Students can use Class 4 Math Solution Odia Medium and Class 4 Maths Chapter 2 Question Answer Odia Medium ଆମ ଲୁଚକାଳି ଖେଳ to check their answers after solving exercises.
4th Class Maths Chapter 2 Question Answer Odia Medium
Class 4 Maths Chapter 2 Odia Medium
ତୁମେ କେଉଁଠି ଲୁଚିଛ ?
Page No. (୨୪ to ୨୭)

ଆସ କାମଟି କରିବା
Question 1.
ଚିତ୍ର ଦେଖ୍ ଉତ୍ତର ଦିଅ ।
(କ) ପିଲାମାନେ କେଉଁ ଖେଳ ଖେଳୁଛନ୍ତି ? _________________
Solution:
ପିଲାମାନେ ଲୁଚକାଳି ଖେଳ ଖେଳୁଛନ୍ତି ।
(ଖ) ଉପରପଟୁ କିଏ ଦେଖୁଛି ? ______________________
Solution:
ଉପରପଟୁ (ଗଛ ଉପରୁ) ଭୋଳୁ ଦେଖୁଛି ।
(ଗ) ପ୍ରଥମ ଚିତ୍ରରେ, ଯଦି ରାନୀ କୁଡ଼ିଆ ଘର ଆଡ଼କୁ ମୁହଁ କରି ଛିଡ଼ା ହୋଇଛି, ତେବେ ସେ କ’ଣ କୁଡ଼ିଆ ପାଖରେ ଲୁଚିଥିବା ଅନ୍ୟ ପିଲାଙ୍କୁ ଦେଖିପାରିବ ? ଆଲୋଚନା କର ।
Solution:
ନା, ରାନୀ ଦେଖପାରିବ ନାହିଁ । କାରଣ ସେ କୁଡ଼ିଆ ଘର ଆଡ଼କୁ ମୁହଁ କରି ଛିଡ଼ା ହୋଇଥିବାରୁ ତା’ ପଛପଟେ ବା କୁଡ଼ିଆର ଅନ୍ୟ ପାଖରେ ଲୁଚିଥିବା ପିଲାମାନଙ୍କୁ ସେ ଦେଖପାରିବ ନାହିଁ ।
ଚତୁର୍ଥ ଚିତ୍ର ରେ ମିନି, ଖେଳୁଥିବା ସମସ୍ତ ପିଲାଙ୍କୁ ଦେଖ୍ ପାରିବ କି ? ଆଲୋଚନା କର ।
Solution:
ନା
ଗଛଟି ଉପରୁ କିପରି ଦେଖାଯାଉଛି, ତାହା ଦେଖ୍ ଭୋଳୁ ଆଶ୍ଚର୍ଯ୍ୟ ହେଲା ।

ଜଗତ ଗଛର ସାମ୍ନା ପଟର ଏକ ଫଟୋ ମୋବାଇଲରେ ଉଠାଉଛି ।
Question 2.
ମିନି, ଭୋଳୁ ଓ ରାନି ଗୋଟିଏ ଇଟାର ଚିତ୍ରକୁ ନିମ୍ନଭଳି ଆଙ୍କିଛନ୍ତି । ଗୋଟିଏ ସମାନ ଇଟା ପାଇଁ ସମସ୍ତଙ୍କର ଚିତ୍ର କାହିଁକି ଅଲଗା ହେଲା ? ଆଲୋଚନା କର ।

କାହାର ଚିତ୍ର ନିମ୍ନ ସୂଚିତ ଦୃଶ୍ୟକୁ ଦର୍ଶାଉଛି ।

Solution:
| ଇଟା ଚିତ୍ରର ଦୃଶ୍ୟ | ପିଲାର ନାମ |
| ଉପର ଭାଗର ଦୃଶ୍ୟ | ଭୋଳୁ |
| ସାମ୍ନା ଭାଗର ଦୃଶ୍ୟ | ରାନି |
| ପାର୍ଶ୍ବଭାଗର ଦୃଶ୍ୟ | ମିନି |
ଶିକ୍ଷକଙ୍କ ପାଇଁ ସୂଚନା – ପିଲାମାନେ ବିଭିନ୍ନ ଉତ୍ତର ଦେବେ । ସେମାନଙ୍କ ସହ ଇଟାର ଉପର, ପାର୍ଶ୍ଵ ଓ ସାମ୍ନା ଭାଗର ଦୃଶ୍ୟର ଚିତ୍ର ସମ୍ପର୍କରେ ଆଲୋଚନା କରନ୍ତୁ ।
![]()
Question 3.
ଚିତ୍ର ଦେଖ ଓ ତଳେ ସେମାନଙ୍କର ନାମ ଲେଖ । ବସ୍ତୁର ଯେଉଁ ପାର୍ଶ୍ଵର ଚିତ୍ର ଦିଆଯାଇଛି ତାହା ଲେଖ ।

Solution:


Question 4.
ଜଗତ ଓ ରାନି ଏକା ବସ୍ତୁର ଭିନ୍ନଭିନ୍ନ ଚିତ୍ର ଆଙ୍କିଛନ୍ତି । ବସ୍ତୁ ସହ ଦୃଶ୍ୟକୁ ମେଳ କର ।

Solution:

ତୁମ ଚାରିପଟକୁ ଦେଖ | ଚେୟାର, ଟେବୁଲ, ପେନସିଲ୍, ଲିଭାଇବା ରବର, ଜନ୍ମଦିନ ଟୋପି ଆଦି ବସ୍ତୁକୁ ଭିନ୍ନ ଭିନ୍ନ ପଟୁ ଦେଖ୍ ସେଗୁଡ଼ିକର ଚିତ୍ର ଅଙ୍କନ କର ।
Solution:

ପିଲାଙ୍କ ଘର
Page No. (୨୭)
Question 1.
ଜଗତ ଓ ମିନି ଖେଳୁଛନ୍ତି । ସେମାନେ ଖାଲି ଦିଆସିଲି ଖୋଳ ନେଇ କେତେଗୁଡ଼ିଏ ଘର ତିଆରି କରିଛନ୍ତି ଓ ସେମାନେ ଘରର ବିଭିନ୍ନ ପାଖରୁ (ଉପରୁ, ପଛରୁ, ସାମ୍ନାରୁ) ଯାହା ଦେଖିଲେ ତାର ଚିତ୍ର ତିଆରି କରିଛନ୍ତି ।

ତୁମେ ଖାଲି ଦିଆସିଲି ଖୋଳ କିମ୍ବା ଅନ୍ୟ ଯେକୌଣସି ଖୋଳ ସଂଗ୍ରହ କରି ଚିତ୍ରରେ ଦିଆଯାଇଥିବା ଭଳି କୋଠାଘର ତିଆରି କର । ଏହି କୋଠାଘରର ଉପରଭାଗରୁ, ପାର୍ଶ୍ବରୁ ଓ ସାମ୍ନାପଟରୁ ଦେଖିଲେ ଯେପରି ଦେଖାଯାଉଛି ତା’ର ଚିତ୍ର ଅଙ୍କନ କର । ତୁମେ ଆଙ୍କିଥିବା ଚିତ୍ରଗୁଡିକ ଘରଟିକୁ କେଉଁ ପଟୁ ଦେଖିଲେ ମିଳିବ ତାହା ତୁମ ସାଙ୍ଗକୁ ପଚାରି ବୁଝ ।
Solution:
ଏହା ଏକ ବ୍ୟବହାରିକ କାର୍ଯ୍ୟ, ପିଲାମାନେ ନିଜେ କରିବେ ।
![]()
ବିଲେଇ ଜଗତକୁ ଖୋଜି ପାଇଲା
Page No. (୨୭ to ୨୮)
ପାଞ୍ଚଜଣ ସାଙ୍ଗ ଏକାଠି ହୋଇ ଭାରି ଖୁସି ମନରେ ବିଦ୍ୟାଳୟ ଯାଉଛନ୍ତି କାରଣ ଆଜି ଅନେକ ମଜାଦାର କାର୍ଯ୍ୟ ବିଦ୍ୟାଳୟରେ କରାଯିବ । ଜଗତର ପୋଷା ବିଲେଇ’ ସେମାନଙ୍କ ପଛେ ପଛେ ବିଦ୍ୟାଳୟକୁ ଯାଇଥିଲା । ଶ୍ରେଣୀର ପଛପଟ ଝରକା ଉପରେ ରହି ବିଲେଇଟି ଜଗତକୁ ଖୋଜିବାକୁ ଲାଗିଲା ।

ଆସ କାମଟି କରିବା
ଜଗତର ପୋଷା ବିଲେଇ ଦେଖୁଲା ଜଗତ ପ୍ରଥମ ଧାଡ଼ିର ତୃତୀୟ ଡେସ୍କରେ ବସିଛି ।
Question 1.
ଚିତ୍ରରେ ଜଗତ ବସିଥିବା ସ୍ଥାନକୁ ଦର୍ଶାଅ । ____________________
Solution:
ଜଗତ ପ୍ରଥମ ଧାଡ଼ିର ତୃତୀୟ ଡେସ୍କରେ ବସିଛି ।
Question 2.
ନୀଳ ବ୍ୟାଗଟି କେଉଁଠି ଅଛି ବର୍ଣ୍ଣନା କର । ____________________
Solution:
ନୀଳ ବ୍ୟାଗଟି ଶିକ୍ଷକଙ୍କ ପାଖରେ ଛିଡ଼ା ହୋଇଥିବା ପିଲାର ଡେସ୍କ ପାଖରେ ଅଛି ।
Question 3.
ଦ୍ଵିତୀୟ ଧାଡ଼ିର ମଝି ଡେସ୍କରେ ତୁମେ କ’ଣ ଦେଖୁଛ ? ____________________
Solution:
(ସାଧାରଣତଃ ବହି ବା ଖାତା ଥାଏ) ।
Question 4.
ଲେଖୁବା ପାଇଁ ଖାତାଟି କେଉଁଠି ଅଛି – ଦ୍ଵିତୀୟ ଧାଡ଼ିର ପ୍ରଥମ ଡେସ୍କରେ ବା ତୃତୀୟ ଧାଡ଼ିର ମଝି ଡେସ୍କରେ ?
Solution:
(ଉଦାହରଣ ସ୍ବରୂପ: ଦ୍ଵିତୀୟ ଧାଡ଼ିର ପ୍ରଥମ ଡେସ୍କରେ) ।
Question 5.
ଦ୍ଵିତୀୟ ଧାଡ଼ିର ତୃତୀୟ ଡେସ୍କର ଉପରେ ଗୋଟିଏ ସେଓର ଚିତ୍ର ଅଙ୍କନ କର ।
Solution:

![]()
ଗଣିତ ମେଳା
Page No. (୨୯)

Question 1.
ଏଠାରେ ରାନି ଗ୍ରୀଡ୍ ପୂରଣ ପାଇଁ କେତେକ ସୂଚନା ଦେଇଛି ।
• ଡାହାଣ ପାର୍ଶ୍ଵ ଉପର କଣରେ ଗୋଟିଏ ରବର ଅଛି ।
• ଉପର ବାମକଣରେ ପେନସିଲ୍ ଗୋଟିଏ ଅଛି ।
• ଦ୍ଵିତୀୟ ଧାଡ଼ି ଓ ଦ୍ଵିତୀୟ ସ୍ତମ୍ଭରେ ଏକ ସେଓ ଅଛି ।
• ତୃତୀୟ ଧାଡ଼ି ଓ ଦ୍ଵିତୀୟ ସ୍ତମ୍ଭରେ ଏକ ପାଣି ବୋତଲ ଅଛି ।

Solution:

ଶିକ୍ଷକଙ୍କ ପାଇଁ ସୂଚନା ; ପିଲାମାନଙ୍କୁ ଏପରି ଏକ ଗ୍ରୀକ୍ ଖେଳ ଖେଳିବାକୁ ଦିଅନ୍ତୁ । ଧନ୍ତି । ସେମାନଙ୍କୁ ଟେବୁଲ ଉପରେ ବା ତଳେ ଗ୍ରୀଡ୍ ଅଙ୍କନ କରି ଜିନିଷଗୁଡ଼ିକୁ ବିଭିନ୍ନ ସ୍ଥାନରେ ରଖୁବାକୁ କୁହନ୍ତୁ । ରଖିବା ପରେ ସ୍ଥାନକୁ ସ୍ତମ୍ଭ ଓ ଧାଡ଼ିରେ ପରିପ୍ରକାଶ କରନ୍ତୁ ।
ଗ୍ରୀଷ୍ମ ଖେଳ ‘ଜିନିଷଗୁଡ଼ିକୁ ଖୋଜିବା’
Page No. (୩୦ to ୩୧)
Question 1.
ଏହି ଖେଳରେ ଦୁଇଜଣ ପିଲା ଖେଳିବେ । ମଝିରେ ଗ୍ରୀଡ୍ଟି ରହିବ । ଗ୍ରୀଡ୍ ମଧ୍ୟରେ ଥିବା ଜିନିଷ ମଧ୍ୟରୁ ଜଣେ ଗୋଟିଏ ଜିନିଷକୁ ମନେ ମନେ ଭାବିବ । ସେହି ଜିନିଷଟିକୁ ଜାଣିବାକୁ ଅନ୍ୟଜଣେ ଚେଷ୍ଟା କରିବ । ଦେଖ, ଜଗତ ଓ ମିନି ଖେଳଟି କିପରି ଖେଳୁଛନ୍ତି ?

ମିନି, ବାମପଟକୁ ଦୁଇପାଦ ଓ ପରେ ଉପରକୁ ଏକ ପାଦ ଗଲା । ସେ ପହଞ୍ଚିବା ସ୍ଥାନଟି ………………… ବିଲେଇ । ମିନିର ପହଞ୍ଚି ଥିବା ସ୍ଥାନକୁ ଗ୍ରୀଡ୍ରେ ଦର୍ଶାଅ ।
Solution:
ମିନି, ବାମପଟକୁ ଦୁଇପାଦ ଓ ପରେ ଉପରକୁ ଏକ ପାଦ ଗଲା । ସେ ପହଞ୍ଚିବା ସ୍ଥାନଟି ବିଲେଇ । ମିନିର ପହଞ୍ଚି ଥିବା ସ୍ଥାନକୁ ଗ୍ରୀଡ୍ରେ ଦର୍ଶାଅ ।


ଜଗତ କେଉଁ ଜିନିଷଟି ଭାବିଥିଲା ?
Solution:
ଜଗତ କମଳା ବା ଆମ୍ବ ଭାବିଥିଲା ।
ଶିକ୍ଷକଙ୍କ ପାଇଁ ସୂଚନା : କିପରି ଖେଳିବା – ୪ × ୪ର ଏକ ଗ୍ରୀଡ୍ରେ କେତେକ ବସ୍ତୁ ଅଛି । ଦୁଇଜଣ ଏହି ଖେଳଟି ଖେଳିବେ । ପ୍ରଥମ ପିଲାଟି ଗ୍ରୀଡ୍ ଭିତରେ ଥିବା ଗୋଟିଏ ଜିନିଷକୁ ଭାବିବ ଓ ଦ୍ୱିତୀୟ ପିଲାଟି ଜିନିଷର ନାମ ଜାଣିବା ପାଇଁ କେତେକ ସୂଚନା ଆଧାରରେ ବାମ, ଡାହାଣ, ତଳ, ଉପର ଯିବାକୁ ପଡ଼ିବ । ସୂଚନାଟି ହେଉଛି କଣକୁ କଣ ଯାଇହେବ ନାହିଁ । ପିଲାମାନେ ଯାଉଥିବା ରାସ୍ତା ସମ୍ପର୍କରେ କହିପାରିବେ, ଯେପରି ମୁଁ ୨ ପାଦ ବାମ/ଡାହାଣକୁ ଗଲି । ତା’ପରେ ୨ ପାଦ ଉପର/ ତଳ ଆଡ଼କୁ ଗଲି ।
ତୁମ ସାଙ୍ଗ ସହ ଖେଳ ।

Question 1.
ଆରମ୍ଭରୁ ଫୁଲ ପାଖରେ ପହଞ୍ଚିବାର ରାସ୍ତା ସ୍ଥିର କର । କେତୋଟି ଘର ଡେଇଁଲେ ତୁମେ ଫୁଲ ପାଖରେ ପହଞ୍ଚିବ ।
Solution:
(ଚିତ୍ର ଅନୁଯାୟୀ ହିସାବ କର, ଉଦାହରଣ: ୫ଟି ଘର) ।
ଫୁଲ ପାଖରେ ପହଞ୍ଚିବାର ବିଭିନ୍ନ ପ୍ରକାର ରାସ୍ତା ସମ୍ପର୍କରେ କୁହ ।
Question 2.
ଆରମ୍ଭ ସ୍ଥାନରୁ ସବୁଠାରୁ କମ୍ ଘର ଅତିକ୍ରମ କରି ତୁମେ ପ୍ରଥମେ ଆମ୍ବ ବା କମଳା ଥିବା ଘରକୁ ଯାଇପାରିବ ?
Solution:
କମଳା ଥିବା ଘରକୁ (କାରଣ କମଳା ପାଖରେ ଅଛି) ।
![]()
ଡ୍ରୋଦ୍ବାରା ମୋ ସ୍କୁଲର ଚିତ୍ର
Page No. (୩୧ to ୩୨)

ରିଚା ତା’ ସାଙ୍ଗମାନଙ୍କୁ ଦେଖାଇବା ପାଇଁ ଏକ ଡ୍ରୋନ୍ କ୍ୟାମେରା କିଣିଆଣିଛି । ଡ୍ରୋନ୍ ଉଡୁଥିବା ସମୟରେ ଫଟୋ ଉଠାଇପାରିବ ।

Question 1.
ଚିତ୍ରରେ ଯେଉଁ ସ୍ଥାନ ବା ଜିନିଷଗୁଡ଼ିକୁ ଦେଖୁଛ ସେଥିରେ ଗୋଲ ବୁଲାଇ ତା’ର ନାମ ଲେଖ ।
Solution:
(ପିଲାମାନେ ଚିତ୍ରରେ ଖେଳପଡ଼ିଆ, ସ୍କୁଲ ଘର, ଗଛ, ପାଚେରୀ ଇତ୍ୟାଦି ଚିହ୍ନଟ କରିବେ) ।
ରିଚାର ବଡ଼ ଭଉଣୀ ଏକ୍ତା । ସେ ବିଦ୍ୟାଳୟ ପରିସରର ଏକ ମାନଚିତ୍ର ଅଙ୍କନ କରିଛି । ଏହି ମାନଚିତ୍ରରେ ତୁମେ ସହଜରେ ଚତୁର୍ଥ ଶ୍ରେଣୀକୁ ଚିହ୍ନଟ କରିପାରିବ ।
Question 2.
ଚିତ୍ରରେ ଚତୁର୍ଥ ଶ୍ରେଣୀରୁ ମଧ୍ୟ ପର୍ଯ୍ୟନ୍ତ ରାସ୍ତାକୁ ସୂଚାଅ ।

Solution:

Question 3.
ମଞ୍ଚ ପର୍ଯ୍ୟନ୍ତ ଯିବାପାଇଁ କେତେ ପ୍ରକାରର ରାସ୍ତା ତୁମେ ଏଠାରେ ପାଇଲ ? ______________________
Solution:
ଏକାଧିକ ରାସ୍ତା ଅଛି (ଉଦାହରଣ: ଖେଳପଡ଼ିଆ ଦେଇ କିମ୍ବା ଶ୍ରେଣୀ କୋଠରି ବାରଣ୍ଡା ଦେଇ) । (ବିଭିନ୍ନ ରାସ୍ତାକୁ ଭିନ୍ନ ଭିନ୍ନ ରଙ୍ଗ ପେନସିଲ ବ୍ୟବହାର କରି ସୂଚାଇ ପାରିବ)
Question 4.
କେଉଁଟି ସବୁଠାରୁ କମ୍ ରାସ୍ତା ? ତୁମେ କିପରି ଜାଣିଲ ?
Solution:
ସିଧା ସଳଖ ଯାଉଥିବା ରାସ୍ତାଟି ସବୁଠାରୁ କମ୍ । ମାନଚିତ୍ରରେ ଦୂରତା ଦେଖ୍ ଏହା ଜଣାପଡ଼େ ।
Question 5.
ପାଣି ଯୋଗାଉଥିବା ବ୍ୟକ୍ତି ଜଣକ ପ୍ରବେଶ ପଥରୁ ବାମପଟକୁ ଗଲେ । ସେ ମଧ୍ୟାହ୍ନ ଭୋଜନ ରୋଷେଇଘରକୁ କେଉଁ ରାସ୍ତା ଦେଇ ଯିବେ କହିଦିଅ । ସେ କେଉଁ ରାସ୍ତା ଦେଇ ଯିବେ ବର୍ଣ୍ଣନା କର ।
____________________________________________________________________________________________
Solution:
ପ୍ରବେଶ ପଥରୁ ବାମକୁ ଯାଇ, ବଗିଚା ଓ ଡାକ୍ତରୀ ପରୀକ୍ଷାଗାର ପାର ହୋଇ ମଧ୍ୟାହ୍ନ ଭୋଜନ ଗୃହରେ ପହଞ୍ଚିବେ ।
Question 6.
ରଜତର ଦେହ ଭଲ ନାହିଁ । ରଜତ କେଉଁ ରାସ୍ତା ଦେଇ ପାଠାଗାରରୁ ଡାକ୍ତରୀ ପରୀକ୍ଷାଗାରକୁ ଯିବାପାଇଁ ସ୍ଥିର କରିବ ?
Solution:
ପାଠାଗାରରୁ ବାହାରି ବାରଣ୍ଡା ଦେଇ ସିଧା ଖେଳ ଘର ପାଖ ଦେଇ ଡାକ୍ତରୀ ପରୀକ୍ଷାଗାରକୁ ଯିବ ।
Question 7.
ଖେଳପଡ଼ିଆରେ ସକାଳେ ପ୍ରାର୍ଥନା ପରେ ଭୋଳୁ କମ୍ପ୍ୟୁଟର କୋଠରିକୁ ଯିବ ଓ ରାନି ଖେଳ ଘରକୁ ଯିବ । ସେମାନଙ୍କର ରାସ୍ତାକୁ ସୂଚାଅ । କେଉଁ ରାସ୍ତାର ଲମ୍ଵ ଅଧିକ ?
____________________________________________________________________________________________
Solution:
ଭୋଳୁର ରାସ୍ତା (ଖେଳପଡ଼ିଆରୁ କମ୍ପ୍ୟୁଟର କୋଠରି) ଅଧିକ ଲମ୍ବ ହୋଇପାରେ ଯଦି କମ୍ପ୍ୟୁଟର କୋଠରି ଦୂରରେ ଥାଏ । (ମାନଚିତ୍ର ଦେଖ୍ ତୁଳନା କର) ।
![]()
ପ୍ରକଳ୍ପ କାର୍ଯ୍ୟ
Page No. (୩୩)
Question 1.
ତୁମେ ତୁମ ବିଦ୍ୟାଳୟର ପ୍ରବେଶ ପଥଠାରୁ ତୁମ ଶ୍ରେଣୀଗୃହ ଓ ଅନ୍ୟାନ୍ୟ ମୁଖ୍ୟ ସ୍ଥାନକୁ ଯିବାପାଇଁ ଏକ ନକ୍ସା ଅଙ୍କନ କର ।

Solution:
