BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

Odisha State Board BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ will enable students to study smartly.

BSE Odisha Class 9 Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

→ ବିଷୟ ଏବଂ ସାମଗ୍ରୀ (Matter and Material):
(i) ଯାହା ସ୍ଥାନ ଅଧିକାର କରେ ଓ ଯାହାର ବସ୍ତୁତ୍ଵ ଅଛି, ତାହା ହେଉଛି ପଦାର୍ଥ । ପଦାର୍ଥରୁ ନିର୍ମିତ ଦ୍ରବ୍ୟକୁ ବସ୍ତୁ କୁହାଯାଏ ।
(ii) ବିଭିନ୍ନ ପ୍ରକାର ବସ୍ତୁର ଭିନ୍ନ ଭିନ୍ନ ଆକାର, ଆକୃତି ଓ ରୂପବିନ୍ୟାସ (texture) ଥାଏ ।
(iii) ବିଶ୍ଵରେ ଥିବା ସମସ୍ତ ବସ୍ତୁ ଯେଉଁ ଦ୍ରବ୍ୟକୁ ନେଇ ଗଢ଼ା, ତାହାକୁ ବୈଜ୍ଞାନିକମାନେ ପଦାର୍ଥ (Matter) ଭାବେ ନାମକରଣ କରିଛନ୍ତି ।
(iv) ବାୟୁ, ବିଭିନ୍ନ ପ୍ରକାର ଖାଦ୍ୟ, ପଥର, ମେଘ, ତାରା, ଉଭିଦ, ପଶୁପକ୍ଷୀ, ଜଳବିନ୍ଦୁ, ବାଲିର କ୍ଷୁଦ୍ର କଣିକା ଆଦି ସମସ୍ତେ ଗୋଟିଏ ଗୋଟିଏ ପଦାର୍ଥ ।
(v) ପ୍ରାଚୀନ ଭାରତୀୟ ଦାର୍ଶନିକମାନଙ୍କ ମତରେ ସମସ୍ତ ବସ୍ତୁ ପାଞ୍ଚଗୋଟି ମୌଳିକକୁ ନେଇ ଗଠିତ । ଏହାକୁ ପଞ୍ଚତତ୍ତ୍ଵ କୁହାଯାଏ ।
ସେଗୁଡ଼ିକ ହେଲା- ମାଟି (earth), ଜଳ (water), ବାୟୁ (air), ଅଗ୍ନି (fire) ଏବଂ ଆକାଶ (sky) । ପ୍ରାଚୀନ ଗ୍ରୀକ୍ ଦାର୍ଶନିକମାନେ ମଧ୍ୟ ପଦାର୍ଥର ଏହି ପ୍ରକାରର ଶ୍ରେଣୀବିଭାଗ କରିଥିଲେ ।
(vi) ଆଧୁନିକ ଯୁଗର ବୈଜ୍ଞାନିକମାନେ ସମସ୍ତ ପଦାର୍ଥକୁ ସେମାନଙ୍କ ଭୌତିକ ପ୍ରକୃତି ଓ ରାସାୟନିକ ଧର୍ମ ଅନୁସାରେ ଦୁଇଭାଗରେ ବିଭକ୍ତ କରିଛନ୍ତି ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

→ ପଦାର୍ଥର ଶାରୀରିକ ପ୍ରକୃତି (Physical Nature of Matter):
(i) ପଦାର୍ଥ କଣିକାକୁ ନେଇ ଗଠିତ (Matter is made up of Particles):

→ ପଦାର୍ଥର କଣିକାର ଧର୍ମ ବୈଶିଷ୍ଟ୍ୟ (Characteristics of Particles of Matter):

(i) ପଦାର୍ଥର କଣିକାମାନଙ୍କ ମଧ୍ୟରେ ଅନେକ ଫାଙ୍କା ସ୍ଥାନ ଅଛି ।
ତୁମପାଇଁ କାମ 1.1 ଏବଂ 1.2 ରୁ ଜଣାଯାଏ ଯେ, ଚିନି, ଲୁଣ କିମ୍ବା ପୋଟାସିୟମ୍ ପରମଙ୍ଗାନେଟ୍‌ର ଅର୍ଥାତ୍, କଫି କିମ୍ବା ଲେମ୍ବୁପାଣି ତିଆରି କରୁଥିବା ସମୟରେ ଗୋଟିଏ ପ୍ରକାର ପଦାର୍ଥର କଣିକାଗୁଡ଼ିକ ଅନ୍ୟ ପଦାର୍ଥର କଣିକା ମଧ୍ୟରେ ଥିବା ଫାଙ୍କାସ୍ଥାନ ମଧ୍ୟରେ ରହିଯାଆନ୍ତି ।
(ii) ପଦାର୍ଥର କଣିକାମାନ ଅନବରତ ଗତି କରିଥା’ନ୍ତି ।

→ ପଦାର୍ଥର ଅବସ୍ଥା (States of Matter):
(i) ଆମ ଚାରିପାଖରେ ଥିବା ପଦାର୍ଥଗୁଡ଼ିକ ମୁଖ୍ୟତଃ ତିନୋଟି ଅବସ୍ଥାରେ ରହିଥା’ନ୍ତି; ଯଥା- କଠିନ (solid), ତରଳ | (liquid) ଗ୍ୟାସୀୟ (gaseous)
(ii) ପଦାର୍ଥର ଏହି ଅବସ୍ଥା ତାହା ମଧ୍ୟରେ ଥିବା କଣିକାଗୁଡ଼ିକର ଗୁଣ ବା ଲକ୍ଷଣ ବୈଶିଷ୍ଟ୍ୟରେ ଥ‌ିବା ବିଭିନ୍ନତା ଉପରେ ନିର୍ଭର କରିଥାଏ

→ ପଦାର୍ଥ ତାହାର ଅବସ୍ଥାର ପରିବର୍ତ୍ତନ କରିପାରେ କି ? (Can Matter Change its State ?):
ପଦାର୍ଥର ଅବସ୍ଥାରେ ପରିବର୍ତ୍ତନ ହୁଏ । ଜଳ ତିନୋଟି ଅବସ୍ଥାରେ ରହିପାରେ । କଠିନ ରୂପରେ ବରଫ, ତରଳ ରୂପରେ ଜଳ ଓ ଗ୍ୟାସୀୟ ଅବସ୍ଥାରେ ଜଳୀୟବାଷ୍ପ ବା ବାମ୍ଫ ଆକାରରେ ରହିଥାଏ ।

→ ହୋଇଯାଆନ୍ତି । ଏହାକୁ ବାଷ୍ପୀଭବନ କୁହାଯାଏ । (Evaporation):
(i) ପଦାର୍ଥର ଅଣୁଗୁଡ଼ିକ ସର୍ବଦା ଗତି କରୁଥା’ନ୍ତି । ସେମାନେ କେବେହେଲେ ସ୍ଥିର ରହନ୍ତି ନାହିଁ ।
(ii) କୌଣସି ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ଗ୍ୟାସ୍, ତରଳ ଅଥବା କଠିନ ପଦାର୍ଥରେ ରହିଥିବା କଣିକାଗୁଡ଼ିକ ଭିନ୍ନ ଭିନ୍ନ ପରିମାଣର ଗତିଜ ଶକ୍ତିର ଅଧିକାରୀ ହୋଇଥା’ନ୍ତି ।
(iii) ତରଳର ପୃଷ୍ଠଭାଗରେ ଥିବା ଅଳ୍ପ ସଂଖ୍ୟକ ଅଣୁର ଅଧ‌ିକ ଗତିଜ ଶକ୍ତି ଥାଏ । ସେମାନେ ଅନ୍ୟ କଣିକାମାନଙ୍କ ଆକର୍ଷଣ ବଳର ପ୍ରଭାବରୁ ମୁକ୍ତହୋଇ ତରଳରୁ ଅଲଗା ହୋଇ ବାଷ୍ପରେ ପରିଣତ ହୋଇଯାଆନ୍ତି । ଏହାକୁ ବାଷ୍ପୀଭବନ କୁହାଯାଏ ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

ଉଦାହରଣ :
(i) ଜଳକୁ ଘୋଡ଼ାଇ ନ ରଖୁଲେ ଏହାର ପରିମାଣ ଧୀରେ ଧୀରେ ତାପମାତ୍ରାରେ ତରଳ ପଦାର୍ଥ ଗ୍ୟାସ୍‌ରେ ପରିଣତ ହୋଇଥାଏ, ହ୍ରାସ ପାଏ ।
(ii) ଓଦା ଲୁଗା ଶୁଖାଯାଏ ।
ଉପରୋକ୍ତ ପ୍ରକ୍ରିୟାଦ୍ଵାରା ବାୟୁମଣ୍ଡଳୀୟ ତାପମାତ୍ରାରେ ଘଟିଥାଏ । ଏଥିପାଇଁ ସ୍ଫୁଟନାଙ୍କ ତାପମାତ୍ରା ଆବଶ୍ୟକ ହୁଏନାହିଁ ।

→ ବାଷ୍ପୀକରଣ ଥଣ୍ଡା ହୋଇଥାଏ | (Evaporation causes cooling) :
(i) ଗୋଟିଏ ଖୋଲା ପାତ୍ରରେ ତରଳ ପଦାର୍ଥ ରଖ‌ିଲେ ଏହା ନିରବଚ୍ଛିନ୍ନ ଭାବରେ ଧୀରେ ଧୀରେ ବାଷ୍ପୀଭୂତ ହୋଇଥାଏ ।
(ii) ଏହି ତରଳ ପଦାର୍ଥର ଅଣୁମାନେ ପରିପାର୍ଶ୍ବରୁ ଶକ୍ତି ଅବଶୋଷଣ କରି ବାଷ୍ପୀଭବନବେଳେ ହରାଇଥିବା ଶକ୍ତିକୁ ପୁନଃଭରଣ କରିଥା’ନ୍ତି । ପରିପାର୍ଶ୍ଵ ବା ଚାରିପାଖରୁ ଶକ୍ତି ଅବଶୋଷିତ ହେଉଥ‌ିବାରୁ ଏହା ପରିପାର୍ଶ୍ଵକୁ ଥଣ୍ଡା ରଖିଥାଏ ।
ଉଦାହରଣ :
ନଖ ପଲିସ୍ ଛଡ଼ାଇବା ପାଇଁ ବ୍ୟବହୃତ ହେଉଥ‌ିବା ଏସିଟୋନ୍ ଆମ ହାତ ପାପୁଲି ଉପରେ ଢାଳିଲେ, ଏହାର ଅଣୁ ହାତପାପୁଲିରୁ ଓ ପରିପାର୍ଶ୍ବରୁ ଶକ୍ତି ଗ୍ରହଣ କରିଥାଏ । ଏଥ୍ଗୁ ଏସିଟୋନ୍‌ ବାଷ୍ପୀଭବନ

ଆମେ ଖରାଦିନେ କାହିଁକି ସୂତା ପୋଷାକ ପିନ୍ଧୁ :
(i) ଖରାଦିନେ ଆମ ଦେହରୁ ବହୁତ ଝାଳ ବାହାରିବାରୁ ଦେହ ଥଣ୍ଡା ରହେ ।
(ii) ବାଷ୍ପୀଭବନ ସମୟରେ ତରଳର ପୃଷ୍ଠରେ ଥିବା କଣିକାମାନେ ପରିପାର୍ଶ୍ବରୁ କିମ୍ବା ଶରୀର ପୃଷ୍ଠରୁ ଶକ୍ତି ଆହରଣ କରି ବାଷ୍ପୀଭୂତ ହୋଇଥା’ନ୍ତି । ବାଷ୍ପୀଭବନର ଗୁପ୍ତତାପ ସହିତ ସମାନ ତାପଶକ୍ତି ଶରୀରରୁ ଅବଶୋଷିତ ହୁଏ, ଯାହାଫଳରେ ଶରୀର ଶୀତଳ ରହେ ।
(iii) ସୂତା ପୋଷାକ ଜଳର ଭଲ ଅବଶୋଷକ ହୋଇଥିବାରୁ ଏହା ଶରୀରର ଝାଳକୁ ଭଲରୂପେ ଅବଶୋଷଣ କରେ, ଯାହା ବାୟୁମଣ୍ଡଳର ସଂସ୍ପର୍ଶରେ ଆସେ ଓ ଶୀଘ୍ର ବାଷ୍ପୀଭୂତ ହୋଇଯାଏ ।

ଥଣ୍ଡା ବରଫ:
ଜଳ ନିଆଯାଇଥିବା ଗ୍ଲାସ୍‌ର ବାହାର ପୃଷ୍ଠରେ ଜଳର ବିନ୍ଦୁକ (Droplets) ସୃଷ୍ଟିର କାରଣ :
(i) ଗୋଟିଏ ଗ୍ଲାସ୍‌ କିଛି ଥଣ୍ଡା ବରଫ ନେଲେ ଅଳ୍ପ ସମୟ ପରେ ସେହି ଗ୍ଲାସ୍‌ର ବାହାର ପଟେ ଅନେକ ଜଳର ବିନ୍ଦୁକମାନ ଲାଗି ରହିଥିବା ଦେଖାଯାଏ ।
(ii) ବାୟୁରେ ଥିବା ଜଳୀୟବାଷ୍ପ କଣିକାମାନେ ଗ୍ଲାସ୍‌ ଶୀତଳ ପୃଷ୍ଠର ସଂସ୍ପର୍ଶରେ ଆସିଲେ ଶକ୍ତି ହରାଇଥାନ୍ତି । ତେଣୁ ସେଗୁଡ଼ିକ ଗ୍ୟାସୀୟ ଅବସ୍ଥାରୁ ତରଳ ଅବସ୍ଥାକୁ ପରିବର୍ତ୍ତିତ ହୋଇଥା’ନ୍ତି, ଯାହାକୁ ଗ୍ଲାସ୍‌ ବାହାର ପୃଷ୍ଠରେ ଜଳ ବିନ୍ଦୁକ ରୂପରେ ଦେଖୁବାକୁ ମିଳେ ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

ଅଧିକ ଜାଣିବା :
ଆଜିକାଲି ବୈଜ୍ଞାନିକମାନେ ପଦାର୍ଥର ପାଞ୍ଚଟି ଅବସ୍ଥା ଅଛି ବୋଲି ଜାଣିଲେଣି । ସେଗୁଡ଼ିକ ହେଲା – କଠିନ, ତରଳ, ଗ୍ୟାସୀୟ, ପ୍ଲାଜମା ଓ ବୋଷ-ଆଇନ୍ ଷ୍ଟାଇନ୍ ସଂଘନିତ (Condensate) ଅବସ୍ଥା ।

ପ୍ଲାଜମା :
ପଦାର୍ଥର ଏହି ଅବସ୍ଥା, ଅତି ଶକ୍ତଶାଳୀ ଓ ଅତି ଉତ୍ତେଜିତ କଣିକାମାନଦ୍ଵାରା ଗଠିତ ହୋଇଥାଏ । ଏହି କଣିକାଗୁଡ଼ିକ ଆୟନନ ହୋଇଥିବା ଗ୍ୟାସ୍‌ରେ (ionised gas) ଆୟନ ଅବସ୍ଥାରେ ଥାଆନ୍ତି । ନିୟନ ନିଦର୍ଶନ ବଲ୍‌ବ (sign lamp)ରେ ନିୟନ ଗ୍ୟାସ୍‌ ଥାଏ । ପ୍ରତିଦୀପ୍ତ (fluorescent tube) ନଳୀ ଭିତରେ ହିଲିୟମ୍ ବା ଅନ୍ୟ କିଛି ଗ୍ୟାସ୍ ରହିଥାଏ । ଏହି ଗ୍ୟାସ୍‌ମାନଙ୍କ ମଧ୍ୟରେ ଯେତେବେଳେ ବିଦ୍ୟୁତ୍ ଶକ୍ତି ପ୍ରବାହିତ ହୁଏ, ସେତେବେଳେ ସେମାନଙ୍କର କଣିକାମାନେ ଚାର୍ଜିତ ହୋଇଯାଆନ୍ତି ଓ ଗ୍ୟାସ୍‌ରେ ପ୍ଲାଜମା କଣିକାମାନେ ସୃଷ୍ଟି ହୁଅନ୍ତି । ପ୍ଲାଜମା କଣିକାମାନଙ୍କ ଉପସ୍ଥିତି ଯୋଗୁଁ ଆମେ ପ୍ରତିଦୀପ୍ତ ନଳୀରେ ଏକ ଶିଖାହୀନ ଆଲୋକ ଦିପ୍ତି (glow) ଦେଖିପାରୁ । ଏହି ଦିପ୍ତିର ରଙ୍ଗ ଗ୍ୟାସ୍‌ର ଗୁଣ ଉପରେ ନିର୍ଭର କରେ । ଭିନ୍ନ ଭିନ୍ନ ଗ୍ୟାସ୍‌ରେ ଏହି ଦିପ୍ତିର ରଙ୍ଗ ଭିନ୍ନ ଭିନ୍ନ ହୋଇଥାଏ । ସୂର୍ଯ୍ୟ ଓ ଅନ୍ୟାନ୍ୟ ତାରାମାନେ ଯେଉଁ ଦିପ୍ତି ପ୍ରକାଶ କରନ୍ତି ତାହା ସେଠାରେ ଥିବା ଅସଂଖ୍ୟ ପ୍ଲାଜ୍‌ମା କଣିକାମାନଙ୍କ ଉପସ୍ଥିତି ଯୋଗୁ ସମ୍ଭବପର ହୋଇଥାଏ । ତାରାମାନଙ୍କରେ ଅତି ଉଚ୍ଚ ତାପମାତ୍ରା ଯୋଗୁ ପ୍ଲାଜ୍‌ମା ସୃଷ୍ଟି ହୋଇଥାଏ ।

BSE Odisha 9th Class Physical Science Notes Chapter 1 ଆମ ଚତୁଃପାର୍ଶ୍ଵରେ ଥିବା ପଦାର୍ଥ

→ ବୋଷ-ଆଇନ୍ ଷ୍ଟାଇନ୍ ସଂଘନିତ ଅବସ୍ଥା (Bose-Einstein Condensate):
1920 ମସିହାରେ ଭାରତୀୟ ପଦାର୍ଥ ବିଜ୍ଞାନୀ ସତ୍ୟେନ୍ଦ୍ରନାଥ img କରିଥିଲେ । ତାଙ୍କର ସେହି ଗଣନାକୁ ଭିତ୍ତିକରି ଆଲବର୍ଟ ଆଇନ୍ ଷ୍ଟାଇନ୍ ପଦାର୍ଥର ଏକ ନୂତନ ଅବସ୍ଥା ବୋଷ -ଆଇନ୍‌ଷ୍ଟାଇନ୍ ସଂଘନିତ ଅବସ୍ଥା (BEC)ର ଭବିଷ୍ୟ ସୂଚନା (prediction) ଦେଇଥିଲେ ଯାହାକୁ ପଦାର୍ଥର ପଞ୍ଚମ ଅବସ୍ଥା କୁହାଗଲା । ଯୁକ୍ତରାଷ୍ଟ୍ର ଆମେରିକାର ଏରିକ୍.ଏ. କର୍ଣ୍ଣେଲ (Eric. A. Cornell), ୱାଲଫଗାଙ୍ଗ କେଟେଲି (Wolfgang Ketterle) ଏବଂ କାରଲ୍ ଇ. ଉଚ୍ଚନ୍ୟାନ୍ (Carl E. Wieman) ‘ବୋଷ୍-ଆଇନ୍ ଷ୍ଟାଇନ୍ ସଂଘନନ’ (Condensation) ଉପରେ ପରୀକ୍ଷାମୂଳକ ଗବେଷଣା କରି 2001 ମସିହାରେ ପଦାର୍ଥ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ପାଇଥିଲେ । ଅତି କମ୍ ସାନ୍ଦ୍ରତାରେ (ସାଧାରଣ ବାୟୁର ଏକ-ଶତ-ସହସ୍ରାଶ ସାନ୍ଦ୍ରତା) କୌଣସି ଏକ ଗ୍ୟାସ୍‌କୁ ଅତ୍ୟଧିକ ଥଣ୍ଡା କରିଲେ ପଦାର୍ଥରେ ବୋଷ-ଆଇନ୍‌ଷ୍ଟାଇନ୍ ସଂଘନିତ ଅବସ୍ଥା (BEC) ସୃଷ୍ଟି ହୋଇଥାଏ ।

କେତେକ ଗୁରୁତ୍ଵପୂର୍ଣ୍ଣ ମାପ ଓ ଏହାର ଏକକ :

ମାପ ଏକକ ପ୍ରତୀକ
ତାପମାତ୍ରା କେଲ୍ଭି ନ୍ K
ଦୂରତା ମିଟର m
ଚପ୍ତୁତ୍ଵ କିକେଲ୍। ଗ୍ରାମ୍ kg
ଓଚ୍ଚନ ନିଉଟନ୍ N
ଆୟତନା ଘନ ମିଟର m3
ପାନ୍ଦ୍ରତା କି.ଗ୍ରା. ମି kg m-3
ଚ। ପ ପାସ କଲ୍ Pa

BSE Odisha 8th Class Odia Solutions Chapter 6 ରୋଗୀସେବା

Odisha State Board BSE Odisha 8th Class Odia Solutions Chapter 6 ରୋଗୀସେବା Textbook Exercise Questions and Answers.

BSE Odisha Class 8 Odia Solutions Chapter 6 ରୋଗୀସେବା

ପାଠ୍ୟପୁସ୍ତକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧ ।
ଆସ, କଥାବାର୍ତ୍ତା ହେବା ।
(କ) ସେ ସମୟରେ ଗ୍ରାମବାସୀମାନଙ୍କର ଡାକ୍ତର ବିଷୟରେ କ’ଣ ଧାରଣା ଥିଲା ?
Answer:
ସେ ସମୟରେ ଗ୍ରାମବାସୀଙ୍କର ଧାରଣାଥିଲା, ଡାକ୍ତରମାନେ କେବଳ କଟାକଟି କରନ୍ତି । ତେଣୁ ରୋଗ ହେଲେ କେହି ଡାକ୍ତରଙ୍କ ପାଖକୁ ନଯାଇ ବୈଦ୍ୟ ପାଖକୁ ଯାଆନ୍ତି ।

(ଖ) ଛୋଟ ପିଲାମାନେ କାହିଁକି ବୈଦ୍ୟଙ୍କୁ ଦେଖ୍ ଡରୁଥିଲେ ?
Answer:
ଛୋଟ ପିଲାମାନଙ୍କୁ ରୋଗ ହେଲେ, ଅନେକ ସମୟରେ ବୈଦ୍ୟମାନେ, ପିଠିପାଖ ବେକରେ ଲୁହା ତତାଇ ଚଡୁ ଦେଉଥିଲେ ଓ ସେହି ସ୍ଥାନ ପାଚି ଘାଆ ହୋଇଯାଉଥିଲା । ସେଥ‌ିପାଇଁ ଛୋଟ ପିଲାମାନେ ବୈଦ୍ୟକୁ ଦେଖୁ ଡରୁଥିଲେ ।

(ଗ) କଟାଘା’ର ଚିକିତ୍ସା ବିଷୟରେ ସ୍ଵାସ୍ଥ୍ୟରକ୍ଷା ବହିରେ କ’ଣ ଲେଖାଥିଲା ?
Answer:
ପାଠ୍ୟପୁସ୍ତକର ସ୍ବାସ୍ଥ୍ୟରକ୍ଷା ବହିରେ ଉଲ୍ଲେଖ ଥିଲା ଯେ କଟା ଘା’ରେ ଦୂବକୁ ଛେଚି ବା ପାଟିରେ ଚୋବାଇ ଲଗାଇଦେଲେ ରକ୍ତ ବୋହିବା ସଙ୍ଗେ ସଙ୍ଗେ ବନ୍ଦ ହୋଇଯାଏ ଓ ଘା’ ମଧ୍ୟ ଶୀଘ୍ର ଶୁଖ୍ଯାଏ ।

(ଘ) ବୈଦ୍ୟ ଗୋଡ଼ର କଟାଘାଆ ଶୁଖାଇବା ପାଇଁ କେଉଁ ଜିନିଷର ବ୍ୟବହାର କରୁଥିଲେ ?
Answer:
ବୈଦ୍ୟ ଗୋଡର କଟା ଘା’ ଶୁଖାଇବା ପାଇଁ, କୌଣସି ଏକ ଗଛର ଗୁଡିଏ ପତ୍ର ଛେଦି ପୂରାଇ ଦେଉଥିଲେ ଓ ଖଣ୍ଡିଏ କନାରେ କଟାସ୍ଥାନକୁ ଜୋରରେ ବାନ୍ଧି ଦେଉଥ‌ିଲେ । ପ୍ରତିଦିନ କିଛି କଅଁଳ ଦୁବଘାସ ଛିଡାଇ ତାକୁ ଛେଚି ଗୋଟିଏ ପତ୍ର ପୁଡ଼ିଆରେ ବାନ୍ଧି ଔଷଧରୂପେ ଦେଉଥିଲେ ।

(ଙ) ‘ସୁଦୁରିଆନା’ କିଏ ?
Answer:
‘ସୁଦୁରିଆନା’ ହେଉଛନ୍ତି ମହାନ ଜନସେବକ ସୁଦର୍ଶନ ପ୍ରହରାଜ । ସେ ସାଇକେଲରେ ବୁଲିବୁଲି ଖରାବର୍ଷାକୁ ଖାତିର ନକରି ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୨ ।
ଦୁଇ ବା ତିନୋଟି ଧାଡ଼ିରେ ଆସ ଉତ୍ତର ଲେଖିବା ।
(କ) ‘ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ? ଲେଖକଙ୍କ ବାପା ଏକଥା କାହିଁକି କହିଥିଲେ ?
Answer:
ଲେଖକଙ୍କ ବାପା ରୋଗ ଶଯ୍ୟାରେ ପଡ଼ିଥିବା ବେଳେ, ଈଶ୍ଵରଙ୍କ ଉପରେ ଭରସା କରି ଏହା କହିଥିଲେ । ବିଧୂର ବିଧାନକୁ କେହି ଅଟକାଇପାରିବେ ନାହିଁ, ଯାହା ହେବାର ଥିବ ତାହା ନିଶ୍ଚୟ ହେବ ।

(ଖ) ବୋଉଙ୍କର ସ୍ନେହପୂର୍ଣ ଆଦେଶ ଲେଖକ ଭାଙ୍ଗି ନ ପାରିବାର କାରଣ କ’ଣ ?
Answer:
ଦିନକ ପାଇଁ ଛୁଟି ନେଇ ଲେଖକ ଘରକୁ ଆସିଥିଲେ ଓ ବୋଉଙ୍କର ଅସୁସ୍ଥତା ହେତୁ ତାଙ୍କୁ ତିନିଦିନ ଅଟକିଯିବାକୁ ପଡ଼ିଲା । କର୍ମକ୍ଷେତ୍ର କଟକ ଫେରିବାକୁ ବୋଉଠାରୁ ଅନୁମତି ମାଗିଲାରୁ, ବୋଉ ସ୍ନେହପୂର୍ଣ ଦୃଷ୍ଟିରେ ଚାହିଁ ଆଉ ଦୁଇଦିନ ରହିଯିବାକୁ କହିଲେ । ଲେଖକଙ୍କର ବୋଉଙ୍କ ପ୍ରତି ଗଭୀର ଭଲପାଇବା ବା ଅସୁସ୍ଥ ଅବସ୍ଥାରେ ତାହା ଛାଡିଯିବା ଉଚିତ୍ ନୁହେଁ ବୋଲି ବିଚାରକରି, ବୋଉଙ୍କର ସ୍ନେହପୂର୍ଣ୍ଣ ଆଦେଶକୁ ସେ ଭାଙ୍ଗି ପାରି ନଥିଲେ ।

(ଗ) ସୁଦର୍ଶନ ପ୍ରହରାଜଙ୍କର ବ୍ୟକ୍ତିତ୍ଵ କିପରି ଥୁଲା ?
Answer:
ସୁଦର୍ଶନ ପ୍ରହରାଜ ଜଣେ ମହାନ୍ ଜନସେବକ ଥିଲେ, ଯିଏ କି ଗାଁ ଗାଁ ବୁଲି ରୋଗୀଙ୍କର ସେବା କରୁଥିଲେ । ସେ ଥିଲେ ବଳିଷ୍ଠ, କର୍ମଠ ଓ ପରଦୁଃଖକାତର, ନିରଳସ ବ୍ୟକ୍ତି । ଶୀତ, ଖରା, ବର୍ଷାକୁ ଖାତିର ନକରି ଭୋକ ଶୋଷ ଭୁଲି ସେ ଅକୁଣ୍ଠ ଚିତ୍ତରେ ରୋଗୀ ଓ ଦୁଃଖୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ ।

(ଘ) ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନେ କିପରି ରୋଗୀସେବା କରୁଥିଲେ ?
Answer:
ସତ୍ୟବାଦୀ ବିଦ୍ୟାଳୟରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା ଏବଂ ଆଚାର୍ଯ୍ୟ ମହାଶୟଙ୍କ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ଏହି ସେବାକାର୍ଯ୍ୟ କରିବାକୁ ହେଉଥିଲା । ଛାତ୍ରାବାସରେ କୌଣସି ପିଲା ଜ୍ଵର କିମ୍ବା ବେମାରରେ ପଡ଼ିଲେ, ତାହାର ସେବା କରିବା ଓ ପଥକରାଇବା ଏବଂ ଡାକ୍ତରଖାନାରୁ ଔଷଧ ଆଣି ଦେବା ବ୍ୟବସ୍ତା କରିବାକୁ ହେଉଥିଲା । ଝାଡା ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବା କରୁଥିବା ଛାତ୍ରକୁ ହିଁ କରିବାକୁ ପଡୁଥିଲା ।

Question ୩ ।
ଆସ, ମନେ ପକାଇ ଉତ୍ତର ଲେଖୁ ।
(କ) ଲେଖକ ଉଦୟନାଥ ଷଡ଼ଙ୍ଗୀ ତାଙ୍କ ବାପା ବୋଉଙ୍କର କିପରି ସେବା କରିଥିଲେ ?
Answer:
ଲେଖକ ସତ୍ୟବାଦୀ ବିଦ୍ୟାଳୟରେ ଜଣେ ଆଦର୍ଶ ଛାତ୍ରଭାବେ ଅଧ୍ୟୟନ କରି ରୋଗୀସେବା ସମ୍ପର୍କରେ ଉପଯୁକ୍ତ ଜ୍ଞାନ ଆହରଣ କରିଥିଲେ । ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଥିଲାବେଳେ ତାଙ୍କ ବାପା ଗ୍ରହଣୀ ଝାଡା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ପିତାଙ୍କ ରୋଗଶଯ୍ୟା ନିକଟରେ ଦିନରାତି ବସି ସେବା କରିଥିଲେ । ଝାଡା ରୋଗ ହେତୁ ବାପାଙ୍କ ବିଛଣା ଚାଦର ବାରମ୍ବାର ମଇଳା ହୋଇଯାଉଥିଲା । ତେଣୁ ଘନଘନ ବିଛଣା ଚାଦର ବଦଳାଇବା, ପଥ୍ ଖୁଆଇ ଦେବା, ଉଠି ବସାଇବାରେ ସହାୟତା ପ୍ରଦାନ କରିବା ଆଦି କାର୍ଯ୍ୟ ଲେଖକ ନିଜେ କରୁଥିଲେ । ସାରାରାତି ଅନିଦ୍ରା ହୋଇ ସେ ବାପାଙ୍କ ଦେହ ହାତ ଆଉଁଶି ଦେଉଥିଲେ । ଲେଖକଙ୍କ ସେବାଶୈଳୀ ଏହିପରି ଥିଲା ଯେ ନିଦରୁ ଉଠିଲାମାତ୍ରେ ବାପା ପ୍ରଥମେ ତାଙ୍କୁ ହିଁ ଖୋଜୁଥିଲେ ।

ବାପାଙ୍କ ପରି ବୋଉଙ୍କ ଶେଷ ସମୟରେ ମଧ୍ୟ ଲେଖକ ତାଙ୍କ ପାଖେପାଖେ ରହି ସେବା କରିବାର ସୁଯୋଗ ପାଇଥିଲେ । କଟକରେ ଚାକିରି କରିଥିବା ସମୟରେ ସେଥ‌ିଲେ ଦିନକ ପାଇଁ ଛୁଟି ନେଇ ଘରକୁ ଆସି ଦେଖନ୍ତି ତ ବୋଉ ଜ୍ଵର ରୋଗରେ ଶଯ୍ୟାଶାୟୀ ହୋଇଛନ୍ତି । ଲେଖକ ବୋଉଙ୍କ ପାଖରେ ବସିରହି ତାଙ୍କ ପିଠି ଆଉଁସି ଦେଉଥିଲେ । ତିନିଦିନ ରହିଲା ପରେ, କର୍ମକ୍ଷେତ୍ରକୁ ଯିବା ପାଇଁ ଲେଖକ ବୋଉଙ୍କର ଅନୁମତି ମାଗିଥିଲେ । କିନ୍ତୁ ବୋଉ ହୁଏତ ଆଉ ବେଶିଦିନ ବଞ୍ଚେ ନାହିଁ ବୋଲି ଅନୁଭବ କରି ପୁଅକୁ ଆଉ ଦୁଇଦିନ ରହିଯିବାକୁ କହିଲେ ।

ବୋଉଙ୍କ କଥାରେ ଲେଖକ କଟକ ଯିବା କାର୍ଯ୍ୟକ୍ରମ ବାତିଲି କଲେ । ବୋଉଙ୍କର ବିଛଣାରେ ହିଁ ମଳମୂତ୍ର ହୋଇଯାଉଥିଲା । ଲେଖକ ନିଜେ ସେ ସବୁ ବଦଳାଇ ନିଜ ହାତରେ ବିଛଣା ଚାଦର ସଫାକରି ଦେଉଥିଲେ । ଏହି ପରି ଭାବରେ ଲେଖକ ପିତୃମାତୃ ସେବାକରି ନିଜ ଜୀବନକୁ ଧନ୍ଯକରି ପାରିଥିଲେ ଓ ସେମାନଙ୍କ ଆଶୀର୍ବାଦପ୍ରାପ୍ତ ହୋଇ ଜୀବନର ଉନ୍ନତି ପଥରେ ଅଗ୍ରସର ହୋଇଥିଲେ।

(ଖ) ସତ୍ୟବାଦୀ ବିଦ୍ୟାଳୟରେ ଛାତ୍ରମାନଙ୍କୁ ରୋଗୀସେବା କାହିଁକି ଶିକ୍ଷା ଦିଆଯାଉଥିଲା ?
Answer:
ସତ୍ୟବାଦୀ ବନବିଦ୍ୟାଳୟ, ସାଧାରଣ ବିଦ୍ୟାଳୟ ନଥିଲା, ତାହା ଥିଲା ମଣିଷ ତିଆରି କାରଖାନା । ସେଠାକାର ଛାତ୍ରମାନେ ପ୍ରତ୍ୟେକ ବିଷୟରେ ଶିକ୍ଷାଲାଭ କରୁଥିଲେ । ସ୍ବାବଲମ୍ବୀ ହେବା ଓ ସେବା ମନୋବୃତ୍ତି ପ୍ରକାଶ କରିବା ତାଙ୍କ ବିଦ୍ୟଳୟର ଅନ୍ୟତମ ଉଦ୍ଦେଶ୍ୟ ଥିଲା । ଏପରିକି ସେଠାରେ ରୋଗୀସେବା ପାଠ୍ୟନ୍ତର୍ଭୁକ୍ତ ଥିଲା । ଆଚାର୍ଯ୍ୟ ମହାଶୟଙ୍କ ଦାୟିତ୍ଵ ଓ ତତ୍ତ୍ୱାବଧାନରେ ଅନ୍ତେବାସୀଙ୍କୁ ପାଳିକରି ରୋଗୀସେବଂ କାର୍ଯ୍ୟ କରିବାକୁ ପଡୁଥିଲା ।

ରୋଗୀସେବା ପାଳି ଦାୟିତ୍ଵରେ ଥ‌ିବା ପିଲା ପ୍ରତିଦିନ ସକାଳେ ଗୋଟିଏ ଛୋଟ କ୍ଲାସରେ କିଛିକିଛି ନିମ ଛେଲି ବା ଚିରେଇତା ସିଝାପାଣି ପ୍ରତି ପିଲାଙ୍କୁ ଦେଉଥିଲେ । ଯେତେ ଅରୁଚିକର ହେଲେ ମଧ୍ୟ ସମସ୍ତେ ତାହା ପିଇବାକୁ ବାଧ୍ୟ ଥିଲେ । କାରଣ ରୋଗୀସେବ କାଳେ ଆଚାର୍ଯ୍ୟ ମହାଶୟଙ୍କୁ କହିଦେବ, ସେହି ଭୟରେ କେହି ପିଇବାକୁ ବାରଣ କରିପାରୁ ନଥିଲେ ।

ଛାତ୍ରାବାସର କୌଣସି ପିଲା ଜ୍ଵର ବା କିଛି ବେମାରରେ ପଡ଼ିଲେ ତା’ ପାଖରେ ରାତିଦିନ ବସି ରହିବାକୁ ପଡ଼ୁଥିଲା । ଡାକ୍ତରଖାନାରୁ ଔଷଧ ଆଣି ଠିକ୍ ସମୟରେ ଖୁଆଇବା, ନିର୍ଦ୍ଦିଷ୍ଟ ବେଳାରେ ଦେହରେ ଉତ୍ତାପ ମାପି ଚାର୍ଟରେ ଲେଖୁବା, ଦୁଧ, ସାଗୁ, ବାଲି, ପସାରୁଣି ପତ୍ର ସଂଗ୍ରହ କରିଆଣି ପଥ୍ କରାଇବା ଆଦି ଦାୟିତ୍ୱ ରୋଗୀ-ସେବକ ଉପରେ ନ୍ୟସ୍ତ ଥିଲା । ଏପରିକି ରୋଗୀର ମୁଣ୍ଡ, ଗୋଡ ଚିପିଦେବା, ଝାଡା, ପରିସ୍ରା ହୋଇଗଲେ ବିଛଣା ଧୋଇ ପରିଷ୍କାର କରିବା ଆଦି କାର୍ଯ୍ୟ ରୋଗୀ ସେବକକୁ ହିଁ କରିବାକୁ ପଡୁଥିଲା । ଏହାହିଁ ଥିଲା ସତ୍ୟବାଦୀ ବିଦ୍ୟାଳୟର ବିଶେଷତ୍ଵ ।

(ଗ) ଆଚାର୍ଯ୍ୟ ମହାଶୟ ଛାତ୍ରାବାସରେ ଶିକ୍ଷାର୍ଥୀମାନଙ୍କର ସେବା କରିବାର କାରଣ କ’ଣ ଥିଲା ?
Answer:
ଆଚାର୍ଯ୍ୟ ମହାଶୟ ଛାତ୍ରାବାସ ଦାୟିତ୍ଵରେ ରହିଥିଲେ । ପ୍ରତ୍ୟେକ ପିଲା କିପରି ସୁସ୍ଥ ଓ ନୀରୋଗ ରହିବେ, ତାହା ତାଙ୍କର ମୂଳଲକ୍ଷ୍ୟ ଥିଲା ( ସେଥିପାଇଁ ସେ ଥିଲେ ଋଷି ପ୍ରତିପ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ସେତେବେଳେ ସେହି ବିଦ୍ୟାଳୟରେ ରୋଗୀସେବା ପାଠର ଏକ ଅଙ୍ଗ ଥିଲା । ଛାତ୍ରାବାସରେ ରହୁଥ‌ିବା ଛୋଟ ପିଲାମାନଙ୍କ ଦେହରେ କାଛୁ ପୂରି ଯାଇଥାଏ । ଆଚାର୍ଯ୍ୟ ମହାଶୟ ନିଜେ ସକାଳେ ନିମପତ୍ର ସିଝା ଚରମ ପାଣିରେ ପିଲାମାନଙ୍କ କାଛୁକୁ ଧୋଇ ଦେଉଥିଲେ । କଷ୍ଟ ହେଉଥିଲେ ମଧ୍ୟ ଆଚାର୍ଯ୍ୟ ମହାଶୟଙ୍କ ଆଗରେ କୌଣସି ପିଲା ମୁଖ ବିକୃତ କରିବାକୁ ସାହସ କରୁ ନଥିଲେ । ପିଲାଙ୍କ ଯନ୍ତ୍ରଣା ଲାଘବ କରିବାକୁ ସେ ସରସ ମଜାଳିଆ କଥା କହି ଏପରି ମଜାଇ ଦେଉଥିଲେ ଯେ, ପିଲା କାଛୁଧୁଆ କଷ୍ଟ ଜାଣିପାରୁ ନଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୪।
ଆସ, ସରଳ ଭାଷାରେ ବୁଝାଇ ଲେଖୁ ।
(କ) ବଡ଼ ସ୍ନେହଭରା ଅଥଚ କରୁଣ ସେ ଚାହାଁଣୀ ।
Answer:
ବଡ଼ ସ୍ନେହଭରା ……………………………. ସେ ଚାହାଣି ।
ପ୍ରୟତ୍ତ ଗଦ୍ଦ୍ୟାଂଶଟି ଉଦୟନାଥ ଷଡ଼ଙ୍ଗାଙ୍କ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ରୁ ସଂଗୃହୀତ ‘ରୋଗା ସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗାକ୍ରାନ୍ତ ବୋଉଙ୍କର ମୃତ୍ୟୁର ଅବ୍ୟବହିତ ପୂର୍ବ ଚାହାଣିରେ ଭରିରହିଥ‌ିବା କାରୁଣ୍ୟ ଉପରେ ଆଲୋକପାତ କରିଛନ୍ତି । ପିତାଙ୍କ ମୃତ୍ୟୁର ଠିକ୍ ପାଞ୍ଚବର୍ଷ ପରେ ଲେଖକଙ୍କ ବୋଉ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । ସେ ସମୟକୁ ଲେଖକ କଟକର ଦତ୍ତ ପ୍ରେସରେ ଚାକିରି କରୁଥିଲେ । ଦିନକ ପାଇଁ ଛୁଟି ନେଇ ଘରକୁ ଆସି ସେ ବୋଉଙ୍କୁ ଜ୍ଵର ରୋଗରେ ପୀଡ଼ିତ ଥ‌ିବା ଅବସ୍ଥାରେ ଦେଖିଲେ । ବାଧ୍ୟ ହୋଇ ଦୁଇଦିନ ଛୁଟି ବଢ଼ାଇ ବୋଉଙ୍କ ସେବା ଶୁଶ୍ରୂଷା କଲେ । ବୋଉ ସାମାନ୍ୟ ସୁସ୍ଥ ହେବାପରେ କର୍ମକ୍ଷେତ୍ରକୁ ବାହାରିବାକୁ ଅଗ୍ରସର ହେବାରୁ ଆଉ ଦୁଇଦିନ ରହିଯିବାକୁ ବୋଉ ଅତି ବିକଳ ଭାବେ ପୁଅକୁ କହିଲେ ।

ବୋଉଙ୍କ ସ୍ନେହପୂର୍ଣ କଥା କାଟି ନପାରି ଲେଖକ ରହିବାକୁ ବାଧ୍ୟ ହେଲେ । କିନ୍ତୁ ସେଦିନ ରାତିକୁ ହଠାତ୍ ବୋଉ ସଂଜ୍ଞାହୀନ ହୋଇପଡ଼ିଲେ । ଡାକ୍ତର ଔଷଧର ବ୍ୟବସ୍ଥା କରିବାର ଦିନକ ପରେ ସେ ପ୍ରକୃତିସ୍ଥ ହେଲେ । ମାତ୍ର ରାତିକୁ ଅବସ୍ଥାରେ ଅବନତି ଘଟିଲା । ପାହାନ୍ତା ପହରକୁ ଦୁଆରକୁ ଉଠାଇ ନେବାକୁ ବୋଉ ଲେଖକଙ୍କୁ କହିଲେ । ସେତେବେଳକୁ ତାଙ୍କ ଶେଷ ସମୟ ଆସି ସାରିଥିଲା । ଅନ୍ତିମ ଆଶୀର୍ବାଦ ଦେବାକୁ ଅତି କରୁଣ ଦୃଷ୍ଟିରେ ପୁଅକୁ ଚାହିଁ ହାତ ‘ଉଠାଇବାକୁ ଚେଷ୍ଟା କରି ମଧ୍ୟ ଉଠାଇ ପାରିଲେ ନାହିଁ । ଏହା ଜାଣିପାରି ଲେଖକ ବୋଉଙ୍କ ହାତକୁ ଧରି ଟେକିବାକୁ ଚେଷ୍ଟା କଲେ । ଲେଖକଙ୍କ ହାତକୁ ଧରି ବୋଉ ଆଖବୁଜିଲେ । ସେହି ସମୟରେ ବୋଉଙ୍କ ଆଖୁର ଚାହାଣିରେ ଭରି ରହିଥୁଲା ଆକୁଳତା ଯାହାକୁ ଲେଖକ ଶ୍ରେଷ୍ଠ ଆର୍ଶୀବାଦ ବୋଲି ପରବର୍ତ୍ତୀ ସମୟରେ ଅନୁଭବ କରିଥିଲେ ।

(ଖ) ଯଦି ଚିତ୍ରକର ହୋଇଥାଆନ୍ତି, ତେବେ ତା’ର ଗୋଟିଏ ଅପରୂପ ଛବି ଆଙ୍କି ଦେଇପାରନ୍ତି ।
Answer:
ଯଦି ଚିତ୍ରକର …………………….. ଆଙ୍କି ଦେଇପାରନ୍ତି ।
ଶଂସିତ ଗଦ୍ୟାଂଶଟି ଉଦୟନାଥ ଷଡଙ୍ଗାଙ୍କ ରଚିତ ଆମ୍ଚରିତ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ରୁ ସଂଗୃହାତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ପିତାଙ୍କ ମୃତ୍ୟୁ ପୂର୍ବର ସ୍ନେହପୂର୍ଣ ଢଳଢ଼ଳ ମୁହଁ ଓ ଆବେଗଭରା ଚାହାଣି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ପିତା ୭୨ ବର୍ଷ ବୟସରେ ଇହଲୀଳା ସାଙ୍ଗ କରିଥିଲେ । ମୃତ୍ୟୁ ପୂର୍ବରୁ ସେ ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ଥିଲେ । ଶେଷ ମୁହୂର୍ଭ ପର୍ଯ୍ୟନ୍ତ ଲେଖକ ତାଙ୍କର ସେବା ଶୁଶ୍ରୂଷା କରିଥିଲେ । ଡାକ୍ତର ଡାକିବାକୁ କହିଥିଲେ ମଧ୍ୟ ତାଙ୍କ ପିତା ବାରଣ କରିଥିଲେ । ହୁଏତ ସେହି ରୋଗରେ ସେ ଶେଷନିଃଶ୍ୱାସ ତ୍ୟାଗ କରିବାକୁ ଚାହିଁଥିଲେ । ଲେଖକ ଗାଁ ବୈଦ୍ୟଙ୍କ ନିକଟରୁ ଔଷଧ ଆଣିଥିଲେ ମଧ୍ୟ ସେ ଖାଇନଥିଲେ ।

ମୃତ୍ୟୁ ପୂର୍ବରୁ ଶେଷ ତିନିଦିନ ସେ ଅଚୈତନ୍ୟ ଅବସ୍ଥାରେ ରହିଥିଲେ । ଯେତେବେଳେ ଚେତନା ଫେରିଆସେ, ଅତି ଆଦରରେ ସେ ଲେଖକଙ୍କ ମୁହଁ ଓ ପିଠିରେ ହାତ ବୁଲାଇ ଆଣନ୍ତି, ସ୍ନେହପୂର୍ଣ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକ ଚକ୍ଷୁରେ ଚାହିଁ ରହନ୍ତି । ସେହି ଆଖୁର ଢଳଢଳ ଚାହାଣିରୁ ସତେଯେପରି ଆଶୀର୍ବାଦର କିରଣ ଝରି ଆସୁଥିବା ପରି ଲେଖକଅନୁଭବ କରୁଥିଲେ । ପରବର୍ତ୍ତୀ ସମୟରେ ବାପାଙ୍କର ସେହି ମୁହଁ ଲେଖକଙ୍କ ମାନସପଟରେ ନାଚି ଉଠେ । କୌଣସି ଏକ ମନୋମୁଗ୍ଧକାରୀ ଦୃଶ୍ୟକୁ କେବଳ ଚିତ୍ରକର ହିଁ ରଙ୍ଗତୂଳୀରେ ରୂପ ଦେଇପାରେ । ଲେଖକ ଜଣେ ଚିତ୍ରଶିଳ୍ପୀ ହୋଇ ନଥିବାରୁ ପିତାଙ୍କର ସେହି ରୂପକୁ କେବଳ ସ୍ମରଣ ମାତ୍ର କରିପାରନ୍ତି, ମାତ୍ର ଆଙ୍କି ପାରନ୍ତି ନାହିଁ ।

Question ୫।
ଆସ, ତଳେ ଦିଆଯାଇଥ‌ିବା ଅନୁଚ୍ଛେଦଟି ପଢ଼ିବା ଓ ତାକୁ ଉତ୍ତର ମନେକରି ତା’ ପାଇଁ କିଛି ପ୍ରଶ୍ନ ତିଆରି କରିବା । ଘରଘର ବୁଲି ରୋଗୀଙ୍କ ଅବସ୍ଥା ଦେଖୁ । ଡାକ୍ତରଖାନାରୁ ଔଷଧ ନେଇ ଖାଇବାକୁ ଦେଉ । ଗୁରୁତର ରୋଗୀମାନଙ୍କୁ ଡାକ୍ତରଖାନାକୁ ଆଣିବାର ବ୍ୟବସ୍ଥା କରୁ । ସାନିଟାରୀ ଇନ୍ସପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଉ । ଅନେକ ସମୟରେ ସାଗୁପାଣି ତିଆରି କରି ସଙ୍ଗରେ ନେଇଥାଉ । ଗରିବମାନଙ୍କର ତାହା ପଥ୍ ହୁଏ, ଆଶ୍ରମରୁ ସକାଳୁ ବାହାରିଗଲେ ଦିନେ ଦିନେ ଫେରିବାକୁ ରାତି ବେଶି ହୋଇଯାଏ । କିନ୍ତୁ ଶ୍ରୀଯୁକ୍ତ ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା ଥାଏ, ସନ୍ଧ୍ୟା ପୂର୍ବରୁ ଫେରିବ । ଆଶ୍ରମ ଭିତରକୁ ଯିବା ପୂର୍ବରୁ ଗୋଡ଼ହାତ ଫିନାଇଲ୍ ପାଣିରେ ଧୋଇବ, ଗରମ ପାଣିରେ ଗାଧୋଇବ ।
Answer:
(କ) ଗୁରୁତର ରୋଗୀମାନଙ୍କ ପାଇଁ କିପରି ବ୍ୟବସ୍ଥା କରିବାକୁ ହୋଇଥାଏ ?
(ଖ) କାହାକୁ ଧରି କୂଅ ପୋଖରୀ ବିଶୋଧନ କରାଯାଏ ?
(ଗ) ସାନିଟାରୀ ଇନିସ୍‌କ୍ଲେରଙ୍କୁ ଧରି କ’ଣ କରାଯାଏ ?
(ଘ) ସାଗୁପାଣି କାହିଁକି ସାଙ୍ଗରେ ନେବାକୁ ହୋଇଥାଏ ?
(ଙ) ଅନେକ ସମୟରେ କ’ଣ ତିଆରି କରି ସାଙ୍ଗରେ ନେବାକୁ ହୋଇଥାଏ ?
(ଚ) ସକାଳୁ ବାହାରି ଗଲେ, ଆଶ୍ରମକୁ କେତେବେଳେ ଫେରିବାକୁ ହୋଇଥାଏ ?
(ଛ) ଗୋପବନ୍ଧୁ ଚୌଧୁରୀଙ୍କର କଡ଼ା ତାଗିଦା କ’ଣ ଥାଏ ?
(ଜ) ସଂନ୍ଧ୍ୟା ପୂର୍ବରୁ ଫେରିବା ପାଇଁ କିଏ ତାଗିଦ କରିଥାନ୍ତି ?
(ଝ) ଆଶ୍ରମ ଭିତରକୁ ଯିବା ପୂର୍ବରୁ କିପରି ପରିଷ୍କାର ହେବାକୁ ପଡ଼ିଥାଏ ?

Question ୬।
ଆସ, ତଳେ ଥ‌ିବା କୋଠରୀରୁ ଅକ୍ଷର ନେଇ ଶବ୍ଦ ଗଢ଼ିବା ।
BSE Odisha 8th Class Odia Solutions Chapter 6 ରୋଗୀସେବା 1
Answer:
ତାଲିମ, ସମାଗମ, ସ୍ଵେଚ୍ଛାସେବକ, ପ୍ରଖର, ବିକୃତି, ଛେଉଣ୍ଡ, ତାଗିଦା, ଖଞ୍ଜା ପ୍ରକୃତି, ଛେଲି, ବଚ୍ଛା, ସେବା ।

Question ୭ ।
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବା ।
(କ) ବାପା ଶେଷ ତିନି ଦିନ ________ ଅବସ୍ଥାରେ ପଡ଼ି ରହିଲେ । (ଅଚତୈନ, ଅନୌତନ, ଅଚୈତନ୍ୟ)
(ଖ) ବୋତର ଶରାରରେ ରୋଗ ________ ଶକ୍ତି ନଥିଲା । (ପ୍ରତିଶେଧକ, ପ୍ରତିଷେଧକ, ପ୍ରତିସେଧକ)
(ଗ) ମା’ ପୁଅକୁ ________କଲେ । (ଆଶ୍ରିବାଦ, ଆଶୀର୍ବାଦ, ଆର୍ଶୀବାଦ)
(ଘ) ଶୁଭ ________ ଆସିଗଲା । (ମୁହୂର୍ଭ, ମୂହୁର୍ତ୍ତ, ମୁହୂର୍ର)
(ଙ) ରୋଗା ପାଇଁ ଉପଯୁକ୍ତ ________ ଆବଶ୍ୟକ । (ଶୁଶ୍ରୂଷା, ଶୁଶ୍ରୂଷା, ସୁଶ୍ରୂଷା)
Answer:
(କ) ବାପା ଶେଷ ତିନି ଦିନ ଅବସ୍ଥାରେ ପଡ଼ି ରହିଲେ ।
(ଖ) ବୋତର ଶରାରରେ ରୋଗ ପ୍ରତିଷେଧକ ଶକ୍ତି ନଥିଲା ।
(ଗ) ମା’ ପୁଅକୁ ଆଶୀର୍ବାଦ କଲେ ।
(ଘ) ଶୁଭ ମୁହୂର୍ଭ ଆସିଗଲା ।
(ଙ) ରୋଗା ପାଇଁ ଉପଯୁକ୍ତ ଶୁଶ୍ରୂଷା ଆବଶ୍ୟକ ।

Question ୮।
ଆରମ୍ଭରେ ‘ଅ’ ଅକ୍ଷର ଯୋଗ କରି ପାଞ୍ଚଟି ଶବ୍ଦ ଗଢ଼ିବା ।
ନୂତନ ଶବ୍ଦଗୁଡ଼ିକୁ ଏଠାରେ ଲେଖୁବା ।
BSE Odisha 8th Class Odia Solutions Chapter 6 ରୋଗୀସେବା 2
Answer:
ଅଚୈତନ୍ୟ, ଅସାମାନ୍ୟ, ଅହିତକର, ଅଗୋଚର, ଅନୈତିକ ସେହି ଶବ୍ଦଗୁଡ଼ିକୁ ନେଇ ବାକ୍ୟ ଗଠନ କରିବା ।
ଅଚୈତନ୍ୟ – ରୋଗୀଟି ରୋଗରେ ଅଚୈତନ୍ୟ ହୋଇଯାଇଛି ।
ଅସାମାନ୍ଯ – ଗଙ୍ଗାଧର ମେହେର ଅସାମାନ୍ୟ କବି ପ୍ରତିଭାର ଅଧିକାରୀ ଥିଲେ ।
ଅହିତକର – ଅତ୍ୟଧ୍ୟ ତେଲମସଲାଯୁକ୍ତ ଖାଦ୍ୟ ସ୍ୱାସ୍ଥ୍ୟପ୍ରତି ଅହିତକର ।
ଅଗୋଚର – ବିଶ୍ୱକବିଙ୍କ ପୂରାନାମ କାହାକୁ ଅଗୋଚର ନଥ‌ିବ ।
ଅନୈତିକ – ଅନୈତିକ କାର୍ଯ୍ୟରେ ଲିପ୍ତ ହେଲେ ଅବଶ୍ୟ ଦଣ୍ଡ ଭୋଗିବାକୁ ପଡ଼ିଥାଏ ।

Question ୯।
ଆସ, ଉପଯୁକ୍ତ ବିପରୀତ ଅର୍ଥବୋଧକ ଶବ୍ଦଗୁଡ଼ିକୁ ବଡ଼ କୋଠରିରୁ ବାଛି ସାନ କୋଠରିରେ ଲେଖୁବା ।
ଆସହଯୋଗ, ରୋଗାକ୍ରାନ୍ତ,  ପ୍ରତ୍ୟୁଷ, ଅଶାର୍ବାଦ, ଆସମ୍ଭବ,
BSE Odisha 8th Class Odia Solutions Chapter 6 ରୋଗୀସେବା 3
Answer:
ଆସହଯୋଗ – ସହଯୋଗ
ରୋଗାକ୍ରାନ୍ତ – ରୋଗ ମୁକ୍ତ
ପ୍ରତ୍ୟୁଷ – ପ୍ରଦେ।ଷ
ଅଶାର୍ବାଦ – ଅଭିଶାପ
ଆସମ୍ଭବ – ସମ୍ଭବ

Question ୧୦ ।
ଏକଥା କିଏ କାହାକୁ କହିଛନ୍ତି ପାଖ ବନ୍ଧନୀ ମଧ୍ଯରେ ଲେଖୁବା ।
(କ) ‘‘ଯାହା କରିବେ ସାଇଁ, ତାହା
(ଖ) ‘‘ପିଲାଟା କାଲି ରାତିରେ ଜମା ଶୋଇ ନାହିଁ ।
(ଗ) ‘‘ମୋ ଧନକୁ କିଏ ଆଣିଲାଟି। !!
(ଘ) ‘‘ଆସିଛୁ ଯେତେବେଳେ ଆଉ ଦୁଇଟାଦିନ ରହିଯା’’ ।
Answer:
(କ) ଲେଖକଙ୍କ ବାପା, ଲେଖକଙ୍କୁ କହିଥିଲେ ।
(ଖ) ଲେଖକଙ୍କ ବାପା, ଲେଖକଙ୍କ ବୋଉକୁ କହିଥିଲେ ।
(ଗ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।
(ଘ) ଲେଖକଙ୍କ ବୋଉ ଲେଖକଙ୍କୁ କହିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୧୧ ।
ତଳେ ଦିଆଯାଇଥିବା ଶବ୍ଦଗୁଡ଼ିକୁ ସନ୍ଧିବିଚ୍ଛେଦ କରି ଲେଖୁବା
ପ୍ରଶ୍ନୋତ୍ତର ________ + ________
ଅଧିକାଂଶ ________ + ________
ଛାତ୍ର।ବାସ ________ + ________
ଜରନ୍ନ।ଥ ________ + ________
ସ୍ଵେଚ୍ଛା ________ + ________
Answer:
ପ୍ରଶ୍ନୋତ୍ତର = ପ୍ରଶ୍ନ + ଉତ୍ତର
ଅଧିକାଂଶ = ଅଧିକ + ଅଂଶ
ଛାତ୍ରାବାସ = ଛାତ୍ର + ଆବାସ
ଜଗନ୍ନାଥ = ଜଗତ୍ + ନାଥ = ସ୍ୱ + ଇଚ୍ଛା

Question ୧୨ ।
ଭୁଲ୍ ଲେଖାଥିବା ଶବ୍ଦକୁ ତା’ ପାଖରେ ଠିକ୍ କରି ଲେଖୁବା ।

ଭୁଲ୍‌ ଶବ୍ଦ ଠିକ୍ ଶବ୍ଦ
ଶିଘ୍ର
ଆଶ୍ୱାଶନା
ବିକ୍ରୁତି
ସ୍ନେହପୁର୍ଣ୍ଣ
ଯିଦ୍
ଚାଟଷାଳୀ
ଅସ୍ପଷ୍ଟ
ସ୍ନେହପୁର୍ଣ୍ଣ
ସଂଜ୍ଞାହିନ
ସଂଜ୍ଞାହିନ
ଯିଦ୍
ଅସ୍ପଷ୍ଟ
ଶୁଶ୍ରୂଷା

Answer:

ଭୁଲ୍‌ ଶବ୍ଦ ଠିକ୍ ଶବ୍ଦ
ଶିଘ୍ର ଶାଘ୍ର
ଆଶ୍ୱାଶନା ଆଶ୍ୱାସନା
ବିକ୍ରୁତି ବିକୃତି
ସ୍ନେହପୁର୍ଣ୍ଣ ଆଶାର୍ବାଦ
ଯିଦ୍ ଚାଟଶାଳା
ଚାଟଷାଳୀ ପ୍ରଭୂତି
ଅସ୍ପଷ୍ଟ ସ୍ନେହପୂର୍ଣ୍ଣ
ସ୍ନେହପୁର୍ଣ୍ଣ ସଂଜ୍ଞାହାନ
ସଂଜ୍ଞାହିନ ଜିଦ୍‌
ଯିଦ୍ ବ୍ୟବସ୍ଥା
ଅସ୍ପଷ୍ଟ ଅସ୍ତଷ୍କ
ଶୁଶ୍ରୂଷା ଶୁଶ୍ରୂଷା

Question ୧୩ ।
କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ବନ୍ଧୁଙ୍କ ନିକଟକୁ ଚିଠିଟିଏ ଲେଖ ।
Answer:

ତା ୨୫.୪.୨୦୧୯
ସୁଜନପୁର

ପ୍ରିୟ ସୁରେଶ,

ଶୁଭେଚ୍ଛା ନେବୁ । ଗତ ଶନିବାର ଦିନ ତୋ’ ଚିଠି ପାଇଲି । ହଷ୍ଟେଲ ଜୀବନ ତୋତେ ଭଲ ଲାଗୁଛି ଜାଣି ଖୁସି ହେଲି । ଆଜି ତୋତେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଖବର ଜଣାଉଛି । ତୁ ଜାଣି ଖୁସି ହେବୁ ଯେ ମୁଁ ରେଭେନ୍ସା କଲିଜିଏଟ୍ ସ୍କୁଲ୍‌ର ନେତାଜୀ ସ୍ଵେଚ୍ଛାସେବକ ବାହିନୀରେ ଯୋଗ ଦେଇଛି । ଆମ ସ୍କାଉଟ୍ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଆମେ ଗତିରାଉତପାଟଣାଠାରେ ଅନୁଷ୍ଠିତ ଝାମୁ ଯାତ୍ରାରେ ସେବାକାର୍ଯ୍ୟ କରିବାପାଇଁ ଯାଇଥିଲୁ ।

ସଙ୍ଗରେ ଗୋଟିଏ ତମ୍ବୁ, ଦରି ଓ ବ୍ୟାନର ନେଇଥିଲୁ । ପହଞ୍ଚିଲା ପରେ ସ୍ଥାନୀୟ ୱାର୍ଡମେମ୍ବର ଓ କେତେଜଣ ଯୁବକ ଆମକୁ ସ୍ଵାଗତ କରିଥିଲେ । ନିକଟସ୍ଥ ଏକ ଆମ୍ବତୋଟାରେ ତମ୍ବୁ ପକାଇଲା ପରେ ସଙ୍ଗରେ ନେଇଥ‌ିବା ପାନୀୟ ଜଳ ଯୋଗାଣର ସରଞ୍ଜାମ ଧରି ଯାତ୍ରାସ୍ଥଳକୁ ବାହାରିଲୁ । ପୂର୍ବରୁ ଆମ ପାଇଁ ସେଠାରେ ଜଳଖୁର ବନ୍ଦୋବସ୍ତ କରାଯାଇଥିଲା । ଜଳଖୁଆ ଖାଇସାରିଲା ପରେ ପରେ ସ୍ଥାନୀୟ ସରପଞ୍ଚ ଆସି ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଗଲେ । ତମ୍ବୁରେ ଥିବା ଆମ ଜିନିଷପତ୍ର ଦାୟିତ୍ବରେ ବିଦ୍ୟାଳୟର ପିଅନ ରବି ଭାଇ ରହିଲେ ।

ମଧ୍ୟାହ୍ନରେ ଯାତ୍ରା ଆରମ୍ଭ ହେବାର ଥିଲା । ଗ୍ରୀଷ୍ମର ପ୍ରାଦୁର୍ଭାବ କ୍ରମେ ବଢ଼ିବାକୁ ଲାଗିଲା । ଯାତ୍ରୀସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଇବାକୁ ଲାଗିଲା । ସ୍ଥାନୀୟ ନଳକୂପରୁ ପାଣି ଆଣି ଚାରିଗୋଟି ଡ୍ରମରେ ରଖୁ । ଖରାତାତି ବଢ଼ିବା ସହିତ ଆମ କାର୍ଯ୍ୟର ତତ୍ପତା ବୃଦ୍ଧି ପାଇଲା । ଚାରିଜଣ ଜଳ ଯୋଗାଣ ଦାୟିତ୍ଵରେ ରହିଲେ, ଦୁଇଜଣ ପିଲା ନଳକୂପରୁ ପାଣି ଆଣି ଡ୍ରମରେ ଭରିବା ଦାୟିତ୍ୱରେ ଥିଲେ । ଆଉ ଦୁଇଜଣ ଯାତ୍ରୀମାନଙ୍କୁ ଶୃଙ୍ଖଳିତଭାବେ ଯାତ୍ରା ଦେଖିବା କାର୍ଯ୍ୟରେ ସାହାଯ୍ୟ କରିବାକୁ ମୁତୟନ ହେଲେ । ଆମ ଗୁରୁଜୀ ଆମମାନଙ୍କର କାର୍ଯ୍ୟ କିପରି ସୁପରିଚାଳିତ ହେବ ତାହା ବୁଝାବୁଝି କରୁଥିଲେ । ଖରା ତେଜ ସହି ନପାରି ଦୁଇ ତିନିଜଣ ବୃଦ୍ଧା ଅଚେତ ହୋଇ ପଡ଼ିଥିଲେ । ସେମାନଙ୍କୁ ଟେକିଆଣି ଶିବିରରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରିଥିଲୁ । ଆମର କାମ ଦେଖି ସ୍ଥାନୀୟ ଲୋକେ ପ୍ରଶଂସା କରୁଥିଲେ ବୟସ୍କ ଲୋକମାନେ ଆମକୁ କଲ୍ୟାଣ କରୁଥିଲେ ।

ସୁରେଶ, ତୁ ବିଶ୍ଵାସ କରିପାରିବୁନି, ସେଦିନର ସେ ଅନୁଭୂତି ଆମକୁ ଏତେ ଆନନ୍ଦ ଦେଇଥିଲା ଯେ ଆମେ ଜୀବନରେ ତାହା ଭୁଲିପାରିବୁନି । ମଧ୍ୟାହ୍ନ ଭୋଜନ ଆମ କ୍ୟାମ୍ପକୁ ଆସିଲାପରେ ଜଣ ଜଣ କରି ଯାଇ ଖାଇଆସି କାମରେ ଲାଗିପଡ଼ିଥିଲୁ । ଅପରାହ୍ନକୁ ଗହଳି ଧୀରେ ଧୀରେ କମିବାକୁ ଲାଗିଲା। ୫ଟା ପରେ ଆମେ ଶିବିରକୁ ଫେରିଲୁ । ସ୍ଥାନୀୟ କିଛି ଭଦ୍ରବ୍ୟକ୍ତି ଜଳଖୁ ଆଣି ଆମକୁ ଖାଇବାକୁ ଦେଲେ । ସନ୍ଧ୍ୟାରେ ଜିନିଷପତ୍ର ଗାଡ଼ିରେ ଲଦି ହଷ୍ଟେଲକୁ ଫେରିଲୁ । ପରଦିନ ପ୍ରଧାନଶିକ୍ଷକ ପ୍ରାର୍ଥନା ସଭାରେ ଆମକୁ ଗୋଟିଏ ଗୋଟିଏ ପ୍ରଶଂସାପତ୍ର ଦେଇ ପୁରସ୍କୃତ କଲେ । ମୁଁ ପୁରୀ ଗଲେ ତମ ହଷ୍ଟେଲକୁ ନିଶ୍ଚୟ ଯିବି । କାଲି ମୁଁ ବାପାଙ୍କ ସହ ଘରକୁ ଆସିଥୁଲି । ସୋମବାର ସକାଳୁ ହଷ୍ଟେଲ ଚାଲିଯିବି । ଚିଠି ପାଇ ଚିଠି ଦେବୁ । ଏତିକିରେ ରହୁଛି । । ଇତି ।

ତୋର ମମତାବଦ୍ଧ ରଘୁ

BSE Odisha 8th Class Odia Solutions Chapter 6 ରୋଗୀସେବା 4

ତୁମ ପାଇଁ କାମ

କୌଣସି ସେବାମୂଳକ କାର୍ଯ୍ୟରେ ଅଂଶଗ୍ରହଣ ମାଧ୍ୟମରେ ତୁମେ ଲାଭ କରିଥିବା ଅନୁଭୂତିକୁ ବର୍ଣନା କରି ଏକ ବିବରଣୀ ଲେଖ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନେ।ତ୍ତର

Question ୧।
ଲେଖକଙ୍କ ବାପାଙ୍କ ପାଦରୁ ରକ୍ତ କାହିଁକି ଝରୁଥୁଲା ?
Answer:
ଲେଖକଙ୍କ ବାପା ବାଡ଼ିରେ କାମ କରୁଥିଲାବେଳେ ଖଣ୍ଡେ ଭଙ୍ଗାକାଚ ପାଦରେ ପଶିଯିବାରୁ ତାଙ୍କ ପାଦରୁ ରକ୍ତ ଝରୁଥିଲା ।

Question ୨।
ଲେଖକଙ୍କ ବାପାଙ୍କର ମୃତ୍ୟୁ କିପରି ହୋଇଥିଲା ?
Answer:
ଲେଖକଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇଥିଲେ । ଲେଖକ ଡାକ୍ତର ଡାକିବା କଥା କହିବାରୁ ସେ ବାରଣ କଲେ । ଗ୍ରାମର ବୈଦ୍ୟଙ୍କଠାରୁ ଆଣିଥିବା ଔଷଧ ମଧ୍ଯ ସେ ଖାଇନଥିଲେ । ଦଶ ବାର ଦିନ ଶଯ୍ୟାଶାୟୀ ହେବା ପରେ ସେହି ରୋଗରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।

Question ୩ ।
ଲେଖକଙ୍କ ବୋଉଙ୍କର ଦେହାନ୍ତ କେବେ ହୋଇଥିଲା ?
Answer:
୧୯୨୭ ମସିହାରେ ଲେଖକଙ୍କ ବାପା ଦେହତ୍ୟାଗ କରିବାର ପାଞ୍ଚବର୍ଷ ପରେ ତାଙ୍କ ବୋଉଙ୍କ ଦେହାନ୍ତ ହୋଇଥୁଲା, ଅର୍ଥାତ୍ ୧୯୩୨ ମସିହାରେ ତାଙ୍କ ବୋଉ ଇହଧାମ ତ୍ୟାଗ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୪ ।
ସେତେବେଳେ ଲେଖକ କେଉଁଠାରେ ଚାକିରି କରୁଥିଲେ ?
Answer:
ଲେଖକଙ୍କ ବୋଉ ରୋଗଗ୍ରସ୍ତ ହୋଇ ମୃତ୍ୟୁବରଣ କଲା ସମୟରେ ଲେଖକ କଟକର ଦତ୍ତ ପ୍ରେସରେ ଚାକିରୀ କରୁଥିଲେ ।

Question ୫ ।
୧୯୨୨ ମସିହାରେ କେଉଁଠାରେ ହଇଜା ବ୍ୟାପିଥିଲା ?
Answer:
୧୯୨୨ ମସିହାରେ ଜଗତ୍‌ସିଂହପୁରର ଅଳକାଶ୍ରମ ଆଖପାଖ କେତୋଟି ଗ୍ରାମରେ ହଇଜା ବ୍ୟାପିଥିଲା ।

Question ୬।
ସୁଦର୍ଶନଙ୍କ ସହିତ ମିଶି ଲେଖକ କିପରି ରୋଗୀସେବା କରୁଥିଲେ ?
Answer:
ଲେଖକ ସୁଦର୍ଶନ ପ୍ରହରାଜଙ୍କୁ ଗୁରୁଜ୍ଞାନ କରୁଥିଲେ । ଶ୍ରଦ୍ଧାରେ ସେ ତାଙ୍କୁ ସୁଦୁରିଆନା ବୋଲି ଡାକୁଥିଲେ । ତାଙ୍କ ସହିତ ଘର ଘର ବୁଲି ଲେଖକ ରୋଗୀମାନଙ୍କ ଅବସ୍ଥା ଦେଖିବା, ଡାକ୍ତରଖାନାରୁ ଔଷଧ ଆଣିଦେବା, ସାନିଟାରୀ ଇନିସ୍ପେକ୍ଟରଙ୍କ ସହାୟତାରେ କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟ କରୁଥିଲେ । ଅନେକ ସମୟରେ ସାରୁପାଣି ତିଆରି କରି ଗରିବ ଲୋକଙ୍କୁ ପଥ ଯୋଗାଇବା କାର୍ଯ୍ୟ ମଧ୍ୟ କରୁଥିଲେ । ଆଶ୍ରମରୁ ବେଳେବେଳେ ବାହାରିଗଲେ ଫେରିବାକୁ ବେଶି ରାତି ହୋଇଯାଏ ।

Question ୭ ।
ଲେଖକ କେଉଁଠାରୁ ରୋଗୀସେବା ଶିକ୍ଷା କରିଥିଲେ ?
Answer:
ପାଠ୍ୟନ୍ତର୍ଭୁକ୍ତ ବିଷୟ ସହ ରୋଗୀସେବାର ଶିକ୍ଷା ଦେଉଥଲେ ଆଚାର୍ଯ୍ୟ ହରିହର । ଆଚାର୍ଯ୍ୟ ମହାଶୟ ସେବା କରିବାକୁ କେବଳ ଶିକ୍ଷା ଦେଉନଥିଲେ, ବରଂ ନିଜେ ତାହା କରି ଦେଖାଇ ଦେଉଥିଲେ । ଲେଖକ ତାଙ୍କଠାରୁ ରୋଗୀସେବା ଶିକ୍ଷା କରିଥିଲେ ।

Question ୮।
‘ରୋଗୀସେବା’ ପ୍ରବନ୍ଧର ଲେଖକ କିଏ ? ତାଙ୍କର କେଉଁ ଉପନ୍ୟାସ ଓଡ଼ିଆ ପାଠକମାନଙ୍କ ମଧ୍ୟରେ ସୁପରିଚିତ?
Answer:
‘ରୋଗୀସେବା’ ପ୍ରବନ୍ଧର ଲେଖକ ହେଉଛନ୍ତି ଶିଶୁ ସାହିତ୍ୟିକ ଉଦୟନାଥ ଷଡ଼ଙ୍ଗୀ । ତାଙ୍କ ଅନୁବାଦ ଉପନ୍ୟାସ ‘ଟମକକାଙ୍କ କୁଟୀର’ ଓଡ଼ିଆ ସାହିତ୍ୟର ପାଠକ ମହଲରେ ବେଶ୍ ସୁପରିଚିତ ।

Question ୯।
ବାପାଙ୍କ ପାଦରୁ ରକ୍ତ ଝରୁଥ‌ିବା ଦେଖୁ ଲେଖକ କ’ଣ କରିଥିଲେ ?
Answer:
ବାପାଙ୍କ ପାଦରୁ ରକ୍ତ ଝରୁଥ‌ିବା ଦେଖୁ ଲେଖକ ପ୍ରଥମେ ବିଚଳିତ ହୋଇ ପଡ଼ିଥିଲେ । ତଥାପି ସାହସର ସହ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟକୁ ନେଇ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ବାପା କଷ୍ଟ ପାଉଥିବାବେଳେ ସେ ପାଦ ଓ ଆଉଁଶି ଦେଇଥିଲେ ।

Question ୧୦।
ଲେଖକ କେବେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ଘରକୁ ଫେରିଥିଲେ ? ସେହି ସମୟରେ କି ଘଟଣା ଘଟିଲା ?
Answer:
୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ ପରୀକ୍ଷା ଘରକୁ ଫେରିଥିଲେ । ସେହି ସମୟରେ ତାଙ୍କ ବାପା ଗ୍ରହଣୀ କରିଥିଲେ । ଦେଇସାରି ଲେଖକ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ରାବାସରୁ ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ

Question ୧୧ ।
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ତାଙ୍କ ପିତାଙ୍କର କିପରି ସେବା ଶୁଶ୍ରୂଷା କରିଥିଲେ ?
Answer:
ଲେଖକ ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶ୍ରୁଶୁଷା କରିବାରେ ଅବହେଳା କରିନଥିଲେ । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ବସିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

Question ୧୨ ।
ଆଚାର୍ଯ୍ୟ ମହାଶୟ କିଏ ? ତାଙ୍କୁ ଲୋକେ ଆଚାର୍ଯ୍ୟ ମହାଶୟ ବୋଲି କହିଥିଲେ ?
Answer:
ଋଷିପ୍ରତିମ ହରିହର ଦାସ ଥିଲେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ ବୋଲି କହୁଥିଲେ । ସେ ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।

ସରଳ ଭାଷାରେ ଚୁଝାଇ ଲେଖ :

Question ୧୩ ।
ସତ୍ୟବାଦୀ ସ୍କୁଲରେ ରୋଗୀସେବା କରିବା ତାଲିମ ପାଇଥିଲି, ତାହା ହିଁ କାର୍ଯ୍ୟରେ ଲଗାଇଲି ।
Answer:
ସତ୍ୟବାଦୀ ସ୍କୁଲରେ ………. କାର୍ଯ୍ୟରେ ଲଗାଇଲି ।
ଶଂସିତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ବିଷୟରୁ ଆନୀତ । ଏଠାରେ ଲେଖକ ନିଜ ରୋଗଗ୍ରସ୍ତ ବୃଦ୍ଧ ପିତାଙ୍କ ସେବା ଶୁଶ୍ରୂଷା କରିବାରେ ସତ୍ୟବାଦୀ ବିଦ୍ୟାଳୟର ସେବା ତାଲିମ କିପରି ସହାୟକ ହୋଇଥିଲା ତାହା ବର୍ଣ୍ଣନା କରିଛନ୍ତି । ୧୯୨୭ ମସିହାରେ ମାଟ୍ରିକ୍ୟୁଲେସନ୍ ପରୀକ୍ଷା ପରେ ଘରେ ଅବସ୍ଥାନ କରୁଥିବା କାଳରେ ଲେଖକଙ୍କ ପିତା ଦଶ ବାର ଦିନ ଧରି ରୋଗଗ୍ରସ୍ତ ହୋଇ ଶଯ୍ୟାଶାୟୀ ହୋଇଥିଲେ । ଗ୍ରହଣୀ ଝାଡ଼ା ରୋଗରେ ପୀଡ଼ିତ ହୋଇଥ‌ିବା ପିତାଙ୍କୁ ସେ ସୁଚାରୁରୂପେ ସେବା ପ୍ରଦାନ କରିଥିଲେ। ସତ୍ୟବାଦୀ ସ୍କୁଲ ଛାତ୍ରାବାସରେ ଲେଖକ ରୋଗୀସେବା କରିବା ତାଲିମ ପାଇଥିଲେ । ତେଣୁ ପିତାଙ୍କ ସେବା କରିବାରେ ତାଙ୍କର କୌଣସି ଅସୁବିଧା ହୋଇନଥିଲା ।

ରାତିଦିନ ପାଖରେ ବସିରହି ମଇଳା ବିଛଣା ଚାଦର ଘନ ଘନ ପରିବର୍ତ୍ତନ କରିବା, ଦୁର୍ବଳ, କ୍ଷୀଣ ଶରୀର ବିଶିଷ୍ଟ ପିତାଙ୍କୁ କାଖ ପାଖରେ ଓ ଅଣ୍ଟାରେ ହାତ ଦେଇ ଉଠାଇ ବିଛଣା ବଦଳାଇବା କାର୍ଯ୍ୟ କରିବାରେ ତାଙ୍କୁ କଷ୍ଟକର ଲାଗିନଥିଲା । ଦିନସାରା ପାଖରେ ରହିବା ସହ ରାତି ସାରା ଅନିଦ୍ରା ରହି ସେ ପିତାଙ୍କର ସେବା କରିଥିଲେ । ରାତିରେ ବାପାଙ୍କ ନିଦ ଟିକେ ଭାଙ୍ଗିଗଲେ ସେ ଲେଖକଙ୍କୁ ହିଁ ଖୋଜୁଥିଲେ । ଲେଖକ ମଧ୍ଯ ଜଣେ ଦକ୍ଷ ତାଲିମପ୍ରାପ୍ତ ସେବକ ପରି ନିର୍ବିକାର ଚିତ୍ତରେ ପିତାଙ୍କ ସେବା କରିପାରିଥିଲେ ଓ ରୋଗଗ୍ରସ୍ତ ପିତାଙ୍କର ଅନ୍ତର ଖୋଲା ଆର୍ଶୀବାଦ ଲାଭ କରିଥିଲେ ।

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୧୪ ।
ମୋର ଜୀବନକାଳ ମଧ୍ୟରେ ସବୁ କାର୍ଯ୍ୟରେ, ପିତାମାତାଙ୍କର ସେହି ଅନ୍ତିମ ଆର୍ଶୀବାଦ ହିଁ ତା’ ପଛରେ ରହି ପ୍ରେରଣା ଦେଉଅଛି।
Answer:
ମେର ଜାବନକାଳ ………………… ପ୍ରେରଣା ନ୍ଦେଉଅଛା
ପ୍ରୋକ୍ତ ଗଦ୍ୟାଶଟି ଉଦୟନାଥ ଷଡ଼ଙ୍ଗୀଙ୍କ ରଚିତ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକରୁ ସଂଗୃହୀତ ‘ରୋଗୀସେବା’ ଶୀର୍ଷକ ବିଷୟରୁ ଆନୀତ । ଏଠାରେ ଲେଖକ ପିତାମାତାଙ୍କ ଆଶୀର୍ବାଦଦ୍ଵାରା ମାନବ କିପରି ଜୀବନ ଯୁଦ୍ଧରେ ସର୍ବତ୍ର ବିଜୟଲାଭ କରିଥାଏ ତାହା ବର୍ଣ୍ଣନା କରିଛନ୍ତି । ବାଲ୍ୟକାଳରୁ ସେବାକୁ ଜୀବନର ମହାନ୍ ବ୍ରତଭାବେ ଗ୍ରହଣ କରିଥିଲେ ଲେଖକ । ଏପରିକି ଚାଟଶାଳୀର ଛାତ୍ର ଥିଲାବେଳେ ମଧ୍ୟ ସେ ବାପାଙ୍କ କଟା ଘା’ର ଚିକିତ୍ସାରେ ସହାୟତା କରିଥିଲେ । ସତ୍ୟବାଦୀ ବନବିଦ୍ୟାଳୟରେ ଶିକ୍ଷାଲାଭ କରି ରୋଗୀସେବା ସମ୍ପର୍କରେ ସେ ଆଚାର୍ଯ୍ୟ ହରିହରଙ୍କଠାରୁ ତାଲିମ ପାଇଥିଲେ । ନିଜ ପିତାମାତାଙ୍କ ଶେଷ ସମୟରେ

ସେମାନଙ୍କ ରୋଗଶଯ୍ୟା ନିକଟରେ ରହି ସେ ଉପଯୁକ୍ତ ସେବା ପ୍ରଦାନ କରିଥିଲେ । ପିତାମାତା ଯେ ଜୀବନ୍ତ ଦେବତା ଓ ତାଙ୍କୁ ସେବା କରିବାଦ୍ଵାରା ଯେଉଁ ଧର୍ମ ଅର୍ଜନ କରାଯାଏ ତାହା ହିଁ ପରବର୍ତ୍ତୀ ସମୟରେ ମଣିଷକୁ ସବୁକ୍ଷେତ୍ରରେ ସଫଳତା ଆଣିଦିଏ । ଏହା ମର୍ମେ ମର୍ମେ ଲେଖକ ଅନୁଭବ କରିଛନ୍ତି । ଜୀବନରେ ପାଇଥିବା ସମସ୍ତ ସାଫଲ୍ୟ ଅନ୍ତରାଳରେ ଯେ ପିତାମାତାଙ୍କର ଆର୍ଶୀବାଦ ରହିଥିଲା, ଏହା ଲେଖକ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି । ‘ମାନବ ସେବା ହିଁ ମାଧବ ସେବା’ ଏହି ମହାମନ୍ତ୍ରରେ ଦୀକ୍ଷିତ ହୋଇ ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜ ପିତାମାତାଙ୍କୁ ସେବା ପ୍ରଦାନ କଲେ ଈଶ୍ବରଙ୍କ ଆଶିଷ ଲାଭ କରିପାରିବେ, ଲେଖକ ଏହାହିଁ କହିବାକୁ ଚାହିଁଛନ୍ତି ।

Question ୧୫ ।
‘ସେବା କାମେ ମନ ନ ଥିଲେ ମାତି
ସଇତାନ ତହିଁ କରେ ରାଜୁତି ।’
ଏହି କବିତାଂଶର ଭାବ ସମ୍ପ୍ରସାରଣ କରି ଗୋଟିଏ ଅନୁଚ୍ଛେଦ ଲେଖ ।
Answer:
‘ମାନବ ସେବା ହିଁ ମାଧବ ସେବା’ – ଏହି ଉକ୍ତିଟିର ଯଥାର୍ଥତା ରହିଛି । ସେବାଦ୍ୱାରା ମଣିଷ ଆତ୍ମପ୍ତି ଲାଭ କରିବା ସହ ସେବା ପାଉଥ‌ିବା ବ୍ୟକ୍ତିର କଲ୍ୟାଣ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଜୀବ ମଧ୍ଯରେ ଭଗବାନଙ୍କ ସତ୍ତା ନିହିତ ଅଛି । ତେଣୁ ସେବକ ଉପରେ ଭଗବାନଙ୍କ ଅପାର ଆଶୀର୍ବାଦ ଝରିପଡ଼େ । ଭଗବାନ ଯେଉଁ ସ୍ଥାନରେ ନଥା’ନ୍ତି ସେଠାରେ ସଇତାନ ରାଜୁତି କରେ । ଅର୍ଥାତ୍ ମନ ମଧ୍ୟକୁ କୁଭାବନା ପ୍ରବେଶ କରି ମନ ଓ ଶରୀରକୁ ଗ୍ରାସ କରେ । ଈର୍ଷା, ଦ୍ବେଷ, ପରଶ୍ରୀକାତରତା ଆଦି କୁ-ପ୍ରବୃତ୍ତି ମନରେ ଜାଗରିତ ହୁଏ । ସେବାକାର୍ଯ୍ୟରେ ମନୋନିବେଶ କରୁଥିବା ବ୍ୟକ୍ତି ମଧ୍ୟକୁ ଏପରି ଭାବନା ପ୍ରବେଶ କରିପାରେ ନାହିଁ । ଶାସ୍ତ୍ର ପୁରାଣାଦିରେ ସେବାର ମହତ୍ତ୍ବ ସମ୍ପର୍କରେ ବହୁଳଭାବେ ବର୍ଣ୍ଣନା କରାଯାଇଛି ।

ସେହି ସେବା ମାଧ୍ୟମରେ ମନୁଷ୍ୟ ପିତା-ମାତା, ଗୁରୁ-ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ସେବାକାର୍ଯ୍ୟ ପ୍ରତି ବୀତସ୍ପୃହ ବ୍ୟକ୍ତିର ଅନ୍ତର କର୍କଶତାରେ ଭରିଯାଏ ଯେଉଁଠାରେ କି ଆସୁରିକ ପ୍ରବୃଷ୍ଟି ଜନ୍ମନିଏ । ଗାନ୍ଧି, ଗୋପବନ୍ଧୁ, ମଦର ଟେରେସା ଆଦି ମହାମିନୀଷୀମାନେ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଜୀବନକୁ ଧନ୍ୟ କରିପାରିଛନ୍ତି । ପୁରାଣରୁ ଆମେ ଆରୁଣି, ଉପମନ୍ୟୁ ଓ ଏକଲବ୍ୟଙ୍କ କଥା ଶୁଣିଛେ । ତେଣୁ ସେହି ମହନୀୟ ଆଦର୍ଶର ଅନୁଗାମୀ ହେବା ସର୍ବାଦୌ ଉଚିତ । ସେମାନଙ୍କ ଭଳି ମାନବ ସେବାରେ ନିଜକୁ ନିୟୋଜିତ କରି ଭଗବାନ୍‌ଙ୍କ କରୁଣାରେ ନିଜ ଚଲାପଥକୁ କୁସୁମିତ କରିବା ସମସ୍ତଙ୍କ ଲକ୍ଷ୍ୟ ହେବା ବିଧେୟ ।

Question ୧୬ ।
ତୁମ ବିଦ୍ୟାଳୟରେ ସ୍ଵେଚ୍ଛାସେବକ ବାହିନୀଟିଏ ଗଠନ କରିବା ନିମନ୍ତେ ଅନୁରୋଧ ଜଣାଇ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ ଲେଖ ।
Answer:
ମାନନାୟ

ଶ୍ରାଯୁକ୍ତ ଅସୁରେଶ୍ଵର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ମହୋଦୟ ……………………………… ସମାପେକ୍ଷୁ ।
ମହାଶୟା,

ବିହିତ ସମ୍ମାନ ଓ ଆନୁଗତ୍ୟ ସହକାରେ ଆମ୍ଭେ ଅଷ୍ଟମ ଶ୍ରେଣୀର ନିମ୍ନ ସ୍ଵାକ୍ଷରକାରୀ ମନିଟରମାନେ ଆପଣଙ୍କ ନିକଟରେ ନିମ୍ନଲିଖ୍ ନିବେଦନ କରି ଆପଣଙ୍କ ସ୍ବୀକୃତି ନିମିତ୍ତ ଅନୁରୋଧ ଜଣାଉଛୁ । ନିବେଦ୍ୟ ଏହିକି ଆମ୍ଭ ଅଷ୍ଟମ ଶ୍ରେଣୀର ‘କ’, ‘ଖ’ ଓ ‘ଗ’ ବିଭାଗର ଛାତ୍ରମାନେ ଏକ ସ୍ୱେଚ୍ଛାସେବକ ବାହିନୀ ଗଠନକରି ଆସନ୍ତା ରାମଜନ୍ମୋତ୍ସବରେ ରଘୁନାଥଜୀଉଙ୍କ ମନ୍ଦିର ନିକଟରେ ଯାତ୍ରୀମାନଙ୍କୁ ପାନୀୟ ଜଳ ଯୋଗାଣ ତଥା ସେବାକାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଅଛୁ ।

ଏ ଦିଗରେ ଆମକୁ ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବାପାଇଁ ଆମ ବିଦ୍ୟାଳୟର ସ୍କାଉଟ ଶିକ୍ଷକ ମହାଶୟ ସଦୟ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଆପଣଙ୍କ ଅନୁମତି ବିନା ଏହି ବାହିନୀ ଗଠନ କରିବା ଅସମ୍ଭବ । ଏଣୁ ଆପଣଙ୍କୁ ସବିନୟ ନିବେଦନ କରୁଅଛୁ କି ଆପଣ ଦୟାପରବଶ ହୋଇ ସ୍ଵେଚ୍ଛାସେବକ ବାହିନୀ ଗଠନ କରିବାପାଇଁ ଅନୁମତି ପ୍ରଦାନ ପୂର୍ବକ ଆବଶ୍ୟକ ଅର୍ଥ ବିଦ୍ୟାଳୟ ସ୍କାଉଟ ଫଣ୍ଡରୁ ମଞ୍ଜୁର କଲେ ଆମେ ଆପଣଙ୍କ ନିକଟରେ ଚିର ଉପକୃତ ରହିବୁ ।

BSE Odisha 8th Class Odia Solutions Chapter 6 ରୋଗୀସେବା 5

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧୭ ।
ନିମ୍ନଲିଖ ଶବ୍ଦଗୁଡ଼ିକୁ ବାକ୍ୟରେ ବ୍ୟବହାର କର । ଅବାଞ୍ଛିତ, ପ୍ରତିଷେଧକ, ରୋଗାକ୍ରାନ୍ତ, ପାଠ୍ୟପୁସ୍ତକ, ପଟ୍ଟଶିଷ୍ୟ
Answer:
ଅବାଞ୍ଛିତ – ଅବାଞ୍ଛିତ ଆର୍ଥିକ ସାହାଯ୍ୟ ଓ ସହଯୋଗ ଯୋଗୁଁ ଆମ ଗ୍ରାମର ପାଠାଗାର ପାଇଁ ଏକ ପକ୍କା ଗୃହ ନିର୍ମାଣ ସମ୍ଭବ ହେଲା ।
ପ୍ରତିଷେଧକ – ଗତକାଲି ହାଇଜା ପ୍ରତିଷେଧକ ଇୱୈକ୍ସନ୍‌ ଦେବାକୁ ଟାକାଦାର ଆମ ବିଦ୍ୟାଳୟକୁ ଆସିଥ୍ ଲୋ
ରୋଗାକ୍ରାନ୍ତ – ରୋଗାକ୍ରାନ୍ତ ବ୍ୟକ୍ତିର ସେବା କରିବା ମାନବ ଜୀବନର ପରମ ଧର୍ମ ।
ପାଠ୍ୟପୁସ୍ତକ – ଛାତ୍ରଛାତ୍ରାମାନଙ୍କୁ ପାଠ୍ୟପୁସ୍ତକ ସମୟରେ ଯୋଗାଇବା ନିମନ୍ତେ ସରକାର ସମସ୍ତ୍ର ପଦଷେପ ନେଉଛନ୍ତି।
ପଟ୍ଟଶିଷ୍ୟ – ଗୋପବନ୍ଧୁ ଗାନ୍ଧିଜାଙ୍କ ପଟ୍ଟଶିଷ୍ୟ ଭାବେ ଦାନଦୁଃଖା ସେବାରେ ନିଜ କାବନକୁ ଉତ୍ସର୍ଗ କରିଥିଲେ।

Question ୧୮।
‘ଭୋକଶୋଷ’, ‘ଛଟପଟ’ ଗୋଟିଏ ଗୋଟିଏ ଯୁଗ୍ମ ଶବ୍ଦ । ପଠିତ ପ୍ରବନ୍ଧରେ ଥ‌ିବା ଯୁଗ୍ମଶବ୍ଦଗୁଡ଼ିକୁ ବାଛି ଲେଖ ।
Answer:
ଧରାଧରି, କଟାକଟି, ସେବାଶୁଶ୍ରୂଷା, ବୁଲାଉ ବୁଲାଉ, ଖନେଇ ଖନେଇ, ସଙ୍ଗେ ସଙ୍ଗେ, ଜୀବନକାଳ, ଆପଦବିପଦ, ଦୁଃଖସୁଖ, ରୋଗଯନ୍ତ୍ରଣା, ଯୁକ୍ତିତର୍କ, ପଟ୍ଟଶିଷ୍ୟ, ଶାଗୁପାଣି, ଗୋଡ଼ହାତ, ରୋଗୀସେବା, ରୋଗୀ-ସେବକ, ରାତିଦିନ, ଲକ୍ଷଲକ୍ଷ, ଖାଦ୍ୟପେୟ, ରଥଯାତ୍ରା, ସ୍ଵେଚ୍ଛାସେବକ ।

Question ୧୯ ।
ତଳ ବାକ୍ୟମାନଙ୍କରେ ଥ‌ିବା’ରେଖାଙ୍କିତ ଶବ୍ଦଗୁଡ଼ିକର ଅର୍ଥ ଲେଖ ।
(କ) ଗାଡ଼ିରେ ବହୁତ ଭିଡ ହୋଇଛି ।
(ଖ) ତାଙ୍କ ଘରେ କାମର ଭିଡ଼ ନ ଥାଏ
(ଗ) ସେପାଖରେ ଠିଆ ହୋଇ ତୁମେ ଦଉଡ଼ିକୁ ଭିଡ଼ ।
Answer:
(କ) ଭିଡ଼ – ଗହଳି
(ଗ) ଭିଡ଼ – ଟାଣ ଓଟାର
(ଗ) ଭିଡ଼ – ଟାଣ / ଓଟାର

BSE Odisha 8th Class Odia Solutions Chapter 6 ରୋଗୀସେବା

Question ୨୦ ।
‘ଶୁଆଇବା’ ଗୋଟିଏ ପ୍ରେରଣାର୍ଥକ କ୍ରିୟା । ସେହିପରି ଆଉ ଚାରୋଟି ପ୍ରେରଣାର୍ଥକ କ୍ରିୟା ଲେଖ ।
Answer:
ଖୁଆଇବା, ଖେଳାଇବା, ହସାଇବା, କନ୍ଦାଇବା ।

Question ୨୧ ।
‘ମାରିବା’ଗୋଟିଏ କ୍ରିୟାପଦ, କିନ୍ତୁ ଘୁଙ୍ଗୁଡ଼ି ମାରିବା’ ଗୋଟିଏ କ୍ରିୟାଯୁକ୍ତ ରୂଢ଼ି । କାରଣ ଏଠାରେ ‘ମାରିବା’ର ଅର୍ଥ ଅଲଗା । ‘ମାରିବା’ ଶବ୍ଦକୁ ନେଇ ୫ଟି କ୍ରିୟାଯୁକ୍ତ ରୂଢ଼ି ଲେଖ ।
Answer:
ଠାସୁକ ମାରିବା, ଫୁଟୁକି ମାରିବା, ହାତ ମାରିବା, ମୁହଁ ମାରିବା, ଦାନା ମାରିବା

ଲେଖକ ପରିଚୟ :

ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଶିଶୁ ସାହିତ୍ୟ ରଚୟିତାଭାବେ ଯେଉଁ କେତେଜଣ ସ୍ୱନାମଧନ୍ୟ ସାରସ୍ଵତ ସାଧକ ପ୍ରସିଦ୍ଧି ଲାଭ କରିଛନ୍ତି, ସେମାନଙ୍କ ମଧ୍ୟରେ ଉଦୟନାଥ ଷଡ଼ଙ୍ଗୀ ଅନ୍ୟତମ । କେବଳ ଶିଶୁ ସାହିତ୍ୟ ନୁହେଁ ଅନୁବାଦ କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ରହିଛି । ତାଙ୍କ ରଚିତ ‘ଟୁଉକୁ ମୂଷି’, ‘ଚକାଚକା ଭଉଁରୀ’, ‘ଜହ୍ନମାମୁ’, ‘ବିଲୁଆନନାର ବାହାଘର’, ‘ମିନିର ମନକଥା’, ‘ଆମ ଗ୍ରହ ଉପଗ୍ରହ’, ‘ଜଳଜନ୍ତୁ ସିରିଜ୍’ ଓ ‘ଆଦିବାସୀ କଥା’ ଆଦି ଉଲ୍ଲେଖଯୋଗ୍ୟା ତାଙ୍କ ଅନୁବାଦ ଭପନ୍ୟାସ ‘ଟମକକାଙ୍କ କୁଟାର’ ଓଡ଼ିଆ ସାହିତ୍ୟର ପାଠକମାନଙ୍କ ମଧ୍ୟରେ ସୁପରିଚିତ । ତାଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ପୁସ୍ତକଟି ବହୁଭାବେ ଶିକ୍ଷଣୀୟ ବିଷୟବସ୍ତୁରେ ପରିପୂର୍ଣ୍ଣ ।

ପ୍ରବନ୍ଧର ପୃଷ୍ଠଭୂମି :

ମଣିଷ ତିଆରି କାରଖାନା । ସେହି ବିଦ୍ୟାଳୟର ଛାତ୍ର ଥିଲେ ଲେଖକ ଉଦୟନାଥ ଷଡ଼ଙ୍ଗୀ । ଏହି ଆବାସିକ ବିଦ୍ୟାଳୟରେ ସେବାକାର୍ଯ୍ୟ ଥିଲା ପାଠ୍ୟର ଏକ ଅଙ୍ଗ । ସେହି ଆଦର୍ଶରେ ଅନୁପ୍ରାଣିତ ହୋଇ ଲେଖକ ଛାତ୍ରାବସ୍ଥାରୁ ‘ମାନବସେବା ହିଁ ମାଧବ ସେବା’ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ । ପିତାମାତା ହିଁ ଜୀବନ୍ତ ଦେବତା ଓ ତାଙ୍କରି ସେବାଦ୍ୱାରା ହିଁ ମାନବ ଜୀବନ ଧନ୍ୟ ହୁଏ, ଏହି ଶିକ୍ଷା ଲେଖକ ତାଙ୍କ ବିଦ୍ୟାଳୟରୁ ଲାଭ କରିଥିଲେ । ସେବା କରିବାରେ ଯେଉଁ ଶାଶ୍ବତ ଆନନ୍ଦ ମିଳେ ତାହା ଅନୁଭବୀ ହିଁ ଜାଣେ । ଏହି ରଚନାଟିରେ ଲେଖକ ନିଜ ଜୀବନର ଅନୁଭୂତିକୁ ଅତି ଆବେଗପୂର୍ଣ ଭାଷାରେ ବର୍ଣ୍ଣନା କରିଛନ୍ତି । ଲେଖକଙ୍କ ଆତ୍ମଜୀବନୀ ‘ଗାନ୍ଧି ମହାରାଜାଙ୍କ ଶିଷ୍ୟ’ ଶୀର୍ଷକ ପୁସ୍ତକରୁ ଆଲୋଚ୍ୟ ପ୍ରବନ୍ଧଟି ସଂଗୃହୀତ ।

ପ୍ରବନ୍ଧର ସାରକଥା :

ସେବା ମଣିଷର ପରମ ଧର୍ମ । ବାଲ୍ୟାବସ୍ଥାରୁ ଏହି ମହାନ୍ ଆଦର୍ଶରେ ଲେଖକ ଅନୁପ୍ରାଣିତ ହୋଇଥିଲେ । ଚାଟଶାଳୀର ଛାତ୍ର ଥିଲାବେଳେ ବାପାଙ୍କ ଗୋଡ଼ରୁ ରକ୍ତ ଝରିପଡ଼ୁଥ‌ିବା ଦେଖ୍ ଯଦିଓ ସେ ବିଚଳିତ ହୋଇ ପଡ଼ିଥିଲେ, ତଥାପି ସାହସର ସହିତ କ୍ଷତ ସ୍ଥାନରେ ଗାମୁଛା ବାନ୍ଧି ଗ୍ରାମର ବୈଦ୍ୟଙ୍କ ନିକଟରେ ଚିକିତ୍ସା ବ୍ୟବସ୍ଥା କରିଥିଲେ । ବୈଦ୍ୟଙ୍କଠାରୁ ଚିକିତ୍ସା ପଦ୍ଧତି ଶିଖ୍ ନିଜେ ବାଡ଼ିର କଅଁଳ ଦୂବଘାସ ଛେଚି କ୍ଷତ ସ୍ଥାନରେ ବାନ୍ଧିବା କାର୍ଯ୍ୟ କରିଥିଲେ । ସେ ସମୟରେ ଯନ୍ତ୍ରଣାର ଉପଶମ ପାଇଁ କୌଣସି ଡାକ୍ତରୀ ଔଷଧ ମଫସଲ ଗାଁରେ ମିଳୁନଥିଲା । ବାପା ଯନ୍ତ୍ରଣାରେ କଷ୍ଟ ପାଉଥ‌ିବା ଲକ୍ଷ୍ୟ

କରି ସେ ତାଙ୍କ ପାଦ ଓ ଦେହକୁ ଆଉଁଶି ଦେଇଥିଲେ । ପନ୍ଦର ଦିନ ଧରି ଏହିପରି ସେବା କଲାପରେ ବାପା ସୁସ୍ଥ ହୋଇଥିଲେ । ବାପାଙ୍କ ପାଦର ଘା’ ଭଲ ହେଲାପରେ ମଧ୍ୟ ତାଙ୍କର ସେହି ଅଭ୍ୟାସ ଦୈନନ୍ଦିନ କର୍ତ୍ତବ୍ୟରେ ପରିଣତ ହୋଇଥିଲା । ଏପରିକି ବାର୍ଷିକ ପରୀକ୍ଷା ପାଇଁ ରାତି ଅନିଦ୍ରା ହୋଇ ପାଠ ପ୍ରସ୍ତୁତ କଲାବେଳେ ମଧ୍ୟ ବାପାଙ୍କ ବାରଣ ସତ୍ତ୍ଵେ ସେ ତାଙ୍କ ଗୋଡ଼ ଘଷିଦେବାରେ ଏକ ଘଣ୍ଟା ସମୟ ବ୍ୟୟ କରୁଥିଲେ । ପ୍ରତିଦିନ ରାତିରେ କିଛି ସମୟ ପାଇଁ ବାପାଙ୍କ ଅଣ୍ଟା, ପିଠି, ଗୋଡ଼ ଚିପି ଦେଲାପରେ ସେ ଶୋଇବାକୁ ଯାଉଥିଲେ ।

ଲେଖକ ସତ୍ୟବାଦୀ ବନବିଦ୍ୟାଳୟରେ ମାଟ୍ରିକ୍ୟୁଲେସନ ପର୍ଯ୍ୟନ୍ତ ଶିକ୍ଷାଲାଭ କରିଥିଲେ । ୧୯୨୭ ମସିହାରେ ମାଟ୍ରିକ ପରୀକ୍ଷା ପରେ ସେ ଛାତ୍ରାବାସରୁ ଘରକୁ ଆସିଲେ । ସେହି ସମୟକୁ ତାଙ୍କ ବାପା ଗ୍ରହଣୀ ଝାଡ଼ା ରୋଗରେ ଆକ୍ରାନ୍ତ ହୋଇ ୭୨ ବର୍ଷ ବୟସରେ ଦେହତ୍ୟାଗ କରିଥିଲେ । ରୋଗଗ୍ରସ୍ତ ଅବସ୍ଥାରେ ଥିଲାବେଳେ ସେ ବାପାଙ୍କ ପାଇଁ ବୈଦ୍ୟଙ୍କଠାରୁ ଔଷଧ ଆଣିଦେବା ଓ ବାପାଙ୍କ ସେବାଶୁଶ୍ରୁଷା କରିବାରେ ଅବହେଳା କରିନଥିଲେ । ପିଲାଦିନୁ ସେବା କାର୍ଯ୍ୟରେସେ ଯେପରି ଆଗ୍ରହୀ ଥିଲେ, ପରେ ସତ୍ୟବାଦୀ ବନ ବିଦ୍ୟାଳୟରେ ତାହା ଅଧିକ ଶୃଙ୍ଖଳିତ ହୋଇପାରିଥିଲା ।

କାରଣ ସେଠାରେ ରୋଗୀସେବା କରିବାର ତାଲିମ ତାଙ୍କୁ ସେହି କାର୍ଯ୍ୟରେ ଅଧିକ ପରିପକ୍ବ କରାଇଥିଲା । ବାପାଙ୍କ ଶେଷ ସମୟକୁ ସେ ତାଙ୍କ ପାଖେ ପାଖେ ରହି ମଇଳା ବିଛଣା ସଫା କରିବା, ପଥ୍ ଖୋଇଦେବା, ରାତି ଅନିଦ୍ରା ହୋଇ ଜଗି ରହିବା ପରି ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।
ପିତାଙ୍କ ଦେହତ୍ୟାଗର ପାଞ୍ଚବର୍ଷ ପରେ ଲେଖକଙ୍କର ମାତୃବିୟୋଗ ହୋଇଥିଲା । ସେ ସମୟକୁ ସେ ଦତ୍ତ ପ୍ରେସରେ ଚାକିରି କରିସାରିଥିଲେ ।

ଘରୋଇ ସଂସ୍ଥାରେ ଚାକିରି କରୁଥିବାରୁ ତାଙ୍କୁ ଖୁବ୍ କମ୍ ଛୁଟି ମିଳୁଥିଲା । ଦିନକ ପାଇଁ ଘରକୁ ଆସି, ଘରେ ବୋଉ ବେମାର ଥ‌ିବାରୁ ଆଉ ଦୁଇଦିନ ଘରେ ରହିବାକୁ ବାଧ୍ୟ ହୋଇଥିଲେ । ମାତ୍ର ବୋଉଙ୍କ ଜ୍ଵର ରୋଗ ବଢ଼ିବାରେ ଲାଗିଥିଲା । ବୋଉଙ୍କ ଶଯ୍ୟାପାଖରେ ବସି ରହି ଦେହହାତ ଆଉଁଶି ଦେବା, ପଥ୍ ଖୋଇଦେବା, ଦେହର ଉତ୍ତାପ ମାପିବା ଆଦି କାର୍ଯ୍ୟ କରି ଦେଉଥିଲେ । ଶେଷ ସମୟ ଆସିବା ପୂର୍ବରୁ ବୋଉ ପୁଅକୁ ସ୍ନେହପୂର୍ଣ ଆସ୍‌ରେ ଚାହିଁ ସତେ ଯେପରି କଲ୍ୟାଣ କରୁଥିଲେ । ଶେଷରେ ଲେଖକଙ୍କ ହାତକୁ ମୁଠାଇ ଧରି ଶେଷନିଃଶ୍ୱାସ ତ୍ୟାଗ କରିଥିଲେ ।

୧୯୨୨ ମସିହାରେ ଜଗତ୍‌ସିଂହପୁର ଅଳକାଶ୍ରମ ଆଖପାଖ ଅଞ୍ଚଳରେ ପ୍ରବଳ ହଇଜା ବ୍ୟାପିଥିଲା । ସୁଦର୍ଶନ ପ୍ରହରାଜଙ୍କ ସହ ମିଶି ଲେଖକ ଗାଁ ଗାଁ ବୁଲି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ । ଘର ଘର ବୁଲି ରୋଗୀଙ୍କ ଅବସ୍ଥା ଦେଖ୍, ଡାକ୍ତରଖାନାରୁ ଔଷଧ ନେଇ ରୋଗୀଙ୍କୁ ଖୁଆଇବା, ଗୁରୁତର ଅବସ୍ଥାରେ ଥ‌ିବା ରୋଗୀଙ୍କୁ ଡାକ୍ତରଖାନାକୁ ଆଣିବା ଏବଂ ସାନିଟାରୀ ଇନସ୍ପେକ୍ଟରଙ୍କୁ ଧରି କୂଅ, ପୋଖରୀ ବିଶୋଧନ କରାଇବା ଆଦି କାର୍ଯ୍ୟରେ ଲେଖକ ବ୍ୟସ୍ତ ରହୁଥିଲେ । ଆଶ୍ରମରୁ ସକାଳୁ ବାହାରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଅକୁଣ୍ଠ ଚିତ୍ତରେ ରୋଗୀମାନଙ୍କର ସେବା କରିବାରେ ସେ ବ୍ୟସ୍ତ ରହୁଥିଲେ । ସୁଦର୍ଶନ ପ୍ରହରାଜ ଜଣେ କର୍ମଠ, ବଳିଷ୍ଠ ଓ ପରଦୁଃଖକାତର ବ୍ୟକ୍ତି ଥିଲେ । କାମରେ ଲାଗିଗଲେ ସେ ଭୋକଶୋଷ, ଖରାବର୍ଷା, ଶୀତକାକର ଭୁଲିଯା’ନ୍ତି । ଏଭଳି ଗୁରୁଙ୍କ ପାଖରେ ଥ‌ିବାରୁ ତାଙ୍କୁ ସେବାକାର୍ଯ୍ୟରୁ ତ୍ରାହି ମିଳୁ ନଥିଲା ।

ସତ୍ୟବାଦୀ ବନବିଦ୍ୟାଳୟରେ ପଢୁଥିବାବେଳେ ରୋଗୀସେବା କିପରି ପାଠ୍ୟର ଗୋଟିଏ ଅଙ୍ଗ ଥିଲା ସେ ବିଷୟରେ ଲେଖକ ଉଲ୍ଲେଖ କରିଛନ୍ତି । ଆଚାର୍ଯ୍ୟ ହରିହର ଥିଲେ ବିଦ୍ୟାଳୟର ଜଣେ ଆଦର୍ଶ ଛାତ୍ରବତ୍ସଳ ଶିକ୍ଷକ । ରୋଗୀମାନଙ୍କୁ କିପରି ସେବା କରାଯାଏ ସେହି ଶିକ୍ଷା ଲେଖକ ତାଙ୍କରିଠୁ ଶିଖୁଥିଲେ । ନିମ୍ବପତ୍ର ସିଝା ପାଣିରେ କାଛୁ କୁଣ୍ଡିଆକୁ ଆଚାର୍ଯ୍ୟ ମହାଶ୍ରୟ ନିଜ ହାତରେ ଧୋଇ ସଫା କରୁଥିଲେ । ନିର୍ବିକାର ଭାବେ ଏ କାର୍ଯ୍ୟ କରିବାକୁ ପିଲାମାନେ ତାଙ୍କଠାରୁ ଶିଖୁଥିଲେ । ପାଳି ଅନୁସାରେ ପ୍ରତ୍ୟେକ ପିଲାଙ୍କୁ ଏ କାର୍ଯ୍ୟ କରିବାକୁ ପଡ଼େ । ଚର୍ମରୋଗ ନ ବ୍ୟାପିବାପାଇଁ ସବୁ ଛାତ୍ରମାନଙ୍କୁ ନିମଛେଲି ବା ଚିରେଇତା ସିଝା ପାଣି ପିଇବାକୁ ପଡ଼ିଥାଏ । ଛାତ୍ରାବାସରେ କେହି ପିଲା ଜ୍ଵର ବା ଅନ୍ୟ କିଛି ବେମାରରେ ପଡ଼ିଲେ ତା’ ପାଖରେ ସାରା ରାତି ଜଗି ରହିବାକୁ ପଡ଼ିଥାଏ । ଯେଉଁ ପିଲାର ପାଳି ଥାଏ ସେ କାର୍ଯ୍ୟଟିକୁ ନିଷ୍ଠାର ସହିତ କରିଥାଏ । ପାଠପଢ଼ା ସଙ୍ଗେ ସଙ୍ଗେ ପ୍ରତ୍ୟେକ ପିଲା ଏହି ସେବାକାର୍ଯ୍ୟରେ ଅଭ୍ୟସ୍ତ ହୋଇପଡ଼ନ୍ତି । ଅନ୍ୟାନ୍ୟ ସ୍କୁଲଠାରୁ ସତ୍ୟବାଦୀ ବିଦ୍ୟାଳୟର ଏହି ବିଶେଷତ୍ଵ ରହିଥିଲା ।

ସେ ସମୟରେ ପୁରୀ ରଥଯାତ୍ରାବେଳେ ଯାତ୍ରୀ ସମାଗମ ହେତୁ ବେଳେବେଳେ ହଇଜାର ପ୍ରାଦୁର୍ଭାବ ଦେଖାଯାଉଥିଲା । ପୁରୀ ଯାଇ ରୋଗୀମାନଙ୍କ ସେବା କରିବା ଦାୟିତ୍ଵ ସତ୍ୟବାଦୀ ବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ନ୍ୟସ୍ତ କରାଯାଉଥିଲା । ଏଥ୍‌ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ସ୍ବତନ୍ତ୍ର ଭାବେ ସତ୍ୟବାଦୀ ସ୍କୁଲର ଛାତ୍ରମାନଙ୍କୁ ନିମନ୍ତ୍ରଣ କରୁଥିଲେ । ଛାତ୍ରମାନେ ମଧ୍ୟ ଆନନ୍ଦ ମନରେ ସ୍ଵେଚ୍ଛାସେବୀ ଭାବେ ଶିବିରରେ ଯୋଗଦେଇ ଥାଆନ୍ତି । ଲେଖକଙ୍କୁ କେବଳ ଦୁଇଟି ରଥଯାତ୍ରାରେ ସ୍ୱେଚ୍ଛାସେବକ ହେବାର ସୁଯୋଗ ମିଳିଥିଲା ବୋଲି ଲେଖକ ଆତ୍ମଜୀବନୀରେ ଉଲ୍ଲେଖ କରିଛନ୍ତି ।

BSE Odisha 8th Class Odia Solutions Chapter 6 ରୋଗୀସେବା

ସୂଚନା ଓ କଠିନ ଶବ୍ଦାର୍ଥ :

  • ଚଉତିବା – ଚାରିଭାଇ କରିବା ।
  • ଚଡ଼ୁ ଦେବା – ଲୁହାକୁ ଗରମ କରି ଦେହରେ ଚିଆଁ ଦେବା, ଯାହା ବାତ ରୋଗର ଚିକିତ୍ସାରେ ଦିଆଯାଇଥାଏ ।
  • ଯାହା କରିବେ ସାଇଁ, ତାହା କାହାରି ହାତରେ ନାହିଁ – ଏହା ଏକ ଲୋକବାଣୀ । ବିଧାତାଙ୍କ ବିଧାନକୁ କେହି ଅଟକାଇ ପାରିବେ ନାହିଁ । (ଯାହା ଘଟିବାର ଥବ, ତାହା ଅବଶ୍ୟ ଘଟିବ ।)
  • ଅଚୈତନ୍ୟ ଅବସ୍ଥା – ଚେତାଶୂନ୍ୟ ଅବସ୍ଥା ।
  • ଅପରୂପ – ଅତ୍ୟନ୍ତ ସୁନ୍ଦର / ଯାହାର ତୁଳନା ନଥାଏ ।
  • ସଂଜ୍ଞାହୀନ – ଚେତାଶୂନ୍ୟ ।
  • ଆଚାର୍ଯ୍ୟ ମହାଶୟ – ଋଷିପ୍ରତିମ ହରିହର ଦାସ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସାଥୀ ଏବଂ ସତ୍ୟବାଦୀ ବନବିଦ୍ୟାଳୟର ଅନ୍ୟତମ ଶିକ୍ଷକ । ଶ୍ରଦ୍ଧାରେ ଲୋକେ ତାଙ୍କୁ ଆଚାର୍ଯ୍ୟ ହରିହର ଅଥବା ଆଚାର୍ଯ୍ୟ ମହାଶୟ କହନ୍ତି । ସେ
  • ୧୮୭୯ ମସିହାରେ ଜନ୍ମଗ୍ରହଣ କରି ୧୯୭୧ ମସିହାରେ ମୃତ୍ୟୁବରଣ କରିଥିଲେ ।
  • ଅଳକାଶ୍ରମ – ଜଗତ୍‌ସିଂହପୁର ଜିଲ୍ଲାର ଆଶ୍ରମ । ସ୍ଵାଧୀନତା ଆନ୍ଦୋଳନ ସମୟରେ ଏହାର ଏକ ପ୍ରମୁଖ ଭୂମିକା ଥିଲା
  • ସ୍ଵେଚ୍ଛାସେବକ – ବିନା ପାରିଶ୍ରମିକରେ ଯିଏ ସେବାକାର୍ଯ୍ୟରେ ଆଗଭର ହୋଇଥାଏ ।

କେତୋଟି ନୂତନ ଶବ୍ଦ ଓ ଏହାର ଅର୍ଥ :

  • ସମାଗମ – ମିଳିତ ହେବା ।
  • ଠୁଳ ହେବା ପ୍ରଖର – ତିବ୍ର । ଅଧ୍ଵ
  • ବିକୃତି – ବିକାରଭାବ ।
  • ଯନ୍ତ୍ରଣାକ୍ତ ଭାବ ତାଗିଦା – ଟାଣକରି କହିବା
  • ତାଲିମ୍ – କୌଶଳ | କାମ କରିବାର ଉପାୟ
  • ସ୍ଵେଚ୍ଛାସେବକ – ନିଜ ଇଚ୍ଛାରେ ଓ ନିଜ ପାରିଶ୍ରମିକରେ ସେବା
  • ଛେଉଣ୍ଡ – ବାପା ଓ ମା’ଙ୍କୁ ହରାଇଥ୍ବା ପିଲା
  • ଖଞ୍ଜା – ନିଯୁକ୍ତ ହେବା

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 10 ପରିବେଶ ଓ ପ୍ରାକୃତିକ ସମ୍ପଦ Short & Long Answer Questions.

CHSE Odisha 12th Class Political Science Chapter 7 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦୁଇଟି / ତିନୋଟି ବାକ୍ୟରେ ଦିଅ ।

୧ । ସିନ୍ଧୁ ନଦୀ ଜଳ ବିବାଦ କ’ଣ ?
Answer:
ସିନ୍ଧୁନଦୀର କେନାଲ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଯାଇଥିଲା । ୧୯୬୦ ମସିହାରେ ତତ୍‌କାଳୀନ ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ ପାକିସ୍ତାନ ପ୍ରତିପକ୍ଷ ଆୟୁବ ଖାଁଙ୍କ ମଧ୍ୟରେ ଏକ ରାଜିନାମା ସାକ୍ଷରିତ ହେବାପରେ ଏକ ଆୟୋଗ ଗଠିତ ହୋଇ ଏହାର ସମାଧାନ କରିଥିଲା ।

୨ । ପଞ୍ଚଶୀଳ ନୀତିକୁ ନେଇ ଏକ ରାଜିନାମା କାହା କାହା ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ଭାରତ ଓ ଚୀନ ମଧ୍ୟରେ ଅନ୍ତଃରାଷ୍ଟ୍ରୀୟ ଏବଂ ଅନ୍ୟାନ୍ୟ ସମ୍ପର୍କ ପାଇଁ ୧୯୫୪ ମସିହା ଏପ୍ରିଲ ୨୯ ତାରିଖରେ ପଞ୍ଚଶୀଳ ରାଜିନାମା ନାମକ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା । ଏହାର ମୁଖ୍ୟ ପ୍ରବକ୍ତା ଥିଲେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ।

୩ । ତାସ୍କେଣ୍ଟ ସମ୍ମିଳନୀର ଗୁରୁତ୍ବ କ’ଣ ବା ତାସ୍କେଣ୍ଟ ରାଜିନାମା କ’ଣ ?
Answer:
ରୁଷିଆର ସର୍ବୋଚ୍ଚ ଶାସକ ଶ୍ରୀଯୁକ୍ତ କୋସିଜିନ୍‌ଙ୍କ ମଧ୍ୟସ୍ତତାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଲାଲବାହାଦୂର ଶାସ୍ତ୍ରୀ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁଙ୍କ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସାକ୍ଷରିତ ହୋଇଥିଲା । ଉଭୟ ରାଷ୍ଟ୍ର ମଧ୍ୟରେ ଉତ୍ତମ ପଡ଼ୋଶୀର ସମ୍ପର୍କ ରକ୍ଷା ଥିଲା ଏହାର ବିଶେଷତ୍ଵ ।

୪। ସିମୂଲା ରାଜିନାମା କେବେ ଓ କାହା କାହା ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ ଫିକର ଅଲ୍ଲି ଭୁଟୋଙ୍କ ମଧ୍ୟରେ ସିମ୍କାଠାରେ ଏକ ଶିଖର ସମ୍ମିଳନୀ ହୋଇଥିଲା । ଏଥିରେ ସାକ୍ଷରିତ ହୋଇଥୁବା ରାଜିନାମା ସିମଲା ରାଜିନାମା ରୂପେ ପରିଚିତ ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୫ । ଲାହୋର ଘୋଷଣା କ’ଣ ?
Answer:
୧୯୯୯ ମସିହା ଫେବୃଆରୀ ୩ ତାରିଖରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍‌ରେ ଯାତ୍ରା କରି ବସ୍ ଚଳାଚଳର ଶୁଭାରମ୍ଭ କରିଥିଲେ । ଲାହୋରଠାରେ ଯେଉଁ ଘୋଷଣାନାମା ପ୍ରକାଶିତ ହୋଇଥିଲା ତାହା ଲାହୋର ଘୋଷଣା ଭାବେ ପରିଚିତ । ଏହି ଘୋଷଣାନାମାରେ ସିମଲା ରାଜିନାମା ଅନୁସାରେ କାଶ୍ମୀର ସମସ୍ୟାର ସମାଧାନ ପାଇଁ ଘୋଷଣା କରାଯାଇଥିଲା ।

B. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପାଞ୍ଚଟି / ଛଅଟି ବାକ୍ୟରେ ଦିଅ ।

୧ । ପଞ୍ଚଶୀଳ ନୀତି
Answer:
ଭାରତ ଓ ଚୀନ ମଧ୍ୟରେ ଆନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ଏବଂ ଅନ୍ୟାନ୍ୟ ସମ୍ପର୍କ ପାଇଁ ୧୯୫୪ ମସିହା ଏପ୍ରିଲ ୨୯ ତାରିଖରେ ଏକ ଚୁକ୍ତି ସାକ୍ଷରିତ ହୋଇଥିଲା । ଏହି ଚୁକ୍ତି ମୁଖ୍ୟତଃ ପାଞ୍ଚଗୋଟି ସର୍ଭ ଉପରେ ପ୍ରତିଷ୍ଠିତ ଥିଲା ।

  • ପ୍ରତ୍ୟେକ ରାଷ୍ଟ୍ରର ଅଖଣ୍ଡତା ଓ ସାର୍ବଭୌମତା ପ୍ରତି ପାରସ୍ପରିକ ସମ୍ମାନ ପ୍ରଦର୍ଶନ |
  • ପାରସ୍ପରିକ ଅନାକ୍ରମଣ ।
  • ପରସ୍ପରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନିବାରଣ ।
  • ସମାନତା ଓ ପାରସ୍ପରିକ ସୁବିଧା ହାସଲ ।
  • ଶାନ୍ତିପୂର୍ଣ୍ଣ ସହାବସ୍ଥାନ ।

ପଣ୍ଡିତ ନେହେରୁ ଥିଲେ ଏହାର ପ୍ରବକ୍ତା । ଏହାକୁ ପଞ୍ଚଶୀଳ ନୀତି କୁହାଯାଏ । ପରବର୍ତ୍ତୀ ସମୟରେ ୧୯୫୫ ମସିହାରେ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ପଞ୍ଚଶୀଳ ନୀତିକୁ ଗ୍ରହଣ କରାଗଲା ।

୨ । ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ବା ସାର୍କ
Answer:
ଏସିଆ ମହାଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ଦାନ ମଧ୍ୟ କମ୍ ନୁହେଁ । ଭାରତ, ପାକିସ୍ତାନ, ନେପାଳ, ଭୁଟାନ, ଶ୍ରୀଲଙ୍କା, ବଙ୍ଗଳାଦେଶ, ମାଲାଡ଼ିଭ୍ ଓ ଆଫଗାନିସ୍ତାନ ସମେତ ୮ଟି ରାଷ୍ଟ୍ର ବିଶିଷ୍ଟ ଦକ୍ଷିଣ ଏସିଆ ଆଞ୍ଚଳିକ ସଂଯୋଗ ସମିତିର ଭାରତ ହେଉଛି ବସ୍ତୁତଃ ଜନ୍ମଦାତା । ୧୯୮୬ ମସିହା ଅକ୍ଟୋବର ପହିଲା ଦିନ ନୂଆଦିଲ୍ଲୀଠାରେ ଗଠିତ ଏହି ଅନୁଷ୍ଠାନ ଆଞ୍ଚଳିକ ସହଯୋଗ ପ୍ରତିଷ୍ଠା ଦିଗରେ ଭାରତର ଆନ୍ତରିକତାର ଏକ ନିଦର୍ଶନ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ସୁସମ୍ପର୍କ ପ୍ରତିଷ୍ଠା କରିବା ଭାରତର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟରେ ଶ୍ରୀଲଙ୍କାର ଜାତିଗତ ସମସ୍ୟାର ସମାଧାନ ଦିଗରେ ଭାରତ ଶ୍ରୀଲଙ୍କା ରାଜିନାମା ବଳିଷ୍ଠ ପଦକ୍ଷେପ ।

୩ । ଭାରତର ବୈଦେଶିକ ନୀତିର ବିଶେଷତ୍ବ
Answer:
ଭାରତ ସମ୍ବିଧାନ ପୃଥ‌ିବୀର ଏକମାତ୍ର ସମ୍ବିଧାନ ଯାହା ଦେଶର ବୈଦେଶିକ ନୀତି ନିର୍ଦ୍ଧାରଣ କରିବାପାଇଁ ସାମ୍ବିଧାନିକ ବ୍ୟବସ୍ଥା କରିଛି । ସମ୍ବିଧାନର ୫୧ ଧାରାରେ କୁହାଯାଇଛି ଯେ,

  • ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷାର ଉନ୍ନତି
  • ଦେଶ ଦେଶ ମଧ୍ୟରେ ନ୍ୟାୟପୂର୍ଣ୍ଣ ଓ ସମ୍ମାନଜନକ ସମ୍ପର୍କ ରକ୍ଷା
  • ଆନ୍ତର୍ଜାତିକ ଆଇନ ଓ ଚୁକ୍ତିକୁ ସମ୍ମାନ ପ୍ରଦର୍ଶନ ଓ
  • ମଧ୍ୟସ୍ଥିତା ମାଧ୍ୟମରେ ଆନ୍ତଃରାଷ୍ଟ୍ରୀୟ ବିବାଦଗୁଡ଼ିକୁ ସମାଧାନ କରିବାପାଇଁ ଯଥାଯଥ ଉଦ୍ୟମ କରିବା

ଇତ୍ୟାଦି ସାମ୍ବିଧାନିକ ଏହି ବ୍ୟବସ୍ଥା ଭାରତୀୟ ବୈଦେଶିକ ନୀତିର ଦିଗ୍‌ଦର୍ଶକ । ଆମ ଦେଶରେ ଅନୁସୃତ ବୈଦେଶିକ ନୀତିର ବୈଶିଷ୍ଟ୍ୟଗୁଡ଼ିକ ହେଲା –

  • ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା
  • ସାମ୍ରାଜ୍ୟବାଦର ବିରୋଧ
  • ବର୍ଣ୍ଣବୈଷମ୍ୟ ବିରୋଧ
  • ଆନ୍ତର୍ଜାତିକ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ
  • ଶାନ୍ତିପୂର୍ଣ୍ଣ ସହାବସ୍ଥାନ
  • ଗୋଷ୍ଠୀ ନିରପେକ୍ଷତା

୪ । ତାସ୍କେଣ୍ଟ ରାଜିନାମାର ବିଶେଷତ୍ଵ
Answer:
ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠା ପାଇଁ ରୁଷିଆର ସର୍ବୋଚ୍ଚ ଶାସକ ଶ୍ରୀଯୁକ୍ତ କୋସିଜିନ୍ ମଧ୍ୟସ୍ଥତା କରିଥିଲେ । ତାଙ୍କ ଉଦ୍ୟମରେ ଭାରତର ପ୍ରଧାନମନ୍ତ୍ରୀ ଲାଲ୍‌ବାହାଦୁର ଶାସ୍ତ୍ରୀ ଏବଂ ପାକିସ୍ତାନର ରାଷ୍ଟ୍ରପତି ଆୟୁବ ଖାଁ ୧୯୬୬ ମସିହା ଜାନୁଆରୀ ମାସରେ ତାସ୍କେଣ୍ଟଠାରେ ଏକ ସମ୍ମିଳନୀରେ ମିଳିତ ହୋଇଥିଲେ । ଏକ ସପ୍ତାହ ବ୍ୟାପୀ ବିଚାର ବିମର୍ଷ ପରେ ଉଭୟ ନେତାଙ୍କ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ଉନ୍ନତି, ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନ, ଉତ୍ତମ ପଡ଼ୋଶୀ ଭାବରେ ସମ୍ପର୍କ ପ୍ରତିଷ୍ଠା, ମିଳିତ ଜାତିସଂଘ ସନନ୍ଦ ପ୍ରତି ପୁନଃ ଆସ୍ଥା ପ୍ରକଟ ଏହି ରାଜିନାମାର ବିଶେଷତ୍ଵ ଥିଲା ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୫ । ସିମଲା ରାଜିନାମା – ୧୯୭୨ର ବିଶେଷତ୍ଵ
Answer:
୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍‌ଫିକର୍ ଅଲ୍ଲି ଭୁଟୋଙ୍କ ମଧ୍ୟରେ ସିମଲାଠାରେ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ଯାହାକି ସିମଲା ରାଜିନାମା ଭାବେ ଖ୍ୟାତ ।
ଏହାର ସର୍ଭ ଥିଲା :

  • ସୀମାରେଖାରୁ ଉଭୟ ଦେଶର ସୈନ୍ୟ ପ୍ରତ୍ୟାହାର ।
  • ସମସ୍ତ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ।
  • ଜାମ୍ମୁ ଓ କାଶ୍ମୀର ବେସାମରିକ ଅଞ୍ଚଳକୁ ଉଭୟ ଭାରତ ଓ ପାକିସ୍ତାନର ମିଳିତ ତଦାରଖ ।
  • ଉଭୟ ଦେଶର ସମ୍ପର୍କକୁ ସାମାନ୍ୟ କରିବାପାଇଁ କାର୍ଯ୍ୟକାରୀ ପଦକ୍ଷେପ ଗ୍ରହଣ ।

୬ | ଲାହୋର ଘୋଷଣା – ୧୯୯୯ର ବିଶେଷତ୍ଵ
Answer:
୧୯୯୯ ମସିହା ଫେବୃଆରୀ ୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ଦିଲ୍ଲୀ ଓ ଲାହୋର ବସ୍ ଚଳାଚଳ ଉଦ୍‌ଘାଟନ ସରୂପ ନିଜେ ବସ୍ ଯୋଗେ ଲାହୋର ଗସ୍ତ କରିଥିଲେ । ଲାହୋରଠାରେ ତିନୋଟି ଦଲିଲ୍‌ରେ ଏକ ଘୋଷଣାନାମା ପ୍ରକାଶିତ କରିଥିଲେ । ତାହାର ବିଶେଷତ୍ଵ ହେଲା –

  • ଯଥାଶୀଘ୍ର କାଶ୍ମୀର ସମସ୍ୟାକୁ ସିମଲା ରାଜିନାମା ଅନୁସାରେ ସମାଧାନ ।
  • ଜଣେ ଅନ୍ୟ ଜଣଙ୍କ ଅଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବେ ନାହିଁ ।
  • ଆଣବିକ ପରୀକ୍ଷା ବାତିଲ୍ ଓ ଆକସ୍ମିକ ଭାବେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରାଯିବ ନାହିଁ ।
  • ପର୍ଯ୍ୟାବରଣର ସୁରକ୍ଷା ପାଇଁ ଉଭୟେ ମିଳିତ ଭାବେ କାର୍ଯ୍ୟ କରିବେ ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ଲକ୍ଷଣ (Main features) ଗୁଡ଼ିକ ଆଲୋଚନା କର ।
Answer:
ବ୍ରିଟିଶ୍ ଶାସନାଧୀନ ଭାରତର ମଧ୍ୟ ବୈଦେଶକି ନୀତି ଥିଲା ଓ ଆନ୍ତର୍ଜାତିକ ଘଟଣାବଳୀ ସହ ଏହାର ଘନିଷ୍ଠ ସମ୍ପର୍କ ରହିଥିଲା । ମାତ୍ର ସ୍ଵାଧୀନତୋତ୍ତର ଭାରତରେ ନିଜସ୍ଵ ସ୍ଵାଧୀନ ବୈଦେଶିକ ନୀତି ଗ୍ରହଣ କରାଯିବା ହିଁ ହେଉଛି ଅତୀତ ଓ ବର୍ତ୍ତମାନ ମଧ୍ୟରେ ଥିବା ପାର୍ଥକ୍ୟ । ୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ହିଁ ଆଣିଦେଲା ପୂର୍ଣ୍ଣ ସୁଯୋଗ ଓ ପୁଞ୍ଜୀଭୂତ ଆଶା ଏବଂ ଉଦ୍ଦୀପନା, ଯାହାକୁ ମୂଳଭିତ୍ତି କରି ଅତୀତର ନୀତି, ଘଟଣାବଳୀ, ଜାତୀୟ ସ୍ଵାଧୀନତା ସଂଗ୍ରାମର ଇତିହାସକୁ ପାଥେୟ କରି ଭାରତର ନୂତନ ବୈଦେଶିକ ନୀତି ପ୍ରକାଶିତ ହେଲା । ଭାରତର ବୈଦେଶିକ ନୀତି ଅତୀତରୁ ବିଚ୍ଛିନ୍ନ ନୁହେଁ ବୋଲି ୧୯୫୦ ମସିହାରେ ପଣ୍ଡିତ ଜବାହରଲାଲ ନେହେରୁ ଭାଷଣ ପ୍ରସଙ୍ଗରେ ଲୋକସଭାରେ ମତ ଦେଇଥିଲେ । ସମୟ ଓ ପରିସ୍ଥିତିର ପରିବର୍ତ୍ତନ ସହ ଏଣ୍ଡ୍‌ରେ ମଧ୍ଯ ସଂଶୋଧନ କରାଯାଇ ପରିମାର୍ଜିତ କରାଯାଉଛି । ପାମର ଓ ପରକିସଙ୍କ ମତରେ, ‘ଭାରତର ବୈଦେଶିକ ନୀତିର ଅନ୍ତଃସତ୍ତା ବହୁ ଶତାବ୍ଦୀ ଧରି ସମୃଦ୍ଧ ହୋଇ ନିହିତ ରହିଛି ।’’
ଭାରତୀୟ ବୈଦେଶିକ ନୀତିର ମୂଳ ଲକ୍ଷ୍ୟ :
ଭାରତୀୟ ବୈଦେଶିକ ନୀତି ଅତ୍ୟନ୍ତ ସରଳ ଓ ସ୍ପଷ୍ଟ ଅଟେ । ଏଥୁରେ ନିମ୍ନଲିଖିତ ମୁଖ୍ୟ ଲକ୍ଷ୍ୟଗୁଡ଼ିକ ସନ୍ନିବେଶିତ ହୋଇଛି ।

  • ଭାରତର ଭୂଖଣ୍ଡୀୟ ଏକତ୍ଵ ରକ୍ଷା ।
  • ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ରକ୍ଷା ।
  • ପଡ଼ୋଶୀ ରାଜ୍ୟମାନଙ୍କ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ ।
  • ପଡ଼ୋଶୀ ଭୂଖଣ୍ଡ ମଧ୍ଯରେ ବସବାସ କରୁଥିବା ଅଧିବାସୀମାନଙ୍କୁ ନିରାପତ୍ତା ପ୍ରଦାନ ।
  • ଅନ୍ୟ ଦେଶଗୁଡ଼ିକ ସହ ବାଣିଜ୍ୟିକ ସମ୍ପର୍କ ସ୍ଥାପନ ।
  • ଭାରତୀୟ ଆକାଶ ଓ ଜଳପଥର ସୁରକ୍ଷା ।
  • ଅନ୍ୟ ପରାଧୀନ ଦେଶଗୁଡ଼ିକର ସ୍ବାଧୀନତା ଆନ୍ଦୋଳନକୁ ସମର୍ଥନ ।
  • ଆନ୍ତର୍ଜାତିକ କନ୍ଦଳର ଶାନ୍ତିପୂର୍ଣ୍ଣ ଆପୋଷ ସମାଧାନ ।
  • ବିଶ୍ୱଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠା ପାଇଁ ଆନ୍ତର୍ଜାତିକ ସଙ୍ଗଠନଗୁଡ଼ିକ ସହ ପ୍ରତ୍ୟକ୍ଷ ସହଯୋଗ ।

ପାମର ଓ ପରକିସ ଏହି ଲକ୍ଷ୍ୟଗୁଡ଼ିକୁ ନିମ୍ନୋକ୍ତ ମତେ ବର୍ଣ୍ଣନା କରିଛନ୍ତି, ଯଥା –

  • ସାମ୍ରାଜ୍ୟବାଦୀ ଓ ସାମାଜିକ ଭେଦ ବିରୁଦ୍ଧରେ ସଂଗ୍ରାମ ।
  • କମ୍ୟୁନିଷ୍ଟ ଓ କ୍ଷମତା-ରାଜନୀତିର ମୃତସ୍ତୂପ ଉପରେ ଜାତିର ଅର୍ଥନୈତିକ, ସାମାଜିକ, ରାଜନୈତିକ ତଥା ସାମଗ୍ରିକ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ ।
  • ଏସୀୟ ଦେଶଗୁଡ଼ିକ ଉପରେ କୌଣସି ପ୍ରକାର ଚାପର ବିରୋଧ ।
  • ଗୋଷ୍ଠୀ -ନିରପେକ୍ଷ ନୀତି ଓ ସ୍ଵାଧୀନତା ଉପରେ ଗଭୀର ବିଶ୍ବାସ ସ୍ଥାପନ ।
  • ସଂଯୁକ୍ତ ଜାତିସଂଘ (UNO) ଓ ଆନ୍ତର୍ଜାତିକତାବାଦ ଉପରେ ବିଶ୍ବାସ ସ୍ଥାପନ ।
  • ଶୀତଳ ଯୁଦ୍ଧ (Cold War) ଓ ଆଞ୍ଚଳିକ ନିରାପତ୍ତା ସଙ୍ଗଠନ (Regional Security Organisation) ବିରୁଦ୍ଧରେ ସଂଗ୍ରାମ ଓ ନିରାପତ୍ତାମୂଳକ ପଦକ୍ଷେପ ଗ୍ରହଣ ।
  • ଆନ୍ତର୍ଜାତିକ ଶାନ୍ତି ରକ୍ଷା, ଅନ୍ତ ହ୍ରାସ ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନୀତିର ସଫଳ ବିନ୍ୟାସ ପାଇଁ ପଦକ୍ଷେପ ଗ୍ରହଣ ଇତ୍ୟାଦି ।

ଉପରୋକ୍ତ ଲକ୍ଷ୍ୟଗୁଡ଼ିକୁ ବିଚାରକୁ ନେଲେ ଏହା ଆଦର୍ଶବଦ (Idealism) ଓ ବାସ୍ତବବାଦ (Realism) ର ଏକ ଅପୂର୍ବ ସମ୍ମିଶ୍ରଣ ବୋଲି ପ୍ରତୀୟମାନ ହୁଏ । ଜାତୀୟ ସ୍ୱାର୍ଥ ଏହାର ଅନ୍ତିମ ଲକ୍ଷ୍ୟ ହେଲେ ମଧ୍ୟ ବିଶ୍ୱଶାନ୍ତି ପ୍ରତିଷ୍ଠା ଓ ମାନବଜାତିର କଲ୍ୟାଣ ରୂପକ ବୃହତ୍ତର ଲକ୍ଷ୍ୟ ପ୍ରତି ଏହା ସଚେତନ ଅଟେ । ଇସ୍ରାଏଲ୍ ବିରୁଦ୍ଧରେ ଆରବ ଦେଶଗୁଡ଼ିକୁ ସମର୍ଥନ, ରୁଷିଆ ଓ ଆମେରିକା ମଧ୍ୟରୁ ରୁଷିଆକୁ ଅଧ‌ିକ ସମର୍ଥନ ଇତ୍ୟାଦି କେତେକ ବିଷୟକୁ ନେଇ ସମାଲୋଚକମାନେ ଏହା ଭାରତର ବୈଦେଶିକ ନୀତିର ବିରୁଦ୍ଧାଚରଣ କରୁଛି ବୋଲି ମତ ଦେଇଥା’ନ୍ତି ।

ମାତ୍ର ସ୍ଥୂଳତଃ, ଭାରତର ନୀତି ଗୋଷ୍ଠୀ-ନିରପେକ୍ଷ (Non-alignment) ଓ ଶାନ୍ତିପୂର୍ଣ୍ଣ ସହାବସ୍ଥାନ (Peaceful co-existence) ନୀତି ଉପରେ ହିଁ ପର୍ଯ୍ୟବସିତ ଅଟେ । ବାସ୍ତବତା ଦୃଷ୍ଟିକୋଣରୁ ଜାତୀୟ ସ୍ୱାର୍ଥ ଓ କଲ୍ୟାଣକୁ ବାଦ୍ ଦେଇ କୌଣସି ବୈଦେଶିକ ନୀତି ପ୍ରକାଶିତ ହେବା ସମ୍ଭବ ନୁହେଁ । ଏଣୁ ୧୯୪୭ ମସିହା ଡିସେମ୍ବର ୪ ତାରିଖ ଦିନ ଶାସନ ବିଧାୟକ ସଭାରେ ପଣ୍ଡିତ ଜବାହରଲାଲ ନେହେରୁ ମତ ଦେଇଥିଲେ, ‘ଆମେ ଆନ୍ତର୍ଜାତିକ ଶାନ୍ତି, ସହଯୋଗ ଓ ସ୍ଵାଧୀନତା ଉପରେ ଯେତେ ଅଧ‌ିକ ଆଲୋଚନା କଲେ ମଧ୍ୟ ଗୋଟିଏ ଦେଶର ବୈଦେଶକି ନୀତିର ଅନ୍ତଃସ୍ବର ଜାତୀୟ ସ୍ଵାର୍ଥରେ ହିଁ ନିହିତ ରହିଥାଏ ।’’

ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ବୈଶିଷ୍ଟ୍ୟ :
ଭାରତୀୟ ବୈଦେଶିକ ନୀତିର ମୁଖ୍ୟ ଲକ୍ଷଣଗୁଡ଼ିକୁ ନିମ୍ନଲିଖ୍ ବିଷୟଗୁଡ଼ିକ ମଧ୍ୟରେ ସୀମାବଦ୍ଧ କରି ରଖାଯାଇପାରେ ଯଥା :

  • ଗୋଷ୍ଠୀ ନିରପେକ୍ଷ ନୀତି ।
  • ସାମ୍ରାଜ୍ୟବାଦ (Imperialism) ଓ ଔପନିବେଶିକବାଦର (Colonialism) ର ବିରୋଧ ।
  • ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ ।
  • ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସଂପର୍କ ସ୍ଥାପନ ।
  • ସଂଯୁକ୍ତ ଜାତିସଂଘର ନୀତି ପ୍ରତି ଗୁରୁତ୍ବ ଆରୋପ ।
  • ଆଫ୍ରିକୀୟ -ଏସୀୟ (Afro-Asian) ଦେଶଗୁଡ଼ିକ ମଧ୍ୟରେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଓ ଐକ୍ୟ ପ୍ରତିଷ୍ଠା ।
  • ପଞ୍ଚଶୀଳ (Panchsheel) ।
  • ଜାତୀୟ ସମ୍ମତି ବା ଐକ୍ୟମତ ପ୍ରତିଷ୍ଠା (National Consensus)

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

(୧) ଗୋଷ୍ଠୀ ନିରପେକ୍ଷ ନୀତି:
ଭାରତ ହେଉଛି ଗୋଷ୍ଠୀ ନିରପେକ୍ଷ ନୀତିକୁ ଗ୍ରହଣ କରିବା କ୍ଷେତ୍ରରେ ପ୍ରଥମ ରାଷ୍ଟ୍ର । ଏହି ନୀତି ଦ୍ୱିତୀୟ ବିଶ୍ୱଯୁଦ୍ଧର ପରବର୍ତ୍ତୀ ଏସିଆ ଓ ଆଫ୍ରିକା ମହାଦେଶରେ ବିଶେଷ ଭାବେ ଜନପ୍ରିୟ ହୋଇପାରିଛି । ନେହେରୁଙ୍କ ମତରେ, ଯେତେଦୂର ସମ୍ଭବ କ୍ଷମତା ଗୋଷ୍ଠୀମାନଙ୍କଠାରୁ ଭାରତ ଦୂରେଇ ରହିବାକୁ ଚାହେଁ, କାରଣ ସେହି କ୍ଷମତା ଗୋଷ୍ଠୀମାନଙ୍କ ପାଇଁ ଅତୀତରେ ଦୁଇଟି ବିଶ୍ଵଯୁଦ୍ଧ ସଙ୍ଘଟିତ ହୋଇଛି ଓ ଭବିଷ୍ୟତରେ ମଧ୍ୟ ଏହାର ପୁନରାବୃତ୍ତି ହୋଇପାରେ । ଗୋଷ୍ଠୀ ନିରପେକ୍ଷତାର ଅର୍ଥ ନୁହେଁ ଯେ ଭାରତ ଆନ୍ତର୍ଜାତିକ କ୍ଷେତ୍ରରେ ଜୀବତ୍ଵ ପ୍ରକାଶ କରିବ ଅର୍ଥାତ୍ ସେହି କ୍ଷେତ୍ରରେ ଅଂଶଗ୍ରହଣ କରିବ ନାହିଁ । ଏହାର ପ୍ରକୃତ ଅର୍ଥ କାହାଦ୍ଵାରା ପ୍ରଭାବିତ ନ ହୋଇ ସ୍ବାଧୀନ ଭାବେ ନିଜର ନୀତି ନିର୍ଦ୍ଧାରଣ କରିବା ।

ପଣ୍ଡିତ ନେହେରୁଙ୍କ ଭାଷାରେ, ‘ଯେତେବେଳେ ସ୍ଵାଧୀନତା ବିପଦାପନ୍ନ, ଅନ୍ୟାୟ, ପ୍ରତିବାଦର ସମ୍ମୁଖୀନ କିମ୍ବା ଆକ୍ରମଣର ଗତି ପ୍ରବଳ, ସେତେବେଳେ ଆମେ ଜୀବତ୍ୱ ପ୍ରକାଶ କରିବା ସମ୍ଭବପର ନୁହେଁ ।’’୧୯୫୫ ମସିହା ଏପ୍ରିଲ୍ ମାସରେ ବାନ୍ଦୁଙ୍ଗ୍ ସମ୍ମିଳନୀରେ ଏହା ସପକ୍ଷରେ ଭାରତ ସ୍ଵର ଉତ୍ତୋଳନ କରିଥିଲା । ୧୯୭୧ ମସିହାରେ ରୁଷିଆ ସହ ଭାରତର ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ରକ୍ଷା ପାଇଁ ସ୍ବାକ୍ଷରିତ ହୋଇଥିବା ଚୁକ୍ତି, ଆମ ଗୋଷ୍ଠୀ ନିରପେକ୍ଷ ନୀତିର ବିରୋଧ କରୁଛି ବୋଲି ସମାଲୋଚକମାନେ ମତ ଦେଉଥିଲେ ମଧ୍ୟ ଏହି ମତର ଭିତ୍ତିଭୂମି ଦୁର୍ବଳ ଅଟେ । ପଣ୍ଡିତ ନେହେରୁଙ୍କଠାରୁ ଆରମ୍ଭ କରି ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ପର୍ଯ୍ୟନ୍ତ ପୁନଶ୍ଚ ୧୯୭୭ ମସିହାର ଜନତା ସରକାରଙ୍କ ସମୟରେ ତଥା ଏନ. ଡ଼ି. ଏ. ଓ ଉପା ସରକାରଙ୍କ ବୈଦେଶିକ ନୀତି ଏହା ଉପରେ ପର୍ଯ୍ୟବସିତ ।

ଭାରତ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ସମ୍ମିଳନୀ ୧୯୮୩ ମସିହାରେ ଦିଲ୍ଲୀଠାରେ ଆୟୋଜନ କରିଥିଲା । ଭାରତ ଜାତିସଂଘରେ ମଧ୍ୟ ଏହି ଗୋଷ୍ଠୀର ମୁଖପାତ୍ର ରୂପେ କାର୍ଯ୍ୟ କରୁଛି । ବାନ୍ଦୁଙ୍ଗୁରୁ ବେଲ୍‌ଟ୍ରେଡ଼ ପର୍ଯ୍ୟନ୍ତ ଦୀର୍ଘଯାତ୍ରାରେ ଏସୀୟ ଓ ଆଫ୍ରିକୀୟ ଦେଶମାନଙ୍କର ନୂତନଭାବେ ସ୍ବାଧୀନତାପ୍ରାପ୍ତ ଦେଶମାନେ ୟୁଗୋସ୍ଲୋଭିଆର ରାଷ୍ଟ୍ରପତି ଟିଟୋ ଓ ଇଜିପ୍ଟର ରାଷ୍ଟ୍ରମୁଖ୍ୟ ନାସେରଙ୍କ ସହ ମିଶି ଭାରତର ପଣ୍ଡିତ ନେହେରୁଙ୍କ ନେତୃତ୍ୱରେ ଶୀତଳଯୁଦ୍ଧର ଗତିରୋଧ, ଗୋଷ୍ଠୀଗତ ରାଜନୀତିର ବିକଳ୍ପ, ଦ୍ୱି-ଶକ୍ରୀୟ ବିଶ୍ୱର ବିରୋଧ ପାଇଁ ନେଇଥ‌ିବା ସଂକଳ୍ପରୁ ସୃଷ୍ଟ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଭାରତର ବୈଦେଶିକ ନୀତିର ମୁଖ୍ୟ ଭିତ୍ତିଭୂମି ଅଟେ ।

(୨) ସାମ୍ରାଜ୍ୟବାଦ (Imperialism) ଓ ଔପନିବେଶିକବାଦ (Colonialism) ର ବିରୋଧ:
ଭାରତ, ଇଂରେଜ ସାମ୍ରାଜ୍ୟବାଦ ନୀତିର ଶିକାର ହୋଇଥ‌ିବାରୁ ଏହାର ବୈଦେଶିକ ନୀତି ସାମ୍ରାଜ୍ୟବାଦ ଓ ଔପନିବେଶିକବାଦକୁ ବିରୋଧ କରିଥାଏ । ଏହି ନୀତି ଦ୍ଵୟ ଯୁଦ୍ଧ ପାଇଁ କ୍ଷେତ୍ର ପ୍ରସ୍ତୁତି କରି ବିଶ୍ବ-ଶାନ୍ତିକୁ ବିପନ୍ନ କରୁଥିବାରୁ ଭାରତ ଏହାର ବିରୋଧୀ ଅଟେ । ଭାରତ ବିଭିନ୍ନ ଦେଶର ଜାତୀୟ ଆନ୍ଦୋଳନକୁ ସର୍ବଦା ସମର୍ଥନ କରିଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହଲାଣ୍ଡ ଯେତେବେଳେ ଇଣ୍ଡୋନେସିଆର ସ୍ଵାଧୀନତାକୁ ବିପନ୍ନ କରିବାପାଇଁ ପଦକ୍ଷେପ ନେଲା, ସେତେବେଳେ ଭାରତ ଏହାର ପ୍ରବଳ ବିରୋଧ କରିବା ସଙ୍ଗେ ସଙ୍ଗେ ଇଣ୍ଡୋନେସିଆକୁ ପ୍ରତ୍ୟକ୍ଷ ସାହାଯ୍ୟ ପ୍ରଦାନ କରିଥିଲା । ସେହି ସମୟଠାରୁ ଭାରତ ବିଭିନ୍ନ ସମୟରେ ମାଲୟ, ଆଲଜେରିଆ, କଙ୍ଗୋ, ମରକ୍କୋ ଇତ୍ୟାଦି ରାଷ୍ଟ୍ରଗୁଡ଼ିକୁ ସ୍ଵାଧୀନତା ପ୍ରଦାନ ପାଇଁ ସହଯୋଗ ପ୍ରଦାନ କରିଛି । ଏସିଆ ଓ ଆଫ୍ରିକା ମହଦେଶରେ ନୂତନ ଭାବେ ସ୍ଵାଧୀନତା ପାଉଥିବା ଦେଶଗୁଡ଼ିକୁ ଭାରତ ସମର୍ଥନ, ସାହାଯ୍ୟ ଓ ସହଯୋଗ ଯୋଗାଇ ଦେଇଛି । ୧୯୭୧ ମସିହାରେ ପୂର୍ବ ପାକିସ୍ତାନର ମୁକ୍ତି ଆନ୍ଦୋଳନରେ ଭାରତର ଅଂଶଗ୍ରହଣ ଓ ବଙ୍ଗଳାଦେଶର ସ୍ଥାପନା ପାଇଁ ଭାରତର ଅବଦାନ ଅନସ୍ବୀକାର୍ଯ୍ୟ ।

(୩) ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ:
ଜାତି ଓ ବର୍ଷଗତ ବୈଷମ୍ୟ ବିରୁଦ୍ଧରେ ସଂଗ୍ରାମ ହେଉଛି ଭାରତୀୟ ବୈଦେଶିକ ନୀତିର ଅନ୍ୟତମ ମୁଖ୍ୟ ବୈଶିଷ୍ଟ୍ୟ । ଭାରତ ଉଭୟ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଜାତି ବ୍ୟବସ୍ଥାର ବିରୋଧୀ ଅଟେ । ଦକ୍ଷିଣ ଆଫ୍ରିକାର ବର୍ଣ୍ଣଗତ ବୈଷମ୍ୟ ନୀତି ବିରୁଦ୍ଧରେ ଭାରତର ସ୍ବର ଉତ୍ତୋଳନ ଏହାର ପ୍ରମାଣ ଅଟେ । ପଣ୍ଡିତ ନେହେରୁଙ୍କ ମତରେ ଭାରତ ଜାତିବାଦ ସମ୍ପର୍କୀୟ ନାଜି ତତ୍ତ୍ଵକୁ ପ୍ରତ୍ୟାଖ୍ୟାନ କରିଛି । ପୃଥ‌ିବୀର ପ୍ରତ୍ୟେକ ଲୋକଙ୍କ ପାଇଁ ସମାନ ଓ ସମ୍ମାନାସ୍ପଦ ବ୍ୟବହାର ଦାବି ଭାରତର ବୈଦେଶିକ ନୀତିରେ ପ୍ରତିଫଳିତ ହୋଇଛି । ଭାରତ, ନିଟ୍ରୋ ଓ ରୋଡ଼େସିଆରେ ଅଣ-ଶ୍ୱେତାଙ୍ଗ ବ୍ୟକ୍ତିମାନଙ୍କର ସ୍ବାର୍ଥ ପାଇଁ ସଂଗ୍ରାମ କରିଛି ।

(୪) ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ:
ପଡ଼ୋଶୀ ତଥା ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ ଭାରତୀୟ ବୈଦେଶିକ ନୀତିର ଲକ୍ଷ୍ୟ ଅଟେ । ଭାରତୀୟ ସମ୍ବିଧାନର ୫୧ ଧାରାରେ ଏହି ସମ୍ପର୍କରେ ରାଷ୍ଟ୍ରର ନିର୍ଦ୍ଦେଶ ଦିଆଯାଇଛି । ସାଂସ୍କୃତିକ, ଅର୍ଥନୈତିକ, ବାଣିଜ୍ୟିକ ସମ୍ପର୍କ ସ୍ଥାପନ ପାଇଁ ଭାରତ ଅନ୍ୟାନ୍ୟ ଦେଶଗୁଡ଼ିକ ସହ ବିଭିନ୍ନ ଚୁକ୍ତି ସଂପାଦନ କରିଛି ।

(୫) ସଂଯୁକ୍ତ ଜାତିସଂଘର ନୀତି ପ୍ରତି ଗୁରୁତ୍ୱ ଆରୋପ:
ବିଶ୍ୱଶାନ୍ତି ପ୍ରତିଷ୍ଠାର ମହାନ୍ ଲକ୍ଷ୍ୟ ରଖିଥିବା ଭାରତ, ସଂଯୁକ୍ତ ଜାତିସଂଘ ପରି ଆନ୍ତର୍ଜାତିକ ସଂଗଠନର ସ୍ଥିତି ପ୍ରତି ଗୁରୁତ୍ବ ଆରୋପ କରିବା ଏକ ସ୍ବାଭାବିକ ପ୍ରକ୍ରିୟା ଅଟେ । ଆନ୍ତର୍ଜାତିକ ବୃହର ଆପୋଷ ସମାଧାନ ଦିଗରେ ସଂଯୁକ୍ତ ଜାତିସଂଘ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । କାଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତ ଜାତିସଂଘକୁ ସହଯୋଗ ଓ ସମର୍ଥନ ପ୍ରଦାନ କରିଥିଲା । ଏହି ସମସ୍ୟାର ସମାଧାନ ପାଇଁ ଭାରତ ଜାତିସଂଘକୁ ସାମରିକ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କର ସାହାଯ୍ୟ ଯୋଗାଇ ଦେଇଥାଏ । କଙ୍ଗୋ ସମସ୍ୟା ସମୟରେ ଉକ୍ତ ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଜାତିସଂଘକୁ ଭାରତ ହିଁ ସହଯୋଗ କରିଥିଲା । ଉପରୋକ୍ତ କ୍ଷେତ୍ର ବ୍ୟତୀତ ଲେବାନିଜ୍ ବ୍ୟାପାର ସମୟରେ ଭାରତର ସହଯୋଗକୁ ଖୁବ୍ ଉନ୍ନତ ମାନର ବୋଲି ଜାତିସଙ୍ଘର ମୁଖ୍ୟ ସଚିବ ହାମର୍‌ସ୍କଜାଲଡ୍ ୧୯୫୯ ମସିହା ମାର୍ଚ୍ଚ ମାସରେ ମତ ଦେଇଥିଲେ । ଜାତିସଂଘରେ ତୃତୀୟ ବିଶ୍ଵର ବିକାଶ ଓ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନରେ ଲକ୍ଷ୍ୟ ପୂରଣ ପାଇଁ ଭାରତ ସଂଗ୍ରାମରତ ।

(୬) ଆଫ୍ରିକୀୟ-ଏସୀୟ ଦେଶଗୁଡ଼ିକ (Afro-Asian Countries) ମଧ୍ଯରେ ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ପାରସ୍ପରିକ ସମ୍ପର୍କ ବୃଦ୍ଧି ଓ ଐକ୍ୟ ପ୍ରତିଷ୍ଠା:
ଭାରତ ଆଫ୍ରିକା ଓ ଏସିଆ ମହାଦେଶର ଦେଶମାନଙ୍କ ସହ ଅର୍ଥନୈତିକ ଓ ରାଜନୈତିକ ସମ୍ପର୍କ ବୃଦ୍ଧି କରି ଐକ୍ୟ ପ୍ରତିଷ୍ଠାର ଲକ୍ଷ୍ୟ ରଖିଛି । ଭାରତର ବିଶ୍ଵାସ ଏହି ଦେଶମାନେ ଐକ୍ୟବଦ୍ଧଭାବେ ଔପନିବେଶିକବାଦ ବିରୁଦ୍ଧରେ ସଂଗ୍ରାମ କରିପାରିବେ । ଏହି ଐକ୍ୟ ସେମାନଙ୍କୁ ନିଜ ଗୋଡ଼ରେ ନିଜେ ଠିଆହେବାର ଦୃଢ଼ତା ଆଣିଦେବ ବୋଲି ଭାରତ ଆଶା କରେ । ଔପନିବେଶିକବାଦର ଆଧୁନିକ ରୂପରେଖ ‘Neo-Colonialism’ ଜାତି ଗଠନ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରୁଛି ।

ଜାତି ଗଠନର ଦୁଇଟି ଦିଗ ରହିଛି, ଯଥା-ରାଜନୈତିକ ଓ ଅର୍ଥନୈତିକ । ବୃହତ୍ ଶକ୍ତିମାନେ ଅର୍ଥନୈତିକ ସାହାଯ୍ୟ ପ୍ରଦାନକରି ନୂତନ ଭାବେ ସ୍ବାଧୀନତାପ୍ରାପ୍ତ ଦେଶଗୁଡ଼ିକର ରାଜନୈତିକ ସ୍ଵାଧୀନତାକୁ ନଷ୍ଟ କରି ଦେଉଛନ୍ତି । ଏହି ଦୃଷ୍ଟିକୋଣରୁ ଭାରତ ନିଜର ତଥା ଉପରୋକ୍ତ ଦେଶଗୁଡ଼ିକର ସ୍ବାର୍ଥ ଦୃଷ୍ଟିରୁ ଏହି ଦେଶଗୁଡ଼ିକୁ ସଙ୍ଗଠିତ କରିଛି । ଏସୀୟ ମହାଦେଶର ରାଷ୍ଟ୍ରଗୁଡ଼ିକର ସମ୍ମିଳନୀ ଦିଲ୍ଲୀଠାରେ ୧୯୪୭ ମସିହାରେ ଅନୁଷ୍ଠିତ ହୋଇଥିଲା । ଏସିଆରୁ ଔପନିବେଶିକବାଦର ମୂଳୋତ୍ପାଟନ ପାଇଁ ଏକ ପ୍ରସ୍ତାବ ଉକ୍ତ ସମ୍ମିଳନୀରେ ଗୃହୀତ ହୋଇଥିଲା । ଏହି ଶ୍ରେଣୀୟ ଦ୍ୱିତୀୟ ସମ୍ମିଳନୀ ପୁନଶ୍ଚ ଦିଲ୍ଲୀଠାରେ ୧୯୪୯ ମସିହାରେ ଅନୁଷ୍ଠିତ ହୋଇ ଇଣ୍ଡୋନେସିଆ ଉପରେ ହଲାଣ୍ଡର ଆକ୍ରମଣ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

ଏଥ‌ିରେ ୧୭ଟି ଦେଶର ପ୍ରତିନିଧୂ ଭାଗ ନେଇଥିଲେ ଓ ଏହା ସଫଳ ହୋଇଥିଲା । ୧୯୫୫ ମସିହା ଏପ୍ରିଲ୍ ୧୮ ତାରିଖ ଦିନ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ୨୯ ଗୋଟି ଦେଶ ଅଂଶଗ୍ରହଣ କରିଥିଲେ । ଔପନିବେଶିକବାଦକୁ ବିରୋଧ ଓ ପଞ୍ଚଶୀଳ ନୀତିକୁ ଗ୍ରହଣ କରାଯାଇ ପ୍ରସ୍ତାବ ଏହି ସମ୍ମିଳନୀରେ ଗୃହୀତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁ, ସଂଯୁକ୍ତ ଆରବ ସାଧାରଣତନ୍ତ୍ରର ମୁଖ୍ୟ କର୍ଣ୍ଣେଲ ନାସେର ଓ ଯୁଗୋସ୍ଲୋଭିଆର ମୁଖ୍ୟ ମାର୍ଶଲ ଟିଟୋ ଏହି ଦେଶଗୁଡ଼ିକ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ପାଇଁ ଦିଲ୍ଲୀଠାରେ ଆୟୋଜିତ ଏକ ସମ୍ମିଳନୀରେ ବ୍ୟାପକ ଆଲୋଚନା କରିଥିଲେ ।

(୭) ପଞ୍ଚଶୀଳ (Panchsheel):
ଏହି ପଞ୍ଚଶୀଳ ନୀତି ଭାରତର ଆନ୍ତର୍ଜାତିକ ରାଜନୀତିକୁ ଦାନ ଅଟେ । ଭାରତ ଓ ଚୀନ୍ ମଧ୍ଯରେ ତିବ୍ବତ ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ଦୁଇ ଦେଶକୁ ବନ୍ଧୁତା ସୂତ୍ରରେ ଆବଦ୍ଧ କରିବାପାଇଁ ପାଞ୍ଚଗୋଟି ନୀତି ପ୍ରଣୀତ ହୋଇଥିଲା, ଯାହା ପଞ୍ଚଶୀଳ ନାମରେ ଖ୍ୟାତ ।

ସେହି ୫ଗୋଟି ନୀତି ହେଲା:

  • ପ୍ରତ୍ୟେକ ରାଷ୍ଟ୍ର ପ୍ରତ୍ୟେକର ଭୂଖଣ୍ଡୀୟ ଏକତ୍ଵ ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ ପ୍ରଦର୍ଶନ କରିବେ ।
  • କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରକୁ ଆକ୍ରମଣ କରିବ ନାହିଁ ।
  • କୌଣସି ରାଷ୍ଟ୍ର ଅନ୍ୟ ରାଷ୍ଟ୍ରର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ।
  • ସମସ୍ତ ଦେଶ ଶାନ୍ତିପୂର୍ଣ୍ଣ ସହାବସ୍ଥାନ (Peaceful co-existence) ନୀତିକୁ ପାଳନ କରିବେ ।

୧୯୫୫ ମସିହାରେ ଅନୁଷ୍ଠିତ ବାନ୍ଦୁଙ୍ଗ୍ ସମ୍ମିଳନୀରେ ଭାରତ ତା’ର ଏହି ପଞ୍ଚଶୀଳ ନୀତିରେ ଆହୁରି ପାଞ୍ଚଗୋଟି ନୀତିକୁ ସଂଯୋଜିତ କରିଥିଲା । ସେଗୁଡ଼ିକ ହେଲା –

  • ମୌଳିକ ମାନବିକ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନ I
  • ନିଜର ଭୌଗୋଳିକ ଏକତ୍ଵକୁ ସ୍ବୟଂ ବା ସାମୁହିକ ଭାବେ ସଂରକ୍ଷଣ କରିବା । ଭାରତ ଯୁଦ୍ଧ ଆରମ୍ଭ କରିବ ନାହିଁ; କିନ୍ତୁ ନିଜ ବିରୁଦ୍ଧରେ ଘୋଷିତ ଯୁଦ୍ଧର ମୁକାବିଲା କରିବ ।
  • ଆନ୍ତର୍ଜାତିକ ସ୍ତରରେ ସମସ୍ତ ଚୁକ୍ତି ଭାରତ ସ୍ଵାଧୀନଭାବେ ସମ୍ପାଦନ କରିବ ।
  • ନିଜର ବ୍ୟକ୍ତିଗତ ଉନ୍ନତି ବା କଲ୍ୟାଣ ପାଇଁ ଭାରତ ଗୁପ୍ତ ଚୁକ୍ତି ସ୍ବାକ୍ଷର କରିପାରିବ ।
  • ଅନ୍ୟ ରାଷ୍ଟ୍ରମାନଙ୍କ ସହ ସୃଷ୍ଟି ହୋଇଥିବା କନ୍ଦଳକୁ ଶାନ୍ତିପୂର୍ଣ୍ଣ ଉପାୟରେ ଭାରତ ସମାଧାନ କରିବ ।

(୮) ଜାତୀୟ ସମ୍ମତି ବା ଐକ୍ୟମତ ପ୍ରତିଷ୍ଠା (National Consensus):
ପ୍ରଧାନମନ୍ତ୍ରୀ ନେହେରୁଙ୍କଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତର ବୈଦେଶିକ ନୀତି ଜାତୀୟ ରାଜନୀତିଠାରୁ ଊର୍ଦ୍ଧ୍ବରେ ରହି ଆସୁଛି । ଏକ ପ୍ରକାର ମତର ଅଭାବ୍ କେତେକ କ୍ଷେତ୍ରରେ ଦେଖାଗଲେ ମଧ୍ଯ ଭାରତର ବୈଦେଶିକ ନୀତି ଦୃହ, ନିର୍ବାଚନ ପ୍ରଚାର, ଦଳୀୟ ସମାଲୋଚନା ଇତ୍ୟାଦିଠାରୁ ଯଥେଷ୍ଟ ଦୂରରେ ରହିଛି । ଭାରତୀୟ ବୈଦେଶିକ ନୀତିରେ ନିରବଚ୍ଛିନ୍ନତା ରକ୍ଷାହିଁ ଆମର ଜାତୀୟ ଐକ୍ୟମତକୁ ପ୍ରତିଫଳିତ କରୁଛି । ଉପରୋକ୍ତ ବୈଶିଷ୍ଟ୍ୟଗୁଡ଼ିକ ଭାରତୀୟ ବୈଦେଶିକ ନୀତିକୁ ବଳିଷ୍ଠ ଓ ୟୁଗୋପଯୋଗୀ କରି ବିଶ୍ୱଶାନ୍ତି ଓ ବିଶ୍ଵ ଭ୍ରାତୃଭାବ ପ୍ରତିଷ୍ଠାର ମହାନ୍ ଲକ୍ଷ୍ୟ ସାଧନ ପାଇଁ ବ୍ରତୀ କରୁଛି !

ଭାରତ ଓ ବିଶ୍ବ :
ଭାରତ ସ୍ବାଧୀନତାପ୍ରାପ୍ତି ପରଠାରୁ ଏକ ଅସମାନତାଶୂନ୍ୟ ବିଶ୍ଵ ତଥା ନିରସ୍ତ୍ରୀକରଣ ବିଶ୍ଵ ସପକ୍ଷରେ ଦୃଢ଼ ମତ ଦେଇ ଆସିଛି । ଆଣବିକ ଅସ୍ତ୍ରର ନିୟନ୍ତ୍ରଣ ନହେଲେ ବିଶ୍ଵ ନିରାପତ୍ତା ରକ୍ଷା କରାଯାଇପାରିବ ନାହିଁ ବୋଲି ଭାରତର ବିଶ୍ଵାସ । ନିରସ୍ତ୍ରୀକରଣ କାର୍ଯ୍ୟକ୍ରମରେ ଜାତିସଂଘକୁ ଚିନ୍ତାଧାରା, ଯୋଜନା, କାର୍ଯ୍ୟକାରୀ ବ୍ୟବସ୍ଥା ପ୍ରଦାନରେ ଭାରତର ଗଠନମୂଳକ ଭୂମିକା ରହିଛି । ୧୯୪୮ ମସିହାଠାରୁ ଆଣବିକ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ ପାଇଁ ଭାରତ କାର୍ଯ୍ୟ କରିଆସୁଛି । ଆଣବିକ ଅସ୍ତ୍ରର ହ୍ରାସରୁ ଉପଲବ୍ଧ ଅର୍ଥକୁ ନେଇ ଦେଶଗୁଡ଼ିକର ବିକାଶରେ ବିନିଯୋଗ ହୋଇପାରୁଥିବା ଏକ ଜାତିସଂଘ ପାଣ୍ଠି ସୃଷ୍ଟି ପାଇଁ ଭାରତ ୧୯୫୦ ମସିହାରୁ ପ୍ରସ୍ତାବ ଦେଇଆସୁଛି । ୧୯୬୩ ମସିହାରେ ଆଂଶିକ ପରୀକ୍ଷଣ ନିରୋଧ ଚୁକ୍ତିରେ ଭାରତ ପ୍ରଥମ ସ୍ବାକ୍ଷରକାରୀ ଥିଲା ।

୧୯୮୦ ଦଶକରେ ଦିଲ୍ଲୀ ଘୋଷଣାନାମା ଏକ ଆଣବିକ ଅସ୍ତ୍ରମୁକ୍ତ ଓ ଅହିଂସାନୀତିରେ ବିଶ୍ଵାସୀ ବିଶ୍ଵ ବ୍ୟବସ୍ଥା ସପକ୍ଷରେ ଭାରତ ଦାବି କରି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଲକ୍ଷ୍ୟ ପୂରଣ ଦିଗରେ ଉଦ୍ୟମ ଜାରି ରଖୁଛି | ୧୯୯୩ରେ ରାସାୟନିକ ଅସ୍ତ୍ର ନିରୋଧ ସମ୍ମିଳନୀରେ ଗୃହୀତ ପ୍ରସ୍ତାବର ଭାରତ ଅନ୍ୟତମ ମୂଳ ସମର୍ଥକ ଥିଲା । ପୃଥ‌ିବୀର ବିଭିନ୍ନ ଦେଶଗୁଡ଼ିକ ମଧ୍ୟରେ ରହିଥ‌ିବା ଅନ୍ତଃଦ୍ବନ୍ଦ୍ବ, ଆନ୍ତର୍ଜାତିକ ଶାନ୍ତିରକ୍ଷା କ୍ଷେତ୍ରରେ ଜାତିସଂଘର ଶାନ୍ତିରକ୍ଷା ବାହିନୀ ଓ କାର୍ଯ୍ୟକ୍ରମକୁ ଭାରତ ବିପୁଳ ସମର୍ଥନ ଓ ସହଯୋଗ ଦେଇଆସୁଛି । ପ୍ରାୟ ଚାରିଗୋଟି ମହାଦେଶରେ ୩୫ଟି ଜାତିସଂଘ ପ୍ରାୟୋଜିତ ଶାନ୍ତି ପ୍ରତିଷ୍ଠା ପ୍ରକ୍ରିୟାରେ ଭାରତର ଯୋଗଦାନ ଉଚ୍ଚ ପ୍ରଶଂସିତ ହୋଇଛି ।

ଇଜିପ୍ଟ ବିରୁଦ୍ଧରେ ଇସ୍ରାଏଲ୍ ଯୁଦ୍ଧର ପରିସମାପ୍ତି ପରେ ଗୀଜା ଅଞ୍ଚଳରେ ଜାତିସଂଘ ଜରୁରୀ ବାହିନୀ (United Nations Emergency Force) ପ୍ରତିଷ୍ଠା କ୍ଷେତ୍ରରେ ଭାରତର ଅବଦାନ ବିଶ୍ୱକୁ ପ୍ରଭାବିତ କରିଥିଲା । ଶୀତଳଯୁଦ୍ଧର ପରିସମାପ୍ତି ପରେ ଗୃହଯୁଦ୍ଧର ଶିକାର ହୋଇଥ‌ିବା ଆଙ୍ଗୋଲା, କାମ୍ବୋଡ଼ିଆ, ସୋମାଲିଆ, ଏଲ୍‌ସାଭାଡ଼ର ଆଦି ଅଞ୍ଚଳକୁ ଶାନ୍ତିରକ୍ଷା ବାହିନୀ ସହ ଡାକ୍ତର, ଇଞ୍ଜିନିୟର ଓ ପ୍ରଶାସକମାନଙ୍କୁ ପଠାଇ ଭାରତ ବିଶ୍ବସମୁଦାୟ ପାଇଁ ନିଦର୍ଶନ ପାଲଟିଛି ! ବିଶ୍ବରେ ଶାନ୍ତିରକ୍ଷା ପ୍ରକ୍ରିୟାରେ ଜାତିସଂଘର ନିରାପତ୍ତା ପରିଷଦର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥ‌ିବାରୁ ଏହାର ସ୍ଥାୟୀ ସଦସ୍ୟ ସଂଖ୍ୟା ବୃଦ୍ଧି ବର୍ତ୍ତମାନ ବିଶ୍ଵର ପରିବର୍ତ୍ତିତ କ୍ଷମତା ବଣ୍ଟନ ଢାଞ୍ଚାକୁ ବିଚାରକୁ ନେଇ ପୃଥ‌ିବୀର ଚତୁର୍ଥ ଦ୍ରୁତଗାମୀ ଅର୍ଥନୈତିକ ଅଭିବୃଦ୍ଧିସଂପନ୍ନ ରାଷ୍ଟ୍ର, ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ପ୍ରମୁଖ ପ୍ରତିଷ୍ଠାତା ସଦସ୍ୟ ଆଦି ହିସାବରେ ଭାରତ ଏଥରେ ସ୍ଥାୟୀ ସଦସ୍ୟତା ପାଇଁ ବିଶ୍ୱଜନମତ ସୃଷ୍ଟି କରୁଛି ।

ଭାରତରେ ସୀମାପାରି ଆତଙ୍କବାଦ ଭାରତର ସାର୍ବଭୌମତ୍ୱ ଓ ସଂହତି ପ୍ରତି ବିପଦ ସୃଷ୍ଟି କରୁଛି । ଅର୍ଥନୈତିକ ବୈଷମ୍ୟ, ପ୍ରଶାସନିକ ଦୁର୍ନୀତି, ଧାର୍ମିକ ମୌଳବାଦ, ରାଷ୍ଟ୍ର ପ୍ରାୟୋଜିତ ବ୍ୟବସ୍ଥା, ନିରକ୍ଷରତା ଆଦି ବିବିଧ କାରଣରୁ କେବଳ ଭାରତରେ ନୁହେଁ, ବରଂ ପୃଥ‌ିବୀର ବିଭିନ୍ନ ରାଷ୍ଟ୍ର ଏହି ଆତଙ୍କବାଦର ଶିକାର ହେଉଛନ୍ତି । ବିଶ୍ୱ ବାଣିଜ୍ୟିକ ସଂଗଠନ ଉପରେ ନଭେମ୍ବର ମାସରେ ଆକ୍ରମଣ ଆତଙ୍କବାଦକୁ ଆନ୍ତର୍ଜାତୀୟ ସ୍ୱରୂପ ପ୍ରଦାନ କରିଛି ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୨ । ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଭାରତର ସମ୍ପର୍କ ବର୍ଣ୍ଣନା କର ।
Answer:
ପ୍ରତିବେଶୀ ରାଷ୍ଟ୍ରଗୁଡ଼ିକ ସହ ଭାରତ ସର୍ବଦା ବନ୍ଧୁତ୍ଵପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବାକୁ ଗୁରୁତ୍ଵ ଦେଇ ଆସିଛି । ଦକ୍ଷିଣ ଏସିଆର ଶାନ୍ତି ଓ ସ୍ଥିରତା ପାଇଁ ଭାରତ ସର୍ବଦା ଚେଷ୍ଟିତ । ଆମ ଦେଶକୁ ଘେରି ରହିଥ‌ିବା ବଙ୍ଗଳାଦେଶ, ଭୁଟାନ, ମାଳଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ଆଦି ରାଷ୍ଟ୍ରଗୁଡ଼ିକୁ ଭାରତ ମାନବୀୟ ସହଯୋଗ (humanitarian assistance) ଦେଉଛି ଓ ଏହାଛଡ଼ା ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ ଓ ଅନ୍ୟ ଉପଯୋଗୀ (amenities) ସଂସ୍ଥା ପ୍ରତିଷ୍ଠା ପାଇଁ ମଧ୍ୟ ସାହାଯ୍ୟ ଜାରି ରଖିଛି । ଆଫଗାନିସ୍ତାନର ଇସ୍‌ଲାମିକ୍ ମୌଳବାଦୀମାନେ ହିଂସା ଓ ଉପଦ୍ରବ ଜାରି ରଖୁବାରୁ ଭାରତ ପାଇଁ ଏହି ଦେଶ ସହ ସମ୍ପର୍କ ମୁଖ୍ୟତଃ ନିରାପତ୍ତା ଓ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ (strategic) ପୂରଣ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ ।

ଭାରତକୁ ବଙ୍ଗଳାଦେଶରୁ ନିୟମିତ ଭାବେ ଲୋକମାନେ ଦେଶାନ୍ତର (migration) ହେବା ଓ ନିଶାଦ୍ରବ୍ୟର ଚୋରାଚାଲାଣ ତଥା କେତେକ ସନ୍ତ୍ରାସବାଦୀ ସଂଗଠନ ସେହି ଦେଶରେ ଆଡ୍ଡା ସ୍ଥାପନ କରି ଭାରତରେ ଗଣ୍ଡଗୋଳ ସୃଷ୍ଟି କରିଥିବାରୁ ଏହି ଦେଶସହ ଉତ୍ତମ ସଂପର୍କ ରକ୍ଷା ଆମ ପାଇଁ ବଡ଼ ଆହ୍ଵାନ । ୧୯୪୯ ମସିହାର Indo-Bhutan Treaty of Friendship ଅନୁଯାୟୀ ଭାରତ ଭୁଟାନ୍‌ ବୈଦେଶିକ ସଂପର୍କ ରକ୍ଷା କ୍ଷେତ୍ରରେ ପରାମର୍ଶଦାତାର ଭୂମିକା ନିର୍ବାହ କରୁଛି । ଏହି ଦେଶ ସହ ଭାରତର ଉତ୍ତମ ବ୍ୟବସାୟିକ ସମ୍ପର୍କ ମଧ୍ୟ ରହିଛି । ଚୀନ୍ ଭାରତର ପଡ଼ୋଶୀ ଓ ଏକ ଶକ୍ତିଶାଳୀ ରାଷ୍ଟ୍ର । ଏହି ଦେଶ ସହ ଭାରତର ଅତୀତରେ ଯୁଦ୍ଧ ମଧ୍ୟ ହୋଇଛି । ସୀମା ବିବାଦ ହିଁ ଭାରତ ଓ ଚୀନ୍ ମଧ୍ୟରେ ବିବାଦର ପ୍ରମୁଖ କାରଣ ।

ଅରୁଣାଚଳ ପ୍ରଦେଶକୁ ଏବେ ମଧ୍ୟ ଚୀନ୍ ଭାରତର ଅଂଶ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ । ମାଳଦ୍ୱୀପ ସହ ଭାରତର ଉତ୍ତମ ସଂପର୍କ ରହି ଆସିଛି । ୧୯୮୮-୮୯ ମସିହାରେ ଭାରତୀୟ ନେଭି operation cactus ଦ୍ଵାରା ମାଳଦ୍ଵୀପରେ ସରକାରଙ୍କ ବିରୋଧୀ ସଶସ୍ତ୍ର ଆନ୍ଦୋଳନ (coup) କୁ ରୋକି ପାରିଥିଲା । ମିଆଁମାରରେ ଗଣତାନ୍ତ୍ରିକ ଆନ୍ଦୋଳନକୁ ଭାରତ ଦୀର୍ଘଦିନ ହେଲା ସମର୍ଥନ ଦେଇଆସୁଛି । ଏବେ ସେହି ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାର ପୁନଃସ୍ଥାପନା ହୋଇଛି । ନେପାଳ ସହ ଭାରତର ସାଂସ୍କୃତିକ ଓ ଧାର୍ମିକ ସମ୍ପର୍କ ରହିଛି । ରାଜତନ୍ତ୍ରର ଉଚ୍ଛେଦ ହେବା ପରେ ନେପାଳରେ ମାଓବାଦୀମାନେ ପଡ଼ୋଶୀ ଚୀନ ଦେଶ ସହ ମଧ୍ୟ ଏବେ ଉତ୍ତମ ସଂପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି । ଭାରତର ଉତ୍ତରାଞ୍ଚଳକୁ ଲାଗିଥିବା ନେପାଳର ଦକ୍ଷିଣାଞ୍ଚଳରେ ସାମ୍ବିଧାନିକ ମର୍ଯ୍ୟାଦା ପାଇଁ ଭାରତରୁ ଯାଇ ସେଠାରେ ବସବାସ କରୁଥିବା ଅଧିବାସୀମାନେ ଆନ୍ଦୋଳନ ଜାରି ରଖୁଛନ୍ତି ।

ଏହି ଆନ୍ଦୋଳନ ଯୋଗୁଁ ନେପାଳ ଓ ଭାରତ ସମ୍ପର୍କରେ ଛିଟା ପଡ଼ିଛି । ପଡ଼ୋଶୀ ଦେଶ ପାକିସ୍ତାନ ସହ ଭାରତର ସଂପର୍କ ସର୍ବଦା ଉତ୍‌ଥାନ ଓ ପତନ ଦେଇ ଗତି କରୁଛି । ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଦେଶ ସ୍ଵାଧୀନତା ପାଇବା ପରଠାରୁ ଲାଗି ରହିଛି । ଭାରତ ସର୍ବଦା ଅଭିଯୋଗ କରିଆସୁଛି ଯେ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କ ଜରିଆରେ ଭାରତର ଆଭ୍ୟନ୍ତରୀଣ ନିରାପତ୍ତାକୁ ବିପନ୍ନ କରୁଛି । ଶ୍ରୀଲଙ୍କା ସହ ଭାରତର ସମ୍ପର୍କ ସାମୁଦ୍ରିକ ସୀମା ଓ ତାମିଲ୍ ସମସ୍ୟା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । LITE ନାମକ ଏକ ତାମିଲ ବିଚ୍ଛିନ୍ନତାବାଦୀ ସଂଗଠନର ଦମନ ପାଇଁ ଭାରତ ୧୯୮୭ ମସିହାରେ ଶ୍ରୀଲଙ୍କାକୁ PKF (Indian Peace Keeping Force) ପ୍ରେରଣ କରିଥିଲା । LITE ର ମୂଳପୋଛ ହେବା ଓ ନରୱେ ସରକାରଙ୍କ ମଧ୍ୟସୁତାରେ ତାମିଲ୍‌ମାନଙ୍କ ସହ କଥାବାର୍ତ୍ତା କରି ସଫଳତା ପାଇବା ପରେ ଶ୍ରୀଲଙ୍କା ସହ ଭାରତର ସଂପର୍କ ସ୍ଵାଭାବିକତା ଦିଗରେ ଗତିକରୁଛି । ପଡ଼ୋଶୀ ଦେଶଗୁଡ଼ିକ ସହ ଭାରତର ସଂପର୍କ ମୁଖ୍ୟତଃ ନିମ୍ନ ବର୍ଣିତ ଦୃଷ୍ଟିକୋଣଗୁଡ଼ିକଦ୍ଵାରା ପ୍ରଭାବିତ ।

  • ଭାରତ ସର୍ବଦା ପଡ଼ୋଶୀ ଦେଶଗୁଡ଼ିକ ସହ ଗଠନମୂଳକ ସମ୍ପର୍କ ରଖିବାକୁ ଚାହେଁ । ହିଂସାତ୍ମକ ଭାବେ ପ୍ରତିରୋଧ ଓ ମୁକାବିଲା ସମସ୍ୟାକୁ ବିଗାଡ଼ିଦେବ ବୋଲି ଭାରତର ବିଶ୍ଵାସ ।
  • ପଡ଼ୋଶୀ ଦେଶଗୁଡ଼ିକର ଆଭ୍ୟନ୍ତରୀଣ ଘଟଣାବଳୀରେ ଭାରତ ମୁଣ୍ଡ ପୂରାଇବାକୁ ଉଚିତ ମଣେ ନାହିଁ । ମାତ୍ର ଜାତୀୟ ସାର୍ଥ ରକ୍ଷା ପାଇଁ ପଡ଼ୋଶୀ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ଭାରତ ହସ୍ତକ୍ଷେପକୁ ସମର୍ଥନ କରେ ।
  • ଭାରତ ପଡ଼ୋଶୀ ଦେଶଗୁଡ଼ିକରେ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ପ୍ରତିଷ୍ଠା ସପକ୍ଷରେ । ମାତ୍ର ପଡ଼ୋଶୀ ଦେଶର ଶାସନତନ୍ତ୍ର ଯେ କୌଣସି ପ୍ରକାର ଯେପରି ରାଜତନ୍ତ୍ର, ସାମରିକ ବା ସାମ୍ୟବାଦୀ ହେଲେ ମଧ୍ୟ ଭାରତ ଉତ୍ତମ ପଡ଼ୋଶୀ ସଂପର୍କ ସ୍ଥାପନ ପାଇଁ ଦ୍ବିଧା ବ୍ୟକ୍ତ କରେ ନାହିଁ ।
  • ବର୍ତ୍ତମାନର ବିଶ୍ବକରଣ ଯୁଗରେ ବୈଦେଶିକ ନୀତି ଓ ଦେଶର ବିଦେଶ ଆର୍ଥକ ନୀତିର ଉଦ୍ଦେଶ୍ୟରେ କୌଣସି ପାର୍ଥକ୍ୟ ନାହିଁ । ଏଣୁ ଭାରତ ଦେଶର ସାମଗ୍ରିକ ବିକାଶ ପାଇଁ ବାହ୍ୟ ବାତାବରଣକୁ ଅନୁକୂଳ ସାବ୍ୟସ୍ତ କରିବାପାଇଁ ନିଜ ବୈଦେଶିକ ନୀତିରେ ବ୍ୟବସ୍ଥା କରିଛି ।
  • ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସହ ଉତ୍ତମ ସମ୍ପର୍କ ରକ୍ଷା ସହ ସେମାନଙ୍କୁ ଭାରତର ବନ୍ଧୁ ବୋଲି ପ୍ରତିପାଦିତ କରିବାକୁ ଆମ ଦେଶ ପଡ଼ୋଶୀ ରାଷ୍ଟ୍ର ମୁଖ୍ୟତଃ ନେପାଳ, ବଙ୍ଗଳାଦେଶ ଓ ଭୁଟାନ୍‌କୁ ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଅନୁଦାନ ଓ ସହଜ କିସ୍ତିର ଲୋନ୍ (soft loan) ଯୋଗାଇ ଦେଉଛି । ଏହି ଉତ୍ତମ ସଂପର୍କ (good will) କୁ ଆବଶ୍ୟକ ସ୍ଥଳେ ଆର୍ଥିକ ଓ ରାଜନୀତିକ ଲାଭ ପାଇଁ ବ୍ୟବହାର କରିବା ଭାରତର ଉଦ୍ଦେଶ୍ୟ ।
  • ଭାରତ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଏସିଆର ରାଷ୍ଟ୍ରଗୁଡ଼ିକୁ ନେଇ ଆଞ୍ଚଳିକ ସ୍ତରର ସଂଗଠନ ଗଢ଼ି ବିଶ୍ଵ ରାଜନୀତିରେ ନିଜର ଆଧ୍ଵପତ୍ୟ ବିସ୍ତାର କରିବାକୁ ଚାହେଁ । ସେଥ‌ିପାଇଁ SAARC (South Asian Association for Regional Co-operation), BIMSTEC (Bangladesh, India, Myanmar, Srilanka, Thailand Economic Co- operation) ଆଦି ସଂଗଠନ ଗଠନ ହେବା ପଛରେ ରହିଛି ଭାରତର ପ୍ରଚ୍ଛନ୍ନ ହାତ ।

ଚୀନ ସହ ଭାରତରର ସଂପର୍କ-ଚୀନ-ଭାରତର ସଂପର୍କକୁ ସିନୋ-ଭାରତୀୟ ସଂପର୍କ ଓ ଇଣ୍ଡୋ-ଚୀନ୍ ସଂପର୍କ ମଧ୍ୟ କୁହାଯାଏ । ଏହି ସଂପର୍କକୁ ଅନ୍ୟ ଭାଷାରେ ଚୀନ ଲୋକ ସାଧାରଣତନ୍ତ୍ର ଓ ଭାରତ ସାଧାରଣତନ୍ତ୍ର ମଧ୍ୟରେ ଦ୍ବିପାକ୍ଷିକ ସଂପର୍କ ମଧ୍ୟ କୁହାଯାଏ । ଚୀନ ଦେଶ ସହ ଭାରତର ୨୦୦୦ ବର୍ଷ ହେଲା ସଂପର୍କ ରହିଛି । ମାତ୍ର ୧୯୫୦ ମସିହାରେ ଭାରତ ତାଇୱାନକୁ ଚୀନ ସାଧାରଣତନ୍ତ୍ର ଭାବେ ଅସ୍ବୀକାର କରି ଚୀନ ଲୋକ ସାଧାରଣତନ୍ତ୍ରକୁ ପ୍ରକୃତ ଚୀନ ରୂପେ ଗ୍ରହଣ କରିବା ପରେ ଦୁଇ ଦେଶ ମଧ୍ୟରେ ନୂତନ ସମ୍ପର୍କର ମୂଳଦୁଆ ପଡ଼ିଲା । ବର୍ତ୍ତମାନର ବିଶ୍ବରେ ଉଭୟ ଚୀନ ଓ ଭାରତ ଦୁଇଟି ପ୍ରମୁଖ ଜନବହୁଳ ରାଷ୍ଟ୍ର ଓ ଏହି ଦୁଇ ରାଷ୍ଟ୍ର ମଧ୍ୟ ଆର୍ଥିକ ଦୃଷ୍ଟିରୁ ଦ୍ରୁତ ଅଗ୍ରଗତି କରୁଛନ୍ତି ।

ଏଣୁ ଏସିଆ ମହାଦେଶର ଏହି ଦୁଇଟି ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ କୁଟନୈତିକ ଓ ଆର୍ଥିକ ସମ୍ପର୍କ ସମଗ୍ର ବିଶ୍ବ ପାଇଁ ଗୁରୁତ୍ଵପୂର୍ଣ । ବହୁ ପୁରାତନ ସମୟରୁ ଭାରତ ଓ ଚୀନ୍ ମଧ୍ଯରେ ସାଂସ୍କୃତିକ ଓ ଆର୍ଥିକ ସଂପର୍କ ରହିଆସିଛି | ଜନ ମାନସରେ ଏବେ ବି ଉଜ୍ଜୀବିତ ଥ‌ିବା ରେଶମ ପଥ (silk road) କେବଳ ଭାରତ ଓ ଚୀନ୍ ମଧ୍ୟରେ ବ୍ୟବସାୟ ବାଣିଜ୍ୟକୁ ସୁଗମ କରିନଥୁଲା ; ଏଥିଯୋଗୁଁ ବୌଦ୍ଧଧର୍ମ ସାରା ଦକ୍ଷିଣ-ପୂର୍ବ ଏସିଆରେ ପ୍ରସାର ଓ ପ୍ରଚାର ଲାଭ କରିଥିଲା । ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ଉଭୟ ଭାରତ ଓ ଚୀନ୍ ଜାପାନର ସାମ୍ରାଜ୍ୟ ବିସ୍ତାର ପ୍ରୟାସକୁ ଜବରଦସ୍ତ ଭାବେ ପ୍ରତିରୋଧ କରିଥିଲେ । ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ଚୁକ୍ତି ସମ୍ପାଦିତ ହେବା ସହ ପାରସ୍ପରିକ ସଂପର୍କ ରକ୍ଷା କ୍ଷେତ୍ରରେ ସେମାନେ ‘ପଞ୍ଚଶୀଳ’’ ନୀତିକୁ ଆପଣେଇବାକୁ ନିଷ୍ପତ୍ତି ନିଆଯାଇଥିଲା ।

ବର୍ତ୍ତମାନ ଚୀନ ସହ ଭାରତର ସଂପର୍କ ମୁଖ୍ୟତଃ ସୀମା ବିବାଦ, ପାକିସ୍ତାନକୁ ଚୀନ୍‌ର ଆର୍ଥିକ, ସାମରିକ ଓ କୂଟନୈତିକ ସାହାଯ୍ୟ, ଅଧ‌ିକ ମାତ୍ରାରେ ଭାରତ ଆମେରିକା ସହିତ ସଂପର୍କ ସ୍ଥାପନ କରିବା ଆଦି ବିଷୟକୁ ନେଇ କେନ୍ଦ୍ରୀଭୂତ । ସୀମା ବିବାଦ ଯୋଗୁଁ ୧୯୬୨ ମସିହା ଚୀନ୍ ସହ ଭାରତର ଯୁଦ୍ଧ ହୋଇଛି । ତେବେ ୧୯୮୦ ମସିହା ପରେ ଦୁଇ ଦେଶ ସଂପର୍କରେ ସୁଧାର ଆଣି ଆର୍ଥିକ ଓ କୂଟନୈତିକ ସ୍ତରରେ ଅନେକ ଅଗ୍ରଗତି ଆଣିପାରିଛନ୍ତି । ୨୦୦୮ ମସିହାରେ ଚୀନ୍ ଭାରତର ସବୁଠାରୁ ବଡ଼ ବ୍ୟବସାୟିକ ସହଯୋଗୀ ରାଷ୍ଟ୍ରଭାବେ ମାନ୍ୟତା ପାଇଲା । ଏବେ ଏହି ଦୁଇ ରାଷ୍ଟ୍ର ମଧ୍ୟରେ ସାମରିକ ଓ ଉଦ୍ଦେଶ୍ୟଭିତ୍ତିକ (strategic) ସଂପର୍କ ମଧ୍ୟ ସ୍ଥାପିତ ହୋଇଛି ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

୩ । ପଡ଼ୋଶୀ ରାଷ୍ଟ୍ର ଚୀନ୍ ଓ ପାକିସ୍ତାନ ସହିତ ଭାରତର ସମ୍ପର୍କ ଆଲୋଚନା କର ।
Answer:
ଚୀନ ଓ ପାକିସ୍ତାନ ଭାରତର ଦୁଇଟି ପଡ଼ୋଶୀ ରାଷ୍ଟ୍ର । ବିଶ୍ବର ଏକ ଶାନ୍ତିପୂର୍ଣ୍ଣ ରାଷ୍ଟ୍ର ରୂପେ ଚୀନ ଓ ପାକିସ୍ତାନ ସହିତ ଅନ୍ୟ ସମସ୍ତ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବାପାଇଁ ଭାରତ ସର୍ବଦା ପ୍ରୟାସ କରିଅଛି । ଏହା ସତ୍ତ୍ବେ, ଅନେକ ସମୟର ଭାରତ-ପାକିସ୍ତାନ ଓ ଭାରତ-ଚୀନ ମଧ୍ୟରେ ମୁଖ୍ୟତଃ ସୀମା ବିବାଦକୁ ନେଇ ତିକ୍ତତା ଦେଖା ଦେଇଛି । ଏପରିକି ଚୀନ ଓ ଭାରତ ମଧ୍ୟରେ ଥରେ ଯୁଦ୍ଧ ଏବଂ ପାକିସ୍ତାନ ଓ ଭାରତ ମଧ୍ୟରେ ଦୁଇ ଥର ଯୁଦ୍ଧ ହୋଇଛି । ୧୯୯୯ ମସିହାର କାଗିଲ ଯୁଦ୍ଧକୁ ଭାରତ-ପାକିସ୍ତାନ ତୃତୀୟ ଯୁଦ୍ଧ କହିଲେ ଭୁଲ୍ ହେବ ନାହିଁ । ଭାରତ ଓ ଚୀନ ଏବଂ ଭାରତ ପାକିସ୍ତାନ ସମ୍ପର୍କର କେତେକ ଗୁରୁତ୍ଵପୂର୍ଣ୍ଣ ଘଟଣା ନିମ୍ନରେ ବର୍ଣ୍ଣନା କରାଗଲା ।

(୧) ଭାରତ ଓ ପାକିସ୍ତାନର ସମ୍ପର୍କ :

  • ୧୯୪୭ ମସିହାରେ ଭାରତ ବିଭାଜିତ ହୋଇ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସାର୍ବଭୌମ ରାଷ୍ଟ୍ରରେ ପରିଣତ ହେଲା ।
  • ସୀମା ବିବାଦ ଓ ସିନ୍ଧୁନଦୀ ଜଳବଣ୍ଟନକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଦେଖାଦେଲା ।
  • ୧୯୬୦ ମସିହା ସେପ୍ଟେମ୍ବର ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ନଦୀଜଳ ବଣ୍ଟନକୁ ନେଇ ରାଜିନାମା . ସାକ୍ଷରିତ ହୋଇଥିଲା ।
  • ୧୯୬୫ ମସିହାରେ ପାକିସ୍ତାନ ଭାରତ ଆକ୍ରମଣ କରିଥିଲା ।
  • ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଐତିହାସିକ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୧୯୭୧ ମସିହାରେ ପାକିସ୍ତାନର ଦଲାଲଙ୍କଦ୍ବାରା ଭାରତର ବିମାନ ଅପହରଣ ହୋଇ ଧ୍ଵଂସ କରିଦିଆଗଲା ।
  • ୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ପୁନର୍ବାର ଯୁଦ୍ଧ ସଂଘଟିତ ହୋଇଥିଲା ।
  • ୧୯୭୨ ମସିହା ଜୁଲାଇ ୨ ତାରିଖରେ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଜୁଲ୍ ଫିକର ଅଗ୍ନି ଗ୍ଲୁଟୋଙ୍କ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ଯୁଦ୍ଧବନ୍ଦୀମାନଙ୍କ ସମସ୍ୟାର ସମାଧାନ ପାଇଁ ୧୯୭୩ ମସିହାରେ ଭାରତ-ପାକିସ୍ତାନ ରାଜିନାମା ସାକ୍ଷରିତ ହୋଇଥିଲା ।
  • ୧୯୭୪ ମସିହାରେ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ଯରେ ତ୍ରିପାକ୍ଷିକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୧୯୯୦ ମସିହାରେ ପାକ୍-ସମର୍ଥିତ ଆତଙ୍କବାଦୀମାନେ କାଶ୍ମୀର ଆକ୍ରମଣ କରିଥିଲେ ।
  • ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ଭାରତ, ପାକିସ୍ତାନ ଓ ବଙ୍ଗଳାଦେଶ ମଧ୍ୟରେ ଢାକାରେ ତ୍ରିପାକ୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।
  • ୧୯୯୮ ମସିହା ମେ ମାସ ୧୧-୧୩ ରେ ପୋଖରାନ୍ -୨ ଆଣବିକ ପରୀକ୍ଷାକୁ ନେଇ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରିଥିଲା ।
  • ୧୯୯୯ ମସିହାରେ କାର୍ଗିଲ ଯୁଦ୍ଧ ସଂଘଟିତ ହୋଇଥିଲା ।
  • ୧୯୯୯ ଫେବୃଆରୀ ୩ ତାରିଖରେ ଭାରତର ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ବସ୍ ଯୋଗେ ଲାହୋର ଯାତ୍ରା, ଲାହୋର ଘୋଷଣା, ଶାନ୍ତି ଓ ସୁରକ୍ଷା ସମ୍ବନ୍ଧିତ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୨୦୧୬ ମସିହା ସେପ୍ଟେମ୍ବର ମାସରେ ଅନୁପ୍ରବେଶକାରୀଙ୍କଦ୍ବାରା କାଶ୍ମୀରର ଉରୀ ସେନାବାହିନୀ ଛାଉଣା ଉପରେ ଆକ୍ରମଣ ଘଟଣାରେ ୧୭ ଜଣ ଭାରତୀୟ ସୈନ୍ୟ ସହିଦ୍ ହୋଇଥିଲେ । ପରବର୍ତ୍ତୀ ସମୟରେ ପାକ୍-ଅଧ୍ୟାତ କାଶ୍ମୀରର ଆତଙ୍କବାଦୀ ଶିବିର ଉପରେ ଭାରତ ‘ସର୍ଜିକାଲ ଷ୍ଟ୍ରାଇକ୍’ କରିଥିଲା ।
  • ସଂପ୍ରତି ସୀମାନ୍ତରେ ଉଭୟ ଦେଶ ମଧ୍ୟରେ ସୈନ୍ୟସଜ୍ଜା ପାଇଁ ଯୁଦ୍ଧ ସମ୍ଭାବନା ସୃଷ୍ଟି ହୋଇଛି ।

CHSE Odisha Class 12 Political Science Chapter 7 Short & Long Answer Questions in Odia Medium

(୨) `ଭାରତ ଓ ଚୀନର ସମ୍ପର୍କ :

  • ୧୯୬୨ ମସିହା ପର୍ଯ୍ୟନ୍ତ ଭାରତ ଓ ଚୀନର ସମ୍ପର୍କ ସୌହାର୍ଘପୂର୍ଣ୍ଣ ଥିଲା ।
  • ୧୯୫୧ ଓ ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ତିବ୍ବତ ସମ୍ବନ୍ଧୀୟ ଏକ ରାଜିନାମା ସାକ୍ଷରିତ ହୋଇଥିଲା ।
  • ୧୯୫୪ ମସିହାରେ ଭାରତ ଓ ଚୀନ ମଧ୍ୟରେ ଐତିହାସିକ ପଞ୍ଚଶୀଳ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
  • ୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା । ଭାରତର ଉତ୍ତର-ପୂର୍ବ ସୀମାନ୍ତ ଅଞ୍ଚଳ ଓ ଲଦାଖ ଅଞ୍ଚଳରେ ୫୧,୦୦୦ ବର୍ଗମାଇଲ୍ ଜାଗା ଦାବିକରି ଏହି ଆକ୍ରମଣ ଚୀନ କରିଥିଲା ।
  • ଯୁଦ୍ଧ ପରେ ୧୯୬୨ ମସିହା ଏପ୍ରିଲ ମାସରେ ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସମ୍ପର୍କ ପ୍ରତିଷ୍ଠା ହୋଇଥିଲା ।
  • ୧୯୭୭ ମସିହାରେ ତିବ୍ବତୀୟଙ୍କ ସମସ୍ୟା ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଦେଖାଦେଲା ।
  • ଦୀର୍ଘ ୩୪ ବର୍ଷ ପରେ ୧୯୮୯ ମସିହାରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଚୀନ ଗସ୍ତ ଓ ଏକ ମିଳିତ ବୈଠକରେ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ପରେ ସୌହାର୍ଘ ପୂର୍ଣ୍ଣ ବାତାବରଣ ଆରମ୍ଭ ହୋଇଥିଲା ।
  • ୧୯୯୧ ମସିହା ଫେବୃଆରୀ ୧ ତାରିଖରେ ବେଜିଂଠାରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ୧୯୬୨ ମସିହା ଯୁଦ୍ଧ ସମୟରୁ ବନ୍ଦ ଥିବା ବମ୍ବେ (ମୁମ୍ବାଇ) ଏବଂ ସାଙ୍ଘାଇଠାରେ ଉପଦେଷ୍ଟା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ପୁନର୍ବାର କାର୍ଯ୍ୟକ୍ଷମ ହୋଇଥିଲା ।
  • ୧୯୯୩ ମସିହା ସେପ୍ଟେମ୍ବର ୭ ତାରିଖରେ ଚୀନର ସର୍ବୋଚ୍ଚ ଶାସକ ଲି ପେଙ୍ଗ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ମଧ୍ଯରେ ବାସ୍ତବ ନିୟନ୍ତ୍ରଣ ରେଖାରେ ଶାନ୍ତି ଓ ନିରାପତ୍ତା ରକ୍ଷା ପାଇଁ ରାଜିନାମା ସାକ୍ଷରିତ ହୋଇଥିଲା ।
  • ୧୯୯୫ ମସିହା ମାର୍ଚ୍ଚ ମାସ ୪ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ଓ ଚୀନର ବିଶେଷଜ୍ଞ ଦଳ ନୂଆଦିଲ୍ଲୀଠାରେ ମିଳିତ ହେବାପରେ ମାର୍ଚ୍ଚ ୫ ତାରିଖରେ ଚୀନର ପ୍ରଧାନମନ୍ତ୍ରୀ ଲି ପେଙ୍ଗ ସଂସଦରେ ଭାରତ ସହିତ ସୁସମ୍ପର୍କ ରକ୍ଷା ପାଇଁ ଘୋଷଣା କରିଥିଲେ ।
  • ୧୯୯୬ ମସିହା ନଭେମ୍ବର ୨୯ ତାରିଖରେ ସୀମାନ୍ତରେ ସୈନ୍ୟ ସଂଖ୍ୟା ହ୍ରାସ କରିବା ଏବଂ ଜଣେ ଅନ୍ୟ ଜଣଙ୍କ ଉପରେ ବଳପ୍ରୟୋଗ ନ କରିବାପାଇଁ ସହମତି ପ୍ରକାଶ ପାଇଥିଲା । ଉଭୟ ଦେଶ ମିଳିତ ସମରାଭ୍ୟାସ କରିବାକୁ ସହମତି ପ୍ରକାଶ ପାଇଥିଲା ।
  • ୧୯୯୮ ମସିହା ମେ ମାସ ୧୧ ଓ ୧୩ ତାରିଖରେ ଭାରତର ପୋଖରାନ୍-୨ ଆଣବିକ ପରୀକ୍ଷା ପରେ ଭାରତକୁ ଚୀନ କଡ଼ା ସମାଲୋଚନା କରିଥିଲା ।
  • ୧୯୯୮ ମସିହା ଜୁଲାଇ ମାସ ୧୭ ତାରିଖରେ ଅକ୍ସାଇ ଚୀନ ସଂପର୍କିତ ବିବାଦର ଆପୋଷ ସମାଧାନ ହୋଇପାରିବ ନାହିଁ ବୋଲି ଚୀନ ସ୍ପଷ୍ଟ କରିଥିଲା ।
  • ବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତ-ଚୀନ ଅବନୈତିକ ସମ୍ପର୍କ ସୁଦୃଢ଼ ହୋଇଥିଲା ।
  • ଅରୁଣାଚଳ ପ୍ରଦେଶରେ ଚୀନାମାନଙ୍କର ଅନୁପ୍ରବେଶ ତଥା ସାମରିକ କାର୍ଯ୍ୟକଳାପ ଏବଂ ତାଓ୍ବାଙ୍ଗ ନିକଟରେ ରାସ୍ତା ନିର୍ମାଣ ଏବଂ ସୀମାନ୍ତ ଅଞ୍ଚଳରେ ଚୀନର ବ୍ୟାପକ ସୈନ୍ୟ ଛାଉଣୀ ସମ୍ପ୍ରତି ଭାରତ-ଚୀନ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଛି ।

CHSE Odisha Class 12 Political Science Chapter 7 Objective Questions in Odia Medium

Odisha State Board CHSE Odisha Class 12 Political Science Solutions Chapter 7 ଭାରତର ବୈଦେଶିକ ନୀତି Objective Questions.

CHSE Odisha 12th Class Political Science Chapter 7 Objective Questions in Odia Medium

ବସୁମିଷ୍ଠ ଓ ଅତି ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଚାରୋଟି ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। ସମ୍ବିଧାନର କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ?
(i) ଧାରା ୪୮
(ii) ଧାରା ୫୧
(iii) ଧାରା ୫୧
(iv) ଧାରା ୫୨
Answer:
(iii) ଧାରା ୫୧

୨। ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ ?
(i) ମହାତ୍ମା ଗାନ୍ଧି
(ii) ଜବାହରଲାଲ ନେହେରୁ
(iii) ଲାଲବାହାଦୂର ଶାସ୍ତ୍ରୀ
(iv) ଇନ୍ଦିରା ଗାନ୍ଧି
Answer:
(ii) ଜବାହରଲାଲ ନେହେରୁ

୩ । ନିମ୍ନୋକ୍ତ ମଧ୍ୟରୁ କେଉଁଟି ସାର୍କ ରାଷ୍ଟ୍ର ନୁହେଁ ?
(i) ଭାରତ
(ii) ନେପାଳ
(iii) ଭୁଟାନ
(iv) ଥାଇଲାଣ୍ଡ
Answer:
(iv) ଥାଇଲାଣ୍ଡ

୪ । ନିମ୍ନୋକ୍ତ ମଧ୍ଯରୁ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ମୁକ୍ତ ସୀମାରେଖା ରହିଅଛି ?
(i) ପାକିସ୍ତାନ
(ii) ଚୀନ
(iii) ନେପାଳ
(iv) ବଙ୍ଗଳାଦେଶ
Answer:
(iii) ନେପାଳ

୫ । କାଶ୍ମୀରକୁ ନେଇ ଭାରତ ଓ କେଉଁ ଦେଶ ମଧ୍ୟରେ ସୀମା ବିବାଦ ରହିଅଛି ?
(i) ଚୀନ
(ii) ପାକିସ୍ତାନ
(iii) ବଙ୍ଗଳାଦେଶ
(iv) ନେପାଳ
Answer:
(ii) ପାକିସ୍ତାନ

CHSE Odisha Class 12 Political Science Chapter 7 Objective Questions in Odia Medium

୬ । ତିବ୍‌ବତ ଅଞ୍ଚଳକୁ ନେଇ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବିବାଦ ଦେଖାଯାଉଛି ?
(i) ଚୀନ
(ii) ପାକିସ୍ତାନ
(iii) ଶ୍ରୀଲଙ୍କା
(iv) ବଙ୍ଗଳାଦେଶ
Answer:
(i) ଚୀନ

୭ | କେଉଁ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ୧୯୫୨
(ii) ୧୯୫୬
(iii) ୧୯୮୫
(iv) ୧୯୬୦
Answer:
(iv) ୧୯୬୦

୮ । କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
(i) ୧୯୬୨
(ii) ୧୯୬୫
(iii) ୧୯୬୭
(iv) ୧୯୭୦
Answer:
(ii) ୧୯୬୫

୯ | ତାସକେଣ୍ଟ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
(i) ୧୯୬୨
(i) ୧୯୬୫
(ii) ୧୯୬୬
(iv) ୧୯୭୦
Answer:
(iii) ୧୯୬୬

୧୦ । କେଉଁ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ଵିତୀୟଥର ଯୁଦ୍ଧ ହୋଇଥିଲା ?
(i) ୧୯୬୫
(i) ୧୯୭୧
(iii) ୧୯୭୮
(iv) ୧୯୮୦
Answer:
(iii) ୧୯୭୮

CHSE Odisha Class 12 Political Science Chapter 7 Objective Questions in Odia Medium

୧୧ । ସିମଲା ରାଜିନାମା କେବେ ସାକ୍ଷରିତ ହୋଇଥିଲା ?
(i) ୧୯୭୦ ମସିହାରେ
(ii) ୧୯୭୨ ମସିହାରେ
(iii) ୧୯୭୫ ମସିହାରେ
(iv) ୧୯୯୦ ମସିହାରେ
Answer:
(ii) ୧୯୭୨ ମସିହାରେ

୧୨ । ନିମ୍ନୋକ୍ତ କାହା କାହା ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
(i) ଭାରତ – ଚୀନ
(ii) ଭାରତ-ଶ୍ରୀଲଙ୍କା
(iii) ଭାରତ-ବଙ୍ଗଳାଦେଶ
(iv) ଭାରତ-ପାକିସ୍ତାନ
Answer:
(iv) ଭାରରତ-ପାକିସ୍ତାନ

୧୩ । ସିମଲା ରାଜିନାମାରେ କେଉଁ ଭାରତୀୟ ପ୍ରଧାନମନ୍ତ୍ରୀ ସାକ୍ଷର କରିଥିଲେ ?
(i) ପଣ୍ଡିତ ନେହେରୁ
(ii) ଲାଲ ବାହାଦୂର ଶାସ୍ତ୍ରୀ
(iii) ରାଜୀବ ଗାନ୍ଧି
(iv) ଶ୍ରୀମତୀ ଇନ୍ଦିରା ଗାନ୍ଧି
Answer:
(iv) ଶ୍ରୀମତୀ ଇନ୍ଦିରା ଗାନ୍ଧି

୧୪ । କାଗିଲ ଯୁଦ୍ଧ କେଉଁ ମସିହାରେ ହୋଇଥିଲା ?
(i) ୧୯୯୦
(ii) ୧୯୯୯
(ii) ୨୦୦୧
(iv) ୨୦୦୩
Answer:
(ii) ୧୯୯୯

୧୫ । ପଞ୍ଚଶୀଳ ନୀତିକୁ ଆଧାର କରି ନିମ୍ନୋକ୍ତ କେଉଁ ଦେଶ ସହିତ ଭାରତର ସମ୍ପର୍କ ପ୍ରତିଷ୍ଠିତ ?
(i) ପାକିସ୍ତାନ
(ii) ଚୀନ
(iii) ନେପାଳ
(iv) ଭୁଟାନ
Answer:
(i) ଚୀନ

୧୬ । ଭାରତର କେଉଁ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଲାହୋର ପର୍ଯ୍ୟନ୍ତ ବସ୍ ଯାତ୍ରୀ କରିଥିଲେ ?
(i) ରାଜୀବ ଗାନ୍ଧି
(ii) ବିଶ୍ଵନାଥ ପ୍ରତାପ ସିଂହ
(iii) ଅଟଳବିହାରୀ ବାଜପେୟୀ
(iv) ମନମୋହନ ସିଂହ
Answer:
(iii) ଅଟଳବିହାରୀ ବାଜପେୟୀ

CHSE Odisha Class 12 Political Science Chapter 7 Objective Questions in Odia Medium

୧୭ । କେଉଁ ଦେଶରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତୀୟ ଶାନ୍ତିରକ୍ଷା ବାହିନୀ ଯାଇଥିଲା ?
(i) ଶ୍ରୀଲଙ୍କା
(ii) ଚୀନ
(iii) ପାକିସ୍ତାନ
(iv) ବଙ୍ଗଳାଦେଶ
Answer:
(i) ଶ୍ରୀଲଙ୍କା

୧୮ । ଚୀନ କେବେ ଭାରତ ଆକ୍ରମଣ କରିଥିଲା ?
(i) ୧୯୬୦ ମସିହାରେ
(ii) ୧୯୬୨ ମସିହାରେ
(i) ୧୯୬୮ ମସିହାରେ
(iv) ୧୯୭୦ ମସିହାରେ
Answer:
(ii) ୧୯୬୨ ମସିହାରେ

୧୯ । ମେକ୍‌ମୋହନ ରେଖାକୁ ନେଇ କେଉଁ କେଉଁ ଦେଶ ମଧ୍ୟରେ ସୀମାବିବାଦ ଦେଖାଯାଇଥାଏ ?
(i) ଭାରତ-ବଙ୍ଗଳାଦେଶ
(ii) ଭାରତ-ଚୀନ
(iii) ଭାରତ-ପାକିସ୍ତାନ
(iv) ଭାରତ-ନେପାଳ
Answer:
(ii) ଭାରତ-ଚୀନ

୨୦ । ଲାହୋର ଘୋଷଣା କେଉଁ ମସିହାରେ ହୋଇଥିଲା ?
(i) ୧୯୯୫
(ii) ୧୯୯୯
(iii) ୨୦୦୦
(iv) ୨୦୧୪
Answer:
(ii) ୧୯୯୯

B. ଶୂନ୍ୟସ୍ଥାନ ପୂରଣ କର ।

୧। ସମ୍ବିଧାନର ______________ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।
Answer:
୫୧

୨। ପଞ୍ଚଶୀଳ ନୀତି ଭାରତ ଏବଂ _____________ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।
Answer:
ଚୀନ

୩ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା _________________ ମସିହାରେ ସାକ୍ଷରିତ ହୋଇଥିଲା ।
Answer:
୧୯୫୪

CHSE Odisha Class 12 Political Science Chapter 7 Objective Questions in Odia Medium

୪ । _______________ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ।
Answer:
୧୯୬୧

୫। ଭାରତର ପ୍ରଧାନମନ୍ତ୍ରୀ ________________ ଙ୍କ ନେତୃତ୍ବରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା ।
Answer:
ପଣ୍ଡିତ ଜବାହରଲାଲ ନେହେରୁ

୬ | _______________ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୧

୭। __________________ ମସିହାରେ ପାକିସ୍ତାନ ପ୍ରଥମ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୫

୮। ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ______________ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
ତାସ୍ କେଶ

୯। _______________ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।
Answer:
୧୯୭୧

୧୦| _______________ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୨

୧୧। _______________ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।
Answer:
୧୯୯୯

୧୨| _______________ ମସିହାରେ କାର୍ଗିଲ ଯୁଦ୍ଧ ହୋଇଥିଲା ।
Answer:
୧୯୯୯

CHSE Odisha Class 12 Political Science Chapter 7 Objective Questions in Odia Medium

୧୩। _______________ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୨

୧୪। ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ______________ ମଧ୍ୟରେ ବିବାଦ ହୋଇଥିଲା ।
Answer:
ଚୀନ

୧୫। ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା _____________ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।
Answer:
ମେକ୍ ମୋହନ

୧୬| ____________ ମସିହାରେ ଭାରତ ଓ ଚୀନ ମଧ୍ଯରେ ତିବ୍ବତ ସମ୍ବନ୍ଧୀୟ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୫୧

୧୭। କାଶ୍ମୀରକୁ ନେଇ ଭାରତ ଓ ତା’ର ପଡ଼ୋଶୀ ରାଷ୍ଟ୍ର ______________ ମଧ୍ୟରେ ସୀମାବିବାଦ ରହିଅଛି ।
Answer:
ପାକିସ୍ତାନ

୧୮। ଭାରତୀୟ ଶାନ୍ତିରକ୍ଷା ସେନା ଭାରତ ତା’ର ପଡ଼ୋଶୀ ରାଷ୍ଟ୍ର _______________ କୁ ପ୍ରେରଣ କରିଥିଲା ।
Answer:
ଶ୍ରୀଲଙ୍କା

୧୯। ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ‘ବାଣିଜ୍ୟ ଶିଖର ସମ୍ମିଳନୀ’ ଭାରତ, ପାକିସ୍ତାନ ଓ ______________ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Answer:
ବଙ୍ଗଳାଦେଶ

CHSE Odisha Class 12 Political Science Chapter 7 Objective Questions in Odia Medium

୨୦ । ପଡ଼ୋଶୀ ରାଷ୍ଟ୍ର ______________ ସହିତ ଭାରତର ସାଂସ୍କୃତିକ, ବାଣିଜ୍ୟିକ, ଧାର୍ମିକ କ୍ଷେତ୍ରରେ ମୁକ୍ତ ଓ ସୌହାର୍ଦ୍ଦପୂର୍ଣ ରହିଅଛି ।
Answer:
ନେପାଳ

୨୧ । ପ୍ରାଚୀନ କାଳରୁ ଭାରତ ଓ ପଡ଼ୋଶୀ ରାଷ୍ଟ୍ର _______________ ମଧ୍ୟରେ ବାଣିଜ୍ୟ ପାଇଁ ରେଶମ ପଥ ରହିଥିଲା ।
Answer:
ଚୀନ

C. ଭ୍ରମ ସଂଶୋଧନ କର ।

୧। ପଞ୍ଚଶୀଳ ନୀତି ଗାନ୍ଧିଜୀଙ୍କଦ୍ବାରା ପ୍ରବର୍ତ୍ତିତ ହୋଇଥିଲା ।
Answer:
ପଞ୍ଚଶୀଳ ନୀତି ପଣ୍ଡିତ ଜବାହରଲାଲ ନେହେରୁଙ୍କଦ୍ଵାରା ପ୍ରବର୍ତ୍ତିତ ହୋଇଥିଲା ।

୨ । ସିମଲା ରାଜିନାମା ଭାରତ ଓ ଚୀନ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା ।
Answer:
ସିମଲା ରାଜିନାମା ଭାରତ ଓ ପାକିସ୍ତାନ ମଧ୍ୟରେ ସାକ୍ଷରିତ ହୋଇଥିଲା ।

୩ । ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ସାର୍କର ୬ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।
Answer:
ସାର୍କରେ ପ୍ରଥମେ ସାତଟି ରାଷ୍ଟ୍ର ସଦସ୍ୟ ଥିବାବେଳେ ବର୍ତ୍ତମାନ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।

୪ । ସମ୍ବିଧାନର ୬୫ ଧାରାରେ ଭାରତର ବୈଦେଶିକ ନୀତି ବର୍ଷିତ ହୋଇଅଛି |
Answer:
ସମ୍ବିଧାନର ୫୧ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।

୫ |ପଞ୍ଚଶୀଳ ନୀତି ଭାରତ ଏବଂ ଶ୍ରୀଲଙ୍କା ମଧ୍ଯରେ ସାକ୍ଷରିତ ହୋଇଥିଲା ।
Answer:
ପଞ୍ଚଶୀଳ ନୀତି ଭାରତ ଏବଂ ଚୀନ୍ ମଧ୍ଯରେ ସାକ୍ଷରିତ ହୋଇଥିଲା ।

୬ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା ୧୯୫୦ ମସିହାରେ ସାକ୍ଷରିତ ହୋଇଥିଲା ।
Answer:
ପଞ୍ଚଶୀଳକୁ ଆଧାରକରି ଭାରତ ଓ ଚୀନ୍ ମଧ୍ୟରେ ରାଜିନାମା ୧୯୫୪ ମସିହାରେ ସାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 7 Objective Questions in Odia Medium

୭ | ୧୯୪୮ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୦ ମସିହାରେ ସିନ୍ଧୁନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ।

୮। ୧୯୬୦ ମସିହା ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।
Answer:
୧୯୬୫ ମସିହା ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।

୯ । ୧୯୬୨ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୦ । ୧୯୭୦ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ଵିତୀୟଥର ଯୁଦ୍ଧ ହୋଇଥିଲା ।

୧୧ । ୧୯୭୫ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Answer:
୧୯୭୨ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୨ । ୨୦୦୦ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।
Answer:
୧୯୯୯ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।

୧୩ । ୨୦୦୧ ମସିହାରେ କାଗିଲ ଯୁଦ୍ଧ ହୋଇଥିଲା ।
Answer:
୧୯୯୯ ମସିହାରେ କାର୍ରିଲ ଯୁଦ୍ଧ ହୋଇଥିଲା ।

୧୪ । ୧୯୬୬ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।

୧୫ । ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଯାଇଥାଏ ।
Answer:
ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥାଏ ।

CHSE Odisha Class 12 Political Science Chapter 7 Objective Questions in Odia Medium

୧୬ । ଭାରତ ଓ ତିବ୍ବତ ମଧ୍ୟରେ ଟଣାଯାଇଥିବା ମେଜ୍‌ମୋହନ ରେଖାକୁ ନେଇ ଭାରତ ବିବାଦ ରହିଅଛି ।
Answer:
ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା ମେକ୍‌ମୋହନ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।

D. ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ଶବ୍ଦରେ ଲେଖ ।

୧ । ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ କେବେ ଆରମ୍ଭ ହୋଇଥିଲା ?
Answer:
୧୯୬୧

୨ । ସମ୍ବିଧାନର କେଇଁ ଧାରାରେ ଭାରତର ବୈଦେଶିକ ନୀତି ବକ୍ଷିତ ହୋଇଅଛି ?
Answer:
୫୧

୩ । ପଞ୍ଚଶୀଳ ନୀତି ଭାରତ ଏବଂ ଅନ୍ୟ କେଉଁ ଦେଶ ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ଚୀନ

୪। ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ଯରେ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
Answer:
୧୯୫୪

୫ । କେଉଁ ମସିହାରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ଆରମ୍ଭ ହୋଇଥିଲା ?
Answer:
୧୯୬୧

୬ । ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ ହୋଇଥିଲା ?
Answer:
ପଣ୍ଡିତ ଜବାହରଲାଲ ନେହେରୁ

CHSE Odisha Class 12 Political Science Chapter 7 Objective Questions in Odia Medium

କେଉଁ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୦

୮। କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୫

୯। ୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ କେଉଁ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
ତାସ୍ କେଶ

୧୦। କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ?
Answer:
୧୯୭୧

୧୧। କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୨

୧୨। କେଉଁ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହାରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ?
Answer:
୧୯୯୯

୧୩। କେଉଁ ମସିହାରେ କାର୍ରିଲ ଯୁଦ୍ଧ ହୋଇଥିଲା ?
Answer:
୧୯୯୯

୧୪। କେଉଁ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨

CHSE Odisha Class 12 Political Science Chapter 7 Objective Questions in Odia Medium

୧୫। ତିବ୍ବତ ସମସ୍ୟାକୁ ନେଇ ଭାରତ ଓ ଅନ୍ୟ କେଉଁ ଦେଶ ମଧ୍ୟରେ ବିବାଦ ଦେଖାଯାଇଥାଏ ?
Answer:
ଚୀନ

୧୬। ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା କେଉଁ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ?
Answer:
ମେକ୍ଟୋମୋହନ

୧୭। କେଉଁ ମସିହାରେ ଭାରତ ଓ ଚୀନ ମଧ୍ୟରେ ତିବ୍ବବତ ସମ୍ବନ୍ଧୀୟ ଏକ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୫୧

୧୮। କାଶ୍ମୀରକୁ ନେଇ ଭାରତ ଓ ତା’ର କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ସୀମାବିବାଦ ରହିଅଛି ?
Answer:
ପାକିସ୍ତାନ

୧୯। ଭାରତୀୟ ଶାନ୍ତିରକ୍ଷା ସେନା ଭାରତ ତା’ର କେଉଁ ପଡ଼ୋଶୀ ରାଷ୍ଟ୍ରକୁ ପ୍ରେରଣ କରିଥିଲା ?
Answer:
ଶ୍ରୀଲଙ୍କା

୨୦। ୧୯୯୮ ମସିହା ଜାନୁଆରୀ ୧୫ ତାରିଖରେ ‘ବାଣିଜ୍ୟ ଶିଖର ସମ୍ମିଳନୀ’, ଭାରତ, ପାକିସ୍ତାନ ଓ ଅନ୍ୟ କେଉଁ ରାଷ୍ଟ୍ର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ?
Answer:
ବଙ୍ଗଳାଦେଶ

୨୧। କେଉଁ ପଡ଼ୋଶୀ ରାଷ୍ଟ୍ର ସହିତ ଭାରତର ସାଂସ୍କୃତିକ, ବାଣିଜ୍ୟିକ, ଧାର୍ମିକ କ୍ଷେତ୍ରରେ ମୁକ୍ତ ଓ ସୌହାର୍ଘପୂର୍ଣ୍ଣ ସମ୍ପର୍କ ରହିଅଛି ?
Answer:
ନେପାଳ

୨୨ । ପ୍ରାଚୀନ କାଳରୁ ଭାରତ ଓ କେଉଁ ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ପାଇଁ ରେଶମ ପଥ ରହିଥିଲା ?
Answer:
ଚୀନ

୨୩ । ସାର୍କର ପ୍ରଥମ ସମ୍ମିଳନୀ କେବେ ହୋଇଥିଲା ?
Answer:
୧୯୮୬

CHSE Odisha Class 12 Political Science Chapter 7 Objective Questions in Odia Medium

E. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

୧ । ପଞ୍ଚଶୀଳ ନୀତିର ପ୍ରବକ୍ତା କିଏ ?
Answer:
ପଣ୍ଡିତ ଜବାହରଲାଲ ନେହେରୁ ପଞ୍ଚଶୀଳ ନୀତିର ପ୍ରବକ୍ତା ଅଟନ୍ତି ।

ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସମିତି ସାର୍କର କେତୋଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ?
Answer:
ସାର୍କରେ ପ୍ରଥମେ ସାତଟି ରାଷ୍ଟ୍ର ସଦସ୍ୟ ଥିବାବେଳେ ବର୍ତ୍ତମାନ ୮ଟି ରାଷ୍ଟ୍ର ସଦସ୍ୟ ଅଛନ୍ତି ।

୩ । ସମ୍ବିଧାନର କେଉଁ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ?
Answer:
ସମ୍ବିଧାନର ୫୧ ଧାରାରେ ଭାରତର ବୈଦେଶିକ ନୀତି ବର୍ଣ୍ଣିତ ହୋଇଅଛି ।

୪ । ପଞ୍ଚଶୀଳ ନୀତି ଭାରତ ଏବଂ ଅନ୍ୟ କେଉଁ ଦେଶ ମଧ୍ୟରେ ସାକ୍ଷରିତ ହୋଇଥିଲା ?
Answer:
ପଞ୍ଚଶୀଳ ନୀତି ଭାରତ ଏବଂ ଚୀନ୍ ମଧ୍ଯରେ ସାକ୍ଷରିତ ହୋଇଥିଲା ।

୫ । ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ଯରେ ରାଜିନାମା କେଉଁ ମସିହାରେ ସାକ୍ଷରିତ ହୋଇଥିଲା ?
Answer:
ପଞ୍ଚଶୀଳକୁ ଆଧାର କରି ଭାରତ ଓ ଚୀନ ମଧ୍ୟରେ ରାଜିନାମା ୧୯୫୪ ମସିହାରେ ସାକ୍ଷରିତ ହୋଇଥିଲା ।

୬ । କେଉଁ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ?
Answer:
୧୯୬୦ ମସିହାରେ ସିନ୍ଧୁ ନଦୀ ଜଳ ବଣ୍ଟନକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଏକ ସନ୍ଧି ସାକ୍ଷରିତ ହୋଇଥିଲା ।

CHSE Odisha Class 12 Political Science Chapter 7 Objective Questions in Odia Medium

୭ । କେଉଁ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୫ ମସିହାରେ ପାକିସ୍ତାନ ପ୍ରଥମେ ଭାରତ ଆକ୍ରମଣ କରିଥିଲା ।

୮ । କେଉଁ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୬୬ ମସିହା ଜାନୁଆରୀ ୧୦ ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ତାସ୍କେଣ୍ଟ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୯ । କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ?
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ବିତୀୟଥର ଯୁଦ୍ଧ ହୋଇଥିଲା ।

୧୦ । କେଉଁ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ?
Answer:
୧୯୭୧ ମସିହାରେ ଭାରତ-ପାକିସ୍ତାନ ମଧ୍ୟରେ ସିମଲା ରାଜିନାମା ସ୍ବାକ୍ଷରିତ ହୋଇଥିଲା ।

୧୧ । କେଉଁ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ?
Answer:
୧୯୯୯ ମସିହାରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ଅଟଳବିହରୀ ବାଜପେୟୀ ବସ୍ ଯୋଗେ ପାକିସ୍ତାନ ଯାତ୍ରା କରିଥିଲେ ।

CHSE Odisha Class 12 Political Science Chapter 7 Objective Questions in Odia Medium

୧୨ । କେଉଁ ମସିହାରେ କାର୍ଗିଲ ଯୁଦ୍ଧ ହୋଇଥିଲା ?
Answer:
୧୯୯୯ ମସିହାରେ କାଗିଲ ଯୁଦ୍ଧ ହୋଇଥିଲା ।

୧୩ । କେଉଁ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ?
Answer:
୧୯୬୨ ମସିହାରେ ଚୀନ ଭାରତ ଆକ୍ରମଣ କରିଥିଲା ।

୧୪ । ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଅନ୍ୟ କେଉଁ ଦେଶ ମଧ୍ୟରେ ବିବାଦ ଦେଖାଯାଇଥାଏ ?
Answer:
ତିବ୍‌ବତ ସମସ୍ୟାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଯାଇଥାଏ ।

୧୫ । ଭାରତ ଓ ତିବ୍‌ବତ ମଧ୍ଯରେ ଟଣାଯାଇଥିବା କେଉଁ ଲେଖାକୁ ନେଇ ଭାରତ ଓ କେଉଁ ଦେଶ ମଧ୍ୟରେ ବିବାଦ ରହିଅଛି ?
Answer:
ଭାରତ ଓ ତିବ୍‌ବତ ମଧ୍ୟରେ ଟଣାଯାଇଥିବା ମେଜ୍‌ମୋହନ ରେଖାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ରହିଅଛି ।

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Odisha State Board BSE Odisha 8th Class Science Solutions Chapter 6 ଦହନ ଓ ଶିଖା Textbook Exercise Questions and Answers.

BSE Odisha Class 8 Science Solutions Chapter 6 ଦହନ ଓ ଶିଖା

Question 1.
ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର ।
(a) ଇନ୍ଧନକୁ ନିଆଁ ଧରାଇବା ପାଇଁ ତାର ……………………. ପର୍ଯ୍ୟନ୍ତ ଉତ୍ତପ୍ତ କରିବାକୁ ପଡ଼େ ।
( ଦହନ ତାପମାତ୍ରା, ସ୍ଫୁଟନ ତାପମାତ୍ରା, ପ୍ରଜ୍ଜଳନ ତାପମାତ୍ରା)
(b) ଗୋଟିଏ ଦୀପଶିଖାର …………………. ଟି ମଣ୍ଡଳ ଥାଏ । (3, 2, 1)
(c) ଶିଖାର ଆଲୋକ ପ୍ରଦାନକାରୀ ମଣ୍ଡଳଟିକୁ ………………………. କୁହାଯାଏ ।
( ଦୀପ୍ତିହୀନ ମଣ୍ଡଳ, ଦୀପ୍ତିମାନ ମଣ୍ଡଳ, ଅତିଦୀପ୍ତ ମଣ୍ଡଳ)
(d) LPG ର କ୍ୟାଲୋରୀ ମୂଲ୍ୟ ……………………. ।
(55000 kJ/gm, 55000 J/kg, 55000 kJ/kg)

Answers:
(a) ପ୍ରଜ୍ଜଳନ ତାପମାତ୍ରା
(b) 3
(c) ଦୀପ୍ତିମାନ ମଣ୍ଡଳ
(d) 55000 kJ/kg.

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 2.
ବିଜ୍ଞାନସମ୍ମତ କାରଣ ଲେଖ ।
(a) ଶୁଖୁଲା କାଠ ଅପେକ୍ଷା ଶୁଖୁଲା କାଗଜରେ ସହଜରେ ନିଆଁ ଧରେ ।
ଉ-
ଶୁଖୁଲା କାଠ ଅପେକ୍ଷା ଶୁଖିଲା କାଗଜର ପ୍ରଜ୍ଜ୍ୱଳନ ତାପମାତ୍ରା କମ୍ । ତେଣୁ ଶୁଟ୍‌ କାଗଜରେ ସହଜରେ ନିଆଁ ଧରେ ।

(b) ଉତ୍ତପ୍ତ କଡ଼େଇରେ ଟୋପାଏ ତେଲ ପକାଇଦେଲେ ବେଳେବେଳେ ନିଆଁ ଧରିଯାଏ ।
ଉ-
ଉତ୍ତପ୍ତ କଡ଼େଇରେ ଟୋପାଏ ତେଲ ପକାଇଲେ ଏହା ସଙ୍ଗେ ସଙ୍ଗେ ପ୍ରଜ୍ଵଳନ ତାପମାତ୍ରାରେ ପହଞ୍ଚିଯାଏ । ତେଲ ଏକ ଦାହ୍ୟ ପଦାର୍ଥ ହେତୁ ଏହା ଜଳିଉଠେ ।

(c) ଶିଳ୍ପନଗରୀମାନଙ୍କରେ ବେଶୀ ଅମ୍ଳ ବୃଷ୍ଟି ହୋଇଥାଏ ।
ଉ-
ଶିଳ୍ପନଗରୀମାନଙ୍କରେ ନିର୍ଗତ ହେଉଥ‌ିବା ଧୂଆଁରେ ସଲ୍‌ଫର୍‌ ଡାଇଅକ୍‌ସାଇଡ୍‌, ନାଇଟ୍ରୋଜେନ୍ ଅକ୍‌ସାଇଡ୍ ଓ କାର୍ବନ୍ ଡାଇଅକ୍‌ସାଇଡ୍ ଆଦି ଥାଏ । ଏଗୁଡ଼ିକ ବୃଷ୍ଟିଜଳରେ ଦ୍ରବୀଭୂତ ହୋଇ ଅମ୍ଳ ସୃଷ୍ଟି କରନ୍ତି । ତେଣୁ ଶିଳ୍ପ- ନଗରୀମାନଙ୍କରେ ବେଶୀ ଅମ୍ଳ ବୃଷ୍ଟି ହୋଇଥାଏ ।

(d) ସାଧାରଣତଃ ମହାଶୂନ୍ୟରେ ଦହନ ସମ୍ଭବପର ନୁହେଁ ।
ଉ-
ମହାଶୂନ୍ୟରେ ବାୟୁ ତଥା ଅମ୍ଳଜାନ ଆଦି ଦହନ ସହାୟକ ପଦାର୍ଥ ନଥାଏ । ତେଣୁ ମହାଶୂନ୍ୟରେ ଦହନ ସମ୍ଭବପର ନୁହେଁ ।

(e) ଯାତ୍ରୀବାହୀ ଯାନବାହନରେ ପେଟ୍ରୋଲ, ଡିଜେଲ, କିରୋସିନି ଇତ୍ୟାଦି ପଦାର୍ଥ ନେବାକୁ ଅନୁମତି ଦିଆଯାଏ ନାହିଁ କାହିଁକି ?
ଉ-
ପେଟ୍ରୋଲ, ଡିଜେଲ, କିରୋସିନି ଇତ୍ୟାଦିରେ ହଠାତ୍ ନିଆଁ ଲାଗିଯାଏ, କାରଣ ଏଗୁଡ଼ିକ ଦ୍ରୁତ ଦହନଶୀଳ । ତେଣୁ ଯାତ୍ରାବାହୀ ଯାନବାହନରେ ଏଗୁଡ଼ିକୁ ନେବାକୁ ଅନୁମତି ଦିଆଯାଏ ନାହିଁ ।

Question 3.
ଦହନ କହିଲେ କ’ଣ ବୁଝ ? ତାରାମାନେ ଦପ୍ପ୍ କରିବା ଏକ ଦହନ କି ?
ଉ-

  • ଦହନ ଏକ ରାସାୟନିକ ପ୍ରକିୟା, ଯେଉଁଥରେ ଏକ ପଦାର୍ଥ ଅମ୍ଳଜାନ ସହ ରାସାୟନିକ ପ୍ରକ୍ରିୟା ସଂଘଟିତ କରି ତାପ ଓ ସ୍ଥଳବିଶେଷରେ ଆଲୋକ ସୃଷ୍ଟି କରେ ।
  • ତାରାମାନେ ଦପ୍‌ଦପ୍ କରିବା ରାସାୟନିକ ପ୍ରତିକ୍ରିୟା ନୁହେଁ । ତେଣୁ ଏହା ଏକ ଦହନ ନୁହେଁ ।

Question 4.
ଦହନ ସଂଘଟିତ ହେବାପାଇଁ କେଉଁ କେଉଁ କାରକ ଆବଶ୍ୟକ ?
ଉ-
(a) ଦାହ୍ୟ ପଦାର୍ଥ,
(b) ପ୍ରଜ୍ଜଳନ ତାପମାତ୍ରା ଏବଂ
(c) ଦହନ ସହାୟକ ପଦାର୍ଥ ।

Question 5.
ଲୁହାରେ କଳଙ୍କି ଲାଗିବା ଏକ ଦହନ । କାହିଁକି ?
ଉ-

  • ଲୁହାରେ କଳଙ୍କି ଲାଗିବା ଏକ ରାସାୟନିକ ପ୍ରକ୍ରିୟା । ଲୁହା ଅମ୍ଳଜାନ ସହ ମିଶି ଲୌହ ଅକ୍‌ସାଇଡ୍ ସୃଷ୍ଟି କରେ । ତେଣୁ ଏହା ଏକ ଦହନ ପ୍ରକ୍ରିୟା ।
  • ଏହି ଦହନ ପ୍ରକ୍ରିୟା ଧୀର ମନ୍ଥର ଗତିରେ ହୁଏ ଏବଂ ଆଦୃଶିଆ ତାପ ଓ ଆଲୋକ ଉତ୍ପନ୍ନ ହୁଏ ନାହିଁ । ତେଣୁ

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 6.
ଇନ୍ଧନର କ୍ୟାଲୋରୀ ମୂଲ୍ୟ କହିଲେ କ’ଣ ବୁଝ ଲେଖ । ଏହାର ଏକକ କ’ଣ ? ଏହାର ଗୁରୁତ୍ଵ ଆଲୋଚନା କର।
ଉ-

  • ଏକ କିଲୋଗ୍ରାମ୍ ଇନ୍ଧନର ସଂପୂର୍ଣ୍ଣ ଦହନରୁ ଯେତିକି ପରିମାଣର ତାପ ମିଳେ ତାହାକୁ ଇନ୍ଧନର କ୍ୟାଲୋରୀ ମୂଲ୍ୟ କହନ୍ତି ।
  • kJ/kg, J/kg, J/gm, kJ/gm, Calorie/gm Kilocalorie/gm img ସମୟ ମଧ୍ୟରେ କମ୍ ଇନ୍ଧନ ଖର୍ଚ୍ଚକରି ବେଶୀ ତାପ ପାଇବା କଥା ଏହାଦ୍ୱାରା ଜଣାପଡ଼େ ।

Question 7.
LPG ର ଦହନ ଓ କାଠର ଦହନ ମଧ୍ୟରେ କି ପାର୍ଥକ୍ୟ ଅଛି ?
ଉ-
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 1

Question 8.
CNGର ବ୍ୟବହାର କାହିଁକି ଅପେକ୍ଷାକୃତ ପରିବେଶ ଉପଯୋଗୀ ?
ଉ-

  • ପେଟ୍ରୋଲ, ଡିଜେଲ୍ ପରିବର୍ତ୍ତେ ବସ୍, ଟ୍ରକ୍, କାର୍ ଆଦି ସ୍ଥାନରେ CNG ବ୍ୟବହାର କରାଯାଉଛି, କାରଣ CNG ଖୁବ୍ କମ୍ ପରିମାଣର କ୍ଷତିକାରକ ପଦାର୍ଥ ଉତ୍ପନ୍ନ କରିଥାଏ ।
  • CNGର ବ୍ୟବହାରରେ ପ୍ରଦୂଷଣର ମାତ୍ରା କମ୍ ହୁଏ, ତେଣୁ CNGର ବ୍ୟବହାର ଅପେକ୍ଷାକୃତ ପରିବେଶ ଉପଯୋଗୀ ।

Question 9.
4.5 kg ଇନ୍ଧନର ସଂପୂର୍ଣ୍ଣ ଦହନରୁ 180,000 kJ ତାପ ମିଳେ । ସେହି ଇନ୍ଧନର କ୍ୟାଲୋରୀ ମୂଲ୍ୟ ନିର୍ଣ୍ଣୟ କର ।
ଉ-
4.5 kg ଇନ୍ଧନର ସଂପୂର୍ଣ୍ଣ ଦହନରୁ 180000 kJ ତାପ ମିଳେ ।
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 2
ଇନ୍ଧନର କ୍ୟାଲୋରୀ ମୂଲ୍ୟ 40,000 kJ/kg l

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 10.
ଗୋଟିଏ ଆଦର୍ଶ ଇନ୍ଧନର ଲକ୍ଷଣଗୁଡ଼ିକ ଲେଖ ।
ଉ-

  • ଏହାକୁ ଜାଳିଲେ ବେଶୀ ପାଉଁଶ, ବିଷାକ୍ତ ଗ୍ୟାସ୍ ବା ବର୍ଜ୍ୟବସ୍ତୁ ମିଳୁ ନଥବ ।
  • ଏହାକୁ ସୁବିଧାରେ ବେଶୀ ଦିନ ସଂରକ୍ଷଣ କରି ରଖାଯାଇପାରୁଥବ ।
  • ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସୁବିଧାରେ ନେବାଆଣିବା କରିହେଉଥ‌ିବ ।
  • ଏହାର ଉଚ୍ଚ କ୍ୟାଲୋରୀ ମୂଲ୍ୟ ଥ‌ିବ; ଅର୍ଥାତ୍ ଅପେକ୍ଷାକୃତ ଅଳ୍ପ ଇନ୍ଧନରୁ ବେଶୀ ତାପଶକ୍ତି ଉତ୍ପନ୍ନ ହେଉଥ‌ିବ ।
  • ଏହା ଶସ୍ତା ଓ ସୁବିଧାରେ ସବୁଠାରେ ମିଳିପାରୁଥ‌ିବ ।
  • ଏହାର ଦହନକୁ ସହଜରେ ନିୟନ୍ତ୍ରଣ କରାଯାଇପାରୁଥ‌ିବ ।

Question 11.
“‘ଦହନ ପାଇଁ ବାୟୁ ଆବଶ୍ୟକ’’ – ଗୋଟିଏ ସରଳ ପରୀକ୍ଷା ଦ୍ବାରା ବୁଝାଅ ।
ଉ-
(a) ଜଳନ୍ତା ମହମବତିଟିଏ ଏକ ଟେବୁଲ୍ ଉପରେ ରଖାଯାଉ । ଚିତ୍ରରେ ଦର୍ଶାଯାଇଥବାପରି ତାହାର ଉଭୟ ପାର୍ଶ୍ଵରେ ଦୁଇଟି କାଠଖଣ୍ଡ ରଖ୍ ଗୋଟିଏ ଲଣ୍ଠନକାଚ ତା’ ଉପରେ ଥୁଆଯାଉ । ଏହାପରେ ମହମବତିର ଶିଖା କେମିତି ଦିଶୁଛି ଲକ୍ଷ୍ୟକର ।
(b) କାଠଖଣ୍ଡ ଦୁଇଟିକୁ କାଢ଼ିନେଇ ଲଣ୍ଡ ନ କାଚ କୁ ଟେବୁଲ୍ ଉପରେ ରଖାଯାଉ । ତା’ ମଧ୍ୟରେ ଜଳନ୍ତା ମହମବତିର ଶିଖାକୁ ଲକ୍ଷ୍ୟ କରାଯାଉ ।
(c) ଏପରି ଅବସ୍ଥାରେ ମହମବତି ଜଳୁଥ୍ ବାବେଳେ କାଚଡପରେ ଗୋଟିଏ ଥାଳିଆ ଘୋଡ଼ାଇଦେଇ ମହମବତିର ଶିଖାକୁ ଲକ୍ଷ୍ୟକରାଯାଉ ।

BSE Odisha 8th Class Science Solutions Chapter 6 ଦହନ ଓ ଶିଖା 3

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

ପର୍ଯ୍ୟବେକ୍ଷଣ –

  • ପ୍ରଥମ ଚିତ୍ରରେ କାଚର ତଳପଟୁ ବାୟୁ ପ୍ରବାହ ହେଉଥିଲା । ସୁତରାଂ ମହମବତି ସ୍ଥିର ଶିଖା ପ୍ରଦାନ କରି ଜଳିଲା ।
  • ଦ୍ବିତୀୟ ଚିତ୍ରରେ ଦହନ ସୀମିତ ବାୟୁର ଉପସ୍ଥିତିରେ ହେଲା । ତେଣୁ ବତିରେ ଅସ୍ଥିର ଶିଖା ଦେଖାଦେଲା ।
  • ତୃତୀୟ ଚିତ୍ରରେ ବାୟୁ ଆଦୌ ପ୍ରବେଶ କରୁ ନଥିଲା; ଫଳରେ ବତିଟି ଲିଭିଗଲା । ଏହି ତିନୋଟି ପରୀକ୍ଷାରୁ ଜଣାଗଲା ଯେ ଦହନ ପାଇଁ ବାୟୁ (ଅକ୍‌ସିଜେନ୍) ବା ବାୟୁଭଳି ସହାୟକ ପଦାର୍ଥ ଆବଶ୍ୟକ ।

Question 12.
ଦହନଜନିତ ପ୍ରଦୂଷଣର ଏକ ସଂକ୍ଷିପ୍ତ ବିବରଣୀ ଲେଖ ।
ଉ-

  • କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର ଦହନରୁ ସୃଷ୍ଟ କାର୍ବନ୍ କଣିକାର ପରିମାଣ ବାୟୁମଣ୍ଡଳରେ ଅଧିକ ହେଲେ ଏହା ଶ୍ଵାସଜନିତ ରୋଗ; ଯଥା— ଆଜ୍‌ମା, ବ୍ରୋଙ୍କାଇଟିସ୍, ଯକ୍ଷ୍ମା ଆଦି ରୋଗ ସୃଷ୍ଟି କରେ ।
  • କାଠ, କୋଇଲା, ଗୋବର ଘଷି ଆଦି ଇନ୍ଧନମାନଙ୍କର ଅସଂପୂର୍ଣ୍ଣ ଦହନରୁ ବିଷାକ୍ତ କାର୍ବନ୍‌ମନୋକ୍‌ସାଇଡ୍ ଉତ୍ପନ୍ନ ହୁଏ । ଏହି ଗ୍ୟାସ୍ ଜୀବମାନଙ୍କର ଅନେକ କ୍ଷତି କରେ ଓ ପରିବେଶକୁ ପ୍ରଦୂଷିତ କରେ ।
  • ଅଧିକାଂଶ ଇନ୍ଧନର ସମ୍ପୂର୍ଣ୍ଣ ଦହନରୁ କାର୍ବନ୍ ଡାଇଅକ୍‌ସାଇଡ୍ ଉତ୍ପନ୍ନ ହୁଏ । ଏହାର ପ୍ରତିଶତ ମାତ୍ରା ବାୟୁମଣ୍ଡଳରେ ବୃଦ୍ଧିଯୋଗୁଁ ପୃଥ‌ିବୀର ଉତ୍ତାପ ବୃଦ୍ଧିପାଉଛି । ପୃଥ‌ିବୀର ଏହି ଉତ୍ତାପ ବୃଦ୍ଧିକୁ ଗ୍ଲୋବାଲ୍ ୱାମିଂ କହନ୍ତି । ଗ୍ଲୋବାଲ ୱାମିଂ ପୃଥ‌ିବୀର ବାୟୁମଣ୍ଡଳର ହାରାହାରି ତାପମାତ୍ରା ବୃଦ୍ଧିକୁ ସୂଚାଏ ।
  • ଗ୍ଲୋବାଲ୍ ୱିମିଂ ଯୋଗୁଁ ମେରୁ ଅଞ୍ଚଳରେ ବରଫ ତରଳି ସମୁଦ୍ର ପତ୍ତନ ବୃଦ୍ଧିର ଆଶଙ୍କା କରାଯାଉଛି । ଏତଦ୍- ବ୍ୟତୀତ ଅକାଳ ବର୍ଷା ଓ ବନ୍ୟା ମଧ୍ୟ ହୋଇପାରେ । ସମୁଦ୍ରକୂଳିଆ ଅଞ୍ଚଳରେ ଅନେକ ସ୍ଥାନ ସମୁଦ୍ରଗର୍ଭରେ
  • ଜୀବାଶ୍ମ ଇନ୍ଧନରୁ ସୃଷ୍ଟ ବିଭିନ୍ନ ଅମ୍ଳୀୟ ଗ୍ୟାସ୍‌ (ସଲ୍‌ଫର୍ ଡାଇଅକ୍‌ସାଇଡ୍) ବର୍ଷାଜଳ ସହ ମିଶି ଅମ୍ଳ ବୃଷ୍ଟି କରେ । ଏହା ଆମର କୋଠାବାଡ଼ି, ଭାସ୍କର୍ଯ୍ୟ, ସ୍ମୃତିଫଳକ, ଫସଲ ଓ ମୃତ୍ତିକା ପ୍ରତି ବିପଦ ସୃଷ୍ଟି କରେ ।
  • ଇନ୍ଧନର ଦହନରୁ ନିର୍ଗତ ଧୂଆଁ ଓ କୁହୁଡ଼ି ମିଶି ସ୍ମଗ୍ ସୃଷ୍ଟି କରେ । ସ୍ମଗ୍ ଯୋଗୁଁ ଦୁର୍ଘଟଣାର ଆଶଙ୍କା ବଢ଼ିଯାଏ । ସ୍ମଗ୍ ମଧ୍ୟ ପରିବେଶ ପ୍ରଦୂଷଣ କରେ ।

Question 13.
ପେଟ୍ରୋଲ ପମ୍ପରେ ‘ଧୂମପାନ ନିଷେଧ’ ଲେଖାଯାଇଛି କାହିଁକି ?
ଉ-
ପେଟ୍ରୋଲ ପମ୍ପ୍ ସ୍ଥାନରେ ଧୂମପାନ କଲେ ନିଆଁ ଲାଗିଯିବାର ସମ୍ଭାବନା ଥାଏ । ପେଟ୍ରୋଲର ଦ୍ରୁତ ଦହନ ଫଳରେ ସବୁ ଜଳି ଛାରଖାର ହୋଇଯାଏ । କାରଣ ପେଟ୍ରୋଲ ଦହନଶୀଳ, ତେଣୁ ପେଟ୍ରୋଲ ପମ୍ପରେ ‘ଧୂମପାନ ନିଷେଧ’ ଲେଖାଯାଇଥାଏ ।

Question 14.
ତିନୋଟି ସଂକେତ କେଉଁ କେଉଁ ସ୍ଥାନରେ ଦେଖିବାକୁ ମିଳେ ଓ କାହିଁକି ?
ଉ-
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 4

ଆଉ କ ଣ କରିହେବ?

Question 1.
ତୁମ ଅଞ୍ଚଳରେ କି କି ଇନ୍ଧନ ମିଳୁଛି ତାର ଗୋଟିଏ ତାଲିକା କର ।
ଉ-
ଗୋବର ଘଷି, ଗୋଲ କୋଇଲା, କୋଇଲା, କାଠ, କାଉଁରିଆ, ବତା, ଶୁଖୁଲା ବାଉଁଶ, ଶୁଖପତ୍ର, କୁଣ୍ଡା, କୁଟା, ବୋତି, ଅଗାଡ଼ି, କିରୋସିନି, ମହମ, ପେଟ୍ରୋଲ, ଡିଜେଲ, LPG, ଗୋବର ଗ୍ୟାସ୍ ।

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 2.
ତୁମ ଅଞ୍ଚଳରେ କେଉଁ ସ୍ଥାନମାନଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ଅଛି ବୁଝ ।
ଉ-
ଡାକ୍ତରଖାନା, ସିନେମା ହଲ୍, ବ୍ଲକ୍, ବ୍ୟାଙ୍କ୍, ତହସିଲ୍ ଅଫିସ୍, ଦମକଳ କେନ୍ଦ୍ର, ସ୍କୁଲ, କଲେଜ, ମିଉଜିୟମ୍, ଥାନା, ଟାଉନ୍‌ହଲ୍, ମଣ୍ଡପ ଆଦି ସ୍ଥାନମାନଙ୍କରେ ଅଗ୍ନିନିର୍ବାପକ ଯନ୍ତ୍ର ଅଛି ।

Question 3.
ତୁମ ଅଞ୍ଚଳରେ ଅନ୍ତତଃ 100 ଜଣ ବ୍ୟକ୍ତିଙ୍କ ଘରେ ବୁଲି ଏକ ଇନ୍ଧନସର୍ଭେ କର । LPG, କାଠ, କିରୋସିନି, ଗୋବର ଗ୍ୟାସ୍ ଚୁଲା ଓ ବିଦ୍ୟୁତ୍ ଚୁଲା ବ୍ୟବହାରକାରୀଙ୍କର ସଂଖ୍ୟାକୁ ଶତକଡ଼ାରେ ସ୍ଥିର କର ।
ଉ-
100 ଜଣ ବ୍ୟକ୍ତିଙ୍କ ଘର ସର୍ଭେରୁ LPG ଜାଳୁଛନ୍ତି 60 ଜଣ, କାଠ ଜାଳୁଛନ୍ତି 5 ଜଣ, କିରୋସିନି ଜାଳୁଛନ୍ତି 3 ଜଣ, ଗୋବର ଗ୍ୟାସ୍ ଜାଳୁଛନ୍ତି 5 ଜଣ, ଚୁଲା ବ୍ୟବହାର କରୁଛନ୍ତି 10 ଜଣ ଓ ବିଦ୍ୟୁତ୍ ଚୁକ୍ତା ବ୍ୟବହାର କରୁଛନ୍ତି 17 ଜଣ । ବ୍ୟବହାରକାରୀଙ୍କ ସଂଖ୍ୟାକୁ ଶତକଡ଼ାରେ ପ୍ରକାଶକଲେ LPG 60%, କାଠ 5%, କିରୋସିନି 3%, ଗୋବର ଗ୍ୟାସ୍ 5%, ଚୁଲ୍ଲା 10% ଓ ବିଦ୍ୟୁତ୍ ଚୁଲା 17% ବ୍ୟବହାର କରୁଛନ୍ତି ।

Question 4.
ତୁମ ଘରେ LPG ଷ୍ଟୋଭ୍ ଥିଲେ ତା’ର ବ୍ୟବହାରଜନିତ ସତର୍କତା ସୂଚନା ପୁସ୍ତିକାଟି ପାଠ କର । ପୁସ୍ତକାଟି ନଥୁଲେ ଯାହାର ଏ ପୁସ୍ତିକା ଅଛି ଯୋଗାଡ଼ କରି ପଢ଼ ।
ଉ-
ନିଜେ ପାଠ କର ।

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

Question 5.
ଗୋଟିଏ ଅଗ୍ନି -ନିର୍ବାପକ ଯନ୍ତ୍ରର ମଡ଼େଲ ତିଆରି କର । ଗୋଟିଏ ଛୋଟ ଗିନାରେ ଦୁଇଟି ମହମବତି ଲଗାଅ । ଗୋଟିଏ ଛୋଟ ଓ ଅନ୍ୟଟି ବଡ଼ । ଛୋଟ ଗିନାଟିରେ ଖାଇବାସୋଡ଼ା ଭର୍ତ୍ତି କର । ତା’ପରେ ଗିନାଟିକୁ ଗୋଟିଏ ବଡ଼ ପାତ୍ର ଭିତରେ ରଖ । ସୋଡ଼ା ଉପରେ ଭିନେଗାର ଢାଳ । କ’ଣ ଦେଖୁବ ? ମହମବତିଗୁଡ଼ିକର କ’ଣ ହେଉଛି ? କେଉଁ କ୍ରମରେ ?
ଉ-
ପ୍ରଥମେ ସାନ ମହମବତିଟି ଲିଭିବ । ପରେ ବଡ଼ ମହମବତିଟି ଲିଭିବ ।
BSE Odisha 8th Class Science Solutions Chapter 6 ଦହନ ଓ ଶିଖା 5

ପରୀକ୍ଷା ଉପଯୋଗୀ ଅତିରିକ୍ତ ପ୍ରଶ୍ନୋତ୍ତର

ବସ୍ତୁନିଷ୍ଠ ପ୍ରଶ୍ନେ। ଭର

(ii) ଯେଉଁ ପଦାର୍ଥ ଜଳେ, ତାହାକୁ ………………. ପଦାର୍ଥ କୁହାଯାଏ ।
(iii) ଯେଉଁ ପଦାର୍ଥ ଜଳେ ନାହିଁ, ତାହାକୁ ……………….. ପଦାର୍ଥ କୁହାଯାଏ ।
(iv) ତାପ ପ୍ରୟୋଗ ଦ୍ଵାରା ପଦାର୍ଥ ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ପହଞ୍ଚିଲେ ଜଳେ । ଏହାକୁ ……………….. ତାପମାତ୍ରା କୁହାଯାଏ ।
(v) ଧଳା ଫସ୍‌ ଫରସ୍ …………………. ସଂସ୍ପର୍ଶରେ ଆସିବାମାତ୍ରେ ଜଳିଥାଏ ।
(vi) ଦହନ ପାଇଁ, ………………… ଟି କାରକ ଆବଶ୍ୟକ ।
(vii) NaHCO3 ରୁ …………………….. ଗ୍ୟାସ୍ ବାହାରି ଅଗ୍ନିନିର୍ବାପନ କରେ ।
(viii) ଯେଉଁ ଦହନରେ ଖୁବ୍ କମ୍ ସମୟ ମଧ୍ୟରେ ପ୍ରଚୁର ତାପ ଓ ଆଲୋକ ସୃଷ୍ଟି ହୁଏ, ତାହାକୁ ……………………. ଦହନ କୁହାଯାଏ ।
(ix) ଯେଉଁ ଦହନ ଅତି ମନ୍ଥର ଗତିରେ ହୁଏ, ତାହାକୁ ……………………. ଦହନ କୁହାଯାଏ ।
(x) ଶରୀରରେ ଖାଦ୍ୟ ହଜମ ହେବା . ……………………… ଦହନର ଉଦାହରଣ ।
(xi) ତାଳଫୋଟକା ଫୁଟିବା ………………….. ର ଉଦାହରଣ ଅଟେ ।
(xii) ମହମବତି ଶିଖାର ………………… ଟି ମଣ୍ଡଳ ଥାଏ ।
(xiii) ଅତିଦୀପ୍ତ ମଣ୍ଡଳ, ………………… ବର୍ଣ୍ଣ ଅଟେ ।
(xiv) ଦୀପ୍ତିମାନ ମଣ୍ଡଳ ………………ବର୍ଷ ଅଟେ |
(xv) ଦୀପ୍ତିହୀନ ମଣ୍ଡଳ, ………………… ବର୍ଣ୍ଣ ଅଟେ ।
(xvi) ସମସ୍ତ ………………. ଦାହ୍ୟ ପଦାର୍ଥ ଅଟନ୍ତି ।
(xvii) ସମସ୍ତ ଦାହ୍ୟ ପଦାର୍ଥ, ……………………. ନୁହଁନ୍ତି ।
(xviii) …………….. ମଣ୍ଡଳର ତାପମାତ୍ରା ସବୁଠାରୁ କମ୍ ।
(xix) ସଲ୍‌ଫର୍ ଡାଇଅକ୍ସାଇଡ୍ + ଜଳ →……………. ।
(xx) କାର୍ବନ ଡାଇଅକ୍ସାଇଡ୍ + ଜଳ → …………….. ।

Answer:
(i) ଦହନ
(ii) ଦାହ୍ୟ
(iii) ଅଦାହ୍ୟ
(iv) ପ୍ରଜ୍ଜଳନ
(v) ବାୟୁ
(vi) 3ଟି
(vii) CO2
(viii) ଦ୍ରୁତ
(ix) ମୃଦୁ
(x) ମୃଦ
(xi) ବିସ୍ଫୋରଣ
(xii) 3
(xiii) ନାଳ
(xiv) ପୀତ
(xv) ତ୍କଷ୍ଟ୍ର
(xvi) ଇନ୍ଧନ
(xvii) ଇନ୍ଧନ
(xviii) ଦୀପ୍ତିହୀନ
(xix) ସଲଫାରସ୍ ଅମ୍ଳ
(xx) କାର୍ବୋନିକ୍ ଅମ୍ଳ

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

2. ବନ୍ଧନୀ ମଧ୍ଯରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(i) …………….. କଠିନ ଇନ୍ଧନ ଅଟେ । (ପେଟ୍ରୋଲ, ଡିଜେଲ, କୋଲ୍ ଗ୍ୟାସ୍, ଶୁଖୁଲା ଗୋବର)
(ii) …………….. ତରଳ ଇନ୍ଧନ ଅଟେ । (କାଠ, କୋଇଲା, ଉଦଜାନ୍ ଗ୍ୟାସ୍, ସ୍ପିରିଟ୍)
(iii) ……………. ଗ୍ୟାସୀୟ ଇନ୍ଧନ ଅଟେ । (ପେଟ୍ରୋଲିୟମ୍ ଗ୍ୟାସ୍, କାଠ, ପେଟ୍ରୋଲ, ଡିଜେଲ)
(iv) ମିଥେନ୍‌ର କ୍ୟାଲୋରୀ ମୂଲ୍ୟ, ………………….. । (50000, 50000 kJ/kg, 50000 J/gm)
(v) କାଠର ଅସଂପୂର୍ଣ ଦହନ ………………….. ଗ୍ୟାସ୍ ସୃଷ୍ଟି ହୁଏ । (ଏମୋନିଆ, କାର୍ବନ୍ ମନୋକ୍‌ସାଇଡ୍, ମିଥେନ୍, ଇଥେନ୍)
(vi) ………………… ଗ୍ୟାସ୍ ଅମ୍ଳ ବୃଷ୍ଟି ପାଇଁ ଦାୟୀ । (ଏମୋନିଆ, ମିଥେନ୍, କ୍ଲୋରିନ୍, ସଲ୍‌ଫର୍‌ଡାଇଅକ୍ସାଇଡ୍)
(vii) ମହମବତି ଶିଖାର …………………. ମଣ୍ଡଳର ତାପମାତ୍ରା ସର୍ବାଧ୍ଵକ । (ଦୀପ୍ତିହୀନ, ଦୀପ୍ତିମାନ, ଅତିଦୀପ୍ତ)
(viii) …………………. ରୁ ସହଜରେ ଅଙ୍ଗାରକାମ୍ଳ ମିଳେ । (ଜଳ, ଧଳା ଫସ୍‌ଫରସ୍, ତୁତିଆ, ବାଇସୋଡ଼ା )
(ix) …………………. ରେ ସ୍ବତଃ ଦହନ ହୋଇଥାଏ । (ଧଳା ଫସ୍‌ଫରସ୍, ଲାଲ ଫସ୍‌ଫରସ୍, ଗନ୍ଧକ, ଅଙ୍ଗାର)
(x) ଜଳନ୍ତା …………………. ର ଅମ୍ଳଜାନର ଅନୁପସ୍ଥିତିରେ ଦହନ ଘଟିଥାଏ । ( ଅଙ୍ଗାର, ମହମବତି, ଗନ୍ଧକ, ମାଗ୍ନେସିୟମ୍ ରିବନ୍)

Answer:
(i) ଶୁଖୁଲା ଗୋବର
(ii) ସ୍ପିରିଟ୍
(iii) ପେଟ୍ରୋଲିୟମ୍ ଗ୍ୟାସ୍
(iv) 50,000 kJ/kg.
(v) କାର୍ବନ ମନୋକ୍‌ସାଇଡ୍
(vi) ସଲ୍‌ଫର୍‌ ଡାଇଅକ୍‌ସାଇଡ୍
(vii) ଅତିଦୀପ୍ତ
(vii) ବାଇସୋଡ଼ା
(ix) ଧଳା ଫସ୍‌ଫରସ୍
(x) ମାଗ୍ନେସିୟମ୍ ରିବନ୍‌

3. ବାମ ପାର୍ଶ୍ୱସ୍ଥ ସମ୍ପର୍କକୁ ଅନୁଧ୍ୟାନ କରି ଦକ୍ଷିଣ ପାର୍ଶ୍ୱସ୍ଥ ଶୂନ୍ୟସ୍ଥାନ ପୂରଣ କର ।
(i) କାଠ : କଠିନ ଇନ୍ଧନ :: ଡିଜେଲ : …………………।
(ii) ପେଟ୍ରୋଲ : ତରଳ ଇନ୍ଧନ :: H2 ଗ୍ୟାସ୍ : …………………।
(iii) ନୀଳବର୍ଣ୍ଣ : ଅତିଦୀପ୍ତ ମଣ୍ଡଳ :: କୃଷ୍ଣବର୍ଣ୍ଣ : …………………।
(iv) ତାପମାତ୍ରା କମ୍ : ଦୀପ୍ତିହୀନ ମଣ୍ଡଳ :: ତାପମାତ୍ରା ଅଧିକ : …………………।
(v) ଖାଦ୍ୟ ହଜମ : ମୃଦୁଦହନ :: ବୋମା ଫୁଟିବା : …………………।
(vi) କାଗଜ : ଦାହ୍ୟ :: ପଥର : …………………।
(vii) ସାଧାରଣ ଅଗ୍ନିକାଣ୍ଡ : ଜଳ :: ବିଦ୍ୟୁତ୍‌ଜନିତ ଅଗ୍ନିକାଣ୍ଡ : …………………।
(viii) ସଂପୂର୍ଣ୍ଣ ଦହନ : CO2 :: ଅସଂପୂର୍ଣ ଦହନ : . q: …………………।
(ix) କାଠ 17000-22000 J/kg:: କୋଇଲ।: …………………।
(x) MgO : ମାଗେସିୟମ ଅକ୍ସାଇଡ :: Mg3 N2 : …………………।

Answer:
(i) ତରକ ଇନ୍ଦନ
(ii) ଗ୍ୟାସୀୟ ଇନ୍ଧନ
(iii) ଦୀପ୍ତିହୀନ ମଣ୍ଡଳ
(iv) ଦୀପ୍ତିମାନ ମଣ୍ଡଳ
(v) ଅଦାହ୍ୟ
(vi) ଅଦାହି
(vii) CO2 ଗ୍ୟାସ୍
(viii) CO
(ix) 25000-33000 J/kg
(x) ମାଗ୍ନେସିୟମ୍ ନାଇଟ୍ର ଇଡ୍‌

BSE Odisha 8th Class Science Solutions Chapter 6 ଦହନ ଓ ଶିଖା

4. ‘କ’ ସ୍ତମ୍ଭର ଶବ୍ଦଗୁଡ଼ିକ ସହ ‘ଖ’ ସ୍ତମ୍ଭରେ ଥ‌ିବା ସମ୍ପର୍କିତ ଶବ୍ଦକୁ ମିଳାଅ ।

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଧଳା ଫସ୍‌ଫରସ୍ ଅଗ୍ନି ନିର୍ବାପକ ଯନ୍ତ୍ର
(ii) NaHCO3 ସ୍ଵତଃ ଦହନ
(iii) ଖାଦ୍ୟ ହଜମ ଶିଖା ଦେଖାଯାଏ ନାହିଁ
(iv) ଅଙ୍ଗ।ର ମୃଦୁ ଦହନ
(v) Mg ଫିତା ଅମ୍ଳବର୍ଷା
(vi) ଦୀପ୍ତିହୀନ ମଣ୍ଡଳ ବର୍ଣ୍ଣ କଳା
(vii) ତାଳଫୋଟକା ବିଷ୍ଟେ। ରଣ
(viii) କାର୍ବୋନିକ୍ ଅମ୍ଳ O2 ବିନା ଦହନ

Answer:

‘କ’ ସ୍ତମ୍ଭ ‘ଖ’ ସ୍ତମ୍ଭ
(i) ଧଳା ଫସ୍‌ଫରସ୍ ଧଳା ଫସ୍‌ଫରସ୍ ସ୍ଵତଃ ଦହନ
(ii) NaHCO3 ଅଗ୍ନି ନିର୍ବାପକ ଯନ୍ତ୍ର
(iii) ଖାଦ୍ୟ ହଜମ ମୃଦୁ ଦହନ
(iv) ଅଙ୍ଗ।ର ଶିଖା ଦେଖାଯାଏ ନାହିଁ
(v) Mg ଫିତା O2  ବିନା ଦହନ
(vi) ଦୀପ୍ତିହୀନ ମଣ୍ଡଳ ବର୍ଣ୍ଣ କଳା
(vii) ତାଳଫୋଟକା ବିଷ୍ଟେ। ରଣ
(viii) କାର୍ବୋନିକ୍ ଅମ୍ଳ ଅମ୍ଳବର୍ଷା

 

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Odisha State Board BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା Textbook Exercise Questions and Answers.

BSE Odisha Class 8 Odia Solutions Chapter 3 ଶିକ୍ଷାଦୀକ୍ଷା

ପାଠ୍ୟପୁସ୍ତ୍ରକସ୍ଥ ଅଭ୍ୟାସ କାର୍ଯ୍ୟର ଉତ୍ତର

Question ୧।
ଆସ, କଥାବାର୍ତ୍ତା ହେବା ।
(କ) ଶ୍ରୀରାମଙ୍କ ପିତାଙ୍କ ନାମ କ’ଣ ?
Answer:
ଶ୍ରୀରାମଙ୍କ ପିତାଙ୍କ ନାମ ଦଶରଥ ।

(ଖ) ରାମଙ୍କ ସହିତ ଆଉ କିଏ କିଏ ବନବାସକୁ ଯାଇଥିଲେ ?
Answer:
ରାମଙ୍କ ସହିତ ତାଙ୍କର ପତ୍ନୀ ସୀତା ଓ ଅନୁଜ ଲକ୍ଷଣ ବନବାସକୁ ଯାଇଥିଲେ ।

(ଗ) ଭରତଙ୍କୁ ପ୍ରବୋଧନା ଦେବାପାଇଁ ରାମ କ’ଣ କରିଥିଲେ ? .
Answer:
ଭରତଙ୍କୁ ପ୍ରବୋଧନା ଦେବାପାଇଁ ରମଚନ୍ଦ୍ର ତାଙ୍କୁ ନିଜର ପାଦୁକୀ ପ୍ରଦାନ କରିଥିଲେ।

(ଘ) ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ କେଉଁ ବିଷୟର ସୂଚନା ମିଳେ ?
Answer:
ପୁତ୍ର ପ୍ରତି ପିତାର କେତେ ସ୍ନେହ ଓ ଆନ୍ତରିକତା ରହିଥାଏ, ଦଶରଥଙ୍କ ପ୍ରାଣତ୍ୟାଗ ଘଟଣାରୁ ସେହି ବିଷୟର ସୂଚନା ମିଳେ ।

(ତଂ) ‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି’ – ଏହା କିଏ କହିଛନ୍ତି ?
Answer:
‘ସେ ପଦପଙ୍କଜେ ଧ୍ୟାୟି କରକୁ ଯୋଡ଼ି – ଏହା ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦାକ୍ଷା’ କବିତାରେ କହିଛନ୍ତ୍ରି।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ଆସ, ଦୁଇଟି ବାକ୍ୟରେ ତଳ ପ୍ରଶ୍ନର ଉତ୍ତର ଲେଖିବା ।
(କ) ‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ କେଉଁ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ କରାଯାଇଛି?
Answer:
‘ଶିକ୍ଷାଦୀକ୍ଷା’ କବିତାରେ ରାମାୟଣ ବର୍ଣ୍ଣିତ ରାମ ବନବାସ ଘଟଣାର ପରବର୍ତ୍ତୀ ପ୍ରସଙ୍ଗ ବର୍ଣ୍ଣନ। କରାଯାଇଛି

(ଖ) ‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ’ – ଏଠାରେ କେଉଁ କେଉଁ ଭାଇଙ୍କ ବିଷୟରେ କୁହାଯାଇଛି ?
Answer:
‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖୁଲ କହ,’- ପ୍ରସଙ୍ଗରେ ରାମ ଓ ଲକ୍ଷ୍ମଣ, ରାମ ଓ ଭରତ ମଧ୍ୟରେ ରହିଥ‌ିବା ଅପୂର୍ବ ଭ୍ରାତୃସ୍ନେହ ବିଷୟରେ କୁହାଯାଇଛି ।

(ଗ) ଚିତ୍ତ ଦୃଢ଼ କରିବା ନିମନ୍ତେ କବି ପରାମର୍ଶ ଦେବାର କାରଣ କ’ଣ ?
Answer:
ଚିତ୍ତ ଦୃଢ଼ କଲେ ସାଂସାରି ମଣିଷ ଆଉ ମୋହମାୟାରେ ଦୁଃଖକଷ୍ଟ ପାଇବ ନାହିଁ । ପ୍ରତ୍ୟେକ ଦୁଃଖକୁ ସହିଯିବାର ଶକ୍ତି ମନରେ ଆସିବ । ତେଣୁ କବି ଚିତ୍ତକୁ ଦୃଢ଼ କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି ।

(ଘ) କବି କାହାର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ?
Answer:
କବି ବୈଷ୍ଣବ ପାଣି ମର୍ଯ୍ୟାଦା ପୁରୁଷୋତ୍ତମ ତଥା ତାଙ୍କର ଆରାଧ ଶ୍ରୀରାମଙ୍କର ଦାସ ହେବାପାଇଁ ଅଭିଳାଷ ପୋଷଣ କରିଛନ୍ତି ।

(ଙ) କାହା କରୁଣାରୁ ହନୁମାନ ସୁବର୍ଷ ଗଡ଼କୁ ଜିଣିପାରିଥିଲେ ?
Answer:
ପ୍ରଭୁ ରାମଚନ୍ଦ୍ରଙ୍କ କରୁଣାରୁ ହନୁମାନ ସୁବର୍ଣ୍ଣ ଗଡ଼କୁ ଜିଣିପାରିଥିଲେ । କାରଣ ହନୁମାନ ସଦାସର୍ବଦା ନିଜର ପ୍ରଭୁ ରାମଚନ୍ଦ୍ରଙ୍କୁ ସ୍ମରଣ କରୁଥିଲେ ।

Question ୩ ।
ଆସ, ୧୦୦ ରୁ ୧୨୦ ଶବ୍ଦ ମଧ୍ଯରେ ତଳ ପ୍ରଶ୍ନଗୁଡିକର ଉତ୍ତର ଲେଖା ।
(କ) ‘ଶିକ୍ଷାଦୀକ୍ଷା’ କବିତାରୁ ଆମର ଯାହା ଯାହା ଶିକ୍ଷା କରିବାର ଅଛି ବର୍ଣ୍ଣନା କରି ଲେଖୁବା ।
Answer:
ଗଣକବି ବୈଷ୍ଣବ ପାଣି ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ଲୋକକଳାକୁ ଅପୂର୍ବ ଛନ୍ଦରେ ରୁଦ୍ଧିମନ୍ତ କରିଥିଲେ । ନିଜର ଦୁଃଖ ଯାତନାକୁ ସେ ପଛରେ ପକାଇ ରଙ୍ଗମଞ୍ଚରେ ଗୀତିନାଟ୍ୟ ଉପସ୍ଥାପନ କରିବାର ଗୌରବ ଅର୍ଜନ କରିଥିଲେ । ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଥିଲେ । ତାଙ୍କର ରଚନାର ଲାଳିତ୍ୟ ଓ ଅପୂର୍ବ ଶବ୍ଦ ସଂଯୋଜନା ଉଭୟ ପାଠକ ଓ ଦର୍ଶକଙ୍କୁ ବିମୋହିତ କରିଥାଏ। ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମବନବାସ’, ‘କଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି ବହୁ ଜନପ୍ରିୟ ।

ଆଲୋଚ୍ୟ କବିତାଟି ‘ରାମ ବନବାସ’ ଗୀତିନାଟ୍ୟର ଅଂଶବିଶେଷ । କବି ବୈଷ୍ଣବ ପାଣି ପୌରାଣିକ କଥାବସ୍ତୁ ଉପସ୍ଥାପନ କରିବାକୁ ଯାଇ ସମାଜକୁ ସୁସ୍ଥ ସୁନ୍ଦର ହେବାପାଇଁ ପରାମର୍ଶ ଦେଇଛନ୍ତି । ଏକ ନୈତିକ ଜୀବନ ଯାପନ କରିବାକୁ ସେ ବିଭିନ୍ନ ଉଦାହରଣ ମାଧ୍ୟମରେ ଦେଇଥ‌ିବା ଶିକ୍ଷାକୁ ଆହୁରି ପ୍ରାଞ୍ଜଳ ଓ ସ୍ପଷ୍ଟ କରିଛନ୍ତି। ଉକ୍ତ କବିତାରେ କବି ପ୍ରସଙ୍ଗକ୍ରମେ ପିତୃଭକ୍ତି, ଭ୍ରାତୃସ୍ନେହ, ଶେଷରେ ମୋହମାୟାର ବନ୍ଧନରେ ବାନ୍ଧିହୋଇଥ ମଶିଷକୁ ଚେତାବନା ଶୁଶାଇଛନ୍ତି।

ପିତୃଭକ୍ତି : ରଘୁବୀର ରାମଚନ୍ଦ୍ର ପିତୃଭକ୍ତିର ଅମଳିନ ସ୍ଵାକ୍ଷର ଥିଲେ । ସେ ପିତୃଆଜ୍ଞାକୁ ଯଥାର୍ଥ ଭାବରେ ପାଳନ କରିବାପାଇଁ ଚଉଦ ବର୍ଷ ବନବାସ ଯାଇଥିଲେ । ରାଜ୍ୟାଭିଷେକ ଆୟୋଜନବେଳେ, ସେ ପିତାଙ୍କ ସତ୍ୟରକ୍ଷା ଉପରେ ଅଧିକ ଗୁରୁତ୍ଵ ଦେଇଥିଲେ । ପିତୃସତ୍ୟ ରକ୍ଷା କରିବାକୁ ଯାଇ ସେ ବନଗମନ କରିଥିଲେ । ରାମଚନ୍ଦ୍ରଙ୍କ ନିକଟରେ ପିତୃଭକ୍ତି ଓ ନିଜ ବଂଶର ମର୍ଯ୍ୟାଦା ଅଧ‌ିକ ଗୁରୁତ୍ଵପୂର୍ଣ୍ଣ ଥିଲା । ପିତାଙ୍କର ସତ୍ୟରକ୍ଷା କରିବା ତାଙ୍କ ଜୀବନର ବ୍ରତ ଥିଲା । ଗଣକବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି। ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷା କରିବାକୁ ଯାଇ ଯଦି ଭିକ୍ଷା କରିବାକୁ ପଡ଼େ, ତା’ହେଲେ ସେଥ‌ିରେ ଦ୍ବିଧା ପ୍ରକାଶ କରିବା ଉଚିତ ନୁହେଁ । ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ । ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା ପୂଜା କଲେ, ସବୁ ଦେବତାଙ୍କର ଆଶୀର୍ବାଦ ଲାଭ ହୋଇପାରିବ । ତେଣୁ ସମାଜକୁ ପରାମର୍ଶ ଦେଇ କବି କହିଛନ୍ତି ଯେ ପିତୃଭକ୍ତି ରୂପକ ଧାର୍ମିକ ପଥରୁ କେବେହେଲେ ବିଚ୍ୟୁତ ହୁଅନାହିଁ ।

ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ଭାଇର ସ୍ନେହ ଥିଲା ଅତୁଟ । ବଡ଼ଭାଇ ରାମଚନ୍ଦ୍ରଙ୍କୁ ସାନଭାଇ ଲକ୍ଷ୍ମଣ ଓ ଭରତ ଆଜ୍ଞାବହ ଭାବରେ ସେବା କରି ଆସୁଥିଲେ । ରାମ ବନବାସ ଯିବାକୁ ବାହାରିବାରୁ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯାଇଥିଲେ । ସେହିପରି ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ଭରତ ଚେଷ୍ଟା କରିଥିଲେ । ଶେଷରେ ସେ ରାମଙ୍କଠାରୁ ପାଦୁକା ଆଣି ତାହାକୁ ସିଂହାସନ ଉପରେ ସ୍ଥାପନ କରି ତାଙ୍କର ସେବକ ରୂପେ ରାଜ୍ୟଶାସନ କରିଥିଲେ । କବିଙ୍କ ମତରେ, ଅଯୋଧ୍ୟାର ରାଜକୁମାରଙ୍କ ପରି ଭାଇ ଭାଇ ମଧ୍ୟରେ ସ୍ନେହ ଓ ଭକ୍ତିର ସମ୍ପର୍କ ସ୍ଥାପନ କର । ବୃଥା ଅହଂକାର ନକରି ଭାଇଭାଇର ଦୁଃଖରେ ସମଦୁଃଖୀ ହୁଅ ।

ପତିବ୍ରତା : ସୀତା ଥିଲେ ରାଜନନ୍ଦିନୀ ଓ ରାଜବଧୂ; ମାତ୍ର ସ୍ଵାମୀ ପିତୃସତ୍ୟ ରକ୍ଷା ପାଇଁ ବନକୁ ଯିବା ସମୟରେ ସେ ତାଙ୍କ ସହିତ ବନକୁ ଯାଇଥିଲେ । ସ୍ଵାମୀଙ୍କୁ ଛାଡ଼ି ରାଜପୁରୀର କୌଣସି ସୁଖକୁ ସେ କାମନା କରିନଥିଲେ । ବରଂ ପତିବ୍ରତା ଧର୍ମ ପାଳନ କରି ସେ ସ୍ଵାମୀଙ୍କର ଅନୁଗାମିନୀ ହୋଇଥିଲେ। କବି ସୀତାଙ୍କର ଉଦାହରଣ ଦେଇ ମହିଳାମାନଙ୍କୁ ଉପଦେଶ ଦେଇ ସୀତାଙ୍କ ପରି ପତିବ୍ରତା ହେବାପାଇଁ ପରାମର୍ଶ ଦେଇଛନ୍ତି । ପତିବ୍ରତା ହେଲେ ମହିଳାମାନେ ଯେ ଯଶସ୍ବିନୀ ହୋଇପାରିବେ, ଏହାକୁ କବି ଉପଦେଶ ଛଳରେ ବୁଝାଇଛନ୍ତି ।

ପୁତ୍ରସ୍ନେହ : ଦଶରଥ ପୁତ୍ରସ୍ମେହରେ ଅନ୍ଧି ହୋଇ ନିଜର ସତ୍ୟପଥରୁ ଦୂରେଇଯିବାକୁ ଚାର୍ହିଥ୍ଲୋ ମାତ୍ର ରାମଚନ୍ଦ୍ର ପିତାଙ୍କ ସତ୍ୟରକ୍ଷା ପାଇଁ ବନଗମନ କରିଥିଲେ । ରାମଚନ୍ଦ୍ର ବନକୁ ଯିବା ପରେ ଦଶରଥ ପୁତ୍ରଶୋକରେ ଅଧୀର ହୋଇ ପ୍ରାଣତ୍ୟାଗ କରିଥିଲେ । କବି ଚେତାବନୀ ଶୁଣାଇ କହିଛନ୍ତି, ସଂସାରୀ ମଣିଷ ମୋହମାୟର ବନ୍ଧନରେ ବାନ୍ଧିହୋଇ ବହୁ ଦୁଃଖ ଭୋଗକରେ।

ସଂସାରୀ ମଣିଷ ଜାଗତିକ ବନ୍ଧନରୁ ଦୂରେଇ ଯାଇପାରେ ନାହିଁ । ସେ ଯେତେ ସତର୍କତାର ସହିତ ପାଦପକାଇ ଚାଲିଲେ ବି ସଂସାର ରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ବହୁତ ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାପାଇଁ କବି କରାମର୍ଶ ଦେଇଛନ୍ତି । କାରଣ ମନକୁ ସ୍ଥିର ଓ ଦୃଢ଼ ନ ରଖିଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ । କବି ପୌରାଣିକ କଥାବସ୍ତୁ ମାଧ୍ୟମରେ ସାମାଜିକ ଜୀବନ ଅତିବାହିତ କରୁଥିବା ମଣିଷମାନଙ୍କୁ ଉପରୋକ୍ତ ପରାମର୍ଶ ଦେଇଛନ୍ତି । କବିଙ୍କର ସେହି ଶିକ୍ଷଣୀୟ ପରାମର୍ଶ କାଳୋତୀର୍ଣ୍ଣ ପରି ମନେହୋଇଥାଏ ।

(ଖ) ରାମାୟଣର ବର୍ଣ୍ଣନା ଅନୁସାରେ ପିତାପୁତ୍ରର ସମ୍ପର୍କ୍ ଏବଂ ଭାଇଭାଇର ସମ୍ପର୍କ ର୍ବଷୟରେ ଆଲୋଚନା କରି ଲେଖିବା
Answer:
ଗଣକବି ବୈଷ୍ଣବ ପାଣି ଉତ୍କଳ ଭାରତୀଙ୍କର ଜଣେ ସୁଯୋଗ୍ୟ ସନ୍ତାନ । ସେ ନିଜର ପ୍ରତିଭା ବଳରେ ବହୁ ପାଲା, ଗୀତିନାଟ୍ୟ, ଭଜନ ଓ ଜଣାଣ ଲେଖୁଛନ୍ତି । ତାଙ୍କଦ୍ବାରା ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ ‘ମେଘନାଦ ବଧ’, ‘ରଙ୍ଗସଭା’, ‘କାଉଁବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ଇତ୍ୟାଦି କୃତି ଅର୍ବସ୍ଥରଶାୟା ସେହିସବୁ ଗାତିନାଟ୍ୟରେ ଗୌରାଶିକ କଥାବସ୍ତୁର ବର୍ଣ୍ଣନା ରହିଥଲେ ମଧ୍ୟ ସେ ସମାଜର ସର୍ବକାଳାନ ଦିଗକୁ ବର୍ଣନା କରିଥିଲେ । ଉନ୍ନତ ସମାନ ଗଠନ ପାଇଁ ସେ ପ୍ରକାରାନ୍ତରେ ପରାମର୍ଶ ଦେଇଥିଲେ ।

‘ରାମାୟଣ ହେଉଛି ଆମ ସମାଜ ଓ ସଂସ୍କୃତିର ଆଦର୍ଶ ଧର୍ମଗ୍ରନ୍ଥ । ଏଥ‌ିରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ମାନବୀୟ ଲୀଳାକୁ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ଗଣକବି ବୈଷ୍ଣବ ପାଣି ‘ରାମାୟଣ ର ଅଯୋଧ୍ୟାକାଣ୍ଡର ରାମ ବନବାସ କଥାବସ୍ତୁକୁ ତାଙ୍କର ଗୀତିନାଟ୍ୟ କଥାବସ୍ତୁରୂପେ ଗ୍ରହଣ କରି ସେଥ‌ିରେ ପିତାପୁତ୍ର ମଧ୍ୟରେ ରହିଥ‌ିବା ନବଡ଼ ସମ୍ପର୍କ ଓ ଭାଇ ଭାଇ ମଧ୍ୟରେ ରହିଥ‌ିବା ଅନାବିଳ ସ୍ନେହର ଅତି ହୃଦୟଗ୍ରାହୀ ବର୍ଣ୍ଣନା କରିଛନ୍ତି ।

ପିତାପୁତ୍ରର ସମ୍ପର୍କ – ‘ରାମାୟଣ’ରେ ପିତାପୁତ୍ରର ସମ୍ପର୍କ କେତେ ନିବିଡ଼ ତାହାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି । ସେ ରାଜା ହେଉ ବା ସାଧାରଣ ପ୍ରଜା ହେଉ ସମସ୍ତେ ସାଂସାରିକ ଜୀବନରେ ପତ୍ନୀ ଗ୍ରହଣ କଲାପରେ ପୁତ୍ର କାମନା କରିଥା’ନ୍ତି। ସମସ୍ତଙ୍କର ବିଶ୍ୱାସ ଥାଏ, ପୁତ୍ର ହିଁ ତାଙ୍କ ପିଣ୍ଡପାଣିର କାରଣ ହେବ । ପୁତ୍ ନାମକ ନର୍କରୁ ଉଦ୍ଧାର କରିବ । ପତ୍ରହିଁ ହେବ ତାଙ୍କର ଭାଗ୍ୟ ଓ ଭବିଷ୍ୟତ । ପୁତ୍ର ପାଇଁ ତାଙ୍କର ବଂଶ ଓ କୁଳର ମର୍ଯ୍ୟାଦା ବଢ଼ିପାରିବ । ରାଜା ଦଶରଥଙ୍କର ବିବାହର ବହୁଦିନ ପର୍ଯ୍ୟନ୍ତ କୌଣସି ପୁତ୍ର ଜନ୍ମ ହୋଇନଥିଲେ। ତେଣୁ ସେ ପୁତ୍ରେଷ୍ଟି ଯଜ୍ଞ କରାଇ ଚାରୁ ଚରୁଅନ୍ନର ପ୍ରଭାବରେ ପୁତ୍ରସନ୍ତାନ ଲାଭ କରିଥିଲେ । ସେ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନ ନାମରେ ଚାରୋଟି ପୁତ୍ର ଲାଭ କରିଥିଲେ । ପୁତ୍ର ଜନ୍ମ ପରେ ଦଶରଥ ବେଶ୍ ଆନନ୍ଦିତ ହୋଇଥିଲେ । ସେହି ପୁତ୍ରମାନଙ୍କୁ ବେଶ୍ ଯତ୍ନରେ ଉପଯୁକ୍ତ ଶିକ୍ଷା ଦେଇ ଲାଳନ ପାଳନ କରିଥିଲେ । ପିତାପୁତ୍ରର ସମ୍ପର୍କ ହେଉଛି ଜନ୍ମଜନ୍ମର ସମ୍ପର୍କ । ପୁତ୍ରହିଁ ପିତାଙ୍କୁ ଯଶସ୍ବୀ କରିଥାଏ ।

କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଜା ଦଶରଥ ତାଙ୍କର ମଝିଆଁ ରାଣୀ କୈକେୟୀଙ୍କୁ ଦୁଇଟି ବର ଦେବାପାଇଁ ସତ୍ୟ ହେଉଥିଲା, ସେହି ସମୟରେ ରାଣୀ କୈକେୟୀ କୁମନ୍ତ୍ରଣାର ବଶବର୍ତ୍ତୀ ହୋଇ ରାଜଙ୍କୁ ବରଦୁଇଟି ମାଗିବସିଲେ । ପ୍ରଥମ ବର ଅନୁସାରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଏଭଳି କଥା ଶୁଣି ରାଜା ଦଶରଥ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ତାଙ୍କର କଥାକୁ ଫେରାଇ ନେବାପାଇଁ ସେ ରାଣୀ କୈକେୟୀଙ୍କୁ ଅନୁରୋଧ କରିଥିଲେ । କାରଣ ରାମଙ୍କୁ ଛାଡ଼ି, ରାମଙ୍କ ପ୍ରତି ଏଭଳି ଅବିଚାର କରି ସେ କେବେହେଲେ ବଞ୍ଚିପାରିବେ ନାହିଁ । ପୁତ୍ର ପାଇଁ ସେ ସତ୍ୟଭଗ୍ନ ହେବାପାଇଁ ମଧ୍ୟ ପ୍ରସ୍ତୁତ ହେଲେ ।

କାରଣ ସତ୍ୟଭଗ୍ନ ହେଲେ ହୁଏତ ତାଙ୍କର କ୍ଷତି ହୋଇପାରେ, ମାତ୍ର ରାମଙ୍କୁ ସେ କେବେହେଲେ ପାଖରୁ ଛାଡ଼ିପାରିବେ ନାହିଁ । ବାସ୍ତବରେ ରାଜା ହୋଇ ମଧ୍ୟ ଦଶରଥ ପୁତ୍ର ପାଇଁ ବିକଳରେ କ୍ରନ୍ଦନ କରିଥିଲେ । ମାତ୍ର କୌଣସି କଥାରେ କୈକେୟୀ ରାଜି ହୋଇ ନଥିଲେ । ରାମଚନ୍ଦ୍ରଙ୍କ ନିକଟରେ ଏହି ଖବର ପହଞ୍ଚି ଯାଇଥିଲା । ସେ ପିତାଙ୍କର ସତ୍ୟପାଳନ ପାଇଁ ଚଉଦବର୍ଷ ବନବାସ ଯିବାପାଇଁ ପ୍ରସ୍ତୁତ ହେଲେ। ସେ କାହାରି ପରାମର୍ଶକୁ ନ ମାନି, କେବଳ ପିତାଙ୍କର ମର୍ଯ୍ୟାଦାକୁ ରକ୍ଷା କରିବାପାଇଁ ଦୃଢ଼ ଶପଥ କରି ଅରଣ୍ୟକୁ ଯାଇଥିଲେ । କବି ଏହି ପରିପ୍ରେକ୍ଷୀରେ ସମାଜକୁ ଦିଗ୍‌ଦର୍ଶନ ଦେଇ କହିଛନ୍ତି ପିତାଙ୍କର କଥା ରକ୍ଷାକରିବାକୁ ଯାଇ ଭିକ୍ଷା କରିବାକୁ ପଡ଼ିଲେ ମଧ୍ୟ ପୁତ୍ର ତାହା କରିବା ଉଚିତ । କବିଙ୍କ ଭାଷାରେ

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନଛାଡ଼ ।’’

ପୁତ୍ର ନିକଟରେ ପିତା ହେଉଛି ଧର୍ମ, ପିତା ହେଉଛି ସ୍ବର୍ଗ । ତେଣୁ ସେହି ପିତାଙ୍କୁ ସନ୍ତୁଷ୍ଟ କଲେ, ପୁତ୍ର ସବୁ ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ ଉପେକ୍ଷା କରି ପାରିନାହାଁନ୍ତି । ବରଂ ରାମଚନ୍ଦ୍ର ବନକୁ ଗମନ କଲାପରେ ଦଶରଥ ମାନସିକ ଯନ୍ତ୍ରଣାରେ ଘାରି ଦେବତାଙ୍କର ଆଶୀର୍ବାଦ ଲାଭ କରିପାରିବ । ସେହିପରି ପୁତ୍ର ସ୍ନେହକୁ ସାଧାରଣ ସଂସାରୀ ମଣିଷ ପରି ରାଜା ଦଶରଥ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । କବି ଏହାକୁ ବୁଝାଇ କହିଛନ୍ତି –

‘ପୁତ୍ରେ ପିତା -ସ୍ନେହ କେଡ଼େ, ପୁତ୍ର ବିନେ ପ୍ରାଣ ଛାଡ଼େ,
ଭାଙ୍ଗି କେ,ପାରିବ ଗୁଢ଼ ସ୍ନେହର ବାଡ଼ ।’’

ପୁତ୍ର ସ୍ନେହ ରୂପକ ବାଡ଼କୁ କୌଣସି ପିତା ଭାଙ୍ଗିପାରିବ ନାହିଁ କିମ୍ବା ପୁତ୍ରକୁ ଛାଡ଼ି କୌଣସି ସମୟରେ ପିତା ସୁଖୀ ହୋଇପାରିବ ନାର୍ହି

ଭାଇଭାଇର ସମ୍ପର୍କ : ‘ରାମାୟଣ’ରେ ଭାଇଭାଇର ଅନାବିଳ ସ୍ନେହର ବର୍ଣ୍ଣନା ରହିଛି । ସେହି ସ୍ନେହ ଓ ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ । ଅଯୋଧ୍ୟା ରାଜପୁରୀରେ ଭାଇଭାଇର ସ୍ନେହ ଥୁଲା ନିବିଡ଼ । ରାମ, ଲକ୍ଷ୍ମଣ ଓ ଭରତ, ଶତ୍ରୁଘ୍ନ କେହି କାହାକୁ ମୁହୂର୍ରେ ଛାଡ଼ି ରହିପାରୁ ନଥିଲେ । ସତେଯେପରି କାୟା ପଛରେ ଛାୟା ଲାଗିରହିଲାପରି ରାମଙ୍କ ପାଖେ ପାଖେ ଲକ୍ଷ୍ମଣ ଏବଂ ଭରତଙ୍କ ପାଖେ ପାଖେ ଶତ୍ରୁଘ୍ନ, ରହିଥିଲେ । ତଥାପି ସମସ୍ତେ ଜ୍ୟେଷ୍ଠଭ୍ରାତା ରାମଙ୍କୁ ଅଧିକ ଭକ୍ତି ଓ ମର୍ଯ୍ୟାଦା ଦେଖାଇଥିଲେ । ଅପରପକ୍ଷରେ ରାମଚନ୍ଦ୍ର ମଧ୍ୟ ତାଙ୍କର ଅନୁଜମାନଙ୍କୁ ପ୍ରାଣରୁ ଅଧିକ ପ୍ରିୟ ମନେକରୁଥିଲେ ।

ରାମଚନ୍ଦ୍ର ଯେତେବେଳେ ପିତୃସତ୍ୟ ପାଇଁ ବନଗମନ କରିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ବଡ଼ଭାଇ ରାମଙ୍କୁ ଛାଡ଼ି ସେ ରାଜପୁରୀରେ ରହିପାରିବେ ନାହିଁ ବୋଲି ନିଷ୍ପଭି ନେଇଥିଲେ । ଲକ୍ଷ୍ମଣ ବନକୁ ଯିବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ଅନୁରୋଧ କରିଥିଲେ । ରାମଙ୍କ ସୁଖଦୁଃଖର ସାଥୀ ହେବାପାଇଁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ରହିଥିଲେ । ସେ ରାଜପୁରୀକୁ ଫେରି ସବୁ ବିଷୟ ଅବଗତ ହେଲା ପରେ ଗଭୀର ଦୁଃଖ ପ୍ରକାଶ କରିଥିଲେ । ମା’ କରିଥିବା ଭୁଲକୁ ସୁଧାରିବାପାଇଁ ସେ ଚେଷ୍ଟା କରିଥିଲେ ।

ରାମଚନ୍ଦଙ୍କ ବନର ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ବଡ଼ଭାଇ ରାମଙ୍କ ସହିତ ସାକ୍ଷାତ୍ ହୋଇଥିଲା । ଅଯୋଧ୍ୟା ଫେରିବାଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରିବେ ନାହିଁ ବୋଲି ଭରତଙ୍କୁ ବୁଝାଇ କହିଥିଲେ । ତଥାପି ନିଜ ସାନଭାଇ ପ୍ରତି ତାଙ୍କର ଅଧ‌ିକ ସ୍ନେହ ଥ‌ିବାରୁ ଶ୍ରୀରାମ ତାଙ୍କୁ ନିଜର ପାଦୁକା ଦେଇଥିଲେ । ପ୍ରବୋଧନା ଦେଇ ସେ ଭରତଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଶ୍ରୀରାମଙ୍କ ପାଦୁକା ଦୁଇଟିକୁ ସିଂହାସନ ଉପରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଭିତରେ ଯେପରି ଭାଇଭାଇର ପବିତ୍ର ସ୍ନେହ ସମ୍ପର୍କ ରହିଥିଲା, ତାହା ସାଧାରଣ ମଣିଷ ପାଇଁ ଆଦର୍ଶ ବୋଲି କବି କହିଛନ୍ତି । ଭ୍ରାତୃଭାବକୁ ବଜାୟ ରଖିବା ପାଇଁ ମନରୁ ଅହଂକାର ଦୂରେଇ ଦେବାକୁ କବି ପରାମର୍ଶ ଦେଇଛନ୍ତି । କବିଙ୍କ ଭାଷାରେ-

‘‘ଭାଇରେ ଭାଇରେ ସ୍ନେହ, କେମନ୍ତେ ଦେଖିଲ କହ
ବୃଥା ଅହଂକାର ନରେ ଆଉ ନ ପଡ଼ ।”

ବାସ୍ତବରେ ‘ରାମାୟଣ’ରେ ଭାଇଭାଇର ସ୍ନେହ ଏବଂ ପିତାପୁତ୍ରର ସମ୍ପର୍କକୁ ଯେଭଳି ବର୍ଣ୍ଣନା କରାଯାଇଛି, ତାହା ଯୁଗ ଯୁଗ ପାଇଁ ଅମଳିନ ରହିବ, ଏଥ‌ିରେ ସନ୍ଦେହ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୪ ।
ଆସ, ସରଳ ଭାଷାରେ ବୁଝାଇ ଲେଖୁବା ।
(କ) ଭାଇରେ ଭାଇରେ ସ୍ନେହ କେମନ୍ତ ଦେଖୁଲ କହ,
ବୃଥା ଅହଂକାର ନରେ ଆଉ ନ ପଡ଼ ।
Answer:
ଭାବରେ ଭାରତରେ …………………….ନ ପଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟସ୍ଥ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ଅଯୋଧ୍ୟାପୁରରେ ରହିଥ‌ିବା ଭ୍ରାତୃପ୍ରେମର ଉଦାହରଣ ଦେଇ ତାହାକୁ ସମସ୍ତେ ଅନୁସରଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ପରାମର୍ଶ ଦେଇଛନ୍ତି।

କବି ବୈଷ୍ଣବ ପାଣି ରାମ ବନବାସ କଥାବସ୍ତୁ ବର୍ଣନା କରିବା ଅବକାଶରେ ଏଭଳି କହିଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ଚଉଦବର୍ଷ ବନବାସ କରିବାକୁ ବାହାରିଲେ । ଅଗ୍ରଜ ରାମଚନ୍ଦ୍ରଙ୍କ ବନବାସ ଯିବା କଥା ଶୁଣି ଅନୁଜ ଲକ୍ଷ୍ମଣ ତାଙ୍କ ସହିତ ବନକୁ ଯିବାକୁ ବାହାରିଲେ । ସେମାନଙ୍କ ମଧ୍ୟରେ ଅର୍ଥାତ୍ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ଭିତରେ ଭ୍ରାତୃପ୍ରେମ ଏତେ ଅଧିକ ଥିଲା ଯେ ରାମ ବିନା ଲକ୍ଷ୍ମଣ ରାଜପୁରୀରେ ରହିବାକୁ ଇଚ୍ଛା କରିନଥିଲେ । ବଡ଼ଭାଇଙ୍କୁ ଅରଣ୍ୟରେ ସଦାବେଳେ ସାହାଯ୍ୟ କରିବାକୁ ଲକ୍ଷ୍ମଣ ମଧ୍ୟ ବନକୁ ଯାଇଥିଲେ । ସେହିପରି ଭରତ ମାମୁଘରୁ ଫେରିଲା ପରେ ବଡ଼ଭାଇ ରାମଚନ୍ଦ୍ର ବନକୁ ଯିବା ଘଟଣା ଅବଗତ ହୋଇଥିଲେ । ଏହି କପଟ ପାଇଁ ସେ ମାତା କୈକେୟୀଙ୍କୁ ଧ୍ୟାର କରିଥିଲେ ।

କାଳବିଳମ୍ବ ନକରି ରାମଚନ୍ଦ୍ରଙ୍କ ରାଜପୁରୀକୁ ଫେରାଇ ଆଣିବାପାଇଁ ଭରତ ବନକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ସେ ରାମଚନ୍ଦ୍ରଙ୍କୁ ଅଯୋଧ୍ୟାକୁ ପଠାଇ ଦେଇଥିଲେ । ଭରତ ବାଧ୍ୟ କରିବାରୁ ରାମଚନ୍ଦ୍ର ତାଙ୍କୁ ନିଜର ପାଦୁକା ଦୁଇଟି ପ୍ରଦାନ କରିଥିଲେ । ଅଯୋଧ୍ୟାକୁ ଫେରିବା ପରେ ଭରତ ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ ଗଣକବି ଲକ୍ଷ୍ମଣ ଓ ଭାରତ ମାଧ୍ୟମରେ ଭ୍ରାତୃଭକ୍ତିର ଯଥାର୍ଥ ଉଦାହରଣ ଦେଇ ଭାଇ ଭାଇର ସମ୍ପର୍କକୁ ଯଥାର୍ଥ ଭାବରେ ବର୍ଣ୍ଣନା କରିଛନ୍ତି । ପୁନଶ୍ଚ ରାମଚନ୍ଦ୍ରଙ୍କର ମଧ୍ୟ ତାଙ୍କ ସାନଭାଇ ଲକ୍ଷ୍ମଣ ଓ ଭରତଙ୍କ ପ୍ରତି ଅନୁରୂପ ସ୍ନେହଭାବ ରହିଥିଲା । ଭାଇ ପାଇଁ ଭାଇ ମନରେ ଅପୂର୍ବ ତ୍ୟାଗଭାବ ଥିଲା । କବିଙ୍କ ମତରେ ମନରୁ ବୃଥା ବଡ଼ିମା ବା ଅହଂଭାବକୁ ଦୂରେଇ ଦେଇ ଭ୍ରାତୃତ୍ଵ ଭାବରେ ବୁଡ଼ିରହିଲେ ଜୀବନରେ ଆଉ କୌଣସି ପ୍ରକାର ଦୁଃଖ ଆଶାନ୍ତି ରହିବ ନାର୍ହିଁ। ବାପ୍ତବିକ କବିଙ୍କର ଚିପ୍ରାଧାରା ସର୍ବକାଳାନ ମୂଲ୍ୟବୋଧକୁ ଅନୁସରଣ କରିଛି ।

(ଖ) ପୀଡ଼ନା ମନକୁ କେଭେ ଜଡ଼ି ମାୟା-ମୋହ ଲୋଭେ,
ସବୁ ସୁଖ ମିଳେ ଚିତ୍ତ କରିଲେ ଦୃଢ଼ ।”
Answer:
ପୀଡ଼ନା ମନକୁ………………………..କରିଲେ ଦୃଢ଼ା
ଶଂସିତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଜନପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା କବିତାରୁ ଆସିଅଛି । ଏଠାରେ କବି ସଂସାରର ମୋହମାୟାରେ ବୁଡ଼ିରହି ଦୁଃଖ ଭୋଗ କରୁଥିବା ମଣିଷମାନଙ୍କୁ ସର୍ବକାଳୀନ ଚେତାବନା ଶୁଶାଇଛନ୍ତି।

ସଂସାରୀ ମଣିଷ, ସଂସାରର ସୁଖ ପାଇଁ ବହୁ କଷ୍ଟବରଣ କରେ । ସଂସାରର ପ୍ରତ୍ୟେକ ସଦସ୍ୟଙ୍କର ଦୁଃଖକଷ୍ଟକୁ ନିଜ ହୃଦୟରେ ସେ ଅନୁଭବ କରେ । ଫଳରେ ସେହି ମୋହମାୟା ହେତୁ ତା’ ଜୀବନରେ ଦୁଃଖ ଅଶାନ୍ତି ଲାଗି ରହିଥାଏ । ଏହି ପ୍ରସଙ୍ଗରେ କବି କହିଛନ୍ତି ଯେ ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସଂସାରୀ ହୁଅନ୍ତି, ତା’ହେଲେ ସେ ମଧ୍ୟ ଦୁଃଖ ଅଶାନ୍ତି ଭୋଗ କରିଥା’ନ୍ତି । ଯେତେ ସାବଧାନତାର ସହିତ ପାଦ ପକାଇଲେ ମଧ୍ୟ ଯେକୌଣସି ସମୟରେ ସଂସାରରୂପକ ଖସଡ଼ା ରାସ୍ତାରେ ପାଦ ଖସିଯିବାର ସମ୍ଭାବନା ଥାଏ । ତେଣୁ କବି ସଂସାରୀ ମଣିଷମାନଙ୍କୁ ମୋହମୟାରେ ଜଡ଼ିତ ରହି ମନକୁ ପୀଡ଼ିତ ନ କରିବାପାଇଁ ପରାମର୍ଶ ଦେଇଛନ୍ତି । ନିଜର କର୍ମ ଉପରେ ଦୃଢ଼ତା ଓ ଭଗବାନଙ୍କ ଉପରେ ଅଖଣ୍ଡ ବିଶ୍ୱାସ ରଖୁଲେ ଆଉ କୌଣସି ପ୍ରକାର ଦୁଃଖ ରହିବ ନାହିଁ । ତେଣୁ ମନକୁ ଦୃଢ଼ କରିବା ଉପରେ କବି ବିଶେଷ ଗୁରୁତ୍ୱ ଦେଇଛନ୍ତି । ବାସ୍ତବିକ କବିଙ୍କର ପରାମର୍ଶ ଯଥାର୍ଥ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୫ ।
ଆସ, କବିତାଟିକୁ ଆବୃରି କରିବା ।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତିମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡିକୁ ବାଛି ଲେଖୁବା । ଉଦାହରଣ : ଶିକ୍ଷା, ଦୀକ୍ଷା
Answer:
(୧) ଭକ୍ତି, ନୀତି (୨) କେଡେ, ଛାଡେ (୩) ଗୂଢ଼, ବାଡ (୪) ସୁଦ୍ଧା, ବିଘ୍ନ-ବାଧା (୫) କେଭେ, ଲୋଭେ, (୬) ଛାଡ, ପଡ (୭) ଲୋଡ, ବାଡ (୮) ଦେଖୁ, ସୁଖୀ (୯) ଆଶ, ଦାସ (୧୦) ଯୋଡ, ଗଡ ।

Question ୬।
ଅସା, ଶୂନ୍ୟସ୍ଥାନ ପୂରଣ କରିବା ।
(କ) ଶିକ୍ଷାକର ପିତୃଭକ୍ତି, ______________
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ
Answer:
ଶିକ୍ଷାକର ପିତୃଭକ୍ତି, ଦୀକ୍ଷାକର ଏହି ନୀତି
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ

(ଖ) ଦେବତା ହୋଇଲେ ସୁଦ୍ଧା, ______________
ଯେତେ ସାବଧାନେ ଗଲେ ଖସଇ ଗୋଡ ।
Answer:
(ଖ) ଦେବତା ହୋଇଲେ ସୁଦ୍ଧା, ନ ଛାଡ଼ଇ ବିଘ୍ନ-ବାଧା
ଯେତେ ସାବଧାନେ ଗଲେ ଖସଇ ଗୋଡ ।

Question ୭ ।
ବଡ଼ କୋଠରିରେ କେତେଗୁଡିଏ ଶବ୍ଦ ରହିଛି । ଯେଉଁ ଶବ୍ଦଗୁଡିକ ଗୁଣକୁ ବୁଝାଉ ନାହିଁ, ସେଗୁଡିକୁ ବାଛି ସାନ କୋଠରିରେ ଲେଖୁ । (ପ୍ରଶ୍ନ ସହିତ ଉତ୍ତର)
(ସତ୍ୟ, ଭକ୍ତ,  ଦାସ, ଭକ୍ତି, ସ୍ନେହ,  ସୁଖ, ଯଶ, ପୀଡା, ଶିକ୍ଷା, ଦୀକ୍ଷା)
Answer:
ଭକ୍ତ, ଦାସ, ସୁଖ, ପୀଡା, ଯଶ

Question ୮ ।
ତଳେ ଦିଆଯାଇଥିବା ଉକ୍ତି ମଧ୍ୟରୁ ଯେଉଁଟି କବିଙ୍କର ପରାମର୍ଶ ନୁହେଁ ବୋଲି ଭାବୁଛ, ତାକୁ କୋଠରି ମଧ୍ୟରେ ଲେଖ । (ପଶ୍ନ ସହ ଉତ୍ତର)
(କ) ସତ୍ୟର ବାଟ ନ ଛାଡିବା ପାଇଁ
(ଖ) ଅହଂକାରରେ ନ କରିବା ପାଇଁ
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ
(ଘ) ସୁଯଶ ଲୋଡିବା ପାଇଁ
Answer:
(ଗ) ଚିତ୍ତ ଦୃଢ଼ ନ କରିବା ପାଇଁ

Question ୯।
ସ୍ନେହର ବାଡ, ମମତାର ଡୋର, ସ୍ନେହର ସୂତା, ବିଘ୍ନବାଧା, ଭାଇଭାଇ, ପିତାପୁତ୍ର, ମାୟାମୋହ, ଦୃଢ଼, ଚିତ୍ତ, ଭକ୍ତି, ସତ୍ୟ, ଶବ୍ଦ|ଶବ୍ଦପୁଞ୍ଜିକୁ ନେଇ କବିତାଟିଏ ରଚନା କରିବା ।
Answer:
ସ୍ନେହର ବାଡ଼ ପରିବାର । ଲାଗିଛି ମମତାର ଡୋର॥
ସ୍ନେହର ସୂତା ପିତାମାତା । ସଭିଙ୍କୁ କହି ପ୍ରିୟକଥା ॥
ନଦେଇ ମନେ ବିଘ୍ନବାଧା । ଭାଇ ଭାଇରେ ପ୍ରିୟ ସଦା ।
ପିତା ପୁତ୍ରରେ ଥାଏ ପ୍ରିୟ । ସଂସାରେ ଏହା ମାୟାମୋହ !
ମନଚିତ୍ତକୁ ଦୃଢ଼କରି । କପଟ ଭାବ ପରିହର !!
ଗୁରୁଜନରେ ଭକ୍ତି କରି । ସତ୍ୟରେ ଦିନନେବ ହରି ॥

୧୦ । ‘ଲୋଭ’ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କଲେ ହୁଏ ‘ଲୋଭାଇବା ବା ଲୋଭେଇବା’ । ନିମ୍ନରେ ପ୍ରଦତ୍ତ ଶବ୍ଦରୁ ନାମଧାତୁ କ୍ରିୟା ଗଠନ କରି ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ
ଗୋଡ
ମନ
ଆଖି
ହାତ

Answer:

ଶବ୍ଦ ନାମଧାତୁ କ୍ରିୟା ବାକ୍ୟ ବାକ୍ୟ
ଗାଟ ବାଟୋଇବା ନୂଆ ପିଲାଙ୍କୁ ବାଟୋଇବା ପାଇଁ, ମୁଁ ହରିକୁ ପଠାଇଛି ।
ଗୋଡ ଗୋଡ଼େଇବା କାହାରି ପଛରେ ଗୋଡ଼େଇଲେ କେହି ବଡ଼ ହୁଏ ନାହିଁ ।
ମନ ମନେଇବା ପିଲାଙ୍କୁ ମନେଇବା ଲାଗି ଶିକ୍ଷକ ବହୁତ ଚେଷ୍ଟା କଲେ ।
ଆଖି ଆଖେଇବା ପର ଦ୍ରବ୍ୟକୁ ଆଖେଇବା ଉତ୍ତମ ବ୍ୟକ୍ତିର ଲକ୍ଷଣ ନୁହେଁ ।
ହାତ ହାତେଇବା ନିଜର କାର୍ଯ୍ୟ ସିଦ୍ଧି ପାଇଁ ସେ ତୁମକୁ ହାତେଇଛି ।

Question ୧୧ ।
ଏକାଭଳି ଶୁଭୁଥ‌ିବା ଅଲଗା ଅର୍ଥଥିବା କେତେଗୁଡିଏ ଶବ୍ଦ ତଳେ ଲେଖାଯାଇଛି । ସେମାନଙ୍କର ସ୍ପଷ୍ଟ ଅର୍ଥ ପ୍ରକାଶ କରିବା ନିମନ୍ତେ ସେମାନଙ୍କୁ ବାକ୍ୟରେ ବ୍ୟବହାର କରିବା ।
ସୁଧା __________।
ସୁଦ୍ଧା __________।
ଆଶ __________।
ଆସ __________।
ନିତି ___________।
ନାତି ___________।
Answer:
ସୁଧା – ଦେବତାମାନେ ସୁଧା ପାନ କରି ଅମର ହୋଇଛନ୍ତି ।
ସୁଦ୍ଧା – ତୁମେ କାଲି ସୁଦ୍ଧା କଟକ ପଳାଇଯିବା ଭଲ ।
ଆଶ – ପିଲାଟିର ଖାଇବା ଜିନିଷରେ ଆଶ ରହିଛି ।
ଆସ – ଆସ, ଘରକୁ ଯିବା ।
ନିତି – ସେ ନିତିଦିନ ବ୍ୟାୟାମ କରେ ।
ନାତି – ନୀତିରେ ଚାଲିଲେ ତୁମର କ୍ଷତି ହେବ ନାହିଁ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୨ ।
ମୋହମାୟା, ବାଧାବିଘ୍ନ ଭଳି ଆଉ ଚାରୋଟି ଯୁଗ୍ମଶବ୍ଦ ଲେଖୁବା ।
Answer:
ଦୁଃଖଯନ୍ତ୍ରଣା, ମୁଖସମ୍ପଦ, କ୍ରିୟାକର୍ମ, କଳକୌଶଳ

Question ୧୩ ।
ଲକ୍ଷ୍ମଣଙ୍କ ମା’ଙ୍କ ନାଁ ସୁମିତ୍ରା । ସୁମିତ୍ରାଙ୍କ ପୁଅ ହୋଇଥିବାରୁ ଲକ୍ଷ୍ମଣଙ୍କର ଗୋଟିଏ ନାଁ ହେଉଛି ‘ସୁମିତ୍ରାନନ୍ଦନ’ ବା ‘ସୌମିତ୍ର’ । ନିଜ ମା’ଙ୍କ ନାମ ଅନୁସାରେ ନାମ ଧାରଣ କରିଥିବା ଆଉ ପାଞ୍ଚଜଣ ପୌରାଣିକ ଚରିତ୍ରଙ୍କ ନାମ ଲେଖ ।
କୁନ୍ତୀଙ୍କ ପୁତ୍ର _____________
ପୃଥାଙ୍କ ପୁତ୍ର _____________
ବିନତାଙ୍କ ପୁତ୍ର ___________
ରାଧାଙ୍କ ପୁତ୍ର ____________
ଗଙ୍ଗଙ୍କ ପୁତ୍ର _____________
Answer:
କୁନ୍ତୀଙ୍କ ପୁତ୍ର – କୌନ୍ତେୟ
ପୃଥାଙ୍କ ପୁତ୍ର – ପାର୍ଥ
ବିନତାଙ୍କ ପୁତ୍ର – ବୈନତୟ
ରାଧାଙ୍କ ପୁତ୍ର – ରାଧେୟ
ଗଙ୍ଗଙ୍କ ପୁତ୍ର – ଗାଙ୍ଗେୟ

Question ୧୪ ।
‘ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’
ଏହି ଧାଡ଼ିଟିର ପ୍ରକୃତ ଅର୍ଥକୁ ନିମ୍ନରେ ପ୍ରଦତ୍ତ ଉତ୍ତର ମଧ୍ୟରୁ ବାଛି ଲେଖ ।
(କ) ପରେ ଭିକ୍ଷା ମାଗିବ ଆଗ ସତ୍ୟକୁ ବାଟ ଛାଡ଼ିଦିଅ ।
(ଖ) ପରେ ଭିକ୍ଷା ମାଗିବ କିନ୍ତୁ ସତ୍ୟର ବାଟ ଛାଡ଼ ନାହିଁ ।
(ଗ) ଯେତେ ଅସୁବିଧା ହେଲେ ବି ସତ୍ୟପଥରୁ ଘୁଞ୍ଚ ନାହିଁ ।
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।
Answer:
(ଘ) ଭିକ ମାଗି ବଞ୍ଚିବାକୁ ହେଲେ ମଧ୍ୟ ସତ୍ୟପଥକୁ ଛାଡ଼ ନାହିଁ ।

ପରାକ୍ଷା ଉପଯେ।ଗା ଅତିରିକ୍ତ ପ୍ରଶ୍ନୋତ୍ତର

ନିର୍ଦ୍ଦିଷ୍ଟ ଉତ୍ତରମୂଳକ ପ୍ରଶ୍ନେ।ତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାରେ କବି ଏପରି କିଛି ଶବ୍ଦ ବ୍ୟବହାର କରିଛନ୍ତି ଯେଉଁମାନଙ୍କ ଯୋଗୁଁ କବିତାଟି ଶ୍ରୁତମଧୁର ହୋଇପାରିଛି । କବିତାଟିକୁ ମନଦେଇ ପଢ଼ି ସେହି ଶବ୍ଦଗୁଡ଼ିକ ବାଛି ଲେଖ । (ଉଦାହରଣ : ଶିକ୍ଷା, ଦୀକ୍ଷା)
Answer:
ଶିକ୍ଷା, ଦୀକ୍ଷା, ଭିକ୍ଷା
ଭକ୍ତି, ନୀତି
ପତିବ୍ରତା, ଏହି କଥା
କେଡ଼େ, ଛାଡ଼େ
ଗୂଢ଼, ବାଡ଼
ସୁଦ୍ଧା, ବାଧା
କେଭେ, ଲେ।ଭେ
ଦେଖ୍, ସୁଖୀ
ଆଶ, ଦାସ
ଯୋଡ଼, ଗଡ଼

ସଂକ୍ଷିପ୍ତ ଭରମୂଳକ ପ୍ରଶ୍ନୋତ୍ତର :

Question ୧।
‘ଶିକ୍ଷାଦୀକ୍ଷା’ କବିତାଟି ବୈଷ୍ଣବ ପାଣିଙ୍କ କେଉଁ ଗୀତିନାଟ୍ୟର ଅନ୍ତର୍ଗତ ?
Answer:
‘ଶିକ୍ଷାଦୀକ୍ଷା’ କବିତାଟି ଗଣକବି ବୈଷ୍ଣବ ପାଣିଙ୍କ ‘ରାମ ବନବାସ’ ଗୀତିନାଟ୍ୟର ଅନ୍ତର୍ଗତ ।

Question ୨।
କାହାର ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ?
Answer:
ପିତାଙ୍କ ଆଜ୍ଞା ପାଳନ କରି ରାମ ବନବାସ ଯାଇଥିଲେ ।

Question ୩।
ଭରତ କିଏ ?
Answer:
ଭାରତ ରାମଚନ୍ଦ୍ରଙ୍କର ସାନଭାଇ ଓ ଦଶରଥଙ୍କର ଦ୍ୱିତୀୟ ପୁତ୍ରା ଭାରତଙ୍କୁ ରାଜସିଂହାସନରେ ଅଧ୍ କାରା କରିବାପାଇଁ ତାଙ୍କ ମାତା କୈକେୟୀ ଦଶରଥଙ୍କୁ ବର ମାଗିଥିଲେ ।

Question ୪ ।
ରାମ ବନକୁ ଯିବାବେଳେ ଭରତ କେଉଁଠାରେ ଥିଲେ ?
Answer:
ରାମ ବନକୁ ଯିବାବେଳେ ଭରତ ତାଙ୍କ ମାମୁଘରେ ଥିଲେ ।

Question ୫।
କେଉଁ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ କରିଥିଲେ ?
Answer:
ପୁତ୍ରର ବନବାସ ଗମନ ଦୁଃଖରେ ତାଙ୍କୁ ଝୁରିଝୁରି ଅତି ଅସହାୟ ପରିସ୍ଥିତିରେ ରାଜା ଦଶରଥ ପରଲୋକ ଗମନ

Question ୬।
ଭରତ ଅଯୋଧ୍ୟାକୁ ଫେରି କ’ଣ ଦେଖ‌ିଲେ ?
Answer:
ଭରତ ମାମୁଘରୁ ଅଯୋଧ୍ୟାକୁ ଫେରି ଦେଖିଲେ ଗିତୃସତ୍ୟ ପାଳନ ପାଇଁ ବଡ଼ଦବର୍ଷ ପାଇଁ ବନକୁ ଯାଇଛନ୍ତି ଏବଂ ସେହି ଦୁଃଖରେ ପିତା ଦଶରଥ ପ୍ରାଣତ୍ୟାଗ କରିଛନ୍ତି । ସମଗ୍ର ଅଯୋଧ୍ୟା ଯେପରି ହତଶ୍ରୀ ହୋଇଯାଇଛି।

Question ୭ ।
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ କ’ଣ କଲେ ?
Answer:
ରାମଙ୍କୁ ଫେରାଇ ଆଣିବାପାଇଁ ଭରତ ରାମଙ୍କ ଅନ୍ଵେଷଣରେ ବନକୁ ଯାଇଥିଲେ ।

Question ୮।
ରାମଙ୍କ ସହିତ ଭରତଙ୍କର କେଉଁ ସ୍ଥାନରେ ସାକ୍ଷାତ୍ ହୋଇଥିଲା ?
Answer:
ରାମଙ୍କ ସହିତ ଭରତଙ୍କର ଚିତ୍ରକୂଟ ନାମକ ସ୍ଥାନରେ ସାକ୍ଷାତ୍ ହୋଇଥିଲା ।

Question ୯।
ଅଯୋଧ୍ୟାକୁ ଫେରିବାପାଇଁ ରାମ ନାସ୍ତି କଲେ କାହିଁକି ?
ଯେହେତୁ ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନକୁ ଯାଇଥିଲେ ଏବଂ ଅଯୋଧ୍ୟାକୁ ଫେରିଲେ ପିତାଙ୍କର ସତ୍ୟଭଗ୍ନ ହେବ, ସେଥୂପାଇଁ ଅଯୋଧ୍ୟାକୁ ଫେରିବାପାଇଁ ସେ ନାସ୍ତି କରିଥିଲେ ।

Question ୧୦ ।
ଅଯୋଧ୍ୟାକୁ ଫେରି ଭରତ କିପରି ଭାବରେ ରାଜ୍ୟଶାସନ କଲେ ?
Answer:
ଅଯୋଧ୍ୟାକୁ ଫେରି ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷକାଳ ରାଜ୍ୟଶାସନ କରିଥ୍ ଲୋ

Question ୧୧ ।
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କରି ଏହି ନୀତି’– ଏ କଥା କିଏ କହିଛନ୍ତି ?
Answer:
‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି’କବିତାଂଶଟି ଗଣକବି ବୈଷ୍ଣବ ପାଣି ‘ରାମ ବନବାସ’ ଗୀତିନାଟ୍ୟରେ କହିଛନ୍ତି।

Question ୧୨ ।
କବିତାର ପ୍ରଥମ ଚାରିଧାଡ଼ି ମଧ୍ଯରେ କେଉଁ କେଉଁ ବିଷୟ ଶିକ୍ଷା
Answer:
କବିତାର ପ୍ରଥମ ଚାରିଧାଡ଼ିରେ ପିତୃଭକ୍ତି ଓ ଭ୍ରାତୃସ୍ନେହ ବିଷୟ ଶିକ୍ଷା

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୧୩ ।
ଅହଙ୍କାରର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି କାହିଁକି ?
Answer:
ଅହଙ୍କାରର ବଶବର୍ତ୍ତୀ ହେଲେ ଭାଇ ଭାଇର ସ୍ନେହ ରହିବ ନାହିଁ ବୋଲି ସେହି ଭାବର ବଶବର୍ତ୍ତୀ ନହେବାପାଇଁ କୁହାଯାଇଛି ।

Question ୧୪ ।
ସୀତାଙ୍କଠାରୁ ଆମ ଦେଶର ମହିଳାମାନେ କେଉଁ ଗୁଣ ଶିଖୁବାପାଇଁ କବି କହିଛନ୍ତି ?
Answer:
ସାତାଙ୍କଠାରୁ ଆମ ଦେଶର ମହିଳାନେ ପତିବ୍ରତା ଗୁଶ ଶିଖ୍ ବାପାଇଁ କବି କହିଛନ୍ତି।

Question ୧୫ ।
ମାୟାମୋହରେ ଜଡ଼ିତ ନହେବାପାଇଁ କବି କାହିଁକି କହିଛନ୍ତି ?
Answer:
ମାୟାମୋହରେ ଜଡ଼ିତ ହେଲେ ମଣିଷ ମନରେ ବହୁ ଦୁଃଖକଷ୍ଟ ପାଇ କାଳାତିପାତ କରି ଥାଏ । ତେଣୁ ମାୟାମୋହରେ ଜଡ଼ିତ ନହେବାପାଇଁ କବି କହିଛନ୍ତି।

Question ୧୬ ।
କାହାର ପଦପଙ୍କଜ ବିଷୟରେ ଏଠାରେ କୁହାଯାଇଛି ?
Answer:
ଏଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କର ପଦପଙ୍କଜ ବିଷୟରେ କୁହାଯାଇଛିା

Question ୧୭ ।
କବିତାରେ ବର୍ଣ୍ଣିତ ହନୁ କିଏ ?
Answer:
କବିତାରେ ବର୍ଣ୍ଣିତ ହନୁ ହେଉଛି ରାମଭକ୍ତ ମହାବୀର ହନୁମାନ ।

Question ୧୮ ।
କାହାକୁ ସୁବର୍ଣ୍ଣ ଗଡ଼ କୁହାଯାଇଛି ?
Answer:
ରାବଣର ରାଜ୍ୟ ସୁବର୍ଣ୍ଣ ଲଙ୍କାକୁ ସୁବର୍ଣ୍ଣ ଗଡ଼ ବୋଲି କୁହାଯାଇଛି ।

Question ୧୯।
ଭରତ କିଏ ? ତାଙ୍କର ମାଆଙ୍କ ନାମ କ’ଣ ?
Answer:
ଭରତ ଅଯୋଧ୍ୟା ନରପତି ଦଶରଥଙ୍କ ଦ୍ବିତୀୟ ପୁତ୍ର । ତାଙ୍କ ମାଆଙ୍କ ନାମ କୈକେୟୀ ।

Question ୨୦ ।
କେଉଁ ବିଶେଷ କାରଣ ଯୋଗୁଁ ରାଜା ଦଶରଥ ପ୍ରାଣତ୍ୟାଗ କଲେ ?
Answer:
ଜ୍ୟେଷ୍ଠପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ରାଜା ଦଶରଥ ତାଙ୍କୁ ଝୁରି ଝୁରି ପ୍ରାଣତ୍ୟାଗ କଲେ।

Question ୨୧।
ହନୁମାନ କିଏ ? ସେ କାହାର ଭକ୍ତ ଥିଲେ ?
Answer:
ହନୁମାନ ହେଉଛନ୍ତି ତ୍ରେତୟା ଯୁଗର ସୁ-ପ୍ରସିଦ୍ଧ ବୀର ଯିଏ କି ଯୁଗ ଯୁଗ ନିମିତ୍ତ ଅମରତ୍ୱ ଲାଭ କରିଛନ୍ତି । ସେ ମହାପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଭକ୍ତ ଥିଲେ ।

Question ୨୨ ।
ସଂସାରୀ ମଣିଷ କାହାପାଇଁ ସୁଖ ଓ ଦୁଃଖ ଭୋଗ କରେ ?
Answer:
ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ପିତାମାତା, ସ୍ତ୍ରୀ ଓ ପୁତ୍ରକନ୍ୟାଙ୍କ ସୁଖ ଓ ଦୁଃଖ ଭୋଗ କରିଥାଏ ।

ସରଳ ଭାଷାରେ ଚୁଝାଇ ଲେଖ :

Question ୧।
ସାତାଠାରୁ ପତିବ୍ରତା ଶିକ୍ଷା କାର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା
Answer:
ପାଣଠାରୁ …………………………… ସୁଯଶ ଲୋଡ଼ା
ଉକ୍ତ ପଦ୍ୟାଶଟି ଗଣକବି ବୈଷ୍ଣବ ପାଣିଙ୍କ ଲୋକପ୍ରିୟ ଗୀତିନାଟ୍ୟ ‘ରାମ ବନବାସ’ରେ ସଂଯୋଜିତ ‘ଶିକ୍ଷାଦୀକ୍ଷା’ କବିତାରୁ ଆସିଅଛି । ଏଠାରେ କବି ସତୀ ସୀତାଙ୍କର ପତିବ୍ରତା ଭାବର ମହତ୍ତ୍ଵକୁ ସୁନ୍ଦରଭାବରେ ବୁଝାଇଛନ୍ତି । ପିତୃସତ୍ୟ ରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ପ୍ରସ୍ତୁତ ହେଲେ । ବନକୁ ଯିବା ପୂର୍ବରୁ ସେ ସମସ୍ତଙ୍କଠାରୁ ବିଦାୟ ନେଲେ । ବନକୁ ନଯିବା ପାଇଁ ସମସ୍ତେ ରାମଙ୍କୁ ଅନୁନୟ ବିନୟ କରି କହିଲେ । ମାତ୍ର ନିଜ ପିତାଙ୍କର ସତ୍ୟରକ୍ଷା ପାଇଁ ରାମଚନ୍ଦ୍ର ବନକୁ ଯିବାକୁ ବାହାରିଲେ। ପତ୍ନୀ ସୀତା ମଧ୍ୟ ରାମଙ୍କ ସହିତ ବନକୁ ଯିବାପାଇଁ ବାହାରିଲେ । ରାମଚନ୍ଦ୍ରଙ୍କର କୌଣସି ପ୍ରକାର ବାରଣ ସୀତା ମାନିଲେ ନାହିଁ । ତାଙ୍କ ବିଚାରରେ ସେ ସ୍ଵାମୀଙ୍କର ଅର୍ଦ୍ଧାଙ୍ଗିନୀ । ସ୍ଵାମୀଙ୍କ ସୁଖଦୁଃଖରେ ସେ ସମଭାଗୀ ହେବାକୁ ଚାହାଁନ୍ତି। ସ୍ଵାମୀ ବନସ୍ତକୁ ଗଲେ ସେ ରାଜପୁରୀରେ ରହିପାରିବେ ନାହିଁ ।

ରାଜସୁଖ ତାଙ୍କୁ ଅସହ୍ୟ ମନେହେବ । ବରଂ ସ୍ବାମୀଙ୍କ ପାଖେ ପଖେ ରହି ପଦସେବା କଲେ ସ୍ୱାମୀଙ୍କର ବନଗମନ କଷ୍ଟ ଲାଘବ ହେବ । ପତିବ୍ରତାଭାବରେ ସ୍ୱାମୀଙ୍କର ଦୁଃଖରେ ସେ ସମଦୁଃଖୀ ହୋଇଛନ୍ତି । ସୀତା ରାଜନନ୍ଦିନୀ ଓ ରାଜବଧୂ ହୋଇ ମଧ୍ୟ ସ୍ଵାମୀଙ୍କ ପାଇଁ ସ୍ୱଇଚ୍ଛାରେ ବନବାସ କଷ୍ଟକୁ ଆଦରି ନେଇଥିଲେ । ସୀତାଙ୍କର ଏହି ଅପୂର୍ବ ତ୍ୟାଗକୁ ମହିଳାମାନେ ଗ୍ରହଣ କରି ସ୍ଵାମୀଙ୍କ ସୁଖଦୁଃଖରେ ସମଭାଗୀ ହେବାପାଇଁ କବି ପ୍ରକାରାନ୍ତରେ ପରାମର୍ଶ ଦେଇଛନ୍ତି । ମହିଳାମାନେ ନିଜେ ପତିବ୍ରତା ହେବା ସହ ଅନ୍ୟମାନଙ୍କୁ ଏହା ଶିକ୍ଷାଦେଇ ସୁଯଶରେ ଅଧିକାରୀ ହେବାକୁ କବି କହିଛନ୍ତି । ବାସ୍ତବରେ କବିଙ୍କର ଚିନ୍ତାଧାରା ମାର୍ମିକ ମନେହୋଇଥାଏ ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨ ।
ପୁତ୍ରେ ପିତା ସ୍ନେହ କେଡ଼େ,
ପୁତ୍ରବିନା ପ୍ରାଣ ଛାଡ଼େ,
ପୁତ୍ରବିନା ପ୍ରାଣ ଛ।ଡେ,
ଭାଙ୍ଗି କେ ପାରିବ ଗୂଢ଼ ସ୍ନେହର ବାଡ଼ ।
Answer:
ପୁତ୍ରେ ପିତା ……………………….. ସ୍ନେହର ବାଡ଼ା
ଶଂସିତ ପଦ୍ୟାଶଟି ପଠିତ ସାହିତ୍ୟ ପୁସ୍ତକର ସ୍ଵର୍ଗତ ଗଣକବି ବୈଷ୍ଣବ ପାଣିଙ୍କ ଲେଖନୀ ନିଃସୃତ ‘ରାମ ବନବାସ’ ଗୀତିନାଟ୍ୟର କିୟଦଂଶ କବିତା “ଶିକ୍ଷାଦୀକ୍ଷା”ରୁ ସଂଗୃହୀତ। ଆଲୋଚ୍ୟ ପ୍ରସଙ୍ଗରେ କବି ପିତାପୁତ୍ରର ନିବିଡ଼ ସ୍ନେହ ବନ୍ଧନ ସଂପର୍କରେ ବିଶଦ ବ୍ୟାଖ୍ୟା ପ୍ରଦାନ କରି ଜନସମାଜକୁ ସୁଚିନ୍ତିତ ନୀତିଶିକ୍ଷା ପ୍ରଦାନ କରିଛନ୍ତି ।

ଅଯୋଧ୍ୟାଧୂପତି ଦଶରଥଙ୍କର ନିର୍ମଳ, ନିବିଡ଼ ପୁତ୍ର ସ୍ନେହ ସଂପର୍କରେ କବି ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ପିତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଗଭୀର, ଅସାଧାରଣ ପିତୃଭକ୍ତି ସଂପର୍କରେ ସ୍ପଷ୍ଟ ସୂଚନା ପ୍ରଦାନ କରିଛନ୍ତି। ସତ୍ୟସନ୍ଧ ଦଶରଥ ଓ ସତ୍ୟବ୍ରତ ପାଳନରେ ଦୃଢ଼ ପରିକର ରାମଚନ୍ଦ୍ର ଉଭୟେ ଆଦର୍ଶର ଶୀର୍ଷସ୍ଥାନ ଲାଭ କରିଛନ୍ତି । ପୁତ୍ର ରାମଚନ୍ଦ୍ରଙ୍କ ବିରହ ବିଚ୍ଛେଦ ସହ୍ୟ କରି ନପାରି ଝୁରିଝୁରି ସ୍ଵର୍ଗଗାମୀ ହୋଇଛନ୍ତି ଦଶରଥ । ଏହାଦ୍ଵାରା ପିତାଙ୍କର ପୁତ୍ର ପ୍ରତି ଅନାବିଳ ନିଗୂଢ଼ ସ୍ନେହ ପରିପ୍ରକାଶ ହୋଇଛି । ତେଣୁ ଆଲୋଚ୍ୟ ପ୍ରସଙ୍ଗଟି ଭାବଗର୍ଭକ ଓ ଶିକ୍ଷାପ୍ରଦ ।

ଦୀର୍ଘ ତ୍ତରମୂଳକ ପ୍ରଶ୍ନୋତ୍ତର :

Question ୧।
କବିତାଟିର ନାମ ‘ଶିକ୍ଷାଦୀକ୍ଷା’ ରଖାଯିବାର ଯଥାର୍ଥତା ପ୍ରତିପାଦନ କର ।
Answer:
କବିତା କବି ହୃଦୟର ମାନସ କନ୍ୟା । କବି ବହୁ ଆବେଗରେ କବିତା ରଚନା କରେ । କଥାବସ୍ତୁକୁ ନେଇ ସେ ତା’ର ନାମକରଣ କରେ । ଆଲୋଚ୍ୟ କବିତା ‘ଶିକ୍ଷାଦୀକ୍ଷା’ କବିଙ୍କର ନାମକରଣ ନୁହେଁ । ଏହା ‘ରାମ ବନବାସ ଗୀତିନାଟ୍ୟର ଅଂଶବିଶେଷ । ଯେହେତୁ କବିତାରେ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ଅନେକ ପ୍ରସଙ୍ଗ ରହିଛି ଏବଂ ଏହା ପାଠ୍ୟଶ ରୂପେ ସନ୍ନିବେଶିତ ହୋଇଛି, ତେଣୁ କବିତାଟିରେ ଏଭଳି ନାମକରଣ କରାଯାଇଛି । କଥାବସ୍ତୁ ଦୃଷ୍ଟିରୁ ବିଚାର କରି ଦେଖିଲେ ‘ଶିକ୍ଷାଦୀକ୍ଷା ନାମକରଣ ସାର୍ଥକ ହୋଇଛି ।

ରାମ ବନବାସ’ ଗୀତିନାଟ୍ୟର କବି ବୈଷ୍ଣବ ପାଣି । ସେ ଏକାଧାରରେ ଥିଲେ ଗୀତିନାଟ୍ୟର ନାଟ୍ୟକାର, ପାଲାର ସ୍ରଷ୍ଟା ଓ ଭଜନ ଜଣାଣର ରଚୟିତା । ତାଙ୍କ ରଚିତ ଗୀତିନାଟ୍ୟଗୁଡ଼ିକ ମଧ୍ୟରେ, ‘ମେଘନାଦ ବଧ’, ‘ରଙ୍ଗସଭା’, ‘ରାମ ବନବାସ’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘କର୍ଷବଧ’, ‘ଦକ୍ଷ ଯଜ୍ଞ’ ଇତ୍ୟାଦି ପ୍ରଧାନ । ନାଟ୍ୟକୃତିରେ ପୌରାଣିକ କଥାବସ୍ତୁର ଅବତାରଣ କରାଯାଇଥିଲେ ମଧ୍ୟ ଏଥୁରେ ଦ୍ବାରି, ଡଗର ଇତ୍ୟାଦି ଚରିତ୍ର ସଂଯୋଜିତ କରି ସେମାନଙ୍କ ମାଧ୍ୟମରେ ସମାଜର ବିଭିନ୍ନ ଦିଗକୁ ବର୍ଣ୍ଣନା କରିବାର କୌଶଳ ପ୍ରୟୋଗ କରାଯାଇଛି । ଆଲୋଚ୍ୟ କବିତାରେ ମଧ୍ଯ ସମାଜକୁ ଦିଗ୍‌ଦର୍ଶନ ଦେଲାଭଳି ପ୍ରସଙ୍ଗକୁ ଅତି ଚତୁରତାର ସହିତ ଉପସ୍ଥାପନ କରାଯାଇଛି । ଏଥ‌ିରେ ଅନେକ ଚଳଣିକୁ ଶିକ୍ଷା କରିବା ଏବଂ ତାହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ପ୍ରେରଣା ଦିଆଯାଇଛି ।

ସୁତରାଂ କବିତାର ‘ଶିକ୍ଷାଦୀକ୍ଷା’ ନାମକରଣ ଯଥାର୍ଥ ମନେ ହୋଇଥାଏ । ପିତା ବହୁ ଆବେଗରେ ନିଜର ଭବିଷ୍ୟତର ସୁରକ୍ଷା ଓ ବୃଦ୍ଧ ସମୟର ସହାୟ ପାଇଁ ପୁତ୍ରକୁ ପାଳିପୋଷି ବଡ଼ କରେ । ମାତ୍ର ଅନେକ ସମୟରେ ପୁତ୍ର ବଡ଼ ହେଲାପରେ ପିତାକୁ ମର୍ଯ୍ୟାଦା ଦିଏ ନାହିଁ । ପିତାର ସୁଖଦୁଃଖର ସାଥୀ ନହୋଇ ସ୍ୱେଚ୍ଛାଚାରୀ ହୋଇଯାଏ । ସମାଜର ଏହି ଦୁର୍ବଳ ଦିଗକୁ କବି ରାମଚନ୍ଦ୍ରଙ୍କ ଚରିତ୍ରର ଉଦାହରଣ ଦେଇ ସୁଧାରିବାକୁ ଚାହିଁଛନ୍ତି । ରାମଚନ୍ଦ୍ରଙ୍କର ପିତୃଭକ୍ତି ଯେ ଅତୁଳନୀୟ ଏହା କବି ସ୍ଵୀକାର କରିଛନ୍ତି । ପିତାଙ୍କର ସତ୍ୟରକ୍ଷା ପାଇଁ ସେ ଚଉଦବର୍ଷ ବନକୁ ଯାଇଛନ୍ତି । ପିତାଙ୍କ କଥାର ମର୍ଯ୍ୟାଦା ରକ୍ଷାକରି ସେ ରାଜସିଂହାସନକୁ ଉପେକ୍ଷା କରି ବନବାସ କଷ୍ଟକୁ ଆଦରି ନେଇଛନ୍ତି । ସୁତରାଂ କବି ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । କବି ଏହା ବୁଝାଇବାକୁ ଯାଇ କହିଛନ୍ତି-

‘‘ଶିକ୍ଷା କର ପିତୃଭକ୍ତି, ଦୀକ୍ଷା କର ଏହି ନୀତି,
ଭିକ୍ଷା କର ପଛେ ସତ୍ୟ ବାଟ ନ ଛାଡ଼ ।’’

କବି ଅଯୋଧ୍ୟା ରାଜପୁରୀରେ ଯେପରି ଭ୍ରାତୃସ୍ନେହ ରହିଥିଲା, ସେହିପରି ଭ୍ରାତୃଭାବରେ ରହିଲେ ସମାଜରେ ଆଉ କୌଣସି ବିଶୃଙ୍ଖଳା ରହିବ ନାହିଁ ବୋଲି କହିଛନ୍ତି । ମାତ୍ର ସମାଜରେ ଭାଇ ଭାଇ ମଧ୍ୟରେ ପିଲାଦିନର ସ୍ନେହ, ପରବର୍ତ୍ତୀ ସମୟରେ ସ୍ଵାର୍ଥପରତାର ପ୍ରଭାବରେ ହଜି ଯାଇଥାଏ । ଭାଇ ହୁଏ ଭାଇର ଶତ୍ରୁ । କବି ରାମ, ଲକ୍ଷ୍ମଣ ଓ ଭରତଙ୍କ ଉଦାହରଣ ମାଧ୍ୟମରେ ପବିତ୍ର ଭ୍ରାତୃଭାବକୁ ଶିକ୍ଷା କରି ଏହାକୁ ଦୀକ୍ଷାରୂପେ ଗ୍ରହଣ କରିବାପାଇଁ ମାନବ ସମାଜକୁ ପରାମର୍ଶ ଦେଇ କହିଛନ୍ତି ।

ନାରୀ ହେଉଛି ପୁରୁଷର ପ୍ରେରଣାଦାତ୍ରୀ ଓ ସୁଖଦୁଃଖର ସାଥୀ । ପୁରୁଷକୁ ଦୁଃଖ ସମୟରେ ନାରୀହିଁ ସାହସ ଓ ଧୈର୍ଯ୍ୟ ଦେଇଥାଏ । ମାତ୍ର ବେଳେବେଳେ ସମାଜରେ ନାରୀ ସ୍ଵାର୍ଥସର୍ବସ୍ଵ ହୋଇ ପୁରୁଷକୁ ବିପଥଗାମୀ କରାଏ । କାନକୁହା କଥା କହି ପୁରୁଷକୁ ନିଜର କରିବାକୁ ଚେଷ୍ଟାକରେ । କୌଣସି ସମୟରେ ସେହି ପୁରୁଷ ଯଦି ଅସମର୍ଥ ହୋଇଯାଏ, ତା’ହେଲେ ନାରୀ ତାହାକୁ ଉପେକ୍ଷା କରିବାର ବହୁ ଉଦାହରଣ ରହିଛି । ପୁରୁଷର ଦୁଃଖରେ ସେ ସମଦୁଃଖୀ ନହୋଇ ବରଂ ନିଜ ସ୍ୱାର୍ଥ କଥା ଚିନ୍ତାକରେ । ସମାଜରେ ଏଭଳି ସ୍ବାର୍ଥସର୍ବସ୍ଵ ନାରୀମାନଙ୍କୁ ଶିକ୍ଷା ଦେବାପାଇଁ କବି ଜନକନନ୍ଦିନୀ ପତିବ୍ରତା ସୀତାଙ୍କର ଉଦାହରଣ ଦେଇଛନ୍ତି । ସୀତାଙ୍କ ଚିନ୍ତାଧାରାକୁ ଆପଣାର କରିପାରିଲେ ନାରୀମାନେ ଯେ ଯଶସ୍ବିନୀ ହେବେ, ଏହାକୁ କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । କବିଙ୍କ ଭାଷାରେ-

“ସାତାଠାରୁ ପତିବ୍ରତା, ଶିକ୍ଷା କର ଏହି କଥା,
ଶିଖାଇ ମହିଳାଗଶେ ସୁଯଶ ଲୋଡ଼ା”

ପିତାପୁତ୍ରର ଅନାବିଳ ସମ୍ପର୍କକୁ କବି ରାଜା ଦଶରଥ ଓ ରାମଚନ୍ଦ୍ରଙ୍କ ମାଧ୍ୟମରେ ଶିକ୍ଷା ଦେଇଛନ୍ତି । ପୁତ୍ରକୁ ଛାଡ଼ି ପିତା କେବେହେଲେ ବଞ୍ଚୁରିବ ନାହିଁ । କାରଣ ପୁତ୍ର ହିଁ ପିତାର ଭାଗ୍ୟ ଓ ଭବିଷ୍ୟତ । ପୁତ୍ରର ସୁଖରେ ପିତା ସୁଖୀ ହୁଏ । ପୁତ୍ରର ଗୌରବରେ ପିତା ଗୌରବାନ୍ବିତ ହୁଏ । ଏହି ସମ୍ପର୍କକୁ କେହି ଉପେକ୍ଷା କରିପାରିବେ ନାହିଁ । ସେହିପରି ସାଂସାରିକ ଜୀବନରେ ଅନେକ ବାଧାବିଘ୍ନ ରହିଥାଏ । ମାତ୍ର ବିପଦ ସମୟରେ କେବେହେଲେ ଧୈର୍ଯ୍ୟହରା ନ ହେବାକୁ କବି ପରାମର୍ଶ ଦେଇଛନ୍ତି । ଜାଗତିକ ମୋହମାୟାର ବଶବର୍ତ୍ତୀ ହୋଇ ରହିଲେ, ସର୍ବଦା ଦୁଃଖରେ ସମୟ ଅତିବାହିତ କରିବାକୁ ହେବ । ସେଥ‌ିପାଇଁ ଚିତ୍ତ ଦୃଢ଼ କରିବାପାଇଁ କବି ପରାମର୍ଶ ଦେଇଛନ୍ତି । ଏହିପରି ବିଭିନ୍ନ ପ୍ରସଙ୍ଗ ମାଧ୍ୟମରେ କବି ସମାଜକୁ ଶିକ୍ଷା ଦେଇଥ୍ବାରୁ କବିତାର ‘ଶିକ୍ଷାଦାକ୍ଷା’ ନାମକରଣ ସାର୍ଥକ ମନେ ହୋଇଥାଏ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

Question ୨।
ମନରେ ଅହଂକାର ରହିଲେ ଜଣେ କି କି ଅସୁବିଧାର ସମ୍ମୁଖୀନ ହେବ ସେ ସମ୍ପର୍କରେ ଅନୁଚ୍ଛେଦଟିଏ ଲେଖ ।
Answer:
ଆମର ପାପକଳୁଷିତ ସଂସାରକୁ ଯେଉଁସବୁ ବିକାର ପ୍ରଭାବିତ କରି ରଖୁଛି, ସେସବୁ ମଧ୍ୟରୁ ଅହଙ୍କାର ଅନ୍ୟତମ । ଅହଙ୍କାର ହେଉଛି, ନିଜକୁ ଅନ୍ୟଠାରୁ ବଡ଼କରି ଭାବିବା ଓ ସେହିପରି ଭାବ ନେଇ ଦେଖାଇହେବା ପ୍ରବୃତ୍ତି । ଅହଂକାରୀ ଦୃଷ୍ଟିରେ ସେ ସବୁଠାରୁ ଜ୍ଞାନୀ, ମାନୀ, ବଳଶାଳୀ ଓ ବୁଦ୍ଧିମାନ । ତା’ ମନର ଏହି ସଂକୀର୍ଣ୍ଣଭାବ ତାହାକୁ ଅହଙ୍କାରୀ କରାଇଥାଏ । ସେ କାହାକୁ ମର୍ଯ୍ୟାଦା ଦିଏ ନାହିଁ କିମ୍ବା କାହା ପାଖରେ ମୁଣ୍ଡ ନୁଆଁଇବାକୁ ଇଚ୍ଛା କରେ ନାହିଁ । ବରଂ ସେ ଭାବେ ତାହାକୁ ସମସ୍ତେ ମର୍ଯ୍ୟାଦା ଦେବେ ଏବଂ ତାହା କଥା ଅନୁସାରେ ପରିଚାଳିତ ହେବେ । ଏହା ଏକ ପ୍ରକାର

ଆସୁରୀ ସ୍ଵଭାବ । ସେହି ସ୍ଵଭାବନେଇ ଲଙ୍କାର ରାବଣ ବିପଦକୁ ବରଣ କରିଥିଲା । ତା’ର ସ୍ଵର୍ଣ୍ଣମୟ ଲଙ୍କା ଧ୍ବଂସ ହୋଇଯାଇଥିଲା । ସେହିପରି ଅତି ଅହଙ୍କାର ପ୍ରକାଶକରି କୌରବ ଶିରୋମଣି ଦୁର୍ଯ୍ୟୋଧନ ନିଜ ବଂଶନାଶର କାରଣ ହୋଇଥିଲା । ଅତି ଦାନୀଭାବ ଦେଖାଇ ହୋଇ, ଦାନୀର ଅହଙ୍କାର ପ୍ରତିପୋଷଣ କରି ବଳୀ ରାଜା ପାତାଳକୁ ଚାପି ହୋଇଯାଇଥିଲେ । ସୁତରାଂ ଅହଙ୍କାର ଆସିଲେ ମଣିଷ ଜୀବନରେ ଅବକ୍ଷୟ ଘଟିଥାଏ । ଅହଙ୍କାର ମଣିଷକୁ ଅବନତି ଆଡ଼କୁ ବାଟ କଢ଼ାଇ ଆଣେ । ପ୍ରତ୍ୟେକ କ୍ଷେତ୍ରରେ ଅହଂକାର ହିଁ ସର୍ବନାଶର କାରଣ ହୋଇଥାଏ ।

ଅହଂକାରୀ ମଣିଷ ସାମୟିକ ଭାବେ ନିଜର ପ୍ରତିଷ୍ଠା ପ୍ରକାଶ କରିପାରେ । ମାତ୍ର ତାହା ସର୍ବକାଳୀନ ମୂଲ୍ୟବୋଧ ହୋଇ ରହେନାହିଁ । ସାମାଜିକ କ୍ଷେତ୍ରରେ, ପାରିବାରିକ କ୍ଷେତ୍ରରେ ରାଜନୀତିକ କ୍ଷେତ୍ରରେ ଅହଙ୍କାର ମଣିଷକୁ ବହୁ ବିପଦରେ ପକାଇଥାଏ । ଅହଙ୍କାରୀ ମଣିଷକୁ ସାମାଜିକ କ୍ଷେତ୍ରରେ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥାଏ । ପାରିବାରିକ କ୍ଷେତ୍ରରେ ଅହଙ୍କାରୀ ବ୍ୟକ୍ତି, କେବେହେଲେ କାହାରି ମନକୁ ଜିଣିପାରି ନଥାଏ । ସେହିପରି ସମ୍ପର୍କ ସ୍ଥାପନ କ୍ଷେତ୍ରରେ, ପାରସ୍ପରିକ ବୁଝାମଣା କ୍ଷେତ୍ରରେ ଦୁଃଖପୂର୍ଣ୍ଣ ହୋଇଥାଏ । ଅହଂକାରୀର ପତନ ସୁନିଶ୍ଚିତ । ଏହା ଧ୍ରୁବ ସତ୍ୟ ।

କବି ପରିଚୟ :

ପ୍ରସିଦ୍ଧ ଗୀତିନାଟ୍ୟ ସ୍ରଷ୍ଟା ବୈଷ୍ଣବ ପାଣି କଟକ ଜିଲ୍ଲା ଅନ୍ତର୍ଗତ ମାହାଙ୍ଗା ଅଞ୍ଚଳରେ ଥିବା କୋଠପଦା ଗାଁରେ ୧୮୮୨ ମସିହାରେ କୁମାର ପୂର୍ଣ୍ଣମୀ ଦିନ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ସୁଦର୍ଶନ ପାଣି ଓ ମାତାଙ୍କ ନାମ ଚାନ୍ଦ ଦେବୀ । ବୈଷ୍ଣବ ପାଣିଙ୍କ ପିଲାଦିନର ନାମ ଥିଲା ଶତ୍ରୁଘ୍ନ । ପିଲାକାଳରେ ସେ ସାଂଘାତିକ ରୋଗରେ ପୀଡ଼ିତ ହୋଇଥିଲେ । ସେହି ରୋଗରୁ ମୁକ୍ତି କାମନା କରି ତାଙ୍କର ପିତାମାତା ତାଙ୍କୁ ଜଗନ୍ନାଥଙ୍କ ବଡ଼ଛତା ତଳେ ବୈଷ୍ଣବ କରିଦେଇଥିଲେ । ସେ ପରବର୍ତ୍ତୀ ସମୟରେ ସେହି ବୈଷ୍ଣବ ନାମରେ ପରିଚିତ ହୋଇଥିଲେ । ସେ ପିଲାଦିନରୁ ବହୁତ ଅଭାବ ଅସୁବିଧାରେ ଚଳିଥିଲେ ।

ତାଙ୍କର ପରିବାରର ଆର୍ଥିକ ଅବସ୍ଥା ତାଙ୍କର ଭଲ ନଥିଲା । ଦାରିଦ୍ର୍ୟ ହେତୁ ସେ କିଛିଦିନ ଫୁଲତୋଳା ଓ ଫୁଲଗୁନ୍ଥା କାମ କରିଥିଲେ । ସିଂହଙ୍କ ତତ୍ତ୍ୱାବଧାନରେ ରହିଥିଲେ । ସେ କିଛିଦିନ ସେଠାକାର ବିଦ୍ୟାଳୟରେ ପାଚକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ଠାଇନାଲରେ ସନ୍ତୁଷ୍ଟ ହୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କୁ ବିନା ଦରମାରେ ଚତୁର୍ଥ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବାର ସୁଯୋଗ ଦେଇଥିଲେ । ଦାରିଦ୍ର୍ୟ ହେତୁ ସେ ୧୭ ବର୍ଷ ବୟସରୁ ଷଷ୍ଠ ଶ୍ରେଣୀରୁ ଶିକ୍ଷା ପରିସମାପ୍ତି କରିଥିଲେ । ପରବର୍ତ୍ତୀ ସମୟରେ ସେ ନୃତ୍ୟଗୀତ ଓ ଯାତ୍ରା ଦଳରେ ରହି ବହୁ ପ୍ରସିଦ୍ଧି ଅର୍ଜନ କରିଥିଲେ। ସେ ୧୯୫୬ ମସିହା ବୈଶାଖ ଅମାବାସ୍ୟାରେ ଅମର ପଥର ଯାତ୍ରୀ ହୋଇଥିଲେ ।

କବି ଓ କବିତା :

ନିଜର ପ୍ରତିଭା ଓ ସାଧନା ବଳରେ ସେ ବହୁ ଗୀତିନାଟ୍ୟ, ପାଲା, ଭଜନ, ଜଣାଣ ଇତ୍ୟାଦି ରଚନା କରିଯାଇଛନ୍ତି । ତାଙ୍କ ରଚନାର ଲାଳିତ୍ୟ, ଉପଯୁକ୍ତ ଶବ୍ଦ ସଂଯୋଜନା ପାଠକ ତଥା ଦର୍ଶକଙ୍କୁ ବିମୋହିତ କରିଥାଏ । ଓଡ଼ିଆ ସାହିତ୍ୟରେ ବୈଷ୍ଣବ ପାଣି ‘ଗଣକବି’ ଭାବରେ ପରିଚିତ । ‘ମେଘନାଦ ବଧ’ ତାଙ୍କର ପ୍ରଥମ ଓ ସଫଳ ଗୀତିନାଟ୍ୟ । ପରବର୍ତ୍ତୀ ସମୟରେ ସେ ‘ରଙ୍ଗସଭା’, ‘କାର୍ଲବୀର୍ଯ୍ୟ ସଂହାର’, ‘ପ୍ରହ୍ଲାଦ ଚରିତ’, ‘ରାମ ବନବାସ’, ‘କର୍ଣ୍ଣବଧ’, ‘ଦକ୍ଷଯଜ୍ଞ’ ପ୍ରଭୃତି ଲୋକପ୍ରିୟ ଗୀତିନାଟ୍ୟମାନ ରଚନା କରିଥିଲେ । ଉକ୍ତ କବିତାଟି କବିଙ୍କର ‘ରାମ ବନବାସ’ ଗୀତିନାଟ୍ୟରୁ ସଂଗୃହୀତ । ଏଥିରେ ପିତାପୁତ୍ର, ଭାଇଭାଇର ସମ୍ପର୍କ, ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବର୍ଣ୍ଣିତ । ସତ୍ୟନିଷ୍ଠା, ଅହଙ୍କାରଶୂନ୍ୟତା, ନାରୀର ପତିଭକ୍ତି ଓ ଭଗବତ୍ ପ୍ରେମର ମହିମା ବଣ୍ଠତ ।

କବିତାର ପୃଷ୍ଠଭୂମି:

ମର୍ଯ୍ୟାଦା ପୁରୁଷୋତ୍ତମ ରଘୁବାର ରାମଚନ୍ଦ୍ରଙ୍କର ମାନବାୟ ଲାଳା ବର୍ଣ୍ଣନା କରିବା ଅବକାଶରେ ‘ଶିକ୍ଷାଦାକ୍ଷା’ କବିତାରେ ଅବତାରଣା କରାଯାଇଛି। ଅଯୋଧ୍ୟାର ରାଜା ଦଶରଥଙ୍କର କୋଷ୍ଠପୁତ୍ର ରାମଚନ୍ଦ୍ର ପିତୃସତ୍ୟ ପାଳନ ପାଇଁ ବନଗମନ କରିଥିଲେ । ତାଙ୍କ ସଙ୍ଗରେ ଥିଲେ ଜନକନନ୍ଦିନୀ ପତିବ୍ରତା ସୀତା ଓ ଆଜ୍ଞାବହ ଅନୁଜ ଲକ୍ଷ୍ମଣ । ରାମଚନ୍ଦ୍ର ଯେତେବେଳେ ବନଗମନ କରିଥିଲେ, ସେତେବେଳେ ଭରତ ମାମୁଘରେ ଥିଲେ । ରାମଙ୍କର ବନଗମନ ଦୁଃଖକୁ ଦଶରଥ ସହ୍ୟ କରିପାରି ନଥିଲେ ।

ସେ ଦୁଃଖରେ ଭାଙ୍ଗିପଡ଼ି ରାମଚନ୍ଦ୍ରଙ୍କ ଗୁଣ ସ୍ମରଣ କରି ମୃତ୍ୟୁବରଣ କରିଥିଲେ । ପିତାଙ୍କ ମୃତ୍ୟୁ ସମ୍ବାଦ ଶୁଣି ଭରତ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଅଯୋଧ୍ୟାରେ ପହଞ୍ଚି ଭରତ ସବୁକଥା ଜାଣିବାକୁ ପାଇଲେ । ଶ୍ରୀରାମଙ୍କୁ ଫେରାଇ ଆଣିବାପାଇଁ ସେ ତାଙ୍କ ଅନ୍ଵେଷଣରେ ବନକୁ ଗମନ କରିଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ଭରତଙ୍କର ଭାଇମାନଙ୍କ ସହିତ ଦେଖା ହୋଇଥିଲା । ଅଯୋଧ୍ୟା ଫେରିବା ଲାଗି ଭରତ, ରାମଚନ୍ଦ୍ରଙ୍କୁ ବହୁପ୍ରକାର ଅନୁନୟ ବିନୟ କରିଥିଲେ ।

ମାତ୍ର ରାମଚନ୍ଦ୍ର ପିତୃ ସତ୍ୟ ରକ୍ଷାକରି ବନକୁ ଆସିଥିବାରୁ କୌଣସି ପ୍ରକାରେ ଅଯୋଧ୍ୟାକୁ ଫେରିପାରିବେ ନାହିଁ ବୋଲି କହିଥିଲେ । ନିଜ ସାନଭାଇ ଭରତଙ୍କ ପ୍ରତି ରାମଚନ୍ଦ୍ରଙ୍କ ଅନ୍ତରରେ ବହୁତ ସ୍ନେହ ଥିଲା । ସେଥିପାଇଁ ସେ ବାଧ୍ୟହୋଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ବାଧ୍ୟହେ।ଇ ସାନଭାଇ ଭରତଙ୍କୁ ନିଜର ପାଦୁକା ପ୍ରଦାନ କରିଥିଲେ । ବହୁପ୍ରକାର ବୁଝାଇ ଶୁଝାଇ ସେ ଭରତଙ୍କୁ ଅଯୋଧ୍ୟା ଫେରାଇ ଦେଇଥିଲେ । ରାମଚନ୍ଦ୍ରଙ୍କ ପାଦୁକାକୁ ସିଂହାସନରେ ସ୍ଥାପନ କରି ଭରତ ରାମଚନ୍ଦ୍ରଙ୍କର ସେବକ ଭାବରେ ଚଉଦ ବର୍ଷକାଳ ରାଜ୍ୟଶାସନ କରିଥିଲେ । ରାମାୟଣ ବର୍ଣ୍ଣିତ ଏହି ଶିକ୍ଷଣୀୟ କଥାବସ୍ତୁ ଉପରେ କବିତାଟି ରଚନା କରାଯାଇଛି ।

BSE Odisha 8th Class Odia Solutions Chapter 3 ଶିକ୍ଷାଦୀକ୍ଷା

କବିତାର ସାରକଥା :

କବି ପୌରାଣିକ କଥାବସ୍ତୁର ବର୍ଣନା କରିଥିଲେ ହେଁ ଅଯୋଧାର ପାରିବାରିକ ସ୍ନେହ, ପ୍ରେମ, ଆନ୍ତରିକତା ଆଦିର ମୂଲ୍ୟବୋଧକୁ ଯଥାର୍ଥ ଭାବରେ ମୂଲ୍ୟାୟନ କରିଛନ୍ତି ।

(୧) ପିତୃଭକ୍ତି : ରଘୁବୀର ରାମଚନ୍ଦ୍ରଙ୍କର ପିତୃଭକ୍ତି ଥିଲା ଅତୁଳନୀୟ । ପିତାଙ୍କର ସତ୍ୟ ରକ୍ଷା କରିବାପାଇଁ ସେ. ଚଉଦବର୍ଷ ବନକୁ ଯାଇଥିଲେ । ରାମଚନ୍ଦ୍ର ରାଜସିଂହାସନରେ ଅଭିଷିକ୍ତ ହେବା ପୂର୍ବରୁ ମାତା କୈକେୟୀ, ଦାସୀ ମନ୍ଥରାର ପ୍ରରୋଚନାରେ ଦଶରଥଙ୍କୁ ସତ୍ୟପାଳନ କରିବାପାଇଁ ବାଧ୍ୟ କରିଥିଲେ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ସେ ଦଶରଥଙ୍କୁ ଦୁଇଟି ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଚଉଦବର୍ଷ ବନବାସ ଯିବେ ଏବଂ ଦ୍ବିତୀୟ ବରରେ ତାଙ୍କ ପୁତ୍ର ଭରତ ସିଂହାସନ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ । ସେ କାହାରି କଥାକୁ ନମାନି ବନକୁ ଆରୋହଣ କରିବେ । ଦଶରଥଙ୍କ ସତ୍ୟ ପାଳନ ପାଇଁ ରାମଚନ୍ଦ୍ର ପ୍ରସ୍ତୁତ ହୋଇଥିଲେ ।

ସେ କାହାରି କଥାକୁ ନମାନି ବନକୁ ଯିବ।ପାଇଁ ପ୍ରସ୍ତୁତ ହୋଇଥିଲେ । ରାମଚନ୍ଦ୍ରଙ୍କ ପରି ପିତୃଭକ୍ତ ହେବାପାଇଁ କବି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ପିତୃଭକ୍ତି ପାଇଁ ଆବଶ୍ୟକ ହେଲେ ଭିକ୍ଷା କରିବାକୁ ବି ସେ ପଛେଇବ ନାହିଁ । କାରଣ ପିତା ହେଉଛନ୍ତି ସମସ୍ତ ଧର୍ମର ନିୟାମକ, ପିତା ହେଉଛନ୍ତି ସ୍ୱର୍ଗ । ସେହି ପିତାଙ୍କର ସେବା କଲେ, ପିତାଙ୍କୁ ଭକ୍ତିକଲେ ଓ ତାଙ୍କ ପାଇଁ ଜୀବନ ଉତ୍ସର୍ଗ କଲେ, ସବୁ ଦେବତାଙ୍କ ଆଶୀର୍ବାଦ ସେ ଲାଭ କରିପାରିବ । ସୁତରାଂ ସେ ପିତୃଭକ୍ତି ରୂପକ ବାଟରୁ କେବେହେଲେ ବିଚ୍ୟୁତ ହେବ ନାହିଁ କିମ୍ବା ଜୀବନରେ କେବେ ସତ୍ୟପଥରୁ ବିଚ୍ୟୁତ ହେବ ନାହିଁ ।

(୨) ଭ୍ରାତୃସ୍ନେହ : ଅଯୋଧ୍ୟା ରାଜପରିବାରରେ ଭାଇ ପ୍ରତି ଭାଇର ସ୍ନେହ ଥିଲା ଅଧ୍ଵ । ରଘୁବୀର ରାମଚନ୍ଦ୍ର ଯେତେବେଳେ ରାଜପୁରୀ ଓ ରାଜସୁଖକୁ ଉପେକ୍ଷାକରି ପିତୃସତ୍ୟ ପାଳନ ପାଇଁ ଚଉଦବର୍ଷ ବନକୁ ଯିବାକୁ ବାହାରିଲେ, ତାଙ୍କ ସହିତ ଅନୁଜ ଲକ୍ଷ୍ମଣ ବନକୁ ଯିବାପାଇଁ ଇଚ୍ଛା କରିଥିଲେ । ତାଙ୍କୁ ସାଙ୍ଗରେ ବନକୁ ନେବାପାଇଁ ଅଗ୍ରଜ ରାମଚନ୍ଦ୍ରଙ୍କୁ ସେ ଅନୁରୋଧ କରିଥିଲେ । ତାଙ୍କ ସୁଖଦୁଃଖର ସାଥୀ ହୋଇ ରହିବାକୁ ସେ ଚାହିଁଥିଲେ । ପୁନଶ୍ଚ ରାମଚନ୍ଦ୍ର ବନକୁ ଯିବା ସମୟରେ ଭରତ ମାମୁଘରେ ଥିଲେ । ସେ ରାଜପୁରୀକୁ ଫେରି ସବୁବିଷୟ ଜାଣିବା ପରେ ଦୁଃଖ ପ୍ରକାଶ କରିଥିଲେ । ରାମଚନ୍ଦ୍ରଙ୍କୁ ବନରୁ ଫେରାଇ ଆଣିବାପାଇଁ ସେ ଅରଣ୍ୟକୁ ଯାଇଥିଲେ । ଚିତ୍ରକୂଟ ନାମକ ସ୍ଥାନରେ ତାଙ୍କର ଭାଇଙ୍କ ସହିତ ଦେଖାହୋଇଥିଲା ।

ଅଯୋଧ୍ୟା ଫେରିବା ଲାଗି ଭରତ ରାମଚନ୍ଦ୍ରଙ୍କୁ ବହୁତ ଅନୁରୋଧ କରିଥିଲେ । ମାତ୍ର ରାମଚନ୍ଦ୍ର ଅରଣ୍ୟରୁ ଆଉ ରାଜପୁରୀକୁ ଫେରି ନଥିଲେ । ତଥାପି ନିଜ ସାନଭାଇ ଭରତ ପ୍ରତି ଅଧ୍ବକ ସ୍ନେହ ଥ‌ିବାରୁ ଶ୍ରୀରାମ ନିଜର ପାଦୁକା ଦୁଇଟି ତାଙ୍କୁ ଦେଇଥିଲେ । ଶ୍ରୀରାମଙ୍କ ପାଦୁକାକୁ ସିଂହାସନରେ ସ୍ଥାପନକରି ଭରତ ଶ୍ରୀରାମଙ୍କ ସେବକ ଭାବରେ ଚଉଦବର୍ଷ କାଳ ରାଜ୍ୟଶାସନ କରିଥିଲେ । ସୁତରାଂ ରାମ, ଲକ୍ଷ୍ମଣ ଓ ଭରତଙ୍କ ଭିତରେ ଯେଭଳି ପବିତ୍ର ଭ୍ରାତୃସ୍ନେହ ରହିଥିଲା, ସେହିଭଳି ସ୍ନେହ ସୂତ୍ରରେ ଭାଇ ଭାଇ ସମ୍ପର୍କକୁ ଦୃଢ଼ କରିବାକୁ କବି ମନୁଷ୍ୟକୁ ପରାମର୍ଶ ଦେଇଛନ୍ତି । ନିଜ ମନରୁ ଅହଂଭାବ ଦୂର ହେଲେ ଏଭଳି ଭ୍ରାତୃସ୍ନେହ ସମ୍ଭବ ବୋଲି କବି ପ୍ରକାରାନ୍ତରେ କହିଥିଲେ ।

(୩) ପତିବ୍ରତାଭାବ : ସୀତା ଥିଲେ ପତିବ୍ରତା ରମଣୀ । ପତିଙ୍କୁ ସୁଖଦୁଃଖକୁ ସେ ନିଜର ମନ, ବଚନ ଓ କର୍ମରେ ମିଶାଇ ଦେବାକୁ ଚାହିଁଥିଲେ । ଜନକ ରାଜାଙ୍କର ଝିଅ ଭାବରେ ଅତି ଅଲିଅଳୀ ହୋଇଥିଲେ ବି ସେ ସ୍ଵାମୀଙ୍କ ସହିତ ବନକୁ ଯିବାକୁ ଇଚ୍ଛା କରିଥିଲେ। ପିତୃସତ୍ୟ ପାଳନପାଇଁ ରାମଚନ୍ଦ୍ର ଚାମଚନ୍ଦ୍ର ଚଉଦବର୍ଷ ବନବାସ ଯିବାକୁ ବାହାରିଥ୍ଲାବେଳେ ସାତା ତାଙ୍କ ସହିତ ବନକୁ ଯିବାପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ସ୍ଵାମୀଙ୍କୁ ଅନୁରୋଧ କରିଥିଲେ ତାଙ୍କୁ ସାଙ୍ଗରେ ନେବାପାଇଁ । ରାମଚନ୍ଦ୍ର ସୀତାଙ୍କୁ ବହୁତ ବୁଝାଇଥିଲେ ବି ସୀତା କୌଣସିଥ୍‌ରେ ରାଜି ହୋଇନଥିଲେ । ସ୍ଵାମୀଙ୍କ ବିନା ରାଜପୁରୀରେ ରହିବା ତାଙ୍କ ପାଇଁ ଅସମ୍ଭବ ଥିଲା । ସ୍ଵାମୀଙ୍କ ବ୍ୟତୀତ ରାଜପୁରୀ ସୁଖ ତାଙ୍କୁ ତୁଚ୍ଛ ମନେ ହୋଇଥିଲା ।

ପତିବ୍ରତା ଭାବରେ ସେ ସ୍ଵାମୀଙ୍କ ସହିତ ବନଗମନ କରିଥିଲେ । ସ୍ଵାମୀଙ୍କର ପାଖେ ପାଖେ ରହି ସ୍ଵାମୀଙ୍କ ବନବାସ ଦୁଃଖ ଦୂର କରିବାପାଇଁ ଚାହିଁଥିଲେ । ସୀତାଙ୍କ ପତିବ୍ରତା ଭାବକୁ ମହିଳାମାନେ ଅନୁସରଣ କରିବେ ବୋଲି କବି ପରାମର୍ଶ ଦେଇଛନ୍ତି । ସେଭଳି ଭାବ ପ୍ରକାଶଦ୍ୱାରା ମହିଳାମାନେ ନିଶ୍ଚୟ ଯଶସ୍ବିନୀ ହେବେ ବୋଲି କବି କହିଛନ୍ତି । ସମାଜରେ କିପରି ନାରୀମାନେ ସ୍ୱାମୀଙ୍କ ସୁଖଦୁଃଖରେ ଭାଗୀ ହୋଇ ନିଜର ଜୀବନ ଧନ୍ୟ କରିବେ ସେ ସମ୍ପର୍କରେ କବି ପରମର୍ଶ ଦେଇଛନ୍ତି।

(୪) ପୁତ୍ର ସ୍ନେହ : ରାଜା ଦଶରଥ କୌଣସି ଏକ ଦୁର୍ବଳ ମୁହୂର୍ଭରେ ରାଣୀ କୈକେୟୀଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦୁଇଟି ବର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । କୈକେୟୀ ସେହି ସୁବିଧାକୁ ଆଧାର କରି ଦାସୀ ମନ୍ଥରାର କୁପରାମର୍ଶରେ ରାଜାଙ୍କୁ ବର ମାଗିଥିଲେ । ପ୍ରଥମ ବରରେ ରାମଚନ୍ଦ୍ର ଅଯୋଧ୍ୟାର ରାଜା ନହୋଇ ଚଉଦବର୍ଷ ବନବାସ ଯିବେ ଏବଂ ଦ୍ଵିତୀୟ ବରରେ ତାଙ୍କ ପୁତ୍ର ଭରତ ଅଯୋଧ୍ୟାର ରାଜା ହୋଇପଡ଼ିଲେ । ଦଶରଙ୍କ ହୃଦୟ ବିଦୀର୍ଣ୍ଣ ହୋଇଗଲା । ଏଭଳି ବର ସେ । ଦେଇପାରିବେ ନାହିଁ ବୋଲି ରାଣୀ କୈକେୟୀଙ୍କୁ ଅନୁରୋଧ କଲେ । ମାତ୍ର କୈକେୟୀ ରାଜା ଦଶରଥଙ୍କ କୌଣସି କଥା ଶୁଣିବାକୁ ରାଜିହେଲେ ନାହିଁ । ଏହି ଖବର ପୁତ୍ର ସେ ପ୍ରସ୍ତୁତ ହେଲେ । ରାମଙ୍କ ସହିତ ପତ୍ନୀ ସୀତା ଓ ଭ୍ରାତା ଲକ୍ଷ୍ମଣ ମଧ୍ୟ ବନକୁ ଯିବାକୁ ବାହାରିଲେ । ଏଭଳି ଖବର ପାଇ ଦଶରଥ ଅସୁସ୍ଥ ହୋଇପଡ଼ିଲେ । ରାମ ବିନା ବଞ୍ଚିପାରିବେ ନାହିଁ ବୋଲି କୈକେୟୀଙ୍କୁ କହିଲେ । ମାତ୍ର ତାଙ୍କ ହୃଦୟର ବ୍ୟଥାକୁ କେହି ବୁଝିବାକୁ ଚେଷ୍ଟା କରିନଥିଲେ ।

ପୁତ୍ର ପାଇଁ ଯଜ୍ଞ କରାଇ ସେ ବହୁ ଦିନ ପରେ ପୁତ୍ର ପାଇଥିଲେ । ସେହି ପୁତ୍ରକୁ ବନକୁ ପଠାଇ ସେ ଆଉ ଧୈର୍ଯ୍ୟ ଧରି ପାରିନଥିଲେ । ପିତା ପାଇଁ ପୁତ୍ର ହେଉଛି ସବୁକିଛି । ପୁତ୍ରପ୍ରାପ୍ତି ନିମନ୍ତେ ସେ ପତ୍ନୀ ଗ୍ରହଣ କରେ । ପୁତ୍ର ପାଇଁ ତା’ର ସାଂସାରିକ ଜୀବନ ପୂର୍ଣାଙ୍ଗ ହୁଏ । ସେହି ପୁତ୍ରକୁ ଛାଡ଼ି ଦଶରଥ ମାନସିକ ଯନ୍ତ୍ରଣାରେ ଘାରିହେଲେ । ଶେଷରେ ସେହି ପୁତ୍ରକୁ ଝୁରି ଝୁରି ଓ ପୁତ୍ର ସ୍ନେହକୁ ସ୍ମରଣ କରି ସେ ପରପାରିକୁ ଚାଲିଗଲେ । କବିଙ୍କ ମତରେ ପିତା ପୁତ୍ରର ସ୍ନେହ କେତେ ନିବିଡ଼ ତାହା କେହି କହିପାରିବେ ନାହିଁ । ସ୍ନେହରୂପକ ବାଡ଼କୁ ଭାଙ୍ଗି ଦେଇ ପୁତ୍ରହୀନ ଭାବରେ କେହି ବଞ୍ଚିପାରିବେ ନାହିଁ । ବାସ୍ତବରେ କବିଙ୍କର ଏଭଳି ଚିନ୍ତାଧାରା ବେଶ୍ ହୃଦୟଗ୍ରାହୀ ।

(୫) ସଂସାରୀଙ୍କ ପାଇଁ ଚେତାବନୀ : ସଂସାରୀ ମଣିଷ ପାଇଁ ସଂସାର ହେଉଛି ସବୁକିଛି । ସେ ସ୍ତ୍ରୀ, ପୁତ୍ର ପାଇଁ ସବୁବେଳେ ସୁଖ ବା ଦୁଃଖ ଭୋଗକରେ । ସେମାନଙ୍କୁ ସୁଖରେ ରଖିବାପାଇଁ ଯେକୌଣସି ଦୁଃଖକଷ୍ଟକୁ ସେ ବରଣ କରିନେବାପାଇଁ ପ୍ରସ୍ତୁତ ହୋଇଥାଏ । ଯଦି ଦେବତା ଧରାପୃଷ୍ଠରେ ଜନ୍ମନେଇ ସାଂସାରିକ ଜୀବନଯାପନ କରନ୍ତି, ତା’ହେଲେ ସେ ମଧ୍ଯ ଜାଗତିକ ବାଧା ବନ୍ଧନରୁ ଦୂରେଇ ରହିପାରିବେ ନାହିଁ । ସମୟାନୁସାରେ ତାଙ୍କୁ ମଧ୍ୟ ଦୁଃଖ ବା ସୁଖ ଭୋଗ କରିବାକୁ ହୋଇଥାଏ। ଯେତେ ସାବଧାନରେ ପାଦ ପକାଇ ଆଗକୁ ଆଗକୁ ଚାଲିଲେ ବି ଯେକୌଣସି ସମୟରେ ସଂସାର

ରୂପକ ଖସଡ଼ା ରାସ୍ତାରେ ତାଙ୍କ ପାଦ ଖସିଯିବାର ସମ୍ଭାବନା ରହିଥାଏ । ଏହି ପରିପ୍ରେକ୍ଷୀରେ ମନକୁ ଦୃଢ଼ କରିବାକୁ ହେବ। ପରିସ୍ଥିତିକୁ ସମ୍ମୁଖୀନ ହେବାପାଇଁ ସାହସ ସଞ୍ଚୟ କରିବାକୁ ପଡ଼ିବ । ମନ ଦୃଢ଼ ନକଲେ ମନରେ ଅଶାନ୍ତି ଲାଗିରହିବ । ମାୟାମୋହ ଜାଲରେ ଛନ୍ଦି ହୋଇ ଜୀବନ ହା ହୁତାଶରେ ସନ୍ତୁଳିତ ହେବ । କବି ଏପରି ପରିସ୍ଥିତିରେ ନିଜ ଚିତ୍ତକୁ ଦୃଢ଼ କରିବାପାଇଁ ଚେତାବନୀ ଶୁଣାଇଛନ୍ତି । କାରଣ ମନକୁ ସ୍ଥିର ଓ ଚିତ୍ତକୁ ଦୃଢ଼ ନକଲେ ସଂସାରୀ ମଣିଷ କେବେହେଲେ ନିଜକୁ ଯଥାର୍ଥ ବାଟରେ ପରିଚାଳିତ କରିପାରିବ ନାହିଁ ।

(୬) କବିଙ୍କର ଭକ୍ତିଭାବ : ବୈଷ୍ଣବ ପାଣି ପିଲାଦିନରୁ ବୈଷ୍ଣବ ହୋଇଥିଲେ । ଜଗନ୍ନାଥ, ରାମ, କୃଷ୍ଣଙ୍କ ପାଖରେ ତାଙ୍କ ମନ ଥିଲା ସମର୍ପିତ । ତାଙ୍କର ପ୍ରାଣକୁ ସେ ଉତ୍ସର୍ଗ କରିଥିଲେ ସେହି ବିଷ୍ଣୁଙ୍କ ପାଦକମଳରେ । କବିତାର ଶେଷରେ ସେ ଦର୍ଶକମାନଙ୍କୁ ସମ୍ବୋଧନ କରିଛନ୍ତି । ଦର୍ଶକମାନେ ରାମରସରେ ତଲ୍ଲୀନ ହେଲେ ତାଙ୍କର ଶ୍ରମ ଯେ ସାର୍ଥକ ହେବ, ଏହା ସେ ସ୍ୱୀକାର କରିଛନ୍ତି । ରାମଙ୍କର ପଦପଙ୍କଜରେ କର ଯୋଡ଼ିଲେ ଜୀବନରେ କୌଣସି ଦୁଃଖ ଅବସାଦ ରହିବ ନାହିଁ ବୋଲି କବି ପ୍ରକାରାନ୍ତରେ ସ୍ବୀକାର କରିଛନ୍ତି । ସ୍ୱାଭାବିକ ଭାବେ କବିର ବିନୟ ଭାବ ନେଇ ବୈଷ୍ଣବ ପାଣି ନିଜକୁ ମୂଢ଼ ବୋଲି କହିଛନ୍ତି । ସେହି ରାମଚନ୍ଦ୍ରଙ୍କ ନିକଟରେ ସେ ଦାସ ବା ସେବାକାରୀ ହେବାପାଇଁ ଆଶା କରିଛନ୍ତି । ଯେଉଁ ରାମ ନାମକୁ ସ୍ମରଣ କରି ମହାବୀର ହନୁମାନ ଲଙ୍କାର ଅଭେଦ୍ୟ ଦୁର୍ଗକୁ ଜୟ କରିପାରିଲା, ସେହି ରାମନାମ ହିଁ ତାଙ୍କ ପାଇଁ ସବୁକିଛି ବୋଲି କବି ଦୃଢ଼ଭାବରେ କହିଛନ୍ତି ।

ସୂଚନା ଓ କଠିନ ଶବ୍ଦାର୍ଥ :

  • ଣିତୃଭକ୍ତ – ପିତାଙ୍କ ପ୍ରତି ଉତ୍ସର୍ଗ ଭାବ ।
  • ଦ।କ୍ଷା – ଦୃଢ଼ ସଂକଳ୍ପ / ଯାହାକୁ ଧେୟ ରୂପେ ଗ୍ରହଣ କରାଯାଏ ।
  • କେମନ୍ତେ – କିପରି
  • ବୃଥା – ମୂଲ୍ୟହୀନ / ଅଯଥା ।
  • ଅହଂକାର – ଗର୍ବ / ନିଜକୁ ବଡ଼ ବୋଲି ମନେକରିବା ।
  • ନରେ – ଲୋକମାନେ ।
  • ପତିବ୍ରତା – ଯେଉଁ ନାରୀ ପତି କୁ ଖୁବ୍ ଭଲପାଏ ଓ ନିଜର ହୃଦୟକୁ ପତି ସୁଖ ପାଇଁ ଉତ୍ସର୍ଗ କରେ / ବ୍ରତ ଆଚରଣ କଲା ପରି ପତିକୁ ସଦା ଭକ୍ତି କରୁଥିବା ନାରା
  • ମହଳା – ନାରା।
  • ସୁଯଶ – ସୁଖ୍ୟାତି ।
  • ଲୋଡ଼ – ଅନୁସରଣ କର | ଖୋଜ ।
  • ବିନେ – ବ୍ୟତୀତ ।
  • ଗୂଢ଼ – ଅପ୍ରକାଶିତ | ଗୁପ୍ତ ।
  • ସ୍ନେହବାଢ଼ – ସ୍ନେହରୂପକ ସନ୍ଧନା
  • ପାଡ଼ନା – ଦୁଃଖ ଦିଅ ନାହିଁ ।
  • କଡ଼ି – ସାମିଲ୍ କରି / ମିଶାଇ ଦେଇ ।
  • ମାୟା – ଭ୍ରାନ୍ତି / ଛଳନା
  • ମୋହ – ଆସକ୍ତି ।
  • ଦୃଢ଼ – ସ୍ଥିର / ଟାଣ ।
  • ତଦତଙ୍କଜ – ସଦରୂପକ କମଲା
  • ମୂଢ଼ – ଜ୍ଞାନହୀନ / ନିର୍ବୋଧ ।
  • ଆଶ – ଆଶା / ଅଭିଳାଷ ।
  • ଦାସ – ସେବକ ।
  • ହନୁ – ହନୁମାନ, ରାମଙ୍କ ଦୂତ ।
  • ସୁବର୍ଣ୍ଣଗଡ଼ – ସୁନାରେ ତିଆରି ଲଙ୍କା ନଗରୀ ।.

କେତୋଟି ନୂତନ ଶବ୍ଦ ଓ ତା’ର ଅର୍ଥ :

  • କେଡେ – କେତେ ଅଧ୍ଵ
  • ବିଘ୍ନ – ଅନ୍ତରାୟ /ଅସୁବିଧା
  • ଧ୍ୟାୟି – ଧ୍ୟାନ କରି / ମନରେ ଚିନ୍ତାକରି
  • ସୁଯଶ – ଯଶସ୍ଵା
  • ଚିତ୍ତ – ମନରେ

CHSE Odisha Class 12 Economics Chapter 12 Short Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 12 ଜାତୀୟ ଆୟ Short Answer Questions.

CHSE Odisha 12th Class Economics Chapter 12 Short Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

1. ଜାତୀୟ ଆୟ କ’ଣ ?
Answer:
କୌଣସି ଏକ ନିର୍ଦ୍ଦିଷ୍ଟ ବର୍ଷରେ ଏକ ଅର୍ଥବ୍ୟବସ୍ଥାରେ ଉତ୍ପାଦିତ ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ଉକ୍ତ ଅର୍ଥବ୍ୟବସ୍ଥାର ଜାତୀୟ ଆୟ କୁହାଯାଏ । ପ୍ରକାରାନ୍ତରେ ଜାତୀୟ ଆୟ ମଜୁରି, ଅଧୂଶେଷ, ସୁଧ ଓ ଲାଭର ସମଷ୍ଟି । ଅର୍ଥାତ୍ ଏକ ଦେଶରେ ଏକ ଗଣନ ବର୍ଷର ଦ୍ଵୈତ ଗଣନା ନ ହୋଇ ଉତ୍ପାଦିତ ହେଉଥ‌ିବା ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟକୁ ଜାତୀୟ ଆୟ କୁହାଯାଏ ।

2. ମୋଟ ଦେଶୀୟ ଉତ୍ପାଦ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ସମୟର ଅବଧି ମଧ୍ଯରେ ଚୂଡ଼ାନ୍ତ ଭାବେ ଉତ୍ପାଦନ କରାଯାଉଥ‌ିବା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ଅତଏବ ମୋଟ ଦେଶୀୟ ଉତ୍ପାଦ କହିଲେ କୌଣସି ରାଷ୍ଟ୍ର ମଧ୍ୟରେ ରାଷ୍ଟ୍ରର ନାଗରିକ ଓ ବିଦେଶୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ବୁଝାଏ । କେତେକ ଦେଶରେ ଜାତୀୟ ଆୟ ମୋଟ ଜାତୀୟ ଉତ୍ପାଦ ମଧ୍ଯରେ ପାର୍ଥକ୍ୟ ବିଚାର କରାଯାଏ ନାହିଁ ।

3. ଅବକ୍ଷୟ ପରିବ୍ୟୟ ବ୍ୟବସ୍ଥା କ’ଣ ?
Answer:
ସ୍ଵାଭାବିକ କ୍ଷୟକ୍ଷତି ଏବଂ ଅପ୍ରଚଳନଜନିତ ଉତ୍ପାଦନ କ୍ଷେତ୍ରରେ ସ୍ଥିର ପୁଞ୍ଜି ରୂପକ ପରିସମ୍ପତ୍ତିର ମୂଲ୍ୟ ହ୍ରାସ ପାଏ । ପ୍ରତ୍ୟେକ ଉତ୍ପାଦନକାରୀ ସ୍ଥିର ପୁଞ୍ଜି ପରିସମ୍ପତ୍ତିକୁ ଅକ୍ଷତ ରଖିବାପାଇଁ ଯନ୍ତ୍ରପାତି, କଳକବ୍‌ଜା ଆଦିର କ୍ଷୟକ୍ଷତି ଭରଣା କରିବାପାଇଁ ପଦକ୍ଷେପ ନେଇଥା’ନ୍ତି । ଏଥ‌ିପାଇଁ ଉଦ୍ୟୋକ୍ତା କିଛି ବ୍ୟୟ କରିଥା’ନ୍ତି ଯାହା ଅବକ୍ଷୟ ପରିବ୍ୟୟ ନାମରେ ପରିଚିତ ।

4. ଘରୋଇ ଆୟ କ’ଣ ?
Answer:
ଦେଶର ସମସ୍ତ ନ୍ୟାୟୋଚିତ ସୂତ୍ରରୁ ଅର୍ଜନ କରାଯାଉଥିବା ଆୟ ବା ସମସ୍ତ ବ୍ୟକ୍ତିଙ୍କର ଆୟକୁ ଘରୋଇ ଆୟ କୁହାଯାଏ । ଉତ୍ପାଦନ ପରିବ୍ୟୟରେ ନିଟ୍ ଦେଶୀୟ ଉତ୍ପାଦ, ହସ୍ତାନ୍ତରଣ ପ୍ରାପ୍ୟ, ବିଦେଶରୁ ଅର୍ଜନ କରାଯାଉଥୁବା ନିଟ୍ ଉତ୍ପାଦନ ଆୟ ଏବଂ ଆଭ୍ୟନ୍ତରୀଣ ଋଣ ଉପରେ ମିଳୁଥିବା ସୁଧ, ସାମାଜିକ ନିରାପତ୍ତା ଖର୍ଜ, ଲାଭାଂଶ ଏବଂ ରାଷ୍ଟ୍ରାୟତ୍ତ ସଂସ୍ଥାରୁ ମିଳୁଥ‌ିବା ଉଦ୍‌ବୃତ୍ତ ଅଂଶକୁ ବାଦେଇ ଘରୋଇ ଆୟ ସ୍ଥିର କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

5. ବ୍ୟବହାରଯୋଗ୍ୟ ଆୟ କ’ଣ ?
Answer:
ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ `କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ । ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ ।

6. ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ, ରାଷ୍ଟ୍ରର ବ୍ୟକ୍ତିବିଶେଷ ବାସ୍ତବରେ ଯେଉଁ ମୌଦ୍ରିକ ଆୟ କରିଥା’ନ୍ତି ତାହାକୁ ବ୍ୟକ୍ତିଗତ ଆୟ କୁହାଯାଏ । ଜାତୀୟ ଆୟ ଆକଳନବେଳେ ଏଭଳି କିଛି ଆୟ ହିସାବକୁ ନିଆଯାଏ ଯେଉଁଗୁଡ଼ିକ ଅର୍ଜିତ ହୋଇଥିଲେ ମଧ୍ୟ ପ୍ରାପ୍ତ ହୋଇ ନଥାଏ । ସେଗୁଡ଼ିକ ହେଲା ସାମାଜିକ ନିରାପତ୍ତା ଦେୟ, ଆବଣ୍ଟିତ ଲାଭ, କର୍ପୋରେଟ କର ଇତ୍ୟାଦି । ପୁନଶ୍ଚ, ଜାତୀୟ ଆୟରେ କେତେକ ଆୟ ସାମିଲ ହୋଇ ନଥାଏ ଯେଉଁଗୁଡ଼ିକ ଅର୍ଜିତ ହୋଇନଥିଲେ ମଧ୍ୟ ପ୍ରାପ୍ତ ହୋଇଥାଏ । ସେଗୁଡ଼ିକ ହେଲା ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା ଇତ୍ୟାଦି ଭଳି ଅନ୍ତରଣ ଦେୟ । ତେଣୁ ବ୍ୟକ୍ତିଗତ ଆୟ ଆକଳନବେଳେ ଜାତୀୟ ଆୟରୁ ଅର୍ଜିତ ଅପ୍ରାପ୍ତ ଆୟ ବାଦ୍ ଦେଇ ଅର୍ଜିତ ନ ହୋଇ ପ୍ରାପ୍ତ ହୋଇଥିବା ଆୟ ଯୋଗ କରାଯାଏ ।

7. ହସ୍ତାନ୍ତରଣ ଦେୟ କ’ଣ ?
Answer:
କେତେକ କ୍ଷେତ୍ରରେ ସରକାର କୌଣସି ଦ୍ରବ୍ୟ ଓ ସେବାର ଆଶା ନ ରଖ୍ ପରିବାର, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଲାଭ ରହିତ ସଂସ୍ଥାମାନଙ୍କୁ ଏକତରଫା ଭାବେ ଯେଉଁ ପ୍ରାପ୍ୟସବୁ ପ୍ରଦାନ କରନ୍ତି ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରରଣ ଦେୟର ଉଦାହରଣ ହେଲା ବାର୍ଦ୍ଧକ୍ୟ ଭତ୍ତା, ବୃତ୍ତି ଭତ୍ତା ଓ ବେକାରୀ ଭତ୍ତା । ତେଣୁ ଯେଉଁସବୁ ପ୍ରାପ୍ତି ବା ପାଉଣା ହିତାଧ୍ୟାକାରୀମାନେ ଉତ୍ପାଦନଶୀଳ ଅଂଶ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ ହସ୍ତାନ୍ତରଣ ଦେୟ କୁହାଯାଏ ଏବଂ ଏହା ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇ ନଥାଏ ।

8. ଅବରୁଦ୍ଧ ଅର୍ଥବ୍ୟବସ୍ଥା କ’ଣ ?
Answer:
ବିଶ୍ବର ଅନ୍ୟ କୌଣସି ଦେଶ ସହ ଅର୍ଥନୈତିକ ସମ୍ପର୍କ ନଥୁଲେ, ଅର୍ଥବ୍ୟବସ୍ଥାକୁ ଅବରୁଦ୍ଧ ଅର୍ଥବ୍ୟବସ୍ଥା କୁହାଯାଏ । ଅର୍ଥାତ୍ ଏହି ଅର୍ଥବ୍ୟବସ୍ଥାରେ ବୈଦେଶିକ ବାଣିଜ୍ୟ ଦେଖାଯାଏ ନାହିଁ । ତେଣୁ ଯାହା ଦେଶରେ ଉତ୍ପାଦନ କରାଯାଏ ତାହା ଉପଭୋଗ ଓ ସଞ୍ଚୟ ହୋଇଥାଏ ।

9. ମୁକ୍ତ ଅର୍ଥବ୍ୟବସ୍ଥା କ’ଣ ?
Answer:
ବର୍ତ୍ତମାନ ପୃଥ‌ିବୀର ପ୍ରତ୍ୟେକ ଦେଶରେ ମୁକ୍ତ ଅର୍ଥବ୍ୟବସ୍ଥା ପ୍ରଚଳିତ । ମୁକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସମ୍ପର୍କ ରହିଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନପ୍ରଦାନ କରାଯାଉଥ‌ିବାରୁ ମୋଟ ଜାତୀୟ ଆୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ ।

10. ମୁଣ୍ଡପିଛା ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷର ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗକରି ମୁଣ୍ଡପିଛା ଆୟ ନିର୍ଦ୍ଧାରଣ
କରାଯାଏ । ମୁଣ୍ଡପିଛା ଆୟକୁ ସ୍ଥିର ଦାମ୍‌ରେ ଏବଂ ପ୍ରଚଳିତ ଦାମ୍‌ରେ କଳନା କରାଯାଇପାରେ । ଜାତୀୟ ଆୟର ଅଭିବୃଦ୍ଧି ଯଦି ଜନସଂଖ୍ୟା ବୃଦ୍ଧିଠାରୁ କମ୍ ହୁଏ, ତାହାହେଲେ ମୁଣ୍ଡପିଛା ଆୟ ହ୍ରାସ ପାଇଥାଏ । ସ୍ଥିର ଦରରେ ସୂଚିତ ମୁଣ୍ଡପିଛା ଆୟ ଅର୍ଥନୈତିକ ଅଭିବୃଦ୍ଧିର ଓ ଜୀବନଯାପନ ମାନର ସଠିକ୍ ମାପକାଠି ହୋଇଥାଏ ।

11. ମଧ୍ୟବର୍ତୀ (ଅନ୍ତବର୍ତ୍ତୀ) ଦ୍ରବ୍ୟ କ’ଣ ?
Answer:
ଯେଉଁସବୁ ଦ୍ରବ୍ୟଉତ୍ପାଦନକାରୀଙ୍କ ମଧ୍ୟରେ ବିନିମୟ ହୋଇଥାଏ, ସେସବୁ ଦ୍ରବ୍ୟକୁ ମଧ୍ୟବର୍ତ୍ତୀ ଦ୍ରବ୍ୟରୂପେ ବିଚାର କରାଯାଏ । କୌଣସି ଦ୍ରବ୍ୟ ଅଧ‌ିକ ଉତ୍ପାଦନ କରିବାପାଇଁ ଜଣେ ଉତ୍ପାଦନକାରୀ ଅନ୍ୟ ଜଣେ ଉତ୍ପାଦନକାରୀଙ୍କଠାରୁ ଏହି ପ୍ରକାର ଦ୍ରବ୍ୟ କ୍ରୟ କରିଥା’ନ୍ତି । ମଧ୍ୟବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ ହୋଇନଥାଏ ।

12. ଚୂଡ଼ାନ୍ତ ଦ୍ରବ୍ୟ କ’ଣ ?
Answer:
ଚୂଡ଼ାନ୍ତ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଯୋଗ ପାଇଁ ଉଦ୍ଦିଷ୍ଟ ନୁହେଁ କି ପୁନଃ ବିକ୍ରୟକ୍ଷମ ନୁହେଁ । ଏହି ପ୍ରକାର ଦ୍ରବ୍ୟଗୁଡ଼ିକ ମୁଖ୍ୟତଃ ଉପଯୋଗ ପାଇଁ ବା ଅଭାବକୁ ପ୍ରତ୍ୟକ୍ଷଭାବେ ପରିତୃପ୍ତ କରିବାପାଇଁ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ ଆକଳନରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

13. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଉତ୍ପାଦିତ ହୋଇଥିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବା ସମୂହର ମୋଟ ବଜାର ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ତେଣୁ ଏହାର ଅନ୍ୟ ନାମ ବଜାର ଦରଭିଭିକ ଜାତୀୟ ଉତ୍ପାଦ । କୌଣସି ରାଷ୍ଟ୍ରରେ ନାଗରିକ ଉପାର୍ଜନ କରୁଥିବା ଆୟ ଜାତୀୟ ଉତ୍ପାଦର ଅଂଶବିଶେଷ । ତେଣୁ ବିଦେଶରୁ ଅର୍ଜିତ ଆୟ ମଧ୍ୟ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ ।

14. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ରାଷ୍ଟ୍ରର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିଭିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏ ନାହିଁ ।

15. ସାଧାରଣ ଅସ୍ଵାସୀ କାହାକୁ କୁହାଯାଏ ?
Answer:
ଅସ୍ଵାସୀ କହିଲେ ଆମେ କୌଣସି ସ୍ଥାନରେ ବସବାସ କରି ରହୁଥ‌ିବା ବ୍ୟକ୍ତିବିଶେଷଙ୍କୁ ବୁଝିଥାଉ । ତେଣୁ ଗୋଟିଏ ଦେଶରେ ବସବାସ କରୁଥିବା ଯେଉଁ ବ୍ୟକ୍ତିବିଶେଷଙ୍କର ଆର୍ଥିକ ସ୍ବାର୍ଥ ସେହି ଦେଶରେ ନିହିତ ଥାଏ, ସେମାନଙ୍କୁ ଦେଶର ସାଧାରଣ ଅସ୍ଵାସୀ କହନ୍ତି । ସେହି ଅଧ୍ୟାବାସୀଗଣ ଯେଉଁ ଆୟ ଉତ୍ପାଦନ କ୍ଷେତ୍ରରେ ସାଧନ ବାବଦରେ ଅର୍ଜନ କରନ୍ତି, ଯଥା – ମଜୁରି, ଅଶେଷ, ସୁଧ ଓ ଲାଭ, ତାକୁ ଜାତୀୟ ଆୟ କୁହାଯାଏ ।

16. ବିଦେଶାଗତ ନିଟ୍ ସାଧନ ଆୟ କିପରି ଆକଳନ କରାଯାଏ ?
Answer:
ଉତ୍ପାଦନରୁ ସାଧନ ସେବା ପ୍ରଦାନ ବାବଦରେ ବିଦେଶରୁ ପ୍ରାପ୍ୟ ଆୟରୁ ସାଧନ ସେବା ପ୍ରଦାନ ବାବଦରେ ଅଣ ଅଧିବାସୀମାନଙ୍କୁ ଦେୟ ଆୟକୁ ବାଦ୍ ଦେଲେ, ଆମେ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ ପାଉ । ନିଟ୍ ଘରୋଇ ଆୟ ସହିତ ବିଦେଶରୁ ଅର୍ଜିତ ସାଧନ ଆୟକୁ ଯୋଗକଲେ ଆମେ ଜାତୀୟ ଆୟ ପାଇଥାଉ । ଅର୍ଥାତ୍ ଜଣେ ଭାରତୀୟ ଆମେରିକାରେ ନିବେଶ କରି ଉପାର୍ଜନ କରୁଥିବା ଆୟ ଭାରତୀୟ ଜାତୀୟ ଆୟର ଏକ ଅଂଶବିଶେଷ । କିନ୍ତୁ ଜଣେ ଆମେରିକୀୟ ଭାରତରୁ କରୁଥିବା ଆୟ ଭାରତୀୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ ।

17. ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ କିପରି ଆକଳନ କରାଯାଏ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାରୁ ମୋଟ ଘରୋଇ ସାଧନ ଆୟ ଓ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିକୁ ସାଧନଜନିତ ପରିବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ । ଅର୍ଥାତ୍ ଉପାଦାନଭିତ୍ତିକ ମୋଟ ଜାତୀୟ ଉତ୍ପାଦ = ଉପାଦାନ ବ୍ୟୟଭିତ୍ତିକ ମୋଟ ଘରୋଇ ଉତ୍ପାଦ + ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟ । ପୁନଶ୍ଚ, ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦରୁ ନିଟ୍ ପରୋକ୍ଷ କର ବାଦ୍ ଦେଲେ ଆମେ ମଧ୍ୟ ଉପାଦାନ ବ୍ୟୟଭିଭିକ ମୋଟ ଜାତୀୟ ଉତ୍ପାଦ ପାଇଥାଉ ।

18. ବ୍ୟକ୍ତିଗତ ଆୟ କ’ଣ ?
Answer:
ସମସ୍ତ ଉତ୍ସଗୁଡ଼ିକରୁ ବ୍ୟକ୍ତି କିମ୍ବା ପରିବାରବର୍ଗମାନଙ୍କୁ ମିଳୁଥିବା ଚଳନ୍ତି ଆୟକୁ ବ୍ୟକ୍ତିଗତ ଆୟରୂପେ ଅଭିହତ କରାଯାଏ । ବ୍ୟକ୍ତିଗତ ଆୟ କେବଳ ସେହି ଆୟକୁ ଅନ୍ତର୍ଭୁକ୍ତ କରେ, ଯେଉଁ ଆୟକୁ ପରିବାରମାନେ ପ୍ରକୃତରେ ପାଇଥାଆନ୍ତି । ବେସରକାରୀ ଆୟରୁ ପ୍ରତିଷ୍ଠାନମାନଙ୍କର ଅବିତରିତ ଲାଭ ଓ ନିଗମ କର ବାଦ୍ ଦେଲେ ବ୍ୟକ୍ତିଗତ ଆୟ ମିଳିଥାଏ ।

19. ପ୍ରଯୁଜ୍ୟ ଆୟ କ’ଣ ?
Answer:
ପରିବାରଗୁଡ଼ିକ ଅର୍ଜନ କରୁଥିବା ସମସ୍ତ ବ୍ୟକ୍ତିଗତ ଆୟ ଖଯୋଗ୍ୟ ହୋଇ ନଥାଏ । କାରଣ ପରିବାରଗୁଡ଼ିକ ବ୍ୟକ୍ତିଗତ ଆୟ ପ୍ରତ୍ୟକ୍ଷ କର ଯଥା ଆୟକର ଆକାରରେ ସରକାରଙ୍କୁ ଦେଇଥା’ନ୍ତି । ତେଣୁ ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ବାଦେଲେ ବ୍ୟକ୍ତିଗତ ପ୍ରଯୁଜ୍ୟ ଆୟ ମିଳିଥାଏ ।

20. ଅନ୍ତରଣ ଦେୟ କାହାକୁ କହନ୍ତି ?
Answer:
ଉତ୍ପାଦନ କ୍ଷେତ୍ରକୁ କୌଣସି ଅବଦାନ ନ ଥାଇ ମଧ୍ୟ କେତେକ ବ୍ୟକ୍ତିବିଶେଷଙ୍କୁ ସରକାର ଯେଉଁ ପ୍ରାପ୍ୟ ଦେଇଥା’ନ୍ତି ତାହାକୁ ଅନ୍ତରଣ ଦେୟ କୁହାଯାଏ । ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଛାତ୍ରବୃତ୍ତି ଇତ୍ୟାଦି ପ୍ରଭୃତି ଅନ୍ତରଣ ଦେୟ, କାରଣ ସେଗୁଡ଼ିକ ଉତ୍ପାଦନ ସହିତ ସମ୍ପୃକ୍ତ ନୁହନ୍ତି । ଏହିପରି ଆୟକୁ ଜାତୀୟ ଆୟ ଆକଳନବେଳେ ବିଚାରକୁ ନିଆଯାଏ ନାହିଁ ।

21. ହସ୍ତାନ୍ତରଣ ଦେୟ କାହାକୁ କୁହାଯାଏ ?
Answer:
ଦ୍ରବ୍ୟ ଓ ସେବା ପ୍ରବାହକୁ କୌଣସି ଅବଦାନ ନ ଥାଇ ଯେଉଁ ପ୍ରାପ୍ୟ ପରିଶୋଧ କରାଯାଏ, ତାହାକୁ ହସ୍ତାନ୍ତରଣ ଦେୟ କୁହାଯାଏ । ହସ୍ତାନ୍ତରଣ ଦେୟ; ଯଥା – ବାର୍ଦ୍ଧକ୍ୟ ଭତ୍ତା, ବେକାରୀ ଭତ୍ତା, ଗରିବ ଛାତ୍ରପାଣ୍ଠି ଇତ୍ୟାଦି ସାଧନ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ତେଣୁ ଯେଉଁସବୁ ପାଉଣା ହିତାଧିକାରୀମାନେ ଉତ୍ପାଦନଶୀଳ ଅଂଶଦାନ ବିନା ପ୍ରାପ୍ତ ହୁଅନ୍ତି, ସେସବୁକୁ
ହସ୍ତାନ୍ତରଣ ଦେୟ କୁହାଯାଏ ।

22. ମିଶ୍ରିତ ଆୟ କ’ଣ ?
Answer:
ଆତ୍ମନିଯୁକ୍ତ ବ୍ୟକ୍ତିଗଣ ସେମାନଙ୍କର ଭୂମି, ଶ୍ରମ, ପୁଞ୍ଜି ଓ ସଙ୍ଗଠନଗୁଡ଼ିକୁ ବ୍ୟବହାର କରି ଯେଉଁ ଆୟ ଅର୍ଜନ କରନ୍ତି, ତାହାକୁ ସେମାନଙ୍କର ମିଶ୍ରିତ ଆୟ କୁହାଯାଏ । ଏହି ଆୟ ମଜୁରି, ଅଶେଷ, ସୁଧ ଓ ଲାଭର ସମ୍ମିଶ୍ରଣରେ ସୃଷ୍ଟି ହୋଇଥାଏ । ତେଣୁ ଏହି ଆୟ ଜାତୀୟ ଆୟର ଏକ ଅଂଶ ରୂପେ ବିବେଚନା କରାଯାଏ ।

23. ଅବକ୍ଷୟଜନିତ ବ୍ୟୟ କାହାକୁ କହନ୍ତି ?
Answer:
ଉତ୍ପାଦନକାଳରେ ଯନ୍ତ୍ରପାତି, କାରଖାନା ଇତ୍ୟାଦିର ମୂଲ୍ୟ ହ୍ରାସ ପାଇବା ସ୍ଵାଭାବିକ । ମୂଲ୍ୟର ଏହି ଅବମୂଲ୍ୟାୟନକୁ ଅବକ୍ଷୟଜନିତ ବ୍ୟୟ କୁହାଯାଏ । ଅଧ୍ଵନ୍ତୁ ଉଦ୍ଭାବନ ଓ ନୂତନ ପ୍ରଯୁକ୍ତି ଜ୍ଞାନର ଅଭ୍ୟୁଦୟ ଯୋଗୁଁ ଅନେକ କଳକାରଖାନା ନିଜର ପ୍ରାସଙ୍ଗିକତା ହରାଇଥାନ୍ତି । ତେଣୁ ନିଟ୍ ଜାତୀୟ ଆୟ ନିର୍ଣ୍ଣୟ କରିବାପାଇଁ ମୋଟ ଜାତୀୟ ଆୟରୁ ଅବକ୍ଷୟଜନିତ ବ୍ୟୟ ବାଦ୍ ଦେବାକୁ ହୋଇଥାଏ ।

24. ପୁଞ୍ଜି ଉପଭୋଗ ଭତ୍ତା (Capital Consumption Allowance) କ’ଣ ?
Answer:
ଦରଦାମ୍ ବୃଦ୍ଧି ପାଇବାଦ୍ୱାରା ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟ ବୃଦ୍ଧି ପାଏ । ଏଠାରେ ମୌଦ୍ରିକ ଆୟ ବୃଦ୍ଧି ପାଇଥିଲେ ମଧ୍ୟ ବାସ୍ତବ ଆୟର କୌଣସି ପରିବର୍ତ୍ତନ ଘଟିନଥାଏ । ତେଣୁ ମୌଦ୍ରିକ ଆୟରେ ହୋଇଥିବା ଅଯଥା ବୃଦ୍ଧିକୁ ବାଦ୍ ଦେବା ଉଚିତ ଯଦ୍ବାରା ବାସ୍ତବ ଆୟ ଜାଣିହେବ । ଠିକ୍ ସେହିପରି ମୋଟ ଜାତୀୟ ଆୟରେ ହେଉଥ‌ିବା ଅଯଥା ବୃଦ୍ଧିକୁ ଅବକ୍ଷୟଜନିତ ବ୍ୟୟ ମାଧ୍ୟମରେ ଅନ୍ତର କରି ନିଟ୍ ଜାତୀୟ ଆୟ ଆକଳନ କରିହେବ । ଅବକ୍ଷୟଜନିତ ବ୍ୟୟକୁ ପୁଞ୍ଜି ଉପଭୋଗ ଭତ୍ତା ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

25. ମୋଟ ଘରୋଇ ଉତ୍ପାଦ (GDP) କାହାକୁ କହନ୍ତି ?
Answer:
କୌଣସି ଏକ ରାଷ୍ଟ୍ରରେ ଉତ୍ପାଦିତ ହୋଇଥ‌ିବା ସମସ୍ତ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାସମୂହର ବଜାର ମୂଲ୍ୟକୁ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଏହା ଦେଶର ଭୌଗୋଳିକ ପରିସୀମା ମଧ୍ୟରେ ଉତ୍ପାଦିତ ଓ ବଜାର ଦରକୁ ଭିତ୍ତିକରି ଆକଳନ ହୋଇଥ‌ିବା ମୋଟ ଉତ୍ପାଦର ମୁଦ୍ରାଗତ ମୂଲ୍ୟ । ଏଥରେ ସାଧନ ବିଦେଶରୁ କରୁଥିବା ଆୟ ଅନ୍ତର୍ଭୁକ୍ତ ହୁଏନାହିଁ ।

26. ନିଟ୍ ପରୋକ୍ଷ କର କିପରି ନିର୍ଦ୍ଧାରଣ କରାଯାଏ ?
Answer:
ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ରାଷ୍ଟ୍ର ବିଦେଶକୁ ରପ୍ତାନି କରି ଯେଉଁ ଆୟ କରିଥାଏ ତାହାକୁ ରପ୍ତାନି ମୂଲ୍ୟ କହନ୍ତି । ଠିକ୍ ସେହିପରି ଅନ୍ୟ ରାଷ୍ଟ୍ରରୁ ଆମଦାନୀ କରି ରାଷ୍ଟ୍ର ଆମଦାନି ଦ୍ରବ୍ୟର ଯେଉଁ ମୂଲ୍ୟ ପ୍ରଦାନ କରିଥାଏ, ତାହାକୁ ଆମଦାନି ମୂଲ୍ୟ କୁହାଯାଏ l ରପ୍ତାନି ଓ ଆମଦାନି ମୂଲ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ହିଁ ନିଟ୍ ରପ୍ତାନି ମୂଲ୍ୟ ।

B. ନିମ୍ନଲିଖ ପ୍ରଶ୍ନଗୁଡ଼ିକର ଉତ୍ତର ପାଞ୍ଚଟି| ଛଅଟି ବାକ୍ୟରେ ଦିଅ ।

1. ମୋଟ ଜାତୀୟ ଉତ୍ପାଦ (GNP) କ’ଣ ?
Answer:
ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂ-ଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ୱାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶରୁ ଅର୍ଜିତ ନିଟ୍ ସାଧନ ଆୟର ସମଷ୍ଟିରୁ ବଜାର ଦରଭିଭିକ ମୋଟ ଜାତୀୟ ଉତ୍ପାଦ ମିଳିଥାଏ । ତେଣୁ ଦୋହରା ଓ ବହୁବିଧ ଗଣନା ସମସ୍ୟାରୁ ମୁକ୍ତ ହେବାପାଇଁ ମୋଟ ଜାତୀୟ ଉତ୍ପାଦ କଳନା କଲାବେଳେ ଚୂଡ଼ାନ୍ତ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରାଯାଏ ଏବଂ ବିଦେଶରୁ ଅର୍ଜିତ ଆୟ ମଧ୍ଯ ମୋଟ ଜାତୀୟ ଉତ୍ପାଦ ଆକଳନ କଲାବେଳେ ବିଚାରକୁ ନିଆଯାଏ ।

କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ କରୁଥିବା ଆୟ ମୋଟ ଜାତୀୟ ଉତ୍ପାଦର ପରିସରଭୁକ୍ତ ନୁହେଁ । ପୁନଶ୍ଚ ନିଟ୍ ରପ୍ତାନି ମୂଲ୍ୟ ମୋଟ ଜାତୀୟ ଉତ୍ପାଦର ଅଂଶବିଶେଷ । ମୋଟ ଜାତୀୟ ଉତ୍ପାଦକୁ ଅର୍ଥନୈତିକ ବିକାଶର ମାନଦଣ୍ଡ ଭାବରେ ଗ୍ରହଣ କରାଯାଏ ।

2. ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ହିସାବ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ସମସ୍ତ ବ୍ୟକ୍ତିଗତ ଆୟ ଉପଭୋଗ ଓ ସଞ୍ଚୟ ନିମନ୍ତେ ବ୍ୟବହାର ହୋଇନଥାଏ । ବ୍ୟକ୍ତିବିଶେଷ ଓ ପରିବାର ସେମାନଙ୍କ ପ୍ରକୃତ ଆୟରୁ କିଛି ଅଂଶ ପ୍ରତ୍ୟକ୍ଷ କର ଆକାରରେ ସରକାରଙ୍କୁ ପ୍ରଦାନ କରିଥା’ନ୍ତି । ଆୟକର, ସମ୍ପତ୍ତି କର ଇତ୍ୟାଦିକୁ ପ୍ରତ୍ୟକ୍ଷ କର କହନ୍ତି ଯାହା ସରକାରଙ୍କୁ ସିଧାସଳଖ ପ୍ରଦାନ କରାଯାଏ ।

ବ୍ୟକ୍ତିଗତ ଆୟରୁ ପ୍ରତ୍ୟକ୍ଷ କର ଅନ୍ତର କଲାପରେ ଯେଉଁ ଉଦ୍‌ବୃତ୍ତ ରହେ, ତାହାକୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ କୁହାଯାଏ । ଏହି ଆୟକୁ ପରିବାର ପ୍ରକୃତ ବ୍ୟକ୍ତିଗତ ଉପଯୋଗ ନିମନ୍ତେ ବ୍ୟବହାର କରିପାରେ । ତେଣୁ ବ୍ୟବହାରଯୋଗ୍ୟ ବ୍ୟକ୍ତିଗତ ଆୟ ହେଉଛି = ବ୍ୟକ୍ତିଗତ ଆୟ – ପ୍ରତ୍ୟକ୍ଷ କର ।

3. ମୂଲ୍ୟ ସଂଯୋଗ ପଦ୍ଧତି କ’ଣ ?
Answer:
ମୂଲ୍ୟ ସଂଯୋଗ ପଦ୍ଧତି ଉତ୍ପାଦ ପଦ୍ଧତିର ଅନ୍ୟ ଏକ ବିକଳ୍ପ । ଏହି ପଦ୍ଧତି ସାଧାରଣତଃ ସେହି ପଦ୍ଧତିକୁ ବୁଝାଏ ଯାହା ଦ୍ରବ୍ୟ ଓ ସେବାର ଉତ୍ପାଦନରେ ପ୍ରତ୍ୟେକ ଉତ୍ପାଦନକାରୀ ପ୍ରତିଷ୍ଠାନର ଅବଦାନର ମୂଲ୍ୟକୁ ପରିମାପ କରିଥାଏ । ଉତ୍ପାଦନର ପ୍ରତ୍ୟେକ ସ୍ତରରେ ସଂଯୁକ୍ତ ହେଉଥ‌ିବା ମୂଲ୍ୟର ଗଣନା ଏହି ପଦ୍ଧତିରେ କରାଯାଇଥାଏ । ଅର୍ଥାତ୍ ଉତ୍ପାଦନ କାଳରେ ଉତ୍ପାଦନର ପ୍ରତ୍ୟେକ ସ୍ତରରେ କଞ୍ଚାମାଲ ସହିତ ମୂଲ୍ୟ ସଂଯୁକ୍ତ ହୋଇଥାଏ । ତେଣୁ, ଏକ ଉତ୍ପାଦର ମୂଲ୍ୟ କଞ୍ଚାମାଲର ମୂଲ୍ୟ ଏବଂ ପ୍ରତ୍ୟେକ ସ୍ତରରେ ସଂଯୋଗ ହୋଇଥିବା ମୋଟ ମୂଲ୍ୟର ସମଷ୍ଟି ।

ମୂଲ୍ୟ ସଂଯୋଗ ପଦ୍ଧତି ଅବଲମ୍ବନରେ ରାଷ୍ଟ୍ରର ମୋଟ ଉତ୍ପାଦ ମୂଲ୍ୟ ଆକଳନ କରାଯାଇପାରେ । ଏଥରେ ନିଟ୍ ବିଦେଶାଗତ ଆୟ ବା ରପ୍ତାନି ମୂଲ୍ୟ ଓ ଆମଦାନି ମୂଲ୍ୟର ଅନ୍ତରକୁ ଏକତ୍ର କରି ଜାତୀୟ ଉତ୍ପାଦ ନିର୍ଦ୍ଧାରଣ କରାଯାଏ ।

4. ବିଦେଶାଗତ ନିଟ୍ ସାଧନ ଆୟ କ’ଣ ?
Answer:
ଜାତୀୟ ଆୟର ଆକଳନର ଶେଷ ପର୍ଯ୍ୟାୟରେ ବିଦେଶାଗତ ନିଟ୍ ସାଧନ ଆୟର ଆକଳନ କରାଯାଇଥାଏ । ଏକ ରାଷ୍ଟ୍ରର ଅଧ୍ୟାବାସୀ ଅନ୍ୟ ରାଷ୍ଟ୍ରରୁ ମଧ୍ଯ ଆୟ କରିଥା’ନ୍ତି । ଜାତୀୟ ଆୟ ଗଣନା କଲାବେଳେ ଏହି ଆୟକୁ ହିସାବକୁ ନିଆଯାଏ । କିନ୍ତୁ ଜଣେ ବିଦେଶୀ ରାଷ୍ଟ୍ର ମଧ୍ୟରେ ଯେଉଁ ଆୟ କରିଥାଏ ତାହା ଜାତୀୟ ଆୟର ଏକ ଉପାଦାନ ରୂପେ ବିବେଚନା କରାଯାଏ ନାହିଁ । ତେଣୁ ରାଷ୍ଟ୍ରର ଅଧିବାସୀ ବିଦେଶରୁ କରୁଥିବା ଆୟ ଏବଂ ବିଦେଶୀମାନଙ୍କ ସେବା ଓ ନିବେଶର ପ୍ରାପ୍ୟର ପାର୍ଥକ୍ୟ ଜାତୀୟ ଆୟର ଏକ ଉପାଦାନ । ଏହାକୁ ବିଦେଶାଗତ ନିଟ୍ ସାଧନ ଆୟ କୁହାଯାଏ । ଏହା ଧନାତ୍ମକ ବା ଋଣାତ୍ମକ ହୋଇପାରେ ।

5. ବ୍ୟୟ ପଦ୍ଧତି କ’ଣ ?
Answer:
ଜଣଙ୍କ ଆୟ ଅନ୍ୟଜଣଙ୍କ ବ୍ୟୟ ସହିତ ସମାନ । ଅର୍ଥାତ୍, ମୋଟ ଉତ୍ପାଦର ମୂଲ୍ୟ ମୋଟ ବ୍ୟୟ ସହିତ ସମାନ । ତେଣୁ ଜାତୀୟ ଆୟ ବ୍ୟୟ ପଦ୍ଧତିରେ ମଧ୍ୟ ଆକଳନ କରାଯାଇପାରିବ । ଏଥିରେ ଏକ ଅର୍ଥବ୍ୟବସ୍ଥାର ପ୍ରତ୍ୟେକ ଏକକର ବ୍ୟୟକୁ ଏକତ୍ରକରି ଜାତୀୟ ଆୟ ଆକଳନ କରାଯାଇଥାଏ । ବ୍ୟୟ ପଦ୍ଧତିରେ ସମସ୍ତ ଉତ୍ପାଦିତ ପଦାର୍ଥ ବିକ୍ରୟ ହୋଇସାରିଛି ବୋଲି ଧରି ନିଆଯାଏ । କେବଳ ଏକ ଗଣନ ବର୍ଷ ମଧ୍ୟରେ ଉତ୍ପାଦିତ ସମସ୍ତ ପଦାର୍ଥ ଓ ସେବାପାଇଁ ହୋଇଥିବା ବ୍ୟୟକୁ ଆଧାର କରି ଏହି ପଦ୍ଧତିରେ ଜାତୀୟ ଆୟ ନିର୍ଣ୍ଣୟ କରାଯାଏ ।

ଅତଏବ ବ୍ୟୟ ପଦ୍ଧତିରେ ଜାତୀୟ ଆୟ ନିର୍ଦ୍ଦିଷ୍ଟ ସମୟ ସୀମାରେ ସମସ୍ତ ଅଧିବାସୀଙ୍କ ମୋଟ ବ୍ୟୟକୁ ହିଁ ବୁଝାଇଥାଏ । ଯେଉଁଠାରେ ସମସ୍ତ ଦ୍ରବ୍ୟ ଓ ସେବା ବିକ୍ରି ହୋଇଛି ବୋଲି ମନେ କରିବାକୁ ହୁଏ । ଏହି ପଦ୍ଧତିକୁ ଚୂଡ଼ାନ୍ତ ବ୍ୟୟ ପଦ୍ଧତି ବା ଉପଭୋଗ ଓ ବିନିଯୋଗ ପଦ୍ଧତି ମଧ୍ୟ କୁହାଯାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

6. ବଜାର ଦରରେ ମୋଟ ଘରୋଇ ଉତ୍ପାଦ (GDP) କ’ଣ ?
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ମୌଦ୍ରିକ ମୂଲ୍ୟକୁ ବଜାର ଦରରେ ମୋଟ ଘରୋଇ ଉତ୍ପାଦ କୁହାଯାଏ । ଉତ୍ପାଦନକାରୀମାନେ ସ୍ବଦେଶୀ ବାସିନ୍ଦା ବା ପ୍ରବାସୀ ହୋଇପାରନ୍ତି, କିନ୍ତୁ ସେମାନେ ସମସ୍ତେ ଦେଶର ଆଞ୍ଚଳିକ ସୀମା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟ ସମ୍ପାଦନ କରୁଥିବା ଆବଶ୍ୟକ । ଦୋହରା ଗଣନାରୁ ନିବୃତ୍ତି ପାଇଁ କେବଳ ଅନ୍ତିମ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ କରାଯାଇଥାଏ ।

ନୂତନ ଦ୍ରବ୍ୟ ଓ ସେବାକୁ ଅନ୍ତର୍ଭୁକ୍ତ କରେ; ମାତ୍ର ପୁରୁଣା ଦ୍ରବ୍ୟର ମୂଲ୍ୟକୁ ଅନ୍ତର୍ଭୁକ୍ତ କରାଯାଏ ନାହିଁ । ଏଠାରେ ସ୍ଵକୀୟ ଉପଭୋଗ ପାଇଁ ବ୍ୟବହୃତ ଦ୍ରବ୍ୟ ଓ ସେବା ଅନ୍ତର୍ଭୁକ୍ତ ହୋଇ ନଥାଏ ଏବଂ କେତେଗୁଡ଼ିଏ ଦ୍ରବ୍ୟ ବଜାରକୁ ବିକ୍ରି ପାଇଁ ନ ଆସିଲେ ମଧ୍ୟ ସେମାନଙ୍କର ଆରୋପିତ ମୂଲ୍ୟ ଏଥ‌ିରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

7. ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ (GDPFC) ।
Answer:
ଭୂମି, ପୁଞ୍ଜି, ଶ୍ରମ ଓ ସଙ୍ଗଠନ ଭଳି ଉତ୍ପାଦନର ସାଧନମାନଙ୍କର ସମ୍ମିଳିତ ଉଦ୍ୟମରେ ଉତ୍ପାଦନ ସମ୍ଭବ ହୋଇଥାଏ । ଉତ୍ପାଦନ ପ୍ରକ୍ରିୟାରେ ଅବଦାନ ଯୋଗୁଁ ପ୍ରତିବଦଳରେ ସାଧନଗୁଡ଼ିକ ସେମାନଙ୍କର ପାରିତୋଷିକ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ଗ୍ରହଣ କରିଥା’ନ୍ତି । ସାଧନମାନଙ୍କର ଏହି ପାଉଣାକୁ ଉତ୍ପାଦନ ବ୍ୟୟ ବା ସାଧନ ବ୍ୟୟ କୁହାଯାଏ । ପ୍ରତିଷ୍ଠାନ ଦୃଷ୍ଟିକୋଣରୁ ଏହାକୁ ବ୍ୟୟଭାବରେ ଗ୍ରହଣ କରାଯାଉଥ‌ିବାବେଳେ ସାଧାନମାନଙ୍କ ଦୃଷ୍ଟିକୋଣରୁ ଏହା ସେମାନଙ୍କର ଆୟ ହିସାବରେ ପରିଗଣିତ ହୋଇଥାଏ ।

ଅତଏବ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ କହିଲେ, ମୋଟ ଘରୋଇ ଆୟକୁ ମଧ୍ୟ ବୁଝାଇଥାଏ । ଏହା ଉତ୍ପାଦନ ବ୍ୟୟରେ ମୋଟ ସଂଯୋଗିତ ମୂଲ୍ୟ ସହ ସମାନ ହୋଇଥାଏ । ବଜାର ଦରରେ ମୋଟ ଘରୋଇ ଉତ୍ପାଦରୁ ନିଟ୍ ପରୋକ୍ଷ କର ବିୟୋଗ କଲେ, ବିୟୋଗଫଳକୁ ଉତ୍ପାଦନ ବ୍ୟୟରେ ମୋଟ ଘରୋଇ ଉତ୍ପାଦ ବୋଲି କୁହାଯାଏ ।

8. ନିଟ୍ ପରୋକ୍ଷ କର କ’ଣ ?
Answer:
ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରିବାରେ ପରୋକ୍ଷ କର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ନିଟ୍ ପରୋକ୍ଷ କର କହିଲେ, ପରୋକ୍ଷ କର ଓ ସରକାରୀ ସହାୟତା (Subsidy)ର ଅନ୍ତରଫଳକୁ ବୁଝାଏ । ପରୋକ୍ଷ କର କହିଲେ, ଦ୍ରବ୍ୟ ଓ ସେବା ଉପରେ ଧାର୍ଯ୍ୟ କରାଯାଉଥ‌ିବା ବିକ୍ରୟ କର, ଉତ୍ପାଦନ କର ପ୍ରଭୃତିକୁ ବୁଝାଏ । ସରକାର କେତେକ ଦ୍ରବ୍ୟ ଓ ସେବାର ଉତ୍ପାଦନକୁ ପ୍ରୋତ୍ସାହନ ଦେବାପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥା’ନ୍ତି ।

ଏହାକୁ ସରକାରୀ ସହାୟତା କୁହାଯାଏ । ଏହି ଆର୍ଥିକ ସହାୟତା ବଜାର ଦରକୁ ହ୍ରାସ କରିଥାଏ । ବଜାର ଦରର ନିଟ୍ ଅଭିବୃଦ୍ଧି ଜାଣିବାକୁ ହେଲେ କରର ପରିମାଣରୁ ସରକାରୀ ସହାୟତା ବିୟୋଗ କରିବାକୁ ହୋଇଥାଏ । ଏହି ବିୟୋଗଫଳକୁ ନିଟ୍ ପରୋକ୍ଷ କର କୁହାଯାଏ ।

9. ନିଟ୍ ରପ୍ତାନି କ’ଣ ?
Answer:
ରପ୍ତାନିର ମୂଲ୍ୟ ଓ ଆମଦାନିର ମୂଲ୍ୟର ପାର୍ଥକ୍ୟକୁ ନିଟ୍ ରପ୍ତାନି କୁହାଯାଏ । ବିଦେଶରେ ଦ୍ରବ୍ୟ ଓ ଅଣସାଧନ ସେବାର ବିକ୍ରୟକୁ ରପ୍ତାନି କୁହାଯାଏ । ରପ୍ତାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ଦେଶର ଘରୋଇ ଭୂ-ଖଣ୍ଡରେ ଉତ୍ପାଦିତ ହୋଇଥାଏ ଏବଂ ସେଥ‌ିପାଇଁ ରପ୍ତାନି ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । ଅନ୍ୟପକ୍ଷରେ ଆମଦାନି ହେଉଥ‌ିବା ସମସ୍ତ ଦ୍ରବ୍ୟ ଓ ଅଣସାଧନ ସେବା ବିଦେଶରେ ଉତ୍ପାଦିତ ହୋଇଥାଏ ଏବଂ ସେଥୂପାଇଁ ଆମଦାନି ଘରୋଇ ଉତ୍ପାଦର ଏକ ଅଂଶ ହୋଇନଥାଏ ।

ତେଣୁ ଗୋଟିଏ ଗଣନ ବର୍ଷରେ କୌଣସି ରପ୍ତାନି ମୂଲ୍ୟରୁ ଆମଦାନି ମୂଲ୍ୟକୁ ବାଦ୍ ଦେଲେ ଅବଶିକ୍ଷାଂଶକୁ ନିଟ୍ ରପ୍ତାନି କୁହାଯାଏ ଏବଂ ନିଟ୍ ରପ୍ତାନିକୁ ଘରୋଇ ଉତ୍ପାଦର ଏକ ଅଂଶ ରୂପେ ବିବେଚନା କରାଯାଏ । କିନ୍ତୁ ଏହା ଧନାତ୍ମକ କିମ୍ବା ଋଣାତ୍ମକ କିମ୍ବା ଶୂନ୍ୟ ହୋଇପାରେ ।

10. ଜାତୀୟ ଆୟ = ଜାତୀୟ ଉତ୍ପାଦ = ଜାତୀୟ ବ୍ୟୟ – କିପରି ?
Answer:
ଜାତୀୟ ଆୟ, ଜାତୀୟ ଉତ୍ପାଦ ଓ ଜାତୀୟ ବ୍ୟୟ ଏକ ଓ ଅଭିନ୍ନ । ତେଣୁ ଆୟ ଆକଳନ ପାଇଁ ବ୍ୟବହୃତ ବିଭିନ୍ନ ପଦ୍ଧତି ଜାତୀୟ ଆୟ ସଂଯୋଗିତ ମୂଲ୍ୟ ଓ ବ୍ୟୟମାନଙ୍କ ମଧ୍ୟରେ ଭାରସାମ୍ୟ ରକ୍ଷା କରିଥାଏ । ଗୋଟିଏ ଅର୍ଥବ୍ୟବସ୍ଥାରେ ବାର୍ଷିକ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୂଲ୍ୟ ଅଶେଷ, ମଜୁରି, ସୁଧ ଓ ଲାଭ ଆକାରରେ ମୋଟ ସାଧନ ଦେୟ ସହିତ ସମାନ ହୋଇଥାଏ । ଏହିସବୁ ଉତ୍ପାଦିତ ଦ୍ରବ୍ୟ, ସାଧନ ସେବା ଯୋଗୁଁ ସମ୍ଭବ ହୋଇଥାଏ ଏବଂ ତଦ୍ଵଜନିତ ପ୍ରାପ୍ୟ ଆୟ ଉପଭୋଗ କିମ୍ବା ନିବେଶ ଉପରେ ବ୍ୟୟ କରାଯାଏ ।

ତେଣୁ ଉତ୍ପାଦ ପଦ୍ଧତି, ଆୟ ପଦ୍ଧତି ଓ ବ୍ୟୟ ପଦ୍ଧତି ଏକା ବିଷୟକୁ ତିନୋଟି ଦିଗରେ ଦେଖାଯାଇଥାଏ । ଅର୍ଥାତ୍ ପ୍ରତ୍ୟେକ ପଦ୍ଧତିରେ ଯେଉଁ ମୋଟ ସଂଖ୍ୟାରେ ପହଞ୍ଚାଉ ତାହା ସମାନ ହୋଇଥାଏ ।

C. ଛଅଟି ବାକ୍ୟରେ ସୀମିତ ରଖି ପାର୍ଥକ୍ୟ ଦର୍ଶାଅ ।

1. ମଧ୍ୟବର୍ତ୍ତୀ ଦ୍ରବ୍ୟ ଏବଂ ଚୂଡ଼ାନ୍ତ ଦ୍ରବ୍ୟ :
Answer:
ମଧ୍ୟବର୍ତ୍ତୀ ଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ଉପଭୋଗ ହେଉଥିବାରୁ ତାହା ଉତ୍ପାଦନକାରୀଙ୍କ ମଧ୍ୟରେ କାରବାର ହୋଇଥାଏ । ମଧ୍ୟବର୍ତ୍ତୀ ଦ୍ରବ୍ୟକୁ ମାଧ୍ୟମିକ ନିବେଶ ମଧ୍ୟ କୁହାଯାଏ । ମଧ୍ୟବର୍ତ୍ତୀ ଦ୍ରବର ମୂଲ୍ୟକୁ ଜାତୀୟ ଆୟରେ ଅନ୍ତର୍ଭୁକ୍ତ କରାଯାଇନଥାଏ । ଚୂଡ଼ାନ୍ତ ଦ୍ରବ୍ୟ ଅନ୍ତିମ ଉପଭୋଗ ପାଇଁ ଉଦ୍ଦିଷ୍ଟ । ଏହି ପ୍ରକାର ଦ୍ରବ୍ୟର ଉପଭୋଗରୁ ପ୍ରତ୍ୟକ୍ଷ ପରିତୃପ୍ତ ମିଳିଥାଏ ।

ଚୂଡ଼ାନ୍ତ ଦ୍ରବ୍ୟକୁ ଦୁଇଭାଗରେ ବିଭକ୍ତ କରାଯାଇଥାଏ; ଯଥା – ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଓ ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ! ଚୂଡ଼ାନ୍ତ ପୁଞ୍ଜିଦ୍ରବ୍ୟ ଉତ୍ପାଦନ ପ୍ରକ୍ରିୟାରେ ସହଯୋଗୀ ହୋଇଥାଏ; ମାତ୍ର ଚୂଡ଼ାନ୍ତ ଉପଭୋଗ୍ୟ ଦ୍ରବ୍ୟ ପ୍ରତ୍ୟକ୍ଷ ପରିତୃପ୍ତି ପ୍ରଦାନ ନିମନ୍ତେ ଉଦ୍ଦିଷ୍ଟ । ଚୂଡ଼ାନ୍ତ ଦ୍ରବ୍ୟର ମୂଲ୍ୟକୁ ଜାତୀୟ ଆୟ କଳନାରେ ଅନ୍ତର୍ଭୁକ୍ତ କରାଯାଇଥାଏ ।

2. ମୋଟ ଦେଶୀୟ ଉତ୍ପାଦ ଏବଂ ମୋଟ ଜାତୀୟ ଉତ୍ପାଦ :
Answer:
ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶରେ ଉତ୍ପାଦିତ ହେଉଥ‌ିବା ମୌଦ୍ରିକ ମୂଲ୍ୟକୁ ମୋଟ ଦେଶୀୟ ଉତ୍ପାଦ କୁହାଯାଏ । ବିଦେଶରୁ ମିଳୁଥ‌ିବା ନିଟ୍ ଉପାଦାନ ଆୟ ଏହାର ଅନ୍ତର୍ଭୁକ୍ତ ହୋଇ ନଥାଏ । ମୋଟ ଜାତୀୟ ଉତ୍ପାଦରୁ ବିଦେଶରୁ ମିଳୁଥିବା ନିଟ୍ ଉପାଦାନ ଆୟକୁ ବିୟୋଗ କଲେ ମୋଟ ଦେଶୀୟ ଉତ୍ପାଦ ମିଳିଥାଏ ।

ଏକ ନିର୍ଦ୍ଦିଷ୍ଟ ବର୍ଷରେ ଦେଶ ଭିତରେ ଓ ଦେଶ ବାହାରେ ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୌଦ୍ରିକ ମୂଲ୍ୟକୁ ମୋଟ ଜାତୀୟ ଉତ୍ପାଦ କୁହାଯାଏ । ବିଦେଶରୁ ଅର୍ଜନ କରାଯାଉଥ‌ିବା ନିଟ୍ ଉପାଦାନ ଆୟ ମୋଟ ଜାତୀୟ ଆୟର ଅଂଶ ହୋଇଥାଏ । ସୁତରାଂ ମୋଟ ଜାତୀୟ ଆୟର ପରିସୀମା ମୋଟ ଦେଶୀୟ ଉତ୍ପାଦର ପରିସୀମାଠାରୁ ପ୍ରଶସ୍ତ ବୋଲି ବିଚାର କରାଯାଏ ।

3. ବଜାର ଦାମ୍‌ରେ ଜାତୀୟ ଉତ୍ପାଦ ଏବଂ ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ :
Answer:
ମୋଟ ଜାତୀୟ ଉତ୍ପାଦ ଏକ ବ୍ୟାପକ ଧାରଣା । ଏହା ଦେଶର ଆଞ୍ଚଳିକ ସୀମା ମଧ୍ୟରେ ସୀମିତ ନୁହେଁ । ଅବଶିଷ୍ଟ ବିଶ୍ଵରେ ନିୟୋଜିତ ଶ୍ରମ ଓ ସମ୍ପତ୍ତିରୁ ପ୍ରାପ୍ତ ମୋଟ ଘରୋଇ ଉତ୍ପାଦର ସମସ୍ତ ଉପାଦାନ ଏଥ‌ିରେ ଅନ୍ତର୍ଭୁକ୍ତ ହୋଇଥାଏ । ଅର୍ଥାତ୍ ମୋଟ ଘରୋଇ ଉତ୍ପାଦ ମୋଟ ଜାତୀୟ ଉତ୍ପାଦର ଏକ ଅଂଶବିଶେଷ ଅଟେ । ଅର୍ଥାତ୍ ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟ ସହିତ ବିଦେଶାଗତ ନିଟ୍ ସାଧନ ଆୟ ଯୋଗକଲେ ଯୋଗଫଳକୁ ବଜାର ଦରରେ ମୋଟ ଜାତୀୟ ଉତ୍ପାଦ କୁହାଯାଏ ।

ଉତ୍ପାଦନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ କହିଲେ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ମୋଟ ଉପାଦାନ ପରିବ୍ୟୟ ସମେତ କର୍ମଚାରୀଙ୍କ ପ୍ରତିଦାନ, ଆତ୍ମନିଯୁକ୍ତଙ୍କ ମିଶ୍ରିତ ଆୟ, କର୍ମଚାରୀଙ୍କ ଉଦ୍‌ବୃରାଂଶ ଏବଂ ସ୍ଥିର ପୁଞ୍ଜି ଉପଭୋଗକୁ ବୁଝାଏ । ଅନ୍ୟ ଅର୍ଥରେ ଉପାଦାନ ପରିବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ଏବଂ ଅବକ୍ଷୟ ପରିବ୍ୟୟର ମିଶ୍ରଣ ସହିତ ଉପାଦାନ ପରିବ୍ୟୟରେ ମୋଟ ଜାତୀୟ ଉତ୍ପାଦ ସମାନ ହୋଇଥାଏ ।

CHSE Odisha Class 12 Economics Chapter 12 Short Answer Questions in Odia Medium

4. ମୁକ୍ତ ଅର୍ଥବ୍ୟବସ୍ଥା ଏବଂ ଅବରୁଦ୍ଧ ଅର୍ଥବ୍ୟବସ୍ଥା :
Answer:
ମକ୍ତ ଅର୍ଥବ୍ୟବସ୍ଥାରେ ବିଶ୍ବର ଅନ୍ୟାନ୍ୟ ଅର୍ଥବ୍ୟବସ୍ଥା ସହିତ ଅର୍ଥନୈତିକ ସଂପର୍କ ରହିଥାଏ । ମାତ୍ର ଅବରୁଦ୍ଧ ଅର୍ଥବ୍ୟବସ୍ଥା ହେଉଛି ଏକ ରୁଦ୍ଧ ପ୍ରକୋଷ୍ଠ ସଦୃଶ । ଏହାର ଅନ୍ୟ ଦେଶ ସହିତ ସଂପର୍କ ନଥାଏ । ଏପରି ଅର୍ଥବ୍ୟବସ୍ଥାରେ ମୋଟ ଦେଶୀୟ ଉତ୍ପାଦ ଏବଂ ଜାତୀୟ ଆୟ ସମାନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଅନ୍ୟ ଦେଶ ସହିତ କ୍ରୟ ବିକ୍ରୟ, ଋଣ ଆଦାନ ପ୍ରଦାନ କରାଯାଉଥିବାରୁ ମୋଟ ଜାତୀୟ ଅୟ ମୋଟ ଦେଶୀୟ ଆୟଠାରୁ ଭିନ୍ନ ହୋଇଥାଏ । ମୁକ୍ତ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କ୍ଷେତ୍ର ପ୍ରଶସ୍ତ ହୋଇଥିବାବେଳେ ଅବରୁଦ୍ଧ ଅର୍ଥବ୍ୟବସ୍ଥାରେ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ସମ୍ଭବ ହୁଏ ନାହିଁ ।

5. ମୁଣ୍ଡପିଛା ଆୟ ଏବଂ ବାସ୍ତବ ମୁଣ୍ଡପିଛା ଆୟ :
Answer:
ମୁଣ୍ଡପିଛା ଆୟ କହିଲେ ବର୍ଷକ ମଧ୍ୟରେ ବ୍ୟକ୍ତି ମାନଙ୍କର ଅର୍ଜିତ ହାରାହାରି ଆୟକୁ ବୁଝାଏ । ଏହା ସାଧାରଣତଃ ମୁଦ୍ରା ଆକାରରେ ପ୍ରକାଶିତ ହୋଇଥାଏ ଏବଂ ଜାତୀୟ ଆୟକୁ ଦେଶର ମୋଟ ଜନସଂଖ୍ୟାଦ୍ଵାରା ଭାଗ କରାଯାଇ ଏହା କଳନା କରାଯାଏ । ମୁଣ୍ଡପିଛା ଆୟରୁ ଦେଶର ଲୋକମାନଙ୍କର ପ୍ରକୃତ ଆୟର ଚିତ୍ର ମିଳେନାହିଁ ! କାରଣ ଦରଦାମ୍ ପରିବର୍ତ୍ତନ ସହିତ ମୌଦ୍ରିକ ମୁଣ୍ଡପିଛା ଆୟ ପରିବର୍ତ୍ତିତ ହୋଇଥାଏ । ଉତ୍ପାଦନ ବୃଦ୍ଧି ନହୋଇ ଦରଦାମ୍ ଯେତେବେଳେ ହ୍ରାସ ବା ବୃଦ୍ଧି ହୁଏ, ମୁଣ୍ଡପିଛା ଆୟ ହ୍ରାସ ପାଇପାରେ ବା ବୃଦ୍ଧି ପାଇପାରେ । ମୁଣ୍ଡପିଛା ବାସ୍ତବ ଆୟକୁ ଦ୍ରବ୍ୟ ସେବା ଆକାରରେ ପ୍ରକାଶ କରାଯାଏ ଏବଂ ସ୍ଥିର ଦାମରେ ପରିମାପ କରାଯାଏ । ବାସ୍ତବ ମୁଣ୍ଡପିଛା ଆୟରୁ ଲୋକମାନଙ୍କର ଜୀବନଧାରଣର ମାନ ଜଣାଯାଏ ।

6. ବେସରକାରୀ ଆୟ ଏବଂ ଜାତୀୟ ଆୟ :
Answer:
ବେସରକାରୀ ଆୟରେ କେବଳ ବେସରକାରୀ କ୍ଷେତ୍ରରେ ଉତ୍ପନ୍ନ ହେଉଥିବା ଆୟକୁ ଅନ୍ତର୍ଭୁକ୍ତ କରାଯାଇଥାଏ । ବେସରକାରୀ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇଥାଏ । ବେସରକାରୀ ଆୟରେ ଚଳନ୍ତି ଅନ୍ତରଣ ଆୟ ଅନ୍ତର୍ଭୁକ୍ତ ହୋଇଥାଏ । ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରୁ ଉପାର୍ଜିତ ଆୟ ଜାତୀୟ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟରେ ରାଷ୍ଟ୍ରୀୟ ଋଣ ବାବଦକୁ ପ୍ରାପ୍ୟ ସୁଧ ଅନ୍ତର୍ଭୁକ୍ତ ହୋଇନଥାଏ । ଜାତୀୟ ଆୟ ଆକଳନରେ ଅନ୍ତରଣ ଆୟକୁ ବାଦ୍ ଦିଆଯାଇଥାଏ ।

7.ବ୍ୟକ୍ତିଗତ ଆୟ ଓ ଜାତୀୟ ଆୟ :
Answer:
ବ୍ୟକ୍ତିଗତ ଆୟରେ ଉଭୟ ସାଧନ ଆୟ ଓ ଅନ୍ତରଣ ଦେୟ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇନଥାଏ । ବ୍ୟକ୍ତିଗତ ଆୟକୁ ଆୟ ଗ୍ରହଣ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ସଂକୀର୍ଣ୍ଣ ଧାରଣା । ଜାତୀୟ ଆୟ କେବଳ ସାଧନ ଆୟକୁ ବିଚାରକୁ ନେଇଥାଏ । ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅବିତରିତ ଲାଭ ଜାତୀୟ ଆୟର ଅନ୍ତର୍ଭୁକ୍ତ ହୋଇଥାଏ । ଜାତୀୟ ଆୟକୁ ‘ଆୟ ସର୍ଜନ’ ଦୃଷ୍ଟିରୁ ବିଚାର କରାଯାଇଥାଏ । ରାଷ୍ଟ୍ରୀୟ ଋଣର ସୁଧ ଜାତୀୟ ଆୟରେ ବାଦ୍ ପଡ଼ିଥାଏ । ଜାତୀୟ ଆୟ ଏକ ବ୍ୟାପକ ଧାରଣା ।

8. ବ୍ୟକ୍ତିଗତ ଆୟ ଓ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ :
Answer:
ଏକ ନିର୍ଦ୍ଦିଷ୍ଟ ଗଣନ ବର୍ଷରେ ଦେଶର ପରିବାରବର୍ଗ ଗ୍ରହଣ କରୁଥିବା ସମସ୍ତ ଚଳନ୍ତି ଆୟର ସମଷ୍ଟିକୁ ବ୍ୟକ୍ତିଗତ ଆୟ କୁହାଯାଏ । ବ୍ୟକ୍ତିଗତ ଆୟ ଏକ ବ୍ୟାପକ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦି ବ୍ୟକ୍ତିଗତ ଆୟରେ ଅନ୍ତର୍ଭୁକ୍ତ ହୋଇଥାଏ । ବ୍ୟକ୍ତିଗତ ଆୟ ଏକ ମୋଟ ଧାରଣା । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ବ୍ୟକ୍ତିଗତ ଆୟର ଏକ ଅଂଶ ହୋଇଥିବାରୁ ଏହା ଏକ ସଂକୀର୍ଣ୍ଣ ଧାରଣା । ପ୍ରତ୍ୟକ୍ଷ କର, ଫିସ୍ ଓ ଜୋରିମାନା ଇତ୍ୟାଦିକୁ ବ୍ୟକ୍ତିଗତ ଆୟରୁ ବାଦ୍ ଦେଲାପରେ ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ମିଳିଥାଏ । ବ୍ୟକ୍ତିଗତ ପ୍ରଯୋଜ୍ୟ ଆୟ ଏକ ନିଟ୍ ଧାରଣା ।

9. ଜାତୀୟ ଆୟ ଓ ଜାତୀୟ ଉତ୍ପାଦ :
Answer:
ଦେଶର ସାଧାରଣ ଅଧିବାସୀମାନଙ୍କୁ ମିଳୁଥିବା ସାଧନ ଆୟକୁ ଜାତୀୟ ଆୟ କୁହାଯାଏ । ଏଥ‌ିରେ ଉଭୟ ଘରୋଇ ସାଧନ ଆୟ ଓ ବିଦେଶାଗତ ନିଟ୍ ସାଧନ ଆୟ ମିଶିକରି ରହିଥାଏ । ଜାତୀୟ ଆୟ ମଧ୍ୟ ଉପାଦାନ ବ୍ୟୟରେ ନିଟ୍ ଜାତୀୟ ଉତ୍ପାଦ ସହିତ ସମାନ ଅଟେ । ଗୋଟିଏ ଗଣନ ବର୍ଷରେ ଏକ ଅର୍ଥବ୍ୟବସ୍ଥାର ଅର୍ଥବ୍ୟବସ୍ଥାର ଘରୋଇ ଭୂଖଣ୍ଡରେ ସ୍ଵାଭାବିକ ଅଧିବାସୀମାନଙ୍କଦ୍ବାରା ଉତ୍ପାଦିତ ସମସ୍ତ ଅନ୍ତିମ ଦ୍ରବ୍ୟ ଓ ସେବାର ବଜାର ମୂଲ୍ୟର ସମଷ୍ଟିକୁ ଜାତୀୟ ଉତ୍ପାଦ ବୋଲି କୁହାଯାଏ । ବିଭିନ୍ନ ଦ୍ରବ୍ୟ ଓ ସେବାର ପରିମାଣକୁ ସେମାନଙ୍କର ଦରରେ ଗୁଣନ କରି ଜାତୀୟ ଉତ୍ପାଦ ଆକଳନ କରାଯାଏ । ମୋଟ ଜାତୀୟ ଆୟ ଆକଳନ କଲାବେଳେ ମୂଲ୍ୟହ୍ରାସଜନିତ ପରିବ୍ୟୟ, ଅନ୍ତରଣ ଦେୟ, ପୁଞ୍ଜିଲାଭ ଓ ଅନ୍ତର୍ବର୍ତ୍ତୀ ଦ୍ରବ୍ୟର ମୂଲ୍ୟକୁ ବାଦ୍ ଦିଆଯାଏ ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Odisha State Board BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର Textbook Exercise Questions and Answers.

BSE Odisha Class 9 Odia Solutions Chapter 17 ଲକ୍ଷ୍ମୀର ଅଭିସାର

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ପଣ୍ଡିତ ମନ୍ଦିର ଆଖପାଖରୁ ପିଲାମାନଙ୍କୁ କାହିଁକି ତଡ଼ି ଦେଇଥ‌ିଲେ ?
Answer:
ପଣ୍ଡିତଙ୍କ ବିଚାରରେ ସେ ଥିଲେ ଠାକୁରଙ୍କର ନିଜ ଲୋକ । ପିଲାମାନେ ଆସିଲେ କାଳେ କିଛି ଅସୁବିଧା ହେବ, ସେଥ‌ିପାଇଁ ନିଜ ଲୋକ ହିସାବରେ ପିଲାମାନଙ୍କୁ ତଡ଼ିବା ତାଙ୍କର ଅନ୍ୟତମ କାମ ହୋଇଥୁବାରୁ, ସେ ମନ୍ଦିର ଆଖପାଖରୁ ପିଲାମାନଙ୍କୁ ତଡ଼ି ଦେଉଥିଲେ ।

Question ୨।
ଲକ୍ଷ୍ମୀ ଠାକୁରଙ୍କୁ ଦେଖ୍ କ’ଣ କହିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ନିଜର ପରିଚୟ ଦେଇ ସାରିଲା ପରେ କହିଲା, ସେ ମାସେ ହେଲା ଚେଷ୍ଟା କରୁଛି ତାଙ୍କ ପାଖକୁ ଆସିବାପାଇଁ । ମାତ୍ର ପଣ୍ଡିତ ବାଟ ଓଗାଳି ବସୁଥ‌ିବାରୁ ସେ ଆସିପାରୁ ନାହିଁ । ଆଜି ପଣ୍ଡିତ ଶୋଇ ଘୁଙ୍ଗୁଡ଼ି ମାରୁଥ‌ିବାରୁ ସେ ଚାଲି ଆସିଛି । ପଣ୍ଡିତ ଘୁଙ୍ଗୁଡ଼ି ମାରୁଥିବାରୁ ଠାକୁରଙ୍କୁ କିପରି ନିଦ ହୁଏ ବୋଲି ସେ ପଚାରିଛି । ସ୍କୁଲ ପଣ୍ଡିତ ବି ଘୁଙ୍ଗୁଡ଼ି ମାରନ୍ତି । ଛୋଟ ପିଲା ହିସାବରେ ଲକ୍ଷ୍ମୀ ବିଚାରିଛି, ସବୁ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ଲକ୍ଷ୍ମୀ ଦେଖୁଥ‌ିବା ସ୍ଵପ୍ନକଥା ପଚାରିବାପାଇଁ ମନ୍ଦିରକୁ ଆସିଥିବା କଥା ସେ ଠାକୁରଙ୍କୁ କହିଛି।

Question ୩ ।
ଅଙ୍କ ବିଷୟକୁ ସମସ୍ତେ ଭୁଲିଯାଆନ୍ତେ ବୋଲି ଲକ୍ଷ୍ମୀ କାହିଁକି ଠାକୁରଙ୍କୁ କହିଛି ?
Answer:
ଲକ୍ଷ୍ମୀ ପାଚିଲା କଦଳୀକୁ ଗଣି ହିସାବ କଲାବେଳେ, ତାହାର ହିସାବ ଗୋଳମାଳ ହୋଇଯାଉଥିଲା । ତାକୁ ଅଙ୍କ ଆସୁନଥିବା କଥା ସେ ଠାକୁରଙ୍କୁ କହି ଦେଇଛି । ଯେହେତୁ ତାକୁ ଅଙ୍କ ମୋଟେ ଆସୁ ନାହିଁ, ସେଥ‌ିପାଇଁ ଅଙ୍କ ବିଷୟକୁ ସମସ୍ତେ ଭୁଲି ଯାଆନ୍ତେ ବୋଲି ଲକ୍ଷ୍ମୀ ଠାକୁରଙ୍କୁ କହିଛି । ଅଙ୍କ ବିଷୟ ପାଇଁ ସେ ଅସୁବିଧାରେ ପଡୁଥ‌ିବାରୁ ଏପରି କହିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୪।
ଲକ୍ଷ୍ମୀ କାହିଁକି ପୋଖରୀ ଭିତରକୁ ପଶିଗଲା ?
Answer:
ମନ୍ଦିର ଭିତରୁ ଦୁଇଟି ପାଚିଲା କଦଳୀ ଧରି ଲକ୍ଷ୍ମୀ ବାହାରକୁ ଆସି ଦେଖୁଲା ପଣ୍ଡିତଙ୍କୁ । ପଣ୍ଡିତେ ବଡ଼ ପାଟି କରି, ଲକ୍ଷ୍ମୀ ଆଡ଼କୁ ଦୌଡ଼ି ଆସିବାରୁ, ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ି ପୋଖରୀ ଭିତରକୁ ଛାନିଆରେ ପଶିଗଲା ।

Question ୫।
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍ ଲୋକେ କ’ଣ କହିଲେ ?
Answer:
ଲକ୍ଷ୍ମୀଙ୍କୁ ପୋଖରୀ ଭିତରେ ପଶିବାର ଦେଖ୍, ପଣ୍ଡିତେ ରଡ଼ି ଛାଡ଼ି ବାହାରି ଆସିବାକୁ କହିଲେ । ପଣ୍ଡିତଙ୍କ କଥାରେ ସ୍ବର ମିଳାଇ ଅନ୍ୟ ଲୋକେ ତାଗିଦ୍ କଲାଭଳି ବାହାରି ଆସିବାକୁ କହିଲେ ।

Question ୬।
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଇକ୍ଷ୍ମୀ କ’ଣ କହିଲା ?
Answer:
ଠାକୁରଙ୍କ ପାଖରେ କଦଳୀ କାନ୍ଦି ଦେଖ୍ ଲକ୍ଷ୍ମୀ ନିଜର ଶିଶୁସୁଲଭ ଭାବ ନେଇ କହିଲା, ‘‘ସାବଧାନ ଠାକୁର, ସବୁ କଦଳୀ ଏକାଥରକେ ଖାଇଦେବ ନାହିଁ । ସବୁ କଦଳୀ ଖାଇଦେଲେ ଦେହ ଖରାପ ହେବ । ଦିନକୁ ଚାରିଟା କରି ଖାଇଲେ ଚଳିବ ।’’

Question ୭ ।
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ବିଷୟରେ ଲକ୍ଷ୍ମୀ କ’ଣ ଭାବିଲା ?
Answer:
ଚୁଙ୍ଗା ଲଗାଇ ବଡ଼ ପାଟିରେ ଭଗବାନଙ୍କୁ ଡାକିବା ଲକ୍ଷ୍ମୀର ପସନ୍ଦ ନଥୁଲା; କାରଣ ସେପରି ବଡ଼ପାଟି ଶୁଣି ସେ ଛାନିଆ ହୋଇଯାଉଥିଲା । ବଡ଼ ପାଟି କରି ଯନ୍ତ୍ର ଚୁଙ୍ଗା ଲଗାଇ ଭଗବାନଙ୍କୁ ଡାକିବା ଅପେକ୍ଷା, ଧୀର ଭାବରେ ଡାକିବା କଥା ଲକ୍ଷ୍ମୀ ଭାବିଲା ।

Question ୮ ।
ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ କାହିଁକି ଟାଣୁଥା’ନ୍ତି ?
Answer:
ଲକ୍ଷ୍ମୀର ବାପାଙ୍କୁ ଜର ହୋଇଥିବା ଦିନ, ପଡ଼ିଶା ଘର କୌଣସି ଏକ ଉତ୍ସବ ପାଇଁ ଯନ୍ତ୍ର ଚୁଙ୍ଗା ଲଗାଇଥିଲେ । ସେହି ଯନ୍ତ୍ର ଚୁଙ୍ଗାର ଶବ୍ଦ ଲକ୍ଷ୍ମୀର ବାପାଙ୍କୁ ଅସହ୍ୟ ହୋଇଥିଲା ଓ ସେ ବିଛଣାରେ ଛଟପଟ ହୋଇଥିଲେ । ସେହି ଚୁଙ୍ଗାର ଭୀଷଣ ଶବ୍ଦରୁ ରକ୍ଷା ପାଇଁ, ବାପା ତାଙ୍କ କାନ ଦୁଇଟିକୁ ଚାପି ଧରିବାପାଇଁ ଲକ୍ଷ୍ମୀର ହାତ ଦୁଇଟିକୁ ଟାଣିଥିଲେ ।

Question ୯ ।
ବାପା ଲକ୍ଷ୍ମୀ ପାଇଁ କ’ଣ କିଣିଦେବେ ବୋଲି କାହାକୁ କହିଥିଲେ ?
Answer:
ଲକ୍ଷ୍ମୀର ବାପା ଲକ୍ଷ୍ମୀ ପାଇଁ ଫ୍ରକ୍ କିଣିଦେବେ ବୋଲି ଲକ୍ଷ୍ମୀର ବୋଉକୁ କହିଥିଲେ ।

Question ୧୦ ।
କଦଳୀ ଧରି ଲକ୍ଷ୍ମୀ କାହିଁକି ଦଉଡ଼ିଲା ?
Answer:
ପଣ୍ଡିତଙ୍କ ବଡ଼ ପାଟି ଶୁଣି ଲକ୍ଷ୍ମୀ ଡରି ଯାଇଥିଲା । ପଣ୍ଡିତଙ୍କ ପାଖରୁ କିପରି ମୁକ୍ତି ପାଇବ, ସେଥୂପାଇଁ କଦଳୀ ଧରି ଲକ୍ଷ୍ମୀ ବାଟଘାଟ ଜ୍ଞାନ ନ କରି ଦଉଡ଼ିଲା ।

Question ୧୧ ।
ଲକ୍ଷ୍ମୀ ପୋଖରୀ ଭିତରକୁ ପଶି କ’ଣ କରୁଥିଲା ?
Answer:
ଲକ୍ଷ୍ମୀ ପଣ୍ଡିତଙ୍କ ପାଟି ଶୁଣି ଛାନିଆ ହୋଇ ପୋଖରୀକୁ ପଶିଯାଇଥିଲା । ପୋଖରୀ ଭିତରେ ଅଣ୍ଟାଏ ପାଣିରେ ପଶିଥିଲେ ବି ଛାତିରେ କଦଳୀ ଦୁଇଟିକୁ ଭିଡ଼ି ଧରିଥଲା । ପଣ୍ଡିତଙ୍କ ପାଟିରେ ଲୋକମାନେ ଆସିବାରୁ, ଲକ୍ଷ୍ମୀ ବିସ୍ତାରିତ ନୟନରେ ସମସ୍ତଙ୍କୁ କେବଳ ଅନାଇଥିଲା।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

Question ୧୨ ।
ପୋଖରୀ ଭିତରୁ ଲକ୍ଷ୍ମୀକୁ ବାପା କାହିଁକି ନେଲେ ?
Answer:
ପଣ୍ଡିତ ଓ ଲୋକମାନଙ୍କୁ ଦେଖ୍ ଲକ୍ଷ୍ମୀ ଛାନିଆଁ ହୋଇ ସମସ୍ତଙ୍କ ଚାହିଁଥିଲା । ଲୋକମାନଙ୍କ ଭିତରୁ ଲକ୍ଷ୍ମୀକୁ ଉଦ୍ଧାର କରିବାପାଇଁ ଲକ୍ଷ୍ମୀର ବାପା, ପୋଖରୀ ଭିତରକୁ ପଶିଯାଇଥିଲେ । ବାପାଙ୍କୁ ଦେଖ୍ ଲକ୍ଷ୍ମୀ କାନ୍ଦି ଉଠିଥିଲା । ସେହି ଅସହ୍ୟ ପରିସ୍ଥିତିରୁ ରକ୍ଷା କରିବାପାଇଁ, ପୋଖରୀ ଭିତରୁ ଲକ୍ଷ୍ମୀର ବାପା ତାକୁ ନେଇ ଯାଇଥିଲେ ।

Question ୧୩ ।
ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କାହିଁକି କହିଲେ ?
Answer:
ଲୋକମାନେ ସ୍ଥୂଳବୁଦ୍ଧିରେ ବିଚାରିଥିଲେ, ଠାକୁରଙ୍କ ସିଂହାସନ ପାଖରୁ ଲକ୍ଷ୍ମୀ ତାଙ୍କର ଆହାର ଚୋରି କରିଥିବାରୁ, ତାହାକୁ ଠାକୁର ମୃତ୍ୟୁ ଦଣ୍ଡ ଦେଇଥିଲେ । ଏଭଳି କର୍ମ ପାଇଁ ଠାକୁର ତାହାକୁ ନିସ୍ତାର କରି ନଥିଲେ । ଏହି ଘଟଣା ପାଇଁ ଠାକୁରଙ୍କୁ ଲୋକେ ପ୍ରତ୍ୟକ୍ଷ ଦେବତା ବୋଲି କହିଥିଲେ ।

Question ୧୪ ।
ବିମର୍ଷ ଭାବରେ ପଣ୍ଡିତେ କାହିଁକି ବସି ରହିଥୁଲେ ?
Answer:
ଯେତେବେଳେ ଦିଅଁଙ୍କ ପ୍ରତ୍ୟକ୍ଷତାର ପ୍ରମାଣରେ ଉଦ୍‌ବୁଦ୍ଧ ହୋଇ ଲୋକମାନେ ହରିବୋଲ ଧ୍ଵନି ଦେଉଥିଲେ, ସେତେବେଳେ ପଣ୍ଡିତ ଅନୁଭବ କରିଥିଲେ, ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି ଏବଂ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ । ପଣ୍ଡିତଙ୍କ ସେହି ଅନୁଭବ ପାଇଁ ସେ ବିମର୍ଷ ଭାବରେ ବସି ରହିଥିଲେ ।

Question ୧୫ ।
ପଣ୍ଡିତେ ଠାକୁରଙ୍କୁ କ’ଣ ପ୍ରାର୍ଥନା କଲେ ?
Answer:
ଲକ୍ଷ୍ମୀ ଭଳି ସରଳ ଶିଶୁକୁ ସମସ୍ତଙ୍କ ନିକଟରେ ଚୋରଣୀ ଭାବରେ ପରିଚିତ କରାଇ ଥିବାରୁ, ପଣ୍ଡିତେ ଅନୁତାପ କରିଥିଲେ । ଲକ୍ଷ୍ମୀର ମୃତ୍ୟୁ ପାଇଁ ସେ ନିଜକୁ ଦାୟୀ କରିଥିଲେ । ତେଣୁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପର ଜନ୍ମରେ ତାଙ୍କୁ ଯେପରି ଜିହ୍ବାହୀନ ଭାବରେ ଜନ୍ମଦେବେ ।

ତୁମପାଇଁ କାମ

୧୬ । ‘ଲକ୍ଷ୍ମୀର ଅଭିସାର’ ଗଳ୍ପ ପଢ଼ି ତୁମ ଭିତରେ ଯେଉଁ ଭାବ ଆସୁଛି ସେ ବିଷୟରେ ସାଙ୍ଗମାନଙ୍କ ସହିତ ଆଲୋଚନା କର ।
୧୭ । ମନୋଜ ଦାସଙ୍କ ଅନ୍ୟାନ୍ୟ ଗଳ୍ପ ଓ ଉପନ୍ୟାସ ପଢ଼ ଓ ତାହାଙ୍କୁ ମନେ ରଖିବାକୁ ଚେଷ୍ଟା କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର କରୁଣ ଚିତ୍ର ରହିଛି ?
Answer:
‘ଲକ୍ଷ୍ମୀର ଅଭିସାର’ ଗଳ୍ପରେ କାହାର ବାସଲ୍ୟବୋଧର କରୁଣ ଚିତ୍ର ରହିଛି ।

2. ବୁଢ଼ା ପୂଜାରୀ ଦେଖୁବାମାତ୍ରେ କ’ଣ ପଚାରିବେ ?
Answer:
ବୁଢ଼ା ପୂଜାରୀ ଦେଖୁମାତ୍ରେ ମାନସାଙ୍କ ଓ ସାଧୁ ଶବ୍ଦର ଅର୍ଥ ପଚାରିବେ ।

3. ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ପଣ୍ଡିତଙ୍କୁ ଦେଖ୍ ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଗଲା ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. ଲକ୍ଷ୍ମୀ ହାତରୁ କ’ଣ ନେଇ ବାପା ପଣ୍ଡିତଙ୍କୁ ଦେଲେ ?
Answer:
ଲକ୍ଷ୍ମୀ ହାତରୁ ଦୁଇଟା କଦଳୀ ନେଇ ବାପା ପଣ୍ଡିତଙ୍କୁ ଦେଲେ ।

5. ଭୟରେ ଲକ୍ଷ୍ମୀ କେଉଁଠି ଛିଡ଼ା ହୋଇଥିଲା ?
Answer:
ଭୟରେ ଲକ୍ଷ୍ମୀ ପୋଖରୀ ମଝିରେ ଛିଡ଼ା ହୋଇଥିଲା ।

6. ସନ୍ଧ୍ୟାରେ ଲକ୍ଷ୍ମୀର ଅବସ୍ଥା କ’ଣ ହେଲା ?
Answer:
ସନ୍ଧ୍ୟାରେ ଲକ୍ଷ୍ମୀକୁ ଜ୍ଵର ହେଲା ଓ ସେ ତିନି ଦିନ ପରେ ପରପାରିକୁ ଚାଲିଗଲା ।

7. ସାପ୍ତାହିକ ପୁରାଣ ପାଠ କେବେ ହୁଏ ?
Answer:
ସାପ୍ତାହିକ ପୁରାଣ ପାଠ ରବିବାର ଦିନ ସନ୍ଧ୍ୟାରେ ହୋଇଥାଏ ।

8. ଲକ୍ଷ୍ମୀ ଠାକୁରଙ୍କୁ କି ବର ମାଗିଲା ?
Answer:
ଲକ୍ଷ୍ମୀ ଠାକୁରଙ୍କୁ ଏହି ବର ମାଗିଲା ଯେ ଲୋକେ ଯେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ ।

୨. ବୋଉକୁ ଲକ୍ଷ୍ମୀ କ’ଣ ପଚାରିଲା ?
Answer:
ଧ୍ରୁବ, ପ୍ରହଲାଦ କ’ଣ ଚୁଙ୍ଗା ବଜାଇ ଭଗବାନ୍‌ ଙ୍କୁ ଡାକୁଥିଲେ ବୋଲି ଲକ୍ଷ୍ମୀ ବୋଉକୁ ପଚାରିଲା ।

10. ଲକ୍ଷ୍ମୀ ଠାକୁରଙ୍କୁ କ’ଣ ଅନୁରୋଧ କରି ଜଣାଇଲା ?
Answer:
ପଣ୍ଡିତେ ଘୁଙ୍ଗୁଡ଼ି ମାରି ଶୋଇଯିବା ପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଅନୁରୋଧ କଲା ।

B ଶୂନ୍ୟସ୍ଥାନ ପୂରଣ କର ।
1. ଲେଖକ ମନୋଜ ଦାସ __________________ ଗ୍ରାମରେ ଜନ୍ମ ହୋଇଥିଲେ ।
Answer:
ଭୋଗରାଇ

2. ___________________ ସମୟ ପରେ ପୂଜାରୀ ଶୋଇ ପଡ଼ିଥିଲେ ।
Answer:
ଦ୍ବିପ୍ରହର

3. _________________ ସମୟ ଧରି ସବୁଦିନ ଆସିବାକୁ ଚେଷ୍ଟା କରୁଛି ।
Answer:
ମାସଟିଏ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

4. _________________ ବାଟ ଓଗାଳି ବସୁଛି ।
Answer:
ପଣ୍ଡିତ

5. ଆମର __________________ ଏମିତି ଘୁଙ୍ଗୁଡ଼ି ମାରନ୍ତି ।
Answer:
ସ୍କୁଲ ପଣ୍ଡିତ

6. ମୁଁ ଯଦି ଘୁଙ୍ଗୁଡ଼ି ମାରିବି ତେବେ __________________ ହୋଇଯିବି ।
Answer:
ପଣ୍ଡିତ

7. ସକାଳେ ଉଠି ଲାବେଳକୁ ସମସ୍ତେ ________________ ଭୁଲିଯା’ନ୍ତେ ।
Answer:
ଅଙ୍କ

8. ଲୋକେ ଯେମିତି ଧୀର ଭାବରେ ତୁମକୁ ___________________ କରିବେ ।
Answer:
ଭକ୍ତି

9. _________________ ଲଗାଇ ସେମାନେ ଭଗବାନଙ୍କୁ ଡାକନ୍ତି ।
Answer:
ଚୁଙ୍ଗା

10. ପଡ଼ିଶା ଘରେ ସାରାଦିନ ____________________ ରେ ଗୀତ ବାଜିଲା ।
Answer:
ଯନ୍ତ୍ରଚୁଙ୍ଗା

C ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଲେଖକ ମନୋଜ ଦାସ କେଉଁ ଜିଲ୍ଲାରେ ଜନ୍ମ ହୋଇଥିଲେ ?
(A) ବାଲେଶ୍ବର
(B) କଟକ
(C) କେନ୍ଦ୍ରାପଡ଼ା
(D) ପୁରୀ
Answer:
(A) ବାଲେଶ୍ବର

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

2. ଝିଅଟି ବାପା ପାଇଁ ଭଗବାନ୍‌ଙ୍କୁ କ’ଣ ମାଗିଲା ?
(A) ସୁନା
(B) ଜମିବାଡ଼ି
(C) ରୂପା
(D) ଟଙ୍କା
Answer:
(D) ଟଙ୍କା

3. ଝିଅଟି ବାପାଙ୍କୁ କ’ଣ ମାଗିଥିଲା ?
(A) ଟଙ୍କା
(B) କଣ୍ଢେଇ
(C) ଚାବି
(D) ଫ୍ରକ୍
Answer:
(D) ଫ୍ରକ୍

4. ଲକ୍ଷ୍ମୀ ଭଗବାନ୍‌ଙ୍କୁ କ’ଣ ଖାଇବାକୁ ବାରଣ କଲା ?
(A) ଆମ୍ବ
(B) କଦଳୀ
(C) ପଣସ
(D) ନଡ଼ିଆ
Answer:
(B) କଦଳୀ

5. ଲକ୍ଷ୍ମୀ ପଣ୍ଡିତଙ୍କୁ ଆଗରେ ଦେଖୁ କୁଆଡ଼କୁ ଗଲା ?
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

6. ବାପା ବିଚରା କେଡ଼େ __________________ ନ ହେଲା ।
(A) ବ୍ୟସ୍ତ
(B) ବିବ୍ରତ
(C) ଛଟପଟ
(D) ଅଶ୍ବସ୍ତି
Answer:
(C) ଛଟପଟ

7. ବାପାକୁ ଆଉ ମୋତେ ତୁମେ ଟିକିଏ ____________ କରିଦିଅ ।
(A) ସାହସୀ
(B) ବୁଦ୍ଧିମାନ
(C) ବୋକା
(D) ଭୟାଳୁ
Answer:
(A) ସାହସୀ

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

8. ଆଜି ମୁଁ ତାକୁ ଜରୁର୍ ______________ କିଣିଦେବି ।
(A) ବହି
(B) କଣ୍ଢେଇ
(C) କଲମ
(D) ଫ୍ରକ୍
Answer:
(D) ଫ୍ରକ୍

୨. ହଠାତ୍ ଏକ ପ୍ରଚଣ୍ଡ କଣ୍ଠ ତାକୁ _________________ କଲା ।
(A) ହତଚକିତ
(B) ଠାର
(C) ଭ୍ରମିତ
(D) ଆଶ୍ବସ୍ତ
Answer:
(A) ହତଚକିତ

10. ଲକ୍ଷ୍ମୀ _____________________ ଭିତରେ ଛିଡ଼ା ହୋଇଛି ।
(A) ନଦୀ
(B) ନାଳ
(C) ପୋଖରୀ
(D) ହ୍ରଦ
Answer:
(C) ପୋଖରୀ

କଥାକାରଙ୍କ ସମ୍ୱକ୍ଷରେ :
ଓଡ଼ିଆ କଥା ସାହିତ୍ୟରେ କଥାକାର ମନୋଜ ଦାସ ହେଉଛନ୍ତି ସ୍ବତନ୍ତ୍ର ପ୍ରତିଭା । ସେ ତାଙ୍କର ସାରସ୍ବତ ଜୀବନ ଛାତ୍ର ବୟସରୁ ଆରମ୍ଭ କରିଥିଲେ । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖୁଲେ ମଧ୍ୟ, ତାଙ୍କର ଗଳ୍ପ ସୃଷ୍ଟି ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀଦ୍ଵାରା ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି । ପ୍ରାନ୍ତୀୟ ସାରଳା ପୁରସ୍କାରଦ୍ଵାରା ସେ ମଧ୍ୟ ସମ୍ମାନିତ । ପୁନଶ୍ଚ ସେ ମଧ୍ୟ ବିଦ୍ୟାଭାରତୀ ସମ୍ମାନ ଓ ସରସ୍ବତୀ ସମ୍ମାନ ଲାଭ କରିଛନ୍ତି ।

ମନୋଜ ଦାସଙ୍କ ଗଳ୍ପଗୁଡ଼ିକ ବିଶେଷ ଭାବରେ କାହାଣୀଧର୍ମୀ ଓ ସୁଖପାଠ୍ୟ । ସେ ଗଳ୍ପ ଉପସ୍ଥାପନରେ ନିଜେ ଦୂରରେ ରହି ଗଭୀର ସମ୍ବେଦନଶୀଳତା ସହ ଅନ୍ୟମାନଙ୍କୁ କାହାଣୀ ଶୁଣାଇଲା ଭଳି ଗଳ୍ପକୁ ଲେଖୁ’ନ୍ତି । ଗଳ୍ପ ଭିତରେ ସେ ଉପସ୍ଥାପିତ କରିଥିବା ଲୌକିକ, ଅଲୌକିକ, ଇହଲୋକ ଓ ପରଲୋକର ପରିବେଶ ପାଠକଙ୍କୁ ମୁଗ୍‌ଧଚକିତ କରିଥାଏ । ସେ କେବଳ ଚରିତ୍ରମାନଙ୍କ ପ୍ରତି ସମ୍ବେଦନଶୀଳତା ସୃଷ୍ଟି କରନ୍ତି ତାହା ନୁହେଁ, ସେ ମଧ୍ୟ ହାସ ପରିହାସ ମାଧ୍ୟମରେ ନିଜର ଚିନ୍ତାଧାରାକୁ ପ୍ରକାଶ କରିଥା’ନ୍ତି । ସମାଜର ଯାହାକିଛି ଦୋଷତ୍ରୁଟି ରହିଛି, ସେ ତାକୁ ମନୋମୁଗ୍‌ଧକର ଭାବେ ଗଳ୍ପରେ ପ୍ରକାଶ କରିଥା’ନ୍ତି ।

ଗାଳ୍ପିକ ଦାସ ବାଲେଶ୍ଵର ଜିଲ୍ଲାର ଭୋଗରାଇଠାରେ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ଇଂରାଜୀ ଭାଷା ଓ ସାହିତ୍ୟରେ ଏମ୍.ଏ.ପାସ୍ କରିବା ପରେ ଅଧ୍ୟାପକ ଭାବେ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଖ୍ରୀଷ୍ଟ ମହାବିଦ୍ୟାଳୟରେ କିଛି ବର୍ଷ ପାଇଁ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା କରିଥିଲେ । ପରବର୍ତୀ ସମୟରେ ସେ ଶ୍ରୀମା’ଙ୍କ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ପଣ୍ଡିଚେରୀର ଶ୍ରୀଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷାକେନ୍ଦ୍ରରେ ଅଧ୍ୟାପନା କରିବାକୁ ଚାଲିଯାଇଥିଲେ ।

ସାହିତ୍ୟର ବିଭିନ୍ନ ବିଭାଗ ଯଥା – କବିତା, କ୍ଷୁଦ୍ରଗଳ୍ପ, ନିବନ୍ଧ, ଉପନ୍ୟାସ, ସାହିତ୍ୟ ସମାଲୋଚନା, ଭ୍ରମଣ ସାହିତ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ସେ ଲେଖନୀ ଚାଳନା କରି ସଫଳ ହୋଇଛନ୍ତି । ତାଙ୍କଦ୍ୱାରା ରଚିତ ପୁସ୍ତକଗୁଡ଼ିକ ହେଉଛି- ‘ମନୋଜ ଦାସଙ୍କ କଥା ଓ କାହାଣୀ’, ‘ଲକ୍ଷ୍ମୀର ଅଭିସାର’, ‘ଆବୁ ପୁରୁଷ ଓ ଅନ୍ୟାନ୍ୟ କାହାଣୀ’, ‘ବିଷକନ୍ୟାର କାହାଣୀ’, ‘ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ’, ‘ଶେଷ ବସନ୍ତର ଚିଠି’, ‘ଆରଣ୍ୟକ’, ‘ସମୁଦ୍ରର କ୍ଷୁଧା’, ‘ନନ୍ଦାବତୀର ମାଝି’, ‘ପଦଧ୍ଵନି, ‘ଜୀବନର ସ୍ଵାଦ’, ‘ସରଳ ରାମାୟଣ’, ‘ଦୂରଦୂରାନ୍ତ’।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଗଛର ଅନ୍ତଃସ୍ଵର :
ଗଳ୍ପଟିର ଛୋଟ ପିଲାର ସରଳ ବିଶ୍ୱାସକୁ ଯଥାର୍ଥ ଭାବରେ ପ୍ରକାଶ କରାଯାଇଛି । ସାଧାରଣ ବିବେକହୀନ ମଣିଷ ନିଜର ସ୍ଥୂଳ ଚିନ୍ତାଧାରା ପାଇଁ ଲକ୍ଷ୍ମୀ ପରି ସରଳ ଝିଅକୁ ବୁଝିପାରି ନାହିଁ । ଫଳରେ ତା’ର ବିଚାରହୀନ ସ୍ବଭାବ ପାଇଁ, ସରଳ ଝିଅଟି ସମସ୍ତଙ୍କ ଦୃଷ୍ଟିରେ ଚୋରଣୀ ବୋଲି ସାବ୍ୟସ୍ତ ହୋଇଛି । ପରିଣତିରେ ସେ ମୃତ୍ୟୁପଥର ଯାତ୍ରୀ ହୋଇଛି ।

ଗଛର ସାରମର୍ମ :
ସହରତଳି ବସ୍ତିର ଛୋଟ ଝିଅଟିଏ । ନାଁ ତା’ର ଲକ୍ଷ୍ମୀ । ଦିନେ ଦୁଇ ପ୍ରହର ନିରୋଳାବେଳେ ଆସିଛି ମନ୍ଦିରକୁ, ଠାକୁରଙ୍କୁ ତା’ର ମନ କଥା କହିବାପାଇଁ । ତା’ ହୃଦୟର ସବୁକିଛି ଭଲମନ୍ଦ ତାଙ୍କ ନିକଟରେ ପ୍ରକାଶ କରିବାପାଇଁ । ତାକୁ ସବୁ ଦିନ ଏହି ସୁଯୋଗ ମିଳେ ନାହିଁ । କାରଣ ସବୁବେଳେ ବୁଢ଼ା ପୂଜାରୀଟା ଜଗି ରହିଥାଏ । ଲକ୍ଷ୍ମୀର ପୂଜାରୀକୁ ଭାରି ଡର । ସେ ଅନୁମାନ କରେ ପୂଜାରୀ ଗୋଟିଏ ପଣ୍ଡିତ । ତା’କୁ ହୁଏତ ପାଠ ସମ୍ବନ୍ଧୀୟ ଜଟିଳ ପ୍ରଶ୍ନ ପଚାରି ହଇରାଣ କରିବ କିମ୍ବା ତାକୁ ପିଲା ମନେକରି ସେଠାରୁ ତଡ଼ିଦେବ ।

ତେଣୁ ଲକ୍ଷ୍ମୀ ସବୁଦିନ ଦ୍ବିପହରେ ମନ୍ଦିର ନିକଟକୁ ଆସେ, ମାତ୍ର ପୂଜାରୀକୁ ଦେଖ୍ ଫେରିଯାଏ । ଆଜି ପୂଜାରୀ ଶୋଇ ଘୁଙ୍ଗୁଡ଼ି ମାରୁଥିବାରୁ ଲକ୍ଷ୍ମୀକୁ ବେଶ୍ ସୁଯୋଗ ମିଳିଛି ମନ୍ଦିର ଭିତରେ ପଶି ଠାକୁରଙ୍କ ସହିତ ଟିକେ ଦୁଃଖ ସୁଖ ହେବାପାଇଁ । ଲକ୍ଷ୍ମୀର ପିଲା ମନ । ମା’ ଠାରୁ ଶୁଣିଛି ଶିଶୁଭକ୍ତ ଧ୍ରୁବ, ପ୍ରହ୍ଲାଦଙ୍କ କଥା । ସେମାନେ ଠାକୁରଙ୍କୁ ଦେଖା କରି, ସେମାନଙ୍କର ମନକଥା କହିଥିଲେ । ସେହି ବିଚାରଧାରା ଲକ୍ଷ୍ମୀ ମନରେ ରହିଛି । ଅତି ସତର୍କତାର ସହିତ ସେ ମନ୍ଦିର ଭିତରେ ପ୍ରବେଶ କରିଛି । ଭିତରକୁ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରିଛି ।

ଖୁସି ମନରେ ପ୍ରାୟ ଦୁଇ ମିନିଟ୍ ଠାକୁରଙ୍କ ବେଶ ପୋଷାକକୁ ଚାହିଁଛି । ତା’ପରେ ସରଳ ଭାବରେ ଠାକୁରଙ୍କ ପାଖରେ ନିଜର ପରିଚୟ ଦେଇଛି । କହିଛି, ମୁଁ ହେଉଛି ଲକ୍ଷ୍ମୀ । ମାସେ ହେବ ତୁମ ପାଖକୁ ଆସିବାକୁ ଚେଷ୍ଟା କରୁଛି, ମାତ୍ର ଆସିପାରୁ ନାହିଁ । ପୂଜାରୀ ବୁଢ଼ା ବାଟ ଓଗାଳି ବସେ । ଆଜି ପୂଜକ ବୁଢ଼ା ଶୋଇ ଘୁଙ୍ଗୁଡ଼ି ମାରୁଛି । ରାତିରେ ଏମିତି ଶୋଇ ଘୁଙ୍ଗୁଡ଼ି ମାରିଲେ ତୁମକୁ କିପରି ନିଦ ହୁଏ ବୋଲି ଲକ୍ଷ୍ମୀ ପଚାରିଛି । ତାଙ୍କ ସ୍କୁଲର ପଣ୍ଡିତ ମଧ୍ଯ ଘୁଙ୍ଗୁଡ଼ି ମାରନ୍ତି । ତେଣୁ ସେ ଭାବିଛି, କେବଳ ପଣ୍ଡିତମାନେ ଘୁଙ୍ଗୁଡ଼ି ମାରନ୍ତି । ସେ ଯଦି ଘୁଙ୍ଗୁଡ଼ି ମାରିବା ଶିଖୁଯିବ, ତା’ହେଲେ ସେ ବି ପଣ୍ଡିତ ହୋଇଯିବ । ହେଲେ ସେପରି ଘୁଙ୍ଗୁଡ଼ିମରା ପଣ୍ଡିତ ନ ହେବାକୁ ଠାକୁରଙ୍କୁ ପ୍ରାର୍ଥନା କରିଛି।

ଲକ୍ଷ୍ମୀ ଠାକୁରଙ୍କ ନିକଟରେ ତାହାର ସ୍ଵପ୍ନକଥା କହିଛି । ସେ ପଚାରିଛି ମାସକ ତଳେ ଠାକୁର ତାଙ୍କୁ ପଚାରୁଥିଲେ, ସେ କାହିଁକି ତାଙ୍କ ସହିତ ଖେଳୁ ନାହିଁ । ଠାକୁରଙ୍କ ସେହି ସ୍ବପ୍ନ ପରେ, ସେ ତାଙ୍କ ପାଖକୁ ଆସିବାକୁ ଚେଷ୍ଟା କରିଛି । ଠାକୁରଙ୍କ ସହିତ କଥା ହେଲାବେଳେ, ଲକ୍ଷ୍ମୀର ଆଖ୍ ପଡ଼ିଯାଇଛି ମନ୍ଦିରରେ ରହିଥ‌ିବା କଦଳୀ ଉପରେ । ଭୋଗ ପାଇଁ ଥୁଆ ହୋଇଥିବା କଦଳୀ କାନ୍ଦିର ଉପର ଫେଣା ପାଚିଥିବା ସେ ଦେଖୁଛି । ପାଚିଲା କଦଳୀକୁ ସେ ଗଣି ନେଇଛି । ଚବିଶଟା କଦଳୀକୁ ଦୈନିକ ଚାରିଟା ଲେଖା ଖାଇଲେ କେତେ ଦିନ ଯିବ ଲକ୍ଷ୍ମୀ ତାକୁ ହିସାବ କରିଛି । ହିସାବ କରିବାରେ ଲକ୍ଷ୍ମୀର ଗୋଳମାଳ ହୋଇଯାଇଛି । ତା’ର ଅଙ୍କ ଭଲ ହୁଏ ନାହିଁ ବୋଲି ସେ ଠାକୁରଙ୍କ ନିକଟରେ ମାନିଯାଇଛି ।

ଲକ୍ଷ୍ମୀ ଠାକୁରଙ୍କୁ ବର ମାଗିଛି । ସମସ୍ତେ କେମିତି ତାଙ୍କୁ ଧୀର ଭାବରେ ଭକ୍ତି କରିବେ, ସେ କଥା କହିଛି । କାରଣ, ତାଙ୍କ ମନ୍ଦିରରେ ଲାଗିଥିବା କଳ ଗାଉଣା ଓ ଯନ୍ତ୍ରଚୁଙ୍ଗାକୁ ସେ ପସନ୍ଦ କରିନାହିଁ । ମସ୍‌ଜିଦରେ ଯନ୍ତ୍ରଚୁଙ୍ଗା ଲଗାଇ ଠାକୁରଙ୍କୁ ଡାକିବାଦ୍ଵାରା ସେ ଚମକି ପଡ଼େ ବୋଲି କହିଛି । ତେଣୁ ସେ ତା’ ମା’ଙ୍କୁ ପଚାରିଛି, ‘‘ଯନ୍ତ୍ରଚୁଙ୍ଗା ଲଗାଇ କ’ଣ ଧ୍ରୁବ, ପ୍ରହ୍ଲାଦ ଭଗବାନଙ୍କ ସ୍ତବ ଗାଉଥିଲେ ।’ ବୋଉ ତା’ର ଭାବିଚିନ୍ତି ମନା କରିଛି । ତେଣୁ ସେ ଠାକୁରଙ୍କୁ ଧୀରେ ଧୀରେ ଡାକିଛି ।

BSE Odisha 9th Class Odia Solutions Chapter 17 ଲକ୍ଷ୍ମୀର ଅଭିସାର

ଲକ୍ଷ୍ମୀ କହିଛି, ସେ ଭାରି ଡରକୁଳୀ । ଯନ୍ତ୍ରବୁଙ୍ଗାର ଚିତ୍କାର ଶୁଣିଲେ ସେ ହଠାତ୍ ଛାନିଆ ହୋଇଯାଏ । ତା’ ବାପା ମଧ୍ୟ ଡରକୁଳା । କାରଣ ଦିନେ ବାପାଙ୍କୁ ଜ୍ଵର ହୋଇଥିଲା । ପଡ଼ିଶା ଘର ସାରାଦିନ ଯନ୍ତ୍ରଚୁଙ୍ଗା ବଜାଉ ଥିବାରୁ ବାପା ତା’ର ଛଟପଟ ହେଉଥିଲେ। ତେଣୁ ବାପାଙ୍କୁ ଟିକିଏ ସାହସୀ କରିଦେବାକୁ ଲକ୍ଷ୍ମୀ ପ୍ରାର୍ଥନା କରିଛି। ବାପାଙ୍କ କଥା ମନେପଡ଼ିବାରୁ, ତା’ ବାପାଙ୍କୁ କିଛି ଟଙ୍କା କରାଇ ଦେବାପାଇଁ ଲକ୍ଷ୍ମୀ ଠାକୁରଙ୍କୁ ଜଣାଇଛି । ସେହି ପ୍ରସଙ୍ଗରେ ବାପା କିପରି ପଇସା ଧାର କରିଥିଲେ, ତା’ ଫ୍ରକ୍ କିଣିବା ପାଇଁ ଯାଉଥିବାବେଳେ କରଜ ଦେଇଥିବା ଲୋକଟି କିପରି ଆସି ପଇସାଯାକ ନେଇଗଲା ସେ କଥା କହିଛି । ଠେଙ୍ଗା, ହାତରେ ଧରି ମୋଟା ଡେଙ୍ଗା ବଡ଼ ବଡ଼ ନିଶ ଥ‌ିବା ସେହି କରଜ ଦେବା ଲୋକଟିକୁ ଦେଖ‌ିଲେ ଲକ୍ଷ୍ମୀ ଡରିଯାଏ ।

ତା’ର ବାପା କହୁଥିଲେ, ସେ କରଜ କରିଥିବା ପଇସାର ଦେଢ଼ଗୁଣ ନେଇ ସାରିଲାଣି। ତେଣୁ ଲକ୍ଷ୍ମୀ ବାପାଙ୍କୁ କହିଛି, ସେପରି ଭୟଙ୍କର ଚେହେରାଯୁକ୍ତ ଲୋକଠାରୁ ଆଉ କେବେ ପଇସା କରଜ ନ କରିବାକୁ। ଲୋକଟି ପଇସା ନେଇଯିବାରୁ ଲକ୍ଷ୍ମୀର ଆଉ ଫ୍ରକ୍ କିଣା ହୋଇପାରିଲା ନାହିଁ। କାଳେ ତା’ର ବାପା ବୋଉ ମନ ଦୁଃଖ କରିବେ, ସେଥୂପାଇଁ ମା’ର ପୁରୁଣା ଶାଢ଼ି କାଟି ଫ୍ରକ୍ କରିଦେବାକୁ ମା’କୁ କହିଛି। ମା’ ତା’ର ସେହି ଫ୍ରକ୍ କରୁଥିବାବେଳେ କାନ୍ଦୁଥ‌ିବାର ଦେଖୁଛି । ପୁଣି ଥରେ ମା’ କିପରି ତା’ ଆଗରେ କରଜ ଦେଇଥ‌ିବା ଲୋକଙ୍କୁ ମିଛ କହିଛି ଏବଂ ପରେ ମିଛ କହିଥିବାରୁ କାନ୍ଦିଛି, ସେ କଥା ମଧ୍ୟ ଠାକୁରଙ୍କୁ କହିଛି । ଲକ୍ଷ୍ମୀର ଉଦ୍ଦେଶ୍ୟ ହେଉଛି, ତାଙ୍କ ଅଭାବ ଦୂରେଇ ଯାଆନ୍ତା, ଠାକୁର ତା’ ବାପାଙ୍କୁ କିଛି ପଇସା ଦେଇଦିଅନ୍ତେ ।

ଲକ୍ଷ୍ମୀ ଠାକୁରଙ୍କୁ କହିଛି, ସେ ବହୁତ କଥା ତାଙ୍କୁ କହିଲାଣି । ମାତ୍ର ଅସଲ କଥା କହିବାକୁ ସେ ଭୁଲିଯାଇଛି । ଠାକୁର ସ୍ଵପ୍ନରେ ତା’ ପାଖକୁ ଯାଇଥୁବା ଦିନ ଯାହାସବୁ କହିଥିଲେ, ସେ କିଛି ବୁଝିପାରି ନାହିଁ । ତେଣୁ ସ୍ୱପ୍ନରେ ଆଉଥରେ ଯିବାପାଇଁ କହିଛି । ଲକ୍ଷ୍ମୀ ଶୁଣିଛି, ଆଉ କାହିଁକି ପଣ୍ଡିତଙ୍କ ଘୁଙ୍ଗୁଡ଼ି ଶୁଭୁ ନାହିଁ । କାଳେ ସେ ଉଠି ପଡ଼ିବେ, ସେଥ‌ିପାଇଁ ସେ ତର ତର ହୋଇଛି, ତା’ର ଅଭିସାରକୁ ସାରି ଦେବାପାଇଁ । ଫେରିବାକୁ ଯିବାବେଳେ ତା’ର ଆଖ୍ ପଡ଼ିଛି କଦଳୀ ଉପରେ । ସେ ଜାଣିଛି, ଠାକୁର ଯେପରି କଦଳୀ ଦୁଇଟି ନେଇଯିବା ପାଇଁ କହିଛନ୍ତି । ତେଣୁ ସେ କଦଳୀ ଦୁଇଟି ଆଣିଛି ।

ବାହାରକୁ ଯିବାବେଳେ ଲକ୍ଷ୍ମୀକୁ ଦେଖୁଛି ପୂଜକ ବୁଢ଼ା-। ଦିନ ଦ୍ବିପହରେ ଲକ୍ଷ୍ମୀ କଦଳୀ ଚୋରି କରିଛି ବୋଲି ଚିତ୍କାର କରିଛି । ପୂଜକଙ୍କ ପାଟି ଶୁଣି ଲକ୍ଷ୍ମୀ କାଠପିତୁଳା ଭଳି ସ୍ତମ୍ଭୀଭୂତ ହୋଇଯାଇଛି । ପରେ ନିଜକୁ ରକ୍ଷା କରିବାପାଇଁ ସେ ବାଟ ଘାଟ ନ ମାନି ଆଗକୁ ଦୌଡ଼ିଛି । ଆଗରେ ଥିବା ପୋଖରୀ ଭିତରେ ଅଣ୍ଟାକ ପାଣିରେ ପଶିଯାଇଛି । ଛାତିରେ ଭିଡ଼ି ଧରିଛି କଦଳୀ ଦୁଇଟିକୁ । ପୂଜକର ଚିତ୍କାର ଶୁଣି ଅନେକ ଲୋକ ଆସିଛନ୍ତି । ପାଣିରୁ ବାହାରି ଆସିବାକୁ ତାହାକୁ ତାଗିଦ୍ କରିଛନ୍ତି । ଏହି ସମୟରେ ଲକ୍ଷ୍ମୀର ବାପା ଆସି ଲକ୍ଷ୍ମୀକୁ ପାଣିରୁ ନେଇ ଯାଇଛନ୍ତି । ସେଠାକାର ଲୋକମାନେ ଲକ୍ଷ୍ମୀକୁ ଚୋରଣୀ ବୋଲି ଆକ୍ଷେପ କରୁଥା’ନ୍ତି । ଲକ୍ଷ୍ମୀର ବାପା, ଲକ୍ଷ୍ମୀ ହାତରୁ କଦଳୀ ନେଇ ପୂଜକଙ୍କ ହାତରେ ଧରାଇ ଦେଇ ତା’କୁ କାନ୍ଧରେ ବସାଇ ଘରକୁ ଫେରିଛନ୍ତି ।

ଲକ୍ଷ୍ମୀ ଆଉ କଥା କହି ନାହିଁ । ସନ୍ଧ୍ୟାକୁ ତାକୁ ଆସିଛି ଜର । ତିନି ଦିନ ଜର ପରେ ସେ ପରପାରିକୁ ବାଟ କାଟିଛି । ସେହି ମନ୍ଦିର ବେଢ଼ାରେ ରବିବାର ସନ୍ଧ୍ୟାରେ ସାପ୍ତାହିକ ପୁରାଣ ପାଠ ହୋଇଛି । ସମସ୍ତେ ଠାକୁରଙ୍କ ପ୍ରଶଂସା କରିଛନ୍ତି । ତାଙ୍କ ଖାଇବା ଆହାର ଯେ ଚୋରି କରି ନେଇଛି ତାକୁ ସେ ଉଚିତ ଦଣ୍ଡ ଦେଇଛନ୍ତି ବୋଲି ସମସ୍ତେ କଥାବାର୍ତ୍ତା ହୋଇଛନ୍ତି । ମାତ୍ର ଏହି ଆଲୋଚନାରେ ଅଂଶଗ୍ରହଣ କରିଥିବା ସ୍ଥାନୀୟ ନେତା ଭାବିଛି, ମନ୍ଦିର ପୁନଃନିର୍ମାଣ ବେଳେ ଅନେକ ଅର୍ଥ ଆତ୍ମସାତ୍ କରିଥିବା କଥା ଠାକୁର ଜାଣିନାହାଁନ୍ତି ।

ସେହିପରି ମନ୍ଦିର ସେବାରେ ନିଯୁକ୍ତ ଦୁଇଜଣ ସେବକ ବିଭିନ୍ନ ବିଭାଗରୁ କ୍ରମାଗତ ଚୋରି କରୁଥିଲେ ମଧ୍ୟ ଠାକୁର କାହିଁକି ତାଙ୍କୁ ଦଣ୍ଡ ଦେଇ ନାହାଁନ୍ତି, ସେଥ୍‌ପାଇଁ ଦୁଃଶ୍ଚିନ୍ତାରେ ପଡ଼ିଯାଇଛନ୍ତି । ଏହିପରି ଆଲୋଚନା ଚାଲିଥିବା ବେଳେ ପୂଜାରୀ ପଣ୍ଡିତେ ଅନୁଭବ କରିଛନ୍ତି, ଯେପରି ଦିଅଁଙ୍କ ବିଭୂତି ସିଂହାସନ ଛାଡ଼ି ଚାଲିଯାଇଛି । ଆଉ ସେଠାରେ କେବଳ ପଡ଼ି ରହିଛି ଦୀପ୍ତିହୀନ, ଅର୍ଥହୀନ ରୂପ ।

BSE Odisha 9th Class Odia Solutions Chapter 18 ଦଳବେହେରା

Odisha State Board BSE Odisha 9th Class Odia Solutions Chapter 18 ଦଳବେହେରା Textbook Exercise Questions and Answers.

BSE Odisha Class 9 Odia Solutions Chapter 18 ଦଳବେହେରା

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର
(ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୫୦ଟି ଶବ୍ଦ ମଧ୍ଯରେ ଲେଖ ।)

Question ୧।
ବନମାଳୀ କିଏ ? ସେ ଦଳବେହେରାଙ୍କୁ କେଉଁ କଥା କହିଥିଲା ?
Answer:
ସଂଗ୍ରାମୀ ମଣିଷର ଜୀବନ କାହାଣୀ ଉପରେ ଆଧାରିତ ‘ଦଳବେହେରା’ନାମକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସାରସ୍ଵତ କୃତି ।
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ । ସେହି ଗ୍ରାମଟି ଥୁଲା ପାଇକାଳି ଗାଆଁ । ସେମାନେ ବୋପା ଅଜା ତେପନ ପୁରୁଷରୁ ନିଷ୍କର ଜମି ଭୋଗ କରିଆସିଥିଲେ । ଆଜି କମ୍ପାନୀ ବାହାଦୁର ତାଙ୍କୁ କରିଦେବାକୁ ବାଧ୍ୟ କରୁଛି । ତାହା ପୁଣି କଉଡ଼ିରେ ନୁହେଁ; ଟଙ୍କାରେ । ସେଥ‌ିପାଇଁ ବନମାଳୀ କିଆରୀରୁ ଫେରିବାବେଳେ ତାକୁ ବାଟରେ ଅଟକାଇ କର୍ମଚାରୀମାନେ କରଦେବାପାଇଁ ତା’ଉପରେ ଜୁଲମ କରିଛନ୍ତି । ସେହି ଜୁଲମ ବିଷୟରେ ବନମାଳୀ ଦଳବେହେରାଙ୍କୁ ଜଣାଇବା ସହିତ ପ୍ରମାଣ ସ୍ଵରୂପ ସେ ତା’ର ଚିରି ଫଡ଼ା ଫଡ଼ା ହୋଇଥବା ନୂଆ ଗାମୁଛାକୁ ମଧ୍ୟ ତାଙ୍କୁ ଦେଖାଇଛି ।

Question ୨।
ଦଳବେହେରା ‘ଆପଣା ସୁନା ତ ଭେଣ୍ଡି’ ବୋଲି କହିବାର ତାତ୍ପର୍ଯ୍ୟ କ’ଣ ?
Answer:
‘ଦଳବେହେରା’ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି । ବନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

ଅର୍ଥାତ୍ ଖଣ୍ଡେ କାଠ ଲୁହା ପେଟରେ ପଶିବାରୁ ଲୁହା ଯେପରି କାଠକୁ କାଟେ, ସେହିପରି ସ୍ବାର୍ଥସର୍ବସ୍ଵ ଆପଣାର ଲୋକମାନେ କମ୍ପାନୀ ବାହାଦୁରଙ୍କୁ ଭେଦ ବତାଉଥ‌ିବାରୁ ଦେଶର ଏ ଅବସ୍ଥା ହୋଇଛି । ସୁନା ତା’ର ମୂଲ୍ୟ ହରାଇ ନିରର୍ଥକ ଭେଣ୍ଡିରେ ପରିଣତ ହେବା ପରି ପାଇକ ସିଂହର ଭାଇ ତା’ର ସ୍ଵାଭିମାନ ହରାଇ କମ୍ପାନୀର ଚାଟୁକାର ସାଜିଛି । ଆପଣା ଲୋକେ ଶତ୍ରୁତା ଆଚରଣ କଲେ ତା’ର ଚିତ୍କାର କେବଳ ଅରଣ୍ୟ ରୋଦନରେ ପରିଣତ ହେବ । ଦେଶର ଏ ଅବସ୍ଥା ପାଇଁ ଦଳବେହେରା ସେହି ଗୃହଭେଦୀ ବିଭୀଷଣମାନଙ୍କୁ ହିଁ ଦାୟୀ କରିଛନ୍ତି।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୩ ।
ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହିଁକି କହିଛି ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନନ୍ୟ ସୃଷ୍ଟି । ରକ୍ତମାଂସ ଶରୀର କେତେ ସହିବ ? – ଏହି ଉକ୍ତିଟି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି । ଆପଣାର ଲୋକ ଭେଦ ବିତାଉଥ‌ିବାରୁ ଫିରିଙ୍ଗୀମାନଙ୍କର ଅତ୍ୟାଚାର ବଢ଼ିଚାଲିଛି । କାଲିର ବାବନାଭୂତ ଚକରା ଫିରିଙ୍ଗୀ ଘର ଦାନ ଖାଇବାରୁ ତା’ ଆଖୁ ଓଲଟି ଯାଇଛି । ମୁଣ୍ଡରେ ନାଲିକନା ଭିଡ଼ିଦେଲା ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ପଶ୍ଚିମରାଏ ଘରେ ନଥ‌ି ବେଳେ ତାଙ୍କ ଘରେ ପଶି ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା, ମାଗୁଛି । ତା’ପାଟିରୁ କୁଭାଷା ଓ ଅଭାଷା ବାହାରୁଛି । ସେହି ଅସହ୍ୟ ଭାଷାକୁ ରକ୍ତମାଂସ ଶରୀରଧାରୀ ଜଣେ ମଣିଷ କେବେ ସହିପାରିବ ନାହିଁ ବୋଲି ରଘୁନାଥ ଦଳବେହେରାଙ୍କ ଆଗରେ ପ୍ରକାଶ କରିଛି ।

Question ୪।
ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
‘ଦଳବେହେର’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ଥିଲେ ଗଡ଼ମାଣିତ୍ରୀ ଗାଁର ମୁଖୁଆ । ସେହି ପାଇକାଳି ଗାଁର ପ୍ରତ୍ୟେକ ଲୋକ ନିଜ ନିଜର ସୁଖ, ଦୁଃଖ, ଆପତ୍ତି ଅଭିଯୋଗ ସବୁ ତାଙ୍କୁ ହିଁ ଜଣାଇଥା’ନ୍ତି । ତେଣୁ ସେଦିନ ସେହି ଗାଁର ବୁଢ଼ୀଟିଏ ତା’ନାତୁଣୀ ଉପରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ଆସି ଦଳବେହେରାଙ୍କୁ ଜଣାଇଥଲା । ଯୁଗଯୁଗ ଧରି ପୁରୁଷାନୁକ୍ରମେ ସେମାନେ ଲୁଣ ମାରି ଆସୁଥିଲେ ।

ସେଦିନ ଲୁଣ ମାରିବାକୁ ଯାଇଥିବା ତା’ର ନଅବର୍ଷର ନାତୁଣୀର ପିଠି ଫିରିଙ୍ଗୀ ସିପାହୀଙ୍କ ଘୋଡ଼ା କୋରଡ଼ା ମାଡ଼ରେ ଗରଗର ହୋଇ ଫାଟି ନହୁନୁହାଣ ହୋଇ ଯାଇଥିଲା । ସେ ଚେତାବୁଡ଼ା ହୋଇ ପଡ଼ିଥିବା ବେଳେ ରତନୀ, କେତକୀ ପ୍ରଭୃତି ତାକୁ ଟେକି ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୫।
ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ଗ୍ରାମବାସୀଙ୍କୁ ଦଳବେହେରାଙ୍କର ପ୍ରସ୍ତାବ ଥିଲା ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ । ଯେପରି ନିଷ୍କର ଜମି ଚାଷ କରି ଖାଉଥିଲେ, ସେପରି ଚଷି ଖାଆନ୍ତୁ, ସେପରି ଲୁଣ ମାରନ୍ତୁ ଓ w କାଠ କାଟନ୍ତୁ । ଗଡ଼ମୁଣ୍ଡ ବାଟରେ ବଡ଼ ବଡ଼ ପଥର ଖଣ୍ଡ ଓ ପର୍ବତ ପ୍ରମାଣ ଗଛଗଣ୍ଡି ହାଣି ଗଦାକରି ବାଟ ବନ୍ଦ କରିଦିଅନ୍ତୁ । ସମସ୍ତ ଯୁବକ ବାହୁତୀ ବରଗଛମୂଳେ ପହଞ୍ଚୁ ସିନ୍ଦୂର ଲଗାନ୍ତୁ । ଆଖପାଖ ଗାଁକୁ ଖବର ପଠାଇ ମେଣ୍ଡ ବାନ୍ଧନ୍ତୁ । ଦଳବେହେରା ଗ୍ରାମବାସୀଙ୍କୁ ଏହି ପ୍ରସ୍ତାବ ଦେଇ ସେମାନଙ୍କ ଖାଇବା ପାଇଁ ନିଜ ଖମାର ଖୋଲିଦେବା ସହିତ ନିଜ ମୁଣ୍ଡକୁ ପାଣି ଛଡ଼େଇ ଦେଇଥିଲେ ।

Question ୬ ।
‘ଦେଶ ତାତି ରହିଛି? ଏକଥା କାହିଁକି କୁହାଯାଇଛି ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି ସଂଗ୍ରାମୀ ମଣିଷର ଜୀବନ କାହାଣୀରେ ହୋଇଉଠିଛି ଉଦ୍‌ଭାସିତ ।
‘ଦେଶ ତାତି ରହିଛି’ – ଏକଥା ଦ୍ୱିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ ଶୁଣାଇଛି । ତାତି ରହିଥ‌ିବା ବସ୍ତୁରେ ନିଆଁ ଲଗାଇଦେବା ମାତ୍ରେ ସେ ଯେପରି ସଙ୍ଗେ ସଙ୍ଗେ ହୁ ହୁ ହୋଇ ଜଳିଉଠେ, ସେହିପରି ଇଂରେଜମାନଙ୍କ ଅତ୍ୟାଚାରରେ ଦେଶବାସୀ ତାତି ରହିଛନ୍ତି । ଟଙ୍କା ଆକାରରେ କରଦେବାକୁ ବାଧ୍ୟ କରିବା, ଲୁଣ ନ ମାରିବାପାଇଁ ଓ କାଠ ନ କାଟିବା ନିମନ୍ତେ ଫିରିଙ୍ଗୀମାନଙ୍କ ଆଇନ ସମସ୍ତଙ୍କୁ ତତେଇ ଦେଇଛି । ଏହି ସମୟରେ ଦଳବେହେରାଙ୍କ ଘୋଷଣା ସେଥ‌ିରେ ନିଆଁ ଲଗେଇଦେବା ପରି ପ୍ରତୀୟମାନ ହୋଇଛି ବୋଲି ଗ୍ରାମର ଲୋକମାନେ ଅନୁଭବ କରିଛନ୍ତି ।

Question ୭।
‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି? – କାହାକୁ ଏବଂ କାହିଁକି ମାନନ୍ତି ?
Answer:
‘ଦଳବେହେରା ’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅମ୍ଳାନ ସୃଷ୍ଟି । ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି । କାରଣ ସେ ଖୁବ୍ ଦୟାଳୁ ବ୍ୟକ୍ତି । ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି । ସେହି ଦାନୀପୁରୁଷଙ୍କ ଦୁଆରୁ କେହି କେବେ ଖାଲି ହାତରେ ଫେରେ ନାହିଁ । ଲୋକମାନଙ୍କର ଅଭାବ ଅସୁବିଧାରେ ସେ ସହାୟତା କରିଥା’ନ୍ତି । ତେଣୁ ମାଣିତ୍ରୀ ଗଡ଼ରେ ସମସ୍ତେ ତାଙ୍କୁ ଦେବତା ପରି ମାନିଥା’ନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୮।
ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ । ଭଲରେ ହେଉ କିମ୍ବା ମନ୍ଦରେ ହେଉ ଦଳବେହେରାଙ୍କୁ ଧରି ଆଣିବାକୁ କହିଲେ । ସେହିପରି କର ନିମନ୍ତେ ମାଣିତ୍ରୀ ଗଡ଼ର ପ୍ରଜାଙ୍କୁ କମ୍ପାନୀ ଆଉ ସମୟ ଦେଇପାରିବ ନାହିଁ ବୋଲି ସୁବେଦାରଙ୍କୁ ଜଣାଇ ଦେଇ କର ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଲେ । କର ଆଦାୟ ନହେଲେ ଚାବୁକ୍ ମାରି, ଗୁଳି ଚଳେଇବା ସହିତ ଘର ଜଳାଇ ଦେବାକୁ ମଧ୍ୟ ଆଦେଶ ଦେଲେ । କର ନିମନ୍ତେ ଯେତେପ୍ରକାର ଅତ୍ୟାଚାର ଅଛି ତାହା କରିବାକୁ ଶାସକ ସୁବେଦାରଙ୍କୁ ହୁକୁମ ଦେଇଥିଲେ ।

Question ୯।
ଚକରା କିଏ ? ସେ ରଘୁକୁ କ’ଣ କହିଥିଲା ?
Answer:
‘ଦଳବେହେରା’ ଏକାଙ୍କିକାର ପ୍ରଣେତା ହେଉଛନ୍ତି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ।
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା । କରଦେବାପାଇଁ ସେ ରଘୁକୁ ବହୁତ ଫୁସୁଲା ଫୁସୁଲି କଲା । ସେମାନଙ୍କ କର ନଦେବା କଥା ଆଖପାଖ ଗାଁଲୋକ ଜାଣି ମେଣ୍ଟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧା କମ୍ପାନୀ କଚେରୀକୁ ଗଲାଣି । ତେଣୁ କମ୍ପାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

Question ୧୦ ।
ବରକନ୍ଦାଜ ଦୁହେଁ କେଉଁଠି ଓ କାହିଁକି ଲୁଚି ବସିଥିଲେ ?
Answer:
‘ଦଳବେହେରା’ ଶୀର୍ଷକ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ଅନବଦ୍ୟ ସୃଷ୍ଟି ।
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ । କାରଣ ମାଣିତ୍ରୀ ଗାଁ ମୁଖ୍ ଦଳବେହେରାଙ୍କୁ ଧରିବାପାଇଁ କମ୍ପାନୀ ବାହାଦୁର ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିବା ସହିତ ତାଙ୍କ ସମ୍ପର୍କରେ ତଥ୍ୟ ଆଦାୟ କରିବାକୁ ଗୁପ୍ତଚର ନିଯୁକ୍ତ କରିଥିଲେ । ତେଣୁ ବରକନ୍ଦାଜ ଦୁହେଁ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରହ କରିବାପାଇଁ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

Question ୧୧ ।
ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣଙ୍କ ଏକ ଅମ୍ଳାନ ସୃଷ୍ଟି ।
ବୁଢ଼ୀ ଥିଲା ମାଣିତ୍ରୀ ଗଡ଼ ଗାଆଁର ଏକ ପାଇକମାତା । ସେ ଗାଁ ପାଖରେ ଥ‌ିବା ଆମ୍ବତୋଟାକୁ ପତ୍ର ଗୋଟାଇବାକୁ ପଚାରିଥିଲେ । ବୁଢ଼ୀ ତାଙ୍କ ସମ୍ପର୍କରେ ସେ କିଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ନାଲିଆଖ୍ ଦେଖାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ସତକଥା ନ କହିଲେ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେଲେ । ତେଣୁ ବୁଢ଼ୀ ରାଗିଯାଇ ବରାକନ୍ଦାଜ ଦୁହିଁଙ୍କୁ ଗାଳି ଦେଇଥିଲା ।

Question ୧୨ ।
ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
କମ୍ପାନୀର ସୁବେଦାର ବାବାଜୀଙ୍କୁ କହିଲେ ଯେ ସେ ବର୍ଷ ବର୍ଷ ଧରି ଦଳବେହେରାଙ୍କୁ ଖୋଜି ଚାଲିଛନ୍ତି । ଘରଦ୍ଵାର ପିଲାକୁଟୁମ୍ବକୁ ଛାଡ଼ି ବଣପାହାଡ଼ ତାଙ୍କର ଘର ହୋଇଗଲାଣି । ବାଘ ଭାଲୁ ହେଲେଣି ବନ୍ଧୁକୁଟୁମ୍ବ । ନିରାଶା ତାଙ୍କ ମନରେ ବସା ବାନ୍ଧିଲାଣି । ତଥାପି ଦଳବେହେରାଙ୍କର କୌଣସି ସନ୍ଧାନ ପାଇପାରୁ ନାହାନ୍ତି । ତେଣୁ ସେ ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

Question ୧୩।
‘ପାଇକ ପୁଅର କାମ ସେ ନୁହଁ’– ଏକଥା କିଏ, କାହାକୁ ଓ କାହିଁକି କହିଛନ୍ତି ?
Answer:
ପଠିତ ‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ଅନବଦ୍ୟ ରୂପାୟନ । ‘ପାଇକ ପୁଅର କାମ ସେ ନୁହେଁ – ଏକଥା ଦଳବେହେରା ରଘୁନାଥକୁ କହିଛନ୍ତି । ଦଳବେହେରାଙ୍କୁ ଧରାଇ ଦେଇ ପାଞ୍ଚଶହ ଟଙ୍କା ପୁରସ୍କାର ପାଇବା ଆଶାରେ ଖୋଜି ବୁଲୁଥ‌ିବା ସୁବେଦାରଙ୍କୁ ଦଳବେହେରାଙ୍କ ପାଖରୁ ଯାଉଥ‌ିବା ଶୁଣି ରଘୁନାଥ ସୁବେଦାରର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ କହିଥିଲା । ଦଳବେହେରା ତାକୁ ତାହା ପାଇକ ପୁଅର କାମ ନୁହେଁ ବୋଲି କହିଥିଲେ । କାରଣ ସେମାନେ ଫିରିଙ୍ଗୀମାନଙ୍କ କର୍ମଚାରୀ, ଆଦେଶ ପାଳନ କରିବା ସେମାନଙ୍କର କାର୍ଯ୍ୟ । ପେଟ ପାଇଁ ସେମାନେ ଏପରି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ପାଇକ ସମ୍ମୁଖ ସଂଗ୍ରାମରେ ବିଶ୍ଵାସ କରେ । ଏପରି ବ୍ୟକ୍ତିକୁ ମାରିଲେ ପାଇକ ଜାତି ନିନ୍ଦିତ ହେବ । ଏହା ଥିଲା ଦଳବେହେରାଙ୍କର ସ୍ବାଭିମାନଭରା ବୀରବାଣୀ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୪ ।
ନାଉରୀର ଦୁଃଖମୟ ଜୀବନର ପରିଚୟ ପ୍ରଦାନ କର ।
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ଏକ ଅମ୍ଳାନ ସୃଷ୍ଟି ।
ନାଉରୀଟି ଥିଲା ଅତ୍ୟନ୍ତ ଦରିଦ୍ର । ଖାଇବାପାଇଁ ଖାଦ୍ୟ, ପିନ୍ଧିବାପାଇଁ ବସ୍ତ୍ର କିମ୍ବା ମୁଣ୍ଡ ଗୁଞ୍ଜିବାପାଇଁ ଘର ଖଣ୍ଡିଏ ମଧ୍ୟ ତା’ର ନଥିଲା । ନଈକୂଳେ କୁଡ଼ିଆଟିଏ କରି ସ୍ଵାମୀ-ସ୍ତ୍ରୀ ଦୁଇପ୍ରାଣୀ ଚଳୁଥିଲେ । ଅର୍ଥାଭାବରୁ ଛପର କରିନଥିବାରୁ ବର୍ଷାପାଣି ଚାଳକଣା ଦେଇ ଘର ଭିତରେ ପଡୁଥିଲା । ୫/୭ ଜଣିଆ ଛୋଟ ଡଙ୍ଗାରେ ଯାତ୍ରୀଙ୍କୁ ପାରି କରି ଯାହା ପାଉଥିଲା ସେଥିରେ କଷ୍ଟେମଷ୍ଟେ ଚଳିଯାଉଥିଲା ।

କିନ୍ତୁ ସେଦିନର ଭୟଙ୍କର ଝଡ଼ବର୍ଷା ତଥା ବଢ଼ିପାଣିର ସୁଅ ତା’ର ପରିବାର ପ୍ରତିପୋଷଣର ଏକମାତ୍ର ଅବଲମ୍ବନ ଡଙ୍ଗାଟିକୁ ଭସାଇ ନେଇ ତାକୁ ନିରାଶ୍ରୟ କରିଦେଲା । ସାତଦିନ ଧରି ନଈ କୂଳେ କୂଳେ ଖୋଜି ଖୋଜି ଶେଷରେ ସେ ହତାଶ ତଥା ନିରୁପାୟ ହୋଇପଡ଼ିଲା । ଏହା ଥିଲା ଦରିଦ୍ର ନାଉରୀର ଦୁଃଖମୟ ଜୀବନର ଚିତ୍ର ।

Question ୧୫ ।
ନାଉରୀ ଦଳବେହେରାଙ୍କୁ କାହିଁକି ଖୋଜୁଥୁଲା ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି ।
ଦଳବେହେରା ସେ ଅଞ୍ଚଳରେ ଥିଲେ ଜଣେ ଦେବତୁଲ୍ୟ ବ୍ୟକ୍ତି । କେହି ତାଙ୍କ ଦ୍ବାରରୁ ରିକ୍ତ ହସ୍ତରେ ଫେରିନାହିଁ । ସେ ଦୁଃଖୀରଙ୍କାଙ୍କ ପେଟ ଚିହ୍ନନ୍ତି । ଅସହାୟକୁ ସହାୟ ହୁଅନ୍ତି । ଜଣେ ଦୟାଶୀଳ ତଥା ଉଦାର ହୃଦୟ ବ୍ୟକ୍ତି ଭାବରେ ସେ ମୂଲକରେ ତାଙ୍କର ରହିଛି ଅନେକ ସୁଖ୍ୟାତି । ତେଣୁ ତାଙ୍କଠାରୁ କିଛି କଉଡ଼ି ମାଗିନେଇ ପୁଣି ଖଣ୍ଡେ ଡଙ୍ଗା ଗଢ଼ିବା ଉଦ୍ଦେଶ୍ୟରେ ନିରାଶ୍ରୟ ନାଉରୀଟି ମନରେ ଅନେକ ଆଶାନେଇ ତାଙ୍କୁ ଖୋଜି ଚାଲିଥିଲା ।

Question ୧୬ ।
ଦଳବେହେରା ଶେଷରେ ନାଉରୀକୁ କ’ଣ କହିଥିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଏକ ସାର୍ଥକ ସୃଷ୍ଟି ।
ନାଉରୀର ଦୁଃଖ ଶୁଣି ଦଳବେହେରାଙ୍କ ଉଦାର ହୃଦୟ ଦୁଃଖରେ ତରଳି ଯାଇଥିଲା । ତେଣୁ ତାକୁ ସାହାଯ୍ୟ କରିବା ନିମନ୍ତେ ସେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଯାଇଥିଲେ । ସେ ନାଉରୀକୁ କହିଲେ ଯେ ତାଙ୍କ ଦଳବେହେରାଙ୍କୁ କମ୍ପାନୀ ସାହେବ ଧରି ନେଇଗଲାଣି । ତଥାପି ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ । ସେ ତାକୁ ଆଉ ଗୋଟିଏ ସ୍ଥାନକୁ ନେଇଯିବେ, ଯେଉଁଠାରୁ ସେ ନିଶ୍ଚିତଭାବେ କିଛି ଧନ ପାଇବେ ଓ ସେଥ‌ିରେ ଡଙ୍ଗାଟିଏ ଗଢ଼େଇ ନେବେ । ପରିଶେଷରେ ଦଳବେହେରା ନାଉରୀକୁ ଏତିକି କହି ସାଙ୍ଗରେ ନେଇଯାଇଥିଲେ ।

Question ୧୭ ।
ଦଳବେହେରା ନାଉରୀ ସମ୍ବନ୍ଧରେ ଶାସକଙ୍କୁ କ’ଣ କହିଲେ ?
Answer:
କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଲେଖନୀ ନିଃସୃତ ‘ଦଳବେହେରା’ ଏକାଙ୍କିକାଟି ଯୁଗ ଯୁଗ ଧରି ପାଠକ ତଥା ଦର୍ଶକ ମହଲରେ ଆଦୃତ ହୋଇ ରହିଥ‌ିବ, ଏହା ନିଃସନ୍ଦେହ ।
ନାଉରୀ ସମ୍ବନ୍ଧରେ ବାବାଜୀରୂପୀ ଦଳବେହେରା ଶାସକଙ୍କୁ କହିଲେ ଯେ ନାଉରୀଟି ଅତ୍ୟନ୍ତ ଦରିଦ୍ର । ତା’ର ଘରଦ୍ବାର ନାହିଁ । ପରିବାର ପ୍ରତିପୋଷଣର ଏକମାତ୍ର ମାଧ୍ୟମ ଥିଲା ଖଣ୍ଡିଏ ଛୋଟ ନାଆ । ବଢ଼ିପାଣିରେ ସେହି ନାଆଟି ଭାସିଯାଇ ତାକୁ ଅସହାୟ କରିଦେଇଛି । ଦଳବେହେରା ଦୁଃଖୀ ଦରିଦ୍ରମାନଙ୍କୁ ସାହାଯ୍ୟ କରନ୍ତି ବୋଲି ଶୁଣି ସେ ତାଙ୍କ ପାଖକୁ ଯାଇ ପାଞ୍ଚଶହ ପୁରସ୍କାର ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି । ଏଣୁ ନାଉରୀକୁ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯାଉ ।

BSE Odisha 9th Class Odia Solutions Chapter 18 ଦଳବେହେରା

Question ୧୮ ।
ଶାସକ ଦଳବେହେରାଙ୍କୁ ‘ତୁମେ ଏଡ଼େ ମହତ’ ବୋଲି କାହିଁକି କହିଲେ ?
Answer:
‘ଦଳବେହେରା’ ଏକାଙ୍କିକାଟି କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କର ଏକ ସାର୍ଥକ ସୃଷ୍ଟି।
ଦଳବେହେରା ଜଣେ ଦାନୀ, ଦୟାଶୀଳ, ଉଦାର ତଥା ଦେବତୁଲ୍ୟ ବ୍ୟକ୍ତି ଥିଲେ ବୋଲି ଶାସକ ଶୁଣିଥିଲେ । ସେହି ଦଳବେହେରା ନୋଳିଆଙ୍କର ସର୍ଦାର ବୋଲି ଶୁଣି ତାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବା ସହ ପାଞ୍ଚଶହ ଟଙ୍କା ପୁରସ୍କାର ଘୋଷଣା କରିଥିଲେ ।

ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ସୁବେଦାର, ନାଏବ କିମ୍ବା କର୍ମଚାରୀମାନେ ତାଙ୍କୁ ଧରିବା ଦୂରେ ଥାଉ ତାଙ୍କ ଦର୍ଶନ ମଧ୍ଯ ପାଇପାରି ନଥିଲେ । ହେଲେ ସେହି ଦଳବେହେରା ଜଣେ ଦରିଦ୍ର ନାଉରୀର ଦୁଃଖ ଦୂର କରିବାପାଇଁ ସ୍ଵୟଂ ଉପସ୍ଥିତ ହୋଇ ଆତ୍ମସମର୍ପଣ କରିବା ଶାସକଙ୍କୁ ବିସ୍ମୟାଭିଭୂତ କରିଦେଇଥିଲା । ଦଳବେହେରାଙ୍କ ଉଦାରତା ଶାସକଙ୍କୁ ଆସନରୁ ଓହ୍ଲାଇ ଆସିବାକୁ ବାଧ୍ୟ କରିଥିଲା ଏବଂ ସାହେବ ଦଳବେହେରାଙ୍କ ହାତ ଧରିପକାଇ କହିଥିଲେ, ‘ତୁମେ ଏଡ଼େ ମହତ୍’ ।

ତୁମପାଇଁ କାମ

୧୯ । ଏହି ଏକାଙ୍କିକାଟିକୁ ତୁମ ସାଙ୍ଗମାନଙ୍କ ସହିତ ମିଶି ଶିକ୍ଷକଙ୍କ ନିର୍ଦ୍ଦେଶନାରେ ଶ୍ରେଣୀଗୃହରେ ଅଭିନୟ କର ।
୨୦ । ଦଳବେହେରାଙ୍କ ପରି ଆଉ କେତେ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରି ଲେଖ ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।
1. ବନମାଳୀ କିଏ ?
Answer:
ବନମାଳୀ ଥିଲା ମାଣିତ୍ରୀ ଗ୍ରାମର ଜଣେ ଗ୍ରାମବାସୀ ।

2. ବନମାଳୀ ଦଳବେହେରାଙ୍କୁ କେଉଁ କଥା । କହିଥିଲା ?
Answer:
କମ୍ପାନୀ ବାହାଦୂର କର ଦେବା ପାଇଁ ତା’ ଉପରେ କରିଥିବା ଜୁଲମ ବିଷୟରେ ସେ ଦଳବେହେରାଙ୍କୁ ଜଣାଇଥିଲା ।

3. ଦଳବେହେରା ବନମାଳୀଙ୍କୁ ‘ଆପଣା ସୁନା ତ ଭେଣ୍ଡି’ ବୋଲି କେତେବେଳେ କହିଛନ୍ତି ?
Answer:
ନମାଳୀ ଯେତେବେଳେ କର ନିମନ୍ତେ ତା’ଉପରେ ହୋଇଥିବା ଜୁଲମ ସମ୍ପର୍କରେ ବର୍ଣ୍ଣନା କରି ପ୍ରତିକାର ନିମନ୍ତେ କିଛି ଉପାୟ କରିବାକୁ ଦଳବେହେରାଙ୍କୁ ନିବେଦନ କରିଛି, ସେତେବେଳେ ଦଳବେହେରା ବନମାଳୀକୁ ‘ଆପଣା ସୁନା ତ ଭେଣ୍ଡି, ବଣିଆ ସଙ୍ଗେ ଚୁଟି ଧରାଧରି କଲେ ଲାଭ କ’ଣ’ ବୋଲି କହିଛନ୍ତି ।

BSE Odisha 9th Class Odia Solutions Chapter 18 ଦଳବେହେରା

4. ରକ୍ତମାଂସ ଶରୀର କେତେ ସହିବ ? ଏକଥା କିଏ କାହା ଆଗରେ କହିଛି ?
Answer:
ରକ୍ତମାଂସ ଶରୀର କେତେ ସହିବ ?- ଏକଥା ରଘୁନାଥ ଦଳବେହେରାଙ୍କ ଆଗରେ କହିଛି ।

5. ବୁଢ଼ୀ ଦଳବେହେରାଙ୍କ ପାଖକୁ ଆସି କେଉଁ ବିଷୟରେ ଫେରାଦ ହୋଇଥିଲା ?
Answer:
ଫିରିଙ୍ଗୀମାନେ ଲୁଣ ମାରିବାର ଅଧିକାର ତାଙ୍କଠାରୁ ଛଡ଼ାଇ ନେଇଥିବାରୁ ତା’ର ପ୍ରତିକାର ପାଇଁ ବୁଢ଼ୀ ଦଳବେହେରାଙ୍କ ପାଖରେ ଫେରାଦ ହୋଇଥିଲା ।

6. ଦଳବେହେରା ଗ୍ରାମବାସୀଙ୍କୁ କି ପ୍ରସ୍ତାବ ଦେଲେ ?
Answer:
ଦଳବେହେରା ଗ୍ରାମବାସୀଙ୍କୁ ପ୍ରସ୍ତାବ ଦେଲେ ଯେ ସେମାନେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଗଡ଼ରେ ନାଗରା ଦେଇ ଜଣାଇ ଦିଅନ୍ତୁ ।

7. ‘ଦେଶ ତାତି ରହିଛି’ – ଏକଥା କିଏ କହିଛି ?
Answer:
‘ଦେଶ ତାତି ରହିଛି’ – ଏକଥା ଦ୍ବିତୀୟ ଗ୍ରାମବାସୀ ପ୍ରଥମ ଗ୍ରାମବାସୀକୁ କହିଛି ।

8. ‘ସମସ୍ତେ ତାଙ୍କୁ ଦେବତା ପରି ମାନନ୍ତି’ – କାହାକୁ ଏବଂ କାହିଁକି ମାନନ୍ତି ?
Answer:
ଦଳବେହେରାଙ୍କୁ ସମସ୍ତେ ଦେବତା ପରି ମାନନ୍ତି, କାରଣ ସେ ଖୁବ୍‌ ଦୟାଳୁ ବ୍ୟକ୍ତି ଓ ଭଲ-ମନ୍ଦରେ ଲୋକମାନଙ୍କୁ ସାହାଯ୍ୟ କରନ୍ତି ।

9. ଶାସକ ନାଏବ ଓ ସୁବେଦାରଙ୍କୁ କ’ଣ କରିବାପାଇଁ ଆଦେଶ ଦେଲେ ?
Answer:
ଶାସକ ନାଏବ ବାବୁଙ୍କୁ କମ୍ପାନୀ ବାହାଦୁରଙ୍କ ହୁକୁମ ଶୁଣାଇ ଦଳବେହେରାଙ୍କୁ ଧରି ଆଣିବାପାଇଁ ପଲଟନ ପଠାଇବାକୁ ନିର୍ଦ୍ଦେଶ ଦେଲେ।

10. ଚକରା କିଏ ?
Answer:
ଚକରା ଥିଲା ଫିରିଙ୍ଗୀମାନଙ୍କର ପିଆଦା । ସେ ଭୂକର ଅସୁଲ କରିବାକୁ ମାଣିତ୍ରୀ ଗଡ଼କୁ ଆସିଥିଲା ।

11. ଚକରା ରଘୁକୁ କ’ଣ କହିଥିଲା ?
Answer:
କମାନୀ ବାହାଦୁର ଦଳବେହେରାଙ୍କୁ ଧରିନେବାପାଇଁ ଫଉଜ ପଠାଉଛନ୍ତି ବୋଲି ଚକରା ରଘୁ ଆଗରେ ପ୍ରକାଶ କରିଥିଲା ।

BSE Odisha 9th Class Odia Solutions Chapter 18 ଦଳବେହେରା

12. ବରକନ୍ଦାଜ ଦୁହେଁ କେଉଁଠି ଲୁଚି ବସିଥିଲେ ?
Answer:
ବରକନ୍ଦାଜ ଦୁହେଁ ମାଣିତ୍ରୀ ଗାଁର ଅଦୂରରେ ଥ‌ିବା ଆମ୍ବତୋଟାରେ ଲୁଚି ବସିଥିଲେ ।

13. ବରକନ୍ଦାଜ ଦୁହେଁ କାହିଁକି ଲୁଚି ବସିଥିଲେ ?
Answer:
ମାଣିତ୍ରୀ ଗାଁର ମୁଖ୍ୟ ଦଳବେହେରାଙ୍କ ସମ୍ପର୍କରେ ଖବର ସଂଗ୍ରର ମୁଖ୍ଆ ଦଳବେହେରାଙ୍କୁ ସମର୍କରେ ଦିନରାତି ଆମ୍ବତୋଟାରେ ଲୁଚି ବସିଥିଲେ ।

14. ବୁଢ଼ୀ ବରକନ୍ଦାଜ ଦୁହିଁଙ୍କୁ କାହିଁକି ଗାଳିଦେଲା ?
Answer:
ବୁଢ଼ୀ ଦଳବେହେରାଙ୍କ ସମ୍ପର୍କରେ ସେ କି ଛି ଜାଣିନାହିଁ ବୋଲି କହିବାରୁ ବରକନ୍ଦାଜ ଦୁହେଁ ବୁଢ଼ୀକୁ ଠେଙ୍ଗାରେ ବାଡ଼େଇ ସତକଥା ବାହାର କରିଦେବେ ବୋଲି ଧମକ ଦେବାରୁ ବୁଢ଼ୀ ରାଗିଯାଇ ସେମାନଙ୍କୁ ଗାଳି ଦେଇଥିଲା ।

15. ସୁବେଦାର୍ ବାବାଜୀଙ୍କୁ କ’ଣ କହିଲେ ?
Answer:
କମ୍ପାନୀର ସୁବେଦାର ବର୍ଷ ବର୍ଷ ଧରି ଖୋଜୁଥ‌ିବା ଦଳବେହେରା ଧରାପଡ଼ିବେ କି ନାହିଁ ସେ ସମ୍ପର୍କରେ ଭବିଷ୍ୟତ ବାଣୀ କହିବାକୁ ତ୍ରିକାଳଜ୍ଞ ବାବାଜୀଙ୍କୁ ଅନୁରୋଧ କରିଥିଲେ ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. “ ଧରି ଲେ, ଦଳବେହେରା ମଡ଼ାକୁ ଧରି ବେ– ଜୀଅନ୍ତାରେ ନୁହେଁ ।’– ଏକଥା କିଏ କହିଥିଲେ ?
Answer:
ଦଳବେହେରା

2. ଧ୍ଵନି ଜାଳୁଥ‌ିବା ବାବାଜୀଙ୍କ ଆଗରେ କିଏ ହାତଯୋଡ଼ି ବସିଥିଲେ ?
Answer:
ସୁବେଦାର

3. ଦୂରରୁ ପକ୍ଷୀ ଡାକିଲା ପରି ଶବ୍ଦ ଶୁଣି ଦଳବେହେରା କ’ଣ କଲେ ?
Answer:
ସେହିପରି ପ୍ରତିଶବ୍ଦ କଲେ

BSE Odisha 9th Class Odia Solutions Chapter 18 ଦଳବେହେରା

4. ଗାଁ ଲୋକଙ୍କୁ ଦଳବେହେରାଙ୍କ କଥା ପଚାରିଲେ ସେମାନେ ତୁଣ୍ଡରେ ନୁହେଁ କେଉଁଥ‌ିରେ କଥା କହିବେ ?
Answer:
ଖଣ୍ଡାରେ

5. ଗାଆଁକୁ ଗାଆଁ ଦିନକୁ ଦିନ କ’ଣ ବଢ଼ୁଛି ?
Answer:
ମେଳି

6. କାହାର କଟାମୁଣ୍ଡ ବାଉତୀ ଆଗରେ ଛେଦ ପକାଇବାକୁ ରଘୁ କହିଲା ?
Answer:
ସୁବେଦାରର

7. ଗାଁ ମୁଣ୍ଡରେ କେଉଁମାନେ ଘେରାଉ କରି ବସିଛନ୍ତି ?
Answer:
ଫୌଜ

8. ନାଉରୀର କେତେ ଜଣିଆ ଡଙ୍ଗାଟିଏ ଥୁଲା ?
Answer:
୫/୭ ଜଣିଆ

୨. ନାଉରୀର ଛୋଟ ଡଙ୍ଗାଟି କିପରି ଭାସିଗଲା ?
Answer:
ପାଣି ସୁଅରେ

10. ନାଉରୀ ଦଳବେହେରାଙ୍କ ପାଖକୁ କାହିଁକି ଯାଇଥିଲା ?
Answer:
କିଛି କଉଡ଼ି ପାଇବା ପାଇଁ

11. କିଏ ଥାନପତି ହୋଇ ବସିଲାଣି ବୋଲି ଗ୍ରାମବାସୀ କଥାବାର୍ତ୍ତା ହୋଇଥିଲେ ।
Answer:
ଫିରିଙ୍ଗୀ

12. ‘ଗାଁ ଭୂଇଁ, ମା’ ଭଉଣୀ, ଜାତି ମହତ ପାଇଁ ଲଢ଼ି ଦିନେ ମରିବା’’– ଏକଥା କିଏ କହିଥିଲେ ?
Answer:
୧ମ ଗ୍ରାମବାସୀ

BSE Odisha 9th Class Odia Solutions Chapter 18 ଦଳବେହେରା

13. ଭୂଇଁରେ ପଡ଼ିଲାବେଳୁ ଓଡ଼ିଶା ଖଣ୍ଡର ପାଇକପିଲା କାନରେ କ’ଣ ବାଜୁଛି ?
Answer:
ଲଢ଼େଇ

14. ‘ଦେଶ ତାତି ରହିଛି– ଖାଲି ଟିକିଏ ନିଆଁ ଲଗାଇଦେବା କଥା’’– ଏକଥା କିଏ କହିଥିଲେ ?
Answer:
୨ୟ ଗ୍ରାମବାସୀ

15. କିଏ ଅଇଁଠା ଚାଟେ ?
Answer:
କୁକୁର

C ଶୂନ୍ୟସ୍ଥାନ ପୂରଣ କର ।
1. କାଠକୁ ଲୁହା କାଟେ । କାରଣ, ___________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
Answer:
କାଠ

2. ପଶ୍ଚି ମରା ଏ ନଥିବାବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ __________________ ଆସି ଖଜଣା ମାଗୁଥିଲା ।
Answer:
ଚକରା

3. ___________________ ଙ୍କୁ ଦି’ଫଡ଼ା କରି ଚିରି ଦେଇଥିଲେ ।
Answer:
ଜୟୀ ରାଜଗୁରୁ

4. ଭେଣ୍ଡମାନେ ________________ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାକୁ ଦଳବେହେରା ନିର୍ଦ୍ଦେଶ ଦେଇଥିଲେ ।
Answer:
ବାହୂତୀ ବରଗଛ

5. ଏକା ________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
Answer:
ଭେଳା

6. _________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
Answer:
ଜଗନ୍ନାଥଙ୍କ ପା’ତଳ

BSE Odisha 9th Class Odia Solutions Chapter 18 ଦଳବେହେରା

7. ପାଣି ଭିତରେ ଘର କରି _____________________ ସଙ୍ଗେ କି ବାଦ ?
Answer:
କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ _________________ ଙ୍କୁ ସମସ୍ତେ ଦେବତା ପରି ମାନନ୍ତି ।
Answer:
ଦଳବେହେରା

9. ___________________ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ।
Answer:
୬୦

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା _________________ ପାଠ ।
Answer:
କାଠିକର

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. କାଠକୁ ଲୁହା କାଟେ । କାରଣ, _________________ ରୁ ଖଣ୍ଡେ ଲୁହା ପେଟରେ ପଶିଥାଏ ।
(A) କାଠ
(B) ଲୁହା
(C) ଷ୍ଟିଲ୍
(D) ପ୍ଲାଷ୍ଟିକ୍
Answer:
(A) କାଠ

2. ପଶ୍ଚି ମରାଏ ନଥୁବେଳେ ତାଙ୍କ ଭୁ ଆସୁଣୀ ଝିଅବୋହୂଙ୍କୁ କିଏ ଆସି ଖଜଣା ମାଗୁଥିଲା ?
(A) ଫିରିଙ୍ଗୀମାନେ
(B) ପିଆଦା
(C) ଚପରାଶି
(D) ଚକରା
Answer:
(D) ଚକରା

3. ଇଂରେ ଜମାନେ କାହାକୁ ଦି’ଫଡ଼ା କରି ଚିରି ଦେଇଥିଲେ ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ପଶ୍ଚିମରାଏଙ୍କୁ
(D) ଜୟୀ ରାଜଗୁରୁଙ୍କୁ
Answer:
(D) ଜୟୀ ରାଜଗୁରୁଙ୍କୁ

4. ଭେଣ୍ଡାମାନେ କେଉଁ ଗଛମୂଳେ ପହଞ୍ଚୁ ସିନ୍ଦୂ ର ଲଗେଇବାକୁ ନିର୍ଦ୍ଦେଶ ଦେଇଥିଲେ ?
(A) ଅଶ୍ଵତ୍‌ଥ ଗଛ
(B) ଆମ୍ବଗଛ
(C) କେନ୍ଦୁଗଛ
(D) ବାହୁତୀ ବରଗଛ
Answer:
(D) ବାହୁତୀ ବରଗଛ

BSE Odisha 9th Class Odia Solutions Chapter 18 ଦଳବେହେରା

5. ଏକା ____________________ ରେ ବସିଛେ– ବୁଡ଼ିଲେ ସଭିଏଁ ବୁଡ଼ିବା ।
(A) ବୋଇତ
(B) ଜାହାଜ
(C) ଭେଳା
(D) ଗାଡ଼ି
Answer:
(C) ଭେଳା

6. __________________________ ଛଡ଼ା ଓଡ଼ିଆ ପୁଅର ମୁଣ୍ଡ ଆଉ କେଉଁଠି ନଇଁଯାଏ ନାହିଁ ।
(A) ଫିରିଙ୍ଗୀ ପା’ତଳ
(B) ଜଗନ୍ନାଥଙ୍କ ପା’ତଳ
(C) ବେପାରୀଙ୍କ ପା’ତଳ
(D) ପରଦେଶୀଙ୍କ ପା’ତଳ
Answer:
(B) ଜଗନ୍ନାଥଙ୍କ ପା’ତଳ

7. ପାଣି ଭିତରେ ଘର କରି _______________ ସଙ୍ଗେ କି ବାଦ ?
(A) କୁମ୍ଭୀର
(B) ମଗର
(C) ତିମି
(D) ଜଳହସ୍ତୀ
Answer:
(A) କୁମ୍ଭୀର

8. ମାଣିତ୍ରୀ ଚକଡ଼ାରେ କାହାକୁ ସମସ୍ତେ ଦେବତା ପରି ମାନନ୍ତି ?
(A) ବକ୍‌ସିଙ୍କୁ
(B) ଦଳବେହେରାଙ୍କୁ
(C) ରାଜଗୁରୁଙ୍କୁ
(D) ପାଇକରାଏଙ୍କୁ
Answer:
(B) ଦଳବେହେରାଙ୍କୁ

BSE Odisha 9th Class Odia Solutions Chapter 18 ଦଳବେହେରା

9. କେତେ ଖଣ୍ଡ ଶଗଡ଼ରେ ମୁଣ୍ଡିଆରୁ ପଥର ବୁହା ହେଉଥିଲା ?
(A) ୪୦ ଖଣ୍ଡ
(B) ୫୦ ଖଣ୍ଡ
(C) ୬୦ ଖଣ୍ଡ
(D) ୭୦ ଖଣ୍ଡ
Answer:
(C) ୬୦ ଖଣ୍ଡ

10. ସିଂହ ପିଲା ମୁଁ, ମୋ ଛାଇକୁ ଧରିବା ________________ ପାଠ।
(A) କଠିନ
(B) କଷ୍ଟକର
(C) ଅଛିଣ୍ଡା
(D) କାଠିକର
Answer:
(D) କାଠିକର

11. ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ – ଏକଥା କିଏ କହିଥିଲେ ?
(A) ନାଉରୀ
(B) ବନମାଳୀ
(C) ରଘୁ
(D) ଚକରା
Answer:
(A) ନାଉରୀ

12. କାଳୀଚରଣ ପଟ୍ଟନାୟକଙ୍କଦ୍ବାରା ପ୍ରତିଷ୍ଠିତ ରଙ୍ଗମଞ୍ଚର ନାମ କ’ଣ ?
(A) ଓଡ଼ିଶା ଥୁଟର୍ସ
(B) କଳାକୁଞ୍ଜ
(C) ଓଡ଼ିଶା ଅପେରା
(D) ନାଟ୍ୟମଞ୍ଚ
Answer:
(A) ଓଡ଼ିଶା ଥୁଟର୍ସ

13. ଭାଗବତ ଘରେ କିଏ ବସି ପୁରାଣ ପଢୁଥିଲେ ?
(A) ପୁରୋହିତ
(B) ପୁରାଣପଣ୍ଡା
(C) ଜନୈକ ସନ୍ନ୍ୟାସୀ
(D) ଦଳବେହେରା
Answer:
(A) ପୁରୋହିତ

14. ସାତସମୁଦ୍ର ତେରନଈ ପାରହୋଇ କେଉଁମାନେ ଆସି ଆମ ମୁଲକରେ କଂସାସୁର ସାଜିଛନ୍ତି ?
(A) ମୋଗଲମାନେ
(B) ଆଫଗାନମାନେ
(C) ଇଂରେଜମାନେ
(D) ମୁସଲମାନେ
Answer:
(C) ଇଂରେଜମାନେ

BSE Odisha 9th Class Odia Solutions Chapter 18 ଦଳବେହେରା

15. ‘ଆମର ମୁଣ୍ଡ ତ ଆପଣ’– ଏକଥା ବନମାଳୀ କାହା ଉଦ୍ଦେଶ୍ୟରେ କହିଥିଲା ?
(A) ସାହେବଙ୍କ ଉଦ୍ଦେଶ୍ୟରେ
(B) ପୁରାଣପଣ୍ଡାଙ୍କ ଉଦ୍ଦେଶ୍ୟରେ
(C) ସୁବେଦାରଙ୍କ ଉଦ୍ଦେଶ୍ୟରେ
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ
Answer:
(D) ଦଳବେହେରାଙ୍କ ଉଦ୍ଦେଶ୍ୟରେ

16. କେଉଁମାନେ ଦାନ୍ତରେ ତିରଣ ଧରି ଶରଣ ପଶିଲେ ?
(A) ସାଆନ୍ତ ରାଜାମାନେ
(B) ସୈନ୍ୟମାନେ
(C) ପାଇକମାନେ
(D) ବଡ଼ମାନେ
Answer:
(A) ସାଆନ୍ତ ରାଜାମାନେ

17. ଗଡ଼ ପାଇକପୁଅଙ୍କ ଛାଇ ପଡ଼ିଲେ କିଏ ବାଟ ଛାଡ଼ି ଦେଉଥିଲା ?
(A) ଷଣ୍ଢ
(B) ଗର୍ଭିଣୀ ଗାଈ
(C) ବାଘ
(D) ସିଂହ
Answer:
(B) ଗର୍ଭିଣୀ ଗାଈ

18. ଆମେ ରାଣ୍ଡ ଛେଉଣ୍ଡ ଗାଁ ମାଇପେ ମହତ ଘେନି ରହିବୁ ନା କୂଅପୋଖରୀ ଖୋଜିବୁ ?
(A) ସ୍ତ୍ରୀଲୋକମାନେ
(B) ରତନୀ
(C) ଜଣେ ବୁଢ଼ୀ
(D) କେତକୀ
Answer:
(C) ଜଣେ ବୁଢ଼ୀ

19. ଫିରିଙ୍ଗୀମାନେ କାହାକୁ ଘୋଡ଼ା କୋରଡ଼ାରେ ବାଡ଼େଇଥିଲେ ?
(A) ବୁଢ଼ୀକୁ
(B) କେତକୀକୁ
(C) ରତନୀକୁ
(D) ବୁଢ଼ୀର ନାତୁଣୀକୁ
Answer:
(D) ବୁଢ଼ୀର ନାତୁଣୀକୁ

20. ଏ ମୁଣ୍ଡକୁ ପାଣି ଛଡ଼େଇଲି- ଏକଥା କିଏ କରିଥିଲେ ?
(A) ଦଳବେହେରା
(B) ବନମାଳୀ
(C) ରଘୁନାଥ
(D) ସମସ୍ତେ
Answer:
(A) ଦଳବେହେରା

BSE Odisha 9th Class Odia Solutions Chapter 18 ଦଳବେହେରା

ଲେଖକ ପରିଚୟ :
ନାଟ୍ୟକାର କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କ ଆବିର୍ଭାବଦ୍ଵାରା ଓଡ଼ିଆ ନାଟକ ଓ ରଙ୍ଗମଞ୍ଚ କ୍ଷେତ୍ରରେ ଆଧୁନିକତାର ଯଥାର୍ଥ ପ୍ରଗତି ଆରମ୍ଭ ହୋଇଥିଲା । କବିତା ରଚନା ଓ ଅଭିନୟ କଳା ପ୍ରତି ସେ ବାଲ୍ୟକାଳରୁ ଆଗ୍ରହୀ ଥିଲେ । ଓଡ଼ିଶୀ ସଂଗୀତର ପ୍ରସାର ଓ ପ୍ରତିଷ୍ଠା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ଓଡ଼ିଶୀ ନୃତ୍ୟକୁ ସର୍ବଭାରତୀୟ ମାନ୍ୟତା ଦେବାରେ ମଧ୍ୟ ତାଙ୍କ ଉଦ୍ୟମ ଉଲ୍ଲେଖଯୋଗ୍ୟ । ସେ ପଚାଶରୁ ଊର୍ଦ୍ଧ୍ବ ରାସନାଟକ, ମଞ୍ଚନାଟକ ଏବଂ ଗୀତିନାଟ୍ୟ ରଚନା କରିଥିଲେ । ‘ଭାତ’, ‘ଗାର୍ଲସ୍କୁଲ, ’, ‘ଅଭିଯାନ’, ‘ଚକ୍ରୀ’, ‘ରକ୍ତମନ୍ଦାର’ ପ୍ରଭୃତି ନାଟକ, ‘ପଞ୍ଚରଙ୍ଗ’, ‘ଷଡ଼ରସ’, ‘ସପ୍ତପର୍ଶୀ’, ‘ଜୀବିତ-ତର୍ପଣ’ ପ୍ରଭୃତି ତାଙ୍କର ବହୁଚର୍ଚ୍ଚିତ ରଚନା । ତାଙ୍କର ଆତ୍ମଜୀବନୀ, ‘କୁମ୍ଭାର ଚକ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଥିଲେ । ତାଙ୍କ ଦ୍ବାରା ପ୍ରତିଷ୍ଠିତ ‘ଓଡ଼ିଶା ଥାଏଟର୍ସ’ ଓଡ଼ିଶାର ମଞ୍ଚ ଇତିହାସରେ ଏକ ଉଜ୍ଜ୍ଵଳ ନାମ । ଜାତୀୟ ସଂଗ୍ରାମର ଆଦ୍ୟ ପର୍ଯ୍ୟାୟରେ ତ୍ୟାଗ ଓ ତିତିକ୍ଷାର ପ୍ରତୀକାତ୍ମକ ରୂପ ସଂଗ୍ରାମୀ ମଣିଷର ଜୀବନ କାହାଣୀ ହିଁ ସଂଶିତ ଏକାଙ୍କିକାର ଭିତ୍ତିଭୂମି ।

ଏକାଙ୍କିକାର ମର୍ମବାଣୀ:

ଗଡ଼ମାଣିତ୍ରୀ ଗାଁ ମଝିରେ ଥିବା ଭାଗବତ ଘରେ ପୁରାଣ ପଣ୍ଡା ବସି ପୁରାଣ ପଢୁଥିଲେ । ଦଳବେହେରାଙ୍କ ସମେତ କେତେକ ଗ୍ରାମବାସୀ ବସି ପୁରାଣ ଶୁଣୁଥିଲେ । ଏହି ସମୟରେ ଧୂଳି ଧୂସରିତ ଅବସ୍ଥାରେ କାନ୍ଦି କାନ୍ଦି ସେଠାରେ ଉପସ୍ଥିତ ହୋଇଛି ବନମାଳୀ । ସେ ନିଜର ଚିରି ଫଡ଼ା ଫଡ଼ା ହୋଇଥିବା ନୂଆ ଗାମୁଛାକୁ ଦଳବେହେରାଙ୍କୁ ଦେଖାଇଛନ୍ତି । କିଆରୀରୁ ଫେରିବା ବାଟରେ ତାକୁ ଅଟକାଇ କର ପାଇଁ ସାତ ସମୁଦ୍ର ତେରନଈ ପାର ହୋଇ ଆସିଥିବା କଂସାସୁର ଦଳ ତା’ଉପରେ କିପରି ଜୁଲମ କରିଛନ୍ତି ତାହା ନିବେଦନ କରିଛି । ତାହା ପୁଣି କଉଡ଼ିରେ ନୁହେଁ, ଟଙ୍କାରେ । ହେଲେ ଟଙ୍କା କେଉଁଠୁ ସେମାନେ ପାଇବେ ବୋଲି ବନମାଳୀ ଦଳବେହେରାଙ୍କୁ କହିଛି ।

ରଘୁନାଥ ମଧ୍ୟ ଦଳବେହେରାଙ୍କୁ ଚକରା କଥା କହିଛି, ଯିଏ କି ବାବନାଭୂତ ହୋଇ ବୁଲୁଥିଲା । ଫିରିଙ୍ଗୀ ଘରେ ପିଆଦା ଚାକିରି କରିଛି ବୋଲି ଇନ୍ଦ୍ରଚନ୍ଦ୍ର ମାନୁନାହିଁ । ସମସ୍ତ ଭେଦ ସେ ଫିରିଙ୍ଗୀକୁ ବତାଉଛି । ପଶ୍ଚିମରାଏ ଘରେ ନଥ‌ିବାବେଳେ ତାଙ୍କ ଘରକୁ ଯାଇ ଭୁଆସୁଣୀ ଝିଅବୋହୂଙ୍କୁ ଖଜଣା ମାଗୁଛି । ତା’ତୁଣ୍ଡରୁ ପୁଣି ଅଭାଷା ଓ କୁଭାଷା ବାହାରୁଛି । ତା’ପରେ ଦଳବେହେରାଙ୍କ ପାଖରେ ଆସି ପହଞ୍ଚିଛି ସଉରୀ ବୋଉ (ବୁଢ଼ୀ) । ତା’ର ନଅବର୍ଷର ନାତୁଣୀ ଉପରେ ଫିରିଙ୍ଗୀର ଘୋଡ଼ା କରଡ଼ା ବସିଛି । ଲୁଣ ମୁଠାଏ ମାଗିବାକୁ ଯାଇଥିଲା ବୋଲି ତା’ର ପିଠି ଗରଗର ହୋଇ ଫାଟି ହୋଇଛି ଲହୁଲୁହାଣ । ଚେତାବୁଡ଼ା ହୋଇ ପଡ଼ିଥିଲା । କେତକୀ, ରତନୀ ପ୍ରଭୃତି ତାକୁ ଟେକି ଆଣିଛନ୍ତି ।

ସମସ୍ତଙ୍କ ଅଭିଯୋଗ ଶୁଣିସାରିବା ପରେ ଫିରିଙ୍ଗୀ ସରକାରଙ୍କୁ ଖଜଣା ନ ଦେବାପାଇଁ ଦଳବେହେରା ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ବାପ ଅଜା ଅମଳରୁ ଯେପରି ନିଷ୍କର ଭୂଇଁ ଚଷି ଖାଉଥଲେ ସେପରି ଖାଇବେ, ଲୁଣ ମାରିବେ, ବଣରୁ କାଠ ହାଣିବେ । ସେଥ‌ିପାଇଁ ଗଡ଼ମୁଣ୍ଡ ବାଟକୁ ପର୍ବତପ୍ରମାଣ ଗଛ ଗଣ୍ଡି ହାଣି ଗଦାକରି ବଡ଼ ବଡ଼ ପଥର ପକାଇ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତେ ଖଣ୍ଡାରେ ସାଆଣ ଦେବା ସହିତ ବେଳ ଦି ଘଡ଼ିକି ବାହୁତୀ ବରଗଛମୂଳେ ପହଞ୍ଚେ ସିନ୍ଦୂର ଲଗେଇବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କର ଖାଇବାପାଇଁ ନିଜ ଅମାର ଖୋଲିଦେବା ସହିତ ମେଣ୍ଟ ବାନ୍ଧିବା ନିମନ୍ତେ ଆଖପାଖ ଗାଁକୁ ରାତାରାତି ଖବର ଦେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଏବଂ ନିଜ ମୁଣ୍ଡକୁ ପାଣି ଛଡ଼େଇଛନ୍ତି ।

ଦଳବେହେରାଙ୍କ ନିର୍ଦେଶାନୁସାରେ ପାଇକମାନେ ଗାଁ ମୁଣ୍ଡରେ ପର୍ବତ ପ୍ରମାଣ କାଠଗଣ୍ଠି ଜମାକରି ଦେଇଛନ୍ତି । ମୁଣ୍ଡିଆରୁ ଦୁଇଶହ ଲୋକ ପଥର ଗଡ଼େଇ ଗଡ଼େଇ ଆଣି ସନ୍ଧ୍ୟା ସୁଦ୍ଧା ଗାଁ ମୁଣ୍ଡ ବାଟରେ ପାହାଡ଼ ଠିଆ କରିଦେଇଛନ୍ତି । ଗଡ଼ମାଣିତ୍ରୀର ପାଇକମାନେ କର ନଦେବା ଖବର ପାଇ ଆଖପାଖ ଗାଁ ଲୋକେ କର ନଦେବା ପାଇଁ ଅଡ଼ି ବସିବା ସହିତ ମେଣ୍ଟ ମଧ୍ୟ ବାନ୍ଧିଲେଣି । ଏକଥା ମଧ୍ୟ ଖୋରଧାର କମ୍ପାନୀ କଚେରୀକି ଗଲାଣି ଏବଂ କମ୍ପାନୀ ବାହାଦୁର ମଧ୍ୟ ଦଳବେହେରାଙ୍କୁ ଧରିନେବା ପାଇଁ ଫୌଜ ପଠାଇଛନ୍ତି ଏବଂ ପାଞ୍ଚଶହ ଟଙ୍କା ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଛନ୍ତି । ଫଳରେ ନାଏବ, ସୁବେଦାର ଓ ବରକନ୍ଦାଜ ସମସ୍ତେ ଦଳବେହେରାଙ୍କୁ ଖୋଜିବାରେ ଲାଗିଛନ୍ତି ।

ଦଳବେହେରା ମହାଶୟ ବେଶ ବଦଳାଇ ବଣକୁ ବଣ ଘୂରି ବୁଲୁଛନ୍ତି । ତାଙ୍କୁ ସମସ୍ତେ ଦେଖୁଥିଲେ ମଧ୍ୟ କେହି ଧରିପାରୁ ନାହାନ୍ତି । ଦିନେ ଦଳବେହେରା ବାବାଜୀ ବେଶରେ ଧୂନି ଜାଳି ବସିଥ‌ିବା ବେଳେ ନିଜେ ସୁବେଦାର ତାଙ୍କ ପାଖରେ ଉପସ୍ଥିତ ହୋଇ ତାଙ୍କୁ ତ୍ରିକାଳଜ୍ଞ ମନେକରି ଦଳବେହେରାଙ୍କ ସମ୍ପର୍କରେ ପଚାରିଛନ୍ତି । ଶେଷରେ ତାଙ୍କୁ ପ୍ରଣାମ କରି ଆଶୀର୍ବାଦ ନେଇ ଦଳବେହେରାଙ୍କୁ ଖୋଜିବାକୁ ଚାଲିଯାଇଛନ୍ତି ।
ଏହି ସମୟରେ ଜଣେ ଦରିଦ୍ର ବୁଢ଼ା ନାଉରୀ ବାବାଜୀ ରୂପୀ ଦଳବେହେରାଙ୍କ ପାଖରେ ଉପସ୍ଥିତ ହୋଇଛି । ଦିନେ ପ୍ରବଳ ଝଡ଼ବର୍ଷାରେ ତା’ର କୁଟୁମ୍ବ ପ୍ରତିପୋଷଣ କରିବାର ଏକମାତ୍ର ସହାୟକ ଡଙ୍ଗାଟି କୁଆଡ଼େ ଭାସିଯାଇଛି ।

BSE Odisha 9th Class Odia Solutions Chapter 18 ଦଳବେହେରା

ସାତଦିନ କାଳ ଖୋଜି ଖୋଜି ନପାଇ ଶେଷରେ ଅସହାୟ ଅବସ୍ଥାରେ ଧାଇଁ ଆସିଛି ସହାୟବନ୍ତ ପୁରୁଷ ଦଳବେହେରାଙ୍କ ପାଖକୁ । ସେହି ଦେବତାତୁଲ୍ୟ ଧର୍ମବନ୍ତ ଦୟାଶୀଳ ବ୍ୟକ୍ତିଙ୍କ ନିକଟରୁ କିଛି ସାହାଯ୍ୟ ନେଇ ଆଉ ଏକ ଡଙ୍ଗା ଗଢ଼ିବା ଆଶାରେ ସେ ମାଣିତ୍ରୀଗଡ଼ ଅଭିମୁଖେ ଧାଇଁଛି । ନାଉରୀର ଦୁଃଖଭରା କାହାଣୀ ଶୁଣି ବାବାଜୀରୂପୀ ଦଳବେହେରାଙ୍କ ହୃଦୟ ଦ୍ରବୀଭୂତ ହୋଇଗଲା । ସେ ନାଉରୀକୁ ସଙ୍ଗରେ ଧରି ଚାଲିଲେ ଖୋରଧାର କଚେରୀକୁ ।

ପାଖକୁ ଯାଇଥବା ସେହି ନାଉରୀ ପୁରସ୍କାର ଟଙ୍କା ପାଇବା ଆଶାରେ ଦଳବେହେରାଙ୍କୁ ଧରି ଆଣିଛି ବୋଲି ପ୍ରକାଶ କରିଛନ୍ତି । ଦଳବେହେରାଙ୍କ ମୁଣ୍ଡ ବଦଳରେ କମ୍ପାନୀ ବାହାଦୁର ଯେଉଁ ପାଞ୍ଚଶହ ଟଙ୍କା ଘୋଷଣା କରିଛି, ସେହି ଟଙ୍କାକୁ ନାଉରୀକୁ ଦେବା ଅଭିଭୂତ କମ୍ପାନୀ ସାହେବ ଆସନରୁ ଉଠି ଆସି ତାଙ୍କ ହାତ ଧରି ପକାଇ କହିଛନ୍ତି – ‘ ଏଡ଼େ ମହତ୍ ତୁମେ !!’

ଦଳବେହେରାଙ୍କ ପାଦତଳେ ପଡ଼ି କାନ୍ଦି କାନ୍ଦି ନାଉରୀ କହିଛି – “‘ସାଆନ୍ତ ! ଦେବତା ! ମୋର ଟଙ୍କା ଦରକାର ନାହିଁ । ମୁଁ ପଛେ ଚିରଦିନ ଗରିବ ହୋଇ ରହିବି – ମୋ ଜାତି ଗରିବ ନ ହେଉ, ସାଆନ୍ତେ ।’’
ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥା’ନ୍ତି ।

ବିଷୟଗତ ଶବ୍ଦ ଓ ଅର୍ଥ :

ପୁରାଣ ପଣ୍ଡା – ପ୍ରତିଦିନ ସନ୍ଧ୍ୟାରେ ଭାଗବତ ପୁରାଣ ପଢ଼ି ଶୁଣାଉଥ‌ିବା ବ୍ୟକ୍ତିକୁ ପୁରାଣ ପଣ୍ଡା କୁହାଯାଏ ।
ପରବେଶ – ପ୍ରବେଶ
ପୁଚ୍ଛଇ – ପଚାରନ୍ତି
ସ୍ୱରଗ – ସ୍ୱର୍ଗ ।
ପରିଯନ୍ତେ- ପର୍ଯ୍ୟନ୍ତ ।
ତ୍ରିକାଳଞ- ବର୍ଷ ମାନ, ଅତୀତ ଓ ଭବିଷ୍ୟତ ବଷୟରେ ଜାଣିପାରୁଥିବା ବ୍ୟକ୍ତି ।
ନିଷର – ଯହିଁରେ କର ଦେବାକୁ ହୁଏ ନାହିଁ ।
କ୍ଷତ୍ରୀ – ଶକ୍ତିଶାଳୀ ବୀର ପୁରୁଷ ।
ମୋଡ଼ିମାଡ଼ି ହୋଇ – ନିରୁପାୟ ହୋଇ ।
BSE Odisha 9th Class Odia Solutions Chapter 18 ଦଳବେହେରା 1
BSE Odisha 9th Class Odia Solutions Chapter 18 ଦଳବେହେରା 2

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Odisha State Board BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି Textbook Exercise Questions and Answers.

BSE Odisha Class 9 Odia Solutions Chapter 15 ବୁଢ଼ା ଶଙ୍ଖାରି

ପାଠ୍ୟପୁସ୍ତକସ୍ଥ ପ୍ରଶ୍ନାବଳୀର ଉତ୍ତର

Question ୧।
ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା କିପରି ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପର ପ୍ରଣେତା । ଗଳ୍ପର ଆରମ୍ଭରେ ଗାଳ୍ପିକ ଗଳ୍ପର ମୁଖ୍ୟ ଚରିତ୍ର ଶଙ୍ଖାରି ବୁଢ଼ାର ଶାରୀରିକ ଅବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି । ସରି ଆସୁଥିବା ଫଗୁଣ ମାସର ଉଦୁଉଦିଆ ଖରାବେଳେ ଗାଁ ମଝିରେ ଯାଉଥ‌ିବା ଶଙ୍ଖାରିଟି ଥିଲା ଷାଠିଏ ବରଷର ବୁଢ଼ା । ତା’ର ଦାନ୍ତଗୁଡ଼ିକ ପଡ଼ିଯାଇଥିଲା । ମୁଣ୍ଡବାଳ ଓ ଛାତିବାଳ ସବୁ ପାଚି ଧଳା ଫରଫର ଦିଶୁଥିଲା । ବାଟି ଚାଲିଚାଲି ଗାଁ ଦାଣ୍ଡ ଧୂଳିରେ ବୁଢ଼ାର ପାଦଠାରୁ ଆଣ୍ଠୁ ପର୍ଯ୍ୟନ୍ତ ବୁଡ଼ିଯାଇଥିଲା । ସମଗ୍ର ଶରୀରକୁ ଭିଜାଇ ସାରିବା ପରେ ଗୋଡ଼ବାଟ ଦେଇ ତଳକୁ ବୋହିଯାଉଥୁଲା ଗମ୍‌ଗମ୍ ଝାଳ । ବୁଢ଼ାଟି ମୁଣ୍ଡରେ ଶଙ୍ଖାବୋଝଟି ଧରି ଡାକି ଡାକି ଯାଉଥିଲା ।

Question ୨।
ବୁଢ଼ା ହାଲିଆ ହୋଇ ବିଶ୍ରାମ ନେଇଥିବା ଘରଟି କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅମ୍ଳାନ ସୃଷ୍ଟି । ଏଠାରେ ଗାଳ୍ପିକ ତତ୍‌କାଳୀନ ସମାଜର ଏକ ସମ୍ଭ୍ରାନ୍ତ ପରିବାରର ବାସଭବନ ଉପରେ ଆଲୋକପାତ କରିଛନ୍ତି । ଘରଟି ଗାଁର ଗୋଟିଏ ମୁଣ୍ଡରେ ଅବସ୍ଥିତ । ସାତସେଣିଆ ଛପର ଘର । ଯାଉଁଳି କବାଟ । ପକ୍‌କା ପିଣ୍ଡା । ସଦର ଦରଜା ପାରି ହୋଇ ଭିତରକୁ ଗଲେ ବାଆଁ ପାଖକୁ ରହିଛି ଭିତରେ ଆଡ଼ ଦୁଆର । ଭିତର ପଟ ମଧ୍ୟ ପକ୍‌କା । ବାହାର ସାମ୍‌ନାରେ ରହିଛି ଚଉପାଢ଼ି । ଘରର ସ୍ତ୍ରୀଲୋକମାନେ ସେହି ଭିତର ଆଡ଼ ଦୁଆର ପର୍ଯ୍ୟନ୍ତ ଆସନ୍ତି । ଶଙ୍ଖାରି ପରି ବୁଲା ବିକାଳିମାନେ ଅନୁମତି କ୍ରମେ ଜିନିଷ ଦେଖାଇବା ପାଇଁ ଦୁଆର ପର୍ଯ୍ୟନ୍ତ ଯାଇଥା’ନ୍ତି । ଏହା ଥିଲା ତତ୍‌କାଳୀନ ସମ୍ଭ୍ରାନ୍ତ ପରିବାରର ଗୃହନିର୍ମାଣର ବିଧ୍ଵବଦ୍ଧ ପରମ୍ପରା ।

Question ୩।
ବୋହୂଟିର ଗଢ଼ଣ କିପରି ଥିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ କାଳଜୟୀ ସୃଷ୍ଟି । ଏହି ଗଳ୍ପରେ ଗାଳ୍ପିକଙ୍କ ଲେଖନୀ ନାୟିକାର ସୌନ୍ଦର୍ଯ୍ୟକୁ ଅତି ନିଖୁଣ ଭାବରେ ପରିସ୍ଫୁଟିତ କରିଛି । ବୋହୂ ସାଆନ୍ତାଣୀ ହେଉଛନ୍ତି ଏହି ଗଳ୍ପର ନାୟିକା । ବୟସର ଶେଷ ସୋପାନରେ ପହଞ୍ଚିଥ‌ିବା ଷାଠିଏ ବର୍ଷର ବୁଢ଼ା ଥିଲା ଶଙ୍ଖାରିଟି । ଶଙ୍ଖା ଦେଖାଇବାକୁ ଯାଇ ସେ ଦେଖୁଛି ବୋହୂଟିର ମୁଖମଣ୍ଡଳ । ନିର୍ବାକ୍ ହୋଇଯାଇଛି । ସତେ ଯେପରି ସେ ତା’ଜୀବନରେ ଏପରି ସୁନ୍ଦର ବୋହୂଟିଏ ଦେଖୁନଥିଲା ।

ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରା ଦେହ । ଚାରି ଆଙ୍ଗୁଳି ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତା ଖଣ୍ଡକ ଗୋଇଠିଯାଏ ଲମ୍ବିଛି । ତା’ଭିତର ଦେଇ ଫୁଟିଉଠୁଛି କଞ୍ଚା ସୁନା ପରି ଗୋରା ଗୋଟିଏ ଚାଉଳରେ ଗଢ଼ା ଦେହଟି l ପୂରି ଉଠିଛି ବୁଢ଼ାର ଆଖ୍ ଓ ମନ । ଏକ ଧ୍ୟାନରେ ସେ ଚାହିଁ ରହିଛି ବୋହୂର ମୁଖମଣ୍ଡଳକୁ ।

Question ୪।
ବୋହୂଟି କି ଶଙ୍ଖା ଖୋଜୁଥିଲା ଓ ବୁଢ଼ା ପାଖରେ କି କି ଶଙ୍ଖା ଥିଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସାର୍ଥକ ସୃଷ୍ଟି ହେଉଛି ‘ବୁଢ଼ା ଶଙ୍ଖାରି’ ଗଳ୍ପ । ଉକ୍ତ ଗଳ୍ପରେ ଗାଳ୍ପିକ ତତ୍‌କାଳୀନ ସମାଜରେ ସ୍ତ୍ରୀଲୋକମାନେ ବ୍ୟବହାର କରୁଥିବା ଶଙ୍ଖା ସମ୍ପର୍କରେ ଆଲୋଚନା କରିଛନ୍ତି । ଗାଳ୍ପିକଙ୍କ ମତରେ ତତ୍‌କାଳୀନ ସମାଜରେ ସବୁଠାରୁ ଆକର୍ଷଣୀୟ ଓ ମୂଲ୍ୟବାନ୍ ଶଙ୍ଖା ଥିଲା ଆସ୍‌ମାନ୍ ତାରା ଶଙ୍ଖା, ଯେଉଁ ଶଙ୍ଖାକୁ କିଣିବାପାଇଁ ଚାହୁଁଥିଲେ ବୋହୂ ସାଆନ୍ତାଣୀ । ବୋଧହୁଏ ବେହୂମାନଙ୍କ ପାଇଁ ସେହି ଶଙ୍ଖାଟି ଥଲା ସର୍ବୋତ୍କୃଷ୍ଟ ।

କିନ୍ତୁ ବୁଢ଼ା ଶଙ୍ଖାରି ନିକଟରେ ସେହି ଆସ୍‌ମାନ୍ ତାରା ଶଙ୍ଖା ନଥିଲା । ତା’ପାଖରେ ରଙ୍ଗଝିଲିରି, ବଉଳଫୁଲିଆ, ବିଛାମାଳିଆ, ଚୂନଟିପି ପ୍ରଭୃତି ସାଧାରଣ ଶଙ୍ଖା ଥିଲା । ତେଣୁ ଶଙ୍ଖାରି ବୁଢ଼ା ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା । ନାୟିକା ସୌନ୍ଦର୍ଯ୍ୟ ବର୍ଣ୍ଣନାରେ ଗାଳ୍ପିକଙ୍କ ଲେଖନୀ ସିଦ୍ଧହସ୍ତ ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୫।
ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ତତ୍‌କାଳୀନ ସମାଜରେ ପ୍ରଚଳିତ ଥ‌ିବା ରମଣୀସୁଲଭ ଗୁଣ ଉପରେ ଆଲୋକପାତ କରିଛନ୍ତି । ଷାଠିଏ ବରଷର ବୁଢ଼ା ଶଙ୍ଖାରି ଶଙ୍ଖା ଆଣିଛି ଦେଖାଇବାପାଇଁ । ବୋହୂ ସାଆନ୍ତାଣୀ ଶଙ୍ଖା ମୁଠାଏ ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ସନ୍ଦେହ କଲେ । ଶଙ୍ଖାରି ବୁଢ଼ା ଶଙ୍ଖା କଛିଦେବା ପାଇଁ ହାତ ବଢ଼ାଇବାକୁ କହିବାରୁ ବୋହୂ ସାଆନ୍ତାଣୀ ଇତସ୍ତତ ହେଲେ । ଯାହାହେଲେ ବି ସେ ଓଡ଼ିଆ ଘରର ବୋହୂ । ଶଙ୍ଖାରି ବୁଢ଼ା ହେଲେ ମଧ୍ୟ ବାହାର ଲୋକ । ତେଣୁ ଘରର ବୋହୂ ହୋଇ ହାତ ବଢ଼ାଇ ଦେବାକୁ ଉଚିତ ମନେକଲେ ନାହିଁ । କାରଣ ଲଜ୍ଜା ହିଁ ନାରୀର ଭୂଷଣ । ସେହି ଲଜ୍ଜାବଶତଃ ବୋହୂଟି ଶଙ୍ଖାରି ବୁଢ଼ାକୁ ହାତ ବଢ଼େଇଦେଇ ନଥିଲେ ।

Question ୬।
ବୋହୂଟି ହାତ ନ ଦେଖାଇବାରୁ ବୁଢ଼ା କ’ଣ କହିଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏକ ସ୍ମରଣୀୟ ସୃଷ୍ଟି । ଏଠାରେ ଗାଳ୍ପିକ ଶଙ୍ଖାରି ବୁଢ଼ା ତା’ ହୃଦୟର ପୁଞ୍ଜୀଭୂତ ବାତ୍ସଲ୍ୟ ମମତା କିପରି ବୋହୂ ଉପରେ ଅଜାଡ଼ି ଦେଇଛି ତାହା ଉପସ୍ଥାପନ କରିଛନ୍ତି । ଶଙ୍ଖା ଟୋକେଇରୁ ପସନ୍ଦ ଅନୁସାରେ ମୁଠାଏ ଶଙ୍ଖା ବାଛିବା ପରେ ସେହି ଶଙ୍ଖା ହାତକୁ ହେବ କି ନାହିଁ ବୋଲି ବୋହୂ ସନ୍ଦେହ କରିଛି । ତେଣୁ ବୁଢ଼ା ଶଙ୍ଖାରି ଶଙ୍ଖା ବାଛିବା ନିମନ୍ତେ ହାତ ବଢ଼ାଇ ଦେବାକୁ କହିଛି ।

କିନ୍ତୁ ଲଜ୍ଜାଶୀଳା ବୋହୂଟି ବାହାର ମଣିଷକୁ ହାତ ବଢ଼ାଇବାକୁ କୁଣ୍ଠିତା ହୋଇଛି । କିନ୍ତୁ ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରିଉଠିଛି । ତାକୁ ମା’ବୋଲି ଡାକିବାମାତ୍ରେ ତା’ ଛାତି କୁଣ୍ଢେମୋଟ ହୋଇଯାଇଛି । ତା’ହୃଦୟରୁ ଝରି ଆସିଛି ବାତ୍ସଲ୍ୟ ସ୍ନେହର ଧାରା । ତେଣୁ ସେ କହିଛି, ‘ମା’ ମୋତେ ଲାଜ କରୁଛୁ ? ମୁଁ ପରା ତୋ ପୁଅ । ପୁଅକୁ ମାଆ ଲାଜ କରେନା ।’ ଗାଳ୍ପିକଙ୍କ ଲେଖନୀ ଷାଠିଏ ବର୍ଷର ବୁଢ଼ା ହୃଦୟରୁ ଝରାଇ ଦେଇଛି ମମତାର ଫଲ୍‌ଗୁ ।

Question ୭ ।
ବୋହୂର ହାତ ଦେଖୁ ଶଙ୍ଖାରି ବୁଢ଼ା ମନରେ କ’ଣ ପ୍ରତିକ୍ରିୟା ସୃଷ୍ଟି ହେଲା ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟ କିପରି ବୃଦ୍ଧ ହୃଦୟରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି କରେ, ତାହା ଉପସ୍ଥାପନ କରିଛନ୍ତି । ଦେଖୁ ବୁଢ଼ା ଅଭିଭୂତ ହୋଇପଡ଼ିଛି । ପାପୁଲିଟି ଟୁଳଟୁଳ ହେଉଛି । ଚମ୍ପାକଢ଼ି ପରି ଗୋଲ ଗୋଲ ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ଵଳ ହୋଇ ବୁଢ଼ା ଭାବିଛି, ସେ ହାତ ଜଣେ ମଣିଷର ନୁହେଁ । ସତେ ଯେପରି କେହି ଠାକୁର ସେହି ହାତକୁ ଗଢ଼ିଛନ୍ତି । ତା’ ରୁକ୍ଷ ମଳିନ ହାତରେ ସେହି ହାତକୁ ଧରିବାକୁ ବୁଢ଼ା ସାହସ କରି ନପାରି ଆସ୍ତେ ଧରି କଟିଯିବା ଭୟରେ ଅତି ସନ୍ତର୍ପଣରେ ସାବଧାନତାର ସହିତ ଶଙ୍ଖା କଛିଦେଇଛି । ସେହି ହାତ ଧରିଥିବାବେଳେ ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଛି ।

Question ୮ ।
ଶଙ୍ଖାରି ବୁଢ଼ା ପ୍ରଥମେ ବୋହୂ ହାତରେ ଶଙ୍ଖା ପିନ୍ଧାଇବାକୁ ଭରସି ପାରୁନଥିଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର ପୂଜାରୀ ମଣିଷ ସୌନ୍ଦର୍ଯ୍ୟର ସୁରକ୍ଷା ନିମନ୍ତେ କିପରି ସଚେତନଶୀଳ ତାହା ବର୍ଣ୍ଣନା କରିଛନ୍ତି । ଷାଠିଏ ବର୍ଷର ବୁଢ଼ା ଶଙ୍ଖାରି ହାତରେ ଶଙ୍ଖା ଧରି କ କିଛିଦେବାପାଇଁ ବୋହୂକୁ ହାତ ଦେଖାଇବାକୁ କହିଛି । ଦାସୀ କଥାରେ ଲଜ୍ଜାଶୀଳା ବୋହୂଟି ଲାଜ ଛାଡ଼ି ହାତ ବଢ଼ାଇଦେଇଛି । ସେହି ସୁନ୍ଦର ହାତକୁ ଦେଖ୍ ବୁଢ଼ା ଶଙ୍ଖାରି ଆନନ୍ଦରେ ଆତ୍ମହରା ହୋଇଉଠିଛି । ଗୋଲ ସୁନ୍ଦର ହାତ । ଚମ୍ପାକଢ଼ି ପରି ଆଙ୍ଗୁଠି । ଟୁଳଟୁଳ ହେଉଥୁବା ପାପୁଲିକୁ ଦେଖ୍ ବୁଢ଼ା ଭାବବିହ୍ଵଳ ହୋଇଉଠିଛି । ସେହି ହାତଟି ଜଣେ ମଣିଷର ନା କେହି କାରିଗର ଠାକୁର ତାକୁ ଗଢ଼ିଛି ସେ ସ୍ଥିର କରିପାରିନି । ଏଡ଼େ ସୁନ୍ଦର ହାତକୁ ଶଙ୍ଖାରି ବୁଢ଼ା ନିଜର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରିପାରି ନାହିଁ ।

Question ୯ ।
ବୁଢ଼ା ତା’ର ଜୀବନର ସମସ୍ତ ସୁଖ, ତୃପ୍ତି କେତେବେଳେ ପାଇଲା ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ସୌନ୍ଦର୍ଯ୍ୟର କୋମଳ ସ୍ପର୍ଶରେ ମାନବ ମନର ସକଳ ଆଶା କିପରି ପରିତୃପ୍ତି ଲାଭ କରେ ତାହା ପ୍ରସଙ୍ଗକ୍ରମେ ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ବୋହୂ ସାଆନ୍ତାଣୀଙ୍କ ସୁନ୍ଦର ହାତକୁ ଦେଖ୍ ଶଙ୍ଖାରି ବୁଢ଼ାର ହୃଦୟ ଆନ୍ଦୋଳିତ ହୋଇଉଠିଛି । ଟୁଳଟୁଳ ହେଉଥ‌ିବା ପାପୁଲି, ଚମ୍ପାକଢ଼ି ପରି ସୁନ୍ଦର ଆଙ୍ଗୁଠିଗୁଡ଼ିକ ଦେଖ୍ ଭାବବିହ୍ୱଳ ହୋଇ ବୁଢ଼ା ସେ ହାତ କୌଣସି ମଣିଷର ନା କେହି ଠାକୁର ଗଢ଼ିଛନ୍ତି ବୋଲି ସ୍ଥିର କରିପାରି ନାହିଁ ।

ସେପରି ନିଜ ହାତକୁ ବୁଢ଼ା ତା’ର ମଳିନ ରୁକ୍ଷ ହାତରେ ଧରିବାକୁ ସାହସ କରି ନପାରି ବାଁ ହାତରେ ଆସ୍ତେ ଧରି ଶଙ୍ଖା କଛିବାକୁ ଆରମ୍ଭ କରିଛି । କଟିଯାଇ ରକ୍ତ ବାହାରିବା ଭୟରେ ଅତ ସନ୍ତର୍ପଣରେ ସାବଧାନ ହୋଇ ଶଙ୍ଖା କଛିଛି । ସେହି ହାତକୁ ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ । ସେହି ହାତର କୋମଳ ସ୍ପର୍ଶ ଲାଭକରି ସତେ ଯେପରି ତା’ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରୁଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୧୦ ।
ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲା ନାହିଁ କାହିଁକି ?
Answer:
ସୌନ୍ଦର୍ଯ୍ୟାଭିଭୂତ ମାନବ କିପରି ପରକୁ ଆପଣାର ମନେ କରିଥାଏ ତାହା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରସଙ୍ଗକ୍ରମେ ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିକୁ ଦେଖ୍ ବୁଢ଼ାର ଆଖୁ ପୂରି ଉଠିଥିଲା । ବୋହୂଟିକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ଶଙ୍ଖା କଛିବାବେଳେ ବୋହୂର ସୁନ୍ଦର ହାତର କୋମଳ ସ୍ପର୍ଶ ଲାଭକରି ଶଙ୍ଖାରି ବୁଢ଼ା ଜୀବନର ସକଳ ସୁଖ ଓ ସମସ୍ତ ଆଶା ପରିତୃପ୍ତି ଲାଭ କରିଥିଲା । ହୃଦୟରେ ସେ ବୋହୂକୁ ମା’ର ଆସନରେ ବସାଇ ତା’ର ପୁଅ ହୋଇ ସାରିଥିଲା । ହୃଦୟରୁ ତା’ର ବାତ୍ସଲ୍ୟ ସ୍ନେହର ଧାରା ପ୍ରବାହିତ ହୋଇଥିଲା । ତେଣୁ ଶାଶୁ ସାଆନ୍ତାଣୀ ଶଙ୍ଖାର ଦାମ୍ ପଚାରିବାରୁ ସେ ପୁଅ ହୋଇ ମାଆଠାରୁ ଦାମ୍ ନେବାପାଇଁ ମନା କରିଦେଇଥିଲା ।

Question ୧୧ ।
ବୁଢ଼ାଟି ସେହି ଗାଁକୁ ଦୁଇ, ତିନି ଦିନରେ ଥରକୁ ଥର କାହିଁକି ଆସେ ?
Answer:
ଦୃଢ଼ ତାହା ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ପ୍ରତିପାଦନ କରିଛନ୍ତି । ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ରକ୍ତର ବନ୍ଧନ ଅପେକ୍ଷା ମମତାର ବନ୍ଧନ କିପରି ଅତ୍ୟନ୍ତ ବୋହୂର ସୁନ୍ଦର ରୂପକୁ ଦେଖୁ ଶଙ୍ଖାରି ବୁଢ଼ାର ଆଖୁ ପୂରି ଉଠିଥିଲା । ତା’ର ସୁନ୍ଦର କୋମଳ ହାତର ସ୍ପର୍ଶ ପାଇ ବୁଢ଼ା ‘ ଜୀବନର ସକଳ ସୁଖ ଓ ଆଶା ପରିତୃପ୍ତି ଲାଭ କରିଥିଲା । ବୋହୂକୁ ମା’ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଥିଲା । ବୁଢ଼ାର ହୃଦୟରେ ପ୍ରବାହିତ ହୋଇଥିଲା ବାତ୍ସଲ୍ୟ ମମତାର ଏକ ପବିତ୍ର ଧାରା ।

ପ୍ରତିଟି ମୁହୂର୍ତ୍ତରେ ତା’ଆଖ୍ ଆଗରେ ନାଚି ଉଠୁଥିଲା ବୋହୂଟିର କମନୀୟ ମୁଖମଣ୍ଡଳ । ସେହି ସୁନ୍ଦର ହାତରେ ଶଙ୍ଖା କଛିଦେଇ କୋମଳ ସ୍ପର୍ଶ ଲାଭ କରିବାର ଇଚ୍ଛା ତା’ର ପ୍ରବଳ ହୋଇ ଉଠୁଥିଲା । ମମତାର ବନ୍ଧନରେ ସେ ଏପରି ବାନ୍ଧି ହୋଇଥିଲା ଯେ ବୋହୁରୂପୀ ତା’ମାଆକୁ ଦେଖିବାପାଇଁ ତା’ର ହୃଦୟ ବ୍ୟାକୁଳ ହୋଇଉଠୁଥିଲା । ତେଣୁ ଶଙ୍ଖା ଏକ ନିତ୍ୟାନି ଦ୍ରବ୍ୟ ନ ହେଲେ ମଧ୍ୟ ଶଙ୍ଖା ବିକ୍ରିକରିବା ନାମରେ ତା’ ମାଆକୁ ଟିକେ ଦେଖିବାପାଇଁ ସେ ଦୁଇ ତିନି ଦିନରେ ଥରେ ସେହି ଗାଁକୁ ଆସୁଥିଲା ।

Question ୧୨ ।
ଆସ୍‌ମାନ୍ ତାରା ଶଙ୍ଖା ବୁଢ଼ା କି ପରିସ୍ଥିତିରେ ଓ କିପରି ତିଆରି କଲା ?
Answer:
ସ୍ନେହର ଉପହାର ପ୍ରଦାନ କରିବା ନିମନ୍ତେ ସ୍ନେହରଙ୍କା ମଣିଷ କିପରି ସକଳ ଦୁଃଖ ଯନ୍ତ୍ରଣାକୁ ଅତିକ୍ରମ କରିଯାଏ, ତାହା ‘ବୁଢ଼ା ଶଙ୍ଖାରି’ ଗଳ୍ପର ଶଙ୍ଖାରି ବୁଢ଼ା ଚରିତ୍ର ମାଧ୍ୟମରେ ଗାଳ୍ପିକ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ପ୍ରତିପାଦନ କରିଛନ୍ତି । ଆସ୍‌ମାନ୍ ତାରା ଶଙ୍ଖା ପ୍ରତି ବୋହୂମା’ଙ୍କର ଆଗ୍ରହ ଜାଣି ରଜ ସଂକ୍ରାନ୍ତିକୁ ନିଜ ହାତରେ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି ଶଙ୍ଖାରି ବୁଢ଼ା ସ୍ଥିର କରିଥିଲା । କିନ୍ତୁ ପ୍ରତିଦିନ ଖରାରେ ବୁଲି ବୁଲି, ପାଣି ପିଇ ବୁଢ଼ା ଜ୍ୱରାକ୍ରାନ୍ତ ହେଲା । ଗୋଡ଼ହାତ ଫୁଲିଗଲା ।

ବଞ୍ଚିବାର ଆଶା ମଧ୍ୟ ରହିଲାନି । କ୍ରମେ ରଜ ସଂକ୍ରାନ୍ତି ନିକଟତର ହେଲା । ମା’କୁ ଦେଖିବାକୁ ବୁଢ଼ାର ମନ ବ୍ୟାକୁଳ ହୋଇଉଠିଲା । ହେଲେ ଆସ୍‌ମାନ୍ ତାରା ଶଙ୍ଖା ନେବାକୁ ପଡ଼ିବ । ତେଣୁ ବୁଢ଼ା ବହୁକଷ୍ଟରେ ଉଠି ନିଜ ହାତରେ ଶଙ୍ଖା ତିଆରି କଲା । ଷାଠିଏ ବର୍ଷକାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ଅଭିଜ୍ଞତା ହାସଲ କରିଥିଲା, ଯେତେ ହାତସଫେଇ ଜାଣିଥିଲା, ସେସବୁକୁ ପୁଞ୍ଜି କରି ଦିନକ କାମକୁ ଚାରିଦିନ ଲଗେଇ ରଜ ଦୁଇଦିନ ଥାଇ ଶଙ୍ଖା ଗଢ଼ିବା କାମ ଶେଷକଲା । ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା । ସେହି ଶଙ୍ଖାକୁ ଦେଖୁ ବୁଢ଼ାର ମନ ଆନନ୍ଦରେ ନାଚି ଉଠିଲା ।

Question ୧୩ ।
ସେଥର ବୁଢ଼ା ଡାକିଲା କିନ୍ତୁ ଭିତରୁ ଉତ୍ତର ଆସିଲାନି କାହିଁକି ?
Answer:
ଦୁଃଖୀ କେବେ ନିଜ ଦୁଃଖର ଚିତ୍ର ଅନ୍ୟକୁ ଦେଖାଇ ତାକୁ ଦୁଃଖଜର୍ଜର କରିବାକୁ ଚାହେଁ ନାହିଁ । ଏହି ଭକ୍ତିର ସତ୍ୟତା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ପ୍ରତିପାଦନ କରିଛନ୍ତି । ପ୍ରତିଥର ପରି ସେଥର ମଧ୍ୟ ଗାମୁଛାରେ ଆସ୍‌ମାନ୍ ତାରା ଶଙ୍ଖା ବାନ୍ଧି ଯଥାସ୍ଥାନରେ ଛିଡ଼ାହୋଇ ଶଙ୍ଖାରି ବୁଢ଼ା ଡାକ ଛାଡ଼ିଛି । କିନ୍ତୁ ଭିତରୁ କିଛି ଉତ୍ତର ଆସିନି । କାରଣ ସେ ଘରର ସମସ୍ତେ ଜାଣନ୍ତି ଯେ ଶଙ୍ଖାରି ବୁଢ଼ା ଶଙ୍ଖା ବିକିବା ନାମରେ କେବଳ ଆସେ ବୋହୂକୁ ଦେଖ‌ିବାପାଇଁ ।

ଥରେ ଦେଖିଦେଲେ ତା’ମନ ଶାନ୍ତ ହୋଇଯାଏ । ରଜ ପାଇଁ ନିଶ୍ଚିତ ଆସ୍‌ମାନ୍ ତାରା ଶଙ୍ଖା ଆଣି ଆସିଥବ । ତା’ର ଆଗ୍ରହ ଆଉ ପୂର୍ଣ ହୋଇପାରିବ ନାହିଁ । ସେ କାହାରିକୁ ଶଙ୍ଖା ପିନ୍ଧାଇ ପାରିବ ନାହିଁ କିମ୍ବା ତା’ମା’ର ବିଧବା ରୂପକୁ ଦେଖୁ ସହ୍ୟ କରିପାରିବ ନାହିଁ । ବୋହୂ ପ୍ରତି ତା’ମନରେ ଥିବା ଗଭୀର ବାତ୍ସଲ୍ୟ ମମତା ବୋହୂର ଧଳା ଶାଢ଼ି, ଲଙ୍ଗଳା ହାତ ଓ ଗୋଡ଼କୁ କେବେ ସ୍ବୀକାର କରିପାରିବ ନାହିଁ । ତେଣୁ ଷାଠିଏ ବର୍ଷର ବୁଢ଼ା ହୃଦୟରେ ଆଘାତ ଦେବାପାଇଁ ତଥା ଏପରି ଦୁଃଖଦାୟକ ଘଟଣାକୁ ବୁଢ଼ା ଆଗରେ ବର୍ଣ୍ଣନା କରିବାପାଇଁ କାହା ପାଖରେ ଧୈର୍ଯ୍ୟ ନଥିଲା । ତେଣୁ ବୁଢ଼ା ଯେତେ ଡାକିଲେ ବି କେହି ଉତ୍ତର ଦେଉନଥିଲେ ।

Question ୧୪ ।
ବୁଢ଼ା ନିଜେ ନ ମରି ମାଆକୁ ଦେଖିବାକୁ ଆସିଲା ବୋଲି କହିବାର ଉଦ୍ଦେଶ୍ୟ କ’ଣ ?
Answer:
ଆପଣା ଲୋକର ଦୁଃଖରେ ହୃଦୟ କିପରି ବିଦୀର୍ଣ୍ଣ ହୋଇଯାଏ, ତାହା ଗାଳ୍ପିକ ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ ଗଳ୍ପରେ ଉପସ୍ଥାପନ କରିଛନ୍ତି । ନକରି ବହୁ କଷ୍ଟରେ ତା’ମା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ତା’ର ମା’ନିଃଶବ୍ଦରେ ଆସି ଛିଡ଼ା ହୋଇଛି, ପାଦରେ ଝୁମୁରୁ ଝୁମୁରୁ ଶବ୍ଦ ନାହିଁ, ଦେହରେ କୁମ୍ଭକିନାରା ଦକ୍ଷିଣା ପାଟ ନାହିଁ, ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ସେତେବେଳେ ବୁଢ଼ାର ଦେହ ଥରିଉଠିଲା, ମୁଣ୍ଡ ଘୂରିଗଲା, ତା’ର ଖାଲି ହାତ ଦୁଇଟାକୁ ଦେଖ୍ ବୁଢ଼ା ଭୋ ଭୋ କରି ରଡ଼ି କରି କହିଲା, ‘ମା’ ଲୋ ! ମୁଁ ନ ମରି କାହିଁକି ତୋତେ ଦେଖୁବାକୁ ଆସିଲି ।’’ ବୋହୂର ବୈଧବ୍ୟରୂପ ଦେଖିବା ପୂର୍ବରୁ ନିଜର ମୃତ୍ୟୁକୁ ବୁଢ଼ା ଶତଗୁଣରେ ଶ୍ରେୟସ୍କର ମନେ କରୁଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

Question ୧୫ ।
ବେହୂଟିର ବର୍ତ୍ତମାନ ପରିଧେୟ କିପରି ଥିଲା, ଯାହାକୁ ଦେଖୁ ବୁଢ଼ା ଶଙ୍ଖାରି ନିଜକୁ ସମ୍ଭାଳି ପାରିଲା ନାହିଁ ?
Answer:
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ‘ବୁଢ଼ା ଶଙ୍ଖାରି’ଗଳ୍ପରେ ବିଧବା ନାରୀର ପରିଧେୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଗୋଟିଏ ଚାଉଳରେ ଗଢ଼ା ବୋହୂଟିର ଚାରି ଆଙ୍ଗୁଳ ଓସାର ନାଲି ମୟୂରକଣ୍ଡିରି ଶାଢ଼ି ଭିତରେ ଫୁଟିଉଠୁଥ‌ିବା କଞ୍ଚାସୁନା ପରି ଗୋରା ଦେହକୁ ଦେଖି ବୁଢ଼ାର ଆଖୁ ପୂରି ଉଠିଥିଲା । ତାକୁ ମା’ବୋଲି ସ୍ଵୀକାର କରିଥିଲା । ଜ୍ୱରରେ ପୀଡ଼ିତ ହୋଇ ମଧ୍ୟ ବହୁ କଷ୍ଟରେ ତା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । କିନ୍ତୁ ଯେତେବେଳେ ସେ ଦେଖୁଲା ବୋହୂଟି କୁମ୍ଭକିନାରା ଦକ୍ଷିଣା ପାଟ ପରିବର୍ତ୍ତେ ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା, ଗୋଡ଼ ଦୁଇଟା ଲଙ୍ଗଳା, ହାତ ଦୁଇଟା ଶୂନ୍ୟ, ସେତେବେଳେ ବୁଢ଼ା ନିଜକୁ ସମ୍ଭାଳି ପାରିନଥିଲା ।

Question ୧୬ ।
ବୁଢ଼ା ଆଣିଥିବା ଶଙ୍ଖା କାନ୍ଦି କାନ୍ଦି ବାହାରେ ଚୂନା କରିଦେଲା କାହିଁକି ?
Answer:
‘ବୁଢ଼ା ଶଙ୍ଖାରି’ ଗଛଟି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କଦ୍ଵାରା ପ୍ରଣୀତ । ରଜ ସଂକ୍ରାନ୍ତିକୁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଦେବ ବୋଲି କହିଥିଲା ବୁଢ଼ା ଶଙ୍ଖାରି । ତେଣୁ ସେ ଜ୍ଵରପୀଡ଼ିତ ହୋଇ ମଧ୍ୟ ଯତ୍ନର ସହିତ ଷାଠିଏ ବର୍ଷର ସକଳ ହାତସଫେଇକୁ ପ୍ରୟୋଗ କରି ଆସ୍‌ମାନ୍ ତାରା ଶଙ୍ଖା ତିଆରି କରି ଆଣିଥିଲା । ମା’କୁ ପିନ୍ଧାଇଦେବ ବୋଲି ମନରେ ଥିଲା ତା’ର ଅସୀମ ଉତ୍ସାହ ଓ ଆନନ୍ଦ । କିନ୍ତୁ ଯେତେବେଳେ ଦେଖିଲା, ମା’ତାର ପିନ୍ଧିଛି ଧଳା ଲୁଗା, ହାତ ଓ ଗୋଡ଼ ଲଙ୍ଗଳା, ସେତେବେଳେ ସେ ନିଜକୁ ସମ୍ଭାଳି ପାରିନାହିଁ । ଯେଉଁ ମା’ ପାଇଁ ସେ ଶଙ୍ଖା ତିଆରି କରିଥିଲା, ସେ ହିନ୍ଦୁଘରର ପ୍ରଥାନୁଯାୟୀ ଆଉ କେବେ ବି ଶଙ୍ଖା ପିନ୍ଧିପାରିବ ନାହିଁ । ସେ ଶଙ୍ଖା ନିରର୍ଥକ ହୋଇଗଲା । ତେଣୁ ବୁଢ଼ା ଶଙ୍ଖାରି କାନ୍ଦି କାନ୍ଦି ଶଙ୍ଖାକୁ ବାହାରେ କଚାଡ଼ି ଚୂନା କରିଦେଲା ।

ତୁମପାଇଁ କାମ

୧୭ । ଗାଳ୍ପିକଙ୍କର ଜାତୀୟ ଭାବନାମୂଳକ କବିତା ସଂଗ୍ରହ କରି ପଢ଼ ।
୧୮। ମଣିଷ ପ୍ରତି ସମ୍ବେଦନଶୀଳତା ଓ ଗଭୀର ଆପଣାପଣ କାନ୍ତକବିଙ୍କ ସୃଷ୍ଟିକୁ କିପରି ସର୍ବକାଳୀନ କରିପାରିଛି, ସୂଚନା ପ୍ରଦାନ କର ।

ପରୀଷା ଉପଯୋଗୀ ଅତିରିକ୍ତ ପ୍ରଶୋତ୍ତର
ଅତିସଂକ୍ଷିପ୍ତ ଓ ବସ୍ତୁନିଷ୍ଠ ପ୍ରଶ୍ନୋତ୍ତର
A ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
Answer:
ଗାଁ ମୁଣ୍ଡରେ ଥ‌ିବା ଘରଟି ସାତଶେଣିଆ ଛପର ଘର ଥିଲା ।

2. ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ କ’ଣ ?
Answer:
ବୋହୂଟିର ଗୋଇଠିଯାଏ ଲମ୍ବିଥିବା କସ୍ତା ଖଣ୍ଡିକର ନାମ ମୟୂରକଣ୍ଠିରି ।

3. କେତେବେଳେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥୁଲା ?
Answer:
ବୋହୂଟିର ହାତ ଧରିଥ‌ିବା ସମୟରେ ବୁଢ଼ାଟି ତା’ ଜୀବନର ସମସ୍ତ ସୁଖ ଓ ଆଶାର ପରିତୃପ୍ତି ହେଲା ବୋଲି ମନେ କରୁଥିଲା ।

4. ବୁଢ଼ାର ଛାତି ବାଳଗୁଡ଼ାକ କିପରି ଦେଖାଯାଉଥିଲା ?
Answer:
ବୁଢ଼ାର ଛାତି ବାଳଗୁଡ଼ାକ ଧୋବ ଫରଫର ଦେଖାଯାଉଥିଲା ।

5. ‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ??- ଏକଥା କିଏ କହିଥିଲେ ?
Answer:
‘ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ‘ ଏକଥା ଶଙ୍ଖାରି ବୁଢ଼ା କହିଥିଲେ ।

6. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ବୋହୂଟି ବୁଢ଼ାକୁ ଆସ୍‌ନତାରା ଶଙ୍ଖା ବିଷୟରେ ପଚାରିଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କହିଲା କାରଣ ସେ ଶଙ୍ଖା କଛିବାକୁ ଚାହୁଁଥିଲା ।

8. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ।

9. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer: ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାକୁ ଜ୍ଵର ହେଲା ।

10. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଶଙ୍ଖାରି ବୁଢ଼ା ଉଦୁଉଦିଆ ଖରା ସମୟରେ ଗାଁ ମଝିରେ ଯାଉଥିଲା ।

11. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ବୋହୂଟି ଲଜ୍ଜା ହେତୁ ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥିଲା ।

B ଗୋଟିଏ ପଦରେ ଉତ୍ତର ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
Answer:
ବୋହୂ ସାଆନ୍ତାଣୀ

2. ବୋହୂଟି କାହାପରି ଗୋରା ?
Answer:
ଚମ୍ପାଫୁଲ ପରି

3. ବୋହୂଟିର ଦେହଟି କେଉଁଥରେ ଗଢ଼ା ?
Answer:
ଗୋଟିଏ ଚାଉଳରେ

4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଗଲା ?
Answer:
ମା’ ବୋଲି

5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
Answer:
ଆତ୍ମାମାନତାରା

6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
Answer:
ମୁଁ ପରା ତୋର ପୁଅ

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
Answer:
ଶଙ୍ଖ। କଛିବାକୁ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

8. ତାର ମା’ର କେଉଁ ଶଙ୍ଖା ଉପରେ ମନ ବୋଲି ବୁଢ଼ାଟି ଭାବିଲା ?
Answer:
ଆସ୍‌ମାନ୍ତରା

୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆତ୍ମାମାନ୍ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
Answer:
ରଜ ସଂକ୍ରାନ୍ତି

10. ରୋଜ ରୋଜ ପାଣିପିଆ, ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
Answer:
ଜ୍ଵର ହେଲା

11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
Answer:
ଲକ୍ଷ୍ମୀକାନ୍ତ ମହାପାତ୍ର

12. ଶଙ୍ଖାରି ବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
Answer:
ଉଦୁଉଦିଆ ଖରାବେଳେ

13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
Answer:
ଟୋକେଇ

14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
Answer:
ଲଜ୍ଜା ହେତୁ

15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
Answer:
ବୋହୂଟିକୁ ମା’ ବୋଲି ଡାକିଥିବାରୁ

C ଶୂନ୍ୟସ୍ଥାନ ପୂରଣ କର ।
1. ବୁଢ଼ା ଅନେକ କଷ୍ଟରେ ଉଠି ନିଜ ହାତରେ ________________ ତିଆରି କଲା ।
Answer:
ଶଙ୍ଖ।

2. ଦିନ ___________________ ଥାଇ ବୁଢ଼ା ଶଙ୍ଖା ତିଆରି କାମ ଶେଷ କଲା ।
Answer:
ଦୁଇ

3. ___________________ ଦିନକୁ ପହିଲି ରଜ କୁହାଯାଏ ।
Answer:
ରଜ ଆଗ

4. ବୁଢ଼ା ଆସ୍‌ମାନ୍‌ତାରା ଶଙ୍ଖା ନେଇ ବହୁଥର ଡାକିବା ପରେ ଶେଷରେ ____________________ ବାହାରି ଆସିଲେ ।
Answer:
ଶାଶୁ

5. ବୁଢା ଆଣିଥିବା ଶଙ୍ଖା __________________ ବାହାରେ କଚାଡି ଚୂନା କରିଦେଲା ।
Answer:
କାନ୍ଦି କାନ୍ଦି

6. କାନ୍ତକବି ଜାତୀୟ ଗୀତିକା ___________________ ର ସ୍ରଷ୍ଟା ।
Answer:
ବନ୍ଦେ ଉତ୍କଳ ଜନନୀ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

7. ଶଙ୍ଖାରି ବୁଢ଼ାର ବୟସ ________________ ଥିଲା ।
Answer:
ଷାଠିଏ

8. ଶଙ୍ଖାରି ବୁଢ଼ାର ଦାନ୍ତଗୁଡ଼ାକ ______________________ ।
Answer:
ପଡ଼ିଯାଇଥିଲା

9. ଶଙ୍ଖାରି ବୁଢ଼ାର ପାଦଠାରୁ ଆଣ୍ଠୁପର୍ଯ୍ୟନ୍ତ ________________ ରେ ବୁଡ଼ିଥିଲା ।
Answer:
ଧୂଳି

10. ବୁଢ଼ାର ଛାତି ବାଳଗୁଡ଼ାକ ___________________ ଦେଖାଯାଉଥିଲା ।
Answer:
ଧୋବ ଫରଫର

11. ଶଙ୍ଖା କେହି ନେବେ ନାହିଁ– ଏକଥା ବୁଢ଼ାକୁ _____________________ କହିଲେ ।
Answer:
ସାଆନ୍ତାଣୀ

12. ବୋହୂ ସହିତ ଦେଖା ହୋଇପାରିବ ନାହିଁ ଶୁଣିବା ପରେ ବୁଢ଼ାର ଆଖ୍ __________________ ହୋଇଉଠିଲା ।
Answer:
ଛଳଛଳ

13. ‘ଥରଟିଏ ଦେଖିବି— ମୁଁ ଆଉ ବଞ୍ଚିବି ନାହିଁ’– ଏକଥା ________________ କହିଥିଲା ।
Answer:
ଶଙ୍ଖାରି ବୁଢ଼ା

14. ବୋହୂଟି ଆସିବା ବେଳକୁ __________________ ପରି ଶବ୍ଦ ଶୁଭେ ।
Answer:
ଝୁମୁରୁ ଝୁମୁରୁ

15. ସେଦିନ ବୋହୂଟି ବୁଢ଼ା ପାଖରେ _______________ ଆସି ଛିଡ଼। ହେଲା ।
Answer:
ନିଃଶବ୍ଦରେ

D ଚାରୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।
1. ଶଙ୍ଖା ଦେଖିବାକୁ କିଏ ଡାକୁଛନ୍ତି ବୋଲି ଦାସୀ ବୁଢ଼ାକୁ କହିଲା ?
(A) ଶାଶୂ ସାଆନ୍ତାଣୀ
(B) ବୋହୂ ସାଆନ୍ତାଣୀ
(C) ଜେମାରାଣୀ
(D) ସମସ୍ତେ
Answer:
(B) ବୋହୂ ସାଆନ୍ତାଣୀ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

2. ବୋହୂଟି _________________ ପରି ଗୋରା ।
(A) ଚମ୍ପାଫୁଲ
(B) ଟଗର ଫୁଲ
(C) ମଲ୍ଲୀଫୁଲ
(D) ପଦ୍ମଫୁଲ
Answer:
(A) ଚମ୍ପାଫୁଲ

3. ବୋହୂଟିର ଦେହଟି ________________ ଗଢ଼ା ।
(A) କଞ୍ଚାସୁନାରେ
(B) ଗୋଟିଏ ଚାଉଳରେ
(C) ନବରତ୍ନରେ
(D) ମଣିମାଣିକ୍ୟରେ
Answer:
(B) ଗୋଟିଏ ଚାଉଳରେ

4. କ’ଣ ବୋଲି ଡାକି ଦେବାମାତ୍ରେ ବୁଢ଼ାର ଛାତି
(A) ଝିଅ ବୋଲି
(B) ମା’ବୋଲି
(C) ବୋହୂ ବୋଲି
(D) ଭଉଣୀ ବୋଲି
Answer:
(B) ମା’ବୋଲି

5. ବୋହୂଟି ବୁଢ଼ାକୁ କେଉଁ ଶଙ୍ଖା ବିଷୟରେ ପଚାରିଥିଲା ?
(A) ରଙ୍ଗଝିଲିରି
(B) ବଉଳମାଳିଆ
(C) ଚୂନଟିପି
(D) ଆସ୍‌ମାନତାରା
Answer:
(D) ଆସ୍‌ମାନତାରା

6. ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କ’ଣ କହିଲା ?
(A) ଓ ମୁଁ ପରା ତୋର ବାପା
(B) ମୁଁ ପରା ତୋର ଶଶୁର
(C) ମୁଁ ପରା ତୋର ଭାଇ
(D) ମୁଁ ପରା ତୋର ପୁଅ
Answer:
(D) ମୁଁ ପରା ତୋର ପୁଅ

7. ଶଙ୍ଖାରି ବୁଢ଼ା ବୋହୂକୁ ହାତ ବଢ଼ାଇଦେବାକୁ କାହିଁକି କହିଲା ?
(A) ହାତ ଦେଖୁବାକୁ
(B) ଶଙ୍ଖା କାଛିବାକୁ
(C) ହାତମାପ ନେବାକୁ
(D) ମୁଦି ପିନ୍ଧେଇବାକୁ
Answer:
(B) ଶଙ୍ଖା କାଛିବାକୁ

8. ତାର ମା’ର କେଉଁ ଶଙ୍ଖା ଉପରକୁ ମନ ବୋଲି ବୁଢ଼ାଟି ଭାବିଲା ?
(A) ଚୂନଟିପି
(B) ବିଛାମାଳିଆ
(C) ବଉଳଫୁଲିଆ
(D) ଆସ୍‌ମାନ୍ତରା
Answer:
(D) ଆସ୍‌ମାନ୍ତରା

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

୨. କେଉଁ ଦିନ ଶଙ୍ଖାରି ବୁଢ଼ା ତା’ ମାଆ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ ବୋଲି ସ୍ଥିର କଲା ?
(A) ମକର ସଂକ୍ରାନ୍ତି
(B) ରଜ ସଂକ୍ରାନ୍ତି
(C) ପଣା ସଂକ୍ରାନ୍ତି
(D) ଧନୁ ସଂକ୍ରାନ୍ତି
Answer:
(B) ରଜ ସଂକ୍ରାନ୍ତି

10. ରୋଜ ରୋଜ ପାଣିପିଆ,ବାଟଚଲା ଯୋଗୁଁ ବୁଢ଼ାର କ’ଣ ହେଲା ?
(A) ଗୋଡ଼ ଭାଙ୍ଗିଗଲା
(B) ଥଣ୍ଡା
(C) ଜ୍ଵର ହେଲା
(D) ହାଡ଼ ଭାଙ୍ଗିଗଲା
Answer:
(C) ଜ୍ଵର ହେଲା

11. ‘ବୁଢ଼ା ଶଙ୍ଖାରି’ ଗଳ୍ପର ରଚୟିତା କିଏ ?
(A) ସୁରେନ୍ଦ୍ର ମହାନ୍ତି
(B) ଲକ୍ଷ୍ମୀକାନ୍ତ ମହାପାତ୍ର
(C) ଅଳମୋହନ ପଟ୍ଟନାୟକ
(D) ରାଜକିଶୋର ରାୟ
Answer:
(B) ଲକ୍ଷ୍ମୀକାନ୍ତ ମହାପାତ୍ର

12. ଶଙ୍ଖାରିବୁଢ଼ା କେଉଁ ସମୟରେ ଗାଁ ମଝିରେ ଯାଉଥିଲା ?
(A) ସଞ୍ଜବେଳେ
(B) ଉଦୁଉଦିଆ ଖରାବେଳେ
(C) ପ୍ରାତଃ ସମୟରେ
(D) ଅପରାହ୍ନରେ ମୁଣ୍ଡରେ କ’ଣ
Answer:
(B) ଉଦୁଉଦିଆ ଖରାବେଳେ

13. ବୁଢ଼ା ମୁଣ୍ଡରେ କ’ଣ ଧରିଥିଲା ?
(A) ବୋଝ
(B) ଗଣ୍ଠିଲି
(C) ଟୋକେଇ
(D) କାଠ
Answer:
(C) ଟୋକେଇ

14. ବୋହୂଟି ପ୍ରଥମେ ଶଙ୍ଖା ପିନ୍ଧିବାକୁ ହାତ ବଢ଼େଇ ନଥୁଲା କାହିଁକି ?
(A) ଭୟରେ
(B) ଲଜ୍ଜାହେତୁ
(C) ଅପସନ୍ଦ ହେବାରୁ
(D) ଶାଶୂଙ୍କ ସମ୍ମତି ନଥିବାରୁ
Answer:
(B) ଲଜ୍ଜାହେତୁ

15. ଶଙ୍ଖା ପିନ୍ଧେଇ ସାରି ବୁଢ଼ା ଦାମ୍ ନେଲାନାହିଁ କାହିଁକି ?
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ
(B) ଦାମ୍ କମ୍ ଥିବାରୁ
(C) ଟଙ୍କାର ଆବଶ୍ୟକତା ନଥିବାରୁ
(D) ଏଥ୍ ମଧ୍ୟରୁ କେଉଁଟି ନୁହେଁ
Answer:
(A) ବୋହୂଟିକୁ ମା’ବୋଲି ଡାକିଥିବାରୁ

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

16. ବୁଢ଼ା କେତେମାସ ଧରି ବୋହୂକୁ ଦେଖିବାକୁ ଯାଇ
(A) ତିନି
(B) ଚାରି
(C) ଛଅ
(D) ଦୁଇ
Answer:
(D) ଦୁଇ

17. ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କୁ କେଉଁ କବି ବୋଲି ସମ୍ବୋଧନ କରାଯାଏ ?
(A) ପଲ୍ଲୀକବି
(B) ସବୁଜକବି
(C) କାନ୍ତକବି
(D) ବିପ୍ଳବୀ କବି
Answer:
(C) କାନ୍ତକବି

18. କେଉଁ ମାସରେ ଶଙ୍ଖାରି ବୁଢ଼ା ମୁଣ୍ଡରେ ଶଙ୍ଖା ବୋଝ ଧରି ଗାଁ ଦାଣ୍ଡରେ ଯାଉଥିଲା ?
(A) ବୈଶାଖ
(B) ଜ୍ୟେଷ୍ଠ
(C) ଚୈତ୍ର
(D) ଫଗୁଣ
Answer:
(D) ଫଗୁଣ

19. ‘‘କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି’’– ଏକଥା କିଏ ବୁଢ଼ାକୁ ପଚାରିଲା ?
(A) ଘରର ମାଲିକାଣୀ
(B) ଦାସୀ
(C) ବୋହୂ
(D) ଚାକର
Answer:
(B) ଦାସୀ

20. ଦାସୀ ଶଙ୍ଖାରି ବୁଢ଼ା ପାଖରେ କ’ଣ ଆଣି ଥୋଇଦେଲା ?
(A) ଗରାଏ ପାଣି
(B) ଗିଲାସେ ପାଣି
(C) ଲୋଟାଏ ପାଣି
(D) ବାଲ୍ଟିଏ ପାଣି
Answer:
(C) ଲୋଟାଏ ପାଣି

21. ଗାଁ ମୁଣ୍ଡରେ ଥିବା ଘରଟି କିପରି ଘର ଥିଲା ?
(A) ପକ୍‌କା ଘର
(B) ଛାତି ଘର
(C) ଟାଇଲି ଘର
(D) ସାତ ଶେଣିଆ ଛପର ଘର
Answer:
(D) ସାତ ଶେଣିଆ ଛପର ଘର

22. ଶଙ୍ଖାରି ବୁଢ଼ା ଦାସୀକୁ କ’ଣ ମାଗିଥିଲା ?
(A) ପାଣି
(B) ପାନ
(C) ପଇସା
(D) ଖାଦ୍ୟ
Answer:
(A) ପାଣି

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

23. ଶଙ୍ଖାରି ବୁଢ଼ା ଉପରକୁ ଆକରି କିପରି ଲୋଟାଏ ପାଣି ଟେକିଦେଲା ?
(A) ଥରଥର କରି
(B) ଢକଢକ କରି
(C) କୁଳୁକୁଳୁ କରି
(D) ତରତର କରି
Answer:
(B) ଢକଢକ କରି

ଲେଖକ ପରିଚୟ :
କାନ୍ତକୋମଳ ପଦାବଳୀରେ ଲକ୍ଷ୍ମୀକାନ୍ତ(୧୮୮୮-୧୯୫୩)ଙ୍କର ରଚନାଗୁଡ଼ିକ ସମୃଦ୍ଧ ହେତୁ ତାଙ୍କୁ ଯଥାର୍ଥରେ “କାନ୍ତକବି” ବୋଲି ସମ୍ବୋଧନ କରାଯାଇଛି । ବ୍ୟଙ୍ଗ ବିଦ୍ରୂପ ମଧ୍ଯରେ ପାଠକ ମନରେ ବିମଳ ହାସ୍ୟ ସଞ୍ଚାର କରିବା ସହିତ ସମାଜସଂସ୍କାର ଭାବନା ତାଙ୍କ ସୃଷ୍ଟିର ମୁଖ୍ୟ ବିଭବ। କଥାସାହିତ୍ୟ ଓ କାବ୍ୟକବିତା କ୍ଷେତ୍ରରେ ତାଙ୍କର ସିଦ୍ଧି କାଳଜୟୀ । ‘ଜୀବନ ସଂଗୀତ’, ‘ଜାତୀୟ ସଂଗୀତ’, ‘କଲ୍ଲୋଳ ‘ଓ ‘ଚଟକ ଚନ୍ଦ୍ରହାସ ଚଂପୂ’ ବିବିଧ କବିତା ମଧ୍ୟରେ ଲକ୍ଷ୍ମୀକାନ୍ତଙ୍କ କବି ପ୍ରତିଭାର ସ୍ବାକ୍ଷର ନିହିତ । ‘କଣାମାମୁ’ ଉପନ୍ୟାସ ଓ ‘ବୁଢ଼ା ଶଙ୍ଖାରି’ ଗଳ୍ପ କାନ୍ତକବିଙ୍କର ଅମ୍ଳାନ ସୃଷ୍ଟି । ହାସ୍ୟ ମଧୁର ବେଦନାର ଜୀବନ୍ତ ରୂପାୟନ ତାଙ୍କର କ୍ଷୁଦ୍ର ଗଳ୍ପ । ‘ବନ୍ଦେ ଉତ୍କଳ ଜନନୀ’ ଜାତୀୟ ଗୀତିକାର ସେ ସ୍ମରଣୀୟ ସ୍ରଷ୍ଟା । ରକ୍ତର ସଂପର୍କ ନ ଥାଇ ମଧ୍ୟ କିପରି ଅନାବିଳ ବାତ୍ସଲ୍ୟ ପ୍ରେମର ମହାନତା ପ୍ରଦର୍ଶନ କରାଯାଇଛି ତାହା ହିଁ ଉକ୍ତ ଗଳ୍ପର କଥାବସ୍ତୁ ।

ଗଚ୍ଛର ମର୍ମବାଣୀ :
ଷାଠିଏ ବର୍ଷର ବୁଢ଼ା ଶଙ୍ଖାରିଟିଏ । ସରି ଆସୁଥ୍‌ ଫଗୁଣ ମାସର ଉଦୁଉଦିଆ ଖରାବେଳେ ସେ ଶଙ୍ଖା ଟୋକେଇଟି ମୁଣ୍ଡରେ ଧରି ଗାଁ ଦାଣ୍ଡରେ ଡାକି ଡାକି ଯାଉଥାଏ । ଗୋଡ଼ ଆଣ୍ଠୁଯାକେ ଧୂଳି ଓ ଶରୀର ଝାଳରେ ବୁଡ଼ି ଗୋଡ଼ ପର୍ଯ୍ୟନ୍ତ ବୋହି ଯାଉଛି । ଗାଁ ମୁଣ୍ଡରେ ଥିବା ସାତଶେଣିଆ ଛପର ଘରର ପକ୍କା ପିଣ୍ଡା ଉପରେ ଶଙ୍ଖାବୋଝଟି ରଖ୍ ବସିପଡ଼ିଛି । ଘରର ଦାସୀଠାରୁ ପାଣି ମାଗି ପିଇ କଲ୍ୟାଣ କରିଛି । ଦାସୀ କହିବାନୁଯାୟୀ ବୋହୂ ସାଆନ୍ତାଣୀଙ୍କୁ ଶଙ୍ଖା ଦେଖାଇବାପାଇଁ ବୋଝଟି ନେଇ ଭିତର ଦୁଆରକୁ ଯାଇଛି । ମୁଖରା ଦାସୀ କଥାରେ ଲାଜ ଛାଡ଼ି ବୋହୂଟି ହସି ହସି ଓଢ଼ଣା ଅଧେ ଟେକିଦେଇ ଟୋକେଇ ପାଖରେ ଆସି ଛିଡ଼ା ହୋଇଛି । ଶଙ୍ଖାରି ବୁଢ଼ାକୁ ଦେଖାଯାଇଛି ବୋହୂଟିର ସୁନ୍ଦର ମୁଖମଣ୍ଡଳ ।

ଚକି କାଟିଦେଲା ପରି ଗୋଲ ସୁନ୍ଦର ମୁହଁ । ଚମ୍ପାଫୁଲ ପରି ଗୋରାଦେହକୁ ଚାରିଆଙ୍ଗୁଳ ଓସାର ନାଲି ତହିଁରି ମୟୂରକଣ୍ଠିରି କସ୍ତାଖଣ୍ଡିକ ଗୋଇଠିଯାଏ ଲମ୍ବି ଆହୁରି ସୁନ୍ଦର ଦେଖାଯାଉଛି । ତା’ ଭିତର ଦେଇ ଫୁଟି ଉଠୁଥ‌ିବା ଗୋଟିଏ ଚାଉଳରେ ଗଢ଼ା କଞ୍ଚା ସୁନାପରି ଗୋରା ଦେହଟିକୁ ଦେଖ୍ ଶଙ୍ଖାରି ବୁଢ଼ାର ଆଖ୍ ପୂରି ଉଠିଛି । ବୁଢ଼ା ଆଖ୍ ଫେରାଇ ନ ପାରି ଏକ ଧାନରେ ଚାହିଁ ରହିଛି । କିଛି କହିବାକୁ ଇଚ୍ଛା ଥିଲେ ମଧ୍ୟ ତା’ ପାଟିରୁ କଥା ବାହାରିନାହିଁ । କିଛି ସମୟ ପରେ ବୁଢ଼ା ପାଟି ଖୋଲି କହିଛି- ‘ମା’, କି ଶଙ୍ଖା ନେବୁ ନେ ।’ ‘ମା’ ବୋଲି ଡାକିଦେବା ମାତ୍ରେ ବୁଢ଼ାର ଛାତି କୁଣ୍ଢେମୋଟ ହୋଇଯାଇଛି । ବୋହୂଟି ଲାଜ ଛାଡ଼ି କୋମଳ କଣ୍ଠରେ ‘ଆସ୍‌ମାନ୍ ତାରା’ ଶଙ୍ଖା ଅଛି କି’ ବୋଲି ପ୍ରଶ୍ନ କରିଛି ।

ବୁଢ଼ାଟି କହିଛି ଯେ ତା’ ପାଖରେ ‘ଆସ୍‌ମାନ୍ ତାରା’ ଶଙ୍ଖା ବ୍ୟତୀତ ରଙ୍ଗଝିଲିରି, ବଉଳଫୁଲିଆ, ଚୂନଟିପି ପ୍ରଭୃତି ଶଙ୍ଖା ଅଛି । ଆସ୍‌ମାନ୍ ତାରା ଶଙ୍ଖା ତିଆରି କଲେ ଆଣିଦେବ ବୋଲି କହିଛି । ବୋହୂଟି ମୁଠାଏ ଶଙ୍ଖା ପସନ୍ଦ କରିବାରୁ ବୁଢ଼ା ସେହି ଶଙ୍ଖାମୁଠାକୁ କିଛିବାପାଇଁ ବୋହୂକୁ ହାତ ବଢ଼ାଇବାକୁ କହିଲା । ବୋହୂଟି ଲାଜ କରିବାରୁ ଶଙ୍ଖାରି ବୁଢ଼ା କହିଲା, ‘ମା’, ମୋତେ ଲାଜ କରୁଛ ? ମୁଁ ପରା ତୋ ପୁଅ । ପୁଅକୁ ମା’ ଲାଜ କରେନା ।’

ଏହି କଥାପଦକ ଭିତରେ ପୂରି ରହିଥିଲା ଶଙ୍ଖାରି ବୁଢ଼ା ହୃଦୟର ମୁଠା ମୁଠା ସ୍ନେହ, ମମତା ଓ ଆପଣାର ଭାବ । ଯାହା ଶୁଣି ଦାସୀ ମଧ୍ୟ ବୋହୂକୁ ହସି ହସି କହିଥିଲା, ‘ବୋହୂ ସାଆନ୍ତାଣୀଏ ! ଆଚ୍ଛା ବୁଢ଼ାପୁଅଟିଏ ପାଇଲ ଏକା; କପାଳ ତ !”’ ବୋହୂଟିର ସୁନ୍ଦର ହାତକୁ ନିଜର ରୁକ୍ଷ ମଇଳା ହାତରେ ଧରି କଟିଯିବା ଭୟରେ ସନ୍ତର୍ପଣରେ ଶଙ୍ଖା କଛିବାବେଳେ ବୁଢ଼ା ମନରେ ଆନନ୍ଦର ସୀମା ନଥାଏ । ସତେ ଯେପରି ତା’ଜୀବନର ସମସ୍ତ ସୁଖ, ସକଳ ଆଶା ସେଠାରେ ପରିତୃପ୍ତି ଲାଭ କରିଛି ।

ଶାଶୁ ସାଆନ୍ତାଣୀ ଆସି ଶଙ୍ଖାର ଦାମ୍ ପଚାରିଛନ୍ତି । କିନ୍ତୁ ବୋହୂ ସାଆନ୍ତାଣୀଙ୍କର ପୁଅ ହୋଇ ସାରିଥିବା ବୁଢ଼ା ଶଙ୍ଖାରି ମା’ଠାରୁ ଦାମ୍ ନେବ ନାହିଁ, ଶଙ୍ଖା ମୁଠାକ ପାଇଁ ସେ ଗରିବ ହୋଇଯିବ ନାହିଁ ବୋଲି କହି ଶଙ୍ଖାବୋଝ ଧରି ଚାଲିଯାଇଛି । ଆଉ ଡାକିଲେ ମଧ୍ୟ ଶୁଣିନାହିଁ । ଶଙ୍ଖା ଗୋଟିଏ ନିତ୍ୟାନି ଦରବ ନୁହେଁ । ଲୋକେ ତାକୁ ପୁନେଇଁ ପରବରେ କିଣନ୍ତି । ଏହା ଜାଣି ମଧ୍ଯ ବୁଢ଼ା ଶଙ୍ଖାରି ଦୁଇ ତିନିଦିନେ ଥରେ ଲେଖାଏଁ ସେ ଗାଁକୁ ଆସେ । କାରଣ ଶଙ୍ଖା ବିକ୍ରି ତା’ର ଉଦ୍ଦେଶ୍ୟ ନୁହେଁ । ତା’ ମା’କୁ ଦେଖୁବା ହିଁ ତା’ର ଉଦ୍ଦେଶ୍ୟ ।

ତେଣୁ ଦୁଆର ପର୍ଯ୍ୟନ୍ତ ଯାଇ ପାଟି କରି ଡାକିଦେଲେ ବୋହୂଟି ଆସି ଛିଡ଼ା ହୁଏ । ତାକୁ ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ । ବୋହୂ ଆସିବାର ଡେରି ହେଲେ ଦାସୀ ମଧ୍ଯ ହୁରି କରିଦିଏ, ‘ବୋହୂ ସାଆନ୍ତାଣୀଏ, ତମ ପୁଅ ଆଇଲାଣି ।’ ବୋହୂ ଆସି ଛିଡ଼ା ହୁଏ, ବୁଢ଼ା ତାକୁ ମନ ପୂରାଇ ଦେଖେ । ‘ଶଙ୍ଖା ନେବୁ’ ବୋଲି ପଚାରେ, ବୋହୂଟି ମୁଣ୍ଡ ହଲାଇ ଦେଲେ ବୁଢ଼ା ଚାଲିଯାଏ । ମନରେ ଭାବେ’ ‘ମା’ର ଆସ୍‌ମାନ୍ ତାରା ଶଙ୍ଖା ଉପରକୁ ମନ ।’

ଶେଷରେ ସେ ସ୍ଥିର କଲା ରଜ ସଂକ୍ରାନ୍ତି ବେଳକୁ ତା’ ମା’ପାଇଁ ଆସମାନ୍ ତାରା ଶଙ୍ଖା ମୁଠାଏ ଆଣିବ । ବୈଶାଖ ମାସ ଖରାରେ ପ୍ରତିଦିନ ବାଟଚଲା, ପାଣିପିଆ ବୁଢ଼ା ଦେହରେ ଗଲାନାହିଁ । ବୁଢ଼ା ଜ୍ଵରରେ ପଡ଼ିଲା । ହାତଗୋଡ଼ ଫୁଲିଗଲା । କିନ୍ତୁ ବୁଢ଼ା ସେଥ୍ୟପ୍ରତି ଚିନ୍ତା ନକରି ବହୁ କଷ୍ଟରେ ଉଠି ତା’ ମା’ପାଇଁ ଆସ୍‌ମାନ୍ ତାରା ଶଙ୍ଖା ତିଆରି କଲା । ଶଙ୍ଖା ଗଢ଼ିବାର ଷାଠିଏ ବର୍ଷର ଅନୁଭୂତିକୁ ନେଇ ହାସଲ କରିଥିବା ସକଳ ପ୍ରକାର ହାତସଫେଇକୁ ପ୍ରୟୋଗ କରି ଶଙ୍ଖାରି ବୁଢ଼ା ଯେଉଁ ଶଙ୍ଖା ଗଢ଼ିଲା- ସେପରି ଶଙ୍ଖା ତା’ ଜୀବନରେ କେବେ ସେ ତିଆରି କରିନଥିଲା ।

BSE Odisha 9th Class Odia Solutions Chapter 15 ବୁଢ଼ା ଶଙ୍ଖାରି

ଖୁସି ମନରେ ବୁଢ଼ା ସେ ଶଙ୍ଖା ଧରି ପହିଲି ରଜଦିନ ତା’ ମା’କୁ ଦେଖିବାକୁ ତଥା ଶଙ୍ଖା ପିନ୍ଧାଇବାକୁ ବାହାରିଲା । ଶରୀର ଅସୁସ୍ଥ ଥିଲେ ମଧ୍ୟ ମା’କଥା ମନେ ପଡ଼ିଯିବା ମାତ୍ରେ ତା’ ମନରେ ଗଦାଏ ବଳ ଆସିଲା । ବୁଢ଼ା ଗାମୁଛାରେ ଶଙ୍ଖା ବାନ୍ଧି ପାଞ୍ଚକୋଶ ବାଟି ଚାଲି ଚାଲି ଯାଇ ବେଳ ଗଡ଼ିଲା ବେଳକୁ ପହଞ୍ଚିଲା । ମନରେ ଅନେକ ଆନନ୍ଦ ଓ ଉତ୍ସାହ ନେଇ ସବୁଦିନ ଛିଡ଼ା ହେଉଥ‌ିବା ଜାଗାରେ ଛିଡ଼ା ହୋଇ ଡାକ ଛାଡ଼ିଲା । ଯେତେ ଡାକିଲେ ମଧ୍ୟ କେହି ଆସିଲେ ନାହିଁ କିମ୍ବା କୌଣସି ଉତ୍ତର ମିଳିଲା ନାହିଁ । କିଛି ସମୟ ପରେ ସାଆନ୍ତାଣୀ ବାହାରି ଆସି ଆବଶ୍ୟକ ନାହିଁ, ଶଙ୍ଖା କେହି ନେବେ ନାହିଁ ବୋଲି କହିଲେ । ବୁଢ଼ା ଶଙ୍ଖା ଶଙ୍ଖାରି ତା’ ମାଆକୁ ଟିକିଏ ଦେଖିବାକୁ କହିବାରୁ ଶାଶୁ ସାଆନ୍ତାଣୀ ଦେଖା ହୋଇପାରିବ ନାହିଁ ବୋଲି ଶୁଣାଇଦେଲେ ।

ବୁଢ଼ା କାନ୍ଦ କାନ୍ଦ ହୋଇ ଜୀବନର ଶେଷ ସମୟରେ ଥରଟିଏ ଦେଖିବାକୁ ଅନୁରୋଧ କରିବାକୁ ସାଆନ୍ତାଣୀ ଦାସୀକୁ ବୋହୂକୁ ଡାକିଦେବାପାଇଁ ନିର୍ଦ୍ଦେଶ ଦେଲେ । କିଛି ସମୟ ପରେ ବୋହୂ ଆସି ଦୁଆର ପାଖେ ଛିଡ଼ାହେଲା । ଆସିଲାବେଳେ ଝୁମୁରୁ ଝୁମୁରୁ ଶବ୍ଦ ନଥିଲା କିମ୍ବା କୁମ୍ଭକିନାରା ଦକ୍ଷିଣାପାଟ ନଥିଲା । ଗୋଡ଼ ଦୁଇଟା ଥିଲା ଲଙ୍ଗଳା । ପିନ୍ଧିଥିଲା ଖଣ୍ଡେ ଧଳାଲୁଗା । ବୋହୂକୁ ଦେଖୁ ବୁଢ଼ାର ଦେହ ଥରି ଉଠିଲା । ମୁଣ୍ଡ ଘୂରିଗଲା । ଖାଲି ହାତଟାକୁ ଦେଖ୍ ନେଇ ବୁଢ଼ା ଭୋ ଭୋ କରି ରଡ଼ି କରି ଉଠିଲା । ଗାମୁଛାରେ ବନ୍ଧାଥୁବା ଶଙ୍ଖା ମୁଠାକ ଫିଟାଇ ବାହାରେ କଚାଡ଼ି ଦେଇ ଏକମୁହାଁ ହୋଇ ଚାଲିଗଲା । ରକ୍ତର ସମ୍ପର୍କ ନଥାଇ ମଧ୍ୟ ବୁଢ଼ା ଯେଉଁ ଅନାବିଳ ବାତ୍ସଲ୍ୟ ମମତା ଦେଖାଇଗଲା, ତାହା ବାସ୍ତବିକ ଯୁଗ ଯୁଗ ଧରି ଜନମାନସରେ ଉଦାହରଣ ହୋଇରହିବ – ଏହା ନିଃସନ୍ଦେହ ।

ବିଷୟଗତ ଶବ୍ଦ ଓ ଅର୍ଥ :

  • ଲୋଟାଏ – ଢାଳେ । ଗଡ଼ୁଏ ।
  • ଗୋଟିଏ ଚାଉଳରେ ଗଢ଼ା – ଅତି ସୁନ୍ଦର ।
  • ମଳିଆ – ଅପରିଷ୍କାର ।
  • ଥର କରି – ଆସ୍ତେ କରି ।
  • ନିତ୍ୟାନି – ସବୁଦିନିଆ ।
  • ହୁରି କରିବା – ବଡ଼ ପାଟିରେ ଡାକିବା ।
  • ରୋଜ ରୋଜ – ପ୍ରତିଦିନ ।
  • ନିକାଶ କରିବା – ଶେଷ କରିବା ।
  • ଶଙ୍ଖା ଚୂନା ହେବା – ଶଙ୍ଖା ଭାଙ୍ଗି ଗୁଣ୍ଡ ହୋଇଯିବା ।
  • ଚଉରସ ନିଃଶ୍ବାସ – ଦୀର୍ଘଶ୍ଵାସ ।
  • ନିକ ବୋହୂ – ଅତି ସୁନ୍ଦର ବୋହୂ ।
  • ରୁକ୍ଷ – କର୍କଶ/ଟାଣ ।
  • ଶଙ୍ଖା କଛିବା – ଶଙ୍ଖା ମାପିବା (ଶଙ୍ଖା ହାତକୁ ହେବକି ନାହିଁ ବୋଲି ମାପି କରି ଦେଖୁବା) ।
  • ଅନାଏ – ଚାହେଁ ।
  • ନାଇବ – ପିନ୍ଧିବ ।
  • ଆଉଟି ପାଉଟି ହେବା – ବ୍ୟାକୁଳ ହେବା ।
  • ଅଧୀର ହେବା – ଧୈର୍ଯ୍ୟହରା ହେବା ।
  • ଏକମୁହାଁ ହୋଇ ଯିବା – ଅନ୍ୟ କୁଆଡ଼କୁ ନଚାହିଁ ଏକ ଦିଗରେ ଚାଲିଯିବା ।

CHSE Odisha Class 12 Economics Chapter 15 Long Answer Questions in Odia Medium

Odisha State Board CHSE Odisha Class 12 Economics Solutions Chapter 15 ବ୍ୟାଙ୍କ Long Answer Questions.

CHSE Odisha 12th Class Economics Chapter 15 Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

1. ବାଣିଜ୍ୟିକ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କ୍ ଏକ ଋଣ ପ୍ରଦାନକାରୀ ସଂସ୍ଥା । ଏହା ସ୍ୱଳ୍ପକାଳୀନ ଋଣ କାରବାର କରିଥାଏ । ଏହା ସର୍ବସାଧାରଣଙ୍କର ଉଦ୍‌ବୃତ୍ତ ଅର୍ଥ ସଂଗ୍ରହ କରି ବାଣିଜ୍ୟିକ ଓ ଔଦ୍ୟୋଗିକ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକର ଅସ୍ଥାୟୀ ଆବଶ୍ୟକତାର ବିତ୍ତୀୟନ କରିଥାଏ । ଏହା ଏକ ଲାଭ ଅର୍ଜନକାରୀ ସଂସ୍ଥା ହୋଇଥିବାରୁ ସାଧାରଣ ବ୍ୟାଙ୍କ କାରବାର କରି ତଥା ଅନ୍ୟ କେତେକ ବିବିଧ କାର୍ଯ୍ୟ କରି ଏହା ଲାଭ ଅର୍ଜନ କରିଥାଏ । ବାଣିଜ୍ୟିକ ବ୍ୟାଙ୍କର ଚାରିଗୋଟି ପ୍ରଧାନ କାର୍ଯ୍ୟ ରହିଛି ।

ସେଗୁଡ଼ିକ ହେଲା – ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ, ଋଣ ପ୍ରଦାନ, ଋଣମୁଦ୍ରା କାରବାର ଓ ମୁଦ୍ରା ସୃଷ୍ଟି ।

(i) ଜମା ଗ୍ରହଣ – ବାଣିଜ୍ୟିକ ବ୍ୟାଙ୍କର ଗୋଟିଏ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଲା ସର୍ବସାଧାରଣଙ୍କଠାରୁ ଜମା ଗ୍ରହଣ କରିବା । ସେମାନଙ୍କ ଜମାର ନିରାପତ୍ତା ଓ ଜମା ଉପରେ ଦିଆଯାଉଥିବା ସୁଧ ଗ୍ରାହକମାନଙ୍କୁ ବ୍ୟାଙ୍କରେ ଜମା ରଖୁବାକୁ ପ୍ରରୋଚିତ କରିଥାଏ । ଜମା ବିଭିନ୍ନ ପ୍ରକାରର; ଯଥା – ଚାହିଦା ଜମା ବା ଚଳନ୍ତି ଜମା (Demand deposit or Current deposit), (Savings deposit) & all (Fixed or Time deposit) ।

ଚାହିଦା ଜମା ବା ଚଳନ୍ତି ଜମା ହାତରେ ରଖୁଥିବା ମୁଦ୍ରା ସଙ୍ଗେ ସମାନ । ଜମାକାରୀ ପୂର୍ବରୁ କୌଣସି ନୋଟିସ୍ ନ ଦେଇ ଯେକୌଣସି କାର୍ଯ୍ୟକାରୀ ଦିନରେ ଏହି ହିସାବରୁ ମୁଦ୍ରା ଉଠାଇପାରିବ । ଏହିଭଳି ଜମାକୁ ଅନ୍ୟ କୌଣସିଠାରେ ଲାଭଜନକଭାବେ ବିନିଯୋଗ କରାଯାଇ ନ ଥାଏ । କାରଣ ଚାହିଁବାମାତ୍ରେ ଜମାକାରୀଙ୍କୁ ମୁଦ୍ରା ଦେଇଦେବାପାଇଁ ବ୍ୟାଙ୍କ ସବୁବେଳେ ଏହାକୁ ନିଜ ପାଖରେ ନଗଦ ମୁଦ୍ରା ଆକାରରେ ରଖୁଥାଏ ।

ତେଣୁ ବ୍ୟାଙ୍କ ସାଧାରଣତଃ ଏହି ଜମା ଉପରେ ଅତି ସାମାନ୍ୟ ସୁଧ ଦେଇଥାଏ ବା ଆଦୌ କୌଣସି ସୁଧ ଦେଇ ନଥାଏ । ଯଦି ଏହି ଜମା ଏକ ନିର୍ଦ୍ଦିଷ୍ଟ ସର୍ବନିମ୍ନ ପରିମାଣରୁ କମ୍ ହୋଇଥାଏ ବ୍ୟାଙ୍କ ନିଜର କମିଶନ ଆକାରରେ ଗ୍ରାହକମାନଙ୍କଠାରୁ ସାମାନ୍ୟ କିଛି ଆଦାୟ କରିଥାଏ । ଚେଦ୍ଵାରା ଏହି ହିସାବରେ ପ୍ରଚଳନ କରାଯାଇଥାଏ ।

ମିଆଦି ଜମା ଏକ ନିର୍ଦ୍ଧାରିତ ସମୟକାଳ ପାଇଁ କରାଯାଇଥାଏ । ଏହି ନିର୍ଦ୍ଧାରିତ ସମୟସୀମା ଅବ୍ୟବହିତ ହେବା ପୂର୍ବରୁ ଏହାକୁ ଉଠାଯାଇ ପାରିବ ନାହିଁ । ବ୍ୟାଙ୍କ ଏହି ଜମାକୁ କେତେକ ଲାଭଜନକ ଉଦ୍ୟୋଗରେ ବିନିଯୋଗ କରି କିଛି ଲାଭ ଅର୍ଜନ କରିଥାଏ । ଅନ୍ୟାନ୍ୟ ହିସାବ ଉପରେ ମିଳୁଥିବା ସୁଧହାର ଅପେକ୍ଷା ଏହି ହିସାବ ଉପରେ ମିଳୁଥିବା ସୁଧହାର ଅଧିକ । ସମୟକାଳ ଯେତିକି ଦୀର୍ଘତର ହୋଇଥାଏ ସୁଧହାର ସେତିକି ଅଧ‌ିକ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ସଞ୍ଚୟ ବ୍ୟାଙ୍କ ଜମାରୁ ଚାହିଁବାମାତ୍ରେ ଟଙ୍କା ଉଠାଇ ଅଣାଯାଇ ପାରିବ; କିନ୍ତୁ ଗୋଟିଏ ସପ୍ତାହରେ ସୀମିତ ଦିନରେ; କୁହାଯାଉ ସପ୍ତାହକୁ ଦିନେ ବା ଦୁଇଦିନ ଏହି ଉଠାଣ କରାଯାଇପାରିବ । କେତେକ ବ୍ୟାଙ୍କ ସପ୍ତାହକୁ ଦିନେ ଓ ଆଉ କେତେକ ବ୍ୟାଙ୍କ ସପ୍ତାହକୁ ଦୁଇଦିନ ଉଠାଣ ପାଇଁ ଅନୁମତି ଦେଇଥା’ନ୍ତି । ପୁଣି ଯଦି ବଡ଼ ପରିମାଣର ଉଠାଣ ଥାଏ ତାହାହେଲେ ବ୍ୟାଙ୍କକୁ ପୂର୍ବରୁ ନୋଟିସ୍ ଦେବା ଆବଶ୍ୟକ ହୋଇପାରେ । ଏହି ହିସାବ ଉପରେ ଏକ ପରିମିତ ସୁଧହାର ଦିଆଯାଇଥାଏ ଏବଂ ଏହା କ୍ଷୁଦ୍ର ସଞ୍ଚୟକୁ ଉତ୍ସାହିତ କରିଥାଏ ।

(ii) ଋଣ ପ୍ରଦାନ – ବାଣିଜ୍ୟିକ ବ୍ୟାଙ୍କର ଦ୍ୱିତୀୟ ପ୍ରଧାନ କାର୍ଯ୍ୟ ହେଲା, ସର୍ବସାଧାରଣରୁ ଜମା ଆକାରରେ ପାଉଥିବା ଅର୍ଥରୁ ଋଣ ଓ ଅଗ୍ରିମ ଋଣ ଦେବା । ବ୍ୟାଙ୍କ ନିଜର ଅଭିଜ୍ଞତାରୁ ଜାଣେ ଯେ, ସର୍ବସାଧାରଣଙ୍କଠାରୁ ମିଳିଥିବା ମୋଟ ଜମାର କେବଳ ଗୋଟିଏ କ୍ଷୁଦ୍ର ଅଂଶ ନିଜ ପାଖରେ ସଞ୍ଚିତ ଆକାରରେ ରଖୁଲେ ନଗଦୀ ପାଇଁ ହେଉଥିବା ସମସ୍ତ ଚାହିଦା ସେ ପୂରଣ କରିପାରିବ ।

ତେଣୁ ସେ ଜମାର ଏକ ନିର୍ଦ୍ଦିଷ୍ଟ ଶତାଂଶକୁ ନିଜର ନଗଦ ସଞ୍ଚ ଆକାରରେ ରଖୁଥାଏ ଏବଂ ବାକିତକ ଲାଭ ଉପାର୍ଜନ ପାଇଁ ସରକାରୀ ପ୍ରତିଭୂତିରେ ହେଉ ବା ଅନ୍ୟ କୌଣସି ଲାଭଜନକ ସଂସ୍ଥାରେ ହେଉ ବିନିଯୋଗ କରିଥାଏ । ଏହା ବ୍ୟବସାୟୀ ଓ ବେପାରୀମାନଙ୍କୁ ମଧ୍ୟ ଅଗ୍ରୀମ ଋଣ ଦେଇପାରେ । ଋଣଦାନ ବ୍ୟାଙ୍କ ଆୟର ଅନ୍ୟତମ ମୂଳ ଉତ୍ସ । ବ୍ୟାଙ୍କ ନିମ୍ନୋକ୍ତ ଉପାୟରେ ଋଣ ଦେଇଥାଏ ।

(a) ଋଣ ବ୍ୟବସ୍ଥା – ଏହା ଏକ ସରଳ ବ୍ୟବସ୍ଥା । ଏହାକୁ ମଧ୍ୟ ସ୍ପଷ୍ଟ ଅଗ୍ରୀମ ବ୍ୟବସ୍ଥା (clean advance system) କୁହାଯାଇଥାଏ । ବ୍ୟାଙ୍କ କେତେକ ସାପାର୍ଶିକ ପ୍ରତିଭୂତି (collateral securities) ଦେଇଥାଏ । ଋଣ ଗ୍ରହଣକାରୀ ଅନୁମୋଦିତ ଋଣମୁଦ୍ରା ବ୍ୟାଙ୍କରୁ ଉଠାଇ ଆଣି ନିଜ କାର୍ଯ୍ୟରେ ଲଗାଇ ପାରନ୍ତି କିମ୍ବା ଏହି ଋଣକୁ ଋଣଗ୍ରହୀତାର ହିସାବରେ ଜମା ଦିଆଯାଇଥାଏ ଏବଂ ସେ ନିଜର ଆବଶ୍ୟକ ସମୟରେ ଚେକ୍ ମାଧ୍ୟମରେ ତା’ର ହିସାବରୁ ମୁଦ୍ରା ଉଠାଇଥା’ନ୍ତି ।

ଏହି ଧରଣର ଋଣ ଦିଆଗଲାବେଳେ ଋଣଗ୍ରହୀତାର ପରିଶୋଧ କ୍ଷମତା ଓ ସାଧୁତା ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଥାଏ । ତେଣୁ ଏହି ଉଦ୍ଦେଶ୍ୟରେ ବ୍ୟକ୍ତିଗତ ପ୍ରତିଶ୍ରୁତି, ଅଙ୍ଗୀକାର ବା ପ୍ରତିଭୂତିକୁ ଯଥେଷ୍ଟ ବୋଲି ବିଚାର କରାଯାଇଥାଏ ।

(b) ଓଭର ଡ୍ରାଫ୍‌ଟ ବ୍ୟବସ୍ଥା – ଓଭର ଡ୍ରାଫ୍‌ଟ ବ୍ୟବସ୍ଥା ଗୋଟିଏ ପ୍ରକାର ବିଶେଷ ସୁବିଧା । ଏହି ସୁବିଧା ବ୍ୟାଙ୍କ ତା’ର ଜମାକାରୀମାନଙ୍କୁ ଦେଇଥାଏ । ଏହି ସୁବିଧା ଦିଆଗଲେ ଜମାକାରୀମାନେ ବ୍ୟାଙ୍କ ପାଖରେ ରଖିଥିବା ସେମାନଙ୍କ ଜମା ପରିମାଣ ଅପେକ୍ଷା ସେମାନଙ୍କ ହିସାବରୁ ଅଧିକ ମୁଦ୍ରା ଉଠାଣର ସୁବିଧା ପାଇଥା’ନ୍ତି । ଏହାର ଅର୍ଥ ବ୍ୟାଙ୍କ ପାଖେ ଥିବା ସେମାନଙ୍କ ଜମା ପରିମାଣ ବାହାରେ ଓଭର ଡ୍ରାଫ୍‌ଟ ବ୍ୟବସ୍ଥାରେ ଦର୍ଶାଯାଇଥିବା ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଚେକ୍ କାଟିବାକୁ ବ୍ୟାଙ୍କ ଏହାର କେତେକ ଗ୍ରାହକଙ୍କୁ ଅନୁମତି ଦେଇଥାଏ ।

ଅନୁମତିପ୍ରାପ୍ତ ଅତିରିକ୍ତ ଉଠାଣ ପରିମାଣ ଗ୍ରାହକମାନଙ୍କୁ ଦିଆଯାଇଥିବା ଏକ ବ୍ୟକ୍ତିଗତ ଋଣ ବୋଲି ଧରିନିଆଯାଇଥାଏ ଏବଂ ସେମାନେ ଏହା ଉପରେ ସୁଧ ଦେଇଥା’ନ୍ତି ।

(c) ନଗଦ ମୁଦ୍ରା ଋଣ – ବ୍ୟାଙ୍କ ଋଣଗ୍ରହୀତାଙ୍କ ବଚନପତ୍ର ଉପରେ ସେମାନଙ୍କୁ ନଗଦ ମୁଦ୍ରାର ଋଣ (Cash Credit) ଦେଇଥାଏ । ଏହି ବଚନପତ୍ରରେ ଅନ୍ତତଃ ଦୁଇଜଣ ଜାମିନ୍ଦାର ଗ୍ୟାରେଣ୍ଟି ଦେଇଥା’ନ୍ତି ଏବଂ ଅନେକ ସମୟରେ ପ୍ରତିଭୂତି ବା ବିଭିନ୍ନ ଦ୍ରବ୍ୟକୁ ଅଙ୍ଗୀକାରରୂପେ ବନ୍ଧକ ଦିଆଯାଇଥାଏ । ଋଣ ମଞ୍ଜୁର କରାଯାଇ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ହିସାବ ଖୋଲାଯାଏ ଏବଂ ଅନୁମତିପ୍ରାପ୍ତ ଋଣ ସୀମାକୁ ଅତିକ୍ରମ ନ କରି ବେଳକୁ ବେଳ ତା’ର ଆବଶ୍ୟକତା ଅନୁସାରେ ସେଥୁରୁ ମୁଦ୍ରା ଉଠାଣ କରିବାକୁ ତାକୁ କୁହାଯାଏ ।

ବ୍ୟାଙ୍କ ଯେତେବେଳେ ଚାହିଁବ ଏହି ସୁବିଧାକୁ ପ୍ରତ୍ୟାହାର କରି ନେଇଯାଇପାରିବ ବା ଋଣ ସୀମାକୁ ହ୍ରାସ କରିଦେଇପାରିବ । ଋଣଗ୍ରହୀତା ପ୍ରକୃତରେ ଉଠାଇ ସାରିଥିବା ପରିମାଣର ମୁଦ୍ରା ଉପରେ ସୁଧ ଦେଇଥା’ନ୍ତି ।

(d) ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଦେଶ ଭିତରେ ଏବଂ ବିଭିନ୍ନ ଦେଶ ମଧ୍ୟରେ ଦ୍ରବ୍ୟଗୁଡ଼ିକର ଚଳନର ବିତ୍ତୀୟନ ବ୍ୟବସ୍ଥା କରିଥା’ନ୍ତି । ବିନିମୟ ପତ୍ର ଅପହାର କରିବା ବ୍ୟବସ୍ଥା (Discounting bills of exchange) ମାଧ୍ୟମରେ ଏହା କରାଯାଇଥାଏ ।

ଆଧୁନିକ ବ୍ୟବସାୟ ଅନେକାଂଶରେ ଋଣ କାରବାର ଉପରେ ନିର୍ଭର କରିଥାଏ । ବିନିମୟ ପତ୍ର ଏକ ବ୍ୟବସାୟ ଋଣର ସ୍ବୀକୃତିପତ୍ର ହୋଇଥାଏ । ବିଲ୍‌ଧାରକଙ୍କୁ ବିଲ୍‌ ପରିଣତ ଅବସ୍ଥାକୁ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ । କିନ୍ତୁ ସେ ଯଦି ସଙ୍ଗେ ସଙ୍ଗେ ମୁଦ୍ରା ଆବଶ୍ୟକ କରୁଥା’ନ୍ତି, ତାହାହେଲେ ସେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କ୍‌କୁ ଏହି ବିଲ୍‌କୁ ଭଙ୍ଗାଇବାପାଇଁ ଅନୁରୋଧ କରିଥା’ନ୍ତି । ବାଣିଜ୍ୟିକ ବ୍ୟାଙ୍କ ଅପହାର ସୂତ୍ରରେ ଏହି ବିଲ୍‌କୁ କିଣିନେଇଥା’ନ୍ତି ।

ବିନିମୟ ପତ୍ର ଅପହାର ବ୍ୟବସ୍ଥାଦ୍ୱାରା ବ୍ୟାଙ୍କ ଆଭ୍ୟନ୍ତରୀଣ ଓ ବୈଦେଶିକ ବ୍ୟାପାରର ବିତ୍ତୀୟନ କରିଥାଏ । ପୁଣି ଏହି ବ୍ୟବସ୍ଥା ବ୍ୟାଙ୍କ ଋଣ ଦେବାର ଅନ୍ୟ ଏକ ବ୍ୟବସ୍ଥା । ପ୍ରକୃତରେ ଯେଉଁ ବ୍ୟକ୍ତିଙ୍କ ନାମରେ ବିଲ୍‌ କଟାଯାଇଥାଏ ବ୍ୟାଙ୍କ ତାଙ୍କୁ ଗୋଟିଏ ଋଣ ଦେଇଥାଏ ଏବଂ ମିଆଦ ପୂରିଗଲେ ତାଙ୍କଠାରୁ ସୁଧ ସହ ଏହାକୁ ଅସୁଲ କରିଥାଏ । ତେଣୁ ଅପହାର ବ୍ୟବସ୍ଥା ଏକ ଋଣଦାନ ପଦ୍ଧତି । ଏହା ଉଭୟ ଆଭ୍ୟନ୍ତରୀଣ ଓ ଆନ୍ତର୍ଜାତିକ ବାଣିଜ୍ୟର ବିତ୍ତୀୟନ କରିଥାଏ ।

(iii) ଅର୍ଥନୈତିକ ବିକାଶ – ବାଣିଜ୍ୟିକ ବ୍ୟାଙ୍କ ଦେଶର ଅର୍ଥନୈତିକ ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀରେ ବାଣିଜ୍ୟିକ ବ୍ୟାଙ୍କର ଜନ୍ମ ବିନା ଇଂଲଣ୍ଡରେ ଶିଳ୍ପବିପ୍ଳବ ସଫଳ ହୋଇପାରି ନଥା’ନ୍ତା । ବଳିଷ୍ଠ ବ୍ୟାଙ୍କ କାରବାରର ବିକାଶବିନା ବିକାଶଶୀଳ ଦେଶମାନେ ଅର୍ଥନୈତିକ ବିକାଶ ପାଇଁ ସେମାନଙ୍କ ଉଦ୍ୟମକୁ ତ୍ବରାନ୍ବିତ କରିପାରିବେ ନାହିଁ । ଭାରତର ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକୁ ଗ୍ରାମାଞ୍ଚଳ ବିକାଶ ଦାୟିତ୍ୱ ଦିଆଯାଇଛି ।

କେତେକ ବାଣିଜ୍ୟିକ ବ୍ୟାଙ୍କ ଅଗ୍ରଣୀ ବ୍ୟାଙ୍କ ବ୍ୟବସ୍ଥା ମାଧ୍ୟମରେ ବିଭିନ୍ନ ଜିଲ୍ଲାକୁ ପୋଷ୍ୟ ଜିଲ୍ଲାରୂପେ ଗ୍ରହଣ କରିନେଇଛନ୍ତି ଏବଂ ସେହି ଜିଲ୍ଲାଗୁଡ଼ିକର ଗ୍ରାମାଞ୍ଚଳର ସର୍ବବିଧ ବିକାଶ ପାଇଁ ପଦକ୍ଷେପମାନ ନେଉଛନ୍ତି । ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଏବେ ଅଧ୍ଵକଭାବେ ବିକାଶମୂଳକ କାର୍ଯ୍ୟକଳାପ ସହିତ ସଂପୃକ୍ତ ।

(iv) ଏଜେଣ୍ଟରୂପେ ସେବାଦାନ – ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ ସେମାନଙ୍କ ତରଫରୁ ଅନେକ କାର୍ଯ୍ୟ କରିଥା’ନ୍ତି । ସେମାନେ ସେମାନଙ୍କ ଗ୍ରାହକମାନଙ୍କ ତରଫରୁ ପ୍ରତିଭୂତି କ୍ରୟ -ବିକ୍ରୟ କରିଥା’ନ୍ତି, ଲାଭାଂଶ ଓ ସୁଧ ଅସୁଲ କରିଥା’ନ୍ତି ଏବଂ ସେମାନଙ୍କପାଇଁ ନ୍ୟାସଧାରୀ (trustee), ତତ୍ତ୍ୱାବଧାରକ (executor) ଓ ଅନୁମୋଦିତ ପ୍ରତିନିଧ (attorney) ଭାବେ କାର୍ଯ୍ୟ କରିଥା’ନ୍ତି ।

CHSE Odisha Class 12 Economics Chapter 15 Long Answer Questions in Odia Medium

ଚେକ୍, ବିଲ୍, ଦେୟ ଓ ବୀମା କିସ୍ତି ଆଦି ଆଦାୟ କରିବାରେ ଓ ଦେବାରେ ସେମାନେ ମଧ୍ୟ ସେମାନଙ୍କ ଗ୍ରାହକମାନଙ୍କର ଏଜେଣ୍ଟରୂପେ କାର୍ଯ୍ୟ କରିଥା’ନ୍ତି । ମୂଲ୍ୟବାନ୍ ଜିନିଷ ଓ ଗୁରୁତ୍ଵପୂର୍ଣ୍ଣ ଦଲିଲକୁ ନିରାପଦରେ ରଖୁବାର ସୁବିଧା ମଧ୍ୟ ସେମାନେ ଯୋଗାଇ ଦେଇଥା’ନ୍ତି ।

(v) ମୁଦ୍ରା ଅନ୍ତରଣ – ବାଣିଜ୍ୟିକ ବ୍ୟାଙ୍କମାନେ ବ୍ୟାଙ୍କ ଡ୍ରାଫ୍‌ଟ ମାଧ୍ୟମରେ ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାରେ ସାହାଯ୍ୟ କରିଥା’ନ୍ତି । ଗୋଟିଏ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ମୁଦ୍ରା ପ୍ରେରଣ କରିବାର ଏହା ସବୁଠାରୁ ଶସ୍ତା ବ୍ୟବସ୍ଥା ।

(vi) ମୁଦ୍ରା ସୃଷ୍ଟି – ଅଧୁନାତନ ବିଶ୍ବରେ ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ହେଲା ବ୍ୟାଙ୍କ ଜମା ସୃଷ୍ଟି କରିବା । ଉନ୍ନତ ଦେଶମାନଙ୍କରେ ବ୍ୟାଙ୍କ ମୁଦ୍ରା ହିଁ ମୁଦ୍ରା ଯୋଗାଣର ବଡ଼ ଅଂଶ ହୋଇଥ୍‌ବାର ଦେଖାଯାଇଥାଏ । ବ୍ୟାଙ୍କ ଗୋଟିଏ ଋଣ ମଞ୍ଜୁର କଲାବେଳେ ଋଣଗ୍ରହୀତାଙ୍କ ନାମରେ ବ୍ୟାଙ୍କରେ ଗୋଟିଏ ଜମା ହିସାବ ଖୋଲିଦେଇଥାଏ ଏବଂ ଏହି ହିସାବ ଉପରେ ଚେକ୍ କାଟି ମୁଦ୍ରା ଉଠାଣ କରିବାକୁ ଅନୁମତି ଦେଇଥାଏ ।

ଋଣଗ୍ରହୀତା ଚେକ୍ ଦେଇଚାଲେ । ଏହି ଚେକ୍‌ଗୁଡ଼ିକ ଭଙ୍ଗାଣ ପାଇଁ ବ୍ୟାଙ୍କ୍‌କୁ ଆସିବା ପୂର୍ବରୁ ଅନେକ ହାତଦେଇ ଗତି କରିଥା’ନ୍ତି । ଚେକ୍‌ଗୁଡ଼ିକର ପ୍ରଚଳନ ବିସ୍ତୃତି ପର୍ଯ୍ୟନ୍ତ ସେଗୁଡ଼ିକ ବିନିମୟ ମାଧ୍ୟମ ସୃଷ୍ଟି କରିଥା’ନ୍ତି । ଏହାହିଁ ବ୍ୟାଙ୍କ ମୁଦ୍ରା ।

2. ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ଦେଣା -ପାଉଣା ସନ୍ତୁଳନ ଫର୍ଦ ପ୍ରସ୍ତୁତ କରି ଉଭୟ ପାଖରେ ଥିବା ବିଷୟଗୁଡ଼ିକୁ ବୁଝାଅ ।
Answer:
ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ୍ଦ ଏକ ନିର୍ଦ୍ଦିଷ୍ଟ ସମୟପାଇଁ ଏହାର ଦେଣା – ପାଉଣାର ଏକ ବିବରଣୀ ମାତ୍ର । ଏହା ସେହି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବ୍ୟାଙ୍କର ବିତ୍ତୀୟ ଅବସ୍ଥାର ସୂଚନା ଦେଇଥାଏ ଏବଂ ବ୍ୟାଙ୍କ କିପରି ଅର୍ଥ ସଂଗ୍ରହ କରିଛି ଓ କେଉଁ ଉପାୟରେ ଏହାର ବିନିଯୋଗ କରିଛି ତାହା ଦର୍ଶାଇଥାଏ । ଋଣଗ୍ରହୀତା ହିସାବରେ ବ୍ୟାଙ୍କର କାର୍ଯ୍ୟକଳାପ ସନ୍ତୁଳନ ଫର୍ଦ୍ଦର ଦେୟତା ପାଖେ ଦର୍ଶାଯାଇଥାଏ । ପାଉଣା ପାଖ ବା ପରିସମ୍ପତ୍ତି ପାଖ ହେଲା ଋଣଦେବା ପାଖ ଏବଂ ପରିସମ୍ପରି ବା ପାଉଣା ବ୍ୟାଙ୍କର ସମ୍ପଦର ସୂଚନା ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦ ସାଧାରଣତଃ ପ୍ରତ୍ୟେକ ଆର୍ଥିକ ବର୍ଷ ଶେଷରେ ପ୍ରସ୍ତୁତ କରାଯାଇଥାଏ । ଏହା ଏକ ଦର୍ପଣ ସଦୃଶ । ଏଥିରେ ବ୍ୟାଙ୍କର ସାଧାରଣ ସ୍ୱାସ୍ଥ୍ୟ ଅବସ୍ଥା ଓ ବ୍ୟବସାୟ କାରବାର ପ୍ରତିଫଳନ ହୋଇଥାଏ । ଏହି ବାର୍ଷିକ ଆର୍ଥକ ବିବରଣୀରୁ ବ୍ୟାଙ୍କର ଆର୍ଥିକ ସ୍ଥିତି ବା ଋଣ ପରିଶୋଧ କ୍ଷମତା ଏବଂ ନଗଦୀ ଅବସ୍ଥା ନିରୂପଣ କରାଯାଇପାରିବ । ବ୍ୟାଙ୍କର ସମଗ୍ର ବ୍ୟବସାୟ ସର୍ବସାଧାରଣଙ୍କ ଆସ୍ଥା ଉପରେ ପ୍ରତିଷ୍ଠିତ ।

ଯଦି ସନ୍ତୁଳନ ଫର୍ଦ୍ଦ ବ୍ୟାଙ୍କର ସୁଦୃଢ଼ ଆର୍ଥିକ ସ୍ଥିତିର ପ୍ରତିଫଳନ କରେ, ବ୍ୟାଙ୍କ ଉପରେ ସର୍ବସାଧାରଣଙ୍କ ଆସ୍ଥା ବୃଦ୍ଧିପାଏ; କିନ୍ତୁ ଏହାର ଯଦି କୌଣସି ସନ୍ତୋଷଜନକ ଆର୍ଥିକ ସ୍ଥିତିର ସୂଚନା ନ ଦିଏ, ତେବେ ସର୍ବସାଧାରଣ ବ୍ୟାଙ୍କ ଉପରୁ କ୍ରମେ ଆସ୍ଥା ହରାଇବାକୁ ଆରମ୍ଭ କରନ୍ତି । ଶେଷରେ ବ୍ୟାଙ୍କ ବ୍ୟବସାୟ ଭୁଶୁଡ଼ି ପଡ଼େ । ସମଗ୍ର ସମାଜ ବ୍ୟାଙ୍କର ସନ୍ତୁଳନ ଫର୍କରେ ଆଗ୍ରହ ପ୍ରକାଶ କରିଥାଏ । ନିମ୍ନରେ ଗୋଟିଏ ବାଣିଜ୍ୟିକ ବ୍ୟାଙ୍କର ସନ୍ତୁଳନ ଫର୍ଦର ଏକ ନମୁନା ଆଲୋଚନା କରାଗଲା –

ସନ୍ତୁଳନ ଫର୍ଦ୍ଦ

ଦେୟତା ପାଉଣା ବା ପରିସମ୍ପତ୍ତି
1. ପ୍ରଦତ୍ତ ପୁଞ୍ଜି 1. ହାତରେ ଓ କେନ୍ଦ୍ରୀୟ ବ୍ୟାଙ୍କରେ ଥିବା ନଗଦ ମୁଦ୍ରା
2. ସଞ୍ଚ୍ତ ନିଧି ଓ ଅନ୍ୟାନ୍ୟ ସଞ୍ଚ୍ତି 2. ଚାହିଦା ମାତ୍ରେ ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା
3. ଜମା ଓ ଅନ୍ୟାନ୍ୟ ହିସାବ, ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ୍ କମ୍ପାନୀ ଏଜେଣ୍ଟ ଆଦିଙ୍କଠାରୁ ଋଣ 3. ଅପହ୍ରାସିତ ବିଲ୍
4. ଦେୟଯୋଗ୍ୟ ବିଲ୍ 4. ଆଦାୟ ହେଉଥିବା ଚେକ୍
5. ସ୍ବୀକୃତି ଓ ପୃଷ୍ଠାଙ୍କନ 5. ବିନିଯୋଗ
6. ଅନ୍ୟାନ୍ୟ ଦେୟତା 6. ଋଣ ଓ ଅଗ୍ରିମ
7. ସ୍ଵୀକୃତି ଓ ପୃଷ୍ଠାଙ୍କନ
8. ଅନ୍ୟାନ୍ୟ ପାଉଣା

ଦେଣା ବା ଦେୟତା (Liabilities) :
ସର୍ବସାଧାରଣ ସେମାନଙ୍କ ଅଂଶ ଉପରେ ମୁଦ୍ରା ଆକାରରେ ବ୍ୟାକୁ ଦେଇଥିବା ପରିମାଣ ଅର୍ଥକୁ ପ୍ରଦତ୍ତ ପୁଞ୍ଜି (Paid – up capital) କୁହାଯାଏ । ତେଣୁ ଏହା ଅଂଶୀଦାରମାନଙ୍କୁ ବ୍ୟାଙ୍କର ଦେଣା ଅଟେ ।

ବ୍ୟାଙ୍କର ବଣ୍ଟାଯାଇ ନ ଥିବା ଲାଭରୁ ଆରକ୍ଷିତ ନିଧୁ (Reserve fund) ସୃଷ୍ଟି କରାଯାଇଥାଏ । ଭବିଷ୍ୟତ ଦୁର୍ଘଟଣା ଏବଂ ଅଦୃଷ୍ଟପୂର୍ବ କ୍ଷୟକ୍ଷତିର ସମ୍ମୁଖୀନ ହେବାପାଇଁ ବର୍ଷ ପରେ ବର୍ଷ ଲାଭର ଏକ ଅଂଶକୁ ସଞ୍ଚୟ କରି ରଖାଯାଇଥାଏ । ବ୍ୟାଙ୍କ ତା’ର ଲାଭର ଶତକଡ଼ା 20 ଭାଗ ଆରକ୍ଷିତ ନିସ୍‌ରେ ରଖିବାପାଇଁ ବ୍ୟବସ୍ଥା ଭାରତୀୟ ଆଇନରେ ଅଛି । ଆରକ୍ଷିତ ନିଧୁର ସୃଷ୍ଟି ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ ।

ବ୍ୟାଙ୍କର ବଣ୍ଟା ହୋଇ ନଥିବା ଲାଭରୁ ଆରକ୍ଷିତ ନିଧୁର ସୃଷ୍ଟି ହୋଇଥିବାରୁ ବ୍ୟାଙ୍କ ପ୍ରତି ସର୍ବସାଧାରଣଙ୍କର ଆସ୍ଥା ଜନ୍ମାଇଥାଏ । ବ୍ୟାଙ୍କର ବଣ୍ଟା ହୋଇ ନଥୁବା ଲାଭରୁ ଆରକ୍ଷିତ ନିସ୍‌ର ସୃଷ୍ଟି ହୋଇଥବାରୁ ଏଥୁରେ ସଞ୍ଚିତ ହୋଇ ରହିଥିବା ଅର୍ଥ ଅଂଶୀଦାରମାନଙ୍କର ଏବଂ ଏହା ବ୍ୟାଙ୍କର ଅଂଶୀଦାରଙ୍କ ପ୍ରତି ଏକ ଦେଣା । ଯେକୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଆରକ୍ଷିତ ନିଜ୍ ଭଳି ଅନ୍ୟାନ୍ୟ ନିଧୁ ରଖାଯାଇପାରେ । ସେଗୁଡ଼ିକ ମଧ୍ୟ ଅଂଶୀଦାରମାନଙ୍କ ପ୍ରତି ବ୍ୟାଙ୍କର ଦେଣାରୁ ସୂଚନା ଦେଇଥା’ନ୍ତି ।

ଜମା ଅର୍ଥ ବ୍ୟାଙ୍କର ଏକ ପ୍ରଧାନ ଦେଣା । ଜମା ସାଧାରଣତଃ 3 ପ୍ରକାରର – ଚାହିଦା ଜମା, ସଞ୍ଚୟ ଜମା ଓ ମିଆଦି ଜମା । ଚାହିଦା ଜମା ମୁଦ୍ରା ଅଟେ ଏବଂ ମିଆଦି ଜମା ପ୍ରାୟତଃ ମୁଦ୍ରା, କାରଣ ଏହା ଚାହିଁବା ମାତ୍ରେ ମିଳେ ନହିଁ ଏବଂ ଏହାକୁ ଚେଦ୍ଵାରା ହସ୍ତାନ୍ତର କରାଯାଇ ପାରିନଥାଏ । ବିଭିନ୍ନ ପ୍ରକାର ଜମାରେ ମଧ୍ୟ ଭିନ୍ନ ଭିନ୍ନ ସୁଧହାର ମିଳିଥାଏ । ସାଧାରଣତଃ ଚାହିଦା ଜମା ଉପରେ କୌଣସି ସୁଧ ଦିଆଯାଏ ନାହିଁ । କିନ୍ତୁ ଅନ୍ୟ ଜମା ଉପରେ ମିଳୁଥିବା ସୁଧହାର ଜମାର ସମୟକାଳର ଦୀର୍ଘତା ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

ସ୍ବୀକୃତି ଓ ପୃଷ୍ଠାଙ୍କନ (Acceptances and Endorsements) : ସ୍ବୀକୃତି ଓ ପୃଷ୍ଠାଙ୍କନ ବ୍ୟାଙ୍କର ଏକ ଦେଣା । ନିଜ ଗ୍ରାହକମାନଙ୍କ ପକ୍ଷରୁ ବିନିମୟ ପତ୍ର ସ୍ଵୀକାର କରି ଓ ପୃଷ୍ଠାଙ୍କନ କରି ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ଏହାଦ୍ଵାରା ବ୍ୟାଙ୍କ ଆକସ୍ମିକ ଦେୟତା ସୃଷ୍ଟି କରିଥାଏ । ଏହା କରିବାଦ୍ଵାରା ତା’ର ଗ୍ରାହକମାନେ ତା’ର ନାଆଁକୁ ବ୍ୟବହାର କରିଥା’ନ୍ତି ଏବଂ ବିଲ୍ଵ ଭଙ୍ଗାଇବା ଦିନ ଆସିଗଲେ ସେମାନେ ବିଲ୍ ଭଙ୍ଗାଇଥା’ନ୍ତି ।

ତେଣୁ ଏହି ବିଷୟଟି ସନ୍ତୁଳନ ଫର୍ଦରେ ଉଭୟ ଦେଣା ଓ ପାଉଣା ପାଖରେ ଦେଖାଯାଇଥାଏ । ଯଦି ବିଲ୍‌ର ସମୟ ପୂରିଯାଇଥିବା ଦିନ ଗ୍ରାହକ ବିଲ୍ ପରିମାଣ ଅର୍ଥ ଦେବାକୁ ଅକ୍ଷମ ହୁଏ, ବ୍ୟାଙ୍କ ଏହି ଦେୟତା ଗ୍ରହଣ କରିଥାଏ । ତେଣୁ ଏ ବିଷୟଟି ଦେୟତା ପାଖରେ ଦେଖିବାକୁ ମିଳିଥାଏ । ସ୍ବୀକୃତିରେ କ୍ଷତିଭୟ ଥିବାରୁ ସ୍ବୀକୃତି ଦାନକାରୀ ବ୍ୟାଙ୍କ ଏକ କମିଶନ୍ ଅସୁଲ କରିଥାଏ । ଏହାକୁ ପାଉଣା ବା ପରିସମ୍ପତ୍ତି ପାଖରେ ଦେଖାଇବାର କାରଣ ହେଲା – ଏହି ଦାୟିତ୍ବ ଭରଣାପାଇଁ ଅର୍ଥ ଯୋଗାଇଦେବା ଗ୍ରାହକମାନଙ୍କ ଦାୟିତ୍ଵ ।

ଅନ୍ୟାନ୍ୟ ଦେୟତା ମଧ୍ୟରେ ଅନ୍ୟକୁ ଦେବାକୁ ଥିବା ବିଲ୍ ଅନ୍ୟ ବ୍ୟାଙ୍କରୁ ଆଣିଥିବା ଋଣ ଏବଂ ଆକସ୍ମିକ ଦେୟତା ଅନ୍ତର୍ଭୁକ୍ତ ।

ପାଉଣା ବା ପରିସମ୍ପରି (Assets) :
ବ୍ୟାଙ୍କର ଅର୍ଥକୁ କେଉଁ ଉପାୟରେ ଉପଯୋଗ କରାଯାଇଛି, ପାଉଣା ପାଖରୁ ତାହା ଜଣାପଡ଼େ । ପାଉଣା ପାଖରେ ଥିବା ବିଷୟଗୁଡ଼ିକର ଆଲୋଚନା ନିମ୍ନରେ କରାଗଲା –

(i) ହାତରେ ଥିବା ନଗଦ ମୁଦ୍ରା – ଜମାକାରୀମାନଙ୍କଦ୍ୱାରା କରାଯାଉଥିବା ଉଠାଣ ନିମନ୍ତେ ଏକ ପ୍ରଥମ ଶ୍ରେଣୀୟ ସଞ୍ଚ୍ତି ବ୍ୟବସ୍ଥା କରିବାପାଇଁ ହାତରେ ମୁଦ୍ରା ରଖାଯାଇଥାଏ । ପ୍ରତ୍ୟେକ ବ୍ୟାଙ୍କ ଗ୍ରାହକମାନଙ୍କର ଚାହିଦାମାତ୍ରକେ ସେମାନଙ୍କ ଆବଶ୍ୟକତା ପୂରଣ କରିବାପାଇଁ ନିଜ ପାଖରେ କିଛି ନଗଦ ମୁଦ୍ରା ସଞ୍ଜୁତ ରଖୁଥାଏ । ଅନ୍ୟାନ୍ୟ ବ୍ୟାଙ୍କମାନଙ୍କ ପାଖରେ ମଧ୍ୟ କିଛି ଅର୍ଥ ରଖାଯାଇପାରେ । ହାତରେ ଥିବା ନଗଦ ମୁଦ୍ରା କିଛି ଲାଭ ଅର୍ଜନ କରିନଥାଏ ।

ତେଣୁ ଗ୍ରାହକମାନଙ୍କର ଚାହିଦା ପୂରଣ କରିବାପାଇଁ ଯାହା ଆବଶ୍ୟକ ବ୍ୟାଙ୍କ ତା’ଠାରୁ ଅଧିକ ଅର୍ଥ ନଗଦ ମୁଦ୍ରା ଆକାରରେ ନିଜ ପାଖରେ ରଖୁନଥାଏ । ହାତରେ ଥିବା ନଗଦ ମୁଦ୍ରାକୁ ହସ୍ତସ୍ଥ ମୁଦ୍ରା (till money) କହନ୍ତି ।

(ii) ଚାହିଦା ଓ ଅଳ୍ପ ସମୟ ନୋଟିସ୍‌ରେ ମିଳୁଥିବା ମୁଦ୍ରା – ଅତି ଅଳ୍ପ ସମୟ ନୋଟିସ୍‌ରେ ପରିଶୋଧଯୋଗ୍ୟ ସ୍ଵଳ୍ପକାଳୀନ ଋଣକୁ ଏହା ବୁଝାଇଥାଏ । ଏହି ଋଣଗୁଡ଼ିକ ଉପରେ ଅତି ଅଳ୍ପ ସୁଧ ହାର ମିଳିଥାଏ । କାରଣ ଅତି କମ୍ ସମୟ ନୋଟିସ୍‌ରେ ଏଗୁଡ଼ିକୁ ଫେରାଇ ଅଣାଯାଇପାରିବ । ଏହି ପାଉଣାକୁ ଅତି ସହଜରେ ନଗଦ ମୁଦ୍ରାରେ ପରିଣତ କରାଯାଇପାରିବ ।

ଯେତେବେଳେ ବ୍ୟାଙ୍କର ସଞ୍ଚି ଅପ୍ରତ୍ୟାଶିତ ଭାବେ ହ୍ରାସ ପାଇଯାଇଥାଏ ଏହା ତତ୍‌କ୍ଷଣାତ୍‌ ଏହି ସ୍ଵଳ୍ପକାଳୀନ ଋଣରୁ କିଛି ପ୍ରତ୍ୟାହାର କରି ଆଣିଥାଏ କିମ୍ବା ସେଗୁଡ଼ିକର ନବୀକରଣ କରିବାକୁ ମନା କରିଦେଇଥାଏ ଯାହାକି ସାଧାରଣ ପରିସ୍ଥିତିରେ ନବୀକରଣ କରାଯାଇ ପାରିଥା’ନ୍ତା । ଏହା ବ୍ୟାଙ୍କର ପ୍ରତିରକ୍ଷା ବ୍ୟବସ୍ଥା ।

CHSE Odisha Class 12 Economics Chapter 15 Long Answer Questions in Odia Medium

(iii) ଅପହ୍ରାସିତ ବିଲ୍‌ – ଏହାର ପ୍ରକୃତି ପୂର୍ବରୁ ବୁଝାଇ ଦିଆଯାଇଛି । ବିଲ୍‌ଗୁଡ଼ିକ ସ୍ଵୟଂ ସମାପନୀୟ (Self liquidating) ହୋଇଥିବାରୁ ଏଥୁରୁ ବିନିଯୋଗ ଆକର୍ଷଣୀୟ ହୋଇଥାଏ । ପୁଣି, ନିର୍ଦ୍ଦିଷ୍ଟ ସମୟକାଳ ପୂରିବା ପୂର୍ବରୁ ସେଗୁଡ଼ିକ ପୁନଃ ଅପହ୍ରାସିତ କରାଯାଇପାରିବ ଏବଂ ଋଣଦେବା ଅପେକ୍ଷା ସେଗୁଡ଼ିକୁ ଅଧ‌ିକ ନିରାପଦ ବୋଲି ମନେକରାଯାଇଥାଏ ।

(iv) ଆଦାୟ ଅବସ୍ଥାରେ ଥିବା ଚେକ୍ – ଏହା ଆଦାୟ କରାଯାଉଥିବା ଚେକ୍‌ଗୁଡ଼ିକୁ ବୁଝାଇଥାଏ । ସେଗୁଡ଼ିକ ଅତି ନଗଦ, କାରଣ ଚେକ୍‌ଗୁଡ଼ିକ ଆଦାୟ କରାଯିବା ମାତ୍ରେ ନଗଦ ମୁଦ୍ରା ସଞ୍ଜୁର ପରିମାଣ ବୃଦ୍ଧି ପାଏ ।

(v) ବିନିଯୋଗ – ବାଣିଜ୍ୟିକ ବ୍ୟାଙ୍କମାନେ ସରକାରୀ ପ୍ରତିଭୂତି ଏବଂ ଘରୋଇ କମ୍ପାନୀମାନଙ୍କର ଅଂଶ ଓ ଡିବେଞ୍ଚରେ ଅର୍ଥ ବିନିଯୋଗ କରିଥା’ନ୍ତି । ଏହି ବିନିଯୋଗଗୁଡ଼ିକ କମ୍ ନଗଦୀ ହୋଇଥିବାରୁ ସାଧାରଣତଃ ବିଲ୍ ଅପେକ୍ଷା ଅଧିକ ସୁଧହାର ବହନ କରିଥା’ନ୍ତି । ସେଥୁରୁ ଏକ ନିର୍ଦ୍ଧାରିତ ଆୟ ମିଳିଥାଏ ଏବଂ ବ୍ୟାଙ୍କ ଏଥୁରୁ ନିରବଚ୍ଛିନ୍ନଭାବେ ଲାଭ ପାଇଚାଲିଥାଏ ।

(vi) ଅଗ୍ରୀମ ଋଣ – ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ଏବଂ ବିଭିନ୍ନ ଉଦ୍ୟୋଗକୁ ଋଣ ଦେଇଥାଏ । ବ୍ୟାଙ୍କ ବ୍ୟବସାୟର ଏହି ଋଣ ହିଁ ପ୍ରଧାନ ଅଂଶ ହୋଇଥାଏ ।

(vii) ସ୍ୱୀକୃତି ଓ ପୃଷ୍ଠାଙ୍କନ – ଏହି ବିଷୟଟି ସନ୍ତୁଳନ ଫର୍ଦର ଉଭୟ ପାଖରେ ରହିଥାଏ । ବ୍ୟାଙ୍କଦ୍ଵାରା ସ୍ବୀକୃତ ବିଲ୍ ଦଲିଲ୍ ଏହାର ଅନ୍ତର୍ଭୁକ୍ତ । ବିଲ୍‌ଗୁଡ଼ିକର ସମୟ ପୂରିଗଲେ ବିଲ୍ ପରିମାଣ ଅର୍ଥ ବ୍ୟାଙ୍କ ଏହାର ଗ୍ରାହକମାନଙ୍କଠାରୁ ଆଦାୟ କରିବ । ତେଣୁ ସେଗୁଡ଼ିକ ଏହାର ପାଉଣା ।

ବ୍ୟାଙ୍କର କୋଠାବାଡ଼ି, ଆସବାବପତ୍ର ଓ ଅନ୍ୟାନ୍ୟ ସମ୍ପତ୍ତି ଆଦି ମଧ୍ୟ ପରିସମ୍ପତ୍ତି ଅନ୍ତର୍ଭୁକ୍ତ । ଏହା ବ୍ୟାଙ୍କର ସ୍ଥାବର – ଅସ୍ଥାବର ସମସ୍ତ ସମ୍ପତ୍ତିର ମୋଟ ମୂଲ୍ୟକୁ ବୁଝାଇଥାଏ । ଏଗୁଡ଼ିକ ବ୍ୟାଙ୍କର ସ୍ଥାୟୀ ପରିସମ୍ପତ୍ତି ।

3. କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଶୀର୍ଷସ୍ଥାନରେ ରହିଥାଏ । ଏହା ସରକାରଙ୍କର ମୁଦ୍ରା ନୀତିକୁ କାର୍ଯ୍ୟକାରୀ କରିଥାଏ ଏବଂ ଦେଶର ସାଧାରଣ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ଭାରତର କେନ୍ଦ୍ରୀୟ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ପରିଚିତ । ଏହା 1935 ମସିହାରେ ପ୍ରତିଷ୍ଠା କରାଯାଇଥିଲା ।

କେନ୍ଦ୍ରୀୟ ବ୍ୟାଙ୍କର କାର୍ଯ୍ୟାବଳୀ :
ସଙ୍ଗଠନ, ଢାଞ୍ଚା, ନୀତି ଓ ପ୍ରବିଧ୍ ଦୃଷ୍ଟିରୁ ବିଚାର କଲେ ଦେଶ ଦେଶ ମଧ୍ୟରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଭିନ୍ନ ଭିନ୍ନ ହୋଇଥିବାର ଦେଖାଯାଇଥାଏ । କିନ୍ତୁ ସେମାନଙ୍କର କେତେଗୁଡ଼ିଏ କାର୍ଯ୍ୟ ସମାନ ରହିଥିବାର ଦେଖାଯାଏ । କେନ୍ଦ୍ରୀୟ ବ୍ୟାଙ୍କର ପ୍ରଧାନ କାର୍ଯ୍ୟଗୁଡ଼ିକ ନିମ୍ନରେ ଆଲୋଚନା କରାଗଲା ।

(i) ନୋଟ୍ ପ୍ରଚଳନକାରୀ ବ୍ୟାଙ୍କ (Bank of Issue) – କେନ୍ଦ୍ରୀୟ ବ୍ୟାଙ୍କର ନୋଟ୍ ପ୍ରଚଳନ କରିବାର ଏକାଧ୍ୟାକାର ରହିଛି । ଏହି ନୋଟଗୁଡ଼ିକ ଦେଶରେ ଆଇନାନୁମୋଦିତ ମୁଦ୍ରାରୂପେ ପ୍ରଚଳନ ହୋଇଥାଏ ଏବଂ ତାହାହିଁ ବ୍ୟାଙ୍କର ନଗଦ ମୁଦ୍ରା ସଞ୍ଚ୍ତି । ପ୍ରାୟ ପ୍ରତ୍ୟେକ ଦେଶରେ କେନ୍ଦ୍ରୀୟ ବ୍ୟାଙ୍କକୁ ନୋଟ୍ ପ୍ରଚଳନ ଏକାଧିକାର ଦିଆଯିବା ମୂଳରେ କେତେକ ଗୁରୁତ୍ଵପୂର୍ଣ୍ଣ କାରଣ ରହିଛି । ପ୍ରଥମତଃ, ନୋଟ୍ ପ୍ରଚଳନର କେନ୍ଦ୍ରୀକରଣ ନୋଟ୍ ପ୍ରଚଳନରେ ସମରୂପତା ଆଣିଥାଏ ।

ଅତୀତର ଅନେକ ସରକାରଙ୍କଦ୍ବାରା କରାଯାଇଥିବା ଅତିରିକ୍ତ ନୋଟ୍ ପ୍ରଚଳନ ସରକାରୀ ମୁଦ୍ରା ପ୍ରଚଳନ ବ୍ୟବସ୍ଥା ଉପରେ ଅନାସ୍ଥା ଭାବ ସୃଷ୍ଟି କରିଥିଲା । ସରକାରଙ୍କଦ୍ବାରା ପ୍ରତ୍ୟକ୍ଷଭାବେ ନୋଟ୍ ପ୍ରଚଳନ କରାଯାଇ ଯଦିଓ ସମରୂପତା ରକ୍ଷା କରାଯାଇପାରିଥା’ନ୍ତା ତଥାପି କେନ୍ଦ୍ରୀୟ ବ୍ୟାଙ୍କକୁ ଏହି କାରଣରୁ ନୋଟ୍ ପ୍ରଚଳନର ସ୍ବତନ୍ତ୍ର ଏକାତ୍‌କାର ଦିଆଯାଇଛି । ଦ୍ୱିତୀୟତଃ, ନୋଟ୍ ପ୍ରଚଳନ ଏକାଧିକାର ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣର ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଫଳପ୍ରଦ କ୍ଷମତା ଦେଇଥାଏ ।

ତୃତୀୟତଃ, କେନ୍ଦ୍ରୀୟ ବ୍ୟାଙ୍କଦ୍ୱାରା ପ୍ରଚଳନ କରାଯାଉଥିବା ନୋଟ୍ ପଛରେ ରାଷ୍ଟ୍ରର ସମର୍ଥନ ରହିଥିବାରୁ ନୋଗୁଡ଼ିକ ସ୍ଵତନ୍ତ୍ର ମର୍ଯ୍ୟାଦା ପାଇଥା’ନ୍ତି । ଚତୁର୍ଥତଃ, ନୋଟ୍ ପ୍ରଚଳନ ଏକାଧିକାର ଯୋଗୁଁ ଅନେକ ବ୍ୟାଙ୍କଦ୍ୱାରା ନୋଟ୍ ପ୍ରଚଳନଜନିତ ଗୁରୁତର ଦରଦାମ୍ ହ୍ରାସ ଓ ବୃଦ୍ଧି ଭୟକୁ କେନ୍ଦ୍ରୀୟ ବ୍ୟାଙ୍କ ଦୂର କରିଥାଏ ।

(ii) ସରକାରଙ୍କ ବ୍ୟାଙ୍କ (Banker to Government) – କେନ୍ଦ୍ରୀୟ ବ୍ୟାଙ୍କ ସରକାରଙ୍କ ବ୍ୟାଙ୍କ, ଏଜେଣ୍ଟ ଓ ପରାମର୍ଶଦାତାରୂପେ କାର୍ଯ୍ୟ କରିଥାଏ । ସରକାରଙ୍କ ବ୍ୟାଙ୍କ ହିସାବରେ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ବ୍ୟାଙ୍କ କାରବାରର ହିସାବ ରଖୁଥାଏ ଏବଂ ସରକାରଙ୍କ ତରଫରୁ ଅର୍ଥ ଗ୍ରହଣ ଓ ଅର୍ଥଦାନ କରିଥାଏ । ଅସ୍ଥାୟୀ ଅସୁବିଧା ଦୂର କରିବାପାଇଁ ଏହା ସରକାରଙ୍କୁ ସ୍ଵଳ୍ପକାଳୀନ ଋଣ ଓ ଅଗ୍ରିମ ଋଣ ଦେଇ ସାହାଯ୍ୟ କରିଥାଏ ।

ଏହି ଋଣକୁ କାମଚଳା ଋଣ (Ways and means advances) କୁହାଯାଏ । କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସବୁ ସରକାରୀ ଋଣ ଉଠାଣ ହୋଇଥାଏ । ଏହି ବ୍ୟାଙ୍କ ମଧ୍ୟ ସରକାରୀ ଋଣର ପରିଚାଳନା କରିଥାଏ ଏବଂ ସରକାରଙ୍କୁ ମୁଦ୍ରା ଓ ଅର୍ଥନୈତିକ ବ୍ୟାପାର ଉପରେ ପରାମର୍ଶ ଦେଇଥାଏ ।

(iii) ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର ନଗଦ ମୁଦ୍ରା ସଞ୍ଚିର ତତ୍ତ୍ୱାବଧାରକ (Custodian of the Cash Reserves of Commercial Banks) – ପ୍ରତ୍ୟେକ ବାଣିଜ୍ୟିକ ବ୍ୟାଙ୍କ ସେମାନଙ୍କ ନଗଦ ମୁଦ୍ରା ସଞ୍ଚିତିର ଏକ ଅଂଶ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ପାଖେ ଜମା ଆକାରରେ ରଖୁ’ନ୍ତି । ତେଣୁ ଏହା ବ୍ୟାଙ୍କମାନଙ୍କର ବ୍ୟାଙ୍କ (Banker’s Bank) ହୋଇଥାଏ । ବ୍ୟାଙ୍କମାନଙ୍କର ବ୍ୟାଙ୍କ ହିସାବରେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚର ତତ୍ତ୍ୱାବଧାରକରୂପେ କାର୍ଯ୍ୟ କରିଥାଏ ।

ନଗଦ ମୁଦ୍ରା ସଞ୍ଚିର କେନ୍ଦ୍ରୀକରଣ ଦେଶର ବ୍ୟାଙ୍କ କାରବାର ବ୍ୟବସ୍ଥାର ଦୃଢ଼ତାର ଏକ ପ୍ରଧାନ ଉତ୍ସ । ପ୍ରଥମତଃ, ଏହା ଆନ୍ତଃବ୍ୟାଙ୍କ ହିସାବ ନିକାଶ କରିବାରେ କେନ୍ଦ୍ରୀୟ ବ୍ୟାଙ୍କକୁ ସମର୍ଥ କରାଇଥାଏ । ଦ୍ବିତୀୟତଃ, ବିଭିନ୍ନ ବ୍ୟାଙ୍କରେ ବିକ୍ଷିପ୍ତଭାବେ ନଗଦ ମୁଦ୍ରା ସଞ୍ଚି ରଖୁ ଅପେକ୍ଷା କେନ୍ଦ୍ରୀଭୂତ ନଗଦ ମୁଦ୍ରା ସଞ୍ଚି ଦେଶର ଏକ ବୃହତ୍ତର ଓ ଅଧ୍ଵକ ସ୍ଥିତିସ୍ଥାପକ ଋଣ ଢାଞ୍ଚା ଭିତ୍ତିରୂପ କାର୍ଯ୍ୟ କରିବ । ଏହାଦ୍ଵାରା ଋଣ ସମ୍ପ୍ରସାରଣ ପାଇଁ ରହିଥିବା ସେମାନଙ୍କ ସାମର୍ଥ୍ୟ ହ୍ରାସ ପାଇଥା’ନ୍ତା ।

ତୃତୀୟତଃ, କେନ୍ଦ୍ରୀଭୂତ ନଗଦ ମୁଦ୍ରା ସମ୍ପ୍ର ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ବିଭିନ୍ନ ସଙ୍କଟ ଓ ଜରୁରୀ ପରିସ୍ଥିତିର ସମ୍ମୁଖୀନ ହେବାକୁ ସମର୍ଥ କରାଇଥାଏ । ଚତୁର୍ଥତଃ, ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚତିକୁ ବୃଦ୍ଧି କରି ବା ହ୍ରାସ କରି ସେମାନଙ୍କ ଋଣ ସୃଷ୍ଟି କ୍ଷମତାକୁ ନିୟନ୍ତ୍ରିତ କରିବାରେ ଏହା କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ସମର୍ଥ କରାଇଥାଏ ।

(iv) ଋଣଦାନର ଶେଷ ଆଶ୍ରୟସ୍ଥଳ (Lender of last resort) – କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କମାନଙ୍କର ବ୍ୟାଙ୍କ୍ ହିସାବରେ ବିତ୍ତୀୟ ଆବଶ୍ୟକତା ସମୟରେ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ସହାୟତା ପ୍ରଦାନ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କ କାରବାରର ଗୋଟିଏ ମୌଳିକ ନୀତି ହେଲା ଯେ ବ୍ୟାଙ୍କମାନଙ୍କର ବ୍ୟାଙ୍କ ଓ ସର୍ବୋଚ୍ଚ ବ୍ୟାଙ୍କ କାରବାରର କର୍ତ୍ତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ କୌଣସି ଉପଯୁକ୍ତ ଋଣଗ୍ରହୀତାକୁ ଋଣ ଦେବାପାଇଁ କେବେ ମନାକରି ନଥାଏ ।

ଏହା ଜରୁରିକାଳୀନ ଋଣର ଅନ୍ତିମ ଉତ୍ସ । ଯଦି ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକ ଅନ୍ୟାନ୍ୟ ସୂତ୍ରରୁ ଋଣ ସୁବିଧା ପାଇବାକୁ ସମର୍ଥ ନ ହୁଅନ୍ତି ତେବେ ଶେଷ ଆଶ୍ରୟସ୍ଥଳ ବା ଅନ୍ତମ ଋଣଦାତା ହିସାବରେ ସେମାନେ ଆବଶ୍ୟକ ଋଣ ସୁବିଧା ଯୋଗାଇଦେବାପାଇଁ କେନ୍ଦ୍ରୀୟ ବ୍ୟାଙ୍କକୁ ଅନୁରୋଧ କରିଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେହି ସମୟରେ ଉପଯୁକ୍ତ ସରକାରୀ ପ୍ରତିଭୂତି ରଖ୍ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ଋଣ ଯୋଗାଇ ଦେଇଥାଏ ।

ଋଣଦାତା ହିସାବରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଶେଷ ଆଶ୍ରୟସ୍ଥଳ କହିବାର ଅର୍ଥ ହେଲା, ଅସୁବିଧା ସମୟରେ ଓ ସଙ୍କଟଜନକ ପରିସ୍ଥିତିରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କର ଋଣ ପାଇଁ ଥିବା ସମସ୍ତ ଯୁକ୍ତିଯୁକ୍ତ ଚାହିଦାକୁ ପ୍ରତ୍ୟକ୍ଷଭାବେ ବା ପରୋକ୍ଷଭାବେ ପୂରଣ କରିବାର ଦାୟିତ୍ଵ ଗ୍ରହଣ କରିଥାଏ । ଟ୍ରେଜେରୀ ବିଲ୍‌ଗୁଡ଼ିକର ପୁନଃ ଅପହାର ବ୍ୟବସ୍ଥାଦ୍ୱାରା କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ବାଣିଜ୍ୟିକ ବ୍ୟାଙ୍କମାନଙ୍କପାଇଁ ଋଣ ବ୍ୟବସ୍ଥା କରିଥାଏ । ତେଣୁ ଏହାକୁ ପୁନଃ ଅପହାର ବ୍ୟାଙ୍କ (Bank of rediscount) ବୋଲି କୁହାଯାଏ ।

(v) ଋଣ ନିୟନ୍ତ୍ରକ (Controller of Credit) – ଋଣ ନିୟନ୍ତ୍ରଣ ହେଲା କେନ୍ଦ୍ରୀୟ ବ୍ୟାଙ୍କର ଅନ୍ୟତମ ଅତି ଗୁରୁତ୍ଵପୂର୍ଣ କାର୍ଯ୍ୟ । କେନ୍ଦ୍ରୀୟ ବ୍ୟାଙ୍କ ଚଳନ୍ତି ମୁଦ୍ରା ଓ ରଣର ପରିମାଣକୁ ନିୟନ୍ତ୍ରଣ କରି ଦେଶରେ ଅର୍ଥନୈତିକ ସ୍ଥିରତା ରକ୍ଷା କରିଥାଏ । ନୋଟ୍ ପ୍ରଚଳନ କରିବାର ଏକାଧିକାର ଚଳନ୍ତ ମୁଦ୍ରାର ନିୟନ୍ତ୍ରଣ ସହିତ ସମ୍ପୃକ୍ତ । ଦୁଇ ପ୍ରକାରର ଋଣ ନିୟନ୍ତ୍ରଣ ବ୍ୟବସ୍ଥା ରହିଛି; ଯଥା – ପରିମାଣାତ୍ମକ ଋଣ ନିୟନ୍ତ୍ରଣ (Quantitative credit control) ଏବଂ ଗୁଣାତ୍ମକ ବା ନିର୍ବାଚିତ ଋଣ ନିୟନ୍ତ୍ରଣ (Qualitative or selective credit control) ।

CHSE Odisha Class 12 Economics Chapter 15 Long Answer Questions in Odia Medium

ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପ୍ରୟୋଗ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ହାତରେ ଥିବା ପ୍ରଧାନ ଅସ୍ତ୍ର ହେଲା – ବ୍ୟାଙ୍କ ସୁଧ ହାର ନୀତି (Bank rate policy), ଖୋଲା ବଜାର କାରବାର (Open market operation) ଏବଂ ନଗଦ ମୁଦ୍ରା ସଞ୍ଚିର ପରିବର୍ତ୍ତନ (Variation of cash reserve) ଗୁଣାତ୍ମକ ଋଣ ନିୟନ୍ତ୍ରଣ ଋଣର ବିଭିନ୍ନ ବ୍ୟବହାର ଏହାର ନିୟନ୍ତ୍ରଣ କରିଥାଏ । ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ କରିଥାଏ ।

ଉଦାହରଣ – ସୀମାନ୍ତ ଆବଶ୍ୟକତା ନିର୍ଦ୍ଧାରଣ, ଖାଉଟୀ ଋଣ ନିୟନ୍ତ୍ରଣ, ବ୍ୟାଙ୍କ ଋଣ ନିୟନ୍ତ୍ରଣ ଏବଂ ଋଣ ପଡ଼ିପ୍ରଥା ପ୍ରଚଳନ, ନୈତିକ ପ୍ରରୋଚନା ଏବଂ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଋଣ ନିୟନ୍ତ୍ରଣ । କିନ୍ତୁ ରଣ ନିୟନ୍ତ୍ରଣର ପରିମାଣାତ୍ମକ ପଦ୍ଧତି ସମସ୍ତ ପଦ୍ଧତି ମଧ୍ୟରେ ସବୁଠାରୁ ଅଧିକ ଫଳପ୍ରଦ । କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରା ଓ ଋଣ ପରିମାଣ ନିୟନ୍ତ୍ରଣ କରିବାରେ ବ୍ୟାଙ୍କ ସୁଧ ହାର ନୀତି, ଖୋଲା ବଜାର କାରବାର ଏବଂ ନଗଦ ମୁଦ୍ରାର ସଞ୍ଚିରେ ପରିବର୍ତ୍ତନ ଆଦି ଅସ୍ତ୍ରକୁ ବ୍ୟବହାର କରିଥାଏ ।

କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ସର୍ବନିମ୍ନ ସରକାରୀ ହାରରେ ପ୍ରଥମ ଶ୍ରେଣୀୟ ବିନିମୟ ପତ୍ରକୁ ପୁନଃଅପହ୍ରାସ କରିବାକୁ ଏବଂ ଅନୁମୋଦିତ ପ୍ରତିଭୂତି ଉପରେ ଅଗ୍ରିମ ଋଣ ଦେବାପାଇଁ ପ୍ରସ୍ତୁତ ଥାଏ ଏହାକୁ ବ୍ୟାଙ୍କ ସୁଧହାର କୁହାଯାଏ । ଏହି ହାରକୁ କମ୍ ବା ବେଶି କରି କେନ୍ଦ୍ରୀୟ ବ୍ୟାଙ୍କ ଋଣକୁ ଶସ୍ତା ବା ବେଶି ମହଙ୍ଗା କରିଦେଇଥାଏ । ବ୍ୟାଙ୍କ ସୁଧହାର ବୃଦ୍ଧି ପାଇଲେ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅଧିକ ବ୍ୟୟସାପେକ୍ଷ ହୋଇଥାଏ । ବ୍ୟାଙ୍କ ସୁଧହାର ହ୍ରାସ ପାଇଲେ ଅନ୍ୟାନ୍ୟ ସୁଧହାର ହ୍ରାସ ପାଇଥାଏ ଏବଂ ଋଣ ଆଣିବା ଅପେକ୍ଷାକୃତ ଶସ୍ତା ହୁଏ ।

ଖୋଲା ବଜାର କାରବାର ହେଲା କେନ୍ଦ୍ରୀୟ ବ୍ୟାଙ୍କଦ୍ଵାରା ଖୋଲା ବଜାରରେ ପ୍ରତିଭୂତିଗୁଡ଼ିକର କ୍ରୟବିକ୍ରୟ କରିବା । ଯଦି କେନ୍ଦ୍ରୀୟ ବ୍ୟାଙ୍କ ଦେଶରେ ଋଣ ପରିମାଣକୁ ହ୍ରାସ କରିବାକୁ ଇଚ୍ଛା କରୁଥାଏ ତେବେ ଏହା ବାଣିଜ୍ୟିକ ବ୍ୟାଙ୍କମାନଙ୍କ ପ୍ରତିଭୂତି ବିକ୍ରୟ କରେ । ଜନସାଧାରଣଙ୍କଦ୍ବାରା ଓ ବ୍ୟାଙ୍କମାନଙ୍କଦ୍ଵାରା ପ୍ରତିଭୂତି କ୍ରୟ ସେମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣକୁ ହ୍ରାସ କରିବ । ନଗଦ ମୁଦ୍ରା ସଞ୍ଚି ହ୍ରାସ ପାଇଲେ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥବା ଋଣ ପରିମାଣ ହ୍ରାସ କରିବାପାଇଁ ସେମାନେ ବାଧ୍ୟ ହେବେ ।

ଯଦି କେନ୍ଦ୍ରୀୟ ବ୍ୟାଙ୍କ ଋଣ ପରିମାଣ ବୃଦ୍ଧି କରିବାକୁ ଇଚ୍ଛା କରେ, ଏହା ବଜାରରୁ ଅନୁମୋଦିତ ପ୍ରତିଭୂତି କ୍ରୟ କରିଥାଏ । ଏହାର ପରିଣାମରେ ଲୋକମାନଙ୍କ ହାତରେ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ହାତରେ ଥିବା ନଗଦ ମୁଦ୍ରା ପରିମାଣ ବୃଦ୍ଧି ପାଇବ । ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଜୁ ବୃଦ୍ଧିପାଇଲେ ସେମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ଉତ୍ସାହିତ ହେବେ ।

କେନ୍ଦ୍ରୀୟ ବ୍ୟାଙ୍କ ନଗଦ ମୁଦ୍ରା ସମ୍ପ୍ରତି ହାରର ପରିବର୍ତ୍ତନ କରି ବାଣିଜ୍ୟିକ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ସଞ୍ଚିକୁ ପ୍ରତ୍ୟକ୍ଷଭାବେ ପରିବର୍ତ୍ତନ କରିପାରିବ ଏବଂ ଋଣ ସୃଷ୍ଟି କରିବାପାଇଁ ଥିବା ସେମାନଙ୍କ ସାମର୍ଥ୍ୟକୁ ପ୍ରଭାବିତ କରିପାରିବ । କେନ୍ଦ୍ରୀୟ ବ୍ୟାଙ୍କ ଉଚ୍ଚତର ନଗଦ ମୁଦ୍ରା ସଞ୍ଚିତି ହାର ପ୍ରବର୍ତ୍ତନ କଲେ ବାଣିଜ୍ୟିକ ବ୍ୟାଙ୍କମାନେ ସେମାନଙ୍କ ଋଣ ପରିମାଣ ହ୍ରାସ କରିବାକୁ ବାଧ୍ୟ ହେବେ । ଅନ୍ୟପକ୍ଷରେ ନଗଦ ମୁଦ୍ରା ସମ୍ପ୍ରତି ହାର ହ୍ରାସ ପାଇଲେ ବାଣିଜ୍ୟିକ ବ୍ୟାଙ୍କମାନେ ସତର୍କତାମୂଳକ ଋଣ ନୀତି ଅନୁସରଣ କରିବେ ନାହିଁ ଏବଂ ଋଣ ସମ୍ପ୍ରସାରଣ କରିବାପାଇଁ ଉତ୍ସାହିତ ହେବେ ।

(vi) ଦେଶର ବୈଦେଶିକ ମୁଦ୍ରା ସଞ୍ଚିତିର ତତ୍ତ୍ୱାବଧାରକ (Custodian of Nation’s Foreign Currency Reserves) – ଦେଶର ସ୍ବର୍ଣ୍ଣ ଓ ବୈଦେଶିକ ମୁଦ୍ରା ସଞ୍ଚିର ସୁରକ୍ଷା ଓ ପରିଚାଳନା ଦାୟିତ୍ଵ କେନ୍ଦ୍ରୀୟ ବ୍ୟାଙ୍କ ଉପରେ ନ୍ୟସ୍ତ କରାଯାଇଥାଏ । ଦରଦାମ୍ର ସ୍ଥିରତା ବଜାୟ ରଖ୍ବା ଏବଂ ପୂର୍ଣ ନିୟୋଜନ ଲକ୍ଷ୍ୟ ହାସଲ କରିବା ଆଦି ଜାତୀୟ ଲକ୍ଷ୍ୟଗୁଡ଼ିକ ହାସଲ କରିବାପାଇଁ ଦେଶର ମୁଦ୍ରା ଯୋଗାଣର ପରିଚାଳନା କରିବା କେନ୍ଦ୍ରୀୟ ବ୍ୟାଙ୍କର କର୍ତ୍ତବ୍ୟ ।

ବିଶ୍ବବ୍ୟାଙ୍କକୁ ସଭ୍ୟ ଦେଶମାନଙ୍କରେ ଥିବା କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଉପରେ ବିନିମୟ ହାର ସ୍ଥିରତା ରକ୍ଷା କରିବାର ଦାୟିତ୍ୱ ଦିଆଯାଇଛି । ସଂକ୍ଷେପରେ, କେନ୍ଦ୍ରୀୟ ବ୍ୟାଙ୍କ ଦେଶର ଚଳନ୍ତି ମୁଦ୍ରାର ଉଭୟ ଆଭ୍ୟନ୍ତରୀଣ ଓ ବହିରାଗତ ମୂଲ୍ୟର ରକ୍ଷକ ।

(vii) ବିକାଶର ବାହକ (Agent of Development) – ଭାରତ ଭଳି ସ୍ଵଳ୍ପ ବିକଶିତ ଦେଶରେ ଅର୍ଥନୈତିକ ବିକାଶଧାରାରେ ସାହାଯ୍ୟ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ କ୍ରମେ ଅଧ୍ଯକ ଆଗ୍ରହ ପ୍ରକାଶ କରୁଛନ୍ତି । ଏହି ଦେଶଗୁଡ଼ିକରେ କେନ୍ଦ୍ରୀୟ ବ୍ୟାଙ୍କକୁ ବିକାଶର ବାହକ ବା ଅର୍ଥନୈତିକ ବିକାଶର ଏକ ପ୍ରଧାନ ଅସ୍ତ୍ରରୂପେ ବିଚାର କରାଯାଉଛି ।

4. “ବାଣିଜ୍ୟିକ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟ କରନ୍ତି ନାହିଁ, ସେମାନେ ମଧ୍ୟ ମୁଦ୍ରା ସର୍ଜନା କରନ୍ତି ।” – ଏହି ଉକ୍ତିର ତାତ୍ପର୍ଯ୍ୟ ଆଲୋଚନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନେ ଚଳନ୍ତି ଜମା ସୃଷ୍ଟି କରି ଦେଶର ମୁଦ୍ରା ଯୋଗାଣକୁ ପ୍ରଭାବିତ କରିଥା’ନ୍ତି । ସେହି କାରଣରୁ ବ୍ୟାଙ୍କମାନେ କେବଳ ଋଣ ବ୍ୟବସାୟୀ ନୁହଁନ୍ତି, ଋଣ ସୃଷ୍ଟିକର୍ତ୍ତା ବୋଲି କୁହାଯାଏ । ବର୍ତ୍ତମାନ ଋଣମୁଦ୍ରା କିପରି ସୃଷ୍ଟି କରାଯାଏ ତାହା ଏକ ଉଦାହରଣ ସାହାଯ୍ୟରେ ବୁଝାଇ ଦିଆଯାଇପାରେ ।

ବ୍ୟୁତ୍ପନ୍ନ ଜମା ସୃଷ୍ଟି କରିବାପାଇଁ ବ୍ୟାଙ୍କମାନଙ୍କୁ ସେମାନଙ୍କ ଅନୁଭୂତି ଓ ଅଭିଜ୍ଞତା ଉପରେ ନିର୍ଭର କରିବାକୁ ହୋଇଥାଏ । ଅଭିଜ୍ଞତାରୁ ସେମାନେ ଜାଣନ୍ତି ଯେ, ଜମାକାରୀମାନେ ଏକସମୟରେ ଜମା ପ୍ରତ୍ୟାହାର କରନ୍ତି ନାହିଁ । ବ୍ୟାଙ୍କ ନିକଟରେ ଥିବା ଜମାରୁ କିଛି ସୁଧ ଆକାରରେ ଆୟ ମିଳୁଥିବାରୁ ଏବଂ ଜମା ନିରାପଦ ରହୁଥିବାରୁ ବିଶେଷ ଆବଶ୍ୟକତା ବ୍ୟତୀତ ଅନ୍ୟ ସମୟରେ ସେମାନେ ମୁଦ୍ରା ପ୍ରତ୍ୟାହାର କରିବାକୁ ଚାହିଁ ନଥା’ନ୍ତି ।

ଏହାଛଡ଼ା ପ୍ରତ୍ୟାହାର କରାଯାଉଥିବା ଜମାର ବହୁଳାଶ ନଗଦ ମୁଦ୍ରା ଆକାରରେ କରା ନ ଯାଇ ହିସାବ ହସ୍ତାନ୍ତର ଆକାରରେ ହୋଇଥାଏ । ଏହି ଦୁଇଟି ଅନୁଭୂତିରୁ କୁହାଯାଇପାରେ ଯେ, ଜମାର କିୟଦଂଶ ମାତ୍ର ନଗଦ ମୁଦ୍ରା ଆକାରରେ ଉଠାଯାଏ ଏବଂ ଅବଶିତାଂଶ ବ୍ୟାଙ୍କରେ ରହିଥାଏ । ତେଣୁ ବ୍ୟାଙ୍କମାନେ ମୋଟ ଜମାର କିଛି ଅଂଶ ଗଚ୍ଛିତ ରଖ୍ ଅବଶିଷ୍ଟ ଋଣ ଓ ଅଗ୍ରୀମ ସ୍ବରୂପ ଦେଇଥା’ନ୍ତି । ଉଦାହରଣସ୍ୱରୂପ, ମନେକରାଯାଉ ଜମାକାରୀମାନେ ଜମାର ମାତ୍ର ଶତକଡ଼ା ଦଶଭାଗ ନଗଦ ଆକାରରେ ପ୍ରତ୍ୟାହାର କରନ୍ତି ।

ତେଣୁ ବ୍ୟାଙ୍କମାନେ ଏହି ପରିମାଣ ମୁଦ୍ରା ଗଚ୍ଛିତ ରଖ୍ ଅବଶିଷ୍ଟକୁ ଋଣ ଆକାରରେ ଦିଅନ୍ତି । ପୁନଶ୍ଚ, ମନେକରାଯାଉ, ଏକ ନିର୍ଦ୍ଦିଷ୍ଟ ଦିନ 1000 ଟଙ୍କା ‘କ’ ବ୍ୟାଙ୍କରେ ପ୍ରାଥମିକ ଜମା ଆକାରରେ ରଖାଯାଏ । ‘କ’ ବ୍ୟାଙ୍କ ବର୍ତ୍ତମାନ ଏହି ଜମାର ଦଶ ଶତାଂଶ ଅର୍ଥାତ୍ 100 ଟଙ୍କା ମୁଦ୍ରା ଆକାରରେ ରଖ୍ ଅବଶିଷ୍ଟ 900 ଟଙ୍କା ଋଣ ଆକାରରେ ଦେଇପାରନ୍ତି ।

ଏହି 900 ଟଙ୍କା ବର୍ତ୍ତମାନ ‘ଖ’ ବ୍ୟାଙ୍କ୍‌ରେ ପ୍ରାଥମିକ ଜମା ରଖାଯାଏ । ‘ଖ’ ବ୍ୟାଙ୍କ ବର୍ତ୍ତମାନ 90 ଟଙ୍କା ସଂରକ୍ଷିତ ଅନୁପାତ ଆକାରରେ ରଖ୍ 810 ଟଙ୍କାକୁ ଋଣ ସ୍ୱରୂପ ଦେଇପାରନ୍ତି ଯାହାକି ‘ଗ’ ବ୍ୟାଙ୍କକୁ ପ୍ରାଥମିକ ଜମାସ୍ବରୂପ ଆସେ ।

‘ଗ’ ବ୍ୟାଙ୍କ ଏହାର ଦଶମାଂଶ ଅର୍ଥାତ୍ 81 ଟଙ୍କା ନଗଦ ଆକାରରେ ରଖ୍ 729 ଟଙ୍କା ଋଣ ଆକାରରେ ଦେଇପାରନ୍ତି । ଏହିପରି ଭାବରେ ମୋଟ ଜମା ପ୍ରାଥମିକ ଜମାର ଦଶଗୁଣ ଅର୍ଥାତ୍ 10,000 ଟଙ୍କା ହେବା ପର୍ଯ୍ୟନ୍ତ ଜମା ସୃଷ୍ଟି ଚାଲିଥାଏ ।

ଏହି ଉଦାହରଣରୁ ଜଣାଯାଏ ଯେ, ଋଣ ମୁଦ୍ରା ସୃଷ୍ଟିର ପରିମାଣ ପ୍ରାଥମିକ ଜମା ଓ ସର୍ବନିମ୍ନ ସଂରକ୍ଷିତ ଅନୁପାତ ଉପରେ ନିର୍ଭର କରେ । ପ୍ରାଥମିକ ଜମା ଅଧ୍ବକ ହୋଇ ସଂରକ୍ଷିତ ଅନୁପାତ କମ୍ ହେଲେ ଋଣ ପରିଶୋଧ ଅଧ୍ଯକ ହୁଏ । ଏହାର ବିପରୀତ ଅବସ୍ଥାରେ ଋଣ ସୃଷ୍ଟି କମ୍ ହୋଇଥାଏ ।

ଋଣ ମୁଦ୍ରା ସୃଷ୍ଟି ପରିପ୍ରେକ୍ଷୀରେ ସ୍ମରଣ ରଖୁବାକୁ ହେବ ଯେ, କୌଣସି ଗୋଟିଏ ବ୍ୟାଙ୍କର ଋଣମୁଦ୍ରା ସୃଷ୍ଟି କରିବା କ୍ଷମତା ସୀମିତ । ଋଣମୁଦ୍ରା ସୃଷ୍ଟି ବ୍ୟାଙ୍କ ବ୍ୟବସ୍ଥାର ସବୁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହଯୋଗରେ ସମ୍ଭବ ହୋଇଥାଏ । ଏହିପ୍ରକାର ଋଣ ସୃଷ୍ଟିକୁ ଗୁଣିତକ ସର୍ଜନା କୁହାଯାଏ ।

ଋଣ ସୃଷ୍ଟି କରିବାରେ ସୀମାବଦ୍ଧତା – ବାଣିଜ୍ୟିକ ବ୍ୟାଙ୍କମାନେ ଋଣମୁଦ୍ରା ସୃଷ୍ଟି କରନ୍ତି ସତ, ମାତ୍ର ସେମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ଅସୀମ ନୁହେଁ । ସେମାନଙ୍କର ଋଣମୁଦ୍ରା ସୃଷ୍ଟି କରିବା ଶକ୍ତି ନଗଦ ମୁଦ୍ରାର ପରିମାଣ ଓ ସଂରକ୍ଷିତ ଅନୁପାତ ପ୍ରଭୃତି ଉପାଦାନ ଉପରେ ନିର୍ଭର କରେ । ସେ ସବୁର ଆଲୋଚନା ନିମ୍ନୋକ୍ତ ପ୍ରକାରେ କରାଯାଇପାରେ ।

(a) ସଂରକ୍ଷଣ ଅନୁପାତ – ବାଣିଜ୍ୟିକ ବ୍ୟାଙ୍କମାନେ ଆଇନତଃ ବା ପରମ୍ପରାଗତଭାବେ ମୋଟ ଜମାର ଏକ ନିର୍ଦ୍ଦିଷ୍ଟ ଅଂଶ ସଂରକ୍ଷଣ କରି ରଖୁବାକୁ ବାଧ୍ୟ ହୋଇଥା’ନ୍ତି । ତେଣୁ ଯେଉଁ ଦେଶରେ ସଂରକ୍ଷଣ ଅନୁପାତ ଅଧିକ ସେ ଦେଶରେ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ଅଧ‌ିକ ହୋଇଥାଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଜନଶକ୍ତି ସଂରକ୍ଷଣ ଅନୁପାତଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

(b) ବିହ୍ୟ ଅନୁପାତ – ବ୍ୟାଙ୍କମାନଙ୍କ ପାଖରେ ଥିବା ନଗଦ ମୁଦ୍ରାର ପରିମାଣ ଦେଶର ବିଧ୍ୱଂଗ୍ରାହ୍ୟ ମୁଦ୍ରା ପରିମାଣ ଉପରେ ନିର୍ଭର କରେ । ଦେଶର ଅଧ‌ିକ ପରିମାଣ ମୁଦ୍ରା ପ୍ରଚଳିତ ହେଉଥିଲାବେଳେ ଅଧିକ ମୁଦ୍ରା ଜମା ଆକାରରେ ବ୍ୟାଙ୍କକୁ ଆସିଥାଏ । ବ୍ୟାଙ୍କମାନଙ୍କରେ ନଗଦ ଜମା ବୃଦ୍ଧି ହେବାଫଳରେ ଋଣମୁଦ୍ରା ପରିମାଣ ବୃଦ୍ଧି ପାଏ ଓ ଜମା ହ୍ରାସ ହେଲେ ଋଣମୁଦ୍ରା ହ୍ରାସ ହୁଏ । ସୁତରାଂ ବ୍ୟାଙ୍କମାନଙ୍କର ଋଣ ସୃଷ୍ଟି କରିବା ଶକ୍ତି ମୁଦ୍ରା ଯୋଗାଣଦ୍ୱାରା ନିୟନ୍ତ୍ରିତ ହୋଇଥାଏ ।

(c) ନଗଦ ମୁଦ୍ରା ପାଇଁ ମାନ୍ୟତା – ସାଧାରଣତଃ ଲୋକମାନେ ନିଜ ନିଜର ସଞ୍ଚୟକୁ ବ୍ୟାଙ୍କ ମାର୍ଫିତରେ ନରଖ୍ ନିଜ ପାଖରେ ରଖୁବାକୁ ପସନ୍ଦ କରନ୍ତି । ସେମାନଙ୍କର ଏହି ପ୍ରବୃତ୍ତି ଦେଶର ଆର୍ଥିକ ଅବସ୍ଥା ଓ ବ୍ୟକ୍ତିଗତ ପସନ୍ଦ ଉପରେ ନିର୍ଭର କରେ । ଲୋକମାନେ ଯଦି ବ୍ୟାଙ୍କ ମାର୍କତରେ ତାଙ୍କ ଜମା ନରଖ୍ ନିଜ ନିଜ ପାଖରେ ରଖିବାକୁ ଚାହାନ୍ତି, ତେବେ ବ୍ୟାଙ୍କର ଜମା ପରିମାଣ ବୃଦ୍ଧି ପାଇପାରେ ନାହିଁ କି ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇପାରେ ନାହିଁ ।

(d) ପ୍ରତିଭୂତିର ସୁଲଭତା – ବ୍ୟାଙ୍କମାନେ ଋଣ ବା ଅଗ୍ରୀମ ଦେବାପାଇଁ ଋଣକର୍ତ୍ତାଙ୍କଠାରୁ ପ୍ରତିଭୂତି ଚାହିଁଥା’ନ୍ତି । ଏହି ପ୍ରତିଭୂତି ଦ୍ରବ୍ୟ ଆକାରରେ ହୋଇପାରେ ବା ବ୍ୟକ୍ତିକ ହୋଇପାରେ । ଉପଯୁକ୍ତ ପ୍ରତିଭୂତିର ଅଭାବରୁ ଋଣ ସୃଷ୍ଟି ସୀମିତ ହୋଇଥାଏ । ବ୍ରାଉଦର ଏହି କାରଣରୁ ମତ ଦେଇଛନ୍ତି ଯେ, ବ୍ୟାଙ୍କ ଶୂନ୍ୟରୁ ମୁଦ୍ରା ସୃଷ୍ଟି କରେନାହିଁ । ଏହା କେବଳ ଅନ୍ୟଧରଣର ପରିସମ୍ପତ୍ତିକୁ ମୁଦ୍ରାରେ ପରିଣତ କରିଥାଏ । ସୁତରାଂ, କୁହାଯାଇପାରେ ଯେ, ବ୍ୟାଙ୍କମାନଙ୍କର ଋଣ ସର୍ଜନାଶକ୍ତି ପ୍ରତିଭୂତିର ସୁଲଭତାଦ୍ବାରା ନିୟନ୍ତ୍ରିତ ହୋଇଥାଏ ।

(e) ମୁଦ୍ରାର ସ୍ଖଳନ – ମୁଦ୍ରା ସୃଜନ ପ୍ରକ୍ରିୟାରେ ଗୋଟିଏ ବ୍ୟାଙ୍କରୁ ଋଣ ନେଇ ଅନ୍ୟ ବ୍ୟାଙ୍କରେ ଜମା କରୁଥିବା ଅନୁମାନ କରିବାକୁ ହୁଏ; କିନ୍ତୁ ସେ ଯେ ରଣକୁ ଅନ୍ୟ ବ୍ୟାଙ୍କରେ ଜମା ରଖୁବେ ସେ ବିଷୟରେ କୌଣସି ନିଶ୍ଚିତତା ନାହିଁ । ସେ ଯଦି ଋଣକୁ ଜମା ଆକାରରେ ନ ରଖ୍ ନିଜ ନିକଟରେ ରଖନ୍ତି ତେବେ ବ୍ୟାଙ୍କ ଜମା ବୃଦ୍ଧି ହୁଏ ନାହିଁ କି ଋଣ ମୁଦ୍ରାରେ ଯୋଗାଣ ବୃଦ୍ଧି ହୁଏ ନାହିଁ ।

(f) ଋଣ ଗ୍ରହଣ ଓ ଋଣଦାନ ଅଭିପ୍ରାୟ – ଋଣ ସୃଷ୍ଟି, ଋଣଦାତା ଓ ଋଣଗ୍ରହୀତାଙ୍କ ଇଚ୍ଛା ଉପରେ ନିର୍ଭର କରେ । ଋଣଦାତା ଋଣ ଦେବାପାଇଁ ଆଗ୍ରହ ପ୍ରକାଶ କରୁଥିଲାବେଳେ ଯଦି ଋଣକର୍ତ୍ତା ଋଣ ନେବାପାଇଁ ଆଗ୍ରହୀ ନ ହୁଅନ୍ତି ତେବେ ବ୍ୟାଙ୍କ ପକ୍ଷରେ ଋଣ ସୃଷ୍ଟି କରିବା ସମ୍ଭବପର ହୁଏ ନାହିଁ । ସେହି ଯୁକ୍ତି ଋଣଦାତାମାନଙ୍କପାଇଁ ମଧ୍ୟ ପ୍ରଯୁଜ୍ୟ । ଏଣୁ ଋଣଦାତା ଓ ଋଣକର୍ତ୍ତା ଇଚ୍ଛା ଉପରେ ଋଣ ସୃଷ୍ଟି ନିର୍ଭର କରେ ।

(g) ବ୍ୟବସାୟର ଅବସ୍ଥା – ଦେଶର ବ୍ୟାବସାୟିକ ଅବସ୍ଥା ଓ ଆର୍ଥନୀତିକ ସ୍ଥିରତା ଋଣ ମୁଦ୍ରାର ଯୋଗାଣକୁ ପ୍ରଭାବିତ କରେ । ବ୍ୟାବସାୟିକ ଉତ୍‌ଥାନ ଅବସ୍ଥାରେ ଋଣ ମୁଦ୍ରା ଯୋଗାଣ ବୃଦ୍ଧି ହୋଇଥାଏ ଓ ପତନାବସ୍ଥାରେ ଋଣ ଯୋଗାଣ ହ୍ରାସ ହୋଇଥାଏ । ପୂର୍ବୋକ୍ତ ଅବସ୍ଥାରେ ବ୍ୟବସାୟୀମାନେ ଆଶାବାଦୀ ହୋଇ ଉତ୍ପାଦନ ବୃଦ୍ଧି କରନ୍ତି ଏବଂ ଏଥିପାଇଁ ଅଧିକ ଋଣ ମୁଦ୍ରା ଆବଶ୍ୟକ କରନ୍ତି । ତେଣୁ ବ୍ୟାଙ୍କମାନେ ଋଣ ସୃଷ୍ଟି କରିବା ସୁଯୋଗ ଲାଭ କରନ୍ତି ।

ବିପରୀତ ଅବସ୍ଥାରେ ଯେତେବେଳେ ଦରଦାମ୍ ହ୍ରାସ ହେଉଥାଏ ଓ ଲାଭ ଆଶା ମଉଳି ଯାଉଥାଏ, ସେତେବେଳେ ଋଣ ପାଇଁ ଚାହିଦା କମିଯାଏ ଓ ବ୍ୟାଙ୍କମାନେ ଋଣ ସମ୍ପ୍ରସାରଣ କରନ୍ତି ନାହିଁ ।

(h) କେନ୍ଦ୍ରୀୟ ବ୍ୟାଙ୍କ ନୀତି – ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ସୃଷ୍ଟି କରନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କର ଋଣ ସର୍ଜନା କାର୍ଯ୍ୟକୁ ନିୟନ୍ତ୍ରଣ କରେ । ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ଅତ୍ୟଧ୍ଵ ଋଣ ସୃଷ୍ଟି କରୁଥିବା ସୂଚନା ମିଳେ ଏବଂ ଏପରି ଋଣ ସର୍ଜନା ଦେଶର ସାମୂହିକ ହିତର ପରିପନ୍ଥୀ ବିବେଚିତ ହୁଏ, ସେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ବିଭିନ୍ନ ପନ୍ଥାର ଆଶ୍ରୟ ନେଇ ସେମାନଙ୍କ ଋଣ ସର୍ଜନା ଶକ୍ତି ହ୍ରାସ କରେ ।

(i) ଋଣ ସୃଷ୍ଟି- ଋଣ ସୃଷ୍ଟି କରିବା ଗୋଟିଏ ବାଣିଜ୍ୟିକ ବ୍ୟାଙ୍କଦ୍ୱାରା ସମ୍ଭବପର ହୁଏ ନାହିଁ । ସେଥିପାଇଁ ଏକାଧ୍ଵକ ବ୍ୟାଙ୍କ ଏପରିକି ସମଗ୍ର ବ୍ୟାଙ୍କ ବ୍ୟବସ୍ଥା ଜଡ଼ିତ ହେବା ଆବଶ୍ୟକ ହୋଇଥାଏ ।

ଏହିସବୁ କାରଣରୁ ବ୍ୟାଙ୍କମାନଙ୍କର ଋଣ ସୃଜନ ଶକ୍ତି ଅସୀମ ନୁହେଁ ବୋଲି କୁହାଯାଏ ।

5. ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ପାର୍ଥକ୍ୟ ଦର୍ଶାଅ ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଓ ବାଣିଜ୍ୟିକ ବ୍ୟାଙ୍କ ମଧ୍ୟରେ କେତେକ କାର୍ଯ୍ୟଗତ ପାର୍ଥକ୍ୟ ପରିଲକ୍ଷିତ ହୁଏ ।
ସେଗୁଡ଼ିକ ହେଲା –
(i) ବାଣିଜ୍ୟିକ ବ୍ୟାଙ୍କମାନେ ଲାଭ ପ୍ରତ୍ୟାଶା ରଖ୍ କାର୍ଯ୍ୟ କରନ୍ତି | ଲାଭ ନ ପାଇଲେ, ସେମାନେ ତିଷ୍ଠି ରହିପାରନ୍ତି ନାହିଁ; କିନ୍ତୁ ଲାଭ ଅର୍ଜନ କରିବା କେନ୍ଦ୍ରୀୟ ବ୍ୟାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନୁହେଁ । ଏହାର ପ୍ରଧାନ ଉଦ୍ଦେଶ୍ୟ ହେଲା – ମୁଦ୍ରା ବ୍ୟବସ୍ଥା ଓ ବ୍ୟାଙ୍କ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଏବଂ ଦେଶରେ ଆର୍ଥନୀତିକ ସ୍ଥିରତା ରକ୍ଷା କରିବା ।

(ii) ଦେଶରେ ବହୁସଂଖ୍ୟକ ବ୍ୟାଙ୍କ ପରସ୍ପର ସହଯୋଗିତାରେ କାର୍ଯ୍ୟ କରନ୍ତି । ସେମାନେ ଜନସାଧାରଣଙ୍କ ସହିତ ସମ୍ପର୍କ ରଖ୍ କାର୍ଯ୍ୟ କରନ୍ତି । ମାତ୍ର ପ୍ରତି ଦେଶରେ ଗୋଟିଏ ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ କାର୍ଯ୍ୟ କରେ । ଏହା ଲୋକମାନଙ୍କ ସହିତ ବ୍ୟାବସାୟିକ ସମ୍ପର୍କ ରଖେ ନାହିଁ ।

(iii) ବାଣିଜ୍ୟିକ ବ୍ୟାଙ୍କମାନଙ୍କର ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ନଥାଏ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ମାଧ୍ୟମରେ ସରକାରୀ କର୍ତ୍ତୃପକ୍ଷଙ୍କ ସହିତ ସମ୍ପର୍କ ସ୍ଥାପନ କରନ୍ତି; କିନ୍ତୁ କେନ୍ଦ୍ରୀୟ ବ୍ୟାଙ୍କ ଜାତୀୟ ସ୍ବାର୍ଥର ସୁରକ୍ଷାକଳ୍ପେ ସରକାରଙ୍କ ସହିତ ଘନିଷ୍ଠ ସମ୍ପର୍କ ରକ୍ଷା କରେ ।

(iv) ଜନସାଧାରଣ ହେଉଛନ୍ତି ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଗ୍ରାହକ । ସେମାନେ ଏହି ବ୍ୟାଙ୍କରେ ପାଣ୍ଠି ଜମା ରଖନ୍ତି । ବାଣିଜ୍ୟିକ ବ୍ୟାଙ୍କମାନେ ଗ୍ରାହକମାନଙ୍କୁ ଆବଶ୍ୟକତା ବିଚାରରେ ଋଣ ଦେଇଥା’ନ୍ତି । ସେମାନେ କେନ୍ଦ୍ରୀୟ ବ୍ୟାଙ୍କର ଗ୍ରାହକ । ସେମାନେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ସେମାନଙ୍କ ସମ୍ବଳର କିଛି ଅଂଶ ସଂରକ୍ଷଣ କରନ୍ତି । ଏହା ସାହାଯ୍ୟରେ ଆନ୍ତଃବ୍ୟାଙ୍କ ଦେୟତା ପରିଶୋଧ ହୁଏ ।

କେନ୍ଦ୍ରୀୟ ବ୍ୟାଙ୍କ ସେମାନଙ୍କୁ ଆପଦ ବିପଦରେ ଋଣ ଆକାରରେ ସାହାଯ୍ୟ କରେ । ମୋଟ ଉପରେ କହିବାକୁ ଗଲେ ଜନସାଧାରଣଙ୍କର ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ଯେଉଁ ସମ୍ପର୍କ ଥାଏ ବାଣିଜ୍ୟିକ ବ୍ୟାଙ୍କମାନଙ୍କର କେନ୍ଦ୍ରୀୟ ବ୍ୟାଙ୍କ ସହିତ ସେହି ସମ୍ପର୍କ ଥାଏ ।

(v) ବାଣିଜ୍ୟିକ ବ୍ୟାଙ୍କମାନେ ଋଣ ମୁଦ୍ରା ସୃଷ୍ଟି କରନ୍ତି । ମାତ୍ର କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ସୃଷ୍ଟି କରେ ନାହିଁ । କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ନୋଟ୍ ପ୍ରଚଳନ କରନ୍ତି, ତାହା ଦେଶରେ ବିଗ୍ରାହ୍ୟ ମୁଦ୍ରା ରୂପେ ପ୍ରଚଳିତ ହୁଏ । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନେ ସୃଷ୍ଟି କରୁଥିବା ରଣମୁଦ୍ରାକୁ ନିୟନ୍ତ୍ରଣ କରେ । ଏହି ଦୃଷ୍ଟିରୁ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ସହିତ ପ୍ରତିଯୋଗିତା କରେ ନାହିଁ ।

(vi) ବାଣିଜ୍ୟିକ ବ୍ୟାଙ୍କମାନେ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶ ମାନି ଚଳିବାକୁ ବାଧ୍ୟ ହୋଇଥା’ନ୍ତି । କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ କାର୍ଯ୍ୟାକଳାପକୁ ନିୟନ୍ତ୍ରଣ କରେ ।

6. କେନ୍ଦ୍ରୀୟ ବ୍ୟାଙ୍କର ପରିମାଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
ବାଣିଜ୍ୟିକ ବ୍ୟାଙ୍କମାନଙ୍କଦ୍ୱାରା ସୃଷ୍ଟି କରାଯାଉଥିବା ଋଣ ମୁଦ୍ରାର ଯୋଗାଣକୁ ନିୟନ୍ତ୍ରଣ କରିବା କେନ୍ଦ୍ରୀୟ ବ୍ୟାଙ୍କର ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରୂପେ ବିବେଚିତ ହୁଏ । ଏଥିପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଦୁଇଟି ପନ୍ଥାର ଆଶ୍ରୟ ନେଇଥାଏ; ଯଥା- ପରିମାଣାତ୍ମକ ଋଣ ନିୟନ୍ତ୍ରଣ ଓ ଗୁଣାତ୍ମକ ଋଣ ନିୟନ୍ତ୍ରଣ । ମୁଦ୍ରାର ପରିମାଣ ନିୟନ୍ତ୍ରଣ କରିବାପାଇଁ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟତଃ ତିନୋଟି ଅସ୍ତ୍ର ପ୍ରୟୋଗ କରିଥାଏ ।
ସେଗୁଡ଼ିକ ହେଲା-
(i) ସୁଧହାର
(ii) ଖୋଲାବଜାର କାରବାର
(iii) ନଗଦ ମୁଦ୍ରା ସଂରକ୍ଷଣ ହାର ।

(i) ବ୍ୟାଙ୍କହାର ବା ସୁଧହାର ନୀତି- ବ୍ୟାଙ୍କହାର କହିଲେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି ଏବଂ ପ୍ରଥମ ଶ୍ରେଣୀୟ ବିନିମୟପତ୍ରର ଅବମୂଲ୍ୟନ ହାରକୁ ବୁଝାଯାଏ । ଯେତେବେଳେ ବ୍ୟାଙ୍କହାର ପରିବର୍ତ୍ତନ କରାଯାଏ, ସେତେବେଳେ ବଜାରରେ ପ୍ରଚଳିତ ସୁଧହାର ମଧ୍ୟ ପରିବର୍ତ୍ତିତ ହୋଇଥାଏ । ବ୍ୟାଙ୍କ ହାର ଓ ସୁଧହାର ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି । ଅର୍ଥାତ୍ ବ୍ୟାଙ୍କହାର ବୃଦ୍ଧି ହେଲେ ସୁଧହାର ଅଧ‌ିକ ହେବା ଯୋଗୁଁ ଋଣ କରିବା ନିରୁତ୍ସାହିତ ହୁଏ ଏବଂ ଏହାଫଳରେ ଋଣ ପରିମାଣ ହ୍ରାସ ହୁଏ । ସେହିପରି ବ୍ୟାଙ୍କହାର ହ୍ରାସ ହେଲେ ବଜାର ସୁଧହାର ହ୍ରାସ ହୁଏ ଏବଂ ଋଣ କାରବାର ବୃଦ୍ଧି ହୁଏ ।

(ii) ଖୋଲାବଜାର କାରବାର- ବ୍ୟାଙ୍କହାର ପରି ଖୋଲାବଜାର କାରବାର ହେଉଛି କେନ୍ଦ୍ରୀୟ ବ୍ୟାଙ୍କର ପାରମ୍ପରିକ ଅସ୍ତ୍ର । ଖୋଲାବଜାର କାରବାରରେ କେନ୍ଦ୍ରୀୟ ବ୍ୟାଙ୍କ ସରକାରୀ ପ୍ରତିଭୂତି କ୍ରୟ ବିକ୍ରୟ କରିଥାଏ । ବଜାରରେ ଋଣ କାରବାର ହ୍ରାସ କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଜନସାଧାରଣଙ୍କୁ ଓ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ ପ୍ରତିଭୂତି ବିକ୍ରୟ କରିଥାଏ । ଏହାଫଳରେ ଲୋକମାନଙ୍କଠାରୁ ଓ ବ୍ୟାଙ୍କମାନଙ୍କଠାରୁ ନଗଦ ମୁଦ୍ରା କେନ୍ଦ୍ରୀୟ ବ୍ୟାଙ୍କକୁ ହସ୍ତାନ୍ତର ହୋଇଥାଏ ।

CHSE Odisha Class 12 Economics Chapter 15 Long Answer Questions in Odia Medium

ନଗଦ ମୁଦ୍ରା ସଂରକ୍ଷଣ ହ୍ରାସ ହେବା କାରଣରୁ ବ୍ୟାଙ୍କସମୂହ ଋଣ ପରିମାଣ ହ୍ରାସ କରିଥା’ନ୍ତି । ସେହିପରି ଋଣ ଯୋଗାଣ ବୃଦ୍ଧି କରିବା ଆବଶ୍ୟକ ହେଲେ କେନ୍ଦ୍ରୀୟ ବ୍ୟାଙ୍କ ଖୋଲାବଜାରରୁ ପ୍ରତିଭୂତି କ୍ରୟ କରି ନେଇଥାଏ । ଏହାଫଳରେ ଜନସାଧାରଣ ଓ ବ୍ୟାଙ୍କମାନଙ୍କର ନଗଦ ମୁଦ୍ରା ପରିମାଣ ବୃଦ୍ଧି ହୋଇଥାଏ । ବାଣିଜ୍ୟିକ ବ୍ୟାଙ୍କମାନେ ଅଧ‌ିକ ଋଣ ସୃଷ୍ଟି କରିବାପାଇଁ ସମର୍ଥ ହୋଇଥା’ନ୍ତି । ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣ ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ କରିଥା’ନ୍ତି ।

(iii) ନଗଦ ମୁଦ୍ରା ସଂରକ୍ଷଣ ହାର ପରିବର୍ତ୍ତନ- ପରମ୍ପରାଗତଭାବେ ହେଉ ବା ଆଇନତଃ ହେଉ, ବାଣିଜ୍ୟିକ ବ୍ୟାଙ୍କସମୂହ ସେମାନଙ୍କ ଜମାର ଏକ ନିର୍ଦ୍ଦିଷ୍ଟ ଅନୁପାତ କେନ୍ଦ୍ରୀୟ ବ୍ୟାଙ୍କ ନିର୍ଦେଶରେ ନଗଦ ମୁଦ୍ରା ଆକାରରେ ଗଚ୍ଛିତ ରଖୁଥା’ନ୍ତି । ଯେତେବେଳେ କେନ୍ଦ୍ରୀୟ ବ୍ୟାଙ୍କ ନଗଦ ସଂରକ୍ଷଣ ଅନୁପାତକୁ ପରିବର୍ତ୍ତନ କରନ୍ତି, ସେତେବେଳେ ବାଣିଜ୍ୟିକ ବ୍ୟାଙ୍କମାନେ ତାହା ପାଳନ କରିଥା’ନ୍ତି ।

ଋଣ ସଂକୋଚନ କରିବା ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ନିକଟରେ ଥିବା ନଗଦ ସଂରକ୍ଷଣ ହ୍ରାସ ହୁଏ ଏବଂ ସେମାନଙ୍କ ଋଣ ସୃଷ୍ଟି କରିବା ସାମର୍ଥ୍ୟ ହ୍ରାସ ପାଇଥାଏ । ସେହିପରି ସଂରକ୍ଷଣ ଅନୁପାତ ହ୍ରାସ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣ ସୃଷ୍ଟିକୁ ଉତ୍ସାହିତ କରିଥାଏ ।

7.କେନ୍ଦ୍ରୀୟ ବ୍ୟାଙ୍କର ଗୁଣାତ୍ମକ ଋଣ ନିୟନ୍ତ୍ରଣ ପଦ୍ଧତି ବର୍ଣ୍ଣନା କର ।
Answer:
କେନ୍ଦ୍ରୀୟ ବ୍ୟାଙ୍କ ଗୁଣାତ୍ମକ ଋଣ ନିୟନ୍ତ୍ରଣ କଲାବେଳେ ନିମ୍ନଲିଖତ କୌଶଳ ଅବଲମ୍ବନ କରିଥାଏ ।
(i) ଉପଭୋକ୍ତାଙ୍କ ଋଣ ନିୟନ୍ତ୍ରଣ- ଏହି ପଦ୍ଧତିରେ ଅପେକ୍ଷାକୃତ ସ୍ଥାୟୀ ଉପଭୋଗ ଦ୍ରବ୍ୟର ବ୍ୟବହାରକୁ ଋଣ ଜରିଆରେ ନିୟନ୍ତ୍ରଣ କରାଯାଇଥାଏ । ରେଡ଼ିଓ, ଟେଲିଭିଜନ, ମଟରଗାଡ଼ି ଓ ରେଫ୍ରିଜିରେଟର ପ୍ରଭୃତି କ୍ରୟ ପାଇଁ ବ୍ୟାଙ୍କମାନେ ଋଣ ଯୋଗାଇଥା’ନ୍ତି । କାରଣ ଏହିସବୁ ଦ୍ରବ୍ୟର ମୂଲ୍ୟ ଅଧ‌ିକ ହୋଇଥିବାରୁ ଲୋକମାନେ ଦାମ୍ ଏକକାଳୀନ ଦେଇ କ୍ରୟ କରିପାରନ୍ତି ନାହିଁ । ତେଣୁ ବ୍ୟାଙ୍କ ଗ୍ରାହକମାନଙ୍କ ପାଇଁ ଦ୍ରବ୍ୟର ମୂଲ୍ୟ ପରିଶୋଧ କରେ ଏବଂ ସେମାନଙ୍କଠାରୁ ସହଜ କିସ୍ତିରେ ପରିଶୋଧ ପାଇଥାଏ ।

ଯେତେବେଳେ ବ୍ୟାଙ୍କ ଅନୁଭବ କରେ ଯେ, ଏହିପ୍ରକାର ଋଣ ଉତ୍ସାହିତ କରାଯିବା ଆବଶ୍ୟକ, ସେତେବେଳେ କିସ୍ତି ସଂଖ୍ୟା ଅଧ୍ବକ କରିଥାଏ ଏବଂ ଯେତେବେଳେ ଏହିସବୁ ଦ୍ରବ୍ୟର ଉପଭୋଗକୁ ନିରୁତ୍ସାହିତ କରିବା ଆବଶ୍ୟକ ହୁଏ, ସେତେବେଳେ କିସ୍ତି ସଂଖ୍ୟା ହ୍ରାସ କରିଥାଏ । କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ବାଣିଜ୍ୟିକ ବ୍ୟାଙ୍କମାନେ ପରିଚାଳିତ ହୋଇ ଏହିପ୍ରକାର ନିୟନ୍ତ୍ରଣ ଜାରି କରନ୍ତି ।

(ii) ପ୍ରୟୋଜନୀୟ ନଗଦଂଶ ନିରୂପଣ – ଆବଶ୍ୟକ ଅନୁଯାୟୀ କେନ୍ଦ୍ରୀୟ ବ୍ୟାଙ୍କ ପ୍ରୟୋଜନୀୟ ନଗତାଂଶକୁ ପରିବର୍ତ୍ତନ କରି ଋଣ ପରିମାଣକୁ ନିୟନ୍ତ୍ରଣ କରିଥାଏ । ଏହାଦ୍ୱାରା ପରିକଳ୍ପିତ ଉଦ୍ଦେଶ୍ୟରେ ବ୍ୟବହୃତ ଋଣକୁ ନିୟନ୍ତ୍ରଣ କରାଯାଇପାରେ । ଉଦାହରଣସ୍ୱରୂପ, 1000 ଟଙ୍କା ପ୍ରତିଭୂତି ବଦଳରେ ଯଦି ଟ,800.00 ଙ୍କା ଋଣ ମିଳେ ତେବେ ପ୍ରୟୋଜନୀୟ ନଗତାଂଶ 200 ଟଙ୍କା ବୁଝିବାକୁ ହୁଏ । ପ୍ରୟୋଜନୀୟ ନଗତାଂଶ ଅଧ୍ଵ ହେଲେ ଋଣ ଚାହିଦା ହ୍ରାସ ହୁଏ ଏବଂ ତାହା କମ୍ ହେଲେ ଋଣ ଚାହିଦା ବୃଦ୍ଧି ପାଏ ।

(iii) ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ – ଆବଶ୍ୟକ ମନେକଲେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଋଣ ନିୟନ୍ତ୍ରଣ ଉପରେ ପ୍ରତ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ଯଦି କୌଣସି ବ୍ୟାଙ୍କ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକୁ ଅମାନ୍ୟ କରେ ବା ଋଣନୀତିର ବିରୁଦ୍ଧାଚରଣ କରେ, ତେବେ କେନ୍ଦ୍ରୀୟ ବ୍ୟାଙ୍କ ସେହି ବ୍ୟାଙ୍କର ବିନିମୟପତ୍ର ପୁନଃ ଅବମୂଲ୍ୟାୟନ କରିବାକୁ ଅସ୍ଵୀକାର କରିପାରେ ଏବଂ ଋଣ ଆବେଦନ ପ୍ରତ୍ୟାଖ୍ୟାନ କରିପାରେ ।

(iv) ରଣ ପଢ଼ି ପ୍ରଥା- ଋଣ ପଡ଼ି ପ୍ରଥା ପ୍ରଚଳନ କରି କେନ୍ଦ୍ରୀୟ ବ୍ୟାଙ୍କ ଋଣର ସୁଷମ ବଣ୍ଟନ କରିଥାଏ । ଶିଳ୍ପମାନଙ୍କୁ ଏହାଫଳରେ ଆବଶ୍ୟକତା ଓ ବାଞ୍ଛନୀୟତା ବିଚାରରେ ଋଣ ଯୋଗାଇପାରେ । ଏ ବିଷୟରେ କେନ୍ଦ୍ରୀୟ ବ୍ୟାଙ୍କ ନିଷ୍ପତ୍ତି ଗ୍ରହଣ କରେ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଏ ।

(v) ନୈତିକ ଚାପ – ବାଣିଜ୍ୟିକ ବ୍ୟାଙ୍କ ଓ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବାରୁ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରଣନୀତି ଅନୁସରଣ ପାଇଁ ବାଣିଜ୍ୟିକ ବ୍ୟାଙ୍କମାନଙ୍କ ଉପରେ ନୈତିକ ଚାପ ପକାଇଥାଏ । କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ଓ କେଉଁ କ୍ଷେତ୍ରକୁ ଋଣ ଦେବା ଆବଶ୍ୟକ ନୁହେଁ, ସେ ବିଚାର କେନ୍ଦ୍ରୀୟ ବ୍ୟାଙ୍କ କରିଥାଏ ଏବଂ ତଦନୁଯାୟୀ ବାଣିଜ୍ୟିକ ବ୍ୟାଙ୍କମାନଙ୍କୁ କାର୍ଯ୍ୟ କରିବାପାଇଁ ଉପଦେଶ ଦେଇଥାଏ ।

ବାଣିଜ୍ୟିକ ବ୍ୟାଙ୍କମାନେ ଏହି ନୈତିକ ଚାପର ବଶବର୍ତ୍ତୀ ହୋଇ କେନ୍ଦ୍ରୀୟ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ କାର୍ଯ୍ୟ କରନ୍ତି ।

ଏହିପରି ଭାବରେ କେନ୍ଦ୍ରୀୟ ବ୍ୟାଙ୍କ ଋଣର ଗୁଣାତ୍ମକ ନିୟନ୍ତ୍ରଣ କରିଥାଏ ।