Go through BSE Odisha Class 6 Social Science Notes Odia Medium Chapter 14 ଆମ ଚତୁଃପାର୍ଶ୍ଵର ଅର୍ଥନୈତିକ କାର୍ଯ୍ୟକଳାପ to understand important topics more clearly.
6th Class Social Science Chapter 14 Notes Odia Medium
BSE Odisha Class 6 Social Science Chapter 14 Notes Odia Medium
‘ସମୃଦ୍ଧିର ମୂଳ ହେଉଛି ଅର୍ଥନୈତିକ କାର୍ଯ୍ୟକଳାପ, ଏହାର ଅଭାବ ହିଁ ଭୌତିକ ବିପର୍ଯ୍ୟୟ ଆଣିଥାଏ । ଫଳପ୍ରଦ ଅର୍ଥନୈତିକ କାର୍ଯ୍ୟକଳାପର ଅନୁପସ୍ଥିତି ଉଭୟ ବର୍ତ୍ତମାନର ସମୃଦ୍ଧି ଏବଂ ଭବିଷ୍ୟତ ଅଭିବୃଦ୍ଧିକୁ ବିପଦରେ ପକାଇଥାଏ ।’’ – କୌଟିଲ୍ୟ (ଅର୍ଥଶାସ୍ତ୍ର)
ପ୍ରତିଦିନ ଲୋକମାନେ ବଞ୍ଚିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିଥାନ୍ତି । ଏହି କାର୍ଯ୍ୟକଳାପଗୁଡ଼ିକ ରୋଜଗାର କରାଇବାରେ ଓ ଜୀବନକୁ ଗଢ଼ିବାରେ ସହାୟକ ହୋଇଥାଏ ।
ଅର୍ଥନୈତିକ କାର୍ଯ୍ୟକଳାପ ବିଭିନ୍ନ ପ୍ରକାର ହୋଇଥାଏ । ଯଥା- ରୋଜଗାର ମାଧ୍ୟମରେ ବଞ୍ଚିବା ଓ ବଞ୍ଚିବା ପାଇଁ ଆବଶ୍ୟକତା ପୂରଣ କରିବା ଇତ୍ୟାଦି ।
ଉତ୍ପାଦନ, ବଣ୍ଟନ ଓ ଦ୍ରବ୍ୟଗୁଡ଼ିକର ସେବା ଇତ୍ୟାଦି ଏହି କାର୍ଯ୍ୟକଳାପର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକଳାପ ଦେଶର ପ୍ରଗତି କ୍ଷେତ୍ରରେ ସାହାଯ୍ୟ କରିଥାଏ ।
ଏହା ଲୋକମାନଙ୍କର ଖାଦ୍ୟ, ବସ୍ତ୍ର, ବାସଗୃହ ଓ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ରୋଜଗାରକ୍ଷମ କରାଏ ।
ସେମାନେ ଦେଶର ଅର୍ଥନୀତିକୁ ବୃଦ୍ଧି କରିବା ସହ ନିଜର ଜୀବନକୌଶଳକୁ ଉନ୍ନତ କରିଥାନ୍ତି ।
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ଉପକ୍ରମ :
ମୁଦ୍ରା ମୂଲ୍ୟ (Monetary Value) ସୃଷ୍ଟି କରୁଥିବା କାର୍ଯ୍ୟକଳାପକୁ ଅର୍ଥନୈତିକ କାର୍ଯ୍ୟକଳାପ କୁହାଯାଏ ।
ଆଜିକାଲି କମ୍ପ୍ୟୁଟର, ମୋବାଇଲ ଫୋନ ଉତ୍ପାଦନ, ବ୍ୟାଙ୍କ, ସ୍କୁଲ ଓ ହୋଟେଲମାନଙ୍କରେ କାମ କରୁଥିବା ଲୋକ, ପରିବହନ ପାଇଁ ବିଭିନ୍ନ ପ୍ରକାର ଗାଡ଼ି ଚଳାଇବା, ଆସବାବପତ୍ର ତିଆରି କରିବା, ମେସିନ୍ ବ୍ୟବହାର କରି ପୋଷାକ ସିଲେଇ କରିବା, ସଫ୍ଟୱେୟାର ତିଆରି କରିବା, ଫ୍ରିଜ୍ ଓ ୱାସିଂ ମେସିନ୍ ମରାମତି କରିବା ଇତ୍ୟାଦି ବିଭିନ୍ନ ଅର୍ଥନୈତିକ କାର୍ଯ୍ୟକଳାପ ହୋଇଥାଏ ।
ମୁଦ୍ରା ମୂଲ୍ୟ (Monetary Value) : କୌଣସି ଜିନିଷର ମୂଲ୍ୟ ଯାହା ଟଙ୍କା ଦୃଷ୍ଟିରୁ ମାପ କରାଯାଇପାରେ ।
ଅର୍ଥନୈତିକ କ୍ଷେତ୍ର (Economic Sectors) : ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ ହୋଇଥିବା ବ୍ୟାପକ ଗୋଷ୍ଠୀ ସମୂହ ଗୋଟିଏ ଦେଶର ଅର୍ଥନୈତିକ ସମୃଦ୍ଧିରେ ସହାୟକ ହୋଇଥାନ୍ତି ।
ଅର୍ଥନୈତିକ କାର୍ଯ୍ୟକଳାପକୁ ବିଭିନ୍ନ କ୍ଷେତ୍ରରେ ବର୍ଗୀକରଣ :
ତିନୋଟି ମୁଖ୍ୟ ଅର୍ଥନୈତିକ କ୍ଷେତ୍ର ହେଉଛି- ପ୍ରାଥମିକ (Primary), ଦ୍ଵିତୀୟକ (Secondary) ଏବଂ ତୃତୀୟକ (Tertiary) ଅର୍ଥନୈତିକ କ୍ଷେତ୍ର ।


(କ) ପ୍ରାଥମିକ କାର୍ଯ୍ୟକଳାପ (Primary Activities)
ଯେଉଁ ଅର୍ଥନୈତିକ କାର୍ଯ୍ୟକଳାପରେ ଲୋକମାନେ ଦ୍ରବ୍ୟ ଉତ୍ପାଦନ ପାଇଁ ସିଧାସଳଖ ପ୍ରକୃତି ଉପରେ ନିର୍ଭର କରନ୍ତି, ସେମାନଙ୍କୁ ପ୍ରାଥମିକ କାର୍ଯ୍ୟକଳାପ ବା ପ୍ରାଥମିକ କ୍ଷେତ୍ରର (Primary Sector) ଅର୍ଥନୈତିକ କାର୍ଯ୍ୟକଳାପ କୁହାଯାଏ ।
ଉଦାହରଣ ସ୍ଵରୂପ, କୃଷି କ୍ଷେତ୍ରରେ ଶସ୍ୟ ଓ ପନିପରିବା ଚାଷ, ଜଙ୍ଗଲରୁ କାଠ ସଂଗ୍ରହ, ଖଣିରୁ କୋଇଲା ଉତ୍ତୋଳନ, ମତ୍ସ୍ୟଚାଷରୁ ମାଛ, କୁକୁଡ଼ା ପାଳନରୁ ଅଣ୍ଡା ଇତ୍ୟାଦି ପ୍ରାଥମିକ କ୍ଷେତ୍ର ଅର୍ଥନୈତିକ କାର୍ଯ୍ୟକଳାପ ଅଟେ ।
![]()
କୃଷି କାମ କରିବା, ଖଣିଖନନ କରିବା, ମାଛ ଚାଷ କରିବା, ପଶୁପାଳନ କରିବା, ବନୀକରଣ କରିବା ଇତ୍ୟାଦି ହେଉଛି ସାଧାରଣ ପ୍ରାଥମିକ କାର୍ଯ୍ୟର ଅନ୍ତର୍ଭୁକ୍ତ ।
ଅର୍ଥନୈତିକ କ୍ଷେତ୍ର (Economic Sectors) : ବିଭିନ୍ନ ପ୍ରକାର କାର୍ଯ୍ୟକଳାପରେ ଅନ୍ତର୍ଭୁକ୍ତ ହୋଇଥିବା ବ୍ୟାପକ ଗୋଷ୍ଠୀ ସମୂହ ଗୋଟିଏ ଦେଶର ଅର୍ଥନୈତିକ ସମୃଦ୍ଧିରେ ସହାୟକ ହୋଇଥାନ୍ତି ।
ପ୍ରାଥମିକ କ୍ଷେତ୍ର : ପ୍ରକୃତିରୁ କଞ୍ଚାମାଲ ଉତ୍ତୋଳନ, ଯଥା — ୬ଷ, ମାଛଧରା, ଜଙ୍ଗଲ ଇତ୍ୟାଦି କାର୍ଯ୍ୟକଳାପ ସମୂହ ।
ଦ୍ଵିତୀୟକ କ୍ଷେତ୍ର (Secondary Sector) : ପ୍ରାଥମିକ କ୍ଷେତ୍ରରୁ ଉତ୍ପାଦିତ କଞ୍ଚାମାଲରୁ ବିକ୍ରି କିମ୍ବା ବ୍ୟବହାର ପାଇଁ ଉତ୍ପାଦରେ ପରିଣତ କରିବାର ପ୍ରକ୍ରିୟାକରଣ ସହ ଜଡ଼ିତ କାର୍ଯ୍ୟକଳାପର ଗୋଷ୍ଠୀ ।
(ଖ) ଦ୍ଵିତୀୟକ କାର୍ଯ୍ୟକଳାପ (Secondary Activities)
ଯେଉଁ ଅର୍ଥନୈତିକ କାର୍ଯ୍ୟକଳାପରେ ଲୋକମାନେ ପ୍ରାଥମିକ କ୍ଷେତ୍ରର ଉତ୍ପାଦନ ଉପରେ ନିର୍ଭରଶୀଳ ହୁଅନ୍ତି ଏବଂ ଏହି ଉତ୍ପାଦନକୁ ରୂପାନ୍ତରିତ କରି ନୂତନ ଦ୍ରବ୍ୟ ନିର୍ମାଣ କରନ୍ତି ତାହାକୁ ଦ୍ଵିତୀୟକ କାର୍ଯ୍ୟକଳାପ କିମ୍ବା ଦ୍ୱିତୀୟକ କ୍ଷେତ୍ରର ଅର୍ଥନୈତିକ କାର୍ଯ୍ୟକଳାପ କୁହାଯାଏ ।
ଦ୍ଵିତୀୟକ କ୍ଷେତ୍ରରେ କୋଠାଘର, ସଡ଼କପଥ ଇତ୍ୟାଦି ନିର୍ମାଣ ଏବଂ ଜଳ, ବିଜୁଳି, ଗ୍ୟାସ୍ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଯୋଗାଣ ଆଦି କାର୍ଯ୍ୟଗୁଡ଼ିକ ଏହି କ୍ଷେତ୍ରର ଅନ୍ତର୍ଭୁକ୍ତ ।
ଏଥିରେ ପ୍ରାଥମିକ କ୍ଷେତ୍ରରୁ ତିଆରି କଞ୍ଚାମାଲକୁ କାରଖାନା ଏବଂ ଉତ୍ପାଦନ ୟୁନିଟ୍ଗୁଡ଼ିକରେ ପ୍ରକ୍ରିୟାକରଣ କରାଯାଇ ଉତ୍ପନ୍ନ ଜିନିଷଗୁଡ଼ିକୁ ବ୍ୟବହାର ଉପଯୋଗୀ କରାଯାଇଥାଏ ।
ଦ୍ଵିତୀୟକ କ୍ଷେତ୍ରର କାର୍ଯ୍ୟକଳାପର ଉଦାହରଣ : ମିଲ୍ରେ ଅଟା ତିଆରି କରିବା ପାଇଁ କୃଷିକ୍ଷେତରୁ ପ୍ରାପ୍ତ ଶସ୍ୟର ପ୍ରକ୍ରିୟାକରଣ, ଚିନାବାଦାମରୁ ତେଲ ଉତ୍ପାଦନ ଏବଂ ଚା’ ପାଇଁ ପତ୍ରର ପ୍ରକ୍ରିୟାକରଣ ଇତ୍ୟାଦି । ସେହିଭଳି ଜଙ୍ଗଲରୁ ମିଳୁଥିବା କାଠକୁ ଆସବାବପତ୍ର ଓ କାଗଜରେ ପରିଣତ କରାଯାଏ, କପାକୁ ପୋଷାକ ତିଆରିରେ ଏବଂ ଲୁହାପଥରକୁ ଇସ୍ପାତ ଓ ଇସ୍ପାତକୁ କାର୍, ଟ୍ରକ୍ ଇତ୍ୟାଦି ଗାଡ଼ି ତିଆରିରେ ବ୍ୟବହାର କରାଯାଏ ।
| ଅଟୋମୋବାଇଲର ପ୍ରକାର | ୨୦୨୨ରେ ଭାରତରେ ଉତ୍ପାଦିତ ପରିମାଣ |
| କାର୍ ଭଳି ଯାତ୍ରୀବାହୀ ଯାନ | ୪୫ ଲକ୍ଷ |
| ଟ୍ରକ୍ ଭଳି ବାଣିଜ୍ୟିକ ଯାନ | ୧୦.୩ ଲକ୍ଷ |
| ତିନିଚକିଆ ଯାନ | ୮.୬ ଲକ୍ଷ |
| ଦୁଇ ଚକିଆ ଯାନ | ୨ କୋଟି |
(ଗ) ତୃତୀୟକ କାର୍ଯ୍ୟକଳାପ (Tertiary Activities)
ପ୍ରାଥମିକ ଏବଂ ଦ୍ଵିତୀୟକ କାର୍ଯ୍ୟକଳାପରେ ସମ୍ପୃକ୍ତ ଲୋକଙ୍କୁ ସହାୟତା ପ୍ରଦାନ କରୁଥିବା ସମସ୍ତ ଅର୍ଥନୈତିକ କାର୍ଯ୍ୟକଳାପକୁ ତୃତୀୟ ସ୍ତରୀୟ କାର୍ଯ୍ୟକଳାପ କିମ୍ବା ତୃତୀୟକ କ୍ଷେତ୍ରର ଅର୍ଥନୈତିକ କାର୍ଯ୍ୟକଳାପ କୁହାଯାଏ । ଏଥିରେ ସେହି ସେବାଗୁଡ଼ିକ ଅନ୍ତର୍ଭୁକ୍ତ, ଯାହା ଆମେ ଦେଖିବାକୁ ସକ୍ଷମ ହୋଇ ନଥାଉ କିନ୍ତୁ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଦାହରଣ ସ୍ଵରୂପ – ଟ୍ରକ୍ ଡ୍ରାଇଭର କ୍ଷେତରୁ ଉତ୍ପନ୍ନ ଶସ୍ୟ ଏବଂ ପନିପରିବା, କାରଖାନା ବା ବଜାରକୁ ପରିବହନ ମାଧ୍ୟମରେ ଯୋଗାଇଥାଏ ।
ଡାକ୍ତର, ନର୍ସ, ଶିକ୍ଷକ, ଓକିଲ ଓ ପାଇଲଟମାନେ ବିଭିନ୍ନ କ୍ଷେତ୍ରରେ ଲୋକଙ୍କୁ ସେବା ଯୋଗାଇ ଦିଅନ୍ତି । ମୋବାଇଲ୍ ଫୋନ୍ ଓ ଟେଲିଭିଜନ ସମେତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ମରାମତି ଓ ସେବା ପ୍ରଦାନ କରୁଥୁବା ଟେକ୍ନିସିଆନ୍, କାର୍, ଟ୍ରାକ୍ଟର ଭଳି ଗାଡ଼ି ମରାମତି କରୁଥୁବା ମେକାନିକ୍ ଏବଂ ନିୟମିତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରୁଥୁବା ଇଲେକ୍ଟ୍ରିସିଆନ୍ ଆଦି ବ୍ୟକ୍ତିମାନଙ୍କ ସେବା ଆମ ଜୀବନକୁ ସହଜ କରିଥାଏ । ମୋବାଇଲ ଓ ଇଣ୍ଟରନେଟ୍ ଜରିଆରେ ଯୋଗାଯୋଗ ସେବା, ସଫ୍ଟୱେୟର ବିକାଶ ଏବଂ ହୋଟେଲ୍, ରେଷ୍ଟରାଣ୍ଟ, ବ୍ୟାଙ୍କ, ବିଦ୍ୟାଳୟ, ଚିକିତ୍ସାଳୟ, ବିମାନ ବନ୍ଦର, ଦୋକାନ ଗୋଦାମ ଇତ୍ୟାଦିରେ ମିଳୁଥିବା ସମସ୍ତ ସେବା ତୃତୀୟକ କ୍ଷେତ୍ରର ଅର୍ଥନୈତିକ କାର୍ଯ୍ୟକଳାପର ଉଦାହରଣ । ଏହି କ୍ଷେତ୍ରକୁ ସେବା କ୍ଷେତ୍ର କୁହାଯାଏ ।
ତୃତୀୟକ କ୍ଷେତ୍ର (Tertiary Sector) : ପରିବହନ, ବ୍ୟାଙ୍କିଙ୍ଗ୍ ଏବଂ ବ୍ୟବସାୟ ପରିଚାଳନା ଭଳି ଉଭୟ ପ୍ରାଥମିକ ଏବଂ ଦ୍ଵିତୀୟକ କ୍ଷେତ୍ରକୁ ସେବା ପ୍ରଦାନ କରୁଥିବା କାର୍ଯ୍ୟକଳାପ ।
ଗୋଦାମ (Ware House) : ସାମଗ୍ରୀ ବିକ୍ରି, ବ୍ୟବହାର କରିବା କିମ୍ବା ଦୋକାନକୁ ଯୋଗାଣ ପୂର୍ବରୁ ସେଗୁଡ଼ିକୁ ସଂରକ୍ଷଣ କରିବା ପାଇଁ ବ୍ୟବହୃତ ହେଉଥିବା ବଡ଼ ବନ କୋଠା ଘର ।
କ୍ଷେତ୍ରଗୁଡ଼ିକ ମଧ୍ୟରେ ନିର୍ଭରଶୀଳତା :
ପ୍ରାକୃତିକ କଞ୍ଚାମାଲକୁ ବ୍ୟବହାର ନିମନ୍ତେ ଉତ୍ପାଦିତ ଦ୍ରବ୍ୟରେ ପରିଣତ କରିବା ପ୍ରକ୍ରିୟାରେ ତିନି ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ବା ଅର୍ଥନୈତିକ କ୍ଷେତ୍ର ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।
ତୁଳନାତ୍ମକ ତଥ୍ୟ :
ପ୍ରାଥମିକ କାର୍ଯ୍ୟକଳାପ : ପ୍ରାକୃତିକ ପରିବେଶରୁ ବିଭିନ୍ନ ଦ୍ରବ୍ୟ ସଂଗ୍ରହ, ଯଥା- ଜମିରୁ ଶସ୍ୟ ଉତ୍ପାଦନ, ନଦୀ, ଜଳାଶ୍ରୟ ଓ ସମୁଦ୍ରରୁ ମତ୍ସ୍ୟ ସଂଗ୍ରହ, ଜଙ୍ଗଲରୁ କାଠ, ବାଉଁଶ, ଫଳ, ଝୁଣା, ମହୁ ଆଦି ଦ୍ରବ୍ୟ ସଂଗ୍ରହ, ଖଣିରୁ ଖଣିଜ ପଦାର୍ଥ ଉତ୍ତୋଳନ ଓ ପଶୁପାଳନ ଆଦି କାର୍ଯ୍ୟଗୁଡ଼ିକ ପ୍ରାଥମିକ କାର୍ଯ୍ୟକଳାପର ଅନ୍ତର୍ଭୁକ୍ତ ।
ଦ୍ଵିତୀୟକ କାର୍ଯ୍ୟକଳାପ : ବିଭିନ୍ନ ଦ୍ରବ୍ୟକୁ ଯାନ୍ତ୍ରିକ ପଦ୍ଧତିରେ ପରିବର୍ତ୍ତନ କରି ବ୍ୟବହାର ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରିବା, ଯଥା- ଧାନରୁ ଚାଉଳ, ଗହମରୁ ଅଟା, କପାରୁ ଲୁଗା, ଆଖୁରୁ ଚିନି, ବାଉଁଶରୁ କାଗଜ, ତୈଳବୀଜରୁ ତେଲ, ଖଣିଜ ଦ୍ରବ୍ୟରୁ ବିଭିନ୍ନ ଯନ୍ତ୍ରପାତି ତିଆରି ଇତ୍ୟାଦି ଦ୍ଵିତୀୟକ କାର୍ଯ୍ୟକଳାପର ଅନ୍ତର୍ଭୁକ୍ତ ।
ତୃତୀୟକ କାର୍ଯ୍ୟକଳାପ : : ଏହାକୁ ସେବା କ୍ଷେତ୍ର କୁହାଯାଏ । ଧାନକୁ ଚାଉଳରେ ପରିଣତ କରିବା ପରେ ଟ୍ରାକ୍ଟର ବା ଟ୍ରକ୍ ଇତ୍ୟାଦି ଦ୍ଵାରା ପରିବହନ ସେବା ଜରିଆରେ ଅନ୍ୟ ସ୍ଥାନକୁ ପଠାଇ ତୃତୀୟକ କାର୍ଯ୍ୟକଳାପ ଅଟେ । ଏହିପରି ବ୍ୟାଙ୍କ, ବୀମା, ବାଣିଜ୍ୟ, ଟେଲିଫୋନ୍, ବିଦ୍ୟୁତ୍ଶକ୍ତି ଯୋଗାଣ ଇତ୍ୟାଦି ସେବା ତୃତୀୟକ କାର୍ଯ୍ୟକଳାପର ଅନ୍ତର୍ଭୁକ୍ତ ।
ଦ୍ଵିତୀୟକ କାର୍ଯ୍ୟକଳାପ, ପ୍ରାଥମିକ ଉପରେ ନିର୍ଭରଶୀଳ ଏବଂ ତୃତୀୟକ କାର୍ଯ୍ୟକଳାପ ଉଭୟ ପ୍ରାଥମିକ ଓ ଦ୍ଵିତୀୟକ ଉପରେ ନିର୍ଭରଶୀଳ ।
ସମବାୟ (Cooperative) : ଏକ ଗୋଷ୍ଠୀ ଯେଉଁମାନେ ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ଅର୍ଥନୈତିକ ଏବଂ ସାମାଜିକ ଆବଶ୍ୟକତାକୁ ଆନୁଷ୍ଠାନିକ ଉପାୟରେ ପୂରଣ କରିବା ପାଇଁ ଏକାଠି ହୁଅନ୍ତି । ସେମାନେ ସମବାୟର ମାଲିକ ଅଟନ୍ତି ଏବଂ ଏହାର ସଦସ୍ୟମାନେ ସାମୂହିକ ଭାବରେ ନିଷ୍ପତ୍ତି ନେଇଥାନ୍ତି ।
ମଧ୍ୟସ୍ଥି (Middleman) : ଯେଉଁମାନେ ଉତ୍ପାଦକଙ୍କଠାରୁ ଜିନିଷ କିଣି ଗ୍ରାହକଙ୍କୁ ବିକ୍ରି କରନ୍ତି । ଦଲାଲମାନେ ଏହି ସେବା ପାଇଁ କିଛି ଅଧିକ ପାଉଣା ଆଦାୟ କରନ୍ତି ।
![]()
ଦୁଗ୍ଧ ସମବାୟ : ଉତ୍ପାଦନରୁ ଉପଭୋକ୍ତା ପର୍ଯ୍ୟନ୍ତ
ଆନନ୍ଦ ମିକ୍ସ ୟୁନିୟନ ଲିମିଟେଡ଼, ଅମୂଲ (Amul) ନାମକ ଏକ ଦୁଗ୍ଧ ସମବାୟ ସଂସ୍ଥାର ଏହା ଏକ କାହାଣୀ ।

୧୯୪୦ ଦଶର ପ୍ରାରମ୍ଭରେ ଆନନ୍ଦ ଜିଲ୍ଲାର କୃଷକମାନେ ଆଖପାଖ ଗାଁକୁ କ୍ଷୀର ବିକ୍ରି କରିବାକୁ ଯାଉଥିଲେ । ଏଥିପାଇଁ ସେମାନଙ୍କୁ ଚାଲିଚାଲି କିମ୍ବା ସାଇକେଦ୍ଵାରା ନିଜର ଗାଁକୁ ଯିବାକୁ ପଡୁଥିଲା ।
ଗରମ ପାଗରେ କ୍ଷୀର ଖୁବ୍ ଶୀଘ୍ର ଖରାପ ହୋଇ ଛିଣ୍ଡିଯାଏ । ଏଣୁ କ୍ଷୀର ଖରାପ ହେବା ପୂର୍ବରୁ ଚାଷୀଙ୍କୁ ଶୀଘ୍ର ବିକ୍ରି କରିବାକୁ ପଡ଼ୁଥିଲା ଓ ଏଥିପାଇଁ ବହୁତ ପରିଶ୍ରମରୁ ଅଳ୍ପ ଅର୍ଥ ରୋଜଗାର ହେଉଥିଲା । ତେଣୁ ସେମାନେ ମଧ୍ୟସ୍ଥି ଙ୍କ ଉପରେ ନିର୍ଭର କରୁଥିଲେ, ଯେଉଁମାନେ ଚାଷୀଙ୍କଠାରୁ କମ୍ ମୂଲ୍ୟରେ ଅଧିକ ପରିମାଣର କ୍ଷୀର କିଣି ବଜାରରେ ବିକ୍ରି କରୁଥିଲେ । ଅନେକ ସମୟରେ ଚାଷୀମାନେ ମଧ୍ୟସ୍ଥି ଲୋକଙ୍କ ଦ୍ଵାରା ପ୍ରତାରିତ ଓ ହଇରାଣ ହେଉଥିଲେ ।

ଦିନେ କୃଷକମାନେ ସାମୂହିକ ଭାବେ ନିଜର ସମସ୍ୟା ନେଇ ଜାତୀୟ ସ୍ତରର ନେତା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ପାଖକୁ ଗଲେ । ସ୍ଵାଧୀନ ହେବା ପାଇଁ ସମବାୟ ସମିତି ଗଠନ କରି ମଧ୍ୟସ୍ଥିଙ୍କ ଉପରେ ନିର୍ଭର କରିବା ବନ୍ଦ କରିବାକୁ ପରାମର୍ଶ ଦେଇଥିଲେ । ସର୍ଦାର ପଟେଲଙ୍କ ପରାମର୍ଶ ଅନୁସାରେ କୃଷକମାନେ ସମବ।ୟ ଗଠନ କରି ଦୁଷ୍ପ ସଂଗ୍ରହ, ପ୍ରକ୍ରିୟାକରଣ ଓ ବିତରଣର ସମ୍ପୂର୍ଣ୍ଣ ପରିଚାଳନା ଦାୟିତ୍ଵ ନିଜ ହାତକୁ ନେଲେ ।

ତ୍ରିଭୁବନ ଦାସ ପଟେଲ (ଆଇନଜୀବୀ ଓ ସ୍ଵାଧୀନତା ସଂଗ୍ରାମୀ) ଏବଂ ଡକ୍ଟର ଭର୍ଗିସ କୁରିଆନ୍ (ମୁମ୍ବାଇର ଏକ ଦୁଗ୍ଧ କାରଖାନାରେ କାମ କରୁଥିବା ଜଣେ ଇଞ୍ଜିନିୟରଙ୍କ) ନେତୃତ୍ଵରେ ୧୯୪୬ ମସିହାରେ ‘ଅମୂଲ’ ପ୍ରତିଷ୍ଠା କରାଯାଇଥିଲା ।
ଏହାଦ୍ଵାରା ମହିଳା ଓ କୃଷକମାନେ ଦୁଗ୍ଧ ଉତ୍ପାଦନ ଓ ବିକ୍ରିୟକୁ ନିଜ ନିୟନ୍ତ୍ରଣକୁ ଆଣି ପାରି ଲେ । ଦୁଗ୍ଧ ଉତ୍ପାଦନ, ପାସୁଚରାଇଜେସନ୍ ଓ ବିକ୍ରି ଭଳି ସମସ୍ତ ପ୍ରସଙ୍ଗରେ ଦୁଗ୍ଧ ଉତ୍ପାଦକମାନେ ମିଳିତ ଭାବେ ନିଜେ ନିଷ୍ପତ୍ତି ନେଲେ ଓ ପରସ୍ପର ମଧ୍ୟରେ ଏହି କାର୍ଯ୍ୟକୁ ବାଣ୍ଟି ସେମାନଙ୍କର ଆୟ ବଢ଼ାଇବାରେ ସକ୍ଷମ ହେଲେ ।

ଚାଷୀ ସମବାୟ ସଂସ୍ଥାର ଲାଭ କ୍ରମାଗତ ଭାବେ ବଢ଼ିବାରେ ଲାଗିଲା । ଯେଉଁ ପରିମାଣର କ୍ଷୀର ସଂଗ୍ରହ କରାଯାଉଥିଲା ତାହା ଏତେ ଅଧିକ ଥିଲା ଯେ କୃଷକମାନେ ସେଥୁରୁ ଅନ୍ୟ ଉତ୍ପାଦ ତିଆରି କରିବାକୁ ନିଷ୍ପତ୍ତି ନେ ଲେ ଓ ସେମାନେ ଆନନ୍ଦରେ ଏକ କାରଖାନା ସ୍ଥାପନ କରି ବଟର ବା ଲହୁଣୀ, ଦୁଗ୍ଧ ପାଉଡ଼ର ଇତ୍ୟାଦି ଉତ୍ପାଦନ କରିବା ଆରମ୍ଭ କଲେ ।

ଆଜି ସମଗ୍ର ଭାରତରେ ସମବାୟ ସଂସ୍ଥାମାନଙ୍କଦ୍ଵାରା ଅନେକ ପ୍ରକାର ଦୁଗ୍ଧ ଉତ୍ପାଦ ବିଭିନ୍ନ ପ୍ରକ୍ରିୟାକରଣ କାରଖାନାରେ ପ୍ରସ୍ତୁତି ହେଉଛି ଓ ସାରା ଦେଶରେ ଉଭୟ ଛୋଟ ବଡ଼ ଖୁଚୁରା ଦୋକାନରେ ଏହାକୁ ବିକ୍ରି କରାଯାଉଛି । ଏହା ମଧ୍ୟ ବିଶ୍ଵର ଅନେକ ଦେଶକୁ ରପ୍ତାନି ହେଉଛି ।
କ୍ଷୀରକୁ ପ୍ରକ୍ରିୟାକରଣ କରାଯାଇ ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ କରାଯାଏ – କ୍ଷୀର ପାଉଡ଼ର, ଘିଅ, ପନିର୍, ବଟର୍ ଇତ୍ୟାଦି କାରଖାନାରେ ପ୍ରସ୍ତୁତ କରାଯାଏ । ଏହି ଅର୍ଥନୈତିକ କାର୍ଯ୍ୟକଳାପକୁ ଦ୍ଵିତୀୟକ କ୍ଷେତ୍ର କୁହାଯାଏ ।
ଅମୁଲ ତିଆରି କରିଥିବା ସମସ୍ତ ଉତ୍ପାଦକୁ ବିଭିନ୍ନ ସ୍ଥାନରେ ବିକ୍ରି କରିଥାଏ । ଅମୁଲ ଏହାର ଉତ୍ପାଦ ପରିବହନ ବାଇଁ ଲରି, ଟ୍ରକ, ରେଳବାଇ, ବିମାନ ଓ ପାଣିଜାହାଜ ସେବା ଇତ୍ୟାଦି ବ୍ୟବହାର କରେ । ଏହାଦ୍ଵାରା ରିଟେଲ ଷ୍ଟୋର୍ ବା ଖୁଚୁରା କେନ୍ଦ୍ର ସ୍ଥାପନ କରି ସମଗ୍ର ଗୁଜୁରାଟର ସହର, ନଗର ଏବଂ ଗ୍ରାମ ତଥା ଭାରତର ବିଭିନ୍ନ ରାଜ୍ୟରେ ଅନ୍ୟ ଦୋକାନଗୁଡ଼ିକୁ ଦୁଗ୍ଧ ଏବଂ ଦୁଗ୍ଧ ଜାତ ଦ୍ରବ୍ୟ ଯୋଗାଣ କରିଥାଏ । ଏଠାରେ ପରିବହନ, ବାଣିଜ୍ୟ ଏବଂ ଖୁଚୁରା ବିକ୍ରୟ ଏକ ତୃତୀୟକ କ୍ଷେତ୍ର ।
ପାସ୍ରାଇଜେସନ୍ (Pasteurisation) : କ୍ଷୀରକୁ ସଂରକ୍ଷିତ ରଖୁବାର ଏକ ପ୍ରକ୍ରିୟା । କ୍ଷତିକାରକ ବ୍ୟାକ୍ଟେରିଆଙ୍କଙ୍କୁ ମାରିବା ପାଇଁ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କ୍ଷୀରକୁ ଗରମ କରାଯାଏ ଓ ଥଣ୍ଡା କରାଯାଏ ।
କାରଖାନା (Factory) : ଏକ ଚୁଡ଼ାନ୍ତ ଉତ୍ପାଦ ତିଆରି ପାଇଁ ଯନ୍ତ୍ରପାତି ସହ କୋଠା ସମୂହ ଯେଉଁଠାରେ ସାମଗ୍ରୀ ଉତ୍ପାଦନ କରାଯାଏ, କିମ୍ବା ବିଭିନ୍ନ ଉପାଦାନକୁ ଏକାଠି କରି ଶେଷ ଉତ୍ପାଦ ତିଆରି କରାଯାଏ । ଖୁଚୁରା (Retail) : ପୁନଃବିକ୍ରୟ ପରିବର୍ତ୍ତେ ଉପଭୋକ୍ତାଙ୍କଦ୍ୱାରା ବ୍ୟବହାର ପାଇଁ ଅଳ୍ପ ପରିମାଣରେ ସାମଗ୍ରୀ ବିକ୍ରି କରାଯାଏ ।
ରପ୍ତାନି (Export) : ଗୋଟିଏ ଦେଶର ଉତ୍ପାଦିତ ଦ୍ରବ୍ୟ ଏବଂ ସେବାକୁ ଅନ୍ୟ ଦେଶର କ୍ରେତା କିମ୍ବା ଉପଭୋକ୍ତାଙ୍କୁ ବିକ୍ରି କରିବାକୁ କୁହାଯାଏ ।
ଅମୁଲ ଭଳି କର୍ଣାଟକର ନନ୍ଦିନୀ, ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (NCR)ର ମଦର ଡାଏରୀ, ତାମିଲନାଡୁର ଆଭିନ୍, ଆନ୍ଧ୍ରପ୍ରଦେଶର ବିଜୟା, ନାଗାଲାଣ୍ଡର କେଭି, ବିହାରର ସୁଧା, ପଞ୍ଜାବର ଭେର୍କା ଏବଂ ଓଡ଼ିଶାର ଓମ୍ଫେଡ୍ (Omfed) ଇତ୍ୟାଦି ଅନେକ ଦୁଗ୍ଧ ସଂଗଠନ ଅଛି ।
ନିମ୍ନରେ ଦିଆଯାଇଥିବା ଚିତ୍ରଗୁଡ଼ିକ ସାହାଯ୍ୟରେ, ଆସ ଜାଣିବା ଯେ ତୁମେ ଅଧ୍ୟୟନ କରୁଥିବା ପୁସ୍ତକଗୁଡ଼ିକ କିପରି ତିଆରି ହୋଇଛି । ଚିତ୍ରଗୁଡ଼ିକରେ ଗଛର ଛାଲିକୁ କାଗଜରେ ପରିଣତ କରିବା ଏବଂ ଛାପିବା ପରେ ପାଠ୍ୟପୁସ୍ତକରେ ପରିଣତ ହେଉଥିବା ଦେଖିବାକୁ ମିଳୁଛି ।

ବିଷୟ ସାରାଂଶ
- ଏହି ଅଧ୍ୟାୟରେ ଆମେ ଅର୍ଥନୈତିକ କାର୍ଯ୍ୟକଳାପର ତିନୋଟି କ୍ଷେତ୍ର ବିଷୟରେ ଜାଣିବାକୁ ପାଇଲୁ ।
- ବିଭିନ୍ନ ଉଦାହରଣ ଏବଂ ଦୃଷ୍ଟାନ୍ତଦ୍ୱାରା ତିନି ପ୍ରକାର ଅର୍ଥନୈତିକ କାର୍ଯ୍ୟକଳାପ ବା କ୍ଷେତ୍ର ଯଥା- ପ୍ରାଥମିକ, ଦ୍ଵିତୀୟକ ଓ ତୃତୀୟକ କ୍ଷେତ୍ର ମଧ୍ୟରେ ପାର୍ଥକ୍ୟ ତଥା ପରସ୍ପର ନିର୍ଭରଶୀଳତାକୁ ବୁଝିଲୁ ।