BSE Odisha 10th Class Life Science Notes Chapter 6 ଜନନ

Odisha State Board BSE Odisha 10th Class Life Science Notes Chapter 6 ଜନନ will enable students to study smartly.

BSE Odisha Class 10 Life Science Notes Chapter 6 ଜନନ

→ ଉପକ୍ରମ (Introduction) :
ଜୀବମାନଙ୍କର ଏକ ବିଶେଷତ୍ଵ ହେଉଛି ଜନନ ବା ପ୍ରଜନନ ଜରିଆରେ ବଂଶବିସ୍ତାର କରିବା । ଏହି ପ୍ରକ୍ରିୟା ଦ୍ବାରା ସେମାନେ ଠିକ୍ ନିଜ ପରି ଜୀବ

→ AN ING (Types of Reproduction) :

  • ବଂଶବୃଦ୍ଧି ମୁଖ୍ୟତଃ ଦୁଇଟି ଉପାୟରେ ହୋଇଥାଏ, ଯଥା- ଅଲିଙ୍ଗୀ ଜନନ ଏବଂ ଲିଙ୍ଗୀୟ ଜନନ ।
  • କେତେକ ଜୀବରେ କେବଳ ଅଲିଙ୍ଗୀ ଜନନଦ୍ୱାରା ଓ ଅନେକ ଜୀବରେ କେବଳ ଲିଙ୍ଗୀୟ ଜନନଦ୍ୱାରା ବଂଶବୃଦ୍ଧି ଘଟିଥାଏ ।
  • ଅନ୍ୟ କେତେକ ଜୀବରେ ଉଭୟ ଉପାୟରେ ବଂଶବୃଦ୍ଧି ଘଟିଥାଏ ।
  • ଏହା ସମବିଭାଜନ ବା ସୂତ୍ରାୟନ ବା ମାଇଟୋସିସ୍ କିମ୍ବା ଏମାଇଟୋସିସ୍ ପ୍ରକ୍ରିୟାଦ୍ଵାରା ହୋଇଥାଏ ।

BSE Odisha 10th Class Life Science Notes Chapter 6 ଜନନ Notes
→ ଅଲିଙ୍ଗୀ ଜନନ (Asexual Reproduction) :

  • ଅଲିଙ୍ଗୀ ଜନନ ପ୍ରକ୍ରିୟା ସାଧାରଣତଃ ଅଣୁଜୀବ ସମେତ କେତେକ ନିମ୍ନ ଶ୍ରେଣୀର ଉଭିଦ ଓ ପ୍ରାଣୀଠାରେ ଦେଖାଯାଏ ।
  • ଏହି ପ୍ରକ୍ରିୟାରେ ମାତୃକୋଷ ବା ଜନକ କୋଷ ବିଭାଜିତ ହେବା ଫଳରେ ଅପତ୍ୟ କୋଷ ବା ଅପତ୍ୟ ଜୀବ ସୃଷ୍ଟି ହୁଏ ।
  • ଏହା ସମବିଭାଜନ ବା ସୂତ୍ରାୟନ ବା ମାଇଟୋସିସ୍ କିମ୍ବା ଏମାଇଟୋସିସ୍ ପ୍ରକ୍ରିୟାଦ୍ଵାରା ହୋଇଥାଏ ।

→ ଲିଙ୍ଗୀୟ ଜନନ (Sexual Reproduction) :

  • ଲିଙ୍ଗୀୟ ଜନନ ପ୍ରକ୍ରିୟାରେ ବଂଶବିସ୍ତାର କରୁଥିବା ଜୀବମାନଙ୍କର ଶରୀରରେ ଦୁଇ ପ୍ରକାର କୋଷ ଥାଏ; ଯଥା – କାୟିକ ବା ସୋମୀୟ କୋଷ ଓ ଜାୟକ କୋଷ ।
  • କାୟିକ କୋଷର ଗୁଣସୂତ୍ର ସଂଖ୍ୟା ଏକ ଯୁଗ୍ମ ସଂଖ୍ୟା ଭାବେ ରହିଥାଏ ।
  • ଉଦାହରଣସ୍ୱରୂପ ମଣିଷରେ ଏହି ସଂଖ୍ୟା 46 ଓ ମକାରେ 20 । ଏହି ସଂଖ୍ୟାକୁ ଦ୍ବିଗୁଣିତ ବା ଡିପ୍ଲଏଡ୍ ସଂଖ୍ୟା କୁହାଯାଏ ଏବଂ ଏହାକୁ ‘2n’ ଭାବେ ସୂଚିତ କରାଯାଇଥାଏ ।
  • ସୋମୀୟ କୋଷ ବିଭାଜନ ଶରୀରର ବୃଦ୍ଧି ଓ ମରାମତି ଆଦି କାର୍ଯ୍ୟ କରିଥାଏ । ଏହି ବିଭାଜନର ବିଶେଷତ୍ଵ ହେଲା ମାତୃକୋଷର କ୍ରୋମୋଜମ୍ ସଂଖ୍ୟା ଓ ଅପତ୍ୟ କୋଷର କ୍ରୋମୋଜୋମ୍ ସଂଖ୍ୟା ସର୍ବଦା ସମାନ ହୋଇଥାଏ ।
  • ଜନନ ଅଙ୍ଗ, ଅର୍ଥାତ୍ ପୁରୁଷର ମୁଷ୍କ (ଶୁକ୍ରାଶୟ) ତଥା ସ୍ତ୍ରୀର ଡିମ୍ବାଶୟରେ ଥିବା ଆଦି ଜାୟକ କୋଷ ଏବଂ ସପୁଷ୍ପକ ଉଦ୍ଭଦର ଫୁଲର କେଶରରେ ଥିବା ପରାଗ ମାତୃକୋଷ ତଥା ଫଳିକାରେ ଥ‌ିବା ମେଗାସ୍ପୋର୍ ମାତୃକୋଷରେ ମଧ୍ୟ 2n ସଂଖ୍ୟକ ଗୁଣସୂତ୍ର ରହିଥାଏ ।
  • ଏହି କୋଷଗୁଡ଼ିକରୁ ଯୁଗ୍ମକ ଜାତ ହୋଇଥାଏ । ଯୁଗ୍ମକ ଜନନ ପ୍ରକ୍ରିୟାରେ ଯୁଗ୍ମକ ସୃଷ୍ଟ ସମୟରେ ଅର୍ଥବିଭାଜନ ବା ଅନ୍ଧାୟନ ବା ମିଓସିସ୍ ନାମକ ଏକ ବିଶେଷ ପ୍ରକାରର କୋଷ ବିଭାଜନ ହୋଇଥାଏ ।
  • ଏଥିଯୋଗୁଁ ଯୁଗ୍ମକରେ ଗୁଣସୂତ୍ର ସଂଖ୍ୟା ଅଧା ହୋଇଯାଏ । ଏହି ସଂଖ୍ୟାକୁ ଏକଗୁଣିତକ ବା ହାଫ୍ଲଏଡ୍ ସଂଖ୍ୟା କୁହାଯାଏ ଏବଂ ଏହାକୁ ‘n’ ଭାବେ ସୂଚିତ କରାଯାଇଥାଏ ।
  • ଫୁଯୁଗ୍ମକ ଓ ସ୍ତ୍ରୀ ଯୁଗ୍ଧକର ମିଳନ ବା ସମାୟନ ଫଳରେ ଯୁଗ୍ମଜ ସୃଷ୍ଟି ହୁଏ ।

ଦୁଇ ପ୍ରକାରର ଯୁଗ୍ମକ ଏକାପରି ହୋଇଥିଲେ ସେଗୁଡ଼ିକୁ ସମଯୁଗ୍ମକ ତଥା ସେମାନଙ୍କ ମିଳନକୁ ସମଯୁଗ୍ମନ କୁହାଯାଏ । ଯୁଗ୍ମକ ଦୁଇଟି ଭିନ୍ନ ହୋଇଥିଲେ ସେଗୁଡ଼ିକୁ ଅସମଯୁଗ୍ମକ ତଥା ସେମାନଙ୍କ ମିଳନକୁ ଅସମଯୁଗ୍ମନ କୁହାଯାଏ । ଶୈବାଳ, କବକ ଓ କେତେକ ଆଦିପ୍ରାଣୀ ପରି ଜୀବମାନଙ୍କରେ ଏ ଦୁଇ ପ୍ରକାରର ପ୍ରକ୍ରିୟା ଦେଖା ଯାଇଥାଏ । ଅନ୍ୟ ସବୁ ଉଭିଦ ଓ ପ୍ରାଣୀରେ ଦେଖାଯାଉଥ‌ିବା ବିଶେଷ ପ୍ରକାରର ଅସମଯୁଗ୍ମନକୁ ଡିମ୍ବଯୁଗ୍ମନ କୁହାଯାଏ ।

→ କୋଷ ବିଭାଜନ (Cell division) :

  • ଜୀବଜଗତରେ ମୁଖ୍ୟତଃ ଦୁଇ ପ୍ରକାରର କୋଷ ବିଭାଜନ ଦେଖାଯାଏ; ଯଥା- ସମବିଭାଜନ ବା ସୂତ୍ରାୟନ ବା ମାଇଟୋସିସ୍ ଓ ଅର୍ଥବିଭାଜନ ବା ଅଦ୍ଧାୟନ ବା ମିଓସିସ୍ ।
  • ମାଇଟୋସିସ୍ କାୟିକ କୋଷରେ ଏବଂ ଆଦି ଜାୟକ କୋଷରେ ସଂଘଟିତ ହେଉଥ‌ିବା ସ୍ଥଳେ ମିଓସିସ୍ ଯୁଗ୍ମକ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ଅଟେ ।

→ ସମବିଭାଜନ (Mitosis) :
BSE Odisha 10th Class Life Science Notes Chapter 6 ଜନନ Notes 5
2. ପ୍ରଥମ ପର୍ଯ୍ୟାୟରେ ନ୍ୟଷ୍ଟିର ବିଭାଜନ ହୁଏ । ଏହାକୁ ନ୍ୟଷ୍ଟି ବିଭାଜନ କୁହାଯାଏ ।
BSE Odisha 10th Class Life Science Notes Chapter 6 ଜନନ Notes 7
4. ଏହା ଏକ ଜଟିଳ ପ୍ରକ୍ରିୟା ଏବଂ ଏହାକୁ ଚାରୋଟି ଅବସ୍ଥାରେ ବର୍ଣ୍ଣନା କରାଯାଇପାରେ, ଯଥା ମଧ୍ୟାବସ୍ଥା, ଉତ୍ତରାବସ୍ଥା ଓ ଅନ୍ତିମାବସ୍ଥା ।

→ (କ) ଆଦ୍ୟାବସ୍ଥା (Prophase) :

  • ଆଦ୍ୟାବସ୍ଥାର ଆରମ୍ଭରେ କ୍ରୋମାଟିକ୍ ଜାଲିକା ଦେଖାଯାଏ ।
  • ଜାଲିକା କ୍ରମେ ସୁସ୍ପଷ୍ଟ ସ୍ଥୂଳ ରୂପ ଧାରଣା କରି ପରିଶେଷରେ କେତୋଟି ନିର୍ଦ୍ଦିଷ୍ଟ ସଂଖ୍ୟକ ଗୁଣସୂତ୍ର ଭାବେ ଦେଖାଯାଏ ।
  • ଆଦ୍ୟାବସ୍ଥାର ଶେଷବେଳକୁ ପ୍ରତ୍ୟେକ ଗୁଣସୂତ୍ର ଅନୁଲମ୍ବଭାବେ ବିଭାଜିତ ହୋଇଥିବାର ଦେଖାଯାଏ, କିନ୍ତୁ ଗୁଣସୂତ୍ର କେନ୍ଦ୍ରଠାରେ ଲାଗି ରହିଥାଏ ।
  • କ୍ରମେ ନିନ୍ୟଷ୍ଟି ଓ ନ୍ୟଷ୍ଟିଝିଲ୍ଲୀ ଅଦୃଶ୍ୟ ହୋଇଯାଏ ଓ କୋଷରେ ଥ‌ିବା ସେଣ୍ଡୋଜୋମ୍ ଦୁଇଭାଗରେ ବିଭକ୍ତ ହୋଇ ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି ଓ ସେଠାରେ ତାରକ ଗଠନ କରନ୍ତି ।
  • କୋଷର ଦୁଇ ମେରୁ ଅଞ୍ଚଳରେ ତର୍କୁତନ୍ତୁ ଗଠନ ପ୍ରକ୍ରିୟା ଆରମ୍ଭ ହୁଏ ।

→ (ଖ) ମଧ୍ୟାବସ୍ଥା (Metaphase) :

  • BSE Odisha 10th Class Life Science Notes Chapter 6 ଜନନ Notes 6
  • ମେରୁସ୍ଥିତ ତର୍କୁତନ୍ତୁ କ୍ରମଶଃ ବର୍ଷିତ ହୋଇ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ରସହ ସଂଯୁକ୍ତ ହୁଅନ୍ତି ।

→ (ଗ) ଉତ୍ତରାବସ୍ଥା (Anaphase) :

  • ଉତ୍ତରାବସ୍ଥାରେ ପ୍ରତ୍ୟେକ ଗୁଣସୂତ୍ର କେନ୍ଦ୍ର ବିଭାଜିତ ହୁଏ ।
  • ତର୍କୁତନ୍ତୁ ସଙ୍କୁଚିତ ହେବାଫଳରେ ଗୁଣସୂତ୍ରର ପ୍ରତ୍ୟେକ ଏକକ ସୂତ୍ର ଦୁଇ ବିପରୀତ ମେରୁ ଆଡ଼କୁ ଗତି କରନ୍ତି ।
  • ଏହି ସମୟରେ ପ୍ରତ୍ୟେକ ଏକକ ସୂତ୍ର କୋଣାକାର ବା ‘V’ ଆକାର ଧାରଣ କରନ୍ତି ।

→ (ଘ) ଅନ୍ତମାବସ୍ଥା (Telophase) :

  • ଅନ୍ତିମାବସ୍ଥାରେ ଅପତ୍ୟ ଗୁଣସୂତ୍ରଗୁଡ଼ିକ କୋଷର ଦୁଇ ମେରୁରେ ଜମା ହୁଅନ୍ତି ।
  • କ୍ରମଶଃ ପ୍ରତ୍ୟେକ ଗୁଣସୂତ୍ରପୁଞ୍ଜର ଚତୁର୍ଦ୍ଦିଗରେ ନ୍ୟଷ୍ଟିଝିଲ୍ଲୀ ସୃଷ୍ଟି ହୁଏ ।
  • ଗୁଣସୂତ୍ରଗୁଡ଼ିକ ସୂକ୍ଷ୍ମ ଅସ୍ପଷ୍ଟ ହେବା ଆରମ୍ଭ ହେବା ସହ ନିନ୍ୟଷ୍ଟି ମଧ୍ୟ ସୃଷ୍ଟି ହୁଏ ।

→ କୋଷଜୀବକ ବିଭାଜନ (Cytokinesis) :

  • ଉଭିଦ ମାତୃକୋଷର ମଧ୍ୟଭାଗରେ ଏକ କୋଷପଟ୍ଟିକା (Cell plate) ଦେଖାଯାଏ । କ୍ରମେ ଏହା ସୁସ୍ପଷ୍ଟ ହୋଇ କୋଷରେ ପରିଣତ ହୋଇଥାଏ ।
  • ପ୍ରାଣୀ ମାତୃକୋଷରେ କୋଷପଟ୍ଟିକା ତିଆରି ହୁଏନାହିଁ; କୋଷଜୀବକର ସଙ୍କୋଚନ ସୂକ୍ଷ୍ମସୂତ୍ର ସାହାଯ୍ୟରେ ହୋଇ ଦୁଇଟି ଅପତ୍ୟ କୋଷ’ ତିଆରି ହୋଇଥାଏ ।

→ ଅର୍ଥବିଭାଜନ (Meiosis) :

  •  ଅର୍ଥବିଭାଜନଦ୍ଵାରା ଗୋଟିଏ ମାତୃକୋଷରୁ ଚାରୋଟି ଅପତ୍ୟ କୋଷ ସୃଷ୍ଟି ହୁଏ ।
  • ପ୍ରତ୍ୟେକ ଅପତ୍ୟକୋଷ ମାତୃକୋଷ ତୁଳନାରେ ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର ବହନ କରନ୍ତି ।
  • ଏହି ପ୍ରକାର ବିଭାଜନକୁ ନୂନକ ବିଭାଜନ ମଧ୍ୟ କୁହାଯାଏ । ଏହା ଯୁଗ୍ମକ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ।
  • ଅର୍ଥବିଭାଜନ ଦୁଇଟି ପର୍ଯ୍ୟାୟରେ ସମ୍ପାଦିତ ହୁଏ । ପ୍ରଥମ ବିଭାଜନ (Meiosis-I)ରେ କୋଷର ଗୁଣସୂତ୍ର ସଂଖ୍ୟା ଅର୍ଦ୍ଧେକ ସଂଖ୍ୟକ ହୋଇଯାଏ ଏବଂ ଦ୍ଵିତୀୟ ବିଭାଜନ (Meiosis-II) ରେ ନୂତନ ଭାବେ ଗଠିତ କୋଷଗୁଡ଼ିକର ସମବିଭାଜନ ହୁଏ ।

BSE Odisha 10th Class Life Science Notes Chapter 6 ଜନନ Notes

(i) ପ୍ରଥମ ବିଭାଜନ :

  • ସମବିଭାଜନ ପରି ଏହି ବିଭାଜନକୁ ମଧ୍ଯ ଚାରୋଟି ଅବସ୍ଥାରେ ଅଧ୍ୟୟନ କରାଯାଇପାରେ; ଯଥା- ଆଦ୍ୟାବସ୍ଥା- 1, ମଧ୍ୟାବସ୍ଥା-I, ଉତ୍ତରାବସ୍ଥା – I ଓ ଅନ୍ତିମାବସ୍ଥା -I।
    • (କ) ଆଦ୍ୟାବସ୍ଥା – 1 : ଆଦ୍ୟାବସ୍ଥା-I ଅପେକ୍ଷାକୃତ ଅଧ୍ବକ ଦୀର୍ଘ ଓ ଜଟିଳ ଅଟେ । ଏହି ଅବସ୍ଥାର ପାଞ୍ଚୋଟି ଉପାବସ୍ଥା ଥାଏ । ସେଗୁଡ଼ିକ ହେଲା – ଲେପ୍‌ଟିନ୍, ଜାଇଗୋଟିନ୍, ପାକିଟିନ୍, ଡିପ୍ଲୋଟିନ୍ ଏବଂ ଡାଇଆକାଇନେସିସ୍ ।
  • ଲେପଟୋଟିନ୍ ଉଦ୍ଭାବସ୍ଥାରେ ଗୁଣସୂତ୍ରଗୁଡ଼ିକ ଦୃଶ୍ୟମାନ ହୋଇଥାଏ । ଏହି ଅବସ୍ଥାରେ ଗୁଣସୂତ୍ରଗୁଡ଼ିକ ଯଦିଓ ପୂର୍ବରୁ ଅନୁଦୈର୍ଘ୍ୟକଭାବେ ସମଦ୍ଵିଖଣ୍ଡିତ ହୋଇଥାନ୍ତି ମାତ୍ର ତାହା ଏକକ ରୂପେ ଦେଖାଯାଆନ୍ତି ।
  • ଭାବରେ ଯୋଡ଼ା ଯୋଡ଼ା ହୋଇ ଲାଗି ରୁହନ୍ତି । ଏହି ଅବସ୍ଥାକୁ ଆପୁଞ୍ଜନ କୁହାଯାଏ । ପ୍ରତ୍ୟେକ ଗୁଣସୂତ୍ର ଯୁଗଳ ବା ଯୋଡ଼ିକୁ ଯୁଗଳ ଗୁଣସୂତ୍ର କୁହାଯାଏ ।
  • ପ୍ରତ୍ୟେକ ଗୁଣସୂତ୍ର ଯୁଗଳ ବା ଯୋଡ଼ିକୁ ଯୁଗଳ ଗୁଣସୂତ୍ର କୁହାଯାଏ ।
  • ପାକିଟିନ୍‌ରେ ଗୁଣସୂତ୍ର ସ୍ଥୂଳ ଏବଂ କ୍ଷୁଦ୍ରାକାର ହୁଏ ।
  • ପ୍ରତ୍ୟେକ ଗୁଣସୂତ୍ର ଲମ୍ବଭାବରେ ଦୁଇଟି ଏକକସୂତ୍ରର ହୋଇଥିବାରୁ ପ୍ରତ୍ୟେକ ଯୁଗଳ ଗୁଣସୂତ୍ର ଗୋଟିଏ ଲେଖାଏଁ ଚତୁଃଏକକ ସୂତ୍ରରେ ପରିଣତ ହୁଏ ।
  • ଡିପ୍ଲୋଟିନ୍‌ରେ ଗୁଣସୂତ୍ରଗୁଡ଼ିକର ପୃଥକୀକରଣ ଆରମ୍ଭ ହୁଏ । ସେମାନେ କେବଳ କେତେକ ବିନ୍ଦୁରେ ପରସ୍ପର ସହିତ ଲାଗିରହି ଅନ୍ୟ ଅଂଶରେ ପୃଥକ୍ ହୋଇଥା’ନ୍ତି । ଏହି ମିଳନସ୍ଥଳକୁ କାଏଜ୍‌ମା କୁହାଯାଏ ।
  • ଯୁଗଳ ଗୁଣସୂତ୍ରଗୁଡ଼ିକର ଏହି ମିଳନସ୍ଥଳ ବା କାଏଜ୍‌ମାଟା ନିକଟରେ ସେମାନଙ୍କ ଏକକସୂତ୍ର ମଧ୍ୟରେ ଅଂଶ ବିନିମୟ ଦ୍ବାରା ଜିନ୍ ଆଦାନପ୍ରଦାନ କରନ୍ତି । ଏହି ପ୍ରକ୍ରିୟାକୁ ପାରାନ୍ତରଣ କୁହାଯାଏ ।
  • ଡାଇଆକାଇନେସିସ୍‌ରେ ଗୁଣସୂତ୍ରଗୁଡ଼ିକ କ୍ଷୁଦ୍ରାକାର; କିନ୍ତୁ ସ୍ଥୂଳ ଓ ବର୍ଭୁଳ ହେବାଦ୍ୱାରା ଅଧିକ ସ୍ପଷ୍ଟ ଦେଖାଯାଅଛି ଓ ଏହି ଉପାବସ୍ଥାରେ ସେଗୁଡ଼ିକର ଆକୃତି ମୁଦ୍ରିକା ସଦୃଶ ହୋଇଥାଏ । ନିନ୍ୟଷ୍ଟି ଏବଂ ନ୍ୟଷ୍ଟିଝିଲ୍ଲୀ ଏହି ଅବସ୍ଥାରେ ଅଦୃଶ୍ୟ ହୋଇଥାଏ ।
    • (ଖ) ମଧ୍ୟାବସ୍ଥା -I: ଏଥ‌ିରେ ସମବିଭାଜନର ମଧ୍ୟାବସ୍ଥା ପରି ଗୁଣସୂତ୍ରଗୁଡ଼ିକ କୋଷର ମଧ୍ୟସମତଳ ଭାଗକୁ ଚାଲିଆସନ୍ତି । ଏହି ଅବସ୍ଥାରେ ତର୍କୁତନ୍ତୁ ଗୁଣସୂତ୍ରର କେନ୍ଦ୍ରଭାଗ ସହ ସଂଶ୍ଳିଷ୍ଟ ହୁଏ ।
    • (ଗ) ଉତ୍ତରାବସ୍ଥା-I : ଯୁଗଳ ଗୁଣସୂତ୍ରର ପ୍ରତ୍ୟେକ ଗୁଣସୂତ୍ର ତାହାର ଦୁଇଟି ଏକକ ସୂତ୍ରସହ କୋଷର ବିପରୀତ ଦିଗକୁ ଦୁଇ ମେରୁ ଆଡ଼କୁ ଗତିକରେ । ଗୁଣସୂତ୍ର କେନ୍ଦ୍ରର ବିଭାଜନ ହୁଏ ନାହିଁ । ଗୁଣସୂତ୍ରଗୁଡ଼ିକ ଏହି ସମୟରେ କୋଣାକାର ବା ‘V’ ଆକାର ଦେଖାଯାଆନ୍ତି ।
    • (ଘ) ଅନ୍ତଃମାବସ୍ଥା-I : ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର କୋଷର ଦୁଇ ବିପରୀତ ମେରୁରେ ଜମାହୋଇ ଦୁଇଟି ନ୍ୟଷ୍ଟି ତିଆରି କରନ୍ତି । ପ୍ରଥମେ ନିନ୍ୟଷ୍ଟି, ପରେ ନ୍ୟଷ୍ଟିଝିଲ୍ଲୀ ସୃଷ୍ଟି ହୁଏ ଏବଂ ଗୁଣସୂତ୍ରଗୁଡ଼ିକ ଆସ୍ତେ ଆସ୍ତେ ଲମ୍ବାଳିଆ ଓ ପରେ ଅସ୍ପଷ୍ଟ ହୋଇଯାଏ ।
  • ଏହି ସମୟରେ କୋଷଜୀବକ ଦୁଇଭାଗରେ ବିଭକ୍ତ ହୁଏ ଏବଂ କୋଷକୁ ଦୁଇଟି ଅପତ୍ୟ କୋଷରେ ବିଭକ୍ତ କରେ ।

(ii) ଦ୍ଵିତୀୟ ବିଭାଜନ :

  • ଅର୍ଥବିଭାଜନର ପ୍ରଥମ ବିଭାଜନ ପରେ ପରେ ଦ୍ବିତୀୟ ବିଭାଜନ ହୁଏ ଏବଂ ଏହା ଠିକ୍ ସମବିଭାଜନ ପରି ।
  • ଏହାର ଚାରୋଟି ଅବସ୍ଥାକୁ ଆଦ୍ୟାବସ୍ଥା -II, ମଧ୍ୟାବସ୍ଥା – II, ଉତ୍ତରାବସ୍ଥା -II ଏବଂ ଅନ୍ତମାବସ୍ଥା – II କୁହାଯାଏ ।

→ ସମବିଭାଜନ ଓ ଅନ୍ଧବିଭାଜନ ମଧ୍ୟରେ ତୁଳନା :
ମାଇଟୋସିସ୍ :

  • ଏହା କାୟିକ କୋଷ ଓ ଆଦିଜାୟକ କୋଷରେ ହୋଇଥାଏ ।
  • ଏଥିରେ ମାତୃକୋଷ ଏବଂ ଅପତ୍ୟ କୋଷରେ ଥିବା ଗୁଣସୂତ୍ର ସଂଖ୍ୟା ସମାନ ରହେ ।
  • ଏହି ବିଭାଜନ ବେଳେ ପ୍ରତ୍ୟେକ ଗୁଣସୂତ୍ର ସ୍ବାଧୀନ ଭାବରେ ଅର୍ଥାତ୍ ଏକ ଅନ୍ୟଉପରେ ନିର୍ଭର ନ କରି ବିଭାଜିତ ହୋଇଥାନ୍ତି । ଏଥ‌ିରେ ଆପୁଞ୍ଜନ କିମ୍ବା ଅଂଶ ବିନିମୟ ହୁଏନାହିଁ ।
  • ମାଇଟୋସିସ୍‌ର ଉତ୍ତରାବସ୍ଥାରେ ଗୁଣସୂତ୍ର କେନ୍ଦ୍ରର ବିଭାଜନ ହେବା ଫଳରେ କ୍ରୋମାଟିଡ୍ ମେରୁଆଡ଼କୁ ଯାଇଥାଏ । 5. ଏହି ବିଭାଜନରେ ଗୋଟିଏ ମାତୃକୋଷରୁ 2ଟି ଅପତ୍ୟ କୋଷ ଜାତ ହୁଏ ।

→ ମିଓସିସ୍ :

  • ଏହା ଯୁଗ୍ମଜ ସୃଷ୍ଟିପାଇଁ ଉଦ୍ଦିଷ୍ଟ । ତେଣୁ ଏହା କେବଳ ଜନନ କୋଷରେ ଯୁଗ୍ମକ ଜନନ ପ୍ରକ୍ରିୟାରେ ଶେଷ ପର୍ଯ୍ୟାୟରେ ହୋଇଥାଏ ।
  • ଏହି ବିଭାଜନ ପରେ ଅପତ୍ୟ କୋଷରେ ଗୁଣସୂତ୍ର ସଂଖ୍ୟା ମାତୃକୋଷରେ ଥ‌ିବା ଗୁଣସୂତ୍ର ସଂଖ୍ୟାର ଅର୍ଦ୍ଧେକ ହୋଇଯାଏ ।
  • ଏହି ବିଭାଜନର ପ୍ରଥମ ପର୍ଯ୍ୟାୟରେ ସଦୃଶ ଗୁଣସୂତ୍ର ଯୋଡ଼ା ଯୋଡ଼ା ହୋଇ ଲାଗି ରହନ୍ତି । ସେମାନଙ୍କ ମଧ୍ୟରେ ଆପୁଞ୍ଜନ ଓ ଅଂଶ ବିନିମୟ ହୁଏ ।
  • ମିଓସିସ୍ (ପ୍ରଥମ ପର୍ଯ୍ୟାୟ )ର ଉତ୍ତରାବସ୍ଥାରେ ଗୁଣସୂତ୍ର କେନ୍ଦ୍ରର ବିଭାଜନ ହୁଏନାହିଁ । ଫଳରେ ସମ୍ପୂର୍ଣ୍ଣ କ୍ରୋମଜୋମ୍ ମେରୁଆଡ଼କୁ ଯାଇଥାଏ ।
  • ଏହି ବିଭାଜନ ଶେଷରେ ଗୋଟିଏ ଆଦିଜାୟକ କୋଷରୁ 4ଟି ଅପତ୍ୟ କୋଷ ଜାତ ହୁଏ

1. ‘Mitosis’ ମୂଳ ଶବ୍ଦ ‘mitos’ରୁ ଆସିଛି; ‘mitos’ଅର୍ଥ ‘thread’(ସୂତ୍ର ବା ସୂତା)
2. ‘Meiosis’ ମୂଳ ଶବ୍ଦ ‘Meion’ରୁ ଆସିଛି; ଏହାର ଅର୍ଥ ‘to reduce’(କମାଇବା) । କ୍ରୋମୋଜୋମ୍ ସଂଖ୍ୟା ଅଧା ହୋଇଯାଉଥିବାରୁ ଏ ପ୍ରକାର କୋଷ ବିଭାଜନର ନାମ ‘Meiosis’ ରଖାଯାଇଛି ।
3. ‘Mitosis’ର ପ୍ରମୁଖ ଘଟଣା ବା ପରିଣାମ ବା ଗୁରୁତ୍ଵ ହେଉଛି ମାତୃକୋଷରୁ ଜାତ 2ଟି ଅପତ୍ୟ କୋଷ ଭିତରେ ମାତୃକୋଷସ୍ଥିତ ଡିଏନ୍ର ସମବଣ୍ଟନ । ତେଣୁ ଏହାକୁ ‘Equational Division’ କୁହାଯାଏ । ସେହିପରି ‘Meiosis’ର ପ୍ରମୁଖ ଘଟନା ହେଉଛି କ୍ରୋମୋଜୋମ୍ ସଂଖ୍ୟା 2nରୁ nକୁ ହ୍ରାସ ହେବା । ସେ ଦୃଷ୍ଟିରୁ ଏହାକୁ ‘Reductional Division’କୁହାଯାଉଛି।
4. ଓଡ଼ିଆରେ ‘Meiosis’ ପାଇଁ ‘ଅଦ୍ଧାୟନ’ (ଅର୍ଥବିଭାଜନ) ଓ Reductional Division’ ପାଇଁ ‘ନୂନକ ବିଭାଜନ’ – ଏହିପରି 2ଟି ଭିନ୍ନ ଶବ୍ଦ ବ୍ୟବହାର କରାଯାଉଛି, ପ୍ରଥମ ଶବ୍ଦଟି ପ୍ରକ୍ରିୟାର ନାମଭାବେ ଏବଂ ଦ୍ବିତୀୟ ଶବ୍ଦଟି ବିଭାଜନର ପ୍ରମୁଖ ଘଟଣାକୁ ସୂଚାଇବା ପାଇଁ ଉଦ୍ଦିଷ୍ଟ ଅଟେ ।
5. Mitosis = ସୂତ୍ରାୟନ ଏବଂ Equational Division = ସମବିଭାଜନ
6. Meiosis = ଅନ୍ଧାୟନ ଏବଂ Reductional Division = ନ୍ୟନକ ରି ଭ।କନ

→ ଉଭିଦରେ ଜନନ (Reproduction) :
ଉଦ୍ଭଦରେ ବଂଶ ବିସ୍ତାର ଉଭୟ ଅଲିଙ୍ଗୀ ଜନନ ଓ ଲିଙ୍ଗୀୟ ଜନନ ପ୍ରକ୍ରିୟାରେ ସମ୍ପନ୍ନ ହୋଇଥାଏ ।

→ ସମଲିଙ୍ଗୀ ପ୍ରଜନନ (Asexual Reproduction) :
ଉଭିଦରେ ଅଲିଙ୍ଗୀ ଜନନ ନିମ୍ନୋକ୍ତ ପ୍ରକାରର ହୋଇଥାଏ, ଯଥା- ବିଭାଜନ, କଳିକନ, ରେଣୁଭବନ ଓ ଅଙ୍ଗୀୟ ଜନନ ।

(i) ବିଭାଜନ (Fission) :

  • ଏହି ପ୍ରକ୍ରିୟାରେ କେତେକ ବୀଜାଣୁ ଓ ଏକକୋଷୀ ଶୈବାଳର ନ୍ୟଷ୍ଟି ଓ କୋଷଜୀବକ ଦୁଇଟି ସମାନ ଭାଗରେ ବିଭକ୍ତ ହୋଇ ଦୁଇଟି ଅପତ୍ୟ ଜୀବ ସୃଷ୍ଟି ହୋଇଥା’ନ୍ତି । ଏହାକୁ ଦ୍ବିବିଭାଜନ କୁହାଯାଏ
  • କେତେକ ଶୈବାଳଜାତୀୟ ଉଦ୍ଭିଦ (ସ୍ପାଇରୋଗାଇରା) କୋଷ ଦୁଇରୁ ଅଧିକ ଭାଗରେ ବିଭାଜିତ ହୋଇ ପ୍ରତ୍ୟେକ ଭାଗ ଗୋଟିଏ ଗୋଟିଏ ନୂତନ ଜୀବରେ ପରିଣତ ହୋଇଥାଏ । ଏହାକୁ-ବହୁବିଭାଜନ କୁହାଯାଏ ।

(ii) କଳିକନ ବା କୋରକୋଡ଼ଗମ (Budding) :

  • ଇଷ୍ଟ ଜାତୀୟ କବକରେ ମୂଳ ମାତୃକୋଷରୁ ଜାତ ଅପତ୍ୟ କୋଷ କଳିକା ବା କୋରକ ଆକାରରେ ସୃଷ୍ଟି ହୋଇଥାଏ ।
  • ଏହି କଳିକା କ୍ରମଶଃ ବୃଦ୍ଧିପାଇ ମାତୃକୋଷରୁ ବିଚ୍ଛିନ୍ନ ହୁଏ ଏବଂ ଶେଷରେ ଏକ ପୂର୍ଣାଙ୍ଗ ଇଷ୍ଟକୋଷରେ ପରିଣତ ହୁଏ । ଏହି ପ୍ରକ୍ରିୟାକୁ କଳିକନ ବା କୋରକୋଡ଼ଗମ କୁହାଯାଏ ।

(iii) BSE Odisha 10th Class Life Science Notes Chapter 6 ଜନନ Notes 8 (Sporulation) :

  • ଛତୁ ଓ ଫିମ୍ପି ଜାତୀୟ କବକରେ ଅସଂଖ୍ୟ କଳାରଙ୍ଗର ରେଣୁ (Spore) ଦେଖାଯାଏ । ଏହି ରେଣୁଗୁଡ଼ିକ ନିର୍ଗତ ହୋଇ ଜଳ ବା ବାୟୁରେ ଭାସିବୁଲନ୍ତି ଓ ଅନୁକୂଳ ପରିବେଶ ମିଳିଲେ ଅଙ୍କୁରିତ ହୋଇ ନୂତନ ଉଭିଦ ସୃଷ୍ଟି କରନ୍ତି । ରେଣୁଦ୍ଵାର। ଏ ପ୍ରକାର ଜନନ ପ୍ରକ୍ରିୟାକୁ ରେଣୁଭବନ କୁହାଯାଏ ।
  • ୟୁଲୋଥ୍ରିକସ୍ ପରି ଶୈବାଳରେ 4, 8 ବା ଅଧ‌ିକ ଚଳରେଣୁ ସୃଷ୍ଟି ହୋଇଥା’ନ୍ତି ।
  • ପେନିସିଲିୟମ ପରି କବକ ସାଧାରଣତଃ ଅଚଳରେଣୁଦ୍ଵାରା ବଂଶବୃଦ୍ଧି କରନ୍ତି ।
  • ପାଇଥ୍ୟମ୍ ପରି କବକ ପରିବେଶ ଅନୁଯାୟୀ ଚଳରେଣୁ ବା ଅଚଳରେଣୁଦ୍ବାରା ବଂଶବୃଦ୍ଧି କରିଥାନ୍ତି ।

(iv) ଶାକାହାରୀ ପ୍ରଚାର (Vegetative Propagation):

  • ପତ୍ର, ମୂଳ ବା କାଣ୍ଡର କୌଣସି ଅଂଶରୁ ଉଭିଦ ଜାତ ହେଲେ ଏହାକୁ ଅଙ୍ଗୀୟ ଜନନ କୁହାଯାଏ ।
  • ଅମରପୋଇର ପତ୍ରଧାରରେ ଥ‌ିବା ଦନ୍ତୁରିତ ଅଂଶ ଓଦାମାଟି ସଂସ୍ପର୍ଶରେ ଆସିଲେ ସେଥୁରୁ ନୂତନ ଗଛ ବାହାରେ ।
  • ଶତମୂଳୀ, ଡାଲିଆ ଆଦି ଗଛର ମୂଳରୁ ନୂତନ ଗଛ ବା ଲତା ଜାତ ହେବାର ଦେଖାଯାଏ ।
  • କଦଳୀ, ପିଆଜ, ଅଦା, ହଳଦୀ ଆଦି ଭୂନିମ୍ନସ୍ଥ କାଣ୍ଡରୁ ନୂତନ ଗଛ ଜାତ ହୋଇଥାଏ । ଅଙ୍ଗୀୟ ଜନନ ନିମ୍ନୋକ୍ତ ପ୍ରକାରର ହୋଇପାରେ ।

→ (ଳ) ବିଖଣ୍ଡନ | (Fragmentation) :
ସ୍ପାଇରୋଗାଇରା ପରି ଶୈବାଳ ଓ ଅନ୍ୟ କେତେକ ଅପୁଷ୍ପକ ଉଦ୍ଭଦର ଥାଲସ୍ ବିଖଣ୍ଡିତ ହୋଇ ପ୍ରତ୍ୟେକ ଅଂଶ ଗୋଟିଏ ଗୋଟିଏ ସମ୍ପୂର୍ଣ୍ଣ ଉଦ୍ଭଦରେ ପରିଣତ ହେବାର ଦେଖାଯାଏ । ଏହି ପ୍ରକ୍ରିୟାକୁ ବିଖଣ୍ଡନ କୁହାଯାଏ ।

→ (ଖ) ଛେଦନ (Cutting) :
ବାକ୍ସଗଛ ଓ ମନିପ୍ଲାଣ୍ଟ ଆଦି ଗଛର କାଣ୍ଡକୁ ଛୋଟ ଛୋଟ କରି କାଟି ମାଟିରେ ପୋତିଲେ କିଛିଦିନ ପରେ ସେଥୁରୁ ନୂତନ ଗଛ ସୃଷ୍ଟିହୁଏ । ଏହାକୁ ଛେଦନ ପ୍ରଣାଳୀ କୁହାଯାଏ । ଉଦାହରଣ – ମନିପ୍ଲାଣ୍ଟ ।

→ (ଗ) କଲମିକରଣ (Grafting) :

  • କଲମିକରଣ ପଦ୍ଧତିରେ ଗୋଟିଏ ତରୁଣଗଛର ଅଗ୍ରଭାଗକୁ କାଟି ଦିଆଯାଏ । ଏହି କଟାସ୍ଥାନରେ ଅନ୍ୟ ଗୋଟିଏ ଗଛର କଟାଡାଳ ବା କଲମକୁ କଲମି ମାଟିଦେଇ ବାନ୍ଧି ଦିଆଯାଏ ।
  • ଏହି ବନ୍ଧା ସ୍ଥାନକୁ ଅଳ୍ପ ଅଳ୍ପ ପାଣି ଦେଇ ଓଦା ରଖାଯାଏ । କିଛିଦିନ ପରେ ତାହା ଯୋଡ଼ିହୋଇ ସେଠାରେ ନୂତନ ଗଛ ସୃଷ୍ଟି ହୁଏ ।

→ (୧) ଡାଳି କଲମି :

  • ଅଳ୍ପ ସମୟ ମଧ୍ୟରେ ନୂଆଗଛ ସୃଷ୍ଟି କରିବାପାଇଁ ଚାଷୀମାନେ ମୁଖ୍ୟତଃ ଡାଳିକଲମି ଉପାୟ ଅବଲମ୍ବନ କରନ୍ତି ।
  • ଏହି ପଦ୍ଧତିରେ ଗଛର କୌଣସି ଏକ ଡାଳର କିଛି ଅଂଶରୁ ତ୍ବଚା ବାହାର କରି ମାଟି ପର୍ଯ୍ୟନ୍ତ ବଙ୍କାଇ ଆସି ଓଦା ମାଟିରେ ପୋତି ଦିଆଯାଏ । ଏହି ସ୍ଥାନକୁ କିଛି ଦିନ ଓଦା ରଖିଲେ ପୋତା ହୋଇଥିବା ଅଂଶରୁ କ୍ରମେ ଚେର ବାହାରେ ।
  • ଚେର ବାହାରିବା ପରେ ଏହି ଡାଳଟିକୁ ମୂଳଗଛରୁ କାଟି ଅନ୍ୟତ୍ର ଲଗାଇଲେ ତାହା ଏକ ସମ୍ପୂର୍ଣ୍ଣ ନୂତନ ଗଛରେ ପରିଣତ ହୁଏ ।

BSE Odisha 10th Class Life Science Notes Chapter 6 ଜନନ Notes

→ (୨) ଗୁଜି କଲମି (Gootee) :

  • ଏଥିପାଇଁ ଗଛର ସୁସ୍ଥ ଓ ପାକଳିଆ ଡାଳକୁ ବାଛି ତା’ର ମୂଳ ଅଂଶର ତ୍ବଚା ବାହାର କରି ଦିଆଯାଏ ।
  • କଟା ଅଂଶ ଉପରେ କଲମି ମାଟି [ଗୋବର, କଟା ନଡ଼ା ଓ ପଟୁ ମାଟିର ମିଶ୍ରଣ] ଦେଇ ଅଖା ବା ପଲିଥ୍ଦ୍ୱାରା ତାହାକୁ ବାନ୍ଧି ଦିଆଯାଏ । କଲମି ମାଟି ନଶୁଖୁ ପାଇଁ ସେଥ୍ରେ ପ୍ରତିଦିନ ପାଣି ଦେବାର ବ୍ୟବସ୍ଥା କରାଯାଏ ।
  • କିଛିଦିନ ପରେ ଏହି ସ୍ଥାନରୁ ଚେର ବାହାରି କଲମି ମାଟିରେ ବଢ଼େ । ଚେର ଭଲଭାବେ ବଢ଼ିଗଲା ପରେ ଡାଳଟିକୁ କଲମ କୁହାଯାଏ ।
  • ଉଦାହରଣ : ପିଜୁଳି, ଗୋଲାପ, ଜାମୁ, କମଳା, କାଗେଜିଲେମ୍ବୁ ଇତ୍ୟାଦି ।

→ ବିଶେଷ ଧରଣର ଜନନ :
(i) ଅସମାୟିତ ଜନନ :

  • ସମାୟନ ବା ନିଷେକ ନ ହୋଇ ଡିମ୍ବାଣୁର ବୃଦ୍ଧି ଘଟି ଭ୍ରୂଣ ସୃଷ୍ଟି ହେଲେ ତାହାକୁ ଅସମାୟିତ ଜନନ ବା ଅନିଷେକ ଜନନ କୁହାଯାଏ ।
  • କେତେକ ଅପୁଷ୍ପକ ଉଦ୍ଭଦ (ଶୈବାଳ ଓ ଫର୍ଶ)ରେ ଏହା ପରିଲକ୍ଷିତ ହୁଏ । କେତେକ ଉଦ୍ଭଦରେ ସମାୟନ ନହୋଇ ଫଳ ସୃଷ୍ଟି ହୋଇଥାଏ । ଏହାକୁ ଅଯୁଗ୍ନିତ ଫଳନ କୁହାଯାଏ ।
  • ସପୁଷ୍ପକ ଉଦ୍ଭଦ (ପିଜୁଳି, ଅଙ୍ଗୁର, କଦଳୀ ଇତ୍ୟାଦି)ରେ ଏ ପ୍ରକାର ଜନନ ଦେଖାଯାଏ । ଏହି ପଦ୍ଧତିରେ ଜାତ ଫଳ ମଞ୍ଜିଶୂନ୍ୟ ହୋଇଥାଏ । ଏହି ଫଳକୁ ଅସାମୟିତ ଫଳ ବା ମଞ୍ଜିବିହୀନ ଫଳ କୁହାଯାଏ ।

(ii) ଟିସୁ ପୋଷଣ (Tissue Culture) :

  • ଉଭିଦର ଜୀବନ୍ତକୋଷ, କିମ୍ବା ସେହି କୋଷଗୁଡ଼ିକରୁ ଜାତ ହୋଇଥିବା ଉଭିଦ ପୂର୍ଣବିଭବୀ ବା ସର୍ବକ୍ଷମ । ଅର୍ଥାତ୍ ସେହି ଏକକଗୁଡ଼ିକରେ ଗୋଟିଏ ଉଦ୍ଭଦ ସୃଷ୍ଟି କରିବା କ୍ଷମତା ଥାଏ । ଉଦ୍ଭଦ ଟିସୁର ପୂର୍ଣବିଭବୀ ଗୁଣକୁ ଆଧାର କରି ପାରେନକାଇମା ଭଳି ବିଭେଦିତ ପେଶୀକୁ ଉପଯୁକ୍ତ ପରିମାଣର ପୋଷକ ଅନୁକୂଳ ପରିବେଶ ଯୋଗାଇ ଦେଲେ ତାହା ପୁନଃବିଭାଜନକ୍ଷମ ହୋଇଥାଏ ।
  • ଏଣୁ ଏକ ଜୀବନ୍ତ ଜୀବକୋଷ କିମ୍ବା ଜୀବନ୍ତ ଟିସୁକୁ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ଜୀବାଣୁମୁକ୍ତ ପୋଷକ ମାଧ୍ୟମରେ ବୃଦ୍ଧି କରାଇ ଏକ ପ୍ରତିରୂପୀ ଉଦ୍ଭଦ ସୃଷ୍ଟି ପର୍ଯ୍ୟନ୍ତ ସମସ୍ତ କୋଷୀୟ ଗଠନକୁ ଟିସୁ ପୋଷଣ କୁହାଯାଏ ।
  • ଏହି ପ୍ରକ୍ରିୟାରେ ପ୍ରଥମେ ଗୋଟିଏ ଉଭିଦର ଉପଯୁକ୍ତ ସୁସ୍ଥ ଓ ତରୁଣଅଂଶ ଚୟନ କରାଯାଏ ପୃଥକ କରାଯାଏ । ତାହାକୁ ବିସ୍ତାପିତ ଅଂଶ ବା ଏକ୍ସପ୍ଲାଣ୍ଟ କୁହାଯାଏ ।
  • ଟିସୁ ପୋଷଣଦ୍ୱାରା ଅନିୟମିତ ଭାବେ ସଜ୍ଜିତ ପାରେନକାଇମା ପେଶୀକୋଷଗୁଡ଼ିକର ଏକ ଆକାରବିହୀନ ପିଣ୍ଡକୁ କାଲ୍‌ କୁହାଯାଏ ।
  • କାଲ୍ସର ପୁନକର୍ଷଣଦ୍ଵାରା ସେଥୁରୁ ଚାରା ଉଭିଦ ବାହାରେ । ଚାରା ଉଭିଦଗୁଡ଼ିକୁ ନିୟନ୍ତ୍ରିତ ଅବସ୍ଥାରେ ବୃଦ୍ଧି କରାଗଲେ ତାହା ସମ୍ପୂର୍ଣ୍ଣ ଉଭିଦରେ ପରିବର୍ତ୍ତିତ ହୁଏ । ଏହି ପ୍ରକ୍ରିୟାକୁ ସୂକ୍ଷ୍ମ ବଂଶବିସ୍ତାର କୁହାଯାଏ ।

→ ସପୁଷ୍ପକ ଉଦ୍ଭଦରେ ଲିଙ୍ଗୀୟ ଜନନ :

  • ଆବୃତବୀଜୀ ଉଦ୍ଭଦରେ ଜନତାଂଶଗୁଡ଼ିକ ଫୁଲ ମଧ୍ୟରେ ଥାଏ । ଫୁଲର ବିଭିନ୍ନ ଅଂଶ ହେଲା- ବୃତିମଣ୍ଡଳ, ଦଳମଣ୍ଡଳ, ପୁଂକେଶର ଓ ଫଳିକା ଚକ୍ରର ଫଳିକା ।
  • କେବଳ କେଶର ବା କେବଳ ଫଳିକା ଥିବା ଫୁଲକୁ ଏକଲିଙ୍ଗୀ ଫୁଲ କୁହାଯାଏ ଓ ଉଭୟ କେଶର ଓ ଫଳିକା ଥ‌ିବା ଫୁଲକୁ ଦ୍ଵିଲିଙ୍ଗୀ ଫୁଲ କୁହାଯାଏ ।

→ ପରାଗସଙ୍ଗମ ବା ପରାଗଣ (Pollination) :

  • ସମାୟନ ପୂର୍ବରୁ ଫୁଲରେ ଥିବା ପରାଗରେଣୁ ବିଭିନ୍ନ ମାଧ୍ୟମରେ ଆସି ଫୁଲର ଗର୍ଭଶୀର୍ଷ (Stigma) ରେ ପଡ଼େ । ଏହାକୁ ପରାଗସଙ୍ଗମ ବା ପରାଗଣ କୁହାଯାଏ ।
  • କେତେକ ଉଦ୍ଭଦରେ ଗୋଟିଏ ଫୁଲର ପରାଗରେଣୁ ସେହି ଫୁଲର ଗର୍ଭଶୀର୍ଷରେ ପଡ଼ି ତାହାର ଡିମ୍ବାଣୁକୁ ସମାୟନ କରେ । ଏହାକୁ ସ୍ବ-ପରାଗଣ କୁହାଯାଏ ।
  • କିନ୍ତୁ ଅଧିକାଂଶ ଉଦ୍ଭଦରେ ଗୋଟିଏ ଜାତିର ଫୁଲର ପରାଗରେଣୁ ପତଙ୍ଗ, ପକ୍ଷୀ, ଜଳ, ବାୟୁ ଆଦି ମାଧ୍ୟମରେ ଆସି ସେହି ଜାତିର ଅନ୍ୟ ଏକ ଫୁଲର ଗର୍ଭଶୀର୍ଷରେ ପଡ଼େ ଓ ପରେ ଗର୍ଭାଧାନ ହୁଏ । ଏହାକୁ ପରପରାଗଣ କୁହାଯାଏ ।

→ ଫଳିକା ଓ ଗର୍ଭାଶୟ :

  • ଫଳିକାର ତିନୋଟି ଅଂଶ ଥାଏ । ଏହାର ସ୍ତ୍ରୀତ ଶେଷଭାଗ ହେଉଛି ଗର୍ଭାଶୟ, ମଧ୍ୟଭାଗଟି ଗର୍ଭଦଣ୍ଡ ଓ ଉପରିଭାଗ ଗର୍ଭଶୀର୍ଷ ନାମରେ ନାମିତ ।
  • ସହଡିମ୍ବକଟି ଗୋଟିଏ ବୃନ୍ତଦ୍ୱାରା ଗର୍ଭାଶୟରେ ସଂଯୁକ୍ତ ହୋଇଥାଏ ।
  • ଡିମ୍ବକ ମଧ୍ୟରେ ଥ‌ିବା ଡିମ୍ବକାୟାକୁ ଆବୃତ କରି ଗୋଟିଏ ବା ଦୁଇଟି ଆଚ୍ଛଦ ଥାଏ । ଆଚ୍ଛଦ ଅଗ୍ରଭାଗର ମିଳନ ସ୍ଥାନରେ ଗୋଟିଏ ଛିଦ୍ର ରହିଥାଏ ଯାହାକୁ ବୀଜରନ୍ଧ୍ର କୁହାଯାଏ ।
  • ଡିମ୍ବକାୟାରେ ଗୋଟିଏ ଭ୍ରୂଣାଶୟ ଥାଏ । ଭ୍ରୂଣାଶୟର ଅଗ୍ରଭାଗରେ ଗୋଟିଏ ଡିମ୍ବକୋଷ ଓ ତାହାର ଦୁଇପାଖରେ ଦୁଇଟି ସହାୟକ କୋଷ ରହିଥାଏ ।
  • ବୃନ୍ତଆଡ଼କୁ ତିନିଟି ପ୍ରତିମୁଖ କୋଷିକା ରହିଥାଏ । ଭ୍ରୂଣାଶୟ ମଧ୍ୟଭାଗରେ ଲାଗି ଲାଗି ରହିଥ‌ିବା ଦୁଇଟି ନ୍ୟଷ୍ଟିକୁ ମେରୁନ୍ୟଷ୍ଟି କୁହାଯାଏ ।
  • ସମାୟନର ଠିକ୍ ପୂର୍ବରୁ ଏହି ଦୁଇଟି ନ୍ୟଷ୍ଟି ମିଳିତ ହୋଇ ଦ୍ଵିତୀୟକ ନ୍ୟଷ୍ଟିରେ ପରିଣତ ହୁଅନ୍ତି ।

→ ସମାୟନ (Fertilization) :

  • ପରାଗରେଣୁ ଗର୍ଭଶୀର୍ଷରେ ପଡ଼ିବା ପରେ ତାହାର ବାହାର ଆବରଣଟି ଫାଟିଯାଏ । ଭିତର ଆବରଣଟି ଗୋଟିଏ ନଳୀ ଆକାରରେ ବାହାରେ ଓ ପରାଗ ଅଙ୍କୁରିତ ହୁଏ ।
  • ଏହି ନଳୀ ଗର୍ଭଦଣ୍ଡ ମଧ୍ୟଦେଇ ଭ୍ରୂଣାଶୟ ଆଡ଼କୁ ବଢ଼େ । ଏହାକୁ ପରାଗନଳୀ କୁହାଯାଏ ।
  • ପରାଗ ଅଙ୍କୁରିତ ହେବା ସମୟରେ ଏହା ସମବିଭାଜନ ପ୍ରକ୍ରିୟାରେ ବିଭାଜିତ ହୋଇ ପ୍ରଥମେ ଅଙ୍ଗୀୟ କୋଷ ଓ ଜନନ କୋଷ ସୃଷ୍ଟି କରେ
  • ଜନନ କୋଷ ପୁନର୍ବାର ଏହି ପ୍ରକ୍ରିୟାରେ ବିଭାଜିତ ହୋଇ ଦୁଇଟି ପୁଂଯୁଗ୍ମକ ସୃଷ୍ଟିକରେ । ପରାଗ ନଳୀରେ କିଛି କୋଷରସ ସହିତ ଦୁଇଟି ପୁଂଯୁଗ୍ମକ ଓ ଗୋଟିଏ ନଳୀ ନ୍ୟଷ୍ଟି ଥାଏ । କ୍ରମେ ପରାଗନଳୀ ବୀଜରନ୍ଧ୍ର ବାଟଦେଇ ପୁଂଯୁଗ୍ମକ ଦୁଇଟି ଭୂଣାଶୟ ମଧକୁ ଚାଲିଆସେ ଓ ଗୋଟିଏ ଫୁଯୁଗ୍ମକ ସ୍ତ୍ରୀ ଯୁଗ୍ମକ ବା ଡିମ୍ବକୋଷ ସହିତ ମିଳିତ ହୋଇ ଯୁଗ୍ମଜ ଗଠନ କରେ । ଏଥୁରୁ ଭ୍ରୂଣର ଉତ୍ପତ୍ତି ହୁଏ ।
  • ଅନ୍ୟ ଫୁଯୁଗ୍ମକଟି, ଦ୍ଵିତୀୟକ ନ୍ୟଷ୍ଟି ସହିତ ମିଳିତ ହୋଇ ଭୃଣପୋଷ ନ୍ୟଷ୍ଟି ଗଠନ କରେ । ଭ୍ରୂଣପୋଷ ନ୍ୟଷ୍ଟିରୁ ଭୃଣପୋଷ ଜାତ ହୁଏ ଏବଂ ଏହା ବର୍ଦ୍ଧିଷ୍ଣୁ ଭୃଣକୁ ପୋଷଣ ଯୋଗାଇଥାଏ ।
  • ପୁଂଯୁଗ୍ମକ ଓ ସ୍ତ୍ରୀ ଯୁଗ୍ଧକର ମିଳନକୁ ସମାୟନ କୁହାଯାଏ । ସପୁଷ୍ପକ ଆବୃତବୀଜୀ ଉଦ୍ଭଦରେ ଦୁଇଟି ସମାୟନ କ୍ରିୟା ଦେଖବାକୁ ମିଳେ । ପ୍ରଥମଟି ହେଲା, ଗୋଟିଏ ପୁଂଯୁଗ୍ମକ ସହିତ ଡିମ୍ବାଣୁ ବା ଡିମ୍ବକୋଷର ସମାୟନ ଓ ଅନ୍ୟଟି ହେଲା ଦ୍ୱିତୀୟକ ନ୍ୟଷ୍ଟି ସହିତ ଦ୍ୱିତୀୟ ପୁଂଯୁଗ୍ଧକର ମିଳନ । ସପୁଷ୍ପକ ଉଦ୍ଭଦର ଏହି ପ୍ରକ୍ରିୟାକୁ ଦ୍ବିସମାୟନ କୁହାଯାଏ ।
  • ସମାୟନ ପରେ ଯୁଗ୍ମଜ ବାରମ୍ବାର ବିଭାଜିତ ହୋଇ ଡିମ୍ବକ ମଧ୍ୟରେ ଏକ ଭ୍ରୂଣ ସୃଷ୍ଟି କରେ । ଭ୍ରୂଣ ଏକ କଠିନ ଆବରଣ ଦ୍ଵାରା ଆବୃତ ହୋଇ ବୀଜ ବା ମଞ୍ଜିରେ ପରିଣତ ହୁଏ । ଏହି ସମୟ ମଧ୍ୟରେ ଡିମ୍ବାଶୟ ବୃଦ୍ଧିପାଇ ଫଳରେ ପରିଣତ ହୁଏ ଏବଂ ବୃତ୍ତି, ଦଳମଣ୍ଡଳ ଆଦି ଶୁଖୁ ଝଡ଼ିଯାଏ ।

→ ପଶୁରେ ପ୍ରଜନନ (Reproduction in Animal) :
କେତେକ ପ୍ରାଣୀରେ ବଂଶବୃଦ୍ଧି କେବଳ ଅଲିଙ୍ଗୀ ଜନନ ବା କେବଳ ଲିଙ୍ଗୀୟ ଜନନଦ୍ୱାରା ହୋଇଥିବାବେଳେ କେତେକଙ୍କଠାରେ ଉଭୟ ପ୍ରକ୍ରିୟା ଦେଖାଯାଇଥାଏ । ପ୍ରାଣୀମାନଙ୍କଠାରେ ଦେଖାଯାଉଥ‌ିବା ଅଲିଙ୍ଗୀ ଜନନର ଦୁଇଟି ସାଧାରଣ ଉପାୟ ହେଉଛି ବିଭାଜନ ଓ କୋରକୋଦ୍‌ଗମ ବା କଳିକନ ।

→  ଅଲିଙ୍ଗୀ ଜନନ :
(i) ବିଭାଜନ (Fission) :

  • ବିଭାଜନ ଏକ ଅତି ସରଳ ଜନନ କ୍ରିୟା । ଏହି ପ୍ରକ୍ରିୟା ଦୁଇ ପ୍ରକାରର –
    (କ) ଦ୍ବିବିଭାଜନ ଓ
    (ଖ) ବହୁ ବିଭାଜନ ।

→ (କ) ଦ୍ବିବିଭାଜନ (Binary fission) :

  • ଏହି ପ୍ରକାର ଜନନଦ୍ଵାରା ମାତୃ ଜୀବଠାରୁ ଦୁଇଟି ଅପତ୍ୟ ସୃଷ୍ଟି ହୁଅନ୍ତି, ଉଦାହରଣ ଏମିବା । ଏହା ମଧୁର ପାଣିରେ ରହେ । ଅନୁକୂଳ ପରିସ୍ଥିତିରେ ଏମିବା ଶରୀରର ବୃଦ୍ଧି ଘଟେ ।
  • ସର୍ବବୃହତ୍ ଆକାରରେ ପହଞ୍ଚିବା ପରେ ନିଜର କୂଟପାଦଗୁଡ଼ିକ ପ୍ରତ୍ୟାହାର କରି ଏହା ପ୍ରାୟ ଗୋଲ ଆକାର ଧାରଣ କରେ । ଏହା ଆଉ ଖାଦ୍ୟ ଗ୍ରହଣ କରେନାହିଁ ଓ କୋଷ ବିଭାଜନ ପାଇଁ ପ୍ରସ୍ତୁତ ହୁଏ ।
  • ସମବିଭାଜନଦ୍ୱାରା ଗୋଟିଏ ମାତ୍ର ଏମିବାରୁ ଦୁଇଟି ଅପତ୍ୟ ସୃଷ୍ଟି ହୁଏ ।
  • ପାରାମସିଅମ୍ ଓ ଇଉକ୍ଲିନା ମଧ୍ୟ ଦ୍ଵିବିଭାଜନଦ୍ୱାରା ନିଜର ଜନନ କ୍ରିୟା ସମ୍ପାଦନ କରନ୍ତି । କିନ୍ତୁ ପାରାମସିଅମ୍‌କୋ କୋଷ ବିଭାଜନ ଅନୁପ୍ରସ୍ଥ ପୃଷ୍ଠରେ ସମ୍ପାଦିତ ହେଉଥ‌ିବାରୁ ଏହାକୁ ଅନୁପ୍ରସ୍ଥ ଦ୍ବିବିଭାଜନ କୁହାଯାଏ । ଇଉକ୍ଲିନାରେ ବିଭାଜନ ପୃଷ୍ଠ ଅନୁଲମ୍ବ ଭାବେ ହେଉଥ‌ିବାରୁ ଏହାକୁ ଅନୁଲମ୍ବ ଦ୍ବିବିଭାଜନ କୁହାଯାଏ ।

→ (ଖ) ବହୁବିଭାଜନ (Multiple fission) :

  • ଖରାଦିନେ ଏମିବା ରହୁଥ‌ିବା ପୋଖରୀ, ଗାଡ଼ିଆରୁ ପାଣି ଶୁଖୁଲେ ବା ଅତ୍ୟଧିକ ଥଣ୍ଡା ଯୋଗୁଁ ପାଣି ବରଫ ହୋଇଗଲେ, ଏମିବା କୂଟପାଦଗୁଡ଼ିକୁ ପ୍ରତ୍ୟାହାର କରି ନିଜ ଶରୀର ଚାରିପଟେ ତିନିସ୍ତର ବିଶିଷ୍ଟ ଏକ କଠିନ ଆବରଣ ବା କୋଷିକା ତିଆରି କରି ରହେ ।
  • ଏହି ସମୟରେ ତା’ର ଚୟାପଚୟ କ୍ରିୟା ହ୍ରାସପାଏ । ବାରମ୍ବାର ନ୍ୟଷ୍ଟି ବିଭାଜନଦ୍ୱାରା ଏମିବା ଶରୀରରେ 500- 600ଟି ଛୋଟ ନ୍ୟଷ୍ଟି ତିଆରି ହୁଏ । ପ୍ରତ୍ୟେକ ନ୍ୟଷ୍ଟି କିଛି ପରିମାଣର କୋଷଜୀବକଦ୍ଵାରା ଆବୃତ୍ତ ହୋଇ ରହେ । ଏହିପରି ଭାବେ ସୃଷ୍ଟ ଅପତ୍ୟଗୁଡ଼ିକୁ ‘କୁନି ଏମିବା’ ବା ଏମିକ୍ୟୁଲା କୁହାଯାଏ I ବର୍ଷାଦିନର ଆଗମନରେ ପରିସ୍ଥିତି ଅନୁକୂଳ ହେଲେ ଏହି କଠିନ ଆବରଣ ଜଳ ସଂସ୍ପର୍ଶରେ ଆସି ଫାଟିଯାଏ । କୋଷିକା ଭିତରେ ଥିବା BSE Odisha 10th Class Life Science Notes Chapter 6 ଜନନ Notes 9
  • ଏମିବାର ଏହି ପ୍ରକାର ବହୁ ବିଭାଜନ ଜନନ କ୍ରିୟାକୁ ସ୍କୋରୁଲେସନ (Sporulation) ମଧ୍ୟ କୁହାଯାଏ ।

ସଂକ୍ରମିତ ମଶା କାମୁଡି଼ବା ସମୟରେ ପ୍ଲାଜମୋଡ଼ିୟମ୍‌ର ସ୍କୋରୋଜୋଏଟ୍ (Sporozoite) ମଣିଷର ରକ୍ତ ପ୍ରବାହ ଦେଇ ଯକୃତ୍ କୋଷ ମଧ୍ୟରେ ପ୍ରବେଶ କରି ବହୁବିଭାଜନଦ୍ୱାରା ବଂଶବୃଦ୍ଧି କରେ । ଏହି ପ୍ରକାର ବହୁ ବିଭାଜନକୁ ସାଇଜୋଗୋନି (Schizogony) କୁହାଯାଏ ।

BSE Odisha 10th Class Life Science Notes Chapter 6 ଜନନ Notes

(ii) କୋରକୋଦ୍‌ଗମ (Budding)

  • କେତେକ ଏକକୋଷୀ ପ୍ରାଣୀ, ସ୍ପଞ୍ଜ ଓ ହାଇଡ୍ରାପରି ବହୁକୋଷୀ ପ୍ରାଣୀ କୋରକୋଦ୍‌ଗମ ଉପାୟରେ ଅଲିଙ୍ଗୀ ଜନନଦ୍ୱାରା ନିଜର ବଂଶବିସ୍ତାର କରନ୍ତି ।
  • ଏହା ଦୁଇ ପ୍ରକାରର, ଯଥା –
    1. ବାହ୍ୟ କୋରକୋଦ୍‌ଗମ ଓ
    2. ଅନ୍ତଃ କୋରକୋଦ୍‌ଗମ ।

1. ବାହ୍ୟ କୋରକୋଦ୍‌ଗମ (External budding)

  • ପରିବେଶ ଯେତେବେଳେ ଅନୁକୂଳ ଓ ଖାଦ୍ୟପଦାର୍ଥ ପ୍ରଚୁର ଭାବେ ମିଳେ, ସେତେବେଳେ ସୁସ୍ଥ ଏବଂ ବୟଃପ୍ରାପ୍ତ ହାଇଡ୍ରା ଏହି ଉପାୟରେ ବଂଶବିସ୍ତାର କରିଥାଏ ।
  • ପ୍ରାରମ୍ଭିକ ଅବସ୍ଥାରେ ହାଇଡ୍ରା ଶରୀରର ମଧ୍ୟ ଭାଗରେ ଏକ ନିର୍ଦ୍ଦିଷ୍ଟ ପ୍ରକାର କୋଷ ଏକାଠି ହୋଇ ଏକ ଛୋଟ ଆବୁ ଭଳି କୋରକ ସୃଷ୍ଟି କରେ । ଏହି ଅଞ୍ଚଳକୁ କୋରକୋଦ୍‌ଗମ ଅଞ୍ଚଳ କୁହାଯାଏ ।

2. ଅନ୍ତଃ କୋରକୋଦ୍‌ମ (Internal budding)

  • ପ୍ରତିକୂଳ ପରିବେଶ ଓ ଖାଦ୍ୟପଦାର୍ଥର ଅଭାବ ଦେଖାଦେଲେ ସ୍ପଞ୍ଜ ଏହି ପ୍ରଣାଳୀରେ ନିଜ ଶରୀର ଭିତରେ ଜେଡ୍ୟୁଲ୍ ତିଆରି କରି ବଂଶବିସ୍ତାର କରେ ।

→ ପୁନରୁଭବନ (Regeneration) :

  • ପୁନରୁଭବନ କୌଣସି ପ୍ରାଣୀର ଏକ ଜନନ କ୍ରିୟା ନୁହେଁ; କିଛି ପ୍ରାଣୀରେ ଏହା ଏକ ସ୍ଵତନ୍ତ୍ର ବ୍ୟବସ୍ଥା ମାତ୍ର ।
  • ହାଇଡ୍ରାର ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଲେ କିଛିଦିନ ପରେ ପ୍ରତ୍ୟେକ କଟାଖଣ୍ଡରୁ ଗୋଟିଏ ଲେଖାଏଁ ସମ୍ପୂର୍ଣ ପୂର୍ଷବିକଶିତ ହାଇଡ୍ରା ସୃଷ୍ଟି ହୋଇଥାଏ ।

ପ୍ରାଣୀମାନଙ୍କ ଶରୀରରେ ଏକ ପ୍ରକାର ସର୍ବପ୍ରସ୍ତୁ ବା ପୂଷ୍ଠବିଭବୀ କୋଷ (Totipotent cell) ଥାଏ । ଏହା ପ୍ରାଣୀ ଶରୀର ଗଠନ ପାଇଁ ଆବଶ୍ୟକ ଅନ୍ୟ ସମସ୍ତ ପ୍ରକାର କୋଷ ବା ଟିସୁ ତିଆରି କରିପାରେ । ଫଳରେ କଟିଯାଇଥିବା ଅଂଶରୁ ଏକ ନୂଆ ପ୍ରାଣୀ ଜାତ ହୁଏ ।

→ ମାନବର ଲିଙ୍ଗୀୟ ଜନନ (Human Reproduction):

  • ମଣିଷ ଗୋଟିଏ ସ୍ତନ୍ୟପାୟୀ ଶ୍ରେଣୀର ପ୍ରାଣୀ ଅଟେ ।
  • ପ୍ରଜନନ ଜରିଆରେ ବଂଶବିସ୍ତାର କରିବା ଓ ମାନବଜାତିର ନିରବଚ୍ଛିନ୍ନତା ନିଶ୍ଚିତ କରିବାରେ ଉଭୟ ପୁରୁଷ ଓ ସ୍ତ୍ରୀର ଭୂମିକା ରହିଥାଏ ।

→ ଯୁଗ୍ମକ ଜନନ (Gametogenesis) :

  • ଯୁଗ୍ମକ ଜନନଦ୍ୱାରା ଶୁକ୍ରାଶୟରେ ଶୁକ୍ରାଣୁ ଓ ଡିମ୍ବାଶୟରେ ଡିମ୍ବାଣୁ ସୃଷ୍ଟି ହୁଏ ।
  • ଶୁକ୍ରାଣୁ ସୃଷ୍ଟି ପ୍ରକ୍ରିୟାକୁ ଶୁକ୍ରାଣୁଜନନ ଓ ଡିମ୍ବାଣୁ ସୃଷ୍ଟି ପ୍ରକ୍ରିୟାକୁ ଡିମ୍ବାଣୁଜନନ କୁହାଯାଏ ।

→ ଶୁକ୍ରାଣୁ ଜନନ (Spermatogenesis) :

  • ପୁରୁଷର ଶୁକ୍ରାଶୟ ବହୁସଂଖ୍ୟକ ଶୁକ୍ରୋତ୍ପରି ସୂକ୍ଷ୍ମ ନଳିକା ବା ଶୁକ୍ରଜନ ନଳିକାଦ୍ୱାରା ଗଠିତ । ପ୍ରତ୍ୟେକ ନଳିକାର ଆବରଣରେ ରହିଛି ଆଦି ଜାୟକ କୋଷଦ୍ବାରା ଗଠିତ ଜର୍ମିନାଲ୍ ଏପିଥ୍ଲିୟମ୍ ବା ଜନନ ଅଚ୍ଛଦ ।
  • ଏହି ଅଧ୍ଵଚ୍ଛଦରେ ଥ‌ିବା କୋଷରେ ସମବିଭାଜନ ହେବା ଫଳରେ ଉତ୍ପନ୍ନ କୋଷଗୁଡ଼ିକୁ ‘ମୂଳ ଶୁକ୍ରାଣୁ କୋଷ’ କୁହାଯାଏ ।
  • ଏହି ପ୍ରକ୍ରିୟା ହେଉଥ‌ିବା ପ୍ରାବସ୍ଥାକୁ ପ୍ରଗୁଣନ ପ୍ରାବସ୍ଥା କୁହାଯାଏ ।
  • ଅନେକ ମୂଳ ଶୁକ୍ରାଣୁ କୋଷ ଗଠିତ ହେଲାପରେ ଏହି କୋଷଗୁଡ଼ିକର ଆକାର ବୃଦ୍ଧି ହୁଏ । କୋଷର ବୃଦ୍ଧି ହୋଇ ଏକ ନିର୍ଦ୍ଦିଷ୍ଟ ଆକାରରେ ପହଞ୍ଚିଲେ ତାହାକୁ ପ୍ରାଥମିକ ଶୁକ୍ରାଣୁ କୋଷ କୁହାଯାଏ ।
  • ମୂଳ ଶୁକ୍ରାଣୁ କୋଷର ବୃଦ୍ଧିହୋଇ ପ୍ରାଥମିକ ଶୁକ୍ରାଣୁ କୋଷ ଏହାପରେ ପ୍ରାଥମିକ ଶୁକ୍ରାଣୁ କୋଷରେ ଅଦ୍ଧବିଭାଜନ ପ୍ରକ୍ରିୟା ହେବା ପର୍ଯ୍ୟନ୍ତ ଅବଧିକୁ ବୃଦ୍ଧି ପ୍ରାବସ୍ଥା କୁହାଯାଏ ।
  • ଏହାପରେ ପ୍ରାଥମିକ ଶୁକ୍ରାଣୁ କୋଷରେ ଅଦ୍ଧବିଭାଜନ ପ୍ରକ୍ରିୟା ହୋଇଥାଏ । ଏହି ବିଭାଜନ ଫଳରେ ଗୋଟିଏ ପ୍ରାଥମିକ ଶୁକ୍ରାଣୁ କୋଷରୁ ଦୁଇଟି ଦ୍ଵିତୀୟକ ଶୁକ୍ରାଣୁ କୋଷ ତିଆରି ହୁଏ।
  • ଏହି କୋଷର ଗୁଣସୂତ୍ର ସଂଖ୍ୟା ଅର୍ଦ୍ଧେକ (n) ହୋଇଥାଏ । ଦ୍ୱିତୀୟ ଅର୍ଥ ବିଭାଜନ, ପ୍ରଥମ ଅର୍ଥ ବିଭାଜନ ପରେ ପରେ ହୋଇଥାଏ, ଏହା ସମବିଭାଜନ ପ୍ରକ୍ରିୟାଭଳି ହୋଇଥାଏ । ଏହାଫଳରେ ଦ୍ଵିତୀୟକ ଶୁକ୍ରାଣୁ କୋଷରୁ ଦୁଇଟି ପ୍ରାକ୍ ଶୁକ୍ରାଣୁ କୋଷ ତିଆରି ହୁଏ ।
  • ଗତିହୀନ ପ୍ରାକ୍ ଶୁକ୍ରାଣୁ କୋଷରେ ବିଭିନ୍ନ ରକମର ପରିବର୍ତ୍ତନ ଓ ପରିବର୍ଦ୍ଧନ ଅର୍ଥାତ୍ ବିଭେଦନ ହେଲାପରେ ତାହା ଏକ ଗତିଶୀଳ ଶୁକ୍ରାଣୁ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ସ୍କର୍ମଓଜେନେସିସ୍ କୁହାଯାଏ ।
  • ପ୍ରାଥମିକ ଶୁକ୍ରାଣୁ କୋଷରୁ ଶୁକ୍ରାଣୁ ସୃଷ୍ଟି ହେବା ପର୍ଯ୍ୟନ୍ତ ଅବଧୀକୁ ପରିପକ୍ବନ ପ୍ରାବସ୍ଥା କୁହାଯାଏ ।

→ ଶୁକ୍ରାଣୁ (Sperm) :

  • ଶୁକ୍ରାଣୁ ଏକ ଲମ୍ବ ଲାଞ୍ଜବିଶିଷ୍ଟ କୋଷ ଅଟେ ।
  • ଏହାର ତିନୋଟି ଅଂଶ ରହିଛି; ଯଥା- ଅଗ୍ରଖଣ୍ଡ ବା ହେଡ୍, ମଧ୍ୟଖଣ୍ଡ ଓ ଲାଞ୍ଜ ।
  • ଏହାର ଗୋଟିଏ ପାଖରେ ରହିଛି ଅଗ୍ରପିଣ୍ଡକ, ଏହା ପଛକୁ ରହିଛି କୋଷ ନ୍ୟଷ୍ଟି । ମଧ୍ୟଖଣ୍ଡ ଭିତରେ ରହିଛି ମାଇଟୋକଣ୍ଡ୍ରିଆ । ହେଡ୍ ଓ ମିଡ଼ିଲ୍ ପିସ୍ ଭିତରେ ଥ‌ିବା ଗ୍ରୀବା ବା ନେଲ୍‌ରେ ଅଛି ସେଣ୍ଟ୍ରିଓଲ୍, ଠିକ୍ ନ୍ୟଷ୍ଟିକୁ ଲାଗି । ମଧ୍ୟଖଣ୍ଡ ପଛକୁ ଲମ୍ବିଛି ସୂତା ପରି ଲାଞ୍ଜ । ଏହା ଶୁକ୍ରାଣୁର ଚଳନରେ ସାହାଯ୍ୟ କରେ ।

→ ଓଜେନେସିସ୍ (Oogensis) :

  • ସ୍ତ୍ରୀଯୁଗ୍ମକ ବା ଡିମ୍ବାଣୁ, ଡିମ୍ବାଣୁ ଜନନ ପ୍ରକ୍ରିୟାରେ ଉତ୍ପନ୍ନ ହୋଇଥାଏ ।
  • ଡିମ୍ବାଶୟର ଆବରଣ ସହ ରହିଛି ଆଦି ଜାୟକ କୋଷ । ଏହି କୋଷର ବିଭାଜନ ଫଳରେ ବହୁସଂଖ୍ୟକ ମୂଳ ଡିମ୍ବାଣୁ କୋଷ ଉତ୍ପନ୍ନ ହୁଏ । କୋଷର ବିଭାଜନ, ସମବିଭାଜନ ପ୍ରକ୍ରିୟାରେ ହୋଇଥାଏ ଏବଂ ଏହି ଅବସ୍ଥାକୁ ପ୍ରଗୁଣନ ପ୍ରାବସ୍ଥା କୁହାଯାଏ ।
  • ମୂଳ ଡିମ୍ବାଣୁ କୋଷ ତିଆରି ହେଲାପରେ ବୃଦ୍ଧି ପ୍ରାବସ୍ଥାରେ ତାହାର ଆକାରରେ ଉଲ୍ଲେଖନୀୟ ବୃଦ୍ଧି ହୁଏ । ଏହି ସମୟରେ ମୂଳ ଡିମ୍ବାଣୁ କୋଷ ଚାରିପାଖେ କିଛି ଖାଦ୍ୟ ଯୋଗାଉଥ‌ିବା କୋଷ ଘେରି ରହେ ।
  • ମୂଳ ଡିମ୍ବାଣୁ କୋଷର ନିର୍ଦ୍ଦିଷ୍ଟ ବୃଦ୍ଧି ଘଟିବା ପରେ ତାହାକୁ ପ୍ରାଥମିକ ଡିମ୍ବାଣୁ କୋଷ କୁହାଯାଏ
  • ପରିପକ୍ବନ ପ୍ରାବସ୍ଥାର ପ୍ରଥମ ପର୍ଯ୍ୟାୟରେ ପ୍ରାଥମିକ ଡିମ୍ବାଣୁ କୋଷର ଅର୍ଥବିଭାଜନ ହୁଏ । ଫଳରେ 2ଟି ଅପତ୍ୟ କୋଷ ଜାତ ହୁଏ, ଯେଉଁଥିରେ ଅର୍ଦ୍ଧେକ ସଂଖ୍ୟକ (n)ଗୁଣସୂତ୍ର ରହିଥାଏ ।
  • ତେବେ ଅପତ୍ୟ କୋଷ ଦୁଇଟିରେ କୋଷଜୀବକ ପରିମାଣ କମ୍ ବେଶି ହେବାରୁ ଗୋଟିଏ କୋଷର ଆକାର ଅନ୍ୟ କୋଷଠାରୁ ଯଥେଷ୍ଟ ବଡ଼ ହୁଏ । ବଡ଼ କୋଷଟିକୁ ଦ୍ବିତୀୟକ ଡିମ୍ବାଣୁ କୋଷ କୁହାଯାଏ । ଛୋଟ କୋଷଟିକୁ ପ୍ରଥମ ପୋଲାର ବଡ଼ି କୁହାଯାଏ ।
  • ଏହି ପ୍ରାବସ୍ଥାର ଦ୍ଵିତୀୟ ପର୍ଯ୍ୟାୟରେ ଦ୍ଵିତୀୟକ ଡିମ୍ବାଣୁ କୋଷ ଏବଂ ପ୍ରଥମ ପୋଲାର ବଡ଼ିର ସମବିଭାଜନ ହୋଇଥାଏ । କିନ୍ତୁ ଯେଉଁ ଦୁଇଟି ଅପତ୍ୟ କୋଷ ହୁଏ ସେମାନଙ୍କ ଆକାର ମଧ୍ୟ ବଡ଼ ଛୋଟ ହୋଇଥାଏ ।
  • ବଡ଼ କୋଷଟି ଡିମ୍ବାଣୁ ହୁଏ ଓ ସାନଟି ଦ୍ଵିତୀୟ ପୋଲାର ବଡ଼ ହୁଏ । ସେହିପରି ପ୍ରଥମ ପୋଲାର ବଡ଼ିର ବିଭାଜନ ଫଳରେ ଦୁଇଟି ଅତିରିକ୍ତ ପୋଲାର ବଡ଼ି ତିଆରି ହୁଏ।
  • ପରିପକ୍ବନ ପ୍ରାବସ୍ଥାର ଶେଷରେ ଗୋଟିଏ ପ୍ରାଥମିକ ଡିମ୍ବାଣୁ କୋଷରୁ ଗୋଟିଏ ଡିମ୍ବାଣୁ ଓ ତିନୋଟି ପୋଲାର ବଢ଼ି ତିଆରି ହୁଏ ।

→ ପୁରୁଷ ଜନନ ତନ୍ତ୍ର (Male reproduction system) :

  • ପୁରୁଷ ଜନନ ତନ୍ତ୍ର ମୁଖ୍ୟତଃ
    (i) ଶୁକ୍ରମୁଣି,
    (ii) ଶୁକ୍ରାଶୟ,
    (iii) ଶୁକ୍ରବାହୀନଳୀ,
    (iv) ମୂତ୍ର ମାର୍ଗ,
    (v) ଶିଶୁ ଆଦିକୁ ନେଇ ଗଠିତ ।

(i) ଶୁକ୍ରମୁଣି (Serotal sac) :

  • ପୁରୁଷ ଶରୀରରେ ଥିବା ଦୁଇଟି ଶୁକ୍ରମୁଣି ମଧ୍ୟରେ ଦୁଇଟି ଶୁକ୍ରାଶୟ ଅଛି । ମାନବ ଶରୀରର ତାପମାତ୍ରା ଅଧିକ (37°C) ଶୁକ୍ର ମୁଣିର ତାପମାତ୍ରା ଏହାଠାରୁ 2°C କମ୍, ଯାହା ଶୁକ୍ରାଣୁ ଉତ୍ପତ୍ତି ପାଇଁ ଅନୁକୂଳ । ଏଠାରେ ସୂଚନାଯୋଗ୍ୟ ଯେ ହାତୀ ଓ ତିମି ପରି ସ୍ତନ୍ୟପାୟୀ ପ୍ରାଣୀଙ୍କ ଶୁକ୍ରାଶୟ ଦୁଇଟି ଶରୀର ଭିତରେ ଥାଏ ।

(ii) ଶୁକ୍ରାଶୟ (Testis) :

  • ପୁରୁଷ ଶରୀରରେ ଦୁଇଟି ଶୁକ୍ରାଶୟ ବା ମୁଷ୍କ ରହିଛି । ଏହା ନିଦ୍ରା ଗୋଲାକାର ପିଣ୍ଡ ।
    ବହୁ ଶୁକ୍ରଜନନ ନଳିକାକୁ ନେଇ ଏହା ଗଠିତ । ଶୁକ୍ର ଜନନ ନଳିକାରୁ ଶୁକ୍ରାଣୁ ଉତ୍ପତ୍ତି ହୋଇଥାଏ । ତା’ଛଡ଼ା ଏହି ନଳିକା ବାହାରେ ଓ ବିଭିନ୍ନ ନଳିକାର ଅନ୍ତରାଳରେ ଲେଡିଟ୍ କୋଷ ଦେଖାଯାଏ ।

(iii) ଶୁକ୍ରବାହୀନଳୀ (Vas deferens):

  • ପ୍ରତ୍ୟେକ ଶୁକ୍ରାଶୟରୁ ଗୋଟିଏ ଶୁକ୍ରବାହୀନଳୀ ବାହାରି ଉଦର ଗହ୍ବର ମଧ୍ୟରେ ପ୍ରବେଶ କରେ । ଦୁଇପଟର ନଳୀ ମୂତ୍ରାଶୟର ମୂତ୍ରନଳୀ ସହିତ ମିଶି ମୂତ୍ରମାର୍ଗ ତିଆରି କରନ୍ତି ।

(iv) ମୂତ୍ରମାର୍ଗ (Urethra) :

  • ଉଭୟ ଶୁକ୍ରରସ ଓ ମୂତ୍ର ମୂତ୍ରମାର୍ଗ ଦେଇ ଶିଶୁର ଅଗ୍ରଭାଗରେ ଥ‌ିବା ରନ୍ଧ୍ର ମାଧ୍ୟମରେ ଶରୀର ବାହାରକୁ ବାହାରେ ।

→ ସ୍ତ୍ରୀ ଜନନ ତନ୍ତ୍ର (Female reproductive system) :

  • ସ୍ତ୍ରୀ ଜନନ ତନ୍ତ୍ର ମୁଖ୍ୟତଃ ଡିମ୍ବାଶୟ, ଡିମ୍ବବାହୀ ନଳୀ, ଗର୍ଭାଶୟ ଆଦିକୁ ନେଇ ଗଠିତ ।

(i) ଡିମ୍ବାଶୟ (Ovary) :
BSE Odisha 10th Class Life Science Notes Chapter 6 ଜନନ Notes 3
2. ଏଥୁସହିତ ଡିମ୍ବାଶୟରୁ ଇଡ୍ରୋଜେନ୍ ଓ ପ୍ରୋଜେଷ୍ଟେରନ୍ ନାମକ ଦୁଇଟି ସ୍ତ୍ରୀ-ହରମୋନ୍ କ୍ଷରିତ ହୁଏ ।
3. ଡିମ୍ବାଣୁର ବିକାଶ ଏକ ପ୍ରାଥମିକ ଫଲିକଲ୍ ଭାବେ ଆରମ୍ଭ ହୁଏ । ପରବର୍ତୀ ସମୟରେ ଏହାର ବୃଦ୍ଧି ଘଟି ଏହା ଗ୍ରାଫିଆନ୍‌ ଫଲିକଲ୍‌ର ରୂପ ନିଏ ଏବଂ ଏଥରେ ପରିପକ୍ବ ଡିମ୍ବାଣୁ ଥାଏ ।
4. ଡିମ୍ବାଣୁର ନିଜସ୍ୱ ପ୍ଲାଜମା ଝିଲ୍ଲୀ ଚାରିପଟେ ଜୋନା ପେଲ୍ୟୁସିଡ଼ା ନାମକ ଏକ ଅତିରିକ୍ତ ଝିଲ୍ଲୀ ଥାଏ । ଏହା କିଛି ଫଲିକଲ କୋଷ ଦ୍ଵାରା ଘେରିହୋଇ ରହିଥାଏ । ଏହି ଆବରଣକୁ କରୋନା ରେଡ଼ିଏଟା କୁହାଯାଏ ।
5. ଡିମ୍ବୋତ୍ସର୍ଗ ପରେ ଗ୍ରାଫିଆନ୍ ଫଲିକଲ୍ ଜାଗାରେ କର୍ପସ୍ ଲୁଟିୟମ୍ ସୃଷ୍ଟି ହୁଏ । ଏଥୁରୁ କ୍ଷରିତ ପ୍ରୋଜେଷ୍ଟିରନ୍ ହର୍ମୋନ୍ ଗର୍ଭାବସ୍ଥାକୁ ବଜାୟ ରଖିବାରେ ସହାୟକ ହୋଇଥାଏ ।

BSE Odisha 10th Class Life Science Notes Chapter 6 ଜନନ Notes

(ii) ଡିମ୍ବବାହୀ ନଳୀ (Fallopian tube) :

  • ସ୍ତ୍ରୀ ଶରୀରରେ ଏକ ଯୋଡ଼ା ଡିମ୍ବବାହୀ ନଳୀ ରହିଛି । ଏହାର ଲମ୍ବ ପ୍ରାୟ 10 ରୁ 12 ସେ.ମି. ।
  • ଡିମ୍ବାଶୟ ପଟକୁ ଥ‌ିବା ଡିମ୍ବବାହୀ ନଳୀର ମୁହଁ କାହାଳୀ ସଦୃଶ । ଅନ୍ୟପଟରେ ଏହା ଜରାୟୁ ବା ଗର୍ଭାଶୟରେ ଖୋଲିଥାଏ ।
  • ସାଧାରଣତଃ ଏହି ନଳୀ ମଧ୍ଯରେ ଡିମ୍ବାଣୁ ଓ ଶୁକ୍ରାଣୁର ସମାୟନ ହୋଇ ଯୁଗ୍ମଜ ସୃଷ୍ଟି ହୁଏ । ଯୁଗ୍ମଜଗୁଡ଼ିକ ଗର୍ଭାଶୟରେ ପ୍ରବେଶ କରେ ।

(iii) ଗର୍ଭାଶୟ (Uterus) :

  • ଗର୍ଭାଶୟ ଏକ ଫମ୍ପା ଏବଂ ପେଶୀବହୁଳ ଅଙ୍ଗ । ଏହାର ଲମ୍ବ ପ୍ରାୟ 7.5 ସେ.ମି. ଏବଂ ଚଉଡ଼ା 5.0 ସେ.ମି. I ଏହା ଉଦର ଗହ୍ଵର ନିମ୍ନଭାଗରେ ଠିକ୍ ମୂତ୍ରାଶୟର ପଛକୁ ରହିଛି ।
  • ଗର୍ଭାଶୟର ଆଗପଟ ଚଉଡ଼ା ଓ ପଛପଟକୁ ଏହା ନଳିଆ । ଏହି ନଳିଆ ଅଂଶକୁ ଜରାୟୁ ଗ୍ରୀବା କୁହାଯାଏ । ଗର୍ଭାଶୟର ଗ୍ରୀବା ବାହାରକୁ ଉନ୍ମୁକ୍ତ ହୋଇଥାଏ ।

→ ସମାୟନ ଓ ସମାୟନ ପରବର୍ତ୍ତୀ ଘଟଣା :
BSE Odisha 10th Class Life Science Notes Chapter 6 ଜନନ Notes 2
3. ଭୃଣର୍ବନ୍ଧ ବା ପ୍ଲାସେଣ୍ଟା ଜରିଆରେ ଗର୍ଭାଶୟ ସହିତ ଭୃଣ ଏକ ଜୈବିକ ସମ୍ବନ୍ଧ ସ୍ଥାପନ କରେ ।
4. ଭ୍ରୂଣବନ୍ଧ ଦେଇ ଭ୍ରୂଣ ମାଆ ଶରୀରରୁ ନାଭିରଜ୍ଜୁଦ୍ୱାରା ଖାଦ୍ୟ ଓ ଅମ୍ଳଜାନ ଗ୍ରହଣ କରେ । ସେହିପରି ଭୃଣ ମଧ୍ୟରୁ ନିର୍ଗତ ବର୍ଜ୍ୟବସ୍ତୁ ପ୍ଲାସେଣ୍ଟା ବାଟଦେଇ ମାଆ ଶରୀରକୁ ଓ ପରେ ବାହାରକୁ ଆସେ ।
5. ଅନ୍ତଃରୋପଣ ପରେ ମାଷ୍ଟ୍ରଲେସନ୍ ପ୍ରକ୍ରିୟାଦ୍ଵାରା ତିନୋଟି ଜାୟକ ସ୍ତର ବିଶିଷ୍ଟ ଏକ ଗାଝୁଲା ତିଆରି ହୁଏ । ଗାଣ୍ଡୁଲାର ତିନୋଟି ଜାୟକ ସ୍ତର ହେଉଛି ଏକ୍ୱାଡ଼ର୍ମ, ମିସୋଡ଼ର୍ମ ଓ ଏଣ୍ଡୋଡ଼ର୍ମ।
6. ଏବେ ଅଙ୍ଗବିକାଶ ଦ୍ବାରା ଏହି ତିନୋଟି ଜାୟକ ସ୍ତରରୁ ବିଭିନ୍ନ ପ୍ରକାର ଟିସୁ, ଅଙ୍ଗ ଓ ଅଙ୍ଗତନ୍ତ୍ର ତିଆରି ହୁଏ ।
7. ଶେଷ ପର୍ଯ୍ୟାୟରେ ଗର୍ଭାଶୟରେ ସୃଷ୍ଟି ହୋଇଥିବା ପୂଷ୍ଠିବିକଶିତ ଶିଶୁ ପ୍ରସବଦ୍ୱାରା ମାଆ ଶରୀର ବାହାରକୁ ଆସେ ।

ବେଳେବେଳେ ଏକ ଅସାଧାରଣ ଘଟଣା କ୍ରମେ ଅନ୍ତଃରୋପଣ ପ୍ରକ୍ରିୟା ଗର୍ଭାଶୟ ମଧ୍ଯରେ ନ ଡିମ୍ବ ଡିମ୍ବାଣୁବାହୀନଳୀ ମଧ୍ୟରେ ହୁଏ । ଏହାକୁ ଅସ୍ଥାନିକ ଗର୍ଭ (Ectopic pregnancy) କୁହାଯାଏ । ଅସ୍ଥାନିକ ଗର୍ଭଧାରଣ ଯୋଗୁଁ ସାଧାରଣତଃ ସ୍ତ୍ରୀର ମୃତ୍ୟୁ ହୋଇପାରେ । ସମାୟନ ନ ହେଲେ ଡିମ୍ବାଣୁର ଆପେ ଅପେ ମୃତ୍ୟୁହୁଏ ।

→ ପରିବାର ନିୟୋଜନ (Family planning) :

  •  ସୁବିଧା ଅନୁଯାୟୀ ପରିବାରର ପିଲା ସଂଖ୍ୟା ସୀମିତ ରଖ୍ ଓ ସନ୍ତାନ ଭିତରେ ଉଚିତ୍ ବ୍ୟବଧାନ ରଖୁବାର ପଦ୍ଧତିକୁ ପରିବାର ନିୟୋଜନ କୁହାଯାଏ ।

→ ବିଭିନ୍ନ ପ୍ରକାରର ପରିବାର ଯୋଜନା ପ୍ରଣାଳୀ (Different types of family planning methods) :

  • କୌଣସି ଉପାୟରେ ଶୁକ୍ରାଣୁ ଓ ଡିମ୍ବାଣୁର ମିଳନକୁ ରୋକାଯାଇପାରିଲେ ଗର୍ଭଧାରଣକୁ ଏଡ଼ାଇ ଦିଆଯାଇପାରେ ।
    ପରିବାର ନିୟୋଜନ ପାଇଁ ବ୍ୟବହୃତ ବିଭିନ୍ନ ପ୍ରକାର ଉପାୟ ଦୁଇଭାଗରେ ବିଭକ୍ତ, ଯଥା –

    1. ସ୍ଥାୟୀ ପଦ୍ଧତି
    2. ଅସ୍ଥାୟୀ ପଦ୍ଧତି ।

→ (I) ସ୍ଥାୟୀ ପଦ୍ଧତି (Permanent methods) :

  • ଏହା ଏକ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି । ଏହି ପଦ୍ଧତିରେ ମହିଳା ବା ପୁରୁଷଙ୍କୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରାଯାଏ । ଫଳରେ ଭବିଷ୍ୟତରେ ଆଉ ସନ୍ତାନ ଜନ୍ମହେବାର ସମ୍ଭାବନା ନଥାଏ।
    ଏହା ଏକ ପ୍ରକାର ଅସ୍ତ୍ରୋପଚାର ପଦ୍ଧତି । ଏହି ପଦ୍ଧତିରେ ମହିଳା ବା ପୁରୁଷଙ୍କୁ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କୁହାଯାଏ ।
  • ଭାସେକ୍ଟୋମୀ : ଭାସେକ୍ଟୋମୀଦ୍ୱାରା ପୁରୁଷର ଦୁଇଟିଯାକ ଶୁକ୍ରବାହୀ ନଳୀକୁ କାଟି ଅଲଗା କରି ବାନ୍ଧି ଦିଆଯାଏ । ଫଳରେ ରେତ ଶୁକ୍ରାଣୁମୁକ୍ତ ଥାଏ । ଏବେ ବିନା ଛୁରୀ ଓ ବିନା ସିଲାଇରେ 10 ରୁ 15 ମିନିଟ୍ ସମୟରେ ଭାସେକ୍ଟୋମୀ
  • ଟ୍ୟୁବେକ୍ଟୋମୀ : ସ୍ତ୍ରୀ ଶରୀରର ଦୁଇଟିଯାକ ଡିମ୍ବବାହୀନଳୀକୁ କାଟି ବାନ୍ଧି ଦିଆଯାଏ । ଫଳରେ ଡିମ୍ବାଣୁ ଏବଂ ଶୁକ୍ରାଣୁର ମିଳନ ଆଉ ସମ୍ଭବ ହୁଏ ନାହିଁ ।

→ (II) ଅସ୍ଥାୟୀ ପଦ୍ଧତି (Temporary methods) :
ଭାରତ ସରକାରଙ୍କର ପରିବାର ନିୟୋଜନ କାର୍ଯ୍ୟକ୍ରମରେ ଚାରି ପ୍ରକାର ଅସ୍ଥାୟୀ ପଦ୍ଧତି ବ୍ୟବହାର କରାଯାଉଛି, ଯଥା

  • ପ୍ରତିବନ୍ଧକ ପଦ୍ଧତି (ନିରୋଧ),
  • ହରମୋନ୍ ପଦ୍ଧତି (ଗର୍ଭନିରୋଧକ ବଟିକା),
  • ଅନ୍ତଃ ଗର୍ଭାଶୟ ପଦ୍ଧତି (କପର-ଟି) ଓ
  • ପ୍ରାକୃତିକ ପଦ୍ଧତି ।

→ ମଣିଷ ଜନନ ସମ୍ପର୍କୀୟ ରୋଗ :

  • ମଣିଷ ଜନନକ୍ରିୟା ମାଧ୍ୟମରେ ଗନେରିଆ, ସିଫିଲସ୍, ଏଡ୍‌ସ ଭଳି ବିଭିନ୍ନ ପ୍ରକାର ରୋଗ ହୋଇଥାଏ ।

→ ଏଡ୍‌ସ (AIDS : Acquired Immune Deficiency Syndrome) :

  • ଏଡସ୍ କୌଣସି ପ୍ରକାର ରୋଗ ନୁହେଁ । ଏହା ମନୁଷ୍ୟ ଶରୀରର ଏକ ଅବସ୍ଥା, ଯେଉଁଥରେ ଶରୀରର ରୋଗ ପ୍ରତିରୋଧ କରିବାକୁ ସମର୍ଥ ହୁଏ ନାହିଁ । ତେଣୁ ଯେ କୌଣସି ରୋଗ ହେଲେ ତାହା ଆଉ ଭଲ ହୁଏ ନାହିଁ।
    AIDS: Acquired Immune Deficiency Syndrome – ଅର୍ଚିତ6ର ଗପ୍ରତି6ରଧାନଶକଆଜି ଅକ।ର ସଂଲକ୍ଷଣ ବା ସମୂହ ।

→ ଏଚ୍. ଆଇ. ଭି. (Human Immunodeficiency Virus – HIV) :

  • ଏଡ଼ସ୍‌ର ‘ଖଳନାୟକ’ ଏକ ଭୂତାଣୁ । ଏହି ଭୂତାଣୁର ନାଁ ଏଚ୍.ଆଇ.ଭି. । ଅନ୍ୟ ଭୂତାଣୁ ପରି ଏହାର ଶରୀର ଗଠନ ଅତି ସରଳ । ମୁଖ୍ୟତଃ ପୁଷ୍ଟିସାରରେ ଗଠିତ ଖୋଳପା ମଧ୍ୟରେ ଭୂତାଣୁର ଆନୁବଂଶିକ ପଦାର୍ଥ ଥାଏ । ଏହା ହେଉଛି ଆରଏସ୍ଏ । ଆରିଏନ ଥିବା ଭୂତାଣୁମାନଙ୍କୁ ପଶ୍ଚଭୂତାଣୁ ବା ରେଟ୍ରୋଭାଇରସ୍ (Retrovirus) କୁହାଯାଏ ।

→ ରୋଗ ସମ୍ବନ୍ଧୀୟ (Pathogenecity) :

  • ଆମ ରକ୍ତରେ ଥିବା ଶ୍ବେତରକ୍ତ କଣିକାମାନେ ଆମ ଶରୀରକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରନ୍ତି । କିନ୍ତୁ ଏଡସ୍‌ରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶରୀରରେ ଟି-ଲିମ୍ଫୋସାଇଟ୍ ନାମକ ଏକ ପ୍ରକାର ଶ୍ୱେତରକ୍ତ କଣିକା ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଏ । ଫଳରେ ସେମାନଙ୍କଠାରେ ମାସାଧ୍ଵ କାଳ ଜ୍ଵର ଲାଗିରହେ ।

→ ଏଡ଼ସ୍ ସଂକ୍ରମଣ :

  • ଏଡ଼ସ୍ ସୃଷ୍ଟିକାରୀ ଭୂତାଣୁ ମଣିଷ ଶରୀର ବାହାର ପରିବେଶରେ ଏକ ମିନିଟ୍‌ରୁ ଅଧିକ ସମୟ ବଞ୍ଚିପାରେ ନାହିଁ । ଏହା ଜଣେ ବ୍ୟକ୍ତି ଶରୀରରୁ ସିଧାସଳଖ ଅନ୍ୟଜଣେ ବ୍ୟକ୍ତି ଶରୀରକୁ ସଂକ୍ରମିତ ହୋଇଥାଏ ।
  • ଏଡ୍‌ସ୍‌ରେ ଆକ୍ରାନ୍ତ ବ୍ୟକ୍ତିଠାରୁ ରକ୍ତ ଗ୍ରହଣ ଏବଂ ଏଡ଼ସ୍‌ ପୀଡ଼ିତା ମାଆଠାରୁ ତା’ର ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ଏହାର କିଛି ଉଦାହରଣ ।

→ ଏଡ୍‌ସ୍ ଚିହ୍ନଟ :

  • ରକ୍ତରେ ଆଣ୍ଟିଜେନ୍ ଓ ଆଣ୍ଟିବଡ଼ିର ଉପସ୍ଥିତି ଅନୁସାରେ ପରୀକ୍ଷଣକୁ ଆମେ ଦୁଇ ଭାଗରେ ବିଭକ୍ତ କରିପାରିବା । ଯଥା : 1. ରାପିଡ୍ ଏଚ୍.ଆଇ.ଭି. ପରୀକ୍ଷଣ (Rapid HIV Test) ଓ 2. ପରମ୍ପରାଗତ ପରୀକ୍ଷାଗାର ପରୀକ୍ଷଣ (Conventional Laboratory Test)
    1. ରାପିଡ଼୍ ଏଚ୍ଆଇଭି ପରୀକ୍ଷଣ : ଏହି ପରୀକ୍ଷଣରେ ବ୍ୟକ୍ତିର ଆଙ୍ଗୁଠି ଟିପରୁ ରକ୍ତ ନେଇ ପରୀକ୍ଷା କରାଯାଇଥାଏ । ଏହି ପରୀକ୍ଷଣ ପାଇଁ 20-30 ମିନିଟ୍ ସମୟ ଲାଗିଥାଏ । ଏଥପାଇଁ ବିଶେଷ ଯନ୍ତ୍ରପାତିର ଆବଶ୍ୟକ ହୋଇନଥାଏ । ଏହି ପରୀକ୍ଷଣ ଭାରତର ସବୁ ରକ୍ତଭଣ୍ଡାରରେ ଉପଲବ୍ଧ ।
    2.  ପରମ୍ପରାଗତ ପରୀକ୍ଷାଗାର ପରୀକ୍ଷଣ : ଏହି ପରୀକ୍ଷଣ ଗୁଡ଼ିକ ହେଉଛି :
      • ଏଲ।ଲକ। (ELISA = Enzyme Linked Immuno Sorbent Assay) 6ଟଷ୍କ୍
      • ଏଲ।ଫା (ELFA = Enzyme Linked Fluorescent Assay) 6ଟଷ୍କ୍
      • ବିଟା (RITA = Recent Infection Testing Algorithm) 6ଟଷ୍କ୍
      • P24 ଟେଷ୍ଟ୍ ଇତ୍ୟାଦି । କିନ୍ତୁ ୱେଷ୍ଟର୍ଣ ବ୍ଲଟିଙ୍ଗ (Western Blotting) କୌଶଳ ଏଡ଼ସ ଚିହ୍ନଟ ପାଇଁ ସବୁଠାରୁ ବିଶ୍ୱସନୀୟ ଉପାୟ ।’
  • ଏଡ଼ସ୍ ବିଷୟରେ ଜନସଚେତନତା ସୃଷ୍ଟି କରିବାପାଇଁ ପ୍ରତିବର୍ଷ ଡିସେମ୍ବର ପହିଲା ତାରିଖକୁ ବିଶ୍ବ ଏଡ଼ସ ଦିବସ (World AIDS Day) ଭାବେ ପୃଥ‌ିବୀରେ ସବୁ ଦେଶରେ ପାଳନ କରାଯାଉଛି ।

→ ସନ୍ତାନଧାରଣ ଓ ମା’ଙ୍କ ସ୍ବାସ୍ଥ୍ୟ (Child-bearing & Women’s Health) :

  • ଭେଷଜ ବିଦ୍ୟା ସଂଜ୍ଞା ଅନୁଯାୟୀ ମହିଳାଙ୍କର ଗର୍ଭଧାରଣଠାରୁ ସନ୍ତାନ ଜନ୍ମ ହେବା ପର୍ଯ୍ୟନ୍ତ ଘଟୁଥିବା ସମସ୍ତ
  • ଏହି ଘଟଣାଦ୍ଵାରା ଗୋଟିଏ ଦେଶର ଜନସଂଖ୍ୟା ବୃଦ୍ଧି ସହିତ ପର ପିଢ଼ିର ସୁସ୍ଥନାଗରିକ ତିଆରି କରିବାପାଇଁ ଯଥେଷ୍ଟ ଅବଦାନ ରହିଛି ।
  • କନସଂଖ୍ୟା ବୃଦ୍ଧି ଓ ନିୟନ୍ତ ଣ ଉଇଯ୍ 6େର ମହି କ।ଜ୍ଞର ଅଚଦନ ରହିଛି ।
  • ଏକ ଜନକଲ୍ୟାଣକାରୀ ରାଷ୍ଟ୍ରରେ ମହିଳାଙ୍କର ଗର୍ଭଧାରଣଠାରୁ ଶିଶୁ ଜନ୍ମ ତଥା ପ୍ରସବ ପରେ ଉଭୟ ମାଆ ଓ ଶିଶୁର ଯତ୍ନ ନେବା ରାଷ୍ଟ୍ରର ଏକ ମୁଖ୍ୟ ଦାୟିତ୍ଵ ।
  • ଏଥୁନିମନ୍ତେ ଗର୍ଭବତୀ ମହିଳା ଓ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ପାଇଁ ଆମ ଦେଶର ସମସ୍ତ ସହର ଓ ଗ୍ରାମାଞ୍ଚଳରେ 2005 ମସିହାରୁ ‘ଜାତୀୟ ସ୍ଵସ୍ଥ୍ୟ ମିଶନ’ (National Health Mission) କାର୍ଯ୍ୟକାରୀ ହେଉଛି
    1. ସବୁ ନାଗରିକଙ୍କ ନିକଟରେ ସ୍ବାସ୍ଥ୍ୟସେବା ପହଞ୍ଚାଇବା,
    2. ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ଶକ୍ତିଶାଳୀ କରିବା,
    3. ସଂକ୍ରମଣ ରୋଗର ପ୍ରତିକାର ଓ ନିୟନ୍ତ୍ରଣ,
    4. ସୁସ୍ଥ ଜୀବନଚର୍ଯ୍ୟା ପାଇଁ ପ୍ରୋତ୍ସାହନ,
    5. ଆଶାକର୍ମୀ ଓ ଅଙ୍ଗନବାଡ଼ି ପରି ସଂସ୍ଥାର ଦୃଢ଼ୀକରଣ ଇତ୍ୟାଦି ।
  • କେନ୍ଦ୍ର ସରକାରଙ୍କଦ୍ବାରା
    • (କ) ଜନନୀ ସୁରକ୍ଷା ଯୋଜନା
    • (ଖ) ରାଷ୍ଟ୍ରୀୟ ବାଳ ସ୍ଵାସ୍ଥ୍ୟକଲ୍ୟାଣ ଯୋଜନା
    • (ଗ) ରାଷ୍ଟ୍ରୀୟ କିଶୋର ସୁରକ୍ଷା କାର୍ଯ୍ୟକ୍ରମ ପରି ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି ।

BSE Odisha 10th Class Life Science Notes Chapter 6 ଜନନ Notes

→ ଜନନୀ ସୁରକ୍ଷା ଯୋଜନା :

  • ଏହି ଯୋଜନା ମାଧ୍ୟମରେ ଜଣେ ସ୍ତ୍ରୀଲୋକର ପ୍ରସବ ପୂର୍ବକାଳୀନ, ପ୍ରସବକାଳୀନ ଓ ପ୍ରସବ ପରକାଳୀନ ସ୍ବାସ୍ଥ୍ୟର ଯତ୍ନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରସବ ପୂର୍ବରୁ ମହିଳାମାନଙ୍କୁ ମାଗଣାରେ ଲୌହ ଓ ଫୋଲିକ୍ ଏସିଡ୍ ବଟିକା ବଣ୍ଟାଯାଉଛି ।
  • ତରଫରୁ ମାଗଣା ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଛି । ପ୍ରସବ ପରେ ପୌଷ୍ଟିକ ଆହାର ପାଇଁ ଆର୍ଥିକ ପ୍ରୋତ୍ସାହନର କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେଇଛନ୍ତି ।
  • ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (WHO) ଓ ୟୁନିସେଫ୍ (UNICEF) ପରି ବିଭିନ୍ନ ଆନ୍ତର୍ଜାତୀୟ ସଂସ୍ଥା ମାଆ ଓ ଶିଶୁମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବୈଷୟିକ ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ପାଇଁ ଉ ପ କରଣମ।ନ 6ଯ।ଗl କ 6 ଦକଚ୍ଛନ୍ତି
  • ସ୍ଵାସ୍ଥ୍ୟସେବାର ଉନ୍ନତି ଯୋଗୁଁ ଭାରତରେ ଗର୍ଭବତୀ ମହିଳାଙ୍କର ମୃତ୍ୟୁହାର ଧୀରେ ଧୀରେ କମିବାରେ ଲାଗିଛ । 1990 ମସିହାରେ ପ୍ରତ୍ୟେକ ଏକ ଲକ୍ଷ ଶିଶୁଜନ୍ମରେ 556 ଜଣ ମାଆଙ୍କର ମୃତ୍ୟୁ ହେଉଥ‌ିବାବେଳେ 2016 ମସିହାବେଳକୁ ମାଆ ମୃତ୍ୟୁହାର ପ୍ରତି ଏକ ଲକ୍ଷ ଶିଶୁ ଜନ୍ମରେ 130ରେ ପହଞ୍ଚିଛି । ସେହିପରି ଶିଶୁ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି । ଏହାର ଭାରତର ଆନ୍ତର୍ଜାତୀୟ ସ୍ତରରେ ଏକ ବଡ଼ ସଫଳତା ।
    BSE Odisha 10th Class Life Science Notes Chapter 6 ଜନନ Notes 1

Leave a Comment