BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

Odisha State Board BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ Important Questions and Answers.

BSE Odisha Class 10 History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

Subjective Type Questions With Answers

ଦୀର୍ଘ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

୧। ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକାରେ କେଉଁ କଳା ଆଇନ ପ୍ରଣୟନ କରାଯାଇଥିଲା ? ଏହାକୁ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତୀୟମାନେ କିପରି ବିରୋଧ କରିଥିଲେ ?
Answer:

  • ୧୯୦୬ ମସିହାରେ ଦକ୍ଷିଣ ଆଫ୍ରିକା ସରକାର ଏକ ଆଇନ ପ୍ରଣୟନ କରି ପ୍ରତ୍ୟେକ ଭାରତୀୟଙ୍କୁ ନିଜର ଅଙ୍ଗୁଳି ଛାପ ଥ‌ିବା ପଞ୍ଜୀକୃତ ପ୍ରମାଣପତ୍ରକୁ ସବୁ ସମୟରେ ନିଜ ସହିତ ବହନ କରିବା ବାଧ୍ୟତାମୂଳକ କଲେ ।
  • ଗାନ୍ଧିଜୀ ଉକ୍ତ ଆଇନ ବିରୋଧରେ ଆନ୍ଦୋଳନ କଲେ ଏବଂ ଏହି ଆନ୍ଦୋଳନରେ ପ୍ରଥମଥର ପାଇଁ ସତ୍ୟାଗ୍ରହ ଅସ୍ତ୍ର ପ୍ରୟୋଗ କରାଯାଇଥିଲା ।
  • ୧୯୦୬ ମସିହା ସେପ୍ଟେମ୍ବର ୧୧ ତାରିଖରେ ଜୋହାନେସ୍‌ବର୍ଗର ଏମ୍ପାୟାର ଥ୍ଟରଠାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଉପସ୍ଥିତ ଥ‌ିବା ଭାରତୀୟମାନେ ଏହି କଳା ଆଇନକୁ ଅମାନ୍ୟ କରିବାପାଇଁ ଦୃଢ଼ ସଂକଳ୍ପ ଗ୍ରହଣ କରିଥିଲେ ।
  • ସରକାର ଅନେକ ଆନ୍ଦୋଳନକାରୀଙ୍କୁ ବନ୍ଦୀ କଲେ ଏବଂ ଗାନ୍ଧିଜୀଙ୍କୁ ଜୋହାନେସବର୍ଗ କାରାଗାରରେ ବନ୍ଦୀ କରି ରଖୁଲେ ।
  • ଏହି ଆନ୍ଦୋଳନ ବିରୋଧରେ ସରକାରଙ୍କ ଦମନମୂଳକ ନୀତି ଅଧ୍ଵସଂଖ୍ୟକ ଭାରତୀୟଙ୍କୁ ଆଇନ ଅମାନ୍ୟ କରିବାପାଇଁ ପ୍ରରୋଚିତ କଲା । ଏହି ଆନ୍ଦୋଳନରେ ଗାନ୍ଧିଜୀଙ୍କ ସତ୍ୟାଗ୍ରହ ନୀତି ସଫଳ ହୋଇଥିଲା ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୩୦ ଗୋଟି ଶବ୍ଦରେ ଲେଖ ।

୧। ଗାନ୍ଧିଜୀ ବାରିଷ୍ଟରୀ ପଢ଼ିବାପାଇଁ କେବେ ଇଂଲଣ୍ଡ ଯାଇଥିଲେ ? ସେ କେବେ ଆଇନ ଶିକ୍ଷା ସମାପ୍ତ କଲେ ଓ କେଉଁଠାରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ?
Answer:

  • ୧୮୮୮ ମସିହା ଅକ୍ଟୋବର ମାସରେ ଗାନ୍ଧିଜୀ ବାରିଷ୍ଟରୀ ପଢ଼ିବାପାଇଁ ଇଂଲଣ୍ଡ ଯାତ୍ରା କରିଥିଲେ ।
  • ୧୮୯୧ ମସିହା ଜୁନ୍ ମାସରେ ସେ ଆଇନ ଶିକ୍ଷା ସମାପ୍ତ କରିଥିଲେ ।
  • ସେ ବାରିଷ୍ଟର ଭାବରେ ରାଜକୋଟ ଓ ବମ୍ବେଠାରେ ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ।

୨ । ‘ନାଟାଲ୍ ଭାରତୀୟ କଂଗ୍ରେସ’ କ’ଣ ? ଏହା କେବେ ଓ କ’ଣ ପାଇଁ ଗଠନ କରାଯାଇଥିଲା ?
Answer:

  • ‘ନାଟାଲ୍ ଭାରତୀୟ କଂଗ୍ରେସ’ ଏକ ରାଜନୈତିକ ଅନୁଷ୍ଠାନ ।
  • ୧୮୯୪ ମସିହାରେ ଏହି ଅନୁଷ୍ଠାନ ଦକ୍ଷିଣ ଆଫ୍ରିକାରେ ଗଠନ କରାଯାଇଥିଲା ।
  • ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ମଧ୍ୟରେ ରାଜନୈତିକ ସଚେତନତା ଜାଗ୍ରତ କରିବାପାଇଁ ଗାନ୍ଧିଜୀ ଏହି ଅନୁଷ୍ଠାନ ଗଠନ କରିଥିଲେ ।

୩ । ‘ଇଣ୍ଡିଆନ୍ ଓପିନିଅନ୍’ କ’ଣ ? ଏହାକୁ କିଏ, କେଉଁଠାରେ ଓ କ’ଣ ପାଇଁ ପ୍ରକାଶ କରିଥିଲେ ?
Answer:

  1. ‘ଇଣ୍ଡିଆନ୍ ଓପିନିଅନ୍’ ଏକ ସମ୍ବାଦପତ୍ର ।
  2. ଗାନ୍ଧିଜୀ ଏହାକୁ ଦକ୍ଷିଣ ଆଫ୍ରିକାରେ ପ୍ରକାଶ କରିଥିଲେ ।
  3. ଶ୍ୱେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବାପାଇଁ ଗାନ୍ଧିଜୀ ଏହାକୁ ପ୍ରକାଶ କରିଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

୪। ସାବରମତୀ ଆଶ୍ରମ କେବେ, କେଉଁଠାରେ ଓ କ’ଣ ପାଇଁ ପ୍ରତିଷ୍ଠା କରାଯାଇଥିଲା ?
Answer:

  • ୧୯୧୬ ଖ୍ରୀଷ୍ଟାବ୍ଦରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।
  • ଏହି ଆଶ୍ରମ ଅହମ୍ମଦାବାଦ୍ ନିକଟରେ ସାବରମତୀ ନଦୀ କୂଳରେ ପ୍ରତିଷ୍ଠା କରାଯାଇଥିଲା ।
  • ଦେଶବାସୀଙ୍କୁ ସତ୍ୟ, ଅହିଂସା, ନିଷ୍ଠା ଓ ନିଭୀକତାର ପଥ ପ୍ରଦର୍ଶନ କରିବାପାଇଁ ଗାନ୍ଧିଜୀ ଏହି ଆଶ୍ରମ ପ୍ରତିଷ୍ଠା କରିଥିଲେ ।

ସଂଷିପ୍ତ ଉତ୍ତରମୂଳକ ପ୍ରଶ୍ନୋତ୍ତର
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

୧। ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦସ୍ଵରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ଓ ଗାନ୍ଧିଜୀ କେଉଁସବୁ ଉପାଧ୍ ତ୍ୟାଗ କରିଥିଲେ ?
Answer:

  • ଇଂରେଜ ସରକାରଙ୍କ ବର୍ବରୋଚିତ କାର୍ଯ୍ୟର ପ୍ରତିବାଦସ୍ବରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ‘ନାଇଟ୍’ ପଦ ତ୍ୟାଗ କରିଥିଲେ ।
  • ଗାନ୍ଧିଜୀ ମଧ୍ୟ ‘କାଇଜର୍‌-ଇ-ହିନ୍ଦ୍’ ଉପାଧ୍ ତ୍ୟାଗ କରିଥିଲେ ।

୨ । ରାଓଲାଡ଼ ଆଇନ ବିରୋଧୀ ଆନ୍ଦୋଳନ କେବେ ଓ କାହିଁକି ପ୍ରତ୍ୟାହୃତ ହୋଇଥିଲା ?
Answer:

  1. ଜନସାଧାରଣ ଅହିଂସ ଆନ୍ଦୋଳନ ବା ସତ୍ୟାଗ୍ରହ ପାଇଁ ସମ୍ପୂର୍ଣ ରୂପେ ସମର୍ଥ ହୋଇ ନଥ‌ିବା କଥା ଗାନ୍ଧିଜୀ ଉପଲବ୍ଧି କରିଥିଲେ ।
  2. ତେଣୁ ୧୯୧୯ ମସିହା ଏପ୍ରିଲ୍ ୧୮ ତାରିଖରେ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

୩ । ଗାନ୍ଧିଜୀଙ୍କ ପୂରା ନାମ କ’ଣ ଥିଲା ? ସେ କେବେ, କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?
Answer:

  • ଗାନ୍ଧିଜୀଙ୍କ ପୂରା ନାମ ଥିଲା ମୋହନଦାସ କରମଚାନ୍ଦ ଗାନ୍ଧି ।
  • ସେ ୧୮୬୯ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨ ତାରିଖରେ ଗୁଜରାଟର ପୋରବନ୍ଦରଠାରେ ଜନ୍ମଗ୍ରହଣ କରିଥିଲେ ।

୪ । ୧୯୧୩ ମସିହା ମାର୍ଚ୍ଚ ୧୪ ତାରିଖରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟରେ କେଉଁ ରାୟ ପ୍ରକାଶ ପାଇଥିଲା ? ଏହା ବିରୋଧରେ ଗାନ୍ଧିଜୀ କ’ଣ କରିଥିଲେ ?
Answer:

  • ୧୯୧୩ ମସିହା ମାର୍ଚ୍ଚ ୧୪ ତାରିଖରେ ଦକ୍ଷିଣ ଆଫ୍ରିକା ଉଚ୍ଚତମ ନ୍ୟାୟାଳୟରେ ରାୟ ପ୍ରକାଶ ପାଇଲା ଯେ ଖ୍ରୀଷ୍ଟିଆନ୍ ରୀତି ଅନୁସାରେ ସମ୍ପାଦିତ ହୋଇ ନଥ‌ିବା ଓ ପଞ୍ଜୀକରଣ ହୋଇ ନଥ‌ିବା ଭାରତୀୟମାନଙ୍କ ବିବାହର ସ୍ବୀକୃତି ପ୍ରତ୍ୟାହାର କରାଯିବ ।
  • ଏହା ବିରୋଧରେ ଗାନ୍ଧିଜୀ ଆନ୍ଦୋଳନ କରି ସଫଳ ହୋଇଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

୫ । ଭାରତର କେଉଁ ସ୍ଥାନରେ ଓ କେବେ ଗାନ୍ଧିଜୀ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କ ମତରେ ‘ସତ୍ୟାଗ୍ରହ’ର ଅର୍ଥ କ’ଣ ଥିଲା ?
Answer:

  1. ୧୯୧୬ ମସିହାରେ ଅହମ୍ମଦାବାଦର ସାବରମତୀ ନଦୀକୂଳରେ ଗାନ୍ଧିଜୀ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ ।
  2. ତାଙ୍କ ମତରେ ‘ସତ୍ୟାଗ୍ରହ’ର ଅର୍ଥ ଭୀରୁତା ନୁହେଁ, ବରଂ ଏହା ହେଉଛି ସତ୍ୟ ପ୍ରତି ଆଗ୍ରହ ଓ ଏକ ଶାନ୍ତିପୂର୍ଣ ଆନ୍ଦୋଳନ ।

୬ । ଗାନ୍ଧିଜୀଙ୍କ ରାଜନୈତିକ ଗୁରୁ କିଏ ଥିଲେ ? ସେ ଗାନ୍ଧିଜୀଙ୍କୁ କ’ଣ ପରାମର୍ଶ ଦେଇଥିଲେ ?
Answer:

  • ଗୋପାଳକୃଷ୍ଣ ଗୋଖୁଲେ ଗାନ୍ଧିଜୀଙ୍କର ରାଜନୈତିକ ଗୁରୁ ଥିଲେ ।
  • ଏକବର୍ଷ ପାଇଁ ରାଜନୀତିରୁ ଦୂରେଇ ରହି ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରି ଲୋକମାନଙ୍କର ରାଜନୈତିକ ମନୋଭାବ ଲକ୍ଷ୍ୟ କରିବାପାଇଁ ସେ ଗାନ୍ଧିଜୀଙ୍କୁ ପରାମର୍ଶ ଦେଇଥିଲେ ।

Objective Type Questions with Answers
A. ଗୋଟିଏ ବାକ୍ୟରେ ଉତ୍ତର ଲେଖ ।

1.ଗାନ୍ଧିଜୀ କେଉଁଠାରେ ତାଙ୍କର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ?
Answer:
ଗାନ୍ଧିଜୀ ରାଜକୋଟ ଓ ବମ୍ବେଠାରେ ତାଙ୍କର ଆଇନ ବ୍ୟବସାୟ ଆରମ୍ଭ କରିଥିଲେ ।

2. ଭାରତୀୟମାନଙ୍କୁ ଦକ୍ଷିଣ ଆଫ୍ରିକାରେ କେଉଁ କର ଦେବାକୁ ପଡୁଥିଲା ?
Answer:
ଭାରତୀୟମାନଙ୍କୁ ଦକ୍ଷିଣ ଆଫ୍ରିକାରେ ନିର୍ବାଚନ କର ଦେବାକୁ ପଡୁଥିଲା ।

3. ଗାନ୍ଧିଜୀଙ୍କ ଭାଷାରେ ‘ସତ୍ୟାଗ୍ରହ’ର ଅର୍ଥ କ’ଣ ଥିଲା ?
Answer:
ଗାନ୍ଧିଜୀଙ୍କ ଭାଷାରେ ‘ସତ୍ୟାଗ୍ରହ’ର ଅର୍ଥ ସତ୍ୟ ଓ ଅହିଂସା ଉପରେ ଆଧାରିତ ନୂତନ ଅସ୍ତ୍ର ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

4. ଦକ୍ଷିଣ ଆଫ୍ରିକାର କେଉଁ କାରାଗାରରେ ଗାନ୍ଧିଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା ?
Answer:
ଦକ୍ଷିଣ ଆଫ୍ରିକାର ଜେହାନସ୍ବର୍ଗ କାରାଗାରରେ ଗାନ୍ଧିଜୀଙ୍କୁ ବନ୍ଦୀ କରି ରଖାଯାଇଥିଲା ।

5. ଗାନ୍ଧିଜୀ କାହାକୁ ନିଜର ରାଜନୈତିକ ଗୁରୁଭାବେ ଗ୍ରହଣ କରିଥିଲେ ?
Answer:
ଗୋପାଳକୃଷ୍ଣ ଗୋଖଙ୍କୁ ନିଜର ରାଜନୈତିକ ଗୁରୁଭାବେ ଗାନ୍ଧିଜୀ ଗ୍ରହଣ କରିଥିଲେ ।

6. ସାବରମତୀ ଆଶ୍ରମ କେବେ ପ୍ରତିଷ୍ଠା କରାଯାଇଥିଲା ?
Answer:
୧୯୧୬ ମସିହାରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।

7. ମୋତିହାରିଠାରେ ଗାନ୍ଧିଜୀ କେବେ ପହଞ୍ଚିଥିଲେ ?
Answer:
୧୯୧୭ ମସିହା ଏପ୍ରିଲ ମାସରେ ଗାନ୍ଧିଜୀ ମୋତିହାରିଠାରେ ପହଞ୍ଚିଲେ ।

8. ଚମ୍ପାରନ୍ ଆନ୍ଦୋଳନରେ କେଉଁ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିଲା ?
Answer:
ଚମ୍ପାରନ୍ ଆନ୍ଦୋଳନରେ ତିନିକାଠିଆ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିଲା ।

9. ଖେଡ଼ା ଆନ୍ଦୋଳନରେ ଗାନ୍ଧିଜୀଙ୍କର ମୁଖ୍ୟ ସହଯୋଗୀ କିଏ ଥିଲେ ?
Answer:
ଇନ୍ଦୁଲାଲ ଯାଜ୍ଞକ୍ ଖେଡ଼ା ଆନ୍ଦୋଳନରେ ଗାନ୍ଧିଜୀଙ୍କର ମୁଖ୍ୟ ସହଯୋଗୀ ଥିଲେ ।

10.‘ନବଜୀବନ’ ଓ ‘ୟଙ୍ଗ୍‌ଇଣ୍ଡିଆ’ ପତ୍ରିକାର ସମ୍ପାଦକ ଭାବରେ କିଏ କାର୍ଯ୍ୟ ତୁଲାଉଥିଲେ ?
Answer:
‘ନବଜୀବନ’ ଓ ‘ୟଙ୍ଗ୍ ଇଣ୍ଡିଆ’ ପତ୍ରିକାର ସମ୍ପାଦକ ଭାବେ ମହାତ୍ମା ଗାନ୍ଧି କାର୍ଯ୍ୟ ତୁଲାଉଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

11. ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବାପାଇଁ କେଉଁ ଆଇନ ପ୍ରଣୟନ କରାଯାଇଥିଲା ?
Answer:
ଭାରତରେ ବିଦ୍ରୋହ ଓ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଦମନ କରିବାପାଇଁ ରାଓଲାତ୍ ଆଇନ ପ୍ରଣୟନ କରାଯାଇଥିଲା ।

12. ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ କିଏ ଥିଲେ ?
Answer:
ଅମୃତସରର ସାମରିକ ମୁଖ୍ୟ ଜେନେରାଲ ଡାୟାର ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡର ମୁଖ୍ୟ ଖଳନାୟକ ଥିଲେ ।

B. ଗୋଟିଏ ଶବ୍ଦରେ ଉତ୍ତର ଲେଖ ।

1. ଜମିର କୋଡ଼ିଏ ଭାଗରୁ ତିନିଭାଗ ଅଞ୍ଚଳରେ ନୀଳ ଉତ୍ପାଦନ କରିବାକୁ କ’ଣ କୁହାଯାଏ ?
Answer:
ତିନିକାଠିଆ ବ୍ୟବସ୍ଥା

2. ଅହମ୍ମଦାବାଦ ନିକଟରେ କେଉଁ ନଦୀ ପ୍ରବାହିତ ହେଉଛି ?
Answer:
ସାବରମତା

3. ଶ୍ଵେତାଙ୍ଗମାନଙ୍କ ଅତ୍ୟାଚାର ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ଗାନ୍ଧିଜୀ ପ୍ରକାଶ କରିଥିବା ସମ୍ବାଦପତ୍ରିକାର ନାମ କ’ଣ ଥିଲା ?
Answer:
‘ଇଣ୍ଡିଆନ୍ ଓପିନିଅନ୍’

4. ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡ କେଉଁ ରାଜ୍ୟରେ ସଂଘଟିତ ହୋଇଥିଲା ?
Answer:
ପଞ୍ଜାବ

5. ଦକ୍ଷିଣ ଆଫ୍ରିକାରେ ପ୍ରଚଳିତ କଳାଗୋରା ଭେଦଭାବକୁ କ’ଣ କୁହାଯାଉଥିଲା ?
Answer:
ବର୍ଣ୍ଣବୈଷମ୍ୟ ନୀତି

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

6. କିଏ ଶ୍ରମିକମାନଙ୍କୁ ‘ପ୍ଲେଗ୍ ବୋନସ୍’ ଦେଉଥିଲେ ?
Answer:
ଅହମ୍ମଦାବାଦର ଲୁଗାକଳର ମାଲିକମାନେ

7. କେଉଁ ଘଟଣାର ପ୍ରତିବାଦ ସ୍ବରୂପ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁର ‘ନାଇଟ୍’ ପଦ ଛାଡ଼ିଥିଲେ ?
Answer:
ଜାଲିଆନାୱାଲାବାଗ୍ ହତ୍ୟାକାଣ୍ଡ

8. ଏପ୍ରିଲ୍ ୧୩ ତାରିଖରେ ହିନ୍ଦୁ ନବବର୍ଷ ଓ ବୈଶାଖୀ ଉତ୍ସବ ପାଳନ କରିବାପାଇଁ ଲୋକମାନେ କେଉଁଠାରେ ଏକତ୍ରିତ ହୋଇଥିଲେ ?
Answer:
ଜାଲିଆନାୱାଲାବାଗ୍

9. ଗାନ୍ଧିଜୀଙ୍କଦ୍ୱାରା ଭାରତରେ ସଙ୍ଗଠିତ ପ୍ରଥମ ଆନ୍ଦୋଳନ କ’ଣ ଥିଲା ?
Answer:
ଚମାରନ୍ ଆଦୋଳନ

10. ପ୍ରତିବର୍ଷ ଏପ୍ରିଲ ୧୩ ତାରିଖରେ ପଞ୍ଜାବରେ କେଉଁ ଉତ୍ସବ ପାଳିତ ହୋଇଥାଏ ?
Answer:
ବୈଶାଖୀ ଉତ୍ସବ

11. ମହାତ୍ମା ଗାନ୍ଧି କେବେ ବାରିଷ୍ଟରୀ ପଢ଼ିବାପାଇଁ ଇଂଲଣ୍ଡ ଯାଇଥିଲେ ?
Answer:
୧୮୮୮ ଅକ୍ଟୋବର

12. ଦକ୍ଷିଣ ଆଫ୍ରିକାରେ ଇଂରେଜମାନେ କେଉଁମାନଙ୍କୁ ‘କୁଲି’ ବୋଲି ସମ୍ବୋଧନ କରୁଥିଲେ ?
Answer:
ଭାରତୀୟମାନଙ୍କୁ

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

13. ଇଂରେଜ ସରକାର ଗାନ୍ଧିଜୀଙ୍କୁ କେଉଁ ଉପାଧ୍ ପ୍ରଦାନ କରିଥିଲେ ?
Answer:
‘‘କାଇଜର-ଇ-ହିନ୍ଦ୍’’

14. ଜୋହାନେସ୍‌ବର୍ଗ ଏମ୍ପାୟାର ଥାଏଟର ହଲ୍‌ରେ କେବେ ‘ଅଙ୍ଗୁଳିଛାପ’ ଆଇନକୁ ବିରୋଧକରି ଏକ ସାଧାରଣ ସଭା ହୋଇଥିଲା ?
Answer:
୧୯୦୬ ସେପ୍ଟେମ୍ବର ୧୧

15. ଦକ୍ଷିଣ ଆଫ୍ରିକାରେ ବାସ କରୁଥିବା ଗୋରାଲୋକମାନଙ୍କୁ କ’ଣ କୁହାଯାଉଥିଲା ?
Answer:
ଶ୍ୱେତାଙ୍ଗ

16. ତିନିକାଠିଆ ବ୍ୟବସ୍ଥା ଉଚ୍ଛେଦ ଫଳରେ ଇଂରେଜ ମାଲିକମାନେ ଚାଷୀଙ୍କୁ କେତେ ଭାଗ ଅର୍ଥ ଫେରାଇ ଦେଇଥିଲେ ?
Answer:
ପଚିଶ ଭାଗ

17. କେବେ ଗାନ୍ଧିଜୀ ଚାଷୀମାନଙ୍କର ସମସ୍ୟାର ଅନୁଧ୍ୟାନ ପାଇଁ ଚମ୍ପାରନ୍ ଜିଲ୍ଲାର ସଦର ମହକୁମା ମୋତିହାରିରେ ପହଞ୍ଚିଲେ ?
Answer:
୧୯୧୭ ଏପ୍ରିଲ୍

18. ଦକ୍ଷିଣ ଆଫ୍ରିକାରେ ଗାନ୍ଧିଜୀଙ୍କୁ କେଉଁ କାରାଗାରରେ ବନ୍ଦୀ କରି ରଖାଯାଇଥିଲା ?
Answer:
ଜୋହାନେସବର୍ଗ

19. ଜେନେରାଲ୍ ସ୍ଟେଟସ୍ କେଉଁ ଦେଶର ଶାସନମୁଖ୍ୟ ଥିଲେ ?
Answer:
ଦକ୍ଷିଣ ଆଫ୍ରିକା

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

20. ଅହମ୍ମଦାବାଦ ନିକଟରେ ଗାନ୍ଧିଜୀଙ୍କଦ୍ବାରା ସ୍ଥାପିତ ଆଶ୍ରମର ନାମ କ’ଣ ଥିଲା ?
Answer:
ସାବରମତୀ

C. ଶୂନ୍ୟସ୍ଥାନ ପୂରଣ କର ।

1. ମହାତ୍ମା ଗାନ୍ଧି ବିଶ୍ଵରେ ଜଣେ _______ ଭାବରେ ପରିଚିତ ।
Answer:
ଜନନାୟକ

2. ଦ୍ଵିତୀୟ ବିଶ୍ୱଯୁଦ୍ଧ ୧୯୩୯ରୁ ______ ଥିଲା ।
Answer:
ମୋତିହାରି

3. ମୁସଲମାନ ବ୍ୟବସାୟୀଙ୍କ_______ ରୂପେ ଏକ ମୋକଦ୍ଦମା ଲଢ଼ିବାପାଇଁ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଯାଇଥିଲେ ।
Answer:
ଓକିଲ

4. ଭାରତୀୟମାନେ ରାତି ________ ପରେ ଘରୁ ବାହାରକୁ ଯାଇପାରୁ ନଥିଲେ ।
Answer:
ନ’ଟା

5. ପ୍ଲେଗ୍ ବୋନସ୍ ______ ର ଲୁଗାକଳଗୁଡ଼ିକରେ ପ୍ରଚଳିତ ଥିଲା ।
Answer:
ମ୍ମଦାବାଦ

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

6. ଭାରତୀୟ ଶ୍ରମିକମାନଙ୍କୁ  ଙ୍ଗରେଜମାନେ _____ ବୋଲି ସମ୍ବୋଧନ କରୁଥିଲେ ।
Answer:
କୁଲି

7. ରାଓଲାତ ଆଇନ ପ୍ରଣୟନ ଫଳରେ ଜନସାଧାରଣଙ୍କର ସ୍ବାଧୀନତା ଓ ______ କ୍ଷୁଣ୍ଣ ହୋଇଥିଲା ।
Answer:
ଅଧ୍କାର

8. ଚମ୍ପାରନ୍ ଜିଲ୍ଲାରେ ଚାଷୀମାନଙ୍କୁ ଜମିର କୋଡ଼ିଏ ଭାଗରୁ ______ ଭାଗ ଅଞ୍ଚଳରେ ନୀଳ ଉତ୍ପାଦନ ପାଇଁ ବାଧ୍ୟ କରାଯାଇଥିଲା ।
Answer:
ତିନି

9. _______ ମସିହା ଏପ୍ରିଲ୍ ୧୮ ତାରିଖରେ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା ।
Answer:
୧୯୧୯

10. ସରକାରୀ ହିସାବ ଅନୁଯାୟୀ ଜାଲିଆନାଓ୍ବାଲାବାଗ୍ ହତ୍ୟାକାଣ୍ଡରେ ମୃତକଙ୍କ ସଂଖ୍ୟା ______ ଥିଲା ।
Answer:
୩୭୯

11. ଜେନେରାଲ ଡାୟାର _____ ସହରର ସାମରିକ ଶାସନ ମୁଖ୍ୟ ଥିଲେ ।
Answer:
ଅମୃତସର

12. ଡ. ସଇଫୁଦ୍ଦିନ୍ କିଚଲୁ ରାଓଲାତ୍ ଆଇନ ବିରୋଧୀ ଆନ୍ଦୋଳନ ସମୟରେ ୧୯୧୯ ମସିହା ______ ଗିରଫ ହୋଇଥିଲେ ।
Answer:
ଏପ୍ରିଲ୍ ୧୦

13. ଇଂରେଜ ସରକାରଙ୍କର ବର୍ବରୋଚିତ କାର୍ଯ୍ୟର ପ୍ରତିବାଦ ସ୍ୱରୂପ ବିଶ୍ଵକବି ______ ପଦ ତ୍ୟାଗ କରିଥିଲେ ।
Answer:
ନାଇଟ୍

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

14. ଦକ୍ଷିଣ ଆଫ୍ରିକାର ଭାରତୀୟମାନଙ୍କର ______ ଦାନ କରିବାର ଅଧ୍ୟାର ନଥିଲା ।
Answer:
ଭୋଟ

15. ‘କୌଣସି ପ୍ରକାରରେ ଭାରତୀୟମାନେ ସରକାରଙ୍କର ପୈଶାଚିକ ପ୍ରବୃତ୍ତିକୁ ଗ୍ରହଣ କରିବା ପାପ’ ଏହି ଉକ୍ତିଟି ______ କହିଥଲେ ।
Answer:
ମହାତ୍ମା ଗାନ୍ଧି

16. କସ୍ତୁରବାଙ୍କୁ ସମସ୍ତେ ଶ୍ରଦ୍ଧାରେ _______ ବୋଲି ସମ୍ବୋଧନ କରୁଥିଲେ ।
Answer:

17. ଡ. ସତ୍ୟପାଲ _______ ଅଞ୍ଚଳର ସ୍ଥାନୀୟ ନେତା ଥିଲେ ।
Answer:
ଅମୃତସର

D. ଠିକ୍ ଉକ୍ତି ପାଇଁ ( ✓) ଚିହ୍ନ ଓ ଭୁଲ୍ ଉକ୍ତି ପାଇଁ (×) ଚିହ୍ନ ଦିଅ ।

1. ଦାଦା ଅବଦୁଲ୍ଲା ଦକ୍ଷିଣ ଆଫ୍ରିକାର ଜଣେ ମୁସଲମାନ ବ୍ୟବସାୟୀ ଥିଲେ ।
2. ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କର ଶିକ୍ଷାଦାନ ଅଧିକାର ନଥିଲା ।
3. ‘ନାଟାଲ୍ ଭାରତୀୟ କଂଗ୍ରେସ’ ନାମକ ଏକ ଜାତୀୟ ଅନୁଷ୍ଠାନ ଗାନ୍ଧିଜୀଙ୍କ ଦ୍ବାରା ସ୍ଥାପନ କରାଯାଇଥିଲା ।
4. ବିବାହ ପଞ୍ଜୀକରଣ ଆଇନ ବିରୋଧରେ ସଙ୍ଗଠିତ ଆନ୍ଦୋଳନ ଗାନ୍ଧିଙ୍କର ଦକ୍ଷିଣ ଆଫ୍ରିକାରେ ଶେଷ ଆନ୍ଦୋଳନ ଥିଲା ।
5. ୧୯୧୭ ମସିହାରେ ସାବରମତୀ ଆଶ୍ରମ ପ୍ରତିଷ୍ଠା କରାଯାଇଥିଲା ।
6. ‘ତିନିକାଠିଆ ବ୍ୟବସ୍ଥା’ ଚମ୍ପାରନ ଆନ୍ଦୋଳନ ସହିତ ସମ୍ପୃକ୍ତ ।
7. ରାଓଲାତ୍ ଆଇନ ୧୯୧୯ ମସିହାରେ ପ୍ରଣୟନ କରାଯାଇଥିଲା ।
8. ଭାରତୀୟଙ୍କୁ ଗିରଫ କରି ବିନା ବିଚାରରେ କାରାଦଣ୍ଡରେ ଦଣ୍ଡିତ କରିବା ବ୍ୟବସ୍ଥା ଖୋଲାଫତ୍ ଆଇନରେ ଥିଲା ।
୨. ଜାଲିଆନାୱାଲାବାଗ୍‌ରେ ଏକମାତ୍ର ପ୍ରବେଶଦ୍ଵାର ଥିଲା ।
10. ଇଂରେଜ ସରକାର ଗାନ୍ଧିଜୀଙ୍କୁ ‘ନାଇଟ୍‌’ ଉପାଧ୍ ପ୍ରଦାନ କରିଥିଲେ ।

BSE Odisha 10th Class History Important Questions Chapter 1 ଭାରତୀୟ ଜାତୀୟ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଆବିର୍ଭାବ

Answer:
1. ✗
2. ✗
3. ✗
4. ✓
5. ✗
6.✓
7. ✓
8. ✗
9. ✓
10. ✗

E. ‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।
‘କ’ ସ୍ତମ୍ଭ ସହିତ ‘ଖ’ ସ୍ତମ୍ଭର ମିଳନ କର ।

Leave a Comment