BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

Odisha State Board BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର Important Questions and Answers.

BSE Odisha Class 8 Political Science Important Questions Chapter 1 କେନ୍ଦ୍ର ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର କି କି ଯୋଗ୍ୟତା ଥିବା ଆବଶ୍ୟକ ? ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ କେତେ ବର୍ଷ ?
Answer:

  • ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କର ନିମ୍ନଲିଖ ଯୋଗ୍ୟତା ଥିବା ଆବଶ୍ୟକ :
    (a) ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
    (b) ତାଙ୍କୁ ଅନ୍ୟୁନ ୩୫ ବର୍ଷ ବୟସ ହୋଇପୂବ ।
    (c) ସେ ଲୋକସଭାର ସଭ୍ୟଭାବେ ନିର୍ବାଚିତ ହେବାପାଇଁ ଯୋଗ୍ୟ ହୋଇଥ‌ିବେ ।
    (d) ସେ କେନ୍ଦ୍ର ବା ରାଜ୍ୟ ସରକାରରେ ବା ଏହି ସରକାରମାନଙ୍କ ଅଧୀନସ୍ଥ କୌଣସି ସଂସ୍ଥାରେ ବା ଅନୁଷ୍ଠାନରେ ଲାଭଜନକ ପଦବୀରେ ଅଧିଷ୍ଠିତ ହୋଇନଥ‌ିବେ ।
  • ରାଷ୍ଟ୍ରପତିଙ୍କର କାର୍ଯ୍ୟକାଳ ୫ ବର୍ଷ ।

୨। ରାଷ୍ଟ୍ରପତିଙ୍କର ଆର୍ଥିକ କ୍ଷମତାଗୁଡ଼ିକ କ’ଣ ?
Answer:

  • ରାଷ୍ଟ୍ରପତିଙ୍କ ପ୍ରାକ୍-ଅନୁମତି ବିନା କୌଣସି ଅର୍ଥ ଚିଠା ଆଇନ ଲୋକସଭାରେ ଆଗତ ହୋଇପାରିବ ନାହିଁ ।
  • ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭରେ ରାଷ୍ଟ୍ରପତି କେନ୍ଦ୍ର ଅର୍ଥମନ୍ତ୍ରୀଙ୍କଦ୍ୱାରା ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ସଂସଦରେ ଆଗତ କରନ୍ତି ।
  • ସେ ‘ଅର୍ଥ-ଆୟୋଗ’ ନିଯୁକ୍ତ କରନ୍ତି ଏବଂ ଏହାର ରିପୋର୍ଟକୁ ସଂସଦରେ ଉପସ୍ଥାପନ କରନ୍ତି ।
  • ରାଷ୍ଟ୍ରପତି ଭାରତର ମୁଖ୍ୟ ହିସାବରକ୍ଷକ ଓ ମହାସମୀକ୍ଷକଙ୍କ ରିପୋର୍ଟ ସଂସଦରେ ଆଗତ କରିଥା’ନ୍ତି ।
  • ଦେଶର ଆର୍ଥିକ ଦୁର୍ଦ୍ଦିନରେ ରାଷ୍ଟ୍ରପତି ‘ଆର୍ଥକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ।

୩ । ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁମାନଙ୍କୁ ନେଇ ଗଠିତ ? ପୂର୍ବରୁ ଏହାର ନାମ କ’ଣ ଥିଲା ? ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତିମାନେ କିପରି ନିଯୁକ୍ତ ହୁଅନ୍ତି ?
Answer:
ଗଠନ ପ୍ରକ୍ରିୟା :
ବର୍ତ୍ତମାନ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜଣେ ପ୍ରଧାନ ବିଚାରପତି ଓ ଅନ୍ୟ ୨୫ ଜଣ ବିଚାରପତିଙ୍କୁ ନେଇ ଗଠିତ ।

ପୂର୍ବନାମ :
ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟର ନାମ ଥିଲା ସଂଘୀୟ ନ୍ୟାୟାଳୟ ।

ନିଯୁକ୍ତି ପ୍ରକ୍ରିୟା :

  • ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । ସାଧାରଣତଃ ସର୍ବୋଚ୍ଚ ନ୍ୟାୟାଳୟର ବରିଷ୍ଠତମ ବିଚାରପତି ପ୍ରଧାନ ବିଚାରପତିରୂପେ ନିଯୁକ୍ତ ହୁଅନ୍ତି ।
  • ପ୍ରଧାନ ବିଚାରପତିଙ୍କ ନିଯୁକ୍ତିବେଳେ ରାଷ୍ଟ୍ରପତି ଆବଶ୍ୟକ ମନେକଲେ ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟ ବିଚାରପତି ଓ ରାଜ୍ୟ ଉଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କ ସହ ପରାମର୍ଶ କରିଥା’ନ୍ତି ।
  • ଅନ୍ୟ ବିଚାରପତିମାନଙ୍କୁ ନିଯୁକ୍ତି ଦେଲାବେଳେ ରାଷ୍ଟ୍ରପତି ସର୍ବୋଚ୍ଚ ନ୍ୟାୟାଳୟରେ ପ୍ରଧାମ ବିଚାରପତିଙ୍କ ସହ ପରାମର୍ଶ କରିଥାଆନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୪। ଅର୍ଥ-ବିଲ୍ କ’ଣ ? ସଂସଦର କେଉଁ ଗୃହରେ ଅର୍ଥ-ବିଲ୍‌ ପ୍ରଥମେ ଆଗତ ହୁଏ ? ଏଥ‌ିପାଇଁ କାହାର ପ୍ରାକ୍-ଅନୁମତି ଆବଶ୍ୟକ ? ଅର୍ଥ-ବିଲ୍ ଗୃହୀତ ହେବାପାଇଁ ରାଜ୍ୟସଭା କେଉଁ ଭୂମିକା ଗ୍ରହଣ କରେ ?
Answer:
ସଂଜ୍ଞା :
ସରକାରଙ୍କର ଆୟବ୍ୟୟ ସମ୍ପର୍କୀୟ ଓ ଅନ୍ୟାନ୍ୟ ଅର୍ଥ ସମ୍ବନ୍ଧୀୟ ବିଲ୍‌ଗୁଡ଼ିକୁ ଅର୍ଥ-ବିଲ୍ କୁହାଯାଏ ।

ଆଗତ :
ସଂସଦର ଲୋକସଭାରେ ଅର୍ଥ-ବିଲ୍ ପ୍ରଥମେ ଆଗତ ହୁଏ ।

ଅନୁମତି :
ଏଥପାଇଁ ରାଷ୍ଟ୍ରପତିଙ୍କ ପ୍ରାକ-ଅନୁମତି ଆବଶ୍ୟକ ।

ଭୂମିକା :

  • ଅର୍ଥ-ବିଲ୍ ଲୋକସଭାରେ ଗୃହୀତ ହେଲାପରେ ରାଜ୍ୟସଭାରେ ଗୃହୀତ ହେବାପାଇଁ ସେହି ଗୃହକୁ ପଠାଯାଏ । ରାଜ୍ୟସଭା ୧୪ ଦିନ ମଧ୍ୟରେ ଯଦି ବିଲ୍‌କୁ ଅନୁମୋଦନ କରି ଲୋକସଭାକୁ ନ ପଠାଏ, ତାହାହେଲେ ଅର୍ଥ- ବିଲ୍‌ ରାଜ୍ୟସଭାଦ୍ବାରା ଗୃହୀତ ହୋଇଛି ବୋଲି ଧରି ନିଆଯାଏ ।
  • ରାଜ୍ୟସଭା ଅର୍ଥ-ବିଲ୍‌କୁ ନାମଞ୍ଜୁର କିମ୍ବା ସଂଶୋଧ କରିପାରିବ ନାହିଁ ।

୫। ସଂସଦର ଆଇନ ପ୍ରଣୟନ କ୍ଷମତା ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ଦିଅ ।
Answer:

  • ସଂସଦ କେନ୍ଦ୍ର ତାଲିକା ଓ ଯୁଗ୍ମ ତାଲିକାଭୁକ୍ତ ସମସ୍ତ ବିଷୟରେ ଆଇନ ପ୍ରଣୟନ କରିଥାଏ ।
  • ଏତଦ୍‌ବ୍ୟତୀତ କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହେଲେ, ସେହି ରାଜ୍ୟ ପାଇଁ ଆବଶ୍ୟକୀୟ ଆଇନ ସଂସଦ ପ୍ରଣୟନ କରିଥାଏ ।

ଅର୍ଥବିଲ୍ :

  • ସାଧାରଣ ବିଲ୍ ଓ ଅର୍ଥ ସମ୍ବନ୍ଧୀୟ ବିଲ୍ ସଂସଦର ଉଭୟ ଗୃହରେ ନିର୍ଦ୍ଦିଷ୍ଟ ପଦ୍ଧତିରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କର ସମ୍ମତି ପ୍ରାପ୍ତ ହେଲା ପରେ ଆଇନରେ ପରିଣତ ହୁଏ ।
  • କେବଳ ଅର୍ଥବିଲ୍ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧ୍ଵ ।

ମିଳିତ ବୈଠକ :

  • କୌଣସି ସାଧାରଣ ବିଧେୟକ ଉପରେ ଲୋକସଭା ଓ ରାଜ୍ୟସଭା ମଧ୍ୟରେ ମତଭେଦ ସୃଷ୍ଟି ହେଲେ, ରାଷ୍ଟ୍ରପତିଙ୍କଦ୍ୱାରା ଉଭୟ ଗୃହର ମିଳିତ ବୈଠକ ଡକାଯାଏ ଓ ବାଚସ୍ପତି ସେଥୁରେ ସଭାପତିତ୍ବ କରନ୍ତି ।
  • ରାଷ୍ଟ୍ରପତିଙ୍କଦ୍ୱାରା ଜାରି ହୋଇଥ‌ିବା ଅଧ୍ୟାଦେଶ ଓ ଜରୁରୀକାଳୀନ ଘୋଷଣାନାମାକୁ ମଧ୍ଯ ସଂସଦ ଅନୁମୋଦନ କରିଥାଏ ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ପ୍ରତ୍ୟେକ ସରକାରର କେତୋଟି ଅଙ୍ଗ ଅଛି ଓ ସେଗୁଡ଼ିକ କ’ଣ ?
Answer:
ପ୍ରତ୍ୟେକ ସରକାରର ୩ଟି ଲେଖାଏଁ ଅଙ୍ଗ ଅଛି ? ସେଗୁଡ଼ିକ ହେଲା

  • କାର୍ଯ୍ୟପାଳିକା,
  • ବ୍ୟବସ୍ଥାପିକା,
  • ନ୍ୟାୟପାଳିକା ।

୨। ଭାରତର କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା କେଉଁମାନଙ୍କୁ ନେଇ ଗଠିତ ?
Answer:
ଭାରତର ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀପରିଷଦକୁ ନେଇ କେନ୍ଦ୍ରସ୍ତରୀୟ କାର୍ଯ୍ୟପାଳିକା ଗଠିତ ।

୩। ରାଷ୍ଟ୍ରପତି କେଉଁ ପଦାଧିକାରୀମାନଙ୍କୁ ବହିଷ୍କାର କରିଥାଆନ୍ତି ?
Answer:

  • ମହାଧ୍ଵବକ୍ତା
  • ରାଜ୍ୟପାଳ
  • କେନ୍ଦ୍ର ଲୋକସେବା ଆୟୋଗର ଅଧକ୍ଷ ଓ ଅନ୍ୟ ସଦସ୍ୟ
  • ସର୍ବୋଚ୍ଚ ନ୍ୟାୟାଳୟ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିବୃନ୍ଦ
  • ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ କେନ୍ଦ୍ର ମନ୍ତ୍ରିମଣ୍ଡଳର ଯେକୌଣସି ମନ୍ତ୍ରୀଙ୍କୁ ରାଷ୍ଟ୍ରପତି ବହିଷ୍କାର କରିଥାଆନ୍ତି ।

୪। କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରନ୍ତି ?
Answer:
ସଂସଦ ଅଧ‌ିବେଶନ ଚାଲୁନଥି ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ହଠାତ୍ ଆଇନ ପ୍ରଣୟନ କରିବାର ଆବଶ୍ୟକତା ପଡ଼େ, ତାହାହେଲେ ମନ୍ତ୍ରିମଣ୍ଡଳର ପରାମର୍ଶ କ୍ରମେ ରାଷ୍ଟ୍ରପତି ଅଧ୍ୟାଦେଶ ଜାରି କରିଥାଆନ୍ତି ।

୫। ରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ଭାରତର ରାଷ୍ଟ୍ରପତି ପରୋକ୍ଷଭାବେ ଲୋକମାନଙ୍କଦ୍ୱାରା ନିର୍ବାଚିତ ହୁଅନ୍ତି ।
  • ସଂସଦର ଉଭୟ ଗୃହ ଏବଂ ଦିଲ୍ଲୀ ଓ ପଣ୍ଡିଚେରୀ ସମେତ ସମସ୍ତ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚିତ ସଦସ୍ୟଙ୍କୁ ନେଇ ଗଠିତ ନିର୍ବାଚକ ମଣ୍ଡଳୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରନ୍ତି । ‘ଆନୁପାତିକ ପ୍ରତିନିଧ୍ୟ ଓ ଏକକ ହସ୍ତାନ୍ତରୀୟ ଗୋପନୀୟ ପସନ୍ଦଭିଭିକ ମତଦାନ ବା ଭୋଟପ୍ରଥା’ ପ୍ରଣାଳୀରେ ରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୬| ଆମ ସମ୍ବିଧାନରେ କେଉଁ ତିନିପ୍ରକାର ଜରୁରୀକାଳୀନ ପରିସ୍ଥିତିର ଉଲ୍ଲେଖ ରହିଛି ?
Answer:

  • ଜାତାୟ ଜରୁରୀ ପରିସ୍ଥିତି
  • କୌଣସି ରାଜ୍ୟରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାର ବିଫଳତା ବା ଅଚଳାବସ୍ଥା ସମ୍ପର୍କିତ ଜରୁରୀ ପରିସ୍ଥିତି
  • ଆର୍ଥକ ଜରୁରୀ ପରିସ୍ଥିତି

୭ । ମନ୍ତ୍ରୀପରିଷଦରେ ସାଧାରଣତଃ କେତେପ୍ରକାର ମନ୍ତ୍ରୀ ଥାଆନ୍ତି ? ସେଗୁଡ଼ିକ କ’ଣ ?
Answer:
ମନ୍ତ୍ରୀପରିଷଦରେ ସାଧାରଣତଃ 3 ପ୍ରକାର ମନ୍ତ୍ରୀ ଥାଆନ୍ତି; ଯଥା –

  • କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ
  • ରାଷ୍ଟ୍ରମନ୍ତ୍ରୀ
  • ଉପମନ୍ତ୍ରୀ

୮ | ବାଚସ୍ପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ଲୋକସଭାର ପ୍ରଥମ ବୈଠକରେ ଲୋକସଭାର ସଭ୍ୟମାନେ ନିଜ ଭିତରୁ ଜଣକୁ ବାଚସ୍ପତିଭାବେ ନିର୍ବାଚିତ କରିଥା’ନ୍ତି ।
  • ସାଧାରଣତଃ ବାଚସ୍ପତି ଶାସକ ଦଳର ଜଣେ ସଭ୍ୟ ହୋଇଥା’ନ୍ତ ।

୯। ‘ପ୍ରଶ୍ନୋତ୍ତର’ କାର୍ଯ୍ୟକ୍ରମ କହିଲେ କ’ଣ ବୁଝ ?
Answer:

  • ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସାଂସଦମାନେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଥାଆନ୍ତି । ଏଥିରେ ମନ୍ତ୍ରୀମାନେ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ବାଧ୍ୟ ।
  • ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାଂସଦମାନେ ମନ୍ତ୍ରିପରିଷଦ ଉପରେ ନିୟନ୍ତ୍ରଣ ଜାରି କରିଥା’ନ୍ତି ।

୧୦। ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ କେତେ ଭାଗରେ ବିଭକ୍ତ କରାଯାଇଛି ? ସେଗୁଡ଼ିକ କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟର କ୍ଷେତ୍ରାଧିକାରକୁ ୩ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା

  • ମୌଳିକ କ୍ଷେତ୍ରାଧିକାର
  • ଆବେଦନମୂଳକ କ୍ଷେତ୍ରାଧିକାର
  • ଉପଦେଶମୂଳକ କ୍ଷେତ୍ରାଧିକାର

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୧ । ସର୍ବୋଚ୍ଚ ନ୍ୟାୟାଳୟ କେତେଗୋଟି ନ୍ୟାୟିକ ଆଦେଶ ବା ପରମାଦେଶ ଜରିଆରେ ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି ? ସେଗୁଡ଼ିକ କ’ଣ ?
Answer:
ସର୍ବୋଚ୍ଚ ନ୍ୟାୟାଳୟ ୫ଗୋଟି ନ୍ୟାୟିକ ଆଦେଶ ଜରିଆରେ ନାଗରିକମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ସୁରକ୍ଷା ପ୍ରଦାନ କରିଥାଆନ୍ତି । ସେଗୁଡ଼ିକ ହେଲା –

  • ହାବିୟସ କର୍ପସ
  • ମାଣ୍ଡାମସ୍
  • ପ୍ରୋହିବିସନ
  • ସରସିଓରାରୀ
  • କୋଓ୍ବାରାଣ୍ଟୋ ।

୧୨ । ‘ନ୍ୟାୟିକ ପୁନରାବଲୋକନ’ କହିଲେ କ’ଣ ବୁଝ ?
Answer:

  • ସଂସଦ ବା ରାଜ୍ୟ ବିଧାନମଣ୍ଡଳଦ୍ଵାରା ପ୍ରଣୀତ ଆଇନ ବା କାର୍ଯ୍ୟପାଳିକାର ଆଦେଶନାମା ଯଦି ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲଂଘନ କରେ, ତାହାହେଲେ ସମ୍ବିଧାନର ରକ୍ଷାକର୍ତ୍ତାଭାବେ ସର୍ବୋଚ୍ଚ ନ୍ୟାୟାଳୟ ଉକ୍ତ ଆଇନ ଓ କାର୍ଯ୍ୟପାଳିକାର ଆଦେଶନାମାକୁ ଅଣସାମ୍ବିଧାନିକ ଘୋଷଣା କରି ଅସିଦ୍ଧ କରି ଦେଇଥାଆନ୍ତି ।
  • ଏହାକୁ ‘ନ୍ୟାୟିକ ପୁନରାବଲୋକନ’ କୁହାଯାଏ ।

୧୩ । ଝୁଲା ସଂସଦ କହିଲେ କ’ଣ ବୁଝ ? ସେ ସମୟରେ ରାଷ୍ଟ୍ରପତି କିପରି ପ୍ରଧାନମନ୍ତ୍ରୀ ଚୟନ କରିଥା’ନ୍ତି ?
Answer:

  • ସାଧାରଣ ନିର୍ବାଚନରେ ଯଦି କୌଣସି ଦଳ ଲୋକସଭାରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ ନ କରନ୍ତି, ତେବେ ସେହିଭଳି ପରିସ୍ଥିତିରେ ଏକ ଝୁଲା ସଂସଦ ସୃଷ୍ଟି ହୋଇଥାଏ ।
  • ଏଭଳି ପରିସ୍ଥିତିରେ ରାଷ୍ଟ୍ରପତି ନିଜର ବୁଦ୍ଧି, ବିବେକ, ଅଭିଜ୍ଞତା, ନିରପେକ୍ଷ ବିଚାରଶକ୍ତି, ରାଜନୈତିକ ନୈପୁଣ୍ୟ ଓ ଦୂରଦୃଷ୍ଟି ପ୍ରୟୋଗ କରି ଯେଉଁ ବ୍ୟକ୍ତି ସୁଦୃଢ଼ ସରକାର ଗଠନ କରିପାରିବେ ବୋଲି ଭାବନ୍ତି ତାଙ୍କୁ ପ୍ରଧାନମନ୍ତ୍ରୀ ରୂପେ ଚୟନ କରିଥା’ନ୍ତି ।

୧୪ । ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ କ’ଣ ହୁଏ ?
Answer:

  • ସଂସଦରେ ପ୍ରଧାନମନ୍ତ୍ରୀ ସଂଖ୍ୟାଗରିଷ୍ଠ ସମର୍ଥନ ହରାଇଲେ ଇସ୍ତଫା ପ୍ରଦାନ କରିବାକୁ ବାଧ୍ୟ ।
  • ଯଦି ପ୍ରଧାନମନ୍ତ୍ରୀ ସ୍ବତଃ ଇସ୍ତଫା ନ ଦିଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ବରଖାସ୍ତ କରିପାରିବେ ।

୧୫ । ମନ୍ତ୍ରୀମଣ୍ଡଳକୁ କିପରି ବରଖାସ୍ତ କରାଯାଇପାରେ ?
Answer:

  • ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରାଯାଇ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରାଯାଇପାରେ ।
  • ସଂସଦରେ ବଜେଟ୍ ଗୃହୀତ କରାଇ ନ ଦେଇ କିମ୍ବା କାଟ ପ୍ରସ୍ତାବ ଗୃହୀତ କରାଇ ମନ୍ତ୍ରୀମଣ୍ଡଳକୁ ବରଖାସ୍ତ କରାଯାଇପାରେ ।

୧୬ । ରାଷ୍ଟ୍ରପତି ଶାସନ କ’ଣ ? ଏହା ସମ୍ବିଧାନରେ କେଉଁ ଧାରାରେ ବର୍ଣ୍ଣିତ ହୋଇଛି ?
Answer:

  • କୌଣସି ରାଜ୍ୟରେ ସାମ୍ବିଧାନିକ ଶାସନ ବ୍ୟବସ୍ଥାର ବିପର୍ଯ୍ୟୟ ସମ୍ପର୍କିତ ଜରୁରୀ ପରିସ୍ଥିତି ଘୋଷଣାକୁ ରାଷ୍ଟ୍ରପତି ଶାସନ କୁହାଯାଏ ।
  • ଏହା ସମ୍ବିଧାନର ଧାରା ୩୫୬ ଅନୁସାରେ କାର୍ଯ୍ୟକାରୀ ହୋଇଥାଏ ।

୧୭ । କିଏ ସଂସଦର ମିଳିତ ଅଧୂବେଶନ ଡକାନ୍ତି ? ଏଥରେ କିଏ ସଭାପତିତ୍ବ କରନ୍ତି ?
Answer:

  • ରାଷ୍ଟ୍ରପତି ସଂସଦର ମିଳିତ ଅଧ୍ଶନ ଡକାନ୍ତି ।
  • ଲୋକସଭାର ବାଚସ୍ପତି ଏଥରେ ଅଧ୍ୟକ୍ଷତା କରନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୮ । କେନ୍ଦ୍ର କ୍ୟାବିନେଟ୍ କିପରି ଗଠିତ ହୁଏ ? ଏଥରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:

  • କେନ୍ଦ୍ର ମନ୍ତ୍ରୀମଣ୍ଡଳର କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀମାନଙ୍କୁ ନେଇ କେନ୍ଦ୍ର କ୍ୟାବିନେଟ୍ ଗଠିତ ହୁଏ ।
  • ଏଥୁରେ ପ୍ରଧାନମନ୍ତ୍ରୀ ଅଧ୍ଯକ୍ଷତା କରନ୍ତି ।

୧୯ । ଉପରାଷ୍ଟ୍ରପତି କିପରି ନିର୍ବାଚିତ ହୁଅନ୍ତି ?
Answer:

  • ସଂସଦର ଉଭୟ ଗୃହର ସମସ୍ତ ସଦସ୍ୟଙ୍କୁ ନେଇ ଗଠିତ ନିର୍ବାଚକମଣ୍ଡଳୀଦ୍ଵାରା ଉପରାଷ୍ଟ୍ରପତି ନିର୍ବାଚିତ ହୁଅନ୍ତି ।
  • ଆନୁପାତିକ ପସନ୍ଦଭିଭିକ ପ୍ରତିନିଧୂ ଏକକ ହସ୍ତାନ୍ତରୀୟ ଗୋପନୀୟ ଭୋଟଦାନ ପ୍ରଣାଳୀରେ ସେ ନିର୍ବାଚିତ ହୁଅନ୍ତି ।

୨୦ । ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ କୁହାଯାଏ କାହିଁକି ?
Answer:

  • ସର୍ବୋଚ୍ଚ ନ୍ୟାୟାଳୟର ରାୟ ଏବଂ ଆଦେଶନାମାଗୁଡ଼ିକୁ ଦେଶର ଅନ୍ୟ ସମସ୍ତ ଅଦାଲତ ମାନିବାକୁ ବାଧ୍ୟ । ସର୍ବୋଚ୍ଚ ନ୍ୟାୟାଳୟର ରାୟ ନିମ୍ନ ଅଦାଲତରେ ପ୍ରମାଣସ୍ବରୂପ ଦର୍ଶାଯାଇଥାଏ ।
  • ତେଣୁ ସର୍ବୋଚ୍ଚ ନ୍ୟାୟାଳୟକୁ ଅଭିଲେଖ ଅଦାଲତ କୁହାଯାଏ ।

୨୧ । କାଟ ପ୍ରସ୍ତାବ କ’ଣ ? ଏହା ଗୃହୀତ ନ ହେଲେ କ’ଣ ହୁଏ ?
Answer:

  • ବଜେଟ୍ ଆଲୋଚନାବେଳେ ବିରୋଧୀ ଦଳମାନେ ତିନିପ୍ରକାର କାଟ ପ୍ରସ୍ତାବ ଆଗତ କରି ମନ୍ତ୍ରୀମଣ୍ଡଳ ଉପରେ କରନ୍ତି ।
  • ସଂସଦରେ କାଟ ପ୍ରସ୍ତାବ ଗୃହୀତ ହେଲେ ମନ୍ତ୍ରୀମଣ୍ଡଳ ଭାଙ୍ଗିଯାଏ ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତରେ କେତୋଟି ରାଜ୍ୟ ଓ କେତେଗୋଟି କେନ୍ଦ୍ରଶାସିତ ଅଞ୍ଚଳ ରହିଛି ?
Answer:
ଭାରତରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ।

୨। କେଉଁ କାରଣରୁ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଏ ?
Answer:
ସମ୍ବିଧାନ ଭଙ୍ଗ ଅଭିଯୋଗରେ ରାଷ୍ଟ୍ରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଗତ କରାଯାଏ ।

୩ । ଲୋକସଭାରେ କେତେଜଣ ମନୋନୀତ ସଦସ୍ୟ ଅଛନ୍ତ ?
Answer:
ଲୋକସଭାରେ ୨ଜଣ ମନୋନୀତ ସଦସ୍ୟ ଅଛନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୪। ଓଡ଼ିଶାପାଇଁ ରାଜ୍ୟସଭାରେ କେତୋଟି ଆସନ ଅଛି ?
Answer:
ଓଡ଼ିଶାପାଇଁ ରାଜ୍ୟସଭାରେ ୧୦ଟି ଆସନ ରହିଛି ।

୫। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ କେତେବର୍ଷ ?
Answer:
ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୫ ବର୍ଷ ।

୬ | ଲୋକସଭା ଅଧିବେଶନ ବର୍ଷକୁ ଅନ୍ୟୁନ କେତେ ଥର ବସେ ?
Answer:
ଲୋକସଭା ଅଧ୍ବବେଶନ ବର୍ଷକୁ ଅନ୍ୟୁନ ଦୁଇଥର ବସେ ।

୭। ଲୋକସଭା ସାଂସଦ ହେବାପାଇଁ ସର୍ବନିମ୍ନ ବୟସ ସୀମା କେତେ ?
Answer:
ଲୋକସଭାର ସାଂସଦ ହେବାପାଇଁ ସର୍ବନିମ୍ନ ବୟସ ସୀମା ୨୫ ବର୍ଷ ।

୮ | ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କ ଅବସର ନେବାର ବୟସସୀମା କେତେ ବର୍ଷ ?
Answer:
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିଙ୍କର ଅବସର ନେବାର ବୟସ ସୀମା ୬୫ ବର୍ଷ ।

୯। ସାଂସଦମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ କ’ଣ କରନ୍ତି ?
Answer:
ସାଂସଦମାନେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଷୟରେ ପ୍ରଶ୍ନ ପଚାରି ଉତ୍ତର ପାଇଥାଆନ୍ତି ।

୧୦ । ସଂସଦର ମିଳିତ ଅଶନରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ସଂସଦର ମିଳିତ ଅଶନରେ ବାଚସତି ଅଧ୍ୟକ୍ଷତା କରନ୍ତି ।

୧୧ । ବାଚସ୍ପତିଙ୍କ ଅନୁପସ୍ଥିତିରେ କିଏ ଗୃହକାର୍ଯ୍ୟ ପରିଚାଳନା କରନ୍ତି ?
Answer:
ବାଚସ୍ପତିଙ୍କ ଅନୁପସ୍ଥିତିରେ ଉପବାଚସ୍ପତି ଗୃହକାର୍ଯ୍ୟ ପରିଚାଳନା କରନ୍ତି ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୨ । ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ କେବେ ଜନ୍ମ ନେଇଥିଲା ?
Answer:
୧୯୫୦ ମସିହା ଜାନୁୟାରୀ ୨୬ ତାରିଖ ଦିନ ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍‌କୋର୍ଟ ଜନ୍ମ ନେଇଥିଲା ।

୧୩ । ଆମ ଦେଶର ପ୍ରଥମ ନାଗରିକ କିଏ ?
Answer:
ରାଷ୍ଟ୍ରପତି ହେଉଛନ୍ତି ଆମ ଦେଶର ପ୍ରଥମ ନାଗରିକ ।

୧୪ । ଦେଶର ବାର୍ଷିକ ‘ଆୟବ୍ୟୟର ଅଟକଳ’ ସଂସଦରେ କିଏ ଆଗତ କରାନ୍ତି ?
Answer:
ରାଷ୍ଟ୍ରପତି କେନ୍ଦ୍ର ଅର୍ଥନ୍ତ୍ରୀଙ୍କଦ୍ବାରା ଦେଶର ବାର୍ଷିକ ଆୟବ୍ୟୟର ଅଟକଳ ସଂସଦରେ ଆଗତ କରାଇ ଥାଆନ୍ତି ।

୧୫। ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି କେଉଁଦିନ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ?
Answer:
ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି ଦିଲ୍ଲୀଠାରେ ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖରେ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ।

୧୬ । ସ୍ଵାଧୀନତା ଦିବସରେ କିଏ ଲାଲ୍‌କିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରିଥାଆନ୍ତି ?
Answer:
ସ୍ଵାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ‘ଜାତୀୟ ପତାକା’ ଉତ୍ତୋଳନ କରିଥାଆନ୍ତି ।

୧୭। ‘ସଂସଦ’ ବା ପାର୍ଲାମେଣ୍ଟ କାହାକୁ କୁହାଯାଏ ?
Answer:
କେନ୍ଦ୍ର ବ୍ୟବସ୍ଥାପିକା ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ ।

୧୮। କିଏ ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ?
Answer:
ପ୍ରଧାନମନ୍ତ୍ରୀ ହେଉଛନ୍ତି ଆମ ଦେଶର ସଂସଦୀୟ ଶାସନ ବ୍ୟବସ୍ଥାର ମେରୁଦଣ୍ଡ ।

୧୯। ‘ସାମୂହିକ ଉତ୍ତରଦାୟିତ୍ବ’ର ଅର୍ଥ କ’ଣ ?
Answer:
ସାମୂହିକ ଉତ୍ତର ଦାୟିତ୍ବର ଅର୍ଥ ହେଉଛି ଯେକୌଣସି ମନ୍ତ୍ରୀଙ୍କର ଦୋଷ, ତ୍ରୁଟି ପାଇଁ ସମଗ୍ର ମନ୍ତ୍ରୀପରିଷଦ ଉତ୍ତରଦାୟୀ ।

୨୦। କେଉଁ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ?
Answer:
‘ଅର୍ଥ ବିଲ୍’ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ।

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୧। ଦେଶର ଆର୍ଥିକ ଦୁର୍ଦ୍ଦିନରେ କିଏ ‘ଆର୍ଥିକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ?
Answer:
ଦେଶର ଆର୍ଥିକ ଦୁର୍ଦ୍ଦିନରେ ରାଷ୍ଟ୍ରପତି ‘ଆର୍ଥିକ ଜରୁରୀ ପରିସ୍ଥିତି’ ଘୋଷଣା କରିଥାଆନ୍ତି ।

୨୨। ‘ନୀତି ଆୟୋଗ’ର ଅଧ୍ୟକ୍ଷଭାବେ କିଏ କାର୍ଯ୍ୟ କରନ୍ତି ?
Answer:
ପ୍ରଧାନମନ୍ତ୍ରୀ ‘ନୀତି ଆୟୋଗ’ର ଅଧ୍ୟକ୍ଷଭାବେ କାର୍ଯ୍ୟ କରନ୍ତି ।

୨୩ । ‘ସଂସଦୀୟ ସଚିବ’ମାନଙ୍କୁ କିଏ ନିଯୁକ୍ତ କରିଥାଆନ୍ତି ?
Answer:
ସଂସଦୀୟ ସଚିବମାନଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତ କରିଥାଆନ୍ତି ।

୨୪ । ପୃଥ‌ିବୀର ପ୍ରଥମ ସଙ୍ଗୀୟ ରାଷ୍ଟ୍ର କିଏ ?
Answer:
ଯୁକ୍ତରାଷ୍ଟ୍ର ଆମେରିକା ପୃଥ‌ିବୀର ପ୍ରଥମ ସଂଘୀୟ ରାଷ୍ଟ୍ର ଅଟେ ।

A. ଶୂନ୍ୟସ୍ଥାନ ପୂରଣ କର ।

୧। ଭାରତ ଏକ ______________ ରାଷ୍ଟ୍ର ଅଟେ ।
Answer:
ସଂଘୀୟ

୨। _____________ ହେଉଛନ୍ତି ‘ନାମକୁ ମାତ୍ର କାର୍ଯ୍ୟପାଳିକା’ ।
Answer:
ରାଷ୍ଟ୍ରପତି

୩। ରାଷ୍ଟ୍ରପତି ଲୋକମାନଙ୍କଦୃାରା ______________ ଭାବରେ ନିର୍ବାଚିତ ହୁଅନ୍ତି ।
Answer:
ପରୋକ୍ଷ

୪ । ରାଷ୍ଟ୍ରପତି କାର୍ଯକାଳ ______________ ବର୍ଷ |
Answer:
୫ ବର୍ଷ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୫ । _____________ ଭାରତର ପ୍ରଥମ ରାଷ୍ଟ୍ରପତି ଥିଲେ ।
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୬ । ଆମ ସମ୍ବିଧାନ କେନ୍ଦ୍ର ସରକାରଙ୍କର ସମସ୍ତ କାର୍ଯ୍ୟପାଳିକା କ୍ଷମତା ଙ୍କ ହାତରେ ________________ ଙ୍କ ହାତରେ ନ୍ୟପ୍ତ କରିଅଛି ।
Answer:
ରାଷ୍ଟ୍ରପତି

୭। ପ୍ରଧାନମନୀଙ୍କ _______________ ନିଯୁକ୍ତ କରିଥାଆନ୍ତି ।
Answer:
ରାଷ୍ଟ୍ରପତି

୮| _______________ ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ ଅଟନ୍ତି ।
Answer:
ରାଷ୍ଟ୍ରପତି

୯। ପ୍ରତ୍ୟେକ ଆର୍ଥିକ ବର୍ଷର ପ୍ରାରମ୍ଭରେ ରାଷ୍ଟ୍ରପତି ______________ ଙ୍କଦ୍ବାରା ଦେଶର ବାର୍ଷିକ ‘ଆୟବ୍ୟୟର ଅଟକଳ’ ସଂସଦରେ ଆଗତ କରାଇଥାଆନ୍ତି ।
Answer:
କେନ୍ଦ୍ର ଆର୍ଥିମନ୍ତ।

୧୦| ________________ ଙ୍କ ‘ସମ୍ମତି’ ବିନା କୌଣସି ଚିଠା ଆଇନରେ ପରିଣତ ହୋଇପାରେ ନାହିଁ ।
Answer:
ରାଷ୍ଟ୍ରପତି

୧୧। ______________ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତକୁ କ୍ଷମା କରିପାରନ୍ତି ।
Answer:
ରାଷ୍ଟ୍ରପତି

୧୨ । ଦେଶର ଆଳଙ୍କାରିକ ମୁଖ୍ୟ ହିସାବରେ ରାଷ୍ଟ୍ରପତି _______________ ତାରିଖରେ · ଦିଲ୍ଲୀଠାରେ ଜାତୀୟ ପତାକା ଉତ୍ତୋଳନ କରିଥାଆନ୍ତି ।
Answer:
ଜାନୁୟାରୀ ୨୬

୧୩ । ରାଷ୍ଟ୍ରପତି ପଦପାଇଁ ପ୍ରାର୍ଥୀଙ୍କୁ ଅତି କମ୍ରେ __________________ ବର୍ଷ ବୟସ ହୋଇଥ‌ିବା ଉଚିତ୍ ।
Answer:
୩୫

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୪। _______________ ହେଉଛନ୍ତି ମନ୍ତ୍ରୀପରିଷଦର ମୁଖ୍ୟ ।
Answer:
ପ୍ରଧାନମନ୍ତ୍ରୀ

୧୫ । ରାଷ୍ଟ୍ରପତି ଏବଂ ମନ୍ତ୍ରୀମଣ୍ଡଳ ମଧ୍ୟରେ _______________ ହେଉଛନ୍ତି ଯୋଗସୂତ୍ର ରକ୍ଷାକାରୀ ।
Answer:
ପ୍ରଧାନମନ୍ତ୍ରୀ

୧୬। ________________ ଦିବସରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରନ୍ତି ।
Answer:
ସ୍ବାଧୀନତା

୧୭। ସମ୍ବିଧାନର ______________ ଧାରାରେ ପ୍ରଧାନମନ୍ତ୍ରୀଙ୍କର ମୁଖ୍ୟ କାର୍ଯ୍ୟାବଳୀ ସୂଚିତ ହୋଇଅଛି ।
Answer:
୭୮

୧୮। ______________ ସଭାକୁ ‘ସଂସଦ’ ବା ‘ପାର୍ଲାମେଣ୍ଟ’ କୁହାଯାଏ ।
Answer:
କେନ୍ଦ୍ର ବ୍ୟବସ୍ଥାପିକା

୧୯ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଲୋକସଭାର ସଭ୍ୟସଂଖ୍ୟା ସର୍ବାଧ‌କ _____________ ହୋଇପାରିବ ।
Answer:
୫୫୨

୨୦ । ବର୍ତ୍ତମାନ ଲୋକସଭାର ସଭ୍ୟସଂଖ୍ୟା ________________ ।
Answer:
୫୪୫

୨୧। _______________ ହେଉଛି ସଂସଦର ଉଚ୍ଚ ସଦନ ବା ଦ୍ବିତୀୟ ସଦନ ।
Answer:
ରାଜ୍ୟସଭା

୨୨। ରାଜ୍ୟସଭାର ସର୍ବାଧ‌କ ସଭ୍ୟସଂଖ୍ୟା _______________ ।
Answer:
୨୫୦

୨୩ । ବର୍ତ୍ତମାନ ରାଜ୍ୟସଭାର ସଭ୍ୟସଂଖ୍ୟା _______________ ।
Answer:
୨୪୫

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୪। ____________ କ୍ଷେତ୍ରରେ ଲୋକସଭାର କ୍ଷମତା ରାଜ୍ୟସଭାଠାରୁ ଅଧିକ ।
Answer:
ଅର୍ଥ ବିଲ୍

୨୫ । ଆମ ସମ୍ବିଧାନର _____________ ଧାରା ଅନୁଯାୟୀ ସମ୍ବିଧାନର ସଂଶୋଧନ ବ୍ୟବସ୍ଥା ସଂସଦଦ୍ୱାରା ହୋଇପାରିବ ।
Answer:
୩୬୮

୨୬ । ସଂସଦରେ ଆଗତ ପ୍ରସ୍ତାବିତ ଆଇନକୁ _____________ କୁହାଯାଏ ।
Answer:
ଚିଠା ଆଇନ

୨୭ । ଆମ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ______________ ଠାରେ ଅଛା ।
Answer:
ଦିଲ୍ଲୀ

୨୮ । ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ନାମ ଥିଲା _____________ ।
Answer:
ସଂଘୀୟ ନ୍ୟାୟାଳୟ

୨୯ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନେ ______________ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ।
Answer:
୬୫

୩୦ । ___________ ହେଉଛି ସମ୍ବିଧାନର ରକ୍ଷାକର୍ତ୍ତା ।
Answer:
ସର୍ବୋଚ୍ଚ ନ୍ୟାୟାଳୟ

୩୧ । ___________ ଭାରତର ପ୍ରଥମ ଉପରାଷ୍ଟ୍ରପତି ଥିଲେ ।
Answer:
ଡଃ ସର୍ବପଲ୍ଲୀ ରାଧାକୃଷ୍ଣନ୍

୩୨ । ___________ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ।
Answer:
ପଣ୍ଡିତ ଜବାହର ଲାଲ

୩୩ । ଲୋକସଭାର ପ୍ରଥମ ବାଚସ୍ପତି ______________ ଥିଲେ ।
Answer:
ଶ୍ରୀଯୁକ୍ତ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୩୪ । ସଂସଦର ଦୈନିକ ଅଧୂବେଶନର ପ୍ରଥମ ଘଣ୍ଟାକୁ ____________ କୁହାଯାଏ ।
Answer:
ପ୍ରଶ୍ନକାଳ

୩୫ । ବର୍ତ୍ତମାନ ଲୋକସଭାର କୋରମ ସଂଖ୍ୟା ____________ ।
Answer:
୫୫

୩୬ । ______________ ଜଣ ବ୍ୟକ୍ତିଙ୍କ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥାଆନ୍ତି ।
Answer:
୧୨

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ଭାରତର ସର୍ବୋଚ୍ଚ ଆଇନ ପ୍ରଣୟନକାରୀ ସଂସ୍ଥା କିଏ ?
(i) ସଂସଦ
(ii) ସର୍ବୋଚ୍ଚ ନ୍ୟାୟାଳୟ
(iii) ଉଚ୍ଚ ନ୍ୟାୟାଳୟ
(iv) ବିକାଶ ପରିଷଦ
Answer:
(i) ସଂସଦ

୨ । ନିମ୍ନୋକ୍ତ କିଏ କେନ୍ଦ୍ର କାର୍ଯ୍ୟପାଳିକାର ଅନ୍ତର୍ଭୁକ୍ତ ନୁହନ୍ତି ?
(i) ରାଷ୍ଟ୍ରପତି
(ii) ରାଜ୍ୟପାଳ
(iii) ପ୍ରଧାନମନ୍ତ୍ରୀ
(iv) ମନ୍ତ୍ରିମଣ୍ଡଳ
Answer:
(ii) ରାଜ୍ୟପାଳ

୩। ଓଡ଼ିଶାରୁ ଲୋକସଭାକୁ କେତେଜଣ ସଭ୍ୟ ନିର୍ବାଚିତ ହୋଇଯାଆନ୍ତି ?
(i)୨୦
(ii) ୨୧
(iii) ୨୨
(iv) ୨୩
Answer:
(ii) ୨୧

୪। କାହାର ପରାମର୍ଶରେ ରାଷ୍ଟ୍ରପତି ଲୋକସଭାକୁ ଭାଙ୍ଗି ଦେଇପାରନ୍ତି ?
(i) ଉପରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ବାଚସ୍ପତି
(iv) ମନ୍ତ୍ରିମଣ୍ଡଳ
Answer:
(iv) ମନ୍ତ୍ରିମଣ୍ଡଳ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୫। ଲୋକସଭା ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
(i) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iii) ରାଷ୍ଟ୍ରପତି
(iv) ବାଚସ୍ପତି
Answer:
(iv) ବାଚସ୍ପତି

୬। ରାଜ୍ୟସଭାର ମୋଟ ନିର୍ବାଚିତ ସଭ୍ୟସଂଖ୍ୟା କେତେ ?
(i) ୨୩୮
(ii) ୨୩୧
(iii) ୨୫୦
(iv) ୨୫୧
Answer:
(i) ୨୩୮

୭ । ରାଜ୍ୟସଭାର ସଭ୍ୟମାନଙ୍କର କାର୍ଯ୍ୟକାଳ କେତେବର୍ଷି ?
(i) ୩ ବର୍ଷ
(ii) ୫ ବର୍ଷ
(iii) ୬ ବର୍ଷ
(iv) ୭ ବର୍ଷ
Answer:
(iii) ୬ ବର୍ଷ

୮। କେତେବର୍ଷ ବ୍ୟବଧାନରେ ରାଜ୍ୟସଭାର ନିର୍ବାଚନ ଅନୁଷ୍ଠିତ ହୋଇଥାଏ ?
(i) ୧ ବର୍ଷ
(ii) ୨ ବର୍ଷ
(iii) ୩ ବର୍ଷ
(iv) ୫ ବର୍ଷ
Answer:
(ii) ୨ ବର୍ଷ

୯। ରାଜ୍ୟସଭା ନିମନ୍ତେ ପ୍ରାର୍ଥୀ ହେବାପାଇଁ ଜଣେ ବ୍ୟକ୍ତିଙ୍କୁ କେତେ ବର୍ଷ ହେବା ଆବଶ୍ୟକ ?
(i) ୨୫ ବର୍ଷ
(ii) ୩୦ ବର୍ଷ
(iii) ୩୫ ବର୍ଷ
(iv) ୪୦ ବର୍ଷ
Answer:
(ii) ୩୦ ବର୍ଷ

୧୦ । ଅର୍ଥ ବିଲ୍ ସର୍ବାଧ୍ଵ କେତେଦିନ ରାଜ୍ୟସଭାରେ ରହିପାରେ ?
(i) ୧୦ ଦିନ
(ii) ୧୪ ଦିନ
(iii) ୨୦ ଦିନ
(iv) ୨୪ ଦିନ
Answer:
(ii) ୧୪ ଦିନ

୧୧ । ନିମ୍ନୋକ୍ତ କେଉଁ ପ୍ରସ୍ତାବଦ୍ୱାରା ରାଷ୍ଟ୍ରପତିଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରାଯାଇ ପାରିବ ?
(i) ମୁଲତବୀ ପ୍ରସ୍ତାବ
(ii) ବହିଷ୍କାର ପ୍ରସ୍ତାବ
(iii) ଅନାସ୍ଥା ପ୍ରସ୍ତାବ
(iv) ମହାଭିଯୋଗ ପ୍ରସ୍ତାବ
Answer:
(iv) ମହାଭିଯୋଗ ପ୍ରସ୍ତାବ

୧୨ । ନିମ୍ନୋକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ କିଏ ରାଜ୍ୟସଭାରେ ଅଧ୍ୟକ୍ଷତା କରିଥା’ନ୍ତି ?
(i) ବାଚସ୍ପତି
(ii) ଉପରାଷ୍ଟ୍ରପତି
(iii) ଉପବାଚସ୍ପତି
(iv) ରାଷ୍ଟ୍ରପତି
Answer:
(ii) ଉପରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୩ । କାହାର ଲିଖ୍ ପରାମର୍ଶରେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିଥା’ନ୍ତି ?
(i) ବାଚସ୍ପତି
(ii) ମନ୍ତ୍ରିମଣ୍ଡଳ
(iii) ଲୋକସଭା
(iv) ପ୍ରଧାନମନ୍ତ୍ରୀ
Answer:
(ii) ମନ୍ତ୍ରିମଣ୍ଡଳ

୧୪। କେନ୍ଦ୍ର ସରକାରଙ୍କ ବାସ୍ତବ ଶାସନ ମୁଖ୍ୟ କିଏ ?
(i) ରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ବାଚସ୍ପତି
(iv) ଉପରାଷ୍ଟ୍ରପତି
Answer:
(ii) ପ୍ରଧାନମନ୍ତ୍ରୀ

୧୫ । ପ୍ରଧାନମନ୍ତ୍ରୀଙ୍କ ସହ ନିମ୍ନୋକ୍ତ କେଉଁମାନଙ୍କୁ ନେଇ କ୍ୟାବିନେଟ୍ ଗଠିତ ?
(i) କ୍ୟାବିନେଟ୍ ମନ୍ତ୍ରୀ
(ii) ଉପମନ୍ତ୍ରୀ
(iii) ରାଷ୍ଟ୍ରମନ୍ତ୍ରୀ
(iv) ବାଚସ୍ପତି
Answer:
(i) କ୍ୟାବିନେଟ୍ ମନ୍ତ୍ରୀ

୧୬ । ଭାରତର ବୈଦେଶିକ ନୀତି କିଏ ନିର୍ଦ୍ଧାରଣ କରିଥାଏ ?
(i) ମନ୍ତ୍ରିମଣ୍ଡଳ
(ii) ପ୍ରଧାନମନ୍ତ୍ରୀ
(iii) ରାଷ୍ଟ୍ରପତି
(iv) ବୈଦେଶିକ ବ୍ୟାପାର ମନ୍ତ୍ରୀ
Answer:
(i) ମନ୍ତ୍ରିମଣ୍ଡଳ

୧୭ । କୌଣସି ବ୍ୟକ୍ତି ସଂସଦରେ ସଭ୍ୟ ନ ଥାଇ ମନ୍ତ୍ରୀଭାବେ ନିଯୁକ୍ତି ପାଇଥିଲେ ତାଙ୍କୁ କେତେଦିନ ମଧ୍ୟରେ ସଂସଦର ସଭ୍ୟ ହେବାକୁ ପଡ଼ିବ ?
(i) ୩ ମାସ
(ii) ୬ ମାସ
(iii) ୫ ମାସ
(iv) ୧୦ ମାସ
Answer:
(ii) ୬ ମାସ

୧୮ । ଗୋଟିଏ ସରକାରୀ ବିଭାଗର ରାଜନୈତିକ ମଖ୍ୟ କିଏ ?
(i) ପ୍ରଧାନମନ୍ତ୍ରୀ
(ii) ରାଷ୍ଟ୍ରପତି
(iii) ବିଭାଗୀୟ ମନ୍ତ୍ରୀ
(iv) ବିଭାଗୀୟ ସଚିବ
Answer:
(iii) ବିଭାଗୀୟ ମନ୍ତ୍ରୀ

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୯। ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଉଚ୍ଚ ନ୍ୟାୟାଳୟରେ ଅନ୍ୟୁନ କେତେବର୍ଷ ଆଡ଼ଭୋକେଟ୍ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ?
(i) ୫ ବର୍ଷ
(ii) ୧୦ ବର୍ଷ
(iii) ୧୫ ବର୍ଷ
(iv) ୨୦ ବର୍ଷ
Answer:
(ii) ୧୦ ବର୍ଷ

୨୦ । ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?
(i) ୫୮ ବର୍ଷ
(ii) ୬୦ ବର୍ଷ
(iii) ୬୨ ବର୍ଷ
(iv) ୬୫ ବର୍ଷ
Answer:
(iv) ୬୫ ବର୍ଷ

୨୧ । ନିମ୍ନୋକ୍ତ ମଧ୍ଯରୁ କିଏ ମନ୍ତ୍ରିମଣ୍ଡଳ ଓ ରାଷ୍ଟ୍ରପତିଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରନ୍ତି ?
(i) ପ୍ରଧାନମନ୍ତ୍ରୀ
(ii) ଅର୍ଥମନ୍ତ୍ରୀ
(iii) ବୈଦେଶିକ ମନ୍ତ୍ରୀ
(iv) ଘରୋଇ ମନ୍ତ୍ରୀ
Answer:
(i) ପ୍ରଧାନମନ୍ତ୍ରୀ

୨୨ । ନିମ୍ନୋକ୍ତ ମଧ୍ଯରୁ କିଏ ରାଷ୍ଟ୍ରପତିଙ୍କର ମୁଖ୍ୟ ପରାମର୍ଶଦାତା ?
(i) ଉପରାଷ୍ଟ୍ରପତି
(ii) ପ୍ରଧାନମନ୍ତ୍ରୀ
(iii) ଘରୋଇ ସଚିବ
(iv) ବାଚସ୍ପତି
Answer:
(ii) ପ୍ରଧାନମନ୍ତ୍ରୀ

୨୩ । ରାଷ୍ଟ୍ରପତି ନିର୍ବାଚନରେ ନିମ୍ନୋକ୍ତ ମଧ୍ଯରୁ କେଉଁ ସଭାର ସଭ୍ୟମାନେ ଅଂଶଗ୍ରହଣ କରନ୍ତି ନାହିଁ ?
(i) ଲୋକସଭା
(ii) ରାଜ୍ୟସଭା
(iii) ବିଧାନ ପରିଷଦ
(iv) ବିଧାନସଭା
Answer:
(iii) ବିଧାନ ପରିଷଦ

୨୪ । ଲୋକସଭାର ସଭ୍ୟ ହେବାପାଇଁ ଜଣେ ବ୍ୟକ୍ତିଙ୍କର ସର୍ବନିମ୍ନ ବୟସ କେତେ ହେବା ଆବଶ୍ୟକ ?
(i) ୧୮ ବର୍ଷ
(ii) ୨୫ ବର୍ଷ
(iii) ୩୫ ବର୍ଷ
(iv) ୨୧ ବର୍ଷ
Answer:
(ii) ୨୫ ବର୍ଷ

୨୫ । କେତେଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ଲୋକସଭାକୁ ଆଙ୍ଗୋ ଭାରତୀୟ ସମ୍ପ୍ରଦାୟରୁ ମନୋନୀତ କରିପାରନ୍ତି ?
(i) ୨
(ii) ୪
(iii) ୩
(iv) ୫
Answer:
(i) ୨

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୨୬ । ନିମ୍ନୋକ୍ତ ମଧ୍ୟରୁ କେତେଜଣ ସଭ୍ୟଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ସଭ୍ୟରୂପେ ମନୋନୀତ କରନ୍ତି ?
(i) ୧୦
(ii) ୧୨
(iii) ୨୧
(iv) ୨୦
Answer:
(ii) ୧୨

୨୭ । ରାଷ୍ଟ୍ରପତିଙ୍କ ସ୍ଥାନ ଖାଲି ପଡ଼ିଲେ କିଏ ଅସ୍ଥାୟୀ ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥାଆନ୍ତି ।
(i) ପ୍ରଧାନମନ୍ତ୍ରୀ
(ii) ଉପରାଷ୍ଟ୍ରପତି
(iii) ବାଚସ୍ପତି
(iv) ଉପବାଚସ୍ପତି
Answer:
(ii) ଉପରାଷ୍ଟ୍ରପତି

C. ଗୋଟିଏ ଶବ୍ଦରେ ଉତ୍ତର ଦିଅ ।

୧। ବର୍ତ୍ତମାନ ଭାରତର ରାଜ୍ୟ ସଂଖ୍ୟା କେତେ ?
Answer:
୨୯ ଗୋଟି

୨। ଆମ ଦେଶରେ କେତୋଟି କେନ୍ଦ୍ରଶାସିତ ଅଞ୍ଚଳ ଅଛି ?
Answer:
୭ ଗୋଟି

୩ । ଭାରତର ୨୯ତମ ରାଜ୍ୟଟି କିଏ ?
Answer:
ତେଲେଙ୍ଗାନା

୪। ପୃଥ‌ିବୀର ପ୍ରଥମ ସଙ୍ଗୀୟ ରାଷ୍ଟ୍ର କିଏ ?
Answer:
ପୁକ୍ତରାଷ୍ର ଆମେରିକା

୫ । ଆମ ଦେଶର ପ୍ରଥମ ରାଷ୍ଟ୍ରପତି କିଏ ?
Answer:
ଡକ୍ଟର ରାଜେନ୍ଦ୍ର ପ୍ରସାଦ

୬ । ମହାଭିଯୋଗ ପ୍ରସ୍ତାବ କାହା ବିରୋଧରେ ଅଣାଯାଇଥାଏ ?
Answer:
ରାଷ୍ଟ୍ରପତି

୭ । ଆମର ପ୍ରଧାନମନ୍ତ୍ରୀଙ୍କୁ କି ନିଯୁକ୍ତି କରନ୍ତି ?
Answer:
ରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୮ | ଦେଶର ପ୍ରତିରକ୍ଷା ବାହିନୀର ସର୍ବୋଚ୍ଚ ସେନାଧ୍ୟକ୍ଷ କିଏ ?
Answer:
ରାଷ୍ଟ୍ରପତି

୯। ବର୍ତ୍ତମାନ ଭାରତର ରାଷ୍ଟ୍ରପତି କିଏ ?
Answer:
ଶ୍ରୀଯୁକ୍ତ ରାମନାଥ କୋବିନ୍ଦ

୧୦ । ଦେଶରେ ଜରୁରୀ ପରିସ୍ଥିତି କିଏ ଘୋଷଣା କରନ୍ତି ?
Answer:
ରାଷ୍ଟ୍ରପତି

୧୧ । କେନ୍ଦ୍ର ମନ୍ତ୍ରୀମଣ୍ଡଳର ମୁଖ୍ୟ କିଏ ?
Answer:
ପ୍ରଧାନମନ୍ତ୍ରୀ

୧୨। ‘ନୀତି ଆୟୋଗ’ର ଅଧ୍ୟକ୍ଷ କିଏ ?
Answer:
ପ୍ରଧାନମନ୍ତ୍ରୀ

୧୩। ଭାରତରେ ଭୋଟଦାନର ବୟସସୀମା କେତେ ?
Answer:
୧୮ ବର୍ଷ

୧୪। ଆମ ଦେଶର ପାର୍ଲିଆମେଣ୍ଟ ବା ସଂସଦ କେଉଁଠାରେ ଅଛି ?
Answer:
ନୂଆଦିଲ୍ଲୀ

୧୫ । ଲୋକସଭାର ଅଧ୍ୟକ୍ଷ କିଏ ?
Answer:
ବାଚସ୍ପତି

୧୬ । ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି ?
Answer:
ଉପରାଷ୍ଟ୍ରପତି

BSE Odisha 8th Class Political Science Important Questions Chapter 1 କେନ୍ଦ୍ର ସରକାର

୧୭ । କେଟି ଏକ ସ୍ଥାୟୀ ସଭା ଅଟେ ?
Answer:
ରାଜ୍ୟସଭା

୧୮। ଭାରତର ସର୍ବୋଚ୍ଚ ନ୍ୟାୟାଳୟ କେଉଁଠାରେ ଅବସ୍ଥିତ ?
Answer:
ନୂଆଦିଲ୍ଲୀ

୧୯। ଆମର ସର୍ବୋଚ୍ଚ ନ୍ୟାୟାଳୟର କେବେ ଜନ୍ମଲାଭ କରିଥିଲା ?
Answer:
୧୯୫୦ ମସିହା ଜାନୁୟାରୀ ୨୬

୨୦ । ବଜେଟ୍ ସଂସଦରେ କିଏ ଆଗତ କରନ୍ତି ?
Answer:
କେନ୍ଦ୍ର ଅର୍ଥମନ୍ତ୍ରୀ

୨୧ । ଆମ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନକୁ କ’ଣ କୁହାଯାଏ ?
Answer:
ରାଷ୍ଟ୍ରପତି ଭବନ

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

Odisha State Board BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ Textbook Exercise Questions and Answers.

BSE Odisha Class 7 History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୧। ତଳଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।
(କ) କପିଳେନ୍ଦ୍ରଦେବଙ୍କ ରାଜ୍ୟଜୟ ବିଷୟରେ ଲେଖ ।
Answer:
(i) ଓଡ଼ିଶାରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା କପିଳେନ୍ଦ୍ରଦେବ ଜଣେ ବିଖ୍ୟାତ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ ଥିଲେ ।
(ii) ସେ ବିଶାଳ ଗଜସେନାର ଅଧୂତି ଥ‌ିବାରୁ ‘ଗଜପତି’ ଏବଂ ଗୌଡ଼ର ସୁଲତାନଙ୍କୁ ପରାସ୍ତ କରି ‘ଗୌଡ଼େଶ୍ୱର’ ଉପାଧ୍ ଧାରଣ କରିଥିଲେ ।
(iii) ଦାକ୍ଷିଣାତ୍ୟରେ ସେ ବିଜୟନଗର ରାଜାଙ୍କୁ ପରାସ୍ତ କରି କର୍ଣାଟ ଅଞ୍ଚଳ ଅଧିକାର କରି ‘ନବକୋଟି କର୍ଣ୍ଣାଟ’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
(iv) ବାହମନୀର ସୁଲତାନଙ୍କୁ ପରାସ୍ତ କରି ଉକ୍ତ ରାଜ୍ୟର ରାଜଧାନୀ କଳବର୍ଗ ଅତ୍କାର କରିଥିଲେ ଓ ‘କଳବର୍ଗେଶ୍ଵର’ ଉପାଧ୍ରେ ଭୂଷିତ ହୋଇଥିଲେ ।
(v) ଏହି ସମସ୍ତ ରାଜ୍ୟ ଜୟକରି କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧ୍ ଧାରଣ କରିଥିଲେ ଓ ତାଙ୍କର ବିଶାଳ ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ କୃଷ୍ଣା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

(ଖ) ପ୍ରତାପରୁଦ୍ରଦେବ ଏବଂ କୃଷ୍ଣଦେବ ରାୟାଙ୍କ ମଧ୍ୟରେ ଥ‌ିବା ସଂପର୍କ ବିଷୟରେ ଲେଖ ।
Answer:
(i) ପ୍ରତାପରୁଦ୍ରଦେବଙ୍କ ସମୟରେ ଦାକ୍ଷିଣାତ୍ୟର ବିଜୟନଗର ରାଜ୍ୟର ରାଜା କୃଷ୍ଣଦେବ ରାୟା ପ୍ରବଳ ପ୍ରତାପୀ ହୋଇଉଠିଥିଲେ । ସେ ଉଦୟଗିରି ସମେତ ଓଡ଼ିଶାର ବହୁ ଅଞ୍ଚଳ ଅଧିକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(ii) ପ୍ରତାପରୁଦ୍ରଦେବ କୃଷ୍ଣଦେବ ରାୟାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ।
(iii) ସେ କୃଷ୍ଣଦେବ ରାୟାଙ୍କ ସହିତ ସନ୍ଧି ସ୍ଥାପନ କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥ‌ିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ି ଦେଇଥିଲେ ।
(iv) ସେ ତାଙ୍କ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ ଦେଇଥିଲେ ।
(v) ପ୍ରତାପରୁଦ୍ରଙ୍କ ପୁତ୍ର ବୀରଭଦ୍ରଙ୍କୁ କୃଷ୍ଣଦେବରାୟଙ୍କ ଦରବାରରେ ଜଣେ ସାଧାରଣ ଲୋକ ସହ ଅସୀ ଯୁଦ୍ଧ କରିବାକୁ କୁହାଯିବାରୁ ସେ ଅପମାନିତ ହୋଇ ନିଜ ତରବାରୀ ଛାତିରେ ବିଦ୍ଧ କରି ପ୍ରାଣତ୍ୟାଗ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଗ) ପ୍ରତାପରୁଦ୍ରଦେବଙ୍କ ସମୟରେ ସୃଷ୍ଟି ହୋଇଥ‌ିବା ସାହିତ୍ୟ ସଂପର୍କରେ ସୂଚନା ପ୍ରଦାନ କର ।
Answer:
(i) ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ ।
(ii) ସେ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ଏକ ଅମୂଲ୍ୟ ହିନ୍ଦୁ ଆଇନ ଗ୍ରନ୍ଥ ରଚନା କରିଥିଲେ
(iii) ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’ ଏବଂ ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ ରଚନା କରିଥିଲେ ।
(iv) କବି ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ରାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ପ୍ରତାପରୁଦ୍ରଙ୍କ ରାଜତ୍ଵ କାଳରେ ରଚନା କରିଥିଲେ ।
(v) ବହୁ କବି ଓ ପଣ୍ଡିତ ତାଙ୍କ ରାଜସଭା ମଣ୍ଡନ କରିଥିଲେ ।

(ଘ) ମୁକୁନ୍ଦ ହରିଚନ୍ଦନ ଓ ସୁଲେମାନ୍ କର୍‌ରାଣୀଙ୍କ ମଧ୍ୟରେ ହୋଇଥିବା ଯୁଦ୍ଧର ଫଳାଫଳ କ’ଣ ହେଲା ?
Answer:
(i) ୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗର ସୁଲତାନ ସୁଲେମାନ୍ କର୍‌ରାଣୀ ନିଜର ସୈନ୍ୟବାହିନୀକୁ ଦୁଇଭାଗରେ ବିଭକ୍ତ କରି ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ସୁଲେମାନ କର୍‌ରାଣୀଙ୍କ ସହ ଯୁଦ୍ଧ କରି ମୁକୁନ୍ଦଦେବ ପରାଜିତ ହୋଇଥିଲେ ।
(iii) କର୍‌ରାଣୀଙ୍କ ଅନ୍ୟ ଏକ ସୈନ୍ୟଦଳ ତାଙ୍କର ପୁତ୍ର ବାୟାଜିଦ୍ ଏବଂ ସେନାପତି କଳାପାହାଡ଼ଙ୍କ ନେତୃତ୍ବରେ

୨। ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ____________ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ।
(ମୁକୁନ୍ଦଦେବ, କପିଳେନ୍ଦ୍ରଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ )
Answer:
କପିଳେନ୍ଦ୍ରଦେବ

(ଖ) _____________ ରଚନା କରିଥିଲେ ।
(ବଳରାମ ଦାସ, ଅନନ୍ତ ଦାସ, ସାରଳା ଦାସ, ଜଗନ୍ନାଥ ଦାସ)
Answer:
ସାରଳା ଦାସ

(ଗ) _________________ କପିଳେନ୍ଦ୍ରଦେବଙ୍କ ଜ୍ୟେଷ୍ଠପୁତ୍ର ।
(ପୁରୁଷୋତ୍ତମଦେବ, ପ୍ରତାପରୁଦ୍ରଦେବ, ହମ୍ଭୀର, ସାଲ୍ସ ନରସିଂହ)
Answer:
ହମ୍ବୀର

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଘ) ‘ଆଭିନବ ଗୀତଗୋବିଦ’ ର ରଚୟିତା ________________ ।
(ପ୍ରତାପରୁଦ୍ରଦେବ, କବିଚନ୍ଦ୍ର ରାୟ ଦିବାକର, ପୁରୁଷୋତ୍ତମଦେବ, ସାରଳା ଦାସ)
Answer:
ପୁରୁଷୋତ୍ତମଦେବ

(ଙ) _______________ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ।
(ପ୍ରତାପରୁଦ୍ରଦେବ, ଗୋବିନ୍ଦ ବିଦ୍ୟାଧର, କପିଳେନ୍ଦ୍ରଦେବ, ମୁକୁନ୍ଦ ହରିଚନ୍ଦନ)
Answer:
ମୁକୁନ୍ଦ ହରିଚନ୍ଦନ

୩ । ‘କ’ ସ୍ତମ୍ଭର ଖ୍ରୀଷ୍ଟାବ୍ଦ ସହିତ ‘ଖ’ ସ୍ତମ୍ଭର ଘଟଣାକୁ ଗାର ଟାଣି ଯୋଡ଼ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୪। ସଂକ୍ଷିପ୍ତ ଟପ୍ପଣୀ ଲେଖ ।
(କ) କପିଳାବ୍ଦ :
Answer:
(i) କପିଳେନ୍ଦ୍ରଦେବ ୧୪୩୫ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।
(ii) ସେ ସେହିବର୍ଷ କପିଳାବ୍ଦ ନାମକ ଏକ ନୂତନ ଅବ୍ଦ ପ୍ରଚଳନ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଖ) ସାଲ୍ସ ନରସିଂହ :
Answer:
(i) ସାଲ୍ସ ନରସିଂହ ଉଦୟଗିରିର ରାଜା ଥିଲେ । ସେ ଦକ୍ଷିଣ ଓଡ଼ିଶାର କେତେକ ଦୁର୍ଗ ଅଧିକାର କରିଥିଲେ ।
(ii) ପୁରୁଷୋତ୍ତମଦେବ ବିଶାଳ ସୈନ୍ୟବାହିନୀ ସହ ଅଗ୍ରସର ହୋଇ ସାଲ୍ସ ନରସିଂହଙ୍କୁ ଯୁଦ୍ଧରେ ପରାଜିତ କରି ଉଦୟଗିରି ରାଜ୍ୟ ଅଧ୍ବକାର କରିଥିଲେ ।
(iii) ସାଲ୍ସ ନରସିଂହ ପୁରୁଷୋତ୍ତମଦେବଙ୍କ ସହିତ ସନ୍ଧି କରିଥିଲେ ଏବଂ ନିଜର କନ୍ୟାଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।

(ଗ) କୃଷ୍ଣଦେବ ରାୟା :
Answer:
(i) କୃଷ୍ଣଦେବ ରାୟା ବିଜୟନଗର ରାଜ୍ୟର ରାଜା ଥିଲେ । ସେ ଉଦୟଗିରି ସମେତ ଓଡ଼ିଶାର ବହୁ ଅଞ୍ଚଳ ଅସ୍ଵୀକାର କରି ସୀମାଚଳମ୍ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(ii) ପ୍ରତାପରୁଦ୍ରଦେବ ତାଙ୍କର ଗତିରୋଧ କରି ପରାଜିତ ହୋଇଥିଲେ ।
(iii) ସେ କୃଷ୍ଣଦେବ ରାୟାଙ୍କ ସହିତ ସନ୍ଧି କରି ତାଙ୍କୁ ଗୋଦାବରୀ ନଦୀର ଦକ୍ଷିଣକୁ ଥ‌ିବା ଓଡ଼ିଶା ରାଜ୍ୟର ଅଞ୍ଚଳ ଛାଡ଼ିଦେବା ସହିତ ନିଜ କନ୍ୟା ଜଗନ୍ମୋହିନୀଙ୍କୁ ତାଙ୍କ ସହ ବିବାହ କରାଇଥିଲେ ।

(ଘ) ହୁସେନ ଶାହା :
Answer:
(i) ଆଲ୍ଲାଉଦ୍ଦିନ୍ ହୁସେନ ଶାହ ବଙ୍ଗର ସୁଲତାନ ଥିଲେ । ଓଡ଼ିଶାର ରାଜା ପ୍ରତାପରୁଦ୍ରଦେବ ଦାକ୍ଷିଣାତ୍ୟରେ ବିଜୟନଗର ସହିତ ଯୁଦ୍ଧରତ ଥିଲାବେଳେ ସେ ଓଡ଼ିଶା ଆକ୍ରମଣ କରିଥିଲେ ।
(ii) ତାଙ୍କ ସୈନ୍ୟମାନେ ପୁରୀ ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(iii) ଏହି ସମ୍ବାଦ ପାଇ ପ୍ରତାପରୁଦ୍ରଦେବ ଦାକ୍ଷିଣାତ୍ୟରୁ ଫେରି ଶତ୍ରୁ ସୈନ୍ୟମାନଙ୍କୁ ଓଡ଼ିଶାରୁ ତଡ଼ି ଦେଇଥିଲେ ।

(ଙ) ପ୍ରତାପରୁଦ୍ରଦେବ ସାହିତ୍ୟ।ନୁରାଗ :
Answer:
(i) ପ୍ରତାପରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ ।
(ii) ସେ ସଂସ୍କୃତ ଭାଷାରେ ‘ସରସ୍ଵତୀ ବିଳାସ’ ନାମକ ଏକ ଅମୂଲ୍ୟ ହିନ୍ଦୁ ଆଇନ ଗ୍ରନ୍ଥ ରଚନା କରିଥିଲେ ।
(iii) ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’, ବଳରାମ ଦାସ ‘ଦାଣ୍ଡୀ ରାମାୟଣ’ କରିଥିଲେ ।

(ଚ) ଗିୟାସୁଦ୍ଦିନ୍ ଜଲାଲ ଶାହା :
Answer:
(i) ଗିୟାସୁଦ୍ଦିନ୍ ଜଲାଲ ଶାହା ବଙ୍ଗର ସୁଲତାନ ଥିଲେ ।
(ii) ସେ ୧୫୬୦ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ଆକ୍ରମଣ କରି ଯାଜପୁର ପର୍ଯ୍ୟନ୍ତ ଅଗ୍ରସର ହୋଇଥିଲେ ।
(iii) ମୁକୁନ୍ଦଦେବ ଗିୟାସୁଦ୍ଦିନଙ୍କୁ ପରାସ୍ତ କରି ଓଡ଼ିଶା ସାମ୍ରାଜ୍ୟର ସୀମାକୁ ଗଙ୍ଗାନଦୀ ପର୍ଯ୍ୟନ୍ତ ବିସ୍ତାର
(iv) ଏହି ବିଜୟର ସ୍ମୃତି ସ୍ଵରୂପ ସେ ହୁଗୁଳି ଜିଲ୍ଲାର ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

(ଛ) ଗୋହିରୀଟିକିରା :
Answer:
(i) ଗୋହିରୀଟିକିରା ଯାଜପୁର ନିକଟବର୍ତ୍ତୀ ଏକ ସ୍ଥାନ । ଏହି ସ୍ଥାନରେ ମୁକୁନ୍ଦଦେବ ଓ ସାରଙ୍ଗଗଡ଼ର ସାମନ୍ତ ରାଜା ରାମଚନ୍ଦ୍ର ଭଞ୍ଜଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ।
(ii) ଏହି ଯୁଦ୍ଧରେ ମୁକୁନ୍ଦଦେବ ନିହତ ହୋଇଥିଲେ ।
(iii) ମୁକୁନ୍ଦଦେବଙ୍କ ମୃତ୍ୟୁ ଫଳରେ ଓଡ଼ିଶାର ସ୍ଵାଧୀନତା ଲୋପ ପାଇଥିଲା ।

୫। ରେଖାଙ୍କିତ ପଦଗୁଡ଼ିକୁ ପରିବର୍ତ୍ତନ ନ କରି ଭ୍ରମ ସଂଶୋଧନ କର ।
(କ) ପୁରୁଷୋଉମଦେବ ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହୋଇଥିଲେ ।
Answer:
କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହୋଇଥିଲେ ।

(ଖ) ରାୟ ରାମାନନ୍ଦ କପିଳେଶ୍ଵରଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।
Answer:
ହମ୍ଭୀର କପିଳେନ୍ଦ୍ରଦେବଙ୍କର ଜ୍ୟେଷ୍ଠପୁତ୍ର ଥିଲେ ।

(ଗ) ‘ଚଣ୍ଡୀ ପୁରାଣ’ ଏବଂ ଓଡ଼ିଆ ‘ମହାଭାରତ’ ବଳରାମ ଦାସଙ୍କଦ୍ୱାରା ରଚିତ ହୋଇଥିଲା ।
Answer:
‘ଚଣ୍ଡୀପୁରାଣ’ ଏବଂ ଓଡ଼ିଆ ‘ମହାଭାରତ’ ସାରଳା ଦାସଙ୍କଦ୍ଵାରା ରଚିତ ହୋଇଥିଲା ।

(ଘ) ପ୍ରତାପରୁଦ୍ରଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀଘାଟ ନିର୍ମାଣ କରିଥିଲେ ।
Answer:
ମୁକୁନ୍ଦଦେବ ଗଙ୍ଗାନଦୀ କୂଳରେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ।

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୬। କପିଳେନ୍ଦ୍ରଦେବ ‘ଗଜପତି ଗୌଡ଼େଶ୍ଵର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ଧରେ ଭୂଷିତ ହେବାର କାରଣ କ’ଣ ?
Answer:
(i) କପିଳେନ୍ଦ୍ରଦେବ ବିଶାଳ ଗଜ (ହସ୍ତୀ) ସେନାର ଅଧୂପତି ଥ‌ିବାରୁ ଗଜପତି ଉପାଧ୍ଧରେ ଭୂଷିତ ହୋଇଥିଲେ ।
(ii) ସେ ଗୌଡ଼ (ବଙ୍ଗ)ର ସୁଲତାନଙ୍କୁ ପରାଜିତ କରି ଗୌଡ଼େଶ୍ଵର ଉପାଧିରେ ଭୂଷିତ ହୋଇଥିଲେ ।
(iii) ସେ ଦାକ୍ଷିଣାତ୍ୟର ଶକ୍ତିଶାଳୀ ବିଜୟନଗରର ରାଜାଙ୍କୁ ପରାସ୍ତ କରି କର୍ଣ୍ଣାଟ ଅଞ୍ଚଳ (ବର୍ତ୍ତମାନର କର୍ଣ୍ଣାଟକ ରାଜ୍ୟ) ତଥା ବାହମନୀ ରାଜ୍ୟର ପ୍ରାଚୀନ ରାଜଧାନୀ କଳବର୍ଗ (ଗୁଲବର୍ଗା) ଜୟ କରିଥିବାରୁ ‘ନବକୋଟି କର୍ଣ୍ଣାଟ କଳବର୍ଗେଶ୍ଵର’ ଉପାଧ୍ ଧାରଣ କରିଥିଲେ ।

୭। ଓଡ଼ିଶାର ସୂର୍ଯ୍ୟବଂଶୀ ନରପତିମାନଙ୍କ ସମୟରେ ରଚିତ ହୋଇଥ‌ିବା ସାହିତ୍ୟକୃତିଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କର ।
(i) ସୂର୍ଯ୍ୟବଂଶୀ ନରପତି କପିଳେନ୍ଦ୍ରଦେବଙ୍କ ସମୟରେ ରଚିତ ହୋଇଥ‌ିବା ସାହିତ୍ୟ କୃତି :
(a) ପରଶୁରାମ ବିଜୟ (ସଂସ୍କୃତ ନାଟକ) — କପିଳେନ୍ଦ୍ରଦେବ
(b) ସଂକ୍ଷେପ ଶାରୀରିକ ବର୍ତିକା (ସଂସ୍କୃତ ଭାଷାରେ)— ନୃସିଂହ ବାଜପେୟୀ
(c) ମହାଭାରତ (ଓଡ଼ିଆ ଭାଷାରେ)– ଶୂଦ୍ରମୁନି ସାରଳା ଦାସ
(d) ଚଣ୍ଡୀପୁରାଣ (ଓଡ଼ିଆ ଭାଷାରେ)– ଶୂଦ୍ରମୁନି ସାରଳା ଦାସ

(ii) ପୁରୁଷୋତ୍ତମଦେବଙ୍କ ସମୟର ସାହିତ୍ୟ କୃତି :
Answer:
(a) ଅଭିନବ ଗୀତ ଗୋବିନ୍ଦ (ସଂସ୍କୃତ ଭାଷାରେ)— ପୁରୁଷୋତ୍ତମଦେବ

(iii) ପ୍ରତାପରୁଦ୍ରଦେବଙ୍କ ସମୟର ସାହିତ୍ୟ କୃତି :
Answer:
(a) ସରସ୍ଵତୀ ବିଳାସ (ସଂସ୍କୃତ ଭାଷାରେ, ହିନ୍ଦୁ ଆଇନ ଗ୍ରନ୍ଥ)– ପ୍ରତାପରୁଦ୍ରଦେବ
(b) ଭାଗବତ (ଓଡ଼ିଆ ଭାଷାରେ)— ଜଗନ୍ନାଥ ଦାସ
(c) (ଓଡ଼ିଆ ଭାଷାରେ)— ଜଗନ୍ନାଥ ଦାସ
(d) ଭକ୍ତି ଭାଗବତ — ଜୀବଦେ ଆଚାର୍ଯ୍ୟ
(e) ଜଗନ୍ନାଥ ବଲ୍ଲଭ (ନାଟକ) – ରାୟ ରାମାନନ୍ଦ

BSE Odisha 7th Class History Solutions Chapter 7 ଓଡ଼ିଶାରେ ସୂର୍ଯ୍ୟବଂଶୀ ନରପତିଗଣ

୮। ମୁକୁନ୍ଦ ହରିଚନ୍ଦନଙ୍କୁ କାହିଁକି ଓଡ଼ିଶାର ଶେଷ ସ୍ଵାଧୀନ ରାଜା ବୋଲି କୁହାଯାଏ ?
Answer:
(i) ମୁକୁନ୍ଦଦେବଙ୍କ ପରେ ଆଉ କୌଣସି ହିନ୍ଦୁ ରାଜା ସ୍ଵାଧୀନ ଭାବରେ ଓଡ଼ିଶାକୁ ଶାସନ କରି ନଥିଲେ ।
(ii) ମୁକୁନ୍ଦଦେବଙ୍କ ପରେ ଓଡ଼ିଶା ମୋଗଲ ଓ ବିଭିନ୍ନ ବୈଦେଶିକ ଶକ୍ତିର ଶାସନାଧୀନ ହୋଇଥିଲା ।
(iii) ତେଣୁ ମୁକୁନ୍ଦ ହରିଚନ୍ଦନଙ୍କୁ ଓଡ଼ିଶାର ଶେଷ ସ୍ଵାଧୀନ ରାଜା ବୋଲି କୁହାଯାଏ ।

୯। ଓଡ଼ିଆ ସାହିତ୍ୟ କପିଳେନ୍ଦ୍ରଦେବ ବା ପ୍ରତାପରୁଦ୍ରଙ୍କ ସମୟରେ ବେଶି ବିକଶିତ ହୋଇଥିଲା ? ପ୍ରମାଣ ସହିତ ଦର୍ଶାଅ ।
Answer:
(i) କପିଳେନ୍ଦ୍ରଦେବ କଳା ଓ ସାହିତ୍ୟର ପୃଷ୍ଠପୋଷକ ଥିବାରୁ ତାଙ୍କ ସମୟରେ ଓଡ଼ିଆ ସାହିତ୍ୟର ବିକାଶ ହୋଇଥିଲା । ସେ ନିଜେ ‘ପରଶୁରାମ ବିଜୟ’ ନାମ ନାଟକ ରଚନା କରିଥିଲେ ।
(ii) ତାଙ୍କ ସମୟରେ ନୃସିଂହ ବାଜପେୟୀ ସଂସ୍କୃତରେ ‘ସଂକ୍ଷେପ ଶାରୀରିକ ବର୍ତିକା’ ଏବଂ ଶୂଦ୍ରମୁନି ସାରଳା ଦାସ ଓଡ଼ିଆ ଭାଷାରେ ‘ମହାଭାରତ’ ଓ ‘ଚଣ୍ଡୀପୁରାଣ’ ରଚନା କରିଥିଲେ ।
(iii) ସେହିପରି ପ୍ରତାପୁରୁଦ୍ରଦେବ ଜଣେ ବିଶିଷ୍ଟ କବି ଓ ବିଦ୍ଵାନ୍ ଥିଲେ । ତାଙ୍କ ସମୟରେ ପଞ୍ଚସଖା କବିଙ୍କର ଆବିର୍ଭାବ ହୋଇଥ‌ିବାରୁ ଓଡ଼ିଆ ସାହିତ୍ୟର ବେଶୀ ବିକାଶ ହୋଇଥିଲା ।
(iv) ପ୍ରତାପରୁଦ୍ରଦେବ ନିଜେ ‘ସରସ୍ଵତୀବିଳାସ’ ନାମକ ହିନ୍ଦୁ ଆଇନ୍‌ଗ୍ରନ୍ଥ ରଚନା କରିଥିଲେ । ତାଙ୍କ ସମୟରେ ଜଗନ୍ନାଥ ଦାସ ଓଡ଼ିଆରେ ‘ଭାଗବତ’, ବଳରାମ ଦାସ ଓଡ଼ିଆରେ ‘ଦାଣ୍ଡୀ ରାମାୟଣ’, ଜୀବଦେବ ଆଚାର୍ଯ୍ୟ ‘ଭକ୍ତି ଭାଗବତ’ ଓ ରାୟ ନାମାନନ୍ଦ ‘ଜଗନ୍ନାଥବଲ୍ଲଭ’ ନାଟକ ରଚନା କରିଥିଲେ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

Odisha State Board BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ will enable students to study smartly.

BSE Odisha Class 10 Life Science Notes Chapter 8 ଶକ୍ତିର ଉତ୍ସ

→ଶକ୍ତିର ବର୍ଗୀକରଣ (Classification of Energy) :

  • ଶକ୍ତି ବିଭିନ୍ନ ପ୍ରକାରରେ ଉପଲବ୍ଧ ହୁଏ ଏବଂ ଏକ ପ୍ରକାରର ଶକ୍ତି ଅନ୍ୟ ବିଷୟବସ୍ତୁର ରୂପରେଖ ଏକ ପ୍ରକାର ଶକ୍ତିକୁ ରୂପାନ୍ତରିତ ହୋଇପାରେ ।
  • ଏକ ଉଚ୍ଚସ୍ଥାନରୁ ଏକ ପ୍ଲେଟ୍‌କୁ ତଳକୁ ପକାଇଲେ, ପ୍ଲେଟ୍‌ଟି ତଳେ ପଡ଼ିବା ବେଳେ ସେଥ‌ିରେ ଥ‌ିବା ସ୍ଥିତିଜ ଶକ୍ତି ସାଧାରଣତଃ ଶବ୍ଦ ଶକ୍ତିକୁ ରୂପାନ୍ତରିତ ହୋଇଥାଏ ।
  • ଏକ ମହମବତିକୁ ଜାଳିଲେ, ମହମରେ ଥ‌ିବା ରାସାୟନିକ ଶକ୍ତି ତାପଶକ୍ତିରେ ରୂପାନ୍ତରିତ ହୋଇଥାଏ ।
  • କାର୍ଯ୍ୟ କରିବାବେଳେ ବ୍ୟବହୃତ ଶକ୍ତି ରୂପାନ୍ତରିତ ହୁଏ ଏବଂ ବ୍ୟବହାର ପରେ ରୂପାନ୍ତରିତ ଶକ୍ତିକୁ ତାହାର ପୂର୍ବବର୍ତ୍ତୀ ରୂପକୁ ଫେରାଯାଇପାରେ ନାହିଁ ।

→ଉତ୍ତମ ଶକ୍ତି ଉତ୍ସର ସଂଜ୍ଞା :
1. ଶାରିରୀକ ପରିଶ୍ରମ ପାଇଁ ପେଶୀରେ ସଞ୍ଚ ଶକ୍ତି, ଯନ୍ତ୍ର ପରିଚାଳନା ପାଇଁ ବିଦ୍ୟୁତ୍ ଶକ୍ତି, ରାନ୍ଧିବାପାଇଁ ତାପ ଶକ୍ତି ବା ଅନ୍ୟ ଯେକୌଣସି ବ୍ୟବହାର ଉପଯୋଗୀ ଶକ୍ତି କୌଣସି ଏକ ଶକ୍ତି ଉତ୍ସରୁ ହିଁ ଆସିଥାଏ ।

ଯେଉଁ ଶକ୍ତି ଉତ୍ସ (କ) ପ୍ରତି ଘନଫଳ ବା ବସ୍ତୁତ୍ଵ ପ୍ରତି ଅଧ‌ିକ କାର୍ଯ୍ୟ କରିପାରେ, (ଖ) ସହଜରେ ଉପଲବ୍ଧ ହୋଇପାରେ, (ଗ) ସହଜରେ ସଂରକ୍ଷଣ କରାଯାଇପାରେ ଏବଂ (ଘ) ସର୍ବୋପରି କମ ବ୍ୟୟସାପେକ୍ଷ ହୋଇଥାଏ, ତାହାକୁ ଆମେ ଏକ ଉତ୍ତମ ଶକ୍ତି ଉତ୍ସ ବୋଲି କହିପାରିବା ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→ଶକ୍ତିର ଉତ୍ସ (Sources of Energy) :
ଲଭ୍ୟତା ଦୃଷ୍ଟିରୁ ଶକ୍ତିଉତ୍ସକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ, ଯଥା-
(କ) ନବୀକରଣଯୋଗ୍ୟ ବା ଅସରନ୍ତି ଶକ୍ତିଉତ୍ସ (Renewable source of energy)
(ଖ) ନବୀକରଣ ଅଯୋଗ୍ୟ ବା ସରନ୍ତି ଶକ୍ତିଉତ୍ସ (Non-renewable source of energy)

→ନବୀକରଣଯୋଗ୍ୟ ଶକ୍ତିଉତ୍ସ (Renewable source of energy) :

  • ଏହି ପ୍ରକାର ଶକ୍ତିଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ ସେ ସମସ୍ତ ଶକ୍ତିଉତ୍ସରୁ ବାରମ୍ବାର ଶକ୍ତି ମିଳିଥାଏ ।
  • ଏହି ପ୍ରକାର ଶକ୍ତିଉତ୍ସଗୁଡ଼ିକ ପ୍ରାୟ ଅସରନ୍ତି ଏବଂ ସେଗୁଡ଼ିକରେ ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ଥାଏ ।
  • ସୌରଶକ୍ତି, ଜୈବବସ୍ତୁତ୍ଵରୁ ଜାତ ଶକ୍ତି, ଜଳ ଶକ୍ତି, ବାୟୁ ଶକ୍ତି, ନାଭିକୀୟ ଶକ୍ତି, ଭୂତାପଜ ଶକ୍ତି ଓ ସମୁଦ୍ରତରଙ୍ଗଜାତ ଶକ୍ତି ଇତ୍ୟାଦି ଏ ପ୍ରକାର ଶକ୍ତିର ଉଦାହରଣ ଅଟନ୍ତି ।

(1) ସୂର୍ଯ୍ୟ ସକଳ ଶକ୍ତିର ଆଧାର :

  • ପୃଥ‌ିବୀ ପୃଷ୍ଠରେ ଯେତେପ୍ରକାର ଶକ୍ତି ଉପଲବ୍ଧ ହେଉଛି ସେଗୁଡ଼ିକର ମୂଳଉତ୍ସ ହେଉଛି ସୂର୍ଯ୍ୟ ।
  • ଜଳସ୍ରୋତ ଓ ବାୟୁ ସ୍ରୋତଠାରୁ ଆରମ୍ଭ କରି ବୃକ୍ଷଲତା ଇତ୍ୟାଦିରେ ଥ‌ିବା ଜୈବ ରାସାୟନିକ ଶକ୍ତି, ଜୀବାଶ୍ମ ଶକ୍ତି ଆଦି ସମସ୍ତ ଶକ୍ତି ସୌର ଶକ୍ତିରୁ ସୃଷ୍ଟି ହୋଇଥାଏ ।
  • ଏହି ପ୍ରକାର ଶକ୍ତିଉତ୍ସରୁ ଶକ୍ତି ବ୍ୟବହାର କଲାପରେ ପୁନର୍ବାର ସେହି ଉତ୍ସ । ସୃଷ୍ଟି କରିହୁଏ ବା ପ୍ରାକୃତିକ ଉପାୟରେ
  • ଏହି ପ୍ରକାର ଶକ୍ତିଉତ୍ସଗୁଡ଼ିକ ପ୍ରାୟ ଅସରନ୍ତି ଏବଂ ସେଗୁଡ଼ିକରେ ପ୍ରଚୁର ପରିମାଣରେ ଶକ୍ତି ଗଚ୍ଛିତ ଥାଏ । ହେତୁ ବାୟୁସ୍ରୋତ ସୃଷ୍ଟି ହୋଇଥାଏ ।
  • ବାୟୁସ୍ରୋତକୁ ବ୍ୟବହାର କରି ପବନ ଚକ୍ରିଠାରୁ ଆରମ୍ଭକରି ପାଲଟଣା ବୋଇତ ପ୍ରଭୃତି ଚଳାଇବା ସମ୍ଭବ ହୋଇଥାଏ ।
  • ବୃକ୍ଷଲତାରେ ଥ‌ିବା ଜୈବରାସାୟନିକ ଶକ୍ତି ସେମାନେ ଆଲୋକଶ୍ଳେଷଣ ପଦ୍ଧତିରେ ସୂର୍ଯ୍ୟାଲୋକରୁ ପାଇଥାନ୍ତି । ଏହି ଶକ୍ତିକୁ ଖାଦ୍ୟ-ଖାଦକ ଶୃଙ୍ଖଳରେ ଅନ୍ୟାନ୍ୟ ଜନ୍ତୁ ବିନିଯୋଗ କରିଥାନ୍ତି ।
  • ଏ ସବୁକୁ ବିଚାର କଲେ ଏଥୁରୁ ସ୍ପଷ୍ଟ ହୁଏ, ଯେ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଏବଂ ଅସରନ୍ତି ଶକ୍ତିର ଉତ୍ସ ଅଟନ୍ତି ।

(2) ସୌରଶକ୍ତି (Solar energy) :

  • ସୂର୍ଯ୍ୟ ପ୍ରାୟ ପାଞ୍ଚଶହ କୋଟି ବର୍ଷ ହେଲା ସୌରମଣ୍ଡଳକୁ ବିପୁଳ ଶକ୍ତି ଯୋଗାଇ ଆସୁଛି ଏବଂ ଆହୁରି ଅନେକ କୋଟି ବର୍ଷ ପର୍ଯ୍ୟନ୍ତ ସେହିପରି ଶକ୍ତି ଯୋଗାଉଥ‌ିବ ।
  • ଜଳସ୍ରୋତ ସାଧାରଣତଃ ସୂର୍ଯ୍ୟକିରଣ ପ୍ରଭାବରେ ଉତ୍ପନ୍ନ ହେଉଥ‌ିବା ବୃଷ୍ଟିପାତ ଯୋଗୁଁ ସମ୍ଭବ ହୋଇଥାଏ । ସୂର୍ଯ୍ୟକିରଣ ପ୍ରଭାବରେ ବାୟୁମଣ୍ଡଳର ବିଭିନ୍ନ ସ୍ଥାନ ସମାନଭାବେ ଉତ୍ତପ୍ତ ହେଉନଥ‌ିବାରୁ ବାୟୁଚାପରେ ପାର୍ଥକ୍ୟ ଅର୍ଥାତ୍ ଏକ ନିର୍ଦ୍ଦିଷ୍ଟ ପରିମାଣର ସୌରଶକ୍ତି ପୃଥ‌ିବୀକୁ ମିଳିଥାଏ । ଏହାକୁ ସୌର ପ୍ରବାହ କୁହାଯାଏ ।
  • ଏକ ମିନିଟ୍‌ରେ ପ୍ରତି ବର୍ଗ ସେ.ମି.କୁ ଏହାର ପରିମାଣ ହେଉଛି ପ୍ରାୟ 2 କ୍ୟାଲୋରୀ ଅଟେ ।
  • ଯେଉଁଶକ୍ତି ପୃଥ‌ିବୀପୃଷ୍ଠରେ ପହଞ୍ଚେ ତାର ପ୍ରାୟ ଅଧା ପୃଥ‌ିବୀ ଅବଶୋଷଣ କରେ ଏବଂ ଅବଶିଷ୍ଟ ପ୍ରତିଫଳିତ ଓ ବିକିରିତ ହୋଇ ମହାକାଶକୁ ଚାଲିଯାଏ । ଏହି ପ୍ରତିଫଳନକୁ ‘ଆଲ୍‌ବେଡ଼େ’ କୁହାଯାଏ ।

ଆମ ଦେଶ ବର୍ଷର ଅଧିକାଂଶ ସମୟରେ ପ୍ରଚୁର ସୌରଶକ୍ତି ଲାଭ କରିଥାଏ । ହିସାବରୁ ଜଣାଯାଏ ଯେ, ଏକ ବର୍ଷ ମଧ୍ୟରେ ଭାରତ ଯେଉଁ ସୌରଶକ୍ତି ଲାଭ କରିଥାଏ ତାହା 5000 ନିୟୁତ କିଲୋୱାଟ୍ ଆଓ୍ବାର ଶକ୍ତିଠାରୁ ଅଧୂକ । ନିର୍ମଳ ମେଘମୁକ୍ତ ଆକାଶରେ ପ୍ରତିଦିନ ପ୍ରାୟ 4 ରୁ 7 Kwh/m’ ଶକ୍ତି ମିଳିଥାଏ ।

  • ଏକ କଳାପୃଷ୍ଠ, ଧଳାପୃଷ୍ଠ ବା ପ୍ରତିଫଳନ କରୁଥିବା ପୃଷ୍ଠଠାରୁ ଅଧିକ ତାପ ଅବଶୋଷଣ କରେ ।
  • ସୌର କୁକର୍ ବା ଚୁଲା ଓ ସୌର ଜଳଉତ୍ତାପକର କାର୍ଯ୍ୟପଦ୍ଧତି ଏହି ନୀତି ଉପରେ ଆଧାରିତ ।

(3) ସୌରଚୁଲା :

  • ଯେଉଁ ଉପକରଣ ଦ୍ଵାରା ସୌରତାପରେ ରୋଷେଇ କରାଯାଏ, ତାହାକୁ ସୌରଚୁଲା କୁହାଯାଏ ।
  • ଏଥ‌ିରେ ସୌରତାପ ସିଧାସଳଖ ରୋଷେଇ ଦ୍ରବ୍ୟକୁ ଗରମ କରିଥାଏ ।

→କାର୍ଯ୍ୟ ପଦ୍ଧତି :
1. ଗୋଟିଏ ସୌରଚୁଲାର ପ୍ରଧାନ ଅଂଶଗୁଡ଼ିକ ହେଲା-ଆଧାରପାତ୍ର, ତାପଶୋଷୀ ଆଚ୍ଛାଦନ ଓ ପ୍ରତିଫଳକ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 1

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→(କ) ଆଧାର ପାତ୍ର :

  • ଏଥୁରେ ଜଳ ଓ ରନ୍ଧାଦ୍ରବ୍ୟ ରଖୁବାପାଇଁ ପାତ୍ରମାନ ଥାଏ ।
  • ଅଧିକ ତାପ ଅବଶୋଷଣ ପାଇଁ ଏହି ପାତ୍ରଗୁଡ଼ିକର ବାହାର ପାଖରେ କଳା ରଙ୍ଗର ପ୍ରଲେପ ଦିଆଯାଇଥାଏ । ବୃଦ୍ଧିପାଏ ।
  • ପାତ୍ରଦ୍ଵାରା ଅବଶୋଷିତ ତାପ ସହଜରେ କାଚ ଆବରଣରି ବାହାରକୁ ଯାଇପାରେ ନାହିଁ ।

→(ଗ) ପ୍ରତିଫଳକ :

  • ସୂର୍ଯ୍ୟକିରଣକୁ ସିଧା କିମ୍ବା ଅବତଳ ପ୍ରତିଫଳକ ସାହାଯ୍ୟରେ କେନ୍ଦ୍ରୀଭୂତ କରି ଆଧାର ପାତ୍ର ମଧ୍ୟକୁ ପକାଯାଏ ।
  • ଏହା ଅନନ୍ତ ଆକାଶକୁ ଯେତେ ଶକ୍ତି ବିକିରଣ କରେ ତାହାର ଅତ୍ୟନ୍ତ ସ୍ଵଭାଗ ପୃଥ‌ିବୀପୃଷ୍ଠରେ ପହଞ୍ଚିଥାଏ
  • ସାଧାରଣତଃ ଆଲୁମିନିୟମ୍ ଧାତୁ କିମ୍ବା କାଚରେ ପ୍ରତିଫଳକ ତିଆରି ହୋଇଥାଏ । ଅଧୂକ ପ୍ରତିଫଳନ ପାଇଁ ପ୍ରତିଫଳକର ଭିତରପୃଷ୍ଠକୁ ଅତି ମସୃଣ କରାଯାଇଥାଏ ।
  • ଅବସ୍ଥାନ ଅନୁସାରେ ଏହାକୁ ବିଭିନ୍ନ ଦିଗରେ ଘୂରାଇ ସୂର୍ଯ୍ୟକିରଣକୁ ଆଧାରପାତ୍ର ଉପରେ ଫୋକସ୍ କରାଯାଇଥାଏ । ଓ ରୋଷେଇ କରାଯାଏ ।

(4) ସୋଲାର ସେଲ୍ (Solar cell) :

  • ସୌରଶକ୍ତିକୁ ବିଦ୍ୟୁତ୍ ଶକ୍ତିରେ ପରିଣତ କରିବାପାଇଁ ବ୍ୟବହୃତ ଉପକରଣକୁ ସୌର ସେଲ୍ କୁହାଯାଏ ।
  • ଯାନବାହନ ଚଳାଇବାରେ ଏବଂ ରେଡ଼ିଓ ଓ ଟେଲିଭିଜନ୍‌ର ଯନ୍ତ୍ରପାତିରେ ଏହି ସୌର ସେଲ୍ ବ୍ୟବହାର କରାଯାଉଅଛି।

ସୌର ସେଲ୍ ଉପରେ ପ୍ରଥମ ସଫଳ ଗବେଷଣା 1954 ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ବେଲ୍‌ ଟେଲିଫୋନ୍ ପରୋକ୍ଷ ଉପାୟରେ ସୌର ତାପରେ ଜଳ ଗରମକରି ସେଥୁରୁ ସୃଷ୍ଟ ଜଳୀୟବାଷ୍ପ ସାହାଯ୍ୟରେ ଟରବାଇନ୍ ଘୂରାଇ ବିଦ୍ୟୁତ୍ ଉତ୍ପାଦନ କରିବା ସମ୍ଭବ ହେଲା ।

  • ସୌର ସେଲ୍‌ରେ ସୌରଶକ୍ତିର ସିଧାସଳଖ ବିନିଯୋଗ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିକରେ । ତେଣୁ ଏହି ପଦ୍ଧତିକୁ ଆଲୋକ ଭୋଲ୍‌ଟୀୟ ପ୍ରଭାବ କୁହାଯାଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 2

  • ଭୋଲ୍‌ଟୀୟ ସେଲ୍‌ରେ ଯେପରି ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିହୁଏ, ସେହି ପରି ଏକ ପ୍ରକ୍ରିୟାର ନାମକରଣ ଏହିପରି ହୋଇଅଛି ।
  • ସୌର ସେଲ୍‌ରେ N-ପ୍ରକାର ସିଲିକନ୍ କୁ P- ପ୍ରକାର ସିଲିକନ୍ ଉପରେ ଚପାଇ ରଖାଯାଏ ।
  • ସିଲିକନ୍ ସ୍ଫଟିକରେ ଆର୍ସେନିକ୍ ମିଶାଇ N- ପ୍ରକାର ସିଲିକନ୍ ହୁଏ ।
  • ସିଲିକନ୍ ସହିତ ମିଶିବା ବେଳେ ଗୋଟିଏ ଇଲେକଟ୍ରନ୍ ବଳି ପଡ଼େ ଓ ଏହି ମୁକ୍ତ ଇଲେକଟ୍ରନ୍ ଚାର୍ଜବାହକ ରୂପେ କାର୍ଯ୍ୟକରେ ।
  • ଏହା ବିଯୁକ୍ତ ଚାର୍ଜ ହୋଇଥବାରୁ ଏପରି ଆର୍ସେନିକ୍ ମିଶା ସିଲିକନ୍‌କୁ N-ପ୍ରକାର ସିଲିକନ୍‌ କୁହାଯାଏ ।
  • ପାତ୍ରଦ୍ୱାରା ଅବଶୋଷିତ ତାପ ସହଜରେ କାଚ ଆବରଣରି ବାହାରକୁ ଯାଇପାରେ ନାହିଁ ।
  • ସେହିପରି ଯଦି ସିଲିକନ୍‌ରେ ବୋରନ୍ ଖାଦ ମିଶିଥାଏ ତାହା P-ପ୍ରକାର ସିଲିକନ୍ ହୁଏ । N-ପ୍ରକାର ସିଲିକନ୍ ଓ P-ପ୍ରକାର ସିଲିକନ୍ ଉପରେ ସୂର୍ଯ୍ୟକିରଣ ପଡ଼ିଲେ ଯୁକ୍ତ ଓ ବିଯୁକ୍ତ ଅଗ୍ରମଧ୍ଯରେ ବିଭବାନ୍ତର ସୃଷ୍ଟିହୁଏ ।
  • ଉଭୟ ଅଗ୍ରକୁ ପରିବାହୀ ତାରଦ୍ଵାରା ସଂଯୋଗ କଲେ ବିଦ୍ୟୁତ୍ ପ୍ରବାହ ହୁଏ ।
  • ଏହି ଉପକରଣରେ ଆଲୋକ ପଡୁଥିବା ପର୍ଯ୍ୟନ୍ତ ବିଦ୍ୟୁତ୍ ପ୍ରବାହ ଚାଲୁରହେ । ଏହିପରି ଭାବରେ ସୌରସେଲ୍‌ରେ ସୌରଶକ୍ତି ବିଦ୍ୟୁତ୍ ଶକ୍ତିରେ ପରିଣତ ହୋଇଥାଏ ।
  • ଏକ ସୌରସେଲ୍ ଆଲୋକିତ ହେଲେ ପ୍ରାୟ 0.5 ରୁ 1.0V ପର୍ଯ୍ୟନ୍ତ ଭୋଲ୍ଟେଜ ସୃଷ୍ଟି କରିପାରେ ଏବଂ ପ୍ରାୟ 0.7 W ପର୍ଯ୍ୟନ୍ତ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରିପାରେ ।
  • ଅଧ୍ଵ ବିଦ୍ୟୁତ୍ ବିଭବାନ୍ତର ସୃଷ୍ଟିପାଇଁ ଗୁଡ଼ିଏ ସୌର ସେଲ୍‌କୁ ପଙ୍‌କ୍ତି ଓ ସ୍ତମ୍ଭରେ ସଜାଇ ସଂଯୁକ୍ତ କରାଯାଏ ଓ ଏହାକୁ ସୋଲାର ସେଲ୍ ପ୍ୟାନେଲ୍ କୁହାଯାଏ ।

ସୌରସେଲ୍ ତିଆରିପାଇଁ ବ୍ୟବହାର ହେଉଥ‌ିବା ବିଶେଷ ଧରଣର ସିଲିକନ୍ ସହଜରେ ଉପଲବ୍‌ଧ ହୁଏନାହିଁ । ସୌରସେଲ୍‌ର ସଂପୂର୍ଣ୍ଣ ତିଆରି ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ପ୍ୟାନେଲ୍ ପ୍ରସ୍ତୁତି ପାଇଁ ସେଲ୍ ଓ ସେଲ୍‌କୁ ଯୋଡ଼ିବାପାଇଁ ବ୍ୟବହୃତ ସିଲଭର ଏହି ଖର୍ଚ୍ଚକୁ ବହୁଗୁଣିତ କରିଥାଏ ।

→ପବନ ଶକ୍ତି (Wind energy) :

  • ପବନ ଶକ୍ତିର ବ୍ୟବହାର ଅତି ପ୍ରାଚୀନ । ପ୍ରାୟ ପାଞ୍ଚହଜାର ବର୍ଷପୂର୍ବେ ମିଶର (ଇଜିପ୍‌ଟ)ରେ ପବନଶକ୍ତି ବ୍ୟବହାର କରି ପାଲଟଣା ଡଙ୍ଗା ଚଳାଯାଉଥିଲା ।
  • ବହୁକାଳରୁ ସମୁଦ୍ରତଟ ଦେଶମାନଙ୍କରେ ପାଲଟଣା ଜାହାଜରେ ନୌବାଣିଜ୍ୟ ଚାଲୁଥିଲା । କାଳକ୍ରମେ ପବନ କଳ ସାହାଯ୍ୟରେ କାଠଚିରା, ଅଟାପେଷା, ତେଲପେଡ଼ା ଇତ୍ୟାଦି ଅନେକ କାର୍ଯ୍ୟ କରାଗଲା ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 3

  • ଭୂପୃଷ୍ଠ ବା ଜଳାଶୟ ସୂର୍ଯ୍ୟକିରଣ ଦ୍ବାରା ଅସନ୍ତୁଳିତ ଭାବେ ଗରମ ହେଲେ ସେ ସ୍ଥାନକୁ ପବନ ବହିବାକୁ ଆରମ୍ଭ କରେ । ବାୟୁର ଏହି ଗତିଜ ଶକ୍ତିକୁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବାପାଇଁ ବ୍ୟବହାର କରାଯାଇପାରେ ।
  • ପବନ କଳ ସାହାଯ୍ୟରେ ବାୟୁର ଗତିଜ ଶକ୍ତିକୁ ଉପଯୋଗ କରି ଜେନେରେଟର୍‌ (Generator) ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇଥାଏ ।
  • ଏହି କଳରେ କେତେଗୁଡ଼ିଏ ପ୍ରପେଲର୍ ଖଞ୍ଜା ଯାଇଥାଏ । ଏହାର ବ୍ୟାସ ପ୍ରାୟ ୪ ମିଟର ଅଟେ ।
  • ଏହି କଳକୁ ଏକ ଉଚ୍ଚ ଇସ୍ପାତ୍ ନିର୍ମିତ ଟାୱାର ଉପରେ ରଖାଯାଇଥାଏ । ବାୟୁ ପ୍ରବାହ ଯୋଗୁଁ ପ୍ରପେଲର୍ ଘୂରେ ଏବଂ ତତ୍‌ସହିତ ସଂଯୁକ୍ତ ଜେନେରେଟର୍‌କୁ ଘୂରାଏ । ଫଳତଃ ବିଦ୍ୟୁତ୍ ଶକ୍ତି ଉତ୍ପାଦନ ହୁଏ ।
  • ଡେନ୍‌ମାର୍କ ସରକାରଙ୍କ ସହାୟତାରେ ଓଡ଼ିଶା ସରକାର ପୁରୀ ସମୁଦ୍ରକୂଳରେ କେତେକ ପବନ କଳ ସ୍ଥାପନ କରିଛନ୍ତି । ଏଥୁରୁ ବାର୍ଷିକ ପ୍ରାୟ 5.5 ମେଗାଓ୍ବାଟ୍ ଶକ୍ତି ମିଳିପାରୁଛି । ସେହିପରି କୋଣାର୍କର ସମୁଦ୍ରକୂଳରେ ମଧ୍ୟ କେତେଗୁଡ଼ିଏ ପବନ କଳ ସ୍ଥାପନ କରାଯାଇଅଛି ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

ଡେନ୍‌ମାର୍କକୁ ‘ପବନର ଦେଶ’ ବୋଲି କୁହାଯାଏ । ଏହି ଦେଶର 25 ପ୍ରତିଶତରୁ ଅଧିକ ବିଦ୍ୟୁତ୍ ଶକ୍ତି ଚାହିଦା ପବନ କଳଦ୍ଵାରା ମେଣ୍ଟାଯାଇଥାଏ । ପବନ ଶକ୍ତିକୁ ବ୍ୟବହାର କରି ବିଦ୍ୟୁତ୍ ଉତ୍ପାଦନ କରିବାରେ ଜର୍ମାନୀର ବିନିଯୋଗ କରି ପ୍ରାୟ 45000 ମେଗାଓ୍ବାଟ୍ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ । ଭାରତର ବୃହତ୍ତମ ‘ପବନଶକ୍ତି କ୍ଷେତ୍ର’ କନ୍ୟାକୁମାରୀଠାରେ ସ୍ଥାପନ କରାଯାଇଛି ଏବଂ ଏଠାରେ ପ୍ରାୟ 380 ମେଗାଓ୍ବାଟ୍ ବିଦ୍ୟୁତ୍ ।

  • ଗୋଟିଏ ପବନ କଳରୁ ଉତ୍ପାଦିତ ଶକ୍ତି ଏତେ ଅଧିକ ନୁହେଁ । ତେଣୁ ଏକାସାଙ୍ଗରେ ଗୋଟିଏ ସ୍ଥାନରେ ଅନେକ ପବନ କଳ ସ୍ଥାପନ କରାଯାଇଥାଏ । ଏହାକୁ ପବନ ଶକ୍ତି କେନ୍ଦ୍ର ବା ପବନ ଶକ୍ତି କ୍ଷେତ୍ର କୁହାଯାଇଥାଏ । ଏହି କ୍ଷେତ୍ରଗୁଡ଼ିକର ସମୂହ ଶକ୍ତି ବ୍ୟାବସାୟିକ କ୍ଷେତ୍ରରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସହାୟକ ହୋଇଥାଏ ।

→ଜଳଶକ୍ତି (Hydro energy) :
1. ବାୟୁପରି ଜଳରୁ ମଧ୍ୟ ଶକ୍ତି ଉତ୍ପାଦନ କରି ବ୍ୟବହାର କରାଯାଇପାରୁଛି । ଏହାକୁ ଜଳଶକ୍ତି କୁହାଯାଏ । ନିମ୍ନୋକ୍ତ ପ୍ରକାରରେ ଜଳଶକ୍ତିକୁ ବ୍ୟବହାର କରାଯାଏ ।

→ଜୁଆର ଶକ୍ତି (Tidal energy) :

  • ପ୍ରଭାବ ଯୋଗୁଁ ସମୁଦ୍ରଜଳର ଉତ୍‌ଥାନ ପତନ ପରିଲକ୍ଷିତ ହୁଏ ଓ ଜୁଆର ସୃଷ୍ଟିହୁଏ । ସମୁଦ୍ରଜଳର ଉତ୍‌ଥାନପତନରୁ ଜୁଆର ଶକ୍ତିର ସୃଷ୍ଟି । ସମୁଦ୍ର ତଟବର୍ତ୍ତୀ ସ୍ଥାନରେ ପିଟି ହେଉଥ‌ିବା ଢେଉର ଶକ୍ତି ଯଥେଷ୍ଟ ଅଧିକ ।
  • 1961 ମସିହାରେ ଫରାସୀ ବୈଜ୍ଞାନିକମାନେ ଜୁଆରରୁ ଶକ୍ତି ସଂଗ୍ରହ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 4

  • ରାନ୍ସ ନଦୀ ମୁହାଣରେ ଜୁଆର ଓ ଭଟ୍ଟା ଦିନକ ମଧ୍ୟରେ ଦୁଇଥର ଜୁଆର ଓ ଭଟ୍ଟା ମଧ୍ୟରେ ଜଳପତ୍ତନର ଉଚ୍ଚତାରେ ପ୍ରାୟ 14 ମିଟର ପାର୍ଥକ୍ୟ ରହେ । ହୋଇଥାଏ । ସେହି ଜୁଆରରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।
  • ଜୁଆରଶକ୍ତି ସଂଗ୍ରହ ପାଇଁ ନଦୀ ମୁହାଣରେ ପ୍ରାୟ 20 କି.ମି. ଲମ୍ବର ଜଳାଶୟ ନିର୍ମାଣ କରାଯାଇ ସେଥ‌ିରେ ସ୍କୁ ଇସ୍ ଗେଟ୍ ଲଗାଯାଏ ।
  • ଉଚ୍ଚ ଜୁଆର ସମୟରେ ସେହି ଗେଟ୍‌ ଖୋଲିଦିଆଯାଏ । ଜଳାଶୟ ମଧ୍ୟକୁ ଜଳ ପ୍ରବେଶ କଲାପରେ ଗେଟ୍ ବନ୍ଦ କରାଯାଏ । ପରେ ଉଚ୍ଚପତ୍ତନରୁ ଜଳକୁ ନିୟନ୍ତ୍ରିତଭାବେ ସମୁଦ୍ରକୁ ଖଲାସ କରାଯାଏ ।
  • ଏହି ଖଲାସ ହେଉଥ‌ିବା ଜଳସ୍ରୋତରେ ଟର୍‌ବାଇନ୍ ଚଳାଇ ବିଦ୍ୟୁତଶକ୍ତି ଉତ୍ପାଦନ କରାଯାଏ ।
  • କରି ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ଏହା କରାଗଲେ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ ଓ ଜଳସେଚନରେ ଦେଶ ସମୃଦ୍ଧ ହୋଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 5

→ତରଙ୍ଗ ଶକ୍ତି (Wave energy) :

  • ଜୁଆର ପରି ଢେଉରେ ଥ‌ିବା ଗତିଜଶକ୍ତିକୁ ବିନିଯୋଗ କରି ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରିବ ।
  • ସମୁଦ୍ରର ଉପରିଭାଗରେ ପ୍ରବଳ ବାୟୁପ୍ରବାହରୁ ଢେଉର ସୃଷ୍ଟି । ଏହି ଢେଉଶକ୍ତିକୁ ସଂଗ୍ରହ କରି ଟର୍‌ବାଇନ୍ ଚଳାଇ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇପାରୁଛି ।

ଜଳବିଦ୍ୟୁତ୍ ଶକ୍ତି :
→ନଦୀବନ୍ଧ ଯୋଜନା (River dam project) :

  • ପକାଇ ଏକ ବୃହତ୍ ଜଳଭଣ୍ଡାର ସୃଷ୍ଟି କରାଯାଏ । ପରେ ଜଳକୁ ଉଚ୍ଚପତ୍ତନରୁ ନିମ୍ନ ପତ୍ତନକୁ ପ୍ରବଳ ବେଗରେ ଛଡ଼ାଯାଏ ।
  • ସେଥୁରୁ ସୃଷ୍ଟି ହେଉଥ‌ିବା ଜଳସ୍ରୋତର ବ୍ୟବହୃତ ହୁଏ ।
  • ଟର୍‌ବାଇନ୍ ସହ ସଂଯୁକ୍ତ ଜେନେରେଟରର ଆର୍ମେଚର ଘୂରିବା ଦ୍ବାରା ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୁଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 6

1948 ମସିହାରୁ ଭାରତ ସରକାର ଜଳବିଦ୍ୟୁତ୍ ଯୋଗାଣ ଆଇନ ପ୍ରଣୟନ କରିଛନ୍ତି । ଜଳ ବିଦ୍ୟୁତ୍ ଉତ୍ପାଦନ ଓ ବଣ୍ଟନ କାର୍ଯ୍ୟ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଛି । ଆମ ରାଜ୍ୟରେ ହୀରାକୁଦ, ମାଛକୁଣ୍ଡ, ବାଲିମେଳା, ରେଙ୍ଗାଲି, ଉପର କୋଲାବ, ଉପର ଇନ୍ଦ୍ରାବତୀ ଆଦି ଜଳବିଦ୍ୟୁତ୍ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି । ଜଳଶକ୍ତିର କ୍ଷମତା ଯଥେଷ୍ଟ ଅଧିକ । ଏହାକୁ ସହଜରେ ଅନ୍ୟ ଶକ୍ତିରେ ରୂପାନ୍ତରିତ କରାଯାଇପାରେ । କିନ୍ତୁ ସେ ଶକ୍ତିକୁ ସଫଳ ଉପାୟରେ ସଂଗ୍ରହ କରି ବ୍ୟାବସାୟିକ କ୍ଷେତ୍ରରେ ଉପଯୁକ୍ତ ଭାବରେ ବିନିଯୋଗ କରିପାରିଲେ ଶକ୍ତି ଚାହିଦା ପୂରଣ ହୋଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

→ସାମୁଦ୍ରିକ ତାପଜଶକ୍ତି (Ocean thermal energy) :

  • ସମୁଦ୍ରର ପୃଷ୍ଠଭାଗ ଓ ଆଭ୍ୟନ୍ତରୀଣ ଜଳମଧ୍ୟରେ ଥିବା ତାପମାତ୍ରାର ପ୍ରଭେଦକୁ ବ୍ୟବହାର କରି ଶକ୍ତି ସଂଗ୍ରହ କରାଯାଇପାରିବ । ସାଗର ବା ମହାସାଗରର ପୃଷ୍ଠଭାଗ ଜଳ ସୂର୍ଯ୍ୟତାପରେ ଉତ୍ତପ୍ତ ହୁଏ କିନ୍ତୁ ଅତି ଗଭୀରରେ ଥ‌ିବା ଜଳ ଅପେକ୍ଷାକୃତ ଥଣ୍ଡା ଥାଏ ।
  • ତାପଜ ଶକ୍ତି ରୂପାନ୍ତରଣ କେନ୍ଦ୍ର ମାନଙ୍କରେ ତାପଜ ଶକ୍ତିରେ ରୂପାନ୍ତରିତ କରାଯାଏ । ଏହି ପ୍ରକାର ଶକ୍ତିକୁ ସାମୁଦ୍ରିକ ତାପଜ ଶକ୍ତି କୁହାଯାଏ । ଏହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରୁଛି ।
  • ସମୁଦ୍ରର ପୃଷ୍ଠଭାଗ ଜଳ ଓ 2 କି.ମି. ଗଭୀର ଜଳ ମଧ୍ଯରେ ତାପମାତ୍ରାର ପାର୍ଥକ୍ୟ 20°C ବା 293°K ହେଲେ, ରୂପାନ୍ତରଣ ପାୱାର ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଥାଏ ।
  • ପୃଷ୍ଠଭାଗର ତାପ ତରଳ ଏମୋନିଆ ଓ କ୍ଲୋରୋଫ୍ଲୋରୋକାର୍ବନ (CFC)କୁ ବାଷ୍ପୀଭୂତ କରିବାରେ ବ୍ୟବହୃତ ହୁଏ । ପରେ ଏହି ବାଷ୍ପ ଜେନେରେଟର୍‌ର ଟର୍‌ବାଇନ୍ ଘୂରାଇବାରେ ସାହାଯ୍ୟ କରେ ।
  • ଅତି ଗଭୀରରେ ଥ‌ିବା ଥଣ୍ଡାଜଳକୁ ପମ୍ପସାହାଯ୍ୟରେ ଉପରକୁ ଉଠାଯାଇ ବାଷ୍ପକୁ ଥଣ୍ଡାକରି ପୁଣି ତରଳ ଅବସ୍ଥାକୁ ଅଣାଯାଏ ।
  • ଏହି ପ୍ରକ୍ରିୟାରେ ବର୍ଷର ସବୁ ସମୟରେ ଶକ୍ତି ଉପଲବ୍ଧ ହୋଇପାରେ । ଏଥିପାଇଁ ପବନର ଗତି ଉପରେ ନିର୍ଭର କରିବାକୁ ପଡ଼େନାହିଁ ।

→ଭୂତାପଜ ଶକ୍ତି (Geothermal energy) :

  • ପ୍ରକ୍ରିୟା ଦ୍ବାରା ନିୟନ୍ତ୍ରଣ କରି କରାଯାଇପାରେ । ଏହାକୁ ଭୂତାପଜ ଶକ୍ତି କୁହାଯାଏ ।
  • ଅତ୍ୟନ୍ତ ଉତ୍ତପ୍ତ । ଏହି ତାପରେ ତରଳ ଶିଳା କୁ ମା ମା କୁହାଯାଏ ।
  • ପରିବର୍ତ୍ତନ ଏହି ମା ମାକୁ ଉପରକୁ ଠେଲିଦିଏ । ଫଳରେ ରହି ଯାଏ । ଏହି ସ୍ଥାନ ଗୁ ଡ଼ି କୁ ‘ଉତ୍ତପ୍ତ ସ୍ଥାନ’ ବୋଲି କୁହାଯାଏ,

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 7

  • ଭୂତଳ ଜଳ ଉତ୍ତପ୍ତ ସ୍ଥାନମାନଙ୍କର ସଂସ୍ପର୍ଶରେ ଆସି ବାଷ୍ପରେ ପରିଣତ ହୁଏ । ସ୍ଥାନେ ସ୍ଥାନେ ଏହି ଉତ୍ତପ୍ତ ଜଳ ଫାଟ ପାଇ ଭୂପୃଷ୍ଠକୁ ଚାଲିଆସେ । ଏହାକୁ ଉଷ୍ଣ ପ୍ରସ୍ରବଣ କୁହାଯାଏ ।
  • ଶିଳାଖଣ୍ଡ ମଧ୍ୟରେ ରହି ଏହି ବାଷ୍ପ ଉଚ୍ଚ ଚାପ ସୃଷ୍ଟିକରେ । ଏହି ସ୍ଥାନ ପର୍ଯ୍ୟନ୍ତ ପାଇପ ଭର୍ତ୍ତି କରି ଏହି ବାଷ୍ପକୁ ସଂଗ୍ରହ କରାଯାଏ ।
  • ଅତ୍ୟଧ‌ିକ ଚାପରେ ଥ‌ିବା ଏହି ଜଳୀୟ ବାଷ୍ପ ଜେନେରେଟର୍‌ର ଟଇବାଇକୁ ଘୂରାଏ ଏବଂ ସେଥୁରୁ ବିଦ୍ୟୁତ୍ ଶକ୍ତି ଉତ୍ପାଦିତ ହୋଇଥାଏ ।
  • କେତେକ ସ୍ଥାନରେ ଜଳୀୟବାଷ୍ପ ଓ ଉତ୍ତପ୍ତ ଜଳ, ବିନା ପାଇପ୍‌ରେ ପୃଷ୍ଠଭାଗକୁ ଚାଲିଆସେ । ଏହାକୁ ବ୍ୟବହାର କରି ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇଥାଏ ।

ଅନ୍ୟ ଶକ୍ତି ତୁଳନାରେ ଭୂତାପଜ ଶକ୍ତି ଅଧ‌ିକ ଉପାଦେୟ ଅଟେ । ବର୍ଷର ସବୁ ସମୟରେ ଏହି ଶକ୍ତି ସଂଗ୍ରହ କରାଯାଇପାରେ । ଏହା ପରିବେଶ ପ୍ରଦୂଷଣ କରେନାହିଁ । ଅନ୍ୟ ଉପାୟରେ ଉତ୍ପାଦିତ ବିଦ୍ୟୁତଶକ୍ତି ତୁଳନାରେ ଏହି ଉପାୟରେ ଉତ୍ପାଦିତ ବିଦ୍ୟୁତଶକ୍ତି ନିମନ୍ତେ ଖର୍ଚ୍ଚ ଯଥେଷ୍ଟ କମ୍ । ନିଉଜିଲାଣ୍ଡ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ପ୍ରକାର ଶକ୍ତିର ବହୁଳ ବ୍ୟବହାର ହେଉଛି । ଆମ ଦେଶର ମଧ୍ୟପ୍ରଦେଶରେ ଭୂତାପଜ ଶକ୍ତିର ଉପଯୋଗ

→ଆଣବିକ ଶକ୍ତି (Nuclear energy) :

  • ନାଭିକୀୟ ବିଭାଜନ ଦ୍ବାରା ୟୁରାନିୟମ୍, ପ୍ଲା ଟୋନିୟମ୍ ବା ଥୋରିୟମ୍ ପରି କୌଣସି ଗୁରୁ ପରମାଣୁର ନାଭିକୀୟ ବିଭାଜନ ଘଟିଲେ ଏହା ଲଘୁ ନାଭିକରେ ପରିଣତ ହୁଏ । ଏହି ପ୍ରକ୍ରିୟାରେ ପ୍ରଚୁର ଶକ୍ତି ନିର୍ଗତ ହୁଏ । ଏହାକୁ ନାଭିକୀୟ ଶକ୍ତି କୁହାଯାଏ ।
  • ଉଦାହରଣ : ଏକ ୟୁରାନିୟମ୍ ପରମାଣୁର ବିଭାଜନରୁ ଯେତେ ଶକ୍ତି ଜାତ ହୁଏ ତାହା କୋଇଲାରେ ଥିବା ଏକ କାର୍ବନ ପରମାଣୁର ଦହନରୁ ଜାତ ଶକ୍ତିଠାରୁ ପ୍ରାୟ 10 ନିୟୁତ ଗୁଣ ଅଧ୍ଵ ଅଟେ । ଏହି ନାଭିକୀୟ ପ୍ରତିକ୍ରିୟାଦ୍ୱାରା ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଏ ।

ନାଭିକୀୟ ବିଭାଜନରେ ପ୍ରାଥମିକ ବସ୍ତୁତ୍ୱ ଓ ପରିବର୍ତ୍ତିତ ବସ୍ତୁତ୍ୱ ମଧ୍ଯରେ ଜାତ ପାର୍ଥକ୍ୟ (∆m), ଶକ୍ତିରେ ପରିଣତ ହୁଏ । ଏହା ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ବିଖ୍ୟାତ ସମୀକରଣ E = mc? ଦ୍ବାରା ନିର୍ଦ୍ଧାରଣ କରାଯାଇପାରେ, ଯେଉଁଥରେ E ହେଉଛି ଶକ୍ତି, m ବସ୍ତୁତ୍ଵ ଓ c ହେଉଛି ଶୂନ୍ୟରେ ଆଲୋକର ଗତି । ନାଭିକୀୟ ବିଜ୍ଞାନରେ ଶକ୍ତି ev vam gial Fall | (1 ev = 1.602 × 10-19 Joules).

  • ଆମ ଦେଶର ତାରାପୁର (ମହାରାଷ୍ଟ୍ର), ରାଣା ପ୍ରତାପ ସାଗର (ରାଜସ୍ତାନ), କଲ୍ପକମ୍ ତାମିଲନାଡୁ), ନାରୋରା (ଉତ୍ତରପ୍ରଦେଶ), କାକ୍ରାପୁର (ଗୁଜୁରାଟ), ନଇଗା (କର୍ଣ୍ଣାଟକ) ଆଦି ସ୍ଥାନମାନଙ୍କରେ ନାଭିକୀୟ ଶକ୍ତିରୁ
  • ଏହିପରି ଭାବରେ ଉତ୍ପାଦିତ ବିଦ୍ୟୁତଶକ୍ତି ସମସ୍ତ ଉତ୍ପାଦିତ ଶକ୍ତିର 3%ରୁ କମ୍ । ଅନେକ ବିଭବଶାଳୀ ଦେଶ ଏହି ଉପାୟରେ 30%ରୁ ଅଧିକ ଶକ୍ତି ଉତ୍ପାଦନ କରୁଛନ୍ତି ।

→ଜୈବ ଶକ୍ତି (Bioenergy) :

1. କାଠକୁ ଜାଳେଣିଭାବେ ବ୍ୟବହାର କରାଯାଏ । ଏହାଛଡ଼ା ଗୋବରକୁ ମଧ୍ୟ ଜାଳେଣି ଭାବେ ବ୍ୟବହାର କରାଯାଇଥାଏ । ଏହି ସମସ୍ତ ପ୍ରକାର ଜାଳେଣି ଉଭିଦ ଓ ପ୍ରାଣୀମାନଙ୍କଠାରୁ ମିଳୁଥିବାରୁ ଏହାକୁ ‘ଜୈବ ଜାଳେଣି’ ବା ଜୈବ ବସ୍ତୁତ୍ଵରୁ ପ୍ରସ୍ତୁତ ଜାଳେଣି କୁହାଯାଏ ।
2. କାଠ, ଗୋବର, ପରିବାଚୋପା, ଆବର୍ଜନା ଓ କେତେକ କୃଷିଜାତ ଜୈବ ଆବର୍ଜନାରୁ ଶକ୍ତି ମିଳିଥାଏ । ଏହି ଶକ୍ତିକୁ ‘ଜୈବଶକ୍ତି’ କୁହାଯାଏ । ଜୈବଶକ୍ତି ଜୈବ ପଦାର୍ଥରେ ନିହିତ ଥାଏ । ଜୈବ ପଦାର୍ଥକୁ ସାଧାରଣତଃ ତିନିଶ୍ରେଣୀରେ ବିଭକ୍ତ କରାଯାଇପାରେ, ଯଥା-
(କ) ନୂତନ ଉଭିଦ : ବୃକ୍ଷ, ଉଭିଦ, ଶସ୍ୟ, ଶୈବାଳ ଇତ୍ୟାଦି;
(ଖ) ଅବଶେଷ : କୁଟା, କୁଣ୍ଡା, ଆଖୁଖଦା, ଜଙ୍ଗଲର ଅବଶେଷ
(ଗ) ଆବର୍ଜନା : ଅପଘଟନଯୋଗ୍ୟ ଆବର୍ଜନା, ମଳ, ନାଳ ନର୍ଦ୍ଦମାର ଅଳିଆ, କାରଖାନାର ଜୈବ ଆବର୍ଜନା, ଗୋବର ଇତ୍ୟାଦି ।

ଦହନ, ତାପ ଅପଘଟନ, ଗ୍ୟାସୀକରଣ ଓ ତରଳୀକରଣ ପ୍ରଣାଳୀରେ ଜୈବ ପଦାର୍ଥରୁ ଜୈବଶକ୍ତି ଉତ୍ପାଦନ କରାଯାଏ ।

(1) ଜୈବଗ୍ୟାସ :

  • ଅମ୍ଳଜାନ ଅନୁପସ୍ଥିତିରେ ଜୈବ ପଦାର୍ଥର ବିଘଟନଦ୍ୱାରା ନିର୍ଗତ ଗ୍ୟାସ୍‌ର ମିଶ୍ରଣକୁ ‘ଜୈବଗ୍ୟାସ୍’ କୁହାଯାଏ ।
  • ବିଶେଷ କ୍ଷେତ୍ରରେ ଗୋବରରୁ ଏହି ଗ୍ୟାସ୍ ମିଳୁଥିବାରୁ ଓ ଗୋବର ପ୍ରାରମ୍ଭିକ ପଦାର୍ଥଭାବେ ବ୍ୟବହାର କରାଯାଉଥିବାରୁ ଏହାକୁ ସାଧାରଣରେ ଗୋବର ଗ୍ୟାସ୍ ବୋଲି ମଧ୍ୟ କୁହାଯାଇଥାଏ । ଗୋବର ଓ ବିଭିନ୍ନ ଆବର୍ଜନାରୁ ଉତ୍ପାଦିତ ଗ୍ୟାସ ହେଉଛି ମିଥେନ୍ ।

ଆମ ଦେଶରେ ପ୍ରାୟ 30 କୋଟି ଗୋରୁ, ମଇଁଷି ଆଦି ଅଛନ୍ତି । ସେମାନଙ୍କ ଗୋବରରୁ ପ୍ରାୟ ଶତକଡ଼ା 30 ଭାଗ ଜାଳେଣି ମିଳିଥାଏ ଏବଂ ଶତକଡ଼ା 34 ଭାଗ ଜାଳେଣି କୃଷିଜାତ ଅବଶେଷରୁ ମିଳେ । ଦେଶରେ ଥ‌ିବା ଗୋରୁ ଓ ମଇଁଷିମାନଙ୍କଠାରୁ ବର୍ଷକୁ ପ୍ରାୟ ୨୦ କୋଟି ଟନ୍ ଗୋବର ମିଳେ । ସେଥ‌ିପାଇଁ ଗୋବରରୁ ଉତ୍କୃଷ୍ଟ ଉପାୟରେ ଶକ୍ତି ଉତ୍ପାଦନପାଇଁ ଗ୍ରାମବାସୀମାନଙ୍କୁ ସରକାରୀ ଆର୍ଥିକ ସହାୟତା ମଧ୍ୟ ମିଳୁଛି ।

  • ଚାରି ପାଞ୍ଚଟି ଗାଈଗୋରୁଙ୍କ ଗୋବରରେ ଏକ ଗୋବର ଗ୍ୟାସ୍ ପ୍ଲାଣ୍ଟ କଲେ ଏହା ସାତ ଆଠଜଣିଆ ପରିବାରର ରୋଷେଇପାଇଁ ଗ୍ୟାସ୍ ଯୋଗାଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

(2) ଗୋବର ଗ୍ୟାସ୍ ପ୍ଲାଣ୍ଟର ଗଠନ :
ଗୋବର ଗ୍ୟାସ୍ ପ୍ଲାଣ୍ଟରେ ନିମ୍ନଲିଖ୍ତ ଅଂଶ ରହି ଥାଏ। ଯଥା-ପ୍ରବେଶପାତ୍ର, ଡାଇଜେଷ୍ଟ କୂପ, ଧାତୁନିମତ ଡ଼ୋମ୍ ଓ ନିର୍ଗମ ନଳୀ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 8

→(କ) ପ୍ରବେଶ ପାତ୍ର :

  • ଏଥ‌ିରେ ଗୋବର ଓ ପାଣି 4:5 ଆୟତନ ଅନୁପାତରେ ମିଶାଇ ଭଲଭାବରେ ଫେଣ୍ଟି ପାତ୍ରରେ ଭର୍ତ୍ତି କରାଯାଏ ।
  • ଏହି ମିଶ୍ରଣ ଏକ ନଳଭିତର ଦେଇ ଆପେ ଆପେ ଡାଇଜେଷ୍ଟର କୂପକୁ ଚାଲିଯାଏ ।

→(ଖ) ଡାଇଜେଷ୍ଟର କୂପ :
1. ଏହାର ଚାରିକାନ୍ଥ ଇଟା ଓ ସିମେଣ୍ଟରେ ତିଆରି ହୋଇଥାଏ । ଏହାର ପ୍ରାୟ ଏକ ତୃତୀୟାଂଶ ଭୂମିର ଉପରକୁ ଓ ଦୁଇ ତୃତୀୟାଂଶ ଭୂମିଠାରୁ ତଳକୁ ଥାଏ । ଗୋବର ଓ ପାଣିର ମିଶ୍ରଣ ଏଠାରେ ଜମା ହୁଏ ।

→(ଗ) ଧାତୁନିର୍ମିତ ଡୋମ୍ :

  • ସାଧାରଣତଃ ଏହି ଡୋମଟି ଇସ୍ପାତ୍ରରେ ନିର୍ମିତ ।
  • ଏବେ ସିମେଣ୍ଟ ଓ କଂକ୍ରିଟ୍‌ରେ ଡୋମ୍ ନିର୍ମାଣ କରାଯାଉଛି । ଏହା କୂପକୁ ସମ୍ପୂର୍ଣ୍ଣରୂପେ ଘୋଡ଼ାଇ ବାୟୁରୋଧୀ କରିଦିଏ ।
  • ଅମ୍ଳଜାନ ଅନୁପସ୍ଥିତିରେ ବଢ଼ି ପାରୁଥ‌ିବା ମିଥାନୋଜେନ୍ ଓ ଅନ୍ୟାନ୍ୟ ବ୍ୟାକ୍ଟେରିଆ ଏହି ମିଶ୍ରଣରୁ କିଣ୍ବନ ଦ୍ବାରା ମିଥେନ୍, କାର୍ବନ ଡାଇଅକ୍‌ସାଇଡ୍, ହାଇଡ୍ରୋଜେନ୍, ହାଇଡ୍ରୋଜେନ ସଲଫାଇଡ୍ ଗ୍ୟାସ୍ ଉତ୍ପନ୍ନ କରନ୍ତି । ଏଥୁରେ ମିଥେନ୍ ଗ୍ୟାସ୍ ଶତକଡ଼ା ପ୍ରାୟ 65-75 ଭାଗ ଥାଏ । ଗ୍ୟାସ୍ ଚାପରେ ଡୋମ୍ ଉପରକୁ ଉଠେ ।

→(ଘ) ନିର୍ଗମନଳୀ :

  • ଏହି ଧାତବନଳୀ ବାଟଦେଇ ଗ୍ୟାସ୍ ରୋଷେଇଘର ଚୂଲାକୁ ଯାଏ ।
  • ନିୟନ୍ତ୍ରିତ ଚାପରେ ଏହାକୁ ଜଳାଇବାର ବ୍ୟବସ୍ଥା ହୋଇଥାଏ ।

ଗୋବର ଗ୍ୟାସ୍ ଏକ ଅତ୍ୟନ୍ତ ଉତ୍କୃଷ୍ଟ ଧରଣର ଜାଳେଣି ଓ ଶୁଖୁଲା ଗୋବର ଠାରୁ ଜାଳେଣି ହିସାବରେ ପ୍ରାୟ 6 ଗୁଣ ଦକ୍ଷ । ଏଥରେ ଧୂଆଁ ହୁଏନାହିଁ । ଫଳରେ ଘର କଳା ହୁଏ ନହିଁ । ଧୂମବିହୀନ ହୋଇଥିବାରୁ ଚକ୍ଷୁ ବା ପରିବେଶ ପ୍ରଦୂଷଣ ହେବାର ଆଶଙ୍କା ନଥାଏ ବା ଗୋବର ଜମି ରହି ମଶା, ମାଛି ଜନ୍ମନ୍ତ ନାହିଁ । ଗୋବରକୁ ସିଧା ଖତକଲେ ଶତକଡ଼ା ପ୍ରାୟ 50 ଭାଗ ନଷ୍ଟ ହୁଏ । ଗୋବର ଗ୍ୟାସ୍ ବାହାର କଲାପରେ ଖଦାକୁ ଖତଭାବେ ବ୍ୟବହାର କରାଯାଇପାରେ ଓ ଏଥରେ ମାତ୍ର ଶତକଡ଼ା 25 ଭାଗ ନଷ୍ଟହୁଏ । ଗୋବର ଖଦାର ଦୁର୍ଗନ୍ଧ ନଥାଏ ଓ ଏହା ମାଟିରେ ଭଲଭାବେ ମିଶିପାରେ । ଜୈବଗ୍ୟାସରୁ ରୋଷେଇ କରିବା, ବତି ଜଳାଇବା ବ୍ୟତୀତ ଜେନେରେଟର ଚଳାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରେ ଓ ବୈଦ୍ୟୁତିକ ଉପକରଣ ମଧ୍ଯ ଚଳାଯାଇପାରେ ।

→ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ (Non-renewable source of energy) :
1. ଏହି ପ୍ରକାର ଶକ୍ତି ଉତ୍ସର ପରିମାଣ ସୀମିତ ।
2. BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 9
3. ଏହି ଶକ୍ତି ଉତ୍ସଗୁଡ଼ିକର ନବୀକରଣ ସମ୍ଭବପର ନୁହେଁ; ଅବିରତ ବ୍ୟବହାର କରିବାଦ୍ଵାରା ସେଗୁଡ଼ିକ ସମୟକ୍ରମେ ଶେଷ ହୋଇଯାଏ ।
4. ଉଦାହରଣ : କୋଇଲା, ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଇତ୍ୟାଦି ।

(1) ଜୀବାଶ୍ମ ଇନ୍ଧନ (Fossil Fuel) :

  • ପୁରାତନକାଳରେ କାଠ ହିଁ ଏକମାତ୍ର ତାପଜ ଶକ୍ତିର ଉତ୍ସଭାବେ ବ୍ୟବହୃତ ହେଉଥିଲା । କ୍ରମେ କୋଇଲା, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍‌ ଆଦି ବ୍ୟବହାର କରାଗଲା । ଏହି ସବୁକୁ ଜୀବାଶ୍ମ ଇନ୍ଧନ ଶ୍ରେଣୀଭୁକ୍ତ କରାଯାଇଛି
  • ମୃତ ଉଭିଦର ଦେହାବଶେଷରୁ କୋଇଲାର ଏବଂ ସାମୁଦ୍ରିକ ଜୀବ ଓ ଉଭିଦର ଦେହାବଶେଷରୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ସୃଷ୍ଟି ହୋଇଥାଏ ।
  • ପ୍ରକୃତିରେ କୋଇଲା, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ପରିମାଣ ସୀମିତ । ଥରେ ବ୍ୟବହାର ପରେ ଏହି ଶକ୍ତିର ପୁନର୍ବ୍ଯବହାର ହୋଇପାରେ ନାହିଁ । ତେଣୁ ଏମାନଙ୍କୁ ନବୀକରଣ ଅଯୋଗ୍ୟ ଶକ୍ତି ଉତ୍ସ ବୋଲି କୁହାଯାଏ

(2). କୋଇଲା :
ଶ୍ରେଣୀ ବିଭାଗ କରାଯାଇଛି :
(i) ଆନ୍ତଃସାଇଟ୍ – ଏହା ସବୁଠାରୁ ଉତ୍କୃଷ୍ଟ ଧରଣର କୋଇଲା, ଏଥିରେ କାର୍ବନ୍‌ର ପରିମାଣ ପ୍ରାୟ 94% ରୁ ୨୫% ।
(ii) ବିଟୁମିନ୍‌ସ୍‌ – ଏହି ପ୍ରକାର କୋଇଲାରେ କାର୍ବନ୍‌ର ପରିମାଣ ପ୍ରାୟ 79% ରୁ 93% ।
(iii) ଲିଗ୍‌ନାଇଟ୍ – ଏଥରେ କାର୍ବନ୍‌ ପରିମାଣ ପ୍ରାୟ 72% ରୁ 78% ।
(iv) ପିଟ୍ – ଏହି ଜାତୀୟ କୋଇଲାରେ ପ୍ରାୟ 44% ରୁ 71% କାର୍ବନ୍ ଥାଏ ।

  • ବହୁବର୍ଷଧରି କୋଇଲା ଏକ ଶକ୍ତି ଉତ୍ସରୂପେ ବ୍ୟବହୃତ ହେଉଛି ।
  • ଭୂତଳ ମଧ୍ୟରେ ପରସ୍ତ ପରସ୍ତ ଭାବେ ଚଟାଣ ଆକାରରେ କୋଇଲା ଗଚ୍ଛିତ ହୋଇ ରହିଥାଏ ।
  • କୋଇଲାର ମୁଖ୍ୟ ଉପାଦାନ ହେଉଛି ଅଙ୍ଗାରକ ବା କାର୍ବନ୍ । କାର୍ବନ୍ ବ୍ୟତୀତ ଏଥିରେ ଅନେକ ଯୌଗିକ ପଦାର୍ଥ ରହିଛି ।
  • ଅଧିକ କାର୍ବନ ଥିବାକୋଇଲାରୁ ଅଧ୍ଵକ ଶକ୍ତି ମିଳିଥାଏ । କୋଇଲା ଜଳିବାଦ୍ଵାରା କାର୍ବନ୍ ଅକ୍‌ସିଜେନ ସହିତ ପ୍ରତିକ୍ରିୟା କରି କାର୍ବନ୍ ଡାଇଅକସାଇଡ୍ ସୃଷ୍ଟି କରେ ଓ ଏଥୁସହିତ ପ୍ରଚୁର ପରିମାଣରେ ତାପ ନିର୍ଗତ ହୁଏ ।
  • କୋଇଲାରୁ ସୃଷ୍ଟ ଶକ୍ତି ତାପଜ ଶକ୍ତି ଭାବେ ଘରେ ଓ ଶିଳ୍ପକ୍ଷେତ୍ରରେ ବ୍ୟବହୃତ ହୋଇଥାଏ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 10

ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ତାପଶକ୍ତି ପାଣିକୁ ବାଷ୍ପରେ ପରିଣତ କରେ; ଜଳୀୟ ବାଷ୍ପରେ ଟର୍‌ବାଇନ୍ ଘୂରେ ଓ ତାହା ବିଦ୍ୟୁତ ଉତ୍ପାଦକକୁ ଘୂରାଇବାକୁ ବିଦ୍ୟୁତ୍ ଶକ୍ତି ମିଳିଥାଏ ।

  • ଏଥୁରୁ ମଧ୍ୟ ବିଦ୍ୟୁତ୍ ଶକ୍ତି ଉତ୍ପାଦନ କରାଯାଇ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି । ଏହାକୁ ତାପଜ ବିଦ୍ୟୁତ୍ ଶକ୍ତି କୁହାଯାଏ ।
  • ଓଡ଼ିଶାର ତାଳଚେରଠାରେ ତାପଜ ବିଦ୍ୟୁତଶକ୍ତି ଉତ୍ପାଦନ କେନ୍ଦ୍ର ଅଛି ।
  • କୋଇଲାକୁ ଅନ୍ତର୍ଧୂମ ପାତନ ପ୍ରକ୍ରିୟା ଦ୍ବାରା କୋକ୍‌ରେ ପରିଣତ କରାଯାଇ ଏହି କୋକ୍‌କୁ କେତେକ ଧାତୁର ନିଷ୍କାସନ ପାଇଁ ବ୍ୟବହାର କରାଯାଉଛି ।
  • ଷ୍ଟିଲ୍ ତିଆରି ପାଇଁ ବିଜାରକ ଭାବରେ ମଧ୍ୟ କୋକ୍‌କୁ ବ୍ୟବହାର କରାଯାଇଥାଏ । .

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ

(3) ପେଟ୍ରୋଲିୟମ୍ :

  • ପେଟ୍ରୋଲିୟମ୍ ହେଉଛି ହାଇଡ୍ରୋଜେନ୍ ଓ କାର୍ବନ୍‌ରୁ ତିଆରି ଅନେକ ହାଇଡ୍ରୋକାର୍ବନ୍ ଯୌଗିକର ଜଟିଳ ମିଶ୍ରଣ ।
  • ଏଥ‌ିରେ କିଛି ପରିମାଣରେ ଅମ୍ଳଜାନ, ଯବକ୍ଷାରଜାନ ଓ ସଲ୍ଫରଯୁକ୍ତ କାର୍ବନ୍‌ର ଯୌଗିକ ଥାଏ ।
  • ଭୂଗର୍ଭର ସଚ୍ଛିଦ୍ର ଶିଳାସ୍ତର ମଧ୍ୟରେ ପ୍ରକୃତି ଏହି ମୂଲ୍ୟବାନ ପଦାର୍ଥକୁ ସଞ୍ଚୟ କରି ରଖିଛି । ଏହି ସଞ୍ଚ ପେଟ୍ରୋଲିୟମ୍କୁ ଅଶୋଧ ତୈଳ କୁହାଯାଏ ।
  • ଏହି ପଦ୍ଧତିରେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ କେବଳ ଗୋଟିଏ ଉପାଦାନ ସଂଗୃହୀତ ହୋଇଥାଏ ।

(4) ପ୍ରାକୃତିକ ଗ୍ୟାସ୍ :

  • ଭୂଅଭ୍ୟନ୍ତରରୁ ପେଟ୍ରୋଲିୟମ୍ ଉତ୍ତୋଳନବେଳେ ପେଟ୍ରୋଲିୟମ୍ ସହ ମିଶି କିଛି ଗ୍ୟାସ୍ ମଧ୍ୟ ଆସିଥାଏ । ଏହି ଗ୍ୟାସ୍‌କୁ ପ୍ରାକୃତିକ ଗ୍ୟାସ୍ କୁହାଯାଏ ।
  • ବେଳେବେଳେ କେତେକ ତୈଳ କୂପରୁ ଖଣିଜ ତୈଳ ପରିବର୍ତ୍ତେ କେବଳ ପ୍ରାକୃତିକ ଗ୍ୟାସ୍ ନିର୍ଗତ ହୋଇଥାଏ ।
  • ଏହି ଗ୍ୟାସ୍‌ର ମୁଖ୍ୟ ଉପାଦାନ ହେଉଛି ମିଥେନ୍ । ଜାଳେଣି ଭାବରେ ଘରେ ଓ କାରଖାନାରେ ଏହାର ବହୁଳ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଏ ।
  • ଏହି ଗ୍ୟାସ୍‌କୁ ଉତ୍ତୋଳନ କରାଯାଇ ବଡ଼ ବଡ଼ ବାୟୁରୁଦ୍ଧ ଟାଙ୍କିମାନଙ୍କରେ ରଖାଯାଏ ଓ ଏହି ଟାଙ୍କିରୁ ପାଇପ୍ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଏ ।
  • ଆମ ଦେଶର ଗୁଜୁରାଟର ବରୋଦାରେ ପ୍ରାକୃତିକ ଗ୍ୟାସ୍‌ ଘରୋଇ ବ୍ୟବହାର ପାଇଁ ପାଇପ୍‌ଦ୍ବାରା ଯୋଗାଇ.ଦିଆଯାଉଛି ।

ଆମ ଦେଶର ରାଜସ୍ଥାନ, ମୁମ୍ବାଇ ଉପକୂଳ ଅଞ୍ଚଳ ଏବଂ କୃଷ୍ଣା ଓ ଗୋଦାବରୀ ନଦୀର ତ୍ରିକୋଣଭୂମି ଅଞ୍ଚଳରେ ପ୍ରଚୁର ପରିମାଣରେ ପ୍ରାକୃତିକ ଗ୍ୟାସ୍ ଗଚ୍ଛିତ ଥିବାର ସୂଚନା ମିଳେ ।

  • କୋଇଲା ଓ ପେଟ୍ରୋଲିୟମ୍ ଜଳିବାଦ୍ୱାରା ପ୍ରଦୂଷଣ ହୋଇଥାଏ । ତା’ଛଡ଼ା ଏହାଦ୍ଵାରା କାର୍ବନ୍, ଯବକ୍ଷାରଜାନ ଓ ଗନ୍ଧକର ଅକ୍‌ସାଇଡ୍ ନିର୍ଗତ ହୁଏ, ଯାହାକି ପରବର୍ତୀ ସମୟରେ ଅମ୍ଳବୃଷ୍ଟିର କାରଣ ହୋଇଥାଏ ।
  • ଜୀବାଶ୍ମ ଇନ୍ଧନ ଜଳିବାଦ୍ୱାରା ନିର୍ଗତ ଗ୍ୟାସ୍‌ଗୁଡ଼ିକ ମଧ୍ୟ ବାୟୁମଣ୍ଡଳରେ ସବୁଜ କୋଠରି ପ୍ରଭାବର ପ୍ରମୁଖ କାରଣ ।
  • ଦହନ ପ୍ରକ୍ରିୟାରେ ନିୟନ୍ତ୍ରଣ, କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ ଉନ୍ନତ ପଦ୍ଧତିରେ ମାରାତ୍ମକ ଗ୍ୟାସ୍‌ଗୁଡ଼ିକର ନିର୍ଗମନକୁ ରୋକାଯାଇପାରିଲେ ଏହି ପ୍ରଦୂଷଣକୁ କମାଯାଇପାରିବ ।

BSE Odisha 10th Class Life Science Notes Chapter 8 ଶକ୍ତିର ଉତ୍ସ 11

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

Odisha State Board BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର Important Questions and Answers.

BSE Odisha Class 8 Political Science Important Questions Chapter 2 ରାଜ୍ୟ ସରକାର

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ରାଜ୍ୟ ବିଧାନମଣ୍ଡଳ କିପରି ଗଠିତ ହୋଇଥାଏ ?
Answer:
ଗଠନ ପ୍ରକ୍ରିୟା :

  • ରାଜ୍ୟ ବିଧାନମଣ୍ଡଳ ରାଜ୍ୟପାଳ, ବିଧାନ ପରିଷଦ ଓ ବିଧାନସଭାକୁ ନେଇ ଗଠିତ ।
  • ଏହା ଏକ ସଦନୀୟ ବା ଦ୍ବିସଦନୀୟ ହୋଇଥାଏ । ଏହାର ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ । ଓଡ଼ିଶାରେ କେବଳ ବିଧାନସଭା ଅଛି ।

ସଦସ୍ୟ ସଂଖ୍ୟା :
ଓଡ଼ିଶା ବିଧାନସଭାର ସଭ୍ୟ ସଂଖ୍ୟା ୧୪୭ । ଏଥୁରୁ ୨୨ଟି ଆସନ ଅନୁସୂଚିତ ଜାତି, ୩୪ଟି ଆସନ ଅନୁସୂଚିତ ଉପଜାତି ଓ ୯୧ଟି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ।

ଭୋଟ ଦାନ :
ଏହି ସଭ୍ୟମାନେ ଭୋଟଦାତାମାନଙ୍କ ପ୍ରତ୍ୟକ୍ଷ ଭୋଟଦାନଦ୍ୱାରା ନିର୍ବାଚିତ ହୁଅନ୍ତି ।

କାର୍ଯ୍ୟକାଳ :
ପ୍ରତି ନିର୍ବାଚନ ମଣ୍ଡଳୀରୁ ସାବାଳକ ଭୋଟରମାନେ ଭୋଟଦେଇ ଜଣେ ଜଣେ ବିଧାନସଭା ସଭ୍ୟଙ୍କୁ ନିର୍ବାଚିତ କରନ୍ତି । ପ୍ରତି ୫ ବର୍ଷ ବ୍ୟବଧାନରେ ବିଧାନସଭା ଗଠନ ହେବାପାଇଁ ନିର୍ବାଚନ ହୁଏ ।

୨। ବାଚସ୍ପତିଙ୍କ କାର୍ଯ୍ୟ ସମ୍ବନ୍ଧରେ ଲେଖ ।
Answer:
ଅଧ୍ଯକ୍ଷତା :
ବାଚସ୍ପତି ବିଧାନସଭା ବୈଠକରେ ଅଧ୍ୟକ୍ଷତା କରନ୍ତି ।

କାର୍ଯ୍ୟସୂଚୀ :
ବିଧାନସଭାକୁ ନୀତି ନିୟମ ଅନୁଯାୟୀ ପରିଚାଳିତ କରିବା ଏବଂ ବିଧାନସଭାର ଅଧ୍ବବେଶନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ବାଚସ୍ପତିଙ୍କର ପ୍ରଧାନ କାର୍ଯ୍ୟ । ବାଚସ୍ପତି ବିଧାନସଭାର କାର୍ଯ୍ୟସୂଚୀ ନିଦ୍ଧାରଣ କରନ୍ତି ।

ବକ୍ତବ୍ୟ ପ୍ରଦାନ :
ସଭ୍ୟମାନେ ବାଚସ୍ପତିଙ୍କ ଅନୁମତି କ୍ରମେ ବିଧାନସଭାରେ ନିଜର ବକ୍ତବ୍ୟ ଉପସ୍ଥାପନ କରନ୍ତି ।

ସୁରକ୍ଷା :
ସଭ୍ୟମାନଙ୍କର ଅଧିକାର ଓ ମର୍ଯ୍ୟାଦାର ସୁରକ୍ଷା କରିବା ବାଚସ୍ପତିଙ୍କର ମୁଖ୍ୟ କର୍ତ୍ତବ୍ୟ । ବିଧାନସଭା ଅଧୂବେଶନ ଚାଲୁଥିବା ସମୟରେ ବିଶୃଙ୍ଖଳା ସୃଷ୍ଟି ହେଲେ ବାଚସ୍ପତି ଗୃହକୁ ମୁଲତବୀ ରଖନ୍ତି ।

ନିର୍ଣ୍ଣାୟକ ଭୋଟ :
ବାଚସ୍ପତି କୌଣସି ଚିଠା ଆଇନ (ବିଲ୍) ପ୍ରସ୍ତାବ ସପକ୍ଷରେ ବା ବିପକ୍ଷରେ ଭୋଟ ଦିଅନ୍ତି ନାହିଁ । ଯେତେବେଳେ କୌଣସି ପ୍ରସ୍ତାବ ସପକ୍ଷରେ ଓ ବିପକ୍ଷରେ ସମାନ ସଂଖ୍ୟକ ଭୋଟ ମିଳେ; ସେତେବେଳେ ବାଚସ୍ପତି ତାଙ୍କର ‘ନିର୍ଣାୟକ ଭୋଟ’ ମାଧ୍ୟମରେ ଚିଠା ଆଇନଟିର ଭାଗ୍ୟ ନିର୍ଦ୍ଧାରଣ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୩ । ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କ ଅର୍ଥ ସମ୍ବନ୍ଧୀୟ କ୍ଷମତାଗୁଡ଼ିକ ହେଲା

  • ରାଜ୍ୟପାଳଙ୍କ ପ୍ରାକ୍ ଅନୁମତି ବିନା କୌଣସି ଅର୍ଥବିଲ୍ ବିଧାନସଭାରେ ଆଗତ ହୋଇପାରିବ ନାହିଁ ।
  • ପ୍ରତ୍ୟେକ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ବାରା ରାଜ୍ୟ ବିଧାନସଭାରେ ରାଜ୍ୟର ବାର୍ଷିକ ଆୟବ୍ୟୟର ଅଟକଳ ବା ବଜେଟ୍ ଉପସ୍ଥାପିତ କରନ୍ତି ।
  • ଅର୍ଥବିଲ୍ ବିଧାନମଣ୍ଡଳରେ ଗୃହୀତ ହେଲାପରେ ଦ୍ୱିତୀୟଥର ରାଜ୍ୟପାଳଙ୍କ ସ୍ବାକ୍ଷର ଲାଭ କଲାପରେ ଆଇନରେ ପରଣିତ ହୁଏ ।
  • ଏହା ବ୍ୟତୀତ ଅତିରିକ୍ତ ଖର୍ଚ୍ଚ ଦାବି ମଧ୍ୟ ରାଜ୍ୟପାଳ ଅର୍ଥମନ୍ତ୍ରୀଙ୍କଦ୍ୱାରା ବିଧାନସଭାରେ ଆଗତ କରାନ୍ତି ।
  • ରାଜ୍ୟ ବିଧାନସଭାର ଅନୁମୋଦନ ବିନା ରାଜ୍ୟ ସରକାର ପଇସାଟିଏ ଖର୍ଚ୍ଚ କରନ୍ତି ନାହିଁ କି ଟିକସ ଆଦାୟ କରନ୍ତି ନାହିଁ ।

୪ । ରାଜ୍ୟପାଳଙ୍କ କି କି ଯୋଗ୍ୟତା ଥ‌ିବା ଆବଶ୍ୟକ ?
Answer:
ରାଜ୍ୟପାଳ ପଦରେ ନିଯୁକ୍ତି ପାଇଁ ନିମ୍ନଲିଖୂ ଯୋଗ୍ୟତା ଥିବା ଆବଶ୍ୟକ ।

  • ସେ ଜଣେ ଭାରତୀୟ ନାଗରିକ ହୋଇଥବେ ।
  • ତାଙ୍କର ବୟସ ୩୫ ବର୍ଷରୁ ଉର୍ଦ୍ଧ୍ୱ ହୋଇଥ‌ିବ ।
  • ସେ କୌଣସି ଲାଭଜନକ ପଦବୀରେ ନ ଥ‌ିବେ ।
  • ସେ କେନ୍ଦ୍ର ସଂସଦ ଓ ବିଧାନମଣ୍ଡଳର ସଭ୍ୟ ହୋଇ ନ ଥ‌ିବେ । ଯଦି କେନ୍ଦ୍ର ସଂସଦ କିମ୍ବା ରାଜ୍ୟ ବିଧାନମଣ୍ଡଳର କୌଣସି ସଭ୍ୟ ରାଜ୍ୟପାଳ ପଦରେ ନିଯୁକ୍ତ ହୋଇ ଶପଥ ନିଅନ୍ତି ତେବେ ସଙ୍ଗେ ସଙ୍ଗେ ତାଙ୍କର ସାଂସଦ ବା ବିଧାୟକ ପଦବୀର ଅନ୍ତ ହୁଏ ।

୫। ଦେୱାନୀ ଓ ଫୌଜଦାରୀ ଅଦାଲତର କାମ କ’ଣ ?
Answer:

  • ପ୍ରତି ଜିଲ୍ଲା ଓ ସବ୍‌ଡିଭିଜନ୍ ସ୍ତରରେ ଦୁଇ ପ୍ରକାର ନ୍ୟାୟାଳୟ କାର୍ଯ୍ୟ କରୁଛି । ସେଗୁଡ଼ିକ ହେଲା — (କ) ଦେୱାନୀ ଅଦାଲତ, (ଖ) ଫୌଜଦାରୀ ଅଦାଲତ ।
  • ଦେୱାନୀ ଅଦାଲତ – ଏହି ଅଦାଲତରେ ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି • ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ବିଚାର କରାଯାଏ । ଜିଲ୍ଲାସ୍ତରୀୟ ଜଜ୍ କୋର୍ଟ ସର୍ବୋଚ୍ଚ ଦେୱାନୀ ଅଦାଲତ ଅଟେ । ଏହି ମୋକଦ୍ଦମା ବିଚାର ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲା ଜଜ୍, ସବ୍‌ଡିଭିଜନ୍ ସ୍ତରରେ ସବ୍‌ଜଜ୍ ଓ ମୁନ୍‌ସଙ୍କ ଅଦାଲତ ଅଛି ।
  • ଫୌଜଦାରୀ ଅଦାତଲ – ଏହି ଅଦାଲତରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ । ଜିଲ୍ଲାସ୍ତରୀୟ ସେସନ୍ସ କୋର୍ଟ ସର୍ବୋଚ୍ଚ ଫୌଜଦାରୀ ଅଦାଲତ । ଏହି ମୋକଦ୍ଦମାଗୁଡ଼ିକ ପାଇଁ ଜିଲ୍ଲା ସ୍ତରରେ ଜିଲ୍ଲା ଦୌରାଜଜ୍, ଅତିରିକ୍ତ ଜିଲ୍ଲା ଦୌରାଜଜ୍, ଚିଫ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଏବଂ ସବ୍‌ଡିଭିଜନ ସ୍ତରରେ ସବ୍‌ଡିଭିଜନାଲ୍ ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତ ରହିଛି ।

୬। ରାଜ୍ୟପାଳଙ୍କର କାର୍ଯ୍ୟପାଳିକା କ୍ଷମତା କ’ଣ ?
Answer:
ସରକାରୀ କାର୍ଯ୍ୟ:
ସମ୍ବିଧାନ ରାଜ୍ୟ ସରକାରଙ୍କର ସମସ୍ତ କାର୍ଯ୍ୟପାଳିକା କ୍ଷମତା ରାଜ୍ୟପାଳଙ୍କଠାରେ ନ୍ୟସ୍ତ କରିଅଛି । କିନ୍ତୁ ଏ ସମସ୍ତ କ୍ଷମତା ତାଙ୍କ ନାମରେ ମନ୍ତ୍ରୀପରିଷଦ ଓ ଅନ୍ୟାନ୍ୟ ଅଧସ୍ତନ କର୍ମଚାରୀଙ୍କଦ୍ୱାରା ପରୋକ୍ଷଭାବେ ସମ୍ପାଦିତ ହୋଇଥାଏ ।

ନିଯୁକ୍ତି ପ୍ରଦାନ :
ରାଜ୍ୟପାଳ ବିଧାନସଭାରେ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ବା ମିଳିତ ସରକାର କ୍ଷେତ୍ରରେ ଏକାଧ୍ଵ ମେଣ୍ଟଦଳର ସର୍ବସମ୍ମତିଭାବେ ନିର୍ବାଚିତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ନିଯୁକ୍ତ କରନ୍ତି ଓ ତାଙ୍କ ପରାମର୍ଶ କ୍ରମେ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତ କରି ‘ମନ୍ତ୍ରୀପରିଷଦ’ ଗଠନ କରନ୍ତି ।

ପରାମର୍ଶ :
ରାଜ୍ୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଅନ୍ୟ ବିଚାରପତିଙ୍କ ନିଯୁକ୍ତି କ୍ଷେତ୍ରରେ ରାଷ୍ଟ୍ରପତି ରାଜ୍ୟପାଳଙ୍କ ସହିତ ପରାମର୍ଶ କରନ୍ତି ।

କୁଳପତି :

  • ରାଜ୍ୟର ମହାଧ୍ଵବକ୍ତା, ରାଜ୍ୟର ଲୋକସେବା ଆୟୋଗର ଅଧକ୍ଷ ଓ ସଦସ୍ୟବୃନ୍ଦ ଓ ବିଶ୍ବବିଦ୍ୟାଳୟଗୁଡ଼ିକର କୁଳପତିମାନେ ରାଜ୍ୟପାଳଙ୍କଦ୍ୱାରା ନିଯୁକ୍ତ ହୁଅନ୍ତି ।
  • ବିଧାନସଭାରେ ଆଟ୍ରୋ-ଭାରତୀୟ ସମ୍ପ୍ରଦାୟ ଯଥାର୍ଥ ପ୍ରତିନିଧୂ ପାଇନଥିଲେ ରାଜ୍ୟପାଳ ସେହି ସମ୍ପ୍ରଦାୟରୁ ଜଣଙ୍କୁ ମନୋନୀତ କରନ୍ତି । ବିଧାନ ପରିଷଦକୁ କଳା, ବିଜ୍ଞାନ, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ପାରିଦର୍ଶିତା
  • ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାଲୁଥିବା ସମୟରେ ରାଜ୍ୟପାଳ ରାଜ୍ୟର ଶାସନ ଦୟିତ୍ଵରେ ରୁହନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । ଅଧ୍ୟାଦେଶ କହିଲେ କ’ଣ ବୁଝ ? ଏହା କିଏ ଘୋଷଣା କରନ୍ତି ?
Answer:
ଅଧ୍ୟାଦେଶ ଜାରୀ :

  • ଅଧ୍ୟାଦେଶ ଜାରି କରିବା ରାଜ୍ୟପାଳଙ୍କ ବ୍ୟବସ୍ଥାପିକା କ୍ଷମତାର ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସ୍ଥା ।
  • ବିଧାନସଭା ବା ବିଧାନମଣ୍ଡଳର ଅଧିବେଶନ ଚାଲୁ ନ ଥ‌ିବାବେଳେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲା କରିବାପାଇଁ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରନ୍ତି ।

କାର୍ଯ୍ୟକାରିତା :

  • ଅଧ୍ୟାଦେଶଟି ଯଦି ବିଧାନମଣ୍ଡଳର ପରବର୍ତ୍ତୀ ଅଧୂବେଶନ ବସିବାର ୬ ସପ୍ତାହ ସମୟସୀମା ମଧ୍ୟରେ ବିଧାନମଣ୍ଡଳଦ୍ୱାରା ଅନୁମୋଦିତ ନହୁଏ, ତେବେ ଏହା ଆପେ ଆପେ ଅକାମୀ ହୋଇଯାଏ ।
  • ଏତଦ୍‌ବ୍ୟତୀତ ରାଜ୍ୟପାଳ ଚାହିଁଲେ ସେ ଅଧ୍ୟାଦେଶଟି ପ୍ରତ୍ୟାହାର କରିପାରନ୍ତି ।
  • ଅଧ୍ୟାଦେଶ ସମ୍ପର୍କିତ ବିଷୟବସ୍ତୁ ଉପରେ ଏକ ସ୍ଥାୟୀ ଆଇନ ବିଧାନମଣ୍ଡଳରେ ଗୃହୀତ ହେଲେ ଅଧ୍ୟାଦେଶଟି ସ୍ଵତଃ ଅକାମୀ ହୋଇଯାଏ ।

୮ | ବିଧାନସଭାର ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ କ୍ଷମତା କ’ଣ ?
Answer:
ଅନୁମୋଦନ :
ବିଧାନସଭାର ବିନା ଅନୁମୋଦନରେ ସରକାର ଗୋଟିଏ ପଇସା ଖର୍ଚ୍ଚ କରିପାରିବେ ନାହିଁ ।

ବଜେଟ୍:
ଅର୍ଥମନ୍ତ୍ରୀ ବାର୍ଷିକ ଆୟବ୍ୟୟ ଅଟକଳ ବା ବଜେଟ୍ ବିଧାନସଭାରେ ଉପସ୍ଥାପନ କରିଥାଆନ୍ତି ।

ସରକାରୀ ଅର୍ଥ :
ବଜେଟ୍ ଉପରେ ଆଲୋଚନା ଶେଷହେବା ପରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭାଗୀୟ ଖର୍ଚ୍ଚଦାବି ବିଧାନସଭାରେ ଉପସ୍ଥାପନ କରନ୍ତି । ବିଧାନସଭାରେ ଖର୍ଚ୍ଚଦାବି ଗୃହୀତ ହେଲାପରେ ସରକାର ଅର୍ଥ ବ୍ୟୟ କରନ୍ତି ।

ଚିଠା ଆଇନ :
ଅର୍ଥ ସମ୍ପର୍କିତ ଚିଠା ଆଇନ କେବଳ ବିଧାନସଭାରେ ଆଗତ ହୁଏ । ବିଧାନସଭାର ବିନା ଅନୁମୋଦନରେ ସରକାର ଟିକସ ଆଦାୟ କରିପାରିବେ ନାହିଁ ।

ନିୟନ୍ତ୍ରଣ :
ଏହିପରି ଅର୍ଥ ସମ୍ପର୍କିତ ନିୟନ୍ତ୍ରଣ ମାଧ୍ୟମରେ ବିଧ।ନସଭା ମନ୍ତ୍ରୀମଣ୍ଡଳକୁ ନିୟନ୍ତ୍ରଣ କରେ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ରାଜ୍ୟଗୁଡ଼ିକରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ?
Answer:
ବିହାର, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ଜାମ୍ମୁ-କାଶ୍ମୀର, ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ଆଦି ୭ଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ରହିଛି ।

୨। କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା କୌଣସି କାରଣରୁ ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ତାଙ୍କ କାର୍ଯ୍ୟ କିଏ ତୁଲାଇ ଥାଆନ୍ତି ?
Answer:

  • କୌଣସି ସମୟରେ ରାଜ୍ୟପାଳ ଛୁଟିରେ ଗଲେ କିମ୍ବା ରାଜ୍ୟପାଳ ପଦ ଶୂନ୍ୟ ପଡ଼ିଲେ ପଡ଼ୋଶୀ ରାଜ୍ୟର ରାଜ୍ୟପାଳ ସେହି ଦାୟିତ୍ଵ ତୁଲାଇଥାଆନ୍ତି ।
  • ଅଥବା ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅସ୍ଥାୟୀ ରାଜ୍ୟପାଳଭାବେ କାର୍ଯ୍ୟ ତୁଲାଇଥାଆନ୍ତି ।

୩। ମୁଖ୍ୟମନ୍ତ୍ରୀ କିପରି ନିଯୁକ୍ତି ହୁଅନ୍ତି ?
Answer:

  • ବିଧାନସଭାରେ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠ ଆସନ ପାଇଥବା ଦଳର ନେତାଙ୍କ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ କରନ୍ତି ।
  • କୌଣସି ରାଜନୈତିକ ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲେ ମେଣ୍ଟ ଦଳର ସର୍ବସମ୍ମତ ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀଭାବେ ନିଯୁକ୍ତ କରନ୍ତି ।

୪। କେଉଁ ପରିସ୍ଥିତିରେ ‘ରାଷ୍ଟ୍ରପତି ଶାସନ’ ଜାରି କରିବାପାଇଁ ରାଜ୍ୟପାଳ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ?
Answer:

  • ଯଦି ବିଧାନସଭା ନିର୍ବାଚନ ପରେ କୌଣସି ଦଳ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ହାସଲ କରି ନଥା’ନ୍ତି ଓ ମେଣ୍ଟଦଳଦ୍ୱାରା ସମର୍ଥିତ ନେତାଙ୍କ ସପକ୍ଷରେ ବିଧାନସଭାରେ ଅର୍ଦ୍ଧାଧ‌ିକ ସଭ୍ୟଙ୍କ ନିଶ୍ଚିତ ସମର୍ଥନ ନ ଥାଏ ଓ ଏକାଧ୍ଯକ ନେତା ନିଜ ସପକ୍ଷରେ ବହୁମତ ଦାବି କରନ୍ତି, ତେବେ ରାଜ୍ୟପାଳ ସ୍ଵେଚ୍ଛାଧୀନ କ୍ଷମତା ପ୍ରୟୋଗ କରି ମୁଖ୍ୟମନ୍ତ୍ରୀ ନିଯୁକ୍ତ କରନ୍ତି ଓ ବିଧାନସଭାରେ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପରାମର୍ଶ ଦିଅନ୍ତି ।
  • ଯଦି ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ସ୍ଥିର ସରକାର ପ୍ରତିଷ୍ଠା ହୋଇପାରେ ନାହିଁ, ତେବେ ରାଜ୍ୟପାଳ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦିଅନ୍ତି ।

୫। ଅଧ୍ୟାଦେଶ (ଅର୍ଜିନାନ୍ସ) ଜାରି କହିଲେ କ’ଣ ବୁଝ ? ଏହା କେଉଁ ପରିସ୍ଥିତିରେ ଜାରି ହୁଏ ?
Answer:

  • ଅଧ୍ୟାଦେଶ ହେଉଛି ଏକ କାର୍ଯ୍ୟନିର୍ବାହୀ ଆଇନ । ଏହା ଅସ୍ଥାୟୀ ବା ସ୍ଵଳ୍ପକାଳୀନ ଆଇନ ।
  • ବିଧାନସଭାର ଅଧ୍ଵବେଶନ ଚାଲୁନଥିବା ସମୟରେ ଯଦି କୌଣସି ଜରୁରୀ ପରିସ୍ଥିତିର ମୁକାବିଲାପାଇଁ ନୂତନ ଆଇନ ପ୍ରଣୟନର ଆବଶ୍ୟକତା ପଡ଼େ, ସେତେବେଳେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀପରିଷଦଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ ଅଧ୍ୟାଦେଶ ଜାରି କରିଥାଆନ୍ତି ।

୬। ରାଜ୍ୟପାଳଙ୍କର କି କି ଭୂମିକା ଅଛି ଉଲ୍ଲେଖ କର ।
Answer:
ରାଜ୍ୟପାଳଙ୍କର ଭୂମିକା ମୁଖ୍ୟତଃ ଦୁଇଗୋଟି; ଯଥା –

  • ସେ ରାଜ୍ୟ ପ୍ରଶାସନର ସାମ୍ବିଧାନିକ ଶାସନମୁଖ୍ୟ । ସେ ନିଜର ଦାୟିତ୍ୱ ସମ୍ପାଦନ କରିବା ସମୟରେ ସଂସଦୀୟ ଗଣତନ୍ତ୍ରର ପରମ୍ପରା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ କାର୍ଯ୍ୟ କରନ୍ତି ।
  • ସେ ରାଜ୍ୟରେ କେନ୍ଦ୍ର ସରକାରଙ୍କ ପ୍ରତିନିଧ୍ଵ । ସେ କେନ୍ଦ୍ର ସରକାରଙ୍କର ଚକ୍ଷୁ ଓ କର୍ଣ୍ଣ ସଦୃଶ ରାଜ୍ୟରେ କାମ କରନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୭ । କେଉଁ ପରିସ୍ଥିତିରେ ରାଜ୍ୟ ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥା’ନ୍ତି ?
Answer:

  • ଯେଉଁ ମୁହୂର୍ଭରେ ମନ୍ତ୍ରୀପରିଷଦ ବିଧାନସଭାର ଅଦ୍ଧାଧ‌ିକ ସଭ୍ୟଙ୍କର ଆସ୍ଥା ହରାଏ, ସେହି ମୁହୂର୍ଭରେ ମନ୍ତ୍ରୀପରିଷଦର ବିଲୟ ଘଟେ ।
  • ଅନାସ୍ଥା ପ୍ରସ୍ତାବ ଅନୁମୋଦନ କରି ବିଧାନସଭା ମନ୍ତ୍ରୀପରିଷଦକୁ ପଦଚ୍ୟୁତ କରିଥାଏ ।

୮। ନିମ୍ନ ଅଦାଲତ କେତେ ପ୍ରକାରର ଓ ସେଗୁଡ଼ିକ କ’ଣ ?
Answer:
ନିମ୍ନ ଅଦାଲତ ଦୁଇ ପ୍ରକାରର । ସେଗୁଡ଼ିକ ହେଲା –

  • ଦେୱାନୀ ଅଦାଲତ
  • ଫୌଜଦାରୀ ଅଦାଲତ ।

୯ । ବିଧାନସଭାର ବାଚସ୍ପତି ଓ ଉପବାଚସ୍ପତି ସାଧାରଣତଃ କେଉଁ ଦଳରୁ ନିର୍ବାଚିତ ହୋଇଥା’ନ୍ତି ?
Answer:

  • ବିଧାନସଭାର ବାଚସ୍ପତି ସାଧାରଣତଃ ଶାସକ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।
  • ବିଧାନସଭାର ଉପବାଚସ୍ପତି ସାଧାରଣତଃ ବିରୋଧୀ ଦଳରୁ ନିର୍ବାଚିତ ହୋଇଥା’ନ୍ତି ।

୧୦ । ଦ୍ବିସଦନୀୟ ବିଧାନ ମଣ୍ଡଳ କ’ଣ ?
Answer:

  • ଯେଉଁ ବିଧାନମଣ୍ଡଳରେ ଦୁଇଟି ସଦନ ଥାଏ, ତାହାକୁ ଦ୍ବିସଦନୀୟ ବିଧାନମଣ୍ଡଳ କୁହାଯାଏ ।
  • ଏହା ଉଚ୍ଚ ସଦନକୁ ବିଧାନ ପରିଷଦ ଓ ନିମ୍ନ ସଦନକୁ ବିଧାନସଭା କୁହାଯାଏ ।

୧୧। ବାଚସ୍ପତିଙ୍କର ୨ଟି କାର୍ଯ୍ୟ ଉଲ୍ଲେଖ କର ।
Answer:

  • ବାଚସ୍ପତି ବିଧାନସଭା ଅଧୁବେଶନରେ ଶାନ୍ତିଶୃଙ୍ଖଳା ରକ୍ଷା କରନ୍ତି।
  • ସେ ବିଧାନସଭାର କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରନ୍ତି ।

୧୨ । ‘ବିଧାୟକ’ (M.L.A.) କିପରି ନିର୍ବାଚିତ ହୁଅନ୍ତି ?
Answer:
ନିଜ ନିର୍ବାଚନ ମଣ୍ଡଳୀର ସମସ୍ତ ସାବାଳକ ନାଗରିକ ‘ଭୋଟଦାତା’ ହିସାବରେ ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନିର୍ବାଚନ ମାଧ୍ୟମରେ ନିଜ ନିଜ ନିର୍ବାଚନ ମଣ୍ଡଳୀକୁ ଜଣେ ପ୍ରାର୍ଥୀଙ୍କୁ ‘ବିଧାୟକ’ (M.L.A.) ଭାବରେ ନିର୍ବାଚିତ କରନ୍ତି ।

୧୩। ପ୍ରତିବର୍ଷ ବିଧାନସଭାରେ କେତୋଟି ଅଧ୍ଶନ ହୋଇଥାଏ ? ସେଗୁଡ଼ିକ କ’ଣ ?
Answer:

  • ପ୍ରତିବର୍ଷ ବିଧାନ ସଭାରେ ୩ଟି ଅଧୁବେଶନ ଆହୂତ ହୋଇଯାଏ ।
  • ସେଗୁଡ଼ିକ ହେଲା – (୧) ବଜେଟ୍ ଅଧିବେଶନ, (୨) ବର୍ଷାକାଳୀନ ଅଧିବେଶନ, (୩) ଶୀତକାଳୀନ ଅଧୂବେଶନ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୪। ସମ୍ବିଧାନର କେଉଁ ଧାରା ଅନୁଯାୟୀ ଭାରତର କେଉଁ ରାଜ୍ୟ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ?
Answer:

  • ଭାରତର ଜାମ୍ମୁ-କାଶ୍ମୀର ରାଜ୍ୟ ଶାସନ ପାଇଁ ଏକ ଭିନ୍ନ ସମ୍ବିଧାନର ବ୍ୟବସ୍ଥା ଅଛି ।
  • ସମ୍ବିଧାନ ୩୭୦ ଧାରାରେ ଏହି ବ୍ୟବସ୍ଥା ଅଛି ।

୧୫ । ଓଡ଼ିଶା ବିଧାନସଭାର କେତୋଟି ଆସନ ଅନୁସୂଚିତ ଜାତି ପାଇଁ ଏବଂ କେତୋଟି ଆସନ ଅନୁସୂଚିତ ?
Answer:

  • ଓଡ଼ିଶା ବିଧାନସଭାରେ ୨୨ଟି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଅଛି ।
  • ଓଡ଼ିଶା ବିଧାନସଭାରେ ୩୪ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ଅଛି ।

ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ଅଛି ?
Answer:
ଦିଲ୍ଲୀ ଓ ପୁଦୁଚେରୀରେ କେନ୍ଦ୍ରଶାସିତ ଅଞ୍ଚଳ ବିଧାନସଭା ଅଛି ।

୨। କିଏ ରାଜ୍ୟର ସମସ୍ତ ବିଶ୍ଵବିଦ୍ୟାଳୟର କୁଳାଧୂପତି ଅଟନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ଅଟନ୍ତି ।

୩ । କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ କେଉଁମାନେ ନିଯୁକ୍ତ ହୁଅନ୍ତି ?
Answer:
କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା କରିବାପାଇଁ ରାଷ୍ଟ୍ରମନ୍ତ୍ରୀମାନେ ନିଯୁକ୍ତ ହୋଇଥା’ନ୍ତି ।

୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେ ହେବା ଉଚିତ ?
Answer:
ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା ୫୦୦ରୁ ଅଧିକ କିମ୍ବା ୬୦ରୁ କମ୍ ହେବ ନାହିଁ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୫। ସମ୍ବିଧାନର କେତେ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ?
Answer:
ସମ୍ବିଧାନର ୩୫୨ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।

୬। ‘ମୁଲତବୀ’ କହିଲେ କ’ଣ ବୁଝ ?
Answer:
ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ‘ମୁଲତବୀ’ କୁହାଯାଏ ।

୭। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା କେତେ ?
Answer:
ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା ୧,୧୦,୦୦୦ ଟଙ୍କା ।

୮। ରାଜ୍ୟପାଳ କାହା ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ?
Answer:
ରାଜ୍ୟପାଳ, ରାଜ୍ୟ ମନ୍ତ୍ରୀପରିଷଦର ପରାମର୍ଶ ଅନୁସାରେ ନିଜର ଦାୟିତ୍ଵ ତୁଲାଇ ଥାଆନ୍ତି ।

୯। ରାଜ୍ୟପାଳ ତାଙ୍କର ‘ଲିଖ୍ତ ଅଭିଭାଷଣ’ ବିଧାନସଭାରେ କେତେବେଳେ ପାଠ କରନ୍ତି ?
Answer:
ନିର୍ବାଚନ ପରବର୍ତ୍ତୀ ନବଗଠିତ ବିଧାନସଭାର ପ୍ରଥମ ଅଧ‌ିବେଶନ ଓ ପ୍ରତିବର୍ଷର ପ୍ରଥମ ଅଧ‌ିବେଶନ ପ୍ରାରମ୍ଭରେ ରାଜ୍ୟପାଳ ତାଙ୍କର ‘ଲିଖ୍ ଅଭିଭାଷଣ’ ବିଧାନସଭାରେ ପାଠ କରନ୍ତି ।

୧୦ । କିଏ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ?
Answer:
ରାଜ୍ୟପାଳ ରାଜ୍ୟର ପ୍ରଚଳିତ ଆଇନଦ୍ୱାରା ଦଣ୍ଡିତ ଅପରାଧୀମାନଙ୍କର ଦଣ୍ଡକୁ କୋହଳ ବା ଲାଘବ କରିପାରନ୍ତି ।

୧୧ । କାହା ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ?
Answer:
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଜ୍ୟପାଳ ଅନ୍ୟ ମନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଅନ୍ତି ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୨ । ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା କେତୋଟି ଆସନ ବିଶିଷ୍ଟ ?
Answer:
ଜନସଂଖ୍ୟାର ସ୍ଵଳ୍ପତା ଦୃଷ୍ଟିରୁ ସିକିମ୍ ବିଧାନସଭା ୩୨ଟି ଆସନ ବିଶିଷ୍ଟ ।

୧୩ । ସମ୍ବିଧାନର କେତେ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ?
Answer:
ସମ୍ବିଧାନର ୨୧୪ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟ ପାଇଁ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବା ବ୍ୟବସ୍ଥା ଅଛି ।

୧୪ । ଦେୱାନୀ ଅଦାଲତ କାହାକୁ କୁହାଯାଏ ?
Answer:
ଜମିଜମା ସଂକ୍ରାନ୍ତୀୟ ଏବଂ ଅନ୍ୟାନ୍ୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ସମ୍ପର୍କିତ ମୋକଦ୍ଦମାଗୁଡ଼ିକ ଯେଉଁ ଅଦାଲତରେ ବିଚାର କରାଯାଏ, ତାହାକୁ ଦେୱାନୀ ଅଦାଲତ କୁହାଯାଏ ।

୧୫ । ଫୌଜଦାରୀ ଅଦାଲତ କାହାକୁ କୁହାଯାଏ ?
Answer:
ଯେଉଁ ଅଦାଲତଗୁଡ଼ିକରେ ଚୋରି, ଡକାୟତି, ଧର୍ଷଣ, ହତ୍ୟା ଇତ୍ୟାଦି ଅପରାଧଗୁଡ଼ିକର ବିଚାର କରାଯାଏ, ତାହାକୁ ଫୌଜଦାରୀ ଅଦାଲତ କୁହାଯାଏ ।

୧୬ । ଲୋକ ଅଦାଲତ କାହାକୁ କୁହାଯାଏ ?
Answer:
ଅଦାଲତର ପରିସର ବାହାରେ ବିଚାରପତିମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ସେଠାରେ ‘ଲୋକ ଅଦାଲତ’ ପରିଚାଳନା କରି ତାହା ମାଧ୍ୟମରେ ଆପୋଷ ସମାଧାନ ଭିଭିକ ମୋକଦ୍ଦମାଗୁଡ଼ିକର ଫଏସଲା କରି ରାୟ ପ୍ରଦାନ କରିବା ବ୍ୟବସ୍ଥାକୁ ‘ଲୋକ ଅଦାଲତ’ କୁହାଯାଏ ।

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

A. ଶୂନ୍ୟସ୍ଥାନ ପୂରଣ କର ।

୧। _________________ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ଶାସନ ମୁଖ୍ୟ ।
Answer:
ରାଜ୍ୟପାଳ

୨। ଆମ ଦେଶର _____________ ଗୋଟି ରାଜ୍ୟରେ ଉଭୟ ବିଧାନସଭା ଓ ବିଧାନ ପରିଷଦ ଅଛି ।
Answer:

୩। ରାଜ୍ୟପାଳ _____________ ଙ୍କ ଦ୍ୱାରା ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରପତି

୪। ରାଜ୍ୟପାଳ ପଦରେ ନିଯୁକ୍ତି ପାଇବାପାଇଁ ବୟସ ________________ ବର୍ଷରୁ ଊର୍ଦ୍ଧ୍ବ ହେବା ଉଚିତ ।
Answer:
୩୫

୫। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧୂପତି ହେଉଛନ୍ତି ________________ ।
Answer:
ରାଜ୍ୟପାଳ

୬। ବିଶ୍ଵବିଦ୍ୟାଳୟର କୁଳପତିମାନଙ୍କୁ ________________ ନିଯୁକ୍ତ କରନ୍ତି ।
Answer:
ରାଜ୍ୟପାଳ

୭। _____________ ରାଜ୍ୟର ଅପରାଧୀମାନଙ୍କର ଦଣ୍ଡକୁ ‘କୋହଳ’ ବା ‘ଲାଘବ’ କରିପାରନ୍ତି ।
Answer:
ରାଜ୍ୟପାଳ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮। ରାଜ୍ୟପାଳ ରାଜ୍ୟର ______________ ଙ୍କ ପ୍ରତିନିଧ୍ ଭାବରେ କାର୍ଯ୍ୟ କରନ୍ତି ।
Answer:
କେଦ୍ର ସରକାର

୯। ରାଜ୍ୟପାଳ ପ୍ରତି _____________ ଦିନରେ ଥରେ ରାଜ୍ୟଶାସନ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ‘ପାକ୍ଷିକ ରିପୋର୍ଟ’ ପ୍ରଦାନ କରନ୍ତି ।
Answer:
୧୫

୧୦| ________________ ହେଉଛନ୍ତି ରାଜ୍ୟ ମନ୍ତ୍ରୀପରିଷଦର ମୁଖ୍ୟ ।
Answer:
ମୁଖ୍ୟମନ୍ତ୍ରୀ

୧୧। କ୍ୟାବିନେଟ୍ ମନ୍ତ୍ରୀମାନଙ୍କୁ ସହାୟତା ପ୍ରଦାନ କରିବାପାଇଁ ______________ ନିଯୁକ୍ତ ହୁଅନ୍ତି ।
Answer:
ରାଷ୍ଟ୍ରମନ୍ତ୍ରୀ

୧୨। ______________ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରନ୍ତି ।
Answer:
ମୁଖ୍ୟମନ୍ତ୍ରୀ

୧୩। ____________ ହେଉଛନ୍ତି ମନ୍ତ୍ରୀପରିଷଦର ସୃଷ୍ଟି, ସ୍ଥିତି ଏବଂ ବିଲୟର ଆଧାର ।
Answer:
ମୁଖ୍ୟମନ୍ତ୍ରୀ

୧୪। ସିକିମ୍ ବିଧାନସଭା ______________ ଆସନ ବିଶିଷ୍ଟ ।
Answer:
୩୨

୧୫। ମିଜୋରାମର ବିଧାନସଭାର ସଭ୍ୟସଂଖ୍ୟା _______________ ।
Answer:
୪୦

୧୬। ଓଡ଼ିଶା ବିଧାନ ସଭାର ସଭ୍ୟସଂଖ୍ୟା ______________ ।
Answer:
୧୪୭

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୭। ବିଧାନସଭାର ସଭ୍ୟ ହେବାପାଇଁ ଅନୂନ ବୟସ ______________ ବର୍ଷ ହେବା ଉଚିତ ।
Answer:
୨୫

୧୮। ଉଭୟ ବାଚସ୍ପତି ଓ ଉପବାଚସ୍ପତି ଅନୁପସ୍ଥିତ ରହିଲେ ଅଧୂବେଶନ କାର୍ଯ୍ୟ ଚଳାଇବାପାଇଁ ଏକ ______________ ରହିଛି ।
Answer:
ଅଧ୍ୟକ୍ଷ ମଣ୍ଡଳୀ

୧୯। ବିଧାନ ପରିଷଦର ସଭ୍ୟ ହେବାପାଇଁ ଅନ୍ୟୁନ ବୟସ _______________ ବର୍ଷ ହେବା ଉଚିତ ।
Answer:
୩୦

୨୦। ସମ୍ବିଧାନର _______________ ଧାରା ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ଉଚ୍ଚ ନ୍ୟାୟାଳୟ ରହିବ ।
Answer:
୨୧୪

୨୧। ବର୍ତ୍ତମାନ ଆମ ଦେଶରେ _______________ ଟି ଉଚ୍ଚ ନ୍ୟାୟପାଳିକା କାର୍ଯ୍ୟ କରୁଛନ୍ତି ।
Answer:
୨୧

୨୨। ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ______________ ଠାରେ ଅଛି ।
Answer:
କଟକ

୨୩। ______________ ଧାରା ଅନୁଯାୟୀ ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥାଏ ।
Answer:
୩୫୨

୨୪। ____________ ଧାରା ଅନୁଯାୟୀ ରାଷ୍ଟ୍ରପତି ଶାସନ ଘୋଷଣା କରାଯାଇଥାଏ ।
Answer:
୩୫୬

୨୫ । ସଂବିଧାନର _____________ ଧାରା ଅନୁସାରେ ରାଷ୍ଟ୍ରପତି ପ୍ରତି ପାଞ୍ଚବର୍ଷରେ ଗୋଟିଏ ଲେଖାଏଁ ଅର୍ଥ ଆୟୋଗ ନିଯୁକ୍ତ କରିଥାଆନ୍ତି ।
Answer:
୨୮୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୨୬। ସାମୟିକଭାବେ ସଭାକାର୍ଯ୍ୟକୁ ବନ୍ଦ ରଖିବାକୁ ______________ କୁହାଯାଏ ।
Answer:
ମୁଲତବୀ

୨୭। ଦିଲ୍ଲୀ ଓ ପୁଦୁଚେରୀ ବ୍ୟତୀତ ଅନ୍ୟ କେନ୍ଦ୍ରଶାସିତ ଅଞ୍ଚଳରେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ _______________ ହେଉଛନ୍ତି ଶାସନ ମୁଖ୍ୟ ।
Answer:
ଚିଫ୍ କମିଶନର

୨୮। ଓଡ଼ିଶାର ପ୍ରଥମ ରାଜ୍ୟପାଳ _____________ ଥିଲେ ।
Answer:
ସାର୍ ଜନ୍ ଅଷ୍ଟିନ୍ ହବାନ୍

୨୯। ରାଜ୍ୟପାଳଙ୍କର ବର୍ତ୍ତମାନ ଦରମା _____________ ଅଟେ ।
Answer:
୧,୧୦,୦୦୦ଟଙ୍କା

୩୦। ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ଦରମ ____________ ଅଟେ ।
Answer:
୯୦,୦୦୦ ଟଙ୍କା

B. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ବିଧାନସଭା ବୈଠକରେ କିଏ ସଭାପତିତ୍ବ କରନ୍ତି ?
(i) ଉପସଭାପତି
(ii) ରାଜ୍ୟପାଳ
(iii) ବାଚସ୍ପତି
(iv) ମୁଖ୍ୟମନ୍ତ୍ରୀ
Answer:
(iii) ବାଚସ୍ପତି

୨। ଭାରତର କେଉଁ ଗୋଟିଏ ରାଜ୍ୟ ବ୍ୟତୀତ ଅନ୍ୟ ସବୁରାଜ୍ୟରେ ସମାନ ପ୍ରକାରର ଶାସନ ବ୍ୟବସ୍ଥା ରହିଛି ?
(i) ଓଡ଼ିଶା
(ii) ପଶ୍ଚିମବଙ୍ଗ
(iii) ଜାମ୍ମୁ-କାଶ୍ମୀର
(iv) ଛତିଶଗଡ଼
Answer:
(iii) ଜାମ୍ମୁ-କାଶ୍ମୀର

୩। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଏକ କେନ୍ଦ୍ରଶାସିତ ଅଞ୍ଚଳ ?
(i) ବିହାର
(ii) ଉତ୍ତର ପ୍ରଦେଶ
(iii) ଜାମ୍ମୁ-କାଶ୍ମୀର
(iv) ଦିଲ୍ଲୀ
Answer:
(iv) ଦିଲ୍ଲୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୪। କିଏ ମୁଖ୍ୟମନ୍ତ୍ରୀଙ୍କୁ ଶପଥପାଠ କରାଇଥା’ନ୍ତି ?
(i) ରାଜ୍ୟପାଳ
(ii) ପୂର୍ବତନ ମୁଖ୍ୟମନ୍ତ୍ରୀ
(iii) ବାଚସ୍ପତି
(iv) ଉଚ୍ଚ ନ୍ୟାୟାଳୟର ବିଚାରପତି
Answer:
(i) ରାଜ୍ୟପାଳ

ଓଡ଼ିଶା ବିଧାନସଭାର ମୋଟ ସଭ୍ୟସଂଖ୍ୟା କେତେ ?
(i) ୧୭୪
(ii) ୧୪୭
(iii) ୧୮୧
(iv) ୧୯୨
Answer:
(ii) ୧୪୭

ରାଜ୍ୟପାଳ ହେବାପାଇଁ ଅନ୍ୟନ ବୟସ କେତେ ହେବା ଉଚିତ ?
(i) ୨୫ ବର୍ଷ
(ii) ୩୦ ବର୍ଷ
(iii) ୩୫ ବର୍ଷ
(iv) ୪୦ ବର୍ଷ
Answer:
(iii) ୩୫ ବର୍ଷ

୭। ନିମ୍ନୋକ୍ତ କିଏ ଅଧ୍ୟାଦେଶ ଜାରି କରିଥା’ନ୍ତି ?
(i) ଜିଲ୍ଲାପାଳ
(ii) ଲୋକପାଳ
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iv) ରାଜ୍ୟପାଳ

୮| ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ କିଏ ଅଧ୍ୟକ୍ଷତା କରନ୍ତି ?
(i) ବାଚସ୍ପତି
(ii) ଉପବାଚସ୍ପତି
(iii) ମୁଖ୍ୟମନ୍ତ୍ରୀ
(iv) ରାଜ୍ୟପାଳ
Answer:
(iii) ମୁଖ୍ୟମନ୍ତ୍ରୀ

ସମ୍ବିଧାନର କେତେଗୁଡ଼ିଏ ଧାରାର ସଂଶୋଧନ କ୍ଷେତ୍ରରେ ଅନ୍ୟୁନ କେତେ ଶତାଂଶ ରାଜ୍ୟ ବିଧାନମଣ୍ଡଳର ସମ୍ମତି ଆବଶ୍ୟକ ?
(i) ୨୫
(ii) ୫୦
(iii) ୬୦
(iv) ୭୫
Answer:
(ii) ୫୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୦। ଜଣେ ମନ୍ତ୍ରୀ ବିଧାନମଣ୍ଡଳର ସଭ୍ୟ ହୋଇନଥିଲେ ତାଙ୍କୁ କେତେ ମାସ ମଧ୍ୟରେ ସଭ୍ୟରୂପେ ନିର୍ବାଚିତ ହେବାକୁ ପଡ଼ିବ ?
(i) ୩ ମାସ
(ii) ୯ ମାସ
(iii) ୬ ମାସ
(iv) ୧ ମାସ
Answer:
(iii) ୬ ମାସ

୧୧। ପ୍ରତି କେତେ ଦିନରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟ ଶାସନ ସମ୍ପର୍କରେ ‘ପାକ୍ଷିକ ରିପୋର୍ଟ’ ପଠାଇଥା’ନ୍ତି ?
(i) ୧୦ ଦିନ
(ii) ୧୫ ଦିନ
(iii) ୧୨ ଦିନ
(iv) ୨୦ ଦିନ
Answer:
(ii) ୧୫ ଦିନ

୧୨। ନିମ୍ନୋକ୍ତ କେଉଁ ବିଭାଗଟି ଯୁଗ୍ମ ତାଲିକା ଅନ୍ତର୍ଭୁକ୍ତ ?
(i) ପ୍ରତିରକ୍ଷା
(ii) ଜଙ୍ଗଲ
(iii) ବିବାହ
(iv) କୃଷି
Answer:
(iii) ବିବାହ

୧୩। ଓଡ଼ିଶା ବିଧାନସଭାରେ ଅନୁସୂଚିତ ଜନଜାତିଙ୍କ ଆସନ ସଂଖ୍ୟା କେତେ ?
(i) ୨୨
(ii) ୩୨
(iii) ୩୬
(iv) ୩୪
Answer:
(iv) ୩୪

୧୪। ସମ୍ବିଧାନର ବ୍ୟବସ୍ଥା ଅନୁସାରେ ବିଧାନସଭାର ସଭ୍ୟସଂଖ୍ୟା କେତେରୁ ଅଧ‌ିକ ହୋଇପାରିବ ନାହିଁ ?
(i) ୨୦୦
(ii) ୩୦୦
(iii) ୪୦୦
(iv) ୫୦୦
Answer:
(iv) ୫୦୦

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

C. ଗୋଟିଏ ଶବ୍ଦରେ ପ୍ରକାଶ କର ।

୧। ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

ସମ୍ବିଧାନର ୩୭୦ ଧାରା କେଉଁ ରାଜ୍ୟ ପାଇଁ ଲାଗୁ ହୋଇଥାଏ ?
Answer:
ଜାମ୍ମୁ-କାଶ୍ମୀର

୩। କେତୋଟି ରାଜ୍ୟରେ ବିଧାନ ମଣ୍ଡଳ ରହିଛି ?
Answer:
୭ ଟି

୪। କେଉଁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ରହିଛି ?
Answer:
ଦିଲ୍ଲୀ ଓ ପଦୁଚେରୀ

ଭାରତର ପ୍ରଥମ ମହିଳା ଆଦିବାସୀ ରାଜ୍ୟପାଳ କିଏ ?
Answer:
ଦ୍ରୌପଦୀ ମୁର୍ମୁ

୬। ଅଧୂବେଶନର ପରିସମାପ୍ତି ଗୋଷଣାକୁ କ’ଣ କୁହାଯାଏ ?
Answer:
ପ୍ରୋରୋଗ୍

୭ । ବିଧାନ ସଭାର ନେତା କିଏ ?
Answer:
ମୁଖ୍ୟମନ୍ତ୍ରୀ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୮ | ଭାରତର ନୂତନ ରାଜ୍ୟଟି କିଏ ?
Answer:
ତେଲେଙ୍ଗାନା

୯ । ଓଡ଼ିଶା ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୧୪୭

୧୦ । ସିକିମ୍ ବିଧାନସଭାର ଆସନ ସଂଖ୍ୟା କେତେ ?
Answer:
୩୨

୧୧ । ଓଡ଼ିଶା ବିଧାନସଭାର ହରିଜନ ଓ ଆଦିବାସୀ ଆସନ ସଂଖ୍ୟା କେତେ ?
Answer:
ହରିଜନ (SC) ୨୨ ଓ ଆଦିବାସୀ (ST) ୩୪

୧୨ । ଆମ ରାଜ୍ୟର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
Answer:
କଟକ

BSE Odisha 8th Class Political Science Important Questions Chapter 2 ରାଜ୍ୟ ସରକାର

୧୩ । ଅଦାଲତ ବାହାରେ ଆପୋଷ ଭାବରେ ମକଦ୍ଦମା ବିଚାର କରିବା ବ୍ୟବସ୍ଥାଟି କ’ଣ ?
Answer:
ଲୋକ ଅଦାଲତ

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(h)

Question 1.
ABCD ଚତୁର୍ଭୁଜ ଅଙ୍କନ କର ଯାହାର :
(i) AB = 4 ସେ.ମି., BC = 3 ସେ.ମି., m∠A = 45°, m∠B = 120° ଓ m∠C = 60° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 1
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ ଓ ସେ.ମି. ।
(b) BC ର B ବିନ୍ଦୁରେ ∠YBC ଅଙ୍କନ କର ଯାହାର ପରିମାଣ 120° ଏବଂ C ବିନ୍ଦୁରେ ∠XCB ଅଙ୍କନ କର ଯାହାର ପରିମାଣ
60° ।
(c) \(\overrightarrow{\mathrm{BY}}\) ଉପରେ A ବିନ୍ଦୁ ଚିହ୍ନଟ କର ଯେପରିକି BA = 3 ସେ.ମି. ଏବଂ B – A – Y ହେବ ।
(d) BA ର A ବିନ୍ଦୁରେ 45° ପରିମିତ ∠BAZ ଅଙ୍କନ କର । ଏହା \(\overrightarrow{\mathrm{CX}}\) କୁ D ବିନ୍ଦୁରେ ଛେଦ କରୁ । ABCD ଏକ ଆବଶ୍ୟକୀୟ ଚତୁର୍ଭୁଜ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h)

(ii) AB = 7 ସେ.ମି., BC = 6 ସେ.ମି.,m∠B = 90°, m∠C = 60° ଓ m∠D = 120° ।
ସମାଧାନ:
ଚତୁର୍ଭୁଜର ଚାରି କୋଣର ସମଷ୍ଟି 360° ।
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 2
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 6 ସେ.ମି. ।
(b) B ଓ C ବିନ୍ଦୁରେ ଯଥାକ୍ରମେ 90° ଓ 60° ପରିମାଣ ବିଶିଷ୍ଟ କୋଣ ∠XBC ଏବଂ ∠YCB ଅଙ୍କନ କର ।
(c) \(\overrightarrow{\mathrm{BX}}\) ରୁ BA = 7 ସେ.ମି. ଛେଦନ କର ଏବଂ A ବିନ୍ଦୁରେ ∠BAZ ଅଙ୍କନ କର ଯାହାର ପରିମାଣ 90° ହେବ ।
[ ABCD ଚତୁର୍ଭୁଜରେ m∠A = 360° – (m∠B + m∠C + m∠D) = 360° – (90° + 60° + 120°) = 90°]
(d) \(\overrightarrow{\mathrm{AZ}}\) ଓ \(\overrightarrow{\mathrm{CY}}\) ର ଛେଦବିନ୍ଦୁ D ହେବ । ABCD ଚତୁର୍ଭୁଜ ସମ୍ପୂର୍ଣ୍ଣ କର ।

(iii) AB = 5.2 ସେ.ମି., BC = 3.9 ସେ.ମି., AD = 4.2 ସେ.ମି., m∠A = 120° ଓ m∠B = 90° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 3
(a) AB ଅଙ୍କନ କର ଯାହାର ଦୈର୍ଘ୍ୟ 5.2 ସେ.ମି. ।
(b) A ଓ B ବିନ୍ଦୁରେ ଯଥାକ୍ରମେ 120° ଓ 90° ପରିମାଣ ବିଶିଷ୍ଟ କୋଣ ∠BAX ଏବଂ ∠ABY ଅଙ୍କନ କର ।
(c) \(\overrightarrow{\mathrm{AX}}\) ରୁ AD = 4.2 ସେ.ମି. ଏବଂ \(\overrightarrow{\mathrm{BY}}\) ରୁ BC = 3.9 ସେ.ମି. ଛେଦନ କର ।
(d) CD ଅଙ୍କନ କରି ABCD ଚତୁର୍ଭୁଜ ସମ୍ପୂର୍ଣ୍ଣ କର ।

(iv) AB = 2.5 ସେ.ମି., BC = 3.7 ସେ.ମି., CD = 4 ସେ.ମି., m∠B = 120° ଓ m∠C = 90° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 4
(a) 3.7 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର ।
(b) B ଓ C ବିନ୍ଦୁରେ ଯଥାକ୍ରମେ 120° ଓ 90° ପରିମିତ କୋଣ ∠CBX ଏବଂ ∠BCY ଅଙ୍କନ କର ।
(c) \(\overrightarrow{\mathrm{BX}}\) ରୁ BA = 2.5 ସେ.ମି. ଏବଂ \(\overrightarrow{\mathrm{CY}}\) ରୁ CD = 4 ସେ.ମି. ଛେଦନ କର ।
(d) AD ଅଙ୍କନ କରି ABCD ଚତୁର୍ଭୁଜ ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h)

Question 2.
ABCD ଟ୍ରାପିଜିୟମ୍ ଅଙ୍କନ କର ଯାହାର AB || CD, AB = 8 ସେ.ମି., BC = 6 ସେ.ମି., CD = 4 ସେ.ମି. ଓ m∠B = 60° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 5
ତ୍ରିଭୁଜର ଦୁଇ ବାହୁର ମଧ୍ୟବିନ୍ଦୁକୁ ଯୋଗକରୁଥିବା ସରଳରେଖା ତୃତୀୟ ବାହୁ ସହ ସମାନ୍ତର ଓ ତାହାର ଅର୍ଦ୍ଧେକ ।
(a) Δ XBA ଅଙ୍କନ କର ଯାହାର AB = 8 ସେ.ମି., XB = 2 × BC = 12 ସେ.ମି. ଏବଂ m∠B = 60° |
(b) X͞A ଏବଂ X͞B ର ସମଦ୍ବିଖଣ୍ଡକ ବିନ୍ଦୁ ଯଥାକ୍ରମେ D ଓ C ସ୍ଥିର କର ।
(c) CD ଅଙ୍କନ କରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର ।

ବିକଳ୍ପ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 6
(a) AB ଅଙ୍କନ କର ଯାହାର ଦୈର୍ଘ୍ୟ 8 ସେ.ମି. ।
(b) AB ର B ବିନ୍ଦୁରେ 60° ପରିମିତ ∠ABX ଅଙ୍କନ କର ।
(c) \(\overrightarrow{\mathrm{BX}}\) ର BC = 6 ସେ.ମି. ଛେଦନ କର ।
(d) BC ର C ବିନ୍ଦୁରେ m∠BCY = 120° ଅଙ୍କନ କର । ( AB || CD)
(e) \(\overrightarrow{\mathrm{CY}}\) ରୁ CD = 4 ସେ.ମି. ନେଇ D ବିନ୍ଦୁ ନିର୍ଦ୍ଧାରଣ କର ।
(f) AD ଅଙ୍କନ କରି ABCD ଟ୍ରାପିଜିୟମ୍ ସଂପୂର୍ଣ୍ଣ କର ।

Question 3.
ABCD ଚତୁର୍ଭୁଜ ଅଙ୍କନ କର, ଯାହାର AB = 6 ସେ.ମି., BC = 5.5 ସେ.ମି., AC = 6.4 ସେ.ମି., BD = 7.1 ସେ.ମି., m∠DBC = 30° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 7
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 5.5 ସେ.ମି. ।
(b) BC ର B ବିନ୍ଦୁରେ 30° ପରିମିତ ∠XBC ଅଙ୍କନ କର । \(\overrightarrow{\mathrm{BX}}\) ରୁ BD = 7.1 ଛେଦନ କରି D ବିନ୍ଦୁ ନିର୍ଦ୍ଧାରଣ କର ।
(c) CD ଅଙ୍କନ କରି Δ BCD ସଂପୂର୍ଣ୍ଣ କର ।
(d) B ଓ C ରୁ ଯଥାକ୍ରମେ BA = 6 ସେ.ମି. ଏବଂ CA = 6.4 ସେ.ମି. ପରିମିତ ବ୍ୟାସାର୍ଦ୍ଧ ବିଶିଷ୍ଟ ଚାପଦ୍ଵୟ ଅଙ୍କନ କର ଯାହା ପରସ୍ପରକୁ A ବିନ୍ଦୁରେ ଛେଦ କରିବେ ।
(e) AD ଅଙ୍କନ କରି ABCD ଚତୁର୍ଭୁଜ ଅଙ୍କନ ସମ୍ପୂର୍ଣ୍ଣ କର ।

Question 4.
ABCD ଚତୁର୍ଭୁଜ ଅଙ୍କନ କର, ଯାହାର AB = 5.5 ସେ.ମି., m∠B = 60° BC = 6 ସେ.ମି.
m∠ACD = 30° ଓ m∠BAD = 105° ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 8
(a) A͞B ଅଙ୍କନ କର ଯାହାର ଦୈର୍ଘ୍ୟ 5.5 ସେ.ମି. ।
(b) AB ର B ବିନ୍ଦୁରେ 60° ପରିମିତ ∠XBA ଅଙ୍କନ କର । \(\overrightarrow{\mathrm{BX}}\) ରୁ BC = 6 ସେ.ମି. ଛେଦନ କରି C ବିନ୍ଦୁ ନିର୍ଦ୍ଧାରଣ କର ।
(c) AC ଯୋଗକରି Δ ABC ସଂପୂର୍ଣ୍ଣ କର ।
(d) AC ର C ବିନ୍ଦୁରେ 30° ପରିମିତ ∠ACY ଏବଂ A ବିନ୍ଦୁରେ ∠ZAB 105° ପରିମିତ ଅଙ୍କନ କର ।
(e) \(\overrightarrow{\mathrm{CY}}\) ଏବଂ \(\overrightarrow{\mathrm{AZ}}\) ଦ୍ଵୟର ଛେଦବିନ୍ଦୁ D ହେଉ । ABCD ଆବଶ୍ୟକୀୟ ଚତୁର୍ଭୁଜ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h)

Question 5.
ABCD ଚତୁର୍ଭୁଜରେ (BP ⊥ AC, DQ ⊥ AC) AC = 6.7 ସେ.ମି., AB = 5 ସେ.ମି., CD = 5.3 ସେ.ମି.,
BP = 4.8 ସେ.ମି., DQ = 5 ସେ.ମି. । ଚତୁର୍ଭୁଜଟି ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 9
(a) AC ଅଙ୍କନ କର ଯାହାର ଦୈର୍ଘ୍ୟ 6.7 ସେ.ମି. ହେବ ।
(b) A ବିନ୍ଦୁରେ AC ପ୍ରତି \(\overrightarrow{\mathrm{XAY}}\) ଲମ୍ବ ଅଙ୍କନ କର।
(c) \(\overrightarrow{\mathrm{AX}}\) ଏବଂ \(\overrightarrow{\mathrm{AY}}\) ଉପରିସ୍ଥ R ଓ S ବିନ୍ଦୁ ନିଅ ଯେପରିକି AR = 4.8 ସେ.ମି. ଏବଂ AS = 5 ସେ.ମି. ହେବ ।
(d) R ଓ S ବିନ୍ଦୁରେ A͞R ଓ A͞S ପ୍ରତି ଯଥାକ୍ରମେ \(\overrightarrow{\mathrm{RM}}\) ଓ \(\overrightarrow{\mathrm{SN}}\) ଲମ୍ବ ଅଙ୍କନ କର ।
(e) A କୁ କେନ୍ଦ୍ର କରି AB (= 5.3 ସେ.ମି.) ବ୍ୟାସାର୍ଷ ବିଶିଷ୍ଟ ଚାପ \(\overrightarrow{\mathrm{RM}}\) କୁ B ବିନ୍ଦୁରେ ଛେଦ କରୁ ।
(f) C କୁ କେନ୍ଦ୍ରକରି CD (= 5.3 ସେ.ମି.) ବ୍ୟାସାର୍ଦ୍ଧର୍ଷ ବିଶିଷ୍ଟ ଚାପ \(\overrightarrow{\mathrm{SN}}\) କୁ D ବିନ୍ଦୁରେ ଛେଦ କରୁ ।
(g) A͞B, B͞C, C͞D ଓ AD ଅଙ୍କନ କରି ABCD ଚତୁର୍ଭୁଜ ସମ୍ପୂର୍ଣ୍ଣ କର ।

Question 6.
ABCD ଟ୍ରାପିଜିୟମ୍ ଅଙ୍କନ କର ଯାହାର AB || CD, AB = 6 ସେ.ମି., BC = 4.5 ସେ.ମି., CD =9 ସେ.ମି. ଓ DA = 5 ସେ.ମି. ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 10
(a) Δ BMC ଅଙ୍କନ କର ଯାହାର MC = CD – AB = 3 ସେ.ମି., BM = DA = 5 ସେ.ମି. ଏବଂ BC = 4.5 ସେ.ମି. ।
(b) \(\overrightarrow{\mathrm{CM}}\) ଉପରିସ୍ଥ D ଏକ ବିନ୍ଦୁ ନିଅ ଯେପରିକି CD = 9 ସେ.ମି. ହେବ ।
(c) B ଓ D କୁ କେନ୍ଦ୍ରକରି ଯଥାକ୍ରମେ 6 ସେ.ମି. ଏବଂ 5 ସେ.ମି. ବ୍ୟାସାର୍କ ବିଶିଷ୍ଟ ଚାପଦ୍ଵୟ ପରସ୍ପରକୁ A ବିନ୍ଦୁରେ ଛେଦ କରନ୍ତୁ ।
(d) AD ଓ AB ଅଙ୍କନ କରି ABCD ଟ୍ରାପିଜିୟମ୍ ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h)

Question 7.
ABCD ଚତୁର୍ଭୁଜ ଅଙ୍କନ କର ଯାହାର AB = CD = 4.5 ସେ.ମି., BC = 9 ସେ.ମି., AD|| BC ଓ BC = 2 AD ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 11
ତ୍ରିଭୁଜର ଦୁଇ ବାହୁର ମଧ୍ୟବିନ୍ଦୁକୁ ଯୋଗକରୁଥିବା ସରଳରେଖା ତୃତୀୟ ବାହୁ ସହ ସମାନ୍ତର ଓ ତାହାର ଅର୍ଦ୍ଧେକ ଅଟେ ।
(a) Δ MBC (ସମବାହୁ ତ୍ରିଭୁଜ) ଅଙ୍କନ କର ଯାହାର ଏକ ବାହୁର ଦୈର୍ଘ୍ୟ 4.5 × 2 = 9 ସେ.ମି. ।
(b) M͞B ଓ MC ର ମଧ୍ୟବିନ୍ଦୁ ଯଥାକ୍ରମେ A ଓ D ନିରୂପଣ କର ।
(c) A͞D ଅଙ୍କନ କରି ABCD ଚତୁର୍ଭୁଜ ସମ୍ପୂର୍ଣ୍ଣ କର ।

ବିକଳ୍ପ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(h) 12
(a) BC ଅଙ୍କନ କର ଯାହାର ଦୈର୍ଘ୍ୟ 9 ସେ.ମି. । BC ର ଲମ୍ବ ସମଦ୍ବିଖଣ୍ଡକ ଅଙ୍କନ କରି । ବିନ୍ଦୁ ନିର୍ଦ୍ଧାରଣ କର ।
(b) E ଓ C କୁ କେନ୍ଦ୍ରକରି 4.5 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ଚାପ ଅଙ୍କନ କର ଓ ଚାପଦ୍ଵୟର ଛେଦବିନ୍ଦୁର ନାମ D ଦିଅ । DE ଓ DC ଅଙ୍କନ କର ।
(c) B ଓ D କୁ କେନ୍ଦ୍ରକରି 4.5 ସେ.ମି. ବ୍ୟାସାର୍ର ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର ଓ ଚାପଦ୍ଵୟର ଛେଦବିନ୍ଦୁ A ହେଉ ।
(d) AB ଓ AD ଅଙ୍କନ କରି ABCD ଚତୁର୍ଭୁଜ ସଂପୂର୍ଣ୍ଣ କର ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

Odisha State Board BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ Textbook Exercise Questions and Answers.

BSE Odisha Class 7 History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

୧। ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ କେଉଁ କେଉଁ ଜିନିଷ ଆମଦାନି କରୁଥିଲେ ?
Answer:
ପ୍ରାଚୀନ କାଳରେ ଇଉରୋପ ମହାଦେଶର ଲୋକମାନେ ଭାରତରୁ ପାଟବସ୍ତ୍ର, ଲବଙ୍ଗ, ମରିଚ ଆଦି ମସଲା; ମୂଲ୍ୟବାନ୍ ପଥର, ହାତୀଦାନ୍ତ ଆଦି ବିଳାସ ସାମଗ୍ରୀ ଆମଦାନି କରୁଥିଲେ ।

(ଖ) ଇଉରୋପୀୟମାନେ ଭାରତକୁ ଆସିବାକୁ କାହିଁକି ଆଗ୍ରହ ପ୍ରକାଶ କରିଥିଲେ ?
Answer:

  • ତ୍ରୟୋଦଶ ଶତାବ୍ଦୀରେ ଇଟାଲୀର ଜଣେ ସାହସୀ ଯୁବକ ମାର୍କୋପୋଲୋ ଏସିଆ ଭ୍ରମଣ କରି ନିଜ ଦେଶକୁ ଫେରିଥିଲେ । ସେ ନିଜ ଦେଶରେ ଭାରତର ହୀରା, ମୁକ୍ତା, ସୂକ୍ଷ୍ମ କାର୍ପାସବସ୍ତ୍ର ଓ ଅନ୍ୟାନ୍ୟ ଉତ୍କୃଷ୍ଟ ଜିନିଷ ବିଷୟରେ ବର୍ଣ୍ଣନା କରିଥିଲେ ।
  • ମାର୍କୋପୋଲୋଙ୍କର ଏହି ବର୍ଣ୍ଣନା ଇଉରୋପୀୟମାନଙ୍କୁ ଭାରତ ଆସିବାକୁ ଉତ୍ସାହିତ କରିଥିଲା ।

(ଗ) ଭାରତର ବିଭିନ୍ନ ଜିନିଷଗୁଡ଼ିକ ଇଉରୋପ ମହାଦେଶରେ ମହଙ୍ଗାରେ ବିକ୍ରି ହେଉଥିଲା କାହିଁକି ?
Answer:

  • ତ୍ରୟୋଦଶ ଶତାବ୍ଦୀରେ ଭାରତରୁ ଇଉରୋପକୁ ଆସିବାକୁ କୌଣସି ସିଧା ରାସ୍ତା ନଥିବାରୁ ଭାରତର ଜିନିଷଗୁଡ଼ିକ କାବୁଲ, ଆଫଗାନିସ୍ଥାନ, ପାରସ୍ୟ, କନଷ୍ଟାଣ୍ଟିନୋପଲ୍ ଇତ୍ୟାଦି ଦେଶ ଦେଇ ବୁଲାଣି ବାଟରେ ଇଉରୋପୀୟ ଦେଶମାନଙ୍କରେ ପହଞ୍ଚୁଥିଲା ।
  • ବୁଲାଣି ବାଟରେ ମାଲଗୁଡ଼ିକର ପରିବହନ ମୂଲ୍ୟ ଅଧିକ ପଡୁଥିବାରୁ ଇଉରୋପ ମହାଦେଶରେ ଏଗୁଡ଼ିକ ମହଙ୍ଗାରେ ବିକ୍ରି ହେଉଥିଲା ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଘ) ଇଉରୋପ ମହାଦେଶ ସହ ଭାରତର ବାଣିଜ୍ୟ କାରବାର ବନ୍ଦ ହେବାର କାରଣ କ’ଣ ଥିଲା ?
Answer:

  • ୧୪୫୩ ଖ୍ରୀଷ୍ଟାବ୍ଦରେ ଅଟୋମାନ ତୁର୍କମାନେ ଏକ ସାମ୍ରାଜ୍ୟ ପ୍ରତିଷ୍ଠା କରି କନ୍‌ଷ୍ଟାଣ୍ଟିନୋପଲ୍ ଅଧ୍ୟାର କରିଥିଲେ ।
  • ଏଣୁ ଏହି ବାଟ ଦେଇ ଭାରତରୁ ଇଉରୋପୀୟ ଦେଶମାନଙ୍କୁ ମାଲ ପରିବହନ ବନ୍ଦ ହୋଇଗଲା ।

(ଙ) ପର୍ତ୍ତୁଗୀଜ୍‌ମାନେ ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ କି କି ପଦକ୍ଷେପ ନେଇଥିଲେ ?
Answer:

  • ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ ପର୍ତ୍ତୁଗୀଜ୍ ନାବିକମାନେ ନିରବଚ୍ଛିନ୍ନ ଭାବରେ ଉଦ୍ୟମ କରିଥିଲେ ।
  • ପର୍ତ୍ତୁଗୀଜ୍ ନାବିକ ବାର୍ଥଲୋମିଓ ଡାଏଜ୍ ଆଫ୍ରିକା ଉପକୂଳରୁ ନିଜର ଯାତ୍ରା ଆରମ୍ଭ କରି ଉତ୍ତମାଶା ଅନ୍ତରୀପ ପର୍ଯ୍ୟନ୍ତ ଆସିପାରିଥିଲେ ।
  • ପରେ ପର୍ତ୍ତୁଗୀଜ୍ ସରକାରଙ୍କ ରାଜକର୍ମଚାରୀ କଲମ୍ବସ୍ ଭାରତକୁ ଜଳପଥ ଆବିଷ୍କାର କରିବାପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେ ଭାରତରେ ନ ପହଞ୍ଚ୍ ଆମେରିକାରେ ପହଞ୍ଚିଲେ ।
  • ଏହାର ୬ ବର୍ଷପରେ ପର୍ତ୍ତୁଗୀଜ ନାବିକ ଭାସ୍କୋଡ଼ାଗାମା ତିନୋଟି ଜାହାଜ ନେଇ ପର୍ତ୍ତୁଗାଲରୁ ଆଟଲାଣ୍ଟିକ୍ ମହାସାଗରରେ ଜଳଯାତ୍ରା କରି ଆଫ୍ରକାର ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଥିଲେ ।
  • ସେଠାରୁ ଭାରତ ମହାସାଗର ଦେଇ ଜଳଯାତ୍ରା କରି ଭାରତର କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଥିଲେ ।

(ଚ) ଡମାନେ ଷୋଡ଼ଶ ଶତାବ୍ଦୀରେ ଭାରତକୁ କାହିଁକି ଆସିଥିଲେ ?
Answer:

  • ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରୁ ଗରମ ମସଲା ଆମଦାନି କରିବା ଡମାନଙ୍କର ପ୍ରଧାନ ଉଦ୍ଦେଶ୍ୟ ଥିଲା ।
  • ତେଣୁ ଷୋଡ଼ଶ ଶତାବ୍ଦୀର ଶେଷ ଭାଗରେ ଡବମାନେ ଭାରତକୁ ବାଣିଜ୍ୟ କରିବାକୁ ଆସିଥିଲେ ।

(ଛ) ୧୫୯୯ ମସିହାରେ ଲଣ୍ଡନର କେତେକ ନାବିକ ଓ ବଣିକମାନେ କେଉଁ ସଂସ୍ଥା ଗଠନ କରିଥିଲେ ? ଏହାଦ୍ଵାରା ସେମାନଙ୍କର କ’ଣ ଲାଭ ହୋଇଥିଲା ?
Answer:

  • ୧୫୯୯ ମସିହାରେ ଲଣ୍ଡନର କେତେକ ନାବିକ ଓ ବଣିକମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ।
  • ପରବର୍ତ୍ତୀ କାଳରେ ଏହି ସଂସ୍ଥା ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହୋଇଥିଲା ।
  • ଏହି କମ୍ପାନୀ ଭାରତରେ ସେମାନଙ୍କର ବାଣିଜ୍ୟ ପ୍ରସାର ଘଟାଇ ପରବର୍ତ୍ତୀ ସମୟରେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରି ଭାରତବର୍ଷକୁ ଶାସନ କରିବାର ସୁଯୋଗ ଲାଭ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଜ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ କାହିଁକି ଗଠନ କରାଯାଇଥିଲା ?
Answer:

  • ଭାରତ ତଥା ଅନ୍ୟାନ୍ୟ ପ୍ରାଚ୍ୟ ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରିବା ଫରାସୀମାନଙ୍କର ଉଦ୍ଦେଶ୍ୟ ଥିଲା ।
  • ତେଣୁ ସେମାନେ ୧୬୬୪ ଖ୍ରୀ.ଅ.ରେ ଭାରତକୁ ଆସି ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ ।

(ଝ) କର୍ଣ୍ଣାଟକ ସମର କ’ଣ ? ଏହା କାହିଁକି ହୋଇଥୁଲା ?
Answer:

  • ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ବାଣିଜ୍ୟ ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ଵହିତାର ଫଳ ଯୁଦ୍ଧର ରୂପ ନେଇଥିଲା । ଏହି ଯୁଦ୍ଧକୁ କର୍ଣ୍ଣାଟକ ସମର କୁହାଯାଏ ।
  • ଏହି ଯୁଦ୍ଧ ବାଣିଜ୍ୟ ବ୍ୟବସାୟ ଓ ରାଜନୈତିକ କ୍ଷେତ୍ରରେ ପ୍ରତିଦ୍ବନ୍ଦିତା ଯୋଗୁଁ ହୋଇଥିଲା ।

୨। ରେଖାଙ୍କିତ ପଦ/ପଦଗୁଡ଼ିକ ବଦଳାଇ ଭ୍ରମ ସଂଶୋଧନ କର ।
(କ) ଅଟୋମାନ୍ ତୁର୍କମାନେ ୧୪୪୮ ଖ୍ରୀଷ୍ଟାବ୍ଦରେ କନଷ୍ଟାଣ୍ଟିନୋପଲ୍ ଅଧିକାର କରିଥିଲେ ।
Answer:
ଅଟୋମାନ ତୁର୍କମାନେ ୧୪୫୩ ଖ୍ରୀଷ୍ଟାବ୍ଦରେ କନଷ୍ଟାଣ୍ଟିନୋପଲ ଅଧିକାର କରିଥିଲେ ।

(ଖ) ବାର୍ଥଲୋମିଓ ଫରାସୀ ନାବିକ ଥିଲେ ।
Answer:
ବାର୍ଥଲୋମିଓ ପର୍ତ୍ତୁଗୀଜ୍ ନାବିକ ଥିଲେ ।

(ଗ) ପେଡ୍ରୋଆଲଭାରେଜ୍ କାବ୍ରେଲ ୫୦ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନ୍‌ଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
Answer:
ପେଡ୍ରୋଆଲଭାରେଜ୍ କାବ୍ରେଲ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଲିସବନ୍‌ଠାରୁ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।

(ଘ) ଡର୍‌ମାନେ ଓଡ଼ିଶାର ପାରଦ୍ଵୀପଠାରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
Answer:
ଡର୍‌ମାନେ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକେନ୍ଦ୍ର ସ୍ଥାପନ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଙ) ଜାହାଙ୍ଗୀର ଇଂରେଜମାନଙ୍କ ଉପରେ ଖୁସି ହୋଇ ବମ୍ବେଠାରେ ସେମାନଙ୍କୁ ବାଣିଜ୍ୟ କୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।
Answer:
ଜାହାଙ୍ଗୀର୍ ଇଂରେଜମାନଙ୍କ ଉପରେ ଖୁସି ହୋଇ ସୁରାଟଠାରେ ସେମାନଙ୍କୁ ବାଣିଜ୍ୟକୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ ।

(ଚ) ଫରାସୀମାନେ ମାଲବାର ଉପକୂଳର କୋଚିନ୍ ବନ୍ଦର ଅଧ୍ବକାର କରିଥିଲେ ।
Answer:
ଫରାସୀମାନେ ମାଲବାର ଉପକୂଳର ମାହେ ବନ୍ଦର ଅଧିକାର କରିଥିଲେ ।

୩ । ଭୁଲ୍ ଥିଲେ ଠିକ୍ କରି ଲେଖ ।
(କ) ତ୍ରୟୋଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।
Answer:
ପଞ୍ଚଦଶ ଶତାବ୍ଦୀରେ ଇଉରୋପୀୟମାନେ ଭାରତକୁ ଜଳପଥ ଆବିଷ୍କାର କରିଥିଲେ ।

(ଖ) ଭାରତକୁ ଜଳପଥ ଆବିଷ୍କାର କରିବାରେ ଫରାସୀମାନେ ଆଗରେ ଥିଲେ ।
Answer:
ଭାରତକୁ ଜଳପଥ ଆବିଷ୍କାର କରିବାରେ ପର୍ତ୍ତୁଗୀଜ୍‌ମାନେ ଆଗରେ ଥିଲେ ।

(ଗ) ଶ୍ରୀରାମପୁର ଉତ୍ତର ପ୍ରଦେଶରେ ଅବସ୍ଥିତ ।
Answer:
ଶ୍ରୀରାମପୁର ବଙ୍ଗଦେଶରେ ଅବସ୍ଥିତ ।

(ଘ) ଫରାସୀମାନେ ହକିନ୍ସଙ୍କୁ ଜାହାଙ୍ଗୀରଙ୍କୁ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବାପାଇଁ ପଠାଇଥିଲେ ।
Answer:
ଇଂରେଜମାନେ ହକିନ୍ସଙ୍କୁ ଜାହାଙ୍ଗୀରଙ୍କ ଦରବାରକୁ ବାଣିଜ୍ୟ ସୁବିଧା ହାସଲ କରିବାପାଇଁ ପଠାଇଥିଲେ ।

(ଙ) ଫରାସୀ ଇଣ୍ଡିଇଣ୍ଡିଆ କମ୍ପାନୀ ୧୬୬୨ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।
Answer:
ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ୧୬୬୪ ଖ୍ରୀଷ୍ଟାବ୍ଦରେ ଗଠିତ ହୋଇଥିଲା ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଚ) ଚନ୍ଦନନଗର ଓଡ଼ିଶାରେ ଅବସ୍ଥିତ ।
Answer:
ଚନ୍ଦନନଗର ବଙ୍ଗଦେଶରେ ଅବସ୍ଥିତ ।

୪। ସଂକ୍ଷିପ୍ତ ଟିପ୍ପଣୀ ଦିଅ ।
(କ) ଭାସ୍କୋଡ଼ାଗାମାଙ୍କ ଭାରତକୁ ଜଳପଥର ଆବିଷ୍କାର

  • ପର୍ତ୍ତୁଗୀଜ୍ ନାବିକ ଭାସ୍କୋଡ଼ାଗାମା ଭାରତକୁ ଜଳପଥ ଆବିଷ୍କାର ପାଇଁ ତିନୋଟି ଜାହାଜ ସହିତ ପର୍ତ୍ତୁଗାଲରୁ ଜଳଯାତ୍ରା ଆରମ୍ଭ କରି ଆଟ୍‌ଲାଣ୍ଟିକ୍ ମହାସାଗରରେ ଜାହାଜ ଚଳାଇ ଆଫ୍ରିକା ମହାଦେଶର ଦକ୍ଷିଣ ସୀମାରେ ଅବସ୍ଥିତ ଉତ୍ତମାଶା ଅନ୍ତରୀପଠାରେ ପହଞ୍ଚିଲେ ।
  • ଏହାପରେ ଭାରତ ମହାସାଗର ଦେଇ ଜଳଯାତ୍ରା କରି ୧୪୯୮ ଖ୍ରୀଷ୍ଟାବ୍ଦରେ ଭାରତର ପଶ୍ଚିମ ଉପକୂଳରେ ଥ‌ିବା କାଲିକଟ୍ ନାମକ ସ୍ଥାନରେ ପହଞ୍ଚିଥିଲେ । ଏହି ଜଳଯାତ୍ରାଦ୍ଵାରା ଭାରତକୁ ଜଳପଥ ଆବିଷ୍କୃତ ହୋଇଥିଲା ।

(ଖ) ପେଟ୍ରୋଆଲ୍‌ଭାରେଜ୍ କାବ୍ରେଲ୍

  • ରାଜଦରବାରରେ ଭାରତରେ ଇଉରୋପୀୟ ଜିନିଷର ଚାହିଦା ବିଷୟରେ ଭାସ୍କୋଡ଼ାଗାମା ପ୍ରକାଶ କରିବା ପରେ ଉତ୍ସାହିତ ହୋଇ ୧୫୦୦ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପେଟ୍ରୋଆଲ୍‌ଭାରେଜ କାବ୍ରେଲ ନାମକ ଜଣେ ନାବିକ ଭାରତ ଅଭିମୁଖେ ଜଳଯାତ୍ରା କରିଥିଲେ ।
  • ସେ ଲିସବନ୍‌ଠାରୁ ୧୩ ଖଣ୍ଡ ବାଣିଜ୍ୟ ତରୀ ସହ ଜଳଯାତ୍ରା ଆରମ୍ଭ କରି ସେପ୍ଟେମ୍ବର ମାସରେ ଭାରତରେ ପହଞ୍ଚିଲେ ।
  • କାଲିକଟ୍‌ର ରାଜା ଜାମୋରିନ୍‌ଙ୍କ ସହ ତାଙ୍କର ମତଭେଦ ହେବାରୁ ସେ କାଲିକଟ୍ ଛାଡ଼ି କୋଚିନ୍‌ରେ ଆଶ୍ରୟ ନେଇଥିଲେ ।

(ଗ) ଡବ୍‌ମାନଙ୍କର ଭାରତରେ ବାଣିଜ୍ୟ

  • ଷୋଡ଼ଶ ଶତାବ୍ଦୀର ଶେଷଭାଗରେ ହଲାଣ୍ଡର ଅଧ‌ିବାସୀ ଡମାନେ ଭାରତକୁ ବାଣିଜ୍ୟ କରିବାକୁ ଆସି ୧୬୦୨ ଖ୍ରୀଷ୍ଟାବ୍ଦରେ ଡଚ୍ ଇଷ୍ଟଇଣ୍ଡିଆ କମ୍ପାନୀ ନାମକ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ ।
  • ଭାରତ ଓ ଦକ୍ଷିଣ-ପୂର୍ବ ଏସିଆରୁ ଗରମ ମସଲା ଆମଦାନି କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ପର୍ତ୍ତୁଗୀଜମାନଙ୍କୁ ପରାସ୍ତ କରି ଡବ୍‌ମାନେ ଗୁଜରାଟ, କରମଣ୍ଡଳ ଉପକୂଳ, ବଙ୍ଗ, ବିହାର, ସୁରତ, କାଶିମ୍ ବଜାର, କୋଚିନ୍, ବାଲେଶ୍ଵର ଆଦି ସ୍ଥାନରେ ବାଣିଜ୍ୟ କେନ୍ଦ୍ର ସ୍ଥାପନ କରିଥିଲେ ।
  • ଭାରତକୁ ଇଂରେଜମାନେ ଆସିବା ପରେ ଡବ୍‌ମାନେ ଇଂରେଜ ଓ ଫରାସୀମାନଙ୍କୁ ପ୍ରତିରୋଧ କରି ନପାରି ଭାରତ ତ୍ୟାଗକରି ଜାଭା, ସୁମାତ୍ରା, ମାଳୟ ଦ୍ଵୀପପୁଞ୍ଜରେ ବାଣିଜ୍ୟ କାରବାର କରିଥିଲେ ।

(ଘ) ୧୫୯୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନରେ ଗଠିତ ଇଷ୍ଟଇଣ୍ଡିଆ କମ୍ପାନୀ

  • ୧୫୯୯ ଖ୍ରୀଷ୍ଟାବ୍ଦରେ ଲଣ୍ଡନର କେତେକ ବଣିକ ଓ ନାବିକମାନେ ଏକ ବାଣିଜ୍ୟ ସଂସ୍ଥା ଗଠନ କରିଥିଲେ । ଏହି ସଂସ୍ଥାକୁ ଇଂଲଣ୍ଡର ରାଣୀ ଏଲିଜାବେଥ୍ ବାଣିଜ୍ୟ କରିବାପାଇଁ ଅନୁମତି ଦେଇଥିଲେ । ପରବର୍ତ୍ତୀ କାଳରେ ଏହି କମ୍ପାନୀ ଇଷ୍ଟଇଣ୍ଡିଆ କମ୍ପାନୀ ନାମରେ ପରିଚିତ ହୋଇଥିଲା ।
  • ଇଷ୍ଟଇଣ୍ଡିଆ କମ୍ପାନୀ ପ୍ରଥମେ ଜାଭା, ସୁମାତ୍ରା ଇତ୍ୟାଦି ସ୍ଥାନରେ ବାଣିଜ୍ୟ କରିଥିଲା । ଏହିସବୁ ସ୍ଥାନରେ ସେମାନେ ଡବମାନଙ୍କ ପ୍ରବଳ ପ୍ରତିଦ୍ବନ୍ଦିତାର ସମ୍ମୁଖୀନ ହୋଇଥିଲେ । ତେଣୁ ସେମାନେ ଭାରତରେ ବାଣିଜ୍ୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ।
  • ଏଥିପାଇଁ ସେମାନେ ସେ ସମୟର ମୋଗଲ ଶାସକ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ କ୍ୟାପଟେନ୍ ହକିନ୍ସଙ୍କୁ ପଠାଇଥିଲେ । ଜାହାଙ୍ଗୀର ଅତ୍ୟନ୍ତ ପ୍ରୀତ ହୋଇ ସେମାନଙ୍କୁ ସୁରଟଠାରେ ବାଣିଜ୍ୟକୋଠି ନିର୍ମାଣ ପାଇଁ ସୁଯୋଗ ଦେଇଥିଲେ; ମାତ୍ର ପର୍ତ୍ତୁଗୀଜମାନଙ୍କ ଷଡ଼ଯନ୍ତ୍ର ଯୋଗୁଁ ସେମାନଙ୍କର କୌଣସି ବାଣିଜ୍ୟିକ ସୁବିଧା ନ ହେବାରୁ ସେମାନେ ଇଂଲଣ୍ଡ ଫେରିଯାଇଥିଲେ ।
  • ପରେ ଇଂଲଣ୍ଡର ରାଜା ପ୍ରଥମ ଜେମ୍ସ ସାର୍ ଟମାସ୍ ରୋ ନାମକ ଜଣେ ବିଚକ୍ଷଣ ରାଜଦୂତଙ୍କୁ ସମ୍ରାଟ ଜାହାଙ୍ଗୀରଙ୍କ ଦରବାରକୁ ପଠାଇ ଅନେକ ବାଣିଜ୍ୟ ସୁବିଧା ହାସଲ କରିଥିଲେ ।
  • କ୍ରମେ କ୍ରମେ ଇଂରେଜମାନେ ଭାରତର ବିଭିନ୍ନ ସ୍ଥାନ ଯଥା ଆଗ୍ରା, ଅହମ୍ମଦାବାଦ, ସୁରଟ, ମୁସଲିପତ୍ତନମ୍, ବମ୍ବେ, ବଙ୍ଗଳାର ସୁତାନଟି, ଓଡ଼ିଶାର ବାଲେଶ୍ଵର ଆଦି ସ୍ଥାନରେ ବାଣିଜ୍ୟକୋଠିମାନ ସ୍ଥାପନ କରିଥିଲେ । ଇଂରେଜମାନେ ବାଣିଜ୍ୟର ପ୍ରସାର ଘଟାଇବା ସଙ୍ଗେ ସଙ୍ଗେ ଭାରତୀୟ ରାଜନୀତିରେ ହସ୍ତକ୍ଷେପ କରିଥିଲେ ।

BSE Odisha 7th Class History Solutions Chapter 4 ଇଉରୋପୀୟମାନଙ୍କର ଭାରତ ଆଗମନ

(ଙ) ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ

  • ପର୍ତ୍ତୁଗୀଜ୍, ଡବ୍ ଓ ଇଂରେଜମାନଙ୍କର ଭାରତକୁ ଆସିବାର ବହୁବର୍ଷ ପରେ ଫରାସୀମାନେ ବାଣିଜ୍ୟ କରିବାପାଇଁ ଭାରତକୁ ଆସିଥିଲେ ।
  • ସେମାନେ ଭାରତକୁ ଆସି ୧୬୬୪ ଖ୍ରୀଷ୍ଟାବ୍ଦରେ ଫରାସୀ ଇଷ୍ଟଇଣ୍ଡିଆ କମ୍ପାନୀ ଗଠନ କରିଥିଲେ । ପ୍ରାଚ୍ୟ ଦେଶମାନଙ୍କ ସହ ବାଣିଜ୍ୟ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।
  • ପରବର୍ତୀ ସମୟରେ ୧୬୬୮ ଖ୍ରୀଷ୍ଟାବ୍ଦରେ କେତେକ ଫରାସୀ ସୁରଟଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ଓ ଏହା ପରେ ସେମାନେ ଗୋଲକୁଣ୍ଡା ସୁଲତାନ୍‌ଙ୍କଠାରୁ ଅନୁମତି ପାଇ ମୁସଲିପତ୍ତନମ୍‌ଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ଏହାପରେ ସେମାନେ ପଣ୍ଡିଚେରୀ, ବଙ୍ଗଳାର ଚନ୍ଦନନଗର ଓ ଓଡ଼ିଶାର ବାଲେଶ୍ଵରଠାରେ ବାଣିଜ୍ୟକୋଠି ନିର୍ମାଣ କରିବା ସହିତ ମାଲବାର ଉପକୂଳର ମାହେ ବନ୍ଦର ଅଧିକାର କରି ସେଠାରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ ।
  • ପ୍ରତିଦ୍ଵନ୍ଦିତାର ଫଳ ଯୁଦ୍ଧର ରୂପ ନେଇଥିଲା, ଯାହାକୁ କର୍ଣ୍ଣାଟକ ସମର କୁହାଯାଏ । ତିନିଥର କର୍ଣ୍ଣାଟକ ପ୍ରତିଦ୍ଵନ୍ଦିତାର ଫଳ ଯୁଦ୍ଧର ରୂପ ନେଇଥିଲା, ଯାହାକୁ କର୍ଣ୍ଣାଟକ ସମର କୁହାଯାଏ । ତିନିଥର କର୍ଣ୍ଣାଟକ ବିପର୍ଯ୍ୟସ୍ତ ହେବା ସଙ୍ଗେ ସଙ୍ଗେ ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠା ଆଶା ମଉଳିଗଲା ।

BSE Odisha 9th Class Political Science Notes Chapter 6 ଭାରତୀୟ ଜାତୀୟତାବାଦ

Odisha State Board BSE Odisha Class 9 Political Science Notes Chapter 6 ଭାରତୀୟ ଜାତୀୟତାବାଦ will enable students to study smartly.

BSE Odisha Class 9 Political Science Notes Chapter 6 ଭାରତୀୟ ଜାତୀୟତାବାଦ

ବିଷୟବସ୍ତୁ ସମ୍ବନ୍ଧୀୟ ସୂଚନା ଓ ବିଶ୍ଳେଷଣ
→ ଉପକ୍ରମ:

  • ଜାତୀୟତାବାଦ (Nationalism) ଏକ ମନସ୍ତାତ୍ତ୍ଵିକ ଭାବଧାରା ବା ଏକ ଉନ୍ନତ ମାନସିକତା ।
  • ଜାତୀୟତାବାଦ କହିଲେ ଦେଶାତ୍ମବୋଧ, ଦେଶପ୍ରୀତି, ରାଷ୍ଟ୍ର ପ୍ରତି ଆନୁଗତ୍ୟ ତଥା ଦେଶ ପାଇଁ ଆମ୍ବୋତ୍ସର୍ଗକୁ ବୁଝାଇଥାଏ ।
  • ଗୋଟିଏ ଦେଶରେ ଜନସାଧାରଣ ଜାତି, ଧର୍ମ, ବର୍ଣ୍ଣ, ଭାଷା ଏବଂ ଆଞ୍ଚଳିକ ବିଭିନ୍ନତାକୁ ଭୁଲିଯାଇ ଦେଶାତ୍ମବୋଧରେ ଉଦ୍‌ବୁଦ୍ଧ ହେଲେ ଜାତୀୟତାବାଦ ଜନ୍ମ ନିଏ ।
  • ଜାତୀୟତାବାଦ ଲୋକଙ୍କ ମଧ୍ୟରେ ସମତ୍ଵଭାବ ପ୍ରତିଷ୍ଠା କରିବା ସହ ବିଭିନ୍ନତା ମଧ୍ୟରେ ଏକତ୍ଵ ସ୍ଥାପନ କରେ । ଦୃଢ଼ ଜାତୀୟତାବାଦ ଦେଶର ଅଖଣ୍ଡତା, ଅଗ୍ରଗତି ଓ ସୁରକ୍ଷା ସହ ସଂଶ୍ଳିଷ୍ଟ ।
  • ଜାପାନର ଅର୍ଥନୈତିକ ପ୍ରଗତି ମୂଳରେ ସେ ଦେଶ ନାଗରିକମାନଙ୍କ ମଧ୍ୟରେ ଥ‌ିବା ସୁଦୃଢ଼ ଜାତୀୟତାବାଦ ହିଁ ଦାୟୀ ।

BSE Odisha 9th Class Political Science Notes Chapter 6 ଭାରତୀୟ ଜାତୀୟତାବାଦ

ବିଷୟବସ୍ତୁର ରୂପରେଖ :

  • ଜାତୀୟତାବାଦର ଉପାଦାନ
  • ଭାରତୀୟ ଜାତୀୟତାବାଦର ବିକାଶ
  • ଜାପାନର ଜାତୀୟତାବାଦର ବିକାଶର କାରଶସମୂଦୃ
  • ଭାରତୀୟ ଜାତୀୟ କଂଗ୍ରେସର ଆବିର୍ଭାବ

→ ଭାରତୀୟ ଜାତୀୟତାବାଦର ବିକାଶ :
BSE Odisha 9th Class Political Science Notes Chapter 6 ଭାରତୀୟ ଜାତୀୟତାବାଦ Q.1

BSE Odisha 9th Class Political Science Notes Chapter 6 ଭାରତୀୟ ଜାତୀୟତାବାଦ

→ ଭାରତୀୟ ଜାତୀୟତାବାଦର ବିକାଶ:

  • ସ୍ଵାଧୀନତା ଓ ଦେଶପ୍ରେମ ସହିତ ଜାତୀୟତାବାଦ ଜଡ଼ିତ ।
  • ବିଦେଶୀ ଶାସନ କବଳରୁ ମାତୃଭୂମିର ମୁକ୍ତି ପାଇଁ ଯେଉଁ ସମଷ୍ଟିଗତ ଜନଜାଗୃତି ଦେଖାଦେଇଥିଲା ତାହାହିଁ ଭାରତୀୟ ଜାତୀୟତାବାଦ (Indian Nationalism) ।

→ ଭାରତରେ ଜାତୀୟତାବାଦ ବିକାଶର କାରଣ ସମୂହ :

  • ଭାରତର ଭୌଗୋଳିକ ଅଖଣ୍ଡତା : ହିମାଳୟଠାରୁ କନ୍ୟାକୁମାରୀ ଯାଏ ବିସ୍ତୃତ ବିଶାଳ ଭୂଖଣ୍ଡ ଭାରତବର୍ଷ ନାମରେ ନାମିତ ହୋଇଛି, ଯାହାର ଭୌଗୋଳିକ ଅଖଣ୍ଡତା ଭାରତୀୟ ଜାତୀୟତାବାଦର ପ୍ରଥମ କାରଣ ଥିଲା ।
  • ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ଓ ପ୍ରଶାସନିକ ଏକତା : ବ୍ରିଟିଶ୍ ଶାସନ କାଳରେ ସମଗ୍ର ଭାରତରେ ଏକ ପ୍ରକାର ଶାସନ ପଦ୍ଧତି ପ୍ରବର୍ତ୍ତନ ହୋଇଥିଲା । ସମସ୍ତ ଭାରତୀୟଙ୍କ ପାଇଁ ସମାନ ପ୍ରକାର ପ୍ରଶାସନିକ ବ୍ୟବସ୍ଥା, ନ୍ୟାୟାଳୟ ବ୍ୟବସ୍ଥା, ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଭାରତୀୟମାନଙ୍କ ମଧ୍ୟରେ ଏକତା ମନୋଭାବ ଜାଗ୍ରତ କରିଥିଲା ।
  • ପରିବହନ ଓ ଯୋଗାଯୋଗ : ଇଂରେଜମାନଙ୍କଦ୍ୱାରା ଆମ ଦେଶରେ ରେଳପଥ, ଡାକ ଓ ଟେଲିଗ୍ରାଫ୍ ବ୍ୟବସ୍ଥା ପ୍ରବର୍ତ୍ତନ ହେବା ଫଳରେ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ବୃଦ୍ଧି ପାଇଥିଲା । ଏହା ସେମାନଙ୍କ ମନରେ ଏକତ୍ଵଭାବ ଉଦ୍ରେକ ହେବାରେ ସହାୟକ ହୋଇଥିଲା ।
  • ପାଶ୍ଚାତ୍ୟ ଶିକ୍ଷାର ପ୍ରଭାବ : ଇଂରେଜମାନଙ୍କଦ୍ୱାରା ଭାରତରେ ଉନବିଂଶ ଶତାବ୍ଦୀରେ ଇଂରାଜୀ ଭାଷା ଓ ପାଶ୍ଚାତ୍ୟ ଶିକ୍ଷା ପ୍ରବର୍ତ୍ତନ ଭାରତୀୟମାନଙ୍କ ମନରେ ଜାତୀୟତାଭାବ ଓ ନୂତନ ରାଜନୈତିକ ଚିନ୍ତାଧାରାର ନୂତନ ଦିଗ୍‌ଦର୍ଶନ ଉଦ୍ରେକ ହୋଇଥିଲା ।
  • ଇଂରେଜ ଶାସକଙ୍କଦ୍ବାରା ଅର୍ଥନୈତିକ ଶୋଷଣ : ଭାରତୀୟ ପାରମ୍ପରିକ ଶିଳ୍ପ ଧ୍ୱଂସ ହେବା ସହିତ ଇଂରେଜମାନଙ୍କ ଅର୍ଥନୈତିକ ଶୋଷଣ ଭାରତୀୟମାନଙ୍କୁ ଦରିଦ୍ର କରି ଦେଇଥିଲା ।
  • ସାମାଜିକ ଓ ଧର୍ମଗତ ସଂସ୍କାରମୂଳକ ଆନ୍ଦୋଳନ : ରାଜା ରାମମୋହନ ରାୟଙ୍କ ବ୍ରାହ୍ମ ସମାଜ, ସ୍ଵାମୀ ଦୟାନନ୍ଦ ସରସ୍ୱତୀ ‘ଆର୍ଯ୍ୟସମାଜ’, ସ୍ଵାମୀ ବିବେକାନନ୍ଦଙ୍କ ‘ରାମକୃଷ୍ଣ ମିଶନ’ ଆଦି ଅନୁଷ୍ଠାନର ସାମାଜିକ ଓ ଧାର୍ମିକ ସଂସ୍କାର ଆନ୍ଦୋଳନ ଭାରତୀୟ ନବଜାଗରଣର ସୂତ୍ରପାତ କରାଇଥିଲା ଓ ଜାତୀୟ ଚେତନାର ପ୍ରସାର ଘଟାଇଥିଲା ।
    ଜାତୀୟତାବାଦୀ ସାହିତ୍ୟ ସୃଷ୍ଟି : ବଙ୍କିମଚନ୍ଦ୍ରଙ୍କ ‘ଆନନ୍ଦ ମଠ’ରେ ଥିବା ‘ବନ୍ଦେ ମାତରମ୍’ ସଙ୍ଗୀତ ଭାରତୀୟମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରାଇଥିଲା ।
  • ଚେତନାଶୀଳ ମଧ୍ୟବିତ୍ତ ବୁଦ୍ଧିଜୀବୀଙ୍କର ଉତ୍‌ଥାନ : ପାଶ୍ଚାତ୍ୟ ଶିକ୍ଷାପ୍ରାପ୍ତ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀ ଯାହାଙ୍କୁ ନବ-ସାମାଜିକ ଶ୍ରେଣୀ କୁହାଯାଉଥିଲା, ସେମାନେ ଦେଶପ୍ରେମ ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ।
  • ଭାରତୀୟ ଐତିହ୍ୟ ଓ ସଂସ୍କୃତିର ପୁନଃଜାଗରଣ : ପାଶ୍ଚାତ୍ୟ ପଣ୍ଡିତ ଓ ଗବେଷକ ସାର୍ ଉଇଲିୟମ ଜୋନ୍‌ସ ଏବଂ ମ୍ୟାକ୍‌ମୁଲାର, ଭାରତୀୟ ଐତିହାସିକ ରାଜେନ୍ଦ୍ର ଲାଲ ମିତ୍ର ଓ ଭଣ୍ଡାରକର ଭାରତର ଗୌରବମୟ ଐତିହ୍ୟ ସମ୍ବଳିତ ଲେଖାମାନ ରଚନା କରି ଭାରତୀୟ ଜାତୀୟତାବାଦ ବୃଦ୍ଧିରେ ସାହାଯ୍ୟ କରିଥିଲେ ।
  • ଭାରତୀୟ ସାମାଜିକତାର ଅଗ୍ରଗତି : ବ୍ରିଟିଶ୍ ଶାସନ ସମୟରେ ପ୍ରକାଶିତ ସମ୍ବାଦ କୌମୁଦୀ, ଟାଇମସ୍ ଅଫ୍ ଇଣ୍ଡିଆ, ଅମୃତ ବଜାର ପତ୍ରିକା, ଷ୍ଟେଟ୍ସମ୍ୟାନ୍ ଆଦି ସମ୍ବାଦପତ୍ରଗୁଡ଼ିକରେ ଭାରତୀୟ ଜନମତ ପ୍ରତିଫଳିତ ହୋଇ ଜାତୀୟତାବାଦ ବୃଦ୍ଧିରେ ସହାୟକ ହୋଇଥିଲା ।
  • ଇଂରେଜମାନଙ୍କ ଜାତିଗତ ଅହଂଭାବ ଓ ବର୍ଷବୈଷମ୍ୟ ନୀତି : ଭାରତୀୟମାନଙ୍କୁ ଆଇ.ସି.ଏସ୍. ପରୀକ୍ଷାରୁ ବଞ କରିବା, ସେମାନଙ୍କୁ ‘କୁଲି’ ବୋଲି ସମ୍ବୋଧନ କରିବା, ଲର୍ଡ କର୍ଜନଙ୍କ ଆକ୍ଷେପମୂଳକ ମନ୍ତବ୍ୟ ତଥା ଲର୍ଡ ଲିଟନଙ୍କ କୁଶାସନ ଭାରତୀୟ ଜାତୀୟତାବାଦକୁ ପରୋକ୍ଷ ଭାବରେ ପ୍ରୋତ୍ସାହିତ କରି ଥିଲା ।

BSE Odisha 9th Class Political Science Notes Chapter 6 ଭାରତୀୟ ଜାତୀୟତାବାଦ

→ ଭାରତୀୟ ଜାତୀୟ କଂଗ୍ରେସର ଆବିର୍ଭାବ :

  • ଭାରତରେ ଜାତୀୟତାବାଦର ଦ୍ରୁତ ବିକାଶ ଫଳରେ ଇଂରେଜ ବିରୋଧୀ ଆନ୍ଦୋଳନ ଆରମ୍ଭ ହେଲା ।
  • ଜାତୀୟ ଚେତନାର ପ୍ରଭାବରୁ ‘ଭାରତୀୟ ଜାତୀୟ କଂଗ୍ରେସ’ ନାମକ ସର୍ବବୃହତ୍ ରାଜନୈତିକ ଅନୁଷ୍ଠାନ ୧୮୮୫ ମସିହାରେ ଜନ୍ମନେଲା ।

* ୧୮୩୫ ମସିହାରେ ଲର୍ଡ଼ ଉଇଲିୟମ୍ ବେଣ୍ଟିକ୍ ଭାରତରେ ପ୍ରଥମେ ଇଂରାଜୀ ଶିକ୍ଷାର ପ୍ରଚଳନ କରିଥିଲେ । ଏ ଦିଗରେ ତାଙ୍କୁ ଲର୍ଡ଼ ମ୍ୟାକଲେ ଓ ରାଜା ରାମମୋହନ ରାୟ ସହାୟତା କରିଥିଲେ ।

  • ଏହାର ପ୍ରଥମ ଅଧିବେଶନ ବମ୍ବେଠାରେ ଡିସେମ୍ବର ୨୮ ଓ ୨୯ ତାରିଖରେ ବସିଥିଲା । ଏଥୁରେ ସଭାପତିତ୍ୱ କରିଥିଲେ ଉମେଶ ଚନ୍ଦ୍ର ବାନାର୍ଜୀ ।

BSE Odisha 9th Class Political Science Notes Chapter 6 ଭାରତୀୟ ଜାତୀୟତାବାଦ Q. 2

BSE Odisha 9th Class Political Science Notes Chapter 6 ଭାରତୀୟ ଜାତୀୟତାବାଦ

  • ବଙ୍କିମଚନ୍ଦ୍ର ‘ଆନନ୍ଦମଠ’ ଓ ‘ବନ୍ଦେ ମାତରମ୍’ ପୁସ୍ତକର ରଚୟିତା ଅଟନ୍ତି ।
  • ଦାଦାଭାଇ ନାରୋଜୀ ବିତ୍ତର ବହିଃ ପ୍ରବାହ ତତ୍ତ୍ଵର ପ୍ରବକ୍ତା ଥିଲେ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(j)

Question 1.
Δ ABC ଅଙ୍କନ କର ଯାହାର AB = 8 ସେ.ମି., AC = 4 ସେ.ମି. ଓ BC = 6 ସେ.ମି. । ଉପରେ ତ୍ରିଭୁଜର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 1
(a) AB = 8 ସେ.ମି., AC = 4 ସେ.ମି. ଓ BC = 6 ସେ.ମି. ନେଇ Δ ABC ଅଙ୍କନ କର ।
(b) AC ଓ AB ର ମଧ୍ୟବିନ୍ଦୁ ଯଥାକ୍ରମେ R ଓ S ନିର୍ଣ୍ଣୟ କରି, ଉକ୍ତ ବିନ୍ଦୁମାନଙ୍କ ମଧ୍ୟଦେଇ \(\overleftrightarrow{\mathrm{MN}}\) ଅଙ୍କନ କର ।
(c) C ବିନ୍ଦୁରେ ଅଙ୍କିତ ଲମ୍ବ C͞E ଅଙ୍କନ କର ।
(d) \(\overleftrightarrow{\mathrm{MN}}\) ଉପରେ F ଏପରି ଏକ ବିନ୍ଦୁ ନିଅ, ଯେପରିକି CB = EF ହେବ ।
(e) BF ଅଙ୍କନ କରି ECBF ଆୟତକ୍ଷେତ୍ର ସମ୍ପୂର୍ଣ୍ଣ କର ।

Question 2.
Δ ABC ର AB = 5 ସେ.ମି., AC = 4 ସେ.ମି., m∠A = 60°, ତ୍ରିଭୁଜଟି ଅଙ୍କନ କରି BC ଉପରେ ସମକ୍ଷେତ୍ରଫଳ ବିଶିଷ୍ଟ ଏକ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 2
(a) AB = 5 ସେ.ମି., AC = 4 ସେ.ମି. ଓ m∠A = 60° ନେଇ Δ ABC ଅଙ୍କନ କର ।
(b) A͞C ଓ A͞B ର ମଧ୍ୟବିନ୍ଦୁ ନିର୍ଣ୍ଣୟ କରି ଉକ୍ତ ବିନ୍ଦୁମାନଙ୍କ ମଧ୍ୟଦେଇ MN ଅଙ୍କନ କର ।
(c) C ଓ ବିନ୍ଦୁରେ C͞E ଲମ୍ବ ଅଙ୍କନ କର ।
(d) \(\overleftrightarrow{\mathrm{MN}}\) ଉପରେ F ଏପରି ଏକ ବିନ୍ଦୁ ନିଅ ଯେପରିକି CB = EF ହେବ ।
(e) B͞F ଅଙ୍କନ କରି ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ଆୟତକ୍ଷେତ୍ର ସମ୍ପୂର୍ଣ୍ଣ ECBF ଆୟତକ୍ଷେତ୍ର ସମ୍ପୂଣ୍ଡି କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j)

Question 3.
Δ ABC ଅଙ୍କନ କର ଯାହାର a + b + c = 8.5 ସେ.ମି. m∠B = 60° ଏବଂ m∠C = 90° । ଏହାର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 3
(a) 8.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ X͞Y ଅଙ୍କନ କର ।
(b) X ଓ Y ବିନ୍ଦୁରେ 30° ଏବଂ 45 ପରିମାଣ ବିଶିଷ୍ଟ ଯଥାକ୍ରମେ ∠AXY ଏବଂ ∠AYX ଅଙ୍କନ କର ।
(c) AX ଓ AY ର ସମଦ୍ବିଖଣ୍ଡକ ଲମ୍ବ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରନ୍ତୁ ।
(d) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) A ବିନ୍ଦୁରେ B͞C ସହ ସମାନ୍ତର କରି \(\overleftrightarrow{\mathrm{AM}}\) ଅଙ୍କନ କର ।
(f) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{AM}}\) କୁ M ବିନ୍ଦୁରେ ଛେଦ କରୁ ।
(g) MBCA ଆବଶ୍ୟକୀୟ Δ ABC ର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଆୟତଚିତ୍ର ।

Question 4.
Δ ABC ଅଙ୍କନ କର ଯାହାର AB – AC = 1.5 ସେ.ମି., BC = 6.3 ସେ.ମି., m∠B = 45° । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ଆୟତକ୍ଷେତ୍ର ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(j) 4
(a) 6.3 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର ।
(b) B ବିନ୍ଦୁରେ ∠XBC ଅଙ୍କନ କର ଯାହାର ପରିମାଣ 45° ହେବ ।
BX ଉପରେ P ଏପରି ଏକ ବିନ୍ଦୁ ଯେପରିକି BP = 1.5 ସେ.ମି. ।
(c) PC ଅଙ୍କନ କର । PC ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{BX}}\) କୁ A ବିନ୍ଦୁରେ ଛେଦକରୁ ।
(d) AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) AB ଓ AC ର ମଧ୍ୟବିନ୍ଦୁ ନିର୍ଣ୍ଣୟ କରି ଉକ୍ତ ବିଦୁଦେଇ \(\overleftrightarrow{\mathrm{RS}}\) ଅଙ୍କନ କର ।
(f) B ବିନ୍ଦୁରେ ଅଙ୍କିତ ଲମ୍ବ B͞E ଅଙ୍କନ କର, ଯାହା \(\overleftrightarrow{\mathrm{RS}}\) କୁ E ବିନ୍ଦୁରେ ଛେଦ କରିବ ।
\(\overleftrightarrow{\mathrm{RS}}\) ଉପରେ F ଚିହ୍ନଟ କର ଯେପରି BC = EF ହେବ କିମ୍ବା CF ⊥ BC ।
(g) BCFE ଆବଶ୍ୟକୀୟ ଆୟତକ୍ଷେତ୍ର ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Odisha State Board BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ Textbook Exercise Questions and Answers.

BSE Odisha Class 10 Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

ସଂକ୍ଷିପ୍ତ ଉତ୍ତରମୂ ଳକ ପ୍ରଶ୍ନୋତ୍ତର

Question ୧।
ବିପରୀତାର୍ଥବୋଧକ ଶବ୍ଦ ଲେଖି ।
ନୈତିକ, ଉନ୍ନତି, ପ୍ରାଚୀନ, ଇଚ୍ଛାକୃତ, ଅକ୍ଷୁଣ୍ଣ, ପୂର୍ବବର୍ତ୍ତୀ, ବିକାଶ, ସଂଯୋଗ
Answer:

ଶବ୍ଦ ବିଷରାତ ଶବ୍ଦ
ନୈତିକ ଆନୈତିକ
ଉନ୍ନତି ଅବନତି
ପ୍ରାଚୀନ ଅର୍ବାଚନ/ନବାନ/ନୂତନ
ଇଚ୍ଛାକୃତ ଅନିଛାକୃତ
ଅକ୍ଷୁଣ୍ଣ କ୍ଷୁର୍ଣ୍ଣ
ପୂର୍ବବର୍ତ୍ତୀ ପରିବର୍ତ୍ତା
ବିକାଶ ବିଲୟ/ବିନାଶ
ସଂଯୋଗ ବିଯୋଗ

Question ୨।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ବ୍ୟବହାର କରି ବାକ୍ୟ ଗଠନ କର ।
ବୈଷୟିକ, ମାନବିକତା, ଆରୋହଣ, ଅନବରତ, ଦୁରୂହ, ବିସ୍ତୃତ, ବିଚଳିତ
Answer:
ବୈଷୟିକ – ପ୍ରାଚୀନ ରୋମୀୟ ସଭ୍ୟତାରେ ବୈଷୟିକ ଉନ୍ନତିର ନିଦର୍ଶନ ମିଳେ ।
ମାନବିକତା – ଦୁର୍ଘଟଣାରେ କ୍ଷତବିକ୍ଷତ ହୋଇଥିବା ଅନ୍ଧଟିକୁ ସାହାଯ୍ୟ ନ କରି ଚାଲିଯିବା ମାନବିକତା ନୁହେଁ।
ଆରୋହଣ – ଉତ୍ତୁଙ୍ଗ ହିମାଳୟ ଆରୋହଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ।
ଅନବରତ – ଅନବରତ ମୋବାଇଲ୍‌ରେ ଖେଳିବା ବା ଦୂରଦର୍ଶନ ଦେଖ‌ିବା କ୍ଷତିକାରକ ଅଟେ ।
ଦୁରୂହ – କଠିନ ପରିଶ୍ରମ ନ କଲେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଦୁରୂହ ହୋଇପଡ଼ିବ ।
ବିସ୍ତୃତ – ଦିଗନ୍ତ ବିସ୍ତୃତ ମରୁଭୂମି ପଥ ପ୍ରାଣରେ ଭୀତିସଞ୍ଚାର କରେ । ବିଚଳିତ ଅବସ୍ଥାରେ ମଣିଷ ସଠିକ୍ ନିର୍ଣ୍ଣୟ ନେଇପାରେ ନାହିଁ ।
ବିଚଳିତ – ବିଚଳିତ ଅବସ୍ଥାରେ ମଣିଷ ସଠିକ୍ ନିର୍ଣ୍ଣୟ ନେଇପାରେ ନାହିଁ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୩।
ସନ୍ଧିବିଚ୍ଛେଦ କର ।
ଅନ୍ୟାନ୍ୟ, ଅନ୍ତର୍ଗତ, ସଂଯୋଗ,ଆୟୁର୍ବେଦ, ମନସ୍ତତ୍ତ୍ଵ, ଉଲ୍ଲିଖ
Answer:
ଅନ୍ୟାନ୍ୟ = ଅନ୍ୟ + ଅନ୍ୟ
ଅନ୍ତର୍ଗତ = ଅନ୍ତଃ + ଗତ
ସଂଯୋଗ = ସମ୍ + ଯୋଗ
ଆୟ୍ମର୍ବୈଦ = ଆୟୁ + ବେଦ
ମନସ୍ତତ୍ତ୍ୱ = ମନଃ + ତତ୍ତ୍ବ
ତ୍ତଲ୍ଲିଖ୍ ତ = ଉତ୍ + ଲିଖୁତ

Question ୪।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ପ୍ରକୃତି ପ୍ରତ୍ୟୟ ନିର୍ଣ୍ଣୟ କର ।
ଶାରୀରିକ, ମାନସିକ, ପାର୍ବତୀୟ, ଭାରତୀୟ, ତ୍ୟାଗ, ସର୍ବାଙ୍ଗୀନ, କରଣୀୟ, ବୈଜ୍ଞାନିକ, କର୍ତ୍ତବ୍ୟ
Answer:
ଶରୀର+ଇକ (ତଦ୍ଧିତ ଇକ ପ୍ରତ୍ୟୟ) ପର୍ବତ+ଶୟ (ଈୟ ପ୍ରତ୍ୟୟ)
ପାର୍ବତାୟ = ପର୍ବତ + ଈୟ (ଈୟ ପ୍ରତ୍ୟୟ)
ତ୍ୟାଗ = ତ୍ୟଜ୍ + ଅ (କୃଦନ୍ତ୍ର ଅ ପ୍ରତ୍ୟୟ)
କରଶାୟ = କୃ + ଅନାୟ (ଅନାୟ ପ୍ରତ୍ୟୟ)
କର୍ତ୍ତବ୍ୟ = କୃ + ତବ୍ୟ (‘ତ’ ପ୍ରତ୍ୟୟ)
ମାନସିକ = ମାନସ୍ + ଇକ (ଉଦ୍ଧିତ ରକ ପ୍ରତ୍ୟୟ)
ଭାରତାୟ = ଭାରତ + ଈୟ ( ଈୟ ପ୍ରତ୍ୟୟ)
ସର୍ବାଙ୍ଗୀନ = ସର୍ବ + ଅଙ୍ଗ + ଈନ (ଈନ ପ୍ରତ୍ୟୟ)
ବୈଜ୍ଞାନିକ = ବିଜ୍ଞାନ + ଇକ (ତଦ୍ଧିତ ଇକ ପ୍ରତ୍ୟୟ)

Question ୫।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।
ହସ୍ତୀ, ମାନବ, ‘ଧ୍ଵଜା, ପର୍ବତ
Answer:
ହସ୍ତା – ଗଜ, କରୀ, ହାତୀ
‘ଧ୍ଵଜା – ପତାକା, ବାନା
ମାନବ – ନର, ମନୁଷ୍ୟ
ପର୍ବତ – ଶୈଳ, ଗିରି, ପାହାଡ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୬।
ନିମ୍ନଲିଖତ ଶବ୍ଦଗୁଡ଼ିକୁ ସଂଶୋଧନ କରି ଲେଖ ।
ଶାରିରୀକ, ସାହାର୍ଯ୍ୟ, ସଶ୍ଳିଷ୍ଟ, ଆଶୀର୍ବାଦ
Answer:
ଶାରିରୀକ – ଶାରୀରିକ
ସାହାର୍ଯ୍ୟ – ସାହାଯ୍ୟ
ସଶ୍ଳିଷ୍ଟ – ସଂଶ୍ଲିଷୃ
ଆଶୀର୍ବାଦ – ଆଶାର୍ବାଦ

Question ୭ ।
ନିମ୍ନଲିଖ୍ ଶବ୍ଦଗୁଡ଼ିକର ଅର୍ଥଗତ ପାର୍ଥକ୍ୟ ଦର୍ଶାଅ ।
ଲକ୍ଷ-ଲକ୍ଷ୍ୟ, କୁଳ-କୂଳ, ଚରିତ-ଚରିତ୍ର
Answer:
ଲକ୍ଷ – ସଂଖ୍ୟା ବିଶେଷ
ଲକ୍ଷ୍ୟ – ଉଦ୍ଦେଶ୍ୟ, ଏକାଗ୍ରତା
କୁଳ – ବଂଶ
କୂଳ – ତଟ / ନଦୀତୀର
ଚରିତ – ପ୍ରସଙ୍ଗ / ଉପାଖ୍ୟାନ
ଚରିତ୍ – ଆବରଣ / ସ୍ଵଭାବ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୮
ଆମେ ସଭ୍ୟତା ଆଖ୍ୟା କାହାକୁ ଦେଇଥାଉ ?
Answer:
ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ତଥା ଜ୍ଞାନ ସାଧନ କରିଥାଏ, ଆମେ ତାକୁ ହିଁ ସଭ୍ୟତା ଆଖ୍ୟା ଦେଇଥାଉ ।

Question ୯ ।
ରୋମୀୟ ଓ ଭାରତୀୟ ସଭ୍ୟତାର ଆଦର୍ଶ ମଧ୍ଯରେ ପାର୍ଥକ୍ୟ କ’ଣ ?
Answer:
ରୋମୀୟ ସଭ୍ୟତାର ମୂଳଭିତ୍ତି ବୈଷୟିକ ଉନ୍ନତି ଉପରେ ପ୍ରତିଷ୍ଠିତ ଥିଲା । ଭୋଗ ଥିଲା ସେହି ସଭ୍ୟତାର ଆଦର୍ଶ । ସେହି ବୈଷୟିକ ଉନ୍ନତିର ନିଦର୍ଶନ ଥିଲା ଇଚ୍ଛାକୃତ । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ଭାରତର ବୈଷୟିକ ଉନ୍ନତି ଥିଲା ତ୍ୟାଗଧର୍ମର ଏକତମ ସ୍ଵତଃସମ୍ଭୂତ ଫଳ ।

Question ୧୦ ।
ଭାରତୀୟ ସଭ୍ୟତାର ଆଦର୍ଶ କହିଲେ କ’ଣ ବୁଝ ?
Answer:
ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେ ବିପଦର କାରଣ ବୋଲି ମନେ କରୁଥିଲେ ମଧ୍ୟ ତ୍ୟାଗଧର୍ମ ମାଧ୍ୟମରେ ସାଧନ କରିଥିଲା ବୈଷୟିକ ଉନ୍ନତି, ଯାହାର ସୃଷ୍ଟି ଇଚ୍ଛାକୃତ ନୁହେଁ ବରଂ ତ୍ୟାଗଧର୍ମର ଏକତମ ସ୍ଵତଃସମ୍ଭୂତ ଫଳ । କାରଣ ଭାରତର ବୈଶିଷ୍ଟ୍ୟ ହେଉଛି ଆଧ୍ୟାତ୍ମିକତା ।

Question ୧୧ ।
ଗୃହସ୍ଥର ପଥ କେତେବେଳେ ପୃଥକ୍ ହୋଇଯାଏ ?
Answer:
ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସେହି ତ୍ୟାଗମାର୍ଗରେ ଦୀକ୍ଷିତ ହୋଇଥିବା ଭାରତୀୟ ଗୃହସ୍ଥଟି ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ୟରେ ଥିଲେ ମଧ୍ୟ ପାରିପାର୍ଶ୍ବକ ପଦାର୍ଥ ସହ ଜଡ଼ିତ ନ ଥିଲା । ସେହି ତ୍ୟାଗମାର୍ଗରେ ଗତିକରି ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ତା’ର ପଥ ଭୋଗମାର୍ଗଗାମୀ ଜାତିଠାରୁ ପୃଥକ୍ ହୋଇଯାଏ ।

Question ୧୨ ।
ବର୍ତ୍ତମାନର ପୃଥ‌ିବୀରେ ସଭ୍ୟତାର ଆଦର୍ଶଟି କ’ଣ ?
Answer:
ମାନବର ସର୍ବାଙ୍ଗୀନ ଉନ୍ନତିସାଧନ, ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ସହିତ ବିଶ୍ଵମାନବିକତାର ପ୍ରତିଷ୍ଠା ଓ ବିରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ଓ ତାହା ମୂଳରେ ନିହିତ ଥିବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ବର୍ତ୍ତମାନ ପୃଥ‌ିବୀରେ ସଭ୍ୟତାର ଆଦର୍ଶ ଭାବେ ବିବେଚିତ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୧୩ ।
ଜଡ଼ ବିଜ୍ଞାନ କେତେ ଭାଗରେ ବିଭକ୍ତ ଓ କ’ଣ କ’ଣ ?
Answer:
ଜଡ଼ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ । ଏହି ଦୁଇ ବିଜ୍ଞାନ ମଧ୍ୟ ନାନା ବିଭାଗ ଓ ଉପବିଭାଗମାନଙ୍କରେ ବିଭକ୍ତ । ପଦାର୍ଥ ବିଜ୍ଞାନ ଆଲୋକ, ଉତ୍ତାପ, ବିଦ୍ୟୁତ୍, ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱାନୁସନ୍ଧାନର ବିଭାଗରେ ବିଭକ୍ତ। ରସାୟନ ବିଜ୍ଞାନ ମଧ୍ୟ ସେହିପରି ବିଭିନ୍ନ ବିଭାଗରେ ବିଭକ୍ତ ।

Question ୧୪।
ଆମେ କେଉଁ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରିଥାଉଁ ?
Answer:
ଜଡ଼ ବିଜ୍ଞାନ ବଳରେ ଆମେ ବିଭନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାରଯନ୍ତ୍ର, ଟେଲିଭିଜନ୍, ଟେଲିଫୋନ୍ ପ୍ରଭୃତି ବିବିଧ ଉପକରଣରୁ ବୈଷୟିକ ସୁଖ ସମୃଦ୍ଧି ଲାଭ କରୁଅଛୁ ।

Question ୧୫ ।
ଜୀବ ବିଜ୍ଞାନର ଚର୍ଚ୍ଚାରୁ କି ସନ୍ଧାନ ମିଳିଥାଏ ?
Answer:
ଜୀବ ବିଜ୍ଞାନ ଦୁଇ ଭାଗରେ ବିଭକ୍ତ – ପ୍ରାଣୀ ବିଜ୍ଞାନ ଓ ଉଭିଦ ବିଜ୍ଞାନ । ଏଗୁଡ଼ିକର ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ଏବଂ କେଉଁ’ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ହୋଇପାରିଛନ୍ତି, ତାହାର ସନ୍ଧାନ ମିଳିଥାଏ ।

Question ୧୬ ।
ଆମ୍ଭମାନଙ୍କର ଜ୍ଞାନର ସୀମା ଆମେ କିପରି ବିସ୍ତୃତ କରିଥାଉଁ ?
Answer:
ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥ‌ିବୀତତ୍ତ୍ଵ, ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ର ବଳରେ ଆମ୍ଭମାନଙ୍କର ଜ୍ଞାନର ସୀମା ବୃଦ୍ଧି କରିଥାଉ

Question ୧୭ ।
ଜୀବ ବିଜ୍ଞାନରୁ ଜୀବନ୍ତର ଶରୀର ସମ୍ପର୍କରେ କି ଧାରଣା ମିଳେ ?
Answer:
ଜୀବନ୍ତର ଶରୀର ବିଭିନ୍ନ ଜଡ଼ ଉପାଦାନରେ ଗଠିତ ବୋଲି ଜୀବ ବିଜ୍ଞାନର ଆଲୋଚନାରୁ ପ୍ରତୀୟମାନ ହୁଏ । ଗର୍ତ୍ତମାନର ବିଶ୍ଳେଷଣ ଅନୁଯାୟା ପୂର୍ବର ପଞ୍ଚଭୂତ ଅଶେଷ ଉପାଦାନର ସମଷ୍ଟିରୂପେ ନିରୂପିତ ହୋଇଅଛି । ଏହି ବିବିଧ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ଜୀବନ୍ତକୁ ସମ୍ଭବ କରିଛି ବୋଲି ଧାରଣା ମିଳେ ।

Question ୧୮ ।
ବୈଜ୍ଞାନିକମାନେ ମାନବକୁ ଧ୍ଵଂସପଥର ପଥ୍ୟକ କରୁଛନ୍ତି ବୋଲି ଲେଖକ କାହିଁକି କହିଛନ୍ତି ?
Answer:
ବୈଜ୍ଞାନିକମାନେ ବିଜ୍ଞାନ ବଳରେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ପରି ଅନେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ଉଦ୍ଭାବନ କରିଛନ୍ତି । ଫଳରେ ତା’ ବଳରେ ସଂସାରର ଧ୍ବଂସ ସାଧନ କରିବା ସହିତ ମାନବକୁ ଧ୍ୱଂସ ପଥର ପଥ୍ୟକ କରୁଛନ୍ତି ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୧୯ ।
ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?
Answer:
ଯେତେବେଳେ ବିଜ୍ଞାନ ଚରମ ଉନ୍ନତି ଲାଭ କରିବା ସହିତ ସଭ୍ୟତା ଉନ୍ନତିର ଶେଷ ସୋପାନରେ ଉପନୀତ ହେବ, ସେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶକୁ ସମସ୍ତେ ଜାଣିବାକୁ ସମର୍ଥ ହେବେ ଏବଂ ସଂସାରରେ ଉଡ଼ିବ ମୈତ୍ରୀର ଧ୍ଵଜା ।

Question ୨୦ ।
ବିଜ୍ଞାନର ଅନ୍ଧକାର ସ୍ଥାନଟି ଅପସାରିତ ହେଲେ କ’ଣ ହେବ ବୋଲି ଲେଖକ କହିଛନ୍ତି ?
Answer:
ସେତେବେଳେ ଆମ୍ଭେମାନେ ଯାବତୀୟ ବିଷୟରେ ଜ୍ଞାନଲାଭ କରି ସଭ୍ୟତାର ଭିତ୍ତି ସ୍ଥାପନ କରିବା ସହିତ ଉନ୍ନତିର ଶିଖରରେ ବିଜ୍ଞାନର ଅନ୍ଧକାର ଦିଗଟି ଅପସାରିତ ହେଲେ ଚତୁର୍ଦ୍ଦିଗରେ ଉଦ୍‌ଭାସିତ ହୋଇଉଠିବ ଆଲୋକମୟ ପ୍ରଭାବ ପହଞ୍ଝାପାରିବା ।

ସପ୍ରସଙ୍ଗ ସରଳାର୍ଥ

Question ୨୧ ।
ତ୍ୟାଗ ମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ ।
Answer:
ତ୍ୟାଗ ମାର୍ଗରେ ଦୀକ୍ଷିତ ……………………… ପୃଥକ୍ ହୋଇଯାଏ ।
ପ୍ରଦତ୍ତ ଗଦ୍ୟାଶଟି ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କଦ୍ୱାରା ରଚିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରୁ ଗୃହୀତ । ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିମାନଙ୍କ ସଭ୍ୟତାର ଆଦର୍ଶ ଉପସ୍ଥାପନ ପରିପ୍ରେକ୍ଷାରେ ଭାରତାୟମାନଙ୍କ ସ୍ୱାତନ୍ତ୍ର୍ୟ ତଥା ବୈଶିଷ୍ଟ୍ୟ ପ୍ରତିପାଦନ କରିଛନ୍ତି ।

ସାଧାରଣତଃ ବ୍ୟକ୍ତିର ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ତଥା ସାଧୂ ଜ୍ଞାନକୁ ସଭ୍ୟତାର ଆଖ୍ୟା ପ୍ରଦାନ କରାଯାଇଥାଏ । ଏ ଦୃଷ୍ଟିରୁ ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ଏହି ସଭ୍ୟତାର ଆଦର୍ଶରେ ଭିନ୍ନତା ପରିଲକ୍ଷିତ ହୁଏ । ରୋମ, ଗ୍ରୀସ୍ ଓ ମିଶର ଆଦି ଦେଶମାନଙ୍କର ସଭ୍ୟତା ପ୍ରଗତିର ମୂଳଭିଭି ବୈଷୟିକ ଉନ୍ନତି ଉପରେ ଆଧାରିତ ଥିଲା । ଭୋଗ ହିଁ ଥିଲା ସେହିସବୁ ସଭ୍ୟତାର ଆଦର୍ଶ । ସେମାନଙ୍କ ବୈଷୟିକ ଉନ୍ନତି ଇଚ୍ଛାକୃତ ଥିଲା । କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ତ୍ୟାଗ ଓ ଆତ୍ମସଂଯମ ଉପରେ ପର୍ଯ୍ୟବସିତ ଥିଲା । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥୁଲେ ।

ତଥାପି ତ୍ୟାଗଧର୍ମ ମାଧ୍ୟମରେ ହିଁ ସେହି ବୈଷୟିକ ଉନ୍ନତି ସମ୍ଭବ ହୋଇପାରିଥିଲା ଯାହା ଅନ୍ୟ ଜାତିର ସଭ୍ୟତାଠାରୁ କୌଣସି ଗୁଣରେ ନ୍ୟୁନତର ନୁହେଁ । ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ୟରେ ରହିଥିଲେ ମଧ୍ୟ ପାରିପାର୍ଶ୍ବକ ପଦାର୍ଥ ସହ ସେ ସଂଶ୍ଳିଷ୍ଟ ନଥିଲା । ତ୍ୟାଗଧର୍ମ ମାର୍ଗ ଦେଇ ଗତି କରୁଥିଲାବେଳେ ସେ ବିଷୟର ମାଲିକ ହେଉଥିଲା । ତା’ର ବୈଷୟିକ ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନଥିଲା, ବରଂ ତାହା ଥିଲା ତ୍ୟାଗମାର୍ଗର ଏକତମ ସ୍ଵୟଂସମ୍ଭୂତ ଫଳ । ଭାରତର ବୈଶିଷ୍ଟ୍ୟ ଥିଲା ତା’ର  ଆଧ୍ୟାତ୍ମିକତା । ତ୍ୟାଗମାର୍ଗ ହିଁ ଏହାର ଅନ୍ୟତମ ମୁଖ୍ୟ ବିଭାବ । ତେଣୁ ଭାରତୀୟମାନଙ୍କ ବୈଷୟିକ ଉନ୍ନତିର ପଥ ଭୋଗମାର୍ଗଗାମୀ ଜାତିମାନଙ୍କ ପଥଠାରୁ ସମ୍ପୂର୍ଣ୍ଣ ପୃଥକ୍ ଥିଲା ।

Question ୨୨ ।
ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା ।
ଭାରତର ବୈଶିଷ୍ଟ୍ୟ ……………….. ଆଧ୍ୟାତ୍ମିକତା ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ଉଭିଦ ବିଜ୍ଞାନୀ ତଥା ମହାନ୍ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରୁ ଉଦ୍ଧୃତ । ଏଠାରେ ପ୍ରାବନ୍ଧିକ ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଆଲୋଚନା ଅବସରରେ ମହାନ୍ ଭାରତୀୟ ଜାତିର ସ୍ବାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ଉପରେ ଆଲୋକପାତ କରିଛନ୍ତି ବିଭିନ୍ନ ଯୁଗରେ ବିଭିନ୍ନ ଜାତିର ସଭ୍ୟତାର ଆଦର୍ଶ ଥିଲା ଭିନ୍ନ ଭିନ୍ନ ।

ଗ୍ରୀସ୍, ରୋମ ଓ ମିଶର ପରି ଦେଶମାନଙ୍କର ସଭ୍ୟତାର ଆଦର୍ଶ ବୈଷୟିକ ଉନ୍ନତି ଉପରେ ଥିଲା ପର୍ଯ୍ୟବସିତ । ସେହି ଉନ୍ନତି ସେମାନଙ୍କର ଇଜାକୃତ କାର୍ଯ୍ୟଧାରାଦ୍ବାରା ସମ୍ଭବ ହେଉଥିଲା । ଭୋଗ ଥିଲା ସେହି ସଭ୍ୟତାର ଆଦର୍ଶ । ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ସର୍ବବିଧ ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର ହେତୁ ବୋଲି ଭାବୁଥୁଲେ । ତଥାପି ସେମାନଙ୍କ ବୈଷୟିକ ଉନ୍ନତି ତ୍ୟାଗଧର୍ମ ମାଧ୍ୟମରେ ହିଁ ସମ୍ଭବ ହୋଇଥିଲା ଯାହା ଅନ୍ୟାନ୍ୟ ଜାତିର ବୈଷୟିକ ଉନ୍ନତିଠାରୁ କଦାପି ନୂନତର ନୁହେଁ। ଭାରତୀୟ ହିନ୍ଦୁମାନଙ୍କ ମତରେ ବିଭିନ୍ନ ଦର୍ଶନଶାସ୍ତ୍ର ନିହିତ ପ୍ରଣାଳୀଦ୍ବାରା ବିଶ୍ଵ ବିରାଟ ଶକ୍ତି ସମ୍ପର୍କିତ ତତ୍ତ୍ଵ ନିରୂପିତ ହୋଇପାରେ।

ଆଧ୍ୟାତ୍ମିକ ପଥରେ ଅଗ୍ରସର ହେଲେ ପ୍ରଥମେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନହେଲେ ହେଁ, ଲକ୍ଷ୍ୟସ୍ଥଳରେ ଉପନୀତ ହେଲାପରେ ସମସ୍ତ କାର୍ଯ୍ୟକାରଣ ସ୍ପଷ୍ଟ ପ୍ରତିଭାତ ହେବ । ମାତ୍ର ଏହାର ସାଧନ ନିମିତ୍ତ ଶାରୀରିକ ଓ ମାନସିକ ଉନ୍ନତି ସର୍ବାଦୌ କରଣୀୟ । ଏହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ହୁଏ ଓ ଏଥିପାଇଁ କଠୋର ସାଧନା ଅବଶ୍ୟ ଅପରିହାର୍ଯ୍ୟ । ସର୍ବୋପରି ବିଶ୍ବର ଅନ୍ୟାନ୍ୟ ଜାତିର ସଭ୍ୟତାର ଉନ୍ନତି ମାର୍ଗ ଭୋଗସର୍ବସ୍ଵ ଇଚ୍ଛା ଉପରେ ଆଧାରିତ ହୋଇଥିଲାବେଳେ ଭାରତୀୟ ସଭ୍ୟତାର ମୂଳାଧାର ଆଧ୍ୟାତ୍ମିକତା ଉପରେ ପର୍ଯ୍ୟବସିତ ହୋଇଥିଲା ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୨୩ ।
ଏହାର ଶେଷଫଳ କ’ଣ ହେବ, ତାହା ଭବିଷ୍ୟତ ଗର୍ଭରେ ନିହିତ, ବର୍ତ୍ତମାନ କେବଳ ପରୀକ୍ଷଣ ହିଁ ଚାଲିଛି ।
Answer:
ଏହାର ଶେଷ ଫଳ ………….. ପରୀକ୍ଷଣ ହିଁ ଚାଲିଛି ।
ପ୍ରୋକ୍ତ ଗଦ୍ୟାଶଟି ପ୍ରଖ୍ୟାତ ଶିକ୍ଷାବିତ୍ ତଥା ପ୍ରବୀଣ ଉଭିଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ବିଜ୍ଞାନ’ଶୀର୍ଷକ ପ୍ରବନ୍ଧରୁ ଆନୀତ । ଏଠାରେ ଲେଖକ ବିଜ୍ଞାନ ବଳରେ ‘ବିଶ୍ଵ ବିରାଟ ଶକ୍ତିର କଳନା ତଥା ଜଡ଼ ଓ ଜୀବନ୍ତ ସହ ଏହାର ସମ୍ପର୍କ? ଏହି ତଥ୍ୟର ଗବେଷଣା ଓ ପରାକ୍ଷସର ସଫଳତା ସମ୍ବନ୍ଧିରେ ଆଶାବାଦା ମାନସିକତା ପରିପ୍ରକାଶ କରିଛନ୍ତିା

ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ ହିଁ ଆଧୁନିକ ସଭ୍ୟତାର ଲକ୍ଷ୍ୟ । ବ୍ୟକ୍ତିର ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସହ ବିଶ୍ଵମାନବିକତାର ପ୍ରତିଷ୍ଠାନ ଓ ବିରାଟ ସୃଷ୍ଟି ରହସ୍ୟର ଉଦ୍‌ଘାଟନ ତଥା ତା’ ମୂଳରେ ସନ୍ନିହିତ ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ଆଧୁନିକ ସଭ୍ୟତାର ଆଦର୍ଶ । ସଭ୍ୟତାର ସେହି ଲକ୍ଷ୍ୟସ୍ଥଳରେ ଉପନୀତ ହେବା ନିମନ୍ତେ ମାନବ ବିଜ୍ଞାନକୁ ହିଁ ଅବଲମ୍ବନ ଭାବେ ଗ୍ରହଣ କରି ତା’ ସାହାଯ୍ୟରେ ଗବେଷଣା ଅବ୍ୟାହତ ରଖୁଛି । ଜଡ଼ ଓ ଜୀବ ବିଜ୍ଞାନର ସହଯୋଗିତାରେ ଜ୍ଞାନର ସୀମା ବିସ୍ତୃତ କରିବା ସହ ନାନାବିଧ ବୈଷୟିକ, ମାନସିକ ଓ ଶାରୀରିକ ଉନ୍ନତି ଲାଭକରିବା ପାଇଁ ପ୍ରଚେଷ୍ଟା ଜାରି ରଖୁଛି ।

ଅନ୍ୟ ରାଷ୍ଟ୍ରମାନେ ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ଚେଷ୍ଟିତ ଥିଲାବେଳେ ଆମେ କାର୍ଯ୍ୟରେ ସେସବୁ ସାଧନ କରି ତାହାର ଯଥାର୍ଥତା ପ୍ରତିପାଦନ କରିବାକୁ ପୂର୍ଣ ସକ୍ଷମ ହୋଇନଥିଲେ ମଧ୍ୟ କିଛି ମାତ୍ର ନିରୂପିତ ହୋଇପାରିଛି । ଲକ୍ଷ୍ୟସ୍ଥଳରେ ପହଞ୍ଚାବା ଯଦିଓ ସମୟସାପେକ୍ଷ, ଏ ସମ୍ପର୍କରେ ଗବେଷଣା ଓ ପରୀକ୍ଷଣ କ୍ରିୟାଶୀଳ ରହିଛି । ଏହାର ଶେଷଫଳ ଭବିଷ୍ୟତ ଗର୍ଭରେ ନିହିତ ଥିଲେ ମଧ୍ୟ ଲକ୍ଷ୍ୟସ୍ଥଳ ପ୍ରାପ୍ତି ନିମିତ୍ତ ବିଜ୍ଞାନ ହିଁ ଅବଲମ୍ବନୀୟ । ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ ବିଜ୍ଞାନ ହିଁ ଆମକୁ ପଥ ପ୍ରଦର୍ଶନ କରି ଚାଲିବ ବୋଲି ପ୍ରାବନ୍ଧିକ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Question ୨୪ ।
ବିରାଟ ସାଗର ଆଜି ଦୁର୍ଲକ୍ଷ୍ୟ ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ ।
Answer:
ବିରାଟ ସାଗର ଆଜି……………………. ହୋଇ ରହିନାହିଁ ।
ପ୍ରଦତ୍ତ ଗଦ୍ୟାଶଟି ପ୍ରଖ୍ୟାତ ପ୍ରାବନ୍ଧିକ ଓ ଖ୍ୟାତିସମ୍ପନ୍ନ ଉଦ୍ଭଦ ବିଜ୍ଞାନୀ ବଂଶୀଧର ସାମନ୍ତରାୟଙ୍କ ରଚିତ ‘ସଭ୍ୟତା ଓ ର୍ବଜ୍ଞାନ’ ଶାର୍ଷକ ପ୍ରବନ୍ଧରୁ ଉଦ୍ଘିତା ଏଠାରେ ପ୍ରାବନ୍ଧିକ ବିଜ୍ଞାନର ଜୟଗାନ କରି ମାନବର ସର୍ବବିଧ ବୈଷୟିକ ଉନ୍ନତିରେ ବିଜ୍ଞାନର ଅଭୂତପୂର୍ବ ଅବଦାନକୁ ଉପସ୍ଥାପନ କରିଛନ୍ତିା

ଜଡ଼ ବିଜ୍ଞାନ ବଳରେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟରେ ସମ୍ୟକ୍ ଜ୍ଞାନ ଆହରଣ କରିବା ସମ୍ଭବ ହୋଇପାରିଛି । ସେହି ଜଡ଼ ବିଜ୍ଞାନ ବଳରେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସମ୍ଭବ ହୋଇପାରିଛି । ବିଜ୍ଞାନ ବଳରେ ଆମେ ସୌରଜଗତ ଭିନ୍ନ ଅନ୍ୟ ଜଗତର ଗ୍ରହ, ତାରା ଓ ଉପଗ୍ରହର ନିୟନ୍ତ୍ରଣ ଓ ସେଗୁଡ଼ିକର ଶକ୍ତିର ବିକାଶ ଓ କାର୍ଯ୍ୟପ୍ରଣାଳୀର ରୂପରେଖ ଜାଣିବାରେ କ୍ଷମ ହୋଇପାରିଛୁ ।

ବର୍ତ୍ତମାନ ମାନବ ଯେଉଁ ବୈଷୟିକ ଉନ୍ନତି ସାଧନ କରିବାରେ ସକ୍ଷମ ହୋଇପାରିଛି ପୂର୍ବବର୍ତୀ ମାନବ ସେସବୁ କଳ୍ପନା ମଧ୍ୟ କରିପାରି ନଥିଲା କି ସ୍ବପ୍ନରେ ସୁଦ୍ଧା ଭାବିପାରି ନଥିଲା । ଜଡ଼ ବିଜ୍ଞାନ ବଳରେ ବର୍ତ୍ତମାନର ମାନବ ପ୍ରକୃତିରେ ସଂଘଟିତ ଯାବତୀୟ । କ୍ରିୟାଗୁଡ଼ିକ ହୃଦୟଙ୍ଗମ କରିପାରୁଛି । ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାରଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଫଳରେ ଅନନ୍ତ ସାଗର, ଅସୀମ ଆକାଶ କି ନଭଶ୍ଚୁମ୍ବୀ ତୁଷାରାଚ୍ଛାଦିତ ହିମାଳୟ ଅଜେୟ ହୋଇ ରହିନାହିଁ । ସବୁଠି ବିଜ୍ଞାନ ତା’ର ବିଜୟ ବୈଜୟନ୍ତୀ ଉଡ଼ାଇ ପାରିଛି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

Question ୨୫ ।
ସଭ୍ୟତାର ବିକାଶରେ ବିଜ୍ଞାନର ଥିବା ଅବଦାନ ପଠିତ ପ୍ରବନ୍ଧାନୁସରଣରେ ଆଲୋଚନା କର । [2017(A) କିମ୍ବା, ମାନବ ସଭ୍ୟତାର ଉନ୍ନତିରେ ବିଜ୍ଞାନ କିପରି ସହାୟକ ହୋଇଛି ଆଲୋଚନା କର ।
Answer:
ପ୍ରଖ୍ୟାତ ଉଭିଦ ବିଜ୍ଞାନୀ, ବିଶିଷ୍ଟ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟ ପ୍ରବନ୍ଧ ରଚନା ତଥା ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ଜଣେ ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ଵ । ମାସିକ ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶିତ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧଟି ବୈଜ୍ଞାନିକ ତଥ୍ୟସମ୍ବଳିତ ଏକ ଚିନ୍ତାମୁଳକ ରଚନା ଯେଉଁଥ୍ରେ ପ୍ରାବନ୍ଧିକ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନକୁ ଆଲେ।ଚନା କରିଛନ୍ତି । ‘ଦରିଆ ପାରିର ସୁନା’ ଓ ‘ଶିଶୁର ବୀଣା’ ତାଙ୍କର ଦୁଇ ପ୍ରମୁଖ ରଚନା ।

ସମଗ୍ର ବିଶ୍ଵରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ । ବାସ୍ତବିକତା ଦୃଷ୍ଟିରୁ ଦେଖ‌ିଲେ ମାନବ ପ୍ରାପ୍ତ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସମ୍ପର୍କୀୟ ଜ୍ଞାନସାଧନ ହିଁ ସଭ୍ୟତା ପଦବାଚ୍ୟ । ବିଭିନ୍ନ କାଳରେ ଓ ବିଭିନ୍ନ ଯୁଗରେ ସଭ୍ୟତାର ଆଦର୍ଶ ଥିଲା ଭିନ୍ନଭିନ୍ନ । ପ୍ରାଚୀନ ରୋମୀୟ, ଗ୍ରୀସୀୟ ଓ ମିଶରୀୟ ସଭ୍ୟତା ଥିଲା ଭୋଗଉପରେ ଆଧାରିତ । ମାତ୍ର ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମ । ପ୍ରାଚୀନ ଭାରତୀୟମାନେ ବୈଷୟିକ ଜଞ୍ଜାଳକୁ ବିପଦର ହେତୁ ବୋଲି ଭାବୁଥିଲେ । ଆଧ୍ୟାତ୍ମିକତା ଥିଲା ଭାରତୀୟ ସଭ୍ୟତାର ବୈଶିଷ୍ଟ୍ୟ । କିନ୍ତୁ ସଂପ୍ରତି ସାରା ପୃଥ‌ିବୀରେ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ସହିତ ବିଶ୍ବମାନବିକତାର ପ୍ରତିଷ୍ଠାନ ଓ ବିର୍ରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ହେଉଛି ସଭ୍ୟତାର ଆଦର୍ଶ ।

ବିଜ୍ଞାନ ବଳରେ ଆମ୍ଭେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବାପାଇଁ ଉଦ୍‌ଯୋଗ ଲଗାଇ ଚାଲିଛୁ । ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନକୁ ବିଜ୍ଞାନରୂପେ ବ୍ୟବହାର କରି ବିଶ୍ବବ୍ରହ୍ମାଣ୍ଡର ପ୍ରତ୍ୟେକ ପଦାର୍ଥ ବିଷୟରେ ଜ୍ଞାନ ଲାଭ କରୁଛୁ । ସଂପ୍ରତି ବିରାଟ ସୃଷ୍ଟି ରହସ୍ୟର ଉଦ୍‌ଘାଟନ ଏବଂ ତା’ ମୂଳରେ ସନ୍ନିହିତ ଥବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ସଭ୍ୟତାର ଲକ୍ଷ୍ୟ ହୋଇଛି । ଏହି ଲକ୍ଷ୍ୟର ପରିପୂର୍ତି ନିମନ୍ତେ ମାନବ ବିଜ୍ଞାନକୁ ହିଁ ଅବଲମ୍ବନଭାବେ ଗ୍ରହଣ କରଛି ।

ଜଡ଼ ବିଜ୍ଞାନ ବଳରେ ପ୍ରକୃତି ବକ୍ଷରେ ସଂଘଟିତ ଯାବତୀୟ କ୍ରିୟାଗୁଡ଼ିକୁ ମାନବ ହୃଦୟଙ୍ଗମ କରିପାରୁଛି । ସୌରଜଗତ ପରି ଅନେକ ବିରାଟ ଜଗତ, ବିବିଧ ଗ୍ରହ, ଉପଗ୍ରହ, ତାରକା ଆଦି ଶକ୍ତିର ବିକାଶ ତଥା କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ସମ୍ୟକ ଜ୍ଞାନ ଲାଭ କରିବାରେ ସକ୍ଷମ ହୋଇ ପାରୁଛି । ଜଡ଼ ବିଜ୍ଞାନ ବଳରେ ମାନବ ବୈଷୟିକ ଉନ୍ନତି କ୍ଷେତ୍ରରେ ଅଭୂତପୂର୍ବ ସଫଳତା ଲାଭ କରିପାରିଛି, ଯାହା ପୂର୍ବବର୍ତୀ ମାନବର ସ୍ବପ୍ନତୀତ ଥିଲା । ତା’ରି ବଳରେ ବିଭିନ୍ନ ଧାତୁ ଓ ଉପାଦାନକୁ ବିଶୁଦ୍ଧ ଭାବରେ ଗ୍ରହଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ଟେଲିଫୋନ୍, କମ୍ପ୍ୟୁଟର ପ୍ରଭୃତି ବିବିଧ ଉପକରଣରେ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ ମାନବ ସମର୍ଥ ହୋଇପାରିଛି । ତା’ ନିକଟରେ ବିରାଟ ସାଗର ଆଜି ଦୁର୍ଲଘଂ ହୋଇନାହିଁ, ଅନନ୍ତ ଆକାଶ ବିସ୍ମୟଭାବେ ଉଭା ହୋଇନାହିଁ କି ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ । ମାନବ ସଭ୍ୟତାକୁ ଏହା ଜଡ଼ ବିଜ୍ଞାନର ଶ୍ରେଷ୍ଠ ଅବଦାନ ।

ଜଡ଼ ବିଜ୍ଞାନ ଓ ଜୀବ ବିଜ୍ଞାନର ସଂଯୋଗରୁ ନାନା ଉପବିଭାଗ ସୃଷ୍ଟି ହୋଇ ସଭ୍ୟତାର ଉନ୍ନତିରେ ଅଶେଷ କଲ୍ୟାଣ ସାଧନ କରିଛି । ଜୀବ ବିଜ୍ଞାନ ଦୁଇଭାଗରେ ବିଭକ୍ତ; ଯଥା- ପ୍ରାଣୀ ବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ । ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ତଥା ତା’ ମଧ୍ୟରେ ଥିବା ଜୀବନୀ ଶକ୍ତି ପ୍ରାଣୀ ବିଜ୍ଞାନ ଚର୍ଚ୍ଚାରୁ ଉପଲବ୍ଧ । ବିଭିନ୍ନ ପ୍ରଣାଳୀ ବିଶ୍ଳେଷଣ ଓ ସଂଶ୍ଳେଷଣ ବଳରେ ଜୀବନ୍ତ ବସ୍ତୁର ବିଭିନ୍ନ ସମସ୍ୟା ନିରୂପିତ ହୋଇ ପାରୁଛି । ବୈଜ୍ଞାନିକମାନଙ୍କର ଏ ଦିଗରେ ଉଦ୍‌ଯୋଗ ଅବ୍ୟାହତ ରହିଛି ।

ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ତିମି, ହସ୍ତୀ, ବଟବୃକ୍ଷ ପର୍ଯ୍ୟନ୍ତ ସବୁର ବିଶ୍ଳେଷଣ କରି ବିଭିନ୍ନ ପ୍ରକ୍ରିୟା ଓ ସମସ୍ୟା ସମାଧନରେ ଅନେକ ପରିମାଣରେ ସଫଳତା ଲାଭ କରିପାରିଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେ ଶରୀର ତତ୍ତ୍ବ, ଆୟୁର୍ବେଦ, ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥୁବୀ ତତ୍ତ୍ବ ତଥା ଜ୍ୟୋତିଷ ଶାସ୍ତ୍ର ପ୍ରଭୃତି ନାନାବିଧ ଶାସ୍ତ୍ରବଳରେ ଆମ୍ଭମାନଙ୍କ ଜ୍ଞାନର ସୀମା ବିସ୍ତୃତ କରିପାରିଥାଉ । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ମଧ୍ୟ ଆଶାନୁରୂପ ଗବେଷଣାଦ୍ୱାରା ସଂପ୍ରତି ବହୁ ଜଟିଳ ରୋଗ କବଳରୁ ମୁକ୍ତି ଲାଭ କରିବାରେ ଆମେ ସମର୍ଥ ।

ବିଜ୍ଞାନକୁ ପଥପ୍ରଦର୍ଶକ ରୂପେ ବରଣ କରି ଆଧୁନିକ ସଭ୍ୟତା ତା’ର ଲକ୍ଷ୍ୟପଥରେ ପହଞ୍ଚିବାପାଇଁ ଉଦ୍‌ଯୋଗ କରିଚାଲିଛି । ବିଜ୍ଞାନ ବଳରେ ହିଁ ଆମ୍ଭେମାନେ ଅନେକ ଦୂର ଅଗ୍ରସର ହୋଇପାରିଛୁ । ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମାନକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେବ ଯେ ବିଜ୍ଞାନ ଆଶାତୀତ ଭାବେ ସଭ୍ୟତା ଅନ୍ଵେଷଣରେ ବାଟ ଦେଖାଇ ଚାଲିଛି । ଭବିଷ୍ୟତରେ ଏହି ଜ୍ଞାନଲାଭପୂର୍ବକ ଏକ ଅଲୌକିକ ସଭ୍ୟତାର ସର୍ବ।ଙ୍ଗାନ ଉନ୍ନତି କରିବା ସହ ଜ୍ଞାନଲାଭପୂର୍ବକ ଏକ ଅଥଲୌକିକ ସଭ୍ୟତାର ଅଧିକାରୀ ହାଇପାରିବା ଅଧିକାରୀ ହାଇପାରିବ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question ୨୬ ।
ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ଲେଖକଙ୍କ ଦୃଷ୍ଟିଭଙ୍ଗୀ ପ୍ରତିପାଦନ କର । [2015(A) କିମ୍ବା, ପାଶ୍ଚାତ୍ୟ ସଭ୍ୟତା ତଥା ଭାରତୀୟ ସଭ୍ୟତା ମଧ୍ୟରେ ଥ‌ିବା ପାର୍ଥକ୍ୟ ସମ୍ପର୍କରେ ପ୍ରାବନ୍ଧିକଙ୍କ ଅଭିମତ ଉପସ୍ଥାପନ କର ।
Answer:
ପ୍ରବୀଣ ଶିକ୍ଷାବିତ୍ ବଂଶୀଧର ସାମନ୍ତରାୟ ଓଡ଼ିଶାର ଜଣେ ଲବ୍ଧପ୍ରତିଷ୍ଠ ଉଭିଦ ବିଜ୍ଞାନୀ । ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ଓ ଶିଶୁ ସାହିତ୍ୟ ରଚନା କ୍ଷେତ୍ରରେ ତାଙ୍କର ପାରଦର୍ଶିତା ଅବଶ୍ୟ ସ୍ଵୀକାର୍ଯ୍ୟ । ‘ଉତ୍କଳ ସାହିତ୍ୟ’ ମାସିକ ପତ୍ରିକାରେ ତାଙ୍କର ଅନେକ ବୈଜ୍ଞାନିକ ତଥ୍ୟ ସମ୍ବଳିତ ପ୍ରବନ୍ଧ ପ୍ରକାଶ ପାଇଥିଲା । ‘ଦରିଆ ପାରିର ସୁନା’ ଓ ‘ଶିଶୁର ବୀଣା’ ପ୍ରଭୃତି କେତୋଟି ରଚନା ତାଙ୍କ ପ୍ରତିଭାର ପରିଚୟ ପ୍ରଦାନ କରେ ।

‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରାବନ୍ଧିକଙ୍କ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧରେ ଲେଖକ ମାନବକୁ ଉନ୍ନତତରରୁ ଉନ୍ନତ କରାଇବା ଦିଗରେ ବିଜ୍ଞାନର ଅବଦାନ ଉପରେ ଆଲୋକପାତ କରିବା ସଙ୍ଗେ ସଙ୍ଗେ ଭାରତୀୟ ସଭ୍ୟତା ସହ ଅନ୍ୟ ଦେଶର ସଭ୍ୟତାର ଏକ ତୁଳନାତ୍ମକ ବିବରଣୀ ପ୍ରଦାନ କରିଛନ୍ତି । ସଭ୍ୟତାର ସଂଜ୍ଞା ନିରୂପଣ କରିବାକୁ ଯାଇ ପ୍ରାବନ୍ଧିକ କହିଛନ୍ତି ଯେ- ‘ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ଏବଂ ଜ୍ଞାନ ସାଧନ କରିଥାଏ, ତାହାକୁ ଆମ୍ଭେମାନେ ସଭ୍ୟତା ଆଖ୍ୟା ଦେଇଥାଉ ।’

ଇତିହାସର ପ୍ରାଚୀନ ଆଦିମ ମାନବ କିମ୍ବା ଅଧୁନାତନ ନିଟ୍ରୋ ବା ପାର୍ବତୀୟ ବନ୍ୟଜାତିର ମାନବମାନଙ୍କ ସହିତ ଆଧୁନିକ ମାନବକୁ ତୁଳନା କଲେ ସଭ୍ୟତାର ବାସ୍ତବ ଅର୍ଥ ବା ମୂଲ୍ୟ ବିଷୟରେ ସ୍ପଷ୍ଟ ଧାରଣା ମିଳିଥାଏ । କାଳ, ସ୍ଥାନ ଓ ଯୁଗ ଅନୁସାରେ ସଭ୍ୟତାର ଆଦର୍ଶ ଭିନ୍ନ ଭିନ୍ନ ଥିବାର ପ୍ରମାଣ ମିଳେ । ଏପରିକି କୌଣସି ଜାତି ଏହି ସଭ୍ୟତାର ଏକ ଅଂଶବିଶେଷକୁ ଆଦର୍ଶଭାବେ ଗ୍ରହଣ କରିଥିଲାବେଳେ ଅନ୍ୟ ଏକ ଜାତି ଅନ୍ୟ ଏକ ଦିଗ ପ୍ରତି ଆକୃଷ୍ଟ ହୋଇ ତାହାକୁ ଆଦର୍ଶଭାବେ ବିବେଚନା କରୁଥିଲେ । କେତେକ ଅଧିକାଂଶକୁ ଆଦର୍ଶଭାବେ ଗ୍ରହଣ କରି ଏହାର ସାଧନକୁ ଭିନ୍ନ ଭିନ୍ନ ପଥଦେଇ ନିରୂପଣ କରିବାକୁ ଯାଉଥିଲେ । କେତେକ ସାଧନର ମାର୍ଗକୁ ଚିନ୍ତାରେ ନିରୂପିତ କରିବାକୁ ଚେଷ୍ଟିତ ଥିଲେ ତ କେତେକ କାର୍ଯ୍ୟରେ ଚେଷ୍ଟିତ ଥିଲେ । ଏହି ପରିପ୍ରେକ୍ଷୀରେ ଭାରତୀୟ ସଭ୍ୟତା ଓ ବାହ୍ୟ ସଭ୍ୟତା ସମ୍ପର୍କରେ ପ୍ରାବନ୍ଧିକ ଏକ ତୁଳନାତ୍ମକ ଟିପ୍‌ପଣୀ ପ୍ରଦାନ କରିଛନ୍ତି ।

ପ୍ରାଚୀନ ଗ୍ରୀସୀୟ ରୋମୀୟ ସଭ୍ୟତାରେ ସେମାନେ ଯାବତୀୟ ବୈଷୟିକ ଉନ୍ନତିକୁ ସଭ୍ୟତାର ଆଦର୍ଶରୂପେ ଗ୍ରହଣ କରିଥିଲେ । ଭୋଗ ଥିଲା ସେମାନଙ୍କ ସଭ୍ୟତାର ଆଦର୍ଶ । ପ୍ରାଚୀନ ମିଶରୀୟ ସଭ୍ୟତା ମଧ୍ୟ ସେହି ଆଦର୍ଶରେ ଅନୁପ୍ରାଣିତ ଥିଲା। ମାତ୍ର ଭାରତୀୟ ସଭ୍ୟତା ଭିନ୍ନ ଏକ ଆଦର୍ଶ ଉପରେ ପର୍ଯ୍ୟବସିତ ଥିଲା । ସେ ଆଦର୍ଶ ତ୍ୟାଗ ଓ ଆମ୍ବ ସଂଯମ ଉପରେ ଆଧାରିତ । ସେମାନେ ସର୍ବବିଧ ବୈଷୟିକ ଜଞ୍ଜାଳକୁ ବିପଦର ହେତୁ ବୋଲି ଭାବୁଥିଲେ । ପ୍ରାଚୀନ ଗ୍ରୀସ ଓ ରୋମ୍ ସଭ୍ୟତାର ବୈଷୟିକ ଉନ୍ନତିର ନିଦର୍ଶନ ଯାହାକିଛି ପରିଦୃଷ୍ଟ ହୁଏ ସେ ସମସ୍ତ ଇଚ୍ଛାକୃତ । ଅର୍ଥାତ୍‌ ମନୁଷ୍ୟ ନିଜ ଇଚ୍ଛାନୁସାରେ ବୈଷୟିକ କ୍ଷେତ୍ରରେ ବହୁବିଧ ପଦକ୍ଷେପ ଗ୍ରହଣ କରି ଉନ୍ନତିର ପନ୍ଥା ନିର୍ଦ୍ଧାରଣ କରିଛି । ଭାରତର ବୈଷୟିକ ଉନ୍ନତି ରୋମୀୟ ଓ ଗ୍ରୀସୀୟ ନିଦର୍ଶନମାନଙ୍କ ତୁଳନାରେ କୌଣସି ଗୁଣରେ ନୂନତର ନୁହେଁ । ଭାରତୀୟ ସଭ୍ୟତାର ସୃଷ୍ଟି ଓ ଉନ୍ନତି ଇଚ୍ଛାକୃତ ନୁହେଁ । ତାହା ତ୍ୟାଗମାର୍ଗର ଏକତମ ସ୍ଵତଃସମ୍ଭୂତ ଫଳ । ପ୍ରାବନ୍ଧିକଙ୍କ ଭାଷାରେ-

“ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା”

ଭାରତୀୟ ସଭ୍ୟତାରେ ବୈଷୟିକ ଉନ୍ନତିମାନ ତ୍ୟାଗଧର୍ମ ଦେଇ ସମ୍ଭବ ହୋଇଥିଲା । ବିଷୟ ଜଞ୍ଜାଳ ପରିବେଷ୍ଟିତ ଗୃହସ୍ଥ ଯାବତୀୟ ପାରିପାର୍ଶ୍ବକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନଥିଲା । ତ୍ୟାଗଧର୍ମରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗ ମାର୍ଗଗାମୀ ଜାତିଠାରୁ ତା’ର ପଥ ସଂପୂର୍ଣ୍ଣ ପୃଥକ୍ ହୋଇଯାଏ ।

ଭୋଗମାର୍ଗଗାମୀ ଜାତି ସଭ୍ୟତାର ଉନ୍ନତି ସାଧନର ବହୁବିଧ ମାର୍ଗ ନିର୍ଣ୍ଣୟରେ ସଦା ଚେଷ୍ଟିତ ରହି ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇଛନ୍ତି ବୋଲି ଦାବି କରୁଥିଲାବେଳେ ଭାରତରେ ହିନ୍ଦୁମାନେ ତ୍ୟାଗଧର୍ମରେ ଦୀକ୍ଷିତ ହୋଇ ମଧ୍ୟ ସେହି ଲକ୍ଷ୍ୟସାଧନ କରିଥିବା କଥା କହିଥାଆନ୍ତି । ସେମାନଙ୍କ ମତରେ ବିଭିନ୍ନ ଦର୍ଶନ ଶାସ୍ତ୍ର ନିହିତ ପ୍ରଣାଳୀଦ୍ଵାରା ବିଶ୍ଵ ବିରାଟ ଶକ୍ତିକୁ ମାନବ ନିରୂପଣ କରିବାରେ ସମର୍ଥ । ସେହି ପଥରେ ଯାଇ ଲକ୍ଷ୍ୟସ୍ଥଳରେ ଉପସ୍ଥିତ ହେଲାପରେ ହିଁ ସମସ୍ତ ତଥ୍ୟ ସ୍ପଷ୍ଟ ପ୍ରତିଭାତ ହେବ । ଏହାର ସାଧନ ପାଇଁ ପ୍ରଥମେ ଶାରୀରିକ ତଥା ମାନସିକ ଉନ୍ନତି ସର୍ବାଦୌ କରଣୀୟ ବୋଲି ଭାରତୀୟ ହିନ୍ଦୁମାନେ ମତପୋଷଣ କରିଥାଆନ୍ତି ।

ଯାହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ ଓ ଏଥ‌ିପାଇଁ କଠୋର ସାଧନା ଆବଶ୍ୟକ । ପୁନଶ୍ଚ ସେମାନେ କହନ୍ତି ଯେ ସେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିଥିଲେ ହେଁ ତାହାର ବିଲୋପ ସାଧନ କରିଛନ୍ତି ସଭ୍ୟତାର ଜାତି । ସେମାନଙ୍କ ମତ ଉଦ୍ଧାର କରି ପ୍ରାବନ୍ଧିକ କହିଛନ୍ତି ଯେ-

‘ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ ବାହାରୁ କେହି ହସ୍ତକ୍ଷେପ କରିପାରିନଥିଲେ, ତାହା ସେ ପର୍ଯ୍ୟନ୍ତ ଅକ୍ଷୁଣ୍ଣ ଥିଲା ।’’ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଜାତି ନିଜ ନିଜ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାକୁ ସଦା ଚେଷ୍ଟିତ । ସର୍ବୋପରି ବିଶ୍ଵରେ ସମସ୍ତ ଜାତିମାନଙ୍କର ସଭ୍ୟତାର ଲକ୍ଷ୍ୟ ସାଧନ ମାର୍ଗ ମଧ୍ୟରେ ଭିନ୍ନତା ରହିଛି ।

Question ୨୭ ।
‘ସଭ୍ୟତା ଓ ବିଜ୍ଞାନ ପରସ୍ପର ଆଶ୍ରୟୀ’- ଏହାର ଯଥାର୍ଥତା ନିଜର ଅନୁଭୂତିରୁ ଲେଖ ।
କିମ୍ବା, ଏକ ସୁସଭ୍ୟ ପୂର୍ଣ ବିକଶିତ ମାନବ ସମାଜ ପାଇଁ ବିଜ୍ଞାନର ଭୂମିକା ଅନସ୍ବୀକାର୍ଯ୍ୟ- ଏହାର ଯଥାର୍ଥତାକୁ ବୁଝାଇ ଲେଖ ।
Answer:
ଓଡ଼ିଶାର ଶିକ୍ଷାକ୍ଷେତ୍ରରେ ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ ଜଣେ ଲବ୍ଧପ୍ରତିଷ୍ଠ ବ୍ୟକ୍ତିତ୍ଵ । ଜଣେ ସଫଳ ଉଦ୍ଭଦବିଜ୍ଞାନୀ, ଶିଶୁ ସାହିତ୍ୟିକ ତଥା ସାରସ୍ଵତ ସାଧକଭାବେ ସେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବିଜ୍ଞାନଭିଭିକ ତାଙ୍କର ବହୁ ପ୍ରବନ୍ଧ ବିଭିନ୍ନ ପତ୍ର-ପତ୍ରିକାରେ ପ୍ରକାଶିତ ହୋଇଛି । ‘ଦରିଆପାରିର ସୁନା’ଓ ‘ଶିଶୁର ବୀଣା’ ଆଦି ରଚନାମାନ ତାଙ୍କ ସାରସ୍ବତ ପ୍ରତିଭାର ପରିଚୟ ବହନ କରେ । ଆଲୋଚ୍ୟ ପ୍ରବନ୍ଧ ‘ସଭ୍ୟତା ଓ ବିଜ୍ଞାନ’ରେ ପ୍ରାବନ୍ଧିକ ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ବିଷୟ ଉପସ୍ଥାପନ କରି ଆଧୁନିକ ଯୁଗରେ ମାନବ ବିଜ୍ଞାନକୁ ଅବଲମ୍ବନ କରି ଉନ୍ନତିର ସୋପାନ ଆରୋହଣ କରିବା ସମ୍ଭବ ବୋଲି ଯୁକ୍ତି ଉପସ୍ଥାପନ କରିଛନ୍ତି।

ସାଧାରଣତଃ ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ତଥା ନୈତିକ ଉନ୍ନତି ପ୍ରାପ୍ତ ହୋଇଛି ଏବଂ ଜ୍ଞାନସାଧନ କରିଛି ତାହାକୁ ହିଁ ସଭ୍ୟତା ଭାବେ ଅଭିହିତ କରାଯାଇଥାଏ । କୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ । ସଭ୍ୟତାର ଉତ୍କର୍ଷ ସାଧନ ନିମନ୍ତେ ବିଜ୍ଞାନ ହିଁ ପ୍ରାଚୀନ କାଳରୁ ମାନବକୁ ପଥ ପ୍ରଦର୍ଶନ କରିଆସିଛି । ସଭ୍ୟତା ହେଉଛି କୌଣସି ଜାତିର ଆଦର୍ଶ ଓ ଲକ୍ଷ୍ୟ । ବିଜ୍ଞାନ ହେଉଛି ସେହି ଲକ୍ଷ୍ୟପ୍ରାପ୍ତିର ପ୍ରଧାନ ଅବଲମ୍ବନ । ଲକ୍ଷ୍ୟପ୍ରାପ୍ତି ପାଇଁ ଅବଲମ୍ବନ ହିଁ ଅପରିହାର୍ଯ୍ୟ । ବିଜ୍ଞାନକୁ ଅବଲମ୍ବନ କରି ଆଜିର ମାନବ ବିଶ୍ବବ୍ରହ୍ମାଣ୍ଡର ଜଡ଼ ଓ ଜୀବନ୍ତ ପ୍ରତ୍ୟେକ ପଦାର୍ଥ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରିପାରିଛି ଏବଂ କଳା, ଦର୍ଶନ, ମନସ୍ତତ୍ତ୍ବ ଓ ଇତିହାସ ପ୍ରଭୃତିକୁ ବିଜ୍ଞାନର ଅନ୍ତର୍ଭୁକ୍ତ କରି ସଭ୍ୟତାର ଉତ୍ତତମ ସୋପାନ ଆରୋହଣ କରିବାରେ ସଦା ପ୍ରୟାସ କରିଚାଲିଛି ।

ଜଡ଼ ବିଜ୍ଞାନର ମୌଳିକ ବିଷୟ ଗଣିତଶାସ୍ତ୍ର ବଳରେ ମାନବ ତା’ର ଜଟିଳତମ ସମସ୍ୟାକୁ ଅନାୟାସରେ ସମାଧାନ କରିବାରେ ସମର୍ଥ ହୋଇପାରୁଛି । ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ସହାୟତାରେ ସେ ପ୍ରକୃତି ବକ୍ଷରେ ସଂଘଟିତ ଯାବତୀୟ କ୍ରିୟାକୁ ଅନୁଧ୍ୟାନ କରିବାପାଇଁ ସକ୍ଷମ ହୋଇପାରୁଛି । ସୌରଜଗତ ପରି ଅନ୍ୟ ଜଗତର ଗ୍ରହ, ଉପଗ୍ରହ, ତାରକାଦିର ଗତି, ପ୍ରକୃତି ଓ କାର୍ଯ୍ୟପ୍ରଣାଳୀ ବିଷୟରେ ଅବଗତ ହେବାରେ ବିଜ୍ଞାନର ଅବଦାନ ଅବଶ୍ୟ ସ୍ଵୀକାର୍ଯ୍ୟ । ଜଡ଼ ବିଜ୍ଞାନ ବଳରେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟ ଆଲୋଚନା କରି ଆମ୍ଭେମାନେ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନଲାଭ କରିପାରୁଛୁ । ଜଡ଼ ବିଜ୍ଞାନ ବଳରେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସମ୍ଭବ ହୋଇପାରିଛି ।

ଆମ ଦୈନନ୍ଦିନ ଜୀବନଯାତ୍ରାରେ ରେଳ, ମଟର, ଉଡ଼ାଜାହାଜ, ବେତାର ଯନ୍ତ୍ର, ରେଡ଼ିଓ, ଟେଲିଭିଜନ, ଟେଲିଫୋନ ଆଦି ବିବିଧ ଉପକରଣ ବୈଷୟିକ ସୁଖ ପ୍ରଦାନ କରିବାସହ ଯୋଗାଯୋଗ, ପରିବହନ ତଥା ଗମନାଗମନ କ୍ଷେତ୍ରରେ ବହୁ ସୁବିଧା ଉପଲବ୍ଧ କରାଇ ପାରିଛି ।

ଜୀବ ବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ ପର୍ଯ୍ୟନ୍ତ ସବୁ ସଜୀବ ପଦାର୍ଥର ବିଶ୍ଳେଷଣ ପୂର୍ବକ ସେମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକ୍ରିୟା ତଥା ପ୍ରତିକ୍ରିୟା ସମ୍ପର୍କରେ ଜ୍ଞାନଲାଭ କରିବାରେ ସମର୍ଥ ହୋଇପାରିଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ବ, ଆୟୁର୍ବେଦ, ମନସ୍ତତ୍ତ୍ବ, କୃଷି ବିଜ୍ଞାନ, ପୃଥ‌ିବୀତତ୍ତ୍ବ ତଥା ଜ୍ୟୋତିଷ ପ୍ରଭୃତି ବିବିଧ ଶାସ୍ତ୍ର ବିଷୟରେ ଜ୍ଞାନର ସୀମାକୁ ବିସ୍ତୃତ କରି ପାରିଛୁ । ବିଜ୍ଞାନର ବିଭିନ୍ନ ବିଭାଗର ସାହାଯ୍ୟରେ ଇଞ୍ଜିନିୟରିଂ ପ୍ରଭୃତିରେ ପରାକାଷ୍ଠା ଲାଭ କରିପାରିଛୁ । ଯଦ୍ୱାରା ଆମେ ଆମର ବୈଷୟିକ, ମାନସିକ ଓ ଶାରୀରିକ ଉନ୍ନତି ସଂପାଦନ କରିବା ସହ ବିଭିନ୍ନ ରୋଗ କବଳରୁ ମୁକ୍ତିଲାଭ କରିପାରିଛୁ । ବିଭିନ୍ନ ସାମୟିକ ପଦାର୍ଥ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ପ୍ରଭୃତି ନଷ୍ଟ କରାଯାଇ ପାରୁଛି । ସେଗୁଡ଼ିକର ଅପକାରିତା କେବଳ ମାନବର ଜ୍ଞାନର ଅଳ୍ପତା ଯୋଗୁ ହିଁ ସଂଘଟିତ ହେଉଅଛି । ବିଜ୍ଞାନ ଏଥପାଇଁ ଆଦୌ ଦାୟୀ ନୁହେଁ।

ମାନବ ଅଶେଷ ଜଡ଼ ଉପାଦାନର ସମଷ୍ଟି ପଞ୍ଚଭୂତକୁ ଜୀବନ୍ତ କରି ରଖିଥ‌ିବା ସେହି ଅଜ୍ଞାତ ଶକ୍ତିର କଳନା ପାଇଁ ସଭ୍ୟତାର ଏକ ନୂତନ ପଥର ଅନୁସନ୍ଧାନ ଅବ୍ୟାହତ ରଖୁଛି । ବିଜ୍ଞାନକୁ ପାଥେୟଭାବେ ଗ୍ରହଣ କରି ସଭ୍ୟତା ଉନ୍ନତରୁ ଉନ୍ନତତର ହେବାରେ ଲାଗିଛି । ବିଜ୍ଞାନ ବିନା ସଭ୍ୟତାର ଉନ୍ନତି ଅସମ୍ଭବ । କେତେକ ବିଜ୍ଞାନକୁ ଧ୍ବଂସପଥର କାରଣଭାବେ ସମାଲୋଚନା କରୁଥିଲେ ମଧ୍ୟ ବାସ୍ତବରେ ସେଥ‌ିପାଇଁ ବିଜ୍ଞାନକୁ ଦାୟୀ କରାଯାଇ ନପାରେ । ମାନବ ଯେତେବେଳେ ସଭ୍ୟତାର ପ୍ରକୃତ ଅର୍ଥ ବୁଝିବ ସେତେବେଳେ ହିଁ ବିଜ୍ଞାନକୁ ଆଉ ଦୋଷାରୋପ କରିବାରୁ ନିବୃତ୍ତ ହେବ । ଆମ୍ଭେମାନେ ଅତୀତ ପ୍ରତି ଦୃଷ୍ଟିପାତ କରି ବର୍ତ୍ତମାନକୁ ତୁଳନା କଲେ ସଭ୍ୟତା ଓ ବିଜ୍ଞାନ ଯେ ପରସ୍ପର ଆଶ୍ରୟୀ ଏହା ସ୍ଵୀକାର କରିବାକୁ ବାଧ୍ୟ ହେବ ।

ତୁମ ପାଇଁ କାମ

ପ୍ରାବନ୍ଧିକଙ୍କର ଅନ୍ୟାନ୍ୟ ବିଜ୍ଞାନଭିତ୍ତିକ ପ୍ରବନ୍ଧ ସଂଗ୍ରହ କରି ପଢ଼ିବାକୁ ଚେଷ୍ଟା କର ।
Question ୨୯ ।
ବିଭିନ୍ନ ଦେଶର ସଭ୍ୟତା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଲେଖୁ ଶିକ୍ଷକଙ୍କୁ ଦେଖାଅ ।

Question ୩୦ ୮
ଶ୍ରେଣୀରେ ‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ଏକ ତର୍କସଭାର ଆୟୋଜନ କର ।
[ସୂଚନା : ‘ତୁମ ପାଇଁ କାମ’ର ଉତ୍ତରଗୁଡ଼ିକ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହାୟତା ନେଇ ପ୍ରସ୍ତୁତ କରନ୍ତୁ ।]

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

ବିଗତ ବର୍ଷର ହାଇସ୍କୁଲ ପରୀକ୍ଷା (ବାର୍ଷିକ ଓ ସପ୍ଲିମେଣ୍ଟାରୀ)ର ପ୍ରଶ୍ନୋତ୍ତର

Question 1.
ଭାରତର ବୈଶିଷ୍ଟ୍ୟ କ’ଣ ?
Answer:
ତା’ର ଆଧ୍ୟାତ୍ମିକତା

Question 2.
ଗଣିତଶାସ୍ତ୍ର ବିଜ୍ଞାନର କେଉଁ ବିଭାଗର ଅନ୍ତର୍ଗତ ?
Answer:
ଜଡ଼ ବିଜ୍ଞାନ

Question 3.
ଆଧୁନିକ ସଭ୍ୟତା ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କାହାକୁ ପଥ ପ୍ରଦର୍ଶକ ରୂପେ ବରଣ କରିନେଇଛି ?
Answer:
ବିଜ୍ଞାନକୁ ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 4.
ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?
Answer: ଭାରତାୟ

Question 5.
ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ପ୍ରତ୍ୟେକ ଜାଣିବେ ସେତେବେଳେ କ’ଣ ହେବ ?
Answer:
ମୈତ୍ରୀର ଧ୍ଵଜା ଉଡ଼ିବ

Question 6.
ଜଡ଼ବିଜ୍ଞାନ ମୂଳରେ ଆମର କେଉଁ ଶାସ୍ତ୍ର ନିହିତ ?
Answer:
ଗଣିତଶାସ୍ତ୍ର

Question 7.
ମୈତ୍ରୀର ଧ୍ଵଜା କେତେବେଳେ ଉଡ଼ିବ ବୋଲି ପ୍ରବନ୍ଧରେ କୁହାଯାଇଛି ?
Answer:
ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ଜାଣି ହେବ ।

ପରୀକ୍ଷା ଉପଯୋଗୀ ଅତିରି

(A) ଗୋଟିଏ ବାକ୍ୟରେ ଉତ୍ତର ଦିଅ ।

Question 1.
ପ୍ରାବନ୍ଧିକଙ୍କ ମତରେ ବିଜ୍ଞାନର ବ୍ୟାପକ ଅର୍ଥ ଓ ବ୍ୟବହୃତ ଅର୍ଥ କ’ଣ ଲେଖ ।
Answer:
ପ୍ରାବନ୍ଧିକଙ୍କ ମତରେ ବ୍ୟାପକ ଅର୍ଥରେ ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ; କିନ୍ତୁ ବ୍ୟବହୃତ ଅର୍ଥରେ ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ

Question 2.
ଜଡ଼ ବିଜ୍ଞାନ ବଳରେ ଆମେ କେଉଁ ଜ୍ଞାନ ଲାଭକରୁ ?
Answer:
ଜଡ଼ ବିଜ୍ଞାନ ବଳରେ ଆମେ ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି, ମିଳନ ପ୍ରକ୍ରିୟା ପ୍ରଭୃତି ବିଭିନ୍ନ ବିଷୟ ଆଲୋଚନା କରି ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭକରୁ ।

Question 3.
ଜଡ଼ ଉପାଦାନରେ ମଧ୍ୟ ଶକ୍ତି ନିହିତ ଅଛି- ଉଦାହରଣ ମାଧ୍ୟମରେ ବୁଝାଇଦିଅ ।
Answer:
ଜଡ଼ ଉପାଦାନରେ ମଧ୍ୟ ଶକ୍ତି ନିହିତ ଅଛି । ଏହାର ପ୍ରମାଣ ପାଇଁ ପ୍ରାବନ୍ଧିକ ଗେଙ୍ଗୁଟି ପଥରର ଉଦାହରଣ ଦେଇଛନ୍ତି । ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗୀରକାମ୍ଳ ବାଷ୍ପ ଓ ବିଶେଷ ଉତ୍ତାପ ବାହାରେ । ସେହି ଉତ୍ତାପ ହିଁ ଶକ୍ତିର ଏକ ଅବସ୍ଥା ମାତ୍ର । ଏଥୁରୁ ଜଡ଼ ଉପାଦାନରେ ଶକ୍ତି ଥିବା ପ୍ରମାଣିତ ହୁଏ ।

Question 4.
ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କ’ଣ କହନ୍ତି ?
Answer:
ଆଧୁନିକ ସଭ୍ୟତାର ବିପକ୍ଷବାଦୀମାନେ କହନ୍ତି ଯେ ଏହି ସତ୍ୟତା ମାନବର ଈଶ୍ଵର ବିଶ୍ଵାସ କମାଇଦେଇ ତାକୁ ବିପଥଗାମୀ କରିଛି । ସର୍ବତ୍ର ଆତ୍ମସଂଯମର ଅଭାବ ପରିଲକ୍ଷିତ ହେବା ସହ ମାନବ ମାନବ ମଧ୍ୟରେ ସ୍ନେହ ପରିବର୍ତ୍ତେ ହିଂସା ଓ ଦ୍ବେଷ ଚରମ ସୋପାନରେ ଉପନୀତ ହୋଇଛି ।

Question 5.
ବିସ୍ଫୋରକ ଓ ମାରାତ୍ମକ ଗ୍ୟାସ୍ ବଳରେ ଅଶେଷ କ୍ଷତି ହେଉଥିଲେ ମଧ୍ୟ କେଉଁ ହିତକର କାର୍ଯ୍ୟ ସାଧୂତ ହେଉଛି ?
Answer:
ବିଭିନ୍ନ ମାରାତ୍ମକ ଗ୍ୟାସ୍ ବଳରେ ମାନବର ବିଭିନ୍ନ ରୋଗ ଓ ରୋଗର ଜୀବାଣୁ ନଷ୍ଟ କରାଯାଇ ମାନବକୁ ରକ୍ଷା କରାଯାଇ ପାରୁଛି ।

Question 6.
ସଭ୍ୟତା ନୂନତର ବା ଉଚ୍ଚତର ବୋଲି ନିରୂପିତ ହୋଇଥାଏ କିପରି ?
Answer:
ବିଭିନ୍ନ ବିଭାଗର ବିଭିନ୍ନ ପରିମାଣର ଉନ୍ନତି ଅନୁସାରେ ସଭ୍ୟତା ନୂନତର ବା ଉଚ୍ଚତର ନିରୂପିତ ହୋଇଥାଏ ।

Question 7.
ଅନେକତ୍ର ବିଭିନ୍ନ ବିଜ୍ଞାନ ଓ ଶିକ୍ଷାର ପ୍ରସାର ହୋଇପାରୁ ନାହିଁ କାହିଁକି ?
Answer:
ଆଜିଯାଏ ବିଶ୍ବମାନବିକତାର ବିକାଶ ହୋଇପାରି ନ ଥ‌ିବାରୁ ବିଭିନ୍ନ ବିଜ୍ଞାନ ଓ ଶିକ୍ଷାର ପ୍ରସାର ହୋଇପାରୁ ନାହିଁ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 8.
କେଉଁମାନଙ୍କୁ ପଞ୍ଚଭୂତ କୁହାଯାଏ ?
Answer:
କ୍ଷିତ୍, ଅପ୍, ତେଜ, ମରୁତ୍ ଓ ବ୍ୟୋମକୁ ପଞ୍ଚଭୂତ କୁହାଯାଏ ।

Question 10.
ଆର୍ଯ୍ୟମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ କେଉଁମାନେ ତା’ର ବିଲୋପ ସାଧନ କରିଥିଲେ ?
Answer:
ଆର୍ଯ୍ୟମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ ସଭ୍ୟତର ଜାତି ତା’ର ବିଲୋପ . ସାଧନ କରିଥିଲେ ।

Question 11.
ଆମେ ଜୀବବିଜ୍ଞାନ ବଳରେ କେଉଁ କ୍ଷେତ୍ରରେ ସଫଳ ମନୋରଥ ହୋଇପାରିଛୁ ?
Answer:
ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ

(B) ଗୋଟିଏ ଶବ୍ଦ/ପଦରେ ଉତ୍ତର ଲେଖ ।

Question 1.
ଲେଖକଙ୍କର ‘ସଭ୍ୟତା ଓ ବିଜ୍ଞାନ’ ପ୍ରବନ୍ଧ କେଉଁ ପତ୍ରିକାରେ ପ୍ରକାଶିତ ହୋଇଥିଲା ?
Answer:
ଉତ୍କଳ ସାହିତ୍ୟ ପତ୍ରିକା

Question 2.
ଆଧୁନିକ ସଭ୍ୟତା ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବାପାଇଁ କାହାକୁ ପଥପ୍ରଦର୍ଶକ ରୂପେ ବରଣ କରିନେଇଛି ?
Answer:
ବିଜ୍ଞାନକୁ,

Question 3.
ତ୍ୟାଗ ଓ ଆତ୍ମସଂଯମ କେଉଁ ସଭ୍ୟତାର ଆଦର୍ଶ ଥିଲା ?
Answer:
ଭାରତୀୟ,

Question 4.
ଜଡ଼ ବିଜ୍ଞାନ ମୂଳରେ ଆମର କେଉଁ ଶାସ୍ତ୍ର ନିହିତ ?
Answer:
ଗଣିତଶାସ୍ତ୍ର

Question 5.
ପ୍ରାବନ୍ଧିକ ବଂଶୀଧର ସାମନ୍ତରାୟ କେନ୍ଦ୍ରାପଡ଼ା ଜିଲ୍ଲାର କେଉଁ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ?
Answer:
ବଡ଼ପଡ଼ା

Question 6.
‘ସଭ୍ୟତା ଓ ବିଜ୍ଞାନ’ ପ୍ରବନ୍ଧଟି ଉତ୍କଳ ସାହିତ୍ୟର କେଉଁ ସଂଖ୍ୟାରେ ପ୍ରକାଶିତ ହୋଇଥିଲା ? ,
Answer:
୧୯୪୨ ସାଲ ଜ୍ୟେଷ୍ଠ ସଂଖ୍ୟା

Question 7.
ଦକ୍ଷିଣ ଆଫ୍ରିକାର ଆଦିମ କଳାଜାତିର ମଣିଷକୁ କ’ଣ କୁହାଯାଏ ?
Answer:
ନିଗ୍ରୋ

Question 8.
କେଉଁ ପ୍ରଣାଳୀଦ୍ୱାରା ବିଶ୍ବର ବିରାଟ ଶକ୍ତିକୁ ମାନବ ନିରୂପଣ କରିପାରିବ ବୋଲି ହିନ୍ଦୁମାନେ କୁହନ୍ତି ?
Answer:
ଦର୍ଶନଶାସ୍ତ୍ର ନିହିତ

Question 9.
ଆଜିପର୍ଯ୍ୟନ୍ତ ଆମ୍ଭେମାନେ ସଭ୍ୟତାର କେଉଁ ସ୍ଥାନରେ ପହଞ୍ଚି ପାରିନାହୁଁ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ଉଚ୍ଚତମ ସୋପାନରେ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 10.
କେଉଁ ବିଜ୍ଞାନ ବଳରେ ପ୍ରକୃତିରେ ସଂଘଟିତ ଯାବତୀୟ କ୍ରିୟାକୁ ଆମ୍ଭେମାନେ ହୃଦୟଙ୍ଗମ କରିପାରୁଛୁ ?
Answer:
ଜଡ଼ ବିଜ୍ଞାନ

Question 11.
ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ କେଉଁ ବିଜ୍ଞାନ ଆମର ସହାୟକ ହୋଇଅଛି ?
Answer:
ଜଡ଼ ବିଜ୍ଞାନ

Question 12.
ଉତ୍ତାପ କେଉଁ ଶକ୍ତିର ଏକତମ ଅବସ୍ଥା ?
Answer:
ପ୍ରବହମାନ ଶକ୍ତିର

Question 13.
ଆଧୁନିକ ସଭ୍ୟତାରେ ସର୍ବତ୍ର କାହାର ଅଭାବ ପରିଲକ୍ଷିତ ହେଉଛି ? କେଉଁମାନେ କହନ୍ତି ?
Answer:
ସଂଯମର

Question 14.
ଆଧୁନିକ ସଭ୍ୟତାର ଆଦର୍ଶକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ କିଏ କାର୍ଯ୍ୟକ୍ରମ ଆରମ୍ଭ କରିଛି ?
Answer:
ଜାତିସଂଘ

Question 15.
ଈଶ୍ଵର ସର୍ବତ୍ର ବିଦ୍ୟମାନ ଓ ତାଙ୍କଠାରେ ବିଶ୍ବାସ ସ୍ଥାପନ କର୍ତ୍ତବ୍ୟ ଏହା
Answer:
ବିପକ୍ଷବାଦୀମାନେ

Question 16.
ପଥପ୍ରଦର୍ଶକର ଦୋଷଗୁଡ଼ିକ କେଉଁଥୁରୁ ଜାତ ବୋଲି ପ୍ରାବନ୍ଧିକ କହିଛନ୍ତି ?
Answer:
ପାରିପାଶ୍ୱିକ ପଦାର୍ଥରୁ

Question 17.
ଯାହାକୁ ଲଙ୍ଘନ କରିବା କଷ୍ଟକର ତାହା କ’ଣ ?
Answer:
ଦୁର୍ଘ୍ୟ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 18.
କାହା ବଳରେ ଆମେ ଆଜି ଦୂରଦେଶକୁ ଉଡ଼ିଯାଇ ପାରିବାକୁ ସମର୍ଥ ହୋଇଛୁ
Answer:
ଜଡ଼ ବିଜ୍ଞାନ ବଳରେ

Question 19.
ବୃକ୍ଷର ବିଶ୍ଳେଷଣ ନିମନ୍ତେ ଆମେ କେଉଁ ବିଜ୍ଞାନର ସାହାଯ୍ୟ ନେଉ ?
Answer:
ଉଭିଦ ବିଜ୍ଞାନ

Question 20.
କେଉଁ ବିଜ୍ଞାନ ମୂଳରେ ଆମ୍ଭମାନଙ୍କର ଗଣିତଶାସ୍ତ୍ର ନିହିତ ?
Answer:
ଜଡ଼ ବିଜ୍ଞାନ

(C) ଶୂନ୍ୟସ୍ଥାନ ପୂରଣ କର ।

Question 1.
1. ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସମ୍ବନ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନକୁ ……………………… ରୂପେ ବ୍ୟବହାର କରାଯାଏ ।
Answer:
ବିଜ୍ଞାନ

Question 2.
ପଦାର୍ଥ ବିଜ୍ଞାନ ……………….. ବିଜ୍ଞାନର ଅନ୍ତର୍ଗତ।
Answer:
ଜଡ଼

Question 3.
ଆଲୋକ, ଉତ୍ତାପ, ବିଦ୍ୟୁତ୍ ଓ ଶବ୍ଦ ପ୍ରଭୃତି ବିଭିନ୍ନ ତତ୍ତ୍ୱାନୁସନ୍ଧାନର ବିଭାଗମାନଙ୍କରେ ବିଭକ୍ତ ହୋଇଥିବା ବିଜ୍ଞାନର ନାମ ………………..।
Answer:
ପଦାର୍ଥ ବିଜ୍ଞାନ

Question 4.
ଜଡ଼ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା-ପ୍ରତିକ୍ରିୟା ପ୍ରଭୃତି ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିବା ବିଜ୍ଞାନର ନାମ ………………..।
Answer:
ଜଡ଼ ବିଜ୍ଞାନ

Question 5.
ଜାବନ ଏକ …………………. ର ଅବସ୍ଥା ।
Answer:
ଶକ୍ତି

Question 6.
……………………….. ବିଜ୍ଞାନର ସଂଯୋଗରୁ ନାନା ବିଭାଗ ସୃଷ୍ଟି ହୋଇ ଅଶେଷ କଲ୍ୟାଣ ସାଧୂତ ହୋଇପାରିଛି ।
Answer:
ଜଡ଼ ଓ ଜୀବ

Question 7.
ଆମେ ଜୀବନ୍ତ ପଦାର୍ଥକୁ ବିଶ୍ଳେଷଣ କରି ତା’ର ବିବିଧ ପ୍ରକ୍ରିୟା ତଥା ସମସ୍ୟା ସମାଧାନରେ ସଫଳ ହୋଇପାରୁଥ‌ିବା ବିଜ୍ଞାନଟି ……………………।
Answer:
ଜୀବ ବିଜ୍ଞାନ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 8.
ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଜୀବନ୍ତ ଶକ୍ତିର ସଂଯୋଗ ହେଲେ …………………………. ସମ୍ଭବ ହୋଇଥାଏ ।
Answer:
ଜୀବନ୍ତ ପଦାର୍ଥ

Question 9.
ଗଣିତଶାସ୍ତ୍ର ………………….. ବିଜ୍ଞାନର ଅନ୍ତର୍ଗତ ।
Answer:
ଜଡ଼ ବିଜ୍ଞାନ

Question 10.
ପ୍ରାବନ୍ଧିକଙ୍କ ଅନେକ ବିଜ୍ଞାନ ସମ୍ବନ୍ଧୀୟ ରଚନା ………………………. ପତ୍ରିକାରେ ପ୍ରକାଶ ପାଇଥିଲା ।
Answer:
ଉତ୍କଳ ସାହିତ୍ୟ

Question 11.
ସୃଷ୍ଟି ରହସ୍ୟ ଭେଦ କରିବା ………………………ପଦବାଚ୍ୟ ।
Answer:
ଧର୍ମ

Question 12.
ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ………………………… ବାଷ୍ପ ବାହାରେ ।
Answer:
ଅଙ୍ଗାରକାମ୍ଳ

Question 13.
ଭାରତର ବୈଷୟିକ ଉନ୍ନତିର ନିଦର୍ଶନ ଥିଲା ……………………..।
Answer:
ଅନିଚ୍ଛାକୃତ

Question 14.
ଭାରତର ବୈଷୟିକ ଉନ୍ନତି ……………………… ର ଏକତମ ସ୍ଵତଃସମ୍ଭୂତ ଫଳ ମାତ୍ର ।
Answer:
ତ୍ୟାଗମାର୍ଗର

Question 15.
ମାନବ ଯେଉଁ ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି କରିଥାଏ ଆମେ ତା’କୁ …………………….. ଆଖ୍ୟା ଦେଇଥାଭା
Answer:
ସଭ୍ୟତା

Question 16.
ପ୍ରାଚୀନ ରୋମୀୟ ଓ ଗ୍ରୀସୀୟ ସଭ୍ୟତାର ଆଦର୍ଶ …………………….. ଥିଲା ।
Answer:
ଭୋଗ

Question 17.
ଭାରତୀୟମାନେ ସର୍ବବିଧ ବୈଷୟିକ ଜଞ୍ଜାଳକୁ ………………………. ର ହେତୁ ବୋଲି ଭାବୁଥିଲେ ।
Answer:
ବିପଦ

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 18.
ଭାରତୀୟମାନଙ୍କର ବୈଷୟିକ ଉନ୍ନତି ………………………. ଦେଇ ସମ୍ଭବ ହୋଇଥିଲା ।
Answer:
ତ୍ୟାଗଧର୍ମ

Question 19.
ଜଡ଼ ବିଜ୍ଞାନ …………………………… ଭାଗରେ ବିଭକ୍ତ ।
Answer:
ଦୁଇ

Question 20.
…………………. ବିଜ୍ଞାନ ବଳରେ ଆମ୍ଭେମାନେ ଜଡ଼ ବିଷୟରେ ସମ୍ୟକ୍ ଜ୍ଞାନ ଲାଭ କରୁଅଛୁ ।
Answer:
ଜଡ଼

(D ) ଠିକ୍ ଉକ୍ତି ପାଇଁ T ଓ ଭୁଲ୍ ଉକ୍ତି ପାଇଁ F ଲେଖ ।

1. ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ ।
2. ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ଇତିହାସକୁ ଅବଲମ୍ବନ କରିଥାଉ ।
3. ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ ।
4. ଜଡ଼ ବିଜ୍ଞାନ ମୂଳରେ ଗଣିତଶାସ୍ତ୍ର ନିହିତ ଅଛି ।
5. ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ ।
6. ଶକ୍ତି ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ ଅକ୍ଷମ ହୋଇଅଛି ।
7. ଜୀବ ବିଜ୍ଞାନ ୩ ଭାଗରେ ବିଭକ୍ତ ।
8. ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଓ ଉତ୍ତାପ ବାହାରେ ।
9. ଆଧୁନିକ ସଭ୍ୟତା ମାନବର ଈଶ୍ୱରବିଶ୍ଵାସ କମେଇ ଦେଇ ତାକୁ ବିପଥଗାମୀ କରିଛି ବୋଲି ବିପକ୍ଷବାଦୀମାନେ କହନ୍ତି ।
10. ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ଉଦ୍ଭାବନ କରି ମାନବକୁ ସଂସପଥର ପଥକ କରୁଛନ୍ତି ।
11. ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଯେଉଁ ଧ୍ଵଂସ ସାଧୂତ ହେଉଅଛି, ତାହା ସାହିତ୍ୟର ଦୋଷ ନୁହେଁ ।
12. ଆଧୁନିକ ସଭ୍ୟତା ବିଜ୍ଞାନକୁ ପଥପ୍ରଦର୍ଶକ ବୋଲି ଧରି ନେଇଥିଲା ।
13. ଡିନାମାଇଟ୍‌ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗ ଗିରି ଫଟାଇ ଈପ୍‌ସିତ କାର୍ଯ୍ୟ କରାଯାଇପାରୁଛି ।
14. ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ନ୍ୟାୟ ଅନ୍ଵେଷଣର ପଥ ଦେଖାଇ ଆସିଛି ।
15. ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଅଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିପାରିଛୁ ।
Answer:
1. ବିଜ୍ଞାନର ଅନୁଶୀଳନରେ ଆମେ ସର୍ବତ୍ର ଜ୍ଞାନର ଅବସ୍ଥିତି ବିଭିନ୍ନ ଅବସ୍ଥାରେ ଦେଖିବାକୁ ପାଉ । (F)
2. ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଆମ୍ଭେମାନେ ଇତିହାସକୁ ଅବଲମ୍ବନ କରିଥାଉ । (F)
3. ଯେକୌଣସି ବିଷୟରେ ସମ୍ୟକ୍ ଜ୍ଞାନକୁ ବିଜ୍ଞାନ କୁହାଯାଏ । (T)
4. ଜଡ଼ ବିଜ୍ଞାନ ମୂଳରେ ଗଣିତଶାସ୍ତ୍ର ନିହିତ ଅଛି । (T)
5. ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ । (T)
6. ଶକ୍ତି ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ ଅକ୍ଷମ ହୋଇଅଛି । (F)
7. ଜୀବ ବିଜ୍ଞାନ ୩ ଭାଗରେ ବିଭକ୍ତ । (F)
8. ଗେଙ୍ଗୁଟି ପଥରରେ ପାଣି ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଓ ଉତ୍ତାପ ବାହାରେ । (T)
9. ଆଧୁନିକ ସଭ୍ୟତା ମାନବର ଈଶ୍ୱରବିଶ୍ଵାସ କମେଇ ଦେଇ ତାକୁ ବିପଥଗାମୀ କରିଛି ବୋଲି ବିପକ୍ଷବାଦୀମାନେ କହନ୍ତି ।
10. ବୈଜ୍ଞାନିକମାନେ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ଉଦ୍ଭାବନ କରି ମାନବକୁ ସଂସପଥର ପଥକ କରୁଛନ୍ତି । (T)
11. ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଯେଉଁ ଧ୍ଵଂସ ସାଧୂତ ହେଉଅଛି, ତାହା ସାହିତ୍ୟର ଦୋଷ ନୁହେଁ । (F)
12. ଆଧୁନିକ ସଭ୍ୟତା ବିଜ୍ଞାନକୁ ପଥପ୍ରଦର୍ଶକ ବୋଲି ଧରି ନେଇଥିଲା । (T)
13. ଡିନାମାଇଟ୍‌ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗ ଗିରି ଫଟାଇ ଈପ୍‌ସିତ କାର୍ଯ୍ୟ କରାଯାଇପାରୁଛି । (T)
14. ବିଜ୍ଞାନ ଆଶାତୀତ ଭାବରେ ଆମ୍ଭମାନଙ୍କୁ ନ୍ୟାୟ ଅନ୍ଵେଷଣର ପଥ ଦେଖାଇ ଆସିଛି । (F)
15. ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଅଧାତୁ ଓ ଉପାଦାନ ବିଶୁଦ୍ଧ ଭାବରେ ଆହରଣ କରିପାରିଛୁ । (F)

(E) ସ୍ତମ୍ଭ ମିଳନ କର ।

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜଡ଼ ବିଜ୍ଞାନ ଜଡ଼ ଉପାଦାନରେ ଗଠିତ
ଜାବନ ଶକ୍ତି ବୈଷୟିକ ଉନ୍ନତି
ଜୀବନ୍ତ ଶରୀର ଗଣିତ ଶାସ୍ତ୍ର
ଉଦ୍ଭିଦ ବିଜ୍ଞାନ ପ୍ରବହମାନ ଶକ୍ତି
ଗ୍ରାସାୟ ସଭ୍ୟତା ବିଶ୍ଵ ମାନବିକତା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଜଡ଼ ବିଜ୍ଞାନ ଗଣିତ ଶାସ୍ତ୍ର
ଜାବନ ଶକ୍ତି ପ୍ରବହମାନ ଶକ୍ତି
ଜୀବନ୍ତ ଶରୀର ଜଡ଼ ଉପାଦାନରେ ଗଠିତ
ଉଦ୍ଭିଦ ବିଜ୍ଞାନ ବିଶ୍ଵ ମାନବିକତା
ଗ୍ରାସାୟ ସଭ୍ୟତା ବୈଷୟିକ ଉନ୍ନତି

Question 1
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ  ‘ଖ’ ସ୍ତମ୍ଭ
ସଭ୍ୟତାର ଆଦର୍ଶ ପ୍ରତିଷ୍ଠାନ
ବିଜ୍ଞାନ ଓ ଶିକ୍ଷାର ପ୍ରସାର ବଡ଼ ଓ ଜାବନ୍ତ ବିଷୟ
ଗଣିତ ଶାସ୍ତ୍ର ନାନାବିଧ ଶାସ୍ତ୍ର
ଦେଶ ମାନବିକତାର ମାନବର ସର୍ବାଙ୍ଗାଶ ଉନ୍ନତି
ବଡ଼ ଓ ଜାବ ବିଜ୍ଞାନଈ ସମ୍ମିଶ୍ରଣ ଜଡ଼ ଓ ଜାବନ୍ତ ବିଷୟ
ଜାବ ବିଜ୍ଞାନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ସଭ୍ୟତାର ଆଦର୍ଶ ମାନବର ସର୍ବାଙ୍ଗାଶ ଉନ୍ନତି
ବିଜ୍ଞାନ ଓ ଶିକ୍ଷାର ପ୍ରସାର ଜାବ ବିଜ୍ଞାନ
ଗଣିତ ଶାସ୍ତ୍ର ଜଡ଼ ଓ ଜାବନ୍ତ ବିଷୟ
ଦେଶ ମାନବିକତାର ପ୍ରତିଷ୍ଠାନ
ବଡ଼ ଓ ଜାବ ବିଜ୍ଞାନଈ ସମ୍ମିଶ୍ରଣ ନାନାବିଧ ଶାସ୍ତ୍ର

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

Question 3
‘କ’ ସ୍ତମ୍ଭର ଶବ୍ଦ ସହିତ ‘ଖ’ ସ୍ତମ୍ଭର ସମ୍ପର୍କ ଥିବା ଶବ୍ଦକୁ ଯୋଡ଼ି ଲେଖ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଧୁନାତନ ଆଜିକାଲିକା
ଭାରତର ବୈଶିଷ୍ଟ୍ୟ ଆଧ୍ୟାତ୍ମକତା
ଅଲୌକିକ ଅସାମାନ୍ୟ
ଗ୍ରାମାୟ ସଭ୍ୟତା ବୈଷୟିକ ଉନ୍ନତି
ଆମ୍ ଫଳାପ ଭାରତୀୟ ସଭ୍ୟତା

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
ଅଧୁନାତନ ଆଜିକାଲିକା
ଭାରତର ବୈଶିଷ୍ଟ୍ୟ ଆଧ୍ୟାତ୍ମକତା
ଅଲୌକିକ ଅସାମାନ୍ୟ
ଗ୍ରାମାୟ ସଭ୍ୟତା ବୈଷୟିକ ଉନ୍ନତି
ଆମ୍ ଫଳାପ ଭାରତୀୟ ସଭ୍ୟତା

କରି ପରିଚୟ

ଆଧୁନିକ ଓଡ଼ିଆ ସାହିତ୍ୟର ବିଜ୍ଞାନ ତଥା ଶିଶୁସାହିତ୍ୟ ବିଭାଗରେ ସ୍ବୀୟ ସାରସ୍ଵତ ଲେଖନୀ ଚାଳନା କରି ସୁସମୃଦ୍ଧ କରିଥିବା ପ୍ରାବନ୍ଧିକମାନଙ୍କ ମଧ୍ୟରେ ବଂଶୀଧର ସାମନ୍ତରାୟ ଥିଲେ ଅନନ୍ୟ ପ୍ରତିଭାର ଅଧିକାରୀ । ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ଭାବେ ଓଡ଼ିଶାରେ ସୁପରିଚିତ ସେହି ପ୍ରଥଯଶା ବିଜ୍ଞାନୀ ପୁରୁଷଙ୍କ ଅନେକ ବିଜ୍ଞାନ ସମ୍ବନ୍ଧୀୟ ରଚନା ପ୍ରକାଶ ପାଇଥିଲା ‘ଉତ୍କଳ ସାହିତ୍ୟ’ ପତ୍ରିକାରେ । ‘ଦରିଆପାରିର ସୁନା’ ଓ ‘ଶିଶୁର ବୀଣା’ ପ୍ରଭୃତି ସାରସ୍ଵତ ସୃଷ୍ଟି ତାଙ୍କୁ ପାଠକ ହୃଦୟରେ ଅମର କରି ରଖୁବ ଏହା ନିଃସନ୍ଦେହ । ପାଠକ ହୃଦୟରେ ଅମର କରି ରଖୁବ ଏହା ନିଃସନ୍ଦେହ ।

ସୃଜନାଭିମୁଖ୍ୟ

ଜଣେ ବିଶିଷ୍ଟ ଶିକ୍ଷାବିତ୍ ତଥା ଉଭିଦ ବିଜ୍ଞାନୀ ଭାବେ ବଂଶୀଧର ସାମନ୍ତରାୟ ଥିଲେ ଓଡ଼ିଶାର ଜନମାନସରେ ସୁପରିଚିତ । ସେ ବିଲାତରୁ ଉଭିଦ ବିଜ୍ଞାନରେ ଉଚ୍ଚତର ଶିକ୍ଷାଲାଭ ପରେ ଓଡ଼ିଶାର ଶିକ୍ଷା ବିଭାଗରେ ଅଧ୍ୟାପକ ଭାବେ ଯୋଗଦାନ କରିଥିଲେ ଓ ତତ୍‌ପରେ ରେଭେନ୍ସା କଲେଜର ଅଧ୍ୟକ୍ଷ ପଦ ମଣ୍ଡନ କରିଥିଲେ। ବିଜ୍ଞାନ ସମ୍ବନ୍ଧୀୟ ପ୍ରବନ୍ଧ ତଥା ଶିଶୁ ସାହିତ୍ୟ ରଚନା କରିବାରେ ସେ ଥିଲେ ଅତ୍ୟନ୍ତ ଆଗ୍ରହୀ ।

କବିତାର ପ୍ଠଷ୍ଠଭୂମି

‘ସଭ୍ୟତା ଓ ବିଜ୍ଞାନ’ ଶୀର୍ଷକ ପ୍ରବନ୍ଧଟି ୧୯୪୨ ସାଲ ଜ୍ୟେଷ୍ଠ ସଂଖ୍ୟା ‘ଉତ୍କଳ ସାହିତ୍ୟ’ ପତ୍ରିକାରେ ପ୍ରକାଶ ପାଇଥିଲା । ସଭ୍ୟତାର ବିକାଶରେ ବିଜ୍ଞାନର ଅବଦାନ ବିଷୟ ଏହି ପ୍ରବନ୍ଧର ମୁଖ୍ୟସ୍ୱର । ବିଜ୍ଞାନ ହିଁ ସଭ୍ୟତା ଅନ୍ଵେଷଣରେ ଯଥାର୍ଥ ପଥପ୍ରଦର୍ଶକ ସାଜିଥାଏ । ସେହି ବିଜ୍ଞାନକୁ ଅବଲମ୍ବନ କରି ହିଁ ଆଧୁନିକ ମଣିଷ ଉନ୍ନତି ପଥରେ ଅଗ୍ରସର ହୋଇପାରିବ ବୋଲି ଏହି ପ୍ରବନ୍ଧରେ ପ୍ରାବନ୍ଧିକ ମତବ୍ୟକ୍ତ କରିଛନ୍ତି ।

ପ୍ରବନ୍ଧର ମର୍ମବାଣା

ପ୍ରାବନ୍ଧିକଙ୍କ ମତରେ ମଣିଷ ଯେଉଁ ବୈଷୟିକ, ଶାରୀରିକ, ମାନସିକ, ନୈତିକ ଉନ୍ନତି ତଥା ଜ୍ଞାନସାଧନ କରିଥାଏ, ତାହା ହିଁ ସଭ୍ୟତା ପଦବାଚ୍ୟ । ଏହି ସଭ୍ୟତା ବିଭିନ୍ନ ବିଭାଗରେ ବିଭିନ୍ନ ପରିମାଣର ଉନ୍ନତି ଅନୁଯାୟୀ ନୂନତର ବା ଉଚ୍ଚତର ଭାବେ ନିର୍ୟ୍ୟତ ହୋଇଥାଏ । ଆମ୍ଭେମାନେ ଯଦି ନିଜକୁ ପ୍ରାଚୀନ ଆଦିମାନବ କିମ୍ବା ଅଧୁନାତନ ନିସ୍ରୋ ବା ବନ୍ୟଜାତିମାନଙ୍କ ସହିତ ତୁଳନା କରିବା ତା’ହେଲେ ସଭ୍ୟତାର ଅର୍ଥ ତଥା ତା’ର ମୂଲ୍ୟ ନିଶ୍ଚିତଭାବେ ଆମ୍ଭମାନଙ୍କ ଦୃଷ୍ଟି ସମ୍ମୁଖରେ ଉଦ୍‌ଭାସିତ ହୋଇଉଠିବ, ଏହା ନିଃସନ୍ଦେହ ।

ଏହି ସଭ୍ୟତାର ଆଦର୍ଶ ବିଭିନ୍ନ କାଳରେ ବିଭିନ୍ନ ଯୁଗରେ ବିଭିନ୍ନ ଜାତିମାନଙ୍କ ମଧ୍ୟରେ ଥିଲା ଭିନ୍ନ ଭିନ୍ନ । ପ୍ରାଚୀନ ମିଶରୀୟ ସଭ୍ୟତା, ରୋମୀୟ ତଥା ଗ୍ରୀସୀୟ ସଭ୍ୟତାର ମୂଳଭିଭି ଥୁଲା ବୈଷୟିକ ଉନ୍ନତି । ଭୋଗ ଥିଲା ସେମାନଙ୍କ ସଭ୍ୟତାର ଆଦର୍ଶ । ସେହି ଭୋଗମାର୍ଗଗାମୀ ଜାତିର ସଭ୍ୟତାର ନିଦର୍ଶନ ଥିଲା ଇଚ୍ଛାକୃତ, ଯାହା ବୈଷୟିକ ଉନ୍ନତିର ପୃଷ୍ଠଭୂମିରେ ହେର୍ତ୍ତଥ୍ଲା ପ୍ରତିଫଳିତା

କିନ୍ତୁ ଭାରତୀୟ ସଭ୍ୟତାର ଆଦର୍ଶ ଥିଲା ତ୍ୟାଗ ଓ ଆତ୍ମସଂଯମର ପ୍ରତିଫଳନ । ସମଗ୍ର ବୈଷୟିକ ଜଞ୍ଜାଳକୁ ସେମାନେ ବିପଦର କାରଣ ମନେକରୁଥିଲେ ମଧ୍ୟ ତ୍ୟାଗଧର୍ମ ମାଧ୍ୟମରେ ସେମାନଙ୍କର ବୈଷୟିକ ଉନ୍ନତି ସମ୍ଭବ ହୋଇଥିଲା । ବିଷୟ ଜଞ୍ଜାଳର ପରିବେଷ୍ଟନୀ ମଧ୍ଯରେ ଥାଇ ମଧ୍ୟ ଗୃହସ୍ଥ ପାରିପାର୍ଶ୍ବକ ପଦାର୍ଥ ସହିତ ସଂଶ୍ଳିଷ୍ଟ ନଥିଲା । ତ୍ୟାଗମାର୍ଗରେ ଦୀକ୍ଷିତ ହୋଇ ଯେତେବେଳେ ସେ ବିଷୟର ମାଲିକ ହୁଏ, ସେତେବେଳେ ଭୋଗମାର୍ଗଗାମୀ ଜାତିଠାରୁ ତା’ର ପଥ ସମ୍ପୂର୍ଣ୍ଣ ପୃଥକ୍ ହୋଇଯାଏ । ରୋମୀୟ ଓ ଗ୍ରୀସୀୟ ସ୍ୱେଚ୍ଛାକୃତ ବୈଷୟିକ ଉନ୍ନତିଠାରୁ ଭାରତର ବୈଷୟିକ ଉନ୍ନତି କୌଣସି ଗୁଣରେ ନୂନତର ନୁହେଁ । କାରଣ ତା’ର୍ ସୃଷ୍ଟି ଇଚ୍ଛାକୃତ ନୁହେଁ, ତ୍ୟାଗମାର୍ଗର ଏକତମ ସ୍ଵତଃସମ୍ଭୂତ ଫଳମାତ୍ର । ଭାରତର ବୈଶିଷ୍ଟ୍ୟ ତା’ର ଆଧ୍ୟାମିକତା ।

ବର୍ତ୍ତମାନର ପୃଥ‌ିବୀରେ ସଭ୍ୟତାର ଆଦର୍ଶ ହେଉଛି ମାନବର ସର୍ବାଙ୍ଗୀନ ଉନ୍ନତି ସାଧନ । ବୈଷୟିକ, ଶାରୀରିକ, ମାନସିକ ଓ ନୈତିକ ଉନ୍ନତି ସହିତ ବିଶ୍ବମାନବିକତାର ପ୍ରତିଷ୍ଠା ତଥା ବିରାଟ ସୃଷ୍ଟିରହସ୍ୟର ଉଦ୍‌ଘାଟନ ଏବଂ ତା’ ମୂଳରେ ନିହିତ ଥ‌ିବା ମହାଶକ୍ତିର ସ୍ଵରୂପ ନିରୂପଣ ହିଁ ବର୍ତ୍ତମାନ ସଭ୍ୟତାର ଆଦର୍ଶ । ବିଭିନ୍ନ କାଳରେ ବିଭିନ୍ନ ଜାତି ଏହାର ଅଂଶ- ବିଶେଷକୁ ସଭ୍ୟତାର ଆଦର୍ଶରୂପେ ଧରିନେଇଥିଲେ ତ, ଆଉ କେତେକ ଜାତି ଅଧିକାଂଶକୁ ନିଜ ସଭ୍ୟତାର ଆଦର୍ଶରୂପେ ଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କର ସାଧନାର ପଥ ଥିଲା ଭିନ୍ନ । ସେହି ପଥକୁ କେତେକ ଜାତି ଚିନ୍ତାଦ୍ୱାରା ନିରୂପିତ କରିବାକୁ ଚେଷ୍ଟିତ ଥିଲେ ତ ଅନ୍ୟ କେତେକ କାର୍ଯ୍ୟଦ୍ୱାରା ନିରୂପିତ କରିବାକୁ ଚେଷ୍ଟିତ ଥିଲେ । କିନ୍ତୁ ହିନ୍ଦୁମାନେ ହିଁ ଉପନୀତ ହୋଇଥିଲେ ଲକ୍ଷ୍ୟସ୍ଥଳରେ । ସେମାନଙ୍କ ଦର୍ଶନଶାସ୍ତ୍ରନିହିତ ପ୍ରଣାଳୀଦ୍ଵାରା ମାନବ ବିଶ୍ବର ବିରାଟ ଶକ୍ତିକୁ ନିରୂପଣ କରିବାପାଇଁ ସମର୍ଥ ହେବା ସହ ସେହି ପଥରେ ଗତିକଲେ ଜୀବନର ଉଦ୍ଦେଶ୍ୟ ହୃଦୟଙ୍ଗମ ନ ହେଲେ ମଧ୍ୟ ଲକ୍ଷ୍ୟସ୍ଥଳରେ ଉପନୀତ ହେବାମାତ୍ରେ ସେ ସକଳ ସ୍ପଷ୍ଟ ଉଦ୍‌ଭାସିତ ହୋଇଉଠିବ । କିନ୍ତୁ ତା’ର ସାଧନ ପାଇଁ ଆବଶ୍ୟକ ଶାରୀରିକ ଓ ମାନସିକ ଉନ୍ନତି, ଯାହା କେବଳ ଶିକ୍ଷା, ସଂଯମ ଓ ବ୍ରହ୍ମଚର୍ଯ୍ୟ ପାଳନରେ ସମ୍ଭବ । ସେଥ୍ପାଇଁ ଆବଶ୍ୟକ କଠୋର ସାଧନା ।

ଆର୍ଯ୍ୟମାନଙ୍କ ମତରେ, ସେମାନେ ସଭ୍ୟତାର ଉଚ୍ଚତମ ସୋପାନକୁ ଆରୋହଣ କରିଥିଲେ ମଧ୍ୟ ସଭ୍ୟତର ଜାତି ତା’ର ବିଲୋପସାଧନ କରିଥିଲେ । ଯେତେଦିନ ପର୍ଯ୍ୟନ୍ତ ଭାରତୀୟ ସଭ୍ୟତା ଉପରେ କାହାର ହସ୍ତକ୍ଷେପ ହୋଇପାରି ନଥୁଲା, ସେତେଦିନ ପର୍ଯ୍ୟନ୍ତ ତାହା ଥିଲା ଅକ୍ଷୁଣ୍ଣ । ସେହିପରି ଅନ୍ୟ ଜାତିମାନେ ମଧ୍ୟ ସ୍ବୀୟ ସଭ୍ୟତାର ଉତ୍କର୍ଷ ପ୍ରମାଣ କରିବାପାଇଁ ସତତ ଚେଷ୍ଟିତ ହେଉଛନ୍ତି ।

ଅନ୍ୟାନ୍ୟ ସଭ୍ୟତା ପରି ବର୍ତ୍ତମାନର ଆଧୁନିକ ସଭ୍ୟତା ମଧ୍ୟ ତା’ର ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରି ନାହିଁ । କାରଣ ଆଜିପର୍ଯ୍ୟନ୍ତ ଆମ୍ଭେମାନେ ଆଦର୍ଶର ଉଚ୍ଚତମ ସୋପାନରେ ପହଞ୍ଚି ପାରିନାହୁଁ । ସେଥ‌ିପାଇଁ ବହୁସମୟ ଆବଶ୍ୟକ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ କେବଳ ପରୀକ୍ଷଣର ସମୟ । ଫଳ ଭବିଷ୍ୟତ ଗର୍ଭରେ ନିହିତ । କିନ୍ତୁ ଆଧୁନିକ ସଭ୍ୟତାର ଲକ୍ଷ୍ୟସ୍ଥଳରେ ଉପନୀତ ହେବାକୁ ଆଜି ଆମ୍ଭମାନଙ୍କର ପ୍ରଧାନ ଅବଲମ୍ବନ ହୋଇଛି ବିଜ୍ଞାନ ।

ବ୍ୟାପକ ଅର୍ଥରେ ବିଜ୍ଞାନ ହେଲା କୌଣସି ବିଷୟରେ ସମ୍ୟକ୍ ଜ୍ଞାନ । ମାତ୍ର ସାଧାରଣତଃ ଜଡ଼ ଓ ଜୀବନ୍ତ ବିଷୟରେ ସୁସଂବଦ୍ଧ, ଶୃଙ୍ଖଳିତ ସମ୍ୟକ୍ ଜ୍ଞାନ ହିଁ ବିଜ୍ଞାନ ପଦବାଚ୍ୟ । ସୁତରାଂ ବ୍ୟାପକ ଓ ସାଧାରଣ ଅର୍ଥ ମଧ୍ୟରେ କୌଣସି ପ୍ରଭେଦ ନାହିଁ । କାରଣ ଜଡ଼ ଓ ଜୀବନ୍ତ କହିଲେ ବିଶ୍ବବ୍ରହ୍ମାଣ୍ଡର ସକଳ ପଦାର୍ଥର ଏକତ୍ରିତ ଅବସ୍ଥା । ଏଣୁ ଏମାନଙ୍କ ବିଭାବ ବିଷୟକ ଜ୍ଞାନ ହିଁ ବିଶ୍ବର ପ୍ରତ୍ୟେକ ପଦାର୍ଥ ସମ୍ବନ୍ଧୀୟ ଜ୍ଞାନ ଅଟେ । ସୁତରାଂ କଳାବିଦ୍ୟା, ଦର୍ଶନ, ଇତିହାସ, ମନସ୍ତତ୍ତ୍ଵ ମଧ୍ୟ ବିଜ୍ଞାନର ଅନ୍ତର୍ଗତ ।

ଏହି ବିଜ୍ଞାନ ବଳରେ ଆମ୍ଭେମାନେ ସଭ୍ୟତାର ଉଚ୍ଚତମ ସୋପାନ ଆରୋହଣ କରିବାପାଇଁ ଉଦ୍ୟମରତ । ସେହି ଜଡ଼ବିଜ୍ଞାନ ମୂଳରେ ନିହିତ ଆମ୍ଭମାନଙ୍କ ଗଣିତଶାସ୍ତ୍ର । ଯାହା ବଳରେ ଅନାୟାସରେ ସମାଧୃତ ହୋଇପାରୁଛି ଜଟିଳତମ ସମସ୍ୟାରାଜି। ଏହି ଜଡ଼ ବିଜ୍ଞାନ ଦୁଇଭାଗରେ ବିଭକ୍ତ; ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ । ଏହି ଦୁଇ ବିଜ୍ଞାନର ମଧ୍ୟ ରହିଛି ବିବିଧ ବିଭାଗ ଓ ଉପବିଭାଗ । ଆଲୋକ, ଉତ୍ତାପ, ବିଦ୍ୟୁତ୍, ଶବ୍ଦ ପ୍ରଭୃତି ବିବିଧ ତତ୍ତ୍ୱାନୁସନ୍ଧାନର ବିଭାଗଗୁଡ଼ିକରେ ବିଭକ୍ତ ପଦାର୍ଥ ବିଜ୍ଞାନ । ସେହିପରି ରସାୟନ ବିଜ୍ଞାନର ମଧ୍ୟ ରହିଛି ବିଭିନ୍ନ ବିଭାଗ ।

ଏହି ଜଡ଼ ବିଜ୍ଞାନ ବଳରେ ପଦାର୍ଥର ଘାତ, ପ୍ରତିଘାତ, କ୍ରିୟା, ପ୍ରତିକ୍ରିୟା, ବ୍ୟବହାର, ଆକର୍ଷଣ, ଗତି ଓ ମିଳନ ପ୍ରକ୍ରିୟା ପ୍ରଭୃତି ବିଷୟ ଆଲୋଚନା କରି ଆମ୍ଭେମାନେ ଅର୍ଜନ କରୁ ଜଡ଼ ସମ୍ବନ୍ଧୀୟ ସମ୍ୟକ୍ ଜ୍ଞାନ । ଏହି ଜଡ଼ ବିଜ୍ଞାନର ଅନୁଶୀଳନ ତଥା ଚର୍ଚ୍ଚାର ଫଳସ୍ୱରୂପ ଆଜି ଆମେ ପ୍ରକୃତି ବକ୍ଷରେ ସଙ୍ଘଟିତ ଯାବତୀୟ କ୍ରିୟାକୁ ଉପଲବ୍‌ଧ କରିପାରୁଛୁ । ଆମ ସୌରଜଗତ ପରି ଅନେକ ବିରାଟଜଗତ, ଗ୍ରହ, ତାରା, ଉପଗ୍ରହର ନିୟନ୍ତ୍ରଣ ତଥା ସେଗୁଡ଼ିକର ଶକ୍ତିର ବିକାଶ ଓ କାର୍ଯ୍ୟପ୍ରଣାଳୀ ଜାଣିପାରୁଛୁ । ସେହି ଶାସ୍ତ୍ର ବଳରେ ପ୍ରତ୍ୟେକ ପଦାର୍ଥ ଅନ୍ୟ ସହିତ ସମ୍ବନ୍ଧ ସ୍ଥାପନ କରିବାରେ କ୍ଷମ ହୋଇପାରିଛି ।

ସୁତରାଂ ବୈଷୟିକ ଉନ୍ନତିରେ ଆମ୍ଭେମାନେ ଏତେଦୂର ଅଗ୍ରସର ହୋଇଅଛୁ ଯେ, ତାହା ପୂର୍ବବର୍ତୀ ମାନବ ସ୍ଵପ୍ନରେ ଭାବିପୂର୍ବ କି ନା ସନ୍ଦେହ । ଏହି ଜଡ଼ ବିଜ୍ଞାନ ବଳରେ ଆମ୍ଭେମାନେ ବିଭିନ୍ନ ଧାତୁ ଓ ଉପାଦାନ ବିଶୁଦ୍ଧଭାବରେ ଆହରଣ କରିବା ସହ ରେଳ, ମଟର, ଉଡ଼ାଜାହାଜ, ବୁଡ଼ାଜାହାଜ, ବେତାର, ଟେଲିଭିଜନ୍, ଟେଲିଫୋନ୍ ପ୍ରଭୃତି ବିବିଧ ଉପକରଣରେ ବୈଷୟିକ ସୁଖ ସମୃଦ୍ଧି ସମ୍ପାଦନରେ ସମର୍ଥ ହୋଇପାରିଛୁ । ବିରାଟ ସାଗର ଆଜି ଦୁର୍ଲଫ୍ୟୁ ହୋଇନାହିଁ, କିମ୍ବା ତୁଙ୍ଗ ହିମାଳୟ ଦୁରୂହ ହୋଇ ରହିନାହିଁ ।

ଜଡ଼ ବିଜ୍ଞାନ ଓ ଜୀବବିଜ୍ଞାନର ସଂଯୋଗରୁ ବିବିଧ ବିଭାଗ ସୃଷ୍ଟି ହୋଇ ସଂସାରର ଅଶେଷ କଲ୍ୟାଣ ସାଧନ କରିପାରିଛି । ଜୀବ ବିଜ୍ଞାନ ଦୁଇଭାଗରେ ବିଭକ୍ତ – ପ୍ରାଣୀ ବିଜ୍ଞାନ (Zoology) ଏବଂ ଉଦ୍ଭଦ ବିଜ୍ଞାନ (Botany) । ଏମାନଙ୍କ ଚର୍ଚ୍ଚାରୁ ପ୍ରାଣୀର ବିଭିନ୍ନ ଗଠନ, ପ୍ରକ୍ରିୟା ଏବଂ ଯେଉଁ ଶକ୍ତି ବଳରେ ସେମାନେ ଜୀବନର ଅଧିକାରୀ ତା’ର ସନ୍ଧାନ ମିଳେ । ବିଭିନ୍ନ ପ୍ରଣାଳୀ ବିଶ୍ଳେଷଣ ଓ ସଂଶ୍ଳେଷଣ ବଳରେ ଜୀବନ୍ତ ବସ୍ତୁର ବିବିଧ ସମସ୍ୟା ନିରୂପିତ ହେବାର ଉଦ୍ୟମ ଅବ୍ୟାହତ ରହିଛି । ବର୍ତ୍ତମାନ ବୈଜ୍ଞାନିକମାନେ ଜୀବନ୍ତ ପଦାର୍ଥ ସୃଷ୍ଟି କରିବାରେ ଅସମର୍ଥ ହୋଇଥିଲେ ମଧ୍ୟ କରାଯାଇଥିବା ଗବେଷଣାକୁ ଭିତ୍ତିକରି ଚିନ୍ତାଶୀଳ ମନୀଷୀଗଣ ମତବ୍ୟକ୍ତ କରନ୍ତି ଯେ, ଦିନେ ନା ଦିନେ ମାନବ ଜୀବନ୍ତ ପଦାର୍ଥ ସୃଷ୍ଟି କରିବାପାଇଁ ସମର୍ଥ ହୋଇପାରିବ । ମାତ୍ର ତାହା ବହୁଦୂର ଭବିଷ୍ୟତରେ କି ନିକଟରେ ହେବ ତାହା କହିବା ଧୃଷ୍ଟତା ମାତ୍ର ।

ଏହି ଜୀବବିଜ୍ଞାନ ବଳରେ ଆମ୍ଭେମାନେ ଆଣବିକ ଜୀବନ୍ତ ପଦାର୍ଥଠାରୁ ଆରମ୍ଭକରି ବିଶାଳକାୟ ହସ୍ତୀ, ତିମି ଓ ବଟବୃକ୍ଷ ପର୍ଯ୍ୟନ୍ତ ବିଶ୍ଳେଷଣ କରି ବିଭିନ୍ନ ପ୍ରକ୍ରିୟା ଓ ସମସ୍ୟା ସାଧନରେ ସଫଳକାମ ହେଉଅଛୁ । ଜଡ଼ ଓ ଜୀବ ବିଜ୍ଞାନର ସମ୍ମିଶ୍ରଣ ଓ ସହଯୋଗିତାରୁ ଆମ୍ଭେମାନେ ଶରୀରତତ୍ତ୍ଵ, ଆୟୁର୍ବେଦ (ଡାକ୍ତରୀ), ମନସ୍ତତ୍ତ୍ଵ, କୃଷିବିଜ୍ଞାନ, ପୃଥ‌ିବୀତତ୍ତ୍ଵ, ଜ୍ୟୋତିଷ ପ୍ରଭୃତି ନାନାବିଧ ଶାସ୍ତ୍ରବଳରେ ଆମ୍ଭମାନଙ୍କ ଜ୍ଞାନର ସୀମା ବିସ୍ତୃତ କରିଅଛୁ । ବିଭିନ୍ନ ବିଭାଗର ସାହାଯ୍ୟ ବଳରେ ଇଞ୍ଜିନିୟରିଙ୍ଗ୍ ପ୍ରଭୃତିରେ ପରାକାଷ୍ଠା ଲାଭ କରିଅଛୁ । ଏହାରି ବଳରେ ଆମ୍ଭେମାନେ ବହୁପରିମାଣରେ ବୈଷୟିକ, ମାନସିକ ତଥା ଶାରୀରିକ ଉନ୍ନତି ଲାଭ କରିବା ସହିତ ବିବିଧ ରୋଗକବଳରୁ ମୁକ୍ତିଲାଭ କରିଅଛୁ । ବିଶ୍ବମାନବିକତାର ବିକାଶ ହୋଇପାରି ନଥୁବାରୁ ଅନେକତ୍ର ଏହି ବିଜ୍ଞାନ ତଥା ଶିକ୍ଷାର ପ୍ରସାର ହୋଇପାରୁ ନାହିଁ । କିନ୍ତୁ ଏହାଦ୍ବାରା ଉନ୍ନତି ଯେ ଅବଶ୍ୟମ୍ଭାବୀ ଏହା ନିଃସନ୍ଦେହ ।

ଜୀବ ବିଜ୍ଞାନର ପର୍ଯ୍ୟାଲୋଚନାରୁ ସ୍ପଷ୍ଟ ପ୍ରମାଣିତ ଯେ, ଜୀବନ୍ତର ଶରୀର ବିଭିନ୍ନ ଜଡ଼ ଉପାଦାନରେ ଗଠିତ । ପୂର୍ବର ପଞ୍ଚଭୂତ ବର୍ତ୍ତମାନ ବିଶ୍ଳେଷଣଦ୍ଵାରା ଅଶେଷ ଉପାଦାନର ସମଷ୍ଟିରୂପେ ନିରୂପିତ ହୋଇଛି । ଏହି ବିବିଧ ଜଡ଼ ଉପାଦାନର ସମାବେଶ ସହ ଜୀବନ୍ତ ଶକ୍ତିର ବିକାଶ ହିଁ ଜୀବନ୍ତକୁ ସମ୍ଭବ କରିପାରିଛି । ଉଦାହରଣସ୍ୱରୂପ, ଗେଙ୍ଗୁଟି ପଥରରେ ଜଳ ଢାଳିଲେ ତହିଁରୁ ଚୂନ, ଅଙ୍ଗାରକାମ୍ଳ ବାଷ୍ପ ଏବଂ ଉତ୍ତାପ ବାହାରେ । ଏହି ଉତ୍ତାପ ଶକ୍ତିର ଏକ ଅବସ୍ଥା । ଆମେ ଚୂନ ଓ ଅଙ୍ଗାରକାମ୍ଳ ବାଷ୍ପକୁ ଏକତ୍ର କରି ଗେଙ୍ଗୁଟି ପଥର ପ୍ରସ୍ତୁତ କଲେ, ସେଥ‌ିରେ ଶକ୍ତି ସଂଯୋଗ ଆବଶ୍ୟକ । ସୁତରାଂ ବିଭିନ୍ନ ପଦାର୍ଥରେ ଶକ୍ତିର ସଂଯୋଗ ଓ ବିଯୋଗଦ୍ଵାରା ପଦାର୍ଥଗୁଡ଼ିକ ବିଭିନ୍ନ ଅବସ୍ଥାକୁ ପ୍ରାପ୍ତ ହୋଇଥା’ନ୍ତି ।

ବିଭିନ୍ନ ଜାତୀୟ ଉପାଦାନର ସମ୍ମିଶ୍ରଣ ସହିତ ଶକ୍ତିର ସଂଯୋଗଦ୍ଵାରା ହିଁ ଜୀବନ୍ତର ସମ୍ଭବ ହୁଏ । କିନ୍ତୁ ସେହି ଜୀବନ୍ତ ଶକ୍ତି ଜଡ଼ ମଧ୍ୟରେ ସଂଯୋଗ ଓ ବିଯୋଗ କରୁଥିବା ଶକ୍ତି କିମ୍ବା ତାହାଠାରୁ ସମ୍ପୂର୍ଣ୍ଣ ପୃଥକ୍ ତାହା ଏ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇନାହିଁ । ହୁଏତ ସେହି ଜୀବନ୍ତ ଶକ୍ତି ପ୍ରଚ୍ଛନ୍ନ ଶକ୍ତି (Potential Energy) କିମ୍ବା ଆଲୋକ ଓ ଉତ୍ତାପ ପରି ପ୍ରବହମାନ ଶକ୍ତି (Kinetic Energy) ର ଏକତମ ଅବସ୍ଥା ହୋଇପାରେ, ମାତ୍ର ଜୀବନ ଏକ ଶକ୍ତିର ଅବସ୍ଥା ବିଶେଷ, ଏହା ସର୍ବସ୍ବୀକୃତ ।

ଆଧୁନିକ ସଭ୍ୟତାର ବିପକ୍ଷବାଦୀଙ୍କ ମତ ଯେ, ଏହି ସଭ୍ୟତା ମାନବର ଈଶ୍ୱରବିଶ୍ଵାସକୁ କମେଇଦେବା ସହ ତାକୁ ବିପଥଗାମୀ କରାଉଛି । ସର୍ବତ୍ର ପରିଲକ୍ଷିତ ହେଉଛି ସଂଯମର ଅଭାବ । ମାନବର ମାନବ ପ୍ରତି ସ୍ନେହ ସୌହାର୍ଜ୍ୟ ପରିବର୍ତ୍ତେ ହିଂସା, ଦ୍ବେଷ ଚରମ ସୋପାନରେ ଉପନୀତ ହୋଇଛି । ବୈଜ୍ଞାନିକମାନଙ୍କଦ୍ୱାରା ଉଦ୍ଭାବିତ ମାରାତ୍ମକ ଗ୍ୟାସ୍ ଓ ବିସ୍ଫୋରକ ମାନବକୁ ଧ୍ବଂସ୍‌ଥର ପଥ୍ୟକ କରୁଛି ।

କିନ୍ତୁ ପ୍ରାବନ୍ଧିକଙ୍କ ମତରେ ବିଜ୍ଞାନର କେତେକ ଆଶ୍ଚର୍ଯ୍ୟଜନକ ପଦାର୍ଥ ବଳରେ ଧ୍ୱଂସ ସାଧୂ ହେଉଅଛି ସତ୍ୟ, ମାତ୍ର ତାହା ବିଜ୍ଞାନର ଦୋଷ ନୁହେଁ । ସାଧାରଣ ମଣିଷ ସଭ୍ୟତାର ଅର୍ଥ ବୁଝିଲେ ହିଁ ଏହାର ଅବସାନ ହେବ । ବିଜ୍ଞାନର ଚରମ ଉନ୍ନତି ବିନା ଆମ୍ଭେମାନେ ସଭ୍ୟତାର ଶେଷ ଉନ୍ନତିରେ ପହଞ୍ଚିପାରିବା ନାହିଁ । ସେହି ଶେଷ ସୀମାପର୍ଯ୍ୟନ୍ତ ପରିଦୃଷ୍ଟ ହେଉଥ‌ିବା ବ୍ୟତିକ୍ରମଗୁଡ଼ିକ ସବୁକାଳରେ ସବୁଯୁଗରେ ହେଉଥିବା ଏବଂ ହେବା ସମ୍ଭବ ମଧ୍ଯ । ଯେତେବେଳେ ଆଧୁନିକ ସଭ୍ୟତାର ଆଦର୍ଶ ସମସ୍ତେ ଜାଣିବେ, ସେତେବେଳେ ମୈତ୍ରୀର ଧ୍ଵଜା ଉଡ଼ିବ । ଜାତିସଂଘ ଏହାର ସୂତ୍ରପାତ କରିଥିଲେ ମଧ୍ୟ ତା’ର କାର୍ଯ୍ୟପ୍ରଣାଳୀକୁ ସମସ୍ତେ ଗ୍ରହଣ କରିନାହାନ୍ତି ।

କିନ୍ତୁ ଭବିଷ୍ୟତରେ ଯେତେବେଳେ ସମସ୍ତେ ନିଜ ପ୍ରତି କର୍ତ୍ତବ୍ୟକୁ ବୁଝିପାରିବେ, ସେତେବେଳେ ଏସବୁ ଅନର୍ଥ ଦୂରୀଭୂତ ହେବା ସହ ବିଜ୍ଞାନର ବିସ୍ଫୋରକ ଓ ମାରାତ୍ମକ ଗ୍ୟାସ୍ ବଳରେ ଅଶେଷ କ୍ଷତି ସାଧନ ହେଉଥିଲେ ମଧ୍ୟ ବହୁ ବିଶ୍ଵହିତକର କାର୍ଯ୍ୟ ସାନ୍ତ ହେଉଅଛି ବୋଲି ହୃଦୟଙ୍ଗମ କରିପାରିବେ । ଡିନାମାଇଟ୍ ନାମକ ବିସ୍ଫୋରକ ସାହାଯ୍ୟରେ ତୁଙ୍ଗଗିରି ଫଟାଇ ଈପ୍‌ସିତ କାର୍ଯ୍ୟ ସାଧନ କରାଯାଇପାରୁଛି । ବିଭିନ୍ନ ସାମୟିକ ପଦାର୍ଥ ବଳରେ ବିବିଧ ମାରାତ୍ମକ ରୋଗ ଓ ରୋଗର ବୀଜାଣୁ ନଷ୍ଟ କରାଯାଇପାରୁଛି । ସୁତରାଂ ମାନବର ଅପକାରିତା ବିଜ୍ଞାନ ବଳରେ ନୁହେଁ ବରଂ ତା’ର ଜ୍ଞାନରେ ଅଳ୍ପତା ଯୋଗୁଁ ହିଁ ସଂଘଟିତ ହେଉଅଛି ।

ଅନ୍ୟ କେତେକ ମତ ଦିଅନ୍ତି ‘ଯେ, ବିଜ୍ଞାନ ହିଁ ମାନବ ହୃଦୟରୁ କମାଇଦେଇଛି ଧର୍ମଭାବ ଓ ଈଶ୍ୱରବିଶ୍ଵାସ । ସେମାନେ ପ୍ରାଚୀନ ସଭ୍ୟତାକୁ ନିଜର ଆଦର୍ଶ ବୋଲି ଧରିନେଇ ଈଶ୍ଵର ବିଦ୍ୟମାନ ଓ ତାଙ୍କଠାରେ ବିଶ୍ଵାସ ସ୍ଥାପନ କର୍ତ୍ତବ୍ୟ ବୋଲି ବିବେଚନା କରି ନିଶ୍ଚିତ ଅଛନ୍ତି । କିନ୍ତୁ ବର୍ତ୍ତମାନର ସଭ୍ୟତା ଗତିପଥରେ ଅବସ୍ଥିତ । ତାହା ଲାଭ ନିମନ୍ତେ ଅତୀତ ଅଭିଜ୍ଞତାର ସାହାଯ୍ୟ ନେବା ଆବଶ୍ୟକ । କିନ୍ତୁ ଅତୀତ କଥାକୁ ମାନିନେବା ଉଚିତ ନୁହେଁ । ବିଜ୍ଞାନ ବଳରେ ଈଶ୍ଵରରୂପକ ସେହି ବିରାଟ ଶକ୍ତିର କଳନା କରିବାକୁ ଗବେଷଣାପଥରେ ଅଗ୍ରସର ହେଉଥିବାବେଳେ ପ୍ରଥମରୁ ତାଙ୍କର ଉପସ୍ଥିତିକୁ ବିଶ୍ଵାସ କରିନେବାର ଯଥାର୍ଥତା ନାହିଁ । ଏଥ୍ଯୋଗୁଁ ହିଁ ଧର୍ମଭାବର ହୋଇଛି ମୈଥୁଲ୍ୟ ଓ ଈଶ୍ୱରବିଶ୍ଵାସର ହୋଇଛି ଅପଚୟ ।

ବିଜ୍ଞାନର ଅନୁଶୀଳନ ବଳରେ ସର୍ବତ୍ର ପରିଲକ୍ଷିତ ହୁଏ ଶକ୍ତିର ଅବସ୍ଥିତି, ଜୀବନ୍ତରେ ଥ‌ିବା ଶକ୍ତି ସେହି ବିରାଟ ଶକ୍ତିର ଏକତମ ଅନସ୍ଥା । ତେଣୁ ସେହି ଶକ୍ତି କ’ଣ ଏବଂ ଜଡ଼ ତଥା ଜୀବନ୍ତ ସହିତ ତା’ର ସମ୍ପର୍କକୁ ଜାଣିବାପାଇଁ ଚେଷ୍ଟିତ ଥ‌ିବାବେଳେ ଧର୍ମଭାବ କମିଯାଇଛି ବୋଲି କହିବା ସମ୍ପୂର୍ଣ୍ଣ ଅଯୌକ୍ତିକ। କାରଣ, ସୃଷ୍ଟି ରହସ୍ୟ ଭେଦ କରିବା ହିଁ ଧର୍ମ ପଦବାଚ୍ୟ । ସେହି ଧର୍ମର ଏକ ନୂତନ ପଥର ଅନୁସନ୍ଧାନରେ ନିଯୁକ୍ତ ଥିବାବେଳେ ଅର୍ଷପଥରେ ନୈରାଶ୍ୟଜର୍ଜରିତ ନ କରି, ପ୍ରାଚୀନ ପଥଦେଇ ଅଗ୍ରସର ହେବାପାଇଁ ଉପଦେଶ ନ ଦେଇ, ସେହି ନୂତନ ପଥରେ ଗତିକରି ଅମ୍ଭେମାନେ କେତେ ସଫଳକାମ ହୋଇପାରୁଛୁ, ତାହା ହିଁ ଦେଖୁବା ଉଚିତ ।

ଆଧୁନିକ ବୈଜ୍ଞାନିକ ପ୍ରଣାଳୀର ଅନୁଗାମୀ ବିବିଧ ରୀତିନୀତି ଶିକ୍ଷା ସଭ୍ୟତାରେ ଥ‌ିବା ଦୋଷଗୁଡ଼ିକୁ ସଂଶୋଧନ କରିବା ଆବଶ୍ୟକ । କୌଣସି ବିଷୟରେ ଅଜ୍ଞତା କେବେହେଲେ କଲ୍ୟାଣକର ହୁଏ ନାହିଁ । ଘରଟିରେ ତାଲା ପକାଇ ଖୋଲିବାକୁ ବାରଣ କଲେ ତାହାକୁ ଖୋଲିବାକୁ ହିଁ ମନରେ ସୃଷ୍ଟି ହୁଏ କୌତୂହଳ । ବରଂ ତାଲାଟା ଖୋଲି ତା’ର ଅପକାରିତା’ ଦର୍ଶାଇ ସେଥୁରୁ ରକ୍ଷାପାଇବାର ଉପାୟ ନିରୂପଣ କରିବା ଉଚିତ । ବର୍ତ୍ତମାନର ବିଜ୍ଞାନ ତାହା ହିଁ କରିଛି । ଆଜି ଆଧୁନିକ ମାନବ ପ୍ରତ୍ୟେକ ବିଷୟରେ ଜ୍ଞାନଲାଭ କରି ସଭ୍ୟତାର ଭିଭିସ୍ଥାପନ ନିମନ୍ତେ ସତତ ଚେଷ୍ଟିତ । ଯେତେବେଳେ ସେ ସମସ୍ତ ଦିଗଟି ଅପସରି ଯିବ, ସେତେବେଳେ ଉଦ୍‌ଭାସିତ ହୋଇଉଠିବ ଆଲୋକମୟ ପ୍ରଭାବ ।

ପ୍ରାଚୀନ ସଭ୍ୟତା ଏହି ବିଜ୍ଞାନକୁ ପଥପ୍ରଦର୍ଶକ ଭାବେ ଧରିନେଇଥଲା । ଆଜି ଆଧୁନିକ ମାନବ ମଧ୍ୟ ସେହି ବିଜ୍ଞାନକୁ ପଥପ୍ରଦର୍ଶକ ରୂପେ ବରଣ କରିନେଇଛି । ସେହି ପଥପ୍ରଦର୍ଶକର ଦୋଷ ରୂପେ ଯାହା ବର୍ଣ୍ଣନା କରାଯାଉଛି, ବାସ୍ତବରେ ତାହା ସବୁ ପାରିପାର୍ଶ୍ବକ ପଦାର୍ଥଗୁଡ଼ିକରୁ ଜାତ । ବିଜ୍ଞାନ ନିଘୋଷ। ଅତୀତକୁ ଦୃଷ୍ଟିପାତ କରି ବର୍ତ୍ତମାନକୁ ଅବଲୋକନ କଲେ ସ୍ପଷ୍ଟ ପ୍ରତିଭାତ ହୁଏ ଯେ, ବିଜ୍ଞାନ ହିଁ ଆଶାତୀତ ଭାବରେ ସଭ୍ୟତା ଅନ୍ଵେଷଣରେ ପଥ ପ୍ରଦର୍ଶନ କରିଆସିଛି । ତେଣୁ ‘ ଦିନେ ନା ଦିନେ ସେହି ବିଜ୍ଞାନରୂପକ ପଥପ୍ରଦର୍ଶକ ସାହାଯ୍ୟରେ ଯାବତୀୟ ବିଷୟରେ ସର୍ବାଙ୍ଗୀନ ଉନ୍ନତି ତଥା ଜ୍ଞାନ ଲାଭକରି ଆମେ ଏକ ଅଲୌକିକ ସଭ୍ୟତାର ଅଧିକାରୀ ହୋଇପାରିବା ଏହା ନିଃସନ୍ଦେହ ।

BSE Odisha 10th Class Odia Solutions Chapter 10 ସଭ୍ୟତା ଓ ବିଜ୍ଞାନ

କାଠିନ ଶବ୍ଦାର୍ଥ ଓ ଟିପ୍ପଶା

  • ବୈଷୟିକ – ବିଷୟ ସମ୍ବନ୍ଧାୟ
  • ନ୍ୟୁନତର – ଛୋଟ/ତୁଚ୍ଛ
  • ଅଧୁନାତନ – ଆଜିକାଲିକା
  • ଆମ୍ବ ସଂଯମ – ନିଜକୁ ନିୟନ୍ତ୍ରଣରେ ରଖିବା
  • ପରିବେଷ୍ଠିତ – ଚାରିପଟୁ ଘେରା/ଆଚ୍ଛାଦିତ
  • ଗୃହସ୍ଥ – ସଂସାରା / ଗୃହା
  • ସଂଶ୍ଲିଷୃ – ଜଡିତ/ଅନ୍ତର୍ଭୁକ୍ତ
  • ନିଦର୍ଶନ – ଦୃଷ୍ଟାନ୍ତି / ଉଦାହରଣ/ ଚିହ୍ନ
  • ଉତ୍କର୍ଷ – ଶ୍ରେଷ୍ଠତା
  • ଦୁର୍ଲଙ୍ଘ୍ୟ – ଯାହା ଳଙ୍ଘନ କରିବା କଷ୍ଟକର
  • ଦ୍ମରୂହ – କଷ୍ଠସାଧ୍ୟ
  • ସଫଳ ମନୋରଥ – ଯାହାର କାମନା ସିଦ୍ଧି ହୋଇଛି
  • ନିଗ୍ରୋ – ଦକ୍ଷିଣ ଆଫ୍ରିକାର ଆଦିମ କଳାଜାତିର ମଣିଷ
  • ପ୍ରଞ୍ଚ୍ଚିଭୂତ – କ୍ଷିତି, ଆପ୍, ତେଜଃ, ମରୁତ୍, ବ୍ୟୋମ
  • ପ୍ରବହମାନ – ଯାହା ବହିଯାଉଥିବା ଅବସ୍ଥାରେ ରହିଛି
  • ଦ୍ଵେଷ – ହିଂସାୟକ୍ତ କରାଗସଂ
  • ତୁଙ୍ଗ ଗିରି – ଉଚ୍ଚ ପାହାଡ଼
  • ଅଳ୍ପେଶ – ଅନାୟାସ/ ବିନା କୃଷ୍ଣରେ
  • ଅନୁଗାମା – ପଛେ ପଛେ ଗମନ
  • ଅପସାରିତ – ଯାହାକୁ ଜ୍ଵର କରାଇ ଦିଆଯାଇଛି
  • ଉଦ୍ଯୋଗ – ଉଦ୍ୟମ / ଚେଷ୍ଟା
  • ଥିଲେକିକ – ଅସାମାନ୍ୟ, ମର୍ତ୍ତ୍ୟରେ ଯାହା ଦୁର୍ଲଭ
  • ଆହରଣ – ଗ୍ରହ

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

Odisha State Board BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ Textbook Exercise Questions and Answers.

BSE Odisha Class 7 History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧। ନିମ୍ନଲିଖୂ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ ।

(କ) ଅଧିକାଂଶ ମଧ୍ୟଯୁଗୀୟ ଲେଖକ, କବି ବା ଐତିହାସିକମାନଙ୍କର ମୂଳ ଲେଖା କାହିଁକି ହସ୍ତଗତ ହୋଇପାରି ନାହିଁ ?
Answer:

  • ମଧ୍ୟଯୁଗରେ ଛାପାଖାନା ନ ଥିବାରୁ ସେ ସମୟର ପାଣ୍ଡୁଲିପିଗୁଡ଼ିକ ମୁଦ୍ରିତ ହୋଇପାରୁ ନଥିଲା ।
  • ଜଣେ ଲେଖକଙ୍କର ପାଣ୍ଡୁଲିପିକୁ ଦେଖ୍ ଅନ୍ୟ ଜଣେ ଲେଖୁଥିଲା । ଏପରି ଲେଖୁବେଳେ ଅଧିକାଂଶ ଅକ୍ଷରର ପରିବର୍ତ୍ତନ ହୋଇଯାଉଥିଲା ।
  • ବେଳେବେଳେ ଅନୁକରଣ କରୁଥିବା ବ୍ୟକ୍ତି ନିଜ ମନକୁ ଧାଡ଼ିଏ ଦୁଇଧାଡ଼ି ତଥ୍ୟ ଲେଖି ଦେଉଥିଲା ।
  • ଏହିସବୁ କାରଣ ହେତୁ ଅଧିକାଂଶ ମଧ୍ୟଯୁଗୀୟ ଲେଖକ, କବି ଏବଂ ଐତିହାସିକମାନଙ୍କ ମୂଳ ଲେଖା ହସ୍ତଗତ ହୋଇପାରି ନାହିଁ ।

(ଖ) ମାମୁଦ୍ରଙ୍କ ଦରବାର ସମ୍ପର୍କରେ ତୁମେ କ’ଣ ଜାଣିଛ ?
Answer:

  • ମାମୁଦ୍ ତାଙ୍କ ଦରବାରରେ ଅନେକ ଗୁଣୀ ଓ ଜ୍ଞାନୀବ୍ୟକ୍ତିଙ୍କୁ ସ୍ଥାନ ଦେଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରସିଦ୍ଧ ଥିଲେ ପାରସିକ କବି ଫିଘେଁସି ।
  • ‘ଶାହାନାମା’ ନାମକ ଏକ ବିରାଟ ଗ୍ରନ୍ଥ ରଚନା କରି ସେ ତତ୍‌କାଳୀନ ଜନସମାଜରେ ଅମର ହୋଇ ରହିଥିଲେ ।
  • ମୁଦ୍ ତାଙ୍କ ଦରବାରର ଆଲ୍‌ବେରୁଣୀ ନାମକ ଜଣେ ବିଦ୍ବାନ୍ ବ୍ୟକ୍ତିଙ୍କୁ ଭାରତ ସମ୍ପର୍କରେ ଜ୍ଞାନ ଆହରଣ କରିବାପାଇଁ ଭାରତକୁ ପଠାଇଥିଲେ ।
  • ଭାରତରେ ବହୁ ବର୍ଷ ରହି ଆଲ୍‌ବେରୁଣୀ ଭାରତ ଉପରେ ତହକିକ୍-ଇ-ହିନ୍ଦୁ’ ବା ‘ଭାରତ ବିଷୟରେ
  • ସେ ଗଜନୀରେ ଏକ ବିରାଟ ପାଠାଗାର ଓ ସୁନ୍ଦର ମସ୍‌ଜିଦ୍ ନିର୍ମାଣ କରିଥିଲେ ।

(ଗ) ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ସମ୍ପର୍କରେ ଲେଖ ।
Answer:

  • ଦ୍ବାଦଶ ଶତାବ୍ଦୀର ଶେଷ ଭାଗରେ ଘୋର ରାଜ୍ୟର ଶାସକ ମହମ୍ମଦ ଘୋରୀ ଭାରତ ଆକ୍ରମଣ କରିଥିଲେ ।
  • ଉତ୍ତର ଭାରତ ଜୟ କରି ଏହାକୁ ନିଜ ରାଜ୍ୟରେ ମିଶାଇବା ତାଙ୍କର ଲକ୍ଷ୍ୟ ଥିଲାବେଳେ ଭାରତର ଧନରତ୍ନ ମଧ୍ୟ ତାଙ୍କୁ ଭାରତ ଆକ୍ରମଣ କରିବାପାଇଁ ଉତ୍ସାହିତ କରିଥିଲା ।
  • ୧୧୭୫ ଖ୍ରୀ.ଅ.ରେ ମୁଲତାନ ଅଧିକାର କରିବା ପରେ ସେ ସିନ୍ଧୁପ୍ରଦେଶ ଏବଂ ପଞ୍ଜାବ ଅଧିକାର କରି ଦିଲ୍ଲୀ ଆଡ଼କୁ ଅଗ୍ରସର ହୋଇଥିଲେ । ୧୧୯୧ ଖ୍ରୀ.ଅ.ରେ ମହମ୍ମଦ ଘୋରୀ ଦିଲ୍ଲୀର ଚୌହାନ୍ ବଂଶର ରାଜା ପୃଥ୍ୱୀରାଜଙ୍କଠାରୁ ପ୍ରଥମ ତିରୋରୀ ଯୁଦ୍ଧରେ ପରାସ୍ତ ହୋଇଥିଲେ ।
  • ୧୧୯୨ ଖ୍ରୀ.ଅ.ରେ ଦ୍ଵିତୀୟ ତିରୋରୀ ଯୁଦ୍ଧରେ ମହମ୍ମଦ ଘୋରୀ ପୃଥୀରାଜଙ୍କୁ ପରାସ୍ତ କରିଥିଲେ ଏବଂ ପରେ ପରେ ରାଠୋର ବଂଶୀୟ ଶାସକ ଚୟଚନ୍ଦ୍ରଙ୍କୁ ଚାନ୍ଦର (ଚାନ୍ଦରୀ) ଯୁଦ୍ଧକ୍ଷେତ୍ରରେ ପରାସ୍ତ କରି ଭାରତରୁ ବିପୁଳ ଧନରତ୍ନ ସ୍ଵଦେଶକୁ ନେଇ ଯାଇଥିଲେ ।
  • ସେ ଯିବାପରେ ମହମ୍ମଦ ଘୋରୀଙ୍କ ମୁଖ୍ୟ ସେନାପତି କୁତବୁଦ୍ଦିନ୍ ଆଇବାକ୍ ବୁନ୍ଦେଲଖଣ୍ଡ, କାଲିଞ୍ଜର ଏବଂ ମାହେବା ଆଦି ଅଞ୍ଚଳ ଅଧିକାର କରିଥିଲାବେଳେ ଅନ୍ୟତମ ସେନାପତି ଇଣ୍ଡିୟାରଉଦ୍ଦିନ୍ ଖା ବଙ୍ଗ ଏବଂ ବିହାର ଅଧିକାର କରିଥିଲେ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଘ) ଚୋଳମାନଙ୍କର ରାଜ୍ୟ ଶାସନ ବିଷୟରେ ସଂକ୍ଷେପରେ ଆଲୋଚନା କର ।
Answer:

  • ଚୋଳମାନେ ଏକ ଉତ୍କୃଷ୍ଟ ଶାସନର ପ୍ରବର୍ତ୍ତକ ଥିଲେ । ରାଜା କେନ୍ଦ୍ର ଶାସନର ମୁଖ୍ୟ ଥିଲେ । ତାଙ୍କୁ ଉପଦେଶ ଦେବାପାଇଁ ଏକ ମନ୍ତ୍ରିମଣ୍ଡଳ ଗଠିତ ହୋଇଥିଲା । ଯୁଦ୍ଧ, ରାଜସ୍ୱ ଆଦାୟ, ନ୍ୟାୟ ପ୍ରଦାନ ଆଦି କେନ୍ଦ୍ରୀୟ ଶାସନର ପରିସରଭୁକ୍ତ ଥିଲା ।
  • କୃଷକମାନଙ୍କୁ ନେଇ ଗଢ଼ିଉଠିଥିବା ଗ୍ରାମକୁ ‘ଉର୍’ କୁହାଯାଉଥିଲା । କେତେଗୁଡ଼ିଏ ଉର୍‌କୁ ନେଇ ଏକ ଗ୍ରାମ ପରିଷଦ ଗଠିତ ହୋଇଥିଲା, ଯାହାର ନାମ ଥିଲା ‘ନାଡ଼ୁ’ । ବେଲ୍ଲୋଳ ଜାତିର ଧନୀ କୃଷକମାନେ
  • ଚୋଳ ରାଜାମାନେ ବ୍ରାହ୍ମଣମାନଙ୍କୁ ଜମି ଦାନ କରୁଥିଲେ । ବ୍ରାହ୍ମଣମାନେ ବାସ କରୁଥିବା ଗ୍ରାମଗୁଡ଼ିକୁ ‘ବ୍ରହ୍ମାଦେୟ’ କୁହାଯାଉଥିଲା । ପ୍ରତ୍ୟେକ ବ୍ରହ୍ମାଦେୟର ଶାସନ ବ୍ରାହ୍ମଣମାନଙ୍କୁ ନେଇ ଗଠିତ ‘ସଭା’ଦ୍ବାରା ପରିଚାଳିତ ହେଉଥିଲା ।
  • ସଭା ବିଭିନ୍ନ କମିଟି ବା ‘ଭାରିୟମ୍’ର ସଦସ୍ୟମାନଙ୍କୁ ନିର୍ବାଚିତ କରି ସେମାନଙ୍କ ସାହାଯ୍ୟରେ ଗ୍ରାମର ବଗିଚା, ପୋଖରୀ, ଜଳସେଚନ, ମନ୍ଦିର ଆଦିର ଉନ୍ନତିମୂଳକ କାର୍ଯ୍ୟମାନ ତଦାରଖ କରୁଥିଲା ।
  • ଚୋଳମାନଙ୍କର ଗ୍ରାମ ଶାସନ ବର୍ତ୍ତମାନର ପଞ୍ଚାୟତିରାଜ ବ୍ୟବସ୍ଥାର ଅନୁରୂପ ଥିଲା ।

(ଙ) ଯାଦବ ବଂଶର ରାଜାମାନଙ୍କର କୃତିତ୍ବ ବିଷୟରେ ଲେଖ ।
Answer:

  • ଯାଦବ ବଂଶର ଶାସକମାନେ ଦକ୍ଷିଣ ଭାରତରେ ରାଜତ୍ଵ କରୁଥିଲେ ସେମାନଙ୍କର ରାଜଧାନୀ ଥିଲା ଦେବଗିରି । ଭିଲ୍ଲିମା ଏହି ବଂଶର ଜଣେ ପ୍ରସିଦ୍ଧ ନରପତି ଥିଲେ । ତାଙ୍କର ପୁତ୍ର ଜୈତୁଗୀ ବା ଜୈତ୍ରପାଳ କାକତୀୟମାନଙ୍କୁ ଯୁଦ୍ଧରେ ପରାଜିତ କରିଥିଲେ।
  • ଜୈତ୍ରପାଳଙ୍କ ପରେ ତାଙ୍କ ପୁତ୍ର ସିଂହତା ଯୁଦ୍ଧ ଏବଂ ରାଜ୍ୟଜୟ ମାଧ୍ୟମରେ ଯାଦବ ରାଜ୍ୟର ବିସ୍ତାର କରିଥିଲେ ।
  • ଏହି ବଂଶର ଅନ୍ୟତମ ଶକ୍ତିଶାଳୀ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ଦିଲ୍ଲୀର ସୁଲତାନ ଆଲ୍ଲାଉଦ୍ଦିନ୍ ଖାଲ୍‌ ଦେବଗିରି ଆକ୍ରମଣ କରି ବହୁ ଧନରତ୍ନ ଲୁଣ୍ଠନ କରି ନେଇଯାଇଥିଲେ ।
  • ରାମଚନ୍ଦ୍ର ଦେବଙ୍କ ପରେ ଶଙ୍କର ଦେବ ଏବଂ ହରପାଳ ଦେବ ଶାସନ କରିଥିଲେ ।

(ଚ) ପ୍ରଥମ ଜନମେଜୟଙ୍କ କୃତିତ୍ଵ ସମ୍ପର୍କରେ ଆଲୋଚନା କର ।
Answer:

  • ସୋମବଂଶ ତଥା କେଶରୀ ବଂଶର ଶାସକ ପ୍ରଥମ ଜନମେଜୟ ୮୮୨ ଖ୍ରୀଷ୍ଟାବ୍ଦରେ ସିଂହାସନ ଆରୋହଣ କରିଥିଲେ ।
  • ସେ ଭଞ୍ଜବଂଶର ରାଜା ରଣଭଞ୍ଜ ଦେବଙ୍କୁ ପରାସ୍ତ କରିଥିଲେ ।
  • ସେ କଳଚୁରୀମାନଙ୍କୁ ମଧ୍ଯ ପରାସ୍ତ କରିଥିଲେ ।
  • ସେ ନିଜକୁ ‘ପରମେଶ୍ଵର’, ‘ପରମ ଭଟ୍ଟାରକ’ ଏବଂ ‘ତ୍ରିକଳିଙ୍ଗାଧୂପତି’ ଆଦି ଉପାଧ୍ଧରେ ଭୂଷିତ କରିଥିଲେ ।
  • ସୁବର୍ଣ୍ଣପୁର (ବର୍ତମାନର ସୋନପୁର) ତାଙ୍କ ରାଜ୍ୟର ରାଜଧାନୀ ଥିଲା ।

(ଛ) ସୋମବଂଶୀମାନଙ୍କର ସାଂସ୍କୃତିକ କୃତିତ୍ଵମାନ ଉଲ୍ଲେଖ କର ।
Answer:

  • ସୋମବଂଶୀମାନଙ୍କର ସାଂସ୍କୃତିକ କୃତିତ୍ଵ ଉଚ୍ଚକୋଟୀର ଥିଲା ।
  • ସେମାନଙ୍କର ମନ୍ଦିର ନିର୍ମାଣ ଶୈଳୀ ଅତି ସୁନ୍ଦର ଥିଲା । ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ରାଜରାଣୀ ମନ୍ଦିର ଏବଂ ଚଣ୍ଡିଖୋଲର ମହାବିନାୟକ ମନ୍ଦିର ଆଦି ସୋମବଂଶୀମାନଙ୍କର ପ୍ରମୁଖ କୀର୍ତ୍ତି ଅଟେ ।
  • ଦ୍ଵିତୀୟ ଯଯାତିଙ୍କ ରାଜତ୍ଵ କାଳରେ ଲିଙ୍ଗରାଜ ମନ୍ଦିର ନିର୍ମିତ ହୋଇଥିଲା ।
  • ଏହି ମନ୍ଦିରର ଉଚ୍ଚତା ପ୍ରାୟ ୫୫ ମିଟର । ଦେଉଳ, ଜଗମୋହନ, ନାଟମନ୍ଦିର ଓ ଭୋଗମଣ୍ଡପର ସମଷ୍ଟିରେ ଏହି ମନ୍ଦିର ଗଠିତ ।
  • ମୁଖ୍ୟ ମନ୍ଦିରର ଚାରିପାଖରେ ଅନେକଗୁଡ଼ିଏ ଛୋଟ ଛୋଟ ମନ୍ଦିର ରହିଅଛି । ଲିଙ୍ଗରାଜ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ସର୍ବଶ୍ରେଷ୍ଠ ନିଦର୍ଶନ ଅଟେ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଜ) ଚୋଡ଼ଗଙ୍ଗଦେବଙ୍କ ରାଜ୍ୟଜୟ ସମ୍ବନ୍ଧରେ ଲେଖ ।
Answer:

  • ଚୋଡ଼ଗଙ୍ଗଦେବ ସୋମବଂଶୀମାନଙ୍କର ଶେଷ ରାଜା କର୍ଣ୍ଣଦେବଙ୍କୁ ପରାସ୍ତ କରି ୧୧୧୦ ଖ୍ରୀଷ୍ଟାବ୍ଦରେ ଉତ୍କଳ ଅସ୍ଵୀକାର କରିଥିଲେ ।
  • ଏହା ପରେ ସେ ବଙ୍ଗ ଆକ୍ରମଣ କରି ଆରମ୍ୟ ଓ ରାଢ଼ ଅଞ୍ଚଳକୁ ନିଜ ଅଧୀନକୁ ଆଣିଥିଲା । ସେ ମଧ୍ୟ ଦକ୍ଷିଣ ଭାରତରେ ଥ‌ିବା ବେଙ୍ଗୀ ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ଏହିପରି ଚୋଡ଼ଗଙ୍ଗଦେବଙ୍କର ସାମ୍ରାଜ୍ୟ ଉତ୍ତରରେ ଗଙ୍ଗା ନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବିସ୍ତାରଲାଭ କରିଥିଲା ।
  • ସେ ବାରଙ୍ଗ, କଟକ, ଚୌଦ୍ଵାର, ଯାଜପୁର ଓ ଅମରାବତୀଠାରେ ଦୁର୍ଗମାନ ନିର୍ମାଣ କରିଥିଲେ ବୋଲି
  • ସେ ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟିକରି ନିଜକୁ ‘ମହାରାଜାଧୁଜ’ ‘ତ୍ରିକଳିଙ୍ଗାଧୂପତି’, ‘ଶ୍ରୀଗଙ୍ଗଚୂଡ଼ାମଣି’ ଆଦି ଉପାଧ୍ଧରେ ଭୂଷିତ କରିଥିଲେ ।

(ଝ) ପ୍ରଥମ ନରସିଂହଦେବଙ୍କ ରାଜ୍ୟ ଶାସନ ସମ୍ପର୍କରେ ସମ୍ୟକ୍ ଧାରଣା ଦିଅ ।
Answer:

  • ପ୍ରଥମ ନରସିଂହଦେବ ଜଣେ ସୁଶାସକ ଭାବେ ଖ୍ୟାତି ଅର୍ଜନ କରିଥିଲେ ।
  • ତାଙ୍କ ସମୟରେ ସାହିତ୍ୟ, କଳା ଓ ସ୍ଥାପତ୍ୟର ଚରମ ବିକାଶ ଘଟିଥିଲା । ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା ।
  • ତାଙ୍କ ରାଜସଭାର ବିଶିଷ୍ଟ କବି ବିଦ୍ୟାଧର ‘ଏକାବଳୀ’ ନାମକ ଏକ ପ୍ରସିଦ୍ଧ ଅଳଙ୍କାର ଶାସ୍ତ୍ର ରଚନା କରିଥିଲେ ।
  • ପ୍ରଥମ ନରସିଂହଦେବ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର, ବାଲେଶ୍ଵର ଜିଲ୍ଲାର ରେମୁଣା ନିକଟସ୍ଥ କ୍ଷୀରଚୋରା ଗୋପୀନାଥ ମନ୍ଦିର ଓ ଭୁବନେଶ୍ଵରର ସଦାଶିବ ମଠ ନିର୍ମାଣ କରିଥିଲେ ।

(ଞ) ପୁରୀର ଜଗନ୍ନାଥ ମନ୍ଦିରର ନିର୍ମାଣଶୈଳୀ ସମ୍ପର୍କରେ ଲେଖ ।
Answer:

  • ଚୋଡ଼ଗଙ୍ଗଦେବଙ୍କ ଅମର କୀର୍ତ୍ତି ଜଗନ୍ନାଥ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ଏକ ଯଥାର୍ଥ ନିଦର୍ଶନ ଅଟେ ।
  • ଏହାର କାରୁକାର୍ଯ୍ୟ ଅତି ଉଚ୍ଚକୋଟୀର ଓ ରମଣୀୟ । ଏହାର ଉଚ୍ଚତା ପ୍ରାୟ ୬୬ ମିଟର । ଏହି ମନ୍ଦିରଟି ‘ମେଘନାଦ ପାଚେରୀ’ ନାମକ ଏକ ବିରାଟ ପ୍ରାଚୀରଦ୍ଵାରା ପରିବେଷ୍ଟିତ ।
  • ଏହି ମନ୍ଦିରକୁ ପ୍ରବେଶ କରିବାପାଇଁ ଚାରିଦିଗରେ ଚାରିଗୋଟି ପ୍ରବେଶଦ୍ଵାର ରହିଅଛି । ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ ୧୨ ମିଟର ଉଚ୍ଚତା ବିଶିଷ୍ଟ ଏକ ଅରୁଣ ସ୍ତମ୍ଭ ରହିଅଛି ।
  • ଜଗନ୍ନାଥ ମନ୍ଦିର ମଧ୍ଯରେ ଜଗନ୍ନାଥ, ବଳଭଦ୍ର ଏବଂ କାଶୀ-ବିଶ୍ଵନାଥ ମନ୍ଦିର, ନୃସିଂହ ମନ୍ଦିର, ବିମଳା ସୁଭଦ୍ରାଙ୍କର ମୂର୍ତ୍ତି ଶୋଭାପାଉଛି । ମନ୍ଦିର ବେଢ଼ାରେ କାଶୀ-ବିଶ୍ଵନାଥ ମନ୍ଦିର, ନୃସିଂହ ମନ୍ଦିର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର, ନବଗ୍ରହ ମନ୍ଦିର ଆଦି ଛୋଟ ଛୋଟ ମନ୍ଦିରମାନ ରହିଅଛି ।
  • ମୁକ୍ତିମଣ୍ଡପ ଏବଂ ଆନନ୍ଦ ବଜାର ପୁରୀ ଜଗନ୍ନାଥ ମନ୍ଦିରର ଦୁଇଟି ଆକର୍ଷଣୀୟ ସ୍ଥାନ ।

(ଟ) ରାମାନୁଜଙ୍କ ମତ କ’ଣ ଥିଲା ?
Answer:

  • ଭକ୍ତିବାଦର ଅନ୍ୟତମ ପ୍ରଚାରକ ରାମାନୁଜ ଏକାଦଶ ଶତାବ୍ଦୀରେ ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିଲେ ।
  • ସେ ଈଶ୍ବରଙ୍କ ନିକଟରେ ନିଜକୁ ସମ୍ପୂର୍ଣ ରୂପେ ସମର୍ପଣ କରିବାପାଇଁ ଉପଦେଶ ଦେଇଥିଲେ।
  • ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵର ମିଳିପାରିବେ ବୋଲି ସେ କହୁଥିଲେ । ଜ୍ଞାନ ଅପେକ୍ଷା ଭକ୍ତି ଈଶ୍ଵରପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ପ୍ରଚାର କରିଥିଲେ ।
  • ତାଙ୍କ ମତରେ ମଣିଷ ଗୋଟିଏ ଜାତି, ସେଥ‌ିରେ ଉଚ୍ଚ ନୀଚର ସ୍ଥାନ ନାହିଁ ।
  • ତାଙ୍କର ଏହି ବାଣୀ ବହୁ ଲୋକଙ୍କୁ ପ୍ରଭାବିତ କରିଥିଲା ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(୦) ଦକ୍ଷିଣ ଭାରତରେ ସୃଷ୍ଟି ହୋଇଥ‌ିବା ଭାଷା ଓ ସାହିତ୍ୟ ବିଷୟରେ ଆଲୋଚନା କର ।
Answer:

  • ମଧ୍ୟଯୁଗରେ ଦକ୍ଷିଣ ଭାରତରେ ମୁଖ୍ୟତଃ ଦୁଇଟି ଭାଷା ପ୍ରଚଳିତ ଥିଲା । ପ୍ରଥମଟି ଥୁଲା ସଂସ୍କୃତ ଏବଂ ଅନ୍ୟଟି ଥିଲା ନୂତନଭାବେ ସୃଷ୍ଟ ଆଞ୍ଚଳିକ ଭାଷା ।
  • ସଂସ୍କୃତ ଭାଷା ବିଦ୍ୟାଳୟରେ ଶିକ୍ଷକ ଓ ଛାତ୍ରମାନଙ୍କଦ୍ୱାରା ଏବଂ ଧର୍ମାନୁଷ୍ଠାନଗୁଡ଼ିକରେ ବ୍ୟବହୃତ ହେଉଥିଲା ।
  • ପ୍ରଥମେ ଚୋଳ ରାଜ୍ୟରେ ଆଞ୍ଚଳିକ ଭାଷାରୂପେ ତାମିଲ ଭାଷା ପ୍ରଚଳିତ ହୋଇଥିଲା ଏବଂ ତା’ ପରେ ପରେ ଆନ୍ଧ୍ରରେ ତେଲୁଗୁ ଏବଂ ମହୀଶୂରର କନ୍ନଡ଼ ଭାଷା ସୃଷ୍ଟି ହୋଇଥିଲା ।
  • ଆଞ୍ଚଳିକ ଭାଷାରେ ବହୁ ସାହିତ୍ୟ ସୃଷ୍ଟି କରାଯାଇଥିଲା । ତାମିଲ ଓ ତେଲୁଗୁ ଭାଷାରେ ‘ରାମାୟଣ’, ତେଲୁଗୁ ଭାଷାରେ ‘ମହାଭାରତ’ ରଚିତ ହୋଇଥିଲେ । ଲିଙ୍ଗାୟତ ଗୋଷ୍ଠୀର ସନ୍ଥମାନେ କନ୍ନଡ଼ ଭାଷା ବ୍ୟବହାର କରି ସାହିତ୍ୟ ରଚନା କରିଥିଲେ।
  • ବିଶିଷ୍ଟ ଲେଖକ ଭାବେ ତାମିଲ କବି କମ୍ବାନ, ତେଲୁଗୁ କବି ଟିକାନା ଏବଂ କନ୍ନଡ଼ କବି ପମ୍ପା, ପୋନା ଓ ରାଜା ବିଖ୍ୟାତ ଥିଲେ ।

(ଡ) ମଧ୍ୟଯୁଗୀୟ ଓଡ଼ିଶାର ମନ୍ଦିର ସ୍ଥାପତ୍ୟ ବିଷୟରେ ଉଲ୍ଲେଖ କର ।
Answer:

  • ମଧ୍ୟଯୁଗୀୟ ଓଡ଼ିଶାରେ ମନ୍ଦିର ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଘଟିଥିଲା ।
  • ଓଡ଼ିଶାର ମନ୍ଦିରଗୁଡ଼ିକ ଥିଲା କଳିଙ୍ଗ ସ୍ଥାପତ୍ୟର ଅନନ୍ୟ ପରିପ୍ରକାଶ ।
  • ଭୁବନେଶ୍ୱରର ମୁକ୍ତେଶ୍ଵର ମନ୍ଦିର, ଅନନ୍ତ-ବାସୁଦେବ ମନ୍ଦିର, ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କର ସୂର୍ଯ୍ୟ ମନ୍ଦିର ଥିଲା କଳିଙ୍ଗ ସ୍ଥାପତ୍ୟର ଜ୍ଵଳନ୍ତ ନିଦର୍ଶନ ।
  • ପଥର ଉପରେ ପଥର ରଖ୍ ମନ୍ଦିର ନିର୍ମିତ ହୋଇଥିଲା । ମୁଖ୍ୟ ମନ୍ଦିରକୁ ବଡ଼ କରାଯିବା ସହ ଜଗମୋହନ, ନାଟ ମନ୍ଦିର ଓ ଭୋଗମଣ୍ଡପ ନିର୍ମିତ ହୋଇଥିଲା ।
  • ପ୍ରତ୍ୟେକ ସ୍ଥାନରେ ମୁଖ୍ୟମନ୍ଦିର ଚାରିପଟେ ମନ୍ଦିର ବେଢ଼ା ଭିତରେ ଅନେକ ଛୋଟ ଛୋଟ ମନ୍ଦିର ନିର୍ମିତ ହୋଇଥିଲା ।

୨। ଭୁଲ୍ ଥିଲେ ଠିକ୍ କରି ଲେଖ ।

(କ) ସୁଲତାନ୍ ମାମୁଦ୍‌ଙ୍କ ସମ୍ପର୍କରେ ଅମୀର ଖୁସ୍ରୁଙ୍କ ‘ଖଜାଇନ-ଉଲ-ଫୁତୁ’ ବର୍ଣ୍ଣନା କରିଥାଏ ।
Answer:

  • ସୁଲତାନ୍ ମାମୁଦ୍‌ଙ୍କ ସମ୍ପର୍କରେ ଫିର୍ଲୋସିଙ୍କ ‘ଶାହାନାମା’ ବର୍ଣ୍ଣନା କରିଥାଏ ।
  • କିମ୍ବା, ସୁଲତାନ୍ ଆଲ୍ଲାଉଦ୍ଦିନ୍ ଖାଲ୍‌ଜୀଙ୍କ ସମ୍ପର୍କରେ ଅମୀର ଖୁସୁଙ୍କ ‘ବ୍ୟାଜନ୍ -ଉଲ-ଫୁଜଚ୍ଛ ବର୍ଣ୍ଣନା କରିଥାଏ ।

(ଖ) ଓଡ଼ିଶାରେ ସୋମବଂଶୀମାନଙ୍କର ଶାସନ ବିଷୟରେ ସାହିତ୍ୟିକ ଉପାଦାନରୁ ଜଣାପଡ଼ିଥାଏ ।
Answer:
ଓଡ଼ିଶାରେ ସୋମବଂଶୀମାନଙ୍କର ଶାସନ ବିଷୟରେ ଅଭିଲେଖମାନଙ୍କରୁ ଜଣାପଡ଼ିଥାଏ ।

(ଗ) ପ୍ରତିହାରମାନେ ଶିବ ଓ ଦୁର୍ଗାଙ୍କର ଉପାସକ ଥିଲେ ।
Answer:
ପ୍ରତିହାରମାନେ ବିଷ୍ଣୁ ଓ ସୂର୍ଯ୍ୟଙ୍କର ଉପାସକ ଥିଲେ ।

(ଘ) ଦ୍ଵିତୀୟ ବୀରବଲ୍ଲୀଳ ପାଣ୍ଡବଂଶର ଶାସକ ଥିଲେ ।
Answer:
ଦ୍ଵିତୀୟ ବୀରବଲ୍ଲୀଳ ହୟଶାଳ ବଂଶର ଶାସକ ଥିଲେ ।

(ଙ) ସୋମବଂଶୀମାନେ ସୂର୍ଯ୍ୟବଂଶୀୟ ଶାସକ ଥିଲେ ।
Answer:
ମୁକ୍ତେଶ୍ଵର ମନ୍ଦିର ସୋମବଂଶୀମାନଙ୍କର ବିଶିଷ୍ଟ କୃତି ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଚ) ମୁକ୍ତେଶ୍ଵର ମନ୍ଦିର ଗଙ୍ଗମାନଙ୍କର ବିଶିଷ୍ଟ କୃତି ।
Answer:
ମୁକ୍ତେଶ୍ଵର ମନ୍ଦିର ସୋମବଂଶୀମାନଙ୍କର ବିଶିଷ୍ଟ କୃତି ।

(ଛ) ସତାନାଦଙ୍କ ‘ଭାସ୍ଵତୀ’ ଗଙ୍ଗବଂଶୀ ସମ୍ରାଟ ଚୋଡ଼ଗଙ୍ଗଦେବଙ୍କ ସମୟରେ ରଚିତ ହୋଇଥିଲା ।
Answer:
ସତାନାଦଙ୍କ ‘ଭାସ୍ଵତୀ’ ଗଙ୍ଗବଂଶୀ ସମ୍ରାଟ ଚୋଡ଼ଗଙ୍ଗଦେବଙ୍କ ସମୟରେ ରଚିତ ହୋଇଥିଲା ।

(କ) କ୍ଷୀରଚୋରା ଗୋପୀନାଥ ମନ୍ଦିର ଲାଙ୍ଗୁଳା ନରସିଂହଦେବଙ୍କର ଅନନ୍ୟ କୃତି ।
Answer:
(ଉକ୍ତିଟି ଠିକ୍ ଅଛି)

(ଝ) ନିମ୍ବାର୍କ ‘ଅଦ୍ଵୈତ ମତବାଦ’ ପ୍ରଚାର କରିଥିଲେ ।
Answer:
ଶଙ୍କରାଚାର୍ଯ୍ୟ ‘ଅଦ୍ଵୈତ ମତବାଦ’ ପ୍ରଚାର କରିଥିଲେ ।

(ଞ) ନାନାୟ କନ୍ନଡ଼ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
Answer:
କମ୍ବାନ ତାମିଲ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
କିମ୍ବା, ନାନାୟ ତେଲୁଗୁ ଭାଷାରେ ‘ମହାଭାରତ’ ରଚନା କରିଥିଲେ ।

(ଟ) ଲିଙ୍ଗାୟତ ଗୋଷ୍ଠୀର ସନ୍ଥମାନେ ସଂସ୍କୃତ ଭାଷା ବ୍ୟବହାର କରିଥିଲେ ।
Answer:
ଲିଙ୍ଗାୟତ ଗୋଷ୍ଠୀର ସନ୍ଥମାନେ କନ୍ନଡ଼ ଭାଷା ବ୍ୟବହାର କରିଥିଲେ ।

(୦) ବିହାରର ଆବୁ ପର୍ବତରେ ଥ‌ିବା ଦିରା ଜୈନ ମନ୍ଦିର ତା’ର ମାର୍ବଲ କଳା ପାଇଁ ପ୍ରସିଦ୍ଧ ।
Answer:
ରାଜସ୍ଥାନର ଆବୁ ପର୍ବତରେ ଥ‌ିବା ଦିୱାରା ଜୈନ ମନ୍ଦିର ତା’ର ମାର୍ବଲ କଳା ପାଇଁ ପ୍ରସିଦ୍ଧ ।

୩ । ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।

(କ) ‘ତୁଘ୍ଲକ୍‌ମା’ ________________ଙ୍କ ଦ୍ବାରା ରଚିତ ହୋଇଥିଲା ।
(ଫିର୍ଲୋସି, ଆବୁଲ୍ ଫାଜଲ୍, ଅମୀର ଖୁସ୍ରୁ, ଇନାୟତ ଖାଁ)
Answer:
ଅମୀର ଖୁସ୍ରୁ

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(କ) ‘ତୁଘ୍ଲକ୍‌ ନାମା’ ____________ ଥର ଭାରତ ଆକ୍ରମଣ କରିଥିଲେ ।
(୧୪, ୧୫, ୧୬, ୧୭)
Answer:
୧୭

(ଗ) ପୃଥ୍ୱୀରାଜ ମହମ୍ମଦ ଘୋରୀଙ୍କୁ _______________________ ଯୁଦ୍ଧରେ ପରାସ୍ତ କରିଥିଲେ ।
(ପ୍ରଥମ ତିରୋରୀ, ଦ୍ବିତୀୟ ତିରୋରୀ, ଚାନ୍ଦରୀ, ହଳଦୀଘାଟ)
Answer:
ପ୍ରଥମ ତିରୋରୀ

(ଘ) ମହେନ୍ଦ୍ର ପାଳ _______________ ବଂଶର ରାଜା ଥିଲେ ।
(ପାଳ, ପ୍ରତିହାର, ପାଠ୍ୟ, ଚୋଳ)
Answer:
ପ୍ରତିହାର

(ଙ) ଚୋଳମାନଙ୍କର ରାଜଧାନୀ _________________ ଥଲା ।
(ତାଞ୍ଜୋର, କନୌଜ, ମଦୁରା, ଦ୍ଵାରସମୁଦ୍ର)
Answer:
ତାଞ୍ଜୋର

(ଚ) ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର __________________ଙ୍କ ସମୟରେ ନିର୍ମିତ ହୋଇଥିଲା ।
(ପ୍ରଥମ ଜନମେଜୟ, ପ୍ରଥମ ଯଯାତି, ଦ୍ବିତୀୟ ଯଯାତି, କର୍ଣ୍ଣଦେବ)
Answer:
ଦ୍ବିତୀୟ ଯଯାତି

(ଛ) ‘ଭାସ୍ଵତୀ’ ନାମକ ଗ୍ରନ୍ଥ __________________ ରଚନା କରିଥିଲେ ।
(ବିଦ୍ୟାଧର, ସତାନାଦ, ଶାରଳା ଦାସ, ଜଗନ୍ନାଥ ଦାସ)
Answer:
ସତାନାଦ

(ଜ) କମ୍ବାନ __________________ ଭାଷାରେ ‘ରାମାୟଣ’ ରଚନା କରିଥିଲେ ।
(ତେଲୁଗୁ, ତାମିଲ, କନ୍ନଡ଼, ଓଡ଼ିଆ)
Answer:
ତାମିଲ

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

(ଝ) ଗୋପୁରମ୍ _________________ ଭାରତୀୟ ମନ୍ଦିରଗୁଡ଼ିକରେ ଦେଖାଯାଏ ।
(ଉତ୍ତର, ଦକ୍ଷିଣ, ପୂର୍ବ, ପଶ୍ଚିମ)
Answer:
ଦକ୍ଷିଣ

(ଞ) ________________ କଳିଙ୍ଗ ସ୍ଥାପତ୍ୟର ନିଦର୍ଶନ ।
(ସୋମନାଥ ମନ୍ଦିର, ରାଜରାଜେଶ୍ଵର ମନ୍ଦିର, ଦିଦ୍ୱାରା ମନ୍ଦିର, ମୁକ୍ତେଶ୍ଵର ମନ୍ଦିର)
Answer:
ମୁକ୍ତେଶ୍ଵର ମନ୍ଦିର

(ଟ) __________‘ଅଦ୍ଵୈତ ମତବାଦ’ର ପ୍ରଚାରକ ।
(ରାମାନନ୍ଦ, ରାମାନୁଜ, ଶଙ୍କର, ନିମ୍ବାର୍କ)
Answer:
ଶଙ୍କର

୪। ‘କ’ ସ୍ତମ୍ଭର ଖ୍ରୀଷ୍ଟାବ୍ଦ ସହିତ ‘ଖ’ ସ୍ତମ୍ଭର ଘଟଣାକୁ ସଠିକ୍ ଭାବରେ ଯୋଡ଼ି ବାକ୍ୟ ଗଠନ କର ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ 1

Answer:
୧୧୯୨ ଖ୍ରୀଷ୍ଟାବ୍ଦରେ ଦ୍ବିତୀୟ ତିରୋରୀ ଯୁଦ୍ଧ ସଂଘଟିତ ହୋଇଥିଲା ।
୧୦୨୫ ଖ୍ରୀଷ୍ଟାବ୍ଦରେ ସୋମନାଥ ମନ୍ଦିର ଲୁଣ୍ଠନ ହୋଇଥିଲା ।
୧୧୧୦ ଖ୍ରୀଷ୍ଟାବ୍ଦରେ ଚୋଡ଼ଗଙ୍ଗଦେବ ଉତ୍କଳ ଅଧିକାର କରିଥିଲେ ।
୧୨୩୮ ଖ୍ରୀଷ୍ଟାବ୍ଦରେ ’ପ୍ରଥମ ନରସିଂହଦେବ ସିଂହାସନ ଆରୋହଣ କରିଥିଲେ ।
୮୪୦ ଖ୍ରୀଷ୍ଟାବ୍ଦରେ ପ୍ରଥମ ମହିର ଭୋଜ ସିଂହାସନ ଆରୋହଣ କରିଥିଲେ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୫। ସଂକ୍ଷିପ୍ତ ଟିପ୍‌ପଣୀ ଲେଖ ।
ପ୍ରଥମ ତିରୋରୀ ଯୁଦ୍ଧ :
Answer:

  • ପ୍ରଥମ ତିରୋରୀ ଯୁଦ୍ଧ ୧୧୯୧ ଖ୍ରୀଷ୍ଟାବ୍ଦରେ ତିରୋରୀଠାରେ ସଂଘଟିତ ହୋଇଥିଲା ।
  • ଦିଲ୍ଲୀର ଚୌହାନ୍ ବଂଶର ରାଜା ପୃଥ୍ୱୀରାଜ ରାଜପୁତମାନଙ୍କ ସହାୟତାରେ ମହମ୍ମଦ ଘୋରୀଙ୍କୁ ଏହି ଯୁଦ୍ଧରେ ପରାସ୍ତ କରିଥିଲେ ।

ପ୍ରଥମ ରାଜରାଜଙ୍କ ରାଜ୍ୟଜୟ :
Answer:

  • ପ୍ରଥମ ରାଜରାଜ ସିଂହାସନ ଆରୋହଣ କରିବା ପରେ ଚାଲୁକ୍ୟ, ପାଣ୍ଡ ଏବଂ ଚେରମାନଙ୍କୁ ପରାସ୍ତ କରିଥିଲେ । ସେ ମଧ୍ୟ ବେଙ୍ଗୀ ଅସ୍ଵୀକାର କରିଥିଲେ ।
  • ଚେରମାନଙ୍କୁ ପରାସ୍ତ କରି ସେମାନଙ୍କଠାରୁ ଏକ ବିଶାଳ ନୌବାହିନୀ ଛଡ଼ାଇ ଆଣିଥିଲେ ।
  • ବିଭିନ୍ନ ରାଜ୍ୟ ଜୟ କରି ସେ ଏକ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିଥିଲେ ।

ସଭାର କାର୍ଯ୍ୟ :
Answer:

  • ସଭା ବିଭିନ୍ନ କମିଟି ବା ‘ଭାରିୟମ୍’ର ସଦସ୍ୟମାନଙ୍କୁ ନିର୍ବାଚିତ କରୁଥିଲା ।
  • ସେମାନଙ୍କ ସାହାଯ୍ୟରେ ଗ୍ରାମର ବଗିଚା, ପୋଖରୀ, ଜଳସେଚନ, ମନ୍ଦିର ଆଦିର ଉନ୍ନତିମୂଳକ କାର୍ଯ୍ୟମାନ ତଦାରଖ କରୁଥିଲା ।

କୟଲ ବନ୍ଦର :
Answer:

  • କୟଲ ଥିଲା ପାଣ୍ଡ ରାଜ୍ୟର ବୃହତ୍ତମ ବନ୍ଦର ।
  • ଆରବ ସାଗର ଏବଂ ଚୀରୁ ବହୁତ ଜାହାଜ ଏଠାକୁ ଆସୁଥିଲା ।
  • ଏହାଦ୍ଵାରା ବହୁ ବୈଦେଶିକ ଶକ୍ତି ସହିତ ପାଣ୍ଡୁ ରାଜ୍ୟର ବାଣିଜ୍ୟିକ ସମ୍ପର୍କ ତିଷ୍ଠି ରହିଥିଲା ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

ପ୍ରଥମ ଯଯାତିଙ୍କ ରାଜ୍ୟଜୟ :
Answer:

  • ପ୍ରଥମ ଯଯାତି କଳଚୁରୀମାନଙ୍କୁ ପରାଜିତ କରିଥିଲେ ।
  • ସେ ଭଞ୍ଜମାନଙ୍କୁ ପରାଜିତ କରିବା ସହିତ ଉତ୍କଳରେ ରାଜୁତି କରୁଥିବା ଭୌମକରମାନଙ୍କ ରାଜ୍ୟର କିଛି ଅଂଶ ଅଧ୍ୟାର କରି ନେଇଥିଲେ ।

ଚୋଡ଼ଗଙ୍ଗଦେବଙ୍କ ଦୁର୍ଗ ନିର୍ମାଣ :
Answer:

  • ଚୋଡ଼ଗଙ୍ଗଦେବ ଜଣେ ଦିଗ୍‌ବିଜୟୀ ସମ୍ରାଟ ରୂପେ ଖ୍ୟାତି ଅର୍ଜନ କରିଥିଲେ ।
  • ସେ ବାରଙ୍ଗ, କଟକ, ଚୌଦ୍ଵାର, ଯାଜପୁର ଏବଂ ଅମରାବତୀ (କଟକ ଜିଲ୍ଲାର ଛତିଆ) ଠାରେ ସାମ୍ରାଜ୍ୟର ସୁରକ୍ଷା ନିମନ୍ତେ ଦୁର୍ଗମାନ ନିର୍ମାଣ କରିଥିଲେ ।

ପୁରୀର ଜଗନ୍ନାଥ ମନ୍ଦିର :
Answer:

  • କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ କାରୁକାର୍ଯ୍ୟସଂପନ୍ନ ପୁରୀର ଜଗନ୍ନାଥ ମନ୍ଦିର ଚୋଡ଼ଗଙ୍ଗଦେବଙ୍କର ଏକ ଅମର କୀର୍ତ୍ତି ।
  • ଏହି ମନ୍ଦିରର ଉଚ୍ଚତା ପ୍ରାୟ ୬୬ ମିଟର । ମନ୍ଦିରକୁ ପ୍ରବେଶ କରିବାପାଇଁ ଚାରିଦିଗରେ ଚାରିଗୋଟି ପ୍ରବେଶଦ୍ଵାର ରହିଛି ।
  • ମନ୍ଦିରର ପୂର୍ବଦ୍ୱାର ସମ୍ମୁଖରେ ୧୨ ମିଟର ଉଚ୍ଚତା ବିଶିଷ୍ଟ ଅରୁଣ ସ୍ତମ୍ଭ ରହିଛି । ଏହି ମନ୍ଦିରରେ ବଳଭଦ୍ର ଜଗନ୍ନାଥ ଏବଂ ସୁଭଦ୍ରାଙ୍କ ମୂର୍ତ୍ତି ଶୋଭାପାଉଛି ।
  • ଏହି ମନ୍ଦିରର ଚାରିପଟେ ଏକ ବିଶାଳ ପାଚେରୀ ପରିବେଷ୍ଟିତ ହୋଇ ରହିଛି; ଯାହା ‘ମେଘନାଦ ପାଚେରୀ’ ନାମରେ ବିଖ୍ୟାତ । ମନ୍ଦିର ବେଢ଼ା ମଧ୍ଯରେ ଅନେକ ଛୋଟ ଛୋଟ ମନ୍ଦିର ଅଛି।

ଶଙ୍କର :
Answer:

  • ଦକ୍ଷିଣ ଭାରତର ବିଶିଷ୍ଟ ଧର୍ମସଂସ୍କାରକ ଶଙ୍କର (ଶଙ୍କରାଚାର୍ଯ୍ୟ) ୭୮୮ ଖ୍ରୀ.ଅ.ରେ କେରଳର କାଲାଡ଼ିଠାରେ ଜନ୍ମଗ୍ରହଣ କରିଥିଲେ ।
  • ତାଙ୍କର ମତବାଦକୁ ‘ଅଦ୍ଵୈତ ମତବାଦ’ କୁହାଯାଏ । ସେ ଜ୍ଞାନ ବଳରେ ଈଶ୍ଵର ମିଳିପାରିବେ ବୋଲି ପ୍ରଚାର କରିଥିଲେ । ସେ ସମଗ୍ର ଜଗତକୁ ମିଥ୍ୟା ଓ ବ୍ରହ୍ମଙ୍କୁ ସତ୍ୟ ବୋଲି କହୁଥିଲେ ।
  • ସେ ହିନ୍ଦୁଧର୍ମର ପୁନରୁତ୍‌ଥାନ କରିଥିଲେ ଏବଂ ଭାରତରେ ବହୁ ଧର୍ମପୀଠ ଓ ମଠ ପ୍ରତିଷ୍ଠା କରିଥିଲେ । ମାତ୍ର ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା ।

ରାମାନୁଜ :
Answer:

  • ଏକାଦଶ ଶତାବ୍ଦୀରେ ରାମାନୁଜ ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିଲେ । ସେ ଭକ୍ତିବାଦର ଅନ୍ୟତମ ପ୍ରଚାରକ ଥିଲେ ।
  • ଈଶ୍ଵରଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣରୂପେ ସମର୍ପଣ କରିବାପାଇଁ ସେ ଉପଦେଶ ଦେଇଥିଲେ ।
  • ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵର ମିଳିପାରିବେ ବୋଲି ସେ’ କହୁଥିଲେ । ଜ୍ଞାନ ଅପେକ୍ଷା ଭକ୍ତି ଈଶ୍ଵରପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ପ୍ରଚାର କରିଥିଲେ ।
  • ତାଙ୍କ ମତରେ ମଣିଷ ଗୋଟିଏ ଜାତି । ସେଥ‌ିରେ ଉଚ୍ଚ ନୀଚର ସ୍ଥାନ ନାହିଁ । ତାଙ୍କର ଏହି ବାଣୀ ବହୁ ଲୋକଙ୍କୁ ପ୍ରଭାବିତ କରିଥିଲା ।

କବୀର :
Answer:

  • କବୀର ଥିଲେ ଭକ୍ତିବାଦର ଅନ୍ୟତମ ଶ୍ରେଷ୍ଠ ପୁରୋଧା ।
  • ୧୪୦୦ ଖ୍ରୀ.ଅ.ରେ ଜନ୍ମଗ୍ରହଣ କରିଥିବା କବୀର ଜଣେ ବ୍ରାହ୍ମଣର ସନ୍ତାନ ଥିଲେ । ମାତୃ ପରିତ୍ୟକ୍ତ କବୀରଙ୍କୁ ଏକ ମୁସଲମାନ ତନ୍ତୀ ଦମ୍ପତି ପାଳନ କରିଥିଲେ ।
  • ଈଶ୍ବର ଏକ ଏବଂ ତାଙ୍କ ନାମ ଉପରେ କଳହ କରିବା ଅନୁଚିତ ବୋଲି ସେ କହୁଥିଲେ ।
  • ସେ ଜାତିପ୍ରଥା, ବଡ଼ ସାନ, ଛୁଆଁ ଅଛୁଆଁ ଭେଦଭାବକୁ ଘୋର ବିରୋଧ କରୁଥିଲେ । ଏସବୁ ତ୍ୟାଗ କରିବାକୁ ସେ ଉପଦେଶ ଦେଉଥିଲେ ।
  • ତାଙ୍କର ଭଜନକୁ ‘ଦୋହା’ ଏବଂ ତାଙ୍କର ଅନୁଗାମୀମାନଙ୍କୁ ‘କବୀରପନ୍ଥୀ’ କୁହାଯାଏ । ତାଙ୍କର ବାଣୀଗୁଡ଼ିକ ସଂକଳିତ ହୋଇଥ‌ିବା ଗ୍ରନ୍ଥକୁ ‘ବୀଜକ’ କୁହାଯାଏ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

ନାନକ :
Answer:

  • ନାନକ ଭକ୍ତି ଆନ୍ଦୋଳନର ଅନ୍ୟତମ ପୁରୋଧା ଥିଲେ ।
  • ସେ ୧୪୬୯ ଖ୍ରୀ.ଅ.ରେ ପଞ୍ଜାବର ତଣ୍ଡିଠାରେ ଜନ୍ମଗ୍ରହଣ କରିଥିଲେ ।
  • ଶିଖ୍ ଧର୍ମର ପ୍ରତିଷ୍ଠାତା ଓ ପ୍ରଧାନ ପ୍ରବକ୍ତାଭାବେ ସେ ସରଳ ଭକ୍ତିବାଦର ପ୍ରଚାର କରିଥିଲେ ।
  • ନିର୍ମଳ ମନ ଓ ଉତ୍ତମ ଚରିତ୍ରର ଅଧ‌ିକାରୀ ହେଲେ ଈଶ୍ୱରପ୍ରାପ୍ତି ସମ୍ଭବ ବୋଲି କହୁଥିଲେ ।
  • ତାଙ୍କ ପ୍ରଚାରିତ ବାଣୀ ‘ଆଦିଗ୍ରନ୍ଥ’ ବା ‘ଗୁରୁ ଗ୍ରନ୍ଥସାହେବ’ରେ ଲିପିବଦ୍ଧ ହୋଇଛି ।

ଶ୍ରୀଚୈତନ୍ୟ :
Answer:

  • ଶ୍ରୀଚୈତନ୍ୟ ଭକ୍ତ ଆନ୍ଦୋଳନର ଅନ୍ୟତମ ପ୍ରବକ୍ତା ଥିଲେ ।
  • ୧୪୮୬ ଖ୍ରୀ.ଅ.ରେ ସେ ବଙ୍ଗଳାର ନବଦ୍ଵୀପରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।
  • ସେ ବ୍ରାହ୍ମଣ୍ୟ ଧର୍ମର ସମସ୍ତ ପୂଜାପାଠକୁ ତୀବ୍ର ନିନ୍ଦା କରୁଥିଲେ ।
  • ପ୍ରକୃତ ଈଶ୍ବର ଉପାସନା ପ୍ରେମ, ଭକ୍ତି, ଗୀତ ଏବଂ ନୃତ୍ୟ ଉପରେ ନିର୍ଭର କରେ ବୋଲି ସେ କହୁଥିଲେ ।
  • ତାଙ୍କର ଧର୍ମବାଣୀ ‘ଚୈତନ୍ୟ ଚରିତାମୃତ’ରେ ସଂଗୃହୀତ ହୋଇଛି ।

ଗୋପୁରମ୍ :
Answer:

  • ମଧ୍ୟଯୁଗରେ ଦକ୍ଷିଣ ଭାରତରେ ପଥର ଉପରେ ପଥର ରଖ୍ ଦୁଇ କୋଠରି ବିଶିଷ୍ଟ ମନ୍ଦିର ନିର୍ମାଣ କରାଯାଉଥିଲା। । ଗୋଟିଏ ଥୁଲା ପ୍ରଧାନ ଉପାସନା କୋଠରି ଏବଂ ଅନ୍ୟଟି ଥିଲା ପ୍ରବେଶ କୋଠରି ।
  • କାଳକ୍ରମେ ମନ୍ଦିରରେ ଅନେକ କୋଠରି ନିର୍ମିତ ହେଲା ଏବଂ ମନ୍ଦିର ମଧ୍ୟକୁ ଯିବାପାଇଁ ପ୍ରବେଶଦ୍ଵାର ନିର୍ମିତ ହେଲା । ଏହି ପ୍ରବେଶଦ୍ଵାରକୁ ଗୋପୁରମ୍ କୁହାଯାଉଥିଲା ।

ତେଲୁଗୁ ଭାଷାରେ ସାହିତ୍ୟ :
Answer:

  • ମଧ୍ୟଯୁଗରେ ଆନ୍ଧ୍ରରେ ତେଲୁଗୁ ଭାଷା ଓ ଲିପି ପ୍ରଚଳିତ ଥିଲା ! ତେଲୁଗୁ ଭାଷାରେ ‘ରାମାୟଣ’ ଓ ‘ମହାଭାରତ’ ରଚିତ ହୋଇଥିଲା ।
  • ନାନାୟଙ୍କଦ୍ବାରା ରଚିତ ‘ମହାଭାରତ’ ତେଲୁଗୁ ସାହିତ୍ୟର ଏକ ଅମ୍ଳାନ ସୃଷ୍ଟି ।
  • ପରବର୍ତୀ ସମୟରେ ଟିକାନା ନାମକ ଜଣେ କବି ଏହାକୁ ଆନ୍ଧ୍ରରେ ଲୋକପ୍ରିୟ କରାଇଥିଲେ ।

୬ । ପ୍ରଥମ ତିରୋରୀ ଯୁଦ୍ଧ ଓ ଦ୍ଵିତୀୟ ତିରୋରୀ ଯୁଦ୍ଧର ଏକ ତୁଳନାତ୍ମକ ବିବରଣୀ ପ୍ରସ୍ତୁତ କର ।
Answer:

ପ୍ରଥମ ତିରୋରୀ ଯୁଦ୍ଧ ଦ୍ଵିତୀୟ ତିରୋରୀ ଯୁଦ୍ଧ
(i) ପ୍ରଥମ ତିରୋରୀ ଯୁଦ୍ଧ ୧୧୯୧ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା ।
(ii) ପ୍ରଥମ ତିରୋରୀ ଯୁଦ୍ଧରେ ଚୌହାନ ବଂଶୀୟ ରାଜା ପୃଥ୍ୱୀରାଜ ରାଜପୁତମାନଙ୍କ ସାହାଯ୍ୟରେ ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ।
(iii) ପ୍ରଥମ ତିରୋରୀ ଯୁଦ୍ଧର ଫଳାଫଳ ଭାରତୀୟ ରାଜାମାନଙ୍କ ସପକ୍ଷରେ ଯାଇଥିଲା ।
(i) ଦ୍ଵିତୀୟ ତିରୋରୀ ଯୁଦ୍ଧ ୧୧୯୨ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଥିଲା ।
(ii) ଦ୍ବିତୀୟ ତିରୋରୀ ଯୁଦ୍ଧରେ ମହମ୍ମଦ ଘୋରୀ ପୃଥ୍ୱୀରାଜଙ୍କୁ ପରାସ୍ତ କରି ଦିଲ୍ଲୀ ଅସ୍ଵୀକାର କରିଥିଲେ ।
(iii) କିନ୍ତୁ ଦ୍ଵିତୀୟ ତିରୋରୀ ଯୁଦ୍ଧର ଫଳାଫଳ ଭାରତୀୟ ରାଜାମାନଙ୍କ ବିପକ୍ଷରେ ଯାଇଥିଲା ।

୭ । ଚୋଳ, ପାଣ୍ଡୁ, ହୟଶାଳ, ଯାଦବ ଏବଂ ପ୍ରତିହାର ବଂଶୀୟ ରାଜାମାନଙ୍କର ଏକ ତାଲିକା ପ୍ରସ୍ତୁତ କର ।
Answer:
ପ୍ରାଚୀନ ଭାରତବର୍ଷରେ ଚୋଳ, ପାଣ୍ଡ୍ଯ, ହୟଶାଳ ଏବଂ ଯାଦବ ବଂଶର ରାଜାମାନେ ଦକ୍ଷିଣ ଭାରତରେ ଶାସନ କରୁଥିଲାବେଳେ ପ୍ରତିହାର ବଂଶର ଶାସକମାନେ ଉତ୍ତର ଭାରତରେ ଶାସନ କରୁଥିଲେ । ଏହି ବଂଶଗୁଡ଼ିକର ରାଜାମାନଙ୍କର ଏକ ତାଲିକା ନିମ୍ନରେ ପ୍ରଦାନ କରାଗଲା ।

  • ଚୋଳ ବଂଶ – ପାଣ୍ଡ୍ଯ ବଂଶ – ପ୍ରଥମ ରାଜରାଜ, ରାଜେନ୍ଦ୍ର ଚୋଳ, ତୃତୀୟ ରାଜେନ୍ଦ୍ର ଚୋଳ ।
  • ହୟଶାଳ – ବିଟ୍ଟିଗ ବା ବିଷ୍ଣୁବର୍ଜନ; ଦ୍ଵିତୀୟ ବୀରବଲ୍ଲୋଳ, ତୃତୀୟ ବୀରବଲ୍ଲୀଳ ।
  • ଯାଦବ ବଂଶ – ଭିଲ୍ଲିମା, ଜୈତୁଗୀ ବା ଜୈତ୍ରପାଳ, ସିଂହତା, ରାମଚନ୍ଦ୍ର ଦେବ, ଶଙ୍କର ଦେବ, ହରପାଳ ଦେବ ।
  • ପ୍ରତିହାର ବଂଶ – ପ୍ରଥମ ମିହିର ଭୋଜ, ମହେନ୍ଦ୍ର ପାଳ ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୮। ମହମ୍ମଦ ଘୋରୀ ଏବଂ ମାମୁଦ୍ ଗଜନୀଙ୍କ ଭାରତ ଆକ୍ରମଣ ମଧ୍ୟରୁ ତୁମେ କେଉଁଟିକୁ ବେଶି ଗୁରୁତ୍ଵପୂର୍ଣ ଭାବୁଛ ଏବଂ କାହିଁକି ?
Answer:
ମହମ୍ମଦ ଘୋରୀ ଏବଂ ମାମୁଦ୍ ଗଜନୀଙ୍କ ଭାରତ ଆକ୍ରମଣ ମଧ୍ୟରୁ ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ଅଧ୍ଵ ଗୁରୁତ୍ଵପୂର୍ଣ୍ଣ ଅଟେ । କାରଣ, ସୁଲତାନ ମାମୁଦ୍ ଭାରତ ଆକ୍ରମଣ କରି କେବଳ ଧନସଂପଦ ଲୁଣ୍ଠନ କରିଥିଲେ, ମାତ୍ର ଭାରତରେ ସାମ୍ରାଜ୍ୟ ସ୍ଥାପନ କରିବାର ଲାଳସା ରଖୁନଥିଲେ । କିନ୍ତୁ ମହମ୍ମଦ ଘୋରୀଙ୍କର ଭାରତ ଆକ୍ରମଣ ପଛରେ ସାମ୍ରାଜ୍ୟ ବିସ୍ତାର କରିବାର ଅଭିଳାଷ ଥିଲା । ବାସ୍ତବରେ ଦିଲ୍ଲୀରେ ସୁଲତାନୀ ଶାସନ ପ୍ରତିଷ୍ଠା ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ଯୋଗୁଁ ସମ୍ଭବ ହୋଇଥିଲା । ଭାରତୀୟ ରାଜାମାନେ ନିଜର ସ୍ଵାଧୀନତା ହରାଇ ତୁର୍କୀ, ଆଫଗାନ୍‌ମାନଙ୍କ ବଶତା ସ୍ବୀକାର କରିଥିଲେ ।

୯ । ମାନଚିତ୍ର ଅଙ୍କନ କରି ଚୋଳ, ପାଣ୍ଡ ଏବଂ ହୟଶାଳମାନଙ୍କର ରାଜ୍ୟ ଚିହ୍ନଟ କର ।
Answer:
BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୦ । ଶଙ୍କର ଏବଂ ରାମାନୁଜଙ୍କ ମତ ସମ୍ପର୍କରେ ଆଲୋଚନା କରି ତୁମେ କେଉଁଟିକୁ ଏବଂ କାହିଁକି ପ୍ରାଧାନ୍ୟ ଦେବ ଲେଖ ।
Answer:

  • ଦକ୍ଷିଣ ଭାରତରେ ଜନ୍ମଗ୍ରହଣ କରିଥିବା ଧର୍ମସଂସ୍କାରକ ଶଙ୍କର ଥିଲେ ‘ଅଦ୍ଵୈତ ମତବାଦ’ର ପ୍ରବର୍ତ୍ତକ ।
  • ସେ ସମଗ୍ର ଜଗତକୁ ମିଥ୍ୟା ଏବଂ ବ୍ରହ୍ମ (ଈଶ୍ବର)ଙ୍କୁ ସତ୍ୟ ବୋଲି ବର୍ଣ୍ଣନା କରିଥିଲେ । ଜ୍ଞାନ ବଳରେ ଈଶ୍ଵର ମିଳିପାରିବେ ବୋଲି ସେ ପ୍ରଚାର କରିଥିଲେ ।
  • ଅପର ପକ୍ଷରେ ରାମାନୁଜ ଥିଲେ ଭକ୍ତିବାଦର ପ୍ରଚାରକ । ପ୍ରେମ ଓ ଭକ୍ତିଦ୍ଵାରା ଈଶ୍ଵର ମିଳିପାରିବେ ବୋଲି ସେ କହୁଥିଲେ ।
  • ଜ୍ଞାନ ଅପେକ୍ଷା, ଭକ୍ତି ଈଶ୍ଵରପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ ବୋଲି ସେ ପ୍ରଚାର କରିଥିଲେ ।
  • ମୁଁ ଶଙ୍କରଙ୍କ ମତ ଅପେକ୍ଷା ରାମାନୁଜଙ୍କ ମତକୁ ଅଧିକ ପ୍ରାଧାନ୍ୟ ବେବି । କାରଣ ସେ ଜାତିପ୍ରଥା ଓ ଉଚ୍ଚ- ନୀଚ ଭେଦଭାଦରେ ବିରୋଧୀ ଥିବାରୁ ତାଙ୍କ ବାଣୀ ସବୁବର୍ଗର ଲୋକଙ୍କୁ ପ୍ରଭାବିତ କରିଥିଲା ।
  • ଏହାଛଡ଼ା ତାଙ୍କଦ୍ୱାରା ପ୍ରଚାରିତ ଭକ୍ତିବାଦ ସହଜ ଓ ସରଳ ଥ‌ିବାରୁ ଅଧ‌ିକ ଜନପ୍ରିୟ ହୋଇପାରିଥିଲା ।

BSE Odisha 7th Class History Solutions Chapter 1 ନୂତନ ଶକ୍ତିର ଅଭ୍ୟୁତ୍‌ଥାନ

୧୧ । ପଠିତ ବିଷୟରୁ ଆଞ୍ଚଳିକ ଭାଷାରେ ଲିଖ୍ ସାହିତ୍ୟର ଏକ ତାଲିକା ପ୍ରସ୍ତୁତ କର ।
Answer:

  • ମଧ୍ୟଯୁଗରେ ସୃଷ୍ଟି ହୋଇଥିବା ଆଞ୍ଚଳିକ ଭାଷାଗୁଡ଼ିକ ମଧ୍ୟରେ ତାମିଲ ଭାଷା, ତେଲୁଗୁ ଭାଷା, କନ୍ନଡ଼ ଭାଷା, ମରାଠୀ ଭାଷା, ଗୁଜରାଟୀ ଭାଷା ଏବଂ ଓଡ଼ିଆ ଭାଷା ପ୍ରଧାନ ।
  • ସାହିତ୍ୟର ଏକ ଅମ୍ଳାନ ସୃଷ୍ଟି । ପରବର୍ତ୍ତୀ କାଳରେ ଟିକାନା ନାମକ ଜଣେ କବି ଏହାକୁ ଜନପ୍ରିୟ କରାଇଥିଲେ । ତେଲୁଗୁ ଭାଷାରେ ‘ରାମାୟଣ’ ମଧ୍ୟ ରଚିତ ହୋଇଥିଲା ।
  • ସେହିପରି ଲିଙ୍ଗାୟତ ଗୋଷ୍ଠୀର ପମ୍ପା, ପୋନା ଓ ରାଜା କନ୍ନଡ଼ ସାହିତ୍ୟର ବିଖ୍ୟାତ ସ୍ରଷ୍ଟା ଥିଲେ ।
  • ଓଡ଼ିଆ ଭାଷାର ‘ଚର୍ଯ୍ୟାଗୀତିକା’ ଏହି ସମୟର ସୃଷ୍ଟି ଥିଲା ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Odisha State Board BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) Textbook Exercise Questions and Answers.

BSE Odisha Class 9 Maths Solutions Geometry Chapter 6 ଅଙ୍କନ Ex 6(i)

Question 1.
Δ ABC ଅଙ୍କନ କର ଯାହାର BC = 5.8 ସେ.ମି., m∠B = 60° ଓ A͞D ଲମ୍ବର ଦୈର୍ଘ୍ୟ = 4.2 ସେ.ମି. । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 1
(a) 5.8 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(b) B ବିନ୍ଦୁରେ \(\overrightarrow{\mathrm{BM}}\) ଲମ୍ବ ଅଙ୍କନ କର ଯାହାର ଦୈର୍ଘ୍ୟ 4.2 ସେ.ମି. ଏବଂ B ବିନ୍ଦୁରେ ∠YBC ଅଙ୍କନ କର ଯାହାର ପରିମାଣ 60° ହେବ ।
(c) M ବିନ୍ଦୁରେ B͞C ସହ ସମାନ୍ତର କରି \(\overrightarrow{\mathrm{MX}}\) ଅଙ୍କନ କର ଯାହା \(\overrightarrow{\mathrm{BY}}\) କୁ A ବିନ୍ଦୁରେ ଛେଦ କରିବ ।
(d) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) BC ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{MX}}\) କୁ R ବିନ୍ଦୁରେ ଛେଦ କରୁ ।
(f) R͞B ଓ R͞C ଅଙ୍କନ କରି Δ ABC ର ସମକ୍ଷେତ୍ରଫଳ ବିଶିଷ୍ଟ Δ RBC ପାଇପାରିବ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 2.
Δ ABC ଅଙ୍କନ କର ଯାହାର BC = 5.4 ସେ.ମି., m∠B = 60°, m∠A = 75° । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜ ଅଙ୍କନ କର । ଭୂମି B͞D ର ଦୈର୍ଘ୍ୟ 6.3 ସେ.ମି. ନେଇ (ଯେପରି B – C – D) BD ଉପରେ Δ ABC ର ସମକ୍ଷେତ୍ରଫଳ ବିଶିଷ୍ଟ Δ A’BD ଅଙ୍କନ କର ।
ସମାଧାନ:
ତ୍ରିଭୁଜର ତିନି କୋଣର ସମଷ୍ଟି 180° ।
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 2
m∠A = 75°, m∠60°
⇒ m∠C = 45°
(a) B͞C ଅଙ୍କନ କର ଯାହାର ଦୈର୍ଘ୍ୟ 5.4 ସେ.ମି. ।
(b) BC ର B ବିନ୍ଦୁରେ ∠NBC ଏବଂ C ବିନ୍ଦୁରେ ∠SCB ଅଙ୍କନ କର ଯେପରିକି ସେମାନଙ୍କର ପରିମାଣ ଯଥାକ୍ରମେ 60° ଏବଂ 45° ହେବ ।
(c) A ବିନ୍ଦୁରେ BC ସହ ସମାନ୍ତର କରି \(\overrightarrow{\mathrm{XY}}\) ଅଙ୍କନ କର ।
(d) C ବିନ୍ଦୁରେ BC ପ୍ରତି CP ଲମ୍ବ ଅଙ୍କନ କର, ଏହା \(\overrightarrow{\mathrm{XY}}\) କୁ M ବିନ୍ଦୁରେ ଛେଦକରୁ ।
(e) M͞B ଅଙ୍କନ କରି Δ MBC ସଂପୂର୍ଣ୍ଣ କର ।
(f) ପୁନଶ୍ଚ \(\overrightarrow{\mathrm{BC}}\) ଉପରେ D ଏପରି ଏକ ବିନ୍ଦୁ ଯପରିକି B – C – D ଏବଂ BD = 6.3 ସେ.ମି. ହେବ ।
(g) A͞D ଅଙ୍କନ କର ଏବଂ AD ସହ ସମାନ୍ତର କରି C ବିନ୍ଦୁରେ A’C ଅଙ୍କନ କର ।
(h) A͞’D ଅଙ୍କନ କରି ଆବଶ୍ୟକୀୟ Δ A’BD ସମ୍ପୂର୍ଣ୍ଣ କର ।

Question 3.
Δ ABC ଅଙ୍କନ କର ଯାହାର A ରୁ B͞C ପ୍ରତି ଅଙ୍କିତ ଲମ୍ବର ଦୈର୍ଘ୍ୟ 6.7 ସେ.ମି., m∠B = 60° ଓ m∠C = 45° । ଏହାର ଅର୍ଦ୍ଧେକ କ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 3
(a) Δ AMN ଅଙ୍କନ କର ଯାହାର m∠M = 60°, m∠N = 45° ଏବଂ M͞N ର ଦୈର୍ଘ୍ୟ ଯେକୌଣସି ବାସ୍ତବ ସଂଖ୍ୟା ହୋଇପାରେ ।
(b) A͞E ⊥ M͞N ଅଙ୍କନ କର ।
(c) A͞E ଉପରିସ୍ଥ D ଏକ ବିନ୍ଦୁ ହେଉ ଯେପରିକି AD = 6.7 ସେ.ମି. ଏବଂ A – D – E ଅଥବା A – E – D ହେବ ।
(d) M͞N ସହ ସମାନ୍ତର କରି B͞C ଅଙ୍କନ କର ।
(e) A͞D ର ମଧ୍ୟବିନ୍ଦୁ L ନିର୍ଣ୍ଣୟ କର ଏବଂ L ଠାରେ B͞C ସହ ସମାନ୍ତ ର କରି \(\overleftrightarrow{\mathrm{LR}}\) ଅଙ୍କନ କର ।
(f) B͞C ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{LR}}\) କୁ R ବିନ୍ଦୁରେ ଛେଦକରୁ ।
(g) R͞B ଓ R͞C ଅଙ୍କନ କରି Δ RBC ଆବଶ୍ୟକୀୟ ତ୍ରିଭୁଜ ସମ୍ପୂର୍ଣ୍ଣ କର ।

ବିକଳ୍ପ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 4
(a) ଯେକୌଣସି ଏକ ରେଖା XY ଅଙ୍କନ କର । \(\overleftrightarrow{\mathrm{XY}}\) ର ଯେକୌଣସି ଏକ ବିନ୍ଦୁ D ରେ DM ⊥ \(\overleftrightarrow{\mathrm{XY}}\) ଅଙ୍କନ କର ।
(b) A ବିନ୍ଦୁରେ AD ଉପରେ ଯଥାକ୍ରମେ m∠BAD = 30° ଓ 45° ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।
(c) AD ର ସମଦ୍ବିଖଣ୍ଡକ ରେଖା \(\overleftrightarrow{\mathrm{PQ}}\) ଏବଂ BC ର ସମଦ୍ବିଖଣ୍ଡକ ରେଖା KM ଅଙ୍କନ କର ।
(d) MB ଓ MC ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।
(e) Δ MBD, Δ ABC ର ଅର୍ଦ୍ଧେକ କ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ ତ୍ରିଭୁଜ ହେବ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 4.
Δ ABC ରେ m∠B = 60°, AX ଲମ୍ବର ଦୈର୍ଘ୍ୟ 4.9 ସେ.ମି. ଓ m∠A = 45°, ତ୍ରିଭୁଜଟି ଅଙ୍କନ କରି ତା’ର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 5
(a) \(\overleftrightarrow{\mathrm{MN}}\) ଉପରିସ୍ଥ X ବିନ୍ଦୁରେ A͞X ଲମ୍ବ ଅଙ୍କନ କର ।
(b) A ବିନ୍ଦୁରେ \(\overleftrightarrow{\mathrm{MN}}\) ସହ ସମାନ୍ତର କରି \(\overleftrightarrow{\mathrm{ZY}}\) ଅଙ୍କନ କର ।
(c) A ବିନ୍ଦୁରେ ∠YAC ଓ ∠ZAB ଅଙ୍କନ କର ଯେପରିକି ସେମାନଙ୍କର ପରିମାଣ ଯଥାକ୍ରମେ 75° ଓ 60° ହେବ । Δ ABC ସମ୍ପୂର୍ଣ୍ଣ କର ।
(d) \(\overrightarrow{\mathrm{CB}}\) ଉପରିସ୍ଥ D ଏକ ବିନ୍ଦୁ ଯେପରିକି C – B – D ଏବଂ BC = BD ହେବ ।
(e) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{ZY}}\) କୁ R ବିନ୍ଦୁରେ ଛେଦ କରୁ । R͞D ଓ R͞C ଅଙ୍କନ କର ।
(f) Δ RDC ଆବଶ୍ୟକୀୟ ସମଦ୍ବିବାହୁ ତ୍ରିଭୁଜ, ଯାହାର କ୍ଷେତ୍ରଫଳ Δ ABC ର କ୍ଷେତ୍ରଫଳର ଦୁଇଗୁଣ ।

Question 5.
Δ ABC ରେ  BC = 6.5 ସେ.ମି., b + c = 10 ସେ.ମି. m∠B = 60° । ତ୍ରିଭୁଜଟି ଅଙ୍କନ କରି ଏହାର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 6
(a) 6.5 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର ।
(b) BC ର B ବିନ୍ଦୁରେ 60° ପରିମାଣ ବିଶିଷ୍ଟ ∠CBX ଅଙ୍କନ କର ।
(c) \(\overrightarrow{\mathrm{BX}}\) ଉପରେ R ଏପରି ଏକ ବିନ୍ଦୁ ଯେପରିକି BR = 10 ସେ.ମି. ହେବ । RC ଅଙ୍କନ କର ।
(d) R͞C ର ସମଦ୍ବିଖଣ୍ଡକ ଲମ୍ବ R͞B କୁ A ବିନ୍ଦୁରେ ଛେଦକରୁ ।
(e) A͞C ଅଙ୍କନ କରି Δ ABC ସଂପୂର୍ଣ୍ଣ କର ।
(f) A ବିନ୍ଦୁରେ BC ସହ ସମାନ୍ତର କରି \(\overleftrightarrow{\mathrm{ZY}}\) ଅଙ୍କନ କର ।
(g) \(\overrightarrow{\mathrm{CB}}\) ଉପରେ L ଏକ ବିନ୍ଦୁ ନିଅ ଯେପରିକି C – B – D ଏବଂ BC = BD ହେବ ।
(h) DC ର D ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{YZ}}\) କୁ M ବିନ୍ଦୁରେ ଛେଦ କରୁ ।
(i) Δ MDC ଆବଶ୍ୟକୀୟ ସମକୋଣୀ ତ୍ରିଭୁଜ ଯାହାର କ୍ଷେତ୍ରଫଳ Δ ABC ର କ୍ଷେତ୍ରଫଳର ଦୁଇଗୁଣ ।
ବି.ଦ୍ର. : Δ ABC ର ଦ୍ବିଗୁଣ ଉଚ୍ଚତା ଏବଂ ସମଭୂମିନେଇ ସମକୋଣୀ ତ୍ରିଭୁଜ ଅଙ୍କନ କରାଯାଇପାରେ ।

Question 6.
Δ ABC ଅଙ୍କନ କରି ଯାହାର m∠A = 60°, a = 7 ସେ.ମି. ଓ b – c = 4 ସେ.ମି. । ଏହାର ଅର୍ଦ୍ଧେକ କ୍ଷେତ୍ରଫଳ ବିଶିଷ୍ଟ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 7
(a) \(\overrightarrow{\mathrm{CP}}\) ଅଙ୍କନ କରି ଏହା ଉପରିସ୍ଥ X ଏକ ବିନ୍ଦୁ ନିଅ ଯେପରିକି CX = 4 ସେ.ମି. ।
(b) X ବିନ୍ଦୁରେ ∠LXP ଅଙ୍କନ କର ଯାହାର ପରିମାଣ 60° ।
(c) C କୁ କେନ୍ଦ୍ର ଏବଂ 7 ସେ.ମି. (CB) ପରିମିତ ବ୍ୟାସାର୍ଦ୍ଧ \(\overrightarrow{\mathrm{XL}}\) କୁ B ବିନ୍ଦୁରେ ଛେଦକରୁ ।
(d) XB ର ସମଦ୍ଵିଖଣ୍ଡକ ଲମ୍ବ \(\overrightarrow{\mathrm{CX}}\) କୁ A ବିନ୍ଦୁରେ ଛେଦକରୁ ।
(e) AB ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) AC ସହ ସମାନ୍ତର କରି B ବିନ୍ଦୁରେ \(\overleftrightarrow{\mathrm{MN}}\) ଅଙ୍କନ କର ।
(g) C ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{MN}}\) କୁ R ବିନ୍ଦୁରେ ଛେଦକରୁ ।
(h) CR ର ମଧ୍ୟବିନ୍ଦୁ S ସ୍ଥିର କରି S͞A ଅଙ୍କନ କର ।
(i) Δ SCA ଆବଶ୍ୟକୀୟ ସମକୋଣୀ ତ୍ରିଭୁଜ ।
ବି.ଦ୍ର. : Δ ABC ର CA ର ଅର୍ଦ୍ଧେକକୁ ଭୂମି ଏବଂ ସମ ଉଚ୍ଚତା ନେଇ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କରାଯାଇପାରେ ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 7.
Δ ABC ଅଙ୍କନ କର ଯାହାର AC – AB = 2 ସେ.ମି., m∠B = 60° ଏବଂ BC = 7 ସେ.ମି. । ଏହାର କ୍ଷେତ୍ରଫଳର ଦୁଇଗୁଣ କ୍ଷେତ୍ରଫଳ ବିଶିଷ୍ଟ ଏକ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 8
(a) 7 ସେ.ମି. ଦୈର୍ଘ୍ୟ ବିଶିଷ୍ଟ B͞C ଅଙ୍କନ କର ।
(b) BC ର B ବିନ୍ଦୁରେ ∠YBC ଅଙ୍କନ କର ଯାହାର ପରିମାଣ 60°ହେବ ।
(c) \(\overrightarrow{\mathrm{BY}}\) ର ବିପରୀତ ରଶ୍ମି \(\overrightarrow{\mathrm{BX}}\) ଉପରେ L ଏପରି ଏକ ବିନ୍ଦୁ ଯେପରିକି BL = 2 ସେ.ମି. ହେବ ।
(d) L͞C ଅଙ୍କନ କର । LC ର ସମଦ୍ବିଖଣ୍ଡକ ଲମ୍ବ \(\overrightarrow{\mathrm{BY}}\) କୁ A ବିନ୍ଦୁରେ ଛେଦକରୁ ।
(e) A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) \(\overrightarrow{\mathrm{CB}}\) ଉପରେ D ଏକ ବିନ୍ଦୁ ଯେପରିକି C – B – D ଏବଂ CB = BD ।
(g) A ବିନ୍ଦୁରେ B͞C ସହ ସମାନ୍ତର କରି \(\overleftrightarrow{\mathrm{MN}}\) ଅଙ୍କନ କର ।
(h) B ବିନ୍ଦୁରେ ଅଙ୍କିତ ଲମ୍ବ \(\overleftrightarrow{\mathrm{MN}}\) କୁ M ବିନ୍ଦୁରେ ଛେଦକରୁ ।
(i) M͞D ଓ M͞C ଅଙ୍କନ କରି Δ MDC ତ୍ରିଭୁଜ ସମ୍ପୂର୍ଣ୍ଣ କର ।

Question 8.
Δ ABC ର BC = 5.4 ସେ.ମି., b + c = 8.7 ସେ.ମି. ଓ m∠A = 60° । ତ୍ରିଭୁଜଟି ଅଙ୍କନ କରି ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 9
(a) 8.7 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XC ଅଙ୍କନ କର ।
(b) XC ର X ବିନ୍ଦୁରେ ∠YXC ଅଙ୍କନ କର ଯାହାର ପରିମାଣ 30° ହେବ ।
(c) C କୁ କେନ୍ଦ୍ରକରି 5.4 ସେ.ମି. ପରିମିତ ବ୍ୟାସାର୍ଦ୍ଧ ବିଶିଷ୍ଟ ଏକ ଚାପ \(\overrightarrow{\mathrm{XY}}\) କୁ B ବିନ୍ଦୁରେ ଛେଦ କରୁ ।
(d) BC ଅଙ୍କନ କର । BX ର ସମଦ୍ବିଖଣ୍ଡକ ଲମ୍ବ XC କୁ A ବିନ୍ଦୁରେ ଛେଦକରୁ ।
(e) AB ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) B ବିନ୍ଦୁରେ XC ସହ ସମାନ୍ତର କରି \(\overleftrightarrow{\mathrm{MN}}\) ଅଙ୍କନ କର ।
(g) AC ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{MN}}\) କୁ D ବିନ୍ଦୁରେ ଛେଦ କରୁ ।
(h) DA ଓ DC ଅଙ୍କନ କରି Δ DAC ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ ତ୍ରିଭୁଜ ସମ୍ପୂର୍ଣ୍ଣ କର ।

Question 9.
Δ ABC ସମଦ୍ବିବାହୁ ତ୍ରିଭୁଜର ଭୂମି BC ଓ A ବିନ୍ଦୁରୁ B͞C ପ୍ରତି ଲମ୍ବ A͞D । BC = 5.6 ସେ.ମି. ଓ AC – AD = 3 ସେ.ମି. ନେଇ Δ ABC ଅଙ୍କନ କର ଏବଂ ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ଏକ ସମକୋଣୀ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 10
(a) 5.6 ସେ.ମି. ଦୈର୍ଘ୍ୟ ବିଶିଷ୍ଟ BC ଅଙ୍କନ କର ।
(b) BC ର ସମର୍ଦ୍ଦିଖଣ୍ଡକ ଲମ୍ବ \(\overleftrightarrow{\mathrm{XY}}\) ଅଙ୍କନ କର । BC ର ମଧ୍ୟବିନ୍ଦୁର ନାମ D ହେଉ ।
(c) \(\overrightarrow{\mathrm{DX}}\) ଉପରିସ୍ଥ R ଏକ ବିନ୍ଦୁ ଯେପରିକି DR = 3 ସେ.ମି. ।
(d) R͞C ଅଙ୍କନ କର । RC ସମଦ୍ଵିଖଣ୍ଡକ ଲମ୍ବ \(\overleftrightarrow{\mathrm{XY}}\) କୁ A ବିନ୍ଦୁରେ ଛେଦ କରୁ ।
(e) AB ଓ AC ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(f) A͞D ର A ବିନ୍ଦୁରେ \(\overleftrightarrow{\mathrm{MN}}\) ଅଙ୍କନ କର ଯାହା BC ସହ ସମାନ୍ତର ହେବ ।
(g) BC ର B ବିନ୍ଦୁରେ BM ଲମ୍ବ ଅଙ୍କନ କର ।
(h) MC ଅଙ୍କନ କରି Δ MBC ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ସମକୋଣୀ ତ୍ରିଭୁଜ ସଂପୂର୍ଣ୍ଣ କର ।

Question 10.
ଗୋଟିଏ ସମକୋଣୀ ସମଙ୍ଗିବାହୁ ତ୍ରିଭୁଜର ପରିସୀମା 12 ସେ.ମି. । ତ୍ରିଭୁଜଟି ଅଙ୍କନ କରି ତାହାର ସମକୋଣ ସଂଲଗ୍ନ ଯେକୌଣସି ବାହୁ ଉପରେ ସମକ୍ଷେତ୍ରଫଳ ବିଶିଷ୍ଟ ଗୋଟିଏ ସମଦ୍ବିବାହୁ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 11
(a) 12 ସେ.ମି. ଦୈର୍ଘ୍ୟ ବିଶିଷ୍ଟ XY ଅଙ୍କନ କର ।
(b) X ଓ Y ବିନ୍ଦୁରେ ∠PXY ଓ ∠QYX ଅଙ୍କନ କର ଯାହାର ପରିମାଣ ଯଥାକ୍ରମେ 45° ଏବଂ 22 \(\frac{1}{2}\)°
(c) \(\overrightarrow{\mathrm{XP}}\) ଓ \(\overrightarrow{\mathrm{YQ}}\) ର ଛେଦବିନ୍ଦୁର ନାମ A ହେଉ ।
AX ଓ AY ର ସମଦ୍ଵିଖଣ୍ଡକ ଲମ୍ବ XY କୁ ଯଥାକ୍ରମେ B ଓ C ବିନ୍ଦୁରେ ଛେଦ କରୁ ।
(d) A͞B ଓ A͞C ଅଙ୍କନ କରି Δ ABC ସମ୍ପୂର୍ଣ୍ଣ କର ।
(e) A͞B ର A ବିନ୍ଦୁରେ BC ସହ ସମାନ୍ତର କରି \(\overleftrightarrow{\mathrm{MN}}\) ଅଙ୍କନ କର ।
(f) BC ର ସମଦ୍ବିଖଣ୍ଡକ ଲମ୍ବ \(\overleftrightarrow{\mathrm{MN}}\) କୁ D ବିନ୍ଦୁରେ ଛେଦ କରୁ ।
(g) B͞D ଓ D͞C ଅଙ୍କନ କରି ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ ସମଦ୍ବିବାହୁ Δ DBC ସମ୍ପୂର୍ଣ୍ଣ କର ।

BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i)

Question 11.
ABCD ଚତୁର୍ଭୁଜ ଅଙ୍କନ କର ଯାହାର AB = 5 ସେ.ମି., AC = 7.2 ସେ.ମି., AD = 6 ସେ.ମି., BC = 6.2 ସେ.ମି.
ଓ CD = 5.4 ସେ.ମି. । ଏହାର ସମକ୍ଷେତ୍ରଫଳ ବିଶିଷ୍ଟ ତ୍ରିଭୁଜ ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 12
(a) AB = 5 ସେ.ମି., AC = 7.2 ସେ.ମି., ଓ BC = 6.2 ସେ.ମି. ନେଇ Δ ABC ଅଙ୍କନ କର ।
(b) A ଓ C କୁ କେନ୍ଦ୍ରକରି ଯଥାକ୍ରମେ 6 ସେ.ମି. ଓ 5.4 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁର ନାମ D ହେଉ ।
(c) A͞D ଓ DC ଅଙ୍କନ କରି ABCD ଚତୁର୍ଭୁଜ ସମ୍ପୂର୍ଣ କର ।
(d) D ବିନ୍ଦୁରେ AC ସହ ଅଙ୍କିତ ସମାନ୍ତର ସରଳରେଖା \(\overrightarrow{\mathrm{BC}}\) କୁ M ବିନ୍ଦୁରେ ଛେଦକରୁ ।
(e) AM ଅଙ୍କନ କରି ଆବଶ୍ୟକୀୟ ସମକ୍ଷେତ୍ରଫଳ ବିଶିଷ୍ଟ Δ ABM ସମ୍ପୂର୍ଣ୍ଣ କର ।

Question 12.
ABCD ଚତୁର୍ଭୂଜ ଅଙ୍କନ କର ଯେପରି AB = 5 ସେ.ମି., BC = 7 ସେ.ମି., CD = 9 ସେ.ମି., DA = 10 ସେ.ମି. ଏବଂ m∠ABC = 120° ।
(i) ଚତୁର୍ଭୁଜର ସମକ୍ଷେତ୍ରଫଳ ବିଶିଷ୍ଟ Δ PBC ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 13
(a) AB = 5 ସେ.ମି., BC = 7 ସେ.ମି. ଓ m∠ABC = 120° ନେଇ Δ ABC ଅଙ୍କନ କର ।
(b) A ଓ C କୁ କେନ୍ଦ୍ରକରି ଯଥାକ୍ରମେ 10 ସେ.ମି. ଓ 9 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ଦୁଇଟି ପୃଥକ୍ ଚାପ ଅଙ୍କନ କର । ଚାପଦ୍ଵୟର ଛେଦବିନ୍ଦୁ D ହେଉ ।
(c) AD ଓ D͞C ଅଙ୍କନ କରି ଚତୁର୍ଭୁଜ ABCD ସମ୍ପୂର୍ଣ୍ଣ କର ।
(d) AC ଅଙ୍କନ କର ।
(e) D ବିନ୍ଦୁରେ AC ସହ ଅଙ୍କିତ ସମାନ୍ତର ସରଳରେଖା \(\overrightarrow{\mathrm{BA}}\) କୁ P ବିନ୍ଦୁରେ ଛେଦକରୁ ।
(f) P͞C ଅଙ୍କନ କରି Δ PBC ସଂପୂର୍ଣ୍ଣ କର ।

(ii) ଉପରୋକ୍ତ ମାପ ନେଇ ଚତୁର୍ଭୁଜର ଭିନ୍ନ ଏକ ଚିତ୍ର ଅଙ୍କନ କର ଓ ସମକ୍ଷେତ୍ରଫଳ ବିଶିଷ୍ଟ Δ BDP ଅଙ୍କନ କର ।
ସମାଧାନ:
ଅଙ୍କନ ପ୍ରଣାଳୀ :
BSE Odisha 9th Class Maths Solutions Geometry Chapter 6 ଅଙ୍କନ Ex 6(i) 14
(a) ABCD ଆବଶ୍ୟକୀୟ ଚତୁର୍ଭୁଜ ଅଙ୍କନ କର ।
(b) C͞A ଓ BD କର୍ଣ୍ଣଦ୍ୱୟର ଛେଦବିନ୍ଦୁ O ହେଉ ।
(c) \(\overrightarrow{\mathrm{BD}}\) ଅଙ୍କନ କର ।
(d) A କୁ କେନ୍ଦ୍ରକରି CO ବ୍ୟାସାର୍ଷ ବିଶିଷ୍ଟ ଚାପ ଅଙ୍କନ କର ଏବଂ ଯେଉଁ ବିନ୍ଦୁରେ ଉକ୍ତ ଚାପ \(\overrightarrow{\mathrm{CA}}\) କୁ ଛେଦ କରିବ ତା’ର ନାମ ଦିଅ P ।
(e) B͞P ଓ PD ଅଙ୍କନ କର ।
(f) ଆବଶ୍ୟକୀୟ ତ୍ରିଭୁଜ ହେଉଛି Δ PBD ।