Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା

Students can use Class 4 Math Book Odia Medium Solutions and Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା to check their answers after solving exercises.

4th Class Maths Chapter 14 Question Answer Odia Medium

Class 4 Maths Chapter 14 Odia Medium

Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 1
ଆଲୋକ ଓ ରୀତା ପଚାରିଥିବା ପ୍ରଶ୍ନଗୁଡ଼ିକ ଦେଖ ।
Question 1.
“ସବୁଠାରୁ ଅଧ‌ିକ ପସନ୍ଦ କରୁଥିବା ବିଷୟ” ଜାଣିବା ପାଇଁ ଉପଯୁକ୍ତ ପ୍ରଶ୍ନ ବାଛ ?
Solution:
ତୁମେ କେଉଁ ବିଷୟ ପଢ଼ିବାକୁ ଭଲ ପାଅ ?

Question 2.
ତୁମେ ଏପରି କାହିଁକି ଭାବୁଛ ? ତୁମର ସାଙ୍ଗ ଓ ଶିକ୍ଷକଙ୍କ ସହିତ ଆଲୋଚନା କର
Solution:
କାରଣ ଏହି ପ୍ରଶ୍ନ ପଚାରିଲେ ପିଲାମାନେ ନିଜର ପସନ୍ଦର ବିଷୟ ସିଧାସଳଖ କହିପାରିବେ, ଯାହାଦ୍ବାରା ସବୁଠାରୁ ଅଧିକ ପସନ୍ଦ କରୁଥ‌ିବା ବିଷୟ ଜାଣିବା ସହଜ ହେବ ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 2
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 3

Question 3.
ରୀତା ଓ ଆଲୋକଙ୍କ ପ୍ରଶ୍ନ ଅନୁଯାୟୀ ସମସ୍ତ ପିଲାଙ୍କ ଉତ୍ତର ଶୁଣି ଉତ୍ତରକୁ ଲିପିବଦ୍ଧ କଲେ ।
ଗଣିତ ପାଇଁ ‘ଗ’, ଓଡ଼ିଆ ପାଇଁ ‘ଓ’, ଆମ ପରିବେଶ ପାଇଁ ‘ପ’, ସଂସ୍କୃତ ପାଇଁ ‘ସଂ’ ଓ ଶାରୀରିକ ଶିକ୍ଷା ପାଇଁ ‘ଶା’ ସଙ୍କେତ ବ୍ୟବହାର କରାଗଲା ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 4
ଉପରେ ଦିଆଯାଇଥ‌ିବା ପିଲାମାନଙ୍କର ମତାମତ ଦେଖୁ ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
• ଗଣିତକୁ ସବୁଠାରୁ ଅଧିକ ଭଲ ପାଉଥିବା ପିଲାଙ୍କ ସଂଖ୍ୟା ______________ ।
• ଓଡ଼ିଆକୁ ସବୁଠାରୁ ଅଧ‌ିକ ଭଲ ପାଉଥିବା ପିଲାଙ୍କ ସଂଖ୍ୟା ______________ ।
• ଆମ ପରିବେଶକୁ ସବୁଠାରୁ ଅଧିକ ଭଲ ପାଉଥ‌ିବା ପିଲାଙ୍କ ସଂଖ୍ୟା ______________ ।
• ଶାରୀରିକ ଶିକ୍ଷାକୁ ସବୁଠାରୁ ଅଧିକ ଭଲ ପାଉଥ‌ିବା ପିଲାଙ୍କ ସଂଖ୍ୟା _____________ ।
• ସଂସ୍କୃତକୁ ସବୁଠାରୁ ଅଧ‌ିକ ଭଲ ପାଉଥ‌ିବା ପିଲାଙ୍କ ସଂଖ୍ୟା _____________ ।
Solution:
• ଗଣିତକୁ ସବୁଠାରୁ ଅଧିକ ଭଲ ପାଉଥିବା ପିଲାଙ୍କ ସଂଖ୍ୟା ୧୦ ।
• ଓଡ଼ିଆକୁ ସବୁଠାରୁ ଅଧ‌ିକ ଭଲ ପାଉଥିବା ପିଲାଙ୍କ ସଂଖ୍ୟା ୮ ।
• ଆମ ପରିବେଶକୁ ସବୁଠାରୁ ଅଧିକ ଭଲ ପାଉଥ‌ିବା ପିଲାଙ୍କ ସଂଖ୍ୟା ୭ ।
• ଶାରୀରିକ ଶିକ୍ଷାକୁ ସବୁଠାରୁ ଅଧିକ ଭଲ ପାଉଥ‌ିବା ପିଲାଙ୍କ ସଂଖ୍ୟା ୧୧ ।
• ସଂସ୍କୃତକୁ ସବୁଠାରୁ ଅଧ‌ିକ ଭଲ ପାଉଥ‌ିବା ପିଲାଙ୍କ ସଂଖ୍ୟା ୯ ।

Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା

Question 4.
ପୂର୍ବରୁ ଦିଆଯାଇଥିବା ତଥ୍ୟକୁ ଦେଖୁ ସାଜନୀତି ପୂରଣ କର ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 5
Solution:

ବିଷୟ ଛାତ୍ରଛାତ୍ରୀ ସଂଖ୍ୟା
ଗଣିତ (ଗ) ୧୦
ଓଡ଼ିଆ(ଓ) ୮
ଆମ ପରିବେଶ (ପ) ୭
ଶାରିରୀକ ଶିକ୍ଷା (ଶା) ୧୧
ସଂସ୍କୃତ (ସଂ) ୯

Question 5.
ଉପର ସାରଣୀକୁ ଦେଖ୍ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
• ପିଲାମାନଙ୍କ ମଧ୍ୟରେ ସବୁଠାରୁ ଅଧ‌ିକ ପ୍ରିୟ ବିଷୟଟି କ’ଣ ? ___________
Solution:
ଶାରୀରିକ ଶିକ୍ଷା

• ପିଲାମାନଙ୍କ ମଧ୍ୟରେ ସବୁଠାରୁ କମ୍ ପ୍ରିୟ ବିଷୟଟି କ’ଣ ? ____________
Solution:
ଆମ ପରିବେଶ

Question 6.
ତଥ୍ୟଗୁଡ଼ିକ ପ୍ରଦର୍ଶନ କରିବା ପାଇଁ ଦୁଇଟି ଉପାୟ ଦିଆଯାଇଛି ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 6
Solution:
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 7

Question 7.
କେଉଁ ପ୍ରକାର ତଥ୍ୟ ଉପସ୍ଥାପନ ତୁମକୁ ବୁଝିବାକୁ ସହଜ ହେଉଛି ଓ କାହିଁକି ?
____________________
Solution:
ଚାର୍ଟ ବା ସ୍ତମ୍ଭ ଲେଖ ଦେଖ‌ିବାକୁ ଅଧିକ ସହଜ । କାରଣ ଏଥ‌ିରେ ଗୋଟିଏ ନଜରରେ କେଉଁ ସ୍ତମ୍ଭ ଉଚ୍ଚ (ଅଧ୍ବକ) ବା କେଉଁଟି ନିଜ (କମ୍‌) ତାହା ଜାଣିହୁଏ ।
ଶିକ୍ଷକଙ୍କ ପାଇଁ ସୂଚନା : ପିଲାମାନେ କିପରି ପ୍ରଶ୍ନ ତିଆରି କରିବେ ଓ ଏଥିପାଇଁ କେଉଁ ପ୍ରକାର ଶବ୍ଦର ବ୍ୟବହାର ହେବ, ସେ ସମ୍ପର୍କରେ ଆଲୋଚନା କରନ୍ତୁ ।

ରଙ୍ଗୀନ ବରଫଗୋଲା

Page No. (୨୦୬ to ୨୦୭)

ବିଦ୍ୟାଳୟ ଖେଳ ଛୁଟି ସମୟରେ ପିଲାମାନେ ସେମାନଙ୍କର ପ୍ରିୟ ରଙ୍ଗୀନ ବରଫ ଗୋଲା ଖାଇବା ପାଇଁ ଭିଡ଼ ଜମେଇ ଥିଲେ । ପିଲାମାନେ ଖାଉଥ‌ିବା ରଙ୍ଗୀନ ବରଫ ଗୋଲାର ହିସାବ ଆଲୋକ ଓ ରୀତା ରଖୁଥିଲେ । ଯେଉଁ ରଙ୍ଗର ବରଫ ଗୋଲାକୁ ଅଧ୍ଵକ ପିଲା ଖାଉଥିଲେ, ସେମାନେ ମଧ୍ୟ ସେହି ବରଫ ଗୋଲାକୁ ଖାଇବାକୁ ଇଚ୍ଛା କଲେ । ପିଲାମାନେ ଖାଉଥ‌ିବା ବିଭିନ୍ନ ରଙ୍ଗର ବରଫ ଗୋଲା ସଂଖ୍ୟାକୁ ସେମାନେ ନିମ୍ନ ପ୍ରକାରେ ଲିପିବଦ୍ଧ କଲେ ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 8

ଉପରେ ଦିଆଯାଇଥ‌ିବା ତଥ୍ୟକୁ ଦେଖ । ବରଫ ଗୋଲାକୁ ଉପଯୁକ୍ତ ରଙ୍ଗ ବ୍ୟବହାର କରି ରଙ୍ଗୀନ୍ କର ।
Question 1.
କେଉଁ ରଙ୍ଗର ବରଫ ଗୋଲା ପିଲାମାନେ ଖାଇଲେ ?
(କ) ସରୁଠାରୁ ଅଧିକ Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 9
Solution:
ହଳଦିଆ = ୧୦ଟି

(ଖ) ସବୁଠାରୁ କମ Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 9
Solution:
ସବୁଜ = ୫ଟି

ତୁମେ କିପରି ଜାଣିଲ ?
Solution:
ଆମେ ଚିତ୍ରରେ ଥିବା ପିଲାଙ୍କ ସଂଖ୍ୟା ଗଣି ଜାଣିଲୁ ।

Question 2.
କେଉଁ ରଙ୍ଗର ବରଫ ଗୋଲା ଆଲୋକ ଓ ରୀତା କିଣିଲେ ? Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 9
Solution:
ହଳଦିଆ (କାରଣ ପାଠରେ ଲେଖାଅଛି ଯେଉଁ ବରଫ ଗୋଲା ଅଧ୍ଵକ ପିଲା ଖାଉଥିଲେ, ସେମାନେ ତାହା ଖାଇବାକୁ ଇଚ୍ଛା କଲେ ।)

Question 3.
କେଉଁ ରଙ୍ଗର ବରଫ ଗୋଲା ବାଳକମାନେ ଅଧିକ ଖାଇଲେ ? Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 9
Solution:
ଏହା ଏକ ଚିତ୍ର ଭିଭିକ ପ୍ରଶ୍ନ । ପିଲାମାନେ ବହିର ଚିତ୍ରରେ ବାଳକ ସଙ୍କେତକୁ ଗଣି ଏହାର ଉତ୍ତର ଦେବେ ।

Question 4.
କେଉଁ ରଙ୍ଗର ବରଫ ଗୋଲା ବାଳିକାମାନେ ଅଧ‌ିକ ଖାଇଲେ ? Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 9
Solution:
ଏହା ଏକ ଚିତ୍ର ଭିଭିକ ପ୍ରଶ୍ନ । ପିଲାମାନେ ବହିର ଚିତ୍ରରେ ବାଳିକା ସଙ୍କେତକୁ ଗଣି ଏହାର ଉତ୍ତର ଦେବେ ।

Question 5.
ଏହି ପ୍ରଶ୍ନ ଗୁଡ଼ିକର ଉତ୍ତର ପାଇବାପାଇଁ ତୁମେ କେଉଁ ଉପାୟରେ ତଥ୍ୟଗୁଡ଼ିକ ଉପସ୍ଥାପନା କଲ ଓ କାହିଁକି ?
Solution:
ଆମେ ଚିତ୍ର ଲେଖ ମାଧ୍ୟମରେ ତଥ୍ୟ ଉପସ୍ଥାପନା କଲୁ । କାରଣ ଚିତ୍ର ଦେଖ୍ ସଂଖ୍ୟା ଗଣିବା ମଜାଦାର ଓ ସହଜ ଅଟେ ।

ଶିକ୍ଷଣ କାର୍ଯ୍ୟ – ଚେସ୍ ବା କ୍ରିକେଟ

Page No. (୨୦୭)

ତୁମ ଶ୍ରେଣୀର ସହପାଠୀମାନଙ୍କ ମଧ୍ୟରୁ କେତେ ଜଣ କେବଳ ଚେସ୍ ଖେଳନ୍ତି, କେତେ ଜଣ କେବଳ କ୍ରିକେଟ ଖେଳନ୍ତି, କେତେ ଜଣ ଉଭୟ କ୍ରିକେଟ ଓ ଚେସ୍ ଖେଳନ୍ତି ଏବଂ କେତେ ଜଣ ଏହି ଦୁଇଟି ମଧ୍ୟରୁ କୌଣସିଟି ଖେଳନ୍ତି ନାହିଁ ପଚାରି ବୁଝ ଓ ତଳ ସାରଣୀରେ ଲେଖ ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 10
ଉପର ଲିଖ୍ତ ତଥ୍ୟକୁ ନେଇ ସାରଣୀ ପୂରଣ କର ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 11

ତୁମ ଶ୍ରେଣୀରୁ ସଂଗ୍ରହ କରିଥିବା ତଥ୍ୟ ଆଧାରରେ ନିମ୍ନ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।
୧. କେଉଁମାନେ ସବୁଠାରୁ ଅଧିକ ଚେସ୍ ଖେଳନ୍ତି ? _____________ (ବାଳକ/ବାଳିକା)
୨. କେଉଁମାନେ ସବୁଠାରୁ ଅଧିକ କ୍ରିକେଟ ଖେଳନ୍ତି ? _____________(ବାଳକ/ବାଳିକା)
୩. କେତେ ଜଣ ଉଭୟ ଖେଳ ଖେଳନ୍ତି ? _____________
Solution:
ଛାତ୍ରଛାତ୍ରୀ ନିଜ ଶ୍ରେଣୀରେ ସର୍ଭେ କରି ଏହି ସାରଣୀ ପୂରଣ କରିବେ ।

Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା

ଶିଶୁ ମେଳା

Page No. (୨୦୮)

ରୀତା ଓ ଆଲୋକ ଶିଶୁମେଳା ବୁଲି ଯାଇଥିଲେ । ସେମାନେ ଏକ ଚିତ୍ର ଲେଖ ବ୍ୟବହାର କରି ତିନି ଦିନରେ ଲୋକମାନେ ଖାଉଥ‌ିବା ଫଳ ସାଲାଡ଼ ଓ ପାଉଁରୁଟିର ତଥ୍ୟ ଲିପିବଦ୍ଧ କଲେ ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 12
Solution:
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 13

ଆସ ସମାଧାନ କରିବା

Question 1.
ସାରଣୀ ପୂରଣ କର ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 14
Solution:

ଖାଦ୍ୟର ପ୍ରକାର ମୋଟ ବିକ୍ରି ହୋଇଥ‌ିବା ଖାଦ୍ୟର ସଂଖ୍ୟା
ଫଳ ସାଲାଡ଼ ୨୮ (୭ + ୧୨ + ୯)
ପାଉଁରୁଟି ୪୬ (୧୨ + ୧୬ + ୧୮)

Question 2.
କେଉଁ ଦିନ ସର୍ବାଧିକ ପାଇଁରୁଟି ବିକ୍ରି ହୋଇଥିଲା ?
Solution:
ଦିବସ ୩ (୧୮ଟି)

Question 3.
ଦ୍ଵିତୀୟ ଦିବସରେ କେଉଁ ଖାଦ୍ୟ ସର୍ବାଧ‌ିକ ବିକ୍ରି ହୋଇଥିଲା ?
Solution:
ଦ୍ଵିତୀୟ ଦିବସରେ ପାର୍ଟରୁଟି ସର୍ବାଧିକ ବିକ୍ରି ହୋଇଥିଲା ।

Question 4.
ତଳ ସାରଣୀଟି ପୂରଣ କର । ସର୍ବାଧ‌ିକ ଖାଦ୍ୟ ବିକ୍ରି ହୋଇଥ‌ିବା ଦିନଟିରେ ଗୋଲ ବୁଲାଅ ।
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 15
Solution:
Class 4 Maths Chapter 14 Question Answer Odia Medium ତଥ୍ୟ ପରିଚାଳନା 16