CHSE Odisha Class 12 Economics Chapter 7 Objective Questions in Odia Medium

Odisha State Board CHSE Odisha Class 12 Economics Solutions Chapter 7  ପରିବ୍ୟୟ Objective Questions.

CHSE Odisha 12th Class Economics Chapter 7 Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ପ୍ରଶ୍ନୋତ୍ତର
A ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ ।

1. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ସାଧନମାନଙ୍କ ପାଉଣାକୁ ଯାହା କୁହାଯାଏ :
(A) ସାଧନ ମୂଲ୍ୟ
(B) ଉତ୍ପାଦନ ମୂଲ୍ୟ
(C) ଉତ୍ପାଦନର ଦାମ୍
(D) ପରିବ୍ୟୟ
Answer:
(D) ପରିବ୍ୟୟ

2. କେଉଁ ପରିବ୍ୟୟକୁ ଦୃଶ୍ୟମାନ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(B) ହିସାବଗତ ପରିବ୍ୟୟ

3. ପ୍ରଚ୍ଛନ୍ନ ପରିବ୍ୟୟ କେଉଁ ପରିବ୍ୟୟର ଏକ ଅଂଶ ?
(A) ଅର୍ଥନୈତିକ ପରିବ୍ୟୟ
(B) ହିସାବଗତ ପରିବ୍ୟୟ
(C) ମୌଦ୍ରିକ ପରିବ୍ୟୟ
(D) ବିକଳ୍ପ ପରିବ୍ୟୟ
Answer:
(A) ଅର୍ଥନୈତିକ ପରିବ୍ୟୟ

4. ପ୍ରଚ୍ଛନ୍ନ ପରିବ୍ୟୟର ଅନ୍ୟ ନାମ ହେଉଛି :
(A) ସୁଯୋଗ ପରିବ୍ୟୟ
(B) ଆରୋପିତ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ହିସାବ ପରିବ୍ୟୟ
Answer:
(B) ଆରୋପିତ ପରିବ୍ୟୟ

CHSE Odisha Class 12 Economics Chapter 7 Objective Questions in Odia Medium

5. ସାଧନମାନଙ୍କର ତ୍ୟାଗ ଓ ଅସୁବିଧାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ବାସ୍ତବ ପରିବ୍ୟୟ
(B) ପ୍ରଚ୍ଛନ୍ନ ପରିବ୍ୟୟ
(C) ବିକଳ୍ପ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(A) ବାସ୍ତବ ପରିବ୍ୟୟ

6. ପରିତ୍ୟକ୍ତ ହୋଇଥ‌ିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟ ହେଉଛି :
(A) ବାସ୍ତବ ପରିବ୍ୟୟ
(B) ସୁଯୋଗ ପରିବ୍ୟୟ
(C) ପ୍ରଚ୍ଛନ୍ନ ପରିବ୍ୟୟ
(D) ଆରୋପିତ ପରିବ୍ୟୟ
Answer:
(B) ସୁଯୋଗ ପରିବ୍ୟୟ

7. ସ୍ଥିର ପରିବ୍ୟୟକୁ କେଉଁ ପରିବ୍ୟୟ ମଧ୍ୟ କୁହାଯାଏ ?
(A) ଅତିରିକ୍ତ ପରିବ୍ୟୟ
(B) ସ୍ଵତନ୍ତ୍ର ପରିବ୍ୟୟ
(C) ଉପରି ପରିବ୍ୟୟ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ଅତିରିକ୍ତ ପରିବ୍ୟୟ

8. ଉତ୍ପାଦନର ପରିବର୍ତ୍ତନ ସହିତ କେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟେ ନାହିଁ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ଅର୍ଥନୈତିକ ପରିବ୍ୟୟ
(D) ସୁଯୋଗ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

9. ଉତ୍ପାଦନର ପରିବର୍ତ୍ତନ ସହିତ ପ୍ରଭାବିତ ହେଉଥ‌ିବା ପରିବ୍ୟୟକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(B) ସ୍ଥିର ପରିବ୍ୟୟ

10. ପ୍ରଧାନ ପରିବ୍ୟୟ କେଉଁ ପରିବ୍ୟୟର ଅନ୍ୟ ନାମ ?
(A) ମୌଦ୍ରିକ ପରିବ୍ୟୟ
(B) ସ୍ଥିର ପରିବ୍ୟୟ
(C) ପରିବର୍ତ୍ତନୀୟ ପରିବ୍ୟୟ
(D) ଅର୍ଥନୈତିକ ପରିବ୍ୟୟ
Answer:
(C) ପରିବର୍ତ୍ତନୀୟ ପରିବ୍ୟୟ

11. ମୋଟ ସ୍ଥିର ପରିବ୍ୟୟ ରେଖା :
(A) ଆନୁଭୂମିକ ହୋଇଥାଏ
(B) ଊର୍ଦ୍ଧ୍ୱଗାମୀ ହୋଇଥାଏ
(C) ନିମ୍ନଗାମୀ ହୋଇଥାଏ
(D) ଉଲ୍‌ମ୍ ହୋଇଥାଏ
Answer:
(A) ଆନୁଭୂମିକ ହୋଇଥାଏ

12. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ସ୍ଵତନ୍ତ୍ର ପରିବ୍ୟୟ
Answer:
(A) ମୋଟ ପରିବ୍ୟୟ

13. ଉତ୍ପାଦନର ବୃଦ୍ଧି ସହିତ ହାରାହାରି ସ୍ଥିର ପରିବ୍ୟୟ :
(A) ହ୍ରାସ ହୁଏ
(B) ବୃଦ୍ଧି ହୁଏ
(C) ଅପରିବର୍ତ୍ତିତ ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(A) ହ୍ରାସ ହୁଏ

14. ହାରାହାରି ପରିବ୍ୟୟ ରେଖା :
(A) ‘L’ ଆକୃତି ବିଶିଷ୍ଟ
(B) ‘U’ ଆକୃତି ବିଶିଷ୍ଟ
(C) ‘V’ ଆକୃତି ବିଶିଷ୍ଟ
(D) ‘C’ ଆକୃତି ବିଶିଷ୍ଟ
Answer:
(B) ‘U’ ଆକୃତି ବିଶିଷ୍ଟ

15. ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି :
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(B) ହାରାହାରି ପରିବ୍ୟୟ

16. ଉତ୍ପାଦନର ପ୍ରତ୍ୟେକ ବୃଦ୍ଧି ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟାଏ, ତାହାକୁ କେଉଁ ପରିବ୍ୟୟ କୁହାଯାଏ ?
(A) ମୋଟ ପରିବ୍ୟୟ
(B) ହାରାହାରି ପରିବ୍ୟୟ
(C) ସୀମାନ୍ତ ପରିବ୍ୟୟ
(D) ଉପରି ପରିବ୍ୟୟ
Answer:
(C) ସୀମାନ୍ତ ପରିବ୍ୟୟ

17. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ସ୍ଵଳ୍ପତର, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଦ୍ରୁତଗତିରେ ବୃଦ୍ଧି ପାଏ
Answer:
(A) ହ୍ରାସ ପାଏ

18. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟ ସହ ସମାନ ହୋଇଥାଏ, ସେତେବେଳେ ହାରାହାରି ପରିବ୍ୟୟ :
(A) ସର୍ବାଧ‌ିକ ହୁଏ
(B) ସର୍ବନିମ୍ନ ହୁଏ
(C) ବୃଦ୍ଧି ପାଏ
(D) ହ୍ରାସ ପାଏ
Answer:
(B) ସର୍ବନିମ୍ନ ହୁଏ

19. ଯେତେବେଳେ ସୀମାନ୍ତ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ୍ଵ, ସେତେବେଳେ ହାରାହାରି ପରିବ୍ୟୟ :
(A) ହ୍ରାସ ପାଏ
(B) ବୃଦ୍ଧି ପାଏ
(C) ସ୍ଥିର ରହେ
(D) ଉପରୋକ୍ତ କୌଣସିଟି ନୁହେଁ
Answer:
(B) ବୃଦ୍ଧି ପାଏ

20. ଉତ୍ପାଦନ କ’ଣ ହେଲାବେଳେ ପରିବର୍ତୀ ସାଧନଗୁଡ଼ିକର ସ୍ଥିତି ବିଲୁପ୍ତ ହୋଇଥାଏ ?
(A) ଧନାତ୍ମକ
(B) ଶୂନ୍ଯ
(C) ଋଣାତ୍ମକ
(D) ଉପରୋକ୍ତ ସମସ୍ତ
Answer:
(B) ଶୂନ୍ଯ

CHSE Odisha Class 12 Economics Chapter 7 Objective Questions in Odia Medium

21. ଅର୍ଥନୀତିରେ ପରିବ୍ୟୟ କହିଲେ କ’ଣ ବୁଝ ?
(A) ମୌଦ୍ରିକ ପରିବ୍ୟୟ
(B) ଅର୍ଥନୈତିକ ପରିବ୍ୟୟ
(C) ବାସ୍ତବ ପରିବ୍ୟୟ
(D) ଉପରୋକ୍ତ ସମସ୍ତ
Answer:
(B) ଅର୍ଥନୈତିକ ପରିବ୍ୟୟ

22. ପରିବ୍ୟୟ ବୃଦ୍ଧି କାହା ସହ ସମ୍ପୃକ୍ତ ?
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ
(B) ପ୍ରାନ୍ତୀୟ ପରିବ୍ୟୟ ସହ ସମ୍ପୃକ୍ତ
(C) ହାରାହାରି ପରିବ୍ୟୟ ସହ ସମ୍ପୃକ୍ତ
(D) ଉପରୋକ୍ତ ସମସ୍ତ
Answer:
(A) ମୋଟ ପରିବ୍ୟୟ ସହିତ ସମ୍ପୃକ୍ତ

B. ଶୂନ୍ୟସ୍ଥାନ ପୂରଣ କର ।

1. ଏକ ପ୍ରଦତ୍ତ ଉତ୍ପାଦନ କୌଶଳରେ ଉପାଦାନଗୁଡ଼ିକ ଉତ୍ପାଦରେ ପରିଣତ ହେବାର ପ୍ରକ୍ରିୟାକୁ _____________ କୁହାଯାଏ ।
Answer:
ଉତ୍ପାଦନ

2. ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ _____________ କୁହାଯାଏ ।
Answer:
ଉତ୍ପାଦନ ପରିବ୍ୟୟ

3. ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ହିସାବଗତ

4. ହିସାବଗତ ପରିବ୍ୟୟକୁ____________ ପରିବ୍ୟୟ ବୋଲି ଅଭିହିତ କରାଯାଏ ।
Answer:
ଦୃଶ୍ୟମାନ

5. କେତେକ ପରିବ୍ୟୟ ଅଛି, ଯେଉଁଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଚ୍ଛନ୍ନ

6. ପ୍ରଚ୍ଛନ୍ନ ପରିବ୍ଯୟକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଆରୋପିତ

7. ଉତ୍ପାଦନ ପ୍ରକ୍ରିୟାରେ ହେଉଥ‌ିବା ସମସ୍ତ ପରିବ୍ୟୟର ମୌଦ୍ରିକ ପରିପ୍ରକାଶକୁ ____________ ପରିବ୍ୟୟ କୁହାଯାଏ ।
Answer:
ମୌଦ୍ରିକ

8. ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ _____________ ପରିବ୍ୟୟ କୁହାଯାଏ ।
Answer:
ବାସ୍ତବ

9. ସମ ପରିମାଣ ଅର୍ଥବ୍ୟୟରେ ଅନୁରୂପ ସମ୍ବଳ ବିନିଯୋଗ କରି ଯେଉଁ ସର୍ବୋତ୍ତମ ବିକଳ୍ପ ଉତ୍ପାଦିତ ହୋଇପାରେ,_____________ ପରିବ୍ୟୟ ।
Answer:
ବିକଳ୍ପ

10. ଉତ୍ପାଦନ ପ୍ରକ୍ରିୟାରେ ଯେଉଁ ପରିବ୍ୟୟର କୌଣସି ପରିବର୍ତ୍ତନ ଘଟିନଥାଏ, ତାହା ____________ ପରିବ୍ୟୟ ।
Answer:
ସ୍ଥିର

CHSE Odisha Class 12 Economics Chapter 7 Objective Questions in Odia Medium

11. ଉତ୍ପାଦର ପରିମାଣ ସହିତ ସ୍ଥିର ପରିବ୍ୟୟର କୌଣସି ସମ୍ପର୍କ ନ ଥ‌ିବାରୁ ଏହା _____________ ପରିବ୍ୟୟ ବା ____________ ପରିବ୍ୟୟ ନାମରେ ଅଭିହିତ ହୋଇଥାଏ ।
Answer:
ଅତିରିକ୍ତ, ପରୋକ୍ଷ

12. ଉତ୍ପାଦର ସମସ୍ତ ଏକକ ପାଇଁ ସ୍ଥିର ପରିବ୍ୟୟ ଯେହେତୁ ସମାନ, ଏହାକୁ ___________ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଉପରି

13. ପରିବର୍ତ୍ତନୀୟ ଉପାଦାନମାନଙ୍କ ନିମନ୍ତେ ପ୍ରତିଷ୍ଠାନ ସ୍ଵଳ୍ପକାଳରେ ଯେଉଁ ବ୍ୟୟ ବରାଦ କରିଥାଏ, ତାହା _____________ ପରିବ୍ୟୟ ।
Answer:
ପରିବର୍ତ୍ତନୀୟ

14. ପରିବର୍ତ୍ତନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ଵପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ_____________ ପରିବ୍ୟୟ କୁହାଯାଏ ।
Answer:
ପ୍ରଧାନ

15. ମୋଟ ସ୍ଥିର ପରିବ୍ୟୟ ରେଖା ____________ ହେବ ।
Answer:
ଆନୁଭୂମିକ

16. ଉତ୍ପାଦ ପରିମାଣ ଯଦି ଶୂନ୍ୟ ହୁଏ, ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟ _____________ ହେବ ।
Answer:
ଶୂନ୍ୟ

17. ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟର ସମଷ୍ଟି ହେଉଛି _______________ ପରିବ୍ୟୟ।
Answer:
ମୋଟ

18. ମୋଟ ପରିବ୍ୟୟ ରେଖା ଉତ୍ପାଦର ପ୍ରତ୍ୟେକ ଏକକରେ ମୋଟ ସ୍ଥିର ପରିବ୍ୟୟ ଓ ମୋଟ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ଥ‌ିବା ______________ ଦୂରତ୍ବର ସମଷ୍ଟି ।
Answer:
ଉଲ୍ଲମ୍ବ

19. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ସ୍ଥିର ପରିବ୍ୟୟକୁ _____________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି, ସ୍ଥିର

20. ହାରାହାରି ସ୍ଥିର ପରିବ୍ୟୟ = \(\frac{ମୋଟ ସ୍ଥିର ପରିବ୍ୟୟ}{-}\)
Answer:
ମୋଟ ଉତ୍ପାଦ ପରିମାଣ

21. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ପରିବର୍ତ୍ତନୀୟ ପରିବ୍ୟୟକୁ ହାରାହାରି _______________ ପରିବ୍ୟୟ କୁହାଯାଏ ।
Answer:
ପରିବର୍ତ୍ତନୀୟ

22. ଉତ୍ପାଦର ପ୍ରତ୍ୟେକ ଏକକ ପାଇଁ ହେଉଥ‌ିବା ______________ ପରିବ୍ୟୟ କୁହାଯାଏ ।
Answer:
ହାରାହାରି

23. ହାରାହାରି ପରିବ୍ୟୟ = \(\frac{-}{ମୋଟ ଉତ୍ପାଦ ପରିମାଣ}\)
Answer:
ମୋଟ ପରିବ୍ୟୟ

24. ହାରାହାରି ପରିବ୍ୟୟ = ହାରାହାରି ସ୍ଥିର ପରିବ୍ୟୟ + _____________ ପରିବ୍ୟୟ ।
Answer:
ହାରାହାରି ପରିବର୍ତ୍ତନୀୟ

25. ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ ତାହାକୁ ______________ ପରିବ୍ୟୟ କୁହାଯାଏ ।
Answer:
ସୀମାନ୍ତ

C. ନିମ୍ନଲିଖ ଉକ୍ତିଗୁଡ଼ିକ ଭୁଲ୍ କି ଠିକ୍ ଲେଖ । ରେଖାଙ୍କିତ ଅଂଶର ପରିବର୍ତ୍ତନ ନ କରି ଆବଶ୍ୟକ ସ୍ଥଳେ ସଂଶୋଧନ କର ।

1. ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ ।

2. ଶ୍ରମିକକୁ ଦିଆଯାଉଥବା ମଜୁରି ହେଉଛି ବାସ୍ତବ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ଶ୍ରମିକକୁ ଦିଆଯାଉଥ‌ିବା ମଜୁରି ହେଉଛି ମୌଦ୍ରିକ ପରିବ୍ୟୟ ।

3. ସ୍ଥିର ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।
Answer:
ଭୁଲ୍ ।
ଠିକ୍ – ପରିବର୍ତ୍ତନୀୟ ପରିବ୍ୟୟର ଅନ୍ୟନାମ ହେଉଛି ପ୍ରଧାନ ପରିବ୍ୟୟ ।

4. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

5. ମୋଟ ସ୍ଥିର ପରିବ୍ୟୟ ରେଖା ଊର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ମୋଟ ସ୍ଥିର ପରିବ୍ୟୟ ରେଖା ଆନୁଭୂମିକ ହୋଇଥାଏ ।

6. ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ବୃଦ୍ଧି ପାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ବୃଦ୍ଧି ସହିତ ମୋଟ ସ୍ଥିର ପରିବ୍ୟୟ ସ୍ଥିର ରହିଥାଏ ।

7. ହାରାହାରି ପରିବ୍ୟୟ ରେଖାର ଯେକୌଣସି ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।
Answer:
ଭୁଲ୍ ।
ଠିକ୍ ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

8. ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

9. ମୋଟ ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ସ୍ଥିର ପରିବ୍ୟୟ ସର୍ବଦା ଉତ୍ପାଦନ ବୃଦ୍ଧି ସହିତ ହ୍ରାସ ପାଇଥାଏ ।

10. ହାରାହାରି ପରିବ୍ୟୟ ରେଖା ପାରମ୍ଭରୁ ସାଧାରଣତଃ ଉର୍ଦ୍ଧ୍ୱଗାମୀ ହୋଇଥାଏ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ରେଖା ପ୍ରାରମ୍ଭରୁ ସାଧାରଣତଃ ନିମ୍ନଗାମୀ ହୋଇଥାଏ ।

11. ପ୍ରଚ୍ଛନ୍ନ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ !
ଠିକ୍ – ପ୍ରାକାଶ୍ୟ ପରିବ୍ୟୟକୁ ହିସାବଗତ ପରିବ୍ୟୟ କୁହାଯାଏ ।

12. ହାରାହାରି ପରିବ୍ୟୟ ଶୂନ୍ୟ ହୋଇପାରେ, ମାତ୍ର ଋଣାତ୍ମକ ହୁଏ ନାହିଁ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଶୂନ୍ୟ ହୁଏ ନାହିଁ କି ରଣାତ୍ମକ ହୁଏ ନାହିଁ ।

13. ସ୍ଵଳ୍ପକାଳରେ ସ୍ଥିର ପରିବ୍ୟୟ ଓ ପରିବର୍ତ୍ତନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।
Answer:
ଭୁଲ୍ ।
ଠିକ୍ – ସ୍ବଳ୍ପକାଳରେ ପ୍ରାନ୍ତୀୟ ପରିବ୍ୟୟ ଓ ପରିବର୍ଭନୀୟ ପରିବ୍ୟୟ ମଧ୍ୟରେ ନିଗୂଢ଼ ସମ୍ପର୍କ ରହିଥାଏ ।

14. ପରିବର୍ତ୍ତନୀୟ ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ସ୍ଥିର ପରିବ୍ୟୟକୁ ଅତିରିକ୍ତ ପରିବ୍ୟୟ କୁହାଯାଏ ।

15. ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥ‌ିବାବେଳେ ହାରାହାରି ପରିବ୍ୟୟ ହ୍ରାସ ପାଏ ।
Answer:
ଭୁଲ୍ ।
ଠିକ୍ – ପ୍ରାନ୍ତୀୟ ପରିବ୍ୟୟ ହାରାହାରି ପରିବ୍ୟୟଠାରୁ ଅଧ‌ିକ ଥିବାବେଳେ ହାରାହାରି ପରିବ୍ୟୟ ବୃଦ୍ଧିପାଏ ।

16. ଦୀର୍ଘକାଳରେ ସମସ୍ତ ପରିବ୍ୟୟ ହିଁ ପରିବର୍ତ୍ତନୀୟ ।
Answer:
ଠିକ୍

17. ପ୍ରାନ୍ତୀୟ ପରିବ୍ୟୟ ଋଣାତ୍ମକ ହୋଇ ନପାରେ ।
Answer:
ଭୁଲ୍ ।
ଠିକ୍ – ହାରାହାରି ପରିବ୍ୟୟ ଋଣାତ୍ମକ ହୋଇ ନ ପାରେ ।

18. ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ସୁଯୋଗ ପରିବ୍ୟୟ କୁହାଯାଏ ।
Answer:
ଭୁଲ୍ ।
ଠିକ୍ – ଉତ୍ପାଦନ ପ୍ରକ୍ରିୟାରେ ନିହିତ କଷ୍ଟ ଓ ତ୍ୟାଗକୁ ବାସ୍ତବ ପରିବ୍ୟୟ କୁହାଯାଏ ।

19. ହାରାହାରି ପରିବ୍ୟୟ ରେଖାର ଆକୃତି ‘U’ ଆକାରର ।
Answer:
ଠିକ୍ ।

20. ସୁଯୋଗ ପରିବ୍ୟୟକୁ ବିକଳ୍ପ ପରିବ୍ୟୟ କୁହାଯାଏ ।
Answer:
ଠିକ୍ ।

D. ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

1. ଉତ୍ପାଦନ ପରିବ୍ୟୟ କାହାକୁ କହନ୍ତି ?
Answer:
ଏକ ନିର୍ଦ୍ଦିଷ୍ଟ ପରିମାଣର ଉତ୍ପାଦନ ନିମନ୍ତେ ପ୍ରତିଷ୍ଠାନ ଯେଉଁ ସମସ୍ତ ବ୍ୟୟ କରିଥାଏ, ତାହାକୁ ଉତ୍ପାଦନ ପରିବ୍ୟୟ କୁହାଯାଏ ।

CHSE Odisha Class 12 Economics Chapter 7 Objective Questions in Odia Medium

2. ହିସାବଗତ ପରିବ୍ୟୟ କହିଲେ କ’ଣ ବୁଝ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ଉତ୍ପାଦନର ଉପାଦାନ ନିୟୋଜନ ନିମନ୍ତେ ଉତ୍ପାଦନକାରୀ ଯେଉଁ ସମସ୍ତ ଅର୍ଥ ବ୍ୟୟ କରିଥା’ନ୍ତି, ତାହାକୁ ହିସାବଗତ ପରିବ୍ୟୟ କୁହାଯାଏ ।

3. ଅର୍ଥନୈତିକ ପରିବ୍ୟୟ କ’ଣ ?
Answer:
ହିସାବଗତ ପରିବ୍ୟୟ ଓ ପ୍ରଚ୍ଛନ୍ନ ପରିବ୍ୟୟର ସମଷ୍ଟିକୁ ଅର୍ଥନୈତିକ ପରିବ୍ୟୟ କୁହାଯାଏ ।

4. ପ୍ରଚ୍ଛନ୍ନ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟଗୁଡ଼ିକ ପ୍ରକୃତରେ ବ୍ୟୟିତ ହୋଇ ନଥିଲେ ମଧ୍ୟ ପରିବ୍ୟୟର ଏକ ଅଂଶ ହେବା ଉଚିତ, ସେଗୁଡ଼ିକୁ ପ୍ରଚ୍ଛନ୍ନ ପରିବ୍ୟୟ ବା ଲୁକ୍କାୟିତ ପରିବ୍ୟୟ କୁହାଯାଏ ।

5. ପ୍ରଚ୍ଛନ୍ନ ପରିବ୍ୟୟର ଗୋଟିଏ ଉଦାହରଣ ଦିଅ ।
Answer:
ଉତ୍ପାଦନକାରୀଙ୍କ ନିଜସ୍ବ ଭୂମି ପାଇଁ ଅଧୂଶେଷ ହେଉଛି ପ୍ରଚ୍ଛନ୍ନ ପରିବ୍ୟୟର ଏକ ଉଦାହରଣ ।

6. ହିସାବଗତ ପରିବ୍ୟୟର ଅନ୍ୟନାମ କ’ଣ ?
Answer:
ହିସାବଗତ ପରିବ୍ୟୟର ଅନ୍ୟନାମ ହେଉଛି ଦୃଶ୍ୟମାନ ପରିବ୍ୟୟ (Explicit cost)।

7. ବାସ୍ତବ ପରିବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନ ପ୍ରକ୍ରିୟାରେ ନିୟୋଜିତ ସମସ୍ତ ଉତ୍ପାଦନର ଉପାଦାନ ବା ସେମାନଙ୍କର ମାଲିକମାନଙ୍କର ସମସ୍ତ ପ୍ରକାରର ଅସୁବିଧା ଓ ତ୍ୟାଗର ସମଷ୍ଟିକୁ ବାସ୍ତବ ପରିବ୍ୟୟ କୁହାଯାଏ ।

8. ବିକଳ୍ପ ପରିବ୍ୟୟ (ସୁଯୋଗ ପରିବ୍ୟୟ) କ’ଣ ?
Answer:
କୌଣସି ଦ୍ରବ୍ୟର ବିକଳ୍ପ ପରିବ୍ୟୟ ପରିତ୍ୟକ୍ତ ହୋଇଥିବା ସର୍ବୋତ୍ତମ ବିକଳ୍ପ ଦ୍ରବ୍ୟକୁ ବୁଝାଏ ।

9. କେଉଁ ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ?
Answer:
ସ୍ଥିର ପରିବ୍ୟୟର ଅନ୍ୟ ନାମ ଉପରି ପରିବ୍ୟୟ ।

10. ପ୍ରଧାନ ପରିବ୍ୟୟ କାହାକୁ କହନ୍ତି ?
Answer:
ପରିବର୍ଭନୀୟ ପରିବ୍ୟୟ ଉତ୍ପାଦନରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରୁଥିବାରୁ ତାହାକୁ ପ୍ରଧାନ ପରିବ୍ୟୟ କୁହାଯାଏ ।

11. ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ସ୍ଥିର ପରିବ୍ୟୟ ରେଖାର ଆକାର ଆନୁଭୂମିକ ହେବ ।

12. ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖାର ଆକାର କିପରି ?
Answer:
ମୋଟ ପରିବର୍ତ୍ତନୀୟ ପରିବ୍ୟୟ ରେଖା ପ୍ରଥମେ ନିମ୍ନକୁ ଓ ତତ୍ପରେ ଊର୍ଦ୍ଧ୍ବକୁ ଅବତଳ ହେବ ।

13. ସୀମାନ୍ତ ପରିବ୍ୟୟ କାହାକୁ କହନ୍ତି ?
Answer:
ଦ୍ରବ୍ୟର ଏକ ଅତିରିକ୍ତ ଏକକ ଉତ୍ପାଦନ ହେବାଦ୍ଵାରା ମୋଟ ପରିବ୍ୟୟରେ ଯେଉଁ ବୃଦ୍ଧି ଘଟେ, ତାହାକୁ ସୀମାନ୍ତ ପରିବ୍ୟୟ କୁହାଯାଏ ।

14. ହାରାହାରି ପରିବ୍ୟୟ ରେଖାର କେଉଁ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ?
Answer:
ହାରାହାରି ପରିବ୍ୟୟ ରେଖାର ସର୍ବନିମ୍ନ ବିନ୍ଦୁରେ ସୀମାନ୍ତ ପରିବ୍ୟୟ ରେଖା ଛେଦ କରେ ।

15. ସ୍ଥିର ପରିବ୍ୟୟ କ’ଣ ?
Answer:
ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ଉପାଦାନ; ଯଥା- ଭୂମି, ମେସିନ୍, ଯନ୍ତ୍ରପାତି ଇତ୍ୟାଦିର ବ୍ୟବହାର ନିମନ୍ତେ ଯେଉଁ ବ୍ୟୟ ବହନ କରାଯାଏ, ତାହାକୁ ସ୍ଥିର ପରିବ୍ୟୟ କୁହାଯାଏ ।

16. ପରିବର୍ତ୍ତନୀୟ ପରିବ୍ୟୟ କ’ଣ ?
Answer:
ଯେଉଁ ପରିବ୍ୟୟ ପରିବର୍ତ୍ତନୀୟ ଉପାଦାନ; ଯଥା- ମଜୁରି, କଞ୍ଚାମାଲ, ଶକ୍ତି ଇତ୍ୟାଦିର ବ୍ୟବହାର ନିମନ୍ତେ ବହନ କରାଯାଏ, ତାହାକୁ ପରିବର୍ତ୍ତନୀୟ ପରିବ୍ୟୟ କୁହାଯାଏ ।

17. ଉତ୍ପାଦନର ପରିବର୍ତ୍ତନ ସହ ସ୍ଥିର ଉପାଦାନର କି ପ୍ରକାର ପରିବର୍ତ୍ତନ ହୁଏ ଦର୍ଶାଅ ।
Answer:
ଉତ୍ପାଦନର ବୃଦ୍ଧି ସହ ସ୍ଥିର ଉପାଦାନର ପରିମାଣ ସ୍ଥିର ରହିଥାଏ ।

18. ବିଜ୍ଞାପନ ଖର୍ଚ୍ଚ କି ପ୍ରକାର ପରିବ୍ୟୟ ?
Answer:
ବିଜ୍ଞାପନ ଖର୍ଚ୍ଚ ହେଉଛି ପରିବର୍ତ୍ତନୀୟ ପରିବ୍ୟୟ ।

CHSE Odisha Class 12 Economics Chapter 7 Objective Questions in Odia Medium

19. ନିରାପତ୍ତାରକ୍ଷୀଙ୍କ ମଜୁରି କି ପ୍ରକାର ପରିବ୍ୟୟ ?
Answer:
ନିରାପତ୍ତାରକ୍ଷୀଙ୍କ ମଜୁରି ହେଉଛି ସ୍ଥିର ପରିବ୍ୟୟ ।

20. ମୁଦ୍ରାଗତ ପରିବ୍ୟୟ କାହାକୁ କୁହାଯାଏ ?
Answer:
ମୌଦ୍ରିକ ବା ମୁଦ୍ରାଗତ ପରିବ୍ୟୟ କୁହାଯାଏ ।

21. ହାରାହାରି ପରିବ୍ୟୟର ଉପାଂଶଗୁଡ଼ିକ କ’ଣ ?
Answer:
ହାରାହାରି ସ୍ଥିର ପରିବ୍ୟୟ ଓ ହାରାହାରି ପରିବର୍ତ୍ତନୀୟ ପରିବ୍ୟୟ, ହାରାହାରି ପରିବ୍ୟୟର ଦୁଇଟି ଉପାଂଶ ।

22. କେଉଁ ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ?
Answer:
ସ୍ଥିର ପରିବ୍ୟୟ ଉତ୍ପାଦର ପରିମାଣ ବୃଦ୍ଧି ସହ ପରିବର୍ତ୍ତିତ ହୁଏ ନାହିଁ ।

Leave a Comment