍ର ଗ୍ରହଣ ହୁଏ । |
| (ii) ଏହାକୁ କେ ବ ଳ ଅମାବାସ୍ୟା ତିଥ୍ୟରେ ହୋଇପାରେ । | (ii) ଏହା କେବଳ ପୂର୍ଣ୍ଣିମା ସ ମ ୟ ର ହୋଇପାରେ । |
| (iii) ଏହା କେବଳ ପୃଥ୍ବୀ ର ଛୋଟ ର ଅ ଞ୍ଚ ଳ ର ଦେଖାଯାଇପାରେ । | (iii) ଏହା ପୃଥିବୀର ଏକ ବ ହ ତ୍ ଅଞ୍ଚଳ ରୁ ଦେଖାଯାଇପାରିବ । |
| (iv) ଖାଲିଆସ୍ରେ ଏହାକୁ ଦେଖୁବା କ୍ଷତିକାରକ ଅଟେ । | (iv) ଖାଲି ଆଖ୍ ରେ ଏହାକୁ ଦେ ଖ୍ବ । କ୍ଷତିକାରକ ନୁହେଁ । |