Go through BSE Odisha Class 7 Social Science Notes Odia Medium Chapter 3 ଭାରତର ଜଳବାୟୁ to understand important topics more clearly.
7th Class Social Science Chapter 3 Notes Odia Medium
BSE Odisha Class 7 Social Science Chapter 3 Notes Odia Medium
‘କାଳେ ବର୍ଷଟୁ ପର୍ଜନ୍ଯ ପୃଥିବୀ ଶସ୍ୟଶାଳିନୀ, ଦେଶୋୟାଂ କ୍ଷୋଭ ରହିତଃ ବ୍ରାହ୍ମଣା ଅର୍ଥାତ୍ – ନିୟମିତ ବୃଷ୍ଟି ହେଉ, ପୃଥିବୀ ଶସ୍ୟଶ୍ୟାମଳା ହେଉ ଆମ ଦେଶ ସମସ୍ତ ଅଶାନ୍ତରୁ ମୁକ୍ତ ରହୁ । ସଜ୍ଜନମାନେ ନିର୍ଭୟ ହୁଅନ୍ତୁ ।’’
– ସୁଭାଷିତ
ବିଷୟଭିଭିକ ସୂଚନା ଓ ବିଶ୍ଳେଷଣ
ପାଗ, ଋତୁ ଓ ଜଳବାୟୁ :
ଆମେ ପ୍ରତିଦିନ ଅନୁଭବ କରୁଥିବା ବାୟୁମଣ୍ଡଳ ଅବସ୍ଥାକୁ ‘ପାଗ’ କୁହାଯାଏ । କେତେବେଳେ ବର୍ଷା, କେତେବେଳେ ପ୍ରଚଣ୍ଡ ଖରା, ବେଗଶାଳୀ ପବନ ଆଦିକୁ ପାଗ କୁହାଯାଏ । ପାଣିପାଗ ସର୍ବଦା ପରିବର୍ତ୍ତନଶୀଳ ।
କୌଣସି ଅଞ୍ଚଳର ବହୁବର୍ଷ ବ୍ୟାପୀ ପାଣିପାଗର ହାରାହାରି ଅବସ୍ଥାକୁ ପାଣିପାଗ ବୁଝାଇଥାଏ । ଅଞ୍ଚଳ ଭିଭିରେ ଜଳବାୟୁରେ ଭିନ୍ନତା ଦେଖାଯାଏ ।
ପୃଥିବୀ ସୂର୍ଯ୍ୟଙ୍କ ପରିକ୍ରମଣ କରିବା କାରଣରୁ ଋତୁ ସମ୍ଭବ ହୋଇଥାଏ । ପ୍ରତ୍ୟେକ ଋତୁ କିଛି ମାସ ପାଇଁ ରହେ ଓ ପ୍ରତିବର୍ଷ ପୁନଶ୍ଚ କ୍ରମାନୁସାରେ ଆସିଥାଏ । ଗୋଟିଏ ବର୍ଷରେ ଅନେକଗୁଡ଼ିଏ ଋତୁ ରହିଛି, ଯଥା- ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ । ଏହି ଋତୁଗୁଡ଼ିକ ନିର୍ଦ୍ଦିଷ୍ଟ କ୍ରମରେ ଚକ୍ରଗତି କରିଥାନ୍ତି । ଋତୁଗୁଡ଼ିକ ପାଗ ସହ ଏବଂ ଜଳବାୟୁ ସହିତ ସମ୍ପର୍କିତ ।
ଋତୁ ସହିତ ପାଗରେ ପରିବର୍ତ୍ତନ ହୋଇଥାଏ । ଅର୍ଥାତ ଗ୍ରୀଷ୍ମ ଋତୁରେ ପାଗ ଉଷ୍ଣ ଓ ଶୁଷ୍କ, ବର୍ଷା ଋତୁରେ ବୃଷ୍ଟିପାତ ସହ ଆର୍ଦ୍ର ରହିଥାଏ । ପୁନଶ୍ଚ କୌଣସି ଅଞ୍ଚଳରେ ଋତୁକ୍ରମ ଜଳବସ୍ତୁ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ।
ପୃଥିବୀର ଅଧିକାଂଶ ଅଞ୍ଚଳରେ ବସନ୍ତ, ଗ୍ରୀଷ୍ମ, ଶରତ ଓ ଶୀତ ଏହି ଚାରିଗୋଟି ଋତୁ ଅନୁଭୂତ ହୋଇଥାଏ । କିନ୍ତୁ ଦେଖିବାକୁ ଗଲେ ଭାରତବର୍ଷରେ ଏକ ନିର୍ଦ୍ଦିଷ୍ଟ ସମୟରେ ବୃଷ୍ଟିପାତ ହୋଇଥାଏ ।
ମଣିଷ, ଉଭିଦ ଓ ପ୍ରାଣୀମାନଙ୍କର ଜୀବନ ଋତୁ ସହ ତାଳ ଦେଇ ଗତି କରିଥାଏ । ଆମେ ଉତ୍ପାଦନ କରୁଥିବା ଶସ୍ୟ, ଖାଉଥିବା ଖାଦ୍ୟ ଓ ପିନ୍ଧୁଥିବା ବସ୍ତ୍ର ଆଦି ଋତୁସହ ପରିବର୍ତ୍ତନ ହୋଇଥାଏ ।
ଅଞ୍ଚଳ ଭିତ୍ତିରେ କେତେକ ସ୍ଥାନର ଗଛଲତାଗୁଡ଼ିକ ବସନ୍ତ ଋତୁରେ ଫୁଲରେ ସଜାଇ ହୋଇଥା’ନ୍ତି । ଅନ୍ୟ କିଛି ସ୍ଥାନରେ ଶରତ ତଥା ହେମନ୍ତ ଋତୁରେ ବୃକ୍ଷଗୁଡ଼ିକ ପତ୍ରଝଡ଼ା ଦେଇଥାନ୍ତି ବା ସେମାନଙ୍କ ରୂପରଙ୍ଗରେ ପରିବର୍ତ୍ତନ ଆସିଥାଏ । ଶୀତଋତୁରେ କେତେକ ପ୍ରାଣୀଙ୍କ ଦେହରେ ଅଧୂକ ଲୋମ କଅଁଳି ଥାଏ ।
ଭାରତରେ ବିଭିନ୍ନ ପ୍ରକାର ଜଳବାୟୁ :
ଭାରତ ଏକ ବିବିଧତାପୂର୍ଣ୍ଣ ଦେଶ, ଜଳବାୟୁ କ୍ଷେତ୍ରରେ ମଧ୍ୟ ଏହା ପ୍ରଯୁଜ୍ୟ ହୋଇଥାଏ ।

(i) ଆଲ୍ପୀୟ ଜଳବାୟୁ – ଉତ୍ତରସ୍ଥ ହିମାଳୟ ପାର୍ବତ୍ୟାଞ୍ଚଳର ଉଚ୍ଚ ଭାଗରେ ଆଲ୍ୟ ଜଳବାୟୁ ଅନୁଭୂତ ହୁଏ । ଏହି ଅଞ୍ଚଳରେ ଶୀତଦିନେ ବେଶ୍ ଥଣ୍ଡା ଓ ତୁଷାରପାତ ହୋଇଥାଏ । ଗ୍ରୀଷ୍ମକାଳରେ ଶୀତ ଳ ଜଳବାୟୁ ଅନୁଭୂତ ହୁଏ । ଏହିଠାରେ ହିଁ ସବୁଠାରୁ ମୋଟା ଶୀତ ବସ୍ତ୍ର ବ୍ୟବହୃତ ହୋଇଥାଏ ।
(ii) ନାତିଶୀତୋଷ୍ଣ ଜଳବାୟୁ – ହିମାଳୟ ନିମ୍ନଭାଗରେ ତଥା ଭାରତର ଅନେକ ପାହାଡ଼ିଆ ଅଞ୍ଚଳରେ ନାତିଶୀତୋଷ୍ଣ ଜଳବାୟୁ ଅନୁଭୂତ ହୁଏ । ଏଠାରେ ଶୀତଦିନେ ମଧ୍ୟମ ଧରଣର ଶୀତ ଓ ଗ୍ରୀଷ୍ମକାଳରେ ଅଧିକ ଗରମ ହୋଇନଥାଏ । ସେଥିପାଇଁ ଏଠାରେ ଶୈଳନିବାସମାନ ଦେଖାଯାଏ । ନିମ୍ନସ୍ଥ ସମତଳ ‘ ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକମାନେ ଗରମରୁ ରକ୍ଷା ପାଇବାପାଇଁ ବାରମ୍ବାର ଏହି ଅଞ୍ଚଳକୁ ଆସିଥାନ୍ତି ।
(iii) ଉପକ୍ରାନ୍ତୀୟ ଜଳବାୟୁ – ଉତ୍ତରସ୍ଥ ସମତଳ ଭୂମିରେ ଉପକ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମଋତୁ ଉତ୍ତପ୍ତ ଏବଂ ଶୀତଋତୁ ବେଶ୍ ଥଣ୍ଡା । ଏହି ଅଞ୍ଚଳରେ ଭାରତର ସର୍ବାଧିକ ଗହମ ଚାଷ` ହୋଇଥାଏ ।
(iv) ଶୁଷ୍କ ଜଳବାୟୁ – ପଶ୍ଚିମସ୍ଥ ଥର ମରୁଭୂମିର ଜଳବାୟୁ ଅତି ଶୁଷ୍କ । ଏଠାରେ ଦିନବେଳା ଅଧୁକ ଗରମ ଓ ରାତିରେ ଶୀତ ଏବଂ ଅତି କମ୍ ବୃଷ୍ଟିପାତ ହୋଇଥାଏ । ଏହି ଅଞ୍ଚଳର ଅଧିବାସୀମାନେ ଜଳ ସଂଗ୍ରହ, ଓ ସଞ୍ଚୟ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥାମାନ ବିକାଶ କରିଛନ୍ତି ।
(v) ଆର୍ଦ୍ରକ୍ରାନ୍ତୀୟ ଜଳବାୟୁ – ପଶ୍ଚିମ ଉପକୂଳ ଅଞ୍ଚଳ, ମୌସୁମୀ ମାସରେ ପ୍ରଚୁର ବୃଷ୍ଟିପାତ ପାଇଥାଏ । ଏଠାରେ ଆର୍ଦ୍ର କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୁଏ ଯାହା ଧାନ ଓ ବିଭିନ୍ନ ମସଲା ଆଦି ଚାଷ କରିବାପାଇଁ ବେଶ୍ ଅନୁକୂଳ ।
(vi) ଅର୍ଦ୍ଧଶୁଷ୍କ ଜଳବାୟୁ – କେନ୍ଦ୍ରୀୟ ଡେକାନ୍ ମାଳଭୂମିରେ ଅର୍ଦ୍ଧଶୁଷ୍କ ଜଳବାୟୁ ଅନୁଭୂତ ହୁଏ । ଏଠାକାର ଗ୍ରୀଷ୍ମ ଋତୁରେ ଗରମ, ଶୀତ ଋତୁରେ ହାଲୁକା ଶୀତ ଓ ବର୍ଷା ଋତୁରେ ମଧ୍ୟମ ଧରଣର ବର୍ଷା ହୋଇଥାଏ ।
(vii) କ୍ରାନ୍ତୀୟ ଜଳବାୟୁ – ପୂର୍ବ ଭାରତ ଏବଂ ଦକ୍ଷିଣ ଉପଦ୍ଵୀପରେ କ୍ରାନ୍ତୀୟ ଜଳବାୟୁ ଅନୁଭୂତ ହୋଇଥାଏ । ଏଠାରେ ମୃଦୁ ଶୀତଋତୁ ଓ ମୌସୁମୀ ବାୟୁଦ୍ଵାରା ନିୟନ୍ତ୍ରିତ ନିର୍ଦ୍ଦିଷ୍ଟ ଶୁଷ୍କ ଓ ଆର୍ଦ୍ର ଋତୁ ବା ସମୟ ପରିଲକ୍ଷିତ ହୁଏ ।
ଜଳବାୟୁ ନିୟନ୍ତ୍ରଣକାରୀ କାରଣ | ନିୟମାକ :
ବିଭିନ୍ନ କାରଣ ପାଇଁ ଜଳବାୟୁରେ ଭିନ୍ନତା ଦେଖାଯାଏ । ତନ୍ମଧ୍ୟରୁ କେତେକ ଜାଗତିକ ସ୍ତରର ହୋଇଥିବାବେଳେ ଅନ୍ୟଗୁଡ଼ିକ ଆଞ୍ଚଳିକ ଏପରିକି ସ୍ଥାନୀୟ କାରଣରୁ ହୋଇଥାଏ ।
(କ) ଅକ୍ଷାଂଶ :
ବିଷୁବରେଖାଠାରୁ କୌଣସି ସ୍ଥାନ ର ଦୂରତା ଆମେ ଅକ୍ଷାଂଶଦ୍ଵାରା ମାପିଥାଉ । ବିଷୁବରେଖାଠାରୁ କୌଣସି ସ୍ଥାନ ଯେତେ ଦୂର ରେ (ଉତ୍ତରକୁ ବା ଦକ୍ଷିଣକୁ) ଥାଏ, ତାହାର ଅକ୍ଷାଂଶ ବୃଦ୍ଧି ପାଇଥାଏ । ଵି ଷ୍ଠ ବ ରେ ଖ। ଠ । ରେ ଜଳବାୟୁ ଅତି ଉଷ୍ଣ, ଅକ୍ଷାଂଶ ବୃଦ୍ଧି ପାଇବା ସହ ଏହା ନାତି ଶୀତୋଷ୍ଣ ଓ ପରେ ଅତି ଥଣ୍ଡା ବା ହିମ ଜଳବାୟୁରେ ପରିଣତ ହୋଇଥାଏ ।

ବିଷୁବରେଖା ନିକଟବର୍ତୀ ନିମ୍ନ ଅକ୍ଷାଂଶ ଅଞ୍ଚଳର ଜଳବାୟୁ ଉଷ୍ଣ ଓ ମେରୁ ଅଞ୍ଚଳ (ଉଚ୍ଚ ଅକ୍ଷାଂଶ)ରେ ଏହା ଅଧିକ ଥଣ୍ଡା । ସୌର ରଶ୍ମିର ପତନ କୋଣରେ ତାରତମ୍ୟ ଯୋଗୁଁ ଏପରି ହୋଇଥାଏ । ବିଷୁବ ରେଖାଠାରେ ଲମ୍ବକିରଣ ପଡ଼ିଥାଏ ଓ ଏହାର ସମସ୍ତ ଶକ୍ତି ଭୂପୃଷ୍ଠର ଅଳ୍ପ ଅଞ୍ଚଳରେ କେନ୍ଦ୍ରିତ ହୋଇଥାଏ ।
ମେରୁ ଅଞ୍ଚଳରେ ସୌରରଶ୍ମି ତୀର୍ଯ୍ୟକ ଭାବେ ପଡ଼ିଥାଏ । ଫଳତଃ ସୌର ରଶ୍ମି ଅଧ୍ବକ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥାଏ । ତୀର୍ଯ୍ୟକ ରଶ୍ମି ବହୁବାଟ ଦେଇ ଆସୁଥିବାରୁ ଶକ୍ତି ଅପଚୟ ମଧ୍ଯ ଘଟିଥାଏ । ଫଳତଃ ମେରୁ ଅଞ୍ଚଳରେ ବିଷୁବ ଅଞ୍ଚଳ ଅପେକ୍ଷା କମ୍ ତାପ ସଂଗୃହୀତ ହୋଇଥାଏ ।
ଭାରତରେ ମଧ୍ୟ ଆମେ ଏହି ପ୍ରକାର ସ୍ଥିତି ଦେଖୁ ପାରିବା । ବିଷୁବରେଖା ନିକଟବର୍ତ୍ତୀ କନ୍ୟାକୁମାରୀ ଓ ନିକୋବର ଦ୍ଵୀପପୁଞ୍ଜରେ ବର୍ଷ ସାରା ଉଷ୍ଣ ବା ଗରମ ଜଳବାୟୁ ଅନୁଭୂତ ହୁଏ । ତେବେ ଉତ୍ତରରେ ଅବସ୍ଥିତ ଶ୍ରୀନଗରର ଜଳବାୟୁ ବେଶ୍ ଶୀତଳ ।
![]()
(ଖ) ସମୁଦ୍ର ପତ୍ତନରୁ ଉଚ୍ଚତା :
ଭାରତରେ ମୁନାର, ଥେନି, ଉଦ୍ଗାମଣ୍ଡଳମ୍ (ଉଟି), ମାଡ଼ିକେରୀ, ମହାବଳେଶ୍ଵର, ମାଉଣ୍ଟଆନ୍ତୁ, ସିମଳା, ନୈନିତାଲ, ଦାର୍ଜିଲିଂ, ଦାରିଙ୍ଗିବାଡ଼ି ଆଦି ଅନେକ ଶୈଳନିବାସ ରହିଛି । ଏହି ଶୈଳନିବାସଗୁଡ଼ିକ ନିମ୍ନସ୍ଥ ସମତଳ ଅଞ୍ଚଳଠାରୁ ଅପେକ୍ଷାକୃତ ଅଧିକ ଉଚ୍ଚରେ ଅବସ୍ଥିତ ।

ଆମେ ଜାଣିଛେ ଯେ ଉଚ୍ଚତା ବୃଦ୍ଧି ସହ ତାପମାତ୍ରା ହ୍ରାସ ପାଇଥାଏ ।
ଉଚ୍ଚତା ବୃଦ୍ଧିସହ ବାୟୁଚାପ ତଥା ବାୟୁର ଘନତା ହ୍ରାସ ପାଇଥାଏ । ବାୟୁର ଘନତା ହ୍ରାସ ପାଇଲେ ଏହା କ୍ରମଶଃ ଶୀତଳ ହୋଇଯାଏ ।
ଭୂପୃଷ୍ଠ ସୂର୍ଯ୍ୟଙ୍କଦ୍ଵାରା ଉତ୍ତପ୍ତ ହୋଇଥାଏ ଏବଂ ଏହି ତାପକୁ ବାୟୁମଣ୍ଡଳକୁ ଛାଡ଼ିଥାଏ । ଭୂପୃଷ୍ଠରୁ ଅଧିକ ଉଚ୍ଚରେ ଥିବା ସ୍ଥାନମାନଙ୍କରେ ବାୟୁ କମ୍ ଗରମ ହୋଇଥାଏ । ହିମାଳୟ ଏତେ ଉଚ୍ଚ ଯେ ଅଧିକାଂଶ ଶୃଙ୍ଗରେ ତାପମାତ୍ରା ହିମାଙ୍କ ତଳେ ରହିଥାଏ । ଫଳତଃ ଏଗୁଡ଼ିକ ବର୍ଷସାରା ତୁଷାରାଚ୍ଛନ୍ନ ରହିଥା’ନ୍ତି ।
(ଗ) ସମୁଦ୍ର ନିକଟତା :
ଉପକୂଳ ଅଞ୍ଚଳର ତାପମାତ୍ରାରେ ବିଶେଷ ପାର୍ଥକ୍ୟ ନ ଥାଏ । ସମୁଦ୍ର ଠାରୁ ଦୂର ରେ ପୂ ବ । ଆଭ୍ୟନ୍ତର ଅଞ୍ଚଳ ଆଡ଼କୁ ଗଲେ ଚର ମ ତାପମାତ୍ରା। ଅନୁଭୂତ ହୋଇଥାଏ । ଏହି ଅଞ୍ଚଳରେ ଗ୍ରୀଷ୍ମକାଳରେ ତାପମାତ୍ରା ଅତ୍ମକ ଓ ଶୀତକାଳରେ ତାପମାତ୍ରା କମ୍ ରହେ ।

ସଂକ୍ଷେପରେ କହିଲେ ସ୍ଥଳଭାଗ ତୁଳନାରେ ଜଳଭାଗ ବିଳମ୍ବରେ ଗ ର ମ ହୋଇ ଥାଏ ଏବଂ ଡେରି ରେ ମଧ୍ୟ ଥଣ୍ଡା ହୋଇଥାଏ । ସେଥିପାଇଁ ଗ୍ରୀଷ୍ମଋତୁରେ ଜଳଭାଗ ସ୍ଥଳଭାଗଠାରୁ ଥଣ୍ଡା ରହିଥାଏ ଏବଂ ଶୀତ ଋତୁରେ ସ୍ଥଳଭାଗ ତୁଳନାରେ ଜଳଭାଗ ଗରମ ରହିଥାଏ । ଏହି କାରଣ ଯୋଗୁଁ ସମୁଦ୍ର କୂଳର ତାପମାତ୍ରା ଏବଂ ସମୁଦ୍ରଠାରୁ ଦୂରରେ ଥିବା ସ୍ଥାନମାନଙ୍କର ତାପମାତ୍ରା ମଧ୍ୟରେ ପାର୍ଥକ୍ୟ ଦେଖାଯାଏ ।
ମୁମ୍ବାଇ ଏବଂ ନାଗପୁର ପ୍ରାୟ ସମ ଉଚ୍ଚତାରେ ଅବସ୍ଥିତ । ମାତ୍ର ମୁମ୍ବାଇ ସମୁଦ୍ର ନିକଟରେ ଥିବାରୁ ଏହା ଗ୍ରୀଷ୍ମ କାଳରେ ଅପେକ୍ଷାକୃତ ଶୀତଳ (ପ୍ରାୟ ୩୨° ସେଲ୍ସିୟସ୍) ଓ ଶୀତକାଳରେ ମୃଦୁ ଶୀତଳ (ପ୍ରାୟ ୧୮°, ସେଲ୍ସିୟସ୍) ରହିଥାଏ । ମାତ୍ର ନାଗପୁର ସମୁଦ୍ରଠାରୁ ଦୂରରେ ଥିବାରୁ ଏଠାରେ ଗ୍ରୀଷ୍ମକାଳର ତାପମାତ୍ରା ୪୪° ସେଲ୍ସିୟସ୍ ଏବଂ ଶୀତକାଳର ପ୍ରାୟ ୧୦° ସେଲ୍ସିୟସ୍ ତାପମାତ୍ରା ଅନୁଭୂତ ହୁଏ । ଏଥିରୁ ଜଣାଗଲା ଯେ ମୁମ୍ବାଇର ତାପମାତ୍ରା ବ୍ୟବଧାନ (ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ପାର୍ଥକ୍ୟ) ୧୪° ସେଲ୍ସିୟସ୍ ହୋଇଥିବାବେଳେ ନାଗପୁରଠାରେ ଏହା ୩୪° ସେଲ୍ସିୟସ୍ ପର୍ଯ୍ୟନ୍ତ ପହଞ୍ଚାଏ ।
(ଘ) ପବନ :
ପବନ ଶୀତଳ ଓ ଉଷ୍ମ ବାୟୁରାଶିକୁ ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ବୋହି ନେଇଥାଏ । ଥଣ୍ଡା ପବନ କୌଣସି କ୍ଷେତ୍ରର ତାପମାତ୍ରାକୁ କମ୍ କରିଦେଇଥାଏ ଏବଂ ଗରମ ପବନ ତାପମାତ୍ରାକୁ ବୃଦ୍ଧି କରିଦେଇଥାଏ । ପବନ ତାପମାତ୍ରାକୁ ବାଦ୍ ଦେଲେ ବାୟୁମଣ୍ଡଳର ଆର୍ଦ୍ରତା ଏବଂ ବର୍ଷାକୁ ମଧ୍ୟ ପ୍ରଭାବିତ କରିଥାଏ ।

ଆରବ ଦେଶ ଓ ଆଫଗାନିସ୍ଥାନ ଅନ୍ତର୍ଗତ ମରୁଭୂମି ଉପରଦେଇ ପ୍ରବାହିତ ବାୟୁ ଅତ୍ୟନ୍ତ ଶୁଷ୍କ ଓ ଉତ୍ତପ୍ତ । ମୁଖ୍ୟତଃ ଗ୍ରୀଷ୍ମ କାଳରେ ଏହି ଦେଶଗୁଡ଼ିକରେ ପ୍ରଚଣ୍ଡ ଉଷ୍ଣ ଲହରୀ ପ୍ରବାହିତ ହୋଇଥାଏ । ଶୀତକାଳରେ ହିମାଳୟ ଅଞ୍ଚଳରୁ ଅତି ଶୀତଳ ବାୟୁ ସମତଳ ଅଞ୍ଚଳ ଆଡ଼କୁ ପ୍ରବାହିତ ହୋଇଥାଏ ଫଳରେ ଶୀତ ଲହରୀ ଅନୁଭୂତ ହୁଏ । ପବନ କେବଳ ତାପମାତ୍ରା ନୁହେଁ ବରଂ ଆର୍ଦ୍ରତା ଓ ବର୍ଷକୁ ପ୍ରଭାବିତ କରିଥାଏ ।
ଜଳଚକ୍ର : ସମୁଦ୍ର ତଥା ଭୂପୃଷ୍ଠରୁ ଜଳ ବାଷ୍ପ ଆକାରରେ ବାୟୁମଣ୍ଡଳକୁ ପ୍ରବେଶ କରେ ଏବଂ ବୃଷ୍ଟି, କୁଆପଥର ଓ ତୁଷାର ଆଦି ଆକାରରେ ଭୂପୃଷ୍ଠକୁ ଫେରିଆସେ । ଏହାକୁ ଜଳଚକ୍ର କୁହାଯାଏ ।
ଭୂ-ଆକୃତି :
ଭୂ-ଆକୃତି (Topography) : କୌଣସି ଅଞ୍ଚଳର ଭୂ-ପୃଷ୍ଠର ସାମଗ୍ରିକ ପ୍ରାକୃତିକ ଗଠନକୁ ଭୂ-ଆକୃତି କୁହାଯାଏ । ଏଥିରେ ପାହାଡ଼, ପର୍ବତ, ଉପତ୍ୟକା, ଢାଲୁ ତଥା ଉପକୂଳ ଆଦି ଭୂ-ରୂପ ରହିଥାଇପାରେ ।
କୌଣସି ଅଞ୍ଚଳର ନିୟନ୍ତ୍ରଣରେ ଭ୍-ଆକୃତି ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉଦାହରଣ ସ୍ଵରୂପ- କେନ୍ଦ୍ର ଏସିଆ ଅନ୍ତର୍ଗତ ଶୀତଳ, ମରୁଭୂମିରୁ ବହୁଥିବା ପବନକୁ ହିମାଳୟ ଓ କାରାକୋରମ ପର୍ବତଶ୍ରେଣୀ ଭାରତୀୟ ଉପମହାଦେଶରେ ପ୍ରବେଶ କରିବାରେ ବାଧା ଦେଇଥାଏ । ଥର୍ ମରୁଭୂମିର ସମପ୍ରାୟ ଭୂମିରେ ପ୍ରବାହିତ ଥଣ୍ଡା ବା ଗରମ ପବନକୁ ବାଧା ଦେବାପାଇଁ କୌଣସି ପ୍ରତିବନ୍ଧକ ନଥାଏ ।
କୌଣସି ଅଞ୍ଚଳର ଜଳବାୟୁ ଉପରୋକ୍ତ ଆଲୋଚିତ ସମସ୍ତ ନିୟମକଗୁଡ଼ିକ ଦ୍ଵାରାରା ସାମୂହିକଭାବେ ନିର୍ଦ୍ଧାରିତ ହୋଇଥାଏ । ଜଳବାୟୁ ବର୍ଣ୍ଣନାରେ ସେ ଅଞ୍ଚଳର ତିନି ଦଶନ୍ଧିରୁ ଅଧିକ ବର୍ଷ ଧରି ତାପମାତ୍ରା, ବର୍ଷଣ (ବୃଷ୍ଟିପାତ ତୁଷାରପାତ, କୁହୁଡ଼ି) ଏବଂ ପବନର ଅବସ୍ଥା ଆଦି ଉପାଦାନ ଅନ୍ତର୍ଭୁକ୍ତ ହୋଇଥାଏ ।
ଅତି କ୍ଷୁଦ୍ର ଅଞ୍ଚଳରେ ସ୍ଥାନୀୟ ଭାବେ ଅନୁଭୂତ ଜଳବାୟୁକୁ ସୂକ୍ଷ୍ମ ଜଳବାୟୁ କୁହାଯାଏ । ଏହି ଜଳବାୟୁ ଚତୁଃପାର୍ଶ୍ୱସ୍ଥ ଜଳବାୟୁଠାରୁ ଭିନ୍ନ ହୋଇଥାଏ ।
ଆବଦ୍ଧ ଉପତ୍ୟକା ଓ କେତେକ ଅରଣ୍ୟଗୁଡ଼ିକର ନିଜସ୍ଵ ସୂକ୍ଷ୍ମ ଜଳବାୟୁ ରହିଛି । ସେହିପରି ସହରଗୁଡ଼ିକର ବାୟୁ ତାପମାତ୍ରା ଚତୁଃପାର୍ଶ୍ୱସ୍ଥ ଗ୍ରାମୀଣ ଅଞ୍ଚଳଠାରୁ ପ୍ରାୟତଃ ଅଧିକ ଉଷ୍ଣ ରହେ । ସହରାଞ୍ଚଳରେ ବହୁସଂଖ୍ୟାରେ କୋଠାବାଡ଼ି ତଥା କଂକ୍ତିଟର ଅନ୍ୟାନ୍ୟ ନିର୍ମାଣ ସହ କମ୍ ଗଛଲତା ଦେଖାଯାଏ । ଏଗୁଡ଼ିକ ତାପ ଗ୍ରହଣ କରିଥା’ନ୍ତି ଓ ସହରକୁ ଅପେକ୍ଷାକୃତ ଉତ୍ତପ୍ତ ରଖୁଥାନ୍ତି । ସୂକ୍ଷ୍ମ ଜଳବାୟୁ ସ୍ଥାନୀୟ ଉଦ୍ଭିଦ ଓ ପ୍ରାଣୀ, ଶସ୍ୟ ଉତ୍ପାଦନ ଓ ମାନବ ସ୍ଵାସ୍ଥ୍ୟ ଓ ସୁଖ ସ୍ଵାଚ୍ଛନ୍ଦ୍ୟକୁ ପ୍ରଭାବିତ କରିଥାଏ ।

ମୌସୁମୀ ବାୟୁ ପ୍ରବାହ :
ମୌସୁମୀ ଶବ୍ଦଟି ଆରବ ଶବ୍ଦ ‘ମୌସମ୍’ରୁ ଆସିଛି ଓ ଏହାର ଅର୍ଥ ଋତୁ । ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଏସିଆ ସମେତ ଭାରତ ମହାସାଗର ଓ ଚତୁଃପାର୍ଶ୍ୱସ୍ଥ ବିସ୍ତୀର୍ଣ୍ଣ ଅଞ୍ଚଳରେ ପ୍ରବାହିତ ଋତୁକାଳୀନ ବାୟୁକୁ ଏହା ବୁଝାଇଥାଏ ।
ମୌସୁମୀ କହିଲେ ବାୟୁ ସହ ତାପମାତ୍ରା, ବାୟୁ ଚାପ ଓ ପବନର ଗତିଶୀଳତା ମଧ୍ୟରେ ଥିବା ମୌଳିକ ସମ୍ପର୍କକୁ ଦର୍ଶାଇଥାଏ । ସଂକ୍ଷେପରେ ମୌସୁମୀ କହିଲେ ସାଧାରଣ ପବନ ପରିବର୍ତ୍ତେ ଋତୁକାଳୀନ ବୃଷ୍ଟିପାତକୁ ବୁଝାଇଥାଏ ।
ଗ୍ରୀଷ୍ମଋତୁରେ ଏସିଆର ସ୍ଥଳଭାଗ ବହୁତ ଗରମ ହୋଇଯାଏ ଏବଂ ଏହା ଉପରେ ଏକ ତୀବ୍ର ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଥାଏ । ଏହି ସମୟରେ ସମୁଦ୍ର ଶୀତଳ ଥାଏ ଓ ସେଠାରେ ଗୁରୁଚାପ ସୃଷ୍ଟି ହୋଇଥାଏ । ବାୟୁ ସର୍ବଦା ଗୁରୁଚାପ ଅଞ୍ଚଳରୁ ସ୍ଥଳଭାଗସ୍ଥ ଲଘୁଚାପ ଅଞ୍ଚଳ ଆଡ଼କୁ ବାୟୁ ପ୍ରବାହିତ ହୋଇଥାଏ । ସମୁଦ୍ର ଉପରୁ ଆସୁଥିବା ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉଷ୍ଣ ସ୍ଥଳଭାଗ ଉପରେ ଘନୀଭୂତ ହୁଏ ଓ ପ୍ରଚୁର ମୌସୁମୀ ବର୍ଷା ହୋଇଥାଏ ।

ଶୀତଦିନେ ପରିସ୍ଥିତି ଭିନ୍ନ ହୋଇଥାଏ । ସେତେବେଳେ ସ୍ଥଳଭାଗ ଜଳଭାଗ ଅପେକ୍ଷା ଶୀଘ୍ର ଶୀତଳ ହୋଇଯାଏ । ଏହି ସମୟରେ ସ୍ଥଳଭାଗ ଉପରେ ଗୁରୁଚାପ ଏବଂ ଅପେକ୍ଷାକୃତ ଉଷ୍ଣ ଜଳଭାଗ ଉପରେ ଲଘୁଚାପ ସୃଷ୍ଟିହୁଏ । ଫଳତଃ ଏହାଯୋଗୁ ପବନ ଠିକ୍ ବିପରୀତ ଦିଗରୁ ଅର୍ଥାତ୍ ସ୍ଥଳଭାଗରୁ ଜଳଭାଗ ଆଡ଼କୁ ବହିଥାଏ । ସ୍ଥଳଭାଗସ୍ଥ ବାୟୁରେ ଜଳୀୟ ବାଷ୍ପ କମ୍ ଥିବାରୁ ଶୀତକାଳରେ ଏସିଆର ଅଧ୍ଵଂକାଂଶ ଅଞ୍ଚଳରେ ପାଗ ଶୁଖୁଲା ରହେ ।
ଶୀତ ଋତୁର ଆଗମନରେ ପବନ ବିପରୀତ ଅର୍ଥାତ୍ ସ୍ଥଳଭାଗରୁ ଜଳ ଭାଗକୁ ପ୍ରବାହିତ ହୋଇଥାଏ । ଏହି ବାୟୁ ଶୁଷ୍କ ଥାଏ । ଏହାରି ପ୍ରଭାବରେ ଦକ୍ଷିଣ ଭାରତର ପାଗ ଶୀତଳ ରହେ । ଏହି ବାୟୁର କିଛି ଅଂଶ ବଙ୍ଗୋପସାଗର ଉପର ଦେଇ ଗତି କଲାବେଳେ ଜଳୀୟ ବାଷ୍ପ ସଂଗ୍ରହ କରେ ଓ ପୂର୍ବ ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ବର୍ଷା କରାଏ । ଏହାକୁ ଉତ୍ତର ପୂର୍ବ ମୌସୁମୀ ବାୟୁ କୁହାଯାଏ ।
ମେଘାଳୟରେ ଅବସ୍ଥିତ ‘ମାଓସିନ୍ମ’’ ପୃଥିବୀର ବୃଷ୍ଟିବହୁଳ ଅଞ୍ଚଳ । ଏଠାରେ ବାର୍ଷିକ ହାରାହାରି ପ୍ରାୟ ୧୧୦୦୦ ମିଲିମିଟର (ଯାହାକି ୧୧ ମିଟର ସହ ସମାନ) ବୃଷ୍ଟିପାତ ହୋଇଥାଏ ।

କର୍ଣ୍ଣାଟକୀ ଓ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ବ୍ୟବହୃତ ଅନେକ ରାଗ ମୌସୁମୀରୁ ପ୍ରେରଣା ପାଇଛି । ମେଘମହ୍ଲାର ଓ ଅମୃତବର୍ଷିନୀ ଭଳି ରାଗ ଦ୍ଵୟକୁ ଉଦାହରଣ ଭାବେ ନିଆଯାଇପାରେ ।
![]()
ଜଳବାୟୁ ଓ ଜନଜୀବନ :


ଆମ ଜୀବନ ଜଳବାୟୁ ସହ ଘନିଷ୍ଠ ଭାବେ ଜଡ଼ିତ ଓ ଏହା ଉପରେ ନିର୍ଭରଶୀଳ । ସ୍ଥାନୀୟ ସଂସ୍କୃତି ତଥା ଚାଲିଚଳଣିରେ ଜଳ ବ ୟୁ ର ପ୍ର ଭାବ ଦେଖାଯାଇଥାଏ । ଭାରତର ବହୁ ପର୍ବପର୍ବାଣି ଋତୁ ଓ କୃଷି କାର୍ଯ୍ୟକଳାପ ଭିତ୍ତିକ । ଆମର ଜୀବନ ଉପରେ ଜଳବାୟୁ ନି ମ୍ନ ଲି ଖୂ ତ ପକାଇଥାଏ ।
(i) ସାଂସ୍କୃ ତି କ ପ୍ରଭାବ – ଭାରତରେ ପାଳିତ ହେଉଥିବା ପର୍ବ ପର୍ବାଣି ଗୁଡ଼ିକ ମଧ୍ୟରୁ ଅଧୁକାଂଶ ପର୍ବ କୃଷି ତଥା ଋତୁ ପରିବର୍ତ୍ତନ ସହିତ ଯୋଡ଼ି ହୋଇ ରହି ଥାଏ । ଋତୁ ଅନୁସାରେ ଆମର ଖାଦ୍ୟପେୟ, ପରିଧାନ ତଥା ଦୈନିକ ଗତିବିଧିରେ ବହୁତ ପରି ବ ଉଁ ନ ପରି ଲ କ୍ଷି ତ ହୋଇଥାଏ ।
(ii) ଆର୍ଥିକ ପ୍ରଭାବ – ଜଳବାୟୁ ଅର୍ଥନୀତି ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇଥାଏ । ମୌସୁମୀ ଜନିତ ସ୍ଵଳ୍ପବୃଷ୍ଟି କୃଷିକୁ କ୍ଷତିଗ୍ରସ୍ତ କରିଥାଏ । କୃଷି ଶ୍ରମିକମାନେ କାମପାଇଁ ସହର ମୁହାଁ ହୋଇଥାନ୍ତି । ଖାଦ୍ୟ ସାମଗ୍ରୀ ମହଙ୍ଗା ହୁଏ । ପିଇବା ପାଣିପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ିଥାଏ । ଶିଳ୍ପ କାର୍ଯ୍ୟକଳାପ ମଧ୍ଯ ପୂର୍ବାନୁମାନିତ ପାଣିପାଗ ଓ ଜଳର ସୁଲଭତା ଉପରେ ନିର୍ଭରଶୀଳ । ସମଗ୍ର ପୃଥିବୀରେ ଜଳବାୟୁ ଓ ସାମାଜିକ ଅର୍ଥନୈତିକ ଅବସ୍ଥା ମଧ୍ୟରେ ଥିବା ସମ୍ପର୍କକୁ ଆମେ ସହଜରେ ଅନୁମାନ କରିପାରିବା ।
ଜଳବାୟୁ ଓ ବିପର୍ଯ୍ୟୟ :
ଭାରତରେ ଅନୁଭୂତ ବିବିଧତାପୂର୍ଣ୍ଣ ପାଣିପାଗରେ ଚରମ ପରିସ୍ଥିତି ଜନୀତ ବାତ୍ୟା, ବନ୍ୟା, ଭୂ-ସ୍ଖଳନ ଓ ଅନ୍ୟାନ୍ୟ ଜଳବାୟୁ ଜନିତ ବିପର୍ଯ୍ୟୟ ଘଟିଥାଏ । ଏସବୁ ବିପର୍ଯ୍ୟୟ ଜନଜୀବନକୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ କୃଷିହାନି, ସଂରଚନା ଜନିତ କ୍ଷତି ଓ ସ୍ଥାନୀୟ ଅର୍ଥନୀତିକୁ ଅବ୍ୟବସ୍ଥିତ କରିଥାଏ ।
(କ) ବାତ୍ଯା:
ପ୍ରତିବର୍ଷ ଭାରତର ଉପକୂଳ ମୁଖ୍ୟତଃ ପୂର୍ବ ଉପକୂଳ ଅନେ କ ଗୁ ଡ଼ି ଏ ବାତ୍ୟାର ସମ୍ମୁଖୀନ ହୋଇଥାଏ । ବିଗତ ବ ର୍ଷ ମାନଙ୍କରେ କେତେ କ ବାତ୍ୟା ଅତି ବି ଧ୍ୱଂସକାରୀ ହୋଇଛନ୍ତି । ଏହା ଯୋଗୁଁ ଅନେକ ମାନବ ଓ ପ୍ରାଣୀଙ୍କ ଜୀବନ ହାନୀ ସହ ବହୁ ସମ୍ପତ୍ତି ଓ ଭିତ୍ତିଭୂମି ନଷ୍ଟ ହୋଇଛି ।

ଅନେକ ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ ମୃତ୍ତିକା କ୍ଷୟ ମଧ୍ଯ ଘଟିଛି । ଭାରତର ପାଣିପାଗ ବି ଭା। ଗ ଆସୁ ଥ୍ ବ ଝଡ଼ବାତ୍ୟାଗୁଡ଼ିକୁ ଅନୁସରଣ କରିଥା’ନ୍ତି ଏବଂ ସେଗୁଡ଼ିକର ସୃଷ୍ଟି, ବିବର୍ଭନ ଓ ସ୍ଥଳଭାଗକୁ ଛୁଇଁବା ସ୍ଥାନ ଆଦି ସମ୍ବନ୍ଧରେ ପୂ ର୍ବ ସୂ ଚ ନା ପ୍ର ଦ। ନ କରିଥା’ନ୍ତି ।

କେତେକ ସ୍ଵତନ୍ତ୍ର ପରିସ୍ଥିତିରେ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଅପେକ୍ଷା ବାୟୁର ଚାପ କମ୍ ଯୋଗୁଁ ଏଠାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ । ଚତୁଃପାର୍ଶ୍ଵ ବାୟୁ ଏହି ଲଘୁଚାପ ଅଞ୍ଚଳକୁ ଆକର୍ଷିତ ହୋଇଆସେ । ସମୁଦ୍ର ଉପର ଦେଇ ଆସୁଥିବା ବାୟୁ ଜଳୀୟବାଷ୍ପ ଗ୍ରହଣ କରି ବୃଷ୍ଟି କରେ । ଯେତେବେଳେ ଲଘୁଚାପ ତୀବ୍ର ହୁଏ ତାହା ଅବପାତରେ ପରିଣତ ହୁଏ ଓ ଏହାର ପ୍ରଭାବରେ ପ୍ରବଳ ବେଗରେ ପବନ ସହ ପ୍ରଚୁର ବୃଷ୍ଟିପାତ ହୋଇଥାଏ ।
ଅବପାତ ବା ବାତ୍ୟାର କେନ୍ଦ୍ରଆଡ଼କୁ ପ୍ରବାହିତ ବାୟୁ ଘୂରି ଘୂରି ଉପରକୁ ଉଠିଥାଏ । ଏଥିରେ ଥିବା ଜଳୀୟବାଷ୍ପ ଘନୀଭୂତ ହୋଇ ମେଘ ସୃଷ୍ଟି ହୁଏ । ଏହାର କେନ୍ଦ୍ରାଶକୁ ‘ବାତାବର୍ଭର ଚକ୍ଷୁ’ ବୋଲି କୁହାଯାଏ ।
ସ୍ଵତନ୍ତ୍ରଭାବେ ପ୍ରଶିକ୍ଷିତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF – National Disaster Response Force) ଭାରତରେ ବିଭିନ୍ନ ପ୍ରାନ୍ତରେ ହେଉଥିବା ପ୍ରାକୃତିକ ତଥା ମାନବୀୟ ବିପର୍ଯ୍ୟୟ ବେଳେ ଧନଜୀବନ ରକ୍ଷା କରିଥା’ନ୍ତି । ଏନ୍.ଡି.ଆର୍.ଏଫ୍.ର ବାଟାଲିୟାନ ଭାରତର ୧୨ ଗୋଟି ସ୍ଥାନରେ ରହିଛି । ବାତ୍ୟା, ଭୂ-ସ୍ଖଳନ, ବନ୍ୟା ସମୟରେ ଏହି ଆପଦକାଳୀନ ଜଳ ଉଦ୍ଧାର ଓ ଅପସାରଣ କାର୍ଯ୍ୟରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥା’ନ୍ତି । ଆମ ଓଡ଼ିଶାର କଟକ ସହର ନିକଟସ୍ଥ ମୁଣ୍ଡଳିଠାରେ ୩ୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ରହିଅଛି ।

(ଖ) ବନ୍ୟା :
ସାଧାରଣ ଭାବେ ଶୁଷ୍କ ରହୁଥିବା ଭୂମି ଜଳମଗ୍ନ ହେଲେ ବନ୍ୟା ହୋଇଥାଏ । କୌଣସି ଅଞ୍ଚଳରେ ଅତ୍ୟଧିକ ବୃଷ୍ଟିପାତ ହେଲେ, ଏହା ଜଳଧାରା ଆକାରରେ ପ୍ରବଳ ବେଗରେ ପ୍ରବାହିତ ହେବାକୁ ଲାଗେ । କାରଣ ଭୂମି ବର୍ଷାଜଳକୁ ବେଶି ଶୋଷିପାରେ ନାହିଁ । ପ୍ରବାହିତ ଜଳଧାରା ନଦୀ ଓ ହ୍ରଦରେ ମିଶେ ଓ କ୍ରମେ ଏଗୁଡ଼ିକ ଉଛୁଳି ପଡ଼ନ୍ତି କିମ୍ବା ବନ୍ଧ ଭାଙ୍ଗିଯାଏ । ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ବର୍ଷା ଋତୁରେ ବାରମ୍ବାର ବନ୍ୟା ହୋଇଥାଏ । ଉତ୍ତରପ୍ରଦେଶ, ବିହାର, କେରଳ, ଆନ୍ଧ୍ରପ୍ରଦେଶ ଓ ଆସାମ ଆଦି ରାଜ୍ୟଗୁଡ଼ିକ ବିଶେଷଭାବେ ବନ୍ୟାପ୍ରବଣ ।
ପ୍ରକାରାନ୍ତରେ ହିମାଳୟ ଅଞ୍ଚଳରେ ହିମବାହ ସୃଷ୍ଟ ହ୍ରଦଗୁଡ଼ିକ ଜଳପୂର୍ଣ୍ଣ ହେଲେ ତାହା ଉଛୁଳି ପଡ଼େ । ଏହି ହ୍ରଦଗୁଡ଼ିକ ଶିଳା ଏବଂ ବରଫର ବନ୍ଧକଦ୍ଵାରାରା ଜଳ ଧରି ରଖନ୍ତି । ବରଫ ତରଳିବା ଯୋଗୁଁ ଏଠାରେ ଜଳ ଥାଏ । ବରଫ ଅତିଶୀଘ୍ର ତରଳିବା କାରଣରୁ କିମ୍ବା ପ୍ରଚୁର ବୃଷ୍ଟିପାତ ହେଲେ ଚାପ ବୃଦ୍ଧି ପାଏ ଶିଳା ଓ ବରଫର ବନ୍ଧ ଭାଙ୍ଗିଯାଏ । ଏହାକୁ ‘ହିମ ବିସ୍ଫୋଟ’ କୁହାଯାଏ ଓ ଏହାଯୋଗୁଁ ଧନଜୀବନ ବିଶେଷଭାବେ କ୍ଷତିଗ୍ରସ୍ତ ହୋଇଥାଏ ।
ପ୍ରବଳ ବୃଷ୍ଟିପାତ ହେଲେ ଅଧିକାଂଶ ସହରରେ ବନ୍ୟା ଅନୁଭୂତ ହୋଇଥାଏ । କେତେକ କ୍ଷେତ୍ରରେ ସହରର ଚାପଗ୍ରସ୍ତ ଜଳ ଅନ୍ୟ କେତେକ କ୍ଷେତ୍ରରେ ଜଳବାହୀ ନାଳ ଉପରେ ନିଷ୍କାସନ ବ୍ୟବସ୍ଥା ଏଥିପାଇଁ ଦାୟୀ । ଅବ୍ଯବସ୍ଥିତ ନିର୍ମାଣଜନିତ ବାଧାଯୋଗୁଁ ପାଣି ଜମି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ଏହା ବ୍ୟତୀତ ସହରର ଅଧିକାଂଶ ଭୂମି, କଂକ୍ରିଟ୍ ବା ପିଚୁରେ ତିଆରି ହୋଇଥିବାରୁ ତାହା ଜଳ ଶୋଷିପାରେ ନାହିଁ ।
୨୦୧୩ ମସିହାରେ ଉତ୍ତରାଖଣ୍ଡରେ ଅନେକ ଦିନ ଧରି ଲଗାତର ପ୍ରବଳ ବର୍ଷା ହେବା ଯୋଗୁଁ ‘ହିମ ବିସ୍ଫୋଟ’ ହୋଇଥିଲା । ପରେ ପରେ ଅନେକଗୁଡ଼ିଏ ଭୂ-ସ୍ଖଳନ ହେଲା । ଭାରତର ଏକ ପବିତ୍ର ତୀର୍ଥସ୍ଥଳୀ, ‘କେଦାରନାଥ ମନ୍ଦିର’ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇଥିଲା । ବନ୍ୟାରେ ଅନେକଗୁଡ଼ିଏ ଗ୍ରାମ ସହ ବହୁ ରାସ୍ତା ଓ ପୋଲ ଧୋଇ ହୋଇ ଯାଇଥିଲା । ସର୍ବମୋଟ୍ ପ୍ରାୟ ୬୦୦୦ ଲୋକଙ୍କ ଜୀବନ ହାନି ଘଟିଥିଲା । ସେମାନଙ୍କ ମଧ୍ୟରୁ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ ।

(ଗ) ଭୂ-ସ୍ଖଳନ :
ପ୍ରବଳ ବର୍ଷା, ଭୂମିକମ୍ପ କିମ୍ବା ଅଗ୍ନି ଉଦ୍ଗୀରଣ ଜନିତ କାରଣ ଯୋଗୁଁ ଶିଳା, ମୃତ୍ତିକା ତଥା ଅସଂଲଗ୍ନ ଶିଳା ସମୂହ ହଠାତ୍ ଉପରୁ ତଳକୁ ଖସିବାକୁ ଭୂ-ସ୍ଖଳନ କୁହାଯାଏ । ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍ ଏବଂ ଅରୁଣାଚଳ ପ୍ରଦେଶ ତଥା ପଶ୍ଚିମଘାଟ ଓ ଅନ୍ୟାନ୍ୟ ପାହାଡ଼ିଆ ଅଞ୍ଚଳରେ ସାଧାରଣଭାବେ ଭୂ-ସ୍ଖଳନ ଘଟିଥାଏ । ମୁଖ୍ୟତଃ ମୌସୁମୀ ପ୍ରବାହ ସମୟରେ ହିଁ ଏହି ଘଟଣାମାନ ଘଟିଥାଏ ।
ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ଏସବୁ ଅଞ୍ଚଳରେ ଭୂ-ସ୍ଖଳନ ହେବାର ସମ୍ଭାବନା ବୃଦ୍ଧି ପାଇଛି । ମୁଖ୍ୟତଃ ଜଙ୍ଗଲକ୍ଷୟ, ଅଣଅନୁମୋଦିତ ରାସ୍ତାଘାଟ ନିର୍ମାଣ ଓ ପ୍ରାକୃତିକ ଜଳପ୍ରବାହକୁ ପ୍ରତିରୋଧକାରୀ ଅତ୍ୟଧ୍ୱ ଗୃହନିର୍ମାଣ ଯୋଗୁଁ ଭୂସ୍ଖଳନ ହୋଇଥାଏ ।
(ଘ) ବନାଗ୍ନି :
ବଣ ଜଙ୍ଗଲରେ ଅଣାୟତ୍ତଭାବେ ଜୋରରେ ବ୍ୟାପୁଥିବା ନିଆଁକୁ ବନାଗ୍ନି କୁହାଯାଏ । ଶୁଷ୍କ ଜଳବାୟୁ ଜନିତ ପରିସ୍ଥିତି, ମରୁଡ଼ି, ବେଗଶାଳୀ ପବନ ଏହି ବନାଗ୍ନି ବ୍ୟାପିବାରେ ଇନ୍ଧନ ଯୋଗାଇଥାଏ । ମଣିଷର ଅସାବଧାନତା ଏହାର ଅନ୍ୟ ଏକ ପ୍ରମୁଖ କାରଣ । ଅଧିକ ଜଙ୍ଗଲ ଓ ତୃଣଭୂମି ବିଶିଷ୍ଟ ରାଜ୍ୟ ଯଥା- ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ଛତିଶଗଡ଼ ତଥା ପଶ୍ଚିମଘାଟ ଭଳି ପାର୍ବତ୍ୟାଞ୍ଚଳଗୁଡ଼ିକରେ ସାଧାରଣତଃ ବନାଗ୍ନି ଦେଖାଯାଏ ।
ବିସ୍ତୀର୍ଣ୍ଣ ଅଞ୍ଚଳରେ ଜଙ୍ଗଲ କ୍ଷୟ ସହ ବନାଗ୍ନି ବନ୍ୟପ୍ରାଣୀଙ୍କୁ କ୍ଷତି ପହଞ୍ଚାଇଥାଏ । ପରିବେଶର ଅବକ୍ଷୟ ଘଟେ, ବାୟୁର ଗୁଣବତ୍ତା ନଷ୍ଟ ହୁଏ ଓ ସ୍ଥାନୀୟ ଅଧିବାସୀମାନେ ବିସ୍ଥାପିତ ହୋଇଥା’ନ୍ତି । ଫଳତଃ ଏହା ଯୋଗୁଁ ଉଭୟ ପାରିବେଶିକ ଓ ଆର୍ଥିକ ପ୍ରଭାବ ପଡ଼ିଥାଏ ।
ଜୀବାଶ୍ମ ଇନ୍ଧନ (Fossill Fueli) : ନିୟୁତ ନିୟୁତ ବର୍ଷ ପୂର୍ବରୁ ସମୁଦ୍ର ଓ ଶିଳ୍ପାସ୍ତର ତଳେ ମଝି ପୋତି ହୋଇଥିବା ପ୍ରାଣୀ ଓ ଉଦ୍ଭବକ ଧ୍ୱଂସାବଶେଷରୁ କୋଇଲା, ଖଣିଜତୈଳ, ପ୍ରାକୃତିକ ବାଷ୍ପ ଆଦି ଶକ୍ତି ପ୍ରଦାନକାରୀ କଟକୁ ଜୀବାଶ୍ମ ଜୀବନ କୁହାଯାଏ ।
ସ୍ଥିରତା (Resilence) : ସମସ୍ୟା ସହ୍ୟ କରିବା କିମ୍ବା ଶୀଘ୍ର ପୂର୍ବାବସ୍ଥାନକୁ ଫେରାଇ ଆଣିବାକୁ ସ୍ଥିରତା କୁହାଯାଏ ।
ପ୍ରଶମନ (Mitigation) : ବିଶ୍ଵତାପମାତ୍ରାକୁ କ୍ରମଶଃ କମାଇବା ଏବଂ ଜଳବାୟୁ ପରିବର୍ତ୍ତନର କାରଣଗୁଡ଼ିକୁ । ହ୍ରାସ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶମନ କୁହାଯାଏ ।
ଶାସ୍ତ୍ରୀ (Sustainable) : କୌଣସି ଜିନିଷକୁ ଦୀର୍ଘ ସମୟ ଧରି ବଜାୟ ରଖୁବାକୁ ସ୍ଥାୟୀ କୁହାଯାଏ
ଜଳବାୟୁ ପରିବର୍ତ୍ତନ :
ଜଳବାୟୁରେ ଉଲ୍ଲେଖନୀୟ ଦୀର୍ଘକାଳୀନ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ । ଏହା ବ୍ୟାପକ ବା ଆଞ୍ଚଳିକ ଭିତ୍ତିରେ ହୋଇପାରେ । ଏହି ପରିବର୍ତ୍ତନ ତାପମାତ୍ରା, ବର୍ଷଣ ଓ ଅନ୍ୟାନ୍ୟ ପାଗଜନିତ ଘଟଣାବଳୀରେ ପରିବର୍ଭନ କାରଣରୁ ହୋଇଥାଏ । ନିୟୁତ ନିୟୁତ ବର୍ଷ ପୂର୍ବେ ବିଭିନ୍ନ ପ୍ରାକୃତିକ ପ୍ରକ୍ରିୟା ହିଁ ଜଳବାୟୁ ପରିବର୍ତ୍ତନର କାରଣ ଥିଲା ।
ଜୀବାଶ୍ମ ଇନ୍ଧନର ଦହନ, ବନ୍ୟକ୍ଷୟ, ପରିବେଶ ପାଇଁ କ୍ଷତିକାରକ ଶିଳ୍ପୀକରଣ, ଅଧୂକ ଉତ୍ପାଦନ ଓ ବିଭିନ୍ନ ସାମଗ୍ରୀର ଅତ୍ୟଧିକ ତଥା ଅପବ୍ୟବହାରପୂର୍ଣ୍ଣ ଉପଭୋଗ ଆଦି ଏଥିପାଇଁ ଦାୟୀ ।
ପୃଥିବୀର ପ୍ରାକୃତିକ ‘ଅଙ୍ଗାର କ ଚକ୍ର’’ରେ ଅଙ୍ଗାରକାମ୍ଳ ବାଷ୍ପ ଓ ଅନ୍ୟାନ୍ୟ ଗ୍ୟାସ ଧୀରେ ଧୀରେ ବାୟୁମଣ୍ଡଳକୁ ଆସିଥା’ନ୍ତି ଓ ସୂର୍ଯ୍ୟଙ୍କ ତାପକୁ ଧରି ରଖୁଥା’ନ୍ତି । ଏହି ପ୍ରାକୃତିକ ‘‘ସବୁଜ ଗୃହ ପ୍ରଭାବ’’ ପୃଥିବୀକୁ ଯଥେଷ୍ଟ ଉଷ୍ମ ରଖୁବାଦ୍ଵାରା ଜୀବଜଗତ ତିଷ୍ଠି ରହେ । ବିଗତ କିଛି ଶତାବ୍ଦୀ ଧରି ବିଭିନ୍ନ ମାନବୀୟ କାର୍ଯ୍ୟକଳାପ ଯଥା- ଶିଳ୍ପ, ପରିବହନ ଓ କୃଷି କ୍ଷେତ୍ରରୁ ବହୁଳ ପରିମାଣରେ ବିଭିନ୍ନ ସବୁଜ ଗୃହ ଗ୍ୟାସ ବାୟୁମଣ୍ଡଳକୁ ପ୍ରବେଶ କରିଛି । ସବୁଜ ଗୃହ ଗ୍ୟାସ୍ଗୁଡ଼ିକର ଅହେତୁକ ବୃଦ୍ଧି ଅଧ୍ବକ ତାପ ଧରି ରଖୁଛି । ଫଳତଃ ବିଶ୍ଵ ତାପମାତ୍ରାର ଦ୍ରୁତବୃଦ୍ଧିରେ ଏହା ସହାୟକ ହୋଇଛି । ଏହାଯୋଗୁଁ ହଜାର ହଜାର ବର୍ଷ ଧରି ଜଳବାୟୁ ଧାରା ସହ ନିଜକୁ ଖାପଖୁଆଇ ଚଳିଆସୁଥୁବା ଉଭିଦ, ପ୍ରାଣୀ ଓ ମାନବ ସମାଜରେ ବିଘଟନ ଦେଖାଯାଉଛି ।

![]()
ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ ସୃଷ୍ଟିର କାରଣ ମଧ୍ୟରେ ଥିବା ସମ୍ପର୍କକୁ ବୁଝିବା ଦ୍ଵାରା ହିଁ ଆମେ ବିଭିନ୍ନ ସମସ୍ୟାଗୁଡ଼ିକର ସମ୍ମୁଖୀନ ହେବାପାଇଁ ପ୍ରସ୍ତତ ରହିପାରିବା । ବିଭିନ୍ନ ପରିବେଶ ଅନୁକୂଳ ବ୍ୟବହାର ର ଆବଶ୍ୟକତାକୁ ମଧ୍ୟ ଏହା ପ୍ରୋତ୍ସାହନ ଦେଇଥାଏ । ଏହା ସ୍ଥିରତା ବା ପ୍ରତିରୋଧକାରୀ କ୍ଷମତା ସୃଷ୍ଟି ତଥା ପରିବର୍ତ୍ତିତ ପରିସ୍ଥିତିରେ ଗୋଷ୍ଠୀ ସହ ଖାପଖୁଆଇ ଚଳିବାପାଇଁ ସାମର୍ଥ୍ୟ ଦେଇଥାଏ ।
ସାମ୍ପ୍ରତିକ ଦୁନିଆରେ ଭାରତ ସମେତ ପୃଥିବୀ ବ୍ୟପୀ ବିଭିନ୍ନ ଦେଶର କ୍ଷୟକ୍ଷତି ହ୍ରାସ କରିବାପାଇଁ ପଦକ୍ଷେପମାନ ନେଉଛନ୍ତି । ସେଗୁଡ଼ିକ ମଧ୍ୟରେ ସବୁଜ ଗୃହ ଗ୍ୟାସ୍ ନିର୍ଗମନ ହ୍ରାସ, ବୃକ୍ଷରୋପଣ, ନବୀକରଣ ଯୋଗ୍ୟ ଶକ୍ତିକ୍ଷମତା ବୃଦ୍ଧି ତଥା ଜୀବନଧାରଣର ବିକାଶ ଆଦି କେତେକ ଉଦାହରଣ ଅଟେ ।
ଆମେ ଯାହା ଜାଣିଲୁ
- ସରକାର ଜଳବାୟୁ ପରିବର୍ତ୍ତନ ଜନିତ ଭାରତର ବିବିଧ ଜଳବାୟୁ ଓ ଏହାର ଭୂଗୋଳ ବିଶେଷତଃ ପର୍ବତ, ମରୁଭୂମି ଓ ମାଳଭୂମିଗୁଡ଼ିକଦ୍ଵାରା ଗଢ଼ା ହୋଇଛି ।
- ପାଗ ସ୍ଵସ୍ଥାୟୀ ଅଟେ । ବାର୍ଷିକ ଭିତ୍ତିରେ ଋତୁର ପୁନରାଗମନ ହୋଇଥାଏ ଓ ଜଳବାୟୁ ଦୀର୍ଘକାଳୀନ ପାଗର ଧାରାକୁ ବୁଝାଇଥାଏ ।
- ଜଳବାୟୁକୁ ଅକ୍ଷାଂଶ, ସମୁଦ୍ର ପତ୍ତନରୁ ଉଚ୍ଚତା, ସମୁଦ୍ର ସମୀପତା ଓ ଭ୍-ଆକୃତି ଆଦି ନିୟାମକ ନିର୍ଦ୍ଧାରଣ କରେ ।