Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ

Students can use Class 4 Math Solution Odia Medium and Class 4 Maths Chapter 2 Question Answer Odia Medium ଆମ ଲୁଚକାଳି ଖେଳ to check their answers after solving exercises.

4th Class Maths Chapter 2 Question Answer Odia Medium

Class 4 Maths Chapter 2 Odia Medium

ତୁମେ କେଉଁଠି ଲୁଚିଛ ?

Page No. (୨୪ to ୨୭)
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 1

ଆସ କାମଟି କରିବା

Question 1.
ଚିତ୍ର ଦେଖ୍ ଉତ୍ତର ଦିଅ ।
(କ) ପିଲାମାନେ କେଉଁ ଖେଳ ଖେଳୁଛନ୍ତି ? _________________
Solution:
ପିଲାମାନେ ଲୁଚକାଳି ଖେଳ ଖେଳୁଛନ୍ତି ।

(ଖ) ଉପରପଟୁ କିଏ ଦେଖୁଛି ? ______________________
Solution:
ଉପରପଟୁ (ଗଛ ଉପରୁ) ଭୋଳୁ ଦେଖୁଛି ।

(ଗ) ପ୍ରଥମ ଚିତ୍ରରେ, ଯଦି ରାନୀ କୁଡ଼ିଆ ଘର ଆଡ଼କୁ ମୁହଁ କରି ଛିଡ଼ା ହୋଇଛି, ତେବେ ସେ କ’ଣ କୁଡ଼ିଆ ପାଖରେ ଲୁଚିଥିବା ଅନ୍ୟ ପିଲାଙ୍କୁ ଦେଖିପାରିବ ? ଆଲୋଚନା କର ।
Solution:
ନା, ରାନୀ ଦେଖପାରିବ ନାହିଁ । କାରଣ ସେ କୁଡ଼ିଆ ଘର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିବାରୁ ତା’ ପଛପଟେ ବା କୁଡ଼ିଆର ଅନ୍ୟ ପାଖରେ ଲୁଚିଥିବା ପିଲାମାନଙ୍କୁ ସେ ଦେଖପାରିବ ନାହିଁ ।

ଚତୁର୍ଥ ଚିତ୍ର ରେ ମିନି, ଖେଳୁଥ‌ିବା ସମସ୍ତ ପିଲାଙ୍କୁ ଦେଖ୍ ପାରିବ କି ? ଆଲୋଚନା କର ।
Solution:
ନା
ଗଛଟି ଉପରୁ କିପରି ଦେଖାଯାଉଛି, ତାହା ଦେଖ୍ ଭୋଳୁ ଆଶ୍ଚର୍ଯ୍ୟ ହେଲା ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 2
ଜଗତ ଗଛର ସାମ୍ନା ପଟର ଏକ ଫଟୋ ମୋବାଇଲରେ ଉଠାଉଛି ।

Question 2.
ମିନି, ଭୋଳୁ ଓ ରାନି ଗୋଟିଏ ଇଟାର ଚିତ୍ରକୁ ନିମ୍ନଭଳି ଆଙ୍କିଛନ୍ତି । ଗୋଟିଏ ସମାନ ଇଟା ପାଇଁ ସମସ୍ତଙ୍କର ଚିତ୍ର କାହିଁକି ଅଲଗା ହେଲା ? ଆଲୋଚନା କର ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 3
କାହାର ଚିତ୍ର ନିମ୍ନ ସୂଚିତ ଦୃଶ୍ୟକୁ ଦର୍ଶାଉଛି ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 4
Solution:

ଇଟା ଚିତ୍ରର ଦୃଶ୍ୟ ପିଲାର ନାମ
ଉପର ଭାଗର ଦୃଶ୍ୟ ଭୋଳୁ
ସାମ୍ନା ଭାଗର ଦୃଶ୍ୟ ରାନି
ପାର୍ଶ୍ବଭାଗର ଦୃଶ୍ୟ ମିନି

ଶିକ୍ଷକଙ୍କ ପାଇଁ ସୂଚନା – ପିଲାମାନେ ବିଭିନ୍ନ ଉତ୍ତର ଦେବେ । ସେମାନଙ୍କ ସହ ଇଟାର ଉପର, ପାର୍ଶ୍ଵ ଓ ସାମ୍ନା ଭାଗର ଦୃଶ୍ୟର ଚିତ୍ର ସମ୍ପର୍କରେ ଆଲୋଚନା କରନ୍ତୁ ।

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ

Question 3.
ଚିତ୍ର ଦେଖ ଓ ତଳେ ସେମାନଙ୍କର ନାମ ଲେଖ । ବସ୍ତୁର ଯେଉଁ ପାର୍ଶ୍ଵର ଚିତ୍ର ଦିଆଯାଇଛି ତାହା ଲେଖ ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 5
Solution:
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 6
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 7

Question 4.
ଜଗତ ଓ ରାନି ଏକା ବସ୍ତୁର ଭିନ୍ନଭିନ୍ନ ଚିତ୍ର ଆଙ୍କିଛନ୍ତି । ବସ୍ତୁ ସହ ଦୃଶ୍ୟକୁ ମେଳ କର ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 8
Solution:
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 9

ତୁମ ଚାରିପଟକୁ ଦେଖ | ଚେୟାର, ଟେବୁଲ, ପେନସିଲ୍, ଲିଭାଇବା ରବର, ଜନ୍ମଦିନ ଟୋପି ଆଦି ବସ୍ତୁକୁ ଭିନ୍ନ ଭିନ୍ନ ପଟୁ ଦେଖ୍ ସେଗୁଡ଼ିକର ଚିତ୍ର ଅଙ୍କନ କର ।
Solution:
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 10

ପିଲାଙ୍କ ଘର

Page No. (୨୭)

Question 1.
ଜଗତ ଓ ମିନି ଖେଳୁଛନ୍ତି । ସେମାନେ ଖାଲି ଦିଆସିଲି ଖୋଳ ନେଇ କେତେଗୁଡ଼ିଏ ଘର ତିଆରି କରିଛନ୍ତି ଓ ସେମାନେ ଘରର ବିଭିନ୍ନ ପାଖରୁ (ଉପରୁ, ପଛରୁ, ସାମ୍ନାରୁ) ଯାହା ଦେଖ‌ିଲେ ତାର ଚିତ୍ର ତିଆରି କରିଛନ୍ତି ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 11
ତୁମେ ଖାଲି ଦିଆସିଲି ଖୋଳ କିମ୍ବା ଅନ୍ୟ ଯେକୌଣସି ଖୋଳ ସଂଗ୍ରହ କରି ଚିତ୍ରରେ ଦିଆଯାଇଥ‌ିବା ଭଳି କୋଠାଘର ତିଆରି କର । ଏହି କୋଠାଘରର ଉପରଭାଗରୁ, ପାର୍ଶ୍ବରୁ ଓ ସାମ୍ନାପଟରୁ ଦେଖ‌ିଲେ ଯେପରି ଦେଖାଯାଉଛି ତା’ର ଚିତ୍ର ଅଙ୍କନ କର । ତୁମେ ଆଙ୍କିଥ‌ିବା ଚିତ୍ରଗୁଡିକ ଘରଟିକୁ କେଉଁ ପଟୁ ଦେଖ‌ିଲେ ମିଳିବ ତାହା ତୁମ ସାଙ୍ଗକୁ ପଚାରି ବୁଝ ।
Solution:
ଏହା ଏକ ବ୍ୟବହାରିକ କାର୍ଯ୍ୟ, ପିଲାମାନେ ନିଜେ କରିବେ ।

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ

ବିଲେଇ ଜଗତକୁ ଖୋଜି ପାଇଲା

Page No. (୨୭ to ୨୮)

ପାଞ୍ଚଜଣ ସାଙ୍ଗ ଏକାଠି ହୋଇ ଭାରି ଖୁସି ମନରେ ବିଦ୍ୟାଳୟ ଯାଉଛନ୍ତି କାରଣ ଆଜି ଅନେକ ମଜାଦାର କାର୍ଯ୍ୟ ବିଦ୍ୟାଳୟରେ କରାଯିବ । ଜଗତର ପୋଷା ବିଲେଇ’ ସେମାନଙ୍କ ପଛେ ପଛେ ବିଦ୍ୟାଳୟକୁ ଯାଇଥିଲା । ଶ୍ରେଣୀର ପଛପଟ ଝରକା ଉପରେ ରହି ବିଲେଇଟି ଜଗତକୁ ଖୋଜିବାକୁ ଲାଗିଲା ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 12

ଆସ କାମଟି କରିବା

ଜଗତର ପୋଷା ବିଲେଇ ଦେଖୁଲା ଜଗତ ପ୍ରଥମ ଧାଡ଼ିର ତୃତୀୟ ଡେସ୍କରେ ବସିଛି ।
Question 1.
ଚିତ୍ରରେ ଜଗତ ବସିଥ‌ିବା ସ୍ଥାନକୁ ଦର୍ଶାଅ । ____________________
Solution:
ଜଗତ ପ୍ରଥମ ଧାଡ଼ିର ତୃତୀୟ ଡେସ୍କରେ ବସିଛି ।

Question 2.
ନୀଳ ବ୍ୟାଗଟି କେଉଁଠି ଅଛି ବର୍ଣ୍ଣନା କର । ____________________
Solution:
ନୀଳ ବ୍ୟାଗଟି ଶିକ୍ଷକଙ୍କ ପାଖରେ ଛିଡ଼ା ହୋଇଥିବା ପିଲାର ଡେସ୍କ ପାଖରେ ଅଛି ।

Question 3.
ଦ୍ଵିତୀୟ ଧାଡ଼ିର ମଝି ଡେସ୍କରେ ତୁମେ କ’ଣ ଦେଖୁଛ ? ____________________
Solution:
(ସାଧାରଣତଃ ବହି ବା ଖାତା ଥାଏ) ।

Question 4.
ଲେଖୁବା ପାଇଁ ଖାତାଟି କେଉଁଠି ଅଛି – ଦ୍ଵିତୀୟ ଧାଡ଼ିର ପ୍ରଥମ ଡେସ୍କରେ ବା ତୃତୀୟ ଧାଡ଼ିର ମଝି ଡେସ୍କରେ ?
Solution:
(ଉଦାହରଣ ସ୍ବରୂପ: ଦ୍ଵିତୀୟ ଧାଡ଼ିର ପ୍ରଥମ ଡେସ୍କରେ) ।

Question 5.
ଦ୍ଵିତୀୟ ଧାଡ଼ିର ତୃତୀୟ ଡେସ୍କର ଉପରେ ଗୋଟିଏ ସେଓର ଚିତ୍ର ଅଙ୍କନ କର ।
Solution:
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 13

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ

ଗଣିତ ମେଳା

Page No. (୨୯)

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 14
Question 1.
ଏଠାରେ ରାନି ଗ୍ରୀଡ୍ ପୂରଣ ପାଇଁ କେତେକ ସୂଚନା ଦେଇଛି ।
• ଡାହାଣ ପାର୍ଶ୍ଵ ଉପର କଣରେ ଗୋଟିଏ ରବର ଅଛି ।
• ଉପର ବାମକଣରେ ପେନସିଲ୍ ଗୋଟିଏ ଅଛି ।
• ଦ୍ଵିତୀୟ ଧାଡ଼ି ଓ ଦ୍ଵିତୀୟ ସ୍ତମ୍ଭରେ ଏକ ସେଓ ଅଛି ।
• ତୃତୀୟ ଧାଡ଼ି ଓ ଦ୍ଵିତୀୟ ସ୍ତମ୍ଭରେ ଏକ ପାଣି ବୋତଲ ଅଛି ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 15
Solution:
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 16
ଶିକ୍ଷକଙ୍କ ପାଇଁ ସୂଚନା ; ପିଲାମାନଙ୍କୁ ଏପରି ଏକ ଗ୍ରୀକ୍ ଖେଳ ଖେଳିବାକୁ ଦିଅନ୍ତୁ । ଧନ୍ତି । ସେମାନଙ୍କୁ ଟେବୁଲ ଉପରେ ବା ତଳେ ଗ୍ରୀଡ୍ ଅଙ୍କନ କରି ଜିନିଷଗୁଡ଼ିକୁ ବିଭିନ୍ନ ସ୍ଥାନରେ ରଖୁବାକୁ କୁହନ୍ତୁ । ରଖିବା ପରେ ସ୍ଥାନକୁ ସ୍ତମ୍ଭ ଓ ଧାଡ଼ିରେ ପରିପ୍ରକାଶ କରନ୍ତୁ ।

ଗ୍ରୀଷ୍ମ ଖେଳ ‘ଜିନିଷଗୁଡ଼ିକୁ ଖୋଜିବା’

Page No. (୩୦ to ୩୧)

Question 1.
ଏହି ଖେଳରେ ଦୁଇଜଣ ପିଲା ଖେଳିବେ । ମଝିରେ ଗ୍ରୀଡ୍‌ଟି ରହିବ । ଗ୍ରୀଡ୍ ମଧ୍ୟରେ ଥ‌ିବା ଜିନିଷ ମଧ୍ୟରୁ ଜଣେ ଗୋଟିଏ ଜିନିଷକୁ ମନେ ମନେ ଭାବିବ । ସେହି ଜିନିଷଟିକୁ ଜାଣିବାକୁ ଅନ୍ୟଜଣେ ଚେଷ୍ଟା କରିବ । ଦେଖ, ଜଗତ ଓ ମିନି ଖେଳଟି କିପରି ଖେଳୁଛନ୍ତି ?
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 17
ମିନି, ବାମପଟକୁ ଦୁଇପାଦ ଓ ପରେ ଉପରକୁ ଏକ ପାଦ ଗଲା । ସେ ପହଞ୍ଚିବା ସ୍ଥାନଟି ………………… ବିଲେଇ । ମିନିର ପହଞ୍ଚି ଥ‌ିବା ସ୍ଥାନକୁ ଗ୍ରୀଡ୍‌ରେ ଦର୍ଶାଅ ।
Solution:
ମିନି, ବାମପଟକୁ ଦୁଇପାଦ ଓ ପରେ ଉପରକୁ ଏକ ପାଦ ଗଲା । ସେ ପହଞ୍ଚିବା ସ୍ଥାନଟି ବିଲେଇ । ମିନିର ପହଞ୍ଚି ଥ‌ିବା ସ୍ଥାନକୁ ଗ୍ରୀଡ୍‌ରେ ଦର୍ଶାଅ ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 18

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 19
ଜଗତ କେଉଁ ଜିନିଷଟି ଭାବିଥିଲା ?
Solution:
ଜଗତ କମଳା ବା ଆମ୍ବ ଭାବିଥିଲା ।

ଶିକ୍ଷକଙ୍କ ପାଇଁ ସୂଚନା : କିପରି ଖେଳିବା – ୪ × ୪ର ଏକ ଗ୍ରୀଡ୍‌ରେ କେତେକ ବସ୍ତୁ ଅଛି । ଦୁଇଜଣ ଏହି ଖେଳଟି ଖେଳିବେ । ପ୍ରଥମ ପିଲାଟି ଗ୍ରୀଡ୍ ଭିତରେ ଥ‌ିବା ଗୋଟିଏ ଜିନିଷକୁ ଭାବିବ ଓ ଦ୍ୱିତୀୟ ପିଲାଟି ଜିନିଷର ନାମ ଜାଣିବା ପାଇଁ କେତେକ ସୂଚନା ଆଧାରରେ ବାମ, ଡାହାଣ, ତଳ, ଉପର ଯିବାକୁ ପଡ଼ିବ । ସୂଚନାଟି ହେଉଛି କଣକୁ କଣ ଯାଇହେବ ନାହିଁ । ପିଲାମାନେ ଯାଉଥ‌ିବା ରାସ୍ତା ସମ୍ପର୍କରେ କହିପାରିବେ, ଯେପରି ମୁଁ ୨ ପାଦ ବାମ/ଡାହାଣକୁ ଗଲି । ତା’ପରେ ୨ ପାଦ ଉପର/ ତଳ ଆଡ଼କୁ ଗଲି ।

ତୁମ ସାଙ୍ଗ ସହ ଖେଳ ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 20

Question 1.
ଆରମ୍ଭରୁ ଫୁଲ ପାଖରେ ପହଞ୍ଚିବାର ରାସ୍ତା ସ୍ଥିର କର । କେତୋଟି ଘର ଡେଇଁଲେ ତୁମେ ଫୁଲ ପାଖରେ ପହଞ୍ଚିବ ।
Solution:
(ଚିତ୍ର ଅନୁଯାୟୀ ହିସାବ କର, ଉଦାହରଣ: ୫ଟି ଘର) ।
ଫୁଲ ପାଖରେ ପହଞ୍ଚିବାର ବିଭିନ୍ନ ପ୍ରକାର ରାସ୍ତା ସମ୍ପର୍କରେ କୁହ ।

Question 2.
ଆରମ୍ଭ ସ୍ଥାନରୁ ସବୁଠାରୁ କମ୍ ଘର ଅତିକ୍ରମ କରି ତୁମେ ପ୍ରଥମେ ଆମ୍ବ ବା କମଳା ଥ‌ିବା ଘରକୁ ଯାଇପାରିବ ?
Solution:
କମଳା ଥିବା ଘରକୁ (କାରଣ କମଳା ପାଖରେ ଅଛି) ।

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ

ଡ୍ରୋଦ୍ବାରା ମୋ ସ୍କୁଲର ଚିତ୍ର

Page No. (୩୧ to ୩୨)

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 21
ରିଚା ତା’ ସାଙ୍ଗମାନଙ୍କୁ ଦେଖାଇବା ପାଇଁ ଏକ ଡ୍ରୋନ୍ କ୍ୟାମେରା କିଣିଆଣିଛି । ଡ୍ରୋନ୍‌ ଉଡୁଥ‌ିବା ସମୟରେ ଫଟୋ ଉଠାଇପାରିବ ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 22

Question 1.
ଚିତ୍ରରେ ଯେଉଁ ସ୍ଥାନ ବା ଜିନିଷଗୁଡ଼ିକୁ ଦେଖୁଛ ସେଥ‌ିରେ ଗୋଲ ବୁଲାଇ ତା’ର ନାମ ଲେଖ ।
Solution:
(ପିଲାମାନେ ଚିତ୍ରରେ ଖେଳପଡ଼ିଆ, ସ୍କୁଲ ଘର, ଗଛ, ପାଚେରୀ ଇତ୍ୟାଦି ଚିହ୍ନଟ କରିବେ) ।
ରିଚାର ବଡ଼ ଭଉଣୀ ଏକ୍ତା । ସେ ବିଦ୍ୟାଳୟ ପରିସରର ଏକ ମାନଚିତ୍ର ଅଙ୍କନ କରିଛି । ଏହି ମାନଚିତ୍ରରେ ତୁମେ ସହଜରେ ଚତୁର୍ଥ ଶ୍ରେଣୀକୁ ଚିହ୍ନଟ କରିପାରିବ ।

Question 2.
ଚିତ୍ରରେ ଚତୁର୍ଥ ଶ୍ରେଣୀରୁ ମଧ୍ୟ ପର୍ଯ୍ୟନ୍ତ ରାସ୍ତାକୁ ସୂଚାଅ ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 23
Solution:
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 24

Question 3.
ମଞ୍ଚ ପର୍ଯ୍ୟନ୍ତ ଯିବାପାଇଁ କେତେ ପ୍ରକାରର ରାସ୍ତା ତୁମେ ଏଠାରେ ପାଇଲ ? ______________________
Solution:
ଏକାଧିକ ରାସ୍ତା ଅଛି (ଉଦାହରଣ: ଖେଳପଡ଼ିଆ ଦେଇ କିମ୍ବା ଶ୍ରେଣୀ କୋଠରି ବାରଣ୍ଡା ଦେଇ) । (ବିଭିନ୍ନ ରାସ୍ତାକୁ ଭିନ୍ନ ଭିନ୍ନ ରଙ୍ଗ ପେନସିଲ ବ୍ୟବହାର କରି ସୂଚାଇ ପାରିବ)

Question 4.
କେଉଁଟି ସବୁଠାରୁ କମ୍ ରାସ୍ତା ? ତୁମେ କିପରି ଜାଣିଲ ?
Solution:
ସିଧା ସଳଖ ଯାଉଥ‌ିବା ରାସ୍ତାଟି ସବୁଠାରୁ କମ୍ । ମାନଚିତ୍ରରେ ଦୂରତା ଦେଖ୍ ଏହା ଜଣାପଡ଼େ ।

Question 5.
ପାଣି ଯୋଗାଉଥ‌ିବା ବ୍ୟକ୍ତି ଜଣକ ପ୍ରବେଶ ପଥରୁ ବାମପଟକୁ ଗଲେ । ସେ ମଧ୍ୟାହ୍ନ ଭୋଜନ ରୋଷେଇଘରକୁ କେଉଁ ରାସ୍ତା ଦେଇ ଯିବେ କହିଦିଅ । ସେ କେଉଁ ରାସ୍ତା ଦେଇ ଯିବେ ବର୍ଣ୍ଣନା କର ।
____________________________________________________________________________________________
Solution:
ପ୍ରବେଶ ପଥରୁ ବାମକୁ ଯାଇ, ବଗିଚା ଓ ଡାକ୍ତରୀ ପରୀକ୍ଷାଗାର ପାର ହୋଇ ମଧ୍ୟାହ୍ନ ଭୋଜନ ଗୃହରେ ପହଞ୍ଚିବେ ।

Question 6.
ରଜତର ଦେହ ଭଲ ନାହିଁ । ରଜତ କେଉଁ ରାସ୍ତା ଦେଇ ପାଠାଗାରରୁ ଡାକ୍ତରୀ ପରୀକ୍ଷାଗାରକୁ ଯିବାପାଇଁ ସ୍ଥିର କରିବ ?
Solution:
ପାଠାଗାରରୁ ବାହାରି ବାରଣ୍ଡା ଦେଇ ସିଧା ଖେଳ ଘର ପାଖ ଦେଇ ଡାକ୍ତରୀ ପରୀକ୍ଷାଗାରକୁ ଯିବ ।

Question 7.
ଖେଳପଡ଼ିଆରେ ସକାଳେ ପ୍ରାର୍ଥନା ପରେ ଭୋଳୁ କମ୍ପ୍ୟୁଟର କୋଠରିକୁ ଯିବ ଓ ରାନି ଖେଳ ଘରକୁ ଯିବ । ସେମାନଙ୍କର ରାସ୍ତାକୁ ସୂଚାଅ । କେଉଁ ରାସ୍ତାର ଲମ୍ଵ ଅଧିକ ?
____________________________________________________________________________________________
Solution:
ଭୋଳୁର ରାସ୍ତା (ଖେଳପଡ଼ିଆରୁ କମ୍ପ୍ୟୁଟର କୋଠରି) ଅଧ‌ିକ ଲମ୍ବ ହୋଇପାରେ ଯଦି କମ୍ପ୍ୟୁଟର କୋଠରି ଦୂରରେ ଥାଏ । (ମାନଚିତ୍ର ଦେଖ୍ ତୁଳନା କର) ।

Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ

ପ୍ରକଳ୍ପ କାର୍ଯ୍ୟ

Page No. (୩୩)

Question 1.
ତୁମେ ତୁମ ବିଦ୍ୟାଳୟର ପ୍ରବେଶ ପଥଠାରୁ ତୁମ ଶ୍ରେଣୀଗୃହ ଓ ଅନ୍ୟାନ୍ୟ ମୁଖ୍ୟ ସ୍ଥାନକୁ ଯିବାପାଇଁ ଏକ ନକ୍ସା ଅଙ୍କନ କର ।
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 25
Solution:
Class 4 Maths Chapter 2 Question Answer Odia Medium ଲୁଚକାଳି ଖେଳ 26