CHSE Odisha Class 12 History Chapter 2(a) Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 2(a) ସିନ୍ଧୁ ସଭ୍ୟତା / ହରପ୍‌ପା ସଭ୍ୟତା Short & Long Answer Questions.

CHSE Odisha 12th Class History Chapter 2(a) Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । କେବେ ଏବଂ କେଉଁମାନଙ୍କଦ୍ଵାରା ହରପ୍‌ପା ସଂସ୍କୃତି ଆବିଷ୍କୃତ ହୋଇଥୁଲା ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ବବିତ୍‌ମାନଙ୍କ ପ୍ରଚେଷ୍ଟାରେ ଦୁଇ ପ୍ରାଚୀନ ନଗରୀ ହରପ୍‌ପା ଓ ମହେଞ୍ଜୋଦାରୋର ଭଗ୍ନାବଶେଷ ମାଟିତଳୁ ଆବିଷ୍କୃତ ହୋଇଥିଲା ।

୨ । ହରପ୍‌ପା ଓ ମହେଞ୍ଜୋଦାରୋ କେଉଁଠାରେ ଅବସ୍ଥିତ ?
Answer:
ହରପ୍‌ପା ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ରାବୀ ନଦୀକୂଳରେ ଏବଂ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ ସିନ୍ଧୁନଦୀ କୂଳରେ ଅବସ୍ଥିତ । ଉଭୟ ନଗରୀ ବର୍ତ୍ତମାନ ପାକିସ୍ତାନରେ ଅନ୍ତର୍ଭୁକ୍ତ ।

୩ । ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ସମ୍ପର୍କରେ ସୂଚନା ପ୍ରଦାନ କର ।
Answer:
ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ଦୁର୍ଗ ଅଞ୍ଚଳରେ ଅବସ୍ଥିତ ଥିଲା । ଏହା ଅନେକଗୁଡ଼ିଏ ପ୍ରସ୍ତର ଚଟାଣକୁ ନେଇ ଗଠିତ ହୋଇଥିଲା । ପ୍ରତ୍ୟେକ ଚଟାଣର ଦୈର୍ଘ୍ୟ ଥିଲା 16 ମିଟର ପ୍ରସ୍ଥ ଥିଲା 6 ମିଟର । ବନ୍ୟା, ବାତ୍ୟା, ସଡ଼କ ଆଦି ପ୍ରାକୃତିକ ଦୁର୍ବିପାକରୁ ରକ୍ଷା ପାଇବାପାଇଁ ଏହି ଶସ୍ୟାଗାର ଯେ ବ୍ୟବହୃତ ହୋଇଥିଲା, ଏଥୁରେ ସନ୍ଦେହର ଅବକାଶ ନାହିଁ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪। କେଉଁଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି ? ଏହାର ଦୈର୍ଘ୍ୟ ଓ ପ୍ରସ୍ଥ କେତେ ?
Answer:
ମହେଞ୍ଜୋଦାରୋଠାରୁ ବୃହତ୍ ସ୍ନାନାଗାର ଆବିଷ୍କୃତ ହୋଇଛି । ଏହାର ଦୈର୍ଘ୍ୟ ୫୫ ମିଟର ଏବଂ ପ୍ରସ୍ଥ ୩୩ ମିଟର ଥଲା ।

୫ । ଲୋଥାଲ୍‌ଠାରେ କେଉଁ ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ ? ଏହା କାହିଁକି ପ୍ରସିଦ୍ଧ ଥିଲା ?
Answer:
ଲୋଥାଲ୍‌ଠାରେ ହରପ୍‌ପା ସଭ୍ୟତାର କୀର୍ତ୍ତି ଦେଖିବାକୁ ମିଳେ । ଏହା ବାଣିଜ୍ୟ କେନ୍ଦ୍ର ଭାବେ ପ୍ରସିଦ୍ଧ ଥିଲା ।

୬ । ହରପ୍‌ପା ସଭ୍ୟତାର ଅସ୍ତ୍ରଶସ୍ତ୍ର କେଉଁ କେଉଁ ଧାତୁରେ ନିର୍ମିତ ହୋଇଥିଲା ? ହରପ୍‌ପାବାସୀମାନେ କାହିଁକି ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ?
Answer:
ହରପ୍‌ପା ସଭ୍ୟତାର ଅଧିବାସୀମାନଙ୍କର ଅସ୍ତ୍ରଶସ୍ତ୍ର ତମ୍ବା ଓ ବ୍ରୋଞ୍ଜରେ ନିର୍ମିତ ହେଉଥିଲା । ସେମାନେ ଶିକାର ପାଇଁ ତଥା ଯୁଦ୍ଧ ଓ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ ।

୭। ହରପ୍‌ପା ସଂସ୍କୃତିର ସ୍ୱର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍ କ’ଣ କହିଛନ୍ତି ?
Answer:
ହରପ୍‌ପା ସଂସ୍କୃତିର ସ୍ବର୍ଣ୍ଣ ଅଳଙ୍କାର ବିଷୟରେ ଜନ୍ ମାର୍ଶାଲ୍‌ଙ୍କ ଉକ୍ତି ଥିଲା— ‘ସ୍ବର୍ଣ୍ଣ ଅଳଙ୍କାରଗୁଡ଼ିକ ଏତେ ସୁନ୍ଦର, ସୂକ୍ଷ୍ମ ଓ ଆକର୍ଷଣୀୟ ହୋଇଥିଲା ଯେ, ସତେ ଜଣାପଡୁଥିଲା ସେଗୁଡ଼ିକ ୫୦୦୦ ବର୍ଷ ପୂର୍ବେ କୌଣସି ଏକ ଗୃହରୁ ପ୍ରାପ୍ତ ନହୋଇ ଅଧୁନା ଲଣ୍ଡନସ୍ଥିତ ବଣ୍ଟ ରାସ୍ତାରେ ଥ‌ିବା ଯେକୌଣସି ଅଳଙ୍କାର ଦୋକାନରୁ ଅଣାଯାଇଛି ।’’

୮ । ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ କେଉଁ ଚାରିଜନ୍ତୁ ବିଦ୍ୟମାନ ଥିଲେ ?
Answer:
ମୋହର ଉପରେ ଥ‌ିବା ଯୋଗାସୀନ ପଶୁପତିଙ୍କ ପାଖରେ ହସ୍ତୀ, ବ୍ୟାଘ୍ର, ଗଣ୍ଡା ଓ ମଇଁଷି ଏହି ଚାରିଜନ୍ତୁ ବିଦ୍ୟମାନ ଥିଲେ ।

୯ । କେଉଁଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି ? ଏହା କ’ଣ ସୂଚନା ଦେଉଛି ?
Answer:
କାଲିବଙ୍ଗଠାରୁ ଅସ୍ଥି ସହିତ ଭସ୍ମପାତ୍ର ଆବିଷ୍କାର କରାଯାଇଛି । ଏହି ଚିହ୍ନଗୁଡ଼ିକ ସୂଚନା ଦିଏ ଯେ ହରପପାବାସୀଙ୍କର ମୃତ୍ୟୁପରର ଜୀବନ ଉପରେ ବିଶ୍ଵାସ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

B. ପାଞ୍ଚଟି/ଛଅଟି ବାକ୍ୟରେ ଉତ୍ତର ଦିଅ ।

୧ । ସିନ୍ଧୁ ସଭ୍ୟତାର ଅଧ୍ବବାସୀମାନଙ୍କର ସାମାଜିକ ଜୀବନ କିପରି ଥିଲା ?
Answer:
ସିନ୍ଧୁ ସଭ୍ୟତାର ଅଧ୍ଵବାସୀମାନେ ପାରସ୍ପରିକ ସହଯୋଗ ଓ ସୁସଂହିତ ଜୀବନଯାପନ କରୁଥିଲେ । ସେମାନେ ବିଳାସପ୍ରିୟ ଥିଲେ । ଧନୀ ଗରିବ ନିର୍ବିଶେଷରେ ସମସ୍ତେ ଅଳଙ୍କାର ପିନ୍ଧୁଥିଲେ । ତମ୍ବା, ସୁନା, ରୂପା, ବ୍ରୋଞ୍ଜ ଆଦି ଧାତୁର ବ୍ୟବହାର ଜାଣିଥୁଲେ କିନ୍ତୁ ଲୌହର ବ୍ୟବହାର ଜଣାନଥିଲା । ଧ୍ୱଂସାବଶେଷରୁ ମାଟିରେ ନିର୍ମିତ ମୂର୍ତ୍ତି ଓ ବିଭିନ୍ନ ପ୍ରକାର ଖେଳନା ବାହାରିଛି । ସେମାନେ କଳାପ୍ରିୟ ଥିଲେ । କାରୁକାର୍ଯ୍ୟପୂର୍ଣ୍ଣ ଅଳଙ୍କାର, ଚିତ୍ରିତ ମୃତ୍ତିକାପାତ୍ର ଓ ବହୁବିଧ କ୍ରୀଡ଼ାସାମଗ୍ରୀ ଉତ୍କୃଷ୍ଟ କଳାର ପ୍ରମାଣ ଦେଇଥାଏ । ଯୁଦ୍ଧ ଓ ପ୍ରତିରକ୍ଷା ନିମନ୍ତେ ସେମାନେ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ସେମାନେ ମୃତବ୍ୟକ୍ତିକୁ ଅଗ୍ନିରେ ଦାହ କରୁଥିଲେ କିମ୍ବା ସମାଧୁ ଦେଉଥିଲେ । ବହିଃରାଷ୍ଟ୍ର ସହିତ ସେମାନଙ୍କର ବାଣିଜ୍ୟ ସମ୍ପର୍କ ଥିଲା । ସେମାନେ ପାରମ୍ପରିକତାରେ ବିଶ୍ଵାସ କରୁଥିଲେ । ମୋଟାମୋଟି ଭାବରେ ଦେଖୁବାକୁ ଗଲେ ସିନ୍ଧୁ ଅଧ୍ଵବାସୀଙ୍କର ସାମାଜିକ ଜୀବନ ଉନ୍ନତ ଥିଲା ।

୨ । ବୃହତ୍ ସ୍ଵାନାଗାର ସମ୍ପର୍କରେ ଟିପ୍ପଣୀ ପ୍ରଦାନ କର ।
Answer:
ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ଥିଲା ସବୁଠୁ ଆକର୍ଷଣୀୟ । ସ୍ନାନାଗାର ଥ‌ିବା ଗୃହଟିର ଦୈର୍ଘ୍ୟ ୧୮୦ ଫୁଟ (୫୫ ମିଟର), ପ୍ରସ୍ଥ ୧୮୦ ଫୁଟ (୩୩ ମିଟର) । ଜଳାଶୟର ଲମ୍ବା, ପ୍ରସ୍ଥ ଓ ଉଚ୍ଚତା ଯଥାକ୍ରମେ ୩୯ ଫୁଟ (୧୨ ମିଟର), ୨୩ ଫୁଟ (୭ ମିଟର) ଓ ୮ ଫୁଟ (୨.୫ ମିଟର) । ଜଳଭଣ୍ଡାର ସହିତ ଗୋଟିଏ କୂପରୁ ନଳ ସାହାଯ୍ୟରେ ନିର୍ମଳ ଜଳଯୋଗାଣ ଓ ଦୂଷିତ ଜଳର ନିଷ୍କାସନ ପାଇଁ ବ୍ୟବସ୍ଥା ଥିଲା । ସ୍ନାନାଗାରକୁ ପ୍ରବେଶ ପାଇଁ ଉଭୟ ପାର୍ଶ୍ଵରେ ଗ୍ୟାଲେରିର ବ୍ୟବସ୍ଥା ଥିଲା । ସ୍ନାନାଗାର ଚାରିପାଖରେ ଭିନ୍ନ ଭିନ୍ନ କୋଠରିମାନ ଦେଖୁବାକୁ ମିଳେ । ସେହି ସୁବୃହତ୍ ସ୍ନାନାଗାର ହେଉଛି ମହେଞ୍ଜୋଦାରୋରୁ ଆବିଷ୍କୃତ ହୋଇଥିବା ବାସଗୃହ ମଧ୍ୟରେ ସର୍ବାଧ‌ିକ ଚିତ୍ତାକର୍ଷକ ।

୩ । ସିନ୍ଧୁ ସଭ୍ୟତାର ସମୟ ନିରୂପଣ କର ।
Answer:
ଭାରତର ସର୍ବପ୍ରାଚୀନ ସିନ୍ଧୁ ସଭ୍ୟତାର ସମୟ ସମ୍ବନ୍ଧରେ ମତପାର୍ଥକ୍ୟ ଦେଖୁବାକୁ ମିଳେ । ସାର୍ ଜନ୍ ମାର୍ଶାଲ୍ ଏହି ସଭ୍ୟତାର ସମୟ ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ସୀମିତ ବୋଲି ମତପୋଷଣ କରିଛନ୍ତି । ପ୍ରନୃତତ୍ତ୍ଵ ବିଭାଗର ମୁଖ୍ୟ ସାର୍ ମର୍ଟିମର ହୁଇଲର ସିନ୍ଧୁ ସଭ୍ୟତାର ସମୟ ଖ୍ରୀ.ପୂ. ୨୫୦୦ ରୁ ୧୫୦୦ ମଧ୍ଯରେ ବୋଲି କହିଥିଲେ । ସମୟ କ୍ରମବିକାଶରେ C -୧୪ Method, ଫ୍ଲୋରେନ୍ ନାଇଟ୍ରୋଜେନ୍ ପରୀକ୍ଷା, ଜୀବାଶ୍ମ ପରୀକ୍ଷାଦ୍ଵାରା ହରପ୍ପା ସଭ୍ୟତାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି; ଯଥା – ପ୍ରାଥମିକ ସଭ୍ୟତା (ଖ୍ରୀ.ପୂ. ୩୫୦୦ ରୁ ୨୬୦୦), ବିକଶିତ ସଭ୍ୟତା (ଖ୍ରୀ.ପୂ. ୨୬୦୦ ରୁ ୧୮୦୦) ଏବଂ ପରବର୍ତ୍ତୀ ସଭ୍ୟତା (ଖ୍ରୀ.ପୂ. ୧୮୦୦ ପରଠାରୁ) ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୪ । ହରପ୍ପା ଅଧ୍ବବାସୀଙ୍କ ଧର୍ମଭାବନା ବିଷୟରେ ଟିପ୍ପଣୀ ଦିଅ ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମଭାବନା ଥିଲା ଅନନ୍ୟ । ଭୂଖନନରୁ ଆବିଷ୍କୃତ ହୋଇଥିବା ସିଲ୍ ମୋହର, ବ୍ରୋଞ୍ଜ ଓ କାଦୁଅ ନିର୍ମିତ ମୂର୍ତ୍ତିରୁ ସେମାନଙ୍କ ଧର୍ମବିଶ୍ଵାସ କଥା ଜଣାପଡ଼େ । ସେମାନେ ସୃଷ୍ଟିର ଉତ୍ସ ଭାବରେ ମାତୃଦେବୀଙ୍କୁ ପୂଜା କରୁଥିଲେ । ସେମାନେ ପଶୁପତି ବା ଶିବଙ୍କୁ ଉପାସନା କରୁଥିବାର ପ୍ରମାଣ ମିଳେ । ଏତଦ୍‌ବ୍ୟତୀତ ସେମାନେ ବିଭିନ୍ନ ପ୍ରକାର ଜୀବଜନ୍ତୁ; ଯଥା— ବୃଷଭ, ବ୍ୟାଘ୍ର, ଗଣ୍ଡାର, ମହିଷ, ସର୍ପ ପ୍ରଭୃତିଙ୍କୁ ଆରାଧନା କରୁଥିଲେ । ସେମାନେ ସୂର୍ଯ୍ୟଦେବ ବା ସ୍ଵସ୍ତିକ ଉପାସନା କରୁଥିଲେ । ଅଶ୍ଵତ୍‌ଥ ଗଛ ଓ ନିମ୍ବଗଛକୁ ପୂଜା କରୁଥିଲେ । ସେମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ପ୍ରକଟ କରିଥିଲେ ।

୫। ହରପ୍‌ପା ଅଧିବାସୀମାନଙ୍କର ବାଣିଜ୍ୟ କାରବାର କିଭଳି ଥୁଲା ?
Answer:
ଉନ୍ନତ ଶିଳ୍ପ ସହିତ ହରପ୍ପା ସଭ୍ୟତାର ଅଧ୍ଵବାସୀମାନେ ବାଣିଜ୍ୟ ବ୍ୟବସାୟ ଉପରେ ଗୁରୁତ୍ୱାରୋପ କରୁଥିଲେ । ସେମାନେ ଭାରତ ବାହାରର ବିଭିନ୍ନ ସ୍ଥାନ ସହିତ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ମୋହର, ମାପ ଓ ଓଜନ ନିମିତ୍ତ ଉଦ୍ଦିଷ୍ଟ ବିଭିନ୍ନ ପ୍ରକାର ପ୍ରସ୍ତରଖଣ୍ଡ ଏବଂ ବିଭିନ୍ନ ଆମଦାନୀ ଓ ରପ୍ତାନୀ ଦ୍ରବ୍ୟରୁ ସେମାନଙ୍କର ବାଣିଜ୍ୟ ବ୍ୟବସାୟ ସମ୍ପର୍କରେ ସୂଚନା ମିଳିଥାଏ । ହରପ୍‌ପା ସଭ୍ୟତାର ବାଣିଜ୍ୟିକ କେନ୍ଦ୍ରସ୍ଥଳଗୁଡ଼ିକ ମଧ୍ୟରୁ ହରପ୍‌ପା ଏବଂ ମହେଞ୍ଜୋଦାରେ ଥିଲା ପ୍ରଧାନ । ସହର ଏବଂ ଏହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ମଧ୍ୟରେ ଯୋଗସୂତ୍ର ସ୍ଥାପନଦ୍ଵାରା ଏହି ସଭ୍ୟତାର ବାଣିଜ୍ୟ ବ୍ୟବସାୟ ବିକାଶଲାଭ କରିଥିଲା । ବିଶେଷକରି ଗହମ, ଯବ, ବିଭିନ୍ନ ଶସ୍ୟ ଏବଂ କାର୍ପାସ୍ ବସ୍ତ୍ର ସେମାନେ ରପ୍ତାନି କରୁଥିଲେ ।

୬ । ହରପ୍‌ପା ଅଧ୍ଵବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଆର୍ଥନୀତିକ ଅବସ୍ଥା ସ୍ଵଚ୍ଛଳ ଥିଲା । କୃଷି, ପଶୁପାଳନ, ଶିଳ୍ପ ଏବଂ ବାଣିଜ୍ୟ ବ୍ୟବସାୟଦ୍ଵାରା ସେମାନେ ଏକ ସ୍ଵଚ୍ଛଳ ଆର୍ଥନୀତିକ ଅବସ୍ଥା ସୃଷ୍ଟି କରିଥିଲେ । ହର୍‌ପପାର ଲୋକମାନେ ମୁଖ୍ୟତଃ କୃଷିଜୀବୀ ଥିଲେ । ସେମାନେ ଗହମ, ମେଣ୍ଢା, ହାତୀ, ଘୁଷୁରି, ଓଟ ଆଦି ପଶୁଙ୍କୁ ଗୃହରେ ପାଳନ କରୁଥିଲେ । କୃଷି ସହିତ ପଶୁପାଳନ ମଧ୍ୟ ସେମାନଙ୍କର ଆର୍ଥନୀତିକ ଅବସ୍ଥାକୁ ସ୍ୱଚ୍ଛଳ କରିଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

୭ । ସିନ୍ଧୁ ସଭ୍ୟତାକୁ କାହିଁକି ହରପ୍‌ପା ସଭ୍ୟତା ବୋଲି କୁହାଯାଏ ?
Answer:
୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ସାର୍ ଜନ୍ ମାର୍ଶାଲ, ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀଙ୍କ ପରି ପ୍ରନୃତତ୍ତ୍ୱବିତ୍‌ ମାନଙ୍କର ପ୍ରଚେଷ୍ଟାରେ ହରପ୍‌ପା ଓ ମହେଞ୍ଜୋଦାରୋ, ଦୁଇଟି ନଗରୀର ଧ୍ୱଂସାବଶେଷଶ ଆବିଷ୍କାର କରାଯାଇଥିଲା । ପ୍ରଥମ ନଗରୀ ହରପ୍‌ପା ପଞ୍ଜାବ ପ୍ରଦେଶର ମଣ୍ଟେଗୋମାରୀ ଜିଲ୍ଲାର ଭାବୀ ନଦୀ କୂଳରେ ଏବଂ ଦ୍ଵିତୀୟ ନଗରୀ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁ ନଦୀ କୂଳରେ ଅବସ୍ଥିତ । ସମୟକ୍ରମେ ଭାରତ ଏବଂ ଭାରତ ବାହାରେ ଏପର୍ଯ୍ୟନ୍ତ ଏକହଜାରରୁ ଊର୍ଦ୍ଧ୍ବ ସ୍ଥାନରେ ଏହି ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଅଛି । ସର୍ବପ୍ରଥମେ ହରପ୍‌ପାରୁ ଆବିଷ୍କୃତ ଏହି ସଭ୍ୟତାର ସାମଞ୍ଜସ୍ୟ ପ୍ରତ୍ୟେକ ସ୍ଥାନରେ ପରିଲକ୍ଷିତ ହୋଇଥାଏ । ତେଣୁ ଐତିହାସିକମାନେ ଭାରତର ସିନ୍ଧୁ ନଦୀକୂଳରେ ଗଢ଼ିଉଠିଥିବା ଏହି ପ୍ରାଚୀନ ସଭ୍ୟତାକୁ ହରପ୍‌ପା ସଭ୍ୟତା ବା ହରପ୍‌ପା ସଂସ୍କୃତି ରୂପେ ଅଭିହିତ କରିଥା’ନ୍ତି ।

୮ । ହରପ୍‌ପା ଅଧିବାସୀମାନଙ୍କର ଲିପି ସମ୍ପର୍କରେ ଲେଖ ।
Answer:
ହରପ୍‌ପା ଅଧିବାସୀମାନଙ୍କର ଭାଷା ଓ ଲିପି ସମ୍ପର୍କରେ ଏଯାବତ୍ କୌଣସି ପ୍ରାମାଣିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ । ସିଲ୍‌ଗୁଡ଼ିକରୁ ମିଳିଥିବା ଲିପି ଏବଂ ଲେଖର ପାଠୋଦ୍ଧାର ଏପର୍ଯ୍ୟନ୍ତ କରାଯାଇ ପାରିନାହିଁ । ଏପର୍ଯ୍ୟନ୍ତ ୪୦୦ରୁ ଊର୍ଦ୍ଧ୍ଵଲେଖ ଆବିଷ୍କୃତ ହୋଇସାରିଅଛି । ସେଗୁଡ଼ିକ କୀଳକ ଲିପିରେ ଲିଖୁତ । ସଭ୍ୟତାର ବିଭିନ୍ନ ପର୍ଯ୍ୟାୟରେ ଏହି ଲିପିଗୁଡ଼ିକର କୌଣସି ପରିବର୍ତ୍ତନ ହୋଇନାହିଁ । କେତେକ ଐତିହାସିକ ଏହାକୁ ତାମିଲ ଆଦି ଦ୍ରାବିଡ଼ ଭାଷାବର୍ଗ ସହିତ ସମ୍ପର୍କ ରହିଥିବାର ବର୍ଣ୍ଣନା କରିଥାନ୍ତି । ମାତ୍ର ପ୍ରଫେସର ଏସ୍.ଆର୍. ରାଓ ଏହି ଲିପିର ପାଠୋଦ୍ଧାର କରିବାପାଇଁ ପ୍ରଯନ୍ତ୍ର କରିଛନ୍ତି । ଏହି ଲିପିରୁ କ୍ରମବିକାଶ ହୋଇ ହିନ୍ଦୀ, ନାଗରୀ ଆଦି ବିଭିନ୍ନ ଭାଷା ଅକ୍ଷରମାନ ସୃଷ୍ଟି ହୋଇଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ବହୁଲିପିର ପାଠୋଦ୍ଧାର କରାଯାଇ ସାରିଲାଣି । ଏହାଦ୍ଵାରା ସିନ୍ଧୁ ସଭ୍ୟତା ବିଷୟରେ ଆଗାମୀ ଦିନଗୁଡ଼ିକରେ ବହୁ ତଥ୍ୟ ଜଣାପଡ଼ିବାର ସମ୍ଭାବନା ଉଜ୍ଜ୍ବଳ ହୋଇଉଠିଛି ।

୯ । ସିନ୍ଧୁ ସଭ୍ୟତାର ବିଲୟର କାରଣଗୁଡ଼ିକ କ’ଣ ଥିଲା ?
Answer:
ଖ୍ରୀଷ୍ଟପୂର୍ବ ୧୭୦୦ରୁ ୧୫୦୦ ମଧ୍ୟରେ କୌଣସି ଏକ ସମୟରେ ହରପ୍‌ପା ସଭ୍ୟତାର ଅବସାନ ଘଟିଛି ବୋଲି ବିଶ୍ଵାସ କରାଯାଏ । ଏହାର ନିର୍ଦ୍ଦିଷ୍ଟ କାରଣ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରି ନଥିଲେ ମଧ୍ୟ ଏହା କେତେକ କାରଣ ଯୋଗୁ ହୋଇପାରିଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ମର୍ଟିମର୍ ହୁଇଲର୍ କହିଛନ୍ତି ଯେ, ଆକ୍ରମଣ ପାଇଁ ମହେଞ୍ଜୋଦାରୋ ଓ ହରପ୍‌ପା ଧ୍ଵଂସମୁଖରେ ପଡ଼ିଥିଲା । ଅନ୍ୟ କେତେକ ଐତିହାସିକଙ୍କ ମତରେ, ସିନ୍ଧୁ ଉପତ୍ୟକାର ଜଳବାୟୁ ପରିବର୍ତ୍ତନ ଫଳରେ ମହେଞ୍ଜୋଦାରୋ –ହରପ୍‌ପା ପ୍ରାକୃତିକ ଗତିରେ ସଂସପ୍ରାପ୍ତ ହୋଇଯାଇଥିଲା । ସିନ୍ଧୁ ନଦୀର ବନ୍ୟା ଓ ସିନ୍ଧୁ ଉପତ୍ୟକାର ଭୂକମ୍ପ ଏହି ସଭ୍ୟତାର ବିଲୟର ଅନ୍ୟ କାରଣ ଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ହରପ୍ପା ସଂସ୍କୃତିର ନଗର ପରିକଳ୍ପନାର ମୁଖ୍ୟ ଦିଗଗୁଡ଼ିକ ଉପରେ ଆଲୋକପାତ କର ।
Answer:
ପୃଥ‌ିବୀର ପ୍ରାଚୀନ ସଭ୍ୟତାମାନଙ୍କ ମଧ୍ୟରେ ସିନ୍ଧୁ ସଭ୍ୟତା ଅନ୍ୟତମ । ଏହି ସଭ୍ୟତାଟି ସିନ୍ଧୁନଦୀର ଅବବାହିକାରେ ବିକାଶଲାଭ କରିଥିଲା । ୧୯୨୧-୨୨ ଖ୍ରୀ.ଅ.ରେ ସାର୍ ଜନ୍ ମାର୍ଶାଲଙ୍କ ନେତୃତ୍ଵରେ ଭୂଖନନଦ୍ୱାରା ଏହି ସଭ୍ୟତା ଆବିଷ୍କୃତ ହୋଇଥିଲା । ଏହି ସଭ୍ୟତାଟି ସହରୀୟ ସଭ୍ୟତା ଥିଲା । ଭୂଖନନଦ୍ଵାରା ହରପ୍ପା ଓ ମହେଞ୍ଜୋଦାରୋ ନାମକ ଦୁଇଟି ସହର ଆବିଷ୍କୃତ ହୋଇଥିଲା । ହରପ୍ପା ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାର ରାବୀ ନଦୀ କୂଳରେ ଅବସ୍ଥିତ ଥିବା ସ୍ଥଳେ ମହେଞ୍ଜୋଦାରୋ ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାର ସିନ୍ଧୁନଦୀ କୂଳରେ ଅବସ୍ଥିତ । ସଭ୍ୟତାର ବିକାଶ ସମୟ ଉପରେ ଐତିହାସିକମାନେ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ସାର୍ ଜନ୍ ମାର୍ଶାଲଙ୍କ ମତରେ, ଏହି ସଭ୍ୟତାଟି ଖ୍ରୀ.ପୂ. ୩୨୫୦ରୁ ୨୭୫୦ ମଧ୍ୟରେ ଗଢ଼ିଉଠିଥିଲା । ସାର୍ ମର୍ଟିମର୍ ହୁଇଲର୍ ଏହି ସଭ୍ୟତାର ସମୟ ସୀମାକୁ ଖ୍ରୀ.ପୂ. ୨୫୦୦ରୁ ୧୫୦୦ ମଧ୍ୟରେ ସୀମିତ ଥିଲା ବୋଲି ମତବ୍ୟକ୍ତ କରିଛନ୍ତି । ସମସ୍ତ ଉକ୍ତିକୁ ବିଚାରକୁ ନେଇ ଅନୁମାନ କରାଯାଏ ଯେ ଖ୍ରୀ.ପୂ. ୩୦୦୦ ବେଳକୁ ସିନ୍ଧୁ ସଭ୍ୟତାର ତା’ର ପୂର୍ଣ୍ଣତାଲାଭ କରିଥିଲା ।

  • ନଗର ପରିକଳ୍ପନା – ବାସ୍ତବିକ ସିନ୍ଧୁ ସଭ୍ୟତାର ନଗର ନିର୍ମାଣଶୈଳୀ ଥୁଲା ମନୋଲୋଭା ଓ ଆକର୍ଷଣୀୟ । ସେମାନେ ନିଜର ନିଜସ୍ଵ ଦକ୍ଷତା ଓ ବୁଦ୍ଧି ବଳରେ ଏହି ନଗର ନିର୍ମାଣ କରିଥିଲେ । ନଗର ନିର୍ମାଣ ଓ ନାଗରିକ ଜୀବନଯାପନ ଦୃଷ୍ଟିରୁ ସିନ୍ଧୁ ଅଧ୍ଵବାସୀମାନେ ମିଶର ଓ ମେସୋପୋଟାମିଆଠାରୁ ଉନ୍ନତ ଓ ପ୍ରଗତିଶୀଳ ଥିଲେ ।
  • ଦୁର୍ଗ ଓ ଜନବସତି ଅଞ୍ଚଳ – ହରପ୍ପା ସଭ୍ୟତାର ପ୍ରଧାନ ବୈଶିଷ୍ଟ୍ୟ ଥିଲା ନଗର ନିର୍ମାଣ । ପ୍ରତ୍ୟେକ ନଗରକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା । ଉଚ୍ଚସ୍ଥାନରେ ନିର୍ମିତ ହୋଇଥିଲା ଦୁର୍ଗ । ଏଠାରେ ଶାସକଗୋଷ୍ଠୀ ବା ପୁରୋହିତମାନେ ବସବାସ କରୁଥିଲେ । ଦୁର୍ଗର ନିମ୍ନଭାଗରେ ବିସ୍ତାରଲାଭ କରିଥିଲା ଜନବସତି ଅଞ୍ଚଳ । ନଗରର ଚତୁଃପାର୍ଶ୍ବ ପ୍ରାଚୀର ପରିବେଷ୍ଟିତ ଥିଲା । ହରପ୍ପା ଓ ମହେଞ୍ଜୋଦାରୋର ଗୃହଗୁଡ଼ିକ ପୋଡ଼ାଇଟାରେ ନିର୍ମିତ ହୋଇଥିଲା । ପ୍ରତ୍ୟେକ ଗୃହରେ ଶୟନକକ୍ଷ, ବୈଠକଘର ଓ ରୋଷେଇଘର ଥିଲା । ଗୃହଗୁଡ଼ିକରେ ସ୍ନାନାଗାର ଥିଲା ଏବଂ ଏହାର ଜଳ ନିଷ୍କାସନ ପାଇଁ ଛୋଟ ନାଳଗୁଡ଼ିକ ଥିଲା । ଏହି ଛୋଟ ନାଳଗୁଡ଼ିକ ବଡ଼ ନାଳକୁ ସଂଯୋଗ କରୁଥିଲା । ଗୃହରୁ ନଳା ଦେଇ ମଇଳା ପାଣି ଓ ଆବର୍ଜନା ନିର୍ଗତ ହେଉଥିଲା ଏବଂ ସହରର ମୁଖ୍ୟ ନାଳରେ ପଡ଼ୁଥିଲା ।
  • ରାସ୍ତା – ଅତ୍ୟାଧୁନିକ ନଗର ପରିକଳ୍ପନା ଅନୁଯାୟୀ ରାସ୍ତାର ଉଭୟ ପାର୍ଶ୍ଵରେ ଧାଡ଼ି ଧାଡ଼ି ହୋଇ ଗୃହଗୁଡ଼ିକ ତିଆରି ହୋଇଥିଲା । ରାସ୍ତାଗୁଡ଼ିକ ପୂର୍ବରୁ ପଶ୍ଚିମକୁ ଓ ଉତ୍ତରରୁ ଦକ୍ଷିଣକୁ ଲମ୍ବିଥିଲା । ରାସ୍ତାଗୁଡ଼ିକ ପରସ୍ପରକୁ ସମକୋଣରେ ଛେଦ କରୁଥିଲା । ରାସ୍ତା ଧାରରେ ନିଷ୍କାସନ ନାଳଗୁଡ଼ିକ ସଂଲଗ୍ନ ହୋଇ ନଗରର ଶେଷମୁଣ୍ଡ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ରାସ୍ତାଗୁଡ଼ିକରେ ଆଲୋକର ବ୍ୟବସ୍ଥା ଥିଲା । କେତେକ ମୁଖ୍ୟ ରାସ୍ତାର ଓସାର ୩୪ ଫୁଟ ଥିବାର ଅନୁମାନ କରାଯାଏ ।
  • ସର୍ବସାଧାରଣ ଗୃହ – ମହେଞ୍ଜୋଦାରୋର ବୃହତ୍ ସ୍ନାନାଗାର ନିକଟରେ ଆବିଷ୍କୃତ ହୋଇଥିଲା ଏକ ବୃହତ୍ ଗୃହ । ଏହାର ଦୈର୍ଘ୍ୟ ୨୩୦ ଫୁଟ ଓ ପ୍ରସ୍ଥ ୭୮ ଫୁଟ । ଏଥିରେ ୩୩ ଫୁଟ ଲମ୍ବର ବୃହତ୍ ବାରଣ୍ଡା ସଂଲଗ୍ନ ହୋଇଥିବାର ଦେଖାଯାଇଥାଏ । ଏହି ଗୃହରେ କାଠ ନିର୍ମିତ ସ୍ତମ୍ଭମାନ ଲାଗିଥିଲା । ଏହି ଗୃହ ସମ୍ପର୍କରେ ଐତିହାସିକମାନଙ୍କ ମଧ୍ୟରେ ବାଦାନୁବାଦ ଦେଖାଯାଇଥାଏ । କେତେକ ଏହାକୁ ଉଚ୍ଚପଦବୀ ଅଳଙ୍କୃତ କରିଥିବା ଶାସକ ଶ୍ରେଣୀର କର୍ମଚାରୀଙ୍କ ବାସଗୃହରୂପେ ବର୍ଣ୍ଣନା କରିଥିବାବେଳେ ଅନ୍ୟମାନେ ଏହାକୁ ସର୍ବସାଧାରଣ ଗୃହ ବୋଲି ବର୍ଣ୍ଣନା କରିଥା’ନ୍ତି ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ବୃହତ୍ ଶସ୍ୟାଗାର – ହରସ୍କାର ଧ୍ୱଂସାବଶେଷ ମଧ୍ୟରୁ ଆବିଷ୍କୃତ ହୋଇଥିବା କେତେଗୁଡ଼ିଏ ଘରକୁ ସାଧାରଣ ଶସ୍ୟାଗାର ବା ଶସ୍ୟଭଣ୍ଡାର ବୋଲି ଅନୁମାନ କରାଯାଇଛି । ପ୍ରତ୍ୟେକଟି ଶସ୍ୟାଗାର ୫୦ ଫୁଟ ଲମ୍ବ ୨୦ ଫୁଟ ଓସାର ଥ‌ିବାର ଅନୁମାନ କରାଯାଏ । ଶସ୍ୟାଗାରଗୁଡ଼ିକ ହରପ୍ପା–ମହେଞ୍ଜୋଦାରୋର ଅର୍ଥନୈତିକ ସମୃଦ୍ଧି ପ୍ରମାଣ କରିଥାଏ । ପ୍ରଚୁର ମାତ୍ରାରେ ଗଚ୍ଛିତ ଶସ୍ୟ ନାଗରିକ ଜୀବନର ସ୍ଵାଚ୍ଛନ୍ଦ୍ୟ ଦିଗରେ ନିଶ୍ଚୟ ସହାୟକ ଥିଲା ।
  • ବୃହତ୍ ସ୍ନାନାଗାର – ମହେଞ୍ଜୋଦାରୋର ସୁବୃହତ୍ ସ୍ନାନାଗାର ସିନ୍ଧୁ ସଭ୍ୟତାର ଏକ ପ୍ରସିଦ୍ଧ ନିଦର୍ଶନରୂପେ ବିବେଚିତ ହୋଇଛି । ସ୍ନାନାଗାର ଅବସ୍ଥିତ ଥ‌ିବା ଗୃହଟିର ଲମ୍ବ ୧୮୦ ଫୁଟ (୫୫ ମିଟର) ଓ ପ୍ରସ୍ଥ ୧୦୮ ଫୁଟ (୩୩ ମିଟର) ଥିଲା । କେବଳ ସ୍ନାନାଗାରର ଲମ୍ବ ୩୯ ଫୁଟ (୧୨ ମିଟର), ପ୍ରସ୍ଥ ୨୩ ଫୁଟ (୭ ମିଟର) ଓ ଗଭୀରତା ୮ ଫୁଟ (୨.୫ ମିଟର) । ସ୍ନାନାଗାରକୁ ପ୍ରବେଶ କରିବାପାଇଁ ଉଭୟ ପାର୍ଶ୍ଵରେ ପାହାଚମାନ ଥିଲା । ସ୍ନାନାଗାରର କାନ୍ଥ ଓ ଚଟାଣ ଖୁବ୍ ଶକ୍ତ ଓ ସୁଦୃଢ଼ଭାବରେ ନିର୍ମିତ ହୋଇଥିଲା । ନିକଟରେ ଏକ ବଡ଼ କୂଅ ମଧ୍ୟରୁ ସ୍ନାନାଗାରକୁ ପାଣି ଆସିବାର ବନ୍ଦୋବସ୍ତ ଥିଲା । ନଳ ଦେଇ ସ୍ନାନାଗାରକୁ ପାଣି ପ୍ରବେଶ ଓ ନିଷ୍କାସିତ ହେଉଥିଲା । ସ୍ନାନାଗାରକୁ ଲାଗି ଛୋଟ ଛୋଟ କୋଠରିମାନ ଥିଲା । ସ୍ନାନାଗାରର ତିନିପାର୍ଶ୍ଵରେ ବସିବାପାଇଁ ଗ୍ୟାଲେରିଗୁଡ଼ିକ ନିର୍ମିତ ହୋଇଥିଲା ।
  • ଜଳ ନିଷ୍କାସନ ବ୍ୟବସ୍ଥା – ନଗର ପରିକଳ୍ପନାରେ ଜଳ ନିଷ୍କାସନ ଉପରେ ଯଥେଷ୍ଟ ଗୁରୁତ୍ଵ ଦିଆଯାଇଥିଲା । ଏହି ସଭ୍ୟତାର ସ୍ଵାସ୍ଥ୍ୟରକ୍ଷା ବ୍ୟବସ୍ଥା ଅନ୍ୟ କୌଣସି ପ୍ରାଗୈତିହାସିକ ସଭ୍ୟତାରେ ପରିଦୃଷ୍ଟ ହୁଏ ନାହିଁ । ଉତ୍ତମ ସ୍ଵାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାକୁ ଦୃଷ୍ଟିରେ ରଖୁ ସେମାନେ ରାସ୍ତାର ଉଭୟ ପାର୍ଶ୍ଵରେ ନାଳ ବା ନର୍ଦ୍ଦମାଗୁଡ଼ିକ ନିର୍ମାଣ କରିଥିଲେ । ଏଥୁରେ ଦୂଷିତ ଜଳ ଓ ଆବର୍ଜନା ନିଷ୍କାସିତ ହେଉଥିଲା । ନାଳଗୁଡ଼ିକ ଆଚ୍ଛାଦିତ ଥିଲା । ପ୍ରତ୍ୟେକ ଗୃହରୁ ଗୃହପାର୍ଶ୍ଵବର୍ତୀ ରାସ୍ତା ପର୍ଯ୍ୟନ୍ତ ଏବଂ ରାସ୍ତା ପାର୍ଶ୍ଵବର୍ତ୍ତୀ ନାଳରୁ ମୁଖ୍ୟ ନିଷ୍କାସନ ନାଳପର୍ଯ୍ୟନ୍ତ ସଂଯୋଗ ବ୍ୟବସ୍ଥା ରହିଥିଲା । ବାସ୍ତବିକ ସିନ୍ଧୁ ସଭ୍ୟତାର ସୁପରିକଳ୍ପିତ ନଗର ଯୋଜନା, ରୁଚିସମ୍ପନ୍ନ ବାସଗୃହ, ସୁଦୀର୍ଘ ଓ ପ୍ରଶସ୍ତ ରାସ୍ତା, ସୁସ୍ଥ ନାଗରିକ ଜୀବନ, ବୃହତ୍ ସ୍ନାନାଗାର, ବିଶାଳ ଶସ୍ୟାଗାର, ଅଭିନବ ଜଳ ନିଷ୍କାସନ ପଦ୍ଧତି ପ୍ରଭୃତି ବୈଶିଷ୍ଟ୍ୟଗୁଡ଼ିକ ଏହି ସଭ୍ୟତାକୁ ସୁନ୍ଦର, ସରସ ଓ ଆକର୍ଷଣୀୟ କରି ଥିଲା । ଯେତେବେଳେ ମିଶର ବାସୀମାନେ ପିରାମିଡ୍, ମେସୋପୋଟାମିଆବାସୀମାନେ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ଵ ଦେଉଥିଲେ, ସେତେବେଳେ ହରପ୍ପାବାସୀମାନେ ନିଜର ବସବାସ ପାଇଁ ଆକର୍ଷଣୀୟ ଗୃହଗୁଡ଼ିକ ନିର୍ମାଣ କରିଥିଲେ । ଗୃହ ଓ ନଗର ନିର୍ମାଣ କ୍ଷେତ୍ରରେ ସିନ୍ଧୁ ସଭ୍ୟତା ସମଗ୍ର ବିଶ୍ବରେ ଏକ ଅଦ୍ଵିତୀୟ ସ୍ଥାନ ଅଧୁକାର କରିଛି ।

୨ । ହରପ୍ପା ଅଧିବାସୀମାନଙ୍କର ସାମାଜିକ ଓ ଅର୍ଥନୈତିକ ଜୀବନ ଉପରେ ଆଲୋକପାତ କର ।
Answer:
ଏକ ସୁସଂହତ ତଥା ସନ୍ତୁଳିତ ଜୀବନ ଥିଲା ଏହି ସମାଜର ଆଭିମୁଖ୍ୟ । ସହରୀ ସଭ୍ୟତାର ଛାପ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା ହରପ୍ପା ସଭ୍ୟତାର ସାମାଜିକ ଜୀବନରେ । ସିନ୍ଧୁ ସଭ୍ୟତାରୁ ଆବିଷ୍କୃତ ହୋଇଥିବା ବିଭିନ୍ନ ପ୍ରକାର ସିଲ୍ ମୋହର, ମୂର୍ତ୍ତି ଓ ଖୋଦିତ ଚିତ୍ରରୁ ଅଧିବାସୀମାନଙ୍କର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନ ବିଷୟରେ ବହୁ ତଥ୍ୟର ପରିଚୟ ମିଳେ । ହରପ୍ପାବାସୀଙ୍କର ସାମାଜିକ ଜୀବନ ବେଶ୍ ଉନ୍ନତ ଓ ପରିମାର୍ଜିତ ଥିଲା ।

  • ବର୍ଷଭେଦ – ହରପାରେ ସଭ୍ୟତା ବିଭିନ୍ନ ବର୍ଣ୍ଣର ଲୋକ ବସବାସ କରୁଥିଲେ । ସେମାନଙ୍କ ମଧ୍ୟରେ ପ୍ରୋଟୋ – ଅଷ୍ଟ୍ରେଲୀୟ, ମଙ୍ଗୋଲୀୟ, ଭୂମଧ୍ଯସାଗରୀୟ ଓ ଆଲ୍‌ପାନୀୟ ବର୍ଷର ଲୋକ ବାସ କରୁଥିଲେ । ସେମାନଙ୍କ ମଧ୍ୟରେ ସଂହତି ରହିଥିଲା । ସମାଜରେ ଶାନ୍ତି ବିରାଜମାନ କରୁଥିଲା ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ଖାଦ୍ୟ – ହରପ୍ପା ସଭ୍ୟତାର ଅଧିବାସୀମାନେ ଉଚ୍ଚମାନର ସୁସ୍ୱାଦୁ ଖାଦ୍ୟ ଭକ୍ଷଣ କରୁଥିଲେ । ସେମାନଙ୍କ ମୁଖ୍ୟ ଖାଦ୍ୟଦ୍ରବ୍ୟ ମଧ୍ୟରେ ଗହମ, ଧାନ, ଯବ, କ୍ଷୀର, ମାଛ, ମାଂସ, ଫଳମୂଳ ଓ ପନିପରିବା ଆଦି ପ୍ରଧାନ ଥିଲା । ସେମାନେ ମଧ୍ୟ ଛେଳି, କୁକୁଡ଼ା ଓ ଘୁଷୁରି ମାଂସ ଭକ୍ଷଣ କରୁଥିଲେ ।
  • ପୋଷାକ ଓ ପ୍ରସାଧନ – ହରପ୍ପା ସଭ୍ୟତାର ଅଧିବାସୀମାନେ ତୁଳା ଓ ପଶମର ତିଆରି ବସ୍ତ୍ର ପରିଧାନ କରୁଥିଲେ । ପୁରୁଷମାନେ କଟିବସ୍ତ୍ର ବ୍ୟବହାର କରୁଥିଲେ । ଶରୀରର ଉପରିଭାଗରେ ଆଉ ଖଣ୍ଡିଏ ଲୁଗା ପକାଉଥିଲେ । ଉଭୟ ନାରୀ ଓ ପୁରୁଷଙ୍କ ବସ୍ତ୍ର ମଧ୍ୟରେ ବିଶେଷ ଫରକ ନଥିଲା । ବିଭିନ୍ନ ପ୍ରକାରର ପ୍ରସାଧନର ବ୍ୟବହାରରୁ ଏହି ସଭ୍ୟତାର ଲୋକମାନେ ବିଳାସପ୍ରିୟ ଥ‌ିବାର ଅନୁମାନ କରାଯାଏ । ସେମାନେ ବିଭିନ୍ନ ଶୈଳୀରେ କେଶବିନ୍ୟାସ କରୁଥିଲେ । ମୁହଁରେ ପ୍ରଲେପ ବୋଳିବା ସଙ୍ଗେ ସଙ୍ଗେ ଓଠରେ ଅଧରରଞ୍ଜନୀ ଲଗାଉଥିଲେ । ପୁରୁଷମାନେ ଦାଢ଼ି ରଖିବାକୁ ଭଲ ପାଉଥିଲେ ।
  • ଅଳଙ୍କାର – ଧନୀ-ଗରିବ ନିର୍ବିଶେଷରେ ଉଭୟ ପୁରୁଷ ଓ ମହିଳା ବିଭିନ୍ନ ପ୍ରକାରର ଅଳଙ୍କାର ବ୍ୟବହାର କରୁଥୁଲେ । ଧନିକ ଶ୍ରେଣୀର ଲୋକମାନେ ସୁନା, ରୂପା, ହାତୀଦାନ୍ତ ତିଆରି ବହୁମୂଲ୍ୟର ଅଳଙ୍କାର ପରିଧାନ କରୁଥିଲେ । ଦରିଦ୍ରଲୋକେ ତମ୍ବା, ହାଡ଼, ଶଙ୍ଖ ଓ ମାଟି ତିଆରି ଅଳଙ୍କାରରେ ସଜ୍ଜିତ ହେଉଥିଲେ । ସେମାନେ ଶିଙ୍ଗ ଓ ହାତୀଦାନ୍ତରେ ତିଆରି ପାନିଆ ବ୍ୟବହାର କରୁଥିଲେ । ସ୍ତ୍ରୀଲୋକମାନେ ହାର, ମୁଦି, କାନଫୁଲ, ନାକଫୁଲ, ମୁଣ୍ଡକଣ୍ଟା, ବାଜୁବନ୍ଧ ପ୍ରଭୃତି ଅଳଙ୍କାର ବ୍ୟବହାର କରୁଥିଲେ । ପୁରୁଷମାନେ ବ୍ରୋଞ୍ଜ୍ ନିର୍ମିତ କ୍ଷୁର ବ୍ୟବହାର କରୁଥିଲେ ।
  • ମନୋରଞ୍ଜନ – ସିନ୍ଧୁ ଅଧ୍ଵବାସୀମାନଙ୍କର ବିଭିନ୍ନ ପ୍ରକାରର ଅବସର ବିନୋଦନ ଥିଲା । ଭୂଖନନରୁ ବିଭିନ୍ନ ପ୍ରକାରର ସାମଗ୍ରୀ ଆବିଷ୍କୃତ ହୋଇଛି । ଶିଶୁମାନେ ମାଟିରେ ତିଆରି ପଶୁପକ୍ଷୀ ଓ କ୍ଷୁଦ୍ର କ୍ଷୁଦ୍ର ନରନାରୀଙ୍କ ମୂର୍ତ୍ତିକୁ ଖେଳନା କରି ଖେଳୁଥିଲେ । ଏହି ସଭ୍ୟତାର ଅଧିବାସୀମାନେ ନୃତ୍ୟ, ଗୀତ ଓ ପଶାଖେଳ ମାଧ୍ୟମରେ ଅବସର ବିନୋଦନ କରୁଥିଲେ । ଷଣ୍ଢ ଲଢ଼େଇ, କୁକୁଡ଼ା ଲଢ଼େଇ, ମାଛ ଧରିବା ପ୍ରଭୃତି ମୁଖ୍ୟ ମନୋରଞ୍ଜନ ଥିଲା ।
  • ଗୃହ ଉପକରଣ – ବିଭିନ୍ନ ଧରଣର ତିଆରି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ସେମାନେ ବ୍ୟବହାର କରୁଥିଲେ । ରୁପା, ତମ୍ବା ବ୍ରୋଞ୍ଜ୍ର ନିର୍ମିତ ପାତ୍ର ବ୍ୟବହାର କରୁଥିଲେ । ବ୍ରୋଞ୍ଜ୍ର ଛୁଞ୍ଚି, କ୍ଷୁର, ହାତୀଦାନ୍ତ ପାନିଆ ମଧ୍ୟ ବ୍ୟବହାର କରୁଥିଲେ । ସେମାନଙ୍କଦ୍ଵାରା ମାଛକଣ୍ଟା, ଥାଳି, ଫୁଲକୁଣ୍ଡ, ଦାଆ, ପ୍ରସାଧନ ବାକ୍ସ ବ୍ୟବହୃତ ହେଉଥିଲା । ଲୌହର ବ୍ୟବହାର ସେମାନଙ୍କୁ ଜଣା ନଥିଲା । ମାଟିପାତ୍ରର ବ୍ୟବହାର ବହୁଳ ଥିଲା । ସେମାନେ ପ୍ରସ୍ତର ପାତ୍ର ମଧ୍ୟ ବ୍ୟବହାର କରୁଥିଲେ ।
  • ଶିକ୍ଷା – ଶିକ୍ଷା କ୍ଷେତ୍ରରେ ମିଶରୀୟ ଓ ସୁମେରୀୟମାନଙ୍କ ପରି ସେମାନେ ଏକପ୍ରକାର ଲିଖନ ପ୍ରଣାଳୀ ଜାଣିଥିଲେ । ଆବିଷ୍କୃତ ହୋଇଥିବା ସିଲ୍ ମୋହର ଉପରେ ଏକପ୍ରକାର ଲିପି ଦେଖୁବାକୁ ମିଳେ । ଏହି ଲିପିଗୁଡ଼ିକ ଡାହାଣରୁ ବାମକୁ ଲେଖାଯାଇଥିଲା । ଏପର୍ଯ୍ୟନ୍ତ ୩୯୬ଟି ପର୍ଯ୍ୟନ୍ତ ସଂକେତର ତାଲିକା ପ୍ରସ୍ତୁତ କରାଯାଇଛି । ସିନ୍ଧୁ ଲିପିଗୁଡ଼ିକର ପାଠୋଦ୍ଧାର ହୋଇପାରିଲେ ସେ ସମୟର ଶିକ୍ଷା ସମ୍ବନ୍ଧରେ ଅନେକ କଥା ଜଣାପଡ଼ନ୍ତା ।
  • ସୁରକ୍ଷା – ଶତ୍ରୁ ସହିତ ସଂଘର୍ଷ, ଆତ୍ମରକ୍ଷା ତଥା ଶିକାର ପାଇଁ ହରପ୍ପା ଅଧ୍ଵବାସୀମାନେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଥିଲେ । ତମ୍ବା ଓ ବ୍ରୋଞ୍ଜୁରେ ତିଆରି ଅସ୍ତ୍ରଶସ୍ତ୍ରଗୁଡ଼ିକ ସାମରିକ କାର୍ଯ୍ୟରେ ଲାଗୁଥିଲା । ସେମାନେ ବର୍ଚ୍ଛା, କୁରାଢ଼ି, ଛୁରି ଓ ଧନୁଶର ବ୍ୟବହାର ଜାଣିଥୁଲେ । ଖଣ୍ଡା, ସାଞ୍ଜୁ, ଶିରସ୍ତ୍ରାଣ ଆଦି ବ୍ୟବହାର କରୁଥିଲେ ।
  • ଆର୍ଥନୀତିକ ଅବସ୍ଥା – ହରପ୍ପା ଅଧିବାସୀମାନଙ୍କର ଆର୍ଥିକ ମାନଦଣ୍ଡ ଅତି ଉନ୍ନତ ଓ ସ୍ୱଚ୍ଛଳ ଥିଲା । ଅର୍ଥନୈତିକ କ୍ଷେତ୍ରରେ ସେମାନେ ମିଶର ଓ ମେସୋପୋଟାମିଆବାସୀଙ୍କଠାରୁ ଉନ୍ନତ ଥିଲେ । କୃଷି ଓ ପଶୁପାଳନ ସେମାନଙ୍କର ମୁଖ୍ୟ ଜୀବିକା ଥିଲା ।
  • କୃଷି – ସିନ୍ଧୁନଦୀର ସମତଳ ଉର୍ବର ଉପତ୍ୟକା କୃଷିକାର୍ଯ୍ୟ ପାଇଁ ବେଶ୍ ସହାୟକ ଥିଲା । ସବୁବେଳେ ଅନୁକୂଳ ବୃଷ୍ଟିପାତ ହେଉଥିଲା । କୃଷି ମଧ୍ଯରେ ଧାନ, ଗହମ, ବାର୍ଲି, ଯଅ, ତୁଳା, ରାଶି ଓ ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ ଚାଷ କରୁଥିଲେ । ପ୍ରଚୁର ପରିମାଣରେ ଶସ୍ୟ ଉତ୍ପନ୍ନ ହେଉଥିଲା । ବଳକା ଶସ୍ୟକୁ ଶସ୍ୟାଗାରରେ ଗଚ୍ଛିତ ରଖୁଥିଲେ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପାଳନ – ହରପ୍ପା ସଭ୍ୟତାର ଅଧ‌ିବାସୀମାନେ ବିଭିନ୍ନ ପ୍ରକାରର ପଶୁପାଳନ କରୁଥିଲେ । ଗୋରୁ, ମହିଷ, ଘୁଷୁରି, ମେଣ୍ଢା, ହାତୀ ଓ ଓଟ ଆଦି ପଶୁଙ୍କୁ ପାଳନ କରୁଥିଲେ । ଘୋଡ଼ା ଓ କୁକୁରର ବ୍ୟବହାର ସେମାନଙ୍କୁ ଅଜଣା ଥିଲା । ଶିଶୁମାନଙ୍କ ଖେଳନା ଉପରେ ଚିତ୍ରିତ ହୋଇଥିବା ମାଙ୍କଡ଼, ମୂଷା, ଠେକୁଆ, ନେଉଳ, ବିଲେଇ ଓ ମୟୂର ଆଦି ଜନ୍ତୁଙ୍କ ଚିତ୍ରରୁ ଜଣାପଡ଼େ ଯେ ସେମାନେ ଏହି ଜୀବଜନ୍ତୁମାନଙ୍କୁ ମଧ୍ୟ ଜାଣିଥିଲେ ।
  • ଶିଳ୍ପ – କୃଷି ବ୍ୟତୀତ ଶିଳ୍ପ କ୍ଷେତ୍ରରେ ମଧ୍ୟ ହରପ୍ପା ଅଧିବାସୀମାନେ ଧୁରନ୍ଧର ଥିଲେ । କୁଶଳୀ କାରିଗର ଭାବରେ ସେମାନେ ବୟନ, ଧାତୁକାମ, ପ୍ରସ୍ତର ଓ ହାତୀଦାନ୍ତର କାମ, ଅଳଙ୍କାର ନିର୍ମାଣ ଓ ଯୁଦ୍ଧାସ୍ତ୍ର ତିଆରି କରିବାରେ ବେଶ୍ ଆଗୁଆ ଥିଲେ ।
  • ମୃତ୍‌ପାତ୍ର – ହରପ୍ପା ସଭ୍ୟତାର ପ୍ରଧାନ ଶିଳ୍ପ ଥୁଲା ମୃତ୍‌ପାତ୍ର । ହାଣ୍ଡି, ପାନପାତ୍ର, ପ୍ଲେଟ୍, ସୁରେଇ, ଥାଳି, ଛିଦ୍ରଯୁକ୍ତ ଜାର୍, ପିଆଲା ଏବଂ କୁମ୍ଭ ଆଦି ମୃତ୍‌ପାତ୍ର ନିର୍ମାଣ କରିବାରେ ସେମାନେ ଥୁଲେ ସିଦ୍ଧହସ୍ତ । ସେମାନେ ମଧ୍ୟ ଚିତ୍ରିତ ନିର୍ମାଣ କରିଥିଲେ । ସେଣ୍ଡ୍‌ରେ ପାନିଆ, ଦାନ୍ତ, ଲତା, ପତ୍ର, କଉଡ଼ି ଓ କ୍ଷୁଦ୍ର ଗୋଲକ ଆଦି ଚିତ୍ରିତ ହେଉଥିଲା । ଲୋଥାଲଠାରେ ଆଧୁନିକ ମୃତ୍‌ପାତ୍ର ଆବିଷ୍କୃତ ହୋଇଛି ।
  • ବୟନ ଶିଳ୍ପ – ହରୱାର ଅଧିବାସୀମାନେ ଥିଲେ ବିଖ୍ୟାତ ବୁଣାକାର୍ । ସିନ୍ଧୁ ଉପତ୍ୟକାରୁ ବହୁଳ ପରିମାଣରେ କାର୍ପାସ ଓ ତୁଳା ଉତ୍ପାଦିତ ହେଉଥିଲା । ସେମାନେ ସୂତା ଓ ପଶମ ବସ୍ତ୍ର ବୟନ କରିବାରେ ସିଦ୍ଧହସ୍ତ ଥିଲେ । ବ୍ରୋଞ୍ଜ, ହାଡ଼ ଓ ଛୁଞ୍ଚର ଆବିଷ୍କାରରୁ ସେମାନେ ବସ୍ତ୍ରବୟନ କରୁଥିବାର ପ୍ରମାଣ ମିଳେ ।
  • ଅଳଙ୍କାର ଓ ଧାତବ ବସ୍ତୁ ନିର୍ମାଣ – ଆକର୍ଷଣୀୟ ଅଳଙ୍କାର ନିର୍ମାଣ କ୍ଷେତ୍ରରେ ହରପ୍ପାବାସୀମାନେ ଥିଲେ ସିଦ୍ଧହସ୍ତ । ଉଭୟ ପୁରୁଷ ଓ ସ୍ତ୍ରୀଲୋକଙ୍କ ପାଇଁ ଅଳଙ୍କାର ନିର୍ମିତ ହେଉଥିଲା ।
  • ବାଣିଜ୍ୟ – ଶିଳ୍ପ ସହିତ ବାଣିଜ୍ୟିକ କାରବାର ଉପରେ ହରପ୍ପାବାସୀମାନେ ଖୁବ୍ ଗୁରୁତ୍ଵ ଦେଉଥିଲେ । କେବଳ ଭାରତ ନୁହେଁ, ଭାରତ ବାହାରର ବିଭିନ୍ନ ସ୍ଥାନ ସୁମେର, ମିଶର, ପାରସ୍ୟ ଉପସାଗର ଓ ମେସୋପୋଟାମିଆ ସହିତ ମଧ୍ୟ ସେମାନେ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିଥିଲେ । ବାଣିଜ୍ୟ କ୍ଷେତ୍ରରେ ମାପ ଓ ଓଜନର ବ୍ୟବହାର ହରପ୍ପା ସଭ୍ୟତାର ଅଧିବାସୀମାନଙ୍କୁ ସମ୍ପୂର୍ଣ୍ଣରୂପେ ଜଣାଥିଲା ।
    ମୋଟ ଉପରେ ହରପ୍ପାବାସୀଙ୍କର ସୁସଂଗଠିତ ସାମାଜିକ ଜୀବନ ଓ ସ୍ୱଚ୍ଛଳ ଅର୍ଥନୀତି ଜୀବନ ଧାରଣର ମାନଦଣ୍ଡକୁ ବୃଦ୍ଧି କରିଥିଲା । କୃଷି, ଶିଳ୍ପ ଓ ବାଣିଜ୍ୟର ଅଭିବୃଦ୍ଧି ହରପ୍ପାବାସୀଙ୍କର ଜୀବନଚର୍ଯ୍ୟାକୁ ସ୍ଵଚ୍ଛନ୍ଦ ଓ ସୁଖମୟ କରିଥିଲା ।

୩ । ହରପ୍ପା ଅଧିବାସୀଙ୍କ ଧର୍ମଭାବନା ଉପରେ ଏକ ବିବରଣୀ ପ୍ରଦାନ କର ।
Answer:
ହରପ୍ପା ସଭ୍ୟତାର ଲୋକମାନଙ୍କର ଧର୍ମବିଶ୍ଵାସ ଥିଲା ଅନନ୍ୟ । ସେମାନଙ୍କ ଧର୍ମଧାରଣା ସମ୍ପର୍କିତ କୌଣସି ବିବରଣୀ ଲିପିବଦ୍ଧ ହୋଇ ନଥିଲେ ମଧ୍ୟ ପ୍ରନୃତାତ୍ତ୍ଵିକ ଖନନରୁ ଆବିଷ୍କୃତ ବହୁ ମୋହର, ବ୍ରୋଞ୍ଜ୍ ମୂର୍ତ୍ତି, ପ୍ରସ୍ତର ମୂର୍ତ୍ତି ଓ ଟେରାକୋଟାରେ ନିର୍ମିତ ବହୁ ମୂର୍ତ୍ତିରୁ ସେମାନଙ୍କ ଧର୍ମ ବିଷୟରେ ବହୁ ଧାରଣା ମିଳେ । ଭୂଖନନରୁ ମିଳିଥିବା ମୃତବ୍ୟକ୍ତିମାନଙ୍କର ଶବସତ୍କାର ପ୍ରଣାଳୀ ହରପ୍ପା ସଭ୍ୟତାର ଅଧ‌ିବାସୀଙ୍କର ମୃତ୍ୟୁ ପରର ଜୀବନ ସମ୍ପର୍କିତ ରହିଥ‌ିବା ଜ୍ଞାନ ସମ୍ପର୍କରେ ସମ୍ୟକ୍ ଧାରଣା ପ୍ରଦାନ କରିଥାଏ ।

  • ମାତୃଶକ୍ତିର ଆରାଧନା – ମୃତ୍ତିକା ନିର୍ମିତ କ୍ଷୁଦ୍ର କ୍ଷୁଦ୍ର ନାରୀମୂର୍ତ୍ତିମାନଙ୍କୁ ଦେଖୁ ଅନୁମାନ କରାଯାଇଛି ଯେ, ସିନ୍ଧୁବାସୀମାନେ ଏକ ମାତୃଶକ୍ତିର ଆରାଧନା କରୁଥିଲେ । ତେଣୁ ମାତୃକା ଉପାସନା ସହିତ ବଳିପ୍ରଥା ପ୍ରଚଳିତ ଥିଲା ବୋଲି ଅନୁମାନ କରାଯାଏ ।

CHSE Odisha Class 12 History Chapter 2(a) Short & Long Answer Questions in Odia Medium

  • ପଶୁପତି – ମାତୃଦେବୀ ସହିତ ପୁରୁଷ ଦେବତାଙ୍କର ପୂଜା ପ୍ରଚଳିତ ଥିଲା ବୋଲି ଅନୁମିତ ହୁଏ । ଗୋଟିଏ ସିଲ୍ ଉପରେ ଏକ ଦେବମୂର୍ତ୍ତିର ସୁନ୍ଦର ପ୍ରତିକୃତି ଦେଖିବାକୁ ମିଳେ । ତାହାଙ୍କର ତିନିମୁଖ ଓ ମସ୍ତକ ଉପରେ ଶୃଙ୍ଗ ବିଦ୍ୟମାନ । ସେ ଯୋଗାସନ ଅବସ୍ଥାରେ ଉପବିଷ୍ଟ । ତାହାଙ୍କ ଚାରିପାର୍ଶ୍ବରେ ଚାରିଟି ପଶୁ; ଯଥା- ହସ୍ତୀ, ବ୍ୟାଘ୍ର, ଗଣ୍ଡାର ଏବଂ ମହିଷ ଦେଖୁବାକୁ ମିଳେ । ଅନେକ ଦୃଷ୍ଟିରୁ ବିଶ୍ଳେଷଣ କରି ସେହି ତ୍ରିମୁଖବିଶିଷ୍ଟ ଯୋଗାସନ ଉପବିଷ୍ଟ ପଶୁ ପରିବେଷ୍ଟିତ ଦେବମୂର୍ତ୍ତିକୁ ଶିବ ପଶୁପତି ରୂପେ ଅନୁମାନ କରାଯାଉଛି । ଏହି ମୂର୍ତ୍ତିକୁ ଅନୁଧ୍ୟାନ କରି ସାର୍ ଜନ୍ ମାର୍ଶାଲ ଅନୁମାନ କରିଥିଲେ ଯେ ଶୈବଧର୍ମ ହେଉଛି ଭାରତର ପ୍ରାଚୀନତମ ଧର୍ମ ।
  • ଉପାସନାପୀଠ – ମହେଞ୍ଜୋଦାରୋ ଏବଂ ହରୱାର ଧ୍ବଂସସ୍ତୂପ ମଧ୍ୟରୁ କୌଣସି ପ୍ରକାର ମନ୍ଦିର ବା ଦେବାଳୟ ଆବିଷ୍କୃତ ହୋଇନାହିଁ ତେଣୁ ସେକାଳର ସର୍ବସାଧାରଣ ପୂଜା ଉପାସନା ଇତ୍ୟାଦିର ପରିଚୟ ମିଳିନାହିଁ ।
  • ପଶୁପୂଜା – ମାତୃଶକ୍ତି ଓ ପଶୁପତିଙ୍କ ପୂଜା ବ୍ୟତୀତ ହରପ୍ପା ଅଧ୍ଵବାସୀମାନେ କେତେପ୍ରକାର ପଶୁଙ୍କୁ ପୂଜା କରୁଥୁବାର ପ୍ରମାଣ ମିଳେ । ହରପ୍ପାରୁ ଆବିଷ୍କୃତ ବହୁ ମୋହରରୁ ଜଣାଯାଏ ଯେ ଏହି ସଭ୍ୟତାର ଅଧିବାସୀମାନେ ବିଭିନ୍ନ ପ୍ରକାର ପଶୁଙ୍କୁ ପୂଜା କରୁଥିଲେ । ଶିବଙ୍କ ବାହନରୂପେ ବୃଷଭଙ୍କୁ ପୂଜା କରାଯାଉଥିଲା । ବ୍ୟାଘ୍ର, ହସ୍ତୀ, ଗଣ୍ଡାର ପ୍ରଭୃତି ଜୀବଙ୍କୁ ପୂଜା କରାଯାଉଥିବାର ଅନୁମାନ କରାଯାଏ । ଏପରିକି ସର୍ପପୂଜା ପ୍ରଚଳନ ଥିବାର ପ୍ରମାଣ ମିଳେ ।
  • ବୃକ୍ଷପୂଜା – ବୃକ୍ଷ ଉପାସନା ଥିଲା ହରପ୍ପା ସଭ୍ୟତାର ଅନ୍ୟତମ ବୈଶିଷ୍ଟ୍ୟ । ହରସ୍କାର ଅଧିବାସୀମାନେ ବଟବୃକ୍ଷକୁ ପୂଜା କରୁଥିବାର ଅନୁମାନ କରାଯାଏ । ବରଗଛ ସହିତ ନିମ୍ବଗଛକୁ ପୂଜା କରାଯାଉଥିବାର ପ୍ରମାଣ ମଧ୍ୟ ମିଳିଛି ।
  • ଧାର୍ମିକ ବିଶ୍ଵାସ – ହରପ୍ପା ସଭ୍ୟତାରୁ ବହୁ ଶ୍ମଶାନ ଆବିଷ୍କୃତ ହୋଇଛି । ଜଣାଯାଏ ଯେ, ସେ ସମୟରେ ମୃତ ବ୍ୟକ୍ତିମାନଙ୍କୁ କବର ଦିଆଯାଉଥିଲା । ଶବଗୁଡ଼ିକ ପାଖରେ ମୃତ୍‌ପାତ୍ର, ଅଳଙ୍କାର, ଚୁଡ଼ି, କାନଫୁଲ, ଦର୍ପଣ, ବାଡ଼ି ଆଦି ଜିନିଷ ମିଳିଛି । ଲୋଥାଲରେ ଗୋଟିଏ ସ୍ଥାନରୁ ଦୁଇଟି କଙ୍କାଳ ବାହାରିଛି । ଏଥୁରୁ ଜଣାଯାଏ ଯେ, ସ୍ଵାମୀ ଓ ସ୍ତ୍ରୀଙ୍କୁ ଗୋଟିଏ ସ୍ଥାନରେ କବର ଦିଆଯାଉଥିଲା । ହରପ୍ପାରୁ ମଧ୍ୟ କେତେକ ଭସ୍ମପାତ୍ର ଆବିଷ୍କୃତ ହୋଇଛି । ଏଥୁରୁ ଜଣାଯାଏ ଯେ, କେତେକ କ୍ଷେତ୍ରରେ ସେମାନେ ଶବକୁ ଦାହ କରୁଥିଲେ । ହରପ୍ପା ସଭ୍ୟତାର ଲୋକମାନେ ମୃତ୍ୟୁ ପରର ଜୀବନ ଉପରେ ଆସ୍ଥା ସ୍ଥାପନ କରୁଥିଲେ । ସେମାନେ ଭୂତ, ପ୍ରେତ, ଗୁଣିଗାରେଡ଼ିରେ ବିଶ୍ଵାସ କରୁଥିବାର ଅନୁମାନ କରାଯାଏ । ହରପ୍ପା ସଭ୍ୟତାର ଧର୍ମଧାରଣା ବାସ୍ତବ କ୍ଷେତ୍ରରେ ଥିଲା ମହାନ୍ । ସୌର ଉପାସନା ବୈଦିକ ଯୁଗରୁ ନୁହେଁ, ବରଂ ହରପ୍ପା ସଭ୍ୟତାରୁ ଆରମ୍ଭ ହୋଇଥିଲା । ଶୈବ ଓ ଶାକ୍ତ ଧର୍ମର ଅୟମାରମ୍ଭ ହୋଇଥିଲା ଏହି ହରପ୍ପା ସଭ୍ୟତାରେ । ପରବର୍ତୀ ସମୟରେ ଏହି ଦୁଇ ଧର୍ମ ଭାରତର ବିଶିଷ୍ଟ ଧର୍ମରୂପେ ପ୍ରତିଷ୍ଠିତ ହୋଇଥିଲା ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c)

Odisha State Board BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c)

Question 1.
ନିମ୍ନଲିଖ ଦ୍ଵିଘାତ ସମୀକରଣର ସମାଧାନ କର ।
(i) x² – 3x = 0
(ii) 4x² – 25 = 0
(iii) 2x² – 8 = 0
(iv) 9x² = 16
(v) 2x² + 5x = 0
(vi) ax² – bx = 0
(vii) \(\frac{x^2}{3}=27\)
(viii) \(\frac{x^2}{9}=81\)
ସମାଧାନ :
(i) x² – 3x = 0
⇒ x(x – 3) = 0
⇒ x = 0 କିମ୍ବା x – 3 = 0
⇒ x = 0 କିମ୍ବା x = 3
∴ ନିର୍ଦେୟ ସମାଧାନ 0 ଓ 3 ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c)

(ii) 4x² – 25 = 0
⇒ 4x² = 25 ⇒ x² = \(\frac{25}{4}\)
⇒ x = ± \(\sqrt{\frac{25}{4}}\) ⇒ x = ± \(\frac{5}{2}\)
∴ ନିର୍ଦେୟ ସମାଧାନ \(\frac{5}{2}\) ଓ \(– \frac{5}{2}\) ।
(ବି.ଦ୍ର. : 4x² – 25 କୁ ଦୁଇଟି ବର୍ଗର ଅନ୍ତର ରୂପେ ପ୍ରକାଶ କରାଯାଇ ମଧ୍ଯ ସମାଧାନ ନିର୍ଣ୍ଣୟ ସମ୍ଭବ ।)

(iii) 2x² – 8 = 0
⇒ 2x² = 8 ⇒ x² = \(\frac{8}{2}\)
⇒ x² = 4 ⇒ x² = ± \( ⇒ x = ± 2
∴ ନିର୍ଦେୟ ସମାଧାନ 2 ଓ -2 ।

(iv) 9x² = 16
⇒ x² = [latex]\frac{16}{9}\)
⇒ x = ± \(\sqrt{\frac{16}{9}}\) ⇒ x = ± \(\frac{4}{3}\)
∴ ନିର୍ଦେୟ ସମାଧାନ \(\frac{4}{3}\) ଓ \(– \frac{4}{3}\) ।

(v) 2x² + 5x = 0
⇒ x(2x + 5) = 0
⇒ x = 0 କିମ୍ବା 2x + 5 = 0
⇒ x = 0 କିମ୍ବା 2x = -5
⇒ x = 0 କିମ୍ବା x = –\(\frac{5}{2}\)
∴ ନିର୍ଦେୟ ସମାଧାନ 0 ଓ –\(\frac{5}{2}\) ।

(vi) ax² – bx = 0
⇒ x(ax – b) = 0
⇒ x = 0 କିମ୍ବା ax – b = 0
⇒ x = 0 କିମ୍ବା ax = b
⇒ x = 0 କିମ୍ବା x = \(\frac{b}{a}\)
∴ ନିର୍ଦେୟ ସମାଧାନ 0 ଓ \(\frac{b}{a}\) ।

(vii) \(\frac{x^2}{3}=27\)
⇒ x² = 27 × 3 = ⇒ x² = 81
⇒ x = ± \(\sqrt{81}\) ⇒ x = ± 9
∴ ନିର୍ଦେୟ ସମାଧାନ 9 ଓ -9 ।

(viii) \(\frac{x^2}{9}=81\)
⇒ x² = 9 × 81
⇒ x = \(\sqrt{9 \times 81}\) = ± 3 × 9 = ± 27

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c)

Question 2.
ନିମ୍ନଲିଖ ଦ୍ବିଘାତ ସମୀକରଣର ସମାଧାନ କର ।
(i) x² – 2x – 3 = 0
(ii) x² – 4x = 5
(iii) x² – x = 20
(iv) x² + 7x + 12 = 0
(v) x² + 2x – 35 = 0
(vi) x² – 6x + 5 = 0
(vii) 2x² – x – 3 = 0
(viii) 3x² + 2x – 5 =0
(ix) x² – ( a + b)x + ab = 0
(x) x² + ( a – b)x – ab = 0
ସମାଧାନ :
(i) x² – 2x – 3 = 0
⇒ x² – 2x = 3
⇒ (x)² – 2 . x . 1 + (1) = 3 + (1)²
⇒ (x – 1)² = 4 ⇒ (x – 1)² = (± 2)²
⇒ x – 1=± 2 ⇒ x = 1 + 2
⇒ x = 1 + 2 କିମ୍ବା 1 – 2
⇒ x = 3 କିମ୍ବା – 1
∴ ନିର୍ଦେୟ ସମାଧାନ 3 ଓ -1 ।

(ii) x² — 4x = 5
=» (x)² – 2 . x . 2 + (2)² = 5 + (2)²
⇒ (x – 2)² = 9
⇒ (x – 2)² = (± 3)²
⇒ x – 2 = ±3 ⇒ x = 2 ± 3
⇒ x = 2 + 3 କିମ୍ବା 2 – 3
⇒ x = 5 କିମ୍ବା – 1
∴ ନିର୍ଦେୟ ସମାଧାନ 5 ଓ -1 ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c)

(iii) x² – x = 20
⇒ x² – x – 20 = 0
⇒ x²- (5 – 4)x – 5 × 4 = 0
⇒ x² – 5x + 4x – 5 × 4 = 0
⇒ x(x – 5) + 4(x – 5) = 0
⇒ (x – 5)(x + 4) = 0
⇒ x – 5 = 0 କିମ୍ବା x + 4 = 0
⇒ x = 5 କିମ୍ବା x = – 4
∴ ନିର୍ଦେୟ ସମାଧାନ 5 ଓ -4 ।

(iv) x² + 7x + 12 = 0
⇒ x²(4 + 3)x + 4 × 3 = 0
⇒ x² + 4x + 3x + 12 = 0
⇒ x (x +4)+ 3 ( x + 4) = 0
⇒ (x+ 4) (x +3) = 0
⇒ x + 4 = 0 କିମ୍ବା x + 3 = 0
⇒ x = – 4 କିମ୍ବା x = -3
⇒ x = – 4 କିମ୍ବା x = – 3
∴ ନିର୍ଦେୟ ସମାଧାନ -4 ଓ -3 ।

(v) x² + 2x – 35 = 0
⇒ x² + (7 – 5)x – 7 × 5 = 0
⇒ x² + 7x – 5x – 35 = 0
⇒ x(x + 7) – 5(x + 7) = 0
⇒ (x + 7)(x – 5) = 0
⇒ x + 7 = 0 କିମ୍ବା x – 5 = 0
⇒ x = – 7 କିମ୍ବା x = 5
∴ ନିର୍ଦେୟ ସମାଧାନ -7 ଓ 5 ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c)

(vi) x² – 6x + 5 = 0
⇒ x²-(5 + 1)x + 5 ×1 = 0
⇒ x² – 5x – x + 5 × 1 = 0
⇒ x(x – 5) – 1(x – 5) = 0
⇒ (x – 5)(x – 1) = 0
⇒ x – 5 = 0 କିମ୍ବା x – 1 = 0
⇒ x = 5 କିମ୍ବା x = 1
∴ ନିର୍ଦେୟ ସମାଧାନ 5 ଓ 1 ।

(vii) 2x² – x – 3 = 0
⇒ 2x² – 3x + 2x – 3 =0
⇒ 2x² – 3x + 2x -3 = 0
⇒ 2x ( 2x – 3) + 1 ( 2x – 3) = 0
⇒ (2x – 3) (x+1) = 0
⇒ 2x-3 = କିମ୍ବା x + 1 = 0
⇒ 2x = 3 କିମ୍ବା x = – 1
⇒ x = \(\frac{2}{3}\) କିମ୍ବା x =-1
∴ ନିର୍ଦେୟ ସମାଧାନ \(\frac{2}{3}\) ଓ 1 ।

(viii) 3x² + 2x – 5 =0
⇒ 3x² + 5x – 3x – 5 = 0
⇒ x(3x +5) – 1 ( 3x +5) = 0
⇒ (3x +5) (x – 1) = 0
⇒ 3x + 5 = 0 କିମ୍ବା x- 1 = 0
⇒ 3x = – 5 କିମ୍ବା x =1
⇒ x = – \(\frac{5}{3}\) କିମ୍ବା x = 1

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(c)

(ix) x² – ( a + b)x + ab = 0
⇒ x2 – ax – bx + ab = 0
⇒ x(x – a) – b(x – a) = 0
⇒ (x – a)(x – b) = 0
⇒ x – a = 0 କିମ୍ବା x – b = 0
⇒ x = a କିମ୍ବା x = b
∴ ନିର୍ଦେୟ ସମାଧାନ a ଓ b ।

(x) x² + ( a – b)x – ab = 0
⇒ x² + ax – bx – ab = 0
⇒ x(x + a) – b(x + a) = 0
⇒ (x + a)(x – b) = 0
⇒ x + a = 0 କିମ୍ବା x – b=0
⇒ x = -a କିମ୍ବା x = b
∴ ନିର୍ଦେୟ ସମାଧାନ -a ଓ b ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Odisha State Board BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 1.
ଜଣେ ଦୋକାନୀ ଗୋଟିଏ ବିଛଣା ଚଦରକୁ 40 ଟଙ୍କାରେ ବିକ୍ରୟ କରି 28% ଲାଭକଲା । ଚଦରଟିର କ୍ରୟ ମୂଲ୍ୟ ନିର୍ଣ୍ଣୟ କର ।
ସମାଧାନ :
ବିଛଣା ଚଦରର ବିକ୍ରୟମୂଲ୍ୟ = 640 ଟଙ୍କା ଓ ଲାଭ = 8%
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 1
∴ ଚଦରଟିର ବିକ୍ରୟମୂଲ୍ୟ 500 ଟଙ୍କା ।

ବିକଳ୍ପ ପ୍ରଣାଳୀ :
ମନେକର ଚଦରଟିର କ୍ରୟମୂଲ୍ୟ = 100 ଟଙ୍କା । ଲାଭ = 28 ଟଙ୍କା
ବିକ୍ରୟମୂଲ୍ୟ = କ୍ରୟମୂଲ୍ୟ + ଲାଭ = 100 ଟ + 28 ଟ = 128 ଟ.
128 ଟ. ବିକ୍ରିମୂଲ୍ଯବେଳେ କ୍ରୟମୂଲ୍ୟ 100 ଟ. ।
1 ଟ. ବିକ୍ରିମୂଲ୍ୟ ବେଳେ କ୍ରୟମୂଲ୍ୟ \(\frac{100}{128}\) ଟ. ।
640 ଟ. ବିକ୍ରିମୂଲ୍ୟ ବେଳେ କ୍ରୟମୂଲ୍ୟ = 640 × \(\frac{100}{128}\) ଟ. = 500 ଟଙ୍କା
∴ ଚଦରଟିର ବିକ୍ରୟମୂଲ୍ୟ 500 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 2.
ଜଣେ ଲୋକ 42ଟି ଲେମ୍ବୁ ବିକ୍ରି କରି 8 ଟି ଲେମ୍ବୁର ବିକ୍ରୟମୂଲ୍ୟ କ୍ଷତି କଲା । ଶତକଡ଼ା କ୍ଷତି ନିଣ୍ଣିୟ କର ।
ସମାଧାନ :
ମନେକର ଗୋଟିଏ ଲେମ୍ବୁର ବିକ୍ରୟମୂଲ୍ୟ x ଟଙ୍କା ।
∴ 42 ଟି ଲେମ୍ବୁର ବିକ୍ରୟମୂଲ୍ୟ = 42x ଟଙ୍କା ।
8 ଟି ଲେମ୍ବୁର ବିକ୍ରୟମୂଲ୍ୟ = 8x ଟଙ୍କା
କ୍ଷତିର ପରିମାଣ = 8x ଟଙ୍କା
∴ କ୍ରୟମୂଲ୍ୟ = ବିକ୍ରୟମୂଲ୍ୟ + କ୍ଷତି = 42x ଟ + 8x ଟ = 50x ଟ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 2
∴ ନିଣ୍ଣିୟ କ୍ଷତି 16% ।

Question 3.
ଜଣେ ଦୋକାନୀ 5 ଟି ଲେମ୍ବୁର କିଣାଦାତ୍ମ୍ୟରେ 4ଟି ଲେମ୍ବୁ ବିକ୍ରୟକଲେ, ଶତକଡ଼ା କେତେ ଲାଭ ବା କ୍ଷତି ହେବ ?
ସମାଧାନ :
ମନେକର 5ଟି ଲେମ୍ବୁର କିଣାଦାମ୍ 20x ଟଙ୍କା । (ଏଠାରେ 4 ଓ 5 ର ଲ.ସା.ଗୁ. 20)
∴ 1ଟି ଲେମ୍ବୁର କିଣାଦାମ୍ = \(\frac{20x}{5}\) ଟ = 4x ଟଙ୍କା
4ଟି ଲେମ୍ବୁର ବିକ୍ରୟମୂଲ୍ୟ = 20x ଟଙ୍କା ।
∴ 1ଟି ଲେମ୍ବୁର ବିକ୍ରୟମୂଲ୍ୟ = \(\frac{20x}{4}\) ଟ. = 5x ଟଙ୍କା
ଲାଭ = ବିକ୍ରୟମୂଲ୍ୟ – କ୍ରୟମୂଲ୍ୟ = 5x ଟ – 4x ଟ = x ଟ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 3
∴ ନିଣ୍ଣିୟ ଲାଭ 25% ହେବ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 4.
ଚାରିଟଙ୍କାରେ 5ଟି କମଳା କିଣି 5ଟେଙ୍କାରେ 4ଟି କମଳା ବିକ୍ରୟକଲେ ଶତକଡ଼ା କେତେ ଲାଭ ବା କ୍ଷତି ହେବ ନିର୍ଣ୍ଣୟ କର ।
ସମାଧାନ :
5ଟି କମଳାର କ୍ରୟମୂଲ୍ୟ 4 ଟଙ୍କା ।
∴ 1ଟି କମଳାର କ୍ରୟମୂଲ୍ୟ = \(\frac{4}{5}\) ଟଙ୍କା
4ଟି କମଳାର ବିକ୍ରୟମୂଲ୍ୟ = 5 ଟଙ୍କା, 1ଟି କମଳାର ବିକ୍ରୟମୂଲ୍ୟ = \(\frac{5}{4}\) ଟଙ୍କା
∴ ଲାଭ = ବିକ୍ରୟମୂଲ୍ୟ – କ୍ରୟମୂଲ୍ୟ = \(\frac{5}{4}\) ଟ – \(\frac{4}{5}\) ଟ = \(\frac{25-16}{20}\) ଟ = \(\frac{9}{20}\) ଟ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 4

Question 5.
ଆମ୍ବ କୋଡ଼ି 30 ଟଙ୍କାରେ କିଣି ଡଜନ 24 ଟଙ୍କାରେ ବିକିଲେ, ଶତକଡ଼ା ଲାଭ କେତେ ହେବ ?
ସମାଧାନ :
20ଟି ଆମ୍ବର କ୍ରୟମୂଲ୍ୟ 30 ଟଙ୍କା । ∴ 1ଟି ଆମ୍ବର କ୍ରୟମୂଲ୍ୟ = \(\frac{30}{20}\) ଟ = \(\frac{3}{2}\) ଟ ବା 1 ଟ. 50 ପ.
12ଟି ଆମ୍ବର ବିକ୍ରୟମୂଲ୍ୟ = 24 ଟ., 1ଟି ଆମ୍ବର ବିକ୍ରୟମୂଲ୍ୟ = \(\frac{24}{12}\) = 2 ଟ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 5
= \(\frac{2 ଟ – ଟ 1.50 ପ}{ ଟ 1.50 ପ}\) × 100 = \(\frac{50 ପ}{150 ପ}\) × 100% = \(33 \frac{1}{3}\)%

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 6.
ଜଣେ ପରିବା ଦୋକାନୀ ଦୁଇ ପ୍ରକାର କାକୁଡ଼ି କୁଇଣ୍ଟାଲ ପ୍ରତି 500 ଟଙ୍କା ଓ 400 ଟଙ୍କାରେ କିଣି ଉଭୟକୁ ସମପରିମାଣରେ ମିଶାଇ କିଲୋଗ୍ରାମ୍ ପ୍ରତି କେତେରେ ବିକ୍ରୟ କଲେ ତାହାର 25% ଲାଭ ହେବ ?
ସମାଧାନ :
ଦୁଇ ପ୍ରକାର କାକୁଡ଼ିର ମୋଟ କ୍ରୟମୂଲ୍ୟ = 500ଟଙ୍କା + 400ଟଙ୍କା = 900 ଟଙ୍କା ଏବଂ ଲାଭ = 25%
ଲାଭର ପରିମାଣ = ମୋଟ କ୍ରୟମୂଲ୍ୟ 25% = 900 × \(\frac{25}{100}\) = 225 ଟଙ୍କା
ମିଶ୍ରିତ କାକୁଡ଼ି ଅର୍ଥାତ୍ 200 କି.ଗ୍ରା. କାକୁଡ଼ିର ବିକ୍ରୟ ମୂଲ୍ୟ = କ୍ରୟମୂଲ୍ୟ + ଲାଭ = 900 ଟ. + 225 ଟ. = 1125 ଟଙ୍କା
∴ 1 କି.ଗ୍ରା. କାକୁଡ଼ିର ବିକ୍ରୟମୂଲ୍ୟ = \(\frac{1125}{200}=\frac{45}{8}=5 \frac{5}{8}\) ଟଙ୍କା ।

Question 7.
ଜଣେ ବ୍ୟବସାୟୀ 1000 ଅଣ୍ଡା କିଣିଲା । ସେଥୁରୁ 90 ଟି ଅଣ୍ଡା ପଚିଗଲା । ଅବଶିଷ୍ଟ ଅଣ୍ଡାକୁ ପ୍ରତି ଡଜନ ଟ.9.60 ପଇସାରେ ବିକ୍ରି କରି 12% କ୍ଷତି କଲା । ବ୍ୟବସାୟୀ କେତେ ଟଙ୍କା ଦେଇ ଅଣ୍ଡାଗୁଡ଼ିକ କିଣିଥିଲା ନିର୍ଣ୍ଣୟ କର ।
ସମାଧାନ :
କିଣିଥିଲା 1000 ଟି ଅଣ୍ଡାରୁ 90ଟି ପଚିଗଲେ, ଭଲ ଅଣ୍ଡା ସଂଖ୍ୟା = 1000 – 90 = 910 ଟି
1 ଡଜନ ବା 12 ଟି ଅଣ୍ଡାର ବିକ୍ରୟମୂଲ୍ୟ 9.60 ଟ. । 1 ଟି ଅଣ୍ଡାର ବିକ୍ରୟମୂଲ୍ୟ ଟ \(\frac{9.60}{12}\) = ଟ 0.80
∴ 910 ଟି ଅଣ୍ଡାର ବିକ୍ରୟମୂଲ୍ୟ = 910 × ଟ 0.80 = 728 ଟଙ୍କା
କ୍ଷତିର ପରିମାଣ = 12%
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 6
= \(\frac{100 \times 728}{100-12}=\frac{100 \times 728}{88} \text { ଟ. }=\frac{9100}{11}\) ଟ. = 827.27 ଟଙ୍କା ।
∴ ବ୍ୟବସାୟୀ 827.27 ଟଙ୍କା ଦେଇ ଅଣ୍ଡାଗୁଡ଼ିକ କିଣିଥିଲା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 8.
ସମାନ ବିକ୍ରିମୂଲ୍ୟର ଦୁଇଟି ଶାଢ଼ୀର ବିକ୍ରିରେ ଗୋଟିକରେ 25% ଲାଭ ଓ ଅନ୍ୟଟିରେ 25% କ୍ଷତି ହେଲା । ଦୋକାନୀର ଏଥ‌ିରେ ଶତକଡ଼ା କେତେ ଲାଭ ବା କ୍ଷତି ହେଲା ?
ସମାଧାନ :
ମନେକର ଶାଢ଼ୀଦ୍ଵୟର କ୍ରୟମୂଲ୍ୟ ପ୍ରତ୍ୟେକ 100 ଟଙ୍କା ।
ଗୋଟିକର ଲାଭ 25% = 25 ଟ. ଅନ୍ୟଟିର ବିକ୍ରୟମୂଲ୍ୟ = = (100 + 25) = 125 ଟଙ୍କା ।
ଅନ୍ୟଟିର କ୍ଷତି 25% = 25 ଟଙ୍କା ଅର୍ଥାତ୍ ବିକ୍ରୟମୂଲ୍ୟ = (100 – 25) = 75 ଟଙ୍କା ।
ଶାଢ଼ୀଦ୍ଵୟର କିଣାମୂଲ୍ୟ = 100 ଟଙ୍କା + 100 ଟଙ୍କା = 200 ଟଙ୍କା
ଶାଢ଼ୀଦ୍ଵୟର ବିକ୍ରୟମୂଲ୍ୟ = 125 ଟଙ୍କା + 75 ଟଙ୍କା = 200 ଟଙ୍କା
ଏଠାରେ କ୍ରୟମୂଲ୍ୟ ଓ ବିକ୍ରୟମୂଲ୍ୟ ସମାନ ହେତୁ, ଦୋକାନୀର ଲାଭ କିମ୍ବା କ୍ଷତି କିଛି ହୁଏ ନାହିଁ ।

Question 9.
ଜଣେ ବ୍ୟବସାୟୀ ଦୁଇଟି ରେଡ଼ିଓ ସେଟ୍‌କୁ 1000 ଟଙ୍କାରେ କିଣି ଗୋଟିକୁ 20% କ୍ଷତିରେ ଓ ଅନ୍ୟଟିକୁ 20% ଲାଭରେ ବିକ୍ରୟକଲା । ଯଦି ରେଡ଼ିଓ ସେୟର ବିକ୍ରିମୂଲ୍ୟ ସମାନ ହୁଏ; ତେବେ ପ୍ରତ୍ୟେକର କ୍ରୟମୂଲ୍ୟ ନିର୍ଣ୍ଣୟ କର ।
ସମାଧାନ :
ମନେକର ପ୍ରଥମ ରେଡ଼ିଓର କ୍ରୟମୂଲ୍ୟ = x ଟଙ୍କା ଓ ଦ୍ବିତୀୟ ରେଡ଼ିଓର କ୍ରୟମୂଲ୍ୟ = (1000 – x) ଟଙ୍କା ।
ପ୍ରଥମ ରେଡ଼ିଓଟିକୁ ବିକ୍ରି କରିବାରେ 20% କ୍ଷତି ହୁଏ ।
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 7
ପ୍ରଥମ ରେଡ଼ିଓର କ୍ରୟମୂଲ୍ୟ = 600 ଟଙ୍କା ଓ ଦ୍ବିତୀୟ ରେଡ଼ିଓର କ୍ରୟମୂଲ୍ୟ = (100 – 600) ଟ = 400 ଟଙ୍କା
∴ ଗୋଟିଏ ରେଡ଼ିଓର କ୍ରୟମୂଲ୍ୟ 600 ଟଙ୍କା ଅନ୍ୟଟିର କ୍ରୟମୂଲ୍ୟ 400 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 10.
ଜଣେ ଦୋକାନୀ ଗୋଟିଏ ସାର୍ଟକୁ 20% ଲାଭରେ ବିକ୍ରିକଲା । ଯଦି ସେ ସାର୍ଟଟିକୁ 10% କମ୍‌ରେ କିଣି 75 ଟଙ୍କା ଅଧ୍ବକ ମୂଲ୍ୟରେ ବିକ୍ରି କରିଥା’ନ୍ତେ; ତେବେ ତା’ର 50% ଲାଭ ହୋଇଥା’ନ୍ତା; ତେବେ ସାର୍ଟଟିର କ୍ରୟମୂଲ୍ୟ ନିର୍ଣ୍ଣୟ କର ।
ସମାଧାନ :
ମନେକର ସାର୍ଟଟିର କ୍ରୟମୂଲ୍ୟ x ଟଙ୍କା । ଲାଭ = 20%
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 8
10% କମ୍‌ରେ ସାର୍ଟଟି କିଣିଥିଲେ ସାର୍ଟର କିଣାମୂଲ୍ୟ ହୋଇଥାଆନ୍ତା
\(\frac{100-10}{100} \times x = \frac{90 x}{100}=\frac{9x}{10}\) ଟଙ୍କା
କ୍ରୟମୂଲ୍ୟ = \(\frac{9x}{10}\) ଟଙ୍କା ଓ ଲାଭ = 50% ବେଳେ
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 9

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 11.
ପୂଜା ସମୟରେ ରାଜ୍ୟ ସରକାର 20% ଓ କେନ୍ଦ୍ର ସରକାର 5% ରିହାତିରେ ସମିତିର ଲୁଗା ବିକ୍ରୟ କରାଇଥା’ନ୍ତି । ଗୋଟିଏ ଲୁଗାର ଲିଖିତ ମୂଲ୍ୟ 540 ଟଙ୍କା ହେଲେ, ତାହାର ବିକ୍ରୟମୂଲ୍ୟ କେତେ ?
ସମାଧାନ :
ଲିଖିତ ମୂଲ୍ୟ = 540 ଟଙ୍କା, ପ୍ରଥମ ରିହାତି = 20% ଓ ଦ୍ବିତୀୟ ରିହାତି = 5%
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 10

ବିକଳ୍ପ ସମାଧାନ :
ଲୁଗାର ଲିଖିତ ମୂଲ୍ୟ = 540 ଟଙ୍କା ଓ ପ୍ରଥମ ରିହାତି = 20%
ପ୍ରଥମ ରିହାତିର ପରିମାଣ = 540 ର 20% = 540 × \(\frac{20}{100}\) = 108 ଟଙ୍କା
∴ ପ୍ରଥମ ରିହାତି ପରେ ରିହାତି ବିକ୍ରୟମୂଲ୍ୟ = (540 – 108) ଟଙ୍କା = 432 ଟଙ୍କା
ପୁନଶ୍ଚ, ଦ୍ଵିତୀୟ ରିହାତିର ପରିମାଣ = 432 ର 5% = 432 × \(\frac{5}{100}\) = 21.60 ଟ.
∴ ଦ୍ଵିତୀୟ ରିହାତି ପରେ ରିହାତି ବିକ୍ରୟମୂଲ୍ୟ = ଟ. 432 – ଟ. 21.60 = ଟ. 410.40
∴ ଲୁଗାର ବିକ୍ରୟମୂଲ୍ୟ ଟ.410.40 ।

Question 12.
ପୂଜାରେ ଲୁଗା ବିକ୍ରିରେ ପ୍ରଥମେ 20% ଓ ପରବର୍ତ୍ତୀ ମୂଲ୍ୟରେ 10% ରିହାତି ଦିଆ ହୁଏ । ମୁଁ ଖଣ୍ଡିଏ ଶାଢ଼ୀ 360 ଟଙ୍କାରେ କିଣିଲି । ଏହାର ଲିଖ୍ ମୂଲ୍ୟ କେତେ ଥିଲା ନିର୍ଣ୍ଣୟ କର ।
ସମାଧାନ :
ଶାଢ଼ୀର ଦାମ୍ ବା ଦୋକାନର ବିକ୍ରୟମୂଲ୍ୟ = 360 ଟଙ୍କା, ପ୍ରଥମ ରିହାତି = 20% ଓ ଦ୍ୱିତୀୟ ରିହାତି = 10%
ମନେକର ଲୁଗାର ଲିଖ୍ ମୂଲ୍ୟ = x ଟଙ୍କା
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 11
⇒ \(360=\frac{x(100-20) \times(100-10)}{100 \times 100} \Rightarrow 360 \times 100 \times 100=x \times 80 \times 90\)
⇒ \(x=\frac{360 \times 100 \times 100}{80 \times 90}=500\)
∴ ଲୁଗାର ଲିଖ ମୂଲ୍ୟ ଥିଲା 500 ଟଙ୍କା ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 13.
ସମାନ ମୂଲ୍ୟର ଦୁଇଟି ଲୁଗାରେ ଦୁଇଜଣ ଦୋକାନୀ ଯଥାକ୍ରମେ (i) 20% ଓ 10% ଏବଂ (ii) 15% ଓ 15% ରିହାତି ଦିଅନ୍ତି । କେଉଁ କ୍ଷେତ୍ରରେ ଲୁଗା କ୍ରୟ କରିବା ଲାଭଜନକ ?
ସମାଧାନ :
(i) ମନେକର ଶାଢ଼ୀର ଲିଖ୍ ମୂଲ୍ୟ 100 ଟଙ୍କା ।
ପ୍ରଥମ ରିହାତି ପରେ ରିହାତି ବିକ୍ରୟମୂଲ୍ୟ = (100 – 20) ଟଙ୍କା = 80 ଟଙ୍କା
ପୁନଶ୍ଚ, ଦ୍ଵିତୀୟ ରିହାତିର ପରିମାଣ = 80 ର 10% = 80 × \(\frac{10}{100}\) = 8 ଟଙ୍କା
ଦ୍ଵିତୀୟ ରିହାତି ପରେ ଶାଢ଼ୀର ରିହାତି ବିକ୍ରି ପରିମାଣ = (80 – 8) ଟଙ୍କା = 72 ଟଙ୍କା

(ii) ମନେକର ଶାଢ଼ୀର ଲିଖ୍ ମୂଲ୍ୟ 100 ଟଙ୍କା ।
ପ୍ରଥମ ରିହାତି ପରେ ରିହାତି ବିକ୍ରୟମୂଲ୍ୟର ପରିମାଣ = (100 – 15) ଟଙ୍କା = 85 ଟଙ୍କା
ପୁନଶ୍ଚ, ଦ୍ଵିତୀୟ ରିହାତିର ପରିମାଣ = 85 ର 15% = 85 × \(\frac{15}{100}\) = ଟ.12.75
ଦ୍ଵିତୀୟ ରିହାତି ପରେ ଶାଢ଼ୀର ରିହାତି ବିକ୍ରୟମୂଲ୍ୟ = (85 – 12.75) ଟଙ୍କା = ଟ.72.25
∴ (i) ଓ (ii) ରୁ ପାଇବା ପ୍ରଥମ ରିହାତି, ଦ୍ୱିତୀୟ ରିହାତିଠାରୁ ଲାଭଜନକ ।

Question 14.
ଜଣେ ବ୍ୟବସାୟୀ ଏକ ଘଣ୍ଟାର ଲିଖ୍ତ ମୂଲ୍ୟ ଉପରେ ଶତକଡ଼ା 10 ରିହାତି ଦିଅନ୍ତି । ଘଣ୍ଟାଟିର କ୍ରୟମୂଲ୍ୟ 300 ଟଙ୍କା ହେଲେ, 20% ଲାଭ ପାଇବା ପାଇଁ ଲିଖିତ ମୂଲ୍ୟ କେତେ ହେବ ନିର୍ଣ୍ଣୟ କର ।
ସମାଧାନ :
ଘଣ୍ଟାଟିର କ୍ରୟମୂଲ୍ୟ 300 ଟଙ୍କା । ଲାଭ = 20%
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 12

Question 15.
ଗୋଟିଏ ଟେବୁଲର ଲିଖ୍ ମୂଲ୍ୟ 800 ଟଙ୍କା । ଜଣେ ଖୁଚୁରା ବ୍ୟବସାୟୀ 10% ରିହାତିରେ କ୍ରୟ କଲା । ଯଦି ବ୍ୟବସାୟୀ ପରିବହନ ବାବଦ ଖର୍ଜ 10 ଟଙ୍କା ହୁଏ; ତେବେ ଟେବୁଲଟିକୁ ଖୁଚୁରା ବ୍ୟବସାୟୀଟି କେତେ ଟଙ୍କାରେ ବିକ୍ରୟକଲେ ତା’ର 12% ଲାଭ ହେବ ?
ସମାଧାନ :
ଟେବୁଲର ଲିଖ୍ ମୂଲ୍ୟ = 800 ଟଙ୍କା ଓ ରିହାତି = 10% ।
ରିହାତି ପରିମାଣ = 800 ଟଙ୍କାର 10% = \(\frac{800 × 10}{100}\) ଟଙ୍କା = 80 ଟଙ୍କା
ବିକ୍ରୟମୂଲ୍ୟ = (800 – 80) ଟଙ୍କା = 720 ଟଙ୍କା
ଖୁଚୁରା ବ୍ୟବସାୟୀର କ୍ରୟମୂଲ୍ୟ = 720 ଟଙ୍କା ଓ ପରିବହନ ଖର୍ଚ୍ଚ = 10 ଟଙ୍କା
∴ ଟେବୁଲର କ୍ରୟ ବାବଦରେ ଖର୍ଚ୍ଚ = 720 ଟ + 10 ଟ = 730 ଟଙ୍କା, ଲାଭ = 12%
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 13
= \(\frac{100+12}{100}\) × 730 ଟ. = \(\frac{112}{100}\) × 730 ଟ. = ଟ. 817.60
∴ ଟେବୁଲଟିକୁ ଖୁଚୁରା ବ୍ୟବସାୟୀ 817-60 ଟଙ୍କାରେ ବିକ୍ରୟ କରିବେ ।

BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a)

Question 16.
ଜଣେ ଲୋକ 40% ଲାଭ ରଖ୍ ଜିନିଷ ବିକ୍ରୟ କରୁଥିଲେ । ସେ 10% କମ୍ ମୂଲ୍ୟରେ କିଣି ବର୍ତ୍ତମାନ ମୂଲ୍ୟରୁ 10% କମିଶନ ଦେଲେ, ତାଙ୍କର କେତେ ଶତକଡ଼ା ଲାଭ ହୁଅନ୍ତା ?
ସମାଧାନ :
ମନେକର ଜିନିଷଟିର କ୍ରୟମୂଲ୍ୟ 100 ଟଙ୍କା । ଲାଭ = 40 ଟଙ୍କା
∴ ବିକ୍ରୟମୂଲ୍ୟ = କ୍ରୟମୂଲ୍ୟ + ଲାଭ = 100 + 40 = 140 ଟଙ୍କା
10% କମ୍ ମୂଲ୍ୟରେ କିଣିଲେ, କ୍ରୟମୂଲ୍ୟ ହେବ ବିକ୍ରୟ ମୂଲ୍ୟ = (100 – 10) ଟ. = 90 ଟଙ୍କା ।
ବିକ୍ରୟ ମୂଲ୍ୟ = 140 ଟଙ୍କା ।
କମିଶନର ପରିମାଣ = 140 ଟଙ୍କାର 10% = 140 × \(\frac{10}{100}\) ଟଙ୍କା = 14 ଟଙ୍କା
∴ କମିଶନ ପରେ ବିକ୍ରୟମୂଲ୍ୟ = 140 – 14 = 126 ଟଙ୍କା
ଲାଭ = ବିକ୍ରୟମୂଲ୍ୟ – କ୍ରୟମୂଲ୍ୟ = 126 – 90 = 36 ଟଙ୍କା
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 14
∴ ଶତକଡ଼ା ଲାଭ 40% ।

Question 17.
ଗୋଟିଏ ଜିନିଷର କ୍ରୟମୂଲ୍ୟ 500 ଟଙ୍କା । ଦୋକାନୀଟି ଜିନିଷର ଲିଖ୍ ମୂଲ୍ୟ ଲେଖୁ 25% ରିହାତି ଦେଇ ଜିନିଷଟିରେ 10% ଲାଭ କରନ୍ତି; ତେବେ ଜିନିଷର ଲିଖ୍ ମୂଲ୍ୟ ନିର୍ଣ୍ଣୟ କର ।
ସମାଧାନ :
ଜିନିଷଟିର କ୍ରୟମୂଲ୍ୟ = 500 ଟଙ୍କା ଓ ଲାଭ = 10%
BSE Odisha 8th Class Maths Solutions Algebra Chapter 8 ବ୍ୟାବସାୟିକ ଗଣିତ Ex 8(a) - 15
ମନେକର, ଲିଖ୍ ମୂଲ୍ୟ x ଟଙ୍କା । ଜିନିଷଟିର ରିହାତି 25% ।
ବିକ୍ରୟମୂଲ୍ୟ = \(\frac{100-25}{100}\) × x ଟଙ୍କା = \(\frac{75x}{100}\) ଟଙ୍କା = \(\frac{3x}{4}\) ଟଙ୍କା
ପ୍ରଶ୍ନନୁସାରେ, \(\frac{3x}{4}\) = 500 ⇒ x = \(\frac{550×4}{3}\) ଟଙ୍କା = \(\frac{2200}{3}\) ଟଙ୍କା = 733.33ଟଙ୍କା ।

CHSE Odisha Class 12 History Chapter 3 Questions and Answers in Odia Medium

Odisha State Board CHSE Odisha Class 12 History Solutions Chapter 3 ଷୋଡ଼ଶ ମହାଜନପଦ Questions and Answers.

CHSE Odisha Class 12 History Chapter 3 Questions and Answers in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧ । ନିମ୍ନୋକ୍ତ କେଉଁ ରାଷ୍ଟ୍ର ବାରାଣସୀ ନାମରେ ପରିଚିତ ?
(କ) କୋଶଳ
(ଖ) ମଗଧ
(ଗ) କାଶୀ
(ଘ)ଭଜ୍ୱ
Answer:
(ଗ) କାଶୀ

୨। ନିମ୍ନୋକ୍ତ କେଉଁ ରାଷ୍ଟ୍ରର ରାଜଧାନୀ ଥିଲା ଶ୍ରାବସ୍ତୀ ?
(କ) କୋଶଳ
(ଖ) ଅଙ୍ଗ
(ଗ) କୁରୁ
(ଘ) ପାଞ୍ଚଳ
Answer:
(କ) କୋଶଳ

୩ । ଉତ୍ତର ପ୍ରଦେଶର ଆଧୁନିକ ଅଯୋଧ୍ୟାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) ଅଙ୍ଗ
(ଖ) ମଗଧ
(ଗ) କୋଶଳ
(ଘ) ଚେଦୀ
Answer:
(ଗ) କୋଶଳ

୪ । ଚମ୍ପା ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ଅଙ୍ଗ
(ଖ) ଚେଦୀ
(ଗ) ମଗଧ
(ଘ) ବତ୍ସ୍
Answer:
(କ) ଅଙ୍ଗ

CHSE Odisha Class 12 History Chapter 3 Questions and Answers in Odia Medium

୫। ରାଜଗୃହ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ଅଙ୍ଗ
(ଖ) ମଗଧ
(ଗ) କୋଶଳ
(ଘ) ଚେଦୀ
Answer:
(ଖ) ମଗଧ

୬। ଆଧୁନିକ ଦିଲ୍ଲୀ ଓ ମିରଟ ଜିଲ୍ଲାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) କୁରୁ
(ଖ) ପାଞ୍ଚଳ
(ଗ) ମତ୍ସ୍ୟ
(ଘ) ସୁରସେନ
Answer:
(କ) କୁରୁ

୭। ଆଧୁନିକ ରୋହିଲାଖଣ୍ଡ ଅଞ୍ଚଳରେ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) ମତ୍ସ୍ୟ
(ଖ) ସୁରସେନ
(ଗ) ପାଞ୍ଚଳ
(ଘ) ଆସାକା
Answer:
(ଗ) ପାଞ୍ଚାଳ

୮ । ବିରାଟ ନଗରୀ ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ମତ୍ସ୍ୟ
(ଖ) ଆସାକା
(ଗ) ଅବନ୍ତୀ
(ଘ) କୋଶଳ
Answer:
(କ) ମତ୍ସ୍ୟ

CHSE Odisha Class 12 History Chapter 3 Questions and Answers in Odia Medium

୯ । ମଥୁରା କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ସୁରସେନ
(ଖ) କୁରୁ
(ଗ) କୋଶଳ
(ଘ) କାଶୀ
Answer:
(କ) ସୁରସେନ

୧୦ । ଅବନ୍ତୀ ରାଷ୍ଟ୍ରର ପଡ଼ୋଶୀ ରାଷ୍ଟ୍ରର ନାମ କ’ଣ ଥିଲା ?
(କ) ଭଜି
(ଖ) ଆସାକା
(ଗ) ମଲ୍ଲ
(ଘ) ମତ୍ସ୍ୟ
Answer:
(ଖ) ଆସାକା

୧୧ । ପୋଟନା ନିମ୍ନୋକ୍ତ କେଉଁ ରାଜ୍ୟର ରାଜଧାନୀ ଥିଲା ?
(କ) ମତ୍ସ୍ୟ
(ଖ) ପାଞ୍ଚଳ
(ଗ) କୁରୁ
(ଘ) ଆସାକା
Answer:
(ଘ) ଆସାକା

୧୨ । ଆଧୁନିକ କାଶ୍ମୀର, ପାକିସ୍ତାନର ପେଶୱାର ଓ ରାଓଲପିଣ୍ଡି ଜିଲ୍ଲାକୁ ନେଇ ନିମ୍ନୋକ୍ତ କେଉଁ ରାଷ୍ଟ୍ର ଗଠିତ ହୋଇଥିଲା ?
(କ) କମ୍ବୋଜ
(ଖ) ମଗଧ
(ଗ) ଗାନ୍ଧାର
(ଘ) ତକ୍ଷଶିଳା
Answer:
(ଗ) ଗାନ୍ଧାର

୧୩ । ତକ୍ଷଶିଳା କେଉଁଥ‌ିପାଇଁ ପ୍ରସିଦ୍ଧ ?
(କ) ବାଣିଜ୍ୟକେନ୍ଦ୍ର
(ଖ) ଶିକ୍ଷାକେନ୍ଦ୍ର
(ଗ) ତୀର୍ଥସ୍ଥାନ
(ଘ) ବୃଦ୍ଧଙ୍କ ଜନ୍ମସ୍ଥାନ
Answer:
(ଖ) ଶିକ୍ଷାକେନ୍ଦ୍ର

CHSE Odisha Class 12 History Chapter 3 Questions and Answers in Odia Medium

୧୪ । ପୁଞ୍ଜୁସାତି କେଉଁ ରାଜ୍ୟର ରାଜା ଥିଲେ ?
(କ) ଗାନ୍ଧାର
(ଖ) କମ୍ବୋଜ
(ଗ) ମଗଧ
(ଘ) ବିଦେହ
Answer:
(କ) ଗାନ୍ଧାର

୧୫ । କପିଳବାସ୍ତୁ ଏକ ___________ ରାଷ୍ଟ୍ର ।
(କ) ଗଣତାନ୍ତ୍ରିକ
(ଖ) ରାଜତାନ୍ତ୍ରିକ
(ଗ) ଏକସଂଘୀୟ ରାଷ୍ଟ୍ର
(ଘ) ଦ୍ବି-ସଂଘୀୟ ରାଷ୍ଟ୍ର
Answer:
(କ) ଗଣତାନ୍ତ୍ରିକ

B. ଶୂନ୍ୟସ୍ଥାନ ପୂରଣ କର ।

୧। କାଶୀ ଜନପଦ ଏକ _________ ରାଷ୍ଟ୍ର ଥିଲା ।
Answer:
ରାଜତାନ୍ତ୍ରିକ

୨ । ଅଙ୍ଗ ଜନପଦର ରାଜଧାନୀର ନାମ ଥିଲା ___________ ।
Answer:
ଚମ୍ପା

୩ । କୌଶାସ୍ତ୍ରୀ ____________ ର ରାଜଧାନୀ ଥିଲା ।
Answer:
ବସ ଜନପଦ

୪। ସୁରସେନ ଜନପଦରେ _____________ ବଂଶ ଶାସନ କରୁଥିଲେ ।
Answer:
ଯାଦବ

CHSE Odisha Class 12 History Chapter 3 Questions and Answers in Odia Medium

୫। ଆଧୁନିକ ____________ କୁ ନେଇ ଗଠିତ ହୋଇଥିଲା ଅବନ୍ତୀ ରାଷ୍ଟ୍ର ।
Answer:
ମାଲୱା

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧। ମହାବୀରଙ୍କ ମାତା କେଉଁ ରାଜକନ୍ୟା ଥିଲେ ?
Answer:
ମହାବୀରଙ୍କ ମା’ ତ୍ରିଶଳା ଥିଲେ ଲିଚ୍ଛବୀ ରାଜକନ୍ୟା ।

୨ । ପୁରାତନ କାଶୀ ରାଷ୍ଟ୍ର ବର୍ତ୍ତମାନ କେଉଁ ନାମରେ ପରିଚିତ ?
Answer:
ପୁରାତନ କାଶୀ ରାଷ୍ଟ୍ର ବର୍ତ୍ତମାନ ବାରାଣସୀ ନାମରେ ପରିଚିତ ।

୩ । ମହାବୀରଙ୍କ ମାତା କେଉଁ ରାଜକନ୍ୟା ଥିଲେ ?
Answer:
ମହାବୀରଙ୍କ ମା’ ତ୍ରିଶଳା ଥିଲେ ଲିଚ୍ଛବୀ ରାଜକନ୍ୟା ।

୪। ଆସାକା ଜନପଦ କେଉଁ ନଦୀକୂଳରେ ଅବସ୍ଥିତ ଥିଲା ?
Answer:
ଆସାକା ଜନପଦ ଗୋଦାବରୀ ନଦୀକୂଳରେ ଅବସ୍ଥିତ ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

D. ଭ୍ରମ ସଂଶୋଧନ କର ।

୧। ମହାବୀରଙ୍କ ମାତାଙ୍କ ନାମ ଥିଲା ମାୟାଦେବୀ ।
Answer:
ମହାବୀରଙ୍କ ମାତାଙ୍କ ନାମ ଥଲା ତ୍ରିଶିଳା ।

୨ । ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଥିଲେ ମହାବୀର ।
Answer:
ବୌଦ୍ଧ ଧର୍ମର ପ୍ରତିଷ୍ଠାତା ଥିଲେ ଗୌତମ ବୁଦ୍ଧ ।

୩ । ବିମ୍ବିସାର କୋଶଳର ରାଜା ଥିଲେ ।
Answer:
ବିମ୍ବିସାର ମଗଧର ରାଜା ଥିଲେ ।

୪। କାଶୀର ଦକ୍ଷିଣରେ କୋଶଳ ରାଜ୍ୟ ଥିଲା ।
Answer:
କାଶୀର ଉତ୍ତରରେ କୋଶଳ ରାଜ୍ୟ ଥିଲା ।

୫। ‘ରାଜଗୃହ’ ପୁରାତନ କୋଶଳ ରାଜ୍ୟର ରାଜଧାନୀ ଥିଲା ।
Answer:
ରାଜଗୃହ ପୁରାତନ ମଗଧ ରାଜ୍ୟର ରାଜଧାନୀ ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧ । ‘ଅଙ୍ଗ’ ଜନପଦ କେଉଁଠି ଅବସ୍ଥିତ ଥିଲା ? ମଗଧର କେଉଁ ଶାସକ ଅଙ୍ଗ ରାଜ୍ୟକୁ ମଗଧରେ ଅନ୍ତର୍ଭୁକ୍ତ କରିଥିଲେ ?
Answer:

  • ‘ଅଙ୍ଗ’ ଜନପଦ ମଗଧର ପଡ଼ୋଶୀ ରାଷ୍ଟ୍ର ରୂପେ ପୂର୍ବ ବିହାରରେ ଅବସ୍ଥିତ ଥିଲା ।
  • ମଗଧର ରାଜା ବିମ୍ବିସାରଙ୍କ ସମୟରେ ଏହା ମଗଧରେ ଅନ୍ତର୍ଭୁକ୍ତ ହେଲା ।

୨ । ପୁରାତନ କୋଶଳ ରାଷ୍ଟ୍ର ବର୍ତ୍ତମାନର କେଉଁ ସ୍ଥାନରେ ଗଢ଼ିଉଠିଥିଲା ? ଏହାର ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ କୋଶଳ ରାଷ୍ଟ୍ର ଉତ୍ତର ପ୍ରଦେଶର ଆଧୁନିକ ଅଯୋଧ୍ୟାକୁ ନେଇ ଗଠିତ ହୋଇଥିଲା ।
  • ଏହାର ରାଜଧାନୀ ଥିଲା ଶ୍ରାବସ୍ତୀ ।

୩ । ପୁରାତନ ମଗଧ ରାଷ୍ଟ୍ର ଆଧୁନିକ କେଉଁ ସ୍ଥାନକୁ ନେଇ ସୃଷ୍ଟି ହୋଇଥିଲା ? ଏହାର ପୁରାତନ ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ ମଗଧ ରାଷ୍ଟ୍ର ଆଧୁନିକ ପାଟନା ଓ ଗୟା ଜିଲ୍ଲାକୁ ନେଇ ସୃଷ୍ଟି ହୋଇଥିଲା ।
  • ଏହା ପୁରାତନ ରାଜଧାନୀର ନାମ ଥିଲା ରାଜଗୃହ ।

୪ । ବସ୍ତ୍ର ରାଷ୍ଟ୍ର କେଉଁଠି ଅବସ୍ଥିତ ଥିଲା ? ଏହା କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ?
Answer:

  • ‘ବସ’ ରାଷ୍ଟ୍ର ଅବନ୍ତୀ ରାଷ୍ଟ୍ରର ଉତ୍ତର-ପୂର୍ବ ପାର୍ଶ୍ଵରେ ଅବସ୍ଥିତ ଥିଲା ।
  • ଏହା ଆଲ୍ଲାହାବାଦ ଓ ତତ୍‌ସଂଲଗ୍ନ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।

୫ | ଜନପଦ କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ? ଏହାର ପ୍ରସିଦ୍ଧ ସହର କ’ଣ ଥିଲା ?
Answer:

  • ‘କୁରୁ ଜନପଦ’ ଆଧୁନିକ ଦିଲ୍ଲୀ ଓ ମିରଟ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ।
  • ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ଏହାର ଦୁଇଟି ପ୍ରଧାନ ସହର ଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

୬। ପୁରାତନ ‘ଗାନ୍ଧାର’ ଜନପଦ କେଉଁ ଅଞ୍ଚଳକୁ ନେଇ ଗଠିତ ହୋଇଥିଲା ? ଏହାର ରାଜଧାନୀର ନାମ କ’ଣ ଥିଲା ?
Answer:

  • ପୁରାତନ ଗାନ୍ଧାର ଜନପଦ ଆଧୁନିକ କାଶ୍ମୀର, ପାକିସ୍ତାନର ପେଶ୍ୱର ଓ ରାୱଲପିଣ୍ଡି ଜିଲ୍ଲାକୁ ନେଇ ଗଠିତ ହୋଇଥିଲା ।
  • ଏହାର ରାଜଧାନୀର ନାମ ଥିଲା ତକ୍ଷଶିଳା ।

୭ । ପୁରାତନ କାଳରେ ମାନବ ସମାଜରେ କେତୋଟି ଜାତି ଥିଲା ? ସେଗୁଡ଼ିକର ନାମ କ’ଣ ଥିଲା ?
Answer:

  • ପୁରାତନ କାଳରେ ମାନବ ସମାଜକୁ ଚାରିଗୋଟି ଜାତିରେ ବିଭକ୍ତ କରାଯାଇଥିଲା ।
  • ସେମାନେ ଥିଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ।

୮ | ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ କେତୋଟି ପ୍ରମୁଖ ଧର୍ମର ଆବିର୍ଭାବ ହୋଇଥିଲା ? ସେଗୁଡ଼ିକର ନାମ କ’ଣ ଥିଲା ?
Answer:

  • ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଦୁଇଗୋଟି ପ୍ରମୁଖ ଧର୍ମର ଆବିର୍ଭାବ ହୋଇଥିଲା ।
  • ସେଗୁଡ଼ିକର ନାମ ହେଲା ଜୈନଧର୍ମ ଓ ବୌଦ୍ଧଧର୍ମ ।

B. ପାଞ୍ଚଟି ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ କେଉଁ ତିନିଗୋଟି କାରଣରୁ ଗୁରୁତ୍ୱପୂର୍ଣ୍ଣ ଥିଲା ?
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ନିମ୍ନୋକ୍ତ ତିନିଗୋଟି କାରଣରୁ ଗୁରୁତ୍ଵପୂର୍ଣ୍ଣ ଥିଲା; ସେଗୁଡ଼ିକ ହେଲା –

  • ଏହି ସମୟରେ ଭାରତରେ ୧୬ଟି ମହାଜନପଦ ବା ରାଷ୍ଟ୍ରର ଉତ୍ପତ୍ତି ହୋଇଥିଲା ।
  • ଭାରତରେ ବୌଦ୍ଧଧର୍ମ ଓ ଜୈନଧର୍ମର ଆବିର୍ଭାବ ଘଟିଥିଲା ।
  • ପୃଥ‌ିବୀରେ ବିଭିନ୍ନ ସ୍ଥାନରେ ଧର୍ମକ୍ଷେତ୍ରରେ ପରିବର୍ତ୍ତନ ଆସିଥିଲା । ଚୀରେ କନ୍‌ଫୁସିୟସ୍ ଓ ଲାଓସେଙ୍କ ଆବିର୍ଭାବ ଘଟିଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

୨ । ‘ମଗଧ’ ମହାଜନପଦର ନିମ୍ନୋକ୍ତ ତିନିଗୋଟି ମୁଖ୍ୟ କଥା ହେଲା ।
Answer:

  • ମଗଧ ଏକ ସାମ୍ରାଜ୍ୟରେ ପରିଣତ ହୋଇଥିଲା ।
  • ବିମ୍ବିସାର ଓ ଅଜାତଶତ୍ରୁ ଭଳି ବଳିଷ୍ଠ ରାଜାମାନେ ମଗଧକୁ ଏକ ସାମ୍ରାଜ୍ୟର ରୂପ ଦେଇଥିଲେ ।
  • ଆଧୁନିକ ପାଟନା ଓ ଗୟା ଜିଲ୍ଲାକୁ ନେଇ ତତ୍କାଳୀନ ମଗଧ ରାଷ୍ଟ୍ର ଗଠିତ ହୋଇଥିଲା ।

୩ । କୁରୁ ରାଜ୍ୟ ସମ୍ପର୍କରେ ଲେଖ ।
Answer:

  • କୁରୁ ରାଜ୍ୟ ସେତେବେଳେ ଆଧୁନିକ ଦିଲ୍ଲୀ ଓ ମିରଟକୁ ନେଇ ଗଠିତ ହୋଇଥିଲା ।
  • ହସ୍ତିନାପୁର ଓ ଇନ୍ଦ୍ରପ୍ରସ୍ଥ ଏହାର ପ୍ରଧାନ ସହର ଥିଲା ।
  • କୁରୁ ରାଜ୍ୟ ଷଷ୍ଠ ଶତାବ୍ଦୀବେଳକୁ ଏହାର ଗୁରୁତ୍ଵ ହରାଇ ବସିଥିଲା ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧। ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଭାରତର ରାଜନୈତିକ ଅବସ୍ଥା କିପରି ଥିଲା ତାହାର ସଂକ୍ଷିପ୍ତ ବିବରଣୀ ପ୍ରଦାନ କର ।
Answer:
ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀରେ ଭାରତବର୍ଷ ଅନେକ ସ୍ବାଧୀନ ରାଷ୍ଟ୍ରରେ ବିଭକ୍ତ ହୋଇଥିଲା । ଏହି ସ୍ବାଧୀନ ରାଷ୍ଟ୍ରଗୁଡ଼ିକର ଶାସକମାନେ ନିଜ ନିଜର କ୍ଷମତା ତଥା ସାମ୍ରାଜ୍ୟ ବୃଦ୍ଧି ପାଇଁ ସଦାସର୍ବଦା ପରସ୍ପର ବିରୁଦ୍ଧରେ ଯୁଦ୍ଧରେ ଲିପ୍ତ ରହୁଥିଲେ । ଜୈନ ଭଗବତୀ ସୂତ୍ର ଏବଂ ବୌଦ୍ଧ ଅଙ୍ଗୁଭର ନିକାୟ ଗ୍ରନ୍ଥଦ୍ଵୟରୁ ଷୋହଳଟି ରାଷ୍ଟ୍ର ବା ମହାଜନପଦ ସମ୍ବନ୍ଧରେ ସୂଚନା ମିଳିଥାଏ । ଅଙ୍ଗୁରର ନିକାୟ ଓ ଅନ୍ୟାନ୍ୟ ବୌଦ୍ଧଗ୍ରନ୍ଥଗୁଡ଼ିକରୁ ସୂଚନା ମିଳେ ଯେ, ବୁଦ୍ଧଙ୍କ ଆବିର୍ଭାବ ଘଟିବା ପୂର୍ବରୁ ଏହି ସ୍ଵାଧୀନ ରାଷ୍ଟ୍ରଗୁଡ଼ିକର ପତନ ଘଟିଥିଲା । ଏହି ଷୋହଳଟି ମହାଜନପଦର ନାମ ହେଲା— କାଶୀ, କୋଶଳ, ଅଙ୍ଗ, ମଗଧ, ଭଜି ଗଣତନ୍ତ୍ର, ମଲ୍ଲ, ଚେଦୀ, ବତ୍ସ, କୁରୁ, ପାଞ୍ଚାଳ, ମତ୍ସ୍ୟ, ସୁରସେନ, ଆସାକା, ଗାନ୍ଧାର, ଅବନ୍ତୀ, କମ୍ବୋଜ ।

  • କାଶୀ – ମହାଜନପଦଗୁଡ଼ିକ ମଧ୍ୟରେ କାଶୀ ଥିଲା ବିଶେଷ ଶକ୍ତିଶାଳୀ । ବାରାଣସୀ ଥୁଲା ଏହାର ରାଜଧାନୀ । କାଶୀର ରାଜା ବ୍ରହ୍ମଦତ୍ତ କୋଶଳ ଅଧିକାର କରିଥିବାର ଜଣାଯାଏ । କାଳକ୍ରମେ କାଶୀ ରାଜ୍ୟର ସମୃଦ୍ଧିରେ ଈର୍ଷାନ୍ବିତ ହୋଇ ଅନ୍ୟାନ୍ୟ ମହାଜନପଦଗୁଡ଼ିକ ତାହାର ବିରୋଧ କରିଥିଲେ ଏବଂ କ୍ରମାଗତ ସଂଘର୍ଷ ତଥା ଯୁଦ୍ଧ ଯୋଗୁ କାଶୀ ରାଜ୍ୟର ପତନ ଘଟିଥିଲା ।
  • କୋଶଳ – ଆଧୁନିକ ଅଯୋଧ୍ୟା ଅଞ୍ଚଳକୁ ନେଇ କୋଶଳ ରାଜ୍ୟ ଗଠିତ ହୋଇଥିଲା । ଗୋମତୀ ଓ ସର୍ପିକ ନଦୀଦ୍ୱୟ ଏହି ରାଜ୍ୟର ଯଥାକ୍ରମେ ଦକ୍ଷିଣ ଓ ପୂର୍ବରେ ସୀମା ନିର୍ଦ୍ଧାରଣ କରୁଥିଲେ । ଶ୍ରାବସ୍ତୀ ଥିଲା ଏହାର ରାଜଧାନୀ ଏବଂ ପ୍ରଧାନ ସହର । କ୍ରମେ କୋଶଳ ଓ ମଗଧ ମଧ୍ୟରେ ନିଜ ନିଜର ରାଜନୈତିକ ପ୍ରାଧାନ୍ୟ ପାଇଁ ତୀବ୍ର ପ୍ରତିଦ୍ବନ୍ଦିତାର ସୂତ୍ରପାତ ହୋଇଥିଲା । ପରବର୍ତ୍ତୀ କାଳରେ କୋଶଳ ମଗଧର ଅଂଶବିଶେଷରେ ପରିଣତ ହୋଇଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

  • ଅଙ୍ଗ – ମଗଧ ରାଜ୍ୟର ପୂର୍ବରେ ଅଙ୍ଗ ରାଜ୍ୟ ଅବସ୍ଥିତ ଥିଲା । ଚମ୍ପା ନଦୀ ଥିଲା ଅଙ୍ଗ ଓ ମଗଧରାଜ୍ୟ ଦ୍ଵୟର ସୀମାରେଖା । ଚମ୍ପା ନଗରୀ ଅଙ୍ଗ ରାଜ୍ୟର ରାଜଧାନୀ ଥିଲା । ଏହା ଏକ ବାଣିଜ୍ୟ ଓ ବ୍ୟବସାୟର କେନ୍ଦ୍ରସ୍ଥଳୀ ଥିଲା । ଅଙ୍ଗ ଓ ମଗଧ ରାଜ୍ୟଦ୍ୱୟ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଲାଗି ରହିଥିଲା । ପରିଶେଷରେ ମଗଧର ରାଜା ବିମ୍ବିସାର ଅଙ୍ଗ ରାଜ୍ୟକୁ ନିଜ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ମଗଧ – ଆଧୁନିକ ପାଟଣା ଓ ଗୟା ଜିଲ୍ଲାଦ୍ୱୟକୁ ନେଇ ତତ୍କାଳୀନ ମଗଧ ରାଜ୍ୟ ଗଠିତ ହୋଇଥିଲା । ଏହି ରାଜ୍ୟର ଉତ୍ତରରେ ଗଙ୍ଗାନଦୀ ଏବଂ ପଶ୍ଚିମରେ ସୋନନଦୀ ପ୍ରବାହିତ ହେଉଥିଲା । ଗିରିବ୍ରଜ ଏହାର ରାଜଧାନୀ ଥିଲା । ପରବର୍ତ୍ତୀ କାଳରେ ରାଜଗୃହକୁ ରାଜଧାନୀ ସ୍ଥାନାନ୍ତରିତ କରାଯାଇଥିଲା । ପୁନର୍ବାର ରାଜଗୃହ ପରିବର୍ତ୍ତେ ପାଟଳୀପୁତ୍ରଠାରେ ମଗଧର ରାଜଧାନୀ ପ୍ରତିଷ୍ଠା କରାଯାଇଥିଲା । ବେଦ ଓ ଜୈନଗ୍ରନ୍ଥଗୁଡ଼ିକରେ ମଗଧର ପ୍ରଥମ କେତେଜଣ ରାଜାମାନଙ୍କ ସମ୍ବନ୍ଧରେ ସୂଚନା ରାଜଧାନୀ ପ୍ରତିଷ୍ଠା କରାଯାଇଥିଲା । ବେଦ ଓ ଜୈନଗ୍ରନ୍ଥଗୁଡ଼ିକରେ ମଗଧର ପ୍ରଥମ କେତେଜଣ ରାଜାମାନଙ୍କ ସମ୍ବନ୍ଧରେ ସୂଚନା ବିଶେଷ ବୃଦ୍ଧି ପାଇଥଲା ।
  • ଭଜି – ଭଜି ଗଣତନ୍ତ୍ର ଗଙ୍ଗାନଦୀର ଉତ୍ତରରେ ଅବସ୍ଥିତ ଥିଲା । ଏହା ଆଠଗୋଟି ଗୋଷ୍ଠୀ ବା ଦଳକୁ ନେଇ ଗଠିତ ହୋଇଥିଲା । ଏଗୁଡ଼ିକ ମଧ୍ୟରେ ଲିଚ୍ଛବି, ଜ୍ଞାତ୍ରିକ, ଭଜି ଓ ବିଦେହ ଗୋଷ୍ଠୀ ବିଶେଷ ଉଲ୍ଲେଖଯୋଗ୍ୟ । ଅନ୍ୟାନ୍ୟ ଗୋଷ୍ଠୀଗୁଡ଼ିକ ସମ୍ବନ୍ଧରେ ସଠିକ୍ ବିବରଣୀ ସଂଗୃହୀତ ହୋଇନାହିଁ । ବୈଶାଳୀ ବା ଆଧୁନିକ ମୁଜାଫରପୁର ଭଜି ଗଣତନ୍ତ୍ରର ରାଜଧାନୀ ଥିଲା ।
  • ମଲ୍ଲ ବା ମାଳବ – ମଲ୍ଲ ବା ମାଳବ ରାଜ୍ୟ ଭଜି ଗଣତନ୍ତ୍ରର ଉତ୍ତରରେ ଅବସ୍ଥିତ ଥିଲା । ଏହା କୁଲୁ ନଦୀଦ୍ଵାରା ଦୁଇଟି ଅଂଶରେ ବିଭକ୍ତ ହୋଇଥିଲା । ଗୋଟିଏ ଅଂଶର ରାଜଧାନୀ ଥୁଲା କୁଶୀନରା ଏବଂ ଅନ୍ୟ ଅଂଶର ରାଜଧାନୀ ଥିଲା ପାବା । ପ୍ରଥମେ ଏହି ରାଜ୍ୟରେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା । ମାତ୍ର ମଗଧର ରାଜା ବିମ୍ବିସାରଙ୍କ ସମୟବେଳକୁ ଏହି ରାଜ୍ୟରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠିତ ହୋଇଥିଲା । ସମ୍ରାଟ ଅଜାତଶତ୍ରୁ ମଲ୍ଲ ରାଜ୍ୟକୁ ମଗଧ ସାମ୍ରାଜ୍ୟଭୁକ୍ତ କରିଥିଲେ ।
  • ଚେଦୀ – ଆଧୁନିକ ବୁନ୍ଦେଲଖଣ୍ଡ ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଏହି ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ଶୁଭ୍ରମତୀ ଏହାର ରାଜଧାନୀ ଥିଲା । ମତ୍ସ୍ୟ ଓ କାଶୀ ଏବଂ ଚେଦୀ ରାଷ୍ଟ୍ର ମଧ୍ୟରେ ସୁସମ୍ପର୍କ ପ୍ରତିଷ୍ଠିତ ହୋଇଥିଲା ।
  • ବତ୍ସ – ଗଙ୍ଗାନଦୀର ଦକ୍ଷିଣରେ ବସ୍ତ୍ର ରାଜ୍ୟ ଅବସ୍ଥିତ ଥିଲା । ଏହା ଏକ ପ୍ରଧାନ ବାଣିଜ୍ୟକେନ୍ଦ୍ର ଥିଲା । କୋଶମ୍ବୀ ଏହାର ରାଜଧାନୀ ଥିଲା । କୋଶମ୍ବୀ ଆହ୍ଲାବାଦ ନିକଟବର୍ତ୍ତୀ ଯମୁନା ନଦୀ କୂଳରେ ଅବସ୍ଥିତ ଥିଲା । ବସ୍ତ୍ରରାଜା ଦଧିବାହନଙ୍କ ପୁତ୍ର ଉଦୟନ, ଅବନ୍ତୀର ରାଜା ପ୍ରଦ୍ୟୋତ ଏବଂ ମଗଧର ରାଜା ବିମ୍ବିସାର ବୁଦ୍ଧଙ୍କ ସମସାମୟିକ ଥିଲେ ।
  • କୁରୁ – ପାଲୀ ଗ୍ରନ୍ଥରୁ ଜଣାଯାଏ ଯେ, ଖ୍ରୀ.ପୂ. ଷଷ୍ଠ ଶତକରେ ଯୁଧୁଷ୍ଠିରଙ୍କ ବଂଶଧରମାନେ କୁରୁ ରାଜ୍ୟରେ ଶାସନ କରୁଥିଲେ । ଦିଲ୍ଲୀ ନିକଟବର୍ତ୍ତୀ ଇନ୍ଦ୍ରପ୍ରସ୍ଥ ଥିଲା ଏହି ରାଜ୍ୟର ରାଜଧାନୀ । ମୋଟାମୋଟି ଭାବରେ ଆଧୁନିକ ଦିଲ୍ଲୀ ଏବଂ ମିରଟ ଜିଲ୍ଲାକୁ ନେଇ କୁରୁ ରାଜ୍ୟ ଗଠିତ ହୋଇଥିଲା ।
  • ପାଞ୍ଚାଳ – ରୋହିଲାଖଣ୍ଡ ଓ ମଧ୍ୟ-ଭାରତର ଦୋଆବ ଅଞ୍ଚଳକୁ ନେଇ ପାଞ୍ଚାଳ ରାଜ୍ୟ ଗଠିତ ହୋଇଥିଲା । ଗଙ୍ଗାନଦୀ ଏହି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲା; ଯଥା – ଉତ୍ତର ପାଞ୍ଚାଳ ଓ ଦକ୍ଷିଣ ପାଞ୍ଚାଳ । ଅହିଛତ୍ର ଓ କାମ୍ପିଲ୍ୟ ଯଥାକ୍ରମେ ଉତ୍ତର ପାଞ୍ଚାଳ ଓ ଦକ୍ଷିଣ ପାଞ୍ଚାଳର ରାଜଧାନୀ ଥିଲା । ବୌଦ୍ଧ ସାହିତ୍ୟରୁ ଜଣାଯାଏ ଯେ ଉତ୍ତର ପାଞ୍ଚାଳ ଅଧିକାର କରିବାପାଇଁ ପାଞ୍ଚାଳ ଓ କୁରୁ ରାଜ୍ୟଦ୍ୱୟ ମଧ୍ୟରେ ସଂଘର୍ଷ ଲାଗିଥିଲା ।

CHSE Odisha Class 12 History Chapter 3 Questions and Answers in Odia Medium

  • ମତ୍ସ୍ୟ – ଆଧୁନିକ ଜୟପୁର ଅଞ୍ଚଳ ସହିତ ତତ୍କାଳୀନ ମତ୍ସ୍ୟ ରାଜ୍ୟକୁ ଚିହ୍ନଟ କରାଯାଇଅଛି । ବିରାଟ ନଗରୀ ଥିଲା ଏହାର ରାଜଧାନୀ ।
  • ସୁରସେନ – ଯମୁନା ନଦୀକୂଳରେ ଅବସ୍ଥିତ ସୁରସେନ ରାଜ୍ୟର ରାଜଧାନୀ ଥିଲା ମଥୁରା । ମହାଭାରତ ଓ ପୁରାଣମାନଙ୍କରୁ ଜଣାଯାଏ ଯେ, ଯଦୁବଂଶର ରାଜାଗଣ ଏହି ରାଜ୍ୟରେ ରାଜତ୍ଵ କରୁଥୁଲେ ।
  • ଆସାକା – ଗୋଦାବରୀ ନଦୀକୂଳରେ ଅବସ୍ଥିତ ଥ‌ିବା ଆସାକା ରାଜ୍ୟର ରାଜଧାନୀ ଥୁଲା ପୋଟାଳ ବା ପୋଟନା ! ବାୟୁ ପରାଣରେ ଉଲ୍ଲେଖ ଅଛି ଯେ ଆସାକାର ରାଜାମାନେ ଥିଲେ ଈକ୍ଷାକୁ ବଂଶୀୟ ।
  • ଅବନ୍ତୀ – ଆଧୁନିକ ଉଜ୍ଜୟିନୀ ଏବଂ ନର୍ମଦା ଉପତ୍ୟକାର କେତେକାଞ୍ଚଳକୁ ନେଇ ଅବନ୍ତୀରାଜ୍ୟ ଗଠିତ ହୋଇଥିଲା । ବିନ୍ଧ୍ୟ ପର୍ବତମାଳା ଏହି ରାଜ୍ୟକୁ ଦୁଇଭାଗରେ ବିଭକ୍ତ କରିଥିଲା । ଉଜ୍ଜୟିନୀ ଏହାର ରାଜଧାନୀ ଥିଲା । ଅବନ୍ତୀର ରାଜା ଚନ୍ଦ୍ରପ୍ରଦ୍ୟୋତ କୋଶାମ୍ବୀର ରାଜା ଉଦୟନଙ୍କର ସମସାମୟିକ ଥିଲେ । ବୌଦ୍ଧଗ୍ରନ୍ଥରୁ ଜଣାଯାଏ ଯେ, ରାଜା ଚନ୍ଦ୍ରପ୍ରଦ୍ୟୋତ ବିଶେଷ ପ୍ରଭାବଶାଳୀ ଥିଲେ । ପୁରାଣରେ ଉଲ୍ଲେଖ ଅଛି, ଅବନ୍ତୀର ଯଦୁବଂଶୀୟ ରାଜାମାନେ ଅବନ୍ତୀ, ବିଦର୍ଭ ଆଦି ନଗରୀ ପ୍ରତିଷ୍ଠା କରିଥିଲେ ।
  • ଗାନ୍ଧାର – ଆଧୁନିକ କାଶ୍ମୀର, ପାକିସ୍ତାନର ପେଶୱାର ଓ ରାୱଲପିଣ୍ଡି ଜିଲ୍ଲାକୁ ନେଇ ଗାନ୍ଧାର ରାଷ୍ଟ୍ର ଗଠିତ ହୋଇଥିଲା । ତକ୍ଷଶିଳା ଥିଲା ଏହାର ରାଜଧାନୀ । ଷଷ୍ଠ ଶତାବ୍ଦୀର ଶେଷ ସମୟ ବେଳକୁ ଗାନ୍ଧାର ଜନୈକ ପାରସ୍ୟ ରାଜାଙ୍କଦ୍ବାରା ଅଧିକୃତ ହୋଇଥିଲା । ପୁଞ୍ଜୁସାତି ଥିଲେ ଏହି ରାଜ୍ୟର ରାଜା ।
  • କମ୍ବୋଜ – ଭାରତର ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳକୁ ନେଇ କମ୍ବୋଜ ରାଷ୍ଟ୍ର ଗଠିତ ହୋଇଥିଲା । ଦ୍ଵାରକା ଥିଲା ଏହାର ରାଜଧାନୀ । ମହାଭାରତରୁ ଜଣାଯାଏ ଯେ, ଏଠାରେ ପ୍ରଥମେ ରାଜତନ୍ତ୍ର ଶାସନ ପ୍ରଚଳିତ ଥିଲା; କିନ୍ତୁ ପରବର୍ତ୍ତୀ କାଳରେ ଏଠାରେ ଗଣତନ୍ତ୍ର ଶାସନ ପ୍ରଚଳନ କରାଯାଇଥିଲା ।

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions

Odisha State Board BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions Textbook Exercise Questions and Answers.

BSE Odisha Class 7 Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions

ନିଜେ କରି ଦେଖ :
(କ) \(\frac{12}{18}\) କୁ ଲଘିଷ୍ଠ ଆକାରରେ ପ୍ରକାଶ କର ।
ସମାଧାନ:
\(\frac{12}{18}\) ରେ ଲବ 12, ହର 18 

(ଖ) 2 × \(\frac{2}{5}\) = \(\frac{2 \times \ldots \ldots \ldots}{\ldots \ldots \ldots}=\frac{\ldots \ldots \ldots \ldots}{\ldots \ldots \ldots \ldots}\)
ସମାଧାନ:
= \(\frac{2 \times 2}{5}=\frac{4}{5}\)

(ଗ) 3 × \(\frac{5}{7}\) = \(\frac{\ldots \times \ldots}{\ldots \ldots}=\frac{\ldots \ldots}{\ldots \ldots}\)
ସମାଧାନ:
= \(\frac{3 \times 5}{7}=\frac{15}{7}=2 \frac{1}{7}\)

ନିଜେ କରି ଦେଖ :
କାଗଜକୁ ଦେଖୁ ନିମ୍ନରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର :
(a) କାଗଜ ଖଣ୍ଡିକ ………. ଗୋଟି ସମାନ ଭାଗ ହେବାର ଦେଖାଯାଉଛି ।
ସମାଧାନ:
8

(b) କାଗଜର……………ସମାନ ଭାଗରୁ …..………. ସମାନ ଭାଗ ରଙ୍ଗିନ୍ ହୋଇଥିବାର ଦେଖାଯାଉଛି ।
ସମାଧାନ:
8, 1

(c) କାଗଜ ଖଣ୍ଡିକର ……………..ଅଂଶ ରଙ୍ଗିନ୍ ହୋଇଛି ।
ସମାଧାନ:
\(\frac{1}{8}\)

(d) କାଗଜଟିକୁ ପ୍ରଥମେ ………….ଗୋଟି ସମାନ ଭାଗରେ ଭାଙ୍ଗ କରାଯାଇଥିଲା ଓ ପରେ ଏହି ଭଙ୍ଗା ଯାଇଥିବା କାଗଜକୁ ପୁଣି ……….. ଗୋଟି ସମାନ ଭାଗରେ ଭାଙ୍ଗ କରାଗଲା । ତେଣୁ କାଗଜଟି ମୋଟ …… ଭାଗ ହେଲା
ସମାଧାନ:
4, 2

(e) ଆମେ ଜାଣିଲେ, କାଗଜ ଖଣ୍ଡିକର ……… ଅଂଶରେ ରଙ୍ଗ ଦିଆଯାଇଛି ।
ସମାଧାନ:
\(\frac{1}{8}\)

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions

ଏଥୁରୁ ଆମେ କ’ଣ ଜାଣିଲେ?
……………. × ……………. = \(\frac{1}{8}\)
ସମାଧାନ:
ଏଥୁରୁ ଆମେ ଜାଣିଲେ \(\frac{1}{4} \times \frac{1}{2}=\frac{1}{8}\) ବତ୍ତମାନ ଦେଖ୍ ବା \(\frac{1}{8}=\frac{1}{4} \times \frac{1}{2}\)
ଏଣୁ \(\frac{1}{4} \times \frac{1}{2}=\frac{1 \times 1}{4 \times 2}=\frac{1}{8}\) 

ଚିତ୍ର ଦେଖ୍ ଉତ୍ତର ଦିଅ ।
(କ)
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions
ଚିତ୍ର କ : 1 ରେ କେତୋଟି \(\frac{1}{3}\) ଅଛି? 1 ÷ \(\frac{1}{3}\) = କେତେ?
ସମାଧାନ:
3, 3

(ଖ)
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions 1
ଚିତ୍ର ଖ : 1 ରେ କେତୋଟି \(\frac{1}{4}\) ଅଛି? 1 ÷ \(\frac{1}{4}\) = କେତେ?
ସମାଧାନ:
4, 4

(ଗ)
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions 2
ଚିତ୍ର ଗ : 1 ରେ କେତୋଟି \(\frac{1}{5}\) ଅଛି? 1 ÷ \(\frac{1}{5}\) = କେତେ?
ସମାଧାନ:
5, 5

ନିମ୍ନରେ ଥ‌ିବା ଶୂନ୍ୟସ୍ଥାନ ପୂରଣ କର।
(କ) \(\frac{2}{3}\) ର ବ୍ୟୁତ୍‌କ୍ରମ = …………
ସମାଧାନ:
\(\frac{3}{2}\)

(ଖ) \(\frac{3}{7}\) ର ବ୍ୟୁତ୍‌କ୍ରମ = ……….
ସମାଧାନ:
\(\frac{7}{3}\)

(ଗ) \(\frac{5}{2}\) ର ବ୍ୟୁତ୍‌କ୍ରମ = ………..
ସମାଧାନ:
\(\frac{2}{5}\)

(ଘ) 4 ର ବ୍ୟକ୍ରମ = ………..
ସମାଧାନ:
\(\frac{1}{4}\)

(ଙ) 1 ÷ \(\frac{2}{3}\) = …… × …….. = …….
ସମାଧାନ:
1 × \(\frac{5}{1}\) = 5

(ଚ) 2 ÷ \(\frac{3}{4}\) = …… × …….. = …….
ସମାଧାନ:
2 × \(\frac{4}{3}\) = \(\frac{8}{3}\)

(ଛ) \(\frac{4}{5}\) ÷ 3 = _____
ସମାଧାନ:
= \(\frac{4}{5} \times \frac{1}{3}=\frac{4}{15}\)

(ଜ) 3 \(\frac{1}{3}\) ÷ 4 = _____
ସମାଧାନ:
= \(\frac{10}{3} \times \frac{1}{4}=\frac{10}{12}=\frac{2 \times 5}{2 \times 6}=\frac{5}{6}\)

(ଝ) \(\frac{2}{7} \div \frac{3}{5}\)
ସମାଧାନ:
\(\frac{2}{7}\) × (\(\frac{3}{5}\) ର ବ୍ୟୁତ୍‌କ୍ରମ) = \(\frac{2}{7} \times \frac{5}{3}=\frac{10}{21}\)

(ଞ) 1 \(\frac{3}{4} \div \frac{5}{6}\)
ସମାଧାନ:
\(\frac{7}{4}\) × (\(\frac{5}{6}\) ର ବ୍ୟୁତ୍‌କ୍ରମ) = \(\frac{7}{4} \times \frac{6}{5}=\frac{42}{20}=\frac{21}{10}\)

(ଟ) 2 \(\frac{3}{5} \div 1 \frac{3}{5}\)
ସମାଧାନ:
\(\frac{13}{5} \div \frac{5}{3}=\frac{13}{5}\) × (\(\frac{5}{3}\) ର ବ୍ୟୁତ୍‌କ୍ରମ) = \(\frac{13}{5} \times \frac{3}{5}=\frac{39}{25}\) ବା \(\frac{14}{25}\)

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions

ଗୁଣଫଳ ସ୍ଥିର କର :
(କ) 0.5 × 0.6
ସମାଧାନ:
ପ୍ରଥମ ସେପାନ : 5 × 6 = 30
ଦ୍ବିତୀୟ ସେପାନ : ସଂଖ୍ୟାଦ୍ଵୟର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କ ସଂଖ୍ୟା = 1 + 1 = 2
ଦ୍ବିତୀୟ ସେପାନ : ଗୁଣଫଳର ଡାହାଣପଟୁ ଦୁଇଟି ଅଙ୍କଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 0.30
∴ 0.5 × 0.6 = 0.30 ବା 0.3

(ଖ) 0.8 × 1.6
ସମାଧାନ:
ପ୍ରଥମ ସେପାନ : 8 × 16 = 128
ଦ୍ବିତୀୟ ସେପାନ : ସଂଖ୍ୟାଦ୍ଵୟର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କ ସଂଖ୍ୟା = 1 + 1 = 2
ଦ୍ବିତୀୟ ସେପାନ : ଗୁଣଫଳର ଡାହାଣପଟୁ ଦୁଇଟି ଅଙ୍କଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 1.28
∴ 0.8 × 1.6 = 1.28

(ଗ) 2.4 × 4.2
ସମାଧାନ:
ପ୍ରଥମ ସେପାନ : 24 × 42 = 1008
ଦ୍ବିତୀୟ ସେପାନ : ସଂଖ୍ୟାଦ୍ଵୟର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କ ସଂଖ୍ୟା = 1 + 1 = 2
ଦ୍ବିତୀୟ ସେପାନ : ଗୁଣଫଳର ଡାହାଣପଟୁ ଦୁଇଟି ଅଙ୍କଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 10.08
∴ 2.4 × 4.2 = 10.08

(ଘ) 1.5 × 1.25
ସମାଧାନ:
ପ୍ରଥମ ସେପାନ : 15 × 125 = 1875
ଦ୍ବିତୀୟ ସେପାନ : ସଂଖ୍ୟାଦ୍ଵୟର ଦଶମିକ ବିନ୍ଦୁ ପରବର୍ତ୍ତୀ ମୋଟ ଅଙ୍କ ସଂଖ୍ୟା = 1 + 1 = 2
ଦ୍ବିତୀୟ ସେପାନ : ଗୁଣଫଳର ଡାହାଣପଟୁ ଦୁଇଟି ଅଙ୍କଛାଡ଼ି ଦଶମିକ ବିନ୍ଦୁ ଦେଲେ ଗୁଣଫଳ ହେବ 1.875
∴ 1.5 × 1.25 = 1.875

(1) ଗୁଣଫଳ ଲେଖ–
(କ) 3.4 × 10 = _____
ସମାଧାନ:
34 (ଦଶମିକ ବିନ୍ଦୁ 1 ଟି ଅଙ୍କ ଡାହାଣକୁ ଘୁଞ୍ଚୁଲା)

(ଖ) 0.56 × 100 = _____
ସମାଧାନ:
56 (ଦଶମିକ ବିନ୍ଦୁ ଦୁଇଟି ଅଙ୍କ ଡାହାଣକୁ ଘୁଞ୍ଚିଲା )

(ଗ) 1.04 × 1000 = _____
ସମାଧାନ:
= 1.040 × 1000 = 1040

(ଘ) 0.3 × 100 = _____
ସମାଧାନ:
= 0.30 × 100 = 30

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions

(2) ଶୂନ୍ୟସ୍ଥାନ ପୂରଣ କର–
(କ) ଦଶମିକ ସଂଖ୍ୟାକୁ 100 ଦ୍ୱାରା ଗୁଣିବା ବେଳେ, ଦଶମିକ ବି…….ଗୋଟି ସ୍ଥାନ ଡାହାଣକୁ ଘୁଞ୍ଚିବ ।
ସମାଧାନ:
ଦୁଇ

(ଖ) ଦଶମିକ ସଂଖ୍ୟାକୁ 1000 ଦ୍ବାରା ଗୁଣନ କଲାବେଳେ ଦଶମିକ ବି………….ଗୋଟି ସ୍ଥାନ ଡାହାଣକୁ ଘୁଞ୍ଚୁବ ।
ସମାଧାନ:
ତିନି

ଉତ୍ତର ଲେଖ :
(କ) 125 ÷ 10 ର ଭାଗଫଳ କେତେ?
ସମାଧାନ:
12.5

(ଖ) 235.41 ÷ 100 ର ଭାଗଫଳ କେତେ?
ସମାଧାନ:
2.3541

(ଗ) 123.5 ÷ 1000 ର ଭାଗଫଳ କେତେ?
ସମାଧାନ:
.1235

ଉତ୍ତର କେତେ ହେବ ଲେଖ :
(କ) 2.4 ÷ 2
ସମାଧାନ:
= \(\frac{2.4 \times 5}{2 \times 5}=\frac{12.0}{10}\) = 1.20 ବା 1.2

(ଖ) 3.6 ÷ 4
ସମାଧାନ:
= \(\frac{3.6}{4}=\frac{3.6 \times 5 \times 5}{4 \times 5 \times 5}=\frac{18 \times 5}{20 \times 5}=\frac{90}{100}=\frac{9}{10}\) = 0.9

(ଗ) 3.3 ÷ 5
ସମାଧାନ:
= \(\frac{3.3 \times 2}{5 \times 2}=\frac{6.6}{10}\) = 0.66

(ଘ) 42.6 ÷ 25
ସମାଧାନ:
= \(\frac{42.6}{25}=\frac{42.6 \times 4}{25 \times 4}=\frac{170.4}{100}\) = 1.704

(ଙ) 73.8 ÷ 3
ସମାଧାନ:
= \(\frac{738}{10} \div 3=\frac{738}{10} \times \frac{1}{3} =\frac{ 738}{3} \times \frac{1}{10}=246 \times \frac{1}{10}\) = 24.6

(ଚ) 36.1 ÷ 14
ସମାଧାନ:
= \(\frac{361}{10} \div 19=\frac{ 361}{10} \times \frac{1}{19}=\frac{361}{19} \times \frac{1}{10}=19 \times \frac{1}{10}\) = 1.9

(ଛ) 32.72 ÷ 0.4
ସମାଧାନ:
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions 3

(ଜ) 48.06 ÷ 0.9
ସମାଧାନ:
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions 4

(ଝ) 90.48 ÷ 1.2
ସମାଧାନ:
BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions 5

BSE Odisha 7th Class Maths Solutions Chapter 2 ଭଗ୍ନସଂଖ୍ୟା ଓ ଦଶମିକ ସଂଖ୍ୟା InText Questions

ଉତ୍ତର ଲେଖ –
(କ) 2.6 ମିଟର କୁ ମିଟରରେ ପରିଣତ କର ।
ସମାଧାନ:
2.6 ମିଟର = (2.6 × 100) ସେ.ମି. = 260 ସେ.ମି. (1 ମି. = 100 ସେ.ମି.)

(ଖ) 3.24 ମିଟରକୁ ଡେସି ମିଟରରେ ପରିଣତ କର ।
ସମାଧାନ:
3.24 ମିଟର = (3.24 × 10) ଡେସିମିଟର = 32.4 ଡେସିମିଟର (1 ମି. = 10 ଡେସିମି)

(ଗ) 3.48 ସେ.ମି କୁ ମି. ଓ ସେ.ମି. ଏକକ ବ୍ୟବହାର କରି ଲେଖୁବା ପାଇଁ ଶୂନ୍ୟସ୍ଥାନ ପୂରଣ କର | _____ ମି _____ସେ.ମି ।
ସମାଧାନ:
3.48 ସେ.ମି. = 3 ମି. 48 ସେ.ମି.

(ଘ) 0.728 ଗ୍ରାମକୁ କି.ଗ୍ରା ରେ ପରିଣତ କର ।
ସମାଧାନ:
0.728 ଗ୍ରାମ୍ = \(\frac{0.728}{1000}\) କି.ଗ୍ରା = 0.000728 କି.ଗ୍ରା.

(ଙ) 3.2 କି.ଗ୍ରା.କୁ ଗ୍ରାମ୍ ଏକକରେ ପରିଣତ କର ।
ସମାଧାନ:
3.2 କିଗ୍ରା = (3.2 × 1000) ଗ୍ରାମ୍  = 3200 ଗ୍ରାମ୍ (1 କି.ଗ୍ରା. = 1000 ଗ୍ରାମ୍)

(ଚ) 4357 ଗ୍ରାମକୁ ନିମ୍ନମତେ ଶୂନ୍ୟସ୍ଥାନ ପୂରଣ କରି ଲେଖ । 4357 ଗ୍ରାମ୍ = …… କି.ଗ୍ରା. …. ଗ୍ରାମ୍ ।
ସମାଧାନ:
4357 ଗ୍ରାମ୍ = 4 କି.ଗ୍ରା. 357 ଗ୍ରାମ୍ ।

CHSE Odisha Class 12 History Chapter 2(a) Objective Questions in Odia Medium

Odisha State Board CHSE Odisha Class 12 History Solutions Chapter 2(a) ସିନ୍ଧୁ ସଭ୍ୟତା / ହରପ୍‌ପା ସଭ୍ୟତା Objective Questions.

CHSE Odisha 12th Class History Chapter 2(a) Objective Questions in Odia Medium

ବସ୍ତୁନିଷ୍ଠ ଓ ଅତିସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ସମ୍ଭାବ୍ୟ ଚାରୋଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ ।

୧। କେବେ ସିନ୍ଧୁ ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଥିଲା ?
(କ) ଖ୍ରୀ.ଅ. ୧୯୨୦
(ଖ) ଖ୍ରୀ.ଅ. ୧୯୨୨
(ଗ) ଖ୍ରୀ.ଅ. ୧୯୨୪
(ଘ) ଖ୍ରୀ.ଅ. ୧୯୨୬
Answer:
(ଖ) ଖ୍ରୀ.ଅ. ୧୯୨୨

୨ । ହରପ୍‌ପା ସଂସ୍କୃତି ଥିଲା ଏକ –
(କ) ଗ୍ରାମ୍ୟ ସଂସ୍କୃତି
(ଖ) ନଗର ସଂସ୍କୃତି
(ଗ) ଗ୍ରାମ୍ୟ ଓ ସହର ସଂସ୍କୃତିର ମିଶ୍ରଣ
(ଘ) ଗ୍ରାମ୍ୟ ବା ନଗର ସଂସ୍କୃତି ନ ଥିଲା
Answer:
(ଖ) ନଗର ସଂସ୍କୃତି

CHSE Odisha Class 12 History Chapter 2(a) Objective Questions in Odia Medium

୩ । କିଏ ହରପ୍‌ପା ଉପରେ ‘ଆର୍କୋଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ’ରେ ଏକ ବିବରଣୀ ପ୍ରଦାନ କରିଥିଲେ ?
(କ) ମ୍ଯାସନ୍
(ଖ) ବର୍ଣ୍ଣସ୍
(ଗ) କନିଙ୍ଗହାମ୍
(ଘ) ରାଖାଲଦାସ ବାନାର୍ଜୀ
Answer:
(ଗ) କର୍ନିଙ୍ଗହାମ୍‌

୪। କେଉଁମାନଙ୍କ ପ୍ରଚେଷ୍ଟାରେ ୧୯୨୧-୨୨ ଖ୍ରୀଷ୍ଟାବ୍ଦରେ ଦୁଇ ପ୍ରାଚୀନ ନଗରୀର ଧ୍ଵଂସାବଶେଷ ଆବିଷ୍କୃତ ହୋଇଥିଲା ?
(କ) ମ୍ୟାସନ ଏବଂ ବର୍ଷସ୍
(ଖ) ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀ
(ଗ) ହରପ୍ରସାଦ ଶାସ୍ତ୍ରୀ ଏବଂ ଆର୍.ସି. ମଜୁମଦାର
(ଘ) ଆର୍.ଏସ୍. ତ୍ରିପାଠୀ ଏବଂ ଭଣ୍ଡାରକର
Answer:
(ଘ) ରାଖାଲଦାସ ବାନାର୍ଜୀ ଏବଂ ଦୟାରାମ ସାହାଣୀ

୫। ମହେଞ୍ଜୋଦାରୋ କେଉଁଠାରେ ଅବସ୍ଥିତ ?
(କ) ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ
(ଖ) ପଶ୍ଚିମ ପଞ୍ଜାବର ମଣ୍ଟେଗୋମାରୀ ଜିଲ୍ଲାରେ
(ଗ) ଗୁଜରାଟ ପ୍ରଦେଶରେ
(ଘ) ରାଜସ୍ଥାନ ପ୍ରଦେଶରେ
Answer:
(କ) ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ

୬ । ହରପ୍‌ପା କେଉଁଠାରେ ଅବସ୍ଥିତ ?
(କ) ପଶ୍ଚିମ ପଞ୍ଜାବର ମଣ୍ଟେଗୋମାରୀ ଜିଲ୍ଲାରେ
(ଖ) ସିନ୍ଧୁପ୍ରଦେଶର ଲାରକାନା ଜିଲ୍ଲାରେ
(ଗ) ଜାମ୍ମୁ ଓ କାଶ୍ମୀରରେ
(ଘ) ଗୁଜରାଟରେ
Answer:
(କ) ପଶ୍ଚିମ ପଞ୍ଜାବର ମଣ୍ଟେଗୋମାରୀ ଜିଲ୍ଲାରେ

୭ । କେଉଁ ନଦୀ ତୀରଭୂମିରେ ହରପ୍‌ପା ଅବସ୍ଥିତ ?
(କ) ସିନ୍ଧୁ
(ଖ) ବେଆସ୍
(ଗ) ଝେଲମ୍
(ଘ) ରାବି
Answer:
(ଘ) ରବି

୮ । କେଉଁ ନଦୀ ତୀରଭୂମିରେ ମହେଞ୍ଜୋଦାରୋ ଅବସ୍ଥିତ ?
(କ) ସିନ୍ଧୁ
(ଖ) ଝେଲମ୍
(ଗ) ରାବି
(ଘ) ବେଆସ୍
Answer:
(କ) ସିନ୍ଧୁ

CHSE Odisha Class 12 History Chapter 2(a) Objective Questions in Odia Medium

୯ । ଲୋଥାଲ୍ କେଉଁଠାରେ ଅବସ୍ଥିତ ?
(କ) ଗୁଜରାଟ
(ଖ) ପଞ୍ଜ।ବ
(ଗ) ହରିୟାଣା
(ଘ) ରାଜସ୍ଥ।ନ
Answer:
(କ) ଗୁଜରାଟ

୧୦ । ହରପ୍‌ପା ସଂସ୍କୃତିର କେଉଁ ସ୍ଥାନରେ ଏକ ବିରାଟ ସ୍ନାନାଗାରର ଧ୍ୱଂସାବଶେଷ ଆବିଷ୍କୃତ ହୋଇଅଛି ?
(କ) ହରପ୍‌
(ଖ) ମହେଞ୍ଜୋଦାରୋ
(ଗ) ଲୋଥାଲ୍
(ଘ) କାଲିବଙ୍ଗାନ୍
Answer:
(ଖ) ମହେଞ୍ଜୋଦାରୋ

୧୧ । କେଉଁ ଶବ୍ଦର ଅର୍ଥ ‘ମୃତ ନଗରୀ’ ?
(କ) ମହେଞ୍ଜୋଦାରୋ
(ଖ) ହରପ୍‌ପା
(ଗ) ଲୋଥାଲ୍
(ଘ) ରଙ୍ଗପୁର
Answer:
(କ) ମହେଞ୍ଜୋଦାରୋ

୧୨ । ହରପ୍‌ପା ସଭ୍ୟତାର କେଉଁ ଅଞ୍ଚଳରୁ ଏକ ପୋତାଶ୍ରୟର ସନ୍ଧାନ ମିଳିଛି ?
(କ) ଲୋଥାଲ୍
(ଖ) କାଲିବଙ୍ଗାନ୍
(ଗ) ରଙ୍ଗପୁର
(ଘ) ମଣ୍ଡ।
Answer:
(କ) ଲୋଥାଲ୍

୧୩ । ହରପ୍‌ପା ଅଧିବାସୀମାନଙ୍କୁ କେଉଁ ଧାତୁର ବ୍ୟବହାର ଜଣା ନ ଥିଲା ?
(କ) ଲୌହ
(ଖ) ତମୄ।
(ଗ) ବ୍ରୋଞ୍ଜ
(ଘ) ଟିଣ
Answer:
(କ) ଲୌହ

CHSE Odisha Class 12 History Chapter 2(a) Objective Questions in Odia Medium

୧୪ । ରୂପାର କାହିଁକି ପ୍ରସିଦ୍ଧ ?
(କ) ପାଣ୍ଡୁରାଜାମାନଙ୍କର ରାଜଧାନୀ
(ଖ) ଶିଖୁଧର୍ମର କେନ୍ଦ୍ରସ୍ଥଳୀ
(ଗ) ହରପ୍‌ପା ସଭ୍ୟତାର ପୀଠସ୍ଥଳୀ
(ଘ) ମଦିରମାଳିନୀ ନଗବୀ
Answer:
(ଗ) ହରପ୍ପା ସଭ୍ୟତାର ପୀଠସ୍ଥଳୀ

୧୫ । କେଉଁ ପୋତାଶ୍ରୟ ନଗରୀରେ ହରପ୍‌ପା ସଭ୍ୟତାର ନିଦର୍ଶନ ମିଳେ ?
(କ) ଲୋଥାଲ୍
(ଖ) ତାମ୍ରଲିପି
(ଗ) ବମ୍ବେ
(ଘ) ରୂପାର୍
Answer:
(କ) ଲୋଥାଲ୍

B. ଶୂନ୍ୟସ୍ଥାନ ପୂରଣ କର ।

୧ । ସିନ୍ଧୁ ଅଧ୍ଵବାସୀମାନଙ୍କୁ _________ କୁହାଯାଏ ।
Answer:
ଦ୍ରାବିଡ଼

୨ । ମେସୋପଟାମିଆର __________ ଅଞ୍ଚଳରୁ ହରପ୍‌ପାର ପାଞ୍ଚଗୋଟି ମୋହର ମିଳିଛି ।
Answer:
ଏଲାନ୍

୩ । ହରପ୍‌ପାର କେତୋଟି ମୋହର ଉପରେ __________ ସଂକେତ ଥ‌ିବାରୁ ଅନୁମାନ କରାଯାଏ ଯେ ହରପ୍‌ପା ଅଧ୍ଵବାସୀମାନେ ସୂର୍ଯ୍ୟ ଉପାସନା କରୁଥିଲେ ।
Answer:
ସ୍ଵସ୍ତିକ୍ ଚକ୍ର

CHSE Odisha Class 12 History Chapter 2(a) Objective Questions in Odia Medium

୪। ହରପ୍‌ପା ପାକିସ୍ତାନ ଅନ୍ତର୍ଗତ __________ ଜିଲ୍ଲାରେ ଅବସ୍ଥିତ ।
Answer:
ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ

୫ । ବୃହତ୍ ସ୍ନାନାଗାର _________ ଠାରେ ଆବିଷ୍କୃତ ହୋଇଥିଲା ।
Answer:
ମହେଞ୍ଜୋଦାରୋ

୬ । ହରପ୍‌ପା ସଭ୍ୟତା ________ ମସିହାରେ ପ୍ରନୃତତ୍ତ୍ଵବିଦ୍‌ଙ୍କ ଦ୍ଵାରା ଆବିଷ୍କୃତ ହୋଇଥିଲା ।
Answer:
୧୯୨୨ ଖ୍ରୀ.ଅ.

୭ । ହରପ୍‌ପା ଲିପିର ପାଠୋଦ୍ଧାର ପାଇଁ _________ ପ୍ରଯନ୍ତ୍ର କରିଛନ୍ତି ।
Answer:
ଏସ୍.କେ. ରାଓ

୮। ବୃହତ୍ ସ୍ନାନାଗାରର ଦୈର୍ଘ୍ୟ ________ ଓ ପ୍ରସ୍ଥ _________ ମିଟର ଥିଲା ।
Answer:
୫୫, ୩୫

୯। ପ୍ର।ଚୀନ ଭାରତବର୍ଷରେ _________ ପ୍ରଥମେ ପଶୁପତି ଈଶ୍ଵରଙ୍କୁ ପୂଜା କରୁଥିଲେ ।
Answer:
ହରପ୍‌ପା ଅଧ୍ଵବାସୀମାନେ

୧୦ । ହରପ୍‌ପା ସଭ୍ୟତାର ବିଲୟ _________ ମସିହାରେ ଘଟିଥିଲା ।
Answer:
ଖ୍ରୀ.ପୂ. ୧୮୦୦

୧୧ । ସିନ୍ଧୁ ସଭ୍ୟତାର ବୃହତ୍ ଶସ୍ୟାଗାର ________ ଠାରେ ଦେଖିବାକୁ ମିଳେ ।
Answer:
ହରପ୍‌ପା

CHSE Odisha Class 12 History Chapter 2(a) Objective Questions in Odia Medium

୧୨ । ହରପ୍‌ପା ସଂସ୍କୃତିର ଅଧ୍ଵବାସୀମାନଙ୍କୁ ________ ଧାତୁର ବ୍ୟବହାର ଜଣା ନ ଥିଲା ।
Answer:
ଲୌହ

୧୩ । ___________ ଓ __________ ପଶୁଙ୍କୁ ହରପ୍‌ପା ଅଧିବାସୀମାନେ ଜାଣି ନ ଥିଲେ ।
Answer:
ଘୋଡ଼ା, କୁକୁର

୧୪ । ହରପ୍‌ପା ସଭ୍ୟତା ଏକ ________ ସଭ୍ୟତା ଥିଲା ।
Answer:
ନଗର

୧୫ । __________ ଙ୍କ ମତରେ ସୁମେରୀୟ ଜାତିର ଲୋକେ ସିନ୍ଧୁ ସଭ୍ୟତାର ଅଧିବାସୀ ଥିଲେ ।
Answer:
ଗର୍ଡ଼ନ୍ ଚାଇଲଡ଼୍

C. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

୧ | ହରପ୍‌ପା ସଭ୍ୟତା କେବେ ପ୍ରତ୍ନତତ୍ତ୍ୱବିତ୍‌ଙ୍କଦ୍ଵାରା ଆବିଷ୍କୃତ ହୋଇଥିଲା ?
Answer:
ହରପ୍‌ପା ସଭ୍ୟତା ୧୯୨୧-୨୨ ଖ୍ରୀ.ଅ.ରେ ପ୍ରନୃତତ୍ତ୍ଵବିତ୍‌ଙ୍କଦ୍ଵାରା ଆବିଷ୍କୃତ ହୋଇଥିଲା ।

୨ । କିଏ ହରପ୍ପା ସଭ୍ୟତା ଆବିଷ୍କାର କରିଥିଲେ ?
Answer:
ଦୟାରାମ ସାହାଣୀ ଓ ରାଖାଲ ଦାସ ବାନାର୍ଜୀ ହରପ୍ପା ସଭ୍ୟତା ଆବିଷ୍କାର କରିଥିଲେ ।

CHSE Odisha Class 12 History Chapter 2(a) Objective Questions in Odia Medium

୩ । କାଲିବଙ୍ଗାନ କେଉଁଠାରେ ଅବସ୍ଥିତ ?
Answer:
କାଲିବଙ୍ଗାନ ରାଜସ୍ଥାନରେ ଅବସ୍ଥିତ ।

୪ । ହରପ୍ପା ସଂସ୍କୃତିର ଅଧ୍ଵବାସୀମାନଙ୍କୁ କେଉଁ ଧାତୁର ବ୍ୟବହାର ଅଜଣା ଥୁଲା ?
Answer:
ହରପ୍ପା ସଂସ୍କୃତିର ଅଧ୍ଵବାସୀମାନଙ୍କୁ ଲୌହ ଧାତୁର ବ୍ୟବହାର ଅଜଣା ଥିଲା ।

୫। ହରପ୍‌ପା ସଭ୍ୟତାର ବୈଶିଷ୍ଟ୍ୟ କ’ଣ ?
Answer:
ହରପ୍‌ପା ସଭ୍ୟତା ଏକ ସହରୀୟ ବା ନଗର ସଭ୍ୟତା ଥିଲା ।

୬ । ସିନ୍ଧୁ ଅଧିବାସୀମାନେ ମାତୃଶକ୍ତିର ଆରାଧନା କରୁଥିଲେ ବୋଲି କେଉଁଥରୁ ଜଣାପଡ଼େ ?
Answer:
ସିଲ୍ ଉପରେ ଅଙ୍କିତ ନାରୀମୂର୍ତ୍ତିକୁ ଅନୁଧ୍ୟାନ କରି ସିନ୍ଧୁ ଅଧ୍ବବାସୀମାନେ ମାତୃଶକ୍ତିର ଆରାଧନା କରୁଥିଲେ ବୋଲି ଜଣାଯାଏ ।

୭ । ହରପ୍‌ପା ସଂସ୍କୃତିର ଲୋକମାନେ କେଉଁ ଧାତୁରୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ?
Answer:
ସେମାନେ ତାମ୍ର ଓ ବ୍ରୋଞ୍ଜ୍ ଧାତୁରୁ ଅସ୍ତ୍ରଶସ୍ତ୍ର ନିର୍ମାଣ କରୁଥିଲେ ।

୮ । ସିନ୍ଧୁ ସଭ୍ୟତାର ଅଧ୍ଵବାସୀମାନେ କେଉଁ ଦେବତାଙ୍କର ଉପାସକ ଥିଲେ ?
Answer:
ସିନ୍ଧୁସଭ୍ୟତାର ଅଧ୍ଵବାସୀମାନେ ଶିବ ବା ପଶୁପତିଙ୍କୁ ପୂଜା କରୁଥିବାର ପ୍ରମାଣ ମିଳେ ।

୯। ‘ହରପ୍‌ପା’ ଶବ୍ଦର ଅର୍ଥ କ’ଣ ?
Answer:
‘ହରପ୍‌ପା’ ଶବ୍ଦର ଅର୍ଥ ହେଉଛି ପ୍ରଥମ ।

CHSE Odisha Class 12 History Chapter 2(a) Objective Questions in Odia Medium

୧୦ । ହରପ୍‌ପା ସଭ୍ୟତାର ଅଟ୍ଟାଳିକାଗୁଡ଼ିକ କେଉଁଥରେ ନିର୍ମିତ ?
Answer:
ହରପ୍‌ପା ସଭ୍ୟତାର ଅଟ୍ଟାଳିକାଗୁଡ଼ିକ ପୋଡ଼ାଇଟାରେ ନିର୍ମିତ ।

୧୧ । ହରପ୍‌ପା ସଂସ୍କୃତିର ଅଧ୍ଵବାସୀମାନେ କେଉଁ ଦେଶ ସହିତ ବାଣିଜ୍ୟ ସମ୍ପର୍କ ରଖୁଥିଲେ ?
Answer:
ମେସୋପଟାମିଆ, ପାରସ୍ୟ, ସୁମେର ଓ ମିଶର ସହିତ ହରପ୍‌ପା ସଂସ୍କୃତିର ଅଧ୍ଵବାସୀମାନଙ୍କର ବାଣିଜ୍ୟିକ ସମ୍ପର୍କ ଥିଲା ।

୧୨ । ହରପ୍‌ପା ଅଧିବାସୀମାନଙ୍କର ପ୍ରଧାନ ଖାଦ୍ୟ କ’ଣ ଥିଲା ?
Answer:
ଗହମ, ଯଅ, ବାଜରା, ମାଛ ଓ ମାଂସ ପ୍ରଭୃତି ହରପ୍‌ପା ଅଧିବାସୀମାନଙ୍କର ପ୍ରଧାନ ଖାଦ୍ୟ ଥିଲା ।

୧୩ । ରୁପାର୍ କାହିଁକି ପ୍ରସିଦ୍ଧି ଲାଭ କରିଥିଲା ?
Answer:
ହରପ୍‌ପା ସଭ୍ୟତାର ପୀଠସ୍ଥଳୀ ଭାବରେ ରୁପାର ପ୍ରସିଦ୍ଧି ଲାଭ କରିଥିଲା ।

୧୪ । ସିନ୍ଧୁ ଅଧବାସୀମାନେ ସୂର୍ଯ୍ୟ ଉପାସନା କରୁଥିଲେ ବୋଲି କେଉଁଥରୁ ଜଣାପଡ଼େ ?
Answer:
ଆବିଷ୍କୃତ ହୋଇଥ‌ିବା ମୋହର ଉପରେ ସ୍ଵସ୍ତିକ ଚିହ୍ନ ଥ‌ିବାରୁ ସିନ୍ଧୁ ଅଧ‌ିବାସୀମାନେ ସୂର୍ଯ୍ୟ ଉପାସନା କରୁଥିଲେ ବୋଲି ଜଣାପଡ଼ିଥାଏ ।

୧୫ । ହରପ୍‌ପା ଅଧିବାସୀମାନେ କେଉଁ ବୃକ୍ଷକୁ ପୂଜା କରୁଥିଲେ ?
Answer:
ହରପ୍‌ପା ଅଧ୍ଵବାସୀମାନେ ଅଶ୍ଵତ୍ଥ ନିମ୍ବ ବୃକ୍ଷକୁ ପୂଜା କରୁଥିଲେ ।

୧୬ । ଇଣ୍ଡୋ-ସୁମେରିଆନ୍‌ ସଭ୍ୟତା କାହାକୁ କୁହାଯାଏ ?
Answer:
ହରପ୍‌ପା ଓ ମହେଞ୍ଜୋଦାରୋ ସଭ୍ୟତାକୁ ଇଣ୍ଡୋ-ସୁମେରିଆନ୍ ସଭ୍ୟତା କୁହାଯାଏ ।

CHSE Odisha Class 12 History Chapter 2(a) Objective Questions in Odia Medium

୧୭ । କେଉଁ ସ୍ଥାନରୁ ସିନ୍ଧୁ ସଭ୍ୟତାର ପୋତାଶ୍ରୟର ଧ୍ୱଂସାବଶେଷ ମିଳିଛି ?
Answer:
ଗୁଜୁରାଟର ଲୋଥାଲ ନାମକ ସ୍ଥାନରୁ ସିନ୍ଧୁ ସଭ୍ୟତାର ଏକ ପୋତାଶ୍ରୟର ଧ୍ୱଂସାବଶେଷ ମିଳିଛି ।

୧୮ । ସିନ୍ଧୁ ସଭ୍ୟତାର ପତନର ଦୁଇଟି ମୁଖ୍ୟ କାରଣ କ’ଣ ?
Answer:
ପ୍ରଳୟଙ୍କରୀ ବନ୍ୟା ଓ ନଦୀର ଗତିପଥ ପରିବର୍ତ୍ତନ ଓ ଆର୍ଯ୍ୟମାନଙ୍କ ସହ ସଂଘର୍ଷ – ସିନ୍ଧୁ ସଭ୍ୟତାର ପତନ ପାଇଁ ଦାୟୀ ଅଟେ ।

D. ଭ୍ରମ ସଂଶୋଧନ କର ।

୧ । କାଲିବାଙ୍ଗାନ୍ ଏକ ବନ୍ଦର ନଗରୀଭାବେ ପ୍ରସିଦ୍ଧ ଥିଲା ।
Answer:
କାଲିବାଙ୍ଗାନ୍ ହରପ୍‌ପା ସଂସ୍କୃତିର ଏକ ପୀଠସ୍ଥଳୀ ଭାବେ ପ୍ରସିଦ୍ଧ ଥିଲା ।

୨ । ପାକିସ୍ତାନ ଅନ୍ତର୍ଗତ ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ମହେଞ୍ଜୋଦାରୋ ଅବସ୍ଥିତ ।
Answer:
ପାକିସ୍ତାନ ଅନ୍ତର୍ଗତ ପଶ୍ଚିମ ପଞ୍ଜାବର ମଣ୍ଟେଗୋମେରୀ ଜିଲ୍ଲାରେ ହରପ୍‌ପା ଅବସ୍ଥିତ ।

୩ । କାଲିବାଙ୍ଗାନ୍ ଗୁଜରାଟରେ ଅବସ୍ଥିତ ।
Answer:
କାଲିବାଙ୍ଗାନ୍ ରାଜସ୍ଥାନରେ ଅବସ୍ଥିତ ।

CHSE Odisha Class 12 History Chapter 2(a) Objective Questions in Odia Medium

୧୯୨୪ ଖ୍ରୀ.ଅ.ରେ ସିନ୍ଧୁ ସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଥିଲା ।
Answer:
୧୯୨୦ ଖ୍ରୀ.ଅ.ରେ ସିନ୍ଧୁସଭ୍ୟତାର ଭଗ୍ନାବଶେଷ ଆବିଷ୍କୃତ ହୋଇଥିଲା ।

CHSE Odisha Class 12 History Chapter 1 Short & Long Answer Questions in Odia Medium

Odisha State Board CHSE Odisha Class 12 History Solutions Chapter 1 ପ୍ରାଚୀନ ଭାରତ ଇତିହାସର ଉପାଦାନ Short & Long Answer Questions.

CHSE Odisha 12th Class History Chapter 1 Short & Long Answer Questions in Odia Medium

ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
A. ଦୁଇଟି / ତିନୋଟି ବାକ୍ୟରେ ଉତ୍ତର ଦିଅ ।

୧। ଛାପାମୁଦ୍ରା କେଉଁ ଯୁଗରେ ପ୍ରଚଳିତ ହୋଇଥିଲା ? ସେଥ‌ିରେ କାହାର ଛାପା ଦେଖିବାକୁ ମିଳେ ?
Answer:
ମୌର୍ଯ୍ୟ ଯୁଗରେ ଛାପାମୁଦ୍ରା ପ୍ରଚଳିତ ହୋଇଥିଲା । ସେଥ‌ିରେ ଜୀବଜନ୍ତୁ, ପର୍ବତ, ବୃକ୍ଷ ଆଦିର ଛାପ ଦେଖିବାକୁ ମିଳିଥାଏ ।

୨। ପାଣିନି ଓ ପତଞ୍ଜଳି ଲେଖିଥିବା ସଂସ୍କୃତ ବ୍ୟାକରଣ ଗ୍ରନ୍ଥ ଦୁଇଟିର ନାମ ଲେଖ । ଏଥ‌ିରେ କ’ଣ ଉଲ୍ଲେଖ କରାଯାଇଛି ?
Answer:
ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ପାଣିନି ‘ଅଷ୍ଟାଧ୍ୟାୟୀ’ ଏବଂ ଖ୍ରୀଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀରେ ପତଞ୍ଜଳି ‘ମହାଭାଷ୍ୟ’ ରଚନା କରିଥିଲେ । ଏହି ଗ୍ରନ୍ଥଦ୍ଵୟରେ ସେ ଯୁଗର ରାଜ୍ୟଶାସନ ଉପରେ ଆଲୋକପାତ କରାଯାଇଛି ।

୩ । ‘ମାଳାବିକାଗ୍ନିମିତ୍ରମ୍’ର ଲେଖକ କିଏ ? କେଉଁ ଶୃଙ୍ଗ ରାଜାଙ୍କ ଉପରେ ସେହି ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ?
Answer:
‘ମାଳାବିକାଗ୍ନିମିତ୍ରମ୍’ର ଲେଖକ କବି ଓ ନାଟ୍ୟକାର କାଳିଦାସ ଅଟନ୍ତି । ଶୃଙ୍ଗରାଜା ପୁଷ୍ୟାମିତ୍ର ଶୃଙ୍ଗଙ୍କ ଉପରେ ସେ ଗ୍ରନ୍ଥରେ ବର୍ଣ୍ଣନା କରାଯାଇଛି ।

୪। ମହାଭାରତର ରଚୟିତା କିଏ ? ଏହା କେତେ ଭାଗରେ ବିଭକ୍ତ ?
Answer:
ମହାଭାରତର ରଚୟିତା ବ୍ୟାସଦେବ । ଏହା ୧୮ଟି ଭାଗରେ ବିଭକ୍ତ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୫ । ଅଶୋକ କେଉଁ ଚାରୋଟି ଲିପି ବ୍ୟବହାର କରିଥିଲେ ଓ ସେଗୁଡ଼ିକ କ’ଣ କ’ଣ ?
Answer:
ଅଶୋକ ଚାରିଗୋଟି ଲିପି ବ୍ୟବହାର କରିଥିଲେ । ସେଗୁଡ଼ିକ ହେଲା – ଆଫଗାନିସ୍ଥାନ ଶିଳାଲେଖରେ ଆରମାଇକ୍ ଓ ଗ୍ରୀକ୍ ଲିପି ବ୍ୟବହାର ହେଉଥିଲାବେଳେ ପାକିସ୍ତାନର ଶିଳାଲେଖ ଉତ୍କର୍ଷ ହୋଇଥିଲା ଖରୋଷ୍ଟି ଲିପିରେ । ଏତଦ୍‌ବ୍ୟତୀତ ସାମ୍ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ବ୍ରାହ୍ମୀଲିପିର ବ୍ୟବହାର ହେଉଥିଲା ।

୬ । ମେହରୌଲୀ ଲୌହସ୍ତମ୍ଭ ଏବଂ ଆଲ୍ଲାହାବାଦ ସ୍ତମ୍ଭଲେଖରେ କ’ଣ ଉଲ୍ଲେଖ ଅଛି ? କେଉଁ ସ୍ତମ୍ଭଲେଖ ନ ଥିଲେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତ ଭାରତ ଇତିହାସରେ ଅଜଣା ହୋଇ ରହିଥା’ନ୍ତେ ?
Answer:
ଲୌହସ୍ତମ୍ଭରେ ରାଜା ବିକ୍ରମାଦିତ୍ୟ ବଙ୍ଗ ଶାସକଙ୍କୁ ପରାସ୍ତ କରିବା ବିଷୟ ଉଲ୍ଲେଖ ଅଛି । ଆଲ୍ଲାହାବାଦ ସ୍ତମ୍ଭଲେଖ ନ ଥିଲେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତ ଭାରତ ଇତିହାସରେ ଅଜଣା ହୋଇ ରହିଥା’ନ୍ତେ ।

୭। କିଏ, କେବେ ଅଶୋକଙ୍କ ଅଭିଲେଖର ଅକ୍ଷରଗୁଡ଼ିକ ପାଠ କରିବାରେ ସଫଳତା ଲାଭ କରିଥିଲେ ?
Answer:
ପାଶ୍ଚାତ୍ୟ ବିଦ୍ବାନ୍ ଜେମ୍ସ ପ୍ରିନ୍‌ସେପ୍ ଅଶୋକଙ୍କର ଅଭିଲେଖର ଅକ୍ଷରଗୁଡ଼ିକ ପାଠ କରିବାରେ ସଫଳତା ହାସଲ କରିଥିଲେ । ସେ ୧୮୧୭ ମସିହାରେ ଏହାକୁ ପାଠ କରିବାରେ ସଫଳ ହୋଇଥିଲେ ।

୮। ଅଭିଲେଖଗୁଡ଼ିକ କେତେ ପ୍ରକାରର ଓ କ’ଣ କ’ଣ ? ପ୍ରଶଂସାବ୍ୟଞ୍ଜକ ଅଭିଲେଖରେ କେଉଁମାନଙ୍କର ଗୁଣ କୀର୍ତ୍ତନ କରାଯାଇଥାଏ ?
Answer:
ଅଭିଲେଖଗୁଡ଼ିକ ବିଭିନ୍ନ ପ୍ରକାରର ଥିଲା, ଯଥା – ପ୍ରଶଂସାବ୍ୟଞ୍ଜକ ଅଭିଲେଖ, ସ୍ମାରକ ଅଭିଲେଖ, ଧର୍ମୀୟ ଅଭିଲେଖ, ଆଜ୍ଞାପତ୍ର ଓ ଦାନପତ୍ର । ପ୍ରଶଂସାବ୍ୟଞ୍ଜକ ଅଭିଲେଖରେ ରାଜାମାନଙ୍କର ଗୁଣ କୀର୍ତ୍ତନ କରାଯାଇଥାଏ ।

୯। ହର୍ଷଙ୍କ ଶାସନ କାଳରେ କେଉଁ ପରିବ୍ରାଜକ ଭାରତ ମାଟିରେ ପଦାର୍ପଣ କରିଥିଲେ, ସେ କେବେ ଓ କେଉଁ ବୌଦ୍ଧପୀଠଗୁଡ଼ିକୁ ଭ୍ରମଣ କରିଥିଲେ ? ତାଙ୍କଦ୍ୱାରା ରଚିତ ଗ୍ରନ୍ଥର ନାମ କ’ଣ ?
Answer:
ହର୍ଷଙ୍କ ଶାସନ କାଳରେ ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ଭାରତ ମାଟିରେ ପଦାର୍ପଣ କରିଥିଲେ । ସେ ୬୩୦ ରୁ ୬୪୪ ଖ୍ରୀ.ଅ. ପର୍ଯ୍ୟନ୍ତ ଥାନେଶ୍ବର, ଅଯୋଧ୍ୟା, ପ୍ରୟାଗ, କନୌଜ, ମହାରାଷ୍ଟ୍ର, କର୍ଣ୍ଣସୁବର୍ଣ୍ଣ, କାମରୂପ, ଶ୍ରାବସ୍ତୀ, ପୁଣ୍ଡବର୍ଦ୍ଧନ ଆଦି ସ୍ଥାନରେ ଥ‌ିବା ବୌଦ୍ଧପୀଠଗୁଡ଼ିକୁ ଭ୍ରମଣ କରିଥିଲେ । ସେ ତାଙ୍କର ଭ୍ରମଣ ବୃତ୍ତାନ୍ତକୁ ‘ସି-ୟୁ-କି’ ନାମକ ଗ୍ରନ୍ଥରେ ସ୍ଥାନ ଦେଇଥିଲେ ।

୧୦ । ଇତ୍‌ସିଂ କେବେ ଭାରତ ଭ୍ରମଣରେ ଆସି କେଉଁ ଧର୍ମ ବିଷୟରେ ଅନୁଧ୍ୟାନ କରିଥିଲେ ? ସେ କ’ଣ ଲେଖିଛନ୍ତି ?
Answer:
ସପ୍ତମ ଶତାବ୍ଦୀରେ ଇତ୍‌ସିଂ ଭାରତ ଭ୍ରମଣରେ ଆସି ବୌଦ୍ଧଧର୍ମ ବିଷୟରେ ଅନୁଧ୍ୟାନ କରିଥିଲେ । ସେ ସେତେବେଳେ ଭାରତରେ ବୌଦ୍ଧଧର୍ମ କିପରି ପତନ ଆଡ଼କୁ ଗତି କରୁଥିଲା ଲେଖିବା ସହିତ ଭାରତର ସାମାଜିକ ଓ ଆର୍ଥନୀତିକ ଅବସ୍ଥା ବର୍ଣ୍ଣନା କରିଥିଲେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୧୧ । ଫାହିୟାନ୍ କେଉଁ ଶତାବ୍ଦୀରେ ଭାରତ ଆସି ସେଠାରେ କେତେ ବର୍ଷ କାଳ ଅବସ୍ଥାନ କରିଥିଲେ ? ତାଙ୍କ ପୁସ୍ତକର ନାମ କ’ଣ ?
Answer:
ପଞ୍ଚମ ଶତାବ୍ଦୀରେ ଫାହିୟାନ୍ ଭାରତ ଆସି ସେଠାରେ ୧୫ ବର୍ଷକାଳ ଅବସ୍ଥାନ କରିଥିଲେ । ତାଙ୍କ ପୁସ୍ତକର ନାମ ‘ଫୋ-କିଓ-କି’ ଥିଲା ।

୧୨ । ଜିଆଉଦ୍ଦିନ୍ ବରାନୀଙ୍କ ପୁସ୍ତକର ନାମ କ’ଣ ? ସେଥୁରେ କେଉଁ ସମୟର ଭାରତର ଇତିହାସ ଲିପିବଦ୍ଧ ହୋଇଛି ?
Answer:
ଜିଆଉଦ୍ଦିନ୍ ବରାନୀଙ୍କର ପୁସ୍ତକର ନାମ ‘ତାରିଖ-ଇ-ଫିରୋଜଶାହୀ’ ଅଟେ । ସେଥ‌ିରେ ୧୨୫୯ ରୁ ୧୩୫୩ ଖ୍ରୀ.ଅ. ପର୍ଯ୍ୟନ୍ତ ଭାରତର ଇତିହାସ ଲିପିବଦ୍ଧ ରହିଛି ।

୧୩ । ଗୋଆଲିୟର ପ୍ରଶସ୍ତି ଏବଂ ଐହୋଲ ପ୍ରଶସ୍ତିରେ କାହା ସମ୍ପର୍କରେ ଉଲ୍ଲେଖ କରାଯାଇଛି ? ଖାରବେଳଙ୍କ ରାଜତ୍ଵ ସମ୍ବନ୍ଧରେ କେଉଁ ଅଭିଲେଖରେ ବର୍ଣ୍ଣନା କରାଯାଇଛି ?
Answer:
ଗୋଆଲିୟର ପ୍ରଶସ୍ତିରେ ପ୍ରତିହାର ଶାସକ ଭୋଜରାଜଙ୍କର ସୁଶାସନ ସମ୍ପର୍କରେ ଉଲ୍ଲେଖ କରାଯାଇଥିଲାବେଳେ ଐହୋଲ ପ୍ରଶସ୍ତିରୁ ହର୍ଷ ଚାଲୁକ୍ୟ ରାଜ୍ୟ ଦ୍ବିତୀୟ ପୁଲକେଶୀଙ୍କଦ୍ଵାରା କିପରି ପରାଜିତ ହୋଇଥିଲେ ସେହି ବିଷୟରେ ଉଲ୍ଲେଖ କରାଯାଇଛି । ଖାରବେଳଙ୍କ ରାଜତ୍ଵ ସମ୍ବନ୍ଧରେ ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣନା କରାଯାଇଛି ।

୧୪ । ବୋଘାଜକୋଇ ଶିଳାଲେଖ କେଉଁଠାରୁ ଆବିଷ୍କାର କରାଯାଇଛି ? ସେଥ‌ିରେ ଆର୍ଯ୍ୟମାନଙ୍କର କେଉଁ ଦେବତାମାନଙ୍କ କଥା ଉଲ୍ଲେଖ କରାଯାଇଛି ?
Answer:
ବୋଘାଜକୋଇ ଶିଳାଲେଖ ଏସିଆ ମାଇନର ଅଞ୍ଚଳରୁ ଆବିଷ୍କାର କରାଯାଇଛି । ସେଥରେ ଆର୍ଯ୍ୟମାନଙ୍କର ଇନ୍ଦ୍ର, ବରୁଣ, ମିତ୍ର ଆଦି ଦେବତାମାନଙ୍କର କଥା ଉଲ୍ଲେଖ କରାଯାଇଛି ।

୧୫ । କେଉଁଠାରେ ଜୈନ ଗୁମ୍ଫାମାନ ଦେଖିବାକୁ ମିଳେ ?
Answer:
କର୍ଣ୍ଣାଟକର ଗୋମତେଶ୍ଵର ବାହୁବଳୀ ମୂର୍ତ୍ତି, ଭୁବନେଶ୍ବରରେ ଖଣ୍ଡଗିରି-ଉଦୟଗିରି, ମଧ୍ୟପ୍ରଦେଶର ଏଲୋରା ଏବଂ ମହାରାଷ୍ଟ୍ରରେ ଜୈନଗୁମ୍ଫାମାନ ଦେଖିବାକୁ ମିଳେ ।

୧୬ । କେଉଁଠାରେ ଜୈନ କୀର୍ତ୍ତିମାନ ଦେଖିବାକୁ ମିଳିଥାଏ ?
Answer:
ବିହାରର ପାର୍ଶ୍ଵନାଥ ମନ୍ଦିର, ପାବାପୁରୀ ଏବଂ ରାଜଗିରି, କାଥୁଆୱାଡ଼ର ଗିରନାର୍‌ ଏବଂ ପାଲିତନ ଏବଂ ରାଜସ୍ଥାନର ଆବୁ ପର୍ବତସ୍ଥିତ ଦିଲୱାରା ଇତ୍ୟାଦି ସ୍ଥାନରେ ଜୈନ କୀର୍ତ୍ତିମାନ ଦେଖିବାକୁ ମିଳେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୧୭ । ପ୍ରାଚୀନ ଭାରତରେ କେତେଖଣ୍ଡ ପୁରାଣ ରଚିତ ହୋଇଥିଲା ? କେତୋଟି ପ୍ରସିଦ୍ଧ ପୁରାଣର ନାମ ଲେଖ । ପୁରାଣର ମୁଖ୍ୟ ଲକ୍ଷଣ କ’ଣ ?
Answer:
ପ୍ରାଚୀନ ଭାରତରେ ଅଷ୍ଟାଦଶ ପୁରାଣ ଅର୍ଥାତ୍ ୧୮ ଖଣ୍ଡ ପୁରାଣ ରଚିତ ହୋଇଥିଲା । କେତୋଟି ପ୍ରସିଦ୍ଧ ପୁରାଣର ନାମ ହେଲା – ବାୟୁପୁରାଣ, ବିଷ୍ଣୁପୁରାଣ, ମତ୍ସ୍ୟ ପୁରାଣ, ବ୍ରହ୍ମାଣ୍ଡ ପୁରାଣ, ଅଗ୍ନି ପୁରାଣ ଇତ୍ୟାଦି । ପୁରାଣର ବଂଶାବଳୀ ବର୍ଣ୍ଣନା ପୁରାଣର ଏକ ମୁଖ୍ୟ ଲକ୍ଷଣ ।

୧୮ । ‘ଅର୍ଥଶାସ୍ତ୍ର’ କେତୋଟି ଅଧ୍ୟାୟରେ ବିଭକ୍ତ ହୋଇଛି ? ଏହା କେଉଁ ଯୁଗରେ ରଚିତ ହୋଇଥିଲା ? ଉକ୍ତ ଗ୍ରନ୍ଥରେ କେଉଁ ବିଷୟରେ ଆଲୋଚନା କରାଯାଇଛି ?
Answer:
କୌଟିଲ୍ୟଙ୍କ ‘ଅର୍ଥଶାସ୍ତ୍ର’ ୧୫ଟି ଅଧ୍ୟାୟରେ ବିଭକ୍ତ । ଏହା ମୌର୍ଯ୍ୟ ଯୁଗରେ ରଚିତ ହୋଇଥିଲା । ଉକ୍ତ ଶାସ୍ତ୍ରରେ ରାଜ୍ୟ ଶାସନ, ଅର୍ଥନୀତି, ଦଣ୍ଡନୀତି, ସମାଜ ଓ ବୈଦେଶିକ ସମ୍ପର୍କ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଛି ।

୧୯ । ମେଘାସ୍ଥିନିସ୍ କିଏ ? ତାଙ୍କ ରଚିତ ପୁସ୍ତକର ନାମ କ’ଣ ? ଭାରତର କେଉଁଠାରେ ସେ ଅବସ୍ଥାନ କରିଥିଲେ ?
Answer:
ଗ୍ରୀକ୍ ରାଷ୍ଟ୍ରଦୂତ ମେଘାସ୍ଥିନିସ୍ ଗ୍ରୀକ୍ ସେନାପତି ସେଲିଉକ୍‌ସଙ୍କଦ୍ୱାରା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜଦରବାରକୁ ପ୍ରେରିତ ହୋଇଥିଲେ । ତାଙ୍କଦ୍ୱାରା ରଚିତ ପୁସ୍ତକର ନାମ ‘ଇଣ୍ଡିକା’ ଥିଲା । ସେ ପାଟଳୀପୁତ୍ର ନଗରୀରେ ଅବସ୍ଥାନ କରିଥିଲେ ।

୨୦ । ଆଲ୍‌ବେରୁଣୀ କିଏ ? ତାଙ୍କ ରଚିତ ପୁସ୍ତକର ନାମ କ’ଣ ?
Answer:
ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଆରବୀୟ ଲେଖକ ଥିଲେ ଆଲ୍‌ବେରୁଣୀ । ତାଙ୍କ ରଚିତ ପୁସ୍ତକର ନାମ ଥିଲା ‘ତାହିକ୍- ଇ-ହିନ୍ଦ୍’ ।

୨୧ । ପ୍ରାଚୀନ ଭାରତର ଇତିହାସ ରଚନା କରିବାପାଇଁ କେଉଁ କେଉଁ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ ? ଆଧୁନିକ ଯୁଗର ଇତିହାସ ରଚନା କରିବାପାଇଁ କେଉଁ ଉପାଦାନର ଆବଶ୍ୟକତା ରହିଛି ?
Answer:
ପ୍ରାଚୀନ ଭାରତର ଇତିହାସ ରଚନା କରିବାପାଇଁ ସାହିତ୍ୟକୃତି, ଅଭିଲେଖ, ବୈଦେଶିକ ବିବରଣୀ, ମୁଦ୍ରା, ମାଟିପାତ୍ର, ଧାତବ ଉପକରଣ ଏବଂ ଅନ୍ୟାନ୍ୟ ପ୍ରତ୍ନତାତ୍ତ୍ଵିକ ଭଗ୍ନାବଶେଷ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଆଧୁନିକ ଯୁଗର ଇତିହାସ ରଚନା କରିବାପାଇଁ ଅଭିଲେଖାଗାରୀୟ ଉପାଦାନର ଆବଶ୍ୟକତା ରହିଛି ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୨୨ । ବେଦ କେତେ ଭାଗରେ ବିଭକ୍ତ ? ପ୍ରାଚୀନ ଭାରତ ଇତିହାସ ରଚନା ଦିଗରେ ଏହା କିପରି ସହାୟକ ହୋଇଥାଏ ?
Answer:
ବେଦ ଚାରିଭାଗରେ ବିଭକ୍ତ; ଯଥା – ରକ୍, ସାମ୍, ଯଜୁ, ଅଥର୍ବ । ବେଦରୁ ଆର୍ଯ୍ୟମାନଙ୍କର ଗତି, ବସତି, ରାଜ୍ୟ ଶାସନ, ସଭା-ସମିତି, ଶିକ୍ଷା, ପ୍ରକୃତି ଉପାସନା ଆଦି ସମ୍ପର୍କରେ ଜାଣିବାକୁ ମିଳିଥାଏ ।

୨୩ । ପ୍ରଶଂସାବ୍ୟଞ୍ଜକ ଅଭିଲେଖ କ’ଣ ? ଏହାର ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ପ୍ରଶଂସାବ୍ୟଞ୍ଜକ ଅଭିଲେଖ ମାଧ୍ୟମରେ ଶାସକମାନେ ନିଜ ନିଜର ପ୍ରଶଂସା ବ୍ୟକ୍ତ କରୁଥିଲେ । ଗୁପ୍ତ ସମ୍ରାଟ ସମୁଦ୍ରଗୁପ୍ତଙ୍କ ଉଦ୍ଦିଷ୍ଟ ହରିଶେଣଙ୍କଦ୍ଵାରା ରଚିତ ପ୍ରୟାଗ ପ୍ରଶସ୍ତି, ସାତବାହନ ଶାସକ ଗୌତମୀପୁତ୍ର ସାତକର୍ଣ୍ଣୀଙ୍କ ଗୁଣଗାନ କରୁଥୁବା ନାସିକ ପ୍ରଶସ୍ତି, ଚାଲୁକ୍ୟ ବଂଶର ଦ୍ଵିତୀୟ ପୁଲକେଶୀଙ୍କ ନାମ ବର୍ଣନା କରୁଥିବା ଐହୋଲ ପ୍ରଶସ୍ତି ଆଦି ପ୍ରଶଂସାବ୍ୟଞ୍ଜକ ଅଭିଲେଖର୍ ନମୁନା ।

୨୪ । ସ୍ମାରକ ଅଭିଲେଖରେ କେଉଁ ଘଟଣାମାନ ସ୍ଥାନ ପାଉଥିଲା ? ଏହାର ଦୁଇଟି ଉଦାହରଣ ପ୍ରଦାନ କର ।
Answer:
ସ୍ମାରକ ଅଭିଲେଖରେ ଜଣେ ଶାସକଙ୍କ ରାଜ୍ୟ ଶାସନ ସମ୍ପର୍କିତ ମହନୀୟ ଘଟଣାମାନ ସ୍ଥାନ ପାଉଥିଲା । ସମ୍ରାଟ ଅଶୋକଙ୍କ ଲୁମ୍ବିନୀ ଅଭିଲେଖ ଏବଂ ସମ୍ରାଟ ଖାରବେଳଙ୍କ ହାତୀଗୁମ୍ଫା ଅଭିଲେଖ ଏହାର ଉଦାହରଣ ଅଟେ ।

୨୫ । ଆଜ୍ଞାପତ୍ର କ’ଣ ? ଯେକୌଣସି ଦୁଇଟି ଆଜ୍ଞାପତ୍ରର ନାମ ଲେଖ ।
Answer:
ଆଜ୍ଞାପତ୍ରଗୁଡ଼ିକରେ ରାଜାଙ୍କର ଆଦେଶ ଉତ୍କର୍ଣ୍ଣ ହେଉଥିଲା । ହର୍ଷବର୍ଦ୍ଧନଙ୍କ ବଂଶଖେରା ଏବଂ ମଧୁବନ ଆଜ୍ଞାପତ୍ର, ନାଳନ୍ଦା ତାମ୍ରପତ୍ର ଏବଂ ଓଡ଼ିଶାର ଗଙ୍ଗବଂଶ ଏବଂ ସୂର୍ଯ୍ୟବଂଶ ଶାସନ ସମୟରେ ତାମ୍ରପଟ୍ଟାମାନ ଆଜ୍ଞାପତ୍ରର ଉଦାହରଣ ଅଟେ ।

୨୬ । ପ୍ରାଚୀନ ଭାରତର ଇତିହାସ ରଚନା କରିବାପାଇଁ ‘ରାମାୟଣ’ କିପରି ସହାୟକ ହୋଇଥାଏ ? ଏହା କେତେ ଖଣ୍ଡରେ ବିଭକ୍ତ ?
Answer:
‘ରାମାୟଣ’ରେ ରାମଙ୍କର ବନବାସ ଏବଂ ଯୁଦ୍ଧ ବର୍ଣ୍ଣନାରୁ ସେତେବେଳର ଆର୍ଯ୍ୟ ଏବଂ ଦ୍ରାବିଡ଼ମାନଙ୍କ ମଧ୍ୟରେ ସଂଘର୍ଷ, ଅଶ୍ଵମେଧ ଯଜ୍ଞ, ଦକ୍ଷିଣଆଡ଼କୁ ଆର୍ଯ୍ୟମାନଙ୍କର ଗତି ଏବଂ ସାମାଜିକ କର୍ତ୍ତବ୍ୟବୋଧ ଆଦି ବିଷୟରେ ଜାଣିବାକୁ ମିଳିଥାଏ । ଏହି ମହାକାବ୍ୟ ସାତଖଣ୍ଡରେ ବିଭକ୍ତ ଅଟେ ।

୨୭ । ଐତିହାସିକ ଉପାଦାନ ଭାବେ ଫାହିୟାଙ୍କ ବିବରଣୀର ବିଶେଷତ୍ଵ କ’ଣ ? ସେ କେଉଁ ସମ୍ରାଟଙ୍କ ରାଜତ୍ଵ ସମୟରେ ଭାରତ ଆସିଥିଲେ ?
Answer:
ଚୀନ୍ ପରିବ୍ରାଜକ ଫାହିୟାନ୍‌ଙ୍କ ଲିଖ୍ ଭାରତ ସମ୍ବନ୍ଧୀୟ ବିବରଣୀ ‘ଫୋ-କିଓ-କି’ରୁ ତତ୍କାଳୀନ ସମାଜର ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ଧର୍ମୀୟ ଅବସ୍ଥା ସମ୍ବନ୍ଧରେ ଜାଣିବାକୁ ମିଳିଥାଏ । ଫାହିୟାନ୍ ଗୁପ୍ତ ସମ୍ରାଟ ଦ୍ବିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ଭାରତ ଆସିଥୁଲେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

B. ପାଞ୍ଚଟି / ଛଅଟି ବାକ୍ୟରେ ଉତ୍ତର ଦିଅ ।

୧। କେଉଁ କେଉଁ ଉପାଦାନଗୁଡ଼ିକ ପ୍ରାଚୀନ ଭାରତ ଇତିହାସ ରଚନା ପାଇଁ ସହାୟକ ହୋଇଥାଏ ?
Answer:
ଯେକୌଣସି ଇତିହାସ ରଚନା କରିବାପାଇଁ ମୌଳିକ ଉପାଦାନଗୁଡ଼ିକର ଆବଶ୍ୟକତା ପଡ଼େ । ସେହିପରି ପ୍ରାଚୀନ ଭାରତ ଇତିହାସ ରଚନାପାଇଁ ଆମେ ମୁଖ୍ୟତଃ ତିନିପ୍ରକାର ଉପାଦାନ ଉପରେ ନିର୍ଭର କରିଥାଉ । ସେଗୁଡ଼ିକ ହେଲା – ପ୍ରନୃତାତ୍ତ୍ଵିକ ଉପାଦାନ, ସାହିତ୍ୟିକ ଉପାଦାନ ଏବଂ ଅଭିଲେଖାଗାରୀୟ ଉପାଦାନ । ପ୍ରସୂତାତ୍ତ୍ଵିକ ଉପାଦାନକୁ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା— ଖୋଦିତ ଲେଖ ବା ଲିପି, ପ୍ରନତାତ୍ତ୍ୱିକ ଧ୍ୱଂସାବଶେଷ ଓ ସ୍ଥାପତ୍ୟରାଜି ଏବଂ ମୁଦ୍ରା । ସେହିପରି ସାହିତ୍ୟିକ ଉପାଦାନକୁ ମଧ୍ଯ ତିନିଭାଗରେ ବିଭକ୍ତ କରାଯାଇଛି; ଯଥା— ଧର୍ମୀୟ ସାହିତ୍ୟ, ଲୌକିକ ସାହିତ୍ୟ ଏବଂ ବୈଦେଶିକ ବିବରଣୀ । ଅଭିଲେଖାଗାରୀୟ ଉପାଦାନ ହେଉଛି – ସରକାରୀ ଚିଠି, ବ୍ୟକ୍ତିଗତ କାଗଜପତ୍ର, ଦଲିଲ ଓ ଦସ୍ତାବିଜ୍, ଖବରକାଗଜ ଓ ପତ୍ରପତ୍ରିକା, ପତ୍ରବିନିମୟ ଆଦି ।

୨ । ପ୍ରାଚୀନ ଭାରତ ଇତିହାସ ରଚନା ପାଇଁ ଲୋକସାହିତ୍ୟର ଆବଶ୍ୟକତା କ’ଣ ?
Answer:
ଲୋକସାହିତ୍ୟ ବା ଲୌକିକ ସାହିତ୍ୟରୁ ପ୍ରାଚୀନ ଭାରତର ବର୍ଷବ୍ୟବସ୍ଥା, ଦଣ୍ଡବ୍ୟବସ୍ଥା, ନୀତି, ଆଦର୍ଶ, ବୈଦେଶିକ ନୀତି ଓ ଅର୍ଥନୀତି ପ୍ରଭୃତି ବିଷୟର ପୂର୍ଣ୍ଣ ବିବରଣୀ ମିଳେ । ମନୁ ସ୍ମୃତି, ଯାଜ୍ଞବଳ୍‌କ୍ୟ ସ୍ମୃତି ଓ ପରାଶର ସ୍ମୃତିରୁ ପ୍ରାଚୀନ ଭାରତରେ ସାମାଜିକ, ରାଜନୀତି ଓ ଧର୍ମ ସମ୍ବନ୍ଧୀୟ ଜୀବନର ଚିତ୍ର ମିଳିଥାଏ । ବିଶାଖାଦତ୍ତଙ୍କ ମୁଦ୍ରାରାକ୍ଷସରୁ ମୌର୍ଯ୍ୟଯୁଗର ଇତିହାସ ଓ ଦେବୀଚନ୍ଦ୍ରଗୁପ୍ତମ୍ ଗ୍ରନ୍ଥରୁ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ଶାସନ ବିଷୟରେ ବିଶଦ ବିବରଣୀ ମିଳିଥାଏ । ପାଣିନିଙ୍କ ଅଷ୍ଟାଧ୍ୟାୟୀ ଓ ପତଞ୍ଜଳିଙ୍କ ମହାଭାଷ୍ୟ ସଂସ୍କୃତ ବ୍ୟାକରଣରୁ ତତ୍‌କାଳୀନ ଗଣତନ୍ତ୍ର ଶାସନ ବିଷୟରେ ସୂଚନା ମିଳେ । କାଳଜୟୀ ନାଟ୍ୟକାର କାଳିଦାସଙ୍କ ସାହିତ୍ୟକୃତି; ଯଥା- ମାଳବିକାଗ୍ନିମିତ୍ରମ୍, ଅଭିଜ୍ଞାନଶାକୁନ୍ତଳମ୍, ବିକ୍ରମୋର୍ବଶୀୟମ୍, ମେଘଦୂତ, ରଘୁବଂଶ ପ୍ରଭୃତି ନାଟକ ଓ ଗ୍ରନ୍ଥ ଇତିହାସ ରଚନା ପାଇଁ ସହାୟକ ହୋଇଥା’ନ୍ତି । ଓଡ଼ିଶା ଇତିହାସ ରଚନା ପାଇଁ ମାଦଳାପାଞ୍ଜି ଓ କଟକ ରାଜବଂଶାବଳୀ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୩ । ହୁଏନ୍‌ସାଂଙ୍କ ସମ୍ବନ୍ଧରେ ଏକ ବିବରଣୀ ପ୍ରଦାନ କର ।
Answer:
ପ୍ରାଚୀନ ଭାରତର ବୈଦେଶିକ ଭ୍ରମଣକାରୀଙ୍କ ମଧ୍ୟରେ ହୁଏନ୍‌ସାଂ ଅତି ପ୍ରସିଦ୍ଧ । ହର୍ଷବର୍ଦ୍ଧନଙ୍କ ରାଜତ୍ଵ ସମୟରେ ସେ ଭାରତ ପରିଭ୍ରମଣରେ ଆସିଥିଲେ । ସେ ଖ୍ରୀ.ଅ. ୬୩୦ରୁ ୬୪୪ ପର୍ଯ୍ୟନ୍ତ ଦୀର୍ଘ ଚଉଦବର୍ଷକାଳ ଭାରତର କନୌଜ, ଥାନେଶ୍ଵର, କଙ୍ଗୋଦ, ନେପାଳ ଓ ନାଳନ୍ଦା ପ୍ରଭୃତି ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ । ସେ ‘ସି-ୟୁ-କି’ ନାମକ ଗ୍ରନ୍ଥ ରଚନା କରିଥିଲେ । ହର୍ଷଙ୍କର ରାଜ୍ୟଜୟ, ଶାସନନୀତି ଓ ଧର୍ମ ବିଷୟରେ ସେ ବହୁ ଉପାଦେୟ ବିବରଣୀ ପ୍ରଦାନ କରିଥିଲେ । ସେ ପ୍ରୟାଗ ଓ କନୌଜ ଧର୍ମସଭା କଥା ଉଲ୍ଲେଖ କରିଛନ୍ତି । ହୁଏନ୍‌ସାଂ ନାଳନ୍ଦା ବିଶ୍ଵବିଦ୍ୟାଳୟରେ ଦଶହଜାର ଛାତ୍ର ଅଧ୍ୟୟନ କରୁଥିବାର ବର୍ଣ୍ଣନା କରିଛନ୍ତି । ହୁଏନ୍‌ସାଂ ଓଡ଼ିଶାର ପୁଷ୍ପଗିରି ନାମକ ବିଶ୍ଵବିଦ୍ୟାଳୟ ଦେଖୁବାକୁ ଯାଇଥିଲେ । ହର୍ଷଯୁଗର ଇତିହାସ ପାଇଁ ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ ଏକ ମହାର୍ଘ ଐତିହାସିକ ଉପାଦାନ ଅଟେ ।

୪। ଅଭିଲେଖାଗାରୀୟ ଉପାଦାନ ଭାବେ ଖବରକାଗଜ ଓ ପତ୍ରପତ୍ରିକାଗୁଡ଼ିକର ଭୂମିକା ସମ୍ପର୍କରେ ଲେଖ ।
Answer:
ଅଭିଲେଖାଗାରୀୟ ଉପାଦାନ ଭାବେ ଖବରକାଗଜ ଓ ପତ୍ରପତ୍ରିକାଗୁଡ଼ିକର ଭୂମିକା ଅତୀବ ଗୁରୁତ୍ଵପୂର୍ଣ । ଏଥ‌ିରେ ବିଭିନ୍ନ ସମୟରେ ଘଟିଥିବା ଘଟଣାବଳୀର ପରିପ୍ରକାଶ ଘଟିଥାଏ । ଏହି ଘଟଣାବଳୀକୁ ପରୀକ୍ଷା ନିରୀକ୍ଷା କରି ଏବଂ ଏଥୁରୁ ଉପାଦାନ ସଂଗ୍ରହ କରି ଇତିହାସ ରଚନା କରାଯାଇଥାଏ । ସ୍ଵାଧୀନତା ପୂର୍ବରୁ ‘ଅମୃତବଜାର ପ୍ରତିକା’, ‘ଇଂଲିସ୍‌ମ୍ୟାନ୍’, ‘ଯୁଗାନ୍ତର’, ‘ହିନ୍ଦୁ ପାଟ୍ରିୟ’, ‘ଦି ପାଓନିୟର’, ‘ଦି ଟାଇମ୍ସ’ ଆଦି ଖବରକାଗଜ ପ୍ରକାଶିତ ହୋଇଥିଲା । ଅଧୁନା ବହୁ ଖବରକାଗଜ ପ୍ରକାଶିତ ହେଲାଣି । ପତ୍ରିକା ମଧ୍ୟରେ ଇଂରେଜ ଶାସନ ସମୟରେ ‘ଏସିଆଟିକ୍ କ୍ୱାଟର୍ଲି ରିଭ୍ୟୁ’, ‘ସେଣ୍ଟ୍ରାଲ୍ ଏସିଆନ୍ ରିଭ୍ୟୁ’, ‘ଜର୍ଣ୍ଣାଲ୍ ଅଫ୍ ଦି ରୟାଲ ଏସିଆଟିକ୍ ସୋସାଇଟି’, ‘ଅଖବାର-ଇ-ଆସ’, ‘ହମଦର୍ଦ-ଇ-ହିନ୍ଦ’, ‘ବନାରସ୍ ଅଖବାର’, ‘ନିଆଁଖୁଣ୍ଟା’ ଆଦି ପ୍ରକାଶିତ ହେଉଥିଲା ।

୫ । ଇତିହାସ ରଚନାରେ ପୁରାଣର ଭୂମିକା ନିରୁପଣ କର ।
Answer:
ଭାରତରେ ବିଭିନ୍ନ ପ୍ରକାରର ପୁରାଣ ରହିଛି । ମୁଖ୍ୟ ପୁରାଣଗୁଡ଼ିକ ମଧ୍ୟରୁ ବିଷ୍ଣୁ ପୁରାଣ, ବାୟୁ ପୁରାଣ, ମତ୍ସ୍ୟ ପୁରାଣ, ମାର୍କଣ୍ଡେୟ ପୁରାଣ, ଅଗ୍ନି ପୁରାଣ, ବ୍ରହ୍ମାଣ୍ଡ ପୁରାଣ ପ୍ରଭୃତି ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ପୁରାଣଗୁଡ଼ିକରେ ତତ୍‌କାଳୀନ ଶାସକମାନଙ୍କର ବଂଶାବଳୀ ସହିତ ସେମାନଙ୍କର କୃତିତ୍ଵ ମଧ୍ଯ ଲିପିବଦ୍ଧ ହୋଇଛି । ଗୁପ୍ତଯୁଗରେ ଅଷ୍ଟାଦଶ ପୁରାଣ ଲେଖାର ପରିସମାପ୍ତି ଘଟିଥିଲା । ପୁରାଣରୁ ଆମେ ମୌର୍ଯ୍ୟ, ଶିଶୁନାଗ, ଶୃଙ୍ଗ, ସାତବାହନ, ଗୁପ୍ତ ଆଦି ରାଜବଂଶ ବିଷୟରେ ଜାଣିବାକୁ ଯାଇଥାଉ । ପୁରାଣଗୁଡ଼ିକରୁ ମଧ୍ଯ ଐତିହାସିକ, ଭୌଗୋଳିକ ଓ ଧର୍ମବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଆହରଣ କରାଯାଇଥାଏ । ପୁରାଣରେ ଭାରତରେ ଥିବା ବିଭିନ୍ନ ତୀର୍ଥସ୍ଥାନ ଓ ସେଗୁଡ଼ିକର ମାହାତ୍ମ୍ୟ ବିଷୟରେ ବର୍ଣ୍ଣିତ ଅଛି ।

CHSE Odisha Class 12 History Chapter 1 Short & Long Answer Questions in Odia Medium

୬ । ଇତିହାସ ରଚନାରେ ଧର୍ମ ସାହିତ୍ୟ କିପରି ସହାୟକ ହୋଇଥାଏ ?
Answer:
ଭାରତୀୟ ଧର୍ମ ସାହିତ୍ୟରେ ବୈଦିକ ସାହିତ୍ୟ ହେଉଛି ସର୍ବଶ୍ରେଷ୍ଠ । ଚାରୋଟି ବେଦ ଯଥା — ଋକ୍, ସାମ୍, ଯତୁଃ ଓ ଅଥର୍ବ ବେଦରୁ ପ୍ରାଚୀନ ଇତିହାସ ରଚନା କରିବାପାଇଁ ବହୁ ତଥ୍ୟ ମିଳିଥାଏ । ଧର୍ମସାହିତ୍ୟ ସାଧାରଣତଃ ତିନି ପ୍ରକାରର ଯଥା — ହିନ୍ଦୁଧର୍ମ ସାହିତ୍ୟ, ବୌଦ୍ଧଧର୍ମ ସାହିତ୍ୟ ଓ ଜୈନଧର୍ମ ସାହିତ୍ୟ । ବେଦ, ଉପନିଷଦ, ପୁରାଣ, ରାମାୟଣ ଓ ମହାଭାରତ ପ୍ରଭୃତି ହିନ୍ଦୁ ଧର୍ମ ସାହିତ୍ୟର ଅନ୍ତର୍ଭୁକ୍ତ । ତ୍ରିପିଟକ, ଜାତକ, ବୁଦ୍ଧଚରିତ, ଦୀପବଂଶ, ମହାବଂଶ ଇତ୍ୟାଦି ବୌଦ୍ଧଧର୍ମ ସାହିତ୍ୟର ଅନ୍ତର୍ଭୁକ୍ତ ହୋଇଥିଲାବେଳେ ଅଙ୍ଗ, ଉପାଙ୍ଗ ମୂଳସୂତ୍ର ଓ ପ୍ରକରଣ ସୂତ୍ର ପ୍ରଭୃତି ଜୈନଧର୍ମ ସାହିତ୍ୟର ଅନ୍ତର୍ଭୁକ୍ତ ଅଟେ । ଏଗୁଡ଼ିକରୁ ପ୍ରାଚୀନ ଭାରତର ସାମାଜିକ, ଅର୍ଥନୈତିକ ଓ ଧାର୍ମିକ ଜୀବନର ସ୍ପଷ୍ଟ ଚିତ୍ର ମିଳିଥାଏ, ଯାହାକି ଇତିହାସ ରଚନା କରିବା ଦିଗରେ ସହାୟକ ହୋଇଥାଏ ।

୭ । ବୈଦେଶିକ ବିବରଣୀରୁ କିପରି ତଥ୍ୟ ସଂଗ୍ରହ କରାଯାଏ ?
Answer:
ପ୍ରାଚୀନ ଭାରତର ଇତିହାସ ରଚନା ପାଇଁ ବୈଦେଶିକ ବିବରଣୀ ବହୁ ତଥ୍ୟ ଯୋଗାଇପାରନ୍ତି । ତନ୍ମଧ୍ୟରୁ ମେଘାସ୍ଥିନିସ୍‌ଙ୍କ ‘ଇଣ୍ଡିକା’, ଟୋଲେମିଙ୍କ ‘ଭୂଗୋଳ’ ଓ ପ୍ଲିନିଙ୍କର ‘ପ୍ରାକୃତିକ ଇତିହାସ’ ଅନ୍ୟତମ । ଗ୍ରୀକ୍ ଐତିହାସିକ ଏରିଆନ୍, ଷ୍ଟ୍ରାବୋ ଓ ଜଷ୍ଟିନ୍ ମଧ୍ୟ ଭାରତ ସମ୍ପର୍କରେ ଚିତ୍ତାକର୍ଷକ ବିବରଣୀ ପ୍ରଦାନ କରିଛନ୍ତି । ଚୀନ ପରିବ୍ରାଜକଙ୍କ ମଧ୍ୟରେ ଗୁପ୍ତଯୁଗର ଫାହିୟାନ, ହର୍ଷବର୍ଦ୍ଧନଙ୍କ ସମୟର ହୁଏନ୍‌ସାଂ ଓ ଇସିଂଙ୍କ ଭ୍ରମଣ ବୃତ୍ତାନ୍ତ ତତ୍‌କାଳୀନ ରାଜନୈତିକ, ସାମାଜିକ ଓ ଧର୍ମ ସମ୍ବନ୍ଧୀୟ ଅବସ୍ଥା ସମ୍ପର୍କରେ ବିଶେଷ ସୂଚନା ଦେଇଥାଏ । ତିବ୍ବତୀୟ ଐତିହାସିକ ଲାମା ତାରାନାଥଙ୍କର ବୌଦ୍ଧଧର୍ମର ଇତିହାସ ଏ ଦିଗରେ ଏକ ଉପାଦେୟ ଗ୍ରନ୍ଥ ଅଟେ । ମୁସଲମାନ ଐତିହାସିକମାନଙ୍କ ମଧ୍ୟରେ ଫିର୍ଲୋସୀ, ଇବଡ଼ବତୁତା, ନିଜାମୁଦ୍ଦିନ୍ ଓ ମଇଉଦ୍ଦିନ୍ ରିସ୍ତି ପ୍ରଭୃତି ଭାରତ ସମ୍ପର୍କରେ ବହୁ ତଥ୍ୟ ପ୍ରଦାନ କରିଯାଇଛନ୍ତି ।

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର

୧ । ପ୍ରାଚୀନ ଭାରତର ଇତିହାସ ରଚନା କରିବା ଦିଗରେ ପ୍ରନୃତାତ୍ତ୍ଵିକ ଉପାଦାନ କିପରି ସହାୟକ ହୋଇଥାଏ ଆଲୋଚନା କର ।
Answer:
ଭାରତବର୍ଷର ଅତୀତ ଇତିହାସ ରଚନା କରିବାପାଇଁ ଆମକୁ ଐତିହାସିକ ଉପାଦାନ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଏହି ପ୍ରାଚୀନ ଐତିହାସିକ ଉପାଦାନଗୁଡ଼ିକ ମଧ୍ୟରୁ ପ୍ରନୃତାତ୍ତ୍ଵିକ ଉପାଦାନ ଅନ୍ୟତମ । ପ୍ରନୃତାତ୍ତ୍ଵିକ ଉପାଦାନକୁ ତିନିଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା – ଅଭିଲେଖ, ପ୍ରତ୍ନତାତ୍ତ୍ୱିକ ଧ୍ୱଂସାବଶେଷ ଓ ସ୍ଥାପତ୍ୟରାଜି ଏବଂ ମୁଦ୍ରା ।

Chapter 1 ପ୍ରାଚୀନ ଭାରତ ଇତିହାସର ଉପାଦାନ

ଭୂଗର୍ଭରୁ ଖନନଦ୍ଵାରା ଆବିଷ୍କୃତ ହୋଇଥିବା ବିଭିନ୍ନ ପ୍ରକାରର ଧ୍ୱଂସାବଶେଷର ଅଧ୍ୟୟନକୁ ପ୍ରଚ଼ତାତ୍ତ୍ଵିକ ଉପାଦାନ କୁହାଯାଏ ।

  • ଅଭିଲେଖ ବା ଖୋଦିତ ଲେଖ – ଐତିହାସିକ ଭି.ଏ. ସ୍ମିଥଙ୍କ ମତରେ, ପ୍ରାଚୀନ ଭାରତ ଇତିହାସର ଉପାଦାନ ଦୃଷ୍ଟିରୁ ଶିଳାଲିପିଗୁଡ଼ିକୁ ତାଲିକାରେ ପ୍ରଥମ ସ୍ଥାନ ଦିଆଯାଇଛି । କାରଣ ଆମର ଜ୍ଞାନ ପାଇଁ ସେଗୁଡ଼ିକ ହେଉଛି ପ୍ରାୟତଃ ଅଧ୍ଵତମ ଗୁରୁତ୍ଵପୂର୍ଣ୍ଣ ଓ ବିଶ୍ଵାସଯୋଗ୍ୟ ଉପାଦାନ । ବିଶେଷ କରି ରାଜନୈତିକ ଇତିହାସ ରଚନାପାଇଁ ଶିଳାଲେଖଗୁଡ଼ିକ ମୁଖ୍ୟତଃ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଥାଏ । ଏତଦ୍‌ଭିନ୍ନ ଲୌହସ୍ତମ୍ଭ, ତାମ୍ରପଟ୍ଟା, ମୁଦ୍ରା ଓ ମୋହର ଦେହରେ ଅଭିଲେଖ ମଧ୍ୟ ସ୍ଥାନ ପାଇଥିଲା । ତାମ୍ରପଟ୍ଟା, ଲୌହ, ସୁନା, ରୁପା ଓ ବ୍ରୋଞ୍ଜ ଉପରେ ବିଭିନ୍ନ ପ୍ରକାର ଲିପି ଦେଖୁବାକୁ ମିଳିଥାଏ । ଅଭିଲେଖଗୁଡ଼ିକ ମଧ୍ୟ ବିଭିନ୍ନ ପ୍ରକାରର; ଯଥା— ପ୍ରଶଂସାବ୍ୟଞ୍ଜକ ଅଭିଲେଖରେ ରାଜା, ମହାରାଜାମାନଙ୍କ ପ୍ରଶଂସା ଲିପିବଦ୍ଧ ହୋଇଥିଲା ।

CHSE Odisha Class 12 History Chapter 1 Short & Long Answer Questions in Odia Medium

  • ପ୍ରନୃତାତ୍ତ୍ଵିକ ଧ୍ୱଂସାବଶେଷ – ପ୍ରାଚୀନ କୀର୍ତ୍ତିରାଜି ଓ ଧ୍ବଂସାବଶେଷରୁ ଭାରତର ଇତିହାସ, କଳା ଓ ସଂସ୍କୃତି ବିଷୟରେ ବହୁତ କଥା ଜଣାପଡ଼େ । ହରପ୍ପା ଓ ମହେଞ୍ଜୋଦାରୋର ଖନନ ପରେ ମିଳିଥିବା ସିଲ୍ ମୋହରରୁ ଇତିହାସ ରଚନାପାଇଁ ବହୁ ତଥ୍ୟ ମିଳିଥାଏ । ସେହିପରି ଶିଶୁପାଳଗଡ଼, ହସ୍ତିନାପୁର, କୌଶାସ୍ତ୍ରୀ, ଉଜ୍ଜୟିନୀ, ମଥୁରା ଓ ପାଟଳୀପୁତ୍ରର ଖନନ ଏହି ପ୍ରାଚୀନ ନଗରୀଗୁଡ଼ିକର ଅତୀତ ଇତିହାସ ବିଷୟରେ ପୂର୍ଣ୍ଣ ବିବରଣୀ ପ୍ରଦାନ କରେ । ପ୍ରାଚୀନ ବୌଦ୍ଧଧର୍ମ ଓ ଶୈବଧର୍ମ ବିଷୟରେ ବୋଧଗୟା, ସାରନାଥ, ସାଞ୍ଚ, ଧଉଳିଗିରି, ଭୁବନେଶ୍ଵର, ଖଜୁରାହୋ ଓ କାଞ୍ଚିପୁରମ୍ ଆଦି ସ୍ଥାନ ବହୁ ଉପାଦେୟ ଧାର୍ମିକ ତଥ୍ୟ ପ୍ରଦାନ କରେ ।
  • ମୁଦ୍ରା – ମୁଦ୍ରା ସମ୍ବନ୍ଧୀୟ ଅଧ୍ୟୟନକୁ ‘ମୁଦ୍ରା ବିଜ୍ଞାନ’ କୁହାଯାଏ । ପ୍ରାଚୀନ ଯୁଗରେ ଆବିଷ୍କୃତ ହୋଇଥିବା ବିଭିନ୍ନସମୟର ମୁଦ୍ରାଗୁଡ଼ିକୁ ବର୍ତ୍ତମାନ ଦେଶର ବିଭିନ୍ନ ସଂଗ୍ରହାଳୟଗୁଡ଼ିକରେ ଯନ୍ତ୍ରର ସହ ରଖାଯାଇଛି । ପ୍ରାଚୀନ ମୁଦ୍ରାଗୁଡ଼ିକରୁ ମୌର୍ଯ୍ୟ, କୁଶାଣ, ଗୁପ୍ତ, ଗ୍ରୀକ୍ ଓ ଇଣ୍ଡୋ-ଗ୍ରୀକ୍ ଆଦି ଶାସକମାନଙ୍କର ଶାସନ ସମ୍ବନ୍ଧରେ ସୂଚନା ମିଳେ । ପ୍ରାଚୀନ ଭାରତର ସର୍ବପ୍ରାଚୀନ ମୁଦ୍ରା ହେଉଛି ମୌର୍ଯ୍ୟକାଳୀନ ଛାପାଯୁକ୍ତ ମୁଦ୍ରା । ମୁଦ୍ରାଗୁଡ଼ିକ ଉପରେ ଚିତ୍ରିତ ହୋଇଥିବା ଚିତ୍ରରୁ ରାଜା, ମହାରାଜାମାନଙ୍କର ରୂପ, ବେଶଭୂଷା, ପରାକ୍ରମ ଓ ଧର୍ମବିଶ୍ଵାସ କଥା ଜଣାପଡ଼େ । ମୁଦ୍ରାରେ ଅଙ୍କିତ ହୋଇଥିବା ବିଭିନ୍ନ ମୂର୍ତ୍ତିରୁ ସେ ସମୟର ଧର୍ମ ବିଷୟରେ ଜଣାଯାଏ । ମୋଟ ଉପରେ ମୁଦ୍ରାରୁ ଅତୀତର ରାଜନୈତିକ, ଅର୍ଥନୈତିକ ଓ ଧର୍ମସମ୍ବନ୍ଧୀୟ ଅବସ୍ଥା ବିଷୟରେ ପୂର୍ଣ୍ଣ ବିବରଣୀ ମିଳିଥାଏ ।
  • କଳା ଓ ସ୍ଥାପତ୍ୟ – କଳା ଓ ସ୍ଥାପତ୍ୟ ପ୍ରାଚୀନ ଭାରତର ଇତିହାସ ରଚନାରେ ଅନ୍ୟ ଏକ ଉପାଦାନରୂପେ ପରିଗଣିତ ହୁଏ । ପ୍ରାଚୀନ କଳା ଓ ସ୍ଥାପତ୍ୟ ଭାରତୀୟ ସଭ୍ୟତା ଓ ସଂସ୍କୃତିକୁ ଋଦ୍ଧିମନ୍ତ ଓ ହୃଦୟସ୍ପର୍ଶୀ କରିପାରିଛି । ସିନ୍ଧୁ ସଭ୍ୟତାର ସିଲ୍ ଓ ମୂର୍ତ୍ତିକଳାରୁ ସେଠାରେ ଶୈବଧର୍ମ ପ୍ରଚଳିତ ଥିବାର ପ୍ରମାଣ ଦିଏ । ସେହିପରି ଅଶୋକଙ୍କ ସାରନାଥ, ସାଞ୍ଚି ଓ ବୁଦ୍ଧଗୟା ଆଦି ସ୍ଥାନର ସ୍ଥାପତ୍ୟ ମୌର୍ଯ୍ୟ ସଭ୍ୟତାର ପରିଚୟ ପ୍ରଦାନ କରେ । ଭାରହୁତ୍ ଓ ସାଞ୍ଚିର ସ୍ଥାପତ୍ୟ ଶୃଙ୍ଗ ରାଜୁତିର ମୂକସାକ୍ଷୀ ଭାବେ ବିଦ୍ୟମାନ । ଦେଓଗଡ଼ର ଦଶାବତାର ମନ୍ଦିର, ଭିତରଗାଁର ବିଷ୍ଣୁମନ୍ଦିର, ନାଚନାକୁଥାରର ଶିବମନ୍ଦିର, ଅଜନ୍ତା, ଏଲୋରା, ବାଘ ଆଦି ସ୍ଥାନର କଳା-ସ୍ଥାପତ୍ୟ ଗୁପ୍ତଯୁଗର ଗୁଣକୀର୍ତ୍ତନ କରେ ।
    ବାସ୍ତବିକ, ପ୍ରନୃତାତ୍ତ୍ଵିକ ଉପାଦାନଗୁଡ଼ିକ ପ୍ରାଚୀନ ଭାରତର ଇତିହାସ ରଚନା କରିବା ଦିଗରେ ବିଶେଷ ସହାୟକ ହୋଇଥାଏ ।

୨ । ସାହିତ୍ୟିକ ଉପାଦାନ କିପରି ପ୍ରାଚୀନ ଭାରତର ଇତିହାସ ରଚନା କରିବା ଦିଗରେ ସହାୟକ ହୋଇଥାଏ ବର୍ଣ୍ଣନା କର ।
Answer:
ସାହିତ୍ୟକୁ ସମାଜର ଦର୍ପଣଭାବରେ ଗ୍ରହଣ କରାଯାଇଛି । ପ୍ରାଚୀନ ଭାରତର କାଳଜୟୀ ସାହିତ୍ୟ ଓ ଏହାର ରଚନାଶୈଳୀ ଅତି ସମୃଦ୍ଧଶାଳୀ ଥିଲା । ପ୍ରାଚୀନ ଭାରତର ଇତିହାସ ରଚନା କ୍ଷେତ୍ରରେ ସାହିତ୍ୟ ଏକ ମୁଖ୍ୟ ଭୂମିକା ଭାବରେ କାର୍ଯ୍ୟ କରିଥାଏ । ସାହିତ୍ୟିକ ଉପାଦାନକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଧର୍ମୀୟ ସାହିତ୍ୟ, ଲୌକିକ ସାହିତ୍ୟ ଓ ବୈଦେଶିକ ବିବରଣୀ ।

  • ଧର୍ମୀୟ ସାହିତ୍ୟ – ଭାରତୀୟ ସାହିତ୍ୟ ମଧ୍ଯରେ ଧର୍ମୀୟ ସାହିତ୍ୟ ହେଉଛି ଅତି ପ୍ରାଚୀନ । ପ୍ରାଚୀନ ଭାରତରେ ତିନୋଟି ମହାନ୍ ଧର୍ମର ଅଭ୍ୟୁଦୟ ଘଟିଥିଲା – ବ୍ରାହ୍ମଣ୍ୟ ହିନ୍ଦୁଧର୍ମ, ଜୈନଧର୍ମ ଓ ବୌଦ୍ଧଧର୍ମ । ଚତୁଃବେଦ; ଯଥା— ଋକ୍, ସାମ୍, ଯନୁଃ ଓ ଅଥର୍ବ ବେଦ ତତ୍‌କାଳୀନ ବୈଦିକ ସମାଜର, ରାଜନୈତିକ ସଙ୍ଗଠନ, ଶିକ୍ଷା ଓ ଧର୍ମ ଉପରେ ଆଲୋକପାତ କରିଥାଏ । ଉପନିଷଦ୍‌ରୁ ବୈଦିକ ଯୁଗର ଦର୍ଶନ ବିଷୟରେ ସୂଚନା ମିଳେ । ସୂତ୍ର ସାହିତ୍ୟ; ଯଥା- କଳ୍ପସୂତ୍ର, ଗୃହସୂତ୍ର ଏବଂ ଧର୍ମସୂତ୍ର ପ୍ରାଚୀନ ଭାରତର ସାମାଜିକ ଓ ଧର୍ମସମ୍ବନ୍ଧୀୟ ଜୀବନ ଉପରେ ଆଲୋକପାତ କରେ । ପରବର୍ତୀ ବୈଦିକ ଯୁଗରେ ପ୍ରାଚୀନ ଭାରତର ଦୁଇଟି ମହାକାବ୍ୟ; ଯଥା— ରାମାୟଣ ଓ ମହାଭାରତ ସୃଷ୍ଟି ହୋଇଥିଲା । ଅଷ୍ଟାଦଶ ପୁରାଣ ମଧ୍ୟରେ ବାୟୁ ପୁରାଣ, ମତ୍ସ୍ୟ ପୁରାଣ, ବିଷ୍ଣୁ ପୁରାଣ ଓ ବ୍ରହ୍ମାଣ୍ଡ ପୁରାଣରୁ ବହୁ ଐତିହାସିକ ତଥ୍ୟ ମିଳିଥାଏ । ଜୈନ ଓ ବୌଦ୍ଧ ଧର୍ମଗ୍ରନ୍ଥକୁ ମଧ୍ଯ ସାହିତ୍ୟିକ ଉପାଦାନଭାବେ ଗ୍ରହଣ କରାଯାଇଛି । ଜୈନଧର୍ମର ଅଙ୍ଗ, ଉପାଙ୍ଗ, କଳ୍ପସୂତ୍ର, ଭାଗ୍ୟବତୀ ସୂତ୍ର ଏବଂ ଅଚରଙ୍ଗ ସୂତ୍ର ଆଦି ଏହି ଧର୍ମ ଓ ଦର୍ଶନ ଉପରେ ଆଲୋକପାତ କରିଥାଏ । ସେହିପରି ବୌଦ୍ଧ ଧର୍ମର ସୂତ୍ରପିଟକ, ବିନୟପିଟକ, ଅଭିଧର୍ମପିଟକ, ଦୀପବଂଶ, ମହାବଂଶ ଓ ବୌଦ୍ଧ ଜାତକରେ ଐତିହାସିକ ତଥ୍ୟ ଦେଖ‌ିବାକୁ ମିଳିଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

  • ଲୌକିକ ସାହିତ୍ୟ – ଧର୍ମୀୟ ସାହିତ୍ୟ ଛଡ଼ା ଲୌକିକ ସାହିତ୍ୟରୁ ଭିନ୍ନ ଭିନ୍ନ ଐତିହାସିକ ତଥ୍ୟମାନ ମିଳିଥାଏ । ପ୍ରାଚୀନ କାଳରେ ରାଜାମାନେ ସ୍ମୃତିଶାସ୍ତ୍ର ମାଧ୍ୟମରେ ରାଜ୍ୟର ସାମାଜିକ ନୀତିନିୟମ ଉପରେ ଗୁରୁତ୍ଵ ଦେଉଥିଲେ । ଏହି ଶାସ୍ତ୍ରରେ ପ୍ରାଚୀନ ଭାରତର ବର୍ଣ୍ଣବ୍ୟବସ୍ଥା, ସମ୍ପଭିଗତ ନିୟମ, ଦଣ୍ଡବ୍ୟବସ୍ଥା, ବିଧ୍ଵବିଧାନ, ମତ ଓ ବିବାହ ସମ୍ପର୍କରେ ବିଶଦ ବର୍ଣ୍ଣନା ଦେଖିବାକୁ ମିଳେ । କୌଟଲ୍ୟଙ୍କ ‘ଅର୍ଥଶାସ୍ତ୍ର’ରେ ମୌର୍ଯ୍ୟଯୁଗର ଶାସନ, ଦଣ୍ଡନୀତି, ଅର୍ଥନୀତି ଓ ବୈଦେଶିକ ସମ୍ପର୍କ ବିଶଦଭାବରେ ଆଲୋଚନା କରାଯାଇଛି । ପାଣିନିଙ୍କ ‘ଅଷ୍ଟାଧ୍ୟାୟୀ’ ଓ ପତଞ୍ଜଳିଙ୍କ ‘ମହାଭାଷ୍ୟ’ ସଂସ୍କୃତ ବ୍ୟାକରଣରେ ତତ୍‌କାଳୀନ ଗଣତନ୍ତ୍ର ଶାସନ ବିଷୟରେ ଉଲ୍ଲିଖୂତ ଅଛି । ବିଶାଖାଦତ୍ତଙ୍କ ‘ମୁଦ୍ରାରାକ୍ଷସ’ ଓ ‘ଦେବୀଚନ୍ଦ୍ରଗୁପ୍ତମ୍’ ନାଟକରେ ଯଥାକ୍ରମେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ କୃତିତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଚାନ୍ଦ ବରଦାୟୀଙ୍କ ‘ପୃଥ୍ୱୀରାଜ ରାସୋ’ ପୃଥୀରାଜଙ୍କ ବୀରତ୍ଵର ବାଣୀ ପ୍ରଚାର କରେ । ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ କୃତିତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଚାନ୍ଦ ବରଦାୟୀଙ୍କ ‘ପୃଥ୍ୱୀରାଜ ରାସୋ’ ପୃଥ୍ୱୀରାଜଙ୍କ ବୀରତ୍ଵର ବାଣୀ ପ୍ରଚାର କରେ । କଣଙ୍କ ‘ରାଜତରଙ୍ଗିଣୀ’ରୁ କାଶ୍ମୀରର ରାଜବଂଶ ଓ ‘କୀର୍ତିକୁମୁଦିନୀ’ରୁ ନେପାଳର ରାଜ୍ୟଶାସନ ବିଷୟ ଜଣାପଡ଼େ । ସେହିପରି ମାଦଳାପାଞ୍ଜି, କଟକ ରାଜବଂଶାବଳୀ ଓ ଉଡ୍ରଦେଶ ରାଜବଂଶାବଳୀରୁ ପ୍ରାଚୀନ ଓଡ଼ିଶାର ଇତିହାସ ରଚନା ପାଇଁ ବହୁ ଉପାଦେୟ ତଥ୍ୟ ମିଳିଥାଏ ।
    ଲୌକିକ ସାହିତ୍ୟ ମଧ୍ଯରେ ଆର୍ଯ୍ୟଭଟ୍ଟଙ୍କ ‘ଆର୍ଯ୍ୟଭଟୀୟମ୍’, ବରାହମିହିରଙ୍କ ‘ବୃହତ୍ ସଂହିତା’, ଚରକଙ୍କ ‘ଚରକ ସଂହିତା’, ଶୁଶ୍ରୁତଙ୍କ ‘ଶୁଶ୍ରୁତ ସଂହିତା’ ଆଦି ଅମୂଲ୍ୟ ଗ୍ରନ୍ଥଭାବରେ ପରିଗଣିତ ହୁଏ । ଲୌକିକ ସାହିତ୍ୟରୁ ତତ୍‌କାଳୀନ ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ତଥ୍ୟଗୁଡ଼ିକୁ ଭିଭିକରି ଐତିହାସିକମାନେ ଇତିହାସ ରଚନା କରିବାକୁ ସକ୍ଷମ ହୋଇଛନ୍ତି ।
  • ସାହିତ୍ୟ କୃତି – ପ୍ରାଚୀନ କାଳରେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ଓ କବିଙ୍କ କାଳଜୟୀ କୃତି ସାହିତ୍ୟକୁ ସମୃଦ୍ଧ ଓ ଋଦ୍ଧିମନ୍ତ କରିଥିଲା । ବିଶିଷ୍ଟ ନାଟ୍ୟକାର କାଳିଦାସଙ୍କ ‘ଅଭିଜ୍ଞାନଶାକୁନ୍ତଳମ୍’, ‘ମାଳବିକାଗ୍ନିମିତ୍ରମ୍’ ଓ ‘ବିକ୍ରମୋର୍ବଶୀୟମ୍’ ଆଦି ନାଟକ, ‘ଋତୁସଂହାର’ ଓ ‘ମେଘଦୂତ’ ଭଳି ଗୀତିକାବ୍ୟ ଓ ‘ରଘୁବଂଶ’ ଏବଂ ‘କୁମାରସମ୍ଭବମ୍’ ପ୍ରଭୃତି ମହାକାବ୍ୟ ଇତିହାସ ରଚନା ପାଇଁ ବିଶେଷ ବିବରଣୀ ପ୍ରଦାନ କରେ । ଦଣ୍ଡିନ୍‌ଙ୍କ ‘ଦଶକୁମାର ଚରିତ’ରୁ ପ୍ରାଚୀନ ଭାରତର ସାମାଜିକ ଓ ରାଜନୈତିକ ଅବସ୍ଥାର ଚିତ୍ର ମିଳିଥାଏ । ଏହିପରି ସୁବନ୍ଧୁ, ଅମରସିଂହ, ବିଷ୍ଣୁଶର୍ମା, ଶୂଦ୍ରକ, ବ୍ରହ୍ମଗୁପ୍ତ ଓ ଭାରବୀ ପ୍ରଭୃତି ମନୀଷୀଙ୍କ ଅମରକୃତି ଇତିହାସ ରଚନାପାଇଁ ସୁବିସ୍ତୃତ ତଥ୍ୟ ପ୍ରଦାନ କରିଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

  • ବୈଦେଶିକ ବିବରଣୀ – ପ୍ରାଚୀନ କାଳରେ ବହୁ ବୈଦେଶିକ ପରିବ୍ରାଜକ ଭାରତ ଭ୍ରମଣରେ ଆସି ଭାରତ ଇତିହାସ ରଚନାପାଇଁ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି । ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଶାସନ କାଳରେ ଗ୍ରୀକ୍ ରାଜଦୂତ ମେଘାସ୍ଥିନିସ୍‌ଙ୍କ ଭାରତରେ ରହଣି ସମୟରେ ତାଙ୍କ ରଚିତ ପୁସ୍ତକ ‘ଇଣ୍ଡିକା’ରେ ପାଟଳୀପୁତ୍ରର ପୌରଶାସନ, ନଗର ବର୍ଣ୍ଣନା, ସାମାଜିକ ଓ ରାଜନୈତିକ ଅବସ୍ଥା ବିଷୟରେ ବହୁ ଉପାଦେୟ ତଥ୍ୟ ଲେଖୁଥିଲେ । ଦ୍ଵିତୀୟ ଚନ୍ଦ୍ରଗୁପ୍ତଙ୍କ ରାଜତ୍ଵ ସମୟରେ ଚୀନ୍ ପରିବ୍ରାଜକ ଫାହିୟାନ ଭାରତ ପରିଭ୍ରମଣରେ ଆସିଥିଲେ । ଫାହିୟାନ ତାଙ୍କ ପୁସ୍ତକ ‘ଫୋ-କି-ଓ-କି’ରେ ଗୁପ୍ତ ଶାସନ, ସମାଜ, ଧର୍ମ ଓ ସଂସ୍କୃତି ବିଷୟରେ ବହୁ ମୂଲ୍ୟବାନ୍ ତଥ୍ୟ ଲିପିବଦ୍ଧ କରିଛନ୍ତି । ତତ୍‌କାଳୀନ ସମାଜରେ ହିନ୍ଦୁଧର୍ମ, ବୌଦ୍ଧଧର୍ମ ଓ ଜୈନଧର୍ମର ସ୍ଥିତି ଓ ବିକାଶ ଉପରେ ବହୁ ତଥ୍ୟ ପ୍ରଦାନ କରିଛନ୍ତି । ସପ୍ତମ ଶତାବ୍ଦୀରେ ବିଶିଷ୍ଟ ଚୀନ୍ ପରିବ୍ରାଜକ ହୁଏନ୍‌ସାଂ ହର୍ଷବର୍ଦ୍ଧନଙ୍କ ଶାସନ କାଳରେ ଭାରତ ପରିଭ୍ରମଣରେ ଆସିଥିଲେ । ସେ ତାଙ୍କର ପୁସ୍ତକ ‘ସି-ୟୁ-କି’ରେ ତତ୍‌କାଳୀନ ଭାରତର ସାମାଜିକ ଓ ରାଜନୈତିକ ଅବସ୍ଥା, ହର୍ଷଙ୍କର ରାଜ୍ୟଜୟ, ଶାସନନୀତି, ଧର୍ମନୀତି, ଦଣ୍ଡନୀତି ଓ ଶିକ୍ଷା ସମ୍ବନ୍ଧରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଛନ୍ତି । ଏହିପରି ଭାବରେ ବୈଦେଶିକ ବିବରଣୀଗୁଡ଼ିକ ଭାରତ ଇତିହାସ ରଚନାରେ ବହୁ ଉପାଦେୟ ତଥ୍ୟ ପ୍ରଦାନ କରି ଇତିହାସ ରଚନାକୁ ଋଦ୍ଧିମନ୍ତ କରିଛନ୍ତି ।

୩ । ଅଭିଲେଖାଗାରୀୟ (Archival) ଉପାଦାନ ବିଷୟରେ ଆଲୋଚନା କର ।
Answer:
ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ହେଲା – (୧) ବ୍ୟକ୍ତିଗତ କାଗଜପତ୍ର, (୨) ସରକାରୀ ଚିଠି, (୩) ଦଲିଲ୍ ଓ ଦସ୍ତାବିଜ୍, (୪) ନ୍ୟାୟାଳୟ ଓ ରାଜସ୍ୱ ରେକର୍ଡ଼, (୫) ବ୍ୟକ୍ତିଗତ ଦୈନିକ ଲିପି, (୬) ଗୁପ୍ତ ପୋଲିସ୍ ରେକର୍ଡ଼, (୭) ମଠ ଓ ଧାର୍ମିକ ରେକର୍ଡ଼, (୮) ରାଜକୀୟ କାଗଜପତ୍ର ଓ ପତ୍ର ବିନିମୟ ଏବଂ (୯) ଖବରକାଗଜ ଓ ପତ୍ରପତ୍ରିକା ।

(୧) ବ୍ୟକ୍ତିଗତ କାଗଜପତ୍ର – ଇଂରେଜ ଶାସନ ସମ୍ପର୍କରେ ଜାଣିବାପାଇଁ ବ୍ୟକ୍ତିଗତ କାଗଜପତ୍ର ଏକାନ୍ତ ଅପରିହାର୍ଯ୍ୟ । ନୂଆଦିଲ୍ଲୀସ୍ଥିତ କେନ୍ଦ୍ରୀୟ ଅଭିଲେଖାଗାର ଏବଂ ଇଂଲଣ୍ଡର କମଲ୍‌ ରିଲେସନ୍ସ ଅଫିସ୍ ଲାଇବ୍ରେରୀରେ ଏହି ବ୍ୟକ୍ତିଗତ କାଗଜପତ୍ରମାନ ଉପଲବ୍ଧ । ଲର୍ଡ଼ ହାର୍ଡ଼ଞ୍ଜ, ଲର୍ଡ଼ ଲିଟନ୍, ଲର୍ଡ଼ ରିପନ୍, ଲର୍ଡ଼ ଡଫରିନ୍, ଲର୍ଡ କର୍ଜନ୍, ଲର୍ଡ଼ ମଣ୍ଟେଗ୍ୟୁ, ଲର୍ଡ଼ ମର୍ଲେ, ଲର୍ଡ ମାଉଣ୍ଟବ୍ୟାଟେନ୍ ଆଦିଙ୍କ ବ୍ୟକ୍ତିଗତ କାଗଜପତ୍ର ସେଠାରେ ରହିଅଛି । ଗବେଷକମାନଙ୍କ ପାଇଁ ଏହା ମାଇକ୍ରୋ ଫିଲ୍ମ ମାଧ୍ୟମରେ ଉପଲବ୍ଧ ।

(୨) ସରକାରୀ ଚିଠି – ଇଂରେଜ ଅଫିସରମାନେ ବିଭିନ୍ନ ସମୟରେ ପ୍ରସ୍ତୁତ କରିଥିବା ଚିଠିଗୁଡ଼ିକ ସରକାରୀ ଆଦେଶନାମା ଭାବେ ପରିଚିତ ଏବଂ ସେଗୁଡ଼ିକ ଅଭିଲେଖାଗାରୀୟ ଉପାଦାନର ଅଂଶବିଶେଷ । ସେହି ସମସ୍ତକୁ ଅନୁଧ୍ୟାନ କରି ଉଚ୍ଚପଦସ୍ଥ ଅଫିସରମାନଙ୍କ ବିଷୟରେ ଧାରଣା କରିହୋଇଥାଏ ।

(୩) ଦଲିଲ୍ ଓ ଦସ୍ତାବିଜ୍ – ଦଲିଲ୍ ଏବଂ ଦସ୍ତାବିଜ୍ ମଧ୍ଯ ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ମଧ୍ୟରେ ଅନ୍ୟତମ । ବିଭିନ୍ନ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଆଦିର କ୍ରୟ ବିକ୍ରୟ ଏବଂ ବିଭିନ୍ନ ସନ୍ଧି ତଥା ରାଜିନାମାମାନ ଅଭିଲେଖାଗାରଗୁଡ଼ିକରେ ସଂଗୃହୀତ ହୋଇ ରହିଅଛି । ସେଗୁଡ଼ିକ ଇଂରେଜମାନେ ବିଭିନ୍ନ ସମୟରେ ନେଇଥିବା ରାଜନୈତିକ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥାଏ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

(୪) ନ୍ୟାୟାଳୟ ଏବଂ ରାଜସ୍ଵ ରେକର୍ଡ଼ – ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ମଧ୍ୟରୁ ନ୍ୟାୟାଳୟ ଏବଂ ରାଜସ୍ଵ ରେକର୍ଡ଼ ଅନ୍ୟତମ । ନ୍ୟାୟାଳୟ ରେକର୍ଡ଼ମାନ ବିଭିନ୍ନ ସମୟରେ ହୋଇଥିବା ନ୍ୟାୟବିଚାର, ନ୍ୟାୟର ବିଭିନ୍ନ ଧାରା, ଦଣ୍ଡବିଧାନ ଆଦି ବିଷୟରେ ସୂଚନା ପ୍ରଦାନ କରିଥାଏ ।

(୫) ବ୍ୟକ୍ତିଗତ ଦୈନିକ ଲିପି – ଅଭିଲେଖାଗାରରେ ଥିବା ବ୍ୟକ୍ତିଗତ ଦୈନିକ ଲିପି ମଧ୍ୟ ଅନେକ ସମୟରେ ତତ୍‌କାଳୀନ ରାଜନୈତିକ ପରିସ୍ଥିତି ଏବଂ ସରକାରୀ ତଥା ବେସରକାରୀ ବ୍ୟକ୍ତିମାନଙ୍କର ମନୋଭାବ ଆଦି ସମ୍ପର୍କରେ ବହୁ ଧାରଣା ପ୍ରଦାନ କରିଥାଏ । ଏଥୁରୁ ବହୁ ତଥ୍ୟ ସଂଗୃହୀତ କରାଯାଇ ଆଧୁନିକ ଭାରତର ଇତିହାସ ରଚନା କରାଯାଇଅଛି ।

(୬) ଗୁପ୍ତ ପୋଲିସ୍ ରେକର୍ଡ଼ – ଗୁପ୍ତ ପୋଲିସ୍ ରେକର୍ଡ଼ ମଧ୍ଯ ତଥ୍ୟର ଅବତାରଣା କରିଥାଏ । ବିଭିନ୍ନ ସମୟରେ ପୋଲିସ୍‌ରା ନେଇଥ‌ିବା ପଦକ୍ଷେପ, ଭାରତଛାଡ଼ ଆନ୍ଦୋଳନ ଆଦି ବିଭିନ୍ନ ସମୟରେ ଘଟିଥିବା ବିପ୍ଳବ ବା ବିଦ୍ରୋହ ସମ୍ପର୍କରେ ଭାରତର ବିଭିନ୍ନ ପ୍ରାନ୍ତରେ ପୋଲିସ୍ ତରଫରୁ ନିଆଯାଇଥିବା ପଦକ୍ଷେପ; ଯଥା— ଗୁଳିବର୍ଷଣ, ଗିରଫ, ହତ୍ୟା, ଦଣ୍ଡ ଆଦି ସମ୍ପର୍କରେ ଏଥରୁ ଜଣାପଡ଼ିଥାଏ ।

(୭) ମଠ ଓ ଧାର୍ମିକ ରେକର୍ଡ଼ – ବିଭିନ୍ନ ମଠ ତଥା ଧାର୍ମିକ ରେକର୍ଡ଼ରୁ ବହୁ ତଥ୍ୟ ଜାଣିହୋଇଥାଏ । ପୁରୀ, ପ୍ରୟାଗ, ହରିଦ୍ଵାର, ମଥୁରା, ଋଷିକେଶ, ରାମେଶ୍ଵରମ୍, ଦ୍ଵାରକା, ଗୋଆ, ଦିଲ୍ଲୀ ଆଦି ସ୍ଥାନରେ ଥ‌ିବା ବିଭିନ୍ନ ମନ୍ଦିର, ମଠ, ମସଜିଦ୍ ଏବଂ ଚର୍ଜ ଆଦିର ରେକର୍ଡ଼ରୁ ବିଭିନ୍ନ ଧର୍ମପୀଠର ରକ୍ଷଣାବେକ୍ଷଣ, ରୀତିନୀତି, ବିଭିନ୍ନ ସମୟରେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସହିତ ସେଗୁଡ଼ିକର ସମ୍ପର୍କ ଆଦି ବିଷୟରେ ଜାଣି ହୋଇଥାଏ । ଇତିହାସ ରଚନା କରିବା ଦିଗରେ ସେଗୁଡ଼ିକ ବହୁ ପରିମାଣରେ ସହାୟକ ହୋଇଥାଏ ।

(୮) ରାଜକୀୟ କାଗଜପତ୍ର ଓ ପତ୍ର ବିନିମୟ – ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ମଧ୍ୟରୁ ରାଜକୀୟ କାଗଜପତ୍ର ଏବଂ ପତ୍ରବିନିମୟ ଅନ୍ୟତମ । ସେଗୁଡ଼ିକ ଅଭିଲେଖାଗାରଗୁଡ଼ିକରେ ସଂଗୃହୀତ ହୋଇ ରହିଅଛି । ସେଗୁଡ଼ିକ ମଧ୍ୟରେ ବିଭିନ୍ନ ସମୟରେ ଇଂଲଣ୍ଡରୁ ଭାରତକୁ ଆସିଥିବା ନିର୍ଦ୍ଦେଶ ଏବଂ ତା’ର ଉତ୍ତର ତଥା ବିଭିନ୍ନ ରାଜାରାଜୁଡ଼ାଙ୍କ ଦରକାରୀ କାଗଜପତ୍ର ଏବଂ ପତ୍ର ବିନିମୟ ଅନ୍ତର୍ଭୁକ୍ତ । ଏସବୁ ଉପାଦାନକୁ ପାଥେୟକରି ଇତିହାସ ରଚନାକୁ ନୂଆ ମୋଡ଼ ଦିଆଯାଇପାରେ ।

CHSE Odisha Class 12 History Chapter 1 Short & Long Answer Questions in Odia Medium

(୯) ଖବରକାଗଜ ଓ ପତ୍ରପତ୍ରିକା – ଅଭିଲେଖାଗାରୀୟ ଉପାଦାନ ମଧ୍ଯରେ ଖବରକାଗଜ ଏବଂ ପତ୍ରପତ୍ରିକାଗୁଡ଼ିକର ଭୂମିକା ଅବର୍ଣ୍ଣନୀୟ । ବିଭିନ୍ନ ସମୟରେ ବିଭିନ୍ନ ଘଟଣାବଳୀର ପରିପ୍ରକାଶ ଏଥୁରେ ଘଟିଥାଏ । ଏଗୁଡ଼ିକୁ ଅନୁଧ୍ୟାନ କରି ଏବଂ ଏଥୁରୁ ଉପାଦାନ ସଂଗ୍ରହକରି ଇତିହାସ ରଚନା କରାଯାଇଥାଏ । ସ୍ଵାଧୀନତା ପୂର୍ବରୁ ‘ଅମୃତବଜାର ପତ୍ରିକା’, ‘ଇଂଲିଶମ୍ୟାନ୍’ ‘ଯୁଗାନ୍ତର’, ‘ହିନ୍ଦୁ ପାଟ୍ରିୟନ୍’ ‘ଦି ପାଓନିୟର’, ‘ଦି ଟାଇମ୍ସ’, ‘ଲଣ୍ଡନ’ ଆଦି ଖବରକାଗଜ ପ୍ରକାଶିତ ହୋଇଥିଲା । ଏହିସବୁ ଖବରକାଗଜ ଏବଂ ପତ୍ରପତ୍ରିକାଗୁଡ଼ିକରୁ ଇତିହାସ ରଚନା ସଂକ୍ରାନ୍ତୀୟ ବହୁ ଉପାଦାନ ମିଳିଥାଏ । ଅଭିଲେଖାଗାରୀୟ ଉପାଦାନଗୁଡ଼ିକ ବହୁମାତ୍ରାରେ ବିଶ୍ଵସନୀୟ । ମାତ୍ର କେତେକାଂଶରେ ପୋଲିସ୍ ରେକର୍ଡ଼ ବହୁ ମିଥ୍ୟା ତଥ୍ୟର ଅବତାରଣା କରିଥାଏ । ରାଜସ୍ୱ ରେକର୍ଡ଼ ମଧ୍ୟ ଏହି ଦୋଷରୁ ମୁକ୍ତ ନୁହେଁ । ତଥାପି ଆଧୁନିକ ଭାରତରେ ଇତିହାସ ରଚନା କରିବାପାଇଁ ଏହି ଉପାଦାନଗୁଡ଼ିକ ଏକାନ୍ତଭାବେ ଅପରିହାର୍ଯ୍ୟ ।

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4

Odisha State Board BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4 Textbook Exercise Questions and Answers.

BSE Odisha Class 6 Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4

Question 1.
>, < ଓ = ମଧ୍ୟରୁ ଉପଯୁକ୍ତ ଚିହ୍ନକୁ କୋଠରି ମଧ୍ୟରେ ଲେଖ ।
(କ) 34587 ______ 10000
ସମାଧାନ:
>

(ଖ) 100000 _____ 99999
ସମାଧାନ:
>

(ଗ) 548421+2 _____ 548121
ସମାଧାନ:
>

(ଘ) 875600 _____ 915840
ସମାଧାନ:
<

(ଙ) 965842 _____ 965742
ସମାଧାନ:
>

(ଚ) 1278942 _____ 999985-2
ସମାଧାନ:
>

(ଛ) 478007+2 _____ 478010-1
ସମାଧାନ:
=

(ଜ) 488007 _____ 4880002
ସମାଧାନ:
<

BSE Odisha 6th Class Maths Solutions Chapter 1 ସଂଖ୍ୟାମାନଙ୍କୁ ଜାଣିବା Ex 1.4

Question 2. 
ଦୁଇଟି ସଂଖ୍ୟା ମଧ୍ୟରେ ବଡ଼/ ସାନ ଚିହ୍ନିବା ପାଇଁ ନିମ୍ନୋକ୍ତ କେଉଁ ଉକ୍ତିଗୁଡ଼ିକ ଠିକ୍?

(କ) ଦୁଇଟି ସଂଖ୍ୟାର ଅଙ୍କ ସଂଖ୍ୟା ଅସମାନ ହେଲେ ଯେଉଁ ସଂଖ୍ୟାର ଅଙ୍କ ସଂଖ୍ୟା ଅଧ‌ିକ ସେହି ସଂଖ୍ୟାଟି ବଡ଼ । 
ସମାଧାନ:

(ଖ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ,ତେବେ ଯେଉଁ ସଂଖ୍ୟାର ବାମପଟ ଅଙ୍କଟି ବଡ଼ ସେହି ସଂଖ୍ୟାଟି ବଡ଼ । 
ସମାଧାନ:

(ଗ) ଯଦି ସଂଖ୍ୟା ଦୁଇଟିର ଅଙ୍କ ସଂଖ୍ୟା ସମାନ, ତେବେ କେବଳ ଡାହାଣ ପାଖରେ ଥିବା ଅଙ୍କଦୁଇଟିକୁ ତୁଳନା କରି ବଡ଼ ସଂଖ୍ୟା ଓ ସାନ ସଂଖ୍ୟା ବଛାଯାଇ ପାରିବ ।
ସମାଧାନ:

(ଘ) ସଂଖ୍ୟା ଦୁଇଟିର ଅଙ୍କସଂଖ୍ୟା ଅସମାନ ହେଲେ କେବଳ ଡାହାଣପଟ ଘରେ ଥ‌ିବା ଅଙ୍କମାନଙ୍କୁ ତୁଳନାକରି ବଡ଼ ସଂଖ୍ୟା ଓ ସାନସଂଖ୍ୟା ନିର୍ଣ୍ଣୟ କରିହେବ ।
ସମାଧାନ:

Question 3.
କେବଳ 1 ଓ 0 କୁ ବ୍ୟବହାର କରି ପାଞ୍ଚଟି ଆଠଅଙ୍କ ବିଶିଷ୍ଟ ସଂଖ୍ୟା ତିଆରି କର । ସେଗୁଡ଼ିକୁ ବଡ଼ରୁ ସାନକ୍ରମରେ ସଜାଇ ଲେଖ ।
1 ଓ 0 କୁ ବ୍ୟବହାର କରି ଆଠଅଙ୍କ ବିଶିଷ୍ଟ ସଂଖ୍ୟାଗୁଡ଼ିକ ହେଲା – 10101010, 10010011, 11111110, 10000000, 11110000 ।
ବଡ଼ରୁ ସାନକ୍ରମରେ ସଜାଇ ଲେ 11111110 > 11110000 > 10101010 > 10010011 > 10000000

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

Odisha State Board BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

Question 1.
ବନ୍ଧନୀ ମଧ୍ଯରେ ଦିଆଯାଇଥିବା ମାନ ମଧ୍ଯରୁ ଦତ୍ତ ସମୀକରଣରେ ଥିବା ଅଜ୍ଞାତ ରାଶିର ଠିକ୍ ମାନଟିକୁ ବାଛି ଲେଖ ।
(i) x – 2 = 7 (2, 7, 9, 11)
(ii) y + 3 = 10 (3, 7, 11, 13)
(iii) 2x = 8 (4, 6, 8, 10)
(iv) \(\frac{x}{3}\) = 7 (10, 14, 18, 21)
(v) 8 – x = 3 (3, 5, 8, 11)
(vi) 7 – x = 2 (5, 6, 7, 8)
(vii) x × \(\frac{t}{5}\) = 10 (40, 50, 60, 70)
(viii) 1.6 = – \(\frac{y}{1.5}\) (1.5, 1.6, 2,1, 2.4)
(ix) – 8 – x = 3 (-11,-5, 0, 11)
(x) \(\frac{2}{3}\)x = 1.4 (1.4, 2.1, 2.8, 4.2)
ସମାଧାନ :
(i) 9
(ii) 7
(iii) 4
(iv) 21
(v) 5
(vi) 5
(vii) 50
(viii) 2.4
(ix) -11
(x) 2.1

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

Question 2.
ନିମ୍ନ ସମୀକରଣଗୁଡ଼ିକର ସମାଧାନ କର ।
(i) 3x + 7 = x + 15
(ii) 2x – 5 = x + 11
(iii) 2x – 6 = 5x + 9
(iv) 4x – 8 = 3x + 9
(v) 5x – 6 = 4x + 3
(vi) \(\frac{3}{7}\) + z = \(\frac{17}{7}\)
(vii) \(\frac{5x}{3}+\frac{2}{5}=1\)
(viii) \(\frac{x}{2}+\frac{x}{3}+\frac{2}{4}=13\)
(ix) \(\frac{2x}{3}-\frac{3x}{8}=\frac{7}{12}\)
(x) \(\frac{7}{x}+\frac{3}{5}=\frac{-1}{10}\)
ସମାଧାନ :
(i) 3x + 7 = x + 15 ⇒ 3x +7 – 7 = x + 15 – 7 (ଉଭୟ ପାର୍ଶ୍ବରୁ 7 ବିୟୋଗ କରି ।)
⇒ 3x = x + 8 = 3x – x ⇒ x + 8 – x (ଉଭୟ ପାର୍ଶ୍ବରୁ x ବିୟୋଗ କରି ।)
⇒ 2x =8 = x = \(\frac{8}{2}\) = 4
∴ ନିର୍ଦେୟ ସମାଧାନ : 4

(ii) 2x – 5 = x + 11
⇒ 2x – x = 11 + 5 (ପାର୍ଶ୍ୱ ପରିବର୍ତ୍ତନ)
⇒ x = 16
∴ ନିର୍ଦେୟ ସମାଧାନ : 16

(iii) 2x – 6 = 5x + 9
⇒ 2x – 6 – 5x = 5x + 9 – 5x (ଉଭୟ ପାର୍ଶ୍ବରୁ 5x ବିୟୋଗ କରି ।)
⇒ – 3x – 6 = 9
⇒ – 3x – 6 + 6 = 9 + 6 (ଉଭୟ ପାର୍ଶ୍ବରେ 6 ଯୋଗ କରି ।)
⇒ – 3x = 15 ⇒ \(\frac{-3x}{3}=\frac{15}{-3}\) ⇒ x = -5 (ଉଭୟ ପାର୍ଶ୍ବରେ -3 ଦ୍ୱାରା ଭାଗକରି ।)
∴ ନିର୍ଦେୟ ସମାଧାନ : -5

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

(iv) 4x – 8 = 3x + 9
⇒ 4x – 8 – 3x = 3x + 9 – 3x (ଉଭୟ ପାର୍ଶ୍ବରୁ 3x ବିୟୋଗ କରି ।)
⇒ x – 8 = 9
⇒ x – 8 + 8 = 9 + 8 (ଉଭୟ ପାର୍ଶ୍ବରେ 8 ଯୋଗକରି ।)
⇒ x = 17
∴ ନିର୍ଦେୟ ସମାଧାନ : 17

(v) 5x – 6 = 4x + 3
⇒ 5x – 4x = 3 + 6 (ପାର୍ଶ୍ବ ପରିବର୍ତ୍ତନ)
⇒ x = 9
∴ ନିର୍ଦେୟ ସମାଧାନ : 9

(vi) \(\frac{3}{7}\) + z = \(\frac{17}{7}\) ⇒ \(\frac{3}{7}+z-\frac{3}{7}=\frac{17}{7}-\frac{3}{7}\) (ଉଭୟ ପାର୍ଶ୍ବରୁ \(\frac{3}{7}\) ବିୟୋଗ କରି ।)
⇒ z = \(\frac{17-3}{7}=\frac{14}{7}\) ⇒ z = 2
∴ ନିର୍ଦେୟ ସମାଧାନ : 2

(vii)
BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a) - 1

(viii)
BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a) - 2

(ix)
BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a) - 3

(x)
BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a) - 4

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

Question 3.
ସମାଧାନ କର : (ବଜ୍ରଗୁଣନ ପ୍ରଣାଳୀର ସାହାଯ୍ୟରେ)
(i) \(\frac{x+2}{x-2}=\frac{3}{2}\)
(ii) \(\frac{7 y+2}{5}=\frac{6 y-5}{11}\)
(iii) \(\frac{x+7}{2 x-5}=\frac{1}{3}\)
(iv) \(\frac{5 x+6}{3 x-5}=\frac{4}{3}\)
(v) \(\frac{x+\frac{1}{2}}{2 x-\frac{1}{2}}=\frac{1}{3}\)
ସମାଧାନ :
\(\frac{a}{b}=\frac{c}{d}\) ⇒ ad = bc (ବଜ୍ରଗୁଣନ ପ୍ରକ୍ରିୟା)

(i) \(\frac{x+2}{x-2}=\frac{3}{2}\)
⇒ 2(x + 2) = 3(x – 2) (ବଜ୍ରଗୁଣନ ଦ୍ୱାରା)
⇒ 2x + 4 = 3x – 6 ⇒ 2x – 3x = -6 – 4 (ପାର୍ଶ୍ୱ ପରିବର୍ତ୍ତନ)
⇒ -x = -10 ⇒ x – 10 (ଉଭୟ ପାର୍ଶ୍ଵରୁ ବିଯୁକ୍ତ ଚିହ୍ନ ଅପସାରଣ କରାଯାଇଛି)
∴ ନିର୍ୟୟ ସମାଧାନ : 10

(ii) \(\frac{7 y+2}{5}=\frac{6 y-5}{11}\)
⇒ 11(7y + 2) = 5(6y – 5) ⇒ 77y + 22 = 30y – 25
⇒ 77y – 30y = -25 – 22 (ପାର୍ଶ୍ୱ ପରିବର୍ତ୍ତନ)
⇒ 47 y = – 47 ⇒ y = – 1
∴ ନିର୍ୟୟ ସମାଧାନ : -1

(iii) \(\frac{x+7}{2 x-5}=\frac{1}{3}\)
⇒ 3(x + 7) = 1 (2x – 5) (ବଜ୍ରଗୁଣନ ଦ୍ୱାରା)
⇒ 3x +21 = 2x – 5 ⇒ 3x + 21 – 2x = 2x – 5 – 2x (ଉଭୟ ପାର୍ଶ୍ବରୁ 2x ବିୟୋଗ କରି ।)
⇒ x + 21 = -5 ⇒ x + 21 – 21 = -5 – 21 (ଉଭୟ ପାର୍ଶ୍ବରୁ 21 ବିୟୋଗ କରି ।)
⇒ x = – 26
∴ ନିର୍ୟୟ ସମାଧାନ : -26

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

(iv) \(\frac{5 x+6}{3 x-5}=\frac{4}{3}\)
⇒ 3(5x + 6) = 4 (3x – 5) (ବଜ୍ରଗୁଣନ ଦ୍ୱାରା)
⇒ 15x + 18 = 12x – 20 ⇒ 15x – 12x = -18 – 20 (ପାର୍ଶ୍ୱ ପରିବର୍ତ୍ତନ)
⇒ 3x = – 38 ⇒ x = \(\frac{-38}{3}\) ବା \(-12 \frac{2}{3}\) (ଉଭୟ ପାର୍ଶ୍ବକୁ 3 ଦ୍ୱାରା ଭାଗକରି ।)
∴ ନିର୍ୟୟ ସମାଧାନ : \(-12 \frac{2}{3}\)

(v) \(\frac{x+\frac{1}{2}}{2 x-\frac{1}{2}}=\frac{1}{3}\) (ଲବ ଓ ହର ଉଭୟକୁ 2 ଦ୍ୱାରା ଭାଗକରି ।)
⇒ \(\frac{2\left(x+\frac{1}{2}\right)}{2\left(2 x-\frac{1}{2}\right)}=\frac{1}{3} \Rightarrow \frac{2 x+1}{4 x-1}=\frac{1}{3}\) ⇒ 3(2x – 1) = 1 (4x – 1) (ବଜ୍ରଗୁଣନ ଦ୍ୱାରା)
⇒ 6x – 3 = 4x – 1 ⇒ 6x – 4x = -3 – 1
⇒ 2x = -4 ⇒ x = \(\frac{-4}{2}\) = -2
∴ ନିର୍ୟୟ ସମାଧାନ : -2

Question 4.
ସମାଧାନ କର । ତତ୍ପରେ ଅଜ୍ଞାତ ରାଶି ପରିବର୍ତ୍ତେ ନିର୍ମେୟ ମୂଳକୁ ବ୍ୟବହାର କରି ଉଭୟ ପାର୍ଶ୍ବର ସମାନତାକୁ ପରୀକ୍ଷା କର ।
(i) 2(x + 3) + 7(x – 7) = 3(x + 6) + 12
(ii) (x + 1)(x + 2) + 6 = (x – 3)(x – 4)
(iii) x(x + 11) = (x + 5)(x + 7) – 9
(iv) 2(x + 3) + 15 = 3(2x – 4) + 24
(v) 24x – 8(2x + 8) = 6x – (2 – x) – 72
ସମାଧାନ :
(i) 2(x + 3) + 7(x – 7) = 3(x + 6) + 12 ⇒ 2x + 6 + 7x – 49 = 3x + 18 + 12
⇒ 9x – 43 = 3x + 30 (ପକ୍ଷାନ୍ତରଣ ଦ୍ଵାରା)
⇒ 9x – 3x = 30 + 43 ⇒ 6x = 73 ⇒ x = \(\frac{73}{6}\) ବା \(12 \frac{1}{6}\)
∴ ନିର୍ୟୟ ସମାଧାନ : \(12 \frac{1}{6}\) ।

ସମାନତା ପରୀକ୍ଷା :
ବାମ ପାର୍ଶ୍ବ = 2(x + 3) + 7(x – 7)
=\(2\left(\frac{73}{6}+3\right)+7\left(\frac{73}{6}-7\right)=2\left(\frac{73+18}{6}\right)+7\left(\frac{73-42}{6}\right)\)
= \(\frac{2 \times 91}{6}+\frac{7 \times 31}{6}=\frac{182}{6}+\frac{217}{6}=\frac{399}{6}=\frac{133}{2}\)

ଦକ୍ଷିଣ ପାର୍ଶ୍ବ = 3(x + 6) + 12
= \(3\left(\frac{73}{6}+6\right)+12=3 \times \frac{73+36}{6}+12=\frac{109}{2}+12\)
= \(\frac{109+24}{2}=\frac{133}{2}\)
∴ ବାମପାର୍ଶ୍ବ = ଦକ୍ଷିଣପାର୍ଶ୍ବ

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

(ii) (x + 1)(x + 2) + 6 = (x – 3)(x – 4)
⇒ x² + x + 2x + 2 + 6 = x² – 4x – 3x + 12
⇒ x² + 3x + 8 = x² – 7x + 12
⇒ x² + 3x + 7x = 12 – 8 (ପକ୍ଷାନ୍ତରଣ ଦ୍ଵାରା)
⇒ 10x = 4 = x = \(\frac{4}{10}\) ବା \(\frac{2}{5}\)
∴ ନିର୍ୟୟ ସମାଧାନ : \(\frac{2}{5}\) ।

ସମାନତା ପରୀକ୍ଷା :
ବାମ ପାର୍ଶ୍ବ = (x + 1)(x + 2) + 6 = \(\left(\frac{2}{5}+1\right)\left(\frac{2}{5}+2\right)\) + 6
= \(\frac{2+5}{5} \times \frac{2+10}{5}+6=\frac{7}{5} \times \frac{12}{5}+6=\frac{84}{25}+6=\frac{84+150}{25}=\frac{234}{25}\)

ଦକ୍ଷିଣ ପାର୍ଶ୍ବ = (x – 3)(x – 4) = \(\left(\frac{2}{5}-3\right)\left(\frac{2}{5}-4\right)\)
= \(\frac{2-15}{5} \times \frac{2-20}{5}=\frac{-13}{5} \times \frac{-18}{5}=\frac{234}{25}\)
∴ ବାମପାର୍ଶ୍ବ = ଦକ୍ଷିଣପାର୍ଶ୍ବ ।

(iii) x(x + 11) = (x + 5)(x + 7) – 9
⇒ x² + 11x = x² + 5x + 7x + 35 – 9
⇒ x² + 11x = x² + 12x + 26
⇒ x² – x² + 11x – 12x = 26 (ପକ୍ଷାନ୍ତରଣ ଦ୍ଵାରା)
⇒ -x = 26
⇒ (-x) (-1) = 26(-1) ⇒ x = – 26
∴ ନିର୍ୟୟ ସମାଧାନ : -26 ।

ସମାନତା ପରୀକ୍ଷା :
ବାମ ପାର୍ଶ୍ବ = x(x + 11) = -26 (-26 + 11) = -26 × -15 = 390

ଦକ୍ଷିଣ ପାର୍ଶ୍ବ = (x + 5)(x + 7) – 9 = (-26 + 5)(-26 + 7) – 9
= -21 × (-19) – 9 = 399 – 9 = 390
∴ ବାମପାର୍ଶ୍ବ = ଦକ୍ଷିଣପାର୍ଶ୍ବ ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(a)

(iv) 2(x + 3) + 15 = 3(2x – 4) + 24 ⇒ 2x + 6 + 15 = 6x – 12 + 24
⇒ 2x + 21 = 6x + 12 ⇒ 2x – 6x = 12 – 21
⇒ -4x = -9 ⇒ x = \(\frac{9}{4}\) ବା \(2 \frac{1}{4}\)
∴ ନିର୍ୟୟ ସମାଧାନ : \(2 \frac{1}{4}\) ।

ସମାନତା ପରୀକ୍ଷା :
ବାମ ପାର୍ଶ୍ବ = 2(x + 3) + 15 = 2(\(\frac{9}{4}\) + 3) + 15 = 2(\(\frac{9+12}{4}\)) + 15 = 2 × \(\frac{21}{4}\) + 15 = \(\frac{21}{2}\) + 15
= \(\frac{21+30}{2}\) = \(\frac{51}{2}\)

ଦକ୍ଷିଣ ପାର୍ଶ୍ବ = 3(2x – 4) + 24 = 3(2 × \(\frac{9}{4}\) – 4) + 24 = 3(\(\frac{9}{2}\) – 4) + 24
= \(3\left(\frac{9-8}{2}\right)+24=\frac{3}{2}+24=\frac{3+48}{2}=\frac{51}{2}\)
∴ ବାମପାର୍ଶ୍ବ = ଦକ୍ଷିଣପାର୍ଶ୍ବ ।

(v) 24x – 8(2x + 8) = 6x – (2 – x) – 72 ⇒ 24x – 16x – 64 = 6x – 2 + x – 72
⇒ 8x – 64 = 7x – 74 ⇒ 8x – 7x = 64 – 74
⇒ x = -10
∴ ନିର୍ୟୟ ସମାଧାନ : – 10 ।

ସମାନତା ପରୀକ୍ଷା :
ବାମ ପାର୍ଶ୍ବ = 24x – 8(2x + 8) = 24(-10) – 8[2 × (-10) + 8]
= -240 – 8 × (-12) = -240 + 96 = 144

ଦକ୍ଷିଣ ପାର୍ଶ୍ବ = 6x – (2 – x) – 72 = 6 ×(-10) – {2 – (-10)} – 72
= -60 – (2 + 10) – 72 = -60 – 12 – 72 = -144
∴ ବାମପାର୍ଶ୍ବ = ଦକ୍ଷିଣପାର୍ଶ୍ବ ।

BSE Odisha 7th Class Maths Solutions Chapter 6 ବୀଜଗଣିତ Ex 6.4

Odisha State Board BSE Odisha 7th Class Maths Solutions Chapter 6 ବୀଜଗଣିତ Ex 6.4 Textbook Exercise Questions and Answers.

BSE Odisha Class 7 Maths Solutions Chapter 6 ବୀଜଗଣିତ Ex 6.4

Question 1.
ଏକ ଅଜ୍ଞାତ ରାଶି ବିଶିଷ୍ଟ ସରଳ ବା ଏକଘାତୀ ସମୀକରଣ ଗୁଡ଼ିକୁ ବାଛି ଲେଖ ।
(କ) 2x + 3 = 7 (ଖ) y + 5 = x + 2 (ଗ) z + 2 = 7z – 4 (ଘ) 2x + 7 = 5 + x (ଙ) y – 7 = 5y – 8 (ଚ) xy – 5 = x + 3 (ଛ) x2 – 3x = 2 (ଜ) 2x – 7 = 8
ସମାଧାନ:
ଏକ ଅଜ୍ଞାତ ରାଶି ବିଶିଷ୍ଟ ସରଳ ବା ଏକଘାତୀ ସମୀକରଣ ଗୁଡ଼ିକ ହେଲା –
(କ) 2x + 3 = 7 (ଗ) z + 2 = 7z – 4 (ଘ) 2x + 7 = 5 + x (ଙ) y – 7 = 5y – 8 (ଜ) 2x – 7 = 8

Question 2.
x କୁ ଅଜ୍ଞାତ ରାଶି ରୂପେ ନେଇ ନିମ୍ନ ଉକ୍ତିଗୁଡ଼ିକୁ ଗାଣିତିକ ଉକ୍ତିରେ ପ୍ରକାଶ କର ।

(କ) ଗୋଟିଏ ସଂଖ୍ୟାରୁ 3 ବିୟୋଗ କଲେ ବିୟୋଗଫଳ 7 ହୁଏ ।
ସମାଧାନ:
x – 3 = 7

(ଖ) 10 ଗୋଟିଏ ସଂଖ୍ୟାର ଦୁଇଗୁଣରୁ 4 କମ୍ ।
ସମାଧାନ:
2x – 4 = 10

(ଗ) ଗୋଟିଏ ସଂଖ୍ୟାର ତିନି ଭାଗରୁ ଏକ ଭାଗ ହେଉଛି 6 ।
ସମାଧାନ:
\(\frac{x}{3}\) = 6

(ଘ) ଗୋଟିଏ ସଂଖ୍ୟା 5 ଠାରୁ ଯେତେ ଅଧ‌ିକ, 15 ଠାରୁ ସେତେ କମ୍ ।
ସମାଧାନ:
x – 5 = 15 – x

(ଙ) ଗୋଟିଏ ସଂଖ୍ୟାର 6 ଗୁଣରୁ 7 ବିୟୋଗ କଲେ ବିୟୋଗଫଳ 3 ହୁଏ ।
ସମାଧାନ:
6x – 7 = 3

BSE Odisha 7th Class Maths Solutions Chapter 6 ବୀଜଗଣିତ Ex 6.4

(ଚ) ରମାର ବର୍ତ୍ତମାନ ବୟସକୁ x ବର୍ଷ ନେଇ (i) 5 ବର୍ଷ ପରେ ତା’ର ବୟସ କେତେ ହେବ (ii) 3 ବର୍ଷ ପୂର୍ବେ ତା’ର ବୟସ କେତେ ଥିଲା ଲେଖ ।
ସମାଧାନ:
(i) x + 5 (ii) x – 3 (ଯଦି x > 3)

Question 3.
ନିମ୍ନଲିଖତ ସମୀକରଣଗୁଡ଼ିକୁ ସାଧାରଣ ଉକ୍ତିରେ ପ୍ରକାଶ କର ।

(କ) x – 5 = 9
ସମାଧାନ:
ଗୋଟିଏ ସଂଖ୍ୟାରୁ 5 ବିୟୋଗ କଲେ ବିୟୋଗଫଳ 9 ହୁଏ ।

(ଖ) 5p = 20
ସମାଧାନ:
ଗୋଟିଏ ସଂଖ୍ୟାର 5 ଗୁଣ 20 ସହ ସମାନ ।

(ଗ) 3n + 7 = 1
ସମାଧାନ:
ଗୋଟିଏ ସଂଖ୍ୟାର ତିନିଗୁଣରେ 7 ଯୋଗକଲେ ଯୋଗଫଳ l ହୁଏ ।

(ଘ) x – 2 = 0
ସମାଧାନ:
ଗୋଟିଏ ସଂଖ୍ୟାରୁ 2 ବିୟୋଗ କଲେ ବିୟୋଗଫଳ 0 ହୁଏ ।

Question 4.
ନିମ୍ନ ପ୍ରଶ୍ନ ମାନଙ୍କରେ ଥ‌ିବା ଅଜ୍ଞାତ ସଂଖ୍ୟାକୁ x ନେଇ ପ୍ରଶ୍ନଗୁଡ଼ିକୁ ସମୀକରଣ ରୂପରେ ଲେଖ।

(କ) କେଉଁ ସଂଖ୍ୟା ର ଦୁଇଗୁଣ 16 ସଙ୍ଗେ ସମାନ?
ସମାଧାନ:
2x = 16

(ଖ) କେଉଁ ସଂଖ୍ୟାରୁ 7 କମାଇ ଦେଲେ 12 ମିଳିବ?
ସମାଧାନ:
x – 7 = 12

(ଗ) କେଉଁ ସଂଖ୍ୟାର ଏକ -ତୃତୀୟାଂଶ 5 ସଙ୍ଗେ ସମାନ? 
ସମାଧାନ:
\(\frac{x}{3}\) = 5

(ଘ) କେଉଁ ସଂଖ୍ୟାର ଏକ-ଚତୁର୍ଥାଂଶ ହେଉଛି 5? 
ସମାଧାନ:
\(\frac{x}{4}\) = 5

(ଙ) କେଉଁ ସଂଖ୍ୟାରୁ 8 ଅଧୂକ ହେଉଛି 15?
ସମାଧାନ:
x + 8 = 15

BSE Odisha 7th Class Maths Solutions Chapter 6 ବୀଜଗଣିତ Ex 6.4

Question 5.
ନିମ୍ନ ସୂଚନାଗୁଡ଼ିକୁ ଅନୁଧ୍ୟାନ କରି ତାକୁ ସମୀକରଣ ମାଧ୍ୟମରେ ପ୍ରକାଶ କର ।

(କ) ରୋଜି ର ବାପାଙ୍କ ବୟସ 49 ବର୍ଷ ବାପାଙ୍କର ବୟସ ରୋଜି ବୟସର ତିନି ଗୁଣରୁ 4 ବର୍ଷ ଅଧୂକ । ରୋଜିର ବୟସକୁ ‘y’ ବର୍ଷ ନିଅ
ସମାଧାନ:
3y + 4 = 49

(ଖ) ଇର୍‌ଫାନ୍ ପାଖରେ ଥିବା ମାର୍ବଲ ସଂଖ୍ୟା 37 । ଇର୍‌ଫାନ୍ କହିଲା ‘‘ପରମିତ୍ ପାଖରେ ଥିବା ମାର୍ବଲ ସଂଖ୍ୟାର ପାଞ୍ଚ ଗୁଣରୁ 7ଟି ଅଧିକ ମାର୍ବଲ ମୋ’ ପାଖରେ ଅଛି।’’ ପରିମିତ୍ ପାଖରେ ଥିବା ମାର୍ବଲ ସଂଖ୍ୟାକୁ x ନିଅ।
ସମାଧାନ:
5x + 7 = 37

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Odisha State Board BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b) Textbook Exercise Questions and Answers.

BSE Odisha Class 8 Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Question 1.
କୌଣସି ଏକ ସଂଖ୍ୟାର \(\frac{4}{5}\), ସେହି ସଂଖ୍ୟାର \(\frac{3}{4}\) ଠାରୁ 4 ଅଧ୍ଵ । ସଂଖ୍ୟାଟି ସ୍ଥିର କର ।
ସମାଧାନ :
4 4x x6 = 5
ମନେକର ସଂଖ୍ୟାଟି x ।
xର \(\frac{4}{5}=\frac{4x}{5}\) ଓ xର \(\frac{3}{4}=\frac{3x}{4}\) ।
ପ୍ରଶ୍ନନୁସାରେ, \(\frac{4x}{5}=\frac{3x}{4}+4\) ⇒ \(\frac{4x}{5}=\frac{3x+16}{4}\)
⇒ 4x × 4 = 5 (3x + 16) ⇒ 16x = 15x + 80 ⇒ 16x – 15x = 80 ⇒ x = 80
∴ ସଂଖ୍ୟାଟି 80 ।

Question 2.
କେଉଁ ସଂଖ୍ୟାର \(\frac{1}{3}\), ଏହାର \(\frac{1}{4}\), ଅପେକ୍ଷା 6 ଅଧୂକ ?
ସମାଧାନ :
ମନେକର ସଂଖ୍ୟାଟି x । xର \(\frac{1}{3}=\frac{x}{3}\) ଓ xର \(\frac{1}{4}=\frac{x}{4}\) ।
ପ୍ରଶାନୁସାରେ, \(\frac{x}{x}=\frac{x}{4}+6\) ⇒ \(\frac{x}{3}=\frac{x+24}{4}\)
⇒ 4x = 3 ( x + 24) ⇒ 4x = 3x + 72 ⇒ 4x – 3x = 72 ⇒ x = 72
∴ ସଂଖ୍ୟାଟି 72 ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Question 3.
କେଉଁ ସଂଖ୍ୟାର \(\frac{1}{2}\), 12 ରୁ ଯେତେ କମ୍; ଏହାର \(\frac{5}{2}\), 12 ରୁ ସେତେ ଅଧିକ ?
ସମାଧାନ :
ମନେକର ସଂଖ୍ୟାଟି x । x ର \(\frac{1}{2}=\frac{x}{2}\) ଏବଂ xର \(\frac{5}{2}=\frac{5x}{2}\) ।
ପ୍ରଶ୍ନନୁସାରେ, 12 – \(\frac{x}{2}=\frac{5x}{2}\) – 12 ⇒ \(\frac{x}{2}+\frac{5x}{2}\) = 12 + 12
⇒ \(\frac{5x+x}{2}\) = 24 ⇒ 6x = 48 ⇒ x = \(\frac{48}{6}\) = 8
∴ ନିର୍ଦେୟ ସଂଖ୍ୟାଟି 8 ।

Question 4.
ତିନୋଟି କ୍ରମିକ ଅଯୁଗ୍ମ ସଂଖ୍ୟାର ସମଷ୍ଟି 33 ହେଲେ, ମଧ୍ଯମ ସଂଖ୍ୟାଟି ନିର୍ଣ୍ଣୟ କର ।
ସମାଧାନ :
ମନେକର ମଧ୍ୟମ ଅଯୁଗ୍ମ ସଂଖ୍ୟାଟି x ।
∴ ପ୍ରଥମ ଅଯୁଗ୍ମ ସଂଖ୍ୟାଟି = x – 2 ଓ ତୃତୀୟ ଅଯୁଗ୍ମ ସଂଖ୍ୟାଟି = x + 2
ପ୍ରଶ୍ନନୁସାରେ ଅଯୁଗ୍ମ ସଂଖ୍ୟାତ୍ରୟର ସମଷ୍ଟି 33 ।
⇒ x – 2 + x + x + 2 = 33 ⇒ 3x = 33 ⇒ x = 11
∴ ମଧ୍ଯମ ଅଯୁଗ୍ମ ସଂଖ୍ୟାଟି 11 ।

Question 5.
କେଉଁ ଦୁଇଟି କ୍ରମିକ ସଂଖ୍ୟାର ସମଷ୍ଟି 31 ?
ସମାଧାନ :
ମନେକର କ୍ରମିକ ସଂଖ୍ୟାଦ୍ଵୟ ମଧ୍ୟରୁ ଗୋଟିଏ x ।
∴ ଅନ୍ୟ ସଂଖ୍ୟାଟି = x + 1
ପ୍ରଶାନୁସାରେ କ୍ରମିକ ସଂଖ୍ୟାଦ୍ଵୟର ସମଷ୍ଟି 31 ।
x + x + 1 = 31 ⇒ 2x + 1 = 31 ⇒ 2x = 30 ⇒ x = 15
∴ ଗୋଟିଏ ସଂଖ୍ୟା = 15 ଓ ଅନ୍ୟଟି x + 1 = 15 + 1 = 16
∴ କ୍ରମିକ ସଂଖ୍ୟାଦ୍ଵୟ 15 ଓ 16 ।

Question 6.
ତିନୋଟି କ୍ରମିକ ଯୁଗ୍ମ ସଂଖ୍ୟାର ଯୋଗଫଳ 36 ହେଲେ, ବୃହତ୍ତମ ସଂଖ୍ୟାଟି ନିର୍ଣ୍ଣୟ କର ।
ସମାଧାନ :
ମନେକର x ଏକ ଯୁଗ୍ମ ସଂଖ୍ୟା ।
କ୍ରମିକ ଯୁଗ୍ମ ସଂଖ୍ୟାତ୍ରୟ x – 2, x, x + 2 ।
(କ୍ରମିକ ଯୁଗ୍ମ ସଂଖ୍ୟାତ୍ରୟ x, x + 2 ଏବଂ x + 4 ହୋଇପାରେ ।)
ପ୍ରଶ୍ନନୁସାରେ, x – 2 + x + x + 2 = 36 ⇒ 3x = 36 ⇒ x = 12
ବୃହତ୍ତମ ସଂଖ୍ୟାଟି = x + 2 = 12 + 2 = 14
∴ ବୃହତ୍ତମ ସଂଖ୍ୟାଟି 14 ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Question 7.
ହମିଦ୍ ଟଙ୍କାର 15%, ରସିଦ ଟଙ୍କାର 20% ସହ ସମାନ । ଦୁଇଜଣଙ୍କର ଟଙ୍କା ମିଶି 350 ହେଲେ, କାହାର ଟଙ୍କା କେତେ ?
ସମାଧାନ :
ମନେକର ହମିଦୂର x ଟଙ୍କା ।
ପ୍ରଶ୍ନନୁଯାୟୀ ରସିଦୂର (350 – x) ଟଙ୍କା । (∵ ସେ ଦୁଇଜଣଙ୍କର ମୋଟ ଟଙ୍କା 350 ଟଙ୍କା ।)
x ଟଙ୍କାର 15% = x × \(\frac{15}{100}\) ଟଙ୍କା = \(\frac{15x}{100}\) ଟଙ୍କା
(350 – x) ଟଙ୍କାର 20% = (350 − x) × \(\frac{20}{100}\) ଟ. = \(\frac{20(350-x)}{100}\) ଟଙ୍କା
ପ୍ରଶ୍ନନୁସାରେ, ହମିଦ୍ରର ଟଙ୍କାର 15% = ରସିଦୂର ଟଙ୍କାର 20% ।
⇒ \(\frac{15x}{100}=\frac{20(350-x)}{100}\) ⇒ 15x = 7000 – 20x = 15x + 20x = 7000 ⇒ 35x = 7000
⇒ x = \(\frac{7000}{35}\) = 200 ହମିଦୂର ଟଙ୍କା
∴ ରସିଦୂର ଟଙ୍କା = 350 – 200 = 150 ଟଙ୍କା |
∴ ହମିଦ୍‌ର 200 ଟଙ୍କା ଓ ରସିଦ୍‌ 150 ଟଙ୍କା ।

Question 8.
ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାର ଅଙ୍କଦ୍ବୟର ସମଷ୍ଟି 9 । ଯଦି ଅଙ୍କଦ୍ୱୟର ସ୍ଥାନ ବଦଳାଯାଏ; ତେବେ ନୂତନ ସଂଖ୍ୟାଟି ମୂଳ ସଂଖ୍ୟାଠାରୁ 27 ଅଧ‌ିକ ହେବ । ସଂଖ୍ୟାଟି ନିର୍ଣ୍ଣୟ କର ।
ସମାଧାନ :
ମନେକର ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାର ଏକକ ସ୍ଥାନୀୟ ଅଙ୍କଟି x ।
ପ୍ରଶ୍ନନୁସାରେ, ଦଶକ ସ୍ଥାନୀୟ ଅଙ୍କ = 9 – x
∴ ସଂଖ୍ୟାଟି 10 (9 – x) + x = 90 – 10 x + x = 90 – 9x
ଅଙ୍କଦ୍ଵୟର ସ୍ଥାନ ବଦଳିଲେ ଏକକ ସ୍ଥାନୀୟ ଅଙ୍କଟି (9 – x) ଓ ଦଶକ ସ୍ଥାନୀୟ ଅଙ୍କଟି x ହୁଏ ।
∴ ପରିବର୍ତ୍ତତ ସଂଖ୍ୟାଟି = 10x + 9 – x = 9x + 9
ପ୍ରଶ୍ନନୁସାରେ, 9x + 9 = 90 – 9x + 27 ⇒ 9x + 9x = 90 + 27 − 9 ⇒ 18x = 108
⇒ x = \(\frac{108}{18}\) = 6
ସଂଖ୍ୟାଟି = 90 – 9x = 90 – 9 × 6 = 90 – 54 = 36
∴ ନିଶ୍ଚେୟ ସଂଖ୍ୟାଟି 36 |

Question 9.
ଦୁଇ ଅଙ୍କବିଶିଷ୍ଟ ଏକ ସଂଖ୍ୟାର ଅଙ୍କଦ୍ୱୟର ସମଷ୍ଟି 10 । ସଂଖ୍ୟାଟିରେ 36 ଯୋଗକଲେ ସଂଖ୍ୟାଟିର ଅଙ୍କଦ୍ୱୟର ସ୍ଥାନ ବଦଳିଯାଏ । ସଂଖ୍ୟାଟି ନିର୍ଣ୍ଣୟ କର ।
ସମାଧାନ :
ମନେକର ଦୁଇଅଙ୍କ ବିଶିଷ୍ଟ ସଂଖ୍ୟାର ଦଶକ ସ୍ଥାନୀୟ ଅଙ୍କ x ।
ଏକକ ସ୍ଥାନୀୟ ଅଙ୍କ (10 – x) । [:: ଅଙ୍କମାନଙ୍କର ସମଷ୍ଟି 10]
∴ ସଂଖ୍ୟାଟି = 10x + (10 – x) = 10x + 10 – x = 9x + 10
ଅଙ୍କମାନଙ୍କର ସ୍ଥାନ ବଦଳିଗଲେ ଦଶକ ସ୍ଥାନୀୟ ଅଙ୍କଟି ହୁଏ (10 – x) ଓ ଏକକ ସ୍ଥାନୀୟ ଅଙ୍କଟି ହୁଏ x ।
∴ ପରିବର୍ତ୍ତତ ସଂଖ୍ୟାଟି = 10(10 − x) + x = 100 – 10x + x = 100 – 9x
ପ୍ରଶ୍ନନୁସାରେ, (9x + 10) + 36 = 100 – 9x
⇒ 9x + 9x = 100 – 46 ⇒ 18x = 54
⇒ x = \(\frac{54}{18}\) = 3
ଦଶକ ସ୍ଥାନୀୟ ଅଙ୍କ = x = 3 ଓ ଏକକ ସ୍ଥାନୀୟ ଅଙ୍କ = 10 – x = 10 – 3 = 7
ସଂଖ୍ୟାଟି = 10x + 7 = 10 × 3 + 7 = 30 + 7 = 37
∴ ନିର୍ଦେୟ ସଂଖ୍ୟାଟି 37 ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Question 10.
କେଉଁ ସଂଖ୍ୟାର 20% ଏହାର 12% ଅପେକ୍ଷା 12 ଅଧ୍ଵ ?
ସମାଧାନ :
ମନେକର ସଂଖ୍ୟାଟି x ।
ପ୍ରଶ୍ନନୁସାରେ, x ର 20% = x ର 12% + 12
⇒ \(x \times \frac{20}{100}=x \times \frac{12}{100}+12 \Rightarrow x \times \frac{1}{5}=x \times \frac{3}{25}+12 \Rightarrow \frac{x}{5}=\frac{3 x}{25}+12 \Rightarrow \frac{5 x-3 x}{25}=12\)
⇒ \(\frac{2x}{25}\) = 12 ⇒ 2x = 25 × 12 ⇒ 2x = 300 ⇒ x = \(\frac{300}{2}\) = 150
∴ ନିର୍ଦେୟ ସଂଖ୍ୟାଟି 150 ।

Question 11.
ଦୁଇଟି ଧନାତ୍ମକ ପୂର୍ବସଂଖ୍ୟାର ଅନ୍ତର 30 । ସେମାନଙ୍କର ଅନୁପାତ 2 : 5 ହେଲେ, ସଂଖ୍ୟା ଦୁଇଟି କେତେ ?
ସମାଧାନ :
ମନେକର ଗୋଟିଏ ଧନାତ୍ମକ ପୂର୍ଣ୍ଣ ସଂଖ୍ୟା x । ଅନ୍ୟ ପୂର୍ଣ୍ଣ ସଂଖ୍ୟାଟି = x – 30
ପ୍ରଶ୍ନନୁସାରେ, \(\frac{x-30}{x}=\frac{2}{5}\) ⇒ 5x – 150 = 2x ⇒ 5x – 2x = 150
⇒ 3x = 150 ⇒ x = \(\frac{150}{3}\) = 50
ଗୋଟିଏ ପୂର୍ଣ ସଂଖ୍ୟା = 50
ଅନ୍ୟ ପୂର୍ବ ସଂଖ୍ୟା = x – 30 = 50 – 30 = 20
∴ ପୂର୍ଣ୍ଣସଂଖ୍ୟାଦ୍ଵୟ 50 ଓ 20 ।

Question 12.
ଗୋଟିଏ ଶ୍ରେଣୀର ମୋଟ ପିଲା ସଂଖ୍ୟା 49 । ପୁଅ ପିଲାଙ୍କ ସଂଖ୍ୟା ଝିଅ ପିଲାଙ୍କ ସଂଖ୍ୟାର \(\frac{3}{4}\) ଗୁଣ ହେଲେ ଶ୍ରେଣୀରେ ପୁଅ ଓ ଝିଅଙ୍କ ସଂଖ୍ୟା ନିର୍ଣ୍ଣୟ କର ।
ସମାଧାନ :
ମନେକର ଶ୍ରେଣୀର ପୁଅଙ୍କ ସଂଖ୍ୟା x ଓ ଝିଅଙ୍କ ସଂଖ୍ୟା = 49 – x ।
ପ୍ରଶ୍ନନୁସାରେ, x = \(\frac{3}{4}\)(49 – x)
⇒ 4x = 3 (49 – x) ⇒ 4x = 147 – 3x
⇒ 4x + 3x = 147 ⇒ 7x = 147
⇒ x = \(\frac{147}{7}\) = 121
∴ ପୁଅଙ୍କ ସଂଖ୍ୟା = 21
∴ ଝିଅଙ୍କ ସଂଖ୍ୟା = 49 – x = 49 – 21
∴ ଶ୍ରେଣୀରେ ପୁଅ ଓ ଝିଅଙ୍କ ସଂଖ୍ୟା ଯଥାକ୍ରମେ 21 ଓ 28 ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Question 13.
ଦୁଇଟି ଅନୁପୂରକ କୋଣର ଅନ୍ତର 10° ହେଲେ, କୋଣଦ୍ଵୟର ପରିମାଣ ସ୍ଥିର କର ।
ସମାଧାନ :
ମନେକର ଗୋଟିଏ କୋଣର ପରିମାଣ x° ।
ଏହାର ଅନୁପୂରକ କୋଣର ପରିମାଣ = 90° – x
ପ୍ରଶ୍ନନୁସାରେ, x° – (90° – x) = 10
⇒ x – 90° + x = 10 ⇒ 2x = 10 + 90
⇒ 2x = 100 ⇒ x = \(\frac{100}{2}\) = 50°
ଗୋଟିଏ କୋଣ = 50° ଓ ଅନ୍ୟ କୋଣଟି = 90° – x = 90° – 50° = 40°
∴ ଅନୁପୂରକ କୋଣଦ୍ଵୟ 50° ଓ 40° ।

Question 14.
ଗୋଟିଏ ଥଳିରେ ଟ. 500ର 5ଟେଙ୍କିଆ ଓ 10 ଟଙ୍କିଆ ମୁଦ୍ରା ଅଛି । ମୋଟ ମୁଦ୍ରା ସଂଖ୍ୟା 75 ହେଲେ, ପ୍ରତ୍ୟେକ ପ୍ରକାର ମୁଦ୍ରା ସଂଖ୍ୟା କେତେ ?
ସମାଧାନ :
ମନେକର ଥଳିରେ x ଟି 5 ଟଙ୍କିଆ ମୁଦ୍ରା ଅଛି ।
ପ୍ରଶ୍ନନୁସାରେ, 10 ଟଙ୍କିଆ ମୁଦ୍ରା ସଂଖ୍ୟା =75 – x
xଟି 5 ଟଙ୍କାର ମୂଲ୍ୟ = 5 × x = 5x ଟଙ୍କା ଓ 10 ଟଙ୍କାର ମୂଲ୍ୟ = 10 (75 – x) ଟଙ୍କା
ମୋଟ ଟଙ୍କାର ମୂଲ୍ୟ = 5x + 10 (75 – x)
ପ୍ରଶ୍ନନୁସାରେ, 5x + 10 ( 75 – x) = 500
⇒ 5x + 750 – 10 x = 500 ⇒ -5x = 500 – 750 ⇒ -5x = -250 ⇒ x = \(\frac{250}{5}\)
∴ 50 ଟଙ୍କିଆ ମୁଦ୍ରା ସଂଖ୍ୟା = 50 ଟି
∴ 50 ଟଙ୍କିଆ ମୁଦ୍ରା ସଂଖ୍ୟା = 75 − x = 75 – 50 = 25 ଟି
∴ ଥଳିଟିରେ 50 ଟି 5 ଟଙ୍କିଆ ମୁଦ୍ରା ଓ 25 ଟି 10 ଟଙ୍କିଆ ମୁଦ୍ରା ଅଛି ।

Question 15.
ଗୋଟିଏ ଆୟତାକାରକ୍ଷେତ୍ରର ଦୈର୍ଘ୍ୟ, ପ୍ରସ୍ଥର ଦୁଇଗୁଣ । ଆୟତକ୍ଷେତ୍ରର ପରିସୀମା 150 ମିଟର ହେଲେ ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ନିରୂପଣ କର ।
ସମାଧାନ :
ମନେକର ଆୟତକ୍ଷେତ୍ରର ପ୍ରସ୍ଥ × ମିଟର ଓ ଦୈର୍ଘ୍ୟ = 2x ମିଟର ।
∴ ଆୟତକ୍ଷେତ୍ରର ପରିସୀମା = 2(ଦୈର୍ଘ୍ୟ + ପ୍ରସ୍ଥ) = 2(2x+x) = 2(3x) = 6x ମିଟର ।
ପ୍ରଶ୍ନନୁସାରେ 6x = 150 ମି. ⇒ x = \(\frac{150}{6}\) = 25
∴ ଦୈର୍ଘ୍ୟ = = 2x = 2 × 25 = 50 ମି.
∴ ଆୟତକ୍ଷେତ୍ରର ଦୈର୍ଘ୍ୟ 50 ମି ଓ ପ୍ରସ୍ଥ 25 ମି. ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Question 16.
ଗୋଟିଏ ପରିମେୟ ସଂଖ୍ୟାର ଲବ ଓ ହରର ଅନୁପାତ 3 :4 । ହରରେ 3 ଯୋଗକଲେ, ଲବ ଓ ହରର ଅନୁପାତ 3 : 5 ହୁଏ । ପରିମେୟ ସଂଖ୍ୟାଟି ସ୍ଥିର କର ।
ସମାଧାନ :
ମନେକର ପରିମେୟ ସଂଖ୍ୟାର ଲବ 3x ଓ ହର 4x ।
ହରରେ 3 ଯୋଗକଲେ ପରିମେୟ ସଂଖ୍ୟାଟି ହେବ = \(\frac{3x}{4x+3}\)
ପ୍ରଶ୍ନନୁସାରେ, \(\frac{3x}{4x+3}=\frac{3}{5}\) ⇒ 15x = 3 (4x +3) ⇒ 15x = 12x + 9 ⇒ 15x – 12x = 9
⇒ 3x = 9 ⇒ x = \(\frac{9}{3}\) = 3
∴ ଲବ = 3x = 3 × 3 = 9, ହର = 3x = 4 × 3 = 12
∴ ପରିମେୟ ସଂଖ୍ୟାଟି \(\frac{9}{12}\) ।

Question 17.
ଗୋଟିଏ ତ୍ରିଭୁଜର କୋଣତ୍ରୟର ପରିମାଣରୁ 10 ଲେଖାଏଁ କମାଇଦେଲେ ଅବଶିଷ୍ଟର ଅନୁପାତ 6 : 4 : 5 ହୁଏ । ତ୍ରିଭୁଜଟିର ବୃହତ୍ତମ କୋଣର ପରିମାଣ ସ୍ଥିର କର ।
ସମାଧାନ :
ମନେକର ତ୍ରିଭୁଜର କୋଣତ୍ରୟର ପରିମାଣରୁ 10 ଲେଖାଏଁ କମାଇଦେଲେ ଅବଶିଷ୍ଟର ଅନୁପାତ ଯଥାକ୍ରମେ ଯଥାକ୍ରମେ 6x, 4x ଓ 5x ।
∴ ତ୍ରିଭୁଜର କୋଣତ୍ରୟର ପରିମାଣ a 6x + 10°, 4x + 10° ଓ 5x + 10° ।
ଆମେ ଜାଣିଛୁ ତ୍ରିଭୁଜର ତିନିକୋଣର ପରିମାଣର ସମଷ୍ଟି 180° ।
ପ୍ରଶ୍ନନୁସାରେ, (6x + 10) + (4x + 10) + (5x + 10) = 180
⇒ 6x + 10 + 4x + 10 + 5x + 10 = 180 ⇒ 15x + 30 = 180
⇒ 15x = 180 – 30 ⇒ 15x = 150 ⇒ x = \(\frac{150}{15}\) = 10
ବୃହତ୍ତମ କୋଣର ପରିମାଣ = 6x + 10 = 6 × 10 + 10 = 60 + 10 = 70°
∴ ତ୍ରିଭୁଜଟିର ବୃହତ୍ତମ କୋଣର ପରିମାଣ 70° ।

BSE Odisha 8th Class Maths Solutions Algebra Chapter 7 ସମୀକରଣ ଓ ଏହାର ସମାଧାନ Ex 7(b)

Question 18.
ଶରତ ତା’ ଘରଠାରୁ ଘଣ୍ଟାପ୍ରତି 4 କି.ମି. ବେଗରେ ସ୍କୁଲକୁ ଯାଇ ଘଣ୍ଟା ବାଜିବାର 12 ମିନିଟ୍ ପରେ ପହଞ୍ଚିଲା । ପରଦିନ ସେ ଘଣ୍ଟାପ୍ରତି 5 କି.ମି. ବେଗରେ ଯାଇ ଠିକ୍ ସମୟରେ ସ୍କୁଲରେ ପହଞ୍ଚିଲା । ଉଭୟ ଦିନ ସେ ଘରୁ ଏକ ନିର୍ଦ୍ଦିଷ୍ଟ ସମୟରେ ସ୍କୁଲକୁ ଯାଇଥିଲେ । ତା’ ଘରଠାରୁ ସ୍କୁଲର ଦୂରତା ନିର୍ଣ୍ଣୟ କର ।
ସମାଧାନ :
ମନେକର ଶରତ ଘରଠାରୁ ସ୍କୁଲର ଦୂରତା x କି.ମି. ।
ଘଣ୍ଟାକୁ 4 କି.ମି. ବେଗରେ ଗଲେ x କି.ମି. ଯିବାକୁ ସମୟ ଲାଗିବ = \(\frac{x}{4}\) ଘଣ୍ଟା = 15 ମିନିଟ୍
ପରଦିନ ଘଣ୍ଟାକୁ 5 କି.ମି. ବେଗରେ ଗଲେ x କି.ମି. ଯିବାକୁ ସମୟ ଲାଗିବ = \(\frac{x}{5}\) ଘଣ୍ଟା = 12 ମିନିଟ୍
∴ ଅଧିକ ବେଗରେ ଗଲେ ପୂର୍ବ ସମୟ ଅପେକ୍ଷା = 15 ମିନିଟ୍ – 12 ମିନିଟ୍ = 3 ମିନିଟ୍ ଆଗରୁ ଠିକ୍ ସମୟରେ ପହଞ୍ଚୁଛି ।
କିନ୍ତୁ କମ୍ ବେଗରେ ଗଲେ ଠିକ୍ ସମୟଠାରୁ ଠିକ୍ 12 ମିନିଟ୍ ଡେରିରେ ପହଞ୍ଚୁଛି ।
∴ 3 ମିନିଟ୍ ଅଧୂକ ସମୟ ଲାଗୁଛି x କି.ମି. ଯିବାକୁ ବା ଘରଠାରୁ ସ୍କୁଲର ଦୂରତା ଯିବାକୁ ।
12 ମିନିଟ୍ ଅଧ‌ିକ ସମୟ ଲାଗିବ = 12 ÷ 3 = 4 କି.ମି. ଯିବାକୁ ।
ଅର୍ଥାତ୍ ଶରତ ଘରଠାରୁ ସ୍କୁଲର ଦୂରତା 4 କି.ମି. ।