BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Odisha State Board BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ Textbook Exercise Questions and Answers.

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୧. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୬୦ ଗୋଟି ଶବ୍ଦରେ ଲେଖ ।

(କ) ସଡ଼କ ପରିବହନ ବ୍ୟବସ୍ଥା କହିଲେ କ’ଣ ବୁଝ ?
Answer:

  • ପରିବର୍ତ୍ତନଶୀଳ ମାନବ ସଭ୍ୟତାକୁ ସଡ଼କ ପରିବହନ ବ୍ୟବସ୍ଥା ଅଧ୍ଵକରୁ ଅଧିକ କ୍ରିୟାଶୀଳ ଓ ତ୍ୱରାନ୍ବିତ କରିପାରିଛି ।
  • ଦେଶ ତଥା ରାଜ୍ୟର ବିକାଶ ପ୍ରକ୍ରିୟାରେ ସଡ଼କ ଓ ପରିବହନ ଏକ ମୌଳିକ ଆବଶ୍ୟକତା ହୋଇପଡ଼ିଛି ।
  • ବିକାଶ ପ୍ରକ୍ରିୟାର ଅବିଚ୍ଛେଦ୍ୟ ଉପାଦାନ ହେଉଛି ସଡ଼କ ଓ ପରିବହନ । ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିହାତି ଜରୁରୀ ।
  • ଅନ୍ୟପକ୍ଷରେ ପରିବହନ ଓ ମଣିଷର ଗତିଶୀଳତାର ପ୍ରଭାବରେ ସଂଗଠିତ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା ବିନାଶ ପ୍ରକ୍ରିୟାର ସମ୍ଭାବନାକୁ ଦୃଢ଼ୀଭୂତ କରିଛି ।
  • ସଡ଼କ ପରିବହନ ବ୍ୟବସ୍ଥା ମୁଖ୍ୟତଃ ପାଞ୍ଚଟି ପ୍ରମୁଖ ଉପାଦାନ ଉପରେ ନିର୍ଭର କରିଥାଏ; ଯଥା – ସଡ଼କ, ଗାଡ଼ି, ଗାଡ଼ିଚାଳକ, ରାସ୍ତା ବ୍ୟବହାରକାରୀ ଓ ପାରିପାଶ୍ୱିକ ଅବସ୍ଥା ।

(ଖ) କାହାର ପ୍ରଭାବରେ ସଡ଼କ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଥାଏ ?
Answer:

  • ସଡ଼କରେ ଦୁରବସ୍ଥା, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ିଚାଳକ ଏବଂ ରାସ୍ତା ବ୍ୟବହାରକାରୀଙ୍କ ମାନବୀୟ ତ୍ରୁଟି ଓ ଖରାପ ପ୍ରାକୃତିକ ପରିବେଶ ଯୋଗୁଁ ସଡ଼କ ଦୁର୍ଘଟଣାର ସମ୍ଭାବନା ବୃଦ୍ଧି ପାଇଥାଏ ।
  • ସଡ଼କ ଉପରେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ହେବାର ସମ୍ଭାବନା ଥାଏ । ଏହାର ପରିବ୍ୟାପ୍ତି ଏବଂ ଭୟାବହତା ହିଁ ସଡ଼କ ଦୁର୍ଘଟଣାକୁ ଅତି ସମ୍ବେଦନଶୀଳ କରିଛି ।
  • ପ୍ରତିବର୍ଷ ସାରା ବିଶ୍ବରେ ପାଞ୍ଚ ଲକ୍ଷରୁ ଅଧିକ, ଭାରତରେ ଦେଢ଼ ଲକ୍ଷରୁ ଅଧିକ ଏବଂ ଓଡ଼ିଶାରେ ଚାରି ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ମୃତ ହୋଇଥା’ନ୍ତି ।
  • ଲକ୍ଷାଧ୍ଵ ଲୋକ ଗୁରୁତର ଓ ସାମାନ୍ୟ ଆହତ ହୋଇଥାନ୍ତି । ହଜାର ହଜାର ଲୋକ ଜୀବନ ଭରି ଅକର୍ମଣ୍ୟ ହୋଇଯା’ନ୍ତି ।
  • ଦୁର୍ଘଟଣାର ଶିକାର ହୋଇଥିବା ଲୋକ ଏବଂ ସେମାନଙ୍କ ପରିବାରର ଜୀବନଶୈଳୀ, ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହୋଇଥାଏ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

(ଗ) ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ କ’ଣ ?
Answer:

  • ସାମଗ୍ରିକ ଭାବରେ ସଡ଼କ ଦୁର୍ଘଟଣାର ପ୍ରମୁଖ କାରଣ ସମୂହ ମଧ୍ଯରେ ରହିଛି ସଡ଼କ ତ୍ରୁଟି, ଗାଡ଼ିର ଯାନ୍ତ୍ରିକ ତ୍ରୁଟି, ଗାଡ଼ିଚାଳକ ଓ ରାସ୍ତା ବ୍ୟବହାରକାରୀଙ୍କ ମନୁଷ୍ୟକୃତ ତ୍ରୁଟି ଏବଂ ପାରିପାଶ୍ୱିକ ଅବସ୍ଥାରେ ତ୍ରୁଟି ।
  • ଗାଡ଼ିଚାଳନା ସମୟରେ ଅନେକ ମାନବୀୟ ତ୍ରୁଟି ପରିଲକ୍ଷିତ ହୋଇଥାଏ; ଯଥା- ଅନ୍ୟମନସ୍କତା, ବେପରୁଆ ଗାଡ଼ିଚାଳନା, ଦୃତଗତି, ମଦ୍ୟପାନ, ମୋବାଇଲ ଫୋନ୍‌ର ବ୍ୟବହାର ଇତ୍ୟାଦି ।
  • ସଡ଼କ ଦୁର୍ଘଟଣାର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ସଡ଼କ ତ୍ରୁଟି; ଯଥା – ରାସ୍ତା ନିର୍ମାଣ, ଡ଼ିଜାଇନ ରକ୍ଷଣାବେକ୍ଷଣ, ସଂପ୍ରସାରଣରେ ଅବହେଳା, ଅଦୃଶ୍ୟମାନ ଟ୍ରାଫିକ୍ ସଙ୍କେତ, ଭାରୀ ମାଲ ପରିବହନ ଇତ୍ୟାଦି ।
  • ଗାଡ଼ିର ଯାନ୍ତ୍ରିକ ତ୍ରୁଟି ମଧ୍ଯ ଦୁର୍ଘଟଣାର ଅନ୍ୟ ଏକ କାରଣ । ଯନ୍ତ୍ରଚାଳିତ ଗାଡ଼ିର ବ୍ରେକ୍, ଇଞ୍ଜିନ୍, ଷ୍ଟିଅରିଙ୍ଗ, ତୈଳଟ୍ୟାଙ୍କ୍, ରାସ୍ତାର ଅବସ୍ଥାରେ ବ୍ୟତିକ୍ରମ ଦେଖାଦେଲେ ଦୁର୍ଘଟଣା ସଂଗଠିତ ହୋଇଥାଏ ।
  • ପାରିପାର୍ଶ୍ବକ ଅବସ୍ଥା ତ୍ରୁଟି ଦେଖାଦେଲେ ମଧ୍ୟ ସଡ଼କ ଦୁର୍ଘଟଣା ହୋଇଥାଏ; ଯଥା— ବର୍ଷା, ଝଡ଼, କୁହୁଡ଼ି, ବରଫାବୃତ, ଧୂଆଁଜାତ ଆଦି ପ୍ରାକୃତିକ ବିପର୍ଯ୍ୟୟ ବହୁ ସମୟରେ ଦୁର୍ଘଟଣା ଘଟାଇଥାଏ ।

(ଘ) ଓଡ଼ିଶାରେ ସଡ଼କ ଦୁର୍ଘଟଣାର ପରିବ୍ୟାପ୍ତି ଓ ଭୟାବହତା ବର୍ଣ୍ଣନା କର ।
Answer:

  • ଓଡ଼ିଶାରେ ବାର୍ଷିକ ପ୍ରାୟ ଦଶ ହଜାରରୁ ଅଧିକ ସଡ଼କ ଦୁର୍ଘଟଣାରେ ଚାରି ହଜାରରୁ ଅଧିକ ମୃତ ଓ ଦଶହଜାରରୁ ଅଧ‌ିକ ଆହତ ହେଉଛନ୍ତି ।
  • ପ୍ରତି ଶହେ ଦୁର୍ଘଟଣାରେ ଓଡ଼ିଶାରେ ୪୫ ଜଣ ମୃତାହତ ହେଉଛନ୍ତି । କେବଳ ରାଜପଥମାନଙ୍କରେ ଚାଳିଶରୁ ଅଧ୍ଵ ପ୍ରତିଶତ ଦୁର୍ଘଟଣା ଘଟୁଛି ।
  • ସମସ୍ତ ଯାନବାହନ ସଂଖ୍ୟାର ଅଶୀ ପ୍ରତିଶତ ଦୁଇଚକିଆ ଗାଡ଼ି, ଯାହାକି ପ୍ରାୟତଃ ଯୁବଗୋଷ୍ଠୀ ଚଳାଇଥାନ୍ତି ।
  • ବିଶେଷ କରି ଦୁଇ ଚକିଆଗାଡ଼ି ଏକମାତ୍ର ଯାନ ଯାହାର ବାହ୍ୟ ସୁରକ୍ଷା ନ ଥାଏ ।
  • ଆମ ରାଜ୍ୟରେ ସମସ୍ତ ସଡ଼କ ଦୁର୍ଘଟଣାର ୯୫ ପ୍ରତିଶତ କେବଳ ମାନବୀୟ ତ୍ରୁଟି ଯୋଗୁଁ ସଂଘଟିତ ହୋଇଥାଏ ।

(ଙ) ସଡକ ଦୁର୍ଘଟଣାର ନିରାକରଣ ବ୍ୟବସ୍ଥା କ’ଣ ରହିଛି ?
Answer:

  • ସଡ଼କ ଦୁର୍ଘଟଣାର ନିରାକରଣ ପାଇଁ ତିନିଗୋଟି ବ୍ୟବସ୍ଥା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି; ଯଥା— ଶିକ୍ଷାEducation), ବଳବତ୍ତକରଣ (Enforcement), ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ (Engineering) ଭିଭିଭୂମି ।
  • ଗଣମାଧ୍ୟମ, ଶିକ୍ଷାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଘ, ମୋଟରଯାନ ସଂଘ ଇତ୍ୟାଦି ସଡ଼କ ସୁରକ୍ଷାର ଶିକ୍ଷା କାର୍ଯ୍ୟକ୍ରମର ମୁଖ୍ୟ ମାଧ୍ୟମ ଅଟନ୍ତି ।
  • ସଡ଼କ ଶୃଙ୍ଖଳା, ଆଚରଣ ଏବଂ ଦୁର୍ଘଟଣା ହ୍ରାସ ନିମନ୍ତେ ବଳବତ୍ତକରଣ ଅତି ଉପଯୋଗୀ ସରକାରୀ ମାଧ୍ୟମ ।
  • ବଳବତ୍ତକରଣ (Enforcement) ବିଶେଷ କରି ମୋଟର ଯାନ ସମ୍ପର୍କୀୟ ନିୟମ ଉଲ୍ଲଙ୍ଘନ ଉପରେ ଗୁରୁତ୍ଵ ପ୍ରଦାନ କରିଥାଏ ।
  • ଦୁର୍ଘଟଣା ହ୍ରାସ କରିବାପାଇଁ ରାସ୍ତା ନିର୍ମାଣର ଇଞ୍ଜିନିୟରିଂ ଏବଂ ଭିତ୍ତିଭୂମି ନିହାତି ଜରୁରୀ । ସଡ଼କଗୁଡ଼ିକ ବୈଜ୍ଞାନିକ ଓ ଇଞ୍ଜିନିୟରିଂ ପ୍ରଣାଳୀରେ ନିର୍ମାଣ ହେବା ଆବଶ୍ୟକ, ଯାହାଫଳରେ ଦୁର୍ଘଟଣା ହ୍ରାସ ପାଇବ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୨. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ ୨୦ ଗୋଟି ଶବ୍ଦରେ ଲେଖ ।

(କ) ମୋଟର ଯାନ ଆଇନ କ’ଣ ?
Answer:

  • ସଡ଼କ ପରିବହନ ବ୍ୟବସ୍ଥା, ସଡ଼କ ନିରାପତ୍ତା ପ୍ରକ୍ରିୟାରେ ଉନ୍ନତି, ସଡ଼କ ଦୁର୍ଘଟଣା ହ୍ରାସ କରିବାପାଇଁ କେନ୍ଦ୍ର ସରକାର କିଛି ଆଇନ ପ୍ରଣୟନ କରିଛନ୍ତ, ତାହାକୁ ମୋଟର ଯାନ ଆଇନ କୁହାଯାଏ ।
  • ଏଥରେ ନିୟମିତ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀମାନଙ୍କୁ କଠୋର ଦଣ୍ଡ ପ୍ରଦାନର ବ୍ୟବସ୍ଥା କରାଯାଇଛି । ୨୦୧୯ ମସିହାରେ ଏହି ମୋଟର ଯାନ ଆଇନକୁ ସଂଶୋଧନ କରାଯାଇଛି ।

(ଖ) ସଂଶୋଧ ମୋଟର ଯାନ ଆକ୍ଟର ଆଭିମୁଖ୍ୟ କ’ଣ ?
Answer:

  • ସଂଶୋଧ ମୋଟର ଯାନ ଆକୁ ୨୦୧୯ରେ ମୁଖ୍ୟତଃ କ୍ଷତିପୂରଣ ଏବଂ ଜୋରିମାନାକୁ ଅଧ‌ିକ ଗୁରୁତ୍ଵ ଦିଆଯାଇଛି ।
  • ଓଡ଼ିଶା ରାଜ୍ୟ ସରକାରଙ୍କ ସୋଲାସିୟମ୍ ଫଣ୍ଡ ସ୍କିମ୍ ତରଫରୁ ହିଟ୍ ଏବଂ ରନ୍ ମୋଟରଯାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଏବଂ ଗୁରୁତର ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାର ବ୍ୟବସ୍ଥା ହୋଇଛି ।

(ଗ) ଇନ୍ଧନ ସଂରକ୍ଷଣ କାହିଁକି ଆବଶ୍ୟକ ?
Answer:

  • ସଡ଼କ ପରିବହନ ବ୍ୟବସ୍ଥାରେ ପେଟ୍ରୋଲ ଡ଼ିଜେଲ ଭଳି ଇନ୍ଧନ ସଂରକ୍ଷଣର ଗୁରୁତ୍ବପୂର୍ଣ ଭୂମିକା ରହିଛି ।
  • କ୍ରମବର୍ଦ୍ଧିଷ୍ଣୁ ଯାନବାହନ ସଂଖ୍ୟା ସହ ପେଟ୍ରୋଲ ଡ଼ିଜେଲ, ଭଳି ଇନ୍ଧନର ବହୁଳ ଅପବ୍ୟବହାର ବୃଦ୍ଧିପାଇଛି ।ତେଣୁ ଇନ୍ଧନ ସଂରକ୍ଷଣ ଯୋଜନା ମାଧ୍ୟମରେ ଇନ୍ଧନର ବହୁଳ ଅପବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ ।

(ଘ) ଓଡ଼ିଶା ସରକାରଙ୍କ ସମରିଟାନ୍‌ ନୀତି ସମ୍ବନ୍ଧରେ ଉଲ୍ଲେଖ କର ।
Answer:

  • ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବା ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରଚଳିତ ଗୁଡ୍ ସମରିଟାନ୍ ନୀତିର ମୁଖ୍ୟ ଆଭିମୁଖ୍ୟ !
  • ସୁପ୍ରିମ୍‌କୋର୍ଟର ୨୦୧୪ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାର ଉକ୍ତ ନୀତି ପ୍ରଣୟନ କରିଛନ୍ତି । ଏହି ନୀତିରେ ଜଣେ ବ୍ୟକ୍ତି ଅନ୍ୟର ଜୀବନ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିକୁ ହସ୍‌ପିଟାଲକୁ ନେଇପାରିବ ।

(ଙ) ବ୍ୟକ୍ତିଗତ ଯାନ ଓ ସାର୍ବଜନୀନ ଗାଡ଼ି ମଧ୍ୟରେ ପ୍ରଭେଦ କ’ଣ ରହିଛି ?

  • ଆମ ରାଜ୍ୟର ସମସ୍ତ ଗାଡ଼ି ସଂଖ୍ୟାର ଦୁଇ ତୃତୀୟାଂଶରୁ ଅଧିକ ସ୍କୁଟର, ମୋଟର ସାଇକେଲ୍ ଭଳି ବ୍ୟକ୍ତିଗତ ଗାଡ଼ି ଚଳାଚଳ କରିଥାଏ ।
  • ସାର୍ବଜନୀନ ଗାଡ଼ି କହିଲେ ଆମେ ବସ୍‌, ଟ୍ୟାକ୍‌ସି, ଅଟୋ ଆଦିକୁ ବୁଝିଥାଉ । ଜନସାଧାରଣ ସେମାନଙ୍କର ବ୍ୟକ୍ତିଗତ ଯାନ ବ୍ୟବହାର ନ କରି ସାର୍ବଜନୀନ ଗାଡ଼ି ଦୈନନ୍ଦିନ ବ୍ୟବହାର କରିବା ଆବଶ୍ୟକ, ଯାହା ଫଳରେ ଇନ୍ଧନ କିଛି ପରିମାଣରେ ସଂରକ୍ଷିତ ହୋଇପାରିବ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୩. ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୋଟିଏ ବାକ୍ୟରେ ଲେଖ ।

(କ) ରାସ୍ତା ପାର ହେଲବେଳେ କି ସତର୍କତା ଅବଲମ୍ବନ କରିବ ?
Answer:
ରାସ୍ତା ପାର ହେବା ପୂର୍ବରୁ ପ୍ରଥମେ ବାମକୁ, ତା’ପରେ ଡାହାଣକୁ, ପୁନର୍ବାର ବାମକୁ ଚାହିଁକି ଆବଶ୍ୟକ ।

(ଖ) ଟ୍ରାଫିକ୍ ଚିହ୍ନର ପ୍ରମୁଖ ପ୍ରକାରଭେଦ କ’ଣ ରହିଛି ?
Answer:
ଟ୍ରାଫିକ୍ ଚିହ୍ନ ସାଧାରଣତଃ ତିନି ପ୍ରକାର ଅଟେ, ଯଥା- ନିହାତି ଜରୁରୀ ଚିହ୍ନ (Mandatory Signs), ସତର୍କତାର ଚିହ୍ନ (Cautionary Signs) (Informatory Signs) |

(ଗ) ଗାଡ଼ିଚାଳକ ପାଖରେ କେଉଁସବୁ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ?
Answer:
ଉ – ଗାଡ଼ିଚାଳକ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ, ରେଜିଷ୍ଟ୍ରେସନ, ଗାଡ଼ିର ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ରହିବା ବାଧ୍ୟତାମୂଳକ ଅଟେ ।

(ଘ) ସବୁଜ ପରିବହନ କ’ଣ ?
Answer:
ସୁବଜ ପରିବହନ କହିଲେ ଆମେ ସାଧାରଣତଃ ସାଇକେଲକୁ ବୁଝିଥାଉ କାରଣ ଏଥରେ କୌଣସି ଇନ୍ଧନ ବ୍ୟବହାର ହୋଇନଥାଏ ।

(ଙ) ସମରିଟାନ୍‌ର ସଂଜ୍ଞା କ’ଣ ?
Answer:
ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ତୁରନ୍ତ ମେଡ଼ିକାଲ ଚିକିତ୍ସା ପ୍ରଦାନ କରି ଜୀବନ ବଞ୍ଚାଇବାକୁ ସମରିଟାନ୍‌ କୁହାଯାଏ ।

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

୪. ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥ‌ିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ୍ ଉତ୍ତରଟି ବାଛି ତା’ର କ୍ରମିକ ନମ୍ବର ସହିତ ଲେଖ ।

(କ) ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତି ନିମନ୍ତେ ସର୍ବନିମ୍ନ ବୟସସୀମା କେତେ ?
(i) १०
(ii) ୨୧
(iii) ୧୮
(iv) ୧୫

(ଖ) ଦୁଇଚକିଆ ଯାନର ଯାତ୍ରୀ କ୍ଷମତା କେତେ ?
(i) ୩
(ii) ୪
(iii) ୧
(iv) 9

(ଗ) ନିଶାସକ୍ତ ହୋଇ ଗାଡ଼ିଚାଳନା କଲେ କେଉଁ ପ୍ରକାର ଦଣ୍ଡ ରହିଛି ?
(i) ଜେଲ
(ii) ଆର୍ଥିକ
(iii) ଆର୍ଥିକ ଓ ଜେଲ୍

(ଘ) ଗାଡ଼ିଚାଳନା ବେଳେ ମୋବାଇଲର ବ୍ୟବହାର ବେନିୟମ କି ?
(i) ହଁ
(ii)ନାଁ

BSE Odisha 10th Class Political Science Solutions Chapter 4 ସଡକ ନିରାପତ୍ତା, ସଚେତନତା ଓ ଇନ୍ଧନ ସଂରକ୍ଷଣ

Answers:
(କ) (iii) ୧୮
(ଖ) (iv) ୨
(ଗ) (iii) ଆର୍ଥିକ ଓ ଜେଲ୍
(ଘ) (i) ହଁ

Leave a Comment