Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା

Students can use Class 4 Math Solution Odia Medium and Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା to check their answers after solving exercises.

4th Class Maths Chapter 3 Question Answer Odia Medium

Class 4 Maths Chapter 3 Odia Medium

ଆସ ଗଣିବା

Page No. (୩୪)

ମାୟାଧର ବାବୁଙ୍କ ବଗିଚାରେ ଅନେକ ନଡ଼ିଆଗଛ ଅଛି । ଚିତ୍ରରେ ସମସ୍ତ ଗଛର ଉପର ଭାଗଟି ଦିଶୁଛି ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 1
Question 1.
ମାୟାଧର ବାବୁଙ୍କ ବଗିଚାରେ କେତୋଟି ନଡ଼ିଆଗଛ ଅଛି ?
Solution:
୮୧ଟି (୯ × ୯)

Question 2.
ତୁମେ କିପରି ଜାଣିଲ ?
ମାୟାଧର ବାବୁ ପ୍ରତ୍ୟେକ ଗଛରୁ ୫ଟି ଲେଖାଏଁ ନଡ଼ିଆ ତୋଳିଲେ । ସେ ମୋଟ କେତୋଟି ନଡ଼ିଆ ତୋଳିଲେ ?
Solution:
୪୦୫ଟି । (୮୧ × ୫)

ଲୋପା ମାଉସୀ ପତ୍ର ବ୍ୟବହାର କରି ଚଉପଦୀ (ଦନା) ତିଆରି କରିଛନ୍ତି ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 2
Question 3.
ଚଉପଦୀ (ଦନା) ସଂଖ୍ୟା = ………………………
Solution:
୬୦ଟି ।

Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 3
ଲୋପା ମାଉସୀ ନଡ଼ିଆ ଲଡୁ ଓ କ୍ଷୀର ପେଡାକୁ ଟ୍ରେରେ ସଜାଇ ରଖୁଛନ୍ତି । ସବୁ ଟ୍ରେ’ରେ ଏକା ପ୍ରକାରର ଜିନିଷ ଗୁଡ଼ିକୁ ସଜ୍ଜା ଯାଇଛି ଓ ଟ୍ରେ’ଗୁଡ଼ିକ ଗୋଟିଏ ଉପରେ ଗୋଟିଏ କରି ରଖାଯାଇଛି ।

Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 4
Question 4.
• ସମସ୍ତ ଟ୍ରେ’ରେ ମୋଟ କେତୋଟି ନଡ଼ିଆ ଲଡୁ ଅଛି ?
• ସମସ୍ତ ଟ୍ରେ’ରେ ମୋଟ କେତୋଟି କ୍ଷୀର ପେଡ଼ା ଅଛି ?
Solution:
• ୩୯ଟି । (୧୩ × ୩)
• ୩୬ଟି । (୧୨ × ୩)
ଶିକ୍ଷକଙ୍କ ପାଇଁ ସୂଚନା : ଜିନିଷଗୁଡ଼ିକୁ ବିଭିନ୍ନ ସମୁହରେ ବିଭକ୍ତ କରି ସହଜରେ ଗଣିପାରିବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ ନିଜର ଚିନ୍ତନକୁ ସେମାନେ ଅନ୍ୟମାନଙ୍କ ସହ ଆଲୋଚନା କରନ୍ତୁ ।

Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା

ମୁଦ୍ରାର ସଂରଚନା

Page No. (୩୫)

ଇତିଶ୍ରୀ ଓ ବିମଳ ନିଜର ଖେଳଣାଟଙ୍କାକୁ ନିମ୍ନ ପ୍ରକାରେ ସୁନ୍ଦର ଭାବେ ସଜାଇଛନ୍ତି ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 5
Question 1.
ମୋଟ ମୂଲ୍ୟ କେତେ ?
Solution:
୮୦ ଟଙ୍କା ।

Question 2.
ମୋଟ ମୂଲ୍ୟ କେତେ ?
Solution:
୧୦୮ ଟଙ୍କା ।

Question 3.
ତୁମେ ଏ ସବୁକୁ କିପରି ଗଣିଲ ? ଶ୍ରେଣୀରେ ଆଲୋଚନା କର ।
ତୁମେ ୧ଟଙ୍କିଆ, ୨ଟଙ୍କିଆ, ୫ଟଙ୍କିଆ ଓ ୧୦ ଟଙ୍କିଆ ଖେଳଣା ନୋଟ୍ ବ୍ୟବହାର କରି ୩୬ ଟଙ୍କା, ୧୨୫ଟଙ୍କା ଓ ୧୮୩ ଟଙ୍କାକୁ ଦର୍ଶାଅ । ତୁମେ କେତେ ଟଙ୍କା ସଜାଇଛ ତାହାର ପରିମାଣ ତୁମ ସାଙ୍ଗକୁ ପଚାର ।
Solution:
ଏହା ଏକ ବ୍ୟବହାରିକ କାର୍ଯ୍ୟ । ଛାତ୍ରଛାତ୍ରୀ ନିଜେ କରିବେ ।

ଦୁଇଟି ଉପାୟ

Page No. (୩୫ to ୩୬)

Question 1.
ଇତିଶ୍ରୀ ଓ ବିମଳ ମୁଦ୍ରାଗୁଡ଼ିକୁ ନିମ୍ନ ଭଳି ଦୁଇ ପ୍ରକାରରେ ସଜାଇଛନ୍ତି । ପ୍ରତ୍ୟେକ ଚିତ୍ରରେ ଥ‌ିବା ମୁଦ୍ରା ସଂଖ୍ୟାକୁ ତ୍ରିଭୁଜ ଭିତରେ ଲେଖ ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 6
Solution:
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 7

Question 2.
ବିମଳର ସଜ୍ଜିକରଣକୁ ବର୍ଣ୍ଣନା କର ଓ ତା’ର ସଂଖ୍ୟାଗୁଡ଼ିକୁ ଲେଖ ।
…………………………………………………..
Solution:
ବିମଳର ସଜ୍ଜିକରଣଗୁଡ଼ିକ ଯୁଗ୍ମସଂଖ୍ୟା ଯଥା : ୪, ୬, ୮, ୧୨ ଓ ୧୪ ।

Question 3.
ଇତିଶ୍ରୀର ସଜ୍ଜିକରଣକୁ ବର୍ଣ୍ଣନା କର ଓ ତା’ର ସଂଖ୍ୟାଗୁଡ଼ିକୁ ଲେଖ ।
………………………………………………………
Solution:
ଇତିଶ୍ରୀର ସଜ୍ଜିକରଣଗୁଡ଼ିକ ଅଯୁଗ୍ମସଂଖ୍ୟା ଯଥା : ୧, ୩, ୫, ୭, ୧୧ ଓ ୧୭ ।

Question 4.
ବିମଳ ସଂଖ୍ୟାଗୁଡ଼ିକୁ ଯୋଡ଼ି ଯୋଡ଼ି କରି ସଜାଇଛି । ଏହି ସଂଖ୍ୟାଗୁଡ଼ିକୁ ‘ଯୁଗ୍ମ ସଂଖ୍ୟା’ କୁହାଯାଏ ।
ଇତିଶ୍ରୀ ଗଠନ କରିଥିବା ସଂଖ୍ୟାଗୁଡ଼ିକ ‘ଅଯୁଗ୍ମ ସଂଖ୍ୟା’ ।
୧ ରୁ ୨୦ ମଧ୍ୟରେ ଥିବା ସଂଖ୍ୟାଗୁଡ଼ିକୁ ଯୁଗ୍ମ ବା ଅଯୁଗ୍ମ ଭାବେ ଚିହ୍ନଟ କର । ତୁମେ ସଂଖ୍ୟାମାନଙ୍କୁ ଯୋଡ଼ି ଯୋଡ଼ି କରି (୨/୨ଟି କରି) ଚିତ୍ର ଆଙ୍କି ଦର୍ଶାଇପାରିବ । (ଇତିଶ୍ରୀ ଓ ବିମଳ କିପରି ସଜାଡିଛନ୍ତି ଲକ୍ଷ୍ୟକର) ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 8
Solution:
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 9

Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା

Question 5.
୨ର ଗୁଣନଖନ୍ଦାରେ ସମସ୍ତ ଗୁଣଫଳ ଯୁଗ୍ମ ହେବେ କି ?
Solution:
ହଁ, ୨ର ଗୁଣନଖନ୍ଦାରେ ସମସ୍ତ ଗୁଣଫଳ ଯୁଗ୍ମ ହେବେ ।
ଶିକ୍ଷକଙ୍କ ପାଇଁ ସୂଚନା : ଭିନ୍ନ ଭିନ୍ନ ଜିନିଷକୁ ନେଇ ସେଗୁଡ଼ିକୁ ଯୋଡ଼ିଯୋଡ଼ି କରି ଯୁଗ୍ମ ଅଯୁଗ୍ମ ସଂଖ୍ୟା ଚିହ୍ନଟ କରିବା ପିଲାମାନଙ୍କୁ ଉତ୍ସାହିତ କରନ୍ତୁ ।

ପେନ୍‌ସିଲ୍‌ର ସଂରଚନା

Page No. (୩୭ to ୩୮)

Question 1.
ତଳେ କେତେଗୁଡ଼ିଏ ସଂଖ୍ୟା ଲେଖାଅଛି । ଅଯୁଗ୍ମ ସଂଖ୍ୟା ଚାରିପଟେ Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 10 ଚିହ୍ନ ଓ ଯୁଗ୍ମ ସଂଖ୍ୟା ଚାରିପଟେ Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 11 ଚିହ୍ନ ଦିଅ । ଆବଶ୍ୟକ ହେଲେ ରଙ୍ଗ ପେନ୍‌ସିଲ ଦ୍ଵାରା ରଙ୍ଗୀନ କର ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 12
Solution:
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 13

Question 2.
କେଉଁ ସଂଖ୍ୟାଗୁଡ଼ିକ ଯୁଗ୍ମ ଓ କେଉଁଗୁଡ଼ିକ ଅଯୁଗ୍ମ ? ତୁମର ସାଙ୍ଗମାନଙ୍କ ସହ ଆଲୋଚନା କର ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 14
Solution:
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 10 (ଅଯୁଗ୍ମ) – ୬୯, ୫୧, ୩୭, ୪୩
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 11 (ଯୁଗ୍ମ) – ୩୬, ୨୨, ୩୦, ୩୮, ୫୨

Question 3.
ଇତିଶ୍ରୀ ଗଣିତ ବହିର ପୃଷ୍ଠା ସଂଖ୍ୟାଗୁଡ଼ିକରେ ଯୁଗ୍ମ ଓ ଅଯୁଗ୍ମର ଏକ ମଜାଦାର ସଂରଚନା ଦେଖ‌ିବାକୁ ପାଇଛି ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 15
ଇତିଶ୍ରୀ କେଉଁ ସଂରଚନାଟି ପାଇଛି, ତୁମେ ଗଣିତ ବହି ଦେଖ୍ କହିପାରିବ କି ? ପେନ୍‌ସିଲ ଭିତରେ ଥ‌ିବା ଯୁଗ୍ମ ସଂଖ୍ୟା ଚାରିପଟେ Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 10 ଚିହ୍ନ ଓ ଅଯୁଗ୍ମ ସଂଖ୍ୟା ଚାରିପଟେ Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 11 ଚିହ୍ନ ଦିଅ ।
Solution:
(ଛାତ୍ରଛାତ୍ରୀ ପେନ୍‌ସିଲ୍ ଚିତ୍ରରେ ଅଯୁଗ୍ମ ଚାରିପେଟ im9 ଚିହ୍ନ ଏବଂ ଯୁଗ୍ମ ଚାରିପେଟ im10ଚିହ୍ନ ଦେବେ ।)

Question 4.
ନିମ୍ନରେ ଥ‌ିବା ସଂଖ୍ୟାମାନଙ୍କ ମଧ୍ୟରୁ ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାଗୁଡ଼ିକୁ ଚିହ୍ନଟ କରି ଲେଖ । ଚିହ୍ନଟ କରିବାର କାରଣଗୁଡ଼ିକ ବର୍ଣ୍ଣନା କର ।
ଅଯୁଗ୍ମ ସଂଖ୍ୟା : …………………………….
ଯୁଗ୍ମ ସଂଖ୍ୟା : ………………………………..
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 16
ଅଯୁଗ୍ମ ସଂଖ୍ୟା ୬୭, ୪୧୫, ୯୯
ଯୁଗ୍ମ ସଂଖ୍ୟା : ୩୦, ୪୬, ୭୮, ୩୦୦, ୧୫୪

Question 5.
୧ ଓ ୬ ଅଙ୍କକୁ ନେଇ (ଅଙ୍କର ପୁନରାବୃରି ନକରି) ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । କେଉଁ ସଂଖ୍ୟା ଯୁଗ୍ମ/ଅଯୁଗ୍ମ ଚିହ୍ନଟ କର । …………………….
Solution:
ଗଠିତ ସଂଖ୍ୟା = ୧୬ ଓ ୬୧ । ଯୁଗ୍ମ – ୧୬, ଅଯୁଗ୍ମ – ୬୧ ।

Question 6.
ତୁମେ ଯେ କୌଣସି ୨ଟି ଅଙ୍କ ନେଇ ଦୁଇ ଅଙ୍କବିଶିଷ୍ଟ ସଂଖ୍ୟା ତିଆରି କର, ଯେପରି ସମସ୍ତ ସଂଖ୍ୟା ଯୁଗ୍ମ ସଂଖ୍ୟା ହେବ । …………………………..
Solution:
୨ଟି ଅଙ୍କ ୨ ଓ ୪ ନେଲେ ଗଠିତ ସଂଖ୍ୟା ହେବ ୨୪ ଓ ୪୨, ୨୪ ଓ ୪୨ ଉଭୟ ଯୁଗ୍ମ ସଂଖ୍ୟା ହେବ ।

Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା

Question 7.
୧ରୁ ୧୦୦ ଭିତରେ ଥ‌ିବା ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ମଧ୍ୟରୁ କାହାର ସଂଖ୍ୟା ଅଧିକ ?
Solution:
କାହାର ସଂଖ୍ୟା ଅଧ୍ବକ ନୁହେଁ, ଉଭୟ ସମାନ । (୧ରୁ ୧୦୦ ମଧ୍ୟରେ ୫୦ଟି ଯୁଗ୍ମ ଓ ୫୦ଟି ଅଯୁଗ୍ମ ସଂଖ୍ୟା ଅଛି ।

Question 8.
ଇତିଶ୍ରୀ ଦେଖ୍ଲା ଗୋଟିଏ ଅଯୁଗ୍ମ ସଂଖ୍ୟାର ଦୁଇପଟେ ଯୁଗ୍ମସଂଖ୍ୟା ଅଛି । ବିମଳ ଆଶ୍ଚର୍ଯ୍ୟ ହୋଇ କହିଲା, ମୁଁ ତ ଦେଖୁଛି ଗୋଟିଏ ଯୁଗ୍ମ ସଂଖ୍ୟା ଦୁଇପଟେ ଅଯୁଗ୍ମ ସଂଖ୍ୟା ଅଛି । ତୁମେ କ’ଣ ଭାବୁଛ ? ପରୀକ୍ଷା କରି କୁହ ?
Solution:
ଉଭୟ କଥା ସତ । ସଂଖ୍ୟାଗୁଡ଼ିକ କ୍ରମରେ ଥିଲେ ଗୋଟିଏ ଯୁଗ୍ମ ପରେ ଅଯୁଗ୍ମ ଏବଂ ଗୋଟିଏ ଅଯୁଗ୍ମ ପରେ ଯୁଗ୍ମ ଆସିଥାଏ । ତେଣୁ ଯୁଗ୍ମ ସଂଖ୍ୟାର ଦୁଇ ପାଖରେ ଅଯୁଗ୍ମ ଥାଏ ଏବଂ ଅଯୁଗ୍ମ ସଂଖ୍ୟାର ଦୁଇ ପାଖରେ ଯୁଗ୍ମ ଥାଏ ।

Question 9.
ଏକ ନିର୍ଦ୍ଦିଷ୍ଟ କ୍ରମରେ ଦଶଟି ସଂଖ୍ୟା ଲେଖ । ସେମାନେ ଯୁଗ୍ମ ବା ଅଯୁଗ୍ମ ସଂଖ୍ୟା ଚିହ୍ନଟ କର । ତୁମେ କ’ଣ ଦେଖୁଛ ? ଆଲୋଚନା କର ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 17
Solution:
ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟାଗୁଡ଼ିକ ଗୋଟିଏ ପରେ ଗୋଟିଏ କ୍ରମରେ ଆସୁଛନ୍ତି ।
Class 4 Maths Chapter 3 Question Answer Odia Medium ଆମ ଚାରିପାଖର ସଂରଚନା 18
ଯୁଗ୍ମ ସଂଖ୍ୟା – ୨୦, ୨୨, ୨୪, ୨୬ ଓ ୨୮।
ଅଯୁଗ୍ମ ସଂଖ୍ୟା – ୨୧, ୨୩, ୨୫, ୨୭ ଓ ୨୯।